text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
କଣ୍ଟାମାଳ(ବୌଦ୍ଧ):ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଯୋଗିନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଗୋଛିପଡ଼ା ନିକଟରେ ଜଣେ ଯୁବକଙ୍କର ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଆଜି ସକାଳୁ ବିଲରେ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗୋଛିପଡ଼ା ନିକଟରେ ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ ଦେହ ଚାଷ ଜମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ କଥା ପ୍ରଚାର ହେବା ପରେ ଜଣାପଡ଼ିଥିଲା ଯେ ମୃତ ଯୁବକ ଜଣକ ହେଉଛନ୍ତି ଗୋଛାପଡ଼ା ଗ୍ରାମର ଋଷି ପୁଟେଲଙ୍କ ପୁଅ ମୀନକେତନ ପୁଟେଲ। ତେବେ କେଉଁ ପରିସ୍ଥିତିରେ ମୀନକେତନଙ୍କର ମୃତ୍ୟୁ ଘଟିଥିଲା, ତାହା ନେଇ ଏବେ ବିଭିନ୍ନ ଆଲୋଚନା ଚର୍ଚ୍ଚା ହେଉଛି। ତେବେ ପ୍ରାଥମିକ ତଦନ୍ତ ପରେ ପୁଲିିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହର ପଞ୍ଚନାମା କରିବ ସହିତ ବ୍ୟବଛେଦ ପାଇଁ ପଠାଇଛି। ସୁନ୍ଦରଗଡ଼: ଜଣେ ନାବାଳିକାକୁ ଅସଦାଚରଣ କରି ସୁନ୍ଦରଗଡ଼ ସହରର ଜଣେ ବ୍ୟାଙ୍କ କର୍ମଚାରୀ ନିଜ ପଡ଼ାରୁ ବାସନ୍ଦ ହୋଇଛନ୍ତି। ଏଭଳି ଖରାପ କାର୍ଯ୍ୟ ପାଇଁ ତାଙ୍କୁ ସ୍ଥାନୀୟ ପଡ଼ାର ସମସ୍ତ ସାମୂହିକ କାର୍ଯ୍ୟକ୍ରମ, ପୂଜାର୍ଚ୍ଚନା, ମନ୍ଦିର ପ୍ରବେଶରୁ ବାରଣ କରାଯାଇଥିବା ଚର୍ଚାର ବିଷୟ ହୋଇଛି। ସୁନ୍ଦରଗଡ଼ ପୌରାପାଳିକା ଅନ୍ତର୍ଗତ ଏକ କଲୋନିରେ ସହରର ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଉଚ୍ଚପଦରେ କାର୍ଯ୍ୟରତ ଅଭିଯୁକ୍ତ (୫୯)ଙ୍କ ଘରକୁ ଲାଗି ନାବାଳିକା ଓ ତାଙ୍କ ପରିବାର ରହନ୍ତି। ପ୍ରାୟ ୩ ମାସ ପୂର୍ବେ ନାବାଳିକାଙ୍କ ମା’ ଅସୁସ୍ଥ ହେବାରୁ ତାଙ୍କୁ ସ୍ୱାମୀ ହସ୍ପିଟାଲ ନେଇଥିଲେ। ପିତା-ମାତାଙ୍କ ଅନୁପସ୍ଥିତର ଫାଇଦା ଉଠାଇ ବ୍ୟାଙ୍କ କର୍ମଚାରୀ ଜଣକ ନାତୁଣୀ ବୟସର ଏହିି ଝିଅକୁ ବାରମ୍ବାର ଅସଦାଚରଣ କରିଥିଲେ। ଭୟ ତଥା ଲୋକଲଜ୍ଜାରେ ନାବାଳିକା ମୁହଁ ଖୋଲୁନଥିଲେ। ଗତ ଏପ୍ରିଲ ୨୦ ତାରିଖ ରାତି ପ୍ରାୟ ୯ଟା ବେଳେ ନାବାଳିକା ମା’ଙ୍କ ସହ ଭୋଜି ଖାଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ପଛ ପଟୁ ନାବାଳିକାର ବେଣୀକୁ ଭିଡ଼ି ଦେଇ ଚାଲିଯାଇଥିଲା। ବ୍ୟାଙ୍କ କର୍ମଚାରୀଙ୍କର ଏଭଳି ଆଚରଣରେ ବ୍ୟଥିତ ନାବାଳିକା ସେଦିନ ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲା। ଗତ ୧୬ ତାରିଖରେ ଏ ସମ୍ପର୍କରେ ପଡ଼ା/କଲୋନିରେ ବୈଠକ ବସି ଅଭିଯୁକ୍ତଙ୍କୁ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ପରେ ଆପୋଷ ବୁଝାମଣା ହୋଇଥିଲା। ତେବେ ନାତିନାତୁଣୀ ଦେଖିସାରିଥିବା ବ୍ୟାଙ୍କ କର୍ମଚାରୀକୁ ପଡ଼ା/କଲୋନିର ସମସ୍ତ ସାମୂହିକ କାର୍ଯ୍ୟରୁ ବାସନ୍ଦ କରିବାକୁ ଶେଷରେ ସଭାରେ ନିଷ୍ପତ୍ତି ହୋଇଥିଲା। ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।
OSCAR-2019
କେନ୍ଦ୍ରାପଡା ୭/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହୟୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଦୟାନିଧି ଗୋଛାୟତ ଯୋଗଦେଇ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ମୋଟ ୬୫ଟି ଅଭିଯୋଗ ମଧ୍ୟରୁ ହରିଦାସପୁର-ପାରାଦୀପ ରେଳପଥ ଦ୍ୱାରା ଶ୍ୟାମସୁନ୍ଦରପୁର ଓ ମରଡପୁର ମୈାଜାରେ ଅଧିକୃତ ଜମିର ତୁରନ୍ତ ଚିହ୍ନଟ କରଣ ଓ ତତସମ୍ବଦ୍ଧିୟ ସମସ୍ୟା ଗୁଡିକର ସମାଧାନ ଏବଂ ସରକାରୀ ଜମିରୁ ଜବରଦଖଲ ଉଛେଦ ଭଳି ୨ଗୋଟି ସାମୁହିକ ଅଭିଯୋଗ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ରେସନକାର୍ଡ,ବାର୍ଦ୍ଧକ୍ୟ ଭତ୍ତା,ପାରିବାରିକ ସମସ୍ୟାର ସମାଧାନ,ଆର୍ଥିକ ସହାୟତା ପ୍ରଦାନ,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ଆଦି ୬୩ଟି ବ୍ୟକ୍ତିଗତ ଅଭିଯୋଗ ଆସିଥିଲା । ଏହି ଶିବିରରେ ଉପଜିଲ୍ଲାପାଳ କାହ୍ନୁଚରଣ ଧିର,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
OSCAR-2019
ନୂଆଦିଲ୍ଲୀ: ପେଟ୍ରୋଲ ପମ୍ପରେ ଗ୍ରାହକମାନଙ୍କୁ ଡିଜିଟାଲ ପେମେଣ୍ଟ ବେଳେ ପ୍ରଦାନ କରାଯାଉଥିବା ରିହାତିକୁ ସରକାର କମାଇ ଦେଇଛନ୍ତି। ବିମୁଦ୍ରାକରଣ ପରେ ଡିଜିଟାଲ ପେମେଣ୍ଟ୍‌କୁ ପ୍ରୋତ୍ସାହନ ଦେବା ଲାଗି ଏହା ଆରମ୍ଭ କରାଯାଇଥିଲା। କିନ୍ତୁ ଏହି ଯୋଜନାକୁ ୨୦ ମାସ ନପୁରୁଣୁ ଏହାକୁ ୦.୭୫%ରୁ ୦.୨୫%କୁ କମାଇ ଦିଆଯାଇଛି। କାର୍ଡରେ ପେଟ୍ରୋଲ ଏବଂ ଡିଜେଲ କିଣିଲେ ଗ୍ରାହକଙ୍କୁ ୦.୭୫% କ୍ୟାସବ୍ୟାକ୍‌ ପ୍ରୋତ୍ସାହନ ଭାବେ ୨୦୧୬ ଡିସେମ୍ବର ୧୩ ତାରିଖରୁ ପ୍ରଦାନ କରାଯାଇ ଆସୁଥିଲା। ଅଗଷ୍ଟ ପହିଲାରୁ ଏହି ନୂଆ ନିୟମ କାର୍ଯ୍ୟକାରୀ କରାଯାଇଛି। ଗ୍ରାହକମାନଙ୍କୁ ଏନେଇ ସୂଚନା ଦେବାକୁ କୁହାଯାଇଛି। ପୂର୍ବରୁ ୦.୭୫% ରିହାତି ହିସାବରେ ଜଣେ ଗ୍ରାହକଙ୍କୁ ୧ ଲିଟର ପେଟ୍ରୋଲରେ ପ୍ରାୟ ୫୭ ପଇସା ଏବଂ ୧ ଲିଟର ଡିଜେଲରେ ପ୍ରାୟ ୫୦ ପଇସା କ୍ୟାସ୍‌ବ୍ୟାକ୍‌ ମିଳୁଥିଲା। କିନ୍ତୁ ଏବେ ଏହି କ୍ୟାସବ୍ୟାକ୍‌ ଏବେ ଲିଟର ପିଛା ପେଟ୍ରୋଲରେ ପ୍ରାୟ ୧୯ ପଇସା ଏବଂ ଡିଜେଲରେ ପ୍ରାୟ ୧୭ ପଇସାକୁ ହ୍ରାସ ପାଇବ।
OSCAR-2019
ଶ୍ରଦ୍ଧା କପୁର ଓ ରାଜକୁମାର ରାଓ ଷ୍ଟାରର ଫିଲ୍ମ ‘ସ୍ତ୍ରୀ’ ବକ୍ସ ଅଫିସରେ ଆଶାଠାରୁ ଅଧିକ ସଫଳତା ପାଇଛି। ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ୬.୮୨ କୋଟି ଟଙ୍କାର ଆୟ କରିଛି। ଯାହା ଆଶା କରାଯାଇଥିଲା ତା ଠୁ ବହୁତ ଅଧିକ। ହରର ଓ କମେଡିରେ ଭରପୂର ଏହି ଫିଲ୍ମରେ ରାଜ କପୁର ଓ ଶ୍ରଦ୍ଧାଙ୍କ ଅଭିନୟ ମଧ୍ୟ ଦମଦାର ହୋଇଛି। ବରିଷ୍ଠ ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ମତରେ ଫିଲ୍ମର ଜୋରଦାର ପବ୍ଲିସିଟି କାରଣରୁ ଏହାର ବିଜ୍‌ନେସ୍‌ ଖୁବ୍‌ ଭଲ ରହିଛି। ଏକ ବାସ୍ତବ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅମର କୌଶିକ। ଶ୍ରଦ୍ଧା ଓ ରାଜକୁମାରଙ୍କ ବ୍ୟତୀତ ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।
OSCAR-2019
ପୁରୀ, ୧୪-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ବିଗତ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ବସ୍ତିବାସିନ୍ଦାଙ୍କୁ ସାମୟିକ ସହାୟତା ଯୋଗାଇ ଦିଆଯାଇଛି। ଆଇଟିଆଇ ନିକଟରେ ଓ ପେଣ୍ଠକଟା ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ୩୫ଟି ପରିବାର, ଧୋବାଖାଲ, ବ୍ଲକ ଅଫିସ ନିକଟରେ ଥିବା ୩୦୦ପରିବାରଙ୍କୁ ଭେଟି ରେଡକ୍ରସର ସ୍ୱେଚ୍ଛାସେବୀମାନେ ବିସ୍କୁଟ ବଣ୍ଟ କରିବା ସହ ସେମାନଙ୍କର ସମସ୍ୟା ପଚାରି ବୁଝିଥିଲେ। ରେଡକ୍ରସର ସହ ସମ୍ପାଦିକା ଗୀତାଞ୍ଜଳି ପଣ୍ଡାଙ୍କ ନେତୃତ୍ୱରେ ଦୀପକ ପାତ୍ର, ସଦାନନ୍ଦ ସାହୁ, ଲାଲା ଅନନ୍ତ ସିଂ, ମନୋଜ ସାହୁ, ରୁବି ପଟ୍ଟନାୟକ, ଅନ୍ନପୂର୍ଣ୍ଣା ଦେବୀ, ମଧୁମିତା ମହାପାତ୍ର ପ୍ରମୁଖ ସ୍ୱେଚ୍ଛାସେବୀଗଣ ଏଥିରେ ସହଯୋଗୀତା କରିଥିଲେ। ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ରେ ମୁଖ୍ୟଅତିଥି ଭାବେ ଯୋଗଦେବେ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ,ମାଓବାଦୀ କଳାଦିସ ପାଇଁ ଜିଲ୍ଲାରେ ହାଇ ଆଲର୍ଟ
OSCAR-2019
କିଶୋରୀଚରଣ ଦାସ (୧୯୨୪-୨୦୦୪) ଓଡ଼ିଆ ସାହିତ୍ୟର ଜଣେ ଜଣାଶୁଣା ନାଁ। ଦୀର୍ଘ ଛ ଦଶନ୍ଧି ଧରି ସେ ଲେଖୁଥିଲେ ଏବଂ ୨୧୯ଟି କ୍ଷୁଦ୍ରଗଳ୍ପ ଲେଖିଛନ୍ତି। ଏଗୁଡ଼ିକ ୨୦ଟି ସଂକଳନରେ ପ୍ରକାଶ ପାଇଛି। ଏହାଛଡ଼ା ଉପନ୍ୟାସ, କବିତା, ପ୍ରବନ୍ଧ, ଆତ୍ମଚରିତ ମଧ୍ୟ ସେ ରଚନା କରିଥିଲେ। ତାଙ୍କର ଅନେକ ଗପ ଭାରତର ଅନ୍ୟ ଭାଷା ତଥା ବିଦେଶୀ ଭାଷାକୁ ଅନୁବାଦ କରାଯାଇଛି। ତାଙ୍କ ଚରିତ୍ରମାନେ ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀୟ। ସରଳ ଭାଷା ଓ ଅନୁଭୂତିର ଗଭୀରତା, ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି ତାଙ୍କ ଲେଖାର ବିଶେଷତ୍ୱ। ତାଙ୍କର ମୋଟ ୧୯ଟି ଗଳ୍ପ, ୭ଟି ଉପନ୍ୟାସ, ୨ଟି କବିତା, ୬ଟି ଆଲୋଚନା ପ୍ରବନ୍ଧ, ୨ଟି ଅନୁବାଦ ଗ୍ରନ୍ଥ ପ୍ରକାଶିତ ହୋଇଛି। ତେବେ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତିରିଶ ବର୍ଷର ଗଳ୍ପ ଓ ଆଳାପ। ଚାରିଖଣ୍ଡରେ ଏହା ପ୍ରକାଶିତ, ଶେଷଖଣ୍ଡଟି ଅପହୃତ ଓ ଅପ୍ରକାଶିତ। କିଶୋରୀଚରଣଙ୍କ ଜନ୍ମ ୧୯୨୪ ମସିହା ମାର୍ଚ୍ଚ ମାସ ୧ ତାରିଖ ଦିନ। ବାପା ଥିଲେ ଆଇନଜ୍ଞ ବିପ୍ରଚରଣ ଦାସ ଏବଂ ମା’ ସୀତାମଣି ଦେବୀ। ଘରେ ବାଲ୍ୟଶିକ୍ଷାରୁ ଆରମ୍ଭ କରି ସେ ଭଦ୍ରକ ଓ କେନ୍ଦ୍ରାପଡ଼ା ସ୍କୁଲ, ରେଭେନ୍‌ସା କଲେଜ, ପାଟଣା ବିଶ୍ୱବିଦ୍ୟାଳୟ ଆଦି ଦେଇ ଶିକ୍ଷା ଶେଷ କରିଥିଲେ। ଆଇନ ପାଠ ପରେ ସେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସରକାରୀ କାମରେ ସେ ଅନେକ ସମୟ ବିଦେଶରେ କଟାଇଥିଲେ। ଚାକିରିର ବ୍ୟସ୍ତତା ଭିତରେ ବି ତାଙ୍କର ଲେଖନୀ ଚାଲିଥିଲା। କିଶୋରୀଚରଣ ଥିଲେ ପ୍ରେମମୟ, ସମ୍ବେଦନଶୀଳ ଓ ସୌନ୍ଦର୍ଯ୍ୟର ପୂଜାରୀ। ଭାରତୀୟ ସଂସ୍କୃତି, ପରମ୍ପରା ତଥା ଆଧୁନିକ ଭାବନାର ଗଭୀର ସମର୍ଥକ ଓ ବିଶ୍ୱାସୀ। ତାଙ୍କ ଆତ୍ମଜୀବନୀ ‘ସମୟ ନାହିଁ’ ଶେଷ କରି ସେ ମୁଦ୍ରଣ ପାଇଁ ଦେଇ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ। କିନ୍ତୁ ବହିଟିର ମୁଦ୍ରିତ ରୂପ ଦେଖିବା ପାଇଁ ସେ ଆଉ ରହିଲେ ନାହିଁ। ଶେଷରେ ସେ ୨୦୦୪ ମସିହା ଅଗଷ୍ଟ ୧୭ ତାରିଖ ଦିନ ତାଙ୍କର ଦେହାନ୍ତ ଘଟିଲା।ତଳ ସୂଚୀ ସାହାଯ୍ୟରେ କିଶୋରୀଚରଣଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର/ବହି ନାଁ ତଳେ ଥିବା ପ୍ରିଭିଉ ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍‌ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ।
OSCAR-2019
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ ଲୋପାମୁଦ୍ରା । ତ୍ରୈଲୋକ୍ୟ ମିଶ୍ରଙ୍କ ପତ୍ନୀ ଓ ତାଙ୍କ ପୁଅ ସବ୍ୟସାଚୀଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି ଲୋପାମୁଦ୍ରା । ବିବାହ ପରଠାରୁ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ତାଙ୍କୁ ମାଡ ମରାଯାଉଥିବା ସହ ଶାରିରୀକ ତଥା ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ସେ ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ଏପରିକି ତାଙ୍କୁ ଗୋଆ ନିଆଯାଇ ୱାଇଫ ସ୍ୱାପିଂ ବା ପତ୍ନୀ ଅଦଳ ବଦଳ କରିବାକୁ ବାଧ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି ।
OSCAR-2019
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗତ ୨୭ ତାରିଖ ଟେଲିଫୋନ ସଜାଡୁ ଥିବା ବେଳେ ଟେଲିଫୋନ ତାର ୧୩୨ କେଭିଏ ବିଦ୍ୟୁତ ତାର ସଂସ୍ପର୍ଶ ଆସିବାରୁ ବିଦ୍ୟୁତ୍ ଆଘାତରେ ଗୁରୁତର ଆହତ ହୋଇଥିବା ନବ କିଶୋର ନାୟକ (୬୫)ଙ୍କର ଗତକାଲି ଅଶ୍ୱିନୀ ହସ୍ପିଟାଲରେ ମୃତ୍ୟୁ ହୋଇ ଯାଇଛି। ନବ କିଶୋର ଭଦ୍ରକ ଟେଲିଫୋନ ବିଭାଗରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୭ ତାରିଖରେ ପ୍ରାଚୀନଗର ବିନାୟକ ବିଦ୍ୟା ମନ୍ଦିର ଠାରେ ଏକ ନୂତନ ଯେଲିଫୋନ ସଂଯୋଗ ପାଇଁ ତାର ଟାଣୁଥିବା ବେଳେ ଉକ୍ତ ତାର ବିଦ୍ୟୁତ ତାର ସହିତ ସଂଯୋଗ ହୋଇ ଯାଇଥିଲା। ତାଙ୍କ ଶରୀରର ବହୁ ଭାଗ ପୋଡି ହୋଇଯାଇଥିଲା। ତାଙ୍କୁ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଭଦ୍ରକ ଟେଲିଫୋନ ଭବନରେ ସମସ୍ତ କର୍ମଚାରୀମାନେ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
OSCAR-2019
ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ସାମନ୍ତ (୧୮୩୫-୧୯୦୪) ଓଡ଼ିଆମାନଙ୍କ ପାଇଁ କେବଳ ‘ପଠାଣି ସାମନ୍ତ’। ପ୍ରୟୋଗାତ୍ମକ ଆକାଶ ବିଜ୍ଞାନ କ୍ଷେତ୍ରରେ ସେ ଏକ ବିଶିଷ୍ଟ ସାଧକ। ସିଦ୍ଧାନ୍ତ କାଳର ମୁଖ୍ୟ ପ୍ରବାହର ବହୁ ଶତାବ୍ଦୀ ପରେ ସେହି ଧାରାରେ କାମ କରିଥିବା ଅଳ୍ପ କେତେଜଣଙ୍କ ଭିତରେ ସେ ଜଣେ। ଆଧୁନିକ ସମୟରେ କାମ କରୁଥିଲେ ମଧ୍ୟ ସେ ସମକାଳୀନ ତତ୍ତ୍ୱ ଓ ଯନ୍ତ୍ର ସହିତ ପରିଚିତ ନ ଥିଲେ। କିନ୍ତୁ ନିଜ ହାତ ତିଆରି ସାଧାରଣ ଯନ୍ତ୍ର ସାହାଯ୍ୟରେ ସେ ଯେଉଁ ତଥ୍ୟ ସଂଗ୍ରହ କରିଥିଲେ ତାହାର ସଠିକତା ବିସ୍ମୟକର ଥିଲା। ଓଡ଼ିଶାର ସେହି ବିଶିଷ୍ଟ ବରପୁତ୍ରଙ୍କର ଅମୂଲ୍ୟ ଗ୍ରନ୍ଥ ସିଦ୍ଧାନ୍ତ ଦର୍ପଣ, ତାହାର ବିଭିନ୍ନ ଅନୁବାଦ ଓ ବ୍ୟଖ୍ୟା, ତାଙ୍କର ଯନ୍ତଗୁଡ଼ିକର ବର୍ଣ୍ଣନା ଏବଂ ବିଜ୍ଞାନ ଜଗତରେ ତାଙ୍କର ସ୍ଥାନ ବିଷୟରେ କିଛି ଚର୍ଚ୍ଚାକୁ ନେଇ କେତେକ ବହିର ଡିଜିଟାଲ ରୂପ ଏଠାରେ ଦିଆଯାଇଛି। ତଳ ସାରଣୀରେ ସେଗୁଡ଼ିକର ଖୋଲିବା ବା ଡାଉନ୍‌ଲୋଡ୍ କରିବାର ବ୍ୟବସ୍ଥା ରହିଛି।
OSCAR-2019
ପୁଲିସ ଏନକାଉଟଂରରେ ଅପରାଧୀ ଦଣ୍ଡ ମହାରଣା ଆହତ । ବ୍ରହ୍ମପୁର ତାମଣାପଲ୍ଲୀରେ ପୁଲିସ ଦଣ୍ଡ ଉପରକୁ ଗୁଳି ଚାଳନା କରିଥିଲା । ଦଣ୍ଡର ଗୋଡରେ ଗୁଳି ବାଜିଛି । ତେବେ ଦଣ୍ଡର ପାଲଟା ଗୁଳିଚାଳନାରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଦଣ୍ଡକୁ ଗୁରୁତର ଭାବେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦଣ୍ଡ ନାଁରେ ୨୫ରୁ ଅଧିକ ମାମଲା ରହିଛି । ତା ନିକଟରୁ ଗୋଟିଏ ମାଉଜର, ୩ଟି ଗୁଳି ଓ ଗୋଟିଏ ନମ୍ବର ବିହୀନ ବାଇକ ଜବତ ହୋଇଛି । ଦଣ୍ଡ ପୂର୍ବତନ ବିଧାୟକ ରମେଶ ଜେନାଙ୍କ ସହଯୋଗୀ ହୋଇଥିବା ଜଣାପଡ଼ିଛି ।
OSCAR-2019
– ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କୁ ଆନ୍ତର୍ଜାତୀକ ପ୍ରତିଦ୍ୱନ୍ଦ୍ୱିତାମୂଳକ ନିଲାମୀ ପରେ ଏଚଇଏଲପି/ଓଏଏଲପି ଅନ୍ତର୍ଗତ ସଫଳ ନିଲାମୀକର୍ତାଙ୍କ ବ୍ଲକ/ଠିକା କ୍ଷେତ୍ର ମଞ୍ଜୁରି ଦେବା ଅଧିକାର ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଏଣିକି ଆନ୍ତର୍ଜାତୀକ ପ୍ରତିଦ୍ୱନ୍ଦ୍ୱିତାମୂଳକ ନିଲାମୀ (ଆଇସିବି) ପରେ ହାଇଡ୍ରୋକାର୍ବନ ଅନ୍ୱେଷଣ ଏବଂ ଲାଇସେନ୍ସିଂ ନୀତି (ଏଚଇଏଲପି) ଅନ୍ତର୍ଗତ ସଫଳ ନିଲାମୀକାରୀମାନଙ୍କୁ ବ୍ଲକ/ଠିକା କ୍ଷେତ୍ରର ଅନୁମତି ପ୍ରଦାନ କରିବାର ଅଧିକାର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ନିକଟରେ ରହିବ। କ୍ଷମତାସମ୍ପନ୍ନ ସଚିବମାନଙ୍କ ସମିତିର ସୁପାରିସ ଆଧାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସରକାରଙ୍କ ବ୍ୟବସାୟିକ ସୁଗମତା (ଇଜ୍ ଅଫ୍ ଡୁଇଂ ବିଜନେସ) ନୀତି କ୍ରମରେ ଏହି ନିଷ୍ପତି ନିଆଯାଇଛି। ଏଚଇଏଲପି ଅନ୍ତର୍ଗତ ବ୍ଲକ ଗୋଟିଏ ବର୍ଷରେ ଦୁଇ ଥର ଦିଆଯିବ। ତେଣୁ ଅଧିକାର ପ୍ରଦାନ କରିବା ଦ୍ୱାରା ବ୍ଲକ ଦେବା ବିଷୟରେ ନିଷ୍ପତିି ନେବାର ପ୍ରକ୍ରିୟା ଦ୍ରୁତ ହୋଇପାରିବ। ବ୍ୟବସାୟିକ ସୁଗମତା ପ୍ରୟାସକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ଏଚଇଏଲପି ନୀତି ଅନ୍ତର୍ଗତ ସଚିବମାନଙ୍କ କ୍ଷମତାସମ୍ପନ୍ନ କମିଟି ନିଲାମୀ ମୂଲ୍ୟାଙ୍କନ ମାନଦଣ୍ଡ (ବିଇସି) ଉପରେ ବିଚାର କରିଥାଏ, ଯେଉଁଠି ଆବଶ୍ୟକ ହୋଇଥାଏ ନିଲାମୀକର୍ତାଙ୍କ ସହିତ ବୁଝାମଣା ଆଲୋଚନା କରିଥାଏ ଏବଂ ବ୍ଲକ ଦେବା ବିଷୟରେ ସିସିଇଏକୁ ସୁପାରିସ କରିଥାଏ। ସିସିଇଏ ବ୍ଲକ ଦେବା ଲାଗି ମଞ୍ଜୁରି ଦେଇଥା’ନ୍ତି। ମନ୍ତ୍ରଣାଳୟରେ ବିଚାର-ଆଲୋଚନା ସହିତ ସମଗ୍ର ପ୍ରକ୍ରିୟା ଯଥେଷ୍ଟ ବିଳମ୍ବିତ ଅଟେ ଏବଂ ଏଥିରେ ବେଶ ସମୟ ଲାଗିଥାଏ। ସରକାରଙ୍କ ‘ବ୍ୟବସାୟିକ ସୁଗମତା’ ପ୍ରୟାସ ସହିତ ସମନ୍ୱୟ ଆଣିବା ଲାଗି ଏହା ଜରୁରୀ ଥିଲା ଯେ ବ୍ଲକ/ଠିକା କ୍ଷେତ୍ର ଦେବା ସମୟର ଅବଧି ହ୍ରାସ କରାଯାଉ। ନୂଆ ହାଇଡ୍ରୋକାର୍ବନ ଅନ୍ୱେଷଣ ଏବଂ ଲାଇସେନ୍ସିଂ ନୀତି ଅନ୍ତର୍ଗତ ପ୍ରତିଦ୍ୱନ୍ଦ୍ୱିତାମୂଳକ ନିଲାମୀ ଜାରି ରହିବ ଏବଂ ପ୍ରତ୍ୟେକ ବର୍ଷରେ ଦୁଇ ଥର ବ୍ଲକ ଦିଆଯିବ।
OSCAR-2019
ପଂଚାୟତ ଫଳାଫଳ ପରେ ବିଜେଡିର ସମୀକ୍ଷା : ତୃଣମୂଳ ସ୍ତର ପ୍ରତିନିଧିଙ୍କ ସହ ସିଧାସଳଖ କଥା ହେଉଛନ୍ତି ନବୀନ | Kanak News କନକ ବ୍ୟୁରୋ : ପଂଚାୟତ ନିର୍ବାଚନୀ ଝଟକା ପରେ ଚେତିଛି ବିଜେଡି । ଦଳର ସୁପ୍ରିମୋ ପର୍ଯ୍ୟୟ କ୍ରମେ ବିଭିନ୍ନ ଜିଲ୍ଲାର ପଂଚାୟତର ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି । ଆଜି ଏହି କ୍ରମର ତୃତୀୟ ଦିନ । ତୃଣମୂଳ ସ୍ତରରେ ଦଳକୁ ଅଧିକ ସଂଗଠିତ ଓ ସୁଦୃଢ କରିବା ଲକ୍ଷ୍ୟ ନେି ଦଳ ସୁପ୍ରିମୋ ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି ଏବଂ ସମସ୍ୟା ସଂପର୍କରେ ନିଜେ ଅନୁଧ୍ୟାନ କରୁଛନ୍ତି । ଗତକାଲି ମୟୁରଭଂଜ ଜିଲ୍ଲାର ସାଙ୍ଗଠନିକ ସ୍ଥିତର ସମୀକ୍ଷା କରିଛନ୍ତି ନବୀନ । ବିଜେଡି କାର୍ଯ୍ୟାଳୟରେ ସୁପ୍ରିମୋ ନବୀନ ପଟ୍ଟନାୟକ ମୟୁରଭଂଜ ଜିଲ୍ଲାର ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଲୋକଙ୍କ ସହ ଯୋଡି ହୋଇ ସୁବିଧା ଅସୁବିଧା ବୁଝିବା ପାଇଁ ପ୍ରତିନିଧିଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ନିର୍ଦ୍ଦେଶ ଦେବା ସହ ୬ମାସ ପରେ ପୁଣି ଥରେ ସମୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାତ୍ର ୪୦ ମିନିଟ୍ର କାର୍ଯ୍ୟକ୍ରମ ଥିବା ବେଳେ ନବୀନ ଏଠାରେ ପ୍ରାୟ ୨ ଘଂଟା ବସିଲେ ଏବଂ ପ୍ରତିନିଧିଙ୍କ କଥା ଧୈର୍ଯ୍ୟର ସହ ଶୁଣିଲେ । ହାଡ଼ଭଙ୍ଗା ଶୀତରେରେ ବି କମିନି ପାଠପଢ଼ା ସ୍ପୃହା । ପ୍ରବଳ ଥଣ୍ଡାରେ ଚୀନର ଜଣେ ବାଳକ ସ୍କୁଲ ଯାଉଥିବାବେଳେ ତା’ ମୁଣ୍ଡରେ ହିଁ ବରଫ ଜମିଯାଇଛି । ତଥାପି ସ୍କୁଲ ଯିବା ବନ୍ଦ କରିନି ଉକ୍ତ ବାଳକ । ଚୀନୀ ବାଳକ ଜଣକ ପ୍ରାୟ ସାଢ଼େ ଚାରି କିମି ଚାଲି ଚାଲି ସ୍କୁଲ ଯାଉଥିବାର ଫଟୋ ଭାଇରାଲ ହୋଇଛି । ଫଟୋ ସାମ୍ନାକୁ ଆସିବା ପରେ ଚୀନର ଗ୍ରାମୀଣ ଅଂଚଳରେ ପିଲାଙ୍କ ଉପରେ ଦାରିଦ୍ରର ପ୍ରଭାବକୁ ନେଇ ଅନେକ ତର୍କବିତର୍କ ଚାଲିଛି । ଚୀନର ସରକାରୀ ମିଡ଼ିଆ ଅନୁସାରେ ଆଠ ବର୍ଷୀୟ ୱାଙ୍ଗ୍ ଫୁମୈନ୍ ଦକ୍ଷିଣ ପଶ୍ଚିମ ପ୍ରାନ୍ତରୁ ଏକ ସ୍କୁଲରେ ପାଠ ପଢ଼େ । ଆଉ ତା’ର ସ୍କୁଲ ଘର ଠାରୁ ସାଢ଼େ ଚାରି କିଲୋମିଟର ଦୂର । ସୋସିଆଲ ମିଡ଼ିଆରେ ତା’ର ଏକ ଫଟୋ ଭାଇରାଲ ହେବା ପରେ ଲୋକେ ସହଯୋଗ ପାଇଁ ଆଗଭର ହେଉଛନ୍ତି । ୱାଙ୍ଗର ଫଟୋ ଉଠାଇଥିବା ଶିକ୍ଷକ କହିଛନ୍ତି, ନିଜ ଘରୁ ସାଢ଼େ ୪ କିମି ରାସ୍ତା ଅତିକ୍ରମ କରି ସ୍କୁଲ ପହଞ୍ଚୁଛି । ଆଉ ଏଥିପାଇଁ ତାକୁ ଲାଗୁଛି ୩ ଘଂଟା ସମୟ । ଫଟୋ ଯେଉଁଦିନ ଉଠାଇଯାଇଛି ସେଦିନ ତାପମାତ୍ରା ୦ ଡିଗ୍ରୀରୁ ମଧ୍ୟ କମ୍ ଥିଲା । ଅନ୍ୟ ଫଟୋ ଗୁଡ଼ିକରେ ୱାଙ୍ଗର ହାତ ଥଣ୍ଡାରେ ଲାଲ ହୋଇଯାଇଛି । ୱାଙ୍ଗର ଫଟୋ ଆଡ଼କୁ ସମସ୍ତଙ୍କ ଧ୍ୟାନ ଆସୁଛି । ୱାଙ୍ଗର ଫଟୋ ଦେଖି ଅନେକ ଲୋକ ସହଯୋଗର ହାତ ମଧ୍ୟ ବଢ଼ାଇଛନ୍ତି । ଖବର ଅନୁସାରେ ଇଣ୍ଟରନେଟ୍ ୟୁଜର ୱାଙ୍ଗ୍ ଓ ଉକ୍ତ ଅଂଚଳର ଅନ୍ୟ ସ୍କଲ ପାଇଁ ପାଖାପାଖି ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଅନୁସାରେ ସବୁ ଛାତ୍ରଙ୍କୁ ପାଖାପାଖି ୫୦୦୦ ଟଙ୍କା ମିଳିବ । ପାଂଚ ବର୍ଷ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ସମୟରେ ସି ଜିନିପିଙ୍ଗ ପ୍ରତିଶ୍ରୁତି ଦେଇଥିଲେ ୦୨୦ ପର୍ଯ୍ୟନ୍ତ ଦେଶକୁ ଗରିବମୁକ୍ତ କରିବେ । ତେବେ ୱାଙ୍ଗଙ୍କ ଏହି ଫଟୋ ଭାଇରାଲ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି ।
OSCAR-2019
ଓଡ଼ିଆ ଭାଷାରେ କମ୍ପ୍ୟୁଟର କାମ କରିବା ପାଇଁ କିଛି ସ୍ୱତନ୍ତ୍ର ସାଧନ ବା କୌଶଳ ଦରକାର ହୁଏ। ସେଭଳି କିଛି ସାଧନ ସୃଜନିକା ଦ୍ୱାରା ବିକଶିତ କରାଯାଇଛି। ସମୟକ୍ରମେ ସେଥିରୁ କିଛି ମୁଖ୍ୟ ବ୍ୟବସ୍ଥାରେ ମିଶି ଯାଇଛି, ଆଉ କିଛି ଏବେ ମଧ୍ୟ ଏକକ ରୂପରେ କାମରେ ଲାଗୁଛି। ଅନ୍ୟମାନଙ୍କ କାମରେ ଲାଗିବା ପାଇଁ ସେଗୁଡ଼ିକ ଏଠାରେ ଦିଆଯାଇଛି। ବ୍ୟବହାରକାରୀମାନେ ଏସବୁକୁ ଆହୁରି ଉନ୍ନତ କରିବେ ବୋଲି ଆଶା ମଧ୍ୟ କରାଯାଉଛି। ଅନ୍ୟମାନଙ୍କ ଦ୍ୱାରା ଏଭଳି ସାଧନ ମଧ୍ୟ ବିକଶିତ ହୋଇଛି ଯାହା ଆମକୁ ବିଶେଷ ଭାବରେ ସାହାଯ୍ୟ କରୁଛି। ସେସବୁର ଲିଙ୍କ୍ ଏଠାରେ ରହିଛି। ଆହୁରି କିଛି ସାଧନ ଥାଇପାରେ ଯାହା ଆମେ ବ୍ୟବହାର କରିନାହୁଁ ବା ଯାହାର ସୂଚନା ଆମ ପାଖରେ ନାହିଁ। ତାହା ବିଷୟରେ ଜଣାଇଲେ ଉପଯୁକ୍ତ ଲିଙ୍କ୍ ଯୋଡ଼ିବାର ବ୍ୟବସ୍ଥା କରିବୁ। ଓଡ଼ିଆ ବହିପତ୍ର ଏବେ ଅନେକ ୱେବ୍‌ସ୍ଥଳୀରେ ମିଳୁଛି। ସେଥିରୁ କିଛି ସହିତ ସୃଜନିକା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯୋଡ଼ା। ସେଭଳି ୱେବ୍‌ସ୍ଥଳୀର ଏବଂ ଏହିଭଳି କାମ କରୁଥିବା ଦଳମାନଙ୍କର ଲିଙ୍କ୍ କିଛି ଏଠାରେ ରହିଛି। କମ୍ପ୍ୟୁଟରରେ କାମ କରିବା ପାଇଁ କିବୋର୍ଡ ଅତି ଗୁରୁତ୍ୱପୂର୍ଣ୍ଣ। ଓଡ଼ିଆ ଏବଂ ଅନ୍ୟ ସବୁ ଭାରତୀୟ ଭାଷାମାନଙ୍କ ପାଇଁ ISCII ନାମକ ମାନକ କୋଡିଙ୍ଗ୍ ଓ INSCRIPT କିବୋର୍ଡ ବ୍ୟବସ୍ଥା ଏଥିପାଇଁ ବିକଶିତ କରାଯାଇଛି ଏବଂ ତାହାର ପ୍ରଚଳନ ପାଇଁ ୧୯୯୦ ଦଶକରୁ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶ ଜାରି କରାଯାଇଛି। କିନ୍ତୁ ଏହାକୁ ପ୍ରାୟ କେହି ମାନିନାହାନ୍ତି ଏବଂ ନିଜ ନିଜ ଧାରାରେ କୋଡିଙ୍ଗ୍ ଓ କିବୋର୍ଡ ତିଆରି କରିଛନ୍ତି। ଫଳରେ ଭାରତୀୟ ଭାଷାମାନଙ୍କରେ ତିଆରି କମ୍ପ୍ୟୁଟର ଫାଇଲଗୁଡ଼ିକ ସାର୍ବଜନୀନ ହୋଇପାରିନାହିଁ। (କୋଡିଙ୍ଗ୍ ଚାର୍ଟ ପାଇଁ ଏଠାରେ କ୍ଲିକ୍ କରନ୍ତୁ) ପର ସମୟରେ ବିକଶିତ ୟୁନିକୋଡ୍ ବ୍ୟବସ୍ଥାର ବ୍ୟବହାର ଏହି ବିଭ୍ରାଟକୁ ଦୂର କରିବାର ସାମର୍ଥ୍ୟ ରଖିଛି (ଓଡ଼ିଆ ୟୁନିକୋଡ୍ ଚାର୍ଟ)। କିନ୍ତୁ ଓଡ଼ିଆରେ ପ୍ରାୟ କେହି ତାହାକୁ ବ୍ୟବହାର କରୁନାହାନ୍ତି। ଏହାର ଗୋଟିଏ ଛୋଟ କାରଣ ଥିଲା ୱିଣ୍ଡୋଜ୍ ୭ର ତ୍ରୁଟିପୂର୍ଣ୍ଣ କିବୋର୍ଡ। ଏହାକୁ ସୁଧାରିବା ପାଇଁ କେତେଗୁଡ଼ିଏ କିବୋର୍ଡ ବିକଶିତ ହୋଇଛି, କିନ୍ତୁ ସେଥିରୁ ଅଧିକାଂଶ ଇନ୍‌ସ୍କ୍ରିପ୍ଟ ମାନକ ଆଧାରିତ ନୁହନ୍ତି। ସୃଜନିକା ଦ୍ୱାରା ବିକଶିତ ଇନ୍‌ସ୍କ୍ରିପ୍ଟ ଆଧାରିତ କିବୋର୍ଡ ଏଠାରେ ଦିଆଯାଇଛି। zip ଫାଇଲ୍ ଭିତରେ ଉଭୟ ୱିଣ୍ଡୋଜ୍ ଓ ଲିନକ୍ସ ପାଇଁ ଉପଯୋଗୀ ସଠିକ କିବୋର୍ଡ (କିମ୍ୟାପ୍), କିବିନ୍ୟାସ ଚିତ୍ର ଓ ବ୍ୟବହାର ପାଇଁ ସୂଚନା ରହିଛି। ୱିଣ୍ଡୋଜ୍ ୭, ୮ ,୧୦ରେ ଏହା କାମ କରିବ। କିବୋର୍ଡ ଡାଉନ୍‌ଲୋଡ୍ ପାଇଁ ଏଠାରେ କ୍ଲିକ୍ କରନ୍ତୁ। ବ୍ୟବହାର ପାଇଁ ସୂଚନା ତାହା ଭିତରେ ରହିଛି। ଓଡ଼ିଆ ଶବ୍ଦକୁ ଇଂରାଜୀ ଅକ୍ଷରରେ ଲେଖିବା ବେଳେ ‘ଅ/ଆ’ ‘ତ/ଟ’ ‘ଡ/ଦ’ ଆଦି କ୍ଷେତ୍ରରେ କିଛି ଉଚ୍ଚାରଣଗତ ଅସୁବିଧା ହୋଇଥାଏ। ଏହାକୁ ଏଡ଼ାଇବା କେତେ ପ୍ରକାରର ବ୍ୟବସ୍ଥା ରହିଛି। ସେଥିରୁ ଗୋଟିଏ ହେଉଛି ଡାଏକ୍ରିଟିକ୍ ଚିହ୍ନର ବ୍ୟବହାର। ଓଡ଼ିଆ ଲେଖା ପାଇଁ ଡାଏକ୍ରିଟିକ୍ ଚିହ୍ନର ମାନକ ସ୍ଥିର କରାଯାଇନାହିଁ। ଏଥିପାଇଁ ଓ ଟାଇପ୍ କରିବାର ଅସୁବିଧା ପାଇଁ ଏହାର ବ୍ୟବହାର ସୀମିତ ରହିଛି। ଏହାର ଏକ ସରଳ ଧାରାରେ ମାତ୍ର ୬ଟି ଡାଇକ୍ରିଟିକ୍ ଚିହ୍ନରେ ଓଡ଼ିଆର ସବୁ ଅକ୍ଷର ବା କାର ଲେଖାଯାଇପାରିବ। ଚିହ୍ନଗୁଡ଼ିକର ତାଲିକା ଓ ଟାଇପ୍ କରିବାର ବାଟ ଏଠାରେ ଦିଆଯାଇଛି। ଏହି ଚିହ୍ନଗୁଡ଼ିକ extended roman ବର୍ଗର ୟୁନିକୋଡ୍ ସଂକେତ। ଟାଇପ୍ କରିବା ପାଇଁ ସେଗୁଡ଼ିକର ଦଶମିକ (ଡେସିମାଲ୍) କୋଡ୍ ବ୍ୟବହାର କରିବାକୁ ହୁଏ। ତାଲିକା ଅନୁସାରେ ପ୍ରଥମେ ଇଂରାଜୀ ଅକ୍ଷର ଟାଇପ୍ କରିବାକୁ ହେବ, ତାପରେ ଅଲ୍‌ଟ୍ ଚାବି ଦବାଇରଖି ଦଶମିକ କୋଡ୍ ସଂଖ୍ୟା କିବୋର୍ଡର ଡାହାଣ ପଟେ ଥିବା ନିଉମରିକାଲ୍ କିପ୍ୟାଡ୍‌ରେ ଟାଇପ୍ କରିବାକୁ ହେବ। ନିଉମରିକାଲ୍ କିପ୍ୟାଡ୍‌ ସକ୍ରିୟ କରିବା ପାଇଁ ‘ନମ୍‌ ଲକ୍’ ଚାବି ଦବାଯାଇଥିବା ଦରକାର। ଏରିଏଲ୍ ବା ଟାଇମ୍‌ସ୍ ନିଉ ରୋମାନ୍ ଭଳି ଇଂରାଜୀ ଫଣ୍ଟ୍ ମଧ୍ୟ ବ୍ୟବହାର କରିବା ଦରକାର, କାରଣ ସବୁ ଫଣ୍ଟ୍‌ରେ ଏଙି ଚିହ୍ନଗୁଡ଼ିକ ନ ଥାଏ। ଲିବର୍‌ଅଫିସ୍ ରାଇଟ୍ ବା ମାଇକ୍ରୋସଫ୍ଟ ୱର୍ଡ ଭଳି ୱର୍ଡପ୍ରସେସର୍‌ରେ ଏହି ଚିହ୍ନଗୁଡ଼ିକ ଠିକ୍ ଭାବରେ ଟାଇପ୍ କରିହୁଏ ନାହିଁ। ତେଣୁ ନୋଟ୍‌ପ୍ୟାଡ୍ ବା ୱର୍ଡ୍‌ପ୍ୟାଡ୍‌ରେ ଟାଇପ୍ କରି କପି-ପେଷ୍ଟ କରିବାକୁ ହେବ। ବେଳେ ବେଳେ ଦୁଇଟି ଡାଇକ୍ରିଟିକ୍ ଦେବାକୁ ହେବ, ଯେପରି ଆଁ ଲେଖିବା ପାଇଁ a ଅକ୍ଷରରେ ଆ କାର ଓ ଚନ୍ଦ୍ରବିନ୍ଦୁ ପାଇଁ ଦୁଇଟି ଚିହ୍ନ ̄ ଓ ͂ (ā͂) ଦେବାକୁ ହେବ। ଏବେ ୠ ଌ ଅକ୍ଷର ବ୍ୟବହାର ହେଉନାହିଁ। ତଥାପି ପୁରୁଣା ବହି ବା ପତ୍ରିକାରେ ସେ ଅକ୍ଷର ବ୍ୟବହାର ହୋଇଛି। ତେଣୁ ସେ ବିଷୟ ସବୁକୁ ଏବେ ପୁଣି ଥରେ ଟାଇପ କରିବା ପାଇଁ ଡାଇକ୍ରିଟିକ୍ ଚିହ୍ନ ବ୍ୟବହାର କରାଯାଇପାରିବ। ପୁରୁଣା ୮ ବିଟ୍ ଫଣ୍ଟରେ ଥିବା ଲେଖାକୁ ୟୁନିକୋଡ୍ ଅକ୍ଷରକୁ ଆଣିବା ପାଇଁ କିଛି ପରିବର୍ତ୍ତକ ଏଠାରେ ଦିଆଯାଇଛି। କୌଣସିଟିର ନାମ ଉପରେ କ୍ଲିକ୍ କଲେ ତାହା ଡାଉନ୍‌ଲୋଡ୍ ହେବ। ୧. ଡି-ଇସ୍କିଫାଇ (deisciify) [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] – ସଠିକ୍ ISCII ପ୍ରଣାଳୀରେ ଥିବା ଫାଇଲ୍‌ଗୁଡ଼ିକ ଏହା ସାହାଯ୍ୟରେ ୟୁନିକୋଡ୍‌କୁ ଅଣାଯାଇ ପାରିବ। ଜିଷ୍ଟ ଆଧାରିତ ସଫ୍ଟୱେର (ଆଇଲିପ୍, ଲିପ୍ ଅଫିସ୍, ଆଇ.ଏସ୍.ଏମ୍.) ସାହାଯ୍ୟରେ ତିଆରି ଟେକ୍ଟ ଫାଇଲ ପାଇଁ ଏହା କାମ କରିବ। ଆକୃତି, ଶ୍ରୀଲିପି ଆଦି ଅନ୍ୟ ସଫ୍ଟ‌ୱେର ପାଇଁ ଏହା କାମ କରିବନାହିଁ, କାରଣ ସେଗୁଡ଼ିକ ଇସ୍କି ଧାରାକୁ ମାନୁ ନ ଥିଲେ। ପେଜ୍‌ମେକର ଫାଇଲ ପାଇଁ ମଧ୍ୟ ଏହା ସିଧା ସଳଖ କାମ କରିବନାହିଁ। ଡିଇସ୍କିଫାଇ ସାହାଯ୍ୟରେ ଅନେକ ଫାଇଲ୍ ଏକା ଥରରେ ବଦଳା ଯାଇପାରିବ (ବ୍ୟାଚ୍ ମୋଡ୍)। ୨. କନ୍‌ଭର୍ଟ (convert) [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] – ଜିଷ୍ଟ ପେଜ୍‌ମେକର ଫାଇଲର ତଥ୍ୟକୁ ଟେକ୍ଟ ଭାବରେ ସେଭ୍ କରି ଏହି କାରିକା ସାହାଯ୍ୟରେ ବ୍ୟାଚ୍ ମୋଡ୍‌ରେ ୟୁନିକୋଡ୍‌ରେ ବଦଳା ଯାଇପାରିବ। ୩. କରେକସନ୍ (correction) [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] – ପୁରୁଣା ୮ ବିଟ୍ ଫଣ୍ଟ୍‌କୁ ୟୁନିକୋଡ୍‌ରେ ବଦଳାଇବା ବେଳେ ଅନେକ ସମୟରେ ବ/ୱ ଓ ଯ/ୟ ଏବଂ ସେହି ଫଳାଗୁଡ଼ିକ ଓଲଟ ପାଲଟ ହୋଇଯାଏ। ତାହା ଏହି କାରିକା (ପ୍ରୋଗ୍ରାମ୍) ସାହାଯ୍ୟରେ ସଜଡ଼ା ଯାଇପାରିବ। ୪. ଜିଷ୍ଟ, ଆକୃତି, ଶ୍ରୀଲିପି ଭଳି ବିଭିନ୍ନ ଓଡ଼ିଆ ଇଞ୍ଜିନ୍‌ ଓ ପେଜ୍‌ମେକର ସାହାଯ୍ୟରେ ତିଆରି ଓଡ଼ିଆ ଲେଖାକୁ ୟୁନିକୋଡ୍ ଅକ୍ଷରକୁ ଆଣିବା ପାଇଁ ଅଲଗା ଅଲଗା ପରିବର୍ତ୍ତକ ଦରକାର ହୁଏ। ସୃଜନିକା ଦ୍ୱାରା ବିକଶିତ ପ୍ରଥମ ପର୍ଯ୍ୟାୟର ପରିବର୍ତ୍ତକଗୁଡ଼ିକ ଏଠାରେ ରହିଛି – ଜିଷ୍ଟ, ଆକୃତି, ଶ୍ରୀଲିପି। ୱିକିପିଡିଆ ଦଳ ଦ୍ୱାରା ପ୍ରସ୍ତୁତ ଏସବୁର ଉନ୍ନତ ଓ ଏକତ୍ରିତ ରୂପ ବ୍ୟବହାର ପାଇଁ ଅଧିକ ଉପଯୋଗୀ – ୱିକିପିଡ଼ିଆ ପରିବର୍ତ୍ତକ। ଏଗୁଡ଼ିକ ୱିଣ୍ଡୋଜ୍ ଓ ଲିନକ୍ସ ଉଭୟରେ କାମ କରିବ। ଭାଷା ଅଧ୍ୟୟନ ପାଇଁ ଏବଂ ଅଭିଧାନ ପ୍ରସ୍ତୁତି ପାଇଁ ‘ଶବ୍ଦ ଭଣ୍ଡାର’ ଗଢ଼ିବା ଓ ତାହାର ବିଶ୍ଳେଷଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାମ। କମ୍ପ୍ୟୁଟର ସାହାଯ୍ୟରେ ଏହା ଫଳପ୍ରଦ ଭାବରେ କରାଯାଇ ପାରିବ। ୟୁନିକୋଡ୍ ଧାରାରେ ଲେଖାଯାଇଥିବା ତଥ୍ୟରୁ ଗୋଟି ଗୋଟି ଶବ୍ଦ ଅଲଗା କରିବା, କେଉଁ ଶବ୍ଦ କେତେ ଥର ଆସୁଛି (ପୁନଃପୁନତା ବା ଫ୍ରିକ୍ୱେନ୍‌ସି) ତାହା ଗଣିବା ଏବଂ ପ୍ରତି ଶବ୍ଦରୁ ଗୋଟିଏ ଗୋଟିଏ ବାଛିରଖିବା କାମ ସ୍ୱୟଂକ୍ରିୟ ଭାବରେ କରିବା ପାଇଁ ଏହି ‘ଓଡ଼ିସର୍ଟ’ [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] କାରିକା ସାହାଯ୍ୟ କରିବ। ଡି-ଇସ୍କିଫାଇ, କନ୍‌ଭର୍ଟ, କରେକସନ୍, ଓଡ଼ିସର୍ଟ – ଡାଉନ୍‌ଲୋଡ୍। ଏହି ଚାରିଟି କାରିକା ଗୋଟିଏ ଫୋଲ୍‌ଡରରେ ରଖି ବ୍ୟବହାର କରିବା ଦରକାର। ବିଭିନ୍ନ ସହାୟକ ସାଧନ (dependencies) ସହିତ ଏସବୁଗୁଡ଼ିକ ଏକାଠି Utility Programs ଡାଉନ୍‌ଲୋଡ୍ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। ବ୍ୟବହାର ପାଇଁ ସୂଚନା ଏହା ସହିତ ରହିଛି। ୱେବ୍‌ସ୍ଥଳୀରେ ୪ ଓ ୫ରେ ସୃଜନିକା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନେକ ଡିଜିଟାଲ ବହି ରଖାଯାଇଛି, କିନ୍ତୁ ଏଥିପାଇଁ ଆମ ସହିତ ଯୋଗାଯୋଗ କରାଯାଇନାହିଁ ବା ଉତ୍ସର ସ୍ୱୀକୃତି ଦିଆଯାଇନାହିଁ। ‘ଓଡ଼ିଆ ଭର୍ଚୁଆଲ୍ ଏକାଡେମି’ର ବ୍ୟବହାର ଅତି ଦୁର୍ଭାଗ୍ୟଜନକ – ସେଠାରେ ଥିବା ୯୦%ରୁ ଅଧିକ ବହି ସୃଜନିକାର ସିଡି-ଡିଭିଡିରୁ ନିଆଯାଇଛି ଏବଂ ୱେବ୍ ଉପଯୋଗୀ ନ କରି ସେହିପରି ରଖାଯାଇଛି। ରାଜ୍ୟ ଅଭିଲେଖାଗାର, ରାଜ୍ୟ ମିଉଜିଅମ୍, ସାହିତ୍ୟ ଏକାଡେମି ଆଦି ସରକାରୀ ପ୍ରତିଷ୍ଠାନରେ ଚାଲିଥିବା ଡିଜିଟାଇଜେସନ୍ କାମର ଫଳାଫଳ ବା ବିବରଣୀ ସେଠାରେ ରହିନାହିଁ କହିଲେ ଚଳେ। ୬. ଅରବିନ୍ଦ ଗୁପ୍ତା। ଏଠାରେ ସୃଜନିକାର ସବୁ ବହି ସମେତ ଶିକ୍ଷା ଓ ବିଜ୍ଞାନ ବିଷୟରେ ଅନେକ ସୁନ୍ଦର ବହି ଓ ଲେଖା ରହିଛି। ୭. ଏକଲବ୍ୟ। ଶିକ୍ଷା ଓ ବିଜ୍ଞାନ ବିଷୟରେ ବିଭିନ୍ନ ବହି ଓ ପତ୍ରିକା (ମୁଖ୍ୟତଃ ହିନ୍ଦି ଓ ଇଂରାଜୀ ଭାଷାରେ) ଏଠାରେ ମିଳିପାରିବ। ପିଲାଙ୍କ ପାଇଁ ବହିଗୁଡ଼ିକ ଖୁବ୍ ମନଛୁଆଁ।
OSCAR-2019
ଭୁବନେଶ୍ୱର : ୨୦୦୩ ମସିହା ଜୁଲାଇ ୧୫ ତାରିଖ ପୂର୍ବାହ୍‌ଣ ସମୟ। ଭୁବନେଶ୍ୱରରେ ଏମ୍‌ସ ଭଳି ବିଶ୍ୱସ୍ତରୀୟ ଚିକିତ୍ସାନୁଷ୍ଠାନର ମୂଳଦୁଆ ପକାଇବାକୁ ସେଦିନ କାର୍‌ରେ ସରୁଆ ମାଟି ରାସ୍ତାରେ ସିଜୁଆରେ ପହଞ୍ଚିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ବାଜପେୟୀ ଆସୁଥିବା ଶୁଣି ତାଙ୍କୁ ଦେଖିବାକୁ କୁଆଡ଼ୁ କୁଆଡ଼ୁ ଛୁଟି ଆସିଥିଲେ ଲକ୍ଷାଧିକ ଲୋକ। ଯେବେ ସ୍ୱାସ୍ଥ୍ୟଗତ କାରଣରୁ ବାଜପେୟୀ ଛୋଟେଇ ଛୋଟେଇ ମଞ୍ଚ ଉପରକୁ ଉଠୁଥିଲେ ହୋ ହାଲାରେ ଫାଟି ପଡ଼ିଥିଲା ସମଗ୍ର ଅଞ୍ଚଳ। ମଞ୍ଚ ଉପରେ ବାଜପେୟୀଙ୍କୁ ଦେଖିବେ ବୋଲି ଚାରିପଟେ ଥିବା ଲଙ୍କାଆମ୍ବ ବଣ ସାରା ଛାଇ ଯାଇଥିଲେ ଜନତା। ଅନେକ ଗଛ ଉପରକୁ ଚଢ଼ି ଯାଇଥିଲେ। ପୂରା ଅଞ୍ଚଳ ଜନସମୁଦ୍ର ପାଲଟିଥିଲା। ସେଦିନ ବର୍ଷା ଯୋଗୁଁ ପୂରା ଶରୀର ଭିଜି ଯାଉଥିଲା। ଅଥଚ ଏହାକୁ ଖାତିର୍‌ ନଥିଲା। ଓଡ଼ିଶାର ଗରିବଗୁରୁବାଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସେଦିନ ସେ ଶିଳାନ୍ୟାସ କରିଥିବା ଏମ୍‌ସ ଯେ ଏତେ ବଡ଼ ଡାକ୍ତରଖାନା ପାଲଟିବ ସେଦିନ ସ୍ଥାନୀୟ ଅଞ୍ଚଳର କେହି ପରିକଳ୍ପନା କରିନଥିଲେ। ମାତ୍ର ସେଦିନ ଅବାସ୍ତବ ଲାଗୁଥିବା ସ୍ୱାସ୍ଥ୍ୟସେବାର ସେହି ଚାରା ଆଜି ମହାଦ୍ରୁମରେ ପରିଣତ ହୋଇଛି। ଭାଷଣରେ, ଦେଶର ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା, ସମସ୍ତ ରୋଗୀଙ୍କ ପାଇଁ ମେଡିକାଲ୍‌ ଚିକିତ୍ସା ଏବଂ ଯୁବକମାନଙ୍କ ପାଇଁ ରୋଜଗାର କଥା କହିବା ବେଳେ ତାଳିରେ ଫାଟି ପଡ଼ିଥିଲା ସିଜୁଆ ମାଟି। ସବୁ ଗାଁରେ ପକ୍କା ରୋଡ୍‌ ଏବଂ ପକ୍କା ରୋଡ୍‌କୁ ଜାତୀୟ ରାଜପଥକୁ ସଂଯୋଗ କରିବା ଭଳି ନିଷ୍ପତ୍ତି ସମ୍ପର୍କରେ ମଞ୍ଚରେ କହିବା ସହ ଏମ୍‌ସରୁ ଭଲ ଡାକ୍ତର ତିଆରି କରିବା ପାଇଁ ସେ ଦେଖିଥିବା ସ୍ୱପ୍ନ କଥା ସେଦିନ କହିଥିଲେ ବାଜପେୟୀ। ଆଜି ଅଟଳ ସଶରୀରେ ସେ ନାହାନ୍ତି ସତ। କିନ୍ତୁ ଏମ୍‌ସ ଥିବା ଯାଏଁ ସିଜୁଆ ସହ ଯୋଡ଼ି ହୋଇଥିବା ସମ୍ପର୍କ ଆଜି ବି ଅନେକଙ୍କ ପାଇଁ ଅପାସୋରା ହୋଇ ରହିଯାଇଛି। ସେଦିନ ସିନା ବାଜପେୟୀଙ୍କୁ ଦେଖିବାକୁ ଲଙ୍କା ଆମ୍ବା ଗଛରେ ଚଢ଼ି ବର୍ଷାରେ ଭିଜିଥିଲେ, ଆଜି ଅଦେଖା ଲୁହରେ ଭିଜୁଛନ୍ତି ସିଜୁଆବାସୀ। ଯେବେ ରାଉରକେଲା ସହର ମୃତ ପ୍ରାୟ ଅବସ୍ଥାରେ ଥିଲା ମୁଁ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ର ଆଧୁନିକୀକରଣ ବିଷୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୁ ଆଣିଥିଲି। ସେତେବେଳେ କଠିନ ପରିସ୍ଥିତି ସତ୍ତ୍ୱେ ତାଙ୍କର କ୍ୟାବିନେଟ୍‌ ୯ହଜାର କୋଟି ଟଙ୍କାର ପ୍ୟାକେଜ୍‌ ତୁରନ୍ତ ଘୋଷଣା କରିଥିଲା ବୋଲି କୁହନ୍ତି ପୂର୍ବତନ ମନ୍ତ୍ରୀ ତଥା ଦିଲ୍ଲୀପ ରାୟ। ଶ୍ରୀ ରାୟ କହିଛନ୍ତି, ବାଜପେୟୀଙ୍କ ଅଧୀନରେ ଦୁଇଥର ମନ୍ତ୍ରୀ ହେବାର ସୁଯୋଗ ପାଇଛି। ସେ ଥିଲେ ମୋ ପିତା ସଦୃଶ। ତାଙ୍କର ମୋ ଉପରେ ଏତେ ବିଶ୍ୱାସ ଥିଲା ଯେ, ସେ ସମୟରେ ଜୟଲଳିତା ଓ ଚନ୍ଦ୍ରବାବୁ ନାଇଡ଼ୁଙ୍କ ମଧ୍ୟରେ ବୁଝାମଣାର କାମ ମତେ ସମର୍ପିଥିଲେ। ଅତି ଗମ୍ଭୀର ସମସ୍ୟାକୁ ସହଜରେ ସମାଧାନ କରିପାରୁଥିଲେ। କେନ୍ଦ୍ରରେ ମହାମେଣ୍ଟ ସରକାର ଚଳାଇବାରେ ଅଟଳ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ। ସମସ୍ତଙ୍କୁ ନେଇ ଚାଲିବାର କଳାରେ ସେ ସିଦ୍ଧହସ୍ତ ଥିଲେ। ଉଦାରବାଦୀ ବିଚାରର ମଣିଷ ଥିଲେ। ମମତା ବାନାର୍ଜୀଙ୍କ ଭଳି ନେତାଙ୍କ ସହ ଗଠବନ୍ଧନ କରିପାରିବାର କଳା ବି ତାଙ୍କୁ ଜଣା ଥିଲା। ବିରୋଧୀ ବିଚାର ଚିନ୍ତାଧାରାକୁ ସାଙ୍ଗରେ ନେଇ ଯିବାରେ ତାଙ୍କର ଅଦ୍ଭୁତ ଦକ୍ଷତା ଥିଲା। ସେ ନିଜ ଭିତରେ ଥିବା କବିପଣକୁ ଅଟକାଇ ପାରୁନଥିଲେ। ଏନ୍‌ଡିଏର ସାଂସଦମାନଙ୍କ ବୈଠକରେ ବି ସେ କବିତା ଗାଇ ଶୁଣାଉଥିଲେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ। ଶ୍ରୀ ତ୍ରିପାଠୀ କହିଛନ୍ତି, ବ୍ୟକ୍ତିଗତ ଭାବେ ବାଜପେୟୀ ମତେ ବହୁତ ସ୍ନେହ କରୁଥିଲେ। କଥାକୁ ଗୁରୁତ୍ୱ ଦେଉଥିଲେ। ଜନ୍ମ ଦିନରେ ପାଖରେ ବସାଇ ନିଜ ପରିବାର ଲୋକ ଭଳି ବ୍ୟବହାର କରୁଥିଲେ। ଖାଇବାକୁ ଦେଉଥିଲେ। ନାଲ୍‌କୋ ପାଇଁ ମଧ୍ୟ ତାଙ୍କର ଅବଦାନ ସ୍ୱତନ୍ତ୍ର ଥିଲା। ଖୋର୍ଧା, ବଲାଙ୍ଗୀର ରେଳ ଲାଇନ୍‌ ଏବଂ ଜଳସେଚନ ପ୍ରକଳ୍ପ ଭଳି ବହୁ ଯୋଜନା ବାକିଆ ରହିଗଲା। ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ ତତ୍‌କାଳୀନ ଦେବଗଡ଼ ସାଂସଦ ଦେବେନ୍ଦ୍ର ପ୍ରଧାନ। ପୁରୁଣା ଦିନର ସ୍ମୃତି ମନେ ପକାଇ ଶ୍ରୀ ପ୍ରଧାନ କହିଛନ୍ତି, ୧୯୯୮ ମସିହାରେ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଭୂପୃଷ୍ଠ ପରିବହନ ବିଭାଗ ଦାୟିତ୍ୱ ମୋତେ ମିଳିଥିଲା। ସେହି ସମୟରେ ରାସ୍ତାର ବିକାଶ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା। ଏହି ଚିନ୍ତାଧାରା ବାଜପେୟୀଙ୍କ ନିଜସ୍ୱ ଥିଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଆଜି ଯେପରି ଗାଁଗଣ୍ଡାରେ ଭଲ ରାସ୍ତା ତିଆରି ହୋଇଛି, ସେହି କାମ ବାଜପେୟୀ ହିଁ ଆରମ୍ଭ କରିଥିଲେ। ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ତାଙ୍କରି ମାନସ ସନ୍ତାନ ଥିଲା। କହିବାକୁ ଗଲେ ଉନ୍ନତମାନର ରାସ୍ତାଘାଟ ହିଁ ବିକାଶର ମାପକାଠି ବୋଲି ବାଜପେୟୀ ସେଦିନ ଭାବିଥିଲେ। ରାସ୍ତାଘାଟର ବିକାଶ ପାଇଁ ପ୍ରଚୁର ପାଣ୍ଠିର ଆବଶ୍ୟକତା ଥିବାରୁ ସେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ସେସ୍‌ ଲଗାଇଥିଲେ। ଡିଜେଲ୍‌ ସେସ୍‌ରେ ଜାତୀୟ ରାଜପଥ ଓ ପେଟ୍ରୋଲ୍‌ ସେସ୍‌ରେ ଅନ୍ୟ ରାସ୍ତାର ବିକାଶ ପାଇଁ ଅର୍ଥ ଦିଆଯାଉଥିଲା। କ୍ୟାବିନେଟ୍‌ ସହଯୋଗୀଙ୍କ ପ୍ରତି ସେ ବେଶ୍‌ ଅମାୟିକ ଥିଲେ। ବ୍ୟକ୍ତିଗତ ଦୁଃଖସୁଖ ବୁଝୁଥିଲେ। ତାଙ୍କର ଆତିଥେୟତା ଓ ଭଲ ପାଇବା କେବେ ଭୁଲି ହେବନି। ସବୁ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ମୁଁ ପ୍ରସ୍ତାବ ନେଇ ତାଙ୍କ ପାଖକୁ ଯାଇଥିଲି। ସେ ଏହାକୁ ସମ୍ମାନର ସହ ଗ୍ରହଣ କରିଥିଲେ ଓ ଏହାକୁ କାର୍ଯ୍ୟକାରୀ କରିବାକୁ ତତ୍‌କାଳ ପଦକ୍ଷେପ ନେଇଥିଲେ। ୨୦୦୨ ମେ’ ମାସରେ ପାରାଦୀପ ତୈଳ ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଅଟଳ ବିହାରୀ ବାଜପେୟୀ। ଆଜି ଏହା କେବଳ ଓଡ଼ିଶା ନୁହେଁ, ସାରା ଦେଶର ବିକାଶ ପାଇଁ ଯୋଗଦାନ ଦେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
OSCAR-2019
କନକ ବ୍ୟୁରୋ : ସୁକମାରେ ସିଆରପିଏଏଫର ସମସ୍ତ ସତର୍କତା ସତ୍ୱେ ସେମାନଙ୍କ ଉପସ୍ଥିତି ନେଇ କିଛି ସ୍ଥାନୀୟ ଲୋକେ ମାଓବାଦୀଙ୍କୁ ଖବର ଦେଇଥିଲେ । ଫଳରେ ପ୍ରାୟ ୩ଶହରୁ ଅଧିକ ପୁରୁଷ ଓ ମହିଳା ମାଓବାଦୀ ଯବାନଙ୍କୁ ଘେରି ଅତର୍କିତ ଆକ୍ରମଣ କରିଥିଲେ । ମାଓବାଦୀମାନେ ପ୍ରଥମେ ଆଇଡି ବିସ୍ଫୋରଣ କରିବା ପରେ ଚାରିପଡୁ ଯବାନମାନଙ୍କୁ ଘେରି ଗୁଳିବର୍ଷଣ କରିଥିଲେ । ପାଲଟା ଆକ୍ରମଣରେ ପ୍ରାୟ ୧୨ ଜଣ ମାଓବାଦୀ ଆହତ ହୋଇଥିଲେ ବି ସିଆରପିଏଫ ଯବାନଙ୍କ ମୃତ୍ୟୁସଂଖ୍ୟା ଅଧିକ ହୋଇଥିଲା । ଆକ୍ରମଣ ପରେ ଜଣେ କଂପାନୀ କମାଣ୍ଡର ଓ ୩ ଜଣ ଯବାନ ନିଖୋଜ ଅଛନ୍ତି । ଅନେକ ଯବାନ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଛତିଶଗଡର ମାଓ ପ୍ରବଣ ଅଂଚଳରେ ରାସ୍ତା କାମ ଚାଲିଥିବାରୁ ମାଓବାଦୀମାନେ ଏହାକୁ ବିରୋଧ କରିଥିଲେ । ତେଣୁ ରାସ୍ତା କାମ କରାଇନଦେବାକୁ ମାଓବାଦୀମାନେ ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଓଡିଶା, ଆନ୍ଧ୍ର ଓ ମହାରାଷ୍ଟ୍ରରେ ମାଓବାଦୀ ସକ୍ରିୟ ଥିଲେ ବି ଛତିଶଗଡ ଏବେ ମାଓବାଦୀଙ୍କ ମୁଖ୍ୟ ଟାର୍ଗେଟ ପାଲଟିଛି । ୨୦୧୦ରୁ ଏବେ ସୁଦ୍ଧା ମାଓବାଦୀ ଆକ୍ରମଣରେ ୨୦୦ ଯବାନ ସହିଦ ହେଲେଣି ।
OSCAR-2019
2 ପୂର୍ବରୁ ତୁମ୍ଭର ପାପ ହେତୁ ଓ ପରମେଶ୍ୱରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ଯ୍ୟ ହେତୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା। 2 ଅତୀତରେ ତୁମ୍ଭେ ସେହି ପାପ କାର୍ଯ୍ୟ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସେହି ମନ୍ଦ ଶକ୍ତି ଏବେ ମଧ୍ୟ ପରମେଶ୍ୱରଙ୍କୁ ଅମାନ୍ୟ କରୁଥିବା ଲୋକଙ୍କ ଭିତରେ କାମ କରୁଛି। 3 ଅତୀତରେ ଆମ୍ଭେ ସମସ୍ତେ ସେହିଭଳି ଜୀବନଯାପନ କରୁଥିଲୁ। ଆମ୍ଭେ ଆମ୍ଭର ପାପଭରା ମନୋଭାବର କାମନା ସବୁ ପୂରଣ କରିବାରେ ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦେହ ଗ୍ଭହୁଁଥିଲା ଓ ମନ ଭାବୁଥିଲା, ସେହି କାର୍ଯ୍ୟ କରୁଥିଲୁ। ଆମ୍ଭେ ମନ୍ଦଲୋକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍ଭେମାନେ ଅନ୍ୟମାନଙ୍କ ପରି ପରମେଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଦଣ୍ଡ ଭୋଗ କରିଥା’ନ୍ତୁ। 4 କିନ୍ତୁ ପରମେଶ୍ୱର ଆମ୍ଭକୁ ଅତିଶୟ ପ୍ରେମ କଲେ କାରଣ ତାହାଙ୍କ ଦୟା ଅତି ମହାନ୍। 5 ସେ ସମୟରେ ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ। 6 ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବାରୁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନରୁ‌ତ୍‌‌ଥିତ କଲେ ଓ ତାହାଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ବସାଇ ଅଛନ୍ତି। 7 ଭବିଷ୍ୟତରେ ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ ଦେଖାଇବା ପାଇଁ ପରମେଶ୍ୱର ଏପରି କଲେ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କଲେ। ଏହି ଅନୁଗ୍ରହ ଦ୍ୱାରା ତୁମ୍ଭେ ଉଦ୍ଧାର ପାଇଛ। 8 ତୁମ୍ଭେ ସେହି ଅନୁଗ୍ରହ ତୁମ୍ଭର ବିଶ୍ୱାସ ବଳରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ୱରଙ୍କ ଦାନ। 9 ତୁମ୍ଭେ ନିଜ କର୍ମ ଦ୍ୱାରା ଉଦ୍ଧାର ପାଇ ନାହଁ। ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ବ ନ କରୁ। 10 ଆମ୍ଭେ ଯାହା, ତାହା କେବଳ ପରମେଶ୍ୱରଙ୍କ ଦ୍ୱାରା ହୋଇଅଛୁ। ଆମ୍ଭେ ଯେପରି ଭଲ କାମ କରି ପାରୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ନୂତନ ବ୍ୟକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ୟ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସେହି ଭଲକାମ କରି ଜୀବନଯାପନ କରିବା। 11 ତୁମ୍ଭେମାନେ ଅଣଯିହୂଦୀରୂପେ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାନେ “ଅସୁନ୍ନତ” ବୋଲି କହନ୍ତି। ସେମାନେ ନିଜକୁ “ସୁନ୍ନତ” [a] ବୋଲି କହନ୍ତି। ଏହା ଏକ କାର୍ଯ୍ୟ, ଯାହାକୁ କି ସେମାନେ ନିଜ ଶରୀର ଉପରେ କରିଥା’ନ୍ତି। 12 ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। 13 ସେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଦୂରରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଥିବା ହେତୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହୋଇଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ତୁମ୍ଭେ ପରମେଶ୍ୱରଙ୍କର ନିକଟତର ହୋଇଛ। 14 ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ଏବେ ଶାନ୍ତିରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝିରେ କାନ୍ଥଟିଏ ଥିଲା ଭଳି ସେମାନେ ଅଲଗା ଥିଲେ। ସେମାନେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସେହି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ। 15 ଯିହୂଦୀମାନଙ୍କ ବ୍ୟବସ୍ଥାରେ ଅନେକ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ୟବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠାରେ ନୂତନ ଲୋକ କରାଇବା। ଏହା ଦ୍ୱାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରି ପାରନ୍ତି। 16 କ୍ରୁଶ ଉପରେ ମୃତ୍ୟୁବରଣ କରି ସେ ଦୁଇ ଦଳ ଭିତରେ ଥିବା ଏହି ଘୃଣାକୁ ସମାପ୍ତ କଲେ। ସେହି ଦୁଇଟି ଦଳକୁ ଗୋଟିଏ ଶରୀରରେ ପରିଣତ କରିବା ପରେ ଖ୍ରୀଷ୍ଟ ସେମାନଙ୍କୁ ପରମେଶ୍ୱରଙ୍କ ସହିତ ମିଳିତ କରାଇବା ପାଇଁ ଗ୍ଭହିଁଲେ। 17 ଖ୍ରୀଷ୍ଟ କ୍ରୁଶରେ ଆପଣା ମୃତ୍ୟୁ ଦ୍ୱାରା ଏହା ସାଧନ କଲେ। ତୁମ୍ଭେମାନେ ଦୂରରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଗ୍ଭର କଲେ। 18 କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା। 19 ଅତଏବ ତୁମ୍ଭେମାନେ ଏବେ ବିଦେଶୀ ଅବା ଅପରିଚିତ ବ୍ୟକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ୱରଙ୍କ ନିଜ ପରିବାରର ଲୋକ ଅଟ। 20 ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହୋଇ ଠିଆ ହୋଇଛ। ପରମେଶ୍ୱର ତା’ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସେହି ଭବନର କୋଣର ପ୍ରଧାନ ପଥର ଅଟନ୍ତି। 21 ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠାରେ ପରସ୍ପର ସହିତ ସଂଯୁକ୍ତ ହୋଇ ନିର୍ମାଣ ହୋଇଛି। ଖ୍ରୀଷ୍ଟ ସେ ଭବନକୁ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ହେବା ପାଇଁ ବୃଦ୍ଧି କରାଉଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭେମାନେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠାରେ ଆତ୍ମାଙ୍କ ମାଧ୍ୟମରେ ପରମେଶ୍ୱର ବାସ କରନ୍ତି।
OSCAR-2019
ମୁମ୍ବାଇ: ସେ ଜଣେ ଷ୍ଟାର୍‌ କିଡ୍‌ ହେଲେ ବି ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘କେଦାରନାଥ’ ରିଲିଜ୍‌ ପୂର୍ବରୁ ବିବାଦରେ ରହିଛି। ଯାହାବି ହେଉ ସୈଫ୍‌ ଅଲ୍ଳୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଏହି ଚଳଚ୍ଚିତ୍ରିଟି ଆଗାମୀ ନଭେମ୍ବର ୩୦ ରେ ପରଦାକୁ ଆସିବ। ଝିଅର ଆଗାମୀ ଚଳଚ୍ଚିତ୍ରକୁ ନେଇ ଆଶାବାଦୀ ଅଛନ୍ତି ସୈଫ୍‌। ସେ ସାରାଙ୍କ ଚଳୁଚ୍ଚିତ୍ର ସଂପର୍କରେ କହନ୍ତି ଯେ ସେ ତାଙ୍କ ଝିଅର ଡେବ୍ୟୁକୁ ନେଇ ବେଶ୍‌ ଦୃଢ଼ ଓ ଆଶାବାଦୀ। ଝିଅର ପ୍ରଥମ ଚଳଚ୍ଚିତ୍ରକୁ ନେଇ ସେ ଚିନ୍ତିତ ଅଛନ୍ତି କି? ବୋଲି ଗଣାମଧ୍ୟମ ପ୍ରତିନିଧୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସୈଫ୍‌ କହନ୍ତି କି ତାଙ୍କୁ ଜଣା ଅଛି ସାରା ‘କେଦାରନାଥ’ ଜରିଆରେ ଜବରଦସ୍ତ ଭାବେ ବଲିଉଡ୍‌ରେ ପ୍ରବେଶ କରିବେ। ସେ ଭଲ ହାତର ପଡ଼ିଛନ୍ତି ମାନେ ଭଲ ଫଳାଫଳ ହିଁ ମିଳିବ ବୋଲି ସୈଫ୍‌ ମତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ‘କେଦାରନାଥ’ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର। ସାରାଙ୍କ ବିପକ୍ଷରେ ନାୟକ ରହିଛନ୍ତି ସୁଶାନ୍ତ ସିଂହ ରାଜପୁତ। ନିର୍ଦ୍ଦେଶକ ଅଭିଷେକ ପୂର୍ବରୁ ‘ଫିତୁର୍‌’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ସାରିଛନ୍ତି। ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ହାଇପରଟେନସନ୍‌ ବା ଉଚ୍ଚ ରକ୍ତଚାପର ଶିକାର ହେଉଥିବାର ଶୁଣିବାକୁ ମିଳୁଛି। ଏଭଳି ରୋଗର ଆଶଙ୍କା ଥାଇ ମଧ୍ୟ ଅଧିକାଂଶ ଲୋକ ସେମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଆଣୁନାହାନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ,ଏହାର ଏକ ସହଜ ଉପାୟ ଅଛି। ପ୍ରତ୍ୟେହ କେବଳ ଅଧଘଣ୍ଡା ଯାଏଁ ସଙ୍ଗୀତ ଶୁଣିଲେ ହାଇପରଟେନସନ୍‌ ହେବାର ଆଶଙ୍କାରୁ ରକ୍ଷା ମିଳିଥାଏ। ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ ଡ଼ ମନୁ ଅଗ୍ରଓ୍ଵାଲ୍‌ଙ୍କ ମତରେ ସଙ୍ଗୀତ ମନୁଷ୍ୟର ମାନସିକ ଉତ୍ତେଜନା ହ୍ରାସ କରିବାରେ ସହାୟକ ହୋଇଥାଏ। ତା’ ଛଡ଼ା ଏହା ମଣିଷକୁ ଶାନ୍ତି ବି ପ୍ରଦାନ କରିଥାଏ। ଏକ ଗଷେଣାରୁ ଜଣାଯାଇଛି ଯେ, ନିୟମିତ ରୂପେ ସଙ୍ଗୀତ ଶୁଣିଲେ ସକରାତ୍ମକ ଭାବନା ବି ବୃଦ୍ଧି ହୋଇଥାଏ। ଖାଲି ସେତିକି ନୁହେଁ, ଅନେକ ରୋଗର ଚିକିତ୍ସା ବି ସଙ୍ଗୀତ ଜରିଆରେ ସମ୍ଭବ । ମାନସିକ ଅବସାଦ, ମୁଣ୍ଡ ବିନ୍ଧା ଭଳି ସାଧାରଣ ରୋଗର ଶିକାର ହେଉଥିବା ଲୋକେ ବି ସଙ୍ଗୀତର ସହାୟତା ନେଇପାରନ୍ତି ବୋଲି ଏହି ଗବେଷଣାରେ କୁହାଯାଇଛି।
OSCAR-2019
କନକ ବ୍ୟୁରୋ : ଚୀନର ଚକ୍ରାନ୍ତ ପଦାରେ ପଡିଛି । ଭାରତ –ଚୀନ ସୀମାରେ ପୁଣିଥରେ ଚୀନ ଆରମ୍ଭ କରିଦେଇଛି କଳାକାରନାମା । ଯାହାକୁ ନେିଇ ସୀମାରେ ଭୟଙ୍କର ପରିସ୍ଥିତି ସୃଷି ହେବାକୁ ଯାଉଛି । ଭାରତକୁ ଲାଗି ପାକିସ୍ତାନୀ ବନ୍ଦରରେ ଚୀନ ଏହାର ବୁଡ଼ା ଜାହାଜ ମୁତୟନ କରିଥିବା ବେଳେ ପୁଣି ଡୋକଲାମରେ ଉତ୍ତେଜନା ସୃଷ୍ଟି କରିଛି। ଗତ ବର୍ଷ ଯେଉଁ ଡୋକଲାମକୁ ନେଇ ଭାରତ ଓ ଚୀନ ମଧ୍ୟରେ ୭୦ ଦିନ ଧରି ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିଲା ଚୀନ ସେଠାରେ ପୁଣି ଦାଦାଗିରି ଆରମ୍ଭ କରିଛି। ଭୁଟାନର ଏହି ଅଞ୍ଚଳକୁ ଚୀନ ସେନା ସଂପୂର୍ଣ୍ଣ ଭାବେ ନିଜ କବଜାକୁ ନେଇଯାଇଛନ୍ତି। କେବଳ ସେତିକି ନୁହେଁ, ସେଠାରେ ସମରସଜ୍ଜା ମଧ୍ୟ ଆରମ୍ଭ ହୋଇଯାଇଛି। ଉପଗ୍ରହ ଚିତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବିବାଦୀୟ କ୍ଷେତ୍ରରେ ଚୀନ ୭ଟି ହେଲିପ୍ୟାଡ, ସେନାଙ୍କ ରହିବା ପାଇଁ ୧୦ଟି ସ୍ଥାୟୀ ଶିବିର ନିର୍ମାଣ ସାରିଛି। ଏଥି ସହିତ ଏକାଧିକ ସୁଡ଼ଙ୍ଗର ନିର୍ମାଣକାର୍ଯ୍ୟମଧ୍ୟ ଜାରି ରହିଥିବା ଖବର ମିଳିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହି ଇଲାକାରେ ଚୀନର ଅନେକ ବୁଲେଟ ପ୍ରୁଫ୍ ଯାନବାହାନର ଚଳପ୍ରଚଳ ଏବଂ ବିପୁଳମାତ୍ରାରେ ଚୀନ୍ ସୈନ୍ୟଙ୍କ ଉପସ୍ଥିତି ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ମିଳିଥିବା ଖବର ମୁତାବକ, ଗତ ୧୦ ତାରିଖରୁ ଚୀନ ଯୁଦ୍ଧକାଳୀନ ଭିତ୍ତିରେ ଏହିସବୁ ନିର୍ମାଣ ଜାରି ରଖିଥିବା ଉପଗ୍ରହ ଫଟୋଚିତ୍ରରୁ ଜଣାପଡ଼ିଛି। ପ୍ରାୟ ୧୮୦୦ ଚୀନ ସେନା ଏହି ସ୍ଥାନରେ ସ୍ଥାୟୀ ଭାବେ ନିୟୋଜିତ ରହିଛନ୍ତି। ସେହିଭଳି ସିକିମ-ଭୁଟାନ-ତିବ୍ଦତର ଅତ୍ୟନ୍ତ ସମ୍ବେଦନଶୀଳ ତ୍ରିକୋଣଭୂମିରେ ଚୀନ ୭ଟି ହେଲିପ୍ୟାଡ ନିର୍ମାଣ କରୁଛି। ଏହି ହେଲିପ୍ୟାଡର ବ୍ୟାସ ୨୫ ମିଟର ହୋଇଥିବା ବେଳେ ଏଠାରେ ଚୀନର ସବୁଠାରୁ ବଡ଼ ହେଲିକପ୍ଟର ଓହ୍ଲାଇ ପାରିବ ବୋଲି କୁହାଯାଉଛି। ଏହି ଅଞ୍ଚଳରେ ପ୍ରବଳ ଥଣ୍ଡା ସତ୍ତ୍ୱେ ଚୀନ୍ ରାସ୍ତା ନିର୍ମାଣ କାର୍ୟ୍ୟକୁ ତ୍ୱରାନ୍ଵିତ କରିଥିବା ମଧ୍ୟ ଉପଗ୍ରହ ଫଟୋରୁ ସ୍ପଷ୍ଟ ହୋଇଛି। ସେହିପରି ପ୍ରତିପକ୍ଷ ସେନାର ଗତିବିଧି ଅନୁଧ୍ୟାନ ପାଇଁ ମଧ୍ୟ ଏହି ଅଞ୍ଚଳରେ ଏକ ସୁଉଚ୍ଚ ଓ୍ଵାଚ ଟାଓ୍ଵାର ନିର୍ମିତ ହୋଇଛି। ଏପରିକି ଭାରତୀୟ ସେନାଙ୍କ ଦଖଲରେ ଥିବା ଏହି ସୀମାର ଟ୍ରେଞ୍ଚଠାରୁ ମାତ୍ର ୧୦ ମିଟର ଦୂରରେ ଏହି ଓ୍ଵାଚ ଟାଓ୍ଵାର ରହିଛି। ଏହି ଟାଓ୍ଵାରରୁ ଗ୍ନଥାଙ୍ଗ ଉପତ୍ୟକାର ଗୁପୁପ୍ ଠାରୁ ଜୁଲୁକ୍ ଯାଏଁ ଅଞ୍ଚଳର ଅନୁଧ୍ୟାନ କରିହେବ। ଭାରତୀୟ ସେନା ଏହି ଗୁପୁପ୍ ଅଞ୍ଚଳରେ ନିଜର କ୍ୟାମ୍ପ କରିଥିବାରୁ ସେନାର ସମସ୍ତ ଗତିବିଧିକୁ ଚୀନସେନା ଅନୁଧ୍ୟାନ କରୁଛି। ଉତ୍ତର ଡୋକଲାମର ପ୍ରାୟ ସମସ୍ତ ପାହାଡ଼ ଓ ପର୍ବତ ଶୃଙ୍ଗରେ ଯୁଦ୍ଧ ପାଇଁ ଘାଟି ନିର୍ମାଣ କରିବା ସହ ଅନେକ ସୁଡ଼ଙ୍ଗ ମଧ୍ୟ ଖୋଳା ହେଉଛି। ଚୀନ୍ ସେଠାରେ ଜାରି ରଖିଥିବା ଏପରି ସାମରିକ ପ୍ରସ୍ତୁତି ଭାରତ ପାଇଁ ବିପଦର କାରଣ ହୋଇପାରେ ବୋଲି କୁହାଯାଉଛି। ସ୍ମରଣଯୋଗ୍ୟ, ଚୀନ୍ ଗତବର୍ଷ ଜୁନମାସରେ ଏହି ବିବାଦୀୟ କ୍ଷେତ୍ର ସୀମାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହ ସୈନ୍ୟଠୁଳ କରିବାରୁ ଭାରତ ଏହାର ବିରୋଧ କରିଥିଲା। ଦୀର୍ଘ ୭୨ ଦିନର ମୁହାଁମୁହିଁ ସ୍ଥିତି ପରେ ଚୀନସେନା ପଛକୁ ଘୁଞ୍ଚିଥିଲେ। ଉକ୍ତ ସମୟରେ ଦୁଇଦେଶର ପ୍ରତିନିଧିଙ୍କ ମଧ୍ୟରେ ଏହାର ସମାଧାନ ନେଇ ଦୀର୍ଘ ଆଲୋଚନା ହେବା ପରେ ବିବାଦ ଥମିଥିଲା। ମାତ୍ର ସାମ୍ପ୍ରତିକ ସ୍ଥିତିରୁ ଚୀନ୍ ନିଜ ଆଭିମୁଖ୍ୟରୁ ଆଦୌ ଓହରିନଥିବା ସ୍ପଷ୍ଟ ହୋଇଛି। ତେବେ ଏହା ସେତେଟା ଗମ୍ଭୀର ବିଷୟ ନୁହେଁ ବୋଲି ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ଗଣମାଧ୍ୟମକୁ କହିବା ପରେ ଏହାକୁ ସାମରିକ ବିଶାରଦମାନେ ତୀବ୍ର ସମାଲୋଚନା କରିଛନ୍ତି।
OSCAR-2019
ଆମ ଦିନ ସାରାର ସବୁ କାମ ସକାଳ ଉପରେ ନିର୍ଭର କରେ । ଆମେ ସକାଳ ଯେମିତି ଆରମ୍ଭ ହେବ, ସାରା ଦିନ ଆମର ସେହି ଭଳି ଯିବ । ଯଦି ଆମେ ସକାଳେ ଖାଲି ପେଟରେ ରହିବା ତେବେ ଆମ ଦିନ କେବେବି ଭଲରେ ଯିବ ନାହିଁ । ଦିନ ସାରା ଆମ ଶରୀରକୁ ମିଳୁଥିବା ପ୍ରୋଟିନ ଆମକୁ ସକାଳ ଜଳଖିଆରୁ ମିଳିଥାଏ । ସାରା ଦିନର ଆହାର ମଧ୍ୟରୁ ସକାଳେ ଜଳଖିଆ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । କାରଣ ଯଦି ଆପଣ ସକାଳର ଜଳଖିଆ ଠିକ୍ ସମୟରେ କରୁ ନାହାନ୍ତି, ତେବେ ଆପଣଙ୍କ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିପାରେ । ସକାଳ ଜଳଖିଆ ନ ଖାଇବା ଦ୍ୱାରା ଗମ୍ଭୀର ରୋଗର ଶିକାର ହୋଇପାରନ୍ତି । ବ୍ରେକଫାଷ୍ଟ ନ ଖାଇବା ଦ୍ୱାରା ଶରୀରର ପାଚନ କ୍ରିୟା ଉପରେ ପ୍ରଭାବ ପଡିଥାଏ । ଦିନ ମଧ୍ୟରେ ସଠିକ୍ ସମୟରେ ଭୋଜନ ନ କଲେ, ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ବହୁ ସମୟ ବ୍ୟବଧାନ ଯାଏ ନ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀ ବୃଦ୍ଧି ପାଇଥାଏ । ସକାଳର ଜଳଖିଆ ନ କରିବା ଦ୍ୱାରା ଡାଇବେଟିଜ ହେବାର ସମ୍ଭାବନା ଅଧିକ ହୋଇଥାଏ । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ , ମହିଳାମାନେ ସକାଳର ଜଳଖିଆ ନ ଖାଇବା କାରଣରୁ ଡାଇବେଟିସରେ ଆକ୍ରାନ୍ତ ହେବାର ସମ୍ଭାବନା ୨୦ ପ୍ରତିଶତ ଅଧିକା ଥାଏ । ଯଦି ଆପଣ ଭାବୁଥାନ୍ତି, ବ୍ରେକଫାଷ୍ଟ ନ ଖାଇବା ଫଳରେ ଆପଣଙ୍କ ଓଜନ ହ୍ରାସ ପାଇବ, ତେବେ ଆପଣ ଭୂଲ ଭାବୁଛନ୍ତି, କାରଣ କେତେକ ଗବେଷଣାରୁ ଜଣାପଡିଛି ପ୍ରତିଦିନ ଠିକ୍ ସମୟରେ ବ୍ରେକଫାଷ୍ଟ କରିବା ଦ୍ୱାରା ଆପଣଙ୍କ ଓଜନ ଠିକ୍ ରହିବ । ଏହାଛଡା ଗବେଷଣାରୁ ଆହୁରି ମଧ୍ୟ ଜଣାପଡିଛି, ଯେଉଁମାନେ ବ୍ରେକଫାଷ୍ଟ ଖାଇ ନଥାନ୍ତି, ସେମାନେ ଲଞ୍ଚ ଓ ଡିନର୍ ରେ ଅଧିକ ଖାଇଥାନ୍ତି, ଯାହାଦ୍ୱାରା ଓଜନ ହ୍ରାସ ନ ପାଇ ବରଂ ବୃଦ୍ଧି ହୋଇଥାଏ । ଅଧିକ ସମୟ ଧରି ଭୋକରେ ରହିବା ଦ୍ୱାରା କେତେକ ଲୋକଙ୍କୁ ରାଗ ଆସିଥାଏ । ଏକ ଗବେଷଣାରୁ ଯାହା ଜଣାପଡିଛି, ଯେଉଁ ବ୍ୟକ୍ତି ପ୍ରତିଦିନ ବ୍ରେକଫାଷ୍ଟ କରନ୍ତି, ସେମାନଙ୍କ ମନ ଅନ୍ୟମାନଙ୍କ ଅପେକ୍ଷା ଭଲ ରହିଥାଏ । ଏହାଛଡା ବ୍ରେକଫାଷ୍ଟ ନ କରିବା ଦ୍ୱାରା ରକ୍ତ ସୁଗାରର ସ୍ତର କମ ହେବାରେ ଲାଗିଥାଏ । ମୁଣ୍ଡବିନ୍ଧା ସହ ମୁଣ୍ଡ ବୁଲାଇବା ଆଦି ସମସ୍ୟା ଦେଖାଦିଏ ।
OSCAR-2019
ବାରାଣାସୀ:-ଜଣେ ଝିିନ ବସନ ପରିହିତା ମହିଳା ଦେଖିବାକୁ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଭଳି ,ଯାହାଙ୍କର ନାଆଁ ରହିଛି ଉତ୍ତର ପ୍ରଦେଶର ଭୋଟର ତାଲିକାରେ। ଏହି ମହିଳାଙ୍କ ନାଆଁ ହେଲା ଦୁର୍ଗାବତୀ ସିଂହ। ସେ ଉତ୍ତର ପ୍ରଦେଶର ବାଲିଆର ବିବେକାନନ୍ଦ କଲୋନିରେ ରହନ୍ତି। ଏହି ମହିଳା ଦୁର୍ଗାବତୀ ସିଂହଙ୍କ ନାମ ଭୋଟର୍‌ ତାଲିକାରେ ତ ଅଛି,ହେଲେ ସେଠାରେ ସନ୍ନି ଲିଓନ୍‌ିଙ୍କ ଭଳି ଦିଶୁଥିବା ଜଣେ ମହିଳାଙ୍କର ଫଟୋ ଆସିଲା କିପରି,ତାହା ଏବେ ସନ୍ଦେହ ଘେରରେ। ଖାଲି ସେତିକି ନୁହେଁ ଏଥିରେ ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ନାରଦ ରାଜଙ୍କ ଫଟୋ ଜାଗାରେ ଏକ ହାତୀ ଫଟୋ ରହିଛି। ଠିକ୍‌ ସେହିପରି କୁଅଁର ଅଙ୍କୁର ସିଂହଙ୍କ ଫଟୋ ସ୍ଥାନରେ ଏକ ହରିଣର ଚିତ୍ର ରହିଛି ବୋଲି ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଭଳି ତ୍ରୁଟି ବାଲିଆ ସଦର ତହସିଲରେ ନିର୍ବାଚନ କମିଶନଙ୍କ ସଂଶୋଧିତ ଭୋଟର ତାଲିକାରେ ରହିଛି। ଏଭଳି ଆହୁରି ଅନେକ ଲୋକଙ୍କ କ୍ଷେତ୍ରରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଥିବା ଜଣାଯାଇଛି। ଏ ସଂଂପର୍କରେ ବାଲିଆ କୋତଓ୍ଵାଲି ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ଏବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦୃଷ୍ଟିକୁ ଆସିଥିବା ଜଣାଯାଇଛି। ଲିଡ୍‌ସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ୩ୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯାଉଛି। ଏଥିରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିବ। ଇଂଲଣ୍ଡ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ପକେଟସ୍ଥ କରି ସାରିଥିବା ଭାରତ ଦିନିକିଆ ଶୃଙ୍ଖଳାରେ ମଧ୍ୟ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି। ଗତ ସପ୍ତାହରେ ଟେ୍ଵଣ୍ଟି-୨୦ରେ ସମାନ ପରିସ୍ଥିତିରେ ପଡ଼ି ଭାରତ ତୃତୀୟ ତଥା ଶେଷ ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇଥିଲା। ଏହାକୁ ଦୋହରାଇବା ଆଶାରେ ରହିଛି କୋହଲି ବାହିନୀ। ଲର୍ଡସ ଦିନିକିଆ ପରାଜୟ ପରେ ଭାରତ ପାଇଁ ଏକମାତ୍ର ଚିନ୍ତା ରହିଛି ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତା। ଏହି ଦୁର୍ବଳତାକୁ ଦୂର କରିପାରିଲେ ଭାରତ ଲଗାତାର ଦଶମ ଶୃଙ୍ଖଳା ବିଜୟ ହାସଲ କରିନେବ। ଅଗଷ୍ଟ ପହିଲାରୁ ଆରମ୍ଭ ହେଉଥିବା ଟେଷ୍ଟ୍‍ ପୂର୍ବରୁ ଭାରତକୁ ବି ମନୋବଳ ଯୋଗାଇବ। ଶନିବାରର ଲର୍ଡସ ବିଜୟ ସହ ଇଂଲଣ୍ଡ ଆଇସିସି ଦିନିକିଆ ମାନ୍ୟତାରେ ଏକ ନମ୍ବର ମାନ୍ୟତାକୁ ନିଶ୍ଚିତ କରିଥିଲା। ଭାରତ ମଙ୍ଗଳବାର ଜିତିଲେ କେବଳ ବ୍ୟବଧାନକୁ କମାଇପାରିବ। କିନ୍ତୁ ଆସନ୍ତା ବର୍ଷ ଇଂଲଣ୍ଡରେ ବିଶ୍ୱକପ୍‌ ଆୟୋଜିତ ହେଉଥିବାରୁ ଭାରତ ପାଇଁ ଏ ବିଜୟ ଜରୁରି ରହିଛି। ନଟିଂହାମ୍‌ରେ ୮ ଓ୍ଵିକେଟ୍‌ର ବୃହତ ବିଜୟ ପରେ ଲର୍ଡସରେ ୮୬ ରନର ପରାଜୟ ଭାରତର ଅସ୍ଥିର ପ୍ରଦର୍ଶନକୁ ପଦାରେ ପକାଇଛି। କିନ୍ତୁ ବିଗତ ଦୁଇ ବର୍ଷ ଭିତରେ ଭାରତ ଅନ୍ୟୁନ ଗୋଟିଏ ମ୍ୟାଚ୍‌ ହାରୁଥିଲେ ମଧ୍ୟ ନିର୍ଣ୍ଣାୟକ ମ୍ୟାଚ୍‌ ଜିତି ଏକାଧିକ ଶୃଙ୍ଖଳାରେ ସଫଳ ହେବା ଧାରାରେ ରହିିଛି। ୨୦୧୬ ମସିହା ଜାନୁଆରିରେ ଅଷ୍ଟ୍ରେଲିଆ ନିକଟରୁ ୧-୪ରେ ହାରିବା ପରଠାରୁ ଭାରତ ଘରେ ଓ ବାହାରେ ସୀମିତ ଓଭର ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ୍‌, ଶ୍ରୀଲଙ୍କାକୁ ଦୁଇ ଥର ଲେଖାଏଁ, ଜିମ୍ବାେଓ୍ଵ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ଥରେ ଲେଖାଏଁ ପରାସ୍ତ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତର ଦିନିକିଆ ପ୍ରାଧାନ୍ୟକୁ ମଧ୍ୟ କୋହଲି ସେନା ଜାରି ରଖିବାକୁ ଚାହିଁବେ। ଭାରତ ୨୦୧୧ ମସିହା ପରଠାରୁ ଇଂଲଣ୍ଡ ନିକଟରୁ ଦିନିକିଆ ଶୃଙ୍ଖଳାରେ ହାରିନାହିଁ। ସେହିବର୍ଷ ୦-୩ରେ ହାରିବା ପରଠାରୁ ଇଂଲଣ୍ଡ ବିପକ୍ଷରେ ଭାରତ ୧୭ ମ୍ୟାଚ୍‌ ଖେଳି ୧୦ ଜିତିଛି। ୨୦୧୫ ମସିହାରୁ ଦିନିକିଆ କ୍ରିକେଟ୍‌ରେ କିନ୍ତୁ ଇଂଲଣ୍ଡର ଉତ୍‌ଥାନ ଘଟିଛି। ଗତବର୍ଷ ଜାନୁଆରିରେ ଘରୋଇ ମାଟିରେ ଭାରତ ୨-୧ରେ ଜିତିଥିବାବେଳେ ଏବେ ଚଳିତ ଶୃଙ୍ଖଳା ମଧ୍ୟ ସମାନ ସ୍କୋର୍‌ ଲାଇନ୍‌ରେ ସରିବା ନିଶ୍ଚିତ।
OSCAR-2019
ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତୀକ କାର୍ଯ୍ୟ ଆଗାମୀ ଦୁଇମାସ ମଧ୍ୟରେ ଶେଷ କରିବା ସହିତ ପାଣି ପଞ୍ଚାୟତ ଜରିଆରେ ଏହାର ପରିଚାଳନା ଏବଂ ସେଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଯୁବକ ମାନଙ୍କୁ ନିକଟସ୍ଥ ଆଇ.ଟି.ଆଇ ଓ ଆଇ.ଟି.ସି ରେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଥିଲା…
OSCAR-2019
କନକ ବ୍ୟୁରୋ : ଆସୁଛନ୍ତି ମୋଦି, ବଦଳୁଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଲ୍ଫି ମୁଡ । କେନ୍ଦ୍ରାପଡାର ସାହସୀ ଝିଅଙ୍କ ସହ ସେଲଫି ନେଇଛନ୍ତି ନବୀନ । କୁମ୍ଭୀର ମୁହଁରୁ ବଂଚିଥିବା ୨ ଝିଅଙ୍କୁ ସମ୍ମଦ୍ଧ୍ୱର୍ନା ଦେବା ଅବସରରେ ସଚିବାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁଇ ଝିଅଙ୍କୁ ସେମାନଙ୍କ ସାହସ ପାଇଁ ସାବାସୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବର୍ଦ୍ଧନା ଦେବା ପରେ ନିଜେ ସେମାନଙ୍କ ସହ ସେଲଫି ଉଠାଇଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଏକ ମଲରେ ଲୋକଙ୍କ ସହ ଠିଆ ହୋଇ ସେଲଫି ନେଇଥିଲେ । ଏପରିକି ଓୟୁଏଟିର କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେଲଫି ପାଇଁ ପୋଜ୍ ଦେଇଥିଲେ । ରମାଦେବୀ ଛାତ୍ରୀଙ୍କ ଫଟୋ ନେଇ ସୋସିଆଲ ମିଡିଆରେ ଭାଇରାଲ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ଛାତ୍ରୀଙ୍କୁ ମଧ୍ୟ ସେଲ୍ଫି ପାଇଁ ପୋଜ୍ ଦେଇଥିବା ନଜରକୁ ଆସିଥିଲା । ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏବେ ବି ମହିଳା ମାନେ ବହୁତ କଦର୍ଯ୍ୟ ତଥା ଦୟନୀୟ ଅବସ୍ଥାରେ ଗତି କରୁଛନ୍ତି । ଏମିତି ଦେଶ ମାନଙ୍କ ମଧ୍ୟରୁ ଏକ ଦେଶ ହେଲା ସାଉଦି ଆରବ । ଏହି ଦେଶରେ ମହିଳାଙ୍କୁ କୌଣସି ସାଧାରଣ ତଥା ଜରୁରୀ ସୁବିଧା ମଧ୍ୟ ମିଳେ ନାହିଁ । ଏହି କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଏବେ ଲୋକଲୋଚନକୁ ଆସିଛି । ଏମିତି ଏକ ଖବର ପ୍ରକାଶ ପାଇଛି ଆଜତକରେ । ଘଟଣା ସେବେ ସାମ୍ନାକୁ ଆସିଲା ଯେବେ ସେଠାରେ ମହିଳାଙ୍କ ଅଧିକାର ପାଇଁ ମହିଳା ପରିଷଦ ଗଠନ କରାଗଲା । କିନ୍ତୁ ମହିଳା ପରିଷଦ ଗଠନ ପରେ ମଧ୍ୟ ମହିଳାଙ୍କୁ କୌଣସିି ସଭାରେ ବସିବା ପାଇଁ ଅନୁମତି ମିଳିଲା ନାହିଁ । ଆପଣ ଏ କଥାରୁ ଜାଣି ପାରୁଥିବେ ସେଠାରେ ମହିଳାଙ୍କ ଅବସ୍ଥା କିପରି ଥିବ । ସେମାନେ ଏକାକୀ ଘରୁ ବାହାରି ପାରିବେ ନାହିଁ । ଜାଣନ୍ତୁ କ’ଣ କ’ଣ ରହିଛ ସେଠାରେ ନିୟମ, ଯାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ୧.ଏଠାରେ ଦୁଇ ଜଣ ପୁରୁଷ ସାକ୍ଷୀ ଦେବା ପରେ ଯାଇ ଜଣେ ମହିଳା କୌଣସି ସମ୍ପତ୍ତି କଣିି ପାରିବେ । ଏଠାରେ ପୁରୁଷଙ୍କ ସାକ୍ଷୀ ବିନା ମହିଳାଙ୍କୁ ଚିହ୍ନିବା କଷ୍ଟ । ଦୁଇ ଜଣ ପୁରୁଷଙ୍କ ସାକ୍ଷୀ ପରେ ଯାଇକି ମହିଳାଙ୍କ ବିଶ୍ୱସନୀୟତା ସାବ୍ୟସ୍ତ ହୋଇଥାଏ । ୨. ଏଠାରେ ମହିଳାମାନେ କୌଣସି ପ୍ରକାର ଖେଳରେ ଭାଗ ନିଅନ୍ତି ନାହିଁ । ଯଦି ଏମିତି କିଛି କରନ୍ତି ମହିଳା ତେବେ ତାଙ୍କୁ ଲୋକଙ୍କ ରୋଷର ଶିକାର ହେବାକୁ ପଡେ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ୨୦୧୨ରେ ଅଲିମ୍ପିକରେ ପ୍ରଥମ ଥର ପାଇଁ ଜଣେ ସାଉଦୀ ମହିଳା ଭାଗ ନେଇଥିଲେ । କିନ୍ତୁ ଏନେଇ ଦେଶରେ ଗର୍ବ କରିବା ପରିବର୍ତ୍ତେ ଉକ୍ତ ମହିଳା ଖେଳାଳିଙ୍କୁ ବହୁତ ବିରୋଧ ହୋଇଥିଲା । ୩. ଦୁଷ୍କର୍ମକାରୀଙ୍କୁ ଏଠାରେ ଶକ୍ତ ଦଣ୍ଡ ବିଧାନ ରହିଛି ବୋଲି କୁହାଯାଏ । କିନ୍ତୁ ସତ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଏଠାରେ ଦୁଷ୍କର୍ମ ଏକ ସାଧାରଣ କଥା । ଏହି ଦେଶରେ ପତ୍ନୀର ବିନା ଅନୁମତିରେ ଜୋର ଜବରଦସ୍ତ ଶାରୀରିକ ସମ୍ମନ୍ଧକୁ ଦୁଷ୍କର୍ମ କୁହାଯାଏ ନାହିଁ । କେବଳ ଏତିକି ନୁହଁ ଅନ୍ୟ ଦୁଷ୍କର୍ମ ମାମଲାରେ ୪ ଜଣ ସାକ୍ଷୀ ପ୍ରଦାନ ନକଲେ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ନାହିଁ । ଏଣୁ ଏହି ଦେଶରେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ବହୁତ କଷ୍ଟ । କିଛି ମାମଲାରେ ଏପରି ମଧ୍ୟ ହୋଇଛି ଯଦି ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି ଏବଂ ସେ ସେହି ସମୟରେ ଏକୁଟିଆ ଅଛନ୍ତିି ଏବଂ ତାଙ୍କର କେହି ପୁରୁଷ ଅଭିଭାବକ ନାହାନ୍ତିି ତେବ ଏପରିସ୍ଥଳେ ଦଣ୍ଡବିଧାନ ହୁଏ ପୀଡିତାଙ୍କୁ । ୫.ଏସବୁ ଅସୁବିଧା ସତ୍ୱେ ଏହି ଦେଶରେ ମହିଳା ମାନେ ଶିକ୍ଷାକ୍ଷେତ୍ରରେ ପୁରୁଷଙ୍କ ଠାରୁ ଅନେକ ଆଗରେ । କିନ୍ତୁ ଚାକିରୀ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଖମବ କମ ବହୁତ କମ୍ । ୬. ଦେଶର ନିୟମ ଅନୁସାରେ ମହିଳା ମାନେ ଏକା ଭ୍ରମଣ କରିପାରନ୍ତି ନାହିଁ । ତାଙ୍କ ସହ କେହି ନା କେହି ପୁୁରୁଷ ରହିବା ଦରକାର ।
OSCAR-2019
ସକାଳୁ ରାତି ଭିତରେ ଏମିତି କିଛି ଜିନିଷ ଅଛି ଯାହାକୁ ଛାଡି ଆମେ ବଂଚିବା କଷ୍ଟ । ହେଲେ ଏଭିତରୁ ଏମିତି ଅନେକ ଜିନିଷ ଅଛି ଯାହା ବିଦେଶରୁ ଆମ ଦେଶକୁ ଆସିଛି । ପରବର୍ତି ସମୟରେ ଏଗୁଡିକ ଆମର ଅତି ଆପଣାର ହୋଇ ପାରିଛି । ଖେଚୁଡି- ଆମର ଅତିପ୍ରିୟ ଖେଚୁଡି ଯାହା ଆମର ପର୍ବ ପର୍ବାଣି ଠାରୁ ଆରମ୍ଭକରି ନିତିଦିନିଆ ଜୀବନରେ ଏକ ପ୍ରମୁଖ ଖାଦ୍ୟ ହୋଇଯାଇଛି । ହେଲେ ଏହା ୨୫୦୦ ବର୍ଷ ପୂର୍ବେ ଚାଇନାରୁ ଭାରତକୁ ଅଣାଯାଇଥିଲା । ସିଙ୍ଗଡା- ସମସ୍ତଙ୍କ ଜଳଖିଆରେ ବ୍ୟବହାର ହେଉଥିବା ପ୍ରିୟ ସିଙ୍ଗଡା ଆମ ଦେଶକୁ ମଧ୍ୟ୍ୟ ପୂର୍ବଏସିଆରୁ ଆସିଛି । ଯାହାକି ସମ୍ବୋସା ନାମରେ ନାମିତ । ଚା- ଚା ଖଟି ଠାରୁ ଆରମ୍ଭକରି ଅଫିସ୍ ପର୍ଯ୍ୟନ୍ତ ସମସ୍ତଙ୍କର ଦରକାର ପଡୁଥିବା ଚାକୁ ଇଂରେଜ ମାନେ ଚାଇନାରୁ ଭାରତକୁ ଆଣି ଏଠାରେ ଲୋକପ୍ରିୟ କରାଇଥିଲେ । ଆଳୁ- ହାଣ୍ଡିଶାଳରେ ସବୁଠୁ ଅଧିକା ଦରକାର ହେଉଥିବା ଆଳୁ ବି ଆମର ନୁହେଁ । ଏହା ଉତର ପଶ୍ଚିମ ବୋଲିଭିଆରୁ ଭାରତକୁ ଆସିଥିଲା । ବିରିଆନି- ଏବେ ସମଗ୍ର ଭାରତର ପସନ୍ଦ ଯୁକ୍ତ ଖାଦ୍ୟ ବିରିଆନି ଭାରତ ବର୍ଷର ନୁହେଁ । ଏହା ତୁର୍କିରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା । କ୍ରୀକେଟ- ଏବେ ଯୁବ ପିଢି ଠାରୁ ଆରମ୍ଭ କରି ସମସ୍ତଙ୍କର ପସନ୍ଦ ପାଲିଟିଥିବା କ୍ରୀକେଟ ଖେଳ ପ୍ରଥମେ ଇଂରେଜ ମାନଙ୍କ ଦ୍ୱାରା ଭାରତରେ ଖେଳିବା ଆରମ୍ଭ ହୋଇଥିଲା ।
OSCAR-2019
3 ତା’ପରେ ସଦାପ୍ରଭୁ ଯୂନସଙ୍କୁ ପୁନର୍ବାର କହିଲେ। 2 ପ୍ରଭୁ କହିଲେ, “ବୃହତ୍ ନଗର ନୀନିବୀକୁ ଯାଅ ଏବଂ ଆମ୍ଭେ ଯାହା କହିଛୁ ତାକୁ ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କର।” 3 ଯୂନସ ସଦାପ୍ରଭୁଙ୍କ ବାକ୍ୟକୁ ପାଳନ କରି ନୀନିବୀକୁ ଗଲେ। ଏହା ଏକ ବିରାଟ ନଗର ଥିଲା। ଜଣେ ଲୋକକୁ ସମଗ୍ର ସହରରେ ବୁଲି ଆସିବାକୁ ତିନି ଦିନ ସମୟ ଲାଗୁଥିଲା। 4 ଯୂନସ ନଗରର କେନ୍ଦ୍ରସ୍ଥଳୀକୁ ଯାଇ ତା’ର ପ୍ରଗ୍ଭର ଲୋକମାନଙ୍କ ମଧ୍ୟରେ ଆରମ୍ଭ କଲେ। ଯୂନସ କହିଲେ, “ଗ୍ଭଳିଶ୍ ଦିନ ପରେ ନୀନିବୀ ଧ୍ୱଂସ ହେବ।” 5 ନୀନିବୀର ଲୋକମାନେ ପରମେଶ୍ୱରଙ୍କର ଏହି ବାର୍ତ୍ତାକୁ ବିଶ୍ୱାସ କଲେ। କିଛିଦିନ ଉପବାସ କରିବାକୁ ସ୍ଥିର କଲେ। ସେମାନେ ଚଟ ବସ୍ତ୍ର ପରିଧାନ କଲେ ଏବଂ ଅନୁତାପ କଲେ। ସାନ ବଡ଼ ସମସ୍ତ ଲୋକେ ଏହି କାର୍ଯ୍ୟ କଲେ। 6 ନୀନିବୀର ରାଜା ଏ ବିଷୟରେ ଶୁଣିଲେ ଏବଂ ସେ ମଧ୍ୟ ମନ୍ଦକାର୍ଯ୍ୟ କରିଥିବା ଯୋଗୁଁ ଅନୁତାପ କଲେ। ରାଜା ସିଂହାସନ ଛାଡ଼ି ଦେଲେ। ସେ ତାଙ୍କର ଦୁଃଖ ପ୍ରକାଶ କରିବାକୁ ଯାଇ ରାଜକୀୟ ପୋଷାକ ପରିତ୍ୟାଗ କଲେ ଏବଂ ସାଧାରଣ ପୋଷାକ ପରିଧାନ କଲେ। ଅନୁତପ୍ତ ରାଜା ଧୂଳି ଉପରେ ବସି ପଡ଼ିଲେ। 7 ରାଜା ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖି ନଗରକୁ ପଠାଇଲେ। ସେହି ବାର୍ତ୍ତାରେ ଥିଲା କୌଣସି ମନୁଷ୍ୟ ବା ପ୍ରାଣୀ କିଛି ସମୟ ପାଇଁ କିଛି ଖାଇବେ ନାହିଁ। କୌଣସି ଗୋରୁପଲ କି ମେଷପଲ ପଡ଼ିଆରେ ଚରିବେ ନାହିଁ। ନୀନିବୀର କୌଣସି ଜୀବନ୍ତ ପ୍ରାଣୀ କିଛି ଖାଇବେ ନାହିଁ କି ପିଇବେ ନାହିଁ। 8 କିନ୍ତୁ ସମସ୍ତ ମନୁଷ୍ୟ ଓ ପ୍ରାଣୀ ମୋଟା ବସ୍ତ୍ର ପରିଧାନ କରିବେ ଏବଂ ସେମାନେ ଦୁଃଖ ପ୍ରକାଶ କରିବେ। ସେମାନେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବେ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ଯ୍ୟ କରିବା ବନ୍ଦ କରିବେ। 9 ତାହାହେଲେ ପରମେଶ୍ୱର ହୁଏତ ତାଙ୍କର ମନ ପରିବର୍ତ୍ତନ କରିବେ ଓ ଯୋଜନା କରିଥିବା କାର୍ଯ୍ୟ କରିବେ ନାହିଁ। ସେ ହୁଏତ ବଦଳି ଯିବେ ଓ କ୍ରୋଧ ହେବେ ନାହିଁ। ତା’ପରେ ସେ ହୁଏତ ଦଣ୍ତ ଦେବେ ନାହିଁ। 10 ଲୋକମାନେ ଯାହା କଲେ ପରମେଶ୍ୱର ସବୁ ଦେଖିଲେ। ସେମାନେ ମନ୍ଦକାର୍ଯ୍ୟ ବନ୍ଦ କରିବା ପରମେଶ୍ୱର ଦେଖିଲେ। ତେଣୁ ସେ ତାଙ୍କର ମନ ବଦଳାଇଲେ ଏବଂ ଯାହା ଯୋଜନା କରିଥିଲେ ତାହା କଲେ ନାହିଁ। ସେ ଲୋକମାନଙ୍କୁ ଆଉ ଦଣ୍ତ ଦେଲେ ନାହିଁ।
OSCAR-2019
ମଦ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ଜାରି ଶୁଣାଣି ସମୟରେ ଏକ ବୟାନ ଦେଇ ବଡ଼ ଧମାକା କରିଛନ୍ତି। ମାଲ୍ୟା କହିଛନ୍ତି ଯେ ସେ ଭାରତ ଛାଡିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ। ସେଟେଲମେଣ୍ଟକୁ ନେଇ ଅର୍ଥମନ୍ତ୍ରୀଙ୍କୁ ସେ ଭେଟିଥିଲେ ମାତ୍ର ବ୍ୟାଙ୍କ ତାଙ୍କର ସେଟେଲମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କର ବକେୟା ପରିଶୋଧ କରିବାକୁ ସେ ପ୍ରସ୍ତୁତ ଥିଲେ ବୋଲି ମାଲ୍ୟା କହିଛନ୍ତି। ଉଲ୍ଲେଖଯୋଗ୍ୟ ଲଣ୍ଡନ ସ୍ଥିତ ଓ୍ଵେଷ୍ଟମିନଷ୍ଟର କୋର୍ଟରେ ଶୁଣାଣି ସମୟରେ ଭାରତୀୟ ଅଧିକାରୀ ମୁମ୍ବାଇର ଆର୍ଥର ରୋଡ଼ ଜେଲରେ ମାଲ୍ୟାଙ୍କୁ ରଖିବା ପାଇଁ ପ୍ରସ୍ତୁତ ସେଲର ଭିଡିଓ ଉପସ୍ଥାପନ କରିଥିଲେ। କୋର୍ଟରେ ଶୁଣାଣି ପରେ ଯେବେ ଅର୍ଥମନ୍ତ୍ରୀଙ୍କ ସହ ସାକ୍ଷାତକୁ ନେଇ ପ୍ରଶ୍ନ କରାଗଲା ମାଲ୍ୟା କହିଛନ୍ତି କି ସେ ଏହି ମିଟିଂ ବିଷୟରେ ଅଧିକ ସୂଚନା ଦେଇ ପାରିବେ ନାହିଁ। ଏଠାରେ କହି ରଖୁଛୁ ଯେ ଯେଉଁ ସମୟରେ ମାଲ୍ୟା ଦେଶ ଛାଡି ପଳାୟନ କଲେ ସେହି ସମୟରେ ଦେଶର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଥିଲେ। ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ମାଲ୍ୟା କହିଛନ୍ତି ସେ କୋର୍ଟରେ ଦେଖାଯାଇଥିବା ଜେଲର ଭିଡିଓକୁ ନେଇ ପ୍ରଭାବିତ ହୋଇଛନ୍ତି। ନିଜର ବକେୟାକୁ ସେଟେଲ କରିବା ପାଇଁ ସେ ବ୍ୟାଙ୍କକୁ ଅନେକ ଥର ପତ୍ର ଲେଖିଥିଲେ, ମାତ୍ର ବ୍ୟାଙ୍କ ତାଙ୍କର ପତ୍ର ଉପରେ ପ୍ରଶ୍ନ ଉଠାଇଥିଲେ।
OSCAR-2019
ମାଲ୍ୟା କହିଛନ୍ତି ଯେ ନିଶ୍ଚିତ ରୂପେ ତାଙ୍କ ଉପରେ ଯେଉଁ ଅଭିଯୋଗ ହୋଇଛି ସେଥିରେ ସେ ସହମତ ନୁହନ୍ତି। ଏହା ବ୍ୟତୀତ ଏହି ମାମଲାରେ କୋର୍ଟି ହିଁ ଅନ୍ତିମ ନିର୍ଣ୍ଣୟ ନେବେ। ଉଲ୍ଲେଖଯୋଗ୍ୟ ମାଲ୍ୟ କହିଥିଲେ ଯେ ଭାରତୀୟ ଜେଲର ସ୍ଥିତି ବହୁତ ଖରାପ। ତେଣୁ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାନଯାଉ। ପ୍ରତ୍ୟର୍ପଣରୁ ବଞ୍ଚିବା ପାଇଁ ମାଲ୍ୟାଙ୍କ ଏହି ଦଲିଲ୍ ପରେ ବ୍ରିଟିଶ କୋର୍ଟରେ ଭାରତୀୟ ଅଧିକାରୀ ମୁମ୍ବାଇର ଆର୍ଥର ରୋଡ୍ ଜେଲର ଭିଡ଼ିଓ ଉପସ୍ଥାପନ କରିଥିଲେ। ମୁମ୍ବାଇ ଆର୍ଥର ରୋଡ ଜେଲର ୧୨ ନମ୍ବର ବ୍ୟାରେକକୁ ଜେଲ ପ୍ରଶାସନ ଏମିତି ଭାବେ ପ୍ରସ୍ତୁତ କରିଛନ୍ତି ଯାହାକୁ ଦୁନିଆର ଲୋକେ ପସନ୍ଦ ନକରିବାର ପ୍ରଶ୍ନ ଉଠୁନାହିଁ। କାରଣ ଏଠାକାର ସ୍ଵଚ୍ଛତା ଓ ବ୍ୟବସ୍ଥା ବାସ୍ତବରେ ପ୍ରଶଂସନୀୟ ରହିଛି। କୁହାଯାଉଛି ଯେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତୀୟ ଜେଲକ ଖରାପ ଦର୍ଶାଇବାର ତର୍କକୁ କାଟିବା ପାଇଁ ଆର୍ଥର ରୋଡ୍ ଜେଲକୁ ଏମିତି ରୂପ ଦିଆଯାଇଛି। ସୂଚନା ମୁତାବକ ବୁଧବାର ଲଣ୍ଡନର ଅଦାଲତରେ ଭାରତୀୟ ଏଜେନ୍ସି ଜେଲର ୧୨ ନମ୍ବର ବ୍ୟାରେକର ଏହି ଭିଡିଓ ଦେଖାଇଛନ୍ତି।
OSCAR-2019
ଢେଙ୍କାନାଳ ଅଫିସ,୧୨।୯:ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ଅପରାହ୍ନରେ ସଡ଼କ ସୁରକ୍ଷା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରି ଦୁର୍ଘଟଣା ରୋକିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଶାସନିକ ସତର୍କତା ଏବଂ ସଚେତନତା ପରେ ୪ମାସ ମଧ୍ୟରେ ତୁଳନାତ୍ମକ ଭାବେ ଦୁର୍ଘଟଣା କମିଥିବା ସେ ସୂଚନା ଦେଇଛନ୍ତି। ଚଳିତବର୍ଷ ଅତ୍ୟଧିକ ବର୍ଷା ଯୋଗୁ ୫୩ ଏବଂ ୫୫ନଂ. ଜାତୀୟ ରାଜପଥ ଖାଲଖମାରେ ଭର୍ତ୍ତି ହୋଇ ବିପଦସଙ୍କୁଳ ହୋଇପଡ଼ିଛି। ଏହାର ମରାମତି ଦିଗରେ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ବର୍ଷା ଛାଡିବା ପରେ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ପୂର୍ତ୍ତ ବିଭାଗ ରାସ୍ତା ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ। ଦୁର୍ଘଟଣାପ୍ରବଣ ସ୍ଥାନରେ ଚେକ୍‌ପୋଷ୍ଟ, ବ୍ୟାରିକେଡ୍‌ ରଖି ଜନସଚେତନତା ସୃଷ୍ଟି କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ୫୩ନଂ. ଜାତୀୟ ରାଜପଥରେ ଏହି କାର୍ଯ୍ୟ ହୋଇ ନ ଥିବାରୁା ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ମୋଟରଯାନ ନିରୀକ୍ଷକ ଶ୍ରୀବତ୍ସ ଦଳେଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସହରରେ ୨୨ ସିଟ୍‌ ବିଶିଷ୍ଟ ଟାଉନବସ୍‌ ଚଳାଚଳ କରିବାକୁ ବସ୍‌ ମାଲିକ ସଂଘକୁ ପ୍ରସ୍ତାବ ଦିଆଯାଇଛି। ଆଗକୁ ପୂଜା ଉତ୍ସବ ଆସୁଥିବାରୁ ଅଟୋରିକ୍ସାଗୁଡ଼ିକରେ ନିର୍ଦ୍ଧାରିତ ଭଡ଼ା ଧାର୍ଯ୍ୟ କରିବା, ଏ ନେଇ ଜନସାଧାରଣଙ୍କୁ ଅବଗତ କରାଇବା, ଭିଡ଼ ନିୟନ୍ତ୍ରଣ କରିବାକୁ କମ୍‌ ବ୍ୟସ୍ତବହୁଳ ରାସ୍ତାରେ ଯାନବାହନ ଚଳାଚଳ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ସହର ଏବଂ ସହର ଉପକଣ୍ଠରେ ଥିବା ଫ୍ଲଏ ଓଭର ବ୍ରିଜରେ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହାର ପ୍ରତିକାର ଲାଗି ଏଣିକି ଫ୍ଲଏ ଓଭରବ୍ରିଜ୍‌ ଗୁଡ଼ିକରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବ। ବସ୍‌ ଯାତ୍ରୀଙ୍କ ସୁବିଧା ଲାଗି ପ୍ରତି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ। ପ୍ରଶାସନିକ ପେଣ୍ଠସ୍ଥଳ ଢେଙ୍କନାଳରେ ଦୁଇଟି ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ଏହିକ୍ରମରେ ମୋଟ ୯ଟି ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ବୈଠକରେ ଏସ୍‌ପି ସନ୍ତୋଷ କୁମାର ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଦିବାକର ସିଂ, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ଜିଲା ଯୋଗାଣ ବିଭାଗ ଅଧିକାରୀ ହାଡ଼ିବନ୍ଧୁ ସେଠୀ, ଜରୁରୀ ଓ ଆପତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର, ସଡ଼କ ସୁରକ୍ଷା କମିଟି ସଦସ୍ୟ ପ୍ରଦ୍ୟୁମ୍ନ ରଥ, ବସ୍‌ ଓ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାଙ୍କ ସମେତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।
OSCAR-2019
ନୂଆଦିଲ୍ଲୀ: କୁହାଯାଏ, ‘ଜଣେ ସେନା ପାଇଁ କେବେ ବି କର୍ତ୍ତବ୍ୟରୁ ବିରତି ନଥାଏ’। ସେନା ବାହିନୀରେ ପ୍ରଚଳିତ ଥିବା ଏହି ଉକ୍ତିକୁ ଏବେ କାର୍ଯ୍ୟରେ କରି ଦେଖାଇଛନ୍ତି ମେଜର ହିମନ୍ତ ରାଜ୍‌। ମାଡ୍ରାସ ସପ୍ତ ଶକ୍ତି କମାଣ୍ଡରେ ମେଜର ଭାବେ ଅବସ୍ଥାପିତ ୨୮ ବର୍ଷ ବୟସ୍କ ମେଜର ହିମନ୍ତ ରାଜ୍‌ ଛୁଟି… ତିରୁବନନ୍ତପୁରମ୍‌: କେରଳରେ ଲଗାତାର ବର୍ଷା ଜାରି ରହିବା ପରେ ବନ୍ୟା ପ୍ରପୀଡିତଙ୍କ ସାହାଯ୍ୟ ପାଇଁ ମସ୍‌ଜିଦ ନିଜ ଦ୍ୱାର ଖୋଲି ଦେଇଛି। ଏହି ମସ୍‌ଜିଦ୍‌ରେ ସମସ୍ତ ଜାତି ଓ ଧର୍ମର ଲୋକ ଆଶ୍ରୟ ନେଇ ପାରିବେ। କେରଳ ବନ୍ୟାରେ ପ୍ରପୀଡିତଙ୍କ ସାହାଯ୍ୟ ପାଇଁ ହିନ୍ଦୁ ସମେତ ଅନ୍ୟାନ୍ୟ ଧର୍ମ ପାଇଁ… ତିରୁବନନ୍ତପୁରମ୍‌: କିଛି ଲୋକଙ୍କର ଖେଳ ଅନ୍ୟମାନଙ୍କ ପାଇଁ କାଳ ହୋଇଥାଏ। ଏପରି ଏକ ଘଟଣା ଘଟିଛି ବନ୍ୟା ପ୍ରପୀଡିତ କେରଳରେ। ଜଣେ ଯୁବକଙ୍କର ହେଲିକପ୍ଟର ଉଡ଼ିବାର ଇଚ୍ଛା ଯୋଗୁଁ ଜଣେ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ମିଳିଥିବା ସୂଚନା ଅନୁସାରେ, ବାୟୁସେନାର… ଥିରୁଅନନ୍ତପୁରମ୍‌: ଗତ କିଛି ଦିନ ହେବ କେରଳରେ ବନ୍ୟା ହେବା ପରେ ଦେଶର କୋଣ ଅନୁକୋଣରୁ ରାଜ୍ୟବାସୀଙ୍କ ପାଇଁ ସମବେଦନାର ସୁଅ ଛୁଟିଛି। ଏପରିକି କେରଳର ରାଜ୍ୟ ସରକାରଙ୍କ ରିଲିଫ୍‌ ଫଣ୍ଡ୍‌କୁ ସେଲିବ୍ରିଟିରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସହାୟତା ରାଶି ପ୍ରେରଣ କରୁଛନ୍ତି। କେରଳ… ଥିରୁବନନ୍ତପୁରମ୍‌: କେରଳ ବନ୍ୟା ବିଭୀଷିକା ବର୍ତ୍ତମାନ ଅନ୍ତର୍ଜାତୀୟ ପରିସରରେ ପହଞ୍ଚିଛି। ବିଭିନ୍ନ ଦେଶରୁ ଶୋକବାର୍ତ୍ତା ଆସିବା ସହ ସାହାଯ୍ୟ ମଧ୍ୟ ଆସିବା ଆରମ୍ଭ ହୋଇଛି। କେରଳରେ ସଂଘଠିତ ଶତାବ୍ଦୀର ସବୁଠାରୁ ବଡ଼ ବନ୍ୟାର ପ୍ରାଥମିକ କ୍ଷୟକ୍ଷତିର ରିପୋର୍ଟ ଆସିଛି। ରିପୋର୍ଟରୁ… ଥିରୁଅନନ୍ତପୁରମ୍‌: କେରଳ ବନ୍ୟା ଦୁର୍ଗତଙ୍କ ସାହାର୍ଯ୍ୟ ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାର ଓ ଅନ୍ୟ ସଂସ୍ଥା ଆଗେଇ ଆସିଛନ୍ତି। ଏହି କ୍ରମରେ ନିକଟରେ ଜଣେ ନଅ ବର୍ଷିୟ ବାଳିକା ନୂଆ ସାଇକେଲ୍‌ ଖଣ୍ଡେ କିଣିବା ପାଇଁ ସଞ୍ଚୟ କରିଥିବା ୯ ହଜାର ଟଙ୍କା ଦାନ କରିଦେଇଥିବା ନେଇ ଚର୍ଚ୍ଚା… ମହାରାଷ୍ଟ୍ର ଯୌନ କର୍ମୀଙ୍କ ମହାନତା; କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କଲେ… ଅହେମଦନଗର (ମହାରାଷ୍ଟ୍ର): କେରଳର ପ୍ରଳୟଙ୍କରୀ ବନ୍ୟା ପରିପ୍ରେକ୍ଷୀରେ ବନ୍ୟା ଦୁର୍ଗତଙ୍କ ଦୁର୍ଦ୍ଦଶା ମହାରାଷ୍ଟ୍ରର ଯୌନ କର୍ମୀଙ୍କ ହୃଦୟକୁ ମଧ୍ୟ ଦୋହଲାଇ ଦେଇଛି। କେରଳର ବନ୍ୟା ଦୁର୍ଗତଙ୍କ ଆଡ଼କୁ ନିଜର ସହାୟତାର ହାତ ବଢ଼ାଇ ମହାରାଷ୍ଟ୍ରର ଯୌନ କର୍ମୀମାନେ ସେମାନଙ୍କର ମହାନତା ଦେଖାଇଛନ୍ତି।… ନୂଆଦିଲ୍ଲୀ : କେରଳରେ ଦେଖାଦେଇଥିବା ଅଭୁତପୂର୍ବ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) କେରଳର ତିନୋଟି ଟୋଲ ପ୍ଲାଜାରେ ଦେୟ ଛାଡ଼ କରିଛି । ତ୍ରିଶୁର ଜିଲ୍ଲାର ପାଲିଏକାରା, ପାଲାକଡ଼ ଜିଲ୍ଲା ପାମପାମପାଲ୍ଲାମ ଏବଂ କୋଚିନ ଜିଲ୍ଲାର କୁମ୍ବଲମ ଜିଲ୍ଲାର… ଥିରୁବନନ୍ତପୁରମ୍‌ (କେରଳ): ବନ୍ୟାକ୍ଲୀଷ୍ଟ କେରଳର ବନ୍ୟା ଦୁର୍ଗତଙ୍କ ଆଡ଼କୁ ସମସ୍ତେ ନିଜ ନିଜ ବାଟରେ ସାହାଯ୍ୟର ହାତ ବଢ଼ାଇବା ପାଇଁ ଏବେ ଆଗେଇ ଆସିଛନ୍ତି। ଏ ପରିସ୍ଥିତିରେ କେରଳର ଥିରୁବନନ୍ତପୁରମ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଜୀବନ ବିତାଉଥିବା କଏଦୀମାନେ ମଧ୍ୟ କିଛି ପଛରେ ପଡ଼ିଯାଇ… ଚେନ୍ନାଇ: ସତରେ ‘ଯାହାକୁ ରଖିବେ ଅନନ୍ତ କିକରି ପାରେ ବଳବନ୍ତ’ । ଏଭଳି ଉକ୍ତିର ଯଥାର୍ଥ ବେଙ୍ଗାଲୁରୁ-ଟୁକକୁର ରାସ୍ତାରେ ହୋଇଥିବା ଦୁର୍ଘଟଣାରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ-ଟୁକକୁର ରାସ୍ତାରେ ଦୁଇଟି ବାଇକ୍‌ ମଧ୍ୟରେ ଶକ୍ତ ହୋଇଥିଲା। ଫଳରେ ଗୋଟିଏ ବାଇକ୍‌ରେ ବସି ବାପା-ମା’ ଓ ଛୁଆ… ବାଲିପାଟଣା : ଗତ ସେପ୍ଟେମ୍ବର ମାସରେ ଅଦିନିଆ ଲଘୁଚାପ ବର୍ଷାରେ ଚାଷୀଙ୍କ ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ରବି ଫସଲରୁ ଦୁଇ ପଇସା ଲାଭ କରି ଧାନ ଚାଷର କ୍ଷତିକୁ ଭରଣା କରିବେ ବୋଲି ଚାଷୀ ଆଶା ରଖିଥିଲେ। କିନ୍ତୁ ସେତକ ବି ଗଲା। ଠିକ୍‌ ମୁଗ, ବିରି ଅମଳ ସମୟରେ ତୁହାକୁ ତୁହା ବର୍ଷା ଚାଷୀଙ୍କ ଘୋର କ୍ଷତି କରିଛି। ମେ’ ମାସରେ ପ୍ରବଳ ବର୍ଷା ହେବାରୁ ବାଲିପାଟଣାରେ ମୁଗ, ବିରି ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ମୁଗ, ବିରି କେଉଁଠି ବିଲରେ ପଡ଼ିଛି ତ କେଉଁଠି ଖଳାରେ ପଡ଼ିଛି। ପ୍ରତି ସପ୍ତାହରେ ବର୍ଷା ହେବା କାରଣରୁ ବିଲ କି ଖଳା ଶୁଖିପାରୁନି। ଫଳରେ ଚାଷୀ ଅମଳ କରିବାକୁ ଉପାୟ ବି ପାଉନି। ବହୁସ୍ଥାନରେ ମୁଗ, ବିରି ବିଲ ଓ ଖଳାରେ ପଡ଼ି ଫିମ୍ପି ମାରି ଗଜା ହେଲାଣି। ବାଲିପାଟଣା ବ୍ଲକରେ ଚଳିତ ମେ’ ମାସରେ ରେକର୍ଡ ୧୯୭.୨ ମିମି ବର୍ଷା ହୋଇଛି। ୨୦୧୭ ମେ’ ମାସରେ ମାତ୍ର ୧୫.୬ମିମି ବର୍ଷା ହୋଇଥିଲା। ଗତ ୨୪ ତାରିଖରେ ବାଲିପାଟଣାରେ ସର୍ବାଧିକ ୭୫.୬ମିମି ବର୍ଷା ହୋଇଛି। ଏଥିସହ ୧ରେ ୬୦.୪ ମିମି, ୩ରେ ୨.୨ ମିମି, ୧୫ରେ ୧୦.୬ମିମି, ୧୭ରେ ୪୮.୪ ମିମି ବର୍ଷା ହୋଇ ସାରିଲାଣି। କେବଳ ମେ’ ମାସ ନୁହେଁ ଚଳିତ ବର୍ଷ ଅପ୍ରେଲ ମାସରେ ବି ୬୩.୫ ମିମି ବର୍ଷା ହୋଇ ସାରିଛି। ଠିକ୍‌ ରବି ଫସଲ ଅମଳ ଋତୁରେ ଏଭଳି ପ୍ରଚୁର ବର୍ଷା ଚାଷୀଙ୍କ ବ୍ୟାପକ ଫସଲ ହାନି କରିସାରିଲାଣି। ଗତ ସେପ୍ଟେମ୍ବରରେ ଲଘୁଚାପ ଜନିତ ବର୍ଷାରେ ଚାଷୀଙ୍କ ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ବାଲିପାଟଣା ବ୍ଲକର ୩୩ ହଜାର ୫୧୫ଜଣ ଚାଷୀ ସେମାନଙ୍କ ଧାନ ଚାଷ ହରାଇଥିଲେ। ରବି ଋତୁରେ ବି ହଜାରହଜାର ଚାଷୀ ସେମାନଙ୍କ ଏକର ଏକର ମୁଗ, ବିରି ଫସଲ ହରାଇବାକୁ ବସିଲେଣି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।
OSCAR-2019
କନକ ବ୍ୟୁରୋ : ଟ୍ୱିନସିଟିରେ ବାଣ ଫୁଟାଇ ତଣ୍ଡ ଗଣିଲେ ୨୩୦ ଜଣ । ୨୩୦ ଜଣଙ୍କ ନିକଟରୁ ୧ ଲକ୍ଷ ୧୫ ହଜାର ଟଙ୍କା ଆଦାୟ କରାଯାଇଛି । ନିୟମ ନମାନିବାରୁ କମିସନରେଟ ପୁଲିସ ଫାଇନ ଆଦାୟ କରିଛି । ୧୪୦ ଜଣଙ୍କୁ କୋର୍ଟ ଚାଲାଣ ପାଇଁ ସୁପାରିସ କରାଯାଇଛି । ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଥିଲା । ସୂଚନାଯୋଗ୍ୟ ସୁପ୍ରିମକୋର୍ଟଙ୍କ ର୍ଦ୍ଦେଶ ଅନୁସାରେ, ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତ୍ତମୂଳକ ଭାବେ ବାଣ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା । ଦୀପାବଳୀରେ ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ ବୋଲି ଅନୁମତି ମିଳିଥିଲା । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳକଙ୍କ ନିର୍ଦ୍ଦେଶକୁ କେହି ମାନିଲେନି । ମନଇଚ୍ଛା ବାଣ ଫୁଟାଇବା ସହ କଟକଣାର ଅବମାନନା କଲେ । ଦେଶରେ ବାୟୁ ପ୍ରଦୂଷଣ ବଢୁଥିବାରୁ ଦୀପାବଳିରେ ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଦିଲ୍ଲୀ ଭଳି ଦେଶର ଅନେକ ପ୍ରମୁଖ ସହରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବାରୁ ବାଣକୁ ସଂପୂର୍ଣ୍ଣ ବ୍ୟାନ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ହେଲେ ବାଣ ବ୍ୟବସାୟୀ ଓ କାରିଗରଙ୍କ ଜୀବନ ଜୀବିକାର ଅଧିକାରକୁ ଆଖିରେ ରଖି ସୁପ୍ରିମକୋର୍ଟ ଏହିସବୁ କଡା ସର୍ତ୍ତ ସହ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ।
OSCAR-2019
ଭୁବନେଶ୍ୱର, ଜାନୁୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ମାମଲାରେ କ୍ରାଇମବ୍ରାଂଚ ପୋଲିସ ସୋମବାର ଆଉ ଜଣଙ୍କୁ ଗିରଫ କରିଛି । କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଦଳ ପିପିଲିରେ ଚଢାଉ କରି ଅନ୍ୟତମ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁକୁ ତା’ର ମାଉସୀ ଘରୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓରଫ ପଶେଇକୁ ଗତକାଲି କ୍ରାଇମବ୍ରାଂଚ ପୋଲିସ ଜଟଣୀ ଷ୍ଟେସନ ନିକଟରୁ ଗିରଫ କରିଥିଲା । କଟକରେ ଆଜି ତା’ର ଡ଼ାକ୍ତରୀ ପରୀକ୍ଷା କରାଯାଇଛି । ଶନିବାର ଅଭିଯୁକ୍ତ ମାନଙ୍କ ଫଟୋ କ୍ରାଇମବ୍ରାଂଚ ଜାରି କରିଥିଲା । ଗିରଫଦାରି ପରେ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟାଦୁଇରେ ପହଂଚିଛି । ଅନ୍ୟ ଦୁଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚାରୋଟି ସ୍ୱତନ୍ତ୍ର ଦଳ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି । ପିପିଲି ଥାନା ଅର୍ଜୁନଗା ଗାଁର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ଗଣବଳାକ୍ରାର ପରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଘଟଣାର ପରଦିନ ପରିବାର ଲୋକେ ପିପିଲି ଥାନାରେ ତିନି ତିନିଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ରଖିନଥିଲା ।
OSCAR-2019
ରାଉରକେଲା ୨୭-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦକ୍ଷିଣ ରାଉରକେଲା ଅର୍ନ୍ତଗତ ଫର୍ଟିଲାଇଜର ଟାଉନସିପ ଅଂଚଳରେ ବିଗତ କିଛି ଦିନ ହେଲା ବିଦ୍ୟୁତର ଲୁଚକାଳି ଖେଳ ବିଦ୍ୟୁତ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଟାଉନସିପ୍ ଅଂଚଳରେ ବସବାସ କରୁଥିବା କିଛି ଆରଏସପିର କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ବିଦ୍ୟୁତ ବିଲ୍ ନିର୍ଦ୍ଦାରିତ ତାରିଖରେ ପୈଠ କରୁଥିଲେ ମଧ୍ୟ ବିଦ୍ୟୁତ ସେବା ପ୍ରତିଦିନ ଠିକ ଭାବରେ ପାଇ ପାରୁନାହାନ୍ତି। କୌଣସି ସୂଚନା ନଥାଇ ଫର୍ଟିଲାଇଜର ଟାଉନ୍ ସିପ ଅଂଚଳରେ କିଛି ଘଂଟା ଛାଡ଼ି କିଛି ଘଂଟାରେ ବିଦ୍ୟୁତ୍ କାଟ ହେଉଛି। ଫଳରେ ଏହି ଅଂଚଳରେ ବସବାସ କରୁଥିବା ବାସିନ୍ଦା ମାନଙ୍କୁ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ଗୃହିଣୀ ମାନଙ୍କୁ ଘରେ ରୋଷେଇବାସ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଆରଏସପିରୁ ବିଦ୍ୟୁତ ନେଇ ବିଭିନ୍ନ ବ୍ୟବସାୟ ଯେପରି ଜେରକ୍ସ ଦୋକାନ, ନେଟ୍ ପାର୍ଲର କରିଥିବା ବ୍ୟବସାୟୀ ମାନଙ୍କୁ ବିଦ୍ୟୁତକାଟ ହେବା ଯୋଗୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ୁଥିବା ବେଳେ ଅପରପକ୍ଷରେ ଗ୍ରାହକ ମାନେ ମଧ୍ୟ ସମସ୍ୟାରେ ଉବୁଟୁବୁ ହେଉଛନ୍ତି। ଏଣୁ ଫର୍ଟିଲାଇଜର ଟାଉନସିପ୍ ଅଂଚଳରେ ଅଘୋଷିତ ବିଦ୍ୟୁତକାଟ ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି।
OSCAR-2019
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମଦୁଆ ମାତାଲିଙ୍କ ପାଇଁ ଭଦ୍ରକ ସହରର ଗୁରୁତ୍ୱପୂର୍ଣ୍ଣ ବନ୍ତ ଛକ ଏବେ ସାଧାରଣ ଲୋକଙ୍କ ସକାଶେ ଡେଥ୍ ଜୋନ୍ ପାଲଟିଛି। ବନ୍ତଛକରୁ ଚରମ୍ପା ଆଡକୁ ଯାଇଥିବା ଡାହାଣପାର୍ଶ୍ୱ ରାସ୍ତା ପାର୍ଶ୍ୱ ଫ୍ଲାଏ ଓଭରବ୍ରିଜ୍ ପକ୍କା କାନ୍ଥକୁ ଲାଗି ଗଢିଉଠିଛି ୨୦ ରୁ ଉର୍ଦ୍ଧ୍ୱ ପଲିଥିନ ଟଣା ହାଣ୍ଡିଆ-ରଶି ନିଶା ବାର। ପଥର-ଇଟା ଚଟାଣ ଉପରେ ବସି ମୂଲିଆ ମଜଦୁର ଶ୍ରେଣୀର ଲୋକମାନେ ଦିନରାତି ମଦ ହାଣ୍ଡିଆ ପିଇ ନିଶାରେ ଚୁର ହେଉଛନ୍ତି। ହାଣ୍ଡିଆ-ରଶି ବେପାର ଉପରେ କୌଣସି କଟକଣା ନଥିବାରୁ ସହରର ଏହି ଗୁରୁତ୍ୱପୂର୍ଣ୍ଣ ଛକରେ ଚାଲିଛି ବେଧଡକ ନିଶା କାରବାର। ଏହି ହାଣ୍ଡିଆହ ପଟିରେ ଦୈନିକ ୪୦ ରୁ ୫୦ ହାଣ୍ଡି ହାଣ୍ଡିଆ ସହିତ ଶହ ଶହ ବୋତଲ ରଶି କାରବାର ହେଉଚି। ତା ଛଡା ହାଣ୍ଡିଆ ରଶି ପିଇବା ବାହାନାରେ ମଦୁଆମାନେ ଏହି ଖଟିରେ ବସି ଦେଶୀ ଓ ବିଦେଶୀ ମଦ ପିଇ ମାତାଲ ହେଉଛନ୍ତି। ତେବେ ଖଟିରେ ବସି ମଦ ଥିବା ହାଣ୍ଡିଆ ଖାଇଲେ କୌଣସି ଆପତ୍ତି ନାହିଁ। ହେଲେ ନିଶାରେ ଚୁର୍ ହେଉଥିବା ଏହି ଲୋକମାନେ ରାସ୍ତାକୁ ଚାଲି ଆସୁଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଦୁଇଚକିଆ ଏବଂ ଚାରିଚକିଆ ଗାଡି ଚାଳକମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ଶୀକାର ହୋଇ ମୃତାହତ ହେଉଛନ୍ତି। ଏକ ସୂଚନାରୁ ଜଣାପଡିଛି ଗତ ବର୍ଷକ ମଧ୍ୟରେ ଏହି ଛକରେ ମଦୁଆଙ୍କ ସହିତ ଧକ୍କା ଖାଇ ଅନ୍ୟୁନ ଶତାଧିକ ଲୋକ ଗୁରୁତର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକ ଅକର୍ମଣ୍ୟ ହୋଇଛନ୍ତି। କେବଳ ସେତିକି ନୁହେଁ ଏହି ଛକରେ ଦୁର୍ଘଟଣାର ଶୀକାର ହୋଇ ଏକାଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି। ଗୋଟିଏ ପଟରେ ରାସ୍ତା ପାଶ୍ୱର୍ରେ ହାଣ୍ଡିଆ ଖଟି ଅନ୍ୟପଟରେ ଟ୍ରାପିକ୍ ଜାମ୍ ଓ ଖାଲଖମାର ରାସ୍ତା ସହରର ଏହି ଗୁରୁତ୍ୱପୂର୍ଣ୍ଣ ଛକକୁ ଏକ ଡେତ୍ ଜୋନ୍ରେ ପରିଣତ କରିଛି। ଜିଲା ପ୍ରଶାସନ ସର୍ବୋପରି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।
OSCAR-2019
ହରିଚନ୍ଦନପୁର,୨୨ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବୁଢ଼ାଖମଣ ଗ୍ରାମ ପଞ୍ଚାୟତର ସହରଟାଙ୍ଗିରୀ ଗ୍ରାମରେ ବିଦ୍ୟୁତ ଆଘାତ ନେଇ ଜଣେ କାଠ କାରିଗରର ମୃତ୍ୟୁ ଘଟିଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଗ୍ରାମର ଭାଗବତ ଦେହୁରୀ (୪୬) ନାମଙ୍କ ଜଣେ ବ୍ୟକ୍ତି କାଠମିସ୍ତ୍ରୀ ଭାବେ କାମ କରୁଥିଲେ । ନିଜର ବୌଦ୍ୟୁତିକ ହାତ ହତିଆରକୁ ଘରର ସୁଇଚ୍ ବୋଡ୍ ସହ ବିଦ୍ୟୁତ ସଂଯୋଗ କରିବା ସମୟରେ ବିଦ୍ୟୁତ୍ ଆଘାତ ଲାଗିଥିଲା । ସେହି ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆଘାତ ଲାଗିବାକୁ ନେଇ ଘଟଣାସ୍ଥଳରେ ଭଗବତ ଗୁରୁତର ଆହତ ହୋଇପଡିଥିଲେ । ଭାଗବତଙ୍କ ଗୁରୁତର ଅବସ୍ଥା ଦେଖି ନିକଟରେ ଥିବା ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ଗ୍ରାମରେ ଥିବା ଗାଡ଼ି ସାହାଯ୍ୟରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଗୁରୁତରର ହୋଇଥିବାର ଖବର ପାଇ ପଣ୍ଡାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ସହ ଘଟଣାର ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚଳାଇଥିବାର ଜଣାପଡିଛି ।
OSCAR-2019
ଭୋପାଳ: ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରି ଜିଲ୍ଲାର ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ବିଧାୟକ ଶମ୍ରିକଙ୍କ ଭୂତ ଭୟ ଦୂର କରିବା ପାଇଁ ଶ୍ମସାନରେ ଖଟିଆ ପକାଇ ଶୋଇଛନ୍ତି। ପାଲାକୋଲ ବିଧାନସଭା ସିଟର ବିଧାୟକ ନିମ୍ମାଲା ରାମା ନାୟଡୁ ଶୁକ୍ରବାର ଅର୍ଥାତ୍‌ ଜୁନ୍‌ ୨୨ ତାରିଖରେ ଶ୍ମସାନରେ ହିଁ ରାତ୍ରି ଭୋଜନ କରିଥିଲେ ଓ ଫୋଲଡିଂ ଖଟିଆ ବିଛାଇ ଶୋଇଥିଲେ। ମିଡିଆ ରିପୋର୍ଟ ମୁତାବକ, ଶ୍ମସାନର ନବୀକରଣ ପାଇଁ କାମ କରୁଥିବା ଶ୍ରମିକଙ୍କ ଭୂତ ଭୟ ଦୂର କରିବା ପାଇଁ ଟିଡିପି ବିଧାୟକ ଏଭଳି ନିଷ୍ପତ୍ତି ନେଇଥିଲେ। କାରଣ ଶ୍ମସାନରେ କାମ କରିବା ପାଇଁ ଅନେକ ଶ୍ରମିକ ରାଜି ହେଉ ନଥିଲେ। ଯିଏ ବି ଆସୁଥିଲେ ଆଧା କାମ କରି ଭୟରେ ଚାଲି ଯାଉଥିଲେ। ଗଣମାଧ୍ୟକୁ ନାୟଡୁ କହିଛନ୍ତି, ମୁଁ ଏହି ସ୍ଥାନରେ ଦୁଇତିନ ହେବ ଶୋଉଛି। ଏପରି କରିବା ଦ୍ୱାରା ଶ୍ରମିକଙ୍କ ଆତ୍ମବିଶ୍ୱାସ ବଢ଼ୁଛି। ଯେଉଁମାନେ କି ରାତିରେ ଶ୍ମସାନରେ ନିର୍ମାଣ କାର୍ଯ୍ୟ ପାଇଁ ଭୟ କରୁଥିଲେ। ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମସାନରେ ଉଚିତ ସୁବିଧା ନଥିଲା, ବର୍ଷା ଦିନେ ପୂରା ଶ୍ମସାନ ଓଦା ହୋଇ କାଦୁଅ ହୋଇଯାଉଥିଲା। ପାଦ ରଖିବା ପାଇଁ ବି ଜାଗ ନଥାଏ। କେବଳ ଏତିକି ନୁହେଁ ଅନ୍ତିମ ସଂସ୍କାର ପାଇଁ ଆସିଥିବା ଲୋକମାନଙ୍କ ସ୍ନାନ ପାଇଁ ବି କୌଣସି ସୁବିଧା ନଥିଲା। ଶ୍ମସାନ ପାଖରେ ଏକ ଛୋଟିଆ କୁଡିଆ ଅଛି, କିନ୍ତୁ ତାହା ଅପରିସ୍କାର ହୋଇ ପଡ଼ି ରହିଛି। ତେଣୁ ଶ୍ମସାନକୁ ସମ୍ପୂର୍ଣ୍ଣ ଭାବେ ଆଧୁନିକୀକରଣ କରି ନିର୍ମାଣ କରାଯାଉଛି। ଏନେଇ ସ୍ଥାନୀୟ ଲୋକଙ୍କ ଅନେକ ପ୍ରସ୍ତାବ ରଖିବା ପରେ ଆଠମାସ ପୂର୍ବେ ସରକାରଙ୍କ ଏହି କାମ କରିବାର ସୀକୃତି ଦେଇଥିଲେ। ୩କୋଟି ଟଙ୍କା ବିନିମୟରେ ନୂତନ ଶ୍ମସାନ ହେବ ବୋଲି ଯୋଜନା ରହିଛି ବୋଲି କହିଛନ୍ତି ନାୟଡୁ।
OSCAR-2019
କନକ ବ୍ୟୁରୋ : ୭୧ ଟପିଲା ପେଟ୍ରୋଲ ଦର । ରାଜଧାନୀରେ ଏବେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ପାର୍ କରିଛି । ଡିଜେଲର ଦର ବି ବୃଦ୍ଧି ପାଇଛି । ରାଜ୍ୟରେ ତେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି । ଆଜି ଯୁବ ଓ ଛାତ୍ର ବିଜେଡି ରାଜଧାନୀରେ କରିବ ପ୍ରତିବାଦ ସମାବେଶ । ଗତ ତିନି ବର୍ଷ ଭିତରେ ତୈଳ ଦର ସବୁଠାରୁ ଅଧିକ ରହିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଅନୁପାତରେ ଏହା ଯଥେଷ୍ଟ ଅଧିକ ବୋଲି ଯୁକ୍ତି ଦର୍ଶାଇଛି ବିଜେଡି । ତୈଳ କମ୍ପାନୀ ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି କେନ୍ଦ୍ର ସରକାର, ଫଳରେ ସାଧାରଣ ଜନତା ହଇରାଣ ହେଉଥିବା ବିଜେଡି ଅଭିଯୋଗ କରିଛି । ଶ୍ରୀ ଦାସବର୍ମା କହିଥିଲେ, କେନ୍ଦ୍ର ସରକାର ନିୟମିତ ବ୍ୟବଧାନରେ ତୈଳ ଦର ବଢ଼ାଇ ଚାଲିଛନ୍ତି। ବର୍ତ୍ତମାନ ତୈଳ ଦର ବୃଦ୍ଧି ସର୍ବକାଳୀନ ରେକର୍ଡ ହୋଇଛି ଏବଂ ଏହି ରେକର୍ଡ ଆଗାମୀ ଦିନରେ ପୁଣି ଭାଙ୍ଗି ନୂଆ ରେକର୍ଡ ହେବ। କେନ୍ଦ୍ର ବିଜେପି ସରକାରଙ୍କ ଗତିବିଧିରୁ ଏହା ଜଣାପଡୁଛି। ଏହା ନିତ୍ୟ ବ୍ୟବହାର ସାମଗ୍ରୀ ଉପରେ ବିଶେଷ ପ୍ରଭାବ ରଖୁଛି ଓ ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ଛାତ୍ର, ଯୁବ ସବୁ ବର୍ଗକୁ ଏହା ବାଧୁଛି। ଶ୍ରୀ ଦାସବର୍ମା କହିଥିଲେ, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ଟପିଥିଲା ବେଳେ ଡିଜେଲ୍ ଦର ୬୬ ଟଙ୍କା ଟପିଯାଇଛି। କେନ୍ଦ୍ର ସରକାର ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ପେଟ୍ରୋଲ ଓ ଡିଜେଲ୍ ଉତ୍ପାଦ ଶୁଳ୍କରେ ୯ଥର ବୃଦ୍ଧି ଘଟାଇଛନ୍ତି। ଏଥିନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲେ ହେଁ କେନ୍ଦ୍ର ସରକାର ନିଦା ବିଷ୍ଣୁ ପରି ବସିଛନ୍ତି। ଏହାକୁ ବିରୋଧ କରି ବିଜୁ ଯୁବ-ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ରାଜ୍ୟ ସଭାପତି ଅମରେଶ ପତ୍ରୀ, ବିଜୁ ଛାତ୍ର ଜନତା ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ଛାତ୍ର ଉପଦେଷ୍ଟା ଚିନ୍ମୟ ସାହୁ, ଯୁବ ବିଜେଡି ଉପ-ସଭାପତି ଦୁର୍ଗା ସାମନ୍ତରାୟ, ଛାତ୍ର ବିଜେଡି କାର୍ୟ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ୍ ସେନାପତି ଉପସ୍ଥିତ ଥିଲେ। ମୋଦି ସରକାରରେ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଏବେ ଠାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ରରେ ନିଜର ବିସ୍ତାର କରିବା ପ୍ରକ୍ରିୟାରେ ଲାଗିଗଲେଣି । ଏଥର ଦୀପାବଳୀ ଅବସରରେ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଅମେଠିରେ ୧୦ ହଜାର ଶାଢ଼ୀ ବାଣ୍ଟିଛନ୍ତି । ଶାଢ଼ୀ ଗୁଡିକର ପ୍ରତ୍ୟେକ ପ୍ୟାକେଟ୍ ରେ ସ୍ମୃତି ଇରାନୀଙ୍କ ଫଟୋ ଲାଗିଛି ଓ ସେଥିରେ ଦୀପାବଳୀ ଉପହାର ଲେଖାହୋଇଥିଲା । ୨୦୧୯ ଲୋକସଭା ନିର୍ବାଚନ ଯେମିତି ପାଖେଇ ଆସୁଛି । ନିର୍ବାଚନୀ ସରଗରମ ବଢ଼ି ବଢ଼ି ଯାଉଛି । ଅମେଠିରେ ଏକ କାର୍ଯ୍ୟକ୍ରମରେ ଦୀପାବଳୀର ଉପହାର ସ୍ୱରୂପ ଶାଢ଼ୀ ବାଣ୍ଟିଲେ ଏବଂ କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ସହିତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଶାଢ଼ୀ ବାଣ୍ଟି କି ସ୍ମୃତି ଇରାନୀଙ୍କ ତରଫରୁ ଦୀପାବଳୀର ଶୁଭକାମନା ଦିଆଗଲା । ବିଜେପିର ଜିଲ୍ଲାଧ୍ୟକ୍ଷଙ୍କ କହିବାନୁସାରେ, ପ୍ରତିବର୍ଷ ଦୀପାବଳୀ ଅବସରରେ ସ୍ମୃ୍ତି ଇରାନୀ ନିଜ ଭଉଣୀଙ୍କୁ ଶାଢ଼ୀ ଉପହାର ପଠାନ୍ତି । ଏଥର ସେ ଦୀପାବଳୀ ଓ ଧନତେରସରେ ପାଖାପାଖି ୧୦ ହଜାର ଶାଢ଼ୀ ଅମେଠିର ଭଉଣୀଙ୍କୁ ପଠାଇଛନ୍ତି । ଆମେଠିରେ ସମସ୍ତେ ତାଙ୍କୁ ଦିଦି କହି କି ଡାକନ୍ତି । ସୂଚନାଯୋଗ୍ୟ, ସ୍ମୃତି ଇରାନୀ ଲଗାତାର ଅମେଠି ପରିଦର୍ଶନରେ ଆସୁଥାନ୍ତି । ଗତ ଲୋକସଭା ନିର୍ବାଚନରେ ସେ ଅମେଠିରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ କମ୍ ଭୋଟ୍ ଅନ୍ତରରେ ସେ ରାହୁଲଙ୍କ ଠାରୁ ହାରି ଯାଇଥିଲେ । ନିର୍ବାଚନ ହାରିବା ପରେ ବି ଇରାନୀ ଅମେଠିରୁ ନିଜ ସଂପର୍କ ଭାଙ୍ଗି ନାହାଁନ୍ତି ଏବଂ ଏଇଠି ଅଧିକରୁ ଅଧିକ ସମୟ ବିତାଇବା ପାଇଁ ଚାହାଁନ୍ତି ।
OSCAR-2019
କନକ ବ୍ୟୁରୋ : ଜମ୍ମୁକାଶ୍ମୀର ଆରଏସପୁରା ଓ ଅରନିୟା ସେକ୍ଟରରେ ପୁଣି ଅସ୍ତ୍ରବିରତୀ ଉଲ୍ଲଂଘନ କରିଛି ପାକିସ୍ତାନ । ଗତକାଲି ରାତିରେ ଆରଏସପୁରା ଓ ଅରନିୟା ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଘନ କରାଯାଇଛି । ଏଥିସହ ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ କରି ଗୁଳି ଓ ମୋର୍ଟାର ମାଡ କରାଯାଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଜଣେ ଯବାନ ଓ ସ୍ଥାନୀୟ ମହିଳା ଆହତ ହୋଇଛନ୍ତି । ଏହାର ଜବାବରେ ଭାରତୀୟ ସେନା ମଧ୍ୟ ଗୁଳିମାଡ କରିଥିଲା । ବିଳମ୍ବିତ ରାତି ଯାଏଁ ଉଭୟ ପଟୁ ଗୁଳିବର୍ଷଣ ହୋଇଥିଲା । ଏହାପରେ ସେହି ଅଂଚଳର ଦୀର୍ଘ ୨ଶହ କିଲୋମିଟର ଅଂଚଳରେ ରେଡ ଆଲର୍ଟ ଜାରି କରାଯାଇଛି । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଏଲଓସିରେ ପାକ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ ଭାରତୀୟ ସେନା । ଉରୀ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୫ ଆତଙ୍କବାଦୀଙ୍କୁ ନିପାତ କରିବା ସହ କୋଟଲୀ ସେକ୍ଟରରେ ୭ ପାକିସ୍ତାନୀ ରେଂଜର୍ସଙ୍କୁ ମଧ୍ୟ ନିହତ କରିଥିଲେ ସେନା । ଖାଇବା ପରେ ହାକୁଡି ଆସିବା ଏକ ପ୍ରକାର ସାଧାରଣ କଥା କିନ୍ତୁ ଖଟା ହାକୁଟି ଆସିଲେ ଏହା ଶରୀର ପ୍ରତି କଷ୍ଟକର ହୋଇପଡେ । ଖଟା ହାକୁଟି ବାରମ୍ବାର ଆସୁଥିଲେ ପାଚନକ୍ରିୟା ପ୍ରଭାବିତ ହେବା , ଖାଦ୍ୟରେ ଅସମଞ୍ଜତା ଦେଖାଦେବା କିମ୍ବା ବିଳମ୍ବରେ ଖାଦ୍ୟ ଗ୍ରହଣ କରିବା ଭଳି କାରଣ ଦେଖାଯାଏ । ଗ୍ୟାସ୍ ସମସ୍ୟା ଥିଲେ ମଧ୍ୟ ଏହି ସମସ୍ୟା ଦେଖାଯାଏ । ତେବେ ଏହାର କାରଣ ତ ଅନେକ କିନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବେ କିପରି ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଆପଣଙ୍କ ରୋଷେଇ ଘରେ ହିଁ ଏହି ସମସ୍ୟାର ସମାଧାନ ରହିଛି । ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା । ଅଧିକ ତେଲମସାଲାଯୁକ୍ତ ଖାଦ୍ୟ ଖାଇବା,ସିଗାରେଟ୍ ମଦ ଆଦି ସେବନ କରିବା,ଦରକାରରୁ ଅଧିକ ଭୋଜନ ଖାଇବା,ବଦହଜମି ହେବା,ଅଧିକ ଚିନ୍ତାଗ୍ରସ୍ଥ ହେବା,ଠିକ୍ ସମୟରେ ଖାଦ୍ୟ ନଖାଇଲେ ଏଭଳି ସମସ୍ୟା ଦେଖାଯାଏ ତେବେ ଏଥିରୁ କିଭଳି ମୁକ୍ତି ପାଇବେ ଆସନ୍ତୁ ଜାଣିବା । ୧ . ପାଣି ପିଅନ୍ତୁ – ଭୋଜନ ପରେ ଯଦି ଖଟା ହାକୁଟି ଆସୁଛି ତେବେ ତରବରରେ ପାଣି ନ ପିଇ ଧିରେ ଧିରେ ପିଅନ୍ତୁ ଆରାମ ମିଳିବ । ୩ . ଥଣ୍ଡା କ୍ଷୀର ଏବଂ ଲେମ୍ବୁ ରସ – ଖଟା ହାକୁଟି ଆସୁଥିଲେ ଲେମ୍ବୁ ରସକୁ ପିଇପାରିବେ ନଚେତ୍ ଥଣ୍ଡା କ୍ଷୀର ମଧ୍ୟ ପିଇପାରିବେ । ଏଥିରେ ହାକୁଟି ସମସ୍ୟା ବନ୍ଦ ହେବ । ୬ . ହେଙ୍ଗୁ ଗୁଣ୍ଡ – ପେଟ ସହ ଜଡିତ ଥିବା ବିଭିନ୍ନ ପ୍ରକାର ସମସ୍ୟା ପାଇଁ ହେଙ୍ଗୁ ଗୁଣ୍ଡ ଖକ୍ଟ୍ରୁବ୍ ଲାଭଦାୟକ ଥାଏ । ଗ୍ୟାସ୍, ଆସିଡିଟି ଏବଂ ଖଟା ହାକୁଟି ସମସ୍ୟା ଥିଲେ ଏହି ଗୁଣ୍ଡକୁ ପାଣିରେ ଗୋଳି ପିଅନ୍ତୁ ସବୁ ସମସ୍ୟା ଦୂର ହୋଇଯିବ । ତେବେ ଖାଇବା ପରେ ଜଲଦି ପାଣି ନପିଇ କିଛି ସମୟ ପରେ ପାଣି ପିଅନ୍ତୁ, ଅଧିକ ଚୁଇଙ୍ଗମ୍ ଚୋବାନ୍ତୁ ନାହିଁ ,ତେଲମସଲା ଖାଦ୍ୟ ଖାଇବା କମ୍ କରନ୍ତୁ,ମଦ,ସିଗାରେଟଠାରୁ ଦୂରେଇ ରୁହନ୍ତୁ , ଖାଦ୍ୟକୁ ଗିଳିବା ବଦଳରେ ଚୋବାଇ ଖାଆନ୍ତୁ,ଖାଇବା ପରେ କିଛି ସମୟ ବାହାରେ ବୁଲନ୍ତୁ,ଅତ୍ୟଧିକ ଥଣ୍ଡାପାନୀୟ ପିଇବା ଅଭ୍ୟାସ ବନ୍ଦ କରନ୍ତୁ ।
OSCAR-2019
ଭୁବନେଶ୍ୱର : ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷାକୁ ନେଇ ଉଠୁଛି ବଡ ପ୍ରଶ୍ନ । ବାରମ୍ବାର ନଜରକୁ ଆସୁଛି ରନ୍ ୱେରେ ଜୀବଜନ୍ତୁଙ୍କ ଉତ୍ପାତ । ଆଜି ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର ପଛପଟୁ ଧରାପଡିଲା ବିଲୁଆ । ପୁରୁଣା ଟର୍ମିନାଲରୁ ବିଲୁଆଟିକୁ ଧରାଯାଇଥିବା ବିମାନ ବନ୍ଦର କର୍ତୃପକ୍ଷ ସୂଚନା ଦେଇଛନ୍ତି । ବିଲୁଆ ବିମାନ ବନ୍ଦରକୁ ଆସୁଥିବାର ଜାଣି ଜନ୍ତା ବସାଇଥିଲେ ବିମାନ ବନ୍ଦର କର୍ତୃପକ୍ଷ । ତେବେ ପୂର୍ବରୁ ମାଙ୍କଡକୁ ନେଇ ମଧ୍ୟ ନାକେଦମ୍ ହୋଇଥିଲେ ବିମାନ ବନ୍ଦର କର୍ତୃପକ୍ଷ । ପୂର୍ବରୁ ୨ଟି ବଣୁଆ ବିଲେକୁ ଧରାଯାଇଥିଲା । ଅନେକ ସମୟରେ ରନ୍ ୱେରେ ପକ୍ଷୀ ଉଡିବାରୁ ବିମାନ ଉଡାଣରେ ଅସୁବିଧା ଉପୁଜିଛି । ଚୀନର ଜଣେ ୨୭ ବର୍ଷୀୟ ଯୁବକକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଜିଭରେ ଚିତ୍ର ଆଙ୍କିବା କଳା ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏହି ଯୁବକ । ଏହି କଳା ସେ ନିଜ ପରିବାର ଠାରୁ ପାଇଛନ୍ତି । ତାଙ୍କର ଜେଜେବାପା ମଧ୍ୟ ଜିଭରେ ଚିତ୍ର ଆଙ୍କି ପାରୁଥିଲେ । ସବୁଠୁ ବଡ କଥା ହେଲା ସେ ପ୍ରଥମେ ନିଜ ଜିଭକୁ କାଳିରେ ବୁଡାଇ ,ପେଟିଂ କରିଥାନ୍ତି । ତୂଳୀର ଦରକାର ପଡେନି । ଏକ ସାକ୍ଷାତକାରରେ ଏହି ଯୁବକ ଜଣକ କହିଛନ୍ତି , ଜିଭରେ ଚିତ୍ର ଆଙ୍କିବା କଳା ଚୀନରୁ ସରିଯାଇଛି । ହେଲେ ସେ ଏବେ ବି ଜାରି ରଖିଛନ୍ତି । କିଛି ଲୋକ ଏହି ଯୁବକଙ୍କୁ ଜିଭକୁ କାଳିରେ ବୁଡାଇ ଚିତ୍ର ଆଙ୍କିବାରେ ବାରଣ କରିଛନ୍ତି । ଏହା ଶରୀରକୁ ହାନିକାରକ ହେବ । କିନ୍ତୁ ସେ ନିଜର ଏ କଳାକୁ ଛାଡିବାକୁ ନାରାଜ । ଆଉ ସେମିତି ଜାରି ରଖିଛନ୍ତି ଏହି କଳା । ସମସ୍ତଙ୍କ ଠାରୁ ସାଉଁଟୁଛନ୍ତି ଅନେକ ପ୍ରଶଂସା ।
OSCAR-2019
ଉତ୍ତର ପ୍ରଦେଶ ରାଜ୍ୟକୁ ଚିନିର ଗନ୍ତାଘର କୁହାଯାଏ। କାରଣ ଏହି ରାଜ୍ୟରେ ଆଖୁ ଚାଷ ବହୁଳ ମାତ୍ରାରେ କରାଯାଏ। ମାତ୍ର ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାକାର ଚାଷୀଙ୍କୁ ଆଖୁ ଚାଷ ଛାଡ଼ି ଅନ୍ୟ କିଛି ଫସଲ କରିବାକୁ କହିଛନ୍ତି। ୧୫୪ କିଲୋମିଟର ଲମ୍ବା ଦିଲ୍ଲୀ-ସହାରନପୁର ହାଇଓ୍ଵେର ଶିଳାନ୍ୟାସ ଅବସରରେ ଯୋଗୀ ବାଗପତରେ ଆୟୋଜିତ ଏକ କାର‌୍ୟ୍ୟକ୍ରମ ସମୟରେ କହିଛନ୍ତି ଯେ ଚାଷୀଙ୍କୁ ଆଖୁ ବ୍ୟତୀତ ଅନ୍ୟ ଫସଲର ଚାଷ କରିବା ଉଚିତ୍ କାରଣ ଆଖୁର ଅଧିକ ଉତ୍ପାଦନ କାରଣରୁ ଏହାର ଉପଯୋଗ ଅଧିକ ହେଉଛି। ଯାହା ବାଇବେଟିସ(ମଧୁମେହ)ର ମୁଖ୍ୟ କାରଣ। ତେଣୁ ଚାଷୀଙ୍କୁ ପରିବା ଚାଷ କରିବା ଉଚିତ୍ କାରଣ ପନି ପରିବା ପାଇଁ ଦିଲ୍ଲୀ ହେଉଛି ସବୁଠୁ ବଡ଼ ବଜାର। ଆପଣାମାନେ ବର୍ତ୍ତମାନ ଦିନରେ ବହୁତ ଅଧିକ ଆଖୁ ଚାଷ ଉତ୍ପାଦନ କରୁଛନ୍ତି। ଦିଲ୍ଲୀ-ସରାହନପୁର ହାଇଓ୍ଵେ ମୁଜଫରନଗର ଓ ସାମଲି ଦେଇ ଗତି କରିବ ଏବଂ ଏହି ହାଇଓ୍ଵେର ନିର୍ମାଣ ପାଇଁ ବଜେଟ୍ ରହିଛି ୧୫୦୫ କୋଟି ଟଙ୍କା। ଆଖୁର ବକେୟା ରାଶି ଦେବା ପ୍ରସଙ୍ଗରେ ନିଜ ସରକାରଙ୍କ ପକ୍ଷ ରଖି ଯୋଗୀ କହିଛନ୍ତି ଯେ ତାଙ୍କ ସରକାର ଚଳିତ ବର୍ଷ ଆଖୁ ଉପରେ ଥିବା ୨୬୦୦୦ କୋଟି ଟଙ୍କାର ବକେୟା ଚାଷୀଙ୍କୁ ପ୍ରଦାନ କରିଛନ୍ତି ଏବଂ ବାକି ୧୦୦୦୦ କୋଟି ଟଙ୍କାର ବକେୟା ଖୁବ୍ ଶୀଘ୍ର ଦିଆଯିବ। ଆମର ସରକାର ରାଜ୍ୟର ଚାଷୀଙ୍କ ପାଇଁ ଅନେକ ଉପାୟ କରିଛନ୍ତି। କାର‌୍ୟ୍ୟକ୍ରମ ସମୟରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ନିଜର ସମ୍ବୋଧନରେ ନୀତିନ କହିଛନ୍ତି ଯେ ଏହି କ୍ଷେତ୍ରରେ ଥିବା ଚାଷୀଙ୍କ ଅବସ୍ଥା ବହୁତ ଶୀଘ୍ର ବଦଳିବାକୁ ଯାଉଛି। ଚାଷୀ ଶୀଘ୍ର ଗୁଡ ଓ ପେଟ୍ରୋଲ ମିଶାଇ ଇଥାନଲ ପ୍ରସ୍ତୁତ କରିବେ ଏବଂ ଏଥିରୁ ଅଧିକ ଆୟ କରିବେ। ଉଲ୍ଲେଖଯୋଗ୍ୟ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଚାଷୀଙ୍କୁ ନିଜ ସହିତ ଯୋଡ଼ିବାର ପ୍ରୟାସ ଜୋରଦାର କରିଛି। ମାତ୍ର ଆଖୁ ଚାଷୀଙ୍କୁ ସେମାନଙ୍କ ବକେୟା ଅର୍ଥ ଦେବା ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ରାଜ୍ୟରେ ଚାଷୀଙ୍କୁ ପ୍ରାୟ ୧୦ ହଜାର କୋଟି ଟଙ୍କାର ବକେୟା ଅର୍ଥ ଏ ପର‌୍ୟ୍ୟନ୍ତ ମିଳିନାହିଁ। ଯାହାକୁ ନେଇ ରାଜ୍ୟର ଚାଷୀ ବିଜେପି ସରକାର ପ୍ରତି ଅସନ୍ତୁଷ୍ଟ ଥିବା କୁହାଯାଉଛି।
OSCAR-2019
ପାରଳାଖେମୁଣ୍ଡି, ୧୨ା୧(ଓଡିଆପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ଗୋଷାଣୀ ବ୍ଳକ ଯାଜପୁର ଗ୍ରାମ ସ୍ଥିତ ଉଚ୍ଚବିଦ୍ୟାଳୟ ପରିସରରେ ମିଳିମିଳା ଜର୍ମାନ ମିଳିମିଳା ଟିକାକରଣକୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରୁ ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡ.ପତିତପାବନ ବାରିକ ଯୋଗ ଦେଇ ଏହି ଟିକାକରଣ କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେବିଷୟରେ ଆଲୋଚନା କରିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ବିଦ୍ୟାଳୟ ମାଧ୍ୟମରେ ଏହି ଟିକାକରଣ କାର୍ଯ୍ୟକ୍ରମ କିପରି ସଫଳ ହେବ ପ୍ରଶିକ୍ଷଣ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗିତାରାଣି ପାଣିଗ୍ରାହୀ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷା ବିଭାଗ ପକ୍ଷରୁ ବହୁ ସଂଖ୍ୟାରେ ସିଆରସିସି ଓ ଶିକ୍ଷକ/ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
OSCAR-2019
ରାୟଗଡା ଜିଲ୍ଲା ମୁତୁକୁଣି ଗାଁରେ ଅଭାବନୀୟ ଘଟଣା ! ବିବାଦକୁ ସମାଧାନ କରିବାକୁ ଯାଇ ବଳିପଡିଲେ ମଧ୍ୟସ୍ଥି | Kanak News କନକ ବ୍ୟୁରୋ : ବିବାଦରେ ବଳିପଡିଲେ ମଧ୍ୟସ୍ଥି । ଶ୍ୱଶୁର-ଜ୍ୱାଇଁଙ୍କ ମଧ୍ୟରେ ବିବାଦକୁ ସମାଧାନ କରିବାକୁ ଯାଇ ଆହତ ହୋଇଛନ୍ତି ମଧ୍ୟସ୍ଥି । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମୁତୁକୁଣି ଗାଁରେ । ଘରୋଇ ବିବାଦକୁ ନେଇ ଲାଚଣା କାଡ୍ରାକା ଓ ତାଙ୍କ ଜ୍ୱାଇଁ ସମ୍ବା କୁନାକାଙ୍କ ମଧ୍ୟରେ ବଚସା ହୋଇଥିଲା । ପରିସ୍ଥିତି ଏପରି ହୋଇଯାଇଥିଲା ଯେ,ଏଥିରେ ଉତକ୍ଷିପ୍ତ ହୋଇ ଜ୍ୱାଇଁ ସମ୍ବାଙ୍କୁ ଗୁଳି କରିବାକୁ ଉଦ୍ୟମ କରିଥିଲେ ଲାଚଣା । ତେବେ ଏହି ବିବାଦରେ ସମାଧାନ କରୁଥିବା ଲାକଣା କାଡ୍ରାକାଙ୍କୁ ୩ଟି ବାଜିଥିଲା । ଏହାପରେ ଘଟଣାସ୍ଥଳରୁ ଲାଚଣା ଫେରାର ହୋଇଯାଇଥିବାବେଳେ ଏବେ ବି ଗାଁଦାଣ୍ଡରେ ପଡିରହିଛି ଲାକଣା । ଆମ୍ବୁଲାନ୍ସ ପହଂଚି ପାରିନଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲାକଣା । ମାଓ ପ୍ରବଣ ଅଂଚଳ ହୋଇଥିବାରୁ ପୁଲିସ ଘଟଣାସ୍ଥଳରେ ପହଂଚି ପାରିନାହିଁ । କନକ ବ୍ୟୁରୋ : ସଚିବ ସ୍ତରରେ ବଡଧରଣର ଅଦଳବଦଳ । ମଧୁସୂଦନ ପାଢୀ ହୋଇଛନ୍ତି ପରିବହନ କମିସନର । ଚନ୍ଦ୍ରଶେଖର କୁମାରଙ୍କୁ ରାଜସ୍ୱ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବିଷ୍ଣୁପଦ ସେଠୀଙ୍କୁ ଗ୍ରାମ ଉନ୍ନୟନ ସଚିବ ଓ ରୂପା ମିଶ୍ରଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ଶ୍ରୀକାନ୍ତ ପୃଷ୍ଟିଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରକ୍ତ ସଚିବ, ଯାଦବ ସଚିନ ରାମଚନ୍ଦ୍ରଙ୍କୁ ଶ୍ରମ କମିସନର ଓ ଏମ ମୁଥୁକୁମାରଙ୍କୁ ଉଦ୍ୟାନ ଓ କୃଷି ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି ।
OSCAR-2019
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକ୍ ଅର୍ନ୍ତଗତ ପରସିଙ୍ଗା ପଞ୍ଚାୟତ ଅଧିନସ୍ଥ କୁନ୍ତଳା ଗ୍ରାମର ମହେନ୍ଦ୍ର ପରିଡ଼ାଙ୍କର (୫୬)ଗତକାଲି ବିଳମ୍ବିତ ରାତ୍ରୀରେ ପରଲୋକ ହୋଇଯାଇଛି। ବର୍ଷକ ପୂର୍ବେ ଭଦ୍ରକରେ ଅବସ୍ଥାପିତ ୰ ପରିଡ଼ା ଅଧୁନା ଅନୁଗୁଳ ବନ୍ୟପ୍ରାଣୀ ବିଭାଗରେ ରେଞ୍ଜର ଭାବରେ କାର୍ଯ୍ୟରତ ଥିଲେ। ଗତ କିଛିଦିନ ଧରି ୰ ପରିଡ଼ା କର୍କଟ ରୋଗରେ ପିଡ଼ୀତ ଥିଲେ। ସେ ଜଣେ ସୁପ୍ରସିଦ୍ଧ ଗୀତିକାର ତଥା କୁନ୍ତଳା ଗ୍ରାମର ଶୁକମୁନୀ କମିଟିର ସଭାପତି ଥିଲେ। ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ପରିବାରବର୍ଗ ଉପସ୍ଥିତ ଥିଲେ। ୰ ପରିଡ଼ାଙ୍କ ମୃତ୍ୟୁରେ ଭଦ୍ରକରେ ଶୋକର ଛାୟା ଖେଳିଯାଇଛି। ୪ର୍ଥ ଭଦ୍ରକ ମହୋତ୍ସବର ୯ମ ସଂଧ୍ୟା ରାଜ୍ୟ ରାଜନିତୀରେ ଭଦ୍ରକର ସ୍ଥାନ ଅନନ୍ୟ, ମୋଗଲ ତାମସା ପ୍ରଦର୍ଶନରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ
OSCAR-2019
ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିିଓ ସେୟାର କରି ଟ୍ରୋଲ ହେଲେ ଅନୁଷ୍କା ଶର୍ମା, ଗାର୍ବେଜ୍‌ ଓମାନ୍‌ କହି ଟ୍ରୋଲ କଲେ ବ୍ୟବହାରକାରୀ | Sambad ମୁମ୍ବାଇ : ଏଇ କିଛି ଦିନ ହେବ ରାସ୍ତାରେ ଅଳିଆ ଫିଙ୍ଗିବା ପାଇଁ ତାଗିଦ୍‌ କରି ଚର୍ଚ୍ଚାରେ ଅଛନ୍ତି ଅନୁଷ୍କା ଶର୍ମା । ଅର୍‌ହାନ୍‌ ସିଂ ନାମକ ଜଣେ ଯୁବକ ରାସ୍ତାରେ ଅଳିଆ ଫିଙ୍ଗୁଥିବା ବେଳେ ଅନୁଷ୍କା ତାଙ୍କୁ ଡ଼ାକି ଏପରି ନ କରିବା ପାଇଁ ତାଗିଦ୍‌ କରିଥିଲେ । ଏହି ସମୟରେ ଭାରତୀୟ କ୍ରିକେଟ ଦଳର କ୍ୟାପ୍‌ଟେନ୍‌ ଏବଂ ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହଲି ଏହାର ଏକ ଭିଡ଼ିଓ ତିଆରି କରି ସେୟାର କରିବା ସହ ଲୋକମାନଙ୍କୁ ଏପରି ନ କରିବା ପାଇଁ କହିଥିଲେ । କିନ୍ତୁ ତାଙ୍କୁ ଜଣା ନ ଥିଲା ତାଙ୍କର ଏହି କାମ ତାଙ୍କୁ ହିଁ ଭାରୀ ପଡ଼ିବ । ଏହି ଭିଡ଼ିଓ ପରେ ଅର୍‌ହାନ ଏବଂ ତାଙ୍କ ମା’ ଅନୁଷ୍କାଙ୍କୁ ଗାଳି କରିବା ସହ ଏହା ତାଙ୍କର ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି କହିଥିଲେ । ଏବେ ଏହି ଘଟଣାକୁ ନେଇ ପୁଣିଥରେ ଇନ୍‌ଷ୍ଟାଗ୍ରାମରେ ଟ୍ରୋଲ ହୋଇଛନ୍ତି ଅନୁଷ୍କା । ନିଜର ଏକ ବ୍ରାଣ୍ଡ ନୁସ୍‌ ଭିଡ଼ିଓ ଅନୁଷ୍କା ଇନ୍‌ଷ୍ଟା ପୋଷ୍ଟ କରିଥିବା ବେଳେ ଜଣେ ବ୍ୟବହାରକାରୀ ତାଙ୍କୁ ଗାର୍ବେଜ୍‌ ଓମେନ୍‌ କହି ଟ୍ରୋଲ କରିଥିଲେ । ଆଉ ଜଣେ ବ୍ୟବହାକାରୀ ଯଦି ତୁମେ ଭାରତକୁ ସତରେ ସ୍ୱଚ୍ଛ କରିବା ପାଇଁ ଚାହୁଁଛ, ତେବେ କାହାକୁ ଜ୍ଞାନ ନ ଦେଇ ନିଜେ ଯାଇ ଅଳିଆକୁ ଡ଼ଷ୍ଟବିନ୍‌ରେ ଫିଙ୍ଗି ଦେଇଥାନ୍ତ ବୋଲି କହିଥିଲେ । ନିଜ ୪ ଝିଅଙ୍କୁ ଅସଦାଚରଣରୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ଚିଠି ଲେଖିଲେ ବାପା ନୂଆଦିଲ୍ଲୀ: ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅବସର ପରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅକ୍ଟୋବର ୨ ତାରିଖରେ ଜଷ୍ଟିସ ମିଶ୍ର ଅବସର ଗ୍ରହଣ କରିବା ପରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପ୍ରଧାନ ବିଚାରପତି ହେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଜଷ୍ଟିସ୍‌ ଗୋଗୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ମତବ୍ୟକ୍ତ କରିବା ସହ ଜଷ୍ଟିସ ମିଶ୍ରଙ୍କ ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ଜଷ୍ଟିସ୍‌ ଗୋଗୋଇଙ୍କୁ ପ୍ରଧାନ ବିଚାରପତି କରାଯିବ ନା ନାହିଁ ବୋଲି ଆଜି କିଛି ଗଣମାଧ୍ୟମ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ପ୍ରସାଦ ଉତ୍‌କ୍ଷିପ୍ତ ହୋଇ କେନ୍ଦ୍ର ଉଦ୍ଦେଶ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ନକରିବା ପାଇଁ କହିଥିଲେ। ସେ କହିଥିଲେ ଯେ, ନିୟମାନୁସାରେ ଅବସର ଗ୍ରହଣ କରୁଥିବା ପ୍ରଧାନ ବିଚାରପତିଙ୍କ ସୁପାରିସକ୍ରମେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ ହେବେ। ତେବେ ଗତ ଜାନୁଆରିରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ମାଷ୍ଟର ଅଫ ରୋଷ୍ଟରକୁ ନେଇ ପ୍ରଶ୍ନ କରିବା ସହ ସୁପ୍ରିମକୋର୍ଟର ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିବା ୪ ଜଣ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍‌ ଗୋଗୋଇ ଥିଲେ। ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୦୭ରେ ଦେଇଥିବା ଏକ ଘୃଣ୍ୟ ବକ୍ତବ୍ୟ ପାଇଁ କାହିଁକି ବିଚାରପ୍ରକ୍ରିୟା ସାମ୍ନା କରିବେନି ବୋଲି ଆଜି ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାରେ ୟୁପି ସରକାରଙ୍କୁ ପ୍ରଶ୍ନ କରି ନୋଟିସ୍‌ କରିଛନ୍ତି ଏବଂ ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ କହିଛନ୍ତି। ତେବେ ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟଙ୍କର ଏକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ ଆଜି ୟୁପି ସରକାରଙ୍କୁ ଏହି ନୋଟିସ୍‌ କରିଛନ୍ତି। ୨୦୦୭ ଗୋରଖପୁର ଦଙ୍ଗା ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପୃକ୍ତି ଥିବା ମାମଲାରେ ସିବିଆଇ ତଦନ୍ତ ଦାବି କରି ଗତ ଫେବ୍ରୁଆରି ମାସରେ ଆହ୍ଲାବାଦ୍‌ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା କିନ୍ତୁ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ଓ ଦକ୍ଷ ପୁଲିସ ଅଧିକାରୀ ଆଜି ନିଜ ସର୍ଭିସ୍‌ ରାଇଫଲ୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ୟୁପି ଏଟିଏସ୍‌ (ଆତଙ୍କବାଦୀ ନିରୋଧ ଦଳ)ର ଅତିରିକ୍ତ ପୁଲିସ ସୁପରିଟେଣ୍ଡେଣ୍ଟ୍‌ ରାଜେଶ ସାହାଣି ଆଜି ଗୋମ୍‌ତିନଗର ସ୍ଥିତ ଏଟିଏସ୍‌ ମୁଖ୍ୟାଳୟରେ ତାଙ୍କ ଅଫିସ ପ୍ରକୋଷ୍ଠରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରାଜ୍ୟ ପୁଲିସ ମହଲକୁ ଏହି ଘଟଣା ସ୍ତବ୍ଧ କରିଦେଇଛି। ୧୯୯୨ ବ୍ୟାଚ୍‌ର ଏହି ୟୁପି ପ୍ରୋଭିନସିଆଲ ପୁଲିସ ଅଫିସର ୨୦୧୪ ମସିହାରୁ ଏଟିଏସ୍‌ର ଅତିରିକ୍ତ ଏସ୍‌ପି ଭାବେ ନିଯୁକ୍ତ ହୋଇଥିଲେ। ୫୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅପରେସନରେ ସାମିଲ ହୋଇଥିବା ରାଜେଶ ଗତ କିଛି ଦିନ ହେବ କାର୍ଯ୍ୟରୁ ଛୁଟିରେ ଥିଲେ। ଆଜି ସକାଳେ ସେ ଏଟିଏସ୍‌ ମୁଖ୍ୟାଳୟରେ ଯୋଗ ଦେବାପରେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ତାଙ୍କ ଡ୍ରାଇଭର ମନୋଜଙ୍କୁ ଡାକି ସର୍ଭିସ ରାଇଫଲ୍‌ ମଗାଇଥିଲେ। ଏହାର କିଛି ସମୟ ପରେ ସେ ଗୁଳି ଫୁଟାଇ ଆତ୍ମହତ୍ୟା କରିଦେଇଥିଲେ ବୋଲି ଏଡିଜି ଆନନ୍ଦ କୁମାର କହିଛନ୍ତି। ତେବେ ରାଜେଶଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ଏ ବାବଦରେ ତଦନ୍ତ ଜାରି ରହିଛି ବୋଲି କୁମାର କହିଛନ୍ତି। ଫରେନ୍ସିକ୍‌ ଟିମ୍‌ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ରାଜେଶ ଏଟିଏସ୍‌ର ବରିଷ୍ଠ ଅଧିକାରୀ ଭାବେ ଆତଙ୍କବାଦ ସଂକ୍ରାନ୍ତ ୨୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମାମଲା ହାତକୁ ନେଇଥିଲେ। ନିକଟରେ ଆଇଏସଆଇକୁ ଗୁପ୍ତ ଖବର ଦେବାରେ ସହଯୋଗ କରୁଥିବା ଅଭିଯୋଗରେ ଜଣେ ପିଥୋରଗଡ଼ ବାସିନ୍ଦା ରମେଶ ସିଂହଙ୍କୁ ଗିରଫ କରାଯିବା ମାମଲାର ବି ସେ ତଦାରଖ କରୁଥିଲେ। ୨୦୧୪ ମସିହାରେ ୟୁପି ଏଟିଏସ୍‌ରେ ଯୋଗ ଦେବା ପୂର୍ବରୁ ସେ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଏନଆଇଏରେ ଥିଲେ।
OSCAR-2019
ଶେଷରେ ଦଳରୁ ବହିଷ୍କାର ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ। ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଖୁଲାସା କରି ରାଜ୍ୟ ସରକାରଙ୍କୁ ତଥା ବିଜେଡିକୁ ଅଡୁଆରେ ପକାଉଥିବା ଦାମୋଦରଙ୍କୁ ବହିଷ୍କୃତ କରିଛନ୍ତି ଦଳର ସୁପ୍ରିମୋ ବିଜେଡି ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ଦାମଙ୍କ ଅଭିଯୋଗ ତାଙ୍କ ପାଇଁ କାଳ ସଦୃଶ ହୋଇଛି । ଦୀର୍ଘ ଦିନ ଧରି ବିଜେଡିରେ ରହିବା ପରେ ତାଙ୍କୁ ବହିଷ୍କାର କରାଯାଇଛି । ଏହା ପୂର୍ବରୁ ବ୍ରାହ୍ଣଣ ବିରୋଧୀ ମନ୍ତବ୍ୟ ଦେଇ କାରଣରୁ ଦାମଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିଲା। କେବଳ ଏତିକି ନୁହେଁ ତାଙ୍କୁ ଦଳର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ହଟାଯାଇଥିଲା। କିନ୍ତୁ ଏବେ ଓମଫେଡ୍ ଦୁର୍ନିତୀ, ସମବାୟ ବ୍ୟାଙ୍କ ଘୋଟାଲା ଓ ଚାରା ଘୋଟାଲାକୁ ନେଇ ଖୁଲାସା କରିବା ତାଙ୍କ ପାଇଁ ମହଙ୍ଗା ପଡିଛି । ବିଗତ ଦିନରେ ସେ ସରକାର, ମନ୍ତ୍ରୀ ଓ ଅଫିସର ବିରୋଧରେ ଦୁର୍ନିୀତି ଅଭିଯୋଗ ନେଇ ସରକାର ତଥା ଦଳକୁ ହରଡଘଣାରେ ପକଉଥିଲେ । ଏପରିକି ରୋକଠୋକ ଶବ୍ଦରେ ଦଳୀୟ ନେତାଙ୍କୁ ସମାଲୋଚନା କରି ଆହ୍ୱାନ ଦେଇଥିଲେ। ଦାମଙ୍କ ଏତାଦୃଶ୍ୟ ଦଳ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲେ। ଖାସ କରି ନିଜର ଜିଲ୍ଲା ଜଗତସିଂପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ସେ ଜୋରଦାର ହମଲା କରୁଥିଲେ । କେବେ ତୃତୀୟ ମହଲାର ଅଫିସର ତ କେବେ ମନ୍ତ୍ରୀଙ୍କୁ ନେଇ କରୁଥିବା ଦୁର୍ନୀତିର ଖୁଲାସା ଦଳକୁ ଅଣନିଶ୍ୱାସୀ କରିପକାଇଥିଲା । ଏହି କ୍ରମରେ ସେ ଦଳ ପାଇଁ ଏକପ୍ରକାର କଣ୍ଟା ସାଜିବା ସହ ବିରୋଧୀ ଦଳର ହାତବାରିଷୀ ସାଜିଥିଲେ। ତାଙ୍କର ବୟାନକୁ ନେଇ ବିରୋଧୀ ସରକାରଙ୍କ ଉପରେ ଭାରି ପଡିଥିଲା । ଶେଷରେ ଦାମଙ୍କ ତୁଣ୍ଡି ବନ୍ଦ କରିବା ଏବଂ ତାଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦଳୀୟ ନେତା ଅଣ୍ଟା ଭିଡିଥଲେ। ଦାମଙ୍କୁ କେମିତି ଦଳରୁ ବହିଷ୍କାର କରାଯିବ ତାର ନେତୃତ୍ୱ ନେଇଥିଲେ ବିଷ୍ଣୁ ଦାସ। ଗତ ଦୁଇ ଦିନ ମଧ୍ୟରେ ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ଦଳ ସଭାପତିଙ୍କ ନିକଟରେ ଫେରାଦ ହୋଇ ଦାମଙ୍କୁ ଦଳରୁ ବହିଷ୍କାର ପାଇଁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ। ଏହା ପରେ ଦାମଙ୍କୁ ଦଳରୁ ବହିଷ୍କାର ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦାମଙ୍କୁ ବହିଷ୍କାର ପାଇଁ ହେଉଥିବା ଦାବି ଉପରେ ମୋହର ମାରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦାମଙ୍କୁ ବହିଷ୍କାର ପାଇଁ ଆଦେଶ ଦେଇଛନ୍ତି।
OSCAR-2019
ଫାଲଗୁନ୍‌ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ନୂଆପଡ଼ାର ବିଭିନ୍ନ ଶୈବପୀଠରେ ମହାଆଡ଼ମ୍ବରରେ ଶିବରାତ୍ରି ପାଳିତ ହୋଇଥାଏ। ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁମାନେ ଉଜାଗର ରହି ଦୀପ ଜଳାଇଥାନ୍ତି। ଚୈତ୍ର ମାସ ଶୁକ୍ଳପକ୍ଷ ନବମୀରେ ନୂଆପଡ଼ାରେ ରାମଲୀଳା ଅନୁଷ୍ଠିତ ହୋଇଥାଏ। ରାମାୟଣର ବିଭିନ୍ନ କଥାବସ୍ତୁ ଉପରେ ରାମନବମୀ ଅବସରରେ ରାମଲୀଳା ଆୟୋଜନ କରାଯାଇଥାଏ। ଏହାକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ। ନୂଆପଡ଼ାରେ ପୌଷ ପୂର୍ଣ୍ଣିମା ଅତି ଆନନ୍ଦ ଉଲ୍ଳାସ ମଧ୍ୟରେ ପାଳିତ ହୋଇଥାଏ। ସ୍ଥାନୀୟ ଲୋକ ଏହାକୁ ପୁଷ୍‌ ପୁନେଇଁ କହିଥାନ୍ତି। ଜିଲାର ଜନଜାତି ସମ୍ପ୍ରଦାୟ ଅତି ଆନନ୍ଦ ଉଲ୍ଳାସ ମଧ୍ୟରେ ଏହି ପର୍ବ ପାଳନ କରିଥାନ୍ତି। ମାର୍ଗଶିର ମାସ ଗୁରୁବାରରେ ନୂଆପଡ଼ା ଜିଲାରେ ଘରେ ଘରେ ମା’ ଧନଦାୟିନୀ ମହାଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଗୃହିଣୀମାନେ ଝୋଟି ଚିତା ଘରେ ପକାଇଥାନ୍ତି। ଅନେକଙ୍କ ଘରେ ମାଣ ବସିଥାଏ। ଏହି ଅବସରରେ ପିଠାପଣା ବଣ୍ଟା ହୋଇଥାଏ। ନୂଆପଡ଼ା ଜିଲାରେ ନୂଆଁଖାଇ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଏହି ଅବସରରେ ଘରେ ଘରେ ପିଠାପଣା ତଥା ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଲୋକମାନେ ପରସ୍ପରକୁ ନୂଆଁଖାଇ ଜୁହାର ଅଭିନନ୍ଦନ ଜଣାଇଥାନ୍ତି।
OSCAR-2019
ପାଟନା: ଲୋକତନ୍ତ୍ର ଉପରେ ଭିଡ଼ତନ୍ତ୍ରର ପ୍ରଭାର ଶୁକ୍ରବାର ଅପରାହ୍ନରେ ବିହାରର ବେଗୁସରାଇ ଜିଲ୍ଲାରେ ଦେଖିବାକୁ ମିଳିଛି। ସଶସ୍ତ୍ର ଦୁର୍ବୃତ୍ତମାନେ ବିଦ୍ୟାଳୟରେ ପ୍ରବେଶ କରି ଜଣେ ଛାତ୍ରୀଙ୍କୁ ଅପହରଣ କରିବା ପୂର୍ବରୁ ଭିଡ ହିଂସାର ଶିକାର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ୩ଜଣ ଦୁର୍ବୃତ୍ତଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଛାତ୍ରୀକୁ ଅପହରଣ କରିବା ପୂର୍ବରୁ ଦୁବୃର୍ତ୍ତମାନେ ସ୍ଥାନୀୟ ଲୋକଙ୍କ ନିକଟରୁ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ। ବେଗୁସରାଇ ଜିଲ୍ଲାର ଛୋରାହୀ ଥାନା ଅଧିନ ପସଲ୍ଲା ଗାଁର ନବସୃଜିତ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀକୁ ଅପହରଣ କରିବା ଉଦ୍ଦେଶ୍ୟରେ ପହଞ୍ଚିଥିଲେ। ସେମାନେ ଛାତ୍ରୀକୁ ଅପହରଣ କରି ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ସ୍କୁଲର ପ୍ରଧାନଶିକ୍ଷକ ଏହାକୁ ବିରୋଧ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରିଥିଲେ। ବିଦ୍ୟାଳୟ ପରିସରରେ ବଡ଼ ଧରଣର ପାଟିତୁଣ୍ଡ ହୋଇଥିବାରୁ ସ୍ଥାନୀୟ ଲୋକେ ଏକାଠି ହୋଇ ଯାଇଥିଲେ। ଶତାଧିକ ଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ି ଯାଇଥିଲେ। ନିସ୍ତୁକ ମାଡ଼ ଖାଇବା ପରେ ଦୁର୍ବୃତ୍ତମାନଙ୍କର ମୃତ୍ୟୁ ହୋଇଛି। ଦୁଇଜଣ ମୃତକଙ୍କ ନାମ ମୁକେଶ ମହତୋ ଓ ହୀରା ସିଂହ ହୋଇଥିବା ବେଳେ ତୃତୀୟ ବ୍ୟକ୍ତିଙ୍କର ପରିଚୟ ମିଳି ପାରି ନାହିଁ। ବାଲିଅନ୍ତା: ସମଗ୍ର ବାଲିଅନ୍ତା ବ୍ଲକ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ମୌଜାରେ ଧାନ ଫସଲ ପ୍ରଭାବିତ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଝାଟିମାଟି ଘର ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ସ୍ଥାନରେ ବଡ଼ ବଡ଼ ଗଛ ଘର ଉପରେ ପଡ଼ି ଘର ଭାଙ୍ଗି ଯାଇଛି। ବର୍ଷାଜଳ ନିଷ୍କାସନ ସମସ୍ୟା ଯୋଗୁଁ ସ୍ଥାନୀୟ ଅଞ୍ଚଳ ଜଳଘେରରେ ରହିଛି। ଗଛ ପଡ଼ି ବାଲିଅନ୍ତା ବ୍ଲକ ଜୟଦେବ ଉପରସାହିର ମାନି ମହାପାତ୍ରଙ୍କ ମାଟିଘର ମାଟିରେ ମିଶି ଯାଇଥିବା ବେଳେ ବଖରାଏ ଛାତ ଘରର କାନ୍ଥ ଫାଟି ଯାଇଛି। ସେହିପରି ଏହି ପଞ୍ଚାୟତର ସାହେବନଗର ଗ୍ରାମର ସୁକାନ୍ତୀ ପଣ୍ଡା ଏବଂ ସରସ୍ୱତୀ ପଣ୍ଡାଙ୍କର ଦୁଇବଖରା ଲେଖାଏ କଚ୍ଚାଘର ଭାଙ୍ଗି ଯାଇଛି। ଡ୍ରେନେଜ୍‌ ସମସ୍ୟା ଯୋଗୁଁ ପ୍ରତାପଶାସନ ପଞ୍ଚାୟତର ପାଟରାବାଗ ଭୋଇ ସାହି, ବଡ଼ଭୋଇ ସାହି, ନାଏକ ସାହି, ମାଳଭୋଇ ସାହି ପାଣି ଘେରରେ ରହିଛି। ବାଳକାଟି ଫାଣ୍ଡି ଏବଂ ଜାଗେଶ୍ୱରୀ ମନ୍ଦିର ଭିତରେ ମଧ୍ୟ ପାଣି ପଶି ଯାଇଛି। ସ୍ଥାନୀୟ ସାପ୍ତାହିକ ହାଟରେ ପନିପରିବା ପାଣିରେ ଭାସୁଛି। ତେବେ ଘରେ ପାଣି ପଶିଯିବାରୁ ଏହି ପଞ୍ଚାୟତର ନାଏକ ସାହି ଓ ବଡ଼ ଭୋଇ ସାହିର ଲୋକେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି। ସ୍ଥାନୀୟ ଅଞ୍ଚଳର ୬୦୦ ଲୋକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟାଯାଇଛି। ସକାଳେ ସେମାନଙ୍କୁ ୪ କୁଇଣ୍ଟାଲ ଚୁଡ଼ା ଓ ଏକ କୁଇଣ୍ଟାଲ ଗୁଡ଼ ବଣ୍ଟନ ହୋଇଥିବା ବେଳେ ସଂଧ୍ୟାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ଜଣାଇଛନ୍ତି।
OSCAR-2019
ଭୁବନେଶ୍ୱର: ଶୁକ୍ରବାର ହେବାକୁ ଥିବା ରାଜ୍ୟବ୍ୟାପି ଟ୍ରକ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ପରିବହନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁଙ୍କ ସହ ଟ୍ରକ୍ ମାଲିକ ସଂଘର ଆଲୋଚନା ଜାରିରହିଛି। ବିଶେଷତଃ ଦାବି ଉପରେ ଗୁରୁତ୍ୱ ଦିଆଯାଇଥିବା ଟ୍ରକ୍ ମାଲିକ ସଂଘ ସଭାପତି ବିଭୃତି ଭୂଷଣ ଦାସ କହିଛନ୍ତି। ବୈଠକରେ ପରିବହନ ସଚିବ, ପରିବହନ କମିଶନର ଉପସ୍ଥିତ ଥିବାବେଳେ ଟ୍ରକ୍ ମହାସଂଘ ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ଡିସେମ୍ବର ୧୫ ତାରିଖରେ ୧୧ ଦଫା ଦାବିରେ ଆନ୍ଦୋଳନ କରିବା ନେଇ ଡାକରା ଦେଇଥିଲା। ମାଲବାହୀ ଗାଡ଼ି ଉପରେ ଟିକସ ବୃଦ୍ଧି ପ୍ରତ୍ୟାହାର, ଗ୍ରୀନ୍ କାର୍ଡ ପ୍ରତ୍ୟାହାର, ସର୍ବନିମ୍ନ ଭଡ଼ା ଧାର୍ୟ୍ୟ ଦାବି ସହ ପୋଲିସ ଓ ଆରଟିଓ ଚେକିଂ ନାଁରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଥିଲା ଟ୍ରକ୍ ମାଲିକ ସଂଘ । ପରବର୍ତ୍ତୀ ପର୍ୟ୍ୟାୟରେ ଟ୍ରକ୍ ମାଲିକ ସଂଘ ଦାବି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା ।
OSCAR-2019
ଭଦ୍ରକ, ୨୪ା୪(ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଗାମୀ ୨୮ ତାରିଖରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଉତ୍କଳ ସମ୍ମିଳନୀ ଭଦ୍ରକ ଜିଲ୍ଲା ଶାଖା ତରଫରୁ ଏକ ପ୍ରସ୍ତୁତି ବୈଠକ ସଭାନେତ୍ରୀ ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। କୁଆଁସ ଗୋକୁଳାନନ୍ଦ ଭବନରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇଥିବା କାର୍ଯ୍ୟକାରୀ ପରିଷଦର ସଭ୍ୟ ସଭ୍ୟାମାନେ ଆଲୋଚନାରେ ଭାଗ ନେଇଥିଲେ। ପ୍ରତିବର୍ଷ ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁ ବାବୁଙ୍କ ଜୟନ୍ତୀ ଉତ୍ସବକୁ ଜିଲ୍ଳାର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଳନ କରିବାକୁ ସମ୍ମିଳନୀର ସମ୍ପାଦକ ଅଜୟ କୁମାର ନାୟକ ମତ ଉପସ୍ଥପାନ କରିଥିଲେ। ଉପସ୍ଥିତ ସଭ୍ୟ ସଭ୍ୟାମାନେ ଏ ନେଇ ଆଲୋଚନା କରିବା ପରେ ସର୍ବ ସମ୍ମତିରେ ଏହାକୁ ଗୃହୀତ କରାଯାଇ ଚଳିତ ବର୍ଷ ମଧୁ ବାବୁଙ୍କ ଜୟନ୍ତୀ ଉତ୍ସବକୁ ବାଗୁରାଇ ସ୍ଥିତ ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲରେ ପାଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧୁବାବୁଙ୍କ ଜୀବନୀ ସମ୍ପର୍କରେ ଅବଗତ କରାଇବା ଦ୍ୱାରା ସେମାନଙ୍କ ମଧ୍ୟରେ ଥିବା ମହାପୁରୁଷ ମାନଙ୍କ ସମ୍ବନ୍ଧୀତ ଜ୍ଞାନର ପରିସୀମାର ବୃଦ୍ଧି ଘଟିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଉକ୍ତ ଦିନ ବାଗୁରାଇ ବିଦ୍ୟାଳୟରେ ସକାଳ ୮ଟା ସମୟରେ ଏକ ସଭା କରାଯାଇ ମଧୁବାବୁଙ୍କ ଜୟନ୍ତୀ ପାଳନ କରାଯିବ। ଏହା ପୂର୍ବରୁ ଭଦ୍ରକ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସକାଳ ୭ଟା ସମୟରେ ମାଲ୍ୟାର୍ପଣ କରାଯିବ। ଓଡିଆ ଜାତିର ସ୍ୱାଭିମାନ ଓ ଭାଷା ସାହିତ୍ୟ ପ୍ରତି ରୁଚି ରଖୁଥିବା ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ ଉତ୍ସବରେ ଯୋଗ ଦେବାକୁ ବୈଠକରେ ଅନୁରୋଧ କରାଯାଇଥିଲା। ଏହି ବୈଠକରେ ସମ୍ମିଳନୀର ଉପସଭାପତି ମହମ୍ମଦ ଫାରୁକ, ଅନାଦି ଦାସ, ସଦାନନ୍ଦ ସାହୁ, ଡ. ପ୍ରଭାତ ନଳିନୀ ମହାପାତ୍ର, ବସନ୍ତ ମିଶ୍ର, ଚର୍ଚ୍ଚିକା ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ବାବୁଲାଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
OSCAR-2019
ଭୁବନେଶ୍ୱର, ତା୨୬/୦୨ (ଓଡ଼ିଆ ପୁଅ) : ଦୀର୍ଘ ୧୮ ବର୍ଷପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଛି ଆଉ ଏବେ ସ୍କୁଲ ଝିଅମାନଙ୍କ କଥା ମନେ ପଡ଼ିଛି। ଏହା ଓଡିଶା ସରକାର ଅବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଯୋଜନା ନୁହେଁ। ଏଥିରେ ତାଙ୍କର ଆନ୍ତରିକତା ଥିବାପରି ଜଣାପଡୁନାହିଁ। ଝିଅ ମାନଙ୍କ ପ୍ରତି ଆନ୍ତରିକତା ଥିଲେ ସେମାନେ ବିଭିନ୍ନ ଅତ୍ୟାଚାରରେ ଶିକାର ହୁଅନ୍ତେନାହିଁ। ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଖ୍ୟମନ୍ତ୍ରୀ ଏଠି କେବଳ ନାରୀମାନଙ୍କୁ ସମ୍ମାନ ଦେବାର ନାରା ଦେଇ ମିଛ ଅଭିନୟ କରୁଛନ୍ତି। ଯଦି ମୁଖ୍ୟମନ୍ତ୍ରୀ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ଏବଂ ପରିମଳ ପରିଚ୍ଛନ୍ନତା ରକ୍ଷା ଦିଗରେ ଏତେ ଯତ୍ନବାନ ତେବେ ଏହି ଯୋଜନା ଆଗରୁ କଣ ପାଇଁ ଆରମ୍ଭ କଲେ ନାହିଁ ବୋଲି ବିଜେପି ରାଜ୍ୟ ସଂପାଦିକା ଶ୍ରୀମତି ସିମନ୍ତିନୀ ଜେନା ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଖୁସି ଯୋଜନାରେ କୌଣସି ନୁତନତ୍ୱ ନାହିଁ। ୨୦୧୩ ମସିହାରେ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଅନ୍ୟାନ୍ୟ ରାଜ୍ୟ ସରକାରମାନେ ବହୁ ପୂର୍ବରୁ ଏହି ଯୋଜନାକୁ ଲାଗୁ କରିଛନ୍ତି। ପୂର୍ବରୁ ଛତିଶଗଡ, ହରିୟାନା, ମହାରାଷ୍ଟ୍ର ପରି ଅନେକ ରାଜ୍ୟରେ ଏଭଳି ଯୋଜନା କାର୍ଯ୍ୟକାରୀ ହୋଇସାରିଛି। କିନ୍ତୁ ଏହି ଯୋଜନାକୁ ଲାଗୁ କରିବାରେ ଓଡିଶା ପଛରେ ପଡିଛି। ରାଜ୍ୟରେ ମହିଳାମାନଙ୍କୁ ଯେତିକି ସୁବିଧା ମିଳିବା କଥା ସେତିକି ମିଳିନି ବୋଲି ଶ୍ରୀମତି ଜେନା ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦ୍ର ଯୋଜନାକୁ ଭିତିକରି ‘କା’ ଯୋଜନା ଘୋଷଣା କରିବାରେ ବିଳମ୍ବ ବା କାର୍ପଣ୍ୟ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ମମତା ଯୋଜନାର ଡିଣ୍ଡିମ ପିଟୁଥିବାବେଳେ ରାଜ୍ୟରେ ଗର୍ଭବତୀ ମହିଳାଙ୍କୁ ଚୋକଡ ମିଶା ଛତୁଆ ଯୋଗାଇ ଦିଆଯାଉଛି। ଜନନୀ ସୁରକ୍ଷା ଯୋଜନା ନାଁରେ ଅଟୋ ରେ, ହସପିଟାଲ ବାରଣ୍ଡାରେ, ଖଟରେ, ଡଙ୍ଗାରେ, ଭାରରେ ବୁହାହୋଇ ଗର୍ଭବତୀ ମାଆ ଛୁଆ ଜନ୍ମ କରିବାର ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଅନ୍ୟପଟେ ଖୁସି ଯୋଜନାର ହିତାଧିକାରୀଙ୍କ ପାଖରେ ସୁଫଳ ପହଂଚିବ କି ନାହିଁ ତାହା ଏକ ବଡ ପ୍ରଶ୍ନବାଚୀ ବୋଲି ଶ୍ରୀମତି ଜେନା କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନରେ ପ୍ରତି ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଓଡିଶାରେ ସଦ୍ୟ ରାଜ୍ୟ ସରକାରଙ୍କ ତଥ୍ୟଅନୁସାରେ ୬୨ ପ୍ରତିଶତ ସ୍କୁଲରେ ଏହା କାର୍ଯ୍ୟକାରୀ ହୋଇଛି। ରାଜ୍ୟରେ ଦିନକୁ ଦିନ ନାରୀମାନଙ୍କ ଉପରେ ଅତ୍ୟାଚର ଏବଂ ବ୍ୟଭିଚାର ବୃଦ୍ଧି ପାଇଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତିି। ରାଜ୍ୟରେ ନାବାଳିକା ଛାତ୍ରୀ ଗଣଦୁର୍ଷ୍କମର ଶିକାର ହେବା ଏକ ଦୈନନ୍ଦୀନ ଘଟଣା ପାଲଟିଛି। ଶାସକ ବିଜେଡିର ନେତାମାନଙ୍କ ଦ୍ୱାରା ମହିଳା ମାନଙ୍କୁ ପ୍ରଲୋଭନ ଦେଖାଇ ସଦ୍ୟ ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ କରାଯାଇଛି। ଏହା ସତ୍ୱେ ବି ମୁଖ୍ୟମନ୍ତ୍ରୀ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି। ଗୋଟିଏ ପଟେ ବିଭିନ୍ନ ଯୋଜନା କରି ନିଜର ଆତ୍ମପ୍ରଚାର କରିବା ଏବଂ ଅନ୍ୟପଟେ ନାରୀମାନଙ୍କୁ ଅପମାନିତ କରିବା କେତେ ଗ୍ରହଣୀୟ ବୋଲି ଶ୍ରୀମତି ଜେନା ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ନାରୀମାନଙ୍କୁ ନାପକିନ୍ ଯୋଗାଇବା ଏକ ଭଲ ପଦେକ୍ଷପ। ଏହାଦ୍ୱାରା କେମିତି ନିୟମିତ ଭାବରେ ପ୍ରତ୍ୟକ ମହିଳା ଏହି ଯୋଜନାର ଫାଇଦା ଉଠାଇ ପାରିବେ ସେ ସମ୍ବନ୍ଧରେ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ୍। ପ୍ରଥମେ ପ୍ରତି ବିଦ୍ୟାଳୟରେ ଶୌଚାଳୟର ବ୍ୟବସ୍ଥା କରାଯିବା ଦରକାର। ଏଥି ସହ ରାଜ୍ୟର ପ୍ରତି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଦ୍ୱାରା ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଶ୍ରୀମତି ଜେନା ଦାବି କରିଛନ୍ତି।
OSCAR-2019
କେନ୍ଦୁଝର ତା ୬.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରଗଡ ପୌରାଞ୍ଚଳର ଦୁର୍ନିତି, ଉନ୍ନୟନମୂଳକ କାର୍ଯ୍ୟକୁ ଅଣଦେଖା ଓ ଅଯଥା ବିଳମ୍ବ, ନ୍ୟାୟପ୍ରଦାନରେ ବିଳମ୍ବ, ପୌରବାସୀଙ୍କ ସାମୁହିକ ସ୍ୱାର୍ଥକୁ ଅବହେଳା ପ୍ରଦର୍ଶନ ଆଦିର ବିରୋଧରେ ପ୍ରତିବାଦସ୍ୱରୂପ ୧୫ନଂ ଓ୍ୟାର୍ଡର ମହିଳା କାଉନସିଲର ସୁଶ୍ରୀ ସଙ୍ଗୀତୀ ନନ୍ଦ ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। କାଉନସିଲର ନନ୍ଦ ତାଙ୍କ ଇସ୍ତଫା ପତ୍ର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ଏବଂ ଇସ୍ତଫା ପତ୍ରର ନକଲ ଜିଲ୍ଲାପାଳ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପନିର୍ଦ୍ଦେଶକ, ନିର୍ବାହୀ ଅଧିକାରୀ ପ୍ରମଖଙ୍କୁ ପ୍ରଦାନ କରିଛନ୍ତି। କାଉନସିଲର ନନ୍ଦ କେନ୍ଦୁଝରଗଡ ପୌରାଞ୍ଚଳର ବିଭିନ୍ନ ଦୁର୍ନିତି ସଂପର୍କରେ ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଠାରେ ଅଭିଯୋଗ ଏବଂ ତଦନ୍ତ ପାଇିଁ ଜିଲ୍ଲାପ୍ରଶାସନର ପ୍ରତିଶ୍ରୃତି କାର୍ଯ୍ୟକାରୀ ମଧ୍ୟ ହେଲାନାହିଁ। ଏହାର ପ୍ରତିବାଦରେ ୨୦୧୫ ଜାନୁୟାରୀ ୧ତାରିଖ ଓ ୨୬ ତାରିଖରେ ଦୁଇଥର ଆମରଣ ଅନଶନ ପରେମଧ୍ୟ କାହାର ନିଦ ଭାଙ୍ଗି ନଥିଲା। ଏପରିକି ପଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଦେଇଥିବା ଅଭିଯୋଗ ପତ୍ର ଉପରେ ୨୦୧୬ ଅକ୍ଟୋବର ମାସରେ ତଦନ୍ତପାଇିଁ ଆସିଥିବା ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନ ପାଳନ କରିବାକୁ ଆଗ୍ରହ ପ୍ରକାଶ କଲାନାହିଁ। ଫଳରେ ଶାସନ ବ୍ୟବସ୍ଥା ଉପରୁ ସ୍ୱଭାବିକ ଭାବେ ତାଙ୍କର ଆସ୍ଥା ତୁଟିଯାଇଛି ବୋଲି କହିଛନ୍ତି। ପ୍ରକାଶ ଥାଉକି ଯେ ୨୦୧୩ରେ କେନ୍ଦୁଝରଗଡ ପୌରପରିଷଦକୁ ଶାସକ ବି.ଜେ.ଡି. କବ୍ଜା କରିଥିଲେ ମଧ୍ୟ ପରବର୍ତି ଅବସ୍ଥାରେ ଦଳୀୟ ହୁଇପକୁ ଅମାନ୍ୟ କରି ବିଜେଡି କାଉନସିଲରମାନେ ନିଜ ଦଳର ଚେୟାରମ୍ୟାନ ଙ୍କୁ ଅନାସ୍ଥାପ୍ରସ୍ତାବରେ ହଟାଇ ଦେଇଥିଲେ। ଏବଂ ସେହି ଦିନଠାରୁ ବର୍ଷାଧିକାଳ କଂଗ୍ରେସ ଦଳର ଭାଇସଚେୟାରମ୍ୟାନ କେନ୍ଦୁଝରଗଡ ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଅବଶ୍ୟ ପରବର୍ତି ଅବସ୍ଥାରେ ସଂପୃକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କ ଦଳରେ ସାମିଲ ହୋଇଛନ୍ତି।
OSCAR-2019
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏଣିକି ଡାକ୍ତରଖାନାରେ ଅବସ୍ଥାପିତ ଆୟୁଷ ଡାକ୍ତର ଏଲୋପାଥିକ୍ ଔଷଧ ବ୍ୟବହାର କରିପାରିବେ । ସରକାରଙ୍କ ଏହି ନିଷ୍ପତି ପରେ ସୃଷ୍ଟି ହୋଇଛି ବିବାଦ । ସବୁ ଚିକିତ୍ସା ଧାରାର ନିଜ ନିଜର ସୀମା ରହିଛି । ତେବେ ଜରୁରୀସ୍ଥିତିରେ ଏଲୋପାଥିକ୍ ଔଷଧ ବ୍ୟବହାର କରିବା ଭଳି ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ଉକ୍ରଳମଣି ହୋମିଓପାଥିକ ମେଡିକାଲ କଲେଜ ଅଧ୍ୟକ୍ଷ । ସେପଟେ ଏହି ନିଷ୍ପତିକୁ ସମାଲୋଚନା କରିଛି ଓମସା । ଏହା ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରିବ ଏବଂ ରୋଗୀ ହଇରାଣ ହେବେ ବୋଲି କହିଛନ୍ତି ଓମସା ସଭାପତି ।
OSCAR-2019
ନୀଳକଣ୍ଠ ଦାସଙ୍କ ସମ୍ପାଦନାରେ ୧୯୩୪ ମସିହାରେ ପତ୍ରିକାଟି ପ୍ରକାଶିତ ହୋଇଥିଲା। ଏହା କେବଳ ଏକ ସାହିତ୍ୟ ପତ୍ରିକା ନ ଥିଲା। ଏଥିରେ ଅର୍ଥନୀତି, ସମାଜବିଜ୍ଞାନ, ଶିକ୍ଷା, ଇତିହାସ ଉପରେ ମଧ୍ୟ ଅନେକ ଲେଖା ରହୁଥିଲା। ଏହା ସହିତ ଜାଣିବା କଥା, ଆଲୋଚନା ଆଦି ମଧ୍ୟ ରହୁଥିଲା। ଏଥିରେ ମୋଟ ୨୯୭ ଜଣଙ୍କର ଲେଖା ରହିଛି। ଏମାନଙ୍କ ଭିତରେ ଅଛନ୍ତି ନୀଳକଣ୍ଠ ଦାସ, ନବକିଶୋର ଦାସ, ରାଜକିଶୋର ପଟ୍ଟନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବସନ୍ତ କୁମାର ବେହୁରା ଆଦି। କିଛି ଛଦ୍ମନାମରେ ଲେଖା ମଧ୍ୟ ରହୁଥିଲା। ତଳ ସାରଣୀରେ ନବଭାରତ ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।
OSCAR-2019
ଚଳନ୍ତା ଟ୍ରେନରୁ ୨ ନାବାଳକୁ ଠେଲିଦେଲା ଦୁର୍ବୃତ ଗୁରୁତର ୨ ନାବାଳକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି – Odiapua.com ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୨୪/୦୪ – ଆଜି ରାୟଗଡା ଲେଲିଗୁମ୍ମା ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୋରାପୁଟ ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଇଂଟରସିଟ ଟ୍ରେନରେ ୨ ଜଣ ନାବାଳଙ୍କୁ କେହି ଦୁର୍ବୃତ ଚଳନ୍ତା ଠେଲିଦେବା ଯୋଗୁଁ ୨ ଗୁରୁତର ନାବାଳଙ୍କୁ ସ୍ଥାନୀୟ ଲୋକ ଜିଆରପି ପୋଲିସ ସହାୟତାର ଆମ୍ବୁଲାନ୍ସ ଯୋଗେ ଘଟଣା ସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ଖବର ମିଳିଛି । ଘଟଣାରୁ ଜଣାପଡିଛି ଯେ ଆଜି ସକାଳୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏହି ଟ୍ରେନରେ ଟିକିରି ଷ୍ଟେସନରେ କାଶିପୁର ବ୍ଲକର ରେଙ୍ଗା ପଂଚାୟତ ଅନ୍ତର୍ଗତ ସ୍ଥାବାଡିଗୁଡା ଗ୍ରାମର ୨ ନାବାଳକ ସନ୍ତୋଷ ନାୟକ (୧୨) ଲଛମନ ନାୟକ (୧୩) ଟ୍ରେନରେ ଲେଲିଗୁମ୍ମା ଯିବା ପାଇଁ ଚଢିଥିଲେ । କିନ୍ତୁ ଲେଲିଗୁମ୍ମା ଷ୍ଟେସନ ପୂର୍ବରୁ ୨ ନାବାଳଙ୍କୁ କେହି ଦୁର୍ବୃତ ଟ୍ରେନରୁ ଠେଲିଦେବା ଯୋଗଁ ଗୁରୁତର ଭାବେ ଆହାତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ହେଉଛନ୍ତି । ଏହି ଘଟଣାଟି ଲେଲିଗୁମ୍ମା ଷ୍ଟେସନ ଠାରୁ କିଛି ଦୂରରେ ଘଟିଥିବା ଜଣାପଡିଛି । ଜିଆରପି ପୋଲିସ ଖବର ପାଇ ଘଟଣାର ତଦନ୍ତଜାରୀ କରିଥିବା ଜଣାପଡିିଛି । ୨ ନାବାଳକ ସିରିପାଇ ପଂଚାୟତର ମାଟୁର ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବାପାଇଁ ଯାଉଥିଲେ । ନାବାଳକ ସନ୍ତୋଷ ନାୟକଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ଗୁରୁତର ରହିଛି । ଅନ୍ୟ ଜଣେ ନାବାଳକ ଲଛମନ କହିଛି ଟ୍ରେନରେ ଗେଟ ମୁହଁରେ ବସି ଆସୁଥିବା ବେଳେ ଜଣେ ମଦୁଆ ତାଙ୍କୁ ଟ୍ରେନରୁ ଠେଲି ଦେଇଥିବା ସୂଚନା ଦେଇଛି । ତେବେ ସେହି ବ୍ୟକ୍ତିଙ୍କର ପରିଚୟ ମିଳି ନାହିଁ । ୧୮ ବର୍ଷର ବିଜେଡ଼ି ଶାସନ ପରେ ବି କେନ୍ଦୁଝରରେ ଅସହ୍ୟ ହେଲାଣି ଜଲକଷ୍ଟ : ସ୍ୱାଧୀନତାର ୭୧ ବର୍ଷ ପରେବି ଗାଁ ଲୋକଙ୍କୁ ନାଳ ଓ ଚୁଆ ପାଣି ଭରସା
OSCAR-2019
ଭୁବନେଶ୍ୱର, ତା ୨୬ା୧ା୨୦୧୮ରିଖ (ଓଡ଼ିଆ ପୁଅ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଓମ୍ ନିବାସ, ୟୁନିଟ୍-୯, ଭୁବନେଶ୍ୱର ଆନୁକୂଲ୍ୟରେ ମୁଖ୍ୟ ସେବାକେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ପାଳିତ ବହୁ ଧୁମ୍ଧାମରେ ପାଳନ କରାଯାଇଛି। ଦ୍ୱୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ସକାଳ ୭ଟାରେ ପ୍ରଥମେ ଜାତୀୟ ପତାକା ଓ ଶିବ ବାବାଙ୍କ ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀଯୁକ୍ତ ଅଜୟ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ପିପିଲି ମହାବିଦ୍ୟାଳୟର ଅଧ୍ୟାପିକା ଡଃ ପ୍ରତିଭା ମହାରଥି, ସମ୍ମାନୀୟ ଅତିଥି ରୂପେ ବରିଷ୍ଠ ଆଇନ୍ଜୀବୀ କୈଳାସ ଚନ୍ଦ୍ର କାନୁନ୍ଗୋ, ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କର ଅଭିମତ ଥିଲା ଯେ, ଏହି ସଂଗଠନ ଏକ ଭାତୃଚାରା ଓ ବସୁଧୈବ କୁଟୁମ୍ବକମ୍ ଆଧାରକୁ ନେଇ ସାରା ବିଶ୍ୱରେ ଶାନ୍ତି ଓ ସଦ୍ଭାବନାର ପ୍ରଚାର ଓ ପ୍ରସାର କରିଆସୁଅଛି। ବ୍ରହ୍ମାକୁମାରୀ ତ୍ରିପୁରା ଭଉଣୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏତଦ୍ବ୍ୟତୀତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ପ୍ରାୟ ୪୦୦ ରୁ ଊର୍ଦ୍ଧ୍ୱ ଭାଇ ଭଉଣୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳାନ୍ୱିତ କରିଥିଲେ। ଏହାକୁ ପରିଚାଳନା କରିଥିଲେ ଓମ୍ ନିର୍ବାସର ସଂଚାଳିକା ଗୀତା ଭଉଣୀ।
OSCAR-2019
ରାଜ୍ୟର ପ୍ରାୟ ୫୦୦ ଗ୍ରାମୀଣ ଡାକ କର୍ମଚାରୀଙ୍କୁ ଷଷ୍ଠ ବେତନ କମିଶନ ଅନୁଯାୟୀ ବର୍ଦ୍ଧିତ ଗ୍ରାଚୁଇଟି ଓ ବକୈୟା ଦରମା ଦିଆଯାଇ ନାହିଁ । ଏମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପରିବାରଲୋକଙ୍କୁ ଏହି ଅର୍ଥ ଦିଆଯାଉନାହିଁ ବୋଲି ଅଖଣ୍ଡ ଅଭିଯୋଗ କରିବା ସହ ତୁରନ୍ତ ଏହା ପ୍ରଦାନ କରିବାକୁ ଦାବି କରିଛନ୍ତି । ଭାରତ ସରକାର ୧୯୯୮ ମିସହାରୁ ମିଳିତ ଜାତିସଂଘର ମାନବାଧିକାର କର୍ମୀଙ୍କ ସୁରକ୍ଷା ସମ୍ବନ୍ଧରେ ସ୍ୱାକ୍ଷର କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏକ ଘରୋଇ ଆଇନ୍ ଆଣିପାରି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଯାହାକି ଉଭୟ ଗଣତନ୍ତ୍ର ଓ ମାନବାଧିକାର ସୁରକ୍ଷା ପାଇଁ ଲଢୁଥିବା କର୍ମୀଙ୍କ ପାଇଁ ସତର୍କ ଘଣ୍ଟି ବୋଲି ସେ ମତପ୍ରକାଶ କରିଥିଲେ ।
OSCAR-2019
ଭଦ୍ରକ, ୨୧ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ବ୍ଲକ୍ର ଶେଷ ସୀମାରେ ଅବସ୍ଥିତ ଗାଁରେ ଚୋରି ଡକାୟତି ଓ ବେଆଇନ୍ କାରବାର ବଢିବାରେ ଲାଗିଛି । ବିଶେଷକରି ଥାନା ଠାରୁ ଦୂରତାରେ ରହୁଥିବା ପଦ୍ମପୁର ଓ ପଢୁଆଁ ଅଂଚଳରେ ଏହି କାରବାର ବଢୁଛି । ଚୋରା ନିଶା ହେଉ ଅବା କୋଇଲା କାରବାର ଉପରେ ଶତ ପ୍ରତିଶତ ରୋକ ଲଗାଇବା ପ୍ରଶାସନ ବିଫଳ ହେଉଛି । ସଂପୃକ୍ତ ଅଂଚଳରେ ରାସ୍ତାର ଦୂରତା, ବେଆଇନ୍ କାରବାର, ଚୋରି ଡକାୟତି ରୋକିବା ଓ ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବାକୁ ଦୃଷ୍ଟିରେ ରଖି ବିଗତ ଦିନରେ ପଦ୍ମପୁର, ପଢୁଆଁ ଓ ମନ୍ଦାରୀ ଅଂଚଳରେ ପୁଲିସ୍ ବିଟ୍ ହାଉସ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା । ଥାନା ପକ୍ଷରୁ ପ୍ରାଥମିକ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇ ଜିଲା ଦପ୍ତରକୁ ଯାଇଥିଲା । ଏହି ରିପୋର୍ଟ ପ୍ରସ୍ତୁତିର ୫ ବର୍ଷ ବିତିଲାଣି; ଆଜିଯାଏ ବିଟ୍ ହାଉସ ନିର୍ମାଣର ନା ଗନ୍ଧ ନାହିଁ । ନାଲିଫିତା ତଳେ ପୁଲିସ୍ ବିଟ୍ ହାଉସ ନିର୍ମାଣ ପ୍ରସଙ୍ଗ ଅଟକିଥିବା ଅଭିଯୋଗ ହେଉଛି । ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିଦେ୍ର୍ଦଶ କ୍ରମେ ୨୦୧୪ ରେ ଏହି ହାଉସ୍ ନିର୍ମାଣ ହେବାର ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏଥିପାଇଁ ପ୍ରସ୍ତାବିତ ସ୍ଥାନର ସ୍କେଚ୍ମ୍ୟାପ୍, ଆବଶ୍ୟକ କାଗଜପତ୍ର ଓ ପ୍ରାଥମିକ ରିପୋର୍ଟ ବାସୁଦେବପୁର ଥାନା ପକ୍ଷରୁ ପ୍ରସ୍ତୁତ କରାଯାଇ ଜିଲା କାର୍ଯ୍ୟାଳୟକୁ ଦିଆଯାଇଥିଲା । ଏପରିକି ସେହି ଅଂଚଳରେ ବିଗତ ୩ ବର୍ଷ ମଧ୍ୟରେ କେତୋଟି ମାମଲା ପଂଜିକୃତ କରାଯାଇ ପଠାଯାଇଥିଲା । ପ୍ରସ୍ତାବିତ ପଦ୍ମପୁର ବିଟ୍ ହାଉସ ଅଧୀନରେ; ପଦ୍ମପୁର, ରୁକୁଣାଦେଇପୁର, ଦଧିବାମନପୁର, ବଡଅଗାପୁର, କପାଗଡିଆ, ସୁଗ, କୁସୁନିବିନ୍ଧା, ସୁଗପାଟଣା, ଉରୁଣିଆ ଓ ଏଡତାଳ ରହିଛି । ସେହିପରି ପଢୁଆଁ ବିଟ୍ ହାଉସ ଅଧୀନରେ ବଛଦା, ମୂଳଡିହୀ, ଜିରେଇଗଡି, ଆର୍ତ୍ତୁଂ, ଦାମୋଦରପୁର, ଶଂଖାରୁ ଓ କୁମାରପୁର ରହିଛି । ଅନୁରୂପ ଭାବରେ ମନ୍ଦାରୀ ବିଟ୍ ହାଉସ୍ ଅଧୀନରେ ରାଧାନାଥପୁର, ପାରା, ପ୍ରବୋଧପୁର, ତେନ୍ତୁଳିଆ ଓ ରାଧାକାନ୍ତପୁର ରହିବା ପ୍ରସ୍ତାବ ରହିଥିଲା । ଏହି ରିପୋର୍ଟ ପ୍ରଦାନ କରିବାର ୫ ବର୍ଷ ଛୁଇଁଲାଣି; ବିଟ୍ ହାଉସ୍ ନିର୍ମାଣ ସଂପର୍କରେ କିଛି ସୂଚନା ଆସି ନଥିବା ବାସୁଦେବପୁର ଥାନା ଅଧିକାରୀ ନବକୃଷ୍ଣ ନାୟକ କହିଛନ୍ତି । ଏପଟେ ଏହି ହାଉସ୍ ନିର୍ମାଣ ହେଲେ ଜଣେ ହାବିଲଦାର, ୨ ଜଣ କନେଷ୍ଟବଳ ସଂପୃକ୍ତ ଅଂଚଳ ଉପରେ ନଜର ରଖିବେ । ଏହି ଅଂଚଳଗୁଡିକରେ ବିଟ୍ ହାଉସ ନିର୍ମାଣର ପ୍ରସ୍ତାବକୁ ସେ ସମୟରେ କେତେକ ବୁଦ୍ଧିଜୀବୀ ସ୍ୱାଗତ କରିଥିଲେ । ହେଲେ ଆଜିଯାଏ ଏହି ହାଉସ୍ ନିର୍ମାଣ ହେବାର କିଛି ସୂଚନା ନାହିଁ । ଥାନା ଠାରୁ ଦୂରତାରେ ରହୁଥିବା ପଦ୍ମପୁର ଓ ପଢୁଆଁ ଅଂଚଳରେ କିଛି ଅଘଟଣ ଘଟିଲେ ପୁଲିସ୍ ପ୍ରଶାସନକୁ ପହଞ୍ଚôବାରେ ବିଳମ୍ବ ଘଟୁଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଭଦ୍ରକ : ପ୍ରଶାସନ ଭୁଲି ଗଲାଣି ୨୦୧୨ ମାଟି୍ରକ ପ୍ରଶ୍ନପତ୍ର ଚୋରି ଘଟଣା ପାଚେରି ନ ଥିବା ନୋଡାଲ ସେଣ୍ଟରରେ ୧୫ କେନ୍ଦ୍ରର ପ୍ରଶ୍ନପତ୍ର
OSCAR-2019
16 ତୁମ୍ଭେମାନେ ସେ ଦେଶର ରାଜାଙ୍କ ନିମନ୍ତେ ଏକ ଉପହାର ପଠାଅ। ତୁମ୍ଭେମାନେ ସେଲାରୁ ଏକ ମେଷଶାବକ ବିସ୍ତୃତ ପ୍ରାନ୍ତର ମଧ୍ୟଦେଇ ସିୟୋନ କନ୍ୟାର ପର୍ବତକୁ ପଠାଅ। 8 ଲୋକମାନେ ଦୁଃଖିତ ହେବେ କାରଣ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ର କ୍ଷେତସବୁ ଓ ଶ‌‌‌ିବ୍‌‌‌ମାର ଦ୍ରାକ୍ଷାଲତା ଆଉ ଦ୍ରାକ୍ଷା ଉତ୍ପନ୍ନ କରିବ ନାହିଁ। 13 ସଦାପ୍ରଭୁ ଅନେକ ଥର ମୋୟାବ ବିଷୟରେ ଏହିସବୁ କହିଥିଲେ। 14 ପୁଣି ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, “ତିନି ବର୍ଷ ମଧ୍ୟରେ ସେହିସବୁ ଲୋକମାନେ ଓ ସେମାନଙ୍କର ଗର୍ବ କରୁଥିବା ଜିନିଷଗୁଡ଼ିକ ଲୋପ ପାଇବ। ଅବଶିଷ୍ଟାଂଶ ଏତେ ଅଳ୍ପ ହେବ ଯେ ଗଣନା ଯୋଗ୍ୟ ହେବ ନାହିଁ।”
OSCAR-2019
କନକ ବ୍ୟୁରୋ: ଆଲୋକର ପର୍ବ ‘ଦୀପାବଳି’ ପାଇଁ ସମଗ୍ର ଭାରତ ବର୍ଷ ଆଜି ରଙ୍ଗ ବେରଙ୍ଗର ଆତସବାଜିରେ ଝଲସି ଉଠିବ। ଭାରତୀୟ ଅଧିନାୟକ ରୋହିତ ଶର୍ମା (୧୧୧*, ୬୧ ବଲ୍, ୮ ଚୌକା, ୭ ଛକା)ଙ୍କ ଚୌକା, ଛକା ବର୍ଷା ପାଇଁ କିନ୍ତୁ ଲକ୍ଷ୍ନୌ କ୍ରିକେଟର ମଜା ଉଠାଇଛନ୍ତି। ରୋହିତ ରୋମାଞ୍ଚ ବଳରେ ହିଁ ଭାରତୀୟ କ୍ରିକେଟ୍ ଦଳ ମଙ୍ଗଳବାର ରାତିରେ ୱେଷ୍ଟଇଣ୍ଡିଜକୁ ୭୧ ରନରେ ହରାଇଛି। ତା’ ସହ ଦେଶବାସୀଙ୍କୁ ଆଉ ଏକ ଶୃଙ୍ଖଳା ବିଜୟ ଉପହାର ଦେଇଛି। ସେଥିପାଇଁ ଅନେକ ଭାରତୀୟ କ୍ରିକେଟ୍ ପ୍ରେମୀ ଆଗୁଆ ଦୀପାବଳି ପାଳନ କରିଥିଲେ । ଟ୍ବେଣ୍ଟି-୨୦ରେ ଭାରତ ମଙ୍ଗଳବାର ଦିନ ଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଥର ପାଇଁ ଲଗାତାର ବିଜୟ ହାସଲ କରିଥିଲା। ଫଳରେ ୨-୦ରେ ଆଗୁଆ ସହ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବିଜୟୀ ହୋଇଥିଲା। ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲା ଚେନ୍ନାଇରେ ଆଜି ଖେଳାଯିବ। ତେବେ ଏହାର ଫଳାଫଳ ଭାରତର ଶୃଙ୍ଖଳା ବିଜୟକୁ ରୋକିପାରିବ ନାହିଁ। ବୋଲରଙ୍କୁ ସୁହାଉଥିବା ପିଚ୍ରେ ଭାରତ ଗତକାଲି ରୋହିତଙ୍କ ଚିତ୍ତାକର୍ଷକ ଶତକ ବଳରେ ନିର୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ଜବାବରେ ଇଣ୍ଡିଜ୍ ୯ ୱିକେଟ୍ ବିନିମୟରେ ମାତ୍ର ୧୨୪ ରନ୍ କରି କ୍ରମାଗତ ପରାଜୟ ବରଣ କରିଥିଲା। ରୋହିତ ତାଙ୍କ କୀର୍ତ୍ତିମାନଭରା ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଲକ୍ଷ୍ନୌର ନବନିର୍ମିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମଙ୍ଗଳବାର ରୋହିତ ରୋମାଞ୍ଚ ଦେଖିବାକୁ ମିଳିଥିଲା। ଏଠାରେ ଭାରତୀୟ ଅଧିନାୟକ ରୋହିତ କରିଥିବା ରନ୍ ବର୍ଷାରେ ୱେଷ୍ଟଇଣ୍ଡିଜ୍ ପୂରା ବୁଡ଼ିଯାଇଥିଲା। ଶିଖର ଧାୱନ ( ୪୩ ରନ୍, ୪୧ ବଲ୍, ୩ ଚୌକା)ଙ୍କ ସହ ପାଳି ଆରମ୍ଭ କରିଥିବା ରୋହିତ ଶେଷ ପର‌୍ୟ୍ୟନ୍ତ ଅପରାଜିତ ରହିଥିଲେ। ସେହିଭଳି ନିଜ ବିସ୍ଫୋରକ ପାଳି ଭିତରେ ବ୍ୟକ୍ତିଗତ ଭାବେ ଏକାଧିକ କୀର୍ତ୍ତିମାନର ଅଧିକାରୀ ହେବା ସହ ଭାରତ ସ୍କୋରକୁ ୧୯୫/୨ରେ ପହଞ୍ଚାଇ ଦେଇଥିଲେ। ୧୬ ରନ୍ରେ ପହଞ୍ଚିଲା ବେଳେ ଟ୍ବେଣ୍ଟି-୨୦ରେ ଭାରତର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇ ଯାଇଥିଲେ ରୋହିତ। ତିନି ଅଙ୍କ ଛୁଇଁଲା କ୍ଷଣି ବିଶ୍ବର ପ୍ରଥମ ଖେଳାଳି ଭାବେ ଟ୍ବେଣ୍ଟି-୨୦ରେ ଚାରିଟି ଶତକ ଅର୍ଜନ କରି ନେଇଥିଲେ ସେ । ସେହିଭଳି ପ୍ରଥମ ଅଧିନାୟକ ଭାବେ ଟ୍ବେଣ୍ଟି-୨୦ରେ ଦୁଇଟି ଶତକ ହାସଲ କରିଥିଲେ ମୁମ୍ବାଇର ଏହି ମହାନ ଖେଳାଳି। ରୋହିତ ତାଙ୍କ ସ୍ମରଣୀୟ ପାଳିରେ ୮ ଚୌକା ଏବଂ ୭ ବିଶାଳ ଛକା ମାରିଥିଲେ। ୩୮ ବଲ୍ରୁ ଅର୍ଧଶତକ ପୂରଣ କରିବା ପରେ ୫୮ ବଲ୍ରୁ ଶତକ ଛୁଇଁଥିଲେ। ଗତକାଲି ଧାୱନ-ରୋହିତ ଯୋଡ଼ି ପ୍ରଥମ ୱିକେଟ୍ରେ ୧୨୩ ରନ୍ ସଂଗ୍ରହ କରି ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଦାୟିତ୍ବବାନ ବ୍ୟାଟ୍ସମ୍ୟାନ୍ ଭାବେ ଭଲ ବୋଲିଂ କରୁଥିବା ଇଣ୍ଡିଜ୍ ଦ୍ରୁତ ବୋଲର ଓସାନେ ଥୋମାସ (୪-୧-୨୭-୦)ଙ୍କୁ ସମ୍ମାନ ଜଣାଇଥିଲେ ଉଭୟ। ହେଲେ ଅନ୍ୟ ସବୁ ବୋଲରଙ୍କୁ ନିଧୁର୍ମ ଛେଚିଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ଧାୱନ ମାତ୍ର ୭ ରନ୍ ପାଇଁ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ସେହିଭଳି ତୃତୀୟ ସ୍ଥାନକୁ ପଦୋନ୍ନତି ପାଇଥିବା ଋଷବ ପନ୍ତ (୫) ପୂରା ବିଫଳ ହୋଇଥିଲେ। ହେଲେ ରୋହିତ ଆଦୌ ଥମି ନଥିଲେ। ଧାୱନ, ପନ୍ତ ହାତଛାଡ଼ିବା ପରେ ଲୋକେଶ ରାହୁଲ (୨୬ଞ୍ଚ, ୧୪ ବଲ୍, ୨ ଚୌକା, ୧ ଛକା)ଙ୍କୁ ଧରି ଭାରତର ରନ୍ ଗତିକୁ ବଢ଼ାଇ ଚାଲିଥିଲେ। ତାଙ୍କ ଉଗ୍ର ରୂପ ପାଇଁ ଭାରତ ଶେଷ ୧୦ ଓଭରରେ ୧୧୨ ରନ୍ ଅମଳ କରିଥିଲା। ୧୯୬ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଇଣ୍ଡିଜ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ମ୍ୟାଚ୍ ହାତଛଡ଼ା କରିଥିଲା। ଡାରେନ୍ ବ୍ରାଭୋ କରିଥିବା ୨୩ ରନ୍ ଏହି ଦଳର ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା। ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲେ। ମଙ୍ଗଳବାର ଭାରତର ୫୨ତମ ଅନ୍ତର୍ଜାତୀୟ ଷ୍ଟାଡିୟମ ହୋଇଥିବା ଲକ୍ଷ୍ନୌର ବାଜପେୟୀ ଷ୍ଟାଡିୟମ ରୋହିତଙ୍କ ପାଇଁ ସବୁଦିନ ପାଇଁ ସ୍ମରଣୀୟ ହୋଇ ଯାଇଥିଲା।
OSCAR-2019
ପାଲିକେଲ୍ ତୃତୀୟ ଟେଷ୍ଟରେ ଭାରତ ଇନିଂସ୍ ଓ ୧୭୧ରନ୍ରେ ବିଜୟୀ ହୋଇଛି । ଫଳରେ ୧୯୩୨ରୁ ଟେଷ୍ଟରେ ପଦାର୍ପଣ କରିଥିବା ଭାରତ ଦୀର୍ଘ ୮୫ ବର୍ଷ ପରେ ବିଦେଶରେ ଏକ ପୂର୍ଣ୍ଣ ସଂଖ୍ୟକ ଟେଷ୍ଟ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଛି । ଏହାପୂର୍ବରୁ ଭାରତ ୨୦୦୪ରେ ବାଂଲାଦେଶ ଓ ୨୦୦୫ରେ ଜିମ୍ବାୱେକୁ ମୂଳପୋଛ କରିଥିଲା । କିନ୍ତୁ ଏହା ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଥିଲା । ବିରାଔ କୋହଲି ଟେଷ୍ଟ କ୍ରିକେଟର ୮୫ ବର୍ଷର ଇତିହାସରେ ପ୍ରଥମ ଅଧିନାୟକ ଭାବେ ଭାରତକୁ ପ୍ରଥମ ଥର ପାଇଁ ଏଭଳି ବିଜୟ ଦେଇଛନ୍ତି । ଏତଦଭିନ୍ନ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇ ସବୁଠାରୁ ଅଧିକ ଟେଷ୍ଟ ଜିତିଥିବା ଅଧିନାୟକ ପାଲଟିଛନ୍ତି । ଏହି ବିଜୟ ସହ କୋହଲି ଅଧିନାୟକ ଭାବେ ବିଦେଶରେ ୭ଟି ଟେଷ୍ଟ ମ୍ୟାଚ୍ ଜିତିଛନ୍ତି । ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାଁରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ରହିଛି । ପାଲିକେଲ୍ ଟେଷ୍ଟରେ ଭାରତ ପ୍ରଥମ ପାଳିରେ ୪୮୭ରନ୍ ସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୧୩୫ରନ୍ରେ ଅଲଆଉଟ୍ ହୋଇ ଫଲୋଅନ ଖାଇଥିଲା । ଦ୍ୱିତୀୟ ପାଳିରେ ମଧ୍ୟ ଶ୍ରୀଲଙ୍କା ବିପର୍ଯ୍ୟୟା ସମ୍ମୁଖୀନ ହୋଇ ୧୮୧ରନ୍ରେ ଅଲଆଉଟ୍ ହୋଇଥିଲା । ଯଦ୍ୱାରା ଇନିଂସ୍ ଓ ୧୭୧ରନ୍ ବ୍ୟବଧାନରେ ଭାରତ ୩ ମ୍ୟାଚ୍ ବିଶିଷ୍ଟି ସିରିଜ୍କୁ ୩-୦ରେ କ୍ଲିନ୍ ସୁଇପ୍ କରିନେଇଛି । ପ୍ରଥମ ପାଳିରେ ଓପନର ଶିଖର ଧାୱନ୍ ୧୧୯ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୦୮ରନ୍ର ଶତକୀୟ ପାଳି ଖେଳିଥିବା ବେଳେ ଦ୍ୱିତୀୟ ପାଳିରେ ରବି ଚନ୍ଦ୍ରନ ଅଶ୍ୱିନ ୪ଟି ଓ ମହମ୍ମଦ ସାମି ୩ଟି, ଉମେଶ ଯାଦବ ୨ଟି ଏବଂ ଚାଇନା ମ୍ୟାନ୍ ସ୍ପିନର କୂଳଦୀପ ଯାଦବ ଗୋଟିଏ ୱିକେଟ୍ ସଫଳତା ପାଇଥିଲେ । ହାର୍ଦ୍ଦିପ ପାଣ୍ଡ୍ୟାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ଏବଂ ଶିଖର ଧାୱନଙ୍କୁ ପ୍ଲେୟାର ଅଫ ଦି ସିରିଜ୍ ବିବେଚିତ କରାଯାଇଛି । ଆସନ୍ତା ୨୦ରୁ ଉଭୟ ଦଳ ମଧ୍ୟ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ ।
OSCAR-2019
କେନ୍ଦ୍ରାପଡା୨୨/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ହନୁମାନ ମନ୍ଦିରରେ ବାବାଜୀ ଚେତନାନନ୍ଦ ଦାସ ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀରାମଚରିତମାନସ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞର ଶୁଭାରମ୍ଭ ହୋଇଛି ।ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ଦିର ପକ୍ଷରୁ ଜଣାପଡିଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ପୂଜ୍ୟ ରାଘବ ଦାସ ମହାରାଜ ପ୍ରବକ୍ତା ଭାବେ ଯୋଗଦେଇଥିବା ବେଳେ ପରବର୍ତ୍ତୀ ଦବସ ଗୁଡିକରେ ମଙ୍ଗଳ ଦାସ ମହାରାଜ,ପଣ୍ଡିତ ହୃଷିକେଶ ରଥ,ବାବାଜୀ ସତ୍ୟାନନ୍ଦ ଦାସ ଓ ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ ଦାସ ମହାରାଜ ପ୍ରବକ୍ତା ଭାବେ ଯୋଗ ଦେବାର କାର୍ଯ୍ୟସୂଚି ରହିଛି । ଏଥି ସହିତ ଆସନ୍ତା ଅପ୍ରେଲ ୧୪ତାରିଖ ମହାବିଷୁବ ସଙ୍କ୍ରାନ୍ତିରେ ହନୁମାନ ଜୟନ୍ତୀ ମହାସମାରୋହରେ ପାଳନ କରାଯିବ । ତେଣୁ ଏହି ପାରାୟଣ,ପ୍ରବଚନ ଜ୍ଞାନଯଜ୍ଞ ଓ ହନୁମାନ ଜୟନ୍ତୀ ଉସôବରେ ବହୁ ସଂଖ୍ୟାରେ ଭକ୍ତ ଏବଂ ଶ୍ରଦ୍ଧାଳୁ ଯୋଗଦେଇ ଭଗବତ କୃପା ଲାଭ କରିବାକୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।
OSCAR-2019
ତାଳଚେର, ୧୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଓଡ଼ିଶା ସରକାରଙ୍କ ସୈାଜନ୍ୟରେ ତଥା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ସହଯୋଗରେ ତାଳଚେର ତହସିଲରେ ରାଜ୍ୟ ସରକାରଙ୍କର ଥ୍ରୀ ଟି ସିଷ୍ଟମର କାର୍ଯ୍ୟକାରୀ ଉଦ୍ଦେଶ୍ୟରେ ଅନ୍ ଲାଇନ୍ ଖାରଜ ଦାଖଲ(ମ୍ୟୁଟେସନ ଦାଖଲ) ପ୍ରକ୍ରିୟା ଗୁରୁବାର ମଧ୍ୟାହ୍ନ ୧୨.୩୦ମିନିଟ୍ ରେ ଶୁଭାରମ୍ଭ କରାଯାଇଛି। ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ରର ବୈଷୟିକ ନିର୍ଦେଶକ ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ରର ଅଧିକାରୀ ସୁବ୍ରତ କୁମାର ଚାଟାର୍ଜୀ ଏବଂ ତାଳଚେର ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧାନ ଆନୁଷ୍ଠାନିକ ଭାବେ ଏହି ଅନ୍ ଲାଇନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି ବ୍ୟବସ୍ଥା ଦ୍ୱାରା ଏବେ ଜନସାଧାରଣ ସିଧାସଳଖ ଅନ୍ ଲାଇନ୍ ମାଧ୍ୟମରେ ଜମିଜମାର ପଟ୍ଟା ପାଇବା ନିମନ୍ତେ ଆବେଦନ କରିପାରିବେ ତତ୍ ସହିତ ଧାର୍ଯ୍ୟ ସମୟସୀମା ମଧ୍ୟରେ ଅନ୍ ଲାଇନ୍ ଖାରଜ ଦାଖଲ କରିପାରିବେ। ଏବେ ଜମିଜମା ସମ୍ବନ୍ଧୀୟ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବ ବୋଲି ତହସିଲଦାର ଶ୍ରୀ ପ୍ରଧାନ ଓ ଶ୍ରୀ ଚାଟାର୍ଜୀ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଦେବଦତ ସାହୁ, ଅତିରିକ୍ତ ତହସିଲଦାର ରତନ କୁମାର ଆଚାର୍ଯ୍ୟ, ଓ.ଏ.ଏସ୍.(ପ୍ରୋବେସନ)ଶ୍ୱେତା ସ୍ନିଗ୍ଧା, ଏଲିଜା ମିଶ୍ର, ସହକାରୀ ଜିଲ୍ଲାପାଳ ରଶ୍ମିତା ନାଥ, ଗୈାରୀ ନାଏକ, ସୁବାସ ଚନ୍ଦ୍ର ପ୍ରଧାନ, ତହସିଲ କର୍ମଚାରୀ ମନୋଜ କୁମାର ବିଶ୍ୱାଳ, ଶ୍ରୀକାନ୍ତ ସାହୁ, ଅନିଲ କୁମାର ଦାସ, ସଞ୍ଜୟ ସର, ଉମେଶ ବେହେରା, ସଦାଶିବ ଜେନା, ସମସ୍ତ ରାଜସ୍ୱ ନିରୀକ୍ଷକ, ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ଦିବସରେ ଗୁରୁବାର ଦିନ କୈାଶଲ୍ୟା ସାହୁ, ପ୍ରଫୁଲ୍ଲ ବାରିକ, ମେନକା ସିଂ, ଅଜିତ ବେହେରା, ସଞ୍ଜିବ ପ୍ରଧାନ, ଅଜୟ କୁମାର ତିୱାରୀ ପ୍ରମୁଖଙ୍କୁ ଅନ୍ ଲାଇନ୍ ମାଧ୍ୟମରେ ଖାରଜ ଦାଖଲ ପ୍ରକ୍ରିୟାର ପ୍ରାପ୍ତି ସ୍ୱୀକାର ପ୍ରଦାନ କରାଯାଇଥିଲା।
OSCAR-2019
ପୋଲସରା ୨୭-୬ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ଵାଇଁ) ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତର ଧୋୟାକଣା ଗ୍ରାମର ନୂଆବନ୍ଦ ପୁନରୁଦ୍ଧାର କରିବାପାଇଁ ୫ଲକ୍ଷ ଟଙ୍କା ତା ୧୭/୦୨/୨୦୧୮ ରିଖରେ ବରାଦ ହୋଇଥିଲା।ସେଠାରେ କୌଣସି କାର୍ଯ୍ୟ ଏଯାବତ କରାଯାଇନଥିବା ଏବଂ ପୋଖରୀରେ ପାଣି ଓ ଚତୁ ପାର୍ଶ୍ୱରେ ଗଛପତ୍ର ରହିଛି। କିନ୍ତୁ ଉକ୍ତ ପୋଖରୀରେ କାମ କରାଯାଇଥିବା ଦର୍ଶାଇ ବର୍ତ୍ତମାନ ସୁଦ୍ଧା ତିନିଲକ୍ଷ ଦଶହଜାର ଦୁଇଶହ ଅଠାଅସି ଟଙ୍କା ଅର୍ଥ ବିଲ କରାଯାଇଥିବା ଅନଲାଇନ ସୂତ୍ରରୁ ଜଣା ପଡ଼ିଛି। ବର୍ତ୍ତମାନ କାର୍ଯ୍ୟ ଚାଲୁ ରହିଛି ବୋଲି ଦର୍ଶାଯାଇଛି। ସେଠାରେ କୌଣସି କାମ କରା ନଯାଇ ଫଲସ ବିଲ କରାଯାଇଥିବା ସମ୍ପୃକ୍ତ ଭାବେ ସନ୍ଦେହ କରାଯାଉଛି। କାର୍ଯ୍ୟ ଆରମ୍ଭ ତା ୨୮/୦୩/୨୦୧୮ ଠାରୁ ୨୪/୦୫/୨୦୧୮ ପର୍ଯ୍ୟନ୍ତ ହୋଇଥିବା ଦର୍ଶାଯାଇଛି। ଏଣୁ ଏହାର ନିରପେକ୍ଷ ତଦନ୍ତ କରି ଦୁର୍ନୀତିରେ ଥିବା ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସମରଜିତ ମହାନ୍ତି କହିଛନ୍ତି।
OSCAR-2019
ତାଳଚେର,୧୮/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ବ୍ଲକ ଘଂଟପଡ଼ା ଉଚ୍ଚ ବିଦ୍ୟାଳୟଠାରେ ଗ୍ଲୋବାଲ କୋଲ ଆଣ୍ଡ ମାଇନିଂ ପ୍ରା.ଲିଃ ସୈାଜନ୍ୟରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଚଳିତ ପଂଚାୟତର ଏକ ବର୍ଷ ପୂର୍ତୀ ଉପଲକ୍ଷେ ପ୍ରଥମ ଥର ପାଇଁ ଘଂଟପଡ଼ା ଗ୍ରାମ ପଂଚାୟତ ସରପଂଚ ମନୋଜ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆପୋଲ ହସପିଟାଲର ବିଶେଷଜ୍ଞ ଡ.ପଦ୍ମନାଭ ଦଳବେହେରା, ଡ.ଡି.ପି.ମହାପାତ୍ରଙ୍କ ସମେତ ମୋଟ ଆଠ ଜଣ ଡାକ୍ତର ଏହି ଶିବିରରେ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାସହ ମାଗଣାରେ ଔଷଧ ପ୍ରଦାନ କରିଥିଲେ । ମେଡିସିନ୍, ଅର୍ଥୋପେଡ଼ିକ,ପେଡ଼ିଆଟି୍ରକ, ଗାଇନିଂ,ଜେନେରାଲ ମେଡ଼ିସିନ,ଇସିଜି ଆଦି ବିଭାଗରେ ରୋଗୀମାନଙ୍କୁ ଚିକିତ୍ସା କରାଯାଇ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା । ଏହି ଶିବିରରେ ପ୍ରାୟ ୧ହଜାର ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆପୋଲ ଚିକିତ୍ସାଳୟର ଅନ୍ୟାନ୍ୟ ଟେକନିସିଆନ ଏବଂ କର୍ମଚାରୀମାନେ ଏହି ଶିବିରରେ ଉପସ୍ଥିତ ରୋଗୀଙ୍କୁ ସହଯୋଗ କରିଥିଲେ । ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଘଂଟପଡ଼ା ଗ୍ରାମ ପଂଚାୟତ ସରପଂଚ ମନୋଜ ବେହେରାଙ୍କ ଦ୍ୱାରା ପରିଚାଳିତ ଏହି ଶିବିରରେ ଘଂଟପଡ଼ା ଗ୍ରାମ ମୂଖିଆ ପ୍ରଭାକର ପ୍ରଧାନ,ଗ୍ଲୋବାଲ କୋଲ ଆଣ୍ଡ ମାଇନିଂ ପ୍ରା.ଲିଃ ପକ୍ଷରୁ ଚନ୍ଦ୍ରକାନ୍ତ ସାହୁ,ଯୋଗୀନାଥ ବେହେରା,ସରୋଜ ବେହେରା,ନିରଞ୍ଜନ ସାହୁ, ମନୋଜ ସାହୁ,ସମାଜସେବୀ କ୍ଷୀରୋଦ ସାହୁଙ୍କ ସମେତ ଯୁବ ଗୋଷ୍ଠୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
OSCAR-2019
ପର୍ଯ୍ୟଟନପ୍ରେମୀ ମାନଙ୍କ ପାଇଁ ସୁସମ୍ବାଦ । ଆଜିଠାରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଓ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କୁ ସ୍ଵାଗତ ଜଣାଉଛି । ଦୀର୍ଘଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳକୁ ରାସ୍ତା ବିଚ୍ଛିନ୍ନ ହେବାଫଳରେ ପର୍ଯ୍ୟଟକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଅଭୟାରଣ୍ୟ ବନ୍ଦ ଥିଲା । ପର୍ଯ୍ୟଟକମାନେ ଅଭୟାରଣ୍ୟର କୁମାରୀ ,ଗୁଡୁଗୁଡିଆ ,ରାମତୀର୍ଥ ଓ ଜାମୁଆଣି ସ୍ଥିତ ଅତିଥିଷାଳାରେ ରାତ୍ରିଯାପନ କରିପାରିବେ । ପର୍ଯ୍ୟଟକମାନେ ସକାଳ ୬ ଟାରୁ ୯ ଟା ମଧ୍ୟରେ ଯଶିପୁର କାଳିଆଣି ତନଖି ଫାଟକ ଦେଇ ଶିମିଳିପାଳ ଭିତରକୁ ପ୍ରବେଶ କରିବେ । ଅପରାହ୍ନ ୩ ଟା ପୂର୍ବରୁ ଯୋରନ୍ଦା, ବରେହୀପାଣି ଓ ୪ ଟା ପୂର୍ବରୁ ଚହଲା ଜଳପ୍ରପାତ ଛାଡିବାକୁ ପରାମର୍ଶ ଦିଆଯାଇଛି । ଯଶିପୁର ପଟେ ସର୍ବାଧିକ ୩୫ଟି ଓ ଲୁଲଂ ପଟେ ସର୍ବାଧିକ ୨୫ଟି ଚାରି ଚକିଆ ଯାନ ପ୍ରବେଶ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି । ଯଶିପୁର କାଳିଆଣି ତନଖି ଫାଟକ ଓ ଲୁଲୁଙ୍ଗ ସ୍ଥିତ ପିଛାବଟା ଫାଟକରେ ପ୍ରଥମ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯିବ । ପ୍ରଥମ ଦିନରେ ଶିମିଳିପାଳ କର୍ତ୍ତୃପକ୍ଷ ପର୍ଯ୍ୟଟକ ମାନଙ୍କୁ ଫୁଲ ଦେଇ ସ୍ୱାଗତ କରିଛନ୍ତି। ଆସାମ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ କିଛି ପର୍ଯ୍ୟଟକ ଆଜି ଆସିଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଯେଉଁମାନେ ବନ୍ୟଜନ୍ତୁ ଉପରେ ଗବେଷଣା କରୁଛନ୍ତି । ଶିମିଳିପାଳର ପ୍ରାକୃତିକ ପରିବେଶ ସହ ସୁଉଚ୍ଚ ଝରଣା ଏବଂ ତା ସାଙ୍ଗକୁ ବନ୍ୟଜନ୍ତୁଙ୍କୁ ଦେଖି ମଜା ନେଉଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟକମାନଙ୍କ ଭ୍ରମଣ ସୁଖପ୍ରଦ ହେଉ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ବନବିଭାଗ ପକ୍ଷରୁ ଶୁଭେଚ୍ଛା ଦିଆଯିବାର ଆୟୋଜନ ହୋଇଛି । ପର୍ଯ୍ୟଟକମାନେ ରାତ୍ରିଯାପନ ପାଇଁ www.ecotourodisha.com ରେ ଆଗୁଆ ସଂରକ୍ଷଣ କରିପାରିବା ନେଇ ସୂଚନା ଦିଆଯାଇଛି ।
OSCAR-2019
ସାଧାରଣତଃ ଲୋକେ ସୋସିଆଲ ମିଡିଆର ବ୍ୟବହାର ମନୋରଂଜ, ବନ୍ଧୁ ପରିଜନଙ୍କ ସହ ଚାର୍ଟିଂ ତଥା ମନର ଭାବକୁ ବ୍ୟକ୍ତ କରିବାର ମାଧ୍ୟମ ଭାବେ ଚୟନ କରିଥାନ୍ତି । ହେଲେ ବର୍ତ୍ତମାନ ଏହି ସୋସିଆଲ ମିଡିଆ ଆପଣଙ୍କର ଜୀବନ ମଧ୍ୟ ବଂଚାଇପାରିବ । ଆଜ୍ଞା ହଁ ! ଏନିଡିଆରଏଫ ଅର୍ଥାତ୍ ନ୍ୟାସନାଲ ଡିଜାଷ୍ଟର ରିଲିଫ୍ ଫୋର୍ସ ତରଫରୁ ଲୋକମାନଙ୍କର ଜୀବନ ବଂଚାଇବାକୁ ଦେଶରେ ନିଜ ଭଳି ଏକ ନିଆରା ପଦକ୍ଷେପ ନେଇଛି । ଯେଉଁଥିରେ ଦୁର୍ଘଟଣା ସମୟରେ ସୋସିଆଲ ମିଡିଆ ତଥା ଫେସବୁକ୍ ତିନୋଟି ଉପାୟରେ ସହଯୋଗ କରିବ । ତେବେ ପ୍ରଥମଟି ହେଉଛି Geographical targeted messaging । ଏଥିରେ ଦୁର୍ଘଟଣା ସମୟରେ କିମ୍ବା ପୂର୍ବରୁ କୌଣସି ଏକ ବିଶେଷ ଭୌଗୋଳିକ ସ୍ଥାନ ସଂପର୍କରେ ସୂଚିତ କରିବ । ଉଦାହରଣ ସ୍ୱରୂପ ଯଦି ନୂଆ ଦିଲ୍ଲୀରେ ଦୁର୍ଘଟଣା ଘଟେ ତେବେ ସେଠାକାର ଫେସବୁକ୍ ୟୁଜର୍ସଙ୍କୁ ହିଁ ଏନଡିଆରଏଫ ଦୁର୍ଘଟଣା ସଂପର୍କରେ ସୂଚିତ କରିବ । ଏହି କାମରେ ତାଙ୍କର ସହାୟତା ଏକ ବିଶେଷ ସଫ୍ଟୱୟାର କରିବ । ଯାହାକୁ ଫେସବୁକ୍ ସ୍ୱତନ୍ତ୍ର ରୂପରେ ଏନଡିଆରଏଫ ପାଇଁ ପ୍ରସ୍ତୁତ କରିଛି । ଦ୍ୱିତୀୟଟି ହେଲା, ଡିଜାଷ୍ଟର ଇନଫର୍ମମେସନ ଭଲେଂଟିୟର । ଏଥିରେ ଏନଡିଆରଏଫ ଏବଂ ଫେସବୁକ୍ ମିଳିତ ଭାବରେ ୨୦୦ ଭଲେଂଟିୟର ପ୍ରସ୍ତୁତ କରିଛି । ଯେଉଁମାନେ କି ଦୁର୍ଘଟଣା ର ସୂଚନା ଫେସବୁକ ୟୁଜର୍ସଙ୍କୁ ଦେବେ । ଏହାବ୍ୟତୀତ ଏମାନେ ବଂଚାଇବାର ତରିକା ମଧ୍ୟ ଜନତାଙ୍କୁ ଜଚ୍ଚାଇବେ । ସେହିପରି ତୃତୀୟ ଉପାୟଟି ହେଉଛି କମ୍ୟୁନିଟି ଆୱାରନେସ । ଫେସବୁକ୍ ଜରିଆରେ ଏନଡିଆରଏଫ ଲୋକଙ୍କୁ ଜଣାଇବ କି ଦୁର୍ଘଟଣାଟି ବାସ୍ତବରେ ଘଟିଛି କି ନୁହେଁ । ପୃଥକ ପୃଥକ ସ୍ଥାନରେ ସେଠିକାର ବିପଦ ତଥା ଦୁର୍ଘଟଣା ସଂପର୍କରେ ବି ଏହାଦ୍ୱାରା ଲୋକେ ସୂଚନା ଜାଣିପାରିବେ । ଏଠାରେ ଆମେ କହିରଖୁଛୁ କି, ବର୍ତ୍ତମାନ ପାଇଁ ଏହି ସୁବିଧା କେବଳ ଫେସବୁକ୍ ସହ ହୋଇପାରିଛି । ମାତ୍ର ଆଗାମୀ ଦିନମାନଙ୍କରେ ଏହି ସୁବିଧା ବାକି ସୋସିଆଲ ନେଟୱର୍କିଂ କଂପାନୀମାନଙ୍କ ସହିତ ଏନଡିଆରଏଫ ଚୁକ୍ତିନାମା କରିବାକୁ ଯୋଜନା କରିପାରେ । ଯାହାଦ୍ୱାରାକି ଦୁର୍ଘଟଣା ସମୟରେ ଲୋକଙ୍କୁ ତୁରନ୍ତ ବଂଚାଯାଇପାରିବ ।
OSCAR-2019
ବିଜେଡିରେ ଦୀର୍ଘ ବର୍ଷ ଧରି ଦଳରେ ରହିଥିଲେ ଦାମ। ଦଳ ଗଢିଥିବା ବିଜୁ ପଟ୍ଟନାୟକଙ୍କୁ ନେଇକି ଗୁଣଗାନ କରୁଥିଲେ। ଯେଉଁ ଯାଏଁ ଦଳରେ ବିଜୁ ନାଁ ଅଛି ସେ ପର୍ଯ୍ୟନ୍ତ ମୁଁ ଦଳରେ ରହିବି ବୋଲି ଦମ୍ଭର ସହ କହୁଥିଲେ ଦାମ। ମାତ୍ର ଆଜି ସେହି ଦଳରୁ ହିଁ ତାଙ୍କୁ ନିଲମ୍ବନ କରିଛନ୍ତି ବିଜୁଙ୍କ ପୁଅ ତଥା ସଭାପତି ନବୀନ ପଟ୍ଟନାୟକ। ପୂର୍ବରୁ ବ୍ରାହ୍ଣଣ ବିରୋଧୀ ମନ୍ତବ୍ୟ ଦେଇ କାରଣରୁ ଦାମଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିଲା। କେବଳ ଏତିକି ନୁହେଁ ତାଙ୍କୁ ଦଳର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ହଟାଯାଇଥିଲା। କିନ୍ତୁ କିଛି ଦିନ ହେବ ସରକାରଙ୍କ କଳା କାରନାମାର ପର୍ଦ୍ଦାଫାଶ କରିଥିଲେ ଦାମ। ଗୋଟିକ ପରେ ଗୋଟିଏ ଖୋଲି ଚାଲିଥିଲେ ମନ୍ତ୍ରୀଙ୍କ ପର୍ଦ୍ଦାଫାଶ। ଓମଫେଡ୍ ଦୁର୍ନିତୀ ଠାରୁ ଆରମ୍ଭ କରି ସମବାୟ ବ୍ୟାଙ୍କ ପର୍ଯ୍ୟନ୍ତ। ଚାରା ଘୋଟାଲାକୁ ନେଇ ମଧ୍ୟ ସେ ସରକାରଙ୍କ ବିରୋଧରେ କହିବାକୁ ଡରି ନଥିଲେ। ଯାହଫଳରେ ଶାସକ ଦଳ ବିଜେଡିର ଦୁର୍ନୀତିର ମୁଖା ଖୋଲିଥିଲା। ଦଳ ନାଁ ଖରାପ ହେଉଥିବା ଅଭିଯୋଗରେ ଦଳର ନେତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହୋଇଥିଲେ ତାଙ୍କ ନିର୍ବାଚନ ମଣ୍ଡଳିର ଶହଶହ ବିଜେଡି କର୍ମୀ। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲି ଦଳ ନବୀନଙ୍କୁ ଭେଟି ଦାମଙ୍କୁ ଦଳରୁ ବହିଷ୍କାର ପାଇଁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ସଂଧ୍ୟାରେ ଅଚାନକ ବିଜେଡି ପକ୍ଷରୁ ଏକ ପ୍ରେସ ଇସ୍ତାହାର ଜାରି ହୋଇଥିଲା। ଯେଉଁଥିଲେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ଉଲ୍ଲେଖ ରହିଛି। ଏହା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଦାମଙ୍କ ଭଳି ବରିଷ୍ଠ ନେତାଙ୍କୁ ଅଚାନକ ଦଳରୁ ବିଦା କରିବା ନାଁରେ ଗଡ ଫାଦର ଚର୍ଚ୍ଚା ହେଉଛି। ଦାମଙ୍କ ବହିଷ୍କାରରେ ଚର୍ଚ୍ଚା ଉଠିଛି ଗଡ ଫାଦରର। କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ ଆସିଛି। କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା ପାଣ୍ଡଆନ ଦାମଙ୍କ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ନାଁ ନେଇଛନ୍ତି। ଦାମଙ୍କ ବହିଷ୍କାର ପଛରେ ଗଡଫାଦର ତଥା ପାଣ୍ଡିୟାନଙ୍କ ଭୂମିକା ରହିଥିବା ସେ ପ୍ରକାଶ କରିଛନ୍ତି।
OSCAR-2019
ମା ଡାକ ଶୁଣିବା ହେଲା ସ୍ୱପ, ୫ଟି ଯାକ ଛୁଆ ମୁକ ବଧିର! ଲାଳନ ପାଳନ ଓ ଭବିଷ୍ୟତ ଚିନ୍ତାରେ କେରାପୁର ପଲାସା ଗାଁର ଲକ୍ଷ୍ମୀ ଖରା | Kanak News କନକ ବ୍ୟୁରୋ : ଘର ସଂସାର କରି ଖୁସିରେ ରହିବାପାଇଁ ସବୁ ଝିଅ ସ୍ୱପ୍ନ ଦେଖିଥାନ୍ତି । କୋରପୁଟ ଜିଲ୍ଳା ପୁଲସା ଗାଁର ଲକ୍ଷ୍ମୀ ମଧ୍ୟ ଦେଖିଥିଲେ କିଛି ଏଭଳି ସ୍ୱପ୍ନ । କିନ୍ତୁ ସବୁ କିଛି ଓଲଟା ହୋଇଗଲା । ବିବାହର ଗୋଟିଏ ବର୍ଷ ପରେ ଲକ୍ଷ୍ମୀଙ୍କ ଝିଅ ଟିଏ ହେଲା । କିନ୍ତୁ କିଛି ଦିନ ଗଲା ପରେ ଜାଣିବାକୁ ପାଇଲେ ଝିଅଟି ନା କହିପାରୁଛି ନା ଶୁଣିପାରୁଛି । ଏହା ପରେ ଏକ ସୁସ୍ଥ ସନ୍ତାନ ଆଶାରେ ଲକ୍ଷ୍ନୀଙ୍କର ୪ଟି ଝିଅ ଓ ଗୋଟିଏ ପୁଅ ଜନ୍ମ ହେଳା । କିନ୍ତୁ ବିଡମ୍ବନାର ବିଷୟ ସବୁ ଝିଅ ଓ ପୁୂଅ ହେଲେ ମୂୁକ ବଧିର । ୫ଟି ସନ୍ତାନର ଥାଇ ମଧ୍ୟ ଲକ୍ଷ୍ମୀ ଶୁଣିପାରୁନାହାନ୍ତି ମାଆର ଡାକ । ସୁସ୍ଥ ସନ୍ତାନ ପାଇବା ଆଶାରେ ଗୋଟିଏ ପରେ ଗୋଟିଏ ପରେ ୫ଟି ଯାକ ଛୁଆ ଜନ୍ମ ହେଲେ ମୁକ ବଧିର । ନା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି । ଏବେ ଭାଗ୍ୟକୁ ଆଦରି ପଡିରହିଛନ୍ତି କୋରାପୁଟ ପଲାସା ଗାଁର ଲକ୍ଷ୍ନୀ । ଅଭାବ ଅନଟନରେ ଚଳୁଥିବା ଏହି ପରିବାର ଗାଁରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭଲ ଘର ଖଣ୍ଡେ ନାହିଁ । ସରକାରୀ ସୁବିଧା ମଧ୍ୟ କିଛି ମିଳୁନାହିଁ । ଏହାରି ଭିତରେ କହିପାରୁନଥିବା କି ଶୁଣିନଥିବା ୫ ଟି ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଲକ୍ଷ୍ମୀ ।
OSCAR-2019
ସୁପରହିଟ୍ ସିନେମା ‘ଦଙ୍ଗଲ୍’ ଏବେ ରିଲିଜ୍ ହେବ ଚୀନରେ । ଆମିର୍ ଖାନ୍ ଓ ନିତେଶ୍ ତିୱାରୀ ଏହାର ପ୍ରମୋଶନ୍ ପାଇଁ ଚୀନ୍ ଯାଇଥିବା ଜଣାପଡିଛି । ତେବେ ସିନେମାଟି ଚୀନରେ ମେ ୫ ତାରିଖରେ ରିଲିଜ୍ ହେବାର ଜଣାପଡିଛି । ପୂର୍ବରୁ ମଧ୍ୟ ଆମିର୍ ସିନେମା ପିକେ, ଥ୍ରୀ ଇଡିଏଟସ୍, ଓ ଧୁମ୍ ଥ୍ରୀ ଚୀନର ବକ୍ସଅଫିସରେ ସଫଳତା ହାସଲ୍ କରିସାରିଛି । ଏବେ ସେଠାରେ ‘ଦଙ୍ଗଲ୍’ର ସଫଳତାକୁ ନେଇ ମଧ୍ୟ ଆଶା କରାଯାଉଛି । ଚୀନ୍ ଡିଷ୍ଟ୍ରିବ୍ୟୁଟରସମାନେ ଏହି ସିନେମାକୁ ସେଠାରେ ଭବ୍ୟ ଢଙ୍ଗରେ ରିଲିଜ୍ କରିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି ।
OSCAR-2019
ପାରଳାଖେମୁଣ୍ଡି,୨୫ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅର୍ଥନୀତି ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ “ପୋଭଟି ଇନ ଇଣ୍ଡିଆ: ଟ୍ରେଣ୍ଡ ଆଣ୍ଡ ପଲିସିସ” ଶୀର୍ଷକ ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମେ ଅର୍ଥନୀତି ବିଭାଗର ମୁଖ୍ୟ ଡ.ସୁନନ୍ଦା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ ଅର୍ଥନୈତିକ ଦୃଷ୍ଟିକୋଣରୁ ଭାରତର ଗରିବିକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଧ୍ୟାପକ ସଞ୍ଜୟ କୁମାର ମଲ୍ଲିକ ଅର୍ଥନୈତିକ ବ୍ୟବସ୍ଥାରେ ରହିଥିବା ବିଭିନ୍ନ ନିତିନିୟମକୁ ସଠିକ ଭାବେ ଅନୁକରଣ କରାଗଲେ ଏବଂ ଭାରତରେ ରହିଥିବା ଆର୍ଥିକ ସମସ୍ୟା ଦୁର ହେବ ଏବଂ ଗରିବି ସୁଚି ପରିବର୍ତ୍ତନ ହୋଇପାରିବ ବୋଲି କହିଥିଲେ । ସେହିପରି ସମସ୍ତ ଛାତ୍ରମାନେ ପାଠ ପଢା ସରିବାପରେ କେବଳ ନିଯୁକ୍ତି ଅପେକ୍ଷାରେ ନରହି ନିଜର ଜ୍ଞାନକୁ ବିଭିନ୍ନ ଉପାୟରେ ବ୍ୟବହାର କରି ସେମାନେ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରିବା ଉଚିତ ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ଆର୍ଥିକ ଅନାଟନ ଯୋଗୁ ଅନେକ ଛାତ୍ର/ଛାତ୍ରୀ ଅର୍ଥ ଉପାର୍ଜନ ପାଇଁ ନିଜକୁ ଭୁଲ ମାର୍ଗରେ ପରିଚାଳିତ କରୁଛନ୍ତି ଏପରି ଆଦୌ ସ୍ପୃହଣିୟ ନୁହଁ ବୋଲି ଆଲୋଚନାରେ କୁହାଯାଇଥିଲା । ସେହିପରି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟର ଦୁର୍ଗା ପ୍ରସାଦ ପାଢୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତରେ ଗରିବିର ସୁଚିକୁ ପରିବର୍ତ୍ତନ କରିବା ପାଇଁ ରହିଥିବା ବିଭିନ୍ନ ଅର୍ଥନୈତିକ ଦୃଷ୍ଟିକଣ ବା ନିତି ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡମ୍ବରୁଧର ଦାସ, ବିନାୟକ ପ୍ରଧାନ, ବ୍ରଜସୁନ୍ଦର ପାଣି, ବ୍ରଜବନ୍ଧୁ ନାୟକ, ରିତା ପାଇକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ନିଜ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସେମିନାର ସମ୍ପାଦକ ଡିଲେଶ୍ୱର ବିଶୋଇ, ଉପସମ୍ପାଦକ ଏଲ ଯୋଗି ଏବଂ ମୋନାର୍କ ମିଶାଲ ପ୍ରମୁଖ ସୁଚାରୁ ରୁପରେ ପରିଚାଳନା କରିଥିଲେ ।
OSCAR-2019
1 ଏଗୁଡ଼ିକ ନିହିମିୟାଙ୍କର ବାକ୍ୟ ଅଟେ। ନିହିମିୟା ହଖଲିୟର ପୁତ୍ର ଥିଲେ। ବିଂଶତିତମ ବର୍ଷର କି‌ଶ୍‌ଲେବ୍ ମାସରେ ମୁଁ ଶୂଶନର ରାଜଧାନୀରେ ଥିଲି। 2 ମୁଁ ଯେତେବେଳେ ଶୂଶନରେ ଥିଲି, ମୋର ଭାଇମାନଙ୍କ ମଧ୍ୟରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସେମାନଙ୍କୁ ବନ୍ଦୀତ୍ୱରୁ ଫେରି ଆସିଥିବା ଅବଶିଷ୍ଟ ଯିହୁଦୀୟମାନଙ୍କ ବିଷୟରେ ଓ ଯିରୁଶାଲମ ବିଷୟରେ ପଗ୍ଭରିଲି। 3 ସେତେବେଳେ ସେମାନେ ମୋତେ କହିଲେ, “ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ ସେହି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନରେ ଅଛନ୍ତି, କାରଣ ଯିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡ଼ି ଦିଆଯାଇଅଛି।” 4 ଯେତେବେଳେ ମୁଁ ସେମାନଙ୍କଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହେଲି। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି। 5 ତା’ପରେ ମୁଁ ଏହିପରି ପ୍ରାର୍ଥନା କଲି: “ହେ ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ତୁମ୍ଭେ ମହାନ ଓ ଶକ୍ତିଶାଳୀ ପରମେଶ୍ୱର ଅଟ। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ସବୁ ପାଳନ କରନ୍ତି, ତୁମ୍ଭେ ତୁମ୍ଭର ଚୁକ୍ତି ରକ୍ଷା କର ଓ ସେମାନଙ୍କ ପ୍ରତି ଅନୁରକ୍ତ ରୁହ। 6 “ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମୋର ପ୍ରାର୍ଥନା ପ୍ରତି ଧ୍ୟାନ ଦିଅ, ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇସ୍ରାଏଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧରେ କରିଥିବା ପାପ ଆମ୍ଭେ ସ୍ୱୀକାର କରିଅଛୁ। ଉଭୟ ମୁଁ ଓ ମୋର ପରିବାର ପାପ କରିଅଛୁ। 7 ଆମ୍ଭେ ଇସ୍ରାଏଲୀୟମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଭାବରେ ପାପ କରିଅଛୁ। ଆମ୍ଭେମାନେ ତୁମ୍ଭର ଆଜ୍ଞା, ବ୍ୟବସ୍ଥାଗୁଡ଼ିକ ଓ ବିଗ୍ଭର ପାଳନ କରୁ ନାହୁଁ, ଯାହା ତୁମ୍ଭର ଦାସ ମୋଶାଙ୍କ ମାଧ୍ୟମରେ ଆମ୍ଭକୁ ଦେଇଥିଲ। 8 “ତୁମ୍ଭେ ଯାହାସବୁ କହିଅଛ ତାହା ମନେ ପକାଇବା ପାଇଁ ମୁଁ ତୁମ୍ଭକୁ ପଗ୍ଭରୁଅଛି, ତୁମ୍ଭେ ଆଦେଶ କରିଅଛ ଏବଂ ତୁମ୍ଭର ଦାସ ମୋଶାଙ୍କୁ କହିଥିଲ, ‘ଯଦି ତୁମ୍ଭେମାନେ ପାପ କର, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା। 9 କିନ୍ତୁ ଯଦି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିବ ଓ ଆମ୍ଭ ଆଜ୍ଞା ପାଳନ କରି ଓ ଅଭ୍ୟାସ କରି ବାସ କରିବ, ତେବେ ଯଦିଓ ତୁମ୍ଭେମାନେ ଆକାଶର ପ୍ରାନ୍ତ ସୀମାରେ ନିର୍ବାସିତ ଥିଲେ ହେଁ, ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା।’ 10 “ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହା ପରାକ୍ରମ ଓ ଆପଣାର ବଳବାନ ହସ୍ତଦ୍ୱାରା ମୁକ୍ତ କରିଅଛ। 11 ହେ ସଦାପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବାରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।”
OSCAR-2019
ଏ ବର୍ଷ ହସ୍ତୀ ଦିବସର ପ୍ରମୁଖ ଆକର୍ଷଣ ଥିଲା ଦେଢ଼ ବର୍ଷର ହାତୀ ଶାବକ ‘ମାମା’। ସକାଳ ସାଢ଼େ ଆଠଟା ବେଳେ ନନ୍ଦନକାନନର ନିର୍ଦେଶକ ହରିଶଙ୍କର ଉପାଧ୍ୟାୟ ‘ମାମା’କୁ ଫଳ ଖୁଆଇ ହସ୍ତୀ ଦିବସର ଶୁଭାରମ୍ଭ କରିଥିଲେ। ଏଥର ହସ୍ତୀ ଦିବସରେ ଭାଗ ନେଇଥିବା ସମସ୍ତ ହାତୀଙ୍କୁ କଦଳୀ, ସେଓ, ଆଖୁ, ନଡ଼ିଆ ଓ ମକ୍କା ଆଦି ଖାଇବାକୁ ଦିଆ ଯାଇଥିଲା। ‘ମାମା’ ସମେତ ଏଥର ହସ୍ତୀ ଦିବସ ପାଳନରେ ଭାଗ ନେଇ ନେଇଥିଲେ ସମୁଦାୟ ୩ଟି ହାତୀ। ଅନ୍ୟ ଦୁହେଁ ହେଲେ ‘ପ୍ରେମା’ ଓ ‘ବାସନ୍ତୀ’। ‘ଈରା’, ସଉରୀ ଓ କମଳା ନାମକ ଅନ୍ୟ ୩ଟି ହାତୀଙ୍କ ମିଜାଜ୍‌ ଭଲ ନ ଥିବାରୁ ସେମାନଙ୍କୁ ହସ୍ତୀ ଦିବସରେ ସାମିଲ କରାଯାଇ ନାହିଁ ବୋଲି କୁହାଯାଉଛି। ଏ ବର୍ଷ ପ୍ରଥମ ଥର ପାଇଁ ହସ୍ତୀ ଦିବସରେ ଭାଗ ନେଇଥିବା ହାତୀମାନଙ୍କୁ ବେଶ କରାଯାଇ ନାହିଁ। ହାତୀମାନେ ସିଦାସାଦା ଜନ୍ତୁ ଓ ସେମାନେ ସଜ ହେବାକୁ ସୁଖମଣନ୍ତି ନାହିଁ ବୋଲି ପ୍ରକୃତିପ୍ରେମୀମାନେ ଅଭିଯୋଗ କରିଥିଲେ। ପୂର୍ବାହ୍ନ ୧୦ଟାରେ ଶେଷ ହୋଇଥିବା ଆଜିର ହସ୍ତୀ ଦିବସ ପାଳନ ଅବସରରେ ନନ୍ଦନକାନନ ପରିସରରେ ହାତୀ ସୁରକ୍ଷା ସମ୍ବନ୍ଧରେ କୁଇଜ୍‌ ଓ ସଚେତନତା ଉପରେ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ସ୍କୁଲ୍‌ପିଲା, ପ୍ରାଣୀ ଉଦ୍ୟାନର କର୍ମଚାରୀ ଓ ପର୍ଯ୍ୟଟକ ବସିଥିଲେ। ସ୍ଥାନୀୟ ଅଞ୍ଚଳର ହାଇସ୍କୁଲ୍‌ମାନଙ୍କରୁ ୫୦ ସରିକି ଛାତ୍ରଛାତ୍ରୀ କୁଇଜ୍‌ରେ ଭାଗ ନେଇଥିଲେ। ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ଚନ୍ଦକା ଅଭୟାରଣ୍ୟରେ ମଧ୍ୟ ହସ୍ତୀ ଦିବସ ପାଳନ କରାଯାଇଛି। ସେଠାରେ ନନ୍ଦ ଓ ଯଶୋଦାଙ୍କୁ ଫଳ ଖୁଆଯାଇ ଦିବସର ଶୁଭାରମ୍ଭ କରାଯାଇଥିଲା।
OSCAR-2019
ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ୍ ରିଷିଙ୍କ ମୃତୁ୍ୟ ଘଟଣାରେ ପ୍ରତିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ବାପୁଜୀ ନଗର ସ୍ଥିତ ବାସଭବନ ଉପରକୁ ଅଣ୍ଡା ମାଡ ହୋଇଛି । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ଅଣ୍ଡାମାଡ କରାଯାଇଛି । ସଂଗଠନର ୩ଜଣ ସଦସ୍ୟ ହାତରେ ପତାକା ଧରି ପ୍ରଥମେ ମେୟରଙ୍କ ବାସଭବନକୁ ଯାଇଥିଲେ । ପରେ ଗେଟ୍ ବାହାରୁ ବାସଭବନ ଭିତରକୁ ଅଣ୍ଡା ଫିଙ୍ଗି ଥିଲେ । ପ୍ରାୟ ୧୫ରୁ ୨୦ ମିନିଟ ଧରି ଏଭଳି ଅଣ୍ଡାମାଡ କରିଥିଲେ । ମେୟରଙ୍କ ଗିରଫ ଓ ଇସ୍ତଫା ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା । ଏହାସହ ତାଙ୍କ ବାସଭବନ ସମ୍ମୁଖରେ ମୋର୍ଚ୍ଚାର ସଦସ୍ୟମାନେ ବିଜେପି ପତାକା ପୋତି ଥିଲେ । ପାଖାପାଖି ୩ରୁ ୪ଜଣ ମୁହିଁରେ କଳା କପଡା ଗୁଡାଇ ୨ଟି ବାଇକରେ ମେୟରଙ୍କ ଘର ନିକଟକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ୨ଜଣ ଅଣ୍ଡା ଫିଙ୍ଗି ଥିବା ବେଳେ ଆନ୍ୟଜଣେ ଏହାର ସୁଟିଂ କରିଥିଲେ । କାଳେ ତାଙ୍କ ଗାଡିକୁ କେହି ଚିହ୍ନି ପାରିବେ, ସେ ନେଇ ଅଣ୍ଡା ମାଡ କରିବା ପରେ ସେମାନେ ତୁରନ୍ତ ସେଠାରୁ ପଳାଇ ଯାଇଥିଲେ । ଗତକାଲି ବିଜେପି ପକ୍ଷରୁ ଏନ୍ଏସି ଓ ପୌରାଞ୍ଚଳରେ ଦୁଇ ଘଣ୍ଟିଆ ଆନେ୍ଦାଳନ କରାଯାଇଥିଲା । ଆସନ୍ତାକାଲି ଦଳ ପକ୍ଷରୁ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଛି । ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି, ଭୁବନେଶ୍ୱର ମେୟର ଯେଉଁ ଯୌନ କେଳେଙ୍କାରୀ କରିଛନ୍ତି ତାହା ଉପରେ ଏକଳ ଜନ ଆକ୍ରୋଶ ପ୍ରତିଫଳନ ହୋଇଛି । ମେୟର ଅଧା ରାତିରେ ଥାନା ଆଗରେ ଲୋକମାନଙ୍କୁ ନେଇ ବିସିବାର କାରଣ କଣ? ମେୟର ଓ ବିଜୁ ଜନତା ଦଳ ବିରୋଧରେ ଜନ ଆକ୍ରୋଶ ବଢ଼ିଛି । ବିଜେପି ଯୁବ ମୋର୍ଚ୍ଚା ନାଁରେ ମେୟରଙ୍କ ବାସଭବନ ଉପରକୁ ଅନ୍ୟ କେହି ଅଣ୍ଡାମାଡ କରିଛନ୍ତି । ଏହା ଆମ ଯୋଜନା ଭିତ୍ତିକ କାମ ନୁହେଁ । ବିଜେପି ପ୍ରତି ଲୋକଙ୍କ ଆସ୍ଥା ବଢ଼ିଛି ।
OSCAR-2019
ଭୁବନେଶ୍ୱର : ଏଣିକି ଚାଷୀ ନିଜ ଜ୍ଞାନକୌଶଳରେ ତିଆରି କରୁଥିବା କୃଷି ଯନ୍ତ୍ରପାତିକୁ ପ୍ରୋତ୍ସାହନ ମିଳିବ। ସେଥିମଧ୍ୟରୁ ଉନ୍ନତ ମାନର ତଥା ଅଭିନବ କୃଷି ଯନ୍ତ୍ରପାତି ତିଆରି ପାଇଁ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର। ରାଜ୍ୟସ୍ତରର ୧୧ଜଣ ଏବଂ ଜିଲ୍ଲା ସ୍ତରର ୯୦ଜଣ ଏହିରୂପେ ମୋଟ ୧୦୧ଜଣ ଚାଷୀଙ୍କୁ ପ୍ରତିବର୍ଷ ପୁରସ୍କାର ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ସଚିବାଳୟରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଶୁଭାରମ୍ଭ କରିଛନ୍ତି। କୃଷି ଯନ୍ତ୍ରପାତି ସମ୍ମାନ ବାବଦରେ ରାଜ୍ୟସ୍ତରୀୟ ୩ଟି ପ୍ରଥମ ପୁରସ୍କାର ପାଇଁ ୨ ଲକ୍ଷ ଟଙ୍କା, ୩ଟି ଦ୍ୱିତୀୟ ପୁରସ୍କାର ନିମନ୍ତେ ୧.୫୦ ଲକ୍ଷ ଟଙ୍କା ଓ ୩ଟି ତୃତୀୟ ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଜିଲ୍ଲାସ୍ତରରେ ୯୦ଜଣ ଚାଷୀଙ୍କୁ ପୁରସ୍କାର ବାବଦରେ ୧୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ଏହା କୃଷିର ଉନ୍ନତି ପାଇଁ ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ। ସେହିପରି ରାଜ୍ୟରେ କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ଓ ରିହାତି ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ଵିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃୃଷି ଉଦ୍ୟୋଗ ଯୋଜନାର ଆରମ୍ଭ କରିଛନ୍ତି କୃଷି ମନ୍ତ୍ରୀ ଶ୍ରୀ ମହାରଥୀ। ଏହି ଯୋଜନାକୁ ସଂପୂର୍ଣ୍ଣ ଅନ୍‌ଲାଇନ, ସହଜ, ସମୟାନୁମୋଦିତ, ସ୍ୱଚ୍ଛ ଓ ଉଦ୍ୟୋଗୀ ଉପଯୋଗୀ କରିବା ପାଇଁ ଏକ େଓ୍ଵବ୍‌ ପୋର୍ଟାଲ୍‌ apicol.nic.in ଓ ମୋବାଇଲ୍‌ ଆପ୍‌କୁ ମଧ୍ୟ ମନ୍ତ୍ରୀ ଆରମ୍ଭ କରିଛନ୍ତି। ଏହା ଫଳରେ ଜଣେ ଉଦ୍ୟୋଗୀ ମୋବାଇଲ୍‌ ଆପ୍‌ ଯୋଗେ କୃଷି ଉଦ୍ୟୋଗ ସ୍ଥାପନ ପାଇଁ ଆବେଦନ କରିପାରିବେ। କେବଳ କୃଷି କ୍ଷେତ୍ର ନୁହେଁ, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ପ୍ରାଣୀସଂପଦ ବିକାଶ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ରାଜ୍ୟର ଉତ୍ସାହୀ ଉଦ୍ୟୋଗୀମାନେ ଉଦ୍ୟୋଗ ସ୍ଥାପନ କରିପାରିବେ। ଏଥିପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ। କୃଷିଭିତ୍ତିକ ଉଦ୍ୟୋଗଗୁଡ଼ିକ ଜରିଆରେ ଚାଷୀଙ୍କ ରୋଜଗାର ବୃଦ୍ଧି ଘଟିବା ସହିତ କୃଷି କ୍ଷେତ୍ରରେ ନୂଆ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ଆଶାପ୍ରକାଶ କରିଛନ୍ତି।
OSCAR-2019
ଶ୍ରୀହରିକୋଟା: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋ ଇତିହାସ ରଚିଛି । ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କ୍ଷେପଣାସ୍ତ୍ର ଘାଟିରୁ ଏକକାଳୀନ ୧୦୪ଟି ଉପଗ୍ରହ ଉତକ୍ଷେପଣ କରି ଭାରତ ଏହି ବିଶ୍ୱରେକର୍ଡ କରିଛି । ଏପର୍ଯ୍ୟନ୍ତ କୌଣିସ ରାଷ୍ଟ୍ର ଏକକାଳୀନ ଏତେ ମାତ୍ରାରେ ଉପଗ୍ରହ ଉତକ୍ଷେପଣ କରିନାହାନ୍ତି । ୨୦୧୪ରେ ଋଷ ସର୍ବାଧିକ ୩୭ଟି ଉପଗ୍ରହ ଉତକ୍ଷେପଣ କରି ରେକର୍ଡ କରିଥିଲା । ମାତ୍ର ଏହି ରେକର୍ଡକୁ ପଛରେ ପକାଇ ଦେଇଛି ଭାରତ । ଆଜି ସକାଳ ୯ଟା ୨୮ ମିନିଟ୍ରେ ଉପଗ୍ରହ ଗୁଡିକୁ ଉତକ୍ଷେପଣ କରାଯାଇଥିଲା । ପିଏସଏଲଭିସି ୩୭ ସାହାର୍ଯ୍ୟରେ ଶ୍ରୀହରିକୋଟାର ସତିଶ ଧୱନ ସ୍ପେଶ ସେଣ୍ଟରର ଫାଷ୍ଟ ଲଞ୍ଚ ପ୍ୟାଡରୁ ଏହି ଉତକ୍ଷେପଣ କରାଯାଇଛି । ଏଥିରେ ଭାରତର ୩ଟି ଏବଂ ୧୦୧ଟି ବିଦେଶୀ ଉପଗ୍ରହ ରହିଛି । ଏହାମଧ୍ୟରେ ଆମେରିକାର ୯୬ଟି ଉପଗ୍ରହ, ଇଜରାୟଲ, ନେଦରଲାଣ୍ଡ, କାଜକିସ୍ତାନ, ସୁ୍ୟଜରଲ୍ୟାଣ୍ଡ ଏବଂ ୟୁଏଇର ଗୋଟିଏ ଲେଖାଏଁ ଉପଗ୍ରହ ସାମିଲ ରହିଛି । ଏହା କକ୍ଷରେ ପହଞ୍ଚିବା ପାଇଁ ୨୯ ମିନିଟ୍ ସମୟ ଲାଗିଥିଲା । ଯେଉଁଥିରେ ୯ ମିନିଟ୍ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ । ଏକାଥରକେ ଏତେମାତ୍ରାରେ ଉପଗ୍ରହ ଛାଡିବାରେ ଉସ୍ରୋର ଏହା ତୃତୀୟ ପ୍ରୟାସ । ପୂର୍ବରୁ ୨୦୦୮ରେ ୧୦ଟି ଏବଂ ୨୦୧୫ରେ ଇସ୍ରୋ ଏକକାଳୀନ ୨୩ଟି ଉପଗ୍ରହକୁ ପଠାଇ ରେକର୍ଡ କରିଥିଲା । ଭାରତର ଏଭଳି ସଫଳତା ଦ୍ୱାରା ବିଶ୍ୱ ଉପଗ୍ରହ ବଜାରରେ ଆମ ଦେଶର ପରାକାଷ୍ଠା ବଢ଼ିଛି । ଏବେ ପର୍ଯ୍ୟନ୍ତ ଇସ୍ରୋ ଉପଗ୍ରହ ଉତକ୍ଷେପଣ ଦ୍ୱାରା ୬୦୦ କୋଟି ରୋଜଗାର କରିଛି । ତେବେ ଉସ୍ରୋର ଚେୟାରମ୍ୟାନ୍ ଏଏସ କିରଣ କୁମାର ଏହି ସଫଳ ଉତକ୍ଷେପଣ ପାଇଁ ପୁରା ଟିମକୁ ଶୁଭେଚ୍ଛା ଜଣାଇଥିଲେ । ଏତଦଭିନ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇସ୍ରୋକୁ ହୃଦୟରୁ ଶୁଭେଚ୍ଛା ଦେଇଛନ୍ତି । ଏହା ସହ ମୋଦି ଟ୍ୱିଟ୍ କରି ଭାରତ ବୈଜ୍ଞାନିକମାନଙ୍କୁ ସାଲୁ୍ୟଟ କରୁଥିବା କହିଛନ୍ତି ମୋଦି ।
OSCAR-2019
ବିଜ୍ଞାନକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ୧୯୮୦ ବେଳକୁ ସୃଜନିକାର ଜନ୍ମ ହୋଇଥିଲା। ସମୟ କ୍ରମେ ତାହା ବିଜ୍ଞାନ ଓ ଶିକ୍ଷା ଆଧାରିତ ଏକ ସାଧନକେନ୍ଦ୍ରର ରୂପ ନେଇଥିଲା। ବିଜ୍ଞାନର ଏକ ବ୍ୟାପକ ଏବଂ ଗଭୀର ଅନୁଭୁତି ଆଣିବାକୁ ଏହା ଚେଷ୍ଟା କରିଥିଲା। ଏସବୁର କେନ୍ଦ୍ରରେ ଥିଲା ବିଜ୍ଞାନ ତରଙ୍ଗ ପତ୍ରିକା ଯାହା ଶିକ୍ଷା, ବିଜ୍ଞାନ ଓ ସମାଜକୁ ଯୋଡ଼ିବା କାମ କରୁଥିଲା। ତିନୋଟି ପରୀକ୍ଷାମୂଳକ ସଂଖ୍ୟା ପରେ ୧୯୮୯ ମସିହାରୁ ଏହାର ନିୟମିତ ପ୍ରକାଶନ ଆରମ୍ଭ ହେଲା ଏବଂ ୧୭ ବର୍ଷ ଧରି ଚାଲିରହିଲା। ବିଜ୍ଞାନ ତରଙ୍ଗ ପ୍ରଥମେ ବର୍ଷକୁ ୧୦ଟି ସଂଖ୍ୟା ଓ ଖରାଛୁଟିରେ ଗୋଟିଏ ବହି ସ୍ୱତନ୍ତ୍ର ସଂଖ୍ୟା ଭାବରେ ପ୍ରକାଶ ପାଉଥିଲା। ପରେ ବର୍ଷକୁ ଛଅଟି ସଂଖ୍ୟା ଏବଂ ୩-୪ଟି ବହି ପ୍ରକାଶିତ ହେଲା। ହାତରେ କାମ କରିବା ପାଇଁ ବାଟ ଏବଂ ଶିକ୍ଷା, ବିଜ୍ଞାନ ଓ ବିକାଶ ଉପରେ କିଛି ଚିନ୍ତା ଉଦ୍ରେକକାରୀ ବିଷୟକୁ ନେଇ ବହିଗୁଡ଼ିକ ପ୍ରସ୍ତୁତ କରାଯାଉଥିଲା। ବିଜ୍ଞାନ ତରଙ୍ଗ ଓ ସୃଜନିକାର ଅନ୍ୟ ପ୍ରକାଶନଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଜ୍ଞାନକୁ ଉଦ୍ଦୀପନାମୂଳକ ଅନୁଭବର ରୂପଦେବା ଏବଂ ମଣିଷର ଜନ୍ମଗତ ଅନୁସନ୍ଧିତ୍ସା ତଥା ସୃଜନଶୀଳତାକୁ ଆଗେଇନେବା। ଏଥିପାଇଁ ମାଧ୍ୟମ ଥିଲା ପତ୍ରିକା ଓ ବହି, ଶିବିର ଓ କର୍ମଶାଳା ଏବଂ ଆଲୋଚନା। ରୂପାୟନର ଧାରାଥିଲା ସହଜରେ ମିଳୁଥିବା ଜିନିଷକୁ ନେଇ ସରଳ ଓ ମଜାଳିଆ ବିଭିନ୍ନ ପରଖ। ତଳ ସୂଚୀ ସାହାଯ୍ୟରେ ସୃଜନିକାର ପ୍ରକାଶନଗୁଡ଼ିକୁ ଦେଖିହେବ। ଚିତ୍ର ତଳେ ଥିବା ପ୍ରିଭିଉ ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍‌ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ।
OSCAR-2019
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୩ (ଖବର ଓଡ଼ିଶା): ସୁପ୍ରିମକୋର୍ଟ ଗତ ବର୍ଷ ମେ’ମାସ ୧୫ରେ ରୋଡରେଜ ମାମଲାରେ କେବଳ ପିଟାମରା କରିବାକୁ ଦୋଷୀ ସାବ୍ୟସ୍ତ କରି ଏକ ହଜାର ଟଙ୍କା ଜରିମାନା ଲଗାଇଥିଲେ । ପିଟାମରା (ଧାରା ୩୨୩)ରେ ଅତି କମରେ ଏକ ବର୍ଷ ଜେଲ ଦଣ୍ଡ ଓ ଅଧିକ ଭାବରେ ୧୦୦୦ ଟଙ୍କା ଜରିମାନା ଦେବାର ବ୍ୟବସ୍ଥା ଅଛି । ସୁପ୍ରିମକୋର୍ଟ ପୁନଃବିଚାର ଆବେଦନକୁ କେବଳ ଜେଲଦଣ୍ଡ ଭିତରେ ସୀମିତ ରଖିଛନ୍ତି । ଏହି ଆଧ।।ରରେ ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ନବଜ୍ୟୋତ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡ ହୋଇପାରେ । ବିଚାରପତି ଜଷ୍ଟିସ ଜେ. ଚେଲମେଶ୍ୱର ଓ ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କୌଲେଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସିଦ୍ଧୁଙ୍କୁ ହତ୍ୟା ଅଭିଯୋଗରେ ଦୋଷମୁକ୍ତ କରି ଦେଇଥିଲେ । ଖଣ୍ଡପୀଠ ନିଜ ରାୟରେ କହିଥିଲେ ମାମଲା ୩୦ ବର୍ଷର ପୁରୁଣା । ସିଦ୍ଧୁଙ୍କ ମୃତ ଗୁରନାମ ସିଂହ କୌଣସି ପୁରୁଣା ଶତ୍ରୁ ନଥିଲେ । ଯେଉଁ ପରିସ୍ଥିତିରେ ଏହି ଘଟଣା ଦେଖିବାକୁ ମିଳିଥିଲା, ଏଥିରେ କୌଣସି ପ୍ରକାରର ଅସ୍ତ୍ରର ବ୍ୟବହାର ହୋଇ ନଥିଲା । ଆମେ ଭାବୁଛୁ ଯେ, ସିଦ୍ଧୁଙ୍କୁ ଏକ ହଜାର ଟଙ୍କା ଜରିମାନା ଦଣ୍ଡ ମିଳିବା ନ୍ୟାୟୋଚ୍ଚିତ ହେବ । ଏହି ଘଟଣାରେ ଅଭିଯୁକ୍ତ ରୂପିନ୍ଦର ସିଂହ ସନ୍ଧୁଙ୍କୁ ମଧ୍ୟ ନିର୍ଦ୍ଦୋଶ କରାଯାଇଥିଲା । ସିଦ୍ଧୁଙ୍କ ଉପରେ ଦୋଷ ଥିଲା ଯେ, ୧୯୮୮ ଡିସେମ୍ବର ୨୭ରେ ପଟିଆଲା ସଡ଼କରେ ୬୫ ବର୍ଷିଅ ଗୁରନାମ ସିଂହଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଏହାପରେ ସିଦ୍ଧୁ ଗୁରନାମ ସିଂହଙ୍କୁ ଏକ ଗୋଇଠା ମାରିଥିଲେ । ହସ୍ପିଟାଲରେ ବ୍ରେନ ହେମରେଜ ଯୋଗୁଁଙ୍କ ମୃତ୍ୟୁ ହୋଇଥିଲା । ନିମ୍ନ ଅଦାଲତ ସିଦ୍ଧୁଙ୍କୁ ଦୋଷମୁକ୍ତ କରି ଦେଇଥିଲେ କିନ୍ତୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟ ବିରୋଧରେ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ହାଇକୋର୍ଟ ସିଦ୍ଧୁଙ୍କୁ ୩ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ । ଫଳରେ ସିଦ୍ଧୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
OSCAR-2019
ଦିନକ ପରେ ଅମରନାଥ ଯାତ୍ରା: ୪୦,୦୦୦ ସୁରକ୍ଷା କର୍ମୀ ନିୟୋଜିତ, ସିଆରପିଏଫ୍‌ ଗଠନ କଲା ମୋଟରସାଇକେଲ୍‌ ସ୍କ୍ଵାର୍ଡ | Sambad ଜମ୍ମୁ: ଜୁନ୍‌ ୨୮ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ସାମିଲ୍‌ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି ଅଦ୍ଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ଦୀର୍ଘ ୨ ମାସ ଧରି ଚାଲିବାକୁ ଥିବା ଅମରନାଥ ଯାତ୍ରା ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ତୀର୍ଥଯାତ୍ରୀ ସାମିଲ୍‌ ହୋଇଥାଆନ୍ତି। ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ଥିବାରୁ ସିଆର୍‌ପିଏଫ୍‌ ପକ୍ଷରୁ ଏକ ମୋଟରସାଇକେଲ୍‌ ସ୍କ୍ଵାର୍ଡ ଗଠନ କରାଯାଇଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ ଦେଇ ସିିଆର୍‌ପିଏଫ୍‌ ଏହି ମୋଟରସାଇକେଲ୍‌ ସ୍କ୍ଵାର୍ଡ ଗଠନ କରିଛି। ଗୋଟିଏ ପଟେ ଏହି ସ୍କ୍ଵାର୍ଡ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ସହ ଅନ୍ୟପକ୍ଷରେ ଏକ ଆମ୍ବୁଲାନ୍ସ ଭଳି କାର୍ଯ୍ୟକରିବ ବୋଲି ସିଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି। ଏଥିସହ ଅମରନାଥ ଯାତ୍ରାରେ ସାମିଲ୍‌ ଥିବା ପ୍ରତିଟି ଗାଡ଼ିରେ ରେଡିଓ ପ୍ରିକୁଏନ୍ସି ଟ୍ୟାଗ୍‌ ଲଗାଯିବ। ଏହାଦ୍ୱାରା ଅମରନାଥଯାତ୍ରା ଲାଗି ପ୍ରତିଷ୍ଠିତ କଣ୍ଟ୍ରୋଲ୍‌ ରୁମ୍‌ରୁ ଗାଡ଼ିଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଇପାରିବ। ଯାତ୍ରାକୁ ସୁରକ୍ଷା ଯୋଗାଇବା ଲାଗି ଜମ୍ମୁ-କାଶ୍ମୀର ପୁଲିସ୍‌, ସିଆର୍‌ପିଏଫ୍‌,ଏନ୍‌ଡିଆର୍‌ଏଫ୍‌ ଏବଂ ସେନାର ୪୦,୦୦୦ ଯବାନ ଓ ଅଧିକାରୀ ନିୟୋଜିତ ହୋଇଛନ୍ତି। ଯାତ୍ରାର ସମୁଦାୟ ରାସ୍ତାକୁ ଜଗିବା ଲାଗି ୨୨,୫୦୦ ଅର୍ଧସାମରିକ ବଳର ଯବାନଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ଲାଗି ଏକ ମିଳିତ କଣ୍ଟ୍ରୋଲ୍‌ ରୁମ୍‌ ସ୍ଥାପନ କରାଯାଇଛି। ଯାତ୍ରାର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିବାବେଳେ ସ୍ଥାନେ ସ୍ଥାନେ ବୁଲ୍‌ଟ୍‌ ଗ୍ରୁଫ୍‌ ବଙ୍କରର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହ ବମ୍‌ ସ୍କ୍ଵାର୍ଡ, ଡଗ୍‌ ସ୍କ୍ଵାର୍ଡ ମଧ୍ୟ ସାମିଲ୍‌ ଅଛନ୍ତି। ଏଯାବତ୍‌ ଅମରନାଥ ଯାତ୍ରାରେ ଭାଗ ନେବା ଲାଗି ଦେଢ଼ ଲକ୍ଷ ଭକ୍ତ ନାମ ପଞ୍ଜିକୃତ କରିଥିବା ବେଳେ ଗତ ବର୍ଷ ୨ଲକ୍ଷ ୬୦ ହଜାର ତୀର୍ଥଯାତ୍ରୀ ଅଂଶଗ୍ରହଣ କରିଥିଲେ।
OSCAR-2019
ତିର୍ତ୍ତୋଲ ତା ୦୭/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ପଞ୍ଚାୟତରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସର ଏକ ବନ୍ଦୁମିଳନ ଉତ୍ସବ ନିର୍ବାଚନ ମଣ୍ଡଳୀ ସଭାପତି ବେଦଦ୍ୟୁତି ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସଭାପତି ଶୁକଦେବ ଦାସ, ପୂର୍ବତନ ସରପଞ୍ଚ ଦିପକ ମଲ୍ଲିକ, ସାଇ ପ୍ରଭଞ୍ଜନ ମହାପାତ୍ର, ପୂର୍ବତନ ଜିଲ୍ଲା ଛାତ୍ରକଂଗ୍ରେସର ସାଧାରଣ ସମ୍ପାଦକ ସରୋଜ କୁମାର ବାରିକ୍, ଜିଲ୍ଲାଛାତ୍ର କଂଗ୍ରେସ ଉପସଭାପତି ସଫି ଆଜମ, ସରୋଜ କୁମାର ଦାସ, ସଞ୍ଜିତ ନାୟକ, ବୁଧେଶ୍ୱର ବେହେରା, ଅଭୟ ଦାସ, ସନ୍ତୋଷ ସାହୁ, ପ୍ରଦୀପ୍ତ ବାରିକ୍, ଦେବାଶିଷ ଶର୍ମା, ବିମଳ ଦାସ, ଦେବାଶିଷ ନାୟକ, ଶୃଜନ ମଲ୍ଲିକ, ବୁଲୁ ମଲ୍ଲିକ୍, ଆଦିତ୍ୟ ନାୟକ, ରାଜେଶ ସ୍ୱାଇଁ, ରାକେଶ ଭୋଇ, ମନୋଜ ମଲ୍ଲିକ, ମାନସ ଦାସ, କେଦାର ମହାପାତ୍ର, ରବିନ୍ଦ୍ର ମଲ୍ଲିକ, ତୁଷାର କାନ୍ତ ଭୋଇ, ଜନ୍ମଜୟ ଜେନାଙ୍କ ସହିତ ବହୁ ଯୁବକଂଗ୍ରେସ କର୍ମୀ ଯୋଗଦେଇଥିଲେ। ଦଳୀୟ ଯୁବସଂଗଠନକୁ ତୃଣମୁଳସ୍ତରରେ ସୁଦୃଢ଼ କରିବାପାଇଁ ବୈଠକରେ ସ୍ଥିର କରିଥିଲେ।
OSCAR-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀମତୀ ଚନ୍ଦ୍ରେସ କୁମାରୀ କାଟୋଚ୍ ଙ୍କ ସହିତ ଟେଲିଫୋନ କେନ୍ଦ୍ରସରକାରଙ୍କ ଦ୍ଵାରା ଓଡିଆଭାଷାକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯିବା ନିଅମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିବଦ୍ଧ ଉଦ୍ୟମ ସହିତ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ଏବଂ
OSCAR-2019
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗ : ଜଷ୍ଟିସ ରଘୁବୀର ଦାଶ ତଦନ୍ତ କମିସନଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି | Sambad କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଚାରବିଭାଗୀୟ ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାଶ କମିସନ୍‌ଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି କରାଯାଇଛି। ଚାବି ହଜିବା ନେଇ ତଦନ୍ତ ଚାଲିଥିବା ବେଳେ କମିସନଙ୍କ ତିନି ମାସିଆ କାର୍ଯ୍ୟକାଳ ଆଜି ଶେଷ ହେଉଥିଲା। ଗତ ସପ୍ତାହରେ ଆଉ ତିନି ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କମିସନଙ୍କ ପକ୍ଷରୁ ଗୃହ ବିଭାଗକୁ ଚିଠି ଲେଖାଯାଇଥିଲା। ଏପରି ପରିସ୍ଥିତିରେ କମିସନଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି କରି ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ଘୋଷଣା କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ କମିସନଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୨୦୧୮, ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ କମିସନଙ୍କ କାର୍ଯ୍ୟକାଳ ୩ ମାସ ଧାର୍ଯ୍ୟ କରାଯାଇଥିଲା। କମିସନଙ୍କ ନିକଟରେ ରାଜ୍ୟ ଆଇନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ, ପୁରୀ ଟ୍ରେଜେରି ଅଫିସର, ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ବର୍ତ୍ତମାନର ଜିଲ୍ଲାପାଳ ଜେ.ପି.ଦାସ, ପୁରୀର ସମାଜସେବୀ ରାଜକୁମାର ମହାନ୍ତି ଓ ଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରମୁଖ ୧୦ଟି ସତ୍ୟପାଠ ଦାଖଲ କରିଛନ୍ତି। ସରକାରୀ ଅଧିକାରୀ ଦେଇଥିବା ସତ୍ୟପାଠ ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ମଧ୍ୟ କମିସନଙ୍କ ନିକଟରେ ଦାଖଲ ହୋଇଛି। ସତ୍ୟପାଠ ଗୁଡିକୁ ଅନୁଧ୍ୟାନ କରାଯାଉଛି ଓ ଖୁବ୍‌ ଶୀଘ୍ର ତଦନ୍ତ ସଂକ୍ରାନ୍ତରେ କମିସନ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖ ଦିନ କମିସନଙ୍କ ପରବର୍ତ୍ତୀ ବୈଠକ ବସିବ। ସେଥିରେ ସାକ୍ଷ୍ୟ ପ୍ରଦାନ ପ୍ରସଂଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷ ରଖିବ ବୋଲି ସୂଚନା ମିଳିଛି।
OSCAR-2019
ଭୂବନେଶ୍ଵର, ଏପ୍ରିଲ 5 (ଓଡିଶା ଡଟକମ) ରାଜ୍ୟର ପଶ୍ଚିମ ଓଡିଶା ସମେତ ବିଭିନ୍ନ ସ୍ଥାନରେ ରବିବାର ଗ୍ରୀଷ୍ମ ପ୍ରବାହ ଜାରିରହିଥିବା ବେଳେ ଶିଳ୍ପ ଏବଂ କୋଇଲାଖଣି ପାଇଁ ପରିଚିତ ତାଳଚେରରେ ଦିନର ସର୍ବାଧିକ ୪୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟ ଯେଉଁ ସହରରେ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେଗୁଡିକ ହେଲା ଭବାନୀପାଟଣା -୪୨.୨ ଡିଗ୍ରୀ, ଟିଟିଲାଗଡ-୪୨ ଡିଗ୍ରୀ, ବଲାଙ୍ଗିର ୪୧.୧ ଡିଗ୍ରୀ, ସମ୍ବଲପୁର ୪୧ ଡିଗ୍ରୀ, ମାଲକାନଗିରି ୪୦.୪ ଡିଗ୍ରୀ, ଓ ଅନଗୁଳ ୪୧.୭ ଡିଗ୍ରୀ । ଯଦିଓ ଆସନ୍ତା ଦୁଇ ଦିନ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷ ହେବାର ସମ୍ଭାବନା ରହିଛି, ରାଜ୍ୟର ଅନ୍ୟ ସ୍ଥାନରେ ପାଗ ଅ।ପ।ତତ ଶୁଖିଲା ରହିବା ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟ।ଳୟ ଏଠାରେ କହିଛି ।
OSCAR-2019
କନକ ବ୍ୟୁରୋ : ପୁରୀରେ କାର୍ତିକ ମାସ ତଥା ହବିଷ କରିବା ପାଇଁ ରାଜ୍ୟର ଅନେକ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥାଏ । ତେବେ ଏପରି ଭାବରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ସେମାନଙ୍କ ସମସ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ଏପରିକି ଆଶ୍ରୟସ୍ଥଳୀରେ ଅସୁସ୍ଥ ହବିଷ୍ୟାଳିଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଏବେ ବି ଖାଇବା ପାଇଁ କଲବଲ ହେଉଛନ୍ତି ହବିଷ୍ୟାଳି । ଦିନଯାକ ସେମାନଙ୍କୁ ଖାଡ଼ା ଉପବାସ ରହିବାକୁ ପଡ଼ୁଛି। ଖାଦ୍ୟପେୟରେ ଅହେତୁକ ବିଳମ୍ବ ଯୋଗୁ ଆଶ୍ରୟସ୍ଥଳୀରେ ରହିବାର ୧୦ ଦିନ ମଧ୍ୟରେ ଅସୁସ୍ଥ ହବିଷ୍ୟାଳିଙ୍କ ସଂଖ୍ୟା ୧୪୦ ଛୁଇଁଲାଣି। ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବଢ଼ିବା ସହ ପରିସ୍ଥିତି ଅଣାୟତ ହେବାରେ ଲାଗିଲାଣି। ତଥାପି ଏଥି ପ୍ରତି ପ୍ରଶାସନର ନିଘା ନାହିଁ। ଯେଉଁ ସଂଖ୍ୟାରେ ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଛି ସେହି ଅନୁସାରେ ହବିଷ୍ୟାଳିମାନେ ଆଶ୍ରୟସ୍ଥଳୀ ଛାଡ଼ି ଘରକୁ ଫେରି ଯାଉଛନ୍ତି। ମହାପ୍ରସାଦ ସେବନର ସମୟ ପରିବର୍ତନ ନକଲେ ଆଗକୁ ଏହି ସ୍ଥିତି ଯେ ସଙ୍ଗୀନ୍ ହୋଇପଡ଼ିବ ତାହା ଜଳଜଳ ହୋଇ ଦିଶୁଛି। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ହବିଷ୍ୟାଳିମାନଙ୍କ ରହିବା, ଖାଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ସହରର ଚାରିଟି ଆଶ୍ରୟସ୍ଥଳୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୬୦୦ରୁ ଅଧିକ ହବିଷ୍ୟାଳି ରହୁଛନ୍ତି। ଏମାନଙ୍କ ପାଇଁ ସବୁ ସୁବିଧା କରାଯାଇଥିଲେ ବି ଖାଇବାରେ ଅହେତୁକ ବିଳମ୍ବ ଯୋଗୁ ହବିଷ୍ୟାଳିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଉଛି। ହବିଷ୍ୟାଳିମାନେ ଓଳିକିଆ ଖାଉଥିବା ବେଳେ ଏମାନଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। କିନ୍ତୁ ଓଳିକିଆ ଖାଉଥିବା ହବିଷ୍ୟାଳିଙ୍କୁ ଦିନକୁ ଥରେ ମହାପ୍ରସାଦ ସେବନ ପାଇଁ ଦିଆଯାଉଥିବା ବେଳେ ଏହାକୁ ଦ୍ୱିପହର ବଦଳରେ ସଂଧ୍ୟାରେ ଦିଆଯାଉଛି। ହବିଷ୍ୟାଳିମାନେ ଖାଇବା ବେଳକୁ ସଂଧ୍ୟା ୬ରୁ ୭ଟା ସମୟ ହୋଇଯାଉଛି। ଖାଦ୍ୟ ସେବନରେ ଦୀର୍ଘ ସମୟ ବିଳମ୍ବ କାରଣରୁ ହବିଷ୍ୟାଳିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ସ୍ୱାଭାବିକ କଥା। ଯେଉଁଥି ପାଇଁ ଦୈନିକ ଝାଡ଼ାବାନ୍ତି, ମୁଣ୍ଡବିନ୍ଧା, ଗ୍ୟାସ୍ ଆଦିରେ ଆକ୍ରାନ୍ତ ହୋଇ ହବିଷ୍ୟାଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେଉଛନ୍ତି। ସରକାରୀ ତଥ୍ୟ ମୁତାବକ, ଆଜି ସୁଦ୍ଧା ୧୪୦ ଜଣ ହବିଷ୍ୟାଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେଲେଣି। ପ୍ରତ୍ୟହ ୧୦ରୁ ୨୦ ଜଣ ହବିଷ୍ୟାଳି ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତି ହେଉଥିବା ବେଳେ କିଛି ଆଶ୍ରୟସ୍ଥଳୀ ଛାଡ଼ିବା ଆରମ୍ଭ କରିଛନ୍ତି। ଏହା ଭିତରେ ୩୦ରୁ ଅଧିକ ହବିଷ୍ୟାଳି ଆଶ୍ରୟସ୍ଥଳୀ ଛାଡ଼ି ସାରିଥିବା ଜଣାଯାଇଛି। ତେବେ ପ୍ରଶାସନ ଚାହିଁଲେ ଏହାର ବିକଳ୍ପ ବ୍ୟବସ୍ଥା କରିପାରନ୍ତା। କାରଣ ପ୍ରଶାସନ ପ୍ରଥମ ଭୋଗମଣ୍ଡପ ବଦଳରେ ଦ୍ୱିତୀୟ ଭୋଗ ମଣ୍ଡପରେ ଉଠୁଥିବା ଅବଢ଼ା ହବିଷ୍ୟାଳିଙ୍କ ପାଇଁ ବରାଦ କରୁଛି। ପ୍ରଥମ ଭୋଗମଣ୍ଡପ ଅବଢ଼ା ଅପରାହ୍ଣ ଗୋଟାଏରୁ ୨ଟା ଭିତରେ ବାହାରୁଥିବା ବେଳେ ଦ୍ୱିତୀୟ ଭୋଗ ମଣ୍ଡପ ଅବଢ଼ା ବାହାରିବା ବେଳକୁ ସଂଧ୍ୟା ହୋଇଯାଉଛି। ଯଦି ହବିଷ୍ୟାଳିଙ୍କ ପାଇଁ ଆବଶ୍ୟକ ଅବଢ଼ା ପ୍ରଥମ ଭୋଗମଣ୍ଡପରୁ ବରାଦ ଦିଆଯାଆନ୍ତା ତେବେ ହବିଷ୍ୟାଳିଙ୍କ ଖାଇବାରେ ଆଉ ସମସ୍ୟା ଦେଖା ଦିଅନ୍ତାନି। ଅପରାହ୍ଣ ୨ରୁ ୩ଟା ଭିତରେ ହବିଷ୍ୟାଳିମାନେ ମହାପ୍ରସାଦ ସେବନ କରିପାରନ୍ତେ। କିନ୍ତୁ ଏଥିପ୍ରତି ନା ଶ୍ରୀମନ୍ଦିର ପ୍ରଶାସନ ନା ଜିଲ୍ଲା ପ୍ରଶାସନ କେହି ଗୁରୁତ୍ୱ ଦେଉନାହାନ୍ତି। ଯାହାର ପରିଣାମ ହବିଷ୍ୟାଳିଙ୍କୁ ଭୋଗିବାକୁ ପଡ଼ୁଛି। ଗଂଜେଇ ରଖିବା ଅଭିଯୋଗରେ ୧୦ ବର୍ଷର ଜେଲ୍ ଦଣ୍ଡ ବିତାଇବା ପରେ ଜଣେ ମହିଳାଙ୍କୁ ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ସମସ୍ତ ଅପରାଧରୁ ମୁକ୍ତ କଲେ । ଏନାବେଲ ଏନାଲିସ୍ତା ମାଲିବାଗୋ ନାମକ ଏହି ବିଦେଶୀ ମହିଳା ନିଜ ଦଣ୍ଡବିଧାନକୁ ଟାର୍ଗେଟ ଦେଇଥିଲେ । ହାଇକୋର୍ଟର ନିଷ୍ପତ୍ତି ପରେ ମହିଳାଙ୍କୁ ଆଶ୍ୱସ୍ତି ମିଳିଛି ସତ ହେଲେ ଏତେ ବିଳମ୍ବରେ ଯେ ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ଉପରେ ପୁଣି ପ୍ରଶ୍ନ ଉଠିଛି । ଏମିତି ବିଳମ୍ବ କାରଣରୁ ଖାଲି ଟାରେ ଆରୋପିଙ୍କୁ ଜେଲ୍ ରେ ଅନେକ ବର୍ଷ ବିତାଇବାକୁ ପଡେ । ସୂଚନାଯୋଗ୍ୟ, ଏନାବେଲଙ୍କୁ ୧୫ ଅକ୍ଟୋବର ୨୦୦୮ରେ ଗିରଫ କରାଯାଇଥିଲା । ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଟେଂଲିଜେନ୍ସ ର ଏକ ଟିମ୍ ସ୍ୱିଶ ଜେଟ୍ ର ଏକ ଫ୍ଲାଇଟ୍ ର ଚେକ୍-ଇନ୍ କାଉଣ୍ଟରରେ ତାଙ୍କୁ ଧରିଥିଲେ । ଅଭିଯୋଜନ ପକ୍ଷ ଏହା ଅଭିଯୋଗ କରିଥିଲେ କି, ଛାନଭିନରେ ତାଙ୍କ ଟ୍ରଲି ବ୍ୟାଗରୁ ୧.୨୪ କିଲୋ ଗଂଜେଇ ଜବତ ହୋଇଥିଲା । ରେକର୍ଡସ ମୁତାବକ, ଗିରଫ ପରେ ମହିଳାଙ୍କୁ ଟ୍ରାଏଲ ର ସାମନା କରିବାକୁ ପଡିଥିଲା, ଯେଉଁଥିରେ ସେ ୨୦୧୪ରେ ଦୋଷୀ ସାବ୍ୟସ୍ତ ହେଲେ ଓ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିଲା । ସେ ପର୍ଯ୍ୟନ୍ତ ସେ ଜେଲ୍ ରେ ୫ ବର୍ଷ ଓ ୫ ମାସ ସମୟ ବିତାଇ ସାରିଥିଲେ । ସେଇଠି ଏନାବେଲ ନିଜ ଓକିଲ ଜରିଆରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କଲେ । ଲିଖିତ ଅଭିଯୋଗ ଆଧାରରେ ତାଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟବାହୀ ଆରମ୍ଭ କରାଯାଇଥିଲା । ଯଦ୍ୱାରା ହାଇକୋର୍ଟ ତଳ ଅଦାଲତର ଫଇସଲାକୁ ବଦଳାଇଦେଲା । ଜଣାଇରଖୁଛୁ ଯେ, ଭାରତୀୟ ଅଦାଲତରେ କୋଟି କୋଟି ମାମଲା ପଡିରହିଥାଏ । ନିକଟରେ ସାମନାକୁ ଆସିଥିବା ଆକଳନ ମୁତାବକ ବିଚାରାଧିନ ମାମଲାର ସଂଖ୍ୟା ପାଖାପାଖି ୩.୩ କୋଟି । ଏହି କାରଣରୁ ବିଚାରାଧିନ ମାମଲାକୁ ଶେଷ କରିବା ପାଇଁ ନ୍ୟାୟପାଳିକାରେ କିଛି ପରିବର୍ତ୍ତନ ଦାବି କରାଯାଉଛି ।
OSCAR-2019
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ। ଜୁନ୍‌ ୨୯ତାରିଖ ଯାଏଁ ଚାଲିବାକୁ ଥିବା ଏହି ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ବିଷୟ ପାଇଁ ପରୀକ୍ଷାର୍ଥୀଙ୍କୁ ଧାର୍ଯ୍ୟ ସମୟଠୁ ଅତିରିକ୍ତ ୧୫ମିନିଟ୍‌ ଦିଆଯିବ। ମୋଟ୍‌ ୨୬ହଜାର ୬୪୩ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ନାମ ପଂଜୀକରଣ କରିଛନ୍ତି। ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଓଏମ୍‌ଆର୍‌(ସଂକ୍ଷିପ୍ତ ଉତ୍ତରମୂଳକ) ଓ ୧୦ଟାରୁ ସାଢ଼େ ୧୧ଟା ଯାଏଁ ଦୀର୍ଘ ଉତ୍ତରମୂଳକ ପରୀକ୍ଷା କରାଯିବ। ଆସନ୍ତାକାଲି ଶୁକ୍ରବାର ପ୍ରଥମ ଭାଷା ଓଡ଼ିଆ ହେବାକୁ ଥିବା ବେଳେ ୨୩ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୪ରେ ଭିଜୁଆଲ୍‌ ଆର୍ଟ, ୨୫ରେ ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ଶିଆ, ଭିଜୁଆଲ ଆର୍ଟ ଥିଓରି), ୨୬ରେ ତୃତୀୟ ଭାଷା ସଂସ୍କୃତ, ୨୭ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ଏବଂ ୨୯ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରାଜ୍ୟରେ ୧୦୦ଟି କେନ୍ଦ୍ର ଚୟନ ହୋଇଛି। ଗଲା ୧୭ତାରିଖରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା କେନ୍ଦ୍ରକୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୧ତାରିଖ ସଂଧ୍ୟା ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଥିବା ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ ଆରା ବେଗମ୍‌ ସୂଚନା ଦେଇଛନ୍ତି।
OSCAR-2019
ଭୁବନେଶ୍ୱର ୧୧-୧ (ଓଡ଼ିଆ ପୁଅ) ଅପ୍ରେଲ ୨୦୧୯ ସୁଦ୍ଧା ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଭାବରେ ବିକଶିତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ନଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବସ୍ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ, ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ୍ ଚଳାଚଳ କରିବା ସହିତ ସେଠାରେ ସିଟି ବସଷ୍ଟାଣ୍ଡ ମଧ୍ୟ କରାଯିବ। ଏହି ନୂତନ ବସ୍ ଟର୍ମିନାଲରେ ଫୁଡ଼୍ କୋଟ୍ ଠାରୁ ଆରମ୍ଭ କରି ୱାଇ ଫାଇ, ପାର୍କିଂ, ସୌର ଶକ୍ତି, ଏଲିଭେଟର ଓ ଏସ୍‌କାଲେଟର୍ ଆଦି ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଯାତ୍ରୀମାନେ ପାଇପାରିବେ। ବସ୍ ଗୁଡିକର ଆଗମନ ଓ ପ୍ରସ୍ଥାନ ସଂପର୍କୀୟ ସୂଚନା ସମେତ ଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ସମସ୍ତ ସୂଚନା ଇଲେକ୍‌ଟ୍ରୋନ୍ିକ ଫଳକ ମାଧ୍ୟମରେ ଉପଲବ୍ଧ ହେବ। ଦୂର ସ୍ଥାନକୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ରହଣି ସୁବିଧା ମଧ୍ୟ ମିଳିପାରିବ। ଏହି ନୂତନ ପ୍ରକଳ୍ପରେ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ବସ୍ ଟର୍ମିନାଲରେ ଟ୍ରାଫିକ ସମସ୍ୟା ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଇ ଯାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ, ତା ଉପରେ ଗୁରୁତ୍ବ ଦିଆଯିବ। ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ, ପରିବହନ ବିଭାଗର ପ୍ରମୁଖ ସଚିବ, ବିଡିଏର ଉପାଧ୍ୟକ୍ଷ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
OSCAR-2019
ନୂଆଦିଲ୍ଲୀ: ମୁମ୍ବାଇ ନରିମାନ୍‌ ପଏଣ୍ଟ୍‌ରେ ଥିବା ଏୟାର ଇଣ୍ଡିଆର ୨୩ ମହଲା ବିଶିଷ୍ଟ ମୁଖ୍ୟ କାର୍ଯ୍ୟାଳୟକୁ ସରକାର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଏହି କୋଠାକୁ ମୁମ୍ବାଇର ଜବାହାରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ (ଜେଏନ୍‌୍‌ପିଟି) ଖରିଦ କରିବ। ଏଥିପାଇଁ ଜେଏନ୍‌ପିଟି ସହିତ ଆଲୋଚନା ଆରମ୍ଭ ହୋଇଯାଇଛି। ସରକାର ଏକ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଛନ୍ତି ଯାହା ଏୟାର ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ ବିକ୍ରିର ଦେଖାଶୁଣା କରିବ। ଏହି ବିକ୍ରିରୁ ଯେଉଁ ଟଙ୍କା ମିଳିବ ତାହାକୁ ଏୟାର ଇଣ୍ଡିଆ ପାଇଁ ଖର୍ଚ କରାଯିବ।ଏହି କୋଠାର ନାମ ହେଉଛି ‘ଏୟାର ଇଣ୍ଡିଆ ବିଲ୍‌ଡିଂ’। ଏହାକୁ ବିକ୍ରି କରାଯିବା ପରେ ତାହାର ନାମ ପରିବର୍ତ୍ତନ କରାଯିବ ନାହିଁ। ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସରକାର ଯେତେ ସବୁ ଉଦ୍ୟମ କରିଥିଲେ ତାହା ବିଫଳ ହୋଇଥିଲା। ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାରେ ଆନ୍ତରିକତା ନାହିଁ। ଯଦି ପ୍ରକୃତରେ ତାଙ୍କର ଆନ୍ତରିକତା ଅଛି, ତା ହେଲେ ଜଣେ କେନ୍ଦ୍ର ମନ୍ତ୍ରୀ ଭାବରେ କେନ୍ଦ୍ରରେ ଚାପ ସୃଷ୍ଟି କରନ୍ତୁ। କେନ୍ଦ୍ରମନ୍ତ୍ରୀ ନିର୍ମାଣ ବନ୍ଦ କରିବାକୁ ଛତିଶଗଡ଼କୁ କୁହନ୍ତୁ ବୋଲି ବିଜେଡିର ସାମ୍ବାଦିକ ସମ୍ମିଳନୀରେ ସୌମ୍ୟରଂଜନ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମହାନଦୀ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଭୂମିକା ସ୍ପଷ୍ଟ ହେବା ଉଚିତ। ମହାନଦୀ ସମସ୍ୟା ରକେଟ ସାଇନ୍ସ ନୁହେଁ ଯେ, ଜନତା ବୁଝିବେ। ଜନତାଙ୍କ ପକ୍ଷରୁ ବିଜେଡି ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛି। କେନ୍ଦ୍ର ସରକାର ଛତିଶଗଡ଼ ବିରୋଧରେ କଠୋର ଆଭିମୁଖ୍ୟ ନେଇ ନାହାନ୍ତି। ମହାନଦୀ ନେଇ କେନ୍ଦ୍ରର ଆଭିମୁଖ୍ୟ କାହାକୁ ଅଛପା ନାହିଁ। କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ନେଇ ସୌମ୍ୟରଂଜନ ମତ ରଖିଛନ୍ତି ଯେ, ଧର୍ମେନ୍ଦ୍ର କହିଥିବା କଥା ଆମେ ଅଢେଇ ବର୍ଷ ତଳୁ କହିଆସୁଛୁ। ସେ କହିଛନ୍ତି, ବିଜେପିର ଆଭିମୁଖ୍ୟ ବଦଳିବା ପଛରେ ବିଜେଡିର ଭୂମିକା ରହିଛି।
OSCAR-2019
ଅନୁଗୋଳ,୨୦/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପୂର୍ବ ନିଷ୍ପତି ଅନୁଯାୟୀ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ପଥରମୁଣ୍ଡା ଗ୍ରାମବାସୀ ଶୁକ୍ରବାର ସକାଳୁ ଏମ୍.ସି.ଏଲ.ର କଣିହାଁ ଓସିପିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖଣିବନ୍ଦ ଆନେ୍ଦାଳନ ଆରମ୍ଭ କରିଛନ୍ତି । ଦୀର୍ଘ ୨୦ ବର୍ଷରୁ ଉଦ୍ଧ୍ୱର୍ ହେବ ପଥରମୁଣ୍ଡା ଗ୍ରାମର ଜମି ୨ଟି ପର୍ଯ୍ୟାୟରେ କଣିହାଁ କୋଇଲାଖଣି ନିମନ୍ତେ ଅଧିଗୃହୀତ ହୋଇଥିବା ସତ୍ୱେ ଅଦ୍ୟାବଧି ସେମାନଙ୍କୁ ନିଯୁକ୍ତି ମିଳି ପାରି ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ପ୍ରଥମେ ୧୯୯୫ ମସିହାରେ ୪(୧) ହୋଇ ସେମାନଙ୍କୁ କ୍ଷତିପୂରଣ ରାଶି ମିଳିଥିବାବେଳେ ୨୦୦୬ ମସିହାରେ ଅନ୍ୟାନ୍ୟ ଜମି ନିମନ୍ତେ ହୋଇଥିବା ୪(୧)କୁ ନେଇ କ୍ଷତିପୂରଣ ମିଳିନାହିଁ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ଆରପିଡିସି ବୈଠକରେ ପଥରମୁଣ୍ଡା ଗ୍ରାମବାସୀଙ୍କ ଖଣି ସମ୍ବନ୍ଧୀୟ ସମସ୍ୟା ତଥା ନିଯୁକ୍ତି ପ୍ରସଙ୍ଗକୁ ଉତଥାପନ କରାଯାଇ ନାହିଁ । ଫଳସ୍ୱରୂପ ସେମାନଙ୍କୁ ନିଯୁକ୍ତି ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଏ ସମ୍ପର୍କରେ ଏମ୍.ସି.ଏଲ କର୍ତୃପକ୍ଷ,ପ୍ରଶାସନ ଏବଂ ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୈାଣସି ସୁଫଳ ମିଳି ପାରିନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଏଣୁ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଯଥାଶୀଘ୍ର ନିଯୁକ୍ତି ପ୍ରଦାନ ଦାବୀରେ ଗ୍ରାମବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଖଣି ବନ୍ଦ ଆନେ୍ଦାଳନ ଆରମ୍ଭ କରାଯିବାସହ କୋଇଲା ଖଣି ପରିସରରେ ସାମୁହିକ ଧାରଣା ଦିଆଯାଇଛି । ସୂଚନା ପାଇ ପୋଲିସ,ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ କଣିହାଁ ଖଣି କର୍ତୃପକ୍ଷ ଘଟଣା ସ୍ଥଳରେ ପହଂଚି ଆନେ୍ଦାଳନକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ତେବେ ମିଳିଥିବା ଶେଷ ଖବର ଅନୁଯାୟୀ ନିଯୁକ୍ତି ନିମନ୍ତେ ଠୋସ୍ ପଦକ୍ଷେପ ନିଆ ନଯିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।
OSCAR-2019
ସୁନ୍ଦରଗଡ ଜିଲ୍ଲାର ଛୋଟିଆ ଜଙ୍ଗଲ ଗ୍ରାମ ବାଞୀକଚ୍ଚାରରୁ ଏକ ବଡ ସାମ୍ବୀଧାନିକ ବିବାଦ ମୁଣ୍ଡଟେକିଛି । ପ୍ରାୟ ୩୨ ଘର ବିଶିଷ୍ଟ ଏହି ଗାଁର ଲୋକେ ଗତ... ଜଙ୍ଗଲ ଅଧିକାର ଆଇନ ପ୍ରଣୀତ ହେବା ଦିନ ଠାରୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାର ବିରୋଧ କରି ଆସୁଛନ୍ତି । ଏହି ଆଇନ କାର୍ଯ୍ୟକାରି ନକରିବାକୁ ଆବେଦନ... ‘କ୍ଷେତକେ ମୁଡା (ଛୋଟ ପୋଖରୀ)ଟେ ଆରୁ ଘରକେ ବୁଢାଟେ’ ପଶ୍ଚିମ ଓଡିଶାର ଏକ ଲୋକ ଉକ୍ତି । ବିଭିନ୍ନ କଥା ପ୍ରସଙ୍ଗରେ ଲୋକେ ଏହାକୁ କହିଥାନ୍ତି ।... ସାମ୍ପ୍ରତିକ ସମୟରେ ଘରୋଇ ବିଦ୍ୟାଳୟମାନେ ଶିକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ନେଲେଣି । ଅଭିଭାବକମାନଙ୍କ ଭିତରେ ବି ଏହିସବୁ ବିଦ୍ୟାଳୟ ପ୍ରତି ଆଗ୍ରହ ବଢୁଛି । ଏକ... ରାଜନୀତିରେ ଲୋକପ୍ରିୟ ହେବା ପାଇଁ ପ୍ରୟାସ କରିବାରେ କିଛି ଅସ୍ୱଭାବିକତା ନାହିଁ । ଗଣତନ୍ତ୍ରରେ ଲୋକପ୍ରିୟତାର ଆଧାର ଶାସନ କ୍ଷମତାରେ ରହିବା ନରହିବା କୁ ଧାର୍ଯ୍ୟ କରେ... ଖରା ଛୁଟିରେ ଦିପହର ଖରାରେ ନବୁଲି ଟିକେ ଶୋଇ ପଡିବାକୁ ମାଁ ଆକଟ କଲାବେଳେ ପିଲା ଚୋର ବୁଲୁଥିବା କଥା କହି ଅନେକ ଥର ଡରେଇଛି ।... ଶିକ୍ଷା ଅଧିକାର ଆଇନରେ କୌଣିସି ପିଲାକୁ ସେହି ସମାନ ଶ୍ରେଣୀରେ ଅଟକ ରଖାଯିବାକୁ ବାରଣ କରାଯାଇଛି । ଅର୍ଥାତ ପିଲାଟି ଥରେ ନାମ ଲେଖାଇଲେ ଅଷ୍ଟମ ଶ୍ରେଣୀ... କନାରୁ କର୍ପୁର ଉଡିଯାଇଥିଲେ ବି କନା ସହିତ ଯୋଡି ହୋଇଥିବା ଇତିହାସ ଓ କିମ୍ବଦନ୍ତି ସର୍ବଦା ରହସ୍ୟ ଓ ରୋମାଂଚ ଭରା । ଏଣୁ ଏହା ଲୋକଙ୍କୁ... ନିକଟରେ ଗୁରଗାଓଁର ଏକ ବେସରକାରୀ ବିଦ୍ୟାଳୟରେ ଘଟିଯାଇଥିବା ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଗଣମାଧ୍ୟମର ସକ୍ରିୟତା ପ୍ରଶାସନକୁ କ୍ରିୟାଶିଳ ହେବାକୁ ବାଧ୍ୟ କରିଛି । ଫଳସ୍ୱରୂପ ସିବିଏସଇ,... ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ତୃତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜୁନ ୨୨ ତାରିଖରେ ଓଡିଶା ପ୍ରାଥମିକ...
OSCAR-2019
ଭୁବନେଶ୍ୱର: ଧାନରକୁ ନେଇ ରାଜଧାନୀରେ ରାଜନୀତି ତୀବ୍ର ହୋଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ସୋମବାର ବିଜୁ ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦିଆଯାଇଛି । ଏହି ଧାରଣାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖଙ୍କ ସହିତ ବହୁ ବିଜେଡି ନେତା ଯୋଗ ଦେଇ ରାଜ୍ୟର କୃଷକମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ବିଜେଡି ସରକାର ଆନ୍ଦୋଳନକୁ ଯେ କୌଣସି ସ୍ତରକୁ ନେବାଲାଗି ପ୍ରସ୍ତୁତ ବୋଲି କହିଛନ୍ତି । କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଆନ୍ତଃରାଜ୍ୟ ପରିଷଦ ଷ୍ଟିୟରିଂ କମିଟି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଥିଲେ ।
OSCAR-2019
ବିଜୟା ବ୍ୟାଙ୍କ୍ ପକ୍ଷରୁ ପ୍ରୋବାସିୟନାରୀ ଆସିଷ୍ଟାଣ୍ଟ ମ୍ୟାନେଜର (କ୍ରେଡିଟ୍) ପଦବୀରେ ଜେଏମଜି ସ୍କେଲ-୧ରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପଦବୀ ବିବରଣୀ, ଯୋଗ୍ୟତା ଓ ନୋଟିସ ଦେଖି ଆବେଦନ କରନ୍ତୁ । ଅଧିକନ୍ତୁ ନିମ୍ନରେ ବର୍ଣ୍ଣନା କରାଗଲା- ଶିକ୍ଷାଗତ ଯୋଗ୍ୟତା – ଡିଗ୍ରୀ ଏବଂ ଏମବିଏ/ ପିଜିଡିଏମ/ପିଜିବିଏମ/ପିଜିଡିବିଏ-(ଫାଇନାନ୍ସରେ ସ୍ପେଶିଆଲାଇଜେସନ), ପିଜି ଏବଂ ଅନ୍ୟାନ୍ୟ (ଦୟାକରି ନୋଟିସ ଦେଖନ୍ତୁ)
OSCAR-2019
ପୌରୁଷ ସ୍ୱାଧୀନତ୍ତୋର ଓଡ଼ିଆ ସାହିତ୍ୟ ଜଗତରେ ଏକ ପ୍ରମୁଖ ପତ୍ରିକାର ମାନ୍ୟତା ପାଇଛି। ୧୯୬୯ ମସିହା ଜୁଲାଇରେ ଏହାର ପ୍ରଥମ ସଂଖ୍ୟା କଟକରୁ ଆତ୍ମପ୍ରକାଶ ଲାଭ କରିଥିଲା। ଏହାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ବିଶିଷ୍ଟ ସାହିତ୍ୟିକ, ରାଜନେତା ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ। ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଯେଉଁ ଅନ୍ତର୍ନିହିତ ଶକ୍ତି ଅଛି, ଜାତି, ବଂଶ ନିର୍ବିଶେଷରେ ତା’ର ଜାଗରଣ ପ୍ରତ୍ୟେକ ସମାଜ ଓ ରାଷ୍ଟ୍ରର ଧର୍ମ ହେବା ଆବଶ୍ୟକ। ସେଥିପାଇଁ ପତ୍ରିକାର ନାମ ପୌରୁଷ ରଖାଯାଇଥିଲା। ପୌରୁଷ ପତ୍ରିକା ମୂଳରୁ ମାସିକ ପତ୍ରିକା ଭାବେ ପ୍ରକାଶ ପାଉଥିବା ବେଳେ ଭାଗ ୧୬(୧୯୮୨-୮୩) ବେଳକୁ କେତେକ ସଂଖ୍ୟା ମିଳିତ ଭାବେ ପ୍ରକାଶ ପାଇଛି। ଏହା ପରଠାରୁ ବିଭିନ୍ନ ସମୟରେ ମିଳିତ ସଂଖ୍ୟା ପ୍ରକାଶ ପାଇଛି। ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରଥମ ୬ ବର୍ଷ ସମ୍ପାଦନା ଦାୟିତ୍ୱ ତୁଳାଇଥିବା ବେଳେ ସପ୍ତମ ଭାଗରୁ ଦଶମ ଭାଗ ଯାଏଁ ତାଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକ ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ଏକାଦଶରୁ ତ୍ରୟୋଦଶ ଭାଗ ଯାଏଁ ଜାନକୀ ବଲ୍ଲଭ ପଟ୍ଟନାୟକ ପୌରୁଷର ସମ୍ପାଦକ ରହିଥିଲେ। ଏହାପରେ ୧୯୮୦ ମସିହା ଜୁଲାଇରୁ ଅର୍ଥାତ ୧୪ଶ ଭାଗରୁ ଜୟନ୍ତୀ ପଟ୍ଟନାୟକ ପୁଣି ଥରେ ଏହି ପତ୍ରିକାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ। ୧୮ଶ ଭାଗ (୧୯୮୪-୮୫) ସମୟରୁ ସୁଦତ୍ତା ପଟ୍ଟନାୟକ ପତ୍ରିକାର କାର୍ଯ୍ୟବାହୀ ସମ୍ପାଦିକା ଦାୟିତ୍ୱ ନେଲେ। ପୌରୁଷ ପତ୍ରିକାରେ ଭାଷା, ସାହିତ୍ୟ, ସଂସ୍କୃତି, କଳା, କ୍ରୀଡ଼ା ଆଦି ସମସ୍ତ ପ୍ରକାର ଲେଖା ପ୍ରକାଶ ପାଉଥିବା ବେଳେ ଏହାକୁ ସାମଗ୍ରିକ ଭାବେ ଏକ ସ୍ୱୟଂ ସଂପୂର୍ଣ୍ଣ ପତ୍ରିକା କୁହାଯାଇପାରିବ। କେ. ଏମ୍. ମୁନ୍‌ସୀଙ୍କର ବିଖ୍ୟାତ କୃଷ୍ଣାବତାରର ଓଡ଼ିଆ ରୂପାନ୍ତର ଧାରାବାହିକ ଭାବରେ ପ୍ରକାଶ ପାଇବା ପତ୍ରିକାଟିର ଅନ୍ୟତମ ଆକର୍ଷଣ ଥିଲା। ସେହିପରି ବତ୍ରିଶ ସିଂହାସନ, ମହାଭାରତ କାହାଣୀ ଆଦି କିଛି ଅତ୍ୟନ୍ତ ଉଚ୍ଚକୋଟୀର ଧାରାବାହିକ ଏଥିରେ ପ୍ରକାଶ ପାଉଥିଲା। ମୋଟାମୋଟି କହିବାକୁ ଗଲେ ପତ୍ରିକାଟିରେ ପରିବାରର ସମସ୍ତଙ୍କ ପାଇଁ କିଛି ସାମଗ୍ରୀ ରହୁଥିଲା। ତଳ ସାରଣୀରେ ପୌରୁଷ ପତ୍ରିକାର ପ୍ରଥମ ୨୫ ବର୍ଷର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ। ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା/ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ। ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ସମୟ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ। ଧ୍ୟାନଦେବାକୁ ହେବ ଯେ ସବୁ ସଂଖ୍ୟା ମିଳିନାହିଁ, ତେଣୁ ସବୁ ଲେଖା ଏଠାରେ ରହିପାରିନାହିଁ।
OSCAR-2019
ନୂଆଦିଲ୍ଲୀ,୧୦।୧୧- ଷ୍ଟାର ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଶନିବାର କ୍ୟାରିୟରରେ ଏକ ବିଶେଷ ସଫଳତା ପାଇଛନ୍ତି। ସେ ୬୫ କିଗ୍ରା ପୁରୁଷ ବର୍ଗରେ ଶୀର୍ଷ ର଼୍ୟାଙ୍କ ହାସଲ କରିଛନ୍ତି। ପ୍ୟାରିସ,୧୦।୧୧(ଏଏଫ୍‌ପି)- ମହିଳା ସିଙ୍ଗଲ୍ସ ବର୍ଗର ଶୀର୍ଷ ର଼୍ୟାଙ୍କଧାରୀ ଟେନିସ ଖେଳାଳି ସିମୋନା ହାଲେପ କୋଚ୍‌ ଡାରେନ କାହିଲଙ୍କ ସହ ସମ୍ପର୍କ ଛିନ କରିଛନ୍ତି। କୋଚ୍‌ କାହିଲ ଆଗାମୀ ସିଜନରେ ଟେନିସରୁ ବିରତି ନେବେ ବୋଲି କହିଛନ୍ତି। ଚେନ୍ନାଇ,୧୦।୧୧- ଓଡ଼ିଶା ରାଜଧାନୀଠାରେ ହେବାକୁ ଥିବା ହକି ବିଶ୍ୱକପ୍‌ରେ ପାକିସ୍ତାନ ଦଳ ଖେଳିବା ନେଇ ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଆବୁଧାବି,୧୦।୧୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ଜିତି ପାକିସ୍ତାନ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୧-୧ ବରାବରକୁ ଆଣିଛି। ମାତ୍ର ଘରୋଇ ଦଳର ଓପନର ଇମାମ ଉଲ ହକ ଏହି ମ୍ୟାଚ୍‌ରେ ଆହତ ହୋଇଛନ୍ତି। ନୂଆଦିଲ୍ଲୀ,୧୦।୧୧- ଦୀର୍ଘ ୧୫ ବର୍ଷ ଧରି ପ୍ରତିଦ୍ୱନ୍ଦ୍ୱିତା ମୂଳକ କ୍ରିକେଟରେ ସକ୍ରିୟ ରହିବା ପରେ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ମୁନାଫ ପଟେଲ କ୍ରିକେଟରୁ ଅବସର ନେଇଛନ୍ତି। ଆବୁଧାବି, ୧୦ା୧୧ -ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ପାକିସ୍ତାନ ୬ ଉଇକେଟରେ ବିଜୟ ଲାଭ କରିଛି। ଭୁବନେଶ୍ୱର, ୧୦।୧୧(କ୍ରୀଡ଼ା ପ୍ରତିନିଧି) ଚଳିତ ରଣଜୀ ଟ୍ରଫି ସିଜନରେ ଓଡ଼ିଶା ଏହାର ଦ୍ୱିତୀୟ ମ୍ୟାଚ ଉତ୍ତର ପ୍ରଦେଶ ସହିତ ଖେଳିବ। କିଟ୍‌ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଆଗାମୀ ୧୨ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗୁୟାନା, ୧୦।୧୧ (ପି.ଟି.)- ମହିଳା ଟି୨୦ ବିଶ୍ୱକପ୍‌ର ଷଷ୍ଠ ସଂସ୍କରଣ ଓ୍ବେଷ୍ଟଇଣ୍ଡିଜ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଥିଲେ। ଅଧିନାୟିକା ହରମନପ୍ରୀତଙ୍କ ରେକର୍ଡ ଶତକୀୟ ପାଳି ବଳରେ ଭାରତ ୩୪ ରନରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି। ଗାଲେ (ଶ୍ରୀଲଙ୍କା), ୧୦ା୧୧ (ଏଏଫ୍‌ପି)ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚକୁ ଇଂଲଣ୍ଡ ୨୧୧ରନରେ ଜିତିନେଇଛି। ବିଦେଶରେ ୧୩ଟି ମ୍ୟାଚ ପରେ ଦଳର ଏହା ହେଉଛି ପ୍ରଥମ ବିଜୟ। ଅବସର ପୂର୍ବରୁ କ୍ରିକେଟର ସବୁଠାରୁ ସଫଳ ବାମହାତୀ ସ୍ପିନର ରଙ୍ଗନା ହେରାଥଙ୍କର ଏହା ଥିଲା ଅନ୍ତିମ ମ୍ୟାଚ। କଟକ ଅଫିସ,୧୦ା୧୧ ଦି ବିଲିୟାର୍ଡସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଆନୁକୂଲ୍ୟରେ କଟକ କ୍ଲବରେ ଚାଲିଥିବା ରାଜ୍ୟ ସିନିୟର ସ୍ନୁକର ଚାମ୍ପିୟନଶିପ୍‌ର ଶୁକ୍ରବାରର ଖେଳ ଶେଷ ହୋଇଛି ।
OSCAR-2019
ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୨-୧୯୪୫)ଙ୍କ ଦ୍ୱାରା ସଂକଳିତ ଓ ୧୯୩୦ ଦଶକରେ ପ୍ରକାଶିତ ଏହି ଶବ୍ଦକୋଷ ଓଡ଼ିଆ ଭାଷାର ଏକ ଅମୂଲ୍ୟ ସମ୍ପଦ। ‘ଓଡ଼ିଆ ଭାଷାର କୋଣାର୍କ’ ଭାବରେ ଜଣା ଏହି ଗ୍ରନ୍ଥର ୭ଟି ଭାଗରେ ରହିଛି ପ୍ରାୟ ୧୦,୦୦୦ ପୃଷ୍ଠା, ପ୍ରାୟ ୧,୮୫,୦୦୦ ଶବ୍ଦ, ଓଡ଼ିଆ ଓ ଇଂରାଜୀରେ ଅର୍ଥ ଏବଂ ହିନ୍ଦି ଓ ବଙ୍ଗଳା ପ୍ରତିଶବ୍ଦ। ପ୍ରହରାଜଙ୍କ ଜୀବନ ଅନେକ ଦୃଷ୍ଟିରୁ ଆଗ୍ରହଜନକ। ବୃତ୍ତିରେ ପ୍ରହରାଜ ଥିଲେ ଆଇନଜୀବୀ, କିନ୍ତୁ ଗଦ୍ୟ ରଚନା କ୍ଷେତ୍ରରେ ଓଡ଼ିଆ ସାହିତ୍ୟରେ ତାଙ୍କର ବିଶିଷ୍ଟ ସ୍ଥାନ ରହିଛି। ସେସମୟର ଅନେକ ଘଟଣା ଓ ବ୍ୟକ୍ତି ତାଙ୍କର ଶାଣିତ ବ୍ୟଙ୍ଗ ରଚନାର ବିଷୟବସ୍ତୁ ପାଲଟିଛନ୍ତି। ତାଙ୍କର ବିଚାର ଓ ବ୍ୟକ୍ତିଗତ ଜୀବନ ଅବଶ୍ୟ ବିବାଦରୁ ମୁକ୍ତ ନ ଥିଲା। ଭାଷାକୋଷ ସଂକଳନ କାମରେ ପ୍ରହରାଜ ତାଙ୍କର ମୁଖ୍ୟ ସହଯୋଗୀର ଶ୍ରେୟ ପୀତାମ୍ବରୀ ଦେବୀଙ୍କୁ ଦେଇଛନ୍ତି। କିନ୍ତୁ ପ୍ରହରାଜଙ୍କର ମୃତ୍ୟୁ ଘଟଣାରେ ଓ ତାହା ପରର ପାରିବାରିକ କନ୍ଦଳରେ ପୀତାମ୍ବରୀ ମଧ୍ୟ ବିବାଦୀୟ ହୋଇପଡ଼ିଛନ୍ତି। ଶେଷରେ ଅତି ଦୁଃଖଦ ପରିସ୍ଥିତିରେ ତାଙ୍କର ଜୀବନ ସରିଛି। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସମ୍ପୂର୍ଣ୍ଣ ଡିଜିଟାଲ ରୂପ ଏଠାରେ ଦିଆଯାଇଛି। ଡାଉନଲୋଡ୍ କରିବାର ସୁବିଧା ପାଇଁ ଏଗୁଡ଼ିକୁ କିଛି ଅଂଶରେ ଭାଗ କରାଯାଇଛି। ପ୍ରତି ଅଂଶର ଆକାର ହାରାହାରି ୨୮ ମେଗାବାଇଟ୍ ରହିଛି। ତଳ ସାରଣୀରେ କୌଣସି ଅଂଶ ଉପରେ କ୍ଲିକ୍ କଲେ ତାହା ଡାଉନ୍‌ଲୋଡ୍ ହେବ କିମ୍ବା ଅଂଶ ଉପରେ ରାଇଟ୍ କ୍ଲିକ୍ କରି ସିଧା ସଳଖ ସେଭ୍ କରିହେବ।
OSCAR-2019
କନକ ବ୍ୟୁରୋ : ପଂଜାବ ଅମୃତସର ଟ୍ରେନ ଦୁର୍ଘଟଣାର ସେହି ୧୫ ସେକେଣ୍ଡ କଥା ଭାବିଲେ ଆପଣଙ୍କ ଦେହ ଥରି ଉଠିବ । ଯେତେବେଳେ ଗୋଟିଏ ପଟେ ରାବଣ ପୋଡି ଚାଲିଥିଲା, ଶହ ଶହ ସଂଖ୍ୟାରେ ଲୋକ ରାବଣ ପୋଡି ଦୃଶ୍ୟ ଦେଖିବାରେ ବ୍ୟସ୍ତ ଥିଲେ । ବହୁ ସଂଖ୍ୟାରେ ଦର୍ଶକ ଟ୍ରେନ ଟ୍ରାକ ଉପରେ ଠିଆ ହୋଇଥିଲେ । ସେମାନଙ୍କ କାନକୁ ରାବଣ ପୋଡି ସମୟର ବାଣ ଫୁଟିବାର ଶବ୍ଦ ଶୁଣାଯାଉଥିଲା । ଆଉ ଠିକ୍ ଏହି ସମୟରେ ଦ୍ରୁତ ଗତିରେ ମାଡି ଆସିଥିଲା ଟ୍ରେନ । ମାତ୍ର ୧୫ ସେକେଣ୍ଡ ଭିତରେ ସବୁକିଛି ଛାରଖାର ହୋଇଯାଇଥିଲା । ଚାହୁଁଚାହୁଁ ଚଢିଗଲା ଟ୍ରେନ, ଚାଲିଗଲା ଜୀବନ । ଏସବୁ ଘଟିଥିଲା ମାତ୍ର ୧୫ ସେକେଣ୍ଡ ଭିତରେ । ଦୁର୍ଘଟଣା ଘଟିବାର ସେହି ସମୟର ଦୃଶ୍ୟ କଏଦ ହୋଇଥିଲା କ୍ୟାମେରାରେ । ଟ୍ରେନ ଟ୍ରାକ ଉପରେ ଠିଆ ହୋଇ ଲୋକେ ରାବଣ ପୋଡିର ଦୃଶ୍ୟ ସହିତ ସେଲଫି ନେଉଥିବା ବେଳେ କେତେ ବେଳେ ହଠାତ ଚାଲିଆସିଲା ଟ୍ରେନ, କେହି ବୁଝି ପାରିଲେନି । ଦେଖୁ ଦେଖୁ ଚାଲିଗଲା ଗୋଟିଏ ପରେ ଗୋଟିଏ ଜୀବନ । ପଂଜାବ ଅମୃତସର ଟ୍ରେନ ଦୁର୍ଘଟଣାରେ ଏଯାଏଁ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ୪୦ ଜଣ ଆହତ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଗୁରୁତର ଆହତଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ଡାକ୍ତର ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ୨୪ ଘଂଟିଆ ନଜର ରଖିଛନ୍ତି । ସେହିପରି ମୃତାହତ ପରିବାର ଲୋକଙ୍କ ପାଇଁ ହେଲପ ଡେକ୍ସ ଗଠନ ଓ ହେଲପ ଲାଇନ ନଂବର ଜାରି କରାଯାଇଛି । ଅନ୍ୟପଟେ ଆଜି ପଂଜାବର ସବୁ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଚୌଡ଼ା ବଜାର ନିକଟରେ ରେଳୱେ ଟ୍ରାକ୍ ପାଖରେ ରାବଣ ପୋଡି ଉତ୍ସବ ପାଳନ କରାଯାଉଥିଲା । ବାଣ ଫୁଟା ବେଳେ ଲୋକମାନେ ରେଳୱେ ଟ୍ରାକ ଭିତରକୁ ଚାଲି ଆସିଥିଲେ । ସେମାନଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଜଳନ୍ଧର-ଅମୃତସର ଏକ୍ସପ୍ରେସ ଚଢି ଯାଇଥିଲା । ଏହା ଏପରି ଏକ ଆକସ୍କିକ ଦୁର୍ଘଟଣା ଥିଲା ଯେ ଲୋକ କିଛି ଭାବିବା ପୂର୍ବରୁ ସେମାନଙ୍କ ଉପରେ ମାଡି ଯାଇଥିଲା ଟ୍ରେନ୍ । ରାବଣ ପୋଡି ଉତ୍ସବରେ ପଂଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ହେଲେ ଦୁର୍ଘଟଣା ପରେ ସେ ସ୍ଥାନ ଛାଡି ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ଅମୃତସର ଦୁର୍ଘଟଣା ପରେ ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଛି ବେଶ କରୁଣ ଦୃଶ୍ୟ । ସମସ୍ତଙ୍କ ଆଖିରେ ଲୁହ, ମୃତାହତଙ୍କ ପରିବାର ହସ୍ପିଟାଲ ପରିସରରେ ଅପେକ୍ଷା କରିଛନ୍ତି । ସମଗ୍ର ହସ୍ପିଟାଲ ପରିସରରେ ଛାଇ ଯାଇଛି ଦୁଃଖର ବାଦଲ । ଏପରି ଅକସ୍ମାତ ଦୁର୍ଘଟଣାରେ ନିଜ ପରିବାର ଲୋକଙ୍କୁ ହରାଇଥିବା ଘଟଣାକୁ ଲୋକେ ଗ୍ରହଣ କରିପାରୁ ନାହାନ୍ତି । ଆହତଙ୍କୁ ଅମୃତସରର ସିଭିଲ ହସ୍ପିଟାଲ, ସରକାରୀ ଡାକ୍ତରଖାନା ଓ ଘରୋଇ ମେଡିକାଲରେ ଭର୍ତି କରାଯାଇଛି । ସେହିପରି ମୃତଦେହ ଗୁଡିକ ବ୍ୟବଚ୍ଛେଦ କରିବା ପାଇଁ ମଧ୍ୟ ମେଡିକାଲର ମର୍ଗ ରୁମରେ ରଖାଯାଇଛି ।
OSCAR-2019
ରାଉରକେଲା ୮-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ବାଟା ଇଣ୍ଡିଆ ଲିମିଟେଡର ପୂର୍ବତନ କର୍ମଚାରୀ ଶ୍ରୀ ଅଭୟ କୁମାର ଦାସ ବୟସ-୫୦ ବର୍ଷ, ଉଦିତ ନଗର ଓରାମପଡା, ରାଉରକେଲା-୧୨ କତୃପକ୍ଷଙ୍କ ବିରୁଦ୍ଧରେ ଆମରଣ ଅନଶନ ଓ ଆତ୍ମାହୂତି ନୋଟିସ ମୂତାବକ ଅନଶନ କରିଥିଲେ। ଅବଗତ କରାଉଅଛିକି ମୁଁ ୧୯୮୬ ମସିହା ଜାନୁୟାରୀ ୨୪ ତାରିଖରୁ ବାଟା କର୍ତ୍ତୃପକ୍ଷଙ୍କ ଅଧିନରେ ଶ୍ରୀ ଦାସ ଦୋକାନରେ ହେଲ୍ପର ଭାବରେ କାର୍ଯ୍ୟକରି ଆସୁଥିଲେ ମ୍ମ ୨୦୦୭ ମସିହାରେ ତାଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ଦେବାପାଇଁ ଶ୍ରମ ଅଫିସରେ ଅଭିଯୋଗ ଆଣିବା ପରେ ତାହା ରାଜ୍ୟ ସରକାରଙ୍କ ଦ୍ୱାରା ଶିଳ୍ପ ବିବାଦ ଅଦାଲତର ପିଠାଧୀଶ ରାଉରକେଲାଙ୍କ ଅଧିନରେ ଶିଳ୍ପ ବିବାଦ ମକଦମା ନଂ.୨୮/୨୦୦୮ ବିଚାରାଧୀନ ଥିବା ସମୟରେ ବାଟା ଇଣ୍ଡିଆ ଲିମିଟେଡ କର୍ତ୍ତୃପକ୍ଷ ଅମାନୁଷିକତା ଭାବେ ୧୭/୦୫/୨୦୧୦ ଦିନ ଦୋକାନକୁ ବନ୍ଦ କରିବା ବିରୁଦ୍ଧରେ ଶ୍ରମ କାର୍ଯ୍ୟାଳୟରେ ମ୍ମ ଅଭିଯୋଗ କରାଯାଇଥିଲା, ସେହି ଅଭିଯୋଗକୁ ଭିତି୍ କରି ଶ୍ରମ ବିଭାଗ ପୁନଃର୍ବାର ଉକ୍ତ ଅଭିଯୋଗର ଶୁଣାଣି ପାଇଁ ମାନ୍ୟବର ଶ୍ରମ ଅଦାଲତ ସମ୍ବଲପୁର ପିଠାଧୀଶଙ୍କ ଶିଳ୍ପ ବିବାଦ ମକଦମା ନଂ.୧୮/୨୦୧ରେ ବିଚାର ଚାଲିଥିବା ବେଳେ ବାଟା ଇଣ୍ଡିଆ ଲିମିଟେଡ କର୍ତ୍ତୃପକ୍ଷ ଉଦ୍ଦେଶ୍ୟ ମୂଳକ ଭାବେ ମାନ୍ୟବର ଅଦାଳତରେ ଉପସ୍ଥିତ ନହେବାରୁ ମାନ୍ୟବର ଶ୍ରମ ଅଦାଲତ ସମ୍ବଲପୁର ପିଠାଧୀଶ ମହାଭାଗ, ଦରଖାସ୍ତକାରୀ ଅଭୟ କୁମାର ଦାସ କର୍ମଚାରୀଙ୍କ ଅଭିଯୋଗକୁ ବିଚାରକରି, ଦରଖାସ୍ତକାରୀ କର୍ମଚାରୀଙ୍କୁ ବିନା ନୋଟିସ୍ରେ ଛଟେଇ ଜନିତ କ୍ଷତି ପୂରଣ ବାବଦକୁ ସର୍ବମୋଟ ୧ (ଏକ) ଲକ୍ଷ ଟଙ୍କା, ଏକ ମାସ ମ୍ମରେ ପଇଠ କରିବା ପାଇଁ ତା ୨୧/୧୨/୨୦୧୨ରେ ନିର୍ଦ୍ଦେଶ ଦେଇ ଥିଲେ କିନ୍ତୁ ବାଟା ଇଣ୍ଡିଆ ଲିମିଟେଡ କର୍ତ୍ତୃପକ୍ଷ ତାକୁ ମ୍ମ ଏପର୍ଯ୍ୟନ୍ତ ଏଡାଇ ଦେଇ ଚାଲିଛନ୍ତି କିନ୍ତୁ ଏହା ମ୍ମରେ ବାଟା ଇଣ୍ଡିଆ ଲିମିଟେଡ କର୍ତ୍ତୃପକ୍ଷ ପୁନଃର୍ବାର ନିଜର ନିଜସ୍ୱ ଦୋକାନ ଗତ ତିନି ବର୍ଷ ଧରି ଉଦିତନଗର ଜଗନ୍ନାଥ ମନ୍ଦିର ଅପର ପାର୍ଶ୍ୱ, ରାଉରକେଲାଠାରେ ଦୋକାନ ଆରମ୍ଭ କରିଥିଲେ ବି ଶ୍ରୀ ଦାସଙ୍କୁ କାମରେ ନ ନେବା ଦ୍ୱାରା ବର୍ତମାନ ସେ ସପରିବାରେ ରାଉରକେଲାରେ ଧାର କରଜରେ ବୁଡି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଅଛନ୍ତି। ଏଣୁ ସେ ଏହି ଅଂଚଳରେ ଶ୍ରମ ବିଭାଗର ମୁଖ୍ୟ ଉପଶ୍ରମ ଆୟୁକ୍ତଙ୍କୁ ବାଟା ଇଣ୍ଡିଆ ଲିମିଟେଡ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଷ୍ପେସିତ ହୋଇ ସପରିବାର ଭୋକ ଉପାସରେ ମରିବା ଭଳି କରୁଣ ଦୃଶ୍ୟ ଦେଖିବା ଠାରୁ ବାଟା କତୃପକ୍ଷଙ୍କ ଦୋକାନ ସମ୍ମୁଖରେ ଆହି ତା୦୬/୦୯/୨୦୧୮ରିଖ ଗୁରୁବାର ସକାଳ ୧୦ ଘଟିକାରୁ ଅନଶନ ଆରମ୍ଭ କରିବା ପରେ କର୍ତ୍ତୃପକ୍ଷଙ୍କ ଆଂଚଳିକ ଆଇନ ସେବା ପ୍ରାଧିକରଣ ପ୍ରବନ୍ଧକ ଶ୍ରୀ ଅଭିଜିତ ମଜୁମଦାର, ଅନଶନରତ କର୍ମଚାରୀ ଶ୍ରୀ ଅଭୟ କୁମାର ଦାସଙ୍କୁ ଅନଶନରୁ ନିବୃତ ରଖିବାକୁ ହିନ୍ଦ ମଜଦୁର ସଭା ସହ ବନ୍ଧିତ ସୁନ୍ଦରଗଡ ଜିଲ୍ଲା ଶିଳ୍ପାଂଚଳ ଶ୍ରମିକ ସଭାର ସାଧାରଣ ସମ୍ପାଦକ ଶ୍ରୀ ଦିଗାମ୍ବର ମହାନ୍ତିଙ୍କ ସହିତ ଆଲୋଚନା କରି ଅନଶନକୁ ସ୍ଥଗିତ ରଖିବାକୁ ଶ୍ରୀ ଦାସଙ୍କୁ ଅନୁରୋଧ କରିଥିଲେ ଏବଂ ଆସନ୍ତା ତା୨୦/୦୯/୨୦୧୮ରିଖ ଦିନ ରାଉରକେଲା ଶିଳ୍ପ ବିବାଦ ଅଦାଲତରେ ବାଟା କର୍ତ୍ତୃପକ୍ଷ ଉପସ୍ଥିତ ରହି ଶ୍ରୀ ଦାସଙ୍କ ପ୍ରତି ହୋଇଥିବା ଅନ୍ୟାୟର ବିଚାରପୂର୍ବକ ଉପଯୁକ୍ତ ଥଇଥାନ କରିବା ପାଇଁ ପ୍ରତିସୃତି ଦେଇଥିଲେ ଏହାପରେ ବାଟା ଇଣ୍ଡିଆର ଶାଖା ପ୍ରବନ୍ଧକ ଶ୍ରୀ ଏନ୍. କୁମାର, ଶ୍ରୀ ଦାସଙ୍କୁ ଅନଶନ ପ୍ରତ୍ୟାହାର କରାଇଥିଲେ। ସଙ୍ଗଠନ ତରଫରୁ ସର୍ବଶ୍ରୀ ଦେବେନ୍ଦ୍ର ଆଚାର୍ଯ୍ୟ, ଦିଗାମ୍ବର ମହାନ୍ତି, ମହେଶ୍ୱର ମହାପାତ୍ର, ପ୍ରଫୁଲ୍ଲ ପଣ୍ଡା, ବିମଳ ବେହୁରିଆ, ଅରିନ୍ଦମ ସାହା ପ୍ରଭୃତି ଉପାସ୍ଥିତ ରହି ଅନଶନରେ ସହଯୋଗ କରିଥିଲେ।
OSCAR-2019
ଭୁବନେଶ୍ୱର: ଦେଶରେ ପେଟ୍ରୋଲ,ଡ଼ିଜେଲ୍‌ ଏବଂ ଗନ୍ଧନ ଗ୍ୟାସ ଦରରେ ଅହେତୁକ ବୃଦ୍ଧି ଏବଂ କେନ୍ଦ୍ରର ବିଜେପି ସରକାର ତାହାକୁ ଜିସ୍‌ଟି ପରିସରଭୁକ୍ତ କରୁ ନଥିବା ତଥା ରାଜ୍ୟରେ ବିଜେଡ଼ି ସରକାର ପେଟ୍ରୋଲିଅମ୍‌ ସାମଗ୍ରୀ ଉପରୁ ଭାଟ୍‌ ହ୍ରାସ କରୁନଥିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଆହ୍ଵାନ୍‌ ସମଗ୍ର ଓଡ଼ିଶାରେ ସଫଳ ହୋଇଛି ବୋଲି କହିଛନ୍ତିଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଥିଲେ କି ବନ୍ଦପାଳନ ସମୟରେ କୌଣସି କିଛି ଅପ୍ରୀତିକର ପରିସ୍ଥିତି ଘଟିନାହିଁ। ପ୍ରଥମ ଥର ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ,କୌଣସି ଜରୁରୀ କାମରେ ଯାଉଥିବା ବ୍ୟକ୍ତି,ଭିନ୍ନକ୍ଷମଙ୍କ ଯାତ୍ରାରେ ଯେଭଳି କୌଣସି ବାଧା ସୃଷ୍ଟି ନ ହୁଏ ତାହା ନିଶ୍ଚିତ କରିବାକୁ କଂଗ୍ରେସର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଏକ କଂଟ୍ରୋଲ ରୁମ୍‌ ଖୋଲାଯାଇଥିଲା। ଯାନବାହାନ ଚଳାଚଳ ସହିତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ,ସ୍କୁଲ କଳେଜ ଆଦି ବନ୍ଦ ରହିଥିଲା। ସରକାରୀ କାର୍ଯ୍ୟାଳୟ ଖୋଲାଥିଲେ ମଧ୍ୟ ଉପସ୍ଥାନ ନଗଣ୍ୟ ରହିଥିଲା।ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ଥିବା ଦେଖିବାକୁ ମିଳିଥିଲା। କଂଗ୍ରେସର ବନ୍ଦ ଡାକରାକୁ ମିଳିଥିବା ଅଭୂତପୂର୍ବ ସମର୍ଥନରୁ ସ୍ପଷ୍ଟ ଭାବରେ ଜଣାଯାଇଛି ଯେ ତୈଳ ଦର ବୃଦ୍ଧିକୁ ନେଇ ମୋଦି ଓ ନବୀନ ସରକାରଙ୍କ ପ୍ରତି ସାଧାରଣରେ ଅସନ୍ତୋଷ ତୀବ୍ର ଆକାର ଧାରଣ କରିଛି। ଏଭଳି ଶାନ୍ତିପୂର୍ଣ୍ଣ ବନ୍ଦପାଳନ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। କଂଗ୍ରେସର ବନ୍ଦ ଡାକରା ପ୍ରତି ଜନସାଧାରଣଙ୍କର ସ୍ୱତଃସ୍ଫୁର୍ତ ସମର୍ଥନ ମିଳିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସେମାବାର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ତାହା ପରବର୍ତୀ ସମୟରେ ରାସ୍ତାରେ ଗାଡ଼ିମଟର ଚଳାଚଳ କର ିନ ଥିଲେ। ବନ୍ଦ ପାଳନ ଯୋଗୁୁଁ ବସ,ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଏହି କାରଣରୁ ସୋମବାର ପୂର୍ବତଟ ରେଳପଥର ୧୦ ଯୋଡ଼ା ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଥିଲା। ଏତଦ୍‌ବ୍ୟତୀତ ବହୁ ଦୂରଗାମୀ ଟ୍ରେନ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା। କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି କେନ୍ଦ୍ର ବିଜେପି ସରକାର ତୈଳଦରରେ ବେଲଗାମ ବୃଦ୍ଧର ପ୍ରତିବାଦ କରିଥିଲେ।
OSCAR-2019
କଳାହାଣ୍ଡି – ( ଓଡିଆ ପୁଅ ) ଧର୍ମଗଡ ଉପଖଣ୍ଡ ଆରଣ୍ୟକ ବ୍ରାହ୍ମଣ ସମାଜ ର ଜୁନାଗଡ ବ୍ଲକ ସ୍ତରୀୟ ସାଂଗଠନିକ ବୈଠକ ଜୁନାଗଡ ଗାୟତ୍ରୀ ମନ୍ଦିର ପରିସରରେ ଶୁକ୍ରବାର ୧୫/୦୬/୨୦୧୮ ଦିନ ବରିଷ୍ଠ ସଭ୍ୟ ଶ୍ରୀ ତ୍ରୀନାଥ ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଓଁକାର ଧ୍ୱନିରୁ ସଭା ଆରମ୍ଭ କରାଯାଇ ବେଦମାତା ଗାୟତ୍ରୀଙ୍କ ଚରଣାରବିନ୍ଦରେ ପୂଜାର୍ଚ୍ଚନା କରିବା ପରେ ବ୍ରାହ୍ମଣ ସମାଜର ଦିବଂଗତ ସଭ୍ୟ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାରେ ଧର୍ମଗଡ ଆରଣ୍ୟକ ବ୍ରାହ୍ମଣ ସମାଜର କେନ୍ଦ୍ରିୟ କମିଟୀ ର ସହସମ୍ପାଦକ ଶ୍ରୀ ପୀତାମ୍ବର ପଣ୍ଡା ଓ ସଭ୍ୟ ଶ୍ରୀ ବଳଦେବ ପଣ୍ଡା, କେନ୍ଦ୍ରିୟ ଆଡହକ କମିଟୀ ର ସଭାପତି ଶ୍ରୀ ଆଶୁତୋଷ ବେହେରା ଓ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ କୁମାର ପଣ୍ଡା ତଥା କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏବଂ ଜୁନାଗଡ ବ୍ଲକ ସଭାପତି ଶ୍ରୀ ଦିପ୍ତୀ ନାରାୟଣ ପ୍ରହରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରିୟ କମିଟୀ ଉପଦେଷ୍ଠା ମଣ୍ଡଳୀ ସଭ୍ୟ ତଥା ଜୁନାଗଡ ବ୍ଲକ ସମ୍ପାଦକ ଶ୍ରୀ ଭାଗିରଥି ପଣ୍ଡା ସ୍ୱାଗତ ଭାଷଣ ଦେବା ସହିତ ଅତିଥି ମାନଙ୍କ ପରିଚୟ ଆଦାନ ପ୍ରଦାନ କରିଥିଲେ। ସାଂପ୍ରତିକ ପରିସ୍ଥିତିରେ ବ୍ରାହ୍ମଣ ସମାଜ ଉପରେ ଆକ୍ରୋଶ ମୂଲକ ହଇରାଣ ହରକତ କରାଯାଉଥିବା ବେଳେ ସାମୁହିକ ସ୍ତରରେ ସେସବୁର ପ୍ରତିରୋଧ କରାଯିବା ସଂପର୍କରେ ଗୁରୁତ୍ୱର ସହ ଆଲୋଚନା କରାଯାଇଥିବା ବେଳେ ପ୍ରତ୍ୟେକ ସଭ୍ୟ ବ୍ରାହ୍ମଣତ୍ୱ ବଜାୟ ରଖିବା ଲାଗି ସଭାରେ ନିଷ୍ପତି ହୋଇଥିଲା। ପ୍ରତ୍ୟେକ ଗ୍ରାମରୁ ଯୋଗ ଦେଇଥିବା ପ୍ରତିନିଧି ମାନେ ନିଜ ନିଜ ମତ ବ୍ୟକ୍ତ କରିବା ସହିତ ସମାଜର ସାଂଗଠନିକ ସୁଦୃଢତା ଉପରେ ଆଲୋଚନା ହୋଇଥିଲା। ଦୀର୍ଘ ବର୍ଷ ହେବ ମହାସଭା ହୋଇପାରିନଥିବା ହେତୁ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା। ପୂର୍ବ ନିର୍ଦ୍ଧାରିତ ନିୟମାନୁସାରେ ପ୍ରତ୍ୟେକ ବ୍ରାହ୍ମଣ ପରିବାରର ସଭ୍ୟ ମାନଙ୍କ ଉପସ୍ଥିତିରେ ହିଁ ମହାସଭା ଅନୁଷ୍ଠିତ ହୋଇପାରିବ ବୋଲି ଯେଉଁ ନିୟମ ଅଛି ତଦନୁସାରେ ତଥ୍ୟ ସଂଗ୍ରହ ଚାଲିଛି ଏବଂ ମହାସଭାର ପ୍ରସ୍ତୃତି ଚାଲିଥିବା ହେତୁ ସେଥିପାଇଁ ଉତ୍ସାହୀ ତଥା ଆଗ୍ରହୀ ସ୍ୱେଚ୍ଛାସେବୀ ସ୍ୱତଃପ୍ରବୃତ ଭାବେ ଆଗେଇ ଆସି ଦାୟୀତ୍ୱ ନେବାକୁ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ କୁମାର ପଣ୍ଡା ଆହ୍ୱାନ ଜଣାଇଥିଲେ। ଜୁନାଗଡ ବ୍ଲକ ଅନ୍ତର୍ଗତ ସମସ୍ତ ଅାଂଚଳିକ କମିଟୀ ତଥା ସମସ୍ତ ଗ୍ରାମରୁ ଶତାଧିକ ବ୍ରାହ୍ମଣ ଦେବ ମାନେ ଯୋଗ ଦେଇ ସମାଜର ସାଂଗଠନିକ ସୁଦୃଢତା ଉପରେ ଆଲୋଚନା କରିଥିଲେ।
OSCAR-2019
ଧର୍ମଗଡ,୧।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡଠାରେ ଗୁରୁବାର ବ୍ଲକ କଂଗ୍ରେସ କମିଟି ତରଫରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଥାନୀୟ ବ୍ଲକ ଅଫିସ ସାମନାରେ ଗଣଧାରଣା ଦେବା ସହ ପ୍ରତିବାଦ ସଭା କରାଯାଇଛି । ପୁରୁଣାକଟକ, ୧।୧୧(ଡି.ଏନ.ଏ.) ଚାଷୀଙ୍କ ପିଛା ଛାଡୁନି ଦୁଃଖ ଓ ଯନ୍ତ୍ରଣା। କେତେବେଳେ ସ୍ବଳ୍ପ ବୃଷ୍ଟି ଯୋଗୁ ମରୁଡି ତ ଆଉ କେତେବେଳେ ଲଗାଣ ବର୍ଷରେ ଫସଲ କ୍ଷତି ଭଳି ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟକୁ ଲଗାତାର ଭାବେ ସାମ୍ନା କରିଆସିଥିବା ଚାଷୀଙ୍କ ମେରୁଦଣ୍ଡ ସଳଖି ନ ଥିବାବେଳେ ଚଳିତ ବର୍ଷ ଖରିଫ ଧାନ ଅମଳ ଆରମ୍ଭ ପୂର୍ବରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମି ଏବେ ଚକଡା ପୋକ କବଳରେ। ଗତ ସପ୍ତାହେ ହେବ ବ୍ଲକର ସମ୍ବଲପୁର,୧।୧୧(ବ୍ୟୁରୋ)-ରାଜ୍ୟ ସରକାର ଗୁରୁବାର ୯ ଜିଲାକୁ ମରୁଡି ଘୋଷଣା କରିଛନ୍ତି। ସମ୍ବଲପୁର ଜିଲା ମଧ୍ୟ ରହିଛି। ଜିଲାର ୯ ଟି ବ୍ଳକ ମଧ୍ୟରୁ ୭ ଟିକୁ ମରୁଡି ଘେଷଣା କରିଛନ୍ତି। କୃଷି ବିଭାଗର ପ୍ରାଥମିକ ରିପୋର୍ଟ ଅନୁସାରେ ଜିଲରେ ୩୯ ହଜାର ୧୮୦ ହେକ୍ଟର ଜମି ପ୍ରଭବିତ ହୋଇଥିବା ସରକାରଙ୍କ ପାଖରେ ଦାଖଲ କରାଯାଇଛି। ସେହପରି କୃଷି ବିଭାଗ ଓ ରାଜସ୍ବ ବିଭାଗ ଯୁଗ୍ମ ତଦନ୍ତ କରି ଚୁଡାନ୍ତ ରିପୋର୍ଟ ଦେଲାପରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ପ୍ରାଥମିକ ଆକଳନଠାରୁ କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଡୁମେରମୁଣ୍ଡାର କୈଳାସ ମାଝି (୧୮) ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଯୁବତୀଙ୍କୁ ହଇରାଣ କରିବା ତାଙ୍କ ପାଇଁ କାଳ ହୋଇଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପରେଶ ଠାକୁର (୨୫) ଏବଂ ରୂପେଶ ଠାକୁର (୨୩)। ଏ ନେଇ ଦଫା ୩୦୨, ୨୦୧ରେ ଏକ ମାମଲା (ନଂ.୨୮୧/୧୮) ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜୟପାଟଣା ଥାନା ପରିସରରେ ଆୟୋଜିତ ଖବରଦାତା ନୂଆପଡ଼ା ଜିଲା ତତକାଳୀନ ଟାନୱାଟ ଗ୍ରାମପଞ୍ଚାୟତ(ନୂଆପଡ଼ା)ର ପୂର୍ବତନ ସରପଞ୍ଚ ବିରେନ୍ଦ୍ର ସିଂ ଠାକୁର ଦୀର୍ଘ ଦିନଧରି ନ୍ୟାୟ ପାଇଁ ପ୍ରଶାସନ ନିକଟରେ ଧାଁଦୌଡ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଘର ଦ୍ୱାର ହରାଇ ବାର ଦୁଆର ବୁଲି ଜିଉଁଥିବା ଠାକୁର ସ୍ଥାନୀୟ ରଙ୍ଗମଞ୍ଚରେ ପ୍ରାଣ ହରାଇଛନ୍ତି । ସେଠାରେ ପରିବାର ଲୋକ ଖବର ପାଇ ଆସି ମୃତଦେହକୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ନ୍ୟାୟ ନ ମିଳିବା ଯାଏଁ ମୃତଦେହକୁ ସଂସ୍କାର କରିବେନାହିଁ । ପ୍ରଶାସନ ସୁନ୍ଦରଗଡ଼, ୧।୧୧ (ଡି.ଏନ୍‌.ଏ)-ସମାଜ ପାଇଁ ଦୁର୍ନୀତି ଏକ କଳୁଷିତ ବ୍ୟାଧି। ଏପରି ଏକ ବ୍ୟାଧିର ମୂଳ ଉତ୍ପାଟନ ପାଇଁ ସମସ୍ତେ ସଚେତନ ହୋଇ ମାନସିକତାରେ ପରିବର୍ତ୍ତନ ଆଣି ପାରିଲେ ଏକ ଦୁର୍ନୀତିମୁକ୍ତ ସମାଜ ଗଠନ ସମ୍ଭବ ବୋଲି ଗୁରୁବାର ସ୍ଥାନୀୟ ବିକାଶ ଭବନ ଠାରେ ଅନୁଷ୍ଠିତ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଯୋଗଦେଇ ବକ୍ତାମାନେ ଏହି ମତ ରଖିଛନ୍ତି। ଦୁର୍ନୀତି ନିବାରଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ସଚେତନତା ସଭାରେ ଜିଲାପାଳ ନୂଆଗାଁ, ୧।୧୧ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ନୂଆଗାଁ ସ୍ଥିତ ଝିରିପାଣି, ରାଉରକେଲାକୁ ସଂଯୋଗ ପାଇଁ ତିଆରି ହେଲା ମିଟିକୁନ୍ଦୁରୀଠାରେ କୋଏଲ ସେତୁ। ନୂଆଗାଁ ଅଞ୍ଚଳବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହେଲା। ନୂଆଗାଁ ଅଞ୍ଚଳର ହଜାର ହଜାର ଲୋକ ଏବେ ଏହି ସେତୁ ଦେଇ ରାଉରକେଲା ଅଞ୍ଚଳକୁ ଯିବା ଆସିବା କରୁଛନ୍ତି । ଏହି ସେତୁ ନିର୍ମାଣ ପରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) କାର୍କାଟା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବାର ମାତ୍ର ୧ବର୍ଷ ପରେ ଏବେ ଶୋଚନୀୟ ହୋଇ ପଡିଛି। ଏବେ ରାଉରକେଲା ଅଫିସ,୧। ୧୧-ପାନପୋଷ ଛକ ନିକଟରେ ଗୁରୁବାର ଅପରାହ୍ନ ୨ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀ ମୃତ୍ୟୁବରଣ କରିଛନ୍ତି। ତାଙ୍କ ନଁା ବଳିଆ ସାହୁ(୨୪)। ସେ ପାନପୋଷ ଜଗନ୍ନାଥ ବସ୍ତି ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ତାଙ୍କର ପାନପୋଷ ବଜାରରେ ଏକ ପରିବା ଦୋକାନ ରହିଛି। ସେ ନିଜ ବାପାଙ୍କ ପାଇଁ ଖାଇବା ଟିଫିନ ଧରି ଘରୁ ଫେରୁଥିବା ବେଳେ ତାଙ୍କୁ ପାନପୋଷ ଛକ ନିକଟରେ ଏକ ଲୁହା ବୋଝେଇ ଟ୍ରଲର ଧକ୍କା
OSCAR-2019
ସାପ୍ତାହିକ ସମ୍ବାଦପତ୍ର ସତ୍ୟସମାଚାର ୧୯୩୦ ମସିହାରେ ପ୍ରକାଶ ପାଇଥିଲା। ଏହାର ପ୍ରଥମ ସମ୍ପାଦକ ଥିଲେ ବ୍ରଜସୁନ୍ଦର ଦାସ ଓ ଗୋପାଳଚନ୍ଦ୍ର ପ୍ରହରାଜ। ସତ୍ୟସମାଚାରରେ ପ୍ରକାଶିତ ସମ୍ବାଦର ବୈଶିଷ୍ଟ୍ୟ ହେଉଛି ଓଡ଼ିଶା, ଭାରତ ଓ ବିଦେଶର ଭାଷା, ସାହିତ୍ୟ, ସଂସ୍କୃତି, ରାଜନୀତି, ଅର୍ଥନୀତି ଓ ସମାଜ ବ୍ୟବସ୍ଥାର ସୂକ୍ଷ୍ମ ବିଶ୍ଳେଷଣ ଏବଂ ତା ସହିତ ସମ୍ପାଦକଙ୍କ ନିଜସ୍ୱ ମତ। ଏହାର ସମ୍ବାଦ ଲିଖନ ଶୈଳୀ ବହୁତ ଭଲ। ସତେଯେପରି ଏଗୁଡ଼ିକ ସମ୍ବାଦ ନୁହେଁ, ସୃଜନଧର୍ମୀ କଥନତା। ତାଳଚେର, ୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସମାଜସେବା ସେବାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସମାଧାନ’ର ସଭାପତି ଜ୍ଞାନେଶ୍ୱର ସାହୁଙ୍କୁ ବାଲେଶ୍ୱର ପଦ୍ମ ଲୋଚନ ପାଠାଗାର ପକ୍ଷରୁ ‘ସେବା ପଦ୍ମ’ ସମ୍ମାନ-୨୦୧୮ରେ ସମ୍ମାନୀତ କରାଯାଇଛି। ବାଲେଶ୍ୱରର ଅନନ୍ତପୁରରଠାରେ ଆୟୋଜିତ ଏକ ବିଂଶତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ସଦସ୍ୟ ପ୍ରଫୁଲ୍ଲ କୁମାର ମହାପାତ୍ର, ବରେଣ୍ୟ ଅତିଥିଭାବେ ଯାତ୍ରା କଳାକାର ଦୈତାରୀ ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅଭୟ ସୂତାର ପ୍ରମୁଖ ଯୋଗଦେଇ ଶ୍ରୀ ସାହୁଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ପଦ୍ମ ଲୋଚନ ମହାକୁଡ, ସମ୍ପାଦିକା ନିର୍ମଳା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଏହି ଅନୁଷ୍ଠାନ ପକ୍ଷରୁ ସାରା ରାଜ୍ୟରୁ ୭୮ଜଣ ପ୍ରତିଭାବାନ୍ ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରକାଶ ଥାଉକି, ଶ୍ରୀ ସାହୁ ତାଳଚେର ଅଂଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ସମାଜର ଉନ୍ନତି ଉଦ୍ଦେଶ୍ୟରେ ସଚେତନତା କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରି ଆସିଛନ୍ତି। ଏହି ସମ୍ମାନ ମିଳିବା ପରେ ଶ୍ରୀ ସାହୁଙ୍କୁ ବହୁ ଶୁଭେଚ୍ଛୁ ଓ ବନ୍ଧୁବାନ୍ଧବ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ସାହୁ ତାଳଚେର ପୌରାଚଂଳର ୱାର୍ଡ଼ ନଂ୧୮ଅନ୍ତର୍ଗତ ଦେଉଳବେଡ଼ା ତେଲିସାହିର ବସନ୍ତ ସାହୁ ଓ ସୌଭାଗିନୀ ସାହୁଙ୍କ କନିଷ୍ଠ ପୁତ୍ର ଅଟନ୍ତି।
OSCAR-2019
ଶୀତ ଦିନେ ରୋଗ ସଂକ୍ରମଣ ହେବା ଆଶଙ୍କା ଅଧିକ ଥାଏ । ଏହି ଋତୁରେ ଭୂତାଣୁ, ବ୍ୟାକ୍ଟେରିଆ କିମ୍ବା ଅନ୍ୟ ପରଜୀବୀଙ୍କ ଦ୍ୱାରା ଏହି ସଂକ୍ରମଣ ବ୍ୟାପିଥାଏ । ସଂକ୍ରମିତ ବ୍ୟକ୍ତିଙ୍କ ସହତ ବନ୍ଦ କୋଠରୀରେ କାମ କରିବା, ଟ୍ରେନ କିମ୍ବା ବସରେ ଯାତାୟାତ କରିବା ଦ୍ୱାରା ବି ସଂକ୍ରମଣ ହୋଇଥାଏ । କିନ୍ତୁ ଆପଣମାନେ ନିଜକୁ ତ ବନ୍ଦ କୋଠରୀରେ ରଖିପାରିବେ ନାହିଁ । ସବୁବେଳେ ମୁହଁରେ ମାସ୍କ ବି ଲଗାଇ ରହିପାରିବେନି । ଯାହା ହେଲେ ବି ଆମକୁ କାମ କରିବାକୁ ପଡିବ । ଏଭଳି ପରିସ୍ଥିତିରୁ ବଂଚିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଭଳ । ତେବେ ଆସନ୍ତୁ ଜାଣିବା କିପରି ରୋଗ ପ୍ରତିରୋଧକ ଶକ୍ତି ବଢାଇବା । ପାଣି ପିଅନ୍ତୁ – ଶୀତ ଦିନରେ ବେଶୀ ଶୋଷ ନ ହେବା ଦ୍ୱାରା ଡିହାଇଡ୍ରେସନ ସମ୍ଭାବନା ଅଧିକ ଥାଏ । ଏହାଦ୍ୱାରା ନାକ ଓ ଗଳା ଭିତରକୁ ଶୁଷ୍କ କରିଦିଏ ଯାହା ଦ୍ୱାରା ସଂକ୍ରମଣ ଆଶଙ୍କା ବଢିଯାଏ । ଡିହାଇଡ୍ରେସନ ଯୋଗୁ ରକ୍ତ ବହଳିଆ ହୋଇ ପମ୍ପିଂର ହାର୍ଟ ଉପରେ ଚାପ ସୃଷ୍ଟି କରେ । ଶ୍ୱେତ ରକ୍ତ କଣିକା ଓ ଟି ସେଲ ଯାହା ସଂକ୍ରମଣ ବିରୋଧରେ ଲଢନ୍ତି ସେଗୁଡିକ ବି ପ୍ରଭାବିତ ହୁଅନ୍ତି । ଏଣୁ ଶୀତଦିନରେ ପ୍ରଚୁର ପାଣି ପିଅନ୍ତୁ । ମଧ୍ୟାହ୍ନରେ ଚାଲନ୍ତୁ – ମୁକ୍ତ ଓ ବିଶୁଦ୍ଧ ବାୟୁରେ ବ୍ୟାୟାମ କଲେ ତାହା ଫୁସଫୁସକୁ ସୁସ୍ଥ ରଖିବା ସହ ସଂକ୍ରମଣର ଆଶଙ୍କା ମଧ୍ୟ ରହିନଥାଏ । କିନ୍ତୁ ପ୍ରଦୂଷିତ କଣିକା ରହିଥିବା ବାୟୁ ଶୀତଦିନ ସକାଳେ ଓ ସନ୍ଧ୍ୟାରେ ବେଶୀ ରହିଥାଏ । କମ ତାପମାତ୍ରାରେ ପ୍ରଦୂଷିତ କଣିକା ଭୂପୃଷ୍ଟର ନିକଟତର ହେବା କାରଣରୁ ଏଭଳି ପରିସ୍ଥିତି ଉପୁଜେ । ଏଣୁ ସକାଳେ କିମ୍ବା ସନ୍ଧ୍ୟାରେ କମ ଚାଲି ମଦ୍ଦାହ୍ନରେ ସମୟ ବାହାର କରି ବେଶୀ ଚାଲନ୍ତୁ । ପ୍ରତି ମିନିଟରେ ଶହେ ଷ୍ଟେପ, ୩୦ ମିନିଟକୁ ୩ ହଜାର ଷ୍ଟେପ ଏମିତିକି ସପ୍ତାହକୁ ପଂଚଥର କରିବା ଭଲ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ଠିକ ରଖିବ । ବ୍ୟାୟାମ ଦ୍ୱାରା ଶରୀରରେ ମାକ୍ରୋଫାଗସ ସେଲ ବୃଦ୍ଧି ହୋଇ ଟି-ସେଲ ସହ ଏକାଠି ବ୍ୟାକ୍ଟେରିଆ ବିରୋଧରେ ଲଢନ୍ତି । ଏହା ରକ୍ତ ସଂଚାଳନ କରିବାରେ ସାହାର୍ଯ୍ୟ କରେ । ଷ୍ଟ୍ରେସ ବୃଦ୍ଧି କରୁଥିବା କର୍ଟିସଲ ସେଲ କ୍ଷରଣ ହ୍ରାସ କରିବା ଦ୍ୱାରା ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଲହୁଣି – ଲହୁଣିରେ ଥିବା ଉପକାରୀ ବ୍ୟାକ୍ଟେରିଆ ପ୍ରତିରୋଧକ କୋଷ ବୃଦ୍ଧି କରିଥାଏ । ଏଣୁ ଲହୁଣି ଖାଦ୍ୟରେ ରଖନ୍ତୁ । କ୍ଷତିକାରକ ବ୍ୟାକ୍ଟେରିଆ ଓ ଭୂତାଣୁ ବିରୋଧରେ ଲଢେଇ କରିବା ଲାଗି ଶ୍ୱେତ ରକ୍ତ କଣିକା ଦାନରାର । ମାଂସ ଚିକେନ ଖାଇବା ଦ୍ୱାରା ଏହା ବୃଦ୍ଧି ପାଏ ଓ ପ୍ରତିରୋଧ କରିବାରେ ସାମର୍ଥ୍ୟ ଶରୀରକୁ ଯୋଗାଏ । କାରଣ ଏହି ଖାଦ୍ୟରେ ଜିଙ୍କ ଓ ବି-କମ୍ପେ୍ଲକ୍ସ ରହିଛି । ନିରାମିଷାଶୀମାନେ ସୋୟାବିନ ଓ ଡାଲିଜାତୀୟ ଖାଦ୍ୟ ଖାଆନ୍ତୁ । ଶାଗ ବି ଖାଇ ପାରିବେ । ଫଳ ଓ ପରିବା -ଭିଟାମିନ ଏ’ ସବୁଜ , କମଳା ଓ ହଳଦିଆ ରଙ୍ଗର ଫଳ ଓ ପରିବାରୁ ମିଳେ । ଅମୃତଭଣ୍ଡା, କଖାରୁ, ଗାଜର ଓ କନ୍ଦମୂଳ ଶୀତଦିନେ ଖାଦ୍ୟରେ ରହିବା ଜରୁରୀ । ଏହାର ଅଭାବ ପେଟ ଓ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଥାଏ । ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଭିଟାମିନ ସି’ ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅଁଳା, ପିଜୁଳି, ଲେମ୍ବୁ ଓ କମଳାରୁ ଏହା ମିଳିପାରିବ । ମାଛ ଓ କଙ୍କଡା – ମାଛ ତେଲରେ ଓମେଗା-୩ ଫ୍ୟାଟି ଏସିଡ ରହିଛି । ଏହା ଇନଫ୍ଲାମେସନରୁ ମୁକ୍ତି ଦିଏ ଓ ଫୁସଫୁସକୁ ସଂକ୍ରମଣରୁ ରକ୍ଷା କରେ । ନିରାମାଷାଶୀମାନେ କୋଳି, କରଡି ଓ ତେଲ, ସୂର୍ଯ୍ୟମୁଖୀ ତେଲ, ସୋରିଷ ଓ ସୋୟା ତେଲ ଖାଇବା ଭଲ । ସେଲେନିୟମ ସେଲଫିସରୁ ମିଳେ । ଏହା ଶ୍ୱତ ରକ୍ତକଣିକାକୁ ସାଇଟୋକିନଓ ଓ ପ୍ରୋଟିନ କ୍ଷରଣ କରିବାରେ ସାହାଯ୍ୟ କରେ । ଯାହା ପ୍ରତିରୋଦକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ସପ୍ତାହକୁ ମାଛ ଦୁଇଥର ଓ ବିଭିନ୍ନ ପ୍ରକାରର କୋଳି ୮ରୁ ୧୦ ଥରେ ଖାଆନ୍ତୁ ।
OSCAR-2019
ପୁରୀ ୫/୫ (ଓଡ଼ିଆ ପୁଅ) : ଶ୍ରୀ ଜଗନ୍ନାଥଙ୍କ ବରିଷ୍ଠ ସେବକ, ନାରାୟଣ ଗୁରୁଙ୍କର ଅକାଳ ବିୟୋଗରେ ଶ୍ରୀ ଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ଓଡ଼ିଶା, ଭାଷା ସୁରକ୍ଷା ପ୍ରତିଷ୍ଠାନ, ପୁରୀ, ଐତିହ୍ୟ ସୁରକ୍ଷା ପରିଷଦ ଓ ସୁଜନୀ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଶିକ୍ଷାବିତ୍ ଶିବ ସୁନ୍ଦର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସ୍ୱର୍ଗତ ନାରାୟଣ ଗୁରୁଙ୍କର ଜୀବନଚର୍ଯ୍ୟା ସମ୍ବନ୍ଧରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ ସ୍ମୃତି ଚାରଣ କରିଥିଲେ। ଶ୍ରଦ୍ଧାଞ୍ଜଳୀ ସଭାରେ ଅତିଥି ଭାବେ ଉପସ୍ଥିତ ଥିଲେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ଶ୍ରୀ ମନ୍ଦିର ପୁରୋହିତ ଡ଼ଃ ସିଦ୍ଦେଶ୍ୱର ମହାପାତ୍ର, ଡ଼ଃ ଅଭିମନ୍ୟୁ ଭୁୟାଁ, ଡ଼ଃ ନରେଶ ଚନ୍ଦ୍ର ଦାଶ, ପ୍ରଶାସକ ବିନୋଦ କୁମାର ପଣ୍ଡା, ଉପନଗର ଶ୍ରୀମତୀ ଶାନ୍ତିଲତା ପ୍ରଧାନ, ପ୍ରମୁଖ ଯୋଗ ଦେଇ କହିଲେ ସ୍ୱର୍ଗତ ନାରାୟଣ ଗୁରୁ ଜଣେ ଅମାୟିକ ପରୋପକାରୀ ଛାତ୍ର ବତ୍ସଳ ଶିକ୍ଷକ ଭାବେ ପରିଚିତ ଥିଲେ। ସେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଗରାବଡ଼ୁ ସେବକ ଅଟନ୍ତି। ସେ ମହାପ୍ରଭୁଙ୍କ ସେବା ନିଷ୍ଠାର ସହ ପାଳନ କରୁଥିଲେ। ଶ୍ରୀ ଜଗନ୍ନାଥଯେ ସଂସ୍କୃତି ସମ୍ପର୍କିତ ପ୍ରବନ୍ଧ ଲେଖିବା ଠାରୁ ଆରମ୍ଭ କରି ରଥଯାତ୍ରା ଧାରାବିବରଣୀ ଆକାଶ ବାଣୀ କେନ୍ଦ୍ର କଟକ, ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର, ଓ ହିନ୍ଦି ଟିଭି ଚ୍ୟାନେଲ ସାଧନା ପ୍ରାଞ୍ଜଳ ଭାବେ ହିନ୍ଦିରେ ଧାରା ବିବରଣୀ ପ୍ରଦାନ କରୁଥିଲେ। ସଭାରେ ଜ୍ୟୋତିର୍ବିଦ୍ ଅନାମ ଚନ୍ଦ୍ର ସାହୁ, ଗବେଷକ ନାରାୟଣ ନନ୍ଦ, ପ୍ରଭାତ ଚନ୍ଦ୍ର ରଥ, ଡ଼ଃ ରମାକାନ୍ତ କର, ଆଡ଼ଭୋକେଟ୍ ଅଶୋକ କୁମାର ଆଢ୍ୟ, ଶିବାନୀ ମିଶ୍ର, ଭବାନୀ ପ୍ରସାଦ ବଳିଆର ସିଂ, ପ୍ରକାଶ ମିଶ୍ର, ସାରଙ୍ଗ ଧର ଷଡ଼ଙ୍ଗୀ, ରାଧାକୃଷ୍ଣ ପ୍ରଧାନି, ହେମାଙ୍ଗୀନୀ ମହାନ୍ତି ପ୍ରମୁଖ ସଭାରେ ଯୋଗଦେଇ ସ୍ୱର୍ଗତ ଗୁରୁଙ୍କର ସ୍ମୃତି ଚାରଣ କରିଥଲେ। ୫୦୦ ଟଙ୍କା ଲାଞ୍ଚ ଦେଇ ପାରିଲେନି ବୋଲି ଡାକ୍ତରଖାନା ରେଜିଷ୍ଟରରୁ ନାଁ କାଟିଦେଲେ ନର୍ସ – ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପ୍ରସୂତୀ ଓ ଆଶାକର୍ମୀ
OSCAR-2019
ରାଉରକେଲାରେ ଗ୍ୟାସ୍ ସିଲିଣ୍ଡର ଫାଟି ୨ ଗୁରୁତର । ଗାନ୍ଧିରୋଡ ଅଞ୍ଚଳରେ ଏକ ଭଡାଘରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇଜଣ ଗୁରୁତର । ଗତକାଲି ରାତିରେ ଘଟିଛି ଘଟଣା । ମହିଳାଙ୍କ ଘରେ ଥିବା ଗ୍ୟାସ ସିଲିଣ୍ଡରରେ ଲିକ୍ ଥିବାରୁ ଲାଗିଥିବା ମଶାଧୁପ ନିଆଁ ସଂସ୍ପର୍ଶରେ ଆସି ସିଲିଣ୍ଡରଟି ବ୍ଲାଷ୍ଟ କରିଥିଲା । ତେବେ ସିଲିଣ୍ଡର ଫାଟି ମହିଳା ଅମ୍ରିତା କୌର ଗୁରୁତର ହୋଇଥିଲେ । ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଘର ମାଲିକ ମଧ୍ୟ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟ ମହିଳା ଓ ଘର ମାଲିକଙ୍କୁ ପ୍ରଥମେ ରାଉରକେଲା ଆଇଜିଏଚ୍ ରେ ଭର୍ତି କରାଯାଇଥିଲା ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।
OSCAR-2019