text
stringlengths
0
9.1k
କକ୍ରେନ ରିଭିୟୁ (Cochrane reviews) ଦ୍ବାର ଅନ୍ୟ କେତେକ ଚିକିତ୍ସାର ଉପକାର/ ଅପକାର : -
ଯେ କୈ। ଣସି ଚିକିତ୍ସା କରାଯାଉ ପଛକେ ଶତକଡା ୬୦ ଲୋକ ୭ ସପ୍ତାହ ମଧ୍ୟରେ ଆରୋଗ୍ୟ ଲାଭ କରନ୍ତି ଓ ଅଧିକ ଯନ୍ତ୍ରଣାଗ୍ରସ୍ତ ରୋଗୀ ମଧ୍ୟ କିଛି ସପ୍ତାହ ପରେ ଭଲ ହୋଇ ଯାଆନ୍ତି । ଗୋଟିଏ ସଦ୍ୟ ଅନୁଧ୍ୟାନରୁ ଜଣା ଯାଇଛି, ଶତକଡା ୩୦ ଭାଗ ଲୋକ ଏକ ବର୍ଷ ମଧ୍ୟରେ ଭଲ ହେଲେ ନାହିଁ । ଥରେ ରୋଗ ପୁରାତନ ହେଲେ ଆପେ ଆପେ ଭଲ ହୁଏ ନାହିଁ କିନ୍ତୁ ଏମାନଙ୍କ ମଧ୍ୟରୁ ଶତକଡା ୧୦ ଭାଗ ଲୋକ ୫ ବର୍ଷ ପରେ ୟନ୍ତ୍ରଣା ବିହୀନ ହେବାର ନଜୀର ଅଛି ।
ନିଜ ଜୀବଦ୍ଦଶାରେ ୮୦% ଲୋକ ଦିନେ ନା ଦିନେ କଟି ଯନ୍ତ୍ରଣା ଭୋଗ କରନ୍ତି । ଆମେରିକାରେ ଯୁବାବସ୍ଥାରେ ୨୬% ଲୋକ ପ୍ରତି ୩ ମାସରେ ଅନ୍ତତଃ ଗୋଟିଏ ଦିନ ଯନ୍ତ୍ରଣା ଭୋଗ କରିବା ପ୍ରକାଶ କରନ୍ତି । ୨୬ରୁ ୪୧ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କମଧ୍ୟରେ ୪୧% ଲୋକ ବିଗତ ୬ ମାସ ମଧ୍ୟରେ ଯନ୍ତ୍ରଣା ପାଇବାର ପ୍ରକାଶ କରନ୍ତି । ଆମେରିକାରେ ବର୍ଷକୁ ଏଥି ନିମନ୍ତେ ୩୦୦,୦୦୦ ଅପରେଶନ୍ କରାଯାଏ ଓ ୩୮ରୁ ୫୦ ବିଲିଅନ୍ ଡଲାର (ବିଲିଅନ୍ - ଏକ ଶହ କୋଟି) ଖର୍ଚ୍ଚ ହୁଏ । କଟି ଅପରେଶନ୍ ଓ ଗ୍ରୀବା ଅପରେଶନ୍ ମିଶି ଆମେରିକାରେ ଯେତେ ଅପରେଶନ୍ ହୁଏ ତାଙ୍କ ମଧ୍ୟରେ ତୃତୀୟ୍ ସ୍ଥାନ ଅଧିକାର କରନ୍ତି ।
୫୦%ରୁ ୭୦% ଗର୍ଭବତି ମହିଳା କଟି ଯନ୍ତ୍ରଣା ଭୋଗନ୍ତି ।
ଗର୍ଭ ସମୟ ବଢି ଚାଲିଲେ ଗର୍ଭସ୍ଥ ଶିଶୁ ଓଜନ ବଢିଯିବାଦ୍ବାରା ଶରୀରର ମାଧ୍ୟାକର୍ଷଣ ରେଖା ଆଗକୁ ଷୁଞ୍ଚିଯାଇ ଅଙ୍ଗଭଙ୍ଗୀ ବଦଳି ଯାଏ । ଏହି ପରିବର୍ତ୍ତିତ ପରିସ୍ଥିତିରେ କଟି ଯନ୍ତ୍ରଣା ବୃଦ୍ଧି ପ୍ରାପ୍ତ ହୁଏ ।
ଶିଶୁ ଜନ୍ମ ନିମନ୍ତେ ନିର୍ଦିଷ୍ଟ ହର୍ମୋନ୍ ଶରୀରରେ ନିର୍ଗତ ହୁଏ । ଏହି ହର୍ମୋନ୍ ଦ୍ବାରା ଶ୍ରୋଣୀରେ(Pelvis)ଥିବା ଗଣ୍ଠିମାନଙ୍କରେ ଥିବା ଗଣ୍ଠି ବନ୍ଧନୀ(Ligament) ନରମ ହୋଇଯିବା ଗଣ୍ଠି ଢିଲା ହୋଇଯାଏ । ଫଳରେ ଶିଶୁ ମା ପେଟ ଭିତରୁ ବହାରିବାକୁ ସୁବିଧା ହୁଏ । ଏହି ପ୍ରକାରର ପରିବର୍ତ୍ତନ ସହ କଟି ସାଲିସ୍ କରି ପାରେ ନାହିଁ, ଏଣୁ ଯନ୍ତ୍ରଣା ହୁଏ ।
ଅଣ୍ଟି ଛୁରୀ ତଣ୍ଟି କାଟେ, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାସୁଦେବ ତ୍ରିପାଠୀ । ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ବିଜୟ ମହାନ୍ତି, ଅନୀତା ଦାସ, ସ୍ନିଗ୍ଧା ମହାନ୍ତି, ହର ପଟ୍ଟନାୟକ, ଜୟୀରାମ ସାମଲ, ଦୁଃଖିରାମ ସାମଲ, ବାଙ୍କୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଣ୍ଟି ଛୁରୀ ତଣ୍ଟି କାଟେ ଇଣ୍ଟରନେଟ ମୁଭି ଡାଟାବେସରେ
ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜ ଭାରତର ପୁର୍ବ ଭାଗରେ ଥିବା ଦ୍ଵୀପପୁଞ୍ଜ ଅଟେ ।
ଆପଣ ଖୋଜୁଥିବା ପ୍ରସଙ୍ଗଟି ତଳଲିଖିତ ପ୍ରସଙ୍ଗମାନଙ୍କ ଭିତରୁ ଗୋଟିଏ ହୋଇଥାଇ ପାରେ:
ପ୍ରାଣୀ ବିଜ୍ଞାନ ଅନୁସାରେ, ଅଣ୍ଡା ହେଉଛି ଏକ ଜୈବିକ ଥଳି ଯେଉଁଥିରେ ଭ୍ରୂଣଟି ପ୍ରଥମେ ବଢିବା ଆରମ୍ଭ କରିଥାଏ । ଅଧିକାଂଶ ସରୀସୃପ, ମାଛ, ସନ୍ଧିପଦ, ଉଭୟଚର, କୀଟ ପତଙ୍ଗ ଓ ପକ୍ଷୀମାନଙ୍କ ଅଣ୍ଡା ପ୍ରକୃତରେ ଏକ ଯୁଗ୍ମଜ ଅଟେ, ଯାହାକି ଡିମ୍ବାଣୁର ସମାୟନ (fertilization of Ovum) ଫଳରେ ସୃଷ୍ଟି ହେଇଥାଏ ; ଯାହାକି ପରେ ଶରୀର ଭିତରୁ ବାହାରି ଆସି ବଢିବାକୁ ଲାଗେ, ଯେଉଁ ପର୍ଯ୍ୟନ୍ତ ଯୁଗ୍ମଜଟି ନିଜେ ବଞ୍ଚିବା ପାଇଁ ସକ୍ଷମ ହୋଇନାହିଁ । ଯେଉଁ ପ୍ରାଣୀ ଅଣ୍ଡାରୁ ଜାତ ହୋଇଥାନ୍ତି ସେମାନଙ୍କୁ ଅଣ୍ଡଜ କୁହାଯାଏ ।
ବର୍ତ୍ତମାନ ଜଣାଥିବା ଅଣ୍ଡା ଭିତରେ ଓଟପକ୍ଷୀର ଅଣ୍ଡା (୧.୫ କେଜି) ସବୁଠାରୁ ବଡ ଅଟେ । ଯଦିଓ ବିଲୁପ୍ତ ହୋଇଯାଇଥିବା Aepyornis ଓ ଡାଇନୋସରର ଅଣ୍ଡା ସବୁଠାରୁ ବଡଥିଲା । ପକ୍ଷୀମାନଙ୍କ ଭିତରେ ହାମିଙ୍ଗ ବାର୍ଡ଼ ସବୁଠାରୁ ଛୋଟ ଅଣ୍ଡା ଦିଏ , ଏହାର ଓଜନ ଅଧ ଗ୍ରାମ ପାଖାପାଖି ହୋଇଥାଏ । କେତେକ ସରୀସୃପ ଓ ମାଛ ଏହାଠାରୁ ମଧ୍ୟ ଛୋଟ ଅଣ୍ଡା ଦିଅନ୍ତି । ଏପରିକି କିଛି କୀଟ ଓ କିଛି ଅମେରୁଦଣ୍ଡୀ ପ୍ରାଣୀଙ୍କ ଅଣ୍ଡା ଆହୁରି ଛୋଟ ଅଟେ ।
ବହୁ ବର୍ଷ ଧରି ଏହା ଏକ ଖାଦ୍ୟ ରୁପରେ ବ୍ୟବହୃତ ହେଉଅଛି । ଏହା ପୁଷ୍ଟିସାର ଯୁକ୍ତ ଖାଦ୍ୟ ଅଟେ।
ଅଣ୍ଡା ଏକ ଖୋଳପାଦ୍ଵାରା ଆବୃତ ହୋଇଥାଏ ଓ ଏହା ମଧ୍ୟରେ ଏଲବୁମିନ ଯୁକ୍ତ କେଶର ଥାଏ
ଅଣ୍ଡା ଆକାର ଅଣ୍ଡାକାର ବା oval ହୋଇଥାଏ ।
ଅଣ୍ଡାର ରଙ୍ଗ ସାଧାରଣତଃ ଧଳା ହୋଇଥାଏ କାରଣ ଏହାର ଖୋଳପା କ୍ୟାଲସିୟମ କାର୍ବୋନେଟରେ ତିଆରି ହୋଇଥାଏ ।
ସୁଗନ୍ଧି ବା ପରଫ୍ୟୁମ ଶବ୍ଦଟି ଆସିଛି ଲ୍ୟାଟିନ୍ ଶବ୍ଦ ପାର ଫୁଉମାମ୍ ରୁ। ଏହି ଶବ୍ଦଟିର ଅର୍ଥ ହେଉଛି ଧୂଆଁ ମାଧ୍ୟମରେ । ପରଫ୍ୟୁମ ଶିଳ୍ପ ପ୍ରଥମେ ଆରମ୍ଭ ହୋଇଥିଲା ସୁମେରୀୟ ଏବଂ ମିଶର ସଭ୍ୟତାରେ । ଧୀରେ ଧୀରେ ପ୍ରାଚୀନ ଗ୍ରୀସ ଏବଂ ରୋମରେ ତାହା ଆହୁରି ସମୃଦ୍ଧ ହୋଇଥିଲା । ପରଫ୍ୟୁମର ଇତିହାସ ଅନୁସନ୍ଧାନ କଲେ ଜଣାଯାଏ ଯେ ପ୍ରଥମେ ଜଣେ ମହିଳା ହିଁ ସୁଗନ୍ଧି ତିଆରି କରିଥିଲେ । ପ୍ରାଚୀନ ସୁମେରୀୟ ସଭ୍ୟତାର ଏହି ମହିଳାଜଣକ ସୁଗନ୍ଧି ଫୁଲ, ଘାସ, ତେଲ ଏବଂ ଆହୁରି ନାନା ପ୍ରକାରର ରାସାୟନିକ ମିଶାଇ ତିଆରି କରିଥିଲେ ପୃଥିବୀର ପ୍ରଥମ ପରଫ୍ୟୁମ । ଏହାପରେ ଆରବବାସୀଙ୍କ ନାନା ସୌରଭରେ ସୁରଭିତ ଏହି ପରଫ୍ୟୁମ ବୋତଲ ଆବଦ୍ଧ ହୋଇ ଆଜି ଆମ ହାତକୁ ଆସିଛି। ସୁଗନ୍ଧିର ପ୍ରଥମ ଅନୁପ୍ରେରଣା ନିଃସନ୍ଦେହରେ ସୁବାସିତ ଫୁଲ ଓ କାଠ। ଦେବତାଙ୍କ ଆରାଧନାରୁ ଆରମ୍ଭ କରି ବ୍ୟକ୍ତିଗତ ମନୋରଞ୍ଜନ ସୁଗନ୍ଧିର ବ୍ୟବହାର ଶହ ଶହ ବର୍ଷ ଧରି ଆମ ଜୀବନର ପ୍ରତି ପରସ୍ତରେ ଜଡ଼ାଇ ହୋଇ ରହିଛି । ଚିକିତ୍ସା ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ସୁଗନ୍ଧିର ଯେ ଭୂମିକା ଅଛି ତାହାର ନିଦର୍ଶନ ମିଳେ ଅରୋମାଥେରାପିରୁ। ମୁଡ୍ ସେଟର ଭାବେ ମଧ୍ୟ ସୁଗନ୍ଧିର ଆଉ ଏକ ଭୂମିକା ରହିଛି। ଅପସନ୍ଦର ବାସ୍ନା ଯେମିତି ଆଖି ପଲକରେ ମୁଡ୍ ବିଗାଡିପାରେ, ଠିକ ସେମିତି ପସନ୍ଦର ସୁଗନ୍ଧି କ୍ଷଣିକରେ ମୁଡ୍ ବଦଳାଇପାରେ। ପ୍ରଚଣ୍ଡ ଗରମରେ ଲେମ୍ବୁର ତାଜା ସୁଗନ୍ଧ କ୍ଳାନ୍ତ ଶରୀରକୁ ତାଜା କରିପାରେ। ଶୀତର ସନ୍ଧ୍ୟାରେ ଗାଢ଼ କସ୍ତୁରୀ ସୁଗନ୍ଧ ମନ ଓ ଶରୀରରେ ଭରିଦିଏ ଏକ ଅଦ୍ଭୁତ ମାଦକତା। ଯେକୌଣସି ସୁଗନ୍ଧ ତାର ପ୍ରଥମ ପ୍ରଭାବ ବିସ୍ତାର କରେ ଆବେଗ ବା ଇମୋସନ ଉପରେ । ନିଜ ମନପସନ୍ଦର ସୁଗନ୍ଧି ଯେ ସବୁ ବିରକ୍ତ, ରାଗ ଓ ଅବସାଦକୁ ନିମିଷକ ମଧ୍ୟରେ ଦୂର କରିପାରେ, ତାହା ବିଜ୍ଞାନ ସମ୍ମତ ।
ସୁଗନ୍ଧି ବାଛିବାର ତିନିଟି ନିୟମ ଅଛି। ପସନ୍ଦ, ବ୍ୟକ୍ତିତ୍ୱ ଓ ସମୟ- ଏଇ ତିନିଟି ଦୃଷ୍ଟିରେ ରଖିବାକୁ ହେବ ସୁଗନ୍ଧି କିଣିଲା ବେଳେ । ସକାଳେ ହାଲୁକା ଏବଂ ରାତିରେ ଇଷତ୍ ତୀବ୍ର, ଗାଢ ସୁଗନ୍ଧି ବ୍ୟବହାର କରିବା ଉଚିତ। କିନ୍ତୁ କିଛିବ୍ୟକ୍ତି ନିଜ ପସନ୍ଦର ସୁଗନ୍ଧି ସବୁ ସମୟରେ ବ୍ୟବହାର କରିଥାନ୍ତି ।
ସାଧାରଣତଃ ସାଜସଜ୍ଜା ସରିବା ପରେ ଫାଇନାଲ ଟଚ୍ ଭାବେ ପରଫ୍ୟୁମ ଲଗାଯାଏ। ବିଶେଷ କରି ପଲସ୍ ପଏଣ୍ଟରେ ପରଫ୍ୟୁମ ସ୍ପ୍ରେ କରିବା ଉଚିତ। ଯେମିତିକି କାନ ପଛ ପଟେ, ଗଳା ପଛ ପଟେ, ବାହୁ ସନ୍ଧିରେ, କହୁଣୀରେ ପରଫ୍ୟୁମ ସ୍ପ୍ରେ କଲେ ସୁଗନ୍ଧି ଖୁବଶିଘ୍ର ଚାରିଆଡକୁ ବ୍ୟାପିଥାଏ।
ଅତାବିରା ବରଗଡ଼ ଜିଲ୍ଲାର ଏକ ପ୍ରମୁଖ ସହର ।
ଅତାବିରା ସହର ବରଗଡ଼ ଜିଲ୍ଲା ସଦର ମହକୁମା ଠାରୁ ଅଠର କିଲୋମିଟର ଦୂରରେ ଜାତୀୟ ରାଜପଥ ନ.୬ କଡ଼ରେ ସମ୍ବଲପୁର ଓ ବରଗଡ଼ ସହର ମଧ୍ୟରେ ଅବସ୍ଥିତ । ଅତାବିରା ଓଡ଼ିଶା ସରକାରଙ୍କଦ୍ଵାରା ନୂତନ ଭାବେ ସ୍ଵିକୃତି ପ୍ରାପ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଏକ ବିଜ୍ଞାପିତ ପରିଷଦ ଅଞ୍ଚଳ ଭାବେ ନୂତନ ରୂପେ ପରିଗଣିତ ।
ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଜଳଭଣ୍ଡାର ଠାରୁ ଏହା ମାତ୍ର କୋଡ଼ିଏ କିଲୋମିଟର ଦୂରରେ ଅବସ୍ଥିତ ଏବଂ ମୁଖ୍ୟ ଜଳ ପ୍ରକଳ୍ପ ଠାରୁ ତିରିଶ କିଲୋମିଟର ଦୂରରେ ଅବସ୍ଥିତ । ହୀରାକୁଦ ଜଳଭଣ୍ଡାରଦ୍ଵାରା ଏହାର ଚାଷ ଜମି ଗୁଡିକ ବହୁଳ ଭାବରେ ଉପକୃତ ଏବଂ ଏହା ପ୍ରକଳ୍ପର ମୁଖ୍ୟ ଜଳସେଚିତ ଅଞ୍ଚଳମାନଙ୍କ ମଧ୍ୟରୁ ଅନ୍ୟତମ । ଅତାବିରାର ଶତକଡା ଶହେ ଭାଗ ଚାଷଜମି ଜଳସେଚିତ ହେଉଥିବାରୁ ଏହା ଏକ ମୁଖ୍ୟ କୃଷିପ୍ରଧାନ ଅଞ୍ଚଳ ରୂପେ ପରିଗଣିତ ।
ଅତାବିରା (କ୍ରମିକ ସଂଖ୍ୟା: ୪) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଅତାବିରା (ବି), ଅତାବିରା ବ୍ଳକ ଓ ଭେଡେନ ବ୍ଳକ ।
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ, ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କଠାରୁ ୧୩,୩୨୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ହେଲେ:
ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏକ ସାରସ୍ୱତ ସମ୍ମାନ ଯାହା ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହା ଏକାଡେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ସାରସ୍ଵତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କବି ଓ ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ନାମରେ ନାମିତ । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ । ୧୯୯୩ରୁ ପ୍ରବର୍ତ୍ତିତ ଏହି ସମ୍ମାନର ପ୍ରଥମ ପ୍ରାପକ ହେଉଛନ୍ତି ଓଡ଼ିଆ କବି ରାଧାମୋହନ ଗଡ଼ନାୟକ ।
ପେଡ଼ିପେଡ଼ିକା (Sida abutilon ବା Abutilon indicum) ଏକ ଔଷଧୀୟ ଉଦ୍ଭିଦ । ଏହାର ସଂସ୍କୃତ ନାମ - ଅତିବଳା, କଙ୍କତିକା, ଋଶ୍ୟାପୃକ୍ତା, ଆଦି । ଇଂରାଜୀ- Country mallow ଓ ବୈଜ୍ଞାନିକ ନାମ Abutilon indicum ।
ଏହା ଏକ ମଖମଲି ଗୁଳ୍ମକ ।
ସମଗ୍ର ଭାରତ ବର୍ଷରେ ଦେଖିବାକୁ ମିଳିଥାଏ । ସମୁଦ୍ର ପତ୍ତନରୁ ୧,୨୦୦ମିଟର ଉଚ୍ଚ ଯାଏଁ ଏହା ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଏହି ବୃକ୍ଷଟି ସମଗ୍ର ଆଫ୍ରିକା, ଆମେରିକା ତଥା ସମସ୍ତ ଏସିଆ ମହାଦେଶ ଗୁଡିକରେ ସହଜରେ ବଢ଼ିଥାଏ ଏବଂ ପ୍ରାପ୍ତ ହୋଇଥାଏ ।
ସମଗ୍ର ବୃକ୍ଷ କ୍ଷାରାଭ(Alkaloids) ଯୁକ୍ତ । କେବଳ ବୀଜରେ ସର୍ବାଧିକ କ୍ଷ୍ୟାରାଭ ମହଜୁଦ ଥାଏ । ଭାସିସିନୋନ (Vasicinone) C11H12N20 ନାମକ ଏକ ବହୁ ଉପଯୋଗୀ ତତ୍ତ୍ଵ ମହଜୁଦ ଥାଏ, ଏହା ଶ୍ଵାସନଳୀ ପ୍ରସାରକ । ଶ୍ଵାସ ରୋଗ ଏବଂ ଶ୍ଵାସନଳୀ ପ୍ରଦାହ ଜନିତ ଶ୍ଵାସରୂଦ୍ଧରେ ଏହା ବହୁଳ ଭାବେ ଉପଯୋଗୀ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷାରାଭ ହେଲା ଏଫେଡ୍ରାଇନ(Ephedrine) ଓ ଏହା ସମଗ୍ର ବୃକ୍ଷରେ ବହୁଳ ଭାବେ ମିଳିଥାଏ । ଏହା ବ୍ୟତୀତ ଏହି ବୃକ୍ଷରୁ ଫାଇଟୋସ୍ଟେରୋଳ୍, ରେଜିନ, ପଟାସିୟମ ନାଇଟ୍ରେଟ୍, ରେଜିନଏସିଡ଼ ଇତ୍ୟାଦି ଯୌଗିକ ମିଳିଥାଏ । ଚେରରୁ ଆଲାଣ୍ଟୋଲାକ୍ଟୋନ, ଆଇସୋ- ଆଲାଣ୍ଟୋଲାକ୍ଟୋନ, ଗାଲିକ ଏସିଡ଼ ମିଳିଥାଏ ।
ଏଥିରେ ଗଚ୍ଛିତ ଇଉଜିନୋଲ ନାମକ ତତ୍ତ୍ଵ ପୀଡ଼ା ଓ ବେଦନା ଉପଶମ କରିବାରେ ସକ୍ଷମ । ଏହା ଗବେଷଣାଗାର ମୂଷାଙ୍କ ଉପରେ ପରୀକ୍ଷଣ କରି ଜଣା ଯାଇଛି ।
ପତ୍ରରୁ ମିଥାନୋଲ ଆହରିତ ଯୌଗିକ ସଫଳ ଭାବେ ଟ୍ରାଇକୋଫାଇଟମ ରୁବ୍ରମ (Trichophyton rubrum) ନାମକ କବକକୁ ନାଶ କରିବାରେ ସକ୍ଷମ ହୋଇଥାଏ ।
ଅତିସକ୍ରିୟ ମୂତ୍ରାଶୟ ବା ଓଏବି ବା ଅତିସକ୍ରିୟ ମୂତ୍ରାଶୟ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Overactive bladder ବା OAB ବା overactive bladder syndrome), ଏକ ବେମାରୀ ଯେଉଁଥିରେ ବାରମ୍ବାର ପରିସ୍ରା କରିବାକୁ ଇଚ୍ଛା ହୁଏ ଓ ଜୀବନ‌ଧାରାର ପରିବର୍ତ୍ତନ ହୁଏ । ଦିନରେ, ରାତିରେ ବା ଯେ କୌଣସି ସମୟରେ ଏହି ପରିସ୍ରା କରିବା ଇଚ୍ଛା ହୁଏ । ଇନ‌କଣ୍ଟିନେନ୍‌ସ ବା ନିୟନ୍ତ୍ରଣ ବିହୀନ ପରିସ୍ରା ହେଲେ ତାହାକୁ ଅର୍ଜ ଇନ‌କଣ୍ଟିନେନ୍‌ସ ନାମିତ କରାଯାଏ । ଅତିସକ୍ରିୟ ମୂତ୍ରାଶୟ ଥିବା ଲୋକଙ୍କ ମଧ୍ୟରୁ ୪୦ % ଲୋକଙ୍କର ନିୟନ୍ତ୍ରଣ ବିହୀନ ପରିସ୍ରା ହୁଏ । ଅନ୍ୟପକ୍ଷରେ ନିୟନ୍ତ୍ରଣ ବିହୀନ ପରିସ୍ରା ହେଉଥିବା ଲୋକଙ୍କ ମଧ୍ୟରୁ ୪୦ରୁ ୭୦ % ଲୋକଙ୍କର ଅତିସକ୍ରିୟ ମୂତ୍ରାଶୟ ଥାଏ । ଏହି ରୋଗ ମରଣାନ୍ତକ ନୁହେଁ । ବର୍ଷ ବର୍ଷ ଧରି ବ‌ହୁତ ଲୋକଙ୍କର ଏହି ରୋଗ ଥାଏ ।
ଅତିସକ୍ରିୟ ମୂତ୍ରାଶୟ ରୋଗର କାରଣ ଜଣାଯାଇନାହିଁ । ଏହି ରୋଗର ସଙ୍କଟଦାୟକ ଅବସ୍ଥାମାନଙ୍କ ନାମ:- ମୋଟାପଣ, କେଫିନ ସେବନ ଓ କୋଷ୍ଠକାଠିନ୍ୟ । କମ୍ ଡାଏବେଟିସ ନିୟନ୍ତ୍ରଣ, ଦୈନ‌ନ୍ଦିନ ଚଳପ୍ରଚଳ ଅଭାବ ଓ କ୍ରନିକ ପେଲଭିକ ଯନ୍ତ୍ରଣା ଏହି ରୋଗକୁ ଖରାପ କରିଦେଇପାରେ । ବ‌ହୁତ ଦିନ ରୋଗ ହେବାପରେ ଲୋକମାନେ ପରାମର୍ଶ ନିମନ୍ତେ ଯାଆନ୍ତି ଓ ବେଳେ ବେଳେ ସ୍ୱାସ୍ଥ୍ୟକର୍ମୀମାନେ ଏହାକୁ ପ୍ରଥମେ ଚିହ୍ନଟ କରନ୍ତି । ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ମୂତ୍ରନଳୀ ସଂକ୍ରମଣ ବା ସ୍ନାୟବିକ ମୂତ୍ରାଶୟ ବେମାରୀ ଇତ୍ୟାଦି ରୋଗମାନଙ୍କର ଅନୁପସ୍ଥିତି ପରୀକ୍ଷା କରିବାକୁ ପଡ଼େ । ପ୍ରତ୍ୟେକ ଥର ପରିସ୍ରା କଲାବେଳେ ଅଳ୍ପ ପରିସ୍ରା ହୁଏ । ପରିସ୍ରା କଲାବେଳେ ଯଦି କଷ୍ଟ ହୁଏ ତାହା ହେଲେ ଅନ୍ୟ କୌଣସି ରୋଗ ଥିବା ସମ୍ଭାବନା ଥାଇପାରେ ।
ନିର୍ଦ୍ଦିଷ୍ଟ ଚିକିତ୍ସା ସବୁବେଳେ ଆବଶ୍ୟକ ହୁଏ ନାହିଁ । ପେଲଭିକ ଫ୍ଲୋର ବ୍ୟାୟାମ, ମୂତ୍ରାଶୟ ତାଲିମ ଓ ବ୍ୟବ‌ହାରିକ ତାଲିମ ଦିଆଯାଏ । ମୋଟାପା ଥିଲେ ଓଜନ ହ୍ରାସ କରିବା, କେଫିନ ଖାଇବା କମେଇବା, ତରଳ ପଦାର୍ଥ ଅଧିକ ପିଇବା ଇତ୍ୟାଦି ଉପକାରୀ ସାବ୍ୟସ୍ତ ହୁଏ । ଅନ୍ୟ କୌଣସି ଉପଚାର ଉପକାରୀ ନ ହେଲେ ଆଣ୍ଟିମସ୍କାରିନ ଭଳି ଔଷଧ ଦିଆଯାଇପାରେ । ଏହି ଔଷଧ ଅନ୍ୟ ବ୍ୟବ‌ହାରିକ ଉପଚାର ଅପେକ୍ଷା ଅଧିକ ଉପକାର ଦିଏନି, ଅନ୍ୟ ପକ୍ଷରେ ଅନେକ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । ମୂତ୍ରାଶୟରେରେ ବୋଟୁଲିନମ ଟକ୍ସିନ ଇଞ୍ଜେକସନ ଦେବା ଆଉ ଏକ ଚିକିତ୍ସା । ସାଧାରଣତଃ ପରିସ୍ରା ନଳୀ ବା ଅପରେସନ ନିମନ୍ତେ ଉପଦେଶ ଦିଆଯାଏ ନାହିଁ । ଡାଏରିରେ ଚିକିତ୍ସା ପ୍ରଣାଳୀ ଲେଖିଲେ କେଉଁଟି ଉପକାରୀ ବା ଉପକାରୀ ନୁହେଁ ଜଣାପଡ଼େ ।
ଅତିସକ୍ରିୟ ମୂତ୍ରାଶୟ ରୋଗ ଆକଳନ ଅନୁସାରେ ୭-୨୭ % ପୁରୁଷଙ୍କୁ ଓ ୯-୪୩ % ମହିଳାଙ୍କୁ ହୁଏ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ଅଧିକ ହୁଏ । କେତେକ ଅନୁଶୀଳନରୁ ଦେଖାଯାଏ ଏହା ମହିଳାଙ୍କୁ ଅଧିକ ହୁଏ ବିଶଷତଃ ମୂତ୍ରାଶୟ ନିୟନ୍ତ୍ରଣ ନ ଥିବା ସମୟରେ । ସନ ୨୦୦୦ରେ ଆମେରିକାରେ ଏହା ନିମନ୍ତେ ୧୨.୬ ବିଲିଅନ ଆମେରିକିୟ ଡଲାର ଓ ୪.୨ ୟୁରୋ ଖର୍ଚ୍ଚ ହୋଇଥିଲା ।
ଅତି ସୋଡ଼ିଅମ ରକ୍ତ‌ତା ବା ହାଇପରନାଟ୍ରେମିଆ (ଇଂରାଜୀ ଭାଷାରେ Hypernatremia, ବା hypernatraemia) ରକ୍ତର ଏକ ଅବସ୍ଥା ଯେଉଁଥିରେ ସୋଡ଼ିଅମ (sodium) ସ୍ତର ଅଧିକ ହୋଇଥାଏ । ପ୍ରାକ୍ ଲକ୍ଷଣ: ଅତ୍ୟଧିକ ଶୋଷ (thirst) ଅନୁଭବ, ଦୁର୍ବଳ ଲାଗିବା, ଅଇ ଓ ଅରୁଚି । ସାଂଘାତିକ ଲକ୍ଷଣ: ଦ୍ୱିଧା, ମାଂସପେଶୀ ସ୍ଫୁରଣ ଓ ଖପୁରି ଭିତର ରକ୍ତସ୍ରାବ (ମସ୍ତିଷ୍କ ଭିତରେ ଓ ଚାରିଆଡ଼େ) । ସାଧାରଣ ରକ୍ତ ସୋଡ଼ିଅମ ସ୍ତର ୧୩୫-୧୪୫ମି:ଇକ୍ୟୁ/ଲି. । ଅତି ସୋଡ଼ିଅମ ରକ୍ତ‌ତା ସଂଜ୍ଞାନୁସାରେ ରକ୍ତ ସୋଡ଼ିଅମ ସ୍ତର ୧୪୫ ମି:ଇକ୍ୟୁ/ଲି.ରୁ ଅଧିକ । ସୋଡ଼ିଅମ ସ୍ତର ୧୬୦ମି:ଇକ୍ୟୁ/ଲି.ରୁ ଅଧିକ ହେଲେ ସାଂଘାତିକ ଲକ୍ଷଣ ପ୍ରକାଶ ପାଏ ।
ତରଳ ପଦାର୍ଥ ସ୍ଥିତି ଅନୁସାରେ ହାଇପରନାଟ୍ରେମିଆକୁ ୩ ଶ୍ରେଣୀ ବିଭାଗ କରାଯାଏ: ହାଇପୋଭଲ୍ୟୁମିଆ (low volume) ବା ଅଳ୍ପ ଆୟତନ, ସାଧାରଣ ଆୟତନ ଓ ହାଇପରଭଲ୍ୟୁମିଆ (high volume) ବା ଅଧିକ ଆୟତନ । ଝାଳ ବୋହିଲେ, ବାନ୍ତି, ତରଳ ଝାଡ଼ା, ବୃକ୍‌କ ରୋଗ ହେଲେ ବା ମୂତ୍ର ବର୍ଦ୍ଧକ ଔଷଧ ଖାଇଲେ ଅଳ୍ପ ଆୟତନ ହାଇପରନାଟ୍ରେମିଆ ହୁଏ । ଜ୍ୱର, ଅତ୍ୟଧିକ ଶୋଷ, ଅତ୍ୟଧିକ ଶ୍ୱାସକ୍ରିୟା ଓ ଲିଥିଅମରୁ ଡାଏବେଟିସ ଇନସିପିଡସ ଇତ୍ୟାଦି କାରଣରୁ ସାଧାରଣ ଆୟତନ ହାଇପରନାଟ୍ରେମିଆ ହୁଏ । ହାଇପରଆଲଡୋସ୍ଟିରୋନିଜ୍ମ (hyperaldosteronism), ଅତ୍ୟଧିକ ୩% ନର୍ମାଲ ସାଲାଇନ ବା ସୋଡ଼ିଅମ ବାଇକାର୍ବ ଶିରାଭ୍ୟନ୍ତରରେ ଦେଲେ ବା କ୍ୱଚିତ ଅତ୍ୟଧିକ ଲୁଣ ଖାଇଲେ ଅଧିକ ଆୟତନ ହାଇପରନାଟ୍ରେମିଆ ହୁଏ । ଅଳ୍ପ ରକ୍ତ ପ୍ରୋଟିନ ଥିଲେ ଅବାସ୍ତବ ଅଧିକ ସୋଡ଼ିଅମ ମାତ୍ରା ଦେଖାଯାଏ । ଘଟଣାର ଇତିହାସ ଅବଲୋକନ କଲେ ରୋଗ ନିର୍ଣ୍ଣୟ କରିହୁଏ । କାରଣ ଅସ୍ପଷ୍ଟ ଥିଲେ ପରିସ୍ରା ପରିକ୍ଷା କରାଯାଏ ।
ଅଳ୍ପ କିଛି ଘଣ୍ଟାର ଅତି ସୋଡ଼ିଅମ ରକ୍ତ‌ତା ବା ହାଇପରନାଟ୍ରେମିଆ ରୋଗ ହୋଇଥିଲେ ତାହାକୁ ଶିରାଭ୍ୟନ୍ତର ନର୍ମାଲ ସାଲାଇନ ଓ ୫% ଡେକ୍ସଟ୍ରୋଜ ଦେଇ ଅପେକ୍ଷାକୃତ ଶୀଘ୍ର ସୁଧାରି ହୁଏ । ଅନ୍ୟଥା ସୁଧାରିବା ପ୍ରଥା ଧୀର ହୁଏ ବିଶେଷତଃ ଯେଉଁମାନେ ପାଣି ଓ ହାଫ ନର୍ମାଲ ସାଲାଇନ ପିଇ ପାରନ୍ତି ନାହିଁ । ମସ୍ତିଷ୍କ ବେମାରୀରୁ ଡାଏବେଟିସ ଇନସିପିଡସ ଜନିତ ହାଇପରନାଟ୍ରେମିଆ ହୋଇଥିଲେ ଡେସମୋପ୍ରେସିନ (desmopressin) ଔଷଧ ଦେଇ ଚିକିତ୍ସା କରାଯାଏ । ବୃକ୍‌କ ସମସ୍ୟାରୁ ଡାଏବେଟିସ ଇନସିପିଡସ ହେଉଥିଲେ ଯେଉଁ ଔଷଧ ଯୋଗୁ ତାହା ହେଉଥାଏ ତାହା ବନ୍ଦ କରିଦିଆଯାଏ । ଡାକ୍ତରଖାନାରେ ଥିବା ରୋଗୀଙ୍କ ମଧ୍ୟରୁ ୦.୩-୧% ଲୋକଙ୍କୁ ହାଇପରନାଟ୍ରାମିଆ ହୋଇଥାଏ । ଶିଶୁ, ବୃଦ୍ଧ ଓ ମାନସିକ ଦୁଃସ୍ଥିତି ଥିବା ଲୋକଙ୍କର ଅଧିକ ହୁଏ । ହାଇପରନାଟ୍ରେମିଆ ସ‌ହିତ ମୃତ୍ୟୁ ସଙ୍କଟ ଅଧିକ ଥିଲେ ମଧ୍ୟ ଏହା କାରଣ ହୋବା ସମ୍ଭାବନା ଅସ୍ପଷ୍ଟ ଅଛି ।
ଅଥାନ ଗର୍ଭ ବା ଏକ୍ଟୋପିକ ପ୍ରେଗନାନସି (ଇଂରାଜୀରେ Ectopic pregnancy, also known as eccyesis or tubal pregnancy) ଏକ ପ୍ରକାର ଗର୍ଭାଧାନ ଜଟୀଳତା ଯେଉଁଥିରେ ଭୃଣ ଜରାୟୁ ବାହାରେ ସଂଯୁକ୍ତ ହୁଏ । ଏହି ରୋଗର ଲକ୍ଷଣ: ଉଦର ଯନ୍ତ୍ରଣା ଓ ଯୋନୀପଥ ରକ୍ତସ୍ରାବ । ୫୦ %ରୁ କମ ମହିଳାଙ୍କଠାରେ ଉଭୟ ଲକ୍ଷଣ ଦେଖାଯାଏ । ଯନ୍ତ୍ରଣା ତୀବ୍ର, ମାନ୍ଦା ବା କ୍ରାମ୍ପ ଭଳି ହୋଇପାରେ । ପେଟ ଭିତରେ ରକ୍ତସ୍ରାବ ହେଲେ କାନ୍ଧ ଯନ୍ତ୍ରଣା ମଧ୍ୟ ହୋଇପାରେ । ଅତ୍ୟଧିକ ରକ୍ତସ୍ରାବ ହେଲେ ଦୃତ ହୃଦଗତି, ଚେତାଶୂନ୍ୟ ବା ସକ୍ ହୁଏ । କ୍ୱଚିତ ଏହି ଫିଟସ ବଞ୍ଚିରହେ ।
ଏହି ରୋଗ ନିମନ୍ତେ ସଙ୍କଟଦାୟକ ଅବସ୍ଥାମାନଙ୍କର ନାମ: ପେଲଭିକ ପ୍ରଦାହ ରୋଗ ଅଧିକାଂଶ ସମୟରେ କ୍ଲାମିଡିଆ ସଂକ୍ରମଣ ଯୋଗୁ, ଧୂମ୍ରପାନ। ସ‌ହାୟତାପୂର୍ଣ୍ଣ ପ୍ରଜନ‌ନ ଟେକନୋଲୋଜି]] । ଅଥାନ ଗର୍ଭ ଇତିହାସ ଥିଲେ ସଙ୍କଟ ଅଧିକ ରହେ । ଅଧିକାଂଶ (୯୦ %) କ୍ଷେତ୍ରରେ ଫାଲୋପିଆନ ଟ୍ୟୁବରେ ହୁଏ ଯାହାକୁ ଟ୍ୟୁବାଲ ପ୍ରେଗନାନସି ବା ଟ୍ୟୁବାଲ ଗର୍ଭ କୁହାଯାଏ । ଏହି ଭୃଣ ସଂଯୋଗ ଜରାୟୁ ମୁଖ (ସର୍ଭିକ୍ସ), ଡିମ୍ବାଶୟ (ଓଭାରି) ଓ ଉଦରରେ (ଆବଡୋମେନ) ମଧ୍ୟ ହୋଇପାରେ । ରକ୍ତ ପରୀକ୍ଷାରେ ହ୍ୟୁମାନ ଗୋନାଡ଼ୋଟ୍ରୋଫିନ ବା ଏଚସିଜି ଓ ଅଲଟ୍ରାସାଉଣ୍ଡ କରି ଅଥାନ ଗର୍ଭ ନିର୍ଣ୍ଣୟ କରାଯାଏ । ଏହି ପରୀକ୍ଷା ଏକାଧିକ ଥର କରିବା ଆବଶ୍ୟକ ହୋଇପାରେ । ଯୋନୀପଥ ମଧ୍ୟରେ ଅଲଟ୍ରାସାଉଣ୍ଡ କଲେ ଉତ୍ତମ କାମ କରେ । ଏକାଭଳି ଲକ୍ଷଣ ଅନ୍ୟ ରୋଗ ଯଥା ଗର୍ଭପାତ, ଓଭାରିଆନ ଟରସନ, ଆକ୍ୟଟ ଟରସନ ଓ ଆକ୍ୟୁଟ ଆପେଣ୍ଡିସାଇଟିସ ଭଳି ରୋଗମାନଙ୍କରେ ଲକ୍ଷ କରାଯାଏ ।
ଏହି ରୋଗର ପ୍ରତିଷେଧ ସ୍ୱରୁପ ସଙ୍କଟାବସ୍ଥା କ୍ଲାମିଡିଆ ସଂକ୍ରମଣ ଉପସ୍ଥିତି ନିମନ୍ତେ ସ୍କ୍ରିନିଙ୍ଗ ଓ ପରବର୍ତ୍ତି ଚିକିତ୍ସା ଆବଶ୍ୟକ । କେତେକ ଅଥାନ ଗର୍ଭ ଆପେ ଆପେ ବିନା ଚିକିତ୍ସାରେ ଉପଶମ ହୋଇଯାଇପାରେ, କିନ୍ତୁ ୨୦୧୪ ମସିହା ସୁଦ୍ଧା ଏହାର ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ । କେତେକ କେଶରେ ମେଥୋଟ୍ରେକସେଟ ଓ ଅପରେଶନ ଫଳପ୍ରଦ ହୁଏ । ରୋଗୀର ବିଟା-ଏଚ,ସି,ଜି, ସ୍ତର କମ ଥିଲେ ଓ ଫିଟସ ଛୋଟ ଥିଲେ ଏହା ଭଲ କାମ କରେ । ଟ୍ୟୁବ ଫାଟିଯାଇ ଫିଟସର ହୃତ ସ୍ପନ୍ଦନ ଠିକ ଥିଲେ କିମ୍ବା ରୋଗୀର ଭାଇଟାଲ ଚିହ୍ନ ଦୁର୍ବଳ ଥିଲେ ଅପରେଶନ କରାଯାଇପାରେ । ଲାପାରୋସ୍କୋପି ବା ଲାପାରୋଟୋମି ଅପରେଶନ କରାଯାଇପାରେ । ଚିକିତ୍ସା କଲେ ଭଲ ଫଳ ମିଳେ ।
ବିକଶିତ ଦେଶମାନଙ୍କରେ ଅଥାନ ଗର୍ଭ ହାର ମୋଟ ଜୀବନ୍ତ ଜନ୍ମର ୧ରୁ ୨ %, ଆସିସ୍ଟେଡ ରିପ୍ରୋଡକ୍ଟିଭ ଟେକନୋଲୋଜିର ସାହାଯ୍ୟ ନେଲେ ଏହା ୪ % ହୁଏ । ପ୍ରଥମ ତ୍ରୈମାସିକରେ ଗର୍ଭ ମୃତ୍ୟୁର ଏହା ପ୍ରଧାନ କାରଣ ଓ ସମୁଦାୟ ମୃତ୍ୟୁର ୧୦% । ବିକଶିତ ଦେଶମାନଙ୍କରେ ଏହାର ଫଳାଫଳ ଉନ୍ନତି ଲାଭ କଲାବେଳେ ବିକାଶଶୀଳ ଦେଶମାନଙ୍କରେ ଏହା ଭଲ ନୁହେଁ । ବିକଶିତ ଦେଶମାନଙ୍କରେ ମୃତ୍ୟୁ ହାର 0.୧ରୁ 0.୩ ଓ ବିକାଶଶୀଳ ଦେଶମାନଙ୍କରେ ୧ରୁ ୩ % । ଏହି ରୋଗ ବିଷୟରେ ପ୍ରଥମେ ୧୧ଶ ଶତାବ୍ଦୀରେ ଆଲବୁକାସିସ ଉଲ୍ଲେଖ କରିଥିଲେ ।
ଅଥୀନା (ଅଥବା ଅଥାନା, ଅଥେନେ, ଅଥେନା) ଇଂରାଜୀ : Athena , ୟୁନାନୀ : ଅଥୈନା ପ୍ରାଚୀନ ୟୁନାନୀ ଦେବୀ । ଗ୍ରୀକ୍ ଧର୍ମ ଓ ପୌରାଣିକ କିମ୍ୱଦନ୍ତୀ ଅନୁସାରେ ଅଥୀନା ବା ଅଥୀନି (କିମ୍ୱା ପାଲାସ୍ ଅଥୀନା ବା ଅଥୀନି) ହେଉଛନ୍ତି ବୁଦ୍ଧି-ବିଦ୍ୟା, ଗଣିତ, ସାହସ, ପ୍ରେରଣା, ସଂସ୍କୃତି, ନ୍ୟାୟ, ସାମରିକ କୌଶଳ, ଶକ୍ତି ଏବଂ ସମସ୍ତ କଳା, ଶିଳ୍ପ ଓ କୌଶଳର ଦେବୀ । ପ୍ରାଚୀନ ରୋମାନ୍ ଧର୍ମରେ ତାଙ୍କ ସମକକ୍ଷ ଦେବୀ ହେଉଛନ୍ତି ମିନର୍ଭା ।
ଶୂରବୀର ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ହିସାବରେ ତାଙ୍କୁ ପ୍ରାୟତଃ ପ୍ରଚୀନ ଗ୍ରୀକ୍ ବୀରମାନଙ୍କ ସହଚରୀ ରୂପେ ଚିତ୍ରଣ କରାଯାଏ । ସେ ଆଟ୍ରିକା ପ୍ରଦେଶ ଏବଂ ବିୟୋତିଆ ପ୍ରଦେଶ ମଧ୍ୟରେ ଥିବା ଏଥେନ୍ସ୍ ନଗରୀର ଅଧିଷ୍ଠାତ୍ରୀ କୁମାରୀ ଦେବୀ । ଏଥେନ୍ସ୍ ନଗରୀ ତାଙ୍କରି ନାମରେ ନାମିତ ଓ ଏଠାରେ ତାଙ୍କୁ ସମର୍ପିତ ପାର୍ଥେନନ୍ ନାମକ ବିଶାଳ ମନ୍ଦିର ରହିଛି । ସହଜେ ତ ସହର (polis)ର ସୁରକ୍ଷାଦାତ୍ରୀ ଦେବୀ ହିସାବରେ ପ୍ରାୟ ଅଧିକାଂଶ ଗ୍ରୀକ୍ ସହରମାନଙ୍କରେ ସେ ପୂଜ୍ୟ ଥିଲେ, ତେବେ ଏଥେନ୍ସ୍‌ରେ ସେ ଜୀବନର ଅଭିନ୍ନ ଅଙ୍ଗ ଥିଲେ ।
ଅଥୀନାଙ୍କୁ ପ୍ରାୟତଃ ଗୀକ୍ ଦେବତା ଜିଉସ୍‍ଙ୍କ ସର୍ବପ୍ରିୟ ଝିଅ ରୂପେ ଚିତ୍ରିତ କରାଯାଇଥାଏ । ତାଙ୍କ ଜନ୍ମ ବିଷୟରେ ଥିବା ବିଭିନ୍ନ ଗାଥା ଗୁଡିକ ମଧ୍ୟରୁ ସର୍ବାଧିକ ପ୍ରଚଳିତ ହେଲା ଏପରି: ଥରେ ଜିଉସ୍, ବୁଦ୍ଧି ଓ ଚତୁରତାର ଦେବୀ ମେଟିସ୍‍ଙ୍କ ସହ ସମ୍ଭୋଗ କଲେ । ପୂର୍ବୋକ୍ତ ଭବିଷ୍ୟବାଣୀ ହୋ‍ଇଥିଲା ଯେ ମେଟିସ୍‍ଙ୍କ ସନ୍ତାନ ଜିଉସ୍‍ଙ୍କ ଠାରୁ ଅଧିକ ଶକ୍ତିଶାଳୀ ହେବ । ଏଣୁ ପରିସ୍ଥିତି ବିଷମ ହୋ‍ଇପାରେ ବୋଲି ଚିନ୍ତା କରି ଜିଉସ୍, ମେଟିସ୍‍ଙ୍କୁ ଜୀଅନ୍ତା ଗିଳିଦେଲେ । କିନ୍ତୁ ସେ ଯାଏଁ ମେଟିସ୍ ଗର୍ଭବତୀ ହୋ‍ଇ ସାରିଥାନ୍ତି ।
କାଳକ୍ରମେ ଜିଉସ୍ ଭୀଷଣ ମୁଣ୍ଡବ୍ୟଥାରେ ଗ୍ରସ୍ତ ହେଲେ । ଏହାପରେ ପ୍ରୋମେଥିଅସ୍, ହେପ୍‍ହାଏସ୍ତସ୍, ହର୍ମିସ୍, ଏରିସ୍ କିମ୍ୱା ପାଲେମନ୍ (କିମ୍ୱଦନ୍ତୀର ସ୍ରୋତାନୁସାରେ ଭିନ୍ନ ଭିନ୍ନ) ଇଆବ୍ରିସ୍ ନାମକ କୁଠାରରେ ତାଙ୍କ ଶିରଶ୍ଛେଦନ କରନ୍ତେ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଓ ସାଞ୍ଜୁ ଖଞ୍ଜିତ ଅଥୀନା ଯୁଦ୍ଧଡାକରା ଦେଇ ଆବିର୍ଭୂତ ହେଲେ । ପ୍ରାୟ ଗାଥା ଅନୁସାରେ ଜିଉସ୍‌ଙ୍କ ପତ୍ନୀ ହେରା ଏହି ଘଟଣାରେ ରାଗି ନିଜେ ନିଜେ ହେପ୍‍ହାଏସ୍ତସ୍‍ଙ୍କୁ ଜନ୍ମ ଦେଇଥିଲେ । ’କ୍ରାଟିଲସ୍’ ପୁସ୍ତକରେ ପ୍ଲାଟୋ ଲେଖିଛନ୍ତି ଯେ ଅଥୀନା ନାମର ଅର୍ଥ ’ଦେବତାଙ୍କ ଚିନ୍ତା’ (theou+noesis) ।
ଅନ୍ୟ କିଛି କିମ୍ୱଦନ୍ତୀ ଅନୁସାରେ ଅଥୀନା ଅଲମ୍ପସ୍ ବାହାରେ ଜନ୍ମ ହେଲେ ଓ ଦେବତା ଟ୍ରିଟନ୍‍ଙ୍କଦ୍ୱାରା ପରିପାଳିତ ହୋ‍ଇଥିଲେ । ସାଞ୍ଚୁନିଆଥନ୍ ନାମକ ଐତିହାସିକଙ୍କ ପାଣ୍ଡୁଲିପିର ଅଂଶବିଶେଷ ଅନୁସାରେ ଅଥୀନା ଖ୍ରୋନୋସ୍‍ଙ୍କ ଝିଅ । ଏହା ଅନୁସାରେ ଅଥୀନା ଜିଉସ୍ ଓ ହେରାଙ୍କ ଭ‍ଉଣୀ ହେବେ ।
ପ୍ରାୟ ଗ୍ରୀକ୍ ଦେବଦେବୀ ବିବାହିତ ଥିଲେ କିମ୍ୱା ସେମାନଙ୍କ ପ୍ରେମିକ ବା ପ୍ରେମିକା ଥିଲେ । କିନ୍ତୁ ଅଥୀନା ଏଥିରୁ ଭିନ୍ନ ଓ ଚିରକୁମାରୀ ଥିଲେ । ଏଥେନ୍ସ୍‍ର ଆକ୍ରୋପଲିସ୍ରେ ଥିବା ତାଙ୍କ ସର୍ବପ୍ରସିଦ୍ଧ ମନ୍ଦିର ପାର୍ଥେନନ‍ର ନାମକରଣ ତେଣୁକରି ଏପରି ହୋ‍ଇଛି (parthenos ଅର୍ଥ କୁମାରୀ) । ମନ୍ଦିରଟି କେବଳ ତାଙ୍କର କୁମାରୀତ୍ୱର ପ୍ରତୀକ ନଥିଲା ବରଂ ତାଙ୍କୁ ଯୌନ ସଂଯମ ଓ ସତୀତ୍ୱ ରକ୍ଷାର ଦେବୀ ରୂପେ ମଧ୍ୟ ଦର୍ଶାଉଥିଲା । ତତ୍କାଳୀନ ରକ୍ଷଣଶୀଳ ସମାଜରେ ଏହି କୁମାରୀତ୍ୱ ଶୁଦ୍ଧତାର ପ୍ରତୀକ ମଧ୍ୟ ଥିଲା ।
ହେପ୍‍ହାଏସ୍ତସ୍ ଏକଦା ଅଥୀନାଙ୍କୁ ଧର୍ଷଣର ଚେଷ୍ଟା କଲେ କିନ୍ତୁ ଅଥୀନା ନିଜ ଚତୁରତାରୁ ସେଠୁ ଖସିଗଲେ । କିନ୍ତୁ ହେପ୍‍ହାଏସ୍ତସ୍‍ଙ୍କ ବୀର୍ଯ୍ୟ ପୃଥିବୀ ଉପରେ ପଡିଲା ଓ ପୃଥିବୀର ଦେବୀ ଗାୟାଙ୍କ ଠାରୁ ଏରିଖ୍‌ତୋନିଉସ୍ ଜନ୍ମ ନେଲେ । ସାବତ ପୁଅ ରୂପେ ଅଥୀନା ତାଙ୍କୁ ପାଳିଲେ ।
କିମ୍ୱଦନ୍ତୀ ଅନୁସାରେ ଦେବୀ, ଶିଶୁ ଏରିଖ୍‌ତୋନିଉସ୍‍ଙ୍କୁ ଗୋଟେ ଛୋଟ ବାକ୍ସରେ ରଖି ଏଥେନ୍ସର ତିନି ଭ‍ଉଣୀ ହର୍ସି, ପାଣ୍ଡ୍ରୋସସ୍ ଓ ଆଗ୍ଲାଉଲସ୍ଙ୍କୁ ଜଗିବାକୁ ଦେଲେ । ସେ ନ ଫେରିବା ଯାଏଁ ବାକ୍ସ ନ ଖୋଲିବା ଲାଗି ଚେତାବନୀ ଦେଇ ସେ ଚାଲିଗଲେ । କଥା ନ ମାନି ବାକ୍ସ ଖୋଲି ଦିଅନ୍ତେ ଏରିଖ୍‌ତୋନିଉସ୍ ସର୍ପ ରୂପରେ ପ୍ରକଟ ହେଲେ । ତାଙ୍କ ଶକ୍ତିରେ ପାଗଳ ହୋ‍ଇ ହର୍ସି ଓ ଆଗ୍ଲାଉଲସ୍ ପାହାଡରୁ ଡେଇଁ ଆତ୍ମହତ୍ୟା କଲେ । ଐତିହାସିକଙ୍କ ମତରେ ଏହି ଗଳ୍ପଟି ଥେସ୍ମୋଫୋରିଆ ପୂଜାରେ (ଯେଉଁଥିରେ ଏକ ଛୋଟ ବାକ୍ସ ବ୍ୟବହୃତ ହୁଏ) ଭାଗ ନେଉଥିବା ଯୁବତୀମାନଙ୍କ ପାଇଁ ଉଦ୍ଦିଷ୍ଟ ।
ରୋମର କବି ଓଭିଦ୍‍ଙ୍କ (୪୩-୧୭ଖ୍ରୀ.ପୂ) କିମ୍ୱଦନ୍ତୀ ଅନୁସାରେ ଦେବତା ହର୍ମିସ୍, ହର୍ସିକୁ ଭଲପାଇବସନ୍ତି । ତିନି ଭ‍ଉଣୀ ଅଥୀନାଙ୍କ ପୂଜା ଲାଗି ମନ୍ଦିର ଯାଆନ୍ତି ଆଉ ସେଇଠି ହର୍ସିକୁ ମନେଇବା ଲାଗି ଆଗ୍ଲାଉଲସ୍କୁ ହର୍ମିସ୍ କହନ୍ତି । ଏଥିଲାଗି ଆଗ୍ଲାଉଲସ୍ ତାଙ୍କଠୁ ଅର୍ଥ ଆଶା କରିବାରୁ ହର୍ମିସ୍ ତାକୁ ସେଇ ଧନରାଶି ଦିଅନ୍ତି ଯାହାକି ତିନି ଭ‍ଉଣୀ ଅଥୀନାଙ୍କୁ ଅର୍ପଣ କରିସାରିଥା’ନ୍ତି । ଆଗ୍ଲାଉଲସ୍‍ର ଲୋଭର ଦଣ୍ଡସ୍ୱରୂପ ଅଥୀନା ଆଗ୍ଲାଉଲସ୍କୁ ନିଜ ଭ‍ଉଣୀ ହର୍ସି ପ୍ରତି ଈର୍ଷାନ୍ୱିତ କରିଦେଲେ । ଯେବେ ହର୍ମିସ୍, ହର୍ସିକୁ ପ୍ରେମଯାଚନା କରିବାକୁ ଆସିଲେ, ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଗ୍ଲାଉଲସ୍ ତାଙ୍କ ରାସ୍ତାରେ ଛିଡା ହେବାରୁ ହର୍ମିସ୍ ତାକୁ ପଥର କରିଦେଲେ ।
ଏରିଖ୍‌ତୋନିଉସ୍‍ଙ୍କୁ ଏଥେନ୍ସର ସ୍ଥାପକ-ରାଜା ଧରାଯାଏ । ତାଙ୍କ ପ୍ରତି ଅଥୀନାଙ୍କ ସର୍ବଦା କୃପାଦୃଷ୍ଟି ରହିଥିଲା ।
କିମ୍ୱଦନ୍ତୀ ଅନୁସାରେ ଏଥେନ୍ସର କେହି ପ୍ରଧାନ ଦେବଦେବୀ ନଥିବା ବେଳେ ସମୁଦ୍ର ଦେବତା ପୋସାଇଡନ୍ ଓ ଅଥୀନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଥିଲା କିଏ ଏଥେନ୍ସରେ ପ୍ରଧାନ ହେବ । ଆପାତତଃ ସ୍ଥିର ହେଲା ଯେ ଦୁହେଁ ଏଥେନ୍ସକୁ ଗୋଟେ ଗୋଟେ ଉପହାର ଦେବେ ଆଉ ଏଥେନ୍ସ ବାସୀ ଯାହାର ଉପହାର ସ୍ୱୀକାର କରିବେ ସେ ହିଁ ଜିତିବ ।
ପୋସାଇଡନ୍ ନିଜ ତ୍ରିଶୂଳ ଭୂମିରେ ମାରି ଗୋଟିଏ ଲୁଣିଆ ଝରଣା ସୃଷ୍ଟି କରି ଏଥେନ୍ସକୁ ଜଳ ଓ ବାଣିଜ୍ୟର ସ୍ରୋତ ଦେଲେ । କିନ୍ତୁ ସେ ପାଣି ଭାରି ଲୁଣିଆ ଥିବାରୁ ପିଇବା ଯୋଗ୍ୟ ନଥିଲା । ଅଥୀନା ଅନ୍ୟପକ୍ଷେ ଏଥେନ୍ସକୁ ପ୍ରଥମ କୃଷି ଉପଯୋଗୀ ଅଲିଭ୍ ଗଛ ଦେଲେ । ଏଥିରୁ କାଠ, ଫଳ ଆଉ ତେଲ ମିଳୁଥିବାରୁ ଏଥେନ୍ସବାସୀ ଏହାକୁ ସ୍ୱୀକାର କଲେ । ଏପରି ଭାବେ ଅଥୀନା, ଏଥେନ୍ସର ଅଧିଷ୍ଠାତ୍ରୀ ଦେବୀ ହେଲେ । ଐତିହାସିକ ରବର୍ଟ ଗ୍ରେଭ୍ସଙ୍କ ମତରେ ଏହା ପ୍ରକୃତରେ ମାତୃକୈନ୍ଦ୍ରିକ ଓ ପିତୃକୈନ୍ଦ୍ରିକ ଧର୍ମର ବିଭେଦ ଦେଖାଏ ।
କିମ୍ୱଦନ୍ତୀ ଅନୁସାରେ ଅଥୀନା ଗ୍ରୀକ୍ ବୀରମାନଙ୍କ ସାହାଯ୍ୟ କରିଥାନ୍ତି । ମେଡୁସାକୁ ମାରିବାରେ ପର୍ସିୟସ୍‍ଙ୍କ ଅଭିଯାନରେ ସେ ସାହାଯ୍ୟ କରିଥିଲେ । ନିମୀଆର ସିଂହକୁ ମାରିବା ପରେ ତା’ର ଚମଡା ଉତାରିବା ଲାଗି ତାରି ନଖ ବ୍ୟବହାର କରିବା ଲାଗି ସେ ହେରାକ୍ଲେସ୍‍ଙ୍କୁ ବୁଦ୍ଧି ଦେଇଥିଲେ । ଷ୍ଟିମ୍ଫାଲିଆର ଚଢେଇକୁ ହରେଇବା ଓ ପାତାଳ ଲୋକର ସର୍ବରସ କୁକୁରକୁ କାବୁ କରିବାରେ ମଧ୍ୟ ହେରାକ୍ଲେସ୍‍ଙ୍କୁ ସେ ସହାୟ ହୋ‍ଇଥିଲେ ।
ଗ୍ରୀକ୍ ମହାକାବ୍ୟ ଓଡେଶୀରେ ମଧ୍ୟ ତାଙ୍କୁ ବୀର ଓଡେଶିୟସ୍‍ଙ୍କ ସହାୟତା କରିବାର ଦର୍ଶାଯାଇଛି । ଯଦିଓ ସେ ସିଧାସଳଖ ସଂପୃକ୍ତ ହୋ‍ଇନାହାନ୍ତି କିନ୍ତୁ ଦୂରରୁ ହିଁ ସେ ଓଡେଶିୟସ୍‍ଙ୍କୁ ଠିକଣା ବୁଦ୍ଧି ଯୋଗାଇଦେଉଥିଲେ । ଜାହାଜ ଦୁର୍ଘଟଣା ହେବା ପରେ ଓଡେଶିୟସ୍‍ ଗୋଟେ ଅଜଣା ଟାପୁରେ ଭାସିଆସି ଲାଗିଲେ । ସେ ଦ୍ୱୀପରେ ଥିବା ରାଜକୁମାରୀ ନାଉସିକାଙ୍କୁ ଦେବୀ ସ୍ୱପ୍ନରେ ଦେଖାଦେଇ ଓଡେଶିୟସ୍‍ଙ୍କୁ ବଞ୍ଚାଇବାକୁ ଆଦେଶ ଦେଲେ ।
ଗୋଟିଏ କିମ୍ୱଦନ୍ତୀ ଅନୁସାରେ ପିଲିୟସ୍ ଓ ଥେଟିସ୍ଙ୍କ ବିବାହକୁ ସବୁ ମନୁଷ୍ୟ ଓ ଦେବଦେବୀଙ୍କୁ ଆମନ୍ତ୍ରଣ କରାଯାଇଥିଲା କେବଳ କଳିର ଦେବୀ ଏରିସ୍‍ଙ୍କ ଛଡା । ଏଥିରେ ଈର୍ଷାନ୍ୱିତ ହୋ‍ଇ ଏରିସ୍ ଗୋଟିଏ ସୁନା ସେଓରେ ’ସବୁଠୁ ସୁନ୍ଦରୀଙ୍କ ପାଇଁ’ ଲେଖି ସେଇ ବିବାହ ଭୋଜିରେ ସବୁ ଦେବୀମାନଙ୍କ ଭିତରେ ଫିଙ୍ଗିଦେଲେ । ସେଉଟି ଲାଗି ଦେବୀ ଆଫ୍ରୋଡାଇଟି, ହେରା ଓ ଅଥୀନାଙ୍କ ଭିତରେ କଳି ଲାଗିଲା ।
ଝଗଡାର ସମାଧାନ ଲାଗି ସେମାନେ ଦେବରାଜ ଜିଉସ୍‍ଙ୍କ ପାଖକୁ ଗଲେ । ତେବେ ଏ କଥାରେ ମୁଣ୍ଡ ପୁରାଇବା ବିଷମ ହେବ ଜାଣି ଜିଉସ୍ ସେମାନଙ୍କୁ ଟ୍ରୟର ରାଜକୁମାର ପ୍ୟାରିସ୍‍ଙ୍କ ପାଖକୁ ପଠାଇଲେ । ତିନି ଦେବୀ ଟ୍ରୟ ନଗରୀ ଥିବା ଇଡା ପର୍ବତର ଝରଣାରେ ସ୍ନାନ କରି ପ୍ୟାରିସ୍‍ଙ୍କ ପାଖକୁ ଆସିଲେ । କିଏ ସୁନ୍ଦରୀ ବିଚାର କରିବା ଲାଗି ପ୍ୟାରିସ୍‍ଙ୍କ ଇଚ୍ଛାନୁସାରେ ସେମାନେ ନିର୍ବସ୍ତ୍ର ମଧ୍ୟ ହେଲେ । ତଥାପି ପ୍ୟାରିସ୍‍ ସ୍ଥିର କରି ପାରିଲେ ନାହିଁ । ତାଙ୍କୁ କରାୟତ୍ତ କରିବା ଲାଗି ତିନିଜଣ ଲାଞ୍ଚ ଦେବାର ଉପକ୍ରମ କଲେ । ହେରା ତଙ୍କୁ ସମଗ୍ର ଏସିଆ ଓ ଇଉରୋପର ଶାସନ ଯାଚିଲେ ତ ଅଥୀନା ତାଙ୍କୁ ବୁଦ୍ଧି, ଖ୍ୟାତି ଓ ଯୁଦ୍ଧରେ ବିଜୟ ଯାଚିଲେ । ତେବେ ଆଫ୍ରୋଡାଇଟି ତାଙ୍କୁ କହିଲେ ସେ ଯଦି ଜିତନ୍ତି ତା ହେଲେ ପ୍ୟାରିସ୍‍ଙ୍କୁ ପୃଥିବୀର ସବୁଠୁ ସୁନ୍ଦର ପତ୍ନୀ ମିଳିବ । ଏଥିରେ ଭଳିଯାଇ ପ୍ୟାରି ଆଫ୍ରୋଡାଇଟିଙ୍କୁ ବାଛିଲେ । ଦୁର୍ଭାଗ୍ୟବଶତଃ ପ୍ୟାରିସ୍‍ଙ୍କ ଭାଗ୍ୟରେ ଥିବା ସେ ସୁନ୍ଦରୀ ଜଣକ ଥିଲେ ହେଲେନ୍ ଯିଏ ପୂର୍ବରୁ ହିଁ ସ୍ପାର୍ଟାର ରାଜା ମେନେଲାଉସ୍‍ଙ୍କୁ ବିବାହ କରିଥିଲେ । ହେରା ଓ ଅଥୀନା ହାରିବା ରାଗରେ ପ୍ୟାରିସ୍‍ଙ୍କଦ୍ୱାରା ହେଲେନ୍‍ଙ୍କ ଅପହରଣ କରାଇ ଟ୍ରୋଜାନ୍ ଯୁଦ୍ଧ କରାଇଥିଲେ ।
ଆରାକ୍‌ନେର ଗଳ୍ପ ରୋମ୍‌ର ଗୋଟେ ଲୋକକଥା ଯାହାକି ପରେ ଗ୍ରୀକ୍ କିମ୍ୱଦନ୍ତୀରେ ସ୍ଥାନିତ ହୋ‍ଇଥିଲା । ଆରାକ୍‌ନେର ଅର୍ଥ ବୁଢୀଆଣି । ସେ ଲାଇଡିଆ ନଗରୀର ଜଣେ ଲୁଗା ରଙ୍ଗ କରୁଥିବା ବ୍ୟବସାୟୀର ଝିଅ ଥିଲା । ସେ ତନ୍ତୀକାର୍ଯ୍ୟରେ ଅତି କୁଶଳ ଥିଲା ଯାହାକି ସେ ସ୍ୱୟଂ ଅଥୀନାଙ୍କ‍ଠାରୁ ଶିକ୍ଷା କରିଥିଲା । ଧୀରେ ଧୀରେ ତା ମନରେ ଗର୍ବ ଜାତ ହେଲା ଆଉ ସେ ପ୍ରଚାର କଲା ଯେ ସେ ଖୋଦ୍ ଅଥୀନାଙ୍କ‍ଠାରୁ ବି ଅଧିକ ପାରଙ୍ଗମ । ତାକୁ ଚେତାବନୀ ଦେବା ଲାଗି ଅଥୀନା ଜଣେ ବୁଢୀର ବେଶ ଧରି ତାକୁ ଉପଦେଶ ଦେବାକୁ ଚେଷ୍ଟା କଲେ । ଏଥିରେ ଉପହାସ କରି ଆରାକ୍‌ନେ ତାଙ୍କୁ ବୁଣିବା ପ୍ରତିଯୋଗିତା ଲାଗି ଆହ୍ୱାନ ଦେଲା ।
କବି ଓଭିଦ୍‍ଙ୍କ ଗଳ୍ପାନୁସାରେ ଅଥୀନା, ପୋସାଇଡନ୍‍ଙ୍କ ଉପରେ ନିଜ ବିଜୟ ଦର୍ଶାଇ ଗୋଟେ ଲୁଗା ବୁଣିଲେ । ଅନ୍ୟ ପକ୍ଷରେ ଆରାକ୍‌ନେ ଦେବତାମାନଙ୍କ ବିଶ୍ୱାସଘାତକତାର ଏକୋ‍ଇଶିଟି ଛବି ବୁଣିଥିଲା । ଯଦିଓ ଅଥୀନା ମାନିଲେ ଯେ ଆରାକ୍‌ନେର କାରୁକାର୍ଯ୍ୟ ଅତି ନିଖୁଣ ହୋ‍ଇଛି କିନ୍ତୁ ଦେବତାଙ୍କ ଅପମାନ କରିଥିବାରୁ ଅଥୀନା କ୍ରୋଧାନ୍ୱିତ ହୋ‍ଇ ସେ ବୁଣା ଲୁଗା ଆଉ ଆରାକ୍‌ନେର ଚରଖାକୁ ନଷ୍ଟ କରିଦେଲେ । କିଛି ଗଳ୍ପାନୁସାରେ ଦେବୀ ନିଜ ବାଡିରେ ତାକୁ ଆଘାତ କରନ୍ତେ ଆରାକ୍‌ନେ ବୁଢୀଆଣିରେ ପରିବର୍ତ୍ତିତ ହେଲା । ଅନ୍ୟ କିଛି ଗଳ୍ପାନୁସାରେ ନିଜ ଚରଖା ନଷ୍ଟ ହେବା ଦୁଃଖରେ ସେ ଫାଶି ଦେଇ ଆତ୍ମହତ୍ୟା କଲା । ତା ଉପରେ ସହାନୁଭୂତି ରୂପେ ଦେବୀ ତାକୁ ବୁଢୀଆଣିରେ ବଦଳିଦେଲେ । ଏ କିମ୍ୱଦନ୍ତୀ ବୁଣା କାର୍ଯ୍ୟ ବୁଢୀଆଣି ଠାରୁ ପ୍ରେରିତ ବୋଲି ଦର୍ଶାଏ ।
ଛାଞ୍ଚ:ଗ୍ରୀକ୍ ଦେବଦେବୀଙ୍କ ବଂଶାବଳୀ
ଅଦଳାଜ୍ ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ଗୁଜରାଟର ଗନ୍ଧି‌‌ନଗର ଜିଲ୍ଲାରେ ଅବସ୍ଥିତ ।
ଅଦଳାଜ୍ ୨୩.୧୬୪୫ ଉତ୍ତର ଅକ୍ଷାଂଶ ଓ ୭୨.୫୮୧୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୨୩ ଫୁଟ ଉଚ୍ଚତାରେ ରହିଛି ।
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଦଳାଜ୍ ସହରର ମୋଟ ଜନସଂଖ୍ୟା ୯୭୭୪ ଅଟେ । ସେଥି ମଧ୍ୟରୁ ୫୧.୨୦% ଜଣ ପରୁଷ ହୋଇଥିବା ବେଳେ ୪୮.୮୦% ଜଣ ନାରୀ ଅଟନ୍ତି । ଅଦଳାଜ୍ର ସାକ୍ଷରତା ହାର ୬୧.୦୮% ଅଟେ । ଏହା ଜାତୀୟ ହାର ଠାରୁ ୩.୭୬% ପ୍ରତିଶତ କମ ଅଟେ । ସେଥିରୁ ୩୫.୭୮% ପ୍ରତିଶତ ପୁରୁଷ ଓ ୨୫.୩୦% ନାରୀ ଅଟନ୍ତି । ୧୫.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
ଗୁଜରାଟୀ ଅଦଳାଜ୍ର ସରକାରୀ ଭାଷା ଅଟେ ।
ଅଦା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଗଦ ଗଛ ପରି ଦିଶେ । ଏ ଗଛର ମୂଳକୁ ଅଦା ଭାବରେ ବ୍ୟବହାର କରାଯାଏ । ସାରୁ, ହଳଦୀ, କପୁରା ପରି ଏଇ ଗଛର ଚେରକୁ ବ୍ୟବହାର କରାଯାଏ । ଆମ୍ବକଷିଆ ଅଦା ବୋଲି ଆଉ ଏକ ପ୍ରକାର ଅଦା ରହିଛି, କିନ୍ତୁ ତାହା ଗୁଣରେ ନିକୃଷ୍ଟ। ଓଡ଼ିଶାରେ ସର୍ବତ୍ର ଏହି ଗଛ ଦେଖାଯାଏ। ଆୟୁର୍ବେଦରେ ଅଦାକୁ ମହୌଷଧି ବୋଲି କୁହାଯାଇଛି । ଏହାକୁ କଞ୍ଚା ବେଳେ ଅଦା ଓ ଶୁଖିଗଲେ ଶୁଣ୍ଠି କୁହାଯାଏ । କଞ୍ଚା ଅଦାରେ ୮୦.୯ ପ୍ରତିଶତ ଜଳ, ୨.୩ ପ୍ରତିଶତ ପ୍ରୋଟିନ୍ ଓ ୧୨.୩ ପ୍ରତିଶତ କାର୍ବୋହାଇଡ୍ରେଟ୍ ଥାଏ । ଏହା ବ୍ୟତୀତ ଅଦାରେ ଆଇରନ୍, କ୍ୟାଲ୍‌ସିୟମ୍, ଆୟୋଡିନ୍, କ୍ଲୋରିନ୍, ଖଣିଜ ଲବଣ ତ‌ଥା ଭିଟାମିନ ପର୍ଯ୍ୟାପ୍ତ ପରିମାଣରେ ଥାଏ । ବଦ‌ହଜମି, ଗ୍ୟାସ୍, ପେଟ ବିନ୍ଧା, ପେଟ କାମୁଡ଼ା, କାଶ ଆଦି ରୋଗରୁ ମୁକୁଳିବା ପାଇଁ ଅଦା ବ୍ୟବ‌ହାର କରାଯାଇଥାଏ ।
ଅଳ୍ପ ମଧୁର ମିଶ୍ରିତ କଟୂରସ, ଉଷ୍ଣବୀର୍ଯ୍ୟ । ମାତ୍ରା ଦୁଇଅଣାରୁ ଆଠ ଅଣା ପର୍ଯ୍ୟନ୍ତ ।
ଅଦା ଗଛର ଚେରକୁ ହିଁ ମୁଖ୍ୟତଃ ଉପଯୋଗ କରାଯାଏ । ଏହା ଅଗ୍ନୀବର୍ଦ୍ଧକ, ରୁଚିକର, ସ୍ୱର ପରିସ୍କାରକ, ମୁଖଶୋଧକ, ମଳ ନିଃସାରକ, ପାଚକ, ବାୟୁ, ଶୂଳ, ଶୋଥ, ହୃଦୟରୋଗ, କଫ, ପେଟଫମ୍ପା, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ମୂତ୍ରରୋଧ, କୋଷ୍ଠକାଠିନ୍ୟ, କାଶ, ସ୍ୱରଭଙ୍ଗ, ଶ୍ଳେଷ୍ମପୀଡା, ଶିରବ୍ୟଥା ଆଦିର ନିବାରକ ଅଟେ ।
ଅଦାକୁ ମୂଷାମାଟିରେ ଆଠଦିନ ପୋତି ରଖିଲାପରେ ବାହାର କରି ଏହି ଅଦା ରସକୁ ମାଲିସ କଲେ ବହୁତ ଦିନରୁ ରହି ଯାଇଥିବା ଜଖମ, ଦରଜ, ସ୍ତ୍ରୀ ଲୋକଙ୍କର ପ୍ରସବକାଳୀନ ଶୂଳ, ଜଙ୍ଘ, ଗୋଡ଼, ଅଣ୍ଟା ପ୍ରଭୃତିରେ ଅଟକି ଯାଇଥିଲେ ଭଲ ହୋଇଯାଏ । ଏହାର ରସକୁ କୁଳି କଲେ ମୁଖ ଦୁର୍ଗନ୍ଧ ଦୂର ହୁଏ। ଭୋଜନ ପୂର୍ବରୁ କିମ୍ବା ସକାଳୁ ଖାଲି ପେଟରେ ଅଦା ସାଧାରଣଲୁଣ ବା ସୈନ୍ଧବ ଲୁଣ ଖାଇଲେ ଖାଦ୍ୟପଦାର୍ଥ ସହଜରେ ଜୀର୍ଣ୍ଣ ହୁଏ। ଅରୁଚି ଆଦିରେ ଅଦାକୁ ତେନ୍ତୁଳି, ଜୀରା ଲୁଣ ସହିତ ମଧ୍ୟ ବ୍ୟବହାର କରାଯାଏ । ପିଲାମାନଙ୍କର କାଶ, ଶ୍ୱାସ, କଫ, ଶ୍ଳେଷ୍ମା, ସର୍ଦ୍ଦିଜ୍ୱର, ମୁଣ୍ଡବ୍ୟଥା ଓ ଅରୁଚି ଆଦି ଦୂର କରିବାପାଇଁ ଅଦାରସ ସହିତ ମହୁର ପ୍ରୟୋଗ କରାଯାଏ। ପୁରୁଣା ଗୁଡ଼ ସହିତ ସେବନ କଲେ ଶୋଥ, ଗୁଳ୍ମ ଆଦି ଭଲ ହୁଏ। ଅଦାରସ ସହିତ ଡାଳଚିନି ଘୋରି ଲଗାଇଲେ ମୁଣ୍ଡବ୍ୟଥା ଦୂର ହୁଏ । ଅଦାକୁ କାଟି ଚିନିରେ ପାକ କରି ଖାଇଲେ ଅଗ୍ନିମାନ୍ଦ୍ୟ, ଅରୁଚି ଦୂର ହୋଇ ଖାଦ୍ୟପ୍ରତି ସ୍ପୃହା ଜନ୍ମେ, ତୁଣ୍ଡ ଦୁର୍ଗନ୍ଧ ଭାଙ୍ଗେ, ଅଗ୍ନିବୃଦ୍ଧି ହୁଏ ଓ ଖାଦ୍ୟଦ୍ରବ୍ୟ ସହଜରେ ପାକ ହୁଏ। କାଶ, ଶ୍ୱାସ ଆଦିରେ ଏହାକୁ ପିପ୍ପଳୀ ସହିତ ପ୍ରୟୋଗ କରାଯାଏ। ଅଦା, ଧଳାଦୁବ, ଅରୁଆଚାଉଳକୁ ବାଟି ଲେପଦେଲେ ଜଖମ, ପବନ ଅଟକିବା ଓ ରକା ଭଲ ହୁଏ । ପେଟ ଉପରେ ଲେପିଲେ ଅଜୀର୍ଣ୍ଣ, ଅତିସାର, ଗୁଳ୍ମ, ପ୍ଳୀହା ନିବାରିତ ହୁଏ। ଅଦାରସ ସହିତ ଲବଙ୍ଗଗୁଣ୍ଡ ଓ ମହୁ ମିଶାଇ ସେବନ କଲେ, ମୁଣ୍ଡବ୍ୟଥା, ଦେହ ଦରଜ ହେବା ଓ ଜ୍ୱର ଆରମ୍ଭ ହେବାପରି ଜଣା ପଡୁଥିଲେ ଭଲ ହୋଇଯାଏ। ଅଦା ଓ ତେଜପତ୍ରକୁ ପାଣିରେ ସିଝାଇ, ଥଣ୍ଡା ହେଲା ପରେ ସେଥିରେ ମିଶ୍ରି ଅଥବା ମହୁ ମିଶାଇ ସେବନ କଲେ ପିଲା, ବଡ଼ ସମସ୍ତଙ୍କର କାଶ, ଶ୍ୱାସ ନିବାରିତ ହୁଏ । ଅଦାକୁ ଜଳରେ ସିଝାଇ ଛାଣି ସେଥିରେ ଅଳ୍ପ ଲୁଣ ଓ ଶୁଣ୍ଠୀଚୂର୍ଣ୍ଣ ମିଶାଇ ଦିନରେ ତିନିଥର ସେବନ କଲେ ଅଣ୍ଟାଧରା ଭଲ ହୁଏ ।
ଅଦା ସେବନଦ୍ୱାରା ଶରୀରରେ ରକ୍ତପ୍ରବାହ ବଢ଼ିଥାଏ । ଆଧୁନିକ ବୈଜ୍ଞାନିକ ପରୀକ୍ଷାଦ୍ୱାରା ଅଦା ପାଚନତନ୍ତ୍ର ସଂକ୍ରମଣ, ହୃଦ୍‌ରୋଗ ସଂକ୍ରମଣ, ଅଧକପାଳି (ମାଇଗ୍ରେନ୍), ଆଣ୍ଠୁ ଗଣ୍ଠି ବାତ, କର୍କଟ ଆଦି ରୋଗରୁ ମୁକ୍ତି ଦେଇଥାଏ ବୋଲି ଜଣାପଡ଼ିଛି । ଅଦାର ବ୍ୟବ‌ହାର ବଦ‌ହଜମି, ଗ୍ୟାସ୍, ପେଟ କାମୁଡ଼ା, ପେଟ ବିନ୍ଧା, କାଶ ଆଦି ପ୍ରଶମିତ କରିଥାଏ । ଅଦା ଖାଦ୍ୟ ହଜମରେ ମଧ୍ୟ ସ‌ହାୟକ ହୁଏ । ଏହା ମଧ୍ୟ ଏକ ଶକ୍ତିଶାଳୀ ଜୀବାଣୁ ନାଶକ । ଏହା ବୃହଦନ୍ତ୍ରରେ ସୃଷ୍ଟି ହେଉଥିବା ଜୀବାଣୁଙ୍କ ବଢ଼ିବାରେ ବାଧା ସୃଷ୍ଟି କରିଥାଏ । ଫଳରେ ପେଟର ଗ୍ୟାସ୍‌ରୁ ମୁକ୍ତି ମିଳିଥାଏ । ନିୟମିତ ଅଦା ସେବନଦ୍ୱାରା ପେଟର ବ‌ହୁ ରୋଗ ଜୀବାଣୁ ଧ୍ୱଂସ ହୋଇଯାନ୍ତି ।
ଅଦା ଶର୍ମା (ଜନ୍ମ: ୧୧ ମଇ ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଅଦା ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ୨୦୦୮ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ହିନ୍ଦୀ କଥାଚିତ୍ର ୧୯୨୦ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଅଦାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା । ପରେ ସେ ୨୦୧୪ରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ସେ କନ୍ନଡ଼ ଏବଂ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଅଦାଙ୍କ ଅଭିନୀତ ସଫଳତମ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକ ହେଲା ୨୦୧୪ର ହସି ତୋ ଫସି, ୨୦୧୭ର କମାଣ୍ଡୋ ୨ । ଅଦାଙ୍କ ତେଲୁଗୁ କଥାଚିତ୍ର ଜଗତରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ଭାବରେ ସ୍ଥାନ ପାଇଛନ୍ତି ।
ଅଦା ଶର୍ମା ୧୧ ମଇ ୧୯୯୧ରେ ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କେରଳର ପାଲାକ୍କଡ଼ରେ ଜନ୍ମ ହୋଇଥିଲେ ଏବଂ ମୁମ୍ବାଇରେ ବଡ଼ ହୋଇଥିଲେ । ତାଙ୍କ ବାପା ଜଣେ ଜଳ ସେନାଧିକାରୀ ଏବଂ ମାଆ ଜଣେ ଶାସ୍ତ୍ରୀୟ ସଙ୍ଗୀତ ନର୍ତ୍ତକୀ । ଅଦା ମୁମ୍ବାଇର ପାଲି ହିଲ୍‌ର ଅକ୍ଷିଅମ୍ କନ୍‌ଭେଣ୍ଟ ସ୍କୁଲ‌ରୁ ତାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ସେ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଅଭିନେତ୍ରୀ ହେବା ପାଇଁ ଇଚ୍ଛା କରିଥିଲେ ଏବଂ ସେ ସେତେବେଳ ହିଁ ବିଦ୍ୟାଳୟ ତ୍ୟାଗ କରିବାକୁ ଚାହିଁଥିଲେ, ମାତ୍ର ତାଙ୍କ ବାପାମାଆ ତାଙ୍କୁ ଅତିକମ୍‌ରେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ ତାଙ୍କର ଦ୍ୱାଦଶ ଶ୍ରେଣୀ ଶିକ୍ଷା ପରେ, ପାଠପଢ଼ା ବନ୍ଦ କରିଥିଲେ ।
ଅଦା ତିନି ବର୍ଷ ବୟସରୁ ନୃତ୍ୟ କରୁଛନ୍ତି ଏବଂ ସେ ମୁମାଇର ନଟରାଜ ଗୋପୀ କ୍ରିଷ୍ଣା କଥକ ଡ୍ୟାନ୍ସ ଏକାଡେମିରୁ କଥକରେ ସ୍ନାତକ ହାସଲ କରିଛନ୍ତି । ସେ ମଧ୍ୟ ଯୁକ୍ତରାଷ୍ଟ୍ରରେ ୪ ମାସର ସାଲ୍‌ସା ନୃତ୍ୟ ଶିକ୍ଷା କରିଛନ୍ତି । ଏତଦ ବ୍ୟତୀତ ସେ ବେଲି ଡ୍ୟାନ୍ସିଂ ମଧ୍ୟ କରନ୍ତି ।
ଅଦା ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବା ପାଇଁ ଅନେକ ଜାଗରେ ଅଡିସନ୍ ଦେଇଥିଲେ । ମାତ୍ର ତାଙ୍କର କର୍ଲି ଚୁଟି ଏବଂ ଅଳ୍ପ ବୟସ ପାଇଁ ସେ ସବୁଥିରେ ବିଫଳ ହୋଇଥିଲେ । ପରେ ସେ ୨୦୦୮ରେ ୧୯୨୦ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୪ରେ ତେଲୁଗୁ କଥାଚିତର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ନିତିନ୍‌ଙ୍କ ସ‌ହ ହାର୍ଟ ଆଟାକ୍ ଚଳଚ୍ଚିତ୍ର ଜରିଆରେ ସେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ୨୦୧୫ରେ ସେ ରାଣା ବିକ୍ରମ ଚଳଚ୍ଚିତ୍ର ଜରିଆରେ ସେ କନ୍ନଡ଼ କଥାଚିତ୍ର ଜଗତରେ ମଧ୍ୟ ପ୍ରବେଶ କରିଥିଲେ । ୨୦୧୬ରେ ସେ ତାମିଲ ଚଳଚ୍ଚିତ୍ର ଇଧୁ ନାମ୍ମା ଅଲ୍ଲୁରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।
ଅଦାଙ୍କ ଅଭିନୀତ ସଫଳ ହିନ୍ଦୀ କଥାଚିତ୍ରଗୁଡ଼ିକ ହେଲା: ୨୦୧୪ର ହସି ତୋ ଫସି ଏବଂ ୨୦୧୭ର କମାଣ୍ଡୋ ୨ ।
ଅଦା ହେଙ୍ଗୁ ଖେଚୁଡ଼ି ମହାପ୍ରଭୁଙ୍କ ୫୬ ଭୋଗରେ ଅନ୍ତର୍ଭୁକ୍ତ ଅଟେ।
ପ୍ରଥମେ ଅଦା ଚାଉଳକୁ ଭଲକରି ଧୋଇ ପାଣି ନିଗାଡ଼ି ଦିଅନ୍ତୁ । ଅଦାକୁ ଭଲକରି ଧୋଇ ଛେଚି ରଖନ୍ତୁ, ଗୁଣ୍ଡ ହେଙ୍ଗୁକୁ ଅଳ୍ପ ପାଣିରେ ଗୋଳାଇ ରଖନ୍ତୁ। ଖିସ୍ ମିସ୍କୁ ଭାଜି ରଖନ୍ତୁ। ଅଳେଇଚକୁ ମଧ୍ୟ ଛେଚି ଦିଅନ୍ତୁ । ମୁଗଡାଲିକୁ ବାଛି ସଫା କରି ଅଳ୍ପ ଭାଜି ତାକୁ ଧୋଇ ନିଗାଡ଼ି ଦିଅନ୍ତୁ ।
ପ୍ରଥମ କାର୍ଯ୍ୟ ହେଉଛି ପାତ୍ରକୁ ଚୁଲିରେ ବସାଇ ଗରମ କରନ୍ତୁ । ସେଥିରେ ରଖା ହୋଇଥିବା ଘିଅରୁ ଅଧେ ଓ ବଛା ଜିରାକୁ ପକାଇ ଅଳ୍ପ ଟିକିଏ ଭାଜି ଦିଅନ୍ତୁ । ଜିରା ଫୁଟିଗଲେ ସେଥିରେ ରଖା ଯାଇଥିବା ଧୁଆ ଚାଉଳ, ଧୁଆ ଡାଲି, ଛେଚା ଅଦା, ତେଜପତ୍ର ପକାଇ ଭଲକରି ଭାଜି ଯେତିକି ଦରକାର ସେତିକି ପାଣି ଦିଅନ୍ତୁ। ତା' ପରେ ସେଥିରେ ଲୁଣ, ଚିନି, ହେଙ୍ଗୁ ଓ ହଳଦୀ ଗୁଣ୍ଡ ପକାଇ ଅଳ୍ପ ନିଆଁରେ ଭଲକରି ଗୋଳାଇ ଦିଅନ୍ତୁ । ନଚେତ୍ ଭାତ ତଳୁ ଲାଗି ପୋଡିଯିବ। ଅଦା ହେଙ୍ଗୁ ଖେଚେଡ଼ି ହେଇସାରିବା ବେଳକୁ ସେଥିରେ ଖିସ୍ ମିସ୍ ଓ ଅଳେଇଚ ଛେଚା ଏବଂ ବାକି ରହିଥିବା ତରଳ ଘିଅ ବୁଲାଇ ପକାଇ ଦିଅନ୍ତୁ। ଉପର ଢାଙ୍କୁଣୀ ବନ୍ଦ କରି ଅଳ୍ପ ସମୟ ଘୋଡାଇ ରଖି ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ଅଦା ହେଙ୍ଗୁ ଖେଚୁଡ଼ି ।
ଅଦିତି ଋଷି କଶ୍ୟପଙ୍କର ଦ୍ଵିତୀୟ ପତ୍ନୀ ଥିଲେ । ତାଙ୍କର ୧୨ଟି ଥିଲେ , ଏବଂ ୧୨ତମ ପୁତ୍ରଙ୍କୁ ଆଦିତ୍ୟ କୁହାଯାଇଥିଲା । ତାଙ୍କର ପୁତ୍ରମାନଙ୍କୁ ଦେବତାର ଆଖ୍ୟା ଦିଆଯାଉଥିଲା ।
ଅଦିତି ଋକବେଦର ମାତୃଦେବୀ, ଯାହାଙ୍କ ସ୍ତୁତିରେ ସେହି ବେଦରେ ୨୦ଟି ମନ୍ତ୍ର କୁହାଯାଇଛି । ଏହା ମିତ୍ରାବରୁଣ , ଅର୍ଯ୍ୟମାନ, ରୁଦ୍ର, ଆଦିତ୍ୟ , ଇନ୍ଦ୍ର ଆଦିଙ୍କ ମାତା ଥିଲେ । ଇନ୍ଦ୍ର ଏବଂ ଅଦିତ୍ୟଙ୍କୁ ଶକ୍ତି ଅଦିତିଙ୍କ ଠାରୁ ପ୍ରାପ୍ତ ହୋଇଥାଏ । ତାଙ୍କର ମାତୃତ୍ବର ଅନ୍ୟ ଏକ ସଙ୍କେତ ଅଥର୍ବବେଦ (୭.୬.୨) ଏବଂ ବାଜସନେୟିସହିଂତା (୨୧,୫)ରେ ମଧ୍ୟ ହୋଇଥାଏ। ଏହି ପ୍ରକାରେ ତାଙ୍କର ସ୍ୱାଭାବିକ ସ୍ୱତ୍ୱ ଶିଶୁ ମାନଙ୍କ ଉପରେ ହୋଇଥାଏ ଏବଂ ଋକବୈଦିକ ଋଷୀ ନିଜ ଦେବତା ମାନଙ୍କ ସହିତ ବାରମ୍ବାର ତାଙ୍କ ଶରଣକୁ ଯା'ନ୍ତି ।
ଅଦିତି ନିଜ ଶାବ୍ଦିକ ଅର୍ଥରେ ବନ୍ଧନହୀନତା ଏବଂ ସ୍ୱତନ୍ତ୍ରତାର ଅଧିକତ୍ଵ ଅଟନ୍ତି । ଦିତିର ଅର୍ଥ ବନ୍ଧକର ଏବଂ ଦାର ଅର୍ଥ ବାନ୍ଧନ ହୋଇଥାଏ । ଏଥିରେ ପାପର ବନ୍ଧନରୁ ରହିତ ହେବା ମଧ୍ୟ ଅଦିତିଙ୍କ ସମ୍ପର୍କରୁ ହିଁ ସମ୍ଭବ ବୋଲି ମାନି ନିଆଯାଏ । ଋକବେଦ (୧,୧୬୨,୨୨)ରେ ପାପରୁ ମୁକ୍ତି ହେବାର ପ୍ରାର୍ଥନା କରାଯାଇଛି । କିଛି ଅର୍ଥରେ ତାହାକୁ ଗାଈର ମଧ୍ୟ ପର୍ଯ୍ୟାୟ ମାନିନିଆ ଯାଇଛି । ଋକବେଦର ବହୁ ପ୍ରସିଦ୍ଧ ମନ୍ତ୍ର (୮,୧୦୧,୧୫)- ମା ଗାଂ ଅନାଙ୍ଗା ଅଦିତି ବଧିଷ୍ଟ- ଗାଈ ରୂପୀ ଅଦିତିଙ୍କୁ ମରା ନଯାଉ । ଯେଉଁଥିରେ ଗୋ ହତ୍ୟାର ନିଷେଧ ମାନି ନିଆଯାଏ । ଏହା ଅଦିତିଙ୍କୁ ସମ୍ବନ୍ଧ ରଖିଥାଏ । ଏହି ମାତୃଦେବୀଙ୍କ ଉପାସନା ପାଇଁ କୌଣସି ନା କୌଣସି ରୂପରେ ବନିଥିବା ମୃଣ୍ମୁର୍ତିୟା ପ୍ରାଚୀନ କାଳରେ ସିନ୍ଧୁନଦରେ ଭୂମଧ୍ୟସଗାର ପର୍ଯ୍ୟନ୍ତ ହୋଇଥାଏ ।
ଅଦିତ ଅଶୋକ (ଜନ୍ମ ୨୯ ମାର୍ଚ୍ଚ ୧୯୯୮) ଜଣେ ଭାରତୀୟ ପେଶାଗତ ଗଲ୍ଫ୍ ଖେଳାଳି, ଯେ ୨୦୧୬ ଗ୍ରୀଷ୍ମ ଅଲିମ୍ପିକ୍ସ୍‌ରେ ଭାଗ ନେଇଥିଲେ ।
ଅଦିତି ପନ୍ଥ ଜଣେ ଭାରତୀୟ ସମୁଦ୍ର ବିଜ୍ଞାନୀ । ସେ ୧୯୮୩ରେ ଆଣ୍ଟାର୍କଟିକା ଭାରତର ଅଭିଯାନରେ ଅଂଶଗ୍ରହଣ କରିଥିଲା । ସେ ଆଣ୍ଟାର୍କଟିକା ଯିବାରେ ପ୍ରଥମ ମହିଳା (ସୁଦିପ୍ତା ସେନଗୁପ୍ତାଙ୍କ ସହ) ।
ଅଦିତି ରାଓ ହୈଦରୀ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ହିନ୍ଦୀ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରୁଛନ୍ତି । ସେ ହାଇଦ୍ରାବାଦରେ ମହମଦ ସାଲେଃ ଆକବର ହୈଦରୀ ଏବଂ ଜେ. ରାମେଶ୍ୱର ରାଓଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୬ରେ ତାମିଲ କଥାଚିତ୍ର ଶ୍ରିଙ୍ଗରାମ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ଏହି ଚଳଚ୍ଚିତ୍ରରେ ଜଣେ ଦେବଦାସୀ ଭାବରେ ଅଭିନୟ କରିଥିଲେ ଏବଂ ପରେ ସମୀକ୍ଷକମାନେ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ ।
ସେ ୨୦୦୮ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ରେ ତାଙ୍କର ଅଭିନୀତ କଥାଚିତ୍ର ଚଳଚ୍ଚିତ୍ର ୟେ ଶାଲୀ ଜିନ୍ଦେଗୀରେ ତାଙ୍କୁ ସଭିଏଁ ପସନ୍ଦ କରିଥିଲେ । ସେ ଏହି ଚଳଚ୍ଚିତ୍ର ପାଇଁ ସ୍କ୍ରୀନ ଆୱାରଡ଼ରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏହାପରେ ସେ ୨୦୧୧ରେ ରକ୍‌ଷ୍ଟାର, ୨୦୧୩ରେ ମର୍ଡ଼ର ୩, ୨୦୧୪ର ଖୁବ୍‌ସୁରତ୍, ୨୦୧୬ର ୱ୍ୱଜିର ଏବଂ ଫିତୁର୍ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ସେ ଭାରତ ନାଟ୍ୟମ୍‌ରେ ପ୍ରଶିକ୍ଷଣ ନେଇଛନ୍ତି ।
ଅଦିତି ହାଇଦ୍ରାବାଦର ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମହମଦ ସାଲେହ ଆକବର ହୈଦରୀ ଏବଂ ଜେ. ରାମେଶ୍ୱର ରାଓଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଚଳଚ୍ଚିତ୍ର ନିର୍ମାତା କିରଣ ରାଓ ତାଙ୍କ ସମ୍ପର୍କୀୟା ଭଉଣୀ । ଅଦିତି ୬ ବର୍ଷ ବୟସରେ ଭାରତନାଟ୍ୟମ୍ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ସେ ମଦନପାଲ୍ଲେର ରିଶି ବଲ୍ଲେ ସ୍କୁଲରେ ପଢ଼ିଥିଲା ଏବଂ ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଲେଡି ଶ୍ରୀ ରାମଚନ୍ଦ୍ର କଲେଜରୁ ସ୍ନାତକ ହାସଲ କରିଥିଲେ ।
ଅଦିତି ୨୦୦୭ରେ ତାମିଲ କଥାଚିତ୍ର ଶ୍ରୀଙ୍ଗରାମରେ ଜଣେ ଦେବଦାସୀ ଭାବରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୦୬ରେ ସେ ମାଲାୟଲମ୍ କଥାଚିତ୍ର ପ୍ରଜାପତିରେ ମାମୋନ୍ତିଙ୍କ ସ‌ହ ମଧ୍ୟ ଅଭିନୟ କରିଥିଲେ ।
୨୦୦୯ରେ ସେ ଏକ ହିନ୍ଦୀ କଥାଚିତ୍ର ଦିଲ୍ଲୀ-୬ରେ ଏକ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୧ରେ ହିନ୍ଦୀ କଥାଚିତ୍ର ୟେ ଶାଲୀ ଜିନ୍ଦେଗୀରେ ଅଭିନୟ କରିଥିଲେ । ସେ ଏହି ଚଳଚ୍ଚିତ୍ର ପାଇଁ ସ୍କୀନ୍ ଆୱାର୍ଡ଼ରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୧ରେ ସେ ରକ୍‌ଷ୍ଟାରରେ ଅଭିନୟ କରିଥିଲେ । ୨୦୧୩ରେ ମର୍ଡ଼ର ୩, ୨୦୧୪ର ଖୁବ୍‌ସୁରତ୍, ୨୦୧୬ର ୱ୍ୱଜିର ଏବଂ ଫିତୁର୍ ଭଳି ସଫଳ ହିନ୍ଦୀ କଥାଚିତ୍ରରେ ସେ ଅଭିନୟ କରିଥିଲେ ।
୨୦୦୫ରେ ଏବଂ ୨୦୦୯ରେ ଖବର ଆସିଥିଲା ଯେ, ଅଦିତି ହିନ୍ଦୀ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ । ମାତ୍ର ୨୦୧୨ରେ ଅଦିତି ତାଙ୍କ ବିବାହ ବିଷୟରେ ଜଣାଇଥିଲେ, ଏବଂ ୨୦୧୩ରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା ।
ଅମିତ ମୈତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର ଓଡ଼ିଆ କଥାଚିତ୍ର ଅଦିନ ମେଘ ୧୯୭୦ ମସିହାରେ ମୁକ୍ତିଲାଭ କରିଥିଲା ।
ଓଡ଼ିଆ କଥାଚିତ୍ର ‘ଅଦିନ ମେଘ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଅଦିଲାବାଦ ଜିଲ୍ଲା, ତେଲେଙ୍ଗାନାର ଏକ ପ୍ରଶାସନିକ ଜିଲ୍ଲା ।
ଅଦ୍ଵୈତ ଆଶ୍ରମ ଏହା ରାମକୃଷ୍ଣ ମଠର ଏକ ଶାଖା କେନ୍ଦ୍ର । ହିମାଳୟର ମାୟାବତୀଠାରେ ଏହି ଆଶ୍ରମଟି ଅବସ୍ଥିତ । ସ୍ଵାମୀ ବିବେକାନନ୍ଦଙ୍କ ନିର୍ଦ୍ଦେଶରେ ତାଙ୍କର ଶିଷ୍ୟ ଜେମ୍ସ୍ ହେନେରି ସେଭିୟାର୍ ଓ ଶାର୍ଲେଟ ସେଭିୟାର୍ ୧୮୯୯ର ମାର୍ଚ ୧୯ ତାରିଖରେ ଏହାର ସ୍ଥାପନା କରି ଥିଲେ ।
ଅଦ୍ଵୈତ ଗଡ଼ନାୟକ (ଜନ୍ମ ୨୪ ଅପ୍ରେଲ ୧୯୬୩) ଜାତୀୟ ଲଳିତ କଳା ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ । ସେ ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଗ୍ୟାଲେରୀ ଅଫ ମର୍ଡ଼ର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ । ଏହି ପଦବି ଅଧିକାର କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟରୁ ସେ ସର୍ବକନିଷ୍ଠ ଓ ପ୍ରଥମ ଓଡ଼ିଆ ।
ଅଦ୍ଵୈତ, ଢେଙ୍କାନାଳ ଜିଲ୍ଲାର ନେଉଳପୋଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା ତାଙ୍କୁ ନଦାଗଡ଼ ପଥର ବୋଲି ଡାକୁଥିଲେ । ଏହି ନଦାଗଡ଼ ପଥର ସମ୍ବୋଦନ ତାଙ୍କୁ ପଥର ଖୋଜିବା ଓ ଗଢିବାକୁ ପ୍ରେରିତ କରିଥିଲା । ସେ ଢେଙ୍କାନାଳର ବି.ବି. ହାଇସ୍କୁଲ, ଆଠଗଡ଼ ମହାବିଦ୍ୟାଳୟ ଓ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଦିଲ୍ଲୀ ଓ ଲଣ୍ଡନରେ ଲଳିତ କଳାରେ ଅଧିକ ଶିକ୍ଷାଲାଭ କରିଛନ୍ତି । ୨୦୧୬ ମସିହା ନଭେମ୍ବର ମାସରେ ନ୍ୟାସନାଲ ଗ୍ୟାଲେରୀ ଅଫ ମର୍ଡ଼ର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ ପଦବୀ ମଣ୍ଡନ କରିବା ପୂର୍ବରୁ ଗଡ଼ନାୟକ, ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ । ସେଠାରେ ସେ ଏକ ସ୍କଲପଚର ଉଦ୍ୟାନ ପ୍ରତିଷ୍ଠା କରିବାରେ ମଧ୍ୟ ସକ୍ଷମ ହୋଇଥିଲେ । ୨୦୧୪ମସିହାରେ ସେ ବିଜେପି ଓଡ଼ିଶା ଶାଖାର କଳା ଓ ସଂସ୍କୃତି ବିଭାଗର ଆବାହକ ଭାବରେ ମନୋନୀତ ମଧ୍ୟ ହୋଇଥିଲେ ।
ଡ. ଅଦ୍ଵୈତ ମହାନ୍ତି (ଜନ୍ମ ୧୯୪୨) ଓଡ଼ିଶାରେ ଜଣେ ସୁପରିଚିତ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ଓ ପତ୍ରିକା ସମ୍ପାଦକ । ତାଙ୍କ ଲେଖାରେ ମନନଶୀଳତା, ଧାର୍ମିକ ସହନଶୀଳତା, ଜାତୀୟ ସଂହତି ଓ ମାନବିକ ମୂଲ୍ୟବୋଧକୁ ନେଇ ରଚିତ ।