text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
ସାମନାକୁ ଆସିଲା ମୁମ୍ବାଇ-ଚେନ୍ନାଇ ବିମାନ ବନ୍ଦରରେ ଅପହରଣ ଗୁଜବର ସତ ! ପ୍ରେମିକାଙ୍କ ପାଇଁ ବିମାନକୁ ବିଳମ୍ବ କରିବାକୁ ଚାହୁଁଥିଲେ ଯୁବକ | Kanak News କନକ ବ୍ୟୁରୋ : ହାଇଜ୍ୟାକ୍ ଆଲର୍ଟ ପଛର ରହସ୍ୟ । ପ୍ରେମ ପାଇଁ ରଚା ଯାଇଥିଲା ଅପହରଣ ଗୁଜବ । ଏପ୍ରିଲ ୧୫ତାରିଖରେ ମୁମ୍ବାଇ ପୁଲିସ ନିକଟକୁ ପଠାଯାଇଥିବା ବିମାନ ଅପହରଣ ସମ୍ପର୍କିତ ମେଲ୍ ପଛର କାରଣ ଜଣାପଡିଛି । ଏହି ମେଲ୍ କୌଣସି ଅପହରଣ ପାଇଁ ନଥିଲା ବରଂ ଥିଲା ନିଜ ପ୍ରେମିକାଙ୍କୁ ମୁମ୍ବାଇରୁ ଗୋଆ ଯାତ୍ରା କରିବାରୁ ରୋକିବା ପାଇଁ । ହାଇଦ୍ରାବାଦ ଟାସ୍କ ଫୋର୍ସ ଏହି ମାମଲାରେ ଚେନ୍ନାଇର ୩୨ବର୍ଷୀୟ ବ୍ୟବସାୟୀ ଏମ୍.ଭମ୍ଶି କ୍ରୀଷ୍ଣାଙ୍କୁ ଗିରଫ କରିଛି । ଗତ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଚେନ୍ନାଇର ଜଣେ ମହିଳାଙ୍କ ସହ କ୍ରୀଷ୍ଣାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏବଂ କ୍ରୀଷ୍ଣାଙ୍କ ସହ ତାଙ୍କ ପ୍ରେମିକା ଚେନ୍ନାଇରୁ ମୁମ୍ବାଇ ଏବଂ ପରେ ଗୋଆ ଯାଇ କିଛି ସମୟ ବିତାଇବା ପାଇଁ ଚାହୁଁଥିଲେ । ତେବେ ଏଥିପାଇଁ କ୍ରୀଷ୍ଣା ତାଙ୍କ ପ୍ରେମିକାଙ୍କୁ ମନା କରିବା ପାଇଁ ଚାହୁଁନଥିଲେ । ସେଥିପାଇଁ ସେ ଅପହରଣର ଏକ ଗୁଜବ ସୃଷ୍ଟି କରିଥିଲେ ଯାହା ଦ୍ୱାରା ତାଙ୍କ ପ୍ରେମିକା ଚେନ୍ନାଇରେ ହିଁ ରହିବେ ବୋଲି ସେ ଭାବିଥିଲେ । ଏପରିକି ନିଜ ପ୍ରେମିକାଙ୍କୁ ଚେନ୍ନାଇରୁ ମୁମ୍ବାଇ ପାଇଁ ଏକ ଜାଲ୍ ବିମାନ ଟିକେଟ ମଧ୍ୟ ଦେଇଥିଲେ । ଏନେଇ ସୂଚନା ଦେଇଛନ୍ତି ହାଇଦ୍ରାବାଦ ଏସଟିଏଫ । ଏଥିପାଇଁ କ୍ରୀଷ୍ଣା ଛଦ୍ମନାମ ବ୍ୟବହାର କରି ଜଣେ ମହିଳା ୟୁଜର ଭାବରେ ଅପହରଣ ନେଇ ମେଲ୍ କରିଥିଲେ । ଯେଉଁଥିରେ ସେ ଦର୍ଶାଇଥିଲେ ଯେ, ୬ଜଣଯୁବକ ମୁମ୍ବାଇ, ଚେନ୍ନାଇ ଓ ହାଇଦ୍ରାବାଦରୁ ଉଡାଣ ଭରିବାକୁ ଥିବା ବିମାନ ଅପହରଣ କରିବାର ଯୋଜନା କରିଛନ୍ତି । ଏହି ମେଲ୍ ପାଇବା ପରେ ମୁମ୍ବାଇ, ଚେନ୍ନାଇ ଏବଂ ହାଇଦ୍ରାବାଦ ବିମାନ ବନ୍ଦରରେ ୨୪ଘଂଟାରୁ ଅଧିକ ସମୟ ଧରି ହାଇ ଆଲର୍ଟ ଜାରି କରାଯାଇଥିଲା ।
OSCAR-2019
9 ମୁଁ ଖ୍ରୀଷ୍ଟଙ୍କଠାରେ ଅଛି, ଓ ମୁଁ ସତ୍ୟ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ୱାରା ମୋର ଭାବନା ନିୟନ୍ତ୍ରିତ। ଏହି ଭାବନା ମୋତେ କୁହେ ଯେ ମୁଁ ମିଛ କୁହେ ନାହିଁ। 2 ମୋର ଅଶେଷ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବେଦନାଗ୍ରସ୍ତ ଅଛି। 3 ସେମାନେ ମୋର ଭାଇ ଓ ଭଉଣୀ। ସେମାନେ ଏହି ସଂସାରରେ ମୋର ପରିବାର। ମୁଁ ସେମାନଙ୍କୁ ସାହାଯ୍ୟ କରିପାରେ। ମୁଁ ନିଜେ ଅଭିଶପ୍ତ ହେବା ପାଇଁ ଇଛୁକ, ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହୋଇପାରେ। 4 ସେମାନେ ଇସ୍ରାଏଲୀୟ ଲୋକ। ସେମାନେ ପରମେଶ୍ୱରଙ୍କର ବଛାଯାଇଥିବା ସନ୍ତାନ। ସେମାନଙ୍କ ପାଖରେ ପରମେଶ୍ୱରଙ୍କ ମହିମା ଅଛି ଓ ସେମାନେ ପରମେଶ୍ୱର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ୱର ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦେଇଛନ୍ତି। ପରମେଶ୍ୱର ସେମାନଙ୍କୁ ତାହାଙ୍କର ପ୍ରତିଶ୍ରୁତିମାନ ଦେଇଛନ୍ତି। 5 ସେମାନେ ଆମ ପୂର୍ବପୁରୁଷମାନଙ୍କର ବଂଶଧର ଅଟନ୍ତି। ସେମାନେ ସଂସାରରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟରେ ଖ୍ରୀଷ୍ଟ ପରମେଶ୍ୱର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍। 6 ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ। 7 ଅବ୍ରାହମଙ୍କ କେବଳ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତରେ ପରମେଶ୍ୱରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ୱର କହିଥିଲେ: “ଇସ୍‌‌ହାକ ଦ୍ୱାରା ତୁମ୍ଭର ବିଧି ସଙ୍ଗତ ବଂଶବୃଦ୍ଧି ହେବ।” [a] 8 ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି। କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ। 9 ପରମେଶ୍ୱରଙ୍କ ପ୍ରତିଜ୍ଞା ଏହିପରି ଥିଲା: “ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫେରିବି ଓ ସାରା ପୁତ୍ର ଜନ୍ମ କରିବ।” [b] 10 କେବଳ ଏତିକି ନୁହେଁ। ଆମ୍ଭର ପୂର୍ବ ପୁରୁଷ ଇସ୍‌‌ହାକଙ୍କଠାରୁ ରିବିକା ଦୁଇଟି ସନ୍ତାନ ଲାଭ କରିଥିଲେ। 11-12 ଦୁଇଟି ପୁତ୍ର ଜନ୍ମ ହେବା ପୂର୍ବରୁ ଓ ସେମାନେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ୱର ରିବିକାକୁ କହିଥିଲେ, ବଡ଼ ପୁତ୍ରଟି ସାନଟିର ସେବା କରିବ। ପରମେଶ୍ୱରଙ୍କ ମନୋନୟନ ତାହାଙ୍କ ଯୋଜନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥିଲେ ସେହି କାରଣରୁ ହେଲା। 13 ଶାସ୍ତ୍ର କୁହେ: “ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।” [c] 14 ତା’ହେଲେ ଏ ବିଷୟରେ ଆମ୍ଭେ କ’ଣ କହିବା? କ’ଣ ପରମେଶ୍ୱର ଅନ୍ୟାୟୀ? 15 ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ୱର ମୋଶାଙ୍କୁ କହିଥିଲେ, “ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦେଖାଇବା। ଆମ୍ଭେ ଯାହାକୁ କରୁଣା ଦେଖାଇବା ପାଇଁ ଇଚ୍ଛା କରିବା ଆମ୍ଭେ ତାହାକୁ କରୁଣା ଦେଖାଇବା।” [d] 16 ଅତଏବ, ପରମେଶ୍ୱରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ । 17 ଧର୍ମଶାସ୍ତ୍ରରେ ଯେପରି ପରମେଶ୍ୱର ଫାରୋକୁ [e] କହନ୍ତି: “ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦ୍ଧେଶ୍ୟ ପାଇଁ ତୁମ୍ଭକୁ ରାଜା କରିଛୁ, ଯଦ୍ଦ୍ୱାରା ତୁମ୍ଭ ମାଧ୍ୟମରେ ଆମ୍ଭେ ଆପଣା ଶକ୍ତି ଦେଖାଇ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ୱରେ ଘୋଷିତ ହେଉ ବୋଲି ଆମ୍ଭ ଇଚ୍ଛା।” [f] 18 ଅତଏବ ଯେଉଁମାନଙ୍କୁ ପରମେଶ୍ୱର ଦୟା ଦେଖାଇବାକୁ ଗ୍ଭହାନ୍ତି ସେମାନଙ୍କୁ ସେ ଦୟା ଦେଖାନ୍ତି ଓ ଯେଉଁମାନଙ୍କୁ ସେ କଠୋର କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ସେ କଠୋର କରନ୍ତି। 19 ତା’ହେଲେ ତୁମ୍ଭେ ମୋତେ ପ୍ରଶ୍ନ କରି ପାର ଯେ “ସେ ଆମ୍ଭର ଦୋଷ କାହିଁକି ଧରନ୍ତି?” 20 ତୁମ୍ଭେ କେବଳ ଜଣେ ମଣିଷ। ପରମେଶ୍ୱରଙ୍କୁ ଓଲଟି ପ୍ରଶ୍ନ ପଗ୍ଭରିବାର ଅଧିକାର ତୁମ୍ଭର ନାହିଁ। ମାଟି କଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ “ତୁମ୍ଭେ ମୋତେ ଏପରି ଭାବେ କାହିଁକି ଗଢ଼ିଲ?” 21 କୁମ୍ଭାରର ଅଧିକାର ରହିଛି ଯେ ସେ ମାଟି ପିଣ୍ତୁଳାଟି ନେଇ ବିଶେଷ ପ୍ରୟୋଜନ ନିମନ୍ତେ ଗୋଟିଏ ଓ ସାଧାରଣ ପ୍ରୟୋଜନ ନିମନ୍ତେ ଅନ୍ୟ ପାତ୍ରଟିଏ ତିଆରି କରିବ। 22 ଠିକ୍ ସେହିଭଳି ପରମେଶ୍ୱର ମଧ୍ୟ ନିଜର କ୍ରୋଧ ଓ ଶକ୍ତି ପ୍ରଦର୍ଶନ କରିବା ପାଇଁ ଗ୍ଭହିଁଥିଲେ। ସେ ଖୁବ୍ ଧୈର୍ଯ୍ୟର ସହିତ ତାହାଙ୍କ କ୍ରୋଧ ଓ ବିନାଶ ପାତ୍ରମାନଙ୍କୁ ସହି ନେଇଥିଲେ। 23 ପରମେଶ୍ୱର ତାହାଙ୍କର ଦୟାପାତ୍ର ମାନଙ୍କୁ ନିଜ ମହିମାର ଧନ ଦେଖାଇବା ଲାଗି ଧୈର୍ଯ୍ୟପୂର୍ବକ ଅପେକ୍ଷା କରିଥିଲେ। 24 ସେମାନଙ୍କୁ ତାହାଙ୍କ ମହିମା ଦେବା ପାଇଁ ପ୍ରସ୍ତୁତ କଲେ। 25 ଆମ୍ଭେମାନେ ସେହି ଲୋକ। ପରମେଶ୍ୱର କେବଳ ଯିହୂଦୀମାନଙ୍କ ଭିତରୁ ନୁହେଁ, କିନ୍ତୁ ଅଣଯିହୂଦୀମାନଙ୍କ ଭିତରୁ ମଧ୍ୟ ଆମ୍ଭ ମାନଙ୍କୁ ଡାକିଲେ। ହୋଶେୟ ପୁସ୍ତକରେ ଏହିପରି ଲେଖା ଅଛି: 30 ତା’ହେଲେ ଏସବୁର ଅର୍ଥ କ’ଣ? ଏହାର ଅର୍ଥ ଯେ, ଅଣଯିହୂଦୀମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ହେବା ପାଇଁ ଯତ୍ନ ଶୀଳ ନୁହନ୍ତି। କିନ୍ତୁ ସେମାନେ ପରମେଶ୍ୱରଙ୍କ ଦ୍ୱାରା ନିଜ ବିଶ୍ୱାସ ହେତୁ ଧାର୍ମିକ ହେଲେ। 31 ଇସ୍ରାଏଲର ଲୋକେ ଧାର୍ମିକ ହେବା ପାଇଁ ବ୍ୟବସ୍ଥା ପାଳନ କରି ମଧ୍ୟ କୃତକାର୍ଯ୍ୟ ହେଲେ ନାହିଁ। 32 କାରଣ ସେମାନଙ୍କର ବିଶ୍ୱାସ ନ ଥିଲା ଯେ ସେମାନେ ନିଜର କାର୍ଯ୍ୟ ଦ୍ୱାରା ଧାର୍ମିକ ହେବା ପାଇଁ ଚେଷ୍ଟା କଲେ ତେଣୁ ସେମାନେ ଝୁଣ୍ଟି ପଡ଼ିବା ପଥରରେ ଝୁଣ୍ଟି ପଡ଼ିଲେ। 33 ଧର୍ମଶାସ୍ତ୍ର ସେ ପଥର ବିଷୟରେ କୁହେ: ରୋମୀୟଙ୍କ ପ୍ରତି ପତ୍ର 9:29 ସଦୋମ ଓ ଗମୋରା ମନ୍ଦଲୋକ ରହୁଥିବା ଦୁଇଟି ସହର। ପରମେଶ୍ୱର ଏହି ସହର ଗୁଡ଼ିକୁ ନଷ୍ଟ କରି ସେମାନଙ୍କୁ ଦଣ୍ତ ଦେଇଥିଲେ।
OSCAR-2019
ରାୟଗଡା ତା-୧୧/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଥମ ଥର ପ୍ରେସ ବିବୃତ୍ତି ଦେଇଛି। ରାୟଗଡା ଜିଲ୍ଲାରେ କିଛି ସ୍ବାର୍ଥନ୍ୱେଶୀ ବ୍ୟକ୍ତି ନିଜର ଅସାମାଜିକ କ୍ରିୟାକଳାପକୁ ସ୍ବାର୍ଥ ସାଧାନ ନିମନ୍ତେ ରାଷ୍ଟ୍ରୀୟ ସ୍ବୟଂ ସେବକର ନାମକୁ ଅପବ୍ୟବହାର କରି ନିଜକୁ ସ୍ବୟଂ ସେବକ ପରିଚୟ ଦେଇ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରୁ ଚାନ୍ଦା ସଂଗ୍ରହ କରିବା ଧମକ ଚମକ ଦେଇ ଭୟଭୀତ କରିବା ଭଳି କାର୍ଯ୍ୟକୁ ସଂଘ ସମର୍ଥନ କରେ ନାହିଁ। ଏହା ସଂଘ ବିରୋଧୀ। ତେଣୁ ଏଥିରୁ ସଂଘ ନିବୃତ ରହେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏକ ସାଂସ୍କୃତିକ ସାମାଜିକ ଏବଂ ସେବା ସଂଘଠନ ହୋଇଥିବା ଦୃଷ୍ଟିରୁ ଏଭଳି କାର୍ଯ୍ୟକୁ ସଂଘ ପ୍ରସୟ ଦିଏ ନାହିଁ। ତେଣୁ କୌଣସି ବ୍ୟକ୍ତି ଏଭଳି ଅରାଜକତା କାର୍ଯ୍ୟରେ ଲିପ୍ତ ରହି ସଂଘ କିମ୍ବା ତାହାର ଆନୁସଙ୍ଗିକ କ୍ଷେତ୍ରରେ ପରିଚୟ ଦେଇ ବିଭ୍ରାନ୍ତ କରନ୍ତି ତେବେ ତାହା ତାଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଅଟେ। ଏଣୁ ଏଭଳି ଆତ୍ମଘୋଷିତ ବ୍ୟକ୍ତିଙ୍କ ପ୍ରତି ସମାଜର ସମସ୍ତ ନାଗରିକ ସତର୍କ ରହିବା ଜରୁରୀ ଅଟେ। ଏଣୁ ଆମ ସଂଘ ବିନମ୍ର ସହ ସର୍ବସାଧାରଣରେ ନିବେଦନ କରି ଜଣାଉଛି ଯେ ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରି ସତର୍କ ରହିବାକୁ ଅନୁରୋଧ କରିଛନ୍ତି। ଏହି ବିବୃତ୍ତି ରାୟଗଡ଼ ନଗର ସଂଘ ଚାଳକ ପ୍ରମୋଦ କୁମାର ମହାନ୍ତିଙ୍କ ଦସ୍ତଖତ ଥିବା ଚିଠି ନଂମ୍ବର ୩୫୮/୨୦୧୮ ତା-୧୨/୦୯/୨୦୧୮ ସୂଚନା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଗତ କିଛିଦିନ ହେବ ରାୟଗଡା ଜିଲ୍ଲାରେ ଆତ୍ମଘୋଷିତ ଗୋରକ୍ଷକ ବ୍ୟକ୍ତିଜଣକ ଗୋଚାଲାଣ ବନ୍ଦ କରିବା ନାମରେ ଗୋଚାଲାଣକାରୀଙ୍କୁ ଧମକ ଦେବା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯାଇ ଧମକଚମକ ଦେବା ସହ ଚାନ୍ଦା ମାଗିବା ଏବଂ ସଂଘର କାର୍ଯ୍ୟକର୍ତ୍ତା କହିବା ବିଷୟରେ ବହୁ ଚର୍ଚ୍ଚା ହେଉଥିଲା ଯଦ୍ବାରା ପ୍ରକୃତ ସଂଘ କର୍ମକର୍ତ୍ତାଙ୍କ ଉପରେ ଲୋକଙ୍କ ଆଶା ଓ ବିଶ୍ୱାସ ହରାଇବ ବୋଲି ଏଭଳି ବିବୃତ୍ତି ଦେଇଥିବା ଆଶା କରାଯାଉଛି।
OSCAR-2019
ନିୟମିତ ବ୍ୟବଧାନରେ ବ୍ୟାଙ୍କ ଜାଲିଆତିକୁ ନେଇ ଖବର ପ୍ରକାଶ ପାଉଛି। ଏହି ସବୁ ଜାଲିଆତିରେ ବ୍ୟାଙ୍କ ମୁଖ୍ୟମାନଙ୍କ ଭୂମିକା ସନ୍ଦେହଜନ ରହିଛି। କିଛି ବ୍ୟାଙ୍କ ମୁଖ୍ୟଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରେ ଲୋକଙ୍କ ଜମା ରାଶି କେତେ ସୁରକ୍ଷିତ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଋଣ ଜାଲିଆତି ପାଇଁ ବିବାଦରେ ଫସିଥିବା କିଛି ବ୍ୟାଙ୍କ ମୁଖ୍ୟଙ୍କ ସମ୍ପର୍କରେ ଏହି ବିଶେଷ ଉପସ୍ଥାପନା ଗତ ମାର୍ଚ୍ଚ ମାସରେ କାନାରା ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ଆର୍‌ କେ ଦୁବେଙ୍କ ନାମରେ ସିବିଆଇ ଋଣ ଠକେଇ ମାମଲା ରୁଜୁ କରିଛି। ୬୮ କୋଟି ଋଣ ଠକେଇ ଘଟଣାରେ ଏହି ମାମଲା ରୁଜୁ ହୋଇଛି। ୨୦୧୩ ମସିହାରେ ଶ୍ରୀ ଦୁବେ ଏହି ଋଣ ମଞ୍ଜୁର କରିଥିଲେ। ଗତବର୍ଷ ଜାନୁଆରିରେ ବିଜୟ ମାଲ୍ୟାଙ୍କ ଋଣ ଖିଲାପୀ ମାମଲାରେ ସିବିଆଇ ଆଇଡିବିଆଇ ବ୍ୟାଙ୍କର ତତ୍କାଳୀନ ଅଧ୍ୟକ୍ଷ ଯୋଗେଶ ଅଗ୍ରଓ୍ଵାଲଙ୍କ ସମେତ ଡେପୁଟି ଏମ୍‌ଡି ବି କେ ବାତ୍ରା ଏବଂ ଅନ୍ୟ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଥିଲା। ଗତମାସରେ ପିଏନ୍‌ବିରୁ ନିରବ ମୋଦିଙ୍କ ଋଣ ମହାଠକେଇ ମାମଲାରେ ଏହି ବ୍ୟାଙ୍କର ପୂର୍ବତନ ସିଇଓ ଉଷା ଅନନ୍ତସୁବ୍ରମଣନ୍‌ଙ୍କ ସମେତ ଦୁଇଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଛି। ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ପୂର୍ବତନ ସିଏମ୍‌ଡି ଅର୍ଚ୍ଚନା ଭାର୍ଗବଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଆୟ ତୁଳନାରେ ୩.୬ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କ ନାମରେ ଏହି ମାମଲା ହୋଇଛି। ଗତ ଏପ୍ରିଲରେ ସିବିଆଇ ୟୁକୋ ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ଅରୁଣ କୌଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ଇରା ଇଞ୍ଜିନିୟରିଂ ଇନ୍‌ଫ୍ରା ଇଣ୍ଡିଆକୁ ଦିଆଯାଇଥିବା ୬୨୧ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗ ତାଙ୍କ ନାମରେ ଆସିଛି। ଭିଡିଓକନ୍‌କୁ ଋଣ ମଞ୍ଜୁର ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚର ଛନ୍ଦି ହୋଇ ପଡ଼ିଛନ୍ତି। ବ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ଏନ୍‌ ଶ୍ରୀକିଷ୍ଣାଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉଛି।
OSCAR-2019
କନକ ବ୍ୟୁରୋ : ସରକାରଙ୍କ ସ୍ୱପ୍ନ ଡ଼ିଜିଟାଲ ଇଣ୍ଡିଆ । ଏପଟେ ରାଜ୍ୟ ସରକାର ମଧ୍ୟ ଆଦିବାସୀଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ଲୋକଙ୍କୁ ପାଣି ଟୋପେ ପାଇଁ ବହୁ ଅସୁବିଧା ଭୋଗିବାକୁ ପଡୁଛି । ଗାଁରେ ଉତ୍କଟ ଜଳ ସମସ୍ୟା । ଲୋକଙ୍କୁ ମିଳୁନି ପର୍ଯ୍ୟାପ୍ତ ପରିମାଣର ଜଳ । ନଳକୂପ ଅଛି ହେଲେ ପାଣି ବାହାରୁନି । ଯେତେ ଜଳ ବାହାରୁଚି ତାହା ସମୁଦ୍ରକୁ ଶଙ୍ଖେ ପରି । ଏଥିପାଇଁ ଅସୁବିଧା ଭୋଗୁଛନ୍ତି ପାଲଲହଡ଼ା ଦେଓବାହାଳି ଗାଁଲୋକେ । ଗାଁରେ ପନ୍ଦର ଶହରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ପାଣି ଟୋପେ ପାଇଁ ନଳକୂପ ପାଖରେ ଠିଆ ହେବାକୁ ପଡୁଛି ଘଂଟା ଘଂଟା । ପାନୟ ଜଳ ସମସ୍ୟା ନେଇ ଅଭିଯୋଗ ପରେ ବି ପ୍ରଶାସନର ନିଦ ଭାଙ୍ଗିନୀ । ସେପଟେ ପଂଚାୟତରୁ କିଛି ଅଭିଯୋଗ ଆସିନି ଆସିଲେ ପଦକ୍ଷେପ ନେବୁ ବୋଲି କହିଛନ୍ତି ଜଳ ଯୋଗାଣ ପରିମଳ ବିଭାଗ । ଖରା ବଢିବା ସାଂଗକୁ ପାଣି ପାଣି ପାଇଁ ଏହି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ହାହା କାର ଦେଖାଦେଇଛି । ଆଠଗଡ : ଆଠଗଡ ଗୁରୁଡିଝାଟିଆରେ ବୋମାମାଡ ।କଂଟ୍ରାକ୍ଟର ପ୍ରତାପ ରାଉତଙ୍କ ଘର ଉପରକୁ ବୋମାମାଡ କରିଛନ୍ତି ଦୁର୍ବୃତ । ବୋମାମାଡ କରି ଦୁର୍ବୃତ ଫେରାର ହୋଇଯାଇଛନ୍ତି । ତେବେ କିଏ ଓ କାହିଁକି ବୋମାମାଡ କରିଛି ତାହା ଜଣାପଡିନାହିଁ । ବାଇକରେ ଆସି ଦୁର୍ବୃତ ବୋମାମାଡ କରିଥିବା ଜଣାପଡିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
OSCAR-2019
ରେଳବାଇରେ ଚାକିରି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ଏହିସବୁ ଭୁଲ ମହଙ୍ଗା ପଡ଼ିପାରେ ! | Sambad ନୂଆଦିଲ୍ଲୀ: ଆର୍‌ଆର୍‌ବି ରିକ୍ୱାରମେଣ୍ଟ ରେଲେଓ୍ଵ ଭର୍ତ୍ତି ବୋର୍ଡ ଅଗଷ୍ଟ ୯ ତାରିଖରେ ଗ୍ରୁପ୍‌ ସି(ଆର୍‌ଆର୍‌ବି ଗ୍ରୁପ୍‌ ସି) ଏଏଲ୍‌ପି ଆଣ୍ଡ ଟେକ୍‌ନିସିୟାନ୍‌ ପଦବି ପାଇଁ ପରୀକ୍ଷା ଆୟୋଜିତ କରିଛି। ଆର୍‌ଆର୍‌ବି ରବିବାର ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି କରିଛି। ଯେଉଁ ଆବେଦନକାରୀ ଏହି ପରୀକ୍ଷା ପାଇଁ ନିଜର ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରି ନାହାନ୍ତି ସେମାନେ ରେଲେଓ୍ଵ ଅଫିସିଆଲ େଓ୍ଵବସାଇଟ୍‌ indianrailways.gov.in କିମ୍ବା ଆରଆରବି େଓ୍ଵବସାଇଟ୍‌ ଯାଇ ଆପଣ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରି ପାରିବେ। ପରୀକ୍ଷା ତାରିଖ ପାଖେଇ ଆସୁଛି, ଆବେଦନକାରୀ ପ୍ରସ୍ତୁତିରେ ବି ଲାଗିପଡ଼ିଛି। ପ୍ରଥମ ପର୍ଯ୍ୟାୟ ଭର୍ତ୍ତି ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ହେବ। ତେବେ ଆପଣଙ୍କୁ ପରୀକ୍ଷାକେନ୍ଦ୍ରରେ ଏହିସବୁ ଭୁଲରୁ ଦୂରେଇ ରହିବାକୁ ପଡ଼ିବ। ଏପରି କଲେ ହିଁ ଆପଣ ପରୀକ୍ଷାରେ ସଫଳତା ପାଇପାରିବେ। ୧. ଯଦି ଆପଣ ପ୍ରଥମ ଥର କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ଦେଉଛନ୍ତି ତେବେ ବିଚଳିତ ଆଦୌ ହୁଅନ୍ତୁ ନାହିଁ। େଓ୍ଵବସାଇଟ୍‌ରେ ଦିଆଯାଇଥିବା ଇନ୍‌ଷ୍ଟ୍ରକ୍‌ସନ୍‌କୁ ଧ୍ୟାନ ଦେଇ ପେପରର ସମାଧାନ କରିବା ଆରମ୍ଭ କରନ୍ତୁ। ଆପଣ ପରୀକ୍ଷା ପୂର୍ବରୁ ମାର୍କ ଟେଷ୍ଟ ଜରିଆରେ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରି ପାରିବେ। ମାର୍କଟେଷ୍ଟରେ ଆପଣଙ୍କୁ ଅନ୍‌ଲାଇନ୍‌ ପରୀକ୍ଷା କିପରି ଦିଆଯାଏ ସେନେଇ ଅନ୍ଦାଜ ହୋଇଯିବ। ୨. ପରୀକ୍ଷାରେ ଦିଆଯାଇଥିବା ପ୍ରଶ୍ନକୁ ପ୍ରଥମେ ଧ୍ୟାନ ଦେଇ ପଢ଼ନ୍ତୁ। ହଡବଡ଼ି ନହୋଇ ଯେଉଁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଭଲଭାବେ ଆସୁଛି ତାହାକୁ ପ୍ରଥମେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ୩. ଯଦି ଆପଣଙ୍କୁ ଟେକ୍‌ନୋଲୋଜିକୁ ନେଇ କୌଣସି ଜ୍ଞାନ ନାଇ, ତେବେ ବିଚଳିତ ନହୋଇ ଟେକ୍‌ନୋଲୋଜି ସହିତ ଜଡ଼ିତ କୌଣସି ଅସୁବିଧା ହେଉଛି ତେବେ ପରୀକ୍ଷାକେନ୍ଦ୍ରରେ ଉପସ୍ଥିତ ଥିବା ନୀରିକ୍ଷକଙ୍କୁ ସମ୍ପର୍କ କରନ୍ତୁ। ଧ୍ୟାନ ରଖିବେ କି ଏପରି କିଛି ସମସ୍ୟା ସୃଷ୍ଟି ନହେଉ, ଯେଉଁଥିପାଇଁ ଆପଣଙ୍କ ପରୀକ୍ଷାର ସମୟ ନଷ୍ଟ ହେଉ। ୪. ପରୀକ୍ଷା କେନ୍ଦ୍ରରେ ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ, ପେନ୍‌, କାଲକୁଲେଟର ଆଦି ନେବା ମନା ଅଛି। ଯଦି ତା’ପରେ ବି ଆପଣ ଏହି ସବୁ ଜିନିଷ ନେଇଯାଇଛନ୍ତି, ତେବେ ଅସୁବିଧାରେ ପଡ଼ି ପାରନ୍ତି। ୫. ପରୀକ୍ଷାର ୩୦ମିନିଟ୍‌ ପୂର୍ବରୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚନ୍ତୁ। ଏପରି କରିବା ଦ୍ୱାରା ସହଜରେ ଆପଣ ସିଟ୍‌ କେଉଁଠି ତାହାକୁ ଖୋଜି ପାରିବେ।
OSCAR-2019
ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ବାପା, ଭଉଣୀ ଓ ଭିଣୋଇଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ୍‌ ଜାରି କରିଛି। ନିରବଙ୍କ ବାପା ଦୀପକ ମୋଦି, ଭଉଣୀ ପୂରବୀ ମେହେଟ୍ଟା ଏବଂ ଭିଣୋଇ ମୟଙ୍କ ମେହେଟ୍ଟାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଛି। ମୁମ୍ବାଇସ୍ଥିତ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ ଅଦାଲତରେ ଆସନ୍ତା ସପ୍ତାହରେ ଇଡି ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ନେଇ ଯୋଜନା ରହିଛି। ଏହା ପୂର୍ବରୁ ନିରବଙ୍କ ଉପରୋକ୍ତ ସମ୍ପର୍କୀୟମାନଙ୍କୁ ଇଡି ପଚରାଉଚୁରା କରିବ। ଚଳିତମାସ ପ୍ରଥମ ସପ୍ତାହରେ ଏମାନଙ୍କୁ ସମନ ଜରାଯିବା ସହିତ ୧୫ ଦିନ ମଧ୍ୟରେ ହାଜର ହେବାକୁ କୁହାଯାଇଛି ବୋଲି ଇଡି ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ଯଦି ସେମାନେ ପ୍ରଥମ ସମନରେ ହାଜର ନହୁଅନ୍ତି ସେମାନଙ୍କୁ ଆଉ ଥରେ ସମନ୍‌ କରାଯିବା ବୋଲି ଜଣାଯାଇଛି। ଦୀପକ ବେଲଜିୟମର ଏଣ୍ଟ୍ଵର୍ପ ସହରରେ ବାସ କରୁଥିବାବେଳେ ପୂରବୀ ଏବଂ ମୟଙ୍କ ହଂକଂରେ ରହୁଛନ୍ତି। ସେମାନଙ୍କୁ ଇ-ମେଲ୍‌ ଯୋଗେ ସମନ୍‌ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ପିଏନ୍‌ବି ଠକେଇ ମାମଲାରେ ସିବିଆଇ ପକ୍ଷରୁ ନିରବ ଓ ତାଙ୍କ ମାମୁଁ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।
OSCAR-2019
ତଳିପେଟ ବଢ଼ୁଥିଲେ, ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହେଉଥିଲେ, ଶ୍ୱାସ ରୋଗ ସମସ୍ୟା ଥିଲେ କିମ୍ବା ଆହୁରି ଛୋଟବଡ଼ ସମସ୍ୟା ପାଇଁ ଧନୁରାସନ ପ୍ରତିଦିନ ସକାଳେ କିଛି ସମୟ କରନ୍ତୁ। ଧନୁରାସନ କରିବା ସମୟରେ ଏହାର
OSCAR-2019
କଟକ,ମଇ ୩୧(ଓଡିଶା ଡଟ୍ କମ୍): ଶନିବାର ପ୍ରାତଃ ସମୟରେ ପୂର୍ବତନ ଜଜ ପି.କେ ମହାନ୍ତିଙ୍କର କଟକର ସିଡ଼ିଏରେ ଥିବା ବାସଗୃହରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିକୁ ଅଟକ ରଖି ପଚରା ଉଚରା କରୁଥିବା ରବିବାର କହିଛି । ପ୍ରାୟ ୩ ଟାରୁ ୪:୩୦ ମଧ୍ୟରେ ହୋଇଥିବା ଏହି ଘଟଣାରେ ଶ୍ରୀ ମହାନ୍ତିଙ୍କ ଘରର ମେନ୍ ଫାଟକ ଭାଙ୍ଗି କିଛି ଦୁର୍ବୁତ୍ତ ତାଙ୍କ ଶୋଇବା ଘରେ ପଶିଯାଇଥିଲେ । ମହାନ୍ତି ଓ ତାଙ୍କ ସ୍ତ୍ରୀଙ୍କ ପାଟିକୁ ସେମାନେ କପଡାରେ ବାନ୍ଧିବା ସହ ଦଉଡିରେ ଉଭୟଙ୍କ ହାତକୁ ଖଟରେ ବାନ୍ଧି ଦେଇଥିଲେ । ସେ ବିଚାରପତି ଥିବା ସମୟରେ ଦେଇଥିବା ଫଇସଲା ସହ ଏହି ଡକାୟତି ଘଟନାର କୌଣସି ସମ୍ପର୍କ ଅଛିକି ନାହିଁ ତାହା ମଧ୍ୟ ପୁଲିସ ତଦନ୍ତ ବେଳେ ଅନୁଧ୍ୟାନ କରୁଥିବା ଜଣେ ପୋଲିସ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।
OSCAR-2019
ଜନସଂଖ୍ୟା ସମ୍ପର୍କୀୟ ତଥ୍ୟ ସବୁ ବିଶ୍ଲେଷଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବିଷୟରେ ଶିକ୍ଷାପ୍ରାପ୍ତ କରିଥିବା ଲୋକଙ୍କ ସଂଖ୍ୟା ବୟସାନୁସାରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ସଂଖ୍ୟା, ବାଲ୍ୟବିବାହ , ପ୍ରଜନନ ବ୍ୟାଙ୍କ ସେବା ପାଉଥିବା ପରିବାର ଙ୍କ ସଂଖ୍ୟା, ଧର୍ମ ଇତ୍ୟାଦି ସମ୍ବନ୍ଧରେ ଜନଗଣନା ବ୍ୟତିତ ବାର୍ଷିକ ସ୍ୱାସ୍ଥ୍ୟ ସର୍ଭେ ଓ ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ ମାଧ୍ୟମରେ… ଅଳ୍ପ ଲେଖିଥିଲେ ମଧ୍ୟ ତାଙ୍କର କଥନଶୈଳୀ ଅତ୍ୟନ୍ତ ପ୍ରଭାବଶାଳୀ ଓ ସମକାଳର ଗଳ୍ପ କ୍ଷେତ୍ରରେ ତାଙ୍କର ଏକ ନିଜସ୍ୱ ଶୈଳୀ ରହିଛି । ବର୍ଣ୍ଣନା ବହୁଳ ଗପର ଧାରାଠୁ ଅଲଗା ପ୍ରତୀକାତ୍ମକ ଗଳ୍ପଧାରାର ସେ ଜଣେ ଅଗ୍ରଣୀ ଶିଳ୍ପୀ । ଭାଷା, ଶୈଳୀ, ବିଷୟବସ୍ତୁ ଓ ଚରିତ୍ର ନିର୍ମାଣରେ ମନୋଜ ପଣ୍ଡାଙ୍କ କାରିଗରୀର ଏକ ସ୍ୱତନ୍ତ୍ର…
OSCAR-2019
‘ରାଷ୍ଟ୍ର ପୁରୁଷ ଅଟଳ ବିହାରୀ ବାଜପେୟୀ ସାରସ୍ୱତ ମଣିଷ ଭାବେ କାଳଜୟୀ’, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର – Odiapua.com ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ନେହେରୁ ଯୁଗର ଉଦିତ ସୂର୍ଯ୍ୟ ଅଟଳ ବିହାରୀ ବାଜପେୟୀ ଏକବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଭାରତର ରାଜନୈତିକ ଆକାଶରେ ପ୍ରଚଣ୍ଡ ମାର୍ତ୍ତଣ୍ଡରେ ପ୍ରତିଭାତ ହୋଇ କେବଳ ରାଜନୈତିକ ଜଗତକୁ ଉଦ୍ଭାସିତ କରିଛନ୍ତି ତା’ ନୁହେଁ ଜଣେ ସୁଦକ୍ଷ ସମ୍ବାଦପତ୍ର ସଂପାଦକ ଭାବେ କୀର୍ତ୍ତିମାନ ପଦଚିହ୍ନ ଛାଡିଯିବା ସହ କାବ୍ୟ କବିତାର ମନ୍ଦାକିନୀ ଧାରା ପ୍ରବାହିତ କରି ସାରସ୍ୱତ ମଣିଷ ଭାବେ ସବୁଜ ସ୍ୱାକ୍ଷର ଆଙ୍କିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ପୁରୁଷ ଅଟଳ ବିାହାୀ ବାଜପେୟୀ ଜଣେ ସଫଳ ଜନନେତା ଭାବେ ଯେପରି ଚିର ସ୍ମରଣୀୟ ସେପରି ସାରସ୍ୱତ ମଣିଷ ଭାବେ କାଳଜୟୀ ବୋଲି ଭଦ୍ରକ କଲ୍ୟାଣୀନଗର ଠାରେ ଆୟୋଜିତ ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ନୀହାର ରଂଜନ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆସରରେ କବୟିତ୍ରୀ ଶାନ୍ତିଲତା ନାଗ ମୁଖ୍ୟ ଅତିଥି, କଥାକାର ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା, ଆମ ବ୍ୟଙ୍ଗ ପସରାର ସମ୍ପାଦିକା ବସନ୍ତ ମିଶ୍ର ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଆସରରେ ‘କବି ମନୀଷୀ ଅଟଳ ବିହାରୀ ବାଜପେୟୀ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପୂର୍ବତନ ଅଧ୍ୟକ୍ଷ ଡା. ରାମଚନ୍ଦ୍ର ପଣ୍ଡା, ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁ, ପ୍ରାଧ୍ୟାପିକା ଭାନୁମତୀ ମାଟିଆ, ଶିକ୍ଷାବିତ୍ ହରମୋହନ କୁଅଁର, ଅଧ୍ୟାପକ ମୁରଲୀଧର ଶତପଥୀ, କବି ଚର୍ଚ୍ଚିକା ପ୍ରସାଦ ମହାପାତ୍ର, କବି ବିପ୍ଳବ ହୋତା, କବି ଆନନ୍ଦ ଚନ୍ଦ୍ର ନାଥ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆଲୋଚନାଚକ୍ର ପରେ ପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ବସନ୍ତ ପାତ୍ର, ମନୋରମା ରାୟ, ବାବୁଲାଲ ଦାସ, ବିନୋଦ ବିହାରୀ ବାରିକ, ବିଜୟୀ ଶ୍ରୀଗୋକୁଳାନନ୍ଦ ରାଉତ ପ୍ରମୁଖ କବିତା ପାଠ କରିଥିଲେ। ସଂଗଠନର ସଂପାଦକ ଡା. ଅନିଲ କୁମାର ଦାଶ ସଂପାଦକୀୟ ବକ୍ତବ୍ୟ ରଖିବା ସହ କବିତା ପାଠ ସଂଯୋଜନା କରିଥିଲେ ଏବଂ କୋଷାଧ୍ୟକ୍ଷ ମମତାରାଣୀ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅଦିତିପ୍ରଭା ଦାଶ।
OSCAR-2019
ଭୁବନେଶ୍ୱର: ସ୍ମାର୍ଟ ଜନପଥ ଭଳି ସ୍ମାର୍ଟ ସଚିବାଳୟ ମାର୍ଗ ନିର୍ମାଣ ହେବ। ସହରୀ ପାର୍କିଂ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ, ଅତ୍ୟାଧୁନିକ ସୁବିଧା ସୁଯୋଗକୁ ରଖି ଆଚାର୍ଯ୍ୟ ବିହାର ଛକରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ରାସ୍ତାକୁ ନୂଆ ରୂପ ଦିଆଯିବ। ଏହି ରାସ୍ତାବ୍ୟତୀତ ଏହାକୁ ସଂଯୋଗ କରୁଥିବା ଉଦ୍ୟାନ ମାର୍ଗ, ରାଜପଥ, ମହାତ୍ମା ଗାନ୍ଧୀ ମାର୍ଗ, ମଧୁସୂଦନ ମାର୍ଗ, ବାୟାବାବା ରାସ୍ତା ସମେତ ସମସ୍ତ ଗଳିକନ୍ଦି ରାସ୍ତାକୁ ମିଶାଇ ମୋଟ୍‌ ୯.୩କିମି ରାସ୍ତାକୁ ନୂଆ ରୂପ ଦିଆଯିବ। ଏଥିପାଇଁ ପ୍ରାୟ ୩୦୦କୋଟି ଖର୍ଚ୍ଚ ହେବ। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦର ଗୋଲେଇରୁ ଆରମ୍ଭ କରି ଏଜି ଛକ ପର୍ଯ୍ୟନ୍ତ ୧.୬୮୦କିମି ରାସ୍ତାର ନବୀକରଣ କରାଯିବ। ଏଥିପାଇଁ ପ୍ରଶାସନିକ ଅନୁମତି ମିଳିଥିବାବେଳେ ୨୨କୋଟି ୩୦ଲକ୍ଷ ୭୫ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ସ୍ମାର୍ଟ ସିଟି ଅଧୀନ ଅଞ୍ଚଳରେ ଏହି ରାସ୍ତା ଯାଉ ନ ଥିବାରୁ ଏହାର ନବୀକରଣ କାର୍ଯ୍ୟ ପୂର୍ତ୍ତ ବିଭାଗ କରିବ। ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ,୨୦୫୦ ପର୍ଯ୍ୟନ୍ତ ଏହି ରାସ୍ତାକୁ ନ ଖୋଳି, ସୌନ୍ଦର୍ଯ୍ୟକରଣକୁ ନଷ୍ଟ ନକରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରି ହେବ ସେହିଭଳି ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ଆଚାର୍ଯ୍ୟ ବିହାରରୁ ବିମାନ ବନ୍ଦର ପର୍ଯ୍ୟନ୍ତ ପ୍ରାୟ ୬କିମିର ରାସ୍ତା ଥିବାବେଳେ ଏହି ରାସ୍ତା ସଂଲଗ୍ନ ପ୍ରାୟ ୩କିମି ରାସ୍ତାର ବି ଉନ୍ନତିକରଣ ହେବ। ଏହି ରାସ୍ତାରେ ଜନପଥ ତୁଳନାରେ କମ୍‌ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ଏହାର ଢାଞ୍ଚା ଜନପଥଠାରୁ ସାମାନ୍ୟ ଭିନ୍ନ ହେବ। ଏଠାରେ ଦୁଇଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହେବ। ସ୍ମାର୍ଟ ସଚିବାଳୟ ମାର୍ଗରେ ପ୍ରଶସ୍ତ ଓ ଚକାଚକ୍‌ ରାସ୍ତା, ଆଧୁନିକ ଟ୍ରାଫିକ ସିଗନାଲ୍‌, ଦୁର୍ଘଟଣା ମୁକ୍ତ ଅଞ୍ଚଳ, ଜବରଦଖଲମୁକ୍ତ, ପଥଚାରୀଙ୍କ ପାଇଁ ଫୁଟପାଥ୍‌, ସ୍ୱତନ୍ତ୍ର ସାଇକେଲ୍‌ ଟ୍ରାକ୍‌ ଆଦି ରହିବ। ଗୋଟିଏ ସ୍ଥାନରେ ସୁ-ଉଚ୍ଚ ବିଲ୍‌ଡିଂରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଆବାସିକ ପ୍ରକଳ୍ପ ରହିବ। ଏହି ରାସ୍ତାରେ ଅଧିକ ସରକାରୀ କାର୍ଯ୍ୟାଳୟ, ସଚିବାଳୟ, ବିଧାନସଭା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ, ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ, ଜୟଦେବ ଭବନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ପେଣ୍ଠସ୍ଥଳୀ ଥିବାରୁ ଏହି ରାସ୍ତାର ଡିଜାଇନ୍‌ ସେହି ଅନୁଯାୟୀ ପ୍ରସ୍ତୁତ ହେବ। ସେହପିରି ଆଇଜି ପାର୍କ, ବିଡିଏ ସିଟି ସେଣ୍ଟର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭଳି ଆମୋଦପ୍ରମୋଦ ସ୍ଥାନ ଥିବାରୁ ଏହାକୁ ବିଶେଷ ଧ୍ୟାନ ଦିଆଯିବ। ଏହି ରାସ୍ତା ଯେପରି ଅଧିକ ଆକର୍ଷଣୀୟ ହେବ ସେଥିପାଇଁ ବିଭିନ୍ନ ସଂସ୍ଥା ସହ ଆଲୋଚନା କରି ପଦକ୍ଷେପ ନିଆଯାଇଛି। ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଉନ୍ନତୀକରଣ ହେବାକୁ ଥିବା ୧.୬୮୦କିମିର ରାସ୍ତା ପ୍ରଶସ୍ତୀକରଣ ପାଇଁ ୬କୋଟି ୨ହଜାର ଟଙ୍କା, ବିଭିନ୍ନ ଛକର ଉନ୍ନତିକରଣ ପାଇଁ ୯୦ଲକ୍ଷ ୩୯ହଜାର ୫୨୮ଟଙ୍କା, ରାସ୍ତାରେ ବିଭିନ୍ନ ସଂକେତ ଳଗାଇବା ପାଇଁ ୨୦ଲକ୍ଷ ୪୦ହଜାର ୬୨୭ଟଙ୍କା, ସଚିବାଳୟ ମାର୍ଗକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ଉନ୍ନତୀକରଣ ପାଇଁ ୩କୋଟି ୪୬ଲକ୍ଷ ୧୪ହଜାର ୮୨୧ଟଙ୍କା, ଡ୍ରେନ୍‌ ଏବଂ ଅନ୍ୟାନ୍ୟ ୟୁଟିଲିଟି କରିଡର ପାଇଁ ୭କୋଟି ୭୧ଲକ୍ଷ ୯୫ହଜାର ୫୧୪ଟଙ୍କା, ବକ୍ସ କଲଭର୍ଟ ପାଇଁ ୪୮ଲକ୍ଷ ୩ହଜାର ୨୯୬ଟଙ୍କା ଖର୍ଚ୍ଚ ହେବ। ଏହି ରାସ୍ତା ଉନ୍ନତୀକରଣ ପାଇଁ ଏଠାରେ ହେବାକୁ ଥିବା ସୌନ୍ଦର୍ଯ୍ୟକରଣ, ପାଣି ପାଇପ୍‌ ସ୍ଥାନାନ୍ତରଣ, ବସ୍‌ ଷ୍ଟାଣ୍ଡ, ସିସିଟିଭି ପୋଲ୍‌ ସ୍ଥାନାନ୍ତରଣ, ଗଛ କାଟିବ ଏବଂ ଚାରା ରୋପଣ ବାବଦକୁ ବି ଖର୍ଚ୍ଚ ଅଟକଳ ହୋଇଛି। ଏଥିରେ ୮ଟି ବସ୍‌ ସେଲଟର୍‌ ନିର୍ମାଣ ପାଇଁ ୪୦ଲକ୍ଷ, ଲ୍ୟାଣ୍ଡ ସ୍କେପିଂ ପାଇଁ ୧୬ଲକ୍ଷ, ସିସିଟିଭି ପୋଲ୍‌ ସ୍ଥାନାନ୍ତରଣ ପାଇଁ ୫ଲକ୍ଷ, ବିଦ୍ୟୁତ ତାର ପାଇଁ ୫ଲକ୍ଷ, ପାଣି ପାଇପ୍‌ ସ୍ଥାନାନ୍ତର ପାଇଁ ୧୦ଲକ୍ଷ, ଗଛ କାଟିବା ଏବଂ ଚାରା ରୋପଣ ପାଇଁ ୧୫ଲକ୍ଷ ଖର୍ଚ୍ଚ ହେବ। ଏତିକି ଅର୍ଥରେ ସମସ୍ତ କାର୍ଯ୍ୟ କରିବାକୁ କୁହାଯାଇଛି। ପରବର୍ତ୍ତୀ ସମୟରେ ଖର୍ଚ୍ଚ ଅଟକଳ ବଢ଼ିବନି। ପୌର ନିର୍ବାଚନ ପାଇଁ ତନାଘନା ଆରମ୍ଭ : ନଗର ଉନ୍ନୟନ ବିଭାଗକୁ ଆଲୋଚନା ପାଇଁ ଡାକିଲେ ରାଜ୍ୟ ନିର୍ବାଚନ କମିସନ | Sambad ଭୁବନେଶ୍ୱର : ପୌର ନିର୍ବାଚନରେ ସିଟ୍‌ ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ଟପିବନି ବୋଲି ହାଇକୋର୍ଟ ରାୟ ଦେବା ପରେ ନଗର ଉନ୍ନୟନ ବିଭାଗର ପୌର ନିର୍ବାଚନ ପ୍ରସ୍ତୁତିରେ ବିଳମ୍ବ ହୋଇଛି। ଏପରିକି ରାଜ୍ୟର ପ୍ରାୟ ୯୦ରୁ ଅଧିକ ପୌର ସଂସ୍ଥା ନିର୍ବାଚନ ପାଇଁ ସେମାନଙ୍କର ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ, ଆସନ ସଂରକ୍ଷଣ ନେଇ ତାଲିକା ଦେଇଥିବାବେଳେ ହାଇକୋର୍ଟଙ୍କ ରାୟ ପରେ ପୁଣି ନୂଆ ତାଲିକା ପ୍ରସ୍ତୁତ ହେବ ନା ପୁରୁଣା ସଂରକ୍ଷଣ ତାଲିକାରେ ନିର୍ବାଚନ କରାଯିବ ସେନେଇ ବିଭାଗ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ଏପରିକି ପୌର ପ୍ରଶାସନ ନିର୍ଦ୍ଦେଶକ ବର୍ତ୍ତମାନ ଦେଖାଦେଇଥିବା ସମସ୍ୟା ନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ଜଣାଇଛନ୍ତି। ଏହାପରେ ରାଜ୍ୟ ନିର୍ବାଚନ କମିସନ କମିସନର ଆଲୋଚନା କରି ନିଷ୍ପତ୍ତି ନେବାକୁ ନଗର ଉନ୍ନୟନ ବିଭାଗ ସଚିବ ଏବଂ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଡାକିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୌର ନିର୍ବାଚନ କିପରି ହେବ ସେନେଇ ଉଭୟ ରାଜ୍ୟ ନିର୍ବାଚନ କମିସନ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କିପରି ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ ସେନେଇ ରାଜ୍ୟ ନିର୍ବାଚନ କମିସନ ପୌର ନିର୍ବାଚନ ସମ୍ପର୍କିତ ସମସ୍ତ ଆଇନକୁ ତର୍ଜମା କରିବାକୁ ଚାହିଁଛନ୍ତି। ଏଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିସନଙ୍କୁ ଓଡ଼ିଶା ମ୍ୟୁନିସପାଲ୍‌ ଆକ୍ଟ-୧୯୫୦, ଓଡ଼ିଶା ମ୍ୟୁନିସପାଲ୍‌ ରୁଲ୍‌ସ-୧୯୫୩, ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆକ୍ଟ-୨୦୦୩, ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ୍‌ (ସହରକୁ ଓ୍ଵାର୍ଡରେ ଆବଣ୍ଟନ, ଆସନ ସଂରକ୍ଷଣ ଏବଂ ନିର୍ବାଚନ ପରିଚାଳନା) ରୁଲ୍‌ସ ୨୦୦୩, ଓଡ଼ିଶା ମ୍ୟୁନିସପାଲ୍‌ କର୍ପୋରେସନ୍‌ ରୁଲ୍‌ସ-୨୦୦୪ ପୁସ୍ତିକା ମାଗିଛନ୍ତି। ଏଥିରେ କ’ଣ ନିୟମ ରହିଛି, କିପରି ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିବ କି ଅଧିକ ସମୟ ମଗାଯିବ ସେନେଇ ବିଚାର ବିମର୍ଷ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ନଗର ଉନ୍ନୟନ ବିଭାଗ ସଚିବଙ୍କ ନିକଟରେ ଏବେ ବୈଠକ ପାଇଁ ସମୟ ନଥିବାରୁ ଏବଂ ପୌର ପ୍ରଶାସନ ନିର୍ଦ୍ଦେଶକ ଦେଶ ବାହାରେ ଥିବାରୁ ପରବର୍ତ୍ତୀ ସମୟରେ ଏନେଇ ଆଲୋଚନା କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହାଇକୋର୍ଟ ନିର୍ଦ୍ଦେଶ ଦେଲେ ବି ଏହାକୁ ଆମେ ତୁରନ୍ତ ଲାଗୁ କରିପାରିବୁନି। ଏୟା ନୁହେଁ ଯେ ଅବମାନନା କରିବୁ। ପୌର ନିର୍ବାଚନ ସଂରକ୍ଷଣ ଆଇନରେ ସଂଶୋଧନ ଆଣିବାକୁ ହେବ। ଏହି ଆଇନ ସଂଶୋଧନ ହେବା ପରେ ବିଧାନସଭାରେ ଆଗତ ହେବ। ସେଠାରେ ପାରିତ ହେବା ପରେ ଏହା ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳ ଏହାକୁ ମଞ୍ଜୁର କଲେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତି ଅନୁମୋଦନ କଲେ ଏହା ଲାଗୁ ହେବ। ତେଣୁ ରାଜ୍ୟ ନିର୍ବାଚନ କମିସନ କମିସନରଙ୍କୁ ଏନେଇ ଜଣାଇଛୁ। ଏହାପରେ କମିସନର ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ ପୌର ନିର୍ବାଚନ ହେବ। ହାଇକୋର୍ଟଙ୍କ ବର୍ତ୍ତମାନ ରାୟ ଅନୁଯାୟୀ ଆସନ୍ତା ୬ମାସ ମଧ୍ୟରେ କୌଣସି ନିର୍ବାଚନ କରିବା ସମ୍ଭବ ହେବନି।
OSCAR-2019
ଅତ୍ୟଧିକ ଯାନବାହାନ ଚଳାଚଳ ଓ ଏହାର ପାର୍କିଂ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ବିଏମ୍‌ସି ପକ୍ଷରୁ ଏକ ନୂଆ ଯୋଜନା ଆରମ୍ଭ ହେଇଛି । ସ୍ମାର୍ଟ ସେୟାର ପାର୍କିଂ ନାମକ ଏହି ଯୋଜନାରେ ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାଠାରୁ ଜମି ଆଣି ଏହାକୁ ପାର୍କିଂ ପାଇଁ ବ୍ୟବହାର କରାଯିବ। ରାଜଧାନୀର ବ୍ୟସ୍ତବହୁଳ କେତୋଟି ଅଞ୍ଚଳରେ ସ୍ମାର୍ଟ ସେୟାର ପାର୍କିଂ ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ଘରୋଇ ଜମିକୁ କିଛି ବର୍ଷ ପାଇଁ ଭଡ଼ା ସୂତ୍ରରେ ଆଣି ପାର୍କିଂ ପାଇଁ ବ୍ୟବହାର କରାଯିବ। ସରକାରୀ ଜମିରେ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ହେବ। ଏଥିପାଇଁ କଟକ ରୋଡ, ଜନପଥ ଭଳି ସ୍ଥାନରେ ଏହି ବ୍ୟବସ୍ଥା ପ୍ରଥମେ ଆରମ୍ଭ ହେବ। ଏବେ ରାଜମହଲ ଓ ସହିଦନଗରରେ ଦୁଇଟି ବହୁତଳ ପାର୍କିଂ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବାବେଳେ ଏକ ମାସ ମଧ୍ୟରେ କାମ ଆରମ୍ଭ ହେବ।
OSCAR-2019
କନକ ବ୍ୟୁରୋ : ଇଂରାଜୀ ନବବର୍ଷକୁ ନେଇ ପୁରୀ ସହର ଉତ୍ସବମୁଖର ହୋଇଥିବା ବେଳେଏହାକୁ ବିରୋଧ କରିଛି ଆଦିତ୍ୟବାହିନୀ । ଆଜି ଇଂରାଜୀ ନବବର୍ଷ ପାଳନ ନେଇ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ସହର। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆଜି ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିଥିବା ବେଳେ ପୁରୀ ମହୋଦଧିରେ ସ୍ନାନ କରିଛନ୍ତି। ଇଂରାଜୀ ନବବର୍ଷ ପାଳନ ନ କରିବାକୁ ଆଦିତ୍ୟବାହିନୀ ପକ୍ଷରୁ ଲୋକମାନଙ୍କୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ପ୍ଲାକାଡ଼ ଧରି ଆଦିତ୍ୟବାହିନୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୁହାଯାଇଛି ମହାବିଷୁବ ସଂକ୍ରାନ୍ତୀ ହେଉଛି ଓଡ଼ିଆ ନୂଆବର୍ଷ। ତାକୁ ପାଳନ କରାଯାଉ। ସେହିପରି ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ତାକୁ ମଧ୍ୟ ପାଳନ କରାଯାଉଛି। ଉତ୍ସବ ନାମରେ ଅପସଂସ୍କୃତିର ପ୍ରଚାର ବନ୍ଦ କରାଯାଉ ବୋଲି ଆଦିତ୍ୟବାହିନୀ ପକ୍ଷରୁ କୁହାଯାଉଛି। ନୂଆ ବର୍ଷ ପାଳନକୁ ବିରୋଧ କରାଯିବ ବୋଲି ଗତକାଲି କହିଥିଲେ ଶଙ୍କରାଚାର୍ଯ୍ୟ । ଆଦିତ୍ୟବାହିନୀ ପକ୍ଷରୁ ଶ୍ରୀମନ୍ଦିର ସମେତ ଓଡିଶାର ସମସ୍ତ ମଠ ସମ୍ମୁଖରେ ଲୋକଙ୍କୁ ସଚେତନ କରାଯିବା ସହ ବିରୋଧ କରାଯିବ ବୋଲି ସେ ଚେତେଇ ଦେଇଥିଲେ । । ଏଭଳି ନିଷ୍ପତି ନେଇଥିଲା ଆଦିତ୍ୟ ବାହିନୀ । ଏନେଇ ସୂଚନା ଦେଇଥିଲେ ପୁରୀ ଗୋବର୍ଦ୍ଧନ ପୀଠ ମୁଖପାତ୍ର ମନୋଜ ରଥ । ଗତକାଲି ନୂଆବର୍ଷ ପାଳନକୁ ନାପସନ୍ଦ କରିଥିଲେ । ସେ କହିଥିଲେ, ଜାନୁଆରୀ ୧ ତାରିଖରେ ନୂଆବର୍ଷ ପାଳିବା ଆମ ପରମ୍ପରାରେ ନାହିଁ । ଚୈତ୍ର ମାସ ଶୁକ୍ଲପକ୍ଷରେ ଆମ ନୂଆବର୍ଷ ହୁଏ । ଏହି ଦିନକୁ ଆମେ ନୂଆବର୍ଷ ଭାବେ ପାଳିବା କଥା । ମଠ, ମନ୍ଦିରରେ କିଭଳି ଏହି ଦିନକୁ ଧୁମଧାମରେ ପାଳନ କରାନଯିବ, ସରକାର ଏନେଇ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ଇଂରାଜୀ ନବବର୍ଷ ପାଳନକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଘୋର ବିରୋଧ କରୁଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଏହି ନୂଆବର୍ଷରେ ସ୍ୱତନ୍ତ୍ର ବ୍ୟବସ୍ଥାକୁ ନେଇ ବିବାଦ ଦେଖାଦେଇଛି । ଏହି ପାଳନକୁ ଅନ୍ତତଃ ଶ୍ରୀମନ୍ଦିର ପ୍ରଶାସନ ସମର୍ଥନ ନ କରୁ ବୋଲି ସେବାୟତ ସୁନୀଲ ପୂଜାପଣ୍ଡା କହିଛନ୍ତି। ସେ କହିଛନ୍ତି ରାତି ଅଧରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ଅଧିକାଂଶ ମଦ୍ୟପ ଥାଆନ୍ତି । ଶ୍ରୀମନ୍ଦିର ପ୍ରଶାସନ ଏହାକୁ ପ୍ରୋତ୍ସାହିତ ନ କରୁ। ତାଙ୍କ ସହିତ ଶ୍ରୀକ୍ଷେତ୍ର ସ୍ୱାଭିମାନ ମଞ୍ଚ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କ ଆହ୍ଵାନକୁ ସ୍ୱାଗତ କରିଛନ୍ତି।
OSCAR-2019
ପତ୍ରିକା-୨ (ଆଦ୍ୟପ୍ରକାଶ): ବିଦେଶୀ, ସେବକ, ସଂସ୍କାରକ ଓ ସେବକ, ତାରକା, ଶିକ୍ଷାବନ୍ଧୁ, ତାରକା ଓ ଶୁଭବାର୍ତ୍ତା, ଉତ୍କଳ ପ୍ରଭା, ଉତ୍କଳ ମଧୁପ ପ୍ରଥମ ସାହିତ୍ୟ ପତ୍ରିକା ଉତ୍କଳ ଦର୍ପଣ (୧୮୭୩) ବେଶି ଦିନ ବଞ୍ଚି ରହି ନ ଥିଲା। କିନ୍ତୁ ତାହା ପକାଇଥିବା ମୂଳଦୁଆ ଉପରେ ଆଉ କିଛି ନୂଆ ପତ୍ରିକା ମୁଣ୍ଡ ଟେକିବାକୁ ସାହସ କଲେ। ଏଗୁଡ଼ିକ ମଧ୍ୟ ବେଶି ଦିନ ବଞ୍ଚି ନ ଥିଲେ ସତ, କିନ୍ତୁ ପତ୍ରିକା ପ୍ରକାଶନର ଧାରାକୁ ପାକଳ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେଲା। ଦୁଃଖର କଥା ଏ ସବୁ ଭିତରୁ ଅଧିକାଂଶ ଆଜି ବିଲୁପ୍ତ। ଯାହା ବି କିଛି ରହିଛି ସେଗୁଡ଼ିକର ଅବସ୍ଥା ବେଶ୍ ଖରାପ ଏବଂ ସେଗୁଡ଼ିକର ସଂରକ୍ଷଣ ଦିଗରେ ସହଯୋଗର ଅଭାବ। ୧୯୦୦ ମସିହା ଆଗରୁ ପ୍ରକାଶ ପାଇଥିବା କିଛି ପତ୍ରିକାର ଡିଜିଟାଲ ରୂପ ଡାହାଣ ପଟର ସାରଣୀ ସାହାଯ୍ୟରେ ଖୋଲିହେବ ବା ଡାଉନଲୋଡ୍ କରିହେବ। ଦିନନାଥ ବନ୍ଦୋପାଧ୍ୟାୟଙ୍କ ସମ୍ପାଦନାରେ ୧୮୬୯ ମସିହାରେ ପ୍ରକାଶିତ। ଏହାର ସମ୍ପାଦକ ଜଣେ ନିର୍ଭୀକ ବ୍ୟକ୍ତି ଥିଲେ। ତାଙ୍କର ତୀବ୍ର ସମାଲୋଚନାର ଶରବ୍ୟ ହୋଇଥିଲେ ଉତ୍କଳ ହିତୈଷିଣୀ, ସରକାର ଓ ଅନ୍ୟାନ୍ୟ ସମ୍ପାଦକଗୋଷ୍ଠୀ। ଏହି ପତ୍ରିକାରେ ଇଂରାଜୀରେ ପ୍ରବନ୍ଧ ଓ ଓଡ଼ିଆରେ କବିତା ଲେଖାମାନ ପ୍ରକାଶ ପାଉଥିଲା। ଭାବଗ୍ରାହୀ ଦାସଙ୍କ ସମ୍ପାଦନାରେ ୧୮୮୩ ମସିହାରେ ସେବକ ପତ୍ରିକା ପ୍ରକାଶ ପାଇଥିଲା। କଟକ ମିଶନ ପ୍ରେସରେ ଏହା ମୁଦ୍ରିତ ହେଉଥିଲା। ପତ୍ରିକାଟିରେ ମୁଖ୍ୟତଃ ବ୍ରାହ୍ମ ସଙ୍ଗୀତ, ଦର୍ଶନ, ବିଚାରର ସମ୍ବାଦମାନ ପ୍ରକାଶିତ ହେଉଥିଲା। ଚତୁର୍ଭୁଜ ପଟ୍ଟନାୟକଙ୍କର ବ୍ରାହ୍ମବାଦୀ ମାନସିକତାରେ ଏହା ମୁଖପତ୍ର। ୧୮୮୪ ମସିହାରେ ଏହା ସଂସ୍କାରକ ପତ୍ରିକା ସହ ମିଶିଯାଇଛି। ଭାବଗ୍ରାହୀ ଦାସଙ୍କ ଦ୍ୱାରା ସମ୍ପାଦିତ ଏହି ମାସିକ ପତ୍ରିକାଟି ୧୮୮୪ ମସିହାରେ ପ୍ରଥମ ପ୍ରକାଶିତ ହୋଇଥିଲା। ଏଥିରେ ଇଂରାଜୀ ଭାଷାରେ ସମ୍ପାଦକୀୟ ରହୁଥିଲା। ଏହାର ଲେଖାଗୁଡ଼ିକ ମୁଖ୍ୟତଃ ବ୍ରାହ୍ମଧର୍ମ ଦ୍ୱାରା ପ୍ରଭାବିତ। ଏଥିରେ ପ୍ରବନ୍ଧ, ସମାଲୋଚନା, କବିତା, ଗପ, ଗ୍ରନ୍ଥସମୀକ୍ଷା ଆଦି ସ୍ଥାନ ପାଉଥିଲା। ସ୍କୁଲପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ପତ୍ରିକାଟି ବାଲେଶ୍ୱରରୁ ୧୮୮୩ ମସିହାରେ ପ୍ରକାଶ ପାଇଥିଲା। ଏଥିରେ ଛୋଟ ଛୋଟ ଗପ, କବିତା, ଜୀବନୀ, ଆଲୋଚନା ଓ ସମ୍ବାଦ ସ୍ଥାନ ପାଉଥିଲା। ଗପଗୁଡ଼ିକ ସାଧାରଣତଃ ଉପଦେଶାତ୍ମକ। ପିଲା ବୁଝିପାରିଲା ଭଳି ଗଣିତ ଓ ବିଜ୍ଞାନର ତତ୍ତ୍ୱକୁ ମଧ୍ୟ ସରଳ ଭାଷାରେ କୁହାଯାଇଥିଲା। ଲେଖାଗୁଡିକ ରେଖାଚିତ୍ର ଦ୍ୱାରା ସମୃଦ୍ଧ। ପତ୍ରିକାର ପୃଷ୍ଠା ଖୋଲିଦେଲେ ପିଲାଟିଏ ଏକ ସମୟରେ ଚିତ୍ର, ଗପ, କବିତା, ବ୍ୟାଖ୍ୟା ସବୁକିଛି ପାଇଯାଉଥିଲା। ଶିକ୍ଷାବନ୍ଧୁ ୧୮୮୫ ମସିହାରେ ପ୍ରକାଶିତ ଏକ ମାସିକ ପତ୍ରିକା ମଧୁସୂଦନ ରାଓ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଅଧ୍ୟାପନାରେ ସାହାଯ୍ୟ କରିବା ପାଇଁ ଏକ ପତ୍ରିକାର ଆବଶ୍ୟକତା ଅନୁଭବ କରି ଏହି ପତ୍ରିକାର ସୃଷ୍ଟି କରିଥିଲେ। ସେତେବେଳେ ଏହାର ସମ୍ପାଦକ ଥିଲେ ଯୋଗେଶଚନ୍ଦ୍ର ଜେନା। ଦୁଇବର୍ଷ ନିୟମିତ ପ୍ରକାଶିତ ହେବା ପରେ ଏହା ବନ୍ଦ ହୋଇଯାଇଥିଲା। ଏଥିରେ ମୁଖ୍ୟତଃ ଶିକ୍ଷା ଓ ସାହିତ୍ୟ ସଂକ୍ରାନ୍ତ ଆଲୋଚନା ହେଉଥିଲା। ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ବିଷୟକ ଆଲୋଚନା ପତ୍ରିକାଟିର ଆଉ ଏକ ଆକର୍ଷଣ ଥିଲା। ପାଦ୍ରୀ ମିଲର୍‌ଙ୍କ ସମ୍ପାଦନାରେ ୧୮୮୬ ମସିହାରେ ପ୍ରକାଶିତ ମିଶନାରୀ ମାସିକ ପତ୍ରିକା। ଏଥିରେ ଖ୍ରୀଷ୍ଟିଆନ ମିଶନର ଆୟବ୍ୟୟ, ଚର୍ଚ୍ଚସଂଖ୍ୟା, ଧର୍ମପ୍ରଚାରକଙ୍କ ସଂଖ୍ୟା, ସେମାନଙ୍କର କାର୍ଯ୍ୟବିଧି ପ୍ରକାଶିତ ହେଉଥିଲା। ପତ୍ରିକାର ଗଦ୍ୟ ଲିଖନ ଶୈଳୀ ଯୁକ୍ତିନିଷ୍ଠ, ତଥ୍ୟପୁଷ୍ଟ ଓ ପୂର୍ବ ପ୍ରକାଶିତ ପ୍ରାଣହୀନ ମିଶନାରୀ ଶୈଳୀଠାରୁ ଅଲଗା। ମୁଖ୍ୟତଃ ପତ୍ରିକାର ଉଦ୍ଦେଶ୍ୟ ସମାଜ ସଂସ୍କାର ବୋଲି ପ୍ରତ୍ୟେକ ଆଲୋଚନାରୁ ଜଣାଯାଏ। ଊନବିଂଶ ଶତାବ୍ଦୀର ଶେଷ ଦଶନ୍ଧି ବା ୧୮୯୧ ମସିହାରେ ଏହି ପତ୍ରିକା ପ୍ରକାଶିତ ହୋଇଥିଲା। ମାତ୍ର ଚାରିବର୍ଷ ପାଇଁ ପତ୍ରିକାଟି ପ୍ରକାଶ ପାଇଥିଲା। ଏଥିରେ ସାହିତ୍ୟ ସହିତ ବିଜ୍ଞାନ, ଦର୍ଶନ, ନୀତି ସମ୍ବନ୍ଧୀୟ ପ୍ରବନ୍ଧ ଆଦି ରହୁଥିଲା। ଏହାର ପ୍ରବନ୍ଧଗୁଡ଼ିକରେ ଥିବା ଗଦ୍ୟ ରୀତିକୁ ମଧ୍ୟ ସାହିତ୍ୟିକ ମର୍ଯ୍ୟାଦା ଦୃଷ୍ଟିରୁ ସ୍ୱତନ୍ତ୍ର ଭାବରେ ଗ୍ରହଣ କରାଯାଇଥିଲା। ଅଳ୍ପଦିନ ପାଇଁ ପ୍ରକାଶିତ ହୋଇଥିଲେ ବି ଏହାର ପ୍ରଭାବ ବେଶ୍ କାଳଜୟୀ ବୋଲି କୁହାଯାଇପାରେ। ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ବିବିଧ ବିଷୟ ଉପରେ ୧୯୦୦ ମସିହାରେ ଆରମ୍ଭ ହୋଇଥିଲା ମାସିକ ପତ୍ରିକା ଉତ୍କଳ ମଧୁପ। ବାମଣ୍ଡା ରାଜାଙ୍କ ସହାୟତାରେ ଏହା ପ୍ରକାଶିତ ହୋଇଥିଲା। ଏଥିରେ କବିତା, ନୀତିବାକ୍ୟ, ବିବିଧ ବାର୍ତ୍ତା, ସ୍ୱାସ୍ଥ୍ୟ ତତ୍ତ୍ୱ, କୃଷି ପ୍ରସଙ୍ଗ, ରନ୍ଧନ ଶିକ୍ଷା, ସହଜ ଚିକିତ୍ସା, କୌତୁକ ପ୍ରସଙ୍ଗ, ସରଳ ଜ୍ୟୋତିଷ, ଅର୍ଥନୀତି, ସ୍ମରଣୀୟ ଘଟଣାବଳୀ ଆଦି ବିଭିନ୍ନ ବିଷୟରେ ଛୋଟ ଛୋଟ ଲେଖା ପ୍ରକାଶ ପାଉଥିଲା। କୌଣସି ଲେଖାରେ ଲେଖକଙ୍କର ନାଁ ବା ପରିଚୟ କିଛି ରହୁ ନ ଥିଲା। ସାଧାରଣ ଜୀବନକୁ ଛୁଇଁଲା ଭଳି ବିଷୟମାନ ଏଥିରେ ରହୁଥିବାରୁ ଏହା ଲୋକଙ୍କ ପାଖରେ ଆଦୃତ ହୋଇଥିଲା।
OSCAR-2019
ଓଡ଼ିଆରେ ପ୍ରଥମ ଛପା ବହି ଭାବରେ ୧୮୦୭ ମସିହାରେ ପ୍ରକାଶ ପାଇଥ‌ିଲା ନିଉ ଟେଷ୍ଟାମେଣ୍ଟ। ଏହା ପରର ବହି ହେଉଛି ୧୮୧୧ ମସିହାରେ ଶ୍ରୀ ମୋହନ ଠାକୁରଙ୍କ ଦ୍ୱାରା ପ୍ରସ୍ତୁତ ‘A Vocabulary: Ooriya And English For The Use Of Students’। କଟକରେ ୧୮୨୨ ମସିହାରେ ପ୍ରତିଷ୍ଠିତ ଇଂରାଜୀ ସ୍କୁଲ ପାଇଁ ଓଡ଼ିଆରେ ପାଠ୍ୟପୁସ୍ତକ ଦରକାର ହେଲା ଏବଂ ଏଗୁଡ଼ିକ ମଧ୍ୟ ଶ୍ରୀରାମପୁର ପ୍ରେସ୍‌ରେ ଛପା ହୋଇଥିଲା। ୧୮୩୧ ମସିହାରେ ଆମସ ସଟନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବ୍ୟାକରଣ, ୧୮୪୧-୪୩ ଭିତରେ ପ୍ରସ୍ତୁତ ତିନୋଟି ଅଭିଧାନ ଏ ଭିତରୁ କିଛି। ୧୮୩୨ ମସିହାରେ ‘ସଟନ୍ ପଦାର୍ଥବିଦ୍ୟା ସାର’ ନାମରେ ଭୌତିକ ବିଜ୍ଞାନ ଉପରେ ଗୋଟିଏ ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥ‌ିଲେ। ଦେଖ‌ିବାକୁ ଗଲେ ଏହା ଥିଲା ଓଡ଼ିଆ ଭାଷାରେ ପ୍ରଥମ ବିଜ୍ଞାନ ବହି। ଏହି ସମୟ ଭିତରେ ଇତିହାସ, ଭୂଗୋଳ ଆଦି ବିଷୟରେ ମଧ୍ୟ କେତେଗୁଡ଼ିଏ ପାଠ୍ୟପୁସ୍ତକ ପ୍ରକାଶିତ ହୋଇଥ‌ିଲା। ଅନ୍ୟ ବହିଗୁଡ଼ିକ ମୁଖ୍ୟତଃ ଧର୍ମ ସମ୍ବନ୍ଧୀୟ ଥିଲା। ତଳେ ଦିଆଯାଇଥିବା ସାରଣୀରେ ବିଭିନ୍ନ ପ୍ରକାରର ବହିର ତାଲିକା ରହିଛି। ଅଧିକାଂଶ ବହି ଓଡ଼ିଆ ଭାଷାରେ, କିନ୍ତୁ ଓଡ଼ିଆ ଓ ଓଡ଼ିଶା ସମ୍ପର୍କିତ ଅନ୍ୟ ଭାଷାର କିଛି ବହି ମଧ୍ୟ ଏଥିରେ ରହିଛି। ପ୍ରଥମ ଧାଡ଼ିରେ ଥିବା ଶୀର୍ଷକ ପାଖରେ ଥିବା ତୀର ଉପରେ କ୍ଲିକ୍ କଲେ ବହିଗୁଡ଼ିକ ସେହି ସ୍ତମ୍ଭର ତଥ୍ୟ ଆଧାରରେ ସଜାଇ ହୋଇଯିବ। ତେଣୁ ନିଜର ଆବଶ୍ୟକତା ଅନୁସାରେ ବ୍ୟବହାରକାରୀ ବହିର ନାଁ, ଲେଖକ, ପ୍ରକାଶନ କାଳ ବା ବିଷୟ କ୍ରମରେ ଏହି ସାରଣୀକୁ ସଜାଇ ପାରିବେ। ଆଉ କିଛି ବହି ସଂକଳନ ଓ ରେଫରେନ୍‌ସ୍ ବିଭାଗରେ ରହିଛି ଯାହା ପାଖରେ ବାମ ପଟରେ ଥିବା ବୋତାମ ସାହାଯ୍ୟରେ ପହଞ୍ଚି ହେବ। ଗୋଟିଏ ପୃଷ୍ଠାରେ କେତେ ବହିର ତଥ୍ୟ ଦେଖାଯିବ ତାହା ବାମ ପଟର ‘Show __ entries’ରେ ବାଛିହେବ। ଡାହାଣ ପଟର ‘Search’ ସାହାଯ୍ୟରେ କୌଣସି ବହି, ଲେଖକ, ବିଷୟ ଆଦି ଖୋଜିହେବ। ସାରଣୀର ସପ୍ତମ (Preview) ସ୍ତମ୍ଭରେ କ୍ଲିକ୍ କଲେ ବହି ବିଷୟରେ ଅଧିକ ତଥ୍ୟ ଓ ତାହାର କିଛି ପୃଷ୍ଠା ଗୋଟିଏ ନୂଆ ଟ୍ୟାବ୍‌ରେ ଦେଖିହେବ। ଶେଷ (Download) ସ୍ତମ୍ଭରେ କ୍ଲିକ୍ କଲେ ପୂରା ବହିଟି ‘ଡାଉନ୍‌ଲୋଡ୍’ କରି ନିଜ କମ୍ପ୍ୟୁଟରରେ ରଖିହେବ। ବହିର ଆକାରକୁ ନେଇ ଏଥିପାଇଁ ଅବଶ୍ୟ କିଛି ସମୟ ଲାଗିପାରେ।
OSCAR-2019
ପ୍ରତିଟି ସୃଷ୍ଟି ପଛରେ ଥାଏ ସ୍ରଷ୍ଟାଟିଏ। ସେ ସ୍ରଷ୍ଟା କେହି ବ୍ୟକ୍ତି ହୋଇପାରେ, ଦଳ ବା ଅନୁଷ୍ଠାନଟିଏ ବି ହୋଇପାରେ। ସେହି ସ୍ରଷ୍ଟାମାନଙ୍କର ସୃଷ୍ଟିର ସାମଗ୍ରିକ ରୂପର ମୂଲ୍ୟ ଗୋଟି ଗୋଟି ସୃଷ୍ଟିର ମୂଲ୍ୟ ତୁଳନାରେ ବେଶ୍ ଅଧିକ ହୁଏ। ସେହି ସାମଗ୍ରିକ ରୂପରୁ ଜାଣିହୁଏ ସ୍ରଷ୍ଟାର ବିକାଶଧାରା, ତାହା ଉପରେ ସମସାମୟିକ ଘଟଣାବଳୀର ପ୍ରଭାବ। ଗ୍ରନ୍ଥାବଳୀର ପରିକଳ୍ପନା ସେଇଥିପାଇଁ। ସବୁ ସୃଷ୍ଟିକୁ ଗୋଟିଏ ଜାଗାରେ ରଖି ସୁବିଧାରେ ଦେଖିବା ପାଇଁ। ଏଠାରେ ରହିଥିବା ସାମଗ୍ରୀଗୁଡ଼ିକୁ ଗ୍ରନ୍ଥାବଳୀ କହିଲେ ଭୁଲ ହେବନାହିଁ – କେବଳ ଏଗୁଡ଼ିକ ‘ଡିଜିଟାଲ ଗ୍ରନ୍ଥାବଳୀ’। ସବୁ ଡିଜିଟାଲ ସାମଗ୍ରୀ ଭଳି ଏଥିରେ ଅଦଳ ବଦଳ କରିବା ଖୁବ୍ ସହଜ। ଆଜି ମିଳି ନ ଥିବା ଲେଖା କାଲି ଯୋଡ଼ି ଦେଇହେବ, ଭୁଲ ଭଟକା ସୁଧାରି ନେଇହେବ। ଏହି ଦିଗଟି ଅତି ଗୁରୁତ୍ୱପୂର୍ଣ୍ଣ, କାରଣ ଅନେକ ବିଶିଷ୍ଟ ସ୍ରଷ୍ଟାଙ୍କର ସବୁ ଅବଦାନ ଏବେ ମିଳିବା କଷ୍ଟକର। ତଥ୍ୟଗତ ଅପୂର୍ଣ୍ଣତା ମଧ୍ୟ ଖୁବ୍ ବେଶି। ସବୁଠାରୁ ବଡ ଅସୁବିଧା ହେଉଛି କୌଣସି ରଚନାର ମୂଳ ସମୟ ଜାଣିବା। ପ୍ରକାଶକମାନେ ଏହାକୁ ଲୁଚାଇବାରେ ବ୍ୟସ୍ତ, ସ୍ରଷ୍ଟାମାନେ ଉଦାସୀନ। ଅଧିକାଂଶ ସ୍ରଷ୍ଟାଙ୍କର ରଚନା ଆଦିର ପୂର୍ଣ୍ଣାଙ୍ଗ ତାଲିକା କେଉଁଠି ରହିନାହିଁ। ତେଣୁ ଏହି ଡିଜିଟାଲ ସଂକଳନଗୁଡ଼ିକ ପୂର୍ଣ୍ଣତା ଆଡ଼କୁ ଆଗେଇବା ପାଇଁ ପ୍ରଥମ ପାଦ ଭାବରେ କାମ କରିବେ ବୋଲି ଆଶା କରାଯାଉଛି। ଏହା କିନ୍ତୁ ସମ୍ଭବ ହେବ ଏହି ୱେବ୍‌ସ୍ଥଳୀର ବ୍ୟବହାରକାରୀଙ୍କ ସମ୍ପୃକ୍ତି ଆସିଲେ। ଏହି ବିଭାଗରେ ରହିଥିବା ସଂକଳନଗୁଡ଼ିକ ତିନିଟି ମୁଖ୍ୟ ଶ୍ରେଣୀରେ ରହିଛି – ବିଷୟ, ଅନୁଷ୍ଠାନ ଓ ବ୍ୟକ୍ତି ଭିତ୍ତିକ। ତଳେ ଥିବା ତାଲିକାରେ ଶୀର୍ଷକ ଉପରେ ମାଉସ୍ କ୍ଲିକ୍ କଲେ ସଂକଳନଗୁଡ଼ିକ କ୍ରମ ସଂଖ୍ୟା ଅନୁସାରେ ବା ଅକ୍ଷର କ୍ରମରେ ସଜାଇ ହେବ। କୌଣସି ସଂକଳନର ନାମ ଉପରେ ମାଉସ୍ କ୍ଲିକ୍ କଲେ ତାହାର ଅଧିକ ବିବରଣୀ ଓ ଡାଉନ୍‌ଲୋତ୍ ବ୍ୟବସ୍ଥା ଥିବା ସୂଚୀ ପୃଷ୍ଠା ଖୋଲିବ।
OSCAR-2019
ଭୋପାଳ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କର ଜନ ଆଶୀର୍ବାଦ ଯାତ୍ରାର ଏକ ଅଂଶ ଭାବେ ରବିବାର ବିଭିନ୍ନ ରାଜ୍ୟ ଗସ୍ତ କରିଥିଲେ। ଏହି ସମୟରେ ଚୌହାନଙ୍କ ଗାଡ଼ି ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ। ଘଟଣାରେ ପୁଲିସ ଆଜି ୯ ଜଣଙ୍କୁ ଗିରଫ କରିଛି। ଯେଉଁ ସ୍ଥାନରେ ଚୌହାନଙ୍କ ଗାଡ଼ିକୁ ପଥର ମାଡ଼ ହୋଇଥିଲା, ତାହା ବିରୋଧୀ ଦଳ ନେତା ଅଜୟ ସିଂହଙ୍କ ନିର୍ବାଚନମଣ୍ଡଳୀଠାରୁ ଅଳ୍ପ କିଛି ବାଟ ଥିଲା ବୋଲି ବିଜେପି ମୁଖପାତ୍ର ଆଜନିଶ ଅଗ୍ରଓ୍ଵାଲ୍‌ କହିଛନ୍ତି। ତେବେ ଘଟଣାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଛି। ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ଭୂପେନ୍ଦ୍ର ସିଂହ ସୋମବାର କହିଛନ୍ତି ଯେ କ୍ଷମତାକୁ ଆସିବା ପାଇଁ କଂଗ୍ରେସ ଏବେ ବ୍ୟଗ୍ର ହୋଇଉଠିଛି। ତେଣୁ ଏଭଳି କାଣ୍ଡ ଘଟାଉଛି। ଏମିତି କି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଭଳି ଯୋଜନା ବି କରାଯାଉଛି ବୋଲି ସେ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଭୂପେନ୍ଦ୍ର କହିଛନ୍ତି, ଘଟଣାରେ ଆଜି ପୁଲିସ କଂଗ୍ରେସର ୯ ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିନେଇଛି। ପଟପରା ଗାଁରେ ଏହି ଘଟଣା ଘଟିଥିଲା। ସେଠାରେ ଉପସ୍ଥିତ ଲୋକଙ୍କ ବୟାନକୁ ଭିତ୍ତିକରି ଏମାନଙ୍କୁ ଗିରଫ କରାଯାଇଛି। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଚୌହାନ୍‌ଙ୍କ ଗସ୍ତ ବେଳେ ଦଳ କର୍ମକର୍ତ୍ତାମାନେ କଳା ପତାକା ଦେଖାଇଥିଲେ। କିନ୍ତୁ ପଥର ଫିଙ୍ଗିନଥିଲେ। ତେବେ ଘଟଣାରେ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଜେଲ୍‌ ପଠାଇ ଦିଆଯିବା ଆବଶ୍ୟକ। ଚୌହାନ୍‌ ଆମର ମୁଖ୍ୟମନ୍ତ୍ରୀ ଏବଂ ମୁଁ ଏ ଘଟଣାକୁ ତୀବ୍ର ନିନ୍ଦା କରୁଛି ବୋଲି ସିନ୍ଦିଆ କହିଛନ୍ତି। ମୁଖ୍ୟମନ୍ତ୍ରୀ ଚୌହାନ୍‌ କଂଗ୍ରେସକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ ମୋ ରକ୍ତ ପିଇବାକୁ ଚାହୁଛି। କିନ୍ତୁ ମଧ୍ୟପ୍ରଦେଶରେ ପୂର୍ବରୁ ଏଭଳି କେବେ ଘଟିନାହିଁ ବୋଲି ସେ କହିଛନ୍ତି। କଂଗ୍ରେସର ନେତା ଏବଂ କର୍ମୀମାନେ ଯାହା କରୁଛନ୍ତି ତାହା କ’ଣ ଠିକ୍‌ କି ବୋଲି ଚୌହାନ୍‌ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି। ଭୂପେନ୍ଦ୍ର କହିଛନ୍ତି ଯେ ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ଚୌହାନ୍‌ ଥିବା ପର୍ଯ୍ୟନ୍ତ ରାଜ୍ୟରେ କ୍ଷମତାକୁ ଆସିପାରିବ ନାହିଁ ବୋଲି କଂଗ୍ରେସ ଜାଣିସାରିଲାଣି। ତେଣୁ ଚୌହାନ୍‌ଙ୍କୁ ରାସ୍ତାରୁ ହଟାଇବା ଭଳି ଯୋଜନା କରୁଛି। ରାଜ୍ୟର ଜନତା ଏହାର ଜବାବ ଦେବେ। ଏଣିକି ଚୌହାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏଥିପାଇଁ ନିର୍ଦ୍ଦେଶ ଜାରି ହୋଇଥିବା ସେ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ଘଟଣାରେ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ପଂକଜ ସିଂହ ଚୌହାନ୍‌ (୩୨), ଗୌରବ ସିଂହ ଚୌହାନ୍‌ (୨୧), ରୋଶନ୍‌ ସିଂହ (୧୮), ଶିବେନ୍ଦ୍ର ସିଂହ (୨୪), ସୌରଭ ସିଂହ (୨୧), ଚରଣ ସିଂହ (୨୨), ସଂଜୟ ସିଂହ (୨୮) ରହିଛନ୍ତି। ଏମାନେ ସମସ୍ତେ ପଟପରା ଗାଁର ବାସିନ୍ଦା। ଅନ୍ୟ ଗିରଫ ବ୍ୟକ୍ତିଦ୍ୱୟ ହେଲେ ସୌରଭ ଦ୍ୱିବେଦୀ ଓ ରାମବିଳାସ ପଟେଲ। ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର କୃଷି ଓ କୃଷକମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର କେଉଁ କେଉଁ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସେ ନେଇ କେତୋଟି ପ୍ରଶ୍ନ ପଚାରିଛି ପ୍ରଦେଶ କଂଗ୍ରେସ କୃଷକ ସେଲ୍‌। କୃଷକ ସେଲ୍‌ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ଦର୍ଶାଯାଇଛି, କେନ୍ଦ୍ରରେ ବିଜେପି ସରକାର କ୍ଷମତାସୀନ ହେବାର ଚାରିବର୍ଷ ପୂରିଛି। କିନ୍ତୁ ଏହି ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଓ ଚାଷୀଙ୍କୁ ଅଣଦେଖା କରାଯିବା ଫଳରେ ଦେଶରେ ଚାଷୀ ଆତ୍ମହତ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ସେହିପରି ଗତ ସାଧାରଣ ନିର୍ବାଚନ ଇସ୍ତାହାରରେ ବିଜେପି ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଏହା ଭୁଲିଗଲେ କାହିଁକି? ୨୦୧୬ରୁ ପ୍ରଚଳିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର କେତେ ଚାଷୀ ଉପକୃତ ହୋଇଛନ୍ତି ଏବଂ ଏହି କାରବାରରେ ବୀମା କମ୍ପାନିମାନେ କେତେ ଲାଭ ନେଇଛନ୍ତି? ଋଣଗ୍ରସ୍ତ ଚାଷୀମାନଙ୍କଠାରୁ କୃଷି ଋଣ ଛାଡ଼ କରାଯାଇ ନ ଥିବା ବେଳେ ଶିଳ୍ପପତିଙ୍କୁ କୋଟି କୋଟି ଟଙ୍କାର ଋଣ ଛାଡ଼ କରାଯିବାର କାରଣ କଣ? ୨୦୧୫ରେ ବରଗଡ଼ ସଭାରେ ନିଜେ ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି କି ବୋଲି ପ୍ରଶ୍ନ ପଚାରିଛନ୍ତି ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ। ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ଦଳ ଛାଡ଼ିଥିବା ଶତାଧିକ ପୁରୁଣା ନେତା, କର୍ମୀଙ୍କ ଘର ବାହୁଡ଼ା ଦେଖିବାକୁ ମିଳିଛି। ଏହା ସହିତ ବିଜେଡି, ବିଜେପିରୁ ମଧ୍ୟ କିଛି ନେତା, କର୍ମୀ ଆସି ହାତ ଧରିଛନ୍ତି। ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ଏହା ହେଉଛି ବଡ଼ ଧରଣର ମିଶ୍ରଣ ପର୍ବ। ଏଭଳି ପର୍ବରେ କଂଗ୍ରେସ ଭବନ ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଅନ୍ୟ ଦଳରୁ ଆହୁରି ବିଶିଷ୍ଟ ନେତାମାନେ କଂଗ୍ରେସର ହାତ ଧରିବେ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। ଆଜି ଅପରାହ୍ଣ ୪ଟା ବେଳକୁ କଂଗ୍ରେସ ଭବନ ଲୋକାରଣ୍ୟ ହୋଇପଡ଼ିଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ କଂଗ୍ରେସ କର୍ମୀ, ନେତାଙ୍କ ଭିଡ଼ ଜମିଥିଲା। ଭବନର ସଭାକକ୍ଷରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶ୍ରୀ ପଟ୍ଟନାୟକ, ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, କାର୍ଯ୍ୟକାରୀ ସଭାପତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ଏଆଇସିସି କର୍ମକର୍ତାମାନଙ୍କ ଉପସ୍ଥିତିରେ ଚାଲିଥିଲା ମିଶ୍ରଣ ପର୍ବ। କଂଗ୍ରେସ ଦଳକୁ ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ସରସ୍ୱତୀ ହେମ୍ବ୍ରମ, ବିଜେଡି ନେତା ଅଶୋକ ସାମଲ ପ୍ରମୁଖ ସେମାନଙ୍କର ସମର୍ଥକମାନଙ୍କୁ ନେଇ ଫେରିଛନ୍ତିି। ନେତା, କର୍ମୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ କଂଗ୍ରେସ ଦଳକୁ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ ପ୍ରଭାରୀ ଶ୍ରୀ ସିଂହ ଓ ଶ୍ରୀ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଥିଲେ, ମୁଖ୍ୟତଃ କଂଗ୍ରେସ ପରିବାର ଛାଡ଼ିଥିବା ନେତା, କର୍ମୀମାନଙ୍କ ଏହା ଘରବାହୁଡ଼ା। କଂଗ୍ରେସ ପରିବାରରେ ଅନେକ ନେତା, କର୍ମୀ ଯୋଗ ଦେଇଥିବାରୁ ଦଳ ଆହୁରି ସୁଦୃଢ଼ ହେବ ବୋଲି ପ୍ରଭାରୀ ଶ୍ରୀ ସିଂହ କହିଥିଲେ। ତୃଣମୂଳ କଂଗ୍ରେସର ରାଜ୍ୟ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ନେତୃତ୍ୱରେ ୧୩ଜଣ ରାଜ୍ୟ ପରିଷଦ ସଭ୍ୟଙ୍କ ସମସ୍ତ କର୍ମୀ ଦଳବଦ୍ଧ ଭାବେ କଂଗ୍ରେସରେ ମିଶିଥିଲେ। ସେହିପରି ବିଜେପୁର ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲୀପ ପଣ୍ଡା, ବିବେକାନନ୍ଦ ପାତ୍ର, ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ହରିଶ୍ଚନ୍ଦ୍ର ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ଅମୃତମଣୀ ଗ୍ରାମ ପଞ୍ଚାୟତ ସମିତିର ପୂର୍ବତନ ସରପଞ୍ଚ କୁଳମଣି ମଲ୍ଲିକ, ଢେଙ୍କାନାଳର ପ୍ରଦୀପ କୁମାର ପଟ୍ଟନାୟକ, ଜିଏମ୍‌ଆର କ୍ଷତିଗ୍ରସ୍ତ ପ୍ରଜା ମହାସଂଘ ସଭାପତି ବୈଜ୍ଞାନିକ ସରୋଜ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ସନ୍ଦିପ୍ତ ମିଶ୍ର, ପ୍ରଦୀପ୍ତ ମିଶ୍ର, ପୂର୍ବତନ ସରପଞ୍ଚ ବିଶ୍ୱନାଥ ପଢ଼ିଆରୀ, ଅକ୍ଷୟ କୁମାର ମିଶ୍ର, ଜୟକୃଷ୍ଣ ପଟ୍ଟନାୟକ, ବିମ୍ବାଧର ଧଳ, ଭରତ ଚନ୍ଦ୍ର ସାମଲ, ସନାତନ ସାହୁ, ଚୈତନ୍ୟ ସାହୁ, କୈଳାସ ନାଥ ମହାପାତ୍ର, ରଶ୍ମୀରଂଜନ ବାରିକ, ଦୁଃଖୀଶ୍ୟାମ ଦାସ, ନିର୍ମଳ କୁମାର ସିଂହ, ରବୀନ୍ଦ୍ର କୁମାର ମହାନ୍ତି, ପ୍ରକାଶ କୁମାର ମହାନ୍ତି, ସୁବ୍ରତ ଚୌଧୁରୀ, ଲକ୍ଷ୍ମଣ ସିଂହ, ହିମାଂଶୁ ପ୍ରଧାନ, ରଘୁନାଥ ମଲ୍ଲିକ, ମଦନ ମୋହନ ଜେନା, ବିଶ୍ୱପ୍ରକାଶ ରାଉତ, ଶୁଭେନ୍ଦୁ ପରିଡ଼ା ପ୍ରମୁଖ କଂଗ୍ରେସରେ ସାମିଲ ହୋଇଥିଲେ। କିଛି ବିଜେପି ଓ ବିଜେଡି କର୍ମୀ, କିଛି ପୂର୍ବତନ ସରପଞ୍ଚ କଂଗ୍ରେସ ଦଳରେ ସାମିଲ ହୋଇଥିବା ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ। କଂଗ୍ରେସକୁ ଫେରିଥିବା ସମସ୍ତ ନେତା, କର୍ମୀମାନେ ସଭାପତି ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିବା ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
OSCAR-2019
ସାଧାରଣାବ୍ଦ ପ୍ରାୟ ୧୦ମ ଶତାବ୍ଦୀ ସମୟରେ ରଚିତ ଏହି ବୌଦ୍ଧଗାନଗୁଡ଼ିକୁ ଓଡ଼ିଆ ଭାଷାର ଆଦିରଚନା ଭାବରେ ଗଣାଯାଏ। ଓଡ଼ିଆ ଭାଷାର ବିକାଶକୁ ବୁଝିବାରେ ଏଗୁଡ଼ିକ ଭାଷାବିତ୍‌ମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଛନ୍ତି। ତେଣୁ ସବୁ ଓଡ଼ିଆ ଏଗୁଡ଼ିକୁ ଅନ୍ତତଃ ପକ୍ଷେ ଦେଖିବା ପାଇଁ ଆଗ୍ରହୀ ହେବା ଉଚିତ। ଏସବୁର ସରଳ ଆଧୁନିକ ଓଡ଼ିଆ ରୂପ ଅଳ୍ପଦିନ ଭିତରେ ଏଠାରେ ଦେଖିବାକୁ ମିଳିବ। ପ୍ରାୟ ସବୁ ଓଡ଼ିଆ ମାଦଳାପାଞ୍ଜିର ନାଁ ଶୁ‌ଣିଛନ୍ତି, କେବେ କେବେ ମୋଟା ବହିଖାତାକୁ ବୁଝାଇବା ପାଇଁ ସେ ଶବ୍ଦର ବ୍ୟଙ୍ଗାତ୍ମକ ବ୍ୟବହାର କରିଛନ୍ତି। ଏହାର ରଚନା କାଳ ଓ ନାମକରଣକୁ ନେଇ ବିଭିନ୍ନ ମତ ଏବେ ମଧ୍ୟ ରହିଛି। ତେବେ ସାଧାରଣାବ୍ଦ ୧୧-୧୨ଶ ଶତାବ୍ଦୀ ସମୟର ଏହି ଲେଖା ବିଷୟରେ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ମତ ହେଉଛି, “ଭାରତର ଆଞ୍ଚଳିକ ଭାଷାରେ ଗଦ୍ୟସାହିତ୍ୟର ବିକାଶକ୍ରମ ଆଲୋଚନା କାଳରେ ଓଡ଼ିଆ ଭାଷାରେ ରଚିତ’ମାଦଳାପାଞ୍ଜି’ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ।” ପ୍ରଥମ ନାଟକ – ବାବାଜୀ (ଜଗନ୍‌ମୋହନ ଲାଲା, ୧୮୭୭)। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ଉପକ୍ରମଣିକା ସହିତ ପୁନଃମୁଦ୍ରିତ ରୂପ।
OSCAR-2019
ସମବାୟ ସେବକ ସମିତି ପକ୍ଷରୁ ୧୯୨୧ ମସିହାରେ ପ୍ରକାଶ ପାଇଥିଲା ସହକାର ପତ୍ରିକା। ଏହି ପତ୍ରିକା ମୁଖ୍ୟତଃ କୋ-ଅପରେଟିଭ୍ ଅନ୍ଦୋଳନର ମୁଖପତ୍ର ଭାବରେ ପ୍ରକାଶିତ ହୋଇଥିଲା। ଏହାର ପ୍ରଥମ ସମ୍ପାଦକ ଥିଲେ ଲକ୍ଷ୍ମୀନାରାୟଣ ସାହୁ। ପ୍ରଥମ ଚାରିବର୍ଷ ପରେ ଅଲେଖ ପ୍ରସାଦ ଦାସ, ବାଳକୃଷ୍ଣ କର, ଗୋଦାବରୀଶ, ଅନ୍ନପୂର୍ଣ୍ଣା ଦେବୀ, କାଳନ୍ଦୀ ଚରଣ ପାଣିଗ୍ରାହୀ ଏହାର ସମ୍ପାଦନା ଦାୟିତ୍ୱ ନେଇଥିଲେ। ୧୯୨୯ ମସିହା, ଦଶମ ଭାଗଠାରୁ, ଏହା ବାଳକୃଷ୍ଣ କରଙ୍କ ସମ୍ପାଦନାରେ ଏକ ସାହିତ୍ୟ ପତ୍ରର ରୂପନେଲା। ତଳ ସାରଣୀରେ ସହକାର ପତ୍ରିକାର ମିଳିଥିବା ପ୍ରାୟ ସବୁ ସଂଖ୍ୟା ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।
OSCAR-2019
ଗାନ୍ଧୀ ରଚନାବଳୀ ଏଠାରୁ କାଢ଼ିଦେବା ପାଇଁ ଆମକୁ ଚେତାବନୀ ମିଳିଛି – ଅବଶ୍ୟ ତାହା କେତେ ଆଇନସମ୍ମତ ତାହା ନେଇ ଆମେ ପ୍ରଶ୍ନ ଉଠାଇଛୁ। ତଥାପି ଅପ୍ରୀତିକର ପରିସ୍ଥିତିରେ ନ ପଶିବା ପାଇଁ ଆମେ ଏହାର ପ୍ରସାରଣ ବନ୍ଦ କରିଦେବା ଉଚିତ ହେବ ବୋଲି ଭାବୁଛୁ। ଦୁଃଖର କଥା ଯେ ଏଭଳି କଥା ଆମ ପାଇଁ ନୁଆ ନୁହେଁ – ଆଗରୁ ଗୋପାଳଚନ୍ଦ୍ର ପ୍ରହରାଜ ଓ ବିନୋଦ କାନୁନ୍‌ଗୋଙ୍କ ପରିବାର ଏଭଳି ଧମକ ଦେଇଥିଲେ। ଭାଷାକୋଷ କ୍ଷେତ୍ରରେ ସେହି ଦାବି ଅମୂଳକ ଥିଲା ଏବଂ ଭାଷାକୋଷର ଡିଜିଟାଲ ରୂପ ବହୁଳ ଭାବରେ ପ୍ରସାରିତ ହୋଇପାରିଲା। ଜ୍ଞାନମଣ୍ଡଳ କ୍ଷେତ୍ରରେ ଆମେ ଶକ୍ତି ଅପଚୟ କରିବାକୁ ଚାହିଁଲୁନାହିଁ – ତେଣୁ ତାହା ସେହିଭଳି ପଡ଼ିରହିଛି। ଆଶାକରୁଛୁ ଯେ ଗାନ୍ଧୀ ରଚନାବଳୀର ସେହି ଅବସ୍ଥା ଆସିବ ନାହିଁ।
OSCAR-2019
ଆଧୁନିକ ଓଡ଼ିଆ ସାହିତ୍ୟର ଏକ ଶକ୍ତିଶାଳୀ ଲେଖକଗୋଷ୍ଠୀ ସୃଷ୍ଟି କରିବାରେ ଉତ୍କଳ ସାହିତ୍ୟ ପତ୍ରିକାର ଖୁବ ବେଶୀ ଗୁରୁତ୍ୱ ରହିଥିଲା। ୧୮୯୭ ମସିହା ଜାନୁଆରି ମାସରେ ବିଶ୍ୱନାଥ କରଙ୍କ ସମ୍ପାଦନାରେ ଏହା ପ୍ରକାଶିତ ହୋଇଥିଲା। ଶ୍ୟାମସୁନ୍ଦର ନନ୍ଦ, କୃଷ୍ଣପ୍ରସାଦ ଚୌଧୁରୀ, ଗୋପାଳଚନ୍ଦ୍ର ପ୍ରହରାଜ, ମୃତ୍ୟୁଞ୍ଜୟ ରଥ ଆଦିଙ୍କ ଆଗ୍ରହରୁ ପତ୍ରିକାଟି ପ୍ରକାଶ ପାଇଥିଲା। ଏଥିରେ ବ୍ରାହ୍ମଧର୍ମ ଓ ଦର୍ଶନ ଆଧାରିତ ଲେଖା ସହିତ ସଂସ୍କୃତି, ରାଜନୀତି, ବିଜ୍ଞାନ ସମ୍ବନ୍ଧୀୟ ଲେଖା ପ୍ରକାଶ ପାଉଥିଲା। ଏହା ଏପରି ଏକ ଉତ୍କୃଷ୍ଟ ସାହିତ୍ୟ ପତ୍ରିକା ଥିଲା ଯାହା ଏକ ଜାତିର ଭାଷାଗତ, ରାଜନୈତିକ, ସାମାଜିକ, ସାଂସ୍କୃତିକ ଉନ୍ନତି କ୍ଷେତ୍ରରେ ଯଥାର୍ଥ ଭୂମିକା ଗ୍ରହଣ କରିଥିଲା। ଆଜି ବି ଏଭଳି ସାହିତ୍ୟ ପତ୍ରିକା ବିରଳ। ତଳ ସାରଣୀରେ ଉତ୍କଳ ସାହିତ୍ୟ ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।
OSCAR-2019
ଓଡ଼ିଆ ଭାଷାରେ ଗଦ୍ୟ ରଚନାକୁ ବଳିଷ୍ଠ କରିବାରେ ଖବରକାଗଜର ବିଶେଷ ଭୂମିକା ରହିଥିଲା। ବିଭିନ୍ନ ପତ୍ରିକା ମାଧ୍ୟମରେ ଏହି ଧାରା ଆହୁରି ଆଗେଇ ପାରିଲା। ପତ୍ରିକାର ଦୀର୍ଘତର ଲେଖାଗୁଡ଼ିକ ଗଭୀରତର ଆଲୋଚନା ପାଇଁ ସୁବିଧା ଯୋଗାଇଲେ। ଅଳ୍ପ ସମୟ ବ୍ୟବଧାନରେ ପ୍ରକାଶ ପାଉଥିବାରୁ ବିତର୍କ ପାଇଁ ଏଗୁଡ଼ିକ ସହାୟକ ହେଲେ ଏବଂ ଚିନ୍ତାଧାରାର ବିକାଶ ପାଇଁ ବାଟ ଖୋଲିଦେଲେ। ଲେଖାଗୁଡ଼ିକ ବହିଠାରୁ ହାଲୁକା ଓ ଛୋଟ ହେଉଥିବାରୁ ସାଧାରଣ ଲୋକମାନେ ମଧ୍ୟ ଏ ସବୁକୁ ପଢ଼ିପାରିଲେ ଏବଂ ବିଭିନ୍ନ ବିଷୟରେ ଜାଣିବାର ସୁଯୋଗ ପାଇଲେ। ଲେଖକମାନେ ନିଜର ପ୍ରାରମ୍ଭିକ ଚିନ୍ତାକୁ ଲିଖିତ ରୂପ ଦେବାକୁ ପତ୍ରିକାକୁ ମାଧ୍ୟମ କଲେ, ପାଠକ ପ୍ରତିକ୍ରିୟାକୁ ଆଧାର କରି ବିଷୟବସ୍ତୁକୁ ପାକଳକରି ତାହାକୁ ବହିର ରୂପ ଦେଲେ। ଓଡ଼ିଆ ଭାଷାର ପ୍ରଥମ ପତ୍ରିକା କୁଜିବର ପତ୍ର ୧୭୬୯ ମସିହାରେ କୁଜିବର ମଠର ମହନ୍ତ ସାଧୁ ସୁନ୍ଦର ଦାସଙ୍କ ଦ୍ୱାରା ହାତଲେଖା ପତ୍ରିକା ଭାବରେ ପ୍ରକାଶ ପାଇଥିଲା। କିନ୍ତୁ ଛାପାକଳର ସୁବିଧା ମିଳିବାରୁ ୧୮୪୯ ମସିହାରେ ମିସନାରୀମାନେ ପ୍ରକାଶ କଲେ ଜ୍ଞାନାରୁଣ। ଏହାପରେ ୧୮୫୬-୫୮ ମସିହା ଭିତରେ ପ୍ରକାଶିତ ହେଲା ପ୍ରବୋଧ ଚନ୍ଦ୍ରିକା। ଏହି ପତ୍ରିକାଟି ବନ୍ଦ ହେବା ପରେ ୧୮୬୧ ମସିହାରେ ପ୍ରକାଶିତ ହେଲା ଅରୁଣୋଦୟ ନାମରେ ଗୋଟିଏ ପତ୍ରିକା। ଏହା ପ୍ରାୟ ତିନିବର୍ଷ ଧରି ପ୍ରକାଶ ପାଇଥିଲା। କିନ୍ତୁ ଦୁଃଖର କଥା ଯେ ପ୍ରଥମ ଓ ତୃତୀୟ ପତ୍ରିକା ଦୁଇଟିର କୌଣସି ସଂଖ୍ୟା ଏବେ କେଉଁଠାରେ ବି ଉପଲବ୍ଧ ନାହିଁ। ୧୮୭୩ ମସିହାରେ ବାଲେଶ୍ୱରରୁ ପ୍ରକାଶିତ ମାସିକ ‘ଉତ୍କଳ ଦର୍ପଣ’ ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ଥିଲା। ଏହା ପରେ ଉତ୍କଳ ମଧୁପ (୧୮୭୮), ପ୍ରଦୀପ (୧୮୮୫) ଭଳି ଆଉ କିଛି ପତ୍ରିକା ପ୍ରକାଶ ପାଇଥିଲେ, କିନ୍ତୁ ଏହି ସବୁଗୁଡ଼ିକ ସ୍ୱଳ୍ପଜୀବୀ ହୋଇଥିଲେ। ୧୮୯୭ ମସିହାରେ ଜନ୍ମ ନେଇଥିବା ‘ଉତ୍କଳ ସାହିତ୍ୟ’ ସବୁ ଦୃଷ୍ଟିରୁ ଏକ ବଳିଷ୍ଠ ପ୍ରକାଶନ ଭାବରେ ଓଡ଼ିଆ ସାହିତ୍ୟରେ ତା’ର ସ୍ଥାନ ଦଖଲ କଲା। ଆଜିଯାଏ ବାହାରିଥିବା ଓଡ଼ିଆ ପତ୍ରିକାଗୁଡ଼ିକ ଭିତରେ ଏହାର ଜୀବନକାଳ ଦୀର୍ଘତମ ଗୋଷ୍ଠୀରେ ରହିଛି। ବିଂଶ ଶତାବ୍ଦୀରେ ମୁକୁର (୧୯୦୬), ସତ୍ୟବାଦୀ (୧୯୧୫), ସହକାର (୧୯୨୦), ନବଭାରତ (୧୯୩୪) ଭଳି ଆହୁରି ଅନେକ ପତ୍ରିକା ବାହାରିଲେ। ବିଷୟବସ୍ତୁ, ସମ୍ପାଦନା ଶୈଳୀ, ପ୍ରକାଶକୀୟ ଚିନ୍ତାଧାରା ଆଦିର ବିଚାରରେ ପ୍ରତ୍ୟେକଟିର ନିଜତ୍ୱ ରହିଥିଲା ଏବଂ ନିଜ ନିଜ ଧାରାରେ ପ୍ରତ୍ୟେକେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆଗେଇନେବାରେ ଲାଗିଲେ। ନୂଆ ଲେଖକ ସୃଷ୍ଟି କରିବାରେ ଓ ସେମାନଙ୍କୁ ପାକଳ କରିବା ଦିଗରେ ମଧ୍ୟ ଏଗୁଡ଼ିକ ବିଶେଷ ସହାୟକ ହେଲେ। ଓଡ଼ିଆ ପତ୍ରିକାଗୁଡ଼ିକ ଭିତରୁ ଅଧିକାଂଶ ବିବିଧ ବିଷୟକୁ ଛୁଉଁଥିଲେ। କିନ୍ତୁ ବାଳୁତ, ମହିଳା, ସମବାୟ କର୍ମୀଙ୍କ ଭଳି ସ୍ୱତନ୍ତ୍ର ଗୋଷ୍ଠୀଙ୍କ ପାଇଁ ଏବଂ ଧର୍ମ/ଆଧ୍ୟାତ୍ମ୍ୟ, ଶିକ୍ଷା, ବିଜ୍ଞାନ ଆଧାରିତ କିଛି ବିଶେଷ ଧରଣର ପତ୍ରିକା ମଧ୍ୟ ୧୯୫୦ ମସିହା ଆଗରୁ ବାହାରୁଥିଲା। ‘ବିଜ୍ଞାନ ଦର୍ପଣ’ (୧୮୮୦), ‘ଶିକ୍ଷାବନ୍ଧୁ’ (୧୮୮୫), ‘ପରିଚାରିକା’ (୧୯୧୭, ମହିଳା), ‘ପଞ୍ଚାମୃତ’ (୧୯୨୦, ଶିଶୁ-କିଶୋର) ଆଦି ଏହାର କିଛି ଉଦାହରଣ। ‘ଡଗର’ (୧୯୩୭) ଓ ନିଆଁଖୁଣ୍ଟା (୧୯୩୮) ଭଳି ସମାଲୋଚନା / ବ୍ୟଙ୍ଗ / ହାସ୍ୟରସାତ୍ମକ ପତ୍ରିକା ୧୯୩୦ ଦଶକରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରବେଶ କରିଥିଲେ ଏବଂ ସ୍ୱାଧୀନତାର ପର ସମୟରେ ମଧ୍ୟ ପ୍ରକାଶନ ଜାରି ରଖିଥିଲେ। ୧୯୫୦ ମସିହା ଆଗରୁ ବାହାରୁଥିବା ଓଡ଼ିଆ ପତ୍ରିକା ଭିତରୁ ପ୍ରାୟ ସବୁଗୁଡ଼ିକ ଏହି ସମୟକୁ ବନ୍ଦ ହୋଇଯାଇଥିଲେ। ୧୯୫୦ ଦଶକରେ କିଛି ନୂଆ ପତ୍ରିକା ପ୍ରକାଶନ ଆରମ୍ଭ କଲେ। ‘ଝଙ୍କାର’ (୧୯୪୯), ‘ସଂସାର’ (୧୯୫୧), ‘ସମାବେଶ’ (୧୯୫୫), ‘ନବଜୀବନ’ (୧୯୫୬), ‘କୋଣାର୍କ’ (୧୯୫୮) ଭଳି ନୂଆ ପତ୍ରିକା ଭିତରୁ କେତେକ ଅଳ୍ପ କିଛି ବର୍ଷ ଭିତରେ ବନ୍ଦ ହୋଇଯାଇଥିଲେ ଏବଂ ଆହୁରି କିଛି ନୂଆ ପତ୍ରିକା ବାହାରିବାରେ ଲାଗିଲେ। ଓଡ଼ିଆ ପତ୍ରପତ୍ରିକା ବିଷୟରେ ଅଧିକ ବିବରଣୀ ରୋଫରେନ୍‌ସ୍>ଗ୍ରନ୍ଥସୂଚୀ ବିଭାଗରେ ଥିବା କିଛି ପ୍ରକାଶନରୁ ମିଳି ପାରିବ। ପୁରୁଣା ଓଡ଼ିଆ ପତ୍ରିକା ପାଇବା ଅତି କଷ୍ଟର କଥା। ଅନେକଗୁଡ଼ିଏ ସଂଖ୍ୟା ଏବେ ବିଲୁପ୍ତ। ଆଉ କିଛି ବ୍ୟକ୍ତିଗତ ବା ଆନୁଷ୍ଠାନିକ ମାଲିକାନାରେ ଅପହଞ୍ଚ। ଏହି ପରିସ୍ଥିତିରେ ମିଳିଥିବା ଓଡ଼ିଆ ପତ୍ରିକାଗୁଡ଼ିକର ଡିଜିଟାଲ ରୂପ ଏହି ୱେବ୍‌ସ୍ଥଳୀରେ ଦିଆଯାଇଛି। ବାମ କଡ଼ରେ ଥିବା ପତ୍ରିକା ସୂଚୀ ବୋତାମ ଉପରେ ମାଉସ୍ କ୍ଲିକ୍ କଲେ ସେଗୁଡ଼ିକୁ ଖୋଜି ଦେଖିହେବ। ଡାଉନଲୋଡ୍ କରିବାର ବ୍ୟବସ୍ଥା ମଧ୍ୟ ସେଠାରେ ରହିଛି।
OSCAR-2019
କୋରାପୁଟ ; ତା୧୯-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତଯୁକ୍ତଦୁଇ ବିଜ୍ଞାନ ଫଳ ପ୍ରକାଶିତ ହୋଇଯାଇଛି।କୋରାପୁଟ ସରକାରୀ କଲେଜରେ ୪୫.୪୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଅଧ୍ୟକ୍ଷା ଜି.ଟି.ସାମାନ୍ତରାୟ ସୂଚନା ଦେଇଛନ୍ତି।ଚଳିତ ବର୍ଷ ସରକାରୀ କଲେଜର ୨୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ତନ୍ମଧ୍ୟରୁ ୯୩ ଜଣ ପାସ କରିଥିବା ବେଳେ ୧୧୪ ଜଣ ଫେଲ ହୋଇଥିବା ସେ ସୂଚନା ଦେଇଥିଲେ।ପାସ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୮ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୨୭ ଜଣ ୨ ୟ ଓ ୫୮ ଜଣ ୩ୟ ଶ୍ରେଣୀରେ ଉର୍ତିଣ ହୋଇଥିବା ସେ ସୂଚନା ଦେଇଥିଲେ।କୋରାପୁଟ ସରକାରୀ କଲେଜରେ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ କାହିଁକି ପାସ ହାର ହ୍ରାସ ପାଉଛି ତାହା ଚିନ୍ତାର କାରଣ ହୋଇପଡିଛି।ରାଜ୍ୟର ମଙ୍ଗଳ ବିଭାଗ ମାଟ୍ରିକ ଫଳାଫଳକୁ ନେଇ ସଂପୂକ୍ତ ସ୍କୁଲର ଶିକ୍ଷକ ଉତରଦାୟୀ ରହୁଥିବା ବେଳେ କଲେଜ କ୍ଷେତ୍ରରେ ମଧ୍ୟ ଉତରଦାୟୀ କରାଗଲେ ଫଳାଫଳରେ ଉନ୍ନିତ ଆସିବ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି। ଓଡିଶା ବସ୍ତି ବାସିନ୍ଦାଙ୍କୁ ଭୁମି ଅଧିକାର-୨୦୧୭ ; କୋରାପୁଟଠାରେ ଡ୍ରୋନ ସର୍ବେକ୍ଷଣ କର୍ମଶାଳାର ଉଦଘାଟନ କଲେ ଜିଲ୍ଲାପାଳ
OSCAR-2019
ଆଧାର କାର୍ଡରେ ପୁଣି ଯୋଡି ହେଲା ନୂଆ ସୁରକ୍ଷା ବ୍ୟବସ୍ଥା । ଆଧାର କାର୍ଡଧାରୀଙ୍କ ପାଇଁ ମୁହଁ ଚିହ୍ନଟ ପଦ୍ଧତି ଆରମ୍ଭ ହେବ । ଜୁଲାଇ ୧ତାରିଖ ସୁଦ୍ଧା ଏହି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି । ୟୁନିକ ଆଇଡେନଟିଟି ଅଥରିଟି ଅଫ ଇଣ୍ଡିଆ ଆଧାର କାର୍ଡରେ ଏହି ନୂଆ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବା ପାଇଁ ଯାଉଛନ୍ତି । ବର୍ତ୍ତମାନ ଫିଙ୍ଗର ପ୍ରିଂଟକୁ ନେଇ ସମସ୍ୟା ଦେଖାଦେଉଥିବା ବେଳେ ନୂଆ ବ୍ୟବସ୍ଥା ଅନୁସାରେ ମୁହଁ ଚିହ୍ନଟ ପଦ୍ଧତି ଆଧାର ତଥ୍ୟ ସଂରକ୍ଷଣ କ୍ଷେତ୍ରରେ ଏହା ଅଧିକ ସହାୟକ ହୋଇପାରିବ । ସୂଚନା ମୁତାବକ, ସାଧାରଣତଃ ଆଧାର ଯାଞ୍ଚ ବେଳେ ବରିଷ୍ଠ ନାଗରିକମାନଙ୍କ ଟିପ ଚିହ୍ନ ବେଳେବେଳେ ଚିହ୍ନଟ ହୋଇପାରିନଥାଏ । ବୟସ ବଢିବା ସଙ୍ଗେ ସଙ୍ଗେ ବରିଷ୍ଠ ନାଗରିକଙ୍କ ଅଙ୍ଗୁଳିରେ କିଛିଟା ପରିବର୍ତ୍ତନ ଆସିଥାଏ । ପୁଣି ଶୀତ ଦିନେ କେତେକ ଲୋକଙ୍କ ଆଙ୍ଗୁଳି ଫାଟିଥାଏ । ଫଳରେ ଆଧାର ଯାଞ୍ଚ ବେଳେ ଟିପଚିହ୍ନ ଦେଲେ ତାହା ଚିହ୍ନଟ ହୋଇପାରିନଥାଏ । ସେ କ୍ଷେତ୍ରରେ ଫେସ୍ ରେକଗ୍‌ନିସନ ଟେକନଲୋଜିର ବ୍ୟବହାର କରାଯିବ ବୋଲି ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜୁଲାଇ ୧ରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ଆଧାର ପଂଜିକରଣ ବେଳେ ଲୋକମାନଙ୍କର ଟିପଚିହ୍ନ ସହ ମୁହଁ ଓ ରେଟିନା ଫଟୋ ମଧ୍ୟ ନିଆଯାଇଥାଏ । ତେବେ ଯାଞ୍ଚ ବେଳେ କେବଳ ଫେସ ରେକଗନିସନ କରାଯିବ ନାହିଁ । ଏହାକୁ ଅନ୍ୟ ପ୍ରକାରର ଯାଞ୍ଚ ପଦ୍ଧତି ଯଥା ଟିପ ଚିହ୍ନ, ଓଟିପି ଓ ଆଇଆରଆଇଏସ୍ (ଆଖି ରେଟିନା) ପଦ୍ଧତି ସହ ମିଳାଇ କରାଯାଏ । କିଛିଦିନ ତଳେ ୟୁଆଇଡିଏଆଇ ପକ୍ଷରୁ ଭର୍ଚୁଆଲ ଆଇଡି ବ୍ୟବସ୍ଥା ଆରମ୍ଭ କରାଯିବା ବିଷୟରେ ଘୋଷଣା କରାଯାଇଥିଲା । ଆଧାର ସୁରକ୍ଷା ବ୍ୟବସ୍ଥାରେ ଦୂର୍ବଳତା ଆଶଙ୍କା ଦୂର କରିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି ।
OSCAR-2019
କନକ ବ୍ୟୁରୋ : ପେଟ୍ରୋଲ ଏବଂ ଡିଜେଲ ଦର ଗତ କିଛିଦିନ ହେଲା କମୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ଯୋଗୁ ଭାରତରେ ତେଲ ଦର ବୃଦ୍ଧିରୁ ଗ୍ରାହକଙ୍କୁ କିଛିଟା ଆଶ୍ବସ୍ତି ମିଳିଛି। ତେବେ ହଠାତ୍ ପେଟ୍ରୋଲ ତୁଳନାରେ ଡିଜେଲ ମୂଲ୍ୟ ଅଧିକ ହେବା ଘଟଣା ବିସ୍ମୟ ସୃଷ୍ଟି କରିଛି। ଭୁବନେଶ୍ବରରେ ପେଟ୍ରୋଲ ଦାମ୍ ୮୦ ଟଙ୍କା ୫୭ ପଇସା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୬୯ ପଇସା ହୋଇଛି। ଚଳିତମାସ ୧୬ରେ ଭୁବନେଶ୍ବରରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଥିଲା। ପେଟ୍ରୋଲ ଦର ଲିଟର ପିଛା ୮୧ ଟଙ୍କା ୬୫ ପଇସା ହୋଇଥିବା ବେଳେ ଡିଜେଲ ୮୧ ଟଙ୍କା ୨୩ ପଇସା ଛୁଇଁଥିଲା। ୧୭ ତାରିଖ ଦିନ ଏହି ଦର ଅପରିବର୍ତ୍ତିତ ରହିଥିଲା। କିନ୍ତୁ ୧୮ ତାରିଖରୁ ଉଭୟ ଇନ୍ଧନ ଦର କମିବାରେ ଲାଗିଛି। ପେଟ୍ରୋଲ ଦର ୨୦ ତାରିଖ ସୁଦ୍ଧା ଲିଟର ପିଛା ୮୩ ପଇସା ହ୍ରାସ ଘଟିଥିବା ବେଳେ ଡିଜେଲ ଦର ୩୫ ପଇସା ହ୍ରାସ ଘଟିଛି। ଡିଜେଲ ଦର ଧିମା ଗତିରେ କମୁଥିବାରୁ ବଜାରରେ ପ୍ରଥମ ଥର ପାଇଁ ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ହୋଇଯାଇଛି। ଭୁବନେଶ୍ବରରେ ଭାରତୀୟ ତୈଳ ନିଗମର ଏକ ପମ୍ପରେ ଶନିବାର ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ୮୨ ପଇସା ଓ ଡିଜେଲ ଦର ୮୦ ଟଙ୍କା ୮୮ ପଇସା ରହିଛି। ପେଟ୍ରୋଲ ତୁଳନାରେ ଡିଜେଲ ଦର ୬ ପଇସା ଅଧିକ ରହିଛି। କିନ୍ତୁ ରବିବାର ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ପାର୍ଥକ୍ୟ ବଢ଼ିଯାଇଛି। ପେଟ୍ରୋଲ ୮୦ ଟଙ୍କା ୫୭ ପଇସା ଥିବାବେଳେ ଡିଜେଲ ୮୦ ଟଙ୍କା ୬୯ ପଇସା ହୋଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ ଅତୀତରେ ପେଟ୍ରୋଲ ତୁଳନାରେ ଡିଜେଲ ଦର ମହଙ୍ଗା ହେବା କେବେ ଦେଖାଦେଇ ନଥିଲା। ଡିଜେଲ ମୂଲ୍ୟ ଅଧିକ ରହିବାର ଦୁଇଟି କାରଣ ରହିଛି ବୋଲି କୁହାଯାଉଛି। ଗୋଟିଏ ହେଲା ମୂଳ ମୂଲ୍ୟ ବା ବେସ୍ ପ୍ରାଇସ୍ ଅଧିକ ରହିବା ଏବଂ ଅନ୍ୟଟି ହେଲା ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲରେ ସମାନ ହାର(୨୬%)ରେ ମୂଲ୍ୟ ଯୁକ୍ତ ଟିକସ ଆଦାୟ ହେବା। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କୁହନ୍ତି, ପେଟ୍ରୋଲଠାରୁ ଡିଜେଲ ଦର ମହଙ୍ଗା ହୋଇଯାଇଥିବାରୁ ସରକାରଙ୍କୁ ଏ ନେଇ ଚିନ୍ତା କରିବାର ସମୟ ଆସିଯାଇଛି। ବିଶେଷକରି ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ଉପରୁ ସମାନ ହାରରେ ଟିକସ ଆଦାୟ କରାଯାଉଛି। ସରକାର ପେଟ୍ରୋଲ ଉପରେ ଅଧିକ ଟିକସ ଆଦାୟ କରି ଡିଜେଲ ଉପରୁ ଟିକସ କମାଇଲେ ସାଧାରଣ ଖାଉଟି ଉପକୃତ ହେବେ ବୋଲି ସେ କହିଛନ୍ତି। ନବରଙ୍ଗପୁର : ନବରଙ୍ଗପୁର ଉମରକୋଟରେ କାଳବୈଶାଖୀର ତାଣ୍ଡବ । ଝଡବର୍ଷାରେ ଭାଙ୍ଗିଯାଇଛି ଘରଦ୍ୱାର । ଖୋଲା ଆକାଶ ତଳେ ଏବେ ବିପନ୍ନଙ୍କ ପରିବାର । ସେପଟେ କେତେକ ସ୍ଥାନରେ ଇଲେକ୍ଟ୍ରି ଖୁଂଟି ପଡିରହିଛି । ଉମରକୋଟ ବ୍ଲକର ମେନ୍ଦାବେଢା , ସାନ ବାସିନୀ, ବଡସାନି ଓ ସାନଭରଣ୍ଡି ଗ୍ରାମବାସୀ ଏବେ ବେସହରା ହୋଇପଡିଛନ୍ତି , ମୁଣ୍ଡ ଗୁଂଜିବାକୁ ଛାତ ନାହିଁ । କ୍ଷତିଗ୍ରସ୍ତ ଏବେ ଭଂଗାଘରୁ ଆସବାବପତ୍ର ସାଉଁଟୁଛନ୍ତି । ବର୍ଷ ଜାକର ପରିଶ୍ରମ , ଆସବାବ ପତ୍ର ସବୁ କିଛି ନଷ୍ଟ ହୋଇଯାଇଛି । ସରକାରୀ ସହାୟତାକୁ ଚାହିଁବସିଛନ୍ତି ସ୍ଥାନୀୟବାସିନ୍ଦା ।
OSCAR-2019
କେନ୍ଦ୍ରାପଡା ୯/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ମାତ୍ର ଛଶହ ଟଙ୍କା ନଦେଇ ପାରିବାରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ୪ବର୍ଷର ପିଲାର ଶବ ନେଇ ହାତିଆ ଗ୍ରାମରେ ଛାଡିବାକୁ ଯାଉଥିବା ସରକାରଙ୍କ “ମହାପ୍ରୟାଣ ଗାଡି” ସୋମବାର ସନ୍ଧ୍ୟାରେ ସେହି ପିଲାର ଶବକୁ ୫ନମ୍ବର (କ)ଜାତୀୟ ରାଜପଥର ଗୋପଛକ ନିକଟରେ ଛାଡିଦେଇ ପଳାଇଯିବା ଘଟଣା ସାଧାରଣରେ ଅମାନବିକତାର ସଦ୍ୟ ଉଦାହରଣ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଇନ୍ଦୁଳିଆ ପଂଚାୟତର ହାତିଆ ଗ୍ରାମର ଦେବାଶିଷ ମହାପାତ୍ରଙ୍କ ୪ବର୍ଷର ପୁଅ ସତ୍ୟରଞ୍ଜନ ଆଜି ଘର ପାଖରେ ଖେଳୁଥିବା ସମୟରେ ନିକଟରେ ଥିବା ଏକ ପୋଖରୀ ପାଖକୁ ଚାଲି୍ିଯାଇ ପାଖରୀରେ ବୁଡିଯାଇଥିଲା। ପରିବାର ଲୋକେ ତାକୁ ଖୋଜାଖୋଜି କରି ପୋଖରୀରୁ ଉଦ୍ଧାରକରି ପ୍ରଥମେ ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସତ୍ୟରଞ୍ଜନକୁ ଭର୍ତ୍ତି କରିଥିଲେ। ଜିଲ୍ଲା ଚିକିତ୍ସାଳୟରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଦେବାଶିଷଙ୍କ ପରିବାର ଅତ୍ୟନ୍ତ ଗରୀବ ହୋଇଥିବାରୁ ସେ ପୁଅର ଶବକୁ ନିଜ ଗ୍ରାମକୁ ନେବା ପାଇଁ ଅନ୍ୟ ଉପାୟ ନପାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରି ପୁଅର ଶବକୁ ସରକାରଙ୍କ “ମହାପ୍ରୟାଣ ଗାଡି”ରେ ଛଶହ ଟଙ୍କାରେ ନେବା ପାଇଁ ଅନୁମତି ପାଇଲେ। କିନ୍ତୁ ସେହି ମହାପ୍ରୟାଣ ଗାଡିଟି ମୁଖ୍ୟ ଚିକିତ୍ସାଳୟରୁ ତାଙ୍କ ପୁଅର ଶବନେଇ ମାତ୍ର ଏକ କିଲୋମିଟର ରାସ୍ତା ଯିବାପରେ ସ୍ଥାନୀୟ ଗୋପଛକ ନିକଟରେ ସେହି ଗାଡିର ଚାଳକ ଟଙ୍କା ମାଗିଥିଲା। ପରିବାର ଲୋକଙ୍କ ନିକଟରେ ସେତେବେଳେ ଛଶହ ଟଙ୍କା ନଥିବାରୁ ଘରେ ପହଁଚିଲେ ଟଙ୍କା ଦେବେ ବୋଲି କହିବାରେ ମହାପ୍ରୟାଣ ଗାଡିର ଚାଳକ ଶବ ସହିତ ପରିବାର ଲୋକଙ୍କୁ ଗୋପଛକ ନିକଟରେ ଓହ୍ଲାଇ ଦେଇ ଏତେବାଟ ଯାଇପାରିବ ନାହିଁ ବୋଲି କହି ସେଠାରୁ ଫେରି ଯାଇଥିଲା। ବିଚରା ଦେବାଶିଷ ଅନ୍ୟ କୈାଣସି ଉପାୟ ନପାଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବହୁତ ଅନୁରୋଧ କରି ପୁଅର ଶବକୁ ଏକ ବାଇକରେ ନେଇ ନିଜ ଗ୍ରାମକୁ ଯିବାପାଇଁ ବାଧ୍ୟ ହୋଇଥିଲା। ଏଭଳି ଅଭାବନୀୟ ଓ ଅମାନବିକତା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ସମ୍ପୃକ୍ତ ମହାପ୍ରୟାଣ ଗାଡିର ଚାଳକଙ୍କ ଦାୟିତ୍ୱହୀନତା ପାଇଁ ଆଜି ଯେଉଁ ଅମାନବିୟ ଘଟଣା ଘଟିଲା ସେଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନହେବା ପାଇଁ ଯଥେଷ୍ଟ ଧ୍ୟାନଦେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ ସାଂସଦ ପାଣ୍ଠିରୁ କିଣାଯାଇଥିବା ଏହି ମହାପ୍ରୟାଣ ଗାଡିକୁ ଗତ ଅକ୍ଟୋବର ମାସ ୩ତାରିଖରେ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଉଦଘାଟନ କରିଥିଲେ।
OSCAR-2019
କନକ ବ୍ୟୁରୋ : ଭାରତର ରିଜର୍ଭ ବ୍ୟାଙ୍କ୍ ଏବଂ ସରକାରଙ୍କ ମଧ୍ୟରେ ବଢ଼ୁଥିବା ବିବାଦ କାରଣରୁ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍ ଇସ୍ତଫା ଦେଇପାରନ୍ତି । ଆରବିଆଇ ଓ ସରକାରଙ୍କ ମଧ୍ୟରେ ଟଙ୍କା ଓ ବଣ୍ଡ୍ ବିକ୍ରୟ ନେଇ ମତାନ୍ତର ହୋଇଛି । ତେବେ ଏ ବାବଦରେ କୌଣସି ବିବୃତି ଦେବାକୁ ରିଜର୍ଭ ବ୍ୟାଙ୍କ୍ ଏବଂ ଅର୍ଥ ମନ୍ତ୍ରାଳୟ ମନା କରି ଦେଇଛନ୍ତି । ଜନସ୍ୱାର୍ଥ ବିଷୟରେ କେନ୍ଦ୍ରୀୟ ବ୍ୟାଙ୍କ୍ର ଗଭର୍ଣ୍ଣରଙ୍କୁ ନିର୍ଦେଶ ଜାରି କରିବା ନିମନ୍ତେ ସରକାର କେବେ ବ୍ୟବହାର କରି ନଥିବା ଆରବିଆଇ ଆକ୍ଟରେ ଥିବା କ୍ଷମତା ବ୍ୟବହାର କରିଛନ୍ତି ବୋଲି ମଧ୍ୟ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲା । ଅନାଦେୟ ଋଣ ସଙ୍କଟ ନିମନ୍ତେ ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଉପରେ ଦୋଷାରୋପ କରି କହିଲେ ଯେ କେନ୍ଦ୍ରୀୟ ବ୍ୟାଙ୍କ୍ ଯଥେଷ୍ଟ ଉଦ୍ୟମ କରୁ ନାହିଁ । ସେ କହିଲେ ଯେ ୨୦୦୮ ବିଶ୍ୱ ଆର୍ଥିକ ସଂକଟ ପରେ ଅର୍ଥନୀତିକୁ କୃତ୍ରିମ ଭାବେ ଚଳାଇବାକୁ ବ୍ୟାଙ୍କ୍ ସମୂହ ନିର୍ବିଚାରରେ ଋଣ ଦେଇ ଚାଲିଥିଲେ ଯାହା ୨୦୧୪ରେ ଯାଇ ଶେଷ ହେଲା । ମଙ୍ଗଳବାର ଦିନ ଲିକ୍ୟୁଡିଟି ସଙ୍କଟ ସଂକ୍ରାନ୍ତରେ ଆଲୋଚନା କରିବାକୁ ଅର୍ଥମନ୍ତ୍ରୀ ଏବଂ ଅର୍ଥମନ୍ତ୍ରାଳୟର ଅନ୍ୟ ଶୀର୍ଷସ୍ତରୀୟ ଅଧିକାରୀମାନେ ‘ଫାଇନାନ୍ସିଆଲ୍ ଷ୍ଟାବିଲିଟି ଆଣ୍ଡ୍ ଡିଭେଲପ୍ମେଣ୍ଟ୍ କାଉନ୍ସିଲ୍’ ବୈଠକରେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ, ଇନ୍ସ୍ୟୁରାନ୍ସ୍ ରେଗୁଲେଟରି ଆଣ୍ଡ୍ ଡିଭେଲପ୍ମେଣ୍ଟ୍ ଅଥରିଟି ଏବଂ ପେନ୍ସନ୍ ରେଗୁଲେଟରି ଆଣ୍ଡ୍ ଡିଭେଲପ୍ମେଣ୍ଟ୍ ଅଥରିଟି ଆଦି ରେଗୁଲେଟରି ଅଥରିଟିଙ୍କ ସହ ପଟେଲ୍ ଯୋଗ ଦେଇଥିଲେ । କିନ୍ତୁ, ଏହି ବୈଠକରେ ଇସ୍ତଫା ପ୍ରସଙ୍ଗରେ ପଟେଲ୍ କିଛି କହି ନଥିଲେ । ଶୁକ୍ରବାର ଦିନ ପଟେ ଏବଂ ଡେପୁଟି ଗଭର୍ଣ୍ଣରମାନେ ଅର୍ଥମନ୍ତ୍ରାଳୟକୁ ଭେଟିବେ ବୋଲି ଆଶା କରାଯାଉଛି ।
OSCAR-2019
ପୁରୀ, ୫/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୂଷ୍ୟାନକ୍ଷତ୍ର ଯୋଗରେ ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ପୂଷ୍ୟାଭିଷେକ ଶ୍ରୀନଅରରେ ଗୁରୁବାର ସଂଧ୍ୟାରେ ସଂପନ୍ନ ହୋଇଛି। ଏଥିରେ ବରୁଣପୂଜା, ପଂଚଦେବତାପୂଜା, ବର୍ନ୍ଧନୀକଳସୀ ପୂଜା, ରାମାଭିଷେକ ପଟିପୁଜା ଶ୍ରୀ ନଅରରେ କରାଯାଇଥିଲା। ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଂଧାଶୁରାଜଗୁରୁ ଏହି କାର୍ଯ୍ୟ ସଂପାଦନା କରିଥିଲେ। ରାଜଗୁରୁ ଆଣୀ ପ୍ରଜ୍ଞା ପାରମିତା ରାଜଗୁରୁ ବନ୍ଦାପନା କରିଥିଲେ। ଏହା ପରେ ଗଜପତି ମହାରାଜାକୁ ପଇତା ଲାଗି ଓ ମହାପ୍ରସାଦ ପ୍ରଦାନ କରାଯାଇଥିଲା। ଗଜପତି ଗାଦିକୁ ବିଜେ କରିବା ପରେ ଷୋଳଶାସନରେ ବ୍ରାହ୍ମଣ ଓ ପଣ୍ଡିତ ମାନେ ନଡିଆ ଓ ପଇତା ପ୍ରଦାନ କରି ଗଜପତିଙ୍କୁ ଆଶୀର୍ବାଦ ନେଇଥିଲେ। କାହାଳୀ, ତେଲିଙ୍ଗୀ ବାଜା, ଝାଞ୍ଜ ଆଦି ପାରମ୍ପାରିକ ବାଦ୍ୟରେ ଶ୍ରୀନଅର ପ୍ରକମ୍ପିତ ହୋଇଥିଲା। ବାଦସୀନ ହେବାପରେଗଜପତିଙ୍କୁ ବ୍ରାହ୍ମଣମାନେ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହାସହ ବ୍ରାହ୍ମଣ ମାନେ ଏକ ପାହାଡା ଦେହରେ ଚରଣରେଣୁ ପ୍ରଦାନ କରିଥିବା ବେଳେ ତାହା ଗଜପତିଙ୍କ ମସ୍ତକରେ ଢଳାଯାଇଥିଲା। ପାରମ୍ପରିକ ରାଜକେୟ ବେଶ ପୋଷାକ ରେସ ଜିତ ହୋଇ ଗଜପତି ଗାଦିସୀନ ହୋଇଥିବା ବେଳେ ସାଧୁସନ୍ଥ, ବୈଷ୍ଣବ ଓ ବ୍ରାହ୍ମଣ ଉତ୍ସବରେ ଯୋଗଦାନ କରିଥଇଲେ। ସୂଚନା ଯୋଗ୍ୟ ଶ୍ରୀ ନଅରରେ ଲୋକେ ପାରମ୍ପରିକ ପର୍ବ ପ୍ରଥମେ ପଂଚବେଶଣ ପୂଜା ଠାରୁ ଆରମ୍ଭ କରି ବିଭିନ୍ନ ଶାସ୍ତ୍ରୀୟ ପୂଜା କରାଯାଏ। ଏହା ପରେ ଅଭିଶେକ ନୀତି ସଂପନ୍ନ ହୁଏ। ଗଜପତିଙ୍କୁ ମଙ୍ଗଳାପର୍ଣ ପରେ ଅଭୀମନ୍ତିତ ଜଳରେ ଅଭିଷେକ କରାଯାଏ। ଗଜପତିଙ୍କ ରାଜ୍ୟ ଶାସନ ଶୁଭ ମଙ୍ଗଳରେ ଚାଲୁ ଏବଂ ଜଗତର କଲ୍ୟାଣ ହେଉ ବୋଲି ବ୍ରାହ୍ମଣ ମାନେ ଆଶିଷ ଦେଇଛନ୍ତି। (ଗଜପତିଙ୍କ ଫାଇଲ ଫଟୋ)
OSCAR-2019
କେନ୍ଦ୍ରାପଡା ୧୧/୪(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ)- କନିକା ପ୍ରଜା ଆନ୍ଦୋଳନର ପୁରୋଧା ତଥା ‘ଦୁଖିନୀ କନିକା’ର ରଚୟିତା ବିପ୍ଲବୀ କବି ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଆଜି କେନ୍ଦ୍ରାପଡାର ନୂତନ ଉପ ଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ସ୍ୱାଗତ କରାଯାଇଛି। ସ୍ମୃତି କମିଟିର ଉପ ସଭାପତି ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ଦାସ, ସ୍ମୃତି କମିଟିର ସଦସ୍ୟ ତଥା ଜୁଭେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟ ବିପିନ ବିହାରୀ ବାରିକ, ସମ୍ପାଦକ ଶେଷଦେବ ଦାସ, ଧିରେନ୍ଦ୍ର କୁମାର ଦାସ, ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ଗଗନ ବିହାରୀ ଜେନା, ରମଣୀରଞ୍ଜନ ରାଉତରାୟ, ସଞ୍ଜୟ କୁମାର ଜେନା, ଅରୁଣ ପ୍ରସାଦ ଦାସ, ତାରିଣୀ ପାଟ୍ଟଜୋଷୀ, ଶ୍ରୀକାନ୍ତ ସାହୁ, ନିରଞ୍ଜନ ବଳ, ମାନସ ରଞ୍ଜନ ଧଳ, କିଶୋର କୁମାର ପ୍ରଧାନ, ଜନ୍ମେଜୟ ସେଠୀ, ମାନସ ରଞ୍ଜନ ରାଉତ, ଅବସରପ୍ରାପ୍ତ ଡେପୁଟି କଲେକ୍ଟର ବିଜୟ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ଭଦ୍ର ପ୍ରମୁଖ ନୂତନ ଉପ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ କାର୍ଯ୍ୟାଳୟରେ ଭେଟି ପୁଷ୍ପଗୁଛ ପ୍ରଦାନକରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ବିପ୍ଲବୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ପ୍ରଦାନ କରିଥିଲେ।
OSCAR-2019
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଜଣେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହ କରି ରାସ୍ତା ମଝିରେ ସାହି ପଡ଼ିଶା ତାଙ୍କ ଇଜ୍ଜତ ନିଲାମ କରିଦେଇଥିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏ ନେଇ ମହିଳା ଜଣଙ୍କ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୋଇସିଂହା ଥାନା କରକଚିଆ ଗାଁରୁ ଏଭଳି ଏକ ଅଭିଯୋଗ ଆସିଛି। ଗାଁର ଜଣେ ମହିଳାଙ୍କ ଚରିତ୍ରକୁ ନେଇ କିଛି ଲୋକ ସନ୍ଦେହ କରିଥିଲେ। ଏହାପରେ ୪ଜଣ ବ୍ୟକ୍ତି ମହିଳାଙ୍କୁ ଗାଳିଗୁଲଜ କରିଥିଲେ, ଏହାକୁ ନେଇ ଗ୍ରାମରେ ସଭା ବସିଥିଲା। ସଭାରେ ଅଭିଯୁକ୍ତମାନେ ନିଜ ଦୋଷ ସ୍ୱୀକାର କରିବା ପରେ ଘଟଣାର ସମାଧାନ ହୋଇଯାଇଥିଲା। କିନ୍ତୁ ଅଭିଯୁକ୍ତକଙ୍କ ମନରେ ଥିଲା ଆଉ କିଛି। କିଛି ମହିଳା ଓ ପୁରୁଷ ଏକତ୍ର ହୋଇ ମହିଳାଙ୍କୁ ଘରୁ ଘୋଷାଡି ଆଣି ଚୁଟି କାଟି ଦେଇଥିଲେ। କେବଳ ଏତିକି ନୁହେଁ, ଏହାପରେ ତାଙ୍କୁ ଉଲଗ୍ନ କରି ମଧ୍ୟ ରାସ୍ତାରେ ବୁଲାଥିଲେ। ଏହି ଲଜ୍ଜାଜନକ ଘଟଣା ଘଟୁଥିବା ବେଳେ ଗାଁ ଲେକେ ନିରବଦ୍ରଷ୍ଟା ସାଜିଥିଲେ ବୋଲି ଜଣାପଡ଼ିଛି।
OSCAR-2019
ନୂଆଦିଲ୍ଲୀ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ପ୍ରକଳ୍ପ ଉପ ପ୍ରାଥମିକ ବିଦ୍ୟାଳୟର ୧୪ ବର୍ଷର ଛାତ୍ର ବିରାଜ ମାଝିଙ୍କ କେଶ କାଟିବା ସହ ଅଧା ଲଣ୍ଡା କରିଥିଲେ ଜଣେ ଶିକ୍ଷୟିତ୍ରୀ। ଏହି ମାମଲାରେ ଶିକ୍ଷୟିତ୍ରୀ ଜଣକ ନାବାଳକଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ବୋଲି ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରେଣୀରେ ଶିକ୍ଷୟିତ୍ରୀଙ୍କ ଦ୍ୱାରା ନାବାଳକ ବିରଜା ମାଝିଙ୍କୁ କେଶ କାଟିବା ଓ ନିର୍ଯାତନା ଦେବା ଅଭିଯୋଗରେ ବିଲେଇଗଡ଼ ବାସିନ୍ଦା ଓ ଆଦିବାସୀ କାର୍ତ୍ତିକ ମାଝିଙ୍କ ଦ୍ୱାରା ରାଜଗାଙ୍ଗପୁର ପୁଲିସ ଷ୍ଟେସନ୍‌ରେ ଏଫଆଇଆର ରୁଜୁ କରାଯାଇଥିଲା। ଶିକ୍ଷୟିତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ଲାଗି ନାବାଳକଙ୍କ ମାନବାଧିକାର କ୍ଷୁଣ୍ଣ ହୋଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଜଣାଶୁଣା ମାନବାଧିକାର କର୍ମୀ ଏନ୍‌ଏଚଆରସିରେ ପିଟିସନ୍‌ ଦାଖଲ କରିଥିଲେ। ଏହାପରେ ଏନ୍‌ଏଚଆରସି ରାଜ୍ୟ ସରକାରଙ୍କୁୁ ଏ ନେଇ ରିପୋର୍ଟ ତଲବ କରିଥିଲେ। ରାଜ୍ୟ ସରକାରଙ୍କ ପାଖରୁ ଜବାବ ମିଳିବା ପରେ ଏବଂ ସମସ୍ତ ତଥ୍ୟ ଅନୁଧ୍ୟାନ କରିବା ପରେ କ୍ଷତିପୂରଣ ବାବଦରେ ନାବାଳକଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରି ଏ ସଂକ୍ରାନ୍ତ ରିପୋର୍ଟ ୪ ସପ୍ତାହରେ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ନିର୍ଦ୍ଧାରିତ ସମୟ ଅବଧିରେ କ୍ଷତିପୂରଣ ପୈଠ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପରେ ଏନ୍‌ଏଚଆରସି ଶେଷ ରିମାଇଣ୍ଡର ପଠାଇ ମୁଖ୍ୟ ଶାସନ ସଚିବଙ୍କୁ କ୍ଷତିପୂରଣ ପ୍ରଦାନ ଆଦେଶ କାର୍ଯ୍ୟକାରୀ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ କହିଛନ୍ତି।
OSCAR-2019
ରେଖା ବୋଲି ଝିଅଟିଏ ସବୁ ରାତିରେ ୮ ରୁ ୧୦ ଜଣ ଗରାଖଙ୍କୁ ଆପ୍ୟାୟିତ କରେ। ଯେବେ ସେ ଘର କଥା ଉଠାଏ, ମାଡ଼ ଖାଏ। ୫ ଭାଇଭଉଣୀଙ୍କ ଭିତରେ ସବା ବଡ଼ ରେଖାକୁ ‘ଦେବ ବାଳିକା’ ଭାବେ ୧୨ ବର୍ଷ ବୟସରେ ନିଜ ଗାଁ’ କର୍ଣ୍ଣାଟକରୁ ପଠାଯାଇଥିଲା। ଏହା ହେଉଛି ଗଣିକା ବୃତ୍ତିର ଗୋଟିଏ ରୂପ ଯାହା ଭାରତୀୟ ସିନେମାରେ ରୂପାୟିତ ହୋଇଛି। ସେ ଭଳି ଗୋଟିଏ କାହାଣୀ ହେଉଛି ଭାଷା ଓ ଆଞ୍ଚଳିକ ଭିତ୍ତିରେ ବିଭକ୍ତ ହୋଇଥିବା କାମତିପୁର ଅନ୍ତର୍ଗତ ୧୪ ଲେନ୍‌ର ଯୌନକର୍ମୀମାନଙ୍କର। ଶିଶୁ ଚାଲାଣ ଏବଂ ନିର୍ମମ କୋଠି ମାଲିକାଣୀଙ୍କ କାହାଣୀ ଏଠାରେ ଭିନ୍ନ ମନେହୁଏ- କୁମାରୀତ୍ୱ ସେମାନଙ୍କ ପାଇଁ ଅଭିଶାପ। ଲଢ଼ିବା ମନୋବଳ ଭାଙ୍ଗିବା ପାଇଁ ଏଠାରେ ଝିଅମାନଙ୍କୁ ମାରଧର କରାଯାଇ ଦିନ ଦିନ ଧରି ଅନ୍ଧକାର ବାକ୍ସ ମଧ୍ୟରେ ରଖାଯାଏ। କୁମାରୀ ଝିଅମାନଙ୍କୁ କିଣା ଯାଇ ଆନନ୍ଦ ପାଇଁ ନିଶା ଦିଆଯାଏ ଓ ଆକର୍ଷଣୀୟ ଦିଶିବା ପାଇଁ ସେମାନଙ୍କୁ ଗାଈମାନଙ୍କ ପାଇଁ ଉଦ୍ଦିଷ୍ଟ ଷ୍ଟେରୋଏଡ୍‌ ଖୁଆଯାଏ। ଏଠାକାର ଅଧିକାଂଶ ପୀଡ଼ିତା ଦେବଦାସୀ ସଂସ୍କୃତିର। ଉତ୍କଟ ଦାରିଦ୍ର୍ୟ ଯୋଗୁଁ ପିତାମାତା ସେମାନଙ୍କର କୁମାରୀ ଝିଅମାନଙ୍କୁ ଗଣିକାଳୟ ମାଲିକମାନଙ୍କୁ ବିକ୍ରୟ କରି ଦିଅନ୍ତି। ଏହାପରେ ସେ ଝିଅମାନେ ଲାଖି ଯାଆନ୍ତି ନିର୍ଦ୍ଦୟ ଯୌନ ବଳୟ ମଧ୍ୟରେ। ସେମାନେ ହୁଅନ୍ତି ସମାଜରୁ ବାସନ୍ଦ। ସେମାନଙ୍କ ପାଇଁ ଘର କହିଲେ କେବଳ କାମତିପୁର।
OSCAR-2019
ନୂଆଦିଲ୍ଲୀ: ଡିସେମ୍ବର ପହିଲାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱଲିଗ୍ ଫାଇନାଲ ବିଗୁଲ ବାଜିବ । ଏଥିରେ ଆୟୋଜକ ଭାରତ ସମେତ ବିଶ୍ୱର ଅନ୍ୟ ୭ଟି ଶକ୍ତିଶାଳୀ ଦଳ ଅଂଶଗ୍ରହଣ କରିବେ । ଏହି ଅବସରରେ ଶୁକ୍ରବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଭେଟରାନ ମିଡଫିଲ୍ଡର ସର୍ଦ୍ଦାର ସିଂଙ୍କୁ ସ୍ଥାନ ମିଳିନଥିବା ବେଳେ ଦୁଇ ଡିଫେଣ୍ଡର ରୁପିନ୍ଦର ପାଲ ସିଂ ଓ ବୀରେନ୍ଦ୍ର ଲାକ୍ରା ଦଳକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ମାସ ଢ଼ାକାରେ ଅନୁଷ୍ଠିତ ଏସିଆ କପରେ ଭାରତ ବିଜେତା ହୋଇଥିଲା । ଏହି ଦଳରେ ଥିଲେ ଭେଟରାନ ମିଡଫିଲ୍ଡର ସର୍ଦ୍ଦାର ସିଂ । କିନ୍ତୁ ପ୍ରଭାବୀ ପ୍ରଦର୍ଶନ ଦେଖାଇବାରେ ସେ ସମର୍ଥ ହୋଇପାରି ନଥିଲେ । ଏ ଦୃଷ୍ଟିରୁ ତାଙ୍କୁ ହକି ବିଶ୍ୱଲିଗ୍ ନିମନ୍ତେ ଘୋଷଣା ହୋଇଥିବା ଦଳରେ ସ୍ଥାନ ମିଳିନି । ଦୀର୍ଘ ଦିନର ବ୍ୟବଧାନ ପରେ ଜାତୀୟ ଦଳରେ ୩ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ଏମାନେ ହେଲେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କୀ ଓ ଅମିତ ରୋହିଦାସ । ମିଡଫିଲ୍ଡର ମନପ୍ରୀତ ସିଂଙ୍କୁ ଅଧିନାୟକ ମନୋନୀତ କରାଯାଇଥିବା ବେଳେ ଚିଙ୍ଗଲେନସାନା ସିଂ ତାଙ୍କ ଡେପୁଟି ରହିଛନ୍ତି । ରୁପିନ୍ଦର ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ କାରଣରୁ ଗତ ୫ ମାସ ହେବ ଦଳଠାରୁ ଦୂରେଇ ରହିଥିଲେ । ସେହିଭଳି ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ଆଣ୍ଠୁରେ ଆଘାତ କାରଣରୁ ବୀରେନ୍ଦ୍ର ଲାକ୍ରା ଜାତୀୟ ଦଳରେ ସ୍ଥାନ ପାଇନଥିଲେ । ପାଖାପାଖି ୧୫ ମାସ ପରେ ସେ ମୁଖ୍ୟ ସ୍ରୋତକୁ ଫେରିଛନ୍ତି । ଦିନ ଥିଲା ଭାରତୀୟ ହକି ଦଳରେ ଅଧଡଜନ ଓଡ଼ିଆ ଖେଳାଳି ସ୍ଥାନ ପାଉଥିଲେ । ଦିଲ୍ଲୀପ ତିର୍କୀଙ୍କ ଠାରୁ ଆରମ୍ଭ କରି ଲାଜରୁଷ ବାର୍ଲା, ଇଗ୍ନେଶ ତିର୍କୀ, ୱିଲିୟମ ଖାଲକୋ, ପ୍ରବୋଧ ତିର୍କୀ ପ୍ରମୁଖ ଜାତୀୟଦଳର ନିୟମିତ ସଦସ୍ୟ ହେବା ସହ ନେତୃତ୍ୱ ନେଇଥିଲେ । ଗତ ୫ ବର୍ଷ ହେବ ଜାତୀୟ ଦଳରେ ଓଡ଼ିଆଙ୍କ ଅଂଶଗ୍ରହଣ କମିଛି । ତେବେ ହକି ବିଶ୍ୱଲିଗ୍ ନିମନ୍ତେ ୩ଜଣ ସ୍ଥାନ ପାଇଥିବାରୁ ପୁଣି ଓଡ଼ିଆଙ୍କ ପ୍ରାଧାନ୍ୟ ବଢ଼ିଛି । ଖାସ୍କରି ଓଡ଼ିଶାରେ ଏହି ମେଗା ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ଓଡ଼ିଆ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ଚୟନକର୍ତ୍ତା । ଜୁନିୟର ହକି ବିଶ୍ୱକପରେ ଭାରତର ଷ୍ଟାର ପାୱାର ସାଜିଥିବା ହରମନପ୍ରୀତ ସିଂ, ବରୁଣ କୁମାର ଓ ଓଡ଼ିଆ ଖେଳାଳି ଦୀପସାନ ତିର୍କୀ ନିକଟରେ ୟୁରୋପ ଟୁର ଓ ଏସିଆ କପ୍ରେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଆସ୍ଥା ଭାଜନ ହୋଇପାରିଥିଲେ । ସେହିଭଳି ୨୦୧୭ ହକି ଇଣ୍ଡିଆ ଲିଗରେ ଅମିତ ରୋହିଦାସ ଜମାଣିଆ ପ୍ରଦର୍ଶନ ଦେଖାଇ ଜାତୀୟ ଦଳରେ ସ୍ଥାନ ପକ୍କା କରିପାରିଛନ୍ତି । ହକି ବିଶ୍ୱଲିଗ ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆୟୋଜକ ଭାରତ ପୁଲ-ବି’ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଜର୍ମାନୀ ସହ ସ୍ଥାନ ପାଇଛି । ପ୍ରଥମ ଦିନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳି ଭାରତ ଅଭିଯାନ ଆରମ୍ଭ କରିବ । ପୂର୍ବଭଳି ମାରିଜ୍ନେ କୋଚ ଦାୟିତ୍ୱ ତୁଲାଇବେ । ନିକଟରେ ମାରିଜ୍ନେଙ୍କ ତତ୍ୱାବଧାନରେ ଭାରତ ଏସିଆ କପ୍ ବିଜେତା ହୋଇଥିଲା । ଗୋଲକିପର-ଆକାଶ ଅନିଲ ଚିକଟେ, ସୁରଜ କରକେରା । ଡିଫେଣ୍ଡର-ହରମନପ୍ରୀତ ସିଂ, ଅମିତ ରୋହିଦାସ, ଦୀପସାନ ତିର୍କୀ, ବରୁଣ କୁମାର, ରୂପିନ୍ଦରପାଲ ସିଂ, ବୀରେନ୍ଦ୍ର ଲାକ୍ରା । ମିଡଫିଲ୍ଡର-ମନପ୍ରୀତ ସିଂ(ଅଧିନାୟକ), ଚିଙ୍ଗଲେନସାନା ସିଂ(ଉପଅଧିନାୟକ), ଏସକେ ଉଥପ୍ପା, ସୁମିତ, କୋଥାଜିତ ସିଂ । ଫରୱାର୍ଡ-ଏସଭି ସୁନିଲ, ଆକାଶଦୀପ ସିଂ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ , ଗୁରଜନ୍ତ ସିଂ ।
OSCAR-2019
ଭାରତୀୟମାନେ ମନୋରଞ୍ଜନ ପାଇଁ ହିଁ ବଞ୍ଚିଥାନ୍ତି, ବଞ୍ଚିବା ପାଇଁ ମନୋରଞ୍ଜନ ଖୋଜି ନ ଥାନ୍ତି। ଭାରତୀୟମାନଙ୍କର ତିନିଟି ଜଣାଶୁଣା ନିଶା ହେଉଛି ଏହାର ପ୍ରମାଣ: ସିନେମା, କ୍ରିକେଟ୍‌ ଓ ରାଜନୀତି। ପ୍ରଥମ ଦୁଇଟି ସମ୍ପୂର୍ଣ୍ଣ ରୂପେ ମନୋରଞ୍ଜନ ଧର୍ମୀ ହୋଇଥିବା ବେଳେ ତୃତୀୟଟିର ଉଦ୍ଦେଶ୍ୟ ଆଦୌ ମନୋରଞ୍ଜନ ନୁହେଁ; କିନ୍ତୁ ଏଠାରେ ରାଜନୀତିରେ ସର୍ବଦା ଏପରି ନାଟକୀୟତା ଓ ଉତ୍କଣ୍ଠା ଭରି ହୋଇ ରହିଥାଏ ଯେ ମନୋରଞ୍ଜନ ଯୋଗାଇବାରେ ତାହା ନିୟମିତ ଭାବରେ ସିନେମା ଓ କ୍ରିକେଟ୍‌କୁ ମଧ୍ୟ ପଛରେ ପକାଇ ଦେଇଥାଏ। କେବଳ ଘଟଣାର ଘନଘଟା ନୁହେଁ, ବେଳେବେଳେ ରାଜନୀତିରେ ଏମିତି ଚରିତ୍ରମାନଙ୍କର ମଧ୍ୟ ଆବିର୍ଭାବ ଘଟିଥାଏ, ଯେଉଁମାନଙ୍କ ଆଚରଣ ଓ ଉଚ୍ଚାରଣ ସିନେମାର କମେଡିଆନ୍‌ କିମ୍ବା ସର୍କସ୍‌ର ଜୋକର୍‌ଠାରୁ ଅଧିକ ଚିତ୍ତାକର୍ଷକ ହୋଇଥାଏ। ଏବେ ଆମ ରାଜନୈତିକ ମଞ୍ଚରେ ସେଇଭଳି ଜଣେ ନବାଗତ କଳାକାରଙ୍କର ଆବିର୍ଭାବ ଘଟିଛି, ଯିଏ ଦେଶବାସୀଙ୍କୁ ନିତିଦିନ ଭରପୂର ମନୋରଞ୍ଜନ ଯୋଗାଇ ଚାଲିଛନ୍ତି। ଏହି ଯୁବ କଳାକାର ହେଉଛନ୍ତି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାର ଅର୍ଖ ନୂଆ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ। ମାର୍ଚ୍ଚ ୯ ତାରିଖରେ ସେ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବା ପରଠାରୁ ଗୋଟିକ ପରେ ଗୋଟିଏ ଏପରି କାଣ୍ଡଜ୍ଞାନଶୂନ୍ୟ ମନ୍ତବ୍ୟ ପ୍ରଦାନ କରି ଚାଲିଛନ୍ତି, ଯାହା ସୋସିଆଲ୍‌ ମିଡିଆରେ ପ୍ରସାରିତ ଥଟ୍ଟା ତାମସା ଦୁନିଆରେ ପୂର୍ବରୁ ପ୍ରଥମ ସ୍ଥାନ ଦଖଲ କରି ରହି ଆସିଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ହରାଇ ତାଙ୍କୁ ସେ ସ୍ଥାନରେ ଅଧିଷ୍ଠିତ କରାଇ ସାରିଲାଣି। ଭୂଗୋଳରୁ ସୁନ୍ଦରୀ ପ୍ରତିଯୋଗିତା ପର୍ଯ୍ୟନ୍ତ, ଇଣ୍ଟରନେଟ୍‌ରୁ ଶାସନ ପର୍ଯ୍ୟନ୍ତ ସେ ଏପରି ସମ୍ପୂର୍ଣ୍ଣ ସମ୍ପର୍କହୀନ ନିରୀହତା କିମ୍ବା ସମ୍ବେଦନହୀନ ଉଦାସୀନତା ପ୍ରଦର୍ଶନ କରି ଚାଲିଛନ୍ତି, ଯାହା ଦର୍ଶକ/ ଶ୍ରୋତା/ ପାଠକମାନଙ୍କ ମଧ୍ୟରେ ଏକ ଅସ୍ମିତା-ବିସ୍ମୟ ଭାବ ସୃଷ୍ଟି କରୁଛି- ଏହା କ’ଣ ମୁଁ ସତରେ ଦେଖୁଛି/ ଶୁଣୁଛି/ ପଢ଼ୁଛି ନା ଏ ସବୁ ମୋ ମନର ଭ୍ରମ? ଉଦାହରଣ ସ୍ୱରୂପ ଅଗରତାଲାଠାରେ ଓଏନ୍‌ଜିସି ପରିସରରେ ଏକ ଆମ୍ବେଦକର ପ୍ରତିମୂର୍ତ୍ତି ଉଦ୍‌ଘାଟନ ଉତ୍ସବରେ ଭାଗ ନେବା ଅବସରରେ ସେ ଘୋଷଣା କରିଥିଲେ ଯେ ସେଠାକାର ଗୋମତୀ ନଦୀକୂଳରେ ଥିବା ଚାବିମୁରା ପାହାଡ଼ କାନ୍ଥି ଖୋଦେଇ ଅଞ୍ଚଳକୁ ‘ଆଫ୍ରିକାର’ ଆମାଜନ୍‌ ନଦୀ ଉପତ୍ୟକାଠାରୁ ମଧ୍ୟ ଅଧିକ ଆକର୍ଷଣୀୟ କରାଯାଇ ପାରିବ। କ୍ଷୁଦ୍ର ଚାବିମୁରାକୁ ପୃଥିବୀର ବିଶାଳତମ ନଦୀ ଉପତ୍ୟକା ସହିତ ତୁଳନା କରିବା ଯେତିକି ହାସ୍ୟାସ୍ପଦ ତା’ଠାରୁ ବହୁ ଅଧିକ ନିର୍ବୋଧତା ହେଉଛି ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ଛାତ୍ରକୁ ଜଣାଥିବା ପୃଥିବୀର ବୃହତ୍ତମ ନଦୀ ଆମାଜନ୍‌କୁ ଦକ୍ଷିଣ ଆମେରିକାରୁ ଉଠାଇ ଆଣି ଆଫ୍ରିକାରେ ସ୍ଥାପିତ କରିବା। ଯଦି ଆନ୍ତର୍ଜାତିକ ଭୂଗୋଳରେ ଏହା ବିପ୍ଳବଙ୍କର ସୀମିତ ଜ୍ଞାନର ପରିଚୟ ଥିଲା, ସ୍ଥାନୀୟ ଭୂଗୋଳରେ ମଧ୍ୟ ତାଙ୍କର ଅନୁରୂପ ଅଜ୍ଞତା ଧରାପଡ଼ିଥିଲା, ଯେତେବେଳେ ସେ ବାଂଲାଦେଶ ସହିତ ସଡ଼କ ସଂଯୋଗ ସ୍ଥାପନ ପାଇଁ ‘ଫେନି’ ନଦୀ ଉପରେ ନିର୍ମାଣାଧୀନ ମୈତ୍ରୀ ସେତୁ ପରିଦର୍ଶନ କରିବା ପରେ ଟ୍ଵିଟ୍‌ କଲେ ଯେ ସେ ‘ଗୋମତୀ’ ନଦୀ ଉପରେ ନିର୍ମିତ ହେଉଥିବା ‘ମୈତ୍ରୀ ସେତୁ’ ପରିଦର୍ଶନ କରିଛନ୍ତି। ସେହିପରି ଏଇ ମାତ୍ର ୧୯୭୦ ଦଶକରେ ରବର୍ଟ ଇ.କାନ୍‌ ଓ ଭିଣ୍ଟ୍‌ ସର୍ଫ ଇଣ୍ଟର୍‌ନେଟ୍‌ର ଉଦ୍ଭାବନ କରି ନଥିଲେ, ‘ଲକ୍ଷ ଲକ୍ଷ ବର୍ଷ’ ତଳେ ମହାଭାରତ ଯୁଗରେ ମଧ୍ୟ ଭାରତୀୟମାନେ ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ମାତ୍ର ପାଞ୍ଚହଜାର ବର୍ଷ ତଳେ ମନୁଷ୍ୟ ପ୍ରଥମେ ଲିପି ବ୍ୟବହାର ଶିଖିଲା ବୋଲି ଗବେଷକମାନେ ଏକମତ। ମହାଭାରତର ରଚନା କାଳ ଖ୍ରୀଷ୍ଟପୂର୍ବ ଅଷ୍ଟମ-ନବମ ଶତାବ୍ଦୀ ବୋଲି ମଧ୍ୟ ଗବେଷକମାନେ ଜାଣି ପାରିଛନ୍ତି। ବିପ୍ଳବଙ୍କର ବୈପ୍ଳବିକ ତତ୍ତ୍ୱ ଅନୁସାରେ ସଞ୍ଜୟ ଇଣ୍ଟରନେଟ୍‌ ମାଧ୍ୟମରେ ଦେଖି ଧ୍ରୁତରାଷ୍ଟ୍ରଙ୍କୁ ମହାଭାରତ ଯୁଦ୍ଧର ଧାରା ବିବରଣୀ ପ୍ରଦାନ କରୁଥିଲେ! ଭୂଗୋଳ, ଇତିହାସ, ଟେକ୍ନୋଲୋଜି ଆଦିରେ ଏଭଳି ବିଜ୍ଞତା ସହିତ ତାଳ ଦେଇ ବିପ୍ଳବ ଦେବ ଯେତେବେଳେ ନିଜକୁ ଜଣେ ସୌନ୍ଦର୍ଯ୍ୟ ବିଶେଷଜ୍ଞରେ ପରିଣତ କରି ମନ୍ତବ୍ୟ ପ୍ରଦାନ କଲେ, ସେତେବେଳେ ସେ ଟିକିଏ ଅଡୁଆରେ ପଡ଼ି ଯାଇଥିଲେ। ଏକ ହ୍ୟାଣ୍ଡଲୁମ୍‌ ପ୍ରଦର୍ଶନୀରେ ଯୋଗ ଦେଇ ସେ ହଠାତ୍‌ ଯେତେବେଳେ ଐଶ୍ୱର୍ଯ୍ୟା ରାୟଙ୍କୁ ଅସଲି ଭାରତୀୟ ସୁନ୍ଦରୀ ଓ ଡାଏନା ହେଡେନ୍‌ଙ୍କୁ ନକଲି ସୁନ୍ଦରୀ ବୋଲି ମନ୍ତବ୍ୟ ଦେଲେ, ତା’ଏପରି ଏକ ନିଷିଦ୍ଧ ଇଲାକାରେ ଅନୁପ୍ରବେଶ ସଦୃଶ ଥିଲା ଯେ ପରେ ସେଥିପାଇଁ ବିପ୍ଳବଙ୍କୁ କ୍ଷମା ମାଗିବାକୁ ପଡ଼ିଲା। ବିପ୍ଳବ କିନ୍ତୁ ଏଥିରେ ଦବି ନଯାଇ ଆହୁରି ନୂଆ ନୂଆ ଇଲାକାରେ ପ୍ରବେଶ କରିବାରେ ଲାଗିଛନ୍ତି। ଯେମିତି, ସେ ତାଙ୍କ ରାଜ୍ୟର ଯୁବ ଇଂଜିନିୟରମାନଙ୍କୁ ଉପଦେଶ ଦେଇଛନ୍ତି ଯେ କେବଳ ସିଭିଲ୍‌ ଇଞ୍ଜିନିୟରମାନେ ସିଭିଲ୍‌ ସର୍ଭିସ୍‌ରେ ଯୋଗ ଦିଅନ୍ତୁ, ଅନ୍ୟ ଇଞ୍ଜିନିୟରମାନେ ଏଥିପାଇଁ ଅନୁପଯୁକ୍ତ (ଏହାକୁ ରହସ୍ୟ କରି ସୋସିଆଲ୍‌ ମିଡିଆରେ ପ୍ରସାରିତ ଜୋକ୍‌ ହେଲା- କେବଳ କ୍ୟାଟ୍‌ ବା ବିଲେଇମାନେ ‘କ୍ୟାଟ୍‌’ ପରୀକ୍ଷା ଦେଇ ପାରିବେ)। ଏହା ଜଣାଶୁଣା ଯେ ତ୍ରିପୁରାରେ ଶିକ୍ଷିତ ବେକାରି ସମସ୍ୟା ଉତ୍କଟ ହେବା କାରଣରୁ ଯୁବ ମତଦାତାମାନେ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ମାନିକ୍‌ ସରକାରଙ୍କର ସିପିଏମ୍‌ ସରକାରକୁ ହଟାଇ ଭାଜପାକୁ କ୍ଷମତାକୁ ଆଣିଛନ୍ତି। ବର୍ତ୍ତମାନ ସେମାନଙ୍କୁ ବିପ୍ଳବଙ୍କ ଉପଦେଶ ହେଲା ସେମାନେ ଚାକିରି ପଛରେ ନ ଧାଇଁ ଗୋପାଳନ କରନ୍ତୁ କିମ୍ବା ପାନ ଦୋକାନ ଖୋଲନ୍ତୁ। ସତେ ଯେମିତି ଏ ମହାଜ୍ଞାନ ପାଇବା ପାଇଁ ହିଁ ସେମାନେ ଭାଜପା ସରକାରକୁ ଅପେକ୍ଷା କରିଥିଲେ! ଆମୋଦଦାୟକ ଭାବରେ ଦେଶର ପ୍ରମୁଖ ଦୁଗ୍ଧ ବ୍ୟବସାୟ ‘ଅମୂଲ୍‌’ର ପରିଚାଳନା ନିର୍ଦ୍ଦେଶକ ଆର୍‌ ଏସ୍‌ ସୋଧି ଏଥିରେ ବିପ୍ଳବଙ୍କୁ ସମର୍ଥନ କରିଛନ୍ତି। କିନ୍ତୁ କଠୋର ସତ ହେଲା ଏପରିକି ଗୁଜରାଟରେ ମଧ୍ୟ ଏକ ଲାଭଜନକ ଦୁଗ୍ଧ ଚାଷ ବ୍ୟବସାୟ ଆରମ୍ଭ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଓ ବିପଦସଙ୍କୁଳ ବୋଲି ଭୁକ୍ତଭୋଗୀମାନେ କହନ୍ତି। ଏଠାରେ ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଭାରତର ପୂର୍ବାଞ୍ଚଳରେ ଲୋକମାନଙ୍କର ଗୋ-ଦୁଗ୍ଧ ସହନଶୀଳତା ବା ‘କାଓ ମିଲ୍‌କ ଟଲରାନ୍‌ସ’ ପଶ୍ଚିମ ଭାରତର ଲୋକଙ୍କ ଅପେକ୍ଷା ବହୁତ କମ୍‌ ହୋଇଥାଏ। ତେଣୁ ଦୁଗ୍ଧ ବ୍ୟବସାୟ ଏଠାରେ ଏକ ସ୍ୱାଭାବିକ ବୃତ୍ତି ନୁହେଁ। ଏହାର କାରଣ ଅବଶ୍ୟ ଭାଜପା ବିଚାରର ପରିପନ୍ଥୀ: ବୈଦିକ ଯୁଗ ଆରମ୍ଭ ପୂର୍ବରୁ ଆର୍ଯ୍ୟମାନେ ପ୍ରଥମେ ଗାଈଗୋରୁ ଧରି ଭାରତର ପଶ୍ଚିମ ପାର୍ଶ୍ୱରୁ ପ୍ରବେଶ କରିଥିଲେ। ପୂର୍ବ ଭାରତର ବାସିନ୍ଦାମାନଙ୍କର ଗୋ-ଦୁଗ୍ଧ ସହିତ ପରିଚିତି ନଥିଲା। ତେବେ ଏସବୁ କଥା ବିପ୍ଳବଙ୍କୁ କହିବ କିଏ? ତାଙ୍କର ସଦ୍ୟତମ ସତର୍କ ସୂଚନା ଅନୁସାରେ ଯିଏ ତାଙ୍କ ସରକାରର ସମାଲୋଚନା କରିବ, ତାର ନଖ କାଟି ଦିଆଯିବ। ମନେହୁଏ ଏହା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଜେରା ସମୟରେ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କ ନଖ ଉପାଡ଼ି ଦିଆଯିବା ଭଳି ଧମକ। ଆଶ୍ଚର୍ଯ୍ୟର କଥା ବିପ୍ଳବ ଦେବ ହେଉଛନ୍ତି ଜଣେ ସ୍ନାତକ ଏବଂ ଦୀର୍ଘ କାଳ ଧରି ଆର୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଥିବା ସମୟରେ ଅତ୍ୟନ୍ତ ବୁଦ୍ଧିମାନ ତଥା ଗଣିତଜ୍ଞ ଆରଏସ୍‌ଏସ୍‌ର ଦିଗ୍‌ଦର୍ଶକ ଗୋବିନ୍ଦାଚାର୍ଯ୍ୟଙ୍କ ତତ୍ତ୍ୱାଧାନରେ ଥିଲେ। ବିପ୍ଳବ ଏବେ ତ୍ରିପୁରାକୁ ସମ୍ପୂର୍ଣ୍ଣ ଅବାଞ୍ଛିତ କାରଣ ଯୋଗୁଁ ଜାତୀୟ ଚର୍ଚ୍ଚା ପରିସରକୁ ଆଣିବା ସହିତ ନିଜ ଦଳ ଭାଜପା ପାଇଁ ଏକ ଅବାଞ୍ଛିତ ବୋଝରେ ପରିଣତ ହୋଇଛନ୍ତି। ନରେନ୍ଦ୍ର ମୋଦୀ ତୁରନ୍ତ ତାଙ୍କର ମୁହଁ ବନ୍ଦ ନ କଲେ ପରିସ୍ଥିତି ଅସମ୍ଭାଳ ହେବ। କିନ୍ତୁ ମୋଦୀ ବା କ’ଣ କହିବେ? ସେ ନିଜେ ଦାବି କରି ନଥିଲେ କି ଗଣେଶଙ୍କ ହାତୀମୁଣ୍ଡ ହେଉଛି ଭାରତୀୟ ପ୍ଲାଷ୍ଟିକ୍‌ ସର୍ଜରୀର ଉତ୍କର୍ଷର ପ୍ରମାଣ? ସିଏ ବି କହି ନ ଥିଲେ କି ଚାକିରି ଖୋଜିବା ଅପେକ୍ଷା ପକୁଡ଼ି ବିକିବା ଭଲ? ବଡ଼ ନାଆଟି ଯୋଉ ବାଟେ ଯାଏ, ସାନ ନାଆଟି ସେଇ ବାଟରେ ତ ଯାଏ!
OSCAR-2019
କନକ ବ୍ୟୁରୋ : ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ଗସ୍ତ ପାଇଁ ରାଜ୍ୟ ବିଜେପି ପ୍ରସ୍ତୁତ । ଆସନ୍ତା ଜୁଲାଇ ୩ରୁ ୬ ତାରିଖ ପର୍ଯ୍ୟନ୍ତ ସେ ଓଡିଶାର ବିଭିନ୍ନ ଅଂଚଳରେ ଦଳୀୟ ସଂଗଠନ ସଂପର୍କରେ ଆଲୋଚନା କରିବେ । ବିଜେପିର ରାଜ୍ୟବ୍ୟାପି ଚାଲିଥିବା ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କର୍ମୀମାନଙ୍କ ଉତ୍ସାହ ବଢାଇବେ । ୩ ତାରିଖ ସଂଧ୍ୟାରେ ସେ ଭୁବନେଶ୍ୱର ପହଂଚି ରାଜ୍ୟ ଅତିଥି ଭବନରେ ରାତି ବିତାଇବେ । ୪ ତାରିଖରେ ସେ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ । ବ୍ରହ୍ମପୁର ଆମ୍ବପୁଆର ବିବେକ ବିହାରରେ ଦଳୀୟ କାର୍ଯ୍ୟକ୍ରମ ହେବ । ୫ ତାରିଖରେ ସେ ଯାଜପୁର ଜିଲ୍ଲା ପାଣିକୋଇଲି ଓ ୬ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ । ଭୁବନେଶ୍ୱରରେ ସେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ବିଜୟୀ ସଦସ୍ୟଙ୍କ ସହ ଦଳୀୟ ସଂଗଠନ ସଂପର୍କରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ତେବେ ବିଭିନ୍ନ ଜିଲ୍ଲାରେ ଏହି ହେଭିୱେଟ୍ ନେତାଙ୍କ ଗସ୍ତ ପାଇଁ ରୋଡ୍ ସୋ କରାଯିବ ବୋଲି ମଧ୍ୟ ସୂଚନା ରହିଛି ।
OSCAR-2019
କୈଥଲ : ହରିୟାଣାର କୈଥଲରେ ଦେଖିବାକୁ ମିଳିଛି ପ୍ରେମର ଏକ ଅଦ୍ଭୁତ ଉଦାହରଣ । ଆମେରିକାର ଜଣେ ୬୫ବର୍ଷିୟ ବୃଦ୍ଧା ହରିୟାଣା ଆସି ୨୭ବର୍ଷିୟ ଯୁବକଙ୍କୁ ବିବାହ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଫେସ୍‌ବୁକ୍‌ରୁ ଦୁଇଜଣଙ୍କର ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ବର୍ଷକ ପରେ ଦୁଇ ଜଣ ଏହାକୁ ବିବାହର ରୂପ ଦେଇଛନ୍ତି । ଫେସ୍‌ବୁକ୍‌ରେ ସାଙ୍ଗ ହେବା ପରେ ହରିୟାଣାର ପ୍ରବୀଣଙ୍କୁ ମନ ଦେଇ ବସିଥିଲେ ୬୫ବର୍ଷିୟ କୈରନ୍‌ ଲିଲିୟନ ଏବ୍‌ନର । ନିଜ ପ୍ରେମକୁ ସାର୍ଥକ କରିବା ପାଇଁ ସେ ଆମେରିକାରୁ କୈଥଲ ଆସି ଶିଖ୍‌ ରୀତିନୀତି ଅନୁଯାୟୀ ପ୍ରବୀଣଙ୍କୁ ବିବାହ କରିଛନ୍ତି । ବିବାହ ପରେ ଦୁଇ ଜଣ ଭଡ଼ା ଘରେ ରହୁଥିବା ବେଳେ ଜୁଲାଇ ୧୮ରେ କୈରନ୍‌ ଲିଲିୟନ ଆମେରିକା ଯିବେ ବୋଲି ଜଣା ପଡ଼ିଛି । ଏହା ପୂର୍ବରୁ ଦୁଇ ଜଣ ଭାରତର ସବୁ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିବେ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ନଭେମ୍ବର ୨୦୧୭ରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ପ୍ରଥମେ ବନ୍ଧୁତ୍ୱ ହେବା ପରେ ଧୀରେ ଧୀରେ ଦୁଇ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଥିଲେ । ଦୁଇ ଜଣ ଭିଡ଼ିଓ କଲ କରି କଥାବାର୍ତ୍ତା ହେବା ପରେ ନିଜ ସଂପର୍କକୁ ବିବାହର ରୂପ ହେବା ପାଇଁ ମନସ୍ଥ କଲେ । ଦୁଇ ଜଣଙ୍କ ପ୍ରେମରେ ବୟସ ବାଧକ ସାଜିଲା ନାହିଁ । ଏହା ସହ ପ୍ରବୀଣଙ୍କ ଆର୍ଥିକ ପରିସ୍ଥିତି ଭଲ ନଥିବା ଜାଣି ମଧ୍ୟ କୈରନ୍‌ ଲିଲିୟନ ତାଙ୍କୁ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ନିଜ ପରିବାର ଲୋକଙ୍କଠାରୁ ଅନୁମତି ଆଣି ଜୁନ୍‌ ୨୧ରେ ସେ ପ୍ରବୀଣଙ୍କୁ ବିବାହ କରିଥିଲେ ।
OSCAR-2019
କେନ୍ଦୁଝର, ୮ା୯(ଓଡିଆ ପୁଅ/ପ୍ରଦୀପ ମହାନ୍ତି):ଏକ ହାତୀ ପଲ ଜଙ୍ଗଲରେ ବୁଲୁଥିବା ସମୟେ ପୂର୍ବରୁ ଖୋଳାଯାଇଥିବା ଏକ କୂଅରେ ଦୁଇଟି ହାତୀପଡି ଦୀର୍ଘ ସମୟ ପରେ ଉଦ୍ଧାର ହେବା ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣେ ବନପାଳ ବା ଫରେଷ୍ଟର ଏହି ହାତୀ ଆକ୍ରମଣରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ଖେଳାଇ ଦେଇଛି। ଗୁରୁତର ବନପାଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭିର ଥିବାବେଳେ କେନ୍ଦୁଝର ହାତୀ କରିଡର ପ୍ରତିଷ୍ଠା ନହେଲେ ଗଜରାଜ ଓ ମଣିଷଙ୍କ ମଧ୍ୟରେ ମୁହାଁ ମୁହିଁ ହେବା ଘଟଣା ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଘଟଣାରୁ ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ଗ୍ରାମପଞ୍ଚାୟତର ସିଂପୁରଠାରେ ଖାଲରେ ପଡିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଗୁରୁତର ଆହତ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ଜଣାପଡିଛି। ଶୁକ୍ରବାର ରାତିରେ ଭୂୟାଁଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ ସିଂପୁର ଅଞ୍ଚଳରେ ୧୬ଟି ଛୋଟ ବଡ ହାତୀ ସେ ଅଞ୍ଚଳର ଧାନ ଫସଲ ନଷ୍ଟ କରୁଥିବା ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଶୁକ୍ରବାର ରାତିରେ ଘଟଣା ସ୍ଥଳକୁ ଯାଇ ହାତୀଗୁଡିକୁ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଘଉଡାଇ ଦେଇଥିଲେ। ରାତି ୨ଟାରେ ବନ କର୍ମଚାରୀମାନେ ରେଞ୍ଜ ଅଫିସକୁ ଫେରିଥିବାବେଳେ ପୁନର୍ବାର ରାତି ୪ଟାରେ ୨ଟି ଦନ୍ତାହାତୀ ବିଲ ମଧ୍ୟରେ ଥିବା ଗୋଟିଏ କୂଅ ମଧ୍ୟରେ ପଡିଥିବା ଖବର ପାଇ ପୁଣି ଘଟଣାସ୍ଥଳକୁ ଯାଇଥିଲେ।ଖବର ପାଇ ଶୁଆକାଟୀ ଫରେଷ୍ଟର ଟିକେଶ୍ୱର ମହାନ୍ତଙ୍କ ନେତୃତ୍ୱରେ ବନବିଭାଗ ଏକ ଟିମ ସେଠାକୁ ଯାଇଥିବାବେଳେ ଦମକଳ ବାହିନୀ ସେଠାରେ ପହଁଚି ହାତୀ ଦୁଇଟିକୁ ଖାତରୁ ଉଦ୍ଧାର କରିବା ପାଇଁ ସମସ୍ତେ ନାକେଦମ ହୋଇଥିଲେ। ଗୋଟିଏ ଦନ୍ତାହାତୀ ଖାତରୁ ଉପରକୁ ଉଠିବାକୁ ସକ୍ଷମ ହୋଇଥିବାବେଳେ ଅନ୍ୟ ଦନ୍ତା ହାତୀଟିକୁ ବହୁ କଷ୍ଟରେ ସେଠାରୁ ଉଦ୍ଧାର ହୋଇ ଉଠି ଯାଉଥିବା ସମୟରେ ଉପସ୍ଥିତ ଥିବା ଲୋକ ଏବଂ ବନ କର୍ମଚାରୀମାନେ ମଧ୍ୟ ଧାଇଁଥିଲେ। ଧାଇଁବା ସମୟରେ ଫରେଷ୍ଟର ଟିକେଶ୍ୱର ମହାନ୍ତ କାଦୁଅରେ ଗୋଡ ଖସିଯିବାରୁ ପଡିଯାଇଥିଲେ। ହାତୀଟି ତାଙ୍କ ପିଠି ଉପରେ ମାଡି ଦେଇ ଚାଲି ଯାଇଥିଲା। ଅପରପକ୍ଷରୁ ଲୋକମାନେ ହାତୀଟିକୁ ଘଉଡାଇଦେବାରୁ ହାତୀଟି ଫେରି କାଦୁଅରେ ପଡିଥିବା ଫରେଷ୍ଟର ଟିକେଶ୍ୱର ମହାନ୍ତ ଉପରେ ପୁଣି ମାଡି ଯାଇ ଚାଲିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ବନ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ତାଙ୍କୁ ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଫରେଷ୍ଟରଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କର ସମସ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି। ଖବର ପାଇ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ, ଏସିଏଫ ମନୋରଞ୍ଜନ ମିଶ୍ର, ବିଜେପି ରେଞ୍ଜର ମୁକ୍ତିକାନ୍ତ ପରିଡା ଏବଂ ଅନ୍ୟାନ୍ୟ ବନ କର୍ମଚାରୀମାନେ ଡାକ୍ତରଖାନାରେ ଉପସ୍ଥିତ ରହି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ସେପଟେ ହାତୀ ଗୁଡିକ ସିଂପୁର ନିକଟସ୍ଥ ଜଙ୍ଗଲରେ ପଳାଇ ଯାଇଥିବା ସୂଚନା ମିଳିଥିବାବେଳେ ରାତିରେ ଚାଷ ଜମି ଓ ଜନ ବସତି ଆଡକୁ ଆସିବା ସନ୍ଦେହ କରି ଉକ୍ତ ଅଞ୍ଚଳର ଜନସାଧାରଣ ଆତଙ୍କିତ ହୋଇପଡିଛନ୍ତି।
OSCAR-2019
୨୦୧୮ ଜାନୁଆରୀ ୭ ତାରିଖ, କର୍ମଚାରୀ ଭବନଠାରେ ଓ.ଏସ୍.ଏନ୍.ଜି.ଓ.ସି.ସି. ସହ ସହବନ୍ଧିତ ସଂଗଠନମାନଙ୍କର ଜରୁରୀ ବୈଠକ – Odiapua.com ଭୁବନେଶ୍ୱର, ତା ୫ା୧ା୨୦୧୮ (ଓଡ଼ିଆ ପୁଅ) : ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି (ଓ.ଏସ୍.ଏନ୍.ଜି.ଓ.ସି.ସି.) ସହ ସହବନ୍ଧିତ ସଂଗଠନମାନଙ୍କର ଏକ ଜରୁରୀ ବୈଠକ ଚଳିତ ମାସ ଜାନୁଆରୀ ୭ ତାରିଖ ରବିବାର ଦିବା ୧୦ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ କର୍ମଚାରୀ ଭବନ, ୟୁନିଟ୍-୫ଠାରେ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଅଛି। ୨୦୦୯ ମସିହାଠାରୁ ଆଜି ପର୍ଯ୍ୟନ୍ତ ସଂଗଠନର ବିଭିନ୍ନ ମାମଲା ମାନ୍ୟବର ଅଦାଲତରେ ବିଚାରଧୀନ ଥିବାବେଳେ ରାଜ୍ୟର କାର୍ଯ୍ୟରତ ୩ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ସେମାନଙ୍କର ବିଭିନ୍ନ ଦାବିଦୁବା ସମ୍ବନ୍ଧରେ ସରକାରଙ୍କ ନିକଟରେ ଆଲୋଚନା କରିବା ତଥା ପୂରଣ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏଠାରେ ସ୍ମରଣ ଯୋଗ୍ୟ ଯେ, ଚତୁର୍ଦ୍ଦଶ ସମ୍ମିଳନୀରେ ନିର୍ବାଚିତ ସାଧାରଣ ସମ୍ପାଦକ ସୁଧାଂଶୁ ପତିଙ୍କ ପ୍ରତିପକ୍ଷ ବ୍ରଜ ନନ୍ଦଙ୍କୁ ନେଇ ମାନ୍ୟବର ଅଦାଲତରେ ମାମଲାମାନ ଚାଲୁରହିଛି। ଏହି ବିବାଦୀୟ ମାମଲା ଯୋଗୁଁ କର୍ମଚାରୀମାନଙ୍କର ବିଭିନ୍ନ ଦାବିଦୁବା ହାସଲ ହେବାରେ ପ୍ରଭୂତ କ୍ଷତି ଘଟୁଛି। ସମ୍ମନ୍ନୟ ସମିତିର କର୍ମଚାରୀଙ୍କ ସମନ୍ୱିତ ଦାବି ହାସଲ ପାଇଁ ଯେଉଁ ଅନ୍ତରାୟ ସୃଷ୍ଟି ହେଉଛି ତାହାର ପ୍ରତିକାର ପାଇଁ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହେଉଛି। ପ୍ରକାଶଯୋଗ୍ୟଯେ, ସମନ୍ୱୟ ସମିତିର ବିଧିବ୍ୟବସ୍ଥା ଅନୁସାରେ ୨ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହେବାକଥା। ୨୦୦୯ମସିହାରେ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଆଜିପର୍ଯ୍ୟନ୍ତ ଆଉ ନିର୍ବାଚନ ହୋଇପାରିନଥିବାରୁ ଓ ସମନ୍ୱୟ ସମିତିରେ ବିବାଦ ସୃଷ୍ଟି ହୋଇଥିବାରୁ ଏହି ବିବାଦର ସମାଧାନ ପାଇଁ ବୈଠକର ଆହ୍ୱାନ କରାଯାଇଛି। ଏନ୍ଜିଓସିସି ସହ ସହବନ୍ଧିତ ସଂଗଠନର ପ୍ରମୁଖ କର୍ମଚାରୀ ନେତୃମଣ୍ଡଳୀ ଏହି ବୈଠକରେ ଯୋଗଦେଇ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଚତୁର୍ଦ୍ଦଶ ସମ୍ମିଳନୀର ନିର୍ବାଚିତ ସାଧାରଣ ସମ୍ପାଦକ ସୁଧାଂଶୁ ପତି ଓ ସମନ୍ୱୟ ସମିତିର ମୁଖପାତ୍ର ଗଗନ ଭଞ୍ଜ ସମସ୍ତ କର୍ମକର୍ତ୍ତାମାନେ ଯୋଗଦେଇ ସଭାକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ୨୦୧୫ ମସିହାରେ ମାନ୍ୟବର ସିଭିଲ୍ କୋର୍ଟ, ଭୁବନେଶ୍ୱର ମକଦ୍ଦମା ବିଚାର କରି ତିନିମାସ ମଧ୍ୟରେ ନିର୍ବାଚନ କରିବା ପାଇଁ ବ୍ରଜ ନନ୍ଦଙ୍କୁ ଯେଉଁ ଆଦେଶ ଦେଇଥିଲେ ଶ୍ରୀ ନନ୍ଦ ଇତିମଧ୍ୟରେ ନିର୍ବାଚନ କରିପାରିନଥିବାରୁ ଓ ଏହି ଆଦେଶ ବିରୁଦ୍ଧରେ ଜିଲ୍ଲା ଜଜକୋର୍ଟ, ଭୁବନେଶ୍ୱରରେ ଅପିଲ୍ ବିଚାରାଧିନ ଥିବାରୁ ଏବଂ ବିଚାରରେ ବିଳମ୍ବ ଘଟୁଥିବାରୁ ସମନ୍ୱୟ ସମିତିର ସହବନ୍ଧିତ ସଂଗଠନର ପ୍ରମୁଖ ପ୍ରତିନିଧିମାନେ ୨୦୧୬ ମସିହାରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ଆଗାମୀ ୭ ତାରିଖ ବୈଠକର ଆହ୍ୱାନ କରାଯାଇଛି।
OSCAR-2019
ଆମିର ଖାନଙ୍କ ସିନେମା “ଦଙ୍ଗଲ’ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ିବାରେ ଲାଗିଛି । ବିଶ୍ୱସ୍ତରରେ ଏହା ବିଶ୍ୱସ୍ତରରେ ୨୦୦୦ କୋଟି ଟଙ୍କା ଆୟ କରିବାର ବିରଳ ରେକର୍ଡ଼ କରିଛି । ଏହା ଫଳରେ “ଦଙ୍ଗଲ’ ପ୍ରଥମ ଭାରତୀୟ ଫିସିନେମା ଭାବେ ସବୁ ଚଳଚ୍ଚିତ୍ରକୁ କାଟି ୨୦୧୬ ମସିହାର ସବୁଠାରୁ ବଡ଼ ହିଟ୍ ସିନେମା ସାବ୍ୟସ୍ତ ହୋଇଛି । “ଦଙ୍ଗଲ’ ନିକଟରେ ଚୀନରେ ମୋଟ ୯୦୦୦ ସ୍କ୍ରିନରେ ରିଲିଜ ହୋଇଥିଲା । ସେଠାରେ ଏହାର କାହାଣୀକୁ ବେଶ ପସନ୍ଦ କରାଯାଇଥିଲା । ତେବେ ଏସ ଏସ ରାଜାମୌଲିଙ୍କ “ବାହୁବଲୀ-୨” ୨ହଜାର କୋଟି ରୋଜଗାର କରିବା ପାଖାପାଖି ଥିବା ବେଳେ ଏହାର ରୋଜଗାର କମିଯିବା ପରେ ଦଙ୍ଗଲ ଏହି ରେକର୍ଡ଼ କରିପାରିଛି । ପୂର୍ବରୁ ଆମିରଙ୍କ ସିନେମା “ପିକେ’ ଚୀନରେ ୧୦୦ କୋଟି ରୋଜଗାର କରିଥିଲା । ମାତ୍ର ଏହି ସିନେମାର ସବୁଠାରୁ ଖାସ୍ କଥା ହେଲା ଏହା ଭାରତରେ ମାତ୍ର ୩୮୭.୩୮ କୋଟି ରୋଜଗାର କରିଥିବା ବେଲେ ଆନ୍ତରାଷ୍ଟ୍ରୀୟ ସ୍ତରରେ ଭଲ ରୋଜଗାର କରି ରେକର୍ଡ଼ ସୃଷ୍ଟି କରିଛି ।
OSCAR-2019
ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ୨ ପୁଅ ତେଜପ୍ରତାପ ଓ ତେଜସ୍ବୀଙ୍କ ବିବହାକୁ ନେଇ ବେଶ୍‌ କିଛିଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା। ତେବେ ଆସନ୍ତା ମାସରେ ବଡ ପୁଅ ତେଜପ୍ରତାପ ବିବାହ କରିବେ ବୋଲି ସୂଚନା ମିଳିଛି। ସେ ଆର୍‌ଜେଡି ବିଧାୟକ ତଥା ବିହାରର ପୂର୍ବତନ ପରିବହନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କର ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରି ପାରନ୍ତି। ଚନ୍ଦ୍ରିକା ରାୟ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ପୁଅ। ଏପ୍ରିଲ୍‌ ୧୮ ତାରିଖ ଦିନ ପାଟନାର ମୌର୍ଯ୍ୟ ହୋଟେଲ୍‌ରେ ନିର୍ବନ୍ଧ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ବାହାରଘର ସମ୍ଭବତଃ ମେ ୧୨ ତାରିଖରେ ଅନୁଷ୍ଠିତ ହେବ। ଐଶ୍ୱର୍ଯ୍ୟା ପାଟନାରୁ ସ୍କୁଲ୍‌ ପଢ଼ା ଶେଷ କରି ଦିଲ୍ଲୀରେ ସ୍ନାତକୋତ୍ତର କରିଛନ୍ତି। ଆର୍‌ଜେଡି ବିଧାୟକ ତଥା ମୁଖପାତ୍ର ଶକ୍ତି ସିଂହ ଯାଦବ କହିଛନ୍ତି ଯେ ବିବାହ ପାଇଁ ଏକ ଆନୁଷ୍ଠାନିକ ତାରିଖ ଘୋଷଣା କରାଯିବ। ଲାଲୁଙ୍କ ପରିବାର ଏହି ଘୋଷଣା କରିବେ। ଶକ୍ତି କହିଛନ୍ତି: ଲାଲୁଜୀ ମଧ୍ୟ ତେଜପ୍ରତାପଙ୍କ ନିର୍ବନ୍ଧରେ ଯୋଗ ଦେବେ। ତାଙ୍କୁ ଶୀଘ୍ର ନ୍ୟାୟ ମିଳିବ। ମୁଁ ଲାଲୁଜୀଙ୍କର ଘନିଷ୍ଠ, କିନ୍ତୁ ତାଙ୍କ ପରିବାର ଏ ଖବରକୁ ନିଶ୍ଚିନ୍ତ କରିବେ।
OSCAR-2019
ପୂର୍ବରୁ ଅନେକ ଫିଲ୍ମରେ ସେନ୍ସର ବୋର୍ଡର କଇଁଚି ଚାଲିଛି । ଏବେ ଏହାର ଶିକାର ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଜବ୍ ହାରୀ ମେଟ୍ ସେଜଲ’ । ଏହି ଫିଲ୍ମକୁ ସାର୍ଟିଫାଏଡ୍ କରିବା ପାଇଁ ସିବିଏଫସି ପାଖକୁ ପଠାଯାଇଛି । ସେଠାରେ ବୋର୍ଡର ମୁଖ୍ୟ ପହଲାଜ୍ ନିହଲାନି ଏକ ସର୍ତ୍ତ ରଖିଛନ୍ତି । ଫିଲ୍ମର ଛୋଟ ଛୋଟ ଟ୍ରେଲର ସବୁ ରିଲିଜ ହୋଇଛି । ଦ୍ୱିତୀୟ ଟ୍ରେଲରେ ଅନୁଷ୍କା ଏକ ସ୍ଥାନରେ ‘ଇଣ୍ଟରକୋର୍ସ’ ଶବ୍ଦ କହୁଛନ୍ତି । ଏବେ ସିବିଏଫସି ଏହି ଶବ୍ଦକୁ ଟ୍ରେଲର ଓ ଫିଲ୍ମରୁ କାଟିବାକୁ ଚାହିଁଛି । ଏକ ସାକ୍ଷାତକାରରେ ପହଲାଜ୍ କହିଛନ୍ତି ଯଦି ୧ଲକ୍ଷ ଲୋକ ଏସଆରକେଙ୍କ ସପକ୍ଷରେ ଭୋଟ ଦେବେ ତ ସେ ଫିଲ୍ମରୁ ଏହି ଶବ୍ଦ ହଟାଇବେ ନାହିଁ । ପହଲାଜ ଏଇ ସର୍ତ୍ତକୁ ଫିଲ୍ମ ପ୍ରଯୋଜକଙ୍କ ସାମ୍ନାରେ ରଖିଛନ୍ତି । ଏବେ ତାଙ୍କର ଉତ୍ତରକୁ ଅପେକ୍ଷା କରିଛନ୍ତି । ଶାହାରୁଖଙ୍କ ଏହି ଫିଲ୍ମଟି ୪ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି । ଏହା ଏକ ରୋମାଣ୍ଟିକ୍ କମେଡି ଫିଲ୍ମ ଅଟେ । । ଏଥିରେ ଶାହାରୁଖ ଜଣେ ପଂଜାବୀ ଓ ଅନୁଷ୍କା ଜଣେ ଗୁଜୁରାଟୀ ଯୁବତୀ ଭୂମିକାରେ ନଜର ଆସିବେ । ଟେଲିଭିଜନର ଲୋକପ୍ରିୟ ଯୋଡ଼ି ଦିବ୍ୟଙ୍କା ଓ ବିବେକ ଜିତିଲେ ‘ନଚ୍ ବଲିୟେ ସିଜିନ୍ ୮’ ! ଜାଣନ୍ତୁ ପୁରସ୍କାର ରକମ କେତେ ଥିଲା
OSCAR-2019
ସକାଳୁ ଉଠିବା ପରେ ଆମର ପ୍ରଥମ କାମ ହୋଇଥାଏ ବ୍ରସ କରିବା । ସକାଳୁ ଉଠି ଦାନ୍ତକୁ ବ୍ରସ କରିବା ଏକ ଭଲ ଅଭ୍ୟାସ । ଦାନ୍ତକୁ ସଫା ଏବଂ ସୁସ୍ଥ ରଖିବା ପାଇଁ ଦିନକୁ ଦୁଇଥର ଦାନ୍ତ ଘସିବା ଆବଶ୍ୟକ ପଡିଥାଏ । ଏଥି ମଧ୍ୟରେ ପ୍ରାୟ ଲୋକ ଦାନ୍ତ ଘସିବା ପୂର୍ବରୁ ବ୍ରସକୁ ପ୍ରଥମେ ଧୋଇଥାନ୍ତି ଏବଂ ପରେ ଟୁଥପେଷ୍ଟ ଲଗାଇଥାନ୍ତି । ଠିକ ସେହିଭଳି ଅନ୍ୟ କେତେକ ଲୋକ ପ୍ରଥମେ ବ୍ରସରେ ଟୁଥପେଷ୍ଟ ଲଗାଇବା ପରେ ବ୍ରସକୁ ପାଣିରେ ଧୋଇଥାନ୍ତି । କିନ୍ତୁ ଏବେ ବ୍ରସରେ ପେଷ୍ଟ ଲଗାଇବାକୁ ନେଇ ଇଣ୍ଟରନେଟରେ ବିବାଦ ଦେଖାଦେଇଛି । ଏହି ଦୁଇ ପକ୍ଷରେ ଲୋକ ନିଜ ନିଜର ରାୟ ପ୍ରଦାନ କରୁଛନ୍ତି । କିନ୍ତୁ ବାସ୍ତବତା କଣ ସେକଥା କେବଳ ଏକ୍ସପର୍ଟ ଦନ୍ତ ଚିକିତ୍ସ୍ୟକହିଁ କହିପାରିବେ । ଏକ୍ସପର୍ଟ ହିଁ କେବଳ କହିପାରିବେ ବ୍ରସକୁ ପ୍ରଥମେ ଓଦା କରି ଟୁଥପେଷ୍ଟ ଲଗାଇବା ଉଚିତ ନା ବ୍ରସରେ ପେଷ୍ଟ ଲଗାଇ ମୋବାଇଲ ଓଦା କରିବା ଉଚିତ । ଡେଣ୍ଟିଷ୍ଟ ଲ୍ୟୁକ ଥୋର୍ଲେଙ୍କ କହିବା ଅନୁସାରେ, ଟୁଥବ୍ରସକୁ ପ୍ରଥମେ ଓଦା କରିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ୱାରା ଟୁଥପେଷ୍ଟର ପ୍ରଭାବ କମିଯାଇଥାଏ । ଠିକ୍ ସେହିଭଳି ଏହି ସଂବନ୍ଧରେ ଡେଣ୍ଟିଷ୍ଟ ଡ. ରାହା ସେପେହର କହିଛନ୍ତି, ଦାନ୍ତ ଘସିବା ପୂର୍ବରୁ ଆପଣ ବ୍ରସକୁ ହାଲକା ଓଦା କରିପାରିବେ । କାରଣ ଅଧିକ ଓଦା କରିବା ଦ୍ୱାରା ଟୁଥପେଷ୍ଟର ପ୍ରଭାବ କମିବା ସହ ପେଷ୍ଟ ଅତ୍ୟଧିକ ପତଳା ହୋଇ ଆମ ଦାନ୍ତ ମଧ୍ୟକୁ ଚାଲିଯାଇଥାଏ ଯାହା ଆମ ଦାନ୍ତ ପ୍ରତି ହାନିକାରକ ହୋଇଥାଏ । ତେଣୁ ବ୍ରସକୁ ହାଲକା ଓଦା କରି ଦାନ୍ତ ଘସି ପାରିବେ । ସେ ଏହା ମଧ୍ୟ କହିଛନ୍ତି, ଯଦି ଆପଣ ଟୁଥବ୍ରସରେ ଜୀବାଣୁ ଲାଗିଥିବା କଥା ଭାବି ପ୍ରଥମେ ବ୍ରସକୁ ପାଣିରେ ଧୋଉଛନ୍ତି ତେବେ ବ୍ରସକୁ ଏକ ସେକେଣ୍ଡରୁ ଅଧିକ ସମୟ ପାଣିରେ ଓଦା କରନ୍ତୁ ନାହିଁ । କାରଣ ଅଧିକ ସମୟ ଓଦା କରିବା ଦ୍ୱାରା ଟୁଥପେଷ୍ଟ ପତଳା ହୋଇଯାଏ ଏବଂ ତାର ପ୍ରଭାବ କମିଯାଇଥାଏ । ତେଣୁ ଏହା ଭଲ ହେବ ଟୁଥବ୍ରସକୁ ବାହ୍ୟ ଜୀବାଣୁଙ୍କ ଠାରୁ ରକ୍ଷା କରିବା ପାଇଁ ଟୁଥବ୍ରସ କଭର ବ୍ୟବହାର କରି ଜୀବାଣୁକୁ ଦୁରରେ ରଖିପାରିବେ । ଦଶମ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ ! ଜାଣନ୍ତୁ କିପରି କରିବେ ଆବେଦନ । ଉପରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ହିଁ ଦିଲ୍ଲୀର ଅସଲି ମାଲିକ : ସୁପ୍ରିକକୋର୍ଟଙ୍କ ରାୟ ପରେ ଆଉ କେଉଁ କେଉଁ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ, ପଢ଼ନ୍ତୁ ଏହି ରିପୋର୍ଟ
OSCAR-2019
ଭାରତୀୟ ମହିଳାମାନେ ଗୋଡ଼ରେ ପାଉଁଜି ପିନ୍ଧନ୍ତି। ପାଉଁଜି ବିନା ସେମାନଙ୍କ ଶୃଙ୍ଗାର ସଂପୂର୍ଣ୍ଣ ହୁଏ ନାହିଁ ବୋଲି କୁହାଯାଏ। ପାଉଁଜି ପିନ୍ଧିଲେ ଶୁଭ ହୁଏ ବୋଲି କୁହାଯାଏ। ତେବେ ଆପଣମାନେ ଜାଣିଛନ୍ତି କି ଏହି ପାଉଁଜି ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ହିତକର। ତା’ହେଲେ ଆସନ୍ତୁ ଜାଣିବା ଗୋଡ଼ରେ ପାଉଁଜି ପିନ୍ଧିବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ। ମହିଳାଙ୍କ ସହିତ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବଡ଼ ଉପକାରୀ ହୋଇଥାଏ। ଗୋଡ଼ର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ପାଉଁଜି ମହିଳାଙ୍କ ସ୍ୱାସ୍ଥ୍ୟକୁ ଅନେକ ଫାଇଦା ପହଞ୍ଚାଏ। ତେବେ ଏଥିପାଇଁ ସୁନା ଅବା ରୁପାର ପାଉଁଜି ପିନ୍ଧିବାକୁ ପଡ଼ିବ। ସୁନା ଅବା ରୁପାର ପାଉଁଜି ପିନ୍ଧିଲେ ଏହାର ଧାତୁ ତତ୍ତ୍ୱ ଶରୀର ମଧ୍ୟକୁ ପ୍ରବେଶ କରେ ଓ ହାଡ଼କୁ ମଜଭୁତ ରଖେ। ସାଧାରଣତଃ ସୁନାର ପାଉଁଜି ପିନ୍ଧିବାକୁ ମନା କରାଯାଇଥାଏ। କାରଣ ସୁନା ଗରମକୁ ପ୍ରଭାବିତ କରେ। ଅନ୍ୟପକ୍ଷରେ ରୁପା ଥଣ୍ଡାକୁ ପ୍ରଭାବିତ କରେ। ଆୟୁର୍ବେଦ ଅନୁସାରେ ମଣିଷର ମୁଣ୍ଡ ଥଣ୍ଡା ଓ ପାଦ ଗରମ ରହିବା କଥା। ଏଥିପାଇଁ ଶରୀରର ଉପର ଭାଗରେ ସୁନା ଓ ନିମ୍ନ ଭାଗରେ ରୁପାର ଗହଣା ପିନ୍ଧାଯାଏ। ଏହା ଦ୍ୱାରା ମସ୍ତିଷ୍କରେ ଉତ୍ପନ୍ନ ଗରମ ଊର୍ଜା ପାଦକୁ ଓ ପାଦରୁ ଉତ୍ପନ୍ନ ଥଣ୍ଡା ଶକ୍ତି ମୁଣ୍ଡକୁ ଚାଲିଯାଏ। ଏହା ଦ୍ୱାରା ପୂରା ଶରୀରର ତାପମାତ୍ରା ସନ୍ତୁଳିତ ରହେବ।
OSCAR-2019
ମୁମ୍ବାଇ : ଏହି ଖବରଟି ଶୁଣିବା ପରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ସତ । ଆର୍ୟନ୍‌ ଶାହାରୁଖ୍‌ଙ୍କ ପ୍ରଥମ ସନ୍ତାନ ହୋଇ ମଧ୍ୟ ସେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ନୁହଁ ବୋଲି ସମସ୍ତଙ୍କୁ କହିଥାନ୍ତି । ଯଦି କେହି ଶାହାରୁଖ୍‌ଙ୍କ ମୁହଁ ସହ ସାମଞ୍ଜ୍ୟସ ଦେଖି ତାଙ୍କୁ କିଛି ପଚାରେ ସେ ମନା କରି ତୁରନ୍ତ ସେଠାରୁ ଚାଲି ଯାଆନ୍ତି । ଏହି ବିଷୟରେ ଆଉ କେହି ନୁହଁ ବରଂ ନିଜେ ଶାହାରୁଖ୍‌ ଖୋଲାଖୋଲି ଭାବରେ ସମସ୍ତଙ୍କୁ ଜଣାଇଛନ୍ତି । ଏକ ସାକ୍ଷାତକାରରେ ସେ ତାଙ୍କ ପୁଅ ବିଷୟରେ ଏହି ଅଜବ କଥା ସମସ୍ତଙ୍କୁ ଜଣାଇଛନ୍ତି । ଆର୍ୟନ ଯଦି ତାଙ୍କ ସାଙ୍ଗ ସହ ବାହାରକୁ ବୁଲି ଯିବା ସମୟରେ ତୁମେ ଶହାରୁଖ୍‌ ଖାନ୍‌ଙ୍କ ପୁଅ ବୋଲି ଯଦି କେହି ପଚାରେ ସେ ତୁରନ୍ତ ନାଁ କହି ସେଠାରୁ ଚାଲି ଆସନ୍ତି । ଏହାର କାରଣ ହେଉଛି ତାଙ୍କୁ ତାଙ୍କ ସାଙ୍ଗମାନଙ୍କ ସହ ବ୍ୟକ୍ତିଗତ ସମୟ ବିତାଇବାର ଥାଏ, ଯାହା ଜଣେ ଷ୍ଟାର କିଡ଼୍‍କୁ କେବେ ମିଳି ନଥାଏ । ଲୋକମାନଙ୍କ ନଜରରୁ ବଞ୍ଚିବା ପାଇଁ ସେ ଏପରି କହିଥାନ୍ତି ବୋଲି ଶାହାରୁଖ୍‌ ସ୍ପଷ୍ଟ କରିଥିଲେ । ସେଥିପାଇଁ ମୁଁ ମୋ ପିଲାମାନଙ୍କୁ ବିଦେଶ ପଢ଼ିବାକୁ ଛାଡ଼ିଛି । ଏହା ଦ୍ୱାରା ସେମାନେ ସାଧାରଣ ମଣିଷ ଭଳି ବଞ୍ଚି ପାରୁଛନ୍ତି ।
OSCAR-2019
ରାଉରକେଲା ୮-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦିନଥିଲା ଇସ୍ପାତ ସହର ରାଉରକେଲାର କୌଣସି ସିନେମା ହଲରେ ନୂତନ ଚଳଚିତ୍ରର ପୋଷ୍ଟର ଲାଗିବା ପରେ ତାକୁ ଦେଖିବା ଲାଗି ଦର୍ଶକଙ୍କ ଉତ୍ସୁକତା ପ୍ରକାଶ ପାଉଥିଲା। ମାତ୍ର ଧିରେ ଧିରେ ଦର୍ଶକଙ୍କ ରୁଚି ବଦଳିବା ଦ୍ୱାରା ବର୍ତମାନ ସ୍ଥିତିରେ ସିନେମା ହଲରେ ଆଗ ଭଳି ଭିଡ ପରିଲିକ୍ଷିତ ହେଉନାହିଁ। ସିନେମା ହଲରେ ଦର୍ଶକ ନଥିବାରୁ କେତେକ ସିନେମା ହଲ ଧରାଶାୟୀ ହୋଇ ପଡିଥିବା ବେଳେ, ଆଉ କିଛି ସିନେମା ହଲ ରାମ ଭରୋସେ ଚାଲୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ୯୦ଦଶକରେ ଶିଳ୍ପନଗରୀ ଭାବେ ପରିଚିତ ରାଉରକେଲାରେ ସିନେମା ଶିଳ୍ପର ବହୁଳ ଚାହିଦା ଥିଲା। ସେ ସମୟରେ ସହରରେ ୫ଟି ସିନେମା ହଲ ଯଥା କୋଣାର୍କ, ଉମା, ରଜାକ୍, ଅପସରା ଓ ଦୀପକ ସିନେମା ହଲ ଚାଲୁଥିଲା। କୌଣସି ନୂତନ ଚଳଚିତ୍ର ହଲରେ ଲାଗିଲେ ଦର୍ଶକଙ୍କ ଭିଡ ବୃଦ୍ଧି ପାଇଁ ପ୍ରାୟ ସବୁ ହଲରେ ଦର୍ଶକଙ୍କ ଗହଳି ପରିଲିକ୍ଷିତ ହେଉଥିଲା ମାତ୍ର ଧୀରେ ଧୀରେ ବଜାରରେ ନୂତନ ସିନେମାର ପାଇରସ ସିଡି ଆସି ଯିବାରୁ ଘରେ ପରିବାର ସହିତ ବସି ମାତ୍ର ୫ କିମ୍ବା ୧୦ଟଙ୍କା ଦେଇ ନୂତନ ସିନେମାର ମଜା ଲୁଟିଲେ ଦର୍ଶକ। ଏଥିପାଇଁ ଅଯଥାରେ ସିନେମା ହଲରେ ପାଦ ପକାଇବା ଲାଗି ଦର୍ଶକଙ୍କ ମନରେ ଉତ୍ସାହ ରହିଲା ନାହିଁ। ଫଳ ସ୍ୱରୂପ ୫ଟି ହଲ ମଧ୍ୟରୁ ରଜାକ, ଅପସରା, କୋଶାର୍କ, ଦୀପକ ସିନେମା ହଲ ବନ୍ଦ ହୋଇ ଯାଇଥିବା ବେଳେ, ବର୍ତମାନ କେବଳ ଉମା ହଲ ଚାଲୁଥିଲେ ମଧ୍ୟ ପୂର୍ବଭଳି ଦର୍ଶକଙ୍କ ଆଶାତୀତ ଭିଡ ପରିଲିକ୍ଷିତ ହେଉନାହିଁ ବୋଲି ହଲ ପକ୍ଷରୁ ସୂଚନା ମିଳିଛି। ସହରରେ ୨ଟି ମଲ୍ଟିପ୍ଲେକ୍ସ ସିନେମା ହଲ ପିଏସଆର ଓ ସିନେପ୍ଲେକ ଚାଲିଛି ଯାହାକି ଧନୀକ ଶ୍ରେଣୀୟ ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଛି। ଅପରପକ୍ଷରେ ମଧ୍ୟବିତ ଶ୍ରେଣୀର ଦର୍ଶକ ଟିକଟ ରେଟ ଅଧିକ ଥିବାରୁ ଏଭଳି ହଲକୁ ଯିବା ଲାଗି ପସନ୍ଦ କରୁ ନଥିବା ଆଲୋଚନା ହେଉଛି। କେବଳ କେମିତି କେବେ ଓଡ଼ିଆ ଫିଲ୍ମ ଲାଗିଲେ ହଲରେ ୧ ସପ୍ତାହ ପାଖାପାଖି ଭିଡ ପରିଲିକ୍ଷିତ ହେଉଛି, ଯାହାକି ସମୁଦ୍ରରୁ ଶଖେଂ କହିଲେ ଚଳେ। ଆଧୁନିକ ଯୁଗରେ ଇଂଟରନେଟ୍ର ପ୍ରଚଳନ ଯୋଗୁ ୨ ହଜାର ଟଙ୍କିଆ ସ୍ମାର୍ଟ ଫୋନରେ ନୂତନ ଚଳଚିତ୍ର ଦେଖିବାର ସୁଯୋଗ ମିଳୁଥିବାରୁ ଦର୍ଶକ ସିନେମା ହଲ ଯିବାକୁ ଅମଙ୍ଗ ହେଉଛନ୍ତି। ସିନେମା ଶିଳ୍ପ ଇସ୍ପାତ ସହରରେ ସଙ୍କଟରେ ଗତି କରୁଛି। ଫଳସ୍ୱରୂପ ଅନେକ ସିନେମା ହଲର ମାଲିକଙ୍କ ପାଇଁ ଚିନ୍ତାର କାରଣ ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
OSCAR-2019
ବୌଦ୍ଧ, ୨୬ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ପ୍ରଧାନମନ୍ତ୍ରୀ ଦେଇଥିବା ସ୍ୱଚ୍ଛ ଭାରତ ମିଶନର ଆହ୍ୱାନ ପ୍ରତି ସମଗ୍ର ଦେଶର ପ୍ରତ୍ୟେକ ସହର ଠାରୁ ଗ୍ରାମ ଯାଏଁ ବିପୁଳ ଜନସମର୍ଥନ ହାସଲ ହୋଇପାରିଛି। ସରକାରୀ ଓ ବେସରକାରୀ ଦପ୍ତର ଗୁଡିକରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମାନେ ସ୍ୱେଚ୍ଛାକୃତ ଭାବେ ସଫେଇ ଅଭିଯାନ ରେ ସାମିଲ ହେବା ଭଳି ପ୍ରେରଣା ଦାୟକ ନଜିର ଦେଖିବାକୁ ମିଳୁଥିବାବେଳେ, ଗାଁ ପରିମଳ ଧୋବା ତୁଠରୁ ଭଳି ହରଭଙ୍ଗା ପଂଚାୟତ ସମିତିର ମୁଖ୍ୟ ପ୍ରବେଶ ଦ୍ୱାର କୁ ଦେଖିଲେ ଏହି ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ବାଟବଣା ହୋଇଯାଇଥିବା ସ୍ପଷ୍ଟ ଜଣାପଡୁଛି। ବୌଦ୍ଧ ଜିଲ୍ଲାର ହରଭଙ୍ଗା ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟକୁ ଯିବା ଆସିବା କରୁଥିବା ଜନପ୍ରତିନିଧି ତଥା ପ୍ରଶାସନର ଅଧିକାରୀମାନଙ୍କ ଉଦାସିନତା ଯୋଗୁଁ ଏହି କାର୍ଯ୍ୟାଳୟ ପ୍ରବେଶ ପଥକୁ ଦେଖିଲେ ଯେକେହି ବି ଅନୁମାନ କରିପାରିବ। ୫୭ ନଂ ଜାତୀୟ ରାଜପଥ କଡରେ ନିର୍ମାଣ କରାଯାଇଥିବା ଥିବା ଡ୍ରେନରେ ଚାରିଛକ ବଜାର ର ତଥା ହୋଟେଲ ସମେତ ବିଭିନ୍ନ ଘରୁ ନିଷ୍କାସିତ ହେଉଥିବା କୁଢ କୁଢ ବର୍ଜ୍ୟବସ୍ତୁ ନିଷ୍କାସନ ନ ହୋଇ କାର୍ଯ୍ୟାଳୟ ପ୍ରବେଶ ପଥ ତଥା ପରିସରରେ ଜମା ହୋଇ ରହୁଥିବା ବେଳେ ଏହାକୁ କିପରି ରୋକାଯାଇ ପାରିବ ଏ ଦିଗରେ ବିହିତ ପଦକ୍ଷେପ ନେବା ପରିବର୍ତେ ବ୍ଲକ କର୍ତୁପକ୍ଷ ଓଲଟି ନିଦାବିଷ୍ଣ ସାଜିଥିବାରୁ ଏହାକୁ ନେଇ ପ୍ରତିଦିନ ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନସାଧାରଣନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରିକି ବର୍ଷା ସମୟରେ ଡ୍ରେନର ଆବର୍ଜନା ମଇଳା ପାଣି ବ୍ଲକର ମୁଖ୍ୟ ପ୍ରବେଶ ପଥ ଦେଇ ପ୍ରବାହିତ ହେଉଥିବା ସମୟରେ ବ୍ଲକ ଓ ସମନ୍ନିତ ଶିଶୁ ବିକାଶ କାର୍ଯ୍ୟଳୟକୁ ଆସିଥିବା ଲୋକ ଏବଂ ମହିଳା କର୍ମଚାରୀ ମାନେ ନିରୁପାୟ ହୋଇ ସେହି ପାଣି ମଧ୍ୟରେ ଯାତାୟାତ କରୁଥିବା ଘଟଣା ଦେଖିବାକୁ ମିଳିଛି। ଏନେଇ ହରଭଙ୍ଗା ଏବିଡିଓ ବଙ୍କିମ୍ ଚନ୍ଦ୍ର ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରତିକ୍ରିୟା ନେବାରୁ ସେ ଅଧିକ ବର୍ଷା ହେବା ମାତ୍ରେ ଡ୍ରେନର ପାଣି ସହିତ କୁଢ କୁଢ ଆବର୍ଜନା ବ୍ଲକ ପରିସରରେ ଭର୍ତି ହୋଇ ଯାଉଥିବାରୁ କେବଳ ସାଧାରଣ ଲୋକ ନୁହଁନ୍ତି ଆମେ ମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛୁ ବୋଲି ସ୍ୱୀକାର କରିଥିଲେ। ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।
OSCAR-2019
ଖାଦ୍ୟରେ ଲୁଣ ଠିକ୍‌ ମାତ୍ରାରେ ପଡ଼ି ନଥିଲେ ତାହା ପାଟିକୁ ଭଲ ଲାଗେ ନାହିଁ। ଆମକୁ ଭଲଭାବେ ଜଣା ଯେ ଖାଦ୍ୟରେ ଯେତେ ପ୍ରକାରର ମସଲା ପଡ଼ିଥିଲେ ବି ଯଦି ସେଥିରେ ଲୁଣ ପଡ଼ି ନଥାଏ ,ତେବେ ସ୍ୱାଦିଷ୍ଟ ହୋଇନଥାଏ ।କେତେକ ଲୋକ ଖାଦ୍ୟ ପ୍ରସ୍ତୁତିରେ ରୁଚି ରଖନ୍ତି । ଭୋଜନକୁ ସ୍ୱାଦିଷ୍ଟ କରିବାଲାଗି ସେ ଚାହୁଁଥିବା ସତ୍ତ୍ୱେ, କେତେକ କାରଣରୁ ତାହା ଅନେକ ସମୟରେ ସ୍ୱାଦିଷ୍ଟ ହୋଇପାରେ ନାହିଁ । ଯେଉଁମାନେ ଖାଦ୍ୟ ପ୍ରସ୍ତୁତିବେଳେ କେଉଁ ସମୟରେ ଲୁଣ ପକାଇବାକୁ ହେବ, ଜାଣିନଥାଆନ୍ତି, ସେମାନେ ଏଭଳି ଅସୁବିଧାରେ ପଡ଼ନ୍ତି । ଏଣୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ଖାଦ୍ୟର ଗୁଣବତ୍ତା ରକ୍ଷା କରିବା ଲାଗି ରାନ୍ଧିବାବେଳେ କେଉଁ ସମୟରେ ଲୁଣ ପକାଇବା ଆବଶ୍ୟକ, ତାହା ଜାଣିବା ଉଚିତ । ଏକଥା ମନେ ରଖିବା ଉଚିତ ଯେ ନିର୍ଦ୍ଧାରିତ ସମୟରେ ଲୁଣ ନ ପକାଇଲେ ପ୍ରସ୍ତୁତ ଖାଦ୍ୟର ସ୍ୱାଦ ବଦଳି ଯାଇଥାଏ । ପିଆଜକୁ ତେଲରେ ଭାଜିବା ଆରମ୍ଭରେ ନୁହେଁ ବରଂ ଶେଷ ସମୟରେ ସେଥିରେ ଲୁଣ ପକାନ୍ତୁ । ପାସ୍ତା ବା ମାଗି ଆଦି ରନ୍ଧନ ବେଳେ ପାଣି ଫୁଟିବା ସମୟରେ ହିଁ ସେଥିରେ ଲୁଣ ପକାଇବା ଉଚିତ । ଏପରି କରିବା ଦ୍ୱାରା ସେଥିରେ ଲୁଣର ମାତ୍ରା କମ୍‌ ହେବା ସହିତ ତାହା ସ୍ୱାଦିଷ୍ଟ ହୋଇଥାଏ । ବିନ୍‌ସ ପ୍ରସ୍ତୁତିରେ ଅଧିକ ସମୟ ଲାଗିଥାଏ । ଏଣୁ ସେଥିରେ ରନ୍ଧନ ପୂର୍ବରୁ ଲୁଣ ମିଶାଇ ଦେବା ଠିକ୍‌ । ଡାଲି ବଘାରିବା ପୂର୍ବରୁ ସେଥିରେ ଲୁଣ ମିଶାଇଲେ ତାହା ଅଧିକ ସ୍ୱାଦଯୁକ୍ତ ହୋଇଥାଏ । ଅପରପକ୍ଷରେ ଆଳୁ ସିଝାଇବା ସମୟରେ ହିଁ ସେଥିରେ ଲୁଣ ପକାଇବା ଭଲ। ଏହା ସହଜରେ ଏବଂ ଶୀଘ୍ର ସିଝିଯାଏ। ଯଦି ଏହି ସିଝା ଆଳୁ କୌଣସି ତରକାରୀରେ ପ୍ରୟୋଗ କରାଯାଉଥାଏ , ତେବେ ସିଝାଇବା ଆଗରୁ ଲୁଣ ପଡ଼ି ନ ଥାଏ ତେବେ ତରକାରୀରେ ପଡ଼ିବାପରେ ତା’ଭିତରେ ସହଜରେ ଲୁଣ ପଶିପାରେ ନାହିଁ। ଫଳତଃ ତରକାରୀରେ ଆଳୁ ଅଲଣା ଲାଗିଥାଏ।
OSCAR-2019
ଜଗତସିଂହପୁର ଟାଉନ୍‌ : ରାସ୍ତା ସମସ୍ୟାକୁ ନେଇ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ହଟହଟା ହେବାକୁ ପଡ଼ିଛି। ଅନ୍ଧାରୀ ପଞ୍ଚାୟତ ଗଣ୍ଡମୁଣ୍ଡା ଗାଁରେ ସ୍ଥାନୀୟ ଲୋକେ ତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ଘେରିରହିଥିବା ଖବର ଏବେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାଦୁଆ ରାସ୍ତାକୁ ସଜଡ଼ା ଯାଉ ନଥିବାରୁ ଉତ୍ତେଜିତ ଲୋକେ ବିଧାୟକଙ୍କ ଗାଡ଼ିର ଚାବି ଛଡ଼ାଇବାକୁ ଚେଷ୍ଟା କରିବା ସହ ତାଙ୍କୁ କାଦୁଅରେ ଚାଲିବାକୁ ବାଧ୍ୟ କରିଥିଲେ। ଦୀର୍ଘ ଘଣ୍ଟାଏ କାଳ ଯୁକ୍ତତର୍କ ପରେ ବିଧାୟକ ରାଗିକି ଗାଡ଼ି ଛାଡ଼ି ଚାଲିଯିବାକୁ ବାହାରିବାରୁ ଲୋକେ ତାଙ୍କୁ ରାସ୍ତା ଛାଡ଼ିଥିଲେ। ସପ୍ତାହ ତଳେ ଘଟିଥିବା ଏହି ଘଟଣାର ଭିଡିଓ ବାଲିକୁଦା-ଏରସମା ଅଞ୍ଚଳରେ ଭାଇରାଲ୍‌ ହେବା ପରେ ଘଟଣାଟି ସମଗ୍ର ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ, ଗଣ୍ଡମୁଣ୍ଡା ଗାମରେ ୫ଶହ ଭୋଟରଙ୍କ ସମେତ ୭୫୦ ଲୋକ ବସବାସ କରନ୍ତି। ଗାଁର ରାସ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ଥିବାରୁ ୨୦୦୯ ନିର୍ବାଚନରେ ଏଠାରୁ ପ୍ରଥମ ଥର ଲଢ଼ୁଥିବା ଶ୍ରୀ ମୁଦୁଲି ନିର୍ବାଚନୀ ପ୍ରଚାରରେ ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ ୫ବର୍ଷ ସେ ପ୍ରତିଶ୍ରୁତି ପୂରଣ କରି ନଥିଲେ। ଏହାପରେ ଆସିଲା ୨୦୧୪ ନିର୍ବାଚନ। ସେତେବେଳେ ମଧ୍ୟ ଶ୍ରୀ ମୁଦୁଲି ରାସ୍ତା ମରାମତି କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଗ୍ରାମବାସୀମାନେ ଏକାଧିକ ଥର ବିଧାୟକଙ୍କୁ ଭେଟିବା ସହ ସରପଞ୍ଚଙ୍କ ଜରିଆରେ ରାସ୍ତା ସମ୍ପର୍କରେ ମନେ ପକାଇଥିଲେ ବି ତାହାର ସୁଫଳ ମିଳିନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଉଠିଥିଲା। ଗତ ସପ୍ତାହରେ ବିଧାୟକ ଏହି ଅଞ୍ଚଳକୁ ବୁଲିବା ପାଇଁ ଆସିଥିଲେ। ଗଣ୍ଡମୁଣ୍ଡା ଗାଁ ସାଲାଇନ୍‌ ବନ୍ଧ ନିକଟରେ ବିଧାୟକଙ୍କ ଗାଡ଼ି ଆସୁଥିବା ଦେଖି ଗ୍ରାମବାସୀମାନେ ଏକଜୁଟ୍‌ ହୋଇ ତାଙ୍କ ଗାଡ଼ିକୁ ଘେରି ଯାଇଥିଲେ। ସେମାନେ ବିଧାୟକଙ୍କ ଗାଡ଼ିର ଚାବି ଛଡ଼ାଇବାକୁ ବି ଉଦ୍ୟମ କରିଥିଲେ। ବର୍ଷତମାମ୍‌ ସେମାନେ ଯେଉଁ କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି, ବିଧାୟକ ଥରେ ସେହି ରାସ୍ତାରେ ଚାଲିକରି ଯାଆନ୍ତୁ ବୋଲି ସେମାନେ ଅଡିବସିଥିଲେ। ବିଧାୟକ ଦୀର୍ଘ ସମୟ ଧରି ଗାଡ଼ିରୁ ନ ଓହ୍ଲାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲାା ବିଧାୟକ ଶ୍ରୀ ମୁଦୁଲି ଗାଡ଼ିରୁ ଓହ୍ଲାଇ ଲୋକଙ୍କୁ ପଚରାଉଚରା କରିଥିଲେ, ଯାହା ଯୁକ୍ତିତର୍କରେ ବଦଳିଥିଲା। ଗାଡ଼ି ଅଟକାଇଥିବାରୁ ଓ ରାସ୍ତା ପାଇଁ ତାଙ୍କୁ ଏପରି ବିରୋଧ କରାଯାଉଥିବାରୁ ବିଧାୟକ ବିରକ୍ତିି ପ୍ରକାଶ କରିଥିଲେ। ‘‘ଠିକାଦାରକୁ କାମ ଦିଆଯାଇଛି, ସେ କାମ କରିବ। ମୁଁ କ’ଣ ତା’ କାମ କରିବି?’’ ବୋଲି ବିଧାୟକ କହିଥିଲେ ବି ଲୋକେ ଶୁଣି ନଥିଲେ। ଶେଷରେ ବିଧାୟକ ଗାଡ଼ି ଛାଡ଼ି ଚାଲିକି ଯିବାକୁ ବାହାରିବାରୁ ଉତ୍ତେଜନା ସାମାନ୍ୟ ଥମିଥିଲା ଓ ଲୋକେ ବିଧାୟକଙ୍କ ରାସ୍ତା ଛାଡ଼ି ଦେଇଥିଲେ। ପାଖାପାଖି ଘଣ୍ଟାଏ କାଳ ରାସ୍ତାରେ ଅଟକି ବିଧାୟକ ହଟହଟା ହେବାର ଭିଡ଼ିଓ ଏବେ ବାଲିକୁଦା-ଏରସମା ଅଞ୍ଚଳରେ ଭାଇରାଲ୍‌ ହେବା ପରେ ସମଗ୍ର ଅଞ୍ଚଳ ପାଇଁ ଚର୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ ବିଧାୟକ ଶ୍ରୀ ମୁଦୁଲିଙ୍କୁ ପଚାରିବାରେ ସେ ଏହା ଉପରେ କୌଣସି ମତାମତ ଦେବାକୁ ମନା କରି ଦେଇଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ମୁଦୁଲି ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଛନ୍ତି।
OSCAR-2019
କନକ ବ୍ୟୁରୋ: ସୁସ୍ଥ ହେଲେ ଶ୍ରଜୀଉ । ମହୌଷଧି ସେବନ ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଦଶଦିନ ପରେ ଘଂଟ ଓ କାହାଳି ବାଜିଛି । ସୋମବାର ଏକାଦଶୀ ତିଥିରେ ପଟିଦିଅଁଙ୍କ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କୁ ଖଳିଲାଗି ଓ ରକ୍ତବସ୍ତ୍ର ଲାଗି କରାଯାଇଥିଲା । ଶ୍ରୀଅଙ୍ଗରେ ଦଶମୂଳ ଲାଗି ପରେ ଚନ୍ଦନ ଲାଗି କରାଯାଇଥିଲା । ପରମ୍ପରା ଅନୁଯାୟୀ ଆଜି ରାଜପ୍ରସାଦକୁ ମହାପ୍ରଭୁଙ୍କ ସୁସ୍ଥ ହେବା ନେଇ ଖବର ଦିଆଯିବ । ବରିଷ୍ଠ ଦଇତାପତି ବିଶ୍ୱାବସୁ ବିନାୟକ ଦାସମହାପାତ୍ରଙ୍କ ସୂଚନା ମୁତାବକ, ସୋମବାର ଏକାଦଶୀ ତିଥିରେ ପ୍ରଥମେ ପଟିଦିଅଁଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପଟିଦିଅଁଙ୍କ ନିକଟରେ ସଂଧ୍ୟା ଆଳତୀ, ସଂଧ୍ୟା ଧୂପ ପରେ ଅଣସର ଦ୍ଵାର ଫିଟା ଯାଇଥିଲା। ପ୍ରତିଦିନ ଭଳି ଚକଟା ଓ ପଣା ଭୋଗ ହୋଇଥିଲା। ପରେ ସିଂଘାରୀ ସେବକମାନେ ପଟିଦିଅଁଙ୍କୁ ଚନ୍ଦନଲାଗି କରିଥିଲେ। ଏହି ସମୟରେ ଦଇତାପତି ସେବକମାନେ ଅଣସର ଘରେ ଥିବା ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ସଂପନ୍ନ କରିଥିଲେ। ଶ୍ରୀବିଗ୍ରହଙ୍କ ପୂରା ଶରୀରରେ ଚନ୍ଦନର ପ୍ରଲେପ ଦିଆଯାଇଥିଲା। ସର୍ବାଙ୍ଗ ଚନ୍ଦନ ନୀତି ପାଇଁ ୩୦ରୁ ୪୦ କେଜି ଚନ୍ଦନ ପ୍ରସ୍ତୁତ ହୋଇଥିଲା। ଏହି ଚନ୍ଦନ ଶ୍ରୀଜୀଉଙ୍କ ଦେହରେ ବର୍ଷେ ପର୍ଯ୍ୟନ୍ତ ରହିବ। ପୁନର୍ବାର ଆସନ୍ତା ବର୍ଷକୁ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହେବ। ସର୍ବାଙ୍ଗ ଚନ୍ଦନ ନୀତି ପରେ ଶ୍ରୀବିଗ୍ରହଙ୍କ ଖଣ୍ଡୁଆ ବେଶ କରାଯାଇଥିଲା। ଶ୍ରୀଜୀଉ ସୋମବାର ତଥା ଗତକାଲି ରକ୍ତବସ୍ତ୍ର ପରିଧାନ କରିଛନ୍ତି। ପରେ ଶ୍ରୀଜୀଉଙ୍କ ନିକଟରେ ଖଇ, ରାଜପ୍ରସାଦ ଭୋଗ ଲାଗି ହୋଇଥିଲା। ବିଳମ୍ବିତ ରାତି ପ୍ରାୟ ୩ଟାରେ ଶ୍ରୀମନ୍ଦିର ବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ମହାପ୍ରଭୁଙ୍କ ଉପଚାରରେ ଲାଗି ହୋଇଥିଲା। ସେହିଭଳି ଶୁଦ୍ଧ ସୁଆର ଅଣସର ଘରେ ପ୍ରସ୍ତୁତ କରିଥିବା ଖଳିକୁ(ଓଷ) ମଧ୍ୟ ଶ୍ରୀବିଗ୍ରହଙ୍କୁ ଲାଗି ହୋଇଥିଲା। ଆଜି ମହାପ୍ରଭୁଙ୍କ ଗୁପ୍ତନୀତି ସରିବା ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ ରାଜପ୍ରସାଦକୁ ନେବେ। ସେଠାରେ ଗଜପତି ମହାରାଜ ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଗଜପତିଙ୍କୁ ଅବଗତ କରାଇବେ। ରଥଯାତ୍ରା ଓ ଗୁପ୍ତନୀତି ସଂପର୍କରେ ଅବଗତ କରାଇବେ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ଉପରେ ବିସ୍ତୃତ ଆଲୋଚନା କରିବେବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ଲୋକାୟୁକ୍ତ ଗଠନ ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର, ୧୦ ଜୁଲାଇ ସୁଦ୍ଧା ଡେଡଲାଇନ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ କନକ ବ୍ୟୁରୋ : ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବେଶ୍ ମାପିଚୁପି ପ୍ରତିକ୍ରିୟା ରଖୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏକ ଜାତୀୟ ଗଣମାଧ୍ୟମରେ ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି । ଇଣ୍ଡିଆ ଟୁଡେକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ନବୀନ ତୃତୀୟ ସାମୁଖ୍ୟ ପ୍ରସଙ୍ଗରେ ବଡ ଖୁଲାସା କରିଛନ୍ତି । ନିର୍ବାଚନ ପୂର୍ବରୁ ଏନେଇ ଦଳ ନିଷ୍ପତ୍ତି ନେବ ବୋଲି ସଂକେତ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧିଙ୍କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସଙ୍ଗରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ନବୀନ ଦେଇଛନ୍ତି । ମୋଦି ଜଣେ ପରିଶ୍ରମୀ ବ୍ୟକ୍ତି ଏବଂ ଲୋକଙ୍କର ତାଙ୍କଠାରୁ ଅନେକ ଆଶା ଅଛି । ତେବେ ଲୋକଙ୍କ ଭିତରେ ନିରାଶା ଥିବା ସେ କହିବା ସହ ଆଗକୁ କ’ଣ ହେଉଛି ଦେଖିବା ବୋଲି କହିଛନ୍ତି । ତେବେ ନବୀନ ନିଜେ ପ୍ରଧାନମନ୍ତ୍ରୀ ହୋଇଥିଲେ କ’ଣ କରିଥାନ୍ତେ ବୋଲି ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ । କହିଛନ୍ତି ,ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ଗରିବଙ୍କ କଲ୍ୟାଣ ପାଇଁ କାମ କରିଥାନ୍ତେ । ମୋଦିଙ୍କୁ ପରିଶ୍ରମୀ ବୋଲି କହିଥିବାବେଳେ ରାହୁଲ ଗାନ୍ଧିଙ୍କ ଉପରେ ମନ୍ତବ୍ୟ ରଖିଛନ୍ତି ନବୀନ ପଟ୍ଟନାୟକ । ରାଜନୀତିରେ ରାହୁଲ ପ୍ରଭାବ ସୃଷ୍ଟି କରିପାରି ନଥିବା କହିବା ସହ ତାଙ୍କ ପାଇଁ ଆଗକୁ ବଢିବାର ସୁଯୋଗ ଅଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ବିଜେପି ଓ କଂଗ୍ରେସଠାରୁ ସମ ଦୂରତା କଥା କହିଆସୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ଯେ, ଆଗାମୀ ନିର୍ବାଚନ ସମୟରେ ତୃତୀୟ ସାମୁଖ୍ୟ ନେଇ ଦଳ ଯାହାକିଛି ନିଷ୍ପତ୍ତି ନେବ । ବୈଜୟନ୍ତଙ୍କ ଅଭିଯୋଗ ଉପରେ ମଧ୍ୟ ସାକ୍ଷାତକାରବେଳେ ପ୍ରତିକ୍ରିୟା ରଖି ରାଜ୍ୟକୁ ଦଳ ଚଳାଉଛି, ଅମଲା ନୁହେଁ ବୋଲି ସ୍ପଷ୍ଟୋକ୍ତି କରିଛନ୍ତି । ପଂଚାୟତ ନିର୍ବାଚନରେ ବିଜେଡିର ବିଶେଷ କ୍ଷତି ହୋଇଥିବାରୁ ଏ ସଂପର୍କୀତ ଏକ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା । ପଂଚାୟତ ନିର୍ବାଚନରେ ସେ ନିଜେ କାହିଁକି ପ୍ରଚାର କଲେ ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ ସେ ଦଳର ସାମର୍ଥ୍ୟକୁ ପରୀକ୍ଷା କରୁଥିଲେ ଏବଂ ନିଜ ଶକ୍ତି ଅନୁସାରେ ଦଳ ଭଲ କରିଥିବା ମନ୍ତବ୍ୟ ରଖିଛନ୍ତି । ଶେଷରେ ୧୭ ବର୍ଷର ରାଜନୈତିକ ସଫଳତା ପାଇଥିବା ନବୀନଙ୍କୁ ବାପା ବିଜୁ ପଟ୍ଟନାୟକ କିଛି ରାଜନୈତିକ ପରାମର୍ଶ ଦେଇଥିଲେ କି ବୋଲି ପ୍ରଶ୍ନର ଉତ୍ତର କିଛି ଏହିଭଳି ରଖିଛନ୍ତି ନବୀନ । ବିଜୁ ବାବୁ କୌଣସି ରାଜନୈତିକ ପରାମର୍ଶ ଦେଇନଥିଲେ । କାରଣ ରାଜନୀତିକୁ ଆସିବାର ତାଙ୍କର ଉଦ୍ଦେଶ୍ୟ ନଥିଲା ଏବଂ ସେ ରାଜନୀତିକୁ ଆସିବି ବୋଲି ବିଜୁ ବାବୁ କେବେ ଭାବିନଥିବା କହିଛନ୍ତି ।
OSCAR-2019
କନକ ବ୍ୟୁରୋ: ସ୍ନାନଯାତ୍ରା ପରଠାରୁ ଅଣସର ଘରେ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ନବଯୌବନ ପ୍ରାପ୍ତି ହେବା ପାଇଁ ଅଣସର ପିଣ୍ଡିରେ ଚାଲିଥିବା ପ୍ରସ୍ତୁତି ପର୍ବରେ ଗତକାଲି ମହାପ୍ରଭୁଙ୍କୁ ବନକଲାଗି କରାଯାଇଛି। ଦତ୍ତ ମହାପାତ୍ର ସେବକମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି। କସ୍ତୁରୀ, କେଶର, ହରିତାଳ, ହିଂଗୁଳ ଆଦିର ମିଶ୍ରଣକୁ ଶ୍ରୀଅଙ୍ଗରେ ଲାଗି କରାଯାଇଛି। ଏଥିପାଇଁ ପୂର୍ବରୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ଶ୍ରୀମନ୍ଦିରକୁ ଖଡ଼ି ପ୍ରସାଦ ବିଜେ ହୋଇଥିଲା। ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହେବା ପରେ ଏହା ଉପରେ ଖଡ଼ିପ୍ରସାଦ ଲାଗି କରାଯାଇଛି। ବିଳମ୍ବିତ ରାତିରେ ବଡଦେଉଳକୁ ଖଡି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାର ଶୁଭାରମ୍ଭ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ କରିବେ। ପୂର୍ବରୁ ଜଗମୋହନ ମରାମତି ଯୋଗୁ ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ଏହା ମଧ୍ୟରେ ଜଗମୋହନ ମରାମତି କାର୍ଯ୍ୟ ସରିଥିବାରୁ ଚଳିତ ବର୍ଷ ଭକ୍ତମାନେ ମହାପ୍ରଭୁଙ୍କୁ ଭିତର କାଠରୁ ଦର୍ଶନ କରିବେ। ଆଜି ନବଯୌବନ ଦର୍ଶନ ଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ରହିଥିବା ବେଳେ ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ରହିଛି। କିନ୍ତୁ ନୀତି ବିଳମ୍ବିତ ହେଲେ ଦର୍ଶନ ବ୍ୟବସ୍ଥା ମଧ୍ୟ ବିଳମ୍ବ ହେବ ବୋଲି କୁହାଯାଉଛି। ପାରିମାଣିକ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା ହୋଇଥିବାବେଳେ ସାହାଣମେଲାରେ ଦେଢ଼ଘଣ୍ଟା ମହାପ୍ରଭୁଙ୍କୁ ଭକ୍ତମାନେ ମାଗଣାରେ ଦର୍ଶନ କରିବେ। ଏହି ସମସ୍ତ ଦର୍ଶନ ଭିତର କାଠରୁ ହେବ। ପୂର୍ବାହ୍ନ ୧୦ଟା ୩୦ ପରେ ଦର୍ଶନ ବନ୍ଦ ହୋଇ ଅନ୍ୟାନ୍ୟ ନୀତି ଆରମ୍ଭ ହେବ। ପୂର୍ବରୁ ଚକାରେ ବିଜେ କରିଥିବା ମହାପ୍ରଭୁ ଆଜି ସକାଳେ ଚକାରୁ ଓହ୍ଲାଇବେ। ଏଣୁ ସକାଳୁ ଚକା ଅପସର ହେବା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମଙ୍ଗଳ ଆଳତି ଓ ମଇଲମ ପରେ ଦଶାବତାର ଠାକୁରଙ୍କର ବାହୁଡ଼ା ବିଜେ ନୀତି ସକାଳ ଧାର୍ଯ୍ୟ ହୋଇଛି। ସର୍ବାଙ୍ଗ ସହ ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ ସରିବା ପରେ ଅପରାହ୍ନ ୪ଟା ୧୦ରେ ରଥକୁ ଆଜ୍ଞାମାଳ ବିଜେ କରିବ। ମହାପ୍ରଭୁଙ୍କର ଏହି ଅନୁମତି ମିଳିବା ପରେ ତିନି ରଥ ରଥଖଳାରୁ ସିଂହଦ୍ଵାରରେ ଥିବା ରଥ ଚକଡ଼ାକୁ ଯିବ। ପରେ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ବାହୁଟକଣ୍ଟ ହେବା ସହ ମଧ୍ୟରାତ୍ରରୁ ସକାଳ ସାଢ଼େ ୫ଟା ପର୍ଯ୍ୟନ୍ତ ସେନାପଟା ଲାଗି ହେବ। ଅନ୍ୟପଟେ ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ନୀତି ରହିଥିବାରୁ ପହୁଡ଼ ହେବ ନାହିଁ ବୋଲି ଜଣାପଡ଼ିଛି।
OSCAR-2019
କୋରାପୁଟ : କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଧର୍ମ ପରିବର୍ତ୍ତନ କରିବେ। ଏଥିପାଇଁ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଆସନ୍ତା ରବିବାର ଦିନ ସେ ନିଜ ପରିବାର ସହିତ ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ବିଧାୟକ ସୂଚନା ଦେଇଛନ୍ତି। ବିଧାୟକ ଶ୍ରୀ ଶଗରିଆ ମୂଳତଃ ହିନ୍ଦୁ ଧର୍ମାବଲମ୍ବୀ। ସେ କୁହନ୍ତି ଯେ, ବୌଦ୍ଧ ଧର୍ମ ରୀତିନୀତି ତାଙ୍କୁ ଆକୃଷ୍ଟ କରିଛି। ଅନୁସୂଚିତ ଜାତି ଓ ଜନଜାତିର ସବୁ ଲୋକ ଏକଦା ବୌଦ୍ଧ ଧର୍ମାବଲମ୍ବୀ ଥିଲେ। ତେଣୁ ସେ ନିଜ ଧର୍ମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏଥିପାଇଁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁରୁଜାରେ ବ୍ୟାପକ ଆୟୋଜନ କରାଯାଇଛି। ବାହାରୁ ୪ ଜଣ ବୌଦ୍ଧଭିକ୍ଷୁ ମଧ୍ୟ କୋରାପୁଟରେ ଆସି ପହଞ୍ଚିଛନ୍ତି। ବୁରୁଜାରେ ଆସନ୍ତାକାଲିଠାରୁ ବୌଦ୍ଧ ରୀତିନୀତି ଅନୁଯାୟୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ଦିନରେ ପ୍ରବଚନ ରହିଛି। ଏଥିରେ ଜିଲ୍ଲାର ବିଭିନ୍ନ ଭାଗରୁ ବହୁଲୋକ ଯୋଗ ଦେବାର ସୂଚନା ମିଳିିଛି। ରବିବାର ଦିନ ବିଧାୟକ ଓ ତାଙ୍କ ପରିବାର ଲୋକେ ଧର୍ମ ଗ୍ରହଣ କରିବେ। ଏହାସହ ଆଉ ୨୫ରୁ ୩୦ ପରିବାର ସେଦିନ ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
OSCAR-2019
ନିକଟ ଅତୀତରେ ସ୍ୱଳ୍ପ ଦିନର ବ୍ୟବଧାନରେ ମାନବାଧିକାର ଏବଂ ମହିଳା ସୁରକ୍ଷା ପ୍ରସଙ୍ଗରେ ଆନ୍ତର୍ଜାତିକ ସ୍ତରରେ ପ୍ରକାଶିତ ଦୁଇଟି ପୃଥକ୍‌ ପୃଥକ୍‌ ରିପୋର୍ଟ ଭାରତ ପାଇଁ ସୁଖଦ ନଥିଲା। ଜାତିସଂଘ ମାନବାଧିକାର କମିସନ୍‌ (ୟୁଏନ୍‌ଏଚ୍‌ଆର୍‌.ସି) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କଶ୍ମୀରରେ ମାନବାଧିକାରର ଉଲ୍ଲଂଘନ ନେଇ ସରକାର ଓ ସେନାକୁ କାଠଗଡ଼ାରେ ଠିଆ କରାଯାଇଛି। ଜାତିସଂଘ ସଂସ୍ଥା ଦ୍ୱାରା ମାନବାଧିକାର ପ୍ରସଙ୍ଗରେ ଭାରତ ବିରୋଧରେ ଏ ପ୍ରତିକୂଳ ରିପୋର୍ଟ କୂଟନୈତିକ ଦୃଷ୍ଟିରୁ ଦେଶ ପାଇଁ ଅଡୁଆ ସୃଷ୍ଟି କରିଛି। ପରେ ପରେ ମହିଳା ସୁରକ୍ଷା ପ୍ରସଙ୍ଗରେ ଭାରତ ପାଇଁ ଆଉ ଏକ ନକାରାତ୍ମକ ରିପୋର୍ଟ ଦେଶର ଶାସକ ଗୋଷ୍ଠୀ ପାଇଁ ଅସ୍ୱସ୍ତି ସୃଷ୍ଟି କରିବା ସହ ଆନ୍ତିର୍ଜାତିକ ସମୁଦାୟରେ ଦେଶର ଭାବମୂର୍ତ୍ତିକୁ ମଳିନ କରିଛି। ମହିଳାଙ୍କ ସୁରକ୍ଷା ନେଇ ବିଶ୍ୱ ବ୍ୟାପୀ ସର୍ଭେ ଉପରେ ପର୍ଯ୍ୟବସିତ ‘ଥମ୍‌ସନ୍‌-ରଏଟର ଫାଉଣ୍ଡେସନ୍‌’ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ମହିଳାଙ୍କ ପାଇଁ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ଭାବେ ଭାରତ ମୁହଁରେ କଳା ବୋଳା ଯାଇଛି। ଏହି ଦୁଇଟି ରିପୋର୍ଟକୁ ସରକାର ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ତଥାପି ରକ୍ଷଣାତ୍ମକ ମୁଦ୍ରାକୁ ଠେଲି ହୋଇ ଯାଇଥିବା ସରକାର ପ୍ରତିକୂଳ ବିଶ୍ୱ ଜନମତର ଆଶଙ୍କାରେ ବେଶ୍‌ ଅସ୍ୱସ୍ତି ଅନୁଭବ କରୁଛନ୍ତି। ଏହି ସମୟରେ ଦାରିଦ୍ର୍ୟ ମୁକାବିଲାର ଭାରତର ଉଲ୍ଲେଖନୀୟ ସଫଳତା ବୟାନ କରଥିିବା ବିଶ୍ୱବ୍ୟାଙ୍କ୍‌ ପ୍ରାୟୋଜିତ ଏକ ରିପୋର୍ଟ ନିଶ୍ଚୟ ଶାସକ ବର୍ଗକୁ ଆଶ୍ୱସ୍ତ କରିବା ସହ ଭାରତକୁ ଉଜ୍ଜ୍ୱଳ ଆଲୋକରେ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଉପସ୍ଥାପିତ କରୁଛି। ପୂର୍ବୋକ୍ତ ମାନବାଧିକାର ଓ ମହିଳା ସୁରକ୍ଷା ସଂକ୍ରାନ୍ତ ଦୁଇଟି ନକାରାତ୍ମକ ରିପୋର୍ଟ ଭାରତର ଭାବମୂର୍ତ୍ତିକୁ ପହଞ୍ଚାଇଥିବା କ୍ଷତିର ମଧ୍ୟ ଏ ସକାରାତ୍ମକ ରିପୋର୍ଟ ନିଶ୍ଚୟ କିଛି ମାତ୍ରାରେ ଭରଣା କରିବ। ବିଶ୍ୱରେ ଚରମ ଦାରିଦ୍ର୍ୟର ଆକଳନ କରି ବିଶ୍ୱବ୍ୟାଙ୍କ୍‌ର ‘ବ୍ରୁକିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ଅନୁଯାୟୀ ଦାରିଦ୍ର୍ୟ ମୁକାବିଲାରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସଫଳତାର ଯାତ୍ରା ଏବେ ବି ଅବ୍ୟାହତ ରହିଛି। ଫଳରେ ବିଶ୍ୱର ସବୁଠାରୁ ଅଧିକ ଗରିବ ବସବାସ କରୁଥିବା ଦେଶ ଭାବେ ଭାରତ ନାମରେ ଯେଉଁ ଅପବାଦ ଥିଲା ତାହା କଟିଯାଇଛି। ୨୦୧୮ ମେ’ ମାସଠାରୁ ଦାରିଦ୍ର୍ୟରେ ଭାରତ ଆଉ ବିଶ୍ୱର ଏକ ନମ୍ବର ଦେଶ ନୁହେଁ। ଏହି ଅଲୋଡ଼ା ଏକ ନମ୍ବର ସ୍ଥାନରେ ଏବେ ଆଫ୍ରିକୀୟ ଦେଶ ନାଇଜେରିଆ ରହିଛି। ଆନ୍ତର୍ଜାତିକ ଦାରିଦ୍ର୍ୟ ମାପଦଣ୍ଡରେ ଦୈନିକ ୧.୯ ଡଲାରରୁ କମ୍‌ ଆୟରେ କାଳାତିପାତ ଗରିବ ଭାରତୀୟଙ୍କ ସଂଖ୍ୟା ୭୩ ନିୟୁତକୁ କମି ଆସିଛି। ଅନ୍ୟପକ୍ଷରେ ନାଇଜେରିଆର ଦୈନିକ ୧.୯ ଡଲାରରୁ କମ୍‌ରେ ଚଳୁଥିବା ଲୋକଙ୍କ ସଂଖ୍ୟା ୮୭ ନିୟୁତକୁ ବୃଦ୍ଧି ପାଇଛି। ଦୁଇ ବର୍ଷ ଭିତରେ ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଥିବା ଗରିବଙ୍କ ସଂଖ୍ୟା ପ୍ରାୟ ୫୦ ନିୟୁତ କମିବା କିଛି କମ୍‌ ବଡ଼ ଉପଲବ୍ଧି ନୁହେଁ। ଏହି ଧାରା ଜାରି ରହିଲେ ଦାରିଦ୍ର୍ୟ ଦୃଷ୍ଟିରୁ ଦୁଇ ନମ୍ବର ସ୍ଥାନକୁ ଆସିଥିବା ଭାରତ ଏ ବର୍ଷ ଶେଷ ସୁଦ୍ଧା ତିନି ନମ୍ବର ସ୍ଥାନକୁ ଖସି ଆସିବ। ଦାରିଦ୍ର୍ୟ ମୁକାବିଲାରେ ଭାରତର ସଫଳତାର ଉଜ୍ଜ୍ୱଳ କାହାଣୀ ଏତିକିରେ ସରୁନାହିଁ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭାଷାରେ ଦାରିଦ୍ର୍ୟ ହେଉଛି ସବୁଠାରୁ ଭୟଙ୍କର ହିଂସା। ବିଶ୍ୱବ୍ୟାଙ୍କ୍‌ ତଥ୍ୟାନୁଯାୟୀ ପ୍ରତି ମିନିଟ୍‌ରେ ହାରାହାରି ୪୪ ଭାରତୀୟ ଦାରିଦ୍ର୍ୟରୁ ଉପରକୁ ଉଠି ହିଂସାର କରାଳ କବଳରୁ ମୁକୁଳିଛନ୍ତି। ସ୍ୱାଭାବିକ ଭାବେ ସେମାନଙ୍କ ଜୀବନ ଧାରଣର ମାନରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆସିଛି। ଏହି ହାରରେ ଦାରିଦ୍ର୍ୟ ହ୍ରାସ ଜାରି ରହିଲେ ଆଗାମୀ ୨୦୨୨ ବେଳକୁ ଦେଶର ଗରିବ ଲୋକସଂଖ୍ୟା ୩ ପ୍ରତିଶତ ତଳକୁ ଖସି ଆସିପାରେ। ଏସ୍‌ଡିଜି (ସଷ୍ଟେନେବଲ୍‌ ଡେଭଲପ୍‌ମେଣ୍ଟ୍‌ ଗୋଲ୍‌)ରେ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ଦାରିଦ୍ର୍ୟ ନିରାକରଣର ଯେଉଁ ଲକ୍ଷ୍ୟ ରଖାଯାଇଛି, ଭାରତ ଦ୍ୱାରା ସେହି ଲକ୍ଷ୍ୟ ହାସଲ ସମ୍ଭବ। ଦାରିଦ୍ର୍ୟ ହ୍ରାସ ନେଇ ବିଶ୍ଵବ୍ୟାଙ୍କ୍‌ର ଏହି ତଥ୍ୟ ଭାରତ ସରକାରଙ୍କ ତଥ୍ୟ ସହ ମେଳ ଖାଇ ନ ପାରେ। କାରଣ ଦାରିଦ୍ର୍ୟ ଆକଳନ ପାଇଁ ବିଶ୍ୱବ୍ୟାଙ୍କ୍‌ ଓ ଭାରତ ସରକାରଙ୍କ ମାପକାଠି ପରସ୍ପରଠାରୁ ଭିନ୍ନ। ସରକାରୀ ଆକଳନ ଅନୁଯାୟୀ, ଦେଶର ଦାରିଦ୍ର୍ୟ ହାର ୨୦୦୪ରୁ ୨୦୧୧ ମଧ୍ୟରେ ୩୮.୯%ରୁ ୨୧.୨%କୁ ହ୍ରାସ ପାଇଛି। ଗତ ୭ ବର୍ଷ ମଧ୍ୟରେ ଦାରିଦ୍ର୍ୟର କୌଣସି ସାନି ଆକଳନ ହୋଇ ନାହିଁ। ତେବେ ବିଶ୍ୱବ୍ୟାଙ୍କ୍‌ ରିପୋର୍ଟରୁ ଗୋଟିଏ ବିଷୟ ସ୍ପଷ୍ଟ ଯେ ଦେଶରେ ଦାରିଦ୍ର୍ୟର ପ୍ରକୋପ ତ୍ୱରାନ୍ଵିତ ଗତିରେ ହ୍ରାସ ପାଇ ଚାଲିଛି। ତେବେ ଏ ସଫଳତାରେ ଆତ୍ମତୃପ୍ତିର କୌଣସି ଅବକାଶ ନାହିଁ। ବର୍ତ୍ତମାନ ମଧ୍ୟ ବିଶ୍ୱବ୍ୟାଙ୍କ୍‌ ମାପକାଠିରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ବିଶ୍ୱବ୍ୟାଙ୍କ ଆକଳନ ଅନୁଯାୟୀ ଦେଶରେ ଗରିବଙ୍କ ସଂଖ୍ୟା ୭୧,୩୫୭,୬୧୨, ମୋଟ ଲୋକସଂଖ୍ୟାର ୫ ପ୍ରତିଶତରୁ ବି ଅଧିକ। ଆନ୍ତିର୍ଜାତିକ ମାପଦଣ୍ଡରେ ଯଦି ଗରିବଙ୍କ ସଂଖ୍ୟା ଏତିକି, ତେବେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାପକାଠିରେ ଗରିବଙ୍କ ସଂଖ୍ୟା ଆହୁରି ଅଧିକ ହେବ। ଏହା ସତ୍ତ୍ୱେ ୨୦୩୦ ସୁଦ୍ଧା ‘ଦାରିଦ୍ର୍ୟ ମୁକ୍ତ’ ଭାରତର ସ୍ୱପ୍ନ ଆଉ ଅବାସ୍ତବ ମନେହେଉନାହିଁ। ଲକ୍ଷ୍ୟ ହାସଲ ସହଜ ନହେଲେ ସୁଦ୍ଧା ଆଦୌ ଅସମ୍ଭବ ନୁହେଁ। ଦୃଢ଼ ଇଚ୍ଛା ଶକ୍ତି ସହ ଦାରିଦ୍ର୍ୟ ମୁକାବିଲା ଜାରି ରହିଲେ ଲକ୍ଷ୍ୟ ଅବଶ୍ୟ ହାସଲ ହେବ। ବିଶେଷଜ୍ଞମାନେ ଦାରିଦ୍ର୍ୟ ମୁକାବିଲାରେ ଏ ସଫଳତା ପାଇଁ ମୁଖ୍ୟତଃ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧିର ଧାରାକୁ ଶ୍ରେୟ ଦେଉଛନ୍ତି। ସେମାନଙ୍କ ମତରେ ୧୯୯୧ରେ ଉଦାରୀକରଣ ପରେ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଫଳରେ ଦାରିଦ୍ର୍ୟ ହାର ମାନିଛି। ବିଶେଷକରି ଗତ ଦେଢ଼ ଦଶନ୍ଧିରେ ଉଚ୍ଚ ହାରରେ ଅର୍ଥନୈତିକ ଅଭିବୃଦ୍ଧି ଫଳରେ ଦାରିଦ୍ର୍ୟ ହ୍ରାସ ତ୍ୱରାନ୍ଵିତ ହୋଇଛି। ଅର୍ଥନୈତିକ ବିଶାରଦଙ୍କ ମତରେ ବାର୍ଷିକ ୭ରୁ ୮ ପ୍ରତିଶତ ଅଭିବୃଦ୍ଧି ଅବ୍ୟାହତ ରହିଲେ ୨୦୩୦ ବେଳକୁ ଦେଶରୁ ସମ୍ପୂର୍ଣ୍ଣ ଭାବେ ଦାରିଦ୍ର୍ୟ ନିରାକରଣ ସମ୍ଭବ। ଏହା କିନ୍ତୁ ଆଂଶିକ ସତ୍ୟ। ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ଆପେ ଦାରିଦ୍ର୍ୟ ହ୍ରାସ ହେବ ନାହିଁ। ଅର୍ଥନୈତିିକ ଅଭିବୃଦ୍ଧିର ସୁଫଳ ସୀମାନ୍ତରିତ, ଅର୍ଥନୈତିକ- ସାମାଜିକ ଦୃଷ୍ଟିରୁ ଦୁର୍ବଳତମ ବର୍ଗଙ୍କ ପାଖରେ ପହଞ୍ଚି ପାରିଲେ ଯାଇ ଦାରିଦ୍ର୍ୟ କମିବ। ଗୋଟିଏ କଲ୍ୟାଣମୂଳକ ବ୍ୟବସ୍ଥାରେ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଅଭିବୃଦ୍ଧିର ସୁଫଳ ପହଞ୍ଚାଇବା ଲାଗି ବାହକ ହେଲା ରାଷ୍ଟ୍ର ବା ସରକାର। ଦାରିଦ୍ର୍ୟ ନିରାକରଣ ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ଏବଂ ଏହାର ସମ୍ବେଦନଶୀଳ, ଦକ୍ଷ ରୂପାୟନ ଏକାନ୍ତ ଅପରିହାର୍ଯ୍ୟ, ଯାହା ସରକାରଙ୍କ ଦାୟିତ୍ୱ। ତେବେ ପରିତାପର ବିଷୟ ହେଲା, ଆମ ଦେଶରେ ଯୋଜନା ପ୍ରଣୟନ ଓ ରୂପାୟନରେ ସରକାରୀ କଳର ଅପାରଗତା ଓ ଅଦକ୍ଷତା ଏକ ନିଷ୍ଠୁର ବାସ୍ତବତା। ଅନେକ ସମୟରେ ଯୋଜନା ପ୍ରଣୟନରେ ମାତ୍ରାତିରିକ୍ତ ଉତ୍ସାହ ଯୋଗୁ ଯୋଜନା ବାସ୍ତବ ଧର୍ମୀ ହୁଏ ନାହିଁ। ରୂପାୟନ ମଧ୍ୟ ଦୁର୍ନୀତି ଓ ଅପାରଗତା ଦ୍ୱାରା ଆକ୍ରାନ୍ତ। ଅନ୍ୟଥା କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ମାଳ ମାଳ ଯୋଜନା ଓ ବିପୁଳ ଅର୍ଥ ବରାଦ ସତ୍ତ୍ୱେ ଦେଶରେ କୃଷି ଆଜି ସଙ୍କଟରେ ନଥାନ୍ତା। ଚାଷୀ ଆତ୍ମହତ୍ୟାର ଦୁର୍ଭାଗ୍ୟଜନକ କ୍ରମ ଜାରି ରହି ନଥାନ୍ତା। ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ବର୍ଗକୁ ମୁଖ୍ୟତଃ ଲକ୍ଷ୍ୟରେ ରଖି ଦାରିଦ୍ର୍ୟ ନିରାକରଣ ଯୋଜନା କାର୍ଯ୍ୟକାରୀ ହେଉଛି। ଅଥଚ ସାଧାରଣ ବର୍ଗରେ ଦାରିଦ୍ର୍ୟ ଯେଉଁ ହାରରେ ହ୍ରାସ ପାଉଛି, ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ସେହି ହାରରେ ହ୍ରାସ ପାଉ ନାହିଁ କାହିଁକି? ଏହି ପ୍ରଶ୍ନର ତଲାସ କରି ଯୋଜନାର ନବୀକରଣ ଓ ଦକ୍ଷ ରୂପାୟନ ଆବଶ୍ୟକ। ମନେ ରଖିବାକୁ ହେବ ଯେ, ଦେଶର ଅଧା ଜନସଂଖ୍ୟା ଜୀବିକା ପାଇଁ ନିର୍ଭର କରୁତିବା କୃଷି ସମସ୍ୟାର ସମାଧାନ ଓ ଦଳିତ, ଆଦିବାସୀଙ୍କ ଅର୍ଥନୈତିକ- ସାମାଜିକ ଉତ୍‌ଥାନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ବିନା ଦେଶରୁ ଦାରିଦ୍ର୍ର୍ୟର ସମ୍ପୂର୍ଣ୍ଣ ଉନ୍ମୁଳନ ସମ୍ଭବ ନୁହେଁ। ମୁମ୍ବାଇ : ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ଵତ୍‌ କେତେ ସାହସୀ ତାହା ସମସ୍ତଙ୍କୁ ଜଣା । ବଲିଉଡ୍‌ରେ କେହି ଗଡ଼୍‍ଫାଦର ନ ଥିବା ବେଳେ ନିଜର ସ୍ଥାନକୁ ସୁଦୃଢ଼ କରିବା ପାଇଁ ସେ କେତେ କଷ୍ଟ କରିଥିଲେ ତାହା ପ୍ରାୟ ସସସ୍ତଙ୍କୁ ଜଣା । ଅଭିନୟ ପାଇଁ ନିଜ ଘର ଛାଡ଼ି ଆସି ମୁମ୍ବାଇରେ ଏକା ସଂଘର୍ଷ କରିବା ତାଙ୍କ ପାଇଁ ସହଜ ନ ଥିଲା । କିନ୍ତୁ ଏତେ ସବୁ ପରେ ବି ସେ ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଏବଂ ଆଗଧାଡ଼ିର ନାୟିକା ହୋଇ ପାରିଛନ୍ତି । ସବୁ ବେଳେ ନିଜ ବ୍ୟକ୍ତିଗତ ଜୀବନ ବା ପ୍ରେମ ସଂପର୍କକୁ ନେଇ ଖୋଲାଖୋଲି ଭାବରେ କଥା ହେଉଥିବା କଙ୍ଗନା ଏବେ ନିଜ ବିବାହକୁ ନେଇ ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ସେ ସବୁ ବେଳେ ବିବାହ କରିବା ପାଇଁ ଚାହୁଁଥିଲେ । କିନ୍ତୁ ତାହା ସମ୍ଭବ ହୋଇ ନ ଥିଲା । ଏଥି ପାଇଁ ଏବେ ସେ ଖୁସି ଅଛନ୍ତି । କିଛି ଲୋକ ଏମିତି ଥିଲେ ଯାହାଙ୍କୁ ମୁଁ ବିବାହ କରିବା ପାଇଁ ଚାହୁଁଥିଲି । କିନ୍ତୁ ତାହା ହୋଇ ପାରିଲା ସମ୍ଭବ ହୋଇ ନ ଥିଲା । ସେ ସମୟରେ ଖରାପ ଲାଗିଥିଲେ ମଧ୍ୟ ପରେ ମୁଁ ଭଗବାନଙ୍କୁ ଧନ୍ୟବାଦ୍‌ ଜଣାଇଥିଲି । ମୁଁ ଚାହୁଁଥିବା ଲୋକକୁ ବିବାହ କରିଥିଲେ କେତେ ଖରାପ ହୋଇଥାନ୍ତା ତାହା ଜାଣି ଭଗବାନ ମୋତେ ବଞ୍ଚାଇ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ୍‌ ଜଣାଇଥିଲି । ଏବେ ମୋ ପାଖରେ ଯାହା ଅଛି ମୁଁ ତାକୁ ନେଇ ବହୁତ ଖୁସି।
OSCAR-2019
କନକ ବ୍ୟୁରୋ : ଭାରତରେ ପ୍ରବାହିତ ହେଉଥିବା ନଦୀ ଗୁଡିକ ମଧ୍ୟରୁ ଅନେକ ନଦୀର ଜଳ ବର୍ତ୍ତମାନ ସମୟରେ ପ୍ରଦୂଷିତ ହୋଇଛି । ଦେଶର ସବୁଠାରୁ ବିଶାଳ ନଦୀ ଗଙ୍ଗା ମଧ୍ୟ ପ୍ରଦୂଷିତ । ତେବେ ଗଙ୍ଗା ନଦୀର ଜଳ ମାତ୍ରାଧିକ ପ୍ରଦୂଷିତ ହେବା ପରେ କେନ୍ଦ୍ର ସରକାର ଏହାର ଜଳକୁ ସଫାକରିବା ଲାଗି ଅନେକ ଯୋଜନା କରିଛନ୍ତି । ତେବେ ନଦୀର ଜଳ ସଫା ହେବା ପରିବର୍ତ୍ତେ ଅଧିକ ମଇଳା ହେଉଥିବା ଦେଖିବାକୁ ମିଳିଛି । ତାହା ପୁଣି ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀଠାରେ । ମୋଦି ସରକାର ଆସିବାପରେ ୨୦୧୪ ମସିହାରେ ଏହି ଯୋଜନା ପ୍ରସ୍ତୁତ କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଇଛି । କିନ୍ତୁ ଏହାର କୌଣସି ବି ପ୍ରଭାବ ପଡିନାହିଁ । ପାଣିରେ ଜାଗା ଜାଗା ପ୍ଲାଷ୍ଟିକ ଓ କଙ୍କାଳ ଭାସୁଥିବା ଦେଖିବାକି ମିଳୁଛି । ଏକ ଗଣମାଧ୍ୟମର ପ୍ରତିନିଧି ଗ୍ରାଉଣ୍ଡ ଜିରୋ ରିପୋର୍ଟ ପ୍ରକାଶ କରି କହିଛନ୍ତି ଯେ , ଗଙ୍ଗା ନଦୀର ଅସ୍ଥି ଘାଟ ନିକଟରେ ଅନେକ ଅପରିଷ୍କାର ଜଳ ଏହି ନଦୀରେ ମିଶୁଥିବା ବେଳେ ପଚାସଢା ସାମଗ୍ରୀ ମଧ୍ୟ ଏଠାରେ ପଡୁଛି ତେଣୁ ବିନା ରୁମାଲରେ ଏଠାରେ ଛିଡା ହେବା କଷ୍ଟ ବୋଲି ରିପୋର୍ଟରେ କୁହାଯାଇଛି । ଏହାସହ ରାକେଶ ପାଣ୍ଡେ ନାମକ ଜଣେ ଯୁବକ ଏହି ସ୍ଥାନରୁ ଗଙ୍ଗାନଦୀର ପାଣିର ଗୁଣବତ୍ତା ମାପିବା ବେଳେ ଜଣାପଡିଛି କି ମିନେରାଲ ପାଣିଠାରୁ ୧୫୦ ଗୁଣାରୁ ଅଧିକ ପ୍ରଦୂଷିତ ଓ ବ୍ୟାକ୍ଟେରିଆ ଯୁକ୍ତ ରହିଛି ଏହି ଜଳରେ । ବାରାଣାସୀର ଏକ ପୋଲ ପାଖରେ ଗଙ୍ଗାନଦୀରେ ସହରର ଏକ ନାଳ ଏଠାରେ ମିଶିଛି । ଏହି ନାଳରେ ସହରର ସମସ୍ତ ମଇଳା ମିଶୁଥିବା ସହ ଜୀବଜନ୍ତୁଙ୍କ କଙ୍କାଳ ମଧ୍ୟ ଏଠାରେ ପଡୁଛି । ଯାହାକୁ ନେଇ ସେଠାରେ ପରିସ୍ଥିତି ଅଧିକ ଅସମ୍ଭାଳ ଓ ଉଦବେଗଜନକ ରହିଛି । “ନମାମିଗଙ୍ଗା” ଯୋଜନାକୁ ସେଠାକାର ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଥିଲେ ମଧ୍ୟ ଆଗ ଅପେକ୍ଷା ନଦୀର ଜଳ ଅଧିକ ମାତ୍ରାରେ ଅପରିଷ୍କାର ହେଉଛି ବୋଲି କହିବା ସହ ଏହା ଲାଗି କେବଳ ସହରର ଛୋଟ ନାଳ ଦାୟୀ ବୋଲି ନିଜ ପ୍ରତିକ୍ରିୟାରେ କହିବା ସହ ପ୍ରଧାନମନ୍ତ୍ରୀଙ୍କ ଗଙ୍ଗା ସଫେଇ ମିଶନ୍ ଫେଲ ମାରିଛି ବୋଲି ସେମାନେ କହିଛନ୍ତି । ବର୍ତ୍ତମାନ ସହରରେ ପିଇବା ପାଣିର ସମସ୍ୟା ବଢୁଥିବା ବେଳେ ଦିନକୁ ଦିନ ନଦୀ ଜଳ ପ୍ରଦୂଷିତ ମାତ୍ରା ବଢୁଥିବାରୁ ଚିନ୍ତାରେ ସରକାର । ବନାରସର ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ କହିବା ଅନୁସାରେ ଯୋଜନା କଲେ କେବଳ ହେବ ନାହିଁ । ତାହାକୁ କିପରି ଭାବରେ ସଫଳ ରୂପାୟନ କରାଯିବ ତାହା ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆଉ କିଛି ଛାତ୍ରଙ୍କ କହିବା ଅନୁସାରେ ଆଗ ଅପେକ୍ଷା ନଦୀ ଅନେକ ମାତ୍ରାରେ ସଫା ହୋଇଛି । ତେବେ ପ୍ରସିଦ୍ଧ ଦଶ୍ୱାଶମେଧ ଘାଟରେ ଅନେକ ଲୋକ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କରନ୍ତି । ତେବେ ଏଠାରେ ମଧ୍ୟ ସ୍ଥିତି ଅସମ୍ଭାଳ ରହିଛି । ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ବି କର୍ମଚାରୀ ସଫା ନିୟମିତ ଭାବେ ସଫା କରୁନାହାନ୍ତି । ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଥିଲେ ମଧ୍ୟ କୈାଣସି କର୍ମଚାରୀ ତାହା ମାନୁନାହାନ୍ତି । ତେଣୁ ଏଠାରେ ସରକାରଙ୍କ ନିର୍ଦ୍ଦେଶକକୁ ଖୁଲମଖୁଲା ଅବମାନନା କରାଯାଉଛି ବୋଲି ସେଠାକାର ସ୍ଥାନୀୟ ବାସିନ୍ଦା କହିଛନ୍ତି । ଗଙ୍ଗା ନଦୀର ଜଳ ଅତ୍ୟଧିକ ପ୍ରଦୂଷିତ ରହିଛି । ନିୟମ ଅନୁସାରେ ପ୍ରତି ୧୦୦ ଲିଟର ପାଣିରେ ୫୦୦ ରୁ ଅଧିକ ବ୍ୟାକ୍ଟେରିଆ ରହିବା କଥା ନୁହେଁ । କିନ୍ତୁ ଅସ୍ତି ଘାଟରେ ୧,୪.୦୦୦, ତୁଳସୀ ଘାଟରେ ୮୮,୦୦, ଦଶ୍ୱାଶମେଧ ଘାଟରେ ୪୦,୦୦୦ ଓ ରାଜଘାଟରେ ୩୪,୦୦୦ ହଜାର ଅଧିକ ବ୍ୟାକ୍ଟେରିଆ ରହିଛି । ସାଧାରଣ ଭାବରେ ପ୍ରତି ୧ ଲିଟର ପାଣିରେ ୫ ମିଲିଗ୍ରାମ ବାୟୋଓକ୍ସିଜେନ ଡିମାଣ୍ଡ ରହିବା କଥା କିନ୍ତୁ ଅସ୍ତି ଘାଟରେ ୧୨.୮ ,ତୁଳସୀ ଘାଟରେ ୯.୬, ଦଶ୍ୱାଶମେଧ ଘାଟରେ ୬.୦ ଓ ରାଜଘାଟରେ ୭.୦ ରହିଛି । ଲୋକମାନଙ୍କୁ ନଦୀର ଜଳକୁ ପ୍ରଦୂଷଣ ନ କରିବା ଲାଗି ସଚେତନ କରାଇବା ପରେ ମଧ୍ୟ କୈାଣସି ସଫଳତା ମିଳିପାରି ନାହିଁ । ନାଳ ଗୁଡିକ ଆସି ନଦୀରେ ମିଶୁଥିବାରୁ ଏହା ଅପରିଷ୍କାର ହେଉଛି ବୋଲି ଲୋକମାନେ କହିଛନ୍ତି । କାନପୁରରେ ଚାଲିଥିବା ଚମଡା କାରବାରକୁ ବନ୍ଦ କରାଯିବା ପରେ ମଧ୍ୟ ଚମଡା କାରବାର ଚାଲୁ ରହିଛି । ଫଳରେ ଚମଡାର କିଛି ଅଂଶ ଆସି ପାଣିରେ ମିଶୁଛି ତେଣୁ ପାଣି ଅଧିକ ଖରାପ ହେଉଛି । ଜଳସଂପଦ ମନ୍ତ୍ରୀ ବଦଳି ଗଲେ କିନ୍ତୁ ନଦୀର ଜଳରେ କିଛ ପରିବର୍ତ୍ତନ ହେଇ ନାହିଁ । ଯଦି ଏପରି ଭାବରେ ପାଣି ପ୍ରଦୂଷିତ ହେବ ତେବେ ଆଗକୁ ପରିସ୍ଥିତି ଭୟଙ୍କର ହେବ । ନମାମୀ ଗଙ୍ଗା ଯୋଜନାକୁ ନେଇ ବିରୋଧୀମାନେ କଟାକ୍ଷ କଲେଣି । ତେବେ ଆଗକୁ ଦେଖାଯାଉ କିପରି ଭାବରେ ନଦୀକୁ ପରିଷ୍କାର କରାଯାଉଛି ।
OSCAR-2019
ଭୁବନେଶ୍ୱର : ଜଣେ ସଫ୍ଟେଓ୍ଵର ଇଂଜିନିୟର। ଜଣେ ବ୍ୟାଙ୍କ୍‌ ଅଧିକାରୀ। ଅନ୍ୟ ଜଣକ ନାଭାଲ୍‌ ଅଫିସର୍‌। କେହି କାହାଠୁ କେଉଁ ଗୁଣରେ ବି କମ୍‌ ନଥିଲେ। ଅନେକ ଦିନ ପରେ ତିନି ବନ୍ଧୁ ପରସ୍ପରକୁ ପାଖରେ ପାଇଥିଲେ। ସେଥିପାଇଁ ସମସ୍ତେ ଖୁସି ଥିଲେ। ପାର୍ଟି କରିଥିଲେ। ଢେର୍‌ ଗପିଥିଲେ। କିନ୍ତୁ ଜାଣି ନଥିଲେ ଶନିବାର ରାତିର ସେଇ କାଳ ମୁହୂର୍ତ ସେମାନଙ୍କ ବନ୍ଧୁତ୍ୱରେ ପୂର୍ଣ୍ଣଚ୍ଛେଦ ଟାଣିବ। ଜଣେ ବନ୍ଧୁଙ୍କୁ ପଳାସୁଣୀ ସ୍ଥିତ ଘରକୁ ଛାଡ଼ିବାକୁ ଯାଉଥିବା ବେଳେ ଏକାବେଳେ ତିନି ବନ୍ଧୁଙ୍କ ଜୀବନ ଦୀପ ଲିଭିଗଲା। ସବୁ ସ୍ୱପ୍ନ ଜୁଇର ନିଆଁରେ ସବୁଦିନ ପାଇଁ ଜଳିଗଲା। ଶନିବାର ରାତିରେ ବାଣୀବିହାର ସତସଙ୍ଗ ସାମ୍ନା ଏନ୍‌ଏଚ୍‌ରେ ଭୟଙ୍କର ଦୁର୍ଘଟଣାରେ ୩ ବନ୍ଧୁଙ୍କ ଅକାଳ ବିୟୋଗକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏବେବି ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। କିଏ ଅବା ବୁଝେଇବ ଯେ, ସେମାନେ ଏବେ ଅଫେରା ଦୁନିଆର ଅତିଥି ବୋଲି। ତିନି ଜଣ ଯେ ସେମାନଙ୍କ ପରିବାରର ଏକମାତ୍ର ପୁତ୍ର ସନ୍ତାନ, ଏକଥା ହେଲେ ସେ କାଳ ମୁହୂର୍ତଟାକୁ କେହି ମନେ ପକେଇ ଦେଇଥାଆନ୍ତା! ସ୍ୱପ୍ନ ଥିଲା ସେ କ୍ୟାପ୍‌ଟେନ୍‌ ହେବେ। ଦେଶ ସେବା କରିବେ। ସତକୁ ସତ କୁମାର ଚନ୍ଦନଙ୍କ ସ୍ୱପ୍ନ ସାକାର ହୋଇଥିଲା। ମାସ କେଇଟା ପରେ କ୍ୟାପ୍‌ଟେନ୍‌ର ମୁକୁଟ ପିନ୍ଧିଥାନ୍ତେ। କିନ୍ତୁ ଶନିବାରର କାଳରାତ୍ରି ତାଙ୍କ ସ୍ୱପ୍ନକୁ ଚୂର୍‌ମାର୍‌ କରିଦେଲା। ପିଲାବେଳୁୁ ବାପାଙ୍କୁ ହରାଇଥିଲେ ହେଁ ଭାଙ୍ଗି ପଡ଼ି ନଥିଲେ ଚନ୍ଦନ। ଉଚ୍ଚଶିକ୍ଷା ପରେ ସେ କିଛି ବର୍ଷ ତଳେ ମର୍ଚାଣ୍ଟ ନାଭାଲ୍‌ ଅଫିସର ଭାବେ ଯୋଗ ଦେଇଥିଲେ। ଚାକିରିର୫ ବର୍ଷ ପରେ ଗତବର୍ଷ ଜୁନ୍‌ ୩୧ରେ ତାଙ୍କର ବାହାଘର ହୋଇଥିଲା। କିଛିଦିନ ତଳେ ବିବାହ ବାର୍ଷିକୀ ପାଳନ କରିଥିଲେ। ବାହାଘର ପରଠୁ ଘରେ ରହି ପ୍ରମୋସନ୍‌ ପାଇଁ ପ୍ରସ୍ତୁତି କରୁଥିଲେ। କ୍ୟାପ୍‌ଟେନ ପାଇଁ ଆସନ୍ତା ଅଗଷ୍ଟ ମାସରେ କୋଲକାତାରେ ପ୍ରଶିକ୍ଷଣ ନେଇଥାନ୍ତେ। ଇନ୍‌ଫୋସିସ୍‌ରେ ସଫ୍‌ଟେଓ୍ଵର୍‌ ଇଂଜିନିୟର ଥିବା ଦେବାଶିଷ ମିଶ୍ର ଥିଲେ ୩ ଭଉଣୀରେ ଗୋଟିଏ ଭାଇ। ପରିବାରର ସବୁ ଭଲମନ୍ଦ ଥିଲା ଦେବାଶିଷଙ୍କ କାନ୍ଧରେ। ତିନି ଭଉଣୀଙ୍କ ବିବାହ ସରିବା ପରେ ଚଳିତ ବର୍ଷ ଦେବାଶିଷଙ୍କ ବିବାହ ପାଇଁ ପରିବାର ଲୋକ ପ୍ରସ୍ତୁତିରେ ଲାଗିଥିଲେ। ଆସନ୍ତା ତିଥିରେ ନିର୍ବନ୍ଧ ପାଇଁ ସବୁ ପ୍ରସ୍ତୁତି ସରିଥିଲା। ୨ମାସ ତଳେ ଦେବାଶିଷ ନୂଆ କାରି କିଣିଥିଲେ। ଇଚ୍ଛା ଥିଲା ସେଥିରେ ବର ହୋଇ ଯାଇଥାନ୍ତେ। ନଭେମ୍ବର ମାସରେ ବାହାଘର ପାଇଁ ତାରିଖ ସ୍ଥିର ହୋଇଥାନ୍ତା। ପାଖାପାଖି ୭-୮ ବର୍ଷ ଧରି ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ ହାଇଦ୍ରାବାଦ ଶାଖାରେ କାମ କରିବା ପରେ ପରିବାର ସହ ରହିବାକୁ ଅନୁତମ ହରିଚନ୍ଦନ ସ୍ଥିର କରିଥିଲେ। ବାପା ଓ ମା’ଙ୍କ ସହ ଦେଢ଼ ବର୍ଷର ଝିଅର ଦେଖାଶୁଣା କରିବା ପାଇଁ ସେ ଓଡ଼ିଶା ଚାଲିଆସିବେ ବୋଲି ସ୍ଥିର କରିଥିଲେ। ଗତ ୮ ମାସ ତଳେ ଓଡ଼ିଶା ଫେରି ଆସିଥିଲେ। କୁନି ଝିଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। ଏବେ କୁନି ଝିଅଟି ମୁହଁର ଭାଷାରେ ନହେଲେ ବି ମନେମନେ ବାପାଙ୍କୁ ଖୋଜୁଛି। ଭୁବନେଶ୍ୱର ଉତ୍ତରା ସ୍ଥିତ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କର ଗୁଡ଼ିଆପୋଖରୀ ବ୍ରାଞ୍ଚରେ ଯୋଗଦେବା ପରେ ଗତ ସପ୍ତାହ ତଳେ ସହିଦନଗର ବ୍ରାଞ୍ଚରେ ଯୋଗ ଦେଇଥିଲେ। ଓଡ଼ିଶା ଆସିବା ପରେ ପରିବାର ସହ ବେଶ୍‌ ଖୁସିରେ ଥିଲେ ଅନୁତମ। ଖଣ୍ଡଗିରି: ଶନିବାର ସକାଳେ ସ୍ଥାନୀୟ ବିଭବ ଇଷ୍ଟେଟ୍‌ସ୍ଥିତ ଏକ ମେସ୍‌ରେ ଜଣେ ଇଂଜିନିିୟରିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ପ୍ରଦୀପ୍ତ କୁମାର ମହାନ୍ତିଙ୍କ ପୁଅ ପ୍ରତୀକ(୨୦)। ସେ ଖଣ୍ଡଗିରିସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ମେକାନିକାଲ୍‌ ବିଭାଗର ୩ୟ ବାର୍ଷିକ ଛାତ୍ର ଥିଲେ। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ସୂଚନାନୁସାରେ ଆଜି ସକାଳେ ପ୍ରତୀକ ମେସ୍‌ରେ ଏକୁଟିଆ ଥିବା ଅବସ୍ଥାରେ ବେକରେ ରଶି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। କିନ୍ତୁ ଏହି ସମୟରେ ତାଙ୍କର ସହପାଠୀମାନେ ପହଞ୍ଚି ଯାଇଥିଲେ। ପଡ଼ୋଶୀମାନଙ୍କ ସହଯୋଗରେ ସେମାନେ ତାଙ୍କୁ ଉଦ୍ଧାର କରିି ଭୁବନେଶ୍ୱର ଏମ୍‌ସକୁ ନେଇଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଏମ୍‌ସରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖିଛି। ଏହି ମାମଲାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
OSCAR-2019
ଚିତ୍ରଦୁର୍ଗ ରାଜ୍ୟର ନରପତି କନକସେନ କଳା ସଂସ୍କୃତି ପ୍ରିୟ ଥିଲେ । ତାଙ୍କ ରାଜଦରବାରରେ କବି ପଣ୍ଡିତବର୍ଗଙ୍କୁ ସମୁଚିତ ଆଦର ସମ୍ମାନ ମିଳୁଥାଏ । ଚିତ୍ରଦୁର୍ଗର ରାଜକବି ପଣ୍ଡିତ ନରସିଂହ ଶର୍ମା ଜଣେ ଅତି ଉଚ୍ଚକୋଟୀର ବିଦ୍ୱାନ । ସେ ଅନେକ କାବ୍ୟ ରଚନା କରି ମହାରାଜଙ୍କର ପ୍ରିୟପାତ୍ର ହୋଇଥିଲେ । ଦିନେ କବି ଓ ପଣ୍ଡିତ ଶୋଭିତ ରାଜ ଦରବାରରେ ମହାରାଜ, ନରସିଂହ ଶର୍ମାଙ୍କ ଉଦ୍ଧେଶ୍ୟରେ ପ୍ରଶ୍ନ କଲେ, “କବିବର, ଆପଣ ବିଗତ ଛଅମାସ ହେଲା କୌଣସି ନୂତନ କାବ୍ୟ ରଚନା କରିନାହାଁନ୍ତି । ଏହାର କାରଣ ଦୟାକରି ପ୍ରକାଶ କରିବେ କି?” ରାଜାଙ୍କ କଥା ଶୁଣି ଶର୍ମା କିଛି ସମୟ ମୌନତା ଅବଲମ୍ବନା କରିବା ପରେ କହିଲେ, “ସେପରି କୌଣସି ବିଶେଷ କାରଣ ନାହିଁ । କେବଳ ବାର୍ଦ୍ଧକ୍ୟ ଜନିତ ଅବସନ୍ନତା ହେତୁ ମୋ ଭିତରେ ଲେଖିବାର ସ୍ପୃହା ଧୀରେ ଧୀରେ ହ୍ରାସ ପାଉଛି ।” କନକସେନ ତାଙ୍କୁ ଉତ୍ସାହିତ କରିବା ପାଇଁ କହିଲେ, “ଆପଣଙ୍କର ନୂତନ କାବ୍ୟ ଶ୍ରବଣ ନ କଲେ, ମତେ ସବୁ କିଛି ଶୂନ୍ୟ, ଅସାର ଅନୁଭୂତ ହୁଏ । ଏହି ମାସରେ ଶିବରାତ୍ରୀ ଉତ୍ସବ ପାଳିତ ହେବ । ଆପଣ ଏକ ଉତ୍ତମ କାବ୍ୟ ରଚନା କରି ସେହି ଦିନ ଏହି ସଭାରେ ଆମ ସମସ୍ତଙ୍କୁ ଶ୍ରବଣ କରିବାର ସୁଯୋଗ ଦେଲେ, ଆମେ ଆପଣଙ୍କ କବିତା-ରସ ସମୁଦ୍ରରେ ଅବଗୋହନ କରିବାର ସଦବକାଶ ପ୍ରାପ୍ତ ହୁଅନ୍ତୁ । ଏହା ମୋର ଏକାନ୍ତ ଅଭିଳାଷ ଅଟେ ।” ତହୁଁ ନରସିଂହ ଶର୍ମା ଦୀର୍ଘଶ୍ୱାସ ପକେଇ କହିଲେ, “ରାଜନ୍, ବସନ୍ତ ଋତୁରେ କୋକିଳ କୁହୁତାନ କରେ । ବର୍ଷା ଋତୁରେ କଳାମେଘକୁ ଦେଖି ମୟୁର ନୃତ୍ୟ କରେ । ଦିବା ସମୟରେ ସୂର୍ଯ୍ୟକାନ୍ତିର ସଂସ୍ପର୍ଶରେ ଆସିଲେ କମଳ ପ୍ରସ୍ଫୁଟିତ ହୁଏ । ସୁଧାକରର ସ୍ନିଗ୍ଧ କିରଣ ରାତ୍ରିରେ କୁମୁଦକୁ ବିକଶିତ କରାଏ । ଠିକ୍ ସେହିପରି ମୋର ବିଶ୍ୱାସ, କବି ହୃଦୟରେ ଆପଣାଛାଏଁ ସ୍ପନ୍ଦନ ଜାଗିଉଠିଲେ, ଉତ୍ତମ କାବ୍ୟ ରଚନା ସମ୍ଭବ ହୁଏ ।”
OSCAR-2019
ତିର୍ତ୍ତୋଲ୦୯/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ) – ଲଣ୍ଡର ବର୍ଲିନ ଠାରେ ଆୟୋଜିତ ଖୋ ଖୋ ଖେଳରେ ବିଶ୍ୱ ଚମ୍ପିଆନ ହୋଇ ସ୍ୱଦେଶ ପର୍ତ୍ତ୍ୟାବର୍ତ୍ତନ କରିଥିବା ସସ୍ମିତାଙ୍କୁ ସମ୍ବର୍ଦ୍ଧନାର ସୁଅ ଛୁଟିଲାଣି। ଆଜି ଅପରାହ୍ନରେ ଭାରତୀୟ ଜନତାପାର୍ଟିର ଜଗତସିଂହପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସମ୍ପଦ କୁମାର ସ୍ୱାଇଁ, ଜିଳ୍ଲାସାଧାରଣ ସମ୍ପାଦକ ସୁଧିର କୁମାର ମଲ୍ଲିକ, ସାଧାରଣ ସମ୍ପାଦକ ସୁଦିପ୍ତ ନାଥ, ରଶ୍ମି ରଞ୍ଜନ ମଲ୍ଲିକ, ରାକେଶ କୁମାର ଦାସଙ୍କ ସମେତ ବିଜେପୀ କର୍ମୀ ସସ୍ମିତାଙ୍କ ଗୋପିଆକୁଦସ୍ଥିତ ଘରେ ପହଞ୍ଚି ତାଙ୍କୁ ପୁଷ୍ପଗୁଛ, ଉପଢ଼ୌକନ, ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ର ଅତ୍ୟନ୍ତ ମଫସଲି ଅଞ୍ଚଳ ଗୋପିଆକୁଦ ଗ୍ରାମର ସୋରୋଜ ନାଥ ଶର୍ମା ଓ କଲ୍ୟାଣି ନାଥ ଶର୍ମାଙ୍କ ମଧ୍ୟମା କନ୍ୟା ସସ୍ମିତା ନାଥ ଶର୍ମା ସିନିୟର ମହିଳା ଖୋଖୋ ଖେଳରେ ଭାଗନେଇ ଗୋଲ୍ଡମେଡ଼ାଲର ଅଧିକାରିଣୀ ହୋଇପାରିଥିଲେ। ସେ ୨୦୧୧ ମସିହାରେ ତିର୍ତ୍ତୋଲ ସ୍ଥିତ ମଣିଚରଣ ସାରଳା ଏକାଡ଼େମୀରେ ଅଧ୍ୟୟନ କରିବାପାଇଁ ଯୋଗଦେଇଥିଲେ। ସେତେବେଳେ ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଭୂବନାମୋହନ ଦାସ ସସ୍ମିତାଙ୍କୁ ଦେଖି ତାଙ୍କ ଭିତରେ ଏକ ଅବିଶ୍ୱସନିୟ ଖେଳାଳୀର ପ୍ରତିଭା ଲୁଚିଥିବା ଦେଖିବାକୁ ପାଇଥିଲେ। ସସ୍ମିତାଙ୍କ ପରିବାର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୂର୍ବଳ ଥିବାରୁ ଖେଳିବା ପାଇଁ ପ୍ରୋତ୍ସାହନ ଯୋଗାଇପାରିନଥିବାବେଳେ ସସ୍ମିତା କିନ୍ତୁ ଭାଙ୍ଗିନପଡ଼ି ଆଗକୁ ବଢ଼ିଥିଲେ। ୨୦୧୧ ରୁ ବିଦ୍ୟାଳୟରେ ଖେଳ ଅଭ୍ୟାସ ଜାରି ରଖିଥିଲେ। ଲଣ୍ଡନର ବର୍ଲିନ୍ହାମ ଠାରେ ଗତ ୨ ତାରିଖ ଠାରୁ ଅନୁଷ୍ଠିତ ହୋଉଥିବା ପ୍ରଥମକରି ଆନ୍ତର୍ଜାତୀୟ ଖୋ ଖୋ ଖେଳରେ ଭାରତୀୟ ଦଳ ଚମ୍ପିଆନ ହୋଇ ଗୋଲ୍ଡମୋଡ଼ାଲ ଜିତିଥିଲେ। ଏହି ଗୋଲ୍ଡମେଡ଼ାଲର ଅଧିକାରୀ ହୋଇଛନ୍ତି ତିର୍ତ୍ତୋଲ ମାଟିର ଝିଅ ସସ୍ମିତା ନାଥ ଶର୍ମା(୧୮)। ଯାହାକୁ ନେଇ ତିର୍ତ୍ତୋଲ ମାଟି ଆଜି ଗର୍ବିତ। ମଫସଲି ଗରିବ ପରିବାରରେ ସସ୍ମିତା ଜନ୍ମଗ୍ରହଣ କରିଥିଲେ ମଧ୍ୟ ଖେଳପ୍ରତି ନିଜକୁ କେବେ ଦୂର୍ବଳ ମନେକରିନଥିଲେ। ଏବେ ତିର୍ତ୍ତୋଲ ଆଦିକବି ସାରଳାଦାସ କଲେଜରେ +୩ରେ ପାଠ ପଢ଼ୁଥିଲେ ମଧ୍ୟ ଖୋଖୋ ଖେଳର ମୋହ ଛାଡ଼ିନାହିଁ। ପରିବାରର ଅଭାବ ଅନାଟନ ଭିତରେ ପାଠପଢ଼ି ଆଗକୁ ବଢ଼ିଚାଲିଛନ୍ତି। ସସ୍ମିତାଙ୍କ ବାପା ସରୋଜ ଘରପାଖରେ ଏକ ଛୋଟିଆ ବ୍ୟବସାୟୀ କରୁଥିଲେ ମଧ୍ୟ ୫ ପ୍ରାଣୀ କୁଟୁମ୍ବକୁ ଚଳାଇବା ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇପଡ଼ିଛି। ଭାରତୀୟ ଦଳରେ ୩ ନମ୍ବର ଖେଳାଳୀଭାବେ ସାମିଲ ହୋଇଥିବା ସସ୍ମିତା ସ୍ୱର୍ଣ୍ଣପଦକ ଜିଣି ଦେଶ, ଜଗତସିଂହପୁର ଜିଲ୍ଲା ତଥା ତିର୍ତ୍ତୋଲ ଅଞ୍ଚଳପାଇଁ ଗୌରବ ଆଣିଛନ୍ତି। ଜିଲ୍ଲା ଯୁବମୋର୍ଚ୍ଚା ସାଭପତି ଶ୍ରୀଯୁକ୍ତ ସ୍ୱାଇଁ ସସ୍ମିତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଏଭଳି ପ୍ରତିଭାଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେବୋଲି କହିଥିଲେ।
OSCAR-2019
ଅଳେଇଚରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ଶ୍ୱାସ ଓ ବ୍ଲଡ ପ୍ରେସର ସମସ୍ୟା ମଧ୍ୟ ଦୂର କରିଥାଏ। ଆଜିକାଲି ବ୍ଲଡ ପ୍ରେସର ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଛୋଟଠାରୁ ବଡ଼ ସମସ୍ତେ ଏଥିରେ ପଡୁଛନ୍ତି। ତେବେ ଆସନ୍ତୁ ଜାଣିବା ଅଳେଇଚ କେମିତି ବ୍ଲଡ ପ୍ରେସର ସମସ୍ୟାରୁ ମୁକ୍ତି ଦେଇଥାଏ। ୨୦୦ ଗ୍ରାମ ବଡ ଅଳେଇଚକୁ ତାଓ୍ୱାରେ ଭାଜନ୍ତୁ। ଏହା ପୋଡିହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ଏହି ଜଳି ଯାଇଥିବା ଅଳେଇଚକୁ ପେଶି ଗୁଣ୍ଡ କରି ଏକ ଡବାରେ ରଖନ୍ତୁ। ପ୍ରତିଦିନ ସଖାଳେ ଓ ରାତିରେ ଖାଇବା ପୂର୍ବରୁ ଖାଲିପେଟରେ ୫ ଗ୍ରାମ ଅଳେଇଚ ପାଉଡର ଓ ଦୁଇ ଚାମଚ ମହୁ ମିଶାଇ ଖାଆନ୍ତୁ। ଲଗାତାର ୧୫ରୁ ୨୦ ଦିନ ଏହାକୁ ଖାଇଲେ ଆପଣଙ୍କୁ ଆଉ ବ୍ଲଡ ପ୍ରେସର ପାଇଁ କୌଣସି ପ୍ରକାରର ଔଷଧ ଖାଇବାକୁ ପଡିବ ନାହିଁ। ଏହା ବ୍ୟତୀତ ଯଦି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରୁଛି ତେବେ ବଡ ଅଳେଇଚକୁ ପାଟିରେ ପକାଇ ଚୋବାଇଲେ ଏହି ସମସ୍ୟାରୁ ମୁକ୍ତି ପାଇବେ। କେବଳ ଏତିକି ନୁହେଁ, ପାଟିରେ ହୋଇଥିବା ଘାକୁ ମଧ୍ୟ ବଡ ଅଳେଇଚ ଭଲ କରିଦେଇଥାଏ।
OSCAR-2019
ଦେବଗଡ଼: ରିଆମାଳ ବ୍ଲକ ପଲସମା ପଞ୍ଚାୟତରେ ପ୍ରସ୍ତାବିତ ଦେଶୀ ମଦ ଦୋକାନ ବିରୋଧ କରିଛନ୍ତି ପଲସମା, ଉଟୁଣିଆ ଓ ବାଘବର ପଞ୍ଚାୟତର ମହିଳା। ବୁଧୁବାର ଏ ନେଇ ଜିଲ୍ଲା ମହିଳା ସୁରକ୍ଷା ସମିତି ସଭାନେତ୍ରୀ ମିନତୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ନିଶାନୀ ବେହେରା, ନାରୀ ନେତ୍ରୀ ଯାଜ୍ଞସେନୀ ନାୟକ ଓ ରିଆମାଳ ବ୍ଲକ ଉପାଧ୍ୟକ୍ଷ ବୈକୁଣ୍ଠ ପାଇକରାୟଙ୍କ ନେତୃତ୍ୱରେ ଉପରୋକ୍ତ ୩ଟି ପଞ୍ଚାୟତର ବହୁ ସଂଖ୍ୟକ ମହିଳା ସ୍ଥାନୀୟ ପୋଷ୍ଟ ଅଫିସ୍‌ ଛକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଦେବଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଥିଲେ। ପ୍ରସ୍ତାବିତ ଦୋକାନକୁ ବିରୋଧ ଓ ‘ଆମକୁ ମଦ ନୁହେଁ ପାଣି ଦରକାର’ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ଧରମ ହାଁସଦାଙ୍କୁ ଦାବିପତ୍ର ଦେଇଥିଲେ। ପଲସମା ପଞ୍ଚାୟତ ଏକ ଆଦିବାସୀ ଓ ହରିଜନ ବହୁଳ ଅଂଚଳ ହୋଇଥିବାରୁ ଦେଶୀ ମଦ ଦୋକାନ ସ୍ଥାପନ କରାଗଲେ ଗରିବ ଲୋକେ ସର୍ବସ୍ୱାନ୍ତ ହେବା ସହ ଅଂଚଳରେ ଶାନ୍ତି ଶୃଙ୍ଖଳା ବ୍ୟାହତ ହେବ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏହା ଉପରେ ପଦକ୍ଷେପ ନେଉ ବୋଲି ସେମାନେ ଦାବି କରିଥିବା ଜଣାପଡ଼ିଛି।
OSCAR-2019
ତିର୍ତ୍ତୋଲ୧୪-୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ତହସିଲ ଅଧିନସ୍ଥ ବିଳାସପୁର ରାଜସ୍ୱ କାର୍ଯ୍ୟାଳୟ ଏକ ସ୍ୱତନ୍ତ୍ର ଅଦାଲତ ଶିବିର(କ୍ୟାମ୍ପକୋର୍ଟ) ଅନୁଷ୍ଠିତ ହୋଇଯାଇଛି। ଏହି କ୍ୟାମ୍ପକୋର୍ଟରେ ତିର୍ତ୍ତୋଲର ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା, ରାଜସ୍ୱ ନିରିକ୍ଷକ ବଂଶୀଧର ଦାସ, ବିଭାଗୀୟ କିରାଣୀ ସ୍ମୃତି ସୁଧା ବିଟ୍ ଯୋଗଦେଇ ୭୦ରୁ ଉର୍ଦ୍ଧ ଜବର ଦଖଲ ମାମଲାର ଶୁଣାଣି କରିଥିଲେ। ଏହି ସ୍ୱତନ୍ତ୍ର ଅଦାଲତ ଶିବିରରୁ ୧୨ ହଜାରରୁ ଉର୍ଦ୍ଧ ଟଙ୍କା ଜରିମାନା ଆକାରରେ ରାଜସ୍ୱ ଆଦାୟ ହେଇଥିବା ସୂଚନା ମିଳିଛି।
OSCAR-2019
ଅକ୍ଟୋପସ , ସମୁଦ୍ରରେ ବାସକରୁଥିବା ଏକ ନିଆରା ଜଳଜ ଜୀବ । ଦୁଇଶହରୁ ଅଧିକ ପ୍ରଜାତିର ଅକ୍ଟୋପସ ସାରା ବିଶ୍ଵରେ ଦେଖିବାକୁ ମିଳନ୍ତି । ୨ ଇଞ୍ଚରୁ ୩୨ ଫୁଟ୍ ପର୍ଯ୍ୟନ୍ତ ଆକୃତିର ଅକ୍ଟୋପସ ବିଶ୍ଵରେ ଥିବା ଜଣାଯାଏ । ଏମାନେ ସାଧାରଣତଃ ସମୁଦ୍ରର ତିନିମାଇଲ୍ ବା ୪୮୦୦ମିଟର ଗଭୀରତାରେ ଆତଯାତ ହୋଇଥାନ୍ତି । ବିଶ୍ଵର ସବୁଠୁ ବଡ ଅକ୍ଟୋପସ ପ୍ରଶାନ୍ତ ମହାସାଗରରେ ଦେଖାଯାଆନ୍ତି । ଏମାନଙ୍କ ଆକାର ୧୬ ଫୁଟ ଓ ଓଜନ ୧୧୦ ପାଉଣ୍ଡରୁ ଅଧିକ ହୋଇଥାଏ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଅକ୍ଟୋପସ ମାଂସ ଭୂମଧ୍ୟସାଗରୀୟ ଓ ଏସିଆ ମହଦେଶର କିଛିଅଞ୍ଚଳରେ ସୁସ୍ଵାଦୁ ଖାଦ୍ୟ ରୂପେ ବ୍ୟବହୃତ ହୁଏ । ଅକ୍ଟୋପସର ଦୁଇଟି ଆଖି ଏବଂ ଆଠଟି ହାତ । ଏମାନେ ସାଧାରଣତଃ ଧୀର, ସ୍ଥିର ଓ ନିଜ ଜାଗାରେ ନିସ୍ତେଜ ଭାବରେ ପଡ଼ି ରହିଥାନ୍ତି । ଜଳରେ ବିଚରଣ କଲାବେଳେ ସେମାନଙ୍କ ହାତ ଗୁଡିକ ଖାଲି ଯାହା ମେଲିଥାନ୍ତି । ସିଲ, ୱ୍ଏଲସ୍ ବା ସାର୍କ ଆଦି ମାଛଙ୍କ ଆକ୍ରମଣରୁ ରକ୍ଷାପାଇବା ପାଇଁ ଅକ୍ଟୋପସ କାଳି ଭଳି ଏକ ତରଳ ପଦାର୍ଥ ବେଳେ ବେଳେ ପାଣିରେ ଛାଡିଥାଏ । ପ୍ରାଶାନ୍ତ ମହାସାଗରରେ ଦେଖାଯାଉଥିବା ବିରାଟ ଅକ୍ଟୋପସ ଗୁଡିକ ବେଶୀରୁ ବେଶୀ ଏଭଳି ତରଳ ପଦାର୍ଥ ଛାଡି ପାଣିକୁ ଗୋଳିଆ କରିଥାନ୍ତି । ଗୋଳିଆ ପାଣିର ସୁଯୋଗ ନେଇ ଆକ୍ରମଣକାରୀ ଜୀବ ଠାରୁ ଅକ୍ଟୋପସ ସହଜରେ ଖସିଯାଏ । ଏହି ଗୋଳିଆ ପାଣିରେ ଏକ ଛାଇ ସୃଷ୍ଟି ହୁଏ,ଯାହାକି ଅବିକଳ ଅକ୍ଟୋପସର ଭ୍ରମ ସୃଷ୍ଟି କରିଥାଏ ଅନ୍ୟ ଜୀବଙ୍କ ପାଇଁ । ଆକ୍ରମଣକାରୀ ଜୀବ ଏହି ଛାଇକୁ ଅକ୍ଟୋପସ ଭାବି ଆକ୍ରମଣ କରିବା ଭିତରେ ଅସଲ ଅକ୍ଟୋପସ କିନ୍ତୁ ଖସିସାରିଥାଏ ଆକ୍ରମଣକାରୀର ପଞ୍ଝାରୁ । ସେହି ପରି ନୀଳ ବଳୟଧାରୀ ଅକ୍ଟୋପସ ଗୁଡିକ ଦକ୍ଷିଣ ଅଷ୍ଟ୍ରେଲିଆ ଉପକୂଳରେ ଦେଖାଯାଆନ୍ତି । ଏମାନଙ୍କ ଆକାର ମାତ୍ର ୪ରୁ୬ ସେଣ୍ଟିମିଟର ହୋଇଥାଏ । ଆକାରାରେ ଛୋଟ ହେଲେ ବି ଏହି ପ୍ରଜାତିର ଅକ୍ଟୋପସ ଅନ୍ୟ ଅକ୍ଟୋପସଙ୍କ ଠାରୁ ବେଶୀ ଭୟଙ୍କର ଓ କ୍ଷତିକାରକ । କାଳି ଭଳି ତରଳ ପଦାର୍ଥ କେବଳ ଏହା ଜଳରେ ଛାଡିନଥାଏ ଏହାର ଲାଳରେ ଏକ ମାରାତ୍ମକ ବିଷ ମଧ୍ୟ ଥାଏ । ଏହି ଅକ୍ଟୋପସ କୈଣସି ଜୀବକୁ ଆଘାତ କରିବା କ୍ଷଣି ସେହି ଆଘାତ ସ୍ଥାନରେ ବିଷ ସଞ୍ଚରି ଯାଏ । ବିଷର ପ୍ରଭାବରେ ଆଘାତ ପାଇଥିବା ଜୀବ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରି ଶେଷରେ ମରିଯାଏ । ନୀଳବଳୟ ଅକ୍ଟୋପସ ତାର ତୀବ୍ର ବିଷର ପ୍ରଭାବରେ ମଣିଷକୁ ମଧ୍ୟ ମୃତ୍ୟୁ ମୁଖକୁ ଠେଲି ଦେଇ ପାରେ । [୪][୫] ଅକ୍ଟୋପସ ସାଧାରଣତଃ ଗଭୀର ଜଳରେ ବାସ କରେ । କିନ୍ତୁ କିଛି ପ୍ରଜାତିର ଅକ୍ଟୋପସ ଗଭୀର ଜଳରୁ ବାହାରି ଇତସ୍ତତଃ ଘୂରି ବୁଲିଥାଆନ୍ତି । ଶିଶୁ ଅକ୍ଟୋପସ ମାନେ ମଧ୍ୟ ଅନ୍ୟ ଜୀବଙ୍କ ଭଳି ମାଆ ଅକ୍ଟୋପସଦ୍ଵାରା ଯତ୍ନ ସହକାରେ ପାଳିତ ହୁଅନ୍ତି ନାହିଁ । ଜନ୍ମ ହେବା କ୍ଷଣି ମାଆ ଅକ୍ଟୋପସ ଶିଶୁ ଅକ୍ଟୋପସକୁ ବାହାରେ ବିଚରଣ କରିବା ପାଇଁ ଛାଡିଦିଏ । ଶିଶୁ ଅକ୍ଟୋପସ ଅନ୍ୟ କ୍ଷୁଦ୍ର ଜଳଜୀବମାନଙ୍କ ସହ ମେଳି ହୋଇ ବିଚରଣ କରନ୍ତି । କିଛି ମାସ ଏଭଳି ବିଚରଣ କରି ଖାଦ୍ୟ ସଂଗ୍ରହ କରିବା ପରେ ଅକ୍ଟୋପସ ଶାବକ ପରିପକ୍ଵ ହୋଇଥାଏ । [୬][୭]
OSCAR-2019
କିଛି ଦିନ ପୂର୍ବରୁ ଜିଓକୁ ପୁରିଛି ଦୁଇ ବର୍ଷ । କମ ସମୟ ମଧ୍ୟରେ ହିଁ ଜିଓ ବିଶ୍ୱ ରେକର୍ଡ଼ କରିପାରିଛି । ଅଭୂତପୂର୍ବ ସଫଳତା ସହ ୨୧୫ ନିୟୁତରୁ ଅଧିକ ୟୁଜର ପାଇଛି । ତେବେ ଜିଓ ଉପଭୋକ୍ତାଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛି । ଏବେଠାରୁ ଜିଓ ଫୋନରେ ଉପଲବ୍ଧ ହେବ ହ୍ୱାଟସଆପ୍ । ଗତ ମାସରେ ବଜାରକୁ ଆସିଥିବା ରିଲାଏନ୍ସ ଜିଓର ଜିଓଫୋନ-୨ରେ ଏବେ ହ୍ୱାଟସଆପ୍ ଡାଉନଲୋଡ କରି ବ୍ୟବହାର କରିହେବ । ଏ ସଂପର୍କରେ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି । ଜିଓଫୋନ-୨ ପାଇଁ ହ୍ୱାଟସଆପ୍ ଏକ ସ୍ୱତନ୍ତ୍ର ଭର୍ସନ ତିଆରି କରିଛି ଯାହାକି ଜିଓ-କାଇ ଅପରେଟିଂ ସିଷ୍ଟମରେ ଚାଲିପାରିବ । ଏହା ଦ୍ୱାରା ଜିଓଫୋନ ବ୍ୟବହାରକାରୀମାନେ ଏହି ଲୋକପ୍ରିୟ ମେସିଜିଂ ଆପ ସହଜରେ ବ୍ୟବହାର କରିପାରିବେ । କେବଳ ଜିଓଫୋନ-୨ ନୁହେଁ ଜିଓଫୋନ-୧ରେ ମଧ୍ୟ ଏହି ପ୍ରକାରର ହ୍ୱାଟସଆପ୍ ଚାଲିପାରିବ । ଗତ ଜୁଲାଇ ୪ରେ ମୁକେଶ ଅମ୍ବାନି ଏହି ଫୋନ ସଂପର୍କରେ ଘୋଷଣା କରିଥିଲେ । ଜିଓଫୋନ-୨ ଏକ ଫିଚର ଫୋନ ହେଲେ ମଧ୍ୟ ଏହା ୪ଜି ଏଲଟିଇକୁ ସପୋର୍ଟ କରେ । ଏଥିରେ କ୍ୱାର୍ଟି କିବୋର୍ଡ ରହିଛି, ଏହା ଭୋଲଟିକୁ ସପୋର୍ଟ କରେ ଓ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୧ଟି ମଧ୍ୟ ଏହି ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୨ ରେ ୫୧୨ ଏମବି ର‌୍ୟାମ ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି । କିନ୍ତୁ ଜିଓଫୋନ-୨ର ଆଉ ଏକ ଆକର୍ଷଣ ହେଲା ଏହା ସେସିଆଲ ମିଡିଆ ଆପ ଫେସବୁକ, ହ୍ଵାଟ୍ସଆପ ଓ ୟୁଟ୍ୟୁବକୁ ସପୋର୍ଟ କରେ । ଉପଭୋକ୍ତାମାନେ ଏହାକୁ ଆପ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଗ୍ରାହକମାନେ ଭଏସ୍ କମାଣ୍ଡ୍୍କୁ ବ୍ୟବହାର କରି କଲ୍, ମେସେଜ୍, ଇଣ୍ଟରନେଟ୍ରେ ସନ୍ଧାନ, ସଙ୍ଗୀତ ବଜାଇବା, ଭିଡିଓ ଦେଖିବା ଓ ସବୁ ପ୍ରକାର ଆପ୍କୁ ପରିଚାଳନା କରିବା କାମ କରିପାରିବେ।
OSCAR-2019
ଘଟଗାଁ, ୧୦.୦୬(ଓଡିଆ ପୁଅ/ଭବାନୀ ପ୍ରସାଦ)- ଆଧୁନିକତାର ସୋ୍ରତରେ ବହୁ ପୁରାତନ କୌଳିକ ବୃତି ହଜିବାରେ ଲାଗିଛି। ସେହି ବୃତି ମାନଙ୍କ ମଧ୍ୟରୁ କୁମ୍ଭାର ସଂପ୍ରଦାୟର ମାଟି ହାଣ୍ଡି ନିର୍ମାଣ ବୃତି ଏବେ ପ୍ରାୟ ବିଲୁପ୍ତ ହୋଇଯାଇଛି। ସମୟର ସୁଅରେ ମାଟି ପାତ୍ରର ବ୍ୟବହାର ଭାସି ଯାଇଥିବା କାରଣରୁ ଏହି ମାଟି ପାତ୍ର ତିଆରି କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବହୁ କୁମ୍ଭାର ପରିବାର ଭୋକ ଉପାସରେ ରହୁଥିବା ବେଳେ କେତେକ ନିଜର କୌଳିକ ବୃତିକୁ ଛାଡି ଅନ୍ୟ ବୃତି ଆପଣେଇ ସାରିଲେଣି। ମାତ୍ର ଘଟଗାଁ ବ୍ଲକ ହଳଧରପୁର ଗ୍ରାମର କୁମ୍ଭାର ମାନେ ନିଜର ଏହି କୌଲିକ ବୃତି ଛାଡିବା ପରିବର୍ତେ ସାମନ୍ୟ ପରିବର୍ତ୍ତନଶିଳ ହୋଇ ଏବେ ମାଟିରୁ ତିଆରି ଟେରାକୋଟାକୁ ଆପଣେଇ ନେଇ ବେଶ ଦୁଇ ପଇସା ରୋଜଗାର କରିବା ସହ ଅନ୍ୟ କୁମ୍ଭାର ମାନଙ୍କ ପ୍ରତି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଗ୍ରାମର ଅଧିକାଂଶ ଲୋକ କୁମ୍ଭାର ସଂପ୍ରଦାୟର ବଂଶାନୁକ୍ରମେ ଏହି ଗ୍ରାମବାସୀ ମାଟି ତିଆରି ପାତ୍ର ତିଆରି କରି ସ୍ଥାନିୟ ହାଟ ବଜାରରେ ବିକି ନିଜର ପରିବାର ପ୍ରତିପୋଷଣ କରୁଥିଲା। ମାତ୍ର ମାଟି ପାତ୍ରର ବ୍ୟବହାର କମିଥିବା ସ୍ୱତେ ଗ୍ରାମରେ ଏବେ ମଧ୍ୟ କୁମ୍ଭାର ଚକ ବୁଲୁଛି। ଏବେ ବି ଗ୍ରାମର ପ୍ରାୟ ସମସ୍ତ କୁମ୍ଭାର ମାଟି ଚକଟି ନିଜ କୌଳିକ ବୃତି ସହିତ ଜଡିତ ରହିଛନ୍ତି। ମାତ୍ର ଏବେ ପୁରୁଣା ମାଟି ପାତ୍ର ଜାଗାରେ ତିଆରି ହେଉଛି ସୁନ୍ଦର ସୁନ୍ଦର ଟେରାକୋଟା ସାମଗ୍ରୀ। ଗ୍ରାମର ସମସ୍ତ କାରିଗର ଅତି ନିଖୁଣତାର ସହ ମାଟିରୁ ପ୍ରସ୍ତୁତ କରୁଛନ୍ତି ଚିତାକର୍ଷକ ଟେରାକୋଟାର ସାମଗ୍ରୀ। ଏହି ସାମଗ୍ରୀ ସବୁ ଖରାରେ ସୁଖିବା ପରେ ଭାଟିରେ ପୋଡି ଅରମ୍ଭ ହୋଇଯାଏ ରଙ୍ଗ ଓ ତୁଳିର କାମ। ଏହି ଗ୍ରାମର କାରିଗର ମାନଙ୍କ ହାତର ସ୍ପର୍ଶରେ ପ୍ରସ୍ତୁତ ହୋଇଯାଏ ଲୋଭାଣିଆ ଘରସଜ୍ଜା ସାମଗ୍ରୀ। ଯାହା ବର୍ତମାନ ଆଧୁନିକ ସଭ୍ୟ ସମାଜରେ ବେଶ ଗ୍ରହଣୀୟ ହୋଇ ସାରିଛି। ମାଟି ହାଣ୍ଡି ବ୍ୟବସାୟରୁ ପରିବାର ପୋଷଣ କଷ୍ଟ ହେବା ସମୟରେ ଗ୍ରାମ କିଛି କୁମ୍ଭାର ମାଟି କୁଣ୍ଡ ନିର୍ମାଣ ପାଇଁ ବାହାର ଅଂଚଳକୁ ଯାଇଥିବା ବେଳେ ଟେରାକୋଟା ସାମଗ୍ରୀ ତିଆରି କୌଶଳ ପାଇ ଥିଲେ। ଏଥି ସହିତ ବାହାର ରାଜ୍ୟକୁ ଯାଇ ତାଲିମ ନେଇ ଗ୍ରାମରେ ଟେରାକୋଟା କାମ ଆରମ୍ଭ କରିଥିଲେ। ମାତ୍ର କିଛି ଦିନ ମଧ୍ୟରେ ଗ୍ରାମର ସମସ୍ତ କୁମ୍ଭାର ଏହି କାମକୁ ଆପଣାଇ ନେଲେ। ପ୍ରଥମେ ଏହି ଟେରାକୋଟା ସାମଗ୍ରୀ ବିକ୍ରି କରିବା ପାଇଁ ଗ୍ରାମବାସୀ କଟକ ଭୁବନେଶ୍ୱର ପରି ବଡ ବଜାରକୁ ଯିବାକୁ ପଡୁଥିଲା। ମାତ୍ର ଏହାର ଚାହିଦା ବଡିବା ଫଳରେ ଗ୍ରାମ ନିକଟରେ ଏହା ବହୁଳ ମାତ୍ରାରେ ବିକ୍ରି ହେବା ସହ ବ୍ୟବସାୟୀ ମଧ୍ୟ ଏଠାରୁ କିଣି ନେଉଛନ୍ତି। ଏଥି ସହିତ ଘଟଗାଁ ମା ତରିଣୀ ମନ୍ଦିର ନିକଟରେ ବହୁଳ ମାତ୍ରାରେ ମାଟି ଘୋଡା, ହାତୀ ଓ ଦ୍ୱୀପ ବିକ୍ରି କରି ଗ୍ରାମବାସୀ ବେଶ ଦି ପଇସା ରୋଜଗାର କରୁଛନ୍ତି। ତେବେ ଏହି ଟେରାକୋଟା କାମ ପାଇଁ ହଳଧରପୁର ଗ୍ରାମର ଖ୍ୟାତି ବଡିବା ଫଳରେ ପ୍ରଶାସନ ମଧ୍ୟ ଏମାନଙ୍କୁ ପ୍ରତ୍ସାହିତ କରି ଆସୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାରଗର ମାନଙ୍କୁ ରୁଣ ବ୍ୟବସ୍ଥା କରାଯିବା ସହ ଏହି ସାମଗ୍ରୀ ବିକ୍ରି ପାଇଁ ଏନ ଏଚ ନିକଟରେ ଏକ ବଜାର ଦିଆ ଯାଇଛି। ଏଥି ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀ ସ୍ଥାନରେ ଏମାନଙ୍କୁ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ଦିଆଯାଉଛି।
OSCAR-2019
କନକ ବ୍ୟୁରୋ : ଏସିଆନ୍ ଆଥଲେଟିକ୍ ମିଟ୍ ପାଇଁ ଓଡିଶାରେ ପହଞ୍ଚିଲେ ୧୬ ଜଣିଆ ଭାରତୀୟ ଦଳ । ପ୍ରଥମ ପର୍ଯ୍ୟାୟରେ ୭ ଜଣ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଜଣ ଆଥଲେଟ୍ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପରେ ଏକ ସ୍ୱତନ୍ତ୍ର ବସରେ ଆଥଲେଟଙ୍କୁ ହୋଟେଲକୁ ନିଆଯାଇଛି । ଜୁଲାଇ ୫ରେ ରାଜଧାନୀର କଳିଙ୍ଗ ଷ୍ଟାଡିଅମରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଉଦଘାଟନ ହେବ । ଏହା ପରଦିନ ଅର୍ଥାତ୍ ଜୁଲାଇ ୬ ତାରିଖରୁ ଆରମ୍ଭ ହେବ କମ୍ପିଟିସନ ।
OSCAR-2019
କନକ ବ୍ୟୁରୋ : ମାଓବାଦୀଙ୍କ ଅଭେଦ୍ୟ ଗଡ଼ରେ ପଶିଛନ୍ତି ଯବାନ । ହୋଇଛି ସବୁଠୁ ବଡ ମାଓ ବିରୋଧୀ ଅପରେସନ୍ । ମାଲକାନଗିରି ସୀମାରେ ଆରମ୍ଭ ହୋଇଛି ଅପରେସନ ‘ପ୍ରହାର’ । ଯେଉଁଥିରେ ସାମିଲ ହୋଇଛନ୍ତି ୧୫ଶହ ଯବାନ । ଦୀର୍ଘ ୫୬ ଘଂଟା ଅପରେସନ । ଏହାର କିଛି ଲାଇଭ୍ ଚିତ୍ର କନକ ନ୍ୟୁଜର ହସ୍ତଗତ ହୋଇଛି । ଭିଜୁଆଲ୍ ହିଁ ବୟାନ୍ କରିଛି ମାଓ ବିରୋଧୀରେ କେତେବଡ ଅପରେସନ୍ ହୋଇଛି । ଲାଲ୍ ବାହିନୀର ଅଭେଦ୍ୟଗଡ଼କୁ ଭେଦ କରି ଯବାନ କରିଛନ୍ତି ସିଧାସଳଖ ପ୍ରହାର । ଛତିଶଗଡ଼ ସୁକମା ଜିଲ୍ଲାର ତୋଣ୍ଡାମାର୍କା ଜଙ୍ଗଲ, ଯେଉଁଠି ପୁଲିସ୍ କିମ୍ବା ଯବାନ୍ ପଶିପାରୁନଥିଲେ, ସେଠି ହୋଇଛି ମିଳିତ ଅପରେସନ୍ । ଏଥିରେ ସାମିଲ ଅଛନ୍ତି ଛତିଶଗଡ ରେଜିଡେନ୍ଟ, ଏସଟିଏଫ ଏବଂ କୋବ୍ରା ବାଟାଲିୟନ । ଏକାଥରକେ ୧୫ଶହ ଯବାନ ତୋଣ୍ଡାମାର୍କା ଜଙ୍ଗଲଙ୍କୁ ଘେରିଯାଇଛନ୍ତି । ଦୀର୍ଘ ୫୬ ଘଂଟାର ଅପରେସନ୍ । ପ୍ରାୟ ୬୦୦୦ ରାଉଣ୍ଡରୁ ଅଧିକ ଗୁଳିବର୍ଷା । ଏହି ଅପରେସନ୍ ‘ପ୍ରହାର’ର ମୋବାଇଲ ଭିଜୁଆଲକୁ ଜାରି କରିଛନ୍ତି ୨୦୧ କୋବ୍ରା ବାଟାଲିୟନର ଯବାନ । ଏହି ଅପରେସନ ‘ପ୍ରହାର’ରେ ୩ଜଣ ଏସଟିଏଫ ଯବାନ ସହୀଦ ହୋଇ ଥିବା ବେଳେ ୫ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆଉ ଏହି ଅପରେସନରେ ବାୟୁ ସେନାର ସ୍ୱତନ୍ତ୍ର ଏମ.ଆଇ-୧୭ ହେଲିକପ୍ଟର ଗୁଳିବର୍ଷା ଭିତରେ ଅବତରଣ କରି ଆହତ ଯବାନଙ୍କୁ ଉଦ୍ଧାର କରିଥିଲା । ଯବାନ ମାନଙ୍କ କଭର ଫାଏର ଯୋଗୁଁ ହେଲିକପଟରଟି ସହଜରେ ଅପରେସନ୍ କ୍ଷେତ୍ରରେ ଅବତରଣ କରିଥିଲା । କନକ ନ୍ୟୁଜ୍ ହାତରେ ଲାଗିଥିବା ଏକ୍ସକ୍ଲୁସିଭ୍ ଭିଜୁଆଲରେ ହେଲିକପ୍ଟର ଚିତ୍ର କଏଦ ହୋଇନଥିଲେ ବି ଉଦ୍ଧାର ପରର ସ୍ପଷ୍ଟ ଚିତ୍ର ହସ୍ତଗତ ହୋଇଛି ।
OSCAR-2019
କନକ ବ୍ୟୁରୋ : ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଏଥିପାଇଁ ଏବେଠୁ ପୁରୀ ବଡଦାଣ୍ଡରେ ଭକ୍ତଙ୍କ ଗହଳି ଲାଗିଲାଣି । ପୂରା ପୁରୀ ଜଗନ୍ନାଥମୟ ହୋଇଯାଇଛି । ହେଲେ ରଥ ଯାତ୍ରା ପୂôର୍ବରୁ ପୁରୀରେ ହୋଇଛି ବର୍ଷା । ଲଗାତାର ବର୍ଷାରେ ବେହାଲ ହୋଇଯାଇଛି ପୁରୀର ଅବସ୍ଥା । ବଡଦାଣ୍ଡର କିଛି କିଛି ସ୍ଥାନରେ ପାଣି ଜମି ରହିଛି । ତେଣୁ ଭକ୍ତଙ୍କୁ କିଛି ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ପୂର୍ବରୁ ମଧ୍ୟ ୧୩ ଓ ୧୪ ତାରିଖରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା, ଆଜି ସଂଧ୍ୟାରୁ ପୁରୀରେ ଚାଲିଛି ବର୍ଷା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ମଧ୍ୟ ବର୍ଷା ହୋଇପାରେ । ବର୍ଷା ସମୟରେ ଆଶ୍ରୟ ନେବା ପାଇଁ ୪ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । କିନ୍ତୁ ଏତେ ସଂଖ୍ୟକ ଭକ୍ତ ପୁରୀକୁ ଆସୁଥିବାରୁ ମାତ୍ର ୪ଟି ଆଶ୍ରୟସ୍ଥଳୀ ନିର୍ମାଣକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏସବୁ ଭିତରେ ବର୍ଷା ହେଉଥିଲେ ମଧ୍ୟ ଭକ୍ତଙ୍କ ମଧ୍ୟରେ ରଥଯାତ୍ରାକୁ ନେଇ ପ୍ରବଳ ଉତ୍ସାହ ରହିଛି । ଏବେ ମଧ୍ୟ ବଡଦାଣ୍ଡରେ ଗହଳି ଲଗାଇଛନ୍ତି ଭକ୍ତ । ଜନସମୁଦ୍ର ପାଲଟି ଯାଇଛି ପୁରୀ ସମୁଦ୍ର । ସାଇବର ଠକେଇର ନୂଆ ତରିକା । କୋଟି କୋଟି ଟଙ୍କାର ଲଟେରୀ ସ୍ୱପ୍ନ ଦେଖାଇ ଓଡିଶାର ମହିଳାଙ୍କ ନିକଟରୁ ବିଦେଶୀ ଠକିନେଲେ ୮ ଲକ୍ଷ ଟଙ୍କା କନକ ବ୍ୟୁରୋ : କୁହାଯାଏ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି । ଆଉ ସବୁ ପ୍ରତିକୂଳ ପରିସ୍ଥିତିରେ ଏହାକୁ କରି ଦେଖାଇଛନ୍ତି ଯାଜପୁର ଜିଲା ସୁକିନ୍ଦାର ସୋନାଲିକା ଦାଶ । ସର୍ବଭାରତୀୟ ସ୍ତରରେ ହୋଇଥିବା ନିଟ୍ ପରୀକ୍ଷାରେ ସୋନାଲିକା ୧୫୭ରାଙ୍କ୍ ପାଇଥିବାବେଳେ ଓଡିଶାରେ ୩ୟ ସ୍ଥାନ ପାଇଛନ୍ତି । ଆଉ ଏବେ ସୋନାଲୀକାଙ୍କ ପାଇଁ ସମଗ୍ର ରାଜ୍ୟ ଗର୍ବିତ । ପାଠ ପଢି ଦିନେ ଡାକ୍ତର ହେବେ । ଆଉ ସ୍ଥାନୀୟ ଅଂଚଳରେ ଗରିବଙ୍କୁ ନିଃଶୁଳ୍କ ଚିକିତ୍ସା ସୁବିଧା ଯୋଗାଇଦେବେ । ଏହି ଲକ୍ଷ୍ୟ ନେଇ ପିଲାବେଳୁ କଠିନ ପରିଶ୍ରମ କରିଥିଲେ ସୁକିନ୍ଦାର ସୋନାଲିକା । ପାଖାପାଖି ୧୧ ଲକ୍ଷ ପିଲା ନିଟ୍ ପରୀକ୍ଷା ଦେଇଥିବାବେଳେ ସୋନାଲିକା ୧୫୭ ତମ ରାଙ୍କ୍ ପାଇଛନ୍ତି । ବିଶେଷ କରି ମିରାକେଲ ବା ଆଶ୍ଚର୍ଯ୍ୟର ଅନ୍ୟନାମ ପରିଶ୍ରମ ବୋଲି ସୋନାଲିକା କୁହନ୍ତି । ନ୍ୟୁରୋସର୍ଜରୀରେ ନିଜ କ୍ୟାରିୟର କରି ଅପହଂଚ ଇଲାକାରେ ରୋଗୀଙ୍କ ସେବା କରିବାକୁ ସୋନାଲିକାଙ୍କ ଇଛା । ଆଉ ଶେଷ ପର୍ଯ୍ୟନ୍ତ ନିଷ୍ଠା ଲାଗିରହିଲେ ସଫଳତା ସମ୍ଭବ ବୋଲି ସୋନାଲିକା କୁହନ୍ତି । ସେହିପରି ଦିନକୁ ୮ରୁ ୯ ଘଂଟା ପରିଶ୍ରମ କରୁଥିବାବେଳେ ଛୋଟ ବେଳୁ ନିଜ ବାପାଙ୍କୁ ହରାଇଥିଲେ ସୋନାଲିକା । ତଥାପି ନିଜ ଅଧ୍ୟବସାୟ ତଥା ପରିବାରର ପ୍ରେରଣା ଯୋଗୁଁ ସୋନାଲିକା ଏହି ସଫଳତା ପାଇଛନ୍ତି । ସୋନାଲିକା ଡାକ୍ତରଟିଏ ହୋଇ ଗରିବଙ୍କ ସେବାରେ ନିଜକୁ ସମର୍ପିତ କରନ୍ତୁ ଏହା ହିଁ କାମନା ।
OSCAR-2019
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟ ତମାମ୍ ନାବାଳିକା ଦୁଷ୍କର୍ମକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ଗୁଆମାଳ ପଂଚାୟତର ଗଣ୍ଡପଡା ଗାଁରେ ଗତକାଲି ଘଟିଥିବା ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ୨ ଜଣଙ୍କ ସମେତ ଉଭୟପକ୍ଷର ଅଟକ ୪ ଜଣଙ୍କୁ ଆଜି ଥାନା ପକ୍ଷରୁ ବ୍ୟକ୍ତିଗତ ମୁଚାଲିକାରେ ଛାଡିଦିଆଯାଇଛି। ତେବେ ନାବାଳିକା ଜଣକୁ ଦୁଷ୍କର୍ମ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହୋଇଛି, ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ଅପହୃତା ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ୧୬୧ ବୟାନ୍ ରେ ବର୍ଣ୍ଣନା କରିବା ପରେ ଘଟଣା ଭିନ୍ନମୋଡ ନେଇଛି। ତେବେ ଏହି ଘଟଣା ସଂପର୍କରେ ଯାହା ଜଣାଯାଏ ଗଣ୍ଡପଡା ଗ୍ରାମର ନାବାଳିକା (୧୬) ଜଣକ ଗତକାଲି ସକାଳ ୮ଟା ସମୟରେ ଘରେ ବସିଥିବାବେଳେ ୨ ଜଣ ଯୁବକ ବାଇକ୍ରେ ଆସି ତା ମୁହଁରେ କନାବିଣ୍ଡା ଦେଇ ଅପହରଣ କରିନେଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ତାକୁ ନପାଇବାରୁ ତିହିଡି ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ୍ କୌଣସି ତଦନ୍ତ ନକରି ନୀରବରେ ବସି ଯାଇଥିଲା। ତେବେ ଗତକାଲି ରାତି ପ୍ରାୟ ୮ଟା ସମୟରେ ନାବାଳିକା ଜଣକ ଏକ ବସ୍ତାରେ ଅଚେତ୍ ଅବସ୍ଥାରେ ନିଜ ଘର ପଛ ପାଖ ବିଲରେ ଗୋଡହାତ ବନ୍ଧା ଅବସ୍ଥାରେ ପଡିଥିବାର ଜଣାପଡିଥିଲା। ବେଶ୍ କିଛି ସମୟ ଚେତା ହରାଇଥିବା ନାବାଳିକା ଜଣକ ଚେତା ଫେରି ପାଇବା ପରେ ଚିତ୍କାର କରିବାରୁ ପରିବାର ଲୋକେ ତାକୁ ବାଡିପଛ ପଟରୁ ଉଦ୍ଧାର କରି ତିହିଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ନାବାଳିକ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାବେଳେ ଘଟଣା ସଂପର୍କରେ ସେ କିଛି କହିପାରିନଥିଲା। ମାତ୍ର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ପରିବାର ତରଫରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ତିହିଡି ପୁଲିସ୍ ମେଡିକାଲରେ ପହଞ୍ଚି ନାବାଳିକାର ବୟାନ ନେଇଥିବାବେଳେ ସନ୍ଦେହରେ ୨ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଥିଲା। ପରେ ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ପୀଡିତାର କେତେକ ସଂପର୍କୀୟ କୁବେରା ଗ୍ରାମନିବାସୀ ଅଟକ ଅଭିଯୁକ୍ତ ଯୁବକର ଘର ଉପରେ ରାତିଅଧିଆ ଚଢାଉ କରିଥିବାବେଳେ ସ୍ଥାନୀୟ ଗ୍ରାମଲୋକେ ସେମାନଙ୍କୁ ନଡିଆ ଗଛରେ ବାନ୍ଧି ପ୍ରବଳ ମାଡ ଦେଇଥିଲେ। ଏହି ଘଟଣାର ଖବର ପାଇ ପୁଲିସ୍ ସେଠାରେ ପହଞ୍ଚି ଚଢାଉ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କୁ ଥାନାରେ ଅଟକ ରଖିଥିଲେ। ତେବେ ନାବାଳିକା ଜଣକ ତା ପ୍ରତି ଦୁଷ୍କର୍ମ ହୋଇନଥିବାର କହିବା ପରେ ପୁଲିସ୍ ଆଜି ଉଭୟପକ୍ଷର ଅଟକ ୪ ଜଣ ଯୁବକଙ୍କୁ ଛାଡି ଦେଇଥିଲେ ମଧ୍ୟ ତଦନ୍ତ ଅବ୍ୟାହତ ରଖିଥିବାର ଜଣାପଡିଛି। ଏବଂ ଏହି ଘଟଣା ପଛରେ ଯେଉଁ ପ୍ରକୃତ ସତ୍ୟ ଲୁଚିରହିଛି, ତାହାକୁ ପୁଲିସ୍ ଲୋକଲୋଚନକୁ ଆଣିବା ନେଇ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
OSCAR-2019
ସମ୍ବଲପୁର, ୧/୯(ଓଡ଼ିଆ ପୁଅ) : ସମ୍ବଲପୁର ଜିଲ୍ଲା ସଦର ସବ୍ଡ଼ିଭିଜନ ଧନକଉଡ଼ା ବ୍ଳକ ଅନ୍ତର୍ଗତ ମହାନଦୀ କୁଦକୁ ସଂଯୋଗ କରିବା ପାଇଁ ମହାନଦୀ ଉପରେ ଚାରପାଲି ଘାଟରୁ ନିର୍ମାଣାଧୀନ ସେତୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ଦେଖାଦେଇଛି। ପ୍ରବଳ ବର୍ଷା ଏବଂ ଜଳସ୍ତର ବୃଦ୍ଧି ପାଇବାରୁ ଏହାର ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି। ଏବେ ଆଗାମୀ ଡିସେମ୍ବର ବଦଳରେ ଆସନ୍ତାବର୍ଷକୁ ଏହି ସେତୁ ସମ୍ପୂର୍ଣ୍ଣ କରାଯିବାକୁ କର୍ତ୍ତୃପକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୯ କୋଟି ଟଙ୍କାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ପ୍ରାୟ ୧୧ ଥର ଟେଣ୍ଡର ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା କାରଣରୁ ଠିକାଦାର ପୋଲ ନିର୍ମାଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ପରେ ସରକାର ପୋଲ ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ। ଶେଷରେ ୨୦୧୬ ନଭେମ୍ବର ୨୧ରେ ୪୪୬ ମିଟର ଲମ୍ବ ଏବଂ ୧୦.୫ ମିଟର ଚଉଡ଼ା ତିନି ଲେନ ବିଶିଷ୍ଟ ଏହି ପୋଲ ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଥିଲା। ପ୍ରୟ ୩୪ କୋଟି ଟଙ୍କା ଅଟକଳରେ ଏହି ପୋଲ ନିର୍ମାଣ ଜାରି ରହିଛି। ନାବାର୍ଡ଼ ଏଥିପାଇଁ ଅନୁଦାନ ଯୋଗାଇ ଦେଇଛି। ବର୍ତ୍ତମାନ ସୁଦ୍ଧା ୧୫ଟି ପିଲର୍ ମଧ୍ୟରୁ ୧୨ଟିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଏଭଳି ସ୍ଥିତିରେ ଧାର୍ଯ୍ୟ ସମୟ ମଧ୍ୟରେ ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ ହେବାନେଇ ସନ୍ଦେହ ପ୍ରକାଶ ପାଇଛି। ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ ହେଲେ ନିଶ୍ଚିତ ଭାବେ ପଞ୍ଚାୟତବାସୀଙ୍କ ବହୁ ସମସ୍ୟାର ସମାଧାନ ହେବ। ତେବେ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସୁବିଧା ପାଇବା ପାଇଁ ପଞ୍ଚାାୟତବାସୀ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏନେଇ ମଧ୍ୟ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଥିବା ସାଧାରଣରେ ମତପ୍ରକାଶ ପାଉଛି। ଏଠାକାର ଛାତ୍ରଛାତ୍ରୀ ଦୂର ଦୂରାନ୍ତରେ ଥିବା ସମ୍ପର୍କୀୟଙ୍କ ନିକଟରେ ରହି ହାଇସ୍କୁଲ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ପଞ୍ଚାୟତରେ ସ୍ୱାସ୍ଥ୍ୟସେବା ପାଇଁ ୧୦ ହଜାର ଲୋକଙ୍କ ସକାଶେ ବିଶେଷ ଡାକ୍ତରୀ ସେବା ନଥିବାରୁ ପ୍ରାୟ ୨୫ କିମି ଦୂର ବୁର୍ଲାକୁ ଆସି ଚିକିତ୍ସିତ ହେବାକୁ ଲୋକେ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ରୋଗୀଙ୍କୁ ଚିକିତ୍ସା ପାଇଁ ଡଙ୍ଗାରେ ନେବା ବେଳେ ଅଘଟଣ ଘଟୁଛି। କିଛିମାସ ତଳେ ଡଙ୍ଗାରେ ପାରିହେବା ପରେ ଜଣେ ଗର୍ଭବତୀ ନଦୀ ପଠାରେ ସନ୍ତାନ ପ୍ରସବ କରିବା ଭଳି ଅଭାବନୀୟ ଘଟଣା ମଧ୍ୟ ଘଟିଛି। ଏଭଳି ସ୍ଥିତିରେ ସରକାର ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟସେବା ସହ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ପାଇଁ କେତେ ତତ୍ପର ତାହା ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ ପରେ ସ୍ପଷ୍ଟ ହେବ ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି। କୁଦରେ ଥିବା ୬ଟି ଗ୍ରାମ କୁଦ ପାତଖାଇ, ଅମଲିପାଲି, ଗୁଣ୍ଡେରପୁର, ଜାମପାଲି ଓ ତବଡାକୁ ନେଇ କୁଦ-ଗୁଣ୍ଡେରପୁର ପଞ୍ଚାୟତ ଗଠିତ। ଏଠାରେ ବର୍ତ୍ତମାନ ୫ ହଜାର ଭୋଟର ରହିଛନ୍ତି। ପୂର୍ବରୁ ଏହି ଗ୍ରାମଗୁଡ଼ିକ କର୍ଡୋଲା ପଞ୍ଚାୟତ ଅଧୀନରେ ରହିଥିବା ବେଳେ ୧୯୮୪ରେ ସ୍ୱତନ୍ତ୍ର ପଞ୍ଚାୟତର ମାନ୍ୟତା ପାଇଥିଲା। ମହାନଦୀର ଟାପୁରେ ଅବସ୍ଥିତ ଓ ଉଭୟ ପାର୍ଶରେ ମହାନଦୀ ପ୍ରବାହିତ ହେଉଥିବାରୁ ଗମନାଗମନ ଏମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ପରିସ୍ଥିତି ଏଭଳି ରହିଛି ଯେ, କେବଳ ଗମନାଗମନ ସୁବିଧା ନ ଥିବାରୁ ଏହି ପଞ୍ଚାୟତକୁ ବରଯାତ୍ରୀ ଆସିବାକୁ କୁଣ୍ଠିତ ହେଉଛନ୍ତି। ଗମନାଗମନ ସୁବିଧା ନ ଥିବାରୁ ଏଠାରେ ବସବାସ କରୁଥିବା ଲୋକେ କାଠଡଙ୍ଗାରେ ନଦୀ ପାରିହୋଇ ଚିପିଲିମା ଆସିବା ପରେ ଯାହାକିଛି ସୁବିଧା ପାଇବା ସମ୍ଭବ ହେଉଛି। କେବଳ ଏତିକି ନୁହେଁ, କୃଷି ଉପରେ ନିର୍ଭର କରି ଚଳି ଆସୁଥିବା ଗ୍ରାମବାସୀଙ୍କୁ ଧାନ ବିକ୍ରି କରିବା ପାଇଁ ମଧ୍ୟ ଘୋର ସସମ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଚାଷୀମାନଙ୍କୁ ଦଲାଲଙ୍କ ଉପରେ ନିର୍ଭର କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।
OSCAR-2019
ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ବିଶ୍ୱାସ ନହେଉ ଥିଲେ ମଧ୍ୟ ଏହା ସତ। ଓଡ଼ିଶା ଦେବାଦେବୀଙ୍କ ମନ୍ଦିରରେ ଭୋଗ ହେବା ପାଇଁ ଆନ୍ଧ୍ରରୁ ଆସୁଛି ନଡିଆ। ତେଣୁ ନଡିଆ ରୋଗ ଏବେ ୨୦ ରୁ ୨୫ ଟଙ୍କା ଧରିଲାଣି। ଆଗରୁ କଦଳି ଓ ଅଣ୍ଡା ଆନ୍ଧ୍ରରୁ ଆସୁଥିଲା। ଏବେ ନଡିଆ ଆସିଲା। ଗୋଟିଏ ପଟେ ସ୍ଥାନୀୟ ଗାଁ ଗଣ୍ଡାରେ ଥିବା ନଡିଆ ଗଛ ମାଲିକ ଅଧିକ ଲାଭ ପାଇଁ ପଇଡ ଆକାରରେ ନଡିଆକୁ ବିକ୍ରି କରି ଦେଉଥିବାରୁ ପାଚିଲା ନଡିଆ ଏବେ ମିଳିବା ସ୍ୱପ୍ନ ହେଉଛି। ଏହାର ଫାଇଦା ନେଉଛନ୍ତି ଆନ୍ଧ୍ର ବେପାରୀ। ଓଡ଼ିଶାର ଅନ୍ୟତମ ପ୍ରମୁଖ ଅର୍ଥକାରୀ ଫସଲ ନଡିଆ ଗଛ ଏବେ ମାରାତ୍ମକ ଏରିଓପାଇଡ୍ ବା କୁଷ୍ଠ ଯାୁଦ ରୋଗରେ ଆକ୍ରାନ୍ତ ହେବା ଘଟଣା ଉପକୂଳ ଅଂଚଳର ନଡିଆ ଚାଷୀ ମହଲରେ ଚିନ୍ତାର କାରଣ ହୋଇଛି। ମହାବାତ୍ୟାହ ପରବର୍ତ୍ତୀ ସମୟରେ ପଡୋଶୀ ରାଜ୍ୟରୁ ବିଭିନ୍ନ ସଂସ୍ଥା ମାଧ୍ୟମରେ ଆସିଥିବା ନଡିଆ ଚାରା ମାଧ୍ୟମରେ ଏହି ରୋଗରୁ ଭୂତାଣୁ ଓଡ଼ିଶାରେ ପ୍ରବେଶ କରିଥିବା କେତେକ ଉଦ୍ୟାନବିତ୍ ଆଶଙ୍କା ପ୍ରକଟ କରୁଛନ୍ତି। ସମଗ୍ର ଉପକୂଳ ଅଂଚଳର ୯ଟି ଜିଲାରେ ଏହି ରୋଗ ବ୍ୟାପିଥିବା ଜଣାପଡିଛି। ପୁରୀ ଜିଲାରେ ସର୍ବାଧିକ ନଡିଆଗଛ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏହାପଛକୁ କେନ୍ଦ୍ରାପଡା, ଭଦ୍ରକ ଓ ଜଗତସିଂହପୁର, ଶେଷକୁ ବାଲେଶ୍ୱର ଜିଲା ରହିଛି। ଏହି ରୋଗର ଉପଯୁକ୍ତ ନିରାକରଣ ଦିଗରେ ଉଦ୍ୟାନ ନିର୍ଦ୍ଦେଶାଳୟ ଏଯାବତ କିଛି କରିପାରିନଥିଲେ ସୁଦ୍ଧା ନିମାଜଳ ନାମକ ଏକ ଔଷଧକୁ ଗଛ ଚେରରେ ଦେଲେ ଏହି ଭୂତାଣୁ ନିୟନ୍ତ୍ରଣରେ ସହାୟତା ମିଳୁଥିବା କୁହାଯାଉଛି। ରାଜ୍ୟର ନଡିଆ ଚାଷ କରାଯାଉଥିବା ପ୍ରାୟ ୩୮ ହଜାର ହେକ୍ଟର ଜମିରେ ଏହି ରୋଗ ଏବେ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ଫଳତଃ ହେକ୍ଟର ପିଛା ସାଧାରଣତଃ ସୁସ୍ଥ ନଡିଆ ଗଛରେ ୬ ହଜାର ୩୧୫ ଟି ନଡିଆ ଫଳୁଥିବା ବେଳେ ଏହି ସଂଖ୍ୟା ଏବେ ଖସି ୫ ହଜାର ୭୧୬ ରେ ପହଞ୍ଚିଛି। ଏହାଦ୍ୱାରା ଚାଷୀ ହେକ୍ଟର ପିଛା ପ୍ରାୟ ୬୦୦ ନଡିଆ କମ୍ ଉତ୍ପାଦନ କରୁଛି। ଏହି ରୋଗର ଭୂତାଣୁ ପବନରେ ଉଡି ବୁଲିଥିବାବେଳେ ଖାଲି ଆଖିକୁ ଦିଶୁନାହିଁ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏହାକୁ ଅଣୁ ବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିଦେଲେ ଧଳା ରଂଗର ସରୁ କୃମି ପରି ଦେଖାଯାଉଛି। ଏହି ଭୂତାଣୁ ନଡିଆ ଗଛରେ ପ୍ରବେଶ କରିବାର ମାସକ ପରେ ଗୋଟମାର ମୁଣ୍ଡ ପାଖ ହଳଦିଆ ପଡିଯାଉଛି। ନଡିଆ ଉପରେ ଭାତୁଡି ଭଳି ଦେଖାଯିବା ସହିତ ଯାଦୁଭଳି ଦାଗ ପଡି ଫାଟିଯାଉଛି। ଏହାବ୍ୟତୀତ ନଡିଆ ଭିତରେ ଥିବା ସସ ପତଳା ହୋଇଯାଇ ପାକଳ ହେବା ପୂର୍ବରୁ ଝଡିପଡୁଛି। ଏହି କାରଣରୁ ଉପକୂଳ ଅଂଚଳରେ ଥିବା ପ୍ରାୟ ୫୦ ହଜାରରୁ ଅଧିକ ନଡିଆ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି। ରାଜ୍ୟବାସୀ ବାର୍ଷିକ ୨୦ ହଜାରରୁ ୪୦ ହଜାର ପର୍ଯ୍ୟନ୍ତ ରୋଜଗାର ହରାଉଛନ୍ତି। ୨୦୦୧ ମସିହାରେ ନଡିଆ ଉନ୍ନୟନ ବୋର୍ଡ, କୋଚି ପକ୍ଷରୁ ଏ ସଂପର୍କରେ ଏକ ଅନୁଧ୍ୟାନ କରାଯାଇଥିବାବେଳେ ମହାବାତ୍ୟା ପରେ ଓଡ଼ିଶାରେ ଆସିଥିବା ବିଭିନ୍ନ ରାଜ୍ୟରୁ ନଡିଆ ଗଛ ଚାରା ମାଧ୍ୟମରେ ଏହି ଭୂତାଣୁ ଓଡ଼ିଶାରେ ପ୍ରବେଶ କରି ଆଜି ସମଗ୍ର ଉପକୂଳ ଅଂଚଳକୁ କବଳିତ କରିଛି ବୋଲି ସରକାରଙ୍କ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ମୁଖ୍ୟତଃ ଅଦା, ସାବୁନ୍, ନିମ ମାଧ୍ୟମରେ ଏହି ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରାଯାଇପାରୁଛି ବୋଲି ଜନୈକ ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଭାରତ ସରକାରଙ୍କ ନାରିକେଳ ବିକାଶ ପରିଷଦ, ସାକ୍ଷୀଗୋପାଳସ୍ଥିତ ଆଞ୍ଚଳିକ ନାରିକେଳ ଗବେଷଣା କେନ୍ଦ୍ରର ଅଧିକାରୀମାନଙ୍କୁ ଏଥିନେଇ ପଚରାଯିବାରେ ସଂପୃକ୍ତ କର୍ତ୍ତୃପକ୍ଷ ସନ୍ତୋଷ ଜନକ ଉତ୍ତର ଦେଇ ପାରୁନାହାଁନ୍ତି ବୋଲି ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ କରାଯାଉଛି। ଏଠାରେ ପ୍ରକାଶ ଥାଉକି ୧୯୬୫ ମସିହାରେ ମେକ୍ସିକୋରେ ପ୍ରଥମେ ଏହି ରୋଗର ଭୂତାଣୁ ଠାବ କରାଯାଇଥିଲା ଓ ପରେ ଦକ୍ଷିଣ ଆମେରିକା, ମରିସସ୍, ଥାଇଲାଣ୍ଡ, ଇଣ୍ଡୋନେସିଆ, ଫିଲିପାଇନସ୍ ଆଦି ଦେଶରେ ଏହି ଭୂତାଣୁ ଏକ ସମୟରେ ଚିନ୍ତାର କାରଣ ହୋଇଥିଲା। ୧୯୯୮ ରେ ପ୍ରଥମେ ଭାରତର କେରଳ ରାଜ୍ୟର ଏର୍ଣ୍ଣାକୁଲମ୍ ଜିଲାରେ ଏହି ଭୂତାଣୁକୁ ଉଦ୍ୟାନବିତ୍ମାନେ ଦେଖିବାକୁ ପାଇଥିଲେ। ପରେ ପରେ ଏହି ରୋଗ ତାମିଲନାଡୁ ଓ କୋଇମ୍ବାଟୁର, ବାଙ୍ଗାଲୋର, ଆନ୍ଧ୍ରପ୍ରଦେଶ ଓ ଲାକ୍ଷାଦୀପ ଆଦି ଅଂଚଳରେ ଠାବ କରାଯାଇଥିଲା। ୧୯୯୯ ମସିହାରେ ମହାବାତ୍ୟା ପରେ ନଡିଆ ଗଛଗୁଡିକର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବାର ସୁଯୋଗ ନେଇ ଏହି ଭୂତାଣୁ ଆମ ରାଜ୍ୟରେ ଚାରା ମାଧ୍ୟମରେ ଆସି ପ୍ରବେଶ କରିବା ଦ୍ୱାରା ଆଜି ପରିସ୍ଥିତି ଉତ୍କଟ ହୋଇଛି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହ ଉପକୂଳ ଅଂଚଳର ପ୍ରତ୍ୟେକ ଜିଲାରେ ଥିବା ଛୋଟ ବଡ ନଡିଆ ଗଛରେ ଏହି ଔଷଧ ପ୍ରୟୋଗ କରିବା ପାଇଁ ଚାଷୀ ମହଲରେ ଦାବି ହେଉଛି। ଏହି ସମସ୍ୟା ଯୋଗୁଁ ଉପକୂଳ ଅଂଚଳରେ ବାଡି ବଗିଚାରୁ ଆଉ ନଡିଆ ମିଳୁନାହିଁ। ତେଣୁ ଟ୍ରକ୍ରେ ଆସୁଛି ଆନ୍ଧ୍ରରୁ ନଡିଆ।
OSCAR-2019
ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବାହାରିବା ପରେ ବିଜେପିର କୌଶଳ ଆପଣାଇ ଜେଡିଏସକୁ ସମର୍ଥନ ଦେବ ବୋଲି କହି କଂଗ୍ରେସ ଖେଳିଥିବା ମାଷ୍ଟରଷ୍ଟ୍ରୋକରେ ବିଜେପିର ଅକଲ ଗୁଡୁମ ହୋଇଯାଇଛି। ଏବେ କଳେ ବଳେ କୌଶଳେ ମେଂଟର ବିଧାୟକ ସଂଖ୍ୟା କମ୍‌ କରିବାକୁ ବିଜେପି ଉଦ୍ୟମ ଜାରି ରଖିଛି। ସେପଟେ, ଅସନ୍ତୁଷ୍ଟ କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କ ନିଜର କରିବା ପାଇଁ ବିଜେପି ପ୍ରବଳ ଘୋଡାବେପାର କରୁଥିବା ଅଭିଯୋଗ ହୋଇଛି। ଜଣେ ଜଣେ ବିଧାୟକଙ୍କୁ ଶହେ କୋଟି ଟଙ୍କାରେ ବିଜେପି କିଣିବାକୁ ପ୍ରୟାସ କରୁଥିବା ଜେଡିଏସ ମୁଖ୍ୟ ଏଚ.ଡି.କୁମାରସ୍ୱାମୀ କହିଛନ୍ତି। ବିଶେଷକରି କଂଗ୍ରେସର ଲିଙ୍ଗାୟତ ସମ୍ପ୍ରଦାୟର ବିଧାୟକଙ୍କୁ ବିଜେପି ଟାର୍ଗେଟ କରିଥିବା ଜଣାପଡ଼ିଛି। ଜେଡିଏସ୍‌ର ଏଭଳି ଅଭିଯୋଗକୁ ବିଜେପି ଖାରଜ କରିଛି। ବିଧାୟକଙ୍କୁ କିଣିବା ଖବର ସମ୍ପୁର୍ଣ୍ଣ ମନଗଢା ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏବେ ସମସ୍ତଙ୍କ ନଜର ବିଧାୟକଙ୍କ ଉପରେ ରହିଥିବା ବେଳେ ଆଜି ବେଙ୍ଗାଲୁରୁରେ ହୋଇଥିବା ଜେଡିଏସ୍‌-କଂଗ୍ରେସ ମେଣ୍ଟ ବିଧାୟକ ଦଳ ବୈଠକରେ କଂଗ୍ରେସର ୧୨ ଜଣ ଓ ଜେଡିଏସର ୨ ଜଣ ବିଧାୟକ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା। ତେବେ କଂଗ୍ରେସର ସମସ୍ତ ୭୮ ଓ ଜେଡିଏସ୍‌ର ୩୭ ବିଧାୟକରହିଛନ୍ତି ଓ କେହି ଅସନ୍ତୁଷ୍ଟ ନାହାନ୍ତି ବୋଲି ସିଦ୍ଦରାମେୟା ଗଣମାଧ୍ୟମରେ କହିଥିଲେ। ସେପଟେ, ବିଜେପିର ବିଧାୟକ ଦଳ ନେତା ଭାବେ ବି.ଏସ୍‌.ୟେଦୁରପ୍ପାଙ୍କୁ ଚୟନ କରାଯାଇଛି। ଏଯାବତ୍‌ ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ବେଳେ ୟେଦୁରପ୍ପା ଗୁୁରୁବାର ଶପଥ ନେବେ ବୋଲି ଘୋଷଣା କରିସାରିଛନ୍ତି। ବୁଧବାର ସକାଳୁ ୟେଦୁରପ୍ପା ଓ କର୍ଣ୍ଣାଟକ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପୁଣିଥରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବାକୁ ଆମନ୍ତ୍ରଣ କରିବାକୁ ଅନୁମତି ମାଗିଛନ୍ତି।
OSCAR-2019
ପୁରୁଷୋତ୍ତମପୁର, ୬/୩(ଓଡିଆ ପୁଅ/ସୁଦାମ ମହାରଣା) ଦକ୍ଷିଣ ଓଡ଼ିଶାର ଅଧିଷ୍ଠତ୍ରୀ ଦେବୀ ମା’ତାରାତାରିଣୀଙ୍କ ପ୍ରସିଦ୍ଧ ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି ଯାଇଅଛି। ଯାତ୍ରା କୁ ଦୃଷ୍ଟିରେ ରଖି ସେବାୟତ ମାନେ ଦୈନନ୍ଦିନ ନୀତିକାନ୍ତି ରେ ସାମାନ୍ୟ ସମୟ ପରିବର୍ତ୍ତନ କରି ଭୋର ୫.୩୦ଟା ବେଳୁ ମଙ୍ଗଳ ଆଳତୀ, ମାଜଣା, ବିଧି ଓ ଫଳ ଭୋଗ ପରେ ସର୍ବସାଧାରଣଙ୍କ ଦ୍ରଶନ ନିମନ୍ତେ ସାହାଣ ମେଲା କରାଯାଇଥିଲା।ଶ୍ରଦ୍ଧା ଳୁମାନେ ଅଭିଷ୍ଟ ପୂରଣ ନିମିତ୍ତ ନିଜ ସନ୍ତାନ ସନ୍ତିତୀଙ୍କ ମୁଣ୍ଡନ କରାଇଥିଲେ।ଭୋଗ ଥାଳି ଧରି ମା’ଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନେ ଲମ୍ବା ଧାଡି ଲଗାଇ ଥିବା ଦେଖିବାକୁ ମିଳିଥିଲା।ଅନେକଯାତ୍ରୀ ମାନସିକ ସହଣୀ ପାଇଁ ମନ୍ଦିର ପାଦଦେଶରେ ରୋଷେଇ କରି ବନ୍ଧୁ ବାନ୍ଧବଙ୍କ ଗହଣରେ ଭୋଜିଭାତର ମଜା ନେବା ର ଦେଖାଯାଇଥିଲା।ଯାତ୍ରାର ସୁ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ, ମନ୍ଦିର ଉନ୍ନୟନ ପରିଷଦ, ଟ୍ରଷ୍ଟବୋର୍ଡ ଓ ଜିଲ୍ଲା ପୋଲିସ ମାନଙ୍କ ସହ ଶତାଧିକ ସ୍ବେଚ୍ଛାସେବୀ ଯୋଗ ଦେଇ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।ଭକ୍ତ ଙ୍କ ସୁବିଧା କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ପାହାଡ ଉପରେ ମୋବାଇଲ ୟୁରିନାଲ ବ୍ୟବସ୍ଥା ଗ୍ରହଣ କରାଯାଥିଲା।ପରିବହନ ପ୍ରସାଶନ ପକ୍ଷରୁ ଭକ୍ତଙ୍କୁ ପାହାଡ଼ ଉପରକୁ ନେବା ଆଣିବା ପାଇଁ ୧୦ଟି ବସ୍ ବ୍ୟବସ୍ଥା କରାଯାଇଥିଲା।ପ୍ରଥମ ପାଳିରେ ଦ୍ରଶନ ଟିକଟ ବାବଦକୁ ୨୦, ୦, ୨୦ଟଙ୍କା, ସ୍ବତନ୍ତ୍ର ଦ୍ରଶନ ରୁ ୮୦୫୦ଟଙ୍କା, ମୁଣ୍ଡନବାବଦରୁ ୪୦୭୮୦ଟଙ୍କା, ପ୍ରସାଦ ପୁଡିଆ ବାବଦରୁ ୧୦୪୫୮୦ଟଙ୍କା, ମିଠା ରୁ ୨୫୨୪୦ଟଙ୍କା, ବସ୍ ସେବା ରୁ ୧୨୫୨୫୦ଟଙ୍କା, ଅନ୍ୟାନ୍ୟ ବାବଦରୁ୨୦୧୩୨ଟଙ୍କା ଆଦାୟ ହୋଇଥିବା ମନ୍ଦିରଟ୍ରଷ୍ଟବୋର୍ଡ ନିରର୍ବହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ନିଶାଙ୍କ ସୂଚନା ଦେଇଛନ୍ତି।
OSCAR-2019
ନୂଆଦିଲ୍ଲୀ : ଯଦି ଆପଣ ବିଦେଶ ବୁଲିବା ପାଇଁ ମନସ୍ଥ କରିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ମାତ୍ର ୧୩,୪୯୯ ଟଙ୍କାରେ ନୂଆଦିଲ୍ଲୀରୁ ନ୍ୟୁୟର୍କର ଯାତ୍ରା କରିପାରିବେ । ଯେଉଁଠାରେ ସାଧାରଣତଃ ଗ୍ରାହକଙ୍କୁ ୫୦ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିଥାଏ ବର୍ତ୍ତମାନ ତାହା ମାତ୍ର ୧୩,୪୯୯ ଟଙ୍କାରେ ହୋଇପାରିବ। ଏହି ଅର୍ଥରେ ଆପଣ ବିଦେଶ ଭ୍ରମଣ କରି ଆସିପାରିବେ । ପ୍ରକୃତରେ ଏକ ବିଦେଶୀ ଏୟାରଲାଇନ ତାହାର ଗ୍ରାହକଙ୍କ ପାଇଁ ଏକ ବମ୍ପର ଅଫର ଆରମ୍ଭ କରିଛି। ଏହି ଅଫରଟି ଓ୍ଵାଓ ବିମାନ କମ୍ପାନି ତରଫରୁ ଆରମ୍ଭ କରାଯାଇଛି। ଓ୍ଵାଓ ଏୟାରଲାଇନ୍‌ର ମୁଖ୍ୟ ସ୍କୁଲି ମେଗନେସେନ୍‌ ଏହି ବମ୍ପର ଅଫର ଘୋଷଣା କରିବାକୁ ଯାଇ କହିଛନ୍ତି “ଦିଲ୍ଲୀ ଠାରୁ ଉତ୍ତର ଆମେରିକା ପାଇଁ ଖୁବ ଶୀଘ୍ର କମ୍‌ ବଜେଟର ବିମାନ ସେବା ଆରମ୍ଭ କରାଯାଉଛି। ଏଥିଲାଗି ଉତ୍ତର ଆମେରିକା ଯିବା ପାଇଁ ବିମାନ କମ୍ପାନି ସବୁଠାରୁ କମ୍‌ ଦୂରତା ବିଶିଷ୍ଟ ରୁଟ୍‌ ଚୟନ କରିଛି। ଏଥିପାଇଁ ବିମାନ ଆଇସ୍‌ଲ୍ୟାଣ୍ଡ ଦେଇ ଯାତ୍ରା କରିବ । ଏହା ଦ୍ୱାର କମ୍‌ ଇନ୍ଧନ ଖର୍ଚ୍ଚ ଦେବା ସହ ବିମାନ ଟିକେଟର ଦାମ ମଧ୍ୟ କମ ହେବ। ” ଏହି ବିମାନରେ ଅନ୍ୟ ବିମାନ ଭଳି ପ୍ରିମିୟମ ଏବଂ ବିଜନେସ କ୍ଲାସ ବସିବା ବ୍ୟବସ୍ଥା କରାଯାଇଛି। ଯାତ୍ରାର ସମୟ ଏବଂ ଟିକେଟ ଦର କମ ହେବା ଯୋଗୁଁ ଏହାର ସେବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ବୋଲି ଏୟାରଲାଇନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି ସୁବିଧା ଏବଂ ଟିକେଟ ଦର ଆସନ୍ତା ଡ଼ିସେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି।
OSCAR-2019
ଭୁବନେଶ୍ୱର : ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳକୁ ଚାତକ ପରି ଚାହିଁ ରହିଛନ୍ତି ସାରା ଓଡ଼ିଶାର ଛାତ୍ରଛାତ୍ରୀ, ଅଭିଭାବକ ଓ କଲେଜ କର୍ତୃପକ୍ଷ। ଅନ୍ୟପକ୍ଷରେ ପରୀକ୍ଷା ଫଳ ବାହାରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କିମ୍ବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ଜୁନ୍‌ ପ୍ରଥମ ସପ୍ତାହରେ ଫଳ ବାହାରିବ ବୋଲି ପରିଷଦର ଅଧିକାରୀମାନେ କହୁଥିବା ବେଳେ ହାତରେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଗୋଟିଏ ଦିନ ମଧ୍ୟରେ ଫଳ କିଭଳି ପ୍ରକାଶ ପାଇବ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହା ଭିତରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ତେଣୁ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ନ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ବିଳମ୍ବ ହେଉଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଆଜି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁଙ୍କୁ ଦାବିପତ୍ର ଦିଆଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ୨୦ ଦିନ ହେଲା ପ୍ରକାଶ ପାଇସାରିଲାଣି। ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବି ପ୍ରକାଶ ପାଇ ସାରିଥିବା ବେଳେ ସିଏଚ୍‌ଏସ୍‌ଇର କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ରେଜଲ୍ଟ ନ ବାହାରିବା ନୈରାଶ୍ୟଜନକ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟରୁ ଠେଲି ଦିଆ ନ ଯାଇ ଯଥାଶୀଘ୍ର ଫଳ ପ୍ରକାଶ କରିବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି। ନ ହେଲେ ଆଗାମୀ ଦିନରେ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ କହିଛନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଜୁନ୍‌ ୭ କିମ୍ବା ୮ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବାର ବହୁତ ସମ୍ଭାବନା ରହିଛି। ଯେହେତୁ ଜୁନ୍‌ ପ୍ରଥମ ସପ୍ତାହରେ ରେଜଲ୍ଟ ବାହାରିବ ବୋଲି ପରିଷଦ ପକ୍ଷରୁ କୁହାଯାଇଥିଲା ସେହି ଅନୁଯାୟୀ ଜୁନ୍‌ ୭ରେ ରେଜଲ୍ଟ ବାହାରିପାରେ। ଯଦି ସେଭଳି ହୁଏ ତେବେ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରିବେ।
OSCAR-2019
ବାଲେଶ୍ୱର: ବାଲେଶ୍ୱର ସରକାରୀ ଆଇଟିଆଇ କଲେଜରେ ରବିବାର ଓଜେଇ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦେଉଥିବା ବେଳେ ଦୁଇଜଣ ନକଲି ପରୀକ୍ଷାର୍ଥୀ ଶିଳ୍ପାଞ୍ଚଳ ପୁଲିସ ହାତରେ ଧରାପଡ଼ିଛନ୍ତି। ଶିଳ୍ପାଞ୍ଚଳ ପୁଲିସ ନକଲି ପରୀକ୍ଷାର୍ଥୀ ବିନୋଦ ସିଂହ ଓ ପଙ୍କଜ କୁମାର ଓରଫ ସଞ୍ଜୀବକୁ ଅଟକ ରଖି ପଚରାଉଚରା ଜାରି ରଖିବା ସହିତ ସେମାନଙ୍କ କାଗଜ ପତ୍ର ଯାଞ୍ଚ କରୁଛି। ବିନୋଦ ସିଂହଙ୍କ ବୟସ ୧୯ ବର୍ଷ ଓ ଘର ବାଲେଶ୍ୱର ସେରଗଡ଼ ଅଞ୍ଚଳରେ ହୋଇଥିବା ବେଳେ ପଙ୍କଜ କୁମାର ଓରଫ ସଞ୍ଜୀବଙ୍କ ବୟସ ୨୦ବର୍ଷ ଓ ଘର ବିହାରରେ ବୋଲି ଜଣାପଡ଼ଛି। ସୂଚନାଯୋଗ୍ୟ, ଅଟକ ଥିବା ବିନୋଦ ସିଂ ବାଲେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା ପଢ଼ୁଥିବା ବେଳେ ସଞ୍ଜୀବ୍‌ କୁମାର ବିବାହରର ପଟେଲ କଲେଜରେ ଯୁକ୍ତ ତିନିର ଛାତ୍ର । ତେବେ ପ୍ରଦୀପ୍ତ ମଣ୍ଡଳଙ୍କ ନାମରେ ବିନୋଦ ସିଂହ ଓ ପ୍ରାଂଶୁ ପ୍ରଶାନ୍ତଙ୍କ ବଦଳରେ ପଙ୍କଜ କୁମାର ଓରଫ ସଞ୍ଜୀବ ପରୀକ୍ଷା ଦେଉଥିବା ବେଳେ ଆଇଟିଆଇ କଲେଜ ପ୍ରିନ୍ସପାଲ ଜାଣି ପାରି ଶିଳ୍ପାଞ୍ଚଳ ପୁଲିସକୁ ଖବର ଦେଇଥିଲେ। ଶିଳ୍ପାଞ୍ଚଳ ପୁଲିସ କଲେଜରେ ପହଞ୍ଚି ଦୁଇଜଣ ପରୀକ୍ଷାର୍ଥୀଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି। ଭୁବନେଶ୍ୱର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଧର୍ମପରାୟଣା ମହିଳା ମନ୍ଦାକିନୀ ତ୍ରିପାଠୀଙ୍କ ୫୮ବର୍ଷ ବୟସରେ ମଙ୍ଗଳବାର ହୃହ୍‌ଘାତରେ ଏଠାରେ ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା। ଶ୍ରୀମତୀ ତ୍ରିପାଠୀ ବାଲିପଡ଼ିଆ ବାଳିକା ଉଚ୍ଚବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦିକା ଓ ସତ୍ୟସାଇ ବାଲ୍‌ ବିକାଶର ଗୁରୁ ମା’ ରହିଥିଲେ। ସେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦ୍ୟନାଥ ଦାଶଙ୍କ ଝିଅ ଓ ବଡ଼ଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀଙ୍କ ବୋହୂ ଅଟନ୍ତି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସ୍ୱାମୀ ବିଜୟ କୁମାର ତ୍ରିପାଠୀ, ଦୁଇପୁଅ ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ଓ ଇଂ ବିଭୁଦତ୍ତ ତ୍ରିପାଠୀ, ଝିଅ, ଜ୍ୱାଇଁ, ବୋହୂ ଓ ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜେବି ନଗରସ୍ଥିତ ସରକାରୀ ବାସଭବନରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ବିବେକାନନ୍ଦ ପାଣିଗ୍ରାହୀ, ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ସମାହିତ ବଳ, ବରିଷ୍ଠ ସୂଚନା ଅଧିକାରୀ ପ୍ରଭାକର ସାହୁ, ଶୁଭେନ୍ଦୁ ଭୂୟାଁ, ବରିଷ୍ଠ ସାମ୍ବାଦିକ ଶାରଦା ଦେବତା, ଅଜିତ କୁମାର ଦାଶ, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବିବେକାନନ୍ଦ ଜେନା, ବୈଷ୍ଣବ ଚରଣ ଜେନା, ବିଜୟ କୁମାର ପଣ୍ଡା, ଅରବିନ୍ଦ ମିଶ୍ର, ଗୁରୁକଲ୍ୟାଣ ମହାପାତ୍ର, ପର୍ଶୁରାମ ଦାସ, ଶୁଭାଶିଷ ମହାନ୍ତିି, ଭବାନୀ ଶଙ୍କର ତ୍ରିପାଠୀ, ପ୍ରତାପ ସାମଲ, ହିମାଂଶୁ ସିଂ, ହର ଦାସ ଓ ଅଶୋକ ପଣ୍ଡାଙ୍କ ସମେତ ବହୁ ସାମ୍ବାଦିକ, ସାହିତ୍ୟିକ ଓ ବରିଷ୍ଠ ନାଗରିକ ପ୍ରମୁଖ ଆସି ଶେଷ ଦର୍ଶନ କରିଥିଲେ। ତାଙ୍କ ଗାଁ ବାଲିପଡ଼ିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। କନିଷ୍ଠ ପୁତ୍ର ବିଭୁଦତ୍ତ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ।
OSCAR-2019
ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରେ ପୁଲିସ ବେଲଖେଡା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଜଣେ୧୭ବର୍ଷୀୟ ନାବାଳିକା ନିଜ ପ୍ରେମିକ କଥାରେ ପଡ଼ି ପିତାକୁ ହତ୍ୟା କରିବାକୁ ବି ପଛାଇଲା ନାହିଁ। ବେଲଖେଡା ଥାନା ଅଧିକାରୀ ରାଜେନ୍ଦ୍ର ବାଗରି ରବିବାର କହିଛନ୍ତି, ମେଲି ଗ୍ରାମରେ ଭୋଲାରାମ ଗୌଡ (୫୫)ଙ୍କୁ କୁରାଢ଼ୀରେ ହାଣି ତାଙ୍କ ଝିଅ ହତ୍ୟା କରିଥିଲା। ପୁଲିସ ମୃତ ଭୋଲାରାମଙ୍କ ଝିଅକୁ ବିଚାରବିଭାଗୀୟ ହେପାଜତକୁ ନେଇ ଜେରା କରିବା ପରେ ଝିଅ ନିଜ ଦୋଷ ସ୍ୱୀକାର କରିଥିଲା। ତାର ୨୯ବର୍ଷିଅ ପ୍ରେମିକ ନେପାଳ ସିଂହ ଲୋଧି କଥାରେ ପଡ଼ି ଏପରି କାମ କରିଥିଲା ବୋଲି ପୁଲିସ ଆଗରେ ଝିଅ କହିଥିଲା। ଏହାପରେ ପୁଲିସ ନେପାଳ ସିଂହ ଗିରଫ କରିଛି। ତେବେ ଭୋଲାରାମ ଝିଅକୁ ଥରେ କ୍ଷତରେ ନେପାଳ ସହିତ ଦେଖି ଦେଇଥିଲେ। ଏହାପରେ ଭୋଲାରାମ ନିଜ ପତ୍ନୀଙ୍କୁ ଏ ବିଷୟରେ ଜଣାଇ ଝିଅକୁ ଉକ୍ତ ଯୁବକ ସହିତ ମିଳାମିଶା କରିବା ଉପରେ ଅଙ୍କୁଶ ଲଗାଇଥିଲେ। ଏହି ରାଗରେ ଅଭିଯୁକ୍ତ ନେପାଳ ଭୋଳାରାମକୁ ରାସ୍ତାରୁ ହଟାଇବା ପାଇଁ ଏଭଳି ପଦକ୍ଷେପ ନେଇଥିଲା।
OSCAR-2019
କନକ ବ୍ୟୁରୋ : ଶରଧାବାଲିରେ ତିନି ରଥ । ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ କାଳିଆର ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି । ଆଜି ଆଡବ ମଣ୍ଡପକୁ ତିନି ଠାକୁର ବିଜେ କରିବେ । ତେଣୁ ଆଜି ମଧ୍ୟ ଭକ୍ତ ରଥାରୂଢ ଜିଉଙ୍କୁ ଦର୍ଶନ କରୁଛନ୍ତି । ଏବେ ବି ଶ୍ରୀକ୍ଷେତ୍ରକୁ ଲମ୍ବିଛି ଭକ୍ତଙ୍କ ଧାଡି ।
OSCAR-2019
ପୁରୀ:୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବିଜୟାନନ୍ଦ ନଗର ଗୋଷ୍ଠୀ କେନ୍ଦ୍ର ବୁଧବାର ସଂଧ୍ୟାରେ ଉଦ୍ଘାଟିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଫଳକ ଅନାବରଣ କରିବା ସହ ରିବନ କାଟି ନୂତନ ଗୋଷ୍ଠୀ ଗୃହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ। ଏହି ଅବସରରେ ଶ୍ରୀମହାନ୍ତି ଗୋଷ୍ଠୀର ସଦସ୍ୟା ମାନଙ୍କ ସହ ବିଭିନ୍ନ ପ୍ରସଂଙ୍ଗରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରାକ୍ତନ ପୈାର ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ, ବାବୁଲା ପ୍ରସାଦ, ସୁମନ୍ତ କୁମାର ସାହୁ, ପୈାର ସଦସ୍ୟ ବଳରାମ ରେଡ଼ୀ, ଆଇନଜୀବି ବିଜୟ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଗୋଷ୍ଠୀ ଗୃହର ସୁପରିଚାଳନା ନିମନ୍ତେ ମନ୍ତ୍ରୀ ଶ୍ରୀ ମହାନ୍ତି ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ।
OSCAR-2019
ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଧାମନଗର ବ୍ଲକ୍ ଦେଇ ପ୍ରବାହିତ ବୈତରଣୀ ଶାଖା କୋଚିଳା ନଦୀରେ ସରକାରଙ୍କ ପକ୍ଷରୁ ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାବେଳେ ବ୍ୟାରେଜ୍ ଜଳକୁ ତଳିଆ ଅଂଚଳରେ ଗଚ୍ଛିତ ରଖିବା ଲାଗି ଚାଷୀମାନେ ଦାବି କରୁଛନ୍ତି। ଏହି ନଦୀର ବାଙ୍କସାହି ନିକଟରେ ରେବ ଏବଂ ବାଲିଚତରି ନଦୀ ମିଶିଥିବାରୁ ଉକ୍ତ ସଂଯୋଗ ସ୍ଥଳରେ ଆନିକଟ ନିର୍ମାଣ ଦାବି ଜୋର ଧରିଛି। ଏବେ କୋଚିଳା ବ୍ୟାରେଜ ଜଳ ଗୌରାଙ୍ଗପୁର ଏସ୍କେନ୍ ଏବଂ ମଲ୍ଲିମାହାରା ଜଳ କେବଳ ଏହି ପଥ ଦେଇ ସମୁଦ୍ର ଆଡକୁ ବୋହିଯାଉଛି। ନଦୀ ସଂସ୍କାର ଯୋଜନାରେ ପୋତି ପଡିଥିବା ସ୍ଥାନକୁ ଖନନ କରାଯିବା ପରେ ଏବର୍ଷ ଅଗଷ୍ଟ ମାସରେ ନଦୀଶଯ୍ୟା ଶୁଖିଲା ପଡିଛି। ନଦୀରେ ଆବଶ୍ୟକ ଜଳ ନଥିବାରୁ ଅନିୟମିତତା ବର୍ଷା ହେଲେ ନଦୀ ଅବବାହିକାରେ ମରୁଡି ପରିସ୍ଥିତି ଦେଖାଦେବ ବୋଳି ଚାଷୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଜନ୍ତ ମାହାରା, ଫଳପୁର ମାହାରା ଏବଂ ହରିପୁର ଚେକ୍ଡ୍ୟାମ୍ ଦେଇ ସମୁଦ୍ରକୁ ବୋହି ଯାଉଥିବା ଜଳକୁ ଗଚ୍ଛିତ ରଖିବା ଲାଗି ବାଙ୍କ ସାହି ନିକଟରେ ଆନିକଟ ନିର୍ମାଣ ଲାଗି ଅଂଚଳବାସୀ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି। ବର୍ଷା ଦିନ ଛଡା ଖରା ଦିନରେ ମଧ୍ୟ ଏଠାରେ ଜଳ ଗଚ୍ଛିତ ରହିପାରିବ ଏହା ଦ୍ୱାରା ପ୍ରାୟ ତିହିଡି ଓ ଧାମନଗର ବ୍ଲକ୍ର ୧୮ ଟି ପଂଚାତୟର ଚାଷୀ ଥିବାବେଳେ ଏବଂ ବାଲିଚତରୀ ନଦୀର ପାଣିକୁ ମଧ୍ୟ ବ୍ୟବହାର କରିପାରିବେ। ଖରାଦିନେ ନଦୀର ଦୁଇ ପାଶ୍ୱର୍ରେ ଥିବା ଚାଷ ଜମିରେ ପର୍ଯ୍ୟାପ୍ତ ପରିମାଣରେ ପନିପରିବା ଚାଷ ହୋଇପାରିବ ବୋଲି ଚାଷୀମାନେ କହିଛନ୍ତି। ଆନିକଟ ହେଲେ ୧୦ କିମି ପର୍ଯ୍ୟନ୍ତ ନଦୀର ଉପରକୁ ପ୍ରାୟ ପାଣି ଗଚ୍ଛିତ ରହିଲେ, କୋଠାର, ଧୁଷୁରୀ ଭଟ୍ଟସାହି, ନଦୀଗାଁ, ଦଳାଙ୍ଗ, ଅର୍ଜୁନପୁର, ବୟାଙ୍ଗଡିହି, ରାଧାବଲ୍ଲଭପୁର ପଞ୍ଚାୟତର ହଜାର ହଜାର ଚାଷୀ ଉପକୃତ ହେବେ। ନାଉଗଡିଆ ପୋଲ, ବାଙ୍କସାହି ଠାକୁରାଣୀ ନିକଟ କଲର୍ଭଟ, ବାଙ୍କସାହି ସ୍କୁଲ ନିକଟରେ ପୂର୍ବରୁ ଥିବା କଲର୍ଭଟ ଦେଇ ଚାଷୀମାନେ ନଦୀଜଳ ବ୍ୟବହାର କରିପାରିବେ ବୋଲି ନାଉଗଡିଆ ଗ୍ରାମର ଚାଷୀ କହିଛନ୍ତି। ବାଙ୍କସାହି ପୋଲ ନିକଟ ଉଚ୍ଚସ୍ଥାନ ହୋଇଥିବାରୁ ଜଳକୁ ଏଠାରେ ଗଚ୍ଛିତ ରଖାଗଲେ ଏହା ବାଲିଚତରି ନଦୀ ଦେଇ ହରିପୁର ଚେକ୍ଡ୍ୟାମ୍ ପର୍ଯ୍ୟନ୍ତ ରହିପାରିବ। ସେପଟେ ରେବନଦୀରେ ଅସୁରାଳି ପର୍ଯ୍ୟନ୍ତ ଚାଷୀମାନେ ନଦୀଜଳ ବ୍ୟବହାର କରିପାରିବେ ବୋଲି ବାଙ୍କସାହିର ପ୍ରମୁଖ ଚାଷୀ ସୁଧାକର ରାଉତ, ମଦନ ମୋହନ ପ୍ରଧାନ, ବିଷ୍ଣୁମୋହନ ପ୍ରଧାନ ପ୍ରକାଶ କରିଛନ୍ତି। କୋଚିଳା ବ୍ୟାରେଜ୍ ଓ ମାହାରାର ଜଳ ଗଚ୍ଛିତ ରଖାଗଲେ ମରୁଡି ଆଶଙ୍କା ଦୂର ହୋଇପାରିବ। ଏ ସଂପର୍କରେ ସ୍ଥାନୀୟ ଚାଷୀ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
OSCAR-2019
ଭୁବନେଶ୍ୱର: ଉତ୍ତମ ଶବ୍ଦ ବିନ୍ୟାସ ଓ ନିଜର ନିଚ୍ଛକ ଅନୁଭୂତିକୁ ନେଇ ଲିଖିତ କବିତା ପାଠକୀୟ ଆଦୃତ୍ତି ସାଉଁଟିଥାଏ। ପୁଣି ବର୍ତମାନ ପ୍ରକାଶନ ଶିଳ୍ପରେ ବିରାଟ ପରିବର୍ତନ ଆସିଛି। ପୂର୍ବ ଅପେକ୍ଷା ଏବେ ଅଧିକ ସୁନ୍ଦର ଓ ସୁଦୃଶ୍ୟ ଭଲ ଛପା ହେଉଛି। ଯାହା କି ଓଡ଼ିଆ ପୁସ୍ତକ ସମ୍ପର୍କରେ ଯେଉଁ ଧାରଣା ଥିଲା, ସେ ଧାରଣାକୁ ଯଥେଷ୍ଟ ପରିମାଣରେ ପରିବର୍ତନ କରିଛି। କିନ୍ତୁ ବହି ସୁନ୍ଦର ହେବା ବେଳକୁ ପାଠକମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ନିରୂପମା କରଙ୍କ କବିତା ସଂକଳନ ‘ଚିହ୍ନା ମାଟିର ବାସ୍ନା’ ଉନ୍ମୋଚନ ଅବସରରେ ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ପାଠକଙ୍କ ସଂଖ୍ୟା କମିବା ସଂକଟକୁ କମାଇବାକୁ ହେଲେ ନିରୂପମାଙ୍କ ଭଳି କିଛି ନିଆରା କବିତା ସଂକଳନ ରଚନାର ଆବଶ୍ୟକତା ରହିଛି। ପଶ୍ଚିମା ପବ୍ଲିକେସନ ପକ୍ଷରୁ ପ୍ରକାଶିତ ଏହି କବିତା ସଂକଳନରେ ୫୯ଟି କବିତା ସ୍ଥାନ ପାଇଛି। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗୌରହରି ଦାସ, ରଣଜିତ ଗୁରୁ, ଅସିତ ମହାନ୍ତି ଓ ସ୍ନେହଲତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପକ ଦେବାଶିଷ ମହାପାତ୍ର ପୁସ୍ତକର ସମୀକ୍ଷା କରି କହିଲେ, ସୁନ୍ଦର ଶବ୍ଦର ଗୁନ୍ଥନରେ ଜୀବନର ବିଭିନ୍ନ ଅନୁଭୂତିକୁ ନେଇ ରଚିତ କବିତାଗୁଡ଼ିକ ବେଶ୍‌ ସୁନ୍ଦର ହୋଇଛି। ଏହି ଅବସରରେ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ରମେଶ ଚନ୍ଦ୍ର ପାଣି ଧନ୍ୟବାଦ ଜଣାଇଥିଲେ। ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି ଯେପରି ମତ ଦେଇଛନ୍ତି, ତାହା ଦୁଃଖଦାୟକ। ବର୍ତ୍ତମାନ ସ୍ଥିତିରେ ବିଜେପି ଓ ଶ୍ରୀ ଶାହଙ୍କ ପାଖରେ ନିର୍ବାଚନ ପାଇଁ କୌଣସି ପ୍ରସଙ୍ଗ ନାହିଁ। ତେଣୁ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବାକୁ ହୀନ ଉଦ୍ୟମ ଚଳାଇଛନ୍ତି ବୋଲି ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି। ଗଣମାଧ୍ୟମକୁ ଶ୍ରୀ ଦେବ କହିଛନ୍ତି, ଜଗନ୍ନାଥଙ୍କୁ ନେଇ ଶ୍ରୀ ଶାହଙ୍କ ରାଜନୀତି କରିବାର ଚେଷ୍ଟା ଘୋର ନିନ୍ଦନୀୟ ଓ ହୀନ ରାଜନୀତିର ପରିଚାୟକ। ମହାପ୍ରଭୁ ଓ ଭକ୍ତଙ୍କ ଭାବାବେଗକୁ ନେଇ ରାଜନୀତି କରିବାକୁ ଯିଏ ଚେଷ୍ଟା କରିଛି, ସେ ତଳିତଳାନ୍ତ ହୋଇଯାଇଛି। ଅନ୍ୟ ପକ୍ଷରେ ଓଡ଼ିଶାକୁ କେନ୍ଦ୍ର ସରକାର ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଦେଇଛନ୍ତି ବୋଲି ଶ୍ରୀ ଶାହଙ୍କ ମନ୍ତବ୍ୟରେ କୌଣସି ତଥ୍ୟ ନାହିଁ। ଗତ ୪ ବର୍ଷ ହେଲା ବିଜେପି ଏପରି ଅଦ୍ଧସତ୍ୟ କହି ଚାଲିଛି। ଏନ୍‌ଡିଏ ସରକାର ଆସିବା ପରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର କେନ୍ଦ୍ରୀୟ ଅଂଶକୁ ବଦଳାଇ ସଂଘୀୟ ବ୍ୟବସ୍ଥାଗତ ତ୍ରୁଟି ଆଣି ରାଜ୍ୟ ଉପରେ ଆର୍ଥିକ ବୋଝ ଲଦି ଦେଇଛନ୍ତି। ପ୍ରକୃତ ସତ୍ୟ କ’ଣ, ତାହା ରାଜ୍ୟବାସୀ ଭଲ ଭାବେ ଜାଣନ୍ତି। କିଏ ସତ ଓ କିଏ ମିଛ କହୁଛି, ତାହା ୨୦୧୯ ସାଧାରଣ ନିର୍ବାଚନରେ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ଦେବ କହିଛନ୍ତି।
OSCAR-2019
: ମଣିଷ ଚାହିଁଲେ ନିଜର ବନ୍ଧୁ ପରିବର୍ତ୍ତନ କରିପାରେ; କିନ୍ତୁ ପୋଡ଼ାଶୀଙ୍କୁ ନୁହେଁ। ପଡ଼ୋଶୀ ଯେମିତି ହେଲେ ବି ସେମାନଙ୍କୁ ନେଇ ଚଳିବାକୁ ପଡ଼ିବ। : ହେ ପ୍ରଭୁ, ମୋତେ ଏତେ ଉଚ୍ଚକୁ କେବେ ନିଅ ନାହିଁ; ଯେଉଁଠିକୁ ଗଲା ପରେ ମୁଁ ସାଧାରଣ ଲୋକଙ୍କୁ ଆଲିଙ୍ଗନ କରିପାରିବି ନାହିଁ। : ଅଯଥାରେ ଆମେ ଆମର ଉତ୍ସକୁ ଯୁଦ୍ଧରେ ବ୍ୟୟ କରୁଛୁ। ଏହାକୁ ସ୍ୱାସ୍ଥ୍ୟ, ଶିକ୍ଷା, ବିକାଶ ଓ ନିଯୁକ୍ତ କ୍ଷେତ୍ରରେ ବ୍ୟୟ କରିପାରନ୍ତେ।
OSCAR-2019
ବିଶ୍ୱ କପ ଫୁଟବଲର ଏକ ନକଆଉଟ ମ୍ୟାଚରେ ଟାଇଟଲ ଆଶାୟୀ ବ୍ରାଜିଲ ମେକ୍ସିକୋକୁ ୨-୦ ଗୋଲରେ ପରାସ୍ତ କରି କ୍ୱାଟରଫାଇନାଲ ଖେଳିବା ନିଶ୍ଚିତ କରିଛି । କ୍ୱାଟର ଫାଇନାଲରେ ବ୍ରାଜିଲ ବେଲଜିୟମ-ଜାପାନ ମ୍ୟାଚର ବିଜେତାକୁ ଭେଟିବ । ଆଜି ହୋଇଥିବା ମ୍ୟାଚରେ ବ୍ରାଜିଲ ଚମତ୍କାର ଖେଳ ଦେଖାଇଥିଲା । ମ୍ୟାଚର ୫୧ ତମ ମିନିଟରେ ବ୍ରାଜିଲ ତରଫରୁ ନେମାର ପ୍ରଥମ ଗୋଲ ଦେଇ ନିଜ ଦଳକୁ ଆଗୁଆ କରିଥିଲେ । ମ୍ୟାଚର ୮୮ ତମ ମିନିଟରେ ରୋବୋର୍ଟ ଫାର୍ମିନୋ ୨ୟ ଗୋଲ ଦେଇ ବିଜୟ ନିଶ୍ଚିତ କରିଦେଇଥିଲେ । ମେକ୍ସିକୋ ଲଢୁଆ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ଗୋଲ ଦେବାକୁ ସକ୍ଷମ ହୋଇପାରିନଥିଲା ।ଏହି ବିଜୟ ସହ ବ୍ରାଜିଲ ଫିଫା ବିଶ୍ୱକପ ବିଜୟ ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି । ତେବେ ମେକ୍ସିକୋ ଏହି ପରାଜୟ ସହ ଫିଫା ବିଶ୍ୱକପରେ ନିଜର ଅଭିଯାନ ଶେଷ କରିଛି ।
OSCAR-2019
‘ଦେବଦଳନ’ ସଂପର୍କରେ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି, ଏହା ଇନ୍ଦ୍ରଜିତର ରଥ ବୋଲି ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ ବା ‘ଜଗମୋହନ ରାମାୟଣ’ରେ ବର୍ଣ୍ଣନା ଅଛି। ମନେହୁଏ, ତାହାର ପ୍ରଭାବରେ ହିଁ ‘ବାଲ୍ମୀକି ରାମାୟଣ’ର ଲେଖକ ଓ ଅନୁବାଦକମାନେ ‘ଯୁଦ୍ଧକାଣ୍ଡ’ର ବର୍ଣ୍ଣନା ପ୍ରସଙ୍ଗରେ ଇନ୍ଦ୍ରଜିତର ରଥର ନାମ ‘ଦେବଦଳନ’ ବୋଲି କହିଛନ୍ତି। ଏହି ‘ଦେବଦଳନ’ ରଥରେ ଆରୋହଣ କରି ଓ ଯୁଦ୍ଧରେ ଇନ୍ଦ୍ରଙ୍କୁ ଜିତି ମେଘନାଦ ‘ଇନ୍ଦ୍ରଜିତ’ ନାମ ପାଇଥିଲା। ପୁଣି ସେହି ରଥରେ ଆରୂଢ଼ ହୋଇ ଦେବତାମାନଙ୍କୁ ପରାସ୍ତ କରିଥିବାରୁ ତାର ରଥର ନାମ ‘ଦେବଦଳନ’ ହୋଇଥିଲା। କିନ୍ତୁ ସେହି ରଥ ସେ ‘ନିକୁମ୍ଭିଲା ବଟ’ଠାରେ ଯଜ୍ଞକରି ପାଇଥିଲା। ନିକୁମ୍ଭିଲା ହେଉଛନ୍ତି ବଟମଙ୍ଗଳାଙ୍କ ପରି ଦେବୀ। ସେହି ରଥ ଦେବୀଙ୍କ ଆଶୀର୍ବାଦରୁ ତାକୁ ଯଜ୍ଞକୁଣ୍ଡରୁ ମିଳିଥିଲା। ତେଣୁ ତାହା ଦେବୀରଥ। ସମ୍ଭବତଃ ସେହି ସୂତ୍ରରୁ ଦେବୀ ସୁଭଦ୍ରାଙ୍କ ରଥର ନାମ ଇନ୍ଦ୍ରଜିତ ରଥର ନାମ ଅନୁସାରେ ‘ଦେବଦଳନ’ ରଖାଯାଇଛି। ଶ୍ରୀମନ୍ଦିରର ‘ଅଧିକାର ଅଭିଲେଖ’ ବା ‘ସ୍ୱତ୍ଵଲିପି’ରେ ମଧ୍ୟ ଏହା ‘ଦେବୀ ରଥ’ ଓ ‘ଶ୍ରୀ ସୁଭଦ୍ରାଙ୍କ ରଥ’ ବୋଲି ଉଲ୍ଲେଖ ଅଛି। ତେଣୁ ଦେବୀ ସୁଭଦ୍ରାଙ୍କ ରଥର ‘ଦେବଦଳନ’ ନାମ ସହିତ ଦେବତାଙ୍କ ପରାଭବର କୌଣସି ସଂପର୍କ ନାହିଁ। କିନ୍ତୁ ‘ଦେବଦଳନ’ ସହିତ ଦେବୀ ସୁଭଦ୍ରାଙ୍କ ରଥର ଆଉ ଗୋଟିଏ ନାମ ମଧ୍ୟ ପ୍ରଚଳିତ। ତାହା ହେଉଛି ‘ଦର୍ପଦଳନ’। ‘ଦର୍ପଦଳନକାରିଣୀ ଆନନ୍ଦମୟୀ ସୁଭଦ୍ରା’ ପ୍ରବନ୍ଧରେ ଏହାର ଏକ ତାତ୍ତ୍ଵିକ ବ୍ୟାଖ୍ୟା ଦେଇଛନ୍ତି ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର। ସେ କହିଛନ୍ତି- ‘‘ଶରୀରରୂପୀ ରଥର ଆତ୍ମଶକ୍ତି ହେଉଛନ୍ତି ସୁଭଦ୍ରା। ଉତ୍ତମ ଭଦ୍ରା। ତାଙ୍କୁ ଆପଣେଇବାପାଇଁ ଗର୍ବ ଅହଂକାର ତ୍ୟାଗ କରିବାପାଇଁ ପଡ଼େ। ଅହଂକାର ହିଁ ଦର୍ପ। ଏହି ଦର୍ପ ଦଳନ ନହେଲେ ଆତ୍ମଶକ୍ତି କାହିଁ କେତେଦୂର। ସେଇ ଆତ୍ମଶକ୍ତି ସ୍ୱୟଂ ଆରୋହଣ କରନ୍ତି ‘ଦର୍ପଦଳନ’ ରଥରେ, ଦର୍ପକୁ ଦଳନ କରି ଭକ୍ତଙ୍କୁ ଆପଣେଇ ନେବାକୁ। ସେହି ଆଦ୍ୟାଶକ୍ତି ହିଁ ଆତ୍ମଶକ୍ତି ରୂପେ ସମସ୍ତ ଜୀବରେ ବିଦ୍ୟମାନ। ଶରୀର ରୂପକ ରଥରେ ସେ ଯେପରି ଆତ୍ମଶକ୍ତି, ବିଶ୍ୱରୂପକ ରଥରେ ସେ ସେପରି ଆତ୍ମଶକ୍ତି। ଏହା ପିଣ୍ଡ-ବ୍ରହ୍ମାଣ୍ଡ ତତ୍ତ୍ଵର ଜ୍ୱଳନ୍ତ ପରାକାଷ୍ଠା। ଦେବୀ ସୁଭଦ୍ରାଙ୍କ ରଥର ଆଉ ଗୋଟିଏ ନାମ ମଧ୍ୟ ‘ପଦ୍ମଧ୍ୱଜ’। ‘ଦେବଦଳନ’ ଯେ ଦେବୀରଥ, ଏହି ‘ପଦ୍ମଧ୍ୱଜ’ ନାମ ତାହାର ଦ୍ୟୋତକ।
OSCAR-2019
ଖଇରା, ୮/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଉଦ୍ୟମ ଓ ଅଧ୍ୟବସାୟ ହିଁ ଜୀବନର ସଫଳତା ଆଣିଦେଇଥାଏ। ତତ୍ସହିତ ସାଂପ୍ରତିକ ସମାଜର ବିଭିନ୍ନ ଦିଗରେ ସଂଗ୍ରାମ ଜରୁରୀ। ଏହି ସଂଗ୍ରାମରେ କିଏ ଅଧାରୁ ଦିଗ ହୁଡେ ତ କିଏ ମଇଦାନ ଛାଡି ଚାଲିଯାଏ। କିନ୍ତୁ ପ୍ରକୃତ ସଂଗ୍ରାମୀର ଜିତାପଟ ହୁଏ। ଏହି ପରି ଏକ ସୁନ୍ଦର ସଂଗ୍ରାମରେ ବାଜି ମାରି ନେଇଛନ୍ତି ତପସ୍ୱିନୀ ରାଉଳ। ଚଳିତ ବର୍ଷ ଫକିର ମୋହନ ସ୍ୱଂୟଶାସିତ ସ୍ନାତକରେ ବାଣିଜ୍ୟ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ତପସ୍ୱିନୀ। ହାଇ ସ୍କୁଲ ପରୀକ୍ଷା ଦଶମରେ ୮୬%, ଦ୍ୱାଦଶରେ ୮୪% ରଖିଥିବା ତପସ୍ୱିନୀ ସ୍ନାତକରେ ୮୦% ନମ୍ବର ରଖିଛନ୍ତି। ପିତା ଅଭିମନ୍ୟୁ ରାଉଳ, ମାତା ସଞ୍ଜୁଲତା ରାଉଳଙ୍କର ୨ୟ କନ୍ୟା ତପସ୍ୱିନୀ କୃତୀତ୍ୱରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର(ଗଣ୍ଡିବେଡ)ଅଂଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ପିତା ଅଭିମନ୍ୟୁ ଜଣେ ବ୍ୟବସାୟୀ ହେଲେବି ୨ଝିଅ ଓ ଗୋଟିଏ ପୁଅକୁ ଉଚ୍ଚ ଶିକ୍ଷା ଦେବା ତାଙ୍କ ପାଇଁ ପ୍ରାଥମିକତା ବୋଲି କହିଛନ୍ତି। ତପସ୍ୱିନୀ କୃଷ୍ଣପ୍ରସାଦ ଶିକ୍ଷା କେନ୍ଦ୍ରରୁ ପ୍ରାଥମିକ ଶିକ୍ଷାପରେ ନବୋଦୟ(ବାଗୁଡି)ରେ ଅଧ୍ୟନ କରିଛନ୍ତି। ମହାବିଦ୍ୟାଲୟ ପଢା ବ୍ୟତିତ ୫ରୁ୬ଘଣ୍ଟା ପରିଶ୍ରମ କରନ୍ତି। ଏହି ସଫଳତାର ଶ୍ରେୟ ପିତାମାତା, ବଡଭଉଣୀ, ଟିଉସନ ସାର୍, କାର୍ତ୍ତିକ ସାର ଏବଂ ରବିନ୍ଦ୍ର ସାର ତଥା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଦେଇଛନ୍ତି। ଭବିଷ୍ୟତରେ ସେ ଅଧ୍ୟାପିକା ହେବାକୁ ଲକ୍ଷ ରଖିଛନ୍ତି ତପସ୍ୱିନୀ। ତପସ୍ୱିନୀଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଛା ପ୍ରଦାନ କରା ଯାଉଥିବାବେଳେ ଗଣ୍ଡିବେଡର ୨ ସାମାଜିକ ସଂଗଠନ ଆଂଚଳିକ ଉନ୍ନୟନ ପରିଷଦ ଓ ଯୁବ ସ୍ୱାଭିମାନ ମଂଚ ତରଫରୁ ଭବିଷ୍ୟତ ସଫଳତା କାମନା କରାଯାଇଛି। ଏହି ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ପଦ୍ମଲୋଚନ ଯେନା, ମଧୁସୂଦନ ଯେନା, ପ୍ରଫୁଲ୍ଲ ଚନ୍ଦ୍ର ଗିରି, ଅଭୟ କୁମାର ମହାନ୍ତି, ସନାତନ ସାହୁ, ଗଜେନ୍ଦ୍ର ଘଡେଇ, ଶୁସାନ୍ତ କୁମାର ପାତ୍ର, ବନମାଳୀ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ରମାକାନ୍ତ ରାଉଳ, ପ୍ରାଣବନ୍ଧୁ ପରିଡା, ଦେବେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
OSCAR-2019
ଲାହୋର ବିମାନବନ୍ଦରରୁ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ଝିଅ ମରିୟମ ଗିରଫ । ଦୁର୍ନୀତି ଅଭିଯୋଗରେ ବାପ-ଝିଅକୁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ରାତି ପାହିଲେ ରଥଯାତ୍ରା । ବଡ ଠାକୁରଙ୍କ ଟିକିଏ ଝଲକ ପାଇବା ପାଇଁ ପୁରୀ ବଡଦାଣ୍ଡ ଜନସମୁଦ୍ର, ରଥରେ ବସି ମାଉସୀ ମା’ ଘରକୁ ଯିବେ କଳା ଠାକୁର
OSCAR-2019
ମେରି କମ ହେଉଛି ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର ।[୧] କଥାଚିତ୍ରଟି ମେରି କମ ନାମ୍ନୀ କୁସ୍ତି-ଖେଳାଳୀଙ୍କ ଜୀବନୀ ଉପରେ ଆଧାରିତ । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ଓମୁଙ୍ଗ କୁମାର ଏବଂ ପ୍ରଯୋଜକ ହେଉଛନ୍ତି ସଞ୍ଜୟ ଲୀଲା ଭଂସାଲୀ ଓ ଅଜିତ ଅନ୍ଧାରେ । ଚଳଚ୍ଚିତ୍ରର ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ପ୍ରିୟଙ୍କା ଚୋପ୍ରା [୨]। ଅନ୍ୟାନ୍ୟ ସହ କଳାକାରମାନେ ହେଲେ ଦର୍ଶନ କୁମାର, ସୁନୀଲ ଥାପା, ଇତ୍ୟାଦି । କଥାଚିତ୍ରରେ ପ୍ରିୟଙ୍କା ପ୍ରଥମ ଥର ପାଇଁ ଏକ ଗୀତରେ ନିଜର କଣ୍ଠ ଦାନ କରିଛନ୍ତି । ପ୍ରିୟଙ୍କା ଏଥିପାଇଁ ପ୍ରାୟ ତିନିମାସ ଶାରୀରିକ ବ୍ୟାୟାମ ଏବଂ ତାଲିମ ହାସଲ ପୂର୍ବକ ମେରି କମଙ୍କ କୁସ୍ତି କୌଶଳ ବିଷୟରେ ଆବଶ୍ୟକ ଜ୍ଞାନ ହାସଲ କରିଥିଲେ । କଥାଚିତ୍ରର କାହାଣୀ ମେରି କମଙ୍କ ଜୀବନୀ ଉପରେ ଆଧାରିତ ।ମେରି କମଙ୍କ ଜନ୍ମ ମଣିପୁରର ଚୁରାଚାଂଦପୁର ଜିଲ୍ଲାର ଏକ ଗରିବ କୃଷକ ପରିବାରରେ ହୋଇଥିଲା। ସେ ତାଙ୍କ ପ୍ରାଥମିକ ଶିକ୍ଷା ଲୋକଟକ ଖ୍ରୀଷ୍ଟିୟାନ ମଡେଲ ସ୍କୁଲ ଏବଂ ସେଣ୍ଟ ଜାଭିୟର ସ୍କୁଲରେ ସମାପ୍ତ କଲେ । ପରବର୍ତ୍ତୀ ଶିକ୍ଷା ପାଇଁ ସେ ଆଦିମଜାତି ହାଇସ୍କୁଲ, ଇମ୍ଫାଲ ଗଲେ । ହେଲେ ପରୀକ୍ଷାରେ ଫେଲ ହୋଇଯିବାରୁ ସେ ସ୍କୁଲ ଛାଡ଼ି ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଲେ । ମେରି କମଙ୍କ ବିବାହ ଓନଲର କମଙ୍କ ସହିତ ହୋଇଛି ଓ ତାଙ୍କର ୩ଟି ସନ୍ତାନ ଅଛନ୍ତି । ମେରି କମଙ୍କ (ମୂଳ ନାମ ମାଙ୍ଗତେ ଚୁଙ୍ଗେଇଜାଙ୍ଗ କମ) ପିଲାଟି ଦିନରୁ ବକ୍‌ସିଙ୍ଗ ପ୍ରତି ଆକର୍ଷଣ ରହିଥିଲା । ପିତାଙ୍କ ବିରୋଧ ସତ୍ତ୍ଵେ ସେ ଏଥିରୁ ଦୁରେଇପାରି ନ ଥିଲେ । ବକ୍‌ସିଙ୍ଗ ପ୍ରତି ତାଙ୍କର ଏହି ଦୁର୍ବଳତା ତାଙ୍କୁ ନରଜିତ ସିଂ ( ବକ୍‌ସିଙ୍ଗ କୋଚ୍) ସହ କରାଇଥିଲା । ନରଜିତ ଯେ ତତ୍କାଳୀନ ଏସିଆନ ବକ୍‌ସିଙ୍ଗ ଚମ୍ପିୟନଙ୍କ କୋଚ ଏକଥା ଜାଣିବା ପରେ ମେରି ବକ୍‌ସିଙ୍ଗ ଶିକ୍ଷିବା ପାଇଁ ତାଙ୍କର ଅଭିଳାଷ ପ୍ରକାଶ କଲେ । କମଙ୍କର ବକ୍‌ସିଙ୍ଗ ପ୍ରତି ନିଷ୍ଠା ଦେଖିବା ପରେ ନରଜିତ କୋମଙ୍କୁ ତାଲିମ ଦେବା ଆରମ୍ଭ କଲେ । ଇତି ମଧ୍ୟରେ ସେ ତାଙ୍କ ନାମ ବଦଳାଇ ମେରି କମ ରଖିଲେ । କଥାଚିତ୍ରର କାହାଣୀକୁ ସଜାଇଥିଲେ ଲେଖକ ସଆଇୱାନ କ୍ଵାଡ୍ରାସ, ଯିଏକି ଓମୁଙ୍ଗ କୁମାରଙ୍କୁ ଏହି କାହାଣୀକୁ ନେଇ କଥାଚିତ୍ର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେତେବେଳେ ମେରି କମ ମୁଷ୍ଟିଯୁଦ୍ଧରେ ଆନ୍ତର୍ଜାତିକ ସ୍ତରରେ ଅନେକ କିଛି ସମ୍ମାନ ହାସଲ କରିଥିଲେ ବି ଭାରତ ତଥା ଭାରତ ବାହାରେ ଏତେଟା ଲୋକପ୍ରିୟ ହୋଇ ନ ଥିଲେ । କୁମାର ଏଥିରେ ସମ୍ମତି ଜଣାଇ ମେରି କମଙ୍କୁ ମିଶିଲେ ଏବଂ କଥାଚିତ୍ରଟି ପାଇଁ ଅନୁମତି ହାସଲ କଲେ । ମେଂଗତେ ଚଂଗ୍ନେଇଜେଂଗ ମେରି କମ୍(ଏମ୍ ସି ମେରି କମ୍) ମୁଷ୍ଟି ଯୁଦ୍ଧରେ 5 ଥରର ବିଶ୍ୱ ଚ୍ୟାମ୍ପିୟାନ ଅଟନ୍ତି । ସେ ହେଉଛନ୍ତି ଏକ ମାତ୍ର ମହିଳା ଯେ କି ୬ ଥର ଯାକ ହୋଇଥିବା ବିଶ୍ୱ ଚ୍ୟାମ୍ପିୟନସିପରେ ପଦକ ଜିତିଛନ୍ତି । "ମ୍ୟାଗନିଫିସେନ୍ଟ୍ ମେରି" ବୋଲାଉଥିବା ମେରି ହେଉଛନ୍ତି ଏକ ମାତ୍ର ଭାରତୀୟ ମହିଳା ଯେ କି ୨୦୧୨ ଲଣ୍ଡନ ଓଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବା ସଙ୍ଗେ ସଙ୍ଗେ ନିଜ ବର୍ଗ (୫୧ କି. ଗ୍ରା.)ରେ କାଂସ୍ୟ ପଦକ ମଧ୍ୟ ଜିତିଥିଲେ। ମେରି ମଧ୍ୟ ଇମ୍ଫାଲରେ କେବଳ ମହିଳାମାନଙ୍କ ପାଇଁ ଏକ ଯୁଦ୍ଧ ଆଖଡ଼ା (fight club) ଆରମ୍ଭ କରିଛନ୍ତି, ଯେଉଁଠି ଝିଅମାନଙ୍କୁ ଯୌନ ହିଂସାକୁ ପ୍ରତିରୋଧ କରିବାପାଇଁ ତାଲିମ ଦିଆଯାଏ ।
OSCAR-2019
ଜୁଲାଇ ପହିଲାରୁ ଦେଶରେ ଜିଏସଟି (ସାମଗ୍ରୀ ଏବଂ ସେବା ଟିକସ) କାର୍ଯ୍ୟକାରୀ ହେବ । ପରୋକ୍ଷ ଟିକସ କ୍ଷେତ୍ରରେ ଏହା ଏକ ବଡ଼ ସଂସ୍କାର । ଏହି ଟିକସ ସଂସ୍କାରକୁ ନେଇ ଖାଉଟି, ବ୍ୟବସାୟୀ ଏବଂ ରାଜସ୍ୱ ସଂଗ୍ରହକାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଶା ଓ ଆଶଙ୍କା ଦେଖାଦେଇଛି । ଯଦିଓ ଜିଏସଟିର ପ୍ରକୃତ ପ୍ରଭାବ କ’ଣ ରହିବ ତାହା ପ୍ରାୟ ବର୍ଷେ ପରେ ସ୍ପଷ୍ଟ ହେବ, ତଥାପି କାହାକୁ କିଭଳି ଏହା ପ୍ରଭାବିତ କରିବ ତାହାକୁ ନେଇ ଅଙ୍କକଷା ଚାଲିଛି। • ମାବାଇଲ ବିଲ୍‌, ଟ୍ୟୁସନ ଫି ଏବଂ ସେଲୁନ୍‌ ସେବା ପାଇଁ ଗ୍ରାହକଙ୍କୁ ୩ ପ୍ରତିଶତ ଅଧିକ ଟିକସ ଦେବାକୁ ହେବ। ସେମାନଙ୍କୁ ଏବେ ୧୫ ପ୍ରତିଶତ ଟିକସ ଦେବାକୁ ପଡ଼ୁଥିବାବେଳେ ଜିଏସ୍‌ଟି ବ୍ୟବସ୍ଥାରେ ୧୮ ପ୍ରତିଶତ ଟିକସ ଦେବାକୁ ପଡ଼ିବ । • ସେହିଭଳି ରେଡିମେଡ ପୋଷାକ ମଧ୍ୟ ମହଙ୍ଗା ହେବ । ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ ଉପରେ ଏବେ ୬ ପ୍ରତିଶତ ଭାଟ୍‌ ଲାଗୁ ହେଉଥିବାବେଳେ ଜିଏସ୍‌ଟିରେ ଏହା ୧୨ ପ୍ରତିଶତ ହେବ । ୧୦୦୦ ଟଙ୍କାରୁ କମ୍‌ ମୂଲ୍ୟର ପୋଷାକ ଉପରେ ୫ ପ୍ରତିଶତ ଜିଏସ୍‌ଟି ଆଦାୟ ହେବ । • ଫ୍ଲାଟ କିମ୍ବା ଦୋକାନ ଘର କ୍ରୟ କରିଲେ ଏଥିପାଇଁ ଟିକସ ବାବଦରେ ଅଧିକ ଅର୍ଥ ଜିଏସଟିରେ ଦେବାକୁ ହେବ । ଏବେ ଫ୍ଲାଟ୍‌ ଏବଂ ଦୋକାନ ଘର କ୍ରୟ ପାଇଁ ୫ ପ୍ରତିଶତ ଭାଟ୍‌ ଦେବାକୁ ପଡ଼ୁଥିବାବେଳେ ଜିଏସ୍‌ଟିରେ ୧୨ ପ୍ରତିଶତ ଟିକସ ଦେବାକୁ ହେବ। • ଜିଏସ୍‌ଟି ବ୍ୟବସ୍ଥାରେ ବିଲଡରମାନେ ଯେଉଁ ଇନପୁଟ୍‌ କ୍ରେଡିଟ୍‌ ପାଇବେ ତାହାର ଲାଭ ଗ୍ରାହକଙ୍କୁ ଦେବେ ବୋଲି ଆଶା କରାଯାଉଛି । ସରକାର ମଧ୍ୟ ଏ ନେଇ ସୂଚନା ଜାରି କରୁଛନ୍ତି । କିନ୍ତୁ ବାସ୍ତବତଃ ଏହା କେତେ ସମ୍ଭବ ହେବ ତାହାକୁ ନେଇ ଟିକସ ବିଶେଷଜ୍ଞମାନେ ସନ୍ଦିହାନ ଅଛନ୍ତି । • ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର ଥିବା ବ୍ୟବସାୟୀ, ଉତ୍ପାଦନକାରୀ ଏବଂ ରେସ୍ତୋରାଁ ଗୁଡ଼ିକ କମ୍ପୋଜିସନ ସ୍କିମର ଲାଭ ଉଠାଇ ପାରିବେ। • ସେମାନେ ଜିଏସଟି ବ୍ୟବସ୍ଥାରେ ଯଥାକ୍ରମେ ୧ ପ୍ରତିଶତ, ୨ ପ୍ରତିଶତ ଏବଂ ୫ ପ୍ରତିଶତ ଟିକସ ଦେଇପାରିବେ । ଏହି ବ୍ୟବସାୟୀମାନେ ଯଦିଓ ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ ପାଇବେ ନାହିଁ ତଥାପି ଏମାନଙ୍କୁ କେବଳ କ୍ୱାର୍ଟରଲି ରିଟର୍ଣ୍ଣ ଦାଖଲ କରିବାକୁ ହେବ। • ଜୁନ୍‌ ୩୦ ତାରିଖ ସୁଦ୍ଧା ପହଞ୍ଚିଥିବା ସାମଗ୍ରୀର କ୍ଲିଅରାନ୍ସ ଜୁଲାଇ ୧ ତାରିଖ ପରେ ହେଲେ ମଧ୍ୟ ଏହା ଉପରେ ଆଇଜିଏସଟି ଏବଂ କ୍ଷତିପୂରଣ ସେସ୍‌ ଲାଗୁ ହେବ ନାହିଁ। • ପେଟ୍ରୋଲିୟମ ଏବଂ ତମାଖୁ ଜାତୀୟ ସାମଗ୍ରୀର ଆମଦାନି ଉପରେ ଅତିରିକ୍ତ ସୀମା ଶୁଳ୍କ ଲାଗିବା ଅବ୍ୟାହତ ରହିବ । ସମସ୍ତ ଆମଦାନିକାରୀ/ରପ୍ତାନିକାରୀଙ୍କ ପାଇଁ ଏଣ୍ଟ୍ରିି ବିଲ୍‌, ସିପିଂ ବିଲ୍‌ ଏବଂ କୋରିଅର ଫର୍ମରେ ଜିଏସ୍‌ଟି ପଞ୍ଜୀକରଣ ନମ୍ବର(ଜିଏସଟିଆଇଏନ୍‌) ସହିତ ଆମଦାନି ରପ୍ତାନି କୋଡ୍‌(ଆଇଇସି)କୁ ଉଲ୍ଲେଖ କରିବା ବାଧ୍ୟତାମୂଳକ। • ଜିଏସ୍‌ଟି ନେଟଓ୍ଵାର୍କରେ ଦିଆଯାଇଥିବା ଅସ୍ଥାୟୀ ପରିଚୟ ନମ୍ବର ବା ଆଇଡିକୁ ମଧ୍ୟ ଟ୍ରାଞ୍ଜିସନ ପିରିଅଡରେ ଘୋଷଣା କରିବାକୁ ହେବ। ଏଣ୍ଟ୍ରିି ବିଲ୍‌ରେ ଘୋଷଣା କରାଯାଇଥିବା ଜିଏସଟି ପଞ୍ଜୀକରଣ ନମ୍ବର ଆଧାରରେ ଆଇଜିଏସଟିରେ ଇନପୁଟ୍‌ କ୍ରେଡିଟ ଟ୍ୟାକ୍ସ ପ୍ରଦାନ କରାଯିବ। ୨୦୧୬-୧୭ର ଶେଷ ୯ ମାସରେ ପରୋକ୍ଷ ଟିକସରେ ସରକାରଙ୍କ ରାଜସ୍ୱ ୨୨ ପ୍ରତିଶତ ବୃଦ୍ଧି ପାଇଥିଲା । ତେବେ ଜିଏସଟି କାର୍ଯ୍ୟକାରୀ ହେବା ଦ୍ୱାରା ଚଳିତ ଆର୍ଥିକ ବର୍ଷର ଶେଷ ୯ ମାସ ମଧ୍ୟରେ ସରକାରଙ୍କ ରାଜସ୍ୱ ଅଭିବୃଦ୍ଧି ୮ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । କିନ୍ତୁ ଆସନ୍ତା ଆର୍ଥିକ ବର୍ଷ ପାଇଁ ରାଜସ୍ୱ ଅଭିବୃଦ୍ଧି ଜିଏସଟିରେ କ’ଣ ରହିବ ସେ ନେଇ କିଛି ଆକଳନ ହୋଇନାହିଁ । ୨୦୧୬-୧୭ରେ ପରୋକ୍ଷ ଟିକସ (କେନ୍ଦ୍ରୀୟ ଉତ୍ପାଦ, ସେବା ଟିକସ ଏବଂ ସୀମା ଶୁଳ୍କ) ବାବଦରେ ସରକାର ୮.୬୩ ଲକ୍ଷ କୋଟି ଟଙ୍କା ପାଇଥିଲେ । ଯଦିଓ ଜିଏସଟିରେ ସରକାରଙ୍କର ଟିକସରେ କୌଣସି ବୃଦ୍ଧି ବା ହ୍ରାସ ହେବନାହିଁ ବୋଲି ଏକ ଆକଳନ ତଥାପି ଏ ନେଇ ସରକାର ନିଶ୍ଚିତ ନାହାନ୍ତି । ଜିଏସଟି ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ କୌଣସି କ୍ଷତି ହେଲେ ପ୍ରଥମ ୫ ବର୍ଷ ପାଇଁ କେନ୍ଦ୍ର ସରକାର ସେହି କ୍ଷତି ଭରଣା କରିବେ। ଦୁଇ ଚକିଆ ଯାନ, ବଡ଼ କାର୍‌, ଓଜନ ମେସିନ୍‌, ୟୁପିଏସ୍‌, ଇଲେକ୍‌ଟ୍ରିକ୍‌ ଟ୍ରାନ୍ସଫରମର, ଓ୍ଵାଇଣ୍ଡିଂ ଓୟାର, ଟ୍ରାନ୍ସଫର୍ମର ପ୍ରତିରକ୍ଷା, ପୁଲିସ ଏବଂ ଅର୍ଦ୍ଧ ସାମରିକ ବଳ ଦ୍ୱାରା ବ୍ୟବହୃତ ଓ୍ଵାକି ଟକି, ଡାକ ଟିକଟ ଏବଂ ରେଭିନ୍ୟୁ ଟିକଟ, ଆଚାର, ସସ୍‌ , ଲୁଣ, ପିଲାଙ୍କ ଛବି, ଡ୍ରଇଂ ବା କଲର ବୁକ୍‌, ତାସ, କ୍ୟାରମ୍‌ ଏବଂ ଅନ୍ୟାନ୍ୟ ବୋର୍ଡ ଖେଳ ସାମଗ୍ରୀ, ପଲିସ୍‌ ହୋଇ ନଥିବା ମୂଲ୍ୟବାନ ଏବଂ ଅର୍ଦ୍ଧ ମୂଲ୍ୟବାନ ପ୍ରସ୍ତର, କଂଟାକ୍ଟ ଲେନ୍‌ସ, ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ, ଲୁହାପଥର, ଔଷଧ, ହାତ ତିଆରି ସଙ୍ଗୀତ ଉପକରଣ ଶୀତତାପ ନିୟନ୍ତ୍ରିତ ରେସ୍ତୋରାଁ, ବ୍ୟାଙ୍କିଙ୍ଗ କାରବାର, ବୀମା, ମ୍ୟୁଚୁଆଲ୍‌ ଫଣ୍ଡ୍‌, ମୋବାଇଲ୍‌ ଫୋନ୍‌ ବିଲ୍‌, ଟ୍ୟୁୃସନ୍‌ ଫି’, ସେଲୁନ୍‌, ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ, ଫ୍ଲାଟ୍‌ ଏବଂ ଦୋକାନ ଘର, ବଟର, ଟିଭି, ୫୦୦ ଟଙ୍କାରୁ ଅଧିକ ମୂଲ୍ୟର ଜୋତା, ସୁନା,କର୍ଣ୍ଣ ଫ୍ଲେକ୍ସ, ଜାମ୍‌, ହାତ ଘଣ୍ଟା, ଡବା ଶିଶୁ ଖାଦ୍ୟ, ଛୋଟ କାର୍‌, ମଧ୍ୟମ ଧରଣର କାର୍‌ (୧୫୦୦ ସିସିରୁ କମ୍‌)
OSCAR-2019
କନକ ବ୍ୟୁରୋ : ପବିତ୍ର ରଥଯାତ୍ରା ଅବସରରେ ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ କାଳିଆ ଠାକୁର ଆଜି ରଥାରୁଢ଼ ହୋଇ ବଡ଼ଦାଣ୍ଡରେ ଯାତ୍ରା କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ସମାପନା ପରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡିରେ ଆଣି ରଥାରୁଢ଼ କରିବା ପ୍ରକ୍ରିୟାର ଆରମ୍ଭ ହୋଇଛିି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ସେବାୟତମାନେ ଶୂନ୍ୟପହଣ୍ଡିରେ ଆଣି ମା ସୁଭଦ୍ରାଙ୍କ ରଥ ‘ଦେବଦଳନ’ରେ ସ୍ଥାପନା କରଛନ୍ତି ।
OSCAR-2019
କନକ ବ୍ୟୁରୋ : ପୁରୀ ଜିଲ୍ଲା ଗୋପ କୁଶଭଦ୍ରା ନଦୀ ପୋଲ ନିକଟରୁ ଉଦ୍ଧାର ହେଲା ଅଜଗର । ମାଛ ଧରିବା ବେଳେ ଜାଲରେ ପଡିଛି ୫୦ କେଜି ଅଜଗର । ସ୍ଥାନୀୟ ଲୋକ କୁଶଭଦ୍ରା ପୋଲ ନିକଟରେ ଜାଲ ପକାଉଥିବା ବେଳେ ଅଜଗରଟିକୁ ଉଦ୍ଧାର କରିଛନ୍ତି । ଏହାର ଲମ୍ବର ପ୍ରାୟ ୨୦ ଫୁଟ ହେବ । ତେବେ ଅଜଗରକୁ ଉଦ୍ଧାର କରିବା ପରେ ବନବିଭାଗକୁ ଜଣାଇଛନ୍ତି ସ୍ଥାନୀୟ ଲୋକ ।
OSCAR-2019
ସିଂହଦ୍ୱାରରୁ ତିନି ରଥ ଟଣାହୋଇ ଶରଧାବାଲିରେ ପହଁଚନ୍ତି । ଶରଧାବାଲିରୁ ଆଡପମଣ୍ଡପକୁ ବିଜେ ହୁଅନ୍ତି । ଏଇ ଶରଧାବାଲିକୁ ନେଇ ଭକ୍ତଙ୍କ ମନରେ ଅନେକ କୌତୁହଳ । ଶରଧାବାଲି – ଅର୍ଥାତ୍ ପୂର୍ବରୁ ଏଠାରେ ଥିଲା ବାଲୁକା ଶଯ୍ୟା । ଏହି ବାଲୁକା ଶଯ୍ୟା ଧାରରେ ନଦୀଟିଏ ବହି ଯାଉଥିଲା । ନଦୀର ନାଁ ଶଙ୍ଖୁଆ ନଈ । ଅବଶ୍ୟ କେହି କେହି କୁହନ୍ତି ମାଳିନୀ ନଈ । ଏହି ନଈ ବଡଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ମଝିରେ ବହି ଯାଉଥିଲା । ରାଜା ନରସିଂହ ଦେବଙ୍କ ରଥଯାତ୍ରା ସମୟରେ ନଦୀ ଏପଟେ ତିନି ରଥ ଓ ନଦୀ ସେପଟେ ତିନି ରଥ ରହୁଥିଲେ । ଶ୍ରୀବିଗ୍ରହଙ୍କୁ ନଦୀ ପାର ହେବାକୁ ପଡୁଥିଲା । ଏକଥାରେ ଗଜପତି ନରସିଂହ ଦେବଙ୍କ ରାଣୀ ଶରଧାଦେବୀ ଘୋର କଷ୍ଟ ଅନୁଭବ କରୁଥିଲେ । ବହୁ କଷ୍ଟରେ ନଦୀକୁ ପୋତି ଦେବାକୁ ରାଣୀ ସମର୍ଥ ହେଲେ । ସେହି ଦିନଠାରୁ ରାଣୀ ଶରଧାଦେବୀଙ୍କ ନାମ ଅନୁସାରେ ଏହି ସ୍ଥାନର ନାଁ ଶରଧାବାଲି ହୋଇଥିବା କୁହାଯାଏ ।
OSCAR-2019
ଟିିକିରି: ଦୀର୍ଘ ୧ମାସ ହେଲା ନିଖୋଜ ଥିବା କାଶୀପୁର ବ୍ଲକ ଦୁଡୁକାବାହାଲ ଗ୍ରାମର ଜଣେ ମହିଳା ଓ ୪ବର୍ଷର ଶିଶୁକୁ ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମରୁ ପରିବାର ଲୋକ ଉଦ୍ଧାର କରିଛନ୍ତି। ପ୍ରକାଶ ଥାଉକି, ଦୁଡୁକାବାହାଲ ଗ୍ରାମର ଚନ୍ଦନ ନାଏକଙ୍କ ପତ୍ନୀ କେତକୀ ନିଜର ୪ବର୍ଷର ଶିଶୁ ପୁତ୍ରକୁ ଧରି ଗତ ମେ ୧୯ତାରିଖରେ ଟିକିରି ଷ୍ଟେସନରୁ ଟ୍ରେନ ଯୋଗେ କୋରାପୁଟ ଚାଲି ଯାଇଥିଲେ। କୋରାପୁଟ ରେଳ ଷ୍ଟେସନରେ କେତକୀ ଅସହାୟ ଅବସ୍ଥାରେ କାନ୍ଦୁଥିବା ଦେଖି ବିଷମଟକ ବ୍ଲକ ହାଟମୁନିଗୁଡା ଗ୍ରାମର ପରିବା ବ୍ୟବସାୟ କରୁଥିବା ଦଂପତି ମେ ୨୦ତାରିଖରେ ନିଜ ଘରକୁ ନେଇ ଆସିଥିଲେ। ମଦ୍ୟପ ସ୍ୱାମୀର ଅତ୍ୟାଚାର ସହ୍ୟ କରିନପାରି ଘର ଛାଡିବାକୁ ବାଧ୍ୟ ହୋଇଥିବା କେତକୀ ଏହି ଦଂପତିଙ୍କୁ କହିଥିଲେ। ଅନ୍ୟପଟେ ପତ୍ନୀ ଓ ପୁଅ ନିଖୋଜ ଥିବା ନେଇ ଚନ୍ଦନ ନାଏକ ଗତ ମେ ୨୮ତାରିଖରେ ଟିକିରି ଥାନାରେ ଏତଲା ଦେଇଥିଲେ। ପରେ ପୁଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲା। କେତକୀ ଓ ୪ବର୍ଷର ଶିଶୁ ନିଜ ପାଖରେ ଥିବା ନେଇ ଉଦ୍ଧାର କରିଥିବା ଦଂପତି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ କେତକୀଙ୍କ ସ୍ୱାମୀ ଓ ପରିବାର ଲୋକ ଜୁନ୍‌ ୨୦ତାରିଖରେ ହାଟମୁନିଗୁଡାରେ ପହଞ୍ଚି କେତକୀ ଓ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ। ଏହାର ପରଦିନ କେତକୀଙ୍କ ବାପା ଘର ଓ ଶଶୁର ଘର ଲୋକେ ଟିକିରି ଥାନାରେ ପହଞ୍ଚିଥିଲେ। ସ୍ୱାମୀଙ୍କ ନିକଟକୁ ଚାଲି ଯିବାକୁ ଉଭୟ ପରିବାରର ଲୋକ କେତକୀଙ୍କୁ ବୁଝାଶୁଝା କରିଥିଲେ। ଏପରିକି ମଦ ପିଇ ପତ୍ନୀଙ୍କୁ ନିର୍ଯାତନା ନଦେବା ନେଇ ଚନ୍ଦନ ନାଏକ ଥାନାରେ ଲିଖିତ ଭାବେ ଜଣାଇଥିଲେ। ପୁଲିସର ହସ୍ତକ୍ଷେପ ପରେ କେତକୀ ନିଜ ପୁଅକୁ ଧରି ସ୍ୱାମୀଙ୍କ ଘରକୁ ଫେରିଥିବା ଜଣାପଡିଛି।
OSCAR-2019
ଯାଜପୁର, ୨୧/୪ (ଓଡିଆ ପୁଅ/ମାନସ ରାଉତ) ଗ୍ରହରାଜ ଶନିଙ୍କର ବତ୍ର ସୁନ୍ଦରିଆ ପଂଚାୟତ ଠେଙ୍ଗିଆବାବା ମଠ ନିକଟସ୍ଥ ଶନିମନ୍ଦିର ନିକଟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବହୁ ମାନସିକ ଧାରୀ ମାନେ ନିକଟସ୍ଥ ପୁଷ୍କରଣୀରୁ ପାଣି ଢାଳି ନିଜର ବତ୍ର ପାଳନ କରିଥିଲେ। ପରେ ଶନିଙ୍କ ନିକଟରେ ପୁର୍ଜାର୍ଚ୍ଚନା କରାଯାଇ ନିଜର ମାନସିକ ପୂରଣ କରିଥିଲେ। ସେହିପରି ହରିଦାସପୁର କୁସୁମେଇ ମନ୍ଦିର ପରିସରରେ ଥିବା ଶନି ମନ୍ଦିରରେ ବହୁ ମାନସିକ ଧାରୀ ଗ୍ରହରାଜ ଶନିଙ୍କର ପୂଜାର୍ଚ୍ଚନା କରିଥିବା ବେଳେ ଏହି ଅଂଚଳର ଅନ୍ୟନ ସ୍ଥାନ ମାନଙ୍କରେ ମଧ୍ୟ ଶନିଙ୍କର ପୂଜାର୍ଚ୍ଚନା କରାଯାଇଥିବା ଜଣାଯାଇଛି।
OSCAR-2019
କନକ ବ୍ୟୁରୋ : ଏସିଆନ୍‌ ଆଥ୍‌ଲେଟିକ୍‌ସ ଚାମ୍ପିୟନ୍‌ସିପ୍‌ ପାଇଁ ୪୫ଟି ଦେଶରୁ ୮୧୫ ଖେଳାଳି ଓ ୨୮୦ ବୈଷୟିକ ଅଧିକାରୀଙ୍କ ସମାଗମ ହେବ । ବହୁ ବିଦେଶୀ ପର୍ଯ୍ୟଟକ ଖେଳ ଉପଭୋଗ କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିବେ । ଖେଳାଳି ଓ ପର୍ଯ୍ୟଟକଙ୍କ ସମ୍ମୁଖରେ ପର୍ଯ୍ୟଟନସ୍ଥଳୀର ବ୍ରାଣ୍ଡିଂ ପାଇଁ ୪ କୋଟି ଟଙ୍କା ଖର୍ଚ ହେବ। ସେମାନେ ଯେପରି ଓଡ଼ିଶା ପ୍ରତି ଆକୃଷ୍ଟ ହୋଇ ଓଡ଼ିଶାକୁ ବାରମ୍ବାର ଆସିବା ସହ ଏହାର ସୁନାମକୁ ବାହାରେ ପହଞ୍ଚାଇବେ ତାହା ଉପରେ ଗୁରୁତ୍ୱ ଦେଇଛି ଓଟିଡିସି । ମିଳିଥିବା ସୂଚନା ଅନୁଯାୟୀ ଅତିଥି ଦେବୋ ଭବଃ ସ୍ଳୋଗାନକୁ ସାକାର ରୂପ ଦେବା ପାଇଁ ଏହା ସବୁଠୁ ଭଲ ସୁଯୋଗ ହୋଇଥିବାରୁ ପ୍ରତି ପର୍ଯ୍ୟଟକଙ୍କୁ ଗୁରୁତ୍ୱ ଦିଆଯିବ । ବିଶେଷକରି ସେମାନଙ୍କୁ ବସ୍‌ରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେବା ଆଣିବା କରିବା ପାଇଁ ନିୟୋଜିତ ବସ୍‌ ଚାଳକମାନେ କିଭଳି ନିଜର ଦାୟିତ୍ୱ ଠିକ୍‌ ଭାବେ ତୁଲାଇବେ ସେଥିପାଇଁ ପାନ୍ଥନିବାସ ପରିସରରେ ୧୨୦ ବସ୍‌ ଚାଳକଙ୍କୁ ସଚେତନ କରାଯାଇଛି । ବସ୍‌ ଚାଳକମାନେ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ସିପ୍‌ ମାସ୍କଟ୍‌ଯୁକ୍ତ ସ୍ୱତନ୍ତ୍ର ‘ଜାକେଟ୍‌’ ପରିଧାନ କରିବେ । ପର୍ଯ୍ୟଟକମାନେ ବିଭିନ୍ନ ଭାଷାଭାଷୀ ହୋଇଥିବାରୁ ସେମାନଙ୍କ ସହ ବସ୍‌ ଚାଳକମାନେ ସାଙ୍କେତିକ ଭାଷାରେ ଭାବ ଆଦାନ ପ୍ରଦାନ କରିବେ । ପ୍ରତ୍ୟେକ ଗାଡ଼ିରେ ଜିପିଏସ୍‌ ବ୍ୟବସ୍ଥା ରହିବ । ଚାଳକମାନେ କାମ ସମୟରେ ମୋବାଇଲ୍‌ ବ୍ୟବହାର କରିବେ ନାହିଁ । ପାନ କି ଗୁଟ୍‌ଖା ଖାଇବେ ନାହିଁ । ଏମାନଙ୍କୁ ପରିଚାଳନା କରିବା ପାଇଁ ଏକ କଣ୍ଟ୍ରୋଲ୍‌ ରୁମ୍‌ ଗଠନ କରାଯିବ । ସମସ୍ତଙ୍କୁ ସେମାନଙ୍କର ଗାଡ଼ିର ରୁଟ୍‌ ବତାଇ ଦିଆଯିବ। ଗାଡ଼ି ଚାଳକମାନେ ଗାଡ଼ିର ଫିଟ୍‌ନେସ୍‌, ଇନ୍‌ସୁରାନ୍ସ କ୍ଳିୟରାନ୍ସ, ପର୍‌ମିଟ୍‌ ପ୍ରମାଣପତ୍ର ଓ ବୈଧ ଡ୍ରାଇଭିଂ ଲାଇସେନ୍‌ସ ସବୁବେଳେ ମହଜୁଦ ରଖିବେ । ଓଟିଡିସିର ମହାପ୍ରବନ୍ଧକ ସାଇଦତ୍ତ ବିପ୍ଳବକେଶରୀ ପ୍ରଧାନଙ୍କ କହିବା ଅନୁଯାୟୀ, ବ୍ୟବହାର ଓ ଉତ୍ତରଦାୟିତ୍ୱ ପ୍ରତି ଓଟିଡିସିର ଗାଡ଼ି ଚାଳକମାନେ କିପରି ସାବଧାନତା ଅବଲମ୍ବନ କରିବେ ସେନେଇ ସେମାନଙ୍କୁ ସଚେତନ କରାଯାଇଛି । ପର୍ଯ୍ୟଟକଙ୍କୁ ଓଡ଼ିଶା ବାରମ୍ବାର ଆସିବା ପାଇଁ ଚାଳକମାନଙ୍କ ବ୍ୟବହାର ହିଁ ପ୍ରମୁଖ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
OSCAR-2019
ପ୍ରତି କିଛି ଦିନରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରାକାରର ବ୍ରେନଟିଜର ଦେଖିବାକୁ ମିଳିଥାଏ । ଯେଉଁଥିରେ ଗଣିତ ଭଳି କିଛି ପ୍ରଶ୍ନ କିମ୍ବା ଚିତ୍ରର ସମୀକରଣ ସମାଧାନ କରିବାକୁ ଦିଆଯାଇଥାଏ । ଯାହା ସମାଧାନ କରିବା ପାଇଁ ଲୋକମାନଙ୍କୁ ମଜ୍ଜା ଲାଗିଥାଏ । ଯେ ପର୍ଯ୍ୟନ୍ତ ଏହା ସମାଧାନ ହୋଇନଥାଏ ସେ ପର୍ଯ୍ୟନ୍ତ ଲୋକଙ୍କୁ ନିଦ ହୋଇନଥାଏ । ଦିଆଯାଇଥିବା ଏହି ସମୀକରଣରେ, ପ୍ରଥମ ତିନୋଟି ସମୀକରଣକୁ ଆଧାର କରି ଶେଷ ସମୀକରଣଟିକୁ ସମାଧାନ କରିବାକୁ ହେବ । ଏଥିରେ ଚାରୋଟି ସମୀକରଣ ଦିଆଯାଇଛି । ସେଥି ମଧ୍ୟରୁ ତିନୋଟି ସମୀକରଣର ପୂର୍ବରୁ ସମାଧାନ କରିଦିଆଯାଇଛି । ସେହି ତିନୋଟି ସମୀକରଣକୁ ଆଧାର କରି ଚତୁର୍ଥ ସମୀକରଣର ଉତର ବାହାର କରିବାକୁ ପଡିବ । ପ୍ରଥମ ସମୀକରଣରେ ତିନୋଟି ଫୁଟବଲ ଦିଆଯାଇଛି । ଦ୍ୱିତୀୟରେ ତିନୋଟି ଘଣ୍ଟା ଏବଂ ତୃତୀୟରେ ତିନୋଟି ଫ୍ୟାନ ରଖାଯାଇଛି । ଧ୍ୟାନଦେଲା ଭଳି କଥା ଏହିକି ଯେ, ଶେଷ ସମୀକରଣରେ ଗୋଟିଏ ଘଣ୍ଟା, ଗୋଟିଏ ବଲ ଏବଂ ଗୋଟିଏ ଫ୍ୟାନ ଦିଆଯାଇଛି । ଏଥି ମଧ୍ୟରେ ପୂର୍ବରୁ ଘଣ୍ଟାରେ ଇଙ୍ଗିତ କରାଯାଇଥିବା ସମୟକୁ ବଦଳାଇ ଦିଆଯାଇ, ଘଣ୍ଟା କଣ୍ଟାକୁ ୨ ଅଙ୍କ ଉପରେ ରଖାଯାଇଛି । ସେହିଭଳି ଫୁଟବଲରେ ୬ ଗୋଟି କଳା ବକ୍ସ ବଦଳରେ ୩ଟି ବକ୍ସ ରଖାଯାଇଛି । ଏବଂ ଫ୍ୟାନରେ ୪ଟି ପତ୍ର ବଦଳରେ ୩ଟି ପତ୍ର ଦିଆଯାଇଛି । ତେବେ ଆସନ୍ତୁ ଏହାକୁ ସମାଧାନ କରିବା । ତେବେ ଏହାର ଉତର ହେଉଛି ୩ । ଘଣ୍ଟାରେ ସମୟକୁ ବଦଳାଇ ଘଣ୍ଟା କଣ୍ଟାକୁ ୨ ଅଙ୍କ ଉପରକୁ ନିଆଯାଇଛି । ଦ୍ୱିତୀୟରେ ଫୁଟବଲରେ ୩ଟି କଳା ବକ୍ସ ରହିଛି । ଏବଂ ଶେଷରେ ଫ୍ୟାନରେ ୩ଟି ପତ୍ର ରହିଛି । ତେଣୁ ଉତର ହେଉଛି ୨ ଗୁଣନ ୩-୩ = ୩ । ଏନଏଚଏଆଇକୁ ଦୋଷ ଦେଇ ଖସିବାକୁ ବିଏମସି କର୍ତୃପକ୍ଷଙ୍କ ଉଦ୍ୟମ ! ଚିଠି ଦେଇ ଆଗତୁରା ସତର୍କ କରିଥିଲା ନଗର ଉନ୍ନୟନ ବିଭାଗ ।
OSCAR-2019
ଝାରସୁଗୁଡ଼ା: ଏକ ହତ୍ୟା ମାମଲରେ ଅଭିଯୁକ୍ତ ଥିବା ଜଣେ ବାଳ ଅପରାଧୀ ମଙ୍ଗଳବାର ପୁଲିସ୍‌ ହାତରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ତାକୁ ଆଜି ଝାରସୁଗୁଡ଼ା କୋର୍ଟ ପରିସର ସ୍ଥିତ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଆଗରେ ଉପସ୍ଥାପନ କରିବା ପରେ ପୁଲିସ୍‌ ଫେରାଇ ନେଉଥିବା ବେଳେ ଦିନ ପ୍ରାୟ ସାଢ଼େ ୧୧ଟାରୁ ୧୨ଟା ମଧ୍ୟରେ ସେ ଖସି ଯାଇ ଦୌଡ଼ି ଚମ୍ପଟ ମାରିଥିବା ଜଣାପଡ଼ିଛି। ଗତ ଫେବ୍ରୁଆରି ମାସ ୧୪ ତାରିଖ ଦିନ ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ଜଣେ ଯାତ୍ରୀଙ୍କୁ ଉକ୍ତ ନାବାଳକ ଜଣକ ଡାକି ନେଇ ପଥରରେ ଛେଚି ହତ୍ୟା କରିବା ପରେ ୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ପୁଲିସ୍‌ ହାତରେ ଧରାପଡ଼ିଥିଲା। ତାକୁ ରାଉରକେଲା ସ୍ଥିତ ସୁଧାର ଗୃହରେ ରଖାଯାଇଥିଲା। ମଙ୍ଗଳବାର ଝାରସୁଗୁଡ଼ା ପୁଲିସ୍‌ ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ୯ ଜଣ ବାଳ ଅପରାଧୀଙ୍କୁ ରାଉରକେଲାରୁ ଆଣି କୋର୍ଟରେ ଉପସ୍ଥାପିତ କରିବା ପରେ ପୁଣି ରାଉରକେଲା ଫେରାଇ ନେଉଥିଲା। ଏହି ଅବସରରେ ସଂପୃକ୍ତ ବାଳ ଅପରାଧୀ ପୁଲିସ୍‌ ହାତରୁ ଖସି ଯାଇ ଦୌଡ଼ି ଚମ୍ପଟ ହୋଇଯାଇଥିବା ଜଣାଯାଇଛି। ତାକୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ତନାଘନା ଜାରି ରହିଥିଲା। ତେବେ ଖବର ଲେଖାଯିବା ବେଳକୁ ତାକୁ ସ୍ଥାନୀୟ ମଙ୍ଗଳ ବଜାର ଠାରେ ଧରାଯାଇଥିବା ଆଇଆଇସି ସାବିତ୍ରୀ ବଳ ସୂଚନା ଦେଇଛନ୍ତି।
OSCAR-2019
ଶରୀରକୁ ସୁସ୍ଥ ରଖିିବା ପାଇଁ ହାଡ଼ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ହାଡ଼ ମଜଭୁତ ନରହିଲେ ଅସ୍ଥି ସମ୍ମନ୍ଧୀୟ ଅନେକ ରୋଗରେ ଆକ୍ରାନ୍ତ ହେବାକୁ ପଡ଼ିଥାଏ । ହାଡ଼ ଦୁର୍ବଳ ହେଲେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ସହ ହାତ ଗୋଡ଼ ବିନ୍ଧା ଭଳି ନାନା ଅସ୍ଥିିଗତ ସମସ୍ୟା ଦେଖାଦେଇଥାଏ । ତେବେ ଆମେ ଚାହିଁଲେ ଘରୋଇ ଉପାୟରେ ଏହାର ସମାଧାନ କରିପାରିବା । ହାଡ଼ ମଜଭୁତ ରଖିବା ପାଇଁ କ୍ୟାଲସିୟମ, ଭିଟାମିନ-ଡିର ଭୂମିକା ସବୁଠାରୁ ଅଧିକ ଆବଶ୍ୟକ । କ୍ୟାଲସିୟମ ଓ ଭିଟାମିନ ଡ଼ି ର ଅଭାବରୁ ଅଷ୍ଟିଓପୋରେସିସ୍ ରୋଗରୁ ଶିକାର ହେବାକୁ ପଡ଼େ । ଶରୀରରେ ଭିଟାମିନ୍-ଡି ଓ କ୍ୟାଲସିୟମ ମାତ୍ରାକୁ ସନ୍ତୁଳିତ ରଖିବା ପାଇଁ ଖାଦ୍ୟର ଭୂମିକା ସାଙ୍ଗକୁ ମଧ୍ୟମ ଧରଣର ବ୍ୟାୟମ କରିବା ଜରୁରୀ । ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟରେ ଭିଟାମିନ୍-ଡି ଓ କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ଭରି ରହିଛି । ଦହିି – ଦହିରେ ଭିଟାମିନ୍-ଡି ଓ କ୍ୟାଲସିୟମର ପରମାଣ ପ୍ରଚୁର ମାତ୍ରାରେ ରହିଛି । କ୍ଷୀର ତୁଳନାରେ ଦହିରେ ୫୦ ପ୍ରତିଶତ ଅଧିକ କ୍ୟାଲସିୟମ୍ ରହିଛି । ଲହୁଣୀ ମିଶା ଦହି ଶରୀର ପାଇଁ ଅତି ଲାଭଦାୟକ । ଦୈନିକ ଏକ କପ୍ ଦହି ଖାଇବା ଦ୍ୱାରା ହାଡ଼ ମଜଭୁତ ହେବା ସହ ଅସ୍ଥିଗତ ସମସ୍ୟାରୁ ରକ୍ଷା ମିଳେ । ଚୁନା ମାଛ – ବଡ଼ ମାଛ ଅପେକ୍ଷା ଛୋଟ ମାଛରେ ଅଧିକ ପରିମାଣର କ୍ୟାଲସିୟମ ଓ ଭିଟାମିନ-ଡି ଭରି ରହିଛି । ପ୍ରତିଦିନ ସମ୍ଭବ ନହେଲେ ସପ୍ତାହରେ କମରେ ଦୁଇରୁ ତିନି ଥର ଚୁନା ମାଛ ଖାଆନ୍ତୁ । ଅଣ୍ଡା – ଅଣ୍ଡାରେ ଭିଟାମିନ-ଡିର ମାତ୍ରା ପ୍ରଚୁର ପରିମାଣରେ ଥାଏ । ଅଣ୍ଡାର ଧଳା ଅଂଶ ଅପେକ୍ଷା ହଳଦିଆ ଅଂଶରେ ଅଧିକ ଭିଟାମିନ-ଡି ରହିଛି । ସପ୍ତାହରେ ୩ରୁ ୪ ଥର ଅଣ୍ଡା ଖାଇବା ଆବଶ୍ୟକ । ପାଳଙ୍ଗ ଶାଗ – ଯଦି ଆପଣ ଶାଗ ଖାଇବା ପାଇଁ ପସନ୍ଦ କରନ୍ତò, ତେବେ ପ୍ରତିଦିନ ଅଳ୍ପ କିଛି ଶାଗ ଖାଆନ୍ତୁ । ହାଡ଼ ପାଇଁ ଅନ୍ୟ ଶାଗ ଖାଇବା ଅପେକ୍ଷା ପାଳଙ୍ଗ ଶାଗ ଏକ ଭଲ ବିକଳ୍ପ । ଶରୀରରେ କ୍ୟାଲସିୟମର ପରିମାଣ ବଢ଼ାଇବା ପାଇଁ ପାଳଙ୍ଗ ଶାଗ ବେଶ୍ ଉପଯୋଗୀ । ପାଳଙ୍ଗ ଶାଗରେ ଆଇରନ୍ ଓ ଭିଟାମିନ୍ ପ୍ରଚୁର ପରିମାଣର ଥାଏ । କମଳା ଜୁସ୍ – କମଳାରେ ଭିଟାମିନ ଡି ଓ କ୍ୟାଲସିୟମ ପ୍ରଚର ମାତ୍ରାରେ ରହିଛି । ତେଣଉ ପ୍ରତିଦିନ ଏକରୁ ଦୁଇ ଗ୍ଲାସ୍ କମଳା ଜୁସ୍ ପିଇବା ଉଚିତ୍ । ବଜାରରେ ମିଳୁଥିବା ଜୁସ୍ ଅପେକ୍ଷା ଘରେ ତିଆରି ହେଉଥିବା ଜୁସ୍ ଅଧିକ ସହାୟକ ।
OSCAR-2019
ବାହାରକୁ ବାହାରିଲେ ଖରାଦିନେ ଶୋଷ ମେଣ୍ଟାଇବା ପାଇଁ ଲୋକମାନେ ମୃଦ୍ୟୁପାନୀୟର ସାହାରା ନିଅନ୍ତି। ଏଥିରେ କେମିକାଲ ଥିବାରୁ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କେମିକାଲ୍ ଅପେକ୍ଷା ପ୍ରାକୃତିକ ମୃଦ୍ୟୁପାନୀୟ ଲେମ୍ବୁ-ଚିନି ଓ ପୋଦିନା
OSCAR-2019
ନାଉରୁ ଏକ ଦ୍ଵୀପ ଦେଶ । ୧୯୬୮ ଜାନୁଆରୀ ୩୧ରେ ଅଷ୍ଟ୍ରେଲିଆ ଅଧୀନରୁ ନାଉରୁ ସ୍ଵାଧୀନତା ଲାଭ କରିଥିଲା୤ ହାୱାଇଠାରୁ ୨,୮୦୦ ମାଇଲ ଦୂର ପ୍ରଶାନ୍ତ ମହାସାଗରର ମଧ୍ୟଭାଗରେ ମାଇକ୍ରୋନେସିଆରେ ଏହି କ୍ଷୁଦ୍ର ଦ୍ଵୀପ ରାଷ୍ଟ୍ର ଅବସ୍ଥିତ ୤ ସରକାରୀ ଭାବେ ରିପବ୍ଳିକ ଅଫ ନାଉରୁ କଥିତ ହେଉଥିବା ବେଳେ ଏହା ପ୍ଲିଜାଣ୍ଟ ଆଇଲଣ୍ଡ ଭାବେ ମଧ୍ୟ ପରିଚିତ ୤ ୨୧ ବର୍ଗକିଲୋମିଟରରେ ପରିବ୍ୟାପ୍ତ ନାଉରୁ ପୃଥିବୀର ସବୁଠାରୁ କ୍ଷୁଦ୍ର ରିପବ୍ଳିକ ୤ ଭାଟିକାନ ସିଟି ପରେ ଏହା ସବୁଠାରୁ କମ ଜନବହୁଳ ରାଷ୍ଟ୍ର ଭାବେ ପରିଗଣିତ ୤ ଏଠାରେ ମାଇକ୍ରୋନେସିଆ ଓ ପଲିନେସିଆର ଲୋକେ ବାସ କରନ୍ତି ୤ ୧୯ଶ ଶତାବ୍ଦୀରେ ଏହି ଦ୍ଵୀପ ଜର୍ମାନୀ ସାମ୍ରାଜ୍ୟର ଅଂଶ ଭାବେ ପରିଗଣିତ ହେଉଥିଲା ୤ ପ୍ରଥମ ବିଶ୍ଵଯୁଦ୍ଧ ପରେ ଏଠାରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ବ୍ରିଟେନ ବିଭିନ୍ନ ସମୟରେ ଶାସନ କରିଥିଲେ ୤ ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳେ ଜାପାନୀ ସେନା ଏହି ଦ୍ଵୀପ ଅଧିକାର କରିଥିଲା ୤ ଯୁଦ୍ଧ ଶେଷ ହେବା ପରେ ଅଷ୍ଟ୍ରେଲିଆ ଏହାର ଶାସନ ଦାୟିତ୍ଵରେ ରହିଥିଲା ୤
OSCAR-2019
ସମ୍ବଲପୁର: ସହରର ବୁଢ଼ାରଜାସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟା ୩୦ରେ ବ୍ୟାଙ୍କ କର୍ମଚାରୀମାନେ କାମ ସାରି ଅଫିସ୍‌ ବନ୍ଦ କରିଯାଇଥିଲେ। ବ୍ୟାଙ୍କରେ ରାତି ୮ଟା ପରେ ଅଗ୍ନିକାଣ୍ଡ ହୋଇଥିଲା। ବ୍ୟାଙ୍କ ସମ୍ମୁଖ ଦେଇ ଯାଉଥିବା କିଛି ଲୋକ ବ୍ୟାଙ୍କ ଭିତରୁ ଧୂଅାଁ ନିର୍ଗତ ହେଉଥିବାର ପ୍ରଥମେ ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ୨ଟି ଗାଡ଼ି ନେଇ ପହଞ୍ଚିବା ବେଳକୁ ବ୍ୟାଙ୍କର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଛି। ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ରଜନୀକାନ୍ତଙ୍କ ପତ୍ନୀ ଲତାଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ | Sambad ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତଙ୍କ ପତ୍ନୀଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରିବାକୁ ସୁପ୍ରିମ୍‌ କୋର୍ଟ ଆଜି ଏକ ମାମଲାର ଶୁଣାଣି କରିବା ଅବସରରେ ନିର୍ଦ୍ଦେଶ ଦେଇଛନ୍ତି। ଏକ ବିଜ୍ଞାପନ ଏଜେନ୍ସିି ପକ୍ଷରୁ ଆଗତ ଏକ ଯାଚିକାର ବିଚାର କରିବା ଅବସରରେ ସୁପ୍ରିମ୍‌ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ପୂର୍ବରୁ ସଂପୃକ୍ତ ବିଜ୍ଞାପନ ଏଜେନ୍ସିି ପକ୍ଷରୁ କର୍ଣ୍ଣାଟକ ହାଇକୋର୍ଟରେ ଆଗତ ହୋଇଥିବା ଏହି ମାମଲାର ବିଚାର କରି ଗତ ୨୦୧୬ ମାର୍ଚ୍ଚ ୧୦ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାକୁ ଖାରଜ କରି ଦେଇଥିଲେ। ତେବେ, କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସଂପୃକ୍ତ ବିଜ୍ଞାପନ ଏଜେନ୍ସିି ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଆଗତ ଏକ ଯାଚିକାର ବିଚାର କରି ସୁପ୍ରିମ୍‌ କୋର୍ଟ ଆଜି ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟକୁ ରଦ୍ଦ କରିଦେବା ଏହି ନୂତନ ଆଦେଶ ଦେଇଛନ୍ତି। ଘଟଣାର ବିବରଣୀରୁ ପ୍ରକାଶ ୨୦୧୪ରେ ପକ୍ଷରୁ ମିଡିଆଓ୍ଵାନ୍‌ ଗ୍ଲୋବାଲ ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ୍‌ ନିର୍ମିତ ଚଳଚ୍ଚିତ୍ର ‘କୋଚାଡ଼ିୟାନ୍‌’ର ନିର୍ମାଣ ପରବର୍ତ୍ତୀ କାର୍ଯ୍ୟ ରଜନୀକାନ୍ତଙ୍କ ପତ୍ନୀ ଲତା ରଜନୀକାନ୍ତଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି ଏବଂ ୧୦ କୋଟି ଟଙ୍କା ସହ ଆଡ୍‌ବ୍ୟୁରୋ ଆଡ୍‌ଭାଟାଇଜିଂ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥାକୁ ଦିଆ ଯାଇଥିଲା। ଲତା ରଜନୀକାନ୍ତ ଥିଲେ ମିଡିଆଓ୍ଵାନ୍‌ ଗ୍ଲୋବାଲ ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ୍‌ କମ୍ପାନିର ଅନ୍ୟତମ ନିର୍ଦ୍ଦେଶକ। କିନ୍ତୁ ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ ଓ ଲାଭ ଅର୍ଥ ବଣ୍ଟନକୁ କେନ୍ଦ୍ର କରି ଉଭୟ କମ୍ପାନି ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଏଣ୍ଡୁଅ ଭଳି ଏହି ବିଲେଇ ବି ବଦଳାଇ ଥାଏ ରଙ୍ଗ ! ତା’ ଶରୀରରେ ଅଛି ହିନ୍ଦୁ, ଶିଖ୍‌ ଓ ମୁସଲମାନ ସଂପ୍ରଦାୟର ଧାର୍ମିକ ଚିହ୍ନ ଅନେକ ପରିଶ୍ରମ ପରେ ବି କୌଣସି ଆଖିଦୃଶିଆ ଫଳ ମିଳୁନାହିଁ କି? ଆପଣଙ୍କ ଘରେ ରହିଛି ନକାରାତ୍ମକ ପ୍ରଭାବ, ଏମିତି ଦୂରେଇ ଦିଅନ୍ତୁ | Sambad କର୍ମ ଦ୍ୱାରା ଭାଗ୍ୟକୁ ଜିଣିହୁଏ ବୋଲି କଥା ରହିଛି। ବେଳେ ବେଳେ ଏମିତି ହୁଏ, କଠିନ ପରିଶ୍ରମ କରି ମଧ୍ୟ କୌଣସି ଆଖି ଦୃଶିଆ ଫଳାଫଳ ମିଳେ ନାହିଁ। ଘରେ କୌଣସି ନକାରାତ୍ମକ ଶକ୍ତି ରହିଥିଲେ ଏପରି ହୋଇଥାଏ। ଆପଣଙ୍କ ସମସ୍ତ ଭଲ କାର୍ଯ୍ୟରେ ସେହି ଶକ୍ତିର କୁପ୍ରଭାବ ପଡ଼ିଥାଏ। ଫଳରେ କାମ କଲେ ବି ଉପଯୁକ୍ତ ଫଳପ୍ରାପ୍ତ ହୋଇନଥାଏ। ଚାଲନ୍ତୁ ଜାଣିବା ସେହି ନକାରାତ୍ମକ ଶକ୍ତିକୁ ଆମେ କେଉଁ ଉପାୟରେ ଘରୁ ଦୂରେଇ ଦେଇ ପାରିବା। ଧଳା କଇଁ ଶାନ୍ତିର ପ୍ରତୀକ। ଯଦି ଉପଲବ୍ଧ ହେଉଛି ତେବେ ଦୈନିକ ଗୋଟାଏ ଧଳା କଇଁ ଆଣି ନିଜ ଡାଇନିଂରେ ରଖନ୍ତୁ। ଏହାକୁ ଦେଖିବା ଦ୍ୱାରା ମନ ପ୍ରଫୁଲ୍ଲ ହେବା ସହ ଉଲ୍ଲାସିତ ହେବା ପରି ଲାଗିଥାଏ। ମନ୍ତ୍ର ଉଚ୍ଚାରଣ କଲେ ମଧ୍ୟ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଆପଣ ଯଦି କେବେ ଠାକୁର ପୂଜା କରୁଛନ୍ତି ତେବେ ବଡ଼ ପାଟିରେ ମନ୍ତ୍ର ଉଚ୍ଚାରଣ କରନ୍ତୁ କିମ୍ବା ଶ୍ଳୋକ ପଢ଼ନ୍ତୁ। ଫଳରେ ଘର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ହସିବା ବି ଏକ ଭଲ ଗୁଣ। ହସ ସଂକ୍ରାମକ। ଆପଣ ଯଦି ହସିବେ ତେବେ ଆପଣଙ୍କ ହସର ପ୍ରଭାବ ଘରର ଅନ୍ୟ ସମସ୍ତଙ୍କ ଉପରେ ବି ପଡ଼ିବ। ଫଳରେ ଏକ ସକାରାତ୍ମକ ବାତାବରଣ ସୃଷ୍ଟି ହେବ। ମୃଦୁ ମୃଦୁ ସଂଗୀତ ବଜାଇବା ବି ଖୁବ୍‌ ଭଲ ହୋଇଥାଏ। ସଂଗୀତ ଶୁଣିବା ଦ୍ୱାରା ଯେକେହି ଲୋକର ମନ ପ୍ରଫୁଲ୍ଲ ହୋଇଥାଏ। ଫଳରେ ଘରେ କଳି-ଝଗଡ଼ା କମ୍‌ ହୋଇଥାଏ। ସଂଧ୍ୟା ସମୟରେ ଧୂପ କିମ୍ବା ଝୁଣା ଧୁଆଁ ଆଦି ଘରେ ଦିଅନ୍ତୁ। ଏପରି କଲେ ଘର ଜୀବାଣୁ ମୁକ୍ତ ହେବା ସହ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।
OSCAR-2019
କନକ ବ୍ୟୁରୋ : ଆରମ୍ଭ ହୋଇଛି ମା’ ସୁଭଦ୍ରାଙ୍କ ରଥଟଣା । ଦର୍ପଦଳନ ରଥରେ ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ ଲୋକେ ଟାଣି ନେଉଛନ୍ତି ଗୁଣ୍ଡିଚା ମନ୍ଦିର ଅଭିମୁଖେ । ବଡଠାକୁର ବଳଭଦ୍ରଙ୍କ ରଥକୁ ଶ୍ରଦ୍ଧାଳୁ ଭିଡି ଭିଡି ନେଉଥିବା ବେଳେ ଏହି ରଥ ଏବେ ଶ୍ରୀନହର ପାଖେ ଅଟକି ଯାଇଛି ।
OSCAR-2019
ଚନ୍ଦ୍ରଶେଖରପୁର : ପୂର୍ବତଟ ରେଳପଥ ପକ୍ଷରୁ ହିନ୍ଦୀ ହାସ୍ୟ/ବ୍ୟଙ୍ଗ କବି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପୂର୍ବତଟ ରେଳ ମହାପ୍ରବନ୍ଧକ ଉମେଶ ସିଂହ ଓ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରା)ର ଅଧ୍ୟକ୍ଷା ମଧୁଲିକା ସିଂହ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ହିନ୍ଦୀ ହାସ୍ୟକବି ହାସିମ୍‌ ଫିରୋଜାବାଦୀ, ଦିନେଶ ଦେହାତୀ, ବ୍ରଜକିଶୋର ପଟେଲ, ଆନନ୍ଦ ରାଜ ଆନନ୍ଦ ଏବଂ ଅଜୟ ଆଟ୍ଟାପଟ୍ଟୁଙ୍କ ଭଳି ପ୍ରମୁଖ ବ୍ୟଙ୍ଗ କବି ଅଂଶଗ୍ରହଣ କରିଥିଲେ। ଏହି ବିଶିଷ୍ଟ ହାସ୍ୟ କବିମାନଙ୍କର ବ୍ୟଙ୍ଗ କବିତା ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇଥିଲା।
OSCAR-2019