text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ମଙ୍ଗଳବାର ଏସୀୟ କ୍ରୀଡ଼ା ଲାଗି ୫୨୪ ଜଣିଆ ଦଳ ଘୋଷଣା କରିଛି। ଏସୀୟ କ୍ରୀଡ଼ା ଇଣ୍ଡୋନେସିଆର ଜାକର୍ତା ଓ ପାଲେମ୍‌ବାଙ୍ଗ୍‌ରେ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଭାରତୀୟ ପ୍ରତିଯୋଗୀଙ୍କ ସଂଖ୍ୟା ସର୍ବାଧିକ ଥିଲା ବେଳେ ଆଥ୍‌ଲେଟିକ୍ସରେ ମଧ୍ୟ ସର୍ବାଧିକ ସଂଖ୍ୟକ ୫୨ ପ୍ରତିଯୋଗୀ ଭାଗ ନେବେ। ଏଥର ଏହି କ୍ରୀଡ଼ାର ମୋଟ ୩୬ ଶୃଙ୍ଖଳରେ ୨୭୭ ପୁରୁଷ ଏବଂ ୨୪୭ ମହିଳା ଭାରତୀୟ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ଗତ ସଂସ୍କରଣରେ ୨୮ ଶୃଙ୍ଖଳରେ ମୋଟ ୫୪୧ ଭାରତୀୟ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ହେଲେ ଚଳିତ ବର୍ଷ ୮ ଅଧିକ କ୍ରୀଡ଼ା ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ ମଧ୍ୟ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ସଂଖ୍ୟ ପୂର୍ବ ଅପେକ୍ଷା କମ୍‌ ରହିଛି। ଚଳିତ ବର୍ଷ ଏସୀୟ କ୍ରୀଡ଼ାରେ କରାଟେ, କୁରାସ, ପେନ୍‌ଚାକ୍‌ ସିଲାଟ, ରୋଲର ସ୍କେଟିଂ, ସାମ୍ବୋ, ସିପକ୍‌ଟାକ୍ରୋ, ଟ୍ରାଏଥଲନ ଏବଂ ସଫ୍‌ଟ ଟେନିସ୍‌ ଭଳି ଖେଳ ସାମିଲ ହୋଇଛି।
OSCAR-2019
ସଞ୍ଜୟ ଦତ୍ତଙ୍କ ପୂର୍ବତନ ପତ୍ନୀ ରୀୟା ପିଲ୍ଲାଇ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି । ରୀୟା ନିଜର ଭୁଲର ଏବେ ପ୍ରାୟଶ୍ଚିତ କରୁଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହୈବ ନାହିଁ । ସଞ୍ଜୟ ଦତ୍ତଙ୍କ ସହ ସଂପର୍କ ଛିନ୍ନ କରିବା ତାଙ୍କର ଭୁଲ୍‌ ଥିଲା । ସେ ଗତ କିଛି ବର୍ଷ ହେବ ତାଙ୍କର ଲିଭ୍‌-ଇନ୍‌ ପାର୍ଟନର୍‌ ଲିଆଣ୍ଡର ପେସ୍‌ଙ୍କ ବିରୁଦ୍ଧରେ ଆଇନ୍‌ର ଲଢେଇ ଲଢୁଛନ୍ତି । ରୀୟା ଲିଆଣ୍ଡର ପେସ୍‌ଙ୍କ ବିରୁଦ୍ଧରେ ଘରୋଇ ହିଂସା ଓ ୧୦ ବର୍ଷୀୟା ଝିଅ ଆୟନା ପାଇଁ ରକ୍ଷଣାବେକ୍ଷଣ ଖର୍ଚ୍ଚ ପାଇବା ପାଇଁ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି । ରୀୟା ଏଥିପାଇଁ ବାନ୍ଦ୍ରାର ମାଜିଷ୍ଟ୍ରେଟ୍‌ କୋର୍ଟରେ ମଧ୍ୟ ପହଞ୍ଚିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଲିଆଣ୍ଡର ରୀୟାଙ୍କୁ ମାସିକ ମାତ୍ର ଦେଢ ଲକ୍ଷ ଟଙ୍କା ଦେଉଛନ୍ତି । କିନ୍ତୁ ସେ ଲିଆଣ୍ଡରଙ୍କଠାରୁ ୨ ଲକ୍ଷ ୬୨ ହଜାର ଟଙ୍କା ଦାବି କରୁଛନ୍ତି । ଲିଆଣ୍ଡର-ରୀୟାଙ୍କ ଝିଅ ଆୟନା ଏବେ ବ୍ରେନ୍‌ ଟ୍ୟୁମର୍‌ରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷରେ ଲିଆଣ୍ଡର ମଧ୍ୟ ଆଇନର ଲଢେଇ ଲଢୁଛନ୍ତି । ତାଙ୍କର ଅଭିଯୋଗ ଯେ ସେ ରୀୟାଙ୍କୁ କେବେ ବି ବିବାହ କରି ନଥିଲେ । ଏଣୁ ରୀୟା ତାଙ୍କର ପତ୍ନୀ ନୁହଁନ୍ତି । ଏଣୁ ସେ ରୀୟାଙ୍କ ଦାବି ପୂରଣ କରିବାକୁ ବାଧ୍ୟ ନୁହଁନ୍ତି । ଏହି ମାମଲାର ବିଚାର ସମୟରେ ରୀୟାଙ୍କ ଜଣେ ବାନ୍ଧବୀ କହିଛନ୍ତି ଯେ ଲିଆଣ୍ଡର ଯାହା କରୁଛନ୍ତି, ତାହା ଠିକ୍‌ ନୁହେଁ । ସଂପ୍ରତି ଲିଆଣ୍ଡର ଜଣେ ଜୁନିଅର୍‌ ଟେନିସ ପ୍ଲେଅର୍‌ ତନ୍‌ଭି ଶାହାଙ୍କ ସହ ଡେଟ୍‌ କରୁଥିବା କୁହାଯାଉଛି। ୧୯୮୭ ମସିହାରେ ଅଭିନେତା ସଞ୍ଜୟ ଦତ୍ତଙ୍କ ରିଚା ଶର୍ମାଙ୍କୁ ପ୍ରଥମ ବିବାହ କରିଥିଲେ । କିନ୍ତୁ ୧୯୯୬ରେ ରିଚାଙ୍କର କର୍କଟ ରୋଗରେ ଦେହାନ୍ତ ହୋଇଥିଲା । ଏହି ସମୟରେ ରୀୟାଙ୍କ ସହିତ ସଞ୍ଜୟ ଦତ୍ତଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ଏହାପରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଂଜୟ ଦତ୍ତ ଜେଲ୍‌ ଯିବାକୁ ପଡିଥିଲା । ସେତେବେଳେ ରୀୟା ପିଲ୍ଲାଇ ହିଁ ସଞ୍ଜୟଙ୍କ ସାଥ୍‌ ଦେଇଥିଲେ । ୧୯୯୮ରେ ସଞ୍ଜୟ ଦତ୍ତଙ୍କୁ ରୀୟା ପିଲ୍ଲାଇ ବିବାହ କରିଥିଲେ । ଏହା ସଞ୍ଜୟଙ୍କର ଦ୍ୱିତୀୟ ବିବାହ ଓ ରୀୟାଙ୍କର ପ୍ରଥମ ବାହାଘର ଥିଲା । କିନ୍ତୁ ୨୦୦୨ରେ ଉଭୟଙ୍କ ମଧ୍ୟରେ ସଂପର୍କ ଛିନ୍ନ ହେଲା । ଏହାପରେ ରୀୟା ଟେନିସ ତାରକା ଲିଆଣ୍ଡର ପେସ୍‌ଙ୍କ ସହ ପ୍ରେମ ସଂପର୍କ ହୋଡ଼ିଲେ । ବେଶ୍‌ କିଛି ଦିନ ଡେଟିଂ ପରେ ଉଭୟେ ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହିବାର ନିଷ୍ପତ୍ତି ନେଇଥିଲେ । ୨୦୦୬ରେ ଲିଆଣ୍ଡର ଓ ରୀୟାଙ୍କ ଝିଅ ଆୟନାଙ୍କର ଜନ୍ମ ହୋଇଥିଲା । ୮ ବର୍ଷ ପରେ ଏ ଦୁହେଁ ପରସ୍ପର ଠୁଁ ଅଲଗା ହୋଇଥିଲେ । ସଞ୍ଜୟ ଦତ୍ତ ଏବେ ମାନ୍ୟତାଙ୍କୁ ବିବାହ କରି ସୁଖୀ ଜୀବନ ବିତାଉଛନ୍ତି , ହେଲେ ରୀୟା ନିଃସଙ୍ଗ ହୋଇ ଦୁଃଖୀ ଜୀବନ ଜୀଉଁଛନ୍ତି । ଜୟପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅପରାଧୀଙ୍କ ସୁରାକ ପାଉନି ପୋଲିସ : ଡିଜି କହିଲେ, ସୁରକ୍ଷାକର୍ମୀଙ୍କ କ୍ୟାମ୍ପରେ ଚାଲିଛି ଯାଂଚ
OSCAR-2019
ଓଡ଼ିଶାରେ ଅକ୍ଷୟ କୁମାରଙ୍କ ସିନେମାର କ୍ରେଜ୍ । ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ପ୍ୟାଡ଼ମ୍ୟାନ ପାଇଁ ଓଡ଼ିଆ ପ୍ରଶଂସକ ତିଆରି କରିଛନ୍ତି ଏକ ଟ୍ରେଲର । ଅକ୍ଷୟ କୁମାରଙ୍କୁ ଉଦ୍ଦେଶ୍ୟରେ ଓ ତାଙ୍କ ପାଇଁ ହିଁ ତିଆରି ହୋଇଛି ଏହି ଟ୍ରେଲର । ଓଡ଼ିଆରେ ଥିବା ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ତାଙ୍କ ସିନେମାକୁ ସମର୍ଥନ କରିବା ସହ ଅକ୍ଷୟଙ୍କ ପାଇଁ ବହୁତ ସାରା ଭଲ ପାଇବା ଅଛି ବୋଲି ଜଣାଇଛନ୍ତି । ପ୍ୟାଡ଼ମ୍ୟାନର ପ୍ରଶଂସକ ତିଆରି କରିଥିବା ଟ୍ରେଲର ଆସିଯାଇଛି ବୋଲି ବେଶ ଉତ୍ସାହ ସହକାରେ ସେମାନେ ଟ୍ୱିଟ କରି ଜଣାଇଛନ୍ତି । ଏହି ଟ୍ରେଲରକୁ ଦେଖିବା ପାଇଁ ଓ ଶେୟାର କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି । ତେବେ ତାଙ୍କର ଏତେ କଷ୍ଟ ବଥା ଯାଇଛି । ପ୍ରଶଂସକମାନେ ତିଆରି କରିଥିବା ଟ୍ରେଲରକୁ ମଧ୍ୟ ଅୟକ କୁମାର ବହୁତ ପସନ୍ଦ କରିଛନ୍ତି । ପ୍ରଶଂସକଙ୍କ ଏପରି ଭଲପାଇବା ଓ ଚେଷ୍ଟା ପାଇଁ ଓଡ଼ିଶା ପ୍ରଶଂସକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଖିଲାଡ଼ି ଷ୍ଟାର । ଟ୍ରେଲରରେ ଦେଖିଲେ ଆପଣ ଜାଣିପାରିବେ ଓଡ଼ିଆ ପ୍ରଶଂସକଙ୍କ ଅକ୍ଷୟ କୁମାରଙ୍କ ପ୍ରତି ଭଲପାଇବା । ଅକ୍ଷୟ କୁମାରଙ୍କ ପ୍ରକୃତ ଟ୍ରେଲର ପରି ହୋଇଛି ଏହି ଟ୍ରେଲର । ତେବେ ଏଥିରେ ଅକ୍ଷୟ କୁମାର ତଥା ଅନ୍ୟ କଳାକାରଙ୍କ ସ୍ଥାନ ନେଇଛନ୍ତି ଓଡ଼ିଆ ପ୍ରଶଂସକ । ସୂଚନାଯୋଗ୍ୟ ଆମ ଦେଶରେ ପ୍ରାୟ ୭୦ ପ୍ରତିଶତ ମହିଳା ଏପରି ଅଛନ୍ତି ଯେଉଁମାନେ ସାନିଟାରୀ ପ୍ୟାଡ଼ କିଣିପାରିନ୍ତି ନାହିଁ ବା କିଣିବା ପାଇଁ ସାମର୍ଥ୍ୟ ନଥାଏ । ମାସିକ ଧର୍ମ ସମୟରେ ବାଧ୍ୟ ହୋଇ କପଡ଼ା ବ୍ୟବହାର କରନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ କ୍ଷତିକାରକ । ଆଉ ଏହା ଆମ ଦେଶର ଛବି ଉପରେ ନିଶ୍ଚିତ ଏକ କୁପ୍ରଭାବ ପକାଉଛି । ଆମ ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାଥମିକ ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଉନାହିଁ । ତେବେ ମାସିକ ଧର୍ମ ସମୟରେ ମହିଳାମାନଙ୍କୁ ମଧ୍ୟ ଭଲ ବ୍ୟବହାର କରାଯାଏ ନାହିଁ । ଏହି ସମୟରେ ମହିଳାଙ୍କ ପାଇଁ ଥାଏ ଅନେକ କଟକଣା ଯେପରି ରୋଷେଇ ଘର, ମନ୍ଦିର ଆଦି ସ୍ଥାନକୁ ପ୍ରବଶେ ନିଶେଦ୍ଧ ଥାଏ । ଏପିରିକି ଏହି ସମୟରେ ତାଙ୍କୁ ତଳେ ଶୋଇବା ପାଇଁ ମଧ୍ୟ ପଡ଼େ । ତେବେ ଏପରି ଚିନ୍ତାଧାରା ତଥା କୁପ୍ରଥାକୁ ଦୂରେଇବା ପାଇଁ ଅକ୍ଷୟ କୁମାର ଏହି ସିନେମା ଦର୍ଶକଙ୍କୁ ଭେଟି ଦେଉଛନ୍ତି । ଯଦ୍ୱାରା ଲୋକମାନେ ସଚେତନ ହୋଇପାରିବେ । ସମସସ୍ତେ ଜାଣନ୍ତି ଅକ୍ଷୟ କୁମାରଙ୍କ ପ୍ରତି ସିନେମା ତିଆରି ପଛରେ ଥାଏ କିଛି ଭଲ ମେସେଜ୍ । ଓ ମାଇ ଗଡ଼୍, ରୁସ୍ତମ, ଏୟାରଲିଫ୍ଟ , ଜଲି ଏଲଏଲବି , ଟୟଲେଟ୍ ଏକ ପ୍ରେମ କଥା ଦେଖି ଆପଣ ଜାରିପାରୁଥିବେ । ତେବ ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ପ୍ୟାଡ଼ମ୍ୟାନ୍ ମଧ୍ୟ ସମାଜର କୁପ୍ରଥକୁ ବିରୋଧ କରି ଚିତ୍ରାୟିତ ହୋଇଥିବା ଏକ ସିନେମା । ଆସନ୍ତା ୨୫ ଜାନୁୟାରୀରେ ରିଲିଜ ହେଉଛି ପ୍ୟାଡ଼ମ୍ୟାନ୍ । ଅକ୍ଷୟଙ୍କ ସିନେମା ପାଇଁ ଅନେକ ଚର୍ଚ୍ଚା ମଧ୍ୟ ହୋଇଛି । ଦର୍ଶକ ଟ୍ରେଲର ଦେଖି ଭଲ ପ୍ରତିକ୍ରିୟା ରଖୁଛନ୍ତି । ସୂଚନା ଅନୁସାରେ ସିମୋରେ ଶୁଣିବା ପାଇଁ ମିଳିବ ଅନେକ ଶାନଦାର ଡାଇଲଗ୍ । ଦର୍ଶକ ବେଶ୍ ଉତ୍ସାହ ସମହକାରେ ପ୍ୟାଡ଼ମ୍ୟାନର ରିଲିଜକୁ ଅପେକ୍ଷା କରିଛନ୍ତି । ଅକ୍ଷୟ କୁମାର ପ୍ୟାଡ଼ମ୍ୟାନର ଏକ ପ୍ରମୋସନାଲଇିଭେଂଟରେ କହିଥିଲେ ମାସିକ ଧର୍ମକୁ ନେଇ ଲାଜ ନକରି ଖୋଲାଖୋଲି ଆଲେଚନା କରିବା ଦରକାର । ସେ କହିଛନ୍ତି ମୋତେ ଲାଗେ ଏହି ଦିନକୁ ହୋଲି ତଥା ଦୀପାବଳୀ ପରି ପାଳନ କରବା ଉଚିଚା ଯଦ୍ୱାରା ମହିଳା ତଥା ଝିଅ ମାନଙ୍କର ମନରେ ଆତ୍ମବିଶ୍ୱାସ ଓ ସୁରକ୍ଷା ଭାବନା ଉତ୍ପନ୍ନ ହେବ । ଆଉ ଯାହା ଖୁବ ଦରକାରୀ । ସାନିଟାରୀ ନାପକିନରେ ଲାଗିଛି ଜିଏସଟି । ତେବେ ଏନେଇ ଅକ୍ଷୟ କୁମାର କହିଛନ୍ତି, ନାପକିନରେ କୌଣସି ପ୍ରକାର ଟାକ୍ସ ତଥା ଜିିଏସଟି ଲାଗିବା ଉଚିତ ନୁହେଁ । ଆସନ୍ତାକାଲିଠାରୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ : ଉତରାଖଣ୍ଡ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ | Kanak News ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଏଥିପାଇଁ ଆଜି ବସୁଛି ସର୍ବଦଳୀୟ ବୈଠକ । ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଏହି ବୈଠକ ଡାକିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । ତେବେ ସଂସଦର ଏହି ଅଧିବେଶନ ଶାସକ ଦଳ ପାଇଁ ଏତେଟା ସହଜ ହେବନାହିଁ ।କାରଣ ରୃହକୁ ଆଚ୍ଛାତିଦ କରିପାରେ ଉତରାଖଣ୍ଡ ପ୍ରସଙ୍ଗ । ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବ କଂଗ୍ରେସ । ସେହିପରି ମରୁଡି ଓ ଜଳ ସଂକଟ ବିରୋଧୀଙ୍କ ପାଇଁ ମୁଖ୍ୟ ମୁଦ୍ଦା ରହିବ । ଓଡିଶା ସମେତ ଦେଶର ୧୩ଟି ରାଜ୍ୟରେ ମରୁଡି ପରିସ୍ଥିତି ଭୟଙ୍କର ରୂପ ନେଇଥିବା କୁହାଯାଉଛି । ତେଣୁ ବିଜେଡି ପକ୍ଷରୁ ଲୋକସଭାରେ କଳିକେଶ ନାରାୟଣ ସିଂଦେଓ ଏବଂ ରାଜ୍ୟସଭାରେ ଏ.ୟୁ. ସିଂଦେଓ ମରୁଡି ଆଲୋଚନା ପାଇଁ ନୋଟିସ ଦେଇଛନ୍ତି । ସେହିପରି କଳାହାଣ୍ଡି ନର୍ଲାରୁ ରେଳ ୱାଗନ କାରଖାନା ସ୍ଥାନାନ୍ତର ପ୍ରସଙ୍ଗ ମଧ୍ୟ ଉଠାଇପାରେ ବିଜେଡି । ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମେ’ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୧୫ଟି କାର୍ଯ୍ୟ ଦିବସରେ ସରକାର ଆର୍ଥିକ ବିଲ, ରେଳ ଅନୁମୋଦନ ବିଲ, ଉତରାଖଣ୍ଡ ଅଧ୍ୟାଦେଶ, ଜିଏସଟି ବିଲ, କାରଖାନା ଓ ବନୀକରଣ ପାଣ୍ଠି ବିଲ ଆଦି ଆଣିପାରନ୍ତି । ସଂସଦରେ ଓଡିଶାର ଦାବି ପାଇଁ ଲଢେଇ କରିବେ ବିଜେଡି ସାଂସଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାରୁ ଆସନ୍ତାକାଲି ସଂସଦ ବଜେଟ ଅଧିବେଶନ ପୂର୍ବରୁ ନବୀନଙ୍କୁ ଭେଟିବ ବିଜେଡି ସଂସଦୀୟ ଦଳ । ଗୃହରେ ନିଜର ଅଭିମୁଖ୍ୟ ରଖିବା ପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରିବା ସମ୍ଭାବନା ରହିଛି । କନକ ବ୍ୟୁରୋ : ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସପକ୍ଷରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଳା ପୋଷାକ ପିନ୍ଧି ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିଲା ଦଳ । ଦିଲ୍ଲୀରେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଅଭିମୁଖେ ରାଲି କରିଥିଲେ ରାହୁଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧା ଆକ୍ଷେପ କରି ରାହୁଲ କହିଥିଲେ ନିଜେ ଚୌକିଦାର ଚୋର ପାଲଟିଛନ୍ତି । ସେହିପରି ଓଡ଼ିଶାରେ ମଧ୍ୟ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ପ୍ରସଙ୍ଗ ସିବିଆଇ, ଟାର୍ଗେଟରେ ମୋଦି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ ଦୁଇ ସର୍ବୋଚ୍ଚ ଅଧିକାରୀଙ୍କ ଲଢେଇ ପରେ ମିଳିଛି ନର୍ବାସନ ଦଣ୍ଡ । ଏହାକୁ ପ୍ରସଙ୍ଗ କରି ରାଜଧାନୀ ରାସ୍ତାକୁ ଓହ୍ଲାଇ ଆସିଛି କଂଗ୍ରେସ । ସିବିଆଇର ନିର୍ବାସିତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସପକ୍ଷରେ ରାଲି କରିଛି ମୁଖ୍ୟ ବିରୋଧୀ ଦଳ । ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦିଲ୍ଲୀରେ ବିଶାଳ ରାଲି କରିଛି କଂଗ୍ରେସ । ଲୋଧି ରୋଡରେ ଥିବା ଦୟାଲ ସିଂ କଲେଜ ନିକଟରୁ ବାହାରି ଏହି ରାଲି ସିବିଆଇ ମୁଖ୍ୟାଳୟ ଯାଏଁ ଯାଇଥିଲା । ଯେଉଁଥିରେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ଶତାଧିକ କର୍ମୀ ସାମିଲ ହୋଇଥିଲେ । ମୋଦି ବିରୋଧୀ ଏହି ଅଭିଯାନରେ କଂଗ୍ରେସକୁ ଲୋକତାନ୍ତ୍ରିକ ଜନତା ଦଳ, ସିପିଏମ ଓ ଟିଏମସିର ସମର୍ଥନ ମିଳିଛି । ତେବେ ସିବିଆଇ ମୁଖ୍ୟାଳୟ ନିକଟ ନିଷିଦ୍ଧାଂଚଳକୁ ପ୍ରବେଶ କରିବାବେଳେ ପୋଲିସ ଏମାନଙ୍କୁ ଉଠାଇ ନେଇଥିଲା । ରାହୁଲ ଗାନ୍ଧି ମଧ୍ୟ ଲୋଧି କଲୋନି ପୋଲିସ ଷ୍ଟେସନରେ ନିଜେ ଯାଇ ଗିରଫ ହୋଇଥିଲେ । ସିବିଆଇ ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ରାଫେଲ ଡିଲ ନେଇ ଆଲୋକ ବର୍ମା ତଦନ୍ତ ଆରମ୍ଭ କରିଥିବାରୁ ତାଙ୍କୁ ବେଆଇନ ଭାବେ ସରକାର ପଦରୁ ହଟାଇ ଦେଇଥିବା କହିଆସୁଛନ୍ତି ରାହୁଲ । ସେପଟେ ଦିଲ୍ଲୀ ସମେତ ସାରା ଦେଶରେ ସିବିଆଇ ପ୍ରସଙ୍ଗକୁ ନେଇ ମୋଦି ବିରୋଧୀ ସ୍ୱରକୁ ତୀବ୍ର କରିଛି କଂଗ୍ରେସ ।ମୋଦି ଓ ଶାହାଙ୍କ ଇସାରାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପରିଚାଳିତ ହେଉଥିବା ଅଭିଯୋଗ କରିଛି ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ଯାଏଁ ରାଲି କରିଛି ଦଳ । କଳା ପୋଷାକ ପିନ୍ଧି ଅଭିନବ ଢଙ୍ଗରେ ସିବିଆଇ ନିର୍ଦ୍ଦେଶକଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରିଛି । ୨୦୧୪ରେ ଭ୍ରଷ୍ଟାଚାର ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାଚ୍ୟୁତ ହୋଇଥିଲା କଂଗ୍ରେସ । ଏବେ ପୁଣି ନିର୍ବାଚନୀ ବର୍ଷରେ ସେହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ପୂର୍ବରୁ ସିବିଆଇକୁ ପଞ୍ଜୁରୀ ଭିତରେ ଶୁଆ କହିଥିଲେ ସୁପ୍ରିମକୋର୍ଟ । ଏବେ ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଥିବାରୁ ବିଶ୍ୱାସନୀୟତା ହରାଇବାରେ ଲାଗିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଉ ସଂସ୍ଥାର ଛବି ସୁଧାରିବାକୁ ସରକାର ନେଇଥିବା ନିଷ୍ପତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନରେ ଖୁବ କଡା ଆଭିମୁଖ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ।
OSCAR-2019
କନକ ବ୍ୟୁରୋ: ଆଜି ସକାଳେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ହଳଦୀପଦା ଗାଁମୁଣ୍ଡ ଛକ ଉପରେ ଥିବା ଏକ ଚାଳିଆରୁ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳେ କେତେକ ଲୋକ ବିଲକୁ ଚାଷ କାମ ପାଇଁ ଯାଉଥିବା ବେଳେ ହଳଦୀପଦା ଗାଁ ମୁଣ୍ଡରେ ମୁମୂର୍ଷୁ ଅବସ୍ଥାରେ ପଡ଼ି ଗଁ ଗଁ ହେଉଥିବା ଦୁଇଜଣ ଯୁବକ ଯୁବତୀଙ୍କୁ ଦେଖିଥିଲେ । ସଙ୍ଗେ ସଙ୍ଗେ ଲୋକେ ୧୦୮ ଆମ୍ବୁଲାନ୍ସ ଡାକି ଉଭୟଙ୍କୁ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ସେଠାରେ ଉଭୟଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ପରମାନନ୍ଦ ମୂଳା ଓ ସେ ବିବାହିତ । ତଥାପି ସେହି ଗ୍ରାମର ଆରତୀ ମୂଳା ନାମକ ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏଥିପାଇଁ ଉଭୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ବିଷ ପିଇ ଦେଇଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ପୁଲିସ ମତଦେହ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ବୋଲି ପୁଲିସ କହିଛି ।
OSCAR-2019
ସାଧାରଣତ ଫଳକୁ ସମସ୍ତେ ଦେହ ପାଇଁ ହିତକର ବୋଲି କୁହନ୍ତି । ସେଓକୁ ସବୁଠୁ ଅଧିକ ହିତକର ଫଳ କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କି ସେଓ ଖାଇବା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିବାର ସମ୍ଭାବନା ମଧ୍ୟ ରହିଛି । ଆପଣ ଯେଉଁ ସେଓ ବା ଆପଲ୍ ଖାଉଛନ୍ତି ତାହା ବିଷ ହୋଇପାରେ । ବିଶେଷକରି ଚକଚକିଆ ଆପଲ୍ ଯେ ଦେହ ପାଇଁ ବିପଦ ଆଣିପାରେ ତାର ପ୍ରମାଣ ମିଳିସାରିଛି । ଖୋଲା ବଜାରରେ ହେଉ କି ମଲ୍ ହେଉ, ସେଠାରେ ଦେଖିବାକୁ ମିଳିଥାଏ ଚକଚକିଆ ନାଲି ବିଦେଶୀ ଆପଲ୍ । ଏହି ବିଦେଶୀ ଆପଲ୍ ଖାଇ ଆପଣ ନିଜ ପାଇଁ ବିପଦ ବରଣ କରୁନାହାନ୍ତି ତ’ ତେବେ ଏନେଇ କ’ଣ କହୁଛନ୍ତି ଡାକ୍ତର ? ସୂଚନାଯୋଗ୍ୟ ସେଓକୁ ଚକ୍ ଚକ୍ କରିବା ପାଇଁ ସେଓକୁ ଚକଚକ କରିବା ପାଇଁ ଏପ୍ରକାର ମହମ ବ୍ୟବହାର କରାଯାଇଥାଏ । କିନ୍ତୁ ସାଧାରଣତଃ ଏହି ମହମ ଦୁଇ ପ୍ରକାର ହୋଇଥିବା ବେଳେ ସେଓକୁ ଚକ୍ଚକ୍ କରିବା ପାଇଁ ମର୍ଫୋଲିନ୍ ନାମକ ଏକ ମିନେରାଲ୍ ଅଏଲ୍ ମିଶାଇ ସେଓର ଉପରଭାଗରେ ଦିଆଯାଇଥାଏ । ଏହାଦ୍ୱାରା ବେଶ ଅଧିକ ଦିନ ଧରି ଆପଲ୍କୁ ସତେଜ ରଖାଯାଇପାରେ । ତେବେ ଏନେଇ ଡାକ୍ତର କହିଛନ୍ତି,ସେଓରେ ଥିବା ମର୍ଫୋଲିନ୍ ଶରୀର ଭିତରକୁ ଗଲେ ତାହା ନାଇଟ୍ରସ୍ ମର୍ଫୋଅଲିନରେ ପରିଣତ ହୋଇଯାଏ । ତେବେ ଏହି କେମିକାଲ ଖାଇଲେ ଲିଭର କ୍ୟାନସର, କିଡ଼ନୀ କ୍ୟାସରର ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଶରୀରରେ ଅଲର୍ଜି ମଧ୍ୟ ଦେଖାଦେଇପାରେ । ଏହା ବ୍ୟତୀତ ଯଦି ଆପଣ ସେଓକୁ ଛଡ଼ାଇ କିମ୍ବା ଗରମ ପାଣିରେ ପକାଇ ଖାଇବେ ତେବେ ସେଓର ଫାଇବର ଗୁଣ ଚାଲିଯିବ । ପୋଟାସିୟମ ଓ ମାଗ୍ନେସିୟମ ଗୁଣ ମଧ୍ୟ ଚାଲିଯିବ । ତେବେ ଆପଣ ବି ଯଦି ଚକଚକିଆ ନାଲି ସେଓ ଖାଉଛନ୍ତି, ତେବେ ସମୟ ଥାଉ ଥାଉ ସାବଧାନ ହୋଇଯାଆନ୍ତୁ । ନହେଲେ ଭବିଷ୍ୟତରେ ଘୋର ବିପଦରେ ପଡ଼ିବ ।
OSCAR-2019
ବନ୍ତଳା: ଅନୁଗୁଳ ବ୍ଲକ ଅଧୀନ ଶରଧାପୁର ଠାରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବାହ୍ନ ପ୍ରାୟ ୧୦ଟା ହେବ। ଶରଧାପୁର ଗ୍ରାମରେ ଜଣେ ମହିଳା ଏକ ଗରା ଓ ବାଲ୍‌ଟି ଧରି ଚାଲି ଯାଉଥିଲେ। ପଛରୁ ଗ୍ରାମର ଜଣେ ମହିଳା ‘ନେଇଗଲା ନେଇ ଗଲା’ ବୋଲି ହଲ୍ଲା ପକାଉଥିଲେ। ଜଣାପଡ଼ିଥିଲା କି ମହିଳା ଜଣକ ଜଣେ ଲୋକଙ୍କ ଘରେ ପଶି ପାଣି ପିଇବା ପାଇଁ ମାଗିଥିଲେ। ସେ ପାଣି ଆଣି ଆସିବା ବେଳକୁ ମହିଳା ଜଣକ ଘରୁ ଗରା ଓ ବାଲ୍‌ତି ଧରି ଉଭାନ୍‌ ହୋଇ ଯାଇଥିଲେ। ମହିଳା ଜଣକ ଚାଲି ଯାଉଥିବା ଦେଖି ପଛପଟୁ ଘରମାଲିକ ହାହୋଲ୍ଲା ପକାଇଥିଲେ। ଏଭଳି ଦେଖିବା ପରେ ଲୋକମାନେ ମହିଳାଙ୍କୁ ଧରିଥିଲେ। ଏହି ସମୟରେ ଜଣେ କେହି କହିଥିଲା କି ସୋସିଆଲ ମିଡିଆରେ ଏ ସ୍ତ୍ରୀ ଲୋକର ଫଟୋ ଅଛି। ଏମାନେ ପିଲା ଚୋରାଉଛନ୍ତି। ବାସ୍‌, ଏତିକି ସୂଚ ନା ପରେ ମହିଳାଙ୍କ ଉପରେ ଆରମ୍ଭ ହୋଇଥିଲା ପ୍ରହାର। ଯିଏ ଆସୁଥିଲା ଗୋଟାଏ ବିଧା କିମ୍ବା ଗୋଇଠା ଦେଇଦେଉଥିଲା। ପୁଲିସ୍‌ ଆସି ଲୋକଙ୍କ କବଳରୁ ମହିଳାଙ୍କୁ ମୁକୁଳାଇଥିଲେ। ତା’ପରଠାରୁ ସେ କେଉଁଆଡେ ଅନ୍ତର୍ଧାନ ହୋଇଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି।
OSCAR-2019
କନକ ବ୍ୟୁରୋ: ଜାଡ଼ରେ ଥରୁଛି ଅଭ୍ୟନ୍ତରୀଣ ଓଡ଼ିଶା। ଲଗାତାର ତୃତୀୟ ଦିନ ପାଇଁ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ରେକର୍ଡ ହୋଇଛି । ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଦୁଇରୁ ତିନୋଟି ସ୍ଥାନରେ ହାଲକା ତୁଷାରପାତ ବି ହୋଇଥିବା ଜଣାପଡ଼ିଛି । ସେହିପରି କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟିରେ ବି ତୁଷାରପାତ ହୋଇଥିବା ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଅଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ଥଣ୍ଡା ଲାଗିରହିବ। ଧୀରେ ଧୀରେ କେତେକ ସହରର ତାପମାତ୍ରା ବଢ଼ିବ । ପ୍ରଥମେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ତାପମାତ୍ରା ବୃଦ୍ଧି ପାଇବ । କିନ୍ତୁ ୨୪ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ । ଗାଡ଼ି ଚାଳକମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇ ୬.୫ ଡିଗ୍ରିରେ ପହଞ୍ଚିଛି । ଅନୁଗୁଳରେ ୮.୬ ଡିଗ୍ରି, ଝାରସୁଗୁଡ଼ାରେ ୯.୨, ସୁନ୍ଦରଗଡ଼ରେ ୭, କେନ୍ଦୁଝରଗଡ଼ରେ ୭.୬, ସମ୍ବଲପୁର, ବଲାଙ୍ଗିର ଓ ଭବାନୀପାଟଣାରେ ୯, ହୀରାକୁଦରେ ୮.୬, କୋରାପୁଟରେ ୯.୮ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ଦେଢ଼ ଡିଗ୍ରି ହ୍ରାସ ପାଇ ୧୧.୫ରେ ପହଞ୍ଚିଛି । କଟକରେ ତାପମାତ୍ରା ୧୦.୬ ରହିଥିଲା । ଗାରମେଂଟସ ଇଣ୍ଡଷ୍ଟ୍ରିରେ ଏଂଟ୍ରି କରିଛି ପତଂଜଳି । ବଜାରକୁ ଆସିଲା ପତଂଜଳି ଡ୍ରେସ । ନିକଟରେ ନୂଆଦିଲ୍ଲୀରେ ପତଂଜଳି ପରିଧାନ ଶୋରୁମ ଉଦଘାଟନ କରିଛନ୍ତି ଯୋଗଗୁରୁ ବାବା ରାମଦେବ । ଧନତେରାସ ଅବସରରେ ପତଂଜଳି ଗାରମେଂଟସ ବ୍ୟବସାୟ ଆରମ୍ଭ ହୋଇଛି । ଏହି ନୂଆ ସୋରୁମରେ ୩ହଜାରରୁ ଅଧିକ ପ୍ରଡକ୍ଟ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ତେବେ ସବୁଠୁ ବଡ କଥା ହେଲା ଇଣ୍ଡିଆନ ଆଉଟଫିଟଠୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ଆଉଟଫିଟ ସବୁକିଛି ଏହି ସୋରୁମରେ ଉପଲବ୍ଧ ହେଉଛି । ଖାଲି ଡ୍ରେସ ନୁହେଁ ବିଭିନ୍ନ ଆସେସରିଜ ଓ ଫ୍ୟାଶନ ଜୁଏଲରୀ ଉପଲବ୍ଧ ହେଉଛି । ସ୍ପୋଟର୍ସୱୟାର,ଏଥନିକୱୟାର,ଆସ୍ଥା ୱିମେନ୍ସୱା୍ରୟାର, ଓ ସଂସ୍କାର ମେନ୍ସୱୟାର ନାଁରେ ଭିନ୍ନ ଭିନ୍ନ ଡ୍ରେସ ରହିବ । ମେନ୍ସୱୟାରରେ ଜିନ୍ସ ମଧ୍ୟ ଉପଲବ୍ଧ ହେଉଛି । ପୁରୁଷମାନଙ୍କ ଡ୍ରେସ ବ୍ରାଣ୍ଡର ନାଁ ସଂସ୍କାର ରଖ।।ଯାଇଥିବାବେଳେ ମହିଳାମାନଙ୍କ ଡ୍ରେସର ବ୍ରାଣ୍ଡର ନାଁ ରହିଛି ଆସ୍ଥ୍ା । ଡ୍ରେସ ବ୍ୟତିତ ଜୋତା ଓ କଠୋଉ ବ୍ରିକି ମଧ୍ୟ ଆରମ୍ଭ ହୋଇଛି । ଦୀପାବଳୀକୁ ନଜରରେ ରଖି ଆଖି ଦୃଶିଆ ଅଫର ମଧ୍ୟ ଦିଆଯାଉଛି । ୨୫ ପ୍ରତିଶତ ଡିସକାଉଁଟ ରହିଛି ଗ୍ରାହକଙ୍କ ପାଇଁ । । ଏଠାରେ ଆମେ କହିରଖୁଛୁ କି, ଦୀପାବଳିରେ ବାବା ରାମଦେବଙ୍କ କଂପାନୀ ପତଂଜଳୀ ଗାରମେଂଟ ବଜାରରେ ପାଦ ରଖିଛି । ଆଉ ଆରମ୍ଭରୁ ହିଁ ଲୋକଙ୍କୁ ବହୁ ଆକର୍ଷଣୀୟ ଉପହାରମାନ ଭେଟି ଦେଇଛି । ତେବେ ଦୀପାବଳିରେ ଲଂଚ ହେବା ଅବସରରେ ୭ ହଜାର ଟଙ୍କାର କପଡା ବା ପୋଷାକ ୧୧୦୦ ଟଙ୍କାରେ ଦେବାକୁ ବାବା ରାମଦେବ ଘୋଷଣା କରିଛନ୍ତି ।
OSCAR-2019
କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଗୋଧ୍ରା ଟ୍ରେନ ପୋଡି ମାମଲାର ଆଜି ଆସିବ ରାୟ । ଗୋଧ୍ରା ଟ୍ରେନ ଅଗ୍ନିକାଣ୍ଡ ମାମଲାରେ ଆଜି ଗୁଜରାଟ ହାଇକୋର୍ଟ ରାୟ ଶୁଣାଇ ପାରନ୍ତି । ଏହି ମାମଲାରେ ସ୍ୱତନ୍ତ୍ର ଏସଆଇଟି କୋର୍ଟ, କିଛି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ଓ କିଛି ଅଭିଯୁକ୍ତଙ୍କୁ କ୍ଲିନ ଚିଟ୍ ଦେବା ରାୟକୁ ହାଇକୋର୍ଟରେ ଚାଲେଂଜ କରାଯାଇଥିଲା । ଦୋଷୀ ସାବ୍ୟସ୍ତ ରାୟକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିଲା ମାମଲା । ସେହିପରି କୋର୍ଟ କ୍ଲିନ ଚିଟ୍ ଦେଇଥିବା ରାୟକୁ ହାଇକୋର୍ଟରେ ଉଠାଇଥିଲେ ରାଜ୍ୟ ସରକାର । ଆଜି ଏହି ଆବେଦନର ଚୁଡାନ୍ତ ରାୟ ଶୁଣାଇ ପାରନ୍ତି ଗୁଜରାଟ ହାଇକୋର୍ଟ । ୨୦୦୨ ମସିହାରେ ହୋଇଥିବା ଗୋଧ୍ରା ଟ୍ରେନ ପୋଡି ପରେ ଗୁଜରାଟରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା । ସେତେବେଳେ ରାଜ୍ୟ ସମେତ ଦେଶର ଅନେକ ସ୍ଥାନରେ ସାଂଘାତିକ ପରିସ୍ଥିତି ଦେଖାଦେଇଥିଲା । ଟ୍ରେନ ପୋଡିର ୧୫ ବର୍ଷ ପରେ ରାୟ ଶୁଣାଇବେ ଗୁଜରାଟ ହାଇକୋର୍ଟ । ଅଢେଇ ବର୍ଷ ପୂର୍ବେ ଗୋଧ୍ରା ଟ୍ରେନ ପୋଡି ମାମଲାର ଶୁଣାଣି ଶେଷ କରି ଗୁଜୁରାଟ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ୨୦୧୧ ମାର୍ଚ୍ଚ ୧ ତାରିଖରେ ସ୍ୱତନ୍ତ୍ର ଏସଆଇଟି କୋର୍ଟ ଏହି ମାମଲାର ରାୟ ଶୁଣାଇ ଥିଲେ । ପରେ ଏସଆଇଟିର ରାୟକୁ ଗୁଜୁରାଟ ହାଇକୋର୍ଟରେ ଚାଲେଂଜ କରାଯାଥିଲା । ଟ୍ରାଏଲ କୋର୍ଟ ଏହି ମାମଲାରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ ଓ ୬୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଦୋଷୀଙ୍କ ମଧ୍ୟରେ ୧୧ ଜଣଙ୍କୁ ଫାଶିଦଣ୍ଡ ଓ ୨୦ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇ ଥିଲେ ମାନ୍ୟବର କୋର୍ଟ । ୨୦୦୨ ମସିହା ଫେବୃୟାରୀ ୨୭ ତାରିଖରେ ସାବରମତୀ ଏକ୍ସପ୍ରେସର ଏସ-୬ ବଗିରେ ଗୋଧ୍ରା ଷ୍ଟେସନରେ ନିଆଁ ଲାଗିଥିଲା । ଏଥିରେ ୫୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ କର ସେବକ ଥିଲେ, ଯେଉଁମାନେ ଅଯୋଧ୍ୟାରୁ ଫେରୁଥିଲେ । ଗୋଧ୍ରା ଟ୍ରେନ ପୋଡି ପରେ ଗୁଜରାଟରେ ସାଂପ୍ରଦାୟିକ ଦଙ୍ଗା ଜଳି ଉଠିଥିଲା ।
OSCAR-2019
18 ନଦୀ ଆରପାରିସ୍ଥ କୂଶଦେଶ ପ୍ରତି ଦୃଷ୍ଟି ଦିଅ। ସେହି ଦେଶ ପୋକମାନଙ୍କର ପକ୍ଷର ଶବ୍ଦରେ ପରିପୂର୍ଣ୍ଣ। 2 ସେ ସମୁଦ୍ର ପଥରେ ନଳ ନିର୍ମିତ ନୌକାରେ ଦୂତମାନଙ୍କୁ ପ୍ରେରଣ କରିବେ, 4 ସଦାପ୍ରଭୁ କହିଲେ, “ମୁଁ ମୋର ବାସ ସ୍ଥାନରେ ରହି ଶାନ୍ତ ଭାବରେ ଏହିସବୁ ଘଟିବାର ନିରୀକ୍ଷଣ କରିବି। 5 ଗ୍ରୀଷ୍ମକାଳୀନ ମଧ୍ୟାହ୍ନ ସମୟର ପ୍ରଚଣ୍ଡ ତା’ପରେ ଲୋକ ବିଶ୍ରାମ କରିବା ପରି, ଶସ୍ୟ ଛେଦନକାଳୀନ ଶିଶିର ଯୁକ୍ତ ମେଘପରି କ୍ଷାନ୍ତ ହୋଇ ନିରୀକ୍ଷଣ କରିବି। ତା’ପରେ ଭୟଙ୍କର ଘଟଣା ଘଟିବ। ଯଥା ସମୟରେ ଦ୍ରାକ୍ଷାଲତାରେ ଫୁଲ ଫୁଟିବ ଓ ନୂତନ ଦ୍ରାକ୍ଷାଲତା ଜନ୍ମିବ। ମାତ୍ର ଫଳ ଅମଳ ପୂର୍ବରୁ ଶତ୍ରୁମାନେ ଆସିବେ ଓ ଗଛଗୁଡ଼ିକୁ କାଟି ପକାଇବେ। ସେମାନେ ଶାଖାଗୁଡ଼ିକୁ କାଟି ଫିଙ୍ଗି ଦେବେ। 6 ସେହି ଦ୍ରାକ୍ଷାଗୁଡ଼ିକୁ ପର୍ବତର ପକ୍ଷୀଗଣ ଓ ବଣର ପଶୁଗଣ ଭକ୍ଷ୍ୟଣ କରିବେ। ଦୂରସ୍ଥ ପକ୍ଷୀଗଣ ସେହି ଦ୍ରାକ୍ଷାରେ ଗ୍ରୀଷ୍ମକାଳ କଟାଇବେ ଏବଂ ବନ୍ୟ ପଶୁଗଣ ସେହି ଦ୍ରାକ୍ଷା ଫଳରେ ଶୀତକାଳ କଟାଇବେ।” 7 ସେହି ସମୟରେ ଏକ ସ୍ୱତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହେବ। ସେହି ନୈବେଦ୍ୟ ସେହି ଦୀର୍ଘକାୟ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନରେ ଲୋକମାନେ ଏହି ଦୀର୍ଘକାୟ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସେମାନେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସେହି ଦେଶ ନଦନଦୀ ଦ୍ୱାରା ବିଭକ୍ତ ହୋଇଛି। ସେହି ନୈବେଦ୍ୟ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ।
OSCAR-2019
ବୋଟ୍‌ କିଣାବିକା ଓ ମରାମତି କେଳେଙ୍କାରୀ : ଏସ୍‌ଆର୍‌ସିଙ୍କ ତଦନ୍ତ ନିର୍ଦେଶ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି | Sambad ଯାଜପୁରରୋଡ୍‌ : ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ସହାୟତା ପାଇଁ ରାଜ୍ୟ ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ବୋଟ୍‌(ଲଞ୍ଚ୍‌) ସେବା ନାମରେ କୋଟି କୋଟି ଟଙ୍କା ହରିଲୁଟ୍‌ ଚାଲିଛି। ବୋଟ୍‌ ଡ୍ରାଇଭର ଓ ଖଲାସୀ ନିଯୁକ୍ତି ଠାରୁ ଆରମ୍ଭ କରି ବୋଟ୍‌(ଲଞ୍ଚ) ମରାମତି ଓ ନିଲାମରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏ ସଂପର୍କରେ ଗତ କିଛିଦିନ ତଳେ ‘ସମ୍ବାଦ’ରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏହି ଘଟଣାକୁ ସ୍ୱତନ୍ତ୍ର ରିଲିଫ୍‌ କମିସନ(ଏସ୍‌ଆରସି) ଗୁରୁତ୍ୱର ସହ ଗ୍ରହଣ କରିବା ସହିତ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏସ୍‌ଆର୍‌ସିଙ୍କ ତଦନ୍ତ ନିର୍ଦେଶ ପରେ ଅସାଧୁ କର୍ମଚାରୀମାନେ ଏବେ ଛାନିଆ ହୋଇପଡ଼ିଛନ୍ତି। ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ର ହସ୍ତଗତ ହୋଇଥିବା ତଥ୍ୟ ମୁତାବକ ଲକ୍ଷ ଲକ୍ଷ ଟଙ୍କାରେ କ୍ରୟ ହୋଇଥିବା ଏକାଧିକ ବୋଟ୍‌ କାର୍ଯ୍ୟରେ ଲାଗୁନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ପଡ଼ି ଖତ ଖାଉଛି। ୪୦ ଲକ୍ଷ ଟଙ୍କାର ବୋଟ୍‌ ମାତ୍ର ୪ ହଜାର ଟଙ୍କାରେ ବିକ୍ରି କରିଦିଆଯାଇଛି। ନିଲାମ କାରବାରରେ ଫିକ୍ସିଂ କରି କୋଟି କୋଟି ଟଙ୍କା ଅଧିକାରୀ ଓ କର୍ମଚାରୀଙ୍କ ଅସାଧୁ ମେଣ୍ଟ ହାତେଇ ନେଇଛନ୍ତି। ହସ୍ତଗତ ହୋଇଥିବା ତଥ୍ୟ ମୁତାବକ ବାଣପୁର(ବାଲୁଗାଁ) ତହସିଲଦାରଙ୍କ ଅଧୀନରେ ଥିବା ସୋଲାରି ମୋଟର୍‌ ଲଞ୍ଚ, କୃଷ୍ଣପ୍ରସାଦ ତହସିଲ ଅଧୀନରେ ଥିବା ପ୍ରାଚୀ, ଅସ୍ତରଙ୍ଗ ବିଡ଼ିଓଙ୍କ ଅଧୀନରେ ଥିବା ରତନଚିରା, ରାଜନଗର ତହସିଲ ଅଧୀନରେ ଥିବା ଅଳକା ମୋଟର୍‌ ଲଞ୍ଚ, ନିଶ୍ଚନ୍ତକୋଇଲି ବିଡ଼ିଓ ଅଧୀନ ଏଚଡ଼ି-୩, ବିଡ଼ିଓ କୋରେଇ ଅଧୀନ ଏମସିସି -୧, କଟକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ସୁବର୍ଣ୍ଣରେଖା ମୋଟର ଲଞ୍ଚ, ଆଳି ବିଡ଼ିଓଙ୍କ ଅଧୀନରେ ଥିବା ମୋଟର ଲଞ୍ଚ ଭାଲେରି, ମାର୍ଶାଘାଇ ବିଡ଼ିଓଙ୍କ ଅଧୀନ ଭାର୍ଗବୀ ମୋଟର ଲଞ୍ଚ ନିଲାମ ହୋଇଯାଇଛି। ଏଥିସହିତ ଋଷିକୁଲ୍ୟା(ଅସ୍ତରଙ୍ଗ), ମହାନଦୀ ଓ ବିରୁପା (ମହାକାଳପଡ଼ା),ଦେବୀ(ରସୁଲପୁର), ଦୟା ଓ କନ୍ଦଳ (ବଡ଼ଚଣା), ନାଗାବଳୀ, ଖରସ୍ରୋତା ଓ ଶଙ୍ଖ(ଚାନ୍ଦବାଲି), ବୈତରଣୀ(ପଟ୍ଟାମୁଣ୍ଡାଇ) ଓ କୋଇଲି(ଆଳି), କାଠଯୋଡ଼ି(ରାଜନଗର) ଓ ଧାମରା(ବରୀ) ମାତ୍ର ୪ ହଜାରରୁ ୮ହଜାର ଟଙ୍କାରେ ନିଲାମ କରାଯାଇଛି। ଏପରି ନିଲାମ ହୋଇଥିବା ବୋଟ୍‌ ଗୁଡ଼ିକରେ ମଧ୍ୟ ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଦର୍ଶାଯାଇ ହରିଲୁଟ୍‌ କରାଯାଇଛି। ଏବେବି ଏହି କାରବାର ଚାଲିଛି। ଅନ୍ୟପକ୍ଷରେ, ଏହି ଘଟଣାରେ କଟକରେ ଥିବା ଷ୍ଟେଟ୍‌ ପୋର୍ଟ୍‌ ଇଜିନିୟରିଂ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ(ଏଏମଇ) ଅମରଜିତ୍‌ ବେହେରାଙ୍କୁ ବଦଳି କରି ଦିଆଯାଇଛି। ତାଙ୍କୁ କୋରାପୁଟ ଜିଲ୍ଲାର ଆମ୍ବାଗୁଡ଼ାକୁ ବଦଳି କରାଯାଇଛି।
OSCAR-2019
ଅହମ୍ମଦାବାଦ : ରାଜସ୍ଥାନ ପାଲି ଜିଲ୍ଲାର ଅରବପତି ପରିବାରରୁ ଆସିଥିବା ଗୋଲ୍ଡ ମେଡାଲିଷ୍ଟ ଡାକ୍ତରାଣୀ ହିନାକୁମାରୀ ହିଙ୍ଗଡ଼ ସାଂସାରିକ ମୋହ ତ୍ୟାଗ କରି ଜୈନ ଦୀକ୍ଷା ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୨୮ ବର୍ଷୀୟା ହିନା ପେସାରେ ଜଣେ ଡାକ୍ତର। ସେ ପିଲାଦିନରୁ ସରଳ ଜୀବନଯାପନ କରୁଛନ୍ତି। ଏମିତି କି ଜୈନ ଧର୍ମରେ ଦୀକ୍ଷିତ ହେବା ପାଇଁ ନିଜ ପରିବାର ଲୋକଙ୍କୁ ସେ ୧୨ ବର୍ଷ ହେଲା ଅନୁରୋଧ କରିଆସିଛନ୍ତି। ଇତିମଧ୍ୟରେ ପରିବାର ତରଫରୁ ସବୁଜ ସଂକେତ ମିଳିଥିବାରୁ ଆସନ୍ତା ୧୮ ତାରିଖରେ ନିଜ ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରିବେ। ଡାକ୍ତର ହିନାକୁମାରୀ ହିଙ୍ଗଡ଼ଙ୍କ ପରିବାର ରାଜସ୍ଥାନ ପାଲି ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବା ବେଳେ ଗତ ୫ ବର୍ଷ ହେବ ସେମାନେ ମୁମ୍ବାଇର ବୋରିଓ୍ଵଲି ଅଞ୍ଚଳରେ ରହୁଛନ୍ତି। କପଡ଼ା କ୍ଷେତ୍ରରେ ହିଙ୍ଗଡ଼ ପରିବାରର ବଡ଼ କାରବାର ରହିଛି। କିନ୍ତୁ ହିନାକୁମାରୀ ପାର୍ଥିବ ସୁଖକୁ ଆଡ଼େଇ ଦେଇ ଜୈନ ଭିକ୍ଷୁ ସାଜିବାକୁ ନିଷ୍ପତ୍ତି ନେଇଛନ୍ତି।
OSCAR-2019
କନକ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ମହାନଦୀ ଜଳ ବିବାଦର ଶୁଣାଣି ହେବ । ଜଷ୍ଟିସ ଏସଏ ବବଡେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ଦାବି ଉପରେ ଆଜି ଶୁଣାଣି କରିବେ । ଏହି ମାମଲାରେ ଓଡିଶା ସରକାର ଓ ଛତିଶଗଡ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିସାରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଆଜି ପୁଣିଥରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜରିଆରେ ସମାଧାନ ପାଇଁ କୋର୍ଟରେ ଯୁକ୍ତି ଉପସ୍ଥାପନ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଅପରପକ୍ଷେ, ସତ୍ୟପାଠ ଜରିଆରେ ଉତ୍ତର ରଖି ଓଡ଼ିଶା କହିଛି ଯେ ବୁଝାମଣା କେବଳ ଯୁଗ୍ମ ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପ ମଧ୍ୟରେ ସୀମିତ ଥିଲା । ଓଡ଼ିଶା ମହାନଦୀ ଜଳବିବାଦ ସମ୍ପର୍କରେ ଯେଉଁ ଅଭିଯୋଗ ପିଟିସନ ୨୦୧୬ ନଭେମ୍ବର ୧୯ରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା ତାହା ଉପରୋକ୍ତ ପ୍ରସଙ୍ଗର ଅଂଶ ବିଶେଷ ନଥିଲା ବୋଲି ରାଜ୍ୟ ସରକାର ଜବାବରେ କହିଛନ୍ତି । ରାଜ୍ୟ ସରକାର ଦାଖଲ କରିଥିବା ପିଟିସନରେ ଜଳବିବାଦକୁ ନେଇ ହୀରାକୁଦ ଡ୍ୟମର ବ୍ୟାକଓ୍ଵାଟର ଅଧ୍ୟୟନ ସମ୍ବନ୍ଧିତ ନୁହେଁ ବରଂ ମହାନଦୀ ଜଳର ଗତି ପରିବର୍ତ୍ତନ ସମ୍ପର୍କରେ ଅଭିଯୋଗ କରାଯାଇଛି । ଜଳବଣ୍ଟନକୁ ନେଇ ବିବାଦ ହୋଇଥିବା ବେଳେ ବ୍ୟାକ ଓ୍ଵାଟର ଅଧ୍ୟୟନ ସମ୍ପର୍କରେ କଛି କରିବାର ନଥିଲା ବୋଲି ସତ୍ୟପାଠରେ କୁହାଯାଇଛି । ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଯାହା ଏପର୍ୟ୍ୟନ୍ତ ଗଠନ କରାଯାଇନାହିଁ ୧୯୮୩ର ବୁଝାମଣା ଅର୍ନ୍ତଗତ ଏହାର ସୀମିତ ବିଧିସଂଗତ ଅଞ୍ଚଳରେ କେବଳ ୪ଟି ଯୁଗ୍ମ ପ୍ରକଳ୍ପରେ ସୀମିତ ରହିଛି। ବୁଝାମଣାର ଧାରା ୧୧କୁ ନେଇ ଛତିଶଗଡ କେବଳ ଭ୍ରମ ସୃଷ୍ଟି କରୁଛି । ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ଆଳରେ କେବଳ ଟ୍ରିବ୍ୟୁନାଲ ଗଠନର ସାମ୍ବିଧାନିକ ଅଧିକାର ଯାହା ୧୯୫୬ର ଅନ୍ତଃନଦୀ ଜଳ ବିବାଦ ଆଇନ ଅର୍ନ୍ତଗତ ରିମେଡି ରୂପେ ଉପଲବ୍ଧ ଅଛି ତାହାକୁ କେହି ରୋକିପାରିବେ ନାହିଁ ବୋଲି ରାଜ୍ୟ ସରକାର ସତ୍ୟପାଠରେ ସ୍ପଷ୍ଟ କରିଛନ୍ତି । ଅପରପକ୍ଷେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ଆଜି ପୁଣିଥରେ ୨ ପକ୍ଷର ଆଲୋଚନା ଜରିଆରେ ବିବାଦର ସମାଧାନ ନେଇ ଯୁକ୍ତି ଉପସ୍ଥାପନ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସ୍ୱତନ୍ତ୍ର ମହାନଦୀ ଟ୍ରିବ୍ୟୁନାଲ ପରିବର୍ତ୍ତେ ସମସ୍ତ ନଦୀଜଳ ବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ଗଠନ ପାଇଁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମଧ୍ୟ ସେ ଖଣ୍ଡପୀଠକୁ ଅବଗତ କରାଇ ପାରନ୍ତି ବୋଲି ସମ୍ଭାବନା ରହିଛି । ଟ୍ରିବ୍ୟୁନାଲ ବିନା ମହାନଦୀ ବିବାଦର ସମାଧାନ ହେବ ନାହିଁ ଏହି ମର୍ମରେ ନିଜର ଓକିଲ ମାନଙ୍କ ସହ ଓଡିଶା ଖଣ୍ଡପୀଠରେ ଜୋରସୋରରେ ଯୁକ୍ତି ଉପସ୍ଥାପନା କରିବେ ବୋଲି ଜଣାପଡ଼ିଛି।
OSCAR-2019
କନକ ବ୍ୟୁରୋ : କୁହାଯାଏ ଯିଏ ଯେତିକି ଧନୀ ହୋଇଥିଲେ ବି ମୃତ୍ୟୁ ପରେ କେହି କିଛି ସାଥିରେ ନେଇ ଯାଆନ୍ତିନି । ତେବେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଜଣଙ୍କର ମୃତ୍ୟୁରେ ଶତାଧିକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଥାଇଲାଣ୍ଡର ରାଜା ଭୂମିବୋଲ ଅଦୁଲ୍ୟଦେଜଙ୍କ ଅନ୍ତିମ ସଂସ୍କାରରେ ଖର୍ଚ୍ଚ ହୋଇଛି ପ୍ରାୟ ୬ଶହ କୋଟି ଟଙ୍କା । ତାଙ୍କ ମୃତ୍ୟୁ ଗତବର୍ଷ ଅକ୍ଟୋବର ୧୩ତାରିଖରେ ହୋଇଥିଲା । ଏକ ବର୍ଷ ପର୍ଯ୍ୟନ୍ତ ଶୋକ ପ୍ରକାଶ କରିବାପରେ ଗୁରୁବାର ଦିନ ରାଜା ଭୂମିବୋଲଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ବର୍ଷକ ପରେ ଶେଷ ୫ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବା ପରେ ଗୁରୁବାର ଦିନ ରାଜାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଏଥିପାଇଁ ଥାଇଲାଣ୍ଡରେ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି । ରାଜାଙ୍କ ଅନ୍ତିମ ସସ୍କାର ପାଇଁ ରାଜକୀୟ ଶ୍ମସାନର ନିର୍ମାଣ କରାଯାଇଥିଲା । ରାଜା ଭୂମିବୋଲ ଅଦୁଲ୍ୟଦେଜ ଥାଇଲାଣ୍ଡରେ ଦୀର୍ଘ ୭୦ବର୍ଷ ଧରି ଶାସନରେ ରହିଆସିଥିଲେ । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଲଗାତାର ଚର୍ଚ୍ଚାରେ ଯୋଗୀ ଆଦିତ୍ୟନାଥ । ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନରେ ଟିକେ ବି ପରିବର୍ତ୍ତନ ହୋଇନାହାଁନ୍ତି ଯୋଗୀ । ଯେମିତି ପୂର୍ବରୁ ତାଙ୍କ ଜୀବନ ଶୈଳୀ ଥିଲା ଏବେ ବି ରହିିଛି ସେମିତି । କ୍ଷମତା ଆସିଲା ହେଲେ ଏଯାଏଁ ଆସିନି ମୋହ । ତେବେ ଏକ ନିର୍ଦ୍ଦିଷ୍ଟ କାମ ବିନା ଗୋଟିଏ ଦିନ ବି ଯୋଗୀ ରହିପାରନ୍ତିନି । ଏବେ ନଜର ପକାନ୍ତୁ କଣ ସେହି କାମ । ଯୋଗୀ ପ୍ରତିଦିନ ସକାଳ ୩ଟା ଯାଏଁ ଚେଇଁ ରୁହନ୍ତି । ତାପରେ ଧ୍ୟାନ କରି ଯୋଗ କରନ୍ତି । ପରେ ଗୋରଖପୀଠାଧିଶ୍ୱର ହିସାବରେ ପୂଜାର୍ଚ୍ଚନା କରନ୍ତି । ଏହାସହ ଗୋରଖଧାମ ପୀଠ ସହ ଜଡିତ ସମସ୍ତକାର୍ଯ୍ୟ ଏବଂ ସଫା ସୂତୂରା କରନ୍ତି । ଏହା ପରେ ମାଛମାନଙ୍କୁ ଖାଦ୍ୟ ଦେଇ ଗୌଶାଳା ଯାଆନ୍ତି । ଏସବୁ କାମ ପରେ ଗୋରଖପୁର ମନ୍ଦିର ପ୍ରମୁଖ ଏବଂ ସାସଂଦ ହିସାବରେ ଲୋକମାନଙ୍କ ଗୁହାରୀ ଶୁଣୁଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସମାନ ଜୀବନ ଶୈଳୀ ରହିଛି ଯୋଗଙ୍କର । ତେବେ ତାଙ୍କର କିଛି ଗାଇଙ୍କୁ ମୁଖ୍ୟମନ୍ତ୍ରୀ ନିବାସକୁ ପଠାଯାଇଛି । ଯାହାଙ୍କ ସେବା ଯୋଗୀଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ । ତାଙ୍କ ନିକଟତମ ବ୍ୟକ୍ତି ମାନେ କୁହନ୍ତି ଯୋଗୀ ଗୋଟିଏ ଦିନ ବି ଗୋମାତାଙ୍କ ସେବା ନକରି ରହିପାରନ୍ତି ନାହିଁ । ଡେରି ରାତି ଯାଏଁ କାମ କରିବା ଯୋଗୀଙ୍କ ଅଭ୍ୟାସ । ତେଣୁ ଏହି ସମୟରେ ସେ ବାହାର ଖାଦ୍ୟ ଖାଇ ନଥାନ୍ତି । ଯୋଗୀ ବିଳାସ ବ୍ୟସନ ଜୀବନଠାରୁ ନିଜକୁ ଦୂରେଇ ରଖନ୍ତି । ଶିଶୁ କାଠରେ ତିଆରି ଏକ ଖଟରେ ଶୁଅନ୍ତି । ଏପରିକି ତାଙ୍କ କକ୍ଷରେ ଏସି ମଧ୍ୟ ନାହିଁ ।
OSCAR-2019
ମୁମ୍ବାଇ: ଆଜିକା ଦିନରେ ସମସ୍ତଙ୍କ ହାତ ପାହାନ୍ତାରେ ଟିଭି। ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ଯୋଗୁଁ କିଛି ସମୟ ମଧ୍ୟରେ ଅମେ ସବୁକିଛି ପାଇଯାଉଛେ। ଷ୍ଟାଡିୟମ ନଗଲେ ଅତୀତରେ ମ୍ୟାଚ୍‌ ଦେଖିବା ସମ୍ଭବ ହେଉନଥିଲା। କିନ୍ତୁ ଏବେ ଆମେ ଟିଭି, ଇଣ୍ଟରନେଟ୍‌ ଓ ସାମାଜିକ ଗଣମାଧ୍ୟମରେ ଏସବୁ ସହଜରେ ପାଇ ପାରୁଛୁ। ପୂର୍ବ ଦିନ ମ୍ୟାଚ୍‌ ନଦେଖି ପାରିଲେ ମଧ୍ୟ ତା’ର ମୁଖ୍ୟାଂଶ ପର ଦିନଯାକ ଯେତେବେଳେ ଚାହୁଛେ ଦେଖିପାରୁଛେ। ଏଭଳି ଆଧୁନିକ ତଥା ବୈଷୟିକ ଜ୍ଞାନକୌଶଳ ଭରା ଦୁନିଆରେ ଅମ୍ପାୟାରମାନଙ୍କ ଭୁଲ ମଧ୍ୟ ଜଣେ ସାଧାରଣ ଦର୍ଶକ ସହଜରେ ଧରି ପକାଉଛି। ଫଳରେ ଅମ୍ପାୟାରଙ୍କ ଭୁଲ ଆଉ ଲୁଚି ରହୁନି। ବୁଧବାର ଏମିତି ଭୁଲ ଟିଭି ରିପ୍ଲେରୁ ଧରା ପଡ଼ିଥିଲା। କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ-କୋଲ୍‌କାତା ନାଇଟ୍‌ ରାଇଡର୍ସ ମ୍ୟାଚ୍‌ ବେଳେ ଅମ୍ପାୟାର କେଏନ୍‌ ଅନନ୍ତପଦ୍ମନାଭମ ମୁମ୍ବାଇ ପାଳିର ୧୫ତମ ଓଭରର ପଞ୍ଚମ ବଲ୍‌କୁ ନୋ ଡାକିଥିଲେ। ରୋହିତ ଶର୍ମାଙ୍କ ବିପକ୍ଷରେ ବୋଲିଂ କରୁଥିଲା ବେଳେ ଟମ୍‌ କୁରାନ୍‌ଙ୍କ ଆଗ ପାଦ କ୍ରିଜ୍‌ ଆଗକୁ ବଢ଼ିଥିବା କହି ଅନନ୍ତପଦ୍ମନାଭମ ନୋ ଡାକିଥିଲେ। କିନ୍ତୁ ରିପ୍ଲେରେ କୁରାନଙ୍କ ଗୋଡ଼ କ୍ରିଜ୍‌ ମଧ୍ୟରେ ଥିବା ସ୍ପଷ୍ଟ ହୋଇଥିଲା। ଯାହାକୁ ନେଇ ଭାଷ୍ୟକାର ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍‌ କ୍ଲାର୍କ ସମାଲୋଚନ କରି ଟ୍ଵିଟ୍‌ କରିଥିଲେ। ଲେଖିଥିଲେ, ଭୟାନକ ଅମ୍ପାୟାରିଂ, ଆଜିକା ଦିନରେ ଏତେ ବୈଷୟିକ ଜ୍ଞାନ ଥିବା ସତ୍ୱେ ଏଭଳି ଭୁଲ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଉଛି। ଅମ୍ପାୟାର ଅନନ୍ତପଦ୍ମନାଭମଙ୍କ ପାଇଁ ଗୁରୁବାର ହର୍ସ ଭୋଗ୍‌ଲେ ଆଗକୁ ବାହାରିଥିଲେ। ସେ କହିଥିଲେ, କୁରାନ ବୋଲିଂ କରୁଥିଲା ବେଳେ ତାଙ୍କ ଗୋଡ଼ ଖସି କ୍ରିଜ୍‌ ବାହାରକୁ ଯିବାର ଅମ୍ପାୟରଙ୍କ ନଜରରେ ଆସିଥିବ। ସେଥିପାଇଁ ସେ ନୋ ବଲ୍‌ ଦେଇଥିବେ। ଏମିତି ଭୁଲ ଆମେ ମଧ୍ୟ ବେଳେ ବେଳେ କରି ଦେଇଥାଉ। ଏହକୁ ନେଇ ଚର୍ଚା କରିବା ଠିକ୍‌ ନୁହେଁ ବୋଲି ଭୋଗ୍‌ଲେ କହିଥିଲେ। ଏହିଭଳି ଅମ୍ପାୟାରଙ୍କ ଭୁଲ ଚଳିତ ଆଇପିଏଲ୍‌ରେ ବହୁବାର ଦେଖିବାକୁ ମିଳିଲାଣି। ଏହା ପୂର୍ବରୁ ଏପ୍ରିଲ୍‌ ୨୨ ତାରିଖରେ ହାଇଦ୍ରାବାଦରେ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ ବେଳେ ସ୍କୋୟାର୍‌ ଲେଗ୍‌ ଅମ୍ପାୟର ଥିବା ବିନୀତ କୁଲକର୍ଣ୍ଣି ଏକ ହାଇ ଫୁଲ୍‌ଟସ୍‌କୁ ନୋ ଡାକିନଥିଲେ। କେନ୍‌ ଓ୍ଵିଲିୟମ୍‌ସନ୍‌ ବ୍ୟାଟିଂ କରୁଥିଲା ବେଳେ ସାର୍ଦୁଲ ଠାକୁର ଏକ ହାଇ ଫୁଲ୍‌ଟସ୍‌ ପକାଇଥିଲେ। କିନ୍ତୁ ଏହା ନୋ ହୋଇନଥିଲା ଏବଂ ଏହି ମ୍ୟାଚ୍‌କୁ ୪ ରନ୍‌ରେ ହାଇଦ୍ରାବାଦ ହାରିଥିଲା। କୋଲ୍‌କାତା-କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଇଡେନ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ମଧ୍ୟ ଖରାପ ଅମ୍ପାୟାରିଂ ଦେଖିବାକୁ ମିଳିଥିଲା। ଆଣ୍ଡ୍ରୁ ଟାଇଙ୍କ ପାଦ କ୍ରିଜ୍‌ ଭିତରେ ଥିଲେ ମଧ୍ୟ ଅମ୍ପାୟର ନୋ ଡାକିଥିଲେ। ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର ନିଜର ହତାଶା ଭାବ ଦେଖାଇଥିଲେ। ଏଭଳି ଖରାପ ଅମ୍ପାୟାରିଂ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍‌ ପର୍ଯ୍ୟନ୍ତ ରହିଥିଲା। ଚେନ୍ନାଇ ବ୍ୟାଟ୍ସମ୍ୟାନ୍‌ ସେନ୍‌ ଓ୍ଵାଟସନ୍‌ଙ୍କ ଗୋଡ଼ ଓ୍ଵିକେଟ୍‌ ଆଗରେ ଥିଲା ବେଳେ ତାଙ୍କ ପ୍ୟାଡ୍‌ରେ ଟ୍ରେଣ୍ଟ୍‌ ବୋଲ୍ଟଙ୍କ ବଲ୍‌ ସିଧା ବାଜିଥିଲା। କିନ୍ତୁ ଏହାକୁ ଅମ୍ପାୟାର ନଟ୍‌ ଆଉଟ୍‌ ଦେଇଥିଲେ। ବଲ୍‌ ସିଧା ଷ୍ଟମ୍ପ୍‌ରେ ବାଜୁଥିବାର ତୃତୀୟ ଅମ୍ପାୟାର ଦେଖିଥିଲେ। ହେଲେ ବଲ୍‌ ବ୍ୟାଟ୍‌ କିମ୍ବା ପ୍ୟାଡ୍‌ରେ ବାଜିଛି ସ୍ପଷ୍ଟ ନହେବାରୁ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ ରହିଥିଲା। ଏହି ମ୍ୟାଚ୍‌ରେ ଓ୍ଵାଟ୍‌ସନ୍‌ ୭୮ ରନ୍‌ କରିବା ସହ ମ୍ୟଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନ କରିଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କୁ ପଡ଼ିଆ ଭିତରେ ଥିବା ଅମ୍ପାୟାର ନଟ୍‌ ଆଉଟ୍‌ ଦେଇଥିଲା ବେଳେ ତୃତୀୟ ଅମ୍ପାୟାର ଆଉଟ୍‌ ଦେଇଥିଲେ। ପଡ଼ିଆ ଭିତରେ ରହୁଥିବା ଅମ୍ପାୟାରଙ୍କ ଏଭଳି ଭୁଲ ନିଷ୍ପତ୍ତିକୁ କୋହଲି ସମାଲୋଚନା କରିଛନ୍ତି। ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଚିତ୍ରା ଅରମୁଗମ୍‌ଙ୍କୁ ରାଜ୍ୟ ସରକାର ଆଜି ବଦଳି କରିଛନ୍ତି। ତାଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରମ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜାତୀୟ ଗ୍ରାମ୍ୟ ଜୀବନ ଜୀବିକା ମିସନ (ଏନ୍‌ଆର୍‌ଏଲ୍‌ଏମ୍‌) ର ନିର୍ଦେଶକ ପ୍ରଣବ ଜ୍ୟୋତି ନାଥ ଏଣଇକି ଶିଳ୍ପ ନିର୍ଦେଶକ ଭାବେ କାର୍ଯ୍ୟ କରିବେ। ସେଠାରେ ଥିବା ସ୍ମୃତି ରଂଜନ ପ୍ରଧାନଙ୍କୁ ପ୍ରଣବଙ୍କ ସ୍ଥାନରେ ଏନ୍‌ଆର୍‌ଏଲ୍‌ଏମ୍‌ ନିର୍ଦେଶ ଭାବେ ଅବସ୍ଥାପିତ କରାଯାଇଛି।
OSCAR-2019
ତାଳଚେର, ୭/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜଙ୍ଗଲ ସଂରକ୍ଷଣ ଏବଂ ବୃକ୍ଷରୋପଣ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ନିମନ୍ତେ ପ୍ରତ୍ୟେକ ବର୍ଷ ବନ ମହୋତ୍ସବ ପାଳନ କରାଯାଇଥାଏ। ଭାରତବର୍ଷରେ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଢଙ୍ଗରେ ଏକ ସପ୍ତାହ ବ୍ୟାପି ବନ ମହୋତ୍ସବ ପାଳିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ତାଳଚେର ଥର୍ମାଲ ତରଫରୁ ଜୁଲାଇ ୭ତାରିଖରେ ଏହି ଉତ୍ସବକୁ ଚିରାଚରିତ ଢଙ୍ଗରେ ପାଳନ କରାଯାଇଥିଲା। ଆୟୋଜିତ ମହୋତ୍ସବରେ ବିଭାଗୀୟ ମୁଖ୍ୟ, ତାଳଚେର ଥର୍ମାଲ ପରିଚାଳିତ ବିଭିନ୍ନ ସ୍କୁଲର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ପ୍ରକଳ୍ପ ମୁଖ୍ୟ ମିଥିଲେଶ କୁମାର ସିଂ ଯୋଗ ଦେଇଥିଲେ। ଏହି ଅବସରରେ ଥର୍ମାଲ ପ୍ରକଳ୍ପ ପରିସରସ୍ଥିତ ଟାଉନସିପ୍ ରେ ସବୁଜିମା ବୃଦ୍ଧି କରିବାକୂ ୫୦ରୁ ଉର୍ଦ୍ଧ୍ୱ ଚାରାରୋପଣ କରାଯାଇଥିଲା।
OSCAR-2019
କନକ ବ୍ୟୁରୋ : ଅକ୍ଟୋବର ୨୯ ତାରିଖ ଦିନ ଭାରତୀୟ ରେଳବାଇ ଚଳାଇବାକୁ ଯାଉଛି ବହୁପ୍ରତୀକ୍ଷିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସେମି-ହାଇସ୍ପିଡ୍ ଟ୍ରେନ୍। ଇଣ୍ଟର୍-ସିଟି ଟ୍ରାଭେଲ୍ ନିମିତ୍ତ ଉଦ୍ଦିଷ୍ଟ ଏହି ଟ୍ରେନର କୋଡ୍ ନେମ୍ ହେଉଛି ‘ଟେନ୍-ଏଇଟିନ୍’। ଆଇସିଏପ୍ ଜେନେରାଲ୍ ମ୍ୟାନେଜର ଏସ୍. ମଣି କହିଛନ୍ତି: ଅକ୍ଟୋବର ୨୯ ତାରିଖ ଦିନ ଆମେ ଏହି ଟ୍ରେନ୍ ଉଦଘାଟନ କରିବାକୁ ଯୋଜନା କରିଛୁ। ଦୁଇ ମାସ ଧରି ଟ୍ରେନଟି ଦୁଇ/ ତିନିଟି ସେକ୍ଟରରେ ପରୀକ୍ଷାମୂଳକ ଭାବେ ଯାତାୟାତ କରିବ। ସନ୍ତୋଷଜନକ ଫଳାଫଳ ମିଳିଲେ ତାହା ପାସେଞ୍ଜର୍ ସେବାରେ ନିୟୋଜନ କରାଯିବ। ସେଲ୍ଫ୍-ପ୍ରୋପେଲ୍ଡ୍ ଟ୍ରେନ୍ ‘ଟ୍ରେନ୍-ଏଇଟିନ୍’ (ଯେଉଁ ବର୍ଷ ତିଆରି ହୋଇଛି ସେହି ଅନୁସାରେ ନାମିତ) ଘଣ୍ଟାପ୍ରତି ୧୬୦ କି. ମି. ବେଗରେ ଯାତ୍ରା କରିବ। ଶେଷକୁ ଏହା ଭାରତୀୟ ରେଳବାଇ ନେଟଓ୍ଵାର୍କରୁ ଶତାବ୍ଦୀ ଏକ୍ସେପ୍ରେସ ସ୍ଥାନ ଗ୍ରହଣ କରିବ।‘ଟ୍ରେନ୍-ଏଇଟିନ୍’ ହେଉଛି ଶତପ୍ରତିଶତ ‘ମେକ୍ ଇନ୍ ଇଣ୍ଡିଆ’ ପ୍ରକଳ୍ପ । ଏହା ଚେନ୍ନାଇର ଇଣ୍ଟେଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ତିଆରି କରାଯିବ। ୧୦୦ କୋଟି ଟଙ୍କା ମୂଲ୍ୟର ଏହି ଇଞ୍ଜିନସହିତ ଟ୍ରେନରେ ଲାଗିଛି ଷ୍ଟେନଲେସ ଷ୍ଟିଲ୍ କାର୍ ବଡି, ଯାହାର ବେସ୍ ଡିଜାଇନ୍ ହେଉଛି ଏଲଏଚବି। ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟ୍ରେନରେ ଚେୟାର୍-କାର୍ ଭଳି ବଗି ରହିବ। ସେଥିରୁ ଦୁଇଟି ହେଉଛି ଏକ୍ସଜ୍ୟୁକେଟିଭ ଚେୟାର୍ କାର୍ ଏବଂ ୧୪ଟି ନନ୍-ଏକ୍ସଜ୍ୟୁକେଟିଭ ଚେୟାର୍ କାର୍। ଏକ୍ସଜ୍ୟୁକେଟିଭ ଚେୟାର୍ କାରରେ ୫୬ ଜଣ ଯାତ୍ରୀ ଏବଂ ନନ୍-ଏକ୍ସଜ୍ୟୁକେଟିଭ ଚେୟାର୍ କାରରେ ୭୮ ଜଣ ଯାତ୍ରୀ ଯାଇ ପାରିବେ।
OSCAR-2019
କନକ ବ୍ୟୁରୋ : ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ମୁସ୍କିଲ ବଢିବାରେ ଲାଗିଛି । ରେଳବାଇ ହୋଟେଲ ଆବଂଟନ, ଆଇଆରସିଟିସି ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଲାଲୁ ଯାଦବଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି । ଏହା ସହ ଲାଲୁଙ୍କ ସ୍ତ୍ରୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀ ଯାଦବ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମଚନ୍ଦ ଗୁପ୍ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି । ଅଭିଯୋଗ ଅନୁସାରେ, ଅହେତୁକ ଅନୁକମ୍ପା ଦେଖାଯାଇ ରେଳବାଇର ପୁରୀ ଓ ରାଂଚିର ଦୁଇଟି ହୋଟଲେକୁ ଘରୋଇ କମ୍ପାନୀକୁ ଦିଆଯାଇଥିଲା । ୨୦୦୪ରୁ ୨୦୦୯ ମଧ୍ୟରେ ୟୁପିଏ ସରକାର ସମୟରେ ଲାଲୁ କେନ୍ଦ୍ର ରେଳମନ୍ତ୍ରୀ ଥିବାବେଳେ ପଦର ଅପବ୍ୟବହାର କରି ଏହି ଆବଂଟନ କରିଥିଲେ । ଆଇ ଏଥିରେ ସହାୟତା କରିଥିଲେ ତତକାଳୀନ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ପ୍ରେମଚନ୍ଦ ଗୁପ୍ତା । ପ୍ରେମଚନ୍ଦ ଗୁପ୍ତା ସଂପୃକ୍ତ କମ୍ପାନୀର ସେୟାରକୁ ରାବ୍ରୀ ଓ ତେଜସ୍ୱୀ ଯାଦବଙ୍କ ନାଁରେ ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମାଲା ସ୍ପେଶାଲ ଜଜ ଅରବିନ୍ଦ କୁମାର ଏପରି ମାମଲାର ବିଚାର କରିଥିବା ଜଣାପଡିଛି । ତେବେ ଗୋଟିଏ ପରେ ଗୋଟିଏ ମାମଲାରେ ଲାଲୁ ଲଗାତାର ଭାବରେ ଛନ୍ଦି ହୋଇ ରହିଛନ୍ତି । ତେବେ ନିକଟରେ ଲାଲୁଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅବନତି ଦେଖାଦେଇ ଥିବାରୁ ସେ କୋର୍ଟରେ ତାଙ୍କ ଉପରେ ଲଗାଯାଇଥିବା ମାମଲା ଗୁଡିକରେ ବେଲ ଦେବା ପାଇଁ ଅନୁରୋଧ କରିଥିଲେ । କନକ ବ୍ୟୁରୋ : ସାରା ଭାରତରେ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ପଛରେ ପକାଇଛି ଜିଓ । ବରାମ୍ବାର ବିଭିନ୍ନ ପ୍ରକାରର ଅଫର ଦେଇ ଲୋକମାନଙ୍କ ମନକୁ କିଣି ପାରିଛି । ତେଣୁ ଲୋକମାନେ ମଧ୍ୟ ଅନ୍ୟ ସିମ ଅପେକ୍ଷା ଜିଓକୁ ଆପଣଆଇଛନ୍ତି । ଦେଶରେ ପରିସ୍ଥିତି ଏପରି ହେଲାଣି ଅନ୍ୟ ସିମକୁ ଲୋକମାନେ ଆପଣାଉ ନାହାନ୍ତି । ତେବେ ପୁଣିଥରେ ଜୁଲାଇ ୫ ତାରିଖ ଠାରୁ ରିଲାୟନ୍ସ ଜିଓ ନିଜର ବ୍ରଡ଼ବ୍ୟାଣ୍ଡ ସେବା ଜିଓ ଫାଇବର ଲୋକଙ୍କ ସାମ୍ନାକୁ ଆଣିଛି । ଅଗଷ୍ଟ ୧୫ ଠାରୁ ଏହାର ପଞ୍ଜିକରଣ ଆରମ୍ଭ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ଜିଓର ହାଇସ୍ପିଡ଼୍ ବ୍ରଡ଼ବ୍ୟାଣ୍ଡ ସେବା ଜିଓ ଗିଗା ଫାଇବର ନଭେମ୍ବର ୭ (ଦିପାବଳୀ) ପୂର୍ବରୁ ଦେଶର ମେଟ୍ରୋ ସହର ଗୁଡ଼ିକ ସହିତ ୮୦ଟି ବଡ଼ ସହରରେ ଆରମ୍ଭ ହେବ । ଯେଉଁ ସହରରେ ଅଧିକ ଗ୍ରାହକ ପଞ୍ଜିକୃତ କରାଇଥିବେ ସେହି ସହର ଗୁଡ଼ିକୁ ଏହି ସେବା ପାଇଁ ଚୟନ କରାଯିବ । ଜିଓ ଫାଇବରର ସବୁଠୁ ଶସ୍ତା ପ୍ଲାନ ମାତ୍ର ୫୦୦ ଟଙ୍କାରେ ଆରମ୍ଭ ହେବ । ଯାହା ବର୍ତ୍ତମାନ ଉପଲବ୍ଧ ହେଉଥିବା ମୂଲ୍ୟ ଠାରୁ ଅଧା ଦାମରେ ମିଳିବ । ଏବେ ୧୦୦ ଏମବିପିଏସ ସ୍ପିଡ଼ରେ ୧୦୦ ଜିବି ଡ଼ାଟା ଦେବା ପାଇଁ ୭୦୦ରୁ ୧୦୦୦ ଟଙ୍କାର ଦେୟ ଦେବାକୁ ପଡ଼ୁଛି । ଏହା ସହିତ ଟେଲିଭିଜନ ସେବା ପାଇଁ ଅତିରିକ୍ତ ୨୦୦-୩୦୦ ଟଙ୍କା ଦେୟ ଦେବାକୁ ପଡ଼ିବ । ଗୋଟିେ ପରେ ଗୋଟିଏ ଅଫର ଲୋକମାନଙ୍କୁ ଦେବା ଫଳରେ ଲୋକମାନେ ମଧ୍ୟ ଅନ୍ୟ କମ୍ପାନୀର ସିମ କିଣିବା ପାଇଂ ଇଚ୍ଛା ପ୍ରକାଶ କରୁନାହାନ୍ତି । ତେବେ ଜିଓକୁ ଟକ୍କର ଦେବା ପାଇଁ ଅନେକ କମ୍ପାନୀ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିବା ଜଣାପଡିଛି । ତେବେ ଦେଖିବାକୁ ବାକି ରହିଲା ଏହି ନୂଚନ ପ୍ଲାନରେ ଲୋକମାନେ ନିଜକୁ କେତେ ମାତ୍ରାରେ ଆପଣାଉଛନ୍ତି ।
OSCAR-2019
ତାମ୍ବରା ନାୟକ ବା ତାମରା ବିଶୋଇ, ଲୌହକାର ବା ଓଝା ମହାରଣା ସେବା ପରି ଶ୍ରୀମନ୍ଦିରର ତାମ୍ରକାର ସେବା। ବିଶେଷକରି ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ଅବସରରେ ଏହି ସେବକଙ୍କର ଗୁରୁତ୍ଵପୂର୍ଣ୍ଣ ସେବା ରହିଥାଏ। ସେ ଦୃଷ୍ଟିରୁ ଏହି ସେବକଙ୍କୁ ରଥ-ଛତିଶା ନିଯୋଗର ଅନ୍ତର୍ଭୁକ୍ତ କରାଯାଇଛି। ଲୋକକଥିତ ଭାଷାରେ ଏହାଙ୍କୁ ‘ତଅଁରା’ ମଧ୍ୟ କୁହାଯାଏ। ୨୯. ତାମ୍ବରା ନାୟକ ବା ତାମରା ବିଶୋଇ: ଶ୍ରୀ ରଥଶର୍ମାଙ୍କ ସୂଚୀର କ୍ରମ-୨୭ରେ ଓ ଅନ୍ୟମାନଙ୍କ ସୂଚୀରେ ଏହି ସେବକଙ୍କୁ ‘ତାମ୍ବରା ନାୟକ’ କୁହାଯାଇଛି। ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଏହି ସେବାର କ୍ରମ-୯୦। ସ୍ୱତ୍ଵଲିପି ବିବରଣୀ ଅନୁସାରେ- ଏହା ଶାଢ଼ିବନ୍ଧା, ବଂଶାନୁକ୍ରମିକ ସେବା ଏବଂ ବଂଶଧର ସାବାଳକ ହେଲେ ଓ ତାମ୍ବରା କାମ ଜାଣିଲେ ସେବାରେ ନିଯୁକ୍ତ ହୁଅନ୍ତି। ଶ୍ରୀମନ୍ଦିରର ସୁନିର୍ଦ୍ଦିଷ୍ଟ ନୀତି ଅନୁସାରେ- ପ୍ରତିବର୍ଷ ସ୍ନାନ, ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କର ପହଣ୍ଡି ହୋଇଥାଏ। ଏଥି ମଧ୍ୟରୁ ଶ୍ରୀସୁଦର୍ଶନ ଓ ଦେବୀସୁଭଦ୍ରାଙ୍କର ଶୂନ୍ୟ ପହଣ୍ଡି ହେଉଥିବା ବେଳେ, ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କର ପ୍ରକୃତ ଅର୍ଥରେ ପହଣ୍ଡି ହୋଇଥାଏ। ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଦୁଇଟି ଲେଖାଏଁ ଶ୍ରୀଭୁଜ ଦୃଶ୍ୟମାନ। ପହଣ୍ଡି କାଳରେ ସେହି ଶ୍ରୀଭୁଜଙ୍କର ସୁରକ୍ଷାପାଇଁ ଯେଉଁ ବାହୁଟ ଲାଗି ହୋଇଥାଏ, ତାହାକୁ ମୋଟା ତମ୍ବାପାତ ଦ୍ଵାରା ଶକ୍ତଭାବରେ ଯୋଡ଼ିଥାଆନ୍ତି ଏହି ତାମ୍ବରା ସେବକ। ଏହା ଶ୍ରୀଭୁଜଙ୍କର ସୁରକ୍ଷା କବଚ ରୂପେ କାମ କରିଥାଏ। ପାରମ୍ପରିକ ପ୍ରଥା ଅନୁସାରେ, ଏଥିନିମନ୍ତେ ବାହୁଟ କାଠ ଆସିଥାଏ ସାକ୍ଷୀଗୋପାଳସ୍ଥିତ ବକୁଳ ବନରୁ। ପହଣ୍ଡି ସମୟରେ ଶ୍ରୀଭୁଜକୁ ଦୃଢ଼ ରଖିବାପାଇଁ ନିର୍ଦ୍ଦିଷ୍ଟ ଆକୃତିର ବଉଳକାଠର ଦଣ୍ଡ ଶ୍ରୀଅଙ୍ଗରେ ବସ୍ତ୍ରାଦି ଦ୍ଵାରା ଗୁଡ଼ା ହୋଇ ବନ୍ଧା ହୁଏ। ଏହାକୁ ଶ୍ରୀମନ୍ଦିର ପରିଭାଷାରେ ‘ସେନାପଟା ଲାଗି’ କୁହାଯାଏ। ଏ ପ୍ରସଙ୍ଗରେ ଗୋଟିଏ ରୋଚକ କିଂବଦନ୍ତି ଅଛି। ମନ୍ଦିରର କୌଣସି ନୀତିକୁ ନେଇ କିପରି ସ୍ଥାନୀୟ କିଂବଦନ୍ତି ସୃଷ୍ଟି ହୁଏ, ଏହା ତାହାର ନିଦର୍ଶନ। କିଂବଦନ୍ତି ଅନୁସାରେ- ସାକ୍ଷୀଗୋପାଳର ସିଦ୍ଧବକୁଳ ହେଉଛନ୍ତି ଏକକ ଜଗନ୍ନାଥ ବିଗ୍ରହ ବା ଦଧିବାମନ। ସେ ହେଉଛନ୍ତି ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କର ଅଜା। ଥରେ ନାତି ଜଗନ୍ନାଥ ପଣସ ଚୋରି କରି ଖାଇ ଅଜାଙ୍କ ମୁଣ୍ଡରେ ଅଠା ବୋଳିଦେଲେ। ତାହା ଫଳରେ ବିନା ଦୋଷରେ ସିଦ୍ଧ ବକୁଳ ଚୋର ବୋଲି ସାବ୍ୟସ୍ତ ହେଲେ। ତେଣୁ ସେ ଜଗନ୍ନାଥଙ୍କୁ କହିଲେ- ତୁ ମୋତେ ବିନା କାରଣରେ ଚୋର କଲୁ, ଏଣୁ ପ୍ରତିବର୍ଷ ତୁ ମୋ’ ବନର ବଉଳ କାଠରେ ବନ୍ଧା ହେବୁ। ଏଣୁ ସ୍ନାନ, ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ସେ ସାକ୍ଷୀଗୋପାଳ ବଉଳ ବନର କାଠରେ ବନ୍ଧା ହୁଅନ୍ତି। ତାହା ତାଙ୍କର ସେନାପଟା ଲାଗି। ତେବେ ଏହି କିଂବଦନ୍ତିର ଆଉ ଗୋଟିଏ ଦିଗ ମଧ୍ୟ ରହିଛି। ସେହି ଘଟଣାରୁ ସେତେବେଳର ରାଜା ଜାଣିଲେ ଯେ ସିଦ୍ଧ ବକୁଳ ପଣସ ଖାଇବାକୁ ଭଲ ପାଆନ୍ତି। ତେଣୁ ସେହିଦିନୁ ସେଠାରେ ପଣସ ଭୋଗ ହୋଇ ଆସୁଛି। ସ୍ନାନଯାତ୍ରାର ପହଣ୍ଡି, ରଥଯାତ୍ରାର ପହଣ୍ଡି ଓ ବାହୁଡ଼ାଯାତ୍ରାର ପହଣ୍ଡି ନିମନ୍ତେ ଯେଉଁ ସେନାପଟା ଲାଗି ହୁଏ, ସେଥିରେ ତାମ୍ବରା ସେବକ ସେହି ବାହୁଟ କାଠକୁ ମୋଟା ତମ୍ବା ପାତଦ୍ଵାରା ଶ୍ରୀଅଙ୍ଗରେ ଶକ୍ତ ଭାବରେ ଯୋଡ଼ିଥାଆନ୍ତି। କାରଣ ସ୍ନାନଯାତ୍ରାରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ସ୍ନାନବେଦୀକୁ ଆସନ୍ତି ଏବଂ ସ୍ନାନବେଦୀରୁ ଅଣସର ଘରକୁ ଯାଆନ୍ତି। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରାରେ ଏହି ଦୁଇଠାକୁର ପହଣ୍ଡି ହୋଇ ରଥକୁ ଆସନ୍ତି ଏବଂ ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ତାମ୍ବରା ସେବକଙ୍କର ଶେଷ ରଥସେବା ହୋଇଥାଏ ବାହୁଡ଼ାଯାତ୍ରା ନିମନ୍ତେ। କାରଣ ବାହୁଡ଼ାଯାତ୍ରାରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥକୁ ଆସନ୍ତି ଏବଂ ନୀଳାଦ୍ରି ବିଜେଦିନ ରଥରୁ ଶ୍ରୀମନ୍ଦିରର ରତ୍ନବେଦୀକୁ ଯାଆନ୍ତି। ଭୁବନେଶ୍ୱର : କୃଷିର ଉନ୍ନତି ଓ କୃଷକଙ୍କ କଲ୍ୟାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସ୍ୱତନ୍ତ୍ର କୃଷି ବଜେଟ ସହ କୃଷି କ୍ୟାବିନେଟ ଗଠନ କରାଯାଇଛି। ୪ ବର୍ଷ ମଧ୍ୟରେ କୃଷି ବଜେଟ ପରିମାଣ ବୃଦ୍ଧି ପାଇ ୧୪ ହଜାର ଟଙ୍କାରେ ପହଞ୍ଚିଛି। କୃଷିର ଆଧୁନିକୀକରଣ ସହ ଏକ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ ଦିଆଯାଉଛି ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ କୃଷକଙ୍କ ପାଇଁ ଏକ ତାଲିମ ଶିବିରକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ଶିବିରରେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ବ୍ଲକର ଚାଷୀଙ୍କୁ କୃଷି ସମ୍ପର୍କରେ ତାଲିମ ଓ ସଚେତନ କରାଯିବ। ବ୍ଲକର ପ୍ରତି ପଞ୍ଚାୟତରୁ ଦୁଇ ଜଣ ଲେଖାଏ କୃଷକ ଏଥିରେ ଯୋଗଦେବେ। ପ୍ରଥମ ଦିନରେ ବଲାଙ୍ଗୀର ବ୍ଲକର ୫୨ ଜଣ କୃଷକ ଏଥିରେ ଅଂଶଗ୍ରହଣ କରିଥିଲେ। ପର୍ଯ୍ୟାୟକ୍ରମେ ସମସ୍ତ ବ୍ଲକର କୃଷକମାନେ ଅଂଶଗ୍ରହଣ କରି କୃଷି କ୍ଷେତ୍ର ପାଇଁ ଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଜୈବିକ କୃଷି, କୃଷି ଯାନ୍ତ୍ରପାତି, ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷିଜାତ ଦ୍ରବ୍ୟର ବିକ୍ରି ସମ୍ପର୍କରେ କୃଷି ବୈଜ୍ଞାନିକଙ୍କ ସହ ଆଲୋଚନା କରିବେ। କୃଷକଙ୍କୁ ବିଭିନ୍ନ ରାଜ୍ୟ ତଥା ଜାତୀୟସ୍ତରୀୟ କୃଷି ଗବେଷଣା ଅନୁଷ୍ଠାନଗୁଡ଼ିକୁ ନିଆଯାଇ କୃଷି ସମ୍ପର୍କରେ ନୂତନ ଜ୍ଞାନକୌଶଳ ବିଷୟରେ ଅବଗତ କରାଯାଉଛି। ଏହାଦ୍ୱାରା ତାଲିମପ୍ରାପ୍ତ କୃଷକମାନେ ଉତ୍ତମ ଫସଲ ପରିଚାଳନା କରିବା ସହ ଉତ୍ପାଦନ ଓ ଉତ୍ପାଦକତାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିପାରିବେ। କୃଷି କ୍ଷେତ୍ରରେ ସାମୂହିକ ବିକାଶ ଓ କୃଷକଙ୍କ ରୋଜଗାର ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, କୃଷି ଉତ୍ପାଦନ କମିସନର୍‌ ଗଗନ ଧଳ, ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ସମବାୟ ସଚିବ ରଞ୍ଜନା ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ।
OSCAR-2019
କନକ ବ୍ୟୁରୋ: ମଙ୍ଗଳବାର ଦିନ ରାଜ୍ୟର ଆଭ୍ୟନ୍ତରୀଣ ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ବରଗଡ଼ ଆଦି ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରେ ବାୟୁମଣ୍ଡଳରେ ରହିଥିବା ଟ୍ରଫ ପ୍ରଭାବରେ ସାମାନ୍ୟ ବୃଷ୍ଟିପାତ ହୋଇଛି। ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର ଓ ଏହାର ଆଖପାଖ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବାର ଖବର ମିଳିଛି। କିନ୍ତୁ ଅକ୍ଟୋବର ମାସ ଶେଷ ସପ୍ତାହ ବେଳକୁ ବାତ୍ୟା ହେବାର ଆଶଙ୍କା ଆପାତତଃ ନାହିଁ। ଏ ନେଇ ପାଣିପାଗ ବିଭାଗ କୌଣସି ଆଗୁଆ ସୂଚନା ଦେଇନାହିଁ। ବରଂ ୨୮ ତାରିଖ ବେଳକୁ ଉପକୂଳ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁଙ୍କ ସୂଚନାନୁସାରେ, ବର୍ତମାନ କିଛି ସ୍ଥାନରେ କାଁ ଭାଁ ବର୍ଷା ହେଉଛି। ଏହାର କାରଣ ମୁଖ୍ୟତଃ ଦିନର ବର୍ଧିତ ତାପମାତ୍ରା। କିନ୍ତୁ ବଡ଼ ଧରଣର ବର୍ଷା ହେବନାହିଁ। ଆସନ୍ତା ୨୭ ତାରିଖରେ ଚେନ୍ନାଇ ଆଖପାଖ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଲଘୁଚାପରେ ପରିଣତ ହୋଇପାରେ। ଏହା ପ୍ରଭାବରେ ଉପକୂଳ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାରେ ୨୮ରୁ ୩୦ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ୧୯୯୯ ମହାବାତ୍ୟା ପରଠାରୁ ଅକ୍ଟୋବର ଶେଷ ସପ୍ତାହରେ ବଡ଼ ଧରଣର ବାତ୍ୟା ହେବା ନେଇ ଜନସାଧାରଣଙ୍କ ମଧ୍ୟରେ ଆଶଙ୍କା ରହୁଛି। କିନ୍ତୁ ପାଣିପାଗର କୌଣସି ମଡେଲ୍ରୁ ବାତ୍ୟା ହେବାର ସୂଚନା ମିଳୁନାହିଁ ବୋଲି ସେ କହିଛନ୍ତି ।
OSCAR-2019
ଭୁବନେଶ୍ୱର: ସର୍ବାଧିକ ଥର ଏସୀୟ କ୍ରୀଡ଼ା ଦଳଗତ ବିଜେତା ହେବାରେ ଜାପାନର କୀର୍ତିମାନକୁ ଚୀନ୍‌ କାଟିଥିଲା ଗତ ୨୦୧୪ ସଂସ୍କରଣରେ। ପ୍ରଥମ ୮ ଥର ବିଜେତା ହୋଇଥିବା ଜାପାନ ୧୯୮୨ ନୂଆଦିଲ୍ଲୀ ସଂସ୍କରଣଠୁ ପଛରେ ପଡ଼ିଯାଇଥିଲା। ସେବେଠାରୁ ଲଗାତାର ୯ ଥର ବିଜେତା ହୋଇ ଚୀନ୍‌ ନୂଆ ଇତିହାସ ରଚିଥିଲା ଦକ୍ଷିଣ କୋରିଆର ଇଞ୍ଚିଅନ୍‌ ସହରରେ। ୧୯୮୬ ଏବଂ ୨୦୦୨ ପରେ ଦକ୍ଷିଣ କୋରିଆ ତୃତୀୟ ଥର ଆୟୋଜନ କରିବାର ଗୌରବ ପାଇଥିଲା। ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ୪୫ ଦେଶରୁ ୯,୫୦୧ ଖେଳାଳି ଭାଗ ନେଇଥିଲେ ୩୬ ଖେଳ ଅନ୍ତର୍ଗତ ୪୩୯ ଇଭେଣ୍ଟ୍‌ରେ। ଏହା ମଧ୍ୟରେ ୨୮ ଅଲିମ୍ପିକ୍ସ ଏବଂ ୮ ଅଣ ଅଲିମ୍ପିକ୍ସ ଖେଳ ସାମିଲ ଥିଲା। ପୂର୍ବ ସଂସ୍କରଣରେ ସାମିଲ କ୍ରିକେଟ୍‌କୁ ବାଦ୍‌ ଦିଆଯାଇଥିଲା। ଭିତ୍ତିଭୂମୀର ଅଭାବ ଏବଂ ଅଳ୍ପ ଦେଶ ଖେଳୁଥିବାର କାରଣ ଦର୍ଶାଯାଇଥିଲା। ଖେଳ ମଇଦାନରେ ଚୀନ୍‌ ଚମକ ଜାରି ରହିଥିବା ବେଳେ ଏହି ଦେଶ ୧୫୧ ସ୍ୱର୍ଣ୍ଣ, ୧୦୯ ରୌପ୍ୟ ଓ ୮୫ କାଂସ୍ୟ ପଦକ ସହିତ ମୋଟ ୩୪୫ ପଦକ ଜିତିଥିଲା। କମ୍‌ ପଦକ ଜିତିଥିଲେ ମଧ୍ୟ ଚୀନ୍‌ ଶୀର୍ଷରେ ରହିଥିଲା। ଦକ୍ଷିଣ କୋରିଆ (୭୯+୭୦+୭୯) ମୋଟ ୨୨୮ ଏବଂ ଜାପାନ (୪୭+୭୭+୭୬) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। କାଜାକସ୍ତାନ (୨୮+୨୩+୩୩), ଇରାନ୍‌ (୨୧+୧୮+୧୮), ଥାଇଲାଣ୍ଡ୍‌ (୧୨+୭+୨୮), ଉତ୍ତର କୋରିଆ (୧୧+୧୧+୧୪), ଭାରତ (୧୧+୯+୩୭), ଚାଇନିଜ୍‌ ତାଇପେ (୧୦+୧୮+୨୩) ଏବଂ କାତାର (୧୦+୦+୪) ଚତୁର୍ଥରୁ ଦଶମ ସ୍ଥାନରେ ରହିଥିଲେ। ଟାଏକୋଣ୍ଡୋରେ କାମ୍ବୋଡିଆ ମହିଳା ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିବା ଥିଲା ଉଲ୍ଲେଖନୀୟ। ୩୭ ଏସୀୟ ଦେଶ ଅନ୍ୟୁନ ଗୋଟିଏ ପଦକ ଜିତିବା ଏବଂ ୨୮ ଦେଶ ଅନ୍ୟୁନ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିବା ଭଲ କଥା ଥିଲା। କିନ୍ତୁ ୮ ଦେଶ ବିନା ପଦକରେ ସ୍ୱଦେଶ ଫେରିଥିଲେ। ଏକାଧିକ ବିବାଦ ଭିତରେ ଶେଷ ହୋଇଥିବା ଏହି ସଂସ୍କରଣରେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଲୈସରାମ ସରିତା ଦେବୀ ବିଚାରକଙ୍କ ପକ୍ଷପାତ କାରଣରୁ ସେମିଫାଇନାଲରୁ ହାରିବା ଅଧିକ ଚର୍ଚିତ ଥିଲା।
OSCAR-2019
ବାଲେଶ୍ୱର : ଚିଟଫଣ୍ଡ ଠକେଇକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିଛି । ତଦନ୍ତ କମିଶନ ତାଙ୍କ ଅନ୍ତରୀଣ ରିପୋର୍ଟ ମଧ୍ୟ ଦେଇସାରିଛନ୍ତି । ହେଲେ କ୍ଷତିଗ୍ରସ୍ତ ଲୋକେ କେବେ ତାଙ୍କ ଜମା ଟଙ୍କା ଫେରିପାଇବେ ସେ ନେଇ କାହା ପାଖରେ ଉତର ନାହିଁ । ଏଭଳି ସମୟରେ ସରକାର କ୍ଷତିଗ୍ରସ୍ତଙ୍କଠାରୁ ପୁଣି ମାଗିଛନ୍ତି ହିସାବ । ବାଲେଶ୍ୱରରେ ରୋଜଭ୍ୟାଲି ଦ୍ୱାରା ଠକେଇର ଶିକାର ହୋଇଥିବା ଲୋକଙ୍କୁ ଦରଖାସ୍ତ ଦେବାକୁ ଆହ୍ୱାନ ଦେଇଛନ୍ତି ।
OSCAR-2019
ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଆସୁଛି ଏକ ହରର୍‌ ସୋ’। ‘ପାନିକ୍‌ ସର୍ଟସ୍‌’ ନାମକ ଏହି େଓ୍ଵବ୍‌ ସିରିଜ୍‌ ଖୁବ୍‌ ଶୀଘ୍ର ୟୁଟୁବ୍‌ରେ ‘ଟେକ୍ନୋଆର୍ଟ ପ୍ରଡକ୍ସନ୍‌ସ୍‌’ର ଚ୍ୟାନେଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଏହି େଓ୍ଵବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଜ୍ୟ ପୁରସ୍କାରପ୍ରାପ୍ତ ଅଭିନେତା ଚୌଧୁରୀ ବିକାଶ ଦାସ ଓ ବର୍ଷା ନାୟକ। ଅନ୍ୟ ଭୂମିକାରେ ହର ରଥ, ଭିକି, ପ୍ରଜ୍ଞା, ମଞ୍ଜୁ ପ୍ରଧାନ, ମନୀଷା ରଥ ଓ ରୋଷନ ବିଶୋୟୀ ଅଭିନୟ କରିଛନ୍ତି। ରୋଷନ ବିଶୋୟୀ, ଅଙ୍କିତ ରାୟ ଓ ବିଜୟ ରାଉଳ ଏହାର ସଂଳାପ ରଚନା କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ପ୍ରଧାନ ଓ ଅଙ୍କେଶ ଆନନ୍ଦ। ଓଲିଉଡ୍‌ର ଜଣାଶୁଣା ପ୍ରଯୋଜନା ସଂସ୍ଥା ‘ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ’ ଅନେକ ଉଚ୍ଚକୋଟୀର ଓଡ଼ିଆ ସିନେମା ଦର୍ଶକଙ୍କୁ ଭେଟିଦେଇଛି। ଏହି ସଂସ୍ଥାର ନାମ ପରିବର୍ତ୍ତନ କରାଯାଇ ‘ଟେକ୍ନୋଆର୍ଟ ପ୍ରଡକ୍ସନ୍‌ସ୍‌’ ରଖାଯାଇଛି। ବିଶିଷ୍ଟ ପ୍ରଯୋଜକ ଅମୀୟ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ଏହି ପ୍ରଯୋଜନା ସଂସ୍ଥା ଓଡ଼ିଆ ମନୋରଞ୍ଜନ ଜଗତରେ ନୂଆ ନୂଆ ପରୀକ୍ଷା ନିରୀକ୍ଷା କରିବ ବୋଲି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ସୂଚନା ଦେଇଛନ୍ତି। ‘ତୁଳସୀ ଅପା’ ଚଳଚ୍ଚିତ୍ରର ପ୍ରଯୋଜନା କରି ଅନୁପମ ପ୍ରଥମ ଥର ପାଇଁ ଓଲିଉଡ୍‌ରେ ପାଦ ଥାପିଥିଲେ।
OSCAR-2019
ଆଜି ସରିଛି ରାଜ୍ୟପାଳ ଏସ.ସି. ଜମିରଙ୍କ କାର୍ଯ୍ୟକାଳ. ୫ବର୍ଷର ଏହି କାର୍ଯ୍ୟକାଳରେ ରାଜ୍ୟପାଳ ଏସ.ସି ଜମିରଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ଶାସକ ଦଳ ବିଜେଡି ସହ ବିଜେପି ମଧ୍ୟ ବେଶ୍ ପ୍ରଶଂସା କରିଛି. କ୍ଷମତା ପ୍ରୟୋଗ କରି ସେ ଅନେକ କାର୍ଯ୍ୟ କରିଥିବା ବେଳେ ବିଧି ବ୍ୟବସ୍ଥାନୁଯାୟୀ କାର୍ଯ୍ୟ କରିଛନ୍ତି ବୋଲି ବିଜେପି କହିଛି. ଟିଟିଲାଗଡ ସହରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ପୁଣିଥରେ ଜୋର ଧରିବାକୁ ଲାଗିଛି । ଟିଟିଲାଗଡ ୟୁଥ ମାସ ତରଫରୁ ଆରମ୍ଭ ହୋଇଛି ରିଲେ ଅନଶନ । ଟିଟିଲାଗଡ ସହରର ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ଏହା ଜିଲ୍ଲା ମାନ୍ୟତାରୁ ବଂଚିତ ହେଉଛି । କୌଣସି କାର୍ଯ୍ୟ ପାଇଁ ଦିର୍ଘ ୮୦ କିମି ଜିଲ୍ଲାପାଳ ଅଫୀସ ବଲାଙ୍ଗିର ଯିବାକୁ ପଡୁଛି ଏବଂ କାର୍ଯ୍ୟ ନହେଲେ ଅନେକ ସମୟରେ ନିରାଶ ହୋଇ ଫେରିବାକୁ ପଡୁଛି । ପୋଲିସ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ । ଅନୁଗୁଳ SP ଅଫିସରେ କାର୍ଯ୍ୟରତ କନେଷ୍ଟବଳ ପ୍ରମୋଦ ପଟ୍ଟନାୟକଙ୍କ ଘରେ ଏହି ରେଡ ଚାଲିଛି । ପ୍ରମୋଦ ରହୁଥିବା ନାଲକୋ କ୍ୱାଟର, ଅନୁଗୁଳ ସହରର ପ୍ରଗତି ନଗରରେ କରିଥିବା ଘର,ତାଳମୂଳର ପୈତୃକ ଘର ସମେତ କିଶୋର ନଗର ଶ୍ୱଶୁର ଘରେ ଏହି ଚଢାଉ ଚାଲିଛି । ପ୍ରାଥମିକ ଆକଳନରୁ ଅନେକ ବେଆଇନ ସମ୍ପତି ଥିବା ଜଣାପଡିଛି । ସମୁଦାୟ ପାଞ୍ଚଟି ସ୍ଥାନରେ ଏହି ଚଢାଉ ଚାଲିଛି । ଦୀର୍ଘ ୭ମାସ ପରେ ଆଜି ବସିବ ନୁତନ ପରିଚାଳନା ପରିଷଦର ପ୍ରଥମ ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ । ଚଳିତ ବର୍ଷ ଶ୍ରୀମନ୍ଦିର ବଜେଟ ଓ ଏହାସହ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ଅନ୍ତରୀଣ ରିପୋର୍ଟ ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି ନୀତି ପ୍ରଶାସକ ।
OSCAR-2019
କନକ ବ୍ୟୁରୋ : କୁନ୍ଦୁଳି ପୀଡିତାର ମୃତ୍ୟୁ ପ୍ରତିବାଦରେ କଂଗ୍ରେସ ଓ ବିଜେପରି ଓଡ଼ିଶା ବନ୍ଦ ଡାକରା । ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ଓ ବିଜେପି । ୧୨ଘଂଟିଆ ଓଡ଼ିଶା ବନ୍ଦ ପାଳିବ ପ୍ରଦେଶ କଂଗ୍ରେସ । ଅନ୍ୟପଟେ ନ୍ୟାୟ ଦାବି ହରତାଳ ଡାକରା ଦେଇଛି ବିଜେପି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରିବା ପାଇଁ କଂଗ୍ରେସ ଡାକରା ଦେଇଛି । ମୂଳରୁ କଂଗ୍ରେସ ସିବିଆଇ ତଦନ୍ତ ଦାବି କରି ଆସିଥିବା ବେଳେ ଜଣେ ଦଳିତ ନାବାଳିକାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନ୍ୟାୟ ଦେବାରେ ବିଫଳ ହେଲେ ବୋଲି କଂହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ଏହାସହ ହଠାତ୍ ବିଜେପି ସିବିଆଇ ତଦନ୍ତ ଦାବି କରିବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେପଟେ ପୀଡିତାକୁ ନ୍ୟାୟ ଦାବି କରି ଆଜି ରାଜଧାନୀରେ ମହିଳା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ନବୀନ ନିବାସକୁ ମହିଳା କର୍ମି ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀ ଓ ମହିଳା କଂଗ୍ରେସ କର୍ମୀ ଧସ୍ତାଧସ୍ତା ହୋଇଛନ୍ତି । ପ୍ରାୟ ୨୦ମହିଳା କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ପୁଲିସ ।
OSCAR-2019
କେରଳକୁ ଇଶ୍ୱରଙ୍କ ଘର ବୋଲି କୁହାଯାଇଥାଏ । କିନ୍ତୁ ଏବେ ଏହା ବନ୍ୟା କାରଣରୁ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ଅନେକ କ୍ଷୟ କ୍ଷତି ଘଟିଛି । ଅନେକ ଲୋକଙ୍କ ଜୀବନ ଗଲାଣି । ଲୋକମାନେ ଖାଇବା ତ ଦୁରର କଥା ପିଇବା ପାଇଁ ପାଣି ଟିକିଏ ବି ପାଉନାହାଁନ୍ତି । କେରଳର ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ଉଦ୍ଧଆର କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ଏବେ ବି ଅନେକ ଲୋକ ଫସି ରହିଛନ୍ତି । ଭାରତୀୟ ମୌସୁମି ବିବାଗ ଅନୁସାରେ ମୌସୁମି ସିଜିନରେ କେରଳରେ ଏବେ ଯାଏ ପ୍ରାୟ ୪୨ ପ୍ରତିଶତ ବର୍ଷା ହୋଇଛି । ଗତ ଆଠ ଦିନ ହେବ ଏଠାରେ ସାମାନ୍ୟରୁ ଦୁଇଗୁଣା ଅଧିକ ବର୍ଷା ହୋଇଛି । ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି, ଲୋକମାନେ ଖାଇବାକୁ ପାଉନାହାଁନ୍ତି । ତେବେ ପର୍ୟାବରଣ ବିଶେଷଜ୍ଞଙ୍କ କହିବା ଅନୁସାରେ ଏପରି ଘଟିବା ପଛରେ ଲୋକମାନଙ୍କ ହାତ ରହିଛି । କାରଣ ଦିନକୁ ଦିନ ଏଠାରେ ଜଙ୍ଗଲ କଟାଯାଇ ପର୍ଯ୍ୟଟନ ସ୍ଥଳି ବନାଯାଉଛି । ଯାହା ବନ୍ୟାର ମୁଖ୍ୟ କାରଣ ପାଲଟିଛି । କେରଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ କେନ୍ଦ୍ରିୟ ଗୃହ ମନ୍ତ୍ରଣାଳ୍ୟ ତରଫରୁ ହୋଇଥିବା ଏକ ଆକଳନ ଅନୁଯାୟୀ, କେରଳରେ ବନ୍ୟା ପରିସ୍ଥିତିକୁ ନେଇ ୧୦ଟି ରାଜ୍ୟକୁ ସତର୍କ ସୂଚନା ଜାରି କରାଯାଇଥିଲା । ରାଜ୍ୟ ଗୁଡିକ ବିପଦ ଶଙ୍କୁଳ ଘେରରେ ଥିବା ରିପୋର୍ଟ ମିଳିବା ସତ୍ୱେ ବି ଏହା ଉପରେ କେରଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯାହାଫଳରେ କେରଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ବନ୍ୟାରେ ଫସି ରହିଥିବା ଲୋକମାନଙ୍କୁ ବିଭିନ୍ନ ଉପାୟରେ ଉଦ୍ଧାର କରାଯାଉଛି । ସେନା, ଏନଡିଆରଏଫ ଟିମ ଗୁଡିକୁ ଏଠାରେ ମୁତୟନ କରାଯାଇଛି । କେରଳରୁ ଲୋକମାନଙ୍କୁ ରକ୍ଷା କରିବା ଏବଂ ସେନାଙ୍କୁ ସାହାଯ୍ୟ କରିବା ପାଇଁ ଆକାଶମାର୍ଗରେ ଉପସ୍ଥିତ ଥିବା ଇସ୍ରୋର ପାଞ୍ଚଟି ଉପଗ୍ରହ ଦେବଦୁତ ସାଝିଛନ୍ତି । ଅନ୍ତରିକ୍ଷରୁ ବନ୍ୟା ପ୍ରଭାବି ଅଞ୍ଚଳ ଗୁଡିକ ଉପରେ ନିରିକ୍ଷଣ କରୁଛି । ଏହା ଦ୍ୱାରା ବନ୍ୟା ପରିସ୍ଥିତିର ସଠିକ ସୂଚନା ମିଳିପାରୁଛି । ବେକାର ଯୁବକ-ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା ରେଳ ମନ୍ତ୍ରାଳୟ | Kanak News ‘ଡେଡିକେଟେଡ୍ କୋରିଡୋର କର୍ପୋରେସନ ଅଫ୍ ଇଣ୍ଡିଆ’ରେ ବିଭିନ୍ନ ବିଭାଗର ଅନେକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆବେଦନ କରିବା ପାଇଁ ଏହାର ନିୟମାବଳୀଗୁଡିକ ରହିଛି – କେମିତି କରିବେ ଆବେଦନ: ତେବେ ଇଚ୍ଛୁକ ପ୍ରାର୍ଥୀମାନେ ଦର୍ଶାଯାଇଥିବା ୱେବସାଇଟ ତଥା ‘ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଡିଏଫସିସିଆଇଏଲ ଡଟ୍ ଜିଓଭି ଡଟ୍ ଇନ୍’କୁ ଯାଇ ଆବେଦନ ପତ୍ରକୁ ଡାଉନଲୋଡକରି ତାକୁ ପୁରଣ କରନ୍ତୁ ଏବଂ ଦର୍ଶାଯାଇଥିବା ସମସ୍ତ ତଥ୍ୟ ସହିତ ନଜର ପରିଚୟ ପତ୍ର ଏବଂ ଫଟୋ ନେଇ ନିର୍ଦ୍ଧାରିତ ସ୍ଥାନରେ ଯାଇ ଭେଟନ୍ତୁ ।
OSCAR-2019
କନକ ବ୍ୟୁରୋ : ବେସିନ୍ ପାଇପରେ ଫସିଥିବା ନାଗର ମୃତ୍ୟୁ । ଗତକାଲି ରାତି ପ୍ରାୟ ୧୨ଟା ବେଳେ ବାଲିଅନ୍ତାରୁ ପାଇପ୍ରେ ଫଶି ଯାଇଥିବା ସାପକୁ ଉଦ୍ଧାର କରିଥିଲେ ସ୍ନେକ ହେଲପ ଲାଇନ୍ ସଦସ୍ୟ । ସାପଟି ଏବେ ବି ପାଇପ୍ ଭିତରେ ଫସି ରହିଥିବା ବେଳେ ଆଜି ତାର ଚିକିତ୍ସା ଓୟୁଏଟିକୁ ଅଣାଯାଇଥିଲା । ଅପରେସନ କରାଯାଇ ପାଇପ୍ ଭିତରୁ ସାପ ମୁଣ୍ଡକୁ କଢିବା ପାଇଁ ଯୋଜନା ହୋଇଥିଲା । ହେଲେ ଅପରେସନ ଆଗରୁ ସାପଟିର ମୃତ୍ୟୁ ହୋଇଛି ।
OSCAR-2019
ମୁମ୍ବାଇ: ଅନିନେତ୍ରୀ କରୀନା କପୁର୍‌ ଆଗକୁ ‘ଭୀର ଦ େଓ୍ଵଡିଂ’ ଚଳଚ୍ଚିତ୍ରରେ ନଜର ଆସିବେ। ସେହି ଚଳଚ୍ଚିତ୍ରର ଏକ ଗୀତରେ କରୀନାଙ୍କୁ ଦେଖିବା ପରେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ ଯାହା ପ୍ରଶଂସା କରିଛନ୍ତି ତାହାକୁ ସେ ସର୍ବସମ୍ମୁଖରେ କହି ପାରିବେ ନାହିଁ ବୋଲି ବେବୋ ଗଣମାଧ୍ୟମରେ ଜଣାଇଛନ୍ତି। ଏହି କଥା କହିବା ବେଳେ କରୀନାଙ୍କ ଆଖିରେ ଏକ ଅଜବ ଚମକ ଦେଖିବାକୁ ମିଳିଥିଲା। ଏହି ସମାନ ପ୍ରଶ୍ନ ନବବିବାହିତା ସୋନମ କପୁରଙ୍କୁ ବି ପଚରା ଯାଇଥିଲା। ସୋନମଙ୍କ ପଚରା ଯାଇଥିଲା ଯେ ତାଙ୍କୁ ଏହି ଗୀତେରେ ଦେଖିବା ପରେ ସ୍ୱାମୀ ଆନନ୍ଦ ଆହୁଜାଙ୍କର ପ୍ରତିକ୍ରିୟା କ’ଣ ଥିଲା। ସୋନମ କହିଛନ୍ତି କି ସ୍ୱାମୀ ଆନନ୍ଦ ତାଙ୍କ ଲୁକ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି। ମଙ୍ଗଳବାର ମୁମ୍ବାଇଠାରେ ହେଉଥିବା ଏହି ଇଭେଣ୍ଟ୍‌ରେ ନିର୍ଦ୍ଦେଶକ ଶାଶଙ୍କ ଘୋଷଙ୍କୁ ଛାଡ଼ିବା ପରେ ପ୍ରାୟ ସମେସ୍ତ ଉପସ୍ଥିତ ଥିଲେ। କେବଳ ଏତିକି ନୁହେଁ, ଏହି ଫିଲ୍ମର ଏହି ଗୀତ ଗାଇଥିବା ଗାୟକମାନେ ଲାଇଭ୍‌ ପର୍‌ଫମାନ୍ସ ବି କରିଥିଲେ। ସେମାନଙ୍କ ମଧ୍ୟରେ ନେହା କକ୍କର ଓ ବାଦ୍‌ଶାହା ବି ଥିଲେ। ଚଳଚ୍ଚିତ୍ରଟି ହେଉଛି ୪ ମହିଳାଙ୍କ କାହାଣୀ ଉପରେ ଅଧାରିତ। ଏଥିରେ ସୋନମ କପୁର୍‌, କରୀନା କପୁର୍‌, ସୋରା ଭାସ୍କର ଓ ଶିଖା ତଲସନିଆ ଆଦି ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି। ନିୟମିତ ସାଲାଡ଼ ଖାଇଲେ,ବ୍ୟାୟାମ କରିଲେ ଏବଂ ଭଲ ନିଦ ଗଲେ ଆମେ ଫିଟ୍‌ ରହିପାରିବାଏ କଥା ଆମକୁ ଜଣା। ଏଥିପାଇଁ ଏହା ଉପରେ ଆମେ ଗୁରୁତ୍ୱ ଦେଇଥାଉ। କେତେକ ଲୋକ ଫିଟ୍‌ ରହିବା ସାଙ୍ଗକୁ ନିଜର ଓଜନ ହ୍ରାସ କରିବା ପାଇଁ ଚାହାଁନ୍ତି।ଏଥିପାଇଁ କେହି କେହି ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇଥା’ନ୍ତି ତ ଆଉ କେତେକ ଜିରା ଜଳ ପାନ କରିଥା’ନ୍ତି। ଆଉ କେତେକଙ୍କର ଇଚ୍ଛା ସେମାନେ ଜିମ୍‌ ଯିବେ ନାହିଁ କି ବ୍ୟାୟାମ କରିବେ ନାହିଁ। ଏପରିକି ଖାଇବା ପିଇବାରେ ବି ନିୟନ୍ତ୍ରଣ ରଖିବେ ନାହିଁ। କିନ୍ତୁ ନିଜର ଓଜନ କମ୍‌ କରିବେ ବୋଲି ଭାବନ୍ତି। ଯେଉଁମାନେ ଏଭଳି ଚିନ୍ତା କରୁଛନ୍ତି,ସେମାନଙ୍କ ପାଇଁ ଏକ ମହୌଷଧି ହେଲା ଜୁଆଣି ଜଳ ପିଇବା। ଏଥିପାଇଁ ଏକ ଗ୍ଲାସ ଜଳରେ ଏକ ଚାମଚ ଜୁଆଣି ରାତିରେ ଭିଜାଇ ରଖନ୍ତୁ। ଏହାକୁ ରାତିସାରା ରଖିବାପରେ ସକାଳେ ତାକୁ ଫୁଟାନ୍ତୁ। ତା’ପରେ ସେହି ଫୁଟା ପାଣିକୁ ଛାଣି ପିଅନ୍ତୁ। ଆହୁରି ଏକଥା ବି ମନେ ରଖିବା ଆବଶ୍ୟକ ଯେ,ଜୁଆଣି ଜଳ ପିଇବାର ଘଣ୍ଟାକ ଯାଏଁ କୌଣସି ଖାଦ୍ୟ ଗ୍ରହଣ କରିବା ଅନୁଚିତ।
OSCAR-2019
ଭୁବନେଶ୍ୱର: ତୀବ୍ର ହୋଇଛି ଦୁଇ ଓଡ଼ିଆ ଧାବିକା ମଧ୍ୟରେ କଳି । ପୂର୍ବତନ ଆଥଲେଟ୍ ରଚିତା ମିସ୍ତ୍ରୀଙ୍କ ଆକ୍ଷେପ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅଲିମ୍ପିଆନ୍ ଦୂତି ଚାନ୍ଦ । ରଚିତାଙ୍କ ନାଁରେ ଦୂତି ମାନହାନୀ ମୋକଦ୍ଦମା କରିବେ ବୋଲି ଦୂତି କହିଛନ୍ତି । ସେ କହିଛନ୍ତି ଯେ, ସେ ଜଣେ ଝିଅ । ଝିଅ ହୋଇ ଝିଅଙ୍କ ସହ ଦୌଡୁଛି । ଅଲଗା ଲିଙ୍ଗ ସହ ତୁଳନା କରି ମୋତେ ସେ ଘୃଣା କରୁଛନ୍ତି । ଏମିତି ଆକ୍ଷୋପ କରି ମୋତେ ସେ ବଦନାମ କରୁଛନ୍ତି । ମୋତେ ଏମିତି ଆଖ୍ୟା ଦେଉଛନ୍ତି, ଯେମିତି ମୁଁ ଜଣେ ମଣିଷ ନୁହେଁ । ରଚିତାଙ୍କ ରେକର୍ଡ ଭାଙ୍ଗିବା ପରେ ତାଙ୍କୁ ବହୁତ ବାଧିଛି । ରେକର୍ଡ ଭାଙ୍ଗିବା ସମୟରେ ସେ ମୋତେ ଫୋନରେ ଅଭିନନ୍ଦନ ଜଣାଇବା ପରିବର୍ତ୍ତେ ଗାଳି ଦେଇଥିଲେ । ଦୂତିଙ୍କ ଅଭିଯୋଗ ଉପରେ ରଚିତା ମିସ୍ତ୍ରୀ କହିଛନ୍ତି ଯେ, ମୁଁ ଯାହା କହିଛି ସତ କଥା କହିଛି । ମୁଁ ତାର ଦୌଡିବା ବନ୍ଦ କରିବାକୁ କେବେ ଚାହୁଁନି । ପୃଥିବୀରେ ବହୁ ତୃତୀୟ ଲିଙ୍ଗିଙ୍କର ଦୌଡିବାକୁ ଇଚ୍ଛା । ତାକୁ ଅନ୍ୟ ଏକ ଜେଣ୍ଡର କାଟେଗୋରୀ କରି ଦୌଡାଯାଉ । ସେ ମୋ ବିରୋଧରେ କେସ କରୁ କି ଯାହା କରିବାର କଥା କରୁ । ସୂଚନାଯୋଗ୍ୟ, ରଚିତା ମିସ୍ତ୍ରୀ ପଣ୍ଡା ଜାଣେ ପେଶାଦାର ଆଥଲେଟ୍ । ମୁମ୍ବାଇ ନିବାସୀ ରଚିତା ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ । ସେ ୧୦୦ ମିଟର ଦୌଡ ବର୍ଗରେ ୧୧.୩୮ ସେକେଣ୍ଡରେ ଦୌଡି ଜାତୀୟ ରେକର୍ଡ କରିଛନ୍ତି । ତାଙ୍କର ବୟସ ଏବେ ୪୨ ବର୍ଷ । ଗତବର୍ଷ କାଜାଖସ୍ତାନର ଅଲମାଟିରେ ଦୂତି ଦୁଇ ଥର ରଚିତାଙ୍କ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ । ଦୂତି ୧୦୦ ମିଟର ଦୌଡକୁ ୧୧.୨୪ ସେକେଣ୍ଡରେ ଅତିକ୍ରମ କରି ନୂଆ ମିଟ ରେକର୍ଡ ସାଙ୍ଗକୁ ରିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ ।
OSCAR-2019
ଖଣ୍ଡଗିରି: ଏଣିକି ଖାଉଟିମାନଙ୍କୁ ଖୁଚୁରା ବଜାରର ଆଳୁ ବେପାରୀମାନେ ସେମାନଙ୍କ କିଣା ବିଲ୍‌ ଦେଖାଇବାକୁ ବାଧ୍ୟ ହେବେ। ଫଳରେ ଖୁଚୁରା ବେପାରୀମାନେ କେତେ ଦରରେ କିଣୁଛନ୍ତି ଓ କେତେ ଦରରେ ବିକୁଛନ୍ତି, ତାହା ସ୍ପଷ୍ଟ ହୋଇଯିବ ଏବଂ ଖୁଚୁରା ବେପାରୀମାନେ ଆଉ ଖାଉଟିମାନଙ୍କୁ ଶୋଷଣ କରିବା ବାଟ ପାଇବେ ନାହିଁ। ବହୁ ସମୟରେ ବିଭିନ୍ନ କାରଣରୁ ପାଇକାରୀ ଦର ଓ ଖୁଚୁରା ଦର ଭିତରେ ରହୁଥିବା ଅଧିକ ପ୍ରଭେଦ ଯୋଗୁଁ ଖାଉଟିମାନେ ଶୋଷଣର ଶିକାର ହେଉଥିବାର ଯେଉଁ ପରମ୍ପରାଟି ରହି ଆସିଛି, ସେଥିରେ ପୂର୍ଣ୍ଣଛେଦ ପଡ଼ିବ। ଖୁଚୁରା ବେପାରୀମାନଙ୍କ ମନମାନିକୁ ରୋକିବା ପାଇଁ ଯୋଗାଣ ବିଭାଗର ଅଧିକାରୀମାନେ ଏଣିକି ନିୟମିତ ଖୁଚୁରା ବଜାରରେ ତନଖି କରିବେ। ଗୁରୁବାର ଖୋର୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ଜିଲ୍ଲାପାଳ ଯୋଗାଣ ବିଭାଗ ଅଧିକାରୀମାନଙ୍କୁ କଡ଼ା ତାଗିଦ୍‌ କରିଛନ୍ତି। ଆଜି ଭୁବନେଶ୍ୱର ସର୍କିଟ୍‌ ହାଉସ୍‌ରେ ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର ଏକ ସମୀକ୍ଷା ବୈଠକ ଆୟୋଜନ କରିଥିଲେ। ଖୋର୍ଧା ଜିଲ୍ଲାର ସମସ୍ତ ଯୋଗାଣ ବିଭାଗ ଅଧିକାରୀ, ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କ ସହ ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା ଏହି ବୈଠକରେ ଉପସ୍ଥିତ ଥିଲେ। ଖୁଚୁରା ବଜାରରେ ଖାଉଟିମାନଙ୍କ ଶୋଷଣକୁ ନେଇ ଆଲୋଚନା କରାଯାଇଥିଲା। ପାଇକାରୀ ଦରଠାରୁ ୩/୪ ଟଙ୍କା ଲାଭ ରଖି ଖୁଚୁରା ବେପାରୀମାନେ ଖାଉଟିଙ୍କୁ ଆଳୁ ବିକିବା କଥା। ମାତ୍ର ବହୁ ସମୟରେ ଖୁଚୁରା ମାର୍କେଟ୍‌ରେ ସେମାନେ କିଲୋ ପିଛା ୬/୭ ଟଙ୍କା ଲାଭ ରଖୁଥିବା ଲକ୍ଷ୍ୟ କରାଯାଉଛି। ଏମିତିକି ନିମ୍ନମାନର ଆଳୁ କିଣି ଖୁଚୁରା ବେପାରୀମାନେ ଭଲମାନର ଆଳୁ ଦରରେ ବିକିବା ଦେଖାଯାଉଛି। ଏହାକୁ କିଭଳି ରୋକା ଯାଇପାରିବ, ସେ ନେଇ ବିସ୍ତତ ଆଲୋଚନା କରାଯାଇଥିଲା। ବହୁ ସମୟରେ ପାଇକାରୀ ବେପାରୀମାନେ ଖୁଚୁରା ବେପାରୀମାନଙ୍କୁ ବିଲ୍‌ ଦେଉ ନଥିବାବେଳେ ଅନେକ ସମୟରେ ଖୁଚୁରା ବେପାରୀମାନେ ମଧ୍ୟ ବିଲ୍‌ ଜାଣିଶୁଣି ନେଉ ନଥିବା ଆଲୋଚନାରୁ ଜଣାପଡ଼ିଥିଲା। କିନ୍ତୁ ଏଣିକି ଏହି ପରମ୍ପରା ବନ୍ଦ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ। ପାଇକାରୀ ବ୍ୟବସାୟୀମାନେ ଖୁଚୁରା ବେପାରୀମାନଙ୍କୁ କିଣାବିକା ସମୟରେ ହିଁ ବିଲ୍‌ ଦେବେ ବୋଲି ସ୍ଥିର ହୋଇଥିଲା। ସେହିଭଳି ଖୁଚୁରା ବେପାରୀମାନେ ଏଣିକି ଦୋକାନରେ ଆଳୁର କିସମ ଅନୁସାରେ ଦର ତାଲିକା ଚାର୍ଟ ଲଗାଇବେ ବୋଲି ଧାର୍ଯ୍ୟ କରାଯାଇଥିଲା। ଯଦି ଦର ତାଲିକା ଲଗାଇବାକୁ ଦୋକାନରେ ସୁବିଧା ନଥାଏ, ତେବେ କ୍ରେତାମାନେ ଚାହିଁଲେ, ଖୁଚୁରା ବେପାରୀ ସେମାନଙ୍କୁ ଆଳୁ କିଣା ବିଲ୍‌ ଦେଖାଇବାକୁ ବାଧ୍ୟ ହେବେ। ପାଇକାରୀ ଦର ଓ ଖୁଚୁରା ବଜାର ଦର ଭିତରେ ଅତି ବେଶିରେ ୪ ଟଙ୍କା ପାର୍ଥକ୍ୟ ରହିବ। ତେବେ ଭୁବନେଶ୍ୱର ସହର ଭିତରେ ଏହି ପାର୍ଥକ୍ୟ ୩ ଟଙ୍କା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜଧାନୀ ଉପକଣ୍ଠରେ ଏହାକୁ ୪ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ କୁହାଯାଇଛି। ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ, ସହ ଅଧିକାରୀ, ମାର୍କେଟିଂ ଇନ୍‌ସ୍ପେକ୍ଟର(ଏମ୍‌ଆଇ)ମାନେ ଏଣିକି ନିୟମିତ ଖୁଚୁରା ବଜାରରେ ଚଢ଼ଉ କରିବେ। ସେହିଭଳି ଖୁଚୁରା ବେପାରୀମାନେ ପାଇକାରୀ ବେପାରୀମାନଙ୍କଠାରୁ କିଣା ବିଲ୍‌ ନେଉଛନ୍ତି କି ନା, ତାହା ମଧ୍ୟ ସେମାନେ ନିୟମିତ ଯାଞ୍ଚ କରିବେ ବୋଲି ଆଜି ବୈଠକରେ ସ୍ଥିର କରାଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀ ସୁଧାକର ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ଟିମ୍‌ ଉଭୟ ପାଇକାରୀ ଓ ଖୁଚୁରା ବଜାରରେ ନିୟମିତ ଯାଞ୍ଚ କରିବେ। ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ଆଇଗିଣିଆ କୁବେରପୁରୀରେ ଆଳୁର ପାଇକାରୀ ଦର ୧୩ରୁ ୧୪ ଟଙ୍କା ରହିଛି। ତେଣୁ ଖୁଚୁରା ବଜାରରେ ଆଳୁ କିଲୋ ଯେମିତି ୧୮ ଟଙ୍କାକୁ ନ ଟପେ, ସେଥିପ୍ରତି ନଜର ରଖିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଯୋଗାଣ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଆଜି କ୍ୟାପିଟାଲ ହାଟରେ ଆଳୁ କିଲୋ ପିଛା କିସମ ଅନୁସାରେ ୧୬ରୁ ୧୮ ଟଙ୍କାରେ ବିକ୍ରି ହୋଇଛି।
OSCAR-2019
ଗୁରୁଗ୍ରାମ: ଝିଅର ମସ୍ତିଷ୍କରେ ଫିତାକୃମି ଡିମ୍ବ ପଶିଥିବା ଶୁଣି ୮ ବର୍ଷୀୟ ତୃଷିକାର (ଛଦ୍ମନାମ) ପିତାମାତା ଚମକି ପଡ଼ିଥିଲେ। ଛଅମାସ ଧରି ମୁଣ୍ଡବିନ୍ଧା ଓ ବାତମରା ଭୋଗିବା ପରେ ତୃଷିକାଙ୍କୁ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସିଟି ସ୍କାନ୍‌ରୁ ଜଣାପଡ଼ିଲା ତାଙ୍କ ମସ୍ତିଷ୍କରେ ଥିବା ୧୦୦ଟି ସିଷ୍ଟ୍‍ ପ୍ରକୃତରେ ଫିତାକୃମିର ଅଣ୍ଡା। ସେ ଅଣ୍ଡାଗୁଡ଼ିକୁ ପାକସ୍ଥଳୀରୁ ରକ୍ତସ୍ରୋତରେ ଯାଇ ମସ୍ତିଷ୍କରେ ପଶିଥିଲା। ଡାକ୍ତରଙ୍କ କହିବାନୁସାରେ, ପୂର୍ବରୁ ତୃଷିକା ନ୍ୟୁରୋଷ୍ଟିସେର୍କୋସିସ୍‌ରେ ଆକ୍ରାନ୍ତ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା। କାରଣ ଏତେଗୁଡ଼ିଏ ସିଷ୍ଟ୍‍ ଥିବାରୁ ତା’ର ମସ୍ତିଷ୍କ ଫୁଲି ଯାଇଥିଲା। ଦୀର୍ଘ ଦିନ ଧରି ଷ୍ଟେରଏଡ୍‌ ଦିଆଯିବା ଫଳରେ ମୁଣ୍ଡର ଓଜନ ୨୦ କିଲୋ ହୋଇଯାଇଥିଲା। ଫଳ ଓ ପନିପରିବା ଭଲ କରି ନ ଧୋଇ ଖାଇବା ଓ ଦରସିଝା ଘୁଷୁରି ମାଂସ ଖାଇବା ଦ୍ୱାରା ମଣିଷ ଶରୀରରେ ଫିତାକୃମି ସଂକ୍ରମଣ ହୁଏ ବୋଲି ଡାକ୍ତରମାନେ କହିଛନ୍ତି।
OSCAR-2019
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାୟଗଡ଼ା- ଭବାନୀପାଟଣାକୁ ସଯୋଗ କରୁଥିବା ରାଜପଥର ଅମ୍ବାଦଳା ବଂଶଧାରା ପୋଲ ଉପରେ ୫ ଫୁଟ୍‌ ପାଣି। ପୋଲ ଉପରେ ପାଣି ଚାଲୁଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ିମୋଟର ଅଟକି ରହିଛିି। ଗୋଟିଏ ପଟେ ଲାଗାଣ ବର୍ଷା ଓ ଅନ୍ୟ ପଟେ ପୋଲ ଉପରେ ପାଣି ଯୋଗୁଁ ଗାଡ଼ିମୋଟର ଅଟକି ରହିଥିିବାରୁ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ହେବ ସମଗ୍ର ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲ୍ଲାରେ ଥିବା ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧିି ପାଇଛି। ତେବେ ଗତକାଲି ରାତିରୁ ମୂଷଳଧାରାରେ ଲଗାଣ ବର୍ଷା ହେବା ଫଳରେ ବଂଶଧାରା ନଦୀ ପୋଲି ଉପରେ ୫ ଫୁଟ୍‌ର ଉର୍ଧ୍ୱ ପାଣି ପ୍ରବାହିତ ହେଉଛି। ପୋଲ ଉପରେ ନଦୀର ସ୍ରୋତ ଏତେ ପ୍ରବଳ ଅଛି ଯେ, ଏହି ରାସ୍ତା ଦେଇ କୌଣସି ଗାଡ଼ିମଟର ଚଳାଚଳ କରିବା ସମ୍ଭବ ହେଉ ନାହିଁ। ଫଳରେ ରାୟଗଡ଼ା- ଭବାନୀପାଟଣାକୁ ସଂଯୋଗ କରୁଥିବା ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ବସ, ଟ୍ରକ, କାର ଓ ୨ ଚକିଆ ଯାନ ଅଟକି ରହିଛନ୍ତି। ସେହିପରି ଅମ୍ବାଦଳା ବଜାରରେ ମଧ୍ୟ ୨ ଫୁଟ୍‌ରୁ ଊର୍ଧ୍ୱ ପାଣି ଜମା ହୋଇ ରହିଛି। କେତେକ ଦୋକାନବଜାର ଭିତରେ ପାଣି ପଶିଯାଇଥିବା ବେଳେ ବ୍ୟାଙ୍କ ଭିତରେ ପାଣି ପଶି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇ ଯାଇଥିିବା କୁହାଯାଉଛି।
OSCAR-2019
ହରଭଙ୍ଗା ବ୍ଲକ ରେ ସୂଚନା ଅଧିକାର ଆଇନ ବାଟବଣା – ଦୁର୍ନୀତିଗ୍ରସ୍ତ ଙ୍କ ପାଇଁ ଖେଳ , ସୂଚନା କର୍ମୀ ଙ୍କୁ ହୋଇଛି କାଳ – Odiapua.com ବୌଦ୍ଧ, ୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସରକାର ଙ୍କ ପକ୍ଷରୁ ଜନସାଧାରଣ ଙ୍କ ପାଇଁ ହେଉଥିବା ବିଭିନ୍ନ ଉନ୍ନୟନ ମୁଳକ ଓ ଜନ କଲ୍ୟାଣକାରୀ ଯୋଜନା ର ଟିକିନିକି ସୂଚନା ଓ ତଥ୍ୟ ସର୍ବସାଧାରଣ ରେ ଜାଣିବା ପାଇଁ ସୂଚନା ଅଧିକାର ଆଇନ ଭଳି ଗୁରୁତ୍ୱପୁର୍ଣ୍ଣ ଆଇନ ଲାଗୁ କରାଯାଇଛି । ଦୁର୍ନୀତି ଓ ଅନୀୟମିତତା କୁ ନିୟନ୍ତ୍ରଣ କରିବା ଦିଗରେ ଏହି ଆଇନ ଅତ୍ୟନ୍ତ ଉପଯୋଗି ହୋଇଥିବାରୁ ଏହି ଆଇନ ପ୍ରତି ଲୋକଙ୍କର ଆସ୍ଥା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ସୁଚନା ଅଧିକାର ଆଇନ ସଂପୁର୍ଣ୍ଣରୁପେ ବାଟବଣା ହୋଇପଡିଛି । ବ୍ଲକରୁ ସୂଚନା ଅଧିକାର ଆଇନ ବଳରେ ଏକ ତଥ୍ୟ ମାଗିବାକୁ ଯାଇ ଜଣେ ସୂଚନା କର୍ମୀ ଓ ତାଙ୍କ ପରିବାର ଙ୍କୁ ଗୋଟିଏ ପଟେ ଦୀର୍ଘ ୨ ମାସ ହେଲା ଗାଁ ରୁ ବାଛନ୍ଦ ହେବାକୁ ପଡିଥିବା ବେଳେ ଅନ୍ୟପଟେ ସେ ମାଗିଥିବା ତଥ୍ୟ ସହିତ ଜଡିତ ଦୁର୍ନୀତି କୁ ଘଣ୍ଟ ଘୋଡାଇବା ପାଇଁ ବ୍ଲକର ପିଆଇଓ ଦାଇତ୍ୱରେ ଥିବା ଅଧିକାରୀ ଙ୍କ ସହ କେତେକ ଅଧିକାରୀ ଉଦେଶ୍ୟ ମୂଳକ ଭାବେ ସୂଚନା ପ୍ରଦାନ କରିବା କ୍ଷେତ୍ରରେ ଟାଳଟୁଳ ନିତି ଅବଲମ୍ବନ କରୁଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ମତେ ବ୍ଲକର ପୁର୍ବରୁ ପୁରୁଣାକଟକ ପଞ୍ଚାୟତ ତଥା ସଂପ୍ରତି ପିତାମ୍ବରପୁର ପଞ୍ଚାୟତ ର ଫୁଲଝରି ଗ୍ରାମ ରେ ୨୦୧୫/୧୬ ଆର୍ଥିକ ବର୍ଷରେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଖଳିଆ ବନ୍ଧ ଖନନ କାର୍ଯ୍ୟ ମନରେଗା ଯୋଜନା ରେ କାର୍ଯ୍ୟକାରୀ ହୋଇଥିଲା । ଏହି ପୋଖରୀ ଖନନ କାର୍ଯ୍ୟ ରେ ଶ୍ରମୀକ ଙ୍କୁ ନିୟୋଜିତ ନକରି ଗାଁ ର ଜଣେ ପ୍ରଭାବଶାଳୀ ବ୍ୟକ୍ତି ତଥା ଛାୟା ଠିକାଦାର ସ୍ଥାନୀୟ ଜିଆରଏସ ,ଦାଇତ୍ୱରେ ଥିବା ଯନ୍ତ୍ରୀ , ନିର୍ବାହୀ ଅଧିକାରୀ ଓ ବ୍ଲକ ଏପିଓ ଙ୍କୁ ହାତ କରି ଜେସିବି ଓ ଟ୍ରାକ୍ଟର ଦ୍ୱାରା କାମ କରି ମିଥ୍ୟା ଭାଉଚର ଓ ବିଲ ବଳରେ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ କରି ସେହି ଗ୍ରାମର ବିଶ୍ୱାମିତ୍ର ପ୍ରଧାନ ନାମକ ଜୈନିକ ସୁଚନା କର୍ମୀ ଗତ ୨୦୧୭ ମସିହା ନଭେମ୍ବର ୩ ତାରିଖ ଦିନ ସୁଚନା ଅଧିକାର ଆଇନ ଅନୁଯାଇ ବ୍ଲକ କାର୍ଯ୍ୟଳୟ ଜରିଆରେ କାର୍ଯ୍ୟକାରୀ ହୋଇଥିବା ସଂପୃକ୍ତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ହୋଇଥିବା ପ୍ରକଳ୍ପ ର କାର୍ଯ୍ୟାଦେଶ ସମେତ ପଲ୍ଲିସଭା .ମଷ୍ଟର ରୋଲ , ଏଷ୍ଟିମେଟ ଓ ପର୍ଯ୍ୟାୟ କ୍ରମେ ଉଠାଣ ହୋଇଥିବା ବିଲ ର କପି ପ୍ରଦାନ କରିବା ପାଇଁ ଆବେଦନ କରିଥିଲେ । ଏକଥା ଜାଣିବା ପରେ ସଂପୃକ୍ତ ପ୍ରକଳ୍ପ କାର୍ଯ୍ୟ କରିଥିବା ଗ୍ରାମର ପ୍ରଭାବଶାଳୀ ତଥା ଛାୟା ଠିକାଦାର ଗ୍ରାମର କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ବିଶ୍ୱାମିତ୍ର ପ୍ରଧାନଙ୍କ ପରିବାରକୁ ଦୀର୍ଘ ୨ ମାସରୁ ଉର୍ଦ୍ଧ ହେଲା ଗ୍ରାମରୁ ବାଛନ୍ଦ କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ ସୁଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବାର ୨ ମାସ ୫ ଦିନ ବିତିଯାଇଥିଲେ ମଧ୍ୟ ସୁଚନା କର୍ମୀ ଙ୍କୁ ସୁଚନା ପ୍ରଦାନ କରାଯାଉନଥିବାରୁ ଏହି ମନରେଗା ଦୁର୍ନୀତି ପଛରେ ବହୁ ଅଧିକାରୀ ସଂଶ୍ଲିଷ୍ଟ ଥିବା ନେଇ ସାଧାରଣରେ ଥିବା ସନେ୍ଦହ ଧିରେ ଧିରେ ଅଧିକ ଦୃଢିଭୁତ ହେବାରେ ଲାଗିଛି । ଏନେଇ ବ୍ଲକର ପିଆଇଓ ଦାଇତ୍ୱରେ ଥିବା ଏବିଡିଓ ବଙ୍କିମ ଚନ୍ଦ୍ର ମଲ୍ଲିକ ଙ୍କୁ ପଚାରାଯିବାରୁ ସେ ସୁଚନା କର୍ମୀ ମାଗିଥିବା ତଥ୍ୟ ଦାଖଲ କରିବା ପାଇଁ ପୁର୍ବ ରୁ ଥିବା ପୁରୁଣାକଟକ ପଞ୍ଚାୟତ ତଥା ଏବର ନୁତନ ପିତାମ୍ବରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଆମେ ଚିଠି କରି ଜଣାଇଛୁ ବୋଲି କହିଥିଲେ । ସରକାର ସୁଚନା ଅଧିକାର ପ୍ରଦାନ କ୍ଷେତ୍ରରେ ଖିଲାପ କରୁଥିବା ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ସ୍ପଷ୍ଟ ପ୍ରାବଧାନ ରଖିଥିବା ବେଳେ ଆରଟିଆଇ ମାଗିବାକୁ ଯାଇ ଜଣେ ସୁଚନା କର୍ମୀ ଙ୍କୁ ଦିର୍ଘ ୨ ମାସ ପରେ ବି ଆରଟିଆଇ ତଥ୍ୟ ପ୍ରଦାନ କରାନଯିବା ଓଲଟି ତାଙ୍କୁ ଗ୍ରାମରୁ ବାଛନ୍ଦ ଭଳି ନିର୍ଯ୍ୟାତନା ର ସମ୍ମୁଖିନ ହେବାକୁ ପଡିବା ଘଟଣା ପ୍ରଶାସନର ସ୍ୱଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଠି କରିଛି । ଜିଲ୍ଲା ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି ।
OSCAR-2019
କନକ ବ୍ୟୁରୋ : ନବୀନଙ୍କ ଆଗରେ ନିଜ ଅଭିମାନ ଦେଖାଇଲେ ମନ୍ତ୍ରୀ ଦାମ ରାଉତ । ବିଜେଡି ଜଗତସିଂହପୁର ଜିଲ୍ଲା ସମୀକ୍ଷା ବୈଠକ ସମୟରେ ଦାମବାବୁ ନିଜ ଆସନରୁ ଉଠି କର୍ମୀଙ୍କ ଗହଣକୁ ଚାଲି ଆସିଥିଲେ । ପରେ ଯୁବ ବିଜେଡି ସଂପାଦକ ବିଜୟ ନାୟକ, ଦାମବାବୁଙ୍କୁ ବୁଝାବୁଝି କରି ତାଙ୍କ ସିଟକୁ ଫେରାଇ ନେଇଥିଲେ । ବୈଠକ ଆରମ୍ଭରୁ ଜିଲ୍ଲାର ଦଳୀୟ କନ୍ଦଳ ବାରି ହୋଇ ପଡୁଥିଲା । ଆଜି ବିଜେଡିର ଜଗତସିଂହପୁର ଜିଲ୍ଲା ପଂଚାୟତ ନିର୍ବାଚନ ପୋଷ୍ଟମଟମ୍ କରୁଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ଜିଲ୍ଲାୱାରୀ ସମୀକ୍ଷା କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ବିଶେଷ ଗୁରୁତ୍ୱ ରହିଛି । ଜିଲ୍ଲାର ଦୁଇ ବରିଷ୍ଠ ନେତା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି । ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସହ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଜିଲ୍ଲାର ଏହି ତିନି ପ୍ରମୁଖ ନେତାଙ୍କୁ ଏକାଠି ଦେଖିବାକୁ ମିଳିଛି, ପୁଣି ନବୀନଙ୍କ ନିକଟରେ । ପଂଚାୟତ ନିର୍ବାଚନରେ ଦାମଙ୍କ ଗଡ଼଼ରେ ବିଜେପି ଖାତା ଖୋଲିଥିବାରୁ ଆଜି ସମୀକ୍ଷା ବୈଠକରେ ଏନେଇ ଆଲୋଚନା ସରଗରମ ହୋଇପାରେ । ଜିଲ୍ଲାରେ ଦଳୀୟ ସ୍ଥିତି ସଂପର୍କରେ ନବୀନଙ୍କ ପ୍ରଶ୍ନର ଉତର ଏହି ନେତାମାନେ କିପରି ଦେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ସମୀକ୍ଷା ବୈଠକରେ ତିନି ନେତାଙ୍କ ସମର୍ଥକମାନେ ଦଳୀୟ ସ୍ଥିତି ସଂପର୍କରେ କି ଅଭିଯୋଗ ରଖିବେ, ତାହା ଉପରେ ମଧ୍ୟ ନଜର ରହିଛି । କନକ ବ୍ୟୁରୋ : ରାଗିଂ ନେଇଗଲା ଛାତ୍ରଙ୍କ ଜୀବନ । ଆନ୍ଧ୍ରପ୍ରଦେଶ ଭାଇଜାଗର ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟରେ ଯୁକ୍ତ ଦୁଇରେ ପଢୁଥିବା ଜଣେ ଓଡିଆ ଛାତ୍ର ରାଗିଂର ଶିକାର ହେବା ପରେ ଗୁରୁତର ଅବସ୍ଥାରେ ଭର୍ତି ହୋଇଥିଲେ । ଆଜି ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି । ଅଭିଯୋଗ ଅନୁସାରେ ସମ୍ବଲପୁର ବମରା ଅଂଚଳ ଗୋଡପୋଷ୍ଟର ଶୈଳେସ କେଶରୱାନୀଙ୍କ ପୁଅ ଶ୍ରେୟସଙ୍କୁ ସେ ପଢୁଥିବା କଲେଜର କିଛି ଛାତ୍ର ଗତ ଡିସେମ୍ବର ମାସରେ ର୍ୟାଗିଂ କରିବା ସହ ପ୍ରବଳ ମାଡ ମାରିଥିଲେ । ଏପରିକି ବାହାରେ ପ୍ରକାଶ କଲେ ଅବସ୍ଥା ଖରାପ ହେବ ବୋଲି ଧମକ ଚମକ ଦେଇଥିଲେ । ସେଥିପାଇଁ ବାପାଙ୍କୁ ଫୋନ କରି ବାଥରୁମରେ ଖସିପଡିଥିବା କହିଥିଲେ ଶ୍ରେୟସ । ପୁଅର ଫୋନକଲ ପାଇବା ପରେ ତାକୁ ଆଣି ରାଉରକେଲା ଆଇଜିଏଚରେ ଭର୍ତି କରିଥିଲେ । ହେଲେ ଏଠାରେ ପରିବାର ଲୋକଙ୍କୁ ସାଥୀ ଛାତ୍ରମାନେ କିଭଳି ରାଗିଂ କରିବା ସହ ତାଙ୍କୁ ମାଡ ମାରିଥିଲେ ସେନେଇ କହିଛନ୍ତି ଶ୍ରେୟସ । ଯାହାକୁ ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲେ ପରିବାର ଲୋକ । ଏହି ଭିଡିଓ କନକ ନ୍ୟୁଜର ହସ୍ତଗତ ହୋଇଛି । ଭିଡିଓରେ କିଛି ଛାତ୍ରଙ୍କ ନାଁ ନେଇଛନ୍ତି ଶ୍ରେୟସ । ଏପରିକି ତାଙ୍କୁ ରାଗିଂ ନେଇ କଲେଜର ଭାଇସ ପ୍ରିନ୍ସିପାଲଙ୍କୁ ଜଣାଇଥିଲେ ମଧ୍ୟ ସେ ଛୁଟି ପରେ ବୁଝିବା ବୋଲି କହିଥିଲେ । ଏ ସଂପର୍କରେ ଭାଇଜାଗ ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ । ଏପଟେ ରାଉରକେଲା ଆଇଜିଏଚରେ ଶ୍ରେୟସଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଶନିବାର ସକାଳୁ ତାଙ୍କୁ ଭୁବନେଶ୍ୱରୁ ସ୍ଥାନାନ୍ତର କରିଥିଲେ ପରିବାର ଲୋକ । ହେଲେ ଡାକ୍ତରମାନେ ତାଙ୍କୁ ବଂଚାଇବାକୁ ସମର୍ଥ ହୋଇନାହାନ୍ତି । ଯଦି ଶ୍ରେୟସଙ୍କ ପରିବାର ଲୋକଙ୍କ ଅଭିଯୋଗ ସତ ହୋଇଥାଏ ତାହେଲେ ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଜରୁରୀ ।
OSCAR-2019
ଭୁବନେଶ୍ୱର: ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ୧୮ତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କବି ତଥା ସାହିତ୍ୟିକ ମନୋରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତାପଙ୍ଗ ଦଳ ବେହେରା ସ୍ମୃତି ସଂସଦର ସଭାପତି ଇଂ. ଶିଶିର ନାୟକ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପୂର୍ବତଟ ରେଳବାଇର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ, ବଲାଙ୍ଗୀର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ବ୍ରଜକିଶୋର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ମହାସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମହାସଂଘର ସଭାପତି ଡ.ବୈରାଗୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ କଣ୍ଡୁରୀ ଚରଣ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ମହାସଂଘ ପକ୍ଷରୁ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ‘ପ୍ରମେୟ’ର ବ୍ୟୁରୋଚିଫ୍‌ ଦେବେନ୍ଦ୍ର ସୁଆରଙ୍କୁ ନାରଦ ସମ୍ମାନ, ହେମନ୍ତ କୁମାର ରାଉତଙ୍କୁ କବି ଏକାଦଶୀ ପ୍ରସାଦ ବୋଇତା ସ୍ମୃତି ସମ୍ମାନ, ଗୋବିନ୍ଦ ଚନ୍ଦ୍ର ବାରିକଙ୍କୁ ଶିଳ୍ପୀ ଅସୀମ ବସୁ ସ୍ମୃତି ସମ୍ମାନ, ପରମେଶ୍ୱର ଦାଶଙ୍କୁ ଜନସେବକ ସମ୍ମାନ, ସୀମାଞ୍ଚଳ ବସ୍ତିଆଙ୍କୁ ବିଦ୍ୟାରତ୍ନ ସମ୍ମାନ, ବୁବୁ ମହାନ୍ତିଙ୍କୁ ସଂଗଠକ ସମ୍ମାନ, ବିବେକାନନ୍ଦ ବାରିକଙ୍କୁ ଉତ୍କଳମଣି ଗୋପବନ୍ଧୁ ସେବା ସମ୍ମାନ ଏବଂ ପ୍ରବୀଣ କୁମାର ସୁବୁଦ୍ଧି, ରୋହିତ କୁମାର ଚମ୍ପତ୍ତି, ନିଶିକାନ୍ତ ପାଢ଼ୀ, ଶୋଭାକର ଦାସ ଫତେ ସିଂ, ରବୀନ୍ଦ୍ର ମହାକୁଡ଼, ଭଜକୃଷ୍ଣ ମହାନ୍ତି ଓ ଚିତ୍ତରଞ୍ଜନ ବିଶ୍ୱାଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ସୂର୍ଯ୍ୟ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ବାମଦେବ ସ୍ୱାଇଁ, ଗୋଲକ ବିହାରୀ ନାୟକ, ସମ୍ପଦ ରଥ, ସସ୍ମିତା ତ୍ରିପାଠୀ ଓ ଅଧ୍ୟାପିକା ସୌଦାମିନୀ ବେହେରା ପ୍ରମୁଖ ସଂଯୋଜନା କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୦ର ଅଧିକ କବି କବିତା ଅବୃତ୍ତି କରିଥିଲେ। ଖୋର୍ଧା: ଆଉ ମାତ୍ର ୧୦ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏବେ ଅଣସର ଘରେ। ତେବେ ରଥଯାତ୍ରା ବେଳେ ମହାପ୍ରଭୁଙ୍କର ଗୀତ ଗୋବିନ୍ଦ ପାଟ ବସ୍ତ୍ର ବ୍ୟତୀତ ସୂତାରେ ତିଆରି ପତନି, ନେତଖଣ୍ଡୁଆ, ଶ୍ରୀମୁଖ ଓତା, ବଡ଼ଟଣା ଖେସା, ନାଲି ଚେହେଲି, ହଳଦିଆ ଚେହେଲି, ସବୁଜ ଚେହେଲି, ବୋଇରାଣି, ଗଦିଫେଟା, ମଲମଲ, ବାରହାତୀ ଗଡ଼ା, ଷୋଳହାତୀ ଗଡ଼ା ଏବଂ ଚବିଶ ହାତିଆ ସୂତାଫୁଟା ଆଦି ବିଭିନ୍ନ ପ୍ରକାର ବସ୍ତ୍ର ଲୋଡ଼ା। ଆଉ ସେହି ସବୁ ପାରମ୍ପରିକ ବସ୍ତ୍ର ଲାଗି କରିବାକୁ ଖୋର୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ରାଉତପଡ଼ା ଗାଁର ବୁଣାକାରମାନେ ରାତିଦିନ ଏକ କରିଦେଇଛନ୍ତି। ସମଗ୍ର ଗାଁର ବୁଣାକାର ପରିବାର ସମର୍ପିତ ମନୋଭାବ ନେଇ ଏହି କାର୍ଯ୍ୟରେ ଏବେ ବ୍ୟସ୍ତ। ସୂଚନା ଥାଉ କି, ରାଉତପଡ଼ା ଗାଁର ପ୍ରାୟ ୨୦ ବୁଣାକାର ପରିବାର ୧୯୯୨ ମସିହାରୁ ଶ୍ରୀମନ୍ଦିର ପ୍ରଶାସନଙ୍କଠାରୁ ଏହି ବସ୍ତ୍ର ଯୋଗାଇବା ପାଇଁ ଅନୁମତିପ୍ରାପ୍ତ। ବର୍ଷ ତମାମ ଯେତିକି ବସ୍ତ୍ର ଯୋଗାଇଥାଆନ୍ତି ସେହି ଅନୁସାରେ ପାରିଶ୍ରମିକ ମିଳିନଥାଏ। ତଥାପି ସେମାନେ ମହାପ୍ରଭୁଙ୍କ ସେବା ପାଇଁ ଏହି କାର୍ଯ୍ୟ କରିଆସୁଛନ୍ତି। ରଥଯାତ୍ରା ଆସିଲେ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ପ୍ରକାର ବସ୍ତ୍ର ତିଆରି ହୋଇଥାଏ। ବୁଣା ସରିବା ପରେ ରାଉତପଡ଼ା ଗାଁର ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ବସ୍ତ୍ର ଧରି ଶ୍ରୀମନ୍ଦିର ପ୍ରଶାସକଙ୍କ ପାଖରେ ସମର୍ପି ଦେଇଥାଆନ୍ତି। ଶ୍ରୀଜିଉଙ୍କର ବାରମାସରେ ତେରପର୍ବ ସବୁଥିରେ ଆବଶ୍ୟକ ହୋଇଥାଏ ଭିନ୍ନ ଭିନ୍ନ ବସ୍ତ୍ର। ପୁଣି ସବୁଗୁଡ଼ିକର ଆକାର ଏବଂ ରଙ୍ଗ ମଧ୍ୟ ଅଲଗା ଅଲଗା। ପୃଥକ ପୃଥକ ବାରରେ ଠାକୁର ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିଥାଆନ୍ତି। ରବିବାର ନାଲି, ସୋମବାର ଧଳାଛିଟ, ମଙ୍ଗଳବାର ବାରପାଟିଆ, ବୁଧବାର ସବୁଜ, ଗୁରୁବାର ପୀତବସ୍ତ୍ର, ଶୁକ୍ରବାର ଶ୍ୱେତ ବସ୍ତ୍ର ଏବଂ ଶନିବାର କଳା, ବାଇଗଣୀ ରଙ୍ଗର ବସ୍ତ୍ର ଲୋଡ଼ା ବୋଲି ରାଉତପଡ଼ାର ମଧୁସୂଦନ ଓ୍ଵିଭିଂ ଫାକ୍ଟ୍ରିର ପ୍ରୋପାଇଟର ମଧୁସୂଦନ ଦାସ ସୂଚନା ଦେଇଛନ୍ତି।। ୮୦ ବର୍ଷର ବୃଦ୍ଧାଟିଏ ପେଟ ପୋଷିବା ପାଇଁ ନୁହେଁ, ବରଂ ତା’ ହାତ ତିଆରି ସୂତାରେ ବସ୍ତ୍ର ବୁଣା ହେଲେ ଠାକୁର ପିନ୍ଧିବେ-ଏହି ଭକ୍ତି ଭାବନାରେ ଦିନରାତି ଅରଟରେ ସୂତା ବୁଣୁଥାଏ। ପରିବାରର ମହିଳାମାନେ ସୂତା ଭିଣିବାଠାରୁ ଆରମ୍ଭ କରି ତନ୍ତରେ ବସ୍ତ୍ର ବୁଣିବା ପର୍ଯ୍ୟନ୍ତ କାମ କରିଥାଆନ୍ତି। ପୁରୁଷମାନେ ସୂତାରେ ରଙ୍ଗ ଦେବା, ମଣ୍ଡ ଦେବା ଆଦି କରିଥାଆନ୍ତି। ଠାକୁରଙ୍କ ପାଟବସ୍ତ୍ରରେ ଶ୍ଳୋକ ଲେଖାଯାଇଥାଏ। ସେଥିପାଇଁ ସ୍ୱତନ୍ତ୍ର ବୁଣାକାର ମଧ୍ୟ ଅଛନ୍ତି। ସେମାନେ ନିଜ ବାପା ଜେଜେଙ୍କଠାରୁ ଏହି କଳା ଶିଖିଥାଆନ୍ତି। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କରି ପାଟବସ୍ତ୍ର ଯୋଗାଇବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ଗୋପିନାଥ ଦାସଙ୍କ ମତରେ ଠାକୁରଙ୍କ ବସ୍ତ୍ର ବୁଣିବାରେ ଅଧିକ ପରିଶ୍ରମ ପଡ଼ିଲେ ବି ସେଥିରେ ଆନନ୍ଦ ଓ ପରମ ତୃପ୍ତି ମିଳିଥାଏ। ୭୬ ବର୍ଷର ବୃଦ୍ଧ ଅରକ୍ଷିତ କୁଣ୍ଡୁ ପ୍ରାୟ ଦୀର୍ଘ ୨୦ ବର୍ଷ ହେଲା ମହାପ୍ରଭୁଙ୍କ ଗୀତଗୋବିନ୍ଦ ପାଟ ବୁଣୁଛନ୍ତି। ମହାପ୍ରଭୁଙ୍କ ବସ୍ତ୍ର ବୁଣିବା ଦିନଠାରୁ ସେ ଆଖିରେ ଚଷମା କିମ୍ବା ପାଦରେ ଚପଲ ପିନ୍ଧିନାହାନ୍ତି। ଗୋପୀନାଥ ଦାସଙ୍କ ମା ଆସେଲି ଦାସଙ୍କୁ ଏବେ ୯୦ ବର୍ଷ। ହେଲେ ଅଣ୍ଟା ନଇଁଗଲେ ମଧ୍ୟ ପ୍ରଭୁଙ୍କ ପାଟବସ୍ତ୍ର ଲାଗି ସେ ସୂତା ଗୁଡ଼ାଉଛନ୍ତି। ଠାକୁରଙ୍କ ବସ୍ତ୍ର ବୁଣିବା ସମୟରେ ପରିଶ୍ରମ କିମ୍ବା ପାରିଶ୍ରମିକ କଥା ଭୁଲି ସେମାନେ ସମର୍ପିତ ମନୋଭାବ ନେଇ ଏହି କାର୍ଯ୍ୟ କରିଥାଆନ୍ତି।
OSCAR-2019
ଭୁବନେଶ୍ୱର : ଓଡ଼ିଶା ସମେତ ସାରା ଦେଶରେ ପେଟ୍ରୋଲ୍‌, ଡିଜେଲ୍‌ ଦର ପ୍ରତିଦିନ ବଢ଼ିଚାଲିଛି। ରାଜ୍ୟବାସୀଙ୍କ ପାଇଁ ଏହା ଅତ୍ୟାବଶ୍ୟକୀୟ ସାମଗ୍ରୀ କହିଲେ ଭୁଲ ହେବନାହିଁ। ଆଜି ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ଲିଟର ପିଛା ଟ ୭୭.୦୭ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ୍‌ ଲିଟର ପହଞ୍ଚିଛି ଟ ୭୪.୧୯ ପଇସା। ଦିନେ କି ଦୁଇଦିନ ନୁହେଁ, ମେ’ ୧୮ ତାରିଖରୁ ଉଭୟ ପେଟ୍ରୋଲ୍‌, ଡିଜେଲ୍‌ ଦର ଲଗାତର ଭାବେ ହୁ ହୁ ବଢ଼ିବାରେ ଲାଗିଛି। ତୈଳ ଦର ନିୟନ୍ତ୍ରଣ ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନେବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶ୍ୱାସନା ଧୂଆଁବାଣରେ ପରିଣତ ହୋଇଛି। ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହା ନିଆଁ ଲଗାଇ ଦେଇଛି ଖାଉଟି ବଜାରରେ। ବସ୍‌ ଭଡ଼ା ଉପରେ ଏହାର ପ୍ରଭାବ ସର୍ବାଧିକ। ଫଳରେ ଆଜି ବସ୍‌ ଭଡ଼ା ସବୁ ଶ୍ରେଣୀ ସ୍ତରରେ ବଢ଼ିଛି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନାନୁସାରେ ସାଧାରଣ(ଅର୍ଡିନାରି) ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କି.ମି. ପିଛା ୨ ପଇସା ବଢ଼ିଛି। ଅର୍ଡିନାରି ବସ୍‌ ଭଡ଼ା କି.ମି. ପିଛା ୬୮ ପଇସା ଥିଲା। ଏହା ୭୦ ପଇସାକୁ ବଢ଼ିଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା କି.ମି. ପିଛା ୭୧ ପଇସା ଥିବା ବେଳେ ୭୩ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ଭଡ଼ା କି.ମି. ପିଛା ୪ ପଇସା ବୃଦ୍ଧି ପାଇ ୯୭ ପଇସାରୁ ପହଞ୍ଚିଛି ୧ ଟଙ୍କା ୧ ପଇସାରେ। ସେହିପରି ଡିଲକ୍ସ ଭଡ଼ା ୧ ଟଙ୍କା ୧୯ ପଇସାରୁ ୧ ଟଙ୍କା ୨୩ ପଇସାକୁ ଅର୍ଥାତ୍‌ କି.ମି. ପିଛା ୪ ପଇସା ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧି ନେଇ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆଜିଠାରୁ ଆରମ୍ଭ ହୋଇଛି। ଏହାର ପ୍ରତିବାଦରେ ରାଜଧାନୀର ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ଏହା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହା ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟି, ଯୁବ କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମର୍ଥନରେ ରାଜ୍ୟ ସରକାର ଭାଟ୍‌ ହ୍ରାସ କରିବାକୁ ଦାବି କରି ବସିଯାଇଛନ୍ତି ବିଜେପି ରାଜ୍ୟ କର୍ମକର୍ତ୍ତାମାନେ। ରାଜନୈତିକ ଦଳମାନଙ୍କ ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। ଏହାର ନମୁନା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା। କଟକ ଗସ୍ତ ଅବସରରେ ସେ ତାଙ୍କ ଅଭିଭାଷଣରେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିନଥିଲେ। ତେବେ ସାଧାରଣ ଲୋକେ ଦର ବୃଦ୍ଧି ଯୋଗୁଁ ନୟାନ୍ତ ହୋଇପଡ଼ିଲେଣି। ଆଉ ଅଳ୍ପ କିଛି ଦିନରେ ପେଟ୍ରୋଲ୍‌, ଡିଜେଲ୍‌ ଲିଟର ୯୦ ଟଙ୍କା ଟପିବାର ଆଶଙ୍କା ମଧ୍ୟ ସେମାନଙ୍କୁ ଭାରାକ୍ରାନ୍ତ କଲାଣି। ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ଏକ ରସପୂର୍ଣ୍ଣ ଓ ରହସ୍ୟମୟ ନୀତି ହେଉଛି ‘ହେରାପଞ୍ଚମୀ’। ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ଆରମ୍ଭ ହେଉଥିବା ରଥଯାତ୍ରାର ପଞ୍ଚମଦିନ ଅନୁଷ୍ଠିତ ହେଉଥିବାରୁ ଏହା ‘ହେରାପଞ୍ଚମୀ’। କିନ୍ତୁ ଏହାର ତିଥି- ଆଷାଢ଼ ଶୁକ୍ଳ ଷଷ୍ଠୀ। ଏହାର କାହାଣୀ ଅତ୍ୟନ୍ତ ରସପୂର୍ଣ୍ଣ ଓ ରୋଚକ। ‘ହେରା’ର ଅର୍ଥ ଅବଲୋକନ ବା ଦର୍ଶନ। ସରଳ ଓଡ଼ିଆରେ ‘ଦେଖିବା’। ଚର୍ଯାଗୀତିକାରେ ଉପଲବ୍‌ଧ ପ୍ରାଚୀନ ଓଡ଼ିଆ ଭାଷାରେ ମଧ୍ୟ ଏହି ଶବ୍ଦ ‘ଦେଖିବା’ ଅର୍ଥରେ ପ୍ରଯୁକ୍ତ ହୋଇଛି। କିନ୍ତୁ ‘ବାମଦେବ ସଂହିତା’ରେ ବର୍ଣ୍ଣନା ଅଛି- ‘‘ହରଂ ଚ ମନସା କୃତ୍ଵା ହେରେତି ନାମ ଯୋଗତଃ।।’’ ଅର୍ଥାତ୍‌ ହର ବା ଶିବଙ୍କୁ ମନ ମଧ୍ୟରେ ସ୍ମରଣ କରି ଶ୍ରୀଦେବୀ (ଲକ୍ଷ୍ମୀ) ଏହି ଯାତ୍ରା କରିଥିବାରୁ ଏହା ‘ହେରାଯାତ୍ରା’ ନାମରେ ପରିଚିତ। କିନ୍ତୁ ପ୍ରକୃତ ଅର୍ଥରେ ଏହା ‘ହେରା’ ବା ଶ୍ରୀଜଗନ୍ନାଥଙ୍କୁ ଦେଖିବା ନିମନ୍ତେ ଶ୍ରୀଦେବୀ (ଲକ୍ଷ୍ମୀ)ଙ୍କର ଏକ ଯାତ୍ରା। ଏହାର ପୃଷ୍ଠଭୂମିରେ ରହିଛି ଶ୍ରୀମନ୍ଦିରରେ ଦାମ୍ପତ୍ୟଲୀଳାର ରୋଚକ ଆଖ୍ୟାନ। ଏ ପ୍ରସଙ୍ଗରେ ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ଊନବିଂଶ ଅଧ୍ୟାୟ, ପଞ୍ଚଦଶ ଶ୍ଳୋକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ସେହି ଶ୍ଳୋକଟି ହେଉଛି, ‘‘ପୁଂ ନାମା ଭଗବାନ୍‌ ବିଷ୍ଣୁଃ ସ୍ତ୍ରୀ ନାମ୍ନା କମଳାଳୟା / ଦେବତିର୍ଯ୍ୟନ୍ମନୁଷ୍ୟାଦୌ ବିଦ୍ୟତେ ନ ତୟୋଃ ପରମ୍‌।ା’’ ଏହାର ଅର୍ଥ- ପୁରୁଷ ନାମରେ ଭଗବାନ ବିଷ୍ଣୁ ଓ ସ୍ତ୍ରୀ ନାମରେ କମଳାଳୟା ଲକ୍ଷ୍ମୀ ହିଁ, କି ଦେବଗଣ, କି ତିର୍ଯ୍ୟକ୍‌ ବୃନ୍ଦ, କି ମନୁଷ୍ୟ- ସମସ୍ତ ପ୍ରାଣୀଙ୍କ ଅଭ୍ୟନ୍ତରରେ ରହିଅଛନ୍ତି। ଏ ଦୁହିଁଙ୍କ ଭିନ୍ନ ଅନ୍ୟ କିଛି ବିଦ୍ୟମାନ ନାହିଁ।’’ ଏହା ଏ ସୃଷ୍ଟିରେ ଭଗବାନ ବିଷ୍ଣୁ ଓ ଦେବୀଲକ୍ଷ୍ମୀଙ୍କ ପରିପୂରକତାକୁ ଓ ଅପରିହାର୍ଯ୍ୟତାକୁ ସୂଚିତ କରେ। କିନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ଦେବୀଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ, ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ସହିତ ଶ୍ରୀଜଗନ୍ନାଥ ଯାଇଥାଆନ୍ତି। ତେଣୁ ଦେବୀ ଲକ୍ଷ୍ମୀ ସେଥିରେ ରୁଷ୍ଟ ହୋଇଥାଆନ୍ତି। ବିମଳାଦେବୀଙ୍କ ପରାମର୍ଶକ୍ରମେ, ସେ ଶ୍ରୀଜଗନ୍ନାଥଙ୍କୁ ଦେଖିବାପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଶ୍ରୀଜଗନ୍ନାଥଙ୍କୁ ବଶୀଭୂତ କରି ଫେରାଇ ଆଣିବା ନିମନ୍ତେ ଦେବୀ ବିମଳା ତାଙ୍କୁ ‘ମୋହଚୂର୍ଣ୍ଣ’ ବି ଦେଇଥାଆନ୍ତି। ଏ ସଂପର୍କରେ ଉଲ୍ଲେଖନୀୟ ଯେ ଶ୍ରୀଜଗନ୍ନାଥାଦି ଦେବତା ଶ୍ରୀଗୁଣ୍ଡିଚାଯାତ୍ରାରେ ଯାଇଥିଲେ ମଧ୍ୟ, ଶ୍ରୀମନ୍ଦିର ଶୂନ୍ୟ ନଥାଏ। ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରୂପେ ଶ୍ରୀମାଧବ ଏବଂ ତାଙ୍କ ସହିତ ଶ୍ରୀଦେବୀ (ଲକ୍ଷ୍ମୀ) ଓ ଭୂଦେବୀ (ସରସ୍ୱତୀ) ଶ୍ରୀମନ୍ଦିରର ଭିତର କାଠଠାରେ ବିରାଜମାନ ଥାଆନ୍ତି। ହେରାପଞ୍ଚମୀ ଦିନ ସେଠାରୁ (ଭଣ୍ଡାର ଘର ନିକଟରୁ) ଶ୍ରୀଦେବୀଙ୍କୁ ମହାଜନ ସେବକ ବିମାନକୁ ବିଜେ କରାଇ ଆଣନ୍ତି ଏବଂ ବିମାନବଡୁ ସେବକ ତାଙ୍କୁ ଆଡମ୍ବରପୂର୍ଣ୍ଣ ଘଣ୍ଟ, ବାଜା, କାହାଳୀ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥ ନିକଟକୁ ନେଇଯାଆନ୍ତିା ସେଠାରେ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥକୁ ଚିହ୍ନଟ କରିସାରି, ଦେବୀ ବିମାନ ଉପରେ ବସି ରହିଥିବାବେଳେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରୂପେ ପତିମହାପାତ୍ର ସେବକ ତାଙ୍କର ବନ୍ଦାପନା ଓ ପୂଜାର୍ଚ୍ଚନା ଆଦି କରନ୍ତି। ତା’ପରେ ଦେବୀଙ୍କ ବିମାନ ଶ୍ରୀଗୁଣ୍ଡିଚା ମନ୍ଦିରର ଜୟବିଜୟ ଦ୍ଵାର ନିକଟକୁ ଯାଏ ଏବଂ ବିମାନ ଉପରେ ଥାଇ, ସେହିଠାରୁ ସେ ବିମଳାଦେବୀଙ୍କ ଠାରୁ ଆଣିଥିବା ମୋହଚୂର୍ଣ୍ଣ ଶ୍ରୀଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରନ୍ତି। ତାହାର ତୁରନ୍ତ ପ୍ରତିଫଳ ସ୍ୱରୂପ, ପତି ମହାପାତ୍ରଙ୍କ ଦ୍ଵାରା ତାଙ୍କୁ ଆଜ୍ଞାମାଳ ପ୍ରଦାନ କରନ୍ତିି ଶ୍ରୀଜଗନ୍ନାଥ ଏବଂ ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି ଯେ ତିନିଦିନ ପରେ ସେ ନିଶ୍ଚୟ ଫେରିବେ। କିନ୍ତୁ ସେହି ସମୟକୁ ସନ୍ଧ୍ୟାଧୂପର ସମୟ ହୋଇଯାଇ ଥିବାରୁ, ଦେବୀଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଆଉ ଅଧିକ ସମୟ ଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ। ସେଥିରେ ରୁଷ୍ଟ ହୋଇ ଦେବୀ ନନ୍ଦିଘୋଷ ରଥରୁ ଖଣ୍ଡିଏ କାଠ ଭାଙ୍ଗିଦେଇ ଚାଲିଆସନ୍ତି। ଏ ପ୍ରସଙ୍ଗରେ ‘ଶ୍ରୀଦାରୁବ୍ରହ୍ମଙ୍କ ଆଜ୍ଞାମାଳ ରହସ୍ୟ’ ପୁସ୍ତକରେ ଶ୍ରୀମନ୍ଦିରର ପ୍ରତିହାରୀ ସେବକ ରବୀନ୍ଦ୍ରନାଥ ପ୍ରତିହାରୀ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବ୍ୟାଖ୍ୟା ଦେଇଛନ୍ତି। ବିଧି ଅନୁସାରେ, ଯିବାବେଳେ ଘଣ୍ଟ, ବାଜା ଓ କାହାଳୀ ସହିତ ରଥମାର୍ଗ (ବଡ଼ଦାଣ୍ଡ) ଦେଇ ଦେବୀ ଯାଇଥାନ୍ତି। କିନ୍ତୁ ଫେରିବାବେଳେ ସେ ହେରାଗୋହିରୀ ସାହି ବାଟରେ ଫେରନ୍ତି। ତେଣୁ ଶ୍ରୀ ପ୍ରତିହାରୀ ଲେଖିଛନ୍ତି, ‘‘ଏହି କାର୍ଯ୍ୟ (ରଥକାଠ ଭାଙ୍ଗିବା କାର୍ଯ୍ୟ) ଠିକ୍‌ ହୋଇନାହିଁ ବୋଲି ବୋଧହୁଏ ଜଗଜ୍ଜନନୀଙ୍କର ହୃଦ୍‌ବୋଧ ହୋଇଥିବାରେ ସେ ଗୋଟିଏ ଅପରାଧୀ ଭଳି ନିଜକୁ ଭାବି, ହେରାଗୋହିରୀ ସାହି ବାଟଦେଇ, ଲୁଚିଲା ପରି, ବିନା ଘଣ୍ଟ, କାହାଳୀ, ବାଜାରେ ଶ୍ରୀମନ୍ଦିର ଫେରନ୍ତି।’’ ‘ରଥଚକଡ଼ା’ ପୋଥିରେ ଏହି ନୀତି ସଂପର୍କରେ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳେ। ତାହା ହେଉଛି- ଏହି ‘ହେରାପଞ୍ଚମୀ’ ଯାତ୍ରା ମହାରାଜା କପିଳେଶ୍ୱର ଦେବ ଆରମ୍ଭ କରିଥିଲେ। ପୂର୍ବରୁ ମନ୍ତ୍ରୋଚ୍ଚାରଣ ମାଧ୍ୟମରେ ଏହା ସଂପନ୍ନ ହେଉଥିଲା। କପିଳେଶ୍ୱର ଦେବ ଲକ୍ଷ୍ମୀଦେବୀଙ୍କର ସୁବର୍ଣ୍ଣ ପ୍ରତିମା ଗଢ଼ାଇ, ହେରାଗୋହିରୀ ସାହି ବସାଇ, ଏହି ନୀତି କଲେ। ସେଥିରେ ସେତେବେଳେ ପଞ୍ଚପାଣ୍ଡବ (ପଞ୍ଚମହାଦେବ) ସାମିଲ ହେଉଥିଲେ। କିନ୍ତୁ ଏବେ ହେରାପଞ୍ଚମୀ ନୀତିରେ ପଞ୍ଚପାଣ୍ଡବ (ପଞ୍ଚମହାଦେବ) ସାମିଲ ହେଉନାହାନ୍ତି।
OSCAR-2019
ମହିଳାମାନଙ୍କୁ ଅସମ୍ମାନ କରିବା ସବୁଠାରୁ ବଡ଼ ଅପରାଧ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ତେବେ ସେଥିରେ ବି ପ୍ରକାରଭେଦ ରହିଛି। ଜଣେ ବ୍ୟକ୍ତି ପାଇଁ ସବୁ ମହିଳା ସମାନ ହୋଇନଥାନ୍ତି। ସବୁ ସଂପର୍କର ମୂଲ୍ୟବୋଧ ଭିନ୍ନ। ତେଣୁ କୌଣସି ମହିଳାଙ୍କୁ କିଛି କଟୁ କହିବା ପୂର୍ବରୁ ସେ ମହିଳାଙ୍କ ସହ ଆପଣଙ୍କ ସଂପର୍କ ଓ ପରିସ୍ଥିତିକୁ ପ୍ରଥମେ ଅନୁଶୀଳନ କରିବା ଉଚିତ। ରାମଚରିତ ମାନସରେ କୁହାଯାଇଛି ଯେ କେଉଁ ମହିଳାମାନଙ୍କୁ ଆଦୌ କଷ୍ଟ କିମ୍ବା ଅପମାନ ଦେବେ ନାହିଁ। ସେ ସଂପର୍କରେ ନିମ୍ନରେ ଆଲୋଚନା କରାଯାଇଛି। ସବୁ ସ୍ଥାନରେ ମାଆ ଓ ପତ୍ନୀଙ୍କୁ ମହାନ ଓ ସମ୍ମାନର ଅଧିକାରିଣୀ ବୋଲି ଦର୍ଶାଯାଇଛି। ମାତ୍ର ସେମାନଙ୍କ ବ୍ୟତୀତ ଅହାରି ଅନେକ ସଂପର୍କ ରହିଥାଏ ଯାହାର ସମ୍ମାନ କରିବାକୁ ହୁଏ। ମାଆ ସଂସାରକୁ ଆଣିଥାନ୍ତି ଓ ପତ୍ନୀ ଜୀବନ ଯାକ ସାଙ୍ଗରେ ରହିଥାନ୍ତି। ସେଥିପାଇଁ ସେ ଦ୍ୱୟ ସମ୍ମାନସ୍ପଦ। ମାଆ ଓ ପତ୍ନୀଙ୍କ ପରି ଘର ବୋହୂ ବି ସମ୍ମାନ ଯୋଗ୍ୟା ହୋଇଥାନ୍ତି। ସେ ପିଲାଟି ଦିନରୁ ବଡ଼ ହେବା ପର୍ଯ୍ୟନ୍ତ ଯେଉଁଠି ଚଳିଥାଏ, ଯେଉଁମାନଙ୍କ ସହ ଚଳିଥାଏ ସେ ସବୁକୁ ଛାଡ଼ି ଶଶୁରଘରେ ଆସି ବିନା ପ୍ରତିବାଦେ ନିଜର କର୍ତ୍ତବ୍ୟ ସାଧନ କରନ୍ତି। ସେମାନଙ୍କୁ ଅସମ୍ମାନ କରିବା ପାପ ହୋଇଥାଏ। ବିବାହିତା ଝିଅଙ୍କୁ ବି କଟୁ କଥା କହିବା ବି ଶାସ୍ତ୍ର ବିରୋଧ। ଝିଅ ବାହା ହୋଇ ଶାଶୂଘରକୁ ଚାଲିଯିବା ପରେ ବାପଘରେ ସମ୍ମାନୀୟା ହୋଇଯାଆନ୍ତି। ସେ ପୂର୍ବ ପରି ଆଉ ମାଡ଼ ଗାଳି, କଳି ଗୋଳ କରି ହେଉଥିବା ସଂପର୍କଟିଏ ହୋଇ ରହନ୍ତି ନାହିଁ। ତେଣୁ ବିବାହିତା ଝିଅଙ୍କ ମନରେ କଷ୍ଟ ଦିଅନ୍ତୁ ନାହିଁ। ପତ୍ନୀଙ୍କ ମାଆ ଓ ଭଉଣୀ ବି ଜଣେ ପୁରଷ ପାଇଁ ସମ୍ମାନୀୟା ହୋଇଥାନ୍ତି। ପତ୍ନୀଙ୍କୁ ଶ୍ରଦ୍ଧା କରୁଥିବା ପୁରୁଷମାନେ କେବଳ ପତ୍ନୀ ନୁହେଁ, ବରଂ ତାଙ୍କ ମାଆ,ଭଉଣୀଙ୍କୁ ବି ଶ୍ରଦ୍ଧା ଓ ସମ୍ମାନେ ଦିଅନ୍ତୁ।
OSCAR-2019
ଗୋଟିଏ ଗାଁରେ ଚାରିଜଣ ବୋକାପିଲା ସାଙ୍ଗ ହୋଇ ପଢିବା ପାଇଁ ଯାଆନ୍ତି । ତାଙ୍କୁ ବିଦ୍ୟାଳୟରେ କୌଣସି ପିଲା ବି ନିଜ ସାଙ୍ଗ କରନ୍ତି ନାହିଁ । ଏପରିକି ସେମାନଙ୍କୁ ଦେଖି କେହିବି ନିଜ ପାଟି ଫିଟାନ୍ତି ନାହିଁ । ଶିକ୍ଷକମାନେ ସେମାନଙ୍କୁ ଯାହା ପାଠ ପଚାରନ୍ତି ସେମାନେ କାହାର କିଛିବି ଉତ୍ତର ଦେଇପାରନ୍ତି ନାହିଁ । ସେହି ବୋକାମାନଙ୍କ କଥା ବୋକାମାନେ ହିଁ ଠିକ୍ ବୁଝିପାରନ୍ତି । ତେଣୁ ସେମାନେ ପରସ୍ପର ପରସ୍ପରକୁ ଦେଖି ଅତ୍ୟନ୍ତ ଖୁସି ହୁଅନ୍ତି । କିନ୍ତୁ ଘରେ ସେମାନଙ୍କ ବାପା ମାଆମାନେ ଏହି ବୋକାମାନଙ୍କ ଆଚରଣରେ ଭାରି ମନଦୁଃଖ କରନ୍ତି । ତେଣୁ ସେମାନେ କେବଳ ଈଶ୍ୱରଙ୍କୁ ଡାକନ୍ତି, କିପରି ତାଙ୍କ ପୁଅଟିର ବୁଦ୍ଧିର ବିକାଶ ହେଉ । ଦିନେ ସେହି ଚାରିବୋକା ଏକ ତୋଟା ଭିତରେ ବସି ଆମ୍ବ ଖାଉଥାନ୍ତି । ସେ ଗଛରୁ ଯାହା ଆମ୍ବ ଝଡୁଥାଏ ସେଥିରୁ ସେମାନେ ଗୋଟିଏ ରଖୁଥାଆନ୍ତି, ସେତିକିବେଳେ ଗୋଟିଏ ସୁନ୍ଦରୀ ଯୁବତୀ ଏହି ଚାରିବୋକାଙ୍କ ପାଖରେ ପହଁଚି ସେମାନଙ୍କୁ ସେମାନଙ୍କ ନାଁ ପଚାରିଲା । ତାପରେ ସେହି ବୋକାମାନେ ନିଜ ନିଜ ନାଁ କହିଲେ – ତହୁଁ ସେ ସୁନ୍ଦରୀ ଯୁବତୀ ଜଣଙ୍କ ଏ ଚାରିଜଣଙ୍କୁ କହିଲେ, ତୁମେ ସବୁ ବୋକା ବୋଲି ସମସ୍ତେ କହୁଛନ୍ତି । ତୁମେ ମାନେ କ’ଣ ସତରେ ବୋକା! କୁହ ଅକା, ଆକା, ଇକା, ଉକା, ସେଠୁ ଏପରି କଥା ଶୁଣି ସେମାନେ ଲଜ୍ଜାରେ ନିଜ ମୁଣ୍ଡ ତଳକୁ କଲେ । ସେମାନେ ଆଉ କିଛି ବି କହିଲେ ନାହିଁ । ଏସବୁ ଦେଖି ସେ ସୁନ୍ଦରୀ ଜଣଙ୍କ କହିଲେ, ମୁଁ ତୁମମାନଙ୍କୁ ବୋକାରୁ ବୁଦ୍ଧିଆ କରି ଦେଇପାରେ । ଏହାପରେ ସେ ସୁନ୍ଦରୀ ଯୁବତୀଙ୍କ ପଛପଟରୁ ବଡ ବଡ ପକ୍ଷୀ ଲମ୍ବିଆସିଲା ଏ ବୋକାମାନଙ୍କ ପାଖକୁ । ଏସବୁ ଦେଖି ସେ ବୋକାମାନେ ଏବେ ଜାଣିପାରିଲେ ଯେ ଇଏ ଜଣେ ସୁନ୍ଦରୀ ପରୀ । ତେଣୁ ସେହି ବୋକାମାନେ ଏ ସୁନ୍ଦରୀ ପରୀର ପାଦତ୍ତଳେ ପଡି କହିଲେ ଆମକୁ ସମସ୍ତେ ବୋକା ବୋଲି କହି ଘୃଣା କରୁଛନ୍ତି । ଏଣୁ ଆମକୁ ଭଲ ପାଠ ଆଉ ବୁଦ୍ଧି ଦିଅ ।
OSCAR-2019
ଜୟପୁର : ପୂର୍ବରୁ ଅନେକ ସଫଳତାର କାହାଣୀ ଆମେ ଆପଣଙ୍କୁ ଜଣାଇଥିବା ବେଳେ ଆଜି ଜଣେ ସାଧାରଣ କନେଷ୍ଟବଳଙ୍କ ସଫଳତାର କାହାଣୀ ଆମେ ଉପସ୍ଥାପନ କରୁଛୁ । ରାଜସ୍ଥାନର ଝୁନ୍‌ଝୁନ୍‌ ଜିଲ୍ଲାରେ ରହୁଥିବା ବିଜୟ କୁମାର ପ୍ରଥମେ ଜଣେ କନେଷ୍ଟବଳ ଭାବରେ ନିଜର ପେସାଦାର ଜୀବନ ଆରମ୍ଭ କରିଥିବା ବେଳେ ସମୟକ୍ରମେ ଏବେ ସେ ଜଣେ ଆଇପିଏସ୍‌ ଅଫିସର ହୋଇ ପାରିଛନ୍ତି। ସୂଚନା ମୁତାବକ,ବିଜୟ ପାଠ ପଢ଼ାରେ ସେତେଟା ଭଲ ନଥିଲେ । ଦଶମ ପରୀକ୍ଷାରେ ସେ ୫୫ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱାଦଶ ପରୀକ୍ଷାରେ ୬୭ପ୍ରତିଶତ ରଖି ପାସ୍‌ ହୋଇଥିଲେ । ଚାକରି ସନ୍ଧାନରେ ଥିବା ବେଳେ ଦିଲ୍ଲୀ ପୁଲିସରେ ୨୦୧୦ରେ କନେଷ୍ଟବଳର ପଦ ତାଙ୍କୁ ମିଳିଥିଲା । ଦିଲ୍ଲୀ ଯିବା ପରେ ସେ ଆଇପିଏସ୍‌ ଅଫିସରଙ୍କ କାମ ଜାଣି ଅନୁପ୍ରାଣିତ ହେବା ସହ ଦିନେ ଆଇପିଏସ୍‌ ଅଫିସର ହେବେ ବୋଲି ନିଷ୍ପତ୍ତିି ନେଇଥିଲେ । କିନ୍ତୁ ଆଇପିଏସ୍‌ ଅଫିସର ହେବା ପାଇଁ ପଢ଼ିବାକୁ ପଡ଼ୁଥିବା ପାଠ ପାଇଁ ଟଙ୍କା ନଥିବାରୁ ସେ ପ୍ରଥମେ ପୁଲିସ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଡ଼ିସେମ୍ବର ୨୦୧୦ରେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦିଲ୍ଲୀ ପୁଲିସରେ ପୁଲିସ ଇନସପେକଟର ଭାବେ କାମ କରିବା ଆରମ୍ଭ କରିଥିଲେ । ଦାୟିତ୍ୱ ଠିକ୍‌ ଭାବରେ ତୁଲାଇବା ସହ ସେ ପଢ଼ା ଚାଲୁ ରଖିଥିଲେ । ଏସ୍‌ଏସ୍‌ସିର ପ୍ରସ୍ତୁତି ଆରମ୍ଭ କରିବା ପରେ ସେଣ୍ଟ୍ରାଲ ଏକ୍ସାଇଜ୍‌ରେ ତାଙ୍କର ଚାକିରି ହୋଇ ଯାଇଥିଲା । ଯାହା ପରେ ତାଙ୍କର ପୋଷ୍ଟିଙ୍ଗ ହୋଇଥିଲା କେରଳର ତ୍ରିଭେନ୍ଦ୍ରମ୍‌ରେ। ଦିଲ୍ଲୀରେ ରହି ସେ ଆଇପିଏସ୍‌ ଅଫିସର ବନିବାର ପ୍ରସ୍ତୁତି କରୁଥିବା ବେଳେ ତ୍ରିଭେନ୍ଦ୍ରମ ଯିବା ପରେ ସେ ଠିକ୍‌ ଭାବରେ ପ୍ରସ୍ତୁତି କରି ପାରି ନ ଥିଲେ । ଯାହା ପାଇଁ ସେ ପୁଣି ଏସ୍‌ଏସ୍‌ସି ପରୀକ୍ଷା ଦେବା ପରେ ତାଙ୍କ ଚାକିରି ଆୟକର ବିଭାଗରେ ହୋଇଥିଲା । ଆୟକର ବିଭାଗରେ ଚାକିରି ହେବା ପରେ ସେ ପୁଣି ଦିଲ୍ଲୀକୁ ଫେରିଥିଲେ । ଆୟକର ବିଭାଗରେ ଚାକିରି କରିବା ସହ ସେ ଆଇପିଏସ୍‌ ଅଫିସର ହେବା ପାଇଁ ପ୍ରସ୍ତୁତି ଜାରି ରଖିଲେ । ଲଗାତାର ୪ ଥର ଆଇପିଏସ୍‌ ପରୀକ୍ଷା ଦେବା ପରେ ୨୦୧୮ରେ ସେ ସଫଳତା ପାଇଥିଲେ । ଏବେ ସେ ଆଇପିଏସ୍‌ ଅଫିସର ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଏହି ପଦ ପାଇଁ ପ୍ରସ୍ତୁତ କରାଉଥିବା ଜଣାପଡ଼ିଛି । ସଲମାନଙ୍କ ପାଇଁ ବଲିଉଡ୍‌ରେ ଏଣ୍ଟ୍ରି ମିଳିଥିବା କଥାକୁ ଅସ୍ୱୀକାର କଲେ ଅଭିନେତ୍ରୀ ମୌନୀ ରଏ, କିଛି ଏମିତି ଥିଲା ତାଙ୍କ ଜବାବ୍‌
OSCAR-2019
ଏହାକୁ ପିଇବା ଦ୍ୱାରା ଶରୀରର ଅନେକ ରୋଗ ବିନା ଔଷଧରେ ଠିକ୍‌ ହୋଇଯାଇଥାଏ । ଏହାଛଡ଼ା ଏହା ଶରୀରରେ ଥିବା ବିଷାକ୍ତ ତତ୍ତ୍ୱଗୁଡ଼ିକୁ ବାହାର କରିବାରେ ସହାୟକ ହୋଇଥାଏ । ଆପଣ ଜଳକୁ ଦୀର୍ଘ ୮ ଘଣ୍ଟା ଧରି ତମ୍ୱା ପାତ୍ରରେ ରଖିବେ କିମ୍ବା ରାତିରେ ରଖି ସକାଳୁ ପିଇବେ । ଏହାଦ୍ୱାରା ଆପଣଙ୍କୁ ସୁଫଳ ମିଳିବ । ୧- ତମ୍ୱାପାତ୍ରର ପାଣି ପିଇବା ଦ୍ୱାରା ଶରୀରେ ଥିବା ତମ୍ୱାର କମି ପୁରା ହୋଇଥାଏ । ଏହାଫଳରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆଠାରୁ ଶରୀରକୁ ରକ୍ଷା ମିଳିଥାଏ। ୨- ଏହି ପାଣି ଗଣ୍ଠିବାତ ଜନିତ ରୋଗରୁ ମୁକ୍ତି ଦେଇଥାଏ । ତାମ୍ରପାତ୍ରରେ ଥିବା ଜଳ ଶରୀରରେ ୟୁରିକ ଏସିଡ଼କୁ କମ୍‌ କରିଥାଏ । ଯାହାଫଳରେ ଆଣ୍ଠୁଗଣ୍ଠି ଜନିତ ରୋଗରୁ ଉପଶମ ମିଳିଥାଏ । ୩- ଏନିମିଆ ଅଥବା ରକ୍ତହିନତା ପରି ରୋଗରୁ ତିରିଶ ବର୍ଷରୁ ଅଧିକ ମହିଳାମାନଙ୍କ ପାଇଁ ଏକ ସାମାନ୍ୟ ସମସ୍ୟା ଭାବେ ଦେଖାଯାଇଥାଏ । ଏହି ରୋଗୀମାନେ ଏହି ଜଳକୁ ନିୟମିତ ସେବନ କରିବା ଉଚିତ୍‌ । ୪- ତାମ୍ରଜଳରେ ଭରପୁର ମାତ୍ରାରେ ଆଣ୍ଟି-ଅକ୍ସାଇଡ଼ ରହିଥାଏ ଯାହାକି କ୍ୟାନ୍ସର ପରି ରୋଗସହ ଲଢ଼ଇବା ପାଇଁ ବେଶ ସହାୟକ ହୋଇଥାଏ । ୭- ତାମ୍ରପାତ୍ରରେ ରହିଥିବା ଜଳ ଗ୍ୟାସ ଏବଂ ଆସିଡ଼ିଟି ପାଇଁ ବେଶ ଲାଭଦାୟକ ହୋଇଥିବା ହେତୁ ଏହାକୁ ନିୟମିତ ସକାଳୁ ଖାଲି ପେଟରେ ସେବନ କରନ୍ତୁ ।
OSCAR-2019
କଟକ: କାମ ନ କରିବାରୁ ୪ ବର୍ଷରୁ ଶିଶୁ କନ୍ୟାକୁ ନିଜ ପିଉସୀ ନିର୍ଯାତନା ଦେଉଥିଲେ । କଟକର ସିଡଏ ସେକ୍ଟର ୧୧ରେ ଏଭଳି ଘଟିଥିବା ଭିଟିଓ ଭାଇରାଲ ହୋଇଥିଲା । ଏହି ଘଟଣାରେ ପିଉସୀ ପ୍ରଣତି ରାଉଳଙ୍କୁ ପୋଲିସ ଗିରଫ କରିଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଶିଶୁଟିକୁ ତାର ବାପା ମା’ ପିଉସୀଙ୍କ ପାଖରେ ରଖି ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି । ପିଉସୀ କୁନି ଝିଅକୁ ଲୁଗା ସଫା କରିବା ପାଇଁ କହିବା ସହ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣାକୁ ଜଣେ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାପରେ ସିଡିଏ ଫେଜ୍-୨ ଥାନାରେ ପ୍ରଣତି ରାଉଳଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ପ୍ରଥମେ ତାଙ୍କୁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି । ପ୍ରଣତୀଙ୍କ ନାମରେ ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ୭୫ ଓ ଆଇସିସି ଧାରା ୩୨୩ ଆଧାରରେ ମାମଲା ରୁଜୁ କରାଯାଇଛି । ଅନ୍ୟପକ୍ଷରେ ଶିଶୁକୁ ସିଡବ୍ଲ୍ୟୁସି ଉଦ୍ଧାର କରି କଟକ ଶିଶୁଭବନରେ ତାର ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।
OSCAR-2019
ଗୃହ ଆରମ୍ଭରୁ ମୁଲତବୀ । ମୌସୁମୀ ଅଧିବେଶନର ଆଜି ୩ୟ ଦିନରେ ଗୃହ ଆରମ୍ଭରୁ ସରଗରମ ହୋଇଥିଲା । ବିରୋଧିମାନେ କୃଷିକ୍ଷେତ୍ରରେ ଦୁର୍ନୀତି ଏବଂ ଶିକ୍ଷକ ଆନ୍ଦୋଳନକୁ ନେଇ ଆରମ୍ଭରୁ ହୋହଲ୍ଲା ଓ ନାରାବାଜୀ କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ . ବିଧାନ ପରିଷଦ ଉପରେ ଆଜି ଗୃହରେ ସଂକଳ୍ପ ପାରିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଅନୁଷ୍ଠିତ କାର୍ଯ୍ୟ ପରାର୍ମଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି କରାଯାଇଥିଲା । ତେବେ କଂଗ୍ରେସ ଓ ବିଜେପି ଏହାକୁ ବିରୋଧ କରିବେ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ବିଜେଡି ବିଧାନ ପରିଷଦ ଗଠନ ସପକ୍ଷରେ ରହିଛି । ପୂର୍ବରୁ ଏ ସଂପର୍କିତ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରୀ ପରିଷଦ ଅନୁମୋଦନ ଦେଇସାରିଛି । ସେହି ଅନୁସାରେ ଆଜି ବିଧାନସଭାରେ ସଂକଳ୍ପ ଅଣାଯିବ । ଶିକ୍ଷକ ଆନ୍ଦୋଳନ ଓ ତୈଳ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଗୃହରେ ଗତକାଲି ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଶିକ୍ଷକ ଓ କୃଷି କ୍ଷେତ୍ରରେ ହୋଇଥିବା ଦୁର୍ନୀତିକୁ ନେଇ ହଟ୍ଟଗୋଳ ଆରମ୍ଭ ହୋଇଥିଲା ।
OSCAR-2019
ବ୍ୟସ୍ତ ବହୁଳ ଜୀବନରେ ଥକିବା ମନା । ହେଲେ ଏମିତି ଏକ ଦେଶ ଅଛି, ଯେଉଁଠି ଗୋଟିଏ ଦିନ ପାଇଁ ଲୋକ ଥକିପାରିବେ ଓ ପୁରା ଦିନ ଖଟିଆରେ ଶୋଇ ଆଳସ୍ୟରେ ହଜିଯାଇପାରିବେ । ଏହି ଦେଶ ହେଉଛି କୋଲୋମ୍ବିଆ । ଯେଉଁଠି ଲୋକମାନେ ଅବସାଦରୁ ଲଢ଼ିବା ପାଇଁ ପ୍ରତିବର୍ଷ ‘ଆଳସ୍ୟ ଦିବସ’ ପାଳନ କରନ୍ତି । କୋଲୋମ୍ବିଆର ହତାଗୁଇ ସହରର ଲୋକମାନେ ଗତ ରବିବାର ଦିନ ‘ୱାଲ୍ଡ ଲେଜିନେସ୍ ଡେ’ ପାଳନ କରିଛନ୍ତି । ଲୋକମାନେ ନିଜର ଗଦା, ଖଟିଆ ନେଇ ରାସ୍ତାରେ ଶୋଇଥିବା ଦେଖିବାକୁ ମିଳିଥିଲେ । ପୁରା ଦିନ ଆଳସ୍ୟରେ ବୁଡ଼ି ରହିବାର ଏହି ବିଶେଷ ଦିନ କିଛି ନୂଆ ନୁହେଁ ବରଂ ବର୍ଷ ୧୯୮୫ ଠାରୁ ପ୍ରତିବର୍ଷ ଏହାକୁ ପାଳନ କରାଯାଉଛି । କୋଲୋମ୍ବିଆର ଉତ୍ତର-ପଶ୍ଚିମ ସ୍ଥିତ ହତାଗୁଇ ସହରର ଜନସଂଖ୍ୟା ପାଖାପାଖି ୨ ଲକ୍ଷ । ଆଜକୁ ପ୍ରାୟ ୩୩ ବର୍ଷ ପୂର୍ବେ ଜଣେ ନିବାସୀ ମାରିଓ ମୋଂଟୋୟାଙ୍କ ମନକୁ ଏହି ବିଚାର ଆସିଲା କି ସହରର ଲୋକମାନଙ୍କ ପାଖରେ ଆରାମ ପାଇଁ ଗୋଟିଏ ଦିନ ରହିବା ଉଚିତ୍ । ଅଳସୁଆଙ୍କ ପାଇଁ ଏହି ଦିନରେ କିଛି ପ୍ରତିଯୋଗିତା ମଧ୍ୟ ହୁଏ- ଯେଉଁଥିରେ କାହା ପାଇଜାମା ସବୁଠାରୁ ଅଧିକ ଭଲ ଓ କିଏ ଶୀଘ୍ର ଖଟିଆରେ ପହଂଚିବ ।
OSCAR-2019
କନକ ବ୍ୟୁରୋ : ଓଲିଉଡରେ ବାପା ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ପରଲୋକ ଘଟିଛି । ୭୫ ବର୍ଷ ବୟସରେ ହାଇଦ୍ରାବାଦରେ ତାଙ୍କ ଦେହାନ୍ତ ହୋଇଛି । ଦୀର୍ଘ ୪ ମାସ ହେଲା ସେ ଅସୁସ୍ଥ ଥିଲେ । ୨ ଥର ହୃଦଘାତର ଶିକାର ହୋଇଥିବା ଦେବୁ ବୋଷଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ଆଜି ତାଙ୍କ ମୃତ୍ୟୁ ହୋଇଛି । ଦେବୁ ଦାଙ୍କ ଦେହାନ୍ତରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି । ଦେବୁ ବୋଷ, ସେଥିଲେ ଓଲିଉଡର ବାପା । ଚରିତ୍ର ଭୂମିକାର ଅନନ୍ୟ ପ୍ରତିଭା । ପରଦାରେ ତାଙ୍କର ଦରଦି ଡାଏଲଗ୍ କନ୍ଦାଉଥିଲା ଦର୍ଶକଙ୍କୁ । ଆଖିରୁ ଲୁହ ଝରିଆସୁଥିଲା । ଗମ୍ଭୀର ସ୍ୱରରେ କୋହଭରା କଥା, ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଉଥିଲା । ଓଡିଆ ଘରର ଚାଲି ଚଳଣି, ସଂସ୍କୃତି ଓ ସମ୍ପର୍କର ପରିଭାଷାକୁ ପରଦାରେ ସୁନ୍ଦର ଭାବେ ଦେଖାଇବାରେ ତାଙ୍କ ସମକକ୍ଷ କେହି ନଥିଲେ । ସେଥିଲେ ଓଡିଆ ସିନେମାର ସବୁଠାରୁ ସଫଳ ଚରିତ୍ର ଅଭିନେତା । ଓଲିଉଡ୍ ଇଣ୍ଡଷ୍ଟ୍ରୀ ଓ ସିନେପ୍ରେମୀଙ୍କ ପାଇଁ ସେ ଥିଲେ ଦେବୁ ଦା । ସୁନା ଚଢେଇ, ପୁଅ ମୋର କଳା ଠାକୁର, ସମୟ ଖେଳୁଛି ଚକା ଭଉଁରୀ, କି ହେବ ଶୁଆ ପୋଶିଲେ, ଫୁଲ ଚନ୍ଦନ ଭଳି ୧୩୦ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ରହିଛି ଦେବୁ ବୋଷଙ୍କ ଜୀବନ୍ତ ଅଭିନୟ । କେବଳ ସିନେମା ନୁହେଁ ଏକାଧିକ ଧାରାବାହିକ, ଭଜନ ଏବଂ ଆଲବମରେ ଦେବୁ ବୋଷଙ୍କ ଅଭିନୟ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛିି । ଦୋବୁ ବୋଷ, ନାୟକ ହୋଇ ନାହାଁନ୍ତି, ହେଲେ ନାୟକ ଭଳି ଲୋକପ୍ରିୟତା ହାସଲ୍ କରିଛନ୍ତି । ଅନେକ ଦିନ ହେଲା ଭୁବନେଶ୍ୱର ଛାଡି ହାଇଦ୍ରାବାଦରେ ପରିବାର ସହ ରହୁଥିଲେ ଦେବୁ ବୋଷ । ତେଣୁ ସେଠାରେ ହିଁ ଶେଷ ଦର୍ଶନ ସହ ତାଙ୍କ ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି । ଦେବୁ ବୋଷଙ୍କ ପରଲୋକରେ ଝୁରି ହେଉଛି ଓଲିଉଡ୍, ଝୁରି ହେଉଛନ୍ତି ଓଡିଶା ବାସୀ ।
OSCAR-2019
ପାଳଲହଡ଼ା: ଭୂତକୁ ଦିଆଯାଇଛି ମରୁଡ଼ି ସହାୟତା। କେବଳ ଭୂତ ନୁହନ୍ତି, ଅଣଚାଷୀ, ମରୁଡ଼ି କ୍ଷତିଗ୍ରସ୍ତ ହୋଇନଥିବା ବ୍ୟକ୍ତି, ସ୍କୁଲ୍‌ ଛାତ୍ରଙ୍କ ସମେତ ଅନ୍ୟ ବ୍ୟକ୍ତିଙ୍କ ଏକାଉଣ୍ଟରେ ଟଙ୍କା ପଠାଇ ଲକ୍ଷାଧିକ ଟଙ୍କାର ମରୁଡ଼ି ସହାୟତା ଲୁଟି ନେଇଛନ୍ତି। ପାଳଲହଡ଼ା ବ୍ଲକ ଅଧୀନରେ ଘଟିଥିବା ଏଭଳି କିଛି ଘଟଣା ଏବେ ପଦାକୁ ଆସିବା ପରେ ସାଧାରଣରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛିି। ସୂଚନା ଅନୁସାରେ, ୨୦୧୬/୨୦୧୭ ମସିହାରେ ପାଳଲହଡ଼ା ତହସିଲ ଅନ୍ତର୍ଗତ କୁଞ୍ଜାମ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନସ୍ଥ ରୋହିଲା ପଂଚାୟତ ସମେତ ହଂସଳା ରାଜସ୍ୱ ଗ୍ରାମକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମରୁଡ଼ି ଘୋଷଣା କରାଯାଇଥିଲା। ହଂସଳା ଗ୍ରାମର ୯୧ ଜଣ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଚିହ୍ନଟ କରାଯାଇଥିଲା। ଚିହ୍ନଟ ପରେ ନିଜ ନିଜର ବ୍ୟାଙ୍କ୍‌ ଏକାଉଣ୍ଟ ନମ୍ବର ସହ ଜମି ପଟାର ଅବିକଳ ନକଲ, ଆଧାର ନମ୍ବର, ପାସ୍‌ବୁକ୍‌ର ନକଲ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମରୁଡ଼ି ସହାୟତା ପାଇବା ଆଶାରେ ଚାଷୀ ଏହି ସବୁ କାଗଜପତ୍ର ଦାଖଲ କରିଥିଲେ। କେତେକ ଚାଷୀ ସହାୟତା ପାଇଥିବା ବେଳେ ଅଧିକାଂଶ ଚାଷୀ ସହାୟତା ପାଇନଥିଲେ। ଚିହ୍ନଟ ହେବା ପରେ ସରକାର କାହିଁକି ସହାୟତା ଦେଲେ ନାହିଁ ସେ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଥିଲେ। ଏହାକୁ ନେଇ ଖୋଳତାଡ଼ କରିବା ପରେ ବିଚିତ୍ର ଚିତ୍ର ସାମ୍ନାକୁ ଆସିଥିଲା। ଚାଷୀଙ୍କ ଆକାଉଣ୍ଟ ଜରିଆରେ ଅଣଚାଷୀ ସହାୟତା ରାଶି ହଡ଼ପ କରି ନେଇଥିଲେ। ବଡ଼କଥା ଥିଲା ଯେ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଏହି ସହାୟତା ପ୍ରଦାନ କରାଯାଇଥିଲା। ଏହି ଗ୍ରାମର ଦୁହିତା ନାଏକ ପାଂଚବର୍ଷ ତଳେ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କ ନାମରେ ଟଙ୍କା ଉଠାଯାଇଥିଲା। ଜଣେ ସ୍କୁଲ୍‌ ଛାତ୍ରଙ୍କ ନାମରେ ମଧ୍ୟ ଏହି ସହାୟତା ପ୍ରଦାନ କରାଯାଇଥିଲା। ଯୋଗ୍ୟ ଚାଷୀମାନେ ପାଳଲହଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ। ଘନଶ୍ୟାମ ପିଙ୍ଗୁଆ, ବିନୋଦ ପ୍ରଧାନ, ସୀତା ମହାରଣା, ବଚନ ପ୍ରଧାନ, ହଟକିଶୋର ନାୟକ ସମେତ ୫୦ରୁ ଊର୍ଦ୍ଧର୍୍ୱ ଚାଷୀ ଅଭିଯୋଗ କରିବା ପରେ ଉପଜିଲ୍ଲାପାଳ ଅତିରିକ୍ତ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେବଳ ଏହି ପଞ୍ଚାୟତ ନୁହେଁ, କୁଞ୍ଜାମ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ଅନ୍ୟ ପଞ୍ଚାୟତରେ ମଧ୍ୟ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ହେଲେ ଗୁମର ଫିଟିବ ବୋଲି ଚାଷୀମାନେ କହିଛନ୍ତି। ଏହି ମରୁଡ଼ି ସହାୟତା ପ୍ରଦାନ ସମୟରେ ପାଳଲହଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରା ତହସିଲଦାରଙ୍କ ଦାୟିତ୍ୱରେ ଥିଲେ। ଚାଷୀମାନେ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ପାଇଥିବାରୁ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ଓ ହଡପ କରିଥିବା ଅଯୋଗ୍ୟ ବ୍ୟକ୍ତି ଛାନିଆଁ ହୋଇଛନ୍ତି। ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତିଙ୍କ ସମସ୍ୟା ନେଇ ସୋସିଆଲ୍‌ ମିଡିଆରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ୍‌ କରିଛନ୍ତି। ଓଡ଼ିଶାରେ ପାଖାପାଖି ୨୩ ପ୍ରତିଶତ ଅନୁସୂଚିତ ଜନଜାତି ଓ ୧୭ ପ୍ରତିଶତ ଅନୁସୂଚିତ ଜାତି ଅଛନ୍ତି। ଏହି ୪୦ ପ୍ରତିଶତ ଜନସାଧାରଣଙ୍କ ବିକାଶର ମଙ୍ଗ ଧରିବାର ଦାୟିତ୍ୱ ବହନ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପୂର୍ଣ୍ଣକାଳୀନ ସଚିବ ନାହାନ୍ତି। ଗତ କିଛି ମାସ ଧରି ଅତିରିକ୍ତ ଦାୟିତ୍ୱରେ ଥିବା ଜଣେ ସଚିବଙ୍କ ହାତରେ ୪୦ ପ୍ରତିଶତ ଲୋକଙ୍କ ଭାଗ୍ୟକୁ ବାନ୍ଧି ଦିଆଯିବା ଦୁର୍ଭାଗ୍ୟଜନକ। ଆଦିବାସୀଙ୍କ ସମସ୍ୟା ପ୍ରତି ସରକାର ଉଦାସୀନ ବୋଲି ଭର୍ତ୍ସନା କରିଛନ୍ତି ଶ୍ରୀ ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଲେ, ମାଲକାନଗିରି ଜିଲ୍ଲାର ଶିଖପାଲି ପଞ୍ଚାୟତରେ ଏସ୍‌ ଏସ୍‌ ଡି ସେବାଶ୍ରମ ହାଇସ୍କୁଲ୍‌ରେ ଦଶମ ଶ୍ରେଣୀର ଛାତ୍ରୀ ସ୍କୁଲ୍‌ରେ ଆତ୍ମହତ୍ୟା କରିଛନ୍ତି। ସ୍କୁଲ୍‌ର ପ୍ରଧାନ ଶିକ୍ଷକ ବାଳିକାଟିକୁ ବାରମ୍ବାର ଦୁଷ୍କର୍ମ ଏହି ଆତ୍ମହତ୍ୟା ପଛର ମୂଳ କାରଣ ବୋଲି ଜଣାପଡ଼ିଛି। ସରକାରଙ୍କ ଅନୁସୂଚିତ ଜନଜାତିଙ୍କ ପାଇଁ ପରିଚାଳିତ ଏହି ଆବାସିକ ବିଦ୍ୟାଳୟରେ ଏପରି ଅଭାବନୀୟ ଘଟଣା କାହାର ବି ହୃଦୟକୁ ଥରାଇଦେବ। ରାଜ୍ୟର ୪୦ ପ୍ରତିଶତ ଲେକଙ୍କ ବିକାଶ କଥାକୁ ସରକାର ଗୁରୁତ୍ୱ ଦେଉ ନାହାନ୍ତି। ଆଦିବାସୀ ଉପଦେଷ୍ଟା ପରିଷଦର ବୈଠକ ବର୍ଷକୁ ଦୁଇ ଥର ବସିବା କଥା। କିନ୍ତୁ ୨୦୧୫ ମେ’ ମାସ ପରେ ଦୀର୍ଘ ୩ ବର୍ଷ ବ୍ୟବଧାନରେ ୨୦୧୮ ଜୁନ୍‌ରେ ବୈଠକ ବସିଥିଲା। ଶ୍ରୀ ପ୍ରଧାନ କହିଛନ୍ତି, ଦେଶର ମୋଟ୍‌ ଜନଜାତି ଜନସଂଖ୍ୟାର ୯.୬ ପ୍ରତିଶତ ଓଡ଼ିଶାରେ ବସବାସ କରନ୍ତି। ରାଜ୍ୟର ୧୧୯ଟି ବ୍ଲକ୍‌ରେ ଜନଜାତି ସଂଖ୍ୟା ୫୦ ପ୍ରତିଶତରୁ ଅଧିକ। ରାଜ୍ୟର ମୋଟ୍‌ ଭୌଗଳିକ ଅଞ୍ଚଳର ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ରାଜ୍ୟର ୪୪ ପ୍ରତିଶତ ଅଞ୍ଚଳ ଅନୁସୂଚିତ ଅଞ୍ଚଳ। ଏହି ଅଞ୍ଚଳରେ ଗରିବୀ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମହିଳା ବିକାଶ, ଜୀବନଜୀବିକା ସବୁଠୁ ବଡ଼ ଆହ୍ଵାନର ସମ୍ମୁଖୀନ। ରାଜ୍ୟରେ ଅନୁସୂଚିତ ଜନଜାତି ବର୍ଗରେ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ରାଜ୍ୟର ହାରାହାରି ଠାରୁ ଯଥେଷ୍ଟ ଉପରେ ରହି ୬୩ ପ୍ରତିଶତରୁ ଅଧିକ ରହିଛି। ସେହିପରି ୫ ବର୍ଷରୁ କମ୍‌ ପିଲାଙ୍କ କ୍ଷେତ୍ରରେ ରକ୍ତହୀନତାର ଶୀକାର ୫୮ ପ୍ରତିଶତରୁ ଅଧିକ ରହିଛି। ଏହି ଅଞ୍ଚଳରେ ଡାକ୍ତରଖାନାରେ ପ୍ରସବ ସଂଖ୍ୟା ରାଜ୍ୟ ହାର ଠାରୁ ଯଥେଷ୍ଟ କମ୍‌ ରହିଛି। ପ୍ରତିଟି ପ୍ରସବରେ ଜନଜାତି ପରିବାରକୁ ଏତେ ସରକାରୀ ଯୋଜନା ଥିବା ସତ୍ତ୍ୱେ ୩ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଉଥିବା ସରକାରୀ ଭାବେ କୁହାଯାଇଛି। ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ମୂଳାପଡ଼ିଆରେ ଚାଲିଥିବା ଅନ୍ତଃକ୍ଲବ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଦ୍ୱିତୀୟ ଚରଣରେ ଆୟୋଜକ ଟାଉନ୍‌ କ୍ଲବ୍‌ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ପୁରୀର ପାୟୋନିୟରକୁ ପରାସ୍ତ କରିଥିବା ଏହି ଉଦୀୟମାନ ଦଳ ଶୁକ୍ରବାର ୧୪୮ ରନ୍‌ର ବଡ଼ ବ୍ୟବଧାନରେ ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟାଉନ୍‌ କ୍ଲବ୍‌ ନିର୍ଧାରିତ ୪୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୭୦ ରନ୍‌ କରିଥିଲା। ଗିରିଜା ମିଶ୍ର ୬୬*, ପ୍ରତ୍ୟୁଷ ଦାସ ୪୭, ରାକେଶ ବେହେରା ୪୩, ଅଶ୍ୱିନୀ ମହାପାତ୍ର ୩୭, ବିଶାଲ କର ୪୨ ରନ୍‌ କରିଥିଲେ। ପ୍ରତିପକ୍ଷର ପ୍ରବୀର ନାୟକ, ଶୁଭମଶ୍ରୀ ବେହେରା ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ମୁକ୍ତେଶ୍ୱର କ୍ଲବ୍‌ ୨୬.୫ ଓଭରରେ ୧୨୨ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପ୍ରବୀର ନାୟକ ୩୩, ପ୍ରିୟରଂଜନ ସାହୁ ୨୪ ରନ୍‌ କରିଥିଲେ। କିନ୍ତୁ ବାମହାତୀ ସ୍ପିନର ଶୁଭ ସଙ୍କେତ ଧଳ (୫/୩୪), ଦୀପକ ମାଝୀ (୩/୧୧), ଭବତୋଷ ପରମାଣିକ (୨/୨୧) ମୁକ୍ତେଶ୍ୱର ବ୍ୟାଟିଂକୁ ବିଧ୍ୱସ୍ତ କରି ଦେଇଥିଲେ। ଶୁଭ ସଙ୍କେତ ଧଳକୁ ଅତିଥି ବିଶିଷ୍ଟ ଦୌଡ଼କୁଦ ପ୍ରଶିକ୍ଷକ ଅରୁଣ କୁମାର ଦାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।
OSCAR-2019
କନକ ବ୍ୟୁରୋ: ପୁରୀର ଗୋପରେ ଆଜି ଭୋରରୁ ଏନକାଉଂଟର ହୋଇଛି । ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ବେହେରା ଆହତ ହୋଇଛି । ଅନନ୍ତ ବେହେରାର ବାମଗୋଡରେ ଗୁଳିବାଜିଛି । ତାକୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ତା ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ସୂଚନା ମୁତାବକ, ଆଜି ଭୋରରୁ ପୁରୀ ଜିଲ୍ଲା ଗୋପ ଚାରିଛକ ନିକଟରେ ରାସ୍ତା ଡକାୟତି ସହିତ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅନନ୍ତ ବେହେରା ନାମକ ଜଣେ ଯୁବକଙ୍କୁ ପୁରୀ ସ୍ପେଶାଲ ସ୍କ୍ଵାଡ୍ ଓ ଗୋପ ପୁଲିସ ମିଳିତ ଭାବେ ଏନକାଉଣ୍ଟର କରିଛନ୍ତି । ଅନନ୍ତ ଗୋଡ଼ରେ ଗୁଳିବାଜି ଥିବାରୁ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଏନକାଉଣ୍ଟରରେ ଆହତ ହୋଇଥିବା ଅନନ୍ତ ବେହେରାର ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା କଙ୍କଡ଼ାହାଡ଼ ଗ୍ରାମରେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।
OSCAR-2019
କନକ ବ୍ୟୁରୋ : ଦକ୍ଷିଣ ଭାରତରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । କେରଳରେ ବର୍ଷା ବିଭୀଶିକା ରଚିବା ପରେ ଏବେ ତାମିଲନାଡୁ ଓ କର୍ଣ୍ଣାଟକକୁ ହାଇଆଲର୍ଟ ଜାରି ହୋଇଥିବା ସୂଚନା ମିଳିଛି । କେରଳରେ ବର୍ତ୍ତମାନ ସମୟରେ ୭୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଠାରେ ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫ ନିୟୋଜିତ ହୋଇଛନ୍ତି । ଗତକାଲିଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ କୋଟି ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି । ଏହାସହ ଆଜି ସକାଳୁ ହିଁ କୋଚି ମେଟ୍ରୋ ସେବା ବନ୍ଦ ରଖିଛି ସ୍ତାନୀୟ ପ୍ରଶାସନ । ଏର୍ଣ୍ଣାକୁଲମରେ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି । ଅଲପୁଜାରେ ଅଞ୍ଚକୋଇଲି ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀ କୂଳରେ ଥିବା ଲୋକମାନଙ୍କୁ ଅନ୍ୟତ୍ର ଯିବାପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । କେରଳର ସମସ୍ତ ଟ୍ରେନିଂରେ ଥିବା ଯବାନମାନଙ୍କୁ ଉଦ୍ଧାରକାର୍ଯ୍ୟରେ ଲଗାଯାଇଥିବା ସେଠାକାର ସରକାର ସୂଚନା ଦେଇଛନ୍ତି । ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ଅନେକ ସ୍ଥାନରେ ବର୍ଷା ପ୍ରବଳ ଲାଗି ରହିଛି । କେରଳରେ ଅନେକ ନଡିଆ ଗଛ ଉପୁଡିପଡିଥିବା ଜଣାପଡିଛି । ଏହାସହ ଅନେକ ପର୍ଯ୍ୟଟକ ଅନେକ ସ୍ଥାନରେ ଫଶି ରହିଛନ୍ତି । ତେବେ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ପ୍ରବଳ ବର୍ଷା ହେଉଥିବା କାରଣରୁ ଅନେର ଡ୍ୟାମର ଗେଟ ଗୁଡିକ ଖୋଲାଯିବା ଫଳରେ ଅନେକ ସ୍ଥାନରେ ବର୍ଷାପାଣି ସହ ବନ୍ୟାପାଣି ଜମିରହିଛି ତେଣୁ ସେଠାରେ ପରିସ୍ଥିତି ଅସମ୍ଭାଲ ହୋଇପଡିଥିବା ଜଣାପଡିଛି । ଏହାସହ ସେଠାରେ ସେନା ପକ୍ଷରୁ ୪୦ଟି ଆଶ୍ରୟସ୍ଥଳୀ ମଧ୍ୟ ଖୋଲାଯାଇ ୧୧୮୦ ଲୋକଙ୍କୁ ରଖାଯାଇଛିଥିବା ସୂଚନା ମିଳିଛି । ତେବେ ୱାୟନାଡ,କୋଝିକୋଡ, କନ୍ନୁର, କାସରଗୋଜ, ମଲ୍ଲପୁରମ ଓ ପଲ୍ଲକଡ ଆଦି ସ୍ଥାନକୁ ଅଧିକ ସତର୍କ ରଖାଯାଇଛି ।
OSCAR-2019
ସୋସିଆଲ ସାଇଟରେ କେତେ ସୁରକ୍ଷିତ ଆପଣଙ୍କ ତଥ୍ୟ । ବିଭିନ୍ନ ସୋସିଆଲ ନେଟୱାର୍କିଙ୍ଗ ସାଇଟ ଏହି ପ୍ରଶ୍ନକୁ ନେଇ ଆପଣଙ୍କ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ଦାବି କରୁଥିବା ବେଳେ ଏହାକୁ ନେଇ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ରିପୋର୍ଟ ଅନୁଯାୟୀ, ହ୍ୟାକର୍ସମାନେ ଫେସବୁକରେ ଥିବା ୧୨୦ ମିଲିୟନ୍ ବ୍ୟବହାରକାରୀଙ୍କ ଆକାଉଣ୍ଟ ଉପରେ ଟାର୍ଗେଟ କରିଛି । ଆଉ ଏମାନଙ୍କ ମଧ୍ୟରୁ ୮୧ ହଜାର ବ୍ୟବହାରକାରୀଙ୍କର ପ୍ରାଇଭେଟ୍ ମେସେଜ ଇଣ୍ଟରନେଟରେ ଲିକ୍ ମଧ୍ୟ ହୋଇଯାଇଛି । ଆଉ ଏଥିରେ ୟୁଜର୍ସଙ୍କର ବ୍ୟକ୍ତିଗତ ଚାଟିଂ ମଧ୍ୟ ସାମିଲ ଅଛି । ରିପୋର୍ଟ ଅନୁଯାୟୀ, ହ୍ୟାକର୍ସମାନେ ୮୧ ହଜାର ୟୁଜର୍ସଙ୍କର ବ୍ୟକ୍ତିଗତ ତଥ୍ୟ ଲିକ୍ କରିଛନ୍ତି । ତେବେ ଏଭଳି ତଥ୍ୟକୁ ନେଇ ଫେସବୁକ ମଧ୍ୟ ନିଜ ବୟାନ ଜାରି କରିଛି । ଫେସବୁକର ତଥ୍ୟ ଅନୁଯାୟୀ, ଫେସବୁକର ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାରର ତ୍ରୁଟି ରହିନାହିଁ । ତେବେ ହ୍ୟାକର୍ସମାନେ ଏଳ୍ସଟେନସନର ଦୁରୁପଯୋଗ ଦ୍ୱାରା ଏହି ତଥ୍ୟ ଚୋରି କରିଥିବା ଫେସବୁକ ପକ୍ଷରୁ କୁହାଯାଇଛି । କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଅନ୍ୟ ଆକାଉଣ୍ଟ ଗୁଡିକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
OSCAR-2019
ଅନେକ ସମୟରେ ଏଭଳି ହୁଏ ଯେ ୨୫ ବର୍ଷ ହୋଇଯିବା କ୍ଷଣି ଅନିଚ୍ଛା ସତ୍ତେ୍ୱ ପରିବାର ଲୋକେ ଝିଅର ବିବାହ ପାଇଁ ଚିନ୍ତିତ ହୋଇପଡନ୍ତି ଏବଂ ବିବାହ କରିବାକୁ ବାଧ୍ୟ କରନ୍ତି । ଚିନ୍ତା କରିବାଟା ଠିକ୍ ମଧ୍ୟ ଯେହେତୁ ପରିବାର ସଦସ୍ୟ ଆମ ଶୁଭଚିନ୍ତକ ତେଣୁ ସେମାନେ ଯାହା ଚିନ୍ତା କରିଥିବେ ତାହା ଆମ ପାଇଁ ଭଲ ହିଁ ହୋଇଥିବ । କିନ୍ତୁ କିଛି ଲୋକଙ୍କ ପାଇଁ କେବଳ ବିବାହ ଏବଂ ନୂତନ ସଂସାର ଗଢିବା ହିଁ ସବୁକିଛି ନଥାଏ । କେହି କେହି ନିଜ କ୍ୟାରିୟର ପାଇଁ ଏବଂ ନିଜ ମୁତାବକ ଜୀବନ ଜିଇଁବାକୁ ଚାହାଁନ୍ତି । ଯାହାପାଇଁ ଘରଲୋକଙ୍କ ସହ ଅଯଥା ଯୁକ୍ତି ହୋଇଯାଏ । ସମାନ୍ତର ଭାବେ ଏଭଳି ଏକ ଘଟଣା ଘଟିଲା ୟୁଗାଣ୍ଡାର ଲୁଲୁ ଯୋମିମାହଙ୍କ ସଙ୍ଗେ । ବୟସ ହେବାକ୍ଷଣି ବାପା’ମା ଲୁଲୁଙ୍କ ବିବାହ ପାଇଁ ଚିନ୍ତିତ ହୋଇପଡିଥିଲେ ଏବଂ ତାଙ୍କୁ ଜଲଦି ଉପଯୁକ୍ତ ବର ଦେଖି ବିବାହ କରିବାକୁ କହୁଥିଲେ । କିନ୍ତୁ ଲୁଲୁଙ୍କ ଇଚ୍ଛା ଥିଲା କିଛି ଅଲଗା । ପ୍ରତିଷ୍ଠିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ଲୁଲୁ ନିଜ କ୍ୟାରିୟରରେ ଆଗକୁ ବଢିବାକୁ ଚାହୁଁଥିଲେ ଏବଂ ଅସହାୟ ଲୋକଙ୍କ ପାଇଁ କିଛି କରିବା ପାଇଁ ଚାହୁଁଥିଲେ । କିନ୍ତୁ ଘରଲୋକ ନିଜ ଝିଅକୁ ସଂସାର କରି ଖୁସିରେ ଦେଖିବାକୁ ଚାହିଁଥିଲେ । ତେଣୁ ଲୁଲୁ ଏକ ଅଭିନବ ଉପାୟ ପାଞ୍ôଚଲେ ସେ ବିବାହ କରିବାକୁ ରାଜି ହୋଇଗଲେ ଏବଂ ବନ୍ଧୁବାନ୍ଧବଙ୍କୁ ନିଜ ୩୨ ତମ ଜନ୍ମଦିନରେ ବିବାହ କରିବା ପାଇଁ ନିମନ୍ତ୍ରଣ ଦେଲେ । ବନ୍ଧୁମାନଙ୍କ ସହାୟତାରେ ସେ ଏକ ବିବାହ ପୋଷାକ କିଣିଲେ ଏବଂ ଏକ ହୋଟେଲରେ ବିବାହର ଆୟୋଜନ କଲେ । ଯେତେବେଳେ ଜ୍ଞାତି ପରିଜନ ହୋଟେଲରେ ପହଞ୍ôଚଲେ ସେତେବେଳେ ଲୁଲୁ ବିବାହ ପୋଷାକରେ ଥିଲେ କିନ୍ତୁ ପାଖରେ ନଥିଲେ ତାଙ୍କ ଭାବିସ୍ୱାମୀ । ସେ ନିଜ ସହ ହିଁ ସାତଜନ୍ମର ସଂପର୍କ ନେଉଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମେ ସବୁ ଲୁଲୁଙ୍କୁ ପାଗଳ ଭାବିଲେ । କିନ୍ତୁ ରୀତିନୀତି ସରିବା ପରେ ବିବାହ ସ୍ପୀଚରେ ସେ ଯାହା କହିଲେ ସେଥିରେ ଲୋକଙ୍କ ଆଖିରୁ ଲୁହ ଆସିଯାଇଥିଲା । ସେ କହିଲେ,ବାପା’ମା ଚାହାନ୍ତି ଆମ ସନ୍ତାନ ବିବାହ କରି ସଂସାର କରୁ ,ଜୀବନରେ ଆଗକୁ ବଢୁ ,ହସଖୁସିରେ ରହୁ । କିନ୍ତୁ ମୋ ଖୁସି ମୋ ନିଜ ପାଖରେ ହିଁ ଅଛି । ମୁଁ ମୋ କ୍ୟାରିୟରରେ ଆଗକୁ ବଢି ଖୁସି ଅଛି । ପାଠ ପଢିବା ସହ ଅସହାୟ ଲୋକଙ୍କ ସେବା କରୁଛି ଏଥିରେ ମୁଁ ବହୁତ ଖୁସି ଅଛି । କାହିଁକି କେବଳ ଜଣେ ବିବାହ କରି ସନ୍ତାନ ଜନ୍ମ କଲେ ହିଁ ଖୁସିରେ ରହିବ ଆଉ ଅବିବାହିତ ହେଲେ ଦୁଃଖରେ ରହିବ ତାହା ମୁଁ ଜାଣିପାରୁନାହିଁ ।
OSCAR-2019
ଅଜଣା ରୋଗ ନେଲାଣି ୫ ଯୁବକଙ୍କ ଜୀବନ : ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଗାଁର ଆଉ ୫ ଯୁବକ, କଟକ ବଡ଼ ମେଡିକାଲ, ଏମ୍ସରେ ଚିକିତ୍ସା ପରେ ବି ଭଲ ହେଉନି | Sambad ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବଇଁଚା ପଞ୍ଚାୟତର ରଘୁନାଥପୁର ଗାଁରେ କିଛିଦିନ ହେଲା ଏକ ଅଜଣା ରୋଗ ଲୋକଙ୍କ ନିଦ ହଜାଇ ଦେଇଛି। ବର୍ଷେ ଭିତରେ ଏହି ରୋଗ ଗାଁର ପାଞ୍ଚ ଜଣ ଯୁବକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆଖିବୁଜି ସାରିଲେଣି। ଏବେ ଆଉ ୫ଜଣ ଯୁବକ ମଧ୍ୟ ସେହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେମାନଙ୍କୁ ଭଲ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପରିବାର ଲୋକେ ସର୍ବସ୍ୱାନ୍ତ ହୋଇପଡ଼ିଲେଣି। ଗତ ଏକ ବର୍ଷ ଭିତରେ ଅଜଣା ରୋଗରେ ପ୍ରାଣ ହରାଇଥିବା ଯୁବକମାନେ ହେଲେ ବ୍ରଜେନ୍ଦ୍ର ବେହେରାଙ୍କ ପୁଅ ଦୀପକ(୨୨), ଯୋଗେନ୍ଦ୍ର ବେହେରାଙ୍କ ପୁଅ ଶିବ(୨୩), ଭିକାରୀ ବେହେରାଙ୍କ ପୁଅ ନିତ୍ୟାନନ୍ଦ(୨୪), ପରମାନନ୍ଦ ବେହେରାଙ୍କ ପୁଅ ଧନଞ୍ଜୟ(୩୦) ଓ ସ୍ଥାନୀୟ ପୋତାଗାଁର ଦାମୋଦର ଜେନା(୩୫)। ଅନ୍ୟପକ୍ଷରେ ଏହି ରୋଗରେ ଆକ୍ରାନ୍ତ ଥିବା ରଘୁନାଥପୁର ଗାଁର ଯୁବକମାନେ ହେଲେ କୈଳାସ ମାଝୀଙ୍କ ପୁଅ ବାପୁ(୨୫), ବନମାଳୀ ମାଝୀଙ୍କ ପୁଅ ପ୍ରଦୀପ(୨୬), କଟି ତରେଇଙ୍କ ପୁଅ ରମେଶ(୨୭), ନିରଂଜନ ମାଝୀଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମାଝୀ ଓ ମନୋରଂଜନ ଖଟୁଆଙ୍କ ପୁଅ ମାଲିରାମ(୨୮)। ତେବେ, ଏପର୍ଯ୍ୟନ୍ତ ସୁଦ୍ଧା ରୋଗ ଚିହ୍ନଟ କରାଯାଇନାହିଁ। ଏମାନେ ସମସ୍ତେ ହେଉଛନ୍ତି ଶ୍ରମିକ ଶ୍ରେଣୀର। ବେଙ୍ଗାଲୁରୁର ମିନାର୍ଜ ନାମକ ଏକ ପଥର ଗୁଣ୍ଡ କାରଖାନାକୁ କାମ କରିବାକୁ ଯାଇଥିଲେ। କିଛିଦିନ କାମ କରିବା ପରେ ଗୁଣ୍ଡ ପଥରର ଧୂଳିକଣା ଯୋଗୁ ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ। ରୋଗାକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିବା ପଛରେ ଏହା ଏକ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି।
OSCAR-2019
ବହୁତ ଦିନ ତଳର କଥା । ବାରାଣସୀ ସହରରେ ବ୍ରହ୍ମଦତ ବୋଲି ଜଣେ ରାଜା ଥିଲେ । ସେଇ ସହରରେ ଜଣେ ସେଠ୍ ରହୁଥିଲା । ତା’ର ନାମ ଇଲ୍ଲିସ । ଇଲ୍ଲିସ ପାଖରେ ବହୁତ ସୁନା ମୋହର ଥିଲା । ଗୁଡାଏ ଧନ ଥିଲେ କ’ଣ ହବ, ଲୋକଟା ନିହାତି ଅସୁନ୍ଦର ଥିଲା । ଇଲ୍ଲିସ ଥିଲା ଛୋଟା, କୁବ୍ଜା ଓ ଟେରା । ଇଲ୍ଲିସର ବାପା, ବଡବାପା ଓ ଜେଜେବାପାମାନେ ବାରାଣସୀ ସହରରେ ବହୁତ ନାମ କରିଥିଲେ । ସେମାନଙ୍କ ମନ ଧର୍ମରେ ଥିଲା । ସେମାନେ ଅତିଥିମାନଙ୍କ ରହିବା ପାଇଁ ଅନେକ ଘର ତିଆରି କରିଥିଲେ । ବାହାରୁ ଆସୁଥିବା ଲୋକମାନେ ସେଠାରେ ଆଶ୍ରା ନେଉଥିଲେ । ତା’ଛଡା ଅନେକ ଗରିବ ଲୋକ ବି ସେଠାରେ ରହୁଥିଲେ । ବାପା ଓ ବଡବାପାଙ୍କର ଏଇ ଭଲଗୁଣ ଇଲ୍ଲିସ ପାଖରେ ନଥିଲା । ସେ ଥିଲା ବଡ କୃପଣ ସ୍ୱଭାବର । ସେ ଗୋଟିଏ ପଇସା ବି ହାତଟେକି କାହାକୁ ଦେଉନଥିଲା । ନିଜେ ବି ଭଲ କରି ମୁଠାଏ ଖାଉନଥିଲା । ସେ ଭଗବାନ୍ଙ୍କୁ ମାନୁନଥିଲା । ଇଲ୍ଲିସ ବଡ ହେବାପରେ ଅତିଥିମାନଙ୍କ ରହିବାପାଇଁ ହୋଇଥିବା ଘରଗୁଡିକୁ ଭାଙ୍ଗିଦେଲା । ସେଠାରେ ଯେତେ ଗରିବଲୋକ ରହୁଥିଲେ ସେ ସମସ୍ତଙ୍କୁ ତଡିଦେଲା । ଇଲ୍ଲିସର ବାପ ତ ଜଣେ ଭଲ ମଣିଷ ଥିଲେ । ସେ ବଂଚିଥିବାବେଳେ ଲୋକମାନଙ୍କର କେତେ ଉପକାର କରିଥିଲେ । ତାଙ୍କ ଦୁଆରୁ କେହି ଖାଲି ହାତରେ ଫେରୁନଥିଲେ । ସେ ଗରିବଲୋକଙ୍କୁ ନିତି ଖାଇବାକୁ ଦେଉଥିଲେ । ରୋଗୀମାନଙ୍କର ଚିକିତ୍ସା ପାଇଁ ଔଷଧ ବାଂଟୁଥିଲେ । ଏଇ ସବୁ ପୁଣ୍ୟକାମ କରିଥିବାରୁ ବୁଢା ମଲା ପରେ ସ୍ୱର୍ଗରେ ରହିଥିଲେ । ସେ ସେଠାରେ ଇନ୍ଦ୍ର ହୋଇଥିଲେ ।
OSCAR-2019
ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସୁଛି ଦୁଇଟି ବଲିଉଡ ଫିଲ୍ମ । ସସପେନ୍ସ ଥ୍ରୀଲର ଫିଲ୍ମ ରମଣ ରାଘବ ଏବଂ ରୋମାଂଟିକ୍ ଡ୍ରାମା ଜୁନୁନିୟତ୍ । ୧୯୬୦ ଦଶକରେ ମୁମ୍ବାଇର ସିରିଏଲ୍ କିଲର ରମଣ ରାଘବକୁ ନେଇ ତିଆରି ହୋଇଛି ଫିଲ୍ମ ରମଣ ରାଘବ । ଫିଲ୍ମର ଟାଇଟଲ କ୍ୟାରେକ୍ଟରରେ ଅଛନ୍ତି ନୱାଜୁଦିନ୍ ସିଦ୍ଦିକି । ଫିଲ୍ମରେ ରହିଛି ନୱାଜୁଦ୍ଦିନଙ୍କ ଦମଦାର ଅଭିନୟ । ପୁଲିସ ଭୂମିକାରେ ଦେଖିବାକୁ ମିଳିବ ଭିକି କୌଶଲଙ୍କୁ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ଅନୁରାଗ କଶ୍ୟପ । ତେବେ ପୂର୍ବରୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ବେଶ୍ ପ୍ରଶଂସିତ ହୋଇଛି ଫିଲ୍ମ । ସେପଟେ କ୍ରାଇମ ଥ୍ରୀଲର ଫିଲ୍ମ ରମଣ ରାଘବକୁ ଟକ୍କର ଦେଉଛି ରୋମାଂଟିକ୍ ଫିଲ୍ମ ଜୁନୁନିୟତ୍ । ଫିଲ୍ମର ମେଲ୍ ଲିଡରେ ପୁଲକିତ୍ ସମ୍ରାଟ ଥିବା ବେଳେ ଫିମେଲ୍ ଲିଡରେ ଅଭିନୟ କରିଛନ୍ତି ୟାମୀ ଗୌତମ । ଏହା ଉଭୟଙ୍କ ଦ୍ୱିତୀୟ ଫିଲ୍ମ । ଜଣେ ସେନା ଅଫିସର ଚରିତ୍ରରେ ଦେଖାଦେଇଛନ୍ତି ପୁଲକିତ୍ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ବିବେକ ଅଗ୍ନିହୋତ୍ରୀ । ରିଲିଜ୍ ପୂର୍ବରୁ ଫିଲ୍ମର ସମସ୍ତ ଗୀତକୁ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମର ଅଧିକାଂଶ ଦୃଶ୍ୟ କାଶ୍ମୀରରେ ସୁଟ୍ ହୋଇଛି । ଏହି ଦୁଇ ବଲିଉଡ୍ ସହ ରିଲିଜ୍ ହେଉଛି ହଲିଉଡ୍ ଫିଲ୍ମ ଇଣ୍ଡିପେନଡେନ୍ସ ଡେ, ରିସର୍ଜେନ୍ସ । ୧୯୯୬ ଆମେରିକାନ୍ ସାଇନ୍ସ ଫିକ୍ସନ ଫିଲ୍ମ ଇଣ୍ଡିପେନଡେନ୍ସ ଡେ ର ସିକ୍ୱେଲ୍ ହେଉଛି ଏହି ଫିଲ୍ମ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ରୋଲାଣ୍ଡ ଏମରିକ୍ । ଉଭୟ ଟୁ-ଡି ଓ ଥ୍ରୀଡିରେ ତିଆରି ହୋଇଛି ଫିଲ୍ମ ।
OSCAR-2019
ଏବେ ନିକଟରେ ଏକ ମଜାଦାରିଆ ତଥ୍ୟ ହସ୍ତଗତ ହୋଇଛି। ସୋନମ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି କି ‘ଆନନ୍ଦ ସୋସିଆଲ୍‌ ମିଡିଆରେ ତାଙ୍କ ନାମ ବଦଳାଇଛନ୍ତି ବୋଲି ମୋର ଟିକେ ବି ଧାରଣା ନାହିଁ।’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିବାହର ମାତ୍ର କେମେ ମିନିଟ୍‌ ପରେ ସୋନମ ତାଙ୍କ ନାମ ବଦଳାଇ ସୋନମ କପୁର୍‌ ଆହୁଜା କରିଥିଲେ। ନିକଟରେ ଆନନ୍ଦ ସୋସିଆଲ୍‌ ମିଡିଆରେ ତାଙ୍କ ନାମ ବଦଳାଇ ଆନନ୍ଦ ଏସ୍‌ ଆହୁଜା କରିଛନ୍ତି। ଭୁବନେଶ୍ୱର: ଏଥର ରଜ ବଜାରରେ ଓଡିଆ ସିନେପ୍ରେମୀ କେତେକ କଳାକାରଙ୍କୁ ପରଦାରେ ଦେଖିବାକୁ ପାଇ ନାହାନ୍ତି। ଠିକ୍‌ ସେହିପରି କେତେକ ଲୋକ୍ରପିୟ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇନାହାନ୍ତି। ଏମାନଙ୍କ ଭିତରେ ପ୍ରଥମେ ନଜର ଆସନ୍ତି ଓଲିଉଡର ଲୋକପ୍ରିୟ ଯୋଡ଼ି ଅନୁଭବ – ବର୍ଷା ପ୍ରିୟଦର୍ଶିନୀ। ଏ ହି ଯୋଡିଙ୍କୁ ଦର୍ଶକ ରଜ ବଜାରରେ ଶେଷ ଥର ପାଇଁ ଦେଖିିଥିଲେ ‘ଗପ ହେଲେ ବି ସତ’ରେ । ଏହାପରେ ଗତ ଦୁଇ ବର୍ଷ ଭଳି ଏଥର ରଜ ବଜାରରେ ବି ଦର୍ଶକ ପରଦାରେ ପାଇ ନାହାନ୍ତ ଓଲିଉଡର ଲୋକପ୍ରିୟ ଯୋଡ଼ି ଅନୁଭବ-ବର୍ଷା ପ୍ରିୟଦର୍ଶିନୀଙ୍କୁ। ଠିକ୍‌ ସେହିପରି ଓଲିଉଡର ଅନ୍ୟତମ ଲୋକପ୍ରିୟ ଯୋଡି ସବ୍ୟସାଚୀ -ଅର୍ଚ୍ଚିତା ଯୋଡି ଦେଖା ଦେଇ ନାହାନ୍ତିି ଏଥର ରଜ ସିନେମାରେ। ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଯୋଡ଼ିଙ୍କର ଶେଷ ରଜ ସିନେମା ଥିଲା ‘ମୁଁ ଏକା ତୁମର’। ଠିକ୍‌ ସେହିପରି ଆଖିରେ ଆଖିରେ,ଲେଖୁ ଲେଖୁ ଲେଖି ଦେଲି,ସୁପର ମିଛୁଆ ଓ ଜବରଦସ୍ତ ପ୍ରେମିକ ଭଳି ହିଟ୍‌ ଫିଲ୍ମର ସୁପରହିଟ୍‌ ଯୋଡ଼ି ବାବୁସାନ୍‌-ଝିଲିକ ଯୋଡିକୁ ୨୦୧୮ର ରଜ ସିନେମାରେ ଦେଖିବାକୁ ମିଳି ନାହିଁ। ରଜ ବଜାରରେ ଶେଷ ଥର ପାଇଁ ସୁପର ମିଛୁଆରେ ନଜର ଆସିଥିଲେ ଏହି ଯୋଡି ଯାହା ୨୦୧୫ରେ ରିଲିଜ୍‌ ହୋଇଥିଲା। ପୁରୁଣା ଭୁବନେଶ୍ୱର: ସୋମବାର ରାତିରେ ହୋଇଥିବା ଲଗାଣ ବର୍ଷରେ ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ମନ୍ଦିରରେ ପାଣି ପଶିଥିଲା। କେତେକ ମନ୍ଦିରରେ ଠାକୁର ପାଣିରେ ବୁଡ଼ି ଯାଇଥିଲେ। ଶ୍ରୀଲିଙ୍ଗରାଜ ମନ୍ଦିର ବାଇଶି ପାହାଚ ସମେତ କେତେକ ଐତିହ୍ୟସ୍ଥଳୀରେ ପାଣି ଜମି ରହିବା ସହ ବହୁ ସ୍ଥାନରେ ଲୋକଙ୍କ ଘାର ପାଣି ପଶିଥିଲା। ଦମକଳ ବାହିନୀ ପକ୍ଷରୁ ଆଜି ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ପାଣି ନିଷ୍କାସନ କରାଯାଇଥିଲା। ବର୍ଷା ଯୋଗୁ ଲୁଇସ୍‌ ରୋଡ୍‌ ନିକଟ ଗୌରୀ ଗାର୍ଡେନ୍‌ରେ ପାଣି ପଶିଥିଲା। ସେଠାରେ ୫୦ରୁ ଊର୍ଧ୍ୱ ପରିବାରଙ୍କ ଘରେ ୨ଫୁଟ୍‌ର ପାଣି ପଶିଥିଲା। ସେହିପରି ଗୌରୀ ନଗର ବସ୍ତି, ଭୀମଟାଙ୍ଗୀ ତଳ ଫେଜ୍‌ ବସ୍ତି, ଭୀମଟାଙ୍ଗୀ ଉପର ଫେଜ୍‌ ଅଟାକଳ ଗଳି, ନୂଆଗାଁ ରୁଦ୍ର ବିହାରରେ ପାଣି ପଶିଥିଲା। ତେବେ ବର୍ଷା କମିବା ପରେ ଦମକଳ ବାହିନୀ ପକ୍ଷରୁ ଗୌରୀ ଗାର୍ଡେନ୍‌ରେ ମଟର ଲଗାଇ ପାଣି ନିଷ୍କାସନ କରାଯାଇଥିଲା। ମେଘେଶ୍ୱର ମନ୍ଦିରରେ ମହାଦେବ, ବୋଇତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ଗୋସାଗରେଶ୍ୱର ମନ୍ଦିରରେ ପାଣି ଜମି ରହିଥିଲା।
OSCAR-2019
ସେପେଟେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ, ବିମୁଦ୍ରାକରଣ ଯୋଗୁଁ ଦେଶର ଭଲ ହୋଇଛି କି ଖରାପ ତାହା ଲୋକମାନେ ବର୍ତ୍ତମାନ ଅନୁଭବ କରୁଛନ୍ତି । ଗଣତନ୍ତ୍ରରେ ଲୋକମାଙ୍କର ଅନୁଭବର ପରୀକ୍ଷା ଆଉ କିଛି ମାସ ବାକି ଅଛି । ତେବେ ଲୋକମାନେ ଲୋକ କଣ ଅନୁଭବ କରିଛନ୍ତି ତାହା ଜଣାପଡିବ ବୋଲି କହିଛନ୍ତି ସୌମ୍ୟରଂଜନ । ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିମୁଦ୍ରାକରଣ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୦-୨୫ଜଣ ଶିଳ୍ପପତି ବନ୍ଧୁଙ୍କୁ ଫାଇଦା ଦେବା ପାଇଁ ଦେଶର ଯୁବକ, ମହିଳା, କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି । ଏହି ବିମୁଦ୍ରୀକରଣ ପଦକ୍ଷେପ ଦେଶର ଏକ ବଡ ଦୁର୍ନୀତି ବୋଲି କହି ମୋଦିଙ୍କୁ ସମାଲୋଚନା କରିଥିଲେ ରାହୁଲ ।
OSCAR-2019
ପୁରୀ ୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ଆଗାମୀ ୨୮ତାରିଖ ଦିନ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ ଏଥିରେ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଛି। ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ନାନ ବେଦୀ ଉପରେ ମହାପ୍ରଭୁଙ୍କ ଜଳ ଲାଗି, ହାତୀ ବେଶ ଏବଂ ସର୍ବସାଧାରଣ ଦର୍ଶନ ଶୃଙ୍ଖଳିତ କରିବାକୁ ବୈଠକରେ ସ୍ଥିର କରାଯାଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ନିତୀ ନିର୍ଘଣ୍ଟ ଅନୁଯାୟୀ ସକାଳ ୫ଟା ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ, ଦିନ ୧୨ଟାରୁ ୨ଟା ମଧ୍ୟରେ ମହହାପ୍ରଭୁଙ୍କ ୧୦୮ବଡୁ ଜଳରେ ସ୍ନାନ କରାଯିବ। ଦିନ ୩ଟା ୩୦ରେ ଛେରାପହଁରା, ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ହାତୀବେଶ କରାଯିବା ପାଇଁ ସ୍ଥିର ହୋଇଛି। ଆକର୍ଷଣୀୟ ଗଜାନନ ବେଶରେ ଦାରୁବ୍ରହ୍ମ ଭକ୍ତଙ୍କୁ ଦର୍ଶନ ଦେବେ। ଏହାପରେ ସକାଳ ଧୂପ କରାଯିବା ପାଇଁ ସ୍ଥିର ହୋଇଛି। ସନ୍ଧ୍ୟା ୭ଟାରୁ ରାତି ୯ଟା ୩୦ପର୍ଯ୍ୟନ୍ତ ସର୍ବସାଧାରଣ ଭକ୍ତଙ୍କ ପାଇଁ ସାହାଣ ମେଲା ଦର୍ଶନ ଅନୁଷ୍ଠିତ ହେବ। କୌଣସି ଭକ୍ତ ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେ ନାହିଁ। ରାତି ୧୦ଟା ୩୦ରୁ ୧ଟା ୩୦ମଧ୍ୟରେ ମହାପ୍ରଭୁ ସ୍ନାନ ମଣ୍ଡପରୁ ବାହୁଡା ବିଜେ କରିବେ। ରାତି ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ କରାଯିବ। ଜଳ ଲାଗି ନୀତି ଶୃଙ୍ଖଳିତ କରିବା ପାଇଁ ଆଲୋଚନା ହୋଇଛି।। ଜଳ ଲାଗି ସମୟରେ କୌଣସି ସେବକ ପ୍ଲାଷ୍ଟିକ ପାତ୍ର ବ୍ୟବହାର କରିପାରିବେ ନାହିଁ। ଲାଗି ଜଳ ସଂଗ୍ରହ ଉପରେ କଟକଣା ଜାରି କରାଯାଇଛି। ମହାପ୍ରଭୁ ସ୍ନାନ ମଣ୍ଡପରେ ବିଜେ କରିଥିବା ବେଳେ ସମ୍ମୁଖରେ କୌଣସି ସେବକ କିମ୍ବା ସୁରକ୍ଷା କର୍ମୀ ଅବରୋଧ କରି ଛିଡାହେବେ ନାହିଁ। ଶ୍ରୀଜିଉଙ୍କ ସ୍ନାନ ଯାତ୍ରା, ନୀତି ନିର୍ଘଣ୍ଟ ଏବଂ ସେବା ପୂଜା ସମ୍ପର୍କରେ ଖୁବଶୀଘ୍ର ବ୍ୟବସ୍ଥାବଳି ପ୍ରକାଶ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀଜେନା ଗଣମାଧ୍ୟମକୁ କରିଛନ୍ତି। ଏହାଛଡା ଶ୍ରୀଜିଉଙ୍କ ରାଜାଭିଷେକ ରୁକ୍ମଣୀ ହରଣ ଏକାଦଶୀ, ଚମ୍ପୁକ ଦ୍ୱାଦଶୀ ଓ ଚତୁର୍ଦ୍ଦଶୀ ସେନାପଟ୍ଟା ଲାଗି ନିର୍ଘଣ୍ଟ ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ କରାଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଡଃ. ସାର୍ଥକ କୁମାର ଷଡଙ୍ଗୀ ନୀତି ପ୍ରଶାସକ ପ୍ରଦୀୀପ କୁମାର ଦାସ, ସୁରକ୍ଷା ପ୍ରଶାସକ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଟଯୋଶୀ ମହାପାତ୍ରଙ୍କ ସମେତ ବିଭିନ୍ନ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।
OSCAR-2019
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଏମିତି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛି, ଯେଉଁଠାରେ ମନୁଷ୍ୟର ମୃତଦେହକୁ ଖୋଲା ଆକାଶ ତଳେ ମାସମାସ ପର୍ଯ୍ୟନ୍ତ ରଖାଯାଇଥାଏ। ଏହା କୌଣସି ପ୍ରଥା କିମ୍ବା ସମୁଦାୟ ଦ୍ୱାରା ପ୍ରଚଳିତ ନୁହେଁ। ସଭ୍ୟ ସମାଜରେ ମନୁଷ୍ୟ ଦ୍ୱାରା ଏପରି କରାଯାଇଥାଏ। ତେବେ ଏପରି କାହିଁକି କରାଯାଇଥାଏ ଆସନ୍ତୁ ଜାଣିବା… ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସସ୍‌ରେ ଏଭଳିି ଘଟଣା ଦେଖିବାକୁ ମିଳେ। ଟେକ୍ସସ୍‌ରେ ଏଭଳିି ଏକ ସ୍ଥାନ ଅଛି ଯେଉଁଠାରେ ମଣିଷର ମୃତଦେହକୁ ଏକ ଲୁହା ପଞ୍ଜୁରି ଭିତରେ ରଖି ମାସମାସ ପର୍ଯ୍ୟନ୍ତ ଛାଡ଼ି ଦିଆଯାଇଥାଏ। ଏହା ଶୁଣି ଆପଣ ନିଶ୍ଚିୟ ଚିନ୍ତାରେ ପଡ଼ି ଯିବେଣି କି କିଏ ଏବଂ କାହିଁକିବା ଏପରି କରିବାକୁ ପରାମର୍ଶ ଦେବ? ତେବେ ଏଠାକୁ ସେଭଳି ମୃତଦେହକୁ ଅଣା ଯାଇଥାଏ, ଯେଉଁ ମୃତଦେହକୁ ସଂସ୍କାର କରିବା ପାଇଁ କେହି ନଥାଆନ୍ତି ଅଥବା ଯେଉଁ ମୃତଦେହକୁ ଦାନ କରି ଦିଆଯାଇଥାଏ। ଟେକ୍ସସ୍‌ ଷ୍ଟେଟ ୟୁନିଭର୍ସିଟିର scientist at the forensic anthropology center ଅନୁସାରେ, ଏଠାରେ ମଣିଷ ମୃତଦେହକୁ ଏଥିପାଇଁ ଖୋଲାରେ ଛଡ଼ା ଯାଇଥାଏ କାରଣ ଏଥିରୁ ଜଣାପଡ଼ିଥାଏ କି, ମୃତଦେହ ଉପରେ ଖୋଲା ବାତାବରଣ ଅର୍ଥାତ୍‌ ପବନ, ପାଣି, ଲୁଣ ଆଦିର କ’ଣ ପ୍ରଭାବ ପଡ଼ିଥାଏ? ଏଥିସହିତ ଏହା ବି ଜଣାପଡ଼ିଥାଏ କି କେତେ ଦିନ ମଧ୍ୟରେ ମୃତଦେହରେ କ’ଣ ପରିବର୍ତ୍ତନ ହେଉଛି? ଏଠାରେ ମୃତଦେହକୁ ପାଖାପାଖି ୬ମାସ ପର୍ଯ୍ୟନ୍ତ ଖୋଲାରେ ଛଡ଼ା ଯାଇଥାଏ। ଯେଉଁ ଲୋକଙ୍କ ମୃତ୍ୟୁ ରହସ୍ୟଜନକ ଭାବେ ହୋଇଥାଏ କିମ୍ବା ମୃତ୍ୟୁର କାରଣ ଜଣିବା ପାଇଁ ଜଟିଳ ହୋଇଥାଏ। ଏଭଳି କ୍ଷେତ୍ରରେ ପୁଲିସ ଓ ଫରେନ୍ସିକ୍‌ ବିଭାଗକୁ ଏଥିରୁ ସାହାଯ୍ୟ ମିଳିଥାଏ। ଏଠାରେ ରଖାଯାଉଥିବା ମୃତଦେହ ପାଇଁ କିଛି ସର୍ତ୍ତ ରହିଛି। ଯେମିତି କି ମୃତଦେହର ଓଜନ ୨୦୦କିଲୋଗ୍ରାମରୁ ଅଧିକ ହୋଇ ନଥିବ, ମୃତ୍ୟୁ ପୂର୍ବରୁ ଯେଭଳି କୌଣସି ସଂକ୍ରମଣ ରୋଗ ହୋଇ ନଥିବା। ଏଯାବତ୍‌ ଏଠାରେ ୭୦ଟି ମୃତଦେହ ରଖାଯାଇଛି। ଯାହାଙ୍କୁ ନେଇ ବୈଜ୍ଞାନିକ ପରୀକ୍ଷଣ କରୁଛନ୍ତି।
OSCAR-2019
ଭୁବନେଶ୍ବର ନଗରୀର କଳ୍ପନା ଛକ ନିକଟସ୍ଥ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଅଟେ, ଯାହା ସମୟର କଷଟି ପଥରରେ ଅନେକ ଥର ନିଜର ପୁରାତାତ୍ତ୍ୱିକ ସଂଗ୍ରହର ଗୁରୁ ଗାମ୍ଭୀର୍ଯ୍ୟକୁ ଜାହିର କରି ଆସିଛି। ବିଭିନ୍ନ ଗ୍ୟାଲେରୀ ମାନଙ୍କରେ ପ୍ରଦର୍ଶିତ ବହୁ ପ୍ରାଚୀନ ସମୟର ଶିଳାଲେଖ, ତାମ୍ରଫଳକ, ତାଳପତ୍ର ପୋଥି, ଆଭୂଷଣ, ଅସ୍ତ୍ରଶସ୍ତ୍ର ଆଦିମାନ ରସଗ୍ରାହୀ ରସିକ, ଜ୍ଞାନଭିକ୍ଷୁ ଗବେଷକ ତଥା ଜିଜ୍ଞାସୁ ପ୍ରାଣମାନଙ୍କୁ ଆକର୍ଷିତ କରିଆସିଛି କେଉଁ କାଳରୁ। ବିଶେଷ କରି କଳାପ୍ରେମୀଙ୍କୁ ବେଶୀ ଆକର୍ଷିତ କରିଥାଏ ସଂଗ୍ରହାଳୟର ପ୍ରବେଶ କକ୍ଷରେ ପ୍ରଦର୍ଶିତ ଓଡ଼ିଶାର ମହାପୁରୁଷମାନଙ୍କର ବୃହତ୍ତାକାର ତୈଳ ଚିତ୍ରପଟ୍ଟ ସମୂହ। ସଂଗ୍ରହାଳୟର ପ୍ରବେଶ କକ୍ଷରେ ପ୍ରଦର୍ଶିତ ସେହି ମନିଷୀମାନଙ୍କର ଛବି ଗୁଡ଼ିକ ମଧ୍ୟରୁ ତିନି ଚାରୋଟିକୁ ଛାଡ଼ି ଦେଲେ ଅଧିକାଂଶ ଚିତ୍ରପଟ୍ଟ ଗୁଡ଼ିକ ଶିଳ୍ପୀ ହରିଶଙ୍କର ସଶକ୍ତ ସ୍ୱାକ୍ଷର ଅଟେ। ଏହାଛଡ଼ା ଆନ୍ଥ୍ରୋପୋଲୋଜି ଓ ନ୍ୟାଚୁରାଲ ହିଷ୍ଟ୍ରି ଆଦି ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ କକ୍ଷ ଗୁଡ଼ିକରେ ପ୍ରଦର୍ଶିତ ମୃତ ପ୍ରାଣୀମାନଙ୍କର ସଂରକ୍ଷିତ ଶରୀରର ପଶ୍ଚ୍ୟାଭାଗରେ ଅଙ୍କିତ ମନୋରମ ଦୃଶ୍ୟାବଳୀର ପରିବେଶ ବାସ୍ତବତାର ଭ୍ରମ ସୃଷ୍ଟି କରିଥାଏ । ଓଡ଼ିଶାର ଅନ୍ୟତମ ସୁନାମଧନ୍ୟ ଚିତ୍ରକର ବା ରୂପକାର ହରିଶ୍ଚନ୍ଦ୍ର ସିହ୍ନା ବାବୁ ସ୍ୱର୍ଗାରୋହଣ କରିବାର ଦୁଇ ବର୍ଷଠାରୁ ଅଧିକ ସମୟ ବିତି ଗଲାଣି, ତଥାପି ତାଙ୍କର କାଳଜୟୀ ଜୀବନ୍ତ ଚିତ୍ରକୃତିଗୁଡ଼ିକ ତାଙ୍କୁ ଓଡ଼ିଶା ଜନମାନସରୁ ମ୍ଲାନ ହେବାକୁ ଦେଉନାହିଁ। ରାଜକୀୟ ପରିପାଟୀରେ ନିଜ ଦରବାର କକ୍ଷରେ ଦଣ୍ଡାୟମାନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସୁଢ଼ୋଳ ଅବୟବଧାରୀ ଦୁର୍ଦ୍ଧଶ ବୀର ସୁରେନ୍ଦ୍ର ସାଏ, ଓଡ଼ିଆ ବର୍ଣ୍ଣବୋଧର ବିନ୍ଧାଣୀ ଶାନ୍ତ ସରଳ ଓ ଜ୍ଞାନଦୀପ୍ତ ଭକ୍ତ କବି ମଧୁସୂଦନ ରାଓ, ଗବେଷଣାରେ ମଗ୍ନ ମହାନ ଜ୍ୟୋର୍ତିବିତ୍ ପଠାଣି ସାମନ୍ତ ଆଦି ପ୍ରାଣବନ୍ତ ପ୍ରତିକୃତି ଚିତ୍ରଣକୁ ଦେଖି ରାଜ୍ୟ ସଂଗ୍ରହାଳୟକୁ ଯାଇଥିବା ଯେ କେହି ଦର୍ଶକ ବାଃ ବାଃ ନ କହି ରହି ପାରେନା। ହରିଶଙ୍କ ଚିତ୍ରାଙ୍କନରେ ମାନବୀୟ ଶରୀର ଗଠନ ବିଜ୍ଞାନ ବା ନରଦେହ ବିଦ୍ୟା (ଆନାଟୋମୀ) ତଥା ପ୍ରକୃତି ଚିତ୍ରଣ ଅତି ଚମକ୍ରାର ଅଟେ। ଏହାଛଡ଼ା ତାଙ୍କ ଛବିର ଅନ୍ୟ ଆକର୍ଷଣ ଦିଗଟି ହେଲା ଷ୍ଟିଲ ଲାଇଫର ସୂକ୍ଷ୍ମାଦିସୂକ୍ଷ୍ମ ଅବଲୋକନ ଓ ଆଲୋକ ଛାୟାର ଲୁଚକାଳି ଖେଳ ଚିତ୍ର ବର୍ଣ୍ଣିତ ସମଦୃଶ୍ୟାବଳୀର ସମ୍ଭାର ଯଥା ଆସନ, ମେଜ ଓ ପଲଙ୍କର କାଠ ଖୋଦେଇ ଡ଼ିଜାଇନ୍, ଶୁଭ୍ରାଲୋକିତ ପ୍ରଦୀପ, ମଖମଲ୍ଲୀ କପଡ଼ାର କୁଞ୍ଚ ଇତ୍ୟାଦିକୁ ଅତି ନିଖୁଣ ଭାବେ ସ୍ୱାଭାବିକ ଢ଼ଙ୍ଗରେ ଦୃଶ୍ୟାୟିତ କରିଛନ୍ତି। ସେ ଚିତ୍ରରେ ପ୍ରାଣର ସଞ୍ଚାର ଏତେ ନିଖୁଣ ଭାବେ କରିପାରୁଥିଲେ ଯେ ସତେ ଯେପରି ଅଙ୍କିତ ଚରିତ୍ରମାନ ଛବି ଭିତରୁ ବାହାରି ଆସି ଆମ ସହ କଥାବାର୍ତ୍ତା ହେବା ପାଇଁ ବ୍ୟଗ୍ର ହେଉଛନ୍ତି। ଶିଳ୍ପୀଙ୍କର ଛବିର ଏହି ଗୁଣକୁ ନେଇ ତାଙ୍କ ଜଣେ ସମସାମୟିକ ଚିତ୍ରକର ଥରେ କହିଥିଲେ, “ହରିଶ ବାବୁଙ୍କ ଛବି ଦେଖିଲେ ଲାଗେ ସତେ ଯେପରି ସେ ସତ ସତିକା ମଣିଷମାନଙ୍କୁ ନିଜର ଚିତ୍ରପଟ୍ଟରେ ଅଠାଲଗାଇ ଯୋଡ଼ି ଦେଇଛନ୍ତି।” ଶିଳ୍ପୀଙ୍କର ଛାତ୍ର ଜୀବନରେ କଲିକତାରେ କଳାଶିକ୍ଷା କରୁଥିବା ବେଳେ ସେ ସମୟର ତାଙ୍କର ଜଣେ ଶିକ୍ଷକ ହରିଶଙ୍କୁ “ରାଫେଲ୍ ଅଫ୍ ଦି ଇଷ୍ଟ” ବୋଲି ସମ୍ବୋଧନ କରୁଥିଲେ, କାରଣ ୟୁରୋପୀୟ ଚିତ୍ରକର ରାଫେଲ୍ଙ୍କ ବିରାଟ ତୈଳଚିତ୍ର ଗୁଡ଼ିକରେ ରଙ୍ଗମଞ୍ଚର ଭ୍ରମ ସୃଷ୍ଟି କରୁଥିଲା। ରାଫେଲ୍ଙ୍କ ଛବିଗୁଡ଼ିକ ଖ୍ରୀଷ୍ଟଧର୍ମ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ପର୍ଯ୍ୟବେଷିତ ଥିବାବେଳେ ଛବିଗୁଡ଼ିକର ସଜ୍ଜିକରଣରେ ଆଲୋକ ଛାୟାର ପ୍ରାଧାନ୍ୟତା ପ୍ରମୁଖ ଆକର୍ଷଣ ରହୁଥିଲା। ଚିତ୍ରକରଙ୍କ ଅନ୍ୟ ପ୍ରମୁଖ କଳାକୃତିଗୁଡ଼ିକ ହେଲା ବାରିପଦାର ରାଣୀ ତଖତ କୁମାରୀଙ୍କର ଶ୍ରୀସମ୍ପନ୍ନା ଅଳାଙ୍କାର ମଣ୍ଡିତା ସୁନ୍ଦର ରୂପ ଲାବଣ୍ୟ ସହ ଢ଼ଳ ଢ଼ଳ ଚାହାଣୀ, କାବ୍ୱିକ ଭାବର ମାୟାଧର ମାନସିଂ, ରସିକ ପ୍ରବର ଉପେନ୍ଦ୍ର ଭଞ୍ଜ, ଶିଳ୍ପୀ ଗୁରୁ ବିମ୍ବାଧର ବର୍ମା, ନାଟ୍ୟକାର ବୈଷ୍ଣବ ପାଣି ଇତ୍ୟାଦି ତୈଳଚିତ୍ର ତଥା ଓମର ଖୟାମଙ୍କ ରଚିତ ସୁରା, ସାକି ଦର୍ଶନାସିକ୍ତ ଓମର ରୁବିୟତ୍ ସିରିଜର ଅନେକ ରେଖା ପ୍ରାଧାନ୍ୟ ଚିତ୍ରପଟ୍ଟ। ହରିଶ ପାଞ୍ଚ ସେପ୍ଟେମ୍ବର ୧୯୩୯ ମସିହାରେ ବାରିପଦା ଟାଉନ୍ର ଅମ୍ବିକା ସାହିରେ ପିତା ଦେବେନ୍ଦ୍ରନାଥ ଓ ମାତା ସ୍ୱର୍ଣ୍ଣଲତା ଦେବୀଙ୍କ ଠାରୁ ଜନ୍ମ ହୋଇଥିଲେ। ମାଟ୍ରିକ୍ ପାସ୍ ପରେ ସେ କଲିକତା ସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଚିତ୍ର ଶିଖିବା ପାଇଁ ନାମ ଲେଖାଇଥିଲେ। ସେଠାରୁ ୧୯୬୧ ମସିହାରେ ଯୁବକ ହରିଶ ଡ୍ରଇଁ ଓ ପେଣ୍ଟିଂ (ଜୀବନ, ପ୍ରକୃତି ଓ ଭିତ୍ତିଚିତ୍ର) ପାଠ୍ୟକ୍ରମରେ ଡ଼ିପ୍ଲୋମା ଶିକ୍ଷା ଗ୍ରହଣ କରି ଫାଷ୍ଟକ୍ଲାସ୍ ଫାଷ୍ଟ୍ ହୋଇ ପାସ୍ କରିଥିଲେ। ତା’ପରେ ସେ ଭୁବନେଶ୍ୱର ଆସି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପୋଟ୍ରେଟ୍ ଆଟିଷ୍ଟ୍ ଓ ମଡ଼େଲର ଭାବେ ୧୯୬୬ ମସିହାରେ ଯୋଗ ଦେଇଥିଲେ। ତାଙ୍କୁ ପୁରସ୍କୃତ ଓ ସମ୍ମାନିତ କରିଥିବା ସଂସ୍ଥାଗୁଡ଼ିକ ହେଲା; ଓଡ଼ିଶା ଲଳିତ କଳା ଏକାଡ଼େମୀ (୧୯୬୮, ୧୯୭୦ ଓ ୧୯୭୪), ଉତ୍କଳ ଚାରୁକଳା ପରିଷଦ (୧୯୬୮), ନେଚର ଆଣ୍ଡ ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା (୧୯୮୬), ନେହେରୁ ଫାଉଣ୍ଡେସନ୍ ଫର୍ ଡ଼େଭେଲପମେଣ୍ଟ୍ ଅହମଦାବାଦ (୧୯୮୬), ପ୍ରାଣନାଥ ପଟ୍ଟନାୟକ ମେମୋରିଆଲ କମିଟି (୧୯୯୩), କଳିଙ୍ଗ ଭାରତୀ (୧୯୮୮), ମହତାବ୍ ସମ୍ମାନ (୨୦୦୨) ଇତ୍ୟାଦି। ତାଙ୍କର ଅନେକ ଦୁର୍ଲ୍ଲଭ କଳାକୃତୀଗୁଡ଼ିକୁ ଇଲା ପଣ୍ଡା ସେଣ୍ଟର ଫର୍ ଆର୍ଟ ସଂଗ୍ରହ କରିଥିବାରୁ ସେମାନେ ଧନ୍ୟବାଦର ପାତ୍ର ଅଟନ୍ତି। ଶିଳ୍ପୀଙ୍କର ଅନ୍ୟ ଏକ ବିଶେଷତ୍ୱ ହେଲା ସେ କେବେ ପୁରସ୍କାର ଓ ସମ୍ମାନ ପାଇଁ ବ୍ୟାକୁଳ ନଥିଲେ। ତାଙ୍କର ପ୍ରତିଟି ରଙ୍ଗ ଛିଟା ଓ ଚିତ୍ରରେଖା ତାଙ୍କୁ ପ୍ରତିଷ୍ଠା ଠାରୁ ଅନେକ ଉପର ସ୍ତରକୁ ନେଇଯାଇଛି। ସେଥିପାଇଁ ସେ ତାଙ୍କର କ୍ରିୟାଶୀଳ ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ କଳାଭ୍ୟାସ ଜାରି ରଖିଥିଲେ । ହରିଶ ବାବୁ ଜୀବନର ଶେଷ ନିଶ୍ୱାସ ନେଇଥିଲେ ଏକୋଇଶି ଡ଼ିସେମ୍ବର ୨୦୧୫ ମସିହାରେ। ସେ ସିନା ଜୀବିତ ନାହାନ୍ତି କିନ୍ତୁ ତାଙ୍କର କାଳଜୟୀ କଳାକୃତୀ ଗୁଡ଼ିକ କଳାପ୍ରେମୀଙ୍କ ହୃଦୟରେ ଜୀବିତ ହୋଇ ରହିଥିଲା, ରହିଛି ଓ ଆଗକୁ ମଧ୍ୟ ରହିଥିବ ।
OSCAR-2019
ତିର୍ତ୍ତୋଲ୦୯/୦୫ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତରେ କନିମୂଳ ଗ୍ରାମରେ ଥିବା ଗୋପୀନାଥଜୀଉ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସସ୍ମିତା ସାହୁ ଓ ଶରଣ କୁମାର ସାହୁଙ୍କ ସକ୍ରିୟ ସଂଯୋଜନାରେ ସନାତନ ଦଳାଇ, ପବିତ୍ର ମୋହନ ସ୍ୱାଇଁ, ସଂଗ୍ରାମ କେଶରି ସ୍ୱାଇଁ, କୃଷ୍ଣଚନ୍ଦ୍ର ସ୍ୱାଇଁ, ଭରେଶ୍ୱର ଖୁଣ୍ଟିଆ, ନୃସିଂହ ଲେଙ୍କା, ଶ୍ରୀଧର ସ୍ୱାଇଁ, କପିଳ ସ୍ୱାଇଁ, ପ୍ରକାଶ ସ୍ୱାଇଁ, ଅଭୟ ଦାସ ପ୍ରମୁଖ ବଦାନ୍ୟ ବ୍ୟକ୍ତିମାନଙ୍କ ଅବଦାନରେ ନୂତନ ମନ୍ଦିର ନିର୍ମାଣ କରାଯାଇ ପ୍ରତିଷ୍ଠା କରାଯାଇଛି। ପ୍ରଦୀପ୍ତ କୁମାର ରାଉତ ଓ ନବ କିଶୋର ରାଉତ ବିଶ୍ୱକର୍ମାଭାବେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରାତଃରୁ କର୍ତ୍ତା ପଞ୍ଚାନନ ଦଳାଇ, କର୍ତ୍ତୀ ନିରୂପମା ଦଳାଇଙ୍କ ସମେତ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଘଣ୍ଟ ଘଣ୍ଟା ସଂକୀର୍ତ୍ତନ ମଣ୍ଡଳୀ ଓ ପୂଜକ ମାନଙ୍କ ଦ୍ୱାରା ମହାନଦୀରୁ କଳସ ଶୋଭାଯାତ୍ରାରେ ଆସି ମନ୍ଦିର ପରିସର ଯଜ୍ଞସ୍ଥଳରେ ପହଞ୍ଚି ମନ୍ଦିର ଚତୁପାର୍ଶ୍ୱ ପରିକ୍ରମା କରିଥିଲେ। ପୂଜକ ନିରଞ୍ଜନ ଦାଶ, ଅନିରୁଧ ପତି, ସୁଶିଲ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଘଟସ୍ଥାପନ, ସୂର୍ଯ୍ୟପୂଜା, ଘୃତଯଜ୍ଞ, ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ସହିତ ବେଦମନ୍ତ୍ରଧ୍ୱନିରେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ସୃଷ୍ଟି ହୋଇଥିଲା। ପୂଜାର୍ଚ୍ଚନା କାର୍ଯ୍ୟରେ ବାନାମ୍ବର ପଣ୍ଡା, ବିଜୟ ପଣ୍ଡା, ମଳୟ ପଣ୍ଡା, ପ୍ରଦୋଷ ପଣ୍ଡା, ଶଙ୍କର ପଣ୍ଡା, ବୁବୁ ପଣ୍ଡା, ପିଙ୍କୁ ପଣ୍ଡା, ଶଙ୍କର ପଣ୍ଡା ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ପ୍ରସାଦ ଦାସ, ୃଖିଲ ଦାସ, ଅପୂର୍ବ ଦାସ, ବିରକିଶୋର ସାହୁ, ସୌମେନ୍ଦ୍ର ଦଳାଇ, ସନ୍ଦିପ ସ୍ୱାଇଁ, ବିକ୍ରମ ଦାସ, ଦୂର୍ଯ୍ୟଧନ ରାଉତ, ଶିଶିର ଦଳାଇ, ଦିଲିପ ସ୍ୱାଇଁ, ଚନ୍ଦନ ଦଳାଇ, ସୁରେନ୍ଦ୍ର ପ୍ରସାଦ ରାଉତରାଏ, ରଞ୍ଜିତ କୁମାର ଜେନା, ଶିଶିର ମଲ୍ଲ, ଶରତ ଦଳାଇ, ରାଜେନ୍ଦ୍ର ପ୍ରସାଦ ଦାସ, ଶୁଶାନ୍ତ ସାହୁ, ବ୍ରହ୍ମାନନ୍ଦ ସ୍ୱାଇଁ, ରବିନ୍ଦ୍ର ସ୍ୱାଇଁ, ପ୍ରଫୁଲ ରାଉତଙ୍କ ସମେତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ।
OSCAR-2019
ଖଣ୍ଡଗିରି,: ଚାକିରି କରାଇଦେବା ବାହାନାରେ ଜଣେ ଅଟୋ ଚାଳକଙ୍କଠାରୁ ପାଖାପାଖି ୪ ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ, କଟକ ଚାଉଳିଆଗଞ୍ଜର ପ୍ରସନ୍ନଜିତ୍‌ ମହାନ୍ତି (୪୩)। ନିଜକୁ ଜଣେ ଜାତୀୟସ୍ତରୀୟ ସାମ୍ବାଦିକ ବୋଲି ପରିଚୟ ଦେଇ ପ୍ରସନ୍ନଜିତ୍‌ ଅଟୋ ଚାଳକଙ୍କୁ ଚୂନ ଲଗାଇଥିବା ପୁଲିସ ସୂଚନା ଦେଇଛି। ସୂଚନାନୁସାରେ, ବରମୁଣ୍ଡା ଫାୟାର୍‌ ଷ୍ଟେସନ୍‌ ନିକଟ ଭଗବତ ବସ୍ତିରେ ରହୁଥିବା ଅଟୋଚାଳକ ନିରଂଜନ ପ୍ରଧାନ ଏକଦା କଟକ ଯାଇଥିବା ବେଳେ ଅଭିଯୁକ୍ତ ପ୍ରସନ୍ନଜିତ୍‌ ସହ ପରିଚିତ ହୋଇଥିଲା। ପ୍ରସନ୍ନଜିତ୍‌ ନିଜକୁ ଜଣେ ବରିଷ୍ଠ ସାମ୍ବାଦିକ ବୋଲି ପରିଚୟ ଦେବା ସହ ଦିଲ୍ଲୀରେ ତାଙ୍କ ଲମ୍ବା ହାତ ରହିଛି ବୋଲି କହିଥିଲା। ଦିଲ୍ଲୀ ସଚ୍ଚିବାଳୟ ଓ ରାଷ୍ଟ୍ରପତି ଭବନରେ ବି ତାଙ୍କ ହାତ ରହିଛି ବୋଲି କହିଥିଲା। ଏଡ଼େ ବଡ଼ ଲୋକ ସହ ପରିଚିତ ହେବା ପରେ ନିଂରଜନ ଖୁସି ହୋଇ ଯାଇଥିଲେ। ନିଜ ପୁଅର ଚାକିରି ଖଣ୍ଡେ କରାଇଦେବାକୁ ଅନୁରୋଧ କରିଥିଲେ। ଚାକିରିଟା ବାମ ହାତର ଖେଳ ବୋଲି ପ୍ରସନ୍ନଜିତ୍‌ କହିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଚାକିରି କରାଇଦେବ ବୋଲି ପ୍ରସନ୍ନଜିତ୍‌ କହିଥିଲା। ତେଣୁ ପର୍ଯ୍ୟାୟକ୍ରମେ ନିରଂଜନ ତାକୁ ୩.୭୦ ଲକ୍ଷ ଟଙ୍କା ଦେଇଥିଲେ। ଏମିତିକି ଥରେ ପୁଅକୁ ରାଷ୍ଟ୍ରପତି ଭବନ ବୁଲାଇନେବାକୁ କହି ଫ୍ଲାଇଟ୍‌ ଟିକେଟ୍‌ ମଧ୍ୟ କିଣାଇ ଦେଇଥିଲା। ଏ ଭିତରେ ୬ ମାସ ବିତି ଯାଇଥିଲା। ହଠାତ୍‌ ପ୍ରସନ୍ନଜିତ୍‌ ସହ ନିରଂଜନଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ନିରଂଜନ ଯେତେ ଚେଷ୍ଟା କଲେ ବି ପ୍ରସନ୍ନଜିତ୍‌ର ଦର୍ଶନ ମିଳିଲା ନାହିଁ। ତେଣୁ ସେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ପ୍ରସନ୍ନଜିତ୍‌ ପଛରେ ପଡ଼ିଥିଲା। ୨୦ ଦିନର ଲୁଚକାଳି ଖେଳ ପରେ ଗତକାଲି ରାତିରେ ତାକୁ ପୁଲିସ କଟକରୁ ଧରିବାରେ ସକ୍ଷମ ହୋଇଥିଲା। କଟକ : ଜଟଣୀରେ ନିର୍ମାଣାଧୀନ ଫ୍ଲାଇ ଓଭରବ୍ରିଜ କାର୍ଯ୍ୟ ନିମ୍ନମାନର ଦର୍ଶାଇ ରୁଜୁ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମମାମଲାର ଶୁଣାଣି କରି ୬ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପକ୍ଷଭୁକ୍ତ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ, ଖୋର୍ଦ୍ଧା ଆର୍‌ ଆଣ୍ଡ ବି ଡିଭିଜନର ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା ଆର୍‌ ଆଣ୍ଡ ବି ସବ୍‌ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା ଆର୍‌ ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନୋଟିସ୍‌ ଜାରି କରାଯାଇଛି। ଅନ୍ୟପକ୍ଷରେ ମାମଲାରେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ ପକ୍ଷଭୁକ୍ତ ହୋଇଥିଲେ ମଧ୍ୟ ସଂସ୍ଥାକୁ ନୋଟିସ୍‌ ଜାରି କରାଯାଇ ନାହିଁ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି। ଜଟଣୀ ଅଞ୍ଚଳର ବରିଷ୍ଠ ନାଗରିକ ଭାସ୍କର ଭୁଜବଳ, ବଂଶୀଧର ମହାନ୍ତି ଓ ହରିହର ବେହେରାଙ୍କ ପକ୍ଷରୁ ଦାୟର ଏହି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ଜଟଣୀରେ ଚାଲିଥିବା ଏହି ରେଳ ଫ୍ଲାଇ ଓଭରବ୍ରିଜ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହେଉଛି। ଯେଉଁ ପ୍ଲାନ୍‌ ଅନୁମୋଦନ ହୋଇଥିଲା ସେଥିରେ ନିର୍ମାଣ ସମୟରେ ବ୍ୟତିକ୍ରମ କରାଯାଇଛି। ଖୋର୍ଦ୍ଧା ପଟେ ଅଧିକ ୯ଟି ପିଲର ନିର୍ମାଣକାରୀ ସଂସ୍ଥା ନିର୍ମାଣ କରୁଛି ଯାହା ନିର୍ଦ୍ଧାରିତ ପ୍ଲାନର ଉଲ୍ଲଂଘନ। ଏହି ଗୁରୁତ୍ୱପୂର୍ଣ୍ଣ ଫ୍ଲାଇ ଓଭର ବ୍ରିଜ ପାଇଁ ପ୍ରସ୍ତୁତ ଡିଜାଇନ୍‌, ଡ୍ରଇଂ, ଲମ୍ବ ଓ ଅନ୍ୟନ୍ୟ ପ୍ରସଂଗରେ ନିର୍ମାଣକାରୀ ସଂସ୍ଥା ନିୟମ ଉଲ୍ଲଂଘନ କରୁଛି। ଏହି ଫ୍ଲାଇ ଓଭର ବ୍ରିଜ ନିର୍ମାଣ ସଂପର୍କିତ ଚୁକ୍ତିପତ୍ରରେ ରହିଥିବା ବିଭିନ୍ନ ସର୍ତ୍ତର ନିର୍ମାଣ ସମୟରେ ଉଲ୍ଲଂଘନ କରାଯାଇଛି। ପ୍ରତିଟି ପାଇଲିଂରେ ୬୦ ଫୁଟ ଗଭୀରରୁ ଉନ୍ନତମାନର ଲୁହା ରଡ୍‌ ବ୍ୟବହାର କରାଯିବା କଥା। କିନ୍ତୁ ନିର୍ଦ୍ଧାରିତ ଗଭୀରକୁ ଲୁହା ରଡ୍‌ ଦିଆଯାଉ ନାହିଁ। ପି-୨ରୁ ପି-୬ ପିଲର ଖୋଳିଲେ ନିର୍ଦ୍ଧାରିତ ଗଭୀରକୁ ଲୁହା ରଡ୍‌ ଦିଆଯାଇଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏ ନେଇ ଆବେଦନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯେ।ଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଫଳରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଭୁବନେଶ୍ୱର: ଓଲିଉଡର କମେଡି କିଙ୍ଗ୍‌ ପପୁ ପମ୍‌ପମ୍‌ଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ସେ ନିଜର କ୍ୟାରିଅର ପାଇଁ ଯେତିକି ଚର୍ଚ୍ଚିତ ହୋଇନାହାନ୍ତି,ତା’ଠାରୁ ଅଧିକ ଚର୍ଚ୍ଚା ସାଉଁଟିଛନ୍ତି ନିଜର ବ୍ୟକ୍ତିଗତ ଜୀବନକୁ ନେଇ। ଏବେ ସୋସିଆଲ୍‌ ମିଡ଼ିଆରେ ପପୁ ପମ୍‌ପମ୍‌ଙ୍କର ମୃତ୍ୟୁ ଖବର ପ୍ରଚାରିତ ହୋଇଛି। ସେ କିଛି ଦିନ ତଳେ ନୂଆଦିଲ୍ଲୀର ଏମ୍‌ସଠାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ପୁଣିଥରେ ସେ ଏମ୍‌ସକୁ ଯାଇଥିବାବେଳେ ପପୁ ପମ୍‌ପମ୍‌ଙ୍କ ନାଆଁରେ ଅପପ୍ରଚାର ହୋଇଛି ଯେ ସେ କୁଆଡ଼େ ମୃତ। ଏସଂପର୍କରେ ହାସ୍ୟାଭିନେତା ପପୁ ପମ୍‌ପମ୍‌ ତତ୍‌କ୍ଷଣାତ୍‌ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ସେ ଏମ୍‌ସକୁ ନିୟମିତ ଚେକ୍‌ଅପ୍‌ ପାଇଁ ଆସିଥିଲେ। ସୋସିଆଲ୍‌ ମିଡିଆରେ ତାଙ୍କର ମୃତ୍ୟୁ ଗୁଜବ ଯେତେ ହେବ ,ତାଙ୍କର ଆୟୁଷ ସେତେ ବଢ଼ିଯିବ।ଗୁଜବକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ ବୋଲି ପପୁ ପମ୍‌ପମ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,ସେ ଦର୍ଶକଙ୍କ ସହ ଥିଲେ ଓ ଏବେ ବି ଅଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ,ପପୁ ପମ୍‌ପମ୍‌ଙ୍କୁ ଦର୍ଶକ ଶେଷ ଥରଲାଗି ନିକଟରେ ରିଲିଜ୍‌ ହୋଇଥିବା ସବ୍ୟସାଚୀ-ଏଲିନା ଷ୍ଟାରର୍‌ ସିନେମା ‘ଟୋକାଟା ଫସିଗଲାରେ’ ଦେଖିବାକୁ ମିଳିଥିଲା। ଓଲିଉଡ଼୍‍ର ଆଗଧାଡ଼ିର ଜଣେ କମେଡ଼ିଆନ୍‌ ହେଲେ ପପୁ ପମ୍‌ପମ୍‌। ଏ ବର୍ଷ ତାଙ୍କର ‘ସୁ ନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଓ ‘ଦିଓ୍ଵାନା ହେଲି ତୋ’ ପାଇଁ’ ଭଳି ଦୁଇଟି ବିଗ୍‌ ବଜେଟ୍‌ ଫିଲ୍ମ ବି ରିଲିଜ୍‌ ହୋଇଛି। ପପୁ ପମ୍‌ପମ୍‌ଙ୍କୁ ଦର୍ଶକ ଇତିମଧ୍ୟରେ ୨୦ରୁ ଅଧିକ ଓଡ଼ିଆ ଛବିରେ ଦେଖିସାରିଛନ୍ତି। ହେଲେ ତାଙ୍କ ଅଭିନୀତ ଦୁଇଟି ଓଡ଼ିଆ ସିନେମା ଅଟକି ରହିଛି।ଏଥି ମଧ୍ୟରୁ ଗୋଟିଏ ହେଲା‘ଜୋକର୍‌’ଓ ଅନ୍ୟଟି ‘ସୁରଦାସ’। ୨୦୧୫ରେ ପପୁ ପମ୍‌ପମ୍‌ ନାୟକ ଭୂମିକା ପାଇଥିଲେ ‘ଜୋକର୍‌’ସିନେମାରେ। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ଅଲରାଉଣ୍ଡର୍‌ ସଞ୍ଜୟ ନାୟକ। ଏଥିରେ ପପୁଙ୍କ ସହିତ ତମନ୍ନା,ଲିପ୍‌ସା ଓ ଦୁଷ୍ମନ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମଟିର ନବେ ଭାଗ ସୁଟିଂ ସରିଛି,କିନ୍ତୁ ବାକି ସୁଟିଂ ହୋଇପାରୁ ନ ଥିବା ହେତୁ ତାହା ରିଲିଜ୍‌ ହୋଇପାରିନାହିଁ।
OSCAR-2019
କନକ ବ୍ୟୁରୋ : ଅସହାୟ ବୋଲି କଣ ତାଙ୍କର କୌଣସି ସ୍ୱାଭିମାନ ନାହିଁ ? ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ଘଟିଥିବା ଘଟଣା ଏହି ପ୍ରଶ୍ନ ସୃଷ୍ଟି କରିଛି । ସରକାରୀ ଯୋଜନାରେ ଆସିଥିବା ବିଜୁ ପକ୍କାଘର ଓ ଭତ୍ତା ଟଙ୍କାର ଲୋଭ ଦେଖାଇ ଦଳୀୟ କାର୍ଯ୍ୟାଳୟକୁ ମହିଳାଙ୍କୁ ଡାକି ଦୁଷ୍କର୍ମ କରିଛନ୍ତି ବିଜେଡିର ଜଣେ ସ୍ଥାନୀୟ ନେତା । ଗତ ୧୧ ତାରିଖ ରାତିରେ ଏହି ଘଟଣା ଘଟିଥିଲେ ମଧ୍ୟ ଆଜି ମଙ୍ଗଳପୁର ଥାନାରେ ଅଭିଯୋଗ ହେବାପରେ ସାମ୍ନାକୁ ଆସିଛି । ଏହି ଅସହାୟ ଯୁବତୀଙ୍କ ସହ ଯାହା ଘଟିଛି, ତାହା ଆଉ କାହା ସହ ନଘଟୁ । ଗରିବ ପରିବାରର ଏହି ମହିଳାଙ୍କୁ ଫୋନ ଆସିଲା ବିଜେଡି ଅଫିସକୁ ଆସ, ତମର ବିଜୁ ପକ୍କାଘର ଆସି ଯାଇଛି ଏବଂ ସ୍ୱାମୀ ପରିତ୍ୟକ୍ତା ହୋଇଥିବାରୁ ୨ ଲକ୍ଷ ଟଙ୍କାର ଭତ୍ତା ବି ଆସିଛି । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ରାତି ପ୍ରାୟ ୮ଟାରେ ଦଳୀୟ ଅଫିସକୁ ଡାକିଥିଲେ ଚନ୍ଦ୍ରକାନ୍ତ ମହାପାତ୍ର ନାମକ ଜଣେ ସ୍ଥାନୀୟ ବିଜେଡି ନେତା । ଏପରି କି ସେହି ସମୟରେ ନଆସିଲେ ତାଙ୍କର ନାଁରେ ଥିବା ଏହି ଅର୍ଥ ଫେରିଯିବ ବୋଲି ମଧ୍ୟ କହିଥିଲେ । ସେଠାରେ ମହିଳା ଜଣକ ପହଂଚିବା ପରେ ଅଫିସର କବାଟ ବନ୍ଦ କରିଦେଲେ ଚନ୍ଦ୍ରକାନ୍ତ । ପୋଲିସ ଚନ୍ଦ୍ରକାନ୍ତ ମହାପାତ୍ରଙ୍କ ବିରୋଧରେ ଧାରା ୩୪୨, ୩୭୬ ଓ ୨୯୪ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ପୀଡିତାଙ୍କ ଡାକ୍ତରୀ ମାଇନା ହୋଇଥିବା ବେଳେ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ କରାଇଛି ପୋଲିସ । ପୀଡିତା ଜଣକ କହିଛନ୍ତି, ଚନ୍ଦ୍ରକାନ୍ତଙ୍କୁ ବାରମ୍ବାର ନେହୁରା ହୋଇଥିଲେ ଯେ ସେ ତାଙ୍କ ଝିଅ ବୟସର । କିନ୍ତୁ ଚନ୍ଦ୍ରକାନ୍ତଙ୍କ କାମନାରୂପି ରାକ୍ଷସ ଆଉ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲା । ଶେଷରେ ଅସହାୟ ମହିଳା ଜଣକ ଏହି ରାକ୍ଷସର ଶିକାର ହୋଇଗଲେ । ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଏଭଳି ଅମାନବୀୟ କାଣ୍ଡ କରିଥିବା ଚନ୍ଦ୍ରକାନ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି । ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ମହଙ୍ଗା ମାଡ । ଆକାଶଛୁଆଁ ପନିପରିବା ଦର । ସେଂଚୁରୀ ମାରିଲାଣି ଟମାଟୋ । ୨ ସପ୍ତାହରେ ଦୁଇ ଗୁଣା ହେଲାଣି । ଖାଲି ଟମାଟୋ କାହିଁକି ସବୁ ପରିବାର ଦର ୪୦ ଉପରେ । ପନିପରିବା ସାଙ୍ଗକୁ ଗ୍ରାହକଙ୍କ ପକେଟ୍ ଉପରେ ବୋଝ ଲଦିଛି ଡାଲି ଦର । ବଜାରରେ ଡାଲି ଦର ଡବଲ ସେଂଚୁରୀ ମାରିବାକୁ ବସିଲାଣି । ଜଳୁଛି ମାର୍କେଟ । ହୁ ହୁ ହୋଇ ବଢିଚାଲିଛି ଦର । ଖାଉଟିଙ୍କର ବିଗିଡିଗଲାଣି ମାସିକିଆ ବଜେଟ । ହାଟ କରିବାକୁ ଡର ଲାଗୁଛି । ରେଟ ପଚାରୁ ପଚାରୁ ହାଲୁକ ଶୁଖିଯାଉଛି । ଗତ ୧୫ ଦିନ ଭିତରେ ବଜାର ଦର ବଢିଗଲାଣି । ଖାସକରି ଆଳୁ, ଟମାଟ ଆଉ ଡାଲି ଚିନ୍ତାରେ ପକାଇଛି । ବିଲାତି ବାଇଗଣର ନାଲିଆଖି ଲୋକଙ୍କୁ ଡରାଇବା ଆରମ୍ଭ କଲାଣି । ସପ୍ତାହେ ଭିତରେ ଦର ଦୁଇଗୁଣା ।ନଜର ପକାନ୍ତୁ ଟମାଟର ବଜାର ଦର କେଉଁଠି କିଭଳି ରହିଛି । ଦୁଇ ସପ୍ତାହ ମଧ୍ୟରେ ଭୁବନେଶ୍ୱର ଓ ବାଲେଶ୍ୱରରେ ଦର ଦୁଇଗୁଣାରୁ ଅଧିକ ହୋଇଥିବା ବେଳେ ଜୟପୁରରେ ହୋଇଛି ପାଖାପାଖି ତିନିଗୁଣା । ହେଲେ ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ତିନିଗୁଣା ବଢିଛି ଟମାଟୋର ରେଟ । ସେହିଭଳି ୨ ଟଙ୍କାରୁ ୧୦ ଟଙ୍କା ଯାଏଁ ବଢିଛି କିଲୋ ପିଛା ଆଳୁଦର । କେତେବେଳେ ରାଜ୍ୟ ସରକାର ଅଧିକ ଅମଳର କଥା କହୁଛନ୍ତି ତ ପୁଣି କେତେବେଳେ ଶୀତଳ ଭଣ୍ଡାର ଅଭାବରୁ ଅଭାବୀ ବିକ୍ରି ଭଳି ଘଟଣା ସାମ୍ନାକୁ ଆସୁଛି । ଆଉ ସମସ୍ୟା ସହ ତାଳ ଦେଇ ମଧ୍ୟ ବଢିଚାଲିଛି ଆଳୁ ଦର । ନଜର ପକାନ୍ତୁ କିଭଳି ଆଳୁଦର ଖାଉଟିଙ୍କୁ ଡରାଇବା ଆରମ୍ଭ କଲାଣି । ଯଦିଓ ଟମାଟ ଭଳି ଦର ଦୁଇଗୁଣା କିମ୍ବା ତିନିଗୁଣା ବଢିନାହିଁ ତଥାପି ୨ ରୁ ତିନିଟଙ୍କାର ଏହି ଫରକ ଲୋକଙ୍କୁ ଚିନ୍ତାରେ ପକାଇଲାଣି । ଖାସକରି ମଧ୍ୟବିତ ଓ ଗରୀବ ଶ୍ରେଣୀର ଲୋକଙ୍କ ବଜେଟ ବିଗିଡି ଗଲାଣି । ସବୁଠାରୁ ବଡ ଚିନ୍ତାର କାରଣ ପାଲଟିଛି ଡାଲି ଦର । ପ୍ରତିଦିନ ଭାତ ସହ ଆବଶ୍ୟକ ପଡୁଥିବା ଡାଲି ବି ହୁ ହୁ ହୋଇ ବଢିବାରେ ଲାଗିଛି । ହୋଲସେଲ ଦର ଆଉ ଖୁଚୁରା ଦର ଭିତରେ ଢେର ଫରକ । ଖାଉଟି ପଚାରିଲେ ମିଳୁନି ସନ୍ତୋଷଜନକ ଉତର । ଜାତୀୟ ସ୍ତର ତୁଳନାରେ ରାଜ୍ୟ ସ୍ତରରେ ମୁଦ୍ରାସ୍ଫୀତି ଅଧିକ ରହିଛି । ତାଲିକାର ତୃତୀୟ ସ୍ଥାନରେ ରହିଛି ଓଡିଶା । ଯେଉଁଥିରେ ଡାଲି ଆଉ ପରିବା ତାଳ ଦେଇ ବଢିବାରେ ଲାଗିଛି । ଯାହା ଖାଉଟିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
OSCAR-2019
ବନ୍ଧୁତା ମନୁଷ୍ୟ ଭିତରେ ଥିବା ମହତ୍ ଗୁଣାବଳୀମାନଙ୍କ ମଧ୍ୟରୁ ଅନ୍ୟତମ । ସମଗ୍ର ବସୁଧାକୁ ଗୋଟିଏ ପରିବାର ବୋଲି ମନେ କରୁଥିବା ବ୍ୟକ୍ତିମାନେ ହିଁ ସର୍ବଦା ଉତ୍ତମ ବନ୍ଧୁ ଲାଭ କରିଥା’ନ୍ତି । ଜୀବନ ତ ସଦାସର୍ବଦା ସମତଳ ପଥରେ ଗତିକରି ନଥାଏ । ସୁଖ, ଦୁଃଖ, ଉତ୍ଥାନ, ପତନ, ଘାତ, ପ୍ରତିଘାତ, ହର୍ଷ, ବିଷାଦ ଭିତରେ ଆମେ ବଂଚିବାକୁ ସଂଗ୍ରାମ କରିଥାଉ । ଆପଣା ମନ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ଅନେକ ପ୍ରତିକ୍ରିୟା ସୃଷ୍ଟି ହୁଏ । ଦୁଃଖଦ ଘଟଣାବଳୀରେ ମର୍ମ୍ମାହତ ହେଉଥିବା ମଣିଷ ଦୁଃଖ ଲାଘବ ପାଇଁ ଅନ୍ୟଜଣେ ହୃଦୟବାନ୍ ବ୍ୟକ୍ତିର ଅନ୍ୱେଷଣ କରେ । ଭଲମନ ଏବଂ ସୁସ୍ଥ ସମାଜ, ଗଠନର ଉଦ୍ଧେଶ୍ୟ ସାଧନରେ ଜଣେ ବନ୍ଧୁ ହିଁ ସହାୟକ ହୁଏ । ଚାଣକ୍ୟ ମହାଜ୍ଞାନୀ ଥିଲେ । ସମାଜକୁ ନିୟମିତ, ସଂଯତ, ଶାନ୍ତ ଓ ଶୃଙ୍ଖଳିତ କରିବାର ଲକ୍ଷ୍ୟ ନେଇ ସେ ଏକ ନୀତିଶାସ୍ତ୍ର ଲେଖିଯାଇଛନ୍ତି । ସେଥିରେ ସେ କହିଛନ୍ତି, ଉତ୍ସବ ସମୟରେ, ବିଳାସବ୍ୟସନ କାଳରେ, ଦୁର୍ଭିକ୍ଷ ପଡିଥିବାବେଳେ, ରାଜ୍ୟରେ ବିପ୍ଳବ ସମୟରେ, ରାଜଦ୍ୱାର ଓ ଶ୍ମଶାନରେ ଯେଉଁମାନେ ଉପସ୍ଥିତ ରୁହନ୍ତି ସେମାନଙ୍କୁ ହିଁ ପ୍ରକୃତ ବନ୍ଧୁ ବୋଲି କୁହାଯାଏ । ବନ୍ଧୁ ବନ୍ଧୁକୁ ହିଁ ସତ୍ ପରାମର୍ଶ ଦିଏ । ଭଲ ରାସ୍ତା ଦେଖାଏ, ଉନ୍ନତିର ପଥ ପ୍ରଦର୍ଶନ କରାଏ । ନିର୍ମଳ ହୃଦୟ ହୋଇ ପରସ୍ପରକୁ ଭଲ ପାଇବା ହେଉଛି ବନ୍ଧୁତାର ପ୍ରକୃତ ଲକ୍ଷଣ । ଭଲ ବନ୍ଧୁଟିଏ ପାଇବା ମୋଟେ ସହଜ କଥା ନୁହେଁ । ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପାଇଁ ଅନେକ ବନ୍ଧୁ ଆଗେଇ ଆସନ୍ତି । ଦୃଢ ମନୋବଳ, ଐକ୍ୟ ଓ ହୃଦୟର ମିଳନରୁ ସୃଷ୍ଟି ହୋଇଥିବା ବନ୍ଧୁତା ହିଁ ଚିରନ୍ତନ ଓ ପବିତ୍ର । ଏଇ ବନ୍ଧୁତା ହେଉଛି ସତ୍ୟ, ଶିବ ଓ ସୁନ୍ଦରର ତ୍ରିବେଣୀ ମିଳନ । ବନ୍ଧୁଟିଏ ହେବା ପାଇଁ ଅନେକ ମୂଲ୍ୟବାନ ଗୁଣର ଅଧିକାରୀ ହେବା ଉଚିତ୍ । ବନ୍ଧୁ ତା ବନ୍ଧୁ ନିକଟରେ ସମସ୍ତ ବିଶ୍ୱାସ କଥା କୁହେ । ପ୍ରକୃତ ବନ୍ଧୁ ତାହାକୁ ବାହାରେ ପ୍ରକାଶ କରିବା ଆଦୌ ଶୁଭଙ୍କର ନୁହେଁ । ବିଶ୍ୱାସରେ ବିଷ ମିଶାଇବା ଅନୁଚିତ୍ । ବନ୍ଧୁର ଗୁଣ ଗ୍ରହଣ ଓ ବିସ୍ତାର ବନ୍ଧୁର ଅନ୍ୟତମ କର୍ତ୍ତବ୍ୟ । ବନ୍ଧୁତାର ପରିସର ଆଜି ଖୁବ୍ ବ୍ୱିସ୍ତୃତ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ତାହା ଆଉ ସୀମାବଦ୍ଧ ହୋଇ ରହି ନାହିଁ । ବର୍ତ୍ତମାନ ସମାଜରେ ଦେଶ-ଦେଶ ଓ ଜାତି-ଜାତି ମଧ୍ୟରେ ମୈତ୍ରୀଭାବ ବୃଦ୍ଧି ପାଇବାରେ ଲାଗିଛି । ପିଲାମାନେ ପ୍ରକୃତ ବନ୍ଧୁ ହେବା ପାଇଁ ଉଦ୍ୟମ କରନ୍ତୁ । ତାହେଲେ ଯାଇ ଏ ଦେଶ ମଧୁମୟ ହୋଇ ଉଠିବ ।
OSCAR-2019
କବିତ୍ବ ଦିବ୍ୟଚେତନାର ବାଙ୍କମୟ ଅଭିବ୍ୟକ୍ତି୤ ଜୀବନର ସୂକ୍ଷ୍ମତମ ଲଳିତ ଭାଷ୍ୟ, ସମାଜର ବାଣୀମୟ ମର୍ମଚିତ୍ର୤ କବିର ଦିବ୍ୟ ଲେଖନୀ ବଞ୍ଚିରହେ କାଳକାଳକୁ, ସମୟର ଚଲାପଥରେ ତାର ପଦଚିହ୍ନ ହୁଏ ଚିର ଭାସ୍ବର୤ ସମୟ ପରେ ସମୟ ଗଡ଼ିଚାଲେ୤ ସମୟର ଭାଷାକୁ କବି ଗ୍ରହଣ କରି ନେଇ ଗଢ଼ିଦିଏ କାଳାତୀତ ମାନବିକ ଭାବ ସ୍ପନ୍ଦନ, ଅନାଗତ ସମୟରେ ପ୍ରେରଣା ହୋଇ କବି ତିଆରି କରେ ଦିବ୍ୟ ମାନବିକ ଚିନ୍ତନ ଓ ଚେତନ୤ ଓଡିଆ ସାହିତ୍ୟର ଇତିହାସ ପର୍ଯ୍ୟାଲୋଚନା କଲେ ସର୍ବପ୍ରଥମେ ମାଟିର ମହାକବି ସାରଳା ଦାସ ଆଲୋଚନା ପରିସରକୁ ଆସନ୍ତି୤ ମାଟି ମଣିଷକୁ ସେ ଦେଲେ ସମ୍ମାନ, ତାକୁ ସେ ଦେବତାରେ ପରିଣତ କଲେ୤ ଦେବତାକୁ ନେଇ ଆସିଲେ ମାଟିକୁ୤ ସବୁ ଧର୍ମକୁ ସେ କଲେ ସମନ୍ବୟ୤ ଓଡିଆ ଜାତିକୁ ସେ ଦେଲେ ତାର ଭାଷାର ଐଶର୍ଯ୍ୟ, କଳାର କୌଣାର୍କ, ସଂସ୍କୃତିର ଭାଷ୍ୟ, ଧର୍ମର ଚିନ୍ତନ, ଜାତୀୟ ସ୍ବାଭିମାନର ପରିଚୟ୤ ପଞ୍ଚଦଶ ଶତାବ୍ଦୀ ପରେ ଷୋଡଶ ଶତାବ୍ଦୀର ପ୍ରଥମ ପାଦକୁ ପଞ୍ଚସଖା ଗୋଷ୍ଠୀ ସାରଳା ସାହିତ୍ୟ ସରଣୀ ଉପରେ ରଚିଲେ ଯୋଗ, ଜ୍ଞାନ, ଭକ୍ତି ପ୍ରଣିତ ନୂତନ ସାହିତ୍ୟ ସାମ୍ରାଜ୍ୟ୤ ଏହି ସାମ୍ରାଜ୍ୟ ସାରଳା ସାହିତ୍ୟ ସାମ୍ରାଜ୍ୟର ଭୌଗଳିକ ସୀମାକୁ ଅତିକ୍ରମ କରିଗଲା୤ ସାରଳାଙ୍କ ଭାଷାକୁ ଗ୍ରହଣ କରି, ରୂପଚର୍ୟା ବିଶିଷ୍ଟ ରସବିଭବଯୁକ୍ତ ରୂପ ବୈଚିତ୍ରର ପରିପ୍ରକାଶ୤ ସାରଳାଙ୍କ ଦାଣ୍ଡିବୃତ୍ତକୁ ବଳରାମ ଦାସ ଗ୍ରହଣ କଲେ ରାମାୟଣରେ୤ କେବଳ୍ ଜଗନ୍ନାଥ ଦାସ ଓଡିଆ ସାହିତ୍ୟକୁ ଦେଲେ ଅପରୂପ ନବାକ୍ଷରୀ ବୃତ୍ତ୤ ସାରଳାଙ୍କ ପୁରାଣ ଯୁଗଯୁଗକୁ ରହିଲା୤ ତା ସାଙ୍ଗରେ ସୃଷ୍ଟି ହେଲା ଭଜନ, ଜଣାଣ, ମାଳିକା, ସଂହିତା, ଗୀତା, ଟୀକା, ବୋଲି, ଚଉତିଶା, ଚଉପଦୀ ଆଦି ନାନା ରୂପ ବିଭବ୤ ସାରଳାଙ୍କ ଭାବ ଜଗତ ଏ ଯୁଗରେ ତତ୍ବ ଜଗତରେ ରୂପାନ୍ତରିତ ହୋଇଗଲା୤ ଷୋଡଶ ଶତାବ୍ଦୀ ଓଡିଶାର ଭାଗ୍ୟାକାଶରେ ଗୌରବ ଓ ବିପର୍ଯ୍ୟରର ଶତାବ୍ଦୀ୤ ପଞ୍ଚଦଶ ଶତାବ୍ଦୀର ଶୌର୍ଯ୍ୟ-ବୀର୍ଯ୍ୟ-ସମୃଦ୍ଧି ଷୋଡଶ ଶତାବ୍ଦୀକୁ ହୋଇଛି କ୍ରମ ବିଡମ୍ବିତ୤ ଗଜପତି ପ୍ରତାପରୁଦ୍ର ଦେବଙ୍କର ସାମରିକ ଶକ୍ତିର ବିପର୍ଯ୍ୟୟ, ଦକ୍ଷିଣ ଓ ଉତ୍ତର ପଟୁ ଓଡିଶାକୁ ବାହ୍ୟ ଶତ୍ରୁଙ୍କର କ୍ରମାଗତ ଆକ୍ରମଣ, ରାଜ ସିଂହାସନ ପାଇଁ ସଂଘର୍ଷ, ମୁକୁନ୍ଦଦେବଙ୍କର ତିରୋଧାନ ଓ ମୋଗଲ ଶାସନର ଶାୟାରେ ଓଡିଶାର ଗୌରବ ବିଲୋପ, ଅଖଣ୍ଡ ଉତ୍କଳର ଖଣ୍ଡ ଖଣ୍ଡ ସ୍ବାଧୀନ ରାଜ୍ୟ ଗଠନ, ଓଡିଶାର ଗୌରବ ନୀଳାଚଳ କ୍ଷେତ୍ରରେ ଯବନ ମାନଙ୍କର ପ୍ରଖର ଆକ୍ରମଣ, ଅଥଚ ଏ ଯୁଗର ଭାଷା ଓ ସାହିତ୍ୟ ସୃଷ୍ଟିକଲା ନୂତନ ସଂହତି୤ ସ୍ବାଧୀନ ଓଡିଶାର ଭୌଗଳିକ ସୀମାକୁ ମଧ୍ୟ ଏହା ଅତିକ୍ରମ କରି ଆହୁରି ବୃହତର ଅଂଶକୁ ସ୍ପର୍ଶ କରିଥିଲା୤ ବିପର୍ଯ୍ୟୟ ଭିତରେ ଏହା ତିଆରି କଲା ଏକ ନୂତନ ଭାବ-ସାମ୍ରାଜ୍ୟ, ପଞ୍ଚ ସଖା ସାହିତ୍ୟ ସେ ଯୁଗର ବାଣୀମୂର୍ତ୍ତି ଚିତ୍ର କେବଳ ନୁହେଁ, ଅନାଗତ ଭବିଷ୍ୟତର ଜାତୀୟ ପ୍ରେରଣା – ଓଡିଆ ଜାତି ହୃଦୟର ଆହ୍ବାନ, ମାନବ ମୈତ୍ରୀ ବୋଧର ନିଦର୍ଶନ୤ ଶ୍ରୀମଦଭାଗବତକୁ ନବାକ୍ଷରୀ ବୃତ୍ତରେ ଜଗନ୍ନାଥ ଦାସ ଅନୁବାଦ କଲେ୤ ଏହା ଅନୁବାଦ ହେଲେ ହେଁ ଅନୁସୃଷ୍ଟି ଲଳିତ ପଦାବଳୀ ଏବଂ ଶାଶ୍ବତ ନୀତି ବାଣୀର ପ୍ରୟୋଗ ଯୁଗ ଯୁଗ ଧରି ପାଠକ ମାନଙ୍କୁ ଅଭିଭୁତ କରୁଛି୤ ଏହି ଗ୍ରନ୍ଥ ହେଉଛି ଓଡିଆ ଜାତିର ଜୀବନ, ବେଦ, ଭକ୍ତି, ଜ୍ଞାନ, ମୋକ୍ଷ, ଜୀବନବାଦର ଏହା ଏକ ଉତକୃଷ୍ଟ ଆଲେଖ୍ୟ୤ ଓଡିଶାରେ ଷୋଡଶ ଶତାବ୍ଦୀ ରାଜନୀତିକ କ୍ଷେତ୍ରରେ ବିପର୍ଯ୍ୟର କାଳ ହେଲେ ହେଁ ସାହିତ୍ୟ କ୍ଷେତ୍ରରେ ଆସିଥିଲା ସୁବର୍ଣ୍ଣଯୁଗ୤ ଧର୍ମ, ଦର୍ଶନ ଭିତ୍ତିକ ସାହିତ୍ୟରେ ଏହି ଯୁଗ ଥିଲା ଅଗ୍ରଣୀ୤ ଓଡିଶାର ସନ୍ଥ କବିମାନଙ୍କ ଅବଦାନ ଚିର ସ୍ମରଣୀୟ ୤ ଯୁଗଯୁଗ ଧରି ସେମାନେ ଓଡିଆ ଜାତିକୁ ଦେଇ ଆସିଛନ୍ତି ପ୍ରେରଣା୤ ଧର୍ମର ସଂକୀର୍ଣ୍ଣନା ଓ ଆଚାରଗତ ବ୍ୟୁହ ଭେଦ କରି ସର୍ବମାନବ କଲ୍ୟାଣକାରୀ ଉଦାର ମାନବ ଧର୍ମର ପ୍ରବକ୍ତା ରୂପେ ପରିଚିତ୤ ନ୍ଦ୍ବନ୍ଦ ଓ ସଂଘର୍ଷର ଉପସଂହାର କରି ଯୁଗାନ୍ତକାରୀ ବୈପ୍ଳବିକ ପଦକ୍ଷେପ ଦେବାରେ ସିଦ୍ଧହସ୍ତ ଥିଲେ୤ ଜଗନ୍ନାଥ ଦାସ ଥିଲେ ମେଧାବୀ୤ ପିଲାଦିନରୁ ଭକ୍ତି ପରାୟଣ ଏବଂ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ୤ ପ୍ରତିଦିନ ଶୁଦ୍ଧପୂତ୍ତ ହୋଇ ବଟଗଣେଶଙ୍କଠାରେ ଭାଗବତର ଅର୍ଥ ବ୍ୟାଖ୍ୟା କରୁଥିଲେ୤ ଶହ ଶହ ଲୋକ ତାଙ୍କର ଅପୂର୍ବ ଭାଗବତ ବ୍ୟାଖ୍ୟା ଶୁଣି ଚମକୃତ ହେଉଥିଲେ୤ ତାଙ୍କର ଖ୍ୟାତି ସୂର୍ଯ୍ୟର ରଶ୍ମୀ ସମାନ ବହି ଚାଲିଥିଲା୤ ଦ୍ବାଦଶ ସ୍କନ୍ଧର ଅର୍ଥ କରୁଥିବା ବେଳେ ଏକଦା ଶ୍ରୀ ଚୈତନ୍ୟ ଶିଷ୍ୟମାନଙ୍କ ସହିତ ସେଠାରେ ଉପସ୍ଥିତ ହୋଇ ହୃଦୟର ସହିତ ଆଲିଙ୍ଗନ କରି “ଅତି ବଡ” ଉପାଧିରେ ଭୂଷିତ କରିଥିଲେ୤ ଉତ୍କଳର ସର୍ବଶ୍ରେଷ୍ଠ ଜନପ୍ରିୟ ପୁସ୍ତକ ଜଗନ୍ନାଥଙ୍କର ଭାଗବତ ଗ୍ରନ୍ଥ ଘରେ ଘରେ ହିଁ ପ୍ରସିଦ୍ଧ ୤ ଓଡିଆ ଜାତିର ଜୀବନ ବେଦ, ଓଡିଆ ଆତ୍ମୀୟତାର ଜୈତ୍ରବାଣୀ, ଘୋର ଦୁର୍ଦିନ ମଧ୍ୟରେ ଏହି ଗ୍ରନ୍ଥ ହିଁ ହୋଇଥିଲା ସକଳ ପ୍ରତିବେଶୀମାନଙ୍କର ହୀନ ଚକ୍ରାନ୍ତକୁ ବ୍ୟର୍ଥ କରିବାପାଇଁ ଉପାଦୀୟ ପ୍ରେରଣା୤ ଏହାହିଁ ଓଡିଆ ଜାତୀୟତାର ଏକ ଅମଳିନ କିର୍ତ୍ତୀସ୍ତମ୍ଭ୤ ଓଡିଶାର ଜାତୀୟ ଚରିତ୍ର ଗଠନ କରିବାରେ ଏହା ଏକ ନିର୍ଭର ଯୋଗ୍ୟ ଭିତ୍ତିଭୂମି ନିର୍ମାଣ କରିଛି୤ ସେତେବେଳେ ଏହା ଚାହାଳୀରେ ପିଲାମାନଙ୍କର ପ୍ରଧାନ ପାଠ୍ୟ ପୁସ୍ତକ ଥିଲା୤ ଯେଉଁ ପିଲା ଅଧ୍ୟାୟେ ଭାଗବତ ବୋଲି ପାରିଲା ତାର ବିଦ୍ୟା ଶେଷ ହେଉଥିଲା୤ ଅନେକ ଲୋକଙ୍କର ସକାଳେ ସ୍ନାନ କରି ସନ୍ଧ୍ୟାବେଳେ ଭାଗବତ ପାଠ କରିବା ମଧ୍ୟ ନିତ୍ୟ ନୈମିତ୍ତିକ କାର୍ଯ୍ୟଥିଲା୤ ଏହି ସବୁଥିରୁ ଭାଗବତର ଲୋକପ୍ରିୟତା ସହଜରେ ଅନୁମାନ କରାଯାଇଥାଏ୤ ଭାଗବତ ରଚନା କରି ଜଗନ୍ନାଥ ଦାସ ନିଜ ଜାତିର ସବୁ ଶ୍ରେଣୀର ଲୋକଙ୍କୁ ମାତୃଭାଷା ଓଡିଆକୁ ଶିକ୍ଷା କରିବାପାଇଁ ପ୍ରେରଣା ଦେଇଥିଲେ୤ ଜଗନ୍ନାଥ ଦାସଙ୍କ ଭାଗବତ ପଢିବା ପାଇଁ ଲୋକମାନେ ଉତ୍ସାହରେ ଓଡିଆ ଶିକ୍ଷା କରିବାକୁ ଲାଗିପଡିଲେ୤ ଓଡିଶାର ପ୍ରତ୍ୟେକ ହିନ୍ଦୁ ଗ୍ରାମରେ ଜଗନ୍ନାଥ ଦାସଙ୍କ ଭାଗବତ ସଂରକ୍ଷିତ୤ ସର୍ବତ୍ର ଅଛି ଭାଗବତ ଟୁଙ୍ଗୀ ଏବଂ ସନ୍ଧ୍ୟାରେ ସେଠି ଭାଗବତ ପଠନ ହୁଏ୤ ବାସ୍ତବରେ ଜଗନ୍ନାଥ ଦାସ ଏବଂ ତାଙ୍କର ଭାଗବତ ଓଡିଆ ଜାତୀୟ ଜୀବନ ଓ ସଂସ୍କୃତିକୁ ଗଢିଛି, ତାକୁ ଦେଇଛି ଏକ ସମୃଦ୍ଧ ଗୌରବମୟ ପରମ୍ପରା୤ ଉତ୍କଳର ଗ୍ରାମୀଣ ଆଧ୍ୟାତ୍ମିକ ଆନ୍ଦୋଳନ ଓ ସାଂସ୍କୃତିକ ଚେତନା ପ୍ରବାହର ପ୍ରଧାନ କେନ୍ଦ୍ର ହୋଇପଡିଥିଲା ଭାଗବତ ଘର ଏବଂ ଭାଗବତ ପାଠ୤ ଜାତୀୟ ସ୍ତରରେ ଅନେକ କ୍ଷେତ୍ରରେ ଓଡିଶା ମାନଦଣ୍ଡ ସୃଷ୍ଟି କରିଛି୤ ଓଡିଶାର ମଡେଲ୍ ବିଶ୍ବରେ ମାନଦଣ୍ଡ ସୃଷ୍ଟି କରି ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଶଂସିତ ହେଉଛି୤ ଦାରିଦ୍ର ଦୂରୀକରଣ ଯୋଜନାର ସଫଳ ରୂପାୟନ ହେଉ କିମ୍ବା ଜନଜାତି ଏବଂ ମହିଳାଙ୍କୁ ବିକାଶ ପ୍ରକ୍ରିୟାରେ ଅନ୍ତର୍ଭୂକ୍ତ କରିବା କାର୍ଯ୍ୟକ୍ରମ, ଦୁର୍ନିତୀ ବିରୋଧରେ ସଂଗ୍ରାମ କିମ୍ବା ଜନସାଧାରଣଙ୍କୁ ସବୁ ବର୍ଗରେ ସଶକ୍ତ କରିବାର ଉଦ୍ୟମ, ସବୁଥିରେ ଓଡିଶାର ଦକ୍ଷତା ସ୍ମରଣୀୟ୤
OSCAR-2019
ଇସଲାମାବାଦ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଦୁର୍ନୀତି ଅଭିଯୋଗରେ ଜେଲରେ ବନ୍ଦ ଥିବା ନୱାଜ ସରିଫଙ୍କ ପତ୍ନୀ କୁଲସୁମ ନୱାଜଙ୍କ ମଙ୍ଗଳବାର ଲଣ୍ଡନସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । କୁଲସୁମଙ୍କ ଅନ୍ତିମ ସଂସ୍କାର ପାଇଁ ନୱାଜ ସରିଫ, ତାଙ୍କ ଝିଅ ମରିୟମ ନୱାଜ ଓ ଜ୍ୱାଇଁ କ୍ୟାପଟେନ ସଫଦରଙ୍କୁ ୧୨ ଘଣ୍ଟା ପାଇଁ ପାରୋଲରେ ଛାଡ଼ିବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ପାକିସ୍ତାନ ସରକାର ଏସମସ୍ତଙ୍କୁ କୁଲସୁମ ନୱାଜଙ୍କ ଅନ୍ତିମ ସଂସ୍କାରରେ ଶାମିଲ ହେବାକୁ ୧୨ ଘଣ୍ଟା ପାଇଁ ଛାଡ଼ି ଦେବେ । ଏହି ସମୟରେ କିଛି ନିୟମ ପାଳନ କରିବାକୁ ପଡିବ । ସୂଚନାଯୋଗ୍ୟ ୬୮ ବର୍ଷିଅ କୁଲସୁମ ନୱାଜ ଗତ କିଛି ଦିନ ଧରି କ୍ୟାନସର ରୋଗ ଯୋଗୁଁ ଇଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଗଳାରେ କ୍ୟାନସର ହୋଇଥିଲା । ଲଣ୍ଡନରେ କୁଲସୁମଙ୍କ ଚିକିତ୍ସା ଚାଲିଥିଲା । ଲାହୋରରେ ସୁପୁଦ-ଏ-ଖାକ କରିବା ପରେ ଲଣ୍ଡନରେ ତାଙ୍କ ସ୍ମୁତିରେ ଶୋକସଭା ପାଳନ ହେବ । ପାକିସ୍ତାନରେ କୁଲସୁମଙ୍କୁ ସମ୍ମାନ ଦିଆଯିବ । ଲଣ୍ଡନର ହାର୍ଲେ ଷ୍ଟ୍ରୀଟ କ୍ଲିନିକରେ ବର୍ଷ ୨୦୧୭ ଜୁନରୁ କୁଲସୁମଙ୍କ ଚିକିତ୍ସା ଚାଲିଥିଲା । ତାଙ୍କୁ ସୋମବାର ଠାରୁ ଲାଇଫ ସପୋର୍ଟରେ ରଖିଥିଲେ । ନୱାଜ ସରିଫ ଓ କୁଲସୁମଙ୍କ ୧୯୭୧ରେ ନିକାହ ହୋଇଥିଲା ।
OSCAR-2019
ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୨/୦୨– ରାୟଗଡା ଦେଇ ଆନ୍ଧ୍ରପ୍ରଦେଶ କୁ ଯୋଗେଯାଗ କରୁଥିବା ଏକ ମାତ୍ର ପୋଲ ଉପରେ ଏବେ ଏକମାସ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅଙ୍କୁଶ ଲଗାଯାଇଛି । ଏ ନେଇ ପ୍ଲେକ୍ସ ବ୍ୟାନର ମାଧ୍ୟମରେ ସଚେତନତା କରାଯାଇଛି । ରାୟଗଡ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ପାଖ ଝଂଜାବତୀ ପୋଲି ବହୁତ ପୁରୁଣା ହୋଇଥିବା ଏବଂ ବିପଦ ର ଆଶଙ୍କା ଥିବାରୁ ଏହି ଭଳି ନିଷ୍ପତି ନିଆଯାଇଛି । ୩୧ ଟନରୁ ଉଦ୍ଧ୍ୱର୍ ମାଲ ପରିବହନ କରୁଥିବା ଭାରିଯାନ ଗୁଡିକୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ନିଶିଦ୍ଧ ଘୋଷଣା କରାଯାଇଛି । ଏବଂ ୨୫ ରୁ ୩୧ ଟନ ପର୍ଯ୍ୟନ୍ତ ମାଲ ପରିବହନ କରୁଥିବା ଭାରିଯାନ ଗୁଡିକୁ ସକାଳ ୯ ଘଟିକା ଠାରୁ ରାତ୍ର ୯ ଘଟିକା ମଧ୍ୟରେ ଝଂଜାବତୀ ପୋଲ ଏବଂ ରାୟଗଡା ସହର ମଧ୍ୟରେ ଚଳାଚଳକୁ ନିଶିଦ୍ଧ କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପ କ୍ଷରୁ ସ୍ଥାନୀୟ ଝଂଜାବତୀ ପୋଲି ନିକଟ ଏବଂ ସହରର ବିଭିନ୍ନ ସ୍ଥାନରେ ସୂଚନା ସମ୍ବନ୍ଧୀୟ ଫଳକ ଲଗାଯାଇଛି । ଝଂଜାବତୀ ପୋଲ ବହୁ ପୁରୁଣା ଏବଂ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରତି ଦିନ ଶହ ଶହ ସଂଖ୍ୟକ ଗାଡି ଏହି ପୋଲ ଦେଇ ଯାତାୟତ କରିଥାଏ । କିଛି ଦିନ ତଳେ ଝଂଜାବତୀ ପୋଲର ବିକଳ୍ପ କୁ ନେଇ ଏକ ନୂତନ ପୋଲ ନିର୍ମାଣ କରିବା ପାଇଁ ଓଡିଶା ସରକାର ନିଷ୍ପତି ନେଇଥିଲେ । ପ୍ରାୟ ୨.୫ କୋଟି ଟଙ୍କାର ଏହି ପୋଲ କାମ ଆନ୍ଧ୍ର ପ୍ରଦେଶ ଏକ କଂପାନୀ ମା ମଝିଘରିଆଣୀ ମନ୍ଦିର ନିକଟରୁ ମାଟି କାମ ଆରମ୍ଭ କରିଥିଲା । କିନ୍ତୁ ଓଡିଶା ସରକାର ଏବଂ ରେଳ ବିଭାଗ ମଧ୍ୟରେ ଜମି ଅଧିଗ୍ରହଣ ହୋଇନଥିବା ଦର୍ଶାଇ ରେଳ ବିଭାଗ ପୋଲ କାମକୁ ବନ୍ଦ କରିଦେଇଥିଲା । ବହୁ ବାଦ ବିବାଦ ସତ୍ୱେ ବର୍ତମାନ ସୁଦ୍ଧା ନୂତନ ପୋଲର କାମ ଆରମ୍ଭ ହୋଇ ପାରୁନି । ଏ ସବୁ ସମସ୍ୟାର ସମାଧାନ କେବେ ହେବ ଏବଂ ନୂତନ ପୋଲ ର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ତାହା ନେଇ କିଛି ସ୍ପଷ୍ଟ ଜଣା ପଡୁନଥିବା ବେଳେ ଏକ ମାସ ପୋଲ ବନ୍ଦ କରି ସମସ୍ୟାର ସମାଧାନ ହୋଇପାରିବ କି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।
OSCAR-2019
ବାମଣ୍ଡାର ରାଜା ସୁଢ଼ଳଦେବଙ୍କ ଆର୍ଥିକ ସହାୟତା ଏବଂ ଆନ୍ତରିକ ଉଦ୍ୟମ ଫଳରେ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ଆରମ୍ଭ ହୋଇଥିଲା ସମ୍ବଲପୁର ହିତୈଷିଣୀ। ଏଥିରେ ମୁଖ୍ୟତଃ ବାମଣ୍ଡା, ସମ୍ବଲପୁରର ଗଡ଼ଜାତ ଅଞ୍ଚଳର ସମ୍ବାଦ ପ୍ରକାଶ ପାଉଥିଲା। ସମକାଳୀନ ଅନ୍ୟ ପତ୍ରିକାମାନଙ୍କ ତୁଳନାରେ ଏହାର ରଚନାଶୈଳୀ ଅଧିକ ଯୁକ୍ତିନିଷ୍ଠ ଓ ଅଭିଜାତ ରୁଚିସମ୍ପନ୍ନ ଥିଲା। ସାହିତ୍ୟ ଚର୍ଚ୍ଚା, ସମାଲୋଚନା, କାବ୍ୟ କବିତା, ଗଦ୍ୟ ବିଭାଗୀୟ ପ୍ରବନ୍ଧ ଆଦି ଏଥିରେ ସ୍ଥାନ ପାଉଥିଲା। ରାଧାନାଥ, ମଧୁସୂଦନ ରାଓ, ଗଙ୍ଗାଧର ମେହେର, ବିଶ୍ୱନାଥ କର, ଫକୀରମୋହନ ସେନାପତି, ଲାଲା ରାମମୋହନ ରାୟ, ସଚ୍ଚିଦାନନ୍ଦ ଦେବ, ଜଳନ୍ଧର ଦେବ ଆଦିଙ୍କ ଭଳି ବିଖ୍ୟାତ ସାହିତ୍ୟିକମାନଙ୍କର ଲେଖା ଏଥିରେ ପ୍ରକାଶ ପାଇଥିଲା। ତଳ ସାରଣୀରେ ଏହି ଖବର କାଗଜର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ। ଡାଉନ୍‌ଲୋଡ୍ କରିବା ଆଗରୁ ଖବର କାଗଜ ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।
OSCAR-2019
ଛାତ୍ରର ଗୁଳିମାଡ଼ରେ ପ୍ରିନ୍ସପାଲଙ୍କ ମୃତ୍ୟୁ । ପ୍ରିନ୍ସପାଲଙ୍କ ଚାମ୍ବରରେ ପଶି ଗୁଳିମାଡ଼ କରିଛନ୍ତି ଜଣେ ସ୍କୁଲ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣା, ଜମୁନାନଗମରେ ଥିବା ବିବେକାନନ୍ଦ ସ୍କୁଲରେ । ସ୍ଥାନୀୟ ଏସପିଙ୍କ ସୂଚନା ଅନୁସାରେ ଦ୍ୱାଦଶ ଶ୍ରେଣୀ ବାଣିଜ୍ୟରେ ପାଠ ପଢ଼ୁଥିବା ଜଣେ ଛାତ୍ର ଅତର୍କିତ ଭାବରେ ପ୍ରିନ୍ସିପାଲଙ୍କ ରୁମରେ ପ୍ରବେଶ କରିଥିଲା । ଆଉ ସାଙ୍ଗରେ ନେଇ ଆସିଥିବା ବାପାଙ୍କ ବନ୍ଧୁକ କାଢ଼ି ୩ ରାଉଣ୍ଡ ଗୁଳି କରିଥିଲା । ଏହି ଛାତ୍ର ଜଣକ ପାଠପଢ଼ାରେ ଦୁର୍ବଳ ଥିବାରୁ ତାଙ୍କୁ ପ୍ରିନ୍ସିପାଲ ଡାକି ଥରେ ଦୁଇ ଥର ତାଗିଦ୍ କରିଥିଲେ । ଏହାକୁ ଛାତ୍ର ଜଣକ ଅସନ୍ତୁଷ୍ଟ ଥିଲା । ଅଭିଭାବକ ଏବଂ ପ୍ରିନ୍ସିପାଲ ମିଟିଂ ଚାଲିଥିବା ବେଳେ ଅଚାନକ୍ ଆସି ଗୁଳିକାଣ୍ଡ କରିଥିଲା । ଗୋଟିଏ ଗୁଳି ପ୍ରିନ୍ସିପାଲଙ୍କ ମୁହଁରେ ବାଜିଥିବା ବେଳେ ଗୋଟିଏ ହାତରେ ଏବଂ ଆଉ ଗୋଟିଏ ଗୁଳି ଛାତିରେ ବାଜିଥିଲା । ଗୁଳିକାଣ୍ଡ ପରେ ସ୍କୁଲର ପ୍ରିନ୍ସିପାଲ ଋତୁ ଛାବ୍ରାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି । ଏହି ଘଟଣାରେ ଛାତ୍ରଙ୍କ ବାପାଙ୍କୁ ମଧ୍ୟ ମାମଲାରେ ପରିସର ଭୁକ୍ତ କରାଯାଇ, ଆର୍ମସ୍ ଆକ୍ଟ ଲାଗିବାର ସମ୍ଭାବନା ରହିଛି । ତେବେ ଏହା ପୂର୍ବରରୁ ଦୁଇ ଦୁଇଟି ଏହି ଭଳି ଘଟଣା ପୂର୍ବରୁ ଘଟି ସାରିଛି । ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ଗୁଡଗାଓଁର ଏକ ଘରୋଇ ବିଦ୍ୟାଳୟରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ସେହି ସ୍କୁଲର ଜଣେ ୧୬ ବର୍ଷୀୟ ଯୁବକ ହତ୍ୟା କରିଥିଲା । ଆଉ ହତ୍ୟାକାଣ୍ଡ ପଛରେ ଉର୍ଦ୍ଦେଶ୍ୟ ଥିଲା ସ୍କୁଲର ପରୀକ୍ଷାକୁ ଘୁଂଚାଇବା । ସେହିପରି ଚଳିତ ମାସରେ ଲକ୍ଷେ୍ନøରେ ମଧ୍ୟ ଜଣେ ପ୍ରଥମଶ୍ରେଣୀର ଛାତ୍ରକୁ ସେହି ସ୍କୁଲର ଜଣେ ଛାତ୍ରୀ ଛୁରାମାଡ଼ କରିଥିଲା । ଆଉ ସ୍କୁଲ ଛୁଟି ପାଇଁ ଏହି ଛୁରାମାଡ଼ ହୋଇଥିବା ଜଣାପଡ଼ିଥିଲା ।
OSCAR-2019
ନୂଆଦିଲ୍ଲୀ : ନାବାଳିକା ଚାଲାଣ ହେଉଥିବା ନେଇ ଜଣେ ଯାତ୍ରୀଙ୍କ ଟ୍ଵିଟ୍‌ ମିିଳିବା ପରେ ରେଳବାଇ ସୁରକ୍ଷା ବଳ(ଆରପିଏଫ୍‌) ଓ ସରକାରୀ ରେଳବାଇ ପୁଲିସ୍‌(ଜିଆରପି)ର ମିଳିତ ଉଦ୍ୟମରେ ୨୬ ଜଣ ନାବାଳିକାଙ୍କୁ ମୁଜାଫରପୁର-ବାନ୍ଦ୍ରା ଅଓ୍ଵଧ ଏକ୍ସପ୍ରେସରୁ ଉଦ୍ଧାର କରାଯାଇଛି। ନାବାଳିକାମାନଙ୍କର ବୟସ ୧୦-୧୪ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନେ ବିହାର ଚମ୍ପାରଣର ବୋଲି ଜଣାପଡ଼ିଛି। ସମସ୍ତ ନାବାଳିକାଙ୍କୁ ଉଦ୍ଧାର ପରେ ପୁଲିସ ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରି ସେମାନଙ୍କ ପରିବାରକୁ ଖବର ଦେଇଛି। ଖବର ମୁତାବକ, ଗତକାଲି ଅଓ୍ଵଧ ଏକ୍ସପ୍ରେସର ଏସ-୫ ବଗିରେ ୨୬ ଜଣ ଝିଅ କାନ୍ଦୁଥିବା ଓ ଅସୁରକ୍ଷିତ ଭାବେ ବସିଥିବା ଦେଖି ସେମାନଙ୍କୁ ଚାଲାଣ କରାଯାଉଥିବା ଯାତ୍ରୀମାନେ ସନ୍ଦେହ କରିଥିଲେ। ଜଣେ ଯାତ୍ରୀ ଏନେଇ ଟ୍ଵିଟରରେ ଲେଖିବା ସହ ରେଳବାଇର ଦୃଷ୍ଟି ଆକର୍ଷଣ କରିଥିଲେ। ଖବର ପାଇ ଜିଆରପିର ଏକ ସ୍ୱତନ୍ତ୍ର ଟିମ୍‌ ଗୋରଖପୁର ଓ ପ୍ରତାପଗଡ଼ରେ ସାଦା ପୋଷାକରେ ଟ୍ରେନରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ସହ ଜଣେ ୨୨ ବର୍ଷର ଯୁବକ ଓ ୫୫ ବର୍ଷର ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।
OSCAR-2019
ନୂଆଦିଲ୍ଲୀ: ବିମାନରେ ବ୍ୟବହାର ହେଉଥିବା ଇନ୍ଧନ ଆଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌ (ଏଟିଏଫ୍‌)କୁ ଜିଏସ୍‌ଟି ପରିସରରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜିଏସ୍‌ଟି ପରିଷଦକୁ ଏହି ପ୍ରସ୍ତାବ ଦିଆଯିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ନିକଟରେ ବିମାନ କଂପାନିଗୁଡ଼ିକ ଏହି ଦାବି ଉପସ୍ଥାପନ କରିଛନ୍ତି। ଏଠାରେ ଆୟୋଜିତ ଏକ ବୈଠକରେ ଏୟାର ଇଣ୍ଡିଆର ସିଏମ୍‌ଡି ପ୍ରଦୀପ ସିଂ ଖରୋଲା, ପଓ୍ଵନ୍‌ ହନ୍ସର ସିଏମ୍‌ଡି ବି ପି ଶର୍ମା ଓ ଘରୋଇ ବିମାନ କଂପାନିଗୁଡ଼ିକର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଶ୍ରୀ ସିହ୍ନାଙ୍କ ସହ ଆଲୋଚନା କରିଥିଲେ। ଯଦି ଏଟିଏଫ୍‌କୁ ଜିଏସ୍‌ଟି ପରିସରରେ ସାମିଲ କରାଯିବ ତେବେ ବିମାନ ଟିକଟ ଆହୁରି ଶସ୍ତା ହୋଇଯିବ। ବିମାନ କଂପାନିଗୁଡ଼ିକର ପରିଚାଳନା ଖର୍ଚର ଏକ ସିଂହଭାଗ ଇନ୍ଧନରେ ବ୍ୟବହାର ହେଉଛି। ଉୁବନେଶ୍ୱର: ଓଡ଼ିଶାରୁ ସୃଷ୍ଟି ହୋଇଥିବା କଂପାନି ଆଗ୍ରି ଲିଙ୍କ ଫୁଡ୍‌ ପ୍ରୋସେସିଂ ପ୍ରାଇଭେଟ୍‌ ଲିମିଟେଡ୍‌ ତରଫରୁ ବଜାରରେ ‘ଏହା’ ବ୍ରାଣ୍ଡ୍‌ର ଫଳରସ ବିକ୍ରି ଆରମ୍ଭ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆମ୍ବ ଓ ଲିଚୁର ଫଳରସ ବିକ୍ରି କରାଯିବ। ଆଗାମୀ ଦିନରେ ଆଉ ଚାରି ପ୍ରକାର ଫଳରସକୁ କଂପାନି ବଜାରରେ ଉପଲବ୍ଧ କରାଇବ ବୋଲି ଏହାର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦେଶକ ଲେଫଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ଅସିତ୍‌ ମହାପାତ୍ର କହିଛନ୍ତି। ୨୦୦ ଗ୍ରାମର ଫଳରସ ଦର ୧୫ ଟଙ୍କା ରହିଛି। ଏହି ଅବସରରେ କଂପାନିର ନିର୍ଦେଶିକା ଶର୍ମିଲି ମହାପାତ୍ର ଉପସ୍ଥିତ ଥିଲେ। ଅହମଦାବାଦ: ଭାରତର ସବୁ ଭଉଣୀଙ୍କ ପରି ସେ ବି ଧାର୍ମିକ ଭାବନାରେ ତାଙ୍କ ଭାଇ ନିମନ୍ତେ ରାଖିଟିଏ କିଣି ସ୍ନେହ ଓ ଆଶାର ସହ ଲଫାପାରେ ମୁଦି ଡାକଘରେ ପକାଇ ଦିଅନ୍ତି। ଏହାର ପ୍ରାପକ ସ୍ଥାନରେ ଲେଖା ଥାଏ କୋଟ୍‌ ଲାଖପତ ଜେଲ୍‌, ପାକିସ୍ତାନ। ଡାକରେ ରାଖି ପଠାଇ ସାରିବା ପରେ ୧୯୯୪ ମସିହାରେ ପାକିସ୍ତାନ ଜେଲ୍‌ରେ ପଡ଼ିଥିବା କୁଳଦୀପ ଯାଦବଙ୍କ ଭଉଣୀ ୪୫ ବର୍ଷୀୟ ରେଖା ଯାଦବ ବିନିଦ୍ର ରଜନୀ କଟାନ୍ତି। ରାଖି କ’ଣ ଭାଇ ନିକଟରେ ପହଞ୍ଚିବ, ଭାଇ କ’ଣ ବଞ୍ଚିଥିବ। ଭାରତ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ କୁଳଦୀପଙ୍କୁ ଜେଲ୍‌ରେ ରଖାଯାଇଛି। ଅହମଦାବାଦର ଚାନ୍ଦଖେଦା ଅଞ୍ଚଳରେ ରହୁଥିବା ରେଖା ୧୯୯୭ ମସିହାରୁ ରାଖି ପଠାଇ ଆସୁଛନ୍ତି। ସାମରିକ ଅଦାଲତ୍‌ ତାଙ୍କୁ ୨୫ ବର୍ଷ ଜେଲ୍‌ ଦଣ୍ଡ ଦେବା ପରେ କୁଳଦୀପ କୋଟ୍‌ ଲାଖପତ୍‌ ଜେଲ୍‌ରେ ଅଛନ୍ତି ବୋଲି ସେ ସେହି ବର୍ଷ ଜାଣିବାକୁ ପାଇଥିଲେ। ସେ କହିଛନ୍ତି: ଜେଲ୍‌ରୁ ଆମେ ନିୟମିତ ବ୍ୟବଧାନରେ ଚିଠି ପାଉଥିଲୁ। ୨୦୧୧ରେ ତାଙ୍କ ଠାରୁ ଶେଷ ଥର ଚିଠି ଆସିଥିଲା। ସେବେଠାରୁ ତାଙ୍କ ଠାରୁ ଆଉ ଚିଠି ନ ଆସୁ ଥିବାରୁ ସେ ବଞ୍ଚିଛନ୍ତି କି, ନାହିଁ ଆମର ସନ୍ଦେହ ହେଉଛି। ସେପ୍ଟେମ୍ବର ୧୦ ତାରିଖ, ୨୦୨୧ ମସିହାରେ କୁଳଦୀପଙ୍କ ଜେଲ୍‌ ଦଣ୍ଡ ଭୋଗ ଶେଷ ହେବ ବୋଲି କେନ୍ଦ୍ର ସରକାର ସେମାନଙ୍କୁ ପଚାରି ବୁଝିଥିଲେ। ସେ କହନ୍ତି: ଆମେ ଅନେକ ବର୍ଷ ହେବ ଅପେକ୍ଷା କଲୁଣି। ଯଦି ସେ ବଞ୍ଚିଛନ୍ତି ବୋଲି ଭରଷା ପାଏଁ ତେବେ ୨୦୨୧ ଯାଏଁ ଖୁସିରେ ଅପେକ୍ଷା କରି ପାରିବି। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ୩୩ ଅଧ୍ୟାୟରେ ଶ୍ରୀଗୁଣ୍ଡିଚା ଯାତ୍ରାକୁ ‘ମହାବେଦୀ ମହୋତ୍ସବ’ କୁହାଯାଇଛି। କାରଣ, ତାହା ଥିଲା ପୁରାଣପ୍ରସିଦ୍ଧ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଅଶ୍ୱମେଧ ମହାଯଜ୍ଞର ବେଦୀ। ସେହି ଦୃଷ୍ଟିରୁ ତାହା ମଧ୍ୟ ‘ଯଜ୍ଞ ମଣ୍ଡପ’ ରୂପେ ଖ୍ୟାତ। ସେହିଠାରେ ଦାରୁବ୍ରହ୍ମଙ୍କର ଆବିର୍ଭାବ ଘଟିଥିବାରୁ ତାହା ମଧ୍ୟ ତାଙ୍କର ଜନ୍ମସ୍ଥାନ, ଜନ୍ମବେଦୀ। ସ୍ୱୟଂ ତ୍ରିଲୋକେଶ ହରି, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ପୂର୍ବରୁ ଦେଇଥିବା ବଚନର ସମ୍ମାନ ରକ୍ଷାକରି, ପ୍ରତିବର୍ଷ ରଥରେ ଆରୋହଣ କରି ପରମ କୁତୂହଳରେ ନିଜର ସେହି ଜନ୍ମସ୍ଥାନ- ଗୁଣ୍ଡିଚା ମଣ୍ଡପକୁ ଯାଇଥାଆନ୍ତି ବୋଲି ସେହି ଅଧ୍ୟାୟରେ ବର୍ଣ୍ଣନା ଅଛି। ଶ୍ରୀଜଗନ୍ନାଥ ନିଜେ ପୂର୍ବକାଳରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ବର ଦେଇଥିଲେ। ୩୪ ଅଧ୍ୟାୟରେ ଏହାର ବର୍ଣ୍ଣନା ଅଛି। ସେଥିରେ ଇନ୍ଦ୍ରଦ୍ୟୁମ୍ନ ସରୋବରକୁ ‘ବିନ୍ଦୁତୀର୍ଥ’ କୁହାଯାଇଛି। ବର୍ଣ୍ଣିିତ ଅଛି- ଏହି ବିନ୍ଦୁତୀର୍ଥ ତଟକୁ ଗମନକରି ଭଗବାନ୍‌ ସାତଦିନ ଧରି ସେଠାରେ ଅବସ୍ଥାନ କରନ୍ତି। ପୂର୍ବକାଳରେ ସେ (ଶ୍ରୀଜଗନ୍ନାଥ) ସ୍ୱୟଂ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବର ଦେଇ କହିଥିଲେ, ‘‘ହେ ରାଜେନ୍ଦ୍ର ! ମୁଁ ପ୍ରତିବର୍ଷ ସେହି ବିନ୍ଦୁତୀର୍ଥର ତୀରଭାଗରେ ସପ୍ତଦିନ ବ୍ୟାପୀ ଅବସ୍ଥାନ କରିବି। ମୋର ଅବସ୍ଥାନ ହେତୁ ସମସ୍ତ ତୀର୍ଥ ସେଠାରେ ଅବସ୍ଥାନ କରିବେ।’’ ସେହି ଅନୁସାରେ ନବଦିନ ବ୍ୟାପୀ ଯାତ୍ରା ମଧ୍ୟରୁ ଆଷାଢ଼ ଶୁକ୍ଳ ଦ୍ଵିତୀୟାର ଶ୍ରୀଗୁଣ୍ଡିଚାଯାତ୍ରା ଏବଂ ଆଷାଢ଼ ଶୁକ୍ଳ ଦଶମୀର ବାହୁଡ଼ା ଯାତ୍ରା ବ୍ୟତୀତ, ଅନ୍ୟ ସାତଦିନ ଶ୍ରୀଜଗନ୍ନାଥଙ୍କ ସହିତ ଶ୍ରୀବଳଭଦ୍ର, ଦେବୀସୁଭଦ୍ରା, ଶ୍ରୀସୁଦର୍ଶନ ଏବଂ ରାମ, କୃଷ୍ଣ ଓ ମଦନମୋହନ- ଏହି ସପ୍ତବିଗ୍ରହ ଇନ୍ଦ୍ରଦ୍ୟୁମ୍ନ ସରୋବର ସନ୍ନିକଟ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଅବସ୍ଥାନ କରିଥାଆନ୍ତି। ତିନିଟି ଯାକ ରଥ ମଧ୍ୟ ସେଠାରେ ଅବସ୍ଥାନ କରନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରର ଅନେକଗୁଡ଼ିଏ ନାମ ରହିଛି। ସେଥିମଧ୍ୟରୁ ‘ଶ୍ରୀଗୁଣ୍ଡିଚା’ ନାମର ଇତିହାସ ଓ ରହସ୍ୟ ସଂପର୍କରେ ପୂର୍ବରୁ (ରଥକଥା- ୪୩, ୪୪ ଓ ୪୫, ୨୦୧୭) ବର୍ଣ୍ଣିିତ ହୋଇଛି। ଏହା କାହିଁକି ‘ଆଡ଼ପ ମଣ୍ଡପ’ ରୂପେ କଥିତ ହୁଏ, ତାହା ମଧ୍ୟ ସେଥିରେ ବର୍ଣ୍ଣିିତ ଅଛି। ‘ସ୍କନ୍ଦପୁରାଣ’ର ୩୩ ଅଧ୍ୟାୟର ୫୬ ଶ୍ଳୋକରେ ଶ୍ରୀଗୁଣ୍ଡିଚା ଯାତ୍ରାକୁ ‘ସବୁଠୁ ଶ୍ରେୟସ୍କର ବିଷ୍ଣୁ ମହୋତ୍ସବ’ ବୋଲି କୁହାଯାଇଛି। ଏହି ମହାବେଦୀ ଗମନ କାଳରେ ରଥାରୂଢ଼ ଶ୍ରୀପୁରୁଷୋତ୍ତମ, ଶ୍ରୀବଳଦେବ ଓ ଦେବୀସୁଭଦ୍ରାଙ୍କର ଦର୍ଶନ ପରମ ପୁଣ୍ୟଦାୟକ ବୋଲି ମଧ୍ୟ ସେଥିରେ ଉଲ୍ଲେଖ ଅଛି। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିରର ସିଂହଦ୍ଵାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିସ୍ତୃତ ‘ରଥମାର୍ଗ’ ସଂପର୍କରେ ସୂଚନା ରହିଛି। ଉଲ୍ଲେଖନୀୟ ଯେ ପୂର୍ବେ ଏହି ରଥମାର୍ଗ ଆଜିପରି ଶକ୍ତ ଓ ସୁଗଠିତ ନଥିଲା। ଏହା ବୃଷ୍ଟିପାତ ଫଳରେ ପଙ୍କିଳ ହେଉଥିଲା। ତେଣୁ ସେ ସଂପର୍କରେ ତାତ୍ପର୍ଯ୍ୟପୂର୍ଣ୍ଣ ଉଲ୍ଲେଖ ‘ସ୍କନ୍ଦପୁରାଣ’ର ଉକ୍ତ ଅଧ୍ୟାୟରେ ରହିଛି। କୁହାଯାଇଛି- ରଥମାର୍ଗ ବହୁଳ ବୃଷ୍ଟିପାତରେ ପଙ୍କିଳ ହୋଇଥିଲେ ମଧ୍ୟ ଭଗବାନଙ୍କର ଦିବ୍ୟ ଦୃଷ୍ଟିପାତ ହେଉଛି- ନିଖିଳର ଅନ୍ତର୍ମଳ ଅପହରଣକାରୀ। ଏଣୁ ଯେଉଁ ଭକ୍ତବୃନ୍ଦ ସେହି ପଥରେ ମଥା ଛୁଆଁଇ ଭଗବାନଙ୍କୁ ପ୍ରଣାମ କରନ୍ତି, ସେମାନେ ଅସୀମ ପାପପଙ୍କକୁ ବିଦୂରିତ କରି ମୋକ୍ଷପ୍ରାପ୍ତ ହୋଇଥାଆନ୍ତି। ଆହୁରି ମଧ୍ୟ କୁହାଯାଇଛି- ଯେଉଁ ମନୁଷ୍ୟ ଭଗବାନଙ୍କର ଗୁଣ୍ଡିଚା ଗମନ କାଳରେ, ପରମ ଭକ୍ତିରେ ବାରମ୍ବାର ତାଙ୍କର ନାମ କୀର୍ତ୍ତନ କରନ୍ତି ସେ ସଂସାର-ଚକ୍ରରୁ ମୁକ୍ତିପାଆନ୍ତି। ଏହି ଧରାପୃଷ୍ଠରେ ସେ ଆଉ ଜନ୍ମଗ୍ରହଣ କରିବାର କଷ୍ଟ ସହନ୍ତିନାହିଁ। ଏ ପ୍ରସଙ୍ଗରେ ରଥ ପରିକ୍ରମା ମଧ୍ୟ ପରମ ପୁଣ୍ୟଦାୟକ ବୋଲି କୁହାଯାଇଛି ଏବଂ ରଥ ପରିକ୍ରମା ସହିତ, ରଥସ୍ଥ ଦେବତାମାନଙ୍କୁ ଯେଉଁମାନେ ସ୍ତୁତି ଓ ପ୍ରଣାମ କରନ୍ତି, ସେମାନେ ନିଶ୍ଚିତ ଭାବରେ ବ୍ରହ୍ମଲୋକ ଲାଭ କରନ୍ତି ବୋଲି ଉଲ୍ଲେଖ ଅଛି। ଏହାପରେ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଅନ୍ୟାନ୍ୟ ନୀତିର ସୂଚନା ଅଛି। କୁହାଯାଇଛି- ତିନିଟିଯାକ ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ, ଅପରାହ୍‌ଣରେ ରଥସ୍ଥିତ ଦେବତାମାନଙ୍କୁ ପୁନର୍ବାର ମୃଦୁ ଭାବରେ ପହଣ୍ଡି ବିଜୟ କରାଇବ। ସେମାନଙ୍କୁ ନେଇ ଗୁଣ୍ଡିଚା ନାମକ ମନୋହର ମଣ୍ଡପ ମଧ୍ୟରେ ସଂସ୍ଥାପିତ କରିବ। ସେଠାରେ ସେମାନଙ୍କୁ ଦର୍ଶନ କରିବା ମାତ୍ରେ ଭକ୍ତବୃନ୍ଦଙ୍କର ମନେହେବ ଯେ ଉକ୍ତ ସ୍ଥାନଟି ତିନିଲୋକ ମଧ୍ୟରେ ଆଡ଼ମ୍ବରଯୁକ୍ତ ମହାଯଜ୍ଞର ମହାବେଦୀ- ଯେଉଁଠାରେ ଦାରୁମୟ ମହେଶ୍ୱର ଆବିର୍ଭୂତ ହୋଇଅଛନ୍ତି।
OSCAR-2019
1 ଆମ୍ଭେମାନେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା। ଆମ୍ଭେମାନେ ଏହା ଶୁଣିଲୁ, ଆମ୍ଭେମାନେ ଏହା ସ୍ୱଚକ୍ଷୁରେ ଦେଖିଲୁ, ଆମ୍ଭେମାନେ ଏହା ନିରୀକ୍ଷଣ କଲୁ ଏବଂ ଆମ୍ଭେମାନେ ନିଜ ହସ୍ତରେ ସ୍ପର୍ଶ କଲୁ। ଆମ୍ଭେମାନେ ସେହି “ବାକ୍ୟ” (ଖ୍ରୀଷ୍ଟଙ୍କ) ବିଷୟରେ ତୁମ୍ଭକୁ ଲେଖୁଛୁ, ଯାହା ଜୀବନ ଦାନ କରେ। 2 ସେହି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କରେ ପ୍ରମାଣ ଦେଇପାରୁ। ବର୍ତ୍ତମାନ ଆମ୍ଭେ ସେହି ଜୀବନ ସମ୍ପର୍କରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ୱରଙ୍କ ସହିତ ଥିଲା। ପରମେଶ୍ୱର ସେହି ଜୀବନ ଆମ୍ଭକୁ ପ୍ରକାଶିତ କଲେ। 3 ବର୍ତ୍ତମାନ ତୁମ୍ଭମାନଙ୍କୁ ସେହି ସମ୍ବନ୍ଧରେ କହିବୁ ଯାହା ଆମ୍ଭେମାନେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ୱାରା ତୁମ୍ଭେମାନେ ଆମ୍ଭର ସହଭାଗୀ ହୋଇପାରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ୟ ସହଭାଗୀ। 4 ଆମ୍ଭମାନଙ୍କର ଆନନ୍ଦର ପରିପୂର୍ଣ୍ଣତା ପାଇଁ ଆମ୍ଭେ ଏସବୁ ତୁମ୍ଭମାନଙ୍କୁ ଲେଖୁଛୁ। 5 ଆମ୍ଭେ ପରମେଶ୍ୱରଙ୍କଠାରୁ ଯେଉଁ ସତ୍ୟଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ୱର ଜ୍ୟୋତିଃସ୍ୱରୂପ। ଆଉ ତାହାଙ୍କଠାରେ ଆଦୌ ଅନ୍ଧକାର ନାହିଁ। 6 ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ୱରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାରରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ୟାବାଦୀ ଓ ସତ୍ୟର ଅନୁସରଣ କରୁ ନାହୁଁ। 7 ପରମେଶ୍ୱର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ୟ ଆଲୋକରେ ବାସ କରିବା ଉଚିତ୍। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତେବେ ଆମ୍ଭେ ପରସ୍ପର ସହଭାଗୀ ହୋଇପାରିବା। ଯଦି ଆମ୍ଭେମାନେ ଆଲୋକରେ ରହୁ, ତେବେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ। 8 ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତେବେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠାରେ ସତ୍ୟ ନାହିଁ। 9 ଯଦି ଆମ୍ଭେ ନିଜ ନିଜର ପାପ ସ୍ୱୀକାର କରୁ ତେବେ ପରମେଶ୍ୱର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ। 10 ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତେବେ ଆମ୍ଭେ ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରୁ ଏବଂ ତାହାଙ୍କ ସତ୍ୟଶିକ୍ଷା ଆମ୍ଭେମାନେ ଗ୍ରହଣ କରି ନାହୁଁ।
OSCAR-2019
କଟକ : କଟକ ବଡମେଡିକାଲ କାଜୁଆଲିଟିରେ ଆଜି ସକାଳ ପାଖାପାଖି ୫ଟା ବେଳେ ନିଆଁ ଆତଙ୍କ ଖେଳି ଯାଇଥିଲା। ଘଣ୍ଟାଏ କାଳ ରୋଗୀ ଓ ସଂପର୍କୀୟ ଏଭଳି ଆତଙ୍କରେ ଦୌଡ଼ାଦୌଡ଼ି କରିଥିଲେ। ସକାଳେ ବର୍ଷା ଓ ବଜ୍ରପାତ ଯୋଗୁଁ ଆଶୁ ଚିକିତ୍ସା କେନ୍ଦ୍ରର ପଞ୍ଚମ ମହଲାରେ ଥିବା ଟ୍ରମାକେୟାର ଯୁନିଟ୍‌ରେ ଘଟିଥିଲା ଏଭଳି ଅଘଟଣ। ସର୍ଟସର୍କିଟରୁ ପେନାଲରୁ ଧୂଆଁ ବାହାରିଥିଲା। ତା’ ସହିତ ସିଲିଣ୍ଡର ଲିକ୍‌ ହୋଇ ଅକ୍ସିଜେନ୍‌ ଗ୍ୟାସ୍‌ ବାହାରିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ପରସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଦୁଇ ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ସଂପୂର୍ଣ୍ଣ ବିଚ୍ଛିନ୍ନ କରି ଦିଆଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। ସୂଚନା ଅନୁଯାୟୀ ଟ୍ରମା କେୟାର ୟୁନିଟ୍‌ ପଞ୍ଚମ ମହଲାରେ ସର୍ଟସର୍କିଟ କାରଣରୁ ବିଦ୍ୟୁତ୍‌ ପେନାଲ ବୋର୍ଡରୁୁ ଧୂଆଁ ବାହାରିବା ସହିତ ସଂପୂର୍ଣ୍ଣ ପୋଡି ଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଡଘଡି ପାଇଁ ପେନାଲ ବୋର୍ଡ ଜଳି ଯାଇଥିଲେ ସୁଦ୍ଧା ବିଶେଷ କିଛି ଅଘଟଣ ଘଟି ନାହିଁ ଓ ପରିସ୍ଥିତି ସ୍ୱାଭାବିକ ରହିଛି ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ସୂଚନା ଦେଇଛନ୍ତି। ଆଜିର ଏଭଳି ଅଘଟଣ ଘଟଣା ପରେ ବଡମେଡିକାଲର ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ନେଇ ଆସନ୍ତାକାଲି ବୈଠକ ବସିବ ବୋଲି ସୂଚନା ମିଳିଛି। ଜିଇଡି, ପିଏଚ୍‌ଡି, ସେସୁ, ଅଗ୍ନିଶମ ଅଧିକାରୀମାନଙ୍କୁ ନେଇ ଏହି ବୈଠକ ବସିବ। କିପରି ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯିବ ସେ ସଂପର୍କରେ ବୈଠକରେ ନିସ୍ପତ୍ତି ନିଆଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ଓ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ସୂଚନା ଦେଇଛନ୍ତି। ତା’ସହିତ ଆଶୁ ଚିକିତ୍ସାକେନ୍ଦ୍ରରେ ଏଭଳି ନିଆଁ ଲାଗିଲେ ଏଥିରୁ ବର୍ତ୍ତିବା ପାଇଁ ରାମ୍ପ ନିର୍ମାଣ କରାଯିବ ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି।
OSCAR-2019
ଭାରତୀୟ ରେଳକୁ ନେଇ ପ୍ରତ୍ୟେକ ନାଗରିକ ଗର୍ବ କରିବା ଆବଶ୍ୟକ । ହେଲେ ଭାରତୀୟ ରେଳପଥର ଏବଂ ରେଳର ଏମିତି କିଛି ତଥ୍ୟ ଅଛି ଯାହାକି ଆମେ ଜାଣି ନାହୁଁ । ଏହି ତଥ୍ୟ ଗୁଡିକୁ ଜଣିବା ନିହାତି ଦରକାର । ଦେଖନ୍ତୁ ଏଇ ଫଟୋ ଚିତ୍ରରେ ସେହିଭଳି କିଛି ଅଜଣା କଥା । ଭାରତୀୟ ରେଳପଥ ସମଗ୍ର ବିଶ୍ୱରେ ତୃତୀୟ ବୃହତମ ରେଳପଥ ଯାହ ସ୍ୱତନ୍ତ୍ର ଭାବେ ଭାରତୀୟ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଏହାର ଲମ୍ବ ପ୍ରାୟ ୧୨୭୭୬୦ କିଲୋମିଟର । ବିଶ୍ୱର ସର୍ବ ବୃହତମ ପ୍ଲାଟଫର୍ମ ଭାରତର ଖରଗପୁରରେ ଅବସ୍ଥିତ ଯାହାର ଲମ୍ବ ୨୭୩୩ ଫୁଟ । ବର୍ତମାନ ଏହି ରେକର୍ଡ ଭାଙ୍ଗି ଭାରତୀୟ ରେଳ ଗୋରଖପୁରରେ ୪,୪୩୦ ଫୁଟ ଦୂରତା ବିଶିଷ୍ଟ ଏକ ନୂତନ ପ୍ଲାଟଫର୍ମ ନିର୍ମାଣ କରାଯାଇଛି । ୨ଟି ଐତିହାସିକ ରେଳପଥ ୟୁଏନଇଏସ୍ସିଓ ବିଶ୍ୱର ପ୍ରାଚିନ ଐତିହ ତାଲିକାରେ ଅଛି ଯଥା ଛତ୍ରପତି ଶିବାଜୀ ଟରମିନସ୍ ଏବଂ ଇନଡିଆନ୍ ମାଉନଟେନ ରେଲୱେ ରେଳରେ ସବୁଠୁ ଅଧିକ ରେଳ ପଥ ଅତିକ୍ରମ କରୁଥିବା ରେଳ ବିବେକ ଏସ୍କପ୍ରେସ୍ ଯାହା ଦିବ୍ରୁଗଡ ରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୪୨୭୩ କି.ମି ପର୍ଯ୍ୟନ୍ତ ଯାଇଥାଏ ଏବଂ ସବୁଠୁ କମ୍ ରେଳପଥ ଅତିକ୍ରମ କରୁଥିବା ରେଳ ନାଗପୁର ରୁ ଅଜନି ଯାହା ୩ କି.ମି ପର୍ଯ୍ୟନ୍ତ ଚାଲିଥାଏ । ନାଗପୁରରେ ଏମିତି ଏକ ରେଳ ପଥ ଅଛି ଯାହାକୁ ଡାଇମଣ୍ଡ ରେଳପଥ ଭାବରେ ନାମିତ କରାଯାଇଛି । ଏହା ରେଳପଥରେ ପୂର୍ବ,ପଶ୍ଚିମ,ଉତର ଏବଂ ଦକ୍ଷିଣ ସମସ୍ତ ଦିଗକୁ ରେଳ ଯିବାର ସୁବିଧା ଥାଏ । ବିଶ୍ୱରେ ସବୁଠୁ ବୃହତ ରେଳ ସେତୁ ଭାରତୀୟ ରେଳରେ ଚେନାବ ଠାରେ ନିର୍ମାଣ କରାଯାଇଛି । ଏହାର ଦୁରତା ୧୩୧୫ ମିଟର ଏବଂ ଏଥିରେ ୨୫୦୦୦ ଷ୍ଟିଲ ବ୍ୟବହାର ହୋଇଛି ଭାରତର ବୃହତ ଯଙ୍ଗସନ ଯାହାକି କୋଲକାତାର ହାଉଡା ଯଙ୍ଗସନ ନାମରେ ନାମିତ । ଏଠାରେ ଅଦ୍ୟାବଧି ଗୋଟିଏ ଦିନରେ ୯୭୪ଟି ରେଳ ଚଳପ୍ରଚଳ କରିଥାଏ । ସମଗ୍ର ବିଶ୍ୱରେ ରେଳକର୍ମଚାରୀଙ୍କ ସଂଖ୍ୟାରେ ଭାରତ ଅଷ୍ଟମ ସ୍ଥାନରେ ଅଧିକାର କରିଛି l ପ୍ରାୟ ୧ କୋଟି ୪୦ ଲକ୍ଷ ଲୋକ ରେଳକର୍ମଚାରୀ ଭାରତରେ ଅଛନ୍ତି । ଯାହାକି ବିଶ୍ୱରେ କିଛି ଦେଶର ଜନ ସଂଖ୍ୟାଠୁ ବି ଅଧିକ ।
OSCAR-2019
ଦିନକୁ ଦିନ ମଣିଷ ସମାଜରେ ଭ୍ରଷ୍ଟାଚାର ଓ ଦୁଷ୍କର୍ମ ବୃଦ୍ଧି ପାଇଚାଲିଛି। ଏଥିରୁ ଅନୁମେୟ ଯେ ପ୍ରଚଳିତ ବିଧି ବିଧାନ ମନୁଷ୍ୟକୁ ଅସତ ପଥରୁ ନିବୃତ୍ତ କରିବା ପାଇଁ ଅସମର୍ଥ। ଅନେକ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ମଧ୍ୟ ଏକ ଭ୍ରଷ୍ଟାଚାରମୁକ୍ତ ସମାଜ ଗଠନରେ ସମର୍ଥ ହୋଇପାରି ନାହାନ୍ତି। ସେଥିପାଇଁ ବିଭିନ୍ନ ଆୟୋଗ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଚଳନ ପାଇଁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ରାଜନୈତିକ କାରଣରୁ ସରକାର ସେମାନଙ୍କ ପ୍ରସ୍ତାବଗୁଡିକୁ ଲାଗୁ କରିବା ପାଇଁ ସମର୍ଥ ହୋଇପାରି ନାହାନ୍ତି। ସରକାରରେ ଥିବା ରାଜନୈତିକ ଦଳମାନଙ୍କ ତୁଷ୍ଟୀକରଣ ନୀତି ମାନବୀୟ ମୂଲ୍ୟବୋଧ ଅବକ୍ଷୟ ପାଇଁ ଇନ୍ଧନ ତୁଲ୍ୟ କାମ କରୁଛି। ଏକ ସୁସ୍ଥ ଓ ଆଦର୍ଶ ସମାଜ ଗଠନ ପାଇଁ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକତାର ବିକାଶ କରିବା ଅପରିହାର୍ଯ୍ୟ। ଏଥିପାଇଁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଏକମାତ୍ର ବିକଳ୍ପ। ଆଧ୍ୟାତ୍ମିକତାର ବ୍ୟବହାରିକ ପ୍ରୟୋଗ ଦ୍ୱାରା ମୂଲ୍ୟ ଗୁଡିକ ଆମ ଜୀବନରେ ପ୍ରତ୍ୟକ୍ଷ୍ୟ ଭାବରେ ପ୍ରଭାବ ପକାଇ ଥାଏ। ନୈତିକ ସିଦ୍ଧାନ୍ତ ଏବଂ ମୂଲ୍ୟଗୁଡିକୁ ଜଣେ ଯେତେବେଳେ ନିଜ ଜୀବନରେ ପ୍ରଦର୍ଶିତ କରେ, ସେତେବେଳେ ସେ ସଫଳତାର ସର୍ବୋତ୍ତମ ପରିସ୍ଥିତି ନିର୍ମାଣ କରିଥାଏ। ଜଣେ ବ୍ୟକ୍ତିର କଥା ଓ କର୍ମରେ ଯଦି ଅନ୍ତର ନ ରହେ ତେବେ ଲୋକେ ତାଙ୍କୁ ବିଶ୍ୱାସ କରିଥାନ୍ତି। ଏପରି ବ୍ୟକ୍ତି ଲୋକମାନଙ୍କ ସହିତ ନୀତି ପୂର୍ବକ ଆଦରର ସହିତ ବ୍ୟବହାର କରନ୍ତି। ତାଙ୍କର ବୃତ୍ତି ତାଙ୍କର ସିଦ୍ଧାନ୍ତକୁ ପ୍ରକଟ କରେ୤ ଶ୍ରେଣୀ ପ୍ରକୋଷ୍ଠ ଓ ସଭାଗୃହରେ କେବଳ ଭାଷଣ ଦେଇ ଦେଲେ ଶ୍ରୋତାର ବୃତ୍ତିରେ ପରିବର୍ତ୍ତନ ହୁଏ ନାହିଁ। ଶିକ୍ଷକ ବା ବକ୍ତା ସ୍ୱୟଂ ମୂଲ୍ୟନିଷ୍ଠ ନହେଲେ ତାଙ୍କର ବକ୍ତବ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାପ୍ରଦ ହୁଏ ନାହିଁ। ପ୍ରତ୍ୟେକ ବ୍ୟକ୍ତି ବାତାବରଣ ପ୍ରକମ୍ପନ ଏବଂ ପର୍ଯ୍ୟାବରଣ ପ୍ରତି ସମ୍ବେଦନଶୀଳ ଥାଆନ୍ତି। ଯଦି ବାତାବରଣ ଶାନ୍ତି ଓ ଅନୁଶାସିତ ନୁହେଁ ତେବେ ଯେତେ ଭଲ କଥା କହିଲେ ମଧ୍ୟ ତା’ର ପ୍ରଭାବ ପଡେ ନାହିଁ। ବର୍ତ୍ତମାନ ଶିକ୍ଷା ପ୍ରଣାଳୀ ପ୍ରତିସ୍ପର୍ଦ୍ଧାମୂଳକ। କେତେକ ଶିକ୍ଷାବିତ୍ ଭାବନ୍ତି ଯେ ଉତ୍କୃଷ୍ଟ ପରିଣାମ ପାଇଁ ଏହା ସର୍ବୋତ୍ତମ। ଅନୁଭବରୁ ଜଣାଯାଏ ଯେ ଏହା ସର୍ବଦା ଉପଯୋଗିତା ଉଦ୍ଦୀପକ ସିଦ୍ଧ ହୁଏ ନାହିଁ। ପ୍ରତିସ୍ପର୍ଦ୍ଧାମୂଳକ ଶିକ୍ଷା ପ୍ରଣାଳୀରେ କିଛି ଲୋକଙ୍କ ଅନୁଚିତ ଲାଭ ପ୍ରାପ୍ତିର ସମ୍ଭାବନାକୁ ଏଡାଇ ହେବ ନାହିଁ। ଏପରି କ୍ଷେତ୍ରରେ ଅନାଚାର ଓ ଅମାନବୀୟ ବାତାବରଣ ସୃଷ୍ଟି ହୋଇଥାଏ । ମୂଲ୍ୟ ଓ ଆଧ୍ୟାତ୍ମିକତା ବିକାଶ ପାଇଁ ଏକ ପ୍ରେରକ ପାଠ୍ୟକ୍ରମ ଆବଶ୍ୟକ। ଏହି ପାଠ୍ୟକ୍ରମ ଏପରି ହେବା ଉଚିତ ଯଦ୍ଦ୍ୱାରା ସୌହାର୍ଦ୍ଦ, ସଙ୍ଗତି ଓ ନେତୃତ୍ୱର ବାତାବରଣ ସୃଷ୍ଟି ହେବ। ପାଠ୍ୟକ୍ରମ ପ୍ରାସଙ୍ଗିକ, ସୁବ୍ୟବସ୍ଥିତ, ବିଚାରୋତ୍ତେଜକ ଏବଂ ଲାଭପ୍ରଦ ହେଲେ ଏଥିପ୍ରତି ବିଦ୍ୟାର୍ଥୀର ଆକର୍ଷଣ ବୃଦ୍ଧି ହୋଇଥାଏ। ଉପଯୁକ୍ତ ପରିଣାମ ପାଇଁ ଉଭୟ ପ୍ରଶିକ୍ଷଣ ଓ ବିଦ୍ୟାର୍ଥୀ ମଧ୍ୟରେ ପରସ୍ପର ଆଦରଭାବ ଓ ପ୍ରେରକ ଚର୍ଚ୍ଚା ଆବଶ୍ୟକ। କୌଣସି ଶୈକ୍ଷଣିକ କାର୍ଯ୍ୟକ୍ରମର ସଫଳତା ପାଇଁ ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସକାରାତ୍ମକ ପରିଚର୍ଚ୍ଚା ଅତ୍ୟନ୍ତ ଆବଶ୍ୟକ। ଏହା ଆଧ୍ୟାତ୍ମିକ ଚେତନା ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରିଥାଏ। ଯଦି ଜଣେ କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ମୂଲ୍ୟବୋଧ ଭିତ୍ତିକ ପାଠ୍ୟକ୍ରମ ଅଧ୍ୟୟନ କରେ ତେବେ ତାର ଜୀବନରେ ମୂଲ୍ୟଗୁଡିକର ବିକାଶ ସମ୍ଭବ ନୁହେଁ। ଏହା ତା’ର ମନରେ ନକାରାତ୍ମକ ବୃତ୍ତି ଉତ୍ପନ୍ନ କରି ତା’ର ଆଧ୍ୟାତ୍ମିକ ଚେତନା ବିକାଶରେ ବାଧା ସୃଷ୍ଟି କରିଥାଏ। ଏଠାରେ ଏକ ଉଦାହରଣ ଦେବା ପ୍ରାସଙ୍ଗିକ ମନେ ହୁଏ । ସଂଯମ ଏକ ମୂଲ୍ୟ । କିନ୍ତୁ ଅତ୍ୟଧିକ ସଂଯମାଚରଣ ସ୍ୱ ପ୍ରତି କରାଯାଉଥିବା ଏକ ଅତ୍ୟାଚାର ହୋଇଯାଏ। ମୂଲ୍ୟ କେଉଁ ବିନ୍ଦୁରେ ଉପନୀତ ହୋଇ ନକାରାତ୍ମକ ବୃତ୍ତିରେ ପରିବର୍ତ୍ତନ ହୋଇଯାଏ, ତାହା ବୁଝିବା ପାଇଁ ସୂକ୍ଷ୍ମ ଭାବରେ ବିଚାର କରିବା ଦରକାର । ଜଣକର କଥା ଓ କାର୍ଯ୍ୟରେ ସମାନତା ନ ରହିଲେ ତା’ର ଅଭିବ୍ୟକ୍ତିରେ ନକାରାତ୍ମକତା ପରିସ୍ଫୁଟ ହୁଏ। ଏଭଳି ବ୍ୟକ୍ତି ଯଦି ନୈତିକତା ଉପରେ ଦୀର୍ଘ ଭାଷଣ ଦିଅନ୍ତି ତେବେ ଶ୍ରୋତାଗଣ ହାଇ ମାରିବା ଆରମ୍ଭ କରନ୍ତି, ହାତଗୋଡ ହଲଚଲ କରୁଥାନ୍ତି କିମ୍ବା ନୋଟଖାତାରେ କିଛି ନିରର୍ଥକ ଲେଖିବା ପ୍ରାରମ୍ଭ କରିଦିଅନ୍ତି । କାରଣ ସେମାନଙ୍କ ମନ-ମସ୍ତିଷ୍କ ସେଠାରେ ନଥାଏ, ବହୁ ଦୂରରେ ବିଚରଣ କରୁଥାଏ । ଏହାର କାରଣ ହେଲା, ସେମାନଙ୍କ ପ୍ରଜ୍ଞା ଶକ୍ତି ଓ ବିବେକ ସେମାନଙ୍କୁ ସୂକ୍ଷ୍ମ ଭାବରେ ସୂଚନା ଦିଏ ଯେ ବକ୍ତାଙ୍କ ଶବ୍ଦ ଏବଂ ଆଚରଣରେ ବହୁତ ଅନ୍ତର ରହିଛି । ସେମାନେ କେବଳ ବିନମ୍ରତା, ସୌଜନ୍ୟ ବା ବ୍ୟକ୍ତିଗତ ବାଧ୍ୟବାଧକତା ହେତୁ ନୈତିକତା ଉପରେ ଦିଆଯାଉଥିବା ଏହି ଦୀର୍ଘ ଭାଷଣ ଶୁଣିବା ପାଇଁ ସଭାଗୃହ ବା ଶ୍ରେଣୀ ଗୃହରେ ବସି ରହନ୍ତି । ସବୁଠାରୁ ବଡ ବିସଙ୍ଗତି ହେଉଛି ଯେ, ଯେଉଁମାନଙ୍କ ପାଇଁ ନୈତିକତା ଆବଶ୍ୟକ ସେମାନେ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଅନ୍ୟପକ୍ଷରେ ଯେଉଁମାନଙ୍କ ଚାରିତ୍ରିକ ଦୁର୍ବଳତା ନାହିଁ ଓ ନିଜ ପ୍ରଗତି ପାଇଁ ସତ ପ୍ରଯତ୍ନଶୀଳ ସେମାନେ ଶୁଣିବାକୁ ବାଧ୍ୟ ହୁଅନ୍ତି । ଏପରି ଲୋକେ ନୈତିକତାକୁ ନିଜ ସୁବିଧାନୁସାରେ ପରିବର୍ତ୍ତନ କରିଥାନ୍ତି ଏବଂ ଅରୁଚି ପ୍ରଦର୍ଶନ କରନ୍ତି । ସୂକ୍ଷ୍ମତା ଅନୁଭବ ମହତ୍ତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଅତ୍ୟଧିକ ସମ୍ବେଦନଶୀଳତା ମଧ୍ୟ ଠିକ୍ ନୁହେଁ । ଯଦ୍ଦ୍ୱାରା ବ୍ୟକ୍ତି ଭାବପ୍ରବଣ ହୋଇଯାଏ । ସମ୍ବେଦନଶୀଳତାର ସମ୍ବନ୍ଧ ଅନ୍ତର୍ଜ୍ଞାନ ସହିତ ହେବା ଉଚିତ । ଏହାଦ୍ୱାରା ଜଣେ ସତ୍ୟର ସାକ୍ଷାତକାର କରିପାରିବ । କଠୋର ବାହ୍ୟ ଅନୁଶାସନ ଦ୍ୱାରା ଆତ୍ମା ଉପରେ ପ୍ରତିକୂଳ ପ୍ରଭାବ ପଡେ । ଏହାଦ୍ୱାରା ବ୍ୟକ୍ତିର ସୂକ୍ଷ୍ମ ମାନସିକ ଶକ୍ତିଗୁଡିକର ବିକାଶ ବାଧାପ୍ରାପ୍ତ ହୁଏ । ତେଣୁ ବିଦ୍ୟାର୍ଥୀ ବା ପୁରୁଷାର୍ଥୀ କୌଣସି ବାଧ୍ୟବାଧକତା ବଶତଃ ପୁରୁଷାର୍ଥ କଲେ ତଦ୍ଦ୍ୱାରା କୌଣସି ଲାଭ ମିଳେ ନାହିଁ । ତେଣୁ ଶିଖିବାର ଆଗ୍ରହ ସୃଷ୍ଟି କରିବାକୁ ପଡିବ । ଆଗ୍ରହ ପୂର୍ବକ କରୁଥିବା କାର୍ଯ୍ୟ ସହଜ ମନେ ହୁଏ ଓ ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପ୍ରାପ୍ତ ହୁଏ । ମୂଲ୍ୟ ଏବଂ ଆଧ୍ୟାତ୍ମିକତାର ବିକାଶ ହେଲେ ନେତୃତ୍ୱ ଗୁଣ ଅଭିବ୍ୟକ୍ତ ହୁଏ । କାରଣ ନେତୃତ୍ୱ ବ୍ୟାବହାରିକ ଜୀବନରେ ମୂଲ୍ୟଗୁଡିକର ଅଭିବ୍ୟକ୍ତି, ଯାହା ଅନ୍ୟମାନେ ଅନୁକରଣ କରିବାକୁ ପ୍ରେରଣା ଲାଭ କରନ୍ତି । ଶ୍ରେଷ୍ଠ ଓ ଆଦର୍ଶ ନେତୃତ୍ୱକୁ ଅଧ୍ୟାତ୍ମଠାରୁ ପୃଥକ କରାଯାଇ ପାରିବ ନାହିଁ । ଜଣେ ଶ୍ରେଷ୍ଠ ନେତା ଗମ୍ଭୀର ଚିନ୍ତନ ଦ୍ୱାରା ସୂଚନାଗୁଡିକୁ ନିଜ ଅନ୍ତର୍ଦୃଷ୍ଟି ଅନୁରୂପ ପରିବର୍ତ୍ତନ କରି ତଦନୁରୂପ କାର୍ଯ୍ୟ କରନ୍ତି । ସେ ନିଜକୁ ଠିକ୍ ଭାବରେ ଚିହ୍ନିଥାନ୍ତି । ମୂଲ୍ୟ ଆଧାରିତ ନେତୃତ୍ୱ ମାନବୀୟ ସମ୍ବନ୍ଧକୁ ଉଦାରତା ସମ୍ପନ୍ନ ଓ ସଶକ୍ତ କରିଥାଏ । ଜଣେ ଆଦର୍ଶ ସ୍ଥାନୀୟ ନେତା ଆନ୍ତରିକ ମୂଲ୍ୟଗୁଡିକୁ ସ୍ୱୀୟ ଆଚରଣ ଦ୍ୱାରା ପ୍ରଦର୍ଶନ କରନ୍ତି । ଏହିପରି ଆଦର୍ଶ ନେତୃତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ଅନ୍ୟମାନେ ସହଜରେ ପ୍ରଭାବିତ ହୁଅନ୍ତି ଏବଂ ବିଶ୍ୱାସ ପୂର୍ବକ ମୂଲ୍ୟଗୁଡିକୁ ନିଜ ଆଚରଣରେ ଧାରଣ କରିପାରନ୍ତି । ମୂଲ୍ୟ ଏବଂ ଆଧ୍ୟାତ୍ମିକତା ପ୍ରତି ପ୍ରତିବଦ୍ଧତା ବିନା ଏହା ଆଚରଣରେ ପ୍ରତିଫଳିତ ହୁଏ ନାହିଁ । ପ୍ରତିବଦ୍ଧତାର ଅର୍ଥ ହେଉଛି ମୂଲ୍ୟ ଏବଂ ଆଧ୍ୟାତ୍ମିକତା ସମ୍ବନ୍ଧରେ ପ୍ରାପ୍ତ ଜ୍ଞାନକୁ ନିୟମିତ, ନିରବଚ୍ଛିନ୍ନ ଓ ନିରଳସ ଭାବରେ ଅଭ୍ୟାସ କରିବା । ଏହାଦ୍ୱାରା ଜଣେ ଦୈନନ୍ଦିନ ଜୀବନରେ ଆସୁଥିବା ପ୍ରତ୍ୟେକ ବାହ୍ୟ ଆହ୍ୱାନ ଏବଂ ସମସ୍ୟାଗୁଡିକର ସଫଳତା ପୂର୍ବକ ସମ୍ମୁଖୀନ ହୋଇପାରିବ । ବାଧ୍ୟବାଧକତା ଓ ଦଣ୍ଡ ବିଧାନ ଦ୍ୱାରା ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ସୁଫଳ ପ୍ରଦାନ କରି ନଥାଏ । ଅଧ୍ୟୟନ ଦ୍ୱାରା ଜଣାଯାଇଛି ଯେ ଦଣ୍ଡ, ଧମକ, ବଳପ୍ରୟୋଗ, ଉତ୍ପୀଡନ, ଶିକ୍ଷକଙ୍କ ମନମୁଖୀ ଦୃଷ୍ଟିକୋଣ ଏବଂ ଅପମାନିତ କରୁଥିବା ବୃତ୍ତି ଉପରେ ଆଧାରିତ ଶିକ୍ଷା ବିଦ୍ୟାର୍ଥୀ ମଧ୍ୟରେ ହୀନଭାବନା, ଅପରାଧ, ଅନୁଶାସନହୀନତା, ପରିବାର ଓ ସମାଜରେ ବିଭାଜନ ଆଦି ମନୋ ବୈଜ୍ଞାନିକ ସମସ୍ୟାଗୁଡିକୁ ଜନ୍ମ ଦେଇଥାଏ। ତେଣୁ ଏପରି ଶିକ୍ଷା ପଦ୍ଧତି ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ପରିପନ୍ଥୀ । ମାନବୀୟ ସମ୍ବନ୍ଧରେ ଉକ୍ରୃଷ୍ଟତା ପାଇଁ ବ୍ୟକ୍ତିଗତ ଅନୁଶାସନ ନିମନ୍ତେ ସୀମାରେଖା ନିର୍ଦ୍ଧାରଣ କରିବା ଆବଶ୍ୟକ । ସମାଜରେ ଦେଖାଯାଉଥିବା ବିଭିନ୍ନ ନକାରାତ୍ମକ କାର୍ଯ୍ୟକଳାପର ସୂକ୍ଷ୍ମ ଅଧ୍ୟୟନ ପୂର୍ବକ ସଂପୃକ୍ତ ବ୍ୟକ୍ତିମାନଙ୍କ ସହିତ ସକାରାତ୍ମକ ଆଲୋଚନା କରିବା ଉଚିତ । କେଉଁ ପ୍ରବୃତ୍ତି ବା ପରିସ୍ଥିତି ସେହି ବ୍ୟକ୍ତିଙ୍କୁ ସମାଜ ବିରୋଧୀ କାର୍ଯ୍ୟ ପାଇଁ ପ୍ରେରିତ କରିଥିଲା ତାହା ତାଙ୍କଠାରୁ ନଶୁଣିବା ପର୍ଯ୍ୟନ୍ତ ତାଙ୍କୁ ସଠିକ ମାର୍ଗଦର୍ଶନ ପ୍ରଦାନ କରାଯାଇପାରିବ ନାହିଁ । ସ୍ୱୀକାରୋକ୍ତି ଦ୍ୱାରା ସଂଶୋଧନର ମାର୍ଗ ପ୍ରଶସ୍ତ ହୋଇଥାଏ । ଧ୍ୟାନ ଏବଂ ମନୋବୈଜ୍ଞାନିକ ଉପର ଦ୍ୱାରା ସେହି ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ଜାଗ୍ରତ କରାଇ ପାରିଲେ ସେ ମଧ୍ୟ ସମାଜ ପାଇଁ ଉପଯୋଗୀ ହୋଇପାରନ୍ତି । ଲୋକନାୟକ ଜୟପ୍ରକାଶଙ୍କ ଉଦ୍ୟମରେ ଅନେକ ଦସ୍ୟୁ ହୃଦୟରେ ଦେବତ୍ୱର ସଞ୍ଚାର ହୋଇଥିଲା । ସେଥିମଧ୍ୟରୁ ଚମ୍ବଲର ଆତଙ୍କ ପଞ୍ଚମ ସିଂ ଅନ୍ୟତମ । ରାଜଯୋଗ ଅଭ୍ୟାସ ଦ୍ୱାରା ତାଙ୍କ ମଧ୍ୟରେ ଅଲୌକିକ ପରିବର୍ତ୍ତନ ଆସିଥିଲା ଓ ସରକାର ତାଙ୍କୁ ଆଜୀବନ କାରାବାସରୁ ମୁକ୍ତ କରିଥିଲେ । ସେ ତାଙ୍କ ଅନୁଯାୟୀଙ୍କ ସହ ଆଜି ସମ୍ମାନିତ ଜୀବନ ଯାପନ କରୁଛନ୍ତି । ନିୟମିତ ଯୋଗାଭ୍ୟାସ ଦ୍ୱାରା ତୀବ୍ର ଆଧ୍ୟାତ୍ମିକ ବିକାଶ ହୋଇଥାଏ। ଜ୍ଞାନର ଅଧ୍ୟୟନ, ମନନ-ଚିନ୍ତନ ଓ ଆଲୋଚନା ଏହି ବିକାଶର ଧାରାକୁ ଅବ୍ୟାହତ ରଖେ। ଯୋଗ୍ୟାଭ୍ୟାସ ଦ୍ୱାରା ଅନାସକ୍ତ ଭାବରେ ପରିସ୍ଥିତିକୁ ଆକଳନ କରିବା କ୍ଷମତା ପ୍ରାପ୍ତ ହୁଏ। ଅନ୍ୟ ଅର୍ଥରେ ତାଙ୍କର ନିର୍ଣ୍ଣୟ ଶକ୍ତି ବୃଦ୍ଧି ପାଏ ଓ ସେ ମନର ଭାବର ପ୍ରଭାବରୁ ଉଦ୍ଧ୍ୱର୍କୁ ଉଠି ତଥ୍ୟ ଆଧାରରେ ନିର୍ଣ୍ଣୟ ନେବାକୁ ସକ୍ଷମ ହୋଇପାରନ୍ତି । ସେ ପୁରୁଣା ଅଭ୍ୟାସ ଓ ପୂର୍ବ ଧାରଣାରୁ ମୁକ୍ତ ହୋଇ ସ୍ୱପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନର ସତ୍ୟତାକୁ ଅନୁଭବ କରିଥାନ୍ତି ।
OSCAR-2019
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଯୁକ୍ତ ଦୁଇ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ପ୍ରକାଶ ପାଇବ । ଆଜି ଅପରାହ୍ନ ୩ଟାରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ପରୀକ୍ଷାଫଳ ଘୋଷଣା କରିବେ । ୨ଟି ୱେବସାଇଟ୍ ଜରିଆରେ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଏହି ଦୁଇଟି ୱେବସାଇଟ୍ ହେଲା- ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ ଓରିସାରେଜଲ୍ଟସ ଡଟ୍ ଏନ୍ଆଇସି ଡଟ୍ ଇନ୍ ଏବଂ ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ ସିଏଚ୍ଏସି ଓଡ଼ିଶା ଡଟ୍ ଏନ୍ଆଇସି ଡଟ୍ ଇନ୍ । ଚଳିତବର୍ଷ ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ବିଜ୍ଞାନ ଫଳ ଇ-ମୂଲ୍ୟାୟନ ଜରିଆରେ ହୋଇଥିବା ବେଳେ କଳା ଛାତ୍ରଛାତ୍ରୀଙ୍କ ଖାତାର ମୂଲ୍ୟାୟନ ମାନୁଆଲ ପଦ୍ଧତିରେ କରାଯାଇଛି । ଏଥର କଳାରେ ୨ଲକ୍ଷ ୪୮ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୩୨ ହଜାର ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ୧୩ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ । ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଦାମଙ୍କ ବୟାନକୁ ନେଇ ଚର୍ଚା । ଦମ୍ ଦେଖାଇଛନ୍ତି ଦାମ । କହିଛନ୍ତି, ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଲେ ବି ସରିବନି ତାଙ୍କ ରାଜନୈତିକ ଜୀବନ । ବିଜେଡିରୁ ଟିକେଟ୍ ନ ମିଳିଲେ ବି ନିର୍ବାଚନ ଲଢିବେ ବୋଲି ରୋକଠୋକ୍ କହି ଦେଇଛନ୍ତି ଦାମ ବାବୁ । ଦାମ ବାବୁଙ୍କ ଏପରି ମନ୍ତବ୍ୟ ପରେ ରୋଚକ ହୋଇଛି ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା । ଦାମ ବାବୁ ମନ୍ତ୍ରୀ ପଦ ହରାଇବାର ଯେଉଁଠି ଆକଳନ କରାଯାଉଛି, ସେଠାରେ ଦଳୀୟ ହାଇକମାଣ୍ଡଙ୍କୁ ଦାମ ବାବୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ନାଲିବତୀ ଗାଡି ତାଲିକାରୁ ବାଦ୍ ପଡିବାର ପ୍ରଭାବ ନିର୍ବାଚନ ଲଢିବା ଉପରେ ପଡିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ପରେ ଯଦି ବିଜୁ ଜନତା ଦଳ ଟିକେଟ୍ ନ ଦିଏ, ଯେ କୌଣସି ପରିସ୍ଥିତିିରେ ବି ନିର୍ବାଚନ ଲଢିବେ କହି ସୃଷ୍ଟି କରିଛନ୍ତି ବିଜେଡି ବନାମ ଦାମ ବାବୁ ସ୍ଥିତି । ସେପଟେ ରଜ ପରେ ମନ୍ତ୍ରିମଣ୍ଡଳର ନବକଳେବର ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ପାୱାର କରିଡରରେ ଚାଲିଛି ଲବି । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବି ତାଙ୍କ ପ୍ରକୋଷ୍ଠ ପାଖରେ ମନ୍ତ୍ରୀ ଓ ବିଧାୟକଙ୍କ ଭିଡ । ଯେଉଁଠି ବିବାଦରେ ଥିବା କିଛି ମନ୍ତ୍ରୀ ସଚିବାଳୟ ତୃତୀୟ ମହଲାରେ ହାଜିରା ପକାଉଛନ୍ତି, ସେଠାରେ କିଛି ଆଶାୟୀ ବି ଧାଡି ବାନ୍ଧିଛନ୍ତି ।
OSCAR-2019
24 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭେମାନେ ଦୂରରୁ ମୋତେ ଉପାସନା କରିବ। 2 କେବଳ ମୋଶା ଉପାସନା କରିବାକୁ ସଦାପ୍ରଭୁଙ୍କ ନିକଟକୁ ଆସିବ। ଅନ୍ୟମାନେ ସଦାପ୍ରଭୁଙ୍କ ନିକଟକୁ ଆସିବେ ନାହିଁ। ଏବଂ ଏପରିକି ଲୋକମାନେ ମଧ୍ୟ ମୋଶାଙ୍କ ସହିତ ପର୍ବତ ଉପରକୁ ଯିବେ ନାହିଁ।” 3 ମୋଶା ସଦାପ୍ରଭୁଙ୍କ ନିୟମ ଏବଂ ଆଜ୍ଞା ସେମାନଙ୍କୁ ଜଣାଇଲେ। ଏହା ପରେ ସମସ୍ତ ଲୋକ ଏକ ସ୍ୱରରେ କହିଲେ, “ସଦାପ୍ରଭୁଙ୍କର ସମସ୍ତ ନିୟମଗୁଡ଼ିକ ଆମ୍ଭେମାନେ ପାଳନ କରିବୁ।” 4 ତେଣୁ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ। ପ୍ରଭାତରେ ଉଠି ପର୍ବତ ତଳେ ଏକ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶ ନିମନ୍ତେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ। 5 ଏହା ପରେ ମୋଶା ଇସ୍ରାଏଲର ଯୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁ ପଠାଇଲେ। ସେହି ଯୁବକଗଣ ପରମେଶ୍ୱରଙ୍କ ନିକଟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ସ୍ୱରୂପେ ବୃଷମାନଙ୍କୁ ବଳିଦାନ ଦେଲେ। 7 ମୋଶା ବିଶେଷ ନିୟମ ଲେଖାଯାଇଥିବା ନଳାକାର ପୁସ୍ତକ ନେଇ ଲୋକମାନଙ୍କ ଆଗରେ ପାଠ କଲେ। ସେମାନେ କହିଲେ, “ସଦାପ୍ରଭୁ ଯାହାସବୁ କରିଛନ୍ତି ଆମ୍ଭେମାନେ ତାହା କରିବୁ ଏବଂ ଆମ୍ଭେମାନେ ମାନିବୁ।” 8 ଏହା ପରେ ମୋଶା ସେହି ରକ୍ତ ଲୋକମାନଙ୍କ ଉପରେ ଛିଞ୍ଚିଲେ ଏବଂ କହିଲେ, “ଏହାକୁ ଦେଖ, ଏହା ସଦାପ୍ରଭୁ ଓ ତୁମ୍ଭମାନଙ୍କ ସହିତ ହୋଇଥିବା ନିୟମର ରକ୍ତ।” 9 ମୋଶା, ହାରୋଣ, ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ପର୍ବତ ଆରୋହଣ କଲେ। 10 ଏବଂ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଦେଖିଲେ। ପର୍ବତ ଉପରେ ତାଙ୍କ ପାଦତଳେ ରାସ୍ତା ଉଜ୍ଜ୍ୱଳ ନୀଳକାନ୍ତମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ନୀଳ ଆକାଶ ପରି ଥିଲା। 11 ପରମେଶ୍ୱର ଇସ୍ରାଏଲର ନେତାଗଣଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ। ସେମାନେ ସମସ୍ତେ ପରମେଶ୍ୱରଙ୍କୁ ଦର୍ଶନ କଲେ। ଏବଂ ସେମାନେ ଭୋଜନ ଓ ପାନ କଲେ। 12 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପର୍ବତ ଉପରେ ମୋ’ ପାଖକୁ ଆସ। ଏଠାରେ ରୁହ। ମୁଁ ପ୍ରସ୍ତର ଫଳକ ତୁମ୍ଭକୁ ଦେବି, ବ୍ୟବସ୍ଥା ଓ ଆଜ୍ଞା, ଯାହା ମୁଁ ସେମାନଙ୍କୁ ଶିକ୍ଷା ଦେବାକୁ ଲେଖିଛି।” 13 ଏହା ପରେ ମୋଶା ଓ ତାଙ୍କର ପରିଗ୍ଭରକ ଯିହୋଶୂୟ ଉଠିଲେ, ମୋଶା ପରମେଶ୍ୱରଙ୍କର ପର୍ବତକୁ ଆରୋହଣ କଲେ। 14 ମୋଶା ପ୍ରାଚୀନବର୍ଗଙ୍କୁ କହିଲେ, “ଆମ୍ଭେମାନେ ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କ ନିକଟକୁ ଫେରି ନ ଆସିଛୁ ସେପର୍ଯ୍ୟନ୍ତ ତୁମ୍ଭେମାନେ ଏହିଠାରେ ଥାଅ। ଦେଖ ହାରୋଣ ଓ ହୂର ତୁମ୍ଭମାନଙ୍କ ନିକଟରେ ଅଛନ୍ତି। କାହାର କୌଣସି ବିବାଦର କଥା ଉପସ୍ଥିତ ହେଲେ ସେମାନେ ତାଙ୍କର ନିକଟକୁ ଯିବେ।” 15 ଏହା ପରେ ମୋଶା ପର୍ବତ ଉପରକୁ ଚଢ଼ିଲେ, ପୁଣି ମେଘ ପର୍ବତକୁ ଢାଙ୍କିଲା। 16 ଏଥିରେ ସୀନୟ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତ କଲା। ଆଉ ତାହା ଛଅ ଦିନ ମେଘାଚ୍ଛନ୍ନ ହୋଇ ରହିଲା। ଏହା ପରେ ସଦାପ୍ରଭୁ ସପ୍ତମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ। 17 ସେଠାରେ ସଦାପ୍ରଭୁଙ୍କର ମହିମା ପର୍ବତ ଶିଖର ଉପରେ ଦେଖାଗଲା। ଇସ୍ରାଏଲର ଲୋକଙ୍କୁ ଏହା ଗ୍ରାସକାରୀ ଅଗ୍ନି ପରି ଦେଖାଗଲା।
OSCAR-2019
ତିର୍ତ୍ତୋଲ, ୨୭.୦୧(ଓଡ଼ିଆ ପୁଅ/ଟୁକନ ସେଠୀ )-ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ବାଲିସୈରାତ ଗୁଡ଼ିକରୁ ବେଆଇନ ଭାବେ ବାଲି ଚାଲାଣ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିଲା। ନୁତନଭାବେ ଯୋଗଦେଇଥିବା ତିର୍ତ୍ତୋଲ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଓ ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା ଆଜି ଅପରାହ୍ନରେ ଅଚାନକଭାବେ ମହାନଦୀର ଓଳଗଦା-ତାରୋତଲ ବାଲି ସୈରାତକୁ ଯାଇ ୮ଟି ହାଇୱା ବେଆଇନଭାବେ ବାଲି ନେଉଥିବା କାରଣରୁ ଜବତ କରିଥିଲେ। ଏ ସମ୍ପର୍କରେ ତିର୍ତ୍ତୋଲ ତହସିଲଦାର ଶ୍ରୀଯୁକ୍ତ ପଣ୍ଡା ବେଆଇନି ବାଲି ଚାଲାଣକୁ ପ୍ରଶୟ ଦେବନାହିଁବୋଲି କହିବା ସହିତ ଜବତ ଗାଡ଼ିଗୁଡ଼ିକ ନାମରେ ୨୫ ହଜାର ଲେଖାଁଏ ଜରିମାନା ଆଦାୟପାଇଁ ତହସିଲ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବାଲିଘାଟରେ ୮ଟି ଜବତ ହାଇୱାକୁ ତିର୍ତ୍ତୋଲ ପୋଲିସ ଓ ବିଳାସପୁର ରାଜସ୍ୱ ନିରିକ୍ଷକ ଜକିରହିଥିବା ଦେଖିବାକୁ ମିଳିଥିଲା। କୁନ୍ଦୁଲୀ ବ୍ଲକ ମୁଷାଗୁଡା ଗାଁରୁ ସରଜମିନ ତଦନ୍ତ କଲା ବିଜେପି ପ୍ରତିନିଧି ଦଳ: ତଦନ୍ତ କରି ଦୋଷୀ ପର୍ଯ୍ୟନ୍ତ ପହଂଚି ନ୍ୟାୟ ଦେବା ବଦଳରେ ମୂଳରୁ ରାଜ୍ୟ ପୋଲିସ ତଦନ୍ତକୁ ବାଟବଣା କରିବା ପାଇଁ ସୁପରିକଳ୍ପିତ ଷଡଯନ୍ତ୍ର କରିଛି : ବିଜେପି
OSCAR-2019
ଓଡ଼ିଆରେ ଛୋଟ ବଡ଼ ହୋଇ ଅନେକ ମହାଭାରତ ଲେଖାଯାଇଛି। ସେ ମଧ୍ୟରୁ ଚାରିଗୋଟି ମହାଭାରତ ପ୍ରମୁଖ ସ୍ଥାନ ଅଧିକାର କରିଅଛି। ୧. ସାରଳା ଦାସଙ୍କ ମହାଭାରତ, ୨. କୃଷ୍ଣସିଂହ ମହାଭାରତ, ୩. ଫକୀରମୋହନଙ୍କ ମହାଭାରତ ଓ ୪. ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କ ମହାଭାରତ। ଏ ସମସ୍ତ ମହାଭାରତ ଅନୁବାଦ ବା ପୁନର୍ଲିଖନ। ଭାରତବର୍ଷରେ ଏହି ପ୍ରକାର ଅନୁବାଦ ବା ପୁନର୍ଲିଖନ କାର୍ଯ୍ୟ ପ୍ରଥମେ ଦକ୍ଷିଣ ଭାରତରେ ଦ୍ୱାଦଶ ଶତାବ୍ଦୀରେ କନ୍ନଡ଼ ଭାଷାରେ ଓ ତ୍ରୟୋଦଶ ଶତାବ୍ଦୀରେ ତେଲଗୁ ଭାଷାରେ ଆରମ୍ଭ ହୋଇଥିଲା। ଏ ସବୁ ଅଧିକ ଭାବରେ ମୂଳାନୁଗତ। ପଞ୍ଚଦଶ ଶତାବ୍ଦୀର ମଧ୍ୟଭାଗରେ ସାରଳା ଦାସ ଏକ ମହାଭାରତ ପୁନର୍ଲିଖନ ଆରମ୍ଭ କଲେ। ସାରଳାଙ୍କ ମହାଭାରତ, ବ୍ୟାସକୃତ ମହାଭାରତ, ହରିବଂଶ ଓ ଅନ୍ୟାନ୍ୟ ବହୁ ପୁରାଣ, ଉପପୁରାଣ, କାବ୍ୟ ଆଦିକୁ ଆଧାର କରିବା ସହିତ ସେଥିରେ ସ୍ଥାନୀୟ କାହାଣୀ କିଂବଦନ୍ତୀକୁ ପିଣ୍ଡିତ (ନିର୍ଯ୍ୟାସ) କରି ମିଶାଇ ଏକ ନୂତନ ମହାଭାରତର ପରିକଳ୍ପନା ଓ ରଚନା କରିଛନ୍ତି। ବହୁଦୃଷ୍ଟିରୁ ଏହା ଥିଲା ଅନନ୍ୟ। ସମଗ୍ର ଓଡ଼ିଶାରେ ସାରଳାଙ୍କ ମହାଭାରତ ପାଠ କରାଯାଉଥିଲା। ଏହାର ପ୍ରଚାର ଓ ପ୍ରସାର ଉତ୍ତରରେ ହୁଗୁଳୀଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଏଭଳିକି ପଶ୍ଚିମରେ ଆଧୁନିକ ଛତିଶଗଡ଼ ପର୍ଯ୍ୟନ୍ତ ବି ମହାଭାରତ ପଠନ ପାଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। କିନ୍ତୁ କେବେ ବି ଏହା ଏକ ଧାର୍ମିକ ଗ୍ରନ୍ଥର ମର୍ଯ୍ୟାଦା ପାଇ ନ ଥିଲା। ଓଡ଼ିଶାର ବିଶିଷ୍ଟ ପୁରାଣ ଗ୍ରନ୍ଥ ଭାଗବତ ଭଳି ମର୍ଯ୍ୟାଦା ଓ ଗ୍ରହଣଯୋଗ୍ୟତା ସାରଳା ମହାଭାରତକୁ କେବେ ମିଳି ନ ଥିଲା। ଏହା ସମକାଳରେ ଥିଲା ଏକ କାବ୍ୟ, ଲୋକଗାଥା ସଂଗ୍ରହ ଓ ଲୋକପୁରାଣ। ଏହା ଥିଲା ସାରଳା ଦାସଙ୍କର ଏକକ ସୃଷ୍ଟି। ନିଜର ସାମର୍ଥ୍ୟ ଅନୁସାରେ ମହାଭାରତର କେତେକ ଅଂଶ ବେଳେ ବେଳେ ବ୍ୟାପକ ଓ କେତେବେଳେ ସଂକ୍ଷେପ ରୂପ ନେଇଥିଲା। କିନ୍ତୁ ସମଗ୍ର ସୃଷ୍ଟି, ଭାରତବର୍ଷର ବିଭିନ୍ନ ଭାଷାରେ ଅନୁଦିତ ହୋଇଥିବା ମହାଭାରତରେ ଏହାର ସ୍ଥାନ ସ୍ୱତନ୍ତ୍ର। କୃଷ୍ଣ ସିଂହ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଧରାକୋଟ ରାଜ୍ୟର ରାଜା ଥିଲେ। ଧରାକୋଟର ପ୍ରଖ୍ୟାତନାମା ରାଜା ରାମଚନ୍ଦ୍ର ସିଂହଙ୍କ କନିଷ୍ଠ ପୁତ୍ର ନୀଳାଦ୍ରି ସିଂହଙ୍କ ମଧ୍ୟମ ପୁତ୍ର ଥିଲେ କୃଷ୍ଣ ସିଂହ। ସେ ସମୟରେ ଦକ୍ଷିଣ ଓଡ଼ିଶାରେ ବ୍ୟାସଙ୍କ ମହାଭାରତର ଯେଉଁ ଗ୍ରନ୍ଥ ଉପଲବ୍ଧ ଥିଲା ସେହି ପାଠକୁ ଆଧାର କରି କୃଷ୍ଣସିଂହ ଓଡ଼ିଆ ଅନୁବାଦ କରିଛନ୍ତି। କୃଷ୍ଣ ସିଂହ ନିଜେ ଜଣେ ସାହିତ୍ୟ ପ୍ରେମୀ ଥିଲେ ଓ ସଂସ୍କୃତ ପଣ୍ଡିତମାନଙ୍କ ସହଯୋଗରେ ମୂଳଗ୍ରନ୍ଥକୁ ଯଥାସାଧ୍ୟ ଅନୁସରଣ କରି ଚଉଦ ଅକ୍ଷରି ବୃତ୍ତରେ ଗ୍ରନ୍ଥ ରଚନା କଲେ। ଏହି ମହାଭାରତ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶେଷତଃ ଦକ୍ଷିଣ ଓଡ଼ିଶାରେ ହିଁ ପରିଚିତ ଥିଲା। କୃଷ୍ଣସିଂହଙ୍କ ମହାଭାରତର ପ୍ରଚାର ଓ ପ୍ରସାର ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରାୟତଃ ନ ଥିଲା ବୋଲି କହିଲେ ଚଳେ। ମୂଳଗ୍ରନ୍ଥର ଅନୁବାଦ ହୋଇଥିଲେ ମଧ୍ୟ କବି କେତେକ କ୍ଷେତ୍ରରେ ସ୍ଥାନର ବର୍ଣ୍ଣନା ଓ ନାରୀ ବର୍ଣ୍ଣନା ସମୟରେ ଉତ୍କଳର ପରିବେଶକୁ ଆପଣେଇ ନେଇଛନ୍ତି। ଓଡ଼ିଆ ଭାଷାର ଶକ୍ତି ଓ ମୌଳିକତା କୃଷ୍ଣସିଂହଙ୍କ ମହାଭାରତରେ ସ୍ପଷ୍ଟ ପ୍ରମାଣିତ ହୋଇଛି। ୧୮୫୦ ମସିହା ପରେ ବଙ୍ଗଳାର ଜଣେ ବିଖ୍ୟାତ ଜମିଦାର କାଳିପ୍ରସନ୍ନ ସିଂହ ବହୁ ପଣ୍ଡିତଙ୍କୁ ଏକଜୁଟ କରି ମହାଭାରତର ଉପଲବ୍ଧ ପାଠଗୁଡ଼ିକର ବିଚାର ବିଶ୍ଳେଷଣ କରି ଓ ସିଦ୍ଧାନ୍ତ ନେଇ ମହାଭାରତର ଏକ ଗଦ୍ୟାନୁବାଦ ପ୍ରସ୍ତୁତ କରିଥିଲେ। ଏହି କାଳିପ୍ରସନ୍ନ ସିଂହଙ୍କ ମହାଭାରତକୁ ଆଶ୍ରୟ କରି ପ୍ରଥମେ ଫକୀରମୋହନ ପଦ୍ୟରେ ଓ ଗୋବିନ୍ଦଚନ୍ଦ୍ର ମହାପାତ୍ର ଗଦ୍ୟରେ ମହାଭାରତ ରଚନା କଲେ। ପ୍ରକୃତରେ ଗୋବିନ୍ଦଚନ୍ଦ୍ର ଓ ଫକୀରମୋହନଙ୍କ ମହାଭାରତ ପ୍ରାୟତଃ ସମାନ କାରଣ ଏ ଦୁଇ ପୁସ୍ତକର ଉତ୍ସ ସମାନ। ଗୋବିନ୍ଦଚନ୍ଦ୍ର ମହାପାତ୍ର ୧୮୯୦ ମସିହା ପରେ କାମ ଆରମ୍ଭ କରିଛନ୍ତି। ୧୮୯୭ ମସିହା ଅକ୍ଟୋବର ମାସରେ ମହାଭାରତର ଆଦିପର୍ବ ମୟୂରଭଞ୍ଜ ରାଜ୍ୟର ଛାପାଖାନାରୁ ପ୍ରକାଶ ପାଇଥିଲା, ପରେ ଏହା ଓଡ଼ିଶା ସାହିତ୍ୟ ଏକାଡେ଼ମୀରୁ ପ୍ରକାଶ ପାଇଲା। ସଂସ୍କୃତ ମହାଭାରତର ୧୮ ଖଣ୍ଡରୁ ଗୋବିନ୍ଦଚନ୍ଦ୍ର ପାଞ୍ଚଖଣ୍ଡ – ଆଦିପର୍ବ, ସଭାପର୍ବ, ବନପର୍ବ, ବିରାଟପର୍ବ, ଅନୁବାଦ କରିସାରି ଭୀଷ୍ମ ପର୍ବର ଆଂଶିକ ଅନୁବାଦ କରିଥିଲେ। ହଠାତ ତାଙ୍କର ହୃଦକ୍ରିୟା ବନ୍ଦହୋଇ ମୃତ୍ୟୁ ଘଟିବାରୁ କାମଟି ଅସମ୍ପୂର୍ଣ୍ଣ ରହିଥିଲା। ପରେ ତାଙ୍କର ପୁତ୍ର ମନମୋହନ ମହାପାତ୍ର, ଭାତୃଷ୍ପୁତ୍ର ରାଜେଶ୍ୱର ମହାପାତ୍ର, ପାରେଶ୍ୱର ସେନାପତି ଓ ତାଙ୍କ ଜାମାତା କପିଳେଶ୍ୱର ମିଶ୍ର ଅବଶିଷ୍ଟ ପର୍ବକୁ ଅନୁବାଦ କରିଥିଲେ। ସଂସ୍କୃତ ମହାଭାରତର ଅନୁବାଦ କରିବା ସଂପର୍କରେ ସୂଚନା ଦେଇ ଗୋବିନ୍ଦଚନ୍ଦ୍ର ମହାପାତ୍ର ଲେଖିଥିଲେ – “ମହାଭାରତର ପ୍ରକୃତ ଅନୁବାଦ ଉତ୍କଳ ଭାଷାରେ ନ ଥିଲା ବୋଇଲେ ଅତ୍ୟୁକ୍ତି ହେବନାହିଁ। ଗଦ୍ୟରେ ନାହିଁ ପଦ୍ୟରେ ଅଛି। ଏହା ଅନୁବାଦ କରିବା ପୂର୍ବରୁ ଆମ୍ଭେ ସ୍ୱର୍ଗୀୟ କାଳୀପ୍ରସନ୍ନ ସିଂହଙ୍କର ଓ ଶ୍ରୀ ସତ୍ୟବ୍ରତ ଭଟ୍ଟାଚାର୍ଯ୍ୟଙ୍କ କୃତ ଅନୁବାଦ ଗ୍ରନ୍ଥ ଦ୍ୱୟକୁ ଆଲୋଚନା କରିଅଛୁ।“ ଗୋବିନ୍ଦଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଗୃହଶିକ୍ଷକ ଥିଲେ। ଏ ପୁସ୍ତକକୁ ପ୍ରସ୍ତୁତ ଓ ପ୍ରକାଶ କରିବା ପାଇଁ କିଛି ସହଯୋଗୀଙ୍କ ସାହାଯ୍ୟ ନେଇଥିଲେ। ଫକୀରମୋହନ ୧୮୮୫ ପରେ ତାଙ୍କର କାମ ଆରମ୍ଭ କରିଛନ୍ତି। ୧୮୮୫-୮୬ ମସିହାରେ ତାଙ୍କର ମହାଭାରତ ବହି ଆକାରରେ ବାହାରିଲା ବେଳକୁ ଶ୍ରୀମଦ୍ଭଗବତ ଗୀତାକୁ ସେ ଅଲଗା କରି ପ୍ରକାଶ କରିଥିଲେ।
OSCAR-2019
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ସରକାର ଦୁଇଜଣ ବ୍ୟକ୍ତିଙ୍କୁ ସାମୟିକ ଏବଂ ନନ୍‌ ଅଫିସିଆଲ୍‌ ନିର୍ଦେଶକଭାବେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ଅନୁବନ୍ଧିତ ସଂସ୍ଥା ସ୍ୱଦେଶୀ ଜାଗରଣ ମଞ୍ଚର ସହ-ଆବାହକ ସ୍ୱାମୀନାଥନ୍‌ ଗୁରୁମୂର୍ତି ଏବଂ ଅନ୍ୟ ଜଣେ ହେଲେ ବ୍ୟବସାୟୀ ସତୀଶ କାଶୀନାଥ ମରାଠେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଏହି ନିଯୁକ୍ତିକୁ ନିକଟରେ ମଞ୍ଜୁରି ଦେଇଛି। ଏମାନଙ୍କୁ ସାମୟିକ ଏବଂ ନନ୍‌-ଅଫିସିଆଲ୍‌ ନିର୍ଦେଶକଭାବେ ୪ ବର୍ଷ ପାଇଁ ନିଯୁକ୍ତି ମିଳିଛି। ଏହି ଦୁଇ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବା ପରେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ନିର୍ଦେଶକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ତେବେ ପେସାରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଥିବା ସ୍ୱାମୀନାଥନ ଗୁରୁମୂର୍ତିଙ୍କ ନିଯୁକ୍ତି ଏବେ ଦେଶରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସରକାର ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥାରେ ଆର୍‌ଏସ୍‌ଏସ୍‌ ଚିନ୍ତାଧାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଗୁରୁମୂର୍ତି ସଂଘ ପରିବାର ମଧ୍ୟରେ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଭାବେ ଯଦିଓ ଖ୍ୟାତିଲାଭ କରିଛନ୍ତି ତେବେ ଆର୍ଥିକ ଉଦାରୀକରଣ ନୀତିକୁ ଆପଣାଇ ଭାରତୀୟ ଅର୍ଥନୀତିକୁ ଆଗକୁ ନେଉଥିବା ଅର୍ଥନୀତିଜ୍ଞଙ୍କ ମଧ୍ୟରେ ତାଙ୍କର ଗ୍ରହଣୀୟତା ସେତେଟା ନାହିଁ। ତାମିଲ ଭାଷାରେ ପ୍ରକାଶ ପାଉଥିବା ତୁଗଲକ୍‌ ନାମକ ଏକ ମାଗାଜିନ୍‌ର ସମ୍ପାଦକ ମଧ୍ୟ ଶ୍ରୀ ଗୁରୁମୂର୍ତି ରହିଛନ୍ତି। ମୋଦୀ ସରକାରଙ୍କ ବିମୁଦ୍ରାକରଣ ଭଳି ପଦକ୍ଷେପର ସେ ଦୃଢ଼ ପ୍ରଶଂସକ। ମୁମ୍ବାଇ : ଟାଇଗର ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଟାଇଗରଙ୍କ ସହ ରୋମାନ୍ସ କରିବେ ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆ । ତେବେ କୌଣସି କାମରେ ଟାଇଗର ବାହାରକୁ ଯାଉଥିବା ବେଳେ ତାଙ୍କୁ ଏୟାରପୋର୍ଟରେ ସାମ୍ବାଦିକମାନେ ଘେରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାମ୍ବାଦିକମାନେ ପାଖକୁ ଆସିବା ପୂର୍ବରୁ ଟାଇଗର ଦୌଡ଼ିବାକୁ ଲାଗିଥିଲେ । ଯାହାକୁ ଦେଖିବା ପରେ ଉପସ୍ଥିତ ଲୋକ ଏବଂ ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ହଠାତ୍‌ ଟାଇଗରଙ୍କର କ’ଣ ହେଲା ବୋଲି ସମସ୍ତେ ଭାବୁଥିବା ବେଳେ ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା । ଟାଇଗର୍‌ଙ୍କ ଏୟାରପୋର୍ଟରେ ପହଞ୍ଚିବା ବିଳମ୍ବ ହେବାରୁ ତାଙ୍କ ବିମାନ ଉଡ଼ାଣର ସମୟ ହୋଇ ଯାଇଥିଲା । ଟିକେ ବିଳମ୍ବ ହୋଇଥିଲେ ସେ ଆଉ ବିମାନରେ ଚଢ଼ି ପାରି ନ ଥାନ୍ତେ । ଯାହା ପାଇଁ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ସେ ଦୌଡ଼ିବା ଆରମ୍ଭ କରିଥିବା ଜଣାପଡ଼ିଛି । ନୂଆଦିଲ୍ଲୀ: ମଫସଲ ଅଞ୍ଚଳରେ ମୁଖ୍ୟତଃ ଶୌଚାଳୟ ତିଆରି ଉପରେ ଧ୍ୟାନ ଦେଉଥିବା ‘ସ୍ୱଚ୍ଛ ଭାରତ ମିସନ୍‌’ ଆରମ୍ଭ ହେବା ପର ଠାରୁ ଅନ୍ୟୂନ ୧. ୮ ଲକ୍ଷ ଡାଇରିଆଜନିତ ମୃତ୍ୟୁକୁ ଆଡ଼େଇବା ସମ୍ଭବ ହୋଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି। ଶୁକ୍ରବାର ଦିନ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ଯଦି ଏହି ଯୋଜନା ଦ୍ୱାରା ୨୦୧୯ ସୁଦ୍ଧା ପ୍ରତ୍ୟେକ ଘର ଲାଗି ଶୌଚାଳୟ ଲକ୍ଷ୍ୟ ପୂରଣ କରିପାରେ ତେବେ ଅନ୍ୟୂନ ୩ ଲକ୍ଷ ଜୀବନ ବଞ୍ଚାଇ ହେବ। ଶୁକ୍ରବାର ସୁଦ୍ଧା ପାନୀୟ ଜଳ ଏବଂ ପରିମଳ ମନ୍ତ୍ରାଳୟ ଦାବି କରିଛି ଯେ ଗ୍ରାମଗୁଡ଼ିକରେ ଥିବା ୮୯% ଘରେ ଶୌଚାଳୟ ନିର୍ମାଣ ସରିଛି। ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ କହିଛି, ୨୦୧୪ ପୂର୍ବରୁ ବିପଜ୍ଜନକ ପରିମଳ ଯୋଗୁଁ ବାର୍ଷିକ ୧୯୯ ନିୟୁତ ଡାଇରିଆ ସଂକ୍ରମଣ ଘଟୁଥିଲା। ‘ରାପିଡ୍‌ ସର୍ଭେ ଅଫ୍‌ ଚିଲ୍‌ଡ୍ରେନ୍‌’ ଏବଂ ‘ନେସ୍‌ନାଲ୍‌ ଫ୍ୟାମିଲି ହେଲ୍‌ଥ୍‌ ସର୍ଭେ ଆଣ୍ଡ୍‌ ସ୍ୱଚ୍ଛ ଭାରତ ମିସନ୍‌’ରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ସଂଗ୍ରହ କରି ଏକଥା ପ୍ରକାଶ କରିଥାଇ ପାରେ ବୋଲି ମନ୍ତ୍ରାଳୟ କହିଛି।
OSCAR-2019
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡର ୩ ନିର୍ଦେଶକଙ୍କୁ ଗିରଫ କଲା କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ। ଗିରଫ ୩ ନିର୍ଦେଶକ ହେଲେ କିର୍ତୀ ବସ୍ତିଆ, ଅବନୀ ପଟ୍ଟନାୟକ ଏବଂ ତାରା ପ୍ରସାଦ ହୋତା । ତାରା ପ୍ରସାଦ ହୋତା ସୁରଟ କାର୍ଯ୍ୟାଳୟର ନିର୍ଦେଶକ ଅଛନ୍ତି , ଆଉ ଜମି ଦଲାଲକୁ ମଧ୍ୟ ଧରିଥିବା ସୂଚନା ମିଳିଛି । ଅନ୍ୟପଟେ ଆଜି ସରୁଛି ଓସ୍କାର ମୁଖ୍ୟ ପ୍ରଭାସ ରାଉତଙ୍କ ୫ ଦିନିଆ ରିମାଣ୍ଡ ଅବଧି । କ୍ରାଇମବ୍ରାଂଚ ଜେରା ବେଳେ ସାମ୍ନାକୁ ଆସିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଜ୍ୟ ଓ ରାଜ୍ୟ ବାହାରେ ବହୁସ୍ଥାନରେ ଜମି ଓ ଜାଗା ଥିବାର ତଥ୍ୟ ଲାଗିଛି କ୍ରାଇମବ୍ରାଂଚ ହାତରେ । ଓଡିଶାର ବିଭିନ୍ନ ସ୍ଥାନରେ ୨୦ ଏକର ଜମି ଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ଜେରା ବେଳେ ପ୍ରଭାସଙ୍କ ପାଖରୁ ଏ ସବୁ ତଥ୍ୟ ମିଳିଛି । ତେବେ ଅଧିକ ପଚରାଉଚୁରା ପାଇଁ ପ୍ରଭାସଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ କ୍ରାଇମବ୍ରାଂଚ।
OSCAR-2019
ଭୁବନେଶ୍ୱର ୧-୯ (ଓଡ଼ିଆ ପୁଅ) ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପାର୍କ ଠାରେ ରକ୍ଷା ବନ୍ଧନ ଉତ୍ସବ ଦୀନଦୟାଲ ପ୍ରଭାତ ଶାଖା ତରଫରୁ ତିରିଷ ଜଣ ସ୍ୱୟଂସେବକ ସମ୍ମିଳୀତ ହୋଇଥିବା ବେଳେ ପଚାଷ ଜଣଙ୍କ ଉପସ୍ଥିତିରେ ପାଳନ କରାଯାଇଥିଲା। ଆରମ୍ଭରେ ଜଗବଂଧୁ ପ୍ରଧାନ ରକ୍ଷାବନ୍ଧନ ଉତ୍ସବ ସମାଜରେ କିପରି ଭାବରେ ସାମାଜିକ ସମରସତାର ବାର୍ତ୍ତା ବହନ କରୁଛି ତାହା ବୁଝାଇଥିଲେ। ମୁଖ୍ୟବକ୍ତା ଇଂଜିନିୟର ସତ୍ୟଜିତ୍ ନାୟକ ରକ୍ଷାବନ୍ଧନ ଭାରତୀୟ ପରମ୍ପରାର ବାର୍ତ୍ତା ବହନ କରୁଛି ବୋଲି ନିଜ ଅଭିଭାଷଣରେ କହିଥିଲେ। ମୁଖ୍ୟ ଅତିଥି ସମାଜସେବୀ ସଂଜୀବ କୁମାର ମିଶ୍ର ତାଙ୍କ ବକ୍ତବ୍ୟରେ ରକ୍ଷାବନ୍ଧନ ଉତ୍ସବ ଏକ ରାଷ୍ଟ୍ରୀୟ ଆବଶ୍ୟକତା ବୋଲି ମତ ଦେଇଥିଲେ। ଶେଷରେ ସ୍ୱୟଂସେବକ ମାନେ ପରସ୍ପର ମଧ୍ୟରେ ରକ୍ଷୀ ବାନ୍ଧିବା ସହିତ ପରସ୍ପରକୁ ମିଠା ଉୁଆଇ ଥିଲେ। ଉତ୍ସବପରେ ସୁଶୁଲୀ କୁମାର ସାହୁ ଓ ଭୀମସେନ ନାୟକଙ୍କ ନେତୃତ୍ୱରେ ସମସ୍ତ ସ୍ୱୟଂସେବକ ମାନେ ବସ୍ତି ଅଂଚଳରେ ବୁଲି ରାଖି ବାନ୍ଧିଥିଲେ। ୩ନଂ ମାଳି କଲୋନୀ, ୯ ନଂ ମା’ ମଙ୍ଗଳା ବସ୍ତି ଏବଂ ନିକୋପାର୍କ ନିକଟସ୍ଥ ମୁଣ୍ଡାପାର୍କ ବସ୍ତି ଏଥିରେ ସାମିଲ ଥିଲା। ଏହି ଅବସରରେ ଡଃ ଅଲେଖ ଚନ୍ଦ୍ର ପାତ୍ର ବସ୍ତିବାସୀଙ୍କୁ ନିଜ ବସ୍ତିକୁ ସଫା ରଖିବା ନିଜେ ରୋଜଗାରକ୍ଷମ ହେବା ସହିତ ନିଜର ପିଲାମାନଙ୍କୁ ଶିକ୍ଷାଦୀକ୍ଷା ଦେଇ ଭଲ ମଣିଷ କରି ଗଢିତୋଳିବା ପାଇଁ କହିଥିଲେ। ସ୍ୱୟଂସେବକ ମାନେ ଜନପଥରେ ଟ୍ରାଫିକ୍ ପୋଲିସ ଭାଇମାନଙ୍କୁ ରାଖି ବାନ୍ଧିବା ସହିତ ଡିସିପି ଅଫିସ, ଶହୀଦ ନଗର ଥାନା, ଖାରବେଳ ନଗର ଥାନା, ଏବଂ କାପିଟାଲ ଥାନାର ପୋଲିସ ଭାଇମାନଙ୍କୁ ମଧ୍ୟ ରାଖି ବାନ୍ଧି ଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ସହିତ ଗୋଦାବରୀଶ ପାତ୍ର, ମନୋରଂଜନ ପଟ୍ଟନାୟକ, ଅରୁଣ ଜେନା, ତୀର୍ଥ ପଣ୍ଡା, ଅଶୋକ ସେଠୀ, ସଂଗ୍ରାମ ଜେନା, ପ୍ରିୟବତ ସାହୁ, ବ୍ରହ୍ମାନନ୍ଦ ଦାଶ, ତ୍ରିନାଥ ବରାଳ ପ୍ରଭୃତି ଉପସ୍ଥିତ ଥିଲେ।
OSCAR-2019
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଓଡିଶା ଆସିବେ କେନ୍ଦ୍ର ସଡକ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ । କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ବିକାଶ ଉତ୍ସବରେ ସାମିଲ ହେବା ପାଇଁ ଭୁବନେଶ୍ୱର ଆସୁଛନ୍ତି । କେନ୍ଦ୍ରରେ ମୋଦି ସରକାର ନିଜ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ହାସଲ କରିଥିବା ସଫଳତା ବିଷୟରେ ସେ ତଥ୍ୟ ଉପସ୍ଥାପନ କରିବେ । ତେବେ ଏହି ଅବସରରେ କୌଣସି ସାଧାରଣ ସଭା ଆୟୋଜିତ ହେଉ ନାହିଁ । କେବଳ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କୁ କେନ୍ଦ୍ର ମନ୍ତ୍ରୀ ଗଡକରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ନିଜ ବିଫଳତା ଲୁଚାଇବାକୁ ଯାଇ ବିଜେପି ଏଭଳି ବ୍ୟବସ୍ଥା କରିଥିବା ଚର୍ଚ୍ଚା ହେଉଛି । କାରଣ ପୂର୍ବରୁ ରାଉରକେଲା ହୋଇଥିବା ବିକାଶ ଉତ୍ସବ ଫ୍ଲପ୍ ସୋ ପାଲଟିଥିଲା । ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ଥିବା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସିପାରି ନଥିଲେ । ଏନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା । ନବରଙ୍ଗପୁର : ଓଡିଶା-ଛତିଶଗଡ ସୀମାରୁ ୬ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି । ଗୋଟିଏ ଜୀବନ୍ତ ବ୍ରଜକାପ୍ତାକୁ ମଧ୍ୟ ଉଦ୍ଧାର କରିଛି ବନବିଭାଗ । ଏହି ଘଟଣାରେ ବନ ବିଭାଗ ୬ ଜଣ ଶିକାରୀଙ୍କୁ ଗିରଫ କରିଛି ।
OSCAR-2019
କଂଗ୍ରେସର ବନ୍ଦ ପଛରେ ଥିଲା ବିଜେଡିର ଭିତିରି ସମର୍ଥନ । ଏକଥା କହି ଚର୍ଚ୍ଚାକୁ ଆସିଥିଲା ବିଜେପି । ତେବେ ଏହି ଚର୍ଚ୍ଚାରେ ଏକପ୍ରକାର ମୋହର ଲଗାଇଲେ ବିଜେଡିର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ଦଳର ଗୁମରକୁ ସେ ଖୋଲିଦେଲେ ଗଣମାଧ୍ୟମ ସମ୍ମୁଖରେ ଏପରି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଜୋର ଧରିଛି । ଭାରତ ବନ୍ଦ ସମୟରେ ନିଜର ପ୍ରତିକ୍ରିୟା ଦେଇ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଥିଲେ ଯେ, ବନ୍ଦଟା ଯୁକ୍ତିଯୁକ୍ତ ହୋଇଛି । ଗୋଟିଏ ପଟେ ବିଧାନସଭାକୁ ମୁଖ୍ୟମନ୍ତ୍ରୀ ବିଳମ୍ବରେ ଆସିବା ଓ ଅନ୍ୟପଟେ ଦଳର ବିଧାୟିକାଙ୍କ ବୟାନ ଏକଥାକୁ ପ୍ରମଣା କରିଦେଇଛି ବୋଲି ରାଜନୈତିକ ସମୀକ୍ଷକ ମାନଙ୍କ ମହଲରେ ଆଲୋଚନା ହେଉଛି । କଂଗ୍ରେସର ବନ୍ଦ ପାଳନକୁ ଦଳର ଅନ୍ୟ ମୁଖପାତ୍ର ସମର୍ଥନ କରୁନାହାନ୍ତି ବୋଲି ଘଂଟ ଘୋଡାଇ ଚାଲିଥିବା ବେଳେ ଏଥିରେ କିନ୍ତୁ ମୋହର ଲଗାଇଲେ ବିଧାୟିକା । ଏପରି କଥା ଲୋକଲୋଚନକୁ ଆସିବା ପରେ ଆସନ୍ତା ନିର୍ବାଚନରେ ଓଡିଶାରେ ରାଜନୀତିର ନୂଆ ସମୀକରଣ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବନ୍ଦ ପାଳନ ସମ୍ପର୍କରେ ଦଳର ମୁଖପାତ୍ର ସମୀର ରଞ୍ଜନ ଦାସ କହିଥିଲେ ତୈଳଦର ବୃଦ୍ଦି ନେଇ ଯେଇଁ ଜନ ଆକ୍ରୋଶ ଅଛି ତାହାକୁ ଆମେ ସମର୍ଥନ କରୁଛୁ । ହେଲେ କଂଗ୍ରେସର ବନ୍ଦକୁ ସମର୍ଥନ କରୁନାହୁଁ । ଏପରି କଥା ଗତ କିଛିଦିନ ହେବେ ପ୍ରସଙ୍ଗ ଏଡାଇ ଚାଲିଥିବା ବେଳେ ବିଧାୟିକାଙ୍କ ବୟାନ ଏହା ସ୍ପଷ୍ଟ କରୁଛି ବୋଲି ଆଲୋଚନା ହେଉଛି । ସେପଟେ କଂଗ୍ରେସର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଡେରିରେ ଆସିବା କଂଗ୍ରେସର ବନ୍ଦକୁ ସଫଳ କରିଛି ।
OSCAR-2019
ବ୍ରହ୍ମପୁର/ଛତ୍ରପୁର : ବ୍ରହ୍ମପୁର ଜିଆର୍‌ପି ଥାନା ଅନ୍ତର୍ଗତ ଛତ୍ରପୁର ରେଳଷ୍ଟେସନ୍‌ ପୂର୍ବରୁ ଥିବା ଏକ ଲେବଲ୍‌ କ୍ରସିଂରେ ଆଜି ସକାଳେ ଜଣେ ମହିଳା ଡାକ୍ତର ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଡାକ୍ତରଙ୍କ ନାମ ଅର୍ଚ୍ଚନା ଦାଶ(୩୧)। ଡାକ୍ତର ସ୍ୱାମୀଙ୍କ ଛାଡ଼ପତ୍ର ନୋଟିସ୍‌ ପାଇବା ପରେ ସେ ଏହିଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଛତ୍ରପୁର ଶ୍ରୀନଗର ଦ୍ୱିତୀୟ ଲାଇନ୍‌ରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ରଘୁନାଥଙ୍କ ଝିଅ ହେଉଛନ୍ତି ଅର୍ଚ୍ଚନା। ୨୦୦୩ ମସିହାରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଗାଡ଼କଣା ଗ୍ରାମର ଅଞ୍ଜନ କୁମାର ଦାଶଙ୍କ ସହିତ ତାଙ୍କର ବାହାଘର ହୋଇଥିଲା। ସ୍ୱାମୀ ମଧ୍ୟ ଡାକ୍ତର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଭାବେ କାମ ଆରମ୍ଭ କରିଥିଲେ। ମାତ୍ର, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ଭଲ ସମ୍ପର୍କ ନ ଥିଲା। ଏହାପରେ ସେ ବାପଘରକୁ ଚାଲି ଆସିଥିଲେ। କିଛିମାସ ତଳେ ସେ ସୁନ୍ଦରପୁରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାମ ଆରମ୍ଭ କରିଥିଲେ। ଗତ ୭ ତାରିଖ ଦିନ ସ୍ୱାମୀଙ୍କ ପକ୍ଷରୁ ଛାଡ଼ପତ୍ର ନୋଟିସ୍‌ ଆସିଥିଲା। ନୋଟିସ୍‌ ପାଇବା ପରେ ଅର୍ଚ୍ଚନା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। କିଛିଦିନ ହେଲା ମାନସିକ ଦୁଃଶ୍ଚିନ୍ତାରେ ଥିଲେ। ଆଜି ସକାଳେ କାହାକୁ କିଛି ନକହି ଅର୍ଚ୍ଚନା ଘରୁ ବାହାରି ଯାଇଥିଲେ। ସକାଳ ପ୍ରାୟ ୬ଟା ବେଳେ ଝିଅ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଅର୍ଚ୍ଚନାଙ୍କ ବାପଘର ଲୋକ ନିର୍ଯାତନା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଝିଅ ତାଙ୍କର ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏ ନେଇ ଜିଆର୍‌ପି ଥାନା କେସ୍‌ ନମ୍ବର ୫୬/୧୮ରେ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଭଦ୍ରକ/ଧାମନଗର : ଭଦ୍ରକ ଜିଲ୍ଲାରେ ଧାମନଗର ଅନ୍ତର୍ଗତ ଶାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀଙ୍କ ଗୁରୁତର ଅବସ୍ଥା ଦେଇ ସ୍ତ୍ରୀ ମଧ୍ୟ ବିଷ ପିଇ ଦେଇଛନ୍ତି। ଉଭୟଙ୍କ ମୃତ୍ୟୁ ପରେ ମାତ୍ର ଚାରି ମାସର ବୈବାହିକ ଜୀବନର ଅନ୍ତ ଘଟିଛି। ଶାମପୁର ଗ୍ରାମର ସତ୍ୟରଂଜନ ତ୍ରିପାଠୀ (ବାବୁ)ଙ୍କ ପୁଅ ଧର୍ମେନ୍ଦ୍ର (୩୦) ଚଳିତ ବର୍ଷ ମେ ମାସ ୯ ତାରିଖରେ କଟକ ବାଙ୍କି ଅଞ୍ଚଳର ନୀଳମଣି ଦାଶଙ୍କ ଝିଅ ପୂର୍ଣ୍ଣିମା(୨୩)ଙ୍କୁ ବିବାହ କରିଥିଲେ। ବିବାହର ୪ମାସ ମଧ୍ୟରେ ଉଭୟ ଦମ୍ପତି ବେଶ୍‌ ହସଖୁସିରେ ଦିନ କଟାଉଥିଲେ। ଗତକାଲି ରାତିରେ ହଠାତ୍‌ ଧର୍ମେନ୍ଦ୍ର କୌଣସି କାରଣରୁ ବିଷାକ୍ତ ଦ୍ରବ୍ୟ ଖାଇ ଦେଇଥିଲେ। ଧର୍ମେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବା ଦେଖି ପୂର୍ଣ୍ଣିମା ମଧ୍ୟ ବିଷ ପିଇ ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା। ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ସେକ୍ଟର-ବି ଅଞ୍ଚଳରେ ୧୮ ବର୍ଷୀୟ ଯୁବତୀ ନିଶା (ଛଦ୍ମନାମ) ଆଜି ଭୋର୍‌ ସମୟରେ ନାଁ ପୋଡ଼ି ଛଟପଟ ହେଉଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଥିଲା। ତେବେ କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ବିବାହ କରିବାକୁ ଜିଦ୍‌ ଧରିବାରୁ ପ୍ରେମିକ ଅମିତ ଯାଦବ (୨୫) ଓ ତାଙ୍କ ବାପା ଅମାନୁଷିକ ଭାବେ ତାଙ୍କ ଝିଅକୁ ଜାଳି ଦେଇଥିବା ମୃତ ନିଶାଙ୍କ ବାପା ବିରଞ୍ଚି ନାଏକ ବନ୍ଧମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।
OSCAR-2019
ଅପ୍ରେଲ ମାସର ଏକ ତାରିଖକୁ ଉତ୍କଳ ଦିବସ ଅବା ଓଡିଶା ଦିବସ ରୂପେ ପାଳନ କରାଯାଉଛି । ୧୯୩୬ ମସିହାର ଏହି ଦିନରେ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ରୂପେ ଗଠିତ ହୋଇଥିଲା । ଆମର ଏଇ ଓଡିଶା ରାଜ୍ୟ । ଯାହାର ଅନ୍ୟନାମ ହେଏଛି ଉତ୍କଳ ଅବା କଳିଙ୍ଗ। ଏହି ଭୂଖଣ୍ଡରେ ଅତୀତରେ ଗଙ୍ଗବଂଶ, ସୂର୍ଯ୍ୟବଂଶ, ମୋଗଲ, ମରହଟ୍ଟା, ବ୍ରିଟିଶ୍ ମାନେ ଶାସନ କରିଛନ୍ତି । ଇଂରେଜ ମାନଙ୍କ ଶାସନ କାଳରେ ଓଡିଶାକୁ ଭାଗ ଭାଗ କରି ଅନ୍ୟାନ୍ୟ ରାଜ୍ୟ ସହିତ ରଖା ଯାଇଥିଲା । ବୀର ଓଡିଆ ଜାତିର ଜାତୀୟତାକୁ ଲୋପ କରି ଏକ ଗୋଲାମ ସଂସ୍କୃତି ସୃଷ୍ଟି କରିବା ପାଇଁ ଇଂରେଜମାନେ ଦକ୍ଷିଣ ଓଡିଶାକୁ ତତ୍କାଳୀନ ମାନ୍ଦ୍ରାଜ ପ୍ରଦେଶରେ, ପଶ୍ଚିମ ଓଡିଶାର ସମ୍ବଲପୁର, ଫୁଲଝର, ସାରଙ୍ଗଗଡ, ଶକ୍ତି, ରାୟଗଡ ପ୍ରଭୃତି ଅଞ୍ଚଳକୁ ମଧ୍ୟପ୍ରଦେଶରେ, ସିଂହଭୂମି ଓ ଛୋଟ ନାଗପୁର ଆଦି ଅଞ୍ଚଳକୁ ବିହାର ଓ ବଙ୍ଗଳା ସହିତ ରଖିଥିଲେ । ସେତେବେଳେ ବିପଦ ଦେଖା ଦେଇଥିଲା ଓଡିଶା ଭାଷାର ସୁରକ୍ଷା କ୍ଷେତ୍ରରେ । ଏପରିକି “ଓଡିଆ ଏକଟା ଭାଷା ନଁ ଏ” ବୋଲି କହିସାରିଥିଲେ କାନ୍ତିଲାଲ୍ ଭଟ୍ଟାଚାର୍ଯ୍ୟ ନାମ୍ନୀ ଜଣେ ବଙ୍ଗାଳୀ ସ୍କୁଲ ଶିକ୍ଷକ । ୧୯୩୬ ଅପ୍ରେଲ୍ ପହିଲାରେ ଓଡିଶା ବିହାର ପ୍ରଦେଶରୁ ମୁକ୍ତି ପାଇ ଗଠିତ ହେଲା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପରେ । ମାତ୍ର ତତ୍କାଳୀନ ଇଂରେଜ ସରକାର କୂଟନୀତି ସହିତ ସେ ସମୟର କଂଗ୍ରେସ ସରକାରଙ୍କ ଦୁର୍ବଳ ନୀତି ଯୋଗୁଁ ସିଂହଭୂମି, ମେଦିନୀପୁର, ଫୁଲଝର, ସାରଙ୍ଗଗଡ, ଶକ୍ତି, ରାୟଗଡ, ବିନ୍ଦ୍ରା, ନୂଆଗଡ, ଇଛାପୁର, ମଂଜ୍ରୁଷା, ଟେକାଲି, ଷଢେଇକଳା ଓ ଖରସୁଆଁ ପରି କେତେକ ଦୁର୍ବଳ ଅଞ୍ଚଳ ସବୁଦିନ ପାଇଁ ବିଚ୍ଛିନ୍ନ ହୋଇଗଲା ଓଡିଶାରୁ । ଦେଶ ସ୍ୱାଧୀନ ହେଲାପରେ ବହୁ ଗୁଣୀଜନ ଏପରିକି ଡଃ.ରାଜେନ୍ଦ୍ର ପ୍ରସାଦ ମଧ୍ୟ ବାହାରି ପାରିଲେ ନାହିଁ ଆଞ୍ଚଳିକ ସଂକୀର୍ଣ୍ଣତାରୁ । କୋରାପୁଟ, ପୁରୀ, ଗଞ୍ଜାମ, କଟକ ବାଲେଶ୍ୱର ଓ ସମ୍ବଲପୁର । ଏହି ଛଅଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ । ୧୯୪୮ରେ ଗଡଜାତ ମିଶ୍ରଣ ପରେ ସମୁଦାୟ ୧୩ଟି ଜିଲ୍ଲାକୁ ନେଇ ଓଡିଶା ପ୍ରଦେଶ ଗଠିତ ହେଲା । ପରବର୍ତ୍ତୀ ସମୟରେ ଅବଶ୍ୟ ସେହି ୧୩ଟି ଜିଲ୍ଲାକୁ ପ୍ରଶାସନିକ ସୁବିଧା ପାଇଁ ୩୦ଟି ଜିଲ୍ଲାରେ ପରିଣତ କରାଯାଇଛି । ପୁନଶ୍ଚ ଇଂରେଜ ମାନଙ୍କର ଇଂରାଜୀ ଭାଷାରେ ଆମ ମାତୃଭୂମି ଏବଂ ମାତୃଭାଷାକୁ ଓରିଆ ଲେଖିବାର ଅସଙ୍ଗତିକୁ ଦୂର କରିବାପାଇଁ ସ୍ୱତନ୍ତ୍ର ପ୍ରଦେଶ ହେବାର ୭୩ ବର୍ଷ ପର୍ଯ୍ୟନ୍ତ ଉଦ୍ୟମ କରିବାକୁ ପଡିଲା । ପରିଶେଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଇଂରାଜୀ ଭାଷାରେ ଓଡିଶାକୁ Odisha ଏବଂ ଓଡିଆ ଭାଷାକୁ Odia ଭାବେ ଲେଖାଯାଇ ପାରିଲା । ଓଡିଆ ଜାତି ଓ ଓଡିଆ ଭାଷାର ବର୍ତ୍ତମାନ ଅବସ୍ଥା ତା’ ନ ହୋଇଥିଲେ କ’ଣ ହୋଇଥାନ୍ତା ତାହ କହିହେବ ନାହିଁ । କାରଣ ଉତ୍କଳ ବା ଓଡିଶାର ସ୍ଥିତି ସ୍ୱତନ୍ତ୍ରତା ଆଗକୁ ସେମିତି କିଛି ନଥିଲା । ତେବେ ଏ ଜାତିର କର୍ଣ୍ଣଧାର ଜାତୀୟ ବୀର ଓଡିଶାର ପ୍ରାଣ ପ୍ରତିଷ୍ଟାତା ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ପ୍ରଚେଷ୍ଠାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇପାରିଥିଲା । ମଧୁବାବୁଙ୍କ କଥାରେ ଏପରି ଏକ ଯାଦୁକାରୀ ଶକ୍ତି ଥିଲା ଯାହା ଶୁଣିଲା ମାତ୍ରେ ମନ ଭିତରେ ଭାସି ଉଠେ ଏକ ଦାମ୍ଭିକ ଓ ତେଜିୟାନ୍ ଅଭିଜାତ ବ୍ୟକ୍ତିତ୍ୱ, ସ୍ୱାଭିମାନ ଓ ଆତ୍ମସମ୍ନାନର ଏକ ଉଜ୍ଜଳ ଅଗ୍ନିଶିକ୍ଷା । ଏ ଉତ୍କଳମାତା ବୀର ପ୍ରସବିନୀ । ଯୁଗେ ଯୁଗେ ସବୁଜିମା, ଶସ୍ୟ ଶ୍ୟାମଳା ଓ ସୌନ୍ଦର୍ଯ୍ୟରେ ରୁଦ୍ଧିମନ୍ତ । ସେଇ ଜନନୀ କୋଳରେ ଜନମି ମଧୁବାବୁ ଏ ଜାତିର ପ୍ରାଣ କେନ୍ଦ୍ର । ତାଙ୍କରି ଉଦ୍ଦେଶ୍ୟରେ କବି ନନ୍ଦ କିଶୋର ଲେଖିଥିଲେ, “ଯେତେ କାଳଥିବ ଓଡିଆ ଜାତି ଇତିହାସରେ ତୁମରି ନାମ ଅଙ୍କିତ ହୋଇ ରହିଥିବ ହେମମୟ ଅକ୍ଷରରେ” । ସେ ଥିଲେ ଏ ମାଟିର ଜଣେ ଜ୍ଞାନୀ, ମାନୀ, ବୁଦ୍ଧିଜୀବି ଓ ପଣ୍ଡିତ । ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ତାଙ୍କର ଥିଲା ଗଭୀର ଅନୁରାଗ । ତାଙ୍କର ପ୍ରଚେଷ୍ଟା ଆଉ ପ୍ରଗାଢ ଅଧ୍ୟବସାୟ ଫଳରେ ସ୍ୱତନ୍ତ୍ର ଓଡିଶା ଗଠନ ହୋଇପାରିଲା । ସତ୍ୟଭାମାପୁର ପରି ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ଏବଂ ଶିକ୍ଷା ଆରମ୍ଭ ଗାଁ ଚାଟଶାଳୀରୁ । ନାନା କଷ୍ଟ ସହି ପାଠ ପଢି ଶେଷରେ ଜଣେ ବିଖ୍ୟାତ ଓକିଲ ହୋଇ ପାରିଥିଲେ । ହେଲେ ଓକିଲ ହିସାବରେ ସେ ଯେତିକି ଖ୍ୟାତି ଏବଂ ପ୍ରଶଂସା ପାଇଛନ୍ତି ତା’ଠାରୁ ଅଧିକା ପାଇଚନ୍ତି ଦେଶ ଓ ଜାତିର ସେବକ ହିସାବରେ । ଆବାଲ୍ୟରୁ ନିର୍ଭୀକ, ସ୍ପଷ୍ଟବାଦୀ, ସ୍ୱାଧୀନଚେତା ତଥା ଉଦାର ହୃଦୟ ବିଶିଷ୍ଟ ଜଣେ କର୍ମଯୋଗୀ, ଶିଳ୍ପୋଦ୍ୱଗୀ। ସେ ବଳିଷ୍ଠ ପଦକ୍ଷେପ ନେଇଥିଲେ ଓଡିଶାର ଶିଳ୍ପ ପ୍ରସାର କ୍ଷେତ୍ରରେ । ଚାଟଶାଳୀ ପାଠ ପରେ ସେ କଟକର ସରକାରୀ ଜିଲ୍ଲା ଇଂରାଜୀ ସ୍କୁଲରେ ପାଠ ପଢିଥିଲେ । ସେତେବେଳେ ଓଡିଆମାନେ ବିଦେଶୀୟ ଜୀବନ ଯାପନ କରିବାକୁ କୁଣ୍ଠାବୋଧ କରୁଥିବାରୁ ବଙ୍ଗାଳୀମାନେ ଘୃଣା କରୁଥିଲେ ଓଡିଆଙ୍କୁ। ମଧୁସୂଦନ ମଧ୍ୟ ସେଥିରୁ ମଧ୍ୟ ବାଦ୍ ଯାଇନଥିଲେ। ଏହାହିଁ ଥିଲା ତାଙ୍କ ମନରେ ଉତ୍କଳୀୟ ଜାତୀୟତା ଗଠନ କରିବାର ଫଳପ୍ରଦ କାରଣ। ସେଥିପାଇଁ ଷୋହଳ ବର୍ଷ ବୟସରେ ସେ କଲିକତା ଯାଇ ଶିକ୍ଷାଲାଭ କରିଥିଲେ। ସେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ଅନାଟନ ଦୂର କରିବା ପାଇଁ ଖ୍ରୀଷ୍ଟଧର୍ମକୁ ଗ୍ରହଣ କରିଥିଲେ। ନିଜର ଶିକ୍ଷା ସମାପନ କରି ଓକିଲାତି କରିଥିଲେ। କିନ୍ତୁ ସେ କେବେବି ତାଙ୍କ ଆଦର୍ଶରୁ ବିଚ୍ୟୁତ ହୋଇନାହାନ୍ତି। ଓଡିଆ ଜାତିପାଇଁ ସେ ଯେପରି ନିଃସ୍ୱାର୍ଥପର ଭାବେ ସଂଗ୍ରାମ କରିଥିଲେ ତାହା ଅନ୍ୟ କେଉଁ ଜାତୀୟ ବୀରଙ୍କଠାରେ ବିରଳ। ମାତୃଭୂମି ଏବଂ ମାତୃଭାଷାର ଉନ୍ନତି ବିନା ଓଡିଆ ଜାତିର ଉନ୍ନତି ଅସମ୍ଭବ ବୋଲି ସେ ହୃଦୟଙ୍ଗମ କରି ଉତ୍କଳୀୟ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ ୧୯୦୩ ମସିହାରେ। ତାଙ୍କର ଏକମାତ୍ର ଲକ୍ଷ୍ୟଥିଲା ଉତ୍କଳର ସଂଗଠନ ଏବଂ ଓଡିଆମାନଙ୍କୁ ଏକ ଶାସନଧୀନ କରିବା। ତେଣୁ ଅକ୍ଟୋବର ୨୫, ୧୯୦୩ରେ ସେ କଟକର କନିକା ରାଜବାଟୀରେ ପ୍ରାରମ୍ଭିକ ଅଧିବେସନ ଡକାଇଥିଲେ। ଉତ୍କଳ ସମ୍ମିଳନୀ ଗଠନ କରି, ପ୍ରାକୃତିକ ଉତ୍କଳର ଏକତ୍ରୀକରଣ, ଉତ୍କଳର କୃଷି ବାଣିଜ୍ୟ ଓ ଶିଳ୍ପର ଉନ୍ନିତି ସାଧନ ଏବଂ ଉତ୍କଳର ଶିକ୍ଷା ଏବଂ ସାହିତ୍ୟର ପ୍ରଚାର ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ । ମଧୁବାବୁଙ୍କ ପରି ଉତ୍କଳମଣି ଗୋପବନ୍ଧୁଙ୍କର ଜୀବନ ଦର୍ଶନ ଥିଲା ନବ ଓଡିଶା ଗଠନ। ଛିନ୍ନ ବିଛନ୍ନ ହୋଇ ରହିଥିବା ଓଡିଆ ଅଞ୍ଚଳକୁ ଏକାଠି କରିବା ଉଦ୍ଦେଶ୍ୟରେ ଉତ୍କଳ ସମ୍ମିଳନୀର ସେ ଥିଲେ ଅନ୍ୟତମ କର୍ଣ୍ଣଧାର। ସେ ବିଛିନ୍ନାଞ୍ଚଳରେ ଓଡିଆ ଭାଷା ଓ ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପୂର୍ବରୁ ସେ ସିନା ଇହଲୀଳା ସମ୍ବରଣ କଲେ ହେଲେ ସୂପ୍ତପ୍ରାୟ ଓଡିଆଙ୍କୁ ଜାଗ୍ରତ ଓ କ୍ରୀୟାଶୀଳ କରିବା ପାଇଁ ସତ ସିଂହାର ବଳ ସୃଷ୍ଟି କରିବା ପାଇଁ ସେ ଲେଖନୀ ଚାଳନା କରି ଜାତୀୟ କବି ହୋଇ ପାରିଥିଲେ । ସେ ଉତ୍କଳ ସମ୍ମିଳନୀର ମହତ୍ ଉଦ୍ଦେଶ୍ୟ ସମ୍ବନ୍ଧରେ ଲେଖିଛନ୍ତି । ଓଡିଆ ଜାତିକୁ ଆଗେଇ ନେବାର ସେ ଯେଉଁ ଆଶା ପୋଷଣ କରିଥିଲେ ସେଥିପାଇଁ ସେ ବ୍ୟକ୍ତିଗତ ସ୍ୱାର୍ଥକୁ ଗୌଣ କରି ଜାତିଗତ ସ୍ୱାର୍ଥକୁ ମୁଖ୍ୟସ୍ଥାନ ଦେଇଥିଲେ । ସେଥିପାଇଁ ସେ କହିଛନ୍ତି – ଉତ୍କଳର କୋଣାର୍କ, ଶ୍ରୀ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରର ଅପୂର୍ବ କାରୁକାର୍ଯ୍ୟକୁ ନେଇ ଗର୍ବ କରୁଥିଲେ ମଧୁବାବୁ । ସେ ଶିଳ୍ପର ପ୍ରସାର ପାଇଁ ଉତ୍କଳ ଟ୍ୟାନେରୀ, ଓଡିଶା ଆର୍ଟ ୱାର୍କସ୍ ଗଠନ କରିଥିଲେ ଯାହା ବିଶ୍ୱ ବଜାରରେ ଚହଳ ସୃଷ୍ଟି କରିଥିଲା । ମଧୁବାବୁଙ୍କ ଆମନ୍ତ୍ରଣ କ୍ରମେ ୧୯-୦୮-୧୯୨୫ରେ ମହାତ୍ମାଗାନ୍ଧୀ ତାଙ୍କ ଓଡିଶା ଗ୍ରସ୍ତ ସମୟରେ ଉତ୍କଳ ଟ୍ୟାନେରୀ ବୁଲି ଦେଖିଥିଲେ । ଓଡିଆମାନେ ଖଟନ୍ତୁ ଆଉ ମଥା ଉପରକୁ କରି ସୁଖରେ ଚଳନ୍ତୁ ଥିଲା ତାଙ୍କର ଉଦ୍ଦେଶ୍ୟ । ମାତୃଭାଷାର ମର୍ଯ୍ୟାଦା ମାତୃଭୂମି ସହିତ ଓତଃପ୍ରୋତ ଭାବେ ଜଡିତ । ମାତୃଭାଷାର ତାଜାପଣ ସବୁଠୁ ଅଧିକ । ମାତୃଭାଷାର ଜନ୍ମ ନିଜ ଅନ୍ତରର ଶିରା ପ୍ରଶିରାରୁ । ତାହା ଜୀବନ୍ତ ଏବଂ ପ୍ରାଣସ୍ପର୍ଶୀ । ସୁତରାଂ ମାତୃଭାଷାର ଉନ୍ନତି ବିନା ଦେଶର ତଥା ଜାତିର ଉନ୍ନତି ଅସମ୍ଭବ । ଭାଷାବିତ ଡାକ୍ତର ଆଶୁତୋଷ ମୁଖାର୍ଜି ଯଥାର୍ଥରେ କହିଛନ୍ତି “ପ୍ରକୃତ ଜ୍ଞାନ ଲାଭ ବିଦେଶୀ ଭାଷା ଦ୍ୱାରା ହୁଏନାହିଁ । ମାତୃଭାଷା ଅଧ୍ୟୟନ ହିଁ ବଳିଷ୍ଠ ମାଧ୍ୟମ ।” ସେଥିପାଇଁ ମଧୁବାବୁ ଆଜୀବନ ଓଡିଶା ଏବଂ ଓଡିଆଙ୍କ ଉନ୍ନତି ବିଷୟରେ ଚିନ୍ତା କରୁଥିଲେ। ମଧୁବାବୁଙ୍କ ଶେଷଜୀବନ ଦୁଃଖମୟ । ଋଣଭାର ଏବଂ ଅର୍ଥାଭାବ ଭିତରେ ସେ କାଳାତିପାତ କରିଥିଲେ । ଉତ୍କଳମାତାର ସମ୍ମାନ ପାଇଁ ମଧୁବାବୁ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବିକିଦେଇ ସର୍ବସ୍ୱାନ୍ତ ହୋଇଯାଇଥିଲେ । ଆଉ ସେତେବେଳେ ତାଙ୍କୁ ଆର୍ଥିକ ସହାୟତାର ହାତ ବଢାଇଥିଲେ ପ୍ରଖ୍ୟାତ ସମାଜସେବୀ ଓ ଜାତୀୟତାବାଦୀ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଆଧୁନିକ ଓଡିଶାର ଅନ୍ୟତମ ନିର୍ମାତା ବିଜୁ ପଟ୍ଟନାୟକଙ୍କ ପିତା । ତାଙ୍କରି ପ୍ରେରଣାରେ ଉଦବୁଦ୍ଧ ହୋଇ ବିଜୁବାବୁ ଉତ୍କଳର କଳିଙ୍ଗ ନାମରେ ତାଙ୍କର ସବୁ କାର୍ଯ୍ୟ କରୁଥିଲେ । ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ପ୍ରତ୍ୟେକ କ୍ଷେତ୍ରରେ ଓଡିଶା ଆଜି ବିଶ୍ୱରେ ପରିଚିତ । ଏହାର ଭାଷା ଓଡିଆ, ଯାହା ସବୁ ଭାଷାଠୁ ବଢିଆ ଏବଂ ଅତି ପୁରାତନ ଭାଷା ଭାବରେ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଛି । ଆମେ ଉତ୍କଳଦିବସ ପାଳନ କରୁଛେ ସତ ହେଲେ ଦୁଃଖ ଲାଗେ ଯେ ଓଡିଆ ପିଲାଙ୍କୁ ଓଡିଆ ପଢିବା ମନା । ଗାଁ ହେଉକି ସହର ସବୁଆଡେ ଇଂରାଜୀ ମାଧ୍ୟମ ଶିକ୍ଷାଶାଳ । ଆମେ ଭୁଲି ଯାଉଛେ ସାବତ ମା’ କେବେହେଲେ ମା’ ସହିତ ସମାନ ହୋଇ ପାରିବନାହିଁ । ଅନ୍ୟଭାଷା ଶିଖିବାରେ ବାଧା ନାହିଁ ମାତ୍ର ମାତୃଭାଷାକୁ ହତାଦର କରିବା ଅନ୍ୟାୟ । ଉତ୍କଳ ଦିବସ ପାଳନ ଅବସରରେ ଆସ ଆମେ ସମସ୍ତେ ଏକାଠି ମିଶି ମାତୃଭୂମି ଓ ମାତୃଭାଷାର ସମ୍ମାନ ରକ୍ଷାପାଇଁ ସଂକଳ୍ପ ନେବା ।
OSCAR-2019
12 ଏହା ବୁଝିଲାଭଳି କୌଣସି ଜ୍ଞାନୀ ବ୍ୟକ୍ତି ଏଠାରେ ଅଛନ୍ତି କି? ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷା ପାଇଥିବା ଓ ତାଙ୍କର ମୁଖ ନିଃସୃତ ବାଣୀକୁ ବ୍ୟକ୍ତି କରିବାକୁ କେହି ବ୍ୟକ୍ତି ଅଛି କି? ଦେଶ କାହିଁକି ଧ୍ୱଂସପ୍ରାପ୍ତ ହେଲା ଓ ପ୍ରାନ୍ତରସବୁ ଦ‌ଗ୍‌ଧିଭୂତ ହେଲା, କେହି ସେଠାରେ ଯାତାୟାତ କଲେ ନାହିଁ? 13 ଏସବୁର କାରଣ ସଦାପ୍ରଭୁ କହନ୍ତି, “ତାହା ହେଲା ଆମ୍ଭେ ସେମାନଙ୍କ ସମ୍ମୁଖରେ ଆମ୍ଭର ଯେଉଁ ବ୍ୟବସ୍ଥାମାନ ରଖିଲୁ ତାହା ସେମାନେ ପରିତ୍ୟାଗ କରିଅଛନ୍ତି। ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି କି ତଦନୁସାରେ ଆଚରଣ କରି ନାହାନ୍ତି। 14 ସେମାନେ ନିଜ ଇଚ୍ଛାନୁସାରେ ଅବାଧ୍ୟ ହୋଇଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସାରେ ବା‌‌ଲ୍‌‌ଦେବ ତାଙ୍କର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।” 15 ତେଣୁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା। 16 ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷ ଜାଣି ନ ଥିବା ଦେଶୀୟମାନଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ସେମାନଙ୍କୁ ସଂହାର ନ କରିବା ଯାଏ ସେମାନଙ୍କ ପଛରେ ‌‌ଖ‌ଡ଼୍‌ଗ ପଠାଇବା।” 25 ସଦାପ୍ରଭୁ କହନ୍ତି ଦେଖ, “ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି। 26 ଆମ୍ଭେ ମିଶର, ଯିହୁଦା, ଇଦୋମ, ଅମ୍ମୋନ ଓ ମୋୟାବର ସନ୍ତାନଗଣଙ୍କୁ ଓ ସମସ୍ତ ପ୍ରାନ୍ତରବାସୀଙ୍କୁ ଦଣ୍ଡ ଦେବା, କାରଣ ସେମାନେ ଶରୀରରେ ଅସୁନ୍ନତ ମାତ୍ର ସମଗ୍ର ଇସ୍ରାଏଲ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି।”
OSCAR-2019
ଝାଡଖଣ୍ଡ :ଅଲକାଇଦା ଆତଙ୍କବାଦୀ ଅବଦୁଲ ରହେମାନ ଓରଫ୍ କଟକୀର ନେଟୱର୍କର ଗୋଟିକ ପରେ ଗୋଟିଏ ଗୁମର ପଦାକୁ ଆସୁଛି । ଓଡ଼ିଶାର ବିଚ୍ଛିନ୍ନାଂଚଳ ଷଢେଇକଳା ଓ ଖରସୁଆଁରେ ବି ଥିଲା ତାର ନେଟୱର୍କ । ଆଲକାଇଦା ଓ ଆଇଏସଆଇଏସରେ ଯୁବକମାନଙ୍କୁ ଭର୍ତି କରି ସାରା ଦୁନିଆରେ ଆତଙ୍କ ଖେଳାଇବାକୁ ପ୍ରବର୍ତାଉଥିଲା କଟକୀ । ଏହା ସହ ଅଲକାଇଦା ପାଇଁ ସେଠାରେ ଗଢିଥିଲା ସ୍ଲିପର ସେଲ୍ । ସବୁ ପରିସ୍ଥିତି ପାଇଁ ସଜାଗ ରଖାଯାଇଥିଲା ସ୍ଲିପର ସେଲର ଗୁପ୍ତ ସଦସ୍ୟ ଗୋଷ୍ଠୀକୁ । ଷଢେଇକଳା ଓ ଖରସୁଆଁ ସମେତ ଝାଡଖଣ୍ଡର ଜାମସେଦପୁର, ରାଂଚି ଓ ଛତ୍ରା ଜିଲ୍ଲାରେ ସ୍ଲିପର ସେଲ ସଦସ୍ୟଙ୍କ ବଡ ନେଟସ୍ୱର୍କ ତିଆରି କରିଥିଲା ଅବଦୁଲ ରେହମାନ କଟକୀ । ନିଜକୁ ଗୁପ୍ତ ରଖି ଏହି ସଦସ୍ୟମାନେ ଅଲକାଇଦା କମାଣ୍ଡରର ଇସାରାକୁ ଅପେକ୍ଷା କରି ରହିଥିଲେ । ଯେକୌଣସି ସମୟରେ ବଡ ଧରଣର ଆତଙ୍କ ଖେଳାଇବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ଉଭୟ କଟକୀ ଓ ତାର ସହଯୋଗୀଙ୍କୁ ଜେରା କରିବା ବେଳେ ଏପରି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଯାହା ନିଦ ହଜାଇ ଦେଇଛି ସୁରକ୍ଷା ଅଧିକାରୀଙ୍କର । କେବଳ ଏତିକି ନୁହେଁ ଜାମସେଦପୁରର ଜଣେ ବିଲଡର୍ ସେମାନଙ୍କୁ ବଡ ଧରଣର ଆର୍ଥôକ ସହାୟତା ଯୋଗାଇ ଦେଉଥିଲା । ଝାଡଖଣ୍ଡର ଅନେକ ଯୁବକଙ୍କୁ ପାକିସ୍ତାନ ଓ ଅନ୍ୟାନ୍ୟ ରାଷ୍ଟ୍ରରେ ଥିବା ଅଲକାଇଦା ଆତଙ୍କବାଦୀ ସଂଗଠନର ତାଲିମ ଶିବିରକୁ ପଠାଉଥିଲା କଟକୀ । ଗତ ବୁଧବାର ଠାରୁ କଟକୀ ଓ ତାର ସହଯୋଗୀ ସହମ୍ମଦ ସାମିକୁ ଝାଡଖଣ୍ଡର ବଛା ବଛା ଅଧିକାରୀ ଜେରା କରୁଛନ୍ତି । ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସୁଛି, ସେହି ଆଧାରରେ ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ଝାଡଖଣ୍ଡ ପୁଲିସ ତନାଘନା ଆରମ୍ଭ କରିଛି ।
OSCAR-2019
ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଶ୍ରେଷ୍ଠ ଜିଲ୍ଲାପାଳଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ସମ୍ମିଳନୀରେ ୩ ଟି ଜିଲ୍ଲାପାଳଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟ ସଂପାଦନ ପାଇଁ ମୟୁରଭଂଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ, ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ନିରଂଜନ ସାହୁ ପୁରସ୍କୃତ ହୋଇଛନ୍ତି । ଦକ୍ଷତାରେ ମୟୁରଭଂଜ ଜିଲ୍ଲାପାଳ ପ୍ରଥମ ହୋଇଥିବା ବେଳେ ନବରଙ୍ଗପୁର ଓ ଖୋର୍ଦ୍ଧା ଜିଲ୍ଲାପାଳ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଭଲ ଯୋଜନା କାର୍ଯ୍ୟକାରୀ କରିଥିବା ୭ ଜଣ ଜିଲ୍ଲାପାଳ ପୁରସ୍କାର ପାଇଁ ରେସରେ ରହିଥିବାବେଳେ , ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୁରସ୍କୃତ କରାଯାଇଛି । ଚକ୍ଷୁର ଯତ୍ନ ପାଇଁ ଭଲ କାମ କରିଥିବାରୁ ଖୋର୍ଦ୍ଧା ଜିଲ୍ଲାକୁ ୧୦ ଲକ୍ଷ, ନବରଙ୍ଗପୁର ଜିଲ୍ଲାକୁ ଅନ୍ଧବିଶ୍ୱାସ ଦୂର କରିବା କ୍ଷେତ୍ରରେ ସଫଳତା ପାଇଁ ୧୫ ଲକ୍ଷ ଟଙ୍କା , ଏବଂ ଫୁଡ ପ୍ରୋସେସିଂ ୟୁନିଟରେ ଭଲ କାମ ପାଇଁ ମୟୁରଭଂଜ ଜିଲ୍ଲାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି । ମୟୁରଭଂଜ ଜିଲ୍ଲାରେ ଫଳ ଚାଷୀଙ୍କ କଂପାନୀ ଗଠନ କରି ୪ଶହ ଚାଷୀଙ୍କ ଆୟ ବଢାଇବାରେ ସକ୍ଷମ ହୋଇଛନ୍ତିି ଜିଲ୍ଲାପାଳ । ସେହିପରି ନବରଙ୍ଗପୁର ଜିଲ୍ଲାରେ ଜ୍ୟୋତି ଅଭିଯାନ ଜରିଆରେ ୪ ହଜାର ୪ ଶହ ୩୦ ଦିଶାରିଙ୍କୁ ଚେଂକର ଭୟାଭୟତା ସଂପର୍କରେ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ଜିଲ୍ଲାପାଳ । ଖୋର୍ଦ୍ଧା ଜିଲ୍ଲାରେ ଦୃଷ୍ଟିହୀନଙ୍କୁ ଦୃଷ୍ଟି ଶକ୍ତି ଫେରାଇବା ପାଇଁ ଚକ୍ଷୁଦାନ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ପୁରସ୍କୃତ ହୋଇଛନ୍ତି । ଭୁବନେଶ୍ୱରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୋଗ ଶିବିର ଆୟୋଜିତ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କଲେ ଯୋଗାଭ୍ୟାସ | Kanak News ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଆଜି ରାଜ୍ୟବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୋଗ ଶିବିରର ଆୟୋଜିତ ହୋଇଛି । ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଜନତା ମଇଦାନରେ ଆୟୋଜିତ ଏହି ଶିବିରରେ ପ୍ରାୟ ୫ ହଜାର ଲୋକ ସକାଳୁ ଯେଗାଭ୍ୟାସ କରିଛନ୍ତି ।
OSCAR-2019
ଓଲିଉଡର ହାସ୍ୟ ଅଭିନେତା ତତ୍ୱ ପ୍ରକାଶ ଶତପଥୀ ଓରଫ୍ ପପୁ ପମପମ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପାନକ୍ରିୟାସ୍ ଜନିତ ରୋଗରେ ପିଡୀତ ହୋଇ ପପୁ ଦିଲ୍ଲୀସ୍ଥିତ ଏମସ୍ ଠାରେ ଚିକିତ୍ସାଧୀନ ଥିଲେ । ସୋମବାର ବିଳମ୍ବିତ ରାତିରେ ବିମାନ ଯୋଗେ ପପୁ ଭୁବନେଶ୍ୱର ଫେରିଛନ୍ତି । ଏଠାରେ ପହଂଚିବା ପରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିବା ସହ ସେ ବର୍ତମାନ ସୁସ୍ଥ ବୋଲି ସୂଚନା ଦେଇଛନ୍ତି । ପପୁ ସୁସ୍ଥ ଥିବା ଖବର ପ୍ରଚାରିତ ହେବା ପରେ ଓଲିଉଡ୍ ଜଗତ ଓ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳି ଯାଇଛି । ସୂଚନାଯୋଗ୍ୟ, ପପୁ ସୁଟିଂ ସେଟରୁ ଫେରିବା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ବନ୍ଧୁମାନେ ତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତି କରିଥିଲେ । ପରେ ସେ (ଅଗ୍ନାଶୟ) ପାନକ୍ର୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ତାଙ୍କ ଅବସ୍ଥା ଅଧିକ ଗମ୍ଭୀର ହେବାରୁ ଗତ ମଇ ୧୫ତାରିଖରେ ଏୟାର ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯାଇଥିଲା । ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଅ ।ଇସିୟୁରେ ଚିକିତ୍ସାଧୀନ ଥିଲେ ।
OSCAR-2019
ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆଦ୍ୟରେ ଗଞ୍ଜାମର ପୁରପଲ୍ଲୀରେ ଅତ୍ୟଧିକ ମାତ୍ରାରେ ଢୋଲ ଓ ତୁରୀର ଶବ୍ଦ ଗୁଞ୍ଜରିତ ହୋଇଥାଏ ଏବଂ ଏହି ସମୟରେ ସମୁଦାୟ ଜିଲ୍ଲାରେ ଦଳ ଦଳ ହଳଦିଆ ଓ ଲୋହିତ ବସ୍ତ୍ର ଧାରଣ କରି ହାତରେ ବାନା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ଧରି ଅନେକ ବ୍ୟକ୍ତିଙ୍କ ସ୍ବଚ୍ଛନ୍ଦ ବିଚରଣ ଦେଖିବାକୁ ମିଳେ୤ ଭକ୍ତିର ଏକ ବିରଳ ତଥା ଅନନ୍ୟ ପରମ୍ପରା ଦଣ୍ଡନାଚ କେବଳ ଗଞ୍ଜାମ ନୁହେଁ ବରଂ ରାଜ୍ୟର ଅନେକ ଜିଲ୍ଲା ଯଥା ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧାରେ ମଧ୍ୟ ଦେଖିବାକୁ ମିଳିଥାଏ୤ ତେରଦିନ, ଷୋହଳ, ଅଠର ଏବଂ ଏକୋଇଶି ଦିନ ପର୍ଯ୍ୟନ୍ତ ନିଷ୍ଠାର ସହିତ ଅନେକ ବାଧାବିଘ୍ନକୁ ସମ୍ମୁଖୀନ ହୋଇ ଭଗବତୀଙ୍କ ଶରଣରେ ନିଜ ଭକ୍ତିର ନିଦର୍ଶନ କରାଇବା ଏହି ଲୋକ ପରମ୍ପରାର ଏକ ଅଦ୍ଭୂତ ଅଂଶ୤ ଏହି ନାଚରେ ଅଂଶ ଗ୍ରହଣ କଲେ ନିଜର ମନୋସ୍କାମନା ଅବଶ୍ୟ ପୂର୍ଣ୍ଣ ହୋଇଥାଏ ବୋଲି ଧାରଣା ରହିଥିବା ହେତୁ ଆଧୁନିକ ଯୁଗରେ ମଧ୍ୟ ଏହି ପରମ୍ପରା ମଳିନ ହୋଇନାହିଁ୤ ଏହି ଲୋକପରମ୍ପରା ଯେ କେବଳ ଭକ୍ତିର ଏକ ଅତି କଷ୍ଟଦାୟକ ନିଦର୍ଶନ ତାହା ନୁହେଁ, ବରଂ ଏହା ସହ ଜଡ଼ିତ ଅନେକ ଲୋକନୃତ୍ୟ ଏବଂ ଉପସ୍ଥାପନ ଶୈଳୀ ଗଞ୍ଜାମ ଜିଲ୍ଲାର ସମୃଦ୍ଧ ଲୋକନୃତ୍ୟ ପରମ୍ପରାକୁ ମଧ୍ୟ ପରିଚୟ କରାଇ ଥାଏ୤ ଚୈତ୍ରପୂର୍ଣ୍ଣିମା ଠାରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପର୍ବ ପାଳନ ହୁଏ୤ ସାଧାରଣତଃ ଏହା ଏକୋଇଶି ଦିନ ବ୍ୟାପୀ ହୋଇଥାଏ କିନ୍ତୁ ଅନେକ ସ୍ଥାନରେ ଏହା ୧୩, ୧୬ କିମ୍ବା ୧୮ ଦିନ ପାଇଁ ମଧ୍ୟ ହୁଏ୤ ଗାଁ ପାଖରେ ଥିବା ଠାକୁରାଣୀ ମନ୍ଦିରରେ କାମନା ଘର ସ୍ଥାପନା କରାଯାଏ୤ ଏହି ଘରୁ ପୂର୍ଣ୍ଣ କୁମ୍ଭ ବାହାରିଥାଏ, ଯାହାକୁ କାମନା ଘଟ ବୋଲି ମଧ୍ୟ କୁହାଯାଏ୤ ଦଣ୍ଡନାଚ ସମାପନ ପରେ ଏହି ଘଟର ଜଳକୁ ବିସର୍ଜନ କରାଯାଏ୤ ଦଣ୍ଡନାଚ ଦଳରେ ଅନ୍ୟୁନ ତେରଜଣ ମୁଖ୍ୟ ଭୋକ୍ତା ଏବଂ ଅନ୍ୟ କେତେଜଣ ଉପଭୋକ୍ତା ରହିଥାନ୍ତି୤ ଦୁଇଜଣ ଭୋକ୍ତା କାମନାଘର ଅଗ୍ନିକୁ ଜଗିଥାନ୍ତି୤ ଅନ୍ୟ ଭୋକ୍ତା ସେଇ ଅଗ୍ନିକୁ ଚମ୍ପାବରରେ ସଂଯୋଗକରି ଦଣ୍ଡନାଚରେ ବୁଲୁଥିବା ବେଳେ, ଦୁଇଜଣ ଅଗ୍ନିଘଡ଼ିରେ ସଂଯୋଗ କରି ଖେଳରେ ଅଂଶ ଗ୍ରହଣ କରନ୍ତି୤ ଜଣେ ଭୋକ୍ତା ମାଟି ହାଣ୍ଡିରେ ଝୁଣା ଧରିଥିବା ବେଳେ ଦୁଇଜଣ ଭୋକ୍ତା ଶିବ ପ୍ରତିମା ଓ ଗୌରୀବ୍ରତ ଧାରଣ କରନ୍ତି୤ ଏମାନଙ୍କ ବ୍ୟତୀତ ଅନ୍ୟମାନେ ବାଦକ, ବୀଣାକାର, ଚଢ଼େୟା ଓ ପ୍ରଭାନାଚ ଆଦି କାର୍ଯ୍ୟ ସମ୍ଭାଳିଥାନ୍ତି୤ ଭକ୍ତମାନେ ମାନସିକ ପୂରଣ ହେବା ଆଶାରେ ଦଣ୍ଡନାଚରେ ଅଂଶ ଗ୍ରହଣ କରିଥାନ୍ତି୤ ଦୂରାରୋଗ୍ୟ ବ୍ୟଧିରୁ ତ୍ରାହି ପାଇବା, ମନୋସ୍କାମନା ପୂରଣ କରିପାଇବା ଆଶାରେ ଲୋକମାନେ ଦଣ୍ଡ ନାଚରେ ଭାଗ ନିଅନ୍ତି୤ ଦଣ୍ଡନାଚ ଆରମ୍ଭ ହେବା ପୂର୍ବରାତ୍ରୀରେ ସମସ୍ତ ଦଣ୍ଡୁଆ ବା ଭୋକ୍ତା ଗାଁ ଠାକୁରାଣୀ ମନ୍ଦିର ସନ୍ନିକଟସ୍ଥ କାମନା ଗୃହ ନିକଟରେ ଏକତ୍ରିତ ହୁଅନ୍ତି୤ ସେଠାରୁ ସମସ୍ତଙ୍କୁ ଦଣ୍ଡୁଆ ବୋଲି କୁହାଯାଏ୤ ସେହି ରାତ୍ରୀରେ ମନ୍ଦିରରେ ହୋମକର୍ମ ଓ ଘୃତଯଜ୍ଞର ଆୟୋଜନ କରାଯାଏ୤ ଏହାପରେ ଦଣ୍ଡୁଆମାନେ ପାରମ୍ପରିକ ରୀତିରେ ଦଣ୍ଡ ଆଣନ୍ତି୤ ସମସ୍ତେ ପଇତା ପିନ୍ଧିବା ପରେ ଦୁଇଟି ବାଉଁଶ କାଠିକୁ ଘଷି ଅଗ୍ନିଜାତ କରନ୍ତି, ଏହାକୁ ଶିବାଗ୍ନୀ କୁହାଯାଏ୤ ଏହି ଅଗ୍ନିକୁ ପାଳର ତିଆରି ଚମ୍ପାବରରେ ରୋପଣ କରାଯାଏ ଏବଂ ଏହା ଦଣ୍ଡନାଚ ସମାପନ ହେବାପର୍ଯ୍ୟନ୍ତ ରଖାଯାଏ୤ ମା କାଳୀଙ୍କ ଚିତ୍ର, ଶିବଙ୍କ ପ୍ରତୀକ ନାଗମୂର୍ତ୍ତି, ମୟୁରପୁଚ୍ଛ, ପତାକା ଆଦି ପୂଜାପରେ ଦଣ୍ଡନାଚ ଆରମ୍ଭ ହୁଏ୤ ପ୍ରଥମ ଦିନ କାମନା ମନ୍ଦିର ସମ୍ମୁଖରେ ଦଣ୍ଡ ହୁଏ୤ ତା’ପରେ ନିମନ୍ତ୍ରଣ ଅନୁସାରେ ବିଭିନ୍ନ ଗ୍ରାମ ବା ସହରକୁ ଯାଇ ଦଣ୍ଡନାଚ କରାଯାଏ୤ ଦଣ୍ଡନାଚ କରାଇବା ପାଇଁ ମାନସିକଧାରୀ ବ୍ୟକ୍ତି ବିଶେଷ ବିଭିନ୍ନ ମନ୍ଦିରରେ ଆଗରୁ ନିମନ୍ତ୍ରଣ ଦେଇଥାନ୍ତି ଏବଂ ଦଣ୍ଡନାଚ ହେବାପୂର୍ବରୁ ଯେତେଦିନ ଦଣ୍ଡନାଚ ହେବ ସେତେଦିନର ସ୍ଥାନ ବିବରଣୀ ପ୍ରକାଶିତ ହୋଇଥାଏ୤ ପ୍ରତିଦିନ ପ୍ରାତଃ କାଳରେ ଦଣ୍ଡୁଆ ମାନେ ଖାଲି ପାଦରେ ଚାଲି ଚାଲି ଭକ୍ତଙ୍କ ଗାଁକୁ ଯାଇ ତାଙ୍କର ଆତିଥ୍ୟତା ଗ୍ରହଣ କରିଥାନ୍ତି୤ ଭକ୍ତଙ୍କ ପରିବାରର ମହିଳାମାନେ ଦଣ୍ଡୁଆ ମାନଙ୍କ ପାଦରେ ଅଳତା ଲଗାଇ ମା କାଳୀଙ୍କ ବନ୍ଦାପନା କରନ୍ତି୤ ଦଣ୍ଡନାଚ ପାଇଁ ସମସ୍ତ ଖର୍ଚ୍ଚ ମାନସିକଧାରୀ ଗୃହକର୍ତ୍ତାଙ୍କୁ ବହନ କରିବାକୁ ପଡ଼ିଥାଏ୤ ଏହାପରେ ଭକ୍ତଙ୍କ ଘର ସମ୍ମୁଖରେ ଥିବା ଖୋଲା ସ୍ଥାନରେ ଦଣ୍ଡୁଆମାନେ ମା କାଳୀ ମନ୍ଦିରରୁ ଅଣାଯାଇଥିବା ପ୍ରତୀକ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ସବୁ ସ୍ଥାପନା କରାଇ ପୂଜା ଆରମ୍ଭ କରାଯାଏ୤ ମୁଖ୍ୟ ବା ପାଟ ଦଣ୍ଡୁଆ ପୂଜାବିଧି ଆରମ୍ଭ କରିବାପରେ ନିର୍ଦ୍ଦେଶ ଦିଅନ୍ତି ଏବଂ ଦଣ୍ଡୁଆ ମାନେ ଟାଣ ଖରାରେ ଧୁଳିଦଣ୍ଡ କରନ୍ତି୤ ଏହି ସମୟରେ ଉପସ୍ଥିତ ଦର୍ଶକ ମାନଙ୍କୁ ଆମୋଦିତ କରିବାପାଇଁ ଦଣ୍ଡୁଆ ମାନେ ଅନେକ ଲୋକ ପ୍ରଥାକୁ ନୃତ୍ୟ ଏବଂ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରନ୍ତି୤ ଏହି ସମୟରେ ଓଡ଼ିଶାର ଚାଷବାସର ପରମ୍ପରାକୁ ନେଇ ଅନେକ ବ୍ୟଙ୍ଗ ପରିବେଷଣ କରାଯାଏ୤ ଚାଷ କରିବା ବିଧି, ଚଷା ପାଇଁ ବିଲକୁ ଘୋଟଣା ନେଇ ଯିବା, ମନ୍ଦିର ନିର୍ମାଣ କରିବା, ହଳ ଚଳାଇବା, ଲୁଗା ବୁଣିବା, ହଳଦୀ ବାଟିବା, କୂଅ ଖୋଳିବା ଇତ୍ୟାଦି ଦୃଶ୍ୟକୁ ଟାହିଟାପରା ଦ୍ବାରା ପରିବେଷଣ କରାହୁଏ ଯାହା ଦେଖିବାକୁ ଆମୋଦକର ହୋଇଥାଏ୤ ଏହାପରେ ସବୁ ଦଣ୍ଡୁଆମାନେ ଦାଣ୍ଡରେ ଧାଡ଼ିରେ ଶୋଇ ରହନ୍ତି ଏବଂ ସେମାନଙ୍କ ଉପରେ କାଠ ଦଣ୍ଡ ପକାଯାଇ ନଡ଼ିଆ ଭଙ୍ଗାଯାଏ୤ ଧୁଳିଦଣ୍ଡ ସମାପନ ହେବାପରେ ଦଣ୍ଡୁଆମାନେ ପାଣି ଦଣ୍ଡ କରିବାପାଇଁ ନିକଟସ୍ଥ ଜଳାଶୟକୁ ଯାତ୍ରା କରନ୍ତି୤ ସେଠାରେ ଦଣ୍ଡୁଆମାନେ ଛଅ ଆଙ୍ଗୁଳିଲମ୍ବ ଆମ୍ବଡ଼ାଳ ଦାନ୍ତକାଠିରେ ଦାନ୍ତ ସଫା କରି ପାଣିରେ ତେରଥର ବୁଡ଼ ଦିଅନ୍ତି ଏବଂ ଜଳରେ ଅଧା ବୁଡ଼ି ରହି ଦଣ୍ଡ ପ୍ରଦର୍ଶନ କରନ୍ତି୤ ସେଠାରେ ମା’ଙ୍କର ଆଳତୀ ହୁଏ୤ ଭକ୍ତମାନେ ଆଣିଥିବା ଭୋଗସାମଗ୍ରୀକୁ ପୂଜା କରାଯାଇ ଲିଆପଣା ସେବନ କରାଯାଏ ଏବଂ ଏହାପରେ ପାଳରେ ନିର୍ମିତ ଦୁଇଟି ବିଶେଷ ଆକାରର ମସାଲରେ ଅଗ୍ନିସଂଯୋଗ କରି ଝୁଣାଦ୍ବାରା ଅଗ୍ନିଖେଳ କରାଯାଏ ଏବଂ ଦଣ୍ଡ ସମାପନ କରି ଦଣ୍ଡୁଆ ମାନେ ପୂର୍ବ ସ୍ଥାନକୁ ଫେରି ଆସନ୍ତି୤ ସନ୍ଧ୍ୟା ସମୟରେ ମା’ଙ୍କର ଆଳତୀ ହୁଏ୤ ଏହା ଦେଖିବାପାଇଁ ଆଖପାଖର ଅସଂଖ୍ୟ ଲୋକ ଜମା ହୋଇଥାନ୍ତି୤ ଏହାପରେ ଦଣ୍ଡୁଆମାନଙ୍କୁ ନବାତ ପଣା ପିଇବାକୁ ଦିଆଯାଏ୤ ଏବଂ ନବାତ ମିଶ୍ରିତ ଲିଆ ପ୍ରସାଦ ଭାବରେ ସେମାନେ ଗ୍ରହଣ କରନ୍ତି୤ ସନ୍ଧ୍ୟା ଆଳତୀ ସରିବାପରେ ଦଣ୍ଡୁଆମାନଙ୍କ ରାତ୍ରୀ ଭୋଜନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ୤ ଦଣ୍ଡୁଆମାନେ ଦିନରେ ମାତ୍ର ଥରୁଟିଏ ଭୋଜନ କରନ୍ତି ଏବଂ ସେଥିରେ ସେମାନେ କେବଳ ଅରୁଆନ୍ନ ଏବଂ ଡାଲମା ଖାଆନ୍ତି୤ ଅକଟା, ଅବଟା ଓ ଅଫୁଟା ଉପାୟରେ ରୋଷେଇ ହୁଏ୤ ଅର୍ଥାତ ରୋଷେଇରେ ବ୍ୟବହୃତ ପରିବାକୁ କଟା ଯାଏ ନାହିଁ କିମ୍ବା ମସଲା ଆଦି ବଟା ଯାଏ ନାହିଁ୤ ବିନା ପିଆଜ ରସୁଣରେ ଶୁଦ୍ଧପୂତ ଭାବରେ ଏହା ରୋଷେଇ ହୁଏ୤ ଏହାର ସ୍ବାଦ ଖାଇବା ଲୋକ ହିଁ ଜାଣିପାରେ୤ ବିଳମ୍ବିତ ରାତ୍ରୀରେ ଦଣ୍ଡୁଆମାନେ ଭୋଜନ ଗ୍ରହଣ କରନ୍ତି୤ ସେଥିପାଇଁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ହିଁ ସେମାନଙ୍କୁ ଭୋଜନ ଗ୍ରହଣ କରିବାକୁ ହୁଏ୤ ଏହି ସମୟରେ ଢୋଲ ଓ ତୁରୀ ଆଦିକୁ ବଜା ଯାଇଥାଏ୤ କାରଣ ଦଣ୍ଡୁଆ ମାନେ ଭୋଜନ କରୁଥିବା ସମୟରେ ଯଦି କୌଣସି ପ୍ରକାର ପଶୁପକ୍ଷୀଙ୍କ ଶବ୍ଦ ଶୁଣାଯାଏ ତା ହେଲେ ଭୋଜନ ସେତିକିରେ ହିଁ ସମାପନ କରିବାକୁ ହୁଏ୤ ଭୋଜନ କରୁଥିବା ସମୟରେ ‘କାଳରୁଦ୍ରମଣୀଙ୍କୁ ଭଜ ହେ’ ବୋଲି ଡାକ ଦେଇ ଦେଇ ପ୍ରସାଦ ସେବନ କରନ୍ତି୤ ଯେଉଁ ଭକ୍ତଙ୍କ ନିମନ୍ତ୍ରଣରେ ଏହି ଦଣ୍ଡନାଚ ଆୟୋଜିତ ହୁଏ ତାଙ୍କର ପରିବାର ଲୋକମାନେ ମଧ୍ୟ ଏହି ପ୍ରସାଦ ସେବନ କରନ୍ତି୤ ଦଣ୍ଡୁଆମାନେ ରାତ୍ରୀ ଭୋଜନ ସାରିବାପରେ ବିଳମ୍ବିତ ରାତ୍ରୀରେ ଭକ୍ତଙ୍କ ଘର ସମ୍ମୁଖରେ ଅଗ୍ନିଦଣ୍ଡ କରାଯାଏ୤ ମାନସିକଧାରୀ ଭକ୍ତଙ୍କ ଗୃହ ସମ୍ମୁଖରେ ପାଟଦଣ୍ଡୁଆଙ୍କ ନିର୍ଦ୍ଦେଶରେ ଜଣେ ଦଣ୍ଡୁଆଙ୍କୁ କଳା ପୋଷାକ ପିନ୍ଧାଇ ଦିଆଯାଏ୤ ମୁଣ୍ଡରେ କଳାକନା ବାନ୍ଧି, ରକ୍ତସିନ୍ଦୁର ଚିତା ଲଗାଇ କାଳୀପ୍ରଭା ଧାରଣ କରାଯାଏ୤ ଏହାପରେ ଭକ୍ତ ଉପରେ କାଳୀ ଠାକୁରାଣୀ ପ୍ରବେଶ କରନ୍ତି ଏବଂ ସେହି ଭକ୍ତଙ୍କ ଉଦ୍ଦଣ୍ଡ ନୃତ୍ୟ ମନରେ ଭୟ ସଂଚାର କରାଏ ତେଣୁ ଏହି ସମୟରେ ଛୋଟ ଛୋଟ ଶିଶୁମାନଙ୍କୁ ରହିବାକୁ ବାରଣ କରାଯାଏ୤ ଏହା ଅତ୍ୟନ୍ତ ଭୟଙ୍କର ବୋଲି ଅନେକେ ମତ ଦିଅନ୍ତି୤ ଝୁଣା, ଢୋଲ, ତୁରୀ, ଘଣ୍ଟ ଶବ୍ଦରେ କାଳୀଙ୍କୁ ପ୍ରସନ୍ନ କରାଯାଏ୤ ଏହା ସମାପ୍ତ ହେବାପରେ ପାଟ ଦଣ୍ଡୁଆ ମଞ୍ଚ ଉପରକୁ ଆସି ଈଶ୍ବରପାର୍ବତୀଙ୍କ ଗୁଣଗାନ କରିବାପରେ ଶିବପାର୍ବତୀ ଆସନ୍ତି୤ ଚଢ଼େୟା ପୂଜାରେ ଶିବପାର୍ବତୀ ସନ୍ତୁଷ୍ଟ ହୁଅନ୍ତି୤ ଚଢ଼େୟାକୁ ପଶୁପକ୍ଷୀ ଶିକାର କରିବାକୁ ଅନୁମତି ଦିଅନ୍ତି୤ କିନ୍ତୁ ଶୁଆଶାରୀ, କପୋତ, ପାରା ଓ ମୟୁରକୁ ନ ମାରିବାପାଇଁ ନିର୍ଦ୍ଦେଶ ଦିଅନ୍ତି୤ ଏହା ନ ମାନିଲେ ସର୍ପାଘାତରେ ପ୍ରାଣ ଯିବ ବୋଲି ଜଣାଇ ଦିଅନ୍ତି୤ କିନ୍ତୁ ଚଢ଼େୟା ଛଢ଼େୟାଣୀର ଅନୁରୋଧରେ କପୋତ ଶୀକାର କରେ ଏବଂ ଅଭିଶାପ ସ୍ବରୂପ ସର୍ପାଘାତର ଶିକାର ହୁଏ୤ ଏହାପରେ ଚଢ଼େୟାଣୀ ଶିବଙ୍କୁ ପ୍ରାର୍ଥନା କରେ ଏବଂ ଶିବ ପ୍ରସନ୍ନ ହୋଇ ଚଢ଼େୟାର ଜୀବଦାନ କରନ୍ତି୤ ଏହାପରେ ନାଟ ଦଣ୍ଡୁଆ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଲୋକ ନୃତ୍ୟ ଏବଂ ଅନେକ ପୌରାଣିକ ନୃତ୍ୟ ପରିବେଷଣ କରାଯାଏ୤ ପରେ ପରେ ସାମାଜିକ ବିଷୟଧର୍ମୀ କିମ୍ବା ପୌରାଣିକ ବିଷୟଧର୍ମୀ ନାଟକ ମଞ୍ଚସ୍ଥ ହୁଏ୤ ଏହି ନାଟକ ସମାପ୍ତ ହେଉ ହେଉ ସକାଳ ହୋଇଯାଏ ଏବଂ ପୁଣି ଥରେ ଦଣ୍ଡୁଆ ମାନେ ନିଜର ପରବର୍ତ୍ତୀ ସ୍ଥାନକୁ ଯାତ୍ରା କରିବା ଆରମ୍ଭ କରିଦିଅନ୍ତି୤ ଦଣ୍ଡନାଚରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡୁଆ / ଭକ୍ତ ବା ଭୋକ୍ତା କୁହାଯାଏ ଏବଂ ମୁଖ୍ୟ ଦଣ୍ଡୁଆଙ୍କୁ ପାଟ ଦଣ୍ଡୁଆ କୁହାଯାଏ୤ ପାରମ୍ପରିକ ଭାବରେ ଦଣ୍ଡୁଆମାନଙ୍କୁ ଋଷିପୁତ୍ର ବୋଲି ସମ୍ବୋଧନ ମଧ୍ୟ କରାଯାଏ୤ ଏହା ଏହି ଦଣ୍ଡନାଚର ଇତିହାସ ବିଷୟରେ ଜାଣିଲେ ବୁଝିହୁଏ୤ ଦଣ୍ଡୁଆଙ୍କ ପରିବାରରେ ଦଣ୍ଡନାଚ ଚାଲିଥିବା ପର୍ଯ୍ୟନ୍ତ ନିରାମିଷ ଏବଂ ବିନା ପିଆଜ ରସୁଣରେ ଖାଦ୍ୟ ଖାଇବାକୁ ହୁଏ୤ ଯଦି ଦଣ୍ଡୁଆ ବିବାହିତ ହୋଇଥାନ୍ତି ତା ହେଲେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦିନରେ କେବଳ ଥରୁଟିଏ ଭୋଜନ କରିବାକୁ ହୁଏ୤ ଏବଂ ଦଣ୍ଡନାଚ ସମାପନ ନ ହେବା ଯାଏଁ ପରିବାର ଲୋକ ଘର ବାହାରେ ଖାଦ୍ୟ ଗ୍ରହଣ କରନ୍ତି ନାହିଁ୤ ଦଣ୍ଡନାଚର ଉଦ୍ଦେଶ୍ୟ ମହାନ୤ ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ ସମ୍ଭବତଃ ବିଗତ ଚାରି ଶତାବ୍ଦୀ ଧରି ପ୍ରଚଳିତ ହୋଇଛି୤ କିଛି ଐତିହାସିକଙ୍କ ମତରେ ଦଣ୍ଡନାଚ ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳ ଅଧୀନସ୍ଥ କୁଲାଡ଼ ଅଞ୍ଚଳରେ ହୋଇଥିଲା୤ ପରେ ଏହା ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଥିଲା୤ ଏହାର ନାମକରଣକୁ ନେଇ ଅନେକ ପ୍ରକାରର ଧାରଣା ରହିଛି୤ ପ୍ରଥମତଃ ଏହି ପ୍ରଥାରେ ଭକ୍ତ ନିଜକୁ ନାନା ପ୍ରକାରର ଶାରୀରିକ ଯାତନା ଦେଇ ବା ଦଣ୍ଡ ଦେଇ ମା’ଙ୍କୁ ପ୍ରସନ୍ନ କରିବାର ପ୍ରଚେଷ୍ଟା କରୁଥିବା ହେତୁ ଏହାକୁ ଦଣ୍ଡନାଚ ବୋଲି କୁହାଯାଇପାରେ୤ ଅନ୍ୟ ଏକ ମତବାଦରେ ଦଣ୍ଡନାଚ ସମୟରେ ଗୃହ ସମ୍ମୁଖରେ ଶିବ ଓ କାଳୀଙ୍କ ପ୍ରତୀକ ସ୍ବରୂପ ଦୁଇଟି ଦଣ୍ଡ ପୋତା ଯାଉଥିବାରୁ ଏହାକୁ ଦଣ୍ଡନାଚ ବୋଲି ମଧ୍ୟ କୁହାଯାଉଥିବ୤ ଏହି ପ୍ରଥାଦ୍ବାରା ସମାଜରେ ତଥା ଗ୍ରାମବାସୀଙ୍କ ମନରେ ଥିବା ଅନ୍ଧବିଶ୍ବାସ, କୁବିଶ୍ବାସ ଆଦିକୁ ଦୂର କରିବା, ଜାତି ପ୍ରଥାକୁ ଦୂର କରିବା, ସମସ୍ତଙ୍କ ମଧ୍ୟରେ ଭାତୃତ୍ବ ଓ ସ୍ନେହ ବୃଦ୍ଧି କରିବା, ଭକ୍ତି ଓ ବିଶ୍ବାସଦ୍ବାରା ସାମାଜିକ ଶୃଙ୍ଖଳା ବଜାୟ ରଖିବା ଏବଂ ସର୍ବୋପରି ସମାଜମଙ୍ଗଳ ପାଇଁ କାର୍ଯ୍ୟ କରିବା ଭଳି ଅନେକ ଲକ୍ଷ୍ୟ ରହିଥାଏ୤ ଦଣ୍ଡନାଚରେ ଅଂଶଗ୍ରହଣ କରୁଥିବା ଭକ୍ତଙ୍କ ମଧ୍ୟରେ ଜାତିଆଣ ମନୋଭାବ ଦେଖାଯାଏ ନାହିଁ, ସମସ୍ତେ ଏକାକାର ହୋଇ ଭକ୍ତିର ସହ ନିଜ କର୍ତ୍ତବ୍ୟ ପାଳକ କରନ୍ତି୤ ସାତ୍ତ୍ବିକ ଭୋଜନ, ସଂଯମତା ରକ୍ଷା ତଥା ଶୃଙ୍ଖଳାଜ୍ଞାନ ଦୃଷ୍ଟିରୁ ଏହା ଏକ ଅନନ୍ୟ ତଥା ମହାନ ପରମ୍ପରା ବୋଲି କୁହାଯାଇପାରେ୤ ବର୍ଷାଋତୁର ଆଗମନ ପୂର୍ବରୁ ଚାଷୀମାନେ ନିଜକୁ ପ୍ରସ୍ତୁତ କରିବା ହେତୁ ଏହି ଦଣ୍ଡନାଚର ପରିକଳ୍ପନା କରିଥାଇ ପାରନ୍ତି ବୋଲି ଅନେକେ ମତ ଦିଅନ୍ତି୤ ବର୍ଷାଦିନ ଆସିବା ପୂର୍ବରୁ ନିଜ ଶରୀରକୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଖାପଖୁଆଇ, ଶକ୍ତିବୃଦ୍ଧି କରିବା ଉଦ୍ଦେଶ୍ୟରେ ମଧ୍ୟ ଏହା ହୋଇଥାଇପାରେ୤ ସତ୍ୟଯୁଗରେ ବ୍ରହ୍ମାଙ୍କର ପାଞ୍ଚପୁତ୍ର ମରିଚୀ, ପୁଲହ୍, ପୁଲସ୍ତ୍ୟ୍, କ୍ରତୁ ଓ ଅଙ୍ଗିରା, ଇନ୍ଦ୍ରଙ୍କ ପାଞ୍ଚପୁତ୍ର ଜୟନ୍ତ, ପାକଶାସ୍ତ୍ରୀ, ସୁବତ୍ସ, ସୂରସେନ, ଗାନ୍ଧର୍ବସେନ ଓ କୁବେରଙ୍କ ତିନିପୁତ୍ର ନଳ, ମଣିଭଦ୍ର ଓ କୁବେର ନିଜ ନିଜ ଶିକ୍ଷା ସମାପନ କରି ଘରକୁ ଫେରୁଥିବା ବାଟରେ ଋଷିପୁତ୍ର କ୍ରତୁ ପିତୃଲୋକକୁ ଜଳଦାନ କରୁଥିବା ଦେଖି ଅଟ୍ଟହାସ୍ୟ କରିଥିଲେ୤ ଏଥିରେ କ୍ରୋଧିତ ହୋଇ ଋଷି ସେମାନଙ୍କୁ କୁଷ୍ଠ ରୋଗ ହେବାପାଇଁ ଅଭିଶାପ ଦେଇଥିଲେ୤ ଅଭିଶପ୍ତ ପୁତ୍ରମାନେ ନିଜ ଘରେ ଏହି ବିଷୟରେ ଜଣାଇବା ପରେ ବ୍ରହ୍ମା, ଇନ୍ଦ୍ର ଓ କୁବେର ମହାମୂନୀଙ୍କ ଆଶ୍ରମରେ ପହଞ୍ଚି ଅଭିଶାପ ଫେରାଇ ନେବାପାଇଁ ନିବେଦନ କରିଥିଲେ୤ ଅଭିଶାପ ଫେରାଇ ନେଇ ହେବନାହିଁ ଏବଂ ଏହାର ବିହିତ ପ୍ରତିକାର କେବଳ ମହାଦେବ ଶିବ ହିଁ କରିପାରିବେ ବୋଲି ସେ ସୂଚନା ଦେଇଥିଲେ୤ ତା’ପରେ ତେରଜଣ କୁମର ଶିବଙ୍କ ଶରଣାଗତ ହୋଇଥିଲେ୤ ଶିବ ସମସ୍ତ କଥା ଶୁଣିବା ପରେ କହିଥିଲେ ଯେ ଯଦି ତେରଜଣ କୁମର ତେରଦିନ ପର୍ଯ୍ୟନ୍ତ ମା ରୂଦ୍ରକାଳୀଙ୍କୁ ପୂଜାକରି ଦଣ୍ଡବ୍ରତ ପାଳନ କରିବେ ତା ହେଲେ ସେମାନେ ଅଭିଶାପମୁକ୍ତ ହୋଇପାରିବେ୤ ଏହା ଶୁଣି କୁମରମାନେ ନିଷ୍ଠାର ସହ ଦଣ୍ଡବ୍ରତ ପାଳନ କରିଥିଲେ ଏବଂ ନିଜର ଅଭିଶାପରୁ ମୁକ୍ତି ପାଇଥିଲେ୤ ଅନ୍ୟ ଏକ ପ୍ରବାଦ ଅନୁଯାୟୀ ତ୍ରେତୟା ଯୁଗରେ ତରଣୀ ନାମକ ଜଣେ ଋଷିଙ୍କ ଚଉଦଜଣ ଉଦ୍ଧତ ପୁଅ ନିରୀହ ଲୋକଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିଲେ୤ ସେମାନଙ୍କ ମଧ୍ୟରୁ ଜଣେ ଅଭକ୍ଷ ଭକ୍ଷଣ କରି ପ୍ରାଣ ହରାଇବା ଦେଖି ବ୍ରହ୍ମା ସମସ୍ତ ଋଷିପୁତ୍ରଙ୍କୁ ଉଇହୁଙ୍କାରେ ପରିଣତ ହେବାର ଅଭିଶାପ ଦେଇଥିଲେ୤ ଏହି ଅଭିଶାପରୁ ମୁକ୍ତି ପାଇବା ପାଇଁ ଋଷିପୁତ୍ରମାନେ ବିଭିନ୍ନ ଦଣ୍ଡ ପାଳନ କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିଥିଲେ୤ ହୁଏତ ଏଇଥିପାଇଁ ଦଣ୍ଡନାଚ ପରିବେଷଣ ସମୟରେ ଦଣ୍ଡୁଆ ମାନଙ୍କୁ କହନ୍ତି, “ହେ ଋଷିପୁତ୍ରେ! ଅଇଲେ ହର, ଦେଇଗଲେ ବର, ଅନ୍ୟସେବା ଛାଡ଼ି ଏହି ସେବାକର୤ ଏ ସେବାକଲେ କି ଫଳ ପାଏ, ଉଷୁନାଧାନ ଗଜା ହୁଏ, ଶୁଖିଲା କାଠ କଞ୍ଚା ହୁଏ, ଭଜାମୁଗ ଗଜା ହୁଏ, ଜ୍ବର ରୋଗ ଭଲ ହୁଏ ଇତ୍ୟାଦି୤” ଏହି ଦଣ୍ଡନାଚ ସମୟରେ ସମସ୍ତ ଦଣ୍ଡୁଆ ଋଷିପୁତ୍ର ମାନଙ୍କ ଭଳି ବୈରାଗ୍ୟ ଜୀବନଯାପନ କରିବା ଅନିବାର୍ଯ୍ୟ ହୋଇଥାଏ୤ ଅତୀତରେ ଓଡ଼ିଶାରେ ବୌଦ୍ଧଧର୍ମର ପ୍ରସାର ଘଟିଥିଲା କିନ୍ତୁ ଓଡ଼ିଶାରେ ସୋମବଂଶୀୟ ଶାସନ କାଳରେ ବୌଦ୍ଧଧର୍ମକୁ ଅଧିକ ପ୍ରୋତ୍ସାହନ ମିଳିଲା ନାହିଁ ଏବଂ ଶୈବଶାକ୍ତ ଧାର୍ମିକ ପରମ୍ପରାର ପ୍ରଚଳନ ହୋଇଥିଲା୤ ସମ୍ଭବତଃ ଏହି ଦଣ୍ଡନାଚ ମଧ୍ୟ ସେହି ପରମ୍ପରାର ଅଂଶ ହୋଇଥାଇପାରେ ବୋଲି ଲେଖକଙ୍କ ମତ୤ ଆଜିକାଲି ଦଣ୍ଡନାଚରେ ରାତ୍ରୀରେ ପରିବେଷଣ ହେଉଥିବା ନାଟକକୁ ଅପେରାରେ ପରିବର୍ତ୍ତନ କରାଯାଇଛି୤ ସମୟୋପଯୋଗୀ ପଦକ୍ଷେପ ସ୍ବରୂପ ଅତ୍ୟାଧୁନିକ ଆଲୋକ ଓ ଶବ୍ଦର ବ୍ୟବହାର କରାଯାଉଛି୤ କିନ୍ତୁ କିଛି କିଛି ସ୍ଥାନରେ ଏଥିରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଛି ବୋଲି ଅଭିଯୋଗ ହେଉଛି୤ ଦଣ୍ଡନାଚରେ କେବଳ ରାତ୍ରୀକାଳୀନ ନାଚ ପାଇଁ ଅଲଗା ଦଳ ରହୁଛନ୍ତି୤ ବହୁମୂଲ୍ୟ ବିନିମୟରେ ଅତ୍ୟାଧୁନିକ ବ୍ୟବସ୍ଥାରେ ଦଣ୍ଡନାଚ କରାଯାଉଛି୤ ସମାଜରେ ଭାତୃତ୍ବ ଓ ବନ୍ଧୁତ୍ବ ଭାବର ବିସ୍ତାର ପାଇଁ ଏହି ପରମ୍ପରା ଅତ୍ୟନ୍ତ ଯୁଗୋପଯୋଗୀ୤ ଯେତେଦିନ ଯାଏଁ ମନୁଷ୍ୟ ମନରୁ ମୃତ୍ୟୁର ଭୟ ଯାଇନାହିଁ, ସେତେଦିନ ଯାଏଁ ବିଭିନ୍ନ ଉପାୟରେ ଲୋକମାନେ ଭଗବତବାଦକୁ ପ୍ରୋତ୍ସାହିତ କରିବେ୤ ଏବଂ ସେତେଦିନ ଯାଏଁ ଗଞ୍ଜାମର ଏହି ଅନନ୍ୟ ପରମ୍ପରା ବଞ୍ଚି ରହିବ୤
OSCAR-2019
ପାଗ ବଦଳିବା ସହ ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଯାଇଥାଏ । ଏହା ମଧ୍ୟରୁ ଗୋଟେ ହେଲା ଡ଼େଙ୍ଗୁ ଏବଂ ଅନ୍ୟଟି ହେଲା ଚିକନଗୁନିଆ । ଏହି ଦୁଇଟି ରୋଗ ହେଲେ ହାତ-ଗୋଡ଼ ବିନ୍ଧା ହେବା, ଭୋକ କମ ଲାଗିବା, ବାନ୍ତି ହେବା, ଜ୍ୱର ହେବା, ଅଧିକ ଥଣ୍ଡା ଲାଗିବା, ମୁଣ୍ଡ ବିନ୍ଧା, ଆଖି ବିନ୍ଧା, ଚର୍ମରେ ଲାଲ ଦାଗ ଆସିବା ଏବଂ ଆଖି ଏବଂ ନାକରୁ ରକ୍ତ ବାହାରିବା ଭଳି ଲକ୍ଷଣ ଦେଖା ଯାଇଥାଏ । ଏହି ଦୁଇଟି ରୋଗ ହେଲେ ଲୋକମାନେ ବଜାରରେ ମିଳୁଥିବା ମହଙ୍ଗା ଔଷଧ କିଣି ଖାଇଥାନ୍ତି । କିନ୍ତୁ ଆପଣ ଟଙ୍କା ଖର୍ଚ୍ଚ ନ କରି ଘରୋଇ ଉପାୟରେ ମଧ୍ୟ ଏହି ରୋଗକୁ ଭଲ କରି ପାରିବେ । ରୋଷେଇ ଘରେ ଥିବା ଏହି ଜିନିଷ ଆପଣଙ୍କୁ ଡ଼େଙ୍ଗୁ ଏବଂ ଚିକନଗୁନିଆ ଭଳି ରୋଗରୁ ଲଢ଼ିବାକୁ ଶକ୍ତି ଦେବ । ୧. ଗୋଟେ ପଇଡ଼ ପାଣିରେ ୩ଗ୍ରାମ୍‌ ଫାଇବର ଏବଂ ୨ଗ୍ରାମ ପ୍ରୋଟିନ୍‌ ରହିଥାଏ । ଏହା ସହ ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ୍‌ ସି, ମ୍ୟାଗ୍ନେସିୟମ, ପୋଟାସିୟମ, ସୋଡ଼ିୟମ, ମିନେରାଲ୍ସ,ଏନ୍‌ଜାଇମ୍‌,ଏମିନୋ ଏସିଡ଼୍‍, ସାଇଟୋକାଇନ୍‌ ଏବଂ କ୍ୟାଲ୍‌ସିୟମ୍‌ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଡ଼େଙ୍ଗୁ ହେଲେ ଦିନକୁ ଗୋଟେ ଥର ପଇଡ଼ ପାଣି ନିଶ୍ଚୟ ପିଅନ୍ତୁ । ୪. ଡ଼େଙ୍ଗୁ ରୋଗ ହୋଇଥିଲେ ଭଣ୍ଡା ଖାଇବା ଅତ୍ୟନ୍ତ ଜରୁରୀ । ଏହାର ଜୁସ୍‌ ରକ୍ତରେ ଥିବା ପ୍ଲେଟ୍‌ଲେଟ୍‌ସକୁ ଖୁବ୍‌ ଶୀଘ୍ର ବଢ଼ାଇଥାଏ ।
OSCAR-2019
ଖଳନାୟକ ହେଲେ ରଣବୀର କପୁର୍ । ସାମ୍ନାକୁ ଆସିଛି ଚକଲେଟ୍ ବୟଙ୍କ ନୂଆ ଚେହେରା । ବଲିଉଡ୍ ମୁନ୍ନା ଭାଇ ସଂଜୟ ଦତ୍ତଙ୍କ ରୂପରେ ଦେଖିବାକୁ ମିଳିଛି ରଣବୀରଙ୍କୁ । ରଣବୀରଙ୍କ ଏହି ଖଳନାୟକ ଅବତାର ତାଙ୍କ ପ୍ରଂଶସକକୁ ଦେଇଛି ଝଟକା । ପ୍ରକୃତରେ ସଂଜୟ ଦତ୍ତଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର । ଯେଉଁଥି ପାଇଁ ନିଜର ଚକଲେଟ୍ ଲୁକ୍ ବଦଳାଇ ସଂପୁର୍ଣ୍ଣ ମୁନ୍ନା ଭାଇଙ୍କ ପରି ଦେଖାଯାଉଛନ୍ତି ରଣବୀର । ରଣବୀରଙ୍କ ଏହି ଲୁକ୍ ସିନେମାକୁ ନେଇ ଅନେକ କିଛି ଅକୁହା କଥା ବୟାନ୍ କରୁଛି । କିଛି ତେବେ ରିଲରେ ରିୟଲ ଲୁକ୍ ଦେବା ପାଇଁ ରଣବୀର୍ କିଛି ଦିନ ଭୋପାଳ ଜେଲରେ ମଧ୍ୟ ରହିଥିଲେ । ସିନେମାର ନିର୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦେଶକ ରାଜ କୁମାର ହିରାନୀ । ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ପରେଶ୍ ରାୱଲ୍ ଏବଂ ମନିଶା କୋଇରାଲା ।
OSCAR-2019
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ। ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ବା ଦଣ୍ଡଯାତ୍ରା ନାମରେ ପରିଚିତ। ଏହି ନୃତ୍ୟଧର୍ମୀୟ ଧାରଣା ଏବଂ ଈଶ୍ବର ବିଶ୍ବାସ ଉପରେ ପ୍ରତିଷ୍ଠିତ। ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ। ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟିହୋଇଥିବା ବିଷୟକୁ ଅସ୍ବୀକାର କରାଯାଇ ନପାରେ। କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର, ବୌଦ୍ଧ ନିକାୟ, ପାଣିନି, କୃଶାଶ୍ବ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଟକ ସମ୍ପର୍କରେ ସଂକେତ ମିଳିଥାଏ। ଲୋକନାଟକ ଗୁଡିକର ବର୍ହିଲକ୍ଷ୍ୟ ଓ ଅନ୍ତର୍ଲକ୍ଷ୍ୟ ହେଉଛି ଶିକ୍ଷା ପ୍ରଦାନ। ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ବସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ୍ୟ। ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟ ମାନଙ୍କ ମଧ୍ୟରେ ଶ୍ରେଷ୍ଠ୤ ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନ ପାଇଁ ଆହ୍ବାନ ଦେଇଥାନ୍ତି। ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ହେଲା। ସେଗୁଡିକ ହେଲା: ୧-ପ୍ରକୃତି ପ୍ରଭାବ, ୨-ଧର୍ମ ଚିନ୍ତନ, ୩-କୃଷି ସଭ୍ୟତା, ୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡ଼ିଶୀ ନୃତ୍ୟ। ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏ ଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚି ରହିଛନ୍ତି। ଏ ଗୁଡିକର ପୁନରୋଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ବ ଚଳଚଞ୍ଚଳ ହୋଇପଡ଼ିଛି। ସମଗ୍ର ବିଶ୍ବରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ। ଚୀନ୍, ଆମେରିକା, ଲୋହିତ ଭାରତୀୟ, ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ। ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା। ରୋଗ ନିବାରଣ, ପାରିବାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମା’ ଦଣ୍ଡକାଳୀ ଓ ରୁଦ୍ର ମହାଦେବଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମା ପରଠାରୁ ଭକ୍ତମାନେ ରହିଥାନ୍ତି। ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ଦଣ୍ଡଦଳ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ଘୁମୁସର ଅଞ୍ଚଳର କୁଲାଗଡ଼ରୁ ଆରମ୍ଭ ହୋଇଥିବା ଦଣ୍ଡନାଟ ପରବର୍ତି ସମୟରେ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ ବିଶେଷକରି ଶକ୍ତିପୀଠ ଗୁଡ଼ିକୁ ବ୍ୟାପିଥିବାର ଜଣାପଡ଼େ। “ହେ ଋଷିପୁତ୍ରେ! ଅଇଲେ ହର, ଦେଇଗଲେ ବର୤ ଅନ୍ୟ ସେବା ଛାଡ଼ି ଏ ସେବା କର୤ ଏ ସେବା କଲେ କି ଫଳ ପାଏ୤ ଉଷୁନାଧାନ ଗଜା ହୁଏ୤ ଶୁଖିଲା କାଠ କଞ୍ଚା ହୁଏ୤ ଭଜାମୁଗ ଗଜା ହୁଏ୤ ଅପୁତ୍ରିକ ପୁତ୍ରଦାନ ପାଏ୤ ଅନ୍ଧ ଚକ୍ଷୁଦାନ ପାଏ୤ ଜରାରୋଗ ଭଲ ହୁଏ୤” ବୋଲି ବାଣୀକାର ଗାଇ ଦଣ୍ଡନାଟ ଆରମ୍ଭ କରିଥାଏ। ପାରମ୍ପରିକ ବିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ବା ଭୋକ୍ତା ଗେରୁଆ ବସ୍ତ୍ର ପିନ୍ଧି କାମନା ମନ୍ଦିର ପୀଠରେ ଯାତ୍ରା ଆରମ୍ଭ ଦିନର ମଧ୍ୟରାତ୍ରରେ ଏକାଠି ହୁଅନ୍ତି। କାମନା ଘଟ ସ୍ଥାପିତ ହୁଏ ଓ ତା ପରେ ଦୁଇଟି ବେତକୁ ଶିବ ଓ ଗୌରୀଙ୍କ ପ୍ରତୀକରୂପେ ସ୍ଥାପନ କରାଯାଏ। ଦଳର ମୁଖ୍ୟ ପାଟ ଦଣ୍ଡୁଆ ଓ ଅନ୍ୟ ଦଣ୍ଡୁଆମାନେ ଉପବୀତ ଧାରଣ ପୂର୍ବକ ବାଉଁଶକାଠକୁ ଘର୍ଷଣ କରି ଶିବାଗ୍ନି ବାହାର କରନ୍ତି ଓ ଏଥିରେ ନଡ଼ାରେ ତିଆରି ଚମ୍ପାବରକୁ ପ୍ରଜ୍ଜ୍ୱଳିତ କରାଯାଏ ଯାହା ୧୩ ଦିନ ପର୍ଯ୍ୟନ୍ତ ଜଳି ରୁହେ। କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୁରପୁଚ୍ଛ, ପତାକା ପୂଜାପରେ ଦଣ୍ଡନାଟ ଆରମ୍ଭ ହୁଏ। ଢୋଲ, ମହୁରୀ, ସାହାନାଇ, ଘଣ୍ଟ, ଶଙ୍ଖ, କାହାଳୀ, ଝାଞ୍ଜ, ଘୁଙ୍ଗୁର, ଘାଗୁଡ଼ି, ଦାସକାଠି, ରାମତାଳି, ଘୁଡୁକୀ, ଖଞ୍ଜଣୀ ପ୍ରଭୃତି ପାରମ୍ପାରିକ ବାଦ୍ୟର ତାଳେ ତାଳେ ଦଣ୍ଡନାଟ ପ୍ରଥମେ କାମନା ମନ୍ଦିର ପରିସରରେ ଆରମ୍ଭ ହୋଇ ପରେ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ଅନୁଷ୍ଠିତ ହୋଇଥାଏ। ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ସୁଆଙ୍ଗ ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ।
OSCAR-2019
ଝାରସୁଗୁଡ଼ା/କନକତୋରା: ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟାଜଳ ପ୍ରବାହ ବୃଦ୍ଧି ପାଇଛି। ବନ୍ୟାଜଳ ନିଷ୍କାସନ ପାଇଁ ଛତିଶଗଡ଼ ସରକାର କଲ୍‌ମା ସମେତ ଅନ୍ୟାନ୍ୟ ବ୍ୟାରେଜକୁ ଗତ ପରଦିନ ଠାରୁ ଖୋଲି ଦେଇଥିବାରୁ ମହାନଦୀର ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରିଛି। ମଂଗଳବାରଠାରୁ ହୀରାକୁଦ ଡ୍ୟାମ୍‌ର ମଧ୍ୟ ୨୫ଟି ଗେଟ୍‌ ଖୋଲାଯାଇଛି। ବୁଧବାର ସକାଳୁ ଝାରସୁଗୁଡ଼ା ଜିଲ୍ଲା ୧୯ ଖଣ୍ଡ ମୌଜାର ନଦୀ କୂଳରେ ଥିବା ଗ୍ରାମ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଥିବାରୁ ପ୍ରଶାସନକୁ ସଜାଗ ରଖାଯାଇଛି। ମହାନଦୀ କୂଳ ତଥା ହୀରାକୁଦ ଜଳଭଣ୍ଡାରର ପଛୁଆ ଜଳ ଅଞ୍ଚଳରେ ଥିବା କଣ୍ଡେଇକେଲା ପଞ୍ଚାୟତର ମହୁଲପାଲି, ସେମେଲିଆ, ସୁଖାସୋଢ଼ା, ରେମତା ପଞ୍ଚାୟତର ମହୁଦି ଓ ତିଖିଲି ଗ୍ରାମବାସୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ମଂଗଳବାର ଦିନ ୧୨ଟାରେ ମହାନଦୀରେ ଯେଉଁ ବେଗରେ ଜଳ ପ୍ରବାହିତ ହେଉଥିଲା ସନ୍ଧ୍ୟା ସୁଦ୍ଧା ସେହି ବେଗ ହ୍ରାସ ପାଇଥିବାରୁ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନପାରେ ବୋଲି ଅନୁମାନ କରାଯାଇଛି। ତେବେ କଣ୍ଡେଇକେଲା ପଞ୍ଚାୟତର ତିଖିଲି ଗ୍ରାମରୁ ମାତ୍ର ୧୫ ମିଟର ଦୂରରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖାଯାଇଛି। ଉପରମୁଣ୍ଡରେ ବର୍ଷା କମିଥିବାରୁ ଛତିଶଗଡ଼ ସରକାର ଅନ୍ୟ ସବୁ ବ୍ୟାରେଜ ବ୍ୟତୀତ କଲ୍‌ମା ଗେଟ୍‌ର ୬୪ଟି ଗେଟ୍‌ ଏବେ ବି ଖୋଲା ରଖିଛନ୍ତି। ଝାରସୁଗୁଡ଼ା ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଲଖନପୁର ବିଡ଼ିଓ ଗୋବିନ୍ଦ ଦଣ୍ଡସେନା, ତହସିଲଦାର ହେମସାଗର ଭୋଇଙ୍କ ସମେତ ବିଭିନ୍ନ ସର୍କଲର ଆର୍‌ଆଇ ଏହି ଅଞ୍ଚଳରେ ଆଜି ଦିନତମାମ ନିରୀକ୍ଷଣ କରିଥିଲେ।
OSCAR-2019
ହାତୀ ଆତଙ୍କ: କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ପଷି ୫ରୁ ଅଧିକା ଘର ଭାଙ୍ଗିବା ସହିତ ଧାନ, ଚାଉଳ ଖାଇଗଲେ – Odiapua.com କରଞ୍ଜିଆ ୧୬-୭ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଜାରି ରହିଛି। ତିନି ଦିନ ମଧ୍ୟରେ ୧୦ରୁ ଅଧିକ ଘର ଭାଙ୍ଗିବା ସହିତ ଧାନ, ଚାଉଳ ଖାଇଗଲା ଏକ ଗୁଠ ଛଡା ଦନ୍ତାହାତୀ। ଗତ ଶନିବାରଦିନ ରାତି ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଡ଼ଦେଉଳି ଗ୍ରାମ ପଞ୍ଚାୟତର ଅନ୍ଧାର ଝରି, ଚଉଠିଆ ଏବଂ ଭଅଁରା ଗ୍ରାମରେ ଉଭୟ ଗ୍ରାମରେ ଗତ କାଲି ରାତିରେ ଏକ ଗୁଠ ଛଡା ଦନ୍ତାହାତୀ ପ୍ରଥମେ ଅନ୍ଧାରଝରି ଗ୍ରାମର ରାମସିଂ ଚାତାରଙ୍କ ଘର ଭାଙ୍ଗିବା ସହିତ ୪ କୁଇଣ୍ଟାଲ ଧାନ ଖାଇବା ସହିତ ଘର ଭାଙ୍ଗି ଥିବା ବେଳେ, ଚଉଠିଆ ନୂତନ ପ୍ରାଥମିକ ବିଦ୍ୟାଳୟର କବାଟ ଭାଙ୍ଗି ୩ କୁଇଣ୍ଟାଲରୁ ଅଧିକ ମଧ୍ୟାହ୍ନ ଭୋଜନ ଦେବାକୁ ଥିବା ଚାଉଳ ସବୁ ଖାଇବା ସହିତ ଏପଟ ସେପଟ ବହୁତ ବିଞ୍ଚି ନଷ୍ଟ କରିଥିବା ଦେଖିବାକୁ ମିଳିଥିଲା। ସେହିପରି ଭଅଁରା ଗ୍ରାମର କର୍ଣ୍ଣସ୍ୱର ଧଳ ଦସିଆଙ୍କ ଘର ଭାଙ୍ଗିବା ସହିତ ୪ କୁଇଣ୍ଟାଲ ଧାନ ସହିତ ୧ କୁଇଣ୍ଟାଲରୁ ଅଧିକ ଚାଉଳ ଖାଇବା ସହିତ ସେହି ଗ୍ରାମର ପତୁ ଗିରିଙ୍କ ଚାଳ ଘର ମଧ୍ୟ ହାତୀ ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା। ସେହିପରି ଦରି ଗ୍ରାମ ପଞ୍ଚାୟତ ପିଛୁଳି ଗ୍ରାମରେ ଥିବା ପି.ଏନ.ଯୋଡି ଉଚ୍ଚ ବିଦ୍ୟାଳୟ ରେ କବାଟ ଭାଙ୍ଗି ୨କୁଇଣ୍ଟାଲ ରୁ ଅଧିକ ଚାଉଳ ଖାଇ ଥିବା ଅଭିଯୋଗ ହୋଇଛି। ତେବେ ପାଞ୍ଚପିଢ଼ ଅଞ୍ଚଳରେ ବିଭିନ୍ନ ସମୟରେ ହାତୀ ଦଳ ଆଶି ବ୍ୟାପକ କ୍ଷୟକ୍ଷତି କରୁଥିଲେ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଘଉଡ଼ାଇବା ପାଇଁ ସେପରି ଆଖି ଦୃଶିଆ ପଦ କ୍ଷେପ ନ ନେବା ହେତୁ ପାଞ୍ଚପିଢ଼ ଅଞ୍ଚଳରେ ବ୍ୟାପକ କ୍ଷତି କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି ହାତୀ ଘଉଡାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ ବନଖଣ୍ଡ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ଆସୁଥିଲେ ମଧ୍ୟ ଏଠା ବନଖଣ୍ଡ ଅଧିକାରୀ ଆସିଥିବା ଟଙ୍କା ଖର୍ଚ୍ଚ ନ କରି କେତେ ଜଣ ମାତ୍ର ନିୟଜିତ ଥିବା ସବୁଜ ବାହିନୀ କର୍ମଚାରୀଙ୍କୁ ହାତୀ ଘଉଡାଇବା କାମରେ ଲଗାଇ ମୋଟା ଅଙ୍କରେ ଟଙ୍କା ଚଳୁ କରୁଥିବା ଵିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ତାଙ୍କ ଠାରୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କିଛି ନ କହି ଚାଲି ଯାଇଥିଲେ।
OSCAR-2019
ହାଇଦ୍ରାବାଦ୍‌: ଗତ କିଛି ବର୍ଷ ଭିତରେ ଚିକିତ୍ସା କ୍ଷେତ୍ରରେ ଦେଶରେ ଅନେକ ଦାୟିତ୍ୱହୀନତା ଦେଖିବାକୁ ମିଳିଛି। ଅତୀତରେ ଉଭୟ ସରକାରୀ ଓ ବେସରକାରୀ ମେଡିକାଲ୍‌ରେ ଖାମଖିଆଲି ହେତୁ ଗୁଡ଼ାଏ ଅଘଟଣ ଘଟିଛି। ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଥିବା ସତ୍ତ୍ୱେ କେବଳ ଦାୟିତ୍ୱହୀନତା ହେତୁ ବାରମ୍ବାର ରୋଗୀଙ୍କ ମୃତ୍ୟୁ ଘଟୁଥିବା ଘଟଣା ଲଜ୍ଜା ପାଲଟିଛି। ଏବେ ସୋସିଆଲ୍‌ ମିଡିଆରେ ତେଲେଙ୍ଗାନାର ଏକ ଭିଡିଓ ଘୂରି ବୁଲୁଛି। ଭିଡିଓଟିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ଡାକ୍ତରମାନେ ମୋବାଇଲ୍‌ ଫୋନ୍‌ରେ ବ୍ୟସ୍ତ ଥିବା ବେଳେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ଅଣଅଭିଜ୍ଞ ସାଧାରଣ ମହିଳା। ଦୃଶ୍ୟଟି ହେଉଛି ତେଲେଙ୍ଗାନାର ମେହେବୁବାବାଦ୍‌ ଜିଲ୍ଲାସ୍ଥିତ ପ୍ରାଇମେରି ହେଲ୍‌ଥ୍‌ କେୟାର୍‌ ସେଣ୍ଟର୍‌ର। ଜାଣିବାକୁ ମିଳିିଛି ଯେ ଡାକ୍ତର ମୋବାଇଲ୍‌ରେ ବ୍ୟସ୍ତ ଥିବା ବେଳେ ରୋଗୀଙ୍କ ଦେଖାଶୁଣା କରୁଥିବା ମହିଳା ଦ୍ୱୟ ହେଉଛନ୍ତି ଜଣେ ଝାଡୁଦାର ଓ ଅନ୍ୟ ଜଣେ ଓ୍ଵାଚ୍‌ମ୍ୟାନ୍‌ଙ୍କ ପତ୍ନୀ। ଦେଖିବାକୁ ମିଳୁଛି ଯେ ଡାକ୍ତର ଜଣକ ରୋଗୀ ବିଛଣାରେ ପଡ଼ିଥିବା ରୁମ୍‌କୁ ଲାଗିଥିବା ନିଜ ରୁମ୍‌ରେ ବସି ମୋବାଇଲରେ ଚାଟ୍ କରୁଛନ୍ତି । ଏପଟେ ରୋଗୀଙ୍କ ସହ କ’ଣ ହେଉଛି ସେ ସଂପର୍କରେ ଡାକ୍ତର ସଂପୂର୍ଣ୍ଣ ରୂପେ ଅଜ୍ଞ। ଏହି ସମସ୍ତ ଘଟଣାକୁ କେହି ଜଣେ ଭିଡିଓ କରି ଇଣ୍ଟର୍‌ନେଟ୍‌ରେ ଅପ୍‌ଲୋଡ କରିବା ପରେ ସତ ପଦାକୁ ଆସିଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଛେରାପହଁରାକୁ ତାତ୍ସଲ୍ୟ କରି ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ସେବାୟତଙ୍କ ସିଂହଦ୍ଵାର ଅରୁଣ ସ୍ତମ୍ଭ ନିକଟରେ ବିକ୍ଷୋଭ ପ୍ରଦର୍ଶନ | Sambad ସିର୍‌ସା: ପଞ୍ଚକୁଲା ସେସନ୍‌ କୋର୍ଟ ଗୁରମିତ ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଛନ୍ତି। ଏବେ ପ୍ରିୟଙ୍କା ତେନେଜା(୩୬) ଓରଫ ହନିପ୍ରୀତ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପାରନ୍ତି। ହନିପ୍ରୀତଙ୍କ ତରଫରୁ ତାଙ୍କ ଓକିଲ ଜାମିନ୍‌ ଆବେଦନ କରି କହିଥିଲେ କି, ଜଣେ ମହିଳା ୨୪୫ଦିନ ହେବ ଜେଲରେ ବନ୍ଦୀ ଅଛନ୍ତି। ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାରେ ହୋଇଥିବା ହନିପ୍ରୀତ ଡେରା ମୁଖ୍ୟ ଗୁରୁମିତ ରାମରହିମଙ୍କ ସହିତ ଥିଲେ। ୨ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ଗୁରମିତଙ୍କୁ ୨୦ବର୍ଷ ଜେଲ ହେବା ପରେପରେ ହନିପ୍ରୀତଙ୍କୁ ବି ଦେଶଦ୍ରୋହ ମାମଲାରେ ସୁନରିୟା ଜେଲ ରୋହତକକୁ ପଠା ଯାଇଥିଲା। ପଞ୍ଚକୁଲା ହିଂସାରେ ହନିପ୍ରୀତଙ୍କ ମୁଖ୍ୟ ଭୂମିକା ରହିଥିଲା। ଏନେଇ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ଆସିଲା ବେଳେ ଫେରାର ହୋଇଯାଇଥିଲେ। କିଛିଦିନ ପରେ ଅର୍ଥାତ୍‌ ୨୦୧୭ ଅକ୍ଟୋବର ୩ରେ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ ହନିପ୍ରୀତ। ଏହି ମାମଲାରେ ସାମିଲ ଥିବା ଅନ୍ୟ ୧୫ଜଣଙ୍କୁ ଜାମିନ୍‌ ମିଳି ସାରିଛି।
OSCAR-2019
କନକ ବ୍ୟୁରୋ : ଆଜି ବିଜୟାଦଶମୀରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ସକାଳ ଧୂପ ପରେ ଏହି ଦର୍ଶନ ଆରମ୍ଭ ହେବ । ଏଥିପାଇଁ ସକାଳୁ ସକାଳୁ ପୁରୀରେ ଭକ୍ତଙ୍କ ଭିଡ ଲାଗିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି । । ଶ୍ରୀମନ୍ଦିର ଭିତରେ ବି ପୋଲିସକୁ ମୁତୟନ କରାଯାଇଛି । ପ୍ରତ୍ୟେକ ବର୍ଷ ବିଜୟାଦଶମୀରେ ମୁଖ୍ୟଦ୍ୱାରରେ ବ୍ୟାରିକେଡ୍ରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି । ଅନ୍ୟ ତିନି ଦ୍ୱାରରେ ଭକ୍ତମାନେ ପ୍ରସ୍ଥାନ କରିବେ । ସେପଟେ ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୂଣ୍ୟର ବିଜୟର ସ୍ୱରୂପ ବିଜୟା ଦଶମୀ । ଆଜି ମହିଷାଷୁରକୁ ବଦ୍ଧ କରିବେ ଦେବୀ ଦୁର୍ଗା । ମା’ ଜଗତ୍ଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ପୂଜା ମଣ୍ଡପରେ ମା’ ଜଗତ୍ଜନନୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଆଖି ଝଲସା ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ପୂଜା ମଣ୍ଡପରେ ମହାମାୟୀଙ୍କ ମୃଣ୍ମୟୀ ମୂର୍ତିକୁ ପୂଜା କରାଯାଉଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ସନ୍ଧ୍ୟା ବେଳେ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ମେଲୋଡି ସାଙ୍ଗକୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଘରେ ଘରେ ଦୁର୍ଗତିନାଶିନୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଦଶହରା ପାଇଁ ଜମିଛି ପିଠାପଣାର ଆସର । ବିଭିନ୍ନ ମନ୍ଦିରରେ ବି ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଭକ୍ତମାନେ ମାନସିକ ରଖି ଦଶହରା ବ୍ରତ ପାଳନ କରୁଛନ୍ତି ।
OSCAR-2019
କନକ ବ୍ୟୁରୋ : ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ରଖି ସାଢ଼େ ୪ କୋଟି ଲୋକଙ୍କ ଭାବାବେଗକୁ କୁଠାରଘାତ କରିଥିବା ସାମ୍ବାଦିକ ତଥା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ର ଆଜି ପୁଣି ବିଧାନସଭା କମିଟି ଆଗରେ ହାଜର ହୋଇଛନ୍ତି । ବିଧାନସଭା ଗୃହ କମିଟିରେ ସେ ଦ୍ୱିତୀୟ ଥର ପାଇଁ ହାଜର ହୋଇଛନ୍ତି । ସେ କମିଟି ଆଗରେ ଆଜି ସତ୍ୟପାଠ ଦାଖଲ କରିନଥିବା ବେଳେ ଏଥିପାଇଁ ସମୟ ମାଗିଛନ୍ତି । ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆସନ୍ତାକାଲି ସତ୍ୟପାଠ ଦାଖଲ କରିବାର ଶେଷ ସୁଯୋଗ । ଗତ ୨୩ ତାରିଖରେ ହାଜର ହେବା ସମୟରେ ବିଧାନସଭା କମିଟି ଅଭିଜିତଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ଏହି ଦିନ ବିଧାନସଭା କମିଟିରେ ହାଜର ପରେ ଅଭିଜିତ ଆୟର ଗିରଫ ହୋଇଥିଲେ । ଅଜ୍ଞାତସ୍ଥାନରେ ଦୀର୍ଘ ସମୟ ପରେ ଜେରା ପରେ ଅଭିଜିତ ଆୟରକୁ ସହିଦନଗର ପୋଲିସ ଗିରଫ କରିଥିଲା । ପରେ ତାଙ୍କୁ କୋଣାର୍କ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲେ । ଅଭିଜିତ ଆୟାର, ଓଡ଼ିଶା ଆସିଥିବା ସମୟରେ କୋଣାର୍କ ମନ୍ଦିରର କଳାକୃତି ନେଇ ଅଶାଳୀନ ମନ୍ତବ୍ୟ ରଖିଥିଲେ । ଏମିତି କି ଓଡ଼ିଶା ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥଲା । ରିଲିଜ୍ ହୋଇସାରିଛି ବହୁ ପ୍ରତିକ୍ଷୀତ ସିନେମା ବାହୁବଳୀ -୨ । ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ‘କଟ୍ଟପା ବାହୁବଳୀଙ୍କୁ କାହିଁକି ମାରିଲେ’ ଏହାର ଉତ୍ତର ମଧ୍ୟ ମିଳିଯାଇଛି । ଏହି ସିନେମା ଦେଖିବା ପାଇଁ ଲୋକ ମାନେ ନିଜ କାର୍ଯ୍ୟାଳୟରୁ ଛୁଟି ଆବେଦନ ମଧ୍ୟ କରିଛନ୍ତି । ତେବେ ସେମାନଙ୍କ ଛୁଟି ଆବେଦନ ପାଇଁ ଏହି ମଜାଦାର ଦରଖାସ୍ତ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ନଜର ପକାନ୍ତୁ ଭାଇରାଲ୍ ହୋଇଥିବା ଏହି ଦରଖାସ୍ତ ଗୁଡିକ ଉପରେ ।
OSCAR-2019
ଢେଙ୍କାନାଳ, ଜାନୁଆରୀ ୧୬(ଖବର ଓଡ଼ିଶା) : ଜଣେ ଶିଶୁର ନିର୍ଦ୍ଦାରିତ ସମୟ ପୂର୍ବରୁ ଦାନ୍ତ ଉଠିଲା । ଏହାକୁ ନେଇ ପରିବାର ଓ ଗାଁରେ ଲୋକେ ଅନେକ କଥା କହିଲେ । ଏହାକୁ ଅଶୁଭ ଶକୁନ ବୋଲି କୁହାଗଲା । ପ୍ରମାଦ ଗଣିଲେ ପରିବାର । ଶେଷରେ ପ୍ରଚଳିତ ବିଶ୍ୱାସ ଅନୁଯାୟୀ ପୂର୍ବରୁ ଦାନ୍ତ ଉଠିଥିବା ୬ମାସର ଶିଶୁକନ୍ୟାକୁ ଏକ କୁକୁର ଛୁଆ ସହ ବିବାହ କରାଗଲା । ଏଭଳି ଅଭୁତ ବିଶ୍ୱାସ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନବ୍ଲକ ମଠକରଗୋଳା ପଂଚାୟତ ଅନ୍ତର୍ଗତ ଥୋରିଆଛନ୍ଦା ସାହିରେ । ମକର ସଂକ୍ରାନ୍ତି ପର ଦିନ ଶିଶୁଙ୍କୁ ଚେଙ୍କ ଦେବା ସହ ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବିବାହ ଦେବାର ପରମ୍ପରା ଏହି ଆଦିବାସୀ ବହୁଳ ଗାଁ ଟିରେ ରହିଛି । ପରମ୍ପରାକୁ ମାନି ଚଳି ଆସୁଥିବା ଏହି ଗ୍ରାମରେ ଏଭଳି ଘଟଣା ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଥିବା କୁହାଯାଉଛି । ସୂଚନା ଅନୁସାରେ ଗ୍ରାମର ବାଇଧର ମୁଣ୍ଡାଙ୍କ ୬ ମାସର ଶିଶୁ କନ୍ୟାର ଦାନ୍ତ ଉଠିଲା, ପୂର୍ବରୁ ଦାନ୍ତ ଉଠିଥିବାରୁ ତାହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଖରାପ ଦର୍ଶାଗଲା । ପ୍ରାୟଶ୍ଚିତ ସ୍ୱରୂପ କୁକୁର ସହ ତାର ବିବାହ କରିଦିଆଗଲା । ଝିଅଟିକୁ ନୁଆ ପୋଷାକ ପିନ୍ଧାଯାଇଥିଲା । କୁକୁର ଛୁଆଟିଏ କୁ ଧରି ଆଣି ତାକୁ ଗାଧୋଇ ଦିଆଯାଇଥିଲା । ବିବାହ ଜାକଜକମରେ ହେଲା । ନାଚ ଗୀତ ଓ ଭୋଜି ଭାତ ମଧ୍ୟ ପରଷା ଗଲା । ସାହି ପଡ଼ୋଶୀ ସାମିଲ ହୋଇଥିବା ଦେଖାଯାଇଥିଲା ।
OSCAR-2019
କୌଣସି ଭାଷା ବା ସାହିତ୍ୟର ବିକାଶ ପାଇଁ ସମ୍ବାଦପତ୍ର ଏବଂ ଅନ୍ୟ ନିୟମିତ ପ୍ରକାଶନ ବହୁତ ଜରୁରୀ। ୧୮୬୬ ମସିହାରେ ଉତ୍କଳ ଦୀପିକା ଓଡ଼ିଆ ପ୍ରକାଶନ କ୍ଷେତ୍ରରେ ଗୋଟିଏ ନୂଆ ମୋଡ଼ ଆଣିଲା। ଏହା ଥିଲା ଓଡ଼ିଆ ଭାଷାର ପ୍ରଥମ ସମ୍ବାଦପତ୍ର। ସେ ସମୟର ସାମାଜିକ ପରିସ୍ଥିତି ଦୃଷ୍ଟିରୁ ଏହାର ପ୍ରକାଶନ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହାପରେ ସମ୍ବାଦପତ୍ର ଭାବରେ ପ୍ରକାଶ ପାଇଥିଲା ବାଲେଶ୍ୱର ସମ୍ବାଦବାହିକା। ଆଉ କିଛି ଛୋଟ ସମ୍ବାଦପତ୍ର ପ୍ରକାଶିତ ହେବା ପରେ ଦେବଗଡ଼ରୁ ପ୍ରକାଶିତ ହେଲା ସମ୍ବଲପୁର ହିତୈଷିଣୀ। ଉନବିଂଶ ଶତାବ୍ଦୀର ଶେଷ ଭାଗକୁ ଓଡ଼ିଆ ଭାଷାର ନିୟମିତ ପ୍ରକାଶନ ଭିତରେ ଅଧିକାଂଶ ଥିଲେ ସମ୍ବାଦପତ୍ର। ୧୮୪୯ରୁ ୧୮୬୬ ମସିହା ଭିତରେ ତିନିଟି ଓଡ଼ିଆ ମାସିକ ପତ୍ରିକା ପ୍ରକାଶିତ ହୋଇଥିଲେ ଏବଂ ଅଳ୍ପଦିନ ପରେ ବନ୍ଦ ହୋଇଯାଇଥିଲେ। ୧୮୬୬ରୁ ୧୮୯୭ ଭିତରେ ଆଉ କେତୋଟି ପତ୍ରିକା ବାହାରି ସେହିଭଳି ବନ୍ଦ ହୋଇଯାଇଥିଲେ। ହୁଏତ ପତ୍ରିକାର ଅଭାବ ପୂରଣ କରିବା ପାଇଁ ସେ ସମୟର ଓଡ଼ିଆ ଖବରକାଗଜଗୁଡ଼ିକ ବିଭିନ୍ନ ଦୈର୍ଘ୍ୟର ଫିଚରଧର୍ମୀ ଲେଖା ପାଇଁ ମଧ୍ୟ ସ୍ଥାନ ଦେଉଥିଲେ। ସେଭଳି କିଛି ଲେଖାରେ ଗୁରୁତ୍ତ୍ୱପୂର୍ଣ୍ଣ ତାତ୍ତ୍ୱିକ ଆଲୋଚନା ମଧ୍ୟ କରାଯାଉଥିଲା। ଭାଷାର ବିକାଶରେ ଖବରକାଗଜଗୁଡ଼ିକ ବିଶେଷ ସାହାଯ୍ୟ କରିଥିଲେ। କାବ୍ୟସାହିତ୍ୟର ଆଳଙ୍କାରିକ ଭାଷା ବଦଳରେ ସାଧାରଣ ଲୋକ ବୁଝିବା ଭଳି ସରଳ ଗଦ୍ୟ ଖବରକାଗଜର ମାଧ୍ୟମ ହେଲା। ବିଭିନ୍ନ ଅଞ୍ଚଳର ଖବର ଛାପିବା ପାଇଁ ସ୍ଥାନୀୟ ଶବ୍ଦମାନ ବ୍ୟବହୃତ ହେଲା। ଏହିଭଳି ଅନେକ ଦିଗରୁ ଖବରକାଗଜଗୁଡ଼ିକ ଭାଷାକୁ ଲୋକାଭିମୁଖୀ କରିବାରେ ତାଙ୍କର ଭୂମିକା ତୁଲାଇଲେ। ଏହି ୱେବ୍‌ସ୍ଥଳୀରେ ରହିଥିବା ପୁରୁଣା ଓଡ଼ିଆ ଖବରକାଗଜଗୁଡ଼ିକର ତାଲିକା ତଳେ ଦିଆଯାଇଛି। ବାମ କଡ଼ରେ ଥିବା ‘ଖବରକାଗଜ ସୂଚୀ‘ ବୋତାମ ଉପରେ ମାଉସ୍ କ୍ଲିକ୍ କଲେ ଏହି ୱେବ୍‌ସ୍ଥଳୀରେ ରହିଥିବା ପୁରୁଣା ଓଡ଼ିଆ ଖବରକାଗଜଗୁଡ଼ିକର ତାଲିକା ଦେଖିହେବ। ଡାଉନଲୋଡ୍ କରିବାର ବ୍ୟବସ୍ଥା ମଧ୍ୟ ସେଠାରେ ରହିଛି।
OSCAR-2019
କନକ ବ୍ୟୁରୋ : ବାତ୍ୟା ତିତଲିକୁ ଏହାରି ଭିତରେ ୫ଦିନ ବିତିଗଲାଣି । ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନି । ଧିରେ ଧିରେ ମୃତ୍ୟୁ ସଂଖ୍ୟା ବି ବଢୁଛି । ଆଉ ଏହି ମୃତ୍ୟୁ ସଂଖ୍ୟାକୁ ନେଇ ରାଜନୀତି ବି ସରଗରମ ହୋଇଛି । ତେବେ ବାତ୍ୟା ପରେ ଗ୍ରାଉଣ୍ଡ ଜିରୋରେ କ’ଣ ରହିଛି ଅସଲ ସ୍ଥିତି? ପାହାଡ଼ି ମୁଲକରେ କେମିତି ବଂଚୁଛନ୍ତି ଲୋକେ? ତାହା ଜାଣିବା ପାଇଁ ବାତ୍ୟା ପ୍ରଭାବିତ ପାହାଡି ଅଞ୍ଚଳରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ । ଆବଡ଼ା ଖାବଡ଼ା ରାସ୍ତା, ମଝିରେ ମଝିରେ ନଈ-ନାଳ । ପାରଳାଖେମୁଣ୍ଡିରୁ ପ୍ରାୟ ୫୦ କିଲୋମିଟର ଯାତ୍ରା କଲା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଲା, ତାହା ସ୍ପଷ୍ଟ ବୟାନ କରୁଥିଲା ପାହାଡ଼ିମୁଲକରେ ବାତ୍ୟା ପରର ବିପର୍ଯ୍ୟୟର କେତେ ସାଂଘାତିକ୍ ହୋଇପାରେ । ଅପହଂଚ ଇଲାକାରେ ମୁଣ୍ଡଗୁଂଜିବାକୁ ଯେଉଁ ବସା ଉପରେ ଭରସା କରି ଏହି ପାହାଡ଼ି ମଣିଷମାନେ ବଂଚୁଥିଲେ, ତାହା ତାଙ୍କ ଆଖି ଆଗରେ ଛିନଛତର ହୋଇ ସାରିଥିଲା । ଆଉ ବର୍ଷା-ପବନରେ କିଏ ଆତ୍ମୀୟକୁ ହରାଇଥିଲା, ତ ଆଉ କିଏ ଏଯାଏଁ ଆତ୍ମୟୀଙ୍କ ଖୋଜ୍ଖବର ବି ପାଉନଥିଲା । ପାରଳାଖେମୁଣ୍ଡିଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ, ମହେନ୍ଦ୍ରଗିରିର ପାହାଡ଼ । ଚାରିଆଡେ ଜଙ୍ଗଲ, ନିକଟରେ ମହେନ୍ଦ୍ରତନୟା ନଦୀ । ଆଉ ଏହି ଦୁର୍ଗମ ଅଂଚଳରେ ପହଂଚିବାକୁ ଆହୁରୀ ପ୍ରାୟ ୨୨ କିଲୋମିଟର ପାଦରେ ଚାଲି ଚାଲି ଏହି ଗାଁ ଗୁଡ଼ିକରେ ପହଂଚିଥିଲେ ଆମ ପ୍ରତିନିଧି । ପାରଳାଖେମୁଣ୍ଡିରୁ ଗାରବନ୍ଧା, ଗାରବନ୍ଧାରୁ କିନସିଲିଂ, କଇଁପୁର, ଗୁରସତପାର୍, ମାଡୱା ଏବଂ ମାଡ଼ା । ହୁଏତ ପ୍ରଶାସନର କାନରେ ଏହି ଗାଁ ଗୁଡ଼ିକର ନାଁ ବାଜିଛି କି ନାହିଁ ତାହା ବି ସନ୍ଦେହ । ବାତ୍ୟା ପୂର୍ବର ପବନ ଏବଂ ବାତ୍ୟା ପରର ବନ୍ୟା ଏହାରି ଭିତରେ ବିତିଗଲାଣି ପ୍ରାୟ ଗୋଟିଏ ସପ୍ତାହ । ହେଲେ ଏଯାଏଁ ପ୍ରଶାସନର ପାଦ ପଡ଼ିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ବାତ୍ୟା ତିତଲି ଯେତେବେଳେ ମହେନ୍ଦ୍ରଗିରି ସ୍ପର୍ଶ କରୁଥିଲା ଏମାନେ ଜୀବନ ବିକଳରେ ପାହଡ ଖୋଳ ଭିତରେ ଆଶ୍ରୟ ନେଇଥିଲେ । ଆଉ ମହେନ୍ଦ୍ରଗିରିର ଶରୀର ଯେତେବେଳେ କମ୍ପିବା ଆରମ୍ଭ କଲା ଏବଂ ଗୁମ୍ଫାରୁ ପଥର ଖସିଲା, ସେତେବେଳେ ମୃତ୍ୟୁର ତାଣ୍ଡବ ଆରମ୍ଭ ହେଲା । ଅନେକ ପଥର ଚାପାରେ ଜୀବନ ହରାଇଲେ, ଆଉ ଅନେକ ପାହାଡ଼ି ନଈର ପ୍ରକୋପରେ ଭାସିଗଲେ ।
OSCAR-2019
କନକ ବ୍ୟୁରୋ : ବୈଜ୍ଞାନିକ ଯୁଗରେ ବି ବଂଚିରହିଛି ସାମାଜିକ ବାସନ୍ଦ । ଆଉ ଜଣ୍ଡିସ ରୋଗରେ ଆକ୍ରାନ୍ତ ଜଣେ ଜଣ୍ଡିସ ରୋଗୀଙ୍କୁ ଗାଁ ଲୋକେ ନିଆଁ ପାଣି ବାରଣ କରିଛନ୍ତି । ଆଜି ବି ସମାଜରେ ଏଭଳି ଘୃଣ୍ୟ ପ୍ରଥା ବଂଚି ରହିଥିବା ଜାଣି ଲଜ୍ଜିତ ହେବାକୁ ପଡୁଛି । ଜଣେ ଜଣ୍ଡିସ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଗ୍ରାମବାସୀ ସାମାଜିକ ବାସନ୍ଦ କରିଛନ୍ତି। ପତ୍ନୀ ଛାଡ଼ି ପଳାଇବା ପରେ ଏବେ ସେ ଅସହାୟ ଅବସ୍ଥାରେ ଭାଇ ପାଖରେ ପଡ଼ିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅଟାଳ ଗ୍ରାମର ପ୍ରଭାକର ପ୍ରଧାନଙ୍କ କ୍ଷେତ୍ରରେ। ପ୍ରଭାକର ଏବେ ନିଃସଙ୍ଗ ଜୀବନ ବିତାଉଛନ୍ତି। ପତ୍ନୀ ଓ ଦୁଇ ପିଲାଙ୍କୁ ନେଇ ୫୦ ବର୍ଷ ବୟସ୍କ ପ୍ରଭାକରଙ୍କ ସଂସାର। କୋଲକତାରେ କାମ କରୁଥିଲେ। ଦୁଇ ବର୍ଷ ତଳେ ରୋଗାକ୍ରାନ୍ତ ହୋଇ ଘରକୁ ଚାଲି ଆସିଲେ ସେ। ପ୍ରଥମେ ଆଳି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ରୋଗ ଭଲ ନ ହେବା ପରେ ଚିକିତ୍ସା ନିମନ୍ତେ ଯାଇଥିଲେ କଟକ ବଡ଼ଡାକ୍ତରଖାନା। ସେଠାରେ ଚିକିତ୍ସାଧୀନ ଥିବା ବେଳେ ପତ୍ନୀ ଛାଡ଼ିି ପଳାଇଗଲେ । ଏଭଳି ଦୁର୍ଦ୍ଦିନରେ ସାହା ହୋଇଥିଲେ ଅଲଗା ହୋଇଥିବା ଭାଇ କୈଳାସ। କଟକରୁ ପ୍ରଭାକରଙ୍କୁ ଆଣି ନିଜ ଘରେ ରଖିଛନ୍ତି। କୈଳାସଙ୍କ ସହାୟତାରେ ଏବେ ଚଳୁଛନ୍ତି ପ୍ରଭାକର। ପତ୍ନୀ ବାପଘରକୁ ଚାଲିଯିବା ପରେ ଗ୍ରାମବାସୀ ପ୍ରଭାକରଙ୍କ ସହ ମିଳାମିଶା କରିବା ବନ୍ଦ କରିଦେଇଥିଲେ। ଅଜଣା ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ତାଙ୍କୁ ପୋଖରୀ, ନଳକୂପ ବାରଣ କରାଯାଇଛି। ହେଲେ, ପ୍ରଭାକର ଜଣ୍ଡିସ(ହେପାଟାଇଟିିସ୍-ବି)ରେ ଗୁରୁତର ଆକ୍ରାନ୍ତ ବୋଲି କହିଛନ୍ତି ଆଳି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ମନୋଜ ସେନାପତି। ରୋଗାକ୍ରାନ୍ତଙ୍କୁ ସାମାଜିକ ବାସନ୍ଦର କୌଣସି ବି କାରଣ ନାହିଁ ବୋଲି କହିଛନ୍ତି ଡା.ସେନାପତି।
OSCAR-2019
ନବୀନ ଏକ ସାପ୍ତାହିକ ସମ୍ବାଦ ଓ ସାହିତ୍ୟ ପତ୍ରିକା। କୃପାସିନ୍ଧୁ ପଟ୍ଟଦେବଙ୍କ ସମ୍ପାଦନାରେ ୧୯୩୦ ମସିହାରେ ଏହା ବ୍ରହ୍ମପୁରରୁ ପ୍ରକାଶ ପାଇଥିଲା। ପ୍ରଥମ ସଂଖ୍ୟାଟି ଛଅ ପୃଷ୍ଠାର ଥିଲା। ଏଥିରେ ପ୍ରକାଶିତ ସଂକ୍ଷିପ୍ତ ସମ୍ବାଦ, ସାହିତ୍ୟ, ସମାଚାର ସମୀକ୍ଷା, ସମ୍ପାଦକୀୟ ଅଭିମତ ଆଦି ସମ୍ବାଦପତ୍ର ଜଗତରେ ନୂଆ ଆଲୋଡ଼ନ ସୃଷ୍ଟି କରିଥିଲା। ଯେ କୌଣସି ପ୍ରସଙ୍ଗକୁ ତଥ୍ୟ, ମେଧା, ଯୁକ୍ତି ଓ କବିତ୍ୱର ମିଶାମିଶି ରୂପରେ କିପରି ପ୍ରକାଶ କରାଯାଇପାରେ ନବୀନର ସମ୍ପାଦକୀୟଗୁଡ଼ିକ ତାହାର ଉଦାହରଣ। ଡାଉନ୍‌ଲୋଡ୍ କରିବା ଆଗରୁ ଖବର କାଗଜ ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।
OSCAR-2019