url
stringlengths 29
226
| text
stringlengths 7
18.1k
|
---|---|
https://www.dharitri.com/ex-husband-to-pay-1-79-crores-to-woman-who-worked-as-a-housekeeper-for-25-years-court-orders/ | ୨୫ ବର୍ଷ ଧରି ଗୃହ କାର୍ଯ୍ୟ କରିଥିବା ମହିଳାଙ୍କୁ ପୂର୍ବତନ ସ୍ବାମୀ ଦେବେ ୧.୭୯ କୋଟି: କୋର୍ଟଙ୍କ ନିର୍ଦ୍ଦେଶ…
ମାଦ୍ରିଦ,୮।୩ : ସ୍ପେନର ଏକ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି ଯାହାକୁ ଲୋକେ ପ୍ରଶଂସା କରୁଛନ୍ତି। ବାସ୍ତବରେ, ସ୍ପେନ କୋର୍ଟ ମହିଳାଙ୍କ ଦ୍ୱାରା କରାଯାଇଥିବା ଗୃହ କାର୍ଯ୍ୟକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିଛନ୍ତି। ଏହି କାରଣରୁ ଜଣେ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀଙ୍କୁ ୨୫ ବର୍ଷ ଧରି ଘରୋଇ କାମ କରିବା ପାଇଁ ୨୦୪,୬୨୪.୮୬ ୟୁରୋ ଅର୍ଥାତ ପ୍ରାୟ ୧.୭୯ କୋଟି ଟଙ୍କା ଦେବାକୁ କୁହାଯାଇଛି।
ସର୍ବନିମ୍ନ ମଜୁରୀ ଆଧାରରେ ମହିଳାଙ୍କ କାର୍ଯ୍ୟକୁ କୋର୍ଟ ଗଣନା କରିଛନ୍ତି। ୨୫ ବର୍ଷ ଏକାଠି ରହିବା ପରେ ଦମ୍ପତିଙ୍କର ଛାଡପତ୍ର ହୋଇଥିଲା। ଉଭୟଙ୍କର ଦୁଇ ଝିଅ ଅଛନ୍ତି। ସମ୍ପତ୍ତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସ୍ବାମୀ ଯୁକ୍ତି କରିଥିଲେ ଯେ ବିବାହ ସମୟରେ ସେ ଯାହା ଅର୍ଜନ କରିଥିଲେ ତାହା ତାଙ୍କର ଅଟେ। ସେଥିପାଇଁ ସ୍ବୀଙ୍କର ଏହା ଉପରେ କୌଣସି ଅଧିକାର ନାହିଁ।
ଉଭୟ କୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ। ସ୍ତ୍ରୀଙ୍କ ପକ୍ଷରୁ ଆଇନଜୀବୀ କୋର୍ଟରେ କହିଥିଲେ ଯେ ବିବାହ ପରେ ସ୍ତ୍ରୀ ନିଜକୁ ଘରେ କାମ କରିବା ପାଇଁ ଉତ୍ସର୍ଗ କରିଥିଲେ, ଯାହାର ଅର୍ଥ ହେଉଛି ଘର ଏବଂ ପରିବାରର ଯତ୍ନ ନେବା। ଏହା ଉପରେ କୋର୍ଟରେ ଆଇନଗତ କାଗଜପତ୍ରରେ ମଧ୍ୟ ଦାଖଲ କରାଯାଇଥିଲା। ବିବାହ ପରେ ଅର୍ଥାତ ଜୁନ ୧୯୯୫ ରୁ ଡିସେମ୍ବର ୨୦୨୦ ମଧ୍ୟରେ ମହିଳା ଘରକାମରୁ କେତେ ରୋଜଗାର କରିବା କଥା ତାହାର ହିସାବ ହୋଇଥିଲା।
କ୍ୟାଡେନା ସେର ରେଡିଓ ସହିତ କଥାବାର୍ତ୍ତା କରି ମହିଳା ଜଣକ ତାଙ୍କର ପୁରା କାହାଣୀ କହିଥିଲେ। ମହିଳା ଜଣକ କହିଥିଲେ ତାଙ୍କ ସ୍ବାମୀ ଚାହୁଁ ନ ଥିଲେ ଯେ ସେ ଘର ବାହାରେ କୌଣସି କାମ କରନ୍ତୁ। ସେ ତଥାପି ତାଙ୍କୁ ତାଙ୍କ ଜିମରେ କାମ କରିବାକୁ ଦେଲେ, ଯେଉଁଠାରେ ସେ ରିସେପ୍ସନ ପରିଚାଳନା କରିଥିଲେ ଏବଂ ମନିଟର ଭାବରେ କାର୍ଯ୍ୟ କରିଥିଲେ।
ଏହା ବ୍ୟତୀତ ସେ ଘରର ସମସ୍ତ କାର୍ଯ୍ୟ ମଧ୍ୟ କରୁଥିଲେ। ସ୍ବାମୀ ଏବଂ ପିଲାମାନଙ୍କର ଯତ୍ନ ନେଉଥିଲେ। କୋର୍ଟ ସ୍ବାମୀଙ୍କୁ ସର୍ବନିମ୍ନ ମଜୁରୀ ହାରରେ ଗୃହ କାର୍ଯ୍ୟ କରିଥିବାରୁ ତାଙ୍କ ପୂର୍ବତନ ସ୍ତ୍ରୀଙ୍କୁ ୧.୭୯ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଝିଅମାନଙ୍କ ପାଇଁ ମାସିକ ଶିଶୁ ଯତ୍ନ ଭତ୍ତା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। |
https://www.dharitri.com/bainda-is-the-den-of-drugs/ | ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ବଇଣ୍ଡା
ବଇଣ୍ଡା,୧୫।୫(ଡି.ଏନ.ଏ): ଅନୁଗୋଳ ଜିଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଏବେ ନିଶା ବ୍ୟବସାୟର କେନ୍ଦ୍ର ପାଲଟିଛି। ଅଞ୍ଚଳ ଦେଇ ଦୈନିକ ବିପୁଳ ପରିମାଣର ଗଞ୍ଜେଇ, ଅଫିମ, ଚୋରା ମଦ ଚାଲାଣ କରାଯାଉଛି। ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ନିଶା ବ୍ୟବସାୟୀଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏଭଳି ବେଆଇନ କାରବାର ବଢ଼ିବାରେ ଲାଗିଛି। ଏହାକୁ ରୋକିବା ଲାଗି ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅଭିଯୋଗପତ୍ର ମାଧ୍ୟମରେ ଶନିବାର ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ନକଲ ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ, ପୋଲିସ ଡିଜିଙ୍କୁ ପ୍ରଦାନ କରାଯାଇଛି।
ଗ୍ରାମବାସୀ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ହଣ୍ଡପା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନକୁ ବାହାରୁ ଗଞ୍ଜେଇ ଆସୁଛି। ଏହାକୁ ଗଚ୍ଛିତ କରି ରଖାଯାଉଛି। ବଇଣ୍ଡା ରେଳ ଷ୍ଟେଶନ ଦେଇ ଏକ୍ସପ୍ରେସ ଟ୍ରେନ୍ରେ ରାଜ୍ୟ ଓ ଜିଲା ବାହାରକୁ ଚାଲାଣ କରାଯାଉଛି। ବିଶେଷ କରି ସ୍କୁଲ ବ୍ୟାଗ୍ରେ ମାଦକ ଦ୍ରବ୍ୟ କାରବାର ହେଉଥିବାରୁ କେହି ସନ୍ଦେହ କରୁନାହାନ୍ତି। ପ୍ରାୟ ୬ ମାସ ହେଲା ଅବାଧ ନିଶାଦ୍ରବ୍ୟ ବ୍ୟବସାୟ ବଢ଼ିବାରେ ଲାଗିଛି। ଅପରପକ୍ଷେ ବଇଣ୍ଡା ଫାଣ୍ଡିରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫାଣ୍ଡି ଅଧିକାରୀ ଅଧିକାଂଶ ସମୟରେ ହଣ୍ଡପା ଥାନାରେ ରହୁଛନ୍ତି। ପାଟ୍ରୋଲିଂ ଠିକ୍ ଭାବେ ହେଉ ନ ଥିବାରୁ ନିଶା ବ୍ୟବସାୟୀମାନେ ଏହାର ସୁଯୋଗ ନେଉଛନ୍ତି। ଏ ସଂକ୍ରାନ୍ତରେ ଗତ ଫେବୃୟାରୀ ୧୨ରେ ବଇଣ୍ଡା ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତଥାପି କୌଣସି ସୁଫଳ ମିଳୁନାହିଁ। ଏଥିରେ ଏସ୍ପି ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି।
ଏ ନେଇ ଆଠମଲ୍ଲିକ ଅବକାରୀ ବିଭାଗ ଉପନିରୀକ୍ଷକ ଧରଣୀଧର ପ୍ରହରାଜ କହିଛନ୍ତି, ନିଶା କାରବାର ରୋକିବା ଦିଗରେ ପଦକ୍ଷେପ ନିଆଯାଉଛି। |
https://www.dharitri.com/congress-former-president-sonia-gandhi-video-message-for-the-voters/ | ‘ଭାଜପା-ମୋଦିଙ୍କ ନୀତି ଭେଦଭାବପୂର୍ଣ୍ଣ, ଶକ୍ତିଶାଳୀ ଭାରତ ଗଠନ ଲାଗି କଂଗ୍ରେସକୁ ଭୋଟ ଦିଅନ୍ତୁ’
ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏହି ବାର୍ତ୍ତାରେ ସେ ଶାସକ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଦେଶର କୋଣଅନୁକୋଣରେ ଯୁବକମାନେ ବେକାରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମହିଳମାନଙ୍କୁ ନିର୍ଯାତନା ଦିଆଯାଉଛି। ଦଳିତ, ଆଦିବାସୀ, ପଛୁଆ ବର୍ଗ ଏବଂ ସଂଖ୍ୟଲଘୁ ସମ୍ପ୍ରଦୟର ଲୋକମାନେ ଭେଦଭାବର ଶିକାର ହେଉଥିବା ସୋନିଆ କହିଛନ୍ତି।
ସୋନିଆ କହିଛନ୍ତି, ଦେଶରେ ଏଭଳି ପରିବେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାର ନୀତି ଯୋଗୁ ହେଉଛି। ଏମାନଙ୍କର ଧ୍ୟାନ କେବଳ କଳେ ବଳେ କୌଶଳେ ଶାସନ କ୍ଷମତା ହାସଲ ଉପରେ ରହିଛି। ରାଜନୈତିକ ଲାଭ ପାଇଁ ଘୃଣାକୁ ପ୍ରୋତ୍ସାହନ ଦିଆଯାଉଛି। କଂଗ୍ରେସ ଦଳ ଏବଂ ମୁଁ ସର୍ବଦା ଅଗ୍ରଗତି ଏବଂ ବଞ୍ଚିତମାନଙ୍କୁ ନ୍ୟାୟ ଦେବା ସହ ଦେଶକୁ ମଜଭୂତ କରିବା ଲାଗି ସଂଘର୍ଷ କରିଆସୁଛୁ।
ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ମାନିଫେଷ୍ଟୋ ବିଷୟରେ ଉଲ୍ଲେଖ କରି ସୋନିଆ କହିଛନ୍ତି, ଆମର ନ୍ୟାୟ ପତ୍ର ଏବଂ ଆମର ଗ୍ୟାରେଣ୍ଟି ହେଉଛି ଯେ ଦେଶକୁ ଏକଜୁଟ ରଖିବା ଏବଂ ଗରିବ, ମହିଳା, କୃଷକ, ଶ୍ରମିକ ଏବଂ ବଞ୍ଚିତ ସମ୍ପ୍ରଦାୟକୁ ଶକ୍ତି ପ୍ରଦାନ କରିବା। ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସ ଏବଂ ଭାରତ ମିଳିତ ସମର୍ପିତ। ସମସ୍ତଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ ଏବଂ ଏକ ଶକ୍ତିଶାଳୀ ଭାରତ ଗଠନ କରନ୍ତୁ। |
https://www.dharitri.com/farmers-will-jam-the-wheels/ | ଚକା ଜାମ୍ କରିବେ ଚାଷୀ
ଭୁବନେଶ୍ୱର,(ବ୍ୟୁରୋ)/ନୂଆଦିଲ୍ଲୀ, ୬।୨(ପି.ଟି.): କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ଶନିବାର ଦେଶବ୍ୟାପୀ ‘ଚକା ଜାମ୍’ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆନ୍ଦୋଳନ ସ୍ଥଳଗୁଡ଼ିକରେ ଅତିରିକ୍ତ ପୋଲିସ ବଳ ମୁତୟନ ହେବା ସହ ରାସ୍ତାରେ ବହୁସ୍ତରୀୟ ବ୍ୟାରିକେଡ୍ କରାଯାଇଛି। ଏହାବ୍ୟତୀତ ରାସ୍ତାରେ ତାରବାଡ଼ ଲଗାଯିବା ସହ କଣ୍ଟା ପୋତାଯାଇଛି। ଦିଲ୍ଲୀ ପୋଲିସ କମିଶନର ଏସ୍.ଏନ୍. ଶ୍ରୀବାସ୍ତବ ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଗୁଜବ ପ୍ରଚାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ଲାଗି ପୋଲିସ ସୋସିଆଲ ମିଡିଆ ବିଷୟବସ୍ତୁ ଉପରେ କଡ଼ା ନଜର ରଖିଛି।
୬ ତାରିଖରେ ଦେଶବ୍ୟାପୀ ଚକା ଜାମ୍ ଆନ୍ଦୋଳନ ପାଇଁ ସୋମବାର ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଥିଲା। ଆନ୍ଦୋଳନକାରୀମାନେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକୁ ଅବରୋଧ କରିବେ। ବନ୍ଦ ଯୋଗୁ ଯେପରି ଆଇନ ଶୃଙ୍ଖଳା ସ୍ଥିତି ନ ଉପୁଜେ ଓ ସାଧାରଣ ଜୀବନଯାତ୍ରା ବ୍ୟାହତ ନ ହୁଏ, ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସିଙ୍ଘୁ ସୀମାରେ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିବାବେଳେ ଶନିବାର ପାଇଁ ଏହାକୁ ଆହୁରି ବଢ଼ାଇ ଦିଆଯାଇଛି।
ଦେଶବ୍ୟାପୀ ଚକା ଜାମ୍ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବ ବୋଲି ଶୁକ୍ରବାର ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି। ତେବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ-ଏନ୍ସିଆର୍ରେ ଚକା ଜାମ୍ ଆନ୍ଦୋଳନ ନ କରିବାକୁ କୃଷକ ସଂଗଠନ ନିଷ୍ପତ୍ତି ନେଇଛି। ଏହା ବଦଳରେ ସମ୍ପୃକ୍ତ ଅଞ୍ଚଳର ଜିଲା ଅଧିକାରୀଙ୍କୁ ଚାଷୀମାନେ ଏକ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ଟିକାୟତ କହିଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ଚକା ଜାମ୍ ଭଳି ସ୍ଥିତିରେ ରହିଥିବାରୁ ସେଠାରେ ରାସ୍ତା ଅବରୋଧ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣତନ୍ତ୍ର ଦିବସ ହିଂସା ପରେ କୃଷକ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ଶନିବାର ଚକା ଜାମ୍ ଆନ୍ଦୋଳନର ଉଦ୍ଦେଶ୍ୟ।
ଆନ୍ଦୋଳନ ଯେପରି ଶାନ୍ତିପୂର୍ଣ୍ଣ ହେବ ସେଥିପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି। ଗାଇଡ୍ଲାଇନ ଅନୁଯାୟୀ ମଧ୍ୟାହ୍ନ ୧୨ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କେବଳ ଜାତୀୟ ଓ ରାଜ୍ୟ ରାଜପଥକୁ ବନ୍ଦ କରାଯିବ। ସେହି ସମୟରେ ଆମ୍ବୁଲାନ୍ସ, ସ୍କୁଲ ବସ୍ ଆଦି ଜରୁରୀ ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ି ଦିଆଯିବ। ଆନ୍ଦୋଳନ ଯେପରି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଅହିଂସା ହେବ ତାହା ସୁନିଶ୍ଚିତ କରିବାକୁ କୃଷକ ଓ ଅନ୍ୟ ଆନ୍ଦୋଳନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କର୍ମଚାରୀ କିମ୍ବା ସାଧାରଣ ଜନତାଙ୍କ ସହ କୌଣସି ବିବାଦରେ ସାମିଲ ନ ହେବାକୁ ପରାମର୍ଶ ଦିଆଯାଇଛି। ୩ଟାରେ ଚକା ଜାମ୍ ଆନ୍ଦୋଳନ ଶେଷ ହେବା ବେଳେ ଚାଷୀଙ୍କ ମଧ୍ୟରେ ଏକତାର ନିଦର୍ଶନ ସ୍ବରୂପ ୧ ମିନିଟ୍ ପାଇଁ ଗାଡ଼ିଗୁଡ଼ିକର ହର୍ନ ବଜାଯିବ। ଏଥିରେ ଅନ୍ୟମାନେ ସାମିଲ ହୋଇ ଆମର ଅନ୍ନଦାତାମାନଙ୍କୁ ସମର୍ଥନ ଜଣାଇବା ପାଇଁ କୃଷକ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଡାକରାକୁ ମଧ୍ୟ ଓଡ଼ିଶାର କୃଷକ ସଂଗଠନଗୁଡ଼ିକ ସମର୍ଥନ କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟ ଓ ଜାତୀୟ ରାଜପଥରେ କୃଷକମାନେ ଆନ୍ଦୋଳନ କରିବେ ବୋଲି ନବ ନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି। ଏହି ଆନ୍ଦୋଳନକୁ ଓଡ଼ିଶା କଂଗ୍ରେସ ମଧ୍ୟ ସମର୍ଥନ କରିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କୃଷି ଉପରେ ଦେଶର ଶତକଡ଼ା ୭୦ ଭାଗ ଲୋକ ନିର୍ଭର କରୁଛନ୍ତି। ସେମାନଙ୍କର ଦାବି ପାଇଁ କଂଗ୍ରେସ ସମର୍ଥନ ଦେଇ ଆସିଛି। ଶନିବାର ହେବାକୁ ଥିବା ଆନ୍ଦୋଳନକୁ ମଧ୍ୟ କଂଗ୍ରେସ ସମର୍ଥନ କରୁଛି ବୋଲି ସେ କହିଛନ୍ତି। ଚକାଜାମକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରାଜ୍ୟର ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ନିଷ୍ପତ୍ତି ନେଇଛି। ଏ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। |
https://www.dharitri.com/honesty-of-indian-citizen-returned-more-than-10-lakh-rupees-and-a-bag-full-of-gold/ | ଭାରତୀୟ ନାଗରିକଙ୍କ ସଚ୍ଚୋଟତା; ଫେରାଇଲେ ୧୦ ଲକ୍ଷ ଟଙ୍କା ସହ ସୁନା ଭର୍ତ୍ତି ବ୍ୟାଗ୍
ନୂଆଦିଲ୍ଲୀ, ୧୩।୯: ଜଣେ ଭାରତୀୟ ନାଗରିକଙ୍କ ସଚ୍ଚୋଟତାକୁ ନେଇ ଦୁବାଇରେ ବେଶ୍ ଚର୍ଚ୍ଚା। ରିତେଶ ଜେମ୍ସ ଗୁପ୍ତା ନାମକ ଏହି ଭାରତୀୟ ନାଗରିକଜଣଙ୍କ ଏକ ବ୍ୟାଗ୍ ପାଇଥିଲେ। ଯେଉଁଥିରେ ସାଢ଼େ ୧୦ ଲକ୍ଷ ଟଙ୍କାର ନଗଦ ରାଶି ଏବଂ ସୁନା ଭର୍ତ୍ତି ହୋଇ ରହିଥିଲା। ସୁନାର ମୂଲ୍ୟ ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ରିତେଶ ପ୍ରଥମେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ତେବେ ସେ ଲୋଭର ବଶବର୍ତୀ ନ ହୋଇ ଜଣେ ଦାୟିତ୍ୱାବନ ନାଗରିକ ଭାବେ ଦୁବାଇ ପୋଲିସକୁ ଟଙ୍କା ଓ ସୁନା ଭର୍ତ୍ତି ବ୍ୟାଗ୍ଟିକୁ ହସ୍ତାନ୍ତର କରିଥିଲେ। ଏହି ଘଟଣାରେ ରିତେଶଙ୍କୁ ସ୍ଥାନୀୟ ଅଲ୍ କୁସେସ୍ ପୋଲିସର ନିର୍ଦ୍ଦେଶକ ବ୍ରିଗେଡିୟର ୟୁସୁଫ୍ ଅବଦୁଲା ସଲିମ୍ ଅଲୀ ଅଦିଦି ପୁରସ୍କୃତ କରିଛନ୍ତି। ପୋଲିସ ବର୍ତ୍ତମାନ ବ୍ୟାଗ୍ର ପ୍ରକୃତ ମାଲିକଙ୍କ ସନ୍ଧାନରେ ରହିଥିବା ଜଣାପଡ଼ିଛି। |
https://www.dharitri.com/ମହିଳାଙ୍କ-ସୁରକ୍ଷିତ-ଯାତ୍ରା/ | ମହିଳାଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜାରିହେଲା ଆଡ୍ଭାଇଜରି: ତୁରନ୍ତ ଟୋଲ୍ ଫ୍ରି ନଂ.୧୦୦କୁ ଫୋନ୍ କରି ପୋଲିସକୁ ଜଣାନ୍ତୁ
ଭୁବନେଶ୍ୱର,୧ା୧୨(ବ୍ୟୁରୋ): ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଅପହରଣ କରି ଗଣବଳାତ୍କାର ପରେ ହତ୍ୟା ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଛି। ଏଭଳି ସ୍ପର୍ଶକାତର ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ସତର୍କ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଯୁବତୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ଆଡଭାଇଜରି ଜାରି କରାଯାଇଛି। ଜଣେ ଯୁବତୀ କିମ୍ବା ମହିଳା ରାତିରେ ଘରକୁ ଫେରୁଥିଲେ କ’ଣ କରିବେ ଓ ପରିସ୍ଥିତିକୁ କିପରି ସାମ୍ନା କରିବେ ସେ ସମ୍ପର୍କରେ ପୋଲିସ କେତେକ ପରାମର୍ଶ ଦେଇଛି। କୌଣସି ଅଜଣା ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରନ୍ତୁ ନାହିଁ। ସେମାନେ ବାରମ୍ବାର ଚେଷ୍ଟା କରୁଥିଲେ ବି କୌଣସି ପରିସ୍ଥିତିରେ ମଧ୍ୟ କଥା ହୁଅନ୍ତୁ ନାହିଁ। ଯଦି କୌଣସି ସମସ୍ୟାରେ ପଡୁଛନ୍ତି, ତେବେ ତୁରନ୍ତ ଟୋଲ୍ ଫ୍ରି ନଂ.୧୦୦କୁ ଫୋନ୍ କରି ପୋଲିସକୁ ଜଣାନ୍ତୁ। ପିସିଆର ଭ୍ୟାନ୍ ଆସିବା ପୂର୍ବରୁ ଲୋକ ଗହଳି ଥିବା ସପିଂ ମଲ୍, ପେଟ୍ରୋଲ ପମ୍ପ କିମ୍ବା ଅନ୍ୟ ସ୍ଥାନକୁ ପଳାନ୍ତୁ। ଏପରି କି ବିଳମ୍ବିତ ରାତିରେ ଯୁବତୀମାନେ ଯାତାୟାତ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏହି ଆଡ୍ଭାଇଜରି ମାଧ୍ୟମରେ ବାରଣ କରାଯାଇଛି। ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱରରେ ପାଟ୍ରୋଲିଂ କଡାକଡା କରାଯାଇଛି। ବିଳମ୍ବିତ ରାତିରେ ବୁଲୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ସେମାନଙ୍କ ଗତିବିଧି ଉପରେ ସନ୍ଦେହ ହେଲେ ତୁରନ୍ତ ଥାନାକୁ ନେଇ ପଚରାଉଚରା ସହ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। |
https://www.dharitri.com/the-ambulance-hit-the-car/ | କାର୍କୁ ଧକ୍କାଦେଲା ଆମ୍ବୁଲାନ୍ସ, ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ-ଝିଅ ଗୁରୁତର
ପାଟଣାଗଡ଼,୧୬ା୬(ପ୍ରହଲ୍ଲାଦ ପାଢ଼ୀ): ବଲାଙ୍ଗୀର-ପାଟଣାଗଡ଼ ୪୨ ନମ୍ବର ରାଜ୍ୟ ରାଜପଥର ମୟାବର୍ହା ଛକ ନିକଟରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ କାର୍କୁ ପଛପଟରୁ ଦ୍ରୁତଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ କାର୍ ପାର୍ଶ୍ୱରେ ଛିଡ଼ା ହୋଇଥିବା କାର୍ ମାଲିକ ଖୁସିରାମ ମହାନନ୍ଦ ଗୁରୁତର ହୋଇଥିଲେ। ତାଙ୍କୁ ପାଟଣାଗଡ଼ ମେଡିକାଲକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଖୁସିରାମ ସ୍ତ୍ରୀ ଏବଂ ଝିଅଙ୍କ ସହ କାର୍ରେ ଯାଉଥିଲେ। କାର୍ ଖରାପ ହେବାରୁ ସେ ଠିଆ ହୋଇଥିଲେ। ଏହି ସମୟରେ ଆମ୍ବୁଲାନ୍ସଟି ତାଙ୍କୁ ଧକ୍କା ଦେଇଥିଲା। ଖୁସିରାମଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଏବଂ ଝିଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କିଛି ଲୋକ ବଲାଙ୍ଗୀର-ପାଟଣାଗଡ଼ ରାସ୍ତା ଅବରୋଧ କରିଛନ୍ତି। |
https://www.dharitri.com/india-chandrayaan-3-featured-on-the-front-page-of-pakistani-media-such-a-reaction-was-in-headlines/ | ପାକିସ୍ତାନ ମିଡିଆର ପ୍ରଥମ ପୃଷ୍ଠାରେ ଶିରୋନାମା ମଣ୍ଡନ କଲା ଭାରତର ଚନ୍ଦ୍ରାୟନ-୩
ଇସଲାମାବାଦ,୨୪।୮: ଅଗଷ୍ଟ ୨୩ରେ ଭାରତ ଇତିହାସ ରଚିଲା। ଇସ୍ରୋର ମତ୍ୱାକାଂକ୍ଷି ମୁନ ମିଶନ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ବା ସାଉଥ ପୋଲରେ ସପ୍ଟ ଲ୍ୟାଣ୍ଡିଂ କଲା। ଏହାସହ ଚନ୍ଦ୍ରର ଏହି ଭାଗରେ ପହଞ୍ଚିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ପାଲଟି ଗଲା। ସାରା ବିଶ୍ୱରେ ଭାରତ ବିଜୟର ଗୌରବ ବହନ କଲା। ସାରା ବିଶ୍ୱର ମିଡିଆରେ ଚନ୍ଦ୍ରାୟନ-୩ର ସଫଳତାର ଖବର ପ୍ରକାଶ କରାଗଲା।
ସୌଦି ଆରବ, ବ୍ରିଟେନ, ଆମେରିକା ସମେତ ସମସ୍ତ ଦେଶର ଗଣମାଧ୍ୟମ ଭାରତର ଐତିହାସିକ ସଫଳତା ବିଷୟରେ ଖବର ପ୍ରଚାର କରିଥିଲେ। ଏଥି ସହିତ ଭାରତର ପଡୋଶୀ ଦେଶ ପାକିସ୍ଥାନ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କର ତିକ୍ତତା ସତ୍ତ୍ୱେ ଅଗଷ୍ଟ ୨୪(ଗୁରୁବାର) ରେ ଚନ୍ଦ୍ରାୟନ-୩ର ‘ସପ୍ଟ ଲ୍ୟାଣ୍ଡିଂ’ର ଖବରକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଛି।
ଚନ୍ଦ୍ରାୟନ -୩ ର ସଫଳ ଅବତରଣରେ, ଅଧିକାଂଶ ପାକିସ୍ତାନୀ ଖବରକାଗଜ ଏବଂ ୱେବସାଇଟର ଶୀର୍ଷକ ଥିଲା ‘ଚନ୍ଦ୍ରର ସାଉଥ ପୋଲ ନିକଟରେ ଅବତରଣ କରିଥିବା ଭାରତ ପ୍ରଥମ ଦେଶ’। ଏଥି ସହିତ ପାକିସ୍ତାନର ସର୍ବାଧିକ ପଠିତ ଖବରକାଗଜ ‘ଡନ’ ନିଜ ୱେବସାଇଟରେ ଚନ୍ଦ୍ରୟାନ -୩ର କଭରେଜ ଉପରେ ଦେଇଥିବା ରିପୋର୍ଟରେ କହିଛି ଯେ ଏହା ବିଶ୍ୱର ବହୁ ଜନବହୁଳ ଦେଶ ତଥା ଏହାର ଉଚ୍ଚାଭିଳାଷୀ, ସ୍ବଳ୍ପ ମୂଲ୍ୟର ସ୍ପେସ କାର୍ଯ୍ୟକ୍ରମ ପାଇଁ ଏକ ଐତିହାସିକ ବିଜୟ।
ଅଧିକନ୍ତୁ, ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ ଏହାକୁ ଭାରତର ମହାକାଶ ଏଜେନ୍ସି ଇସ୍ରୋ ପାଇଁ ଏକ ମହାନ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। |
https://www.dharitri.com/pm-narendra-modi-addressing-a-public-rally-in-dindori/ | ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି
ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ ନେତା ଏବେ ପ୍ରଚାର ମଇଦାନରେ ଅଛନ୍ତି। ଏହି କ୍ରମରେ ମୋଦି ଡିଣ୍ଡୋରିରେ ଏକ ରାଲିକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀଲଙ୍କା ବିସ୍ଫୋରଣ ମାମଲାର ନିନ୍ଦା କରିଛନ୍ତି। ଏହା ସହ ମୋଦି କହିଛନ୍ତି ଯଦି କେହି ଭାରତ ଉପରେ ଏମିତି ଆକ୍ରମଣ କରେ ତେବେ ମୋଦି ସେହି ଆତଙ୍କବାଦୀଙ୍କୁ ପାତାଳରୁ ବି ଖୋଜି ଆଣି ଦଣ୍ଡ ଦେବେ। |
https://www.dharitri.com/tickets-run-out-on-the-first-day/ | ପ୍ରଥମ ଦିନରେ ଟିକେଟ ଶେଷ
କଟକ ଅଫିସ, ୧୦ା୬: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟି୨୦ମ୍ୟାଚ୍ ପାଇଁ ପ୍ରଥମ ଦିନରେ ଟିକେଟ ବିକ୍ରି ଶେଷ ହୋଇଛି। ଗୁରୁବାର ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା। ଏଥିପାଇଁ ମୋଟ୍ ୯ଟି କାଉଣ୍ଟର କରାଯାଇଥିଲା। ପୁରୁଷଙ୍କ ପାଇଁ ୭ଟି କାଉଣ୍ଟର ବ୍ୟବସ୍ଥା କରାଯାଇଥିବାବେଳେ ମହିଳାଙ୍କ ଲାଗି ୨ଟି ସ୍ବତନ୍ତ୍ର କାଉଣ୍ଟର କରାଯାଇଥିଲା। କେବଳ କଟକ ନୁହେଁ ପୁରୀ, ବଲାଙ୍ଗୀର, ମାଲକାନଗିରି ଆଦି ସ୍ଥାନରୁ ଲୋକେ ଆସି ଏଠାରେ ଧାଡ଼ିରେ ଛିଡ଼ା ହୋଇଥିଲେ। ବୁଧବାର ରାତିରୁ ଷ୍ଟାଡିୟମ ଟିକେଟ କାଉଣ୍ଟର ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗୁରୁବାର ସକାଳୁ ଟିକେଟ ପାଇଁ ଲୋକଙ୍କ ଏତେ ଲମ୍ବା ଧାଡ଼ି ଲାଗିଥିଲା ଯେ ସ୍ଥିତି ନିୟନ୍ତ୍ରଣ କରିବା ପୋଲିସ ପାଇଁ କାଠିକର ପାଠ ହୋଇଥିଲା। ବିଶେଷ କରି ୩ନଂ. କାଉଣ୍ଟର ସମ୍ମୁଖରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନରେ ମହିଳାଙ୍କ ପାଇଁ ହୋଇଥିବା ଧାଡ଼ିରେ ଠେଲାପେଲା ସହ ମାଡ଼ ମରାମରି ସ୍ଥିତି ଉପୁଜିବାରୁ ପୋଲିସ କିଛି ସମୟ ପାଇଁ ଲାଠି ଚାର୍ଜ କରିଥିଲା। ଘଣ୍ଟା ଘଣ୍ଟା ଧରି ଟିକେଟ ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଅନେକଙ୍କୁ ଖାଲି ହାତରେ ନିରାଶ ହୋଇ ଫେରିଥିବା ଦେଖିବା ମିଳିଥିଲା।
ଗୁରୁବାର ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିଲା। ୧୨ହଜାର ଟିକେଟ ବିକ୍ରି ହେବାକୁ ଥିବାବେଳେ ପ୍ରାୟ ୩୫ରୁ ୪୦ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତି ହେଉ ଥିବାବେଳେ ଲୋକଙ୍କ ସୁବିଧା ପାଇଁ ପାଣି ସ୍ପ୍ରେ କରାଯାଇଥିଲା। ସେହିପରି ଦୀର୍ଘ ସମୟ ହେବ ଧାଡ଼ିରେ ଛିଡ଼ା ହେବାରୁ ଲୋକମାନେ ପାଣି ପାଇଁ ଡହଳବିକଳ ହୋଇଥିଲେ। ତେବେ ଡିସିପି ପିନାକ ମିଶ୍ର ବୁଲି ବୁଲି ଲୋକଙ୍କୁ ପାଣି ଦେଇଥିବା ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଗୁରୁବାର ସମସ୍ତ ଟିକେଟ ଶେଷ ହୋଇଥିବା ବେଳେ ଅନ୍ଲାଇନରେ ଟିକେଟ ୧୨ ତାରିଖ ପର୍ଯ୍ୟନ୍ତ ମିଳିବ। କେମ୍ବ୍ରିଜ ସ୍କୁଲ ଓ ଖ୍ରୀଷ୍ଟ କଲେଜରେ ନିଜ ଟିକଟ ନେଇ ପାରିବେ ଦର୍ଶକ।
ମହିଳାଙ୍କ ମାଧ୍ୟମରେ ଟିକେଟ କଳାବଜାର
ସହରରେ ଥିବା ବିଭିନ୍ନ ବସ୍ତିରୁ ମହିଳାମାନେ ଆସି ଟିକେଟ କିଣିବାକୁ ଲମ୍ବା ଧାଡି ଲଗାଇଥିବା ଦେଖିବାକୁ ମିଳିଥିଲା। ଏପରିକି ଗାଡ଼ିରେ ବୋଝେଇ ହୋଇ ଆଠଗଡ଼, ବାଙ୍କୀ ଆଦି ଅଞ୍ଚଳରୁ ଆସି ମହିଳାମାନେ ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ହେଲେ ଆଶ୍ଚର୍ଯ୍ୟର ବିଷୟ ଯେ ଲାଇନରେ ଛିଡ଼ା ହୋଇଥିବା ମହିଳାଙ୍କୁ ଖେଳ ସମ୍ବନ୍ଧରେ ପଚାରିବାରୁ ସେମାନେ କିଛି ଜାଣି ନ ଥିବା କହୁଥିବା ଦେଖିବାକୁ ମିଳିଥିଲା। ଏପରି କି କେବେ ଖେଳ ହେଉଛି, କାହା କାହା ମଧ୍ୟରେ ହେଉଛି ଏନେଇ ପ୍ରଶ୍ନ ପଚାରିବାରୁ ତାଙ୍କ ନିକଟରେ କୌଣସି ଉତ୍ତର ନ ଥିଲା।
୩ନଂ. କାଉଣ୍ଟରରେ ଅସମ୍ଭାଳ ଭିଡ଼
ଟିକେଟ ବିକ୍ରି ପାଇଁ ୯ଟି କାଉଣ୍ଟର କରାଯାଇଥିବାବେଳେ ୧ନଂ. କାଉଣ୍ଟରରେ ଏସି ବକ୍ସ, ସ୍ପେଶିଆଲ ଏନକ୍ଲୋଜର, ନିୟୁ ପାଭିଲିଅନ ଏବଂ କର୍ପୋରେଟ ବକ୍ସ ପାଇଁ ଟିକେଟ ବିକ୍ରି ହୋଇଥିବାବେଳେ ୩ ନଂ କାଉଣ୍ଟରରେ ୧,୨,୩, ୫, ୭ ଗ୍ୟାଲେରି ପାଇଁ ଟିକେଟ ବିକ୍ରି କରାଯାଉଥିଲା। ୩ ନଂ. କାଉଣ୍ଟରରେ ମହିଳାଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଏହି ଭିଡ଼ ମଧ୍ୟରେ ଟିକେଟ କଳା ବଜାର କରିବା ପାଇଁ ମହିଳାଙ୍କୁ ମାଧ୍ୟମ କରାଯାଇଥିଲା। ମହିଳାମାନେ ଟିକେଟ କିଣି କାଉଣ୍ଟର ବାହାରେ ଛିଡ଼ା ହେଇଥିବା ନିଜ ସମ୍ପର୍କୀୟମାନଙ୍କୁ ଦେଇ ପୁଣି ଆସି ଲାଇନ ଲଗାଉଥିଲେ। ଉକ୍ତ ସମ୍ପର୍କୀୟମାନେ ସେ ଟିକେଟ ନେଇ ନିର୍ଦ୍ଧାରିତ ଦରର ବହୁ ଅଧିକରେ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ଭିନ୍ନକ୍ଷମ କିଣିଲେ ଟିକେଟ
ବାରବାଟୀରେ ଅନୁଷ୍ଠିତ ହେବାକୁଥିବା ମ୍ୟାଚ୍ ନେଇ ପିଲାଙ୍କ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉସତ୍ାହ ଦେଖିବାକୁ ମିଳିଛି। ତେବେ ଏଥିରୁ ବାଦ୍ ପଡ଼ି ନାହାନ୍ତି ଭିନ୍ନକ୍ଷମ। ଦୃଷ୍ଟିହୀନ, ଶାରୀରିକ ଭିନ୍ନକ୍ଷମମାନେ ମା୍ୟଚ ଦେଖିବା ଏବଂ ଶୁଣିବା ପାଇଁ ଟିକେଟ କିଣିଛନ୍ତି। ଦୃଷ୍ଟିହୀନ ଯଶୋବନ୍ତ ସାହୁ କହିଛନ୍ତି, ଖେଳ ଦେଖି ନ ପାରିଲେ ବି ଗ୍ୟାଲେରି ବସି ଏହାର ଅନୁଭୁତି ନେଇ ପାରିବି। ଏହା ମୋର ପ୍ରଥମ ମ୍ୟାଚ୍, ଯାହା ପାଇଁ ମୁଁ ବେଶ୍ ଉସତ୍ାହିତ। ତେବେ ପ୍ରାୟ ୨୦ରୁ ୩୦ ଭିନ୍ନକ୍ଷମ ଟିକେଟ କିଣିଛନ୍ତି।
ଟିକେଟ ନେଇ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି
୨ବର୍ଷ ପରେ ବାରବାଟୀରେ ଖେଳ ହେଉଥିବାରୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବେଶ୍ ଉସତ୍ାହ ଦେଖିବାକୁ ମିଳିଛି। ଟିକେଟ କିଣିବା ପାଇଁ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ସେହିପରି ଧାଡ଼ିରେ ଛିଡ଼ା ହେବାକୁ ନେଇ କେତେଜଣ ଯୁବତୀ ହାତାହାତି ମଧ୍ୟ ହୋଇଥିଲେ। ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ା ଏଥିପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଉପସ୍ଥିତ ମହିଳା ପୋଲିସ୍ କର୍ମୀ ସେମାନଙ୍କୁ ବୁଝାଇ ଛିଡ଼ା କରାଇଥିଲେ ା ତେବେ ପରିସ୍ଥିତି ଜଟିଳ ହେବାରୁ ମହିଳାଙ୍କ ଉପରେ ଲାଠି ଚାର୍ଚ୍ଚ କରାଯାଇଥିଲା ା |
https://www.dharitri.com/ହାତରୁ-ଗଲା-ମୁଖ୍ୟମନ୍ତ୍ରୀ-ପ/ | ହାତରୁ ଗଲା ମୁଖ୍ୟମନ୍ତ୍ରୀ ପଦ, ଏବେ ଘର ଛାଡିଲେ ଦେବେନ୍ଦ୍ର-ଅମୃତା
ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ଶେଷରେ ଶିବସେନା, ଏନସିପି ମିଳିତ ଭାବେ ସରକାର ଗଢିଛନ୍ତି। ଉଦ୍ଧବ ଠାକ୍ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାର ୩ ଦିନ ୮ ଘଣ୍ଟା ପରେ ନିଜ ପଦରୁ ଇସ୍ତଫା ଦେଇଥିବା ଦେବେନ୍ଦ୍ର ଫଡନଭିସ୍ ମୁମ୍ବାଇସ୍ଥିତ ମୁଖ୍ୟମନ୍ତ୍ରୀ ନିବାସ ‘ବର୍ଷା’କୁ ଖାଲି କରିଛନ୍ତି। ଏବେ ସମସ୍ତ ଜିନିଷପତ୍ର ଖାଲି କରାଯାଉଛି। ଫଡ୍ନବିସ୍ ଇସ୍ତଫା ଦେବା ପରେ ତାଙ୍କ ସ୍ତ୍ରୀ ଅମୃତା ଫଡ୍ନଭିସ ଏକ ଭାବପ୍ରବଣ ଟୁଇଟ କରିଥିତ୍ଲେ। ସେ ଟୁଇଟରେ ଏକ ଗଜଲ ପଂକ୍ତି ଲେଖି କହିଥିଲେ, ପଲଟ କେ ଆଉଙ୍ଗି ଶାଖୋଁ ପେ ଖୁସବୁଏଁ ଲେକର.. ଖିଜାଁ କି ଜଡ ମେ ହୁଁ ମୌସମ ଜରା ବଦଲେ ନେ ଦୋ..। ଧନ୍ୟବାଦ ମହାରାଷ୍ଟ୍ର, ଅଭୁଲା ପାଞ୍ଚବର୍ଷ ଆପଣମାନେ ମୋତେ ଯେଉଁ ଭଲ ପାଇବା ଦେଇଛନ୍ତି ତାହା ସବୁବେଳେ ମନେ ପଡିବ। ମୁଁ ମୋ ଯୋଗ୍ୟତା ହିସାବରେ କାମ କରିବାକୁ ଚେଷ୍ଟା କରିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ମୋର ଇଚ୍ଛା ଥିଲା। ଫଡନବିସ୍ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପରେ ଅମୃତା ଏହି ଟୁଇଟ୍ କରିଥିଲେ। ସୂଚନାଯୋଗ୍ୟ,ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୭୯ ଘଣ୍ଟା ପରେ ଉଭୟ ଦେବେନ୍ଦ୍ର ଫଡନ୍ବିସ ଏବଂ ଅଜିତ ପାଓ୍ବାର ଇସ୍ତଫା ଦେଇଥିଲେ। |
https://www.dharitri.com/priyanka-chopra-jonas-share-mirror-selfie/ | ଭାଇରାଲ ହେଉଛି ପ୍ରିୟଙ୍କାଙ୍କ କାର୍ ସେଲ୍ଫି
ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପୁଣି ଚର୍ଚ୍ଚାରେ । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଫଟୋଟି ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ଏବେ ପ୍ରିୟଙ୍କା ହଲିଉଡ୍ ଫିଲ୍ମର ଶୁଟିଂ ପାଇଁ ଗତ ପ୍ରାୟ ୧ ବର୍ଷ ହେବ ଲଣ୍ଡନରେ ଅଛନ୍ତି । ସେଠାରେ ସେ ‘ସିଟାଡେଲ’ ଫିଲ୍ମର ଶୁଟିଂ କରୁଛନ୍ତି । ମଝିରେ ମଝିରେ ସେ ଶୁଟିଂ ସେଟ୍ର ଫଟୋ ପୋଷ୍ଟ କରି ପ୍ରଶଂସକଙ୍କ ନିକଟତର ହେଉଛନ୍ତି । ଆଉ ଏବେ ସେ ଯେଉଁ ଫଟୋଟି ପୋଷ୍ଟ କରିଛନ୍ତି ତାହା ଏକ ସେଲ୍ଫି । କାର୍ ସେଲ୍ଫି ଫଟୋ ପୋଷ୍ଟ କରିବା ପରେ ଏହା ଏବେ ଭାଇରାଲ ହୋଇଛି । ଏହି କାରଫି ଫଟୋ ସହ ପ୍ରିୟଙ୍କା କ୍ୟାପଶନରେ ଲେଖିଛନ୍ତି କେବେଠାରୁ କାର୍ ସେଲ୍ଫି ନେଇ ପାରି ନ ଥିଲି । ଏବେ ସିଟାଡେଲ ସେଟ୍ରୁ । ପିସିଙ୍କ ଏହି ଫଟୋ ଦେଖି ତାଙ୍କ ସ୍ୱାମୀ ନିକ୍ ଜୋନସ୍ ହାର୍ଟ ଇମୋଜି ସହ କମେଣ୍ଟ କରିଛନ୍ତି । ଅସଲରେ ପ୍ରିୟଙ୍କା ଓ ନିକଙ୍କ ପ୍ରେମ ସମ୍ପର୍କ ଖୁବ୍ ନିବିଡ ବୋଲି ଚର୍ଚ୍ଚା ହୋଇଥାଏ । ଉଭୟ ପରସ୍ପରକୁ ଖୁବ୍ ଭଲ ପାଆନ୍ତି । |
https://www.dharitri.com/brahma-kamal-flower/ | ଏକା ଥରକେ ଫୁଟିଲା ୧୫ ବ୍ରହ୍ମ କମଳ
ଖଡ଼ିଆଳ,୧୪।୭(ସୁଜିତ କୁମାର ପ୍ରଧାନ): ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକା ଥରକେ ଫୁଟିଲା ୧୫ଟି ବ୍ରହ୍ମ କମଳ। ରଥଯାତ୍ରା ଓ ବାହୁଡା଼ ଯାତ୍ରା ମଝିରେ ଏହି ବ୍ରହ୍ମ କମଳ ଫୁଲ ଫୁଟି ଥିବାରୁ ଏବେ ନୂଆପଡା ଜିଲା ଖଡ଼ିଆଳ ୱାର୍ଡ ନମ୍ବର ୨ ଶାନ୍ତିନଗର ପଡ଼ାର ବିଭୂତି ସାହୁ ଓ ଲକ୍ଷ୍ମୀ ସାହୁଙ୍କ ଘରେ ଲୋକଙ୍କ ଭିଡ଼ ବଢ଼ି ଯାଇଛି।
ବ୍ରହ୍ମ କମଳ ଫୁଲ ଫୁଟିଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଲା। ଫୁଲଟି ବାହୁଡ଼ା ଯାତ୍ରା ପାଖାପାଖି ଫୁଟି ଥିବାରୁ ପୂଜାର୍ଚ୍ଚନା କରାଯାଇଛି। ଏହି ଫୁଲକୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିବେ ବୋଲି ଜଣାପଡ଼ିଛି। |
https://www.dharitri.com/ହାଟଡ଼ିହୀ-ବ୍ଲକ-ବିଜେଡି-ତରଫ/ | ଆନନ୍ଦପୁର ନିର୍ବାଚନମଣ୍ଡଳୀ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ
ହାଟଡ଼ିହୀ,୧୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟଠାରେ ହାଟଡିହୀ ବ୍ଲକ ବିଜେଡି ତରଫରୁ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମତିଥି ଉପଲକ୍ଷେ ଆୟୋଜିତ ଏହି ଶିବିରକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନକରି ରକ୍ତ ଦାନର ମହତ୍ୱ ସମ୍ପର୍କରେ କହିଥିଲେ। ଏଥିରେ ବ୍ଲକ ବିଜେଡିର ଯୁବ, ଛାତ୍ର ଓ ସବୁ ବର୍ଗର ନେତା, କର୍ମୀମାନେ ଯୋଗଦେଇ ରକ୍ତ ଦାନ କରିବା ସହିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଧାୟକ ଭାଗିରଥି ସେଠୀଙ୍କ ସମେତ ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ଜେନା, କେନ୍ଦୁଝର ଜିଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ହାଟଡିହୀ ସରପଞ୍ଚ ଅନୁସୁୟା ସେଠୀ, ବିଜେଡି ନେତା ରବୀନ୍ଦ୍ର ନାୟକ, ମୁନା ମହାନ୍ତି, ବିଶ୍ୱନାଥ ନାୟକ, ଆନନ୍ଦପୁର ଏମ୍ପି ପ୍ରତିନିଧି ଶାନ୍ତନୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। |
https://www.dharitri.com/balasore-district-has-vast-government-land-but-is-unable-to-work/ | ଜାଗା ଅଭାବ, ବିକାଶ ଅଟକ
ବାଲେଶ୍ୱର ଅଫିସ, ୧୬ା୧୦: ବାଲେଶ୍ୱର ଜିଲାରେ ବିସ୍ତୃତ ସରକାରୀ ଜମି ରହିଥିଲେ ମଧ୍ୟ କାମରେ ଲାଗିପାରୁନାହିଁ। ସହର ଉପକଣ୍ଠରେ ଥିବା ଜମିକୁ ପ୍ରଭାବଶାଳୀ ଲୋକେ ଜବରଦଖଲରେ ରଖିଥିବାରୁ ଏକାଧିକ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ସ୍ଥାନାଭାବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ବିକାଶମୂଳକ କାର୍ଯ୍ୟ ଆଗେଇପାରୁନାହିଁ।
ବାଲେଶ୍ୱରର ବିକାଶ ପାଇଁ ୨୦୦୫ରୁ ୨୦୧୫ ମଧ୍ୟରେ ୧୫ରୁ ଊର୍ଦ୍ଧ୍ୱ ବୃହତ୍ ପ୍ରକଳ୍ପ ଘୋଷଣା କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ବାଲେଶ୍ୱର ବଟାନିକାଲ ଗାର୍ଡେନ, ଗଣେଶ୍ୱରପୁରରେ ଜିଲାସ୍ତରୀୟ ଷ୍ଟାଡ଼ିୟମ୍, ନୂଆ ବସ୍ ଟର୍ମିନସ୍, ସହରର ଜନଗହଳି ଅଞ୍ଚଳରେ ଭେଣ୍ଡିଂ ଜୋନ୍, କଳାସଂସ୍କୃତି ସମ୍ମିଶ୍ରଣ ଫାଟକ, ରେମୁଣା ଗୋଲେଇ-ନୂଆପାଢ଼ୀ ରାସ୍ତାର ନବୀକରଣ, ଜିଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତୀକରଣ, ଗୋପବନ୍ଧୁ ପାର୍କର ଉନ୍ନତୀକରଣ, ବ୍ୟାଡ୍ମିଣ୍ଟନ, ଟେନିସ୍ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର, ଅତ୍ୟାଧୁନିକ ସୁଇମିଂପୁଲ୍ ନିର୍ମାଣ ଭଳି ପ୍ରକଳ୍ପ ରହିଛି। ତେବେ ଏସବୁ ପ୍ରସ୍ତାବ ମଧ୍ୟରୁ କେତୋଟି ହାତଗଣତି ପ୍ରକଳ୍ପର କାମ ଆରମ୍ଭ ହୋଇଥିବାବେଳେ ଅବଶିଷ୍ଟ ୧୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଘୋଷଣାରେ ହିଁ ଅଟକିଛି। କେବଳ ସେତିକି ନୁହେଁ, ୫ ଏକର ଜମିର ସ୍ମାର୍ଟ ପାର୍କଠାରୁ ଆରମ୍ଭକରି ବିଜ୍ନେସ୍ ଟାୱାର ପର୍ଯ୍ୟନ୍ତ ସବୁ ଉନ୍ନୟନମୂଳକ ଯୋଜନା ଜମି ଅଭାବରୁ ହୋଇପାରୁନାହିଁ। ୨୦୨୦ରେ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନ ବେଳେ ଜିଲାର ବିକାଶ ଦାୟିତ୍ୱ ନିଜେ ନେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ଜିଲାକୁ ଅଧିକ ଗୁରୁତ୍ୱ ଦିଆଯାଇ ଅନେକ ପ୍ରକଳ୍ପ ମଧ୍ୟ ଆସିଛି। ମାତ୍ର ଏସବୁ ପ୍ରକଳ୍ପ ପାଇଁ ଜିଲା ପ୍ରଶାସନ ସ୍ଥାନ ନିରୂପଣ କରିବାରେ ବିଫଳ ହେବାରୁ ତାହା କାର୍ଯ୍ୟକାରୀ ହୋଇପାରୁନି। ବାଲେଶ୍ୱର ସହର ସମେତ ଉପକଣ୍ଠ ଅଞ୍ଚଳରେ ବହୁ ସରକାରୀ ଜମି ଜବରଦଖଲ ଅବସ୍ଥାରେ ଅଛି। ଜବରଦଖଲ ଉଚ୍ଛେଦ କରି ସେଠାରେ ଏହି ପ୍ରକଳ୍ପର କାମ ଆରମ୍ଭ କରାଯାଇପାରନ୍ତା। ସେହିପରି ବହୁ ସରକାରୀ ଜମି ଅଛି, ଯାହା କାମରେ ଆସୁନି। ତାହାକୁ ମଧ୍ୟ ଏହିସବୁ ପ୍ରକଳ୍ପ ପାଇଁ ବ୍ୟବହାର କରାଯାଇପାରନ୍ତା। କିନ୍ତୁ ଜିଲା ପ୍ରଶାସନର ଆନ୍ତରିକତାର ଅଭାବ ଓ ଉଦାସୀନତା ପାଇଁ ପ୍ରକଳ୍ପ କାର୍ଯ୍ୟାରମ୍ଭ ହୋଇପାରୁନାହିଁ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ଥିବା ସରକାରୀ ଜାଗାଗୁଡ଼ିକୁ ମୁକ୍ତ କରିବା ପାଇଁ ଜିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।
ଏନେଇ ରୋଟାରିଆନ ସୁବ୍ରତ କର କହିଛନ୍ତି, ସହରରେ ବହୁ ପରିମାଣର ବ୍ୟବହାର ଉପଯୋଗୀ ସରକାରୀ ଜମି ଥିବା ସତ୍ତ୍ୱେ କାମରେ ଲାଗିପାରୁନି। ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୩ ଏକର ସରକାରୀ ଜମିରେ ପୋଲିସ କଲୋନୀ ଅଛି। ସେଠାରେ ମାତ୍ର ୫ରୁ ୮ ପୋଲିସ ପରିବାର ରହୁଛନ୍ତି। ସେମାନଙ୍କୁ ପୋଲିସ ଲାଇନ୍ସ୍ଥିତ କଲୋନୀକୁ ସ୍ଥାନାନ୍ତର କରି ସେଠାରେ ମଧ୍ୟ ନୂତନ ପ୍ରକଳ୍ପ କରାଯାଇପାରିବ। ଏହାବ୍ୟତୀତ ୧୫ ଏକରରୁ ଊର୍ଦ୍ଧ୍ୱ ପରିମାଣର ଜମିରେ ବାଲେଶ୍ୱର ଜେଲ ହୋଇଛି। ସେଥିମଧ୍ୟରୁ ପ୍ରାୟ ୪ ଏକରରୁ ଅଧିକ ଜମି କୌଣସି କାମରେ ଆସୁନି। ପୂର୍ବଭଳି ଅନ୍ତେବାସୀଙ୍କୁ ନେଇ ଜେଲ ପରିସରରେ ଥିବା କ୍ଷେତରେ ମଧ୍ୟ ଚାଷ କରାଯାଉନି। ଫଳରେ ଏହି ଜମି ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ସେଠାରେ ମଧ୍ୟ କିଛି ପ୍ରକଳ୍ପ କରାଯାଇପାରିବ। ଆଇନଜୀବୀ ନିରଞ୍ଜନ ପରିଡ଼ାଙ୍କ ମତରେ ରାଜନେତାଙ୍କ ଇଚ୍ଛାଶକ୍ତି ଓ ଜିଲା ପ୍ରଶାସନର ସ୍ଥାଣୁତା ଯୋଗୁ ଜବରଦଖଲକାରୀମାନେ ମନମାନି ଚଳାଇଛନ୍ତି। ମିଶନ ସ୍କୁଲ ପଡ଼ିଆରେ ଥିବା ବିସ୍ତୃତ ସରକାରୀ ଜମି କୌଣସି କାମରେ ଆସୁନି। ସେଠାରେ ମଧ୍ୟ ବିକାଶମୂଳକ କାର୍ଯ୍ୟ କରାଯାଇପାରିବ। ଫକୀରମୋହନ ଗୋଲେଇ ପୋଲ ତଳେ ଥିବା ତେଲ ଡିପୋ ଏବେ ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଜବରଦଖଲ ଉଚ୍ଛେଦ କରି ସେଠାରେ ମଧ୍ୟ ନୂଆ ପ୍ରକଳ୍ପ ପ୍ରତିଷ୍ଠା କରାଯାଇପାରିବ। ସିଭିଲ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ କହନ୍ତି, ସହର ଭିତରେ ଯେତିକି ସରକାରୀ ଜମି ରହିଛି, ସେଥିରେ ଅନେକ ପ୍ରକଳ୍ପ ହୋଇପାରନ୍ତା। ଜବରଦଖଲକାରୀଙ୍କୁ ହଟାଇ ଜାଗାକୁ ମୁକ୍ତ କରିବା ପାଇଁ କାହାରି ଆନ୍ତରିକତା ନାହଁି। ସେହିପରି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଲାଇଟ୍ ହାଉସ୍ ପଡ଼ିଆସ୍ଥିତ ୧ ଏକରରୁ ଊର୍ଦ୍ଧ୍ୱ ଜମି କିଛି କାମରେ ଆସୁନି। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କଲେ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରାଯାଇପାରିବ। ହେଲେ ଏଦିଗରେ ଜିଲା ପ୍ରଶାସନ ଆଗ୍ରହ ପ୍ରକାଶ କରୁନି। ପୂର୍ବରୁ ୩୦ଏକରରୁ ଊର୍ଦ୍ଧ୍ୱ ଜମିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଥିଲା। ପରବର୍ତ୍ତୀ ସମୟରେ ଏହି ଜମିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କରାଯାଇଥିବା ଉଦାହରଣ ରହିଛି। ଜିଲାର ଉନ୍ନତି ପାଇଁ ପ୍ରଶାସନିକ ଆନ୍ତରିକତା ଓ ତତ୍ପରତା ପ୍ରକାଶ ପାଇଲେ ଜମି ପାଇଁ କୌଣସି ପ୍ରକଳ୍ପ ଅଟକି ଯିବନାହିଁ ବୋଲି କୁହାଯାଉଛି।
ପର୍ଯ୍ୟାୟକ୍ରମେ ଜମି ଯୋଗାଇବୁ: ଜିଲା ପ୍ରଶାସନ
ବାଲେଶ୍ୱର ଜିଲାରେ ଥିବା ମୋଟ ସରକାରୀ ଜମିର ପରିମାଣ ସମ୍ପର୍କିତ ସବିଶେଷ ତଥ୍ୟ ମିଳି ନ ଥିବାବେଳେ ୨୦୦୫ରୁ ୨୦୧୫ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ୭୦ ଏକରରୁ ଊର୍ଦ୍ଧ୍ୱ ଜମି ଆବଶ୍ୟକ ରହିଛି। ଏଥିମଧ୍ୟରୁ କେତୋଟି ପ୍ରକଳ୍ପ ପାଇଁ ଜିଲା ପ୍ରଶାସନ ଜମି ଯୋଗାଇ ଦେଇଥିବାରୁ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଜବରଦଖଲକାରୀ ଗଣ୍ଡଗୋଳ କରିବା ସହ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବାରୁ ଅନ୍ୟ କେତେକ ଜାଗା ଦଖଲମୁକ୍ତ ହୋଇପାରି ନାହିଁ। ଲୋକଙ୍କ ବିରୋଧ ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ଏପରି କି ପ୍ରକଳ୍ପ ପାଇଁ ନିର୍ଦ୍ଧାରିତ ଜମି ପରିବର୍ତ୍ତେ ଅନ୍ୟ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟାରମ୍ଭ ଲାଗି ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ପ୍ରକଳ୍ପଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ଜମି ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ପ୍ରକାଶ କରିଛନ୍ତି। ଜମି ଅଭାବରୁ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବନାହଁି। ଜମିଗୁଡ଼ିକର କିସମ ପରିବର୍ତ୍ତନ କରି ନିର୍ଦ୍ଦିଷ୍ଟ ବିଭାଗକୁ ଯୋଗାଇଦେବାରେ ସମୟ ଲାଗୁଛି ବୋଲି ସେ କହିଛନ୍ତି।
-ମାନସ ବିଶ୍ୱାଳ |
https://www.dharitri.com/dear-professor-ghosh-mamata-wished-sandeep-ghosh-the-former-principal-of-rg-on-his-birthday-viral-letter/ | ଡିଅର ପ୍ରଫେସର ଘୋଷ…ଆରଜିକର ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମମତା! ଭାଇରାଲ ହେଉଛି ଚିଠି
କୋଲକାତା,୨୪।୮: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଦ୍ୱନ୍ଦ୍ୱରୁ ପରଦା ହଟୁଛି। ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି। ଏହି ସମୟରେ, ସିଏମ ମମତା ବାନାର୍ଜୀଙ୍କର ଏକ ସ୍ବତନ୍ତ୍ର ଚିଠି ଭାଇରାଲ ହୋଇଛି ଯେଉଁଥିରେ ମମତା ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।
ମମତା ଚିଠିରେ ଲେଖିଛନ୍ତି, ପ୍ରିୟ ପ୍ରଫେସର ଘୋଷ, ଆପଣଙ୍କ ଜନ୍ମଦିନରେ ମୋର ଅଭିବାଦନ ଗ୍ରହଣ କର। ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେଉ। ଆପଣଙ୍କ ଜୀବନ ସୁଖମୟ ହେଉ। ଆପଣ ସୁସ୍ଥ, ଖୁସି ରୁହନ୍ତୁ ଏବଂ ଜୀବନରେ ସଫଳତା ହାସଲ କରନ୍ତୁ।
ସୂଚନାଥାଉ କି, ମମତାଙ୍କ ଏହି ଚିଠି ୨୦୨୨ ମସିହାର। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଡାକ୍ତରଙ୍କ ହତ୍ୟା ମାମଲାରେ ଡକ୍ଟର ସନ୍ଦୀପ ଘୋଷଙ୍କ ଉପରେ ସିବିଆଇ କଡାକଡି ନଜର ରଖିଛି। ଏବେ ଆର୍ଥିକ ଅନିୟମିତତାକୁ ନେଇ ସିବିଆଇ ସନ୍ଦୀପଙ୍କ ନାଁରେ ମାମଳା ରୁଜୁ କରିଛି। ଯାହାକୁ ନେଇ ସେ ଗିରଫ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। |
https://www.dharitri.com/modi-government-is-selling-the-countrys-assets/ | ଦେଶର ସମ୍ପତ୍ତି ବିକ୍ରି କରୁଛନ୍ତି ମୋଦି ସରକାର
ଲକ୍ଷ୍ନୌ, ୧୦।୯: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଗୁରୁବାର ଟୁଇଟ୍ କରି କହିଛନ୍ତି ଯେ, ମୋଦି ସରକାର ଦେଶର ସମ୍ପତ୍ତି ବିକ୍ରି କରିବା ଆରମ୍ଭ କରିଛନ୍ତି। ବହୁ ସରକାରୀ କମ୍ପାନୀର ଘରୋଇ କରଣ କରି ସରକାର ଯୁବଗୋଷ୍ଠୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି। ଏହାଦ୍ୱାରା ଯୁବକମାନେ ଅନିଶ୍ଚିତ ଭବିଷ୍ୟତ ମଧ୍ୟ ଦେଇ ଗତି କରୁଛନ୍ତି। ସେମାନଙ୍କ ପାଇଁ ଚାକିରି ନ ଥିବା ଅଖିଳେଶ କହିଛନ୍ତି। ଟୋଲ୍,ସରକାରୀ ମଲ୍, ମଣ୍ଡି, ଆଇଟିଆଇ, ପଲିଟେକନିକ୍, ବିମାନବନ୍ଦର, ରେଲଓ୍ବେ ଏବଂ ବୀମା କମ୍ପାନୀର ଘରୋଇ କରଣ ପାଇଁ ଯୋଜନାବଦ୍ଧ ଭାବେ କାମ କରୁଛନ୍ତି। ଏହାଦ୍ୱାରା ଦେଶର ଅଶେଷ କ୍ଷତି ହେଉଛି। ଦେଶର ସମ୍ପତ୍ତି ବିକ୍ରି କରୁଥିବା ଏଭଳି ସରକାରର ଆବଶ୍ୟକତା ନ ଥିବା ଅଖିଳେଶ କହିଛନ୍ତି। ନିଜର ସ୍ବାର୍ଥ ଦେଖୁଥିବା ସରକାର ଯୁବବର୍ଗଙ୍କ ଭବିଷ୍ୟତକୁ ନଷ୍ଟ କରି ଚାଲିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। |
https://www.dharitri.com/୨-ଫିଲ୍ମର-ଶୁଭ-ମହୁରତ/ | ୨ ଫିଲ୍ମର ଶୁଭ ମହୁରତ
ବାରିପଦା ଅଫିସ,୩୧ା୧- ବାରିପଦା ସହର ସ୍ଥିତ ଅମ୍ବିକା ମନ୍ଦିରରେ ଗୁରୁବାର ଓଡ଼ିଆ ଚଳଚ୍ଚିତ୍ର ‘କକୁକୁଲା’ ଓ ଇଂଲିଶ ଫିଲ୍ମ ‘ଦି ଲାଷ୍ଟ ହେଲପ୍’ର ଶୁଭ ମହୁରତ ହୋଇଛି। ଏହି କାର୍ଯ୍ୟକ୍ରମକୁ ସିନେ ପ୍ରଯୋଜକ ତଥା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଥମ କ୍ଲାପ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଜର୍ଜ ତିଆଡ଼ି, କ୍ୟାମେରା ମ୍ୟାନ ରଞ୍ଜନ ମିଶ୍ର, ସୁଶୀଲ ମିଶ୍ର, ପ୍ରଶାନ୍ତ ପତି, ଶିବ ପୂଜାପଣ୍ଡା, ଶାନ୍ତନୁ ଶତପଥୀ, ମଳୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ପ୍ରଯୋଜକ ହରିଶଚନ୍ଦ୍ର ବେହେରାଙ୍କ ଦ୍ୱାରା ପ୍ରାୟୋଜିତ ଦୁଇଟି ଫିଲ୍ମ ମଧ୍ୟରୁ ଓଡ଼ିଆ ଫିଲ୍ମକୁ ସୁବ୍ରତ ପଟ୍ଟନାୟକ ଓ ଇଂରାଜୀ ଫିଲ୍ମକୁ ଚିନ୍ମୟ ଦାସପଟ୍ଟନାୟକ ନିର୍ଦ୍ଦେଶନା ଦେଉଛନ୍ତି । ଖୁବ ଶୀଘ୍ର ଏହି ଦୁଇଟି ଫିଲ୍ମର ଶୁୁଟିଂ ମୟୂରଭଞ୍ଜ ଜିଲାରେ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି, ସରୋଜ ପଟ୍ଟନାୟକ, ଅସିତ ପତି, ସ୍ବରାଜ ବାରିକ, ରଣଜିତ ବାରିକ, ସଞ୍ଜୀବ ଦ୍ବିବେଦୀ, ସୁନୀଲ ଜେନା, ଉମେଶ ପଟ୍ଟନାୟକ, ଡା. ପୁଷ୍ପା ପାତ୍ର, ଡା. ଅସୀମା ସାହୁ, ଶାନ୍ତନୁ ସିଂ ଓ ତାପସ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। |
https://www.dharitri.com/asia-cup-india-vs-pakistan-super-4-match-to-have-a-reserve-day/ | ସୁପର-୪: ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ରିଜର୍ଭ ଡେ’
କଲମ୍ବୋ,୮ା୯: ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତ-ପାକିସ୍ତାନ ମଧ୍ୟରେ କଲମ୍ବୋଠାରେ ଖେଳାଯିବାକୁ ଥିବା ସୁପର-୪ ମ୍ୟାଚ୍ ପାଇଁ ଏସିଆନ କ୍ରିକେଟ କାଉନ୍ସିଲ(ଏସିସି) ପକ୍ଷରୁ ସ୍ବତନ୍ତ୍ର ରିଜର୍ଭ ଡେ’ର ବ୍ୟବସ୍ଥା କରାଯାଇଛି।
ଶ୍ରୀଲଙ୍କାରେ ଅନ୍ୟ କୌଣସି ସୁପର-୪ ମ୍ୟାଚ ପାଇଁ ରିଜର୍ଭ ଡେ’ର ବ୍ୟବସ୍ଥା କରାଯାଇ ନାହିଁ। କଲମ୍ବୋସ୍ଥିତ ଆର୍.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ସେପ୍ଟେମ୍ବର ୧୦ରେ ଖେଳାଯିବ। ଉକ୍ତ ଦିନ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହେଲେ ପରଦିନ ଅସମାପ୍ତ ମ୍ୟାଚକୁ ସମ୍ପୂର୍ଣ୍ଣ କରାଯିବ ବୋଲି ଏସିସି ପକ୍ଷରୁ କୁହାଯାଇଛି। ଏସିଆ କପ୍ ଫାଇନାଲ ସେପ୍ଟେମ୍ବର ୧୭ରେ ଖେଳାଯିବ। ଶ୍ରୀଲଙ୍କା ରାଜଧାନୀରେ ବର୍ଷାକୁ ଦୃଷ୍ଟିରେ ରଖି ଏହି ମ୍ୟାଚ ପାଇଁ ରିଜର୍ଭ ଡେ’ର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷେ ଦର୍ଶକଙ୍କ ମ୍ୟାଚ ଟିକେଟ ରିଜର୍ଭ ଡେ’ରେ ବୈଧ ରହିବ। |
https://www.dharitri.com/machines-are-doing-the-work-instead-of-workers/ | ଶ୍ରମିକ ବଦଳରେ ମେଶିନ କରୁଛି କାମ
କୋକସରା,୨୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଲ ପଞ୍ଚାୟତ କୁମୁଡାମୁଣ୍ଡା ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏସ୍) ଫେଲ୍ ମାରିଛି। ଏଠାରେ ଶ୍ରମିକ ବଦଳରେ ମେଶିନ କରୁଛି କାମ। ଉକ୍ତ ଯୋଜନାରେ ଏକ ଚେକଡ୍ୟାମ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଶାସନଙ୍କ ନିୟୋଜିତ କର୍ମଚାରୀମାନେ ଶ୍ରମିକ ବଦଳରେ ଜେସିବି ମେଶିନରେ କାର୍ଯ୍ୟ ଆରମ୍ଭ କରିଛନ୍ତି। କାଉଡୋଲା ପଞ୍ଚାୟତ କୁମୁ ଗ୍ରାମରେ ଚେକଡ୍ୟାମରେ ଉକ୍ତ ଯୋଜନାରେ ଶ୍ରମିକଙ୍କ ହକକୁ ଛଡାଇ ଜେସିବି ମେଶିନ ଲଗାଇ କାର୍ଯ୍ୟ ଆରମ୍ଭ ହୋଇଛି। ବିଡମ୍ବନାର କଥା କୋକସରା ବ୍ଲକରେ ୨୦୨୨ରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ପ୍ରାୟ ୧୧ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କିଛି ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଥିବା ବେଳେ ଆଉ କିଛି ଭିଟାମାଟିକୁ ଫେରି ପାରି ନ ଥିଲା। ୨୦୨୩ରେ କୋକସରା ବ୍ଲକରେ ବର୍ତ୍ତମାନ ସୁଦ୍ଧା ୩ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇ ସାରିଛି। ଅନ୍ୟପକ୍ଷରେ ବ୍ଲକ ପ୍ରଶାସନ ଉକ୍ତ ଯୋଜନାରେ ୧୦୦ ଦିନର କାର୍ଯ୍ୟ ଦିବସ ଯୋଗାଇଥିବା ଶ୍ରମିକଙ୍କ ଜବକାର୍ଡରେ ଦର୍ଶାଇ କାଉଡୋଲା ପଞ୍ଚାୟତରେ ଉକ୍ତ ଯୋଜନା ସଫଳ ରୂପାୟନ ହୋଇଥିବା ନେଇ ବାହାବା ନେଇଥିଲେ। ତେବେ ଉକ୍ତ ଯୋଜନା କାହାପାଇଁ ବୋଲି ଏଠାରେ ପ୍ରଶ୍ନ ଉଠୁଛି । କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ପଞ୍ଚାୟତ ସରପଞ୍ଚ, ପିଇଓ, ଜିଆରଏସ କର୍ମଚାରୀ ସମସ୍ତଙ୍କ ମିଳିଭଗତରେ ଉକ୍ତ ଯୋଜନା କାର୍ଯ୍ୟକାରୀ ହେଉଥିବା ଅଭିଯୋଗ ହେଉଥିବା ବେଳେ ଉକ୍ତ ଯୋଜନା ଶ୍ରମିକଙ୍କ ନାଁରେ ପ୍ରହସନ ପାଲଟିଛି। ବ୍ଲକରେ ଆଗରୁ ମଧ୍ୟ ଅନେକ ଏହି ଯୋଜନାରେ ମେଶିନରେ କାମ କରୁଥିବା ନେଇ ଅଭିଯୋଗ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ। କାର୍ଯ୍ୟ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣାଙ୍କ ପ୍ରତିକ୍ରିୟା ନେବାରୁ ମେଶିନରେ କାମ କରୁଥିବା ଆମ ନିକଟରେ ଖବରନାହିଁ, ଯଦି ଏମିତି କିଛି ହୋଇଛି ତାହେଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। |
https://www.dharitri.com/winter-days-will-not-come-again-there-will-be-severe-heat-even-in-december-warns-scientists/ | ଶୀତ ଦିନ ଆଉ ଆସିବ ନାହିଁ, ଡିସେମ୍ବରରେ ବି ହେବ ପ୍ରବଳ ତାତି, ଚେତାବନୀ ଜାରି କଲେ ବୈଜ୍ଞାନିକ…
ନୂଆଦିଲ୍ଲୀ,୫।୧୧ : କ୍ରମାଗତ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ବୈଜ୍ଞାନିକମାନେ ଉଦବେଗ ପ୍ରକାଶ କରିଛନ୍ତି। କାରଣ ବିଶ୍ୱ ତାପମାତ୍ରାର କ୍ରମାଗତ ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ପୁନର୍ବାର ବୈଜ୍ଞାନିକମାନେ ଏକ ଚେତାବନୀ ଦେଇଛନ୍ତି, ଯାହା ଅତ୍ୟନ୍ତ ଭୟାନକ ଅଟେ। ସେମାନେ କହିଛନ୍ତି ଆଗାମୀ ସମୟରେ ଶୀତ ଦିନ ଆଉ ଅନୁଭୂତ ହେବ ନାହିଁ। ମୁମ୍ବାଇ ପରି, ସ୍ଥିତି ୧୨ ମାସ ଧରି ସମାନ ରହିବ। ସମଗ୍ର ବିଶ୍ୱରେ ଗୋଟିଏ ପ୍ରକାର ପାଗ ରହିବ। ଡିସେମ୍ବର-ଜାନୁୟାରୀରେ ହେଉଥିବା ଶୀତ ଆସନ୍ତା କିଛି ବର୍ଷ ମଧ୍ୟରେ ଆଉ ହେବ ନାହିଁ । ବୈଜ୍ଞାନିକମାନେ ଭଳି କହିବା ପଛରେ ଏକ କାରଣ ଅଛି, ଯାହା ପୃଥିବୀର ତାପମାତ୍ରା ସହିତ ଜଡିତ, ଯାହା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ଉପରେ ଏକ ଗବେଷଣା ମଧ୍ୟ କରାଯାଇଛି, ଯାହାର ଫଳାଫଳ ଆଶ୍ଚର୍ଯ୍ୟଜନକ ମିଳିଛି।
ଆଇଆଇଟି-କେଜିପି ଦ୍ୱାରା କରାଯାଇଥିବା ଗବେଷଣା ଅନୁଯାୟୀ,୨୧୦୦ ମସିହା ସୁଦ୍ଧା ଭାରତର ଭୂପୃଷ୍ଠର ତାପମାତ୍ରା ୧.୧ ରୁ ୫.୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ। ଆଇଆଇଟି ଖରାଗପୁର ପୃଥିବୀର ତାପମାତ୍ରାକୁ ନେଇ ଏକ ବିଶେଷ ଅଧ୍ୟୟନ କରିଛି। ଗତ ମାସରେ ନେଚର ପତ୍ରିକାରେ ପ୍ରକାଶିତ ୧୯୮୦-୨୦୨୦ମଧ୍ୟରେ ଭାରତ ଉପରେ ଭୂପୃଷ୍ଠର ତାପମାତ୍ରା ବୃଦ୍ଧି ଏବଂ ଭବିଷ୍ୟତର ଆକଳନ ମଧ୍ୟରେ କାରଣ ସମ୍ପର୍କ ଶୀର୍ଷକ ଗବେଷଣା ପେପରରେ କୁହାଯାଇଛି ଅଧିକ ନିର୍ଗମନ ଯୋଗୁ ଭାରତୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ହୋଇପାରେ। ତାପମାତ୍ରା ୫.୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ, ଯାହା ବିଶ୍ୱର ହାରାହାରି ବୃଦ୍ଧିର ଆକଳନ ସହିତ ସମାନ ।
ବୈଜ୍ଞାନିକଙ୍କ ଅନୁଯାୟୀ, ଭାରତୀୟ ଅଞ୍ଚଳର ତାପମାତ୍ରାର ପ୍ରକୃତ ବୃଦ୍ଧି ବିଶ୍ୱର ହାରାହାରି ତୁଳନାରେ ବହୁତ କମ ରହିଛି। ଶିଳ୍ପାୟନ ଆରମ୍ଭରୁ ପୃଥିବୀ ପୃଷ୍ଠର ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି। ଗ୍ରୀନ ହାଉସ ଗ୍ୟାସର ଉଚ୍ଚ ନିର୍ଗମନ ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନରେ ଯଥେଷ୍ଟ ସହାୟକ ହୋଇଛି, ଯାହା ଜାରି ରହିବ ବୋଲି ଆଶା କରାଯାଉଛି। ଅନୁଷ୍ଠାନର ବୈଜ୍ଞାନିକମାନେ ୧୯୮୦-୨୦୨୦ସମୟ ପାଇଁ ଭୂପୃଷ୍ଠ, ଉପଗ୍ରହ ତଥ୍ୟ ବ୍ୟବହାର କରି ଭାରତ ଉପରେ ଭୂପୃଷ୍ଠ ତାପମାତ୍ରାର ଦୀର୍ଘକାଳୀନ ଧାରା ଯାଞ୍ଚ କରିଥିଲେ ଏବଂ କାରଣ ଅନୁସନ୍ଧାନ ପ୍ରଣାଳୀ ବ୍ୟବହାର କରି ତାପମାତ୍ରା ପରିବର୍ତ୍ତନରେ ଜିଓଫିଜିକାଲ କାରକ ଏବଂ ମାନବ କାର୍ଯ୍ୟକଳାପର ଭୂମିକା ପରୀକ୍ଷା କରିଥିଲେ। ଅନୁସନ୍ଧାନ ସମୟରେ, ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ ଏବଂ ଉତ୍ତରରେ ମୌସୁମୀ ଏବଂ ମୌସୁମୀ ପରବର୍ତ୍ତୀ ଋତୁରେ ତାପମାତ୍ରା ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବୈଜ୍ଞାନିକମାନେ ଏହି ବୃଦ୍ଧି ପାଇଁ ୬ଟି ପ୍ରମୁଖ କାରଣ ବିବେଚନା କରିଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ମଣିଷ ଦ୍ୱାରା କରାଯାଇଥିବା କାର୍ଯ୍ୟ ଏବଂ ବିକାଶ ସହ ଜଡିତ କାର୍ଯ୍ୟକଳାପ, ଯାହା ଦ୍ୱାରା ପୃଥିବୀର ତାପମାତ୍ରା କ୍ରମାଗତ ଭାବରେ ବଢୁଛି।
ଆଇଆଇଟି ଖଡଗପୁରର ମୁଖ୍ୟ ଗବେଷକ ତଥା ସହଯୋଗୀ ପ୍ରଫେସର ଜୟନାରାୟଣନ କୁଟିପୁରାଥ କହିଛନ୍ତି ପୁଣେରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଟେରୋଲୋଜି ସହଯୋଗରେ ଏହି ଅଧ୍ୟୟନ କରାଯାଇଛି, ଯାହା ଆଧାରରେ ଅନୁସନ୍ଧାନ କାଗଜ ପ୍ରସ୍ତୁତ କରାଯାଇଥିଲା। ବୈଜ୍ଞାନିକମାନେ ଗତ ୪୦ ବର୍ଷ ମଧ୍ୟରେ ଭାରତର ଭୂପୃଷ୍ଠ ତାପମାତ୍ରାକୁ ଦେଖିଛନ୍ତି ଏବଂ ତା’ପରେ ୨୧୦୦ବର୍ଷ ପାଇଁ ଆକଳନ କରିଛନ୍ତି। ଆମେ ବହୁତ ଡାଟା ବ୍ୟବହାର କରିଛୁ। ବିଶେଷକରି ଭାରତୀୟ ପାଣିପାଗ ବିଭାଗର ତଥ୍ୟ, ଯାହା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଟେରୋଲୋଜି ଦ୍ୱାରା ପ୍ରଦାନ କରାଯାଇଥିଲା। ୨୦୭୫ ସୁଦ୍ଧା ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ୩ ଗୁଣା ବୃଦ୍ଧି ପାଇପାରେ, ଯାହା ଅନୁଯାୟୀ ୨୧୦୦ସୁଦ୍ଧା ହାରାହାରି ତାପମାତ୍ରା ୩.୫ରୁ ୫.୧ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ଅଛି। ଯଦିଓ ନିର୍ଗମନ ହ୍ରାସ ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଯଦ ି ନିର୍ଗମନ ହ୍ରାସ ନ ହୁଏ ତେବେ ଏହା ବୋଧହୁଏ ୩ ଡିଗ୍ରୀ ସେଲସିୟସରେ ପହଞ୍ଚିପାରେ, ଯାହା ପୃଥିବୀର ତାପମାତ୍ରା ୫.୧ ଡିଗ୍ରୀ ସେଲସିୟସକୁ ବୃଦ୍ଧି କରିବ।
ପ୍ରଫେସର ଜୟନାରାୟଣନ କୁଟିପୁରାଥ, ତାଙ୍କର ତିନିଜଣ ପିଏଚଡି ପଣ୍ଡିତ ତଥା ପୁଣେରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଟେରୋଲୋଜିର ଜଣେ ବୈଜ୍ଞାନିକଙ୍କ ସହ ଗ୍ଲୋବାଲ ୱାର୍ମିଂ ଉପରେ ଗବେଷଣା କରିଥିଲେ ଏବଂ ସେମାନଙ୍କ ଆକଳନରେ ପହଞ୍ଚିବାକୁ ଦୁଇ ବର୍ଷରୁ ଅଧିକ ସମୟ ଲାଗିଥିଲା। ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଗତ ୪ ଦଶନ୍ଧି ମଧ୍ୟରେ ଦେଶରେ ତାପମାତ୍ରା ବୃଦ୍ଧି ପୂର୍ବ-ମୌସୁମୀ ସମୟରେ ପ୍ରତି ଦଶନ୍ଧିରେ ୦.୧ ରୁ ୦.୩ ଡିଗ୍ରୀ ସେଲସିୟସ ଏବଂ ମୌସୁମୀ ପରବର୍ତ୍ତୀ ସମୟରେ ଦଶନ୍ଧିରେ ୦.୨-୦.୪ ଡିଗ୍ରୀ ସେଲସିୟସ ହୋଇଛି। ପଶ୍ଚିମ ହିମାଳୟ ଅଞ୍ଚଳରେ ଦଶନ୍ଧିରେ ୦.୨ରୁ ୦.୫ ଡିଗ୍ରୀ ଏବଂ ଉତ୍ତର-ପୂର୍ବ ଭାରତରେଦଶନ୍ଧିରେ ୦.୧ ରୁ ୦.୪ ଡିଗ୍ର୍ରୀ ସର୍ବାଧିକ ବୃଦ୍ଧି ସହିତ ଦେଶରେ ମୌସୁମୀ ପରବର୍ତ୍ତୀ ତାପମାତ୍ରା ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଅକ୍ଟୋବର ଏବଂ ନଭେମ୍ବରରେ ଉତ୍ତର-ପଶ୍ଚିମ ଭାରତ, ଭାରତର ପଶ୍ଚିମ ଉପକୂଳ ଏବଂ ଉପଦ୍ୱୀପ ଭାରତରେ ହାରାହାରି ତାପମାତ୍ରା ଗତ ୪ ଦଶନ୍ଧି ମଧ୍ୟରେ ବର୍ଷକୁ ପ୍ରାୟ ୦.୦୧ ରୁ ୦.୦୩ ଡିଗ୍ରୀ ବୃଦ୍ଧି ପାଇଛି। ଗତ ୪ ଦଶନ୍ଧି ମଧ୍ୟରେ ଡିସେମ୍ବର-ଫେବୃଆରୀ ଅବଧି ମଧ୍ୟରେ ଉତ୍ତର ଭାରତ, ଗଉତ୍ତର-ପଶ୍ଚିମ ଭାରତ, ଭାରତର ପଶ୍ଚିମ ଉପକୂଳ ଏବଂ ଦକ୍ଷିଣ ଦ୍ୱୀପପୁଞ୍ଜ ଭାରତରେ ବର୍ଷକୁ ପ୍ରାୟ ୦.୦୧ ରୁ ୦.୦୨ ଡିଗ୍ରୀ ବୃଦ୍ଧି ପାଇଛି। |
https://www.dharitri.com/chief-minister-announced-compensation-for-cattle-owners/ | ଗୋସମ୍ପଦ ମାଲିକଙ୍କ ପାଇଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩।୬(ଅସମାପିକା ସାହୁ): କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତହସିଲ ତୁଳସୀଡ଼ିଆ ଗାଁରେ ବିଦ୍ୟୁତ ଆଘାତରେ ୬ଟି ଗୃହ ପାଳିତ ଗାଈ, ବଳଦ ଓ ବାଛୁରୀଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣାରେ ଗୋସମ୍ପଦର ମାଲିକମାନଙ୍କୁ କ୍ଷତିପୂରଣ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିପିସିଓଡିଏଲକୁ ସହାୟତା ଦେବାକୁ ଆଦେଶ ଦେଇଛନ୍ତି।
ଓଇଆର୍ସିର ନିୟମ ଅନୁଯାୟୀ, ଏହି ମାମଲାରେ ମାଲିକମାନଙ୍କୁ କ୍ଷତିପୂରଣ ମିଳିବା ଆବଶ୍ୟକ। ଏହି ନିୟମ ଅନୁଯାୟୀ, ଗାଈ ମାଲିକଙ୍କୁ ୩୦ ହଜାର, ବଳଦ ମାଲିକଙ୍କୁ ୨୫ ହଜାର ଓ ବାଛୁରୀ ମାଲିକଙ୍କୁ ୧୬ ହଜାର ଟଙ୍କା ସହାୟତା ମିଳିବ। ଫଳରେ ୬ଟି ପ୍ରାଣୀଙ୍କ ୬ ଜଣ ମାଲିକ ସମୁଦାୟ ୧,୪୭,୦୦୦ ଟଙ୍କା ସହାୟତା ପାଇବେ। |
https://www.dharitri.com/lessons-from-the-pager-explosion/ | ପେଜର ବିସ୍ଫୋରଣରୁ ଶିକ୍ଷା
ଇସ୍ରାଏଲ-ହମାସ ଯୁଦ୍ଧ ଏବେ କଡ଼ ଲେଉଟାଇ ଇସ୍ରାଏଲ୍-ହେଜ୍ବୋଲ୍ଲା ଯୁଦ୍ଧର ରୂପ ନେଲାଣି। ଇସ୍ରାଏଲ ଅଭିନବ ବୁଦ୍ଧି ଖଟାଇ ଲେବାନନରେ କରିଥିବା ପେଜର, ଓ୍ବାକିଟକି ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଯୋଗାଯୋଗ ଯନ୍ତ୍ରକୁ ବିସ୍ଫୋରଣ ଘଟାଇ ଅଧିକାଂଶ ଲଢ଼ୁଆ ହେଜ୍ବୋଲ୍ଲା ସଦସ୍ୟଙ୍କ ଚକ୍ଷୁ ନଷ୍ଟ କରିଦେଇ ଅନ୍ଧ କରିଦେବାର ଆଖିଦୃଶିଆ ସଫଳତା ଲାଭ କରିଛି। କୌତୂହଳର ବିଷୟ ହେଲା ଯେ, କ୍ଷୁଦ୍ର ବିସ୍ଫୋରଣ ଦ୍ୱାରା ପ୍ରଭାବିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ଉଗ୍ରବାଦୀ ହୋଇଥିବାରୁ ଇସ୍ରାଏଲର ଚତୁର ବୁଦ୍ଧିକୁ ପ୍ରଶଂସା କରିବା ବ୍ୟତୀତ ବିଶ୍ୱବ୍ୟାପୀ କେହି ସମାଲୋଚନା କରିପାରୁନାହାନ୍ତି। ଏହି ବହୁସଂଖ୍ୟକ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବୃଦ୍ଧି ହେବା ପରିବର୍ତ୍ତେ ଅଧିକ ଆହତ ବିଶେଷକରି ଅନ୍ଧ ହୋଇଯାଇଥିବା ଖବର ମିଳିଛି। ଏହି ବିସ୍ଫୋରଣରେ ମାତ୍ର ଦୁଇ ଜଣ ଶିଶୁ ସମେତ ୩୭ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୩୦୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହାର ପ୍ରତିଶୋଧ ନେବାକୁ ଯାଇ ହେଜ୍ବୋଲ୍ଲା ୨୨ ସେପ୍ଟେମ୍ବରରେ ୧୦୦ରୁ ଊର୍ଦ୍ଧ୍ୱ ରକେଟ ଇସ୍ରାଏଲ ଉପରେ ପକାଇ ଉତ୍ତେଜନାକୁ ବୃଦ୍ଧି କରିଦେଇଛି। ଏହାକୁ ପ୍ରତିରୋଧ କରିବାକୁ ଯାଇ ଇସ୍ରାଏଲ ମଧ୍ୟ ପାଲଟା ଆକ୍ରମଣ ଜାରି ରଖିଛି। କିନ୍ତୁ ଯେଉଁ ପ୍ରସଙ୍ଗଟି ବର୍ତ୍ତମାନ ଗମ୍ଭୀର ଅନ୍ତର୍ଜାତୀୟ ଆଲୋଚନାର ବିଷୟବସ୍ତୁ ପାଲଟିଛି ତାହା ହେଲେ ପେଜର ବିସ୍ଫୋରଣ।
ସବୁ ଦେଶ ଇସ୍ରାଏଲକୁ ବିରୋଧ କରି ପ୍ରତିବାଦ ସଭା, ଧାରଣା ଏବଂ ନିନ୍ଦା କରୁଥିଲେ, କାରଣ ଦର୍ଶାଯାଉଥିଲା ଯେ ଇହୁଦୀ ଇସ୍ରାଏଲ ନିର୍ମମ ଭାବେ ମୁସଲମାନ ଗାଜାର ମହିଳା ଓ ଶିଶୁଙ୍କୁ ମାରି ପକାଉଛି। ଇସ୍ରାଏଲ ତରଫରୁ ଯୁଦ୍ଧ ଆରମ୍ଭରୁ କୁହାଯାଇଥିଲା ଯେ, ଆକ୍ରମଣ କେବଳ ହମାସ ବିରୋଧରେ ଉଦ୍ଦିଷ୍ଟ। ହମାସ ଏକ ଉଗ୍ରବାଦୀ ସଙ୍ଗଠନ ହୋଇଥିବାରୁ ତା’ ସପକ୍ଷରେ ପ୍ରତିବାଦ ସଭା କରିବା କଷ୍ଟକର ହେଉଥିଲା। ତେଣୁ ଇସ୍ରାଏଲ ଦାବି କରୁଥିଲା ଯେ ଗାଜାର ମହିଳା ଓ ଶିଶୁଙ୍କୁ ଆଗରେ ରଖି ଯୁଦ୍ଧ ଲଢ଼ୁଥିବା ମୁସଲମାନ ହମାସ ଗୋଷ୍ଠୀ ନିଜର ନରୀହ ନାଗରିକଙ୍କ ପ୍ରତି ବିପଦ ଟାଣିଆଣି ବିଶ୍ୱ ସମ୍ମୁଖରେ ସମବେଦନାର ପାତ୍ର ହେବାକୁ ଚେଷ୍ଟା କରୁଥିଲା। ଏବେ ହେଜ୍ବୋଲ୍ଲା ଉପରେ ଅଭିନବ ଶୈଳୀରେ ଯୁଦ୍ଧ କରି ଯେଉଁ ପରିସ୍ଥିତି ସୃଷ୍ଟି କରିଛି ସେଥିରେ କେହି ଇସ୍ରାଏଲକୁ ଦୋଷ ଦେଇପାରୁ ନାହାନ୍ତି।
ଏଠାରେ ମନେରଖିବାକୁ ହେବ ଯେ ପେଜର, ଓ୍ବାକି ଟକି ଏବଂ ଅନ୍ୟ ଯନ୍ତ୍ରପାତି ମାଧ୍ୟମରେ ବିସ୍ଫୋରଣ ଘଟାଇବାକୁ ହେଲେ କେଉଁ ବ୍ୟକ୍ତି ଆହତ ହେବା ଦରକାର ତାହା ବିସ୍ଫୋରଣ ଘଟାଇଥିବା ପକ୍ଷ ନିହାତି ଜାଣିବା ଆବଶ୍ୟକ। ତେବେ ମୃତ ଦୁଇ ଶିଶୁଙ୍କ ମଧ୍ୟରୁ ଯେଉଁ ଜଣେ ନିରୀହ ନାବାଳିକାର ମୃତ୍ୟୁ ସମ୍ପର୍କରେ ଖବର ପ୍ରକାଶ ପାଇଛି, ସେହି ଶିଶୁର ପିତା ହେଜ୍ବୋଲ୍ଲାର ବଡ଼ ପଦବୀର କମାଣ୍ଡର। ବାପା ପାଖରେ ଉପସ୍ଥିତ ଥିବା ପିଲାର ମୃତ୍ୟୁ ଘଟିଲା। ଏହି ଆଧୁନିକ ପଦ୍ଧତିର ଯୁଦ୍ଧରେ ପ୍ରତ୍ୟେକ ଶିକାରର ତଥ୍ୟ ବିରୋଧୀ ପକ୍ଷ ଜାଣିବା ଆବଶ୍ୟକ ହୋଇପଡୁଛି। ହେଜ୍ବୋଲ୍ଲା ଯୋଦ୍ଧାମାନଙ୍କର ବାୟୋମେଟ୍ରିକ୍ ବିଶେଷକରି ଆଖିର ଆଇରିସ୍ ସ୍କାନ ତଥ୍ୟ ସାହାଯ୍ୟରେ ସେମାନଙ୍କର ପେଜର ଏବଂ ଅନ୍ୟ ଯନ୍ତ୍ରପାତି କାର୍ଯ୍ୟକ୍ଷମ ହେଉଥିଲା। ସେଥିପାଇଁ ସେହି ଯୋଦ୍ଧାମାନେ ଆଖି ପାଖକୁ ପେଜରକୁ ନେଇ ଅନେଇଲା ବେଳେ ବିସ୍ଫୋରଣ ଘଟିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ଦୃଷ୍ଟିହୀନ ହୋଇପଡ଼ିଛନ୍ତି। ଇସ୍ରାଏଲର ଏହି ଆକ୍ରମଣ ବିଶ୍ୱବ୍ୟାପୀ ସବୁ ଦେଶକୁ ଚେତେଇ ଦେଇଛି ଯେ ନିଜର ସୁରକ୍ଷା ବାହିନୀର ଲଢ଼ୁଆ ସଦସ୍ୟମାନଙ୍କର ବାୟୋମେଟ୍ରିକ୍ ତଥ୍ୟ କୌଣସି ଜାଗାରେ ଏକାଠି କରି ରଖିବା ଅତ୍ୟନ୍ତ ଅନୁଚିତ। ଏଭଳି ସ୍ଥିତିରେ ଭାରତରେ ସ୍ଥଳସେନା, ନୌସେନା ଓ ବାୟୁସେନା ସମେତ ଅନେକ କୋଟି ନାଗରିକଙ୍କର ବାୟୋମେଟ୍ରିକ୍ ତଥ୍ୟ ‘ଆଧାର କାର୍ଡ’ ମାଧ୍ୟମରେ ଗୋଟିଏ ଜାଗାରେ ସାଇତି ରଖାଯାଇଛି। ସେହି ବିପୁଳ ପରିମାଣର ତଥ୍ୟ ଭାରତ ପରିବର୍ତ୍ତେ ବିଦେଶୀ କମ୍ପାନୀ ସହ ବୁଝାମଣା କରାଯାଇ ଆମେରିକା ଓ ଚାଇନା ଭଳି ଦେଶରେ ଥିବା ସର୍ଭରଗୁଡ଼ିକରେ ରଖାଯାଇଛି ବୋଲି ଜଣାପଡ଼େ। ଏହାର ଅର୍ଥ ହେଉଛି ଇସ୍ରାଏଲ ଦର୍ଶାଇଥିବା ଆଧୁନିକ ଯୁଦ୍ଧ ପଦ୍ଧତିକୁ ବ୍ୟବହାର କରି କୌଣସି ଶକ୍ତିଶାଳୀ ଦେଶ ଯଦି ଭାରତ ଉପରେ ଆକ୍ରମଣ କରେ ତେବେ ଏକସଙ୍ଗେ ବିଭିନ୍ନ ଯୋଗାଯୋଗ ଉପକରଣ ଯଥା ମୋବାଇଲ ଫୋନ୍ ଭଳି ଯନ୍ତ୍ର ମାଧ୍ୟମରେ ଛୋଟକାଟିଆ ବିସ୍ଫୋରଣ ଘଟାଇ ସମଗ୍ର ଦେଶରେ ବିରାଟକାୟ କ୍ଷତି ଘଟାଇବା ସମ୍ଭବପର ବୋଲି ସହଜରେ ବୁଝିହେଉଛି। ତେଣୁ ଭୟଭୀତ ହେବା ପରିବର୍ତ୍ତେ ଭାରତ ସରକାର ଅତିଶୀଘ୍ର ସଶସ୍ତ୍ର ବାହିନୀର ବାୟୋମେଟ୍ରିକ୍ ତଥ୍ୟକୁ ନଷ୍ଟ କରିବା ଉଚିତ। ନଚେତ୍ ଘରୋଇ ହ୍ୟାକରମାନେ ମଧ୍ୟ ଏହି ତଥ୍ୟକୁ ଚୋରି କରି ବିପଦ ସୃଷ୍ଟି କରିଦେଇପାରିବେ। |
https://www.dharitri.com/ପୋଲିସ-କ୍ୱାର୍ଟର୍ସରେ-ନାବା-2/ | ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା; ୨୦ ଦିନରେ ଚାର୍ଜଶିିଟ୍ ପ୍ରସ୍ତୁତ କରାଯିବ: କେନ୍ଦ୍ରାଞ୍ଚଳ ଡିଆଇଜି
ପୁରୀ ଅଫିସ, ୩ା୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ (ସି-୪୫୦) ଏବଂ ପୁରୀ ସଦର ଥାନା ଅନ୍ତର୍ଗତ ଆରିଡ଼ା ଗ୍ରାମର ରାଜା ଓରଫ ରାଜେଶ କୁମାର ସେଠୀ। ପୀଡ଼ିତାଙ୍କ ବୟାନ ଭିତ୍ତିରେ ସୋମବାର ରାତିରେ ଏହି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଥିଲା। ମଙ୍ଗଳବାର ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେଠାରେ ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଛି। ଏଥିଲାଗି ୪ଟି ଟିମ୍ ଗଠନ ହୋଇଥିବାବେଳେ ୨୦ଦିନ ମଧ୍ୟରେ ଚାର୍ଜଶିଟ୍ ପ୍ରସ୍ତୁତ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟଙ୍କୁ ବିଚାର ପାଇଁ ନିବେଦନ କରାଯିବ ବୋଲି ମଙ୍ଗଳବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି।
ଡିଆଇଜି ସିଂ କହିଛନ୍ତି, ପୀଡ଼ିିତା ଦେଇଥିବା ବୟାନ ଅନୁଯାୟୀ ସେ ସୋମବାର ସନ୍ଧ୍ୟାରେ ନିମାପଡ଼ା ବସ୍ଷ୍ଟାଣ୍ଡରେ ଠିଆ ହୋଇଥିଲେ। ଗିରଫ ଅଭିଯୁକ୍ତ ଜିତେନ୍ଦ୍ର (ବହିଷ୍କୃତ କନଷ୍ଟେବଳ)ଙ୍କ ସମେତ ୪ଜଣ ତାଙ୍କୁ ସେଠାରୁ ଏକ କାର୍ ଯୋଗେ ଅପହରଣ କରି ଆଣି ପୁରୀ ଝାଡ଼େଶ୍ୱର ଛକସ୍ଥିତ ପୋଲିସ କଲୋନୀରେ ଥିବା ଜଣେ କନଷ୍ଟେବଳଙ୍କ କ୍ୱାର୍ଟର୍ସରେ ଗଣବଳାତ୍କାର କରିଥିଲେ। କ୍ୱାର୍ଟର୍ସ ଭିତରେ ଦୁଇଜଣ ତାଙ୍କୁ ବଳାତ୍କାର କରିଥିବାବେଳେ ଅନ୍ୟ ଦୁଇଜଣ ବାହାରେ ଅପେକ୍ଷା କରିଥିଲେ। ପୀଡ଼ିିତାଙ୍କ ଏତଲା ଭିତ୍ତିରେ ପୋଲିସ ଦଫା ୩୬୩, ୩୭୬ (ଡିଏ) ୩୯୪ ଆଇପିସି/୬ ପୋକ୍ସୋ ଆକ୍ଟ ଅନୁଯାୟୀ ୩୦୮/୧୯ରେ ଏକ ମାମଲା ରୁଜୁ କରିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ହିରୋହୋଣ୍ଡା ସାଇନ ବାଇକ ଓ ଏକ ହୋଣ୍ଡା ଆଭିଏଟର ସ୍କୁଟି ଜବତ କରାଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ବିଶୃଙ୍ଖଳିତ ଆଚରଣ, ଜନତାଙ୍କୁ ଦୁର୍ବ୍ୟବହାର ଏବଂ ଜଣେ ମହିଳାଙ୍କୁ ପୋଡ଼ି ମାରିବା ଅଭିଯୋଗରେ ତାଙ୍କୁ ଫେବୃୟାରୀ ୧୬ତାରିଖରୁ ଚାକିିରୀରୁ ବହିଷ୍କୃତ କରାଯାଇଛି। ଏଣୁ ପୋଲିସ ପରିଚୟପତ୍ର ବହନ କରିବା ଲାଗି ଆଇନତଃ ତାଙ୍କର କୌଣସି ଅଧିକାର ନାହିଁ। ତେବେ ସେ ପୋଲିସ ପରିଚୟପତ୍ରର ଅପବ୍ୟବହାର କରିଥିବାରୁ ତାଙ୍କ ନାମରେ ଆଉ ଏକ ମାମଲା ରୁଜୁ କରାଯିବ। ମଙ୍ଗଳବାର ପୀଡ଼ିତାଙ୍କ ପରିବାର ଲୋକେ ଆସି ପହଞ୍ଚତ୍ଛନ୍ତି। ସେମାନଙ୍କ ସହ ଆଲୋଚନା କରାଯାଇଛି। ପୀଡ଼ିିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି। ତାଙ୍କ ମାନସିକ ଅବସ୍ଥା ସ୍ଥିର ରହିଛି। ଜିଲା ପ୍ରଶାସନ ପକ୍ଷରୁ ପୀଡ଼ିିତାଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା କରାଯାଇଛି। ଏହି ଘଟଣାକୁ ପୁରୀ ପୋଲିସ ଗୁରୁତ୍ୱର ସହିତ ନେଇଛି। ୨୦ ଦିନ ମଧ୍ୟରେ କିପରି ଏହାର ଚାର୍ଜଶିଟ୍ ପ୍ରସ୍ତୁତ କରାଯିବ ସେ ନେଇ ପ୍ରସ୍ତୁତି ଚାଲିଛି। ଚାର୍ଜଶିଟ୍ ପରେ ଫାଷ୍ଟଟ୍ରାକ କୋର୍ଟ ମାଧ୍ୟମରେ ଯେପରି ମାମଲାର ତୁରନ୍ତ ଫଇସଲା ହୋଇପାରିବ ସେଥିଲାଗି କୋର୍ଟଙ୍କୁ ନିବେଦନ କରାଯିବ। ଏଥିଲାଗି ଅଭିଜ୍ଞ ପୋଲିସ ଅଫିସରମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଘଟଣା ଉପରେ ଫୋକସ୍ କରିବ। ଏହି ମାମଲା ପରିଚାଳନା ଲାଗି ଜଣେ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର (ପିପି)ଙ୍କ ସହଯୋଗ ନିଆଯିବ ବୋଲି ଡିଆଇଜି ସିଂ କହିଛନ୍ତି। ସେହିପରି ଘଟଣା ଘଟିଥିବା କ୍ୱାର୍ଟର୍ସକୁ ଚିହ୍ନଟ କରାଯାଇଛି। ମଙ୍ଗଳବାର ସାଇଣ୍ଟିଫିକ ଟିମ୍ ସେଠାକୁ ଯାଇ ତଦନ୍ତ କରିଛନ୍ତି। ତଦନ୍ତ ବେଳେ ବିିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଏଥିସହ ସେହି କ୍ୱାର୍ଟର୍ସକୁ ସିଲ୍ କରାଯାଇଛି। ଉକ୍ତ କ୍ୱାର୍ଟର୍ସ ଜିତେନ୍ଦ୍ରଙ୍କ ସ୍ତ୍ରୀଙ୍କ ନାମରେ ରହିଛି। ସେ ଜଣେ କନଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି ବୋଲି ଡିଆଇଜି ସିଂ କହିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ ଲାଗି ଏସ୍ପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ୪ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇଜଣଙ୍କୁ ଧରିଛି। ଏଏସ୍ପି ପି.କେ.ସ୍ବାଇଁ, ଏଏସ୍ପି ଅରୁଣ କୁମାର ଜେନା, ସିଟି ଡିଏସ୍ପି କ୍ଷୀରସାଗର ନାୟକଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ଅଧିକାରୀମାନଙ୍କୁ ନେଇ ଗଠିତ ଟିମ୍ ଏହି ଚଢାଉରେ ସାମିଲ ହୋଇଥିଲେ। କୁମ୍ଭାରପଡ଼ା ଥାନା ଅଧିକାରୀ କୁଳମଣି ସେଠୀ ଏହାର ତଦନ୍ତ ଦାୟିତ୍ୱରେ ରହିଛନ୍ତି। |
https://www.dharitri.com/୬୩-ଭାରତୀୟଙ୍କ-ସମ୍ପତ୍ତି-ମୂ/ | ୬୩ ଭାରତୀୟଙ୍କ ସମ୍ପତ୍ତି ମୂଲ୍ୟ ଦେଶ ବଜେଟରୁ ଅଧିକ
ଭୁବନେଶ୍ୱର,୨୧।୧(ବ୍ୟୁରୋ): ମାତ୍ର ୬୩ଜଣ ଭାରତୀୟଙ୍କ ସମ୍ପତ୍ତିର ମୂଲ୍ୟ ଦେଶର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ(୨୪ ଲକ୍ଷ ୪୨ ହଜାର ୨୦୦ କୋଟି ଟଙ୍କା) ଠାରୁ ଅଧିକ। ସେହିଭଳି ବିଶ୍ୱର ୨,୧୫୩ ଲୋକଙ୍କ ପାଖରେ ଯେତିକି ସମ୍ପତ୍ତି ଗଚ୍ଛିତ ରହିଛି, ତାହା ୬୦% ଲୋକସଂଖ୍ୟା ଅର୍ଥାତ୍ ୪୬୦ କୋଟି ଲୋକଙ୍କ ସମ୍ପତ୍ତିର ମୂଲ୍ୟ ସହ ସମାନ। ଓ୍ବାଲର୍ଡ ଇକୋନୋମିକ୍ ଫୋରମ୍ (ଡବ୍ଲ୍ୟୁଇଏଫ୍)ର ୫୦ତମ ବାର୍ଷିକ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଏଭଳି ରିପୋର୍ଟ ପ୍ରକାଶ କରିଛି ଅକ୍ସଫାମ୍ ଇଣ୍ଡିଆ। ସୋମବାର ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶା ପରିସରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ଏହି ରିପୋର୍ଟ ଉନ୍ମୋଚନ କରିଥିଲେ।
ରିପୋର୍ଟ ମୁତାବକ, ସାଧାରଣ ପୁରୁଷ ଓ ମହିଳାଙ୍କ ପକେଟକୁ କାଟି ଆମ ଅର୍ଥନୈତିକ ବ୍ୟବସ୍ଥା ବିତ୍ତଶାଳୀଙ୍କ ପକେଟ ଭର୍ତ୍ତି କରିବାକୁ ଲାଗିଛି। ସମାଜରେ ଅସମାନତା ଏତେ ପରିମାଣରେ ବୃଦ୍ଧି ପାଇଛି, ଯାହା ଧନୀ ଲୋକଙ୍କୁ ଆହୁରି ଧନ ଠୁଳ କରିବାର ସୌଭାଗ୍ୟ ପ୍ରଦାନ କରୁଛି। ଦେଶର ୭୦% ଜନସଂଖ୍ୟା ଅର୍ଥାତ୍ ପ୍ରାୟ ୯୩.୩ କୋଟି ଲୋକ ଯେତିକି ସମ୍ପତ୍ତିର ମାଲିକାନା ଉପଭୋଗ କରୁଛନ୍ତି, ତା’ର ୪ ଗୁଣା ଅଧିକ ସମ୍ପତ୍ତି କେବଳ ୧% ବିତ୍ତଶାଳୀ କୋଟିପତିଙ୍କ ପାଖରେ ଠୁଳ ହୋଇଛି। ବିଭିନ୍ନ ଦେଶର ସରକାର ଅତିଧନୀ ଓ କର୍ପୋରେଟ୍ଗୁଡ଼ିକର ସମ୍ପତ୍ତି ଉପରେ ଅଧିକ ଟିକସ ଲଗାଇବାରେ ବିଫଳ ହେଉଛନ୍ତି। ଏ ଦିଗରେ ଯଦି ବଳିଷ୍ଠ ନୀତି ପ୍ରଣୟନ କରା ନ ଯାଏ, ତେବେ ଧନୀ ଓ ଦରିଦ୍ରଙ୍କ ଭିତରେ ପ୍ରଭେଦ କମାଇବା ସମ୍ଭବପର ହେବ ନାହିଁ ବୋଲି କୁହାଯାଇଛି। ଏକ ଟେକ୍ନୋଲୋଜି କମ୍ପାନୀର ସିଇଓ ବାର୍ଷିକ ଯେତିକି ରୋଜଗାର କରନ୍ତି, ସେତିକି ଅର୍ଥ ଅର୍ଜନ କରିବା ଲାଗି ଜଣେ ଘରୋଇ ସହାୟିକା ଭାବେ କାମ କରୁଥିବା ମହିଳାଙ୍କୁ ୨୨,୨୭୭ ବର୍ଷ ସମୟ ଲାଗିବ। ଅକ୍ସଫାମ ଇଣ୍ଡିଆର ସିିଇଓ ଅମିତାଭ ବେହାର କହିଛନ୍ତି, ସୁଚିନ୍ତିତ ନୀତି ଲାଗୁ ନ ହେଲେ ବିଶ୍ୱ ସ୍ତରରେ ବଢୁଥିବା ଅସମାନତାକୁ ଦୂର କରିବା ଅସମ୍ଭବ। ମାତ୍ର କିଛି ଦେଶ ଏ ଦିଗରେ ଯୋଜନା ହାତକୁ ନେଉଥିବା ବେହାର କହିଛନ୍ତି। ଡବ୍ଲ୍ୟୁଇଏଫ୍ ସମିଟରେ ଚଳିତ ବର୍ଷ ଲିଙ୍ଗଗତ ଅସମାନତା ଏବଂ ମହିଳାଙ୍କ ଆୟ ଭଳି ବିଷୟ ସ୍ଥାନ ପାଇବ। ସମ୍ବିଧାନ ପ୍ରଦତ୍ତ ଆଇନ ଉଲ୍ଲଂଘନ, ଦୁର୍ନୀତି, ସାଧାରଣ ସାମଗ୍ରୀ ଏବଂ ସେବା ଦର ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଡବ୍ଲ୍ୟୁଇଏଫ୍ ଏହାର ରିପୋର୍ଟରେ ଉଲ୍ଲେଖ କରିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତର ମହିଳାମାନେ ଦୈନିକ ୩୨୬ କୋଟି ଘଣ୍ଟା ସମୟ ବିନା କୌଣସି ଦରମାରେ କାମ କରନ୍ତି। ଯଦି ଏମାନଙ୍କ ଶ୍ରମମୂଲ୍ୟକୁ ହିସାବ କରାଯାଏ, ତେବେ ବର୍ଷକୁ ଭାରତୀୟ ଅର୍ଥନୀତି ପ୍ରତି ତା’ର ଅବଦାନ ହେଉଛି ୧୯ ଲକ୍ଷ କୋଟି ଟଙ୍କା, ଯାହା ଦେଶର ଶିକ୍ଷା ବଜେଟ୍(୨୦୧୯)ର ୨୦ ଗୁଣା ଅଧିକ। ଗ୍ଲୋବାଲ ସର୍ଭେ ମୁତାବକ ବିଶ୍ୱର ୨୨ ଅତିଧନୀଙ୍କ ନିକଟରେ ରହିଥିବା ସମ୍ପତ୍ତି ଆଫ୍ରିକାର ସବୁ ମହିଳାଙ୍କ ସମ୍ପତ୍ତିଠାରୁ ଅଧିକ।
ଅନ୍ୟପକ୍ଷରେ ବର୍ତ୍ତମାନର ଅର୍ଥନୈତିକ ବ୍ୟବସ୍ଥାରେ ମହିଳା ଓ ଯୁବତୀମାନଙ୍କୁ ସବୁଠାରୁ କମ୍ ଫାଇଦା ମିଳୁଛି। ଘରେ କାମ କରୁଥିଲେ ବି ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା ପ୍ରତି ସେମାନଙ୍କ ପ୍ରମୁଖ ଅବଦାନ ରହିଥାଏ। ଏଭଳି ଯତ୍ନ କାର୍ଯ୍ୟ ପାଇଁ ସେମାନଙ୍କୁ କୌଣସି ଆୟ ମିଳୁ ନ ଥିବାବେଳେ ଅନେକ ସମୟରେ ରୋଜଗାର କାର୍ଯ୍ୟ ତଥା ଚାକିରି ଛାଡ଼ିବାକୁ ପଡ଼ିଥାଏ। ପରିବାର ଦାୟିତ୍ୱ ହେତୁ ୪୨% ମହିଳା ଇଚ୍ଛା ଥିଲେ ମଧ୍ୟ ରୋଜଗାର କାର୍ଯ୍ୟ କରିପାରନ୍ତି ନାହିଁ। ଅନ୍ୟପକ୍ଷରେ ୨୦୨୫ ବେଳକୁ ବିଶ୍ୱର ୨୪ କୋଟି ଲୋକ ଜଳ ସଙ୍କଟରେ ପଡ଼ିବା ନେଇ ଆଶଙ୍କା କରାଯାଇଛି। ଆଉ ସେଭଳିସ୍ଥଳେ ପାଣି ଯୋଗାଡ଼ କରିବା ଲାଗି ମହିଳାଙ୍କୁ ଅଧିକ ଦୂର ଯିବାକୁ ପଡ଼ିବ ବୋଲି ଅକ୍ସଫାମ୍ ଇଣ୍ଡିଆର ଏହି ‘ଟାଇମ୍ ଟୁ କେୟାର’ ରିପୋର୍ଟରେ କୁହାଯାଇଛି। ତେବେ ଓଡ଼ିଶା ପରିପ୍ରେକ୍ଷୀରେ ଆଞ୍ଚଳିକ ବୈଷମ୍ୟତାକୁ ନେଇ ଏକ ଗବେଷଣାଭିତ୍ତିକ ଚର୍ଚ୍ଚାର ଆବଶ୍ୟକତା ରହିଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ କହିଛନ୍ତି। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ମିତାଲୀ ଚିନ୍ନାରା, ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। |
https://www.dharitri.com/ସ୍ବାସ୍ଥ୍ୟକର୍ମୀଙ୍କୁ-ସହଯୋ/ | ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗ କର
ନୂଆଦିଲ୍ଲୀ, ୬ା୪: କୋଭିଡ୍-୧୯ ବିରୋଧୀ ଲଢ଼େଇରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ପାଇଁ ମୁସଲମାନମାନଙ୍କୁ ଏହି ସମ୍ପ୍ରଦାୟର ପ୍ରାୟ ୬୦ ଜଣ ବରିଷ୍ଠ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀ ଖୋଲାଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟକର୍ମୀମାନଙ୍କ ବିରୋଧରେ ହିଂସା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ସେମାନେ ଏପରି ପଦକ୍ଷେପ ନେଇଛନ୍ତି। ଉକ୍ତ ଚିଠିରେ ବରିଷ୍ଠ ଅଧିକାରୀମାନେ ଇସ୍ଲାମିକ୍ ଶାସ୍ତ୍ର ଓ ପରମ୍ପରା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସନ୍ଦିଗ୍ଧ କରୋନା ଭାଇରସ୍ ରୋଗୀଙ୍କୁ ଆଇସୋଲେଶନରେ ରଖି ସ୍କ୍ରିନିଂ କରିବା ସମୟରେ ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଉଛନ୍ତି। ତେଣୁ ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଏହି ଅଧିକାରୀମାନେ ନିଜ ସମ୍ପ୍ରଦାୟର ଲୋକଙ୍କୁ ଅନୁରୋଧ କରିଛନ୍ତି। |
https://www.dharitri.com/russia-foreign-minister-to-visit-north-korea/ | ଉତ୍ତର କୋରିଆ ଗସ୍ତ କରିବେ ରୁଷିଆ ବୈଦେଶିକ ମନ୍ତ୍ରୀ
ମସ୍କୋ,୧୬।୧୦: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭ୍ରୋଭ ଏହି ସପ୍ତାହରେ ଉତ୍ତର କୋରିଆ ଗସ୍ତ କରିବେ। ରୁଷିଆର ଏହି ଗସ୍ତ ଏପରି ଏକ ସମୟରେ ଆସିଛି, ଯେତେବେଳେ ଆମେରିକା ଦାବି କରିଛି ଯେ ୟୁକ୍ରେନ ଯୁଦ୍ଧରେ ବ୍ୟବହାର ପାଇଁ ପ୍ୟୋଙ୍ଗୟାଙ୍ଗ ରୁଷିଆକୁ ଯୁଦ୍ଧ ସାମଗ୍ରୀ ଓ ସାମରିକ ଉପକରଣ ଦେଇଛି।
ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛି ଯେ, ସର୍ଗଇ ଲାଭ୍ରୋଭ ବୁଧବାର ଏବଂ ଗୁରୁବାର (ଅକ୍ଟୋବର ୧୮ ଏବଂ ୧୯)ରେ ଉତ୍ତର କୋରିଆରେ ରହିବେ। ସେ ଉତ୍ତର କୋରିଆରେ କାହାକୁ ଭେଟିବେ କିମ୍ବା ଏହି ଗସ୍ତର ଉଦ୍ଦେଶ୍ୟ କ’ଣ ହେବ ତାହା ଉଲ୍ଲେଖ କରାଯାଇ ନାହିଁ।
ସୂଚନାଯୋଗ୍ୟ, ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ ଗତ ମାସରେ ରୁଷିଆ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ସହ ପ୍ରମୁଖ ସାମରିକ ସ୍ଥାନ ପରିଦର୍ଶନ କରିଥିଲେ। |
https://www.dharitri.com/iit-bombay-suicide-case-student-group-seeks-resignation-of-director/ | ଦଳିତ ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା: ନିର୍ଦ୍ଦେଶକଙ୍କ ଇସ୍ତଫା ଦାବିକଲେ ୩ ଛାତ୍ର ଗୋଷ୍ଠୀ
ମୁମ୍ବାଇ,୧୮ା୨: ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେର ଜଣେ ୧୮ ବର୍ଷୀୟ ଦଳିତ ଛାତ୍ର ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଶିକ୍ଷାନୁଷ୍ଠାନର ୩ ଛାତ୍ରଗୋଷ୍ଠୀ ନିର୍ଦ୍ଦେଶକଙ୍କୁ ଦାୟୀ କରି ତୁରନ୍ତ ତାଙ୍କର ଇସ୍ତଫା ଦାବି କରିଛନ୍ତି। ନିର୍ଦ୍ଦେଶକ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ସ୍ଥାନ ଦେବାରେ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହିତ ଅନୁସୂଚିତ ଜାତି/ଜନଜାତି ଅତ୍ୟାଚାର ପ୍ରତିକାର ଆଇନ ଏବଂ ଆଣ୍ଟି-ରାଗିଂ ଆଇନରେ ମାମଲା ରୁଜୁ କରିବାକୁ ସେମାନେ ଦାବି କରିଛନ୍ତି। ମୃତ ଛାତ୍ର ଦର୍ଶନ ସୋଲାଙ୍କି ଆଇଆଇଟିରେ ଜାତିଆଣ ବୈଷମ୍ୟର ଶିକାର ହେଉଥିଲେ ବୋଲି ତାଙ୍କ ପରିବାର ଅଭିଯୋଗ କରିଛି। |
https://www.dharitri.com/champai-soren-got-a-big-blow-before-the-floor-test/ | ଫ୍ଲୋର ଟେଷ୍ଟ ପୂର୍ବରୁ ଚମ୍ପାଇ ସୋରେନଙ୍କୁ ବଡ ଝଟ୍କା
ରାଞ୍ଚି,୪।୨: ସୋମବାର ରାଞ୍ଚି ବିଧାନସଭାରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସଂଖ୍ୟାଗରିଷ୍ଠତା ହାସଲ କରିବେ। ଗୋଟିଏ ପଟେ ବିଧାୟକମାନଙ୍କୁ ସେମାନଙ୍କ ପକ୍ଷକୁ ଆଣିବା ପାଇଁ ମନିପୁଲେସନ କରାଯାଉଥିବା ବେଳେ ଅନ୍ୟ ପଟେ ଜାମସେଦପୁର ପୂର୍ବର ସ୍ବାଧୀନ ବିଧାୟକ ସରୟୁ ରାୟ ଚମ୍ପାଇ ସରକାରଙ୍କୁ ସମର୍ଥନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଟ୍ରଷ୍ଟ ଭୋଟ ଉପରେ ଭୋଟ ଦେବା ସମୟରେ ସେମାନେ ନିରପେକ୍ଷ ରହିବେ।
ସରୟୁ ରାୟ ଏହା ମଧ୍ୟ କହିଛନ୍ତି ଯେ ଶାସକ ଦଳ କିମ୍ବା ବିରୋଧୀ ଦଳର କେହି ତାଙ୍କ ସପକ୍ଷରେ ଭୋଟ ଦେବାକୁ ତାଙ୍କ ସହ ଯୋଗାଯୋଗ କରିନାହାଁନ୍ତି। ଏଭଳି ପରିସ୍ଥିତିରେ ସେମାନେ ଯୋଗ୍ୟତା ଏବଂ ଦୋଷ ଆଧାରରେ ସରକାରଙ୍କ ବିଷୟରେ ସେମାନଙ୍କର ମତାମତ ଗଠନ କରିବେ। ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କର କାର୍ଯ୍ୟ ଦେଖିବାକୁ ପଡିବ। ତାଙ୍କର ଗଠନମୂଳକ ଭୂମିକା ଗୃହରେ ରହିବ। ଚମ୍ପାଇ ସୋରେନ ପୁରୁଣା ରାସ୍ତା ବଦଳାଇବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏକ ଲମ୍ବା ଏବଂ ସମାନ୍ତରାଳ ରେଖା ଅଙ୍କନ କରିବ।
ଯେତେବେଳେ ପଚରାଗଲା ଚମ୍ପାଇ ସୋରେନ କହିଛନ୍ତି ଯେ ହେମନ୍ତ ସୋରେନ ବିକାଶର ଏକ ଲମ୍ବା ରେଖା ଆଙ୍କିଛନ୍ତି, ସରୟୁ ରାୟ କହିଛନ୍ତି ଯେ ସେ ନିଜେ ରେଖା ଟାଣିଛନ୍ତି। ସେମାନେ ସରକାରଙ୍କ ସପକ୍ଷରେ ଭୋଟ ଦେବେ ନାହିଁ। କାହାକୁ ଦରକାର ନାହିଁ । ହେମନ୍ତ ସୋରେନଙ୍କ ବିଷୟରେ ସେ କହିଛନ୍ତି ଯେ ସେ ଜାଣିଶୁଣି ମାଛିକୁ ଗିଳି ଦେଇଛନ୍ତି। ଆପଣ ଲୋକମାନଙ୍କୁ ଚାରିଆଡ଼େ ରଖିଲେ ଯେଉଁମାନେ କ୍ଷତିକାରକ ପ୍ରମାଣିତ କଲେ।
ଏହା ନୁହେଁ ଯେ ସେମାନଙ୍କୁ ଚେତାବନୀ ଦିଆଯାଇ ନାହିଁ । ତାଙ୍କର କାର୍ଯ୍ୟ କୁରାଢି ନୁହେଁ, କିନ୍ତୁ ସେ କୁରାଢି ମାରିବା ଶିଖିଛନ୍ତି। ସୂଚନାଯୋଗ୍ୟ ଯେ ଗତ ବିଧାନସଭା ନିର୍ବାଚନରେ ସରୟୁୁ ରାୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରଘୁବର୍ ଦାସଙ୍କୁ ଜାମସେଦପୁର ପୂର୍ବରୁ ପରାସ୍ତ କରିଥିଲେ। |
https://www.dharitri.com/roof-top-solar-program-by-spi/ | ଏସ୍ପିଆଇ ପକ୍ଷରୁ ରୁଫ୍ ଟପ୍ ସୋଲାର ପ୍ରୋଗ୍ରାମ
ଭୁବନେଶ୍ୱର,୩ା୯: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ରକ୍ଫେଲର ଫାଉଣ୍ଡେଶନର ସହାୟକ ସଂସ୍ଥା ସ୍ମାର୍ଟ ପାୱାର ଇଣ୍ଡିଆ (ଏସ୍ପିଆଇ) ପକ୍ଷରୁ ଓଡ଼ିଶାର ଏମ୍ଏସ୍ଏମ୍ଇ ବର୍ଗଙ୍କ ପାଇଁ ରୁଫ୍ ଟପ୍ ସୋଲାର ପ୍ରୋଗ୍ରାମର ଶୁଭାରମ୍ଭ କରାଯାଇଛି। ରୁଫ୍ ଟପ୍ ସୋଲାର ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ୨୦୨୪ ସୁଦ୍ଧା ୧୫୦ ମେଗାୱାଟ ରୁଫ୍ ଟପ୍ ସୋଲାର ଇନ୍ଷ୍ଟାଲେଶନ କରିବା ସହ ବାର୍ଷିକ ୧,୫୦,୦୦୦ ଟନ ଅଙ୍ଗାରକାମ୍ଳ ସ୍ଥାନାନ୍ତର କରିବା। ଏକ ଇକୋସିଷ୍ଟମ ସୃଷ୍ଟିକରି ରାଜ୍ୟର ନିୟୁତାଧିକ ଏମ୍ଏସ୍ଏମ୍ଇଙ୍କ ତୈଳ (ଡିଜେଲ) ନିର୍ଭରଶୀଳତାକୁ ହ୍ରାସ କରିବା। ସେହିଭଳି ବିଭିନ୍ନ ସ୍ତରରେ ଥିବା ମାଇକ୍ରୋ ଉଦ୍ୟୋଗଗୁଡ଼ିକୁ ମଧ୍ୟ ସଶକ୍ତୀକରଣ କରିବା ସହ ସ୍ବଚ୍ଛ, ସୁଲଭ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ରୁଫ ଟପ୍ ସୋଲାର ପ୍ରୋଗ୍ରାମ ଦ୍ୱାରା ଉପଲବ୍ଧ କରାଇ ଏହାକୁ ଉପତ୍ାଦନ କ୍ଷେତ୍ରରେ ବ୍ୟବହାର କରିବା। ସେହିପରି ୧୦୦% ଘରୋଇ ବିଦ୍ୟୁତୀକରଣର ଗୁରୁତ୍ୱକୁ ଉପଲବ୍ଧିକରି ଏକ ମାଇଲଖୁଣ୍ଟ ହାସଲ କରିବା ସହ ଅଧିକାଂଶ ଗ୍ରାମୀଣ ଉଦ୍ୟୋଗ ଏବଂ ଅନୁଷ୍ଠାନକୁ ମୁଖ୍ୟ ଗ୍ରୀଡ୍ ଦ୍ୱାରା ସଂରକ୍ଷିତ କରାଇବା, ପ୍ରାୟ ୪୦% ଏମ୍ଏସ୍ଏମ୍ଇ ଗ୍ରାହକ ଗ୍ରୀଡ୍ ସହ ସଂଯୁକ୍ତ ହୋଇନାହାନ୍ତି। ୬୦% ସଂଯୁକ୍ତ ଗ୍ରୀଡ୍ରେ ନିର୍ଭରଯୋଗ୍ୟତା ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ଫଳସ୍ବରୂପ ବିଦ୍ୟୁତ୍ ପାଇଁ ବ୍ୟବହୃତ ଲକ୍ଷ ଲକ୍ଷ ଲିଟର ମହଙ୍ଗା ଡିଜେଲ ବ୍ୟବହୃତ ହେଉଛି। ରୁଫ୍ ଟପ୍ ସୋଲାର ପକ୍ଷରୁ ଡିଆର୍ଇ ବିକଳ୍ପ ଉପତ୍ାଦନ ହାଇ ଲୋଡ୍ ଏମ୍ଏସ୍ଏମ୍ଇ ଗ୍ରାହକଙ୍କ ପାଇଁ ବ୍ୟବହାର କରାଯାଉଛି। ଏସବୁ ଗ୍ରାହକ ୧୦ କିଲୋୱାଟରୁ ୫୦ କିଲୋୱାଟ ବିଦ୍ୟୁତ୍ ବ୍ୟବହାର କରିଥାନ୍ତି। ଏ ସମ୍ପର୍କରେ ସ୍ମାର୍ଟ ପାୱାର ଇଣ୍ଡିଆର ହେଡ୍-ପ୍ରୋଗ୍ରାମ ସମିତ ମିତ୍ର କହିଛନ୍ତି, ଆମେ ଓଡ଼ିଶାରେ ରୁଫ୍ ଟପ୍ ସୋଲାର ପ୍ରୋଗ୍ରାମର ଶୁଭାରମ୍ଭ କରି ବେଶ୍ ଆନନ୍ଦିତ ଅଛୁ। ଆମର ଦୃଷ୍ଟିକୋଣ ଗ୍ରାମାଞ୍ଚଳରେ ଏମ୍ଏସ୍ଏମ୍ଇଗୁଡ଼ିକୁ ସଶକ୍ତୀକରଣ ଏବଂ ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ମାଧ୍ୟମରେ ଜୀବନକୁ ଉନ୍ନତ କରାଇବ। ଆମେ ଜାଣୁ ବିଦ୍ୟୁତ୍ ଉପତ୍ାଦନର ଏକ ବ୍ୟୟବହୁଳ ଏବଂ ନିର୍ଭରଯୋଗ୍ୟ ମାଧ୍ୟମ। ଗ୍ରାମାଞ୍ଚଳର ଲୋକଙ୍କୁ ଗ୍ରୀଡ୍ଭିତ୍ତିକ ବିଦ୍ୟୁତ୍ ଏକ ନିର୍ଭରଯୋଗ୍ୟ ବିକଳ୍ପ ଯୋଗାଇଥାଏ। ସେହିଭଳି ଅନ୍ନପୂର୍ଣ୍ଣା ଫାଇନାନ୍ସର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି, ପରିବେଶକୁ ସୁରକ୍ଷିତ ରଖିବା ସହ ପାଣ୍ଠି କାଟ ମଧ୍ୟ ଏହାର ବ୍ୟବହାରରେ ହୋଇପାରିବ। ଫଳରେ ସବୁଜ ଭାରତ ଓ ସବୁଜ ଶକ୍ତି ଲକ୍ଷ୍ୟ ହାସଲ ମଧ୍ୟ କରାଯାଇପାରିବ। |
https://www.dharitri.com/dr-sarada-is-the-new-director-of-uco-bank-board/ | ଡ. ସାରଦା ୟୁକୋ ବ୍ୟାଙ୍କ ବୋର୍ଡର ନୂଆ ନିର୍ଦ୍ଦେଶକ
ଭୁବନେଶ୍ୱର,୭।୮: ଭାରତ ସରକାର ୨୦୨୪ ଅଗଷ୍ଟ ୫ ରେ ପ୍ରକାଶିତ ଗାଜେଟ ଅଫ୍ ଇଣ୍ଡିଆ ଅନୁସାରେ ଡ. ସାରଦା ପ୍ରସନ୍ନ ମହାନ୍ତିଙ୍କୁ ୟୁକୋ ବ୍ୟାଙ୍କ ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିଛନ୍ତି। ବର୍ତ୍ତମାନ ଡ. ସାରଦା ଓଡ଼ିଶା ରାଜ୍ୟ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ଷେତ୍ରୀୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଏହା ସହ ସେ ଅତିରିକ୍ତ ଭାର ସ୍ବରୂପ ଭାରତୀୟ ରିଜର୍ଭ ବ୍ୟାଙ୍କର ଏଣ୍ଟରପ୍ରାଇଜେସ୍ କମ୍ପ୍ୟୁଟିଂ ଆଣ୍ଡ୍ ସାଇବର ସିକ୍ୟୁରିଟି ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ଅପରପକ୍ଷରେ ଡ. ମହାନ୍ତି ଦୀର୍ଘ ୨୫ବର୍ଷ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟକରି ଆସୁଛନ୍ତି ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ତାଙ୍କର ୨୮ବର୍ଷର ଅଭିଜ୍ଞତା ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କରେ ତାଙ୍କର ବିନିଯୋଗ, ପରୀକ୍ଷଣ, ସୂଚନା ପ୍ରଯୁକ୍ତି, ପେମେଣ୍ଟ ସିଷ୍ଟମ, ମୁଦ୍ରା ପରିଚାଳନା, ଆର୍ଥିକ ସମାବେଶନ ଓ ବିକାଶ, ମାନବ ସମ୍ପଦ ପରିଚାଳନା କ୍ଷେତ୍ରରେ ବେଶ୍ ଅନୁଭବ ରହିଛି। ସେ ଆମେରିକା, ସୁଇଜରଲ୍ୟାଣ୍ଡ, ୟୁକ୍ରେନ୍, ରୁଷିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ସିଙ୍ଗାପୁରଠାରେ ମଧ୍ୟ ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍ ଯଥା: ଫେଡେରାଲ ରିଜର୍ଭ, ବେସେଲ କମିଟି, କ୍ରେଡିଟ୍ ରିପୋର୍ଟିଂ ସମିତି, ବ୍ରିକ୍ସ ସାଇବର ସିକ୍ୟୁରିଟି ସମ୍ମିଳନୀରେ ପ୍ରତିନିଧିତ୍ୱ କରିଛନ୍ତି। ସେହିପରି ଡ. ମହାନ୍ତି ବୈଦେଶିକ ଅର୍ଥ ବ୍ୟବସ୍ଥାରେ ପିଏଚ୍ଡି କରିଛନ୍ତି। ସେ ଓୟୁଏଟିରୁ କୃଷି ବିଜ୍ଞାନରେ ସ୍ନାତକ କରିବା ସହ ଟେକ୍ସାସ୍ ଅଷ୍ଟିନ୍ ୟୁନିଭର୍ସିଟିରୁ ଡାଟା ସାଇନ୍ସ ଆଣ୍ଡ୍ ବିଜ୍ନେସ୍ ଆନାଲିଟିକ୍ସରେ ପିଜିପି ଏବଂ ଆଇଆଇଏମ୍ ବେଙ୍ଗାଲୁରୁରୁ ପବ୍ଲିକ ପଲିସି ଆଣ୍ଡ୍ ମ୍ୟାନେଜମେଣ୍ଟ ମଧ୍ୟ କରିଛନ୍ତି। |
https://www.dharitri.com/6-arrested-by-ats/ | ଏଟିଏସ୍ର ବଡ଼ ଧରଣର ଚଢ଼ାଉ, ୬ ଗିରଫ
ମୁମ୍ବାଇ,୭ା୧: ମହାରାଷ୍ଟ୍ର ପୋଲିସର ଆତଙ୍କବାଦୀ ବିରୋଧୀ ୟୁନିଟ (ଏଟିଏସ୍) ରବିବାର ଅପରାହ୍ନରେ ମୁମ୍ବାଇର ବୋରିଓ୍ବାଲି ଅଞ୍ଚଳରେ ଚଢ଼ାଉ କରିଛି। ଏହି ସମୟରେ ୬ ଜଣଙ୍କୁ ଗିରଫ କରାଯାଇଛି। ଏଟିଏସ ସହ ଜଡିତ ସୂତ୍ର ଅନୁଯାୟୀ, ଏହି ଲୋକଙ୍କ ନିକଟରୁ ୪ଟି ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏହି ସମସ୍ତ ଲୋକ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବାସିନ୍ଦା। ଯେଉଁମାନେ ଏକ ବଡ଼ଧରଣର ଅପରାଧ କରିବାକୁ ମୁମ୍ବାଇ ଆସିଥିଲେ।
ଏ ସମ୍ପର୍କରେ ସୂଚନା ଦେଇ ମହାରାଷ୍ଟ୍ର ଏଟିଏସ କହିଛି, ମୁମ୍ବାଇର ବୋରିଓ୍ବାଲି ଅଞ୍ଚଳରେ ଅବସ୍ଥିତ ଏକ ଗେଷ୍ଟ ହାଉସରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ଏବଂ ୩୬ଟି ଜୀବନ୍ତ ଗୁଳି ଉଦ୍ଧାର କରାଯାଇଥିଲା। ଗିରଫ ସମସ୍ତ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବାସିନ୍ଦା। ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ କରାଯାଉଛି। |
https://www.dharitri.com/central-vista-project-will-not-stop-high-court/ | ଅଟକିବ ନାହିଁ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ: ହାଇକୋର୍ଟ…
ନୂଆଦିଲ୍ଲୀ,୩୧।୫: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାଜର ହୋଇ ଯାଇଛି। ହାଇକୋର୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଟକିବ ନାହିଁ ବୋଲି କହିଛନ୍ତି। ଏହା ରାଷ୍ଟ୍ରୀୟ ମହତ୍ତ୍ୱ ରଖୁଥିବାରୁ ଏହାକୁ ରୋକା ଯାଇ ପାରିବ ନାହିଁ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ବିଚାରପତି ଧିରୁଭାଇ ନାରନଭାଇ ପଟେଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର ଏଭଳି ରାୟ ଦେଇଛନ୍ତି। ଏହା ସହିତ କୋଟ ଆବେଦନକାରୀଙ୍କୁ ଲକ୍ଷେ ଟଙ୍କାର ଜରିମାନା ଦଣ୍ଡାଦେଶ କରିଛନ୍ତି। ଆବେଦନକାରୀ ଉଲ୍ଲେଖ କରିଥିଲେ ଯେ, କରୋନା ମହାମାରୀ ସଂକ୍ରମଣ ସମୟରେ ଏହି ପ୍ରୋଜେକ୍ଟରେ ୫୦୦ରୁ ଅଧିକ ଶ୍ରମିକ କାମ କରୁଛନ୍ତି। କରୋନା ମାର୍ଗଦର୍ଶିକା ମଧ୍ୟ ପାଳନ କରାଯାଉ ନାହିଁ। ତେବେ ଏହାକୁ ହାଇକୋର୍ଟଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ନିର୍ମାଣ ସ୍ଥଳରେ ସମସ୍ତ କରୋନା ପ୍ରୋଟୋକଲ ପାଳନ କରାଯାଉଥିବା କୋର୍ଟ ସୂଚିତ କରିଛନ୍ତି। |
https://www.dharitri.com/fire-in-bangladeshs-biggest-textile-market-more-than-100-shops-gutted/ | ବାଂଲାଦେଶର ସବୁଠାରୁ ବଡ କପଡା ବଜାରରେ ଲାଗିଲା ନିଆଁ
ଢାକା,୪।୪: ବାଂଲାଦେଶର ରାଜଧାନୀ ଢାକାରେ କପଡାର ସବୁଠାରୁ ବଡ ବଜାର ‘ବାଙ୍ଗବାଜାର’ରେ ମଙ୍ଗଳବାର ସକାଳେ ନିଆଁ ଲାଗିଯାଇଛି। ସେଠାରେ କପଡାର ୬ ହଜାରରୁ ଅଧିକ ଦୋକାନ ରହିଛି। କୁହାଯାଉଛି କି ଏବେ ପର୍ଯ୍ୟନ୍ତ ୨ ଡଜନରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ଆର୍ମି ଓ ଏୟାର ଫୋର୍ସ ଲାଗି ରହିଛନ୍ତି। ଏବେ ପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ରାଜଧାନି ଢାକାର ପ୍ରସିଦ୍ଧ କପଡା ବଜାରରେ ନିଆଁ ଲାଗିଯାଇଛି। ଦେଖୁ ଦେଖୁ ଏହି ନିଆଁ ତାର ବିକଟାଳ ରୂପ ଧାରଣ କରିଥିଲା। ଏହାର କିଛି ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି। ଦମକଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଆଁ ଲିଭା କାର୍ଯ୍ୟରେ ୪୭ ଦମକଳ ଲାଗିଛି। ଏବେ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। |
https://www.dharitri.com/malaika-arora-birthday-girl-dance-with-arjun-kapoor/ | ଅର୍ଜୁନଙ୍କ ସହ ଖୁବ ନାଚିଲେ ବାର୍ଥ ଡେ ଗର୍ଲ ମଲାଇକା
ମୁମ୍ବାଇ: ଅକ୍ଟୋବର ୨୩ରେ ବଲିଉଡ ଦିଭା ମଲାଇକା ଆରୋରା ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଅଭିନେତ୍ରୀ ଏଥର ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଛନ୍ତି। ପ୍ରତିବର୍ଷ ସେ ଖୁବ ଧୁମଧାମରେ ନିଜର ଜନ୍ମଦିନ ପାଳନ କରନ୍ତି। ଏଥର ପ୍ରେମିକ ଅର୍ଜୁନ କପୁର ଏହି ଉତ୍ସବକୁ ଆହୁରି ସ୍ବତନ୍ତ୍ର କରଛନ୍ତି। ୫୦ ବର୍ଷ ବୟସରେ ଏବେବି ସେ ଖଉବ ଗ୍ଲାମରସ ଲାଗୁଛନ୍ତି। ଅଭିନେତ୍ରୀଙ୍କ ଫିଟନେସ ଏବଂ ଗ୍ଲାମର ସହିତ କୌଣସି ତୁଳନା ନାହିଁ । ଆଜି ବି ମଲାଇକାଙ୍କର ରହିଛନ୍ତି ଜବରଦସ୍ତ ଫ୍ୟାନ ଫଲୋଇଙ୍ଗସ୍। ଜନ୍ମଦିନ ଅବସରରେ ଅଭିନେତ୍ରୀଙ୍କୁ ବଲିଉଡରୁ ଅନେକ ଅଭିନନ୍ଦନ ମିଳିଥିଲା। ଏଠାରେ ସୋସିଆଲ ମିଡିଆରେ ମଲାଇକା ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ତାଙ୍କ ପ୍ରେମିକ ଅର୍ଜୁନ କପୁରଙ୍କ ସହ ତାଙ୍କର ପ୍ରସିଦ୍ଧ ଆଇଟମ ଗୀତରେ ନାଚୁଥିବା ନଜର ଆସିଛନ୍ତି।
ଭାଇରାଲ ଭିଡିଓରେ ବଲିଉଡର ସବୁଠାରୁ ରୋମାଣ୍ଟିକ ଦମ୍ପତି ବହୁତ ହଟ୍ ଲାଗୁଛନ୍ତି। ଥାଇ-ହାଇ ବୁଟ ସହ ଟୁପିସ୍ ଡ୍ରେସରେ କମାଲ ଲାଗୁଛନ୍ତି ମଲାଇକା। ଧୂସର ଟି-ସାର୍ଟରେ ଅର୍ଜୁନ କପୁର ବି ଖୁବ ସୁନ୍ଦର ଲାଗୁଛନ୍ତି। ଏମାନଙ୍କ କେମେଷ୍ଟ୍ରୀ ଫ୍ୟାନ୍ସଙ୍କୁ ଖଉବ ପସନ୍ଦ ଆସିଛି। ଅର୍ଜୁନ ଏବଂ ମଲାଇକାଙ୍କ ବୟସ ବ୍ୟବଧାନ ସେମାନଙ୍କ ରିଲେଶନ ଆଗରେ ଲୁଚି ଯାଇଛି। |
https://www.dharitri.com/ରଣଜୀ-ଅଧିନାୟକ-ବୈଠକ-ଡିଆରଏସ/ | ରଣଜୀ ଅଧିନାୟକ ବୈଠକ : ଡିଆରଏସ୍ ଲାଗୁ,କଏନ ଟସ୍ ବାତିଲ ନେଇ ସହମତି
ମୁମ୍ବାଇ, ୧୮।୫(ପି.ଟି.)- ଏଠାରେ ଶୁକ୍ରବାର ଅନୁଷ୍ଠିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କନ୍କ୍ଲେଭ ବା ବୈଠକରେ ରାଣଜୀ ଅଧିନାୟକ ଓ କୋଚ୍ମାନେ ଅଂଶଗ୍ରହଣ କରିଥିଲେ। ଦେଶର ସର୍ବବୃହତ୍ ଘରୋଇ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଡିସିସନ ରିଭ୍ୟୁ ସିଷ୍ଟମ (ଡିଆରଏସ୍) ଲାଗୁ କରିବା ଓ କଏନ ଟସ୍କୁ ବାତିଲ କରିବା ନେଇ ସହମତି ପ୍ରକାଶ ପାଇଥିଲା। ଏପର୍ଯ୍ୟନ୍ତ ଡିଆରଏସ୍ ଆନ୍ତର୍ଜାତିକ କ୍ରିକେଟରେ ଲାଗୁ ହୋଇଥିଲା। ତେବେ ଗତ ରଣଜୀ ଟ୍ରଫି ସେସନରେ ଖରାପ୍ ଅମ୍ପାୟରିଂର ନମୁନା ଦେଖିବାକୁ ମିଳିଥିଲା। ଫଳରେ ରଣଜୀରେ ଡିଆରଏସ୍କୁ ପ୍ରଥମଥର ଲାଗୁ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି।
ଗତ ସେସନରେ ସୌରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ ଦୁର୍ବଳ ଅମ୍ପାୟାରିଂ କାରଣରୁ ବିବାଦୀୟ ହୋଇ ପଡିଥିଲା। ଚେତେଶ୍ୱର ପୂଜାରାଙ୍କ ବ୍ୟାଟ୍ସରେ ବଲ୍ ବାଜିଥିଲେ ମଧ୍ୟ ତାଙ୍କୁ ନଟ୍ ଆଉଟ ଘୋଷିତ କରାଯାଇଥିଲା। ଫଳରେ ସେ ଶତକ ହାସଲ କରି ମ୍ୟାଚ୍ର ମୋଡ ବଦଳାଇଥିଲେ। ତେଣୁ ଡିଆରଏସ୍ ରଣଜୀରେ ଲାଗୁ କରିବା ଅପରିହାର୍ଯ୍ୟ ହୋଇପଡିଛି ବୋଲି କୋଚ୍ ଓ ଅଧିନାୟକମାନେ ମତ ରଖିଥିଲେ।
ସେହିପରି କଏନ ଟସ୍ ପକାଇବା ବଦଳରେ ଭ୍ରମଣକାରୀ ଦଳକୁ ବ୍ୟାଟିଂ କିମ୍ବା ବୋଲିଂ କରିବାର ଅଧିକାର ପ୍ରଦାନ କରାଯିବା ଉପରେ ଓ ଦୁଲୀପ ଟ୍ରଫି ଓ ଇରାନୀ ଟ୍ରଫିର ପ୍ରାସଙ୍ଗିକତା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ପୁଣି ମହିଳା କ୍ରିକେଟ ଉପରେ ଆଲୋଚନା କରିବା ପାଇଁ ଏକ ଭିନ୍ନ ବୈଠକର ଆୟୋଜନ ହେବା ନେଇ ବିସିସିଆଇ ମୁଖ୍ୟ କାର୍ଯନିର୍ବାହୀ ରାହୁଲ ଜୋହରି କହିଛନ୍ତି। ଆଗାମୀ ସେସନ ଆହୁର ବଡ଼ ହେବ ଓ ଭଲ ହେବ। ତେଣୁ ସବୁ ବୟସବର୍ଗରେ କ୍ରିକେଟର ମାନ ଉନ୍ନତି ଲାଗି ଆମର ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି। ରଣଜୀ ଟ୍ରଫିର ନକ୍ଆଉଟ୍ ମ୍ୟାଚ୍ଗୁଡିକ ହୋମ- ଆଓ୍ବେ ଅର୍ଥାତ୍ ଘରୋଇ ଓ ବାହାର ପରିବେଶ୍ କିମ୍ବା ନିରପେକ୍ଷ ଭେନ୍ୟୁରେ ଆୟୋଜନ ହେବା ନେଇ ଆଲୋଚନା ହୋଇଥିଲା। ଭାରତ ପାଇଁ ଖେଳିଥିବା କ୍ରିକେଟରଙ୍କ ଭଳି ଘରୋଇ କ୍ରିକେଟରେ ଅଂଶଗ୍ରହଣ କରୁଥିବା ଖେଳାଳି, କୋଚ୍, ଅଧିନାୟକ, ସପୋର୍ଟ ଷ୍ଟାଫ୍ଙ୍କ ଭୂମିକା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ କହିଛନ୍ତି। ପୂର୍ବରୁ ୧୧୦୮ଟି ମ୍ୟାଚ ଖେଳାଯାଉଥିଲା। କିନ୍ତୁ ଗତବର୍ଷ ଏହି ସଂଖ୍ୟା ୨୦୨୪କୁ ବୃଦ୍ଧି ପାଇଛି ଓ ଏହାକୁ ଆୟୋଜନ କରିବାରେ ଆମେ ସଫଳ ହୋଇଛୁ ବୋଲି ଜେନେରାଲ ମ୍ୟାନେଜର କ୍ରିକେଟ ଅପରେଶନ ସବା କରିମ କହିଛନ୍ତି। କ୍ରିକେଟରମାନ ଉନ୍ନତି ପାଇଁ ମ୍ୟାଚ୍ ରେଫରିଙ୍କ ପ୍ରସ୍ତାବକୁ ଗୁରତ୍ୱ ଦିଆଯିବ ଉପରେ, ବ୍ୟବହାର କରାଯାଉଥିବା ବଲ୍ର ମାନ, ମନ୍ଥର ବୋଲିଂକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ସବୁ ଲାଗୁ ହେବା ପାଇଁ ଏବେ ବିସିସିଆଇ ଟେକନିକାଲ କମିଟିର ଅନୁମୋଦନ ଆବଶ୍ୟକ। ଏହାପରେ ବାର୍ଷିକ ସାଧାରଣ ପରିଷଦର ମଧ୍ୟ ସମର୍ଥନ ନିହାତି ଆବଶ୍ୟକ। ତେବେ ବର୍ତ୍ତମାନ ବୋର୍ଡର ଟେକନିକାଲ କମିଟି କିମ୍ବା ସାଧାରଣ ପରିଷଦ ନାହିଁ। ଏହା ବଳଦରେ ଆଡହକ ବଡି ବା କମିଟି ଦାୟିତ୍ୱରେ ରହିଛି। |
https://www.dharitri.com/apply-online-for-haj-pilgrimage-2021-from-november-7-to-november-10/ | ହଜ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଲା: ନଭେମ୍ବର ୭ରୁ ୧୦ଯାଏଁ କରିପାରିବେ ଆବେଦନ
ନୂଆଦିଲ୍ଲୀ,୬।୧୧: ହଜ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ହଜ କମିଟି ଅଫ୍ ଇଣ୍ଡିଆ ପକ୍ଷରୁ ହଜ ଯାତ୍ରା ୨୦୨୧ ପାଇଁ ଆକ୍ସନ ପ୍ଲାନ ଜାରି କରାଯାଇଛି। କିନ୍ତୁ କରୋନା କାଳ ପାଇଁ ଚଳିତ ଥର କିଛି ପରିବର୍ତ୍ତନ କରାଯାଇଛି। ଖୁବ୍ଶୀଘ୍ର ଏନେଇ ଗାଇଡ୍ଲାଇନ ମଧ୍ୟ ଜାରି କରାଯିବ। ତେବେ ହଜ୍ ଯାତ୍ରା ସମୟରେ ସମସ୍ତ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ବର୍ତ୍ତମାନ ଆକ୍ସନ ପ୍ଲାନ ଅନୁସାରେ ହଜ୍ ଯାତ୍ରା ପାଇଁ ନଭେମ୍ବର ୭ରୁ ୧୦ଯାଏଁ ଯାତ୍ରୀମାନେ ଅନ୍ଲାଇନରେ ଆବେଦନ କରିପାରିବେ। ଜାନୁଆରୀ ୧ ହେଉଛି ଯାତ୍ରୀଙ୍କ ମେଡିକାଲ ସାର୍ଟିଫିକେଟ ଜମା କରିବାର ଶେଷ ତାରିଖ। ମାର୍ଚ୍ଚରେ ୧ଯାଏ ସେମାନେ ନିଜର ପ୍ରଥମ କିସ୍ତି ଜମା କରିପାରିବେ। ଅନ୍ୟପଟେ ଟଙ୍କା ଜମା କରିବାର ଶେଷ ତାରିଖ ରହିଛି ଏପ୍ରିଲ ୨୦୨୧ଯାଏ। ମେ ୧୫-୧୬ରେ ଭ୍ୟାକସିନ୍ କ୍ୟାମ୍ପରେ ଯାତ୍ରୀଙ୍କୁ ଭ୍ୟାକସିନ୍ ଦିଆଯିବ। ଏହାପରେ ଜୁନ ୨୬ରୁ ହଜ୍ ଯାତ୍ରୀ ସାଉଦି ଆରବ ପାଇଁ ଯାତ୍ରା କରିବେ ଏବଂ ଜୁଲାଇ ୧୩ରେ ଶେଷ ଯାତ୍ରୀଙ୍କ ଉଡାଣ ଭରିବ। ସେଠାରୁ ଅଗଷ୍ଟ ୧୪ରେ ଯାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। |
https://www.dharitri.com/ଖାଇବା-ଆଶାରୁ-ଖଡ଼ି-ଧରିଲେ-ଦି/ | ଖାଇବା ଆଶାରୁ ଖଡ଼ି ଧରିଲେ ଦିବ୍ୟା
ହାଇଦ୍ରାବାଦ୍:ନବେ ଦଶକରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନଭୋଜନ ଯୋଜନାର ପ୍ରଭାବ ପ୍ରମାଣିତ କରିଛି ତେଲେଙ୍ଗାନାର ଏକ ଘଟଣା। ହାଇଦ୍ରାବାଦ୍ର ଗୁଡିମଲକାପୁର ସରକାରୀ ସ୍କୁଲ୍କୁ ଦିବ୍ୟା ନାମକ ଝିଅଟିଏ ପ୍ରତିିଦିନ ମଧ୍ୟାହ୍ନଭୋଜନ ସମୟରେ ବାସନଟିଏ ଧରି ଆସି ପହଞ୍ଚିଯାଏ। ପିଲାମାନଙ୍କ ସହ ଖାଇବା ଲକ୍ଷ୍ୟ ନେଇ ସେ ଆସେ। ହାତରେ ବାସନ ଧରି କ୍ଲାସ୍ ରୁମ୍କୁ ପ୍ରବେଶ କରିବାର ଦୃଶ୍ୟ ଭାଇରାଲ ହେଲା। ମିଡିଆରେ ଏହି ଛବିକୁ ‘ଭୋକିଲା ନଜର’ ଶୀର୍ଷକରେ ଉପସ୍ଥାପନ କରାଯାଇଥିଲା। ଏହି ଫଟୋକୁ ଏମ୍.ବି.ଫାଉଣ୍ଡେଶନ ଏନଜିଓର ସଂଯୋଜକ ଭେଙ୍କଟ ରେଡ୍ଡୀ ଦେଖିବା ପରେ ଦିବ୍ୟାକୁ ତା ଅଧିକାର ପ୍ରଦାନ କରିଛନ୍ତି। ସେହି ସ୍କୁଲ୍ରେ ଦିବ୍ୟାର ନାମ ଲେଖାଯାଇଛି। ଖାଇବା ଆଶାରୁ ହାତରେ ଖଡି ଧରିଛି ସେ। ଦିବ୍ୟା ମା’ବାପାଙ୍କ ସହ ପାଖ ବସ୍ତିରେ ରହେ। ବାପା ଜରି ଗୋଟାନ୍ତି ଓ ମା’ ଅନ୍ୟ ଘରେ ବାସନ ସଫା କରନ୍ତି। ସ୍କୁଲ୍ରେ ଦିବ୍ୟାର ନା ଁ ଲେଖାଯିବା ପରେ ଏବେ ସେ ସବୁଦିନ ସ୍କୁଲ୍କୁ ଯାଉଛି ଓ ମଧ୍ୟାହ୍ନଭୋଜନ ବି ଖାଉଛି। ଯେଉଁଦିନ ସେ ପ୍ରଥମେ ସ୍କୁଲକୁ ଗଲା ତାହାର ଫଟୋ ମଧ୍ୟ ଫେସ୍ବୁକ୍ରେ ଶେୟାର କରିଛନ୍ତି ରେଡ୍ଡୀ। |
https://www.dharitri.com/rbi-to-launch-qr-code-based-coin-vending-machines-as-pilot-project-in-12-cities/ | ଏଣିକି ମେଶିନରୁ ବାହାରିବ କଏନ୍, ୧୨ ସହରରେ ହେବ ଆରମ୍ଭ; ମୋବାଇଲ ଯୋଗେ…
ନୂଆଦିଲ୍ଲୀ,୮।୨: ଖୁବ୍ଶୀଘ୍ର ମୋବାଇଲ୍ ଫୋନ୍ ଜରିଆରେ କଏନ ବାହାର କରିହେବ। ଆର୍ବିଆଇ ଏଥିପାଇଁ ସାରା ଦେଶରେ କଏନ୍ ଭେଣ୍ଡିଂ ମେଶିନ ସ୍ଥାପନ କରିବାକୁ ଯାଉଛି। କ୍ୟୁଆର୍ କୋଡ୍ ଦ୍ୱାରା ଏହାକୁ ସ୍କାନ କରାଯାଇପାରିବ। ପରେ ମେଶିନରୁ ମୁଦ୍ରା ବାହାର କରିହେବ। ତେବେ ଆର୍ବିଆଇ ଆଗାମୀ ଦିନରେ ୧୨ ସହରରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବା ନେଇ ବୁଧବାର ଆର୍ବିଆଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି।
ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ୧୨ ସହରରେ କଏନ୍ ଭେଣ୍ଡିଂ ମେଶିନ ବ୍ୟବହାର କରାଯିବ। ଏହା ଅଧୀନରେ କ୍ୟୁଆର୍ କୋଡ ମାଧ୍ୟମରେ ୟୁପିଆଇ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟରୁ ପେମେଣ୍ଟ କରାଯାଇପାରିବ। ଏହି ମେଶିନରେ କଏନ୍ ବାହାର କରିବା ଲାଗି ବ୍ୟାଙ୍କ ନୋଟ୍ ଆବଶ୍ୟକ ହେବ ନାହିଁ। କେବଳ କ୍ୟୁଆର୍ କୋଡରୁ ମୁଦ୍ରା ବାହାର କରିହେବ। ତେବେ ପାଇଲଟ ପ୍ରୋଜେକ୍ଟ ଅଧୀନରେ ମିଳିବା ଅଭିଜ୍ଞତା ପରେ ଏହାକୁ ବ୍ୟାଙ୍କଗୁଡ଼ିକ ପାଇଁ ସାରା ଦେଶରେ ବ୍ୟବହାର କରିବା ଲାଗି ବିସ୍ତୃତ ଗାଇଡଲାଇନ୍ ଜାରି କରାଯିବ। |
https://www.dharitri.com/ପୋଷାକୁକୁର-ମୃତ୍ୟୁରେ-ବିରୁଷ/ | ପୋଷାକୁକୁର ମୃତ୍ୟୁରେ ବିରୁଷ୍କା ଦୁଃଖୀ
ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ତାଙ୍କ ସ୍ବାମୀ ତଥା ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନିଜ ପୋଷାକୁକୁର ମୃତ୍ୟୁରେ ଗଭୀର ମର୍ମାହତ। ଏହି କୁକୁରର ନାମ ବ୍ରୁନୋ। ଏହା ବିଗଲ ପ୍ରଜାତିର। ବୁଧବାର ଅନୁଷ୍କା ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ବ୍ରୁନୋର ମୃତ୍ୟୁଖବର ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଭଗବାନ ବ୍ରୁନୋର ଆତ୍ମାକୁ ଶାନ୍ତି ଦିଅନ୍ତୁ। ସେପଟେ ବିରାଟ ଲେଖିଛନ୍ତି ଯେ, ୧୧ବର୍ଷ ଜୀବନକାଳ ମଧ୍ୟରେ ସେ ଆମ ସହିତ ସାରା ଜୀବନର ସମ୍ପର୍କ ଯୋଡ଼ି ଦେଇଯାଇଛି। ସେ ଆମ ପରିବାରର ଜଣେ ସଦସ୍ୟ ଥିଲା। ତେବେ ଅନୁଷ୍କା ଏବଂ ବିରାଟ ବ୍ରୁନୋ ସହିତ ବହୁତ କ୍ଲୋଜ ଥିଲେ। ଅନୁଷ୍କା ସବୁବେଳେ ତା’ ସହିତ ଫଟୋ ମଧ୍ୟ ଛାଡ଼ୁଥିଲେ। ତେବେ ବିରାଟ ବ୍ରୁନୋ ପାଇଁ ଦୁଃଖୀ ହୋଇଯାଇଛନ୍ତି। ସୂଚନାଥାଉ କି ସେମାନଙ୍କ ପାଖରେ ଆଉ ଏକ ଲାବ୍ରାଡର ପ୍ରଜାତିର କୁକୁର ଅଛି। ଯାହାର ନାମ ଡ୍ୟୁଡ୍। ନିକଟରେ ଅନୁଷ୍କା ଡ୍ୟୁଡ୍କୁ ଧରି ଏକ ଫଟୋ ଶେୟାର କରି ଲେଖିଥିଲେ ଯେ, ବିଶ୍ୱ ଏବେ କରୋନା ପାଇଁ ଲଢ଼େଇ କରି ଚାଲିଛି। ଆମେ ଏହି କଷ୍ଟର ଦିନକୁ ଅତି ଶୀଘ୍ର ହିଁ ପାର କରିବା। |
https://www.dharitri.com/bjp-krushak-morcha-president-karamchand-mohanty-joins-bjd/ | ଶଙ୍ଖ ଧରିଲେ କରମଚାନ୍ଦ ମହାନ୍ତି
ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ସୋନପୁର ଜିଲା ଭାଜପା କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମଚାନ୍ଦ ମହାନ୍ତି ସୋମବାର ବିଜେଡିରେ ଯୋଗ ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକଶ ଦାସଙ୍କ ଉପସ୍ଥିତିରେ କରମଚାନ୍ଦ ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜୁ ଜନତା ଦଳରେ ମିଶିଥିବା କହିଛନ୍ତି । ଭାଜପାରେ ତାଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । |
https://www.dharitri.com/ହେଲା-ତଲାକ୍/ | ହେଲା ତଲାକ୍
ସମ୍ପଦକୀୟ/ତଥାଗତ ସତପଥୀ
ଖୁସିର କଥା ଯେ, ଭାଜପା ସରକାରର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ଚାହୁଁଥିଲେ ତାହା କରାଇପାରିଲେ। ୩୦ ଜୁଲାଇ ୨୦୧୯ରେ ରାଜ୍ୟ ସଭାରେ ତିନି ତଲାକ୍ ବିଲ୍ ଗୃହୀତ ହେବା ପରେ ଏହା ଖୁବ୍ଶୀଘ୍ର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଯିବ। ସାମାଜିକ ଦିଗରୁ ଦେଖିଲେ ଭାରତରେ ମୁସଲମାନ ମହିଳାଙ୍କ ପ୍ରତି ହେଉଥିବା ଅବିଚାରର ଅନ୍ତ ଘଟିପାରେ ବୋଲି ଚିନ୍ତା କରିହେଉଛି। ସେହି ସମ୍ପ୍ରଦାୟ ପୁରୁଷଙ୍କର ବିବାହ ସମ୍ପର୍କରେ ଏକତରଫା ଅତ୍ୟଧିକ କ୍ଷମତା ନିଶ୍ଚିତ ଭାବେ ନାରୀ ସମାଜ ବିରୋଧୀ। ବିବାହ କରିବା ପରେ ଅତି ସହଜରେ ତିନି ଥର ‘ତଲାକ୍, ତଲାକ୍, ତଲାକ୍’ କହିଦେଇ ପାରିବାରିକ ବନ୍ଧନକୁ ଧ୍ୱଂସ କରିଦେବାର କ୍ଷମତା କୌଣସି ଧର୍ମ ଦ୍ୱାରା ଗୃହୀତ ହେବା ଉଚିତ ନୁହେଁ। ସେଥିପାଇଁ ମୋଦିଙ୍କ ଏହି ଉଦ୍ୟମକୁ ପ୍ରଶଂସା କରାଯିବା ଉଚିତ। କିନ୍ତୁ କାହାଣୀ ସେଇଠି ଶେଷ ହେଉନାହିଁ। ପୂର୍ବରୁ ଏହି ସ୍ତମ୍ଭରେ ଅନେକଥର ଲେଖିଆସିଛୁ ଯେ, ଭାରତରେ ଉଗ୍ରବାଦୀ ଆକ୍ରମଣ ଘଟାଉଥିବା ଯୁବକମାନଙ୍କୁ ମୁସଲମାନ ସମ୍ପ୍ରଦାୟର ନେତୃବୃନ୍ଦ ସମାଲୋଚନା କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିିଲାଣି। ସେତେବେଳେ ନିଷ୍କ୍ରିୟ ରହିଥିବା ମୁସଲମାନ ସମ୍ପ୍ରଦାୟର ଆଗୁଆ ଧାଡ଼ିର ନାଗରିକମାନେ ଏବେକାର ପରିସ୍ଥିତିକୁ ଅତି ଭଲ ଭାବେ ବୁଝିପାରୁଥିବେ। ଶାହ ବାନୋ ଘଟଣାକୁ ଅତିରଞ୍ଜିତ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଉପରେ ଚାପ ପକାଇଥିବା ଇସ୍ଲାମୀୟ ନେତାଙ୍କ କାର୍ଯ୍ୟର କୁପ୍ରଭାବ ଏବେ ସେହି ସମ୍ପ୍ରଦାୟକୁ କେତେକାଂଶରେ ପ୍ରଭାବିତ କରୁଛି। ନିକଟ ଅତୀତରେ ଅନେକ ଘଟଣାକୁ ଦେଖିଲେ ମୁସଲମାନ ସମ୍ପ୍ରଦାୟରେ ଭୟ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି। ପୂର୍ବରୁ କୁହାହୋଇ ଆସିଛି ଯେ, ଅନ୍ୟାୟକୁ ନୀରବତାର ସହ ସହିନେଲେ ସେହିଭଳି ବା ତା’ଠାରୁ ବଡ଼ ଅନ୍ୟାୟ ନିଜ ଉପରେ ଘଟିବାର ସୁଯୋଗ ସୃଷ୍ଟି ହୋଇଯାଏ। ଆଜି ମୁସଲମାନ ସମ୍ପ୍ରଦାୟ ସେହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି।
ଏଭଳି ପ୍ରଚ୍ଛଦପଟରେ ଯେତେବେଳେ ସମ୍ବିଧାନର କେତୋଟି ଅନୁଚ୍ଛେଦକୁ ଦେଖାଯିବ, ସେତେବେଳେ ବୁଝାପଡୁଛି ଯେ କଶ୍ମୀର ପ୍ରତି ଏକତରଫା ସୁବିଧା ଯୋଗାଇବା ପାଇଁ ସେଗୁଡ଼ିିକ ଲେଖାଯାଇଥିଲା। କିନ୍ତୁ ତା’ର କୌଣସି ସମୟସୀମା ଉଲ୍ଲେଖ କରାଯାଇ ନ ଥିବା ହେତୁ ଏବେକାର ଶାସକମାନେ ସେହି ଦିଗକୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ରାଜନୈତିକ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି। ଦେଖିବାକୁ ଗଲେ ଜମ୍ମୁ ଓ କଶ୍ମୀରକୁ ବାଦ୍ ପକାଇଲେ ଭାରତର ଅନ୍ୟସବୁ ଅଞ୍ଚଳ ଏବେ ମଧ୍ୟ ଅତ୍ୟନ୍ତ ଅନୁନ୍ନତ। ଏପରିକି ଦିଲ୍ଲୀ ଏବଂ ବମ୍ବେ ଭଳି ବୃହତ୍ ନଗରୀରେ ଶୁଦ୍ଧ ପାନୀୟ ଜଳର ଅଭାବ, ନିମ୍ନମାନର ବିଦ୍ୟୁତ୍ ଶକ୍ତି ସଂଯୋଗ ସେଠାକାର ନାଗରିକଙ୍କୁ ବ୍ୟତିବ୍ୟସ୍ତ କରୁଛି। ସେହିପରି ପ୍ରବଳ ବର୍ଷା ହେଲେ ସହରର ଅନେକ ଅଂଶ ବୁଡ଼ିିଯାଇ ବିଚ୍ଛିନ୍ନ ହୋଇଯାଉଛି। ଆସାମ ଏବଂ ବିହାରରେ ପ୍ରବଳ ବନ୍ୟାରେ ଲୋକଙ୍କ ପ୍ରାଣହାନି ଘଟୁଥିବା ସମୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଭଳି ରାଜ୍ୟରେ ମରୁଡ଼ିି ଓ ଜଳାଭାବ ମୁଣ୍ଡ ଟେକିଛି। ଏଠାରେ କୃଷି ସମସ୍ୟା କିମ୍ବା ଯୁବକଙ୍କ ହାତରେ କାମ କିଭଳି ଯୋଗାଇ ଦିଆଯାଇପାରିବ ସେ ନେଇ ଚିନ୍ତା କରିବାକୁ କାହାରି ମନ ବଳୁନାହିଁ। ମନେହେଉଛି ଯେପରି ସମସ୍ତେ ଏବେ ପ୍ରକୃତ ସମସ୍ୟାକୁ ଭୁଲିଯାଇ ଏକ ମରୀଚିକା ପଛରେ ଧାଉଁଛନ୍ତି। ସେହି ମରୀଚିକା ମଧ୍ୟ ଏବେ ଅବାସ୍ତବ ଲାଗିଲାଣି।
ସମଗ୍ର ପୃଥିବୀରେ ଏବେ ଏକ ବିଶାଳ ଅର୍ଥନୈତିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ତା’ର ଜ୍ୱଳନ୍ତ ପ୍ରତିଫଳନ ଦେଖିବାକୁ ମିଳିଛି ଆମେରିକା ଓ ଚାଇନା ମଧ୍ୟରେ ଘଟୁଥିବା ବାଣିଜ୍ୟ ଯୁଦ୍ଧରୁ । ପଶ୍ଚିମ ୟୁରୋପରେ ଥିବା ୟୁରୋପୀୟ ସଂଘରୁ ବ୍ରିଟେନର ବିଦାୟ (ବ୍ରେକ୍ଜିଟ୍)କୁ ନେଇ ଅନ୍ୟ ଏକ ବିରାଟକାୟ ସମସ୍ୟା ସୃଷ୍ଟି ହେଲାଣି। ଏସବୁ ଦ୍ୱନ୍ଦ୍ୱ ପଛରେ ଅର୍ଥନୈତିକ କାରଣ ଦାୟୀ। ପୃଥିବୀର ସବୁ ଦେଶରେ ଅର୍ଥନୈତିକ ଅଗ୍ରଗତିକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଭାରତରେ ଆମେ ଏକ ଭିନ୍ନ ସ୍ରୋତରେ ଭାସିବାକୁ ଚାହୁଁଛୁ। ସହରାଞ୍ଚଳର କେତେକ ବାସିନ୍ଦାଙ୍କ ସମେତ ବିଦେଶରେ ବସବାସ କରୁଥିବା ଅନେକ ଭାରତୀୟଙ୍କ ଅହଂଭାବକୁ ସନ୍ତୁଷ୍ଟ କରିବା ପାଇଁ ଆମ ସରକାର ଚନ୍ଦ୍ରୟାନ-୨ ରକେଟ୍ ପଠାଇ ଜହ୍ନରେ ଜଳର ସନ୍ଧାନ କରିବେ ବୋଲି କହୁଛନ୍ତି। ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ସଫଳ ପ୍ରୟାସ। ଆମର ବି ଛାତି କୁଣ୍ଢେମୋଟ ହୋଇଯାଏ ଚନ୍ଦ୍ରୟାନ ଭଳି ଖବର ଶୁଣିକରି। କିନ୍ତୁ ଦୁଇ ମିନିଟ୍ ନୀରବ ବସିଲେ ମନକୁ ଚିନ୍ତା ଆସେ ଏହାର ଉପକାର ଜନସାଧାରଣ କେମିତି ପାଇବେ। ଭାରତ ଭଳି ଏକ ଗରିବ ଦେଶ କେବେହେଲେ ଆବେଗିକ ସ୍ରୋତରେ ଭାସିଯିବା କଥା ନୁହେଁ। କିନ୍ତୁ ଏବେ ତାହାକୁ ସଫଳତାର ସହ କରାଇ ଦିଆଯାଇପାରୁଛି। ନିଜର ଜୀବନ ମାଟି ହୋଇଯାଉ ପଛେ ଦେଶର ଉନ୍ନତି ହେଉଛି ବୋଲି ଯାହା କୁହାଯାଉଛି ତାହା ସତ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସ୍ବୀକାର କରିବାକୁ ହେବ ଯେ, ବାସ୍ତବ ପୁଞ୍ଜିବାଦ ଚିନ୍ତାଧାରାରେ ଯାହା କୁହାଯାଏ ତାହା ସମ୍ପୂର୍ଣ୍ଣ ସତ। ପୁଞ୍ଜିବାଦର ମୌଳିକ ଆଧାର ହେଲା ସମ୍ପୂର୍ଣ୍ଣ ସ୍ବାଧୀନତା ସହିତ ବ୍ୟକ୍ତିବିଶେଷର ଆର୍ଥିକ ଉନ୍ନତି। ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ଜୀବନରେ ଅର୍ଥନୈତିକ ବିକାଶ ହୋଇପାରି ନାହିଁ, ସେ ପର୍ଯ୍ୟନ୍ତ ଦେଶର ମଙ୍ଗଳ ହେବା ସମ୍ଭବପର ନୁହେଁ। ଯେଉଁମାନେ ଦାବି କରନ୍ତି ଯେ କଷ୍ଟ ସହିଲେ ଦେଶର ପ୍ରଗତି ଘଟିବ, ସେମାନେ ଭୁଲ ଚିନ୍ତାଧାରାର ବଶବର୍ତ୍ତୀ ହୋଇଥାଆନ୍ତି। ପ୍ରତ୍ୟେକ ନାଗରିକର ଆର୍ଥିକ ସ୍ବଚ୍ଛଳତା ସହ ସାମାଜିକ ସୁରକ୍ଷା ଯୋଗାଇ ଦେଇପାରୁଥିବା ସରକାର ଉଚିତ ଢଙ୍ଗରେ ଶାସନ କରୁଛି ବୋଲି କୁହାଯାଇପାରିବ। ଆଇନ ବ୍ୟବସ୍ଥାରେ କୁହାଯାଏ ଯେ ଦଶଜଣ ଅପରାଧୀ ପଛେ ଖସିଯାଆନ୍ତୁ, କିନ୍ତୁ ଜଣେ ନିର୍ଦ୍ଦୋଷ ଦଣ୍ଡିତ ନ ହେଉ। ଆଇନର ଏହି ପରିଭାଷାକୁ ଆଜିର ଭାରତୀୟ ସମାଜରେ ଏକ ଭିନ୍ନ ଢଙ୍ଗରେ କହିହେବ। ଶହେ ଧନୀ ପଛେ କଷ୍ଟ ପାଆନ୍ତୁ, ଗୋଟିଏ ଗରିବ ଦୁଃଖୀ ନ ରହୁ। |
https://www.dharitri.com/good-news-booster-dose-increases-resistance-by-4-times/ | ଖୁସି ଖବର, ବୁଷ୍ଟର ଡୋଜ୍ ଯୋଗୁ ପ୍ରତିରୋଧକ ଶକ୍ତି ବଢୁଛି ୪ ଗୁଣା…
ତେଲଅଭିବ୍,୨୩।୮: କରୋନା ମହାମାରୀ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ନିକଟରେ ହୋଇଥିବା ଏକ ଗବେଷଣାରୁ ସୁଫଳ ମିଳିଛି। ଭାକ୍ସିନ୍ର ଦୁଇ ଡୋଜ ପରେ, ବୁଷ୍ଟର ଡୋଜ ନେବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ୪ ଗୁଣା ବୃଦ୍ଧି ପାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଇସ୍ରାଏଲର ହୋଇଥିବା ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଫାଇଜର ଭାକ୍ସିନ୍ର ବୁଷ୍ଟର୍ ଡୋଜ ପ୍ରତିରୋଧକ ପ୍ରଣାଳୀକୁ ସୁଦୃଢ଼ କରିଥାଏ। ଏହା ସହିତ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ମଧ୍ୟ ସକ୍ଷମ ହୋଇଥାଏ।
କରୋନା ମହାମାରୀର ଡେଲ୍ଟା ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏହି ଗବେଷଣା ରିପୋର୍ଟ ଯୋଗୁ ଚିକିତ୍ସା ବିଜ୍ଞାନୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି। ଡେଲ୍ଟା ଭାରିଆଣ୍ଟର ଭୟଙ୍କର ଲକ୍ଷଣକୁ ଦୃଷ୍ଟିରେ ରଖି ଆମେରିକା, କାନାଡା, ଫ୍ରାନ୍ସ ଏବଂ ଜର୍ମାନୀ ନିଜ ନାଗରିକମାନଙ୍କୁ ବୁଷ୍ଟର୍ ସଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ଦିନ ଇସ୍ରାଏଲ ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନର ରିପୋର୍ଟ ପ୍ରକାଶ ପାଇଛି। ବୁଷ୍ଟର୍ ଡୋଜ ନେବା ଦ୍ୱାରା ୮୬ ପ୍ରତିଶତ ଲୋକେ କରୋନା ସଂକ୍ରମଣରୁ ଦୂରେଇ ରହି ପାରିବେ। ସେହିପରି ଗୁରୁତର ସଂକ୍ରମଣ କ୍ଷେତ୍ରରେ ବୁଷ୍ଟର ସଟ ୯୨ ପ୍ରତିଶତ ପ୍ରଭାବଶାଳୀ ହେବ ବୋଲି ଜଣାପଡିଛି। ଇସ୍ରାଏଲରେ, ଡେଲଟା ଭାରିଆଣ୍ଟର ସଂକ୍ରମଣକୁ ରୋକିବା ପାଇଁ ମ୍ୟାକାବି ହେଲଥ୍ ସର୍ଭିସେସ୍ ପକ୍ଷରୁ ବୁଷ୍ଟର୍ ଡୋଜ ଯୋଗାଇ ଦିଆଯାଉଛି। ଏହାପୂର୍ବରୁ, ଫାଇଜର ଏବଂ ମଡର୍ନା ସେମାନଙ୍କ ଅଧ୍ୟୟନରେ ବୁଷ୍ଟର୍ ସଟ ନେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉଥିବା ଦାବି କରିଥିଲେ। ସଂକ୍ରମଣ ବୃଦ୍ଧି ଘଟୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲରେ ଜୁଲାଇ ୩୦ରୁ ଲୋକଙ୍କୁ ତୃତୀୟ ଡୋଜ ଦେବା ଆରମ୍ଭ ହୋଇଛି। ସମ୍ପ୍ରତି ଇସ୍ରାଏଲ୍ରେ ପାଞ୍ଚ ମାସ ପୂର୍ବରୁ ଦ୍ୱିତୀୟ ଡୋଜ ନେଇଥିବା ଲୋକଙ୍କ ବୁଷ୍ଟର ଡୋଜ ଦିଆଯାଉଛି। |
https://www.dharitri.com/ସାତକୋଶିଆରେ-ଜମୁଛି-ପର୍ଯ୍ୟଟ/ | ସାତକୋଶିଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ଗଣିଆ, ୨୮।୧୨(ଡି.ଏନ.ଏ.): ନୂଆ ବର୍ଷ ପାଖେଇ ଅସୁଥିବା ବେଳେ ଧୀରେ ଧୀରେ ସାତକୋଶିଆରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ସାଉଥ୍ ବଡମୂଳ ଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଭରପୂର ମଜା ଉଠାଇବା ପାଇଁ ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସୁଥିବା ଦେଖିବାକୁ ମିଳିଛି। ଏପରି କି ସାତକୋଶିଆ ପ୍ରବେଶ ପଥ ଛାମୁଣ୍ଡିଆ ଚେକ୍ନାକାଗେଟଠାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ସଂଖ୍ୟାରେ କାର,ବସ୍, ଟ୍ରାଭେଲର ପରି ଗାଡି ଗହଳି ଲାଗି ରହୁଛି। ଏଥିସହ ଏକ୍ସ ମାସ ଛୁଟି ଥିବାରୁ ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀ ଛାତ୍ରମାନଙ୍କ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କର୍ମଚାରୀମାନେ ନିଜ ନିଜ ପରିବାର ସହ ବଣଭୋଜିର ଆସର ଜମେଇଥିବା ଦେଖିବାକୁ ମିଳିଛି। ବିଶେଷ କରି ଏହି ଅଞ୍ଚଳର ମଣିଭଦ୍ରା ପର୍ବତର ପାଦଦେଶ ମା’ କଳାପାଟ ପୀଠ ଠାରୁ ଆରମ୍ଭ କରି ବଡମୂଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ମହାନଦୀ କୂଳରେ ଭିଡ ଜମାଉଛନ୍ତି। ସେହିପରି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟରେ ଜାନୁୟାରୀ ୧୦ତାରିଖ ପର୍ଯ୍ୟନ୍ତ ସମସ୍ତ କଟେଜ ଅଗ୍ରିମ ଭାବେ ଅନଲାଇନ ଯୋଗେ ବୁକିଂ ହୋଇସାରିଥିବା ପର୍ଯ୍ୟଟନ କେନ୍ଦ୍ର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି। ବଣଭୋଜି ସହ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶ ଉପଭୋଗ କରିବା ସାଙ୍ଗକୁ ସା୍ୟଣ୍ଡ ରିସୋର୍ଟରେ ବୁଲୁଛନ୍ତି। ଏଥିସହ ସାତକୋଶିଆ ଗଣ୍ଡରେ ବୋଟିଂର ଭରପୂର ମଜା ଉଠାଉଛନ୍ତି । ତେବେ ପ୍ରାକୃତିକ ପରିବେଶ ସହ ଜୈବ ବିବିଧତାର ଗନ୍ତାଘର ପାଲଟିଥିବା ଏହି ସାତକୋଶିଆ ପର୍ଯ୍ୟଟନ କେନ୍ଦ୍ର ପର୍ଯ୍ୟଟକମାନଙ୍କୁ ବେଶ୍ ଆକୃଷ୍ଟ କରୁଛି। ଏହି ପର୍ଯ୍ୟଟନ କେନ୍ଦ୍ର ଉତ୍ତରରେ ଅନୁଗୋଳ ଓ କଟକ ଜିଲାର ସୀମାନ୍ତରେ ଥିବା ବାଇଗଣୀ ପାହାଡ ଏବଂ ଦକ୍ଷିଣରେ ବୌଦ୍ଧ ଏବଂ ନୟାଗଡ ଜିଲାର ସୀମାନ୍ତରେ ଥିବା ସୁନାଖଣିଆ ପାହାଡର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା ା ସତେ ଯେପରି ଏହି ୨ ପାହାଡର ବୁକୁ ଚିରି କଳକଳ ନାଦ କରି ବହିଯାଉଥିବା ମହାନଦୀର ସାତକୋଶିଆ ଗଣ୍ଡର ନୀଳ ଜଳରାଶିରେ ସନ୍ତରଣ କରୁଥିବା ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀମାନେ ପର୍ଯ୍ୟଟକ ଏବଂ ପ୍ରକୃତିପ୍ରେମୀଙ୍କୁ ଆନମନା କରିଦେଇଥାନ୍ତି। ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ତୁଳନାରେ ବଣଭୋଜି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପିଣ୍ଡି ଓ ପାନୀୟଜଳ ଯୋଗାଣ ବ୍ୟାବସ୍ଥାର ସୁବିଧା ନ ଥିବାରୁ ଅନେକ ପର୍ଯ୍ୟଟକ ନିରାଶାରେ ମୁହଁ ଫେରାଇ ମଣିଭଦ୍ରାଠାରେ ଭୋଜି କରୁଥିବା ଜଣାପଡିଛି। ଏଠାକୁ ଦିନବେଳା ଆସୁଥିବା ପର୍ଯ୍ୟଟକମାନଙ୍କ ବଣଭୋଜି ପାଇଁ ଅନେକ ଭିତ୍ତିଭୂମି ରହିଥିଲେ ମଧ୍ୟ ପର୍ଯ୍ୟଟନ ଭିଭାଗ କିମ୍ବା ବନ୍ୟପ୍ରାଣୀ ବିଭାଗ ତରଫରୁ ସେହିଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ ା ତେବେ ପର୍ଯ୍ୟଟନସ୍ଥଳୀର ବିକାଶ ଘଟିଲେ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି କୁହାଯାଉଥିବା ବେଳେ ବାସ୍ତବରେ ଏଥିପ୍ରତି କୌଣସି ପ୍ରଶାସନିକ ଦୃଷ୍ଟି ପଡୁ ନ ଥିବା କୁହନ୍ତି ସ୍ଥାନୀୟ ଅଞ୍ଚଳର ପୂର୍ବତନ ସରପଞ୍ଚ କୁମୁଦ ବେହେରାଙ୍କ ସମେତ ଅଞ୍ଚଳବାସୀ। |
https://www.dharitri.com/କରୋନା-ଭାଇରସ-ଲଢ଼େଇ-ନିଜ-ହସ୍/ | କରୋନା ଭାଇରସ ଲଢ଼େଇ: ନିଜ ହସ୍ପିଟାଲ ଦାନ କଲେ ଡ୍ରୋଗ୍ବା
ଆବିଡଜାନ,୧୩।୪(ଏଏଫ୍ପି): କରୋନା ଭାଇରସ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଯୋଗଦେଇଛନ୍ତି ଆଇଭରୀ କଷ୍ଟ ଫୁଟବଲର ତଥା ପୂର୍ବତନ ଚେଲସି ଫରଓ୍ବାର୍ଡ ଡିଡିଏର ଡ୍ରୋଗବା। ସେ ଏଥିପାଇଁ ନିଜ ଦେଶ ଆଇଭରୀ କଷ୍ଟରେ ଥିବା ହସ୍ପିଟାଲକୁ ଦାନ କରିଛନ୍ତି।
ଆଇଭରୀ କଷ୍ଟ ପାଇଁ ପ୍ରତିନିଧିତ୍ୱ କରି ସେ ୧୦୫ଟି ମ୍ୟାଚ୍ ଖେଳି ୬୫ଟି ଗୋଲ ସ୍କୋର କରିଛନ୍ତି। ଚେଲସି ତରଫରୁ ଖେଳି ସେ ଚାମ୍ପିୟନ୍ସ ଲିଗ୍ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ଏହି ମାହାମାରୀ ଲଢେଇ ପାଇଁ ସେ ଆବିଡଜାନରେ ଥିବା ଲଉରେଣ୍ଟ ପୋକୋଉ ହସ୍ପିଟାଲ ବ୍ୟବହାର କରାଯିବାକୁ ପ୍ରସ୍ତାବ ଦେଇଛନ୍ତି। ଡ୍ରୋଗବାଙ୍କ ଏହି ବଦାନ୍ୟତା ପାଇଁ ତାଙ୍କୁ ଆମେ କୃତଜ୍ଞତା ଜଣାଉଛୁ ବୋଲି ସିଟି ରିଜିଓନାଲ କାଉନ୍ସିଲର ମୁଖ୍ୟ ଭିନ୍ସେଣ୍ଟ ତୋହ ବି କହିଛନ୍ତି। ଡ୍ରୋଗବାଙ୍କ ଦେଶପ୍ରେମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।
ଆଟେକୋଉବ ଜିଲାରେ ଥିବା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ନ ଥିଲେ ମଧ୍ୟ ଏବେକାର ପରିସ୍ଥିତିରେ ବ୍ୟବହାର କରାଯାଇପାରିବ। କୋଭିଡ୍-୧୯ ପାଇଁ କାର୍ଯ୍ୟକ୍ଷମ କରିବା ଦାୟିତ୍ୱ ସରକାରଙ୍କର ବୋଲି ଡ୍ରୋଗ୍ବା ଫାଉଣ୍ଡେଶନର ନିର୍ଦ୍ଦେଶକ ମାରିଆମ ବ୍ରେକା କହିଛନ୍ତି। ଉଲେଖଥାଉ କି, କୋଭିଡ୍-୧୯ରେ ଆଇଭରୀ କଷ୍ଟରେ ଏପର୍ଯ୍ୟନ୍ତ ୫୩୩ ଜଣ ଲୋକ ସଂକ୍ରମଣ ହୋଇଛନ୍ତି ଓ ଏଥିରେ ୪ଜଣ ଲୋକ ପ୍ରାଣ ହରାଇଛନ୍ତି। |
https://www.dharitri.com/ଚାଇନା-ସେନା-ସହ-ଲଢ଼ି-ଶହୀଦ-ହୋ/ | ଚାଇନା ସେନା ସହ ଲଢ଼ି ଶହୀଦ ହୋଇଥିବା ନନ୍ଦୁରାମଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା
ରାଇରଙ୍ଗପୁର,୨୦।୬(ଡି.ଏନ୍.ଏ.): ପୂର୍ବ ଲଦାଖ ସୀମା ଗଲଓ୍ବାନ୍ ଉପତ୍ୟକାରେ ଚାଇନା ସେନା ସଂଘର୍ଷରେ ଦେଶ ପାଇଁ ଶହୀଦ ଓଡ଼ିଆ ଯବାନ ରାଇରଙ୍ଗପୁର ବିଜାତଳା ବ୍ଲକ ବଡ଼ ଚମ୍ପାଉଦା ଗ୍ରାମର ନନ୍ଦୁରାମ ସୋରେନଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୨୫ ଲକ୍ଷ ଟଙ୍କା ଅନୁଦାନ ରାଶିକୁ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡୀ ଏବଂ ରାଇରଙ୍ଗପୁର ଉପଜିଲାପାଳ ଧର୍ମାନନ୍ଦ ବେହେରା ପ୍ରଦାନ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଶହୀଦଙ୍କ ପତ୍ନୀ ଲକ୍ଷ୍ମୀମଣି ଏବଂ ୩ କନ୍ୟାକୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତେବେ ଏହି ଅବସରରେ ବିଜାତଳା ବ୍ଲକ ତହସିଲଦାର ଲଲାଟେନ୍ଦୁ ସିଂଙ୍କ ସମେତ ବିଜେଡି ବିଧାୟକ(ମୋରଡା) ରାଜକିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ ଏବଂ ରାଇରଙ୍ଗପୁର ନଗର କମିଟିର ଅଧ୍ୟକ୍ଷ କାଶିନାଥ ହେମ୍ରମଙ୍କ ସମେତ ଦଳୀୟ ବହୁ ନେତା ଉପସ୍ଥିତ ଥିଲେ। |
https://www.dharitri.com/bhuvneshwar-kumar-becomes-father-wife-nupur-nagar-gives-birth-to-daughter-in-delhi/ | ବାପା ହେଲେ ଭୁବନେଶ୍ୱର
ଲକ୍ଷ୍ନୌ,୨୪।୧୧: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର୍ ଭୁବନେଶ୍ୱର କୁମାର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବୁଧବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କ ସ୍ତ୍ରୀ ନୁପୁର ନାଗର ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିବାହ ବାର୍ଷିକୀ ପରଦିନ ଏହି ଭୁବନେଶ୍ୱର ଏବଂ ନୁପୁରଙ୍କୁ ଏହି ଖୁସିଖବର ମିଳିଛି। ଏବେ ଉଭୟ ମା’ ଏବଂ ଝିଅ ସୁସ୍ଥ ଥିବା ମେରଠ ଜିଲା କ୍ରିକେଟ୍ ଆସୋସିଏସନ୍(ଏମଡିସିଏ) କୋଷାଧ୍ୟକ୍ଷ ରାକେଶ ଗୋଏଲ ସୂଚନା ଦେଇଛନ୍ତି। ଭୁବନେଶ୍ୱର ଏବଂ ନୁପୁର ନଭେମ୍ବର ୨୩, ୨୦୧୭ରେ ବିବାହ କରିଥିଲେ। ଚଳିତବର୍ଷ ପ୍ରାରମ୍ଭରେ ବିରାଟ କୋହଲି ଏବଂ ଉମେଶ ଯାଦବ କନ୍ୟା ସନ୍ତାନର ପିତା ହୋଇଥିଲେ।
ନିକଟରେ ଭୁବନେଶ୍ୱର କୁମାର ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲେ। ସେ ସିରିଜ୍ର ସମସ୍ତ ମ୍ୟାଚ୍ ଖେଳି ୩ଟି ଉଇକେଟ୍ ନେଇଥିଲେ। |
https://www.dharitri.com/cybercrime-is-on-the-rise-despite-awareness/ | ସଚେତନତା ସତ୍ତ୍ୱେ ବଢୁଛି ସାଇବର ଅପରାଧ
ଭୁବନେଶ୍ୱର,୪।୩(ବ୍ୟୁରୋ): ଦିନକୁ ଦିନ ସାଇବର ଠକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ସରକାର ଏବଂ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ସାଇବର ଠକଙ୍କ ଜାଲରେ ପଡ଼ି ସେମାନେ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଗତ ଜାନୁୟାରୀ ମାସରେ ରାଜଧାନୀରୁ ୧ କୋଟି ୩୧ ଲକ୍ଷ ୨୫ ହଜାର ୩୦ ଟଙ୍କା ଠକେଇ ହୋଇଥିବାବେଳେ ଫେବୃୟାରୀରେ ଠକେଇର ପରିମାଣ ବଢ଼ିଛି ଥିବା ଜଣାପଡ଼ିଛି। ଭୁବନେଶ୍ୱର ସାଇବର୍ କ୍ରାଇମ ହେଲ୍ପ ଡେସ୍କ ପକ୍ଷରୁ ଗୁରୁବାର ମିଳିଥିବା ରିପୋର୍ଟ ଅନୁସାରେ ଫେବୃୟାରୀରେ ଭୁବନେଶ୍ୱରରୁ ସାଇବର ଠକମାନେ ୧ କୋଟି ୩୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ହେଲ୍ପ ଡେସ୍କ ଓ ଅର୍ଥନୈତିକ ଅପରାଧ ଥାନାର ମିଳିତ ଉଦ୍ୟମରେ ଜାନୁୟାରୀରେ ଠକେଇ ହୋଇଥିବା ଟଙ୍କାରୁ ମାତ୍ର ଅଳ୍ପ ଟଙ୍କା ଫେରାଇ ଅଣାଯାଇ ପାରିଛି।
ରିପୋର୍ଟ ଅନୁଯାୟୀ, ଫେବୃୟାରୀରେ ହେଲ୍ପ ଡେସ୍କକୁ ସାରା ଓଡ଼ିଶାରୁ ୨୮୮ କଲ୍ ଆସିଛି। ସେଥିମଧ୍ୟରୁ ଭୁବନେଶ୍ୱରରୁ କେବଳ ୨୫୪ ହୋଇଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲାରୁ ୩୪ ଅଭିଯୋଗ ଆସିଛି। କେବଳ ଭୁବନେଶ୍ୱରରୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଠକେଇ ସମ୍ପର୍କୀୟ ୯୪ ଅଭିଯୋଗ, କ୍ରେଡିଟ କାର୍ଡ/ ଡେବିଟ୍ କାର୍ଡ ଦ୍ୱାରା ୯୭ ଏବଂ ଅନ୍ୟାନ୍ୟ ଠକେଇ ସମ୍ବନ୍ଧୀୟ ୬୩ କଲ୍ ଆସିଛି। ଭୁବନେଶ୍ୱରରୁ ସାଇବର ଠକମାନେ ୧ କୋଟି ୩୯ ଲକ୍ଷ ୬୦ହଜାର ୪୭୯ ଟଙ୍କା ଲୁଟିଥିବାବେଳେ ହେଲ୍ପ ଡେସ୍କ ଓ ସାଇବର ଥାନା ପକ୍ଷରୁ ମାତ୍ର ୧୦ଲକ୍ଷ ୫୨ ହଜାର ୮୦୨ ଟଙ୍କା ଉଦ୍ଧାର କରାଯାଇଛି। ସେହିପରି ଠକେଇ ହୋଇଥିବା ୧୨ଲକ୍ଷ ୭୩ ହଜାର ୪୮୩ ଟଙ୍କା ବ୍ଲକ କରାଯାଇଥିବାବେଳେ ସାଇବର ସୁରକ୍ଷା ପୋର୍ଟାଲ ଦ୍ୱାରା ୬୪ଟି ନମ୍ବରକୁ ବ୍ଲକ କରାଯାଇଛି। ଏନେଇ ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ୬ଟି ମାମଲା ରୁଜୁ କରାଯାଇଛି। ଏହିକ୍ରମରେ ୩ଜଣ ଅଭିଯୋଗକାରୀଙ୍କ ଠକେଇ ହୋଇଥିବା ୧ଲକ୍ଷ ୧୫ହଜାର ୨୬୫ ଟଙ୍କା, ୧ ଲକ୍ଷ ୧୫ହଜାର ୫୦୦ ଟଙ୍କା ଓ ୧ ଲକ୍ଷ ଟଙ୍କା ଲେଖାଏ ଫେରସ୍ତ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। |
https://www.dharitri.com/smooth-landing-for-chandrayaan-3-giant-leap-for-india/ | ଇତିହାସ ରଚିଲା ଭାରତ: ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲା ଚନ୍ଦ୍ରୟାନ-୩
ଶ୍ରୀହରିକୋଟା,୨୩।୮: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ଚନ୍ଦ୍ରୟାନ-୩ ଇତିହାସ ରଚିଛି। ବୁଧବାର ନିର୍ଦ୍ଧାରିତ ସମୟ ଅନୁଯାୟୀ ଭାରତୀୟ ସମୟ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରୟାନ -୩ର ଲ୍ୟାଣ୍ଡର ମଡ୍ୟୁଲ (ଏଲ୍ଏମ୍) ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି।
ଜୁଲାଇ ୧୪ରେ ଇସ୍ରୋର ବାହୁବଳୀ ରକେଟ ମାର୍କ-୩ ସହାୟତାରେ ଚନ୍ଦ୍ରୟାନ-୩କୁ କକ୍ଷପଥରେ ପହଞ୍ଚାଯାଇଥିଲା। ଏହା ପୃଥିବୀକୁ ଅଣ୍ଡାକୃତି କକ୍ଷପଥରେ ଏକାଧିକ ଥର ପରିକ୍ରମା କରିବା ସହ ବେଗ ବଢ଼ାଇଥିଲା। ଅଗଷ୍ଟ ୧ରେ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା କରି ୫ରେ ଏହାର କକ୍ଷପଥରେ ପହଞ୍ଚତ୍ଥିଲା। ଏହା ଚନ୍ଦ୍ରକୁ ପରିକ୍ରମା କରିବା ସହ ଏକାଧିକ କକ୍ଷପଥ ଓ ବେଗ ହ୍ରାସ କରାଯାଇଥିଲା।
୨୦୦୮ ଅକ୍ଟୋବର ୨୨ ରେ ପ୍ରଥମ ଥର ଚନ୍ଦ୍ରମିଶନ ଆରମ୍ଭ ହୋଇଥିଲା। କିନ୍ତୁ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଅଧାରେ ଅଟକି ଯାଇଥିଲା। ୨୦୧୯ରେ ଇସ୍ରୋପୁଣି ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୨ ପଠାଇଥିଲା। କିନ୍ତୁ ଅବତରଣ ସମୟରେ ସାମାନ୍ୟ ତ୍ରୁଟିରୁ ଚନ୍ଦ୍ରଯାନ-୨ କ୍ରାସ କରି ଯାଇଥିଲା । |
https://www.dharitri.com/like-kotia-100-villages-will-be-lost-in-odisha/ | ଆଗୁଆ ପଦକ୍ଷେପ ନ ନେଲେ କୋଟିଆ ଭଳି ୧୦୦ ଗାଁ ଓଡ଼ିଶାରୁ ହଜିଯିବ
ଭୁବନେଶ୍ୱର,୨୦।୩(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୋଟ ୧୨୭୮ କୋଟି ୫୧ଲକ୍ଷ ୩୧ ହଜାର ଟଙ୍କା ଏବଂ ଅବକାରୀ ବିଭାଗର ୧୨୮କୋଟି ୬୦ ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚଦାବି ଶୁକ୍ରବାର ବିଧାନସଭାରେ ଗୃହୀତ ହୋଇଛି। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଖର୍ଚ୍ଚଦାବି ଆଗତ କରିବା ପରେ ଏହାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିବାବେଳେ ଶାସକ ବିଜେଡି ପକ୍ଷରୁ ସମର୍ଥନ କରାଯିବା ସହ କିଛି ପ୍ରସ୍ତାବ ରଖାଯାଇଥିଲା। ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ପରିପ୍ରେକ୍ଷୀରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦୁଇଟି ବିଭାଗର ଖର୍ଚ୍ଚଦାବିକୁ ଗୃହର ମତାମତ ନେଇ ଗୃହୀତ କରାଇଛନ୍ତି।
ଅପରାହ୍ନରେ ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ଏହା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଆଲୋଚନା ଆରମ୍ଭ କରି କହିଥିଲେ ଯେ ସରକାର ଓ ରାଜ୍ୟ ପାଇଁ ରାଜସ୍ବ ବିଭାଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ରାଜସ୍ବ ବିଭାଗରେ ସବୁବେଳେ ଅପାରଗତା ଦେଖାଯାଉଛି। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସମସ୍ୟା ସମାଧାନ କରିବା ଦିଗରେ ବିଭାଗ ଗୁରୁତ୍ୱ ଦେଉନାହିଁ। ଏହି ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ଜଟିଳତା ସୃଷ୍ଟି ହେଉଛି। ଓଡ଼ିଶାର କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କଲା, ହେଲେ ତାହା ଆମେ ଜାଣିପାରିଲୁ ନାହିଁ। ଏହା ବିଭାଗର ବଡ଼ ଅପାରଗତା। ରାଜସ୍ବ ବିଭାଗର ଅପାରଗତା ଅକ୍ଷମଣୀୟ। ଆଗୁଆ ପଦକ୍ଷେପ ନ ନେଲେ କୋଟିଆ ଭଳି ୧୦୦ଟି ଓଡ଼ିଶାର ଭୌଗୋଳିକ ମାନଚିତ୍ରରୁ ଅପସରି ଯିବ। ସେହିପରି ଲଘୁଖଣିଜ ପଦାର୍ଥରେ ୨୦୦ କୋଟି ଟଙ୍କାର ରାଜସ୍ବ ମିଳୁଥିବାବେଳେ ୧୦ହଜାର କୋଟି ଟଙ୍କା ହରାଇବାକୁ ପଡ଼ୁଛି। ହେଲେ ଏହାକୁ ବିଚାର କରାଯାଉନାହିଁ। ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ବାଲି ଓ ଲଘୁଖଣିଜ ଦ୍ରବ୍ୟ ଚୋରାଚାଲାଣ ହେଉଛି। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ସେ କହିିଥିଲେ।
ଶାସକ ଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ବ୍ୟବସ୍ଥାରେ ସୁଦୃଢ଼ୀକରଣ କରାଯାଉଛି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ପ୍ରଶଂସିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମହାମାରୀର ସଫଳ ମୁକାବିଲା କରାଯାଇପାରିଛି। ତେବେ ସୀମା ସୁରକ୍ଷା ଆମର ମୁଖ୍ୟ କାମ ବୋଲି ସେ କହିଥିଲେ। ଏହାସହ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବହୁ ପରିମାଣର ଜମି ନେଇଥିବାବେଳେ ବ୍ୟବହାର ନ କରି ତାହା ପକାଇ ରଖିଛନ୍ତି। ଅବ୍ୟବହୃତ ଜମିର ଆକଳନ କରାଯାଇ ଜବରଦଖଲମୁକ୍ତ କରି ବିଭାଗ ଅଧୀନକୁ ଏହାକୁ ଅଣାଯାଇପାରିବ ବୋଲି ଶତପଥୀ ମତ ଦେଇଥିଲେ। ସେହିପରି ଅବକାରୀ ବିଭାଗ ଆର୍ଥିକ ବ୍ୟବସ୍ଥାରେ ସହାୟକ ହୋଇଛି। ହେଲେ ବେଆଇନ କାରବାରକୁ ରୋକିବା ପାଇଁ ଚଢ଼ଉ କରାଯାଉନି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଏହା ଉପରେ ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ହସ୍ପିଟାଲ୍, ସ୍କୁଲ୍, ରାସ୍ତାକଡ଼ରେ ମଦ ଦୋକାନ ହେବାନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ରାଜସ୍ବ ବଢ଼ାଇବା ସହ ନ୍ୟାୟ ପ୍ରଦାନ ଦିଗରେ ଏହି ଦୁଇଟି ବିଭାଗ ସାହାଯ୍ୟ କରିବ ବୋଲି ସେ କହିଥିଲେ। ବିଜେଡି ସଭ୍ୟ ମନୋହର ରନ୍ଧାରୀ ଏହି ଦୁଇଟି ବିଭାଗର ଖର୍ଚ୍ଚଦାବିକୁ ସମର୍ଥନ କରିଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଖୋର୍ଦ୍ଧା ଜିଲା ଏବଂ ଭୁବନେଶ୍ୱର ଆଖପାଖରେ ଇଡ୍କୋ ୧୦ହଜାର ଏକର ଜମି ବିକ୍ରି କରିଥିବାର ଅଭିଯୋଗ କରିଥିଲେ। ଏହା ବିରୋଧରେ ସିବିଆଇ କିମ୍ବା ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସେ ଦାବି କରିଥିଲେ। ଏହାଛଡ଼ା ସ୍ଥିତିବାନ ସମ୍ପତ୍ତିକୁ ଜଗନ୍ନାଥଙ୍କ ନାଁରେ କରାଯାଇଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ। ତୁରନ୍ତ ବୈଠକ କରି ଜମି ଫେରାଇବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଉ ବୋଲି ସେ ଦାବି କରିଥିଲେ। ଲିଙ୍ଗରାଜ ଓ ଜଗନ୍ନାଥଙ୍କ ସମ୍ପତ୍ତି କିଏ ହାତେଇଛି, ତାହାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବି କରିବା ସହ ବାଲି, ପଥର ଆଦି ଚୋରା ଚାଲାଣ ରୋକିବାକୁ ନିୟମ କଡ଼ାକଡ଼ି କରାଯିବା ଦରକାର ବୋଲି ସେ ମତ ରଖିଥିଲେ। ସେହିଭଳି ଅବକାରୀ ବିଭାଗର ଖର୍ଚ୍ଚଦାବିକୁ ବିରୋଧ କରିବା ସହ ଚାରିଆଡ଼େ ମଦ, ବ୍ରାଉନ୍ସୁଗାରର ଅବାଧ କାରବାର ରୋକିବା ପାଇଁ ସ୍କ୍ବାଡ୍ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଶାସକ ଦଳ ସଦସ୍ୟ ଲତିକା ପ୍ରଧାନ, ଧ୍ରୁବଚରଣ ସାହୁ ଦୁଇଟି ଯାକ ବିଭାଗର ଖର୍ଚ୍ଚଦାବିକୁ ସମର୍ଥନ କରିଥିବାବେଳେ ଭାଜପା ସଦସ୍ୟ ବିଷ୍ଣୁଚରଣ ସେଠୀ ଓ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ବିରୋଧ କରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଉତ୍ତରରେ କହିଥିଲେ ଯେ ବିଭାଗ ତରଫରୁ ଚଳିତବର୍ଷ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। |
https://www.dharitri.com/ଗାଭାସ୍କରଙ୍କ-ରେକର୍ଡର-ସମକକ/ | ଗାଭାସ୍କରଙ୍କ ରେକର୍ଡର ସମକକ୍ଷ ସ୍ମିଥ
ଓଭାଲ,୧୬।୯: ଚଳିତ ଆଶେସରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ରେକର୍ଡ ପ୍ରଦର୍ଶନ ରବିବାର ୨୩ ରନ୍ର ଇନିଂସ ସହ ଶେଷ ହୋଇଛି। ୫ମ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ଆଉଟ୍ ହୋଇଛନ୍ତି। ଫଳରେ ସିରିଜ୍ ୪ ମ୍ୟାଚ୍ ଖେଳିଥିବା ସ୍ମିଥ ୭୭୪ ରନ୍ କରି ଅଭିଯାନ ଶେଷ କରିଛନ୍ତି। ଏଥିସହ ସେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ ସମକକ୍ଷ ହୋଇଛନ୍ତି। ଗାଭାସ୍କର ୧୯୭୧ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ସମାନ ରନ୍ କରିଥିଲେ। ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବା ପରେ ଅନ୍ତିମ ୪ ମ୍ୟାଚ୍ ସେ ୭୭୪ ରନ୍ କରିଥିଲେ। ତେବେ ପୂର୍ବତନ ଅଧିନାୟକ ସ୍ମିଥ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛନ୍ତି। ଏହି ରେକର୍ଡ ଭିଭିଆନ ରିଚାଡର୍ସଙ୍କ ନାମରେ ରହିଛି। ୧୯୭୬ରେ ଇଂଲଣ୍ଡ ବିପକ୍ଷରେ ରିଚାଡର୍ସ ୮୨୯ ରନ୍ କରିଥିଲେ। ସେ ମଧ୍ୟ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ଗୋଟିଏ ଟେଷ୍ଟରୁ ଅସୁସ୍ଥତା କାରଣରୁ ବାଦ୍ ପଡ଼ିଥିଲେ।
୮୨୯- ଭିଭିଆନ ରିଚାଡର୍ସ (୧୯୭୬)
୭୭୪- ସୁନୀଲ ଗାଭାସ୍କର (୧୯୭୧) ପଦାର୍ପଣ ସିରିଜ୍
୭୭୪- ଷ୍ଟିଭ ସ୍ମିଥ (୨୦୧୯)
୭୬୯- ଷ୍ଟିଭ ସ୍ମିଥ (୨୦୧୪/୧୫)। |
https://www.dharitri.com/mahindras-new-g75-smart-motor-grader/ | ‘ମହିନ୍ଦ୍ରାର ନୂଆ ଜି ୭୫ ସ୍ମାର୍ଟ ମୋଟର୍ ଗ୍ରେଡର୍’
ଭୁବନେଶ୍ୱର,୨୧।୧୧: ମହିନ୍ଦ୍ରା ଗ୍ରୁପ୍ର ସହଯୋଗୀ ସଂସ୍ଥା ମହିନ୍ଦ୍ରା କନ୍ଷ୍ଟ୍ରଶନ ଇକ୍ୟୁପ୍ମେଣ୍ଟ (ଏମ୍ସିଇ) ଡିଭିଜନର ନୂତନ ଉତ୍ପାଦ ‘ଜି ୭୫ ସ୍ମାର୍ଟ ମୋଟର୍ ଗ୍ରେଡର୍’ର ଉନ୍ମୋଚନ କରାଯାଇଛି। ଏପରିକି କମ୍ପାନୀର ‘ନ୍ୟୁ ମହିନ୍ଦ୍ରା ରୋଡ୍ମାଷ୍ଟର୍ ଜି ୭୫ ସ୍ମାର୍ଟ ‘ପ୍ରଫିଟ୍ କା ପାର୍ଟନର୍’ର ଶୁଭାରମ୍ଭ ସହ ସଡକ ନିର୍ମାଣ ଉପକରଣ ଶୃଙ୍ଖଳାର ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମହିନ୍ଦ୍ରାର ଅଥୋରାଇଜ୍ଡ ଡିଲର୍ ଟିଆର୍ଏସ୍ ଇଞ୍ଜିନିୟରିଂ ପକ୍ଷରୁ ସ୍ଥାନୀୟ ଡିଏମ୍ କନ୍ଭେନଶନ ଆଇଗିଣିଆଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ବିଶେଷ କରି କମ୍ପାନୀର ଉତ୍ପାଦ ଓଡ଼ିଶା ବଜାର ପ୍ରବେଶ ସାଙ୍ଗକୁ ଉକ୍ତ ଉପତ୍ାଦର ଅନାବରଣ ମଧ୍ୟ କରାଯାଇଥିଲା। ଏହି ଅବସରରେ କମ୍ପାନୀର ହେଡ୍ ଅଫ୍ କଷ୍ଟମର୍ କେୟାର ରାଜେନ୍ଦ୍ର ଆଷ୍ଟେକର, ବ୍ରାଣ୍ଡ୍ ହେଡ୍ ରବି ଶର୍ମା, ଜୋନାଲ ସେଲ୍ସ ହେଡ୍ ଏସ୍. ରାଜୁ, ହେଡ୍ ଅଫ୍ ଜୋନାଲ କଷ୍ଟମର କେୟାର ସନ୍ଦିପ୍ ଘୋଷ, ଟିଆର୍ଏସ୍ ଇଞ୍ଜିନିୟରିଂର ପରିଚାଳନା ନିର୍ଦ୍ଦେଶକ ଦେବଦତ୍ତ ରୟ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ମହିନ୍ଦ୍ରାର ହେଡ୍ ଅଫ୍ କଷ୍ଟମର୍ କେୟାର ରାଜେନ୍ଦ୍ର ଆଷ୍ଟେକର କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ଡିସରପଟିଭ୍ ପ୍ରଡ଼କ୍ଟ ଓ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ। ଏହାକୁ ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟରମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତରେ ପରିକଳ୍ପନା ଓ ବିକଶିତ କରାଯାଇଛି। ସେହିପରି ଏହି ଅବସରରେ ମହିନ୍ଦ୍ରା ଓ ଟିଆର୍ଏସ୍ ଇଞ୍ଜିନିୟରିଂ ସହ ଜଡିତ ଗ୍ରାହକମାନେ ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଟିଆର୍ଏସ୍ ଇଞ୍ଜିନିୟରିଂର ଏମ୍ଡି ଦେବଦତ୍ତ ରାୟ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। |
https://www.dharitri.com/news-of-pneumococcal-vaccine-shortage-is-completely-false-central-governments-response/ | ନ୍ୟୁମୋକୋକଲ ଟିକାର ଅଭାବ ଖବର ସମ୍ପୂର୍ଣ୍ଣ ମିଥ୍ୟା: କେନ୍ଦ୍ର ସରକାରଙ୍କ ଜବାବ…
ନୂଆଦିଲ୍ଲୀ,୮।୧୦ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ନନ୍ୟୁମୋକୋକଲ ଟିକା ଅଭାବ ବିଷୟରେ ସମ୍ପ୍ରତି ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଭ୍ରାନ୍ତିକର। ଏହି ଖବର ଏପର୍ଯ୍ୟନ୍ତ କୌଣସି ତଥ୍ୟ ବିନା ପ୍ରକାଶ କରାଯାଉଛି। ସରକାର କହିଛନ୍ତି ଯେ ଆମର ପର୍ଯ୍ୟାପ୍ତ ପରିମାଣର ଡୋଜ ଉପଲବ୍ଧ ଅଛି।
ସରକାର କହିଛନ୍ତି ୭ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ପିଭିସି ଟିକା ଉପଲବ୍ଧ ଅଛି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୭୦,୧୮,୮୧୭ ନ୍ୟୁମୋକୋକଲ କନଜୁଗେଟ ଭ୍ୟାକ୍ସିନ ଉପଲବ୍ଧ। ଏଥିରେ ମହାରାଷ୍ଟ୍ରର ୩,୦୧,୭୯୪ ଟିକା ଅନ୍ତର୍ଭୁକ୍ତ ରହିଛି।
କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ବାସ୍ଥ୍ୟ ପରିଚାଳନା ସୂଚନା ସିଷ୍ଟମ ତଥ୍ୟ ଅନୁଯାୟୀ, ଜାନୁୟାରୀ ୨୦୨୨ ରୁ ସେପ୍ଟେମ୍ବର ମଧ୍ୟରେ, କେନ୍ଦ୍ର ସରକାରଙ୍କ ଦ୍ୱାରା ସମୁଦାୟ ୩,୨୭,୬୭.୦୨୮ ଟିକା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି। ସେଥିରେ ମହାରାଷ୍ଟ୍ରରେ ବ୍ୟବହୃତ ୧୮,୮୦,୭୨୨ ଡୋଜ ରହିଛି।
ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଏକ ମାସରୁ ଅଧିକ ସମୟ ଧରି ସାରା ଦେଶରେ ଲକ୍ଷ ଲକ୍ଷ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଛି। ଏହି ରିପୋର୍ଟ ବିଭ୍ରାନ୍ତିକର ଏବଂ ଅସତ୍ୟ ହେବା ସହିତ ଭୁଲ ତଥ୍ୟ ପ୍ରଦାନ କରୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି। |
https://www.dharitri.com/ମାରଣାସ୍ତ୍ର-ଦେଖାଇ-ଯୁବକଙ୍କ/ | ମାରଣାସ୍ତ୍ର ଦେଖାଇ ଯୁବକଙ୍କୁ ଅପହରଣ : ପୂର୍ବ ଶତ୍ରୁତା ସନ୍ଦେହ
ପୁରୀ ଅଫିସ, ୨୬।୭: ପୁରୀ ସଦର ଥାନା ଅଧୀନ ଗଡଭିଙ୍ଗୁରା ଛକରୁ ବୁଧବାର ଜଣେ ଯୁବକଙ୍କୁ ଅପହରଣ କରି ନିଆଯାଇଛି। ସେ ହେଲେ ନୂଆଗାଁର ଅଜୟ ବେହେରା। ଗୁରୁବାର ବାଲିଘାଇ ଫାଣ୍ଡି ଏବଂ ସଦର ଥାନାରେ ଏ ନେଇ ପୃଥକ ଭାବେ ୨ଟି ଅଭିଯୋଗ ହୋଇଛି। ଥାନାରେ ଅଜୟଙ୍କ ବାପା ସିନ୍ଧୁ ବେହେରା ଏବଂ ଫାଣ୍ଡିରେ ତାଙ୍କ ସାଙ୍ଗ ନବଘନ ସ୍ବାଇଁ ଏତଲା ଦେଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି।
ଉଭୟଙ୍କ ଅଭିଯୋଗରେ ଦର୍ଶାଯାଇଛି, ଗତ ୨୪ତାରିଖରେ ଅଜୟ ଓ ନବଘନ ଏକ ବାଇକ ଯୋଗେ କୌଣସି କାମରେ ପୁରୀ ଯାଇ ଘରକୁ ଫେରୁଥିଲେ। ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁହେଁ ଗଡ଼ଭିଙ୍ଗୁରା ଛକରେ ଠିଆହୋଇଥିଲେ। ଏହି ସମୟରେ ନୂଆଗାଁର ଅକ୍ଷୟ ଓ ତାଙ୍କ ସହଯୋଗୀ ଦୁଇଟି ବାଇକରେ ଆସି ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପରେ ଅଜୟଙ୍କୁ ବାଇକ୍ ସହ ଅପହରଣ କରିନେଇଥିଲେ। ନବଘନ ଗ୍ରାମକୁ ଯାଇ ଅଜୟଙ୍କ ପରିବାର ଲୋକଙ୍କୁ ଏହା ଜଣାଇଥିଲେ। ସେମାନେ ଗଇଁଡୋଳ, ଗଡଭିଙ୍ଗୁରା ଆଦି ଗ୍ରାମରେ ଖୋଜାଖୋଜି କରି ନିରାଶ ହେବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଘଟଣା ପରଠୁ ଅଜୟଙ୍କ ମୋବାଇଲ ଫୋନ ସୁଇଚ୍ ଅଫ୍ ରହିଛି। ଫଳରେ ପରିବାରବର୍ଗ ଚିନ୍ତାରେ ପଡ଼ିଛନ୍ତି। ଅପହରଣକାରୀଙ୍କ କବଳରୁ ପୁଅକୁ ଉଦ୍ଧାର କରିବା ଲାଗି ସେମାନେ ପୋଲିସକୁ ଆକୁଳ ନିବେଦନ କରିଛନ୍ତି। ଏ ନେଇ ତଦନ୍ତ ଜାରିରହିଥିବା ପୋଲିସ କହିଛି। ମିଳିଥିବା ସୂଚନା ଅନୁଯାୟୀ, ଜମିବାଡ଼ିକୁ କେନ୍ଦ୍ରକରି ଅଜୟ (ଅପହୃତ) ଓ ଅକ୍ଷୟ (ଅପହରଣକାରୀ)ଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଛି। କୌଣସି ଏକ ଘଟଣାରେ ଅଜୟ ଜେଲ୍ ଯାଇ ଜାମିନରେ ଆସିଥିଲେ। ଏହାପରେ ଅଜୟ ଓ ଅକ୍ଷୟ ମୁହାଁମୁହିଁ ହୋଇଥିଲେ। |
https://www.dharitri.com/manipur-violence-village-in-imphal-west-attacked-by-gunmen-bombs/ | ଇମ୍ଫାଲର ପଶ୍ଚିମ ଜିଲାରେ ବୋମା ଆକ୍ରମଣ
ଇମ୍ଫାଲ,୧୩।୯: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅଜ୍ଞାତ ବନ୍ଧୁକଧାରୀମାନେ କାଙ୍ଗପୋକପି ଜିଲାର ଆଦିବାସୀ ସମ୍ପ୍ରଦାୟର ତିନି ଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ ଇମ୍ଫାଲ ପଶ୍ଚିମ ଜିଲାର ଏକ ଗାଁରେ ଅଜ୍ଞାତ ବନ୍ଧୁକଧାରୀମାନେ ଲୋକଙ୍କୁ ଆକ୍ରମଣ କରି ସେମାନଙ୍କ ଘର ଉପରକୁ ବୋମା ଫିଙ୍ଗିଛନ୍ତି। ଘଟଣାରେ ଏଯାଏଁ ଆହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।
ସୂଚନାଯୋଗ୍ୟ, ଅଧିକାରୀମାନେ କହିଛନ୍ତି ଅଜ୍ଞାତ ବନ୍ଧୁକଧାରୀମାନେ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ବୋଲି ସନ୍ଦେହ କରାଯାଉଛି। ସେମାନେ ତାରୁକ ଗ୍ରାମରେ ୧୦ଟି ବୋମା ଫିଙ୍ଗିଛନ୍ତି। |
https://www.dharitri.com/muslim-women-will-offer-rakhi-to-ramlala/ | ଚଳିତ ବର୍ଷ ରାମଲଲାଙ୍କୁ ରାକ୍ଷୀ ବାନ୍ଧିବେ ମୁସଲମାନ ମହିଳା
ଅଯୋଧ୍ୟା,୨୮।୭: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରୁଥିବା ମୁସଲମାନ ମହିଳାମାନେ ଏଥର ରାକ୍ଷୀ ତିଆରି କରିଛନ୍ତି। ଏହି ରାକ୍ଷୀକୁ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ମାଧ୍ୟମରେ ରାମଲଲାଙ୍କୁ ବନ୍ଧାଯିବ ବୋଲି ଜଣାପଡିଛି। ସମସ୍ତ ମୁସଲମାନ ମହିଳା ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରୁଛନ୍ତି। ଏହାସହ ଏମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମଧ୍ୟ ରାକ୍ଷୀ ପଠାଇବାର ଯୋଜନା କରିଥିବା ଜଣାପଡିଛି। ତେବେ ରାମଲଲାଙ୍କ ପାଇଁ ଅଗଷ୍ଟ ୫ରେ ଏହି ରାକ୍ଷୀ ଟ୍ରଷ୍ଟ ମାଧ୍ୟମରେ ପଠାଇ ଦିଆଯିବା ବ୍ୟବସ୍ଥା କରାଯାଇଛି। ଅଗଷ୍ଟ ୫ରେ ସେଠାରେ ରାମ ମନ୍ଦିର ନିର୍ମାଣର ଭୂମିପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଅବସରରେ ସେମାନେ ରାକ୍ଷୀ ପଠାଇବା କଥା ଚିନ୍ତା କରିଛନ୍ତି। ଏହାଦ୍ୱାରା ସେଠାରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ ବୋଲି ସେମାନେ ଆଶା ରଖିଛନ୍ତି। ସେହିପରି ରାମ ମନ୍ଦିର ନିର୍ମାଣରେ ମୁସଲମାନ ଭାଇମାନଙ୍କର ସହଯୋଗ ସେମାନେ ଆଶା କରିଛନ୍ତି। |
https://www.dharitri.com/this-time-amitabh-could-not-play-colors-in-holi/ | ଏଥର ହୋଲିରେ ରଙ୍ଗ ଖେଳିପାରିଲେ ନାହିଁ ଅମିତାଭ
ବଲିଉଡ ବାଦ୍ଶାହା ଅମିତାଭ ବଚ୍ଚନ ଏଥର ହୋଲିରେ ରଙ୍ଗ ଖେଳିପାରିନାହାନ୍ତି। କିଛି ଦିନ ପୂର୍ବରୁ ଫିଲ୍ମ ‘ପ୍ରୋଜେକ୍ଟ କେ’ର ଶୁଟିଂ ସମୟରେ ବିଗ ବି ଆହତ ହୋଇଥିଲେ। ଏବେ ସେ ବିଶ୍ରାମ ନେଉଛନ୍ତି। ହୋଲି ଅବସରରେ ସେ ଏକ ବ୍ଲଗ ଲେଖି ବଚ୍ଚନ ପରିବାରର ପୁରୁଣା ହୋଲି ପାର୍ଟିଗୁଡ଼ିକୁ ମନେ ପକାଇଥିଲେ। ସେ ସମୟ ଆଉ ଫେରିବ ନାହିଁ। ଘରେ ସାମାନ୍ୟ ପରିବେଶ ଅଛି। କୌଣସି ପ୍ରକାର ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ ମୁଁ କରିନାହିଁ। ଆଘାତ ଯୋଗୁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅସମର୍ଥ ବୋଲି ବିଗ୍ ବି କହିଛନ୍ତି।
ପୁରୁଣା ଦିନଗୁଡ଼ିକୁ ସ୍ମରଣ କରି ଅମିତାଭ ଲେଖିଛନ୍ତି, ହୋଲି ଅତ୍ୟନ୍ତ ଉତ୍ସାହ ଏବଂ ଉତ୍ତମ ଉପାୟରେ ପାଳନ କରାଯାଛଥିଲା, ତାହା ବର୍ତ୍ତମାନ ହଜିଯାଇଛି। ବର୍ଷ ବର୍ଷ ଧରି ଏହିପରି ହୋଇଆସୁଛି … ସମସ୍ତଙ୍କ ପାଇଁ କବାଟ ଖୋଲା ଅଛି .. ହୋଲି ପାର୍ଟିରେ ସମସ୍ତଙ୍କୁ ସ୍ବାଗତ.. ସମସ୍ତେ ନୃତ୍ୟ ଓ ସଙ୍ଗୀତରେ ମଜ୍ଜିଲେ..ସେ ସମୟ ବର୍ତ୍ତମାନ ଫେରିବ ନାହିଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହା ମୋ ପାଇଁ କଷ୍ଟକର ମନେହୁଏ।
ଅମିତାଭ ହାଇଦ୍ରାବାଦରେ ପ୍ରୋଜେକ୍ଟ କେ ଶୁଟିଂ ସମୟରେ ଆହତ ହୋଇଛନ୍ତି। ଦୟାକରି ହିନ୍ଦୀ ଏବଂ ତେଲୁଗୁ ଭାଷାରେ ନିର୍ମିତ ଏହି ଫିଳ୍ମ ୨୦୨୪ରେ ମୁକ୍ତିଲାଭ କରିବ। |
https://www.dharitri.com/punjab-assembly-election-will-be-held-on-20th-february/ | ଫେବୃୟାରୀ ୨୦ରେ ପଞ୍ଜାବ ବିଧାନସଭା ନିର୍ବାଚନ
ଚଣ୍ଡିଗଡ଼,୧୭ ।୧: ବଦଳିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଫେବୃୟାରୀ ୨୦ରେ ହେବ ନିର୍ବାଚନ । ପୂର୍ବରୁ ୧୪ ଫେବୃୟାରୀରେ ନିର୍ବାଚନ ହେବା ଲାଗି ଘୋଷଣା କରାଯାଇଥିଲା । ହେଲେ ରବିଦାସଙ୍କ ଜୟନ୍ତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ତାରିଖକୁ ଘୁଞ୍ଚାଇବାକୁ ଦାବି କରିଥିଲେ । ଶେଷରେ କେନ୍ଦ୍ର ନିର୍ବାଚନ କମିଶନ ଏହାକୁ ମାନିନେବା ସହ ନିର୍ଦ୍ଧାରିତ ତାରିଖକୁ ବଦଳାଇ ଫେବୃୟାରୀ ୨୦ ଘୋଷଣା କରିଛନ୍ତି । ହେଲେ ଭୋଟ ଗଣତି ନିର୍ଦ୍ଧାରିତ ତାରିଖ ଅର୍ଥାତ୍ ମାର୍ଚ୍ଚ ୧୦ରେ ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ପ୍ରଥମେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲେ । |
https://www.dharitri.com/candidates-submit-nomination-papers/ | ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର
କୋରାପୁଟ,୨୦ା୪(ଅମିତାଭ ବେହେରା): ଶନିବାର ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୋରାପୁଟ ଲୋକ ସଭା ଆସନ ପାଇଁ ୨ ଜଣ ଓ କୋରାପୁଟ ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ଶନିବାର ମଧ୍ୟାହ୍ନରେ ଏସ୍ୟୁସିଆଇ ପାର୍ଟି ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ପରେ କୋରାପୁଟ ବିଧାନସଭା ପ୍ରାର୍ଥୀ ଭାବେ ଏସ୍ୟୁସିଆଇର ରାମ ବାରିକ ତାଙ୍କ ନାମାଙ୍କନପତ୍ର କୋରାପୁଟ ଉପଜିଲାପାଳ ବେଣୁଧର ଶବରକୁ ପ୍ରଦାନ କରିଛନ୍ତି। ସେହିପରି ଏସ୍ୟୁସିଆଇର ପ୍ରମିଳା ପୂଜାରୀ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ଯାଇ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କୁ ତାଙ୍କର ନାମାଙ୍କନପତ୍ର ପ୍ରଦାନ କରିଥିଲେ। ସେହିପରି ଆର୍ପିଆଇ ଦଳ ପକ୍ଷରୁ ସନ୍ତୋଷ କୁମାର ବିଡ଼ିକା କୋରାପୁଟ ଲୋକ ସଭା ପାଇଁ ରିଟର୍ନିଂ ଅଧିକାରୀ ତଥା ଜିଲାପାଳଙ୍କ ନିକଟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି। ଏହି ନାମାଙ୍କନପତ୍ର ଦାଖଲ ସମୟରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା କୋରାପୁଟ ଲୋକ ସଭା ଆସନ ନିମନ୍ତେ ୩ ଜଣ ପ୍ରାର୍ଥୀ, କୋରାପୁଟ ବିଧାନସଭା ଆସନ ନିମନ୍ତେ ୨ ଜଣ, ପଟାଙ୍ଗି ବିଧାନସଭା ଆସନ ନିମନ୍ତେ ଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି। |
https://www.dharitri.com/india-russia-cooperation-in-the-field-of-defense-is-remarkable/ | ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ରୁଷିଆର ସହଯୋଗ ଅଦ୍ଭୁତପୂର୍ବ
ନୂଆଦିଲ୍ଲୀ,୩।୨: ଭାରତୀୟ ପରିଷଦ ଅଫ ୱାଲର୍ଡ ଆଫେୟାର୍ସ (ଆଇସିଡବ୍ଲୁଏ) ଏବଂ ରୁଷିଆ ପରିଷଦ ମଧ୍ୟରେ ଏକ ଆଲୋଚନା ହୋଇଛି। ଏହି ଆଲୋଚନାରେ ଭାରତରେ ରୁଷିଆର ରାଷ୍ଟ୍ରଦୂତ ଡେନିସ ଆଲିପୋଭ ମଧ୍ୟ ଉପସ୍ଥିତ ଥିଲେ। କଥାବାର୍ତ୍ତା ସମୟରେ ଆଲିପୋଭ କହିଛନ୍ତି, ରୁଷିଆ ଏବଂ ଭାରତ ଏକ ସମୂହର ନେଟୱାର୍କ ଅଂଶୀଦାର କରିଛନ୍ତି, ଯାହା ଅନ୍ତର୍ଜାତୀୟ ସମୁଦାୟର ହିତ ପାଇଁ ବିଶ୍ୱର ଏଜେଣ୍ଡାକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ। ରୁଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ରୁଷିଆକୁ ବିଭିନ୍ନ ମଞ୍ଚରୁ ବାହାର କରିବା ପ୍ରୟାସରେ ଭାରତ ଏକ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଛି।
ଡେନିସ ଆଲିପୋଭ ଆହୁରି ମଧ୍ୟ କହିଛନ୍ତି, ଆମେ ଜି-୨୦ ଏବଂ ଏସସିଓରେ ଭାରତର ଅଧ୍ୟକ୍ଷତାକୁ ଏହି ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନର ଏଜେଣ୍ଡା ଉପସ୍ଥାପନ କରିବାର ଏକ ସୁଯୋଗ ଭାବରେ ଦେଖୁ। ଭାରତର ଶକ୍ତି ନିରାପତ୍ତାରେ ରୁଷିଆ ଭାରତର ବୃହତ୍ତମ ତୈଳ ଯୋଗାଣକାରୀ ହୋଇପାରିଛି। ଭାରତ ଏବଂ ରୁଷିଆ ମଧ୍ୟରେ ପ୍ରତିରକ୍ଷା ସହଯୋଗର ସ୍ତର ଅଦ୍ଭୁତପୂର୍ବ। |
https://www.dharitri.com/chinese-fighter-jet-came-very-close-to-american-aircraft-in-south-china-sea/ | ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନା ବୃଦ୍ଧି କରୁଛି ଡ୍ରାଗନ, ଆମେରିକା ବିମାନର ନିକଟତର ହେଲା ଚାଇନା ଯୁଦ୍ଧ ବିମାନ
ୱାଶିଂଟନ,୩୦ ।୧୨: ଦକ୍ଷିଣ ଚାଇନା ମହାସାଗରରେ ନିଜ ବଳ କଷିବା ଛାଡୁନାହିଁ ଚାଇନା । ଏବେ ଚାଇନାକୁ ନେଇ ବଡ ଦାବି କରିଥିବା ଆମେରିକା କହିଛି, ଦକ୍ଷିଣ ଚାଇନା ସାଗରରେ ଆମେରିକା ବାୟୁସେନା ନିକଟତର ହୋଇଛି ଚାଇନର ଏକ ଯୁଦ୍ଧ ବିମାନ । ଆମେରିକା କହିଛି ଚାଇନାର ବିମାନ ଆମେରିକା ବିମାନଠାରୁ ମାତ୍ର ୨୦ ଫୁଟ ଦୂରରେ ଉଡୁଥିଲା । ହେଲେ ପରେ ଚାଇନା ବିମାନଟି ପଛକୁ ହଟି ଯାଇଥିଲା ।
ଆମେରିକା ସେନା ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଚାଇନ ନୌସେନାର ଜି-୧୧ ଓ ଆମେରିକା ବାୟୁସେନାର ଆରସି-୧୩୫ ଅତି ନିକଟତର ହୋଇଥିଲେ । ବୟାନରେ କୁହାଯାଇଛି କି ଦୁଇ ବିମାନ ମଧ୍ୟରେ ଦୂରତା ମାତ୍ର ୬ ଫୁଟ ରହିଥିଲା ।
ଆମେରିକା କହିଛି ଇଣ୍ଡୋ ପାସିଫିକ ଜଏଣ୍ଟ ଫୋର୍ସ ଏକ ମୁକ୍ତ ଓ ଖୋଲା ଇଣ୍ଡୋ-ପାସିଫିକ କ୍ଷେତ୍ର ପାଇଁ ସମର୍ପିତ ଓ ଅନ୍ତରାଷ୍ଟ୍ରୀୟ ଆଇନ ଅନୁଯାୟୀ ସମସ୍ତ ଜାହାଜ ଓ ବିମାନର ସୁରକ୍ଷା ପାଇଁ ଉଚିତ ସମ୍ବାନ ସହ, ସମୁଦ୍ର ଓ ଅନ୍ତରାଷ୍ଟ୍ରୀୟ ଆକାଶ ମାର୍ଗରେ ଉଡିବା, ନୌବିହାର କରିବା ଓ ସଞ୍ଚାଳନ କରିବା ଜାରି ରଖିବ । |
https://www.dharitri.com/former-mla-rajendra-gave-such-a-response-after-joining-bjd/ | ବିଜେଡିରେ ଯୋଗ ଦେବାପରେ ଏଭଳି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର
ଭୁବନେଶ୍ୱର,୧୩ା୪: ସମ୍ବଲପୁର ଜିଲା କୁଚିଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ ଶୁକ୍ରବାର ଶଙ୍ଖଭବନଠାରେ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ସେ ଉପଢ଼ୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି। କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନ ଆହୁରି ମଜଭୁତ ହେବ ବୋଲି ଦେବାଶିଷ କହିଛନ୍ତି।
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା ସେ କହିଛନ୍ତି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୁଚାରୁରୂପେ ତୁଲାଇବେ ବୋଲି କହିଛନ୍ତି। |
https://www.dharitri.com/fight-between-suryamani-and-purnachandra/ | ସୂର୍ଯ୍ୟମଣି-ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ ହେବ କଡ଼ା ଟକ୍କର
ପୁରୁଷୋତ୍ତମପୁର, ୧୨ା୪(ସୀମାଞ୍ଚଳ ମିଶ୍ର): ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୮୫ରୁ ଜନତା ଦଳ ଓ ବିଜେଡି କବଜାରେ ରହିଛି। ଏଠାରୁ କ୍ରମାଗତ ଭାବରେ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ବିଧାୟିକା ନିର୍ବାଚିତ ହୋଇ ଆସୁଥିଲେ। ମାତ୍ର ୨୦୦୮ ସୀମା ନିର୍ଦ୍ଧାରଣ ପରେ ଏହି ଆସନ ଅନୁସୂଚିତ ଜାତି ବର୍ଗଙ୍କ ଲାଗି ସଂରକ୍ଷିତ ହୋଇଛି। ସେବେଠାରୁ ରାଣୀଙ୍କ ନେତୃତ୍ୱରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସେଠୀ ୨ଥର ବିଧାୟକ ହୋଇଥିବାବେଳେ ଓ ୨୦୧୯ ନିର୍ବାଚନରେ ସୂର୍ଯ୍ୟମଣି ବୈଦ୍ୟ ବିଧାୟିକା ହୋଇଛନ୍ତି। ତେବେ ଗତ ମାସରେ ଖଲ୍ଲିକୋଟ ରାଣୀଙ୍କ ଦେହାନ୍ତ ପରଠାରୁ ବିଜେଡିର ସ୍ଥିତି ନେଇ ରାଜନୈତିକ ମହଲରେ ଭିନ୍ନ ଆଲୋଚନା ହେଉଛି। କର୍ମୀଙ୍କୁ ନେଇ ଦଳକୁ ସଂଗଠିତ କରିବା ଭଳି ବ୍ୟକ୍ତିତ୍ୱ ଅଭାବ ରହିଛି। ତେଣୁ ଚଳିତଥର ଏହି ଆସନ କିଏ ହାତେଇବ ଆକଳନ କରି ହେଉନାହିଁ।
ଏହି ଆସନ ପାଇଁ ବିଜେଡି ପୁଣି ସୂର୍ଯ୍ୟମଣିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଛାଡିଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଭାଜପା ଟିକେଟ ଦେଇଛି। ସୂର୍ଯ୍ୟମଣି ବର୍ତ୍ତମାନ ବିଧାୟିକା ଥିବାରୁ ତାଙ୍କ ଲୋକ ସମର୍ଥନ ଓ ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟକୁ ନେଇ ନିର୍ବାଚନୀ ବୈତରଣୀ ପାର କରିବାକୁ ଚେଷ୍ଟା କରୁଛନ୍ତି। ୨୦୦୮ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ନିଜର ଲୋକପ୍ରିୟତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟକୁ ନେଇ ଲୋକଙ୍କ ନିକଟତର ହେବେ ଏଥିରେ ସନ୍ଦେହ ନାହିଁ। ସୂର୍ଯ୍ୟମଣି ଓ ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ କଡା ଟକ୍କର ହେବ ଏଥିରେ ସନ୍ଦେହ ନାହିଁ। ସବୁଠୁ ବଡ କଥା ହେଲା ଗତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ବିଧାୟିକାଙ୍କ ବିରୋଧରେ ବିଦ୍ରୋହର ସ୍ବର ଲାଗି ରହିଛି। ଖଲ୍ଲିକୋଟରେ ରାଣୀ ଲିଗାସିମାନେ ବିଧାୟିକା ଅଣଦେଖା କରୁଥିବାରୁ ଅସନ୍ତୁଷ୍ଟ ଅଛନ୍ତି। ଏହି ବିଦ୍ରୋହ ଓ ଅସନ୍ତୋଷର ଗୋଳିଆ ପାଣିରୁ ଭାଜପା ଫାଇଦା ନେବାକୁ ଜଗି ବସିଛି। ଅନ୍ୟପଟେ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ଅଞ୍ଚଳର ବିଜେଡିର କେତେଜଣ ପୁରଖା ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଦେଖି ଦଳ ଛାଡିବାକୁ ଉଚିତ ନ ମଣି ସଂଗଠନ ଠାରୁ ଦୂରେଇ ଯାଇଛନ୍ତି। ଯେଉଁ କେତେଜଣ ନେତା ଦଳରେ ସକ୍ରିୟ ଥିବା କହୁଛନ୍ତି, ସେମାନଙ୍କ ନିକଟରେ ଭୋଟର ନାହନ୍ତି। ଏଭଳି ସ୍ଥିତିରେ ବିଜେଡି କିପରି ଗଡ ରକ୍ଷାକରିବ ତାହା ଏଠାରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। |
https://www.dharitri.com/jammu-kashmir-earthquake-epicente-in-kargil/ | ଜମ୍ମୁ -କଶ୍ମୀର, ଲଦାଖରେ ଭୂକମ୍ପ ଝଟକା
ଶ୍ରୀନଗର/ଲେହ,୧୮।୧୨: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ -କଶ୍ମୀର ଏବଂ ଲଦାଖରେ ସୋମବାର ଅପରାହ୍ନରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ, ଶ୍ରୀନଗର, ପୁଞ୍ଚ, କିସ୍ତଓ୍ବାଡ, କାର୍ଗିଲ ସମେତ ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି। ଏକ ଘଣ୍ଟା ମଧ୍ୟରେ ଚାରିଥର ଭୂକମ୍ପ ଝଟକା ଲାଗିଛି। ପ୍ରଥମ ଅପରାହ୍ନ ୩.୪୮, ଦ୍ୱିତୀୟଟି ଅପରାହ୍ନ ୩.୫୭ରେ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ୩.୮ ରେକର୍ଡ କରାଯାଇଛି। ଏହି ଉଭୟ ଭୂକମ୍ପର କେନ୍ଦ୍ରସ୍ଥଳ ଲଦାଖର କାର୍ଗିଲ ଅଞ୍ଚଳ ଥିବା ସୂଚନା ରହିଛି।
ସେହିପରି ତୃତୀୟ ଭୂକମ୍ପ ଅପରାହ୍ନ ୪.୦୧, ଚତୁର୍ଥ ଅପରାହ୍ନ ୪.୧୮ରେ ହୋଇଛି। ଯାହର ତୀବ୍ରତା ୪.୮ ଏବଂ ୩.୬ ମାପ କରାଯାଇଛି। ତୃତୀୟ ଏବଂ ଚତୁର୍ଥ ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ ବିଭାଗର କିଶୋର ଜିଲା କିସ୍ତଓ୍ବାଡ ଥିଲା। ଭୂକମ୍ପ ଫଳରେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବାର ସୂଚନା ମିଳିନାହିଁ। |
https://www.dharitri.com/the-us-president-changed-his-mind-about-the-israel-hamas-war/ | ଇସ୍ରାଏଲକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି
ଓ୍ବାଶିଂଟନ୍,୧୬।୧୦(୦୭): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜ ସ୍ବର ବଦଳାଇଛନ୍ତି। ସେ କହିଛନ୍ତି ଯେ, ହମାସକୁ ଧ୍ୱଂସ କରାଯିବା ଉଚିତ, କିନ୍ତୁ ପାଲେଷ୍ଟାଇନ ଦେଶ ପାଇଁ ମଧ୍ୟ ଏକ ରାସ୍ତା ରହିବା ଉଚିତ। ଇସ୍ରାଏଲ ଗାଜାକୁ ପୁଣି କବ୍ଜା କରିବା ବଡ ଭୁଲ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ଇସ୍ରାଏଲ ସୈନ୍ୟବାହିନୀ ଗାଜା ସୀମାରେ ଟ୍ୟାଙ୍କ ମୁତୟନ କରିଛନ୍ତି ଏବଂ ଉଗ୍ରବାଦୀ ଦଳକୁ ହଟାଇବା ପାଇଁ ବ୍ୟାପକ ଅପରେଶନ କରାଯିବ ବୋଲି କହିଛି। ଇସ୍ରାଏଲର ଆକ୍ରମଣ ସମଗ୍ର ଗାଜା ଷ୍ଟ୍ରିପକୁ ଧ୍ୱଂସ କରିଦେଇଛି।
ଆରମ୍ଭରୁ ହମାସ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକା ଇସ୍ରାଏଲକୁ ସମର୍ଥନ କରିଆସୁଛି। ଏହାପୂର୍ବରୁ ଆମେରିକା ଏହାର ଦୁଇଟି ଯୁଦ୍ଧ ଜାହାଜ ଇସ୍ରାଏଲର ସାମୁଦ୍ରିକ ସୀମା ନିକଟରେ ଇସ୍ରାଏଲକୁ ସମର୍ଥନ କରିବାକୁ ପଠାଇଛି। ଅନେକ ଯୁଦ୍ଧ ବିମାନ ପଠାଇବା ପାଇଁ ଏକ ଯୋଜନା ମଧ୍ୟ କରାଯାଇଛି। ତେବେ ଗାଜା ଦଖଲ ନକରିବା ପାଇଁ ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଇସ୍ରାଏଲକୁ ଦେଇଥିବା ବିବୃତ୍ତି ମଧ୍ୟ ପୂର୍ବ ଦେଶଗୁଡିକର ସ୍ବାର୍ଥରେ ଏହା କରୁଛି କି ନାହିଁ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ଅକ୍ଟୋବର ୭ରେ ହମାସ ପକ୍ଷରୁ ହୋଇଥିବା ଆକ୍ରମଣରେ ୧୪୦୦ରୁ ଅଧିକ ଇସ୍ରାଏଲୀୟଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ଥିଲେ। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ମାତ୍ର ୧୦ ଦିନରେ ୨୬୭୦ ଲୋକଙ୍କର ମୃତ୍ୟୁ ହୋଇଛି। |
https://www.dharitri.com/rupali-ganguly-family-celebrates-her-birthday-as-she-is-in-quarantine/ | ‘ଅନୁପମା’ ଫେମ୍ କରୋନା ପଜିଟିଭ: ଘର ବାହାରେ ଜନ୍ମଦିନ ପାଳନ କଲେ ପରିବାର ଲୋକେ
ମୁମ୍ବାଇ,୬।୪: ଟେଲି ଜଗତର ବେଶ୍ ପପୁଲାର ଶୋ’ ‘ଅନୁପମା’ ଫେମ୍ ରୁପାଲୀ ଗାଙ୍ଗୁଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ସେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ଜଣାପଡ଼ିଛି। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଯୋଗୁ ଚଳିତ ଥର ରୁପାଲୀ ନିଜ ଜନ୍ମଦିନ ପାଳନ କରିପାରିନାହାନ୍ତି। କିନ୍ତୁ ତାଙ୍କ ପରିବାର ଲୋକେ ଏହି ଦିନଟିକୁ ସ୍ବତନ୍ତ୍ର କରିବା ପାଇଁ ଘର ବାହାରେ ନିରାଡ଼ମ୍ବରରେ ଜନ୍ମଦିନ ପାଳନ କରିଛନ୍ତି। ଆଉ ରୁପାଲୀ ବାଲକୋନିରେ ଠିଆ ହୋଇ ଏହି ସେଲିବ୍ରେସନ୍ର ମଜା ଉଠାଇଛନ୍ତି। ଏହାର କିଛି ଭିଡିଓକୁ ରୁପାଲି ନିଜ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ଉକ୍ତ ଭିଡିଓକୁ ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି। |
https://www.dharitri.com/ଭାରତ-ଯୋଗୁ-ଶ୍ରୀଲଙ୍କା-ଖେଳ/ | ‘ଭାରତ ଯୋଗୁ ଶ୍ରୀଲଙ୍କା ଖେଳାଳି ରାଜି ହେଉନାହାନ୍ତି’
ଲାହୋର,୧୧ା୯-ଭାରତୀୟ କର୍ତ୍ତୃପକ୍ଷଙ୍କ ଚାପରେ ବଶବର୍ତ୍ତୀ ହୋଇ ଶ୍ରୀଲଙ୍କା କ୍ରିକେଟ ଖେଳାଳିମାନେ ପାକିସ୍ତାନ ଟୁର୍ରେ ଯିବା ଲାଗି ରାଜି ହେଉ ନ ଥିବା ଏହି ଦେଶ ଜଣେ ମନ୍ତ୍ରୀ ଫାଓ୍ବାଦ ହୁସେନ ଅଭିଯୋଗ କରିଛନ୍ତି। ସୁରକ୍ଷାଜନିତ କାରଣରୁ ଶ୍ରୀଲଙ୍କାର ୧୦ଜଣ ଖେଳାଳି ପାକିସ୍ତାନ ଗସ୍ତରେ ଯିବା ଲାଗି ମନା କରିଦେବାର ଦିନକ ପରେ ମନ୍ତ୍ରୀ ଜଣକ ଏହି ଅଭିଯୋଗ କରିଛନ୍ତି। ଯେଉଁ ଖେଳାଳିମାନେ ପାକିସ୍ତାନରେ ଖେଳିବେ ସେମାନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଖେଳାଯିବ ନାହିଁ ବୋଲି ଭାରତୀୟ କ୍ରୀଡ଼ା କର୍ତ୍ତୃପକ୍ଷଙ୍କ ତରଫରୁ ଚେତାଇ ଦିଆଯାଇଛି। ଏହା ଏକ ହୀନ କୌଶଳ ଏବଂ କ୍ରୀଡ଼ା କ୍ଷେତ୍ରରେ ଏହା ଶୋଭନୀୟ ନୁହେଁ ବୋଲି ହୁସେନ କହିଛନ୍ତି। ସୁରକ୍ଷାଜନିତ କାରଣରୁ ଟି୨୦ ଅଧିନାୟକ ଲସିଥ ମାଲିଙ୍ଗା ଏବଂ ପୂର୍ବତନ ଅଧିନାୟକ ଦ୍ୱୟ ଆଞ୍ଜେଲୋ ମାଥ୍ୟୁସ ଓ ଥିସାରା ପେରେରା ଆସନ୍ତା ପାକିସ୍ତାନ ଟୁର୍ରୁ ଓହରି ଯାଇଛନ୍ତି। ସୂଚନାଯୋଗ୍ୟ, ୨୦୦୯ ମାର୍ଚ୍ଚରେ ଏକ ଟେଷ୍ଟ ମ୍ୟାଚ ବେଳେ ଶ୍ରୀଲଙ୍କା ଟିମ୍ ବସ୍ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ପରେ ଅଧିକାଂଶ ଅନ୍ତର୍ଜାତୀୟ ଟିମ୍ ପାକିସ୍ତାନ ଟୁର୍ରେ ଯିବା ଲାଗି ରାଜି ହେଉନାହାନ୍ତି। ପାକିସ୍ତାନ ବିପକ୍ଷରେ ୬ ମ୍ୟାଚ ବିଶିଷ୍ଟ ସୀମିତ ଓଭର ସିରିଜ ଲାଗି ଶ୍ରୀଲଙ୍କା ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ କରିଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଟୁର୍ରେ ଯିବା ଇଚ୍ଛାଧୀନ ବୋଲି ଖେଳାଳିମାନଙ୍କୁ କୁହାଯାଇଥିଲା। କରାଚୀରେ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁଥିବା ଏହି ସିରିଜରେ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩ ଅନ୍ତର୍ଜାତୀୟ ଟି୨୦ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ଟୁର୍ରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଥିବା ଅନ୍ୟ ୭ ଖେଳାଳି ହେଲେ ନିରୋଶାନ ଡିକ୍ଓ୍ବେଲା, କୁସାଲ ପେରେରା, ଧନଞ୍ଜୟ ଡି’ ସିଲ୍ଭା, ଆକିଲା ଦନଞ୍ଜୟ, ସୁରଙ୍ଗ ଲକମଲ, ଦୀନେଶ ଚାଣ୍ଡିମଲ ଓ ଦିମୁଥ କରୁଣାରତ୍ନେ। |
https://www.dharitri.com/one-arrested-5/ | ପାଣିମିଟର ପାଇଁ ବେଆଇନ ଭାବେ ଟଙ୍କା ନେଇ ବନ୍ଧା ହେଲେ ଯୁବକ
ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ‘ଜିରୋ ଟଲେରାନ୍ସ’ ଯୋଗୁ ଓ୍ବାଟ୍କୋ ନାଁରେ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ। ସମ୍ପୃକ୍ତ ଯୁବକ ଏଭଳି ଅର୍ଥ ଆଦାୟ କରୁଥିବାର ଅଭିଯୋଗ ବିଭାଗ ନିକଟରେ ପହଞ୍ଚିବା ପରେ ଏ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ସୂତ୍ରରୁ ଜଣାଯାଇଛି, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରର ପ୍ଲଟ୍ ନମ୍ବର ୩୧୭/ଏରେ ଦ୍ୱିତୀୟ ପାଣି ମିଟର ଲଗାଇବା ପାଇଁ ପ୍ଲଟ୍ ମାଲିକଙ୍କଠାରୁ ସତ୍ୟଦୀପ ମହାନ୍ତି ୪୨୦୦ ଟଙ୍କା ନେଇଥିଲେ। ଏହି ଅର୍ଥ ଓ୍ବାଟ୍କୋ ପାଇଁ ଆଦାୟ ହେଉଥିବା ଦର୍ଶାଇଥିଲେ। ଦ୍ୱିତୀୟ ପାଣିମିଟର ଲଗାଇବା ଓ ଏଭଳି ଅର୍ଥ ଆଦାୟ ସମ୍ପୂର୍ଣ୍ଣ ବେଆଇନ ବୋଲି ଜାଣିବା ପରେ ଘର ମାଲିକ ତୁରନ୍ତ ଏ ସଂକ୍ରାନ୍ତରେ ନୀଳାଦ୍ରୀବିହାରରେ ଥିବା ଓ୍ବାଟ୍କୋ ଡିଭିଜନକୁ ଅବଗତ କରିଥିଲେ। ବିଭାଗ ନିକଟରେ ଏଭଳି ବେଆଇନ ଅର୍ଥ ଆଦାୟର ଖବର ପହଞ୍ଚିବା ପରେ ତୁରନ୍ତ ଚନ୍ଦ୍ରଶେଖପୁର ଥାନାରେ ଅଭିଯୋଗ ଦରଜ ପାଇଁ ଓ୍ବାଟ୍କୋ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା। ମାମଲା ରୁଜୁ ପରେ ଥାନା ପକ୍ଷରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସମ୍ପୃକ୍ତ ଯୁବକଙ୍କୁ ଶୁକ୍ରବାର ଗିରଫ କରି ଜେଲ୍ ପଠାଇଛନ୍ତି। ଉଲ୍ଲେଖନୀୟ, ଗିରଫ ହୋଇଥିବା ସତ୍ୟଦୀପ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଓ୍ବାଟ୍କୋ ପ୍ରତ୍ୟେକ ଘରେ ପାଣି ମିଟର ଲଗାଇବା କାମ ନେଇଥିବା ଠିକାଦାର ପ୍ରମୋଦ କୁମାର ରାଉତଙ୍କ ନିକଟରେ କାର୍ଯ୍ୟ କରୁଥିଲେ। |
https://www.dharitri.com/ସାବରମତୀ-ଆଶ୍ରମକୁ-ଗସ୍ତ-କରି/ | ସାବରମତୀ ଆଶ୍ରମକୁ ଗସ୍ତ କରିବେ ଟ୍ରମ୍ପ: ଉପହାରରେ ମିଳିବ ଗାନ୍ଧୀଙ୍କ ପସନ୍ଦର ଜିନିଷ
ଅହମଦାବାଦ,୧୯।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଚଳିତ ମାସରେ ଆସୁଛନ୍ତି। ଫେବୃଆରୀ ୨୪ ଓ ୨୫ ଏହି ଦୁଇ ଦିନିଆ ଗସ୍ତରେ ସେ ଗୁଜରାଟର ଅହମଦାବାଦ ଓ ଦିଲ୍ଲୀରେ ରହିବେ। ଏହି ଗସ୍ତ ସମୟରେ ଟ୍ରମ୍ପ ଅହମଦାବାଦର ସାବରମତୀ ଆଶ୍ରମକୁ ମଧ୍ୟ ଯିବେ। ସେହି ସମୟରେ ତାଙ୍କୁ କିଛି ସ୍ବତନ୍ତ୍ର ଉପହାର ଦିଆଯିବ। ଗାନ୍ଧୀ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଉପହାରରେ ଗାନ୍ଧୀଙ୍କ ଚରଖା, ପେନ୍ସିଲ୍ରେ ତିଆରି ହୋଇଥିବା ପୋଟ୍ରେଟ୍ ଓ ଗାନ୍ଧୀଙ୍କ ଲିଖିତ ଏକ ବହି ଦିଆଯିବ ବୋଲି ଟ୍ରଷ୍ଟି ଅମୃତ ମୋଦି କହିଛନ୍ତି। ଏଥିସହ ସେ କହିଛନ୍ତି, ଯେତେବେଳେ ଜଣେ ଭିଆଇପି ବିଦେଶୀ ଏଠାକୁ ଗସ୍ତ କରିଥାନ୍ତି, ପରେ ସେମାନଙ୍କ ପାଇଁ ଏହା ଏକ ସୁନ୍ଦର ସ୍ମୃତି ପାଲଟିଯାଏ। ଏଭଳି କ୍ଷେତ୍ରରେ ଟ୍ରମ୍ପଙ୍କ ଏହି ଗସ୍ତକୁ ମଧ୍ୟ ସୁନ୍ଦର ସ୍ମୃତି କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅହମଦାବାଦ ବିମାନବନ୍ଦରରୁ ଟ୍ରମ୍ପଙ୍କ ଆସିବା ପରେ ତାଙ୍କୁ ବହୁ ଆଡମ୍ବରରେ ସ୍ବାଗତ କରାଯିବ। ଏଥିପାଇଁ ଭାରତ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରମ୍ପ ବିମାନ ବନ୍ଦରରୁ ଓହ୍ଲାଇବା ପରେ ୧୯ଜଣ ଶଙ୍ଖ ବଜେଇବା ସହ ନୃତ୍ୟ ଓ ଫୁଲର ବର୍ଷା କରାଇ ତାଙ୍କୁ ସ୍ବାଗତ କରାଯିବ। ଦୀର୍ଘ ୭କିଲୋମିଟର ପର୍ଯ୍ୟନ୍ତ ରୋଡ ଶୋ’ ହେବା ପରେ ସେ ଗାନ୍ଧୀ ଆଶ୍ରମ ଯିବେ। |
https://www.dharitri.com/ବଲିଉଡ୍-ସୁପରହିଟ୍କୁ-ନେଇ/ | ବଲିଉଡ୍ ସୁପରହିଟ୍କୁ ନେଇ ନିର୍ମାଣ ହୋଇଛି ଦକ୍ଷିଣ ଭାରତୀୟ ସିନେମା: ତାଲିକାରେ ଅଛି ‘ମୁନ୍ନା ଭାଇ ଏମ୍ବିବିଏସ୍’, ‘ଜବ୍ ଉଇ ମେଟ୍’…
ମୁମ୍ବାଇ: ବଲିଉଡ୍ରେ ଦକ୍ଷିଣ ଭାରତୀୟ ସିନେମାର ରିମେକ୍ ହେବା ନୂଆ କଥା ନୁହେଁ। ସୁପରଷ୍ଟାର ସଲମାନ ଖାନ୍ ଏବଂ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଅନେକ ଫିଲ୍ମ ତେଲୁଗୁ ନଚେତ ତାମିଲ ସିନେମାର ହିନ୍ଦି ରିମେକ୍। ତେବେ କେବଳ ଯେ ଦକ୍ଷିଣ ଭାରତୀୟ ସିନେମାରୁ ହିନ୍ଦି ସିନେମା ପ୍ରସ୍ତୁତ ହେଉଛି ତାହା ନୁହେଁ, ଅନେକ ବଲିଉଡ୍ ସୁପରହିଟ୍ ଚଳଚ୍ଚିତ୍ରକୁ ମଧ୍ୟ ତାମିଲ, ତେଲୁଗୁ, କନ୍ନଡ଼ ଭାଷାରେ ରିମେକ୍ କରାଯାଉଛି।
ସଞ୍ଜୟ ଦତ୍ତ ଅଭିନୀତ ଚଳଚ୍ଚିତ୍ର ‘ମୁନ୍ନା ଭାଇ ଏମ୍ବିବିଏସ୍’ ସେତେବେଳେ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଏହାର ଲୋକପ୍ରିୟତାକୁ ଦେଖି କନ୍ନଡ଼, ତାମିଲ, ତେଲୁଗୁ ଆଦି ଭାଷାରେ ଏହାକୁ ନିର୍ମାଣ କରାଯାଇଥିଲା। ତେଲୁଗୁ ରିମେକ୍ରେ ସୁପରଷ୍ଟାର ଚିରଞ୍ଜୀବୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏପରିକି ପରବର୍ତ୍ତୀ ସମୟରେ ରିଲିଜ ହୋଇଥିବା ଏହାର ସିକୁଏଲ ଲଗେ ରହୋ ମୁନ୍ନାଭାଇକୁ ମଧ୍ୟ ଦକ୍ଷିଣ ଭାରତୀୟ ସିନେମାରେ ରିମେକ୍ କରାଯାଇଥିଲା।
ସେହିଭଳି ‘ଜବ୍ ଉଇ୍ ମେଟ୍’, ‘୩ ଇଡିଅଟ୍ସ’, ‘ଦବଙ୍ଗ’, ‘କାହାନୀ’, ‘ପିଙ୍କ’, ‘ପ୍ୟାର୍ କା ପଞ୍ଚନାମା’, ‘ଡେଲି ବେଲି’, ‘ଅମର ଆକବର ଆନ୍ଥୋନୀ’ ଭଳି ସୁପରହିଟ୍ ବଲିଉଡ୍ ସିନେମାକୁ ତେଲୁଗୁ ଭାଷାରେ ରିମେକ୍ କରାଯାଇଛି। |
https://www.dharitri.com/student-commit-suicide-after-leaving-the-passenger-bus-to-go-to-school/ | ସ୍ପୁଲ୍ ଯାଇ ନ ପାରିବାରୁ ୯ମ ଶ୍ରେଣୀ ଛାତ୍ର ନେଲେ ଏମିତି ପଦକ୍ଷେପ
ଭୋପାଳ,୨୩।୧୧: ମଧ୍ୟପ୍ରଦେଶର ବୈତୁଲରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଯାଇ ନ ପାରିବା କାରଣରୁ ଜଣେ ୯ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାର ଯାଞ୍ଚ୍ ଆରମ୍ଭ କରିଛି। ମୃତ ଛାତ୍ର ଜଣଙ୍କ ହେଲେ ରାହୁଲ ସରଦାର। ସେ ଚୋପନା ସରକାରୀ ସ୍କୁଲରେ ପଢୁଥିଲେ। ସେ ଗ୍ରାମର ଅନ୍ୟ ଛାତ୍ରୀଛାତ୍ରଙ୍କୁ ସହ ଯାତ୍ରୀବାହୀ ବସ୍ରେ ସ୍କୁଲ ଯିବା ଆସିବା କରୁଥିଲେ। ସୋମବାର ସକାଳ ୯ଟାରେ ସେ ସ୍କୁଲ ଯିବା ପାଇଁ ଘରୁ ବାହାରିଥିଲେ। କିନ୍ତୁ ବସ୍ ଷ୍ଟାଣ୍ଡ୍ରେ ପହଞ୍ଚିବା କ୍ଷଣି ବସ୍ ଆସିଥିଲା କିନ୍ତୁ ଭିଡ ଯୋଗୁ କଣ୍ଡକ୍ଟର ସ୍କୁଲ ପିଲାଙ୍କୁ ଆଉ ଉଠାଇ ନ ଥିଲେ। ଏହା ପରେ ରାହୁଲ ସମେତ ସବୁ ପିଲା ଘରକୁ ଫେରି ଆସିଥିଲେ। କିନ୍ତୁ ରାହୁଲ ସ୍କୁଲ ଯିବାକୁ ଚାହୁଁଥିଲେ। ସେ କେବେ ସ୍କୁଲ ବିସ୍ କରିବାକୁ ପସନ୍ଦ କରୁ ନ ଥିଲେ। ସେଦିନ ସ୍କୁଲ ଯାଇ ନ ପାରିବାରୁ ସେ ଘର ପଛରେ ଥିବାର ଏକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଏହା ଦେଖି ଭୟଭୀତ ହୋଇଯାଇଥିଲେ। ସେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲେ। ଏନେଇ ରାହୁଲଙ୍କ ଦାଦା ଏବଂ ଖୁଡୀ କହିଛନ୍ତି, ପୁଅ ସ୍କୁଲ ଯାଇ ନ ପାରିବା ଦୁଃଖରେ ଏମିତି ପଦକ୍ଷେପ ନେଇଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ତଦନ୍ତ ପରେ ହିଁ ଜଣାପଡିବ ବୋଲି ପୋଲିସ କହିଛି। |
https://www.dharitri.com/worker-seriously-injured-by-molten-iron-fall/ | ଏସ୍ଏମ୍ସି ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ତରଳ ଲୁହା ପଡ଼ି ଶ୍ରମିକ ଗୁରୁତର
ଝାରସୁଗୁଡ଼ା ଅଫିସ,୨୮।୧୧: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅଧୀନ ହିର୍ମାସ୍ଥିତ ଏସ୍ଏମ୍ସି ଷ୍ଟିଲ୍ ଆଣ୍ଡ ପାୱାର ପ୍ଲାଣ୍ଟରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ତରଳ ଲୁହା ପଡ଼ି ଶ୍ରମିକ ଜଣକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଯୁଯୁମୁରା ଅଞ୍ଚଳର ମହାବୀର ମାଝି ବୋଲି ଜଣାପଡ଼ିଛି।
ଶ୍ରମିକ ଜଣକ ବ୍ଲାଷ୍ଟଫର୍ନେସରେ ହେଲ୍ଫର ଭାବେ କାମ କରୁଥିବା ବେଳେ ତାଙ୍କ ଉପରେ ତରଳ ଲୁହା ପଡ଼ିଯାଇଥିଲା। ଏଥିରେ ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଛି । ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବହୁ ବିଳମ୍ବରେ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା। ସେଠାରେ ଉତ୍ତମ ଚିକିତ୍ସା ନ ଥିବାରୁ ତାଙ୍କୁ ରାଉରକେଲା ଆଇଜିଏଚ୍ ହସ୍ପିଟାଲକୁ ପଠାଯାଇଛି। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି। ଏପରିକି ପ୍ଲାଣ୍ଟ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାକୁ ଚାପିଦେବାକୁ ଉଦ୍ୟମ ଚାଲିଥିବା ଚର୍ଚ୍ଚା ହେଉଛି। ପ୍ଲାଣ୍ଟରେ ଶ୍ରମିକଙ୍କ ସୁରକ୍ଷା ଦିଗରେ ଅଣଦେଖା କରାଯାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେବାରେ ଲାଗିଛି। ଏନେଇ ଶ୍ରମିକ ମହଲରେ ଅସନ୍ତୋଷ ଦେଖାଦେଇଛି। ଉକ୍ତ ଦୁର୍ଘଟଣା ସମ୍ପର୍କରେ ବଏଲର ବିଭାଗ ତରଫରୁ ତଦନ୍ତ ଆରମ୍ଭ ହୋଇଛି। |
https://www.dharitri.com/ଡାଇବେଟିସ୍ରୁ-ଦୂରେଇ-ରହିବ-3/ | ଡାଇବେଟିସ୍ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…
ମୂଳା ଶାଗରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ପାଇଁ ବେଶ୍ ଉପକାରୀ। ଶୀତ ଦିନେ ନିୟମିତ ମୂଳା ଶାଗ ଖାଇଲେ ବ୍ଲଡ୍ ସୁଗାର୍ ଲେଭଲ୍ ନିୟନ୍ତ୍ରିତ ହୋଇ ଡାଇବେଟିସ୍ ଆଶଙ୍କାରୁ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ମୂଳା ପତ୍ରରେ ଏନ୍ଥୋକାଇନିନ୍ ଅଛି। ଏହା କ୍ୟାନସରରୁ ମୁକ୍ତି ଦିଏ। ଏହା ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଏ। ମୂଳାପତ୍ରରେ ଆଇରନ୍, ଫସ୍ଫରସ୍ ପ୍ରଚୁର ମାତ୍ରାରେ ରହିଛି। ଏହା ଯୋଗୁ ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା ବୃଦ୍ଧି ପାଇଥାଏ ଓ ଦୂର୍ବଳତା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। |
https://www.dharitri.com/କରୋନା-କଟକଣା-ବୌଦ୍ଧରେ-ସନ୍ଧ/ | କରୋନା କଟକଣା: ବୌଦ୍ଧରେ ସନ୍ଧ୍ୟା ୭ରୁ ସକାଳ ୫ କର୍ଫ୍ୟୁ
ବୌଦ୍ଧ,୪ା୬ (ସ୍ବ.ପ୍ର.)-କରୋନା କଟକଣା ନେଇ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡଲାଇନ୍ ବୁଧବାର ପୁର୍ନବାର ପ୍ରକାଶ ପାଇଛି। ପୂର୍ବରୁ ଜାରି ରହିଥିବା ସମସ୍ତ କଟକଣା ବଳବତ୍ତର ରଖାଯିବା ସହିତ ସନ୍ଧ୍ୟା ୭ଟାରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ସମୟରେ କୌଣସି ବ୍ୟକ୍ତି ବିଶେଷ ବିନା ଜରୁରୀ କାର୍ଯ୍ୟରେ ବାହାରେ ବୁଲିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରଖାଯିବାକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ହୋଟେଲ, ରେଷ୍ଟୁରାଣ୍ଟଗୁଡିକ ହୋମ ଡେଲିଭରି କରିପାରିବେ ା ସାମାଜିକ ଦୂରତା ନିୟମ ପାଳନ ଓ ମୁହଁରେ ମାସ୍କ କିମ୍ବା ଗାମୁଛା ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ସାମାଜିକ ଦୂରତା ପାଳନ କରା ନ ଗଲେ ସେହି ପ୍ରତିଷ୍ଠାନର ମାଲିକ ଦାୟୀ ରହିବେ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି। |
https://www.dharitri.com/a-look-at-the-indian-top-order/ | ଭାରତୀୟ ଟପ୍ ଅର୍ଡର ଉପରେ ନଜର
ଅହମଦାବାଦ,୧।୨(ପି.ଟି.): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏ ମ୍ୟାଚ ଜିତିଥିବାରୁ ସିରିଜ ଏବେ ୧-୧ ସ୍ଥିତିରେ ଅଛି। ତେଣୁ ତୃତୀୟ ମ୍ୟାଚର ଗୁରୁତ୍ୱ ବଢ଼ି ଯାଇଛି। ପୂର୍ବ ୨ଟି ଯାକ ମ୍ୟାଚରେ ଭାରତୀୟ ଯୁବ ଟପ୍ ଅର୍ଡର ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ତେଣୁ ସିରିଜ ନିର୍ଣ୍ଣାୟକ ମ୍ୟାଚରେ ସେମାନଙ୍କ ଉପରେ ନଜର ରହିବ। ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଶୁବମନ ଗିଲ, ଇଶାନ କିଶନ ଓ ରାହୁଲ ତ୍ରିପାଠୀ ସୁଯୋଗର ସଦ୍ବ୍ୟବହାର କରିପାରିନାହାନ୍ତି। ତେଣୁ ଆଗାମୀ ମ୍ୟାଚରେ ସେମାନଙ୍କ ଉପରେ ଚାପ ରହିବ। ବୁଧବାର ମ୍ୟାଚ ପରେ ଭାରତୀୟ ଦଳ ଦୀର୍ଘଦିନ ଧରି ଆଉ ଟି୨୦ ଖେଳିବାର ନାହିଁ। ତେଣୁ ଦକ୍ଷତା ପ୍ରଦର୍ଶନ ପାଇଁ ଯୁବ ଖେଳାଳିମାନେ ଏଠାରେ ଶେଷ ସୁଯୋଗ ପାଇବେ।
ବାଂଲାଦେଶରେ ଦ୍ୱିଶତକ ହାସଲ କରିବା ପରେ ଇଶାନ ଆଶ୍ଚର୍ଯ୍ୟଜନକଭାବେ ରିଦିମ ଫେରିପାଇବା ପାଇଁ ସଂଘର୍ଷ କରୁଛନ୍ତି। ଟର୍ନିଂ ବଲ୍ ଗିଲ୍ଙ୍କୁ ଅସୁବିଧାରେ ପକାଉଛି। ସେ ନିଜ ଦିନିକିଆ ଫର୍ମ ଟି୨୦ରେ ବଜାୟ ରଖିପାରି ନାହାନ୍ତି। ସେହିପରି କୋହଲିଙ୍କ ସ୍ଥାନରେ ୩ ନମ୍ବରରେ ଖେଳୁଥିବା ତ୍ରିପାଠୀ ମଧ୍ୟ ସୁଯୋଗ ହାତଛଡ଼ା କରିବାରେ ଲାଗିଛନ୍ତି। ଗତ ମ୍ୟାଚରେ ଯଦି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ତିଷ୍ଠି ନ ଥାନ୍ତେ ତେବେ ଭାରତ ୧୦୦ ରନ ଚେଜ୍ କରିବାକୁ ମଧ୍ୟ ସଂଘର୍ଷ କରିଥାନ୍ତା। ସିରିଜର ତୃତୀୟ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସେଠାରେ ମଧ୍ୟ ଟର୍ନିଂ ଟ୍ରାକ୍ ଥିବାରୁ ଭାରତୀୟ ଦଳ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ।
ବୋଲିଂ ବିଭାଗରେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ପ୍ରତିପକ୍ଷ ଦଳ ଉପରେ ଚାପ ପକାଇବାରେ ସକ୍ଷମ ହୋଇଛି। ଗତ ମ୍ୟାଚରେ ବଲ ଅତିରିକ୍ତ ଟର୍ନ ନେଉଥିବାବେଳେ ଚହଲଙ୍କୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୨ ଓଭର ବୋଲିଂ ସୁଯୋଗ ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ୨ ଓଭରରେ ଚହଲ ଗୋଟିଏ ମେଡେନ ନେଇଥିବାବେଳେ ମାତ୍ର ୪ ରନ ଦେଇ ଫିନ୍ ଆଲେନଙ୍କ ଉଇକେଟ ନେଇଥିଲେ। ପୃଥ୍ବୀ ଶ’ଙ୍କୁ ଦଳରେ ସାମିଲ ପାଇଁ ଚାପ ଥିଲେ ହେଁ ହାର୍ଦ୍ଦିକ ଆଗାମୀ ମ୍ୟାଚ ପାଇଁ ଦଳରେ ପରିବର୍ତ୍ତନ କରିବା ସମ୍ଭାବନା କମ୍।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଏହାର ମିଡିଲ ଅର୍ଡର ନିକଟରୁ ଅଧିକ କିଛି ଆଶା ରଖିବ। ଭାରତରେ ବିରଳ ସିରିଜ ଜିତିବାର ସୁଯୋଗ ଏହି ବିଦେଶୀ ଦଳ ନିକଟରେ ରହିଛି। ତେଣୁ ଆଗାମୀ ଚ୍ୟାଲେଞ୍ଜ ପାଇଁ ବ୍ଲାକ୍ କ୍ୟାପ ଦଳ ପ୍ରସ୍ତୁତ। ଗ୍ଲେନ୍ ଫିଲିପ ଏପର୍ଯ୍ୟନ୍ତ ନିଜ ବିସ୍ଫୋରକ ରୂପ ଦେଖାଇ ପାରିନାହାନ୍ତି। ତେଣୁ ଆଗାମୀ ମ୍ୟାଚରେ ତାଙ୍କ ଉପରେ ନଜର ରହିବ। ଦିନିକିଆ ସିରିଜ ସେନ୍ସେଶନ ମାଇକେଲ ବ୍ରାସଓ୍ବେଲ ଏବଂ ୩ ନମ୍ବର ଖେଳାଳି ମାର୍କ ଚାମ୍ପମାନ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଶାୟୀ। ପୂର୍ବ ଗେମ୍ରେ ନ୍ୟୁଜିଲାଣ୍ଡ ୮ ବୋଲରଙ୍କୁ ବ୍ୟବହାର କରିଥିଲା। ତେବେ ୪ ସ୍ପିନରଙ୍କୁ କୋଟା ପୂରାଇବାକୁ ଦେଇଥିଲା।
ଦୁଇବର୍ଷ ପୂର୍ବରୁ ଏଠାରେ ଖେଳାଯାଇଥିବା ଟି୨୦ରେ ୨୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର ହୋଇଥିଲା। |
https://www.dharitri.com/ସାମାଜିକ-ଦୂରତ୍ୱ-ମାସ୍କକୁ-ପ/ | ସାମାଜିକ ଦୂରତ୍ୱ, ମାସ୍କକୁ ପୋଲିସର ଗୁରୁତ୍ୱ
କେନ୍ଦୁଝର, ୨୯ା୫ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲଢେଇକୁ କଠୋର କରିବା ଲାଗି ଲକ୍ ଡାଉନର ପ୍ରଥମ ପର୍ଯ୍ୟାୟରେ ପୋଲିସ ହାତରେ ଧରିଥିଲା ଲାଠି। ଠିକ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଲକ୍ଡାଉନ୍କୁ ସଫଳ କରିଥିଲା। ତେବେ ଲକ୍ଡାଉନ ପର୍ଯ୍ୟାୟକ୍ରମେ କୋହଳ ହୋଇ ଚାଲିଥିବାରୁ ଜନସାଧାରଣ ଏକ ପ୍ରକାର ବେଲଗାମ୍ ହୋଇପଡିଛନ୍ତି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତାକୁ ଓ ମୁହଁରେ ମାସ୍କକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଲୋକେ ଏହାକୁ ସର୍ବସାଧାରଣ ସ୍ଥାନରେ ପାଳନ କରୁ ନ ଥିବା ଦେଖିବାକୁ ମିଳିଛି। ଏଣୁ ଏଭଳି ଅମାନିଆଙ୍କ ବିରୋଧରେ ସଦର ଥାନା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଧରପଗଡ। ପଳାଶପଙ୍ଗା ବିଟ ହାଉସ ଅଧିକାରୀ ଶିବ ଚରଣ ଆଇଚ ସଦଳବଳେ ସ୍ପଞ୍ଜ ଛକ, ପରିବା ହାଟ ଓ ମାର୍କେଟ ଓ ବଜାର ଅଞ୍ଚଳରେ ସାମଜିକ ଦୂରତ୍ୱ ବଜାୟୀ ରଖୁ ନ ଥିବା ଏବଂ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କ ଉପରେ ଚଢ଼ାଉ କରିଛନ୍ତି। ବୁଧବାର ଏହି ଛକରୁ ୨୭ଜଣଙ୍କ ଠାରୁ ୫୪୦୦ ଟଙ୍କା ଓ ଗୁରୁବାର ୨୩ଜଣଙ୍କଠାରୁ ୪୬୦୦ ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ବିଟ ହାଉସ ଅଧିକାରୀ କହିଛନ୍ତି। ପ୍ରତିଦିନ ଏହି ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ ପାଇଁ ଏକ ପ୍ରକାର ଟାର୍ଗେଟ ଦିଆଯାଇଛି ବୋଲି ସେ କହିଛନ୍ତି। |
https://www.dharitri.com/୮୫-ହଜାର-ଲୁଟ୍-ଘଟଣା-ଜେଲ୍-ଗ/ | ୮୫ ହଜାର ଲୁଟ୍ ଘଟଣା: ଜେଲ୍ ଗଲେ ଅଭିଯୁକ୍ତ
ରୂପ୍ସା, ୨୫।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅଧୀନ ଦୁବୁଲାଗଡ଼ି ଗ୍ରାମର ଜଣେ ଭୁଟୁଭୁଟି ମାଲିକ ଅଜାମିଲ ବେରାଙ୍କ ମୁହାଣସ୍ଥିତ ଗୋଦାମ ଓ ଅଫିସ୍ ଘରର ଶଟର ଭାଙ୍ଗି ୮୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୨୭/୧୯) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ଏହି ଲୁଟ୍ ଘଟଣାରେ ପୋଲିସ ନୀଳଗିରି ଥାନା ଗୋପାଳପୁର ଗ୍ରାମର ଅଭିଯୁକ୍ତ ଗୋପାଳ ସିଂଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଯାଇଛି। ଅଭିଯୁକ୍ତ ଗୋପାଳ ଅନ୍ୟ ଏକ ଟ୍ରଲର ମାଲିକଙ୍କ ପାଖରେ ଦୀର୍ଘଦିନ ହେଲା କାର୍ଯ୍ୟ କରି ଆସୁଥିଲେ। ଆଇଆଇସି ଲକ୍ଷ୍ମଣ କୁମାର ବେହେରା ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଚୋରି ୨୬ହଜାର ଟଙ୍କା ଜବତ କରିଛନ୍ତି। |
https://www.dharitri.com/natural-disasters-will-be-stronger-open-in-google-translate-feedback-google-translatehttps-translate-google-co-in-googles-free-service-instantly-translates-words-phrases-and-web-pag/ | ‘ଆହୁରି ସୁଦୃଢ଼ ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା’
ଭୁବନେଶ୍ୱର,୧୩।୬(ବ୍ୟୁରୋ): ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆହୁରି ସୁଦୃଢ଼ ହେବ। ଯାହା ଆବଶ୍ୟକ, ଖୁବ ଶୀଘ୍ର କାମ ଆରମ୍ଭ ହେବ।
ଏସଆରସି ପ୍ରଦୀପ ଜେନାଙ୍କ ସହ ସୋମବାର ସମୀକ୍ଷା ବୈଠକ ପରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହା କହିଛନ୍ତି । ସେ ଏସଆରସି ଅଫିସର ଏମର୍ଜେନ୍ସି ଅପରେଶନ ସେଣ୍ଟର ମଧ୍ୟ ପରିଦର୍ଶନ କରିଛନ୍ତି । |
https://www.dharitri.com/ରେଲଓ୍ବେର-ଘରୋଇକରଣ-ଉଦ୍ୟମକୁ/ | ରେଲଓ୍ବେର ଘରୋଇକରଣ ଉଦ୍ୟମକୁ ୟୁନିୟନର ବିରୋଧ
ନୂଆଦିଲ୍ଲୀ,୮ା୭: ଭାରତୀୟ ରେଲଓ୍ବେର ଘରୋଇକରଣ ଉଦ୍ୟମକୁ ରେଲଓ୍ବେ ୟୁନିୟନ ବିରୋଧ କରିଛି। ନ୍ୟାଶନାଲ ଫେଡେରେଶନ ଅଫ୍ ଇଣ୍ଡିଆନ ରେଲଓ୍ବେମେନ ପକ୍ଷରୁ ଏହାକୁ ବିରୋଧ କରି ସାରା ଦେଶରେ ରେଲଓ୍ବେ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆସନ୍ତା ୧୦ରୁ ୧୩ତାରିଖ ପର୍ଯ୍ୟନ୍ତ ହାତରେ କଳାବ୍ୟାଜ୍ ପିନ୍ଧାଯିବ ବୋଲି ଫେଡେରେଶନ ପକ୍ଷରୁ କୁହାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ରେଲଓ୍ବେର ବିକାଶ ଲାଗି ପିପିପି ମଡେଲ ଆପଣାଯିବ ବୋଲି କହିଥିଲେ। ସରକାର ରେଲଓ୍ବେର କର୍ପୋରେଟକରଣ ସହ ଘରୋଇକରଣ କରିବାକୁ ଯାଉଛନ୍ତି ବୋଲି ବଜେଟରୁ ସ୍ପଷ୍ଟ ହୋଇଥିବା ଫେଡେରେଶନ ପକ୍ଷରୁ ଏହାର ମହାସଚିବ ଏମ୍.ରାଘଭାଇୟା ବିଭିନ୍ନ ସହଯୋଗୀ ୟୁନିୟନକୁ ପତ୍ର ଲେଖି ଜଣାଇଛନ୍ତି। |
https://www.dharitri.com/teacher-went-to-jail-after-the-arrest/ | ଗିରଫ ପରେ ଜେଲ ଗଲେ ଶିକ୍ଷକ
ଭବାନୀପାଟଣା,୭।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମାଲିଗଁା ପଞ୍ଚାୟତରେ ଗତ ନଭେମ୍ଭର ୧୧ରେ ମାସିକ ପଞ୍ଚାୟତ ବୈଠକ ସାରି ସ୍ଥାନୀୟ ୱାର୍ଡମେମ୍ବରମାନେ ଫେରୁଥିବା ବେଳେ ବାଟରେ ଶିକ୍ଷକ ଅରୁଣ ନାଏକ ସେମାନଙ୍କ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ୱାର୍ଡମେମ୍ବର ଓ ଜନସାଧାରଣ ଶିକ୍ଷକ ଅରୁଣ ନାମରେ ଥୁଆମୂଳ ରାମପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ସମ୍ପୃକ୍ତ ଶିକ୍ଷକ ଅରୁଣ ଫେରାର ହୋଇଯାଇଥିଲେ। ଏ ନେଇ ଗୁରୁବାର ସ୍ଥାନୀୟ ପଞ୍ଚାୟତ ୧୧ଟି ଗ୍ରାମର ଲୋକେ ଜିଲାପାଳ, ଏସ୍ପି ଓ ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ଓ ଏସପି ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜୟପାଟଣା ଓ ଥୁଆମୂଳ ରାମପୁର ପୋଲିସକୁ ସମ୍ପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ରାତିରେ ଉଭୟ ଥାନା ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ସମ୍ପୃକ୍ତ ଶିକ୍ଷକ ଅରୁଣ ନାଏକଙ୍କୁ ଠାବ କରାଯାଇଥିଲା। ଶୁକ୍ରବାର ଥୁଆମୂଳ ରାମପୁର ପୋଲିସ ଶିକ୍ଷକ ଅରୁଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଜାମିନ ମଞ୍ଜୁର ନ ହେବାରୁ ଶିକ୍ଷକ ଅରୁଣଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଏ ନେଇ ଥୁଆମୂଳ ରାମପୁର ଥାନାରେ ଏକ ମାମଲା (ନଂ.୧୯୩/୨୨) ରୁଜୁ ହୋଇଛି। ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଥୁଆମୂଳ ରାମପୁର ଥାନାରେ ଅନେକ ମାମଲା ରହିଥିବା ସୂଚନା ମିଳିଛି। |
https://www.dharitri.com/unknown-disease-spreading-to-children/ | ଶିଶୁମାନଙ୍କୁ ବ୍ୟାପୁଛି ଅଜଣା ରୋଗ
ସାରସକଣା,୧ା୧୦(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ୍ ଅଞ୍ଚଳରେ ଶିଶୁମାନେ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଶିଶୁଙ୍କ ମୁହଁ, ଦେହର ବିଭିନ୍ନ ସ୍ଥାନରେ ଫୋଟକା ଭଳି ହୋଇ ଘା’ ହୋଇଯାଉଛି। ଏହା ବ୍ୟାପୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି।
ସୂଚନା ଅନୁଯାୟୀ, ସାରସକଣା ବ୍ଲକ୍ରେ ଏଯାବତ ୮ ଶିଶୁ ଉକ୍ତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ୬ ବର୍ଷର, ୨ଜଣ ୫, ଜଣେ ୨ ବର୍ଷ ଏବଂ ଜଣେ ଦେଢ଼ ବର୍ଷର ଶିଶୁ ରହିଥିବା ଜାଣାପଡ଼ିଛି। ରୋଗ ହେଲେ ଶିଶୁଙ୍କୁ ହାଲୁକା ଜ୍ୱର, ଜଙ୍ଘ, ଆଣ୍ଠୁ, ଗୋଇଠି, ଅଣ୍ଟା, ହାତ ଆଦି ସ୍ଥାନରେ ଫୋଟକା ଭଳି ବାହାରୁଛି। ହାତ ପାପୁଲି ଓ ପାଦ ତଳ ସ୍ଥାନରେ ନାଲି ପଡ଼ିଯାଉଥିବା ବେଳେ ମୁହଁରେ ମଧ୍ୟ ଫୋଟକା ହୋଇ ଘା’ ହୋଇଯାଉଛି। ରୋଗର ପ୍ରଥମ ଲକ୍ଷ୍ୟଣରେ ଛୋଟ ଛୋଟ ବିନ୍ଦୁରୁ ଆରମ୍ବ ହୋଇ ସମୟ ଗଡ଼ିବା ସହିତ ଆକାର ବଡ଼ ହେଉଛି ।
ସଂକ୍ରାନ୍ତରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଜତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହାକୁ ହେଡ୍-ଫୁଟ-ମାଉଥ୍ ରୋଗ କୁହାଯାଏ। ମାତ୍ର ଏବେ ସେହି ରୋଗ ଭଳି ଅନ୍ୟ ଏକ ରୋଗ ଟମାଟୋ ଫ୍ଲୁ ବ୍ୟାପୁଛି। ଯାହା କେରଳ ରାଜ୍ୟରୁ ଚିହ୍ନଟ ହୋଇଛି। ରୋଗର ନିରାକରଣ ପାଇଁ ଡାକ୍ତରଙ୍କୁ ପରାମର୍ଶ ନେବାକୁ ସେ କହିଛନ୍ତି। ତେବେ ଏ ନେଇ ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ ରେବତୀ ଗିରିଙ୍କୁ ପଚାରିବାରୁ ସେଭଳି ରୋଗ ବାବଦରେ କୌଣସି ଖବର ନ ଥିବା କହିଥିଲେ। |
https://www.dharitri.com/daily-infection-at-0-32-percent-keeping-a-close-eye-on-the-situation/ | ଦୈନିକ ସଂକ୍ରମଣ ୦.୩୨ ପ୍ରତିଶତ, ସ୍ଥିତି ଉପରେ ତୀକ୍ଷ୍ଣ ନଜର…
ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୩୨ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୧୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧିବା ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଏବଂ ଟିକାକରଣକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୨ ଶହ ତଳେ ରହିଛି। ଏହା କମି ୧୫୭ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧୯୬ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ଥିଲା। ଏହି ସମୟରେ ସକ୍ରିୟ ମାମଲା ବଢ଼ି ୩ ହଜାର ୪୨୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩ ହଜାର ୪୨୮ ଥିଲା। ସେହିପରି ୨୪ ଘଣ୍ଟାରେ ୧୯୦ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୯୮ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୬୯୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୭୭ ହଜାର ୪୫୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪୩ ହଜାର ୩୪୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ୪୯,୪୬୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। |
https://www.dharitri.com/young-man-killed-in-police-custody-hrpc-team-in-bargarh/ | ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ବରଗଡ଼ରେ ଏଚ୍ଆର୍ପିସି ଟିମ୍
ବରଗଡ଼ ଅଫିସ,୧।୧୦: ବରଗଡ଼ ସହର ଉପକଣ୍ଠ ତୋରା ତଳିପଡାର ଜଣେ ଯୁବକ ଗୋବିନ୍ଦ କୁମ୍ଭାର ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଏବଂ ପୋଲିସ ଲାଠି ଚାଳନା ମଧ୍ୟ କରିଥିଲା। ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ପାଇଁ ବରଗଡ ଏସ୍ପି ରାହୁଲ ଜୈନ ମାନବାଧିକାର ସୁରକ୍ଷା ସେଲ୍(ଏଚ୍ଆରପିସି) ଏଡିଜିଙ୍କୁ ଅନୁରୋଧ କରିଥିଲେ। ଏହି କ୍ରମରେ ଶୁକ୍ରବାର ଏଚଆରପିସିର ଦୁଇ ଜଣିଆ ଟିମ୍ ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଛନ୍ତି । ଏହି ଟିମରେ ଅତିରିକ୍ତ ଏସ୍ପି ଇତିକାନ୍ତ ମହାପାତ୍ରଙ୍କ ସହ ଡିଏସ୍ପି ବିଦ୍ୟୁତ ପଣ୍ଡା ରହିଛନ୍ତି । ସେମାନେ ପ୍ରଥମେ ବରଗଡ଼ ଏସପିଙ୍କୁ ଭେଟି ଆଲୋଚନା କରିବା ପରେ ଥାନାରେ ପହଞ୍ଚି ସବିଶେଷ ତଥ୍ୟ ନେଇଥିଲେ । ତେବେ ଘଟଣାଟି ତଦନ୍ତାଧିନ ଥିବା ଯୋଗୁ ବର୍ତ୍ତମାନ କିଛି କହିବାକୁ ସେମାନେ ମନା କରି ଦେଇଛନ୍ତି । |
https://www.dharitri.com/atal-bihari-vajpayee-death-anniversary-droupadi-murmu-jagdeep-dhankar-pm-modi-pay-tribute/ | ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୬ ।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧଦିବସରେ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାର୍ଷ୍ଟପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ନେତାମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଟଳ ସାମଧୀ ସ୍ଥଳରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
୨୦୧୮ ମସିହା ଠିକ ଆଜିର ଦିନରେ ଅର୍ଥାତ୍ ଅଗଷ୍ଟ ୧୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ହୋଇଥିଲା । ଭାରତୀୟ ଜନତା ପାର୍ଟି(ଭାଜପା) ବାଜପେୟୀଙ୍କ ନୀତିକୁ ମୋଦି ମନେପକାଇବା ସହ ଶ୍ରଦ୍ଧା ସୁମନ ଦେଶ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସରକାରଙ୍କର ବହୁ ମନ୍ତ୍ରୀ ଟୁଇଟର ଜରିଆରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟୁଇଟରେ ଲେଖିଛନ୍ତି, ଶ୍ରଦ୍ଧେୟ ଅଟଳ ଜୀ ଭାରତ ମାତାର ଗୌରବକୁ ପୁନଃସ୍ଥାପିତ କରିବାକୁ ଜୀବନର ପ୍ରତ୍ୟେକ କ୍ଷଣକୁ ଉତ୍ସର୍ଗ କରି ଦେଇଥିଲେ । ସେ ଭାରତୀୟ ରାଜନୀତିରେ ଗରିବ କଲ୍ୟାଣ ଓ ସୁଶାସନର ନୂଆ ଯୁଗର ଆରମ୍ଭ କରିଥିଲେ । ଏହାସହ ବିଶ୍ୱକୁ ଭାରତର ସାହସ ଓ ଶକ୍ତି ବିଷୟରେ ଅବଗତ କରାଇଥିଲେ । ଆଜି ତାଙ୍କ ଶ୍ରାଦ୍ଧ ଦିବସରେ କୋଟି କୋଟି ପ୍ରଣାମ ।
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଭାରତ ବିକାଶରେ ତାଙ୍କ ଯୋଗଦାନକୁ ଅବିସ୍ମରଣୀୟ ବୋଲି କହିଛନ୍ତି । |
https://www.dharitri.com/when-karan-johar-bawl-loudly-in-front-of-salman-khan-for-kuch-kuch-hota-hai-starring-kajol-shahrukh-khan/ | ସଲମାନ୍ଙ୍କ ସାମ୍ନାରେ ଆଣ୍ଠେଇ ଭୋ ଭୋ ହୋଇ କାନ୍ଦିଥିଲେ କରଣ
କରଣ ଜୋହରଙ୍କ ପ୍ରଥମ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ୧୯୯୮ରେ ରିଲିଜ୍ ହୋଇଥିଲା। ଏଥିରେ ପ୍ରମୁଖ ଚରିତ୍ରରେ ଶାହାରୁଖ ଖାନ୍, କାଜଲ ଏବଂ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ତେବେ ଏଥିରେ ସଲମାନ ଖାନ୍ଙ୍କର ଏକ ଅତିଥି ଚରିତ୍ର ରହିଥିଲା। ଏହି ସୁପରହିଟ୍ ଫିଲ୍ମ ସହ ଜଡିତ ଅନେକ କାହାଣୀ ରହିଛି।
କରଣ ଜୋହର ଚାହୁଁଥିଲେ ଯେ. ସଲମାନ ଫିଲ୍ମର ବିବାହ ଦୃଶ୍ୟ ପାଇଁ ଏକ ସୁଟ୍ ପିନ୍ଧନ୍ତୁ। କିନ୍ତୁ ସଲମାନ କୁହନ୍ତି, ‘ମୋର ଏଥିରେ ବହୁତ ଭଲ ଧାରଣା ଅଛି, ମୁଁ ବିବାହ ସମୟରେ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବି। ଏହା ଶୁଣିବା ପରେ କରଣ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ଭାବନ୍ତି ଯେ ସଲମାନ ତାଙ୍କ ସହ ଥଟ୍ଟା କରୁଛନ୍ତି।
କିଛି ସମୟ ପରେ ପୁଣି କରଣ ସଲମାନଙ୍କୁ କକହିଥିଲେ, ଆପଣଙ୍କୁ ସୁଟ୍ ପିନ୍ଧିବାକୁ ପଡିବ। ଫିଲ୍ମ ଅନୁଯାୟୀ ଜିନ୍ସ ଚଳିବ ନାହିଁ। କିନ୍ତୁ ସଲମାନ ଏଥିପାଇଁ ମନା କରିଦେଇଥିଲେ। ଏଥିପାଇଁ କରଣ ସଲମାନ୍ଙ୍କୁ ମନାଇବାରେ ଥକି ପଡ଼ିବା ପରେ କାନ୍ଦିବାକୁ ଲାଗନ୍ତି। ପରେ ସଲମାନ୍ଙ୍କ ସାମ୍ନାରେ ଆଣ୍ଠେଇ ହାତ ଯୋଡି କୁହନ୍ତି, ଏହା ମୋର ପ୍ରଥମ ଫିଲ୍ମ, ଏହି ସୁଟ ପ୍ରକୃତରେ ଆପଣଙ୍କୁ ଭଲ ଲାଗିବ ।
କରଣଙ୍କ କାନ୍ଦ ଦେଖି ସଲମାନ ଚକିତ ହୋଇ କୁହନ୍ତି, ତୁମେ ବିରକ୍ତ ହୁଅ ନାହିଁ । ମୁଁ ଏହାକୁ ପିନ୍ଧିବି। କାନ୍ଦ ବନ୍ଦକର, ନ ହେଲେ ମୁଁ ତୁମକୁ ମାରିଦେବି ବୋଲି ସଲମାନ୍ କହିଥିଲେ। ଏକ ସାକ୍ଷାତକାରରେ ନିଜେ କରଣ ଏହି କଥା କହିଥିଲେ। ଏସ କହିଥିଲେ ଯେ, ମୁଁ ଜାଣିଥିଲି ସଲମାନ ଶେଷରେ ରାଜି ହେବେ, କାରଣ ତାଙ୍କର ହୃଦୟ ବହୁତ ବଡ଼ ଏବଂ ସେ ସମସ୍ତଙ୍କୁ ସାହାଯ୍ୟ କରନ୍ତି। ସେତେବେଳେ ଏହା ସବୁ ଅଦ୍ଭୁତ ଥିଲା, କିନ୍ତୁ ଏହା ମଜା ଥିଲା ବୋଲି କରଣ କହିଥିଲେ। |
https://www.dharitri.com/humanist-economist/ | ମାନବବାଦୀ ଅର୍ଥନୀତିଜ୍ଞ
ଭାରତବର୍ଷରେ ଅନେକ ମାତାପିତା ସେମାନଙ୍କ ଈପ୍ସିତ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇ ନ ଥିଲେ ତାହାକୁ ପିଲାଙ୍କ ଜରିଆରେ ଦେଖିବାକୁ ଚେଷ୍ଟା କରିଥାଆନ୍ତି। ଅନେକ ସମୟରେ ପିଲାର ପସନ୍ଦକୁ ଗୁରୁତ୍ୱ ଦେଇ ନ ଥାଆନ୍ତି। ଫଳରେ ଅଭିଭାବକ ଓ ପିଲାଙ୍କର କ୍ଷତି ହୋଇଥାଏ। ତେବେ ଏଠାରେ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରାଯାଉଛି, ସେ ନିଜ ପସନ୍ଦକୁ ପରିବାର ଆଗରେ ଠିକ୍ ଭାବେ ଉପସ୍ଥାପନ କରିପାରିଥିବାରୁ ସଫଳ ହୋଇଛନ୍ତି। ପୁଅ ପଦାର୍ଥ ବିଜ୍ଞାନ ନେଇ ପଢ଼ୁ ବୋଲି ପିତା ଚାହୁଁଥିଲେ। କିନ୍ତୁ ପୁଅଙ୍କ ଇଚ୍ଛା ଥିଲା ଭିନ୍ନ। ଶେଷରେ ଅର୍ଥନୀତି ପ୍ରତି ଆଗ୍ରହକୁ ଦେଖି ପିତା ‘ହଁ’ ମାରିଥିଲେ। ସମୟ କ୍ରମେ ପୁଅ ସଫଳତାର ଶିଖର ଛୁଇଁ ଗୋଟିଏ ପରେ ଗୋଟିଏ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇ ନିଜ ପସନ୍ଦର ପାଠକୁ ନ୍ୟାୟ ଦେବାରେ ସକ୍ଷମ ହୋଇଛନ୍ତି। ଭବିଷ୍ୟତ ପିଢ଼ି ଆଗରେ ଏକ ଆଇକନ୍ ପାଲଟିଯାଇଥିବା ସେହି ବ୍ୟକ୍ତି ହେଉଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ କୌଶିକ ବସୁ। ତାଙ୍କୁ ଜର୍ମାନୀର ହମ୍ବୋଲ୍ଡ ରିସର୍ଚ୍ଚ ସମ୍ମାନ ମିଳିବା ପରେ ତାଙ୍କ କ୍ୟାରିୟର ଉପରେ ଆଲୋକପାତ କରିବା ଲାଗି ଏହା ଅବସର ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ଜର୍ମାନୀଭିତ୍ତିକ ଆଲେକ୍ଜାଣ୍ଡର ଭନ୍ ହମ୍ବୋଲ୍ଡ ଫାଉଣ୍ଡେଶନ୍ ଦ୍ୱାରା ଏହି ପୁରସ୍କାର ପ୍ରତିବର୍ଷ ଦିଆଯାଇ ଆସୁଛି। ପୃଥିବୀର ୧୦୦ ଅର୍ଥନୀତିଜ୍ଞ ଓ ବୈଜ୍ଞାନିକଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଦିଆଯାଉଥିବା ପୁରସ୍କାର ବାବଦକୁ ୬୦,୦୦୦ ୟୁରୋ ଦେବାର ବ୍ୟବସ୍ଥା ରହିଛି। ଏଥିସହିତ ବିଜେତା ଜର୍ମାନୀର ଯେକୌଣସି ଗବେଷଣା ପ୍ରତିଷ୍ଠାନରେ ନିଜ ପସନ୍ଦର ଗବେଷଣା ପ୍ରକଳ୍ପ କରିବାର ସୁଯୋଗ ପାଇପାରିବେ। ପୂର୍ବରୁ ଆମେରିକୀୟ ଅର୍ଥନୀତିଜ୍ଞ ଫ୍ରାନ୍ସିସ୍ ଡାଏବୋଲ୍ଡ, ଫ୍ରାନ୍ସ ଅର୍ଥନୀତିଜ୍ଞ ଜେରାର୍ଡ ଡେବ୍ରୁ ଏବଂ ଆମେରିକୀୟ ଅର୍ଥନୀତିଜ୍ଞ ହାଲ୍ ଭରିନ୍ଙ୍କ ଭଳି ବ୍ୟକ୍ତି ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି।
କୌଶିକ ୯ ଜାନୁୟାରୀ ୧୯୫୨ରେ କଲିକତାରେ ଜନ୍ମଗ୍ରହଣ କରିଥିଲେ। ୧୯୬୯ରେ ସେଣ୍ଟ ଜାଭିୟର କଲେଜିଏଟ୍ ସ୍କୁଲରୁ ପଢ଼ା ଶେଷ କରିବା ପରେ ସେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ପିତାଙ୍କ ଆଗ୍ରହର ପଦାର୍ଥ ବିଜ୍ଞାନ ବିଷୟ ନ ରଖି ଅର୍ଥନୀତି ପଢ଼ିବା ଲାଗି ଦିଲ୍ଲୀର ସେଣ୍ଟ୍ ଷ୍ଟିଫେନ୍ସ କଲେଜରେ ନାମ ଲେଖାଇଥିଲେ। ତା’ପରେ ଲଣ୍ଡନ ସ୍କୁଲ ଅଫ୍ ଇକନମିକ୍ସରୁ ୧୯୭୪ରେ ଏମ୍ଏସ୍ସି ଡିଗ୍ରୀ ଅର୍ଜନ କରିଥିଲେ। ସେହି ସମୟରେ କୌଶିକ ପିତାଙ୍କ ଆଇନ ବ୍ୟବସାୟରେ ରହିବା ଲାଗି ଲଣ୍ଡନରେ ଆଇନ ପଢ଼ିବାକୁ ଚାହିଁଥିଲେ। ହେଲେ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍ଙ୍କ କାର୍ଯ୍ୟ ଦେଖି ସେ ପ୍ରଭାବିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେନ୍ଙ୍କ ତତ୍ତ୍ୱାବଧାନରେ ସେ ଗବେଷଣା କରି ୟୁନିଭର୍ସିଟି ଅଫ୍ ଲଣ୍ଡନରୁ ପିଏଚ୍.ଡି ଡିଗ୍ରୀ ଅର୍ଜନ କରିଥିଲେ। ଫଳରେ ମାସାଚ୍ୟୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିଠାରୁ ଆରମ୍ଭ କରି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ଦି ଇନ୍ଷ୍ଟିଚ୍ୟୁଟ୍ ଫର୍ ଆଡଭାନ୍ସଡ୍ ଷ୍ଟଡି ଇନ୍ ପ୍ରିନ୍ସଷ୍ଟନ୍ ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକନମିକ୍ସରେ ଅଧ୍ୟାପନା କରିଥିଲେ। ପଢ଼େଇବା ଓ ଗବେଷଣାରେ ଦୀର୍ଘ ବର୍ଷର ଅଭିଜ୍ଞତା ତାଙ୍କୁ ଅନ୍ତର୍ଜାତୀୟ ନୀତି ନିର୍ଦ୍ଧାରଣ ସଂସ୍ଥା ଓ ସରକାରରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲା। ୨୦୦୯ରୁ ୨୦୧୨ ଯାଏ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା କୌଶିକଙ୍କୁ ୨୦୧୨ରୁ ୨୦୧୬ ଯାଏ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭଳି ପଦବୀ ମିଳିଥିଲା। ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟ ଅର୍ଥନୀତିର ପ୍ରଫେସର ହେବା ସହ ପଞ୍ଜାବର ପ୍ଲଖ୍ୟା ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଆଡଭାଇଜରି ବୋର୍ଡର ସେ ସଦସ୍ୟ ଅଛନ୍ତି। ଶିକ୍ଷାଦାନ ସହ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରିସର୍ଚ୍ଚ ଓ ପପୁଲାର ଜର୍ନାଲରେ ପ୍ରକାଶ ପାଉଥିବା ତାଙ୍କ ଲେଖା ଗବେଷକଙ୍କ ପାଇଁ ଉପାଦେୟ ସୂତ୍ର ଓ ତଥ୍ୟ ଯୋଗାଇ ଚାଲିଛି।
କୌଶିକଙ୍କ ଅର୍ଥନୈତିକ ଓ ରାଜନୈତିକ ମନ୍ତବ୍ୟକୁ ଏକୀଭୂତ କରି ତର୍ଜମା କରାଗଲେ ସେଥିରୁ ବହୁ ବିଷୟ ଶିଖିବାକୁ ମିଳିଥାଏ। ଅର୍ଥନୀତିରେ ଅଭିବୃଦ୍ଧି ଓ ବିକାଶ ଆଣିବାକୁ ହେଲେ ଉତ୍ତମ ନୈତିକ ଗୁଣାବଳୀର ଆବଶ୍ୟକତା ରହିଥାଏ ବୋଲି ସେ ଯୁକ୍ତି ଦର୍ଶାଇଥାଆନ୍ତି। ସାଧୁତା, ବିଶ୍ୱସନୀୟତା ଓ ସଚ୍ଚୋଟତା ମାଧ୍ୟମରେ ବ୍ୟକ୍ତିଗତ ବିକାଶ ଓ ସମାଜ ଭିତରେ ଉତ୍କର୍ଷ ଆଣି ହେବ ବୋଲି ସେ କହିଥାଆନ୍ତି। ଅର୍ଥନୀତିକୁ ସାମାଜିକ କ୍ଷେତ୍ରରେ ପ୍ରୟୋଗ କରି ସେ ଏହିଭଳି ଯେଉଁ ନୂତନ ମାନବବାଦୀ ତତ୍ତ୍ୱ ଦେଇଛନ୍ତି, ସର୍ବାଦୌ ଗ୍ରହଣୀୟ ହୋଇପାରିଛି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ସହିତ ଜୀବନବ୍ୟାପୀ ଗବେଷଣା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ରେ ଭୂଷିତ କରାଯାଇଛି। କର୍ନେଲ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ପ୍ରଫେସର ତଥା ସହଧର୍ମିଣୀ ଆଲ୍କା ମାଲ୍ଓ୍ବାଡେ ବସୁ ଏବଂ ଦୁଇ ସନ୍ତାନ କର୍ଣ୍ଣ ଓ ଦୀକ୍ଷାଙ୍କୁ ନେଇ କୌଶିକଙ୍କ ସଂସାର।
**-ଜିତେନ୍ଦ୍ର କୁମାର ନାୟକ** |
https://www.dharitri.com/health-minister-raised-the-flag-in-bargarh/ | ବରଗଡ଼ରେ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ବରଗଡ଼ ଅଫିସ,୧୫।୮: ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ସୋମବାର ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ, ଏସ୍ପି ସ୍ମିତ ପି. ପରମାର୍ ପ୍ରମୁଖ ଉପସ୍ଥିତ ଥିଲେ। |
https://www.dharitri.com/falling-stock-market-trading-19/ | ଖସିଲା ଶେୟାର ବଜାର କାରବାର
ଭୁବନେଶ୍ୱର, ୨୦।୧୦:କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୨୪୮ (୨୪୭.୭୮) ପଏଣ୍ଟ ଖସି ୬୫,୬୨୯ (୬୫,୬୨୯.୨୪) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି-୫୦ ରେ ମଧ୍ୟ ୪୬ (୪୬.୪୦) ପଏଣ୍ଟ ହ୍ରାସ ଘଟି ୧୯,୬୨୫ (୧୯,୬୨୪.୭୦) ଅଙ୍କରେ କାରବାର ବନ୍ଦ କରିଥିଲା। ଅପରପକ୍ଷରେ ବିଏସ୍ଇ ସେନ୍ସେକ୍ସର ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଶେୟାରଗୁଡିକର ଇଣ୍ଡେକ୍ସ ସହ ଏନ୍ଏସ୍ଇ ନିଫ୍ଟି ମିଡକ୍ୟାପ, ସ୍ମଲ କ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ମଧ୍ୟ ପରିବର୍ତ୍ତନ ଘଟିଥିଲା। ଏପରିକି ଶେୟାର ବଜାରର ସେକ୍ଟୋରାଲ ଇଣ୍ଡେକ୍ସ କାରବାରରେ ମଧ୍ୟ ହ୍ରାସ ଘଟିଛି। |
https://www.dharitri.com/ink-thrown-at-kanhaiya-kumar-at-congress-office-in-lucknow-party-leaders-say-it-was-acid/ | କଂଗ୍ରେସ ଅଫିସରେ କହ୍ନେୟାଙ୍କ ଉପରେ କାଳି ମାଡ଼
ଲକ୍ଷ୍ନୌ,୧।୨: ଉତ୍ତରପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ଜଓ୍ବାହରଲାଲ ନେହରୁ ଛାତ୍ର ସଭାପତି କହ୍ନେୟା କୁମାରଙ୍କ ଉପରେ ମଙ୍ଗଳବାର କାଳି ମାଡ଼ ହୋଇଛି। ତେବେ କହ୍ନେୟାଙ୍କ ଉପରେ କାଳି ନୁହେଁ ଏସିଡ୍ ମାଡ଼ ହୋଇଥିବା କଂଗ୍ରେସ ନେତାମାନେ ଦାବି କରିଛନ୍ତି।
ଅଭିଯୁକ୍ତ କଂଗ୍ରେସ ନେତାଙ୍କ ଉପରେ ଏସିଡ୍ ଫୋପାଡ଼ିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। କିନ୍ତୁ ପାଖରେ ଛିଡ଼ା ହୋଇଥିବା ୩-୪ ଯୁବକଙ୍କ ଉପରେ ଏସିଡ୍ ଡ୍ରପ୍ସ ପଡ଼ିଥିଲା। କଂଗ୍ରେସ କର୍ମୀ ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ପ୍ରଘଟ କରାଯାଇ ନାହିଁ।
ଆଗାମୀ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପାଇଁ ପ୍ରଚାର କରୁଥିବା କୁମାର କହିଛନ୍ତି, “ହାଥରସ, ଉନ୍ନାଓ ଓ ଲଖିମପୁର ଖେରି ଘଟଣା ପରେ କଂଗ୍ରେସ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଥିଲା। ଦେଶକୁ ଗଢ଼ିବାରେ ଯେଉଁମାନଙ୍କ ଅବଦାନ ନାହିଁ, ସେମାନେ ଦେଶକୁ ବିକୁଛ। କଂଗ୍ରେସ ଦେଶକୁ ଗଢ଼ିଥିଲା। ସେଭଳି ଲୋକଙ୍କଠାରୁ ଦେଶକୁ କଂଗ୍ରେସ ରକ୍ଷା କରୁଛି”। |
https://www.dharitri.com/vijayashankar-cannot-marry-prausha-now/ | ପ୍ରତ୍ୟୁଷାଙ୍କୁ ଏବେ ବିବାହ କରିପାରିବେନି ବିଜୟଶଙ୍କର
କଟକ,୬।୧୨(କାର୍ତ୍ତିକ ସାହୁ):ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବିବାହ ପଞ୍ଜୀକରଣ ଆବେଦନକୁ ମଙ୍ଗଳବାର କଟକସ୍ଥିତ ବିବାହ ପଞ୍ଜୀକରଣ ଅଧିକାରୀ ଖାରଜ କରିଛନ୍ତି। ଆବେଦନପତ୍ରରେ ଭୁଲ୍ ତଥ୍ୟ ଦେଇଥିବାରୁ ସହପାଠିନୀ ପ୍ରତ୍ୟୁଷା ନନ୍ଦଙ୍କୁ ବିଜୟ ଏବେ ବିବାହ କରିପାରିବେ ନାହିଁ ବୋଲି ଦର୍ଶାଇ ଆବେଦନ ଖାରଜ ହୋଇଯାଇଛି। ଆବେଦନରେ ପ୍ରତ୍ୟୁଷା ଅବିବାହିତା ବୋଲି ଦର୍ଶାଯାଇଥିଲା। ହେଲେ ସେ ବିବାହ କରି ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇସାରିଛନ୍ତି, ଯାହାକି ଆବେଦନପତ୍ରରେ ଉଲ୍ଲେଖ ନ ଥିଲା। ବିବାହ ପଞ୍ଜୀକରଣ ଅଧିକାରୀଙ୍କ ଏଭଳି ନିର୍ଦ୍ଦେଶ ପରେ ବିଜୟଙ୍କ ବିବାହ ଅଡ଼ୁଆ ବଢ଼ିଯାଇଛି। ଅପରପକ୍ଷରେ ବିଜୟଶଙ୍କରଙ୍କ ବିବାହ ଆବେଦନ ଖାରଜ ହୋଇଯିବା ପରେ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ ସାମୟିକ ଭାବେ ଆଶ୍ୱସ୍ତି ପାଇଛନ୍ତି।
ସୂଚନା ଅନୁସାରେ, ବିଧାୟକ ବିଜୟଶଙ୍କର ଦାସ କଟକ ଅରୁଣୋଦୟ ନଗର ଅଞ୍ଚଳର ମହିଳା ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ ନିମନ୍ତେ କଟକସ୍ଥିତ ବିବାହ ପଞ୍ଜୀକରଣ ଅଧିକାରୀ(ସବରେଜିଷ୍ଟ୍ରାର)ଙ୍କ ନିକଟରେ ଗତ ସେପ୍ଟେମ୍ବର ୨୧ରେ ଆବେଦନ କରିଥିଲେ। ବିଜୟଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଏହା ଜାଣିବା ପରେ ପଞ୍ଜୀକରଣ ଅଧିକାରୀଙ୍କୁ ଭେଟି ବିଜୟଶଙ୍କରଙ୍କ ବିବାହ ଆବେଦନ ରଦ୍ଦ କରିବାକୁ ଦାବି କରିଥିଲେ। ବିଜୟଶଙ୍କର ତାଙ୍କ ଆବେଦନରେ ପ୍ରତ୍ୟୁଷା ନନ୍ଦଙ୍କୁ ଅବିବାହିତ ବୋଲି ଦର୍ଶାଇଥିଲେ। ମାତ୍ର ପ୍ରତ୍ୟୁଷା ଅବିବାହିତା ନୁହନ୍ତି, ବିବାହିତା ଓ ସେ ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଛନ୍ତି ବୋଲି ସୋମାଲିକା ଅଧିକାରୀଙ୍କୁ ଅବଗତ କରାଇ ବିଜୟଶଙ୍କର ଆବେଦନରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇଥିଲେ। ଏହାକୁ ନେଇ ପଞ୍ଜୀକରଣ ଅଧିକାରୀ ପ୍ରତ୍ୟୁଷାଙ୍କ ବିବାହ ସଂକ୍ରାନ୍ତୀୟ ପ୍ରମାଣ ଦାଖଲ କରିବାକୁ ସୋମାଲିକାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପଞ୍ଜୀକରଣ ଅଧିକାରୀ ତଥ୍ୟ ପ୍ରମାଣକୁ ଯାଞ୍ଚ କରି ବିଜୟଶଙ୍କର ଓ ପ୍ରତ୍ୟୁଷାଙ୍କ ସ୍ବାମୀଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ। ପ୍ରତ୍ୟୁଷାଙ୍କ ବିବାହ ସଂକ୍ରାନ୍ତୀୟ ପ୍ରମାଣ ସୋମାଲିକା ଦାଖଲ କରିଥିଲେ। ମାତ୍ର ବିଜୟଶଙ୍କର ହାଜର ହୋଇ ନ ଥିଲେ। ସେହିପରି ପ୍ରତ୍ୟୁଷା ନନ୍ଦଙ୍କ ପୂର୍ବତନ ସ୍ବାମୀ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହୋଇ ଛାଡ଼ପତ୍ର ଦଲିଲ ଦାଖଲ କରିଥିଲେ। ପୂର୍ବରୁ ପ୍ରତ୍ୟୁଷାଙ୍କ ସହ ତାଙ୍କର ବିବାହ ହୋଇଥିଲା ଓ ପରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଥିବା ସେ ପଞ୍ଜୀକରଣ ଅଧିକାରୀଙ୍କୁ ଅବଗତ କରାଇଥିଲେ। ସୋମାଲିକା ଓ ପ୍ରତ୍ୟୁଷାଙ୍କ ସ୍ବାମୀଙ୍କ ପ୍ରଦତ୍ତ ପ୍ରମାଣ ଆଧାରରେ କଟକ ବିବାହ ପଞ୍ଜୀକରଣ ଅଧିକାରୀ ମଙ୍ଗଳବାର ପ୍ରତ୍ୟୁଷାଙ୍କୁ ବିଜୟଶଙ୍କର ଏବେ ବିବାହ କରିପାରିବେ ନାହିଁ ବୋଲି ରାୟ ଶୁଣାଇ ଦେଇଛନ୍ତି। ଏନେଇ ବିଧାୟକ ବିଜୟଶଙ୍କରଙ୍କୁ ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅପରପକ୍ଷରେ ସୋମଲିକାଙ୍କ କହିବା ହେଲା, ବିଜୟଶଙ୍କର ଏବଂ ପ୍ରତ୍ୟୁଷାଙ୍କ ବିବାହ ସ୍ଥଗିତ ହୋଇଛି। ଆଡ୍ଭୋକେଟଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଧାୟକ ବିଜୟଶଙ୍କର ତାଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସଙ୍କୁ ବିବାହ କରିବା ପାଇଁ ୨୦୨୨ ମେ’ ୧୭ରେ ଜଗତ୍ସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏହାପରେ ଜୁନ୍ ୧୭ରେ ଉଭୟ ଉପସ୍ଥିତ ରହି ବିବାହ କରିଥାନ୍ତେ। ହେଲେ ସୋମାଲିକା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିବାବେଳେ ବିଜୟଶଙ୍କର ଉପସ୍ଥିତ ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ସୋମାଲିକା ଜଗତ୍ସିଂହପୁର ଥାନାରେ ଯୌନ ନିର୍ଯାତନା ଓ ବଳାତ୍କାର ମାମଲା ଦାଏର କରିଥିଲେ। ତେବେ ଏହି ଘଟଣାରେ ପୋଲିସ ତତ୍ପରତା ନ ଦେଖାଇବାରୁ ସୋମାଲିକା ସ୍ଥାନୀୟ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଏହାକୁ ନେଇ ରାଜନୈତିକ ହଟଚମଟ ହୋଇଥିଲା। |
https://www.dharitri.com/hit-century-in-1st-2-phases-another-in-next-two/ | ‘ପ୍ରଥମ ଦୁଇ ପର୍ଯ୍ୟାୟରେ ଶତକ କରିଛୁ’
ଲକ୍ଷ୍ନୌ,୨୦।୨: “ଆମେ ପ୍ରଥମ ଦୁଇ ପର୍ଯ୍ୟାୟ ମତଦାନରେ ଶତକ ହାସଲ କରିଛୁ। ପରବର୍ତ୍ତୀ ଦୁଇ ପର୍ଯ୍ୟାୟରେ ମଧ୍ୟ ସମାଜବାଦୀ ପାର୍ଟି ନେତୃତ୍ୱାଧୀନ ମେଣ୍ଟ ଅନ୍ୟଠାରୁ ଆଗରେ ରହିବ”। ଉତ୍ତରପ୍ରଦେଶରେ ରବିବାର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଏଭଳି କହିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ତୃତୀୟ ପର୍ଯ୍ୟାୟରେ ୧୬ ଜିଲାର ୫୯ ଆସନରେ ମତଦାନ ଚାଲିଛି। ଏହି ଅଞ୍ଚଳରୁ ୨୦୧୭ରେ ସପା କେବଳ ୯ଟି ଆସନ ଜିତିଥିବା ବେଳେ ୪୯ ଆସନରେ ବିଜୟୀ ହୋଇଥିଲେ ଭାଜପା ପ୍ରାର୍ଥୀ।
“ବେରୋଜଗାରୀଙ୍କ ସଂଖ୍ୟା ବୁନ୍ଦେଲଖଣ୍ଡରେ ସର୍ବାଧିକ। ଲକ୍ଡାଉନ ବେଳେ ଫେରିଥିବା ଶ୍ରମିକ ପ୍ରାୟତଃ ଏଠାରେ ରୁହନ୍ତି। ଚାଷୀମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇ ନାହିଁ। ଶାସକ ଭାଜପା ବୁନ୍ଦେଲଖଣ୍ଡର ବିକାଶକୁ ରୋକି ଦେବା ସହ ଲୋକଙ୍କ ରୋଜଗାର ଛଡ଼ାଇ ନେଇଛନ୍ତି” ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ରବିବାର ଜାସଓ୍ବନ୍ତନଗରରେ ମତଦାନ ବେଳେ ଏହା କହିଛନ୍ତି। |
https://www.dharitri.com/another-threat-of-flooding-people-are-afraid/ | ଫୁଲୁଛି ସୁବର୍ଣ୍ଣରେଖା: ପୁଣି ଏକ ବନ୍ୟା ଆଶଙ୍କା, ଲୋକେ ଭୟଭୀତ
ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ଉତ୍ତର ବାଲେଶ୍ୱର ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। ୩ ଦିନ ଧରି ତୁହାକୁ ତୁହା ବର୍ଷା ଲାଗି ରହିବାରୁ ଗ୍ରାମ, ବଜାର, ହାଟ ବର୍ଷା ପାଣିରେ ବୁଡ଼ିଯାଇ ବେହାଲ ହୋଇଛି। ଘନଘନ ଲଘୁଚାପ ଯୋଗୁ ବିଲ, ବାଡ଼ି, କ୍ଷେତ ସବୁଠି ଜଳ ପରିପୂର୍ଣ୍ଣ ହୋଇ ଲହଡ଼ି ଭାଙ୍ଗୁଛି। ସୁବର୍ଣ୍ଣରେଖା ପ୍ରଥମବନ୍ୟା ବନ୍ୟା ଲୋକଙ୍କ ମଧ୍ୟରୁ ଦୁଃଖ ଦୁର୍ଦ୍ଦଶା ଲିଭି ନ ଥିବା ବେଳେ ପୁଣି ଏକ ଲଘୁଚାପ ୨ୟ ବନ୍ୟାର ଆଶଙ୍କା ସୃଷ୍ଟି କରିଛି। ଝାଡ଼ଖଣ୍ଡ ମାଳ ଅଞ୍ଚଳରେ ଏହି ଲଘୁଚାପ ସକ୍ରିୟ ହୋଇ ବର୍ଷା ହେଉଥିବାବେଳେ ଗାଲୁଡ଼ିହି ବ୍ୟାରେଜରୁ ୨୨୦୦ କ୍ୟୁସେକ୍ ବର୍ଷାଜଳ ସୁବର୍ଣ୍ଣରେଖାକୁ ଛଡ଼ାଯିବାରୁ ପୁଣି ଅନ୍ୟ ଏକ ବନ୍ୟା ଆଶଙ୍କା ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେଚ ବିଭାଗ ସୂଚନା ଦିଆଯାଇଛି।
ଅପରପକ୍ଷରେ ଭୋଗରାଇର କମର୍ଦ୍ଦା-ବାଲିଆପାଳ ମୁଖ୍ୟ କଂକ୍ରିଟରାସ୍ତା ଉଲୁଡ଼ା-ବାଇଗଣବାଡିଆଠାରେ ଶହେ ମିଟର ଲମ୍ବ ଓ ୧୨ ମିଟର ଚଉଡ଼ା ସୃଷ୍ଟି ହେବାରୁ ପଡ଼ୋଶୀ ଗାଁ ପ୍ରତି ବିପଦ ଦେଖାଦେଇଛି। ସେଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅସ୍ଥାୟୀ ଭାବେ ଶହଶହ ବାଲି ବସ୍ତା ପକାଯାଇ ଜନଜୀବନ ସୁରକ୍ଷିତ ନିମନ୍ତେ ଉଦ୍ୟମ ଜାରି ରହିଛି। |
https://www.dharitri.com/today-233-positives-cases-in-bhubaneswar/ | ଭୁବନେଶ୍ୱରରୁ ଆଜି ଆଉ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୮।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୧ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୧୮୨ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ସୂଚନା ଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୨୭୨୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪୧୪୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୩୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୨୯୨୭ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି। |
https://www.dharitri.com/ସ୍ବଦେଶୀ-ସ୍ୱାଭିମାନ-ଓ-ଜିଆଇ/ | ସ୍ବଦେଶୀ ସ୍ୱାଭିମାନ ଓ ଜିଆଇ ଟ୍ୟାଗ୍
ସମରେନ୍ଦ୍ର ବଳିଆରସିଂହ
ଶୋଇଲା ପୁଅର ଭାଗ ନାହିଁ। ଆପଣ ପଚାରିବେ, କିଏ ଶୋଇଛି? ଏହାର ଉତ୍ତର ହେଲା, ଆମେ ଶୋଇଛୁ। ଅର୍ଥନୀତି ଭଳି ଏ ଓଡ଼ିଆ ଜାତି ମାନ୍ଦାବସ୍ଥାର ଶିକାର ହୋଇଯାଉଛି। ଆମ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାରେ ବହୁ ବିଳମ୍ବ ହେଲା। ନୀଳାଦ୍ରି ବିଜୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା’ଲକ୍ଷ୍ମୀଙ୍କ ପାଇଁ ରସଗୋଲା ଭୋଗ ଦେଇ ମାନଭଞ୍ଜନ କରନ୍ତି। ହେଲେ ରସଗୋଲାକୁ ନେଇ ଆଗ ପଶ୍ଚିମବଙ୍ଗ ଭୌଗୋଳିକ ସଙ୍କେତ ବା ଜିଆଇ ଟ୍ୟାଗ୍ ପାଇଗଲା। ଆମର ବିଳମ୍ବିତ ଉଦ୍ୟମ ପରେ ଆମେ ଓଡ଼ିଶା ରସଗୋଲା ଭାବେ ଜିଆଇ ଟ୍ୟାଗ୍ ପାଇଲୁ। ଏବେ ନଗଦାନଗଦି ଖବର ହେଲା, ଆସାମ ଗାମୋସା(ଗାମୁଛା)କୁ ଜିଆଇ ଟ୍ୟାଗ୍ ମିଳିଛି। ଆସାମର ସଂସ୍କୃତିକୁ ଦର୍ଶାଉଥିବା ଏହି ବସ୍ତ୍ରକୁ ମାନ୍ୟତା ମିଳିବା ନେଇ କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟେଲ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ଆସାମର ଗାମୋସା ଏବେ ଦୁନିଆରେ ପ୍ରସିଦ୍ଧ ହେଉଛି। ଜିଆଇ ଟ୍ୟାଗ୍ ମିଳିବା ପରେ ବୁଣାକାରମାନଙ୍କର ଭରସା ବଢ଼ିବ। ଏହି ପରିପ୍ରେକ୍ଷୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଲୁଙ୍ଗି ଗାମୁଛା ସମ୍ପର୍କରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଛୁ। ଏକଦା ଅରଟରେ ବୁଣା ହେଉଥିଲା ନାଲି ରଙ୍ଗର କରିଆ। ପରେ ତନ୍ତ ଆସିଲା ଓ ସେହି କରିଆ ପରିଚିତ ହେଲା ଗାମୁଛା ଭାବେ । ଲାଲମାଟି ଖୋର୍ଦ୍ଧା ବୀର ପାଇକମାନଙ୍କ ମାଟି। ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଥିଲା ଏଠିକାର ପାଇକମାନଙ୍କର ପରିଧାନ। ପାଇକ ପୁଅ ସେଇ ନାଲି ଗାମୁଛାକୁ ମୁଣ୍ଡରେ କି ଅଣ୍ଟାରେ ଭିଡ଼ି ଯୁଦ୍ଧକୁ ଯାଉଥିଲା। ଶତ୍ରୁ ବେକରେ ଗାମୁଛା ପକାଇ ତାକୁ କବଳିତ କରୁଥିଲା । ଗରିବଙ୍କଠାରୁ ଆରମ୍ଭ କରି ଧନୀ, ଗାଁରୁ ସହର ପର୍ଯ୍ୟନ୍ତ ଏହି ସ୍ବଦେଶୀ ପରିଧାନ ଥିଲା ସମସ୍ତଙ୍କର ପ୍ରିୟ। ଗାମୁଛା ଥିଲା ଲୋକଙ୍କର ‘ଷ୍ଟାଇଲ୍ ଷ୍ଟେଟମେଣ୍ଟ। ଜମିଦାର ହୁଅନ୍ତୁ କି ହଳିଆ, ବେକରେ ପଡ଼ିଥିବ ନାଲି ଗାମୁଛା ବା କରିଆ। ଗାମୁଛା ଅଛି ତ ସବୁ କିଛି ଅଛି। ଖୋର୍ଦ୍ଧା ସହର ସମେତ ଡାଳତୋଳା, ଧଳାପଥର, ସଁପୁର, ବାଜପୁର, ଦେଉଳି, ଆମ୍ବଝର ଆଦି ଗାଁଗୁଡ଼ିକ ଖୋର୍ଦ୍ଧା ଗାମୁଛା ପାଇଁ ପ୍ରସିଦ୍ଧ ଥିଲା। କୋଡ଼ିଆ ସୂତାରେ ଏହା ତିଆରି ହେଉଥିଲା, ରଙ୍ଗ ଛାଡ଼ୁ ନ ଥିଲା। ତେଣୁ ଏହାର ଚାହିଦା ଅଧିକ ରହିଥିଲା।
କେବଳ ଲୁଙ୍ଗି, ଗାମୁଛା ନୁହେଁ; ଶାଢ଼ି ପାଇଁ ମଧ୍ୟ ଖୋର୍ଦ୍ଧାର ପ୍ରସିଦ୍ଧି ରହିଛି। ବୀରାଙ୍ଗନା ପାଇକ ରମଣୀ ପିନ୍ଧୁଥିଲେ ଶାଢ଼ି। ଶାଢ଼ି ପିନ୍ଧି ଯୁଦ୍ଧ କରୁଥବାର ଇତିହାସ ସାକ୍ଷୀ। ପାଇକ ରମଣୀ କଳାବତୀ ହୁଅନ୍ତୁ କି ହାରାବତୀ, ଶାଢ଼ି ପିନ୍ଧି ବୀରଦର୍ପରେ ଇଂରେଜମାନଙ୍କ ମୁକାବିଲା କରୁଥିଲେ। ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଓ ଶାଢ଼ିର ଏକ ଅଲଗା ପରିଚୟ ଥିଲା, ବାଣିଜ୍ୟ ଭାଷାରେ ଯାହାକୁ ଆମେ କହୁଛୁ ‘ବ୍ରାଣ୍ଡ୍’। ଏସବୁ ପରିଧାନ ପିନ୍ଧିବା ପାଇଁ ଭାରି କୋମଳ, ହାଲୁକା ଏବଂ ଚର୍ମ ପାଇଁ ଭଲ। ତନ୍ତବୁଣା ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଓ ଶାଢ଼ିର ପ୍ରଚଳନ ପାଖାପାଖି ୧୦୦ ବର୍ଷର ପୁରୁଣା ବୋଲି ବୁଣାକାରମାନେ କୁହନ୍ତି। ଜଣେ ମାରୱାଡ଼ି ବ୍ୟବସାୟୀ ଗଣପତି ଲାଲଙ୍କ ଉଦ୍ୟମକ୍ରମେ ନୀଳ ଲୁଙ୍ଗି ଓ ଲାଲ ଗାମୁଛା ବୁଣା ଆରମ୍ଭ ହୋଇଥିଲା। ତାଙ୍କ ନାମରେ ଏହି ଗାମୁଛା ଗଣପତି ଗାମୁଛା ଭାବେ ପରିଚିତ ହେଲା। ପରେ ଶାଢ଼ି ମଧ୍ୟ ପ୍ରସ୍ତୁତ ହେଲା। ଦୀର୍ଘସ୍ଥାୟୀ ସୂତାରେ ଭଲ ରଙ୍ଗର ପ୍ରୟୋଗ କରାଯାଉଥିଲା, ତେଣୁ ଦିନକୁ ଦିନ ଏସବୁର ଚାହିଦା ଆକାଶଛୁଅଁା ହେଲା। ୧୯୭୫ ବେଳକୁ ଖୋର୍ଦ୍ଧା ବ୍ରାଣ୍ଡ୍ ସାରା ଓଡ଼ିଶାରେ ଛାଇଗଲା। କେବଳ ଓଡ଼ିଶା ନୁହେଁ, ସାରା ଭାରତବର୍ଷରେ ଲୋକପ୍ରିୟ ହେଲା ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଓ ଶାଢ଼ି। ତଥ୍ୟ କୁହେ, ୧୯୮୫ରେ କୃଷ୍ଣ ମୁରାରୀ ଶାହା କଳତନ୍ତ ବସାଇ ଅଧିକ ଉପତ୍ାଦନ ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ବ୍ରାଣ୍ଡ୍ ଜାତୀୟ ହସ୍ତଶିଳ୍ପ ମାନ୍ୟତା ପାଇଲା। ଏହି ବ୍ରାଣ୍ଡ୍ର ପାଇକପୁଅ ଛାପ ଲୁଙ୍ଗି ପ୍ରଥମ ସ୍ବାଧୀନତା ସଂଗ୍ରାମର ପ୍ରଚାର ପ୍ରସାର କରାଇବାରେ ସହାୟକ ହୋଇଥିଲା। କେବଳ ହିନ୍ଦୁ ନୁହନ୍ତି, ମୁସଲମାନମାନେ ମଧ୍ୟ ଖୋର୍ଦ୍ଧା ଲୁଙ୍ଗି, ଗାମୁଛାକୁ ପସନ୍ଦ କରୁଥିଲେ। ତେଣୁ ହିନ୍ଦୁ-ମୁସଲିମ ସଂପ୍ରୀତି ପାଇଁ ଏସବୁ ପରିଧାନର ବଡ଼ ଭୂମିକା ରହିଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ ‘କୁଟି ଖାଅ, କାଟି ପିନ୍ଧ’ର ସ୍ଲୋଗାନ୍ ଦେଉଥିଲେ। ଏଭଳି ସ୍ବଦେଶୀ ପରିଧାନ ସେଇ ସ୍ଲୋଗାନକୁ ପରିପୁଷ୍ଟ କରୁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆତ୍ମନିର୍ଭର ଭାରତ’ର ସ୍ଲୋଗାନ୍ ଦେଉଛନ୍ତି। ହେଲେ ସେଇ ଆତ୍ମନିର୍ଭରଶୀଳତାର ପ୍ରତୀକ ଥିଲା ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଓ ଶାଢ଼ି।
ଖୋର୍ଦ୍ଧା ସମେତ ବେଗୁନିଆ, ବୋଲଗଡ଼ ବ୍ଲକ୍ରେ ବହୁ ବୁଣାକାର ପରିବାର ଉତ୍କୃଷ୍ଟମାନର ପରିଧାନ ପ୍ରସ୍ତୁତ କରୁଥିଲେ। ରେଖା ଶାଢ଼ି ଓ ଟସର ଶାଢ଼ି ସେତେବେଳେ ଲୋକପ୍ରିୟ ହୋଇଥିଲା। ଖୋର୍ଦ୍ଧା ନିକଟସ୍ଥ ରାଉତପଡ଼ା ଗ୍ରାମର ବୁଣାକାରମାନେ ଗୀତଗୋବିନ୍ଦ ପାଟ ପ୍ରସ୍ତୁତ କରୁଥିଲେ। ଏହା ଶ୍ରୀଜଗନ୍ନାଥଙ୍କ ଅଙ୍ଗଲାଗି ପାଟବସ୍ତ୍ରର ପରିଚୟ ଲାଭ କରିଥିଲା। ସେହିପରି ଧଳାପଥର ଗ୍ରାମର ବୁଣାକାରଙ୍କ ପରଦା ଶିଳ୍ପ ରାଜ୍ୟ ତଥା ଦେଶ ବାହାରେ ସୁନାମ ଅର୍ଜନ କରିଥିଲା। କୁଶଳୀ ବୁଣାକାର ଉଦୟନାଥ ସାହୁଙ୍କ କୁଶଳୀ ହାତର କାରିଗରି ଯୋଗୁ ଏଠିକାର ପରଦା କଳା ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ଏହା ଅନସ୍ବୀକାର୍ଯ୍ୟ ଯେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ଆଧ୍ୟାତ୍ମିକତା କ୍ଷେତ୍ରରେ ଧଳାପଥର ପର୍ଦ୍ଦାକଳାର ବଡ଼ ଭୂମିକା ଥିଲା। ଏହି ପର୍ଦ୍ଦାକଳା ଭାରତ ସରକାରଙ୍କ ଜିଆଇ ଟ୍ୟାଗ୍ରେ ମଧ୍ୟ ପଞ୍ଜୀକୃତ ହୋଇଥିଲା।
ସାମଗ୍ରିକ ଭାବେ ଦେଖିବାକୁ ଗଲେ ସ୍ବଦେଶୀ ବସ୍ତ୍ରର ପ୍ରଚାର, ପ୍ରସାର ପାଇଁ ଖୋର୍ଦ୍ଧା ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ତେବେ ସମୟସ୍ରୋତରେ ଏସବୁ ହଜିଯିବାକୁ ବସିଛି। ସମ୍ପ୍ରତି ତନ୍ତୁବାୟ ସମବାୟ ସହଯୋଗ ସମିତିଗୁଡ଼ିକ ରୁଗ୍ଣ ହୋଇପଡ଼ିଛି। ନକଲି ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଆସି ଅସଲିକୁ ଅନେକ ପରିମାଣରେ ବଜାରରୁ ହଟେଇଦେଇଛି। କାରିଗରମାନଙ୍କୁ ଆଶାନୁରୂପକ ପାରିଶ୍ରମିକ ମିଳୁନାହିଁ। ଅପରପକ୍ଷେ ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ସରକାର ନିଜ ରାଜ୍ୟର ହସ୍ତତନ୍ତ କାରିଗରମାନଙ୍କୁ ରିହାତି ମୂଲ୍ୟରେ ସୂତା, ରଙ୍ଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କଞ୍ଚାମାଲ ଯୋଗାଇଦେଉଥିବା ହେତୁ ସେଠାକାର ବୁଣାକାରମାନଙ୍କ ଉପତ୍ାଦ ଆମ ରାଜ୍ୟର ରପ୍ତାନି ମୂଲ୍ୟ ତୁଳନାରେ ଶସ୍ତା ହେଉଛି।
ଦିନେ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଥିଲା ଲାଲମାଟି ଖୋର୍ଦ୍ଧା। ଲାଲମାଟିର ସ୍ବଦେଶୀ ବସ୍ତ୍ର ଉପତ୍ାଦନ ପ୍ରାଚୀନ ନୌବାଣିଜ୍ୟ ସହ ଜଡ଼ିତ ବୋଲି କେତେକ ମତ ଦିଅନ୍ତି। ସେତେବେଳେ ଆମର ଲୁଙ୍ଗି, ଗାମୁଛା ଓ ଶାଢ଼ି ସୁଦୂର ଜାଭା, ସୁମାତ୍ରା, ବୋର୍ନିଓକୁ ରପ୍ତାନି ହେଉଥିଲା। ଏଭଳି ସ୍ବର୍ଣ୍ଣିମ ଅତୀତର ସାକ୍ଷୀ ହେଉଛି ଲାଲମାଟିର ସ୍ବଦେଶୀ ବସ୍ତ୍ର। ବର୍ତ୍ତମାନ ଏହି ବସ୍ତ୍ର ଉପତ୍ାଦନ କ୍ଷେତ୍ରରେ ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି, ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା ନ କରନ୍ତି, ତେବେ କାଳଗର୍ଭରେ ଏହି କଳା ଲୀନ ହୋଇଯିବ! ଆମ ସ୍ବଦେଶୀ ପରିଧାନକୁ ସ୍ବାବଲମ୍ବନର ନୂଆ ରାହା ଭାବେ ସାମ୍ନାକୁ ଆଣିବାକୁ ହେବ। ‘ସ୍ବଦେଶୀ ସ୍ବାଭିମାନ’କୁ ଉଜାଗର କରିବାକୁ ପଡ଼ିବ। ଖୋର୍ଦ୍ଧା ଲୁଙ୍ଗି, ଗାମୁଛାକୁ ଜିଆଇ ଟ୍ୟାଗ୍ ମିଳିବା ପାଇଁ ସାମଗ୍ରିକ ଭାବେ ଉଦ୍ୟମ କରିବାକୁ ପଡ଼ିବ। ଏଥିପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାପାଇଁ ଆଗେଇ ଆସନ୍ତୁ।
ବିଶ୍ୱାତ୍ମା, ଏମ୍-୨୩, ବକ୍ସି ଜଗବନ୍ଧୁ ନଗର, ଖୋର୍ଦ୍ଧା, |
https://www.dharitri.com/new-to-wimbledon/ | ଓ୍ବିମ୍ବେଲଡନରେ ନୂଆ
ବର୍ଷର ୪ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ସବୁଠାରୁ ସମ୍ମାନଜନକ ବିବେଚିତ ହେଉଥିବା ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଏହାର ମହିଳା ବିଭାଗ ଫାଇନାଲରେ ବିସ୍ମୟ ସୃଷ୍ଟି କରି ଅଣସିଡେଡ୍ ଚେକ୍ ରିପବ୍ଲିକର ମାର୍କେଟା ଭୋନ୍ଦ୍ରୋସୋଭା ୬ଷ୍ଠ ସିଡ୍ ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ୬-୪, ୬-୪ ସେଟ୍ରେ ହରାଇ ଚାମ୍ପିୟନ ହୋଇଛନ୍ତି। ପୁରୁଷ ବିଭାଗରେ ମଧ୍ୟ ଜଣେ ନୂଆ ଚାମ୍ପିୟନଙ୍କୁ ଦେଖିବାକୁ ମିଳିଛି। ୭ ଥର ଚାମ୍ପିୟନ ସର୍ବିୟାର ନୋଭାକ୍ ଜୋକୋଭିଚ୍ଙ୍କୁ ଏକ ମାରାଥନ୍ ମୁକାବିଲାରେ ୧-୬, ୭-୬ (୮/୬), ୬-୧, ୩-୬, ୬-୪ ସେଟ୍ରେ ହରାଇ ସ୍ପେନ୍ର କାର୍ଲୋସ ଅଲକାରାଜ ବିଜୟ ମୁକୁଟ ପିନ୍ଧିଛନ୍ତି। ଜୋକୋଭିଚ୍ଙ୍କ ବିପକ୍ଷରେ ଅଲ୍କାରାଜଙ୍କର ଏହାଥିଲା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏଥିସହ ସେ ନିଜର ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗ୍କୁ ସୁଦୃଢ଼ କରିଛନ୍ତି। ମହିଳା ସିଙ୍ଗଲ୍ସରେ ନମ୍ବର ଓ୍ବାନ ର଼୍ୟାଙ୍କ୍ପ୍ରାପ୍ତ ଇଗା ସ୍ବିଟେକଙ୍କ ଅଭିଯାନ କ୍ୱାର୍ଟର ଫାଇନାଲରୁ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟ ସିଡ୍ ଆରିନା ସାବାଲେଙ୍କା ସେମିଫାଇନାଲରୁ ବିଦାୟ ନେଇଥିଲେ। ଟୁର୍ନାମେଣ୍ଟରେ ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ଭୋନ୍ଦ୍ରୋସୋଭା ଫାଇନାଲରେ ମଧ୍ୟ ଜାବେରଙ୍କୁ ଚକ୍ମା ଦେଇ ଜଣେ ଅଣ ସିଡେଡ୍ ଖେଳାଳି ମଧ୍ୟ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ହୋଇପାରେ ବୋଲି ପ୍ରମାଣିତ କରିଛନ୍ତି।
ତୃତୀୟ ସ୍ପାନିଶ୍ ଖେଳାଳି
ଜୋକୋଭିଚ୍ଙ୍କୁ ହରାଇବା ପରେ ଅଲ୍କାରାଜ ଅନେକ ରେକର୍ଡର ଅଧିକାରୀ ହୋଇଥିଲେ। ସେ ତୃତୀୟ ସ୍ପାନିଶ୍ ଖେଳାଳିଭାବେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଥିଲେ। ତାଙ୍କ ପୂର୍ବରୁ ମାନୁଏଲ ସାଣ୍ଟାନା ୧୯୬୬ ଓ ରାଫାଲ ନାଡାଲ ୨୦୦୮ ଓ ୨୦୧୦ରେ ଓ୍ବିମ୍ବେଲଡନରେ ବିଜୟ ମୁକୁଟ ପିନ୍ଧିଥିଲେ। ଏହା ବ୍ୟତୀତ ସେ ତୃତୀୟ ସର୍ବକନିଷ୍ଠ ଖେଳାଳିଭାବେ ଓ୍ବିମ୍ବେଲଡନରେ ଟାଇଟଲ ହାସଲ କରିଥିଲେ। ଏହି ତାଲିକାରେ ସେ ବିଜନ ବର୍ଗ ଓ ବୋରିସ ବେକରଙ୍କ ତଳକୁ ସ୍ଥାନ ପାଇଥିଲେ। କେବଳ ସେତିକି ନୁହେଁ, ୪ର୍ଥ ସ୍ପାନିଶ ଖେଳାଳିଭାବେ ସେ ଏକାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ସୌଭାଗ୍ୟ ପାଇଥିଲେ। ନାଡାଲ, ସାଣ୍ଟାନା ଓ ସର୍ଗି ବ୍ରୁଗୁଏରାଙ୍କ ପଥର ପଥିକ ହୋଇଥିଲେ ଅଲ୍କାରାଜ। ୨୦୨୨ରେ ସେ ୟୁଏସ୍ ଓପନ ଟାଇଟଲ ଜିତିଥିବାରୁ ଏବେ ୨ଟି ଗ୍ରାଣ୍ଡସ୍ଲାମ ଜିତିବାର କୃତିତ୍ୱ ଅର୍ଜନ କରିଛନ୍ତି। ୨୧ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ମାତ୍ର ୪ ଜଣ ଖେଳାଳି ଏକାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ରେକର୍ଡ କରିଥିଲେ। ଏବେ ୫ମ ଖେଳାଳିଭାବେ ଅଲ୍କାରାଜ ଏହି ବିରଳ କ୍ଲବରେ ସାମିଲ ହୋଇଛନ୍ତି। ମ୍ୟାଟ୍ସ ଓ୍ବିଲାଣ୍ଡର ୨୧ ବର୍ଷରେ ପହଞ୍ଚତ୍ବା ପୂର୍ବରୁ ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବାରୁ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ବିଜନ ବର୍ଗ ୩ଟି ଏବଂ ବେକର ଓ ନାଡାଲ ୨ଟି ଲେଖାଏ ଟାଇଟଲ ଜିତି ଏଥିରେ ପଛକୁପଛ ରହିଛନ୍ତି। ଆଉ ଏକ ରୋଚକ କଥା ହେଲା ଓ୍ବିମ୍ବେଲଡନର ଗତ ୨୦ ବର୍ଷ ଇତିହାସରେ ପ୍ରଥମଥର ପାଇଁ ରୋଜର ଫେଡେରର, ରାଫାଲ ନାଡାଲ ନୋଭାକ ଜୋକୋଭିଚ୍ ଓ ଆଣ୍ଡି ମୁରେଙ୍କ ବ୍ୟତୀତ ଅନ୍ୟ ଜଣେ କେହି ଖେଳାଳି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଅଲକାରାଜ।
ପ୍ରଥମ ଅଣସିଡେଡ
୨୪ ବର୍ଷୀୟ ଭୋନ୍ଦ୍ରୋସୋଭା ମଧ୍ୟ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ପଥରେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ଓ୍ବିମ୍ବେଲଡନରେ ମହିଳା ସିଙ୍ଗଲ୍ସ ଜିତିବାରେ ସେ ହେଉଛନ୍ତି ଓପନ ଯୁଗର ପ୍ରଥମ ଅଣସିଡେଡ ଖେଳାଳି। ଜାନା ନୋଭୋନତ୍ା ଓ ପେଟ୍ରା କ୍ୱିଟେଭାଙ୍କ ପରେ ତୃତୀୟ ଚେକ୍ ଖେଳାଳିଭାବେ ସେ ଏଠାରେ ବିଜେତା ଟ୍ରଫି ଧରିବାର ସୌଭାଗ୍ୟ ପାଇଛନ୍ତି। ଓ୍ବିମ୍ବେଲଡନରେ ଚାମ୍ପିୟନ ହେବା ପୂର୍ବରୁ ଭୋନ୍ଦ୍ରୋସୋଭା ମାତ୍ର ୪ଟି ଟୁର୍-ଲେଭଲ ଟାଇଟଲ ଜିତିଥିଲେ। କେବଳ ମାର୍ଟିନା ହିଙ୍ଗିସ ମାତ୍ର ୩ଟି ଟୁର୍-ଲେଭଲ ଟ୍ରଫି ଜିତି ୧୯୯୭ରେ ଟାଇଟଲ ହାସଲ କରିଥିଲେ। ଏହା ବ୍ୟତୀତ ଓପନ ଯୁଗରେ ୫ମ ବାମହାତୀ ମହିଳା ଖେଳାଳିଭାବେ ସେ ଓ୍ବିମ୍ବେଲଡନ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ତାଙ୍କ ପୂର୍ବରୁ ଆନ୍ ଜୋନେସ, ମାର୍ଟିନା ନାଭ୍ରାତିଲୋଭା, ପେଟ୍ରା କ୍ୱିଟୋଭା ଓ ଆଞ୍ଜେଲିକ୍ କର୍ବର ବାମ ହାତର କମାଲ ଦେଖାଇଛନ୍ତି। ଟାଇଟଲ ହାସଲ ପଥରେ ଭୋନ୍ଦ୍ରୋସୋଭା ୫ ଜଣ ସିଡେଡ୍ ଖେଳାଳିଙ୍କୁ ପରାସ୍ତ କରି ଏକାଧିକ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ୨୦୧୧ରେ କ୍ୱିଟୋଭାଙ୍କ ପରେ ସେ ଏପରି ସଫଳତା ପାଇବାରେ ପ୍ରଥମ ମହିଳା ଖେଳାଳି। ଓପନ ଯୁଗରେ ଏକ ବଡ଼ ଟୁର୍ନାମେଣ୍ଟ ଟାଇଟଲ ଜିତିବାରେ ସେ ହେଉଛନ୍ତି ୮ମ ଅଣସିଡେଡ ଖେଳାଳି। ଏହାଛଡ଼ା ଓପନ ଯୁଗରେ ୨୪ତମ ମହିଳା ଖେଳାଳିଭାବେ ସେ ଓ୍ବିମ୍ବେଲଡନ ସିଙ୍ଗଲ୍ସ ଟାଇଟଲ ଜିତିବାର ସୌଭାଗ୍ୟ ପାଇଛନ୍ତି। ଓ୍ବିମ୍ବେଲଡନ ଟାଇଟଲ ଜିତିବା ବେଳକୁ ଭୋନ୍ଦ୍ରୋସୋଭାଙ୍କ ର଼୍ୟାଙ୍କିଙ୍ଗ୍ ୪୨ଥିଲା। ତେଣୁ ଓପନ ଯୁଗରେ ସବୁଠାରୁ ନିମ୍ନ ର଼୍ୟାଙ୍କ୍ପ୍ରାପ୍ତ ଖେଳାଳିଭାବେ ସେ ଚାମ୍ପିୟନ ହୋଇଛନ୍ତି। ଓଭରଅଲ୍ ୫୯ତମ ମହିଳା ଖେଳାଳିଭାବେ ସେ ଓପନ ଯୁଗରେ ଏକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ କରିଛନ୍ତି।
-ପ୍ରସ୍ତୁତି: ତପନ ସ୍ବାଇଁ |
https://www.dharitri.com/the-monkey-entered-the-toll-gate-and-caused-such-a-commotion/ | ଟୋଲ ଗେଟ୍ରେ ପଶି ଏମିତି କାଣ୍ଡ ଘଟାଇଲା ମାଙ୍କଡ: ଭିଡିଓ ଭାଇରାଲ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ମାଙ୍କଡ ଟୋଲ ଗେଟରେ ପଶି ଟୋଲ କର୍ମଚାରୀଙ୍କଠାରୁ ଟଙ୍କା ନେଇଯାଉଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଟୋଲ ଗେଟ ନିକଟରେ ଏକ କାର ଆସି ରହୁଛି। ସେହି ସମୟରେ କାର ଭିତରୁ ଏକ ମାଙ୍କଡ ବାହାରି ଟୋଲ ଅଫିସ ଭିତରେ ପଶି ଡ୍ରରେ ଥିବା ଟଙ୍କା ନେଇଯାଉଥିବା ଦେଖାଯାଇଛି। ଏହି ଭିଡିଓକୁ When Animal Attack ପକ୍ଷରୁ ଟୁଇଟ କରାଯାଇଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି। |
https://www.dharitri.com/virajbe-maa-at-lalitha-palace/ | ଲଳିଥା ପ୍ୟାଲେସ୍ରେ ବିରାଜିବେ ମା’
ଭୁବନେଶ୍ୱର,୧୯।୯(ବ୍ୟୁରୋ):ପାଖେଇ ଆସିଲାଣି ଦୁୁର୍ଗାପୂଜା। ବିରାଜମାନ କରିବେ ମା’। ଏବେ ରାଜଧାନୀ ଉତ୍ସବମୁଖର। ଦୀର୍ଘ ୨ବର୍ଷ ପରେ ବଡ଼ ଧୁମଧାମରେ ପାଳନ ହେବ ଦୁର୍ଗାପୂଜା। ଏଥିପାଇଁ ବମିଖାଲ ଦୁର୍ଗା ମଣ୍ଡପ ବେଶ୍ ସଜେଇ ହେଲାଣି। ଚଳିତବର୍ଷ ମହୀଶୂରର ଲଳିଥା ମହଲ ପ୍ୟାଲେସ୍ରେ ମନ ମୋହିବେ ମା’। ଜନ୍ମାଷ୍ଟମୀରେ ମାଟି ଅନୁକୂଳ କରାଯାଇ ମୂର୍ତ୍ତି ଓ ସାଜସଜ୍ଜା ଆରମ୍ଭ ହୋଇଗଲାଣି। ମୂର୍ତ୍ତି ଓ ମେଢ଼ର ଉଚ୍ଚତା ୨୦ଫୁଟ ରହିବ। ତୋରଣ ୭୫ଫୁଟ ଉଚ୍ଚତା ବିଶିଷ୍ଟ ହେବା ସହ ଓସାର ୧୧୦ ଫୁଟ ରହିବ। କୋଲକାତାରୁ ୩୫ଜଣ କାରିଗର ମୂର୍ତ୍ତି ତିଆରି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଚଳିତବର୍ଷର ବଜେଟ୍ ୩୨ଲକ୍ଷ ରଖାଯାଇଛି। ୫ଦିନ ଧରି ମା’ଙ୍କ ପୂଜା ଉତ୍ସବ ଚାଲିବ। ଅଷ୍ଟମୀ ଦିନ ପ୍ରାୟ ୨୫୦୦ଲୋକଙ୍କୁ ପ୍ରସାଦ ବଣ୍ଟାଯିବାର ଆୟୋଜନ କରାଯାଇଛି। ପ୍ରତ୍ୟେକ ଦିନ ମା’ଙ୍କୁ ଖେଚୁଡି ଭୋଗ ଦିଆଯିବ। କେବଳ ନବମୀ ଦିନ ଦହି ପଖାଳ ଭୋଗ ଲଗାଯିବ। ଚଳିତବର୍ଷ ଭିଡ଼ର ସମ୍ଭାବନା ଅଧିକ ଥିବାରୁ ସିସି ଟିଭି, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ହ୍ବିଲ ଚେୟାର ବ୍ୟବସ୍ଥା କରାଯାଇଛି। ବମିଖାଲ ଗ୍ରାମରୁ ୫୦ଜଣ ଓ ୩୦ଜଣ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ବୌଦ୍ଧ ଜିଲାର ପାରମ୍ପରିକ ବାଦ୍ୟରେ ମା’ଙ୍କର ଭସାଣି ଅନୁଷ୍ଠିତ ହେବ। ଏଥିସହ ୫ଦିନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। |
https://www.dharitri.com/which-party-will-soumyarjan-go-to-came-the-big-reaction/ | କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା
ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ କେଉଁ ଦଳକୁ ଯିବେ ଓ କେଉଁଠୁ ଲଢିବେ ଏନେଇ ସ୍ପଷ୍ଟ କରିଛନ୍ତି। ନିକଟରେ ସେ ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଇଥିଲା। ଯାହାର ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୌମ୍ୟ।
ଗତ ବର୍ଷ ସେପ୍ଟେମ୍ବର ମାସରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ସୌମ୍ୟ ପଟ୍ଟନାୟକ । ଏହାପରେ ଆଗାମୀ ରାଜନୈତିକ ଯୋଜନା ବିଷୟରେ ସେ ଚିନ୍ତା କରୁଥିବା କଥା କହିଥିଲେ । ବିଜେଡିରୁ ନିଲମ୍ବିତ ହେବା ପରେ ତାଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇ ନ ଥିବା କହିଥିଲେ ସୌମ୍ୟ । ସେ କହିଥିଲେ, ‘ବର୍ତ୍ତମାନ ମୁଁ କୌଣସି ଦଳରେ ନାହିଁ । ରାଜନୀତି କେବଳ କୌଣସି ଦଳରେ ରହି ନିର୍ବାଚନ ଲଢ଼ିବା ନୁହେଁ । ମୁଁ ଅନ୍ୟ ଉପାୟରେ ରାଜନୀତିକୁ ବ୍ୟବହାର କରି ଲୋକଙ୍କ ସେବା କରି ପାରିବି’ ।
ବର୍ତ୍ତମାନ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସେ କେଉଁ ଦଳରୁ ଲଢିବେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ‘ମୋର ଏବେ କୌଣସି ଦଳ ନାହିଁ। ମୁଁ ନିର୍ବାଚନ ଲଢିବି କି ନାହିଁ ସେକଥା ଜାଣିନି। କିନ୍ତୁ ଖଣ୍ଡପଡାବାସୀ ସବୁବେଳେ ମୋ ହୃଦୟରେ ରହିବେ’। |
https://www.dharitri.com/after-the-death-of-parents-looking-for-sahara-kabita/ | ମା’ ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି କବିତା
ଦେଓଗାଁ, ୪ା୧୦(ଡି.ଏନ.ଏ.): ପାଠପଢି ମଣିଷ ହେବି । ଏହିଭଳି ଉଚ୍ଚାଭିଳାଶ ରଖିଥିବା କବିତା ନାଗ ଏବେ ମା’, ବାପାଙ୍କୁ ହରାଇ ନିରାଶ୍ରୟ ହୋଇପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଦେଷଣ୍ଡ ପଞ୍ଚାୟତ ଅନ୍ତର୍ଗତ ବରଘାଟି ଗ୍ରାମରେ। ଦୁଃଖୁ ନାଗ ଓ ବାସନ୍ତୀ ନାଗଙ୍କ ୧୫ବର୍ଷର ଝିଅ କବିତା ବର୍ତ୍ତମାନ ଝାଟିମାଟି ନଡାଛପର ଘରେ ଅନିଶ୍ଚିତତା ଜୀବନ ଜୀଉଁଛନ୍ତି। ସାହିପଡିଶାଙ୍କ ସାହାରାରେ ତାଙ୍କ ଜୀବନ ବିତୁଛି। ମା’ବାପା ଛେଉଣ୍ଡ କବିତାଙ୍କ ଲାଳନ ପାଳନ ପାଇଁ ଥିବା ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଝିଅ କବିତା ଓ ସ୍ତ୍ରୀ ବାସନ୍ତୀଙ୍କୁ ନେଇ ଦୁଃଖୁ ନାଗଙ୍କର ଥିଲା ପରିବାର। ଝିଅ ୭ବର୍ଷର ହୋଇଥିବା ବେଳେ ମୂଲ ମଜୁରି କରି ଘର ଚଳାଉଥିବା ଦୁଃଖୁ ୨୦୧୪ ମାର୍ଚ୍ଚ ୨୭ରେ ଆରପାରିକୁ ଚାଲିଗଲେ। କୁନିଝିଅକୁ ଧରି ବାସନ୍ତୀ ବଡକଷ୍ଟରେ ପରିବାରର ପ୍ରତିପୋଷଣ କରୁଥିଲେ। ତେବେ ୨୦୨୨ ସେପ୍ଟେମ୍ବର ୨୬ତାରିଖରେ ବାସନ୍ତୀଙ୍କ ପରଲୋକ ହୋଇଗଲା। ଏକମାତ୍ର ଝିଅ କବିତା ଏବେ ଅନାଥ ହୋଇ ଯାଇଛନ୍ତି। ଅଦ୍ୟାବଧି ତାଙ୍କୁ କୌଣସି ସରକାରୀ ସହାୟତା ମିଳି ପାରିନାହିଁ। |
https://www.dharitri.com/ସେହ୍ବାଗଙ୍କୁ-ଚେତାବନୀ-ଦେଲେ/ | ସେହ୍ବାଗଙ୍କୁ ଚେତାବନୀ ଦେଲେ ପାକିସ୍ତାନ କ୍ରିକେଟର
କରାଚୀ,୨୯।୧- ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟରଙ୍କ ସହ ବାକ୍ଯୁଦ୍ଧ କରିବା କିଛି ନୂଆ ନୁହେଁ। କିନ୍ତୁ ଜଣେ ପାକିସ୍ତାନ ପେସର ସେହ୍ବାଗଙ୍କୁ ଚେତାବନୀ ଦେଇଛନ୍ତି। ଉକ୍ତ ପାକିସ୍ତାନ ପେସର ହେଉଛନ୍ତି ରଣା ନବେଦ ଉଲ ହସନ। ସେ ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ସେହ୍ବାଗଙ୍କୁ ପାକିସ୍ତାନ କିମ୍ବଦନ୍ତୀ କ୍ରିକେଟରଙ୍କ ସମ୍ପର୍କରେ ଭାବି ଚିନ୍ତି କମେଣ୍ଟ ଦେବାକୁ କହିଛନ୍ତି। ଦୁଇ ବର୍ଷ ତଳେ ସେହ୍ବାଗ ଏଭଳି କିଛି କମେଣ୍ଟ ଦେଇଥିଲେ। ସେଥର ଚୁପ ଥିଲୁ। କିନ୍ତୁ ଏବେ ବାଧ୍ୟ ହୋଇ କହିବାକୁ ପଡ଼ୁଛି। ଆମ କିମ୍ବଦନ୍ତୀ ଖେଳାଳିଙ୍କ ସମ୍ପର୍କରେ ଆଉ ଗୋଟିଏ ଶବ୍ଦ କୁହନାହିଁ। ଆମେ ବରିଷ୍ଠ ଖେଳାଳିଙ୍କୁ ସମ୍ମାନ ଦେଉ। ଆମ କିମ୍ବଦନ୍ତୀଙ୍କ ସମ୍ପର୍କରେ ଏଭଳି ବେକାର କଥା କରନାହିଁ। ଗଣମାଧ୍ୟମ ଚ୍ୟାନେଲରେ ବସିବା ପାଇଁ ପ୍ରତ୍ୟେକ ଦୁଇ ତିନି ମାସରେ ଥରେ ପାକିସ୍ତାନ ଖେଳାଳିଙ୍କ ଲାଗି ସେହ୍ବାଗ ବୟାନବାଜି କରୁଛନ୍ତି ବୋଲି ନବେଦ ଉଲ ହସନ କହିଛନ୍ତି। ନିକଟରେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର ଓ ସେହ୍ବାଗଙ୍କ ମଧ୍ୟରେ ବାକ୍ଯୁଦ୍ଧା ହୋଇଥିଲା। ଏପରି କି ପୂର୍ବତନ ଭାରତୀୟ ଓପନରଙ୍କ ମୁଣ୍ଡରେ ଥିବା ଚୁଟିଠାରୁ ଅଧିକ ଟଙ୍କା ରଖିଥିବା ଅଖତର କମେଣ୍ଟ ଦେଇଥିଲେ। ଏଥିପୂର୍ବରୁ ଅଖତର ଭାରତରେ ବ୍ୟବସାୟ କରିବା ପାଇଁ ଟିମ ଇଣ୍ଡିଆକୁ ସମର୍ଥନ କରୁଥିବା ସେହ୍ବାଗ ମନ୍ତବ୍ୟ ଦେଇଥିଲେ ଏବଂ ଏହିଠାରୁ ଆରମ୍ଭ ହୋଇଥିଲା ବିବାଦ। ଉଲ୍ଲେଖଯୋଗ୍ୟ, ରଣା ଅନ୍ତର୍ଜାତୀୟ ସ୍ତରରେ ୯ ଟେଷ୍ଟ ଓ ୭୪ ଦିନିକିଆ ଖେଳି ମୋଟ ୧୨୮ ଉଇକେଟ ନେଇଛନ୍ତି। |