text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
କନକ ବ୍ୟୁରୋ : ଥମିବାରେ ନା ନେଉ ନାହିଁ କର୍ଣ୍ଣାଟରରେ ରଜନୀତି ବିବାଦ । ବାରମ୍ବାର ସେଠାରେ ଚାଲିଥିବା ମେଣ୍ଟ ସରକାରରେ ସବୁ କିଛି ଠିକ ଚାଲିନଥିବା ବିଭିନ୍ନ ସମୟରେ ନେତାମାନେ କହୁଛନ୍ତି । ତେବେ କେହି କେହି କହୁବାକି ଲାଗିଲେଣି ମେଣ୍ଟ ସରାକର ଭାଙ୍ଗିଯିବାର ମଧ୍ୟ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି ଏକ ସଭାରେ ଭାଷମ ଦେବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ କହିଛନ୍ତି ଯେ, ଆଗାମୀ ସେପ୍ଟମ୍ବର ୩ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇ ପାରନ୍ତି । ତେବେ ସେ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ୩ ତାରିଖରେ କିଏ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେତେ ଦିନ ଶାସନ କରିଛି ତାହା କିପରି ଭାବରେ ରାଜ୍ୟର ପ୍ରଗତି ପଥରେ ସାମିଲ ହେଉ । ଆଉ ଆଗାମୀ ଦିନରେ ସାରା ରାଜ୍ୟଲାସୀଙ୍କ ପାଇଂ ଅନେକ କାମ କରିବାରେ ମତେ ସୁଯୋଗ ମିଳୁ । ତେବେ କୁମାରସ୍ୱାମୀଙ୍କ ଭାଷଣର ଗୋଟିଏ ଦିନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସଦ୍ଧରମେୟା ଏକ ସଭାରେ କହିଥିଲେ ଯେ, ମୁଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇ ପାରେ । ଏହାସହ ସେ କହିଥିଲେ ଯେ, ଜନତାଙ୍କ ଆର୍ଶୀବାଦ ପାଇଁ ମୁଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇପାରେ । ହୋସହ କେତେକ ନେତା ବିରୋଧୀଙ୍କ ସହ ମିଶି ମତେ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ତେବେ ସିଦ୍ଧରମେୟା ଆହୁରି ମଧ୍ୟ କହିଛନ୍ତି ଯେ, ମୋର ବିଶ୍ୱାସ ରହିଥିଲା କି ଲୋକମାନେ ମତେ ପୁଣି ଥରେ ନିର୍ବାଚିତ କରିବେ ହେଲେ ମୋର ଦୁର୍ଭାଗ୍ୟ କାରଣରୁ ଏହା ହୋଇ ପାରିଲା ନାହିଁ । କିନ୍ତୁ ରାଜନୀତିରେ ଜିତିବା ଆଉ ହାରିବା ଲାଗି ରହିଛି । ତାହାଛଡା ଏହା ଶେଷ ନୁହେଁ ବୋଲି ସେ କହିଛନ୍ତି । କର୍ଣ୍ଣାଟକ ରାଜନୀତି ସେତେ ବେଳ ସମୟରୁ ହିଁ ଚର୍ଚ୍ଚାରେ ରହିଛି ଯେଉଁ ସମୟରେ କୁମାରସ୍ୱାମୀ କହିଥିଲେ ଯେ, ମୁଁ ମୁଖ୍ୟମନ୍ତ୍ରୀ ପଦରେ ବସି ଜହର ପିଉଛି । ସେବେଠାରୁ ହିଁ ଲୋକମାନେ ସନ୍ଦେହ କରୁଥିଲେ ଯେ, ସରକାରରେ କିଛି ଠିକ ଚାଲୁନାହିଁ । ତେବେ ପରେ ଅବଶ୍ୟ ଏହା ଥମିଯାଇଥିଲା । ତେବେ ପୁଣି ଥରେ ଗତକାଲି କୁମାର ସ୍ୱାମୀଙ୍କ ଏହି ବୟାନ ପରେ ପୁଣି ଥରେ ସେଠାରେ ରାଜନୀତି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କର୍ଣ୍ଣାଟକ ଭଳି ବଡ ରାଜ୍ୟରେ କଂଗ୍ରେସ ସହ ଜେଡିଏସ ମେଣ୍ଟ କରି ସରକାରରେ ରହିଛି । ତେବେ ବିଧାନସଭା ନିର୍ବାଚନରେ ବିଜେପି ସର୍ବବୃହତ ଦଳ ହୋଇଥିଲେ ମଧ୍ୟ ସେଠାରେ ସରକାର କରିପାରିନଥିଲା । ତେବେ ମେଣ୍ଟ ସରକାର ଗଠନ ହୋଇ ରାଜ୍ୟରେ ଶାସନ କରୁଥିବା ସତ୍ୱେ ମଧ୍ୟ ନେତାମାନଙ୍କ ବୟାନରୁ ଜଣାପଡୁଛି ଯେ, ସେଠାରେ ସରକାର ସଠି ଭାବରେ ଚାଲୁନାହିଁ ।
OSCAR-2019
କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସାଂସଦ ଭର୍ତୃହରି ମହତାବ । ବିଜେଡି ଛାଡିବା ନେଇ ଇଂଗିତ କରିଛନ୍ତି ବରିଷ୍ଠ ନେତା ଭର୍ତୃହରି ମହତାବ । କହିଛନ୍ତି, ଅସମ୍ମାନ ଯୋଗୁଁ ୧୯୯୬ରେ ଛାଡିଥିଲେ କଂଗ୍ରେସ । ଏକ ଦୈନିକ ଖବରକାଗଜରେ ଆଜି ଆଉ ଏକ ସ୍ତମ୍ଭ ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ଭର୍ତୃହରି ମହତାବ । ପୂର୍ବ ସ୍ତମ୍ଭରେ ସେ ଲେଖିଥିଲେ ଯେ, ଦଳ ଭିତରେ ଫାଟ ଅଛି । ଆଜିର ସ୍ତମ୍ଭରେ ଭର୍ତୃହରଙ୍କ ପୂର୍ବ ଲେଖାକୁ ନେଇ ବିଜେଡି ନେତାଙ୍କ କଡା ପ୍ରତିକ୍ରିୟାରେ ଅସନ୍ତୋଷ କଥା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ୧୯୯୬ରେ କଂଗ୍ରେସରେ କଣଠେସା ହେବା ପରେ ଦଳ ଛାଡି ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳରେ ମିଶିଥିଲି । ଲୋକସଭା ଆସନକୁ ଲଢିବା ପାଇଁ ଟିକେଟ ବି ମିଳିଥିଲା । ନବୀନ ଦେଇଥିବା ଦାୟିତ୍ୱ ସେ ଠିକ୍ ଭାବେ ତୁଲାଇଛନ୍ତି । କିନ୍ତୁ ଏବେ ଯଦି ଦଳ ସୁପ୍ରିମୋ ଚାହିଁବେ ସେ ନିଜ ଦାୟିତ୍ୱରୁ ଓହରି ଯିବେ ବୋଲି ଲେଖିଛନ୍ତି ସାଂସଦ । ଏହାସହ ପୂର୍ବ ଲେଖାକୁ ନେଇ ବିଜେଡିର କିଛି ମନ୍ତ୍ରୀ ଓ ନେତା ସାଂସଦଙ୍କୁ ଟାର୍ଗେଟ କରିଥିଲେ । ଆଜିର ସ୍ତମ୍ଭରେ ସେ ଦଳର ମୁଖ୍ୟ ମୁଖପାତ୍ର ସୂର୍ଯ୍ୟ ପାତ୍ର ଓ ମନ୍ତ୍ରୀ ଦାମୋଦର ରାଉତକୁ ପରୋକ୍ଷରେ ସମାଲୋଚନା କରିଛନ୍ତି । କହିଛନ୍ତି , ଦଳରେ ଫାଟ ଥିବା କଥା କିଛି କୁଥାକୁହା ନେତାଙ୍କୁ ପସନ୍ଦ ହୋଇନି । ସେମାନେ ତାର ଇଂରାଜୀ ବୁଝିବାକୁ ଚେଷ୍ଟା କରୁଛନ୍ତି । କୌଣସି କଥାକୁ ତିନି ତୁଣ୍ଡରେ ଛେଳିକୁକୁର ନକରିବାକୁ ଏହି ସ୍ତମ୍ଭ ଲେଖିଥିବା କଥା ଭର୍ତୃହରି ସଫେଇ ଦେଇଛନ୍ତି । ଭର୍ତୃହରିଙ୍କ ପ୍ରଥମ ସ୍ତମ୍ଭ ନେଇ ସୂର୍ଯ୍ୟ ପାତ୍ର କହିଥିଲେ ଦଳରେ ଫାଟ ଥିଲେ ସେ କିଭଳି ୫ ଥର ଜିତିଲେ । ସେହିଭଳି ଦାମ କହିଥିଲେ, ଦିଲ୍ଲୀରେ ରହୁଥିବାରୁ ଭର୍ତୃହରି ବିଜେଡି କଥା ଜାଣିପାରୁନାହାନ୍ତି ।
OSCAR-2019
କନକ ବ୍ୟୁରୋ : ଡିସେମ୍ବର ୨୦ରେ ବାରବାଟୀରେ ହେବ ଭାରତ ଶ୍ରୀଲଙ୍କା ଟି-ଟ୍ୱେଂଟି ମ୍ୟାଚ । ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ନେଇ ପ୍ରଥମ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି । ଏହା ସହ ଟ୍ରାଫିକ, ପୋଲିସ ଓ ଷ୍ଟାଡିୟମ ଭିତର ଏବଂ ବାହାରର ସୁରକ୍ଷା ନେଇ ପୋଲିସ କମିଶନର ସମୀକ୍ଷା କରିଛନ୍ତି । ଷ୍ଟାଡିୟମ ଭିତରକୁ ପାଣି ପାଉଚ ଓ ବୋତଲ ନେବାକୁ ମନା ହୋଇଥିବା ବେଳେ କେବଳ ଶୁଖିଲା ଖାଦ୍ୟ ହିଁ ଦର୍ଶକ ଷ୍ଟାଡିୟମ ଭିତରକୁ ନେଇ ପାରିବେ ବୋଲି ନିଷ୍ପତି ହୋଇଛି । ସଂପୂର୍ଣ୍ଣ ଷ୍ଟାଡିୟମ୍ ତଥା ବାହାର ଅଂଚଳକୁ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରାଯିବାର ବ୍ୟବସ୍ଥା ରହିବ । ଆଜିର ଏହି ବୈଠକରେ ପୋଲିସ ପ୍ରଶାସନ, ଓଡିଶା କ୍ରିକେଟ ଆସୋସିଏସନ, ସିଆଇଏସଏଫ ଓ ଭୁବନେଶ୍ୱର କର୍ତ୍ତୁପକ୍ଷଙ୍କ ପ୍ରତିନିଧି ଉପସ୍ଥିତ ଥିଲେ । ସଲାମ ଡାକ୍ତର ! ଫି ମାତ୍ର ୨ ଟଙ୍କା, ଦୀର୍ଘ ୪୦ ବର୍ଷ ଧରି ଗରିବ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଥିରୁଭେନଙ୍ଗାଡମ
OSCAR-2019
ଭୁବନେଶ୍ୱର: ନୟାପଲ୍ଲୀ ସ୍ଥିତ ରେନଲ୍ଟ ଭୁବନେଶ୍ୱରରେ ଆଜି ରେନଲ୍ଟର ନୂଆ କ୍ୱିଡ୍‌ ୨୦୧୮ ଫିଚର୍‌ ଲୋଡେଡ୍‌ ରେଞ୍ଜ୍‌କୁ ଉନ୍ମୋଚନ କରାଯାଇଛି। ଏହା ଉଭୟ ମାନୁଆଲ୍‌ ଓ ଅଟୋମେଟିକ୍‌ ଭର୍ସନରେ ଉପଲବ୍ଧ ହେବ। ନୂଆ କ୍ୱିଡ୍‌ର ଭୁବନେଶ୍ୱର ମୂଲ୍ୟ ୨.୮୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୪.୮୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାର ଉନ୍ମୋଚନ ଅବସରରେ ରେନଲ୍ଟର ଏରିଆ ମ୍ୟାନେଜର ସୁଜୟ ସିଂହ, ଏସ୍‌ବିଆଇର ଏଜିଏମ୍‌ ସନ୍ତୋଷ ଏନ୍‌ ଜେନା, ଗର୍ଗସନ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ସତୀଶ ଗର୍ଗ, ନିର୍ଦେଶକ ସିଦ୍ଧାର୍ଥ ଗର୍ଗ, ଭିପି ରଞ୍ଜନ ମହାପାତ୍ର ଓ ରେନଲ୍ଟ ଭୁବନେଶ୍ୱରର ଡିଜିଏମ୍‌-ବିକ୍ରି ଅମୂଲ୍ୟ ଜେନା ଉପସ୍ଥିତ ଥିଲେ। ଏହି ନୂଆ ମଡେଲ୍‌ରେ କଂପାନି ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ରିଭର୍ସ ପାର୍କିଂ କ୍ୟାମେରା, ପଛ ଆର୍ମ ରେଷ୍ଟ୍‍ ଓ ଯାତ୍ରୀଙ୍କ ସୁବିଧା ପାଇଁ ପଛରେ ୧୨ଭି ସକେଟ୍‌ ବ୍ୟବହାର କରାଯାଇଛି। କ୍ୱିଡ୍‌ ବର୍ଗର କାର୍‌ରେ ପ୍ରଥମ ଥର ପାଇଁ କୌଣସି କଂପାନି ଏଭଳି ଉନ୍ନତ ମାନର ସୁବିଧା ପ୍ରଦାନ କରିଛି। ଯାତ୍ରୀ ନିରାପତ୍ତାକୁ ଏଥିରେ ବିଶେଷ ଧ୍ୟାନ ଦିଆଯାଇଛି। ଡ୍ରାଇଭର୍‌ ଏୟାରବ୍ୟାଗ୍‌ ଥିବା ବେଳେ ପ୍ରୋ ସେନ୍ସ ସିଟ୍‌ ବେଲ୍ଟ ଓ ପଛ ଇଏଲ୍‌ଆର୍‌ (ଏମର୍ଜେନ୍ସି ଲକିଂ ରିଟ୍ରାକ୍ଟର) ସିଟ୍‌ ବେଲ୍ଟ ରହିଛି। ଅଟୋମେଟିକ୍‌ ଭାରିଆଣ୍ଟ୍‌ରେ ଟ୍ରାଫିକ୍‌ ଆସିଷ୍ଟ୍‍ ବ୍ୟବସ୍ଥା ମଧ୍ୟ ରହିଛି। ଏହା ୮ଟି ଟ୍ରିମ୍‌ରେ ଉପଲବ୍ଧ ହେଉଥିବା ବେଳେ ଚାରି ବର୍ଷ କିମ୍ବା ୧ ଲକ୍ଷ କିମିର ଓ୍ଵାରେଣ୍ଟି ପ୍ରଦାନ କରାଯାଉଛି। ନୂଆ କ୍ୱିଡ୍‌ରେ ଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକ ଭିତର ଅଛି ୭ ଇଞ୍ଚ୍‌ ଟଚ୍‌ସ୍କ୍ରିନ୍‌ ମିଡିଆ ଏନ୍‌ଏଭି ବ୍ୟବସ୍ଥା, ଡିଜିଟାଲ୍‌ ଇନଷ୍ଟମେଣ୍ଟ୍‌ କ୍ଲଷ୍ଟର୍‌, ଓ୍ଵାନ୍‌ ଟଚ୍‌ ଲେନ୍‌ ଚେଞ୍ଜ ଇଣ୍ଡିକେଟର୍‌ ଓ ଭିତର ପାର୍ଶ୍ୱରେ ଅଧିକ ଫାଙ୍କା ସ୍ଥାନ।
OSCAR-2019
ସାରା ଦେଶ ଆଜି ପାଳନ କରୁଛି ୭୨ତମ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଲାଲକିଲ୍ଲା ଠାରେ ତ୍ରିରଙ୍ଗା ଉଡାଇବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ପାର୍ଟି କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡାଇଛନ୍ତି । କିନ୍ତୁ ସେତେବେଳେ କିଛି ଏପରି ଘଟଣା ଘଟିଥିଲା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତ୍ରିରଙ୍ଗା ଉଡାଇବା ପାଇଁ ଯେତେବେଳେ ଅମିତ ଶାହା ରଶି ଟାଣୁଥିଲେ, ସେତେବେଳେ ତ୍ରିରଙ୍ଗା ପତାକା ତଳକୁ ଖସି ଆସିଥିଲା । ଏବେ କଂଗ୍ରେସ ଏହି ଘଟଣାର ଏକ ଭିଡିଓ ଜାରି କରି ଅମିତ ଶାହାଙ୍କୁ ଟାର୍ଗେଟ କରିଛି । ଅମିତ ଶାହାଙ୍କ ଭିଡିଓକୁ ଟ୍ୱିଟ କରିବା ସହ କଂଗ୍ରେସ ଲେଖିଛି ଯେ, ଯିଏ ଦେଶର ପତାକାକୁ ସମ୍ଭାଳିପାରୁନାହାନ୍ତି, ସିଏ ଦେଶ କଣ ସମ୍ଭାଳିବେ । ଏହା ପୋଷ୍ଟ କରିବା ସହ କଂଗ୍ରେସ ଏକ ଭିଡିଓ ମଧ୍ୟ ଜାରି କରିଛି । ସୂଚନା ଅନୁଯାୟୀ, ସ୍ୱାଧୀନତା ଦିବସରେ ଅନେକ ପାର୍ଟିର ପ୍ରମୁଖ, ନେତା, କେନ୍ଦ୍ରୀମନ୍ତ୍ରୀ ନିଜ ଘରେ, ପାର୍ଟି କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ଉଡାଇଥାନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆଜି ସକାଳେ ନିଜ ଘରେ ତ୍ରିରଙ୍ଗା ଉଡାଇଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ କଂଗ୍ରେସ ପାର୍ଟି ଅଫିସରେ ତ୍ରିରଙ୍ଗା ଉଡାଇଥିଲେ ।
OSCAR-2019
ପାଇପ୍ ଭିତରେ ଫସି ଗଲେ ଜଣେ ଶ୍ରମିକ । କଟକ ଚହଟା ବଜାର ସ୍ଥିତ ଓଡ଼ିଶା ପୋଲିସ ସିଗ୍‌ନାଲ୍‌ ମୁଖ୍ୟାଳୟ ନିକଟ ପମ୍ପିଂ ଷ୍ଟେସନ ପାଇପ୍‌ରେ ସ୍ଥାନୀୟ ବାସିନ୍ଦା ଜଣକ ଫସି ରହିଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି ଓଡ଼୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ । ବ୍ୟକ୍ତି ଜଣଙ୍କ ହେଲେ ଦେଉଳ ସାହିର ପ୍ରାଣକୃଷ୍ଣ ଦଳେଇ ବୋଲି ଜଣାପଡିଛି । ସୂଚନା ଅନୁସାରେ , ପୋଲିସ କଲୋନୀ ପମ୍ପିଂ ଷ୍ଟେସନ୍ ପାଇପ୍ ଜାମ୍ ହୋଇଥିବାରୁ ତାହାକୁ ସଫା କରିବା ପାଇଁ ପମ୍ପିଂ ଷ୍ଟେସନ୍ କର୍ମଚାରୀ ଜଣକ ଏକ ଛୋଟ ଟାଙ୍କିକୁ ଓହ୍ଲାଇଥିଲେ । ସେହି ସମୟରେ ଅସାବଧାନତା ବଶତଃ ପମ୍ପିଂ ଷ୍ଟେସନ୍‌ର କର୍ମଚାରୀ ପମ୍ପ୍ ଚାଲୁ କରିଦେବା ଫଳରେ ବ୍ୟକ୍ତି ଜଣକ ପାଣି ପ୍ରେସର୍‌ରେ ପାଇପ୍‌ରେ ୨୦-୨୫ ଫୁଟ୍ ଭିତରକୁ ପଶି ଯାଇଥିଲେ । ପାଇପ୍‌ର ଓସାର ପ୍ରାୟ ଅଢ଼େଇ ଫୁଟ୍ ହୋଇଥିବାରୁ ବ୍ୟକ୍ତି ଜଣକ ବାହାରି ପାରୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ଶ୍ରମିକ ଜଣକୁ ଉଦ୍ଧାର କରାଯାଇ ପାରି ନାହିଁ । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଓଡ଼୍ରାଫ ଟିମର କର୍ମଚାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଅନବରତ ପ୍ରୟାସ ଜାରି ରଖିଛନ୍ତି । ତେବେ ପାଇପ୍ ଭିତରୁ ବ୍ୟକ୍ତ ଜଣକ କଥା ହେଉଥିବା ସୂଚନା ମିଳିଛି। ପାଇପ୍ ଭିତରକୁ ଅମ୍ଳଜାନ ଯୋଗାଇ ଦିଆଯାଉଛି ପ୍ରାୟ ଅଢ଼େଇ ଘଣ୍ଟା ଧରି ପାଇପ୍ ଭିତରେ ବ୍ୟକ୍ତି ଜଣକ ଫସି ରହିଛନ୍ତି ।
OSCAR-2019
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ମହିଳା ମହାବିଦ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି। ବିବେକାନନ୍ଦ ଛାତ୍ରମଞ୍ଚ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମହିଳା ମହାବିଦ୍ୟାଳୟ ଠାରେ ଅଖିଳ ଭାରତ ବିଦ୍ୟାର୍ଥô ପରିଷଦ ତରଫରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିଷ୍ଟାଣ୍ଡ କଲେକ୍ଟର ସୌମ୍ୟଶ୍ରୀ ପାଣିଗ୍ରାହୀ ଯୋଗ ଦେଇ ଛାତ୍ରୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଉପରେ ମତ ପ୍ରକାଶ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ସ୍ୱାମୀଜୀଙ୍କର ଦର୍ଶନ ଆଜିର ଛାତ୍ର ସମାଜକୁ ପ୍ରଭାବିତ କଲେ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବ ବୋଲି କହିଥିଲେ। ଏ.ବି.ଭି.ପିର ନଗର ଉପସଭାପତି ରଶ୍ମୀ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ। ଜାଗରରେ ବାବା ମଣିଙ୍କ ପୀଠକୁ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଫେରିଘାଟ ବନ୍ଦକୁ ନେଇ ଅସନ୍ତୋଷ ତେଜିଲା ପୁନର୍ବିଚାର ପାଇଁ ଦାବି
OSCAR-2019
କନକ ବ୍ୟୁରୋ : ନିର୍ବନ୍ଧ ସରିଥିଲା । ବେଦୀ ବି ସଜା ହୋଇଥିଲା । କିନ୍ତୁ ହାତଗଣ୍ଠି ପଡିବା ପୂର୍ବରୁ ଭାଙ୍ଗିଗଲା ବାହାଘର । ସାଜସଜ୍ୱାରେ ଚମକୁଥିଲା ମଣ୍ଡପ । କନ୍ୟା ବେଶରେ ସଜେଇ ହୋଇ ବର ଅପକ୍ଷୋରେ ଥିଲା ମଙ୍ଗୁଳା ଝିଅ । ବରଯାତ୍ରୀ ବି ବାହାରିସାରିଥିଲେ । କିନ୍ତୁ ହଠାତ ସବୁ ଓଲଟପାଲଟ ହୋଇଗଲା । ପୁଅ ଘର ଦାବି କଲେ କୋଟିଏ ଟଙ୍କାର ଯୌତୁକ । କିନ୍ତୁ ୨୦ ଲକ୍ଷ ଟଙ୍କା ଯୌତୁକ ଦେଇ ସାରିଥିବା ଝିଅ ଘର ଆଉ ଟଙ୍କା ଦେଇପାରିନଥିଲେ । ବାସ ଏତିକିରେ ସରିଯାଇଥିଲା ସବୁ କିଛି । ବେଦୀକୁ ଆସିନଥିଲା ବର । ଆଉ ଶେଷରେ ଥାନାରେ ପହଚିଂଥିଲା କନିଆଁ ବେଶରେ ସଜେଇ ହୋଇଥିବା ମଙ୍ଗୁଳା କନ୍ୟା । ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଂଚଳର ଯୁବତୀଙ୍କର ଅନୁଗୁଳର ଶାନ୍ତି ସ୍ୱରୂପଙ୍କ ସହ ବାହାଘର ଠିକ୍ ହୋଇଥିଲା । ଉଭୟେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି । ପୁଅ ଆମେରିକାରେ କାମ କରୁଥିବା ବେଳେ ଝିଅ ଚାକିରି କରୁଥିଲେ ବାଙ୍ଗଲୋରରେ । ଗତ ୨୧ ତାରିଖରେ ଏକ ହୋଟେଲରେ ଉଭୟଙ୍କ ନିର୍ବନ୍ଧ ପରେ ବୁଧବାର ଦିନ ବାହାଘର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ କୋଟିଏ ଟଙ୍କା ପାଇଁ ବେଦୀକୁ ବର ନଆସିବାରୁ ବାହାଘର ଭାଙ୍ଗିଯାଇଥିଲା ।ଝିଅର ଅଭିଯୋଗକୁ ଭିତ୍ତିି କରି ପୁଲିସ ତଦନ୍ତ ଚଳାଇଛି । ମଙ୍ଗୁଳା ହୋଇ ରହିଗଲା କନ୍ୟା । ସମ୍ଭ୍ରାନ୍ତ ପରିବାରର ହୋଇ ମଧ୍ୟ ଯୌତୁକ ଲୋଭୀ ଲୋକଙ୍କ ପାଇଁ ଭାଙ୍ଗିଗଲା ବାହାଘର । କନକ ବ୍ୟୁରୋ : ଆଦିବାସୀଙ୍କ ବିକାଶ ନିମନ୍ତେ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥି ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏବେ ବି ସେମାନଙ୍କ ପାଖରେ ଯୋଜନା ଅପହଞ୍ଚ । ଜଙ୍ଗଲରେ ବର୍ଷବର୍ଷ ଧରି ବସବାସ କରି ଆସୁଥିବା ବେଳେ ଝରଣା ପାଣିକୁ ଭରସା କରି ଜୀବନ ବିତାଉଛନ୍ତି । ଗମନାଗମନା,ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟ ଜଳ,ବିଦ୍ୟୁତ ବିନା ନିରୀହ ଆଦିବାସୀ ଦୁର୍ବିସହ ଜୀବନ ବିତାଉଛନ୍ତି । ପୁଲବାଣୀ ଜିଲ୍ଲାରେ ଏମିତି ଅନେକ ଗାଁ ଅଛି, ଯାହା ବହୁ ପ୍ରଚାରିତ ଯାଜପୁର ନଗଡ଼ା ଠାରୁ ଆହୁରି ଦୁର୍ବିସହ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିକରମାହା ହାତିଗୁଣ୍ତା ପଞ୍ଚାୟତ ଅନ୍ତର୍ଗତ ଡାହୁ ଗାଁ ଏହାର ଏକ ଉଦାହରଣ । ଜଙ୍ଗଲ ଓ ପାହାଡ ଘେରା ଡାହୁ ଗାଁରେ ପ୍ରାୟ ୪୦ ପରିବାର ବସବାସ କରୁଛନ୍ତି । ଲୋକ ସ˚ଖ୍ୟା ପ୍ରାୟ ୧୭୦ରୁ ଉର୍ଦ୍ଧ୍ବ। ସମସ୍ତେ ଆଦିବାସୀ ସମ୍ପ୍ରଦାୟର । ରୋଜଗାର ପନ୍ଥା କିଛି ନାହିଁ । ଜଙ୍ଗଲରୁ କାଠ ସ˚ଗ୍ରହ ଓ ଜଙ୍ଗଲଜାତ ଦ୍ରବ୍ୟ ଯୋଗାଡ କରିଥାନ୍ତି । ଏହାକୁ ବିକ୍ରି କଲେ ଯାହା କିଛି ଟଙ୍କା ମିଳେ ସେଥିରେ ପରିବାର ଚଳାଇଥାନ୍ତି । ଗାଁର ଛୋଟଛୋଟ ପିଲା ଅପପୃଷ୍ଟିର ଶିକାର ହେଉଛନ୍ତି । ଏମିତି କି ଆବଶ୍ୟକ ହେଲେ ଗ୍ରାମବାସୀ ଆମ୍ବ ଟାକୁଆକୁ ଜାଉ କରି ଖାଆନ୍ତି । ଦେଶ ସ୍ବାଧୀନତା ହେବାର ୭୨ ବର୍ଷ ପରେ ବି ଏହି ଗାଁକୁ ଗମନାଗମନା ନିମନ୍ତେ ସବୁ ଦିନିଆ ରାସ୍ତାଟିଏ ନାହିଁ । ଏମିତି କି ୨ ଚକିଆ ଗାଡି ବି ଗାଁକୁ ଯିବା ସମ୍ଭବ ନୁହେଁ । କାହାର ଦେହ ଖରାପ ହେଲେ ଭାଗ୍ୟକୁ ଆଦରିବା ଛଡା ଅନ୍ୟ ଉପାୟ ନାହିଁ । ଗାଁଠାରୁ ପଞ୍ଚାୟତ କାର‌୍ୟ୍ୟାଳୟର ଦୁର ୧୦ କିଲୋମିଟର । ଏତେ ଦୂର ଚାଲିବା ସହ ଟଙ୍କିକିଆ ଚାଉଳ ପାଇଁ ୩ଟି ପାହାଡ ଚଢିବାକୁ ପଡୁଛି ବୋଲି କହନ୍ତି ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ଗଣେଶ୍ବର ପ୍ରଧାନ। ବିଜୁଆ ଆଲୁଅ ସାତ ସପନ । ଡିବିର ଆଲୁଅରେ କାମ ଚଳୁଛି । ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ। ଗାଁଠାରୁ ୨ କିଲୋମିଟର ଦୂରରେ ଥିବା ଝରଣା ପାଣି ସେମାନଙ୍କ ସାହା ଭରସା । କିଛି ବର୍ଷ ପୂର୍ବେ ଏକ ସ୍ବେଚ୍ଛାସେବୀ ସ˚ଗଠନ ସହଯୋଗରେ ଗାଁରେ ଏକ କୂପ ଖନନ ହୋଇଛି । ଖରା ଦିନେ ଏହି କୂଅରୁ ମଧୢ ପାଣି ବାହାରୁ ନାହିଁ । ଯାହା ଫଳରେ ସମସ୍ତ ଗ୍ରାମବାସୀ ସେହି ଝରଣା ପାଣି ବ୍ୟବହାର କରୁଛନ୍ତି । ବହୁ ଦାବି ପରେ ଗାଁରେ ଏକ ସ୍କୁଲ ଖୋଲିଛି ସତ ହେଲେ ଶିକ୍ଷକ କେତେବେଳେ ଆସୁଛନ୍ତି ଆଉ ଯାଉଛନ୍ତି କାହାରିକୁ ଜଣା ନାହିଁ । ଆଦିବାସୀ ବହୁଳ ଜିଲ୍ଲାରେ ଛୋଟଛୋଟ ଗାଁକୁ ରାଜସ୍ବ ଗାଁର ମାନ୍ୟତା ମିଳୁଥିବା ବେଳେ ଡାହୁ ଗାଁ ଏଥିରୁ ବାଦ ପଡିଛି । ସରକାରୀ ବାବୁଙ୍କର ପାଦ କେବେ ପଡେ ନାହିଁ । ଭୋଟ ସମୟରେ ନେତାଙ୍କ ଦେଖା ମିଳେ । ତାପରେ ପୁଣି ୫ ବର୍ଷ ପରେ ଦେଖା । ଗାଁର ସମସ୍ୟା ନେଇ ସରକାର ଓ ଜିଲ୍ଲା ପ୍ରଶାସନକୁ ବହୁବାର ଗୁହାରି କରାଯାଇଥିଲେ ବି କେହି ଦୁଃଖ ଶୁଣୁ ନାହାନ୍ତି ବୋଲି କହନ୍ତି କାଳିସୁଧା ପ୍ରଧାନ । କନକ ବ୍ୟୁରୋ : ସାଧାରଣ ଭାବରେ ଘରେ କୁକୁରକୁ ଅନେକ ଲୋକ ରଖିବାକୁ ଭଲ ପାଆନ୍ତି । କେବଳ ଭଲ ପାଇବା ନୁହେଁ ବରଂ ତାହାକୁ ବିଶ୍ୱାସୀ ଜୀବ ବୋଲି ମମ୍ଭୋଧନ କରାଯାଏ । କାରଣ ଘରେ କେହି ନଥିବା ବେଳେ କୁକୁର ହିଁ ଘର ଜଗିବା କାମ ସମ୍ପାଦନ କରେ ବୋଲି ଅନେକ କହନ୍ତି । ତେବେ ସେହି କୁକୁର କି ପ୍ରକାର କାମ କରିପାରେ ତାହା ଜାଣବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିବେ । ମିଳିଥିବା ସୂଚନା ଅନୁସାରେ ଆମେରିକାର ଓ୍ଵାସିଂଟନ ଡିସି ଅଞ୍ଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଜଣେ ବ୍ୟକ୍ତି ତାଙ୍କର ପୋଷା କୁକୁରକୁ ଘରେ ଛାଡି ବଜାରକୁ ପରିବା ଆଣିବାକୁ ଯାଇଥିଲେ। ୧୫ ମିନିଟ ପରେ ସେ ଯେତେବେଳେ ଘରକୁ ଆସି ଦେଖିଲେ ତାଙ୍କର ଦୁନିଆ ଅନ୍ଧାର ହୋଇଯାଇଥିଲା । ସେ ଏହି ଘଟଣାକୁ ନିଜ ଆଖିରେ ଦେଖି ବିଶ୍ୱାସ କରି ପାରିଲେନି । ଏହି ବ୍ୟକ୍ତିଙ୍କର ନାମ ହେଉଛି ରୋବର୍ଟ ଫେଜର ଦୁଇ ବର୍ଷ ପୂର୍ବରୁ ଏଞ୍ଜେଲଙ୍କ ସହ ବିବାହ କରିଥିଲେ । ପତ୍ନୀଙ୍କ ଛଡା ରୋବର୍ଟଙ୍କ ସହ ତାଙ୍କ ପୋଷା କୁକୁର ମଧ୍ୟ ତାଙ୍କ ପାଖରେ ରହୁଥିଲା । ରୋବର୍ଟଙ୍କ ପାଖରେ ଥିବା କୁକୁର ପେଟ ବୁଲ୍ ପ୍ରଜାତିର ଅଟେ, ତା’ର ନାମ ସେ କେନ୍ ରଖିଥିଲେ । ଏହି କୁକୁର ତାଙ୍କ ପାଖରେ ବିଗତ ଆଠ ବର୍ଷ ହେଲା ରହି ଆସୁଥିଲା । ସେଦିନ ସନ୍ଧ୍ୟାରେ ସେ ତାଙ୍କ ପୋଷା କୁକୁରକୁ ତାଙ୍କ ପତ୍ନୀଙ୍କ ପାଖରେ ଛାଡି ମାକେର୍ଟ ଯାଇଥିଲେ। କିନ୍ତୁ ସେ ଜାଣିନଥିଲେ ଯେ ଏହା ତାଙ୍କ ଜୀବନର ସବୁଠୁ ବଡ ଭୁଲ ଥିଲା । ରୋବର୍ଟ ଯେତେବେଳେ ଘରକୁ ଫେରି ଦେଖିଲେ ତାଙ୍କ ପତ୍ନୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଛନ୍ତି ଓ ତାଙ୍କ ପୋଷା କୁକୁର କେନ୍ ତାଙ୍କୁ ବାରମ୍ବାର କାମୁଡି ଚାଲିିଛି । ସେ ଏହା ଦେଖି କ’ଣ କରିବେ କିଛି ବୁଝି ପାରି ନ ଥିଲେ, ରୋବର୍ଟ ସାଙ୍ଗେ ସାଙ୍ଗେ ପୁଲିସ ଓ ଆମ୍ବୁଲାନ୍ସକୁ ଡାକିଥିଲେ । ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ବେଳେ କୁକୁର ମେଡିକାଲ ଟିମର ଜଣେ ସଦସ୍ୟଙ୍କୁ ମଧ୍ୟ କାମୁଡିଥିଲା । ଯେତେ ବେଳେ ମହିଳାଙ୍କୁ ମେଡିକାଲକୁ ନିଆଗଲା ସେତେବେଳ ସବୁ ସରି ଯାଇଥିଲା । ମେଡିକାଲରେ ପହଞ୍ଚିବାର କିଛି ସମୟ ପରେ ରୋବର୍ଟଙ୍କ ପତ୍ନୀ ଏଞ୍ଜେଲଙ୍କ ମୃତ୍ୟୁ ହୋଇଯାଇଥିଲା । ଯଦି ଆପଣ ପାନ କାର୍ଡ ତିଆରି କରି ନାହାଁନ୍ତି ଏବଂ ଆପଣଙ୍କର ଇନକମ ଟାକ୍ସ ସ୍ଲେଭରେ ରହିଛି ତେବେ ପାନ କାର୍ଡ କରିବା ନିତ୍ୟାନ୍ତ ଆବଶ୍ୟକ । କାହିଁକି ନା, ଇନକମ ଟାକ୍ସ ରିଟର୍ଣ୍ଣ ଭରିବାର ଅନ୍ତିମ ତାରିଖ ଏବେ ପାଖେଇ ଆସୁଛି । ଏବଂ ବିନା ପାନ କାର୍ଡରେ ଆପଣ ଆପଣଙ୍କର ରିଟର୍ଣ୍ଣ ଭରିପାରିବେ ନାହିଁ । ଖାଲି ଆୟକର ପୈଠ ସମୟରେ ନୁହେଁ ବରଂ ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ଚାକିରିରେ ନିଯୁକ୍ତି ପାଇଁ ବି ପାନର ଆବଶ୍ୟକତା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ କିଛି ଏଭଳି ଗୁରୁତ୍ୱପୂର୍ଣ୍ଣ ତଥା ସଂପର୍କରେ ଅବଗତ କରାଇବୁ ଯାହା ଆପଣଙ୍କୁ ପାନକାର୍ଡ ତିଆରି କରିବା ସମୟରେ ନିଶ୍ଚୟ ରୂପେ ଧ୍ୟାନ ରଖିବା ଉଚିତ । • ସେହିପରି ହସ୍ତାକ୍ଷର ବକ୍ସରେ ନିଜର ହସ୍ତାକ୍ଷର ଛଡା ଅନ୍ୟ କୌଣସି ବିବରଣୀ ତଥା ତାରିଖ, ଠିକଣା ଆଦି ଦିଅନ୍ତୁ ନାହିଁ । • ହସ୍ତାକ୍ଷର ସବୁବେଳେ ଦିଆଯାଇଥିବା ବକ୍ସ ଭିତରେ ହିଁ କରନ୍ତୁ । ସେହିପରି ଯଦି ଟିପ ଚିହ୍ନ ଦେଉଛନ୍ତି ତେବେ କୌଣସି ଅଧିକାରୀଙ୍କ ସହାୟତା ନିଅନ୍ତୁ । ଧ୍ୟାନ ରଖିବେ କି, ନିୟମ ୧୪୪ (୪) ଅନୁସାରେ ନିଜର ପରିଚୟ, ଠିକଣା ଏବଂ ଜନ୍ମତାରିଖର ସଂଖ୍ୟା ଦାଖଲ କରିବାକୁ ପଡିବ । ତେବେ ନିଜର ପରିଚୟ ଏବଂ ଠିକଣା ଠିକ୍ ରୂପେ ଦିଅନ୍ତୁ ଯାହା ଆପଣ ଦେଇଥିବା ତଥ୍ୟ ସହ ତାଳମେଳ ଖାଉଥିବ । ଏଥିସହିତ ଆବେଦନ ପତ୍ରରେ ନିଜର ମୋବାଇଲ ନମ୍ବର କିମ୍ବା ଇ-ମେଲ ଆଇଡି ନିଶ୍ଚୟ ଦିଅନ୍ତୁ ।
OSCAR-2019
କେନ୍ଦୁଝର: ଏକ ପାଞ୍ଚଟଙ୍କିଆ କଏନ୍‌ ଗିଳି ଜଣେ ଶିଶୁ ଗୁରୁତର ହୋଇଛି। ତାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଝୁମ୍ପୁରା ବ୍ଲକ ବଡ଼ନେଉଳି ଗ୍ରାମର ଗଣେଶ୍ୱର ମୁଣ୍ଡାଙ୍କ ୫ ବର୍ଷର ପୁଅ ବିଜୟ ଗତକାଲି ସନ୍ଧ୍ୟାରେ ଘର ପାଖ ଦୋକାନକୁ ଚକୋଲେଟ୍‌ କିଣିବା ପାଇଁ ଏକ ପାଞ୍ଚଟଙ୍କିଆ କଏନ୍‌ ନେଇ ଯାଇଥିଲା। ରାସ୍ତାରେ ସେ କଏନ୍‌ଟିକୁ ପାଟିରେ ପୁରାଇଥିଲା। ଅସାବଧାନତା ଯୋଗୁ କଏନ୍‌ଟି ତଣ୍ଟିରେ ଲାଗିଯାଇଥିଲା। ଫଳରେ ବିଜୟ ପ୍ରବଳ କାନ୍ଦିଥିଲା। ତାର କାନ୍ଦ ଶୁଣି ଲୋକେ ଠୁଳ ହୋଇଯାଇଥିଲେ। କଏନକୁ ବାହାର କରିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲା। ହେଲେ ବାହାରିନଥିଲା। ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ବହୁ ଚେଷ୍ଟା କରିବା ପରେ ମଧ୍ୟ କାଏନ୍‌ଟିକୁ ବାହାର କରିବାରେ ବିଫଳ ହୋଇଥିଲେ। ଶିଶୁଟିକୁ କଟକ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଗଣେଶ୍ୱରଙ୍କ ପାଖରେ ଟଙ୍କା ନଥିବାରୁ ପୁଅକୁ କଟକ ନେଇପାରିନଥିଲେ। ପୁଅର ଅବସ୍ଥା ବିଗିଡି ଯାଉଥିବା ଦେଖି ବାପାମାଆ ବିକଳ ହେଉଥିବା ବେଳେ ପୂର୍ବତନ କାଉନସିଲର ଭୂବନ ନାଏକ ସାହାଯ୍ୟର ହାତ ବଢ଼େଇଥିଲେ। ମାଗଣାରେ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ। ଆମ୍ବୁଲାନ୍ସରେ ବିଜୟକୁ କଟକ ବଡ଼ ଡାକ୍ତରଖାନା ନିଆଯାଇଛି। ଯାଜପୁର/ବିଂଝାରପୁର : ଯାଜପୁର ଜିଲ୍ଲାରେ ଗୁପ୍ତ ଟେଣ୍ଡରକୁ ନେଇ ଦିନକୁଦିନ ରୋଚକପୂର୍ଣ୍ଣ ତଥ୍ୟ ପଦାକୁ ଆସିବାରେ ଲାଗିଛି। ପୂର୍ତ୍ତ ବିଭାଗର ପାଣିକୋଇଲି ଡିଭିଜନ୍‌ରେ ହଜାର ହଜାର ଗୁପ୍ତ ଟେଣ୍ଡର୍‌ ପେଡ଼ି ଖୋଲିବା ପରେ ବହୁ ରହସ୍ୟଜନକ ତଥ୍ୟ ପଦାକୁ ଆସିଛି। ଗୋଟିଏ ଗୋଟିଏ ରାସ୍ତାର ନାମ ପରିବର୍ତ୍ତନ କରି ଅନେକ ଗୁଡ଼ିକ ଗୁପ୍ତ ଟେଣ୍ଡର କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଏପରିକି ଭୂତ ରାସ୍ତା( ରାସ୍ତା ନଥିବା) ବାବଦରେ ମଧ୍ୟ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଛି। ମାତ୍ର ୩ଟି ରାସ୍ତାରେ ଗୋଟିଏ ବର୍ଷ ୨୦୧୬-୧୭ ଆର୍ଥିକବର୍ଷରେ ୯୧ଟି ଗୁପ୍ତ ଟେଣ୍ଡର୍‌ କରାଯାଇ ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦୁର୍ନୀତି କରାଯାଇଛି ବୋଲି ଜଣାପଡ଼ିଛି। ଅନୁସଂଧାନରୁ ଜଣାପଡ଼ିଛି ଯେ, ଯାଜପୁର ପୂର୍ତ୍ତ ବିଭାଗ ଡିଭିଜନ୍‌ ଅନ୍ତର୍ଗତ ବିଂଝାରପୁର ସବ୍‌ଡିଭିଜନ୍‌ରେ ଗୋଟିଏ ଗୋଟିଏ ରାସ୍ତାରେ ଏକା ଦିନରେ ଅସଂଖ୍ୟ ଗୁପ୍ତଟେଣ୍ଡର କରାଯାଇ ଅର୍ଥ ଲୁଟ କରାଯାଇଛି। ଖାଲି ଏତିକି ନୁହେଁ ୨ବର୍ଷ ମଧ୍ୟରେ ଯେଉଁ ରାସ୍ତାରେ କୌଣସି କାମ ହୋଇନାହିଁ ସେହି ରାସ୍ତାରେ ୨୦୧୬-୧୭ ଆର୍ଥିକବର୍ଷରେ କାମ ହୋଇଥିବା ଦର୍ଶାଇ ମିଥ୍ୟା ବିଲ୍‌ କରାଯାଇଛି। କୋଟିକୋଟି ଟଙ୍କାର କାମକୁ ଖୋଲା ଟେଣ୍ଡର୍‌ କରାନଯାଇ ଭାଗ ଭାଗ କରି ୫ଲକ୍ଷ ଟଙ୍କାରୁ କମ୍‌ ମୂଲ୍ୟର ଶହ ଶହ ଏଫ୍‌-୨ ନାମରେ ଗୁପ୍ତ ଟେଣ୍ଡର୍‌ କରାଯାଇଛି। ୨୦୧୬-୧୭ ମସିହାରେ ବିଂଝାରପୁର ପୂର୍ତ୍ତ ସବ୍‌ଡିଭିଜନ ପ୍ରାୟ ଖୋଲା ଟେଣ୍ଡର କରାଯାଇ ନଥିବା ବେଳେ ଶହଶହ ଗୁପ୍ତ ଟେଣ୍ଡର୍‌ କରାଯାଇଛି। କପିଳା ସୟଦପୁର ରାସ୍ତା ମରାମତି ନାମରେ ୧୧ଟି ଗୁପ୍ତ ଟେଣ୍ଡର୍‌ ମାଧ୍ୟମରେ ୪୨ଲକ୍ଷରୁ ଊର୍ଧ୍ୱ ଟଙ୍କା ଦୁର୍ନୀତି କରାଯାଇଛି। ସେହିପରି ନନ୍ଦିପୁର ପ୍ରୀତିପୁର ରାସ୍ତା ମରାମତି ନାମରେ ୧୫ଟି ଗୁପ୍ତଟେଣ୍ଡର ମାଧ୍ୟମରେ ୫୮ଲକ୍ଷରୁ ଊର୍ଧ୍ୱ ଟଙ୍କା ହଡପ୍‌ କରାଯାଇଛି। ପ୍ରୀତିପୁର ଡିହକୂଳା ସିଂପୁର ରାସ୍ତା ମରାମତି ନାମରେ ୨୪ଟି ଗୁପ୍ତଟେଣ୍ଡର୍‌ ମାଧ୍ୟମରେ ୮୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଛି। ସେହି ରାସ୍ତାର ନାମ ବଦଳାଇ ପ୍ରୀତିପୁର ସିଂହପୁର ରାସ୍ତା ମରାମତି ନାମରେ ୩୪ଟି ଗୁପ୍ତ ଟେଣ୍ଡର୍‌ ମାଧ୍ୟମରେ କୋଟିଏ ଟଙ୍କା ଚଳୁ କରାଯାଇଛି। ସେହିପରି କପିଳା ସୟଦପୁର ଭାୟା ଗୁହାଳୀ ବାଙ୍କିପାଳ ନାମରେ ଭୂତ ରାସ୍ତା(କୌଣସି ରାସ୍ତା ନାହିଁ)ରେ ୭ଟି ଗୁପ୍ତ ଟେଣ୍ଡର୍‌ ମାଧ୍ୟମରେ ୨୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରାଫେରି କରାଯାଇଛି। ଗୋଟିଏ ଗୋଟିଏ ଦିନରେ ଜଣେ ଜଣେ ଠିକାଦାରଙ୍କ ନାମରେ ୨୦ ରୁ ୩୦ ପର୍ଯ୍ୟନ୍ତ ଗୁପ୍ତ ଟେଣ୍ଡର କାମର ବିଲ୍‌ ବାବଦ ଦେୟ ପଇଠ କରାଯାଇଛି। ବିଂଝାରପୁର ସବ୍‌ଡିଭିଜନ ଅଧିନରେ ଥିବା ଅନେକ ରାସ୍ତା ପାଇଁ ଶହଶହ ଗୁପ୍ତ ଟେଣ୍ଡର କରାଯାଇଛି। କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀମାନେ ସରକାରଙ୍କ ସମସ୍ତ ନୀତିନିୟମକୁ ମୋଡିମକଚି ଗୁପ୍ତଟେଣ୍ଡର ମାଧ୍ୟମରେ କୋଟି କୋଟି ଟଙ୍କାର ଘୋଟାଲା କରିଥିବା ଅଭିଯୋଗ ହୋଇଛି। ଯାହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପାଣିକୋଇଲି ଡ଼ିଭିଜନ୍‌ କେଳେଙ୍କାରୀ ବିଷୟରେ ଅନେକ ବିଷୟ ସ୍ପଷ୍ଟ ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
OSCAR-2019
ମାଲକାନଗିରି : ମାଲକାନଗିରିରେ ଏମଏମଏସ । ସୀତାକୁଣ୍ଡ ଅଂଚଳରେ ସତୀତ୍ୱକୁ ହତ୍ୟା । ଆଦିମ ଇଲାକାରେ ଆଦିମତା । ବେସାଲିସ୍ ବଣ୍ଡା ମଣିଷକୁ ସାଲିସ୍ କରିବାକୁ ଷଡଯନ୍ତ୍ର । ମାଲ୍ୟବନ୍ତଗିରିର ଲଜ୍ଜାର କାହାଣୀ , ଜଣେ ବଣ୍ଡା ଯୁବତୀଙ୍କ ଇଜ୍ଜତ ଲୁଟ ଭଳି ସମ୍ବେଦନଶୀଳ କାହାଣୀ । ଯାହା କ୍ୟାମେରାରେ କଏଦ ହେବା ପରେ ବୁଲୁଛି ମୋବାଇଲରୁ ମୋବାଇଲ୍ । ଯେଉଁ ଘାଟିରେ ତ୍ରେତୟା ଯୁଗରେ ସ୍ତ୍ରୀଙ୍କ ପାଦ ପଡ଼ିଥିଲା, ଆଜି ସେଠି ନିଲାମ ହୋଇଛି ସତୀତ୍ୱ । କନକ ବ୍ୟୁରୋ : ରାଜ୍ୟ ଓ କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ସମସ୍ୟା ଘେରରେ ଶହେ ବର୍ଷର ପୁରୁଣା ସ୍କୁଲ । ଧର୍ମଗଡ କାଶିବାହାଲରେ ଭଙ୍ଗା ଘରେ ଚାଲିଛି ୧ ଶହ ୨୯ ବର୍ଷର ବିଦ୍ୟାଳୟ । କଳାହାଣ୍ଡି ଧର୍ମଗଡ ସହରଠାରୁ ମାତ୍ର କିଛି ଦୂରରେ ରହିଛି କାଶିବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୨୯ ବର୍ଷର ପୁରୁଣା ଏହି ବିଦ୍ୟାଳୟରେ ୭ଟି ଶ୍ରେଣୀରେ ମୋଟ ୨ ଶହ ୧୯ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ୧୮୮୯ ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିବା ଏହି ସ୍କୁଲ ଆଜି ବି ଭଙ୍ଗା ଖପରା ଛପର ଘରେ ବିପଦ ସଙ୍କୁଳ ଅବସ୍ଥା ଚାଲିଛି । ଲଗାଣ ବର୍ଷାରେ ସ୍କୁଲ ସ୍ଥିତି ଅତି ସଙ୍ଗୀନ ହୋଇ ପଡିଥିବାରୁ ଗୋଟିଏ ଶ୍ରେଣୀ ଗୃହରେ ପିଲାଙ୍କୁ ପାଠପଢା ଯାଉଛି । ରୋଷେଇ ଘର ଭାଙ୍ଗି ଯାଇଥିବାରୁ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି । ସ୍କୁଲର ଦୂରାବସ୍ଥା ନେଇ ବାରମ୍ବାର ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଲେ ବି କେହି ଶୁଣିନଥିବା ସ୍କୁଲ ପରି•ଳନା କମିଟି ସଭାପତି ଅଭିଯୋଗ କରିଛନ୍ତି । ସେପଟେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି ବ୍ଲକ ଶକ୍ଷା ଅଧିକାରୀ କହିଛନ୍ତି । ସରକାର ଯଦି ଏହି ଶତାୟୁ ବିଦ୍ୟାଳୟ ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ଆଗାମୀ ଦିନରେ କୌଣସି ଅଘଟଣକୁ ଏଡାଇ ଦିଆଯାଇନପାରେ । ଦୃଶ୍ୟ ଏମିତି, ଯାହାକୁ ଦେଖିଲେ ଆପଣ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ହୋଇପଡିବେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟର କଲ୍ୟାଣଟୋଲା ଗାଁରେ । ଘଟଣାଟି ଥିଲା କିଛି ଏପରି, ଜଣେ ମହିଳା ସବୁଦିନ ଭଳି ନିଜର ସବୁ କାମ ସାରି ରାତିରେ ଶୋଇଥିଲେ । କିନ୍ତୁ ଯେତେବେଳେ ତାଙ୍କ ଆଖି ଖୋଲିଥିଲା, ସେତେବେଳେ ସେ ଯେଉଁ ଦୃଶ୍ୟ ଦେଖିଲେ ତାଙ୍କ ଲୋମ ଟାଙ୍କୁରି ଉଠିଥିଲା । ପୁତୁଲ ଦେବୀ ନାମକ ଏହି ମହିଳାଙ୍କ ନିଶ୍ୱାସ ଅଟକି ଯାଇଥିଲା, ଯେତେବେଳେ ସେ ଦେଖିଲେ ଗୋଟିଏ ସାପ ତାଙ୍କ ଗୋଡରେ ଗୁଡେଇ ହୋଇରହିଛି ଏବଂ ଫଣା ମେଲାଇ ବସିଛି । ପାଖାପାଖି ଦେଢ ଘଣ୍ଟା ପର୍ଯ୍ୟନ୍ତ ସାପଟି ତାଙ୍କ ଗୋଡରେ ଗୁଡେଇ ହୋଇ ରହିଥିଲା । ଘଟଣା ସମ୍ବନ୍ଧରେ ଜଣାପଡିବା ପରେ ମହିଳାଙ୍କ ପରିବାର, ପରିଜନ ଏବଂ ପଡୋଶୀମାନେ ତାଙ୍କ ଜୀବନରକ୍ଷା ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଆରମ୍ଭ କରିଦେଇଥିଲେ । କେବଳ ଏତିକି ନୁହେଁ ମହିଳାଙ୍କ ସୁରକ୍ଷାପାଇଁ ଭଜନ କୀର୍ତ୍ତନ ମଧ୍ୟ କରାଯାଇଥିଲା । ଆଉ ଏହା ପରେ ସେମାନଙ୍କ ପ୍ରାର୍ଥନା ଭଗବାନ ଶୁଣି ନେଇଥିଲେ । ଏବଂ ସାପଟି ମହିଳାଙ୍କୁ କିଛି କ୍ଷତି ନପହଞ୍ଚାଇ ପଳାଇଯାଇଥିଲା । ତେବେ ମହିଳାଜଣଙ୍କ ରାତିରେ ତଳେ ମଶାରି ଟାଙ୍ଗି ଶୋଇଥିଲେ । ଶୋଇବା ସମୟରେ ତାଙ୍କ ଗୋଡ ମଶାରି ବାହାରକୁ ଚାଲି ଯାଇଥିଲା । ରାତି ପାଖାପାଖି ୨ଟାରେ ହଠାତ ତାଙ୍କ ନିଦ ଭାଙ୍ଗିଯିବାରୁ ସେ ତାଙ୍କ ଗୋଡରେ କିଛି ହେଉଥିବା ଅନୁଭବ କରିଥିଲେ । ଏବଂ ଦେଖିଥିଲେ ଯେ, ଏକ ନାଗ ସାପ ତାଙ୍କ ଗୋଡରେ ଗୁଡେଇ ହୋଇ ରହିଛି ଏବଂ ଫଣା ମେଲାଇ ବସିଛି । ମହିଳାଜଣଙ୍କ ଡରି ଯାଇଥିଲେ ସତ କିନ୍ତୁ ନିଜ ଗୋଡ ହଲାଇନଥିଲେ । ଏହା ପରେ ବହୁତ କଷ୍ଟରେ ପାଟି କରିଥିଲେ । ତାଙ୍କୁ ପୁଅ ମାର ସ୍ୱର ଶୁଣି ଦୌଡି ଆସିଥିଲା ଏବଂ ଏଭଳି ଘଟଣା ତାଙ୍କୁ ବିବ୍ରତ କରିଦେଇଥିଲା । ଏହା ପରେ ସେ ଘରେ ସମସ୍ତ ଲୋକଙ୍କୁ ଉଠାଇଥିଲେ ଏବଂ ପାଖ ପଡୋଶୀମାନେ ମଧ୍ୟ ଘରକୁ ଦୌଡି ଆସିଥିଲେ । ପାଖାପାଖି ଦେଢ ଘଣ୍ଟା ପରେ ସାପଟି ଘରୁ ବାହାରି ପଳାଇ ଯାଇଥିଲା ।
OSCAR-2019
କନକ ବ୍ୟୁରୋ : ଭାରତୀୟ କ୍ରୀଡ଼ା ପାଇଁ ଆଜି ଦିନଟି ବେଶ ଶୁଭଙ୍କର । ଇଂଲଣ୍ଡରେ ଭାରତ ତୃତୀୟ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଥିବା ବେଳେ ଭାରତୀୟ ହକି ଦଳ ୮୬ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଆଉ ଇଣ୍ଡୋନେସିଆରେ ଚାଲିଥିବା ଏସିଆଡ୍ ଖେଳରେ ଭାରତୀୟ ଆଥଲେଟ୍ ଆଣିଛନ୍ତି ଆଉ ଗୋଟିଏ ସ୍ୱର୍ଣ୍ଣପଦକ । ଆଉ ଏସବୁ ଭିତରେ ଭାରତୀୟ ଅଧିନାୟକ ବିରାଟ କୋହଲି ରଖିଥିବା ବୟାନ୍ ଏକ ବଡ ବାର୍ତା ରଖୁଛନ୍ତି । ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ବିଜୟ ହେବା ପରେ ବିରାଟ୍ କହିଛନ୍ତି- କ୍ରମାଗତ ଦୁଇଟି ପରାଜୟ ପରେ ସମର୍ଥକମାନେ ଦଳ ଉପରେ ବିଶ୍ୱାସ ତୁଟାଇ ଦେଇଥିଲେ । କିନ୍ତୁ ଦଳ ନିଜ ଦକ୍ଷତା ଉପରେ ଭରସା ବଜାୟ ରଖିଥିଲା । ଆଉ ଏହି ଭରସା ଦଳକୁ ୨-୦ ସ୍ଥିତିରେ ଥିବା ସିରିଜକୁ ୧-୨କୁ ନେଇ ଆସିଛି । ଖେଳାଳିମାନେ ନିଜ ଉପରେ ବିଶ୍ୱାସ ରଖିଥିବାରୁ ଏହା ସମ୍ଭବ ହେଲା ବୋଲି କହିଛନ୍ତି ବିରାଟ୍ କୋହଲି । ଡ୍ରେସିଂ ରୁମ୍ ବାହାରେ କ’ଣ ଚାଲିଛି, ଲୋକ କେମିତି ପରାଜୟକୁ ଗ୍ରହଣ କରୁଛନ୍ତି ଏଥିରେ ବିବ୍ରତ ନହୋଇ ଦଳ ଡ୍ରେସିଂ ରୁମରେ ହେଉଥିବା ନିଷ୍ପତି ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଯାହାର ଫଳ ସ୍ୱରୁପ- ଘରୋଇ ମାଟିରେ ଇଂଲଣ୍ଡକୁ ଏକ ବିଶାଳ ବ୍ୟବଧାନରେ ପରାସ୍ତ କରିବାରେ ସଫଳ ହେବ ବୋଲି ଭାରତୀୟ ଅଧିନାୟକ କହିଛନ୍ତି । ଦଳ ବିଶ୍ୱାସ ରଖିଛି ସିରିଜ୍ ବିଜୟୀ ହେବ । ଆଉ ସେହି ଲକ୍ଷ୍ୟରେ ଦଳ ମୈଦାନକୁ ଓହ୍ଲାଇବ ବୋଲି କହିଛନ୍ତି କ୍ୟାପଟେନ କୋହଲି । ନଟିଂହାମ୍ ଟେଷ୍ଟରେ ଭାରତର ଦମଦାର ବିଜୟ । ଇଂଲଣ୍ଡକୁ ୨୦୩ ରନ୍ରେ ହରାଇ ସିରିଜକୁ କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇ ଇଂଲଣ୍ଡ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ଯଶପ୍ରୀତ ବୁମରାହ । ପ୍ରଥମ ଇନିଂସରେ ୨ ୱିକେଟ୍ ନେଇଥିବା ବୁମରାହ ନଟିଂହାମ୍ ଟେଷ୍ଟରେ ମୋଟ ୭ ୱିକେଟ୍ ଦଖଲ କରିଛନ୍ତି । ନଟିଂହାମ୍ ଟ୍ରେଂଟବ୍ରିଜରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲଡିଂ କରିଥିଲା । ତେବେ ପ୍ରଥମେ ଦମଦାର ବ୍ୟାଟିଂ କରି ଇଂଲଣ୍ଡର ଆକଳନକୁ ଭୁଲ ପ୍ରମାଣିତ କରିଥିଲା ଭାରତ । ପ୍ରଥମ ଇନିଂସରେ ଭାରତ ୩୨୯ ରନ୍ କରି ଆଲଆଉଟ୍ ହୋଇଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୬୧ ରନ୍ରେ ଆଲଆଉଟ୍ ହୋଇଯାଇଥିଲା । ଦ୍ୱିତୀୟ ଇନିଂସରେ ୭ ୱିକେଟରେ ୩୫୨ ରନ୍ କରି ପାଳି ଘୋଷଣା କରିଥିଲା । ୫୨୧ ରନର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୩୧୭ ରନରେ ଅଲଆଉଟ୍ ହୋଇଥିଲା । ଗତକାଲି ୯ ୱିକେଟ୍ ହରାଇଥିବା ଘରୋଇ ଦଳ ଆଜି ଗୋଟିଏ ୱିକେଟ୍ ହରାଇ ତୃତୀୟ ଟେଷ୍ଟରେ ପରାଜୟ ବରଣ କରିଛି । ଲଗାତର ଦୁଇଟି ଟେଷ୍ଟ ହାରିବା ପରେ ତୃତୀୟ ଟେଷ୍ଟ ଜିତି ସମାଲୋଚକଙ୍କ ମୁହଁ ବନ୍ଦ କରିଛି ବିରାଟ ବାହିନୀ । ଏହି ବିଜୟ ସହ ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୨ରେ ପଛୁଆ ରହିଛି ଭାରତ । ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ବିଜୟକୁ କେରଳ ବନ୍ୟା ପ୍ରପୀଡିତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଅଧିନାୟକ ବିରାଟ କୋହଲି । ଅନ୍ୟପଟେ ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସିଆ କ୍ରୀଡାରେ ମଧ୍ୟ ଚମକ୍ରାର ଖେଳ ପ୍ରଦର୍ଶନ କରିଛନ୍ତି ଭାରତୀୟ ପୁରୁଷ ହକି ଦଳ । ଦୀର୍ଘ ୮୬ ବର୍ଷର ରେକର୍ଡ ଭାଙ୍ଗିଛି ଭାରତ । ଆଜି ହଂକଂ ବିରୋଧରେ ଖେଳାଯାଇଥିବା ମ୍ୟାଚକୁ ୨୬-୦ ଗୋଲରେ ଜିତିଛି ଭାରତ ହକି ଦଳ । ଏତେ ସଂଖ୍ୟାରେ ଗୋଲ ଦେଇ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ଖେଳାଳୀ । ସେପଟେ ୨୫ ମିଟର ପିସ୍ତଲରେ ଦେଶ ପାଇଁ ସ୍ୱର୍ଣ୍ଣ ପଦ ଆଣିଛନ୍ତି ଭାରତୀୟ ମହିଳା ସୁଟର ରାହି ସରନୋବତ୍ । ଏହା ତାଙ୍କର ବ୍ୟକ୍ତିଗତ ଦ୍ୱିତୀୟ ଏସିଆଡ ପଦକ ହୋଇଥିବା ବେଳେ ପ୍ରଥମ ସ୍ୱର୍ଣ୍ଣ ପଦକ । ଏହି ପଦକ ଜିତିବା ସହ ରାହୀ ଏସିଆଡ୍ ସ୍ୱର୍ଣ୍ଣ ପଦକ ଜିତିବାରେ ଦେଶର ପ୍ରଥମ ମହିଳା ସୁଟର ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ କ୍ରୀଡାବିତ୍ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି ।
OSCAR-2019
କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦବଙ୍ଗଗିରି । ଏସପି ତାଙ୍କ ବାସଗୃହରେ କାର୍ଯ୍ୟରତ ୨ ଫଲୋ ଅର୍ଡରଲି କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ୨ କର୍ମଚାରୀ । ନିର୍ଯ୍ୟାତନାର ଶିକାର ହୋଇଥିବା ଜଣେ କର୍ମଚାରୀ ଗୁରୁତର ହେବା ପରେ ତାଙ୍କୁ ପ୍ରଥମେ ନବରଙ୍ଗପୁର ମେଡିକାଲ ଆଇସିୟୁରେ ଭର୍ତି କରାଯାଇଥିଲା । ପରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସପିଙ୍କ ନିର୍ଯ୍ୟାତନାର ଶିକାର ହୋଇଥିବା ଅନ୍ୟ ଜଣେ ଫଲୋ ଅର୍ଡରଲି କର୍ମଚାରୀଙ୍କ କହିବାନୁସାରେ ପ୍ରତ୍ୟେକଦିନ ଏସପି କୌଣସି କାରଣ ନଥାଇ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । କାମ ସାରିବା ପରେ ଖାଇବାକୁ ଛୁଟି ଦେଉନଥିଲେ । କୌଣସି କାମରେ ବିଳମ୍ବ ହେଲେ ମାଡ ମାରୁଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି ଜଣେ କର୍ମଚାରୀଙ୍କ କୌଣସି ଭୁଲ ନଥିଲେ ମଧ୍ୟ ତାଙ୍କୁ ୫୦ଥର ଉଠ ବସ କରାଇବା ସହିତ ୨୦ ରାଉଣ୍ଡ ନିଜ କମ୍ପାଉଣ୍ଡରେ ଦୌଡିବାକୁ କହିଥିଲେ । ଏସପିଙ୍କ ଆଦେଶ ମାନି ନିଜ ଚାକିରୀ ବଂଚାଇବାକୁ ଯାଇ ତାହା ମାନିବାକୁ ସେ ବାଧ୍ୟ ହୋଇଥିଲେ । ତାପରେ ତାଙ୍କ ଦେହ ଖରାପ ହୋଇଥିଲା । ସହେଯୋଗୀ ଏଫଓଙ୍କ କହିବାନୁସାରେ ଏସପି ପୂର୍ବରୁ ମଧ୍ୟ ଏଭଲି ଦଣ୍ଡ ଦେଉଥିଲେ । ପେଟରେ ଲାତ ଗୋଇଠା ମାରିବା ସହ ବେକ ଚିପି ଧରନ୍ତି ଏବଂ ଧକା ମାରନ୍ତି । ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରନ୍ତି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଚାକିରୀ ଚାଲିଯିବା ଭୟରେ ସେମାନେ ମୁହଁ ନଖୋଲି ଏହି ଦଣ୍ଡକୁ ସହିନିଅନ୍ତି । ବର୍ତମାନ ୨ଜଣ କର୍ମଚାରୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ଏସପିଙ୍କ ଏଭଲି ନିର୍ଯ୍ୟାତନାକୁ ସେମାନେ ନିନ୍ଦା କରିଛନ୍ତି । କର୍ମଚାରୀମାନେ ଗଣମାଧ୍ୟମ ଆଗରେ ଏସବୁ କହିବା ପରେ ଏସପି ନିଜେ ତାଙ୍କ ଘରକୁ ଆସି ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପରିବାରଲୋକଙ୍କୁ କହିଛନ୍ତି । ତେବେ ଏସମ୍ପର୍କରେ ଏସପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ, ଲେଖକ କୁଲଦୀପ ନାୟାରଙ୍କର ଗତକାଲି ରାତିରେ ପରଲୋକ ଘଟିଛି। ନୂଆଦିଲ୍ଲୀଠାରେଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଶ୍ରୀ ନାୟାରଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ପଞ୍ଜାବର ସିଆଲକୋଟ୍ ଠାରେ ୧୯୨୩ ମସିହା ଅଗଷ୍ଟ ୧୪ ତାରିଖରେ ଜନ୍ମିତ କୁଲଦୀପ ନାୟାର ଉର୍ଦ୍ଦୁ ଗଣମାଧ୍ୟମରେ ଜଣେ ରିପୋର୍ଟର ଭାବେ ନିଜ କ୍ୟାରିୟର ଆରମ୍ଭ କରି ଇଂରାଜୀ ଦୈନିକ ‘ଦ ଷ୍ଟେଟ୍ସମ୍ୟାନ’ର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। କେବଳ ସେତିକି ନୁହେଁ, ପରିଣତ ବୟସରେ ମଧ୍ୟ ସେ ଅନ୍ତତଃ ୧୪ଟି ଭାଷାର ୮୦ ଟି ସମ୍ବାଦପତ୍ରରେ ଜଣେ ଫ୍ରିଲାନ୍ସ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ଇନ୍ଦିରାଗାନ୍ଧୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଜାରି କରିବା ସମୟରେ କୁଲଦୀପ ନାୟାର ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ୧୯୯୦ରେ ସେ ବ୍ରିଟେନରେ ଭାରତର ହାଇକମିଶନର ଭାବେ କାର୍ଯ୍ୟ କରିବା ସହିତ ୧୯୯୭ ମସିହାରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୀବନୀ ସହିତ ଏକାଧିକ ବହି ଲେଖିଥିବା ଶ୍ରୀ ନାୟାର ଜଣେ ଉଚ୍ଚକୋଟୀର ସମ୍ବାଦିକ-ଲେଖକ ଭାବେ ସମଗ୍ର ଦେଶରେ ସୁପରିଚିତ ଥିଲେ। ତେବେ ଗତ କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି।
OSCAR-2019
ଏକ ପ୍ରସିଦ୍ଧ ଗୁରୁକୁଳ ହିରଣ୍ୟନଗରୀଠାରେ ଥାଏ । ଏଠାରେ ବିଦ୍ୟାଧ୍ୟୟନ ପାଇଁ ଦୂର ଦୂରାନ୍ତରୁ ଅନେକ ଶିକ୍ଷାର୍ଥୀମାନେ ଆସିଥାନ୍ତି । ଲୋକମାନଙ୍କ ମନରେ ଦୃଢ ବିଶ୍ୱାସ ଥାଏ ଯେ, ଏଠାରୁ ଶିକ୍ଷାପ୍ରାପ୍ତ ଯୋଗ୍ୟ ଛାତ୍ର ମାନଙ୍କୁ ରାଜଦରବାରରେ ଅବଶ୍ୟ ନିଯୁକ୍ତି ମିଳିବ । ଥରେ ଗୁରୁ ବିଦ୍ୟାନନ୍ଦ ତାଙ୍କ ବିଦ୍ୟାର୍ଥୀମାନଙ୍କ ସହିତ ପରୋପକାରର ଉପାଦେୟତା ସମ୍ବନ୍ଧରେ ଆଲୋଚନା କରୁଥାନ୍ତି । ଉଦାହରଣ ସ୍ୱରୂପ ସେ କହିଲେ, “ବୃଦ୍ଧମାନେ ଯାତାୟାତ ସମୟରେ ରାସ୍ତା ଅତିକ୍ରମ କରିବାରେ ଘୋର୍ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଗାଡି ଯା’ଆସ ଭିତରେ ସେମାନେ ସ୍ଥିର କରି ପାରନ୍ତି ନାହିଁ ଯେ, କ’ଣ କରିବେ? ଏପରି ଅସହାୟ ବୃଦ୍ଧଙ୍କୁ ସଡକ ପାର କରାଇବା ଏକ ପରୋପକାର ଓ ପୁଣ୍ୟକାମ ଅଟେ ।” ତତ୍ ପରଦିନ, ଚାରିଜଣ ଛାତ୍ର ବିଳମ୍ବରେ ଗୁରୁକୁଳଠାରେ ଆସି ପହଁଚିଲେ । ଗୁରୁଦେବ ସେମାନଙ୍କ ବିଳମ୍ବର କାରଣ ଜିଜ୍ଞାସା କଲେ । ତହୁଁ ସେମାନେ ଉତ୍ତର ଦେଲେ, “ଗୁରୁଦେବ, ଆମେ ଏଠାକୁ ଆସୁଥିବା ସମୟରେ, ଏକ ବୃଦ୍ଧ ରାସ୍ତା ପାଶ୍ୱର୍ରେ ଠିଆ ହୋଇ ଥିଲେ । ଆମେ ଚାରି ଜଣ ମିଶି ତାଙ୍କୁ ରାସ୍ତା ପାର କରାଇ ଦେଇ ଆସିଲୁ ।” ଶିଷ୍ୟମାନଙ୍କ କଥା ଶୁଣି ଗୁରୁ କହିଲେ “ଏହା ତ ଖୁବ୍ ଆନନ୍ଦର କଥା, କିନ୍ତୁ ଏହି କାମଟି ତ ଜଣଙ୍କ ପାଇଁ ଯଥେଷ୍ଟ । ମାତ୍ର ସେଥିଲାଗି ଚାରିଜଣଙ୍କର କ’ଣ ବା ଆବଶ୍ୟକତା ଥିଲା?” ଗୁରୁଙ୍କ ଏଭଳି କଥା ଶୁଣି ଜଣେ ବିଦ୍ୟାର୍ଥୀ କହିଲେ “ସେଇ ବୃଦ୍ଧ ଜିଦ୍ ଧରିଲେ ଯେ, ମୋର ଅପର ପାଶ୍ୱର୍କୁ ଯିବାର କୌଣସି ବି ଆବଶ୍ୟକତା ନାହିଁ । ତେଣୁ ଆମେ ଚାରିଜଣ ମିଶି ତାଙ୍କୁ ଉଠାଇ ସେପଟକୁ ନେଇ ଗଲୁ । ଏପରି କରିବା ବ୍ୟତୀତ ଆମର ଅନ୍ୟ ଉପାୟ ବା ଆଉ କ’ଣ ଥିଲା?”
OSCAR-2019
ହେଲିକପ୍ଟରରେ ତଳକୁ ଓହଳି ସେଲ୍ଫିଏବଂ ଭିଡିଓ ରେକର୍ଡ କରିବା ଯୁବକଙ୍କୁ ପଡିଲା ମହଙ୍ଗା । ଅନେକ ସମୟରେ ସେଲ୍ଫି ପାଇଁ ବିଭିନ୍ନ ସ୍ଥାନରୁ ବଡ ବଡ ଦୁର୍ଘଟଣା ଖବର ସମ୍ନାକୁ ଆସିଛି । ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଥିବା ଜଣାପଡିଛି । ସେଲ୍ଫି ନେବା ପାଇଁ କିଏ ପାହାଡରୁ ଖସିପଡିଛି ତ ଆଉ କିଏ ଛାତରୁ ଗଳି ପ୍ରାଣ ହରାଇଛି । ଏହି ଭଳି ଅନେକ ଘଟଣାର ନଜିର ଦେଖିବାକୁ ମିଳିଛି । ଠିକ ସେହିଭଳି କାନାଡାର ଜଣେ କଣ୍ଠଶିଳ୍ପୀ ଉଡନ୍ତା ବିମାନରେ ଛିଡା ହୋଇ ଭିଡିଓ ରେକର୍ଡ କରୁଥିବା ବେଳେ ଅଚାନକ ତଳକୁ ଖସି ପଡି ମୃତ୍ୟୁବରଣ କରିଛନ୍ତି । ସୂଚନା ମୁତାବକ, କାନାଡାରେ ଜଣେ କଣ୍ଠଶିଳ୍ପୀ ଉଡନ୍ତା ବିମାନର ଉଇଙ୍ଗରେ ଛିଡା ହୋଇ ଭିଡିଓ ବନାଉଥିଲେ। ଏହି ସମୟରେ ଆକସ୍ମାକ ତାଙ୍କ ହାତ ଖସି ଯାଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ଗତ ଶନିବାର ଘଟିଥିବା ଏହି ଦୁର୍ଘଟଣାରେ କଣ୍ଠଶିଳ୍ପୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଫଳରେ ତାଙ୍କ ପ୍ରଶଂସକ ମଧ୍ୟରେ ଦୁଃଖର ଲହରି ଖେଳି ଯାଇଥିଲା। ଏହି ଘଟଣା ବ୍ରିଟିଶ କୋଲମ୍ବିଆ ପ୍ରାନ୍ତର ଓ୍ଵର୍ଣ୍ଣନ ଅଞ୍ଚଳରେ ଘଟିଛି। ମୃତ କଣ୍ଠଶିଳ୍ପୀଙ୍କ ଚିହ୍ନଟ ୩୪ବର୍ଷୀୟ ଜନ୍ ଜେମ୍ସ ମେକମୁରେ ଭାବେ ହୋଇଛି। ଜେମ୍ସ ନିଜର ମ୍ୟୁଜିକ୍ ଭିଡିଓ ସୁଟ କରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ମେକମୁରେ ମ୍ୟାନେଜର ରିୟାନ୍ ଡେସରୋଚର୍ସଙ୍କ କହିବାନୁସାରେ, କଣ୍ଠଶିଳ୍ପୀ ବିମାନ ଡେଣା ଧରି ସୁଟିଂ କରୁଥିବା ସମୟରେ ହଠାତ୍ ତଳକୁ ଖସି ପଡ଼ିଥିଲେ। ସେ ତାଙ୍କର ପାରାଚୁଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାହା ଖୋଲି ନଥିଲା। ତେବେ ଏହି ଷ୍ଟଣ୍ଟ ପାଇଁ କଣ୍ଠଶିଳ୍ପୀ ପୂର୍ବରୁ ବହୁ ପ୍ରସ୍ତୁତି ମଧ୍ୟ କରିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଏପରି ଥିଲା ଯାହା ପାଇଁ ତାଙ୍କର ଜୀବନ ଚାଲିଯାଇଛି । କନକ ବ୍ୟୁରୋ: ଆଜି ରାଜ୍ୟସଭାରେ ଆସିପାରେ ଟ୍ରିପଲ ତଲାକ ବିଲ । ଲୋକସଭାରେ ସଂଖ୍ୟା ବଳରେ ବିନା ସଂଶୋଧନରେ ପାରିତ ହୋଇଥିବା ଏହି ବିଲକୁ ଏବେ ରାଜ୍ୟସଭାରେ ଆଗତ କରାଯିବ । ତେବେ ଚଳିତ ଶୀତକାଳୀନ ଅଧିବେଶନରେ ଏହି ବିଲ ପାସ ହେବା ସମ୍ଭାବନା କମ ରହିଛି । ବିରୋଧୀ ଏହି ବିଲକୁ ଷ୍ଟାଡିଂ କମିଟି ପାଖକୁ ପଠାଇବା ଦାବିରେ ସଂଖ୍ୟାବଳକୁ ପ୍ରୟୋଗ କରିପାରନ୍ତି । କାରଣ ଲୋକସଭାରେ କଂଗ୍ରେସର ଏହି ଦାବିକୁ ଅଗ୍ରାହ୍ୟ କରାଯାଇଥିଲା । ରାଜ୍ୟସଭାରେ ବିଜେପି ସରକାରଙ୍କ ପାଖରେ ବହୁମତ ନାହିଁ । ତେଣୁ ବିଲକୁ ପାରିତ କରିବା ପାଇଁ ହେଲେ ବିରୋଧୀଙ୍କ ସମର୍ଥନ ଦରକାର । ରାଜ୍ୟସଭାରେ ୫୭-୫୭ ବିଜେପି ଓ କଂଗ୍ରେସ ସାଂସଦ ଥିବା ବେଳେ ୭୫ଜଣ ଆଂଚଳିକ ଓ ବାମ ଦଳର ସାଂସଦ ଅଛନ୍ତି । ସେପଟେ, ବିଲରେ ଏଆଇଏଡିଏମକେ ଓ ବିଜେଡି କିଛି ସଂଶୋଧନ ଚାହୁଁଛନ୍ତି । ତେଣୁ ରାଜ୍ୟସଭାରେ ବିଲ ପାଶ ହେବା ଏତେ ସହଜ ନୁହେଁ । ବିଲରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଆଣିପାରେ ବିଜେଡି । ଲୋକସଭାରେ ଯେଉଁ ଆଭିମୁଖ୍ୟ ଆପଣେଇଥିଲେ ବିଜେଡି ଠିକ୍ ସେହିଭଳି ଆଭିମୁଖ୍ୟ ଆପଣେଇପାରେ ରାଜ୍ୟସଭାରେ । ରାଜ୍ୟସଭାରେ ଏଡିଏ ସାଂସଦଙ୍କ ସଂଖ୍ୟା ୮୮ ରହିଥିବାବେଳେ ବିଲ ପାସ୍ ପାଇଁ ଆଉ ୩୫ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । କଂଗ୍ରେସର ସମର୍ଥନ ପାଇଁ ବିଚାରବିମର୍ଶ ଚାଲିଛି । ବିଜେଡି ସମେତ କିଛି ଦଳ ବିଲକୁ ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ ଦାବି କରିପାରନ୍ତି ।
OSCAR-2019
କନକ ବ୍ୟୁରୋ : ମହାନଦୀକୁ ନେଇ ଓଡିଶା-ଛତିଶଗଡ ତୁତୁମେମେ ଭିତରେ ସଂସଦରେ ବିଜେଡି ଉଠାଇଛି ଜଳ ବିବାଦ ପ୍ରସଙ୍ଗ । ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ଦର୍ଶାଇ କେନ୍ଦ୍ରକୁ ଘେରିଛି ବିଜେଡି । ଦଳୀୟ ସାଂସଦ କହିଛନ୍ତି, ଛତିଶଗଡକୁ ଏକପାଖିଆ ସମର୍ଥନ ଦେଉଛନ୍ତି କେନ୍ଦ୍ର ସରକାର । ଜାଣିଶୁଣି ଟ୍ରିବ୍ୟୁନାଲ ଗଠନ କରାଯାଉନାହିଁ । ବିଜେଡି ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖି ଜଳସମ୍ପଦ ମନ୍ତ୍ରୀ କହିଛନ୍ତି , ୩ ମାସରେ ଗଠନ ହେବ ଟ୍ରିବୁନାଲ । ମହାନଦୀ ଉପରମୁଣ୍ଡରେ ଏକାଧିକ ପ୍ରକଳ୍ପ କରି ପାଣି ଅଟକାଉଛି ଛତିଶଗଡ । ଫଳରେ ଅଣମୌସୁମୀ ଋତୁରେ ଶୁଖିଲା ପଡୁଛି ହୀରାକୁଦ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଦାବି କରୁଛି ଓଡିଶା । ହେଲେ ଆପୋଷ ବୁଝାମଣା କରି ବିବାଦର ସମାଧାନ କରିବାକୁ ବାରମ୍ବାର କହୁଛି କେନ୍ଦ୍ର । ସୁପ୍ରିମକୋର୍ଟରେ ବି ମାମଲା ଚାଲିଛି । ଏଭଳି ସ୍ଥିତିରେ ପୁଣି ଆଲୋଚନା ପାଇଁ ଓଡିଶା ସରକାରଙ୍କୁ ଡାକିଛନ୍ତି କେନ୍ଦ୍ରମନ୍ତ୍ରୀ । ମହାନଦୀ ଜଳ ବିବାଦ ନେଇ ଓଡିଶା-ଛତିଶଗଡ ମଧ୍ୟରେ ବଳ କଷାକଷି ଚାଲିଛି । ଗୋଟିଏ ପଟେ ମହାନଦୀ ଉପରମୁଣ୍ଡରେ ବନ୍ଧ ବାନ୍ଧୁଛି ଛତିଶଗଡ, ଅନ୍ୟପଟେ ଓଡିଶାକୁ ଜଳପ୍ରବାହ କମିବାରେ ଲାଗିଛି । ଏଭଳି ସ୍ଥିତିରେ ସମସ୍ୟାର ସମାଧାନ କରିବା ବଦଳରେ ମହାନଦୀକୁ ନେଇ ଚାଲିଛି ରାଜନୀତି ।
OSCAR-2019
ମୁମ୍ବାଇ : ବ୍ୟାଙ୍କମାନେ ଗୃହ, ଯାନବାହାନ ଆଦି ଋଣ ର ସୁଧହାର ବୃଦ୍ଧି କରିବାର ସମ୍ଭାବନା ରହିଛି । ପୂର୍ବରୁ ଗୃହଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି ବା ଇଏମଆଇ ମହଙ୍ଗା ହେବାର ଆଶଙ୍କା ରହିଛି । ଏହାର କାରଣ ହେଉଛି ରିଜର୍ଭ ବ୍ୟାଙ୍କ ଆଜି ଦୀର୍ଘ ୪ ବର୍ଷ ପରେ ସୁଧହାର ବଢାଇଦେଇଛି । ରେପୋ ହାର ୦.୨୫ ପ୍ରତିଶତ ବା ୨୫ ବେସିସ ପଏଣ୍ଟ ବୃଦ୍ଧି କରାଯାଇ ୬.୨୫% କରାଯାଇଛି । ରିଭର୍ସ ରେପୋ ହାର ମଧ୍ୟ ୨୫ ବେସିସ ପଏଣ୍ଟ ବୃଦ୍ଧି କରି ୬ ପ୍ରତିଶତ କରାଯାଇଛି । ଗତ ତିନିଦିନ ଧରି ଚାଲିଥିବା ରିଜର୍ଭ ବ୍ୟାଙ୍କ ମନିଟାରୀ କମିଟିର ବୈଠକ ଶେଷରେ ଏହି ଘୋଷଣା କରାଯାଇଛି । ବ୍ୟାଙ୍କମାନେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କଠାରୁ ସ୍ପଳ୍ପ ମିଆଦୀ ଋଣ ଆଣନ୍ତି ତାହାକୁ ରେପୋ ହାର ବୋଲି କୁହାଯାଏ । ରେପୋହାର ଅପରିବର୍ତ୍ତିତ ଥିବାରୁ ବ୍ୟାଙ୍କ ଋଣ କିସ୍ତି (ଇଏମଆଇ) ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ରିଭର୍ସ ରେପୋହାର ଅର୍ଥାତ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କଠାରୁ ଋଣ ନିଏ ତାହା ୬ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ମୁଦ୍ରାସ୍ପୀତି ପୁର୍ବାନୁମାନ ୪.୮-୪.୯ ପ୍ରତିଶତ କରିଛି । ବଢିଚାଲିଥିବା ତେଲଦର ଓ ଫସଲର ବର୍ଦ୍ଧିତ ଏମଏସପି ପରିପ୍ରେକ୍ଷୀରେ ମୁଦ୍ରାସ୍ପୀତି ଲକ୍ଷ୍ୟକୁ ବଢାଇଦିଆଯାଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ କହିଛନ୍ତି । ସେ କହିଛନ୍ତି ଯେ ଆଗାମୀ ମାସ ଗୁଡ଼ିକରେ ମୁଦ୍ରାସ୍ପୀତି ହାର ଆହୁରି ବଢିବାର ସମ୍ଭାବନା ରହିଛି, ଏଣୁ ଏ ନେଇ ସତର୍କତା ଅବଲମ୍ବନ କରାଯିବା ଜରୁରୀ । ଆହୁରି ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୭.୪ ପ୍ରତିଶତ ରହିବା ଅଟକଳ କରିଛି ରିଜର୍ଭ ବ୍ୟାଙ୍କ ।
OSCAR-2019
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ତିନି ଦିନ ବିତିଲା, ହେଲେ କମିଶନଙ୍କ ବିବାଦୀୟ ବୟାନକୁ ନେଇ ଝଡ ଥମିବାର ନାଁ ନେଉନି । ବିଧାନସଭାରେ ବିରୋଧୀ ଦଳଙ୍କ ଠାରୁ ଆରମ୍ଭ କରି ରାଜରାସ୍ତାରେ ସିଭିଲ୍ ସୋସାଇଟି ପର୍ଯ୍ୟନ୍ତ, ସବୁଠି ଯୋର୍ ହେଉଛି ପ୍ରତିବାଦର ସ୍ୱର । ନିଜ ସୀମା ବାହାରେ କମିଶନ ବକ୍ତବ୍ୟ ରଖି ସରକାରଙ୍କୁ କ୍ଲିନଚିଟ୍ ଦେଇଥିବା ନେଇ ଉଠିଛି ଅଭିଯୋଗ । ସରକାର ଏହାକୁ ନେଇ ରକ୍ଷଣାତ୍ମକ ଥିବା ବେଳେ ବିରୋଧୀଙ୍କ ଶାଣିତ ଆକ୍ରମଣ କିନ୍ତୁ କ୍ଷତାକ୍ତ କରିଚାଲିଛି । ଆଉ ଏହାରି ଭିତରେ ପୂର୍ବତନ ବିଚାରପତି ମତ ରଖି କହିଛନ୍ତି, ମନ୍ତବ୍ୟ ଠିକ୍ ନଥିଲା । କାରଣ କମିଶନ ବାହାରେ ତଥ୍ୟ ପ୍ରକାଶ କରିବା ଅନୁଚିତ । ରିପୋର୍ଟ ପ୍ରଦାନ ପରେ ବି ତଥ୍ୟର ଗୋପନୀୟତା ବଜାୟ ରଖାଯାଇଥାଏ । ତେଣୁ ତା ପୂର୍ବରୁ ଆଭିମୁଖ୍ୟ ବାବଦରେ ସାଧାରଣରେ ମତ ବ୍ୟକ୍ତି କରିବା ସଠିକ ହୋଇନି । ଆଉ ଏହାରି ଭିତରେ ବୟାନକୁ ବ୍ୟକ୍ତିଗତ କହି ଅସନ୍ତୋଷର ନିଆଁକୁ ଲିଭାଇବାକୁ ବାହାରିଛନ୍ତି ଜଷ୍ଟିସ ଦାସ । ହେଲେ କମିଶନଙ୍କ ବୟାନ ରାଜ୍ୟ ସରକାରଙ୍କୁ ଏକପ୍ରକାର କ୍ଲିନ ଚିଟ ଦେଇ ସାରିଥିବା ବେଳେ, ଟର୍ମସ ଅଫ ରେଫରେନସ ଆଧାରରେ ପ୍ରକୃତ ତଦନ୍ତ ହୋଇପାରିବ କି ନାହିଁ, ତାକୁ ନେଇ ସୃଷ୍ଟି ହୋଇଛି ସନେ୍ଦହ । ୧୦ ଦିନ ମଧ୍ୟରେ ଏକ ମୁଦା ଲଫାପା ମଧ୍ୟରେ ଶୀର୍ଷ ଅଦାଲତରେ ରାଫେଲ୍ ଲଢୁଆ ବିମାନର ମୂଲ୍ୟ ଏବଂ ଅନ୍ୟାନ୍ୟ ବିବରଣୀ ଦାଖଲ କରିବାକୁ ବୁଧବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ରାଫେଲ୍ ଚୁକ୍ତି ସଂକ୍ରାନ୍ତ ବୈଷୟିକ ବିବରଣୀ ଚାହୁଁ ନାହିଁ ବୋଲି ସ୍ପଷ୍ଟ କରି ସୁପ୍ରିମ୍ କୋର୍ଟ । ସୁପ୍ରିମ କୋର୍ଟ ଆହୁରି କହିଛନ୍ତି ଯେ ସର୍ବସାଧାରଣଙ୍କୁ ନ ଜଣାଇ ହେବା ପରି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ସରକାର ଗୋପନ ରଖି ପାରନ୍ତି। ସୂଚନା ଅନୁଯାୟୀ, ଲଢୁଆ ବିମାନ ଖରିଦ କରିବାକୁ ଫ୍ରାନ୍ସ ସହ ଭାରତର ରାଜିନାମା ସଂକ୍ରାନ୍ତରେ ମନୋହର ଲାଲ୍ ଶର୍ମା ଏବଂ ବିନୀତ ଧନ୍ଦା ଫାଇଲ୍ କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଖଣ୍ଡପୀଠ ଏ କଥା କହିଛନ୍ତି। ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ୍ କେ କେ ବେଣୁଗୋପାଳ କହିଲେ ଯେ ଏହି ଜେଟର ମୂଲ୍ୟ କିଛି ମାତ୍ରାରେ ଏକ୍ସକ୍ଲୁସିଭ୍ ଥିବାରୁ ତାହା ପ୍ରକାଶ କରିହେବ ନାହିଁ। ଏକଥାରେ ଶୀର୍ଷ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଲେ କି, ରାଫେଲ୍ ଜେଟର ମୂଲ୍ୟ ଏକ୍ସକ୍ଲୁସିଭ୍ ଥିବାରୁ ତାହା ଜଣାଇ ହେବନାହିଁ ବୋଲି କେନ୍ଦ୍ର ସରକାର ଏକ ସତ୍ୟପତ୍ର ଦାଖଲ କରନ୍ତୁ।
OSCAR-2019
ସାରା ଭାରତ ରାକ୍ଷୀ ପୂର୍ଣ୍ଣିମାକୁ ଖୁବ୍ ଧୁମ୍ ଧାମରେ ପାଳନ କରେ । ଭଉଣୀମାନେ ନିଜ ଭାଇର ହାତରେ ରାଖୀ ବାନ୍ଧିଥିବା ବେଳେ ଭଉଣୀର ସୁରକ୍ଷା କରିବ ବୋଲି ବଚନ ଦେଇଥାଏ ଭାଇ । ତେବେ ଭାରତରେ ଥିବା ରାଜସ୍ଥାନର ଏକ ଅଞ୍ଚଳରେ ପ୍ରାୟ ୭୦୦ବର୍ଷ ହେଲାଣି ଲୋକମାନେ ଏହି ଦିନକଟିକୁ ପାଳନ କରିନାହାନ୍ତି । ପାଲିବାଲ ବ୍ରାହ୍ମଣମାନେ ଏହି ଦିନଟିକୁ ଦୁଃଖର ଦିନ ଭାବେ ଦେଖନ୍ତି । ବଳିଦାନ ଦିବସ ଭାବେ ପାଳନ କରିଥାନ୍ତି । ୭୦୦ବର୍ଷ ତଳେ ଶ୍ରାବଣର ଏହି ପୂର୍ଣ୍ଣିମାରେ ଜଣେ ମୋଗଲ ଶାସକ ପାଲିବାଲ ସମାଜରେ ରହୁଥିବା ହଜାର ହଜାର ଲୋକଙ୍କର ହତ୍ୟା କରିଥିଲେ । ସାରା ଦେଶରେ ରହୁଥିବା ପାଲିବାଲ ବ୍ରାହ୍ମଣ ଏହି ଦିନଟିକୁ ସେଥିପାଇଁ ପାଳନ କରନ୍ତି ନାହିଁ । ଦେଶର ଯେଉଁ କୋଣରେ ରହିଲେ ମଧ୍ୟ ସେମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି ନାହିଁ । ଏହି ଦିନ ସେମାନେ ନିଜ ପୂର୍ବଜଙ୍କୁ ମନେ ପକାଇବା ସହ ସେମାନଙ୍କର ପୂଜା କରିଥାନ୍ତି ।
OSCAR-2019
ଭୁବନେଶ୍ୱର: ଓଡ଼ିଶାରୁ ମୂଳପୋଛ ହେବେ ନକ୍ସଲ। ଏଭଳି ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ସୀମା ସୁରକ୍ଷା ବାହିନୀ ବା ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)। ବିଶେଷକରି ଗୁରୁପ୍ରିୟା ସେତୁ ମାଧ୍ୟମରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳକୁ ଯୋଗଯୋଗ ସଫଳ ହେବା ପରେ ଓଡ଼ିଶାରୁ ନକ୍ସଲ କାର୍ଯ୍ୟକଳାପ ଲୋପ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ବୋଲି ଘୋଷଣା କରି ଗୋଟିଏ ପଟେ ରାଜ୍ୟ ସରକାର ସେଠାରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରୁଥିବା ବେଳେ ଅନ୍ୟପଟେ ସେ ଅଞ୍ଚଳରୁ ନକ୍ସଲ ଦମନ ନେଇ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଏସ୍‌ଏଫ୍‌ ଆଇଜି ଅଶ୍ୱିନୀ କୁମାର ସିଂହ। ଶ୍ରୀ ସିଂହ ଏକଥା ବି କହିଛନ୍ତି, ଅଧିକ ସଂଖ୍ୟାରେ ଓଡ଼ିଆ ଯୁବକଙ୍କୁ ସାମିଲ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ମାଲକାନଗିରି ସମେତ କୋରାପୁଟ, ରାୟଗଡ଼ା ଓ ଚିତ୍ରକୋଣ୍ଡାରେ ୪ଟି ସୁବିଧା କେନ୍ଦ୍ର ଖୋଲାଯାଇଛି। ଯେଉଁଠାରେ ସ୍ଥାନୀୟ ଯୁବକଙ୍କୁ ପ୍ରି-ନିଯୁକ୍ତି ତାଲିମ ଦିଆଯାଉଛି। ଦୌଡ଼କୁଦ ସମେତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସ୍ଥାନୀୟ ଯୁବକମାନେ କିଭଳି ଭଲ ପ୍ରଦର୍ଶନ କରିବା ସହ ନିଯୁକ୍ତି ପାଇବେ ସେ ନେଇ ତାଲିମ ଦିଆଯାଉଛି। ବିଏସ୍‌ଏଫ୍‌ ଫୋର୍ସରେ ସ୍ଥାନୀୟ ଯୁବକଙ୍କ ଯୋଗଦାନ ପରେ ନକ୍ସଲ ମୁକାବିଲା ଆହୁରି ସହଜ ହେବ। ଶ୍ରୀ ସିଂହ କହିଥିଲେ, ଏବେ ଦେଶରେ ବିଭିନ୍ନ ଫୋର୍ସରେ ୫୭ ହଜାର ପଦବି ଖାଲି ରହିଛି। ସେଗୁଡ଼ିକ ପୂରଣ ପାଇଁ ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ ଓଡ଼ିଆ ଯୁବକଙ୍କ ତାଲିମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ବି କିଛି ଓଡ଼ିଆ ଯୁବକ ବିଏସ୍‌ଏଫ୍‌ ପାଇଁ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ବିଏସ୍‌ଏଫ୍‌ର କାର୍ଯ୍ୟକଳାପ ନେଇ ଆଇଜି କହିଥିଲେ, ଗତ ୮ ବର୍ଷ ମଧ୍ୟରେ ବିଏସ୍‌ଏଫ୍‌କୁ ଅନେକ ସଫଳତା ମିଳିଛି। ୬ ଜଣ ଦୁର୍ଦାନ୍ତ ନକ୍ସଲଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ୫୭୫ ଜଣ ଗିରଫ ହୋଇଛନ୍ତି। ୭୨୯ ଜଣ ଆତ୍ମସମର୍ପଣ କରିଛନ୍ତି। ୯୩୨ଟି ମରଣାସ୍ତ୍ର ଜବତ ହୋଇଛି। ଯେଉଁଥିରେ ଏକେ-୪୭ ରାଇଫଲ୍‌, .୩୦୩ ରାଇଫଲ୍‌, ଏସ୍‌ବିଏମ୍‌ଏଲ୍‌ ଗନ୍‌, ପିସ୍ତଲ, ରିଭରବଲ୍‌ ଆଦି ରହିଛି। ୩୬୪ଟି ଆଇଇଡି ଓ ୩୭ଟି ଗ୍ରେନେଡ୍‌ ଉଦ୍ଧାର କରାଯାଇଛି। ବିଏସ୍‌ଏଫ୍‌ ପକ୍ଷରୁ ୬୭୭୮ କେଜିର ଗଞ୍ଜେଇ ଜବତ କରାଯାଇଛି। ଏହି ସମୟ ମଧ୍ୟରେ ବିଏସ୍‌ଏଫ୍‌ର ୧୪ ଜଣ ଯବାନ ସହିଦ୍‌୍‌ ହୋଇଛନ୍ତି। ଚଳିତବର୍ଷ କେହି ସହିଦ୍‌ ହୋଇ ନ ଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ୨୦୧୭ ଅଗଷ୍ଟ ୧ରୁ ୨୦୧୮ ଅଗଷ୍ଟ ମାସ ୧୦ ତାରିଖ ମଧ୍ୟରେ ବିଏସ୍‌ଏଫ୍‌ ପକ୍ଷରୁ ଜଣେ ନକ୍ସଲଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ବେଳେ ୪୦ ଜଣଙ୍କୁ ଗିରଫ, ୨୩ ଜଣ ଆତ୍ମସମର୍ପଣ କରିଛନ୍ତି। ଏଥିସହ ବିଭିନ୍ନ ପ୍ରକାର ମାରଣାସ୍ତ୍ର, ଗଞ୍ଜେଇ, ମୋଟର ସାଇକେଲ୍‌, ରେଡିଓ ସେଟ୍‌, ଭାରତୀୟ ମୁଦ୍ରା ଆଦି ଜବତ ହୋଇଛି। ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଶ୍ରୀ ସିଂହ କହିଛନ୍ତି ଯେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳକୁ ନକ୍ସଲ ମୁକ୍ତ କରାଯିବ। ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ପରେ ସେହି ଅଞ୍ଚଳରେ ନକ୍ସଲଙ୍କ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ଉଦ୍ୟମ ହୋଇଛି। ସ୍ୱାଭିମାନ ଅଞ୍ଚଳରେ କ୍ୟାମ୍ପ ବସାଇଛି ବିଏସ୍‌ଏଫ୍‌। ଗୁରୁପ୍ରିୟା ସେତୁଠାରୁ ୧୧ କିମି ପର୍ଯ୍ୟନ୍ତ ଅଞ୍ଚଳରେ ନକ୍ସଲଙ୍କ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି। କାଲିମେଳା ପରି ଏକ ଅଞ୍ଚଳରୁ ନକ୍ସଲ କାର୍ଯ୍ୟକଳାପ ଲୋପ ପାଇଛି। ଭବିଷ୍ୟତରେ କାଟଣପାଲ୍ଲି, ଖୟାଙ୍ଗରେ ବିଏସ୍‌ଏଫ୍‌ ମୁତୟନ କରାଯାଇ ଛତିଶଗଡ଼ ଆଗକୁୁ ଅଗ୍ରସର ହେବାକୁ ଯୋଜନା ରହିଛି। ଦକ୍ଷିଣ କୋରାପୁଟର ରାଲେଗଡ଼ା, ସୁଙ୍କି ଓ ପେଟେରୁ ଅଞ୍ଚଳରେ ମୁତୟନ ହୋଇଥିବା ବିଏସ୍‌ଏଫ୍‌ ଯବାନ ଧୀରେ ଧୀରେ ହଟ୍‌ ବେଡ୍‌କୁ ଯିବେ। ଏବେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ, କାଳିମେଳାର ବିଜାଙ୍ଗିଓ୍ଵାଡା ଜଙ୍ଗଲ, କୋରାପୁଟ ଜିଲ୍ଲାର ତୁଳସୀ ଆରଏଫ୍‌, ପଟାଙ୍ଗୀ ଓ ନାରାୟଣପାଟଣା ଅଞ୍ଚଳରେ ଜାରି ରହିଛି। ଗୁରୁପ୍ରିୟା ସେତୁ ପରେ ଏବେ ସ୍ୱାଭିମାନ ଅଞ୍ଚଳ ଉପରେ ବିଏସ୍‌ଏଫ୍‌ ଅଧିକ ଫୋକସ୍‌ କରୁଛି ବୋଲି ଭୁବନେଶ୍ୱରସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପ ଅଫିସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ ସୂଚନା ଦେଇଛନ୍ତି।
OSCAR-2019
ଭାରତକୁ ବିପଦ! ଚାଇନା ପରୀକ୍ଷା କଲା ହାଇପର ସୋନିକ୍‌ ଏୟାରକ୍ରାଫ୍ଟ: ପରମାଣୁ ଯୁଦ୍ଧାସ୍ତ୍ର ସହ ମିସାଇଲ୍‌ଠାରୁ ଅଧିକ ବେଗରେ ଲକ୍ଷ୍ୟଭେଦ କରିବ | Sambad ବେଜିଂ: ଚୀନ୍‌ ତା’ର ସାମରିକ କ୍ଷମତା ଓ ଶକ୍ତିକୁ ବଢାଇ ଚାଲିଛି। ରବିବାର ଅତ୍ୟାଧୁନିକ ମିସାଇଲ୍‌ ବିରୋଧୀ ବ୍ୟବସ୍ଥାକୁ ଧ୍ୱଂସ କରିପାରିବା ଭଳି ଏକ ପରମାଣୁ ଯୁଦ୍ଧାସ୍ତ୍ର ବହନକାରୀ େଓ୍ଵଭରାଇଡର ହାଇପରସୋନିକ ଏୟାରକ୍ରାଫ୍ଟର ସଫଳ ପରୀକ୍ଷଣ କରିଛି। ସରକାରୀ ପରିଚାଳିତ ଖବରକାଗଜ ଗ୍ଲୋବାଲ୍‌ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନର ନାମ ‘ଷ୍ଟାରି ସ୍କାଏ-୨’ ରଖାଯାଇଛି। ଚାଇନା ଏକାଡେମି ଅଫ୍‌ ଏରୋସ୍ପେଶ୍‌ ଏରୋଡାଇନାମିକ୍ସ ଦ୍ୱାରା ଏହି ହାଇପରସୋନିକ୍‌ ଏୟାରକ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ‘ଷ୍ଟାରିସ୍କାଏ-୨’ର ବିଶେଷତ୍ୱ ହେଲା ଯେକୌଣସି କ୍ରୁଜ ଓ ବାଲେଷ୍ଟିକ୍‌ ମିସାଇଲ୍‌ ଠାରୁ ଏହି ଏୟାରକ୍ରାଫ୍ଟ ଅଧିକ ବେଗରେ ଗତିକରିବ। କେବଳ ସେତିକି ନୁହେଁ, ପୃଥିବୀରେ ଏଯାବତ୍‌ ଉଦ୍ଭାବିତ ସବୁ ଆଣ୍ଟି-ମିସାଇଲ ବ୍ୟବସ୍ଥାକୁ ଏହା ଧ୍ୱଂସ କରିବାର କ୍ଷମତା ରହିଛି। ଯଦିଓ ଏହି େଓ୍ଵଭ୍‌ରାଇଡର ହାଇପରସୋନିକ ଏୟାରକ୍ରାଫ୍ଟର ବିଷୟରେ ଅଧିକ ତଥ୍ୟ ପ୍ରଦାନ କରାଯାଇ ନାହିଁ, କିନ୍ତୁ ପୃଥିବୀର ଯେକୌଣସି ଅଂଶକୁ ଏହା ଟାର୍ଗେଟ୍‌ କରିପାରିବ ବୋଲି କୁହାଯାଇଛି। ବର୍ତ୍ତମାନ ପରୀକ୍ଷଣ ପର୍ଯ୍ୟାୟରେ ଥିବା ‘ଷ୍ଟାରି ସ୍କାଏ-୨’ କେବେ ଚୀନ୍‌ ବାୟୁସେନାରେ ସାମିଲ ହେବ ସେ ସଂପର୍କରେ ସୂଚନା ଦିଆଯାଇ ନାହିଁ। ଏହି ନୂତନ ଯୁଦ୍ଧ ବିମାନକୁ ଚୀନ୍‌ ଭାଷାରେ ‘ଜିଙ୍ଗକଙ୍ଗ-୨’ ଭାବେ ନାମକରଣ କରାଯାଇଛି। ଅନ୍ୟପକ୍ଷରେ ଗ୍ଲୋବାଲ ଟାଇମ୍ସ କହିଛି ଯେ ସାମରିକ କ୍ଷେତ୍ରରେ ଆମେରିକା ଓ ଋଷିଆର ସମକକ୍ଷ ହେବାକୁ ଚାହୁଁଛି ଚୀନ୍‌ । ଚଳନ୍ତା ଟ୍ରେନ୍‌ ମଧ୍ୟରେ ମହିଳା ବିଚାରପତିଙ୍କ ଠାରୁ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଲେ ସଶସ୍ତ୍ର ଡକାୟତ | Sambad ଭୋପାଳ (ମଧ୍ୟପ୍ରଦେଶ): ଟ୍ରେନ୍‌ରେ ଯାତ୍ରୀ ସୁରକ୍ଷା ପ୍ରତି ସରକାର ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି ବୋଲି ଭାଷଣବାଜି ଚଳାଇଥିବା ବେଳେ କାଲି (ସୋମବାର) ମଧ୍ୟରାତ୍ରରେ ଏକ ଚଳନ୍ତା ଟ୍ରେନ୍‌ ମଧ୍ୟରେ ସଶସ୍ତ୍ର ଡକାୟତମାନେ ଜନୈକା ମହିଳା ବିଚାରପତିଙ୍କ ଠାରୁ ନଗଦ ଟଙ୍କା ସମେତ ସ୍ୱର୍ଣ୍ଣ ଅଳଙ୍କାର ଲୁଟ କରିବା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମଧ୍ୟପ୍ରଦେଶ ରେଓ୍ଵା ଜିଲ୍ଲାର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ମହିଳା ବିଚାରପତି ଆରତୀ ଶୁକ୍ଳା ପାଣ୍ଡେ ଓ ଅନ୍ୟ ତିନିଜଣ ମହିଳା ଗତ ମୋମବାର ରାତିରେ ଏକ ରାତ୍ରିକାଳୀନ ଏକ୍ସପ୍ରେସ୍‌ ଟ୍ରେନ୍‌ର ଏଚ୍‌-୧ କୋଚ୍‌ରେ ଯାତ୍ରା କରୁଥିଲେ। ତେବେ, ଟ୍ରେନ୍‌ଟି ନରସିଂହପୁର ଷ୍ଟେସନ୍‌ ଛାଡ଼ି ଇନ୍ଦୋର ଓ ଜବଲପୁର ମଧ୍ୟରେ ଯାତ୍ରା କରୁଥିବା ବେଳେ ଚାରିଜଣ ମଧ୍ୟବୟସ୍କ ମୁଖାପିନ୍ଧା ଡକାୟତ ହାତରେ ବନ୍ଧୁକ ଓ ଖଣ୍ଡା ଧରି ଏଚ୍‌-୧ କୋଚ୍‌ ମଧ୍ୟକୁ ପ୍ରବେଶ କରିଥିଲେ। ପ୍ରଥମେ ସେମାନେ ଯାତ୍ରୀମାନଙ୍କୁ ଭୟଭୀତ କରାଇବା ପରେ ମହିଳା ବିଚାରପତି ଶ୍ରୀମତୀ ପାଣ୍ଡେଙ୍କ ନିକଟକୁ ଆସି ତାଙ୍କ ବେକରେ ଖଣ୍ଡା ଲଗାଇ ତାଙ୍କ ଭ୍ୟାନିଟି ବ୍ୟାଗ୍‌ରୁ ନଗଦ ୧୦ ହଜାର ଟଙ୍କା ସମେତ ତାଙ୍କ ଏଟିଏମ୍‌ କାର୍ଡ ମୋବାଇଲ ଫୋନ୍‌ ଓ ପିନ୍ଧିଥିବା ସୁନା ଚେନ୍‌, ଚୁଡ଼ି ଓ କାନଫୁଲ ଇତ୍ୟାଦିକୁ ଲୁଟି ନେଇଥିଲେ। ପରେ ସେମାନେ ସମାନ ବଗିରେ ଏକାକୀ ଯାତ୍ରା କରୁଥିବା ଅନ୍ୟ ତିନିଜଣ ମହିଳା ଯାତ୍ରୀଙ୍କ ନିକଟକୁ ଯାଇ ସମାନ ଢ଼ଙ୍ଗରେ ସେମାନଙ୍କ ଠାରୁ ଟଙ୍କା, ମୋବାଇଲ ଓ ପିନ୍ଧିଥିବା ଗହଣାକୁ ଲୁଟ କରି ଚେନ୍‌ ଟାଣି ଟ୍ରେନ୍‌କୁ ଅଟକାଇବା ସହ ଟ୍ରେନ୍‌ରୁ ଡେଇଁ ଫେରାର୍‌ ହୋଇ ଯାଇଥିଲେ। ଏହି ଘଟଣା ପରେ ପରବର୍ତ୍ତୀ ଷ୍ଟେସନ୍‌ରେ ଓହ୍ଲାଇ ମହିଳା ବିଚାରପତି ଶ୍ରୀମତୀ ପାଣ୍ଡେ ଘଟଣା ସଂପର୍କରେ ଅଭିଯୋଗ କଲାପରେ ଜିଆରପି ପକ୍ଷରୁ ଘଟଣାରେ ସଂପୃକ୍ତ ଡକାୟତମାନଙ୍କୁ ଧରିବା ପାଇଁ ବ୍ୟାପକ ତନାଘନା ଆରମ୍ଭ ହୋଇଥିଲେ ସୁଦ୍ଧା ଏଯାବତ୍‌ ସେମାନଙ୍କୁ ଗିରଫ କରାଯାଇ ପାରିନାହିଁ। ଅନ୍ୟ ପକ୍ଷରେ ଘଟଣାରେ ସଂପୃକ୍ତ ଡକାୟତମାନଙ୍କ ସଂପର୍କରେ ସୂଚନା ପ୍ରଦାନ କଲେ ସୂଚନା ପ୍ରଦାନକାରୀକୁ ୩୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଜିଆରପି ପକ୍ଷରୁ ଘୋଷଣା କରାଯାଇଛି। କିଛି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଚାଣକ୍ୟଙ୍କର ଏହି ସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ; ଶୀଘ୍ର ମିଳିବ ସଫଳତା
OSCAR-2019
ଜରିମାନାରୁ ବର୍ତ୍ତିବା ପାଇଁ ଚାଳକ କନେଷ୍ଟବଳଙ୍କୁ ଦେଲେ ଧକ୍କା, ବନେଟ୍‌ ଉପରେ ପଡ଼ି ଘୋଷାଡି ହୋଇଗଲେ ୫୦୦ମିଟର | Sambad ନୂଆଦିଲ୍ଲୀ: ଦିଲ୍ଲୀର ଜଣେ କାର ଚାଳକ ଜରିମାନାରୁ ବଞ୍ଚିବା ପାଇଁ ପୁଲିସ ନିୟମକୁ ଖାତିର ନକରି ଗାଡ଼ି ଆଗକୁ ମଡାଇ ନେଇଥିଲେ। ଫଳରେ ଡ୍ୟୁଟିରେ ଥିବା ଜଣେ କନେଷ୍ଟବଳଙ୍କୁ ଧକ୍କା .ଦେଇଥିଲା ଗାଡ଼ି। .ସୌଭାଗ୍ୟକୁ କନେଷ୍ଟବଳ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଧକ୍କା ଖାଇ ଗାଡ଼ି ବନେଟରେ ପଡ଼ି କନେଷ୍ଟବଳ ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଧରାପଡ଼ିବା ପରେ ଚାଳକ ପୁଲିସ ବିରୋଧରେ କୋର୍ଟରେ ମାମଲା ରୁଜୁ କରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି। ଏମିତି ଏକ ମାମଲା ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ନାରାୟଣ ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ପୁଲିସ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଗୋଟିଏ ଏସ୍‌ୟୁବି ନଜର ଆସିଲା। ଏହି ଗାଡ଼ିକୁ ଚଳାଉଥିବା ଚାଳକ ସିଟ ବେଲ୍ଟ ଲଗାଇ ନ ଥିଲେ। ସଡ଼କ ନିୟମ ଅନୁଯାୟୀ ଗାଡ଼ି ଚାଳକ ଓ ତାଙ୍କ ପାଖରେ ବସିଥିବା ଯାତ୍ରୀ ସିଟ ବେଲ୍ଟ ଲଗାଇବା ଅନିବାର୍ଯ୍ୟ ରହିଛି। ତେବେ ଏହି ନିୟମକୁ ଉଲଘଂନ୍ନ କରିଥିବା ଗାଡ଼ି ଚାଳକଙ୍କୁ ପୁଲିସ କର୍ମୀ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କାର ଚାଳକ କାର ଅଟାକାଇବା ବଦଳରେ ଗାଡ଼ିର ବେଗ ବଢ଼ାଇ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଜଣେ କନେଷ୍ଟବଳ ତାଙ୍କ ଗାଡ଼ି ସାମ୍ନାକୁ ଚାଲିଥିଲେ। ଏହା ସତ୍ତ୍ୱେ ବି ଉକ୍ତ ଗାଡ଼ି ଚାଳକ ବ୍ରେକ୍‌ ଦେଇ ନଥିଲେ, ଫଳରେ ଗାଡ଼ି ସହିତ ଧକ୍କା ଖାଇ କନେଷ୍ଟବଳ ବନେଟରେ ପଡ଼ି ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଆପ୍‌ ନେତା ଜନରାଲ ସିଂହ ଏହି ଘଟଣାକୁ ଦେଖିଥିଲେ ଓ ଅଭିଯୁକ୍ତଙ୍କ ପିଛା କରି ଗାଡ଼ିକୁ ଅଟକାଇ ଥିଲେ। ତା’ପରେ ଯାଇ କାର ଚାଳକ ବ୍ରେକ୍‌ ଦେଇଥିଲେ। ପୁଲିସ ଉକ୍ତ ଗାଡ଼ି ଚାଳକଙ୍କୁ କାବୁ କରି ନେଇଥିଲା। ପୁଲିସ ଧରିବା ପରେ ବି ଉକ୍ତ ଗାଡ଼ି ଚାଳକ ନିଜ ଦୋଷ ସ୍ୱୀକାର କରିବା ପାଇଁ ରାଜି ନଥିଲେ। ଓଲଟି ପୁଲିସ ବିରୋଧରେ କୋର୍ଟରେ ମାମଲା ରୁଜୁ କରିବେ ବୋଲି କହିଥିଲେ। ପୁଲିସ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର : ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଉଦ୍‌ଯାପିତ ହୋଇଛି। ହୋଟେଲ୍‌ ଏଚ୍‌ଏଚ୍‌ଆଇ ପରିସରରେ ଆୟୋଜିତ ଆଜିର ବୈଠକରେ ରାଜନୈତିକ ପ୍ରସ୍ତାବ ଗୃହୀତ ହୋଇଥିଲା। ଦଳ ପକ୍ଷରୁ ଆରୋପ ଲଗାଯାଇଛି ଯେ ଓଡ଼ିଶାର ରାଜନୈତିକ ସ୍ଥିତି ଏବେ ଏକ ଭିନ୍ନ ରାସ୍ତାରେ ଚାଲିଛି। ଶାସକ ବିଜେଡି ଆଜି କଂଗ୍ରେସ ସହ ମିଶି ଓଡ଼ିଶାର ବିକାଶରେ ବାଧକ ସାଜିଛନ୍ତି। ସରକାର ହିଂସା ମାଧ୍ୟମରେ ବିରୋଧୀ ଦଳର ମନୋବଳକୁ ଚପାଇବାକୁ ଅପଚେଷ୍ଟା କରୁଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି, ରାଜ୍ୟରେ ମହିଳାଙ୍କ ଉପରେ ନିର୍ଯ୍ୟାତନା ବଢ଼ିଚାଲିଛି। ଧର୍ଷଣ ଓ ତଦ୍‌ଜନିତ ହତ୍ୟା ଅସମ୍ଭବ ଭାବେ ବଢ଼ିଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ଗୃହ ବିଭାଗ ଏହାକୁ ନିୟନ୍ତ୍ରଣ କରିବାରେ ଓ ଦୋଷୀକୁ ଧରିବାରେ ସକ୍ଷମ ହେଉନାହିଁ। କେନ୍ଦ୍ର ସରକାର ମହିଳା ନିର୍ଯ୍ୟାତନା ବାବଦରେ କଠୋର ଆଇନ୍‌ ପ୍ରଣୟନ କରିଛନ୍ତି ଓ ଫାଷ୍ଟ୍‍ ଟ୍ରାକ୍‌ କୋର୍ଟ ମାଧ୍ୟମରେ ତୁରନ୍ତ ଫଇସଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନୁଯାୟୀ ରାଜ୍ୟରେ ଅଧିକ ସଂଖ୍ୟାରେ ଫାଷ୍ଟ୍‍ ଟ୍ରାକ୍‌ କୋର୍ଟ ଖୋଲିବା ପାଇଁ ସରକାର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକାକୁ ବିଜେପି କାର୍ଯ୍ୟକାରିଣୀ ବୈଠକରେ ସମାଲୋଚନା କରାଯାଇଛି। ଏହାର ଆପୋଷ ସମାଧାନ ପାଇଁ ବିଜେପି ପକ୍ଷରୁ ଉଦ୍ୟମ ହୋଇଥିଲେ ବି ରାଜ୍ୟ ସରକାର ସମାଧାନ ଚାହିଁଲେ ନାହିଁ। କେବଳ କେନ୍ଦ୍ର ସରକାର ଓ ବିଜେପି ଉପରେ ଦୋଷ ଲଦି ରାଜନୈତିକ ନାଟକବାଜି କରୁଛନ୍ତି। ଏହି ପ୍ରସଙ୍ଗରେ ଓଡ଼ିଶା ସରକାର ରାଜନୈତିକ ଖେଳ ନ ଖେଳି ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରଖି ଟ୍ରିବ୍ୟୁନାଲ୍‌ରେ ତଥ୍ୟ ଉପସ୍ଥାପନ କରିବା ସହ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଦ୍ୟମ କରିବାକୁ କାର୍ଯ୍ୟକାରିଣୀରେ ପରାମର୍ଶ ଦିଆଯାଇଛି। ୪୦ ଲକ୍ଷ ଭାଗ ଚାଷୀ ପରିବାରକୁ ସ୍ୱପ୍ନ ଦେଖାଇ ରାଜ୍ୟ ସରକାର ପଛରୁ ଛୁରୀ ମାରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ସେହିପରି ପଞ୍ଚାୟତଗୁଡ଼ିକରେ ବ୍ୟାପକ ଦୁର୍ନୀତି, କେନ୍ଦ୍ରୀୟ ଯୋଜନାକୁ ହଡ଼ପ, ଶୁଦ୍ଧ ପାନୀୟ ଜଳ ଯୋଗାଣରେ ସରକାରଙ୍କ ବିଫଳତା, ପୌରସଂସ୍ଥାଗୁଡ଼ିକରେ ଚତୁର୍ଦ୍ଦଶ ଅର୍ଥ କମିସନ୍‌ ଦେଇଥିବା ଅର୍ଥକୁ ବିନା ଟେଣ୍ଡର୍‌ରେ ବିଜେଡି ନେତାଙ୍କୁ ସମର୍ପି ଦେବା, ବସ୍ତିବାସିନ୍ଦାଙ୍କୁ ମିଥ୍ୟା ପ୍ରତିଶ୍ରୁତି, ସମବାୟ ବ୍ୟାଙ୍କର ମହାଦୁର୍ନୀତି ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି କାର୍ଯ୍ୟକାରିଣୀରେ ଭର୍ତ୍ସନା କରାଯାଇଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ) ସୌଦାନ ସିଂହ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ବିଧାୟକ ଦଳ ନେତା କେ ଭି ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ସୋମବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ୬୧୫ ଫୁଟ୍‌ରେ ପହଞ୍ଚିଛି। ଜଳ ଭଣ୍ଡାର ମଧ୍ୟକୁ ୨ ଲକ୍ଷ ୫ ହଜାର ୩୫୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଜଳସ୍ତର ଦ୍ରୁତ ବେଗରେ ବୃଦ୍ଧି ପାଉଥିବା କାରଣରୁ ଆସନ୍ତାକାଲି ଅର୍ଥାତ୍‌ ଜୁଲାଇ ୨୪ ତାରିଖ ଦିନ ଜଳଭଣ୍ଡାରରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବାର ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଦିବା ୧୧ଘଟିକା ସମୟରେ ପାରମ୍ପରିକ ପୂଜାଚ୍ଚର୍ନା ପରେ ହୀରାକୁଦ ଜଳ ଭଣ୍ଡାରର ଗେଟ୍‌ ଖୋଲାଯିବ ବୋଲି ଅପର୍‌ ମହାନଦୀ ବେସିନ୍‌ର ମୁଖ୍ୟଯନ୍ତ୍ରୀ ଜ୍ୟୋତି ରଥ ଘୋଷଣା କରିଛନ୍ତି। ପ୍ରବଳ ବୃଷ୍ଟିପାତ କାରଣରୁ ଚିପିଲିମା ପାଓ୍ଵାର୍‌ହାଉସ୍‌ରେ ପାଣି ପଶିଯାଇଥିବାରୁ ପାଓ୍ଵାର୍‌ ଚାନେଲ୍‌ରେ ଜଳ ଯୋଗାଣ ବନ୍ଦ ରଖାଯାଇଛି।
OSCAR-2019
ଗାତାର ଟାଇବ୍ରେକର ଖେଳିବା ସହଜ କଥା ନୁହେଁ। ଏକଥା ମୁଁ ମୋ ଅଭିଜ୍ଞତାରୁ କହୁଛି। ୧୯୯୦ ବିଶ୍ୱକପ୍‌ରେ ଆମେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲୁ। ସେ ବର୍ଷ ମୁଁ ଅଧିନାୟକ ଥିଲି ଏବଂ ଆର୍ଜେଣ୍ଟିନା କ୍ୱାର୍ଟର ଏବଂ ସେମିଫାଇନାଲରେ ୟୁଗୋସ୍ଲୋଭିଆ ଓ ଇଟାଲିକୁ ପେନାଲ୍ଟି ସୁଟଆଉଟରେ ହରାଇଥିଲା। କ୍ରୋଏସିଆ ସମାନ କଥା କରିଛି, ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ। ୨୪୦ ମିନିଟ୍‌ର ନକ୍‌ଆଉଟ୍‌ ଫୁଟବଲ୍‌ ପରେ ସୁଟଆଉଟ୍‌ ବ୍ୟଥା ଯେ କୌଣସି ଦଳକୁ ହାଲିଆ କରିଦିଏ। ୧୯୯୦ ଫାଇନାଲରେ ଆମେ ଏହାର ପ୍ରଭାବକୁ ବେଶ୍‌ ଭଲ ଭାବରେ ଅନୁଭବ କରିଥିଲୁ। ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଗୋଟିଏ ପେନାଲ୍ଟି ପାଇଁ ହାରି ଯାଇଥିଲୁ। ଆମର ଦୁଇ ଜଣ ଖେଳାଳିଙ୍କୁ ଲାଲ କାର୍ଡ ମିଳିବା ଫାଇନାଲ୍‌ ପରାଜୟର ଅନ୍ୟ ଏକ କାରଣ ବି ଥିଲା। ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି କ୍ରୋଏସିଆ ଦଳ ଏବେ ସେହି ସ୍ଥିତିରେ ରହିଛି। ଲଗାତାର ଦୁଇଟି ସୁଟଆଉଟ୍‌ ଖେଳିବାର ମାତ୍ର ୩ ଦିନ ଭିତରେ ସେମିଫାଇନାଲ୍‌ ଖେଳିବାକୁ ଯାଉଛି। ଏହି ଦଳର ଗୋଲ୍‌ରକ୍ଷକ ଡାନିଜେଲ ସୁବାସିକଙ୍କ ସହ ମୋର ସମବେଦନା ରହିଛି। ସେ ହିଁ କ୍ରୋଏସିଆକୁ ବଞ୍ଚାଇ ଦେଇଛନ୍ତି। ରୁଷିଆ ବିପକ୍ଷ ମ୍ୟାଚ୍‌ର ଦ୍ୱିତୀୟାର୍ଧରେ ଆହତ ହେବା ସତ୍ତ୍ୱେ ଶେଷ ପର୍ଯ୍ୟନ୍ତ ସେ ନିଜ ଶ୍ରେଷ୍ଠ ଖେଳ ଖେଳିଥିଲେ। ଫାଇନାଲର ଏତେ ନିକଟରେ ଥିବାରୁ ଜ୍ଲାଟକୋ ଡାଲିକଙ୍କ ଦଳ ସେଠାକୁ ଯିବାକୁ ପୂରା ବ୍ୟଗ୍ର। ଅନ୍ୟପକ୍ଷରେ ଗ୍ୟାରେଥ୍‌ ସାଉଥଗେଟଙ୍କ ଇଂଲଣ୍ଡ ପୂରା ସତେଜ ଏବଂ ପ୍ରଫୁଲ୍ଲିତ ଥିବ। କାରଣ ସେମାନଙ୍କ କ୍ୱାର୍ଟର ଫାଇନାଲ୍‌ ୯୦ ମିନିଟ୍‌ରେ ଶେଷ ହୋଇ ଯାଇଥିଲା। ଚଳିତ ବିଶ୍ୱକପ୍‌ରେ ଅଧିକାଂଶ ଇଂଲଣ୍ଡ ଗୋଲ୍‌ ପେନାଲ୍ଟି କିମ୍ବା ଫ୍ରିକକ୍‌ରୁ ଆସିଛି। ସେମାନେ ଉପରେ ଉପରେ ବକ୍ସ ଭିତରକୁ ବଲ୍‌ ପଠାଉଛନ୍ତି ଏବଂ ହେଡରରେ ଗୋଲ୍‌ କରୁଛନ୍ତି। ହେଡର ଗୋଲ୍‌କୁ ରୋକି ନପାରିବା କ୍ରୋଏସିଆର ଏକ ବଡ଼ ଦୁର୍ବଳତା। ଏହା ଏକ ଚିନ୍ତାର କାରଣ। କ୍ରୋଏସିଆ ଖେଳାଳିମାନେ ଏକଜୁଟ ହୋଇ ଶ୍ରେଷ୍ଠ ଖେଳ ଖେଳିବାକୁ କିଛି ସମୟ ନେଉଛନ୍ତି। ଲୁକା ମୋଡ୍ରିକଙ୍କ ନେତୃତ୍ୱରେ ସେମାନଙ୍କ ମଧ୍ୟଭାଗ ଖେଳାଳିମାନେ ନିଜ ନିଜ ମଧ୍ୟରେ ଖେଳି ଫର୍ମକୁ ଆସୁଛନ୍ତି। ସେମାନଙ୍କ ଆକ୍ରମଣ ମଧ୍ୟ ସେତେ ଅସରଦାର ନୁହେଁ। ତୁଳନାତ୍ମକ ଭାବେ ଇଂଲଣ୍ଡ ଗତି ଏବଂ ରୂପାନ୍ତରରେ ଟିକିଏ ଆଗୁଆ ରହିବ। ଡେଙ୍ଗା ଖେଳାଳି ଥିବାରୁ ସେମାନେ ସ୍ୱିଡେନ୍‌ ରକ୍ଷଣଭାଗ ଖେଳାଳିଙ୍କୁ ବହୁ ଅସୁବିଧାରେ ପକାଇଥିଲେ। ହେଲେ କ୍ରୋଏସିଆର ରକ୍ଷଣଭାଗ ମୋତେ ପ୍ରଭାବିତ କରିଛି। ସେମାନେ ସମସ୍ତେ ଜଣେ ଜଣେ ଯୋଦ୍ଧା। ସେମାନଙ୍କ ଶାରୀରିକ ଭାଷା ଏବଂ ପ୍ରତିବଦ୍ଧତା ମଧ୍ୟ ସକାରାତ୍ମକ। ଶୃଙ୍ଖଳିତ ଖେଳରେ ସେମାନେ ଇଂଲଣ୍ଡକୁ ଅଟକାଇ ପାରିବେ। ବିଶ୍ୱକପ୍‌ର ସାଂପ୍ରତିକ ସ୍ଥିତିରେ କୌଣସି ପୂର୍ବାନୁମାନ କରିବା ସହଜ ନୁହେଁ। ତଥାପି ବୁଧବାର କ୍ରୋଏସିଆର ଚାପକୁ ସମ୍ମୁଖୀନ ହେବାର ଦକ୍ଷତା କଡ଼ା ପରୀକ୍ଷାର ସମ୍ମୁଖୀନ ହେବ।
OSCAR-2019
କେରଳରେ ବନ୍ୟାର ତାଣ୍ଡବ ପରେ ବିଭିନ୍ନ ରାଜ୍ୟରୁ ଛୁଟିଛି ସହାୟତାର ସୁଅ । କେରଳବାସୀଙ୍କ ଜୀବନ ଦୁର୍ଭିସହ ହୋଇପଡିଥିବା ବେଳେ ଏବେ ପୂର୍ବବସ୍ଥାକୁ ଫେରିବା ପାଇଁ ପୁଣି ଅଣ୍ଟା ଭିଡିଛନ୍ତି କେରଳବାସୀ । କେରଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ଅନୁସାରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା କମ ବୋଲି ବିଭିନ୍ନ ମହଲରୁ ମୋଦି ସରକାରଙ୍କୁ ସମାଲୋଚନା କରାଯାଉଛି । ବେଶ କିଛି ଦିନ ଚୁପ ରହିବା ପରେ ଆଜି ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳ ରାଜ୍ୟପାଳ ପି. ସଦାଶିବମଙ୍କୁ ସେ କହିଛନ୍ତି ଯେ ଦିଆଯାଇଥିବା ୬୦୦ କୋଟି କେବଳ ଏକ ଅଗ୍ରୀମ ପରିମାଣ ଥିଲା । ପ୍ରକୃତ ରାଶି କେନ୍ଦ୍ରୀୟ ଟିମ ଦ୍ବାରା କ୍ଷୟକ୍ଷତି ଆକଳନ କଲା ପରେ ଦିଆଯିବ । କେରଳର ପୁନଃନିର୍ମାଣରେ ଅର୍ଥର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି । କେରଳ ରାଜ୍ୟପାଳ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ରିଲିଫ ଓ ଥଇଥାନ କାର୍ୟ୍ୟର ଅଗ୍ରଗତି ସଂପର୍କରେ ଅବଗତ କରାଇଛନ୍ତି । ସୂଚନାଯୋଗ୍ୟ ଯେ କେରଳ ପାଇଁ ରାଜ୍ୟ ସରକାର ପ୍ରାୟ ୨୬୦୦ କୋଟିର ସହାୟତା ମାଗିଥିବାବେଳେ କେନ୍ଦ୍ର ସରକାର ୬୦୦ କୋଟି ଦେଇଥିବାରୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଥିଲା ।
OSCAR-2019
ଶେଷରେ ତମେମାନେ ଆମ ଭାଷାଟାକୁ ବି ଛାଡିଲନି । ଯଦି ବା କଲ ଲଘୁ ଭାଷା କରିଥାନ୍ତ, ସିଧାସଳଖ ଶାସ୍ତ୍ରୀୟ ଭାଷା କରି ଦେଲ ? କିଏ ଏଇନା ତାକୁ ବୁଝିପାରିବ ?” “ଶୁଣୁଛ, ଆମ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଗଲା । ଯାହାହେଉ ଭଗବାନ ଆମ ଡାକ ଶୁଣିଲେ । ଅନେକ ଦିନରୁ ଆମେ ଦାବୀ କରିଆସିଥିଲୁ । ବର୍ଷୀୟାନ୍‌ ସାହିତ୍ୟିକ ଗବେଷକ ପ୍ରାଣବନ୍ଧୁ ବାବଙ୍କୁ କଥାଶୁଣି ସୋଫାରେ ଲଥ୍‌ କରି ବସିପଡ଼ିଲେ ତାଙ୍କ ଧର୍ମପତ୍ନୀ ସେହ୍ନ ଲତା । ଲୁଗା କାନିରେ ନିଜ ଝାଳୁଆ ମୁହଁଟା ପୋଛି ପକାଉ ପକାଉ ମୁହଁ ଛିଞ୍ଚାଡି କହିଲେ, “ଶେଷରେ ତମେମାନେ ଆମ ଭାଷାଟାକୁ ବି ଛାଡିଲନି । ଯଦି ବା କଲ ଲଘୁ ଭାଷା କରିଥାନ୍ତ, ସିଧାସଳଖ ଶାସ୍ତ୍ରୀୟ ଭାଷା କରି ଦେଲ ? କିଏ ଏଇନା ତାକୁ ବୁଝିପାରିବ ?” “ଓହୋ, ଆମକୁ ଏତେ ବୋକା ଭାବନାହିଁ । ରାତି ଦଶଟା ପରେ ନହେଲେ କେଉଁ ବଡନେତା ମରିଗଲେ ଅଲଇଣ୍ଡିଆ ରେଡ଼ିଓରେ ଯେଉଁ କେଁ କେଁ ନହେଲେ ଆ…ଆ… ହୋଇ ଗୀତ ଶୁଭେ ସେସବୁ ଶାସ୍ତ୍ରୀୟ । କିଏ ତାକୁ ଶୁଣେ ?” ସାଧାରଣ ଲୋକେ ସିନେମାଗୀତ ନହେଲେ ଲଘୁ ସଂଗୀତ ଶୁଣନ୍ତି । ଏଇନା ତମେ ସାହିତ୍ୟିକ ଗୋଷ୍ଠୀ ଆମ ଭାଷାକୁ ଶାସ୍ତ୍ରୀୟ କରିଦେଲ ଯେ ଏବେ ଗପ ଗୀତ ବି ବୁଝିଆ ମୁସ୍କିଲ୍ ହୋଇଯିବ । ମୃଦୁ ହସି ହସି ପ୍ରାଣବନ୍ଧୁ ସେଠୁ ଉଠିଗଲେ । ବଡପଅୁ ଶୋଭନ୍‌ ଆମେରିକାରୁ ଆସି ପହଞ୍ଚି ଥାଏ । ସଭା ପାଇଁ ତାକୁ ଡାକିବାରୁ ସେ କହଲି ।, “ଓଃ, ଡ୍ୟାଡ଼ି ଆଇ ହାଭ୍‌ ଫରଗଟନ୍‌ ଓଡିଆ, ପ୍ଲିଜ ଲିଭ ମି ।” ହଠାତ୍ ବୋହୁ ଶୋଭା କହିଉଠିଲା, “ଡ୍ୟାଡି, ଆପଣ ପିଙ୍କୁକୁ ନେଇ ଯାଆନ୍ତୁ । ସେ ପୁରୁଣା ନୂଆ ଓଡିଆ ଗୀତ ବୋଲିବ ଏବଂ ନାଚି ବି ପାରିବ । ଆମେରିକାରେ ଆମ ଓଡ଼ିଆ ସୋସାଇଟିରେ ପ୍ରତି ବର୍ଷ ପ୍ରୋଗ୍ରାମ ଦିଏ ପିଙ୍କୁ ।” ସରଳ ଭାବରେ ପିଙ୍କୁ କହିଲା, “ଗ୍ରାଣ୍ଡପା, ମମି ସବୁ ଓଡିଆ ଗୀତ ଡାଉନ୍ଲୋଡ୍ କରି ରଖିଛନ୍ତି । ସି.ଡି.ପ୍ଲେୟାର ବାଜିଲେ ମୁଁ ପାଟି ପାକୁପାକୁ କରି ଆକ୍ଟିଂକରି ଗାଇବି ଓ ନାଚିବି ।” ମୁଣ୍ଡରେ ହାତ ଦେଇ ଏଥର ପ୍ରାଣବନ୍ଧୁ ବାବୁ ସୋଫାରେ ବସି ପଡ଼ିଲେ । ତାଙ୍କୁ ଲାଗିଲା ଶାସ୍ତ୍ରୀୟ ମାନ୍ୟତା ଏକ ଅଚିହ୍ନା ଭାଷାକୁ ମିଳିଛି । ସତୀତ୍ୱରୁ ବଳି ଗୁଣ ନାରୀର ଅନ୍ୟ କିଛି ନାହିଁ । କାରଣ ନା ଏଇଟି ପୁରୁଷ ନିକଟରେ ସବୁଠାରୁ ଉପାଦେୟ ସାମଗ୍ରୀ ଏବଂ ସ୍ୱାମୀର ଅବାଧ୍ୟ ହେବା – ସେ ଅତି ପାଷାଣ୍ଡ ହେଲେ ବି ତାଙ୍କୁ ମନେ ମନେ ତୁଚ୍ଛ ତାଚ୍ଛଲ୍ୟ କରିବା ଭଳି ଦୋଷ ଆଉ ନାହିଁ । ଏହି ସତୀତ୍ୱ ଯେ ନାରୀର କେତେ ବଡ଼ ଧର୍ମ ହେବା ଉଚିତ୍, ରାମାୟଣ, ମହାଭାରତ ଓ ପୁରାଣାଦିରେ ପୁନଃ ପୁନଃ ସେ କଥା ଆଲୋଚିତ ହୋଇଯାଇଛି । ଏଠି ସ୍ୱୟଂ ଭଗବାନଙ୍କ ପର୍ଯ୍ୟନ୍ତ କେତେଥର ସତୀତ୍ୱର ପରାକ୍ରମରେ ଅସ୍ଥିର ହୋଇଯାଇଛନ୍ତି । କିନ୍ତୁ ସମସ୍ତ ତର୍କ ହିଁ ଏକ ତରଫା – କେବଳ ନାରୀମାନଙ୍କ ପାଇଁ । ପୁରୁଷ ମାନଙ୍କର ଏ କ୍ଷେତ୍ରରେ ଯେ ବିଶେଷ କିଛି ବାଧ୍ୟ ବାଧକତା ଥିଲା, ତାହା କେଉଁଠି ଖୋଜିଲେ ମିଳେନା । ଏବଂ ଏତେ ବଡ଼ ଏକ ପ୍ରାଚୀନ ଦେଶରେ ପୁରୁଷ ସମ୍ପର୍କରେ ଏ ନେଇ ଗୋଟିଏ ଶବ୍ଦ ପର୍ଯ୍ୟନ୍ତ ଯେ ନାହିଁ,ଏକଥା ଖୋଲି କହିଲେ ହାତାହାତି ବାଧିବ, ନହେଲେ କହିଥାନ୍ତି । ଶାସ୍ତ୍ରକାରମାନେ ବଣଜଙ୍ଗଲରେ ବାସ କରୁଥିଲେ ଠିକ୍ କିନ୍ତୁ ସେମାନେ ସମାଜକୁ ଚିହ୍ନିଥିଲେ । ସୁତରାଂ ଗୋଟିଏ ଶବ୍ଦ ରଚନା କରି ତାଙ୍କର ଜାତିଭାଇଙ୍କୁ ଅର୍ଥାତ୍ ପୁରୁଷକୁ ମୁସ୍କିଲ୍‌ରେ ପକେଇନାହାନ୍ତି । ନାରୀ ସମ୍ପର୍କରେ ସେମାନଙ୍କ ପ୍ରବୃତ୍ତି ଯେତେପ୍ରକାର ହାତଗୋଡ଼ ମେଲି କୁଦାକୁଦି କରିପାରେ, ତା’ର ବ୍ୟବସ୍ଥା କରିଦେଇ ଯାଇଛନ୍ତି । ପୈଶାଚ ବିବାହଟା ବି ବିବାହ ! ଏଭଳି ସହାନୁଭୂତି ! ଏତେ ଦୟା ! ଆଉ ଏତେ ଦୟା ନ ଥିଲେ ପୁରୁଷ କ’ଣ ଶାସ୍ତ୍ରକାରଙ୍କୁ ମାନନ୍ତା ! କେବେ କୋଉ ଯୁଗରୁ ସେଇ ସବୁ ପୋଥିପତ୍ର ଜରିଆରେ ଭସେଇ ଦେଇ ମନ ମୁତାବକ ଶାସ୍ତ୍ର ତିଆରି କରି ରଖିଥା’ନ୍ତା । ନାରୀ ପାଇଁ ସତୀତ୍ୱ ….ପୁରୁଷ ପାଇଁ ନୁହେଁ । ଏହି ଦୀର୍ଘ ଉଦ୍ଧୃତି ଦେବାର ତାତ୍ପର୍ଯ୍ୟ ହେଉଛି, ଶହେରୁ ଅଧିକ ବର୍ଷ ତଳର ଏହି ସମ୍ୱେଦନଶୀଳ ମତାମତଟିର ଗୁରୁତ୍ୱ ଆଜି ମଧ୍ୟ ହ୍ରାସ ପାଇନାହିଁ । ଏକବିଂଶ ଶତାବ୍ଦୀର ନାରୀ-ଜାଗରଣ ଯୁଗରେ ମଧ୍ୟ ସତୀତ୍ୱର ତଥା କଥିତ ମହତ୍ତ୍ୱ ସମାଜରେ ଊଣା ହୋଇନାହିଁ । ନାରୀ ଦେହକୁ ଯାବତୀୟ ବିଳାସବ୍ୟସନର ସାମଗ୍ରୀ ରୂପେ ବ୍ୟବହାର କରୁଥିବା ଉପଭୋକ୍ତା ସମାଜ ଏବେ ବି ନାରୀର ଶାରୀରିକ ସତୀତ୍ୱକୁ ଖୁବ୍ ପ୍ରଶଂସା କରେ । ଏହି ଆତ୍ମଘାତୀ ପ୍ରଶଂସାର ଶିକାର ହୋଇ ଆଜି ମଧ୍ୟ ରାଜସ୍ଥାନ, ହରିୟାନା, ଉତ୍ତରପ୍ରଦେଶ ପରି ରାଜ୍ୟରେ ସ୍ୱାମୀର ଚିତାରେ ପୋଡ଼ି ହୋଇ ମରୁଥିବା ସ୍ତ୍ରୀଲୋକଙ୍କୁ ଲୋକେ “ଦେବୀମାତା” କହି ଜୟ ଜୟକାର କରନ୍ତି । ଅଭିନେତ୍ରୀ ଖୁସ୍‌ବୁଙ୍କର ବିବାହ ପୂର୍ବରୁ ବା ବିବାହ ବ୍ୟତିରେକ ଯୌନ ସମ୍ପର୍କ ସମ୍ୱନ୍ଧରେ ମୁକ୍ତ ମତାମତ ବିରୋଧରେ ଦେଶସାରା ହୁଲ୍‌ସ୍ତୁଲ୍ ହୋଇଉଠେ । ସଭ୍ୟତାର ଆରମ୍ଭରୁ ନାରୀର ଶାରୀରିକ ସତୀତ୍ୱକୁ ନିଜ ପାଇଁ ଓ ନିଜର ସମାଜ ପାଇଁ ସବୁଠୁଁ ସୁଲଭ/ସୁସ୍ୱାଦୁ ଭାବି ଆସିଥିବା ପ୍ରଭୁ-ପୁରୁଷକୁ ଖୁସି କରିବାକୁ ନାରୀ ତେବେ କରେ କ’ଣ ? କାୟ-ମନୋ-ବାକ୍ୟରେ ସ୍ୱାମୀ ପଦଧାରୀ ପୁରୁଷ ପାଇଁ “ସତୀ” ହୋଇ ରହିବା ପାଇଁ ତା’ର ସାମାଜିକ ଦାୟିତ୍ୱ ହୋଇଥିବାରୁ ନାରୀ ମନ ଏ ତିନୋଟିର ସତୀତ୍ୱ ରକ୍ଷା କ୍ଷେତ୍ରରେ ସବୁବେଳେ ଦ୍ୱନ୍ଦ୍ୱରେ ପଡେ଼ । ପ୍ରଥମଟି ହେଲା – କାୟା । ନାରୀର ଏହି କାୟାଟି ସବୁରି ଆଖିରେ ପଡେ଼ । ସ୍ଥୂଳ ଶରୀରର ସତୀତ୍ୱ ରକ୍ଷା ଓ ପରୀକ୍ଷା କରିବାକୁ ନାରୀକୁ ଯେ କି କି ଅକଥନୀୟ ପୀଡ଼ା ଭିତର ଦେଇ ଗତି କରିବାକୁ ହୁଏ, ତାହା ନ କହିଲେ ଭଲ । ଆଜି ମଧ୍ୟ ପୃଥିବୀର ବହୁ ସ୍ଥାନରେ ବିବାହର ପ୍ରଥମ ରାତ୍ରୀରେ ସତୀଚ୍ଛଦ-ଚ୍ଛିନ୍ନ-ଜନିତ ରକ୍ତପାତକୁ ଆଖିରେ ନ ଦେଖିଲେ ପୁରୁଷ ନାରୀକୁ ସନ୍ଦେହ ଚକ୍ଷୁରେ ଦେଖିଥାଏ । ତେବେ ନାରୀ ମନ ଯଦି ଶରୀର ସ୍ଥିତିର ସ୍ଥୂଳତାକୁ ଆଦରି ନେଲା ଓ ସାଂସାରିକ ଧନସମ୍ପତ୍ତି – ବିଷୟ ବାସନା ଏବଂ ପିତୃକୈନ୍ଦ୍ରିକ ସମାଜ ବ୍ୟବସ୍ଥାର ଅନୁକୂଳରେ ମନକୁ ସ୍ଥୂଳ କରି ଶରୀର ସହିତ ଚଳେଇନେଲା, ତେବେ ଦୈହିକ ସତୀତ୍ୱ ରକ୍ଷା କରିବାରେ କିଛି ବିଶେଷ ଅସୁବିଧା ନାହିଁ । ଆଜି ମଧ୍ୟ ଭାରତବର୍ଷର ଅଧିକାଂଶ ସ୍ତ୍ରୀଲୋକ ଘରସଂସାର କରି ଏହିପରି ଖୁସିବାସିରେ ଅଛନ୍ତି । ମନର ସୁଖ -ଦୁଃଖ ପ୍ରତି ଉଦାସୀନ ରହି ପୁରୁଷର ଉତ୍ତରାଧିକାରୀ ସୃଷ୍ଟି କରିବାରେ ଏମାନଙ୍କର ନାରୀତ୍ୱ ସୀମିତ ରହିଛି । କିନ୍ତୁ ତା ପରଟି ହେଉଛି ମନ । ଏଇ ମନଟି ସବୁ ନାଟର ଗୋବର୍ଦ୍ଧନ । ମନ ଯଦି ପ୍ରଚଳିତ ସମାଜର ବ୍ୟବସ୍ଥାରେ ନ ମାନିଲା, ତା’ହେଲେ କଥା ସରିଲା । ମନକୁ ଗୋଟାଏ ବ୍ୟବସ୍ଥାରେ ଅକ୍ତିଆରରେ ରଖିବା ପ୍ରାୟ ଅସାଧ୍ୟ ବ୍ୟାପାର । ସ୍ୱାମୀ ବୋଲି ସମାଜ ହାତ ଧରେଇ ଦେଇଥିବା ପୁରୁଷକୁ ମନ ନ ମାନିଲେ ନାରୀ-ମନ ତା’ର ନିଜ ଦେହକୁ ପରିତ୍ୟାଗ କରେ । ସ୍ଥୂଳ ଦେହଟିକୁ ସ୍ୱାମୀର ଉପଭୋଗ ପାଇଁ ସମର୍ପି ଦେଲେ ମଧ୍ୟ ସୂକ୍ଷ୍ମ ମନଟି ଅନ୍ୟ କେଉଁ ରାଜ୍ୟରେ ବିଚରଣ କରେ । ଏଇଠି ସବୁ ଗଣ୍ଡଗୋଳର ସୂତ୍ରପାତ ହୁଏ । ନାରୀ ଯେତେବେଳେ ନିଜ ମନ ପ୍ରତି ସଚେତନ ହୁଏ । ସେତେବେଳେ ସେ ଆଉ ଦାସୀପଣରେ ପୁରୁଷର ସେବା କରିପାରେନା । ତା’ର ମନଟି ପୁରୁଷର ଅଧିକାର ବଦଳରେ ପ୍ରେମ ଖୋଜେ । ସେ ନାରୀରୁ ପ୍ରେମିକା ପାଲଟିଯାଏ । ଆମ ସମାଜରେ ତେଣୁ ନାରୀର ପତ୍ନୀ ଓ ପ୍ରେମିକା ରୂପ ସବୁବେଳେ ଅଲଗା । ଏପରିକି ପ୍ରେମିକା ପତ୍ନୀ ହେଲା ପରେ ଅନେକ କ୍ଷେତ୍ରରେ ପ୍ରେମିକରୁ ସ୍ୱାମୀ ପାଲଟିଥିବା ପୁରୁଷଟି ନାରୀର ପ୍ରେମିକା ମନର ରକ୍ଷଣାବେକ୍ଷଣା କରିପାରେନା । ତେଣୁ ନାରୀ ଯେତେବେଳେ ନିଜ ମନକୁ ଚହ୍ନିବା ଆରମ୍ଭ କରେ, ସେତେବେଳେ ମନରେ “ସତୀ” ହୋଇ ରହିବା ତା’ ପାଇଁ କାଠିକର ପାଟ ହୋଇପଡେ଼ । ବୈଜ୍ଞାନିକ ସମାଜବାଦର ପ୍ରବକ୍ତା କାର୍ଲମାକ୍ସ ତେଣୁ କହିଛନ୍ତି, ପିତୃକୈନ୍ଦ୍ରିକ ବୁର୍ଜୋୟା ସମାଜର ବିବାହ ବ୍ୟବସ୍ଥାରେ ପ୍ରକୃତରେ ଶଯ୍ୟାରେ ସ୍ୱାମୀ-ସ୍ତ୍ରୀ ଦୁଇଜଣଙ୍କର ସ୍ଥାନରେ ଚାରିଜଣ ହିଁ ଥାଆନ୍ତି । ଦୁଇଟି ନାରୀ ପୁରୁଷର ଶରୀର ଏବଂ ଆଉ ଦୁଇଟି ଉକ୍ତ ଶରୀରର ମାନସସଙ୍ଗୀ ବା ମାନସସଙ୍ଗିନୀ । ତେଣୁ ମନର ସତୀତ୍ୱ ଉପରେ ସମାଜ ପ୍ରାୟ ଗୁରୁତ୍ୱ ଦିଏ ନାହିଁ, କହିଲେ ଚଳେ । ନ ହେଲେ ମନରେ ସତୀତ୍ୱ ହରାଇ ନଥିଲେ ମଧ୍ୟ ଇନ୍ଦ୍ର ଓ ନାରାୟଣଙ୍କ ଛଳନାର ଶିକାର ହୋଇ ଅହଲ୍ୟା ଏବଂ ଜଳନ୍ଧର ପତ୍ନୀ ବୃନ୍ଦାବତୀଙ୍କ ଶରୀରର ସତୀତ୍ୱ ଲୁଣ୍ଠିତ ହେବାରୁ ସେମାନେ ଏତେ ଦଣ୍ଡ ପାଇ ନଥା’ନ୍ତେ । ଅନ୍ୟ କଥାରେ କହିଲେ କାୟାର ସତୀତ୍ୱକୁ ଜଗୁ ଜଗୁ ସମାଜ ନାରୀର ମନ କଥାକୁ ପୂରା ଏଡେ଼ଇ ଯାଇଥାଏ, ନହେଲେ ନାରୀର ମନଟି ମଧ୍ୟ କାୟା ଅନୁରୂପ ସ୍ଥୂଳତା ଓ ସୀମାବଦ୍ଧତାର ବେଷ୍ଟନୀ ଭିତରେ ପଡ଼ି କେବଳ ପୁରୁଷର ସ୍ୱାର୍ଥ-ଅନୁକୂଳରେ ହିଁ ପରିଚାଳିତ ହେଇଥାଏ । ତେଣୁ ମନର ନିର୍ମଳ ସତୀତ୍ୱ ଲୋଡ଼ିବା ଓ ତା’ ଉପରେ ଆସ୍ଥା ରଖିବା ସାମାଜିକ ଦୃଷ୍ଟିରୁ ଯେ କି ଆତ୍ମପ୍ରତାରଣାର କଥା, ତାହା ନ କହିଲେ ଭଲ । ବାକି ରହିଲା ବାକ୍ୟ । ଏଇଠି ସବୁଠୁଁ ଗହନ କଥା । କଥାରେ କହନ୍ତି-“ନ ଦେବ ଧନ, କହିବ ଦିବ୍ୟବଚନ ।” ତେଣୁ ଆଦୌ ସତ କଥା ନ କହି “ସତୀତ୍ୱ” କଥା କହିବାରେ ଯିଏ ଯେତେ ବାକ୍‌ଚାତୁରୀ ଦେଖାଇ ପାରଲା, ତା’ର ସେତେ ମଙ୍ଗଳ । “ସତୀତ୍ୱ” ସମ୍ପର୍କରେ ଅଧିକାଂଶ ନାରୀଙ୍କର ବାକ୍ୟ ନିଜର ମନର ଭାବ ପ୍ରକାଶ କରିବା ବଦଳରେ ମନର ଭାବକୁ ଆଚ୍ଛାଦିତ କରିବାରେ ଯେ ବ୍ୟବହୃତ ହୁଏ, ଏହା କହିବା ଆଦୌ ଅପ୍ରାସଙ୍ଗିକ ହେବନାହିଁ । ଝିଅଟିକୁ ପିଲାଦିନୁ ତେଣୁ ସବୁକଥାରେ ଚୁପ୍ ରହିବାକୁ, ଭାବି ବିଚାରି କଥା କହିବାକୁ ଓ ସବୁବେଳେ ସ୍ୱାମୀର ପ୍ରଶଂସା କରିବାକୁ ଗୁରୁଜନମାନେ ଉପଦେଶ ଦେଇଥା’ନ୍ତି । ସେଇଥିପାଇଁ ତ ବିଚାରୀ ଅଭିନେତ୍ରୀ ଖୁସ୍‌ବୁ ଏତେ ସମାଲୋଚନାର ଶରବ୍ୟ ହେଲେ ଏବଂ ନାରୀର ଯୌନସ୍ୱାଧୀନତା ଉପରେ ମୁକ୍ତ ମତ ପାଇଁ ତାଙ୍କୁ ଶେଷକୁ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିବାକୁ ହେଲା । ଦେହ ମନରେ ଯେତେ ଯାହା ଲୁଚାଚୋରା ଥାଉ, ସେଥିରେ ପୁରୁଷ ଶାସିତ ସମାଜର କିଛି ଆପତ୍ତି ନାହିଁ । ନାରୀଟିଏ ଲୁଚାଚୋରାରେ ଦେହ-ମନର ଖେଳ ଖେଳିଲେ ପୁରୁଷଙ୍କର ଭାରି ଆନନ୍ଦ । ଚୋରାଚାହାଁଣୀ, ଚୋରାପୀରତିର ଦାୟିତ୍ୱଶୂନ୍ୟ ମଉଜ କେଉଁ ପୁରୁଷ ନ ଚାହେଁ ? କଳାସାହିତ୍ୟରେ ପୁରୁଷମାନେ ଦୋଚାରୁଣୀ-ଅସତୀର ଯେତେ ବନ୍ଦନା କରିଛନ୍ତି, ଭଗବାନଙ୍କର ବନ୍ଦନା ମଧ୍ୟ ସେତିକିଥର କରିନଥିବେ । ମଜାକୁ ମଜା ନେଇହେବ, ଧରା ପଡ଼ିଲେ ନାରୀଟିକୁ ପତିତା, ଚରିତ୍ରହୀନା, ବେଶ୍ୟା କହି ସଜା ବି ଦେଇହେବ । ଉଭୟ କ୍ଷେତ୍ରରେ ପୁରୁଷର ବିଳାସ ଓ ପ୍ରଭୁତ୍ୱ ଅକ୍ଷୁର୍ଣ୍ଣ ରହିଲା ନା ! କିନ୍ତୁ ନାରୀ ଯଦି ନିଜର କାୟ-ମନର ସତ୍ୟକୁ ବାକ୍ୟରେ ପ୍ରକାଶ କରିଦିଏ ? ନିଜକୁ ସାବ୍ୟସ୍ତ କରେ । ତା’ ହେଲେ ତ କଥା ଶେଷ । ପୁରୁଷର ସୁବିଧାବାଦ ଯେ ଧରାପଡ଼ିଯିବ । ତେଣୁ ନାରୀର ମୁକ୍ତ ମତପ୍ରକାଶକୁ ସମାଜ ସହ୍ୟ କରେନା । “ସତୀତ୍ୱ” ଉପରେ ବାକ୍ୟର ଆବରଣ ଟିକକ ଅନ୍ତତଃ ରଖିବାକୁ ଆଜିର ଉପଭୋକ୍ତା ସମାଜ ତେଣୁ ଏତେ ବ୍ୟାକୁଳ ହୋଇଉଠୁଛି । ତେଣୁ ପ୍ରତ୍ୟେକ ଆତ୍ମସଚେତନ ନାରୀ-ମନ ଜାଣିବା ଉଚିତ୍ ଯେ, “ସତୀତ୍ୱ” ସମ୍ପୂର୍ଣ୍ଣ ଭାବେ ଏକ ଏକଦେଶଦର୍ଶୀ ଶବ୍ଦ । ସାମାଜିକ ଓ ବ୍ୟକ୍ତିଗତ, ଉଭୟ ଦିଗରୁ ନିଜର ସାମଗ୍ରିକ ଅସ୍ତିତ୍ୱର ସତ୍ୟକୁ କାୟ-ମନୋ-ବାକ୍ୟରେ ପ୍ରକାଶ କରିବାର ଅଧିକାର ପ୍ରତ୍ୟେକ ନାରୀର ରହିବା କଥା । “ସତୀତ୍ୱ” ଶବ୍ଦଟିର ପୁନଃମୂଲ୍ୟାୟନ ଆଜି ତେଣୁ ଜରୁରୀ ହୋଇପଡ଼ିଛି । ନିଜେ ଅନୁଭବ କରୁଥିବା ସତ୍ୟକୁ ସାହସର ସହିତ ସ୍ୱୀକାର ଓ ପ୍ରକାଶ କରିପାରୁଥିବା ନାରୀ ପାଇଁ ଏ ସଂଜ୍ଞା ଲାଗୁ ହେବା ଉଚିତ୍, ସମାଜ ଓ ପୁରୁଷର ଦାୟରେ ସତ୍ୟକୁ ଢାଙ୍କିବାକୁ ବା ଫାଙ୍କିବାକୁ ଚେଷ୍ଟା କରୁଥିବା ନାରୀ ପାଇଁ ନୁହେଁ । ମରିବା ଆଗରୁ ନକୁଳ ତା’ ପୁଅକୁ ଶେଯ ପାଖକୁ ଡାକି ଧୀରେ ଧୀରେ କହିଲା, “ଜୀବନ ସାରା ବହୁ କଷ୍ଟ କରି ୱାର୍ଡମେମ୍ୱର ଜିତି ପାରିଲି ନାହିଁ । ଆକୁଳା ମତେ ସାତଥର ହରେଇ ଦେଲା । ମୋର ଦିନେ କାଳ ଶେଷ ହୋଇଯିବ । ମରିବା ଆଗରୁ ଯାହା କହୁଛି ତାକୁ ନିଶ୍ଚୟ ପାଳନ କରିବୁ । ତୁ ଯେବେ ପ୍ରକୃତରେ ମୋ ପୁଅ ହୋଇଥିବୁ, ତେବେ ତାକୁ ଯେମିତି ହେଲେ ହରେଇବୁ, ନଚେତ୍ ପରପାରିରେ ମୋ ଆତ୍ମା ଶାନ୍ତି ପାଇବନି । ଯଉଦିନ ଜିତିବୁ ସେଦିନ ଗୋଟେ ପ୍ରୋସେସନ୍‌ରେ ଯାଇ ତୋ ବେକରେ ଥିବା ଫୁଲହାରକୁ ଛିଣ୍ଡେଇ ମୋ ସମାଧି ଉପରେ ବିଞ୍ଚି ଦେବୁ ।”
OSCAR-2019
ଭୁବନେଶ୍ୱର: ରାଜ୍ୟରୁ ପୁଣି ଏକ କେନ୍ଦ୍ରୀୟ ସଂସ୍ଥା ଉଠିଯିବ। ଏଥି ପାଇଁ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଛନ୍ତି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୩୦ ବର୍ଷ ତଳେ ଗଢ଼ି ଉଠିଥିବା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌କୁ ସବୁଦିନ ପାଇଁ ବନ୍ଦ କରିବାକୁ କେନ୍ଦ୍ରରୁ ନୋଟିସ୍‌ ବି ଜାରି କରାଯାଇଛି। କିଛି ମାସ ତଳେ ଭୁବନେଶ୍ୱରରେ ଥିବା କେନ୍ଦ୍ର ସରକାରଙ୍କ ଟେକ୍ସଟ୍‌ ବୁକ୍‌ ପ୍ରେସ୍‌କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ ପୋଷ୍ଟାଲ୍‌ ପ୍ରିଣ୍ଟିଂ ପ୍ରେସ୍‌କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ସଚେତନ ନାଗରିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ତୀବ୍ର ପ୍ରତିକ୍ରିୟା ବି ପ୍ରକାଶ ପାଇଛି। ପୋଷ୍ଟାଲ୍‌ ପ୍ରିଣ୍ଟିଂ ପ୍ରେସ୍‌କୁ ବନ୍ଦ କରିବା ପାଇଁ ଗତ ୯ ତାରିଖରେ ଡାକ ବିଭାଗ ପକ୍ଷରୁ ଓଡ଼ିଶା ସର୍କଲ୍‌ର ମୁଖ୍ୟ ମହାଡାକପାଳଙ୍କ ନିକଟକୁ ନିର୍ଦ୍ଦେଶ ଆସିିଛି। ଏଥିରେ ଦର୍ଶାଯାଇଛି, ଗତ ଏପ୍ରିଲ୍‌ ୨୭ରେ କମିଟି ଅଫ୍‌ ସେକ୍ରେଟାରିଜ୍‌ ବୈଠକରେ ଭୁବନେଶ୍ୱରର ପୋଷ୍ଟାଲ୍‌ ପ୍ରିଣ୍ଟିଂ ପ୍ରେସ୍‌କୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଯେହେତୁ ଏହି ପ୍ରେସ୍‌ ବନ୍ଦ ହେବ, ତେଣୁ ଆଉ ଛପାଇବା ପାଇଁ କୌଣସି କାଗଜ ଓ ଅନ୍ୟ ସାମଗ୍ରୀ ନ କିଣିବା ପାଇଁ କୁହାଯାଇଛି। ଯେତିକି କାଗଜ ରହିଛି, ତାହାକୁ ତୁରନ୍ତ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରିଣ୍ଟିଂ ପ୍ରେସ୍‌ର ସମସ୍ତ କର୍ମଚାରୀଙ୍କ ବାୟୋଡାଟା ବି କେନ୍ଦ୍ରକୁ ପଠାଇବାକୁ କୁହାଯାଇଛି। ଯଦିଓ କେବେ ପ୍ରେସ୍‌ ବନ୍ଦ ହେବ ତାହା ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ନାହିଁ, ତେବେ ଖୁବ୍‌ ଶୀଘ୍ର ବନ୍ଦ ହେବ ବୋଲି ସ୍ପଷ୍ଟ କରାଯାଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୧୯୮୭ ମସିହାରେ ନିର୍ମାଣ ହୋଇଥିଲା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌। ଓଡ଼ିଶା ସରକାର ଏଥି ପାଇଁ ଇଡ୍‌କୋ ଜରିଆରେ ୪ ଏକର ଜାଗା ଯୋଗାଇ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୨୩୦ ଜଣ କର୍ମଚାରୀଙ୍କୁ ନେଇ ଏହି ପ୍ରେସ ଚାଲିଥିଲା। ପରବର୍ତୀ ସମୟରେ କିଛି କର୍ମଚାରୀଙ୍କ ବଦଳି ହେବା ପରେ ଏବେ କର୍ମଚାରୀଙ୍କ ସଂଖ୍ୟା ରହିଛି ୧୪୬। କାର୍ଯ୍ୟରତ ପ୍ରାୟ ସମସ୍ତ କର୍ମଚାରୀ ଓଡ଼ିଆ। ସାରା ଭାରତରେ ୧୪୦୦ ପ୍ରକାରର ଫର୍ମ ଆବଶ୍ୟକତା ପଡ଼ୁଥିବା ବେଳେ ଏଠାରେ ୪୦୦ ପ୍ରକାରର ଫର୍ମ ଏଠାରେ ପ୍ରିଣ୍ଟିଂ ହେଉଥିଲା। ଏହି ପ୍ରେସ୍‌ରେ ଡାକବିଭାଗର ସମସ୍ତ ବିଭାଗୀୟ ଓ ଜରୁରୀ ଫର୍ମ, ପୁସ୍ତକ, ପାସ୍‌ବୁକ୍‌, ସେଭିଙ୍ଗ ବ୍ୟାଙ୍କ ଖାତା, ଆକାଉଣ୍ଟ୍‌ସ୍‌ ଖାତା ପରି ଅନେକ ଜିନିଷ ଏଠାରେ ଛପା ଯାଉଛି। କିନ୍ତୁ ସମଗ୍ର ଭାରତରେ ୧ ଲକ୍ଷ ୨୦ ହଜାର ମେଟ୍ରିକ୍‌ ଟ୍ରନ୍‌ ଛପା ଦରକାର ପଡ଼ୁଥିବା ବେଳେ ଏଠାରେ ବାର୍ଷିକ ମାତ୍ର ୨ ହଜାର ମେଟି୍ରକ୍‌ ଟନ ଛପା ହେଉଛି। ଉଭୟ କାରଖାନା ଓ କର୍ମଚାରୀ ଅଭାବରୁ ଆବଶ୍ୟକତା ଅନୁଯାୟୀ ଛପା ହୋଇପାରୁନି। ଏଠାରେ ସମସ୍ତ ପ୍ରକାରର ଉନ୍ନତମାନର ମେସିନ୍‌ ରହିଛି। ସେଥିପାଇଁ ସର୍ବଭାରତୀୟସ୍ତରର ଆଞ୍ଚଳିକ ଭାଷାର ଫର୍ମ, ବାଲଟ ପେପର, ସେନ୍‌ସସ୍‌, ମନିଅର୍ଡର ଫର୍ମ, ଓଡ଼ିଶା ସର୍କଲ୍‌ ଓ ନିର୍ଦ୍ଦେଶାଳୟର ଦରକାରୀ ଓ ବିଶ୍ୱସନୀୟ ଫର୍ମ ଏହିଠାରେ ଛପାଯାଏ। ୯ ତାରିଖରେ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଲା ପରେ ସୋମବାରଠାରୁ ପ୍ରେସ୍‌କୁ କାଗଜ ଯୋଗାଣ ବନ୍ଦ ହୋଇଯାଇଛି। କର୍ମଚାରୀମାନେ ଏକପ୍ରକାର ହାତ ବାନ୍ଧି ବସିଲେଣି। ୧ କୋଟି ଟଙ୍କାର ପୋଷ୍ଟାଲ୍‌ ପ୍ରିଣ୍ଟ୍‌ ପାଇଁ ଅର୍ଡର୍‌ ଆସିଥିଲେ ବି ତାହା କରାଯିବ ନାହିଁ ବୋଲି ଜଣାପଡ଼ିଲାଣି। କର୍ମଚାରୀ ଓ ସେମାନଙ୍କ ପରିବାର ମଧ୍ୟରେ ଏ ନେଇ ଭାଳେଣି ପଡ଼ିଲାଣି। ଭବିଷ୍ୟତ ନେଇ ବି ସେମାନେ ସନ୍ଦିହାନ ହୋଇପଡ଼ିଛନ୍ତି। ଏଠାରେ କାମ କରୁଥିବା ଅନେକ କର୍ମଚାରୀ ଆଉ ୨ ବର୍ଷ ପରେ ଅବସର ନେବାକୁ ଯାଉଥିବା ବେଳେ ଏବେ ବଦଳି ହୋଇ କେଉଁଠିକି ଯିବେ, ସେ ନେଇ ମଧ୍ୟ ସେମାନେ ଚିନ୍ତାରେ। ପୁଣି ପରୋକ୍ଷ ଭାବେ ଏହି ପ୍ରେସ୍‌ ଉପରେ ନିର୍ଭର କରି ନିଜ ଜୀବିକା ନିର୍ବାହ କରୁଥିବା ପ୍ରାୟ ୨ ହଜାର ଓଡ଼ିଆ ବି ମୁଣ୍ଡରେ ହାତ ଦେଇଛନ୍ତି। ଦେଶର ଏକମାତ୍ର ପୋଷ୍ଟାଲ୍‌ ପ୍ରିଣ୍ଟିଂ ପ୍ରେସ୍‌ ଓଡ଼ିଶାରେ ସ୍ଥାପନ ହୋଇଥିବାରୁ ଏହା ରାଜ୍ୟ ପାଇଁ ଗର୍ବ ପାଲଟିଥିଲା। ପୁଣି ଆଧୁନିକ ମେସିନ୍‌ ଓ କୁଶଳୀ କର୍ମଚାରୀଙ୍କ ପାଇଁ ଏହାର ସ୍ଥାନ ଥିଲା ସ୍ୱତନ୍ତ୍ର। କିନ୍ତୁ ବର୍ତମାନ ତାହାକୁ ସବୁଦିନ ପାଇଁ ବନ୍ଦ କରିଦେବାର ଚକ୍ରାନ୍ତକୁ ସଚେତନ ନାଗରିକ ମହଲ ସହଜରେ ଗ୍ରହଣ କରିପାରୁନାହାନ୍ତି। ପ୍ରେସ୍‌ ବନ୍ଦ ନେଇ ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲାଙ୍କୁ ଯୋଗାଯୋଗ କରାଯିବାରୁ କାର୍ଯ୍ୟବ୍ୟସ୍ତତା ଥିବାରୁ ସେ ମତାମତ ଦେଇପାରିବେନି ବୋଲି କହିଥିଲେ। ପ୍ରେସ୍‌ ବନ୍ଦ ସମ୍ପର୍କରେ ଜଣାପଡ଼ିବା ପରେ କର୍ମଚାରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି କର୍ମଚାରୀମାନଙ୍କ ଏକ ଜରୁରୀ ବୈଠକ ଡକାଯାଇ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। କର୍ମଚାରୀ ସଂଘର ସଭାପତି ଜ୍ୟୋତିର୍ମୟ ଦାସ ଓ ସାଧାରଣ ସଂପାଦକ କୌଳାସ ଚନ୍ଦ୍ର ସାହୁ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ରାଜରାସ୍ତାକୁ ଓହ୍ଲାଇବୁ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କରିବୁ ପ୍ରେସ ବନ୍ଦ ନ କରିବା ପାଇଁ। ଆମେ ଚାହୁଁଛୁ ପ୍ରେସ ବନ୍ଦ ନ କରି ପୂର୍ବ ଭଳି ଏହାକୁ ଚାଲୁ ରଖାଯାଉ। ଆବଶ୍ୟକତା ଅନୁଯାୟୀ ଏହାକୁ ଆଧୁନିକୀକରଣ କରାଯାଉ।
OSCAR-2019
ସମ୍ବଲପୁରର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚିତ ଡାକ ପିଅନ୍ ଉପାଖ୍ୟାନ । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଣ୍ଡ ଖେଳାଇ କେନ୍ଦ୍ରକୁ ନିଜଆଡୁ ଚିଠି ଲେଖୁଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି ଡାକ ପିଅନ କହିଥିଲେ ବିଜେଡି ନେତା । ଆଜି ଏହାକୁ ସ୍ୱାଗତ କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ୪ କୋଟି ଓଡିଶାବାସୀଙ୍କ ପାଇଁ ଡାକ ପିଅନ ହେବାକୁ ସେ ପ୍ରସ୍ତୁତ । ଏହା ସହ ଏପରି ନାଁ ଦେଇ ଥିବାରୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ।
OSCAR-2019
କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଖବର ସାରା ଭାରତରେ ଏବେ ଚର୍ଚ୍ଚା ହେଉଛି । ତେବେ ଏହି ଖବର ପ୍ରକାଶ କରିଥିବା ସଂସ୍ଥାର ଦାବି ହେଲା ଭାରତ ପେଟ୍ରୋଲ ୧୫ଟି ଦେଶର ପ୍ରତି ଲିଟର ପିଛା ଦର ନିର୍ଦ୍ଧାରିତ କରୁଥିବା ସହ ୨୯ଟି ଦେଶରେ ଡିଜେଲ ୩୭ ଟଙ୍କା ଲେଖାଏଁ ଦର ନିର୍ଦ୍ଧାରିତ କରାଯାଇଛି । ଏହାସହ ସରକାର ଘରୋଇ ଉତ୍ପାଦନ କ୍ଷେତ୍ରରେ ଅଧିକ ଟିକସ ଲଗାଉଛନ୍ତି । ତେବେ ଭାରତ ୧୫ଟଙ୍କା ଲିଟରରେ ପେଟ୍ରୋଲ ଅନେକ ବିଦେଶ କମ୍ପାନୀଙ୍କୁ ବିକ୍ରି କରିବା ସହ ଡିଜେଲ ୩୭ଟଙ୍କା ଲେଖାଏଁ ଦରରେ ବିକ୍ରି କରୁଛି । ତେବେ ଏହି ଖବର ମିଳିଲା ପରେ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଖବର ଆରଟିଆଇ ଜରିଆରେ ମିଳିପାରିଛି ବୋଲି ଜଣାପଡିଛି । ଏହି ଆରଟିଆଇର ସୂଚନା ପଜାଂବର ଲୁଧିଆନାରେ ରହୁଥିବା ରୋହିତ ସମରବାଲାଙ୍କ ଜରିଆରେ ମିଳିପାରିଛି । ଆମେ ମାନେ ଯଦି ଭାରତ ଲୋକମାନଙ୍କ ଉପରେ ନଜର ପକାଇବା ତେବେ ଜାଣିପାରିବା ଯେ, ଏଠାରେ ତୈଳ ଉପରେ କୈାଣସି ଖବର ଆସିଲେ ଲୋକମାନେ ତାହକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ନେଇ ଥାଆନ୍ତି । ପ୍ରତ୍ୟେକ ସମୟରେ ଭାରତରେ ତୈଳ ଦର ବୃଦ୍ଧି ଯୋଗୁଁ ଲୋକମାନେ ଅନେକ ପ୍ରକାର ହଇରାଣ ହରକତ ହେଉଛନ୍ତି । ଦର ବୃଦ୍ଧି ହେଉଥିବାରୁ ଅନେକ ସମୟରେ ଆନ୍ଦୋଳନ ମଧ୍ୟ ହେବାର ନଜର ରହିଛି । ଏପରିକି ସାଧାରଣ ଲୋକମାନେ କହୁଛନ୍ତି ଯେ, ବାହାର ଦେଶକୁ ଯଦି ଆମ ଦେଶର ତୈଳ ଦାମ ସହ ତୁଳନା କରିବା ତେବେ ଆମେ ଜାଣିପାରିବା ଯେ, କିପରି ଭାବରେ ଅନ୍ୟ ଦେଶ ଅପେକ୍ଷା ଭାରତରେ ଦାମ ଅଧିକ ରହିଛି । ସୋସିଆସ ମିଡିଆରେ ଏହି ଥଖବର ଆସିବା ପରେ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜବାଲା ମଧ୍ୟ ଏହି ଘଟଣାରେ ଟୁଇଟ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା ହେବାପରେ ଏକ ଜାତୀୟ ଗଣମାଧ୍ୟମ ସେହି ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲା ଯିଏ କି ଏହାର ଖୁଲାସ କରିବା ପାଇଂ ଆରଟିଆଇର ସାହାଯ୍ୟ ନେଇଥିଲେ । ତେବେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ମୁଁ ପେଟ୍ରୋଲିୟମ ବିଭାଗକୁ ଆରଟିଆଇ ଜରିଆରେ ସୂଚନା ମାଗିଥିଲି ଓ ପରେ ସମସ୍ତ ସୂଚନା ପାଇଥିଲି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ରୋହିତ କହିଛନ୍ତି ଯେ, ଏହାର ସମସ୍ତ ସୂଚନା ମୋର ହସ୍ତକ୍ଷେପ ହେବାପରେ ମୁଁ ଚମିକି ପଡିଥିଲି । ମାଙ୍ଗୋଲୋର ରିଫାଇନାରୀ ଓ ପେଟ୍ରୋକେମିକାଲ ଲିମିଟେଡ ଦ୍ୱାରା ଆରଟିଆଇ ଦେଇଥିବା ସୂଚନା ଅନୁସାରେ ୨୦୧୮ ଜାନୁଆରୀ ୧ରୁ ୨୦୧୮ ଏପ୍ରିଲ ୩୦ ମଧ୍ୟରେ ୫ ଦେଶର ପେଟ୍ରୋଲ ଓ ୨୯ଦେଶର ପେଟ୍ରୋଲିୟମ (ପେଟ୍ରୋଲ ଓ ଡିଜେଲ)ର ଦର ନିର୍ଣ୍ଣୟ କରାଯାଇଥିଲା । ଏହି ଦେଶମାନଙ୍କ ମଧ୍ୟରେ ଇରାକ, ଆମେରିକା, ହଙ୍କକଙ୍ଗ, ମାଲେସିଆ, ମରୀସସ୍, ସିଙ୍ଗାପୁର ଓ ସଞ୍ଜୁକ୍ତ ଆରବ ଆମେରିକା ଦେଶ ସାମିଲ ଅଛନ୍ତି । ତେବେ ପେଟ୍ରୋଲ ୩୨ରୁ ୨୪ ଟଙ୍କା ଓ ଡିଜେଲ ୩୪ ରୁ ୩୬ଟଙ୍କା ପ୍ରତି ଲିଟର ପ୍ରତି ଦର ଧାର୍ଯ୍ୟ କରାଯାଇଛି । ତେବେ ଏହାକୁ ତୁଳନା କଲେ ପେଟ୍ରୋଲ ଓ ଡିଜେଲ ଯଥା କ୍ରମେ ୬୯.୯୭ ପଇସାଠାରୁ ୭୫.୫୫ ପଇସା ଓ ୫୯.୭୦ରୁ ୬୭.୩୮ ପଇସାରେ ଏହା ଭାରତରେ ବିକ୍ରି କରାଯାଉଛି । ଏହି ଦରକୁ ଭାରତ ସହ ତୁଳନା କଲେ ବିଦେଶରେ ବିକ୍ରି ହେଉଥିବା ତୈଳଦରଠାରୁ ଏଠାକାର ଦର ଦୁଇ ଗୁଣ ରହିଛି । ଏହି ଖବର ଜଣାପଡିବା ପରେ ଅନେକ ଲୋକମାନେ ଭାବିଲେ ଯେ, ଯଦି ଭାରତ ବାହାର ଦେଶରୁ ତୈଳ ଆମଦାନୀ କରୁଛି ତେବେ ଅନ୍ୟ ଦେଶର ତୈଳ ନିର୍ଦ୍ଧାରଣ ଭାରତ କିପରି କରୁଛି ? ତେବେ ଭାରତ ବିଦେଶରୁ ତୈଳ ଆମାଦାନୀ କରି ନିଜେ ରିଫାଇନାରୀ କକରି ଏପରି ଭାବରେ ଅନ୍ୟ ଦେଶର ତୈଳ ଦର ନିର୍ଦ୍ଧାରିତ କରୁଛି । ତେବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ଆସିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଏହି ବିଷୟରେ ଜଣାପଡିବା ପରେ କେନ୍ଦ୍ର ସରକାର କିମ୍ବା ପେଟ୍ରୋଲିୟମ ମନ୍ତ୍ରଣାଳୟ କୈାଣସି ପ୍ରତିକ୍ରିୟା ଦେଇ ନଥିବା ଜଣାପଡିଛି ।
OSCAR-2019
କନକ ବ୍ୟୁରୋ : ରାଜଧାନୀରେ ପ୍ରଥମ ଥର ନିମନ୍ତେ ହେବାକୁ ଥିବା ବାଲିଯାତ୍ରା ପ୍ରସ୍ତୁତିକୁ ଝଟ୍‌କା ଲାଗିଛି । ବରିମୁଣ୍ଡ ଜରିପାଟଣା କୁଆଖାଇ ନଦୀପଠାରେ ଭୁବନେଶ୍ୱର ବାଲିଯାତ୍ରା ସମିତି ପକ୍ଷରୁ ଦୀର୍ଘ ତିନି ମାସ ହେବ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଏହି ବାଲିଯାତ୍ରାକୁ ବିଭିନ୍ନ କାରଣରୁ ଅନୁମତି ପ୍ରଦାନ କରାଯାଇପାରିବ ନାହିଁ କମିସନରେଟ ପୁଲିସ ଆଜି ସ୍ପଷ୍ଟ କରି ଦେଇଛି । ଫଳରେ ନଭେମ୍ବର ୪ରୁ ୯ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବାଲିଯାତ୍ରା ଆଶା ମଉଳି ଯାଇଛି । ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ଯେ ଜଳସେଚନ ଓ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଏହି ସ୍ଥାନ ବାଲିଯାତ୍ରା ଭଳି ବୃହତ୍‌ କାର୍ଯ୍ୟକ୍ରମ ନିମନ୍ତେ ଅନୁକୂଳ ନୁହେଁ । ପ୍ରଥମତଃ ଏନେଇ ଉକ୍ତ ଦୁଇ ବିଭାଗ ପକ୍ଷରୁ ଅନୁମତି ଆଣିବା ଆବଶ୍ୟକ । ଏହାସହିତ ସୁରକ୍ଷା, ଆଲୋକୀକରଣ, ଟ୍ରାଫିକ୍‌ ନିୟନ୍ତ୍ରଣ, ଗମନାଗମନ ସୁବିଧା ଓ ବିଶାଳ ଜନସମାଗମକୁ ଦୃଷ୍ଟିରୁ ଏହି ସ୍ଥାନ ପ୍ରକୃଷ୍ଟ ନଥିବା ଦର୍ଶାଯାଇଛି । ଏହି କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ଅନୁମତି ଆଦି ପାଇବା ନେଇ ମଧ୍ୟ ସମୟର ସ୍ୱଳ୍ପତା ରହିଛି । ତେଣୁ ଏହା ଆୟୋଜନ ସମ୍ଭବ ନୁହେଁ ବୋଲି ଅନୁମତି ପାଇଁ ଆବେଦନ କରିଥିବା ଆୟୋଜକଙ୍କୁ ଚିଠି ଯୋଗେ ଜଣାଇ ଦିଆଯାଇଛି । ଏହାସହିତ ନଦୀପଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାରୁ ଏନ୍‌ଜିଟି ସମସ୍ୟା ମଧ୍ୟ ଉଠିପାରେ । ତେଣୁ ଏନେଇ ଆବଶ୍ୟକ ଅନୁମତି ପ୍ରଦାନ କରିବା ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ ଠିକ୍‌ ନଥିବା ଶ୍ରୀ ଭୋଇ ପ୍ରକାଶ କରିଛନ୍ତି । ଏନେଇ ଗୁରୁବାର ଦିନ ସ୍ଥାନୀୟ ବିଧାୟକ, ଖୋର୍ଦ୍ଧା ଜିଲାପାଳ ଓ ସଂପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା କରାଯିବା ନେଇ ସେ ସୂଚନା ଦେଇଛନ୍ତି । କଟକ ଭଳି ଭୁବନେଶ୍ୱରରେ ମଧ୍ୟ ପ୍ରଥମ ବାଲିଯାତ୍ରା ହେବା ନେଇ ଗତ ୩ମାସ ହେବ ପ୍ରସ୍ତୁତି ଚାଲିଥିଲା । ପ୍ରଥମେ ଏକ କମିଟି ଜରିଆରେ ପ୍ରସ୍ତୁତି ଚାଲିିଥିବାବେଳେ ପରେ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏହି ସମିତିରେ ସଭାପତି ମନୋନୀତ ହୋଇଥିଲେ । କିଛି ଉତ୍ସାହୀ ଶିକ୍ଷିତ ଯୁବଗୋଷ୍ଠୀ ରାଜଧାନୀର ସବୁ ବର୍ଗର ଲୋକଙ୍କ ସହାୟତାରେ ଏହି ଅଭିନବ ପ୍ରୟାସ ଆରମ୍ଭ କରିଥିଲେ । ଏ ନେଇ ସାଧାରଣରେ ଉତ୍ସାହ ମଧ୍ୟ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ବିଭାଗରୁ ଆବଶ୍ୟକ ଅନୁମତି ପାଇଁ ପ୍ରାୟ ଦେଢ଼ମାସ ହେବ ଆବେଦନ କରାଯାଇଥିଲା । ଏନେଇ ବିଭିନ୍ନ ପର୍ଯ୍ୟାୟରେ ୫୩ଟି ଗ୍ରାମର ମୁଖିଆ, ରାଜଧାନୀର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ଜନପ୍ରତିନିଧି ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କର ବୈଠକ ମଧ୍ୟ କରାଯାଇଥିଲା । ବିଧାୟକ ଏହି କାର୍ଯ୍ୟକ୍ରମ ନିମନ୍ତେ ପ୍ରଥମେ ପ୍ରଥମେ ଅମଙ୍ଗ ହେଉଥିଲେ ମଧ୍ୟ ପରେ ଆୟୋଜକଙ୍କୁ ନିଜର ସମ୍ମତି ପ୍ରଦାନ କରିଥିଲେ । ମାତ୍ର ଆଜି ଉତ୍ତର ବିଧାୟକଙ୍କୁ ଏନେଇ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ କରଛଡ଼ା ଦେଇଥିଲେ । ଏଣେ ପ୍ରସ୍ତାବିତ ଭୁବନେଶ୍ୱର ବାଲିଯାତ୍ରାକୁ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ବିରୋଧ କରିଥିଲେ । ଏହା ଆୟୋଜନ ହେଲେ ଏକ ନୂତନ ପରମ୍ପରା ସୃଷ୍ଟି ହେବାର ସୁଯୋଗ ଥିଲା । ମାତ୍ର କତିପୟ ବ୍ୟକ୍ତି ଏହାକୁ ରାଜନୀତିର ରଙ୍ଗଦେଇ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ଆୟୋଜକମାନେ କହିଛନ୍ତି । କାରଣ ଯାହା ହେଉନା କାହିଁକି ଅନୁମତି ନ ମିଳିବାରୁ ରାଜଧାନୀ ଉପକଣ୍ଠବାସୀଙ୍କର ବାଲିଯାତ୍ରା ସ୍ୱପ୍ନ ସାକାର ହୋଇନାହିଁ ।
OSCAR-2019
କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଢେଙ୍କାନାଳ ଆର୍‌ଟିଓ ବସନ୍ତ କୁମାର ବେହେରା ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଶ୍ରୀ ବେହେରାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଆର୍‌ଟିଓ ଶ୍ରୀ ବେହେରାଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ଚଢାଉ କରିବା ସହିତ ତାଙ୍କୁ ଗିରଫ କରିଥିଲା। ଭୁବନେଶ୍ୱର : ଓଡ଼ିଶାର ୯୦ ପ୍ରତିଶତରୁ ଅଧିକ ଚାଷୀ ପରିବାର ଋଣଗ୍ରସ୍ତ। ସେମାନେ ବିଭିନ୍ନ ବ୍ୟାଙ୍କ, ସମବାୟ ସଂସ୍ଥା ଓ ସରକାରଙ୍କଠାରୁ ଚାଷ ପାଇଁ ଋଣ ନେଇଛନ୍ତିି। କିନ୍ତୁ ଚାଷରୁ ଯେତିକି ଆୟ କରୁଛନ୍ତିି ସେଥିରୁ ପରିବାର ପ୍ରତିପୋଷଣ କରିବା ପରେ ଋଣ ପରିଶୋଧ କରିବାକୁ ନିଅଣ୍ଟ ହେଉଛି। ସେଥିପାଇଁ ଅନେକ ସମୟରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ଘଟୁଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଋଣବୋଝ ୯୨ ହଜାର କୋଟିରୁ ଅଧିକ ହେଲାଣି। ସରକାର ଯୋଜନା ପରେ ଯୋଜନା ଘୋଷଣା କରିବାରେ ଲାଗିଥିବା ବେଳେ ଜନସାଧାରଣଙ୍କ ପ୍ରକୃତ ସମସ୍ୟାର ସମାଧାନ ପାଇଁ ତିଳେମାତ୍ର ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତିି। ଏକ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତିି, ଜାତୀୟ କୃଷି ଓ ଗ୍ରାମ୍ୟ ବିକାଶ ବ୍ୟାଙ୍କ(ନାବାର୍ଡ)ର ରିପୋର୍ଟ ଅନୁଯାୟୀ ରାଜ୍ୟର ୫୪ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ। କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ। ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ ପରିବାର ଋଣ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ସମବାୟ କିମ୍ବା ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇଛନ୍ତି। ଏହା ବାଦ୍‌ ଆଉ କିଛି ଚାଷୀ ସେମାନଙ୍କର ସଂପର୍କୀୟ, ବନ୍ଧୁବାନ୍ଧବ ଓ ସରକାରଙ୍କଠାରୁ ଋଣ ନେଇଛନ୍ତିି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଋଣ ଅର୍ଥ ପରିଶୋଧ କରିପାରୁନାହାନ୍ତି। ସାହୁକାରଙ୍କଠାରୁ ହାତଉଧାରି କରିଥିବା ଚାଷୀମାନେ ନାନା ନିର୍ଯାତନାର ଶିକାର ହେଉଛନ୍ତି। ଚାଷ ପାଇଁ ଉଚିତ ସମୟରେ ବିହନ, ସାର, କୀଟନାଶକ ମିଳୁନଥିବା ବେଳେ ଫସଲର ଉଚିତ ମୂଲ୍ୟ ବି ମିଳୁନାହିଁ। ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣ ପାଇଁ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ସେହି ଦ୍ରବ୍ୟ ସାଇତି ରଖିବାକୁ ଶୀତଳ ଭଣ୍ଡାର ବି ନାହିଁ। ପିସିସି ସଭାପତି କହିଛନ୍ତି ଯେ ଏଭଳି ବିଭିନ୍ନ କାରଣରୁ ଗ୍ରାମାଞ୍ଚଳରେ ଅନେକ ଚାଷଜମି ପଡ଼ିଆ ପଡ଼ିଛି। ସେଥିପ୍ରତି ସରକାରଙ୍କ ନଜର ନାହିଁ। କେବଳ ଯୋଜନାମାନ ଘୋଷଣା କରି ଗଣମାଧ୍ୟମରେ ବିବୃତି ଦେଇ ସରକାର ଆତ୍ମସନ୍ତୋଷ ଲାଭ କରୁଛନ୍ତି। ରାଜ୍ୟର ଋଣବୋଝ ପ୍ରାୟ ୯୨ ହଜାର କୋଟିରେ ପହଞ୍ଚିଲାଣି। ଏହା ରାଜ୍ୟର ମୋଟି ଘରୋଇ ଉତ୍ପାଦନ(ଜିଏସ୍‌ଡିପି)ର ପାଖାପାଖି ୨୦.୭୩ ପ୍ରତିଶତ। ଏ ନେଇ ଏକ ତୁଳନାତ୍ମକ ଚିତ୍ର ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ୨୦୦୯-୧୦ରେ ରାଜ୍ୟର ଋଣଭାର ୩୭୭୩୦ କୋଟି ଥିବା ବେଳେ ୨୦୧୪-୧୫ରେ ତାହା ୪୩୨୭୩ କୋଟିକୁ ବୃଦ୍ଧି ପାଇଥିଲା। ଏବେ ତାହା ୯୨ ହଜାର କୋଟିରେ ପହଞ୍ଚିଛି। ତଥାପି ଓଡ଼ିଶା ସରକାର ଋଣ କରି ଘିଅ ପିଇବା ନୀତିରେ ବିଶ୍ୱାସ କରୁଛନ୍ତି। ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ପରିମାଣ ବୃଦ୍ଧି ପାଉଥିବା ବେଳେ ବିଜେଡି କିନ୍ତୁ ଭୋଟ ପାଇବାକୁ ରାଜ୍ୟର ସ୍ୱାର୍ଥ ବଳି ପକାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର : ରାଜ୍ୟକୁ ମିଳିଥିବା ୬ଟି ମଡେଲ ଡିଗ୍ରି କଲେଜ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ ସହିତ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ କହିଛନ୍ତି । ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି । କେନ୍ଦ୍ର ସରକାର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଯୋଜନାରେ ଓଡିଶାକୁ ୬ଟି ମଡେଲ ଡିଗ୍ରି କଲେଜ ମଞ୍ଜୁର କରିଛନ୍ତି। ଏଗୁଡିକ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ଗଜପତି ଜିଲ୍ଲାର କାଶୀନଗର, କନ୍ଧମାଳ ଜିଲ୍ଲାର ବାଲିଗୁଡା, କଳାହାଣ୍ଡି ଜିଲ୍ଲାର ଜୁନାଗଡ ଓ କୋରାପୁଟ ଜିଲ୍ଲାର ସିମିଳିଗୁଡା ଠାରେ ପ୍ରତିଷ୍ଠା ହେବ । ମଡେଲ ଡିଗ୍ରି କଲେଜ ଗୁଡିକ ସଂକ୍ରାନ୍ତରେ ସୂଚନା ଦେଇ ଶାସନ ସଚିବ ଶ୍ରୀ ସେଠୀ କହିଛନ୍ତି ଯେ ଏହି କଲେଜ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ ସହିତ ଅଗ୍ରାଧିକାର ଭିତ୍ତିିିରେ ଜମି ଯୋଗାଇ ଦିଆଯିବା ଆବଶ୍ୟକ । ସହରାଞ୍ଚଳରେ ମଡେଲ ଡିଗ୍ରି କଲେଜପାଇଁ ୫ଏକର ଓ ଗ୍ରାମାଞ୍ଚଳରେ ୧୦ଏକର ଜମି ଆବଶ୍ୟକ । କଲେଜ ପ୍ରତିଷ୍ଠା ହେବାକୁ ଥିବା ସ୍ଥାନଠାରୁ ୧୦ କିଲୋମିଟର ମଧ୍ୟରେ ଅନୁରୂପ କୌଣସି କଲେଜ ନଥିବା ଆବଶ୍ୟକ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ମଡେଲ ଡିଗ୍ରି କଲେଜ ଗୁଡିକ ଗ୍ରାମାଞ୍ଚଳରେ ପ୍ରତିଷ୍ଠା ଉପରେ ଅଗ୍ରାଧିକାର ଦିଆଯାଉଛି । ତେଣୁ ଜିଲ୍ଲାପାଳମାନେ ସେଭଳି ସ୍ଥାନ ଚିହ୍ନଟ କରିବା ଆବଶ୍ୟକ ଯେଉଁଠାରେ ପୂର୍ବରୁ କୌଣସି ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ନଥିବ । ସ୍ଥାନ ଚିହ୍ନଟ ସମୟରେ ସେଠାକୁ ଯେଭଳି ଉପଯୁକ୍ତ ଯୋଗାଯୋଗ ବ୍ୟବସ୍ଥା ଥିବ ସେଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନଦେବାକୁ କୁହାଯାଇଛି । ପ୍ରତ୍ୟେକ ମଡେଲ ଡିଗ୍ରିି କଲେଜର ନିର୍ମାଣ ପାଇଁ ୧୨ କୋଟି ଟଙ୍କା ବ୍ୟୟ ହେବ । ଏଥିରେ ପ୍ରଶାସନିକ ଭବନ ସହିତ ଶିକ୍ଷକ ଗୃହ, ଶ୍ରେଣୀ କକ୍ଷ, ପରୀକ୍ଷାଗାର, କମ୍ପ୍ୟୁଟର ଗୃହ, ଛାତ୍ରାବାସ ଆଦି ରହିବ । ଏହି କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ସର୍ବାଧିକ ୭କୋଟି ୮୦ ଲକ୍ଷ ଟଙ୍କାର ଦେବେ। ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ତାଙ୍କର ଅଂଶଧନ ବାବଦକୁ ବହନ କରିବେ । ରାଜ୍ୟ ସରକାର ମଧ୍ୟ ଏଥିପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ରୁସା-୧ ଯୋଜନାରେ ଓଡିଶାକୁ ମିଳିଥିବା ମଡେଲ ଡିଗ୍ରି କଲେଜ ପାଇଁ ରାଜ୍ୟ ସରକାର ତାଙ୍କର ଅଂଶଧନ ବାବଦ ଅର୍ଥ ବହନ କରିଛନ୍ତି। ଏହି କଲେଜ ଗୁଡିକରେ ରାଜ୍ୟ ସରକାର ଛାତ୍ରୀନିବାସ ଓ ଛାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ ସହିତ ଭିନ୍ନକ୍ଷମମାନଙ୍କ ପାଇଁ ସୁବିଧା ସୁଯୋଗ ଲାଗି ବ୍ୟବସ୍ଥା କରିବାକୁ କହିଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ ସଚିବ ଶ୍ରୀ ସେଠୀ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ କହିଥିବା ଜଣାଯାଇଛି । ଏହି ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହିତ ଶିକ୍ଷକ ଛାତ୍ରଙ୍କ ଅନୁପାତ ୧:୧୫ ରଖିବାକୁ କୁହାଯାଇଛିା କଲେଜ କ୍ୟାମ୍ପସ୍‌ ୱାଇଫାଇ ହେବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଲାଗି ଇଣ୍ଟରନେଟ୍‌ ସୁବିଧା ରହିବ।
OSCAR-2019
କନକ ବ୍ୟୁରୋ : ବିହାରର ପ୍ରତିଷ୍ଠିତ ଯାଦବ ପରିବାରକୁ ମାଡିଆସିଛି ସଙ୍କଟ । ପ୍ରଥମେ ଲାଲୁଙ୍କ ଦୁଇପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ଭିତରେ ମତଭେଦକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏବେ ବଡପୁଅ ତେଜପ୍ରତାପଙ୍କ ଛାଡପତ୍ର ମାମଲା ବାପା ଲାଲୁଙ୍କ ଚିନ୍ତା ବଢାଇ ଦେଇଛି । ଏପରିକି ଏହା ତାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବାବି କୁହାଯାଉଛି । ପତ୍ନୀ ଐଶ୍ଚର୍ଯ୍ୟାଙ୍କୁ ଛାଡପତ୍ର ଦେବା ଜିଦ୍ରେ ଅଟଳ ରହିଛନ୍ତି ଲାଲୁଙ୍କ ପୁଅ ତେଜପ୍ରତାପ । ଘର ଛାଡି ଚାଲି ଯାଇଥିବା ତେଜପ୍ରତାପ କହିଛନ୍ତି, ଯେତେବେଳ ଯାଏଁ ପରିବାର ଲୋକ ମୋ ସହ ସହମତ ନୁହନ୍ତି, ସେପର୍ଯ୍ୟନ୍ତ ମୁଁ ଘରକୁ ଫେରିବି ନାହିଁ । ବାହାଘର ସମୟରେ ବି ମୋ କଥା କେହି ଶୁଣି ନଥିଲେ, ଏବେ ବି କେହି ଶୁଣୁ ନାହାନ୍ତି । ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ଭିତରେ ସୃଷ୍ଟି ହୋଇଥିବା ଫାଟ ବଢି ବଢି ଚାଲିଛି । ଚାରା ଦୁର୍ନୀତି ଓ ଅନ୍ୟ ଅଭିଯୋଗରେ ଜେଲରେ ଥିବା ଲାଲୁ ଯାଦବ ଏବେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାପାଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଂଚିଥିଲେ ତେଜ ପ୍ରତାପ । ଅସୁସ୍ଥ ଲାଲୁ ବଡ ପୁଅର ବୈବାହିକ ସମସ୍ୟା ନେଇ ଚିନ୍ତିତ ଥିବା କୁହାଯାଉଛି । ଏପରିକି ସେ ରାତିରେ ଶୋଇ ପାରୁ ନଥିବା କହିଛନ୍ତି ଡାକ୍ତର । ଅନ୍ୟପଟେ ଐଶ୍ୱର୍ଯ୍ୟାଙ୍କୁ ଛାଡି ପତ୍ର ଦେବା ନେଇ ଅଟଳ ଅଛନ୍ତି ତେଜ ପ୍ରତାପ । ସେ କହିଛନ୍ତି , ମିଠା ମିଠା କଥାରେ ମୁଁ ଭୁଲିଯିବା ମଣିଷ ନୁହେଁ । ମୁଁ ଜାଣିଛି ମୁଁ କଣ କରୁଛି । ମୁଁ ବୁଝି ବିଚାରି ନିଷ୍ପତି ନେଇଛି । ଘର ଛାଡି ଏବେ ତେଜ ପ୍ରତାପ ଯାଦବ ବାରଣାସୀ, ବିନ୍ଧ୍ୟାଂଚଳ, ହରିଦ୍ୱାର ଆଦି ସହରରେ ରହୁଥିବା ସୂଚନା ମିଳିଛି । ସେପଟେ ଲାଲୁ ପରିବାରର ସବୁଠୁ ବଡ ପର୍ବ ଛଟ୍ ପୂଜା କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ମାଆ ରାବଡି ଦେବୀ । ବିବାହର ମାତ୍ର ୬ ମାସରେ ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ସଂପର୍କରେ ସୃଷ୍ଟି ହୋଇଛି ଫାଟ ସୃଷ୍ଟି । ଏନେଇ ଗତ ନଭେମ୍ବର ୧ ତାରିଖରେ ତେଜ ପ୍ରତାପ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି । ଦିନେ ଲାଲୁ ପରିବାର ରାଜନୀତି ପାଇଁ ଯେତେ ଚର୍ଚ୍ଚାରେ ରହୁଥିଲା, ଏବେ ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବିବାଦ ନେଇ ଅଧିକ ଚର୍ଚାରେ ରହିଛି ।
OSCAR-2019
ବନେଶ୍ୱର ପଳାସୁଣୀ ବସଷ୍ଟାଣ୍ଡ ନିକଟରୁ ଲୁଟ୍‌ପାଟ ଉଦ୍ୟମ ଘଟଣାରେ ଗତକାଲି ମଞ୍ଚେଶ୍ୱର ଥାନା ପୁଲିସ ଅଟକ ରଖିଥିବା ୨ ଲୁଟେରାଙ୍କୁ ଆଜି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, କଟକ ଜିଲ୍ଲା ନିଆଳି ଅଞ୍ଚଳର ଶଶିକାନ୍ତ ବେଉରା(୨୯) ଓ ବିବ୍ୟଜ୍ୟୋତି ସ୍ୱାଇଁ(୨୮)। ପୁଲିସ ସୂଚନା ମୁତାବକ, ସୋମବାର ରାତି ପ୍ରାୟ ସାଢ଼େ ୧୦ଟାରେ କୁନୁସ୍ୱର୍ଣ୍ଣ କର ନାମକ ଜଣେ ଯୁବକ ପଳାସୁଣୀସ୍ଥିତ ବସଷ୍ଟାଣ୍ଡରେ ଠିଆ ହୋଇଥିବା ସମୟରେ ହଠାତ୍‌ ଲୁଟେରାଦ୍ୱୟ ତାଙ୍କ ମୋବାଇଲ ଛଡ଼ାଇ ଧାଇଁଥିଲେ। ତେବେ କୁନୁ ପାଟି କରିବାରୁ ସେଠାରେ ଥିବା ଲୋକମାନେ ଉଭୟଙ୍କୁ କାବୁ କରିଥିଲେ। ଉଭୟ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୋକଙ୍କ କବଳରୁ ଖସି ପାରି ନଥିଲେ। ଲୋକମାନେ ତାକୁ ନିସ୍ତୁକ ମାଡ଼ ମାରିବା ସହ ପୁଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲା।
OSCAR-2019
କନକ ବ୍ୟୁରୋ : ଧର୍ମେନ୍ଦ୍ର ହେଉଛନ୍ତି ମୋଦିଙ୍କ ହନୁମାନ । ଏକଥା ଆମେ କହୁନୁ ଖୋଦ୍ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବାଲେଶ୍ୱରରେ ଏମ୍ସର ଏକ ଓପିଡି ସେଂଟରର ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପରିକି ତାଙ୍କ ଲାଙ୍ଗୁଡରେ ନିଆଁ ଲଗାଇଲେ କ୍ଷତି ବହୁତ ହେବ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ଧର୍ମେନ୍ଦ୍ର । ଓଡିଶା ବିଜେପିର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ଏଭଳି ବୟାନ କିଛି ନୂଆ କଥା ନୁହେଁ । ପୂର୍ବରୁ ନିଜକୁ ଗୁଣ୍ଡୁଚିମୂଷା, ହଳିଆ ଓ ପୋଷ୍ଟ ମାଷ୍ଟରଙ୍କ ସହ ତୁଳନା କରି ଅନେକ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ହେଲେ ଏଥର କେନ୍ଦ୍ରମନ୍ତ୍ରୀ ମୋଦି ପ୍ରୀତି ଜାହିର କରିବା ପାଇଁ ଆଉପାଦେ ଆଗକୁ ଯାଇ ହନୁମାନଙ୍କ ଲଙ୍କାପୋଡି ଉପାଖ୍ୟାନର ଉଦାହରଣ ଦେଇଛନ୍ତି । ଅର୍ଥାତ ପ୍ରଧାନମନ୍ତ୍ରୀ ମୋଦି ରାମ ଓ ସେ ରାମ ଭକ୍ତ ହନୁମାନ, ଏବଂ ତାଙ୍କ ଲାଙ୍ଗୁଡରେ ନିଆଁ ଲଗାଇଲେ ବିଶେଷ କ୍ଷତି ହେବ ବୋଲି ଚେତାଇ ଦେଇଛନ୍ତି । ତେବେ ହଠାତ କାହିଁକି କେନ୍ଦ୍ରମନ୍ତ୍ରୀଙ୍କୁ ଲଙ୍କାପୋଡିର ଉପାଖ୍ୟାନ ବଖାଣିବାକୁ ପଡିଲା । କାହିଁକି ସଭା ମଝିରେ ଏଭଳି କହିଲେ କେନ୍ଦ୍ରମନ୍ତ୍ରୀ । କାରଣ ଏହି ପୁରା ବୟାନ ପଛରେ ରହିଛି ଏକ ରାଜନୈତିକ ପ୍ରସଙ୍ଗ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନାଡ୍ଡାଙ୍କ ସହ ବାଲେଶ୍ୱରରେ ଏମ୍ସର ଏକ ଓପିଡି ସେଂଟରର ଭିତିପ୍ରସ୍ତର ସ୍ଥାପନ ପାଇଁ ପହଞ୍ଚିଥିଲେ । ମଞ୍ଚରେ ବିଜେଡି ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ । ଆଉ ଯେତେବେଳେ ସଭାକାର୍ଯ୍ୟ ଚାଲୁଥିଲା ସେତେବେଳେ ସ୍ଥାନୀୟ ସାଂସଦ ରବିନ୍ଦ୍ର ଜେନା ଅଭିଯୋଗ କରିଥିଲେ ଯେ, ୟୁପିଏ-୨ ସମୟରେ ବାଲେଶ୍ୱରରେ ଏକ ସୁପରସ୍ପେଶାଲିଟି ହସ୍ପିଟାଲ ସ୍ଥାପନ ପାଇଁ ଘୋଷଣା ହୋଇଥିଲା । ଏଥିପାଇଁ ୪ଶହ ୫୦ କୋଟିର ବ୍ୟୟ ବରାଦ ବି ହୋଇଥିଲା । ହେଲେ ଏନଡିଏ ସରକାରଙ୍କ ୪ବର୍ଷ ଶାସନ ପରେ ବି ତାହା କାର୍ଯ୍ୟକାରୀ ହୋଇପାରିନି । ଆଉ ଏଭଳି କହି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାଂସଦ ରବୀନ୍ଦ୍ର ଜେନା । ରବୀନ୍ଦ୍ର ଜେନାଙ୍କ ଏଭଳି ଅଭିଯୋଗକୁ ସହ୍ୟ କରିପାରିଲେନି ଧର୍ମେନ୍ଦ୍ର । ଏହାକୁ ନେଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ଅସହଯୋଗକୁ ଦାୟୀ କରି ପାଲଟା ଆକ୍ରମଣ କରିଥିଲେ । ଯେଉଁଠୁ ଆରମ୍ଭ ହୋଇଥିଲା ପୁରା ବିବାଦ । ଆୟୁଷମାନ ଯୋଜନାରେ କାହିଁକି ଓଡିଶା ଅଂଶଗ୍ରହଣ କଲାନାହିଁ ତାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ଧର୍ମେନ୍ଦ୍ର । ଏହାରି ଭିତରେ ବିବାଦ ଏତିକି ବଢିଗଲା ଯେ, ସଭା ମଂଚରେ ସାଂସଦଙ୍କୁ ଚେତାବନୀ ଦେଇ ଧର୍ମେନ୍ଦ୍ର ହନୁମାନଙ୍କ ଲଙ୍କାପୋଡି ଉପଖ୍ୟାନକୁ ବଖାଣିଲେ । ହନୁମାନଙ୍କ ଲାଙ୍ଗୁଡରେ ନିଆଁ ଲଗାଇବା ଫଳରେ ଯେମିତି ଭୟଙ୍କର ପରିସ୍ଥିତି ହୋଇଥିଲା, ଠିକ ସେମିତି ପରିସ୍ଥିତି ପାଇଁ ଚେତାଇ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । କହିଥିଲେ ତାଙ୍କ ଲାଙ୍ଗୁଡରେ ନିଆଁ ଲଗାଇଲେ ସ୍ଥିତି ଅସମ୍ଭାଳ ହେବ । ରାଜନୀତିରେ କେନ୍ଦ୍ରମନ୍ତ୍ରୀଙ୍କ ହନୁମାନ ଚରିତ୍ର ପଛରେ ଅସଲ ଉଦ୍ଦେଶ୍ୟ କ’ଣ? ନିଜ ଲାଙ୍ଗୁଡରେ ନିଆଁ ଲଗାଇବାର ତୁଳନାତ୍ମକ ଚିତ୍ର ପଛରେ କଣ ସନ୍ଦେଶ ରହିଛି? କେନ୍ଦ୍ରମନ୍ତ୍ରୀ ଓ ବିଜେପି ସଦସ୍ୟ ଭାବେ ମୋଦି ଭକ୍ତିର ପରିଚୟ ନା ରାଜନୀତିରେ ଲଙ୍କାପୋଡିର ଚେତାବନୀ? ଧର୍ମେନ୍ଦ୍ରଙ୍କ ଲଙ୍କାପୋଡି ବୟାନକୁ ନେଇ ଏବେ ରାଜନୈତିକ ମହଲରେ ଜୋର ଧରିଛି ଚର୍ଚ୍ଚା । କନକ ବ୍ୟୁରୋ : ବିଶ୍ୱର ସବୁଠୁ ବଡ ଗଣତନ୍ତ୍ରର ଦେଶ ଭାରତ ପାଇଁ ଆଜି ଏକ ବଡ ଦିନ । ଆଜି ସାରା ଦେଶ ପାଳୁଛି ୭୨ ତମ ସ୍ୱାଧୀନତା ଦିବସ । ଆଉ ଆଜିର ବଡ ଦିନରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ଦିଲ୍ଲୀ ଓ ଭୁବନେଶ୍ୱରରୁ ହୋଇଛି ବଡ ଘୋଷଣା । ଲାଲ କିଲ୍ଲାରୁ ଆୟୁଷମାନ ଭାରତ ଯୋଜନାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲେ ଏହା କାର୍ଯ୍ୟକାରୀ ହେବାକୁ ଆହୁରି ମାସେ ସମୟ ଲାଗିବ । ଏପଟେ ଆଜିଠାରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଗରିବଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଆରମ୍ଭ ହୋଇଥିବା ଏହି ଦୁଇଟି ସ୍କିମର ଲଢେଇ ବେଶ ଗୁରୁତ୍ୱ ରଖୁଛି । କାରଣ ମୋଦିଙ୍କ ଆୟୁଷ୍ମାନ ଯୋଜନାକୁ ପ୍ରତ୍ୟାଖ୍ୟାନ କରି ନିଜସ୍ୱ ଯୋଜନା ଆରମ୍ଭ କରିଛନ୍ତି ନବୀନ । ଆଗକୁ ନିର୍ବାଚନୀ ବର୍ଷ ଥିବାରୁ ଭୋଟବ୍ୟାଙ୍କ ଉପରେ ଏହାର ପ୍ରଭାବ ନେଇ ମଧ୍ୟ ଚର୍ଚ୍ଚା ଜୋରଦାର ହେଉଛି । ଦିଲ୍ଲୀ ଲାଲ କିଲ୍ଲା ପ୍ରାଚୀରରୁ ୭୨ତମ ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ଉଡାଇ ଦେଶବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୨୫ରୁ କାର୍ଯ୍ୟକାରୀ ହେବ କେନ୍ଦ୍ର ସରକାରଙ୍କ ମହତ୍ୱାକାକ୍ଷୀ ଯୋଜନା- ଆୟୁଷ୍ମାନ ଭାରତ । ଯେଉଁଥିରେ ଲାଭବାନ ହେବେ ଦେଶର ୧୦ କୋଟି ଗରିବ ପରିବାର । ପାଖାପାଖି ୫୦ କୋଟି ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା । ଆଉ ଏହାସହ ପରିବାର ପିଛା ବର୍ଷକୁ ୫ଲକ୍ଷ ଟଙ୍କା ଦେବେ ସରକାର । ଏପରିକି ସରକାରୀ ହସ୍ପିଟାଲରେ ଦୁଃସାଧ୍ୟ ରୋଗର ଚିକିତ୍ସା ଖର୍ଚ୍ଚ ମଧ୍ୟ ସରକାର କରିବେ ବୋଲି ଘୋଷଣା କରିଛନ୍ତି ମୋଦି ସରକାର । ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ହିତାଧିକାରୀ ଚୟନରେ ପାରଦର୍ଶିତା ରକ୍ଷା କରିବାକୁ ଚାହୁଁଛନ୍ତି ମୋଦି ସରକାର । ସେଥିପାଇଁ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳର ପରୀକ୍ଷଣ ଓ ଉପଯୋଗ ପାଇଁ ଆହୁରି ୪ରୁ ୬ ସପ୍ତାହ ଲାଗିବ ବୋଲି ମୋଦି କହିଛନ୍ତି । ଦେଶର ଆର୍ଥିକ ଅନଗ୍ରସର ଲୋକଙ୍କୁ ଚିକିତ୍ସା ଭଳି ମୌଳିକ ସେବା ଯୋଗାଇଦେଇ ଆଗାମୀ ନିର୍ବାଚନ ପାଇଁ ଏକ ବଡ ଭୋଟବ୍ୟାଙ୍କକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ଏସବୁ ଭିତରେ କେନ୍ଦ୍ରରେ ମୋଦି ସରକାର ଆରମ୍ଭ କରିବାକୁ ଯାଉଥିବା ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟରେ ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ମାସ ପୂର୍ବରୁ ଏନେଇ ଘୋଷଣା କରିଥିବାବେଳେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନବେଳେ ଏଥିରେ ମୋହର ମାରିଛନ୍ତି ନବୀନ । ନିଜ ଅଭିଭାଷଣରେ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ଯେଉଁଥିରେ ଏହି ଯୋଜନାର ଲାଭ ପାଇବେ ୭୦ ଲକ୍ଷ ପରିବାର । ପାଖାପାଖି ସାଢେ ତିନି କୋଟି ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ ସୁରକ୍ଷା । ଗୋଟିଏ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ସ୍ୱାସ୍ଥ୍ୟ ବୀମା ମିଳିବ । ତେବେ ମୋଦି ସରକାରଙ୍କ ଆୟୁଷମାନ ଭାରତରେ ବଂଚିତ ହୋଇଥାନ୍ତେ ପ୍ରାୟ ୯ ଲକ୍ଷ ପରିବାର କାରଣ ଏହି ଯୋଜନାରେ ରାଜ୍ୟର ୬୧ ଲକ୍ଷ ପରିବାରକୁ ସାମିଲ କରିବାକୁ ଚାହୁଁଥିଲେ ମୋଦି ସରକାର ।ଭୋଟ ରାଜନୀତିରେ ସମାଜର ଏକ ବଡବର୍ଗକୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା ପଛରେ ରାଜନତିକ ଉଦ୍ଦେଶ୍ୟ ଥାଇପାରେ । ହେଲେ ସ୍ୱାସ୍ଥ୍ୟ ବାବଦରେ ଗୋଟିଏ ପରିବାରରେ ହେଉଥିବା ଖର୍ଚ୍ଚ ଆଉ ଏଥିପାଇଁ ସାମ୍ନା କରୁଥିବା ସମସ୍ୟା ଦୂର କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।
OSCAR-2019
କନକ ବ୍ୟୁରୋ : କାହାର କିଛି ଜାଣିବାରେ ଇଚ୍ଛା ଥିଲେ ସେ ସାଙ୍ଗେ ସାଙ୍ଗେ ଗୁଗୁଲରେ ଖୋଜିଦିଏ । ସମସ୍ତ ସୂଚନା ବି ସେଠାରେ ସହଜରେ ମିଳିଯାଏ । ତେବେ ଏକ ତଦନ୍ତରୁ ଜଣାପଡିଛି ଯେ, ଲୋକମାନଙ୍କ ଗତିବିଧି ଉପରେ ନଜର ରଖିଛି ଗୁଗୁଲ । ସେ ସମସ୍ତ କିନ୍ତୁ ଗୁଗୁଲ ସୁରକ୍ଷିତ ଭାବରେ ରଖୁଛି । ଆଣ୍ଡ୍ରୟଡ ଓ ଆଇଫୋନ ବ୍ୟବହାର କରୁଥିବା ଲୋକମାନଙ୍କ ଉପରେ ହୋ ନଜର ରଖିଥିବା ଜଣାପଡିଛି । ଏପରିକି ଯେଉଁମାନେ ଗୁଗୁଲ୍ର ସେବାକୁ ବ୍ୟବହାର କରୁଛନ୍ତି ସେମାନେ ଗୁଗୁଲ ନଜରରୁ ବଞ୍ଚିପାରିବେ ନାହିଁ । ତେବେ ଆଜିକାଲିର ଲୋକମାନେ ବିଭିନ୍ନ ରାସ୍ତାଘାଟ ଖୋଜିବା ପାଇଁ ଗୁଗୁଲମ୍ୟାପ ବ୍ୟବହାର କରୁଛନ୍ତି । ତେଣୁ ଏହାର ମାଧ୍ୟମରେ ଗୁଗୁଲ ସମସ୍ତଙ୍କ ଉପରେ ନଜର ରଖିଛି । ଅନେକ ସମୟରେ ଆପଣଙ୍କ ଲୋକେସନ ଜାଣିବା ପାଇଁ କମ୍ପାନୀ ଅନୁମତି ମାଗିଥାଏ । ତେବେ ଆପଣ ଥରେ ଅନୁମତି ଦେବାପରେ ଆପଣ କେଉଁ ସ୍ଥାନକୁ ଯାଇଥିବେ ତାହାର ଟିକିନିଖି ଖବର ଗୁଗୁଲ ରଖିଥାଏ ବୋଲି ଜଣାପଡିଛି । କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରଖାଯାଇଥିବା ଜଣାଯାଏ । ଏହି ସମସ୍ତ ତଥ୍ୟ ଲୋକେସନ ହିଷ୍ଟ୍ରିରେ ଏହା ସେଭ ହୋଇଯାଏ । ଏହି ବିଷୟରେ ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ବ୍ୟବହାରକାରୀ ‘ଲୋକେସନ ହିଷ୍ଟ୍ରି’କୁ ଟର୍ଣ୍ଣ ଅଫ୍ କରିଦେବା ପରେ ଆମ ପାଖରେ ତାଙ୍କ ପାଖରେ କୈାଣସି ତଥ୍ୟ ରହେ ନାହିଁ । କିନ୍ତୁ ଏକ ଗବେଷଣାରୁ ଜଣାଯ୍ଧଶ ଯେ, ଗୁଗୁଲର ଅନ୍ୟ କିଛି ଆପ ସେହି ସମସ୍ତ ତଥ୍ୟକୁ ସେଭ କରିଦିଏ । ସେଥିପାଇଂ କମ୍ପାନୀ ମଧ୍ୟ କାହା ଅନୁମତି ନିଏ ନାହିଁ ଯାହା କି ବେଆଇନ ବୋଲି ଜଣାପଡିଛି । ତେବେ ଗୁଗୁଲପ୍ରତି ସାରା ବିଶ୍ୱରେ ୨୦୦ କୋଟିରୁ ଅଧିକ ଲୋକଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହୋଇଥିବା ଜଣାପଡିଛି । କିନ୍ତୁ ଗୁଗୁଲ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଗ୍ରାହକଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ ଲାଗି ଆମେ ସେମାନଙ୍କ ଲୋକେସନ ଡାଟା ବ୍ୟବହାର କରୁଛୁ । ଗ୍ରାହକମାନେ ଚାହିଁଲେ ସେମାନଙ୍କ ଲୋକେସନ ଡିଲେଟ ମଧ୍ୟ କରିପାରିବେ । ତେବେ ଏହି ଡିଲେଟ କରିବା କାର୍ଯ୍ୟ ବେଶ ଜଟିଳ । କାରଣ ଲୋକମାନଙ୍କୁ ପ୍ରତିଟି ଡାଟା ଗୋଟିଏ ଗୋଟିଏ କରି ଡିଲେଟ କରିବା ପାଇଂ ପଡିବ ଓ ସେଥିପାଇଂ ଅନେକ ସମୟ ଲାଗିବ । ତେଣୁ ଏହାକୁ ସବୁବେଳେ କରିବା ପାଇଂ ଲୋକମାନଙ୍କ ପାଖରେ ଅଧିକ ସମୟ ଲାଗିବ ଯାହାକି ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ।
OSCAR-2019
ପାରାଦୀପ: କଟକ-ପାରାଦୀପ ଜାତୀୟ ରାଜପଥର ପଥୁରିଆ ନିକଟରେ ବୁଧବାର ହୋଇଥିବା ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍କର୍ପିଓ ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ସ୍କୁଟି ଆରୋହୀ ପଙ୍କପାଳ ଗ୍ରାମର ପରିକ୍ଷୀତ ଶତପଥୀ, ତାଙ୍କର ୧୦ ବର୍ଷର ପୁଅ ଅଭିଷେକ ଏବଂ ଅନ୍ୟ ଜଣେ ସଂପର୍କୀୟଙ୍କ ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ଏକ ସ୍କୁଟିରେ କୁଜଙ୍ଗରୁ ଘରକୁ ଫେରୁଥିବା ବେଳେ ଭୁବନେଶ୍ୱରରୁ ପାରାଦ୍ଵୀପ ଆଡକୁ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ସହିତ ତାଙ୍କର ମୁହାଁ ମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ସ୍କୁଟିରେ ଥିବା ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ସ୍କର୍ପିଓ ମଧ୍ୟ ରାସ୍ତା କଡକୁ ଓଲଟି ପଡିଥିଲା। ଘଟଣାସ୍ଥଳରେ କୁଜଙ୍ଗ ଆଇଆଇସି ପହଞ୍ଚି ମୃତ ଦେହ ଗୁଡିକ ଜବତକରି ମେଡିକାଲ ପଠାଇଛନ୍ତି। ସ୍କର୍ପିଓ ଡ୍ରାଇଭର ସମେତ ୫ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ କ୍ଷତିପୁରଣ ଦାବିକରି ଟାୟାର ଜାଳି କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି। ଟୋକିଓ: ଗୁରୁବାର ଦିନ ଉତ୍ତର ହୋକ୍କାଇଡୋ ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩୨ ଜଣ ନିରୁଦ୍ଦେଶ ହୋଇଯାଇଥିବା କଥା ଜାପାନୀ ଗଣମାଧ୍ୟମ କହିଛି। ଭୂମିକମ୍ପ ଯୋଗୁଁ ସେଠାରେ ଭୂସ୍ଖଳନ ସହ ୫. ୩ ନିୟୁତ ଲୋକଙ୍କ ଘରକୁ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇ ଯାଇଛି। ରିକ୍ଟର୍‌ ସ୍କେଲ୍‌ରେ ୬. ୭ ତୀବ୍ରତା ସମ୍ପନ୍ନ ଏହି ଭୂମିକମ୍ପ ଯୋଗୁଁ ୧୨୦ ଜଣ ଲୋକ ଆହତ ହୋଇଥିବା କଥା ଖବର ପ୍ରସାରଣ ସଂସ୍ଥା ଏନ୍‌ଏଚ୍‌କେ କହିଛି। ପୂର୍ବରୁ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟ ୧୯ ବୋଲି କୁହାଯାଇଥିଲା। ଭୂମିକମ୍ପ ଯୋଗୁଁ ଦକ୍ଷିଣ ହୋକ୍କାଇଡୋ ଅନ୍ତର୍ଗତ ଆତ୍‌ସୁମା ନଗରୀ ନିକଟରେ ଟାଙ୍ଗରା ପାହାଡ଼ ନିକଟରେ ଅନେକ ସ୍ଥାନରେ ଭୂସ୍ଖଳନ ଘଟି ସାଗୁଆ ବିଲ ଧାରରେ ନାଲିଆ ମାଟି କୁଦ ଦେଖାଯିବା ସହ ଗଛଲତା ଉପୁଡ଼ି କାଣ୍ଡି ହୋଇ ପଡ଼ିଛି। ଭୂକମ୍ପ ପରେ ତାପଜ ବିଦ୍ୟୁତ୍‌ ଯୋଗାଣକୁ ଜରୁରୀକାଳୀନ ଭିତ୍ତିରେ ବନ୍ଦ କରାଯିବାରୁ ସମଗ୍ର ଦ୍ୱୀପରେ ବିଜୁଳି ସେବା ବ୍ୟାହତ ହୋଇଛି। ୨. ୯୫ ନିୟୁତ ଘରକୁ ପୁଣି କେବେ ବିଜୁଳି ସେବା ଯୋଗାଇ ଦିଆଯିବ ତାହା କହି ହେବ ନାହିଁ। ହୋକ୍କାଇଡୋ ମୁଖ୍ୟ ବିମାନ ବନ୍ଦର ଭାଙ୍ଗିରୁଜି ଯାଇଥିବାରୁ ୨୦୦ ବିମାନ ଚଳାଚଳ ଓ ୪୦, ୦୦୦ ଯାତ୍ରୀ ପ୍ରଭାବିତ ହେବେ ବୋଲି କୁହାଯାଉଛି।
OSCAR-2019
କନକ ବ୍ୟୁରୋ: ୨୦୧୪ ନିର୍ବାଚନ ହାରିବା ପଛରେ କଂଗ୍ରେସ ଦଳର ଆଭ୍ୟନ୍ତରୀଣ କନ୍ଦଳ ଦାୟୀ । ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଲଣ୍ଡନ ଗସ୍ତରେ ଥିବା ରାହୁଲ ଛାତ୍ରମାନଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି । ସେହି ସମୟରେ ବରିଷ୍ଠ ଓ କନିଷ୍ଠ ନେତାଙ୍କ ମଧ୍ୟରେ ଥିବା ବିଭେଦ ଦଳକୁ ସଂଗଠିତ କରିବା ବଦଳରେ ଭାଙ୍ଗି ଦେଇଥିଲା । ଫଳରେ ସାରା ଦେଶରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ବୋଲି ରାହୁଲ କହିଛନ୍ତି । ସେପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ମେଂଟ ଏବଂ ପରବର୍ତୀ ପ୍ରଧାନମନ୍ତ୍ରୀ ପ୍ରସଙ୍ଗରେ ମଧ୍ୟ ଉତର ରଖିଛନ୍ତି ରାହୁଲ । ସେ କହିଛନ୍ତି, ଏକ ବୃହତ୍ ଦୃଷ୍ଟିକୋଣରୁ ଦେଖି ବିଭିନ୍ନ ରାଜ୍ୟରେ ଭିନ୍ନ ଦଳ ସହିତ ମେଂଟ ହେବ । ଏହା ସହ ଏହି ମହାମେଂଟ ସଫଳ ହେଲେ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ରାହୁଲ ।
OSCAR-2019
ହାଇଦ୍ରାବାଦ: ଆମ ପାଖରେ ଯଥେଷ୍ଟ ପରିମାଣର ଜମି ରହିଛି। ଏଠାରେ ଆସି କାରଖାନା ସ୍ଥାପନ କର। ଆମେ ଜମି ଯୋଗାଇ ଦେବୁ। ରାଜ୍ୟରେ କାରଖାନା ସ୍ଥାପନ କରିବା ପାଇଁ ସେଲ୍‌ ଓ ଆର୍ସେଲର ମିତ୍ତଲ୍‌ର ଯୌଥ ଉଦ୍ୟୋଗକୁ ଓଡ଼ିଶା ସରକାର ଜମି ଲୋଭ ଦେଖାଇ ଆମନ୍ତ୍ରଣ କରଥିବା ଜଣାପଡ଼ିଛି। ସେଲ୍‌-ଆର୍ସେଲର ମିତ୍ତଲ ପ୍ରକଳ୍ପ କେଉଁଠାରେ ପ୍ରତିଷ୍ଠା କରାଯିବ ସେ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ। ଯଦି କଂପାନି ଆଗ୍ରହ ପ୍ରକାଶ କରିବ ତେବେ ଆମେ ଜମି ଯୋଗାଇ ଦେବୁ ବୋଲି ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି। ହାଇଦ୍ରାବାଦଠାରେ ଆୟୋଜିତ ଏକ ନିବେଶକ ସମ୍ମିଳନୀରେ ସେ କହିଛନ୍ତି ଯେ, ରାଉରକେଲାରେ ବିପୁଳ ପରିମାଣର ଜମି ରହିଛି। ସେଠାରେ ଜମି ଅଧିଗ୍ରହଣକୁ ନେଇ ମଧ୍ୟ କୌଣସି ସମସ୍ୟା ମଧ୍ୟ ନାହିଁ। କଂପାନି ଚାହିଲେ ତେବେ ଶୀଘ୍ର ସେଠାରେ କାମ କରିପାରିବ ବୋଲି ସେ କହିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପକୁ ନେଇ କିଛି ଦିନ ପୂର୍ବେ ରାଜ୍ୟ ଶ୍ରୀ ଚୋପ୍ରା ସେଲ୍‌କୁ ଏକ ଚିଠି ଲେଖିଥିଲେ। ସେଲ୍‌ ପକ୍ଷରୁ ନିକଟରେ ଏହାର ଉତ୍ତର ଦିଆଯାଇଛି। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସ୍ଥାନ ଚୟନ କରିବା ବେଳେ ପୂୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ନଜରରେ ରଖାଯିବ ବୋଲି ସେଲ୍‌ କହିଛି। ୨୦୧୫ ମେ’ ମାସରେ ସେଲ୍‌ ଓ ଆର୍ସେଲର ମିତ୍ତଲ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଭାରତରେ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରି ଯାନବାହନ ନିର୍ମାଣରେ ବ୍ୟବହାର ହେଉଥିବା ମାନର ଇସ୍ପାତ ଉତ୍ପାଦନ କରିବା ନିମନ୍ତେ ସୁଯୋଗ ସନ୍ଧାନ କରିବାକୁ ଦୁଇ ସଂସ୍ଥା ସହମତ ହୋଇଥିଲେ। ଭାରତରେ ଏକ କୋଲ୍ଡ ରୋଲିଂ ମିଲ୍‌ ସ୍ଥାପନ କରିବାକୁ ଦୁଇ ସଂସ୍ଥା ନିଷ୍ପତ୍ତି ନେଇଥିଲେ। ଗତବର୍ଷ ମେ’ ମାସରେ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ଏହି ଏମ୍‌ଓୟୁର ଅଗ୍ରଗତି ବିଷୟରେ ସମୀକ୍ଷା କରାଯାଇଥିଲା। ୫୦୦୦ କୋଟି ଟଙ୍କା ବିନିଯୋଗରେ ଏକ ଅଟୋ-ଗ୍ରେଡ୍‌ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପ୍ରକାଶଯୋଗ୍ୟ ଯେ, ସେଲ ଓ ଆର୍ସେଲର ମିତ୍ତଲ ମଧ୍ୟରେ ଯୌଥ ଉଦ୍ୟୋଗକୁ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇନାହିଁ। କିଛି ସର୍ତ୍ତରେ ଅସହମତି ରହିଥିବାରୁ ଚୁକ୍ତି ସ୍ୱାକ୍ଷର ପ୍ରକ୍ରିୟା ବିଳମ୍ବିତ ହୋଇଛି। ଇସ୍ପାତ ମନ୍ତ୍ରଣାଳୟର ଉଦ୍ୟମ ଯୋଗୁଁ ଏହି ପ୍ରକ୍ରିୟା ଚୂଡ଼ାନ୍ତ ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛି। ରାଉରକେଲାରେ ସେଲ୍‌ର ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆରଏସ୍‌ପି) ରହିଛି। ତେଣୁ ଏହା ଏଠାକାର ବଜାରକୁ ବହୁତ ଭଲ ଭାବେ ବୁଝିପାରିଛି। ଅପରପକ୍ଷରେ ଭାରତରେ ପୁଞ୍ଜିନିବେଶ କରିବାକୁ ବହୁ ଦିନ ହେଲାଣି ଆର୍ସେଲର ମିତ୍ତଲ ଉଦ୍ୟମ କରୁଛି। ପୂର୍ବରୁ ଏହା ଓଡ଼ିଶାରେ ଏକ ସମ୍ପୂର୍ଣ୍ଣ ନୂଆ ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ପରବର୍ତୀ ସମୟରେ ସେଥିରୁ ଓହରି ଯାଇଥିଲା। ଏହି ଅବସରରେ ସଜ୍ଜନ ଜିନ୍ଦଲଙ୍କ କଂପାନି ଜେଏସ୍‌ଡବ୍‌ଲ୍ୟୁ ଦେଇଥିବା ପ୍ରସ୍ତାବ ବିଷୟରେ ଶ୍ରୀ ଚୋପ୍ରା କହିଛନ୍ତି ଯେ, ପୋସ୍କୋକୁ ଯେଉଁ ଜମି ଦିଆଯାଇଥିଲା ତାହା ପାଇବା ପାଇଁଁ ଜେଏସ୍‌ଡବ୍‌ଲ୍ୟୁ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ସେହି ପ୍ରସ୍ତାବର ଅନୁଧ୍ୟାନ କରାଯାଇଛି ଓ ତାହାକୁ ଇଡ୍‌କୋ ନିକଟକୁ ପଠାଇ ଦିଆଯାଇଛି। ଇଡ୍‌କୋ ହିଁ ଜମି ଆବଣ୍ଟନ କରିବ। ଏହି ପ୍ରକଳ୍ପ ପାଇଁ ଜଙ୍ଗଲ ମଞ୍ଜୁରି ହାସଲ କରିବା ପୂର୍ବରୁ କିଛିଟା ଔପଚାରିକତା ପୂରଣ କରିବାକୁ ହେବ। ଚଳିତ ବର୍ଷ କଂପାନି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିପାରିବ ବୋଲି ସେ କହିଛନ୍ତି। ଓଡ଼ିଶାରେ ଆସି ନିବେଶ କରିବାକୁ ସେ ହାଇଦ୍ରାବାଦର ସଂସ୍ଥାଗୁଡ଼ିକୁ ଆହ୍ଵାନ ଦେଇଛନ୍ତି। ପ୍ରାୟ ୪୨ଟି କଂପାନିର ପ୍ରତିନିଧିଙ୍କୁ ସେ ଭେଟିଛନ୍ତି। ବିଦେଶରେ ବି ବାବା ମାନଙ୍କ ପ୍ରାଦୁର୍ଭାବ, ଭଗବାନ ବୁଦ୍ଧଙ୍କ ନାଁରେ ଲୋକଙ୍କୁ କୋଟି କୋଟି ଡଲାରର ଚୂନ ଲଗାଇଦେଲେ ଏହି ବୌଦ୍ଧ ଭିକ୍ଷୁ | Sambad ବିଦେଶରେ ବି ବାବା ମାନଙ୍କ ପ୍ରାଦୁର୍ଭାବ, ଭଗବାନ ବୁଦ୍ଧଙ୍କ ନାଁରେ ଲୋକଙ୍କୁ କୋଟି କୋଟି ଡଲାରର ଚୂନ ଲଗାଇଦେଲେ ଏହି ବୌଦ୍ଧ ଭିକ୍ଷୁ ବ୍ୟାଙ୍କକ୍‌ : ଆମ ଭାରତରେ ବିଭିନ୍ନ ବାବାଜୀ ଓ ମାତାଜୀ ମାନେ ଲୋକଙ୍କଠାରୁ କୋଟି କୋଟି ଚାନ୍ଦା ନେଇ ବିଳାଶମୟ ଜୀବନଯାପନ କରୁଥିବାର ଅନେକ ଉଦାହରଣ ରହିଛି । ଏପରି କେତେକ ବାବା ଏବେ ଜେଲରେ ଅଛନ୍ତି । କିନ୍ତୁ ବିଦେଶରେ ମଧ୍ୟ ଏପରି ଘଟଣା ବିରଳ ନୁହେଁ । ନିକଟରେ ଥାଇଲାଣ୍ଡରେ ଏପରି ଏକ ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି । ଥାଇଲାଣ୍ଡ ବାସିନ୍ଧା ଓ୍ଵିରାପନ ସୁକଫୋନ ହେଉଛନ୍ତି ଜଣେ ପୂର୍ବତନ ବୌଦ୍ଧ ଭିକ୍ଷୁ । ତାଙ୍କ ସନ୍ୟାସୀ ନାଁ ହେଉଛି ଲୁଆଙ୍ଗ ପୁ ନେନଖାମ । ଭିକ୍ଷୁ ବା ସନ୍ୟାସୀ ହୋଇ ମଧ୍ୟ ସେ ବିଳାସ ବ୍ୟସନ ଓ ସାଂସାରିକ ବାସନା ତ୍ୟାଗ କରିପାରିନଥିଲେ । ପ୍ରଥମେ ସେ ଏକ ଆଶ୍ରମ ପ୍ରତିଷ୍ଠା କଲେ । ଏହା ପରେ ପ୍ରଚାର କରିଦେଲେ ଯେ ସେ ସିଧାସଳଖ ଭଗବାନ ବୁଦ୍ଧଙ୍କ ସହ କଥାବାର୍ତ୍ତା କରିପାରନ୍ତି । ଏହା ପରେ ତାଙ୍କ ପାଖକୁ ଲୋକଙ୍କ ସୁଅ ଛୁଟିଲା । ଏହି ମୌକାରେ ତାଙ୍କ ପାଖରେ ଅର୍ଥର ଅଭାବ ରହିଲା ନାହିଁ । କିନ୍ତୁ ଏତିକିରେ ସେ ସନ୍ତୁଷ୍ଟ ନଥିଲେ । ଏଣୁ ସେ ଭଗବାନ ବୁଦ୍ଧଙ୍କର ଏକ ବିଶାଳ ସୁନା ମୂର୍ତ୍ତି ଗଢିବା ବାହାନାରେ ଲୋକଙ୍କ ପାଖରୁ ମୋଟା ଆକାରରେ ଚାନ୍ଦା ସଂଗ୍ରହ କରିବା ଆରମ୍ଭ କଲେ । ଏପରିଭାବେ କୋଟି କୋଟି ଡଲାର ସଂଗ୍ରହ ପରେ ସେ ମୂର୍ତ୍ତି କରିବା ବଦଳରେ ତାହାକୁ ବିଳାଶ ବ୍ୟସନରେ ଉଡାଇବାକୁ ଲାଗିଲେ । ଏପରିକି ସେ ଏକ ପ୍ରାଇଭେଟ ଜେଟରେ ବୁଲୁଥିବାର ଭିଡିଓ ୟୁଟ୍ୟୁବରେ ଭାଇରାଲ ହେବା ପରେ ତାଙ୍କର କାରନାମା ପଦାକୁ ଆସିଲା । ତେବେ ପୁଲିସ କୌଣସି ତଦନ୍ତ ଆରମ୍ଭ କରିବା ପୂର୍ବରୁ ହିଁ ସେ ଆମେରିକା ଫେରାର ହୋଇଯାଇଥିଲେ । ଇତି ମଧ୍ୟରେ ଏକ ସନ୍ୟାସୀ ହୋଇ ମଧ୍ୟ ବିଳାସବ୍ୟସନ ଏପରିକି ନାରୀମାନଙ୍କ ସହ ରାତ୍ରୀଯାପନ କରିବା ଅପରାଧରେ ତାଙ୍କର ବୌଦ୍ଧଭିକ୍ଷୁ ପଦବୀ ପ୍ରତ୍ୟାହାର କରିନିଆଗଲା । ଥାଇଲାଣ୍ଡ ପୁଲିସ ପ୍ରାୟ ୪ ବର୍ଷ ଉଦ୍ୟମ କରିବା ପରେ ଏବର୍ଷ ତାଙ୍କୁ ଆମେରିକାରୁ ଥାଇଲାଣ୍ଡ ଅଣାଯାଇଛି । ଥାଇଲାଣ୍ଡର ଏକ କୋର୍ଟ ତାଙ୍କୁ ମୋଟ ୧୧୪ ବର୍ଷ ଜେଲଦଣ୍ଡ ଦେଇଛନ୍ତି । ତେବେ ସେ ମୋଟ ୨୦ ବର୍ଷ ଜେଲ ଦଣ୍ଡ ଭୋଗିବେ, କାରଣ ସମାନ ପ୍ରକାରର ଅପରାଧରେ ଥାଇଲାଣ୍ଡରେ ସର୍ବାଧିକ ୨୦ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ଖଣ୍ଡଗିରି: ବରମୁଣ୍ଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ ହେବା ପରଠାରୁ ତାଲା ପଡ଼ି ରହିଛି। ନୂତନ କୋଠାଟା ସେମିତି ମୁକୁଳା ଠିଆ ହୋଇଛି। ନା କୌଣସି ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଛନ୍ତି, ନା ଡାକ୍ତର। ଫଳରେ ହସ୍ପିଟାଲରେ ରୋଗୀସେବା ଆରମ୍ଭ ହୋଇପାରିନି। ତେଣୁ ନିକଟରେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଆଶା ଏବେ ନିରାଶାରେ ପରିଣତ ହୋଇଥିବା କୁହାଯାଉଛି। ଏ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାନୁସାରେ ଗତ ୩ ତାରିଖ ଦିନ ଖୋଦ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ହାତରେ ବରମୁଣ୍ଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନ ଉତ୍ସବରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଆଶୋକ ପଣ୍ଡା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଓ ସ୍ଥାନୀୟ କର୍ପୋରେଟର ସୁଜିତ୍‌ କୁମାର ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଲୋକଙ୍କ ନିକଟକୁ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି ବୋଲି ନେତାମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଉଦ୍‌ଘାଟନ ହେବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ବରମୁଣ୍ଡା, ସୌଭାଗ୍ୟନଗର, ମଲ୍ଲିକ କମ୍ପ୍ଲେକ୍ସ, ଧର୍ମବିହାର, ସିଦ୍ଧିବିହାର ଓ ବହୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ବସ୍ତିବାସିନ୍ଦା ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ରୋଗୀ ସେବା ପାଇବା ପାଇଁ ଆଶା ବାନ୍ଧିଥିଲେ। କିନ୍ତୁ ପରିତାପର କଥା ସେହିଦିନଠାରୁ ନୂତନ କୋଠାଟି ତାଲା ପଡ଼ି ବନ୍ଦ ରହିଛି। ଫଳରେ ହାତ ପାହାନ୍ତାରେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ସ୍ଥାନୀୟ ଲୋକେ କରିଥିବା ଆଶା ପୂରଣ ହୋଇପାରିନି। ଡାକ୍ତରଖାନା ଚାଲୁ ହେବା ବିଳମ୍ବ ହେଉଥିବାରୁ ଲୋକେ ନାନା ଆଶଙ୍କା ପ୍ରକାଶ କରିଛନ୍ତି। ନୂଆ କୋଠା ଦେଖାଇ ଲୋକଙ୍କୁ ଭୂଅାଁ ବୁଲାଇବାକୁ ଅପଚେଷ୍ଟା କରାଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଆଗାମୀ ମ୍ୟୁନିସିପାଲିଟି ନିର୍ବାଚନକୁ ଆଖିରେ ରଖି ରାଜ୍ୟ ସରକାର ଏଭଳି ଏକ ମିଛ ନାଟକ କରିଛନ୍ତି ବୋଲି କୁହାଯାଉଛି। ଏ ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ଏଡିଏମ୍‌ଓ ଏସ୍‌ ପତିଙ୍କ କହିବା କଥା ଯେ ଖୁବ୍‌ ଶୀଘ୍ର ଏଠାରେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ହସ୍ପିଟାଲ ଚାଲୁ କରାଯିବ। ହସ୍ପିଟାଲର ନୂତନ କୋଠାରେ କିଛି ଛୋଟମୋଟ ନିର୍ମାଣ କାମ ବାକି ଥିବାରୁ କୋଠାଟିକୁ ସ୍ୱାସ୍ଥ୍ୟବିଭାଗକୁ ହସ୍ତାନ୍ତର ହୋଇପାରିନାହିଁ। ତେବେ ବାକିଥିବା ନିର୍ମାଣ କାମ ସରିବା ମାତ୍ରେ ହସ୍ପିଟାଲ ଚାଲୁ କରାଯିବ ବୋଲି ସେ କହିଛନ୍ତି।
OSCAR-2019
ନୂଆଦିଲ୍ଲୀ : ଏକ ସ୍ୱୟଂସଂପୂର୍ଣ୍ଣ ମହାକାଶ ପ୍ରଯୁକ୍ତି ଗବେଷଣା କେନ୍ଦ୍ର ସ୍ଥାପନ ହେବାରେ ସମଗ୍ର ଉତ୍ତର ଭାରତରେ ଜାମ୍ମୁ ପ୍ରଥମ ସହର ହେବ ବୋଲି କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ (ସ୍ୱାଧୀନ ଦାୟିତ୍ୱ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ଆଣବିକ ଶକ୍ତି ଓ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସୂଚାଇଛନ୍ତି । ଏହି କେନ୍ଦ୍ରରେ ଗବେଷଣା, ଅଧ୍ୟୟନ ଏବଂ ସ୍ନାତ୍ତକୋତ୍ତର ଶିକ୍ଷାଦାନର ବ୍ୟବସ୍ଥା ରହିବ । ଜାମ୍ମୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ । ଜାମ୍ମୁ ବ୍ୟତୀତ, ଅନ୍ୟ ଯେଉଁ ସହରରେ ମହାକାଶ ପ୍ରଯୁକ୍ତି ଗବେଷଣ କେନ୍ଦ୍ର ସ୍ଥାପନ ସକାଶେ ସ୍ଥିର କରାଯାଇଛି ତାହା ହେଲା ତ୍ରିପୁରାର ଉତ୍ତର-ପୂର୍ବାଞ୍ଚଳ ଯାହା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି) ତ୍ରିପୁରା ଅଧୀନରେ କାର୍ଯ୍ୟ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମାଧ୍ୟମରେ “ସରାଭାଇ ଶତବାର୍ଷିକୀ” କାର୍ଯ୍ୟକ୍ରମ ଯାହାକି ବର୍ଷ ବ୍ୟାପୀ ପାଳନ କରାଯିବାକୁ ସ୍ଥିର ହୋଇଛି ତାହା ଆଜିଠାରୁ ଶୁଭାରମ୍ଭ ହୋଇଛି । ଏହା ଇସ୍ରୋର ପ୍ରଥମ ଅଧ୍ୟକ୍ଷ ଡ଼କ୍ଟର ବିକ୍ରମ ସରାଭାଇଙ୍କ 99ତମ ଜୟନ୍ତୀ ଅବସରରେ ଆରମ୍ଭ ହୋଇଛି । ଡ଼କ୍ଟର ସରାଭାଇ ଭାରତୀୟ ମହାକାଶ ଗବେଷଣା କାର୍ଯ୍ୟକ୍ରମର ଜନକ ଭାବେ ସର୍ବତ୍ର ସୁପରିଚିତ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡକ୍ଟର ସିଂହ ଏଭଳି ଦୁଇଟି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବା ସଂପର୍କରେ ସୂଚନା ଦେଇଥିଲେ । ଜାମ୍ମୁ ଓ ତ୍ରିପୁରାଠାରେ ମହାକାଶ ପ୍ରଯୁକ୍ତି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ ସଂପର୍କରେ ସୂଚନା ଦେଇ ଡକ୍ଟର ଜିତେନ୍ଦ୍ର ସିଂହ କହିଲେ ଯେ ଏହି ଦୁଇ କେନ୍ଦ୍ର ପ୍ରଗତିର ଏକ ନୂତନ ମାର୍ଗ ଉନ୍ମୋଚନ କରିବ ଏବଂ ବିଦ୍ୟାର୍ଥୀ ଓ ଯୁବ ଗବେଷକମାନଙ୍କୁ ଏହା ମହାକାଶ ବିଜ୍ଞାନ ସଂପର୍କରେ ଅଧିକ ଜ୍ଞାନ ଆହରଣର ସୁଯୋଗ ପ୍ରଦାନ କରିବ ଯଦ୍ୱାରା ସେମାନେ ମହାକାଶ ଗବେଷଣା ସଂପର୍କରେ ନିଜର କ୍ୟାରିଅର ଗଢ଼ିବା ସହ ଅଧିକରୁ ଅଧିକ ଗବେଷଣାର ସୁଯୋଗ ପାଇପାରିବେ ।
OSCAR-2019
କନକ ବ୍ୟୁରୋ : ରାଉରକେଲା ବିଧାୟକ ତଥା ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ବିରୋଧରେ ଚାର୍ଜଫ୍ରେମ । କୋଇଲା ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସମେତ ଆଉ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି । ଆସନ୍ତା ଅଗଷ୍ଟରୁ ମାମଲାର ଶୁଣାଣି ଆରମ୍ଭ ହେବାକୁ ନିର୍ଦ୍ଧାରିତ ହୋଇଥିବା ବେଳେ ଆଜିର ଚାର୍ଜଫ୍ରେମ ବେଳେ ଦିଲ୍ଲୀପ କୋର୍ଟରୁମରେ ଉପସ୍ଥିତ ଥିଲେ । ୧୯୯୮ରେ ବାଜପେୟୀ ସରକାରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । କୋଇଲା ବ୍ଲକ ଆବଂଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ କରୁଛି ସିବିଆଇ । ୧୯୯୯ରେ ଝାଡଖଣ୍ଡରେ ବ୍ରହ୍ମାଡିଆ କୋଇଲା ଖଣି କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡକୁ ଦିଆଯାଇଥିଲା । ଏହି କୋଇଲା ଖଣି ଆବଂଟନରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗରେ ତତକାଳୀନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସହ ସେତେବେଳର ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାର୍ଜୀ ଏବଂ ପ୍ରକଳ୍ପ ପରାମର୍ଶଦାତା ନିତ୍ୟାନନ୍ଦ ଗୌତମଙ୍କ ବିରୋଧରେ ମାମଲା ଚାଲିଛି । କନକ ବ୍ୟୁରୋ: ୨୦୧୯ ପାଇଁ କଂଗ୍ରେସର ମନ୍ଥନ । ଦିଲ୍ଲୀରେ ସବୁ ରାଜ୍ୟ ମୁଖିଆଙ୍କୁ ଭେଟିଲେ ରାହୁଲ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଏବେଠାରୁ ଅଂଟା ଭିଡିଛି କଂଗ୍ରେସ । ଏଥି ପାଇଁ ଆଜି ଦିଲ୍ଲୀରେ ସବୁ ରାଜ୍ୟର କଂଗ୍ରେସ ପ୍ରଦେଶ ମୁଖ୍ୟଙ୍କୁ ସାକ୍ଷାତ କରିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଗାମୀ ନିର୍ବାଚନରେ କେଉଁ ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ପ୍ରଚାର କରିବେ ଏବଂ ଶାସକ ଦଳକୁ ଘେରିବେ ସେନେଇ ରାଜ୍ୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ରାହୁଲ । ବିଶେଷ କରି ଏନଡିଏ ସରକାର ବିରୋଧରେ ରାଫେଲ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିବାକୁ କଂଗ୍ରେସ ଯୋଜନା କରୁଥିବା ସୂଚନା ମିଳିଛି । ରାଫେଲ ଡିଲ୍ ଦେଶରେ ସବୁଠାରୁ ବଡ ପ୍ରତିରକ୍ଷା ଦୁର୍ନୀତି ବୋଲି କଂଗ୍ରେସ ଅଧ୍ୟକ୍ଷ କହି ଆସୁଛନ୍ତି । ଏହି ବୈଠକରେ ଓଡିଶାରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସାମିଲ ହୋଇଛନ୍ତି । ଆଜି ସନ୍ଧ୍ୟାରେ ଓଡିଶା କଂଗ୍ରେସର ତୁଙ୍ଗ ନେତାଙ୍କୁ ନେଇ ଏକ ବୈଠକ ବସିବ । ଆଗାମୀ ଦିନରେ କଂଗ୍ରେସର ରଣନୀତି ଓ ବ୍ଲୁପ୍ରିଂଟ କଣ ରହିବ ସେନେଇ ଆଲୋଚନା କରାଯିବ । ଅଗଷ୍ଟ ଶେଷ ସୁଦ୍ଧା ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଆଜିଠୁ ଭୁବନେଶ୍ୱରେ ୩ଦିନ ଧରି କଂଗ୍ରେସର କବାଟ କିଳା ବୈଠକ ହେବ ।
OSCAR-2019
ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ଦୂରଦୂରାନ୍ତରୁ ଯାଉଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟରେ ଭିଡ଼ିଓ କନ୍‌ଫରେନ୍ସିଂ ଦ୍ୱାରା ୩୪ଟି ପଥପ୍ରାପ୍ତ ସୁବିଧା କେନ୍ଦ୍ର ଉଦ୍‌ଘାଟିତ କରିଛନ୍ତି। ଉକ୍ତ ୩୪ଟି କେନ୍ଦ୍ର ମଧ୍ୟରୁ ୫ଟି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟିତ କରିଥିବା ବେଳେ ଅନ୍ୟ ସ୍ଥାନଗୁଡିକୁ ମନ୍ତ୍ରୀ, ସ୍ଥାନୀୟ ଏମ୍‌ପି ଏବଂ ବିଧାୟକମାନେ ଉଦ୍‌ଘାଟନ କରିଛନ୍ତି। ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଟଏଲଟ୍‌, କାଫେଟେରିଆ, ପାନୀୟ ଜଳ ଓ ପାର୍କିଂର ସୁବିଧା ରହିଛି । ଯାହାକି ମହିଳାମାନଙ୍କ ପାଇଁ ବେଶ ସୁବିଧାଜନକ ହେବ ବୋଲି ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
OSCAR-2019
ହିନ୍ଦୁ ଧର୍ମ ହିଁ ସର୍ବପୁରାତନ ଧର୍ମ ଅଟେ । ଏବଂ ଏହି କାରଣରୁ ତାଙ୍କର ବେଦ ଓ ପୁରାଣର ଅନେକ ମାନ୍ୟତା ମଧ୍ୟ ରହିଛି । ଯେଉଁଥିରେ କି ମଣିଷ ଜୀବନଚର୍ଯ୍ୟାର ପ୍ରତୋକ କଥା ଉଲେଖ ରହିଥାଏ। ଯେଉଁଠାରେ ଭଗବାନଙ୍କର ଅସ୍ତିତ୍ୱକୁ ଗ୍ରହଣ କରାଯାଇଛି ସେପରି ଆତ୍ମା ଓ ଭୁତଙ୍କ ଅସ୍ତିତ୍ୱକୁ ମଧ୍ୟ ଲୋକେ ସ୍ୱୀକାର କରିଛନ୍ତି। ଏମିତି ଅନେକ ଲୋକଙ୍କ କ୍ଷେତ୍ରରେ ଘଟିଥାଏ, ଯଦି କୌଣସି ଆତ୍ମା ଆପଣଙ୍କ ପଛରେ ପଡ଼ିଥାନ୍ତି ,ତ ସେ ସହଜରେ ଆପଣଙ୍କର ପିଛା ଛାଡ଼ିନଥାଏ। ପ୍ରଥମତ ଶାମ୍ସନରୁ ଆସିବା ପରେ ନିଶ୍ଚିତ ରୂପେ ଗାଧୋଇକି ହିଁ ଘର ଭିତରକୁ ପ୍ରବେଶ କରନ୍ତୁ । ପଛକୁ ବୁଲିକି ଦେଖିବା ଉଚିତ ନୁହେଁ। ପଛକୁ ବୁଲି ଅନେଇବା ଦ୍ଵାରା ଆତ୍ମା ଆପଣଙ୍କ ପିଛା ଛାଡିନଥାଏ। ରୋଗୀ ଲୋକଙ୍କ ଆଡକୁ ମଧ୍ୟ ନକାରାତ୍ମକ ଆତ୍ମା ମାନେ ଶୀଘ୍ର ଆକର୍ଷିତ ହେଇଥାନ୍ତି। ତେଣୁ ରୋଗ ସମୟରେ କୌଣସି ବି ଖରାପ କଥା ଚିନ୍ତା କରିବା ଉଚିତ ନୁହେଁ। କେବେ ହେଲେ ରାତିରେ ଶୋଇବା ସମୟରେ ଅଧିକ ସୁଗନ୍ଧ ଯୁକ୍ତ ପରଫ୍ୟୁମ ବ୍ୟବହାର କରନ୍ତୁ ନାହିଁ। ଅଧିକ ସୁଗନ୍ଧରେ ଆତ୍ମା ମାନେ ଆକର୍ଷିତ ହେଇଥାନ୍ତି।
OSCAR-2019
ସେ ତାଙ୍କର ବିଶ୍ୱସ୍ତ ପରିଚାରିକା କେଶିନୀଙ୍କୁ ସେହି ବାମନାକୃତି ସାରଥିଙ୍କ ନିକଟକୁ ପ୍ରେରଣ କରି ସତ୍ୟାସତ୍ୟ ବୁଝିବାକୁ ମନସ୍ଥ କଲେ । କେଶିନୀ ରାଜକନ୍ୟାଙ୍କର ନିର୍ଦ୍ଦେଶରେ ବାହୁକଙ୍କ ନିକଟରେ ଉପସ୍ଥିତ ହୋଇ ପ୍ରଥମେ ତାଙ୍କର କୁଶଳ ଜିଜ୍ଞାସା କଲେ । ବାହୁକ ଖୁବ୍ ବିନୀତ ଭାବରେ ତାଙ୍କ ପ୍ରଶ୍ନର ଉତ୍ତର ଦେଉଥାନ୍ତି । ସେମାନେ ବିଦର୍ଭ ନଗରୀକୁ କାହିଁକି ଆସିଛନ୍ତି ବୋଲି କେଶିନୀ ପ୍ରଶ୍ନ କରିବାରୁ ବାହୁକ ମୁଖ ଅବନତ କରି ବାଷ୍ପରୁଦ୍ଧ କଣ୍ଠରେ କହିଲେ, “ଅଯୋଧ୍ୟାପତି ଜଣେ ବ୍ରାହ୍ମଣଙ୍କ ନିକଟରୁ ଆପଣଙ୍କ ରାଜକନ୍ୟାଙ୍କର ଦ୍ୱିତୀୟ ସ୍ୱୟଂବର କଥା ଶୁଣି ସେଥିରେ ଯୋଗ ଦେବାକୁ ଆସିଛନ୍ତି । ମୁଁ ତାଙ୍କର ରଥର ସାରଥି ଭାବରେ ରଥ ଚଳାଇ ଆସିଛି ।” – ରାଜା ନଳ ଦ୍ୟୁତକ୍ରୀଡ଼ାରେ ହାରିଯିବାରୁ ତାଙ୍କର ଦୁଇ ସନ୍ତାନଙ୍କ ସୁରକ୍ଷା ପାଇଁ ବାଷ୍ଣେୟ ରାଣୀଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ରଥରେ ନେଇ ବିଦର୍ଭ ଚାଲି ଆସିଥିଲେ । ଏଠାରେ ପିଲାମାନଙ୍କୁ ନିରାପଦରେ ଛାଡ଼ି ସେ ଅଯୋଧ୍ୟାପତିଙ୍କ ପାଖରେ ସାରଥି ଭାବରେ କାର୍ଯ୍ୟ କରୁଛନ୍ତି । ତେଣୁ ନଳଙ୍କ ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ । ଏଥର କେଶିନୀ ପୁଣି ପ୍ରଶ୍ନ କଲେ ଆଚ୍ଛା ଆପଣ ବ୍ରାହ୍ମଣ ପର୍ଣ୍ଣାଦଙ୍କ ନିକଟରୁ ଯେତେବେଳେ ଶୁଣିଲେ ଯେ ଜଣେ ନାରୀ ଅର୍ଦ୍ଧବସ୍ତ୍ର ପରିଧାନ କରି ତାଙ୍କ ପତିଙ୍କ ଫେରିବା ପଥକୁ ଚାହିଁଛନ୍ତି ଓ ତାଙ୍କର ସ୍ୱାମୀ ତାଙ୍କ ପରି ଅନୁବ୍ରତା ପତ୍ନୀକୁ କିପରି ତ୍ୟାଗ କରିପାରିଲେ ଭାବି ସର୍ବଦା ରୋଦନ କରୁଛନ୍ତି ସେତେବେଳେ ଆପଣ ତାଙ୍କୁ କିଛି କଥା କହିଥିଲେ । ତାହା ଆପଣଙ୍କର ନିଶ୍ଚୟ ସ୍ମରଣ ଥିବ । ଆମ୍ଭର ରାଜକନ୍ୟା ତାହା ଆପଣଙ୍କୁ ମୁହଁରୁ ଶୁଣିବାକୁ ଚାହୁଁଛନ୍ତି । ନଳ ନିଜର କହିଥିବା କଥାର ପୁନଃରୋକ୍ତି କରିବା ସମୟରେ ନିଜର ଆବେଗକୁ ନିୟନ୍ତ୍ରଣ କରି ନ ପାରି ରୋଦନ କରିବାକୁ ଲାଗିଲେ । କେଶିନୀ ଅନ୍ତପୁରକୁ ଫେରିଆସି ଦମୟନ୍ତୀଙ୍କ ନିକଟରେ ପ୍ରତିକ୍ରିୟାର କଥା କହିଲେ । ଦମୟନ୍ତୀଙ୍କ ମନରେ ନଳଙ୍କ ପରିଚୟ ସମ୍ପର୍କରେ ବିଶ୍ୱାସ ଦୃଢ଼ ହେବାକୁ ଲାଗିଲା । ସେ ପୁଣି କେଶିନୀଙ୍କୁ ବାହୁକଙ୍କର କ୍ରିୟାଶୈଳୀ ଉପରେ ସତର୍କ ଦୃଷ୍ଟି ରଖିବାକୁ କହିଲେ । କେଶିନୀ ଗୋପନରେ ରହି ଲକ୍ଷ୍ୟ କରିପାରିଲେ ଯେ ବାହୁକଙ୍କ ନିକଟରେ ରନ୍ଧନ ପ୍ରସ୍ତୁତ ପାଇଁ ଖାଦ୍ୟଦ୍ରବ୍ୟ ବହୁ ପରିମାଣରେ ରଖାଯାଇଥିଲେ ମଧ୍ୟ ଜଳଘଟ ଗୁଡ଼ିକ ଶୂନ୍ୟ ଥିଲା । କିନ୍ତୁ ସେହି ଘଟକୁ ବାହୁକ ଚାହିଁବା ମାତ୍ରେ ସେଥିରେ ଜଳପୂର୍ଣ୍ଣ ହୋଇଗଲା ଓ ଚୂଲୀରେ ପାକପାତ୍ର ରଖି ସେ ମୁଠାଏ ତୃଣକୁ ଚୂଲୀରେ ପକାଇ ଦେବାକ୍ଷଣି ଅଗ୍ନି ଜଳିବାକୁ ଲାଗିଲା । ଏ ସମ୍ୱାଦ କେଶିନୀ ମୁଖରୁ ଶୁଣିବା ବେଳେ ଦମୟନ୍ତୀ ସ୍ମରଣ କଲେ ନଳଙ୍କୁ ଦେବତାମାନଙ୍କର ବରଦାନ ସମୟର କଥା । ଏପରି ଚମତ୍କାରୀ କାର୍ଯ୍ୟ କରିପାରିବା କୌଣସି ସାଧାରଣ ମଣିଷ ପକ୍ଷରେ ସମ୍ଭବ ନୁହେଁ । ଏସବୁ ଦେବ ଆଶୀର୍ବାଦର ଫଳ । ଶେଷ ପରୀକ୍ଷା ବାକି ରହିଲା । ଦମୟନ୍ତୀ ନଳଙ୍କ ଦ୍ୱାରା ପାଚିତ ବହୁବିଧ ମାଂସର ସ୍ୱାଦ ପୂର୍ବରୁ ଆସ୍ୱାଦନ କରିଥିଲେ । ଯେଉଁ ଅପୂର୍ବ ସ୍ୱାଦ ଅନ୍ୟ କାହାରି ପାଚନରେ ଆସିପାରେ ନାହିଁ । ତେଣୁ ପରିଚାରିକା ମାଧ୍ୟମରେ ଖୁବ୍ କୌଶଳରେ ବାହୁକଙ୍କ ଅଜ୍ଞାତରେ ତାଙ୍କ ରନ୍ଧନଶାଳାରୁ ପାଚିତ ମାଂସ କିଛି ବାଟିକାରେ ମଗାଇ ଆଣିଲେ । ଏବେ ସ୍ୱାଦର ପରୀକ୍ଷା । ଦମୟନ୍ତୀ ପାଚିତ ମାଂସ ପାଟିରେ ଦେବା ପରେ ବୁଝିଗଲେ ତାହା ନଳ ରାନ୍ଧଣା ଭିନ୍ନ ଅନ୍ୟ କାହାରି ହୋଇପାରେନା । ସବୁ ରହସ୍ୟ ଉପରୁ ପର୍ଦ୍ଦା ଅପସରି ଯାଇଥିଲା । ବାହୁକ ଯେ ନଳ ଏଥିରେ ତାଙ୍କର ଆଉ ସନ୍ଦେହ ନଥିଲା । କିନ୍ତୁ ରୂପରେ ଯେ କିଛି ସାମ୍ୟ ନାହିଁ । ତେଣୁ ଏଥିରେ ଯେ କିଛି ରହସ୍ୟ ନିଶ୍ଚୟ ରହିଛି ତାହା ଯେ କୌଣସି ଉପାୟରେ ଜାଣିବାକୁ ପଡ଼ିବ । ନିର୍ଜନ କକ୍ଷରେ ଦମୟନ୍ତୀ ଆଶନରେ ଉପବେଶନ କରିଛନ୍ତି । ଅଦୂରରେ ପରିଚାରିକା କେଶିନୀ ଅପେକ୍ଷାରତା । ପ୍ରବେଶ କଲେ ବାହୁକ । ସମ୍ମୁଖରେ କଷାୟ ବସ୍ତ୍ର ପରିଧାନ କରିଥିବା ଆଭରଣଶୂନ୍ୟ ତପସ୍ୱିନୀଚିଏ ଉପେଶନ କରିଛନ୍ତି । ବାହୁକର କୁରୂପ ତଳେ ପ୍ରେମିକ ସ୍ୱାମୀ ନଳଙ୍କର ଅନ୍ତରାତ୍ମା ଛଟପଟ ହୋଇଉଠିଲା । ଦମୟନ୍ତୀଙ୍କର ଏହି ଦୀନହୀନ ରୂପ ଦେଖି ସେ ତାଙ୍କର ଶୋ ସମ୍ୱରଣ କରିପାରିଲେ ନାହିଁ । ତାଙ୍କର ଦୁଇ ଆଖିରୁ ଝରିଆସିଲା ଅବାରିତ ଅଶ୍ରୁଧାର । ରାଜକନ୍ୟା ମଧ୍ୟ ନିଜ ଶୋକାକୁଳ ହୃଦୟକୁ ଅଶ୍ରୁଧାରାରେ ନିଗାଡ଼ି ଦେଲେ । ନିରବତାରେ କଟିଗଲା କିଛିକାଳ । ଉଭୟଙ୍କର ବାକ୍‌ଶକ୍ତି ସତେକି ଲୋପ ପାଇଯାଇଛି । କେହି ନିଜର କୋହ ସମ୍ୱରଣ କରିପାରୁନାହାନ୍ତି । ଏ ପରିସ୍ଥିତିରେ କେଶିନୀ ଆଗେଇ ଆସି ରାଜକନ୍ୟାଙ୍କୁ ପ୍ରବୋଧନା ଦେବା ସହ ସେ ବାହୁକଙ୍କୁ କ’ଣ ପଚାରିବା ପାଇଁ ଅନ୍ତଃପୁରକୁ ଡାକିଛନ୍ତି ତାହା ସ୍ମରଣ କରାଇଦେଲେ । ନିଜକୁ ସଂଯତ କଲେ ଦମୟନ୍ତୀ । ନତମୁଖ ବାହୁକଙ୍କୁ ସମ୍ୱୋଧନ କରି କହିଲେ, “ହେ ବାହୁକ ତୁମେ କ’ଣ ଏପରି କୌଣସି ଧର୍ମନିଷ୍ଠ ବ୍ୟକ୍ତିଙ୍କୁ ଜାଣ କି ଯିଏ ଅରଣ୍ୟ ମଧ୍ୟରେ ତାଙ୍କର ଏକାକିନୀ ଅସହାୟା ନିଦ୍ରିତା ପତ୍ନୀକୁ ପରିତ୍ୟାଗ କରି ଚାଲିଯାଇଥିଲେ । ଅଥଚ ସେ ନାରୀ ଚିରକାଳ ସର୍ବାନ୍ତଃକରଣରେ ତାଙ୍କର ଅନୁବ୍ରତା ରହିଆସିଛି ଓ ଯିଏ ତା’ର ସ୍ୱୟଂବର କାଳରେ ଦେବତାମାନଙ୍କର ଆଗ୍ରହକୁ ଏଡ଼େଇ ଦେଇ ତାଙ୍କୁ ପତି ରୂପେ ବରଣ କରିଥିଲା । ଅଗ୍ନି ସମୀପରେ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଯେଉଁ ପୁରୁଷ ତା’ର ବିବାହିତା ପତ୍ନୀର ଅନୁଗତ ରହିବା ସହ ତାକୁ ଜୀବନବ୍ୟାପୀ ସୁରକ୍ଷା ଦେବାରୁ ପ୍ରତିଶ୍ରୁତି ଦେଇଥିଲେ ସେ ଏପରି ଅବିବେକୀ କାର୍ଯ୍ୟ କଲେ କିପରି ? ତୁମେ ତାଙ୍କୁ ଜାଣ କି ?” ବାହୁକର ରୂପ ଓ ନାମ ଭିତରେ ରାଜା ନଳ ଆଉ ଆତ୍ମଗୋପନ କରିପାରିଲେ ନାହିଁ । ସେ ତାଙ୍କର ଅଶ୍ରୁକୁ ସେହିପରି ଝରିବାକୁ ଦେଇ ନମ୍ର କଣ୍ଠରେ କହିଲେ “ହେ ମୋର ପ୍ରିୟତମା ଦମୟନ୍ତୀ, ମୁଁ ହିଁ ତୁମର ପତି ନଳ । ମୋର ରାଜ୍ୟ ହରାଇବା ଓ ତୁମକୁ ତ୍ୟାଗ କରିବା ପଛରେ ଦୁଷ୍ଟ କଳିର ଶକ୍ତି ହିଁ କାର୍ଯ୍ୟ କରୁଥିଲା । ସେ ମୋର ଶରୀରରେ ପ୍ରବେଶ କରି ମୋର ବୁଦ୍ଧିକୁ ବିନଷ୍ଟ କରି ଏହିସବୁ ଅପକର୍ମ କରାଇଅଛି । କିନ୍ତୁ ତୁମେ ବନରେ ଦିବାନିଶି ମୋତେ ଚିନ୍ତା କରି ଯେଉଁ ଶୋକ କରୁଥିଲ ତା’ର ପରାଭାବ ସେ ପାଇଲା । ଅନ୍ୟମାନେ ସମସ୍ତେ ସବୁ ଅଘଟଣ ପାଇଁ ମତେ ଦାୟୀ କରୁଥିବାବେଳେ ତୁମେ ହିଁ କେବଳ ବିଶ୍ୱାସ ରଖିଥିଲ ଯେ ତୁମର ସତ୍ୟବାଦୀ ନୀତିନିଷ୍ଠ, ଧର୍ମପରାୟଣ ସ୍ୱାମୀ କୌଣସି ଅପଶକ୍ତି ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ସେ ଅଜ୍ଞାତ ଶକ୍ତିକୁ ତୁମେ ଅଭିଶାପ ଦେଇଥିଲ । ସେହି ଶାପରେ ସେ ଅହରହ ଦହିତ ହେଉଥିଲା ଓ ମୋର ତପସ୍ୟାରେ ସେ ମୋ ଶରୀରରୁ ନିଜେ ଅସୁସ୍ଥ ହୋଇ ନିର୍ଗତ ହୋଇଯାଇଛି । ଏବେ ମୁଁ ଶରୀର ଓ ମନରେ ସୁସ୍ଥ ହୋଇସାରିଛି ।” ଦମୟନ୍ତୀ ବାହୁକଙ୍କ କଥା ଏକନିଷ୍ଠ ଚିତ୍ତରେ ଶୁଣୁଥାନ୍ତି । ତାଙ୍କ ହୃଦୟରେ ଏତେ ଦିନ ପରେ ପ୍ରଗାଢ଼ ଆନନ୍ଦର ଅନୁଭବ ସଞ୍ଚରି ଯାଉଥାଏ । ଦୁର୍ବଳ ଶରୀରରେ ଉଲ୍ଲାସ କମ୍ପନ ସୃଷ୍ଟି କରୁଥାଏ । ଅଶ୍ରୁ ଓ କୋହରେ ତାଙ୍କର ବାକ୍ ସ୍ଫୁରଣ ହେଉନଥାଏ । ସେହି ଅବସ୍ଥାରେ ମଧ୍ୟ ସେ ଲକ୍ଷ୍ୟ କରିପାରିଲେ ବାହୁକ ରୂପ ଧାରଣ କରିଥିବା ନଳ ନିଜର ପରିଚୟ ଦେଇସାରିବା ପରେ କୌଣସି କାରଣରୁ ଇତସ୍ତତଃ ହେଉଛନ୍ତି ।
OSCAR-2019
ବିଶିଷ୍ଟ ଅହମିୟା ସାହିତ୍ୟିକ ବେଜବରୁଆଙ୍କ ବାସଗୃହର ଦାୟିତ୍ଵ ନେବେ ରାଜ୍ୟ ସରକାର । ସଂସ୍କୃତି ବିଭାଗ ଏହାର ରକ୍ଷଣାବେକ୍ଷଣ କରିବ । ଏହାକୁ ସ୍ମୃତିପୀଠରେ ପରିଣତ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସାମର ପ୍ରଖ୍ୟାତ ସାହିତ୍ୟିକ ସ୍ଵର୍ଗତ ବେଜବରୁଆ ସମ୍ବଲପୁର ଠାରେ ଦୀର୍ଘଦିନ ଧରି ରହିଥିଲେ । ସେଠାରେ ତାଙ୍କର ବାସଗୃହ ରହିଛି । ଏହି ବାସଗୃହର ରକ୍ଷଣାବେକ୍ଷଣ ନେଇ ଆସାମର ସଂସ୍କୃତି ମନ୍ତ୍ରୀ ନବ କୁମାର ଡୋଲି , ଆସାମ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରମର୍ଶଦାତା ହୃଷୀକେଶ ଗୋସ୍ଵାମୀଙ୍କ ସମେତ ଏକ ପ୍ରତିନିଧି ଦଳ ସଚିବାଳୟରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଲେ , ସ୍ଵର୍ଗତ ବେଜବାରୁଆଙ୍କ ପାଇଁ ଓଡିଶାବାସୀ ମଧ୍ୟ ଗୌରବ ଅନୁଭବ କରନ୍ତି । ତାଙ୍କ ସ୍ମୃତି ପ୍ରତି ସମ୍ମାନ ଓ ଆସାମ ଜନସାଧାରଣଙ୍କ ପ୍ରତି ସଦ୍ଦିଚ୍ଛାର ନିଦର୍ଶନ ସ୍ୱରୂପ ବେଜବରୁଆଙ୍କ ବାସଗୃହର ପୁନରୁଦ୍ଧାର କରାଯିବ । ତାହାର ସଂରକ୍ଷଣ କରି ଏକ ସ୍ମୃତିପୀଠରେ ପରିଣତ କରାଯିବ । ପୁନରୁଦ୍ଧାର କାର୍ଯ୍ୟ ଅନ୍ତର୍ଜାତିକ ସଂସ୍କୃତି ଓ ଐକିହ୍ୟ ଅନୁଷ୍ଠାନ ଇନଟାକ ଦ୍ଵାରା କରାଯିବ ଏବଂ ପୁନରୁଦ୍ଧାର ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ ।
OSCAR-2019
କନକ ବ୍ୟୁରୋ: ଦୀର୍ଘ ୨ ମାସ ଧରି ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନ ପରେ ଆଜି ହାଇକୋର୍ଟ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ହାଇକୋର୍ଟ ବାର ଆସୋସିଏସ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ବିଜେଡି ଲିଗାଲ ସେଲ୍ କୋର୍ଟ କାର୍ଯ୍ୟରେ ଯୋଗଦେବାକୁ ଘୋଷଣା କରିବା ପରେ ଉଭୟଙ୍କ ମଧ୍ୟରେ ମତଭେଦ ତେଜିବ ବୋଲି ଅନୁମାନ କରାଯାଉଥିଲା । ଆଜି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବାକୁ ହାଇକୋର୍ଟରେ ପ୍ରବେଶ କରିବା ବେଳେ ବାର ଆସୋସିଏସନର ଅନ୍ୟ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ଫଳରେ ହାଇକୋର୍ଟ ମୁଖ୍ୟଗେଟ୍ ନିକଟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଆଜି ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ହାଇକୋର୍ଟରେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଯେକୌଣସି ପରିସ୍ଥିତିରେ ପୋଲିସ ବଳପ୍ରୟୋଗ କରିବାକୁ ପ୍ରସ୍ତୁତ ହୋଇ ରହିଛି । ହାଇକୋର୍ଟରେ ଏଭଳି ଏକ ସ୍ଥିତିକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । କଟକରେ ଜଣେ ଆଇନଜୀବୀଙ୍କୁ ପୋଲିସର ମାଡ ଘଟଣାକୁ ନେଇ ବାର ଆସୋସିଏସନ ଗତ ୨ ମାସଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲା । ଫଳରେ କୋର୍ଟରେ ସମସ୍ତ କାମ ଠପ୍ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜେଲଗୁଡିକରେ କଏଦୀ ସଂଖ୍ୟା ବେଶ ବଢିଯାଇଛି । କାରଣ ସେମାନଙ୍କୁ ଜାମିନ ମିଳିବା ନେଇ ସମସ୍ୟା ସୃଷ୍ଟି ହୋଇଛି । ତେବେ ଆଜି ଏହି ଆନ୍ଦୋଳନ ଉତ୍ତେଜନାମୂଳକ ମୋଡ ନେଇଯାଇଛି । ଏହି ଘଟଣା ଆଗକୁ କି ମୋଡ ନେବ ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ, ହାଇକୋର୍ଟ ପରିସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଆଇନଜୀବୀଙ୍କ ଆନ୍ଦୋଳନକୁ ରାଜନୀତିର ପରୀକ୍ଷାଗାର ବନାନଯାଉ ବୋଲି କହିଛନ୍ତି ବିଜୟ ମହାପାତ୍ର । ହାଇକୋର୍ଟ ବାର ଆସୋସିଏସର ଏକ ମର୍ଯାଦା ଅଛି । ସେହି ମର୍ଯାଦା ରକ୍ଷା କରାଯାଉ । ଆଇନଜୀବୀଙ୍କ ଆନ୍ଦୋଳନ ଚରମ ସୀମା ଟପିଗଳାଣି ବୋଲି ସେ କହିଛନ୍ତି । ସେପଟେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ କହିଲେ,ସମାଧାନ ପାଇଁ ଆନ୍ତରିକତା ଦେଖାଉନାହାନ୍ତି ସରକାର ।
OSCAR-2019
କନକ ବ୍ୟୁରୋ : ପୁଣି ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ । ଢ଼େଙ୍କାନାଳ ସଦର ଥାନା ନୂଆଗାଁରେ ଚାଷୀ ଅରୁଣ ବରାଳ ଋଣଭାର ସହିନପାରି ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି । କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅରୁଣଙ୍କର ମୃତ୍ୟୁ ହୋଇଛି । ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା । ଅରୁଣ ବ୍ୟାଙ୍କରୁ ଋଣ ଆଣି ଚାଷ କରିବା ସହିତ ହାତ ଉଦ୍ଦାରି ମଧ୍ୟ ଆଣିଥିଲେ ବୋଲି ତାଙ୍କ ସମ୍ପର୍କୀୟମାନେ କହିଛନ୍ତି ।
OSCAR-2019
କନକ ବ୍ୟୁରୋ :ଦଶହରା ପାଇଁ ସାରା ଦେଶ ଉତ୍ସବମୁଖର ହୋଇଛି । ତେବେ ଆଜି ଅନେକ ସ୍ଥାନରେ ରାବଣ ପୋଡି ଉତ୍ସବ ମଧ୍ୟ ଆୟୋଜନ କରାଯାଇଥାଏ । ତେବେ ଜାଣିରଖନ୍ତୁ ଦଶମୀ ଦିନ ରାମ ରାବଣକୁ ବଦ୍ଧ କରିଥିଲେ ତେଣୁ ସେହି ଦିନରେ ରାବଣକୁ ପୋଡାଯିବର ବ୍ୟବସ୍ଥା ପ୍ରଚଳିତ ହୋଇରହିଛି । ରାବଣ ହେଉଛି ସାରା ବିଶ୍ୱରେ ଥିବା ଜ୍ଞାନୀମାନଙ୍କ ମଧ୍ୟରୁ ଜଣେ । ସେ ଜାତିରେ ବ୍ରାହ୍ମଣ ଥିଲେ । ରାବଣର ଅନେକ ଇଚ୍ଛା ଥିଲା ଯାହାକୁ ସେ ପୂରଣ କରିପାରିନଥିଲା । ଜାଣିରଖନ୍ତୁ କେଉଁ କେଉଁ ଇଚ୍ଛା ରାବଣ ପୂରଣ କରିବାରେ ବିଫଳ ହୋଇଥିଲା ରାବଣ। ରାବଣର ଇଚ୍ଛା ଗୁଡିକ ମଧ୍ୟରୁ ଯାହା ଥିଲା ସେଗୁଡିକ ହେଲା ସେ ନିଜ ବଳ ଓ ଜ୍ଞାନର ଅହଙ୍କାରରେ ନିଜକୁ ଭଗବାନଙ୍କ ସହ ତୁଳନା କଲା ଓ ଇଶ୍ୱରଙ୍କ ଦ୍ୱାରା ନିର୍ମିତ ନିୟମକୁ ପରିବର୍ତନ କରିବାକୁ ଚେଷ୍ଟା କଲା । ଯଦି ରାବଣ ଆଉ କିଛି ବର୍ଷ ଜୀବିତ ଥାନ୍ତା ତେବେ ନିଜର ୭ଟି ଅଧୁରା କାର‌୍ୟ୍ୟକୁ ପୂରଣ କରିପାରିଥାନ୍ତା ଓ ଏହି ସୁନ୍ଦର ଦୁନିଆ ଆହୁରି ସୁନ୍ଦର ହୋଇପାରିଥାନ୍ତା । ତେଣୁ ଆସନ୍ତୁ ଜାଣିବା ରାବଣର ଅଧୁରା ସ୍ୱପ୍ନ ବିଷୟରେ… ୧. ରାବଣର ପ୍ରଥମ ସ୍ୱପ୍ନ ହେଲା ସ୍ୱର୍ଗରେ ସିଡି ନିର୍ମାଣ କରିବା । ରାବଣ ଚାହୁଁଥିଲା କି ସବୁ ବ୍ୟକ୍ତି ସ୍ୱର୍ଗକୁ ଯାଆନ୍ତୁ । ସେ ଧରିତ୍ରୀଠୁ ଆରମ୍ଭ କରି ସ୍ୱର୍ଗ ପର୍ଯ୍ୟନ୍ତ ସିଡି ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଥିଲା । କିନ୍ତୁ ଏହି ସିଡି ଶେଷ ହେବା ପୂର୍ବରୁ ରାବଣର ମୃତ୍ୟୁ ରାମଙ୍କ ହାତରେ ହୋଇସାରିଥିଲା । ୨. ରାବଣର ଦ୍ୱିତୀୟ ସ୍ୱପ୍ନ ଥିଲା ସମୁଦ୍ରର ପାଣିକୁ ମିଠା କରିବା । କାରଣ ରାବଣକୁ ଜଣାଥିଲା ଯେ ପୃଥିବୀରେ ପିଇବା ପାଣିର ପରିମାଣ ବହୁତ କମ ଅଛି । ତେଣୁ ସମୁଦ୍ର ପାଣି ମିଠା ହୋଇଗଲେ ପିଇବାର ଆଉ କୌଣସି ବି ସମସ୍ୟା ରହିବନି ଯାହା ସବୁଦିନ ପାଇଁ ଶେଷ ହୋଇଯିବ । ୩. ରାବଣର ତୃତୀୟ ସ୍ୱପ୍ନ ଥିଲା ସୁନାରେ ସୁଗନ୍ଧ ଭର୍ତ୍ତି କରିବା । ଏହାର କାରଣ ଏହିକି ରାବଣ ସୁନାର ବହୁତ ପ୍ରିୟ ଥିଲା । ସେ ନିଜର ପୂରା ନଗରୀ ସୁନାରେ ନିର୍ମାଣ କରିଥିଲା । କାରଣ ରାବଣ ଚାହୁଁଥିଲା କି ସୁନାରେ ସୁଗନ୍ଧ ଆସିଗଲେ ସେ ସୁଗନ୍ଧରୁ ସୁନାର ତଲାସ କରିନେବ । ୪.ରାବଣର ଚତୁର୍ଥ ସ୍ୱପ୍ନ ଥିଲା ରଙ୍ଗଭେଦକୁ ଶେଷ କରିବାକୁ ଚାହୁଁଥିଲା । କାରଣ ସେ ଚାହୁଁଥିଲା ସବୁ ଲୋକ ଗୋରା ଦେଖାଯାଆନ୍ତୁ । କେହି କାହାର କଳା ରଙ୍ଗ ନେଇ କେବେ ମଜା କରିବେ ନାହିଁ । ୫. ରାବଣର ପଞ୍ଚମ ସ୍ୱପ୍ନ ଥିଲା ରକ୍ତର ରଙ୍ଗକୁ ଲାଲରୁ ଧଳା କରିବାକୁ ଚାହୁଁଥିଲା । ଯାହାଫଳରେ କୌଣସି ବ୍ୟକ୍ତିର ହତ୍ୟା କରିବା ଫଳରେ ତାହା ଯେପରି କାହାକୁ ଜଣାପଡିବ ନାହିଁ । ୬. ରାବଣର ଷଷ୍ଠ ସ୍ୱପ୍ନ ଥିଲା ମଦକୁ ଗନ୍ଧହୀନ କରିବାପାଇଁ ଚାହୁଁଥିଲା । ଯାହାଦ୍ୱାରା ସମସ୍ତେ ମଦର ମଜା ନେଇ ଏହାକୁ ପାନ କରିପାରିବେ । ୭. ରାବଣର ସପ୍ତମ ସ୍ୱପ୍ନଥିଲା ଭଗବାନଙ୍କ ପୂଜା କରିବା ସହ ସମସ୍ତେ ତାହାର ପୂଜା କରିବେ । କିନ୍ତୁ ଏ ସ୍ୱପ୍ନ ଅଧୁରା ରହିବା ସହ ଶେଷରେ ସେ ପ୍ରାଣତ୍ୟାଗ।
OSCAR-2019
କେରଳ: ପୁଲିସ୍‌ ଡ୍ରାଇଭର୍‌କୁ କେରଳ ପୁଲିସର ଏଡିଜିପି ସୁରେଶ କୁମାରଙ୍କ ଝିଅ ପିଟିଥିବା ଅଭିଯୋଗ ପରେ ଏଡିଜିପି ପଦବିରୁ ସୁରେଶଙ୍କୁ ହଟାଇଛନ୍ତି ସରକାର । ଏବେ ସେ ଜଣେ ବିଭାଗ ବିହୀନ ଅଧିକାରୀ । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏଯାବତ୍‌ ତାଙ୍କୁ କୌଣସି ନୂତନ ନିଯୁକ୍ତି ଦିଆଯାଇ ନାହିଁ। ସୁରେଶ କୁମାରଙ୍କ ବଦଳରେ ତାଙ୍କ କାର୍ଯ୍ୟଭାର ସମ୍ଭାଳିବାକୁ ଏଡିଜିପି ଅନନ୍ତ କ୍ରିଷ୍ଣନଙ୍କୁ ନିର୍ଦେଶ ଦିଆଯାଇଛି। ସୁରେଶ କୁମାରେଙ୍କ ଝିଅ ସ୍ନିକ୍‌ତାଙ୍କୁ ମିୟୁଜିୟମ୍‌ ପୁଲିସ୍‌ ଗିରଫ କରିଛି। ସେ ପୁଲିସ୍‌ ଗାଡ଼ି ଚାଳକ ଗାଭାସ୍କରଙ୍କୁ ପିଟିଥିବାରୁ ତାଙ୍କୁ ଗିରଫ କରାଯାଇଛି। ସ୍ନିକ୍‌ତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଚାଳକଙ୍କୁ ମଧ୍ୟ କିରଫ କରିଛି। ପୁଲିସ୍‌ ଗାଡ଼ି ଚାଳକଙ୍କୁ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇଥିବାରୁ ଏଡିଜିପି ସୁରେଶ କୁମାର ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଚାଳକ ଗାଭାସ୍କର ମାଡ଼ ଖାଇବା ପରେ ତାଙ୍କ ପତ୍ନୀ ରେସ୍ମା ଏବଂ ଭଉଣୀ ମୁମତାଜ୍‌ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ୍‌ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପୁଲିସ୍‌ କର୍ମଚାରୀ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ଘଟଣାର ତଦନ୍ତ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଜାଣିବାକୁ ମିଳିଛି ଯେ ସୁରେଶ କୁମାରଙ୍କ ଝିଅ ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ। ତାଙ୍କୁ ଯାଇ ଉଚିତ ସମୟରେ ଡ୍ରାଇଭର୍‌ ଆଣି ନପାରିବାରୁ ଉତ୍ତ୍ୟକ୍ତ ହୋଇ ତାଙ୍କୁ ବାଡ଼େଇଥିବା ଅଭିଯୋଗ ହୋଇଛି। କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଯୋଗୁଁ ଗତ ୮ତାରିଖରେ ଘୋଷଣା କରାଯାଇଥିବା ସାଇନ୍‌-ଡାଏକୁ ଉଠାଇବା ଉପରେ ଆସନ୍ତାକାଲି ନିଷ୍ପତ୍ତିି ନିଆଯିବ। ବିଶ୍ୱବିଦ୍ୟାଳୟ ରେସିଡେନ୍ସିଆଲ୍‌ କମିଟିର ଏକ ସ୍ୱତନ୍ତ୍ର ବୈଠକ ଆସନ୍ତା କାଲି ଦିନ ୧୨ଟାରେ କୁଳପତିଙ୍କ ସମ୍ମିଳନୀ କକ୍ଷରେ ବସିବ। ବୈଠକରେ ବିଭିନ୍ନ ଛାତ୍ର ସଂଗଠନର ପକ୍ଷରୁ ସାଇନ୍‌-ଡାଏ ଉଠାଇବାକୁ ଦିଆଯାଇଥିବା ଦାବିପତ୍ର ଓ ଆଜି ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟି ସହିତ କର୍ତ୍ତୃପକ୍ଷ କରିଥିବା ଆଲୋଚନାକୁ ସମୀକ୍ଷା କରାଯାଇ ନିଷ୍ପତ୍ତିି ଗ୍ରହଣ କରାଯିବ। ଅନ୍ୟପଟେ ସାଇନ୍‌-ଡାଏ ଉଠିଲେ ଆସନ୍ତା ୨୦ ତାରିଖ ମଧ୍ୟରେ ସମସ୍ତ ପରୀକ୍ଷା ଶେଷକରି ୨୭ ତାରିଖରେ ପରୀକ୍ଷାଫଳ ଘୋଷଣା କରିବାକୁ ଉଦ୍ୟମ କରାଯିବ ବୋଲି କୁଳପତି ପ୍ରଫେସର ଡକ୍ଟର ଇସାନ କୁମାର ପାତ୍ର ସୂଚନା ଦେଇଛନ୍ତି। ସାଇନ୍‌-ଡାଏକୁ ବିରୋଧ କରି ଦୁଇଦିନ ଧରି ରେଭେନ୍ସା ଫାଟକ ସମ୍ମୁଖରେ ଧାରଣା ଦେଇଥିବା ଛାତ୍ର କ୍ରିୟାନୁଷ୍ଠାନ କମିଟି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଆଜି ଧାରଣାରୁ ଓହରି ଯାଇଛି। କମିଟିର ବିଭିନ୍ନ ଦାବି ଗୁଡିକ କର୍ତ୍ତୃପକ୍ଷ ମାନି ନେବା ସହ ସାଇନ୍‌-ଡାଏକୁ ଉଠାବାକୁ ପ୍ରତିଶ୍ରୁତି ଦେବା ପରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ଧାରଣାକୁ ପ୍ରତ୍ୟହାର କରି ନେଇଥିବା ସୂଚନା ଦେଇଛି। ଗତ ମଙ୍ଗଳବାର ଦିନ ୧୨ଟାରେ ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ଦାବି ନେଇ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ୧୦ଘଣ୍ଟାରୁ ଅଧିକ ସମୟଧରି କୁଳପତିଙ୍କୁ ଘେରାଉ କରି ରଖିଥିଲେ। କର୍ତ୍ତୃପକ୍ଷଙ୍କ ସହିତ ଏକାଧିକ ଥର ଆଲୋଚନା କରାଯାଇ ଥିଲେ ବି କୌଣସି ସୁଫଳ ନମିଳିବାରୁ ଶେଷରେ ବିଶ୍ୱବିଦ୍ୟାଳୟରେ କର୍ତ୍ତୃପକ୍ଷ ରାତି ୧୦ଟାରେ ସାଇନ୍‌-ଡାଏ ଘୋଷଣା କରିଥିଲେ। ଯାଜପୁର : ‘ସମ୍ବାଦ’ କେବଳ ଏକ ଖବରକାଗଜ ନୁହେଁ, ସାମାଜିକ ପରିବର୍ତ୍ତନର ପ୍ରବର୍ତ୍ତକ। ସେ ନିରପେକ୍ଷତା କ୍ଷେତ୍ରରେ ହେଉ ଅବା ନିର୍ଭୀକ ସାମ୍ବାଦିକତା ଦିଗରେ ସବୁବେଳେ ନିଜର ଉତ୍ତରଦାୟିତ୍ୱ ନିଭାଇଛି। କେବେହେଲେ ନିଜ ବିଚାରରେ ସାଲିସ୍‌ କରିନାହିଁ। ଶାସକ ହେଉ କି’ ବିରୋଧୀ ସବୁ ଦଳକୁ ସମାନ ଗୁରୁତ୍ୱ ଦେଇ ଖବର ପରିବେଷଣ କରିଛି। ପୁଣି ଆଞ୍ଚଳିକ ସଂସ୍କରଣ ଜରିଆରେ ରାଜ୍ୟର କୋଣ ଅନୁକୋଣରୁ ଲୋକଙ୍କ ସମସ୍ୟାକୁ ଅଧିକ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଣୁ ଜନସାଧାରଣଙ୍କ ସ୍ୱର ରୂପେ ପରିଚିତ ‘ସମ୍ବାଦ’ କୌଣସି ରାଜନୈତିକ ଦଳ କିମ୍ବା ଗୋଷ୍ଠୀର ନୁହେଁ, ସାଧାରଣ ଲୋକଙ୍କ ଖବରକାଗଜ ବୋଲି ‘ସମ୍ବାଦ’ର ଯାଜପୁର ସଂସ୍କରଣ ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଯାଜପୁର ରୋଡ୍‌ସ୍ଥିତ ବ୍ରାହ୍ମଣୀ ହୋଟେଲ୍‌ରେ ଆଜି ସଂଧ୍ୟାରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ସ୍ୱାସ୍ଥ୍ୟ ତଥା ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ପ୍ରତାପ କୁମାର ଜେନା, ମୁଖ୍ୟ ଅତିଥି ଭାବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଜେଡି ମୁଖ୍ୟ ସଚେତନ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରଦୀପ କୁମାର ପୁରୋହିତ, ବିଧାୟକ ଆକାଶ ଦାସ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ, ୩୪ବର୍ଷ ପୂର୍ବେ ସମ୍ବାଦ ଯେତେବେଳେ ଜନ୍ମ ନେଲା, ସେତେବେଳେ ଏହାକୁ କଂଗ୍ରେସ ଖବରକାଗଜ ଆଖ୍ୟା ଦିଆଯାଇଥିଲା। ମାତ୍ର ନିରପେକ୍ଷତା ଓ ନିର୍ଭୀକ ଖବର ପରିବେଷଣ କରି ଆଜି ‘ସମ୍ବାଦ’ କେବଳ ଓଡ଼ିଶା ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିନାହିଁ, ରାଜ୍ୟର ଏକ ନମ୍ବର ଖବରକାଗଜ ମାନ୍ୟତା ବି ପାଇଛି। ସଂପାଦକୀୟ ପୃଷ୍ଠାରେ ଯେହେତୁ ନିଜସ୍ୱ ମତ ଲେଖିବାର ଅଧିକାର ରହିଛି, ତେଣୁ ସେହି ପୃଷ୍ଠାକୁ ବାଦ୍‌ ଦେଲେ ଅନ୍ୟ ସବୁ ପୃଷ୍ଠାର ଖବରରେ କେବେହେଲେ ପକ୍ଷପାତିତା କରାଯାଇନାହିଁ। ନିରପେକ୍ଷତା ବଜାୟ ରଖିଛି। ଶାସକ ଦଳ ଖବରକୁ ଯେତିକି ଗୁରୁତ୍ୱ ଦିଆଯାଇଛି, ସମତାଳରେ ବିରୋଧୀ ଦଳ ଖବରକୁ ବି ସେହି ପରିମାଣରେ ଗୁରୁତ୍ୱ ଦିଆଯାଇ ପରିବେଷଣ କରାଯାଇଛି ବୋଲି ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆଞ୍ଚଳିକ ସଂସ୍କରଣର ପ୍ରାସଙ୍ଗିକତା ଉପରେ ମତ ରଖି ଶ୍ରୀ ମିଶ୍ର କହିଥିଲେ, ଲୋକଙ୍କ ସମସ୍ୟା ସହିତ ଯୋଡ଼ି ହେବାର ଏହି ପ୍ରୟାସ ବାସ୍ତବିକ ପ୍ରଶଂସନୀୟ। କିନ୍ତୁ ଅନେକ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଖବର ଆଞ୍ଚଳିକ ସ୍ତରରେ ହିଁ ସୀମିତ ରହୁଥିବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇପାରୁନାହିଁ। ଏଣୁ ବିଭିନ୍ନ ଅଂଚଳରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକୁ ଯଦି ରାଜ୍ୟ ପୃଷ୍ଠାରେ ଦିଆଯା’ନ୍ତା, ତେବେ ସମସ୍ୟାର ସମାଧାନ ତ୍ୱରିତ ହୋଇପାରନ୍ତା ବୋଲି ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିବା ସହ ଏ ଦିଗରେ ସଂପାଦକ ବିଚାର କରିବାକୁ ପ୍ରସ୍ତାବ ଦେଇଥିଲେ। ଉଦ୍‌ଘାଟକ ଭାବେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ୧୯୮୪ମସିହାରେ ‘ସମ୍ବାଦ’ ଜନ୍ମ ନେବା ପରେ ଓଡ଼ିଶା ଗଣମାଧ୍ୟମ ଜଗତରେ ନୂଆ ବିପ୍ଲବ ଆରମ୍ଭ ହୋଇଥିଲା। ପୂର୍ବରୁ ଯେଭଳି ପାରମ୍ପରିକ ଢାଞ୍ଚାରେ ଖବର ପରିବେଷଣ ହେଉଥିଲା, ତାହାକୁ ଏହି ଅନୁଷ୍ଠାନ ବଦଳାଇ ନୂଆ ତଥା ନିଆରା ଢଙ୍ଗରେ ସଠିକ୍‌ ଖବର ପରିବେଷଣ କରିବା ସହ ପେସାଦାର ସାମ୍ବାଦିକତାର ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି। ଯେଉଁଥିପାଇଁ ସମ୍ବାଦ ଆଜି ଓଡ଼ିଶାର ଲୋକପ୍ରିୟ ଏକ ନମ୍ବର ଖବରକାଗଜ ହେଇପାରିଛି ବୋଲି ଶ୍ରୀ ଜେନା କହିଥିଲେ। ଏ ଦିଗରେ ହକର୍‌ଙ୍କଠୁ ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ସମ୍ମାନିତ ଅତିିଥି ବିଧାୟକ ଶ୍ରୀ ପୁରୋହିତ କହିଥିଲେ, ‘ସମ୍ବାଦ’ ଜନ୍ମ ନେବା ପରେ ବହୁ ସମାଲୋଚନାର ଶିକାର ହୋଇଥିଲା। କିନ୍ତୁ ସେସବୁ ଏବେ ଇତିହାସ ହେଇଗଲାଣି। ବର୍ତ୍ତମାନ ସମ୍ବାଦ ସାଧାରଣ ଜନତାଙ୍କ ସ୍ୱର ପାଲଟିିଛି। ଏହାପଛରେ ଦୁଇଟି କାରଣ ରହିଛି। ପ୍ରଥମତଃ ସଠିକ୍‌ ଖବର ଲୋକଙ୍କ ନିକଟରେ ତ୍ୱରିତ ପହଞ୍ଚାଇବା ସହ ସାଧାରଣ ଲୋକଙ୍କ ସ୍ୱରକୁ ଅତି ଶାଣିତ ଢଙ୍ଗରେ ପରିବେଷଣ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛି। ସମ୍ମାନିତ ଅତିଥି ଭାବେ ମୁଖ୍ୟ ସଚେତକ ଶ୍ରୀ ଶତପଥୀ ‘ସମ୍ବାଦ’ର ଏହି ନୂତନ ସଂସ୍କରଣ ଉଭୟ ଯାଜପୁର ଓ କେନ୍ଦୁଝର ଜିଲ୍ଳାର ସାଧାରଣ ଲୋକଙ୍କ ସମସ୍ୟାକୁ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରେ ସହାୟକ ହେବ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିିଥି ବିଧାୟକ ଶ୍ରୀ ନାୟକ କହିଥିଲେ, ଖବରକାଗଜରେ କେବଳ ନକରାତ୍ମକ ଖବର ପ୍ରକାଶ ନ କରି ଭଲ ଖବର ପରିବେଷଣ କରିବା ଉଚିତ୍‌। ସମାଜର ଅନେକ ରୋଲ ମଡେଲ୍‌ ଅଛନ୍ତି, ଯେଉଁମାନଙ୍କର ସମାଜ ପ୍ରତି ବହୁ ଅବଦାନ ରହିଛି। ସେମାନଙ୍କ ବିଷୟରେ ଯଦି ଖବର ପ୍ରକାଶ ହୁଅନ୍ତା, ତେବେ ଅନ୍ୟମାନେ ପ୍ରେରଣା ପାଆନ୍ତେ ବୋଲି ସେ କହିଥିଲେ। ସଂପାଦକ ଶ୍ରୀ ପଟ୍ଟନାୟକ ନିଜ ସଭାପତିତ୍ୱ ଭାଷଣ ଦେଇ କହିଲେ, ସଂପ୍ରତି ସମ୍ବାଦପତ୍ର ଏକ ସଂକଟ ଦେଇ ଗତି କରୁଥିବା ବେଳେ ଯାଜପୁର ସଂସ୍କରଣ ଖୋଲାଯିବା ଏକ ଦୁଃସାହସିକ ପଦକ୍ଷେପ। ଏହା ପଛରେ ବାଧ୍ୟବାଧକତା ରହିଛି। ନିଜ ଅଂଚଳର ଖବରକୁ ନେଇ ଲୋକଙ୍କ ଚାହିଦା ବର୍ତ୍ତମାନ ଏତେ ମାତ୍ରାରେ ବଢ଼ିଛି ଯେ, ସେସବୁ ଖବର ଦେବା ପାଇଁ ଏଭଳି ସଂସ୍କରଣ ଖୋଲାଯିବା ଛଡ଼ା ଅନ୍ୟ କିଛି ବିକଳ୍ପ ଉପାୟ ନାହିଁ। ଅଧିକରୁ ଅଧିକ ଖବର ହିଁ ଏହି ଆଞ୍ଚଳିକ ସଂସ୍କରଣ ଜରିଆରେ ହିଁ ପ୍ରକାଶ କରାଯାଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଖବରକାଗଜର ବିଶ୍ୱସନୀୟତା ଉପରେ ମତ ରଖି ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ବିିଭିନ୍ନ ରାଜନୈତିକ ଦଳଠୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ସେମାନଙ୍କ ସପକ୍ଷରେ ଖବର ପ୍ରକାଶନ ପାଇଁ ଖବରକାଗଜକୁ ନିଜ କବ୍‌ଜାକୁ ନେବାକୁ ଉଦ୍ୟମ କରୁଛନ୍ତି। ଅର୍ଥ ବଳଠୁ ଆଇନ ବଳ ପ୍ରୟୋଗ କରିବାକୁ ବି ପଛାଉ ନାହାନ୍ତି। କିନ୍ତୁ ଏପରି ଉଦ୍ୟମ କରି କୌଣସି କ୍ଷମତାସୀନ ଦଳ ଅଥବା ନେତା ସାଧାରଣ ଲୋକଙ୍କ ସ୍ୱରକୁ ବେଶୀ ଦିନ ଚପାଇ ପାରିବ ନାହିଁ। ଦିନେ ନା ଦିନେ ସତ ପଦାକୁ ଆସିବ। ତେଣୁ କ୍ଷମତାସୀନ ବ୍ୟକ୍ତି ମାନେ ସ୍ୱାଧୀନ ମତକୁ ଗ୍ରହଣ କରିନେବା ଉଚିତ୍‌ ବୋଲି ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯାଜପୁର ଓ କେନ୍ଦୁଝର ମାଟିର ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଗାଳ୍ପିକ ରାମଚନ୍ଦ୍ର ବେହେରା, ଧାବିକା ଦୂତି ଚାନ୍ଦ, କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି କୁଅଁର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ, ସମାଜସେବୀ କିରଣ ଶଙ୍କର ସାହୁ, ବୌଦ୍ଧ ଗବେଷକ ଓ ସଂଗ୍ରାହକ ଡକ୍ଟର ନୃସିଂହ ଚରଣ ସାହୁ ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିଭଳି ଖ୍ୟାତିସଂପନ୍ନ ହୃଦ୍‌ ରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପାଇଁ ଭଉଣୀ ସସ୍ମିତା ପଣ୍ଡା, ଏଭରେଷ୍ଟ୍‍ ଆରୋହଣକାରୀ ସ୍ୱର୍ଣ୍ଣଲତା ଦଳେଇଙ୍କ ପାଇଁ ତାଙ୍କ ବାପା ମହେଶ୍ୱର ଦଳେଇ ଓ ମା ପ୍ରମିଳା ଦଳେଇ ଏବଂ ଅତିବଡ଼ି ପୁରସ୍କାରପ୍ରାପ୍ତ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କ ପାଇଁ ତାଙ୍କ ସହଯୋଗୀ ଗିରିଧାରୀ ସ୍ୱାଇଁ ପ୍ରମୁଖ ଅତିଥିଙ୍କୁୁ ସମ୍ବର୍ଧନା ଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ବିଶେଷାଙ୍କ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଜିଏମ୍‌(ନ୍ୟୁଜ୍‌) ଭବାନୀ ଶଙ୍କର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଓ ଅତିଥିଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ। ମୁଖ୍ୟ ମହାପ୍ରବଂଧକ(ନ୍ୟୁଜ୍‌) ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ବାଦର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯାଜପୁର ଜିଲ୍ଲା ପ୍ରତିନିଧି ସଂଗ୍ରାମ ସିଂହ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବାଦ ସମ୍ପାଦକ (ଫିଚର) ଡ.ଗୌରହରି ଦାସ, ସମ୍ପାଦକ ସଂପାଦକୀୟ ପୃଷ୍ଠା ରଣଜିତ୍‌ ଗୁରୁ, ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ମାନବ ସମ୍ବଳ ବିଭାଗ ଉପ ମହାପ୍ରବନ୍ଧକ ବୈଜୟନ୍ତୀ କର, ସଂପାଦକ ପ୍ରକାଶନ ବିଭାଗ ଅସିତ ମହାନ୍ତି, ଆମ ଓଡ଼ିଶା ସଂଯୋଜକ ସ୍ୱରାଜ ମିଶ୍ର, ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ଯାଜପୁର ସଂସ୍କରଣ ସହକାରୀ ମହାପ୍ରବନ୍ଧକ (ନ୍ୟୁଜ) ଡ.ପ୍ରଦୀପ ମହାପାତ୍ର, କଟକ ସଂସ୍କରଣ ଶାଖା ପରିଚାଳକ ସୁଶିଲ ପ୍ରଧାନ ପ୍ରଧାନଙ୍କ ସମେତ ସମ୍ବାଦ ପରିବାରର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।
OSCAR-2019
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ବଳିଷ୍ଠ ବ୍ୟକ୍ତିତ୍ୱ , ନିଆରା ନେତୃତ୍ୱଏବଂ ବିଚାରାଧାରାରେ ପୁରା ଦେଶବାସୀଙ୍କୁ କରିଛନ୍ତି ପ୍ରଭାବିତ । ସତ୍ତାର ଦୁନିଆରେ ବେତାଜ୍ ବାଦଶାହା କୁହାଯାଉଥିବା ମୋଦି ରାଜନୀତିରେ ଜିତିପାରିଛନ୍ତି ସମସ୍ତଙ୍କ ହୃଦୟ । ତେବେ ରାଜନୀତି ପରେ ଏବେ ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ । ବଲିଉଡରେ ଅଭିନୟ ନୁହେଁ ବରଂ ନିଜ କଣ୍ଠଦାନ କରିବେ ମୋଦି । ଖୁବ୍ ଶୀଘ୍ର ‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ଉପରେ ଆସୁଛି ସିନେମା । ରେଡିଓରେ ନିଜ ସୋ’ ‘ମନ୍ କି ବାତ୍’ରେ ଜନତାଙ୍କ ନିକଟବର୍ତ୍ତୀ ହୋଇଥିବା ମୋଦି ଏବେ ଏହି ସିନେମାରେ କରିବେ କଣ୍ଠଦାନ । ନାରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ତିଆରି ହେଉଥିବା ଏହି ସିନେମା ପାଇଁ ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନୀଭାସଙ୍କ ପତ୍ନୀ ଅମୃତା । ଏହା ସହ ସିନେମାର ନିର୍ଦ୍ଦେଶନା ଦେବେ ରାମକୁମାର ଶଡଙ୍ଗେ । ସିନେମାର ସୁନୀଲ୍ ସେଟ୍ଟି, ଶ୍ରୀ ଶ୍ରୀ ରବିଶଙ୍କର, କିରଣ ବେଦୀ, ଅମିତାଭ୍ ବଚ୍ଚନଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ନଜର ଆସିବେ । ଏହା ସହ ବାହୁବଳୀର ନାୟିକା ତମନ୍ନା ଭାଟିଆ ଏବଂ ଓସ୍କାର୍ ନୋମିନେଟେଡ୍ ସିନେମା ‘ଲାୟନ୍’ରେ ବାଳ କଳାକାର ଭାବେ କାମ କରିଥିବା ସନ୍ନୀ ପାୱାର୍ ମଧ୍ୟ ସିନେମାରେ ଅଭିନୟ କରିବେ । ସିନେମାଟି ଆସନ୍ତା ବର୍ଷ ଜାନୁୟାରୀରେ ଅନୁଷ୍ଠିତ ହେବାକୁ ଥିବା ଜର୍ମାନ୍ ଏଣ୍ଡ୍ ଫ୍ରେଂଚ୍ ଫିଲ୍ମ ଫେଷ୍ଟିବାଲରେ ସ୍କ୍ରିନିଂ ହେବ । ସିନେମାଟି ପ୍ରାୟ ୧୪ଟି ଭାଷାରେ ଡବିଂ ହେବ ଏବଂ ପରେ ଦେଶର ବିଭିନ୍ନ ସ୍କୁଲ୍ ମାନଙ୍କରେ ପ୍ରଦର୍ଶନ ହେବ ।
OSCAR-2019
ନୂଆଦିଲ୍ଲୀ : ବିବାଦ ଭାରତୀୟ ରେଳବାଇର ପିଛା ଛାଡୁ ନାହିଁ । କିଛିଦିନ ତଳେ ଖବର ଆସିଥିଲା ଯେ ଜଣେ ଭେଣ୍ଡର ଟ୍ରେନର ଶୌଚାଳୟରୁ ପାଣି ନେଇ ଚା, କଫି ପ୍ରସ୍ତୁତ କରୁଛନ୍ତି । ଏହା ସୋସିଆଲ ମି଼ଡିଆରେ ଭାଇରାଲ ହେବା ପରେ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ସଂପୃକ୍ତ କଣ୍ଟ୍ରାକ୍ଟରକୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । କିନ୍ତୁ ଏବେ ପୁଣି ଏକ ସେହିଭଳି ଘଟଣା ସାମନାକୁ ଆସିଛି । ମୁମ୍ବାଇରୁ ନିଜାମୁଦ୍ଦିନ ଯାଉଥିବା ଗରିବ ରଥ ଟ୍ରେନର ଶୌଚାଳୟରେ ପାଣି ବୋତଲ ରଖାଯାଉଥିବା ଭିଡିଓ ଆସିଛି । ଏହି ଭିଡିଓରେ ଦେଖାଯାଇଛି ଯେ କ୍ୟାଟରିଂ କର୍ମଚାରୀ ଟ୍ରେନରେ ଶାରିରୀକ ଅକ୍ଷମଙ୍କ ପାଇଁ ଥିବା ଶୌଚାଳୟରେ ପାଣିବୋତଲ ଓ ଥଣ୍ଡାପାନୀୟ ରଖୁଛନ୍ତି ଓ ତାହାକୁ ନେଇ ଟ୍ରେନରେ ଯାତ୍ରୀମାନଙ୍କୁ ବିକ୍ରି କରୁଛନ୍ତି । ତଦନ୍ତରୁ ଜଣାପଡିଛି ଯେ ଏହି ଭିଡିଓଟି ଗତ ଏପ୍ରିଲ ୨୫ ତାରିଖର । ଏହି ଭିଡିଓ ଭାଇରାଲ ହେବା ପରେ ରେଳବାଇ ପକ୍ଷରୁ ସଂପୃକ୍ତ କଣ୍ଟ୍ରାକ୍ଟରକୁ ୧ ଲକ୍ଷ ଟଙ୍କାର ଜରିମାନା ବସାଯାଇଛି । କେବଳ ଜରିମାନା ନୁହେଁ ଏହି କଣ୍ଟ୍ରେକ୍ଟରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଯେ ତାଙ୍କର କଣ୍ଟ୍ରାକ୍ଟ କାହିଁକି ବାତିଲ କରାଯିବ ନାହିଁ । ଏହା ସହିତ ରେଳବାଇ ପକ୍ଷରୁ ଏକ ଟିମ ଗଠନ କରାଯାଇ ଏଦିଗରେ ଅଧିକ ତଦନ୍ତ ପାଇଁ କୁହାଯାଇଛି । ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ; ଡ଼ରି ନ ଯାଇ ଉପସ୍ଥିତ ବୁଦ୍ଧି ଖଟାଇ ଏମିତି ବର୍ତ୍ତିଲେ ପୀଡ଼ିତା ଦୁବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାରିୟରର ସର୍ବଶ୍ରେଷ୍ଠ ଆଇସିସି ର‍୍ୟାଙ୍କିଙ୍ଗ୍‌ ମିଳିଛି। ଇଂଲଣ୍ଡ ବିରୋଧରେ ୩ୟ କ୍ରିକେଟ୍‌ ଟେଷ୍ଟ ମ୍ୟାଚ୍‌ରେ ଉତ୍ତମ ପ୍ରଦର୍ଶନ କରି କୋହଲି ଏହି ର‍୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। କୋହଲି ନଟିଂହାମ୍‌ର ଟ୍ରେଣ୍ଟ ବ୍ରିଜ୍‌ ଷ୍ଟାଡିୟମରେ ୯୭ ଓ ୧୦୩ ରନ୍‌ ପାରି ଖେଳିଛନ୍ତି। ଭାରତ ଏହି ଟେଷ୍ଟକୁ ୨୦୩ ରନ୍‌ ଜିତିଛି। ବର୍ମିଂହାମରେ ପ୍ରଥମ ଟେଷ୍ଟରେ ୧୪୯ ଓ ୫୧ ରନ୍‌ ଯୋଡ଼ିଥିବା କୋହଲିଙ୍କୁ ଶ୍ରେଷ୍ଠ ସ୍ଥାନ ମିଳିଥିଲା କିନ୍ତୁ ଲର୍ଡସ ଠାରେ ୨ୟ ଟେଷ୍ଟରେ ଭାରତ ହାରିଜିବା ପରେ ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲେ। ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବା ପରେ ସେ ପୁଣି ଥରେ ଶୀର୍ଷ ସ୍ଥାନକୁ ପହଞ୍ଚି ପାରିଛନ୍ତି। ସର୍ବକାଳୀନ ରେଟିଙ୍ଗ ପଏଣ୍ଟ କଥା ଯଦି ଆଲୋଚନା କରିବା ଏବେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟସ୍‌ମ୍ୟାନ କୁମାର ସାଙ୍ଗାକାର ଏସୀୟ ବ୍ୟାଟସ୍‌ମ୍ୟାନଙ୍କ ତାଲିକାରେ ଆଗରେ ଅଛନ୍ତି। କୋହଲିଙ୍କୁ ଏବେ ୯୩୭ ପଏଣ୍ଟ ମିଳିଛି, ଯାହାକି ଟେଷ୍ଟ କ୍ରିକେଟ ଇତିହାସରେ ୧୧ତମ ସର୍ବଶ୍ରେଷ୍ଠ ରେଟିଙ୍ଗ ପଏଣ୍ଟ। ଡନ ବ୍ରାଡମ୍ୟାନ୍‌ ୯୬୧ ପଏଣ୍ଟ ପାଇ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଷ୍ଟିଭ ସ୍ମିଥ ଦ୍ୱିତୀୟ(୯୪୭), ଲେନ ହଟନ (୯୪୫), ଜେକ ହବସ୍‌(୯୪୨), ରିକି ପଣ୍ଟିଙ୍ଗ(୯୪୨), ପିଟର ମେ(୯୪୧), ଗ୍ୟାରି ସୋବର୍ସ, କ୍ଲାଇଡ ଭୋଲକୋଟ, ଭିଭିଆନ ରିଚାର୍ଡ ଓ କୁମାର ସାଙ୍ଗାକାରଙ୍କୁ ୯୩୮ ରେଟିଙ୍ଗ୍‌ ପଏଣ୍ଟ ମିିଳିଛି। ସୂଚନାଯୋଗ୍ୟ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୩୨ ବର୍ଷ ମଧ୍ୟରେ ଶ୍ରେଷ୍ଠ ବିଜୟ ହାସଲ କରିଛି। କ୍ରମାଗତ ଭାବରେ ୨ଟି ଟେଷ୍ଟରେ ପରାଜିତ ହେବା ପରେ ୩ୟ ଟେଷ୍ଟରେ ବିଜୟୀ ହୋଇଛି। ଇଂଲଣ୍ଡକୁ ୨୦୩ରେ ପରାସ୍ତ କରିଛି।
OSCAR-2019
ପୁଣି ନୂଆପଡା ଜିଲ୍ଲାରେ ବାଘ ଆତଙ୍କ । ଗତକାଲି ବିଲମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ୨ଜଣକୁ ବାଘ ଆକମ୍ରଣ କରିଥିଲା । ହଳଦୀ ଗାଁର ବୟସ୍କ ମହିଳା ଧାନଦେଇ ପାଣ୍ଡେ ଓ ତାଙ୍କ ନାତୁଣି ଗନ୍ଦିନି ପାଣ୍ଡେ ଶୋଇଥିବା ଅବସ୍ଥାରେ ବାଘ ଆକ୍ରମଣ କରି କ୍ଷତବିକ୍ଷତ କରିଦେଇଥିବା ଜଣାପଡିଛି । ଆହାତ ୨ଜଣଙ୍କୁ ଉଦ୍ଧାର କରାଯାଇ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସେପଟେ ବାଘକୁ ଧରିବା ପାଇଁ ଘଟଣାସ୍ଥଳରେ ପୋଲିସ ଓ ବନବିଭାଗର ଅଧିକାରୀମାନେ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି । ତେବେ ପୂର୍ବରୁ ଗତ ମେ ମାସ ୨୭ ତାରିଖରେ ୪ ବର୍ଷର ଶିଶୁକୁ ଟେକି ନେଲଥିଲା ବାଘ । ପୁଣି ଜୋର୍ ଧରିଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ । ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ଦାବିରେ ବିଜେଡି ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଅଫିସ ଆଗରେ ପର୍ଯ୍ୟାୟ କ୍ରମେ ୨ ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ରାଜ୍ୟ ଶାସକ ଦଳର ଏହି ଆନ୍ଦୋଳନ ଆସନ୍ତା ୧୮ ତାରିଖ ଯାଏ କେବଳ ସରକାରୀ କାର୍ଯ୍ୟ ଦିବସରେ ଚାଲିବ । ପ୍ରଥମ ପର୍ଯ୍ୟାୟରେ ସୋମବାର ଦିନ ଭୁବନେଶ୍ବର, ଢେଙ୍କାନାଳର ହିନ୍ଦୋଳ ଏବଂ ଭଦ୍ରକରେ ଦଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଆଗରେ ୨ ଘଣ୍ଟିଆ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
OSCAR-2019
କନକ ବ୍ୟୁରୋ: ଭୁବନେଶ୍ୱର ୟୁନିଟ-୯ ଅଂଚଳରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମର୍ଣ୍ଣିଂ ୱାର୍କରୁ ଫେରିବା ପରେ, ପତ୍ନୀଙ୍କୁ ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ୱାମୀ । ଘର ବାରଣ୍ଡାରେ ମହିଳାଙ୍କୁ ଜଳୁଥିବାର ଦେଖି ଘର ମାଲିକ ଦେଖି ପୁଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୁଲିସ ପହଂଚିବା ବେଳକୁ ମହିଳାଙ୍କ ମୃତ୍ୟୁ ହୋଇ ସାରିଥିଲା । ତେବେ ଘର ମାଲିକ ଓ ଭଡାରେ ଥିବା ପରିବାରଙ୍କ ଭିତରେ ଗଣ୍ଡଗୋଳକୁ ନେଇ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଥିବା ମୃତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଘର ଛାଡିବା ନେଇ ଘର ମାଲିକ ଏବଂ ଭଡାଟିଆଙ୍କ ଭିତର ଗଣ୍ଡଗୋଳ ଥାନାରେ ସମାଧାନ ହୋଇଥିଲା । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ତେବେ ସରକାରୀ ଘର ଆଗକୁ ବଢାଇ ବେଆଇନ ଭାବେ ଘର ତୋଳି ଏହାକୁ ଭଡା ଲଗାଯାଇଥିବା ଘର ମାଲିକ ସ୍ୱୀକାର କରିଛନ୍ତି ।
OSCAR-2019
କନକ ବ୍ୟୁରୋ : ଆଇନ୍-କାନୁନର ହାତ ଖୁବ୍ ଲମ୍ବା ବୋଲି କଥା ସିନା ରହିଛି-କିନ୍ତୁ ପ୍ରଭାବଶାଳୀ ନେତାଙ୍କ କଥା ଆସିିଲେ କ’ଣ ଏମିତି ହୋଇଯାଏ ଯେ, ଏହି ଭଳି ଚେହେରାମାନେ ଦୁଷ୍କର୍ମ ଭଳି ସାଂଘାତିକ୍ ଘଟଣା ଘଟାଇବା ପରେ ବି ଅନାୟାସରେ ଫେରାର୍ ହୋଇ ଯାଆନ୍ତି । ହିରୋ ମାର୍କା ଚେହେରା ନେଇ ସୈତାନ୍ ଭଳି କାମ କରିଥିବା ଇଏ ହେଉଛନ୍ତି- ବିଜେଡି ନେତା ଚନ୍ଦ୍ରକାନ୍ତ ମହାପାତ୍ର । ଯିଏ ବିଜୁ ପକ୍କାଘର ଏବଂ ଭତ୍ତା ଟଙ୍କାର ଲୋଭ ଦେଇ ବିଜେଡି କାର୍ଯ୍ୟାଳୟ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୧୧ ତାରିଖରେ ପୀଡ଼ିତା ମହିଳାଙ୍କୁ ଫୋନ୍ କରି ବିଜେଡି ଅଫିସକୁ ଡାକିଥିଲେ ଚନ୍ଦ୍ରକାନ୍ତ । ଆଉ ଦଳୀୟ କାର୍ଯ୍ୟାଳୟ ଭିତରେ ଅସହାୟତାର ସୁଯୋଗ ନେଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଆଉ ପୁଲିସ୍ କହୁଛି-ଘଟଣାରେ ତଦନ୍ତ ଚାଲିଛି । ଆଉ ଏସବୁ ଭିତରେ ରାତାରାତି ବଦଳି ଯାଇଛି ବିଜେଡି କାର୍ଯ୍ୟାଳୟର ରୂପରେଖ । ଯେଉଁଠି ଦିନେ ଦଳୀୟ କାର୍ଯ୍ୟ ଚାଲିଥିଲା ଏହି ଘଟଣା ଘଟିବାର ଠିକ୍ ଦୁଇ ଦିନ ପରେ ପାଲଟି ଯାଇଛି ଗୋଦମ୍ ଘର । ଆଉ ଏହାକୁ ନେଇ ରାଜନୀତି ବି ଜୋରଦାର ହୋଇଛି । ଏବେ ଦେଖିବାର କଥା ପୁଲିସ ଓ ଅଭିଯୁକ୍ତିର ଏହି ଲୁଚକାଳି ଖେଳ ଭିତରେ କେବେ ଧରାପଡୁଛନ୍ତି ଚନ୍ଦ୍ରକାନ୍ତ ମହାପାତ୍ର ।
OSCAR-2019
କତାର ଆଧାରିତ ସମ୍ବାଦ ଚ୍ୟାନେଲ ଅଲ-ଜଜିରାର ପ୍ରସାରଣ ଏବେ ଭାରତରେ ହେବା ମୁସ୍କିଲ । ଜମ୍ମୁ କାଶ୍ମୀର ଉପରେ ଆପତ୍ତିଜନକ ଡକ୍ୟୁମେଣ୍ଟ୍ରିର ପ୍ରସାରଣ କରାଯାଇଥିବା ମାମଲାରେ ଗୃହ ମନ୍ତ୍ରଣାଳୟ ଇଂରାଜୀ ଚ୍ୟାନେଲର ସୁରକ୍ଷା ଲାଇସେନ୍ସକୁ ପ୍ରତ୍ୟାହାର କରିନେଇଛି । ଏହା ପୂର୍ବରୁ ଅଲ-ଜଜିରା ଭାରତର ଭୁଲ ମାନଚିତ୍ର ଦେଖାଇଥିଲା । ଏହା ପ୍ରସାରିତ ହେବା ବା ନହେବାର ଫଇସଲା ଗୃହ ମନ୍ତ୍ରଣାଳୟ ପରେ ଏବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ କରିବାକୁ ପଡିବ । ସରକାରୀ ଅଧିକାରୀଙ୍କ ମୁତାବକ, ଇଂରାଜୀ ଚ୍ୟାନେଲ ସିକ୍ୟୁରିଟି କ୍ଲିଏରେନ୍ସ ଫେରିବା ପାଇଁ ସରକାରକୁ ଅପିଲ କରିଛି । ଏବେ ଏହାର ଚରମ ନିଷ୍ପତ୍ତି ହୋଇପାରିନାହିଁ । ଅନ୍ତିମ ନିର୍ଣ୍ଣୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟଙ୍କ ହାତରେ ଅଛି । ସୂଚନା ଅନୁଯାୟୀ, ଅଲ-ଜଜିରା କାଶ୍ମୀର ମାମଲାରେ ଏକ ଡକ୍ୟୁମେଣ୍ଟ୍ରି ପ୍ରସାରଣ କରିଥିଲା । ରାଷ୍ଟ୍ରୀୟ ସୁରକ୍ଷା ହିସାବରେ ଏହାକୁ ଆପତ୍ତି ଜନକ ନିଆଯାଇଛି । ସେଥିପାଇଁ ଗୃହ ମନ୍ତ୍ରଣାଳୟ ସିକ୍ୟୁରିଟି କ୍ଲିଏରେନ୍ସ ପ୍ରତ୍ୟାହାର କରିନେଇଛି । ଟିଭି ଚ୍ୟାନେଲଗୁଡ଼ିକୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପ୍ରସାରଣ ଲାଇସେନ୍ସ ଦିଆଯାଏ, କିନ୍ତୁ ଗୃହ ମନ୍ତ୍ରାଳୟ ପକ୍ଷରୁ ସେଗୁଡ଼ିକୁ ସୁରକ୍ଷା ପ୍ରମାଣପତ୍ର ଦିଆଯାଇଥାଏ । ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଗ ଓ ଏହି ନୀତିରେ ହସ୍ତକ୍ଷେପ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ଏହି ଲାଇସେନ୍ସ ଅଲ-ଜଜିରାକୁ ଗତ ଡିସେମ୍ବର ୩, ୨୦୧୦ରେ ପ୍ରଦାନ କରାଯାଇଥିଲା ଓ ଗତ ମଇ ୨୯ ୨୦୧୮ରେ ଏହି ଲାଇସେନ୍ସ ପ୍ରତ୍ୟାହାର କରାଯାଇଥିଲା । ବିଜେଡି ବନାମ ବିଜେଡି! ନୟାଗଡରୁ ଝାରସୁଗୁଡା ଯାଏଁ ସବୁଠି ବିରୋଧର ସ୍ୱର, ଅସନ୍ତୁଷ୍ଟଙ୍କୁ କେମିତି ମନେଇବେ ନବୀନ ? | Kanak News କନକ ବ୍ୟୁରୋ : ବିଜେଡି ବିରୋଧରେ ବିଜେଡି । ଦଳ ଭିତରେ କୁହୁଳୁଛି ଗୋଷ୍ଠୀକନ୍ଦଳ ନିଆଁ । ପଦାରେ ପଡିଛି ଦଳର ଅନ୍ତଃକନ୍ଦଳ । ନିଜ ଅଞ୍ଚଳର ବିଧାୟକଙ୍କ ବିରୋଧରେ ମେଳି ବାନ୍ଧୁଛନ୍ତି ଅସନ୍ତୁଷ୍ଟ କର୍ମୀ ଓ ଛାମୁଆ ନେତା । ଗତ କିଛି ଦିନ ହେବ ବିଜେଡିରେ ଏଭଳି ଚାଲିଛି । କେଉଁଠି ଦଳୀୟ ବିଧାୟକଙ୍କ ବିରୋଧୀରେ କର୍ମୀଙ୍କ ବାଇକ୍ ରାଲି ତ କେଉଁଠି ମହାସମାବେଶ । ଆଉ କେଉଁଠି ବିଧାୟକଙ୍କ ବିରୋଧରେ ସହର ଯାକ ଛାଇଗଲାଣି ପୋଷ୍ଟର । ଦଳର ଅସନ୍ତୁଷ୍ଟ କର୍ମୀ ନିଜର ପ୍ରତିବାଦ ସୁପ୍ରିମୋଙ୍କୁ ଜଣାଇବା ଉଦେଶ୍ୟରେ ଏଭଳି କାର୍ଯ୍ୟକ୍ରମମାନ କରୁଛନ୍ତି । ବିଜେଡି ବିଧାୟକଙ୍କ ବିରୋଧରେ ବାଇକ୍ ରାଲି । ରାଜରାସ୍ତାରେ ଜୋର ଧରିଥିଲା ବିଧାୟକ ହଟାଅ ଅଭିଯାନ । ଗଂଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟକ ପୂଣ୍ଣଚନ୍ଦ୍ର ସେଠୀଙ୍କ ବିରୋଧରେ ଗତ ୨୭ ତାରିଖରେ ବିଶାଳ ବାଇକ୍ ରାଲି ଅନୁଷ୍ଠିତ ହୋଇଥିଲା । ବିଧାୟକ ବିଭିନ୍ନ ଅଂଚଳରେ ପିସି କାରବାରରେ ଲିପ୍ତ ଥିବା ଅଭିଯୋଗ କରି ବାହାରିଥିଲା ବାଇକ୍ ରାଲି । ହଜାରରୁ ଅଧିକ କର୍ମୀ ବାଇକ୍ ରାଲିରେ ଭାଗ ନେଇଥିଲେ । ଏଥିରେ ଥିଲେ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଖଲିକୋଟ ଏନ୍ଏସି ଅଧକ୍ଷ, ଉପାଧକ୍ଷ ଓ ବିଜେଡ଼ିର ନଗର ସଭାପତି । ଏହି ବିଧାୟକ ହଟାଅ ଅଭିଯାନ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଅସନ୍ତୁଷ୍ଟ ବିଜେଡି କର୍ମୀ । ସେହିଭଳି ଅନୁରୁପ ଦୃଶ୍ୟ ଦେଖିବାକୁ ମିଳିଥିଲା ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳିରେ । ସେଠାରେ ବି ତୀବ୍ର ହୋଇଛି ବିଜେଡିର ଭି୍ତିରି ବିବାଦ । ଗତ ୨୫ ତାରିଖରେ ଦଶପଲ୍ଲା ବିଧାୟକଙ୍କ ବିରୋଧରେ ଆୟୋଜିତ ହୋଇଥିଲା ବିଶାଳ ସମାବେଶ । ଦଶପଲ୍ଲା ବଂଚାଅ ମହାସମାବେଶ ନାଁରେ ହୋଇଥିବା ସମାବେଶେରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ହଟାଇବା ପାଇଁ ଦାବି ଜୋରଧରିଥିଲା । ପୂର୍ବ ପ୍ରସ୍ତୁତି ମୁତାବକ ପୂର୍ବତନ ବ୍ଳକ ଚେୟାରମ୍ୟାନ ଉପେନ୍ଦ୍ର ସାହୁଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ମହାବୀର ମନ୍ଦିର ନିକଟରୁ ର୍ୟାଲିରେ ବାହାରି ହାଟ ପଡିଆ ଠାରେ ଏକାଠି ହୋଇଥିଲେ । ବିଧାୟକଙ୍କ ମନମୁଖୀ ଶାସନ, ସଂଗଠନକୁ ବିଗାଡିବା, ଦଳର ଛାମୁଆ କର୍ମୀଙ୍କୁ ସାଙ୍ଗରେ ନ ନେବା ପ୍ରସଙ୍ଗରେ କଟୁ ସମାଲୋଚନା ସହ ତୁରନ୍ତ ବିଧାୟକଙ୍କୁ ବହିସ୍କାର ପାଇଁ ଦାବି କରିଥିଲେ ବିଜେଡିର ଅସନ୍ତୁଷ୍ଟ କର୍ମୀ ଓ ନେତା । ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କ ନିକଟକୁ ଏକ ଦାବି ପତ୍ର ମଧ୍ୟ ପଠାଯାଇଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳି ବିଜେଡିରେ ବି ଫାଟ ଜଳଜଳ ହୋଇ ଦେଖାଯାଉଛି । ସ୍ଥାନୀୟ ନେତା ତଥା ବିଜେଡିର ପୂର୍ବତନ ବିଧାୟକଙ୍କ ବିରୋଧରେ ଏକାଠି ହୋଇଛନ୍ତି ଦଳର ଅସନ୍ତୁଷ୍ଟ କର୍ମୀ । ଯାହା ସହରରେ ଲାଗିଥିବା ପୋଷ୍ଟରରୁ ଜଣାପଡିଛି । ବ୍ରଜରାଜନଗରରେ ଲାଗିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ଅନୁପ ହଟାଅ, ବିଜେଡି ବଂଚାଅ । ଯାହା ବିରୋଧୀଙ୍କୁ ରାଜନୀତର ଖୋରାକ ଯୋଗଇଛି । କୁହାଯାଉଛି ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅନୁପ ସାଏଙ୍କ କାର୍ଯ୍ୟକ୍ରମରେ ଅତିଷ୍ଠ ବିଜେଡି ନେତା ଓ କର୍ମୀ ସେମାନଙ୍କ ପ୍ରତିବାଦ ସୁପ୍ରିମୋଙ୍କୁ ଜଣାଇବା ପାଇଁ ଏଭଳି ପୋଷ୍ଟର ଲଗାଇଛନ୍ତି । ଗୋଟିଏ ପଟେ ଲୋକଙ୍କ ନିକଟତର ହେବା ପାଇଁ ନବୀନ ନେତାଙ୍କୁ ନିର୍ଦ୍ଦେଶ ଦେଉଥିବା ବେଳେ କର୍ମୀ କିନ୍ତୁ ନେତାଙ୍କ କଥା ଶୁଣିବାକୁ ନାରାଜ । ନେତାଙ୍କୁ ବିରୋଧ କରୁଛନ୍ତି ଅସନ୍ତୁଷ୍ଟ କର୍ମୀ । ଯାହା ନବୀନଙ୍କ ପାଇଁ ଚିନ୍ତା ବଢାଇଛି । ଗୋଟିଏ ପଟେ ବିଜେଡି ଉପରେ ବିଜେପି ଘନଘନ ଆକ୍ରମଣ କରୁଥିବା ବେଳେ ଅନ୍ୟପଟେ ନେତାଙ୍କ ବିରୋଧରେ ମେଳି ବାନ୍ଧୁଛନ୍ତି ଅସନ୍ତୁଷ୍ଟ କର୍ମୀ । ତେବେ ବିଜେଡି ବନାମ ବିଜେଡି ଲଢେଇ ପରେ ଦଳର ସୁପ୍ରିମୋ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
OSCAR-2019
କନକ ବ୍ୟୁରୋ : ଶ୍ରୀମାତା ବୈଷ୍ଣୋ ଦେବୀ ବୋର୍ଡ ପକ୍ଷରୁ ମନ୍ଦିର ଆସୁଥିବା ତୀର୍ଥ ଯାତ୍ରୀମାନଙ୍କ ସକାଶେ ମାଗଣାରେ ଦୁର୍ଘଟଣା ବୀମା ପାଇଁ ମଞ୍ଜୁରୀ ମିଳିଛି । ଏହାବ୍ୟତୀତ ଆଖପାଖରେ ଦୁର୍ଘଟଣାରେ କ୍ଷତିଗ୍ରସ୍ଥ ଯାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ମିଳିବା ସହ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ । ବୋର୍ଡ ପକ୍ଷରୁ ହୋଇଥିବା ୬୩ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ ଭବନଠାରେ ଏହି ବୈଠକ ଆୟୋଜିତ ହୋଇଯାଇଥିଲା । ସତ୍ୟ ପାଲ ମଲ୍ଲିକ ବୋର୍ଡର ମଧ୍ୟ ଅକ୍ଷ୍ୟକ୍ଷ । ଏହି ବୈଠକରେ ସେ କହିଛନ୍ତି କି ବୋର୍ଡ ପକ୍ଷରୁ ତୀର୍ଥଯାତ୍ରୀଙ୍କ ସକାଶେ କରାଯିବାକୁ ଥିବା ବୀମା ଯୋଜନାକୁ ମଞ୍ଜୁରୀ ଦିଆଯାଉଛି । ଯେଉଁ ଯାତ୍ରୀମାନେ ଭବନ ଓ ବାଇରୋନ ଘାଟିରୁ ରୋପ୍‌େଓ୍ଵରେ ଯାତାୟତ କରିବେ ସେମାନଙ୍କ ସକାଶେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶିକୁ ମଞ୍ଜୁରୀ ମିଳିଛି । ଏହି ପାଞ୍ଚ ଲକ୍ଷ ଟଙ୍କାର ଜୀବନ ବୀମା ସଂପୂର୍ଣ୍ଣ ମାଗଣା ବୋଲି ସୂଚନା ରହିଛି । କନକ ବ୍ୟୁରୋ : ଜାତିବାଦରୁ ବାଦ୍ ପଡିଲେନି ସାଂସଦ । ଜାତିରୁ ବାସନ୍ଦ ହେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ତାଙ୍କ ପରିବାର । ନେତାଙ୍କୁ ବାସନ୍ଦ କରିଛନ୍ତି ଅଖିଳ ଭାରତୀୟ ଭତରା ସମାଜ । ପ୍ରଦୀପ ମାଝୀଙ୍କ ଭଉଣୀକୁ ଉଚ୍ଚ ଜାତିରେ ବିବାହ କରିବା ଅଭିଯୋଗରେ ତାଙ୍କୁ ସମାଜ ବାସନ୍ଦ କରିଛି । ଭତରା ସମାଜ ପକ୍ଷରୁ କୁହାଯାଇଛି, ମାଝୀ ପରିବାର ଆଦିବାସୀ ହିସାବରେ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇ ବିଭିନ୍ନ ପଦ ପଦବୀରେ ରହିଛନ୍ତି । କିନ୍ତୁ ତାଙ୍କ ପରିବାର ଝିଅଙ୍କୁ କାହିଁକି ଅନ୍ୟ ଜାତିରେ ବିବାହ କରିଛନ୍ତି । ସମାଜ ପକ୍ଷରୁ ପଚରା ଯାଇଛି କଣ ତାଙ୍କ ସମାଜରେ ପୁଅ ନାହାଁନ୍ତି? ନା ଆଉ କିଛି? ନବରଙ୍ଗପୁର ବିଧାୟକ ମନୋହର ରାନ୍ଧାରୀଙ୍କୁ ମଧ୍ୟ ପୂର୍ବରୁ ଏହି ଜାତିବାଦ ମାମଲାରେ ବାସନ୍ଦ କରିଥିଲା ସମାଜ । ସେହିପରି କିଛି ଦିନ ପୂର୍ବରୁ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଜାତିବାଦ ପାଇଁ ସମାଜ ତାଙ୍କୁ ବାସନ୍ଦ କରିଥିଲା । ଯାହା ଚର୍ଚ୍ଚାରେ ବିଷୟ ପାଲଟିଥିଲା ।
OSCAR-2019
ରାଉରକେଲା: ଗତକାଲି ରାତି ପ୍ରାୟ ୧୦ଟା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ବନାଞ୍ଚଳ ଅଧୀନସ୍ଥ କୋକେର୍‌ମା ଗ୍ରାମର ବଡ଼ାଇକ୍‌ ବସ୍ତିରେ ହାତୀ ଆକ୍ରମଣରେ ଜଣେ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନରରେ ଭର୍ତ୍ତି କରାଯାଇଛି।ଆହତମାନେ ମୃତ ଶିଶୁଙ୍କ ବାପା, ଦାଦା ଓ ଭାଇ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନ ଅନୁଯାୟୀ, କେକରମା ଗାଁର କୃଷ୍ଣ ବଡାଇକ(୨୬ ବର୍ଷ) ତାଙ୍କ ଦୁଇ ପୁଅ ୭ ବର୍ଷର ରାଜ ବଡ଼ାଇକ , ୪ ବର୍ଷର ରହୁଲ ବଡ଼ାଇକ ଓ ସାନ ଭାଇ ସୂର୍ଯ୍ୟ ବଡ଼ାଇକଙ୍କ ସହିତ ଘରେ ଶୋଇଥିବା ବେଳେ ଏକ ହାତୀ ପଲ ଆସି ସେମାନଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମରେ ରାହୁଲ ବଡ଼ାଇକ( ୪ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ବେଳେ କୃଷ୍ଣ, ସୂର୍ଯ୍ୟ ଓ ରାଜ ଆହତ ହୋଇଛନ୍ତି। ଖବର ପାଇ ବନବିଭାଗର ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛନ୍ତି। କିଲରଗ୍ଲିନ : ବିଭିନ୍ନ ଦେଶରେ ରହିଛି ଭିନ୍ନ ଭିନ୍ନ ପ୍ରଥା । କିଛି ଦେଶରେ ଏପରି ପ୍ରଥା ରହିଛି ଯାହାକୁ ଶୁଣିବା ପରେ ଆପଣ ହଠାତ୍‌ ବିଶ୍ୱାସ କରିପାରିବେ ନାହିଁ । ଅନେକ ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ମଧ୍ୟ ଅନେକ ପ୍ରକାରର ପରମ୍ପରା ପ୍ରସ୍ତୁତ କରାଯାଇଥାଏ। ଠିକ୍‌ ସେହିପରି କେବଳ ଲୋକଙ୍କ ମନୋରଞ୍ଜନ ପାଇଁ ଆର୍ୟାଲ୍ୟାଣ୍ଡର ସ୍ଥିତ ଏକ ଛୋଟ ସହର କିଲରଗ୍ଲିନରେ ଦେଖିବାକୁ ମିଳିଛି ଏପରି ଅଦ୍ଭୁତ ପ୍ରଥା। ସେଠାରେ ପ୍ରତି ବର୍ଷ ଜଙ୍ଗଲରୁ ଧରା ଯାଇଥିବା ଏକ ଛେଳିକୁ ତିନି ଦିନ ପାଇଁ ରାଜା ବନାଇବା ସହ ଜଣେ ନାବାଳିକାକୁ ତାଙ୍କର ରାଣୀ ବନାଇ ସାରା ସହରରେ ବୁଲାଯାଇଥାଏ । ଏହି ସମୟରେ ତିନି ଦିନ ପର୍ଯ୍ୟନ୍ତ ସହର ଉତ୍ସବ ମୁଖର ରହିବା ସହ ଏକ ମେଳ ସଦୃଶ ସମସ୍ତ ଆୟୋଜନ କରାଯାଇଥାଏ । ସୂଚନା ଅନୁଯାୟୀ , ପ୍ରତି ବଷ ର୍ ୧୦-୧୨ ଅଗଷ୍ଟ ପର୍ଯ୍ୟନ୍ତ ସହରରେ ପଶୁ ମେଳା ଲାଗିଥାଏ ଯାହା ‘ପ୍ଲକ୍‌ ଫେୟାର’ ନାମରେ ପ୍ରସିଦ୍ଦ ଅଟେ । ଏହା ତିନି ଦିନ ପାଇଁ ହୋଇଥିବା ବେଳେ ଏଥିରେ ଜଙ୍ଗଲରୁ ଧରା ଯାଇଥିବା ଛେଳିକୁ ମୁକୁଟ ପିନ୍ଧାଇ ସହରର ରାଜା ଘୋଷିତ କରାଯାଇଥାଏ । ଏହା ପରେ ସହରର ଜଣେ ନାବାଳିକାଙ୍କୁ ତା’ର ରାଣୀ କରି ତାଙ୍କୁ ସଂପୂର୍ଣ୍ଣ ସହରର ପରିକ୍ରମା କରାଯାଇଥାଏ। ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ ୧୭ତମ ଶବ୍ଦାଦୀରେ ଆଲିବର କ୍ରାମବେଲ ନାମକ ଜଣେ ରାଜ ଥିଲେ । ଶତ୍ରୁଙ୍କ ସହ ଯୁଦ୍ଧ ସମୟରେ ସେଠାରେ ଉପସ୍ଥିତ ଏକ ଛେଳି ତାଙ୍କର ଜୀବନ ରକ୍ଷା କରିଥିଲା । ସେବେଠାରୁ ଛେଳିଙ୍କୁ ସମ୍ନାନ ଦେବାକୁ ଯାଇ ପ୍ରତି ବର୍ଷ ଏହି ଉତ୍ସବ ପାଳନ କରାଯାଇଥାଏ । ଏହାକୁ ଅଗଷ୍ଟ ୧୦-୧୨ ମଧ୍ୟରେ ପ୍ରତି ବର୍ଷ ପାଳନ କରାଯାଇଥାଏ । ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶନିବାର ଅପରାହ୍ନ ୪ଟା ୧୬ରେ ପହଞ୍ଚିଛନ୍ତି। ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ମୋଦି ବିମାନରେ ପହଞ୍ଚିଛନ୍ତି। କଟକର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର ‘ଜନକଲ୍ୟାଣ’ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ସଭାରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିମାନବନ୍ଦରରେ ଓଡ଼ିଶାର ଅତିରିକ୍ତ ଦାୟିତ୍ୱରେ ଥିବା ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଡିଜିପି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ବିଜେପିର ବରିଷ୍ଠ ନେତାମାନେ ସ୍ୱାଗତ କରିଛନ୍ତି। ମୋଦି ବିମାନବନ୍ଦରରୁ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଟକ ଅଭିମୁଖେ ଯାତ୍ରା କରିଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ବିକାଶ ସଂପର୍କରେ ଅବଗତ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ଦୃଷ୍ଟିରୁ ସଭାସ୍ଥଳକୁ ପାଣି ବୋତଲ, ହ୍ୟାଣ୍ଡ ବ୍ୟାଗ୍ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସଭାସ୍ଥଳ ଭିତରେ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି। ସଭାସ୍ଥଳକୁ ଯିବା ପାଇଁ ୧୨ଟି ପ୍ରବେଶ ପଥ କରାଯାଇଛି। ପ୍ରତ୍ୟେକ ପ୍ରବେଶ ପଥରେ ସିସି କ୍ୟାମେରା ଖଞ୍ଜା ଯାଇଛି। ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ପୁଲିସ ବିଭାଗ ପକ୍ଷରୁ ୪ଟି କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। କଣ୍ଟୋଲ ରୁମ୍ କ୍ୟାମେରା ସଭାମଞ୍ଚ ଉପରେ ତୀକ୍ଷ୍ଣ ନଜର ରଖାଯିବ।
OSCAR-2019
ମୁଜାଫରନଗର: ହଲିଉଡ ଫିଲ୍ମରେ ସୁପରମ୍ୟାନ୍‌କୁ ତ ଆପଣମାନେ ଦେଖିଥିବେ। କିପରି ସୁପରମ୍ୟାନ୍‌ ଶେଷ ମୁହୂର୍ତ୍ତରେ ଆସି ଲୋକମାନଙ୍କ ଜୀବନ ବଞ୍ଚାଇ ଥାଏ। ଲୋକମାନଙ୍କ ବିଶ୍ୱାସ ସୁପରମ୍ୟାନ୍‌ ପାଖରେ ଯେଉଁ ଶକ୍ତି ଅଛି ତାହା କୌଣସି ବ୍ୟକ୍ତିଙ୍କ ପାଖରେ ନାହିଁ। ଏହି କ୍ରମରେ ଭାରତର ଜଣେ ବ୍ୟକ୍ତିଙ୍କୁ ଲୋକମାନେ ସୁପରମ୍ୟାନ୍‌ ବୋଲି ଆଖ୍ୟା ଦେଇଛନ୍ତି। ଏହି ଦେଶୀ ସୁପରମ୍ୟାନ୍‌ଙ୍କ କାହାଣୀ ସିନେମାର ସୁପରମ୍ୟାନ୍‌ଠାରୁ କିଛି କମ୍‌ ନୁହେଁ। କିନ୍ତୁ ନା ଏହି ସୁପରମ୍ୟାନ୍‌ ପାଖରେ କୌଣସି ସୁପର ପାଓ୍ଵାର ଅଛି, ନାହିଁ କୌଣସି ଫ୍ୟାନ୍ସି ସୁଟ୍‌। ଉତ୍ତରପ୍ରଦେଶର ମୁଜାଫରନଗରରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ମନୋଜ କୁମାର। ଯାହାଙ୍କୁ ଲୋକମାନେ ସୁପରହିରୋ ବା ସୁପରମ୍ୟାନ୍‌ ବୋଲି କହୁଛନ୍ତି। ମନୋଜ କୁମାରଙ୍କ ମୁଜାଫରନଗର ଭୋପା ଅଞ୍ଚଳରେ ଏକ ଫଳ ଦୋକାନ ଅଛି। ଏହି ସ୍ଥାନଟିକୁ ସୁସାଇଡ୍‌ ପଏଣ୍ଟ ବୋଲି ବି କୁହାଯାଇଥାଏ। ଏକବର୍ଷ ହେବ ମନୋଜ କୁମାର ୭ଲୋକଙ୍କ ଜୀବନ ବଞ୍ଚାଇ ସାରିଛନ୍ତି। ମନୋଜ କୁମାରଙ୍କ କହିବାନୁସାରେ, ପ୍ରଥମ ଥର ଜଣେ ଯୁବକ ଲହଡିରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାର ସେ ଦେଖିବାକୁ ପରିଥିଲେ। ଏହି ଦୃଶ୍ୟ ଦେଖି ସେ ବିଚଳିତ ହୋଇଯାଇଥିଲେ। କିଛି ସମୟ ଉକ୍ତ ବ୍ୟକ୍ତିଙ୍କୁ ଦେଖିବା ପରେ ସେ ନିଜ ଆଖି ଉପରେ ବିଶ୍ୱାସ କରି ପାରି ନଥିଲେ। ଏହାପରେ ସେ ସେହି ଯୁବକଙ୍କ ଜୀବନ ବଞ୍ଚାଇବା ପାଇଁ ଠାଣି ନେଇଥିଲେ। ଯେମତି ହିଁ ଉକ୍ତ ବ୍ୟକ୍ତି ଲହଡିରେ କୁଦା ମାରିଛି ତତକ୍ଷଣାତ୍‌ ମନୋଜ ବି ସେହି ଲହଡିକୁ ନେଇ ଯୁବକଙ୍କ ଜୀବନ ବଞ୍ଚାଇ ଥିଲେ। ଏହି ସୁସାଇଡ୍‌ ପଏଣ୍ଟ ମୁଜାଫରନଗରରୁ ୧୬କିଲୋମିଟର ଦୂରରେ ଅବସ୍ଥିତ। ଏପରି ଭାବେ ଗତ ଗୁରୁବାର ମନୋଜ କୁମାର ଆଉ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ଏହାପରେ ପୁଲିସ ମନୋଜଙ୍କୁ ଥାନାକୁ ଡାକି ତାଙ୍କ ସାହାସିକତା ପାଇଁ ଏକ ହଜାର ଟଙ୍କା ଉପହାର ଦେଇଥିଲେ।
OSCAR-2019
ପୂର୍ବତନ ପୋଲିସ କମିସନର ଅରୂପ ପଟ୍ଟନାୟକ ଅବସର ପରେ କର୍କଟ ରୋଗୀଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଅଭିନବ ପଦକ୍ଷେପ ନେଇଛନ୍ତି । ଏହ ଅଧକାରୀ ଜଣକ ଏବେ ତାଙ୍କର ଅଧିକାଂଶ ସମୟ କ୍ୟାନସର ରୋଗୀଙ୍କ ସହ କଥା ହୋଇ ତାଙ୍କର ଉପଚାର ପାଇଁ ଉପାୟ ଖୋଜୁଛନ୍ତି । ମହାରାଷ୍ଟ୍ର ପୋଲିସରେ ୩୬ ବର୍ଷ କାର୍ଯ୍ୟକାଳ ପରେ ସେ ୨୦୧୫ ଡିସେମ୍ବରରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ କୋଣାର୍କ କ୍ୟାନସର ଫାଉଣ୍ଡେସନ ସହ ଯୋଡି ହୋଇ ଯାଇଛନ୍ତି । ଶ୍ରୀ ପଟ୍ଟନାୟକ ୨୦୦୪ରେ କୋଣାର୍କ କ୍ୟାନସର ଫାଉଣ୍ଡେସନକୁ ପଞ୍ଜୀକୃତ କରାଇଥଲେ । କିନ୍ତୁ ସମୟ ଅଭାବରୁ ସେ ଏହି ଅନୁଷ୍ଠାନରେ ମନ ଦେଇପାରୁନଥିଲେ । ତେଣୁ ଅବସର ପରେ ସେ ତାଙ୍କର ପୁରା ସମୟ କ୍ୟାନସର ରୋଗୀଙ୍କ ସେବାରେ ଲଗାଉଛନ୍ତି । ଶ୍ରୀ ପଟ୍ଟନାୟକ ଓଡିଶାରୁ ହୋଇଥିବାରୁ,ଏହି ଫାଉଣ୍ଡେସନ ଓଡିଶାର ଲୋକଙ୍କୁ ବହୁତ ସାହଯ୍ୟ କରିଛି । ଓଡିିଶାରୁ ଆସୁଥିବା ଲୋକଙ୍କୁ କୋନାର୍କ ଫାଉଣ୍ଡେସନ ଶାରୀରିକ,ମାନସିକ ସ୍ତରରେ ସାହାଯ୍ୟ କରୁଛି । ଏହାସହ ସେ କହିଛନ୍ତି ମୁମ୍ବାଇର ଟାଟା ମେମୋରିଆଏ ମେଡିକାଲ ବାହାରେ ଶହ ଶହ କର୍କଟ ରୋଗୀ ଦୟନୀୟ ଅବସ୍ତାରେ କାଳ କାଟୁଥାଆନ୍ତି । ସେହି ରାସ୍ତାରେ ଅପେକ୍ଷା କରିଥିବା ରୋଗୀଙ୍କ ପାଇଁ ଅସ୍ଥାୟୀ ଭାବେ ରହିବା ଓ ଖାଇବା ବ୍ୟବସ୍ଥା କରିବା ତାଙ୍କ ଅନୁଷ୍ଠାନର ଲକ୍ଷ୍ୟ ବୋଲି ସେ କହିଛନ୍ତି ।
OSCAR-2019
କନକ ବ୍ୟୁରୋ : ଲଘୁଚାପ ବର୍ଷା ଓ ମୌସୁମି ବର୍ଷା ଚାଷୀଙ୍କ ପାଇଁ ଖୁସି ଆଣିଥିବା ବେଳେ ଚିନ୍ତା ବଢାଇଲା ବୈତରଣୀ ନଦୀରେ ନିର୍ମାଣ କରାଯାଉଥିବା କେନାଲ । ନିର୍ମାଣାଧୀନ କେନାଲରେ ଘାଇ ଯୋଗୁଁ ଆନନ୍ଦପୁର ବ୍ଲକର ୨ଟି ପଚାୟତର ଶହଶହ ଚାଷ ଜମି ଜଳମଗ୍ନ ହୋଇଛି । ମାଛ ପୋଖରୀରେ ବି ବୈତରଣୀ ପାଣି ପଶିଯିବାରୁ ମାଛ ସବୁ ପଳାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଧାନ ବିଲରେ ପାଣିର ସୁଅ । କେନ୍ଦୁଝର ଆନନ୍ଦପୁର ବ୍ଲକର ୫ଟି ଗାଁର ଧାନ ଜମି ବୈତରଣୀ ପାଣିରେ ବୁଡି ରହିଛି । ବୈତରଣୀ ବାମ ପାଶ୍ୱର୍ କେନାଲରେ ୪ଟି ଘାଇ ହେବାରୁ ପ୍ରାୟ ଶହେ ଏକରରୁ ଅଧିକ ଚାଷ ଜମିରେ ପାଣି ମାଡିଯାଇଛି । କେବଳ ଧାନ ବିଲ ନୁହେଁ ମାଛ ଚାଷୀଙ୍କ ପୋଖରୀ ବି ବୁଡିଯାଇଛି । ମାଛ ଚାଷୀ ହଲଧର ଦାଶଂକ ୩ଟି ପୋଖରୀରେ ବୁଡି ଯିବାରୁ ଲକ୍ଷାଧିକ ଟଙ୍କର ମାଛ ପୋଖରିରୁ ଉଠିଯାଇଛନ୍ତି । ଆନନ୍ଦପୁରରେ ମନୁଷ୍ୟକୃତ ବିପର୍ଯ୍ୟୟ ପାଇଁ ଠିକା ସଂସ୍ଥା ଓ ବ୍ୟାରେଜ ପ୍ରକଳ୍ପ ଅଧିକାରୀଙ୍କର ମନମୁଖୀ କାମ ଯୋଗୁ କେନଲାରେ ଘାଇ ହୋଇଥିବା କହିଛନ୍ତି ଚାଷୀ । ଘାଇ ଯୋଗୁ ଚାଷ ନଷ୍ଟ ଘଟଣାକୁ ସ୍ୱୀକାର କରିଛନ୍ତି ବ୍ୟାରେଜ ନିର୍ବାହୀ ଅଧିକାରୀ । ଖୁବଶୀଘ୍ର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହୁଥିବା ବେଳେ କ୍ଷତିପୁôରଣକୁ ଏଡାଇ ଯାଇଛନ୍ତି । ଆନନ୍ଦପୁର ବୈତରଣି ନଦୀରେ ବ୍ୟାରେଜ କରାଯାଇ କେନାଲ ମାଧ୍ୟମରେ ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ପାଣି ନେବା ପାଇଁ ବାମପାଶ୍ୱର୍ କେନାଲ ନିର୍ମାଣ କରାଚାଲିଛି ।
OSCAR-2019
ପୁଣି ବିମାନରେ ଯାତ୍ରା କଲେ ସାଂସଦ ରବୀନ୍ଦ୍ର ଗାଏକୱାର୍ଡ ! କଟକଣା ହଟିବା ପରେ ଏୟାର ଇଣ୍ଡିଆ ବିମାନରେ ଗଲେ ଦିଲ୍ଲୀ | Kanak News କନକ ବ୍ୟୁରୋ : ବିମାନ କର୍ମଚାରୀଙ୍କ ଚାପୁଡା ମାରି ବିବାଦୀୟ ହୋଇଥିବା ଶିବସେନା ସାଂସଦ ପୁଣି ବିମାନରେ ଉଡିଲେ । ଆଜି ସକାଳ ୭ଟା ୪୦ରେ ସାଂସଦ ରବିନ୍ଦ୍ର ଗାଏକୱାର୍ଡ ଏୟାର ଇଣ୍ଡିଆ ବିମାନରେ ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରିଛନ୍ତି । ସବୁଠାରୁ ବଡ କଥା ହେଉଛି, ଯେଉଁ ବିମାନର କର୍ମଚାରୀଙ୍କୁ ଗାଏକୱାର୍ଡ ଚାପୁଡା ମାରିଥିଲେ ସେହି ବିମାନରେ ହିଁ ଆଜି ଯାତ୍ରା କରିଛନ୍ତି । ମାର୍ଚ୍ଚ ୨୩ ତାରିଖରେ ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ଚାପୁଡା ମାରି ବିବାଦୀୟ ହୋଇପଡିଥିଲେ ଶିବସେନା ସାଂସଦ । ଗତ ୨୪ ତାରିଖରୁ ରବିନ୍ଦ୍ର ଗାଏକୱାର୍ଡଙ୍କ ବିମନ ଯାତ୍ରା ଉପରେ କଟକଣା ଲଗାଇଥିଲେ ବିମାନ କମ୍ପାନୀ । ଏହାପରେ ସେ ବିଭିନ୍ନ ସ୍ଥାନକୁ ଟ୍ରେନ ଯୋଗେ ଯାତ୍ରା କରୁଥିଲେ । ଏଫଆଇଏ କଟକଣା ଲାଗୁ କରିବା ପରେ ଶିବସେନା ସାଂସଦ ସଂସଦରେ କ୍ଷମାମାଗିଥିଲେ । ପରେ ତାଙ୍କ ବିରୋଧରେ ବିମାନ କମ୍ପାନୀ ଲଗାଇଥିବା କଟକଣା କୋହଳ କରିଥିଲେ । ତେବେ କଟକଣା କୋହଳ ହେବା ପରେ ଆଜି ଏୟାର ଇଣ୍ଡିଆ ବିମାନରେ ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରିଛନ୍ତି ସାଂସଦ ରବିନ୍ଦ୍ର ଗାଏକୱାର୍ଡ । କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିମଲାରେ ଛୁଟି କଟାଉଥିବା ସୋନିଆ କାଲି ଅପରାହ୍ନରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ। ତାଙ୍କୁ ତୁରନ୍ତ ସିମଲାରୁ ଦିଲ୍ଲୀ ଗଂଗାରାମ ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲ ପରିଚାଳନା ବୋର୍ଡ ଅଧ୍ୟକ୍ଷ ଡ. ଡିଏସ୍‌ ରାଣା କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷା ଅପରାହ୍ନ ୫ଟାରେ ହସ୍ପିଟାଲ ପହଞ୍ଚିଥିଲେ ଏବଂ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କର ଚିକିତ୍ସା ଚାଲିଛି। ୭୦ ବର୍ଷୀୟ ସୋନିଆ କିଛିଦିନ ତଳେ କାନ୍ଧରେ ଯନ୍ତ୍ରଣା ଯୋଗୁଁ ଗଂଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
OSCAR-2019
ଥରେ ଜଣେ ବିଦେଶୀ ଯୁବକ ବୁଲିବା ପାଇଁ ନେପାଳକୁ ଆସିଥାନ୍ତି । ସେଠାରେ ହିମାଳୟ ପର୍ବତକୁ ଦେଖି ଚଢିବା ପାଇଁ ମନ ବଳାଇଲେ । ହେଲେ ଏହା ତାଙ୍କ ପକ୍ଷରେ ଏକାବେଳକେ ଅସମ୍ଭବ ଥିଲା । ତଥାପି ତାଙ୍କ ମନରେ ଝୁଙ୍କ ସେ କେମିତି ହେଲେ ହିମାଳୟ ପର୍ବତ ଆରୋହଣ କରିବେ । ମନରେ ଦୃଢ ପ୍ରତିଜ୍ଞା ନେଇ ଯୁବକ ଜଣକ ସେଇଠି ରହିଗଲେ । ପ୍ରତିଦିନ ପର୍ବତାରୋହଣ ଅଭ୍ୟାସ ଚାଲିଲା ତାଙ୍କର । ପ୍ରଥମେ ସେ ଏକ ଛୋଟ ପାହାଡ ଚଢିଲେ । କିଛି ଦିନପରେ ଅଭ୍ୟାସ ବଳରେ ସେହି ଛୋଟ ତୀଖ ପାହାଡର ଶୀର୍ଷକୁ ଅନାୟାସରେ ଚଢି ପାରିଲେ । ଏଣିକି ବିଦେଶୀ ଯୁବକ ଜଣକ କାହାର ସାହାଯ୍ୟ ନ ନେଇ ପାହାଡ ଚଢିବା ଶିଖୁଥାନ୍ତି । ଦିନେ ସେ ଅନ୍ୟ ଏକ ପାହାଡ ଚଢୁ ଚଢୁ ଖୁବ୍ ଶୀଘ୍ର ଥକି ପଡିଲେ । ଉପରକୁ ଚାହିଁ ଦେଖିଲେ, ପାହାଡର ଦଶ ଭାଗରୁ ଭାଗେ ମଧ୍ୟ ଚଢି ନାହାନ୍ତି ସେ । ସେଦିନ ସେହିଠାରୁ ତଳକୁ ଓହ୍ଲାଇ ଆସିଲେ । ପରଦିନ ପୁଣି ଉଦ୍ୟମ ଆରମ୍ଭ କରିଦେଲେ । ସେଦିନ ମଧ୍ୟ ପୂର୍ବଦିନଠାରୁ ଆଉ କିଛି ବାଟ ଅଧିକ ଯାଇ ଫେରି ଆସିଲେ । ଏଥର ତାଙ୍କର ମନୋବଳ କମ୍ ହେଉଥିବାର ଆଭାସ ସେ ପାଇଗଲେ ।ଶେଷରେ ବାରମ୍ବାର ବିଫଳ ହେବାରୁ ହତୋତ୍ସାହ ବି ହୋଇଗଲେ । ଆଉ ଦିନକର କଥା । ସେ ବିମର୍ଷ ଚିତ୍ତରେ ପାହାଡ ତଳେ ଠିଆ ହୋଇ ତା’ର ଶୀର୍ଷକୁ ଅନାଇ ରହିଥାନ୍ତି । ସେତେବେଳକୁ ତାଙ୍କ ଆଖିରେ ଲୁହ ଜକେଇ ଆସିଲାଣି । ତାଙ୍କୁ ଲାଗୁଥାଏ ସତେଯେମିତି ହିମାଳୟ ପର୍ବତ ଚଢା ତାଙ୍କର ସ୍ୱପ୍ନରେ ରହିଯିବ । ଖଇରା/ ବାଲେଶ୍ୱର, ୦୨/୦୧/୨୦୧୮(ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ଥାନା ତାଳମହୁରୀ ଗ୍ରାମର ଶଙ୍କର୍ଷଣ ଦାସଙ୍କ ପୁଅ ରଞ୍ଜନ କୁମାର ଦାସ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟକରୁଥିଲେ। ଗତକାଲି ନୂତନ ବର୍ଷ ପାଳନକରି ଘରେ ଶୋଇଥିଲେ। ଆଜି ସକାଳେ ରଞ୍ଜନର ଉଠିବା ବିଳମ୍ବ ହେବାରୁ ସାଙ୍ଗମାନେ ତା’କୁ ଡାକିଥିଲେ। ସେ ନ ଉଠିବାରୁ ସଙ୍ଗେସଙ୍ଗେ ମେଡିକାଲ ନେଇଯାଇଥିଲେ। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ ରଞ୍ଜନ ବାପାମା’ଙ୍କର ଏକ ମାତ୍ର ପୁଅ ହୋଇଥିବାରୁ ତା’ର ମୃତ୍ୟୁର କାରଣ ଜଣାପଡିନାହିଁ।
OSCAR-2019
ରାଉରକେଲା: ରାଉରକେଲା ପୁଲିସ ନିକଟରେ ଶୁକ୍ରବାର ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଜଗନ ସିଂହ ଓରଫ ପ୍ରେମଚାନ୍ଦ ମୁଣ୍ଡା(୨୩), ମଟୋ ବୁଡିଙ୍ଗ ଓରଫ ତେଜସ(୩୧), ସୁଶୀଳ ମୁଣ୍ଡା ଓରଫ ମୋଗା ଓ ଜଣେ ମିଲିସିଆ ଗୋମିଆ ମୁଣ୍ଡା ଓରଫ ଗୁମା(୩୫)। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ସଂପର୍କରେ ପୁଲିସ କହିଛି, ଅନମୋଲ ନାମରେ ଜଣେ ମାଓବାଦୀଙ୍କ ଦ୍ୱାରା ପ୍ରଲୋଭିତ ହୋଇ ଜଗନ ସିଂହ ୧୫ ବର୍ଷ ବୟସରେ ମାଓବାଦୀ ସଂଗଠନରେ ୨୦୧୦ରେ ସାମିଲ ହୋଇଥିଲା। ମାଓବାଦୀ ସଂଗଠନରେ ଯୋଗଦେବା ପରେ ସେ ସନ୍ଦୀପ ନାମରେ ଜଣେ ବରିଷ୍ଠ ମାଓବାଦୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ କୋଲହାନ, ସରଣ୍ଡା କ୍ୟାମ୍ପରେ ତାଲିମ ନେଇଥିଲା। ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ବିଭିନ୍ନ ମାଓବାଦୀ ଘଟଣାରେ ଜଗନ ସାମିଲ ଥିଲା। ସିପିଆଇ ମାଓବାଦୀ ସଂଗଠନରେ ମଟୁ ଜଣେ ମିଲିସିଆ ଭାବରେ ୨୦୦୯ରେ ଯୋଗ ଦେଇଥିଲା। ସେ ୨୦୧୦ରେ ପୁଲିସ ଦ୍ୱାରା ଗିରଫ ହୋଇଥିଲା। ଛୋଟାନଗର ଥାନା ଅନ୍ତର୍ଗତ ଜାମକୁଣ୍ଡିଆ ଲାଣ୍ଡମାଇନ ବିସ୍ଫୋରଣ ଘଟଣାରେ ମଟୁ ସଂଶ୍ଲିଷ୍ଟ ଥିଲା। ମାଓବାଦୀ ଅନମୋଲ ଓରଫ ସମରଜୀତଙ୍କ ଦ୍ୱାରା ପ୍ରଭାବିତ ହୋଇ ସୁଶୀଲ ମୁଣ୍ଡା ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା। କିନ୍ତୁ ପରେ ତାକୁ ଅବହେଳା ଓ ନିର୍ଯ୍ୟାତନା ଦିଆଯିବାରୁ ଦଳ ଛାଡ଼ିଥିଲା। ଗୋମିଆ ୨୦୦୮ ଠାରୁ ଜଣେ ମିଲିସିଆ ଭାବରେ କାମ କରୁଥିଲା କିନ୍ତୁ ପରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲା।
OSCAR-2019
କନକ ବ୍ୟୁରୋ : ଏପ୍ରିଲ୍‌ ୩, ୨୦୧୮,ସଚିବାଳୟରେ ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ପ୍ରସଙ୍ଗ ଥିଲା ସରକାରୀ ଓ ବେସରକାରୀ ସଂସ୍ଥାରେ ଓଡ଼ିଆ ଭାଷାରେ ନାମଫଳକ ଲେଖାକୁ ନିଶ୍ଚିତ କରିବା । ସମସ୍ତ ସରକାରୀ କାର୍ଯ୍ୟାଳୟ, ନିଗମ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୁଦୃଶ୍ୟ ଓଡ଼ିଆ ନାମଫଳକ ଲଗାଇବାକୁ ଦୁଇ ମାସ ସମୟ ଦିଆଗଲା । ଏହା ମଧ୍ୟରେ ସାଢ଼େ ଚାରି ମାସରୁ ଅଧିକ ହେଲାଣି । ବହୁ ସରକାରୀ ସଂସ୍ଥା ଉନ୍ନୟନ କମିସନର୍‌ଙ୍କ ନିର୍ଦ୍ଦେଶକୁ ଫୁ କରିଦେଲେ । ରାଜ୍ୟର ଅନ୍ୟ ସ୍ଥାନ ତ ଦୂରର କଥା, ଖୋଦ୍‌ ରାଜଧାନୀରେ ବି ବହୁ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ନାମଫଳକ ଲାଗିପାରିଲାନି । ଗତକାଲି ପୁଣି ଥରେ ଉନ୍ନୟନ କମିସନର୍‌ ଏକ ବୈଠକ କରି ଓଡ଼ିଆ ନାମଫଳକ ପାଇଁ ତନାଘନା କଲେ । କେତେ ସରକାରୀ କାର୍ଯ୍ୟାଳୟ ପୁରୁଣା ନିର୍ଦ୍ଦେଶକୁ ମାନିଛନ୍ତି ଓ କେତେ ମାନି ନାହାନ୍ତି, ତାହାର ହିସାବ କରାଗଲାନି । କେବଳ ଆଉ ୧୫ ଦିନ ସମୟ ଦିଆଗଲା ଓଡ଼ିଆ ନାମଫଳକ ଲେଖିବାକୁ । ଆଉ ସାଧାରଣ ପ୍ରଶାସନ ବିଭାଗ ଏ ନେଇ ସବୁ ବିଭାଗକୁ ନିର୍ଦ୍ଦେଶ ଦେବାକୁ କୁହାଗଲା । ଗତକାଲି ପୁଣି ୧୫ ଦିନ କଣ୍ଟ ଦିଆଗଲା ପରେ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ଏପ୍ରିଲ୍‌ ୩ ତାରିଖ ବୈଠକ ନିଷ୍ପତ୍ତିକୁ ସରକାରୀ ସଂସ୍ଥାଗୁଡ଼ିକ ମାନି ନାହାନ୍ତି । ପୂର୍ବରୁ ଥରେ ନିର୍ଦ୍ଦେଶ ମାନି ନ ଥିବା ସଂସ୍ଥା ଏବେ ପୁଣି ଯଦି ନ ମାନିବେ, ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହାର କୌଣସି ଉତ୍ତର ଗଣମାଧ୍ୟମକୁ ଦିଆଯାଇ ନାହିଁ । ଗତକାଲିର ବୈଠକରେ ରାଜ୍ୟର ସହରାଞ୍ଚଳରେ ସବୁ ଦୋକାନ ଓ ବାଣିଜ୍ୟିକ ସଂସ୍ଥାରେ ଓଡ଼ିଆରେ ନାମଫଳକ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶ୍ରମ ବିଭାଗ ପକ୍ଷରୁ ଏହା କଡ଼ାକଡ଼ି ଯାଞ୍ଚ୍‌ କରାଯିବ ବୋଲି କୁହାଯାଇଛି । ସେହିପରି ବିଭିନ୍ନ ପୌରାଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ତାଲିକା ପ୍ରସ୍ତୁତ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ଘରୋଇ ଡାକ୍ତରଖାନା, ଘରୋଇ ବିଦ୍ୟାଳୟ ଓ ହୋଟେଲ୍‌ ଆଦି ୧୦୦ଟି ପ୍ରମୁଖ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ୩୦ ଦିନ ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଆ ଭାଷାରେ ନାମଫଳକ ଲେଖି ନ ଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବିରୋଧରେ ସାଧାରଣ ଲୋକଙ୍କ ଦ୍ୱାରା ଅଭିଯୋଗ କରିବା ପାଇଁ ଏକ ପୋର୍ଟାଲ୍‌ର ବ୍ୟବସ୍ଥା କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ବୈଠକରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍‌ ଓ ଶ୍ରମ କମିସନର୍‌ ଅଞ୍ଜନ ମାଣିକ ପ୍ରମୁଖ ଉପସ୍ଥିତ ଥିଲେ ।
OSCAR-2019
ଭୁବନେଶ୍ୱର: ରାଜ୍ୟସଭାର ଗୋଟିଏ ଆସନ ଓ ବାଚସ୍ପତି ପଦ ପାଇଁ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ପଦବୀ ପାଇଁ ନାମ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପ୍ରତାପ ଦେବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେବେ । ସେହିପରି ପ୍ରଦୀପ ଅମାତ ଓଡ଼ିଶାର ନୂଆ ବାଚସ୍ପତି ହେବା ନେଇ ନବୀନ ଘୋଷଣା କରିଛନ୍ତି । ପୂର୍ବତନ ସାଂସଦ ବିଷ୍ଣୁ ଦାସ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଯୁକ୍ତ ହେବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଆସନଟି ଖାଲି ପଡିଥିଲା । ସଂଖ୍ୟା ଦୃଷ୍ଟିରୁ ଏହି ଆସନଟି ବିଜେଡି ଦଳକୁ ଯିବ । ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ନେଇ ଚର୍ଚ୍ଚା ଖୁବ ଜୋର ଧରିଥିଲା । ତେବେ ଗୀତା ରାଜନୀତିକୁ ଆସିବାକୁ ଚାହୁଁ ନାହାନ୍ତି ବୋଲି ନବୀନ ସ୍ପଷ୍ଟ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶାର ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ୮ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ସହ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ମେ ୧୫ ରହିଛି । ୨୫ରେ ରାଜ୍ୟ ସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବ । ସେପଟେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳରେ ପୂର୍ବତନ ଅର୍ଥ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ ଅମାତ ନିଜର ପଦ ହରାଇଥିଲେ । କିନ୍ତୁ ତାଙ୍କ ପାଇଁ ଏବେ ଖୁସିର ଖବର । କାରଣ ସେ ବିଧାନସଭାର ବାଚସ୍ପତି ହେବାକୁ ଯାଉଛନ୍ତି । ନିକଟରେ ବାଚସ୍ପତି ପଦରୁ ନିରଞ୍ଜନ ପୂଜାରୀ ଇସ୍ତଫା ଦେବା ପରେ ନୂତନ ମନ୍ତ୍ରୀ ମଣ୍ଡଳରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ଥାନ ଦେଇଥିଲେ । ସେ ଶିଳ୍ପ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ତାଙ୍କ ପରେ ବାଚସ୍ପତି ପଦ ଖାଲି ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ, ବିଧାନସଭାର ନୂତନ ବାଚସ୍ପତି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୬ ତାରିଖ ଦିନ ୩ଟାରେ ବାଚସ୍ପତି ନିର୍ବାଚନ ହେବା ନେଇ ଗତକାଲି ସୂଚନା ଦେଇଛନ୍ତି ରାଜ୍ୟପାଳ ଡ.ଏସ୍ସି ଜମିର । ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଥିବା ସଦସ୍ୟମାନଙ୍କୁ ଠିକ୍ ସମୟରେ ବିଧାନସଭା ସଚିବ ଜଣାଇବେ ।
OSCAR-2019
କନକ ବ୍ୟୁରୋ : ଏହି ସଂଦେହ ସେତିକିବେଳେ ଉଠିଛି, ଯେତିକି ବେଳେ କାଠ ଯୋଗାଇବାକୁ ରାଜି ହେଉନାହିଁ ଓଡ଼ିଶା ଫରେଷ୍ଟ ଡେଭେଲପମେଂଟ କର୍ପୋରେସନ୍ । କାରଣ ବାରମ୍ବାର ତାଗିଦ ସତ୍ୱେ ବକେୟା ଟଙ୍କା ପଇଠ କରୁନାହିଁ ପୁରୀ ମୁନିସପାଲିଟି । ଗତ ୧୬ ତାରିଖରେ ପୁରୀ ମୁନସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଚେତାବନୀ ଦେଇଛି ବନ ଉନ୍ନୟନ ନିଗମ । ଡିସେମ୍ବର ୧୫, ୨୦୧୭ ପର୍ଯ୍ୟନ୍ତ କାଠ ବାବଦରେ ବାକି ଥିଲା ୨୯ ଲକ୍ଷ ୯୦ ହଜାର ଟଙ୍କା । ଡିସେମ୍ବର ୧୬ ତାରଖରୁ ଜାନୁଆରୀ ୧୪ ତାରିଖ ମଧ୍ୟରେ ପୁଣି ୨୨ ଲକ୍ଷ ୮ ହଜାର ଟଙ୍କାର କାଠ ଯୋଗାଇ ଦେଇଥିଲା ଫରେଷ୍ଟ କର୍ପୋରେସନ୍ । ପୁରୀ ମୁନିସପାଲିଟି ଉପରେ ମୋଟ ୫୧ ଲକ୍ଷ ଓ ୯୮ ହଜାର ଟଙ୍କା ବକେୟା ରହିଛି । ବାରମ୍ବାର ତାଗିଦ କରିବା ପରେ ବି ଟଙ୍କା ପଇଠ କରାଯାଇନଥିବାରୁ କଠୋର ଆଭିମୁଖ୍ୟ ଦେଖାଇଛି ଓଡ଼ିଶା ଫରେଷ୍ଟ ଡେଭେଲୋପମେଂଟ କର୍ପୋରେସନ୍ । କର୍ପୋରେସନର ଡିଭିଜନାଲ ମ୍ୟାନେଜରଙ୍କ ଦସ୍ତଖତରେ ଏହି ଚିଠି ଚରମବାଣୀ ଶୁଣାଇଦେଇଛି । ସଫାସଫା କହିଦେଇଛି, ଯଦି ଆସନ୍ତା ୨୫ ତାରିଖ ସୁଦ୍ଧା ଟଙ୍କା ପଇଠ କରାନଯାଏ, ତେବେ ୨୬ ତାରିଖରୁ କାଠ ଯୋଗାଣ ବନ୍ଦ । ଓଡ଼ିଶାର କୋଣ ଅନୁକୋଣରୁ ପୁରୀ ସ୍ୱର୍ଗଦ୍ୱାରକୁ ପ୍ରତିଦିନ ଶତାଧିକ ଶବ ଦାହ ପାଇଁ ଆସିଥାନ୍ତି । ହରିଶ୍ଚନ୍ଦ୍ର ଯୋଜନାରେ ସେମାନଙ୍କୁ କାଠ ଯୋଗାଇ ଦିଆଯାଇଥାଏ । ତେବେ ପୁରୀ ମୁନିସପାଲିଟିର ବେପରୁଆ ମନୋଭାବ ଓ ଫରେଷ୍ଟ କର୍ପୋରେସନର କଡ଼ା ଆଭିମୁଖ୍ୟ ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରିବାକୁ ଯାଉଛି ।
OSCAR-2019
କନକ ବ୍ୟୁରୋ : ପୁଣି ଦବିଲା ପୁରୀ ସମଯାଜପୁର ରେଳ ଓଭରବ୍ରିଜ୍ । ପୁରୀ ପାର୍ଶ୍ୱ ରାସ୍ତାରେ ୪ ଇଂଚ୍ ଯାଏଁ ଦବିଯାଇଛି । ଫଳରେ ରଥଯାତ୍ରା ପୂର୍ବରୁ ବ୍ରିଜ୍ ଉପରେ ଗାଡି ଗଡିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ରଥଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତିରେ ସେତୁ ସଂଯୋଗ ରାସ୍ତାର କାମ ଚାଲିଛି । ଏତିକିବେଳେ ଦବିଯାଇଛି ରାସ୍ତା । ଗତବର୍ଷ ରଥଯାତ୍ରା ସମୟରେ ସେତୁର ଗୋଟିଏ ପାର୍ଶ୍ୱ ଦବିଯାଇଥିଲା । ଫଳରେ ଗାଡି ଚଳାଚଳ ମାସକ ଯାଏଁ ବନ୍ଦ ରହିଥିଲା । ସେପଟେ ୪ ଦିନ ତଳେ ନିଆଁ ଲାଗି ବ୍ରିଜର ହଜାରେରୁ ଅଧିକ ବାଲିବସ୍ତା ପୋଡିଯାଇଥିଲା । ଅସରାଏ ବର୍ଷା ହେଲେ ବ୍ରିଜ୍ ଧଶିଯିବା ଆଶଙ୍କା ସୃଷ୍ଟି ହୋଇଥିଲା । ଏଭଳି ସ୍ଥିତିରେ ଏକ ୩ ଜଣିଆ ବୈଷୟିକ କମିଟି ବାଲିବସ୍ତା ଜଳିବା ଘଟଣାର ଅନୁଧ୍ୟାନ ପାଇଁ ଆସିଛିି । ଏହି ଯାଂଚ୍ ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ଯୋଜନା କରାଯିବ ବୋଲି ଏନଏଚଏଆଇ ପକ୍ଷରୁ ସୂଚନା ମିଳିଛି ।
OSCAR-2019
ସୋଚି: ସୋଚିର ଫିସ୍ତ ଷ୍ଟାଡିୟମ ବିଶ୍ୱକପର ଏକାଧିକ ରୋମାଞ୍ଚକର ତଥା ସଂଘର୍ଷପୂର୍ଣ୍ଣ ମୁକାବିଲାର ମୁକସାକ୍ଷୀ ହୋଇ ସାରିଛି। ଏହି ଷ୍ଟାଡିୟମରେ ହିଁ ଶନିବାର ରାତିରେ ଚଳିତ ବିଶ୍ୱକପର ଶେଷ କ୍ୱାର୍ଟର ଫାଇନାଲ୍‌ ଆୟୋଜକ ରୁଷିଆ ଏବଂ କ୍ରୋଏସିଆ ମଧ୍ୟରେ ଖେଳାଯିବ। ଉଭୟ ରୁଷିଆ ଏବଂ କ୍ରୋଏସିଆ ପେନାଲ୍ଟି ସୁଟଆଉଟ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରି-କ୍ୱାର୍ଟରରେ ରୁଷିଆ ଶକ୍ତିଶାଳୀ ସ୍ପେନ୍‌କୁ ହରାଇଥିଲା ବେଳେ କ୍ରୋଏସିଆ ଡେନମାର୍କ ପାଇଁ ଭାରି ସାବ୍ୟସ୍ତ ହୋଇଥିଲା। ସୋଭିଏତ୍‌ ସଂଘଠାରୁ ଅଲଗା ହେବା ପରେ ରୁଷିଆ ପ୍ରଥମ ଥର ପାଇଁ ବିଶ୍ୱକପର କ୍ୱାର୍ଟର ଫାଇନାଲ୍‌ ଖେଳିବ। ସେପଟେ କ୍ରୋଏସିଆ ଶେଷ ଥର ପାଇଁ ୧୯୯୮ ମସିହାର ସେମିଫାଇନାଲ ଖେଳିଥିଲା। କ୍ରୋଏସିଆ ଲିଗ୍‌ ପର୍ଯ୍ୟାୟରେ ନାଇଜେରିଆ, ଆର୍ଜେଣ୍ଟିନା ଏବଂ ଆଇସଲାଣ୍ଡ ଭଳି ଦଳକୁ ଧୂଳି ଚଟାଇଥିଲା। ସେଥିପାଇଁ ଶନିବାର ଆୟୋଜକ ରୁଷିଆ ପାଇଁ ତାକୁ ହରାଇବା ଆଦୌ ସହଜ ହେବନି। ତେବେ ଘରୋଇ ପ୍ରଶଂସକଙ୍କ ସମର୍ଥନ ପାଇଁ ରୁଷିଆ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପାଞ୍ଚଥର ବିଶ୍ୱକପ୍‌ ଖେଳିଥିବା କ୍ରୋଏସିଆ ତୃତୀୟ ଥର ପାଇଁ ଆୟୋଜକ ରାଷ୍ଟ୍ରକୁ ଭେଟିବ। ଗତ ଦୁଇ ମୁକାବିଲାରେ ସେମାନେ ୧୯୯୮ରେ ଆୟୋଜକ ଫ୍ରାନ୍ସଠାରୁ ହାରି ବିଦାୟ ନେଇଥିଲେ। ସେହିଭଳି ୨୦୧୪ର ଉଦଘାଟନୀ ମୁକାବିଲାରେ ଆୟୋଜକ ବ୍ରାଜିଲଠାରୁ ୦-୩ରେ ହାରିଥିଲା। ଭୁବନେଶ୍ୱର : ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ତାନା ଆଜି ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ତନାଘନା କରିଛନ୍ତି। ଦୁଇ ଦିନିଆ ଗସ୍ତର ପ୍ରଥମେ ଦିନରେ ଶ୍ରୀ ଆସ୍ତାନା ଚିଟ୍‌ଫଣ୍ଡ ଦୁର୍ନୀତି ତଦନ୍ତ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଗୋଟିଏ ପଟେ ଆସନ୍ତା ୧ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଥିବା ନେଇ ବିଜେପି ଘୋଷଣା କରିବା ଓ ଠିକ୍‌ ସମୟରେ ସିବିଆଇ କର୍ତ୍ତୃପକ୍ଷ ଚିଟ୍‌ଫଣ୍ଡ କେଳେଙ୍କାରୀକୁ ନେଇ ରୁଦ୍ଧ ଦ୍ୱାର ବୈଠକ କରିବା ଘଟଣା ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି। ଅମିତ ଶାହ ଆସିବା ପୂର୍ବରୁ ସିବିଆଇ କିଛି ଚକ୍‌ମା ଦେଖାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ତେବେ ନେତା ନୁହେଁ, ସରକାରୀ ବାବୁ ଟାର୍ଗେଟରେ ଥିବା ଗୋଟିଏ ମହଲରୁ ସୂଚନା ମିଳୁଛି। ଅନ୍ୟପକ୍ଷରେ ଏହା ଏକ ନିୟମିତ ସମୀକ୍ଷା ବୈଠକ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆଜି ସିବିଆଇ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ବିଭିନ୍ନ ଚିଟଫଣ୍ଡ ମାମଲାର ତଦନ୍ତକାରୀ ଅଫିସରମାନେ ଉପସ୍ଥିତ ଥିଲେ। କେଉଁ କେଉଁ ମାମଲାରେ ସିବିଆଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି ସେ ନେଇ ସଂପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିଲା। ତଦନ୍ତ ପ୍ରକ୍ରିୟାକୁ ଆହୁରି ତୀବ୍ର କରିବାକୁ ନିର୍ଦେଶକ ଆସ୍ତାନା ନିର୍ଦେଶ ଦେଇଥିବା ସୂଚନା ମିଳିଛି। ଏଠାରେ ପ୍ରକାଶଥାଉକି ୨୦୧୪ ମସିହା ନଭେମ୍ବର ମାସଠାରୁ ସିବିଆଇ ୪୪ଟି ଚିଟ୍‌ଫଣ୍ଡ କମ୍ପାନିର ତଦନ୍ତ କରୁଛି। ଏଯାଏ ୩୩ଟି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରି ସାରିଥିବାବେଳେ ଅନ୍ୟଗୁଡିକର ତଦନ୍ତ ଏବେ ବି ଜାରି ରହିଛି। ସେହିପର ଅର୍ଥତତ୍ତ୍ୱ, ସିସୋର, ମାଇକ୍ରୋଫାଇନାନ୍ସ ଭଳି ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତ ଖୋଲାଥିବାରୁ ରାଜନୈତିକ ମହଲରେ ଏହାକୁ ଭୟର ବାତାବରଣ ଏବେ ବି ଲାଗି ରହିଛି। କାରଣ ପୂର୍ବରୁ ସିବିଆଇ ଅନେକ ରାଜନେତା, ଆଇପିଏସ୍‌ ଅଫିସର ଓ କିଛି ସରକାରୀ ଅଧିକାରୀଙ୍କୁ ଜେରା କରିଥିଲେ ମଧ୍ୟ ଗିରଫ କରିନାହିଁ। ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ପୂର୍ବ ଘୋଷଣା ଅନୁଯାୟୀ, ବୁଧବାର ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିଚାର ବିଭାଗୀୟ ଅଦାଲତ ବନ୍ଦ କରାଯାଇଥିଲା। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ ମୁଖ୍ୟମନ୍ତ୍ରୀ ଠୋସ ପଦକ୍ଷେପ ନେଇନଥିବା ଦର୍ଶାଇ ଓକିଲ ସଂଘ ୫ ତାରିଖ ଠାରୁ ବିଧାନସଭା ଅଧିବେଶନ ଶେଷ ହେବା ଯାଏ କାର୍ଯ୍ୟବନ୍ଦ କରିବ ବୋଲି ପୂର୍ବରୁ କରିଥିବା ଘୋଷଣା ଅନୁସାରେ ଆଜିଠୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତେବେ, କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ବେଞ୍ଚ ନେଇ ପୁନର୍ବାର କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପତ୍ର ଦେଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାର ଏକ ନକଲ ଉପଜିଲ୍ଲାପାଳ ଓକିଲ ସଂଘ ସଭାପତିଙ୍କୁ ଦେଇଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ପତ୍ର ନେଇ ସୂଚନା ଦେବାର ଏଭଳି ମାଧ୍ୟମକୁ ଓକିଲ ସଂଘ ଅଗ୍ରାହ୍ୟ କରିଛି। ସିଏସି ଆବାହକ କିମ୍ବା ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତିଙ୍କୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସଂପର୍କରେ ଯେ ପର୍ଯ୍ୟନ୍ତ ସୂଚନା ଦିଆନଯାଇଛି, ସେ ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି। ଏ ନେଇ ୬ ତାରିଖ (ଗୁରୁବାର)ବୈଠକ ପରେ ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଓକିଲ ସଂଘର ବରିଷ୍ଠ ସଦସ୍ୟ ସୁରେଶ୍ୱର ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି, ଅଗଷ୍ଟ ୬ ତାରିଖରେ ୪ଟି ପ୍ରସଂଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା। ଉପଜିଲ୍ଲାପାଳ ଦେଖାଉଥିବା ପତ୍ରକୁ ବିଶ୍ୱାସ କରାଗଲେ ମୁଖ୍ୟମନ୍ତ୍ରୀଙ୍କ ଏହି ପତ୍ର କେବଳ ରିମାଇଣ୍ଡର ଲେଟର ଭଳି ହୋଇଛିି। ଦ୍ୱିତୀୟତଃ ଆଇନ ଏବଂ ସମ୍ବିଧାନ ବିଶେଷଜ୍ଞଙ୍କୁ କମିଟି ଗଠନ କରାଯାଇ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ସହିତ ଏହାର ସମାଧାନ ରାସ୍ତା ବାହାର କରାଯିବ। ଆଇନ ମନ୍ତ୍ରୀ କିମ୍ବା ଚାଚସ୍ପତି ଏହାର ନେତୃତ୍ୱ ନେବେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଥିଯୋଗୁଁ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଆଭିମୁଖ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସକାଳେ ଓକିଲ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱରେ କଚେରୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୬ ତାରିଖରେ ପୂର୍ବ ଘୋଷଣା ଅନୁସାରେ, ରାଜସ୍ୱ ଅଦାଲତ ଠପ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ।
OSCAR-2019
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଆଇପିଏଲ୍‌ ବେଟିଂରେ ବ୍ୟସ୍ତ ଥିବା ୩ ଜଣ ସଟ୍ଟା ବେପାରୀଙ୍କୁ ପୁଲିସ ଗିରଫ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ସଟ୍ଟା ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଆଇପିଏଲ ବେଟିଂସ୍ଥଳରୁ ପୁଲିସ ୧୧ ଲକ୍ଷ ୧୭ ହଜାର ଟଙ୍କା, ଆଇପିଏଲ ରେକଡିଂ ଥିବା ୪ଟି ଲାପଟପ୍‌ ଓ ୧୧ ଟି ମୋବାଇଲ ଜବତ କରିଛି। କୋଲକାତାର ଇଡେନ ଗାର୍ଡେନରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମ୍ୟାଚ୍‌ ଚାଲିଥିଲା। ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନି ଓ ଦିନେଶ କାର୍ତ୍ତିକଙ୍କ ନେତୃତ୍ୱରେ ଉଭୟ ଟିମ୍‌ ବ୍ୟସ୍ତ ଥିବା ବେଳେ ଦର୍ଶକମାନେ ମଧ୍ୟ ଉତ୍ସାହିତ ଥିଲେ। ପୁଲିସ କହିଛି, କଣ୍ଟାବାଞ୍ଜି ସହରର ବ୍ୟସ୍ତବହୁଳ ସ୍ଥାନ ଡେଲି ମାର୍କେଟରେ ଆଠ ଜଣ ଯୁବକ ବ୍ୟାଟିଂରେ ବ୍ୟସ୍ତ ଥିଲେ। ପୁଲିସର ଚଢ଼ାଉ ବେଳେ ୫ଜଣ ଘଟଣାସ୍ଥଳରୁ ଖସି ଯାଇଥିବା ବେଳେ, ପପୁ ଓରଫ ପ୍ରଦୀପ କୁମାର ଜେନା, ଦେବେନ୍ଦ୍ର ବେହେରା ଓ ଲଣ୍ଡୁ ଓରଫ ଆନନ୍ଦ କୁମାର ମହାନ୍ତି ଗିରଫ ହୋଇଛନ୍ତି। ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଅନ୍ୟ ୫ଜଣ ଫେରାର ହୋଇଯାଇଛନ୍ତି ।
OSCAR-2019
ହିନ୍ଦୁ ଯୁବ ବାହିନୀର ଜଣେ ନେତା କହିଛନ୍ତି “ଯଦି ଏଭଳି ଦ୍ରୁତ ଗତିରେ ମୁସଲିମ ଜନସଂଖ୍ୟା ବୃଦ୍ଧି ଘଟେ ତେବେ ସେ ସମୟ ଆଉ ଦୂର ନାହିଁ ଯେବେ ଭାରତ ଏକ ମୁସଲିମ ଦେଶରେ ପରିଣତ ହୋଇଯିବ ।”ପଶ୍ଚିମ ଉତ୍ତରପ୍ରଦେଶ ସଂଗଠନ କାର୍ଯ୍ୟ ନିର୍ବାହି ନାଙ୍ଗେନ୍ଦ୍ର ପ୍ରତାପ ତୋମର ଏହି ବୟାନ ଦେଇଛନ୍ତି । ଦେଶରେ ମୁସଲିମ ଜନସଂଖ୍ୟା ଏତେ ଦ୍ରୁତରେ ବୃଦ୍ଧି ପାଉଛି ଯେ ୨୦୨୭ସୁଦ୍ଧା ଭାରତ ଏକ ମୁସଲିମ ଦେଶରେ ପରିଣତ ହୋଇଯିବାର ସମ୍ଭାବନା ବୋଲି ସେ ଦାବି କରିଛନ୍ତି । ନାଗେନ୍ଦ୍ରଙ୍କ କହିବାନୁସାରେ ଭାରତକୁ ମୁସଲିମ ଦେଶରେ ପରିଣତ କରିବା ଏହି ସମୁଦାୟର ଟାର୍ଗେଟ ରହିଛି । ସେ ଏହା ମଧ୍ୟ କହିଛନ୍ତି ଏମାନେ ଆନନ୍ଦ ସକାଶେ ଶିଶୁ ଜନ୍ମ ଦେଉନାହାନ୍ତି , କେବଳ ଦେଶକୁ କବ୍ଚା କରିବା ପାଇଁ ଏମାନେ ନିଜର ବଂଶ ବିସ୍ତାର କରିଚାଲିଛନ୍ତି । ସୂଚନା ଯେ ହିନ୍ଦୁ ଯୁବ ବାହିନୀର ସ୍ଥାପନା ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୦୨ ମସିହାରେ କରିଥିଲେ । ଯୋଗୀଙ୍କର ମୁଖ୍ୟମନ୍ତ୍ରୀ ହେବା ପରେ ଅନେକ ସଂଗଠନର ଲୋକେ ସେ ଉତ୍ତେଜିତ ଭାଷଣ ଦେଉଥିବାର ଆରୋପ ଲଗାଇଛନ୍ତି । ଅନେକ ଥର ମୁଖ୍ୟମନ୍ତ୍ରୀ ନିଜେ ସଂଗଠନର ସଦସ୍ୟଙ୍କୁ ଏମିତି ଉତ୍ତେଜିତ ବୟାନବାଜିରୁ ଦୂରେଇ ରହିବାକୁ କହିସାରିଛନ୍ତି ।
OSCAR-2019
ଭୁବନେଶ୍ୱର: ଆୟୁର୍ବେଦିକ ପରୀକ୍ଷା ଓ ଗବେଷଣାଗାରରେ ରହିଛି ଅତ୍ୟାଧୁନିକ ଓ ଦାମୀ ହାଇ ପରଫରମାନ୍‌ସ ଥିନ୍‌ ଲେୟାର କ୍ରୋମାଟୋଗ୍ରାଫି ବା ଏଚ୍‌ପିଟିଏଲ୍‌ସି ମେସିନ୍‌। ଲାଗିବା ଦିନଠାରୁ ଏହା ଅଚଳ। ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜରେ ଏହି ମେସିନ୍‌ ସପ୍ତାହକୁ ଗୋଟିଏ ଦିନ ଚାଲୁଛି। ତେବେ ଆୟୁର୍ବେଦିକ ପରୀକ୍ଷାଗାରେ ଏଚ୍‌ପିଟିଏଲ୍‌ସି ମେସିନ୍‌କୁ ନେଇ ବିବାଦ ଥମି ନ ଥିବା ବେଳେ ଏହାର ଅପଗ୍ରେଡେସନ୍‌ ପାଇଁ ପ୍ରସ୍ତାବ ଦିଆଯାଇଛି। ଅଚଳ ମେସିନ୍‌ର ଅପଗ୍ରେଡେସନ୍‌ ପାଇଁ କିଏ ଓ କାହା ସ୍ୱାର୍ଥରେ ପ୍ରସ୍ତାବ ଦେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ଅର୍ଥରେ ଆୟୁର୍ବେଦିକ ପରୀକ୍ଷା ଓ ଗବେଷଣାଗାରରେ କିଛିବର୍ଷ ତଳେ ଏଚ୍‌ପିଟିଏଲ୍‌ସି ମେସିନ୍‌ କିଣାଯାଇଥିଲା। ଏହାର ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ତେବେ ପରୀକ୍ଷାଗାରରେ ଏହି ମେସିନ୍‌ର କୌଣସି ଆବଶ୍ୟକତା ନ ଥିବାରୁ ଆରମ୍ଭରୁ ଏହା କେବେ ଚାଲିନାହିଁ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆୟୁର୍ବେଦିକ ଫାର୍ମାକୋପିଆ ଅଫ୍‌ ଇଣ୍ଡିଆ ବା ଏପିଆଇରେ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ଯେଉଁ ମାନ ଧାର୍ଯ୍ୟ କରାଯାଇଛି ତହିଁରେ ଏଚ୍‌ପିଟିଏଲ୍‌ସି ମେସିନ୍‌ ସଂପର୍କରେ କୌଣସି ଉଲ୍ଲେଖ ନାହିଁ। ଏଥିରେ ମେସିନ୍‌ର ରିଡିଂ ମଧ୍ୟ ଦିଆଯାଇ ନାହିଁ। ମାତ୍ର କେନ୍ଦ୍ରରୁ ମିଳିଥିବା ଅର୍ଥରେ ଏହି ମେସିନ୍‌କୁ କିଣାଯାଇଛି। ପରୀକ୍ଷାଗାରରେ ଏହି ମେସିନ୍‌ର ଉପସ୍ଥିତିକୁ ନେଇ ଅଡିଟ୍‌ରେ ବାରମ୍ବାର ପ୍ରଶ୍ନ ଉଠିଥିଲା। ପରୀକ୍ଷାଗାର ଦାୟିତ୍ୱରେ ଥିବା ତତ୍କାଳୀନ ଅଧିକାରୀ ଏହି ମେସିନ୍‌ରେ କୌଣସି ପରୀକ୍ଷା ହେଉନାହିଁ ତେଣୁ ଏହାର ଆବଶ୍ୟକତା ନ ଥିବା ଆୟୁଷ ନିର୍ଦେଶାଳୟକୁ ଚିଠି ଲେଖିଥିଲେ। ପ୍ରାୟ ୬ମାସରୁ ଅଧିକ ସମୟ ହେବ ଏହି ଚିଠି ଲେଖାଯାଇଥିଲେ ହେଁ, ଆୟୁଷ ନିର୍ଦେଶାଳୟ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ବରଂ ଏହାର ସଫ୍‌ଟେଓ୍ଵୟାର ସହିତ ସ୍ୱୟଂଚାଳିତ ସାମ୍ପଲିଂର ଅପଗ୍ରେଡେସନ୍‌ ପାଇଁ ବର୍ଷ ତଳେ ପ୍ରସ୍ତାବ ଦିଆଯାଇଛି। କେଉଁ ପରିସ୍ଥିତିରେ ଏହାର ଅପଗ୍ରେଡେସନ୍‌ ପାଇଁ ପ୍ରସ୍ତାବ ଦିଆଗଲା ତାହା ଘଟଣାକୁ ଅଧିକ ଏହାକୁ ରହସ୍ୟ ଭିତରକୁ ଟାଣି ନେଇଛି। କେବଳ ଏଚ୍‌ପିଟିଏଲ୍‌ସି ମେସିନ୍‌ ନୁହେଁ ଏହା ସହିତ ପରୀକ୍ଷାଗାରରେ ଅଚଳ ହୋଇ ପଡ଼ିଥିବା ପୋଲାରି ମିଟରର ଅପଗ୍ରେଡେସନ୍‌ ପାଇଁ ମଧ୍ୟ ଏଥିରେ ପ୍ରସ୍ତାବ ରହିଛି। ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ମଧ୍ୟ ଏଚ୍‌ପିଟିଏଲ୍‌ସି ମେସିନ୍‌ ରହିଛି। ଦୀର୍ଘଦିନ ଏହି ମେସିନ୍‌ ଅଚଳ ହୋଇ ପଡ଼ି ରହିଥିବା ଖବର ଗତବର୍ଷ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ପରେ କଲେଜ କର୍ତୃପକ୍ଷ ଏହାକୁ ଚାଲୁ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଏହାକୁ ଚଳାଇବା ପାଇଁ ହସ୍ପିଟାଲରେ ଟେକ୍‌ନିସଆନ୍‌ ନ ଥିବାରୁ ସମସ୍ତଙ୍କ ନଜର ହଟାଇବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଫନ୍ଦି ବାହାର କରିଛନ୍ତି। ଆୟୁର୍ବେଦିକ ପରୀକ୍ଷାଗାରରୁ ଜଣେ ସାଇଣ୍ଟିଫ୍‌କ ଅଫିସର ସପ୍ତାହରେ ଗୋଟିଏ ଦିନ ଏଠାକୁ ଆସୁଛନ୍ତି। ଯଦି ଛୁଟିଦିନ ପଡ଼େ ତେବେ ପରୀକ୍ଷା ବନ୍ଦ। ଏହି ମେସିନ୍‌ରେ ଗୋଟିଏ ଦିନରେ ଔଷଧର କେଉଁ ଗୁଣବତ୍ତା ପରୀକ୍ଷା ହେଉଛି ତାହା ରହସ୍ୟ ଘେରରେ ରହିଛି। କଲେଜ କର୍ତୃପକ୍ଷ ଏହି ମେସିନ୍‌ ଚାଲୁଥିବା କହୁଛନ୍ତି। ମାତ୍ର କେତେ ପରୀକ୍ଷା ହୋଇଛି ତାହା କହିବାକୁ ନାରାଜ। ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଫାର୍ମାସିରେ ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ମେସିନ୍‌ ରହିଛି। ଏହିସବୁ ମେସିନ୍‌ ଚଳାଇବାକୁ ଥିବା ମେସିନ୍‌ ମ୍ୟାନ୍‌ କିମ୍ବା ଅପରେଟର୍‌ ପଦବି ବର୍ଷ ବର୍ଷ ଧରି ଖାଲି ପଡ଼ିଛି। ୪ଜଣ ଶ୍ରମିକ ଏହି ମେସିନ୍‌ ଚଳାଉଛନ୍ତି। ଏପରିକି ଆୟୁର୍ବେଦିକ ଫାର୍ମାସିର ୩ମାସ ହେବ ଲାଇସେନ୍‌ସ ନବୀକରଣ ହୋଇନାହିଁ। ମାତ୍ର ଅଚଳ ଅବସ୍ଥାରେ ଥିବା ଏହି ଫାର୍ମାସିକୁ ପୁଣି ଅନେକ ଅତ୍ୟାଧୁନିକ ମେସିନ୍‌ କିଣିବାକୁ ପ୍ରସ୍ତାବ ଦିଆଯାଇଛି। ହୋଲ ବଡି ଭାଇବ୍ରେଟର୍‌, ସେରାଜେନ୍‌ ମେସିନ୍‌, ବିଏମ୍‌ଆର ଓ୍ଵାକିଂ ମେସିନ୍‌ ସହିତ ମନିଟର୍‌, ସିଟିଂ ଟ୍ରାକ୍ସନ୍‌ ମେସିନ୍‌ ସହିତ ଚେୟାର, ବେଲି ଭାଇବ୍ରେଟର୍‌, ଡିଜିଟାଲ ସିରୋଧାରା ମେସିନ୍‌ ସହିତ ଟେମ୍ପରେଚର ରେଗୁଲେସନ୍‌, ଅଟୋମେଟିକ୍‌ ବାସ୍ପା ସ୍ୱେଡାନ ଯନ୍ତ୍ର, ଅଟୋମେଟିକ ସିରୋଧାରା ଯନ୍ତ୍ର, ଷ୍ଟାଣ୍ଡିଂ ଭାଇବ୍ରେସନ୍‌ ମେସିନ୍‌, ଓ୍ଵାକ୍ସ ଓ ଫର୍ମେଣ୍ଟେସନ୍‌ ମେସିନ୍‌, ଫଲ ସିଲିଂ ମେସିନ୍‌, ଅଟୋମେଟିକ୍‌ ଫିଲିଂ ଓ ସିଲିଂ ମେସିନ୍‌ ଓ ହେଭି ପ୍ଲାଟଫର୍ମ ଟ୍ରଲି କିଣିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏପରିକି ଏହିସବୁ ମେସିନ୍‌ କିଣିବା ପାଇଁ ଜାତୀୟ ଆୟୁଷ ମିସନ୍‌ ପକ୍ଷରୁ ଆବଶ୍ୟକ ଅର୍ଥରାଶି ଦେଇସାରିଛି। ଆୟୁର୍ବେଦିକ ପରୀକ୍ଷାଗାର ଓ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ଥିବା ଦୁଇଟି ଏଚ୍‌ପିଟିଏଲ୍‌ସି ସଂପର୍କରେ ନୂତନଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ଆୟୁଷ ନିର୍ଦେଶକ ଅଶ୍ୱିନୀ କୁମାର ମିଶ୍ରଙ୍କ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ, ନିକଟରେ ଦାୟିତ୍ୱ ଗ୍ରହଣ କରିଛି, ଏସବୁ ମେସିନ୍‌ ସଂପର୍କରେ ବୁଝିବି। ଅପରପକ୍ଷରେ ଆଜି ଶ୍ରୀ ମିଶ୍ର ଆୟୁର୍ବେଦିକ ପରୀକ୍ଷାଗାର ଓ ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଓ ଫାର୍ମାସି ପରିଦର୍ଶନ କରିଥିଲେ। ଉଭୟ ପରୀକ୍ଷାଗାର ଓ ହସ୍ପିଟାଲର ବ୍ୟବସ୍ଥାକୁ ନେଇ ନିର୍ଦେଶକ ଭୀଷଣ ବିରକ୍ତି ପ୍ରକାଶ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
OSCAR-2019
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଡଗଡ ଥାନାରେ ଲୋପାମୁଦ୍ରାଙ୍କ ସାନି ଅଭିଯୋଗ । ଘରେ ପଶି ଲୋପାମୁଦ୍ରାଙ୍କୁ ହତ୍ୟା ଧମକ । କନକ ବ୍ୟରୋ : ସୋସିଆଲ ମିଡିଆରେ ପ୍ରକାଶକଙ୍କ ରକ୍ତାକ୍ତ ଫଟୋ । ଫେସବୁକ୍ ପେଜରେ ଜଣାଶୁଣା ପ୍ରକାଶକ ହିମାଂଶୁ ମହାପାତ୍ରଙ୍କ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫେସବୁକରେ ତାଙ୍କ ମୁଣ୍ଡରୁ ରକ୍ତ ବାହାରୁଥିବା ଏବଂ ଗୋଡ ଓ ହାତର ଶିରା କଟା ହୋଇଥିବା ଦେଖିବାକୁ ମିଳିଛି । ତାଙ୍କ ଅବସ୍ଥା ଗୁରୁତର ବୋଲି ତାଙ୍କ ଫେସବୁକରେ ପୋଷ୍ଟ ହୋଇଥିବା ଫଟୋ ଏବଂ ଲେଖାରୁ ଜଣାପଡୁଛି । ନିଜ ସ୍ତ୍ରୀଙ୍କ ଠାରୁ ବିଶ୍ୱାସଘାତକତାର ଶିକାର ହେବା ପରେ ନିଜ ପ୍ରତି ଅସନ୍ତୋଷ ଏବଂ କ୍ଷୋଭ ଯୋଗୁ ସାହିତ୍ୟିକ ହିମାଂଶୁ ମହାପାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ଲେଖାରୁ ଏକପ୍ରକାର ସ୍ପଷ୍ଟ ହୋଇଛି । ‘ଆସିଥିଲା ମୋତେ ମାରିବାକୁ, ମୋ ସ୍ୱପ୍ନକୁ ଦଳି ଚକଟିବାକୁ । ମୋ ପୁଅକୁ ବାପଛେଉଣ୍ଡ କରିବାକୁ । ହେଲେ ସେ ମୋତେ କଣ ପାଇଁ ବାଛିଲା । ଉତର ପଢିବାକୁ ବୋଧେ ଆଉ ମୁଁ ନଥିବି । ଗୋଟେ ଜୀବନ ଶେଷ, ଗୋଟେ ସ୍ୱପ୍ନ ଶେଷ ।’ ଫେସବୁକରେ ନିଜ ରକ୍ତାକ୍ତ ଫଟୋ ସହ ଏହି ଭଳି କିଛି ଲେଖା ପୋଷ୍ଟ କରିଛନ୍ତି ପ୍ରକାଶକ ହିମାଂଶୁ ମହାପାତ୍ର । ତେବେ ସେ କେଉଁଠି ଅଛନ୍ତି, କେଉଁଠି ରହି ଏଭଳି ପୋଷ୍ଟ କରୁଛନ୍ତି ସେ ନେଇ କିଛି ତଥ୍ୟ ଏଯାଏ ମିଳିପାରିନି । ତାଙ୍କ କଟକସ୍ଥିତ ଘରେ ବି ତାଲା ଝୁଲୁଥିବା ଜଣାପଡିଛି ।
OSCAR-2019
କନକ ବ୍ୟୁରୋ : ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜଣେ ପୁଅର ଅଧିକାର ଛଡ଼ାଇ ନେଇଛି। ଆଇନ ବି ଏ କ୍ଷେତ୍ରରେ ଅସହାୟ ହୋଇଯାଇଛି। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ପୁଅକୁ ମିଳି ପାରିଲାନି ଜାମିନ। ପରିବାର ଲୋକ ଏଥିପାଇଁ ବହୁ ଓକିଲଙ୍କୁ ଅନୁେରାଧ କଲେ। ହେଲେ କେହି ରାଜି ହେଲେନି। ପୁଅକୁ ଛାଡ଼ିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନେହୁରା ହେଲେ ଘରଲୋକେ। ହେଲେ ବାଟ ଓଗାଳିଲା ଆଇନ୍। ସେପଟେ ମା’ର ଅନ୍ତିମ ସଂସ୍କାରରେ ବଡ଼ପୁଅକୁ ସାମିଲ କରିବାକୁ ୨ ଦିନ ଯାଏ ମୃତଦେହ ପକାଇ ରଖିଲେ ପରିବାର ଲୋକେ। ଆଉ ଶେଷରେ ନିରାଶ ହେବାପରେ ସାନପୁଅ ମା’କୁ ମୁଖାଗ୍ନି ଦେଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଶିକାରଘାଟି ଗାଁରେ। ଗ୍ରାମର ସଞ୍ଜୟ ସୋରେନ(୨୮) ଗତ ୯ ତାରିଖ ଦିନ ଅବକାରୀ ଚଢ଼ଉ ବେଳେ ବେଆଇନ ମଦ କାରବାର ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ। ଆଉ ୧୫ ତାରିଖ ଦିନ ଅସୁସ୍ଥ ଥିବା ସଞ୍ଜୟଙ୍କ ମା’ ସୋମବାରୀ(୬୦)ଙ୍କର ବାରିପଦା ଡାକ୍ତରଖାନାରେ ମୃତ୍ୟୁ ଘଟିଲା। ଆଦିବାସୀ ସମାଜ ପରମ୍ପରା ଅନୁଯାୟୀ ବଡ଼ପୁଅ ମା’କୁ ମୁଖାଗ୍ନି ଦେବାକଥା। ତେଣୁ ପୁଅକୁ ଜାମିନରେ ଆଣିବାକୁ ଘର ଲୋକେ କୋର୍ଟକୁ ଗଲେ। ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କଥା କହି କେହି ବି ଓକିଲ ସାହାଯ୍ୟ କଲେନି। ଘର ଲୋକେ ଏ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଦରଖାସ୍ତ ଦେବା ସହ ପୁଅକୁ ସଂସ୍କାରରେ ସାମିଲ ହେବା ପାଇଁ ଅନୁରୋଧ କଲେ। ହେଲେ ନିଜ ଅସହାୟତା ପ୍ରକାଶ କଲେ ଜେଲର୍। ଶେଷରେ ସାନପୁଅ ହରିଶ ମା’କୁ ମୁଖାଗ୍ନି ଦେଇଛି। ଏହି ଘଟଣାକୁ ନେଇ ମୃତକଙ୍କ ଗାଁରେ ଅସନ୍ତୋଷ ଦେଖାଦେବା ସହ ଜେଲ୍ ପ୍ରଶାସନର ନିଷ୍ପତ୍ତିକୁ ପ୍ରବଳ ବିରୋଧ କରାଯାଇଛି।
OSCAR-2019
ଆଣ୍ଡ୍ରେମାଲ୍ରୋ ନାମକ ଜଣେ ବ୍ୟକ୍ତି ପ୍ୟାରିସ୍ରେ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାରିବାରିକ ଦୁଃସ୍ଥିତି ଏବଂ କୁସଙ୍ଗରେ ପଡି ସେ ବାଳକ ଆଣ୍ଡ୍ରେ ଚୋରି କାର୍ଯ୍ୟରେ ଲିପ୍ତ ରହିଲେ । ଦିନକର କଥା । ଆଣ୍ଡ୍ରେମାଲ୍ରୋ ଏକ ଘଟଣାରେ ଧରାପଡି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଓ ତତ୍ସହିତ ତିନିବର୍ଷ କାରାଦଣ୍ଡରେ ଦଣ୍ଡିତ ମଧ୍ୟ ହେଲେ । ତା’ପରେ ସେ ତାଙ୍କ ପରିବାର ଓ ଜ୍ଞାତିକୁଟୁମ୍ବଙ୍କଠାରୁ ଦୂରରେ ରହି ଜେଲ୍ଦଣ୍ଡ ଭୋଗିଲେ । ଜେଲ୍ ଭିତରେ ତାଙ୍କ ମନରେ ଭାବାନ୍ତର ସୃଷ୍ଟି ହେଲା । ସେ କରିଥିବା କୁକର୍ମ ପାଇଁ ବହୁତ ଅନୁତାପ ମଧ୍ୟ କଲେ । ତା’ପରେ ଜେଲ୍ ଭିତରେ ଅନ୍ୟ କଏଦିମାନଙ୍କ ପ୍ରେରଣାରେ ତାଙ୍କର ପାଠପଢା ଆରମ୍ଭ ହେଲା । ମନରେ ତାଙ୍କର ଦୃଢସଂକଳ୍ପ ଥିଲା ଯେ, ସେ ପାଠପଢି ଜଣେ ଭଲ ମଣିଷ ହେବେ ଓ ଦେଶବିଦେଶରେ ନାଁ ରଖିବେ ।
OSCAR-2019
କନକ ବ୍ୟୁରୋ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଆନନ୍ଦିବେନ ପଟେଲଙ୍କୁ ଆଜି ମଧ୍ୟପ୍ରଦେଶର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବ । ସୂଚନା ଥାଉ କି, ୨୯୦୧୬ରେ ମଧ୍ୟପ୍ରଦେଶର ତତ୍କାଳୀନ ରାଜ୍ୟପାଳ ରାମନରେଶ ଯାଦବଙ୍କ ପରଲୋକ ଘଟିବାରୁ ଗୁଜରାଟ ରାଜ୍ୟପାଳ ଓମ୍ ପ୍ରକାଶ କୋହଲିଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ତେବେ ନୂତନ ରାଜ୍ୟପାଳ ଭାବେ ଆନନ୍ଦିବେନ୍ଙ୍କୁ ନିଯୁକ୍ତ କରାଯିବା ନେଇ ଆଜି ବିଧିବଦ୍ଧ ଘୋଷଣା କରାଯାଇଛି। ଗତ ଗୁଜରାଟ ବିଧାନସଭା ନିର୍ବାଚନରେ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେବା ପରେ ଆନନ୍ଦିବେନଙ୍କୁ ବିଜେପି ପକ୍ଷରୁ କୌଣସି ଏକ ବଡ଼ ପଦବି ଦିଆଯିବା ନେଇ ଅନେକ ଦିନରୁ କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଆଜିର ନିଯୁକ୍ତି ପରେ ତାହା ସ୍ପଷ୍ଟ ହୋଇଛି । କେନ୍ଦୁଝରର ବାହୁବଳି ତଥା ବିତଶାଳୀ ବିଧାୟକ ସନାତନ ମହାକୁଡଙ୍କ ଗୁହାଳରେ ଏସି । ଅଶ୍ଚର୍ଯ୍ୟ ଲାଗିଲେ ବି ସତ । ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଏସି ଓ କୁଲର ଲାଗିଛି ସନାତନ ମହାକୁଡଙ୍କ ଗୁହାଳ ଘରେ । ଖରା ତାତିରେ ସିଝୁଛି ସାରା ଓଡିଶା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ତ୍ରାହିତ୍ରାହି ଡାକୁଛନ୍ତି ଲୋକ । ଅନେକଙ୍କ ଭାଗ୍ୟରେ ଫ୍ୟାନଟିଏ ବି ଜୁଟୁନି । ହାତ ବିଂଚଣାକୁ ଭରସା କରି ଝାଳ ମାରିବାକୁ ପଡୁଛି । ହେଲେ ଏହାରି ଭିତରେ ଗୁହାଳରେ ଏସି ଚିତ୍ର ସାମ୍ନାକୁ ଆସିଛି । ଏହି ଦୃଶ୍ୟ ପ୍ରମାଣ କରୁଛି ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ପ୍ରତିପତି । ଏପେଟେ ଚାଲିଛି ବିଧାୟକଙ୍କ ବେଆଇନ ନିର୍ମାଣ ଭଙ୍ଗା । ୫ ଏକର ସରକାରୀ ଜମି ଉପରେ ବିଧାୟକ ବେଆଇନ ଭାବେ ବିଶାଳ ଅଟ୍ଟାଳିକା ଓ ପାଚେରୀ ନିର୍ମାଣ କରିଥିବା ଅଭିଯୋଗ ହେବା ପରେ ଆଜି ଏହା ଉପରେ ଚାଲିଛି ପ୍ରଶାସନର ବୁଲଡୋଜର । ଏସବୁ ବେଆଇନ ନିର୍ମାଣ କରିନଥିବା ସଫେଇ ରଖିଛନ୍ତି ବିଧାୟକ ସନାତନ ମହାକୁଡ । କହୁଛନ୍ତି ଏସବୁ ଗାଁ ଲୋକ କରିଛନ୍ତି । ହେଲେ ବିଧାୟକଙ୍କ ଗୁହାଳର ଏ ଚିତ୍ର କହୁଛି ଏ ରାଜ୍ୟର କୋଟିକୋଟି ଲୋକଙ୍କ ଅପେକ୍ଷା, ସନାଙ୍କ ଗୁହାଳର ଗାଈ, ଛେଳି କେତେ ଭାଗ୍ୟବାନ । ଗୁହାଳରେ ଯଦି ଗୃହପାଳିତ ପଶୁଙ୍କ ପାଇଁ ଏସି, କୁଲର ତାହେଲେ ବିଧାୟକ ସନାତନଙ୍କ ଡ୍ରଇଂ ରୁମ ଓ ବେଡ ରୁମର ଚାକଚକ୍ୟ କେମିତି ଥିବ ତାହା ଅନୁମାନ କରିବା ନିଶ୍ଚିତ ମୁସ୍କିଲ ।
OSCAR-2019
ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଟାଉନରେ ଆଜି ସକାଳୁ ଦେଖା ଦେଇଛି ଭାଲୁ ଆତଙ୍କ। ଦୁଇଟି ଭାଲୁ ନିକଟସ୍ଥ କେଉଁ ଜଙ୍ଗଲରୁ ଚାଲି ଆସି ଆଜି ବ୍ୟାସନଗର ଟାଉନରେ ପହଞ୍ଚିଛନ୍ତି। ବିଭିନ୍ନ ବୁଦା ମୁଳରେ ଏହି ଭାଲୁ ଦୁଇଟି ଛପି ଯାଉଥିବାରୁ ତାକୁ ଘଉଡ଼ାଇବା ପାଇଁ ସକାଳୁ ବନବିଭାଗ ଓ ପୁଲିସ ନାକେଦମ ହୋଇ ସାରିଲାଣି। ଏପରିକି ବର୍ତ୍ତମାନ ସୁଦ୍ଧା ୪ ଜଣ ଭାଲୁ କାମୁଡ଼ାରେ ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭାଲୁ ସହର ଭିତରକୁ ପଶି ଆସିଥିବା ଖବର ପାଇ ବନବିଭାଗ ସ୍ଥାନୀୟ ଲୋକଙ୍କ ସହାୟତାରେ ତାକୁ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛି। ଇତିମଧ୍ୟରେ ୭ଘଣ୍ଟା ଅତିକ୍ରମ କରି ସାରିଥିଲେ ମଧ୍ୟ ଭାଲୁକୁ ସହରରୁ ଘଉଡ଼ାଇବା ସମ୍ଭବ ହୋଇ ନାହିଁ। ଏହି ଦୁଇଟି ଭାଲୁ ଗୋଟିଏ ସ୍ଥାନ ଛାଡ଼ି ଆଉ ଏକ ସ୍ଥାନରେ ଲୁଚି ଯାଉଥିବାରୁ ତାଙ୍କୁ ସଠିକ ଭାବେ ଠାବ କରାଯାଇ ପାରୁନାହିଁ। ରାସ୍ତା ପାର ହେଉଥିବା ବେଳେ ଭାଲୁକୁ ଦେଖିବାକୁ ମିଳୁଛି। ତେବେ ଖୁବ୍‌ ଶୀଘ୍ର ଭାଲୁ ଦୁଇଟିକୁ ସହରରୁ ତଡ଼ି ଦିଆଯିବ ବୋଲି ବନବିଭାଗ କହିଛି। ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ ଭୁବନେଶ୍ୱରରେ ଜାତୀୟ ଡାଟା କେନ୍ଦ୍ରର ଉଦ୍‌ଘାଟନ ଉତ୍ସବରେ କେନ୍ଦ୍ର ବୈଦ୍ୟୁତିକ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଯୋଗଦେବେ। ତାଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏସ୍‌.ଏସ୍‌.ଆଲୁଓ୍ଵାଲିଆ, ରାଜ୍ୟ ସରକାରଙ୍କ ବୈଦ୍ୟୁତିକ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗଦେବେ। ଏହି ଡାଟା ସେଣ୍ଟର ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌ଆଇସି) ସହଯୋଗରେ ପ୍ରତିଷ୍ଠା କରାଯାଉଛି।
OSCAR-2019
ନୂଆଦିଲ୍ଲୀ/ବାଙ୍ଗଲୋର : ସ୍ପଷ୍ଟ ବହୁମତ ନଥାଇ କର୍ଣ୍ଣାଟକରେ ବିଜେପି ନେତା ବିଏସ୍‌ ୟେଦୁରପ୍ପା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତଥାପି ତାଙ୍କ ଉପରୁ ବିପଦ ଟଳିନାହିଁ। କେଉଁ ଆଧାରରେ ସରକାର ଗଠନ ଲାଗି ରାଜ୍ୟପାଳ ତାଙ୍କୁ ଆମନ୍ତ୍ରଣ କଲେ ସେନେଇ ଜାଣିବାକୁ ଚାହିଁଛନ୍ତି ସୁପ୍ରିମ କୋର୍ଟ। କେବଳ ସେତିକି ନୁହେଁ ୟେଦୁରପ୍ପା ରାଜ୍ୟପାଳଙ୍କୁ ଦୁଇ ଦୁଇ ଥର ଦେଇଥିବା ସମର୍ଥନ ପତ୍ରର କପି ମଧ୍ୟ ମାଗିଛନ୍ତି। ଆସନ୍ତାକାଲି ସକାଳ ୧୦ଟା ୩୦ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି। ଏହାସହିତ ଏହି ମାମଲାର ପୁଣି ଶୁଣାଣି ହେବ। ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଚାଲେଞ୍ଜ କରି ଗତକାଲି ରାତିରେ କଂଗ୍ରେସ ଏବଂ ଜେଡିଏସ୍‌ ଯେଉଁ ପିଟିସନ ଦାଖଲ କରିଥିଲେ ତାହା ଉପରେ ସୁପ୍ରିମ କୋର୍ଟରେ ରାତି ସାରା ଶୁଣାଣି ହୋଇଥିଲା। ଜଷ୍ଟିସ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବେଞ୍ଚରେ ଏହି ମାମଲାର ଶୁଣାଣି ରାତି ୨ଟାରୁ ଆରମ୍ଭ ହୋଇ ସକାଳ ୫ଟାରୁ ୩୦ ପର୍ଯ୍ୟନ୍ତ ଚାଲିଥିଲା। ଶୁଣାଣି ବେଳେ ଉଭୟ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। କିନ୍ତୁ ୟେଦୁରପ୍ପାଙ୍କୁ ଆମନ୍ତ୍ରଣ ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ରୋକ୍‌ ଲଗାଇବାକୁ ସୁପ୍ରିମ କୋର୍ଟ ମନା କରିଦେଇଥିଲେ। କହିଥିଲେ ଯେ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିହେବ ନାହିଁ। ତେବେ ସ୍ପଷ୍ଟ କରିଥିଲେ ଯେ ସରକାରର ଭାଗ୍ୟ କୋର୍ଟ ରାୟ ଉପରେ ନିର୍ଭର କରିବ। ଗତ ୧୫ ଏବଂ ୧୭ ତାରିଖରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଯେଉଁ ଦୁଇଟି ସମର୍ଥନ ପତ୍ର ଦେଇଥିଲେ ତାହା ଉପରେ କୋର୍ଟଙ୍କ ନଜର ରହିଛି। ଏହି ପତ୍ରରେ କଣ ଉଲ୍ଲେଖ ରହିଛି? ଉକ୍ତ ପତ୍ରରେ ୟେଦୁରପ୍ପା ଏମିତି କଣ ତଥ୍ୟ ଦେଇଥିଲେ ଯେଉଁଥିରେ ରାଜ୍ୟପାଳ ସନ୍ତୁଷ୍ଟ ହୋଇ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ଅପେକ୍ଷା ବିଜେପି ହିଁ ଶ୍ରେଷ୍ଠ ବିକଳ୍ପ ବୋଲି ରାଜ୍ୟପାଳ ଅନୁଭବ କଲେ। ୟେଦୁରପ୍ପାଙ୍କ ସମର୍ଥନ ପତ୍ରର ଅନୁଧ୍ୟାନ କରି ସୁପ୍ରିମ କୋର୍ଟ ମାମଲାର ବିଚାର କରିବେ। ତେଣୁ ଉକ୍ତ ସମର୍ଥନ ପତ୍ରର କପି ୪୮ ଘଣ୍ଟା ଭିତେରେ ସଂଗ୍ରହ କରି କୋର୍ଟରେ ଉପସ୍ଥାପନ କରିବା ନିମନ୍ତେ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ସିଙ୍ଗଭୀ ରାଜ୍ୟପାଳଙ୍କ ଆଚରଣ ନେଇ ଆପତ୍ତି ଜଣାଇଥିଲେ। ସେ କହିଥିଲେ ଯେ ବିଧାନସଭାରେ ଶକ୍ତି ପରୀକ୍ଷା ଲାଗି ୟେଦୁରପ୍ପା ୭ ଦିନର ସମୟ ଲୋଡ଼ିଥିଲା ବେଳେ ରାଜ୍ୟପାଳ ଉଦାର ହୋଇ ତାଙ୍କୁ କାହିଁକି ୧୫ ଦିନର ସମୟ ଦେଲେ। ନିଜ ସପକ୍ଷରେ ଅଧିକ ସମର୍ଥନ ହାସଲ ନିମନ୍ତେ ବିଜେପିକୁ ଏହା ଘୋଡ଼ା ବେପାର ପାଇଁ ସୁଯୋଗ ଦେଇଛି। ବରିଷ୍ଠ ଆଇନଜୀବୀ ରାମ ଜେଠମାଲାନୀ ମଧ୍ୟ ବ୍ୟକ୍ତିଗତ ଭାବେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ଆଜି ପିଟିସନ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳ ତାଙ୍କ ପଦବିର ଦୁରୁପଯୋଗ କରିଛନ୍ତି। ଆସନ୍ତାକାଲି ତାଙ୍କ ପିଟିସନର ମଧ୍ୟ ଶୁଣାଣି ହେବ। ଆସନ୍ତାକାଲି କୋର୍ଟ କଣ ରାୟ ଦେବେ ତାହାକୁ ନେଇ ଇତିମଧ୍ୟରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କୁହାଯାଉଛି ଯେ କୋର୍ଟ ଶକ୍ତି ପରୀକ୍ଷା ତାରି୍‌ଖ ଆଗୁଆ କରିପାରନ୍ତି। ତେଣୁ ଯାହା ପାଖରେ ଅଧିକ ସମର୍ଥନ ଥିବ ସେହି ଦଳ ବା ମେଣ୍ଟ ସରକାର ଗଠନ କରିବ। ୨୨୨ ସଭ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିକୁ ୧୦୪ଟି ଆସନ ମିଳିଥିବା ବେଳେ କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ୧୧୭ଟି ଆସନ ମିଳିଛି। ଶକ୍ତି ପରୀକ୍ଷାରେ ୟେଦୁରପ୍ପା ହାରିଲେ କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ସରକାର ଗଠନ ପାଇଁ ସୁଯୋଗ ମିଳିବ। ସରକାରିଆ କମିସନ ରିପୋର୍ଟ -୧୯୯୮ ଅନୁଯାୟୀ ସର୍ବାଧିକ ସଂଖ୍ୟା ହାସଲ କରିଥିବା ଦଳ ବିଫଳ ହେଲେ ନିର୍ବାଚନ ପରବର୍ତୀ ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯାଇ ପାରିବ। ବେଙ୍ଗାଲୁରୁ : ଦଳରେ ବିଭାଜନ ଆଶଙ୍କା କରି କଂଗ୍ରେସ ଏହାର ବିଧାୟକଙ୍କୁ ଆଜି ରାତିରେ ବେଙ୍ଗାଲୁରୁରୁ ରାଜ୍ୟ ବାହାରକୁ ନେଇ ଯାଇଥିବା ଏକ ସୂତ୍ରରୁ ଜଣାଯାଇଛି। ଗତକାଲିଠାରୁ ବେଙ୍ଗାଲୁରୁ ନିକଟ ଇଗଲଟନ୍‌ ରିସର୍ଟରେ ରଖାଯାଇଥିବା ବିଧାୟକମାନଙ୍କୁ ବସଯୋଗେ ରାଜ୍ୟ ବାହାରକୁ ନିଆଯାଉଥିବା ଜଣାଯାଇଛି। ୩ଟି ଚାଟାର୍ଡ ବିମାନରେ ଏମାନଙ୍କୁ ରାଜ୍ୟ ବାହାରକୁ ନେବା ଲାଗି କଂଗ୍ରେସ ପ୍ରଥମେ ଯୋଜନା କରିଥିଲା। କିନ୍ତୁ ଏହି ଯୋଜନା ସଫଳ ହୋଇ ନଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏହି ବିମାନ ଗୁଡ଼ିକୁ ଉଡ଼ାଣ ଅନୁମତି ଦିଆଯାଇ ନଥିଲା। ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଚାଟାର୍ଡ ବିମାନ ଉଡ଼ାଣ ପାଇଁ ଆଗୁଆ ଅନୁମତି ମଗାଯାଇ ନଥିଲା। ତେଣୁ ସଂଧ୍ୟାରେ ଛୋଟ ବିମାନ ଉଡ଼ାଣ ଅନୁମତି ଦେବା ଲାଗି ବିଳମ୍ବ ହୋଇଯାଇଛି ବୋଲି ଡିଜିସିଏ ଦର୍ଶାଇଛି । ତେବେ କଂଗ୍ରେସ ଏହାର ବିଧାୟକମାନଙ୍କୁ ବସ୍‌ ଯୋଗେ ହାଇଦ୍ରାବାଦ ନେଉଥିବା ସୂଚନା ମିଳିଛି। ସେହିଭଳି ଜେଡିଏସ୍‌ ବିଧାୟକମାନେ ମଧ୍ୟ ସାଙ୍ଗି-ଲା ହୋଟେଲ ଛାଡ଼ିଥିବା କୁହାଯାଉଛି।
OSCAR-2019
ଆମ ଗହଣରେ ଆଉ ନାହାନ୍ତି ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଯିଏ ସଦାସର୍ବଦା ଲୋକଙ୍କ ହିତ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗକୃତ କରିଥିଲେ ତାଙ୍କ ବିୟୋଗରେ ଭାଙ୍ଗିପଡିଛି ସମଗ୍ର ଦେଶ । ଅନେକ ସ୍ଥାନରେ ବାଜପେୟୀଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ କରାଯାଉଛି । ଏଥି ସବୁ ମଧ୍ୟରେ ଏପରି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ କୁହାଯାଇଛି ଦେଖ କିଭଳି ଭାବେ ଏମ୍ସର ଡାକ୍ତରମାନେ ବାଜପେୟୀଙ୍କ ପାର୍ଥିବ ଶରୀର ସାମ୍ନାରେ ହାତ ବନ୍ଦ କରି ଛିଡା ହୋଇ ଶ୍ରାଦ୍ଧାଞ୍ଜଳି ଦେଉଛନ୍ତି । ଏହି ଫଟେ ଏତେ ଭାଇରାଲ ହୋଇଥିଲା କି ଏହାକୁ ବିଶ୍ୱାସ କରି ଏକ ନାମି ଦାମି ମିଡିଆ ହାଉସ ଏହା ଉପରେ ଏକ ଷ୍ଟୋରି ଲେଖି ଦେଇଥିଲେ ଏବଂ ପରେ ଏହି ଫଟୋ ମିଛ ବୋଲି ଜାଣିବା ପରେ ସେ ତାଙ୍କ ଭୁଲକୁ ସୁଧାରି ନେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋକୁ ଯାଞ୍ଚ କରିବା ପରେ ଏହାର ପଛର ସତ୍ୟତା ଜଣା ପଡିଥିଲା । ଏହି ଫଟୋରେ ଥିବା ଡାକ୍ତର ଏମ୍ସ ହସ୍ପିଟାଲର ଦାକ୍ତର ନଥିଲେ କି ଏହି ଫଟୋ ଭାରତର ମଧ୍ୟ ନଥିଲା । ଭାଇରାଲ ହୋଇଥିବା ଫଟୋ ଚୀନର ଥିଲା, ଯେଉଁଥିରେ ନଭେମ୍ବର ୨୨ ତାରିଖ ୨୦୧୨ରେ ଜଣେ ୧୭ ବର୍ଷ ପିଲାର ମୃତ୍ୟୁ ହସ୍ପିଟାଲରେ ହୋଇଯାଇଥିଲା । ଏବଂ ତାର ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ । କାରଣ ମୃତ୍ୟୁବରଣ କରିଥିବା ପିଲାଟି ତାର ସାରା ଶରୀରକୁ ଦାନ କରିଦେଇଥିଲା । ଏତେ କମ ବୟସରେ ଏପରି ଚିନ୍ତାଧାରା ଏବଂ ମହାନ କାର୍ଯ୍ୟ ପାଇଁ ଡାକ୍ତରମାନେ ମୃତ୍ୟୁବରଣ କରିଥିବା ପିଲାଟିକୁ ହାତ ଯୋଡି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଚୀନର ଏହି ଫଟୋକୁ ବାଜପେୟୀଙ୍କ ନାମରେ ଯୋଡି ସୋସିଆଲ ମିଡିଆରେ ଏତେ ଭାଇରାଲ କରାଯାଥିଲା କି ଯାହାର ସତ୍ୟତା ନଜାଣି ଏକ ମିଡିଆ ହାଉସ ଏହା ଉପରେ ଏକ ଷ୍ଟୋରି ଲେଖିଦେଇଥିଲେ ଏବଂ ପରେ ସଂଶୋଧନ କରିଥିଲେ ।
OSCAR-2019
ବିବାହ କରିବେ ବିରାଟ-ଅନୁଷ୍କା । ଖୁଲମଖୁଲା ନୁହେଁ ବରଂ ଦୁହେଁ ଲୁଚିଲୁଚି ବିବାହ କରିବାକୁ ଯାଉଛି । ଭାରତରେ ଲଭ ଆଉ ସାହାନାଇ ବାଜିବ ଇଟାଲୀରେ । ଏଭଳି ଜଣାପଡିବା ପରେ ବିଜୁଳି ବେଗରେ ଚାରିଆଡେ ପ୍ରସାରିତ ହୋଇଯାଇଛି । ଫଳରେ ସାରା ଦେଶରେ ବିରାଟ-ଅନୁଷ୍କାଙ୍କ ମିଷ୍ଟ୍ରିୟସ୍ ଲଭ୍ ମ୍ୟାରେଜକୁ ନେଇ ଚର୍ଚ୍ଚା । ଟିମ୍ ଇଣ୍ଡିଆ ଏବେ ଶ୍ରୀଲଙ୍କା ସହ ସିରିଜ୍ ଖେଳିବା ଜାରି ରଖିଥିବା ବେଳେ ଲେଡି ଲଭ ଅନୁଷ୍କାଙ୍କୁ ସାଥିରେ ଧରି ଛୁ ମାରିଛନ୍ତି ବିରାଟ । କାଳେ କେହି ସନ୍ଦହ କରିବେ, ସେଥିପାଇଁ ଦୁହେଁ ଅଲଗା ଅଲଗା ଯାଇଛନ୍ତି ଇଟାଲୀ । ଅନୁଷ୍କା ଶର୍ମା ମୁମ୍ବାଇରୁ ଏବଂ ବିରାଟ ଦିଲ୍ଲୀରୁ ବିମାନ ଯୋଗେ ଯାତ୍ରା କରିଛନ୍ତି । ଦିଲ୍ଲୀରୁ ଗଲା ବେଳେ ବିରାଟ ବିମାନ ବନ୍ଦରରେ ନିଜକୁ ଲୁଚାଇବା ପାଇଁ ଜାକେଟ୍ରେ ନିଜକୁ ଘୋଡାଇ ରଖିଥିଲେ । ଏପରିକି ସିକ୍ୟୁରିଟି ଷ୍ଟାଫ୍ଙ୍କ ସହ ସେଲଫି ନେବାକୁ ବି ମନା କରିଥିଲେ ବିରାଟ । ଏଥିରୁ ଜଣାପଡୁଛି ଗୋପନରେ ବିବାହ କରିବା ପାଇଁ ବିରାଟ କେତେ ବ୍ୟାକୁଳ ଓ ସତର୍କତା ଅବଲମ୍ବନ କରୁଛନ୍ତି । କେବଳ ବିରାଟ ନୁହଁନ୍ତି ତାଙ୍କ ପରିବାର ଲୋକେ ଏବଂ ନିଜ ନିକଟତର ବନ୍ଧୁମାନେ ମଧ୍ୟ ଇଟାଲୀ ପାଇଁ ଟିକେଟ୍ ବୁକ୍ କରିସାରିଛନ୍ତି । ବିରାଟଙ୍କ କୋଚ୍ ରାଜକୁମାର ଶର୍ମା ମଧ୍ୟ ବିବାହରେ ଯୋଗ ଦେବାକୁ ଆଗୁଆ ଛୁଟିରେ ଅଛନ୍ତି । ଅନୁଷ୍କାଙ୍କ ପ୍ରସ୍ତୁତିରେ ମଧ୍ୟ କିଛି ଉଣା ନାହିଁ । ତାଙ୍କ ବାପା, ମା ଓ ବଡ ଭାଇ ମଧ୍ୟ ସାଥି ହୋଇ ଇଟାଲୀ ଗସ୍ତ କରିଛନ୍ତି । ଦୁଇ ପରିବାରଙ୍କ ଗଣହଣରେ ବିରାଟ-ଅନୁଷ୍କା ବିବାହ କରିବା ଖବର ପ୍ରସାରିତ ହେବା ପରେ ପ୍ରଶଂସକଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଛି । ସବୁଠୁ ବଡ କଥା ଭାବେ ବିରାଟ ନିଜ ବିବାହକୁ କେବଳ ଦୁଇ ଜଣ କ୍ରିକେଟରଙ୍କୁ ନିମନ୍ତ୍ରଣ କରିଛନ୍ତି । କ୍ରିକେଟ ଗଡ ସଚିନ ତେନ୍ଦୁଲକର ଓ ଯୁବରାଜ ସିଂଙ୍କ ଏହି ସ୍ମରଣୀୟ ବିବାହରେ ଯୋଗ ଦେବାକୁ ଲୁଚାଣିଆ ଭାବେ ବିରାଟଙ୍କଠୁ ନିମନ୍ତ୍ରଣ ପାଇଛନ୍ତି । ଏହି ଦୁଇ କ୍ରିକେଟରଙ୍କ ବ୍ୟତୀତ ବିରାଟ ନିଜର କିଛି ବନ୍ଧୁଙ୍କୁ ଇଟାଲୀ ନିମନ୍ତ୍ରଣ କରିଛନ୍ତି । ବିବାହ ପରେ ଦୁହେଁ ଭାରତ ଫେରିବା ପରେ ମାୟାନଗରୀ ମୁମ୍ବାଇରେ ବଡ ଭେଜି ଦେବେ । ଏହି ଗ୍ରାଣ୍ଡ ପାର୍ଟି ଚଳିତ ମାସ ୨୧ରେ ହେବାର ସମ୍ଭାବନା ଅଛି । ଏଥିରେ ବହୁ କ୍ରିକେଟର, ବଲିଉଡ ଅଭିନେତା, ରାଜନେତା ତଥା ମାନ୍ୟଗଣ୍ୟ ବକ୍ତି ଯୋଗ ଦେବାର ସମ୍ଭାବନା ଅଛି । ତେବେ ଏପର୍ଯ୍ୟନ୍ତ ବିରାଟ କିମ୍ବା ଅନୁଷ୍କା କେହିବି ବିବାହ ସମ୍ପର୍କରେ ପଦୁଟିଏ ମୁହଁଖୋଲି ନାହାନ୍ତି ।
OSCAR-2019
କେନ୍ଦ୍ରାପଡା ୧୧/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ସାରଙ୍ଗ ଜାଭିଅର ସ୍କୁଲର ୪ର୍ଥ ବାର୍ଷିକ କ୍ରିଡା ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରିଡା ଉତ୍ସବକୁ ଅଧ୍ୟକ୍ଷ ଡଃ. ପ୍ରଧାନ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରିବା ସହିତ କ୍ରିଡାକୁ ଏକ ଅଙ୍ଗ ରୂପେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। କ୍ରିଡା କସରତ ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହେବୋଲି ସେ କହିଥିଲେ। ଏହି ପ୍ରତିଯୋଗୀତାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁହୁକ ମେଜ, ଆଳୁଚାମଚ ଦୈାଡ, ୧୦୦ ମିଟର, ୨୦୦ ମିଟର ଦୈାଡ, ଗଣିତ ଦୈାଡ ଆଦି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରତିମା ସାମଲ, ଗୀତାଞ୍ଜଳି କର, ଚିନ୍ମୟୀ ଷଡଙ୍ଗୀ, ଅନୁସୂୟା ନାୟକ ପ୍ରମୁଖ କ୍ରିଡା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବେଦିତା ସ୍ୱାଇଁ, ତୃପ୍ତିରେଖା ଶତପଥି, ସ୍ୱର୍ଣ୍ଣମୟୀ ନାୟକ, ନୀର୍ମାନନ୍ଦ ସ୍ୱାଇଁ, ସନ୍ତୋଷ ରାଉତ, ଦେବେନ୍ଦ୍ର ବେହେରା, ମାନୀ ପ୍ରଧାନ, ମମତା ମଲ୍ଲିକ, ଅଭିରାମ ଖଟୁଆ, ବାସୁଦେବ ଦାସ ପ୍ରମୁଖ ସହଯୋଗ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅଧ୍ୟକ୍ଷ ଡଃ. ପ୍ରଧାନ ପ୍ରମାଣପତ୍ର ଓ ପୁରଷ୍କାର ପ୍ରଦାନ କରିଥିଲେ।
OSCAR-2019
ଏସିଆନ୍ ଗେମ୍ସରେ ଚମକିଲା ଭାରତୀୟ ପୁରୁଷ ହକି ଟିମ୍ । ବୁଧବାର ହୋଇଥିବା ପୁଲ ମ୍ୟାଚରେ ହଂକଂକୁ ୨୬-୦ ଗୋଲରେ ପରାସ୍ତ କରି ଇତହାସ ରଚିଛି ଟିମ୍ ଇଣ୍ଡିଆ । ଭାରତୀୟ ହକି ଇତିହାସରେ ୮୬ ବର୍ଷ ପରେ ପୁଣିଥରେ ଏତେ ବଡ ବ୍ୟବଧାନରେ ବିଜୟ ହାସଲ କରିଛି ହକି ଟିମ୍ । ତେବେ ସବୁଠୁ ବଡ କଥା ହେଉଛି, ଏହି ମ୍ୟାଚରେ ଗୋଟିଏ ବି ଗୋଲ ଦେବାରେ ସକ୍ଷମ ହୋଇ ପାରିନଥିଲା ହଂକଂ ଟିମ୍ । ସ୍ୱାଧୀନତା ପୂର୍ବରୁ ୧୯୩୨ରେ ଆମେରିକାରେ ହୋଇଥିବା ଅଲମ୍ପିକ୍ସ ଗେମରେ ଆମେରିକାକୁ ୨୪-୧ ଗୋଲରେ ହରାଇଥିଲା ଭାରତ । ତେବେ ହକି ଇତିହାସରେ ସବୁଠୁ ଅଧିକ ଗୋଲ ବ୍ୟବଧାନରେ ଜିତିବା ରେକର୍ଡ ନ୍ୟୁଜିଲାଣ୍ଡ ନାମରେ ରହିଛି । ୧୯୯୪ ମସିହାରେ ନ୍ୟୁଜିଲାଣ୍ଡ ସମୋଆକୁ ୩୬-୧ ଗୋଲରେ ମାତ ଦେଇ ଇତିହାସ ରଚିଥିଲା । ଏହି ପୁଲ ମ୍ୟାଚରେ ଭାରତର ପଲା ପ୍ରଥମରୁ ଭାରୀ ରହିଥିଲା । ଆଉ ଯାହାକୁ ପଡିଆ ମଧ୍ୟରେ ପ୍ରମାଣିତ କରିଥିଲେ ଟିମ୍ ଇଣ୍ଡିଆର ଯୁବ ବାହିନୀ । ଏହା ଏସିଆନ ଗେମ୍ସରେ ଭାରତର ସବୁଠୁ ବଡ ବିଜୟ । ଏହି ମ୍ୟାଚରେ ଭାରତର ୯ ଜଣରୁ ଅଧିକ ଖେଳାଳି ଗୋଲ କରିବାକୁ ସକ୍ଷମ ହୋଇଥିଲେ । ହଂକଂ ବିପକ୍ଷରେ ଭାରତ ପ୍ରଥମରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା । ପରୱାର୍ଡରେ ଖେଳୁଥିବା ଆକାଶଦୀପ ପ୍ରଥମ ଦୁଇ ମିନିଟ ମଧ୍ୟରେ ପ୍ରଥମ ଗୋଲ ଦେଇ ଟିମର ଗୋଲ ଅଭିଯାନ ଆରମ୍ଭ କରିଥିଲେ । ଆଉ ଏହାର ଏକ ମିନିଟ୍ ପରେ ମନପ୍ରୀତ ସିଂହ ଆଉ ଏକ ଗୋଲ ଦେଇ ଭାରତର ଗୋଲ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଗୋଲର ବର୍ଷା । ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଭାରତ ଏହି ଗୋଲର ବ୍ୟବଧାନ ୨୬-୦ରେ ପହଞ୍ଚାଇଥିଲା । ଆଉ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ବି ଗୋଲ ଦେଇ ପାରିନଥିଲା ହଂକଂ । ଆଉ ଏହି ଦମଦାର ବିଜୟ ସହ ୬ ପଏଣ୍ଟ ସହ ଗ୍ରୁପର ଶୀର୍ଷରେ ପହଞ୍ଚିଛି ଭାରତ । ଏହାପୂର୍ବରୁ ପୁଲର ପ୍ରଥମ ମ୍ୟାଚରେ ଇଣ୍ଡୋନେସିଆକୁ ୧୭-୦ ଗୋଲରେ ପରାସ୍ତ କରିଥିଲା ଭାରତ ।
OSCAR-2019
ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲ ରେଞ୍ଜ ଅନ୍ତର୍ଗତ ଦାଘୋରା ସେକ୍ସନ ଗର୍ଜନବାହାଲ ସଂରକ୍ଷିତ ଜଙ୍ଗଲରେ ବିରଳ କଳା ବାଘ ଥିବା ଜଣାପଡ଼ିବା ପରେ ଏବେ ଆଉ ଏକ ତଥ୍ୟ ପଦାକୁ ଆସିଛି। ଶିମିଳିପାଳ ଅଭୟାରଣ୍ୟ ପରିସରରେ ୪ଟି ମେଲାନିଷ୍ଟିକ୍‌ ଟାଇଗର(କଳା ପଟିଥିବା ରୟାଲ ବେଙ୍ଗଲ ଟାଇଗର) ରହିଥିବା ନେଇ ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଶିମିଳିପାଳ ଜଙ୍ଗଲରେ ଲଗାଯାଇଥିବା କ୍ୟାମେରାରେ ଏହି ପ୍ରଜାତିର ବାଘଗୁଡ଼ିକ କଏଦ ହୋଇଛନ୍ତି। ବିଶ୍ୱର ଅଳ୍ପ କେତେକ ସ୍ଥାନରେ ଏଭଳି ବାଘ ଦେଖିବାକୁ ମିଳେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ଏହି ପ୍ରଜାତିର ବାଘ ଅଛନ୍ତି। କଳା ବାଘ ପରେ ଏହି ପ୍ରଜାତିର ବାଘ ଚିହ୍ନଟ ହେବା ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର। ଶ୍ରୀ ମହାପାତ୍ର କହିଛନ୍ତି ଯେ ୫୦ ବର୍ଷ ତଳେ ବାଘ ଶିକାର ହେଉଥିଲା। ଶିକାର କରୁଥିବା ଶିକାରୀଙ୍କୁ ପୁରସ୍କାର ମଧ୍ୟ ଦିଆଯାଉଥିଲା। ଯିଏ ଯେତେ ବାଘ ଶିକାର କରୁଥିଲେ ସେ ସେତେ ଦକ୍ଷ ବୋଲି କୁହାଯାଉଥିଲା। ତେଣୁ ବାଘଙ୍କ ସଂଖ୍ୟା ବହୁତ କମ୍‌ ରହିଥିଲା। ଏବେ କିନ୍ତୁ ବାଘଙ୍କୁ ବଞ୍ଚାଇ ରଖିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ୧୯୭୨/୭୩ ପରଠାରୁ ‘ଟାଇଗର ପ୍ରୋଜେକ୍ଟ’ ଆରମ୍ଭ ହେବା ପରେ ବାଘଙ୍କ ସଂଖ୍ୟା ବଢ଼ିଛି। ବିଶ୍ୱର ମୋଟ ବାଘଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କେବଳ ଭାରତରେ ରହିଛନ୍ତି। ଓଡ଼ିଶାର ଶିମିଳିପାଳରେ ବାଘ ରହିଥିବା ବେଳେ ସାତକୋଶିଆରେ ବାଘ ନାହାନ୍ତି। ସେଠାକୁ ମଧ୍ୟପ୍ରଦେଶର କାହ୍ନା ଏବଂ ଅନ୍ୟାନ୍ୟ ବ୍ୟାଘ୍ର ପ୍ରକଳ୍ପରୁ ବାଘ ଆଣିବା ଦିଗରେ ପଦକ୍ଷେପ ନିଆଯାଇଛି। ଖୁବ୍‌ଶୀଘ୍ର ଏହି ପ୍ରକ୍ରିୟା ଶେଷ ହେବ। ଫଳରେ ସାତକୋଶିଆରେ ବାଘଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି ପାଇବ। ଯେଉଁ ଜଙ୍ଗଲରେ ଯେତେ ଅଧିକ ବାଘ ରହିବେ ସେ ଜଙ୍ଗଲ ସେତେ ସମ୍ପୃଦ୍ଧ ହେବ। ହରିଣ, ସମ୍ବର ପରି ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସଂଖ୍ୟା ମଧ୍ୟ ଜଙ୍ଗଲରେ ବୃଦ୍ଧି ପାଇବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅଭୟାରଣ୍ୟରେ ବସବାସ କରୁଥିବା ଲୋକଙ୍କ ଥଇଥାନ ଦିଗରେ ପଦକ୍ଷେପ ନିଆଯାଇଛି। ଗତ ୨ ବର୍ଷ ମଧ୍ୟରେ ରାଜ୍ୟର ୩ଟି ପ୍ରମୁଖ ଅଭୟାରଣ୍ୟରେ ବାସ କରୁଥିବା ୫ଟି ଗ୍ରାମର ୨୩୧ଟି ପରିବାରକୁ ସ୍ଥାନାନ୍ତରିତ କରାଯାଇଛି। ସାତକୋଶିଆ ବ୍ୟାଘ୍ର୍ର ଅଭୟାରଣ୍ୟ ମଧ୍ୟରୁ ଦୁଇଟି ଗ୍ରାମର ୭୮ଟି ପରିବାର, ଶିମିଳିପାଳର ଗୋଟିଏ ଗ୍ରାମର ୭୯ଟି ପରିବାର ଓ ହୀରାକୁଦ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ୨ଟି ଗ୍ରାମର ୭୪ଟି ପରିବାରକୁ ସ୍ଥାନାନ୍ତରିତ କରାଯାଇ ନୂତନ ଭାବେ ବାସସ୍ଥାନ ଯୋଗାଇ ଦିଆଯାଇଛି। ଏନେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ବର୍ଷକ ତଳେ ଶିମିଳିପାଳରୁ ଗୋଟିଏ ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏବେ ସେହି ଅଞ୍ଚଳରେ ହାତୀ, ହରିଣ, ସମ୍ବର ପରି ଜନ୍ତୁ ରହୁଛନ୍ତି। ଯେତେବେଳେ ସେଠାରେ ଗାଁ ରହିଥିଲା ସେତେବେଳେ ତାହାର ୧୦ କିମି ପରିସରରେ ଗୋଟିଏ ବି ଜୀବଜନ୍ତୁଙ୍କୁ ଦେଖିବାକୁ ମିଳୁ ନ ଥିଲା। ବର୍ଷକ ଭିତରେ ସେଠାକାର ଚିତ୍ର ବଦଳି ଯାଇଛି। ଚାଷ ଜମିଗୁଡ଼ିକ ଏବେ ଘାଷ ଜମିରେ ପରିଣତ ହୋଇଛି। ଆଗାମୀ ଦିନରେ ଏଦିଗରେ ଆହୁରି ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
OSCAR-2019
କନକ ବ୍ୟୁରୋ : ଜିଭିଭି ଶର୍ମା । ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୨୦୧୫ରେ ଶ୍ରୀ ଶର୍ମା ଦେଇଥିବା ଏକ ଟିପ୍ପଣୀ ଏବେ ବିବାଦର ସୂତ୍ରପାତ କରିଛି । ଓଡ଼ିଆ ଭାଷାରେ ସରକାରୀ କାମ କରୁନଥିବା ଅଫିସରଙ୍କ ବିରୋଧରେ ନିୟମାବଳୀ ଜରିଆରେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିବା “ଅସାଧ୍ୟ’ ବୋଲି ଲେଖିଛନ୍ତି ଶ୍ରୀ ଶର୍ମା । ଏଭଳି ଭାବେ ଅଣଓଡ଼ିଆ ଅଫିସରମାନେ ସରକାରୀ ଭାବେ ଓଡ଼ିଆ ଭାଷାକୁ ବ୍ୟବହାର କରାଇ ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଛି “ଭାଷା ଆନ୍ଦୋଳନ’’ । ୨୦୧୫ ମସିହାର ଏହି ଫାଇଲରେ ଜିଭିଭି ଶର୍ମାଙ୍କ ଟିପ୍ପଣୀ ଉପରେ ତତ୍କାଳୀନ ମୁଖ୍ୟ ସଚିବ ଗୋକୁଳ ଚନ୍ଦ୍ର ପତି ଏ ସଂପର୍କରେ ଆଇନ ବିଭାଗର ମତ ନିଆଯାଉ ବୋଲି ଟିପ୍ପଣୀ ଦେଇଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଆଇନ ବିଭାଗର ମତ ଆସିପାରିନାହିଁ କିମ୍ବା ଏହି ନିୟମାବଳୀ ବିଧାନସଭାରେ ଗୃହୀତ ହୋଇପାରିନାହିଁ । ନବକୃଷ୍ଣ ଚୌଧୁରୀଙ୍କ ସମୟରେ ୧୯୫୪ରେ ଭାଷା ଆଇନ ପ୍ରଣୟନ କରାଯାଇଥିଲେ ସୁଦ୍ଧା ତାର ନିୟମାବଳୀ ହୋଇପାରିନାହିଁ । ମନ୍ତ୍ରୀସ୍ତରୀୟ କମିଟି ଓଡ଼ିଆ ଭାଷାରେ କାମ କରୁନଥିବା ଅଫିସରଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ସମ୍ମତି ପ୍ରକାଶ କରିଥିଲେ ସୁଦ୍ଧା କିଛି ଅଣଓଡ଼ିଆ ଅଫିସରଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ ବୋଲି ଅଭିଯୋଗ କରିଛି “ଭାଷା ଆନ୍ଦୋଳନ’’ । ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରୁନଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବରୁ ବହୁବାର ସରକାର ନିର୍ଦ୍ଦେଶନାମା ଜାରି ହୋଇଥିଲେ ସୁଦ୍ଧା କିଛି ପ୍ରଭାବ ପଡ଼ିନାହିଁ । କନକ ବ୍ୟୁରୋ : ୧୯୩୬ ଏପ୍ରିଲ ୧ ତାରିଖ, ଓଡିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ପୁରିଛି ୮୧ ବର୍ଷ । ତେବେ ଭାଷା ଭିତରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିବା ଭାରତର ପ୍ରଥମ ରାଜ୍ୟ ହେଉଛି ଓଡିଶା । ଏହା ଓଡିଶା ତଥା ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ବହୁ ଘାତ-ପ୍ରତିଘାତ ମଧ୍ୟରେ ଏହି ଦିନ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଏହା ଥିଲା ଊନବିଂଶ ଶତାଦ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଓଡିଶାର ନବଜାଗରଣ ପର୍ବର ଚୂଡାନ୍ତ ଫଳଶ୍ରୁତି । ଯେଉଁମାନଙ୍କର ସାଧନା-ସଂକଳ୍ପ-ସଂଗ୍ରାମ ଯୋଗୁଁ ଓଡିଆ ଜାତି-ଭାଷା-ସାହିତ୍ୟ-ସଂସ୍କୃତି-ଐତିହ୍ୟ-ପରମ୍ପରା ଆଜି ସୁସଂଗଠିତ । ସେମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ,ମହାରାଜା କୃଷ୍ଣଚନ୍ଦ୍ର ଗଜପତି , ବ୍ୟାସକବି ଫକୀରମୋହନ,ସ୍ୱଭାବକବି ଗଙ୍ଗାଧର,କବିବର ରାଧାନାଥ,କର୍ମବୀର ଗୌରୀଶଙ୍କର, ପଣ୍ଡିତ ନୀଳକଣ୍ଠ, ହରିହର ମର୍ଦରାଜ, ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳ ଦେବ ପ୍ରମୁଖ ଅଗ୍ରପୂଜ୍ୟ ।
OSCAR-2019
କନକ ବ୍ୟୁରୋ : ଛତିଶଗଡ ସୁକମାରେ ମାଓବାଦୀ ଆକ୍ରମଣ ପରେ ଆକ୍ସନ ମୁଡରେ କେନ୍ଦ୍ର ସରକାର । ମେ’ ୮ ତାରିଖରେ ମାଓ ପ୍ରଭାବିତ ୧୦ଟି ରାଜ୍ୟର ବୈଠକ ଡକାଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ । ବୈଠକରେ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଭାଗ ନେବେ । ମାଓ ସମସ୍ୟାର ସମାଧାନ ଦିଗରେ ଏହି ବୈଠକରେ ଆଲୋଚନା କରାଯିବ । ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ସବୁଠାରୁ ଅଧିକ ମାଓପ୍ରବଣ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ମଧ୍ୟ ବୈଠକରେ ସାମିଲ ହେବେ । କନକ ବ୍ୟୁରୋ : ସରକାରୀ ବାବୁଙ୍କ ଭିଆଇପି ଗିରି । ମୁଖ୍ୟମନ୍ତ୍ରୀ ଛାଡିଲେ ହେଲେ ସରକାରୀ ବାବୁଙ୍କ ମୋହ ଛାଡିନି । ଭୋଜି ଖାଇବାକୁ ଗଲେ ବି ବାବୁଙ୍କ ଗାଡିରେ ଲାଗୁଛି ବତୀ । ନବୀନଙ୍କ ନିର୍ଦେଶ ପରେ ବି ଢେଙ୍କାନାଳ ତହସିଲଦାର ନିଜ ଗାଡିରେ କମଳା ବତୀ ଲଗାଇବା ଦୃଶ୍ୟ ସାମ୍ନାକୁ ଆସିଛି । କୁହାଯାଉଛି, ଗାଡିରେ ବତୀ ନଲାଗିଲେ ବାବୁ ଢେଙ୍କାନାଳ ଜିଲ୍ଲା ମାଡନ୍ତି ନାହିଁ । ନେତା ମନ୍ତ୍ରୀଙ୍କୁ ନାଲିବତି ମନା । ମୋଦି ସରକାରଙ୍କ ଘୋଷଣା ପରେ ବି ଆଜି ସଚିବାଳୟରେ ଦେଖିବାକୁ ମିଳିଥିଲା ଭିନ୍ନ ସ୍ଥିତି । କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିଦ୍ୟୁତିକରଣ ନିଗମର ସିଏମଡି ଡକ୍ଟର ପିଭି ରମେଶ ସଚିବାଳୟ ଆସିଥିଲେ ନାଲିବତି ଲଗାଇ । ଆଉ ଗଣମାଧ୍ୟମର ଦୃଷ୍ଟି ପଡିବା ପରେ ଗାଡିରୁ ହଟାଇଥିଲେ ବତୀ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସଙ୍ଗେ ସଙ୍ଗେ ନିଜ ଗାଡିରୁ ନାଲିବତି ହଟାଇନେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଷ୍ପତିକୁ ସ୍ୱାଗତ କରିଛନ୍ତି ନବୀନ । ହେଲେ ଦଳୀୟ ସାଂସଦ କିନ୍ତୁ ଦେଇଛନ୍ତି ଭିନ୍ନ ମତ । ସାଂସଦ ତଥାଗତ ଶତପଥୀ ଆଜି ଟ୍ୱିଟ୍ କରି କହିଛନ୍ତି, ଗାଡିରୁ ନାଲିବତୀ ହଟାଇବା ନିଷ୍ପତି ସରକାରଙ୍କ ଏକ ଉପହାସ । ଯଦି ସରକାର ଏତେ ଚିନ୍ତିତ ତେବେ ଏ ଟୁ ଜେଡ୍ କ୍ୟାଟେଗୋରୀ ସୁରକ୍ଷା ହଟାଇ ନିଅନ୍ତୁ । ଫଳରେ ସାଧାରଣ ଲୋକଙ୍କ କୋଟି କୋଟି ଟଙ୍କାର ଟିକସ ବଂଚିଯିବ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ପରେ ଅନେକ ମନ୍ତ୍ରୀ ନିଜ ଗାଡିରୁ ନାଲିବତି ହଟାଇନେଇଛନ୍ତି । ଆଜି ସଚିବାଳୟକୁ ବିନା ନାଲିବତିରେ ଆସିଥିଲେ ପ୍ରଦୀପ ମହାରଥୀ, ବିକ୍ରମ କେଶରୀ ଆରୁଖ, ପ୍ରଦୀପ ଅମାତ ଏବଂ ଦେବୀ ମିଶ୍ରଙ୍କ ଭଳି ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପରେ ଦେଶରୁ ଭିଆଇପି କଲଚର ଯୁଗ ଶେଷ ହେବ ନା ଆହୁରି ଅନେକ ପଦକ୍ଷେପର ଆବଶ୍ୟକତା ରହିଛି । ସାଂସଦଙ୍କୁ ଅନ୍ୟ ପେସାରେ ନିୟୋଜନ ନେଇ ସୁପ୍ରିମକୋର୍ଟଙ୍କ ରାୟ ! ସମ୍ବିଧାନଧାରା ୩୨ ଅନୁସାରେ କରିପାରିବେ ନାହିଁ ବିଚାର | Kanak News କନକ ବ୍ୟୁରୋ : ସାଂସଦଙ୍କୁ ଅନ୍ୟ ପେସାରେ ନିୟୋଜିତ ହେବାକୁ ବାରଣ କରିବା ପାଇଁ ସୁପ୍ରିମକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି କୋର୍ଟ । ଆବେଦନକାରୀଙ୍କ ଯୁକ୍ତିରେ ଦମ୍ ଥିଲେ ବି ଏହା ବିଚାର ପ୍ରକ୍ରିୟାର ପରିସର ଭିତରକୁ ଆସୁ ନଥିବା କୋର୍ଟ କହିଛନ୍ତି । ସମ୍ବିଧାନର ଧାରା ୩୨ ଆଧାରରେ ଏହାକୁ ବିଚାର କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟର ଖଣ୍ଡପୀଠ କହିଛନ୍ତି । ସାଂସଦ ମାନେ ଅନ୍ୟ ପେସା କରିବା ପାଇଁ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରିବାକୁ ସମୟ ହେଉ ନାହିଁ, ଯାହାକି ସେମାନଙ୍କ ପ୍ରାଥମିକତା ହେବା କଥା ବୋଲି ଆବେଦନକାରୀ କହିଛନ୍ତି ।
OSCAR-2019
ଆଜିର ଦୁନିଆ ଆଉ ଆଗଭଳି ନାହିଂ । ଯେଉଁ ସମୟରେ କେବଳ ଏକ ପୁରୁଷ ହିଁ ବାହାରକୁ ଯାଉଥିଲା ଓ ତାହାରି ଆୟରେ ଘର ଚଳୁଥିଲା ଏବୋଂ ସ୍ତ୍ରୀଲୋକମାନେ ଘରକାମ କରୁଥିଲେ । କିନ୍ତୁ ଏବେ ସେ ଯୁଗ ବଦଳି ଯାଇଛି । ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ମହିଳାମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି ଓ ଏହାସହ ଘରକାମ ମଧ୍ୟ କରୁଛନ୍ତି । କେବଳ ସ୍ତ୍ରୀଲୋକମାନେ ହିଁ ଘରକାମ କରିବେ ଏହା ଜରୁରୀ ନୁହେଁ । ପୁରୁଷମାନେ ବି କରିବା ଉଚିତ । ଯଦି ଆପଣ ଆପଣଙ୍କ ସାଥୀଙ୍କୁ ସାହାଯ୍ୟ କରିବେ ତେବେ ତାଙ୍କର କାମର ଚାପ କିଛିଟା କମ ହେଇଯିବ। ଏହାଦ୍ୱାରା ସେମାନେ ଅଧିକ ଚାପଗ୍ରସ୍ତ ହେବେନାହିଂ ଓ ଆପଣଙ୍କ ଜୀବନ ସୁରୁଖୁରୁରେ କଟିବ । ଷ୍ଟକହମ ବିଶ୍ୱବିଦ୍ୟାଳୟର ଅଧ୍ୟୟନକର୍ତ୍ତାଙ୍କ ମୁତାବକ ଘର କାମରେ ନିଜ ସାଥୀକୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ସୁଦୃଢ ହେବା ସହ ଭଲ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ସମ୍ପର୍କରେ ସନ୍ତୁଷ୍ଟି ମନୋଭାବ, ସ୍ଥିରତା ଓ ମଧୁରତା ଆସିଥାଏ । କେବଳ ଯେ ମହିଳାମାନେ ରୋଜଗାର କରୁଛନ୍ତି ତାହା ନୁହଁ, ଏହାସହ ସେମାନେ ଘରର ସବୁ ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି । ଏତେ ସବୁ ଦାୟିତ୍ୱ ଭିତରେ ବେଳେବେଳ ମହିଳାମାନେ ଅଣନିଶ୍ୱାସୀ ହୋଇ ବିଷାଦଗ୍ରସ୍ତ ହୋଇଯାଆନ୍ତି । ଯାହାର ପ୍ରଭାବ ବୈବାହିକ ଜୀବନ ଉପରେ ପଡେ । ଏଥିପାଇଁ ଜରୁରୀ ଯେ, ଜୀବନସାଥୀ ତାଙ୍କୁ ଘର କାମରରେ ସାହାଯ୍ୟ କରିବା ଉଚିତ । ଏମିତି କରି ପୁରୁଷମାନେ ନିଜ ସାଥୀ ପ୍ରତି ନିଜର ଭଲପାଇବା ଦେଖାଇପାରିବେ ।
OSCAR-2019
କନକ ବ୍ୟୁରୋ: ଉତର ଭାରତର ତିନିଟି ପାହାଡି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର ଓ ଉତରାଖଣ୍ଡରେ ବରଫ ବର୍ଷା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁକଶ୍ମୀରର ଶ୍ରୀନଗର ସମେତ ଲଦାଖ ଓ ଲେହ ଅଂଚଳରେ ପ୍ରବଳ ତୁଷାର ପାତ ହୋଇଛି । ଚାରିଆଡେ ତୁଷାର ପଡିବା ଯୋଗୁଁ ସମଗ୍ର ଅଂଚଳ ଯେମିତି ଧଳା ଚାଦର ଘୋଡେଇ ହେବା ପରି ଲାଗୁଛି । ଧଳା ଚାଦରରେ ଘୋଡେଇ ହୋଇଛି ଘର ଦ୍ୱାରା, ଗଛ ପାହାଡ । ତୁଷାର ଜମା ହେବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାରୁ ଏହାକୁ ହଟାଇବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ୯ବର୍ଷ ପରେ ପ୍ରଥମ ଥର ପାଇଁ ନଭେମ୍ବର ମାସରୁ ହିଁ ତୁଷାରପାତ ଆରମ୍ଭ ହୋଇଛି । ଅନ୍ୟପଟେ ତୁଷାରପାତ ଭରପୂର ମଜାନେବା ପାଇଁ ପର୍ଯ୍ୟଟକଙ୍କ ଭିଡ ଆରମ୍ଭ ହୋଇଛି । ସେହିପରି ଉତରାଖଣ୍ଡର ପାହାଡିଆ ଅଂଚଳରେ ତୁଷାରପାତ ହୋଇଛି । ସେପଟେ ତୁଷାରପାତ ଯୋଗୁଁ ପାରଦ ତଳମୁହାଁ ହୋଇଛି ଓ ଥଣ୍ଡା ବଢ଼ିବାରେ ଲାଗିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ୧୨୫ଜଣ ସାଂସଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ଏସଂପର୍କରେ କଠୋର କାର୍ଯ୍ୟାନୁଷ୍ଠାନ ପ୍ରଣୟନ କରିବାକୁ ଦାବି ଜଣାଇଛନ୍ତି । ବିଜେପି ସମେତ ଟିଡିପି, ଶିବସେନା ଏବଂ ଅନ୍ୟାନ୍ୟ ଦଳମାନଙ୍କର ସାଂସଦମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଏବାବଦରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତେବେ ସାଂସଦଙ୍କ ଦ୍ୱାରା ମାନ୍ୟବର ରାଷ୍ଟ୍ରପତିଙ୍କ ପ୍ରଦାନ କରାଯାଇଥିବା ଏହି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି କି, ଯଦି କୌଣସି ବି ବାପାମାଆ ତୃତୀୟ ସନ୍ତାନ ଜନ୍ମ ଦିଅନ୍ତି ତେବେ ତାଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ହିଁ ତାଙ୍କୁ ସରକାରୀ ଚାକିରୀ ମଧ୍ୟ ଦିଆଯିବ ନାହିଁ । ଏଥି ସହିତ ହିଁ ତୃତୀୟ ସନ୍ତାନକୁ ଜନ୍ମ ଦେଉଥିବା ଅଭିଭାବକଙ୍କଠାରୁ ମତଦାନ କରିବାର ଅଧିକାର ମଧ୍ୟ ଛଡାଇନିଆଯିବ । ଜାତି, ଧର୍ମ, ବର୍ଣ୍ଣଠାରୁ ଉର୍ଧରେ ରହି ଏହି ନିୟମ ସମସ୍ତ ଦେଶବାସୀଙ୍କ ଉପରେ ଲାଗୁକରାଯାଉ ବୋଲି ସାଂସଦମାନେ ଦାବି କରିଛନ୍ତି ।
OSCAR-2019
ପୂର୍ବ କାଳରେ ଆମ ଉତ୍ତର ଇଣ୍ଡିଆର ବଣିକମାନେ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ, ମସଲା, ନେଇ ସମୁଦ୍ର ପଥରେ ବିଦେଶକୁ ବେପାର କରିବାକୁ ଯାଉଥିଲେ । ସେଠାରେ ଆମ ଦେଶ ଜିନିଷ ବିକ୍ରି କରି ସେ ଦେଶରେ ମିଳୁଥିବା ସୌଖୀନ ଜିନିଷ ସବୁ ଆଣି ଆମ ଦେଶର ଲୋକଙ୍କୁ ବିକ୍ରି କରୁଥିଲେ । ଏହି ପ୍ରକାର ବ୍ୟବସାୟ କରୁଥିବା ଲୋକମାନଙ୍କୁ ବଣିକ ବୋଲି କୁହାଯାଉଥିଲା । ଅହମଦାବାଦ ସହର ହେଉଛି ଗୋଟିଏ ପୁରାତନ ସହର । ଏହି ସହରରେ ପୂର୍ବରୁ ବହୁ ବଣିକ ବାସ କରୁଥିଲେ । ସେମାନଙ୍କ ଭିତରେ ମୁଲ୍ଲା ନାସିରୁଧିନ ବୋଲି ଜଣେ ବଣିକ ଥିଲେ । ସେ ମସଲା ଓ ଲୁଗା ନେଇ ଦରିଆ ପାରିରେ ବେପାର କରୁଥିଲେ । ସେଠାରୁ ଫେରିଲାବେଳେ ସେ ବିଦେଶରୁ ଅନେକ ସୁନା, ରୂପା, ହୀରା ନୀଳା ଆଣୁଥିଲେ । ତାଙ୍କର ଗୋଟିଏ ବଡ ବୋଇତ ଥିଲା, ତାହା ଦେଖିବାକୁ ଛୋଟ ଜାହାଜ ପରି । ମାତ୍ର ସେଥିରେ ବହୁତ ଜିନିଷ ଯାଉଥିଲା ଓ ଆସୁଥିଲା । ନାବିକମାନେ ତା ଭିତରେ ରହି ପାଳି କରି ନାଆ ଚଳାଉଥିଲେ । ଥରକର ଘଟଣା । ବିଦେଶରୁ ଫେରିଲାବେଳେ ସଂଧ୍ୟା ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଉଠେଇ ଆସିଲା, ଚାହୁଁ ଚାହୁଁ ସୁ ସୁ ହୋଇ ପବନ ବି ବହିଲା । ପ୍ରବଳ ବେଗରେ ମେଘ ବର୍ଷିବାକୁ ଲାଗିଲା । ପବନର ବେଗ ବଢି ଚାଲିଥାଏ । ବୋଇତଟି ଖାଲି ଝଡବତାସରେ ଦୋହଲୁଥାଏ ସତେ ଯେପରି ମୁହୂର୍ତ୍ତକ ଭିତରେ ସମୁଦ୍ରରେ ତାହା ବୁଡିଯିବ । ତେଣୁ ନାବିକମାନେ ଭୟରେ ଖାଲି ଥର ହର ହେଉଥାଆନ୍ତି । ସମସ୍ତେ ଖାଲି ଈଶ୍ୱରଙ୍କୁ ବିକଳ ହୋଇ ଡାକୁଥାଆନ୍ତି, ପ୍ରଭୁ ଏ ବିପଦରୁ ଆମକୁ ରକ୍ଷାକର । ବଣିକ ମୁଲ୍ଲା ନାସିରୁଧିନ ଆଖିରୁ ଲୁହଗଡେଇ କାନ୍ଦୁଥା’ନ୍ତି ନାଆ ଯଦି ସମୁଦ୍ରରେ ବୁଡିଯାଏ ତେବେ ଲକ୍ଷ ଲକ୍ଷ ଟଙ୍କାର ଧନସମ୍ପତ୍ତି ଯିବ ତା ସାଙ୍ଗରେ ତାଙ୍କ ଜୀବନ ମଧ୍ୟ ଚାଲିଯିବ । ପରିବାରର ଲୋକମାନେ ତାଙ୍କ ବାଟ ଚାହିଁ ବସିଥିବେ । କେତେ ଆନନ୍ଦରେ ନାଚୁଥିବ ପିଲାମାନଙ୍କ ମନ । ଏହି ସବୁ କଥା ଭାବି ତାଙ୍କ ମନ ଭୟରେ ଯେତିକି ଯେତିକି ଥରୁଥାଏ ଏଣେ ସେ ଝଡ ବତାସ ମଧ୍ୟ ସେତିକି ବେଗରେ ବହୁଥାଏ । ପ୍ରାଚୀନ କାଳରେ ଚକ୍ରବର୍ତ୍ତି ମହାରାଜା ବିକ୍ରମାଦିତ୍ୟଙ୍କ ଶାସନ ସମୟକୁ ସ୍ୱର୍ଣ୍ଣଯୁଗ ବୋଲି କୁହାଯାଉଥିଲା । ତାଙ୍କ ରାଜଧାନୀର ନାମ ଥିଲା ଉଜ୍ଜୟିନୀ । ତାଙ୍କର ତ୍ୟାଗ, ନିଷ୍ଠା, କର୍ତ୍ତବ୍ୟପରାୟଣତା, ବୀରତ୍ୱ, ସାହାସ, ବଳିଦାନ, ଧର୍ମଧାରଣା, ନ୍ୟାୟ, ପରୋପକାର, ସହିଷ୍ଣୁତା, ଗୁଣଗ୍ରାହୀତା, ବନ୍ଧୁବତ୍ସଳତାର ପଟ୍ଟାନ୍ତର ନାହିଁ । ଅମିତ ଯଶ ଗୌରବର ଅଧିକାରୀ ମହାରାଜ ବିକ୍ରମାଦିତ୍ୟ ଯେଉଁ ସିଂହାସନ ଆରୋହଣ କରିଥିଲେ ତା’ର ନାମ ଥିଲା “ବତ୍ରିଶ ସିଂହାସନ” । ସେଥିରେ ସୁନା ଏବଂ ମୂଲ୍ୟବାନ୍ ରତ୍ନଖଚିତ ବତ୍ରିଶଟି ପୁତ୍ତଳିକା ବା କଣ୍ଢେଇ ଖଞ୍ଜା ଯାଇଥିଲା । କାଳକ୍ରମେ ତାହା ଭୂଗର୍ଭରେ ଲୁକ୍କାୟିତ ହୋଇଯାଇଥିଲା । ପରବର୍ତ୍ତି ସମୟରେ ଭୋଜରାଜ ଉଜ୍ଜୟିନୀର ରାଜା ହେବାପରେ ନିଜର ସଦ୍ଗୁଣ, ନ୍ୟାୟ ନିଷ୍ଠା ପାଇଁ ଯଶ ଗୌରବର ଅଧିକାରୀ ହେଲେ । ତାଙ୍କ ରାଜ୍ୟର ଏକ ଗୋଚର ଭୂମିରେ ଗାଈ ଚରାଉଥିବା ପିଲାଙ୍କ ମଧ୍ୟରେ ଗୋଟିଏ ପିଲା ଦଳପତି ସାଜି ଏବଂ ଢିପଜାଗା (କୁଦ) ଉପରେ ବସି ନ୍ୟାୟ ବିଚାର କରୁଥିବା କଥା ଚାରିଆଡେ ପ୍ରଘଟ ହୋଇଗଲା । ପିଲାଟି ଅନ୍ୟ ସମୟରେ ସାଧାରଣ ଥିଲେ ମଧ୍ୟ କୁଦ ଉପରେ ଚଢିବାମାତ୍ରେ ସେ ଅସାଧାରଣ ପାଲଟି ଯାଉଥିଲା । ନ୍ୟାୟନୀତିର କଥା କହୁଥିଲା । ବିଭିନ୍ନ ଘଟଣାର ବିଚାର କରି ନ୍ୟାୟ ଦେଉଥିଲା । ଲୋକେ ତା’ ପାଖକୁ ନ୍ୟାୟ ପାଇଁ ଆସିଲେ । ମହାରାଜ ଭୋଜଙ୍କ କାନରେ ଏ କଥା ପଡିଲା । ସେ ନିଜର ପାରିଷଦ ବର୍ଗଙ୍କ ସହିତ ସେଠାକୁ ଆସି ସବୁ ଅନୁଭବ କଲେ ଏବଂ ସେହି କୁଦ ଖୋଳାଇ ଅଲୌକିକ କାରିଗରୀ କୌଶଳରେ ନିର୍ମିତ ସିଂହାସନ ପାଇଲେ । ଶୁଭଲଗ୍ନ ଦେଖି ତା’ ଉପରେ ଆରୋହଣ କରିବା ସକାଶେ ପ୍ରଥମ ପାହାଚରେ ପାଦ ଦେବାକ୍ଷଣି ପ୍ରଥମ ପୁତ୍ତଳିକାଟି ହସି ଉଠିଲା । ସେ ମହାରଜ ଭୋଜଙ୍କୁ ଏକ ପ୍ରଶ୍ନ ପଚାରିଲା ଏବଂ କହିଲା, ଯେ ଆପଣ ଯଦି ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ କୌଣସି ଗୁଣର ଅଧିକାରୀ ହୋଇଥିବେ ଏ ସିଂହାସନ ଆରୋହଣ କରିପାରିବେ । ଏକ ଏକ କରି ବତ୍ରିଶଟି ପାହାଚରେ ପାଦ ଦେବାମାତ୍ରେ ସେଥିରେ ଖଚିତ ପୁତ୍ତଳିକାମାନେ ପ୍ରଶ୍ନ ପଚାରିଲେ ଏବଂ ମହାରାଜଙ୍କୁ ସଚେତନ କରାଇଥିଲେ । ପରିଶେଷରେ ମହାରାଜ ଭୋଜ ନିରାଶ ହୋଇ ସିଂହାସନକୁ ପୁଣିଥରେ ପୋତିଦେବା ପାଇଁ ନିର୍ଧେସ ଜାରି କରିଥିଲେ । କୌଣସି ରାଜା ସେଥିରେ ବସି ପାରି ନଥିଲେ । ବତ୍ରିଶଟି ପୁତ୍ତଳିକାର ରୋମାଂଚକର କାହାଣୀ ଜନମୁଖରେ “ବତ୍ରିଶ ସିଂହାସନ କଥା” ନାମରେ ଜନମାନସରେ ଆଲୋଡନ ସୃଷ୍ଟି କରି ଆସିଛି । ଏଇ କାହାଣୀ ଗୁଡିକ ବେଶ୍ ମନୋରଞ୍ଜକ ଏବଂ ଶିକ୍ଷଣୀୟ ଅଟେ ।
OSCAR-2019
ବର୍ତ୍ତମାନ ସମୟରେ ମହିଳା ଏବଂ ଯୁବତୀମାନଙ୍କ ମଧ୍ୟରେ ନେଲ୍ ଆର୍ଟର କ୍ରେଜ୍ ଦେଖିବାକୁ ମିଳୁଛି । ଚେହେରାକୁ ଚମକାଇବା ସହ ମହିଳାମାନେ ନିଜ ନଖକୁ ମଧ୍ୟ ସୌନ୍ଦର୍ଯ୍ୟର ସ୍ପର୍ଶ ଦେବା ପାଇଁ ବିଭିନ୍ନ ପ୍ରକାର ନେଲ୍ ଆର୍ଟ କରନ୍ତି । ତେବେ ନିକଟରେ ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ନଖର ସୁନ୍ଦରତାକୁ ବଢାଇବା ପାଇଁ ଜନ୍ଦାଙ୍କ ସାହାରା ନେବାକୁ ପଡିଛି । ଏହି ଭିଡିଓ ଋଷରୁ ଆସିଥିବା ବେଳେ ସନ୍ନୀ ନାମକ ଜଣେ ଡିଜାଇନର୍ ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ନଖରେ ଏକ୍ଟ୍ରିଲିକର ଟ୍ୟୁବ୍ ଦେଇ ଜିଅନ୍ତା ଜନ୍ଦା ଛଡାଯାଇ ଏହି ଡିଜାଇନକୁ ପ୍ରସ୍ତୁତ କରାଯାଏ । ଏହି ସେଲୁନର ନାଁ ନେଲ୍ ସନ୍ନୀ ସେଲୁନ୍ । ତେବେ ଲୋକ ଏହି ଭିଡିଓକୁ ଦେଖି ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି । କେହି କେହିଏହାକୁ ପସନ୍ଦ କହୁଥିବା ବେଳେ ଆଉ କିଏ ଏହାକୁ ଅମାନବିକତା କହି ତାତ୍ସଲ୍ୟ କରିଛନ୍ତି । ଡ୍ରାଇଭିଂ ଲାଇସେନ୍ସ ତିଆରି କରନ୍ତୁ କିମ୍ବା ଗାଡିର ପଂଜିକରଣ କରନ୍ତୁ ଏବେ ନୂଆ ନିୟମ ଆଧାରରେ ଆପଣ ଏହି କାମ କରିବାକୁ ଏକପ୍ରକାରେ ବାଧ୍ୟ ଅଟନ୍ତି । କାରଣ ନୂଆ ବର୍ଷ ଆରମ୍ଭ ହେବା କ୍ଷଣି ହିଁ ଏକ୍ଷେତ୍ର ସରକାର ଏକ ବଡ ଧରଣର ପରିବର୍ତ୍ତନ ଆଣିଛନ୍ତି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ସୂଚନା ମୁତାବକ, ହରିୟାଣାରେ ବର୍ତ୍ତମାନ ଗାଡି ପଂଜିକରଣ ଏବଂ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ଉପରେ ନୂଆ କଟକଣା ଲାଗୁ କରାଯାଇଛି । ଯାହାଦ୍ୱାରା କେବଳ ଅନଲାଇନରେ ଆବେଦନ କରି ହିଁ ଗାଡିର ପଂଜକରଣ କରିବା ସହ ଡିଏଲ କରିପାରିବେ । ସରକାର ନୂଆବର୍ଷରୁ ରାଜ୍ୟରେ ଇ-ଟ୍ରାନ୍ସପୋର୍ଟ ମେସିନ ମୋଡ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ତେବେ ଗାଡିଗୁଡିକର ପଂଜିକରଣ ପାଇଁ ବାହନ ୪.୦ ଏବଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ସାରଥି ୪.୦କୁ ସମସ୍ତ ମଡେଲ ସହିତ ହିଁ ଲାଗୁ କରାଯାଇଛି । ପରିବହନ ବିଭାଗର କୌଣସି ବି ସେବାର ସୁବିଧା ନେବାପାଇଁ ହେଲେ ଗାଡିମାଲିକ ମାନଙ୍କୁ ଏବେ ଅନଲାଇନରେ ଆବେଦନ କରିବାକୁ ପଡିବ । ଏହାଦ୍ୱାରା ଆରଟିଓ କର୍ମଚାରୀଙ୍କ ଉପରେ ଆଉ ନିର୍ଭର କରିବାକୁ ପଡିବ ନାହିଁ ତଥା ଡିଏଲ ପାଇଁ ଅଫିସର ଚକ୍କର କାଟିବାକୁ ମଧ୍ୟ ପଡିବନାହିଁ । ତେବେ ଏହି ବ୍ୟବସ୍ଥା ଲାଗୁ କରାଯିବାର ସରକାରଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କ୍ୟାସଲେସ, ପେପର ଲେସ ତଥା ଚିନ୍ତା ମୁକ୍ତ କରିବା । ପିଲା ଜନ୍ମ ସମୟରେ ମହିଳାଙ୍କର ଅଧିକ ଯତ୍ନ ନିଆଯାଏ। ସେମାନଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲ୍‌ରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଏ। କିନ୍ତୁ ନ୍ୟୁଜିଲାଣ୍ଡର ସାଂସଦ ଜୁଲି ଏନେ ଜେଣ୍ଟରଙ୍କ କ୍ଷେତ୍ରରେ ସେଭଳି ହୋଇନାହିଁ। ତାଙ୍କୁ ତାଙ୍କ ପରିବାର ଲୋକ ହସ୍ପିଟାଲ୍‌ ଆଣିନାହାନ୍ତି। ସେ ସାଇକେଲ ଚଳାଇ ନିଜର ପ୍ରଥମ ପିଲାକୁ ଜନ୍ମ ଦେବା ପାଇଁ ହସ୍ପିଟାଲ୍‌ ଆସିଛନ୍ତି। ଏଭଳି ସମୟରେ ବିପଦ ଉଠାଇବା ଯଦିଓ ଠିକ୍‌ ନୁହେଁ, ତଥାପି ସେ ଏହାଦ୍ୱାରା ସାହସର ସହିତ ପରିସ୍ଥିତିକୁ ସାମ୍ନା କରିବା ଲାଗି ଅନ୍ୟମାନଙ୍କୁ ବାର୍ତା ଦେଇଛନ୍ତି। ତାଙ୍କ କାରରେ ଯଥେଷ୍ଟ ଜାଗା ନଥିବାରୁ ସେ ସାଇକେଲରେ ଆସିବାକୁ ପସନ୍ଦ କରିଥିଲେ। ଗ୍ରୀନ୍‌ ପାର୍ଟି ସାଂସଦ ଜେଣ୍ଟରଙ୍କ କହିବାନୁଯାୟୀ ସକାଳ ଆକାଶ ଖୁବ୍‌ ସୁନ୍ଦର ଦିଶୁଥିଲା। ସାଇକେଲ ଚାଳନାରେ ଅଭ୍ୟସ୍ତ ଥିବାରୁ ସାଇକେଲ ନିଜେ ନେଇ ହସ୍ପିଟାଲ୍‌ ଯିବାକୁ ଉଚିତ ମଣିଥିଲି। କିନ୍ତୁ ବାଟରେ ଅସୁବିଧା ହୋଇନାହିଁ। ପରିବେଶ ସୁରକ୍ଷା ପାଇଁ ସବୁବେଳେ ଅନ୍ୟଙ୍କୁ ପରାମର୍ଶ ଦେଉଥିବା ଜେଣ୍ଟର ସାଇକେଲ୍‌ ଚାଳନା ନିମନ୍ତେ ମଧ୍ୟ ଅନୁରୋଧ କରିଥାନ୍ତି।
OSCAR-2019
ଭୁବନେଶ୍ୱର: ବେଶ୍‌ କିଛି ଦିନ ବ୍ୟବଧାନରେ ଓଲିଉଡ୍‌ର ଜଣାଶୁଣା ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ପୁଣି ସକ୍ରିୟ ହୋଇଛନ୍ତି । ହଁ ହରି ଏବେ ଏକ ନୂଆ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ଏହି ସିନେମାର ଶୀର୍ଷକ ହେଲା ‘ତୁ ମୋ’ ନୀଳନୟନା’। ଏହି ଓଡ଼ିଆ ସିନେମାରେ ଓଡ଼ିଆ ସିନେମାରେ ହରିଙ୍କୁ ପୁଣି ଏକ ମଜାଦାର୍‌ ଚରିତ୍ରଟି ମିଳିଛି,ଯାହାକୁ ବେଶ୍‌ ଉତ୍ସାହିତ ଅଛନ୍ତି ହରି। ‘ତୁ ମୋ’ ନୀଳନୟନା’ ସଂପର୍କରେ ହରିହର ମହାପାତ୍ର କହିଛନ୍ତି ଯେ,ଏଥିରେ ତାଙ୍କ ଅଭିନୟ କରିବାର ଯଥେଷ୍ଟ ସୁଯୋଗ ରହିଛି।ଆଉ ଏହି ଫିଲ୍ମରେ ତାଙ୍କ ଚରିତ୍ରରେ ଭିନ୍ନତା ରହିଛି। ଏଥିପାଇଁ ସେ ଆନନ୍ଦିତ। ଭଲ ଭୂମିକା ନ ମିଳିଲେ ସହଜରେ ରାଜି ହୁଅନ୍ତି ନାହିଁ ହାସ୍ୟାଭିନେତା ହରି। ‘ତୁ ମୋ’ନୀଳନୟନା’ରେ ନାୟକ ନାୟିକା ଭୂମିକାରେ ଦୀପକ୍‌-ପିଙ୍କି ପ୍ରିୟଦର୍ଶିନୀ,ମଣ୍ଟୁ ଓ ନବାଗତା ଦୀପା ଅଛନ୍ତି । ଏତଦ୍‌ବ୍ୟତୀତ ବବି ମିଶ୍ର ଓ ପ୍ରତିଭା ପଣ୍ଡା ବି ଅଛନ୍ତି ଏହି ଫିଲ୍ମରେ। ଫିଲ୍ମଟି ଦର୍ଶକଙ୍କୁ ଭଲ ଲାଗିବ ଓ ତାଙ୍କ ଅଭିନୀତ ଚରିତ୍ରଟି ଖୁବ୍‌ ମଜାଦାର୍‌ ବୋଲି କହନ୍ତି ହରି। ୱାଲମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି ବାତିଲ୍‌ ଦାବିରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ବିକ୍ଷୋଭ | Sambad
OSCAR-2019
ପରଲୋକରେ ଜୈନ ମୁନି ତରୁଣ ସାଗର । ୫୧ ବର୍ଷ ବୟସରେ ଦିଲ୍ଲୀ ଶାହଦରା ଅଞ୍ଚଳର କୃଷ୍ଣାନଗରରେ ମୃତ୍ୟୁ ହୋଇଛି । ପିଲିଆ ରୋଗରେ ପୀଡିତ ତରୁଣ ସାଗରଙ୍କୁ କିଛି ଦିନ ତଳେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା ମୁତାବକ କୌଣସି ଓୌଷଧ ତରୁଣଙ୍କ ଶରୀର ପାଇଁ କାମ କରୁନଥିଲା । ଅପରାହ୍ନରେ ଜୈନ ମୁନିଙ୍କ ଦିଲ୍ଲୀ-ମେରଠ ଜାତୀୟ ରାଜପଥ ପାର୍ଶ୍ୱରେ ଅନ୍ତିମ ସଂସ୍କାର ହେବ । ଏନେଇ ଏକ ଶୋଭାଯାତ୍ରା ଦିଲ୍ଲୀର ରାଧାପୁର ଠାରୁ ୨୮ କିଲୋମିଟର ଦୂର ତରୁଣସାଗରମ ପାଇଁ ବାହାରିବ । ଜୈନ ମୁନି ସାଗର ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାର ପରିସରକୁ ଆସିଥିଲେ । ସେ ଦେଶର ଅନେକ ଗୁଡିଏ ପ୍ରମୁଖ ସହରରେ ପ୍ରବଚନ ଦେଇଥିଲେ । ହରିଆଣାରେ ଏକଦା ପ୍ରବଚନ ଦେଉଥିବା ବେଳେ ବଡ ବିବାଦରେ ପଡିଥିଲେ । ଜୈନ ମୁନି ତରୁଣ ସାଗର ମଧ୍ୟପ୍ରଦେଶର ଦାମୋହଠାରେ ୧୯୬୭ ମସିହା ଜୁନ୍ ୨୬ ରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୧ ମାର୍ଚ୍ଚ ୮ ରେ ମୁନି ତରୁଣ ସାଗର ଘର ଛାଡି ସନ୍ୟାସୀ ହୋଇଥିଲେ ।
OSCAR-2019
ଭୁବନେଶ୍ୱର: ନିଜ ଧର୍ମକୁ ଭଲପାଅ। କିନ୍ତୁ ଅନ୍ୟ ଧର୍ମକୁ ବି ସମ୍ମାନ ଦିଅ। ଧର୍ମ ଭିତ୍ତିରେ ଆମେ ଭିନ୍ନଭିନ୍ନ ହୋଇପାରୁ, କିନ୍ତୁ ସମଗ୍ର ବିଶ୍ୱ ଗୋଟିଏ ପରିବାର। ବେଦାନ୍ତକୁ ଅସ୍ତ୍ର କରି ସ୍ୱାମୀ ବିବେକାନନ୍ଦ ୧୨୫ ବର୍ଷ ତଳେ ଆମେରିକାର ଚିକାଗୋରେ ଦେଇଥିବା ଏହି ଭାଷଣରେ ସମଗ୍ର ବିଶ୍ୱକୁ ବଶୀଭୂତ କରି ଦେଇଥିଲେ। ବିଶ୍ୱ ଧର୍ମ ମହାସଭାରେ ସେଦିନ ପ୍ରଦତ୍ତ ଭାଷଣର ସ୍ମୃତିକୁ ମନେପକାଇ ଆଜି ରାମକୃଷ୍ଣ ମିସନ୍‌ ପରିସରରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଉତ୍ସବ। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିବେକାନନ୍ଦଙ୍କ ବାଣୀକୁ ଉଦ୍ଧାର କରି କହିଲେ, ସହିଷ୍ଣୁତା ଏବଂ ଜାଗତିକ ଗ୍ରହଣୀୟତା ବିନା ସମାଜ ତିଷ୍ଠି ପାରିବ ନାହିଁ। ସବୁ ମତକୁ ସମ୍ମାନ ଦେବା ଏବଂ ସମସ୍ତଙ୍କ ଭଲ ଗୁଣକୁ ଗ୍ରହଣ କରିବାର ମାନସିକତା ରଖିବା ଆବଶ୍ୟକ ବୋଲି ସେ କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ ନାୟକ ବିବେକାନନ୍ଦଙ୍କ ଦର୍ଶନ ଓ ଆଧ୍ୟାତ୍ମିକ ଉତ୍ତରଣ ସମ୍ପର୍କରେ କହିଥିଲେ। ଯେବେ ଭାରତ ଗରିବ ଓ ଅଶିକ୍ଷିତଙ୍କର ଦେଶ ବୋଲି ବିଶ୍ୱବାସୀଙ୍କର ଧାରଣା ଥିଲା ସେହି ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡ ମଧ୍ୟରେ ଚିକାଗୋ ଧର୍ମ ମହାସଭାରେ ବକ୍ତତା ଦେଇ ସେ ଭାରତ ପ୍ରତି ଥିବା ବିଶ୍ୱର ଦୃଷ୍ଟିଭଙ୍ଗୀକୁ ବଦଳାଇ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ କହିଲେ, କେବଳ ଆମେରିକାର ଭାଇ ଭଉଣୀ ସମ୍ବୋଧନ କରି ସେ ମନ ଜିଣି ନେଇ ନଥିଲେ, ପୂରା ବକ୍ତବ୍ୟରେ ବିଶ୍ୱ ଭ୍ରାତୃତ୍ୱର ମନ୍ତ୍ର ବୁଣି ଚମତ୍କତ କରି ଦେଇଥିଲେ। ରାମକୃଷ୍ଣ ମିସନର ସହ ସମ୍ପାଦକ ସ୍ୱାମୀ ଆର୍ଯ୍ୟାନନ୍ଦଜୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ଖାଲି ଆମେରିକାର ଭାଇ ଭଉଣୀ ସମ୍ବୋଧନ କରି ଚିକାଗୋ ମହାସଭାରେ ୭ ହଜାର ଲୋକଙ୍କଠାରୁ ୨ ମିନିଟ୍‌ ପର୍ଯ୍ୟନ୍ତ ତାଳିର ସମ୍ମାନ ପାଇ ନଥିଲେ। ବରଂ ସବୁ ଧର୍ମ ସତ୍ୟ ବୋଲି କହିବା ଏବଂ ସ୍ୱାମୀଜୀଙ୍କ ଆଚରଣ ତାଙ୍କୁ ଆହୁରି ପ୍ରସିଦ୍ଧି ଆଣି ଦେଇଥିଲା। ରାମକୃଷ୍ଣ ମଠର ସ୍ୱାମୀ ଅଦ୍ୱୟାନନ୍ଦ ସ୍ୱଦେଶ ମନ୍ତ୍ର ପାଠ କରିଥିବା ବେଳେ ମୌସୁମୀ ରାଉତ ସ୍ୱାମୀଜୀଙ୍କ ୧୨୫ ବର୍ଷ ତଳର ବକ୍ତତା ଉପସ୍ଥାପନ କରିଥିଲେ। ପରମେଶ୍ୱର ଧଳ, ରବି ମହାନ୍ତି, ରମେଶ ପ୍ରଧାନ, ଲକ୍ଷ୍ମୀଧର ମହାନ୍ତି, ଜିତେନ୍ଦ୍ର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
OSCAR-2019
କନକ ବ୍ୟୁରୋ : ୟୁନିର୍ଭସିଟି କ୍ୟାଂପସ ହିଂସାକୁ ନେଇ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଦେଶରେ ଅସହିଷ୍ଣୁ ଭାରତୀୟଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ । ବିଶ୍ୱବିଦ୍ୟାଳୟ ପରିସରରେ ମୁକ୍ତ ଚିନ୍ତନ ସପକ୍ଷରେ ଯୁକ୍ତି ବାଢି ସେ କହିଛନ୍ତି, ଅସହିଷ୍ଣୁ ସଂସ୍କୃତି ପ୍ରଚାର ବଦଳରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଆଲୋଚନା, ପର୍ଯ୍ୟାଲୋଚନାରେ ସାମିଲ ହେବା ଉଚିତ । ଅଶାନ୍ତି ଓ ହିଂସାର ଭଉଁରୀରେ ଫସିଥିବା ଛାତ୍ରମାନଙ୍କୁ ଦେଖି ଦୁଃଖ ଲାଗୁଥିବା ପ୍ରଣବ ମୁଖାର୍ଜୀ କହିଛନ୍ତି । କୋଚିରେ ଷଷ୍ଠ ରାମଜମନି ସ୍ମାରକୀ ବକୃତା ସମ୍ମିଳନୀରେ ସାମିଲ ହୋଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି, ଶିକ୍ଷାର ମନ୍ଦିରରେ ସୃଜନାତ୍ମକ ଓ ସ୍ୱାଧିନ ବିଚାରଧାରର ଗୁଂଜରଣ ହେବା ଆବଶ୍ୟକ । କାରଣ ପ୍ରାଚୀନ କାଳରୁ ଭାରତ ବର୍ଷ ସ୍ୱାଧିନ ବିଚାର, ସ୍ୱାଧିନ ଅଭିବ୍ୟକ୍ତିର ଗଡ ରହି ଆସିଛି । ଏଥିସହ ରାଷ୍ଟ୍ରପତି କହିଛନ୍ତି ଅଭିବ୍ୟକ୍ତି ଓ ବାକ୍ ସ୍ୱାଧିନତା ଅଧିକାର ସମ୍ବିଧାନ ଦେଇଥିବା ମହତ୍ୱପୂର୍ଣ୍ଣ ମୌଳିକ ଅଧିକାର ମଧ୍ୟରୁ ଅନ୍ୟତମ । ଉତ୍ତରପ୍ରଦେଶ ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର ! ଆସନ୍ତାକାଲି ୟୁପି ପୂର୍ବାଂଚଳର ୪୯ ବିଧାନସଭା ଆସନ ପାଇଁ ହେବ ଭୋଟିଂ
OSCAR-2019
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ମୋଦିଙ୍କ ଫୋକସରେ ଓଡିଶା । କାରଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଥାନ ପାଇଛି ଓଡିଆ । ଅନ୍ୟ ୭ଟି ଆଂଚଳିକ ଭାଷା ସହ ପିଏମଓର ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପିଏମଇଣ୍ଡିଆ ଡଟ୍ ଜିଓଭି ଡଟ୍ ଇନରେ ଓଡିଆ ଭାଷାକୁ ସ୍ଥାନ ଦିଆଯାଇଛି । ଗତ ୨୯ ତାରିଖରେ ଏହି ବହୁଭାଷୀ ୱେବସାଇଟର ଉନ୍ମୋଚନ କରାଯାଇଥିଲା । ଇଂରାଜୀ ଓ ହିନ୍ଦୀ ବ୍ୟତିତ ଏଥିରେ ଅନ୍ୟ ୭ଟି ଆଂଚଳିକ ଭାଷା ସ୍ଥାନ ପାଇଥିଲା । ତେବେ ଓଡିଆ ଭାଷାକୁ ସ୍ଥାନ ଦିଆଯାଇନଥିବାରୁ ଏହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ଏଥିରେ ସଂଶୋଧନ କରି ଓଡିଆ ଭାଷାକୁ ସ୍ଥାନ ଦିଆଯାଇଥିବା କୁହାଯାଉଛି । ଫଳରେ ଏବେ ଜଣେ ଚାହିଁଲେ ଏହି ୱେବ ସାଇଟରୁ ସମସ୍ତ ତଥ୍ୟ ଓ ସୂଚନା ଓଡିଆ ଭାଷାରେ ପଢିପାରିବେ । ଏଥିପାଇଁ ଲାଙ୍ଗୁଏଜ ଅପସନକୁ ଯାଇ ଓଡିଆ ଅପସନରେ କ୍ଲିକ କରିବାକୁ ପଡିବ । ଦେଶର ବିଭିନ୍ନ ପ୍ରାନ୍ତରେ ରହୁଥିବା ଲୋକମାନେ ସେମାନଙ୍କ ନିଜ ମାତୃଭାଷାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସିଧାସଳଖ ସଂପର୍କ ସ୍ଥାପନ କରିପାରିବେ । ଓଡିଆ ଛଡା ବଙ୍ଗଳା, ଗୁଜରାଟୀ, ମାଲାୟଲମ, ମରାଠୀ, ତାମିଲ, ତେଲୁଗୁ ଓ କନ୍ନଡ ମଧ୍ୟ ପିଏମଓ ୱେବସାଇଟରେ ସ୍ଥାନ ପାଇଛି ।
OSCAR-2019
ଏଥିପାଇଁ କଟକ ସହର ରେ ଥିବା ବିଭିନ୍ନ ଶୈବପୀଠ ରେ ଆଜି ସମସ୍ତ ପ୍ରକାର ର ପ୍ରସ୍ତୁତି ଶେଷ ହୋଇଛି । ମନ୍ଦିର ର ରଙ୍ଗ କାମଠାରୁ ଆରମ୍ଭ କରି ସଫେଇ କାମ ସବୁକିଛି ଶେଷ ହୋଇଛି । କଟକ ସହର ର ପ୍ରମୁଖ ଶୈବପୀଠ ଅମରେଶ୍ୱର,ପାରେଶ୍ୱର,ନୀଳକଣ୍ଠେଶ୍ୱର,ହଟକେଶ୍ୱର,ଗଡଗଡିଆ ଆଦି ମନ୍ଦିର ରେ ଜାଗର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ଭୋର ସମୟରୁ ପହ଼ଡ ଖୋଲିବା ପରେ ଆରମ୍ଭ ହୋଇଯିବ ସମସ୍ତ ପ୍ରକାର ର ପୂଜାବିଧି । ତା ପରେ ଭକ୍ତଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବା ଲାଗି ଧାଡିରେ ଆସିବା ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ମନ୍ଦିର ପରିଚାଳନା କମିଟି ପକ୍ଷରୁ କରାଯାଇଛି । ବିଳମ୍ବିତ ରାତିରେ ହରିହର ଭେଟ ଏବଂ ଘୋଷ ଆଦି ନୀତି ପରେ ମହାଦୀପ ଉଠିବ ବୋଲି ସମୟ ଧାର୍ଯ୍ୟ ହୋଇଛି । ଆସନ୍ତାକାଲି କେତେକ ସ୍ଥାନରେ ଚାଲିବ ଅଖଣ୍ଡ ଭଜନ ସମାରୋହ ।
OSCAR-2019
କନକ ବ୍ୟୁରୋ : ଦେଶରେ ଆଧାର କାର୍ଡକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଖାସ କରି ଆଧାରର ନମ୍ବର ଗୁପ୍ତ ରହିନଥିବା ଅନେକ ଅଭିଯୋଗ ଆସିଛି । ପୂର୍ବରୁ ଆଧାର କାର୍ଡର ନମ୍ବକ ମଧ୍ୟ ହ୍ୟାକ ହେଉଥିବା ଅଭିଯୋଗ ଆସିଛି । ତେବେ ଆଧାର ନମ୍ବରକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ତାହାର ସୁରକ୍ଷା ଦିଗରେ ତତ୍ପର ହୋଇଛନ୍ତି ୟୁଆଇଡିଏଆଇ(ଭାରତ ଏକକ ପରିଚୟ କର୍ତ୍ତୃପକ୍ଷ) । ଭାରତ ଏକକ ପରିଚୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ଆଧାର ନମ୍ବର ହେଉଛି ଏକ ସମ୍ବେଦନଶୀଳ ତଥ୍ୟ । ପ୍ରତ୍ୟେକ ମଣିଷର ଯେପରି ଭାବରେ ପାନ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟର ନମ୍ବର ହେଉଛି ଗୁରୁତ୍ୱପୂର୍ଣ୍ଣ ଠିକ ସେହିପରି ଅଧାର ନମ୍ବର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେଣୁ କୈାଣସି ପରିସ୍ଥିତିରେ ମଧ୍ୟ ଏହା ବାହାରେ ପ୍ରଘଟ ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ରଖିବା ଆବଶ୍ୟକ । ଭାରତରେ ଯେଉଁ ଲୋକମାନେ ବସବାସ କରୁଛନ୍ତି ଓ ଯେଉଁ ମାନଙ୍କ ପାଖରେ ଆଧାର କାର୍ଡ ରହିଛି ସେମାନେ ଯେପରି ଭାବରେ ବିନା କୈାଣସି ବାଧାରେ ନିଜର ଆଧାର କାର୍ଡର ନମ୍ବରକୁ ସୁରକ୍ଷିତ ଭାବରେ ବ୍ୟବହାର କରିପାରିବେ ତାହା ଉପରେ ଧ୍ୟାନ ଦେବା ପାଇଂ ସେ କହିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ଆଧାର କାର୍ଡର ତଥ୍ୟ ଲିକ ହେଉଥିବା ଅନେକ ଅଭିଯୋଗ ଆସିଛି । ତେଣୁ ତାହାକୁ ସଠିକ ଭାବରେ ମୁକାବିଲା କରିବା ପାଇଁ ଏପରି କୁହାଯାଇଥିବା ଭାରତ ଏକକ ପରିଚୟ କତ୍ତୃପକ୍ଷ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି ।
OSCAR-2019
ବିଶ୍ୱରେ ଘଟିଥିଲା ଏମିତି ଏକ ଭୟଙ୍କର ଯୁଦ୍ଧ। ଯାହା ଦୀର୍ଘ ୬ ବର୍ଷ ଧରି ଚାଲିଥିଲା। ଯେଉଁଥିରେ ଚାଲି ଯାଇଥିଲା ୬ କୋଟି ଲୋକଙ୍କ ଜୀବନ। ଚାରିଆଡେ ଶୁଭୁଥିଲା ହାହାକାର। ୨ ଡିସେମ୍ବର ୧୯୪୫ । ୭୩ ବର୍ଷ ପୂର୍ବେ ଆଜିର ଦିନରେ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଜାପାନର ବିଦେଶ ମନ୍ତ୍ରୀ ଆତ୍ମସର୍ମପଣ ଦସ୍ତାବିଜରେ ଦସ୍ତଖତ କରିବା ସହ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ତେବେ ଯୁଦ୍ଧ ସମୟରେ ଏଭଳି କିଛି ଘଟଣା ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ୧୯୩୯ରୁ ୧୯୪୫ ମସିହା ପର୍ଯ୍ୟନ୍ତ ଚାଲିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଦୀର୍ଘ ୬ ବର୍ଷ ଧରି ଚାଲିଥିଲା ଏହି ଯୁଦ୍ଧ। ୭୦ ଦେଶ ଜଳ-ସ୍ଥଳ ଓ ବାୟୁସେନା ଏହି ଯୁଦ୍ଧରେ ସାମିଲ ହୋଇଥିଲେ। ଏହି ଯୁଦ୍ଧରେ ପୂରା ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ମିତ୍ରଶକ୍ତି ଓ ଫାସୀବାଦ। ଏପରିକି ଏହି ଯୁଦ୍ଧ ପାଇଁ ଅଧିକାଂଶ ଦେଶ ନିଜର ଅର୍ଥବଳ ଓ ବାହୁବଳକୁ ବ୍ୟବହାର କରିବା ପାଇଁ ମଧ୍ୟ ପଛାଇ ନଥିଲେ। ୧ ସେପ୍ଟେଟର ୧୯୩୯ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବିଭିନ୍ନ ଦେଶର ପ୍ରାୟ ୧୦ କୋଟି ସୈନିକ ଯୁଦ୍ଧ ମୈଦାନକୁ ଓହ୍ଳାଇଥିଲେ। ଆଉ ଏହାକୁ ଇତିହାସର ସବୁଠୁ ଘାତକ ଯୁଦ୍ଧ ଭାବେ ଗଣାଯାଉଥିଲା। ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ୫ରୁ ୭କୋଟି ସୈନିକଙ୍କ ଜୀବନ ଚାଲି ଯାଇଥିଲା। ଅଧିକାଂଶ ସୈନିକ ପଙ୍ଗୁ ମଧ୍ୟ ହୋଇଯାଇଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବିଶ୍ୱଯୁଦ୍ଧରେ ହିଁ ଜାପାନ ଉପରେ ପରମାଣୁ ଆକ୍ରମଣ କରି ସମସ୍ତଙ୍କୁ ଚକିତ କରି ଦେଇଥିଲା ଆମେରିକା। ପୋଲାଣ୍ଡ ଉପରେ ଜର୍ମାନୀର ଆକ୍ରମଣ ସହ ଆରମ୍ଭ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ତେବେ ଏହି ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଆମେରିକା ଏଥିରେ ସାମିଲ ହୋଇଥିଲା। ତେବେ ଜର୍ମାନୀର ପରାଜୟ ପଛରେ ଋଷର ପ୍ରମୁଖ ଭୂମିକା ରହିଥିଲା। ମିତ୍ରରାଷ୍ଟ୍ର ଦ୍ୱାରା ପରାଜିତ ହୋଇଥିବା ଶେଷ ଦେଶ ଥିଲା ଜାପାନ। ଆଉ ଜାପାନ ଉପରେ ପରମାଣୁ ବୋମା ପକାଇ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇଥିଲା ଆମେରିକା। ନୂଆଦିଲ୍ଲୀ: ରାଜିନ୍ଦର ସିଂହ ହକି ଇଣ୍ଡିଆର ନୂଆ ସଭାପତି ହେଲେ। ଶନିବାର ଏନେଇ ହକି ଇଣ୍ଡିଆ ଘୋଷଣା କରିଛି। ମାରିଆମ୍ମା କୋଶୀ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଜିନ୍ଦରଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ଡ. ନରିନ୍ଦର ଧ୍ରୁବ ବାତ୍ରା ଆନ୍ତର୍ଜାକିକ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ସଭାପତି ଭାବେ ନିର୍ବାଚିତ ହେବା ପରେ ହକି ଇଣ୍ଡିଆର ସଭାପତି ପଦ ଛାଡ଼ି ଦେଇଥିଲେ। ନରିନ୍ଦରଙ୍କ ସ୍ଥାନରେ ୨୦୧୬ ନଭେମ୍ବରରେପୂର୍ବତନ ରାଜ୍ୟସ୍ତରର ସେଣ୍ଟର ଫରଓ୍ଵାର୍ଡ ମହିଳା ଖେଳାଳି ମାରିଆମ୍ମା ସଭାପତି ନିଯୁକ୍ତ ହୋଇଥିଲେ। ହେଲେ ପ୍ରାୟ ଦେଢ଼ବର୍ଷ ପରେ ମାରିଆମ୍ମା ପଦତ୍ୟାଗ କରିଛନ୍ତି। ଫଳରେ ଶନିବାର ତାଙ୍କ ସ୍ଥାନରେ ରାଜିନ୍ଦରଙ୍କୁ ସଭାପତି ନିଯୁକ୍ତ କରାଯାଇଛି ବୋଲି ହକି ଇଣ୍ଡିଆ ଘୋଷଣା କରିଛି। ସଭାପତି ପଦରୁ ଇସ୍ତଫା ଦେଇଥିବା ମାରିଆମ୍ମା ପ୍ରାୟ ଦୁଇ ଦଶନ୍ଧୀ ଧରି ହକି ପ୍ରଶାସନ ସହ ବିଭିନ୍ନ ପଦପଦବିରେ ସଂପୃକ୍ତ ରହିଥିଲେ। ସଂଘର ପରିଚାଳନା କ୍ଷେତ୍ରରେ ତାଙ୍କର ମାର୍ଗଦର୍ଶନ ଏବଂ ଖେଳାଳି ଓ ପ୍ରଶାସକଙ୍କ ପାଇଁ ପ୍ରେରଣା ଭୁଲି ହେବନାହିଁ। ତେଣୁ ଭାରତୀୟ ହକିରେ ତାଙ୍କର ଅବଦାନ ପାଇଁ ଆମେ କୃତଜ୍ଞ ବୋଲି ହକି ଇଣ୍ଡିଆ ମହାସଚିବ ମହମ୍ମଦ ମୁସ୍ତାକ୍‌ ଅହମ୍ମଦ କହିବା ସାଙ୍ଗକୁ ମାରିଆମ୍ମାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
OSCAR-2019
କନକ ବ୍ୟୁରୋ : ବିଜେପୁର ସେମିଫାଇନାଲ ପାଇଁ ସମରସଜ୍ଜା । ଆଜି ନବୀନ ନିବାସରେ ବିଜେଡି, ବିଜେପୁର ପାଇଁ ରଣନୀତି ପ୍ରସ୍ତୁତ କରିଛି । ଦଳର ମୁଖିଆ ନିଜେ ବୈଠକରେ ଉପସ୍ଥିତ ରହି ନେତା ଓ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି । ସେପଟେ ବିଜେପି ଶିବିରରେ ମଧ୍ୟ ବିଜେପୁର ପାଇଁ ମନ୍ଥନ ହୋଇଛି । ନବୀନ ନିବାସରେ ବିଜେପୁର ବିଚାର । କେମିତି କଂଗ୍ରେସ ଗଡକୁ ଦଖଲ କରିବ ବିଜେଡି । ପ୍ରାର୍ଥୀ, ପର୍ଯ୍ୟବେକ୍ଷକ ଓ କର୍ମୀଙ୍କ ସହ ତିଆରି ହୋଇଛି ରଣନୀତି । ଯାହାର ନେତୃତ୍ୱ ନେଇଛନ୍ତି ନିଜେ ସୁପ୍ରିମୋ ନବୀନ ପଟନାୟକ । କାରଣ ଏହି ନିର୍ବାଚନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ ବୋଲି କୁହାଯାଉଛି । ଏବଂ ଯିଏ ଜିତିବ ତା ସପକ୍ଷରେ ହାୱା ସୃଷ୍ଟି ହେବ ବୋଲି ଚର୍ଚା ହେଉଛି । ଆସନ୍ତା ୫ ତାରିଖରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୀତା ସାହୁ । ବିଜେପୁର ପାଇଁ ବିଜେପିରେ ମନ୍ଥନ ଆରମ୍ଭ ହୋଇଛି । ରବିବାର ଦଳୀୟ କାର୍ଯ୍ୟାଳୟରେ ବିଷଦ ଆଲୋଚନା ହୋଇଛି । ତେବେ ଆସନ୍ତା ଦିନେ ଦୁଇଦିନ ଭିତରେ ଦଳ ତାର ପ୍ରାର୍ଥୀ ଘୋଷଣା କରିବ । ଜାତୀୟ ଦଳ ହୋଇଥିବାରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ହାଇକମାଣ୍ଡଙ୍କ ପାଖକୁ ପଠାଯିବ । ତେବେ ଯାହା ଚର୍ଚା ହେଉଛି, ପ୍ରାର୍ଥୀ ଦୌଡରେ ସବୁଠୁ ଆଗରେ ରହିଛନ୍ତି ଅଶୋକ ପାଣିଗ୍ରାହୀ । ଏପଟେ ବିଜେପୁର ବ୍ୟାଟଲକୁ ଗମ୍ଭୀରତାର ସହ ନେଇଛି କଂଗ୍ରେସ । ଡେରିରେ ହେଲେ ମଧ୍ୟ ଉପନିର୍ବାଚନରେ ପ୍ରାର୍ଥୀ ଚୟନ ପାଇଁ ୬ଜଣିଆ କମିଟି ଗଠନ ହୋଇଛି । ଯାହା ଉପରେ ମୋହର ମାରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତେବେ ପ୍ରାର୍ଥୀ ରେସରେ ସବୁଠୁ ଆଗରେ ରହିଛନ୍ତି ପ୍ରଣୟ ସାହୁ ଓ ରିପୁନାଥ ସେଠ । ବର୍ଷ ବର୍ଷ ଧରି କଂଗ୍ରେସ କବଜାରେ ଥିବା ବିଜେପୁରରେ ଏଥର ରାଜନୈତିକ ପାଣିପାଗ ବଦଳିଛି । ଉପନିର୍ବାଚନକୁ ସରଗରମ କରିଛି ଦଳ ବଦଳ ରାଜନୀତି । ଯିଏ ବି ବିଜେପୁରରେ ବାଜି ଜିତିବ ସେ ୭ମାସ ପାଇଁ କ୍ଷମତାରେ ରହିବ । ତଥାପି ବିଜେପୁର ଏବେ ତିନି ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ । କାହିଁକି ନା ବିଜେପୁର ବିଜୟ ଉପରେ ନିର୍ଭର କରୁଛି, ସବୁ ଦଳଙ୍କ ୧୯ ପାଇଁ ପ୍ରସ୍ତୁତି ।
OSCAR-2019
୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟର ଏକାଧିକ ପ୍ରସଙ୍ଗ ନେଇ ଆଲୋଚନା କରିବେ ବୋଲି ଗସ୍ତ ପୂର୍ବରୁ ସେ ସୂଚନା ଦେଇଥିଲେ । ଆଜି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ଥିବା ନବୀନ ପଟ୍ଟନାୟକ କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଭେଟ ବେଳେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ସାଗରମାଳା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ୨୦୨୫ ସୁଦ୍ଧା ଦେଶରେ ଥିବା ୧୨ଟି ବନ୍ଦରକୁ ସମୁଦ୍ର ତଟରୁ ସଡକକୁ ଯୋଗାଯୋଗ କରାଯିବ । ଏହି ତାଲିକାରେ ରହିଛି ଓଡିଶାର ଗୋପାଳପୁର, ଧାମରା ଓ ପାରାଦୀପ ବନ୍ଦର ।
OSCAR-2019
କନକ ବ୍ୟୁରୋ : ପ୍ରଶାସନିକସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରାକାର । କୋରାପୁଟ ଜିଲ୍ଲାପାଳ ହେଲେ କେ.ଏସ. ଚକ୍ରବର୍ତ୍ତୀ । ସେ ପୂର୍ବରୁ ଥିଲେ ମାଲକାନଗିରି ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । କେ.ଏସ.ଚକ୍ରବର୍ତ୍ତୀଙ୍କ ସ୍ତାନରେ ମାଲକାନଗିରି ଜିଲ୍ଲାପାଳ ଭାବେ ମନୀଷ ଅଗ୍ରୱାଲଙ୍କୁ ବଦଳି କରାଯାଇଛି । ସେହିପରି ଅନୁପମ ଶାହାଙ୍କୁ ଗଜପତି ଦାୟିତ୍ୱ ଦିଆଯାଇଥିବା ବେଳେ ଆଶିଷ ଠାକରେଙ୍କୁ କେନ୍ଦୁଝର ଦାୟିତ୍ୱ ମିଳିଛି । ସେପଟେ କେନ୍ଦୁଝର ଜିଲ୍ଲାପାଳ ଥିବା ଏନ. ତିରୁମାଳାଙ୍କ ବଲାଙ୍ଗୀର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଅଜିତ ମିଶ୍ରଙ୍କୁ ନବରଙ୍ଗପୁର ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱରର ଦାୟିତ୍ୱ ପ୍ରମୋଦ ଦାଶଙ୍କ ବଦଳରେ ରମେଶ ରାଉତଙ୍କୁ ଦିଆଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିିଖିଲ ପୱନଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଅର୍ଚ୍ଚନା ନାୟକଙ୍କୁ ମେଡିକାଲ କର୍ପୋରେସନର ଏମଡି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ପ୍ରମୋଦ ଦାସଙ୍କୁ ଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଓ ସୁଧାଂଶୁ ସାମଲଙ୍କୁ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଷ୍ଟିଲ ସିଟି ରାଉରକେଲା ସ୍ମାର୍ଟସିଟିର ଦାୟିତ୍ୱ ରଶ୍ମିତା ପଣ୍ଡାଙ୍କୁ ଦିଆଯାଇଛି । ସେହିପରି ଏନଆରଏଚଏମ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇଛି।
OSCAR-2019
ନୂଆଦିଲ୍ଲୀ: ଆମେରିକା ଇରାନ୍‌ ସହିତ ପରମାଣୁ ଚୁକ୍ତିରୁ ଗତକାଲି ଓହରିଯାଇଥିବାରୁ ଏହା ବିଶ୍ୱ ବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଇରାନ୍‌ ଏହି ଚୁକ୍ତି ରଦ୍ଦ କରିବା ନେଇ ଯେ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଘୋଷଣା ନ କରିଛି ଏହି ଚୁକ୍ତି ରଦ୍ଦ ହେବନାହିଁ ବୋଲି କୁହାଯାଉଛି। ବ୍ରିଟେନ, ଫ୍ରାନ୍ସ, ରୁଷ୍‌, ଜର୍ମାନୀ ଓ ଅନ୍ୟ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଏହି ଚୁକ୍ତି ସହ ଜଡ଼ିତ ଅଛନ୍ତି। କିନ୍ତୁ ଆମେରିକାର ଏଭଳି ନିଷ୍ପତ୍ତି ଯୋଗୁଁ ସାରା ବିଶ୍ୱ ଏଥିରେ ପ୍ରଭାବିତ ହେବ ବୋଲି କୁହାଯାଉଛି। ବିଶେଷକରି ଏହି ଚୁକ୍ତି ରଦ୍ଦ ହେବାପରେ ଭାରତ ମଧ୍ୟ ଅନେକ ଦିଗରୁ କ୍ଷତିଗ୍ରସ୍ତ ହେବ। ୫ଟି ପ୍ରମୁଖ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଇଛି। ତୈଳ ଦର ବୃଦ୍ଧି: ଅନ୍ତର୍ଜାତୀୟ ବଜାରରେ ଇରାନ୍‌ ଏକ ମୁଖ୍ୟ ତୈଳ ଯୋଗାଣକାରୀ ରାଷ୍ଟ୍ର। ଇରାକ ଓ ସାଉଦୀ ଆରବ ପରେ ଇରାନ ହେଉଛି ଭାରତକୁ ତୈଳ ରପ୍ତାନି କରୁଥିବା ତୃତୀୟ ରାଷ୍ଟ୍ର। ଏହି ଚୁକ୍ତି ସମ୍ପୂର୍ଣ୍ଣ ରଦ୍ଦ ହେଲେ ଆନ୍ତର୍ଜାତିକ ବଜାରରେ ତୈଳ ଦରରେ ଏହା ସିଧାସଳଖ ପ୍ରଭାବ ପକାଇବ। ବର୍ତ୍ତମାନ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୭୦ ଡଲାର ଅତିକ୍ରମ କରିସାରିଲାଣି। ଗତ ଫ୍ରେବ୍ରୁଆରିରେ ଇରାନ ରାଷ୍ଟ୍ରପତି ହାସନ ରୁହାନୀଙ୍କ ଦିଲ୍ଲୀ ଗସ୍ତ ସମୟରେ ସେ ଭାରତକୁ ତୈଳ ରପ୍ତାନୀ ଦୁଇଗୁଣା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେପଟେ ତୈଳ କ୍ରୟ ସମୟରେ ଭାରତୀୟ ଟଙ୍କାର ବିନିଯୋଗକୁ ମଧ୍ୟ ସୁଯୋଗ ଦିଆଯିବାକୁ ନେଇ ଚର୍ଚ୍ଚା ହୋଇଥିଲା। ଏଭଳି ପରିସ୍ଥିତିରେ ଚୁକ୍ତି ରଦ୍ଦ ହେଲେ ଭାରତର ଅର୍ଥନୀତି ଉପରେ ପ୍ରଭାବ ପଡିବା ନେଇ ଆଶଙ୍କା କରାଯାଇଛି। ଚବାହାର ବନ୍ଦର: ଇରାନର ଚବାହାର ବନ୍ଦରର ପୁନରୁତ୍‌୍‌ଥାନ ପାଇଁ ଆଫଗାନିସ୍ତାନ, ଭାରତ ଓ ଇରାନ ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ବନ୍ଦର କାର୍ଯ୍ୟକାରୀ ହେଲେ ପାକିସ୍ତାନକୁ ଏଡ଼ାଇ ଭାରତ ସହଜରେ ଆଫାଗନିସ୍ତାନରେ ପହଞ୍ଚିପାରିବ। ଭାରତ ଏହି ବନ୍ଦର କାର୍ଯ୍ୟପାଇଁ ପୁଞ୍ଜିନିବେଶ ମଧ୍ୟ ଆରମ୍ଭ କରିଦେଇଛି। କିନ୍ତୁ ଆମେରିକା ସହ ଚୁକ୍ତିି ରଦ୍ଦ ପରେ ଚବାହାର ବନ୍ଦରର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମେରିକା ସରକାର ଇରାନ ଉପରେ କୌଣସି କଟକଣା ଜାରି କଲେ ସିଧାସଖଳ ଏହାର ପ୍ରଭାବ ଭାରତ ଉପରେ ପଡ଼ିବ। ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ ପରିବହନ କରିଡର: ଉତ୍ତର-ଦକ୍ଷିଣ ପରିବହନ କରିଡର ନାମକ ଆନ୍ତର୍ଜାତିକ ପ୍ରକଳ୍ପରେ ଭାରତ ସାମିଲ ହୋଇଛି। ଏହି ପ୍ରକଳ୍ପ ଇରାନରୁ ଆରମ୍ଭ ହୋଇ ମଧ୍ୟ ଏସିଆ ଦେଇ ରୁଷିଆ ପର୍ଯ୍ୟନ୍ତ ଦୀର୍ଘ ୭,୨୦୦ କିମି ପର୍ଯ୍ୟନ୍ତ ପରିବ୍ୟପ୍ତ । ଏହି ମେଗା ପ୍ରକଳ୍ପର ଏବେ ରାସ୍ତା ନିର୍ମାଣ କରାଯାଉଛି। ଆମେରିକା ଯଦି ଇରାନ ଉପରେ କୌଣସି କଟକଣା ଜାରି କରେ ତେବେ ଭାରତ ଉପରେ ଏହାର ପ୍ରଭାବ ପଡ଼ିବ ଏବଂ ଏହି ଆର୍ଥିକ କରିଡର ପ୍ରକଳ୍ପ ଭଣ୍ଡୁର ହେବ। ସାଂଘାଇ ସହଯୋଗ ସଂଗଠନ: ରୁଷିଆ ଓ ଚୀନ ନେତୃତ୍ୱାଧୀନ ସାଂଘାଇ ସହଯୋଗ ସଂଗଠନରେ ଭାରତ ସାମିଲ ହୋଇ ସାରିଛି। ପାକିସ୍ତାନ ମଧ୍ୟ ଏହି ସଂଗଠନରେ ସାମିଲ ହୋଇଥିବା ବେଳେ ଇରାନ ଆଗାମୀ ଦିନରେ ଏହି ସଂଗଠନରେ ସାମିଲ ହେବ ବୋଲି ଘୋଷଣା କରାଯାଇଥିଲା। ରୁଷିଆ ଓ ଚୀନ ଏହି ସଂଗଠନର ମୁଖ୍ୟ ଶକ୍ତି ହୋଇଥିବାରୁ ଆଗାମୀ ଦିନରେ ଏହା ଆମେରିକା ବିରୋଧରେ ମେଣ୍ଟ କରିବେ ବୋଲି ଆଶଙ୍କା କରାଯାଉଛି। ଯଦି ଏଭଳି କୌଣସି ପରିସ୍ଥିତି ସୃଷ୍ଟି ହୁଏ ତେବେ ଭାରତ ଓ ଆମେରିକା ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବାଧାପ୍ରାପ୍ତ ହେବ। ଦୁର୍ବଳ ହେବ ଦ୍ୱିପାକ୍ଷିକ ଚୁକ୍ତି: ଗୋଟିଏ ପଟେ ଇରାନ ସହ ଭାରତର ଉତ୍ତମ ବୁଝାମଣା ଥିବା ବେଳେ ଆମେରିକା ଏହାର ପୁରୁଣା ବନ୍ଧୁ। ଅତୀତରେ ଓବାମା ପ୍ରଶାସନଠାରୁ ନେଇ ଏବେ ଟ୍ରମ୍ପ ସରକାର ପର୍ଯ୍ୟନ୍ତ ଭାରତ ଓ ଆମେରିକା ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି। ସେପଟେ ଇରାନ ମଧ୍ୟ ଭାରତକୁ ତୈଳ ରପ୍ତାନି କରୁଥିବା ଏକ ପ୍ରମୁଖ ରାଷ୍ଟ୍ର। ଏନେଇ ଇରାନ ସହ ମଧ୍ୟ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଯଦି ଭାରତ କୌଣସି କାରଣବଶତଃ ଇରାନକୁ ସମର୍ଥନ କରେ ତେବେ ଆମେରିକା ସହ ସମ୍ପର୍କରେ ତିକ୍ତତା ଆସିବାର ଆଶଙ୍କା ଉପୁଜିଛି।
OSCAR-2019
ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଟିଡିପି ପକ୍ଷରୁ ଏନ୍‌ଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ଲୋକସଭାରେ କାହା ସପକ୍ଷରେ ବହୁମତ ଅଛି ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଏ ନେଇ ପ୍ରଶ୍ନ ହେବାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳ ସପକ୍ଷରେ ବହୁମତ ଅଛି ବୋଲି ସିଧାସଳଖ କହିଥିଲେ। କିଏ କହିଲା ଦଳ ନିକଟରେ ସଂଖ୍ୟା ନାହିଁ ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ। ସୋନିଆଙ୍କ ଏଭଳି ଦୃଢ଼ୋକ୍ତି ଶାସକ ଦଳ ବିଜେପିକୁ ବି ଚିନ୍ତାରେ ପକାଇଥିଲା। ତେବେ ଆଜି ବିଜେପି ଖୋଲାଖୋଲି ଭାବେ ସୋନିଆଙ୍କୁ ଟାର୍ଗେଟ୍‌ କରିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଯେ ସୋନିଆଙ୍କ ଗଣିତ ଅତ୍ୟନ୍ତ ଦୁର୍ବଳ। ସେ କହିଛନ୍ତି ଯେ ବିଜେପିର ଏକାକୀ ୨୭୩ ସାଂସଦ ରହିଥିବା ବେଳେ ଅନ୍ୟ ସହଯୋଗୀ ଦଳଗୁଡ଼ିକର ସାଂସଦ ବି ଦଳ ସହିତ ଅଛନ୍ତି। ତେଣୁ କୌଣସିମତେ ବିରୋଧୀଙ୍କ ସପକ୍ଷରେ ଅନାସ୍ଥା ଭୋଟିଂ ଯିବନାହିଁ। କଂଗ୍ରେସ ଏବେ ବି ୧୯୯୬ ଘଟଣାରେ ହୋଇଥିବା ଗାଣିତିକ ହିସାବକୁ ଆଖିରେ ରଖି ଅନାସ୍ଥା ଜିତିବ ବୋଲି ଭାବୁଛି। ଉଲ୍ଲେଖଯୋଗ୍ୟ, ୧୯୯୬ରେ ହୋଇଥିବା ସାଧାରଣ ନିର୍ବାଚନରେ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ମିଳିପାରି ନ ଥିଲା। ବିଜେପି ସେତେବେଳେ କମ୍‌ ସମୟ ପାଇଁ ସରକାର ଚଳାଇଥିଲା। ଲୋକସଭାରେ ବିଜେପି ଗୋଟିଏ ଭୋଟ୍‌ ନ ପାଇ ବହୁମତ ହରାଇଥିଲା। ଏହାପରେ ଏଚ୍‌ ଡି ଦେବେଗୌଡ଼ା ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନୂଆଦିଲ୍ଲୀ: ଆସନ୍ତାକାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ପାଇଁ ଦିନସାରା ବିତର୍କ ଚାଲିବ। କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହିଁ ପ୍ରଥମେ ବିତର୍କ ଆରମ୍ଭ କରିବେ ବୋଲି ଜଣାଯାଇଛି। ଲୋକସଭାରେ କଂଗ୍ରେସ ପକ୍ଷରୁ ସାଧାରଣତଃ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଥମେ ପ୍ରସଙ୍ଗ ଉଠାଇଥାନ୍ତି। ଏହାପରେ ଦଳର ଅନ୍ୟ ନେତାମାନେ ପାଳି ଧରିଥାନ୍ତି। କିନ୍ତୁ ଏଥର ବିତର୍କର ଗୁରୁତ୍ୱକୂ ବୁଝି ଦଳ ରାହୁଲଙ୍କୁ ପ୍ରଥମେ ମୁହଁ ଖୋଲିବାକୁ ସୁଯୋଗ ଦେବ। ଲୋକସଭାରେ କଂଗ୍ରେସର ୪୮ ସାଂସଦ ଥିବା ବେଳେ କାଲିର ବିତର୍କ ପାଇଁ ଦଳକୁ ୩୮ ମିନିଟ୍‌ ଦିଆଯାଇଛି। ତେଣୁ ଏ ନେଇ ଯୁକ୍ତି ବାଢ଼ିବାକୁ ଦଳର ଅଧିକାଂଶ ନେତାଙ୍କୁ ସୁଯୋଗ ମିଳି ନ ପାରେ। ଏଭଳି ପରିସ୍ଥିତିରେ ରାହୁଲ ଅଧିକ ସମୟ କହିବେ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ଗତ ଅଧିବେଶନରେ ତାଙ୍କୁ ଅଧିକ ସମୟ କହିବାକୁ ସୁଯେଗା ମିଳୁନାହିଁ ବୋଲି ରାହୁଲ କହିଥିଲେ। ତାଙ୍କୁ ୧୫ ମିନିଟ୍‌ କହିବାକୁ ସୁଯୋଗ ଦେଲେ ଗୃହରେ ଭୂମିକମ୍ପ ହେବ ବୋଲି ରାହୁଲ କହିଥିଲେ।
OSCAR-2019
ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସିଖବର । ଏବେ ବିମାନ ଭିତରେ ମୋବାଇଲରେ କଲ କରିବା ସହ ଇଣ୍ଟରନେଟ ମଧ୍ୟ ବ୍ୟବହାର କରିପାରିବେ । ପୂର୍ବରୁ ଯାତ୍ରୀଙ୍କ ପାଇଁ ଏଭଳି ସୁବିଧା ଉପଲବ୍ଧ ନଥିଲା । ଏପରିକି ବିମାନରେ ବସିବା ପରେ ହିଁ ମୋବାଇଲକୁ ଫ୍ଲାଇଟ ମୋଡରେ ରଖିବାକୁ କୁହାଯାଉଥିଲା । ଫଳରେ ନେଟୱାର୍କ ରହୁନଥିବାରୁ କଲ କିମ୍ବା ଇଣ୍ଟରନେଟ ବ୍ୟବହାର କରିପାରୁନଥିଲେ ଯାତ୍ରୀ । ଏପରିକି ବିମାନରେ ବସିବା ସହ ସମ୍ପୂର୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଇଯାଉଥିଲେ ଯାତ୍ରୀ । ଏହାଦ୍ୱାରା ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି । କିନ୍ତୁ ଏବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଅଣ୍ଟା ଭିଡିଛି ଟେଲିକମ ରେଗୁଲେଟର ଅଥରିଟି ଅଫ୍ ଇଣ୍ଡିଆ ବା (ଟ୍ରାଇ) । ଏହି ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଟ୍ରାଇ ବେସମାରିକ ବିମାନ ସେବା ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ପଠାଇବ । ରିପୋର୍ଟ ଅନୁଯାୟୀ, ବିମାନରେ ଯାତ୍ରା କରିବା ବେଳେ ଭଏସ କଲ ଓ ମୋବାଇଲ ଡାଟା ବ୍ୟବହାର କରିବା ନେଇ ଟ୍ରାଇ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି । ଯାହାକୁ ଖୁବଶୀଘ୍ର ବେସାମରିକ ବିମାନ ମନ୍ତ୍ରାଳୟକୁ ପଠାଇବ । ଯଦି ମନ୍ତ୍ରାଳୟ ଟ୍ରାଇର ପ୍ରସ୍ତାବରେ ରାଜି ହୋଇଯାଏ ତେବେ ବିମାନରେ ଭଏସ କଲ କରିବା ସହ ଇଣ୍ଟରନେଟ ମଧ୍ୟ ଚଳାଇପାରିବେ । ପୂର୍ବରୁ ସୁରକ୍ଷା କାରଣରୁ ଯାତ୍ରୀଙ୍କୁ ବିମାନରେ ମୋବାଇଲକୁ ଫ୍ଲାଇଟ ମୋଡରେ ରଖିବାକୁ କୁହାଯାଇଥାଏ । ଯାହାଦ୍ୱାରା ମୋବାଇଲରେ ନେଟୱାର୍କ ରହିନଥାଏ ।ତେଣୁ ଭଏସ କଲ କିମ୍ବା ଇଣ୍ଟରନେଟ ବନ୍ଦ ରହିଥାଏ । ମୋବାଇଲ ସେବାକୁ କିପରି ସମସ୍ତ ଲୋକଙ୍କ ନିକଟରେ ପହଞ୍ଚା ଯାଇ ପାରିବ ସେନେଇ ଟ୍ରାଇ ବିଭିନ୍ନ ପଦକ୍ଷେପ ହାତକୁ ନେଉଛି ।
OSCAR-2019
ଭୁବନେଶ୍ୱରବାସୀଙ୍କ ପାଇଁ ବଡ ଖବର । ଏଣିକି ପଲିଥିନ ବ୍ୟବହାର କଲେ ଗଣିବେ ତଣ୍ଡ, ବିଏମସି ବୈଠକରେ ହେଲା ବଡ ନିଷ୍ପତି । ଅଭିଯୋଗ ପାଇଁ ଫୋନ ନମ୍ବର ଜାରି କଲା ବିଏମସି କନକ ବ୍ୟୁରୋ : ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନର ଆଜି କଣ୍ଟ ପୁରିଛି । ଏଣିକି ପ୍ଲାଷ୍ଟିକ ବ୍ୟବହାର କଲେ ହେବ ଦଣ୍ଡବିଧାନ । ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶାନାମା ଅନୁସାରେ ପଲିଥିନ ବ୍ୟାନ ଲାଗି କଂଟ ପୁରିବା ପରେ ଏଣିକି ପଲିଥିନ ବିକ୍ରି କଲେ ସଂପୃକ୍ତ ଦୋକାନୀ ଓ କଂପାନୀ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ନିର୍ଦ୍ଦେଶକ । ଛୋଟ ଛୋଟ ଦୋକାନୀ ଯଦି ପଲିଥିନ ବିକ୍ରି କରନ୍ତି ତେବେ ୩ରୁ ୭ହଜାର ଟଙ୍କାର ଜରିମାନା ଆଦାୟ କରିବା ପାଇଁ ସୁନିସିପାଲିଟି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପରିବେଶ ବିଭାଗ । ପ୍ଲାଷ୍ଟିକ ବ୍ୟାନ ନେଇ ଭୁବନେଶ୍ୱର ମହାନଗର ନିଗମ ବୈଠକରେ ପ୍ଲାଷ୍ଟିକ କଟକଣା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଥିରେ ନିଷିଦ୍ଧ ପଲିଥିନ ବ୍ୟବହାର କଲେ ଖାଉଟିଙ୍କୁ ମଧ୍ୟ ଜରିମାନା ଦେବାକୁ ପଡିବ । ପ୍ରଥମ ଥର ଧରାପଡିଲେ ୨୦୦ ଟଙ୍କା, ଦ୍ୱିତୀୟ ଥର ଧରାପଡିଲେ ୫୦୦ ଟଙ୍କା ଓ ତୃତୀୟ ଥର ଜରି ବ୍ୟବହାର କରୁଥିବା ବେଳେ ଧରାପଡିଲେ ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ । ଏହାପରେ ପୁଣି ଏହି ନିଷିଦ୍ଧ ସାମଗ୍ରୀ ବ୍ୟବହାର କଲେ ବ୍ୟବହାରକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବ ବିଏମସି । ସେହିଭଳି ଦୋକାନୀ ତଥା ରାସ୍ତାକଡ ଉଠା ଦୋକାନୀମାନେ ପଲିଥିନ ବ୍ୟବହାର କଲେ ସେମାନଙ୍କୁ ମଧ୍ୟ ତଣ୍ଡ ଗଣିବାକୁ ପଡିବ । ପ୍ରଥମ ଥର ଭୁଲ କଲେ ୫୦୦ ଟଙ୍କା, ଦ୍ୱିତୀୟ ଥର ପାଇଁ ୧୦୦୦ ଏବଂ ତୃତୀୟ ଥର ପ୍ଲାଷ୍ଟିକ ବ୍ୟବହାର କରୁଥିଲେ ୨୦୦୦ଟଙ୍କା ଫାଇନ୍ ଦେବାକୁ ପଡିବ । ପରବର୍ତୀ ସମୟରେ ଧରାପଡିଲେ ଏହି ଦୋକାନୀଙ୍କ ବିରୋଧରେ ମଧ୍ୟ ଫୌଜଦାରୀ ମାମଲା ରୁଜୁ ହେବ । ସେହି ପରି ଛୋଟ ଛୋଟ ହୋଟେଲ- ରେଷ୍ଟୁରାଂଟ ମଧ୍ୟ ଏଥିରୁ ବାଦ ପଡିବେ ନାହିଁ । ପ୍ଲାଷ୍ଟିକ ବ୍ୟାନ ପରେ ଯଦି ଏହାର ବ୍ୟବହାର କରୁଥାନ୍ତି ତେବେ ଯଥାକ୍ରମେ ୧୦୦୦, ୨୦୦୦ ଓ ୫୦୦୦ ଟଙ୍କା ଫାଇନ ଦେବେ । ଏହାପରେ ଯଦି ନିୟମ ନ ମାନନ୍ତି ତେବେ ତାଙ୍କର ଦୋକାନର ଲାଇସେନ୍ସ ରଦ୍ଦ କରାଯିବ । ଅନ୍ୟପଟେ ଷ୍ଟାର କାଟାଗୋରୀ ପାଇଥିବା ହୋଟେଲ ଓ ରେଷ୍ଟୁରାଣ୍ଟରେ ଯଦି ନିୟମ ଭାଙ୍ଗନ୍ତି ତେବେ ଯଥାକ୍ରମେ ୨୦୦୦, ୧୦,୦୦୦ ଓ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିବ ବିଏମସି । ଏହାପରେ ହୋଟେଲ କର୍ତ୍ତୃପକ୍ଷ ନିୟମ ଭାଙ୍ଗନ୍ତି ତେବେ ତାଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହ ଫୌଜଦାରୀ ମାମଲା ରୁଜୁ କରାଯିବ । ସେହିଭଳି ଏହି ସର୍ମ୍ପକିତ ଅଭିଯୋଗ ପାଇଁ ମଧ୍ୟ ଫୋନ ଓ ହ୍ୱାଟସଆପ ନମ୍ବର ଜାରି କରିଛି ବିଏମସି ।ଅଭିଯୋଗକାରୀ ମାନେ ୧୮୦୦୩୪୫୦୦୬୧ ନିଶ୍ୁଳ୍କ ଫୋନ ନମ୍ବରରେ ନିଜର ଅଭିଯୋଗ ଜଣାଇପାରିବେ । ସେହିଭଳି ନିଜର ଅଭିଯୋଗ ୮୫୯୯୦୭୧୯୦୦ ହ୍ୱାଟସଆପ ନମ୍ବରରେ ମଧ୍ୟ ପଠାଇପାରିବେ ବୋଲି ବିଏମସି ବୈଠକରେ ନିଷ୍ପତି ନିଆଯାଇଛି ।
OSCAR-2019