text
stringlengths 17
85.6k
|
---|
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୫ ଅପ୍ରେଲ ବର୍ଷର ୧୧୫ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୧୬ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୫୦ ଦିନ ବାକି ଅଛି । |
ନରେନ୍ଦ୍ର କୁମାର ସ୍ୱାଇଁ (୨୫ ଜୁନ ୧୯୩୯ - ୦୭ ସେପ୍ଟେମ୍ବର ୨୦୨୦) ଜଣେ ଭାରତୀୟ ରାଜନେତା ଥିଲେ । ୨୦୧୫ ମସିହାରେ ସେ ବିନା ପ୍ରତିଦ୍ୱନ୍ଦିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ରାଜ୍ୟ ସଭାକୁ ଯାଇଥିଲେ । ଜୀବନୀ ନରେନ୍ଦ୍ର, ୧୯୩୯ ମସିହାରେ ଜଗତସିଂହପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଅନ୍ତର୍ଗତ ତଣ୍ଡିକଣାରେ ଜନ୍ମଗ୍ରହଣ କରିଥିଲେ । ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ସେ ଆଇନ ଶିକ୍ଷା ଲାଭ କରିଥିଲେ । ସେଠାରେ ପାଠ ପଢ଼ିବା ସମୟରେ ସେ ଛାତ୍ରସଂସଦ ନିର୍ବାଚନରେ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଏସୟୁସିଆଇ, ଆଇଏନଟିୟୁସି ଭଳି ଶର୍ମିକ ସଂଗଠନ ସହିତ ସେ ଜଡ଼ିତ ଥିଲେ । ଜନତା ଦଳର ରାଜ୍ୟ ସମ୍ପାଦକ ଓ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ ସେ କାର୍ଯ୍ୟ କରିଥିଲେ । ୨୦୧୫ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ ୨୦୨୦ ପର୍ଯ୍ୟନ୍ତ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକାଳ ମଧ୍ୟରେ ସେ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଷ୍ଟାଣ୍ଡିଂ କମିଟିର ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । |
ବିଧାନ ଚନ୍ଦ୍ର ରାୟ ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ୧୪ ବର୍ଷ ଶାସନ କରି ରାଜ୍ୟର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ । ସେ ଏକାଧାରରେ ଜଣେ ବିଖ୍ୟାତ ଚିକିତ୍ସକ, ପ୍ରମୁଖ ରାଜନେତା ଏବଂ ସ୍ୱାଧୀନତା ସଂଗ୍ରାମୀ । ପଶ୍ଚିମବଙ୍ଗର ପାଞ୍ଚୋଟି ନଗର ଦୁର୍ଗାପୁର, କଲ୍ୟଣୀ, ବିଧାନନଗର, ଅଶୋକନଗର (ଉତ୍ତର ୨୪ ପ୍ରଗଣା)ଏବଂ ହାବଡାକୁ ଆଧୁନିକ ଭାବେ ଗଢ଼ି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ଯୋଗୁଁ ତାଙ୍କୁ ଆଧୁନିକ ପଶ୍ଚିମ ବଙ୍ଗର ନିର୍ମାତା ମଧ୍ୟ କୁହାଯାଏ । କଲିକତା ଭେଷଜ ମହାବିଦ୍ୟାଳୟ ତଥା କଲିକତା ବିଶ୍ୱବିଦ୍ୟାଳୟର ସେ ଜଣେ ପୂର୍ବତନ ଛାତ୍ର । ଇତିହାସରେ ବହୁତ କମ୍ ବ୍ୟକ୍ତି ତାଙ୍କ ଭଳି ଓ ଦୁଇଟି ପାଠ୍ୟକ୍ରମ ମାତ୍ର ଦୁଇ ବର୍ଷ ତିନି ମାସରେ ଶେଷ କରି ଦୁଇଟି ଡିଗ୍ରୀ ହାସଲ କରିପାରିଛନ୍ତି । ଭାରତରେ ତାଙ୍କ ଜନ୍ମ ଦିନକୁ (ପ୍ରତିବର୍ଷ ୧ ଜୁଲାଇ) ଜାତୀୟ ଚିକିତ୍ସକ ଦିବସ ରୂପେ ପାଳନ କରାଯାଉଛି । ୪ ଫେବୃଆରୀ ୧୯୬୧ରେ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ଉପାଧୀରେ ସମ୍ମାନିତ କରାଯାଇଛି । ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ୧ ଜୁଲାଇ ୧୮୮୨ରେ ପାଟନାର ରେ ତାଙ୍କର ଜନ୍ମ । ପିତା ଥିଲେ ପ୍ରକାଶ ଚନ୍ଦ୍ର ରାୟ ଏବଂ ମାତା ଅଘୋରକାମିନୀ ଦେବୀ । ୧୮୯୭ରେ ବିଧାନ ଚନ୍ଦ୍ର ପାଟନାର କଲିଜିଏଟ ସ୍କୁଲରୁ ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ୍ଣ କରିବା ପରେ କଲିକତା ପ୍ରେସିଡେନ୍ସି ମହାବିଦ୍ୟାଳୟରୁ ଇଣ୍ଟରମିଡିଏଟ୍ ଏବଂ ପାଟନା ମହାବିଦ୍ୟାଳୟରୁ ଗଣିତ ସମ୍ମାନ ସହ କଳାରେ ସ୍ନାତକ ଡିଗ୍ରୀ ହାସଲ କଲେ । ଏହାପରେ ସେ ଉଚ୍ଚତର ଶିକ୍ଷା ପାଇଁ ଉଭୟ ବଙ୍ଗଳା ଇଞ୍ଜିନିୟରିଙ୍ଗ ମହାବିଦ୍ୟାଳୟ ଏବଂ କଲିକତା ଭେଷଜ ମହାବିଦ୍ୟାଳୟରେ ଆବେଦନ କଲେ । ଉଭୟ ମହାବିଦ୍ୟାଳୟରେ ତାଙ୍କ ଆବେଦନ ଗୃହୀତ ହେଲା । ହେଲେ ସେ କଲିକତା ଭେଷଜ ମହାବିଦ୍ୟାଳୟରେ ଯୋଗ ଦେବାକୁ ମନସ୍ଥ କଲେ । ୧୯୦୧ ମସିହାରେ ସେ ଭେଷଜ ମହାବିଦ୍ୟାଳୟରେ ଯୋଗ ଦେବା ନିମିତ୍ତ କଲିକତା ଯାତ୍ରା କଲେ । ସେଠରେ ଅଧ୍ୟୟନରତ ଥିବା ବେଳେ ସେଠିକାର ଏକ ଶୀଳାଲେଖ ଯେଉଁଥିରେ ଲେଖା ଥିଲା- " , " ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଏହିଲେଖାର ମର୍ମ ତାଙ୍କୁ ସାରା ଜୀବନ ଅନୁପ୍ରାଣିତ କରିଥିଲା । ବୃତ୍ତିଗତ ଜୀବନ ଡାକ୍ତରୀ ପାଠରେ ସ୍ନାତକ ହାସଲ କରି ସେ ତତ୍କାଳୀନ ପ୍ରୋଭିନ୍ସିଆଲ ସ୍ୱାସ୍ଥ୍ୟ ସେବାରେ ଯୋଗ ଦେଇଥିଲେ । ପ୍ରଥମରୁ ହିଁ ସେ ଅତ୍ୟନ୍ତ ନିଷ୍ଠାର ତଥା କଠିନ ପରିଶ୍ରମ କରି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବ୍ରତୀ ହେଲେ । ଏପରିକି ରୋଗ ନିମିତ୍ତ ଔଷଧ ପରାମର୍ଶ କରିବା ସହ ସେ ଦରକାର ପଡିଲେ ନର୍ସଙ୍କ ଭଳି ନିଜେ ରୋଗୀର ସେବା କରିବାକୁ ପଛାଉ ନ ଥିଲେ । ସରକରୀ କାର୍ଯ୍ୟରୁ ଫୁରୁସତ ମିଳିଲେ ସେ ବାକି ସମୟରେ ମାତ୍ର ୮ ଟଙ୍କା ଫିସ୍ ନେଇ ବେସରକାରୀ ଭାବେ ଡାକ୍ତରୀ ସେବା ଯୋଗାଉଥିଲେ । ମାତ୍ର ୧୨୦୦ ଟଙ୍କା ଯୋଗାଡ କରିସାରି ସେ ବାର୍ଥୋଲୋମିଉ ହାସପାତାଳରେ ଉଚ୍ଚତର ଶିକ୍ଷାପାଇଁ ସେ ଇଂଲାଣ୍ଡ ଯିବାକୁ ବାହାରିଲେ । ଇଂଲାଣ୍ଡରେ ପହଞ୍ଚି ସେ ସଂପୃକ୍ତ ଶିକ୍ଷୟତନର ଡିନଙ୍କୁ ଆବେଦନପତ୍ର ଦାଖଲ କଲେ। କିନ୍ତୁ ଡିନ ଏସିଆ ଅଞ୍ଚଳର ଏହି ଅନାମଧେୟ ବ୍ୟକ୍ତିଙ୍କୁ ଗ୍ରହଣ କରିବାପାଇଁ ମନା କରିଦେଲେ । ହେଲେ ବିଧାନ କିନ୍ତୁ ହାରିବାଲୋକ ନୁହଁନ୍ତି । ସେ ବାରମ୍ବାର ୩୦ ଥର ତାଙ୍କ ଆବେଦନ ପତ୍ର ଦାଖଲ କରିବା ପରେ ଶେଷରେ ବାଧ୍ୟ ହୋଇ ଡିନ ତାଙ୍କୁ ମହାବିଦ୍ୟାଳୟରେ ନେବାକୁ ରାଜି ହେଲେ । ପ୍ରଖର ଧୀଶକ୍ତି ଏବଂ ଗଭୀର ଅଧ୍ୟବସାୟ ଫଳରେ ସେ ମାତ୍ର ଦୁଇ ବର୍ଷ ଏବଂ ତିନିମାସରେ ସେ . ଏବଂ ପାଠ୍ୟକ୍ରମ ସାରି ଦୁଇଟି ଡିଗ୍ରୀ ହାସଲ କଲେ । ଭାରତକୁ ଫେରି ସେ ପ୍ରଥମେ କଲିକତା ଭେଷଜ ମହବିଦ୍ୟାଳୟ ଏବଂ ପରେ କ୍ୟାମ୍ପବେଲ ଭେଷଜ ବିଦ୍ୟାଳୟ ଏବଂ ଶେଷରେ କାର୍ମିକାଏଲ୍ ଭେଷଜ ମହାବିଦ୍ୟାଳୟରେ ଶିକ୍ଷାଦାନ କରିବାକୁ ଲାଗିଲେ । ସ୍ୱାଧୀନତା ସଂଗ୍ରାମରେ ଭୂମିକା ବିଧାନ ଚନ୍ଦ୍ର ବିଶ୍ୱାସ କରୁଥିଲେ ଯେ ଭାରତୀୟମାନେ ଶାରୀରୀକ ଏବଂ ମାନସିକ ଭାବେ ସଶକ୍ତ ନ ହେବା ପର୍ଯ୍ୟନ୍ତ ସ୍ୱରାଜ ମାତ୍ର ଏକ ସ୍ୱପ୍ନ ହୋଇ ରହିଯିବ ।ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ସେ ଦେଶର ସେବା କରିବାକୁ ମନସ୍ଥ କଲେ । ଏହି କ୍ରମରେ ସେ ଯାଦବପୁର ଯକ୍ଷ୍ମା ହାସପାତାଳ, ଚିତ୍ତରଞ୍ଜନ ସେବା ସଦନ, କମଳା ନେହେରୁ ହାସପାତାଳ, ଭିକ୍ଟୋରିଆ ଅନୁଷ୍ଠାନ ଓ ଚିତ୍ତରଞ୍ଜନ କର୍କଟ ହାସପାତାଳ ପ୍ରତିଷ୍ଠା କରିଥିଲେ । ଚିତ୍ତରଞ୍ଜନ ସେବା ସଦନ ସେତେବେଲେ ମହିଳା ତଥା ଶିଶୁମାନଙ୍କର ସ୍ୱାସ୍ଥ୍ୟ ସେବା ପାଇଁ ଉଦ୍ଦିଷ୍ଟ ଥିଲେ ବି ସାମାଜିକ କଟକଣା କାରଣରୁ ମହିଳାମାନେ ସେଠାକୁ ଆସିବାକୁ ଅମଙ୍ଗ ହେଉଥିଲେ । ହେଲେ ବିଧାନ ଚନ୍ଦ୍ର ତଥା ତାଙ୍କ ସହଯୋଗୀଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଅନୁଷ୍ଠାନକୁ ସବୁ ବର୍ଗର ମହିଳା ଆସିବାକୁ ଲାଗିଲେ । ଏହାପରେ ସେ ମହିଳାମାନଙ୍କୁ ନର୍ସ ତଥା ସାମାଜିକ ସେବା ପାଇଁ ତାଲିମ ଦେବା ଉଦ୍ଦେଶ୍ୟରେ ଏକ କେନ୍ଦ୍ରର ସ୍ଥାପନା କଲେ । ଡାକ୍ତର ବିଧାନ ଚନ୍ଦ୍ର ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିଗତ ଡାକ୍ତର ସହିତ ତାଙ୍କର ସାଥୀ ମଧ୍ୟ ଥିଲେ । ୧୯୩୩ ମସିହାରେ ଭାରତଛାଡ ଆନ୍ଦୋଳନ ସମୟରେ ଗାନ୍ଧିଜୀ ଅନଶନ କରୁଥିବା ବେଳର କଥା । ଗାନ୍ଧିଜୀଙ୍କ ପାଖେ ପାଖେ ରହି ବିଧାନ ଚନ୍ଦ୍ର ତାଙ୍କ ସ୍ୱାସ୍ଥ୍ୟ କଥା ବୁଝୁଥାଆନ୍ତି । ଦିନେ ଗାନ୍ଧିଜୀ ବିଦେଶୀ ନିର୍ମିତ ଏକ ଔଷଧ ନେବାକୁ ମନା କରିଦେଲେ । ପୁଣି କହିଲେ "ତୁମେ ଯେତେବେଳେ ମୋ ଦେଶର ୪୦ କୋଟି ଲୋକଙ୍କର ସେବା ମାଗଣାରେ କରୁନାହଁ, ମୁଁ କାହିଁକି ବା ତୁମଦ୍ୱାରା ମୋ ଚିକିତ୍ସା କରାଇବି" । ଡାକ୍ତର ରାୟ ଉତ୍ତରରେ କହିଲେ, " ହଁ ମୁଁ ମାଗଣାରେ ସବୁ ଲୋକଙ୍କ ଚିକିତ୍ସା କରୁନାହିଁ, କିନ୍ତୁ ୪୦ କୋଟି ଭାରତୀୟଙ୍କ ପ୍ରତିନିଧିତ୍ୱ କରୁଥିବା ସେହି ମହାନ ବ୍ୟକ୍ତିଙ୍କୁ ମୁଁ ମାଗଣାରେ ଚିକିତ୍ସା କରିବାକୁ ଆସିଛି" । ଏହାପରେ ଗାନ୍ଧିଜୀଙ୍କର ମନା କରିବା ପାଇଁ ଆଉ ବାଟ ନ ଥିଲା ଏବଂ ସେ ଔଷଧ ଗ୍ରହଣ କଲେ । ରାଜନୈତିକ ଜୀବନ ଡକ୍ଟର ରାୟ ୧୯୨୫ ମସିହାରେ ବାରାକପୁର ବିଧାନ ସଭା ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀଭାବେ ପଶ୍ଚିମବଙ୍ଗର ବିଧାନ ସଭା ଆସନ ପାଇଁ ଲଢିବାକୁ ଯାଇ ରାଜନୀତୀରେ ପ୍ରବେଶ କଲେ । ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ତଥା ବଙ୍ଗଳାର ଜଣାଶୁଣା ବ୍ୟକ୍ତିତ୍ୱ ସୁରେନ୍ଦ୍ର ନାଥ ବାନାର୍ଜୀଙ୍କୁ ପରାସ୍ତ କଲେ । ୧୯୨୫ ବେଳକୁ ସେ ହୁଗୁଳୀ ନଦୀ ଜଳ ଦୂଷିତ ହେବାର କାରଣ ଏବଂ ତାର ନିରାକରଣ ସମ୍ବନ୍ଧୀୟ ଏକ ତଥ୍ୟପୂର୍ଣ୍ଣ ଯୋଜନା/ଚିଠା ସରକାରଙ୍କ ନିକଟରେ ଦାଖଲ କରିଥିଲେ । ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଭାରତର ଜାତୀୟ କଂଗ୍ରେସ ତରଫରୁ ତାଙ୍କୁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ହେବାକୁ ଏକ ପ୍ରସ୍ତାବ ଦିଆଯାଇଥିଲା । ତେବେ ସେ ଡାକ୍ତରୀ ପେଷାରେ ଅଧିକ ସମୟ ବିନିଯୋଗ କରିବାକୁ ଚାହୁଁଥିଲେ । ହେଲେ ଗାନ୍ଧିଜୀଙ୍କ ଅନୁରୋଧ କ୍ରାମେ ସେ ୨୩ ଜାନୁଆରୀ ୧୯୪୮ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ ଅଳଂକୃତ କଲେ । ସେତେବେଳେ ପଶ୍ଚିମ ବଙ୍ଗରେ ଖାଦ୍ୟାଭାବ, ସାଂପ୍ରଦାୟୀକ ହିଂସା, ବେକାରୀ ସମସ୍ୟା ଓ ଶରଣାର୍ଥୀ ସମସ୍ୟା ଭଳି ଅନେକ ସମସ୍ୟାରେ ଭାଙ୍ଗି ପଡିଥିଲା । ବିଧାନ ଚନ୍ଦ୍ର ରାୟ ଦଳୀୟ ନେତାଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷା ପୂର୍ବକ ଏସବୁ ସମସ୍ୟା ଉପରେ ଅନେକ ଗଠନ ମୂଳକ କାର୍ଯ୍ୟ କରିଚାଲିଲେ । ଶେଷ ଜୀବନ ସେ ବ୍ରାହ୍ମ ସମାଜରେ ଯୋଗ ଦେଇଥିଲେ । ୧ ଜୁଲାଇ ୧୯୬୨ ତାଙ୍କର ଅଶୀତମ ଜନ୍ମଦିନରେ ସେ ସକାଳବେଳା ତାଙ୍କ ରୋଗୀମାନଙ୍କୁ ଦେଖିସାରିବା ପରେ ସରକାରୀ କାମ ସାରିଲେ । ଏହାପରେ ସେ ବ୍ରାହ୍ମଗୀତର ଏକ ଲେଖା ନେଇ ପଢିବାକୁ ଲାଗିଲେ । ଏହାର ୧୧ ଘଣ୍ଟାପରେ ଅର୍ଥାତ ରାତି ସାଢେ ତିନିଟାରେ ସେ ପରଲୋକ ପ୍ରାପ୍ତ ହେଲେ । ସେ ନିଜ ଗୃହକୁ ନିଜ ମାଆଙ୍କ ନାମରେ ନାମିତ ଏକ ନର୍ସିଂଘର ଭାବେ କରିବା ଉଦ୍ଦେଶ୍ୟରେ ଦାନ କରିଯାଇଛନ୍ତି । ତାଙ୍କରି ସମ୍ମନରେ ଔଷଧ, ବିଜ୍ଞାନ, ରାଜନୀତୀ, ସାହିତ୍ୟ ତଥା କଳା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ " . " ପ୍ରଦାନ କରାଯାଉଛି । ଏହା ବାଦ ତାଙ୍କ ସମ୍ମାନାର୍ଥେ ଦିଲ୍ଲୀରେ " . " ୧୯୬୭ ମସିହାରେ ପ୍ରତିଷ୍ଠା କରାଯାଇଛି । ବର୍ତ୍ତମାନ ଡକ୍ଟର ବିଧନ ଚନ୍ଦ୍ର ରାୟଙ୍କର ବ୍ୟକ୍ତିଗତ ସମସ୍ତ କାଗଜପତ୍ର ନେହେରୁ ମେମୋରିଆଲ ମ୍ୟୁଜିୟମର ସମ୍ପତ୍ତିଭବେ ତିନିମୂର୍ତ୍ତୀ ଭବନଠାରେ ରଖାଯାଇଛି । |
ଲାତୁର୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଲତୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗୋଳିକ ଅବସ୍ଥିତି ଲାତୁର୍ ୧୮.୩୯୯୫ ଉତ୍ତର ଅକ୍ଷାଂଶ ଓ ୭୬.୫୮୪୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତ୍ତନଠାରୁ ଏହା ୨୦୭୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲାତୁର୍ ସହରର ମୋଟ ଜନସଂଖ୍ୟା ୩୫୭୮୬ ଅଟେ । ସେଥି ମଧ୍ୟରୁ ୫୨.୮୧% ଜଣ ପରୁଷ ହୋଇଥିବା ବେଳେ ୪୭.୧୯% ଜଣ ନାରୀ ଅଟନ୍ତି । ଲାତୁର୍ର ସାକ୍ଷରତା ହାର ୬୮.୬୭% ଅଟେ । ଏହା ଜାତୀୟ ହାରଠାରୁ -୩.୮୩% ପ୍ରତିଶତ କମ ଅଟେ । ସେଥିରୁ ୪୦.୦୨% ପ୍ରତିଶତ ପୁରୁଷ ଓ ୨୮.୬୪% ନାରୀ ଅଟନ୍ତି । ୧୪.୩୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ମରାଠୀ ଲାତୁର୍ର ସରକାରୀ ଭାଷା ଅଟେ । |
ସିହୋର ଏକ ଭାରତୀୟ ପୌରପାଳିକା ଅଟେ । ଏହା ମଧ୍ୟପ୍ରଦେଶର ସେହୋରେ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ସିହୋର ୨୩.୨୦୦୦ ଉତ୍ତର ଅକ୍ଷାଂଶ ଓ ୭୭.୦୮୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିହୋର ସହରର ମୋଟ ଜନସଂଖ୍ୟା ୩୯୭୭୩ ଅଟେ । ସେଥି ମଧ୍ୟରୁ ୫୨.୩୩% ଜଣ ପରୁଷ ହୋଇଥିବା ବେଳେ ୪୭.୬୭% ଜଣ ନାରୀ ଅଟନ୍ତି । ସିହୋରର ସାକ୍ଷରତା ହାର ୬୩.୩୫% ଅଟେ । ଏହା ଜାତୀୟ ହାରଠାରୁ ୧.୪୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୮୯% ପ୍ରତିଶତ ପୁରୁଷ ଓ ୨୬.୪୬% ନାରୀ ଅଟନ୍ତି । ୧୭.୦୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ସିହୋରର ସରକାରୀ ଭାଷା ଅଟେ । |
ସ୍ଲିପ୍ଡ କ୍ୟାପିଟାଲ ଫେମେରାଲ ଏପିଫିସିସ ଏକ ଅବସ୍ଥା ଯେଉଁଥିରେ ଗ୍ରୋଥ ପ୍ଲେଟ ଭାଙ୍ଗିଯିବାରୁ ଫିମୋରାଲ ନେକ ସ୍ଥାନଚ୍ୟୁତ ହୋଇଯାଏ । ଲକ୍ଷଣଗୁଡ଼ିକ ସାଧାରଣତଃ ଗ୍ରଏନ, ହିପ, ଜଙ୍ଘ କିମ୍ବା ଆଣ୍ଠୁରେ ଯନ୍ତ୍ରଣା ହୁଏ ଓ ରୋଗୀ ଛୋଟେଇ ଚାଲେ । ପ୍ରଭାବିତ ଊରୁସନ୍ଧି ବା ହିପକୁ ଘୁଞ୍ଚାଇବାର କ୍ଷମତା ମଧ୍ୟ ହ୍ରାସ ହୋଇପାରେ । ୨୦%ରୁ ୫୦% କ୍ଷେତ୍ରରେ ଉଭୟ ପାର୍ଶ୍ୱ ପ୍ରଭାବିତ ହୋଇପାରନ୍ତି । ଅବସ୍ଥା ଜଟିଳ ହେଲେ ଆଭାସ୍କୁଲାର ନେକ୍ରୋସିସ୍, କଣ୍ଡ୍ରୋଲାଇସିସ ଏବଂ ଫେମୋରୋସେଟାବୁଲାର ଇମ୍ପିଙ୍ଗମେଣ୍ଟ ଫିମରୋଆସେଟାବୁଲାର ଇମ୍ପିଞ୍ଜମେଣ୍ଟ ହୋଇପାରେ । ବିପଦ କାରକଗୁଡ଼ିକ ମଧ୍ୟରେ ମେଦବହୁଳତା, ହାଇପୋଥାଇରଏଡିଜିମ୍ ଏବଂ ହାଇପୋଗୋନାଡିଜ୍ମ ଅନ୍ତର୍ଭୁକ୍ତ ଉଭୟ ପାର୍ଶର ଏକ୍-ରେ କରି ରୋଗ ନିର୍ଣ୍ଣୟ କରାଯାଏ । ସେଗୁଡିକ ଦୁଇ ପ୍ରକାରରେ ବିଭକ୍ତ: ସ୍ଥିର ଏବଂ ଅସ୍ଥିର ସ୍ଲିପ୍ ଏକ ତୃତୀୟାଂଶରୁ କମ୍ ଥିଲେ ସାମାନ୍ୟ,, ଏକ ତୃତୀୟାଂଶରୁ ଅଧା ପର୍ଯ୍ୟନ୍ତ ଖସିଥିଲେ ମଧ୍ୟମ, ଏବଂ ଯଦି ଅଧାରୁ ଅଧିକ ଖସିଥାଏ ତେବେ ଏହାକୁ ଗମ୍ଭୀର ଶ୍ରେଣୀଭୁକ୍ତ କରାଯାଏ । ଯଦି ରୋଗ ନିର୍ଣ୍ଣୟ ବିଳମ୍ବ ହୁଏ ତେବେ ଖରାପ ଫଳାଫଳ ହୋଇପାରେ । ସାଧାରଣତଃ ଅସ୍ତ୍ରୋପଚାରଦ୍ୱାରାଦ୍ୱାରା ଚିକିତ୍ସା କରାଯାଏ ଏହା କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ବ୍ୟକ୍ତି ସେହି ଗୋଡରେ ଚାଲିବା ବା ଓଜନ ରଖିବା ଉଚିତ୍ ନୁହେଁ । ଏହି ରୋଗ ୧୦୦,୦୦୦ ପିଲାଙ୍କ ମଧ୍ୟରୁ ୧୧ ଜଣକୁ ପ୍ରଭାବିତ କରିଥାଏ ଏବଂ କିଶୋର ଅବସ୍ଥାରେ ଏହା ଏକ ସାଧାରଣ ରୋଗ ହୁଏ । ଏହା ସାଧାରଣତଃ ୮ରୁ ୧୫ବର୍ଷ ବୟସରେ ହୋଇଥାଏ ଏବଂ ପୁରୁଷମାନଙ୍କଠାରେ ଏହା ଅଧିକ ଦେଖାଯାଏ ପିଲାମାନଙ୍କଠାରେ ମେଦବହୁଳତା ବୃଦ୍ଧି ପାଇବା ସହିତ ଏହି ରୋଗ ଅଧିକ ଦେଖାଯାଉଛି। ୧୫୭୨ମସିହାରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି। |
ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ (ଜନ୍ମ: ୨୯ ନଭେମ୍ବର ୧୯୭୧), ଯିଏ ଲୋକପ୍ରିୟ ଭାବେ ନୟାଗଡ଼ର ରାଜମାତା ଭାବେ ଜଣାଶୁଣା, ଜଣେ ଭାରତୀୟ ରାଜନୀତିଜ୍ଞ ଓ ସେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳର ସଦସ୍ୟା । ସେ କନ୍ଧମାଳ ନିର୍ବାଚନ ମଣ୍ଡଳୀର ଓ ପୂର୍ବତନ ସାଂସଦ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପତ୍ନୀ । ଆଦ୍ୟ ଜୀବନ ସେ ଝାଡ଼ଖଣ୍ଡର ରାଞ୍ଚିଠାରେ ଜନ୍ମ ହୋଇଥିଲେ । ରାଜସ୍ଥାନର ଆଜମେରଠାରେ ସୋଫିଆ ବାଳିକା ମହାବିଦ୍ୟାଳୟ (ମହର୍ଷି ଦୟାନନ୍ଦ ସରସ୍ୱତୀ ମହାବିଦ୍ୟାଳୟ)ରୁ ୧୯୯୫ରେ କଳାରେ ସ୍ନାତ୍ତକ, ହସ୍ତତସ୍ତ ଓ କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଡିପ୍ଲୋମା ଲାଭ କରିଛନ୍ତି । ରାଜନୈତିକ ଜୀବନ ଅକ୍ଟୋବର ୨୦୧୪ରେ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ନଭେମ୍ବର ୨୦୧୪ଠାରୁ ସେ ପ୍ରତିରକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟିର ସଭ୍ୟ, ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟର କନସଲଟେଟିଭ୍ କମିଟିର ସଭ୍ୟ ଥିଲେ । ୨୦୧୯ ମସିହାରେ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । |
ସୁଭାଶିଷ ଶର୍ମା ଜଣେ ଓଡ଼ିଆ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକ ଅଭିନେତା । ସେ ଇଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଅପା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୦ ମସିହାରେ ସେ ପ୍ରେମ ଅଢ଼େଇ ଅକ୍ଷର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ମୁଖ୍ୟ ନାୟକ ଭାବରେ ଓଡ଼ିଆ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ତୁ ମୋ ଆରମ୍ଭ ତୁ ମୋ ଶେଷରେ ପ୍ରଥମ ଥର ପାଇଁ ନାୟକ ଭାବରେ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ସ୍ୱାଭିମାନରେ ସେ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ, ଚରିତ୍ର ଅଭିନେତା ଓ ଖଳନାୟକ ଭାବରେ କାମ କରନ୍ତି । ଅଭିନୟ ଜୀବନ ସୁଭାଶିଷ ପ୍ରଥମ ଓଡ଼ିଆ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ଦେବୁ ବୋଷ, ଜୀନା ସାମଲ ଅଭିନୀତ ଇଟିଭି ଓଡ଼ିଆର ଧାରାବାହିକ ଅପାରେ ଏକ ଚରିତ୍ର ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ସ୍ୱାଭିମାନରେ ନାୟକ ଭାବରେ କାମ କରିଥିଲେ । ସେ କଲର୍ସ ଓଡ଼ିଆର ଧାରାବାହିକ ଆଇନା, ତରଙ୍ଗର ଧାରାବାହିକ ଦୁର୍ଗା ଆଦିରେ ଅଭିନୟ କରିଛନ୍ତି । ୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପ୍ରେମ ଅଢ଼େଇ ଅକ୍ଷର, ଯେଉଁଠି ବାବୁଶାନ୍ଙ୍କ ସାଙ୍ଗ ତଥା ରିୟା ଦେଙ୍କ ହେବାକୁ ଥିବା ପତି ଭୂମିକାରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ସେ ନାୟକ ଭାବରେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷରେ ପିଙ୍କି ପ୍ରିୟଦର୍ଶିନୀଙ୍କ ସହିତ ଅଭିନୟ କରିଥିଲେ । ଏହାପରେ ସେ କ୍ରିଷ୍ଣା ଗୋବିନ୍ଦା, ନୂଆ ନୂଆ ପ୍ରେମରେ, କାବୁଲା ବାରବୁଲା, କ୍ରେଜି ଫୋର୍, ଦେଖା ହେଲା ପ୍ରେମ ହେଲା, ସୁପର୍ ବୟ୍, ରୁଦ୍ରାଣୀ, ତୁ ମୋ ଲଭ୍ ଷ୍ଟୋରୀ ୨ ଭଳି କଥାଚିତ୍ରରେ ଅଭିନୟ କରିଛନ୍ତି । ଅଭିନୀତ କଥାଚିତ୍ର ଅଭିନୀତ ଧାରାବାହିକ ବ୍ୟକ୍ତିଗତ ଜୀବନ ସୁଭାଶିଷ ୧୩ ଜୁଲାଇ ୨୦୧୬ରେ ତାଙ୍କ ବାନ୍ଧବୀ ଆନିଷା ଶର୍ମାଙ୍କୁ ବିବାହ କରିଥିଲେ । ଉଭୟ ସ୍ୱାଭିମାନ ଓ ଆଇନା ଧାରାବାହିକରେ ଏକାଠି କାମ କରୁଥିଲେ । |
ଆନ୍ତର୍ଜାତୀୟ ଯୁବ ଦିବସ ମିଳିତ ଜାତିସଂଘଦ୍ୱାରା ପାଳନ କରାଯାଉଥିବା ଏକ ବାର୍ଷିକ ଉତ୍ସବ । ଯୁବାମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରାଇବା ଏଇ ଦିବସର ଉଦ୍ଦେଶ୍ୟ । ପ୍ରଥମ ଯୁବ ଦିବସ ୨୦୦୦ ମସିହାରେ ପାଳିତ ହୋଇଥିଲା । ଏହି ଦିବସରେ ଭାରତ ସରକାରଙ୍କ ତରଫରୁ "ଜାତୀୟ ଯୁବ ସମ୍ମାନ" ପ୍ରଦାନ କରାଯାଇଥାଏ । ଉଦ୍ଦେଶ୍ୟ ଆନ୍ତର୍ଜାତୀୟ ଯୁବ ଦିବସ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳନ କରାଯାଏ । ଏହି ଉତ୍ସବର ପରିକଳ୍ପନା ମିଳିତ ଜାତିସଂଘଦ୍ୱାରା ୧୯୯୯ ମସିହାରେ ଏ/ରେସ୍/୫୪/୧୨୦ ଅଧିନିୟମ ଅନୁଯାୟୀ କରାଯାଇଥିଲା । ଏହି ଦିବସ ସରକାର ଓ ଅନ୍ୟମାନଙ୍କୁ ଯୁବକମାନଙ୍କର ସମସ୍ୟା ଓ ସଂଘର୍ଷ ବାବଦରେ ଏକ ସାମାଜିକ ଜାଗରଣ ସୃଷ୍ଟିକରିବାର ସୁଯୋଗ ପ୍ରଦାନ କରିଥାଏ । ଏହି ଦିବସରେ ବିଶ୍ୱବ୍ୟାପୀ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଉତ୍ସବ, କର୍ମଶାଳା ଓ ସମ୍ପାନ ଆଦିର ଆୟୋଜନ କରାଯାଇଥାଏ । ବାର୍ତ୍ତା ୨୦୧୪ ମସିହାରେ ଆନ୍ତର୍ଜାତୀୟ ଯୁବ ଦିବସର ବାର୍ତ୍ତା ଥିଲା ଯୁବଗୋଷ୍ଠୀ ଓ ମାନସିକ ସ୍ୱାସ୍ଥ୍ୟ । ୨୦୧୫ର ବାର୍ତ୍ତା ରହିଥିଲା ଯୁବଗୋଷ୍ଠୀ ଓ ସାମାଜିକ ସହଭାଗିତା । ୨୦୧୬ର ବାର୍ତ୍ତା ରହିଥିଲା ୨୦୩୦ ପଥରେ ଗରିବୀ ଦୂରୀକରଣ ଏବଂ ସ୍ଥାୟୀ ବ୍ୟବହାର ଓ ଉତ୍ପାଦନ ହାସଲ । ୨୦୧୭ମସିହାର ବାର୍ତ୍ତ ଥିଲା ଶାନ୍ତି ପ୍ରତିଷ୍ଠା ଦିଗରେ ଯୁବଗୋଷ୍ଠୀ। ୨୦୧୮ର ବାର୍ତ୍ତା ଥିଲା ଯୁବଗୋଷ୍ଠୀଙ୍କ ନିମନ୍ତେ ସୁରକ୍ଷିତ ପୃଥିବୀ । ୨୦୧୯ର ବାର୍ତ୍ତା ଥିଲା ଶିକ୍ଷାରେ ପରିବର୍ତ୍ତନ । ସମସ୍ତଙ୍କ ପାଇଁ ଶିକ୍ଷା ଦିଗରେ କାର୍ଯ୍ୟକରିବା ଏହି ବାର୍ତ୍ତାର ଉଦ୍ୟେଶ୍ୟ ଥିଲା । ୨୦୨୦ ମସିହାରେ ବାର୍ତ୍ତା ଥିଲା ବିଶ୍ୱବ୍ୟାପୀ କାର୍ଯ୍ୟରେ ଯୁବଗୋଷ୍ଠୀର ଯୋଗଦାନ । ୨୦୨୧ ମସିହାର ବାର୍ତ୍ତା ରହିଛି ଖାଦ୍ୟପ୍ରଣାଳୀରେ ପରିବର୍ତ୍ତନ : ଯୁବଗୋଷ୍ଠୀଙ୍କ ପ୍ରୟାସ । |
କ୍ୟାଥମ୍ପଲ୍ଲେ ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆଦିଲବଦ୍ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କ୍ୟାଥମ୍ପଲ୍ଲେ ସହରର ମୋଟ ଜନସଂଖ୍ୟା ୪୨୨୭୫ ଅଟେ । ସେଥି ମଧ୍ୟରୁ ୫୧.୧୯% ଜଣ ପରୁଷ ହୋଇଥିବା ବେଳେ ୪୮.୮୧% ଜଣ ନାରୀ ଅଟନ୍ତି । କ୍ୟାଥମ୍ପଲ୍ଲେର ସାକ୍ଷରତା ହାର ୫୯.୨୯% ଅଟେ । ଏହା ଜାତୀୟ ହାରଠାରୁ ୫.୫୫% ପ୍ରତିଶତ କମ ଅଟେ । ସେଥିରୁ ୩୪.୪୩% ପ୍ରତିଶତ ପୁରୁଷ ଓ ୨୪.୮୬% ନାରୀ ଅଟନ୍ତି । ୧୦.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତେଲୁଗୁ କ୍ୟାଥମ୍ପଲ୍ଲେର ସରକାରୀ ଭାଷା ଅଟେ । |
ପାଗଳ କରୁଚି ପାଉଁଜି ତୋର, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ, ଯାହାକି ସାର୍ଥକ ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା । ବିଜୟ ମଲ୍ଲ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ଏବଂ ବୁଦ୍ଧାଦିତ୍ୟ ମହାନ୍ତି । ପ୍ରଦ୍ୟୁମ୍ନ ଲେଙ୍କା, ଅନିତା ଦାସ, ଅପରାଜିତା ମହାନ୍ତି, ସ୍ନିଗ୍ଧା ମହାନ୍ତି, ଉତ୍ତମ ମହାନ୍ତି, ଜୟୀରାମ ସାମଲ, ପପି ସନ୍ତୁକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ସବ୍ୟସାଚୀ ମିଶ୍ର ଅର୍ଚ୍ଚିତା ସାହୁ ବୁଦ୍ଧାଦିତ୍ୟ ମହାନ୍ତି ପ୍ରଦ୍ୟୁମ୍ନ ଲେଙ୍କା ଅନିତା ଦାସ ଅପରାଜିତା ମହାନ୍ତି ସ୍ନିଗ୍ଧା ମହାନ୍ତି ଉତ୍ତମ ମହାନ୍ତି ଜୟୀରାମ ସାମଲ ପପି ସନ୍ତୁକ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, କରୁଣାକର, ଉଦିତ ନାରାୟଣ, ନିବେଦିତା, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । |
ବଣ୍ଡା ଭାଷା (ରେମୋ ଓ ରେମୋସାମ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଆଦିବାସୀ ଜନଜାତିର ଭାଷା । ଏହା ପ୍ରଧାନତଃ ଜିଲ୍ଲାରେ କଥିତ । ୧୯୫୧ ଭାରତୀୟ ଜନଗଣନା ଅନୁସାରେ ଏହି ଭାଷାର ୨୫୬୮ ଜଣ ଭାଷାଭାଷୀ ଥିଲେ । ଏସାଆଇଏଲ ଅନୁସାରେ ଏହା ପରେ ୨୦୦୨ ବେଳକୁ ୯୦୦୦କୁ ବୃଦ୍ଧି ପାଇଛି । ବିଭାଗୀକରଣ ବଣ୍ଡା ଭାଷା ଅଷ୍ଟ୍ରୋଏସିଆଟିକ ଭାଷା ପରିବାରର ମୁଣ୍ଡା ଭାଷାଗୋଷ୍ଠୀର ଦକ୍ଷିଣ ଉପବିଭାଗ ଅନ୍ତର୍ଗତ ଏକ ଆଦିବାସୀ ଜନଜାତି ଭାଷା । ବଣ୍ଡା ଭାଷା ପାଇଁ କୌଣସି ବିଧିବଦ୍ଧ ଲିପି ନଥିବା ବେଳେ ଓଡ଼ିଶାରେ ରହୁଥିବା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ବ୍ୟବହାର କରିଥାନ୍ତି । ଆଉ ଏକ ଦକ୍ଷିଣ ମୁଣ୍ଡା ଭାଷା ଗଦବା ସହ ସମାନତା ଥିବାରୁ ବଣ୍ଡା ଗୁତବ-ରେମୋ ଶାଖାର । ଶବ୍ଦାବଳୀ ସମ୍ବନ୍ଧସୂଚକ ଶବ୍ଦାବଳୀ ସମ୍ବନ୍ଧସୂଚକ ଶବ୍ଦସବୁରେ ପଶ୍ଚାତ୍ତାଲବ୍ୟ ନାସିକାଧ୍ୱନି ପ୍ରାୟତଃ ବ୍ୟବହାର ହୋଇଥାଏ । ବିଭିନ୍ନ ସମ୍ବନ୍ଧସୂଚକ ଶବ୍ଦ ବିଭିନ୍ନ ସ୍ଥାନରେ ବ୍ୟବହାର ହୋଇଥାଏ । |
ଓଡ଼ିଶା ଗଣ ପରିଷଦ (୨୦୦୦-୨୦୦୭) ଓଡ଼ିଶାର ଏକ ଆଞ୍ଚଳିକ ରାଜନୈତିକ ଦଳ । ବିଜୁ ଜନତା ଦଳରୁ ବିଭାଜିତ ହୋଇ ଏହି ଦଳ ୨୦୦୦ ମସିହା ଅକ୍ଟୋବର ୨୯ତାରିଖରେ ଗଠିତ ହୋଇଥିଲା । ବିଜୟ ମହାପାତ୍ର ଏହି ଦଳର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଥିଲେ । ଦିଲ୍ଲୀପ ରାୟଙ୍କର ରାଜ୍ୟସଭାକୁ ମନୋନୟନକୁ ନେଇ ବିଜୟ ମହାପାତ୍ରଙ୍କର ନବୀନ ପଟ୍ଟନାୟକଙ୍କ ସହିତ ମତଭେଦ ହୋଇଥିଲା । ବିଜୟ ମହାପାତ୍ରଙ୍କୁ ଏହି ଘଟଣାରେ ବିଜୁ ଜନତା ଦଳରୁ ବହିସ୍କୃତ କରାଗଲା ଓ ସେ ଓଡ଼ିଶା ଗଣ ପରିଷଦ ଗଠନ କରିଥିଲେ । ୨୦୦୪ ମସିହା ବିଧାନ ସଭା ନିର୍ବାଚନରେ ଓଡ଼ିଶା ଗଣ ପରିଷଦ, ଭାରତୀୟ ଜାତୀୟ କଂଗ୍ରେସ ସହିତ ସିଟ ବୁଝାମଣା କରି, ୪ଟି ଆସନରେ ଲଢିଥିଲା ଓ ୨ଟି ଆସନରେ ଜୟଯୁକ୍ତ ହୋଇଥିଲା । ଦଳର ଛାତ୍ର ସଂଗଠନର ନାମ ଥିଲା ଓଡ଼ିଶା ଛାତ୍ର ପରିଷଦ । ୨୦୦୭ ମସିହାରେ ଓଡ଼ିଶା ଗଣ ପରିଷଦ ଦଳର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସହିତ ବିଳନ ଘଟିଥିଲା । |
ସଇନ୍ତଳା ଓଡ଼ିଶାର ବଲାଙ୍ଗିର ଜିଲ୍ଲ।ର ଗୋଟିଏ ବ୍ଲକ ତଥା ସହର ଅଟେ । ଭୌଗଳିକ ଅବସ୍ଥିତି ସଇଁତଳା ଲାନ୍ଥ ନଦୀ କୂଳରେ ଅବସ୍ଥିତ। ପ୍ରଶାସନ ଏଠାରେ ପଞ୍ଚାୟତ ସମିତି,ତହସିଲ,ପୋଲିସ କାର୍ଯ୍ୟାଳୟ ରହିଛି । ଜନଗଣନା ସଇନ୍ତଲା ବ୍ଲକରେ କନ୍ଧ, କରଣ, କୁମ୍ଭାର, ଗଉଡ଼, ଚୌହାଣ, ତେଲି, ବ୍ରାହ୍ମଣ, ପାଇକ, ମାଳି, ହରିଜନ, ରାଜପୁତ ଆଜି ଜାତିର ମୋଟ ୧,୦୮,୭୫୬ ଜଣ ଅଧିବାସୀ ବାସକରନ୍ତି । ଶିକ୍ଷା ଏଠାରେ ଅନେକ ଶିକ୍ଷାନୁଷ୍ଠାନ ରହିଛି । ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ସରକାରୀ ବାଳିକା ବିଦ୍ୟାଳୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଞ୍ଚାୟତ ସମିତି ମହାବିଦ୍ୟାଳୟ ସ୍ୱାସ୍ଥ୍ୟ ଏଠାରେ ଗୋଟିଏ ସରକାରୀ ଡାକ୍ତରଖାନା ଅଛି । ପର୍ଯ୍ୟଟନ ଏଠାରେ ଚଣ୍ଡେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ରହିଛି । ଏହି ମନ୍ଦିରରେ ସେ ମହିଷାମର୍ଦ୍ଦିନୀ ବେଶରେ ମଧ୍ୟ ପୂଜା ପାଆନ୍ତି । ବଲାଙ୍ଗୀର ଗୋଳାବାରୁଦ କାରଖାନା ସଇନ୍ତଳା ବ୍ଲକର ବଡମାଲରେ ଭାରତ ସରକାରଙ୍କ ସେନା ଅଧୀନରେ ଏକ ଗୋଳାବାରୁଦ କାରଖାନା ରହିଛି । ପର୍ବପର୍ବାଣି ସଇନ୍ତଳାର ଅଧିବାସୀମାନେ ଓଡ଼ିଶାର ସମସ୍ତ ମୁଖ୍ୟ ପର୍ବପର୍ବାଣି ଯଥା ନୂଆଖାଇ, ରଥଯାତ୍ରା, ଦୀପାବଳୀ, ଗଜଲକ୍ଷ୍ମୀ ପୂଜା, ମାଣବସା ଗୁରୁବାର, ସାବିତ୍ରୀ ବ୍ରତ, ମକର ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା, ହୋଲି, ରକ୍ଷାବନ୍ଧନ, କାର୍ତ୍ତିକ ପୂର୍ଣ୍ଣିମା, ପୁଅ ଜିଉନ୍ତିଆ, ଭାଇ ଜିଉନ୍ତିଆ, ଜନ୍ମାଷ୍ଟମୀ, ରାମ ନବମୀ, ସରସ୍ୱତୀ ପୂଜା, ଗଣେଶ ପୂଜା ଆଦି ପାଳିଥାନ୍ତି । |
ଗ୍ଲୁମି ସଣ୍ଡେ ଇଂରାଜୀ: (ଓଡ଼ିଆ: ବିଷର୍ଣ୍ଣ ରବିବାର) ହଙ୍ଗେରିଆନ ଗ୍ଲୁମି ସଣ୍ଡେ ନାମରେ ଜଣା । ଏହା ବିରହ ପ୍ରେମର ଏକ ଶ୍ରେଷ୍ଠ ଗୀତ ଭାବେ ପରିଚିତ । ହଙ୍ଗେରୀର ପିଆନୋ ବାଦକ ତଥା ଗୀତ ଲେଖକ ରେଜସୋ ସେରେସଙ୍କଦ୍ୱାରା ୧୯୩୩ ମୁକ୍ତି ଲାଭ କରିଥିଲା । ଏକ ଦୁଃଖଦ ଗୀତ ଭାବେ ୧୯ ଜଣଙ୍କ ଜୀବନ ନେଇଥିବାର ରେକର୍ଡ ରହିଛି । ଗୀତ ଲେଖକ ରେଜସୋ ସେରେସ ୧୮୯୯ ନଭେମ୍ବର ୩ରେ ହଙ୍ଗେରୀରେ ରେଜସୋ ସେରେସଙ୍କ ଜନ୍ମ । ସେ ପ୍ରଥମେ ସର୍କସରେ କାମ କରୁଥଲେ । ଥରେ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରୁଥବାବେଳେ ସେରେସ ଆହତ ହୋଇଥଲେ । ଏହାପରେ ସର୍କସରେ କ୍ୟାରିୟର ଛାଡ଼ି ସେ ଗୀତ ଲେଖିବା ଆରମ୍ଭ କଲେ । ପିଆନୋ ବାଦକ ତଥା ଗୀତିକାର ସେରେସ ୧୯୩୨ରେ ପ୍ୟାରିସରେ ରହୁଥିବା ବେଳେ ହଙ୍ଗେରୀୟ ଭାଷାରେ ; ଭେଗେ ଏ ଭିଲାଗନାକ (ଓଡ଼ିଆ ଅର୍ଥ: ଅନ୍ତ ହେଉଛି ବିଶ୍ୱ) ଶୀର୍ଷକ ଏକ ଗୀତ ଲେଖିଥିଲେ । ପ୍ରଚ୍ଛଦପଟ୍ଟ ହଙ୍ଗେରୀରେ ଫାସିଷ୍ଟମାନଙ୍କ ପ୍ରଭାବ ବୃଦ୍ଧି ପାଉଥବାବେଳେ ଅନେକଙ୍କ ଜୀବନ ଯାଇଥିଲା । ଯୁଦ୍ଧରେ ସହିଦ ହୋଇଥବା ଆତ୍ମାର ସଦଗତି ପାଇବା ପାଇଁ ଏକ ପ୍ରାର୍ଥନା ଭାବେ ସେରେସ ଏହି ଗୀତଟି ଲେଖିଥିଲେ । ତେବେ ସମାନ ଅର୍ଥ ବୋଧକ ଗୀତଟି ପଲ କାଲମାରଙ୍କ ଦ୍ୱାର ପ୍ରଥମଥର ପାଇଁ ୧୯୩୫ରେ ହରେଙ୍ଗରୀୟ ଭାଷାରେ ରେକର୍ଡ କରଯାଇଥଲା । ଇଂଲିଶ ଭାଷାରେ ଏହାକୁ ଆଉଥରେ ସାମ ଏମ ଲିୱିସ ରଚନା କଲେ, ଯାହାର ରେକର୍ଡ ହଲ କେମ୍ପଙ୍କ ଦ୍ୱାର ୧୯୩୬ରେ କରାଯାଇଥଲା । ସେହିବର୍ଷ ପଲ ରୋବେସନଙ୍କ କଣ୍ଠରେ ଓ ଡେସମଣ୍ଡ କାର୍ଟରଙ୍କ ରଚନାରେ ସମାନ ଗୀତକୁ ପୁଣି ଥରେ ରେକର୍ଡ଼ କରାଗଲା । ଏହା ଇଂଲିଶ ଭାଷାଭାଷୀ ଦେଶଗୁଡ଼ିକରେ ବେଶ ଆଦୃତି ଲାଭ କରିଥଲା । ହେଲେ ଗୀତଟିରେ ବିଷର୍ଣ୍ଣତା ଭରି ରହିଥବାରୁ ସେରେସ ପ୍ରଥମେ ଏହାର ପ୍ରକାଶକ ପାଇ ନଥଲେ । }} ପରେ ବିଭିନ୍ନ ସଂସ୍କରଣରେ ଭିନ୍ନ ଭିନ୍ନ ଭାବେ ପ୍ରକାଶିତ ହୋଇଥଲା । ଗୀତ ଗୀତର ପ୍ରଥମ ପଂକ୍ତି ଅନ ଏ ସେଡ ସଣ୍ଡେ ବିଥ ଏ ହଣ୍ଡ୍ରେଡ ହ୍ୱାଇଟ ଫ୍ଲାବାର୍ସ, ଆଇ ବାଜ ବେଟିଂ ଫର ୟୁ, ମାଇଁ ଡିୟର, ବିଥ ଏ ଚର୍ଚ୍ଚ ପ୍ରେୟାର, ଦ୍ୟାଟ ଡ୍ରିମ-ଚେସିଂ ସଣ୍ଡେ ମର୍ଣ୍ଣିଂ, ଦ ଚ୍ୟାରିଅଟ ଅଫ ମାଇଁ ସ୍ୟାଡ଼ନେସ ରିଟର୍ନଡ ବିଦ୍ୱାଆଉଟ ୟୁ... ଏହାର ଓଡ଼ିଆ ଭାବାର୍ଥ ଏକ ବିଷର୍ଣ୍ଣ ରବିବାରରେ ଶହେ ଧଳା ଫୁଲ ସହ, ପ୍ରିୟତମା ମୁଁ ତୁମକୁ ଅପେକ୍ଷା କରିଥଲି ଚର୍ଚ୍ଚ ପ୍ରାର୍ଥନା ଗୃହରେ । ସ୍ୱପ୍ନକୁ ଅନୁସରଣ କରୁଥବା ସେହି ରବିବାର ସକାଳେ,ମୋ ଦୁଃଖର ସବାରୀ ଫେରିଥିଲା ତୁମକୁ ନପାଇ... ଚର୍ଚ୍ଚା ଏବଂ ପ୍ରଭାବ ସଙ୍ଗୀତ ମନର ବିଷାଦକୁ ଦୂର କରିଥାଏ । ହେଲେ ସଙ୍ଗୀତ ଶୁଣି କେହି ଯେ ଆମ୍ବହତ୍ୟା କରିବ, ତାହା ଜାଣିଲେ ଚକିତ ହେବା ସ୍ୱାଭାବିକ । ମାତ୍ର ଏଭଳି ଅବିଶ୍ୱସନୀୟ ଘଟଣା ଘଟିଥଲା ହଙ୍ଗେରୀରେ । ଗୋଟିଏ ଗୀତ ୧୯ ଜଣଙ୍କ ଜୀବନ ନେଇଥଲା । ଗ୍ଲୁମି ସଣ୍ଡେ ' ଗୀତକୁ ଯିଏ ଗାଇଲା ସେ ଆମହତ୍ୟା କଲା । ଖୋଦ ଏହି ସଙ୍ଗୀତ ରଚୟିତା ମଧ୍ୟ ଶେଷରେ ଜୀବନ ହାରି ଦେଲେ । ସମୟାନୁକ୍ରମେ ଶ୍ରେତାଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରୁ ଏହି ଘାତକ ଗୀତକୁ ବିଭିନ୍ନ ଦେଶରେ ନିଷିଦ୍ଧ କରଯାଇଥଲା । ଶୁଣାଯାଏ ଯେ ସେ ତାଙ୍କ ପ୍ରେମିକା ଲାଗି ରଚନା କରଥଲେ । ହେଲେ ସେହି ଗୀତ ଶୁଣିବାର କିଛି ସମୟ ପରେ ତାଙ୍କ ପ୍ରେମିକା ଆତ୍ମହତ୍ୟା କରିଥଲେ । ଏହା ଜାଣିବା ପରେ ରେଜସୋ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥଲେ, କିନ୍ତୁ ବଞ୍ଚି ଯାଇଥିଲେ । ପରବର୍ତ୍ତୀ ସମୟରେ ଏହି ରେକର୍ଡର ମର୍ମଭେଦୀ ଭାଷା, ସ୍ୱର ଓ ଶୈଳୀରେ ପ୍ରଭାବିତ ହୋଇ ଗୀତକୁ ଶୁଣିଥବା ବିଭିନ୍ନ ଦେଶର ଲୋକେ ଆତ୍ମହତ୍ୟା କରିବାରେ ଲାଗିଲେ । ଏଯାବତ ଶ୍ରେତାଙ୍କ ମୃତ୍ୟୁ ସଂଖ୍ୟା ଜଣାପଡ଼ିନାହିଁ । ତେବେ ଗ୍ଲୁମି ସଣ୍ଡେ ଗୀତକୁ ଗାଇଥିବା ଲୋକଙ୍କ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଥିଲା । ଏହାକୁ ଦୃଷ୍ଟିରେ ରଖି ହଙ୍ଗେରୀ, ଆମେରିକା ସମେତ ଅନେକ ଦେଶରେ ଗ୍ଲୁମ ସେଣ୍ଡେକୁ ନିଷିଦ୍ଧ କରାଗଲା । ବ୍ରିଟିଶ ବ୍ରଡ଼କାଷ୍ଟ କର୍ପୋରେଶନ (ବିବିସ) ଏହାର ବିଲ୍ଲିଏ ହଲି ଡେ " ସଂସ୍କରଣକୁ ନିଷିଦ୍ଧ କରିଥଲା । ଏହାସହେ ରେକର୍ଡକୁ ଲୋକେ ଶୁଣି ନିଜ ଜୀବନ ହାରିବାକୁ ଉଦ୍ୟତ ହେଲେ । ଗୀତଟି ମନରେ ବିଷାଦ, ଉନ୍ମାଦନା ସୃଷ୍ଟି କରି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି କରୁଥଲା । ତେଣୁ ଏହାକୁ ମୃତ୍ୟୁର ସଙ୍ଗୀତ ' ବୋଲି ଆଖ୍ୟା ଦିଆଯାଇଛି । ଖୋଦ ଗ୍ଲୁମି ସନ୍ଡେ ର ରଚୟିତା ରେଜସୋ ସେରେସ ଗୀତ ଗାଇ ଗାଇ କୋଠାରୁ ଡେଇଁ ଆମହତ୍ୟା କରିଥଲେ । |
ଆଓର୍ଟୋଇଲିଆକ ଅବରୋଧୀ ରୋଗ ହେଉଛି ଉଦର ମଧ୍ୟରେ ଥିବା ଆଓର୍ଟା ମହାଧମନୀ ବା ଇଲିୟାକ୍ ଧମନୀରେ ହେଉଥିବା ଅବରୋଧ ରୋଗ । ବ୍ୟାୟାମ କଲାବେଳେ ପିଚା ଏବଂ ଜଙ୍ଘରେ ଯନ୍ତ୍ରଣା ହୁଏ ଏବଂ ଯୌନ ଅସୁବିଧା ହୁଏ । ଏହି ରୋଗ ଆଗେଇଗଲେ ବିଶ୍ରାମ ସମୟରେ ମଧ୍ୟ ଯନ୍ତ୍ରଣା ହୋଇଥାଏ ଏବଂ ତନ୍ତୁ ନଷ୍ଟ ହୋଇପାରେ । ରୋଗ ଜଟିଳ ହେଲେ ଗାଙ୍ଗ୍ରିନ ହୋଇପାରେ ଏବଂ ଆମ୍ପ୍ୟୁଟେସନ୍ ଆବଶ୍ୟକ ହୋଇପାରେ । ଏହା ସାଧାରଣତଃ ଆଥେରୋସ୍କ୍ଲେରୋସିସ୍ ଯୋଗୁ ହୋଇଥାଏ ଓ ଅନ୍ୟାନ୍ୟ ସମ୍ଭାବ୍ୟ କାରଣମାନ ଯଥାକ୍ରମେ ଆଘାତ, ବିକିରଣ ଚିକିତ୍ସା ଏବଂ ଇଲିୟାକ୍ ଧମନୀ ଏଣ୍ଡୋଫାଇବ୍ରୋସିସ୍ ଯୋଗୁ ହୋଇଥାଏ । ମଧୁମେହ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟେରଲ, ଧୂମପାନ ଏବଂ ଭାସ୍କୁଲାଇଟିସ୍ ଭଳି ବିପଦ କାରଣଗୁଡିକ ଥାଏ । ଆଙ୍କଲ-ଆଣ୍ଠୁ-ବ୍ରାକିଆଲ୍ ଇଣ୍ଡେକ୍ସ ୦.୯ ଥିଲେଏହି ରୋଗ ନିର୍ଣ୍ଣୟକୁ ସମର୍ଥନ କରେ; ଯାହା ସିଟି ଆଞ୍ଜିଓଗ୍ରାଫିଦ୍ୱାରା ନିଶ୍ଚିତ ହୋଇପାରିବ । ଏହା ଏକ ପ୍ରକାର ପ୍ରାନ୍ତୀଯ ଧମନୀ ରୋଗ । ଧୀରେ ଧୀରେ ଆରମ୍ଭ ହେଉଥିବା ରୋଗ ପାଇଁ ବିପଦ କାରଣଗୁଡିକ ପରିଚାଳନା କରିବା ଗୁରୁତ୍ୱପୂର୍ଣ୍ଣ । ପ୍ରାୟଃ ଆସ୍ପିରିନ୍ କିମ୍ବା କ୍ଲୋପିଡୋଗ୍ରେଲ୍ ବ୍ୟବହୃତ ହୁଏ । ସର୍ଜିକାଲ୍ ବିକଳ୍ପଗୁଡ଼ିକରେ ଏଣ୍ଡୋଭାସ୍କୁଲାର୍ କିମ୍ବା ଖୋଲା ମରାମତି କରାଯାଇପାରେ ଅସ୍ତ୍ରୋପଚାର ସତ୍ତ୍ୱେ ସିଲୋଷ୍ଟାଜୋଲ ବ୍ୟବହାର କରାଯାଇପାରେ। ଏକ ତୃତୀୟାଂଶ ଲୋକଙ୍କର ଅସ୍ତ୍ରୋପଚାର ପରେ ଦୀର୍ଘକାଳୀନ ଜଟିଳତା ରହିଥାଏ। ଏହା ସାଧାରଣତଃ କେତେ ସଂଖ୍ୟକ ହୁଏ ତାହା ଅସ୍ପଷ୍ଟ; ଯଦିଓ ପେରିଫେରାଲ୍ ଧମନୀ ରୋଗରେ ଆକ୍ରାନ୍ତ ଲୋକମାନଙ୍କ ମଧ୍ୟରେ ଏହା ଅପେକ୍ଷାକୃତ ସାଧାରଣ । ଏହା ସାଧାରଣତଃ ପୁରୁଷ ଏବଂ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ । ଏହି ଅବସ୍ଥା ପ୍ରଥମେ ରୋବର୍ଟ ଗ୍ରାହାମ ୧୮୧୪ ମସିହାରେ ବର୍ଣ୍ଣନା କରିଥିଲେ । |
୬୫୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ମୁର୍ଶିଦାବାଦ୍ ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ପଶ୍ଚିମବଙ୍ଗର ମୁର୍ଶିଦବଦ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ମୁର୍ଶିଦାବାଦ୍ ୨୪.୧୮୩୯ ଉତ୍ତର ଅକ୍ଷାଂଶ ଓ ୮୮.୨୭୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୬୨ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁର୍ଶିଦାବାଦ୍ ସହରର ମୋଟ ଜନସଂଖ୍ୟା ୯୯୬୨ ଅଟେ । ସେଥି ମଧ୍ୟରୁ ୫୦.୦୮% ଜଣ ପରୁଷ ହୋଇଥିବା ବେଳେ ୪୯.୯୨% ଜଣ ନାରୀ ଅଟନ୍ତି । ମୁର୍ଶିଦାବାଦ୍ର ସାକ୍ଷରତା ହାର ୩୧.୯୮% ଅଟେ । ଏହା ଜାତୀୟ ହାରଠାରୁ ୩୨.୮୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୦.୮୨% ପ୍ରତିଶତ ପୁରୁଷ ଓ ୧୧.୧୬% ନାରୀ ଅଟନ୍ତି । ୨୩.୩୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ବଙ୍ଗାଳୀ ମୁର୍ଶିଦାବାଦ୍ର ସରକାରୀ ଭାଷା ଅଟେ । |
୬୮୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
୧୭୧୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଆସମା ବଦର ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି । ସେ ସସୁରାଲ୍ ସୀମର୍ କା ଧାରାବାହିକ ପାଇଁ ଜଣାଶୁଣା । ପ୍ରାରମ୍ଭିକ ଜୀବନ ୧୯୮୮ ମସିହାର ଜାନୁଆରୀ ୧୧ ତାରିଖରେ ସେ ଭୋପାଳରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ ଜୀବନ ୨୦୧୧ ମସିହାରେ ସେ ସାହାରା ୱାନ୍ରେ ପ୍ରସାରିତ ଧାରାବାହିକ ଗଙ୍ଗା କି ଧିଜରେ ଅଭିନୟ ପାଇଁ ବଛାଯାଇଥିଲେ, ମାତ୍ର ପରେ ଏଥିରେ ବାଦ୍ ପଡ଼ିଥିଲେ । କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ସସୁରାଲ୍ ସୀମର୍ କାରେ ସେ ନୈନା ଭୂମିକାରେ ଅଭିନୟ ପାଇଁ ଲୋକଲୋଚନକୁ ଆସିଥିଲେ । ସେ ଟିଭି ଧାରାବାହିକ ଲାପତାଗଞ୍ଜ, ତୁଝ ସଙ୍ଗ ପ୍ରୀତ ଏବଂ ଯୋଦ୍ଧା ଆକବର ଆଦିରେ ଅଭିନୟ କରିଛନ୍ତି । ୨୦୧୪ ମସିହାରେ ସେ କନ୍ନଡ଼ କଥାଚିତ୍ର ପୁଙ୍ଗି ଦାସାରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୫ ମସିହାରେ ଏମ୍ଟିଭି ବିଗ୍ ଏଫ୍ରେ କାମ କରିଥିଲେ, ଯେଉଁଠି ସେ ତାଙ୍କ ସହ-ଅଭିନେତ୍ରୀ ମଧୁରା ନାଏକଙ୍କୁ ଚୁମ୍ବନ ଦେଇଥିଲେ ଏବଂ ଏହା ଭାରତୀୟ ଦୂରଦର୍ଶନ ଇତିହାସରେ ପ୍ରଥମ ଥିଲା । ୨୦୧୯ ମସିହାରେ ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ତୁଝ୍ ସେ ହୈ ରାବତାରେ ଅଭିନୟ କରିଥିଲେ । |
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଓଡ଼ିଆ ଶବ୍ଦକୋଷ । ଏହା ସଂକଳନ କରିବାରେ ୩୦ରୁ ଅଧିକ ବର୍ଷ ସମୟ ଲାଗିଥିବା ବେଳେ ଏହା ୧୯୩୧ରୁ ୧୯୪୦ ଭିତରେ ୭ଟି ଖଣ୍ଡରେ ଓ ପ୍ରତି ଖଣ୍ଡ ଆକାରରେ ପାଖାପାଖି ରୟାଲ କ୍ୱାର୍ଟୋ ପୃଷ୍ଠା ଭାବରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ପୃଷ୍ଠା ସଂଖ୍ୟା ୯,୫୦୦ ଓ ଏଥିରେ ୧୮୫,୦୦୦ ମୁଖ୍ୟଶବ୍ଦ ରହିଛି । ଏହାର ମୁଖ୍ୟ ସଂକଳକ ଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ଉତ୍କଳ ସାହିତ୍ୟ ପ୍ରେସ ଏହାର ପ୍ରକାଶ ଓ ମୁଦ୍ରଣ କରିଥିଲେ । ତାଙ୍କ ସହ ତାଙ୍କର ମୁଖ୍ୟ ସହକର୍ମୀ ପୀତାମ୍ବରୀ ଦେବୀ ଓ ଅନ୍ୟାନ୍ୟ ସହକର୍ମୀମାନେ ଶବ୍ଦ ସଂଗ୍ରହ ଓ ସଂକଳନରେ ସାହାଯ୍ୟ କରିଥିଲେ । ବିଶ୍ୱନାଥ କର ଥିଲେ ଏହାର ପ୍ରକାଶକ । ଏହା ଥିଲା ପ୍ରଥମ ଓଡ଼ିଆ ଶବ୍ଦକୋଷ । ସଂକଳନ ସହ ପ୍ରହରାଜ ସର୍ବସାଧାରଣ ଅନୁଦାନ ସଂଗ୍ରହ ଓ ଛପା ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ତତ୍କାଳୀନ ବଙ୍ଗ, ମାନ୍ଦ୍ରାଜ ପ୍ରଦେଶ, ଅନେକ ଓଡ଼ିଆ କଥିତ ଅଞ୍ଚଳର ଶାସକ ଓ ବ୍ରିଟିଶ ସରକାର ଏହି ଗ୍ରନ୍ଥାବଳୀ ପାଇଁ ପୃଷ୍ଠପୋଷକତା ଯୋଗାଇଥିଲେ । ଶବ୍ଦାବଳୀ ୩୦ ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ମୋଟ ୧,୮୫,୦୦୦ଟି ଓଡ଼ିଆ ମୁଖ୍ୟଶବ୍ଦ ରହିଛି । ଏଥିରେ କେତେ ହଜାର ବୈଜ୍ଞାନିକ ଶବ୍ଦାବଳୀ ମଧ୍ୟ ସ୍ଥାନୀତ । ଯଥା ଏଥିରେ ନକ୍ଷତ୍ର ସମ୍ବନ୍ଧରେ ୧୬-ପୃଷ୍ଠା ସମ୍ବଳିତ ଏକ ପ୍ରସଙ୍ଗ ରହିଛି । ଏଥିରେ ୧୩୦୦ଟି ଉଦ୍ଭିଦର ବର୍ଣ୍ଣନା ସ୍ଥାନୀତ । ପ୍ରତିଟି ମୁଖ୍ୟଶବ୍ଦର ଓଡ଼ିଆ, ହିନ୍ଦୀ, ଇଂରାଜୀ, ବଙ୍ଗଳା, ସଂସ୍କୃତ ଓ ତେଲୁଗୁ ଅର୍ଥ ମଧ୍ୟ ରହିଛି । ତାହା ସହିତ ନାନାଦି ବର୍ଣ୍ଣନା ଓ ପୁରାଣରେ ବ୍ୟବହାର ମଧ୍ୟ ଏଥିରେ ଅଛି । ଏଥିରେ ସ୍ଥାନୀୟ ଗଛଲଟା, ଓଡ଼ିଶାର ଇତିହାସ, ଖାଦ୍ୟ ଓ ଚଳଣି ସମ୍ପର୍କରେ ଅନେକ ଲେଖା ସବିଶେଷ ବର୍ଣ୍ଣନା ସହ ଦେଖିବାକୁ ମିଳିଥାଏ । ଇ-ଭାଷାକୋଷ ସୃଜନିକା ଏହି ୭ ଖଣ୍ଡ ବହିକୁ ସ୍କାନ କରି ସେସବୁକୁ ପ୍ରଥମେ ଏକ ସିଡ଼ିରେ ରଖି ୨୦୦୬ ମସିହାରେ ମୁକ୍ତ ଲାଇସେନ୍ସରେ ବିତରଣ ଆରମ୍ଭ କରିଥିଲା । ପରେ ସ୍କାନ ହୋଇଥିବା ପୃଷ୍ଠାସବୁ ଟାଇପ କରାଯାଇ ଏକ ଡିଜିଟାଲ ଲେଖା ସଂସ୍କରଣ ଚିକାଗୋ ବିଶ୍ୱବିଦ୍ୟାଳୟ ୱେବସାଇଟରେ ମଧ୍ୟ ଉପଲବ୍ଧ ହୋଇଛି । |
ନିୱାଇ ଏକ ଭାରତୀୟ ପୌରପାଳିକା ଅଟେ । ଏହା ରାଜସ୍ଥାନର ତୋଙ୍କ୍ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିୱାଇ ସହରର ମୋଟ ଜନସଂଖ୍ୟା ୩୧୩୫୫ ଅଟେ । ସେଥି ମଧ୍ୟରୁ ୫୨.୬୫% ଜଣ ପରୁଷ ହୋଇଥିବା ବେଳେ ୪୭.୩୫% ଜଣ ନାରୀ ଅଟନ୍ତି । ନିୱାଇର ସାକ୍ଷରତା ହାର ୬୩.୫୦% ଅଟେ । ଏହା ଜାତୀୟ ହାରଠାରୁ ୧.୩୪% ପ୍ରତିଶତ କମ ଅଟେ । ସେଥିରୁ ୩୯.୧୨% ପ୍ରତିଶତ ପୁରୁଷ ଓ ୨୪.୩୮% ନାରୀ ଅଟନ୍ତି । ୧୫.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ନିୱାଇର ସରକାରୀ ଭାଷା ଅଟେ । |
ସାରିଲୁମାବ (ଇଂରାଜୀ ଭାଷାରେ ), କେଭଜାରା ନାମରେ ବିକ୍ରି ହୁଏ, ଏକ ଔଷଧ ଯାହା ରିମାଟଏଡ ଆର୍ଥ୍ରାଇଟିସ ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ମଧ୍ୟମରୁ ଗୁରୁତର ରୋଗରେ ଅନ୍ୟ କୌଣସି ଚିକିତ୍ସା କାମ ନକଲେ ବ୍ୟବହୃତ ହୁଏ । ଟୋସିଲିଜୁମାବ ଉପଲବ୍ଧ ନ ଥିଲେ ଏହା ଗୁରୁତର କୋଭିଡ-୧୯ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ । ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ସଂକ୍ରମଣ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ୍, କମ୍ ପ୍ଲାଟେଲେଟ୍, ଅସ୍ୱାଭାବିକ ଲିପିଡ୍, ଯକୃତ ସମସ୍ୟା, ଆଲର୍ଜି ପ୍ରତିକ୍ରିୟା ଏବଂ କର୍କଟ ହୋଇପାରେ । ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲିଉକିନ୍-୬ ରିସେପ୍ଟର ସହିତ ସଂଲଗ୍ନ ହୁଏ ଏବଂ ତାକୁ ଅବରୋଧ କରେ । ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସାରିଲୁମାବ ଅନୁମୋଦନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଚିକିତ୍ସା ବାବଦ ମାସକୁ ପ୍ରାୟ ୭,୭୦୦ ଡଲାର ଖର୍ଚ୍ଚ ହୋଇଥାଏ । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦୦ ଡଲାର ଅଟେ । କାନାଡ଼ାରେ ୨୦୧୭ ସୁଦ୍ଧା ମାସିକ ଖର୍ଚ୍ଚ ପ୍ରାୟ ୧୫୦୦ ସିଏଡି ଅଟେ । |
ସର୍ବସାଧାରଣ ଦୈନିକ ପ୍ରକାଶିତ ହେଉଥିବା ଏକ ଓଡ଼ିଆ ଖବରକାଗଜ । ପ୍ରତିଦିନ ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ଜୟପୁର, ପୁରୀ, ରାଉରକେଲା ଏବଂ ସମ୍ବଲପୁରରୁ ସର୍ବସାଧାରଣ ଖବରକାଗଜ ପ୍ରକାଶିତ ହେଉଛି । |
୫୫୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ତଞ୍ଜାଇ ସେଲଭି ଜଣେ ଭାରତୀୟ-ତାମିଲ କଣ୍ଠଶିଳ୍ପୀ। ସେ ଲୋକଗୀତ ପରିବେଷଣ ପାଇଁ ଜଣାଶୁଣା । ସେ ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଇସାନ କଥାଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ "ଜିଲ୍ଲା ଭିଟ୍ଟୁ" ଗୀତ ଗାଇଥିଲେ । ଗୀତ ତାଲିକା ତଞ୍ଜାଇ ସେଲଭି ୨୦୧୦ ମସିହାରେ ତାମିଲ କଥାଚିତ୍ର ଜଗତରେ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ସେ ଗାଇଥିବା ଗୀତଗୁଡ଼ିକର ତାଲିକା: ତାଲିକା ଆଧାର ବାହାର ଲିଙ୍କ୍ ଥାନଜାଇ ସେଲଭି ଇସନ ବିଷୟରେ କୁହନ୍ତି |
୨୧୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଚେନ୍ନଇ ବାଇପାସ ଏକ୍ସପ୍ରେସୱେ, ଏକ ସମ୍ପୂର୍ଣ ଗତି ନିୟନ୍ତ୍ରିତ ଏକ୍ସପ୍ରେସବେ । ଏହା ଚେନ୍ନଇ ନିକଟରେ ଥିବା 4ଟି ଜାତୀୟ ରାଜପଥକୁ ସଂଯୋଗ କରେ ଓ ଏହା 3 କିଲୋମିଟର ଦୀର୍ଘ । ଏହା ଜାତୀୟ ରାଜପଥ 145ର ପେରୁନଙ୍ଗଲାଥୁରଠାରୁ ଜାତୀୟ ରାଜପଥ 5ରେ ଥିବା ମାଧବରାମ ପର୍ଯ୍ୟନ୍ତ ମଦୁରାଭୋୟାଲ ଦେଇ ଯାଇଛି । ଏହା 405 କୋଟି ଟଙ୍କା ବ୍ୟୟରେ ନିର୍ମିତ । ଏହା -145, -4, -205 ଓ -5କୁ ଯୋଗ କରିଥାଏ । ପର୍ଯ୍ୟାୟ ପ୍ରଥମ ପର୍ଯ୍ୟାୟ ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ 10 କିଲୋମିଟର -45ରୁ ଚେନ୍ନଇ- ବାଙ୍ଗାଲୋର -4 ଯାଏ 2008 ମସିହାରେ ପୂର୍ଣ ହେଲା । ଦ୍ୱିତୀୟ ପର୍ଯ୍ୟାୟ ଦ୍ୱିତୀୟ ପର୍ଯ୍ୟାୟରେ ମଦୁରାଭୋୟାଲଠାରୁ ମାଧଭରମ ଯାଏ 13 କିଲୋମିଟର ତାହାପରେ ନିର୍ମିତ ହେଲା । ଉତ୍ଥିତ ରାସ୍ତା ବର୍ତ୍ତମାନ 3.2 କିଲୋମିଟରର ଉତ୍ଥିତ ରାଜପଥର ନିର୍ମାଣ କାର୍ଯ୍ୟ ଚାଲି 2009 ମସିହାରେ ସମାପ୍ତ ହେଲା । |
ଟିକ୍ଲୋପିଡାଇନ, ଟିକଲିଡ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଷ୍ଟ୍ରୋକ୍ ଏବଂ କରୋନାରୀ ଷ୍ଟେଣ୍ଟ୍ ଅବରୋଧକୁ ରୋକିବା ପାଇଁ ବ୍ୟବହୃତ ହୁଏ । ଏହା କେବଳ ସେହିମାନଙ୍କରେ ବ୍ୟବହୃତ ହୁଏ ଯେଉଁମାନେ ଆସ୍ପିରିନ୍ ନେଇପାରିବେ ନାହିଁ ଏବଂ ଯେତେବେଳେ ଅନ୍ୟ ବିକଳ୍ପ ଉପଲବ୍ଧ ନଥାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ସ୍ୱଳ୍ପ ନିଉଟ୍ରୋଫିଲ୍, ପୁରପୁରା, ଯକୃତ ସମସ୍ୟା ଏବଂ ଅରୁଚି ହୋଇପାରେ । ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ସାଧାରଣତଃ କ୍ଲୋପିଡୋଗ୍ରେଲ୍, ଟିକାଗ୍ରେଲର୍, କିମ୍ବା ପ୍ରାସୁଗ୍ରେଲ୍ ଏହା ବଦଳରେ ବ୍ୟବହୃତ ହୁଏ । ଏହା ଏକ ପ୍ଲାଟେଲେଟ୍ ଆଗ୍ରିଗେସନ ଇନହିବିଟର, ବିଶେଷକରି ଏକ ଆଡେନୋସିନ୍ ଡାଇଫସଫେଟ୍ ରିସେପ୍ଟର ଇନହିବିଟର । ୧୯୭୩ ମସିହାରେ ଟିକ୍ଲୋପିଡାଇନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୭୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ୧୯୯୧ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା । ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ । |
୧୯୦୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଓଡ଼ିଆ ସିନେମା ଜଗତରେ ୨୦୦୭ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର । |
ସକିଲା ସୋରେନ (୨୨ ଅକ୍ଟୋବର ୧୯୨୦ - ୮ ମଇ ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସକିଲା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୧, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୁଣ୍ଟା ଓ ମୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଜନ୍ମ, ପରିବାର ଓ ଶିକ୍ଷା ସକିଲା ସୋରେନ ୧୯୨୦ ମସିହାର ଅକ୍ଟୋବର ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଦୟନାଥ ସୋରେନ ଏବଂ ପତ୍ନୀଙ୍କ ନାମ ମାଳତୀ ସୋରେନ । ସକିଲାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ ଥିଲା । ରାଜନୈତିକ ଜୀବନ ସକିଲା ସୋରେନ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ମୃତ୍ୟୁ ସକିଲା ୧୯୯୬ ମସିହାର ମଇ ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । |
ପ୍ରତିବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ସ୍ନାନ ଯୋଗ ପଡ଼େ । ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଯଦି ଶନିବାର ବା ଶତିଭିକ୍ଷା ନକ୍ଷତ୍ର ଓ ଜ୍ୟୋତିଷମତରେ ଶୁଭଯୋଗ ପଡ଼େ ତେବେ ଏହାକୁ ବାରୁଣୀଯୋଗ ବୋଲାଯାଏ, ଯେବେ ଶନିବାର ଓ ଶତିଭିକ୍ଷା ନକ୍ଷତ୍ର ଉଭୟ ସେ ଦିନ ପଡ଼ନ୍ତି ତେବେ ଏହାକୁ ମହାବାରୁଣୀ ଯୋଗ କହାଯାଏ । ଏହି ବାରୁଣୀ ଓ ମହାବାରୁଣୀ ଯୋଗରେ ଗଙ୍ଗାରେ ସ୍ନାନ କଲେ ଶତସଂଖ୍ୟକ ସୂର୍ଯ୍ୟୋପରାଗରେ ଅନୁଷ୍ଠିତ ଧର୍ମକାର୍ଯ୍ୟର ପୂଣ୍ୟ ଫଳ ମିଳେ ତୀର୍ଥରାଜ ସମୁଦ୍ରରେ ଗଙ୍ଗା ନଦୀ ପଡ଼ିଥିବାରୁ ସମୁଦ୍ରରେ ମଧ୍ୟ ଲୋକେ ଏହି ଯୋଗରେ ସ୍ନାନ କରନ୍ତି ଓ ଅନ୍ୟାନ୍ୟ ସମୁଦ୍ରଗାମିନୀ ନଦୀମାନଙ୍କରେ ମଧ୍ୟ ସ୍ଥାନୀୟଲୋକ ବାରୁଣୀ ବୁଡ଼ ପାରନ୍ତି । ପୁରୀରେ ମହୋଦଧିରେ ତଥା ଯାଜପୁରର ଐତିହାସିକ ଦଶାଶ୍ୱମେଧ ଘାଟ ନିକଟରେ ବୈତରଣୀ ନଦୀରେ ଏହିଦିନରେ ଶ୍ରଦ୍ଧାଳୁମାନେ ବାରୁଣୀବୁଡ଼ ପକାଇଥାନ୍ତି । ପୁରୀ ସଦର ଉପଖଣ୍ଡରେ ବରାଳ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିରର ନିକଟବର୍ତ୍ତୀ ଭାର୍ଗବୀ ନଦୀରେ ଏବଂ ଅନ୍ୟ କେତେକକ ସ୍ଥାନରେ ଏହି ଦିନ ବୁଡ଼ ପଡ଼େ । ଋଷିକୁଲ୍ୟା ନଦୀ ଉତ୍ତରବାହିନୀ ହୋଇଥିବା ସ୍ଥାନ ଗଞ୍ଜାମରେ ସୋରଡ଼ା ନିକଟସ୍ଥ ପଞ୍ଚାନନ ପ୍ରଭୂଙ୍କ ନିକଟରେ, ଧରାକୋଟର ଚନ୍ଦ୍ରକଳ୍ପେଶ୍ୱରଙ୍କ ନିକଟରେ, ଆସିକା ସୁବର୍ଣ୍ଣେଶ୍ୱରଙ୍କ ନିକଟରେ ପ୍ରତାପପୁର ତୁମ୍ବେଶ୍ୱର ଓ ଗଞ୍ଜାମ ନଗରୀର ପଶ୍ଚିମରେ ଲୋକନାଥ ସ୍ୱାମୀଙ୍କ ନିକଟସ୍ଥ ସ୍ଥାନୀଯ ଲୋକ ବାରୁଣୀ ସ୍ନାନ କରନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁରର ତ୍ରିବେଣୀ ସଙ୍ଗମଠାରେ ମଧ୍ୟ ବହୁତ ଲୋକ ବାରୁଣୀ ସ୍ନାନ କରିଥାନ୍ତି । ବୈତରଣୀ ଓ ବାରୁଣୀ ସ୍ନାନ ବିରଜାକ୍ଷେତ୍ର ଯାଜପୁରରୁ ଉତ୍ତର ଦିଗକୁ ଏକ କିଲୋମିଟର ଯିବାପରେ ପଡ଼େ ବୈତରଣୀ ନଦୀ । ପବିତ୍ର ଗଙ୍ଗା ନଦୀ ପରି ଓଡ଼ିଶାର ପବିତ୍ର ବୈତରଣୀ ନଦୀରେ ଏହିସ୍ନାନ କଲେ ପୁଣ୍ୟ ଲାଭ ହେବାର ବିଶ୍ୱାସ ରହିଛି । ମହାଭାରତର ଆଦି, ସଭା, ବନ ଓ ଭୀଷ୍ମ ପର୍ବରେ ବୈତରଣୀ ତୀର୍ଥର ବର୍ଣ୍ଣନା ରହିଛି । ବାରୁଣୀ ଯୋଗରେ ବୈତରଣୀ ନଦୀ ତଥା ସମୁଦ୍ରରେ ସ୍ନାନ କରି ଧର୍ମପ୍ରାଣ ବ୍ୟକ୍ତିମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ଗୋଦାନ ମଧ୍ୟ କରିଥାନ୍ତି । ବୈତରଣୀର ଉତ୍ତର ପାର୍ଶ୍ୱ ଅତି ପବିତ୍ର ହୋଇଥିବାରୁ ଚୈତ୍ର ମାସ କୃଷ୍ଣ ତ୍ରୟୋଦଶୀଠାରୁ ଦୀର୍ଘ ବାରଦିନ ଧରି ସେଠାରେ ମେଳା ଅନୁଷ୍ଠିତ ହୁଏ । ବାରୁଣୀ ସ୍ନାନକୁ ଓଡ଼ିଶାର କୁମ୍ଭ କହାଯାଏ । ଚୈତ୍ରମାସର ମକର ରାଶିରେ ରବି ଗ୍ରହଙ୍କ ପ୍ରବେଶ ସମୟରେ ଏହି ବାରୁଣୀ ଯୋଗ ପଡ଼େ । ପବିତ୍ର ବୈତରଣୀ ତଥା ମହୋଦଧିରେ ବାରୁଣୀ ବୁଡ଼ ପକାଇଲେ ସମସ୍ତ ପାପ କ୍ଷୟ, ଦୁଃଖଶୋକର ବିନାଶ ହେବା ସହ ପୁଣ୍ୟ ଅର୍ଜନ ହୋଇଥାଏ । ବୈତରଣୀ ତଟରେ ଶବ ସତ୍କାର ହେଲେ ତାହା ଅତ୍ୟନ୍ତ ପୁଣ୍ୟପ୍ରଦ ବୋଲି ହିନ୍ଦୁମାନଙ୍କ ବିଶ୍ୱାସ । ବୈତରଣୀ ନଦୀରେ ସ୍ନାନ କରିବାଦ୍ୱାରା ଗଙ୍ଗା ଓ ମହୋଦଧିରେ ସ୍ନାନ ପରି ପୂଣ୍ୟ ମିଳେ । ସ୍ନାନଯୋଗ ବୈତରଣୀ ନଦୀରେ ପଡୁଥିବା ସ୍ନାନ ଯୋଗଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା- ବାରୁଣୀ, ମହାବାରୁଣୀ, ଅତିମହାବାରୁଣୀ । ଶତଭିଷା ନକ୍ଷତ୍ର ସହ ଯୁକ୍ତ ହୋଇଥିବା ତିଥିକୁ ବାରୁଣୀ କୁହାଯାଏ । ଶତଭିଷା ନକ୍ଷତ୍ର ଯୋଗରେ ଏହି ସ୍ନାନ ଥିବାରୁ ଏହାକୁ ଯୋଗସ୍ନାନ କୁହାଯାଏ । ବାରୁଣୀ ସ୍ନାନ ଯୋଗଠାରୁ ମହାବାରୁଣୀ ସ୍ନାନ ଯୋଗ ଦୁର୍ଲ୍ଲଭ । ଏହି ଯୋଗ ସବୁ ବର୍ଷପଡ଼େ ନାହିଁ । ଯେଉଁବର୍ଷ ଶତଭିଷା ନକ୍ଷତ୍ର ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଶନିବାର ହୋଇଥାଏ ତାକୁ ମହାବାରୁଣୀ କୁହାଯାଏ । ଏହି ଯୋଗରେ ଯେଉଁବ୍ୟକ୍ତି ଦଶାଶ୍ୱମେଧ ଘାଟରେ ବୁଡ଼ପକାଏ ସେ କୋଟି ପୁଣ୍ୟଫଳ ଲାଭ କରେ । ବୈତରଣୀ ନଦୀରେ ମହାବାରୁଣୀ ଯୋଗ ମଧ୍ୟ ପଡ଼ିଥାଏ । ଏହା ପ୍ରାୟ ଅନେକ ବର୍ଷ ଅନ୍ତରରେ ଥରେ ପଡ଼ିଥାଏ । ଚୈତ୍ରମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶତଭିଷା ନକ୍ଷତ୍ର ଯୋଗ ହୋଇ ଶନିବାର ଦିନ ଯଦି ଶୁଭ ଯୋଗ ଓ ଗ ର ବରଣ ଯୁକ୍ତ ହୁଏ, ତେବେ ତାକୁ ଅତି ବାରୁଣୀ ଯୋଗ କୁହାଯାଏ । ଏହି ଯୋଗରେ ବୈତରଣୀ ସ୍ନାନ କଲେ ଲୋକ କୋଟି କୋଟି ପିତୃପୁରୁଷଙ୍କୁ ଉଦ୍ଧାର କରେ । ଏହି ଯୋଗ ସ୍ନାନ ରାତିରେ ପଡୁ କିମ୍ବା ଦିନରେ ପଡୁ ସ୍ନାନ କରିବା ଉଚିତ । ବୈତରଣୀ ନଦୀରେ ବାରୁଣୀ ସ୍ନାନ ଯୋଗ ରହିଥିବାରୁ ଦଶାଶ୍ୱମେଧ ଘାଟ ନିକଟରେ ରହିଛି ଜଗନ୍ନାଥ ମନ୍ଦିର, ସପ୍ତମାତୃକା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ମୁକ୍ତେଶ୍ୱର ଶିବ ମନ୍ଦିର, ସିଦ୍ଧି ଗଣେଶ, ଶ୍ରୀ ବିଗ୍ରହ, ନବଗ୍ରହ ମନ୍ଦିର ସହ ଅନେକ ତୀର୍ଥ ପୀଠ । ଭକ୍ତମାନେ ବୈତରଣୀରେ ବୁଡ଼ ପକାଇ ପିଣ୍ଡଦାନ କରିବା ପରେ ସମସ୍ତ ଦେବାଦେବୀଙ୍କୁ ଦର୍ଶନ କରିଥାନ୍ତି । ପୌରାଣିକ କିମ୍ବଦନ୍ତୀ ଥରେ ବ୍ରହ୍ମା ଓ ନୃସିଂହଙ୍କ ମଧ୍ୟରେ ନିଜର ବଡ଼ପଣ ପାଇଁ କଳି ସୃଷ୍ଟି ହେଲା । ଏହାର ବିଚାର ନିମନ୍ତେ ଉଭୟ ଶିବଙ୍କୁ ମଧ୍ୟସ୍ଥି ଭାବି, ନିଜର ସମସ୍ୟା ଜଣାଇଲେ । ଶିବ କହିଲେ - ମୋର ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଯିଏ ଯାଇ ଆସି ପାରିବ ସିଏ ହିଁ ସବୁଠାରୁ ବଡ଼ । ନୃସିଂହ, ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ନଯାଇ ଅଧାରୁ ଫେରି ଆସି କହିଲେ- ମହାଦେବ ଆପଣଙ୍କ ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଯିବାକୁ କେହି ସମର୍ଥ ନୁହନ୍ତି । ବ୍ରହ୍ମା, ନୃସିଂହଙ୍କଠାରୁ କିଛିବାଟ ଆଗକୁ ଯାଇ କେତକୀ ଫୁଲକୁ ଭେଟିଲେ । ସେ ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ଯାଇଥିଲେ ବୋଲି କେତକୀ ଫୁଲକୁ ମିଥ୍ୟା ସାକ୍ଷୀ ଦେବାକୁ କହି ଫେରି ଆସିଲେ । ବ୍ରହ୍ମାଙ୍କ କହିବା ଅନୁସାରେ କେତକୀ, ଶିବଙ୍କ ଆଗରେ ମିଛକଥା କହିବାରୁ ଶିବ, ବ୍ରହ୍ମାଙ୍କୁ ମିଥ୍ୟାବାଦୀ ବୋଲି କହି କ୍ରୋଧରେ ବ୍ରହ୍ମାଙ୍କୁ ଅପୂଜା ହେବାର ଅଭିଶାପ ଦେଲେ । ଅଭିଶାପରୁ ମୁକ୍ତି ପାଇବା ପାଇଁ ବ୍ରହ୍ମା, ଶିବଙ୍କ ନିକଟରେ ପ୍ରାର୍ଥନା କରିବାରୁ ଶିବ ତାଙ୍କୁ ପବିତ୍ର ବୈତରଣୀ ନଦୀ କୂଳରେ ଯଜ୍ଞ କରି ଯଜ୍ଞପୁରୁଷ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାକୁ କହିଲେ । ବ୍ରହ୍ମା, ବିରଜା କ୍ଷେତ୍ରକୁ ଯଜ୍ଞ ସ୍ଥାନ ରୂପେ ନିରୂପଣ କରି ବୈତରଣୀକୁ ଏହି କ୍ଷେତ୍ରରେ ପ୍ରବାହିତ ହେବାକୁ ଅନୁରୋଧ କଲେ । ବ୍ରହ୍ମାଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ବୈତରଣୀ ବ୍ରହ୍ମାଙ୍କ ପଛେ ପଛେ ଚାଲିଲା । କିଛି ବାଟ ଗଲା ପରେ ବ୍ରହ୍ମାଙ୍କୁ କୁଳୁକୁଳୁ ଶବ୍ଦ ଶୁଭିଲା ନାହିଁ । ପଛକୁ ଫେରି ଦେଖିଲା ବେଳକୁ ନଦୀ ଅଦୃଶ୍ୟ ହେଇଯାଇଛି । ଏହାର କାରଣ ଜାଣିବା ପାଇଁ ବ୍ରହ୍ମା ଧ୍ୟାନରେ ବସିବାରୁ ଶୂନ୍ୟବାଣୀ ହେଲା ଯେ ନିବିଡ଼ ଅରଣ୍ୟରେ ଥିବା ରମଣୀଙ୍କ ନଗ୍ନ ରୂପ ଦେଖି ଭୟରେ ସେ ଆତ୍ମଗୋପନ କରିଛନ୍ତି । ଯଦି ପ୍ରତିକୋଣରେ ଶିବଲିଙ୍ଗ ସ୍ଥାପନ କରାଯାଏ ତେବେ ଶିବ ଦର୍ଶନରେ ପାପମୁକ୍ତ ହୋଇ ସେ ଯଜ୍ଞ ସ୍ଥାନକୁ ଯାଇପାରିବ । ତେଣୁ ବ୍ରହ୍ମା ପ୍ରତିକୋଣରେ ଗୋଟିଏ ଗୋଟିଏ ଶିବଲିଙ୍ଗ ସ୍ଥାପନ କଲେ । ଗୋନାସିକା ପର୍ବତରୁ ଏକ କୋଶ ଦୂରରେ ପ୍ରଥମ ଶିବଲିଙ୍ଗ ସ୍ଥାପନ କଲେ ଯାହାର ନାମ ବ୍ରହ୍ମେଶ୍ୱର । ତା ପରେ ପ୍ରତିକୋଣରେ କୁଶଳେଶ୍ୱର, ଅମ୍ବକେଶ୍ୱର, ଗତେଶ୍ୱର, ଲିଙ୍ଗେଶ୍ୱର, ଭୂତେଶ୍ୱର, ବିଲେଶ୍ୱର, ହରନ୍ତେଶ୍ୱର ପ୍ରଭୃତି ଶିବଲିଙ୍ଗ ସ୍ଥାପିତ ହେବାପରେ ବୈତରଣୀ, ବିରଜାକ୍ଷେତ୍ରକୁ ଆସିଲେ । ଏହି ଲିଙ୍ଗଗୁଡ଼ିକ ମଧ୍ୟରେ ଶେଷ ଲିଙ୍ଗ ହେଉଛି ସିଦ୍ଧେଶ୍ୱର । ଏହିଠାରୁ ବ୍ରହ୍ମା, ବୈତରଣୀକୁ ଉତ୍ତରବାହୀ କରି ଦେଇଥିବାରୁ ଆଉ ସେହିଠାରୁ ଶିବଲିଙ୍ଗ ଦେଖିବାକୁ ମିଳେ ନାହିଁ । ବିଶ୍ୱାସ ରହିଛି ଯେ ଯଦି କେହି ବିରଜାକ୍ଷେତ୍ରର ବାରୁଣୀ ତୀର୍ଥରେ ସ୍ନାନ କରି ପିତୃପୁରୁଷଙ୍କୁ ପିଣ୍ଡଦାନ କରେ, ତେବେ ସେ ଦଶ ପ୍ରକାରର ପାତକରୁ ମୁକ୍ତିପାଏ । |
୭୬୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ସମରେଶ ରାଉତରାୟ ଜଣେ ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଅଭିନେତା ଓ ବ୍ୟବସାୟୀ । ସମରେଶ ନୂଆ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ସ୍ନାତକ ଲାଭ କରି ପ୍ରଥମେ ମୁମ୍ବାଇରେ ରହି ମଡେଲିଂ ଓ ଅଭିନୟ କରୁଥିଲେ । ପରେ ଓଡ଼ିଶା ଫେରି ପ୍ରଥମେ ଓଡ଼ିଆ ଟେଲିଭିଜନ ଓ ପରେ ଓଡ଼ିଆ ସିନେମାରେ ଅଭିନୟ ଆରମ୍ଭ କଲେ । ୨୦୦୭ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ମୋ ସୁନା ପୁଅରୁ ଅଭିନୟ ଆରମ୍ଭ କରିଥିବା ରାଉତରାୟଙ୍କ ଅଭିନୀତ ପ୍ରମୁଖ କଥାଚିତ୍ରଗୁଡ଼ିକ ହେଲା କ୍ରାନ୍ତିଧାରା, ଥୁକୁଲ୍, କ୍ରିମିନାଲ୍, ୧୪୩ ଆଇ ଲଭ ୟୁ, ମୋଷ୍ଟ ୱାଣ୍ଟେଡ଼, ଏ ମନ ଖୋଜେ ମନଟିଏ, ଲୋଫର୍, ସଞ୍ଜୁ ଆଉ ସଞ୍ଜନା, ଧଉଳି ଏକ୍ସପ୍ରେସ୍ ଆଦି । ପ୍ରାରମ୍ଭିକ ଜୀବନ ସମରେଶ ଭୁବନେଶ୍ୱରଠାରେ ଜୁଲାଇ ୩ ତାରିଖରେ ପିତା ଅଲେଖ ପ୍ରସାଦ ରାଉତରାୟଙ୍କ ଔରସ୍ୟରୁ ଓ ମାତା ଲକ୍ଷ୍ମୀପ୍ରିୟା ରାଉତରାୟଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ । ୬ ଭାଇ ଓ ୧ ଭଉଣୀ ମଧ୍ୟରେ ସେ ହେଉଛନ୍ତି ସର୍ବକନିଷ୍ଠ । ସେ ନୂଆ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଶିକ୍ଷା ପ୍ରାପ୍ତ । ସିନେମା ଜୀବନ ୨୦୦୭ ମସିହାରେ ମୋ ସୁନା ପୁଅ କଥାଚିତ୍ରରୁ ଓଡ଼ିଆ ସିନେମା ଜଗତରେ ପ୍ରବେଶ କରିଥିବା ସମରେଶ, ବର୍ତ୍ତମାନ ସୁଦ୍ଧା ୩୦ଟି ଓଡ଼ିଆ ଏବଂ ହିନ୍ଦୀ ସିନେମା ଓ ୫୦୦ ଥିଏଟର ଶୋରେ ଅଭିନୟ କରିସାରିଛନ୍ତି । |
ବିଭୂତି ଭୂଷଣ ପ୍ରଧାନ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ପର୍ଜଙ୍ଗ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୧,୦୦,୫୯୫ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ନୃସିଂହ ଚରଣ ସାହୁଙ୍କୁ ୩୨,୧୬୨ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । |
ଇଣ୍ଡିଆସ ଡଟର ଏକ ଲେସଲି ଉଡ଼ଉଇନଙ୍କ ନିର୍ଦ୍ଦେଶିତ ଏକ ଡକୁମେଣ୍ଟାରି ଫିଲ୍ମ । ଏହା ବିବିସିର ଚଳିତ ଷ୍ଟୋରିଭିଲେର ଅଂଶ । ଏହି କଥାଚିତ୍ରଟି ୨୦୧୨ ଦିଲ୍ଲୀ ଗଣଧର୍ଷଣ ଓ ଏଥିରେ ପ୍ରାଣ ହରାଇଥିବା୨୩ ବର୍ଷୀୟା ଫିଜିଓଥେରାପି ଛାତ୍ରୀ ଜ୍ୟୋତି ସିଂହଙ୍କଉପରେ ଆଧାରିତ । ଫିଲ୍ମଟି ୨୦୧୫ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସଦିନ ଭାରତରେ ଏନଡିଟିଭି, ଯୁକ୍ତରାଜ୍ୟରରେ ବିବିସି ଫୋର ଓ ପରେ ଡେନମାର୍କ, ସୁଇଡେନ, ସୁଇଜରଲାଣ୍ଡ, ନରୱେ ଏବଂ କାନାଡ଼ାରେ ପ୍ରସାରଣ ହେବାର ଯୋଜନା ରହିଛି । ୨୦୧୫ ମାର୍ଚ୍ଚ ୧ ତାରିଖରେ ଫିଲ୍ମ-ନିର୍ମାତାମାନେତିହାର ଜେଲରେ ରହୁଥିବା ଜଣେ ଧର୍ଷଣକାରୀ ସହ ସାକ୍ଷାତକାର କରିଥିଲେ ବୋଲି ଜଣାପଡ଼ିଥିଲା । ଠିକ ତା ' ପରେ ଭାରତୀୟ ମିଡ଼ିଆ ପ୍ରକାଶନମାନଙ୍କଦ୍ୱାରା ଖବରଟି ପଦାକୁ ଆସିଥିଲା । ୨୦୧୫ ମାର୍ଚ୍ଚ ୪ ତାରିଖରେ ଭାରତ ସରକାର ଏକ କୋର୍ଟ ଅର୍ଡ଼ର ଆଣି ଭାରତରେ ଏହାର ପ୍ରସାରଣ ରୋକିଥିଲେ । ବିବିସି ଏହି ନିୟମ ଅନ୍ତର୍ଭୁକ୍ତ ନୁହେଁ ବୋଲି ଜଣାଇଥିଲା । ଯୁକ୍ତରାଜ୍ୟରେ ବିବିସି ମାର୍ଚ୍ଚ ୪ ତାରିଖରେ ଏହା ପ୍ରସାରଣ କରିଥିଲା । ଫିଲ୍ମଟି ଇଉଟିଉବରେ ମଧ୍ୟ ଅପଲୋଡ଼ ହୋଇଥିଲା ଓ ସଙ୍ଗେ ସଙ୍ଗେ ବହୁଚର୍ଚ୍ଚିତ ହୋଇଯାଇଥିଲା । ମାର୍ଚ୍ଚ ୫ ତାରିଖରେ ଭାରତୀୟ ସରକାର ଭାରତରେ ଭିଡ଼ିଓର ପ୍ରସାରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । |
କୁମାରିଲ ଭଟ୍ଟ ମଧ୍ୟଯୁଗୀୟ ଭାରତର ଜଣେ ହିନ୍ଦୁ ବ୍ରାହ୍ମଣବାଦୀ ଦାର୍ଶନିକ ଓ ମୀମାଂସା ଛାତ୍ର । ସେ ତାଙ୍କର ବିଭିନ୍ନ "ମୀମାଂଶାଶ୍ଳୋକବର୍ତ୍ତିକା" ଭଳି ମୀମାଂଶା ସମ୍ବନ୍ଧୀୟ ନିବନ୍ଧଗୁଡ଼ିକ ପାଇଁ ଜଣା । ସେ ବୈଦିକ ନିଶେଦ୍ଧାଜ୍ଞାର ଦୃଢ଼ ସମର୍ଥକ ଥିଲେ ଓ ପୂର୍ବ-ମୀମାଂଶାର ପ୍ରଚାରକ ଏବଂ ଜଣେ ନିଶ୍ଚିତ ରୂପେ ପ୍ରଥାପନ୍ଥୀ ଥିଲେ । ବର୍ତ୍ତିକା ଯାମିନୀଙ୍କ ପୂର୍ବ ମୀମାଂଶା ସୂତ୍ର ଉପରେ ସବରଙ୍କ ଟିପ୍ପଣୀର ଏକ ଉପଟିପ୍ପଣୀ ଭାବେ ରଚିତ । ପରିଚୟ କୁମାରିଲ ଭଟ୍ଟଙ୍କ ଜନ୍ମସ୍ଥାନ ଅଜ୍ଞାତ । ୧୬ଶ ଶତାବ୍ଦୀର ଦାର୍ଶନିକ ତାରାନାଥଙ୍କ ମତରେ ସେ ହେଉଛନ୍ତି ଦକ୍ଷିଣ ଭାରତ ନିବାସୀ । କିନ୍ତୁ ଆନନ୍ଦଗିରିର ଶଙ୍କରବିଜୟଙ୍କ ମତରେ ସେ ଉତ୍ତରରୁ ଉଦଗ୍ଦେଶାତ୍ ଓ ଦକ୍ଷିଣ ଭାରତର ବୌଦ୍ଧ ଓ ଜୈନମାନଙ୍କୁ ପ୍ରତାଡ଼ିତ କରିଥିଲେ । କିମ୍ବଦନ୍ତୀ ଏକ କୀମ୍ବଦନ୍ତି ଅନୁଯାୟୀ କୁମାରିଲ ବୌଦ୍ଧ ଧର୍ମ ସମ୍ବନ୍ଧରେ ଶିକ୍ଷା ଗ୍ରହଣ କରିବା ପାଇଁ ନାଳନ୍ଦାକୁ (ଚତୁର୍ଥ ଶତାବ୍ଦୀର ବୃହତ୍ତମ ବିଶ୍ୱବିଦ୍ୟାଳୟ) ଯାଇଥିଲେ । ବୈଦିକ ଧର୍ମ ବିରୁଦ୍ଧରେ ବୌଦ୍ଧ ଧର୍ମର ପ୍ରଚାରକୁ ମିଥ୍ୟା ଏବଂ ଭିତ୍ତିହୀନ ପ୍ରମାଣ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ସେଠାରେ ନିଜ ଶିକ୍ଷକ ଧର୍ମକୀର୍ତ୍ତୀଙ୍କ ବୈଦିକ ପ୍ରଥାକୁ ଭର୍ତ୍ସନା କରିବା ସେ ବିରୋଧ କରିବା କାରଣରୁ ସେ ନାଳନ୍ଦାରୁ ବହିଷ୍କୃତ ହୋଇଥିଲେ । ଲୋକକଥା କହେ ଯେ ବିଶ୍ୱବିଦ୍ୟାଳୟର ମୀନାର ଉପରୁ ତାଙ୍କୁ ଫୋପାଡି ଦେବା ସତ୍ତ୍ୱେ ସେ କେବଲ ଗୋଟିଏ ଆଖିରେ ସାମାନ୍ୟ ଆଘାତ ସହ ବର୍ତ୍ତି ଯାଇଥିଲେ ଆଧୁନିକ ମିମାଂସା ବିଦ୍ୱାନ ଏବଂ ବେଦାନ୍ତ ବିଶ୍ୱାସି ବିଶ୍ୱାସ କରନ୍ତି ଯେ ବେଦର ପ୍ରାମାଣିକତା ତଥା ଅବ୍ୟର୍ଥତା ଉପରେ ହିନ୍ଦୁମାନଙ୍କର ସନ୍ଦେହ ଦୂର କରିବା ତଥା ବିଶ୍ୱାସ ଜନ୍ମାଇବା ସକାଶେ ସର୍ତ୍ତ ଆରୋପ ପୂର୍ବକ ଏହା କରାଯାଇଥିଲା । ତତ୍ପରେ କୁମାରିଲ ନାଲନ୍ଦା ତ୍ୟାଗ କରି ପ୍ରୟାଗରେ ରହିଲେ ଯାହା ବର୍ତ୍ତମାନର ପ୍ରୟାଗରାଜ । କୁମାରିଲ ଭଟ୍ଟ ଅନେକ ରାଜ୍ୟ ଏବଂ ଅଂଚଲ ବୌଦ୍ଧ ପଣ୍ଡୋଇତ ମାନଙ୍କ ସହ ବିତର୍କ କରିବା ପାଇଁ ଭ୍ରମଣ କରିଥିଲେ । ସେହି ସମୟର ଅପ୍ରଥା ଅନୁଯାୟୀ ଯେଉଁ ପଣ୍ଡିତ ରାଜ ସଭାରେ ବିତ୍ରକରେ ଜୟଲାଭ କରୁଥିଲେ, ସେହି ପଣ୍ଡିତଙ୍କ ଦର୍ଶନ ଏବଂ ତତ୍ତ୍ୱ ଉକ୍ତ ରାଜା ଏବଂ ତାଙ୍କ ପ୍ରଜା ଗ୍ରହଣ କରୁଥିଲେ । ବୈଦିକ ସଂସ୍କୃତିର ଆସନ୍ନ ପତନକୁ ବନ୍ଦ କରିବା ସକାଶେ କୁମାରିଲ ଭଟ୍ତ ଅନେକ ବୌଦ୍ଧ ପଣ୍ଡିତଙ୍କୁ ପରାସ୍ତ କରି ଦେଶର ବୈଦିକ ସଂସ୍କୃତିକୁ ର଼କ୍ଷା କରିଥିଲେ । ଅନେକେ ବିଶ୍ୱାସ କରନ୍ତି ଯେ କୁମାରିଲ ଭଟ୍ଟ, କୁମାର ସ୍ୱାମୀଙ୍କ (ଭଗବାନ ଶିବ ଓ ପାର୍ବତୀଙ୍କ ପୁତ୍ର) ଏକ ଅବତାର । ଏହି ଅବତାରର ମୁଖ୍ୟ ଲକ୍ଷ୍ୟ ଥିଲା ତତ୍କାଳୀନ ଭାରତର ଟଳମଳ ହେଉଥିବା ବୈଦିକ ଧର୍ମର (କର୍ମ, ପୂଜା, ଅଭିଷେକ, ଯଜ୍ଞ, ଯୋଜନ, ହୋମ) ରକ୍ଷା କରିବା । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସେ ପୂର୍ବ-ଭାରତ ନିବାସୀ, ବିଶେଷ କରି କାମରୂପର ଏବେର ଆସାମ । ଶେଷଙ୍କ ସର୍ବସିଦ୍ଧାନ୍ତ-ରହସ୍ୟରେ ତାଙ୍କର ପୂର୍ବ ସାଙ୍ଗିଆ ଭଟ୍ଟାଚାର୍ଯ୍ୟ ରହିଛି । ତାଙ୍କ ଲେଖାରେ ସେ ରେଶମ ତିଆରି ବାବଦରେ ଜାଣିଥିଲେ ବୋଲି ଉଲ୍ଲେଖ ରହିଛି ଓ ତାହା ବର୍ତ୍ତମାନର ଆସାମରେ ଜଣା । ଆଉ ଏକ କିମ୍ବଦନ୍ତୀ ଅନୁସାରେ ସେ ବଙ୍ଗ ଓ ଆସାମ ନିଜର ସଂସ୍କୃତି ପାଇଥିବା ମିଥିଳାରୁ । ରଚନାବଳୀ କୁମାରିଲ ଭଟ୍ଟ ଶ୍ଳୋକ ବାର୍ତ୍ତିକ, ତନ୍ତ୍ର ବାର୍ତ୍ତିକ ଏବଂ ଟୁନ୍ଟୀକା ନାମକ ଟୀକା ରଚନା କରିଥିଲେ କୁମାରିକ ଭଟ୍ଟଙ୍କ ଦର୍ଶନ ତତ୍ତ୍ବ କୁମାରିଲଙ୍କ ଦର୍ଶନ ତତ୍ତ୍ବକୁ ତିନୋଟି ମୁଖ୍ୟ ଭାଗରେ ଅଧ୍ୟୟନ କରାଯାଇପାରେ । ଯଥା, ଜ୍ଞାନ ମୀମାଂସା, ତତ୍ତ୍ୱ ମୀମାଂସା ଓ ଆଚାର ମୀମାଂସା । ଜ୍ଞାନର ସ୍ବରୂପ ତଥା ଏହାର ସାଧନ ବିଷୟରେ କୁମାରିଲ ବିସ୍ତାର ଭାବରେ ବିବେଚନା କରିଛନ୍ତି । ଏଠାରେ ଜ୍ଞାନର ଅର୍ଥ ବୁଦ୍ଧି ବା ବିବେକ ନୁହେଁ, ବର ବିଦିତ ହେବା । ଜ୍ଞାନ ବିଷଯରେ ପ୍ରଥମ ପ୍ରଶ୍ନ ଏହି ଯେ, ଯଥାର୍ଥ ଜ୍ଞାନର ସ୍ବରୂପ ବାସ୍ତବରେ କଣ ? ଅର୍ଥାତ ଯାହା ଆମେ ଦେଖୁ, ଚାଖୁ ବା ଶୁଙ୍ଘୁ ତାହା ମନ କେମିତି ଜାଣିପାରେ ? କୁମାରିଲଙ୍କ ମତରେ ପ୍ରମାଣ ଛଅ ପ୍ରକାରର । ଯଥା: ପ୍ରତ୍ୟକ୍ଷ, ଅନୁମାନ,ଊପମାନ,ଶବ୍ଦ,ଅର୍ଥାପତି ଓ ଅନୁପଲବ୍ଧୀ । ଅଦ୍ବୈତ ବେଦାନ୍ତ ମଧ୍ୟ ଏହି ଛଅ ପ୍ରକାର ପ୍ରମାଣକୁ ମାନ୍ୟତା ଦିଏ । ମୀମାଂସା ଜ୍ଞାନକୁ ସ୍ୱତଃ ପ୍ରାମାଣ୍ୟ ବୋଲି ଗ୍ରହଣ କରେ । କୁମାରିଲଙ୍କ ଅନୁସାରେ ଜ୍ଞାନର ପ୍ରାମାଣିକତା ଅଥବା ସତ୍ୟତା କେବଳ ଜ୍ଞାନର ଉତ୍ପତ୍ତି ସହିତ ହିଁ ଅନୁଭବ କରି ହେବ । ଯେଉଁ ସମୟରେ କୋଣସି ବସ୍ତୁ ବିଷୟରେ ଜ୍ଞାନ ଲାଭ ହୁଏ ତେବେ ଯାଇ ତାହାର ସତ୍ୟତା ବିଷୟରେ ଉପଲବଧି କରିହୁଏ । କୁମାରିଲ ଓ ପ୍ରଭାକର ଉଭୟେ ଏହି ମତର ପ୍ରତିପାଦକ ଅଟନ୍ତି । ସୌତ୍ରାନ୍ତ୍ରିକ ବୌଦ୍ଧ ଧର୍ମାବଲମ୍ବୀ ବିଶ୍ବାସ କରନ୍ତି ଯେ ଜଗତ କ୍ଷଣସ୍ଥାୟୀ । କୁମାରିଲ ଏହି ମତର ବିରୋଧ କରୁଥିଲେ । ତାଙ୍କ ମତରେ ଏହା ସଂପୂର୍ଣ୍ଣ ଅସଂଗତ । |
ମହୁର ବା ମହୁରଗଡ , ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ନାନ୍ଦେଡ଼ଠାରେ ଥିବା ଏକ ଧର୍ମସ୍ଥଳୀ । . ହିନ୍ଦୁ ଦେବତା ଦତ୍ତାତ୍ରେୟଙ୍କ ଜନ୍ମସ୍ଥାନ ହିସାବରେ ଏହାକୁ ଆରାଧନା କରାଯାଇଥାଏ । ପ୍ରବାଦ କଥା ଅନୁସାରେ ଏଠାରେ ଅଟ୍ରୀ ରୁଷୀୟ ଓ ତାଙ୍କ ପତ୍ନୀ ସତୀ ଅନସୂୟା ଏଠାରେ ରହୁଥିଲେ । ଥରେ ବ୍ରହ୍ମା , ବିଷ୍ଣୁ ଓ ମହେଶ୍ୱର ଶୁଣିଲେ ଯେ ଅନସୂୟାଙ୍କଠାରୁ ବେଶୀ ପବିତ୍ର ନାରୀ କେହି ନାହାନ୍ତି । ତେବେ ତାଙ୍କୁ ପରିକ୍ଷ୍ୟା କରିବାକୁ ତିନି ଜଣ ଭିକ୍ଷୁ ହିସାବରେ ପହଚି ଅନନ୍ୟ ମାଗିଲେ । ଅନସୂୟା ଅନନ୍ୟ ପ୍ରସ୍ତୁତ କଳା ପରେ ସେମାନେ ସର୍ଟ ରଖିଲେ ବିନା ବସ୍ତ୍ରରେ ସେ ଅନ୍ନ ପରଶିବେ । ଅନସୂୟା ତାଙ୍କୁ ପରିକ୍ଷ୍ୟା କରାଯାଉଛି ବୋଲି ଜାଣି ଦିବ୍ୟ ଶକ୍ତି ବଳରେ ସେ ତିନିଜନଙ୍କୁ ଏକ ତିନିମୁଣ୍ଡା ବିଶିଷ୍ଟ ଶିଶୁରେ ପରିଣତ କରିଦେଲେ । ସେହ ହି ଦତ୍ତାତ୍ରେୟ ବା ସମ୍ମିଳିତ ଭଗବାନ ହେଇ ରହିଲେ । ମହୁରଠାରେ 3 ତୀ ପର୍ବତ ରହିଛି । ପ୍ରଥମତି ରେଣୁକା ଦେବୀ ଓ ସେ ପରଶୁରାମଙ୍କ ମାତା । ଅନନ୍ୟ ଦୁଇଟି ଦତ୍ତ ଶିକ୍ଷାର ଓ ଅଟ୍ରୀ ଅନସୂୟା ଶିକ୍ଷାର । ମହୁରଠାରେ ଅନସୂୟାଙ୍କ ମନ୍ଦିର ରହିଛି । ଏହାକୁ ତିନି ଓ ଅର୍ଦ୍ଧେକ ଶକ୍ତି ପିଠା କୁହାଯାଇଥାଏ । ଏଠାରେ ବିଜୟାଦଶମୀ ଦିନ ଏକ ବୃହତ ମେଳା ଅନୁଷ୍ଠିତ ହେଇଥାଏ । ସହସ୍ରର୍ଜୁନ ରେଣୁକାଙ୍କୁ କମଧେନୁ କୁ ନେବା ପାଇଁ ଆକ୍ରମଣ କରିଥିଲେ । ସେ ଅନନ୍ୟକିଛି ମାଗିଲେ ଦେବୀ ବୋଲି କହିବାରୁ ସହସ୍ରର୍ଜୁନ ତାଙ୍କୁ ଆକ୍ରମଣ କରିଥିଲେ ଓ ଅନସୂୟାଙ୍କ ପରଲୋକ ହେଇଥିଲା । ପରଶୁରାମ ଏହା ଯାନୀ ତାଣ୍ଡବ ରୂପ ଧାରଣ କରି ଥିଲେ । କିନ୍ତୁ ପରେ ଅନସୂୟାଙ୍କ ଶେଷ କୃତ୍ୟ ଏହି ମହୁରଠାରେ ଦତ୍ତାତ୍ରେୟଙ୍କ ପରିଚାଳନାରେ ଶେଷ କ୍ରିୟା କରିଥିଲେ । ସେଥି ପାଇଁ ଏଠାରେ ରେଣୁକାଙ୍କ ମନ୍ଦିର ହେଇଥିଲା । ଇତିହାସ ପୁରାଣ ଦେବୀ ଭାଗବତମରେ ମାତୃପୁର ନାମରେ ଏହି ସ୍ଥଳର ଉଲ୍ଲେଖ ରହିଛି । </ > ଏଠାରେ ମୁସଲିମମାନଙ୍କ ଦରଗାହ ମଧ୍ୟ ରହିଛି ଓ ସେଠାରେ ପ୍ରତି ପଞ୍ଚମ ମାସରେ ଇଉଆରଏସ ପାଳନ କରାଯାଇଥାଏ । ଦେଶର ଭିନ୍ନ ଅଞ୍ଚଳରୁ ମୁସଲିମ ଭକ୍ତମାନେ ମଧ୍ୟ ସେଟାକୁ ଆସନ୍ତି । ରେଣୁକା ଦେବୀ ଶକ୍ତି ପିଠ ଏହା ଶକ୍ତି ପିଠା ହିସାବରେ ବହୁ ଆଦୃତ । ପୁରାଣ ଅନୁସାରେ ରେଣୁକା ଏକ ବରଦ୍ୱାରା .ପୁନର୍ଜନ୍ମ ଲାଭ କରିଥିଲେ ।51 ତୀ ଶକ୍ତି ପିଠ ମଧ୍ୟରୁ ଏହା ଏକତମ । ଭୌଗୋଳିକ ଅବସ୍ଥିତି ଘଞ୍ଚ ଅରଣ୍ୟ ଥିବା ଏହି ଅଞ୍ଚଳର ଭୌଗୋଳିକ ଅବସ୍ଥିତି 19 50 52 77 55 26 ଠାରେ । ଏହାର ଅରଣ୍ୟରେ କଳା ଭାଲୁ , ଚିତାବାଘ , ହରିଣ , ଆଦି ଜୀବଜନ୍ତୁ ରହିଥାନ୍ତି । ଏକ ପର୍ବତରେ ମୁରଦଗଡ ଦୁର୍ଗ ନିର୍ମିତ ହେଇଥିଲା । ବେରର ଶାସନ ସମୟରେ ମାହୁର ଏକ ମୁଖ୍ୟ ସ୍ଥଳ ଥିଲା । ଦେବାଦେବେଶ୍ୱର ମନ୍ଦିର ଏଠାରେ ମହାନୁଭବ ପନ୍ଥାର ଦେବାଦେବେଶ୍ୱର ମନ୍ଦିର ରହିଛି । ଏହା ମାହୁରଠାରୁ 2 କିଲୋମିଟର ଦୂରରେ ପାହାଡର ଗଡାଣିରେ ଅବସ୍ଥିତ । ଯାତାୟତ ନାଗପୁର , ଅମରାବତି ନାନ୍ଦେଡ଼ ପରି ଅଞ୍ଚଳରୁ ବସ ବା କାର ଯୋଗେ ଏଠାରେ ପହଞ୍ଚି ହୁଏ । ଟ୍ରେନ ଯୋଗେ ଶେଗାୟନ ଷ୍ଟେସନ ଯାଏ ଆସି ଏଠାରୁ ମଧ୍ୟ ଆସି ହୁଏ । |
ନେଲଫିନାଭିର (ଇଂରାଜୀ ଭାଷାରେ / ), ଭାଇରାସେପ୍ଟ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ । ଏହା ଅନ୍ୟାନ୍ୟ ଔଷଧ ସହିତ ଏକତ୍ର ବ୍ୟବହୃତ ହୁଏ । ଏହା ପ୍ରଥମ ଧାଡ଼ିର ଚିକିତ୍ସା ନୁହେଁ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ ଏବଂ ରାସ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା ଏବଂ ଶରୀରର ଚର୍ବିରେ ପରିବର୍ତ୍ତନ ହୋଇପାରେ । ଗର୍ଭାବସ୍ଥାରେ କୌଣସି ନିର୍ଦ୍ଦିଷ୍ଟ କ୍ଷତି ନଥିବାବେଳେ ଏହାଠାରୁ ଉନ୍ନତ ବିକଳ୍ପ ଉପଲବ୍ଧ ମିଳୁଛି । ଏହା ଏକ ଏଚ୍.ଆଇ.ଭି ପ୍ରୋଟିଏଜ ଇନହିବିଟର । ନେଲଫିନାଭିର ୧୯୯୨ ମସିହାରେ ପେଟେଣ୍ଟ ହୋଇଥିଲେ ଏବଂ ୧୯୯୭ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ୧୯୯୮ରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଯୁକ୍ତରାଷ୍ଟ୍ରରେ ଏହାର ଚିକିତ୍ସା ପିଛା ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୨୦୦ ଡଲାର ଖର୍ଚ୍ଚ ହୁଏ । |
ରିତୁ ବଡ଼ାଇକ ଜଣେ ମହିଳା ଫୁଟବଲ ଖେଳାଳି । ସେ ୧୬ ବର୍ଷରୁ କମ ଭାରତୀୟ ମହିଳା ଫୁଟବଲ ଦଳର ଜଣେ ସଦସ୍ୟା ଓ ଜଣେ ମିଡ଼ଫିଲ୍ଡର ଭାବରେ ଏହି ଦଳରେ ଖେଳନ୍ତି । ଜୀବନୀ ରିତୁ ୨୦୧୧ ମସିହା ମେ ମାସରେ ସୁନ୍ଦରଗଡ଼ ଜିଲ୍ଲାର ବାନିଗୁନୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବିଜୟ ବଡ଼ାଇକ ନିଜେ ଜଣେ ଫୁଟବଲ ଖେଳାଳି ଥିଲେ କିନ୍ତୁ ପରିସ୍ଥିତି ଚାପରେ ସେ ନିଜ ଖେଳକୁ ଆଗକୁ ବଢ଼ାଇ ପାରିନଥିଲେ । ପିତା ବିଜୟ ରିତୁଙ୍କୁ ଫୁଟବଲ ଖେଳିବା ପାଇଁ ପ୍ରବର୍ତ୍ତାଇ ଥିଲେ ଓ ସେ ହିଁ ଥିଲେ ରିତୁଙ୍କର ଆଦ୍ୟ ଗୁରୁ । ଫୁଟବଳ ଖେଳରେ ଉନ୍ନତି ଆସିବା ପରେ ସେ କୁଆରମୁଣ୍ଡାର ୟଙ୍ଗ ଆସୋସିଏସନ୍ ମହିଳା ଫୁଟବଲ କ୍ଲବରେ ସିଥୋ ମହାକୁଳଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରି ନିଜ କୌଶଳକୁ ଆହୁରି ଶାଣିତ କରିଥିଲେ । ପରେ ସେ ନୀତା ଫୁଟବଲ ଏକାଡେମିରେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏଠାରେ ତାଙ୍କର ଖେଳରେ ଅଧିକ ଉନ୍ନତି ଆସିଥିଲା ଓ ସେ ରାଜ୍ୟ ଉପକନିଷ୍ଠ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ । ଏହି ପ୍ରତିଯୋଗିତାରେ ସେ ସମୁଦାୟ ୭ଟି ଗୋଲ ଦେଇଥିଲେ ଓ ଚଣ୍ଡିଗଡ଼ ବିପକ୍ଷରେ ଏକାକୀ ଚାରିଟି ଗୋଲ ସ୍କୋର କରିଥିଲେ । ଏହି ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଲାଗି ଡାକରା ଆସିଥିଲା । ଗୋଆରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ତାଙ୍କର ଉନ୍ନତ ପ୍ରଦର୍ଶନକରି ସେ ଭାରତୀୟ ୨୩ଜଣିଆ ଦଳରେ ସ୍ଥାନ ପାଇଥିଲେ । ୨୦୨୪ ମାର୍ଚ୍ଚ ମାସରେ ନେପାଳର କାଠମାଣ୍ଡୁଠରେ ଅନୁଷ୍ଠିତ ୧୬ ବର୍ଷରୁ କମ ସାଫ ଚାମ୍ପିଅନସିପରେ ସେ ଭାରତୀୟ ଦଳରେ ଖେଳିଥିଲେ । |
ପୟାନୁର ପବିତ୍ର ମୁଦି ଭାରତରେ ହିନ୍ଦୁମାନଙ୍କ ଧାର୍ମିକ କ୍ରିୟାକର୍ମ ଆଦିରେ ବ୍ୟବହୃତ ଏକ ସ୍ୱର୍ଣ୍ଣ ଆଭୁଷଣ । ଏହି ପବିତ୍ର ମୁଦି ପିତୃ ବଳୀ କ୍ରିୟା କିମ୍ବା ମୃତଜନଙ୍କୁ ପ୍ରାର୍ଥନା ସମୟରେ ହସ୍ତରେ ପିନ୍ଧା ଯାଇଥାଏ । ଏହା ପାରମ୍ପରିକ ଭାବେ ଦୁବ ଘାସରେ ତିଆରି ଅଟେ । ଯାହା ଆଧୁନିକ ଯୁଗରେ ସ୍ୱର୍ଣ୍ଣରେ ନିର୍ମିତ ହେଉଛି । ସ୍ୱର୍ଣ୍ଣ ମୁଦି ଧନିକମାନେ ବ୍ୟବହାର କରନ୍ତି । ଦୁବରେ ତିଆରି ମୁଦିର ଆକାର ସ୍ୱତନ୍ତ୍ର ଅଟେ ଏବଂ ଏକ ଗଣ୍ଠି ପଡ଼ିଲା ଭଳି ଦୃଶ୍ୟମାନ ହୁଏ । ଏହାକୁ ରୂପାରେ ମଧ୍ୟ ତିଆରି କରି ପିନ୍ଧାଯାଏ । ଏହାକୁ ଦକ୍ଷିଣ ହସ୍ତର ମୁଦି ଆଙ୍ଗୁଠିରେ ପିନ୍ଧି ପିତୃ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ପୂଜାରେ ବସାଯାଏ । ଇତିହାସ ଏହାର ଇତିହାସ ପୟାନୁର ସୁବ୍ରମଣ୍ୟ ସ୍ୱାମୀ ମନ୍ଦିର ସହିତ ଜଡ଼ିତ । ଏହି ମନ୍ଦିରରେ କରାଯାଉଥିବା ଶ୍ରାଦ୍ଧ ଆଦି କର୍ମରେ ପିନ୍ଧିବା ଦେଖାଯାଏ । ଏବେ ପୁରୋହିତମାନେ ସ୍ଥାୟିତ୍ୱ ପାଇଁ ସ୍ୱର୍ଣ୍ଣ ମୁଦି ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି । ଶିଳ୍ପୀମାନଙ୍କୁ ଗୋଟିଏ ଧାତବ ମୁଦି ତିଆରି ପାଇଁ ପ୍ରାୟ ଏକଦିନରୁ ଅଧିକ ସମୟ ଲାଗେ । ଏହି ପବିତ୍ର ମୁଦିକୁ ତିଆରିପାଇଁ ଏକ ପବିତ୍ର ଶିଳ୍ପୀ ଭାବେ ଶିଳ୍ପୀମାନେ ଆଜୀବନ ବିନା ମଦ୍ୟପାନ ଏବଂ ନିରାମିଷାସୀ ରହିଥାନ୍ତି । କେରଳ ରାଜ୍ୟ ଭାଷା ମାଲାୟଲମରେ ଏହାକୁ ପବିତ୍ରମ ମୋଥିରମ କୁହନ୍ତି । ମୁଦିର ଆକୃତି ଏବଂ ବିଶ୍ୱାସ ବାହାର ପଟକୁ ତିନୋଟି ଧାର ରେଖା ଯାହା ମାନବ ଶରୀରର ତିନୋଟି ନାଡ଼ି/କାଣ୍ଡକୁ ସୂଚାଏ ଯଥା ପିଙ୍ଗଳା, ସୁଷୁମ୍ନା ଏବଂ ଇଡ଼ା । ଏହି ତିନୋଟି ନାଡ଼ିର ମିଳନରେ ଶରୀରର ଭୌତିକ ଶକ୍ତି (କୁଣ୍ଡଳିନୀ ଶକ୍ତି) ଜାଗ୍ରତ ହୋଇଥାଏ । ପୟାନୁର ହିନ୍ଦୁମାନଙ୍କ ବିଶ୍ୱାସ ଆଧାରରେ ଏହି ମୁଦି ପିନ୍ଧିଲେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ କୃପା ବୃଷ୍ଟି ହୁଏ । ଏହି ମୁଦି ପିନ୍ଧିଲେ ପୁରୁଷମାନେ ମାଦକ ଦ୍ରବ୍ୟ ଏବଂ ଆମିଷ ବର୍ଜନ କରିଥାନ୍ତି । ମହିଳାମାନେ ଋତୁସ୍ରାବ ସମୟରେ ଏହାକୁ କାଢ଼ି ଦିଅନ୍ତି ।ପୟାନୁରସ୍ଥିତ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରେ ଶୁଦ୍ଧପୁତ ହେବାପରେ ଏହି ମୁଦି ପିନ୍ଧିବାକୁ ଦିଆଯାଏ । ପ୍ରସିଦ୍ଧି ଏହି ମୁଦି ବିଶ୍ୱର ଅନେକ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସି ଭି କୁହ୍ନାମ୍ବୁ ଜଣେ ପୋଖତ ପୟାନୁର ପବିତ୍ର ମୁଦି କାରିଗର ଥିଲେ । ବ୍ୟବସାୟ ସୁନାରୀମାନେ ସୁଦ୍ଧ ପୟାନୁର ମୁଦି ବିକ୍ରୟ କରନ୍ତି ବୋଲି ପ୍ରତିଶ୍ରୁତି ଦିଅନ୍ତି । ଏହାକୁ ବ୍ୟବହାର କଲେ ଧନଧାନ୍ୟ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ ବୋଲି ଏହାର ବିକ୍ରେତା ଦାବୀ କରନ୍ତି । ଏକ ପବିତ୍ର ମୁଦି ମାନ ଅନୁଯାୟୀ ୪୦୦ ଡଲାରରୁ ୧୫୦୦ ଡଲାର (୨୫,୦୦୦/- ଟଙ୍କାରୁ ୯୦,୦୦୦/- ଟଙ୍କା) ହୋଇଥାଏ ଏବେ ଏହା ୨୨ କ୍ୟାରେଟ ସୁନାରେ ବିକ୍ରୀ ହେଉଛି । ପିନ୍ଧିବା ବିଧି କେବଳ ଦକ୍ଷିଣ ହସ୍ତ ମୁଦି ଆଙ୍ଗୁଠିରେ ପିନ୍ଧାଯାଏ । |
ମୁକ୍ତେଶ୍ୱର ଦେଉଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପର୍ଶୁରାମ ମନ୍ଦିରର ଅନତିଦୂରରେ ଅବସ୍ଥିତ । ଏହି ମନ୍ଦିରଟି ୯୫୦-୯୭୫ ମସିହା ମଧ୍ୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଓଡ଼ିଶାରେ ହିନ୍ଦୁ ମନ୍ଦିର ଅନୁସନ୍ଧାନ ଏବଂ ଗବେଷଣାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ମନ୍ଦିରର କାରୁକାର୍ଯ୍ୟ ପ୍ରାଚୀନ ବିକାଶର ନିଦର୍ଶନ ଦେଇଥାଏ, ଏଥିରୁ ଏକ ଶତ ବର୍ଷ ଧରି ବିଭିନ୍ନ ପରୀକ୍ଷାନିରୀକ୍ଷାର ପ୍ରାରମ୍ଭ ହୋଇଥିବା ଅନୁମାନ କରାଯାଏ; ଯାହା ଭୁବନେଶ୍ୱରରେସ୍ଥିତ ରାଜାରାଣୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳେ । ଏହା ମଧ୍ୟ ସହରର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ଅଟେ । ଇତିହାସ ଏହାର ନିର୍ମାଣ ୧୦ମ ଶତାବ୍ଦୀରେ ସୋମବଂଶୀ ଶାସନ ସମୟରେ କରାଯାଇଥିଲା । ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ଏବଂ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ ମଧ୍ୟରେ ତିଆରି ହୋଇଥିଲା ବୋଲି ଅନେକ ଗବେଷଣାକାରୀ ଅନୁମାନ କରନ୍ତି । ଓଡ଼ିଶାର ବାକି ଦେଉଳମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ରହିଛି । ଏହି ମନ୍ଦିରର ସମ୍ମୁଖ ଭାଗରେ ଥିବା ତୋରଣ ପାଖାପାଖି ସ୍ଥାନରେ ଥିବା ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ । ଏକ ଶୈବ ଧାର୍ମିକ ସ୍ଥଳ ସହ ଏହା ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀର ଏକ ଉପାସନା ସ୍ଥଳ । ନିର୍ମାଣ ଶୈଳୀ ୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଏକ ଛୋଟ, କାରୁକାର୍ଯ୍ୟ ଓ ସୂକ୍ଷ୍ମ କଳାରେ ଭରା ଏକ ବିଶ୍ୱକର୍ମା ମହାରଣା କାରୁକାର୍ଯ୍ୟର ନିଦର୍ଶନ । ଏହା ପାଖରେ ଏକ ପୋଖରୀ ଭକ୍ତମାନଙ୍କଦ୍ୱାରା ବ୍ୟବହାର କରାଯାଇଥାଏ । ନାରୀମାନେ ଏହି ପୋଖରୀରେ ସନ୍ତାନ ଆଶାରେ ପଇସା ପକାଇଥାନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ପ୍ରତି ବର୍ଷ ମନ୍ଦିର ପରିସରରେ ତିନି ଦିନ ପାଇଁ ଏକ ନୃତ୍ୟ କାର୍ଯ୍ୟକ୍ରମ, ମୁକ୍ତେଶ୍ୱର ନୃତ୍ୟ ପର୍ବ ଆୟୋଜନ କରନ୍ତି । ଏହି ପର୍ବରେ ଓଡ଼ିଶୀ ନୃତ୍ୟ ଏବଂ ସଂଗୀତର ବୈଶିଷ୍ଟତାକୁ ପାଳନ କରାଯାଇଥାଏ । ରାଜ୍ୟ ସରକାରଙ୍କର ୱେବ ପୋର୍ଟାଲରେ ଏହି ଉତ୍ସବଟିର ୱେବକାଷ୍ଟ କରାଯାଇଥାଏ । |
ସୁଖଦେବ ଥାପଡ଼ (୧୫ ମଇ ୧୯୦୭-୨୩ ମାର୍ଚ୍ଚ ୧୯୩୧) ଜଣେ ଭାରତୀୟ କ୍ରାନ୍ତିକାରୀ ଥିଲେ, ଯିଏକି ଭାରତର ସ୍ୱାଧୀନତା ପାଇଁ ବ୍ରିଟିଶ ସରକାର ବିରୋଧରେ ଲଢ଼ିଥିଲେ । ସେ ହିନ୍ଦୁସ୍ତାନ ସମାଜବାଦୀ ରିପବ୍ଲିକାନ୍ ଆସୋସିଏସନ୍ (ଏଚ୍. ଏସ୍. ଆର୍. ଏ.) ର ସଦସ୍ୟ ଥିଲେ । ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ଶିବରାମ ରାଜଗୁରୁ ଏବଂ ଭଗତ ସିଂ ସହ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସୁଖଦେବ ଥାପଡ଼ଙ୍କ ପ୍ରାରମ୍ଭିକ ଜୀବନ ପିତା ରାମଲାଲ ଥାପଡ଼ ଏବଂ ମାତା ରଲ୍ଲୀ ଦେବୀଙ୍କ ଘରେ ସୁଖଦେବ ଥାପଡ଼ ୧୯୦୭ ମସିହା ମେ ୧୫ ତାରିଖରେ ପଞ୍ଜାବର ଲୁଧିଆନା ସହରରେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୁ ସମ୍ପ୍ରଦାୟର ଏକ ପଞ୍ଜାବୀ ଖତ୍ରୀ ପରିବାରରେ ଜନ୍ମ ହୋଇଥିଲେ ଏବଂ ତାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ମାମୁଁ ଲାଲା ଅଚିନ୍ତରାମ ତାଙ୍କୁ ପାଳନପୋଷଣ କରିଥିଲେ। ବୈପ୍ଳବିକ କାର୍ଯ୍ୟକଳାପ ହିନ୍ଦୁସ୍ତାନ ସମାଜବାଦୀ ରିପବ୍ଲିକାନ୍ ଆସୋସିଏସନ୍ ସୁଖଦେବ ଥାପଡ଼ ହିନ୍ଦୁସ୍ତାନ ସମାଜବାଦୀ ରିପବ୍ଲିକାନ୍ ଆସୋସିଏସନ୍ ଏବଂ ନୌଜୱାନ ଭାରତ ସଭାର ସଦସ୍ୟ ଥିଲେ। ସେ ପଞ୍ଜାବ ଏବଂ ଉତ୍ତରଭାରତର ବିଭିନ୍ନ ଅଞ୍ଚଳରେ ବୈପ୍ଳବିକ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଥିଲେ। ସେ ଏଚ୍. ଏସ୍. ଆର୍. ଏ. ର ପଞ୍ଜାବ ଯ଼ୁନିଟର ମୁଖ୍ୟ ଥିଲେ ଏବଂ ନିଷ୍ପତ୍ତି ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ସୁଖଦେବ ଅନେକ ବୈପ୍ଳବିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରୁ ଗୋଟିଏ ଥିଲା ୧୯୨୯ରେ ଜେଲ୍ରେ ଅନଶନ କରିବା । ଲାହୋର ଷଡ଼ଯନ୍ତ୍ର ମାମଲା (୧୯୨୯-୧୯୩୦) ରେ ତାଙ୍କ ଆକ୍ରମଣ ପାଇଁ ସେ ବହୁଳ ଭାବରେ ଜଣାଶୁଣା ସେ ୧୭ ଡିସେମ୍ବର ୧୯୨୮ ରେ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍ ଜେ. ପି. ସଣ୍ଡର୍ସଙ୍କ ହତ୍ୟା ପାଇଁ ଭଗତ ସିଂ ଏବଂ ଶିବରାମ ରାଜଗୁରୁ ସହିତ ଜଣାଶୁଣା ଥିଲେ । ଏହାଥିଲା ବରିଷ୍ଠ ନେତା ଲାଲା ଲାଜପତ ରାୟଙ୍କର ଅକଥନୀୟ ଯନ୍ତ୍ରଣାଦାୟକ ମୃତ୍ୟୁର ପ୍ରତିଶୋଧ। ଲାହୋର ଷଡ଼ଯନ୍ତ୍ର ମାମଲା ସୁଖଦେବ ୧୯୨୯ ଲାହୋର ଷଡ଼ଯନ୍ତ୍ର ମାମଲାର ମୁଖ୍ୟ ସନ୍ଦିଗ୍ଧ ଥିଲେ, ଯାହାର ଆନୁଷ୍ଠାନିକ ଶୀର୍ଷକ ଥିଲା "କ୍ରାଉନ୍ ବନାମ ସୁଖଦେବ ଏବଂ ଅନ୍ୟମାନେ" । ମାମଲାର ପ୍ରଥମ ସୂଚନା ରିପୋର୍ଟ (ଏଫ୍. ଆଇ. ଆର୍.) ଏପ୍ରିଲ୍ ୧୯୨୯ ରେ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍ ଆର୍. ଏସ୍. ପଣ୍ଡିତଙ୍କ କୋର୍ଟରେ ବରିଷ୍ଠ ପୋଲିସ ଅଧୀକ୍ଷକ ହାମିଲଟନ୍ ହାର୍ଡିଙ୍ଗଙ୍କ ଦ୍ୱାରା ଦାଖଲ କରାଯାଇଥିଲା । ଏଥିରେ ତାଙ୍କୁ ସ୍ୱାମୀ ଓରଫ କୃଷକ, ଥାପଡ଼ ଖତ୍ରୀ ଜାତିର ରାମଲାଲଙ୍କ ପୁଅ ଭାବେ ବର୍ଣ୍ଣନା କରାଯାଇଛି। ସୁଖଦେବ ଏବଂ ତାଙ୍କ ସାଥୀମାନଙ୍କୁ ଅଟକ ରଖାଯାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ୧୯୨୯ ମସିହା ଏପ୍ରିଲ ୮ ତାରିଖରେ ନୂଆଦିଲ୍ଲୀର ସେଣ୍ଟ୍ରାଲ ଆସେମ୍ବ୍ଲି ହଲରେ ବୋମା ବିସ୍ଫୋରଣ ପରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଥାପଡ଼, ଭଗତ ସିଂ ଏବଂ ଶିବରାମ ରାଜଗୁରୁ ସମସ୍ତଙ୍କୁ ୨୩ ମାର୍ଚ୍ଚ ୧୯୩୧ ରେ ଲାହୋର ସେଣ୍ଟ୍ରାଲ ଜେଲରେ ଫାଶୀ ଦିଆଯାଇଥିଲା। ସତଲେଜ ନଦୀ କୂଳରେ ସେମାନଙ୍କ ଅବଶେଷକୁ ଗୁପ୍ତ ଭାବରେ ଜଳାଇ ଦିଆଯାଇଥିଲା। ଫାଶୀ ଦଣ୍ଡାଦେଶ ଉପରେ ପ୍ରତିକ୍ରିୟା ଫାଶୀଦଣ୍ଡାଦେଶର ଏହି ଖବରକୁ ଯୋରସୋରରେ ପ୍ରଚାର କରାଯାଇଥିଲା, କାରଣ ବିଶେଷ କରି ଏହା କରାଚି ଭାରତୀୟ ଜାତୀଯ଼ କଂଗ୍ରେସ ବାର୍ଷିକ ସମ୍ମିଳନୀ ଦିନ ଘଟିଥିଲା। ନ୍ୟୁୟର୍କ ଟାଇମ୍ସ ପ୍ରକାଶିତ ରିପୋର୍ଟ ଅନୁଯାୟୀ,... ୟୁନାଇଟେଡ଼ ପ୍ରାନ୍ତର କାନପୁରଠାରେ ହୋଇଥିବା ଆତଙ୍କରାଜ ତଥା କରାଚୀ ବାହାର ଏକ ଯୁବକଦ୍ୱାରା ମହାତ୍ମାଗାନ୍ଧିଙ୍କ ଉପରେ କରାଯାଇଥିବା ଆକ୍ରମଣ ଥିଲା ଭାରତୀୟ ଉଗ୍ରବାଦୀମାନଙ୍କର ଭଗତ ସିଂ ଏବଂ ତାଙ୍କ ଦୁଇ ସହଚରଙ୍କର ଫାଶୀଦଣ୍ଡ ଉପରେ ଉତ୍ତର । ବି. ଆର୍. ଆମ୍ବେଦକର ତାଙ୍କ ଦୈନିକ ଜନତା ର ଏକ ସମ୍ପାଦକୀୟରେ ଏହି ହତ୍ୟା ପାଇଁ ବ୍ରିଟିଶ ସରକାରଙ୍କୁ ଦାୟୀ କରିଥିଲେ । ସେ ବିଶ୍ୱାସ କରୁଥିଲେ ଯେ ଏହି ତିନିଜଣଙ୍କୁ ଫାଶୀ ଦେବା ନିଷ୍ପତ୍ତି ନିତାନ୍ତ ରୂପେ ଅନ୍ୟାୟ ଥିଲା, ଏହା କେବଳ କନଜରଭେଟିଭ୍ ପାର୍ଟିର ପ୍ରତିକ୍ରିୟା ପ୍ରତି ଭୟ ହେତୁଁ ଏବଂ ଇଂଲଣ୍ଡରେ ଜନମତକୁ ସନ୍ତୁଷ୍ଟ କରିବା ନିମନ୍ତେ ନିଆଯାଇଥିଲା। ଫାଶୀ ଦେବାର ମାତ୍ର କିଛି ସପ୍ତାହ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଗାନ୍ଧୀ-ଇରୱିନ୍ ଚୁକ୍ତିକୁ କଂଜରଭେଟିଭ ପାର୍ଟି ଭାରତରେ ବ୍ରିଟିଶ ସାମ୍ରାଜ୍ୟ କର୍ତ୍ତୃତ୍ୱକୁ ଦୁର୍ବଳ କରୁଦେଉଛି ବୋଲି ଅନୁଭବ କରିଥିଲେ। ଯଦି ଏପରି ପରିସ୍ଥିତିରେ ଜଣେ ବ୍ରିଟିଶ ପୋଲିସ ଅଧିକାରୀଙ୍କୁ ହତ୍ୟାକରି ଦୋଷୀ ସାବ୍ୟସ୍ତ ହୋଇଥିବା ତିନିଜଣଙ୍କ ମୃତ୍ୟୁଦଣ୍ଡକୁ ବ୍ରିଟିଶ ସରକାର କିମ୍ବା ଭାରତର ଭାଇସରାୟ ପରିବର୍ତ୍ତନ କରିଥାନ୍ତେ, ତେବେ ଏହା ସଂସଦରେ ପୂର୍ବରୁ ଦୁର୍ବଳ ଥିବା ବ୍ରିଟିଶ ସରକାରଙ୍କୁ ସମାଲୋଚନା କରିବା ପାଇଁ କଂଜରଭେଟିଭ ପାର୍ଟିଙ୍କୁ ଅଧିକ ଖୋରାକ ଯୋଗାଇ ଦେଇଥାନ୍ତା। ହୁସେନିୱାଲା ଠାରେ ଜାତୀୟ ସହିଦ ସ୍ମାରକୀ ଅବସ୍ଥିତ, ଯେଉଁଠାରେ ଭଗତ ସିଂହ ଏବଂ ରାଜଗୁରୁଙ୍କ ସହ ସୁଖଦେବଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସେମାନଙ୍କ ସ୍ମୃତିରେ ମାର୍ଚ୍ଚ ୨୩ ରେ ସହିଦ ଦିବସ ପାଳନ କରାଯାଏ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ ଶହୀଦ ସୁଖଦେବ କଲେଜ ଅଫ୍ ବିଜନେସ୍ ଷ୍ଟଡିଜ, ଯାହାକି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅନ୍ତର୍ଭୁକ୍ତ, ସୁଖଦେବଙ୍କ ସ୍ମୃତିରେ ନାମିତ ହୋଇଛି। ଏହା ୧୯୮୭ ଅଗଷ୍ଟରେ ସ୍ଥାପିତ ହୋଇଥିଲା। ଅମର ସହିଦ ସୁଖଦେବ ଥାପଡ଼ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ହେଉଛି ସୁଖଦେବଙ୍କ ଜନ୍ମସ୍ଥାନ ଲୁଧିୟାନା ସହରର ମୁଖ୍ୟ ବସ୍ଷ୍ଟାଣ୍ଡ। |
ଗୋଲ କୃମି ମନୁଷ୍ୟ ଶରୀରର ଏକ ପରଜୀବୀ ଯାହାଦ୍ୱାରା ଦେହରେ ଅନେକ ପ୍ରକାର ରୋଗ ହୁଏ । ଏହି ପରଜୀବୀକୁ ଓଡ଼ିଆରେ ଜିଆ, କେଞ୍ଚୁଆ ଓ ଜିଆନାଡ଼ କୁହାଯାଏ । ଏହାକୁ ଇଂରାଜୀରେ ଆସ୍କାରିସ୍ ଲୁମ୍ବ୍ରିକଏଡେସ୍ କୁହାଯାଏ । ଏହି ଗୋଲ କୃମି ସଂକ୍ରମଣଦ୍ୱାରା ୮୫ % ଲୋକ ଲକ୍ଷଣବିହୀନ ଥାଆନ୍ତି ବିଶେଷତଃ ଯଦି ସେମାନଙ୍କ ସଂଖ୍ୟା ଅଳ୍ପ ଥାଏ । ପରଜୀବୀ ସଂଖ୍ୟା ଅଧିକ ଥିଲେ ଆରମ୍ଭରେ ଛୋଟ ଶ୍ୱାସ କ୍ରିୟା ହୁଏ ଓ ଜ୍ୱର ହୁଏ । ଏହା ପରେ ପେଟ ଫୁଲିଯାଏ, ପେଟରେ ଯନ୍ତ୍ରଣା ହୁଏ ଓ ତରଳ ଝାଡ଼ା ବା ଡାଇରିଆ ହୁଏ । ପିଲାମାନଙ୍କୁ ଏହି ରୋଗ ବେଶୀ ହୁଏ ଓ ଏହାଦ୍ୱାରା ସ୍ୱଳ୍ପ ଓଜନ ବୃଦ୍ଧି ହୁଏ, ପୋଷକ ହାନୀ ବା ହୁଏ ଓ ଶିଖିବା ବାଧାପ୍ରାପ୍ତ ହୁଏ । ମଳରେ ଗୋଲ କୃମିର ଅଣ୍ଡା ଥାଏ । ଏହା ସହ ଖାଦ୍ୟ ବା ପାନୀୟ ଅପମିଶ୍ରିତ ହେବା ପରେ ଏହାକୁ ଖାଦ୍ୟ ହିସାବରେ ଗ୍ରହଣ କଲେ ସଂକ୍ରମଣ ହୁଏ । ଏହି ଅଣ୍ଡାକୁ ଗ୍ରହଣ କରିଥିବା ଲୋକର ଅନ୍ତନଳୀରେ ଛୁଆ ଫୁଟେ । ଏହି ଛୁଆ ଅନ୍ତନଳୀର କାନ୍ଥ ଭେଦ କରି ରକ୍ତାରେ ପ୍ରବେଶ କରି ଫୁସଫୁସକୁ ଯାଏ ଓ ଶ୍ୱାସ ନଳୀ ବାଟ ଦେଇ ତଣ୍ଟିରେ ପହଞ୍ଚେ । ସେଠାରେ ଏହା ଗିଳି ହୋଇ ପାକସ୍ଥଳୀ ଦେଇ ପୁନଶ୍ଚ ଅନ୍ତନଳୀରେ ପ୍ରବେଶ କରେ ଓ ଏଠାରେ ବୟଃପ୍ରାପ୍ତ ହୁଏ । ଉନ୍ନତ ପରିଛନତାଦ୍ୱାରା ଏହି ରୋଗ ରୋକି ହେବ । ଆଧୁନିକ ପାଇଖାନା ବ୍ୟବହାର୍ ଓ ମଳ ଦୂରୀକରଣ ଏଥି ନିମନ୍ତେ ଆବଶ୍ୟକ । ସାବୁନଦ୍ୱାରା ହାତ ପରିଷ୍କାର କଲେ ସଂକ୍ରମଣ ହୋଇପାରେ ନାହିଁ । ଯେଉଁ ସ୍ଥାନରେ ୨୦% ଲୋକଙ୍କର ଏହି ରୋଗ ଅଛି, ସେଠାରେ ନିୟମିତ ବ୍ୟବଧାନରେ ପ୍ରତ୍ୟେକ ଲୋକଙ୍କୁ ଚିକିତ୍ସା କରିବା ଆବଶ୍ୟକ । ଚିକିତ୍ସା ପରେ ମଧ୍ୟ ପୁନଃସଂକ୍ରମଣ ହୋଇପାରେ । ଏହା ନିମନ୍ତେ କୌଣସି ଟିକା ତିଆରି ହୋଇନାହିଁ । ଆଲ୍ବେଣ୍ଡାଜୋଲ୍, ମେବେଣ୍ଡାଜୋଲ୍, ଲେଭାମିସୋଲ୍ ଓ ପାରାଣ୍ଟେଲ ପାମୋଏଟ୍ ଔଷଧ ଦେଲେ ଏହି ରୋଗ ଦୂର ହୁଏ । ଏହି ବ୍ୟତିତ ଟ୍ରାବେଣ୍ଡିମିଡିନ ଓ ନିଟାଜୋକ୍ସାନାଇଡ ମଧ୍ୟ ଭଲ କାମ କରେ । ପୃଥିବୀରେ ୦.୮ରୁ ୧.୨ ବିଲିଅନ ଲୋକ ଏହି ରୋଗ ଭୋଗୁଛନ୍ତି । ସବ୍-ସାହାରା, ଲାଟିନ୍ ଆମେରିକା ଓ ଏସିଆରେ ସର୍ବାଧିକ ଲୋକ ଏହାର ଶିକାର ହେଉଛନ୍ତି । ୧୯୯୦ ମସିହାରେ ୩୪୦୦ ଲୋକ ମରିଥିବା ବେଳେ ୨୦୧୦ମସିହାରେ ୨୭୦୦ ଲୋକ ମରିଛନ୍ତି । ଚିହ୍ନ ଓ ଲକ୍ଷଣ ଅନେକ ସଂକ୍ରମିତ ଲୋକ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । ଅଧିକାଂଶ ଲୋକଙ୍କ ଦେହରେ ଅଳ୍ପ ଗୋଲ କୃମି ଥାଆନ୍ତି ଓ ଅଳ୍ପ ଲୋକଙ୍କ ଦେହରେ ବହୁତ ଅଧିକ ଥାଆନ୍ତି ଯାହା ଅଧିକାଂଶ ପରଜୀବୀ କ୍ଷେତ୍ରରେ ଲକ୍ଷ କରାଯାଏ । ଅଣ୍ଡାରୁ ଜନ୍ମିତ ଲାର୍ଭା ପେରିଟୋନାଇଟିସ୍ ରୋଗ, ଭିସେରା ନଷ୍ଟକାରୀ ରୋଗ, ଯକୃତ ଓ ପ୍ଲୀହା ବୃଦ୍ଧି, ଫୁସ୍ଫୁସ୍ ପ୍ରଦାହ ରୋଗ ଇତ୍ୟାଦି କରାଏ । ଫୁସ୍ଫୁସ୍ ପ୍ରଦାହ ସମୟରେ ଇଓସିନୋଫିଲିଆ ରକ୍ତରେ ଦେଖାଯାଏ ଓ ଏକ୍ସ-ରେ ଛବିରେ ଏହି ରୋଗର ଛାୟା ଦେଖାଯାଏ । ଏହି କୃମି ଅନ୍ତନଳୀରେ ରହିଲେ ଭୋକ ମରିଯାଏ, ଖାଦ୍ୟ ଶୋଷଣ ହୋଇପାରେ ନାହିଁ ଯାହା ଫଳରେ ଅପପୁଷ୍ଟି ବା ମାଲନ୍ୟୁଟ୍ରିସନ ହୁଏ । ଅନ୍ତନଳୀର ଭିତର ସ୍ତରରୁ ବ୍ରସବର୍ଡର ଏଞ୍ଜାଇମ୍ କମିଯାଏ, ଭିଲ୍ଲାଇ କୁଞ୍ଚିତ ନ ରହି ସଳଖ ହୋଇଯାଏ ଓ ଲାମିନା ପ୍ରୋପ୍ରିଆରେ ପ୍ରଦାହ ହୁଏ; ତେଣୁ ଖାଦ୍ୟ ସଠିକ ଭାବେ ଶୋଷଣ ହୋଇପାରେ ନାହିଁ । ବହୁ ସଂଖ୍ୟକ କୃମି ଏହାଠି ହୋଇଗଲେ ଗୋଲାକାର ପେଣ୍ଡୁ ଭଳି ହୋଇ ଅନ୍ତନଳୀରେ ଖାଦ୍ୟ ଯିବା ପଥ ବନ୍ଦ କରିଦିଅନ୍ତି । ଏହି ଅବସ୍ଥା ଉପୁଜିଲେ ଅପରେଶନ ଆବଶ୍ୟକ ହୁଏ । କ୍ଷୁଦ୍ର ଅନ୍ତନଳୀକୁ ମୋଡି ଦେଇ ଅନ୍ତନଳୀରେ ଗ୍ୟାଙ୍ଗ୍ରିନ କରେଇ ପାରନ୍ତି ଯାହା ଫଳରେ ମୃତ୍ୟୁ ହୁଏ । ବେଳେ ବେଳେ ଏହା ଅମ୍ପୁଲା ଅଫ୍ ଭାଟର୍କୁ ବନ୍ଦ କରିଦିଏ ବା ପାଙ୍କ୍ରିଆଟିକ ଡକ୍ଟକୁ ଯାଇ ପାଙ୍କ୍ରିଆଟାଇଟିସ୍ କରାନ୍ତି । କୋଲାଞ୍ଜାଇଟିସ୍ ତଥା କଲିସିସ୍ଟାଇଟିସ୍ ରୋଗ ମଧ୍ୟ ହୋଇପାରେ । ଅର୍ଦ୍ଧ ହଜମ ହୋଇଥିବା ଖାଦ୍ୟ ସବୁ ଏହି କୃମି ନିଜେ ଖାଇଯାଏ । ଏହା ଆଣ୍ଟିଏଞ୍ଜାଇମ ପ୍ରସ୍ତୁତ କରି ନିଜକୁ ହୋଷ୍ଟର ଆକ୍ରମଣରୁ ରକ୍ଷା କରେ । ଆନେସ୍ଥେସିଆ ସହି ନ ପାରି ଏହି କୃମି ପାଟି ବାଟେ ଦେହରୁ ବାହାରି ଆସେ । କାରଣ ସଞ୍ଚାର ମଳରେ ଗୋଲ କୃମିର ଅଣ୍ଡା ଥାଏ । ଏହି ମଳ ସଂସ୍ପର୍ଷରେ ଆସିଥିବା ଯେ କୌଣସି ଦ୍ରବ୍ୟ ପ୍ରଦୂଷିତ ହୁଏ ଓ ରୋଗ ସଂକ୍ରମଣ କରାଏ । ମଳ ମିଶ୍ରିତ ମାଟି, ପ୍ରଦୂଷିତ ପରିବା ଓ ଜଳ ଏହି ରୋଗର ମୂଖ୍ୟ ବାହକ । ଏହି ଅଣ୍ଡା ନୋଟ, ଟଙ୍କା, ଫର୍ନିଚର ଓ ହାତରେ ମଧ୍ୟ ରହିପାରେ । ଏହି କାରଣରୁ ମନୁଷ୍ୟଠୁ ମନୁଷ୍ୟକୁ ମଧ୍ୟ ଏହି ରୋଗ ସଂକ୍ରମିତ ହୋଇପାରେ । ପରିତ୍ୟକ୍ତ ଜଳକୁ ମ୍ୟୁନିସିପାଲିଟି କୃଷି କ୍ଷେତ୍ରକୁ ଛାଡ଼ି ଦେଲେ ମଧ୍ୟ ଏହା ବ୍ୟାପେ । ଶସ୍ୟ ବିକ୍ରି, ରପ୍ତାନୀ ଉପରେ ଏହାର ପ୍ରଭାବ ରହେ । ୧୯୮୬ ମସିହାରେ ଇଟାଲୀରେ ହୋଇଥିବା ଏକ ଗୋଲ କୃମି ମଡ଼କର ଉତ୍ସ ଖୋଜିବାରୁ ଦେଖାଗଲା ଏହା ବାଲକାନ ପରିବା ରପ୍ତାନି ନିମନ୍ତେ ପରିତ୍ୟକ୍ତ ଜଳ ସରବରାହ ଯୋଗୁ ହୋଇଥିଲା । ଜୀବନ ଚକ୍ର ଗୋଲ କୃମି ସଂକ୍ରମଣର ୬୦ରୁ ୭୦ ଦିନ ପରେ ମଳରେ ତାହାର ଅଣ୍ଡା ଦେଖାଯାଏ, ଲକ୍ଷଣ ୪ରୁ ୧୬ ଦିନ ମଧ୍ୟରେ ଦେଖାଯାଏ । ଅନ୍ତିମ ଲକ୍ଷଣ: ପାକ-ଅନ୍ତନାଳୀ ବେଆରାମ, କଲିକ (ଅନ୍ତ୍ରଶୂଳ), ବାନ୍ତି, ଜ୍ୱର ଓ ମଳରେ ଅଣ୍ଡା । କେତେକ ରୋଗୀଙ୍କର ଫୁସଫୁସ ଓ ସ୍ନାୟୁ ଲକ୍ଷଣ ଦେଖାଯାଏ । କେତେକ କୃମି ପେଣ୍ଡୁ ଆକାର ପ୍ରାପ୍ତ ହୋଇ ଅନ୍ତନାଳୀ ପଥରୋଧ କରନ୍ତି । ଚଳମାନ ଲାର୍ଭା ଯୋଗୁ ନିମୋନିଆ ଓ ଇଓସିନୋଫିଲିଆ ହୁଏ । ପୂର୍ଣାଙ୍ଗ କୃମିର ଆୟୁଷ ୧ରୁ ୨ ବର୍ଷ । ପୁରୁଣା କୃମି ମଲା ପରେ ନୂଆ କୃମି ବାହାରନ୍ତି, ତେଣୁ ରୋଗୀ ସାରା ଜୀବନ ଏହାର ଶିକାର ହୁଏ । ଅଣ୍ଡା ୧୫ ବର୍ଷ ରହିପାରେ ଓ ଗୋଟି କୃମି ଦିନକୁ ୨୦୦.୦୦୦ ଅଣ୍ଡା ଦେଇପାରେ । ଅନ୍ତନଳୀର ବିପରୀତ ଦିଗରେ ଏମାନେ ଗତି କରି ପାରନ୍ତି । ରୋଗ ନିର୍ଣ୍ଣୟ ସାଧାରଣତଃ ପାଟିବାଟେ ବା ମଳରେ ଗୋଲ କୃମି (ଜିଆ) ପଡ଼ିଲେ ଏହି ରୋଗ ଅଛି ବୋଲି ଜଣାଯାଏ । ରୋଗୀର ମଳକୁ ଗୋଟିଏ କାଚ ସ୍ଲାଇଡରେ ସ୍ମିଅର କରି ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଅଣ୍ଡା ଦେଖାଯାଏ । ବିଭିନ୍ନ ଉପାୟରେ ଯେପରିକି ମଳକୁ ସେଡିମେଣ୍ଟେସନ ପଦ୍ଧତି କିମ୍ବା କାଟୋଦ୍ୱାରା ଗାଢ଼ କରିଦେବା ପରେ ଅଣ୍ଡା ଉତ୍ତମ ରୂପେ ଦେଖାଯାଏ । ଅଣ୍ଡାର ଆକାର: ଅଣ୍ଡାକୃତି ସହ ବାହ୍ୟ କାନ୍ଥରେ ଛୋଟ ଛୋଟ ଉଚ୍ଚ ଗଦା ଦେଖାଯାଏ । ଏହାର ବ୍ୟାସ ୩୫ରୁ ୫୦ ମାକ୍ରୋମିଟର । ଫୁସ୍ଫୁସ୍ ରୋଗ ହେଲେ ସେଥିରୁ ତରଳ ପଦାର୍ଥ ବାହାର କରି ଦେଖିଲେ ସେଥିରେ ଲାର୍ଭା ଦେଖାଯାଇପାରେ । ରକ୍ତ ପରୀକ୍ଷା କଲେ ଇଓସିନୋଫିଲିଆ ଦେଖାଯାଏ କିନ୍ତୁ ଏହା ଅନେକ ରୋଗରେ ଦେଖାଯାଏ । ଫୁସ୍ଫୁସ୍ର ଏକ୍ସ-ରେ ଚିତ୍ରରେ ଖାଲି ସ୍ଥାନ ଦେଖାଯାଏ । ଚିକିତ୍ସା ଗୋଲ କୃମିଙ୍କୁ ମାରିବା ନିମନ୍ତେ ଅନେକ ଔଷଧ ଅଛି । ସେମାନଙ୍କ ନାମ: ଆଲ୍ବେଣ୍ଡାଜଲ୍, ମେବେଣ୍ଡାଜଲ୍, ଲେଭାମିସୋଲ୍ ଓ ମାଇରାଣ୍ଟେଲ୍ ପାମୋଏଟ୍ । ଏହା ବ୍ୟତିତ ଟ୍ରାଇବେଣ୍ଡାମିଡିନ୍ ଓ ନିଟାଜୋକ୍ସାମାଇଡ ମଧ୍ୟ ଭଲ କାମ କରେ । ହେକ୍ସିଲରେସର୍ସିନୋଲ୍ ଗୋଟିଏ ଡୋଜ୍ ଦିଆଯାଏ । ପ୍ରଦାହ ହେଲେ ସ୍ଟିରଏଡ ଦିଆଯାଏ । ହଠାତ ବହୁ ସଂଖ୍ୟକ କୃମି ମରିଗଲେ ପେଣ୍ଡୁଆକାର ହୋଇ ଅନ୍ତନଳୀର ବାଟ ବନ୍ଦ ହୋଇଯାଏ । ଏହି ସମୟରେ ଅପରେଶନ ଆବଶ୍ୟକ ହୁଏ । ପୁର୍ବାନୁମାନ କ୍ୱଚିତ ଏହି ରୋଗ ପ୍ରାଣଘାତକ ହୁଏ । ପ୍ରତିଷେଧ ଉତ୍ତମ ପାଇଖାନା ସୁବିଧା, ସାବୁନରେ ହାତ ଧୋଇବାଦ୍ୱାରା ଏହାକୁ ପରିବର୍ଜନ କରିହେବ । ଜନସଂଖ୍ୟାର ୨୦ % ଲୋକଙ୍କର ଏହି ରୋଗ ଥିଲେ ପ୍ରତ୍ୟେକ ବ୍ୟକ୍ତିକୁ ଚିକିତ୍ସା କରିବା ଆବଶ୍ୟକ । |
ପ୍ରଶାନ୍ତ ମହାପାତ୍ର (୧ ସେପ୍ଟେମ୍ବର ୧୯୭୩ - ୧୯ ମଇ ୨୦୨୧) ଜଣେ ଓଡ଼ିଆ କ୍ରିକେଟ ଖେଳାଳୀ ଏବଂ ଅମ୍ପାୟାର୍ ଥିଲେ । ୧୯୯୦ ମସିହାରେ ସେ ବିହାର ବିରୁଦ୍ଧରେ ତାଙ୍କର ପ୍ରଥମ ରଜଣୀ ମ୍ୟାଚ୍ ଖେଳିଥିଲେ ଏବଂ ୧୯୯୩ ମସିହାରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ । ପରବର୍ତ୍ତୀ ସମୟରେ ସେ ଅମ୍ପାୟାର ଭାବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ଼ଦ୍ୱାରା ନିଯୁକ୍ତ ହୋଇଥିଲେ । ଜନ୍ମ ଓ ପରିବାର ପ୍ରଶାନ୍ତ ମହାପାତ୍ର ୧୯୭୩ ମସିହାର ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ରଘୁନାଥ ମହାପାତ୍ର ଜଣେ ପଥର ଶିଳ୍ପୀ ଓ ସ୍ଥପତି ଥିଲେ, ଯିଏକି ଭାରତ ସରକାରଙ୍କଦ୍ୱାରା ପଦ୍ମ ବିଭୁଷଣ ପୁରସ୍କାର ପାଇଥିଲେ ଏବଂ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ । କ୍ରିକେଟ ପ୍ରଶାନ୍ତ ମହାପାତ୍ର ତାମିଲନାଡ଼ୁ ବିରୁଦ୍ଧରେ ୧୯ ବର୍ଷରୁ କମ୍ ରଣଜୀ କ୍ରିକେଟ୍ରେ ଖେଳିବା ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୦ ମସିହାରେ ବିହାରୁ ବିରୁଦ୍ଧରେ ରଣଜୀ ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲେ । ୧୯୯୩ ମସିହାରେ ସେ ଲିଷ୍ଟ ଏ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ସେ ଇଷ୍ଟ ଜୋନ୍ ତରଫରୁ ଦୁଲୀପ ଟ୍ରଫି ଓ ଦେଓଧର ଟ୍ରଫି ଖେଳିଥିଲେ । ସେ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୩୦.୦୮ ହାରାହାରିରେ ୨,୧୯୬ ରନ୍ କରିଥିଲେ, ଯେଉଁଥିରେ ୧୧ଟି ଅର୍ଦ୍ଧଶତ ଓ ୫ଟି ଶତକ କରିଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ଼ଦ୍ୱାରା ଅମ୍ପାୟାର ଓ ରେଫେରୀ ଭାବରେ ନିଯୁକ୍ତ ହୋଇଥିଲେ । ସେ ୧୮ଟି ପ୍ରଥମ ଶ୍ରେଣୀ କ୍ରିକେଟ୍, ୪୫ଟି ଲିଷ୍ଟ ଏ କ୍ରିକେଟ୍ ଏବଂ ୪୯ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚର ରେଫେରୀ ଭାବରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ପ୍ରଶାନ୍ତ ମହାପାତ୍ର ୨୦୨୧ ମସିହାର ମଇ ୧୯ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । କରୋନାଭୂତାଣୁ ରୋଗ ୨୦୧୯ରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ ଚିକିତ୍ସିତ ହେଉଥିଲେ । |
ଦେଉଳଝରି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକରେ ଥିବା ଏକ ଉଷ୍ଣପ୍ରସ୍ରବଣ । ଏଠାରେ ବାହାରୁଥିବା ଉଷ୍ମ ଜଳସ୍ରୋତକୁ ୩୬ଟି କୃତ୍ରିମ କୁଣ୍ଡରେ ରଖି ବ୍ୟବହାର କରାଯାଏ । ଏଠାରେ ପ୍ରାୟ ୮୪ଟି କୁଣ୍ଡ ଥିବାର ଜଣାଯାଏ କିନ୍ତୁ ସେସବୁ ଆଜି ଭଗ୍ନ ଅବସ୍ଥାରେ ରହିଛି । ଦେଉଳଝରି ଏକ ପୁରାତନ ଶୈବପୀଠ । ୨୪ ଏକର ୫୫ ଡିସିମିଲି ବିଶିଷ୍ଟ ଏହି ଅଞ୍ଚଳଟି କିଆବଣରେ ପରିପପୂର୍ଣ୍ଣ ଏକ ସୁନ୍ଦର ସ୍ଥାନ । ଏହା ମୁଖ୍ୟତ ଉଷ୍ମପ୍ରସବଣ ଏବଂ ବହୁ ପୁରାତନ ଶ୍ରୀ ସିଦ୍ଧେଶ୍ୱର ବାବାଙ୍କ ମନ୍ଦିର ପାଇଁ ପ୍ରସିଦ୍ଧି ଲାଭ କରିଛି ମନ୍ଦିରର ଦକ୍ଷିଣ ପାର୍ଶରେ ଚିତ୍ରୋତ୍ପଳା ନଦୀ ବହିଯାଉଛି ଉତ୍ତରରେ ସୁଉଚ୍ଚ ପଞ୍ଚଧାରା ପର୍ବତ ପୂର୍ବରେ ଆଠମଲ୍ଲିକ ସହର ଓ ପଶ୍ଚିମରେ ଅଳ୍ପଦୂର ଗଲେ ମାଧପୁର ସହର ଦେଇ ମହାନଦୀ ବହିଯାଇଛି ଉଷ୍ମପ୍ରସ୍ରବଣ ପୁରାତନ ତଥ୍ୟ ଅନୁଯାଯୀ ୮୪ଟି ଉଷ୍ମ ଜଳ ବିଶିଷ୍ଟ ମନିଷ୍ୟ କୃତ କୁଣ୍ଡ ଥିଲା ମାତ୍ର ସମଯକ୍ରମେ କିଛି କୁଣ୍ଡ କିଆବଣ ଭିତରେ ଲୁଚି ଯାଇଥିବା ବେଳେ ଆଉ କିଛି ପୋତି ହୋଇ ଯାଇଛି ବର୍ତ୍ତମାନ ୩୬ଟି କୁଣ୍ଡ ଦେଖାଯାଉଛି କୁଣ୍ଡଗୁଡ଼ିକ ପଥର କାନ୍ଥ ଦିଆଯାଇଥିଲା ଏବେ ସିମେଣ୍ଟ ଢଳେଇ ଦେଇ ପକ୍କା କରିଦିଆଯାଇଛି ପ୍ରକୃତିର ଆଶ୍ଚର୍ଯ୍ୟାନିତ୍ୱ ଜିନିଷ ଏଠାରେ ଦେଖାଦେଇଛି ପ୍ରାୟ ସମସ୍ତ ଜଳ କୁଣ୍ଡର ଉଷ୍ମତା ୪୦ ଡିଗ୍ରିରୁ ୬୨ ଡିଗ୍ରି ସେଲସିଅସ୍ ରହିଥାଏ ପୂର୍ବରୁ ୧୩୪ ଡିଗ୍ରି ସେଲସିଅସ୍ ଉଷ୍ମତା ରହୁଥିଲା ବୋଲି କିମ୍ବଦନ୍ତୀ ଅଛି କୁଣ୍ଡରୁ ପାଣି କାଢି ନେଲେ ମଧ୍ଯ ଅଳ୍ପ ସମୟ ମଧ୍ୟରେ କୁଣ୍ତରେ ପୂର୍ଣ୍ଣ ହୋଇଯାଏ ପୁରାତନ ସମୟରୁ ପ୍ରତ୍ୟେକ କୁଣ୍ଡମାନଙ୍କର ଭିନ୍ନ ଭିନ୍ନ ନାମ ଦିଆଯାଇଛି ଯଥା - ଅଗ୍ନି କୁଣ୍ଡ, ତପ୍ତ କୁଣ୍ଡ, ହିମ କୁଣ୍ଡ, ଅମୃତ କୁଣ୍ଡ, ଲବକୁଶ କୁଣ୍ଡ ଇତ୍ୟାଦି ଅନେକ ଏହି ଜଳ କୁଣ୍ଡରେ ତୀର୍ଥଯାତ୍ରୀମାନେ ଅରୁଆ ଚାଉଳ ପକାନ୍ତି , ଜଳର ଉଷ୍ମତା ପରୀକ୍ଷା କରିବା ପାଇଁ କଏନ ଟଙ୍କା ମଧ୍ଯ ପକାଇଥାନ୍ତି ସମସ୍ତଙ୍କର ବିଶ୍ୱାସ ଯେ, ଟଙ୍କା ପାକାଇଲେ ମନକାମନା ପୂର୍ଣ୍ଣ ହୁଏ କେତୋଟି ସ୍ଥାନରେ ଥଣ୍ଡା ଜଳ କୁଣ୍ଡ ପାଖରେ ଉଷ୍ମ ଜଳ କୁଣ୍ଡ ଲାଗିକରି ରହୁଅଛି ଏଭଳି ଘଟଣା ଅନେକଙ୍କୁ ବାରମ୍ବାର ତୀର୍ଥଯାତ୍ରା କରିବା ପାଇଁ ଆଗ୍ରହ ଜନ୍ମାଇଥାଏ ପୌରାଣିକ ପୌରାଣିକ ମତାନୁସାରେ ଉକ୍ତ ସ୍ଥାନରେ ଏକଦା ଚୌରାଅଶୀଟି ଉଷ୍ଣ କୁଣ୍ଡ ଥିଲା । ପ୍ରତ୍ୟେକ କୁଣ୍ଡରେ ଅବଗାହନ କଲେ ଗୋଟିଏ ନର୍କରୁ ମୁକ୍ତି ମିଳେ ବୋଲି ବିଶ୍ୱାସ କରାଯାଏ । ସମ୍ପ୍ରତି ଅଧିକାଂଶ କୁଣ୍ଡ ପୋତି ହୋଇ ପଡିଥିବା ବେଳେ ମାତ୍ର ଚବିଶିଟି କୁଣ୍ଡର ସ୍ଥିତି ଜଣାପଡେ । ପ୍ରତ୍ୟେକ କୁଣ୍ଡର ନାମକରଣ ହୋଇଛି । ଉକ୍ତ କୁଣ୍ଡଗୁଡିକ ମଧ୍ୟରେ ଅଗ୍ନିକୁଣ୍ଡ, ରକ୍ତକୁଣ୍ଡ, ହିମକୁଣ୍ଡ ଓ ଘୃତକୁଣ୍ଡ ଇତ୍ୟାଦି ପ୍ରଧାନ । ମହେଶ୍ୱର, ମାହେଶ୍ୱରୀ ଓ କେଦାରେଶ୍ୱର ମନ୍ଦିର ସମ୍ମୁଖରେ ଅବସ୍ଥିତ ଦୁଇଟି ବିଶାଳ କୁଣ୍ଡ, ଭକ୍ତ ଓ ପର୍ଯ୍ୟଟକମାନଙ୍କ ସ୍ନାନକୁଣ୍ଡ ଭାବରେ ବ୍ୟବହୃତ ହୁଏ । ଏହି ଦୁଇଟି କୁଣ୍ଡ ମଧ୍ୟରୁ ଗୋଟିକର ଜଳ ଉଷ୍ଣ ହୋଇଥିବା ବେଳେ ଅନ୍ୟଟି ଶୀତଳ । ଶୀତ ଦିନରେ ଉଷ୍ଣ କୁଣ୍ଡରେ ଭକ୍ତ ଓ ପର୍ଯ୍ୟଟକମାନେ ସ୍ନାନ କରି ଆନନ୍ଦିତ ହୁଅନ୍ତି । ଆଶ୍ଚର୍ଯ୍ୟର କଥା, ଏହି କୁଣ୍ଡ ଦୁଇଟି ଲାଗି ରହିଥିଲେ ମଧ୍ୟ ଏବଂ ଉଭୟ କୁଣ୍ଡ ମଧ୍ୟରେ ସଂଯୋଗ ଦ୍ୱାରଦେଇ ଜଳ ପ୍ରବାହିତ ହେଉଥିଲେ ମଧ୍ୟ କୌଣସି କୁଣ୍ଡସ୍ଥିତ ଜଳର ତାପମାତ୍ରା କେବେହେଲେ ପରିବର୍ତ୍ତନ ହୁଏ ନାହିଁ । ମନ୍ଦିର ୨୪ ଏକର ବିଶିଷ୍ଟ ସ୍ଥାନରେ ୬ଟି ମୁଖ୍ୟ ମନ୍ଦିର ଅଛି ଅନ୍ଯ କେତେକ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ମଧ୍ଯ ରହିଛି ସମସ୍ତଙ୍କ ମଧ୍ଯରେ ଶ୍ରୀ ସିଦ୍ଧେଶ୍ୱର ବାବାଙ୍କ ମନ୍ଦିର ମୁଖ୍ୟ ଅନ୍ଯ ମନ୍ଦିରମାନଙ୍କ ମଧ୍ଯରେ କେଦାରନାଥ ବାବା, ମା ମାହେଶ୍ୱରୀ ମନ୍ଦିର, ଶ୍ରୀ ମହେଶ୍ୱର ବାବା, ଶ୍ରୀ ଯୋଗେଶ୍ୱରୀ ମନ୍ଦିର ଏବଂ ଖମ୍ବେଶ୍ୱରୀ ମନ୍ଦିର ଅନ୍ଯତମ ମନ୍ଦିରଗୁଡ଼ିକ ଉଚ୍ଚତା ଦୃଷ୍ଟିରୁ ବଡ଼ ହୋଇନଥିଲେ ବି କାରୁକାର୍ଯ୍ୟରେ ପରିପୂର୍ଣ୍ଣ ମନ୍ଦିରଗୁଡ଼ିକ ସାମାନ୍ଯ ଦୁରତ୍ୱ ଛାଡି ଛାଡି ରହିଛି ଦେବାଦେବୀଙ୍କୁ ପୂଜା କରିବା ପାଇଁ ଏକ ପୂଜକ ଗୋଷ୍ଠି ଅଛନ୍ତି । ସେମାନେ ଉଭୟଙ୍କ ମଧ୍ଯରେ ପାଳି କରି ପୂଜାର୍ଚ୍ଚନା କରିଥାନ୍ତି ଏବଂ ମନ୍ଦିରରୁ ରୋଜଗାର କରି ଜୀବନ ନିର୍ବାହ କରନ୍ତି ପୂଜା ପାର୍ବଣ ଏଠାରେ ପ୍ରତିଦିନ ଜନସମାଗମ ଲାଗିରହିଥାଏ ମୁଖ୍ୟ କେତେକ ତିଥିରେ ସ୍ୱତନ୍ତ୍ର ଉତ୍ସବ ପାଳନ ହୁଏ ସେ ଦିନମାନଙ୍କରେ ବହୁ ସନ୍ଥ ଏବଂ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶରେ ଚଳଚଞ୍ଚଳ ହୋଇଉଠେ ସ୍ଥାନଟି ସେ ତିଥିମାନଙ୍କ ମଧ୍ୟରେ ପଣା ସଂକ୍ରାନ୍ତି, ଶୀତଳଶଷ୍ଠୀ, କାର୍ତ୍ତିକ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ଶ୍ରାବଣର ପ୍ରତ୍ଯେକ ସୋମବାର ଏବଂ ଶିବରାତ୍ରୀ ଅନ୍ୟତମ ଏଠାରେ ଜଗନ୍ନାଥ ପଞ୍ଜିକା ଅନୁସାରେ ମନ୍ଦିର ପରିଚାଳନା କରାଯାଏ ଇତିହାସ ଓ କିମ୍ବଦନ୍ତୀ ଇତିହାସ କହେ ବର୍ତ୍ତମାନ ଯେଉ ମନ୍ଦିର ଅଛି ତାହା ୧୯୩୬ ମସିହା କଦମ୍ବ ରାଜ ବଂଶର ରାଜା କିଶୋର ଚନ୍ଦ୍ର ଦେଓ ତିଆରି କରିଥିଲେ ପ୍ରାଚୀନକାଳରେ ଆଠମଲ୍ଲିକ ରାଜାଙ୍କଦ୍ୱାରା ମନ୍ଦିରଟି ତିଆରି କରାଯାଇଥିଲା ରାଜା ଏଇ ଉଷ୍ଣପ୍ରସ୍ରବଣ ଗୁଡିକର ଝରକୁ ସବୁଦିନ ପାଇଁ ବଞ୍ଚେଇ ରଖିବାକୁ ବନ୍ଧ ପକାଇ ରଖିଥିଲେ । ପରେ ଉକ୍ତ ଝରକୁ ଚୂନ ଓ ସିମେଣ୍ଟ କୁଣ୍ଡ ତିଆରି କରି ଏହି ଉଷ୍ଣପ୍ରସ୍ରବଣର ପାଣିକୁ ମହଜୁଦ ରଖିବାର ବ୍ୟବସ୍ଥା କରାଯାଇଥିଲା । ପରେ ଏହାକୁ ସିମେଣ୍ଟ ବାଲିରେ ଯୋଡେଇ କରି ବିକ୍ଷିପ୍ତ ଭାବରେ ବହିଯାଉଥିବା ପାଣିକୁ ଅଟକା ଯାଇପାରିଥିଲା । ପରେ ଅନ୍ୟ ପାର୍ଶ୍ୱ ମନ୍ଦିର କେତେକ ଶୈବ ଭକ୍ତଙ୍କଦ୍ୱାରା ତିଆରି ହୋଇଛି କିମ୍ବଦନ୍ତୀ ଅଛି ସ୍ଥାନଟି ତ୍ରେତେୟା ଯୁଗରୁ ଜଣାଶୁଣା ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଦେବୀ ଏବଂ ସାନ ଭାଇ ଲକ୍ଷ୍ମଣ ୧୪ ବର୍ଷ ବନବାସ ସମୟରେ ଏହି ସ୍ଥାନରେ ଭଗବାନ ଶିବଙ୍କର ପୂଜା କରିଥିଲେ କେତେକଙ୍କ ମତରେ ମଧ୍ୟ ସ୍ଥାନଟିକୁ ଜଗତରନାଥ ଜଗନ୍ନାଥଙ୍କ ଆଦିପୀଠ କୁହାଯାଉଛି କିନ୍ତୁ କେବେ ଓ କେମିତି ଏଠାରେ ପୂଜା ଆରମ୍ବ ହେଲା ତାହା ଏବେବି ଗବେଷଣାର ବିଷୟ ଅନ୍ଯାନ୍ୟ ଡାକ୍ତରୀ ବିଜ୍ଞାନ ମତରେ ସ୍ଥାନଟି ଖୁବ ଭଲ ଖୁବ ଶାନ୍ତ ପରିବେଶ ଯାହା ଅନେକଙ୍କ ମାନସିକ ରୋଗକୁ ଭଲ କରିଦେଇପାରେ ଏହା ସହିତ ଉଷ୍ମ ଜଳ ଅନେକଙ୍କ ଚର୍ମ ରୋଗ ଭଲ କରିଦିଏ ସ୍ଥାନଟି ବୃକ୍ଷଲତା ବୃଦ୍ଧି ପାଇଁ ଉପଯୁକ୍ତ ପରିବେଶ ନାହିଁ ତେଣୁ ଏହାର କାରଣ ଜାଣିବା ପାଇଁ ଅନେକ ଗବେଷଣା କରିବା ପାଇଁ ଏଠାକୁ ଆସିଥାନ୍ତି ସ୍ଥାନଟି ବର୍ଷାଦିନେ ଜଳ ଭର୍ତ୍ତୀ ଥାଏ ପରେ ବର୍ଷସାରା ସନ୍ତସନ୍ତିଆ ରହିଥାଏ ଫଳରେ କିଆବଣ ଭିତରେ ଅନେକ ପ୍ରକାରର ସରୀସୃପ ବାସକରନ୍ତି ବେଶେଷକରି କିଆ ଫୁଲ ଫୁଟିଲା ସମୟରେ ତାର ବାସ୍ନା ପାଇଁ ଅନେକ ଜୀବ ସ୍ଥାନଟିରେ ଦେଖାଯାଆନ୍ତି କେମିତି ଯିବେ ଭୁବନେଶ୍ୱର ସହରଠାରୁ ଟ୍ରେନ କିମ୍ବା ବସ ଯୋଗେ ଅନୁଗୁଳ ଜିଲ୍ଲାର ବଇଣ୍ଡାରେ ପହଞ୍ଚି ସେଠାରୁ ଆଠମଲ୍ଲିକକୁ ବସ କିମ୍ବା ଅଟୋ ଯୋଗେ ଯାଇହେବ ଅନୁଗୁଳଠାରୁ ମନ୍ଦିରକୁ ୯୦ କିଲୋମିଟର ଆଠମଲ୍ଲିକରୁ ମନ୍ଦିରକୁ ୬ କିଲୋମିଟର ଦୁରତ୍ୱ |
୯୩୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ରେଭେନ୍ସା ବିଶ୍ୱବିଦ୍ୟାଳୟ (୨୦୦୬ ପୂର୍ବରୁ ରେଭେନ୍ସା କଲେଜ ନାମରେ ଜଣା) ଓଡ଼ିଶାର କଟକରେ ଥିବା ଏକ ରାଜ୍ୟ ବିଶ୍ୱବିଦ୍ୟାଳୟ । ୨୦୦୬ ମସିହା ନଭେମ୍ବର ୧୫ ତାରିଖରେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ଥୋମାସ ଏଡୱାଡ ରେଭେନ୍ସା ଏହି ମହାବିଦ୍ୟାଳୟର ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ । ଇତିହାସ ପ୍ରାରମ୍ଭିକ ସମୟ ୧୮୬୬ର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଲୋକମାନେ ବହୁ ଅସୁବିଧାରେ ପଡ଼ିଥିଲେ। ସେ ଯୁଗରେ ଓଡ଼ିଶାରେ ଉଚ୍ଚତର ଶିକ୍ଷାର କିଛି ସାଧନ ନଥିଲା। ଏହି ସମୟରେ କିଛି ଦୂରଦର୍ଶୀ ଓଡ଼ିଆ ତଥା ଶାସନ କରୁଥିବା କିଛି ଇଂରେଜ ସୁଶାସକମାନେ ଓଡ଼ିଶାରେ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଇଛା କରିଥିଲେ। ଏହିମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ତତ୍କାଳୀନ କମିସନରଟି ଇ ରେଭେନ୍ସା ଯେ କି ସେ କାଳର ଓଡ଼ିଆ ଛାତ୍ରମାନଙ୍କ ଏହି ଦୁଖ ବୁଝି ବଙ୍ଗ ସରକାରଙ୍କଠାରୁ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଆଣିଥିଲେ। ଏହି ପରି ୧୮୬୮ ମସିହାରେ ଜାନୁୟାରୀରେ କଟକ ଜିଲ୍ଲା ସ୍କୁଲରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ସ୍ଥାପନ ହେଇଥିଲା। ପ୍ରଥମ ବର୍ଷ କେବଳେ ୬ ଜଣ ଛାତ୍ର ଏଥିରେ ଯୋଗ ଦେଇଥିଲେ। |
ଶିଆଳିଆ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ଗାଁ । ଅବସ୍ଥିତି ଏହା କେନ୍ଦ୍ରାପଡ଼ାର ରାଜକନିକା ସଦର ମହକୁମା ପୂର୍ବକୁ ଚାରି କିଲୋମିଟର ଦୂରରେ ଅବସ୍ଥିତ । ଗ୍ରାମ ପ୍ରାୟ ୧ କିମି ଦୀର୍ଘ । ଜନସଂଖ୍ୟା ଏହି ଗାଁରେ ପ୍ରାୟ ୯୦ ଘର ଓ ୫୦୦ଟି ପରିବାର ବାସ କରନ୍ତି । ପର୍ଯ୍ୟଟନ ବାସୁଳେଈ / ଖରାଖାଇ ଗାଁର ଉତ୍ତର ଦିଗରେ ମୁକ୍ତ ଆକାଶ ତଳେ ଗ୍ରାମଦେବୀ କେନ୍ଦୁବାସୁଳେଈଙ୍କ ମନ୍ଦିର । ପୂଜାପୀଠର ଚାରି ପାଖରେ କେନ୍ଦୁ ବୃକ୍ଷମାନ ରହିଛି। ସେହି କେନ୍ଦୁବୃକ୍ଷର ନାମ ଅନୁସାରେ ଠାକୁରାଣୀଙ୍କ ନାମ କେନ୍ଦୁବାସୁଳେଈ । ଖରାରେ ଅଧିଷ୍ଠିତ ହୋଇଥିବାରୁ ତାଙ୍କ ଅନ୍ୟନାମ ଖରାଖାଇ ବୋଲି ସେ ଲୋକମୁଖରେ ପରିଚିତ। ବିପଦ ଆପଦରୁ ରକ୍ଷା ପାଇଁ ବାସୁଳେଈଙ୍କ ପାଦତଳେ ମାନସିକ ଧାରୀ ମାଟିଘୋଡ଼ା ଅର୍ପଣ କରିଥାନ୍ତି । ଗ୍ରାମର ସ୍ୱାତନ୍ତ୍ର୍ୟତା କୌଣସି କଳହ ବା ବାଦବିବାଦ ଦେଖାଦେଲେ ମୋକଦ୍ଦମା କୋର୍ଟ କଚେରୀକୁ ଯାଏନି । ପୋଲିସ କେବେ ସେହି ଗ୍ରାମକୁ ଯାଏନି । ବିବାଦ ଆଲୋଚନା ମାଧ୍ୟମରେ ସେମାନଙ୍କ ମଧ୍ୟରେ ତୁଟିଯାଏ । କେଉଁ ଏକ ଅତୀତରୁ ଦୃଢ଼ ବିଶ୍ୱାସପୁର୍ଣ୍ଣ ପରମ୍ପରାକୁ ମାନି ଅଦ୍ୟାବଧି ବିନା ଝରକା ଏବଂ କବାଟ ବନ୍ଧରେ ଘର କରି ବେଶ୍ ସୁଖ ଶାନ୍ତିରେ ଜୀବନଯାପନ କରି ଆସୁଛନ୍ତି ଶିଆଳିଆ ଗ୍ରାମବାସୀ । ନା ଅଛି ଚୋରଙ୍କ ଭୟ ନା ଅଛି ହିଂସ୍ର ବାଘ ଭାଲୁଙ୍କ ଭୟ କେନ୍ଦୁବାସୁଳେଈଙ୍କ ଛତ୍ରଛାୟା ତଳେ ନିର୍ଭୟରେ ବାସ କରୁଛନ୍ତି ଗ୍ରାମବାସୀ । କିମ୍ବଦନ୍ତୀ କାହିଁ କେଉଁ ପିତୃପିତାମହ ଅମଳରୁ ଘରମାନଙ୍କରେ କବାଟ ଦ୍ୱାର ନାହିଁ । କାରଣ ମଧ୍ୟ ଜଣାନାହିଁ । ଗୋଟିଏ କଥା ଅତୀତରୁ ମାନି ଆସିଛନ୍ତି ସମସ୍ତେ । ଦିନେ ଜଣେ ସରଳ ଗ୍ରାମବାସୀ ଆଧୁନିକ ସଭ୍ୟତା ଅବଲମ୍ବୀ ଜଣେ ଧୂର୍ତ୍ତ ପ୍ରଭାବଶାଳୀ ଲୋକର କଥାରେ ପ୍ରଭାବିତ ହୋଇ ଘରର କବାଟ ଲଗାଇଲା । ଗ୍ରାମବାସୀ ମଧ୍ୟ ଏକାର୍ଯ୍ୟରେ ବାଧା ଦେଲେନାହିଁ । ଅଚାନକ ତା 'ର ଘରଟି ପୋଡ଼ିଗଲା କିନ୍ତୁ ଅନ୍ୟ କୌଣସି ଘରକୁ ନିଆଁ ଡେଇଁଲା ନାହିଁ । ସେହି ରାତିରେ ତାକୁ ଦୈବବାଣୀ ହେଲା ଯେ, ତୁ ଆଉ ଭୁଲ କରେନା । ମୁଁ ପରା କବାଟ ଭଳି ତୋ ଦୁଆର ଜଗିଛି । ଭିନ୍ନ ଧର୍ମୀୟ ଜଣେ ବ୍ୟକ୍ତି ଏକଦା ସେହି ଗ୍ରାମକୁ ଆସିଥିଲେ ଏବଂ ଠାକୁରାଣୀଙ୍କଠାରେ ତାଙ୍କର ବିଶ୍ୱାସ ନଥିଲା । ସେ ଏକ ଗୃହ ନିର୍ମାଣ କରି ସେଥିରେ କବାଟ ସ୍ଥାପନ କଲେ । କିଛି ଦିନ ମଧ୍ୟରେ ତାଙ୍କର ବଳଦ ମରିଗଲେ ଏବଂ ତାଙ୍କୁ ଦୁର୍ଦ୍ଦଶା ପଡ଼ିଲା । ସେହି ବ୍ୟକ୍ତି ସାତଟି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ । ରାଜସ୍ୱ ରେକର୍ଡରେ ସେହି ବ୍ୟକ୍ତିଙ୍କ ନାମ 'ପଠାଣ କିଆରୀ' ଭାବେ ଲିପିବଦ୍ଧ ଅଛି । ଏହି ଭଳି ଏକ ଦୈବୀଶକ୍ତିକୁ ବିଶ୍ୱାସ କରି ଶିଆଳିଆ ଗ୍ରାମର ଗ୍ରାମବାସୀମାନେ କାହିଁ କେଉଁ ଅତୀତରୁ ପରସ୍ପର ସହଯୋଗ ଭରା ଜୀବନଯାପନ କରି ଆସୁଛନ୍ତି । |
ମେହବୁବା ମାହନୂର ଚାନ୍ଦନୀ ଜଣେ ବଙ୍ଗଳାଦେଶୀ ମଡେଲ୍, ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ । ସେ ମୁଖ୍ୟତଃ ଚାନ୍ଦନୀ ନାମରେ ପରିଚିତ । ଦୁଖାଇ, ଲାଲସାଲୁ ଏବଂ ଜୟଯାତ୍ରା ଭଳି ବଙ୍ଗଳାଦେଶୀ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ଜୀବନୀ ଚାନ୍ଦନୀ ଚାରି ବର୍ଷ ବୟସରେ ନୃତ୍ୟ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ । ସେ ହିରୋଙ୍କ ତତ୍ତ୍ୱାବଧାନରେ ସେ ଭାରତନାଟ୍ୟମ୍, ଆଧୁନିକ ଏବଂ ବଙ୍ଗଳାଦେଶୀ ନୃତ୍ୟ ଶିଖିଥିଲେ । ସେ ବିଟିଭିରେ ପ୍ରସାରିତ ହେଉଥିବା ନୃତ୍ୟ ପ୍ରତିଯୋଗୀତା ନୋତୁନ୍ କୁରିରେ ଭାଗ ନେଇଥିଲେ ଏବଂ ବିଜେତା ହୋଇଥିଲେ । ୧୯୯୪ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଦୁଖାଇ । ସେ ଦୂରଦର୍ଶନ ନାଟକରେ ମଧ୍ୟ ଅଭିନୟ କରିଥିଲେ । ଜଣେ ନୃତ୍ୟଶିଳ୍ପୀ ଭାବରେ ବଙ୍ଗଳାଦେଶରେ ସେ ବେଶ୍ ଜଣାଶୁଣା ଏବଂ ଦେଶ ଭାବରେ ମଧ୍ୟ ତାଙ୍କର ଖ୍ୟାତି ରହିଛି । ସେ ବଙ୍ଗଳାଦେଶୀ ସଙ୍ଗୀତକାର ବାପ୍ପା ମଜୁମଦାରଙ୍କୁ ୨୦୦୮ ମସିହାର ମାର୍ଚ୍ଚ ୮ ତାରିଖରେ ବିବାହ କରିଥିଲେ ଏବଂ ୨୦୧୭ ମସିହାରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । |
ବାହାଦୁର ସୟଦ ଅହମଦ ବକ୍ସି ଖାଁ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧୯୩୭ ମସିହାରେ ଗଠିତ ହୋଇଥିବା ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ବାହାଦୁର ସୟଦ ଅହମଦ ବକ୍ସି ଖାଁ ଜଣେ ନିର୍ଦ୍ଦଳୀୟ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ । |
ବିଶ୍ୱନାଥ ନାୟକ (ଜନ୍ମ: ୨୧ ଅଗଷ୍ଟ ୧୯୩୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ବିଶ୍ୱନାଥ ନାୟକ ୧୯୩୫ ମସିହାର ଅଗଷ୍ଟ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମୀନ ନାୟକ ଓ ପତ୍ନୀଙ୍କ ନାମ ପାର୍ବତୀ ନାୟକ । ରାଜନୈତିକ ଜୀବନ ବିଶ୍ୱନାଥ ନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । |
ଗୌରହରି ପରିଚ୍ଛା (୧୭୯୪-୧୮୯୩, ମତାନ୍ତରରେ ୧୭୯୪-୧୮୮୪, ୧୭୯୮-୧୮୯୭ ଓ ପ୍ରମାଦପୂର୍ଣ୍ଣ ୧୮୨୯-୧୯୨୭) ଓଡ଼ିଶାର ଜଣେ ପୁରାତନ କବି । ପାରଳାଖେମୁଣ୍ଡିରେ ଜନ୍ମିତ । ସେ ରାଧାକୃଷ୍ଣ ସମ୍ବନ୍ଧିତ ଅନେକ ଚଉପଦୀ, ଛାନ୍ଦ ଓ କାବ୍ୟ ଲେଖି ଓଡ଼ିଶୀ ସଙ୍ଗୀତ ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଗୌରହରି କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମସାମୟିକ ଥିଲେ । ନିଜ କବିତ୍ୱ ଛଡ଼ା ସେ ନିଜ ବୀଣାବାଦନ ନିମନ୍ତେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ । ଜୀବନ ସାଧକ କବି ଗୌରହରି ପରିଚ୍ଛା ପାରଳାଖେମୁଣ୍ଡିର ଗୋପିନୀ ସାହିରେ ଜନ୍ମଗ୍ରହଣ କରିଥିଲେ । ଗୌରହରି ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ଗୌରହରିଙ୍କ ସମସାମୟିକ ରଘୁନାଥ ପରିଚ୍ଛା ଗୋପୀନାଥ ବଲ୍ଲଭ ନାଟକ ରଚନା କରିଥିଲେ । ଏହି ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ । ଜୀବନର ପ୍ରାୟ ୫୦ ବର୍ଷ ସେ ମଞ୍ଜୁଷାରେ କଟାଇଥିଲେ । ସେଠାରେ ସେ ବ୍ରହ୍ମ ଉତ୍ସବ ବେଳେ ସଂଗୀତ ସମାରୋହର ଆୟୋଜନ ପ୍ରଥମେ କରିଥିଲେ । ପରବର୍ତ୍ତୀ କାଳରେ ରାମାନନ୍ଦୀ ମତବାଦର ପ୍ରାବଲ୍ୟ ଘଟିବାରୁ ମଞ୍ଜୁଷା ଛାଡ଼ି ପାରଳା ଫେରି ଆସିଥିଲେ, ସେଠାରେ ରହି ସେ ମଞ୍ଜୁଷା ରାଜା ଜଗନ୍ନାଥ ରାଜମଣିଙ୍କ ନାମରେ ଅନେକ ଗୀତ ଭଣିତା କରିଛନ୍ତି । ସମୟ ଗୌରହରିଙ୍କ ସମୟକୁ ନେଇ ଏକାଧିକ ଗବେଷକଙ୍କ ଏକାଧିକ ମତ ଦେଖାଯାଏ । ଏହାକୁ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଗବେଷକ ଡଃ ସୁଧାଂଶୁ ରଥ ଗୌରହରିଙ୍କୁ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମସାମୟିକ ବୋଲି କୁହନ୍ତି । ଡଃ ରଥ ପାରଳାଖେମୁଣ୍ଡିର କିଛି ବୟସ୍କ ବ୍ୟକ୍ତିମାନଙ୍କ ମତାମତ ନେଇ ଗୌରହରିଙ୍କ ସମୟସୀମାକୁ ୧୭୯୪ ଖ୍ରୀଷ୍ଟାବ୍ଦ ଓ ୧୮୪୪ ଖ୍ରୀଷ୍ଟାବ୍ଦ ବୋଲି ତାଙ୍କର ଗବେଷଣା ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ଗୌରଚରଣଙ୍କ ସହିତ ଭ୍ରମ ଉଲ୍ଲେଖଯୋଗ୍ୟ ଯେ ଏକାଧିକ ଲେଖକ ପାରଳାର ଗୌରହରି ପରିଚ୍ଛାଙ୍କୁ ପୁରୀ ଜିଲ୍ଲାର କବି ଗୌରଚରଣ ଅଧିକାରୀଙ୍କ ସଙ୍ଗେ ସମାନ ବିଚାରିଛନ୍ତି । ଗୌରଚରଣଙ୍କ ଗ୍ରନ୍ଥାବଳୀଗୁଡ଼ିକରେ ଗୌରହରିଙ୍କ ଗୋଟି ଗୋଟି କବିତା ରହିଯାଇ ଥିବାରୁ ଏହା ଭ୍ରମ ସୃଷ୍ଟି କରୁଛି । ସ୍ଥାନେ ସ୍ଥାନେ ଉଭୟ କବି କେବଳ 'ଗୌର' ଶବ୍ଦଟି ଭଣିତାରେ ପ୍ରୟୋଗ କରିଥିବାରୁ ସେହି କବିତାଗୁଡ଼ିକରେ ପ୍ରମାଦ ରହୁଛି । ରଚନା ଗୌରହରିଙ୍କ ଅଧିକାଂଶ ଗ୍ରନ୍ଥ ଓଡ଼ିଆ ଭାଷାରେ ରଚିତ । ଏହି ଗ୍ରନ୍ଥଗୁଡ଼ିକ ହେଲା- ବସ୍ତ୍ରାପହରଣ, ପ୍ରହ୍ଲାଦ ନାଟକ ଓ ଗୀତ ଗୋବିନ୍ଦ ଅନୁବାଦ । ଏହାଙ୍କ ଅଧିକାଂଶ ରଚନାର ଭଣିତାରେ ସେ ନିଜକୁ 'ଦ୍ୱିଜ ଗୌରହରି' ଭାବେ ଉଲ୍ଲେଖ କରିଛନ୍ତି । ପ୍ରହ୍ଲାଦ ନାଟକ ଗୌରହରି ପ୍ରହ୍ଲାଦ ନାଟକଟି ଜଳନ୍ତରର ରାଜା ରାମକୃଷ୍ଣ ଛୋଟରାୟଙ୍କ ଉଦ୍ଦେଶ୍ୟରେ ରଚନା କରି ତାଙ୍କ ନାମରେ ତାହାକୁ ଭଣିଥିଲେ । ଏହା ପ୍ରହ୍ଲାଦ ନାଟକର ପ୍ରଥମ ଲିଖିତ ନାଟକ । ଏହାର ଅନୁସରଣରେ ପରବର୍ତ୍ତୀ ରାଜାମାନେ (ଯଥା ପଦ୍ମନାଭ ନାରାୟଣ ଦେବ) ନିଜ ନିଜ ଶୈଳୀରେ ପ୍ରହ୍ଲାଦ ନାଟକ ରଚନା କରିଛନ୍ତି । ମଧ୍ୟଯୁଗରେ ରାଜାମାନଙ୍କ ନାମରେ କବିମାନେ ଭଣତି କରି ଗୀତ ରଚନା କରିବା ଲୋକସମ୍ମତ ପ୍ରଥା ଥିଲା । ଗୌରହରି ସେହି ପ୍ରଥା ଅନୁସାରେ ରାମକୃଷ୍ଣଙ୍କ ନାମରେ ଭଣତି କରିଥିବା ଅସମ୍ଭବ ମନେ ହୁଏ ନାହିଁ । ଗୀତଗୋବିନ୍ଦ ଅନୁବାଦ କବି ଗୀତଗୋବିନ୍ଦକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଆରେ ଅନୁବାଦ କରିଥିଲେ । ଏହି ଅନୁବାଦଟି ଲୋକପ୍ରିୟ ଛନ୍ଦଗୁଡ଼ିକରେ ରଚିତ । ଏହି ଅନୁବାଦ ଗ୍ରନ୍ଥକୁ ଗୌରହରି ଭାଷା ସଙ୍ଗୀତ ବିନୋଦ ନାମରେ ନାମିତ କରିଥିଲେ । ଅନ୍ୟାନ୍ୟ ଅଷ୍ଟକାଲ ସେବା ଏହା ଛଡ଼ା ସେ ଗୋଟିଏ ଗ୍ରନ୍ଥ ବଙ୍ଗଳା ଭାଷାରେ ଓଡ଼ିଆ ଲିପିରେ ରଚନା କରିଥିବା ଜଣାଯାଏ । ଏହି ଗ୍ରନ୍ଥଟିର ନାମ ଅଷ୍ଟକାଲ ସେବା । ଲକ୍ଷଣ ଚନ୍ଦ୍ରୋଦୟ କବିଙ୍କର ଅନ୍ୟ ଏକ କୃତି ହେଲା ଲକ୍ଷଣ ଚନ୍ଦ୍ରୋଦୟ ଗ୍ରନ୍ଥ । ଏହି ଗ୍ରନ୍ଥରେ କାବ୍ୟ ଓ ସଙ୍ଗୀତର ସୂକ୍ଷ୍ମ ଲକ୍ଷଣଗୁଡ଼ିକ ବର୍ଣ୍ଣିତ । ଲକ୍ଷଣ ଚନ୍ଦ୍ରୋଦୟ ନାମକ ଏକ ଗ୍ରନ୍ଥ କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ଲିଖିତ ଓ ସୁପ୍ରସିଦ୍ଧ । ତେବେ ଗୌରହରିଙ୍କ ଲକ୍ଷଣଚନ୍ଦ୍ରୋଦୟ ଲେଖିଥିବା ତଥ୍ୟ ପ୍ରମାଦପୂର୍ଣ୍ଣ ନା ଏହା ଅନ୍ୟ ଏକ କୃତି ଏଥିଲାଗି ଅଧିକ ଗବେଷଣା ହୋଇନାହିଁ । ସଙ୍ଗୀତ ଗୌରହରିଙ୍କ ରଚିତ ସମସ୍ତ ଗୀତିକବିତାଗୁଡ଼ିକ ଗଞ୍ଜାମ, ରାୟଗଡା ଅଞ୍ଚଳ ଓ ବିଶେଷତଃ ପାରଳାଖେମୁଣ୍ଡିରେ ସୁପ୍ରଚଳିତ । ପାରଳାଖେମୁଣ୍ଡିର ଅତିପ୍ରସିଦ୍ଧ ଗାୟକ 'ଅନ୍ଧ ଆପନ୍ନା' ଅପର୍ଣ୍ଣା ପାଣିଗ୍ରାହୀଙ୍କ କଣ୍ଠରେ ଗୌରହରିଙ୍କ 'କୁଞ୍ଜକୁ ଯିବୁ ପରା' ଅତି ଲୋକପ୍ରିୟ ହୋଇଥିଲା । ଏହା ପରେ ପରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ତରୁଣ ବୟସରେ ରେକର୍ଡ଼ କରାଯାଇଥିବା ଗୌରହରିଙ୍କ ସଂକୀର୍ତ୍ତନ 'ଜୟ ଗୋକୁଳ ମଙ୍ଗଳ ମଧୁହାରି' ଓ ଓଡ଼ିଶୀ ଚଉପଦୀ 'ଆସିବେଟି ଶ୍ରୀହରି ବରନାଗରୀ' ଉଲ୍ଲେଖଯୋଗ୍ୟ । ସମ୍ପୂର୍ଣ୍ଣ ସୂଚୀ ବିରଳତା ଦୃଷ୍ଟିରୁ ଗୌରହରି ଗ୍ରନ୍ଥାବଳୀର ପୁରାତନ ସଂସ୍କରଣରେ ପ୍ରକାଶିତ ହୋଇଥିବା ସମସ୍ତ ଚଉପଦୀ କବିତାଗୁଡ଼ିକର ସୂଚୀ ତଳେ ପ୍ରଦାନ କରାଯାଇଛି । |
ସ୍ୱାମୀ ରଙ୍ଗନାଥାନନ୍ଦ (୧୯୦୮-୨୦୦୫) ଥିଲେ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ୧୩ତମ ଅଧ୍ୟକ୍ଷ । ସେ ଜଣେ ସୁପଣ୍ଡିତ ଓ ବହୁ ଗ୍ରନ୍ଥର ରଚୟିତା ମଧ୍ୟ । ସେ ପୃଥିବୀର ବିଭିନ୍ନ ସ୍ଥାନ ଭ୍ରମଣ କରି ବେଦାନ୍ତର ପ୍ରଚାର କରିଥିଲେ । |
କାଠଯୋଡ଼ି ଓଡ଼ିଶାର କଟକ ଜିଲ୍ଲାରେ ଥିବା ମହାନଦୀର ଏକ ଶାଖାନଦୀ । ଏହା ନରାଜଠାରେ ବିଭାଜିତ ହୋଇଛି । ଏହାର ଦକ୍ଷିଣ ଶାଖା କୁଆଖାଇ ନାମରେ ଜଣା ଓ ପୁରୀ ଜିଲ୍ଲା ଆଡ଼କୁ ବହିଯାଇଛି । ତେଣୁ ବନ୍ୟା ସମୟ ବ୍ୟତୀତ ବାକି ସମୟରେ କିଛି ଜଳ ବହିଯାଇଥାଏ । ଏଠାରେ ୨୦୦୮ ପରଠାରୁ କାଠଯୋଡ଼ି ମହୋତ୍ସବ ପାଳିତ ହୋଇଆସୁଅଛି । ଅବସ୍ଥାନ ଏହା କଟକ ସହରରେ ଅବସ୍ଥିତ । |
ୱାଲ୍ଟ ହୁଇଟମ୍ୟାନ ଇଂରାଜୀ ଭାଷାରେ ; ମଇ ୩୧, ୧୮୧୯ ମାର୍ଚ୍ଚ ୨୬, ୧୮୯୨ ଜଣେ ଆମେରିକୀୟ କବି, ରଚନାକାର ଓ ସାମ୍ବାଦିକ ଥିଲେ । ସେ ମାନବବାଦୀ ଭାବରେ ସେ ଟ୍ରାନ୍ସଏଣ୍ଡେଟାଲିଜ୍ମ ଓ ଲିଟରାରି ରିଏଲିଜ୍ମ ମଧ୍ୟରୁ ଉଭୟର ଦର୍ଶନ ରକ୍ଷାକରି ଯୋଗସୂତ୍ର ସୃଷ୍ଟି କରୁଥିଲେ । ସର୍ବାଧିକ ପ୍ରଭାବଶାଳୀ କବି ଭାବରେ ଆମେରିକାରେ ଫ୍ରି ଭର୍ସର ପିତା ଭାବରେ ବିଖ୍ୟାତ ଥିଲେ । ତାଙ୍କର ଲେଖା ସେହି ସମୟରେ ଦ୍ୱନ୍ଦ୍ୱାତ୍ମକ ଥିଲା ବିଶେଷତଃ ତାଙ୍କ କବିତା ସଂକଳନ ଲିଭସ ଅଫ ଗ୍ରାସ କାମୁକ ପ୍ରବଣ ପୁସ୍ତକରେ ଅଶ୍ଳିଳତା ଭରି ରହିଥିଲା । ସମଲିଙ୍ଗୀ ଭାବରେ ହୁଇଟମ୍ୟାନଙ୍କ ନିଜ ଜୀବନକୁ ଯାଞ୍ଚ କରାଯାଇଥିଲା । ନିଉୟୋର୍କର ହଣ୍ଟିଙ୍ଗଟନଠାରେ ଲଙ୍ଗ ଆଇଲ୍ୟାଣ୍ଡରେ ହୁଇଟମ୍ୟାନ ଜନ୍ମ ଗ୍ରହଣ କରିଥିଲେ । ସେ ସାମ୍ବାଦିକ, ଶିକ୍ଷକ ଓ ସରକାରୀ କିରାଣୀ କାମ କରିଥିଲେ । ଏଗାର ବର୍ଷ ବୟସରେ ସେ ସ୍କୁଲ ଅଧ୍ୟୟନ ଛାଡ଼ି କାମ କରିବାକୁ ବାହାରିଗଲେ । ପିଲାବେଳ ଓ କର୍ମମୟ ଜୀବନରେ ସେ ପ୍ରାୟ ବ୍ରୁକଲିନରେ ବାସ କରୁଥିଲେ । ସନ ୧୮୫୫ରେ ତାଙ୍କର ତାଙ୍କର ନିଜ ରୋଜଗାରରେ ପ୍ରଥମ ବହି 'ଲିଭ୍ ସ ଅଫ ଗ୍ରାସ ' ପ୍ରକାଶିତ ହୋଇଥିଲା । ଏହି ଏପିକ ପୁସ୍ତକରେ ସେ ଆମେରିକାର ସାଧାରଣ ଲୋକଙ୍କ ସମସ୍ୟା ଉପରେ ଲେଖିଥିଲେ । ଏହାକୁ ସେ ଆଜୀବନ ସନ ୧୮୯୨ରେ ମୃତ୍ୟୁ ପର୍ଯ୍ୟନ୍ତ ଲେଖିଚାଲିଥିଲେ । ଆମେରିକାର ସିଭିଲ ୱାର ସମୟରେ ସେ ୱାସିଙ୍ଗଟନ ଯାଇ ଗୋଟିଏ ଡାକ୍ତରଖାନାରେ କ୍ଷତଗ୍ରସ୍ତ ରୋଗୀଙ୍କର ସେବା କରୁଥିଲେ । ତାଙ୍କର କାବ୍ୟ ଅଧିକାଂଶ ସମୟରେ କ୍ଷତି ଓ ଚିକିତ୍ସା ଉପରେ ପର୍ଯ୍ୟବସିତ ଥିଲା । ଆବ୍ରାହମ ଲିଙ୍କନଙ୍କ ମୃତ୍ୟୁ ପରେ ସେ 'ଓ କ୍ୟାପଟେନ ମାଇଁ କ୍ୟାପଟେନ ' ଏବଂ 'ହୁଏନ ଲିଲାକ୍ ସ ଲାସ୍ଟ ଇନ ଦି ଡୋର୍ୟାର୍ଡ଼ ବ୍ଲୁମ୍ଡ ' ' ନାମକ ବିଖ୍ୟାତ କବିତାଦ୍ୱୟ ଲେଖିଥିଲେ । ଜୀବନର ଶେଷ ସମୟରେ ଗୋଟିଏ ସ୍ଟ୍ରୋକ ହେବା ପରେ ସେ କ୍ୟାମଡେନ, ନିଉଜର୍ସିକୁ ଚାଲିଗଲେ ଯେଉଁଠାରେ ତାଙ୍କର ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇଗଲା । ମୃତ୍ୟୁ ୭୨ ବର୍ଷ ବୟସରେ ହେବାପରେ ଜନ ସାଧାରଣ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦାନ କରିଥିଲେ । କାବ୍ୟ ଉପରେ ହୁଇଟମ୍ୟାନଙ୍କ ପ୍ରଭାବ ବହୁତ ଶକ୍ତିଶାଳୀ ରହୁଛି । ମେରୀ ସ୍ମିଥ ହୁଇଟାଲ କୋସ୍ଟେଓ ଯୁକ୍ତି କରିଥିଲେ: ହୁଇଟମ୍ୟାନଙ୍କୁ ଛାଡ଼ିଦେଲେ ତୁମେ ପ୍ରକୃତରେ ଆମେରିକାକୁ ବୁଝିପାରିବନି, "ଲିଭ୍ ସ ଅଫ ଗ୍ରାସ ବ୍ୟତୀତ " ସେ ଅଭିବ୍ୟକ୍ତ କରିଛନ୍ତି ଯେ ଆଧୁନିକ ସମୟ ପର୍ଯ୍ୟନ୍ତ ସଭ୍ୟତା ବିଷୟ କୌଣସି ଇତିହାସ ଓ ଫିଲୋସୋଫୀ ଛାତ୍ର ଛାତ୍ରୀ ବୁଝିପାରିବେନି ।" ଆଧୁନିକତାବାଦୀ କବୟୀତ୍ରୀ ଏଜ୍ ରା ପାଉଣ୍ଡ ହୁଇଟମ୍ୟାନଙ୍କୁ "ଆମେରିକାର କବି ' କ ହୁଥିଲେ ଓ 'ସେ ହିଁ ଆମେରିକା " କ ହୁଥିଲେ । ପ୍ରାକ୍ ଜୀବନ ହୁଇଟମ୍ୟାନ ମଇ ୩୧, ୧୮୧୯ରେ ୱେଷ୍ଟ ହିଲ୍ସ, ଟାଉନ ଅଫ ହଣ୍ଟିଙ୍ଗଟନ, ଲଙ୍ଗ ଆଇଲ୍ୟାଣ୍ଡରେ ୱାଲଟର ଓ ଲୁଇସା ଭାନ ହୁଇଟମ୍ୟାନ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ନଅ ଜଣ ସନ୍ତାନ ମଧ୍ୟରୁ ସେ ଦ୍ୱିତୀୟ ଗର୍ଭଜାତ ଥିଲେ, ଓ ତାଙ୍କ ଡାକ ନାମ ୱାଲ୍ଟ ଦିଆଯାଇଥିଲା । |
ଧାମରା ବନ୍ଦର ହେଉଛି ଭଦ୍ରକ ଜିଲ୍ଲାର ଏକ ନବ ବିକଶିତ ବନ୍ଦର। ଏହା ଧାମରାର ପୁରୁଣା ବନ୍ଦରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ବଙ୍ଗୋପ ସାଗର ଉପକୂଳରେ ଅବସ୍ଥିତ। ଇତିହାସ ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀରେ କଳିଙ୍ଗରେ ଯେଉଁ ୧୨ଟି ବନ୍ଦର ଗଢ଼ି ଉଠିଥିଲା ତନ୍ମଧ୍ୟରୁ ଧାମରା ଅନ୍ୟତମ। ଗ୍ରୀକ ପର୍ଯ୍ୟଟକ ଟଲେମୀ ଏହାକୁ ଆଦାମସ ବୋଲି ବର୍ଣ୍ଣନା କରିଛନ୍ତି। ଶିବପ୍ରସାଦ ଦାସଙ୍କ ଅତୀତର ଓଡ଼ିଶା ପୁସ୍ତକରୁ ଜଣାଯାଏ ଆଦାମସ୍ ବୈତରଣୀ ମୁହାଣ ଧାମରାର ପ୍ରାଚୀନ ନାମ ଧାମ ବା ଧାମା ଥିଲା। ଏଠାରେ ଏକ ପ୍ରାଚୀନ ନଗର ଓ ପୋତାଶ୍ରୟ ଥିଲା। ସାଳନ୍ଦୀ, ବୈତରଣୀ ଓ ବ୍ରାହ୍ମଣୀ ବନ୍ୟାରେ ଏହା ଏବେ ଧ୍ୱଂସ ହୋଇ ଯାଇଛି। ନୂଆ ବନ୍ଦର ଏହି ବନ୍ଦରକୁ ବିକଶିତ କରିବାର ଚୁକ୍ତିନାମା ୧୯୯୮ରେ ସ୍ୱାକ୍ଷରିତ ହୋଇଥିଲା। ଫଳ ସ୍ୱରୂପ ଲାର୍ସନ ଏଣ୍ଟ ଟୁବ୍ରୋ ଓ ଟାଟା ଷ୍ଟିଲ୍ର ୫୦:୫୦ ମିଳିତ ଉଦ୍ୟମରେ ଧାମରା ବନ୍ଦର କମ୍ପାନୀ ଲିମିଟେଡ ବା ଡି.ସି.ପି.ଏଲ୍. ଗଠିତ ହେଲା। ଏହି ବନ୍ଦରକୁ ପ୍ରଥମ ଜଳ ଜାହାଜ ୮ ଫେବ୍ରୁଆରୀ ୨୦୧୦ରେ ଆସିଥିଲା ଓ ପ୍ରଥମ ବାଣିଜ୍ୟିକ ଜାହାଜ ୧୦ ଏପ୍ରିଲ ୨୦୧୧ରେ ଆସିଥିଲା। ଏହି ବନ୍ଦରର ବାର୍ଷିକ କ୍ଷମତା ପ୍ରଥମେ ପ୍ରଥମେ ୨୫ ନିୟୁତ ଟନ ହେବ ଓ ଏହା କ୍ରମେ କ୍ରମେ ବଢ଼ି ବାର୍ଷିକ ୮୦ ନିୟୁତ ଟନ୍ ଯାଏ ହେବ। ନିକଟରେ ଥିବା ବିରଳ ପ୍ରଜାତିର ଅଲିଭ୍ ରିଡଲେ କଇଁଛମାନଙ୍କର ଅଭୟାରଣ୍ୟ ଏହାଦ୍ୱାରା ପ୍ରଭାବିତ ହେବ ବୋଲି କହି ଗ୍ରୀନ ପିସ୍ ଏହାକୁ ବିରୋଧ କରିଛି। ଉଦ୍ଦେଶ୍ୟ ୧୨ନିୟୁତ ଡଲାରର ଏକ ଇସ୍ପାତ କାରଖାନା ଦକ୍ଷିଣ କୋରିଆର ପୋସ୍କୋଦ୍ୱାରା ଏଠାରେ ପ୍ରତିଷ୍ଠା କରାଯିବ, ଯାହା ନୂଆ କର୍ମ ନିଯୁକ୍ତି ଓ ଆର୍ଥିକ ଉନ୍ନତିର ରାସ୍ତା ପରିସ୍କାର କରିବ। ଏହି ବନ୍ଦର ନିକଟବର୍ତୀ ଲୌହ ଖଣିରୁ ଧାତୁପଥର ଆଣି ରପ୍ତାନୀ କରିବ। ନିକଟବର୍ତ୍ତୀ ଇଲାକାରେ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ଓଡ଼ିଶା ସରକାରଙ୍କର ଯୋଜନା ରହିଛି। ଏଥିମଧ୍ୟରୁ ଏକ ଜାହାଜ ତିଆରି କାରଖାନା ଏବଂ ପେଟ୍ରୋକେମିକାଲ ଗ୍ୟାସ ଭିତ୍ତିକ ଉତ୍ପାଦିକା ତୁମ୍ବ ପ୍ରସ୍ତୁତି ଅନ୍ୟତମ। ଏହା ସହିତ ଗୃହ ନିର୍ମାଣ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ନଗର ସଦୃଶ ସୁବିଧା ସୁଯୋଗ ସୃଷ୍ଟି କରିବାର ମଧ୍ୟ ଯୋଜନା ରହିଛି। ନିର୍ମାଣ ଓଡ଼ିଶା ସରକାର ଆନ୍ତର୍ଜାତୀୟ ସାମୁଦ୍ରିକ ବନ୍ଦର ସହିତ ଏପ୍ରିଲ ୧୯୯୮ରେ - - - - - (ନିର୍ମାଣ-ଅଧିକାର-କାର୍ଯ୍ୟକରଣ-ଅଂଶଦାନ ଓ ସ୍ଥାନାନ୍ତର) ଭିତ୍ତିକ ଏକ ଚୁକ୍ତିପତ୍ର ସ୍ୱାକ୍ଷର କରିଥିଲେ । ଏହା ସମ୍ପୂର୍ଣ୍ଣ ହେବାକୁ ୩୦ ବର୍ଷ ଲାଗିବ ଓ ଏହା ଚତୁର୍ବାର୍ଷିକ ଯୋଜନାରେ କାର୍ଯ୍ୟ କରିବ। ମେ ୧୯୯୯ରେ ଏହି କାମ ଧାମରା ପୋର୍ଟ ଟ୍ରଷ୍ଟ କମ୍ପାନୀ ଲିମିଟେଡକୁ ହସ୍ତାନ୍ତରିତ କରି ଦିଆଗଲା। . ନିର୍ମାଣ କାର୍ଯ୍ୟ ୨୦୦୫ରେ ଆରମ୍ଭ ହେଲା ଓ ୨୦୦୬ ବେଳକୁ ରେଳ ସାଇଡିଂ ପାଇଁ ଆବଶ୍ୟକୀୟ ଜମି ନେବା ଆପାତତଃ ସମ୍ପନ୍ନ ହେଲା। ଏହି ବନ୍ଦରର ୧୩ଟି ବର୍ଥ ରହିବ ଓ ଏହାର କ୍ଷମତା ବାର୍ଷିକ ୮୩ ନିୟୁତ ଟନ୍ ହେବ। ପ୍ରାଥମିକ ସ୍ତରରେ ଜାଳେଣି କୋଇଲା, ବାଷ୍ପ କୋଇଲା, ତାପଜ କୋଇଲା ଓ ଚୂନ ପଥର ଆମଦାନୀପାଇଁ ଓ ମିଶ୍ରିତ ଲୌହଧାତୁ ଏବଂ ଇସ୍ପାତ ରପ୍ତାନୀପାଇଁ, ୩୫୦ ମିଟର ବିଶିଷ୍ଟ ଦୁଇଟି ବର୍ଥ ତିଆରି କରା ଯାଇଛି ଯାହା ମାଲ ନେବା ଆଣିବାକୁ ସଫଳ ଭାବରେ ତୁଲାଇ ପାରିବ। ପ୍ରାଥମିକ କ୍ଷମତା ୧୫.୨୫ ନିୟୁତ ଟନ୍ କୋଇଲା ଓ ଚୂନ ପଥରରର ଆମଦାନୀ ତଥା ୯.୭୫ ନିୟୁତ ଟନ୍ ର ଲୌହ ଓର ଓ ଇସ୍ପାତର ରପ୍ତାନୀକୁ ସମ୍ଭାଳି ପାରିବ। ଏଥିପାଇଁ ୧୮କି.ମି.ର ଏକ ସାମୁଦ୍ରିକ ପ୍ରଣାଳୀ ରହିବ। ଭଦ୍ରକ ଓ ରାଣୀତାଲକୁ ସଂଯୋଗ କରୁଥିବା ୬୨ କି.ମି.ର ଏକ ପଥ ବିଶିଷ୍ଟ ରେଳ ପଥର ଉନ୍ମୋଚନ ୮ ମଇ ୨୦୧୧କୁ ହେଲା। ଭାରତୀୟ ରେଳବାଇର ଏହା ପ୍ରଥମ ଲାଇନ ଯାହା ରାଜସ୍ୱର ଭାଗବଣ୍ଟା ଆଧାରରେ ଶିଳ୍ପ ଉନ୍ନୟନ ପାଇଁ ଉଦ୍ଦିଷ୍ଟ। ଏହା ଭାରତୀୟ ରେଳ ଓ ଧାମରା ବନ୍ଦର ମଧ୍ୟରେ ଚୁକ୍ତିନାମା ଅଟେ। ସେପ୍ଟେମ୍ବର ୨୦୧୦ରେ ଏହି ବନ୍ଦର ଭିତରକୁ ପ୍ରଥମ ଜଳ ଜାହାଜ ଆସିଥିଲା ଅଷ୍ଟ୍ରେଲିଆରୁ, ଯାହା ଜାମସେଦପୁରର ଟାଟା ଷ୍ଟିଲ୍ କାରଖାନାପାଇଁ ୪୫୦୦୦ ଟନ୍ ର ରନ୍ଧନ ଉପଯୋଗୀ କୋଇଲା ଆଣିଥିଲା। ପ୍ରାକୃତିକ ସଙ୍କଟ ଓଡ଼ିଶାର ଉପକୁଳ ହେଉଛି ବାତ୍ୟା ପ୍ରବଣ। ଏହାଦ୍ୱାରା ଭୟଂକର ବଢ଼ିର ସମ୍ଭାବନା ରହିଛି। ଅତୀତରେ ଏହା ଦୀର୍ଘ ୫ କି.ମି.ବ୍ୟାପ୍ତ ଅରଣ୍ୟାନୀଦ୍ୱାରା ସୁରକ୍ଷିତ ହୋଇ ରହିଥିଲା, କିନ୍ତୁ ଆଜି ନଦୀ ଉପରେ ବନ୍ଧ ତିଆରି ଆଦି କାରଣରୁ ସେ ସବୁ ଧ୍ୱଂସପ୍ରାପ୍ତ। ୧୯୯୯ରେ ମହାବାତ୍ୟାରେ ସମୁଦ୍ରରେ ଯେଉଁ ହଲଚଲ ହୋଇଥିଲା, ସେଥିରେ ୭ ମିଟର ଉଚ୍ଚ ଲହରୀ ଉଠିଥିଲା ଓ ଜଳ ବ୍ୟାପି ଯାଇଥିଲା ଉପକୂଳବର୍ତ୍ତୀ ଅଞ୍ଚଳରେ, ଯାହା ପାଖାପାଖି ୧୦୦୦୦ ଲୋକଙ୍କର ଜୀବନ ନେବା ସହ ଅନ୍ୟନ୍ୟ ପ୍ରାଣୀ ଓ ଧନ ସମ୍ପଦର ମହା ବିନାଶର କାରଣ ହୋଇଥିଲା। ଏହି ଗଭୀର ବନ୍ଦର ପ୍ରକଳ୍ପ ଅରଣ୍ୟାନୀର ବିନାଶର କାରଣ ହେବ ବୋଲି କୁହାଯାଉଛି, ଯେଉଁଥିରେ ନିକଟସ୍ଥ ଭିତରକନିକା ଅଭୟାରଣ୍ୟ ଅନ୍ତର୍ଭୁକ୍ତ। ମେ ୨୦୧୦ରେ ଏହାର ବିରୋଧରେ ୨୦ ଜଣ ରାଜନୈତିକ ନେତା ଏହାର ବିରୋଧ କରି ନିର୍ମାଣ କାର୍ଯ୍ୟକୁ ବାଧା ଦେଇଥିଲେ। ଏହା ଜଙ୍ଗଲ ସୁରକ୍ଷା ଆଇନ ୧୯୮୦ର ବିରୋଧ କରୁଛି ବୋଲି ସେମାନେ ମନ୍ତବ୍ୟ ଦେଇଥିଲେ। ଏହି ବନ୍ଦରଟି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଉତ୍ତରରେ ଅବସ୍ଥିତ, ଯେଉଁଠି ୨୦,୦୦,୦୦୦ରୁ ୫୦,୦୦,୦୦୦ ମାଈ ଓଲିଭ ରିଡଲେ କଇଁଛ ପ୍ରତିବର୍ଷ ଅଣ୍ଡା ଦେଇଥାନ୍ତି। ବନ୍ଦରର ପାରିପାର୍ଶ୍ୱିକ ଅଞ୍ଚଳ ଯଦିଓ ସେମାନଙ୍କ ଅଣ୍ଡାଦେବାର ସ୍ଥାନ ନୁହେଁ, ତଥାପି ବନ୍ଦର ହେବାଯୋଗୁଁ ଯେଉଁ ପ୍ରଦୂଷଣ ହେବା ତାହା ଏହାକୁ ପ୍ରଭାବିତ କରିବ ବୋଲି ପର୍ଯ୍ୟାବରଣ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଜୁଲାଇ ୨୦୦୭ରେ ଗ୍ରୀନପିସ୍ ର କାର୍ଯ୍ୟକର୍ତ୍ତାମାନେ ଟାଟା ଗ୍ରୁପର ମୁଖ୍ୟାଳୟ, ବମ୍ବେ ହାଉସ ସାମନାରେ କଇଁଛମାନଙ୍କ ସୁରକ୍ଷାପାଇଁ ବନ୍ଦର ନିର୍ମାଣକୁ ବନ୍ଦ କରିବାକୁ ଦାବି କରି ରାଲି କରିଥିଲେ। ଡି.ସି.ପି.ଏଲ୍. ଏହାକୁ ଅମୂଳକ କହି ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେମାନେ କହିଥିଲେ ଯେ ପର୍ଯ୍ୟାବରଣଗତ ମଞ୍ଜୁରୀ ଆଗରୁ ମିଳି ସାରିଛି। କଇଁଛମାନଙ୍କର ଅଣ୍ଡା ଦେବା ସ୍ଥାନ ଦକ୍ଷିଣକୁ ଦୂରରେ ରହିଛି ଓ ଜାହାଜ ପ୍ରଣାଳୀ ଏହି କଇଁଛ ମାନଙ୍କର ଯିବା ଆସିବା ପଥକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ। ଟର୍ଟଲ ଭର୍ସସ ଟାଟା " " ଗ୍ରୀନ ପିସ୍ ର ୱେବସାଇଟ୍ ରେ ଟାଟାକୁ ବଦନାମ କରିବା ଓ ତାଙ୍କ ଟ୍ରେଡମାର୍କରେ ହସ୍ତକ୍ଷେପ କରିବାର ନଜିର ବୋଲି ଦର୍ଶାଇ ଟାଟା ଏଣ୍ଡ ସନ୍ ସ ( & ) ଗ୍ରୀନପିସ୍ ବିରୋଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ମକଦ୍ଦମା ଦାୟର କରିଥିଲେ । |
ସୁନାବେଡ଼ା କୋରାପୁଟ ଜିଲ୍ଲାର ଏକ ସହର। କୋରାପୁଟଠାରୁ ଏହା ୧୮ କି.ମି. ଦୂରରେ ଅବସ୍ଥିତ। ଏଠାରେ ମିଗ୍ ୨୨ ଓ ସୁଖୋଇ ଯୁଦ୍ଧ ବିମାନ ଇଂଜିନ ଓ ଯନ୍ତ୍ରାଂଶ ତିଆରି କାରଖାନା ଅବସ୍ଥିତ। ଏହି ନଗରୀଟି ଋଷୀୟ ପ୍ରଣାଳୀରେ ନିର୍ମିତ ଓ ଖୁବ୍ ମନଲୋଭା। ପିଲାମାନଙ୍କପାଇଁ ଉଦ୍ଦିଷ୍ଟ ଶିଶୁ ଉଦ୍ୟାନ ଓ ମୃଗ ବିହାରଏଠାକାର ମୁଖ୍ୟ ଆକର୍ଷଣ।ସମୁଦ୍ର ପତନଠାରୁ ଏହା ୩୦୦୦ ଫୁଟ୍ ଉପରେ ଅବସ୍ଥିତ. ଏହାର୍ ଜଳବାୟୁ ଅତିବ ମନୋରମ ଏବଂ ସ୍ୱାସ୍ଥ୍ୟ ଅନୁକୁଳ । ଯଦିଓ ହାଲ୍ ବିମାନ୍ କାରଖାନା ଏଠାକାର ମୁଖ୍ୟ ପରିଚୟ, ଏଠାରେ ବର୍ତ୍ତମାନ୍ ଏକ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଛି । ଆହୁରି ମଧ୍ୟ ଏଠାରେ ସି.ଆର୍.ପି.ଏଫ୍ କୋବ୍ରା ବାଟାଲିୟନ୍ ମୁଖ୍ୟାଳୟ ଏବ୍ଂ ନାଭାଲ୍ ଆର୍ମାମେଣ୍ଟ ଡିପୋ ରହିଛି . ତଦ୍ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ରହିଛି । ସେମିଳିଗୁଡା ସୁନାବେଡା ସହରର ଏକ ଉପାନ୍ତ ଅଞ୍ଚଳ ଏବଂ ସୁନାବେଡା ଏ.ନ୍.ଏ.ସି ଅନ୍ତର୍ଗତ । ଏଠାରେ ଏକ ଯାନ୍ତ୍ରିକ ବିଦ୍ୟାଳୟ (ସିତମ୍) ରହିଛି । ଭୂଗୋଳ ଇତିହାସ ପର୍ଯ୍ୟଟନ ସୁନାବେଡାର ଆକର୍ଷଣ ମଧ୍ୟରେ ଅନ୍ୟତମ ହେଲା ହାଲ୍ର ଏଭିଏସନ୍ ମ୍ୟୁଜିୟମ୍. ହରିଣ ପାର୍କ୍, ଟିମ୍ବର୍ ବ୍ରିଜ୍ଠାରେ କୋଲାବ୍ ଜଳ ଭଣ୍ଡାରର ମନଲୋଭା ଦ୍ରୁଶ୍ୟ । ସୁନାବେଡ଼ାର ଆରମ୍ଭ ବିସୟରେ ଅନେକ କିମ୍ବଦନ୍ତୀ ରହିଛି । |
୧୪୭୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଅର୍ଥୋଷ୍ଟାଟିକ ହାଇପୋଟେନସନ, ଯାହା ପୋସଚୁରାଲ ହାଇପୋଟେନସନ ଭାବରେ ମଧ୍ୟ ଜଣାଶୁଣା, ରୋଗ ଥିଲେ ଠିଆ ହେବା ସମୟରେ ହଠାତ୍ ରକ୍ତଚାପ ହ୍ରାସ ହୁଏ । ଲକ୍ଷଣଗୁଡ଼ିକ ମଧ୍ୟରେ ମୁଣ୍ଡ ହାଲୁକା ଲାଗିବା, ଅସ୍ପଷ୍ଟ ଦର୍ଶନ, ଦ୍ୱନ୍ଦ୍ୱ ଏବଂ ଛିଡ଼ା ହେଲେ ସିଙ୍କୋପି ହୋଇପାରେ । ଏହା ପତନ, ହୃଦରୋଗ ଏବଂ ମୃତ୍ୟୁ ହେବା ଆଶଙ୍କା ସହିତ ଜଡିତ ଥାଏ । ରକ୍ତ ପରିମାଣ ହ୍ରାସ ହେବାର କାରଣ ମଧ୍ୟରେ କମ୍ ରକ୍ତ ପରିମାଣ; ବିଟା-ବ୍ଲକର, ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଏବଂ ଆଲଫା ବ୍ଲକର୍ ଭଳି ଔଷଧ; ଦୀର୍ଘ କାଳୀଣ ଶଯ୍ୟା ବିଶ୍ରାମ; ଅଟୋନୋମିକ ନୁରରୋପାଥି, ଆଡିସନ୍ ରୋଗ, ଏବଂ ଏକାଧିକ ସିଷ୍ଟମ୍ ଆଟ୍ରୋଫି ହୋଇପାରେ । ଅନ୍ତର୍ନିହିତ ପ୍ରଣାଳୀ ପ୍ରାୟ ଠିଆ ହେବା ସହିତ ଗୋଡରେ ରକ୍ତ ଜମା ହେବା ଯୋଗୁ ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିପାରେ ନାହିଁ । ଅତିକମରେ ୨୦ମିମି ସିଷ୍ଟୋଲିକ୍ ରକ୍ତଚାପର ହ୍ରାସ କିମ୍ବା ଅତିକମରେ ୧୦ମିମି ଡାଇଷ୍ଟୋଲିକ୍ ରକ୍ତଚାପ କମ ହେଲେ ଏହି ସମସ୍ୟା ଉପୁଜେ । ଏହା ନ୍ୟୁରୋଜେନିକ୍ ଏବଂ ଅଣ-ନ୍ୟୁରୋଜେନିକ୍ କାରଣ ଯୋଗୁ ହୋଇପାରେ ଏହାର ମୂଳ କାରଣ ଅନୁସାରେ ଚିକିତ୍ସା କରାଯାଏ । ଏଥିରେ କେତେକ ଔଷଧ ହ୍ରାସ, ଫିଜିଓଥେରାପି, ସଙ୍କୋଚନକାରୀ ମୋଜା ପିନ୍ଧିବା, ଲୁଣ ଏବଂ ଜଳ ଗ୍ରହଣ ବୃଦ୍ଧି କିମ୍ବା ମିଡୋଡ୍ରାଇନ୍ ପରି ଔଷଧ ଅନ୍ତର୍ଭୁକ୍ତ ହୋଇପାରେ । ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ହୁଏ । କେୟାର ହାଉସରେ ଅଧାରୁ ଅଧିକ ବୟସ୍କ ବ୍ୟକ୍ତି ପ୍ରଭାବିତ ହୁଅନ୍ତି। ବୟସ୍କମାନଙ୍କ କ୍ଷେତ୍ରରେ ଏହା ଅନେକ ପତନର କାରଣ ଅଟେ । |
୧୩୦୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଭଦ୍ରକ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଏହାର ନାମ ଭଦ୍ରକ ସହରକୁ ନେଇ ନାମିତ ହୋଇଛି । ୧ ଅପ୍ରେଲ ୧୯୯୩ରେ ଏହା ବାଲେଶ୍ୱର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାରେ ପରିଣତ ହେଲା । ଏହାର ସର୍ବମୋଟ ଆୟତନ ୨୬୭୭ ବର୍ଗ କିମି । ଏହା ରାଜଧାନୀ ଭୁବନେଶ୍ୱରଠାରୁ ୧୨୫ କିମି ଦୂରରେ ଅବସ୍ଥିତ । ଭୂଗୋଳ ମୁଖ୍ୟ ନଦୀ ଓ ଶାଖାନଦୀ ବୈତରଣୀ, ସାଳନ୍ଦୀ, ମନ୍ତେଇ, ଖରସ୍ରୋତା (ଖର୍ସୁଆ) ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ, ଭଦ୍ରକ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୦୬,୫୨୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୦,୭୬୬ ଓ ସହରାଞ୍ଚଳରେ ୧,୮୫,୭୫୬ ଲୋକ ବାସ କରନ୍ତି । ପୁରୁଷ: ୭,୬୦,୫୯୧ ମହିଳା: ୭,୪୫,୯୩୧ ଛ ବର୍ଷରୁ କମ: ୧,୭୬,୭୯୩ ସାକ୍ଷରତା ହାର ୮୩.୨୫% ପୁରୁଷ: ୮୯.୯୨% ମହିଳା: ୭୬.୪୯% ସଂସ୍କୃତି ଜୈନ ଧର୍ମ ଭଦ୍ରକର ସାଂସ୍କୃତିକ ପରମ୍ପରାର ଚିହ୍ନ ପାର୍ଶ୍ୱନାଥ (ଖ୍ରୀ.ପୂ.୮୨୦-୭୫୦)ଙ୍କ ସମୟରୁ ମିଳିଥାଏ । ପାର୍ଶ୍ୱନାଥ ଧର୍ମପ୍ରଚାର ପାଇଁ କୋପକଟକ ବା ଆଧୁନିକକୁପାରୀକୁ ଆସିଥିଲେ। ଚରମ୍ପା ଅନ୍ତର୍ଗତ ରହଣିଆର ବଡ଼ ପୋଖରୀ ଚାରି ପାଖରେ ଚବିଶ ତୀର୍ଥଙ୍କରଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା। ସେହି ମୂର୍ତ୍ତିଗୁଡ଼ିକ ମଧ୍ୟରୁ ଅଜିତନାଥ, ଶାନ୍ତିନାଥ, ଋଷଭନାଥ ଓ ବର୍ଦ୍ଧମାନ ମହାବୀରଙ୍କ ମୂର୍ତ୍ତି ବର୍ତ୍ତମାନ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ। ତେବେ ଏ ପୋଖରୀ କୂଳରେ ଏବେ ମଧ୍ୟ ପାର୍ଶ୍ୱନାଥଙ୍କର ମୂର୍ତ୍ତି ଦେଖିବାକୁ ମିଳେ। ବୌଦ୍ଧ ଧର୍ମ ଭଦ୍ରକ ଅନ୍ତର୍ଗତ ଧାମନଗରର ମୂଳନାମ ଧମ୍ମନଗର। ଧମ୍ମ ହେଉଛି ବୌଦ୍ଧ ଧର୍ମରେ ଧର୍ମର ପର୍ଯ୍ୟାୟବାଚୀ। ସେ ସମୟର ପ୍ରସିଦ୍ଧ ବୌଦ୍ଧପୀଠର ଖଡ଼ିଆଳ ଅଞ୍ଚଳରୁ ସଂଗୃହିତ ବିଶାଳ ବୁଦ୍ଧମୂର୍ତ୍ତି ଏବେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରହିଛି। ଭଦ୍ରକର ବାଉଦପୁର ନାଁ ବୌଦ୍ଧରୁ ଆସିଛି। ଧାମନଗରର ମୁସଲମାନ ବସ୍ତିସ୍ଥିତ ମନ୍ତ୍ରବାସୁଳି ବୌଦ୍ଧଧର୍ମର ଅବଲୋକିତେଶ୍ୱର ବୋଲି କେହି କେହି ମତ ଦିଅନ୍ତି। ମୋଗଲ ଓ ମରହଟ୍ଟା ପ୍ରଭାବ ସେହିପରି ଜାନୁଗଞ୍ଜ ମରହଟ୍ଟା ଶାସକ ଜାନୋଜୀଙ୍କ ନାଁରୁ ଆସିଛି ବୋଲି କେତେକ ଗବେଷକ ମତ ଦିଅନ୍ତି। ମୋଗଲ ଓ ମରହଟ୍ଟା ଶାସକମାନେ ସେମାନଙ୍କ ଶାସନ କାଳରେ ଭଦ୍ରକରେ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। ଇନ୍ଦୋରର ରାଣୀ ଅହଲ୍ୟାବାଈ ପୁରୀ ଯାତ୍ରା କରିବାବେଳେ ଗୋସେଇଁ ଶାଶୁଙ୍କ ନିମିତ୍ତ ଏକ ବଡ଼ ପୋଖରୀ ଖୋଳାଇଥିଲେ। ଏହାକୁ ରାଣୀ ତଲାୱ କୁହାଯାଉଥିଲା। ଭଦ୍ରକ ନିକଟସ୍ଥ ଏବେକାର ରାଣୀତାଲ ସେହି ରାଣୀତଲାୱରୁ ଆସିଛି। ଧାମନଗରରେ ମହହଟ୍ଟା ଶାସକ ଜଗୁ ପଣ୍ଡିତଙ୍କ ନାମାନୁସାରେ ଜଗୁସାଗର ପୋଖରୀ ରହିଛି। ହିନ୍ଦୁ ଧର୍ମ ମିର୍ଜାପୁର ଓ ଛଡ଼ାକ ମହଲାରେ ରାଜା ପୁରୁଷୋତ୍ତମ ଦେବଙ୍କ ମନ୍ତ୍ରୀ ବିଦ୍ୟାଧର ଖୋଳାଇଥିବା ପୋଖରୀ ତାଙ୍କ ନାମାନୁସାରେ ବିଦ୍ୟାଧର ପୋଖରୀ ବୋଲି ପରିଚିତ। ୧୫୧୪ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟ ପୁରୀରୁ ପ୍ରତ୍ୟାବର୍ତ୍ତନ କରି ବିଦ୍ୟାବାଚସ୍ପତି ନାମକ ଜଣେ ଧର୍ମଯାଜକଙ୍କ ଘରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ସନ୍ଥଙ୍କ ମନେ ପକାଇବାପାଇଁ ଗାଁଟିର ନାମ ସନ୍ଥିଆ ହୋଇଛି। ସେ ଛାଡ଼ିଯାଇଥିବା କନ୍ଥାଟିକୁ ଶ୍ରଦ୍ଧାଳୁମାନେ ଏବେବି ସେହି ଗାଁରେ ରଖି ପୂଜା କରୁଛନ୍ତି। ଶ୍ରୀଚୈତନ୍ୟଙ୍କ ପାଦୁକା ନିକଟସ୍ଥ କୁଆଁସ ଗ୍ରାମରେ ଏବେ ବି ପୂଜା ପାଉଛି। ଏହା ଏ ଅଞ୍ଚଳର ଲୋକମାନଙ୍କର ସାଧୁ ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବର ନିଦର୍ଶନ। ୧୮୬୪ ଖ୍ରୀଷ୍ଟାବ୍ଦରେ ପୁରୀ ରାମାନୁଜ ମଠର ମହନ୍ତଙ୍କ ଶିକ୍ଷାଗୁରୁ ରାମାୟଣ ଦାସ ବୃନ୍ଦାବନ ଯିବା ବାଟରେ ସାଳନ୍ଦୀ ନଦୀ କୂଳରେ ଭକ୍ତମାନଙ୍କ ଭକ୍ତି ଦେଖି ବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ପାଇଁ ମହନ୍ତେ ସେଠାରେ ସଦାବର୍ତ୍ତ ମଠ ସ୍ଥାପନ କରିଥିଲେ। ୧୮୮୮ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୦ ତାରିଖରେ ମା ସାରଦା ଦେବୀ ଜଳପଥରେ ଚାନ୍ଦବାଲି ଆସିଥିଲେ। ପୁନର୍ବାର ୧୯୧୦ରେ ସେ ରାମେଶ୍ୱର ଯିବା ବାଟରେ ଭଦ୍ରକର କୋଠାରଠାରେ ଦୁଇମାସ ଅବସ୍ଥାନ କରିଥିଲେ। ଶିଖ ଧର୍ମ ଷୋଡ଼ଶ ଶତାବ୍ଦୀରେ ଗୁରୁ ନାନକ ପୁରୀ ଯିବା ବାଟରେ ଭଦ୍ରକରେ ଅବସ୍ଥାନ କରି ସଂଘ (ସଙ୍ଘତ)ରେ ଭାଗନେଇଥିଲେ । ତଦନୁସାରେ ସେ ଅଞ୍ଚଳକୁ ସଂଗତ କହିବା ସହିତ ନାନକ ଡ଼ିହି ବୋଲି ମଧ୍ୟ କୁହାଯାଏ। ଏଠାରେ ଏକ ଗୁରୁଦ୍ୱାରା ମଧ୍ୟ ସ୍ଥାପନା କରା ଯାଇଅଛି। ମୁସଲମାନ ଧର୍ମ ୧୫୭୫ ଖ୍ରୀଷ୍ଟାବ୍ଦ ଅପ୍ରେଲ ୧୨ ତାରିଖରେ ଆକବର ଭଦ୍ରକକୁ ଏକ ସ୍ୱତନ୍ତ୍ର ଡିଭିଜନ (ସର୍କାର) ହିସାବରେ ଘୋଷଣା କରିଥିଲେ । କଟକ ଡିଭିଜନଟି ଦାଉଦଙ୍କ ଅକ୍ତିଆରରେ ଥିଲାବେଳେ ଭଦ୍ରକ ଓ ବାଲେଶ୍ୱର ଡିଭିଜନ ମୋଗଲଙ୍କ ଅଧୀନରେ ଥିଲା। ତୋଦରମଲ୍ଲ ଭଦ୍ରକରେ ଛାଉଣି ପକାଇ ବନ୍ଦୋବସ୍ତ କାର୍ଯ୍ୟ ଚଳାଇଥିଲେ। ଆଉରଙ୍ଗଜେବଙ୍କ ସମୟରେ କଦମ୍ବବେଡ଼ା (କୁଆଁସ)ରେ ଇଦ୍ ଗାହ ନିର୍ମାଣ ହୋଇଥିଲା। ଐତିହ୍ୟ ଭଦ୍ରକର ଭଦ୍ରକାଳୀ ମନ୍ଦିର, ଭଦ୍ରକର ମୁଖ୍ୟ ଶକ୍ତିପୀଠ। ଆରଡ଼ିସ୍ଥିତ ଆଖଣ୍ଡଳମଣୀ ମନ୍ଦିର, ଭଦ୍ରକର ମୁଖ୍ୟ ଶୈବପୀଠ। ମାଳିଅରୁଆ ଗାଁ, ବ୍ରହ୍ମପୁର ଗ୍ରାମ ପଞ୍ଚାୟତ, ପ୍ରସିଦ୍ଧ ମା କୁଣ୍ଡିକାଳୀ ମନ୍ଦିର ମା କୁଣ୍ଡିକାଳୀ ପୀଠ । ଭଦ୍ରକ ସହରରୁ ପୂର୍ବକୁ ମାତ୍ର ସାତ କିମି ଦୂର । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଅମାବାସ୍ୟାରେ ନିଜର ମାନସିକ ପୂରଣ ପାଇଁ ଧାଇଁ ଆସନ୍ତି। ଯୋଗାଯୋଗ - ୯୪୩୯୦୬୭୮୦୫ ( ଅଶୋକ କୁମାର ବେହେରା) ପାଳିଆ ବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ସୂର୍ଯ୍ୟ ମନ୍ଦିର ଭଦ୍ରକର ସୂର୍ଯ୍ୟୋପାସନାର ଏକ ପ୍ରସିଦ୍ଧ କ୍ଷେତ୍ର । କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାପାଇଁ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ। ସେଇ ବିଶ୍ୱାସର ନିଦର୍ଶନ ସ୍ୱରୂପ ଅଗିରା ପୁନେଇଁ ପରଦିନ ଏଠାରେ ଗୁଣ୍ଡୁଣିଯାତ୍ରା ଅନୁଷ୍ଠିତ ହୁଏ। ଚର୍ମରୋଗରୁ ରକ୍ଷାକରିବାକୁ ଲୋକେ ଠାକୁରଙ୍କୁ ଫୁଲଛତା ଓ ଫୁଲବିଞ୍ଚଣା ଦେଇ ପ୍ରାର୍ଥନା କରିଥାନ୍ତି। ଏଠି ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ଚତୁର୍ମୂଖ ହୋଇଥିବାରୁ କେହି କେହି ଏହାଙ୍କୁ ବ୍ରହ୍ମା ବୋଲି କହିଥାନ୍ତି। ସମଗ୍ର ଭାରତରେ ଏମିତି ମନ୍ଦିର ବିରଳ। ଧାମରାର ଧାମରେଈ ମନ୍ଦିର ବ୍ରାହ୍ମଣ, ବୌଦ୍ଧ ଓ ଶାବରୀ ସଂସ୍କୃତିର ସ୍ମୃତି ବହନ କରେ। ଏହାଛଡ଼ା ଦପାନାହାକାଣି ମନ୍ଦିର, କାଉପୁରର ସୀତାକୁଣ୍ଡ, ମଠସାହିର ଦକ୍ଷିଣେଶ୍ୱର ମନ୍ଦିର, ବାସୁଦେବପୁର ଥାନା ଅନ୍ତର୍ଗତ ପଢ଼ୁଆଁ ଗ୍ରାମରେ ଅଷ୍ଟଭୂଜା ଦୁର୍ଗାମଣ୍ଡପ, ବାସୁଦେବପୁରର ପ୍ରସନ୍ନଦେବ ଜୀଉ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଚରମ୍ପାର ହନୁମାନ ସାହି, ଏରେଇଁ ଓ ସାହାପୁରସ୍ଥିତ ହନୁମାନ ମନ୍ଦିର, ଆଦି ଭଦ୍ରକ ଅଞ୍ଚଳର ଧର୍ମ ଭାବନାର ବାର୍ତ୍ତା ବାହକ। ଭଦ୍ରକର କୁଆଁସଗ୍ରାମସ୍ଥ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ ଏହାକୁ ଲସ୍ ଏଞ୍ଜେଲସ୍ ର ଜୁଲିଆନ ପାର୍କର ନାମକ ଜଣେ ଅଣହିନ୍ଦୁ ବିଦେଶୀ ଏହାକୁ ସ୍ଥାପନ କରିଛନ୍ତି। ଜୁଲିଆନ ଆତ୍ମତତ୍ତ୍ୱ ଦାସ ଓ ମାଳିନୀ ଦାସଙ୍କର ପାଳିତ ପୁତ୍ର ହୋଇଥିଲେ। ଭାରତକୁ ଆସିବା ପରେ ସେ ଜାହ୍ନବୀ ନିତାଇ ଦାସ ନାମରେ ପରିଚିତ ହୋଇଥିଲେ। ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁମାନଙ୍କର ପ୍ରବେଶ ନିଷେଧ ହୋଇଥିବାରୁ ସେ ଏଠାରେ ୧୬ଫୁଟ ଉଚ୍ଚର ଜଗନ୍ନାଥ, ୧୫ ଫୁଟ ଉଚ୍ଚର ବଳଭଦ୍ର ଓ ୭ ଫୁଟ ଉଚ୍ଚର ସୁଭଦ୍ରା ବିଗ୍ରହ ବୈଦିକ ରୀତିରେ ୨୦୦୫ ମସିହା ମେ ୨୨ରେ ସ୍ଥାପନ କରାଇଥିଲେ। ଅଦ୍ୟାବତ୍ ସେହି ବିଗ୍ରହମାନେ ସେହି ମନ୍ଦିରରେ ଯଥାବିଧି ପୂଜିତ ହେଉ ଅଛନ୍ତି। ଓଡ଼ିଶାର ଭାଗବତ ଟୁଙ୍ଗୀ ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଏଠାକାର କିସ୍ମତ କୃଷ୍ଣପୁର ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି। ଭଦ୍ରକ ଜିଲ୍ଲାର ପୀରହାଟ ଅଞ୍ଚଳ ଐତିହ୍ୟପୂର୍ନ। ପୀରହାଟ କାଳୀ ପଡିଆଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ସାକ୍ଷୀ। ବାରବାଟିଆ ଗ୍ରାମର ଆୟୋଜିତ ହେଉଥିବା ଦୁର୍ଗାପୂଜା ୪୦୦ ବର୍ଷର ପୁରୁଣା। ଶିକ୍ଷା ଏ ଜିଲ୍ଲାରେ ଶିକ୍ଷାର ନିଅଁ ପଡ଼ିଛି ସନ୧୮୮୨ଠାରୁ। କୋଠାର ଜମିଦାର ନିମାଇଁ ଚରଣ ବୋଷ ବାଗୁରାଇଠାରେ ଦୁଇଟି ଭର୍ଣ୍ଣକୁଲାର ଓ ଅନ୍ୟ କେତେକ ଶିକ୍ଷାନୁରାଗୀ ଗୁଜିଦରଡ଼ାଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିଥିଲେ। ମୁସଲମାନ ଜମିଦାର ମିଆଁ ମୁନ୍ସୀ ଶେଖ ଅବଦୁଲ ଗନୀ ଓରଫ ପଞ୍ଚୁମଆଙ୍କ ତତ୍ତ୍ୱାବଧାନରେ ଭଦ୍ରକ ପୁରୁଣାବଜାରସ୍ଥିତ ନିଜ ଉଆସରେ ଏକ ମାଇନର ସ୍କୁଲ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ତାହା ଭଦ୍ରକ ଜିଲ୍ଲା ସ୍କୁଲରେ ପରିଣତ ହୋଇଛି। ୧୯୩୪ରେ ହରେକୃଷ୍ଣ ମହତାବଙ୍କ ତତ୍ତ୍ୱାବଧାନରେ ଆଗରପଡ଼ାରେ କୃଷ୍ଣଚରଣ ବିଦ୍ୟାମନ୍ଦିର ସ୍ଥାପିତ ହୋଇଥିଲା।୧୯୪୨ରେ ନାରାୟଣ ଚନ୍ଦ୍ର ହାଇସ୍କୁଲ, ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ, ୧୯୪୩ରେ ପୋପସିଂ ମାଇନର ସ୍କୁଲ, ଯାହା ୧୯୫୯ରେ ସରକାଲୀ ବାଳିକା ଉଚ୍ଚବିଦ୍ୟାଳୟର ମାନ୍ୟତା ଲାଭ କଲା ୧୯୪୮ ମସିହା ଜୁଲାଇ ୬ ତାରିଖରେ ଭଦ୍ରକରେ ପ୍ରଥମ ଓ ଓଡ଼ିଶାରେ ଦ୍ୱିତୀୟ ବୃହତ୍ତମ ଭଦ୍ରକ ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଭଦ୍ରକରେ ୯୧୬ଟି ପ୍ରାଥମିକ ବିଦ୍ୟାଳୟ, ୫୦୫ଟି ମଧ୍ୟଇଂରାଜୀ ବିଦ୍ୟାଳୟ, ୩୦୫ଟି ଉଚ୍ଚବିଦ୍ୟାଳୟ, ୭ଟି ମହିଳା ମହାବିଦ୍ୟାଳୟ ସରକାରୀ ସ୍ୱୀକୃତି ଲାଭ କରିଛନ୍ତି। ଏହା ବ୍ୟତୀତ ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବେ ବି ସ୍ୱୀକୃତି ପାଇନାହିଁ। ପରମ୍ପରା ଗୋପାଳଙ୍କ ଉଗାଳ ଓ ଲଉଡ଼ି ଖେଳ ଗୋପାଳ ସମ୍ପ୍ରଦାୟର ଲୋକେ ଦୋଳ ପୂର୍ଣ୍ଣମୀର ପୂର୍ବଦିନରୁ କୁମ୍ଭ ପୂଜା କରି ରାଧାକୃଷ୍ଣ ଉପାସନା ସହିତ ଗୋପାଳଙ୍କ ଉଗାଳ ଓ ଲଉଡ଼ି ଖେଳ (ବାଡ଼ି ଖେଳ) ପ୍ରଦର୍ଶନ କରିଥାନ୍ତି । ଏଇ ବାଡ଼ିଖେଳ ଓଡ଼ିଶାର ଏକ ବିଲୁପ୍ତପ୍ରାୟ ସାମରିକ କଳା। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ଗୋପାଳଙ୍କ ଉଗାଳରେ ଗୂଢ଼ ଆଧ୍ୟାତ୍ମିକ ପ୍ରଶ୍ନର ସରଳ ଉତ୍ତର ରସମୟ ସଙ୍ଗୀତ ଛନ୍ଦରେ ବେଶ୍ ଉପଭୋଗ୍ୟ। ଏହି ଉତ୍ସବ ସାବରଙ୍ଗ, ଚୁଡ଼ଙ୍ଗପୁରର ରଙ୍ଗଢ଼ାଉ, ବାସୁଦେବପୁର, କିସ୍ମତ କୃଷ୍ଣପୁର, ଧାମନଗର ଆଦି ଅଞ୍ଚଳରେ ଜାକଜମକରେ ପାଳିତ ହୋଇଥାଏ। ବାସୁଦେବପୁରର ଶ୍ରୀଗୋପାଳ ଓଗାଳ ସମିତି ଓ ରାଧାମାଧବ ଯାଦବ ସମିତି ଓଡ଼ିଶା ବାହାରେ ବିଭିନ୍ନ ସମୟରେ ଲଉଡ଼ିଖେଳ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ଗୁଣ୍ଡିଣି ଯାତ୍ରା ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ଅଗ୍ନିପୂର୍ଣ୍ଣିମା ଦିନ ଆୟୋଜିତ ଗୁଣ୍ଡୁଣିଯାତ୍ରା ଏକ ଭିନ୍ନ ମେଳା। ଭୂତକେଳି ନାଟ ଭଦ୍ରକ ସହରାଞ୍ଚଳର କୁଆଁସ ନିକଟବର୍ତ୍ତୀ ବାଲିଅରଡ଼ା ଗ୍ରାମରେ ପାଳିତ ହେଉଥିବା ଭୂତକେଳି ନାଟ ପୁରାଣ ବର୍ଣ୍ଣିତ କୃଷ୍ଣଲୀଳାର ଆଧାରରେ ପାଳନ କରାଯାଏ। କରେ। ରାଧା ଓ କୃଷ୍ଣଙ୍କ ମିଳନରେ ପ୍ରତିବନ୍ଧକ ହେଉଥିବା ଶାଶୁ ଓ ନଣନ୍ଦଙ୍କୁ ଡ଼ରାଇବା ପାଇଁ କୃଷ୍ଣ ମାୟା ଭୂତ ସୃଷ୍ଟି କରିଥାନ୍ତି। ରାଧା, କୃଷ୍ଣ ଓ ଗୋପୀମାନଙ୍କର ପ୍ରତିମୂର୍ତ୍ତିକୁ ବିରାଟ ଶୋଭାଯାତ୍ରାରେ ଲୋକମାନେ ନେଇଥାନ୍ତି। ଜଣେ ଲୋକ ମୁଣ୍ଡରେ ଭୂତ ଚିତ୍ରିତ ହାଣ୍ଡି ରଖି ଢ଼ୋଲ ମହୁରୀର ତାଳେ ତାଳେ ଉଦ୍ଦଣ୍ଡ ନୃତ୍ୟ ପରିବେଷଣ କରିଥାଏ। ଏପରି ନାଟ ସମଗ୍ର ଓଡ଼ିଶାରେ ବିରଳ। ମୁନି ପୂଜା ସଂସାରତ୍ୟାଗୀ ଅଥଚ ସଂସାରର ହିତୈଷୀ ଓ ହିତାନ୍ୱେଷୀ ମୁନି ଋଷିମାନଙ୍କୁ ପୂଜା କରିବାର ନିଆରା ପରମ୍ପରା ଭଦ୍ରକର ବିଭିନ୍ନ ଗ୍ରାମାଞ୍ଚଳରେ ଅତି ପ୍ରାଚୀନ। ମକର ସଂକ୍ରାନ୍ତି ଏହାର ନିଧାର୍ଯ୍ୟ ତିଥି। ଏରେଇଁ ଗ୍ରାମ ପଞ୍ଚାୟତର କୁନ୍ତଳାଠାରେ ଏହା ମହାସମାରୋହରେ ପାଳନ କରାଯାଏ। ବାଲିଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାରେ ଚାନ୍ଦବାଲି, ଚୂଡ଼ାମଣି ଓ ବାଉଦପୁରରେ ସାଧବ ପୁଅର ସ୍ମୃତିକୁ ମନେ ପକାଇବାପାଇଁ ବାଲିଯାତ୍ରା ସାତଦିନବ୍ୟାପି ପାଳନ କରାଯାଏ। ରାସଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାଠାରୁ ସାହାଡ଼ାଗ୍ରାମରେ ରାସଯାତ୍ରା ପାଳନ କରାଯାଏ। ରାସଲୀଳା ଓ ନାବକେଳି ଆଦି ଏଇ ଯାତ୍ରାର ମୁଖ୍ୟ ଅଙ୍ଗ। ଚଢ଼େୟା ଚଢ଼େୟାଣୀ ନାଚ ଗ୍ରାମୀଣ ଚରିତ୍ର ଚିତ୍ରଣ ପୂର୍ବକ ଗଦ୍ୟ ଓ ପଦ୍ୟମୟ ସଂଳାପରେ ହାସ୍ୟରସ ପରିବେଷଣ କରାଯାଏ। ସେହିପରି ନିଜକୁ ଏକ ପୌରାଣିକ ଚରିତ୍ରରୂପେ ଚିତ୍ରିତ କରି କଳାକାରମାନେ ବହୁରୂପା ନାଚ ପ୍ରସ୍ତୁତ କରିଥାନ୍ତି। କଣ୍ଢେଇ ନାଚ କଣ୍ଢେଇରେ କଳାସୂତା ଲଗାଇ ଆଙ୍ଗୁଳି ଚାଳନାଦ୍ୱାରା ଅନେକ ପ୍ରକାରର ପ୍ରସଙ୍ଗକୁ ଚିତ୍ରଣ କରାଯାଏ। ମୁଖ୍ୟତଃ ବୈଷ୍ଣବମାନେ ଘାଟ ପାର ହୋଇ ରାଧା ମଥୁରାକୁ ଯିବା, କୃଷ୍ଣ ଘାଟ ସଉଦା ମାଗିବା, ରାଧାକୃଷ୍ଣଙ୍କର ମିଳନ ହେବା ପ୍ରଭୃତି ଏଇ ନାଟର ମୁଖ୍ୟ ବିଷୟ। ତାମସା ତାମସା ହେଉଛି ଓଡ଼ିଶାର ସଂସ୍କୃତିକୁ ଭଦ୍ରକର ନିଜସ୍ୱ ଅବଦାନ। କବି ବଂଶୀବଲ୍ଲଭ ଗୋସ୍ୱାମୀ ଏଇ ତାମସାର ସ୍ରଷ୍ଟା। ଏହା ହେଉଛି ମୋଗଲ ଶାସନ କାଳର ସାମାଜିକ ଅବସ୍ଥାର ନିଛକ ଚିତ୍ରଣ। ମୋଗଲ ତାମସା, ଭୀଲ ତାମସା, ଫକିର ତାମସା, ଲୋଲିନ ବାଈ ତାମସା ଆଦି ସେ ରଚନା କରିଥିଲେ। ଏଥି ମଧ୍ୟରୁ ମୋଗଲ ତାମସା ଓଡ଼ିଶା ପ୍ରସିଦ୍ଧ। ଚୈତ୍ର ମାସରେ ଶିବ ମନ୍ଦିରରେ ଏହି ତାମସା ଅଭିନୀତ ହେଉଥିବାରୁ ଏହାକୁ ଚଇତି ତାମସା ମଧ୍ୟ କୁହାଯାଏ। ମୋଗଲ ତାମସା: ଏଥିରେ ମୋଗଲମାନଙ୍କର ଶୋଷଣ, ଅତ୍ୟାଚାର, ବିଳାସ ବ୍ୟସନର ଚିତ୍ରଣ ହୋଇଛି। ଭୀଲ ତାମସା : ଜଣେ ବ୍ରାହ୍ମଣ ତୀର୍ଥାଟନରେ ଯିବା ସମୟରେ ବାଟରେ ଏକ ଭୀଲକୁ ଭେଟନ୍ତି। ସେ ବ୍ରାହ୍ମଣଙ୍କୁ ଲୁଟ କରିବାକୁ ପ୍ରଥମେ ଚେଷ୍ଟା କଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ସଂସ୍ପର୍ଶରେ ଆସି ପୁଣ୍ୟାତ୍ମାରେ ପରିଣତ ହୋଇଛି। ଫକିର ତାମସା : ଜଣେ ମୁସଲମାନ ଫକିରଙ୍କର କାହାଣୀ, ଯେ ବିଭିନ୍ନ ସ୍ଥାନ ଭ୍ରମଣ କରି ଅନେକ କଥା ଶିଖିଛନ୍ତି ଓ ପରିଶେଷରେ ନିଜ ପତ୍ନୀ ସହିତ ମିଳିତ ହୋଇଛନ୍ତି। ଯୋଗୀ ତାମସା : ଜଣେ ଯୋଗୀର ଜୀବନକୁ ପ୍ରାଞ୍ଜଳ ଭାବରେ ଚିତ୍ରିତ କରାଯାଇଛି। ରାଧାକୃଷ୍ଣ ତାମସା : ମୂରଲୀ ହରଣ ଓ ବସ୍ତ୍ର ହରଣ ଆଦି ପ୍ରସଙ୍ଗର ବର୍ଣ୍ଣନା କରାଯାଇଛି। ଚଉଡ଼ା ତାମସା : ମେହେନ୍ତରମାନଙ୍କର ନିଶାସେବନ ଓ ମେହେନ୍ତରାଣୀମାନଙ୍କ ସହିତ ମିଳିତ ହେବାର ବିଷୟ। ଲୋଲିନ ବାଈ ତାମସା ବା ଲୋଲିନ ମଜାବାଇ ତାମସା: ଦୁଇ ଜଣ ଗଣିକାଙ୍କ ସହିତ ମୋଗଲମାନଙ୍କର ସମ୍ପର୍କର ବର୍ଣ୍ଣନା। ଓଷାବ୍ରତ କୋଇଲି ଓଷା : ସୁଆଁ ଗ୍ରାମରେ ପାଳନ କରାଯାଏ। ଚୈତ୍ରମାସ ଶୁକ୍ଳପକ୍ଷରେ ସାତଦିନ ବ୍ୟାପି କୋଇଲିର ଦୁଇଟି ମାଟି ମୂର୍ତ୍ତିକୁ କୁଆଁରୀମାନେ ପୂଜା କରିଥାନ୍ତି ଓ ମାର୍କଣ୍ଡ ଦାସଙ୍କ କେଶବ କୋଇଲି ଗାନ କରିଥାନ୍ତି। ସୁଆଙ୍ଗ ବୁଡ଼: କୁମାରୀମାନେ ପାଳନ କରିଥାନ୍ତି। ଦୋଳସାହି, ଝାଡ଼ପଡା, କୁଆଁରପୁର, ମୁଡସାହି, ବଢେଇବାଡ, ନୂଆଶାସନ, ଶଙ୍କରପୁର ଓ ଖଣ୍ଡପଡ଼ା ପ୍ରଭୃତି ଗାଁରେ ଏହା ପାଳନ କରାଯାଇଥାଏ। କୁମାରୀମାନେ ସାଙ୍ଗହୋଇ ବାଲୁକା ସ୍ଥାପନ କରି ଗୌରୀ ପୂଜା କରିଥାନ୍ତି। ଅନ୍ୟାନ୍ୟ ଅଞ୍ଚଳ ପରି ଭଦ୍ରକରେ ଖୁଦୁରୁକୁଣୀ ଓଷା, ଜହ୍ନି ଓଷା, ଅକ୍ଷୟ ତୃତୀୟା, ସାବିତ୍ରୀ ଅମାବସ୍ୟା, ବାଟଓଷା ଆଦି ପାଳନ କରାଯାଏ। ଦ୍ୱିତୀୟା ଓଷା ବା ଦୂତୀ ବାହନ ଓଷା ଭଦ୍ରକର ବିଭିନ୍ନ ସ୍ଥାନରେ ପାଳିତ ହୋଇଥାଏ। ଏହି ଓଷାରେ ସନ୍ତାନମାନଙ୍କର ଦୀର୍ଘଜୀବନ କାମନା କରି ମହିଳାମାନେ ଉପବାସ କରିଥାନ୍ତି। ଭାଦ୍ରବମାସ ମୂଳାଷ୍ଟମୀରେ ପୋଖରୀ ତୁଠରେ ବାଲିଲେ କୁମ୍ଭୀର କରି ପୂଜାର୍ଚ୍ଚନା କରିଥାନ୍ତି। ନରେନ୍ଦ୍ରପୁର ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଦିନ ପାଟଣ ମଙ୍ଗଳାଙ୍କ ନିକଟରେ ପାଟୁଆ ନାଚ, ଘୋଡାନାଚ ଆଦି ଅନୁଷ୍ଠିତ ହୁଏ। ରାମ, ସୀତା ଓ ଲକ୍ଷ୍ଣଣଙ୍କୁ ନୌକାରେ ବସାଇ ନାବପୂଜା କରାଯାଏ। ଭଦ୍ରକର ପ୍ରାୟ ସବୁ ଗାଁରେ ଘୋଡ଼ାନାଚ, ପାଟୁଆ ନାଚ ଓ ଉଡ଼ାଣ ପର୍ବ ଯାହା ଚଡ଼କପର୍ବପରି (ନିଜ ଦେହରେ କଣ୍ଟା ଫୋଡ଼ି ଝୁଲିବା) ଆଦି ପାଳନ କରାଯାଏ । ପାଲା ଓ ଦାସ କାଠିଆ ପାଲା ଓ ଦାସକାଠିଆ ପରି ଲୋକକଳାରେ ଭଦ୍ରକ ଜିଲ୍ଲା ସମୃଦ୍ଧ। ପୌରାଣିକ ଆଖ୍ୟାନ ସହିତ ସାମ୍ପ୍ରତିକ ଲୋକ ଚଳଣିର ମିଶ୍ରଣ କରି ମନୋରଞ୍ଜକ ଢ଼ଙ୍ଗରେ ପରିବେଷଣ କରିବା ଏଇ ଲୋକକଳାର ବିଶେଷତ୍ତ୍ୱ। ସତ୍ୟପୀର ପାଲା ଭଦ୍ରକର ସତ୍ୟପୀର ପାଲାର ନଜିର ସାରା ଦେଶରେ ଦେଖିବାରୁ ମିଳେ ନାହିଁ। ଏହା ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମନ୍ୱୟ ପ୍ରତିଷ୍ଠା କରିଥାଏ। ସାଧାରଣତଃ ନବଜାତକର ଏକୋଇଶିଆ (ଜନ୍ମର ଏକୋଇଶ ଦିନ)ରେ ଅଥବା କାହାରି ଜନ୍ମଦିନରେ ଏହା ଆୟୋଜିତ ହୋଇଥାଏ । ଏହାର ବିଶେଷତ୍ତ୍ୱ ହେଉଛି ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ପରମ୍ପରା ଅନୁସାରେ କଳସ ଓ ଚାମର ସ୍ଥାପନା କରି ପଞ୍ଚଦେବତା ପୂଜା କରିଥାଏ ଓ ଅନ୍ୟ ଦେବଦେବୀଙ୍କର ବନ୍ଦନା ଗାଇଥାଏ, ନୈବେଦ୍ୟ ଅର୍ପଣ କରିଥାଏ। କଳାକାର ଉପାଧିପ୍ରାପ୍ତ ପାଲାଗାୟକ : ଅନିରୁଦ୍ଧ ପାଣିଗ୍ରାହୀ, ଭଣ୍ଡାରୀପୋଖରୀ, ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ, ଧୁଷୁରୀ, ଯିଏ ଓଡ଼ିଶା ଓ ଓଡ଼ିଶା ବାହାରେ ପାଲା ପରିବେଷଣ କରିଛନ୍ତି। ପଦ୍ମପୁରର ଦୃଷ୍ଟିହୀନ ପାଲାଗାୟକ ଅମର ନାୟକ, ଗୋପବନ୍ଧୁ ଦାସ, ରାହାଞ୍ଜ, ଦୁଃଶାସନ ବାରିକ, ଚରମ୍ପା, ଧ୍ରୁବଚରଣ ସେନାପତି, ମଞ୍ଜୁରୀ ରୋଡ। ଦାସକାଠିଆରେ ଭଦ୍ରକ ଜିଲ୍ଲାରୁ ଯେଉଁ କେତେଜଣ ପ୍ରତିଭାଶାଳୀ ନିଜ କୃତିତ୍ୱର ପରିଚୟ ଦେଇଛନ୍ତି, ସେମାନଙ୍କ ଭିତରୁ ରାଣୀତାଲର ରବୀନ୍ଦ୍ର ବାରିକ ଓ କୁରୁଆ ଗ୍ରାମରେ ଭାଗିରଥୀ ବାରିକ ଅନ୍ୟତମ। ଆଶ୍ରମ ଓ ଅନୁଷ୍ଠାନ ହରେକୃଷ୍ଣ ମହତାବଙ୍କଦ୍ୱାରା ୧୯୩୧ ମସିହାରେ ଆଗରପଡ଼ାଠାରେ ଗାନ୍ଧୀ କର୍ମମନ୍ଦିର ଗୁଜରାଟର ବିଶିଷ୍ଟ ଗାନ୍ଧିବାଦୀ ଜୀବନରାମ କଲ୍ୟାଣଜୀ କୋଠାରୀଙ୍କ ଦାନରେ ଗରଦପୁରର ଗାନ୍ଧୀ ବାଳାଶ୍ରମ ଭଣ୍ଡାରୀପୋଖରୀର କୁମ୍ଭାରିଆ ଆଶ୍ରମ ସାହିତ୍ୟ ସଂସ୍କୃତି ଓ କଳାର ବିକାଶ ପାଇଁ ଗଢ଼ି ଉଠିଥିବା ଅନ୍ୟାନ୍ୟ ଅନୁଷ୍ଠାନ: ଚାନ୍ଦବାଲିର ପୂଜ୍ୟପୂଜା ସଂସଦ, ଭଦ୍ରକ ପୂଜ୍ୟପୂଜା ସଂସଦ, ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ, ରାମେଶ୍ୱର ସାହିତ୍ୟ ସଂସଦ, ରାନ୍ଦିଆ, ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ, ଚିନ୍ତା ଓ ଚେତନା, ଶାରଦା ବିହାର ଟ୍ରଷ୍ଟ, ଭଦ୍ରକ ଲେଖକ ସାମ୍ମୁଖ୍ୟ, ଭଦ୍ରକ ଗବେଷଣା ପରିଷଦ ଇତ୍ୟାଦି। ପର୍ଯ୍ୟଟନ ସ୍ଥଳ ରକ୍ତ ତୀର୍ଥ ଇରମ, ବାସୁଦେବପୁର, ଏହାକୁ ଓଡ଼ିଶାର ଜାଲିଆନାୱାଲାବାଗ ବୋଲି ମଧ୍ୟ କୁହାଯାଏ। ଏଠାରେ ପାଖାପାଖି ୩୦ ଜଣ ସ୍ୱାଧୀନତା ସଂଗ୍ରାମୀ ବ୍ରିଟିଶ ସରକାର ବିରୋଧରେ ଲଢ଼ି ସ୍ୱାଧୀନତା ପାଇଁ ପ୍ରାଣ ବଳି ଦେଇଥିଲେ । ଆଖଣ୍ଡଳମଣି ମନ୍ଦିର, ଆରଡ଼ି ସିନ୍ଦୁକେଶ୍ୱର ମନ୍ଦିର, ଅଣିଜୋ ଚାନ୍ଦବାଲି ଧାମରେଈ ମନ୍ଦିର ଧାମରା ପ୍ରସନ୍ନ ଖେମେଶ୍ୱର ମନ୍ଦିର, ବାସୁଦେବପୁର ମକର ମେଳା - ବାହାଦୁଲ ନଗର ମା କାଳୀତ୍ରା ପୀଠ - ବାରିକପୁର ଧାମନଗରସ୍ଥିତ ହୋଜୁର ମୋଜାହିଦ୍-ଏ-ମିଲ୍ଲତ ବାବା (ଖାନକା ସରିଫ ପୀଠ) ଭଦ୍ରକ ଚାନ୍ଦବାଲି ରୋଡ ସରକାର ନଗରସ୍ଥିତ ଖାନକା ସରିଫ ପୀଠ (ବଡ଼ ସରକାର ବାବା ଏବଂ ସାନ ସରକାର ବାବା)ଙ୍କ ପୀଠକୁ ଦେଶର କୋଣ ଅନୁକୋଣରୁ ଅନେକ ଭକ୍ତ ଆସନ୍ତି । ଶିଳ୍ପ ଫେକର: ଏହା ଦେଶର ଏକ ପ୍ରମୁଖ ଫେରୋକ୍ରୋମ ଉତ୍ପାଦନ କରୁଥିବା କାରଖାନା। ଭବିଷ୍ୟତ କାର୍ଯ୍ୟ ଯୋଜନା ଭଦ୍ରକ ଜିଲ୍ଲାର ଧାମରାର ଚାରିଡ଼ିହାଠାରେ ଓଡ଼ିଶାର ପ୍ରଥମ ଜାହାଜ ତିଆରି କାରଖାନା ପ୍ରତିଷ୍ଠିତ ହେବାର ଅଛି। ଏହା ପୂର୍ବଭାରତେର ପ୍ରଥମ ପ୍ରାଇଭେଟ ସଂସ୍ଥା ହେବ। ଅପିଜୟ ସୁରେନ୍ଦ୍ର ଗ୍ରୁପ ଓ ଭାରତ ସିପୟାର୍ଡ ଲିମିଟେଡ୍ ଏହି ଆଧୁନିକତମ ଜାହାଜ ତିଆରି କାରଖାନାକୁ ୨୨୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରି ମିଳିତ ଭାବେ ଗଢିବେ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୯୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ ହୋଇଛି। ଭଦ୍ରକରେ ୪୮୦୦ କୋଟି ଟଙ୍କାର ୧୧୦୦ ମେଗାୱାଟ୍ ଶକ୍ତି ସମ୍ପନ୍ନ କାରଖାନା ପ୍ରସ୍ତୁତି ପାଇଁ ବିଶାଖା ପ୍ରସ୍ତାବ ଦେଇଛି। ୱେଲସ୍ପନ ପାୱାର ଏଣ୍ଡ ଷ୍ଟିଲ୍ ଲିଃ. ଧାମରାଠାରେ ଏକ ଲୌହ ପରିଶୋଧନ କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେିଇଛନ୍ତି। ଏହି କମ୍ପାନୀ ଆଗରୁ ୬୧୦୩.୮୦ କୋଟି ଟଙ୍କାର ଏକ ଇଷ୍ପାତ କାରଖାନା ଟାଙ୍ଗୀଠାରେ ପ୍ରତିଷ୍ଠା କରିବାପାଇଁ ଆଗରୁ ମଞ୍ଜୁରି ପାଇ ସାରିଛନ୍ତି। ମହାନ ବ୍ୟକ୍ତିବିଶେଷ ସାଧୁସନ୍ଥ ନାମାଚାର୍ଯ୍ୟ ବୈଷ୍ଣବ ନଣ୍ଡା ବାବା, ଯାହାଙ୍କ ଜୀବନ ଅନେକ ଅଲୌକିକ କିମ୍ବଦନ୍ତୀରେ ପରିପୂର୍ଣ୍ଣ। ପଞ୍ଚୁଟିକ୍ରି ଓ ଉଗ୍ରତରାରେ ତାଙ୍କର ଦୁଇଟି ଆଶ୍ରମ ରହିଛି। ସେ ଶ୍ରୀଚୈତନ୍ୟ ଓ ପ୍ରଭୁ ନିତ୍ୟାନନ୍ଦଙ୍କ ସମ୍ପ୍ରଦାୟର। ଗୋବିନ୍ଦଦାସ ବାବାଜୀ ମହମ୍ମଦ ହବିବୁର ରହେମାନ ମୋଜାହିଦ-ଏ-ମିଲ୍ଲତ, ଧାମନଗରର ଏକ ସାମନ୍ତ ପରିବାରରେ ଜନ୍ମିତ, କିନ୍ତୁ ଜଗତର ଉଦ୍ଧାର ଏବଂ ଲୋକ କଲ୍ୟାଣ ପାଇଁ ସବୁକିଛି ତ୍ୟାଗ କରି ଜନ ସେବା ଆଉ ଶିକ୍ଷାଦାନରେ ଜୀବନକୁ ଜନହିତରେ ଉତ୍ସର୍ଗ କରିଥିଲେ। ସରକାର ସୟଦ ନସିମ ଅଖତର କାଦରୀ ବଡ଼ ସରକାର ବାବା ବିହାର ପ୍ରଦେଶରୁ ଆସିଥିଲେ। ଭଦ୍ରକ ସହର ଅନ୍ତର୍ଗତ ଇସଫପୁର ମୌଜା ଅନ୍ତର୍ଗତ ସେଖସାହି ଅଞ୍ଚଳରେ ଏକ ଜିରଜିନ୍ନ ମସଜିଦକୁ ପୁନରୁଦ୍ଧାର କରି ସେଠାରେ ଅବସ୍ଥାପନ କରି ପ୍ରତେହ ନିଜର ଅଲୌକିକ ଶକ୍ତିଦ୍ୱାରା ଅନେକ ଲୋକଙ୍କ ସେବା କରୁଥିଲେ। ଜାତି, ଧର୍ମ, ବର୍ଣ୍ଣ, ଗୋତ୍ର ନିର୍ବିଶେଷରେ ସମସ୍ତେ ତାଙ୍କ ଆଶୀର୍ବାଦ ପାଉଥିଲେ ଏବଂ ଭକ୍ତ ମନେ ତାଙ୍କୁ ଶ୍ରଦ୍ଧାରେ ବଡ଼ ସରକାର ବାବା ବୋଲି ସମ୍ବୋଧିତ କରୁଥିଲେ। ସରକାର ସୟଦ ଓସିମ୍ ଅଖତର କାଦରୀ ସାନ ସରକାର ବାବା ବଡ଼ ସରକାର ବାବାଙ୍କ ସାନ ଭାଇଙ୍କୁ ସମସ୍ତେ ସାନ ସରକାର ବାବା ବୋଲି ସମ୍ବୋଧିତ କରୁଥିଲେ। ସେ ଉର୍ଦ୍ଧୁ ସାହିତ୍ୟର ସାଧନାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ସର୍ବଦା ଯୁବ ପୀଢ଼ି ମାନଙ୍କୁ ସମସ୍ତ କ୍ଷେତ୍ରରେ ଆଗକୁ ଆସିବା ପାଇଁ ପ୍ରେରଣା ଦେଉଥିଲେ। ତାଙ୍କ ମତରେ ଶିକ୍ଷାର ଗ୍ରହଣ କରିବା ହେଉଛି ପ୍ରତିଟି ମଣିଷର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ। ସେ ତାଙ୍କ ଜୀବନ କାଳରେ ଅନେକ ସଂଗଠନ, ଅନୁଷ୍ଠାନ, ଇତ୍ୟାଦି ଗଠନ କରିଥିଲେ, ତନ୍ମଧ୍ୟରୁ ଅଖିଳ ଭାରତୀୟ ଦୁଃଖୀ ସମାଜ, ଭଦ୍ରକ ଏଡୁକେସନ ଫୋରମ୍ ଅନ୍ୟତମ। ଅଖିଳ ଭାରତୀୟ ଦୁଃଖୀ ସମାଜ ଆନୁକୁଲ୍ୟରେ ଏକ ଆମ୍ବୁଲାନ୍ସ ସେବା, ପ୍ରତି ବର୍ଷ ସାନ ସରକାର ବାବାଙ୍କ ଜନ୍ମ ଦିନ (୨୪ ଜାନୁଆରୀ)ରେ ଭଦ୍ରକ, ବାଲେଶ୍ୱର, ସୋର, ଆଦି ଅଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଉଅଛି । ତାଙ୍କ ସମାଧି (ମଜାର ସରିଫ) ଭଦ୍ରକ ସରକାର ନଗରଠାରେ ଅବସ୍ଥିତ । ସ୍ୱାଧୀନତା ସଂଗ୍ରାମୀ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀମାନେ ହେଲେ- ହରେକୃଷ୍ଣ ମହତାବ, ମହମ୍ମଦ ହନିଫ୍, ନୀଳମଣି ରାଉତରାୟ, ଗୋକୁଳାନ୍ଦ ମହାନ୍ତି, ଚକ୍ରଧର ବେହେରା, ଭାଗବତ ସାହୁ, ମୂରଲୀଧର ଜେନା, ରାମଚନ୍ଦ୍ର ବେହୁରା, ହୃଦାନନ୍ଦ ମଲ୍ଲିକ, କମଳାକାନ୍ତ କର, ଗୌରଚନ୍ଦ୍ର ମହାପାତ୍ର, ଗୌରାଙ୍ଗ ଚରଣ ମହାନ୍ତି, ମୁନସୀ ଅବଦୁଲ ଗନି। କଳାକାର ବିଭିନ୍ନ କଳା କ୍ଷେତ୍ରରେ ଭଦ୍ରକ ଅଧିବାସୀମାନଙ୍କର ଦାନ ଅତୁଳନୀୟ। ଏ ଦିଗରେ କେତେକ ବିଶେଷ ବ୍ୟକ୍ତି ବିଶେଷଙ୍କ ନାମ ନିମ୍ନରେ ଦିଆଗଲା: ମୋହନ ସୁନ୍ଦର ଦେବ ଗୋସ୍ୱାମୀ: ଓଡ଼ିଶାର ପ୍ରଥମ କଥାଚିତ୍ର ସୀତା ବିବାହ (୧୯୩୪-୩୬)ର ପ୍ରଯୋଜକ । ଉଦୟନାଥ ସାହୁ : ଏକକ ଅଭିନୟ। ସୁବାଷ ଦାସ : ସଙ୍ଗୀତ କ୍ଷେତ୍ରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ। ସୁବାସରାମ ସଙ୍ଗୀତକାର ଓ ପଞ୍ଚାନନ ନାୟକ : ଆଧୁନିକ ଗୀତିକାର। ମନମୋହନ ସାବତ, ଜଗବନ୍ଧୁ ସାହୁ, ମୁରଲୀଧର ଗିରି, ବନମାଳୀ ସେଠୀ, ପ୍ରଫୁଲ୍ଲ ନାୟକ, ରୁଦ୍ରମାଧବ ବାରିକ : ସଂଗୀତ ସାଧକ ନିରଞ୍ଜନ ନାୟକ : ନୃତ୍ୟ ରାମହରି ମହାନ୍ତି: ସିତାର ନାରାୟଣ ଚନ୍ଦ୍ର ସାହୁ : ତବଲା ହରିହର ସାହୁ : ବେହେଲା ଚିତ୍ରଶିଳ୍ପୀ ରବିନାରାୟଣ ନାୟକ ଧର୍ମପଦ ପୁରସ୍କାର ପ୍ରାପ୍ତ ଅନ୍ୟାନ୍ୟ ଚିତ୍ର ଶିଳ୍ପୀମାନେ ହେଲେ ନିଜାମ, କଳାଶିକ୍ଷକ ଅଶୋକ କୁମାର ମହାନ୍ତି, ସୁଶାନ୍ତ କୁମାର ନାୟକ ଓ ଚୁଡ଼ାମଣି। ଦିଲ୍ଲୀପ ଖୁଣ୍ଟିଆ: ବ୍ୟଙ୍ଗଚିତ୍ର ଶିଳ୍ପୀ ସାହିତ୍ୟିକ ଗୋଟିଏ ନାଟକରେ ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷା ପ୍ରୟୋଗ କରି ସମଗ୍ର ଭାରତରେ ଅଦ୍ୱିତୀୟ କବି ଭାବରେ ପରିଚିତ ବଂଶୀ ବଲ୍ଲଭ ଗୋସ୍ୱାମୀ। ଆଉ କେତେଜଣ ଆଗଧାଡ଼ିର ସାହିତ୍ୟ କାରମାନେ ହେଲେ, କବିଶେଖର ଚିନ୍ତାମଣି ମହାନ୍ତି, ଚାରଣକବି ବାଞ୍ଛାନିଧି ମହାନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ଗୌରଚନ୍ଦ୍ର ମହାପାତ୍ର, ହରେକୃଷ୍ଣ ମହତାବ, ପୋଥି ବିଶାରଦ ନୀଳମଣି ମିଶ୍ର, କୃଷ୍ଣ ଚରଣ ବେହେରା। ଉର୍ଦ୍ଦୁ ସାହିତ୍ୟରେ ପ୍ରବୀଣ ସଂସ୍କାରବାଦୀ ଓ ଇଶ୍ୱରବିଶ୍ୱାସୀ କବି ହାଜିମୌଲା ବଖସ୍ (ଖ୍ରୀ:୧୮୫୮) ଲେଖିଛନ୍ତି, ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଈଶ୍ୱର ସମସ୍ତଙ୍କୁ ପ୍ରେମ କରନ୍ତି ଓ ସମସ୍ତଙ୍କଠାରୁ ପ୍ରେମ ଚାହାନ୍ତି । ତାଙ୍କ ଭାଷାରେ ଖୁଦା କା ଇଶ୍ମ ହୈ ଇଶ କେ ରସୁଲିଲ୍ଲା ହାଃ କହତେ ହୈ ୟେ ୱହ ମଞ୍ଜିଲ ହୈ ସବ୍ ଜିସ୍କୁ ଫନାଫିଲ୍ଲା କହତେ ହୈ। ସେ ଉର୍ଦ୍ଦୁ ଅକ୍ଷରରେ ପୁସ୍ତକ ପ୍ରକାଶନ ପାଇଁ ପ୍ରଥମେ ଛାପାଖାନା ସ୍ଥାପନ କରିଥିଲେ। ବେତାର ଗୀତିକାର ନରସିଂହ ମହାପାତ୍ର, ଭଗବାନ ନାୟକ ବର୍ମା, ଡଃ କୀର୍ତ୍ତନ ନାରାୟଣ ପାଢ଼ୀ, ଡଃ ଖଗେନ୍ଦ୍ରନାଥ ମଲ୍ଲିକ, ଅପୂର୍ବ ରଞ୍ଜନ ରାୟ, ଇଂ ଅରୁଣ କୁମାର ପାତ୍ର, ନିର୍ମଳ ରାଉତ, ପିତାମ୍ବର ମିଶ୍ର, ଇଂ ଅଭୟ ସୂତାର। ନାଟକ ଓ ଅଭିନୟ ଶ୍ୟାମସୁନ୍ଦର ମହାପାତ୍ର, ଗଣକବି ବୈଷ୍ଣବ ପାଣି, ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ନାଟ୍ୟ ଭୁଷଣ ଉମାକାନ୍ତ ବେହେରା, ନବ କିଶୋର ବେହେରା, ସୁଧାଂଶୁ ଶେଖର ନାୟକ ଇତ୍ୟାଦି ଏ ଦିଗରେ ଅଗ୍ର ସ୍ମରଣୀୟ। ରାଜନୀତିଜ୍ଞ ମୌଲବି ଅବଦୁସ୍ ଶୋଭନ୍ ଖାଁ, ଭଦ୍ରକରୁ ପ୍ରଥମ ମନ୍ତ୍ରୀ ଯିଏକି ଏକ ସମୟରେ ରାଜସ୍ୱ, ସ୍ୱାସ୍ଥ୍ୟ, ଆଇନ ଓ ବାଣିଜ୍ୟ ବିଭାଗ ପାଇଥିଲେ। ଡଃ ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ନୀଳମଣି ରାଉତରାୟ ଓ ନବକୃଷ୍ଣ ଚୌଧୁରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ସାହୁ ଜାତୀୟ ରାଜନୀତିରେ ଅଂଶଗ୍ରହଣ କରିବାରେ ଭଦ୍ରକରୁ ପ୍ରଥମ। |
ଅନନ୍ତ କୁମାର ପଣ୍ଡା (୦୧ ନଭେମ୍ବର ୧୯୩୪-୧୫ ଫେବୃଆରୀ ୨୦୧୭), ବାଲେଶ୍ୱର ଜିଲ୍ଲାର ଭୋଗରାଇଠାରେ ଜନ୍ମିତ ଜଣେ ଭାସ୍କର୍ଯ୍ୟ ଶିଳ୍ପୀ ଥିଲେ । ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ନିପୁଣତା ପାଇଁ, ତାଙ୍କୁ ଧର୍ମପଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଭାସ୍କର୍ଯ୍ୟ କଳା ବ୍ୟତିତ ତୈଳଚିତ୍ର, ଅଭିନୟ ଓ ଗଳ୍ପରଚନା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ବିଭବ ଥିଲା । ଜୀବନୀ ଅନନ୍ତ, ୧୯୩୪ ମସିହାରେ ଭୋଗରାଇଠାରେ ଜନ୍ମଗ୍ରହଣ କରିଥିଲେ । ଯୁବାବସ୍ଥାରୁ ସେ କଳା, ଅଭିନୟ ଓ ଛାତ୍ର ରାଜନୀତି ସହିତ ସଂଶ୍ଳିଷ୍ଟ ରହିଥିଲେ । ଫକୀର ମୋହନ କଲେଜରେ ପାଠ ପଢ଼ିବା ବେଳେ, ମାଣିକ ଯୋଡ଼ି ନାଟକରେ ନାରୀ ଭୂମିକାରେ ଅଭିନୟ କରି, ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଥିଲେ । ସେ ୧୯୫୯ ମସିହାରେ ଶାନ୍ତି ନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ କଳାରେ ଡିପ୍ଲୋମା କରିଥିଲେ । ପ୍ରଥମ ଓଡ଼ିଆ ଭାବରେ ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଛାତ୍ରସଂଘର କାର୍ଯ୍ୟକାରୀ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ସେ ବାଲେଶ୍ୱର ଜିଲ୍ଲା ଛାତ୍ର ସଂଘର ସଭାପତି, ଭାରତୀୟ ଗଣତାନ୍ତ୍ରିକ ଯୁବ ଫେଡେରେସନର ସଭ୍ୟ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୭ ମସିହା ଫେବୃଆରୀ ୧୫ତାରିଖରେ ତାଙ୍କର ନିଧନ ହୋଇଥିଲା । |
ଥାଇ ଗ୍ରୀନ୍ କରି ବା ଥାଇ ସାଗୁଆ ତରକାରୀ (ଇଂରାଜୀରେ ବା କେବଳ ) ମଧ୍ୟ ଥାଇଲ୍ୟାଣ୍ଡରେ ପ୍ରସ୍ତୁତ ହେଉଥିବା ଏକ ସାଗୁଆ ରଙ୍ଗର ତରକାରୀ । ଥାଇ ଭାଷାରେ ଏହି ତରକାରୀର ନାମ ହେଉଛି (କାଏଂଗ୍ ଖ୍ୟାଓ ୱାନ୍) ଯାହାର ଅର୍ଥ ମିଠା ସାଗୁଆ ତରକାରୀ । ନାମକରଣ ଏହି ତରକାରୀର ନାମ ତାହାର ରଙ୍ଗକୁ ଭିତ୍ତି କରି ଏପରି ଦିଆଯାଇଛି । ତରକାରୀର ସାଗୁଆ ରଙ୍ଗ ମୁଖ୍ୟତଃ କଞ୍ଚା ଲଙ୍କା ଯୋଗୁଁ ଆସିଥାଏ । ଥାଇ ନାମରେ ରହିଥିବା ୱାନ୍ ଶବ୍ଦର ଅର୍ଥ ମିଠା ଏବଂ ଏହି ମିଠା ଶବ୍ଦଟି ସାଗୁଆ ରଙ୍ଗ ପାଇଁ ଯୋଡ଼ାଯାଇଛି । ଏହି ତରକାରୀର ମିଠା ସ୍ୱାଦ ନଥାଏ ତେଣୁ ତାହା ପାଇଁ ମିଠା ଶବ୍ଦ ବ୍ୟବହୃତ ହୋଇନଥାଏ । ଏହି ଥାଇ ତରକାରୀରେ ନଡ଼ିଆ କ୍ଷୀର ଓ କଞ୍ଚା ଲଙ୍କା ମିଶୁଥିବାରୁ ଏହାର ରଙ୍ଗ କ୍ରିମ୍ ପରି ଫିକା ସାଗୁଆ ରଙ୍ଗର ହୋଇଥାଏ । ଥାଇ ଭାଷାରେ ଏହି ରଙ୍ଗକୁ "ମିଠା ସାଗୁଆ " ରଙ୍ଗ ବୋଲି କୁହାଯାଏ । ଏହାର ଉପାଦାନ ସବୁବେଳେ ଏକା ନହୋଇପାରେ । ଏହି ତରକାରୀ ଅନ୍ୟ ଥାଇ ତରକାରୀଙ୍କଠାରୁ ମିଠା ନୁହେଁ, କିନ୍ତୁ ଅଳ୍ପ ରାଗ ଥାଇ ଲାଲ୍ ତରକାରୀଙ୍କ ତୁଳନାରେ ଏହା ଅଧିକ କଡ଼ା । ତେବେ ମସଲାର କଡ଼ାପଣରେ ତାରତମ୍ୟ ରହିପାରେ । ରାଜା ରାମ (ଷଷ୍ଠ) କିମ୍ବା ରାଜା ରାମ (ସପ୍ତମ)ଙ୍କ ରାଜୁତି କାଳରେ (୧୯୦୮-୧୯୨୬ ମଧ୍ୟରେ) ଏହି ତରକାରୀର ରାନ୍ଧଣା ଆବିଷ୍କୃତ ଓ ବିକଶିତ ହୋଇଥିଲା । ଆବଶ୍ୟକୀୟ ଉପାଦାନ କୌଣସି ଏକ ପୁଷ୍ଟିସାର ଜାତୀୟ ଖାଦ୍ୟ (ମାଛ, ମାଂସ) ସହିତ ଅନ୍ୟ ଆବଶ୍ୟକୀୟ ଉପାଦାନମାନ ହେଲେ ନଡ଼ିଆ କ୍ଷୀର, ସାଗୁଆ ବଟା ମସଲା, ତାଳ ଚିନି ଓ ମାଛରୁ ତିଆରି ସସ୍ । ଥାଇ ବାଇଗଣ, ଥାଇ ମଟର ବାଇଗଣ କିମ୍ବା ଅନ୍ୟାନ୍ୟ ସଜ ସବୁଜ ଓ ଧଳା ପରିବା ଏବଂ କେତେକ ଫଳ ମଧ୍ୟ ଏହି ତରକାରୀରେ ବ୍ୟବହୃତ ହୋଇପାରିବ । କେତେ ନଡ଼ିଆ କ୍ଷୀର ବ୍ୟବହୃତ ହେଉଛି ତାହା ଅନୁସାରେ ତରକାରୀ ଝୋଳ ମୋଟା ବା ପାଣିଆ ହୋଇଥାଏ । ହେମଦସ୍ତା ବା ଶିଳରେ କଞ୍ଚା ଲଙ୍କା, ଶାଲଟ୍ ପିଆଜ, ଅଦା, ଗାଲାଙ୍ଗଲ୍, ଶତବେଧୀ , କାଫିର୍ ଲେମ୍ବୁ ପତ୍ର ଓ ଲେମ୍ବୁ ଚୋପା, ଧନିଆ ଚେର, ଜୀରା, ଧଳା ଗୋଲମରିଚ, ଚିଙ୍ଗୁଡ଼ି ବଟା ମସଲା ଓ ଲୁଣ ଇତ୍ୟାଦିକୁ କୁଟି ବା ବାଟି ତରକାରୀ ପାଇଁ ସାଗୁଆ ରଙ୍ଗର ବଟା ମସଲା ପ୍ରସ୍ତୁତ କରାଯାଏ । ରନ୍ଧା ପଦ୍ଧତି ତେଲରେ ସାଗୁଆ ବଟା ମସଲା ଓ ଅଳ୍ପ ନଡ଼ିଆ କ୍ଷୀର ପକାଇ ମସଲା କଷାଯାଏ । ମସଲା ଭଲ ଭାବେ କଷା ହୋଇ ତେଲ ଛାଡ଼ିବା ଆରମ୍ଭ କଲେ ବଳକା ନଡ଼ିଆ କ୍ଷୀର, ଅନ୍ୟାନ୍ୟ ଉପାଦାନ, ଅଳ୍ପ ତାଳ ଚିନି ଓ ମାଛ ସସ୍ ଆଦି ମିଶାଇ ଦିଆଯାଏ । ତରକାରୀ ଭଲ ଭାବେ ଫୁଟି ପ୍ରସ୍ତୁତ ହୋଇଯିବା ପରେ ଏହା ଉପରେ କଟା ମରିଚ, ଲେମ୍ବୁ ପତ୍ର ପ୍ରଭୃତି ପକାଇ ସଜାଇ ଦିଆଯାଏ । ବିଭିନ୍ନ ସାମୁଦ୍ରିକ ଜୀବଙ୍କୁ ବ୍ୟବହାର କରି ପ୍ରସ୍ତୁତ ସାଗୁଆ ତରକାରୀରେ ଥାଇ ତୁଳସୀ, ବଣୁଆ ଅଦା ଇତ୍ୟାଦି ପକାଇ ସଜା ଯାଇଥାଏ । ବଢ଼ା ଗ୍ରୀନ୍ କରିକୁ ମୁଖ୍ୟତଃ ଭାତ ସହିତ ଖିଆଯାଇଥାଏ । ତେବେ ଖାନୋମ୍ ଚିନ୍ ଚାଉଳ ନୁଡୁଲ୍ସ ସହିତ ମଧ୍ୟ ଏହି ତରକାରୀକୁ ଖାଇହେବ । ସାଗୁଆ ମାଂସ ତରକାରୀର ଝୋଳ ମୋଟା ହୋଇଥିଲେ ଏହାକୁ ରୁଟି ସହିତ ମଧ୍ୟ ଖିଆଯାଇ ପାରିବ । ମାଲେସିଆରେ ମିଳୁଥିବା ରୋଟି କାନାଇ ସହିତ ମଧ୍ୟ ଏହି ତରକାରୀ ପରଷା ଯାଇଥାଏ । |
ପଦାର୍ଥ ବିଜ୍ଞାନ ହେଉଛି ପ୍ରାକୃତିକ ବିଜ୍ଞାନ ଯାହା ପଦାର୍ଥ, ଏହାର ମୌଲିକ ଉପାଦାନ, ସ୍ଥାନ ଏବଂ ସମୟ ମାଧ୍ୟମରେ ଏହାର ଗତି, ଆଚରଣ ଏବଂ ଶକ୍ତି ସମ୍ବନ୍ଧୀୟ ବିଷୟରେ ଅଧ୍ୟୟନ କରେ ପଦାର୍ଥ ବିଜ୍ଞାନ ହେଉଛି ଅନ୍ୟତମ ମୌଳିକ ବୈଜ୍ଞାନିକ ଶାସ୍ତ୍ର, ଏହାର ମୂଳ ଲକ୍ଷ୍ୟ ହେଉଛି ବ୍ରହ୍ମାଣ୍ଡ କିପରି ବ୍ୟବହାର କରେ ତାହା ବୁଝିବା। ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଶେଷଜ୍ଞଥିବା ଜଣେ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନୀ କୁହାଯାଏ। ପଦାର୍ଥ ବିଜ୍ଞାନ ହେଉଛି ପୁରାତନ ଏକାଡେମିକ୍ ଶାସ୍ତ୍ର ଏବଂ ଏହାର ଜ୍ୟୋତିର୍ବିଜ୍ଞାନକୁ ଅନ୍ତର୍ଭୁକ୍ତ କରି ବୋଧହୁଏ ପୁରାତନ । ବିଗତ ଦୁଇ ସହସ୍ର ବର୍ଷ ମଧ୍ୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ଗଣିତର କେତେକ ଶାଖା ପ୍ରାକୃତିକ ଦର୍ଶନର ଏକ ଅଂଶ ଥିଲେ, କିନ୍ତୁ ୧୭ଶ ଶତାବ୍ଦୀରେ ବୈଜ୍ଞାନିକ ବିପ୍ଳବ ସମୟରେ ଏହି ପ୍ରାକୃତିକ ବିଜ୍ଞାନଗୁଡ଼ିକ ନିଜସ୍ୱ ଅନୁସନ୍ଧାନ ପ୍ରୟାସ ଭାବରେ ଉଭା ହୋଇଥିଲେ। ପଦାର୍ଥ ବିଜ୍ଞାନ ଅନୁସନ୍ଧାନର ଅନେକ ଆନ୍ତର୍ବିଭାଗୀୟ କ୍ଷେତ୍ର ସହିତ ବିଚ୍ଛେଦ ହୁଏ, ଯେପରିକି ବାୟୋଫିଜିକ୍ ଏବଂ କ୍ୱାଣ୍ଟମ୍ ରସାୟନ, ଏବଂ ପଦାର୍ଥ ବିଜ୍ଞାନର ସୀମା କଠିନ ଭାବରେ ବ୍ୟାଖ୍ୟା କରାଯାଇ ନାହିଁ । ପଦାର୍ଥ ବିଜ୍ଞାନରେ ନୂତନ ଚିନ୍ତାଧାରା ପ୍ରାୟତଃ ଅନ୍ୟ ବିଜ୍ଞାନଦ୍ୱାରା ଅଧ୍ୟୟନ କରାଯାଇଥିବା ମୌଳିକ ଯନ୍ତ୍ରକୌଶଳକୁ ବ୍ୟାଖ୍ୟା କରେ ଏବଂ ଗଣିତ ଏବଂ ଦର୍ଶନ ପରି ଏକାଡେମିକ୍ ଶାସ୍ତ୍ରରେ ଅନୁସନ୍ଧାନର ନୂତନ ଉପାୟ ପରାମର୍ଶ ଦେଇଥାଏ ପଦାର୍ଥ ବିଜ୍ଞାନରେ ଅଗ୍ରଗତି ପ୍ରାୟତ ନୂତନ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତିକୁ ସକ୍ଷମ କରିଥାଏ ଉଦାହରଣ ସ୍ୱରୂପ, ବୈଦୁତିକ ଚୁମ୍ବକୀୟତା, କଠିନସ୍ଥିତ ପଦାର୍ଥ ବିଜ୍ଞାନ ଏବଂ ଆଣବିକ ପଦାର୍ଥ ବିଜ୍ଞାନର ଅଗ୍ରଗତି ସିଧାସଳଖ ନୂତନ ଉତ୍ପାଦର ବିକାଶକୁ ଆଗେଇ ନେଇଛି ଯାହା ଟେଲିଭିଜନ୍, କମ୍ପ୍ୟୁଟର, ଘରୋଇ ଉପକରଣ ଏବଂ ଆଣବିକ ଅସ୍ତ୍ର ଭଳି ଆଧୁନିକ ଯୁଗର ସମାଜକୁ ନାଟକୀୟ ରୂପେ ରୂପାନ୍ତରିତ କରିଛି; ଥର୍ମୋଡାଇନାମିକ୍ସର ଅଗ୍ରଗତି ଶିଳ୍ପାୟନର ବିକାଶକୁ ଆଗେଇ ନେଇଥିଲା; ଏବଂ ଯାନ୍ତ୍ରିକ କ୍ଷେତ୍ରରେ ଅଗ୍ରଗତି କାଲ୍କୁଲ୍ସର ବିକାଶକୁ ପ୍ରେରଣା ଦେଲା ଇତିହାସ "ପଦାର୍ଥ ବିଜ୍ଞାନ" ଶବ୍ଦ ପ୍ରାଚୀନ ଗ୍ରୀକରୁ ଆସିଛି: , ରୋମାନାଇଜଡ୍: , ଯାହାର ଅର୍ଥ "ପ୍ରକୃତିର ଜ୍ଞାନ" ପ୍ରାଚୀନ ଜ୍ୟୋତିର୍ବିଜ୍ଞାନ ଜ୍ୟୋତିର୍ବିଜ୍ଞାନ ହେଉଛି ପୁରାତନ ପ୍ରାକୃତିକ ବିଜ୍ଞାନ ମଧ୍ୟରୁ ଅନ୍ୟତମ ଖ୍ରୀଷ୍ଟପୂର୍ବ 3000 ପୂର୍ବରୁ ଆରମ୍ଭ ହୋଇଥିବା ସଭ୍ୟତା ଯେପରିକି ସୁମେରୀୟ, ପ୍ରାଚୀନ ଇଜିପ୍ଟୀୟ ଏବଂ ଇଣ୍ଡସ୍ ଉପତ୍ୟକା ସଭ୍ୟତା, ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରାମାନଙ୍କର ଗତି ବିଷୟରେ ଏକ ଭବିଷ୍ୟବାଣୀ ଜ୍ଞାନ ଏବଂ ଏକ ସଚେତନତା ଥିଲା ଦେବତାମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ତାରା ଏବଂ ଗ୍ରହମାନଙ୍କୁ ପ୍ରାୟତ ପୂଜା କରାଯାଉଥିଲା ଆସଗର ଆବାଙ୍କ ଅନୁଯାୟୀ, ମେସୋପୋଟାମିଆରେ ପାଶ୍ଚାତ୍ୟ ଜ୍ୟୋତିର୍ବିଜ୍ଞାନର ଉତ୍ପତ୍ତି ଦେଖିବାକୁ ମିଳେ ଏବଂ ସଠିକ ବିଜ୍ଞାନରେ ସମସ୍ତ ପାଶ୍ଚାତ୍ୟ ପ୍ରୟାସ ବାବିଲୋନିୟ ଜ୍ୟୋତିର୍ବିଜ୍ଞାନରୁ ଆସିଛି।ଇଜିପ୍ଟର ଜ୍ୟୋତିର୍ବିଜ୍ଞାନୀମାନେ ନକ୍ଷତ୍ର ଏବଂ ସ୍ୱର୍ଗୀୟ ଶରୀରର ଗତି ବିଷୟରେ ଜ୍ଞାନ ପ୍ରଦର୍ଶନ କରୁଥିବା ସ୍ମାରକଗୁଡିକ ଛାଡିଥିଲେ, ଯେତେବେଳେ ଗ୍ରୀକ୍ କବି ହୋମର ତାଙ୍କ ଇଲିଆଡ୍ ଏବଂ ଓଡ଼ିଶୀ ଭାଷାରେ ବିଭିନ୍ନ ସ୍ୱର୍ଗୀୟ ବସ୍ତୁ ବିଷୟରେ ଲେଖିଥିଲେ; ପରେ ଗ୍ରୀକ୍ ଜ୍ୟୋତିର୍ବିଜ୍ଞାନୀମାନେ ଉତ୍ତର ଗୋଲାର୍ଦ୍ଧରୁ ଦୃଶ୍ୟମାନ ହେଉଥିବା ଅଧିକାଂଶ ନକ୍ଷତ୍ର ପାଇଁ ଆଜି ମଧ୍ୟ ବ୍ୟବହୃତ ନାମଗୁଡିକ ପ୍ରଦାନ କରିଛନ୍ତି ପ୍ରାକୃତିକ ଦର୍ଶନ ପ୍ରାଚୀନ କାଳରେ (650 ଖ୍ରୀଷ୍ଟପୂର୍ବ - 480 ଖ୍ରୀଷ୍ଟପୂର୍ବ) ଗ୍ରୀସରେ ପ୍ରାକୃତିକ ଦର୍ଶନର ଉତ୍ପତ୍ତି ହୋଇଥିଲା, ଯେତେବେଳେ ଥାଲେସ୍ ପରି ପ୍ରାକ୍-ସୋକ୍ରାଟିକ୍ ଦାର୍ଶନିକମାନେ ପ୍ରାକୃତିକ ଘଟଣା ପାଇଁ ଅଣ-ପ୍ରାକୃତିକ ବ୍ୟାଖ୍ୟାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଘୋଷଣା କରିଥିଲେ ଯେ ପ୍ରତ୍ୟେକ ଘଟଣାର ପ୍ରାକୃତିକ କାରଣ ରହିଛି ସେମାନଙ୍କ ପର୍ଯ୍ୟବେକ୍ଷଣ ଯାଞ୍ଚ କରାଯାଇଥିବା ଧାରଣା ପ୍ରସ୍ତାବ ଦେଇଥିଲେ, ଏବଂ ସେମାନଙ୍କର ଅନେକ ଅନୁମାନ ପରୀକ୍ଷଣରେ ସଫଳ ପ୍ରମାଣିତ ହୋଇଥିଲା; ଉଦାହରଣ ସ୍ୱରୂପ, ଲ୍ୟୁସିପସ୍ ଏବଂ ତାଙ୍କ ଛାତ୍ର ଡେମୋକ୍ରାଇଟସଦ୍ୱାରା ପ୍ରସ୍ତାବିତ ହେବାର ପ୍ରାୟ 2000 ବର୍ଷ ପରେ ପରମାଣୁବାଦ ସଠିକ୍ ବୋଲି ଜଣାପଡିଛି ମଧ୍ୟଯୁଗୀୟ ୟୁରୋପୀୟ ଏବଂ ଇସଲାମିକ୍ ପାଶ୍ଚାତ୍ୟ ରୋମାନ ସାମ୍ରାଜ୍ୟ ପଞ୍ଚମ ଶତାବ୍ଦୀରେ ପତନ ହେଲା ଏବଂ ଏହାଦ୍ୱାରା ୟୁରୋପର ପଶ୍ଚିମ ଭାଗରେ ବ ବୋଦ୍ଧିକ ଅନୁସନ୍ଧାନ ହ୍ରାସ ପାଇଲା। ଅପରପକ୍ଷେ, ପୂର୍ବାଞ୍ଚଳ ରୋମାନ ସାମ୍ରାଜ୍ୟ (ବାଇଜାଣ୍ଟାଇନ୍ ସାମ୍ରାଜ୍ୟ ଭାବରେ ମଧ୍ୟ ଜଣାଶୁଣା) ବର୍ବରମାନଙ୍କ ଆକ୍ରମଣକୁ ପ୍ରତିରୋଧ କରିଥିଲା ଏବଂ ପଦାର୍ଥ ବିଜ୍ଞାନ ସମେତ ବିଭିନ୍ନ ଶିକ୍ଷାର କ୍ଷେତ୍ରକୁ ଅଗ୍ରଗତି କରିବାରେ ଲାଗିଲା ଷଷ୍ଠ ଶତାବ୍ଦୀରେ, ମିଲେଟସର ଇସିଡୋର ଆର୍କିମିଡିସ୍ କାର୍ଯ୍ୟଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ସଂକଳନ ସୃଷ୍ଟି କରିଥିଲେ ଯାହା ଆର୍କିମିଡିସ୍ ପଲିମ୍ପ୍ସେଷ୍ଟରେ ଲିପିବଦ୍ଧ୍ ହୋଇଛି ଅପ୍ଟିକ୍ସ ଏବଂ ଦର୍ଶନ କ୍ଷେତ୍ରରେ ସବୁଠାରୁ ଉଲ୍ଲେଖନୀୟ ଉଦ୍ଭାବନ ଥିଲା, ଯାହା ଇବ ସାହଲ, ଅଲ-କିଣ୍ଡି, ଇବନ ଅଲ-ହେଥାମ, ଅଲ-ଫାରିସି ଏବଂ ଆଭିସେନା ପରି ଅନେକ ବୈଜ୍ଞାନିକଙ୍କ କାର୍ଯ୍ୟରୁ ଆସିଥିଲା ସବୁଠାରୁ ଉଲ୍ଲେଖନୀୟ କାର୍ଯ୍ୟ ଥିଲା ଇବନ୍ ଅଲ-ହେଥାମଙ୍କଦ୍ୱାରା ଲିଖିତ ବୁକ୍ ଅଫ୍ ଅପ୍ଟିକ୍ସ (କିତାବ ଅଲ-ମାନ଼ଜିର ନାମରେ ମଧ୍ୟ ଜଣାଶୁଣା), ଯେଉଁଥିରେ ସେ ଦର୍ଶନ ବିଷୟରେ ପ୍ରାଚୀନ ଗ୍ରୀକ୍ ଧାରଣାକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଥିଲେ ଏବଂ ଏକ ନୂତନ ସିଦ୍ଧାନ୍ତ ଦେଇଥିଲେ । ଶାସ୍ତ୍ରୀୟ ପଦାର୍ଥ ବିଜ୍ଞାନ ଏକ ପୃଥକ ବିଜ୍ଞାନ ହୋଇଗଲା ଯେତେବେଳେ ପ୍ରାଥମିକ ଆଧୁନିକ ୟୁରୋପୀୟମାନେ ପରୀକ୍ଷାମୂଳକ ଏବଂ ପରିମାଣିକ ପଦ୍ଧତି ବ୍ୟବହାର କଲେ ଯାହା ବର୍ତ୍ତମାନ ପଦାର୍ଥ ବିଜ୍ଞାନର ନିୟମ ବୋଲି ବିବେଚନା କରାଯାଏ ଏହି ସମୟର ପ୍ରମୁଖ ବିକାଶଗୁଡିକ ହେଉଛି ସୋଉର ଜଗତ ଜିଓସେଣ୍ଟ୍ରିକ୍ ମଡେଲକୁ ହେଲିଓସେଣ୍ଟ୍ରିକ୍ କପର୍ନିକାନ୍ ମଡେଲ୍ ସହିତ ବଦଳାଇବା, ଗ୍ରହ ଶରୀରଗୁଡିକର ଗତିକୁ ନିୟନ୍ତ୍ରଣ କରୁଥିବା ନିୟମଗୁଡିକ 1609ରୁ 1619 ମଧ୍ୟରେ କେପଲରଙ୍କଦ୍ୱାରା ନିର୍ଣ୍ଣୟ କରାଯାଇଛି , ଟେଲିସ୍କୋପ ଉପରେ ଗାଲିଲିଓଙ୍କ ଅଗ୍ରଗାମୀ କାର୍ଯ୍ୟ ଏବଂ ପର୍ଯ୍ୟବେକ୍ଷଣକାରୀ ଜ୍ୟୋତିର୍ବିଜ୍ଞାନ ୧୬ଶ ଏବଂ ୧୭ଶ ଶତାବ୍ଦୀ, ଏବଂ ଆଇଜାକ୍ ନ୍ୟୁଟନ୍ ଆବିଷ୍କାର ଏବଂ ଗତି ଏବଂ ମାଧ୍ୟାକର୍ଷଣ ନିୟମର ଏକୀକରଣ ଯାହା ତାଙ୍କ ନାମ ବହନ କରିବାକୁ ଆସିବ ନ୍ୟୁଟନ୍ ମଧ୍ୟ ବିକଶିତ କରିଥିଲେ, କ୍ରମାଗତ ପରିବର୍ତ୍ତନର ଗାଣିତିକ ଅଧ୍ୟୟନ, ଯାହା ଶାରୀରିକ ସମସ୍ୟାର ସମାଧାନ ପାଇଁ ନୂତନ ଗାଣିତିକ ପଦ୍ଧତି ପ୍ରଦାନ କରିଥିଲା |
ଢେଙ୍କାନାଳ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଢେଙ୍କାନାଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି । ଇତିହାସ ଏହା ଗଡ଼ଜାତ ରାଜା ଢେ଼ଙ୍କ ଶବରଦ୍ୱାରା ସ୍ଥାପିତ ହୋଇଥିଲା ଭୂଗୋଳ ଢେଙ୍କାନାଳ ଜିଲ୍ଲାର ଉତ୍ତାର-ପୂର୍ବାଂଶରେ ପର୍ବତଶ୍ରେଣୀ ରହିଛି । ମାଲ୍ୟଗିରି ପର୍ବତ ଏହି ଅଂଶରେ ଅବସ୍ତିତ । ଜନଗଣନା ୨୦୧୧ ଜନଗଣନା ଅନୁସାରେ ଢେଙ୍କାନାଳ ଜିଲ୍ଲାର ଲୋକସଂଖ୍ୟା ୧୧,୯୨,୯୪୮ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୭୫,୭୧୪ ଓ ସହରାଞ୍ଚଳରେ ୧,୧୭,୨୩୪ ଲୋକ ବାସ କରନ୍ତି । ପୁରୁଷ: ୬,୧୨,୫୯୭ ମହିଳା: ୫,୮୦,୩୫୧ ଛ ବର୍ଷରୁ କମ: ୧,୩୨,୬୪୭ ସାକ୍ଷରତା ହାର ୭୯.୪୧% ପୁରୁଷ: ୮୭.୦୮% ମହିଳା: ୭୧.୪୦% ବିଭାଗ ଢେଙ୍କାନାଳ ଜିଲ୍ଲା, ୮ଟି ପ୍ରଶାସନିକ ବ୍ଳକ (୧୯୯ଟି ପଞ୍ଚାୟତ ଓ ୨୭ଟି ଜିଲ୍ଲା ପରିଷଦ ଆସନ)ରେ ବିସ୍ତ୍ରୃତ । ଓଡ଼ାପଡ଼ା: ୨୫ ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଜୋନ କଙ୍କଡ଼ାହାଡ଼: ୨୧ଟି ପଞ୍ଚାୟତ କାମାକ୍ଷାନଗର: ୨୦ଟି ପଞ୍ଚାୟତ ଗଁଦିଆ: ୨୭ଟି ପଞ୍ଚାୟତ ଢେଙ୍କାନାଳ:୨୭ଟି ପଞ୍ଚାୟତ (୩୮୩ ୱାର୍ଡ଼) ଓ ୪ଟି ଜିଲ୍ଲା ପରିଷଦ ପରଜଙ୍ଗ: ୨୬ ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଜୋନ ଭୁବନ: ୧୭ ପଞ୍ଚାୟତ (୨୫୪ୱାର୍ଡ଼) ଓ ୩ଟି ଜିଲ୍ଲା ପରିଷଦ ଆସନ ହିନ୍ଦୋଳ: ୩୬ଟି ପଞ୍ଚାୟତ ଓ ୪ଟି ଜିଲ୍ଲାପରିଷଦ ଜୋନ ପର୍ଯ୍ୟଟନ ସ୍ଥଳୀ କପିଳାସ ଶିବ ମନ୍ଦିର ଅନନ୍ତଶୟନ, ସରାଙ୍ଗ କପିଳାସ ଚିଡ଼ିଆଖାନା: କପିଳାସର ପାଦଦେଶରେ ୧୯୭୯ ମସିହା ଜାନୁଆରୀ ୨୬ ତାରିଖରେ ଉଦଘାଟିତ ହୋଇଥିବା ମୃଗବିହାର ବର୍ତ୍ତମାନ ଏକ କ୍ଷୁଦ୍ର ଚିଡ଼ିଆଖାନାରେ ପରିଣତ ହୋଇଛି । ଏଠାରେ ବିଭିନ୍ନ କିସମର ହରିଣ ସାଙ୍ଗକୁ ହାତୀ, କୁମ୍ଭୀର ଆଦି ୧୮ ପ୍ରକାରର ୧୮୮ଟି ପଶୁପକ୍ଷୀ ରହୁଛନ୍ତି । ଚିଡ଼ିଆଖାନା ପରିସରରେ ବିଭିନ୍ନ କିସମର ଦୋଳି ସାଙ୍ଗକୁ ସୁନ୍ଦର ବଗିଚା ମଧ୍ୟ ରହିଛି । କପିଳାସ ଅଭୟାରଣ୍ୟ: ଢେଙ୍କାନାଳ ଜିଲ୍ଲାର କପିଳାସ ସଂରକ୍ଷିତ ଜଙ୍ଗଲକୁ ୨୦୧୧ ଅପ୍ରେଲ ୨ତାରିଖରେ ଅଭୟାରଣ୍ୟ ଭାବେ ୱାଇଲ୍ଡ ଲାଇଫ ପକ୍ଷରୁ ଘୋଷଣା କରାଯାଇଛି । ୧୨,୫୫୯ ହେକ୍ଟର ପରିଧି ମଧ୍ୟରେ କପିଳାସ ଅଭୟାରଣ୍ୟ ରହିଛି । ଜଙ୍ଗଲରେ ହାତୀ, ସମ୍ବର, ବାରହା, ଝିଙ୍କ, ହେଟାବାଘ, ଭାଲୁ, କୁଟୁରା, ଠେକୁଆ, ଅଜଗର, କିଙ୍ଗ କୋବ୍ରା, କୋବ୍ରା, ଉଡ଼ନ୍ତା ମୂଷା, ସାରିଆପତନି, ଗୋଧି ଆଦି ଜୀବ ଜନ୍ତୁ ବହୁ ପରିମାଣରେ ଦେଖିବାକୁ ମିଳନ୍ତି । ଯୋରନ୍ଦା ସପ୍ତସଜ୍ୟା ରାମଚଣ୍ଡୀ ମନ୍ଦିର, ନାଧରା କୁଆଲୋ କନେକେଶ୍ୱର ମନ୍ଦିର ଦଣ୍ତଧର ବିଷ୍ଣୁ ମନ୍ଦିର ରାଜନୀତି ସୂଚନା: ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ * ଚିହ୍ନିତ ସଭ୍ୟମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳ ତରଫରୁ ନିର୍ବାଚନ ଜିତିଥିଲେ । |
ଶିଲଂ, ମେଘାଳୟ ରାଜ୍ୟର ରାଜଧାନୀ ଅଟେ। |
ମୌସଧି ବାଗ (ଜନ୍ମ: ୮ ମାର୍ଚ୍ଚ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ମୌସଧି ବାଗ ୧୯୬୦ ମସିହାର ମାର୍ଚ୍ଚ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କେଶବ ବାଗ ଓ ପତ୍ନୀଙ୍କ ନାମ ସେବତୀ ବାଗ । ରାଜନୈତିକ ଜୀବନ ମୌସଧି ବାଗ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେଡିର ପ୍ରତିନିଥି ଭାବରେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୮,୨୯୧ ଖଣ୍ଡ ଭୋଟ୍ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓଙ୍କୁ ୧୬,୦୯୮ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । |
୭୨୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
୧୦୨୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ମହେଶ ଶ୍ରୀନିବାସନ ଭୂପତି (୧୯୭୪ ଜୁନ ୭) ଭାରତୀୟ ଟେନିସ ତାରକା ।ଜାତୀୟ ସ୍ତରରେ ଅନେକ ସଫଳତା ପାଇବା ପରେ ୧୯୯୫ରେ ପେସାଦାର ଖେଳାଳୀ ଭାବେ ପଦାର୍ପଣ କରିଥିଲେ।ସିଙ୍ଗଲ୍ସରେ ତାଙ୍କୁ ଅଧିକ ସଫଳତା ମିଳି ନଥିଲା।ସେ ତିନିଥର ୱିମ୍ବେଲଡନ ଖେଳି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ବେଳେ ଡବଲ୍ସ ହିଁ ତାଙ୍କୁ ଆନ୍ତର୍ଜାତୀୟ ଖେଳାଳିର ମାନ୍ୟତା ଦେଇଥିଲା । ୧୯୯୭ମସିହାରେ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ସୃଷ୍ଟିକରିବା ପରେ ଆଉ ପଛକୁ ଫେରି ଚାହିଁନଥିଲେ।୯୦ ଦଶକର ଶେଷଭାଗ ଏବଂ ପରେ ଡବଲ୍ସ ଓ ମିକ୍ସ ଡବଲ୍ସରେ ଏକ ନମ୍ବର ଖେଳାଳୀଭବେ ମାନ୍ୟତା ପାଇଥିଲେ। ପାରିବାରିକ ଜୀବନ ମହେଶ ଭୂପତି ୧୯୭୪ ମସିହା ଜୁନ ୭ରେ ମାଡ୍ରାସ (ଚେନ୍ନାଇ)ଠାରେ ଜନ୍ମ ଗ୍ରହଣ କରିଥିଲେ । ମଡେଲ ଶ୍ୱେତା ଜୟଶଙ୍କରଙ୍କ ସହ ସାତ ବର୍ଷ ବୈବାହିକ ଜୀବନ ଅତିବାହିତ କରିବାପରେ ୨୦୦୧୧ରେ ବିବାହ ବିଚ୍ଛେଦ ଘଟିଥିଲା । ସେହି ବର୍ଷ ସେ ବଲିଉଡ ଅଭିନେତ୍ରୀ ଲାରା ଦତ୍ତଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ପ୍ରଦର୍ଶନ ଫ୍ରେଞ୍ଚ ଓପନରେ ୧୯୯୭ର ମିକ୍ସ ଡବଲ୍ସରେ ମହେଶ ଭୁପତି ଜାପାନର ରିକା ହିରାକୀଙ୍କୁ ସାଥି କରି ଏହି ମର୍ଯ୍ୟାଦାଜନକ ଟାଇଟଲ ଜିତିଥିଲେ। ଗ୍ରାଣ୍ଡସ୍ଲାମରେ ଯେ କୌଣସି ଟାଇଟଲ ଜିତିବା ଜଣେ ଭାରତୀୟଙ୍କ ପାଇଁ ଏହା ଥିଲା ପ୍ରଥମ ଅବସର । ଅବଶ୍ୟ ପୂର୍ବରୁ ରାମନାଥନ କ୍ରିଷ୍ଣନ୧୯୬୦ ଏବଂ ୧୯୬୧ରେ ଦୁଇଥର ୱିମ୍ବେଲଡନ ସିଙ୍ଗଲ୍ସ ସେମିଫାଇନାଲ ଖେଳିବା ଏବଂ ଲିଆଣ୍ଡର ପେସ ୧୯୯୬ ମସିହାରେ ଆଟଲାଣ୍ଟା ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିବା ଭାରତୀୟ ଟେନିସ ଜଗତ ପାଇଁଥିଲା ଶ୍ରେଷ୍ଠ ସଫଳତା । କିନ୍ତୁ ଯେ କୈଣସି ଗ୍ରାଣ୍ଡସ୍ଲାମରେ ପ୍ରଥମ ଟାଇଟଲ ଜିତି ମହେଶ ଭୂପତି ଭାରତ ପାଇଁ ସୃଷ୍ଟି କରିଥିଲେ ସଫଳତାର ନୂଆ ଅଧ୍ୟାୟ । ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଉଭୟ ଡବଲ୍ସ (ପୁରୁଷ ଏବଂ ମିକ୍ସଡ)ରେ ଭୂପତି ୧୨ଟି ଏବଂ ଲିଆଣ୍ଡର ପେସ ୧୩ଟି ଟାଇଟଲ ହାସଲ କରିଛନ୍ତି ।ଏହା ମଧ୍ୟରୁ ଭାରତ ପାଇଁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ମହେଶ ମିକ୍ସଡ ଡବଲ୍ସରେ ସର୍ବାଧିକ ୮ଟି ଟାଇଟଲ ଜିତିଛନ୍ତି । ଏହା ବ୍ୟତିତ ସେ ଚାରି ଥର ରନର୍ସ ଅଫ ମଧ୍ୟ ହେଇଛନ୍ତି । ଗ୍ରାଣ୍ଡସ୍ଲାମର ମିକ୍ସଡ ଡବଲ୍ସରେ ମହେଶଙ୍କର ପ୍ରାଧାନ୍ୟ ରହିଛି।ନିଜ କ୍ୟାରିଅରରେ ୯୦ଥର ବିଭିନ୍ନ ପ୍ରକାର ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଡବଲ୍ସ ଫାଇନାଲରେ ପ୍ରବେଶ କରିଥିବା ଭୂପତି ୫୦ଟି ଟାଇଟଲ ଜିତିଛନ୍ତି।ଏହା ମଧ୍ୟରେ ତାଙ୍କର ପାର୍ଟନର ଲିଆଣ୍ଡର ପେସ ଅଧିକ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଜିତିବାରେ ସହାୟତା କରିଛନ୍ତି।ଭୂପତିଙ୍କର ଖେଳର କୌଶଳ ଯାହା ହେଉନା କାହିଁକି ସେ ବିଶ୍ୱର ଶ୍ରେଷ୍ଠ ମହିଳା ଖେଳାଳୀଙ୍କ ସହ ଯୋଡ଼ିହେଇ ସଫଳତା ପାଇବାରେ ଆଗୁଆ ରହିଛନ୍ତି । ୨୦୦୬ରେ ସୁଇଜରଲ୍ୟାଣ୍ଡର ମାର୍ଟିନା ହିଙ୍ଗିସଙ୍କ ସହ ୱାଇଲ୍ଡ କାର୍ଡ ସହୟତାରେ ଅଷ୍ଟ୍ରେଲିଆନ ଓପନ ଖେଳିବାର ସୁଯୋଗ ପାଇ ଚାମ୍ପିୟନ ହେଇଥିଲେ । କେବଳ ଗ୍ରାଣ୍ଡସ୍ଲାମ ନୁହେଁ, ଅନ୍ୟ ପ୍ରତିଯୋଗିତାରେ ମଧ୍ୟ ଭୂପତି ନିଜର କମାଲ ଦେଖାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ,ଏସିଆନ ଗେମ୍ସରେ ୨ଟି ସ୍ୱର୍ଣ୍ଣ ପଦକ,୧୪ଟି ର୍ଔପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଭୂପତିଙ୍କ ଚାମ୍ପିଆନ ସହଯୋଗୀ ୧୯୯୭ : ରିକା ହିରାକୀ (ଜାପାନ)- ଫ୍ରେଞ୍ଚ ଓପନ ୧୯୯୯ : ଆଇ ସୁଗିୟାମା (ଜାପାନ)-ୟୁଏସ ଓପନ ୨୦୦୨ : ଏଲିନା ଲିଖୋଭସୋଭା (ଋଷିଆ)-ୱିମ୍ବେଲଡନ ୨୦୦୫ : ମେରୀ ପିୟର୍ସ (ଫ୍ରାନ୍ସ) -ୱିମ୍ବେଲଡନ ୨୦୦୫ : ଡାନିଏଲ ହଣ୍ଟୁକୋଭା (ସ୍ଲୋଭାକିଆ)-ୟୁଏସ ଓପନ ୨୦୦୬ : ମାର୍ଟିନା ହିଙ୍ଗିସ (ସୁଇଜରଲ୍ୟାଣ୍ଡ)- ଅଷ୍ଟ୍ରେଲିଆନ ଓପନ ୨୦୦୯ : ସାନିଆ ମିର୍ଜା (ଭାରତ)-ଅଷ୍ଟ୍ରେଲିଆନ ଓପନ ୨୦୧୨ : ସାନିଆ ମିର୍ଜା (ଭାରତ)-ଫ୍ରେଞ୍ଚ ଓପନ ପୁରସ୍କାର ଓ ସଂଗଠନ ୨୦୦୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଛି ।ନିଜର ଏକ ସ୍ପୋର୍ଟସ ମ୍ୟାନେଜମେଣ୍ଟ କମ୍ପାନୀ ଗ୍ଲୋବା ସ୍ପୋର୍ଟ ମାଧ୍ୟମରେ ଭାରତୀୟ ଟେନିସର ଉନ୍ନତି ପାଇଁ ଚେଷ୍ଟାଚଳାଇଛନ୍ତି।ତାଙ୍କର ଅନ୍ୟ ଏକ ସଂସ୍ଥା ଭୂପତି ଟେନିସ ଏକଡେମୀ ବାଙ୍ଗାଲୋରରେ କାମ କରୁଛି। |
କ୍ରୋଫେଲେମର (ଇଂରାଜୀ ଭାଷାରେ ), ମାଇଟେସି ବ୍ରାଣ୍ଡ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହାକି ଏଚ୍.ଆଇ.ଭି. ଚିକିତ୍ସା ଯୋଗୁ ହେଉଥିବା ତରଳ ଝାଡ଼ାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ସଂକ୍ରମଣ ହେଉଥିବା ଲୋକଙ୍କ ପାଇଁ ଏହା ବ୍ୟବହାର କରାଯିବା ଉଚିତ ନୁହେଁ । ଏହା ପାଟିରେ ଦିଆଯାଏ । ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ହୋଇଥାଏ । ସେଗୁଡିକ ମଧ୍ୟରୁ ଅନ୍ତଳୀସ୍ଥ ବାୟୁ, ବାନ୍ତି, କୋଷ୍ଠକାଠିନ୍ୟ ଏବଂ କାଶ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ଏହା ସିଷ୍ଟିକ୍ ଫାଇବ୍ରୋସିସ୍ ଟ୍ରାନ୍ସମେମ୍ବ୍ରେନ୍ କଣ୍ଡକ୍ଟାନ୍ସ ରେଗୁଲେଟର ଏବଂ ଅନ୍ତନଳୀରେ କ୍ୟାଲସିୟମ୍-ସକ୍ରିୟ କ୍ଲୋରାଇଡ୍ ଚ୍ୟାନେଲଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ । ୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ କ୍ରୋଫେଲେମର ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ମାସକୁ ଏହାର ଚିକିତ୍ସା ପିଛା ପ୍ରାୟ ୨୪୦୦ ଡଲାର ଖର୍ଚ୍ଚ ହୋଇଥାଏ । ଏହା ଦକ୍ଷିଣ ଆମେରିକୀୟ ଉଦ୍ଭିଦ କ୍ରୋଟନ୍ ଲେଚଲେରୀର ସାପରୁ ପ୍ରସ୍ତୁତ |
ନାମିବିଆ ଦକ୍ଷିଣ ଆଫ୍ରିକାରେ ଥିବା ଏକ ଦେଶ। |
୬୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ସୋଡ଼ିଅମ କ୍ୟାଲସିଅମ ଏଡେଟେଟ (ଇଂରାଜୀ ଭାଷାରେ ବା ), ଅନ୍ୟ ନାମ ଏଡେଟେଟ କ୍ୟାଲସିଅମ ଡାଇସୋଡ଼ିଅମ/ ଏକ ଔଷଧ ଯାହା ସୀସା ବିଷକ୍ରିୟାର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଉଭୟ ସ୍ୱଳ୍ପ କାଳୀନ ଓ ଦୀର୍ଘକାଳୀନ ବିଷକ୍ରିୟା ନିମନ୍ତେ ଦିଆଯାଇପାରେ । ସୀସା ଏନସେଫାଲୋପାଥି ରୋଗରେ ଏହା ସହିତ ଡାଇମରକାପ୍ରୋଲ ଦିଆଯାଏ । ଟେଟ୍ରାଇଥାଇଲଲେଡ ବିଷକ୍ରିୟା ନିମନ୍ତେ ଏହା କାର୍ଯ୍ୟକ୍ଷମ ହୁଏନାହିଁ । ଏହା ମାଂସପେଶୀ ଇଞ୍ଜେକସନ ବା ଶିରାଭ୍ୟନ୍ତର ଇଫ୍ୟୁଜନ ଆକାରରେ ଦିଆଯାଏ । ସାଧାରଣତଃ ଇଞ୍ଜେକସନ ନେବା ଯାଗାରେ ଯନ୍ତ୍ରଣା ହୁଏ । ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ବୃକ୍କ ସମସ୍ୟା , ତରଳ ଝାଡ଼ା, ଜ୍ୱର, ମାଂସପେଶୀ ଯନ୍ତ୍ରଣା ଓ ନିମ୍ନ ରକ୍ତଚାପ ହୋଇପାରେ । ଗର୍ଭାବସ୍ଥା ଥିଲେ ସଙ୍କଟ ଅପେକ୍ଷା ଉପକାର ଅଧିକ ମିଳେ । ସୋଡ଼ିଅମ କ୍ୟାଲସିଅମ ଏଡେଟେଟ ଏକ ଚିଲେଟିଙ୍ଗ ଏଜେଣ୍ଟ ଶ୍ରେଣୀର ଔଷଧ । ଏହା ଇଡେଟେଟର ଏକ ସଲ୍ଟ ଯେଉଁଥିରେ ଦୁଇଟି ସୋଡ଼ିଅମ ଓ ଗୋଟିଏ କ୍ୟାଲସିଅମ ଆଟମ ଥାଏ । ଅନେକ ଓଜନିଆ ଧାତୁମାନଙ୍କ ସହିତ ଅନୁବନ୍ଧିତ ହୋଇ ଏହା ଶରୀରରୁ ପରିସ୍ରାରେ ନିଷ୍କାସିତ ହୋଇ ବାହାରିଯାଏ । ସୋଡ଼ିଅମ କ୍ୟାଲସିଅମ ଏଡେଟେଟ ପ୍ରଥମେ ଡାକ୍ତରୀ ଚିକିତ୍ସା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫୩ରେ ବ୍ୟବହାର କରାଗଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷ ଚିକିତ୍ସାରେ ପ୍ରାୟ ୫୦ରୁ ୧୦୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ଏଡେଟେଟ ଡାଇସୋଡ଼ିଅମ ଏକ ଅନ୍ୟ ଫର୍ମୁଲା ଯାହାର ସମାନ ପ୍ରଭାବ ନଥାଏ । |
୧୭୨୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ହେଣ୍ଡୁଆ (ଅନ୍ୟ ନାମ ହେଣ୍ଡୁଆ ଚୁଟଚୁଟା) ଭାରତରେ ଥିବା ପଶ୍ଚିମ ଓଡ଼ିଶାର ଏକ ପ୍ରକାର ଖାଦ୍ୟ ଯାହା ସାଧାରଣତଃ ଆଚାର ବା ମସଲା ଭାବରେ ଖିଆଯାଏ, ମଦ ଫରମେଣ୍ଟେସନ କଲାବେଳେ ଦିଆଯାଏ ଓ ସିଝା ଓ ଭଜା ଟମାଟୋ ସାଥୀରେ ଖିଆଯାଏ । ହେଣ୍ଡୁଆ ଏକ ସୂର୍ଯ୍ୟତାପରେ ଶୁଷ୍କ ବା ଆଚାର ହୋଇଥିବା ବାଉଁଶ ଶାଖା (କରଡ଼ି), ଯାହାକୁ ସେହିଭଳି ଖିଆଯାଏ ବା ଅନ୍ୟ ଖାଦ୍ୟରେ ମିଶେଇ, ସଜ ବା ସାଉତି ରଖି ଖିଆଯାଏ । ବାଉଁଶ ଜଙ୍ଗଲରୁ ନୂଆ ଗଜା ସଂଗ୍ରହ କରି କାଟି ଆଚାର କରାଯାଏ । ତାହାକୁ ଭାଜିକରି ଖାଆନ୍ତି । ମୂଳ ଅଧିବାସୀ ଓ ସ୍ଥାନୀୟ ଲୋକମାନେ ହେଣ୍ଡୁଆ ଦେଇ ତରକାରୀ କରନ୍ତି । ହେଣ୍ଡୁଆ ଘରମାନଙ୍କରେ ତିଆରି ହୁଏ ଓ ହାଟ ବଜାରରେ ବିକ୍ରି ହୁଏ । ଔଷଧୀୟ ବ୍ୟବହାର ହେଣ୍ଡୁଆକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ । ଏହା ସାଥୀରେ ମହୁଆ ମଞ୍ଜି ତେଲ ମିଶେଇ ସର୍ଦ୍ଦି ରୋଗରେ ଦେହ ମାଲିସ କରାଯାଏ ଓ ମଣିଷ ତଥା ପଶୁମାନଙ୍କଠାରେ ବ୍ୟବହାର କରାଯାଏ । ଗୋଜାତି ପଶୁଙ୍କର ପେଟ ସମସ୍ୟା ହେଲେ ହେଣ୍ଡୁଆ ଓ ପୁରୁଣା ଗୁଡ଼ ଦେଇ ଚିକିତ୍ସା କରାଯାଏ । |
ବ୍ରଜ ସୁନ୍ଦର ଦାସ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ପୂର୍ବ ଓଡ଼ିଶା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ବ୍ରଜ ସୁନ୍ଦର ଦାସ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ । |
ଶରତ ଚନ୍ଦ୍ର ପଣ୍ଡା (୧୭ ଜୁଲାଇ ୧୯୩୬ - ୧୮ ଅକ୍ଟୋବର ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୪ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଶରତ ଚନ୍ଦ୍ର ପଣ୍ଡା ୧୯୩୬ ମସିହାର ଜୁଲାଇ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରମାନାଥ ପଣ୍ଡା ଓ ପତ୍ନୀଙ୍କ ନାମ ଉଷାରାଣୀ ପଣ୍ଡା । ରାଜନୈତିକ ଜୀବନ ଶରତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ସେ ୧୯୮୫ ମସିହାରୁ ୧୯୮୯ ଯାଏଁ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଶରତ ୧୯୮୯ ମସିହାର ଅକ୍ଟୋବର ୧୮ ତାରିଖରେ ୫୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । |
ସାର୍କଏଡୋସିସ୍, ଅନ୍ୟ ନାମ ସାର୍କଏଡ୍, ଏକ ରୋଗ ଯେଉଁଥିରେ ପ୍ରଦାହକାରୀ କୋଷ ଏକ ପିଣ୍ଡୁଳା ଆକାର ଧାରଣ କରିଥାଏ ଓ ତାକୁ ଗ୍ରାନୁଲୋମା କୁହାଯାଏ । ସାଧାରଣତଃ ଏହି ରୋଗ ଫୁସଫୁସ, ଚର୍ମ ଓ ଲସିକା ଗ୍ରନ୍ଥିରେ ଆରମ୍ଭ ହୁଏ । ଏହା ଚକ୍ଷୁ, ଯକୃତ, ହୃତ୍ପିଣ୍ଡ ଓ ମସ୍ତିଷ୍କକୁ ମଧ୍ୟ ଆକ୍ରମଣ କରିପାରେ । ଅଧିକନ୍ତୁ ଯେ କୋଣସି ଅଙ୍ଗ ଆକ୍ରାନ୍ତ ହୋଇପାରେ । ଆକ୍ରାନ୍ତ ଅଙ୍ଗ ଉପରେ ଲକ୍ଷଣ ନିର୍ଭର କରେ । ଅଧିକାଂଶ ସମୟରେ କୌଣସି ଲକ୍ଷଣ ନ ଥାଏ ବା ସାମାନ୍ୟ ଲକ୍ଷଣ ଥାଏ । ଫୁସଫୁସ ଆକ୍ରାନ୍ତ ହେଲେ ସଁସଁ ଶ୍ୱାସ ଶବ୍ଦ, କାଶ, ଛୋଟ ଶ୍ୱାସ କ୍ରିୟା ବା ଛାତି ଯନ୍ତ୍ରଣା ହୁଏ । କେତେକ ଲୋକଙ୍କର ଲୋଫଗ୍ରେନ ସିଣ୍ଡ୍ରୋମ ଥାଏ ଯେଉଁଥିରେ ଜ୍ୱର, ବଡ଼ ଲସିକା ଗ୍ରନ୍ଥି, ଗଣ୍ଠି ପ୍ରଦାହ ହୁଏ ଓ ଏରିଦେମା ନୋଡୋସମ୍ ନାମକ ରାସ୍ ବାହାରେ । ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।. ସଂକ୍ରମଣ ବା ଜେନେଟିକ ସଂବେଦନଶୀଳ ଲୋକର ରାସାୟନିକ ଦ୍ରବ୍ୟ ସଂସ୍ପର୍ଶ ଏକ ଟ୍ରିଗର ଭଳି ଇମ୍ମ୍ୟୁନିଟି ପ୍ରତିକ୍ରିୟାକୁ ସଜାଗ କରିବା ଯୋଗୁ ଏହି ରୋଗ ହେବା ଅନେକ ବିଶ୍ୱାସ କରନ୍ତି ।. ପରିବାରରେ ଏହି ରୋଗ ଥିଲେ ଅନ୍ୟ ସଭ୍ୟଙ୍କର ରୋଗ ସଙ୍କଟ ଅଧିକ ରହେ । ଲକ୍ଷଣ ଓ ଚିହ୍ନ ଦେଖି ବାୟୋପ୍ସି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଫୁସଫୁସ ମୂଳରେ ବୃଦ୍ଧି ପ୍ରାପ୍ତ ଲସିକା ଗ୍ରନ୍ଥି ଥିଲେ ଓ ସାଧାରଣ ପାରାଥାଇରଏଡ ହରମୋନ ସ୍ତର ଥାଇ ରକ୍ତ କ୍ୟାଲସିୟମ ସ୍ତର ଅଧିକ ଥିଲେ ଏହି ରୋଗ ଥିବା ଯୁକ୍ତି ଯୁକ୍ତ ମନେହୁଏ । ଯକ୍ଷ୍ମା ଭଳି ସମାନ ଲକ୍ଷଣ ଥିବା ରୋଗମାନଙ୍କୁ ପ୍ରଥମେ ପରୀକ୍ଷା କରି ଦୂର କରିବା ପରେ ଏହି ରୋଗ ନିର୍ଣ୍ଣୟ ସମ୍ଭବ ହୁଏ । ଅନେକ ଲୋକ ବିନା ଚିକିତ୍ସାରେ କିଛି ବର୍ଷ ମଧ୍ୟରେ ଆରୋଗ୍ୟ ଲାଭ କରନ୍ତି । କେତେକ ଲୋକଙ୍କର ରୋଗ ଦୀର୍ଘକାଳ ଧରି ରହେ ବା ସାଂଘାତିକ ହୋଇଯାଏ । ଆଇବୁପ୍ରୋଫେନ ଭଳି ପ୍ରଦାହରୋଧୀ ଔଷଧ ଦେଲେ କେତେକ ରୋଗୀ ଉପକୃତ ହୁଅନ୍ତି । ଅଧିକ ସମସ୍ୟା ଥିଲେ ସ୍ଟିରଏଡ ଦିଆଯାଏ । ସ୍ଟିରଏଡର ପାର୍ଶ୍ୱ ପ୍ରତିକ୍ରିୟା କମ କରିବାକୁ ବେଳେ ବେଳେ ମେଥୋଟ୍ରେକସେଟ, କ୍ଳୋରୋକୁଇନ ବା ଆଜାଥାୟୋପ୍ରିନ ଦିଆଯାଏ । ୧ରୁ ୭ % ମୃତ୍ୟୁ ସଙ୍କଟ ଅଛି । ପୂର୍ବରୁ ଏହି ରୋଗ ଥିବା ଲୋକର ଆଉଥରେ ରୋଗ ହେବା ସମ୍ଭାବନା ୫%ରୁ କମ ଥାଏ । ସନ ୨୦୧୩ରେ ସାରା ପୃଥିବୀରେ ସାର୍କଏଡୋସିସ୍ ଓ ଇଣ୍ଟରସ୍ଟିସିଆଲ ଲଙ୍ଗସ୍ ଡିଜିଜ୍ ରୋଗ ୫୯୫,୦୦୦ ଲୋକଙ୍କୁ ଆକ୍ରମଣ କରିଥିଲା । ଏହି ଦୁଇ ରୋଗ ଯୋଗୁ ୪୭୧,୦୦୦ ଲୋକ ମୃତ୍ୟୁବରଣ କରିଥିଲେ । ସ୍କାଣ୍ଡିନେଭିଆ ଲୋକଙ୍କୁ ଏହି ରୋଗ ଅଧିକ ଆକ୍ରମଣ କରୁଥିଲେ ମଧ୍ୟ ସାରା ବିଶ୍ୱରେ ଏହା ଦେଖାଯାଏ । ଯୁକ୍ତରାଷ୍ଟ୍ର ଆମେରିକାର ଗୋରା ଲୋକ ଅପେକ୍ଷା କଳା ଲୋକ ଅଧିକ ଆକ୍ରାନ୍ତ ହୁଅନ୍ତି । ଏହି ରୋଗ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ହୁଏ । ପୁରୁଷଙ୍କ ଅପେକ୍ଷା ଅଧିକ ମହିଳାମାନଙ୍କୁ ରୋଗ ଅଧିକ ହୁଏ । ସନ ୧୮୭୭ରେ ଜୋନାଥନ ହଚିନ୍ସନ୍ ନାମକ ଏକ ଇଂରେଜ ଡାକ୍ତର ଏକ ଯନ୍ତ୍ରଣାଦାୟକ ପିଣ୍ଡୁଳାକୁ ସାର୍କଏଡୋସିସ୍ ଭାବରେ ବର୍ଣ୍ଣନା କରିଥିଲେ । |
ବାଣ ହେଉଛି ଏକ ପ୍ରକାର କ୍ଷୁଦ୍ର ବିସ୍ଫୋଟକ ଯାହା ବାରୁଦରେ ପ୍ରସ୍ତୁତ ହୋଇଥାଏ ଓ ଏଥିରେ ଅଗ୍ନି ସଂଯୋଗ କଲେ, ଧୂଆଁ, ନିଆଁ ଓ ପ୍ରଚଂଡ ଶବ୍ଦ ଉତ୍ପନ୍ନ ହୋଇଥାଏ । ଭୁଇଁବାଣ, ସିଟିବାଣ, ତାଳବାଣ, ଚ଼କ୍ରିବାଣ, ହାବେଳୀ ଏମିତି ସାରା ପୃଥିବୀରେ ପ୍ରାୟ ୩୦୦ ପ୍ରକାରର ବାଣ ଦେଖିବାକୁ ମିଳିଥାଏ । କେତେକ ବାଣରେ ନିଆଁ ଲଗେଇଲେ ସେଥିରୁ କେବଳ ରଙ୍ଗୀନ୍ ସ୍ଫୁଲିଙ୍ଗ ବାହାରେ । ଆଉ କେତେକ ବାଣ ଅଗ୍ନିସଂଯୋଗ ପୂର୍ବକ ପ୍ରଚ଼ଣ୍ଡ ଶବ୍ଦ କରି ଫାଟିଯାଏ । ହାବେଳୀ ବାଣ ରଙ୍ଗୀନ୍ ସ୍ଫୁରଣ ସହିତ ଶେଷରେ ଫାଟିଯାଇ ଶବ୍ଦ ସୃଷ୍ଟି କରେ । କେତେକ ବାଣ ପାଣି ଭିତରେ ବି ଫୁଟେ । ଇତିହାସ କୁହାଯାଏ ବାଣ ବା ଫୋଟକାର ଆବିଷ୍କାର ପ୍ରଥମେ ଚୀନ ଦେଶରେ ହୋଇଥିଲା। ଏକାଦଶ ଶତାବ୍ଦୀରେ ଚ଼ୀନ୍ ଦେଶରେ ପ୍ରଥମେ ସାମରିକ କ୍ଷେତ୍ରରେ ଯୁଦ୍ଧ ରକେଟ୍ ଓ ବିସ୍ଫୋରକ ସାମଗ୍ରୀ ବ୍ୟବହୃତ ହେଉଥିଲା । ଏହି ଜ୍ଞାନକୌଶଳ ୧୩ଶ ଶତାବ୍ଦୀରେ ଆରବ ଦେଶରେ ପହଞ୍ଚିଥିଲା । ଖ୍ରୀଷ୍ଟାବ୍ଦ ୯୬୦ରୁ ୧୨୭୯ ମଧ୍ୟରେ 'ସୋଙ୍ଗ୍' ବଂଶର ରାଜୁତି ସମୟରେ ସେମାନେ ସୋରା, ଗନ୍ଧକ ଓ କୋଇଲାର ମିଶ୍ରଣରେ ବାରୁଦ ପ୍ରସ୍ତୁତ କରିଥିଲେ । ୧୨୭୯ ମସିହାରେ ମଙ୍ଗୋଲୀୟ ଆକ୍ରମଣକାରୀଙ୍କ ବିରୁଦ୍ଧରେ ସେମାନେ ବାରୁଦ ତିଆରି ରକେଟ୍ ବ୍ୟବହାର କରିଥିବାର କୁହାଯାଏ । ପ୍ରଥମେ ମଙ୍ଗୋଲୀୟମାନେ ୧୨୪୧ ମସିହାରେ ଇଉରୋପ ମହାଦେଶରେ ଚ଼ୀନଦେଶୀୟ ବାରୁଦ ଓ ରକେଟ୍ ବ୍ୟବହାର ଆରମ୍ଭ କରାଇଥିଲେ ବୋଲି ଐତିହାସିକମାନେ ଏକମତ ହୁଅନ୍ତି । ତେବେ ୧୨୫୮ ମସିହାରୁ ଇଉରୋପ୍ରେ ବାରୁଦ ବ୍ୟବହାର କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ । କିନ୍ତୁ ୧୪ଶ ଶତାବ୍ଦୀରେ ଇଉରୋପୀୟମାନେ ବାଣ ତିଆରି କ୍ଷେତ୍ରରେ ଚ଼ୀନ୍ ଦେଶର କାରିଗରମାନଙ୍କୁ ଟପିଯାଇଥିଲେ । ସେହି ସମୟରେ ବନ୍ଧୁକର ଆବିଷ୍କାର ହୋଇଥିଲା । ଇଟାଲୀ ଓ ଜର୍ମାନୀରେ ଏହି କୌଶଳରେ ବୈଜ୍ଞାନିକ ଉନ୍ନତି ଆଣିବା ଦିଗରେ ପ୍ରଚେ଼ଷ୍ଟା କରାଯାଇଥିଲା । ୧୩୩୪ ମସିହାରେ ଇଂଲଣ୍ଡରେ ବାରୁଦ ପ୍ରସ୍ତୁତ କରାଯାଇଥିଲା । ଇଉରୋପ୍ରେ ପ୍ରାୟ ୧୭ଶ ଶତାବ୍ଦୀରେ ଲୋକମାନଙ୍କର ମନୋରଞ୍ଜନ ଉଦ୍ଦେଶ୍ୟରେ ବାରୁଦର ବହୁଳ ବ୍ୟବହାର ଆରମ୍ଭ ହୋଇଥିଲା । ଆଜି ପ୍ରାୟ ସବୁ ଦେଶରେ ବିଭିନ୍ନ ପର୍ବପର୍ବାଣିରେ ବାଣ ଫୁଟାଯାଉଛି । ବାର୍ଷିକ ପ୍ରାୟ ୫୦୦୦ କୋଟି ଟଙ୍କା ବାଣ ବାବଦରେ ଖର୍ଚ୍ଚ ହୋଇଥାଏ । |
ପଞ୍ଜାବ ଭାରତର ଉତ୍ତର-ପଶ୍ଚିମରେ ଥିବା ଏକ ରାଜ୍ୟ । ଭୂଗୋଳ ଇତିହାସ ଭାଷା ଓ ସାହିତ୍ୟ ଖେଳ କବାଡି (ବୃତ୍ତ ଶୈଳୀ), ପଞ୍ଜାବର ଗ୍ରାମାଞ୍ଚଳରୁ ଆରମ୍ଭ ହୋଇଥିବା ଏକ ଖେଳ, ଯାହା ପରେ ରାଜ୍ୟ ଖେଳର ସମ୍ମାନ ପାଇଥିଲା । ହକି ମଧ୍ୟ ରାଜ୍ଯର ଏକ ଲୋକପ୍ରିୟ ଖେଳ । କିଲ୍ଲା ରାୟପୁର ଖେଳ ଉତ୍ସବ,ଯାହା ଗ୍ରାମ ଅଲିମ୍ପିକ୍ସ ଭାବେ ଜଣାଶୁଣା, ବର୍ଷକେ ଥରେ ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ ଅନିଷ୍ଠିତ ହୁଏ । ଏଠାରେ ମୁଖ୍ୟତଃ ପଞ୍ଜାବୀ ଗ୍ରାମାଞ୍ଚଳ ଖେଳ ଅନୁଷ୍ଠିତ ହୁଏ, ଯଥା; ବଳଦ ଟଣା, ଦୁଡି ଭିଦା, ପ୍ରଭୃତି । ପଞ୍ଜାବ ସରକାର ବିଶ୍ୱ କବାଡି ଲିଗର ଆୟୋଜନ କର୍ତ୍ତା । ଏଥିରେ ଆର୍ଜେଣ୍ଟିନା, କାନାଡା, ଡେନମାର୍କ]], ଇଂଲଣ୍ଡ, ଭାରତ, କେନିଆ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ସିଏରା ଲିଓନ୍, ସ୍ପେନ ଓ ଆମେରିକା, ପ୍ରଭୃତି ଦେଶ ଅଂଶଗ୍ରହଣ କରିଥିଲେ । ପଞ୍ଜାବରେ ମଧ୍ୟ ଗୁରୁ ଗୋବିନ୍ଦ ସିଂହ ଷ୍ଟାଡ଼ିୟମ, ଗୁରୁ ନାନକ ଷ୍ତାଡ଼ିୟମ, ପଞ୍ଜାବ କ୍ରିକେଟ ଆସୋସିଏସନ ଆଇ ଏସ୍ ବିନ୍ଦ୍ରା ଷ୍ଟାଡ଼ିୟମ, ଆନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ, ଗାନ୍ଧି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଷ୍ଟାଡ଼ିୟମ ଓ ସୁରଜିତ ହକି ଷ୍ଟାଡ଼ିୟମ, ପ୍ରଭୃତି ରହିଛି । ପର୍ଯ୍ୟଟନ ପଞ୍ଜାବରେ ପର୍ଯ୍ୟଟନ କହିଲେ, ଐତିହାସିକ ପ୍ରାସାଦ, ଯୁଦ୍ଧ କ୍ଷେତ୍ର, ଶିଖ ନିର୍ମାଣ ପ୍ରଭୃତିକୁ ବୁଝାଏ । ଉଦାହରଣ ସ୍ୱରୂପ ସିନ୍ଧୁ ଉପତ୍ୟାକା ସଭ୍ୟତାର ବିଭିନ୍ନ ସ୍ଥାନ, ବାଥିଣ୍ଡର ଦୁର୍ଗ, କାପୁରଥାଲା, ପଟିଆଲା ଓ ଚଣ୍ରଡିଗଡର କୀର୍ତ୍ତି, ଓ ଆଧୁନିକ ରାଜଧାନୀ ଲି କୋର୍ବୁସିଅର । ଅମୃତସରର ହରମନ୍ଦିର ସାହିବ ମନ୍ଦିର ବା ସ୍ୱର୍ଣ୍ଣ ମନ୍ଦିର ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ।୨୦୦୮ର ଲୋନ୍ଲି ପ୍ଲାନେଟର ବ୍ଲୁ ଲିଷ୍ଟ ହରମନ୍ଦିର ସାହିବ ମନ୍ଦିରକୁ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲା । ଅଧିକନ୍ତୁ ଏଠାରେ ବିଦେଶୀ ହୋଟେଲମାନ ବହୁତ ଶିଘ୍ର ସେମାନଙ୍କ ହୋଟେଲ ରାତି ରହଣି ପାଇଁ ଖୋଲୁଛନ୍ତି । ଅନ୍ୟ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହେଉଛି ଧାର୍ମିକ ଓ ଐତିହାସିକ ସହର ଶ୍ରୀ ଆନନ୍ଦପୁର ସାହିବ, ଯେଉଁଠିକୁ ବହୁ ପର୍ଯ୍ୟଟକ ବୀରାସତ-ଇ-ଖାଲ୍ସା ଓ ହୋଲା ମୋହଲା ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତି । ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ କିଲ୍ଲା ଋୟପୁର ଖେଳ ଉତ୍ସବ ପାଇଁ ଆସନ୍ତି । ପଠାଙ୍କୋଟର ଶାହପୁର କାଣ୍ଡି ଦୁର୍ଗ, ରଣଜିତ ସାଗର ହ୍ରଦ ଓ ମୁକ୍ତସାର ମନ୍ଦିର ମଧ୍ୟ ଲୋକପ୍ରିୟ ସ୍ଥାନ । |
ୟାଲୁ ନଦୀ (ଇଂରାଜୀ ଭାଷାରେ ) ଉତ୍ତର କୋରିଆ ଏବଂ ଚୀନ ଦେଶର ଭୌଗୋଳିକ ସୀମାରେ ପ୍ରବାହିତ ଏକ ନଦୀ । ଏହାକୁ କୋରୀୟ ଲୋକେ ଆମ୍ରୋକ୍ ନଦୀ ବା ଆମ୍ନୋକ୍ ନଦୀ ବୋଲି ମଧ୍ୟ କହିଥାନ୍ତି । ପୂର୍ବ ପଟକୁ ରହିଥିବା ତୁମେନ୍ ନଦୀ ଓ ପେକ୍ଟୁ ପର୍ବତ ସହିତ ମିଶି ୟାଲୁ ନଦୀ ଉତ୍ତର କୋରିଆ ଓ ଚୀନ ମଧ୍ୟରେ ଏକ ପ୍ରାକୃତିକ ଭୌଗୋଳିକ ସୀମା ନିର୍ଦ୍ଧାରଣ କରିଥାଏ । ଅତୀତରେ ଏହି ନଦୀର ଉପତ୍ୟକାରେ ପ୍ରଥମ ଚୀନ-ଜାପାନ ଯୁଦ୍ଧ (୧୮୯୪-୧୮୯୫), ଋଷ-ଜାପାନ ଯୁଦ୍ଧ (୧୯୦୪-୧୯୦୫), ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ କୋରିଆ ଯୁଦ୍ଧ (୧୯୫୦-୧୯୫୩) ପରି ଅନେକ ଯୁଦ୍ଧ ମଧ୍ୟ ଘଟିଛି । ନାମକରଣ ଏହି ନଦୀର ନାମକରଣ ପଛରେ ଦୁଇଟି ମତ ରହିଛି । ପ୍ରଥମ ମତଟି ହେଲା ଯେ, ଏହି ନଦୀର ନାମ ଏକ ମାଞ୍ଚୁ ଭାଷାର ଶବ୍ଦ ୟାଲୁ ଉଲା ରୁ ଉଦ୍ଧୃତ । ମାଞ୍ଚୁ ଶବ୍ଦ ୟାଲୁର ଅର୍ଥ ହେଲା ଦୁଇଟି ଦେଶ ମଧ୍ୟରେ ରହିଥିବା ସୀମା । ମାଣ୍ଡାରିନ୍ ଚୀନୀ ଭାଷାରେ ମଧ୍ୟ ୟାଲୁ ବୋଲି ଏକ ଶବ୍ଦ ରହିଛି ଓ ମାଣ୍ଡାରିନ୍ ୟାଲୁ ଶବ୍ଦର ଅର୍ଥ ହେଲା ବତକ ପରି ସବୁଜ ରଙ୍ଗ । ୟାଲୁ ନଦୀର ପାଣିର ରଙ୍ଗ ପୂର୍ବେ ଏପରି ସବୁଜ ଥିଲା ବୋଲି କଥିତ ଅଛି । ଦ୍ୱିତୀୟ ମତଟି ହେଲା ଯେ, ନଦୀର ଉପରମୁଣ୍ଡରେ ରହିଥିବା ଦୁଇଟି ଉପନଦୀ ୟା ଓ ଲୁ କିମ୍ବା ଆପ୍ ଓ ରୋକ୍ ବା ନୋକ୍ ନାମକୁ ମିଶାଇ ଏହି ନଦୀର ନାମ ସୃଷ୍ଟି ହୋଇଛି । ରୋମାନୀକୃତ କୋରୀୟ ଭାଷାରେ ଏହି ନଦୀକୁ ଆମ୍ନୋକ୍ଗାଂଗ୍ (ବା ଆମ୍ନୋକ୍ ନଦୀ) ଏବଂ ରୋମାନୀକୃତ ହାଂଗ୍ୟୁଲ୍ ଭାଷାରେ ଏହାକୁ ଆପ୍ରୋକ୍ଗାଂଗ୍ (ଆପ୍ରୋକ୍ ନଦୀ) ବୋଲି କୁହାଯାଏ । ଭୌଗୋଳିକ ତଥ୍ୟ ଚୀନ-ଉତ୍ତର କୋରିଆ ସୀମାରେ ଥିବା ପେକ୍ଟୁ ପର୍ବତରେ ସମୁଦ୍ର ପତନରୁ ପ୍ରାୟ ୨୫୦୦ ମିଟର୍ ଉଚ୍ଚତାରୁ ୟାଲୁ ନଦୀ ନିଃସୃତ ହେବାପରେ ଲିନ୍ଜିଆଂଗ୍ର ଉତ୍ତର-ପୂର୍ବରେ ୧୩୦ କି.ମି. ପ୍ରବାହିତ ହୋଇ ହ୍ୟେସାନ୍ର ଦକ୍ଷିଣରେ ୩୦୦ କି.ମି. ପ୍ରବାହିତ ହେଲା ପରେ ଚୀନର ଡାଣ୍ଡୋଂଗ୍ ଓ ଉତ୍ତର କୋରିଆର ସିନୁଇଜୁ ସହର ମଧ୍ୟରେ କୋରିଆ ଉପସାଗରରେ ନିଷ୍କାସିତ ହେଉଛି । ନଦୀ ସୀମାବର୍ତ୍ତୀ ଚୀନର ପ୍ରାନ୍ତଗୁଡ଼ିକ ହେଲେ ଜିଲିନ୍ ଓ ଲିଆଓନିଂଗ୍ । ନଦୀର ଦୈର୍ଘ୍ୟ ପ୍ରାୟ ୭୯୫ କିଲୋମିଟର ଓ ୩୦୦୦୦ ବର୍ଗ କି.ମି. ଅଞ୍ଚଳର ବିଭିନ୍ନ ଉପନଦୀ ଓ ସ୍ରୋତ ଏହି ନଦୀକୁ ପରିପୁଷ୍ଟ କରିଥାନ୍ତି । ୟାଲୁର ମୁଖ୍ୟ ଉପନଦୀମାନଙ୍କ ମଧ୍ୟରେ କୋରିଆରେ ପ୍ରବାହିତ ଚାଂଗ୍ଜିନ୍ ନଦୀ, ହୋଚୋନ୍ ନଦୀ, ଟୋଗ୍ରୋ ନଦୀ ଏବଂ ଚୀନରେ ପ୍ରବାହିତ ଆଇ ନଦୀ, ହୁଣ ନଦୀ ପ୍ରମୁଖ । ୟାଲୁ ନଦୀର ଅଧିକାଂଶ ଭାଗ ନୌଚାଳନା ପାଇଁ ଉପଯୁକ୍ତ ନୁହଁ । ଶୀତ ଋତୁରେ ନଦୀର ପାଣି ବରଫ ପାଲଟିଯାଏ ଓ ଏହି ସମୟରେ ନଦୀ ଉପରେ ଚାଲି ପାର କରିବା ସମ୍ଭବପର । ନଦୀର ଗଭୀରତା ପୂର୍ବ ପଟେ କେଉଁ ସ୍ଥାନରେ ୧ ମିଟର ତ ପୀତ ସାଗର ପାଖରେ ଏହାର ଗଭୀରତା ୨.୫ ମିଟର । ନଦୀର ମୁହାଣରେ ଆମ୍ରୋକ୍ ନଦୀ ମୁହାଣ ପକ୍ଷୀ ଅଭୟାରଣ୍ୟ ଅବସ୍ଥିତ । ୟାଲୁ ନଦୀରେ ପ୍ରାୟ ୨୦୫ଟି ନଦୀ ଦ୍ୱୀପ ରହିଛି । ଉତ୍ତର କୋରିଆ ଓ ଚୀନ ମଧ୍ୟରେ ୧୯୬୨ ମସିହାରେ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ଏହି ଦ୍ୱୀପଗୁଡ଼ିକୁ ସେଠାକାର ମୂଳ ଅଧିବାସୀଙ୍କ ଅନୁସାରେ ଆବଣ୍ଟିତ କରି ଦିଆଯାଇଥିଲା । ବର୍ତ୍ତମାନ ଉତ୍ତର କୋରିଆ ଅଧୀନରେ ୧୨୭ ଓ ଚୀନ ଅଧୀନରେ ୭୮ଟି ଦ୍ୱୀପ ରହିଛି । ଏପରି ଆବଣ୍ଟନ କାରଣରୁ ହ୍ୱାଂଗଗୁମ୍ପ୍ୟୋଂଗ୍ ପରି କିଛି ଦ୍ୱୀପ ନଦୀର ଚୀନୀ ଭୌଗୋଳିକ ସୀମା ମଧ୍ୟରେ ଥିଲେ ସୁଦ୍ଧା ଉତ୍ତର କୋରିଆଦ୍ୱାରା ପ୍ରଶାସିତ ହୁଅନ୍ତି । ଐତିହାସିକ ତଥ୍ୟ ୟାଲୁ ନଦୀ ଅବବାହିକାରେ କୋରିଆର ପ୍ରଚୀନ ଗୋଗୁରିଓ ସାମ୍ରାଜ୍ୟ ଗଢ଼ି ଉଠିଥିଲା । ନଦୀ କୂଳରେ ଅନେକ ପ୍ରଚୀନ ଦୁର୍ଗ ଅବସ୍ଥିତ । ଜିଲିନ୍ ପ୍ରାନ୍ତର ଜି ଆନ୍ଠାରେ ଏହି ସାମ୍ରାଜ୍ୟର ରାଜଧାନୀ ରହିଥିଲା । ଜି ଆନ୍ ସହରରେ ପ୍ରଚୀନ ଗୋଗୁରିଓ ସାମ୍ରାଜ୍ୟର ଅନେକ ସ୍ମୃତି ଚିହ୍ନ ରହିଛି । ୱିହୱା ଦ୍ୱୀପ ମଧ୍ୟ ଐତିହାସିକ ଦୃଷ୍ଟିକୋଣରୁ ପ୍ରସିଦ୍ଧ । ୧୩୮୮ ମସିହାରେ ସେନାଧ୍ୟକ୍ଷ ୟି ସୋଂଗୟେ ଏହି ସ୍ଥାନରୁ ବିପ୍ଳବୀମାନଙ୍କ ସେନାକୁ ଦକ୍ଷିଣ ପଟକୁ ଫେରାଇ ନେଇଥିଲେ ଓ ପରେ ୟି ବଂଶର ଆରମ୍ଭ ହୋଇଥିଲା । ଏହି ନଦୀ କୋରିଆ ଓ ଚୀନ ମଧ୍ୟରେ ଘଟିଥିବା ଅନେକ ଯୁଦ୍ଧର ସାକ୍ଷୀ । ସେଗୁଡ଼ିକ ହେଲେ : ପ୍ରଥମ ଚୀନ-ଜାପାନ ଯୁଦ୍ଧ (୧୮୯୪) ଋଷ-ଜାପାନ ଯୁଦ୍ଧ (୧୯୦୪) କୋରିଆ ଯୁଦ୍ଧ (୧୯୫୦) ୧୯୧୦ରୁ ୧୯୪୫ ପର୍ଯ୍ୟନ୍ତ କୋରିଆ ଜାପାନର ଅଧୀନରେ ଥିବା ସମୟରେ ୟାଲୁର ଦକ୍ଷିଣ ପଟେ ଅନେକ ଶିଳ୍ପୋଦ୍ୟୋଗ ଗଢ଼ି ଉଠିଥିଲା । ୧୯୪୫ ମସିହା ବେଳକୁ ଜାପାନ ସାମ୍ରାଜ୍ୟର ଔଦ୍ୟୋଗିକ ଉତ୍ପାଦନର ଶତକଡ଼ା ୨୦ ଭାଗ କୋରିଆର ଏହି ଅଂଶରୁ ମିଳୁଥିଲା । କୋରିଆ ଯୁଦ୍ଧରେ ମିଳିତ ଜାତିସଂଘର ସେନା ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ସେ ସମୟରେ ଗୋଟିଏ ବ୍ୟତୀତ ୟାଲୁ ନଦୀ ଉପରେ ଥିବା ସମସ୍ତ ପୋଲକୁ ଧ୍ୱଂସ କରିଦିଆଯାଇଥିଲା । ଯେଉଁ ଗୋଟିଏ ପୋଲ ବଞ୍ଚି ଯାଇଥିଲା ତାହାକୁ ଚୀନ-କୋରିଆ ବନ୍ଧୁତା ପୋଲର ନାମ ଦିଆଗଲା । ଏହି ପୋଲ ଚୀନର ଡାଣ୍ଡୋଂଗ୍କୁ ଉତ୍ତର କୋରିଆର ସିନୁଇଜୁ ସହିତ ସଂଯୁକ୍ତ କରିଥାଏ । ଏହି ଯୁଦ୍ଧ ସମୟରେ ୟାଲୁର ପଶ୍ଚିମ ସୀମାରେ ବାୟୁ ସେନା ବିମାନମାନଙ୍କ ମଧ୍ୟରେ ପ୍ରଭୁତ୍ୱ ପାଇଁ ଅନେକ ଲଢ଼େଇ (ଡଗ୍ ଫାଇଟ୍) ହୋଇଥିବାରୁ ସେହି ଉପତ୍ୟକାକୁ ମିଗ୍ ଆଲେ ବୋଲି ମଧ୍ୟ କୁହନ୍ତି । ୧୯୯୦ ଦଶନ୍ଧିରେ ଚୀନକୁ ପଳାୟନ କରିବା ପାଇଁ ଅନେକ ଉତ୍ତର କୋରୀୟ ନାଗରିକ ଏହି ନଦୀ ପାର କରୁଥିଲେ । ତେବେ ତୁମେନ ନଦୀକୁ ମଧ୍ୟ ବହୁସଂଖ୍ୟକ ଉତ୍ତର କୋରୀୟ ଶରଣାର୍ଥୀ ପାର କରି ଚୀନକୁ ପଳାୟନ କରିଥିଲେ । ଜଣେ ବିଶେଷଜ୍ଞଙ୍କ ମତରେ କୋରିଆ ଓ ଚୀନ ମଧ୍ୟରେ ଥିବା ୟାଲୁ ନଦୀ ବିଶ୍ୱର ସର୍ବାଧିକ ସମୟ ଧରି ରହିଥିବା ତାରବାଡ଼ ଘେରା ନଥିବା ଅନ୍ତର୍ଜାତୀୟ ସୀମା ଯାହାର ଅବସ୍ଥିତି ପ୍ରାୟ ୧୦୦୦ ବର୍ଷ ପୁରୁଣା । ଅର୍ଥନୀତିରେ ୟାଲୁର ମହତ୍ତ୍ୱ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ ଦୃଷ୍ଟିରୁ ୟାଲୁ ନଦୀ ମହତ୍ତ୍ୱପୂର୍ଣ୍ଣ । ଏସିଆର ଏକ ପ୍ରମୁଖ ଜଳବିଦ୍ୟୁତ୍ ଉତ୍ପାଦନକାରୀ ୧୦୬ ମିଟର ଉଚ୍ଚ ଓ ୮୫୦ ମିଟର ଦୀର୍ଘ ସୁପୁଂଗ୍ ନଦୀବନ୍ଧ ପ୍ରକଳ୍ପ ଉତ୍ତର କୋରିଆର ସିନୁଇଜୁରୁ ନଦୀର ଉପର ମୁଣ୍ଡରେ ଅବସ୍ଥିତ । ଏହି ନଦୀ ବନ୍ଧ ଯୋଗୁଁ ସୁପୁଂଗ୍ ହ୍ରଦ (ଜଳାଶୟ) ମଧ୍ୟ ସୃଷ୍ଟି ହୋଇଛି । ନଦୀ କୂଳିଆ ଜଙ୍ଗଲରୁ କଟା କାଠଗଣ୍ଡି ପରିବହନ, ମାଛ ଧରିବା ଇତ୍ୟାଦି ପାଇଁ ୟାଲୁ ନଦୀ ବ୍ୟବହୃତ ହୁଏ । ସୁପୁଂଗ୍ରୁ ତଳ ମୁଣ୍ଡକୁ ତାଇପିଂଗ୍ୱାନ୍ ନଦୀବନ୍ଧ ଓ ଉପର ମୁଣ୍ଡକୁ ଉନବୋଂଗ୍ ନଦୀବନ୍ଧ ରହିଛନ୍ତି । ଉଭୟ ବନ୍ଧ ଜଳ ବିଦ୍ୟୁତ୍ ମଧ୍ୟ ଉତ୍ପାଦନ କରିଥାନ୍ତି । ଡାଣ୍ଡୋଂଗରୁ ତ୍ରିକୋଣଭୂମିରୁ ଉପର ମୁଣ୍ଡରେ ହୁଶାନ ନିକଟରେ ଅନେକ ଉତ୍ତର କୋରୀୟ ଗ୍ରାମ ରହି ଆସିଛନ୍ତି । ଏହି ସମସ୍ତ ଗ୍ରାମର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ଓ ଏଥିରୁ ଅନେକ ଗ୍ରାମ ବିଦ୍ୟୁତ୍ ଯୋଗାଣ ସେବାରୁ ମଧ୍ୟ ବଞ୍ଚିତ ରହିଛନ୍ତି । ପ୍ରମୁଖ ସେତୁ ଚୀନ-କୋରିଆ ବନ୍ଧୁତା ସେତୁ : ଚୀନର ଡାଣ୍ଡୋଂଗ୍ ସହରକୁ ଉତ୍ତର କୋରିଆର ସିନୁଇଜୁ ସହରକୁ ଯୋଡ଼ିଥାଏ । ଜି ଆନ୍ ୟାଲୁ ନଦୀ ସୀମାନ୍ତ ରେଳ ସେତୁ : ଚୀନର ଜି ଆନ୍ ସହରକୁ ଉତ୍ତର କୋରିଆର ମାଂପୋ ସହରକୁ ସଂଯୁକ୍ତ କରେ । ନୂତନ ୟାଲୁ ନଦୀ ସେତୁ : ଚୀନର ଡାଣ୍ଡୋଂଗ୍ ସହର ଓ ଉତ୍ତର କୋରିଆର ସିନୁଇଜୁ ସହର ମଧ୍ୟବର୍ତ୍ତୀ ଆଉ ଏକ ପୋଲ ର୍ତ୍ତମାନ ନିର୍ମାଣାଧୀନ । |
ଉଦିତ ପ୍ରତାପ ଦେଓ ୨୧ ଅଗଷ୍ଟ ୧୯୪୮ ୨ ସେପ୍ଟେମ୍ବର ୨୦୧୯ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଉଦିତ ପ୍ରତାପ ଦେଓ ୧୯୪୮ ମସିହାର ଅଗଷ୍ଟ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରତାପ କେଶରୀ ଦେଓ ଓ ପତ୍ନୀଙ୍କ ନାମ ପଦ୍ମା ମଞ୍ଜରୀ ଦେବୀ । ତାଙ୍କ ବାପା, ଭାଇ ବିକ୍ରମ କେଶରୀ ଦେଓ ଓ ଭିଣୋଇ କାମାକ୍ଷା ପ୍ରସାଦ ସିଂହଦେଓ ମଧ୍ୟ ଜଣେ ଜଣେ ରାଜନେତା । କଳାହାଣ୍ଡିର ୩୨ ତମ ରାଜା ଭାବରେ ୨୦୦୧ ମସିହାରେ ତାଙ୍କର ଅଭିଷେକ କରାଯାଇଥିଲା । ରାଜନୈତିକ ଜୀବନ ଉଦିତ ପ୍ରତାପ ଦେଓ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଉଦିତ ପ୍ରତାପ ଦେଓ ୨୦୧୯ ମସିହାର ସେପ୍ଟେମ୍ବର ୨ ତାରିଖରେ ୭୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । |
ଚମ୍ପାପୁର ଭାରତୀୟ ରାଜ୍ୟ ବିହାରର ନରକଟିଗଞ୍ଜ ସବ୍ଡିଭିଜନର ଏକ ଗ୍ରାମ । ଏହା ନରକଟିଗଞ୍ଜଠାରୁ 15 କିଲୋମିଟର ତଥା ପାଟଣାଠାରୁ 230 କିଲୋମିଟର । ଜନସଂଖ୍ୟା 2011 ଜନଗଣନା ଅନୁସାରେ ଏହାର ଜନସଂଖ୍ୟା 1587 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିଲା ବେଳେ ମହିଳା ସଂଖ୍ୟା 46 % ଥିଲା । ଏହାର ସାକ୍ଷ୍ୟରତା ହାର ମାତ୍ର 47.82 % ଯାହା ଜାତୀୟ ହାରଠାରୁ ଢେର କମ ରହିଥିଲା । 6 ବର୍ଷରୁ କମ ସଂଖ୍ୟା 22 % ହେଇଥିଲା ବେଳେ ସମୁଦାୟ ପରିବାର ସଂଖ୍ୟା 290 ରହିଥିଲା । . ଶ୍ରୀ ଚମ୍ପାପୁର ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର ଏଠାରେ ଥିବା ଶ୍ରୀ ଚମ୍ପାପୁର ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର 2500 ବର୍ଷ ପ୍ରାଚୀନ । ଜୈନ ଧର୍ମର 12 ତମ ତିରଥଙ୍କର ଭଗବାନ ବସୁପୂଜ୍ୟ ଏଠାରେ ମୁଖ୍ୟ ଆରାଧ୍ୟ । ଏହାକୁ ବସୁପୂଜ୍ୟଙ୍କ ଜନ୍ମସ୍ଥାଳୀ କୁହାଯାଏ । ଏଠାରେ ସମସ୍ତ 5 ପ୍ରକାରର କଲ୍ୟାଣକ କରାଯାଇଥାଏ । ଏଠାରେ ଗର୍ଭ , ଜନମ , ଟପା , କେଭଳଜ୍ଞାନ ଓ ମୋକ୍ଷ ସବୁ ରୀତି ପାଳନ କରାଯାଇଥାଏ । 2014 ମସିହାରେ ଏଠାରେ ବସୁପ୍ରିୟଙ୍କ 31 ଫୁଟ ଉଛ ପ୍ରତିକୃତି ସ୍ଥାପନ କରାଯାଇଥିଲା । |
ରଜନିକାନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ବଡ଼ ଭାଉଜ ୧୯୮୮ ମସିହାରେ ମୁକ୍ତିଲାଭ କରିଥିଲା । |
ସିକନ୍ଦରାବାଦ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ବୁଲନ୍ଦ୍ଶହ୍ର୍ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିକନ୍ଦରାବାଦ ସହରର ମୋଟ ଜନସଂଖ୍ୟା ୬୯୯୦୨ ଅଟେ । ସେଥି ମଧ୍ୟରୁ ୫୨.୩୬% ଜଣ ପରୁଷ ହୋଇଥିବା ବେଳେ ୪୭.୬୪% ଜଣ ନାରୀ ଅଟନ୍ତି । ସିକନ୍ଦରାବାଦର ସାକ୍ଷରତା ହାର ୪୯.୮୧% ଅଟେ । ଏହା ଜାତୀୟ ହାରଠାରୁ ୧୫.୦୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୦.୨୮% ପ୍ରତିଶତ ପୁରୁଷ ଓ ୧୯.୫୩% ନାରୀ ଅଟନ୍ତି । ୧୭.୦୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ସିକନ୍ଦରାବାଦର ସରକାରୀ ଭାଷା ଅଟେ । |
ଓଡ଼ିଆ ସିନେମା ଜଗତରେ ୧୯୭୯ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର । |
ବିରେନ ଜ୍ୟୋତି ମହାନ୍ତି ଜଣେ ଭାରତୀୟ କଥାଚିତ୍ର ସମ୍ପାଦକ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ସମ୍ପାଦନା ପାଇଁ ଜଣାଶୁଣା; ଲକ୍ ଓ ଜୋଡ଼ି ବ୍ରେକର୍ସ ଭଳି ହିନ୍ଦୀ କଥାଚିତ୍ର ସହିତ ଓଡ଼ିଆ କଥାଚିତ୍ର ଜଗତରେ ମଧ୍ୟ କିଛି କଥାଚିତ୍ର ସମ୍ପାଦନା କରିଛନ୍ତି । |
ବୁଢ଼ୀ ଠାକୁରାଣୀ ମନ୍ଦିର ଏକ ଭାରତୀୟ ମନ୍ଦିର । ଏହା ଓଡ଼ିଶାର ଅନୁଗୋଳ ସହର ମଧ୍ୟସ୍ଥଳରେ ଥିବା ସୁନାଶଗଡ଼ ପାହାଡ଼ରେ ଅବସ୍ଥିତ । ଠାକୁରାଣୀଙ୍କ ବିଗ୍ରହ କଳାମୁଗୁନି (ମ୍ୟାଗନେଟାଇଟ) ପଥରରେ ନିର୍ମିତ । ମନ୍ଦିରର ବାମ ପାର୍ଶ୍ୱରେ ମଦନମୋହନ, ଦକ୍ଷିଣ ପାର୍ଶ୍ୱରେ ଶିବ-ପାର୍ବତୀ, ଗାୟତ୍ରୀ ପୂଜିତ ହୁଅନ୍ତି । ଏହା ସମ୍ମୁଖରେ ଏକ ଦୁର୍ଗାମଣ୍ଡପ ରହିଛି । ସୁନାଶଗଡ଼ ପାହାଡ଼ର ଶୀର୍ଷ ଦେଶରେ ଜଗନ୍ନାଥଙ୍କର ଶୈଳଶ୍ରୀକ୍ଷେତ୍ର ୨୦୦୨ରେ ପ୍ରତିଷ୍ଠା କରାଯାଇଥିଲା । କିମ୍ବଦନ୍ତୀ ଲୋକକଥା ଅନୁସାରେ ସୁନାଶ ନାମକ ଜଣେ କନ୍ଧଲୋକ ଏହି ପାହାଡ଼କୁ ଗଡ଼ ଭାବେ ବ୍ୟବହାର କରୁଥିଲେ । ସେ ବୁଢ଼ୀ ଠାକୁରାଣୀଙ୍କୁ ନିଜର ଇଷ୍ଟଦେବୀ ରୂପେ ପୂଜା କରୁଥିଲେ । ପୂଜାବିଧି କନ୍ଧ ସଂସ୍କୃତିରେ କରାଯାଉଥିବା ବୁଢ଼ା-ବୁଢ଼ୀ ଠାକୁରଙ୍କ ପୂଜନ ଶୈଳୀ ଏହି ମନ୍ଦିରରେ ପାଳନ କରାଯାଏ । ଏହି ପରମ୍ପରା ଓ ପ୍ରଥା ଅନୁଗୋଳ ଜିଲ୍ଲାର ଓଗି, ପରା ଓ ଗେଡ଼ିଆ ଗ୍ରାମରେ ମଧ୍ୟ ପ୍ରଚଳିତ । ଏହିସବୁ ଗ୍ରାମରେ ବୁଢ଼ା ଠାକୁର ପୂଜା ପାଇଥାନ୍ତି । |
ଶେରକୋଟ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଶେରକୋଟ ୨୯.୩୨୬୩ ଉତ୍ତର ଅକ୍ଷାଂଶ ଓ ୭୮.୫୭୪୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶେରକୋଟ ସହରର ମୋଟ ଜନସଂଖ୍ୟା ୫୨୮୭୦ ଅଟେ । ସେଥି ମଧ୍ୟରୁ ୫୨.୭୧% ଜଣ ପରୁଷ ହୋଇଥିବା ବେଳେ ୪୭.୨୯% ଜଣ ନାରୀ ଅଟନ୍ତି । ଶେରକୋଟର ସାକ୍ଷରତା ହାର ୪୬.୯୪% ଅଟେ । ଏହା ଜାତୀୟ ହାରଠାରୁ ୧୭.୯୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୭.୫୨% ପ୍ରତିଶତ ପୁରୁଷ ଓ ୧୯.୪୧% ନାରୀ ଅଟନ୍ତି । ୧୮.୪୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ଶେରକୋଟର ସରକାରୀ ଭାଷା ଅଟେ । |
ଇଟୋଡୋଲାକ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଇଟୋଲିନ, ହେଉଛି ଏକ ଅଣ ଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଓଷ୍ଟିଓଆର୍ଥ୍ରାଇଟିସ କିମ୍ବା ରିଉମାଟିକ ଆର୍ଥ୍ରାଇଟିସ ପରି ରୋଗମାନଙ୍କ ନିମନ୍ତେ ମଧ୍ୟ ଦିଆଯାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା, ପେଟ ଯନ୍ତ୍ରଣା, ଖାଦ୍ୟନଳୀ ରକ୍ତସ୍ରାବ, ଅଇ, ବୃକ୍କ ସମସ୍ୟା, ମୁଣ୍ଡ ବୁଲେଇବା, ଫୁଲିଯିବା, ରକ୍ତସ୍ରାବ, କାନନାଦ ଏବଂ ଯକୃତ ସମସ୍ୟା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ଘାତ, ଉଚ୍ଚ ରକ୍ତଚାପ, ହୃଦ୍ପାତ ଏବଂ ଆନାଫାଇଲକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭଧାରଣର ପରବର୍ତ୍ତୀ ଅର୍ଦ୍ଧ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା କକ୍ସ୧ ଓ କକ୍ସ୨କୁ ( 1 ଏବଂ 2) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ୧୯୭୧ ମସିହାରେ ଇଟୋଡୋଲାକ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୮୫ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ୧୯୯୧ରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୬୦୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ୨୦୨୧ ୧୫ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୨ ଡଲାର ଅଟେ । |
ଉପବାସ ଶବ୍ଦକୁ ଲୋକେ ଉପାସ ବୋଲି କହିଥାନ୍ତି । ଆଂଶିକ ଖାଦ୍ୟ ଗ୍ରହଣ କରିବା କିମ୍ବା ଖାଦ୍ୟ ଗ୍ରହଣ କରିବା ଅନିଚ୍ଛାକୁ ଉପବାସ କୁହାଯାଏ । ଏହା ସାଧାରଣତଃ ୨୪ ଘଣ୍ଟା ପାଇଁ କିମ୍ବା ସାମୟିକ ଭାବେ ଅତିକମରେ ୧୨ ଘଣ୍ଟାରୁ ଆରମ୍ଭ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଳନ କରାଯିବାର ଦେଖାଯାଏ । ଜଳ ଉପବାସରେ କେବଳ ଜଳ ଗ୍ରହଣ କରାଯାଏ । ପ୍ରାୟ ସମସ୍ତ ଧର୍ମର ଲୋକେ ବିଭିନ୍ନ ନାମରେ ଏହାକୁ ପାଳନ୍ତି । ଖାଦ୍ୟଭାବରୁ ମଧ୍ୟ ଅନେକ ଲୋକ ଉପାସେ ରହନ୍ତି ।ଧର୍ମପ୍ରାଣ ବ୍ୟକ୍ତିମାନେ ଏହାକୁ ଅତି ନିଷ୍ଠାର ସହ ପାଳନ କରନ୍ତି । ହିନ୍ଦୁ ଧର୍ମରେ ପାଳନ ସାଧାରଣତଃ ଓଷା ବ୍ରତମାନଙ୍କରେ ଅଧ୍ୟାତ୍ମବାଦୀ ଲୋକେ ଉପବାସ କରିଥାନ୍ତି । କେତେକ ଏକାଦଶୀ ବ୍ରତର ନିଷ୍ଠବାଂ ଲୋକ ମାତ୍ର ଗଣ୍ଡୁଷେ ଜଳତୁଳସୀ ପାନ କରି ବ୍ରତ ରଖନ୍ତି । ଅନ୍ୟାନ୍ୟ ବ୍ରତ ମାନଙ୍କରେ ଫଳାହାର କରାଯାଇଥାଏ । ସ୍ଥଳ ବିଶେଷରେ କିଛି ଲୋକ ଏକ ବକ୍ତ ହବିଷ୍ୟାନ୍ନ ଭକ୍ଷଣ କରନ୍ତି । ବୌଦ୍ଧ ଧର୍ମରେ ପାଳନ ଖ୍ରୀଷ୍ଟିୟାନ ଧର୍ମରେ ପାଳନ ଜୈନ ଧର୍ମରେ ପାଳନ ଶୀଖ ଧର୍ମରେ ପାଳନ ଇସଲାମ ଧର୍ମରେ ପାଳନ ରାଜନୀତିରେ ଉପବାସ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣ ଉପବାସ କରିବା ଫଳରେ ମନ ପ୍ରଫୁଲ୍ଲ ରୁହେ ଓ ଚିତ୍ତ ଶୁଦ୍ଧ ହୁଏ । କ୍ରମାଗତ ତିନିଦିନ ଉପବାସ ରହିବା ଫଳରେ ଶରୀର ମଧ୍ୟରେ ନୂତନ ଶ୍ୱେତ କଣିକା ସୃଷ୍ଟି ହୋଇଥାଏ ଏବଂ ଉକ୍ତ ଶ୍ୱେତ କଣିକା ପ୍ରାକୃତିକ ଭାବେ ଜୀବାଣୁ ଓ ଭୂତାଣୁ ଆଦିକୁ ନଷ୍ଟ କରି ଦେଇଥାଏ । ଅର୍ଥାତ ଉପବାସ ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । କର୍କଟ ରୋଗ ଭଳି ମାରାତ୍ମକ ବ୍ୟାଧି ଭୋଗୁଥିବା ମଣିଷମାନେ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବେ । ତେଣୁ କେବଳ ଧାର୍ମିକ ଦୃଷ୍ଟିକୋଣ ଯୋଗୁ ନୁହେଁ ବରଂ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଉପବାସ ରହିବ ପାଇଁ ଗବେଷକମାନେ ପରାମର୍ଶ ଦିଅନ୍ତି । |
ନେବିଭୋଲୋଲ ଏକ ବିଟା ବ୍ଲକର ଶ୍ରେଣୀର ଔଷଧ ଯାହା ଉଚ୍ଚ ରକ୍ତଚାପ ଏବଂ ହୃଦ୍ପାତର ଚିକିତ୍ସା ପାଇଁ ଦିଆଯାଏ ଉଚ୍ଚ ରକ୍ତଚାପ ପାଇଁ ଅନ୍ୟାନ୍ୟ - ବ୍ଲକର୍ ପରି ଏହା ସାଧାରଣତଃ କମ୍ ପସନ୍ଦଯୋଗ୍ୟ ଚିକିତ୍ସା ଏହା ଏକକ ଭାବରେ କିମ୍ବା ଅନ୍ୟାନ୍ୟ ରକ୍ତଚାପର ଔଷଧ ସହିତ ବ୍ୟବହୃତ ହୋଇପାରେ ଏହା ପାଟିରେ ଦିଆଯାଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଥକ୍କା ଅନୁଭବ, ବାନ୍ତି, ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦଘାତ ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ ଏହା ହୃତ୍ପିଣ୍ଡ ଓ ସ୍ଫିତ ରକ୍ତନଳୀ ମଧ୍ୟରେ ଥିବା 1- ଆଡ୍ରେନର୍ଜିକ ରିସେପ୍ଟର ଗୁଡ଼ିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ନେବିଭୋଲୋଲ ୧୯୮୩ ମସିହାରେ ପେଟେଣ୍ଟ ହୋଇଥିଲେ ଏବଂ ୧୯୯୭ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲେ ଯୁକ୍ତରାଜ୍ୟରେ ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ଯୁକ୍ତରାଜ୍ୟରେ ଏକ ମାସ ଯୋଗାଣ ୨୦୨୦ ସୁଦ୍ଧା ପ୍ରାୟ ୩ ପାଉଣ୍ଡ ଖର୍ଚ୍ଚ କରିଥାଏ । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧୭୪ ଆମେରିକୀୟ ଡଲାର ଅଟେ। ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରରେ ୧୪୪ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ଚାରି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା |
ପଧାନପଡ଼ା, ଭାରତ ଦେଶରେ ଓଡ଼ିଶା ରାଜ୍ୟ କନ୍ଧମାଳ ଜିଲ୍ଲା ଟିକାବାଲି ତହସିଲର ଏକ ଛୋଟ ଗ୍ରାମ ଅଟେ । ଏହା ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟ ଫୁଲବାଣୀ (କନ୍ଧମାଳ)ରୁ ପ୍ରାୟ ୨୮ କିଲୋମିଟର ଦୂରରେ ଦକ୍ଷିଣ ଦିଗରେ ଅବସ୍ଥିତ । ଟିକବାଲିରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ । ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ପ୍ରାୟ ୧୮୯ କିଲୋମିଟର ଦୂରରେ ଏହା ଅବସ୍ଥିତ । ପଧାନପଡ଼ାର ପିନ୍ ୭୬୨୦୧୦ ଅଟେ ଏବଂ ଡାକ ମୁଖ୍ୟ କାର୍ଯ୍ୟଳୟ ପାବୁରିୟାରେ ଅବସ୍ଥିତ । କଇଁଝର ( ୪ କି.ମି ), ଟିକାବାଲି (୧୦ କି.ମି ), ସଂକରାଖୋଲ ( ୭ କି.ମି ), ବେହେରାଗାଁ ( ୧୦ କି.ମି ), ବଡିମୁଣ୍ଡା (୧୧କି.ମି ) ଏହି ଗ୍ରାମ ଗୁଡ଼ିକ ପଧାନପଡ଼ାର ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକ ଅଟେ । ପଧାନପଡ଼ାର ପଶ୍ଚିମରେ ଚକାପାଦ ତହସିଲ, ଉତ୍ତରରେ ଖଜୁରୀପଡା ଓ ଫୁଲବାଣୀ ତହସିଲ, ଦକ୍ଷିଣରେ ଜି.ଉଦୟଗିରି ତହସିଲ ଅବସ୍ଥିତ । ଫୁଲବାଣୀ, ବ୍ରହ୍ମପୁର, ଆସିକା, ବଲାଂଗିରି ଏବଂ ହିଂଜିଳିକୁଟ ପଧାନପଡ଼ାର ନିକଟବର୍ତ୍ତୀ ସହରଗୁଡ଼ିକ ଅଟେ । ଏହି ଗ୍ରାମରେ ୫ ଜାତିର ଲୋକମାନେ ବାସ କରନ୍ତି, ଏଠାରେ ବାସ କରୁଥିବା ଲୋକମାନେ ମୁଖ୍ୟତଃ ଓଡ଼ିଆ, ଫୁଲବାଣୀ ଓଡ଼ିଆ, କୁଇ ଭାଷା କହନ୍ତି । ହିନ୍ଦୀ, ତାମିଲ୍, ମାଲାଲିୟମ୍ ଏବଂ ଇଂରାଜୀ ଭାଷା ମଧ୍ୟ କହନ୍ତି । ଏଠାରେ ମୁଖ୍ୟତଃ ହିନ୍ଦୁ, ଖ୍ରୀଷ୍ଟିୟାନ ଏବଂ ଜୈନ ଧର୍ମରେ ବିଶ୍ୱାସ କରୁଥିବା ଲୋକମାନେ ବାସ କରନ୍ତି । ଏଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅଗଂନବାଡି ମଧ୍ୟ ଅଛି । ୨୦୧୧ ଜନଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୬୭୦ ଏବଂ ଘର ଗୁଡ଼ିକର ସଂଖ୍ୟା ପ୍ରାୟ ୧୬୨ ଅଟେ । ଏହି ଗ୍ରାମର ସାକ୍ଷାରତା ହାର ପ୍ରାୟ ୪୫.୭% ଅଟେ । |
ପଖିଆ ବର୍ଷାରୁ ରକ୍ଷା ପାଇବା ପାଇଁ ବ୍ୟବହାର ହେଉଥିବା ଏକପ୍ରକାର ଘୋଡ଼ିଆ ବସ୍ତୁ । ଏହା ଶୁଖିଲା ବରଡ଼ା ପତ୍ରରୁ ତିଆରି ଓ ଦେଖିବାକୁ ଡଙ୍ଗା ଭଳି । ଏହା ମୁଣ୍ଡରୁ ଅଣ୍ଟା ଯାଏ ଢାଙ୍କିପାରେ । ଆଗରୁ ଅନେକ ମଜୁରିଆ ଓ ଚାଷୀମାନେ ବାହାରେ କାମ କଲାବେଳେ ଏହାକୁ ଘୋଡ଼ିହୋଇ କାମ କରୁଥିଲେ । ଚଳଣିରେ ବ୍ୟବହାର ଓଡ଼ିଶା ଓ ମଧ୍ୟପ୍ରଦେଶର କେତେକ ଜନଜାତିର ଲୋକେ ଏହାକୁ ପର୍ବପର୍ବାଣି ପାଳନ ବେଳେ କଦମ୍ବ ଗଛ ସହ ପୂଜିଥାନ୍ତି । ମାଣବସାରେ ସେର, ମାଣ, ଗଉଣି ଆଦି ପଖିଆକୁ ବସାଯାଇଥାଏ । |
୬୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଓବ୍ରା, ଭାରତ ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ଉତ୍ତର ପ୍ରଦେଶର ସୋନ୍ଭଦ୍ର ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଓବ୍ରା, ଭାରତ ୨୪.୪୧୬୬ ଉତ୍ତର ଅକ୍ଷାଂଶ ଓ ୮୨.୯୮୫୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଓବ୍ରା, ଭାରତ ସହରର ମୋଟ ଜନସଂଖ୍ୟା ୫୨୩୯୮ ଅଟେ । ସେଥି ମଧ୍ୟରୁ ୫୪.୭୦% ଜଣ ପରୁଷ ହୋଇଥିବା ବେଳେ ୪୫.୩୦% ଜଣ ନାରୀ ଅଟନ୍ତି । ଓବ୍ରା, ଭାରତର ସାକ୍ଷରତା ହାର ୭୪.୮୮% ଅଟେ । ଏହା ଜାତୀୟ ହାରଠାରୁ ୧୦.୦୪% ପ୍ରତିଶତ କମ ଅଟେ । ସେଥିରୁ ୪୫.୨୪% ପ୍ରତିଶତ ପୁରୁଷ ଓ ୨୯.୬୪% ନାରୀ ଅଟନ୍ତି । ୧୧.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ଓବ୍ରା, ଭାରତର ସରକାରୀ ଭାଷା ଅଟେ । |