text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ପଲାସା ନିକଟରେ ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ହୋଇଛି । ଟ୍ରେନର ଏସ-୯ ବଗିର ଶୌଚାଳୟରେ ନିଆ ଲାଗିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କେହି ଦୁବୃର୍ତ୍ତ ନିଆଁ ଲଗାଇ ଚାଲିଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଜିଆରପି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ବଗିର ଶୌଚାଳୟରେ ନିଆଁ ଲଗାଇ ଦେଇଥିଲେ । ଯାତ୍ରୀମାନେ ଏହାକୁ ଦେଖିବା ପରେ ସେମାନେ ଫେରାର ହୋଇଯାଇଥିଲେ । ଆନ୍ଧ୍ର ପ୍ରଦେଶ ପଲାସା ନିକଟରେ ଅଗ୍ନିକାଣ୍ଡ ନେଇ ଟ୍ରେନରେ ଥିବା ଟିଟି ସୁରକ୍ଷା କର୍ମୀଙ୍କୁ ଜଣାଇଥିଲେ । ପରେ ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି । ଏକ ବଡ ଧରଣର ବିପଦରୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଦୁଇଜଣ ସନ୍ଦିଗ୍ଧ ବିସ୍ଫୋରକ ସାମଗ୍ରୀ ସ୍ୱାରା ଅଗ୍ନିକାଣ୍ଡ କରିଥିବା ଜିଆରପି ପକ୍ଷରୁ ପ୍ରାଥମିକ ଅନୁଧ୍ୟାନ ପରେ ସୂଚନା ଦିଆଯାଇଛି । ସେହି କୋଚରେ ଯାତ୍ରା କରୁଥିବା ଅରବିନ୍ଦ ସେନ୍ ଓ ଏମଏନ୍ ନାଉଡୁ ପୋଲିସର ସନ୍ଦେହ ଘେରକୁ ଆସିଛନ୍ତି । ଅଗ୍ନିକାଣ୍ଡ ପରେ ଏହି ଦୁଇ ଜଣ ଫେରାର ହୋଇଯାଇଥିଲେ । ଦୁଇ ଜଣଙ୍କ ଠିକଣା ଜିଆରପିକୁ ମିଳିଥିବା ବେଳେ ଆନ୍ଧ୍ର ପୋଲିସର ମିଳିତ ସହଯୋଗରେ ସେମାନଙ୍କୁ ଧରିବାକୁ ତନାଘନା ଆରମ୍ଭ ହୋଇଛି ।
OSCAR-2019
ଭଦ୍ରକ: ସ୍ୱାଭାବିକ ହେଉଛି ଭଦ୍ରକ । ଗୁରୁବାର ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ କର୍ଫୁ୍ୟ କୋହଳ କରାଯାଇଛି । ଫଳରେ ସମସ୍ତ ସ୍କୁଲ କଲେଜ ଖୋଲିବା ସହ ଦୋକାନ ବଜାର ମଧ୍ୟ ଖୋଲାଥିବା ଦେଖାଯାଇଛି । ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଛି । ଲୋକମାନେ ସାଧାରଣ ଭାବରେ ଜୀବନ ଅତିବହିତ କରିବାକୁ ଲାଗିଛନ୍ତି । ଦରଦାମକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ନିର୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନମାନଙ୍କରେ ଉପସ୍ଥାନରେ ବୃଦ୍ଧି ପାଇଥିବା ଦେଖାଯାଉଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଟ୍ୱିଟର ମାଧ୍ୟମରେ କ୍ଷତିଗ୍ରସ୍ତଙ୍କ ପାଇଁ ଖୁବଶୀଘ୍ର ପ୍ୟାକେଜ ଘୋଷଣା କରାଯିବା ନେଇ ଓ ଦୋଷୀଙ୍କୁ ଖୁବଶୀଘ୍ର ଦଣ୍ଡ ମିଳିବା ନେଇ ସୂଚନା ଦେଇଛନ୍ତି । ଭଦ୍ରକରେ ପରିସ୍ଥିତି ସମ୍ପୂର୍ଣ୍ଣଭାବେ ସ୍ୱାଭାବିକ ହୋଇ ନଥିବାରୁ ସହରରେ ଥିବ ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଖୋଲି ନାହିଁ । ଅପରପକ୍ଷରେ ଛୋଟ ଦୋକାନଗୁଡିକ ପୋଡି ଯାଇଥିବାରୁ କେବଳ ରାସ୍ତାକଡ ଉଠା ଦୋକାନ ଉପରେ ଲୋକେ ନିର୍ଭର କରୁଥିବା ଦେଖିବାକୁ ମିଳିଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପୁଣି ଭଦ୍ରକ ଗସ୍ତ କରିଛନ୍ତି । ପୂର୍ବତନ ସାଂସଦ ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, କଂଗ୍ରେସ ଜିଲ୍ଲା ସଭାପତି ନରେନ୍ଦ୍ର ପଲେଇଙ୍କ ସହିତ ଭଦ୍ରକର ବିଭିନ୍ନ ସାହି, ଗଳି, ବଜାର ବୁଲି ଲୋକମାନଙ୍କୁ ସେମାନଙ୍କ ଅଭାବ ଅସୁବିଧା ପଚାରି ବୁଝିବା ସହିତ ଶାନ୍ତି ବଜାଇ ରଖିବାକୁ ନିବେଦନ କରିଛନ୍ତି । ତୁରନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ରାଜ୍ୟ ସରକାର ଥଇଥାନ କରିବାକୁ ନିରଞ୍ଜନ ଦାବି କରିଛନ୍ତି ।
OSCAR-2019
ନୂଆଦିଲ୍ଲୀ: ଆମେରିକା ଚାପ ଆଗରେ ଭାରତ ମୁଣ୍ଡ ନୁଆଁଇବ। ଇରାନରୁ କମ୍‌ ତେଲ ଆମଦାନି କରିବ। ନଭେମ୍ବର ସୁଦ୍ଧା ଇରାନ୍‌ରୁ ତେଲ ଆମଦାନି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗତକାଲି ଆମେରିକା ପକ୍ଷରୁ ଭାରତ ସମେତ ବିଭିନ୍ନ ଦେଶକୁ ଧମକ ଦିଆଯାଇଥିଲା। ଏହି ନିର୍ଦେଶ ନମାନିଲେ ବାଣିଜ୍ୟ କଟକଣା ଲାଗୁ କରାଯିବ ବୋଲି ଆମେରିକା କହିଥିଲା। ଇରାନରୁ କମ୍‌ ତେଲ ଆମଦାନି କରିବା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ତୈଳ ମନ୍ତ୍ରଣାଳୟ ପକ୍ଷରୁ ତେଲ କଂପାନିଗୁଡ଼ିକୁ କୁହାଯାଇଥିବା ଜଣାପଡ଼ିଛି। ଦରକାର ପଡ଼ିଲେ ଇରାନ୍‌ରୁ ତେଲ ଆମଦାନି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ କଂପାନିଗୁଡ଼ିକୁ ଜଣାଇ ଦେଇଛି। ଇରାନ ପାଇଁ ଆମେରିକା ଭଳି ଦେଶ ସହିତ ଭାରତ ଏହାର ସମ୍ପର୍କ ବିଗାଡ଼ିବାକୁ ଚାହୁଁନାହିଁ। ଆମେରିକାର ଆର୍ଥିକ ବ୍ୟବସ୍ଥା ସହିତ ଭାରତୀୟ ଅର୍ଥନୀତିର ଗଭୀର ସମ୍ପର୍କ ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଇରାନ୍‌ରୁ କମ୍‌ ତେଲ ଆଣିବା ଉପରେ ବିଚାର କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଭୀଶ କୁମାର କହିଛନ୍ତି ଯେ, ଆମର ଶକ୍ତି ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ଆମେ ସବୁ ଅଂଶୀଦାରମାନଙ୍କ ସହ ଆଲୋଚନା କରି ଯାହା କିଛି ପଦକ୍ଷେପ ଗ୍ରହଣ କରିବୁ। ପୂର୍ବରୁ, ଇରାନ ଉପରେ ଆମେରିକା ଓ ୟୁରୋପୀୟ ସଂଘ କଟକଣା ଲଗାଇଥିବା ବେଳେ ଭାରତ ଇରାନରୁ ତେଲ ଆମଦାନି ବନ୍ଦ କରାଯାଇନଥିଲା। କିନ୍ତୁ ଏଥର ପରିସ୍ଥିତି ଭିନ୍ନ ରହିଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ଏବେ ଲଢ଼େଇର ଗୋଟିଏ ପାର୍ଶ୍ୱରେ ଭାରତ, ଚୀନ୍‌ ଓ ୟୁରୋପ ଥିବା ବେଳେ ଅନ୍ୟ ପାର୍ଶ୍ୱରେ ଏକାକୀ ଆମେରିକା ରହିଛି। ବର୍ତ୍ତମାନ ପରିସ୍ଥିତିରେ କ’ଣ କରାଯିବ, ସେ ନିଷ୍ପତ୍ତି ସରକାର ନେଇପାରୁନାହାନ୍ତି। ଆମେରିକାର ଧମକ ପରେ ଘରୋଇ ତେଲ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ନୟାରା ଏନର୍ଜି ପକ୍ଷରୁ ଇରାନ୍‌ରୁ ତେଲ ଆମଦାନି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୟାରା ଏନର୍ଜି ଏବେଠାରୁ ଆମଦାନି ପରିମାଣ କମ୍‌ କରିବା ଆରମ୍ଭ କଲାଣି। ଇରାନ୍‌ରୁ ତେଲ ଆମଦାନି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ପରେ ଭାରତୀୟ ତେଲ କଂପାନିଗୁଡ଼ିକ ଓପେକ୍‌ ରାଷ୍ଟ୍ରଗୁଡ଼ିକ ଉପରେ ନଜର ପକାଇବେ। ବିଶେଷ କରି ସାଉଦି ଆରବ, କୁଏତ୍‌ ଓ ରୁଷିଆରୁ ଅଧିକ ତେଲ କିଣିବାକୁ ଉଦ୍ୟମ କରିବେ ବୋଲି ଜଣାପଡ଼ିଛି।
OSCAR-2019
ହରିଚନ୍ଦନପୁର, ତା ୨୮ ଜୁଲାଇ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅପହଞ୍ଚ ଇଲାକା ଗୁଡିକରେ ମ୍ୟାଲେରିଆ ନିରାକରଣ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ଦୁର୍ଗମ ଅଞ୍ଚଳ ଗୁଡିକରେ ଦିନକୁ ଦିନ ମ୍ୟାଲେରିଆ ଜ୍ୱର ବୃଦ୍ଧି ପାଉଥିବାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଦମନ କାର୍ଯ୍ୟକ୍ରମ ମାଧ୍ୟମରେ ମ୍ୟାଲେରିଆ ନିରାକରଣ ନିମନ୍ତେ ସଚେତନ କରାଯାଇଛି। ହରିଚନ୍ଦନପୁର ବ୍ଲକର ଅପହଞ୍ଚ ଅଞ୍ଚଳ ତଥା ବଡଜିମେଇ, ମରାଗୋଳା, ଚଡକମରା, ଟାଙ୍ଗିରିଆପାଳର ରଙ୍ଗମାଟିଆ, ଦୈତାରୀର ଦଲକିସାହି, ବଳିପର୍ବତ ପଞ୍ଚମର ଦୁଧପାଣିସାହି, ବ୍ରାହ୍ମଣୀପାଳର ଜନ୍ତିଆ ଠାରେ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମ୍ୟାଲେରିଆ ନିରାକରଣ ପାଇଁ ଉକ୍ତ ଅଞ୍ଚଳ ଗୁଡିକରେ ଏକ ସଂକଳ୍ପ କରି କାମ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ଏଡିପିଏଚଓ ଡ.ଦେବେନ କୁମାର ଦାସ, ଭିବିଡିସି ବଳଦେବ ନନ୍ଦ, ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ.ସୁରେନ୍ଦ୍ରନାଥ ସଂ, ବିପିଏମ ରବିନ୍ଦ୍ର କୁମାର ଜେନା, ଭିବିଡିଟିଏସ ଜଗନ୍ନାଥ ସାହୁ, ଏଲଟି ରଶ୍ମିରଞ୍ଜନ ସାହୁ, ଫାର୍ମାସିଟ ଅନନ୍ତ ଚରଣ ସାହୁ, ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଦିପକ କୁମାର ସେଠୀ, ରଣଜିତ ମହାନ୍ତ, ଅର୍ଜୁନ ପାତ୍ର, ପ୍ରିୟବତ ଦାସ, ସତ୍ୟଜିତ ସାହୁ, ସୃତିରଞ୍ଜନ ସାହୁ, ଭରତ ଚନ୍ଦ୍ର ପାତ୍ର, ନୀଳମାଧବ ସେଠୀ, ଭକ୍ତିପ୍ରସାଦ ଜେନା, କାର୍ତିକ ଚନ୍ଦ୍ର ସାହୁ, ସଞ୍ଜିବ ଚକ୍ର, ଶରତ ବଳ, ସେହି ଭଳି ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରଶାନ୍ତି ମହାନ୍ତ, ମଧୁସ୍ମିତା ସାହୁ, ନିରୁପମା ମହାନ୍ତ, ଉଷା ମଲ୍ଲିକ, ଜସ୍ମିନ ମିସ୍ର, ସୁଭଦ୍ରା ନାଏକ, ମମିଲତା ମହାରଣା, ସ୍ନେହଲତା ରାଉତ, କନକ ମଞ୍ଜୁରୀ ନାୟକ, ଜୟନ୍ତୀ ମହାରଣା, ଚମ୍ପକଲତା ଜେନା, ଏବଂ ଆଶା, ଅଙ୍ଗନୱାଡି କର୍ମୀ, ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ୧୯୨୮ ଜଣଙ୍କର ରକ୍ତ ପରିକ୍ଷା କରାଯିବା ସହ ମାଗଣା ଓୗଷଧ ବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ୭ଜଣଙ୍କର ମ୍ୟାଲେରିଆ ପଜେଟିଭ୍ ବାହାରିଥିଲା। ଏବଂ ୧୪ ଜଣ ଗର୍ଭବତୀ ମହିଳାଙ୍କ ସହ ୩୨୮ଜଣ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିବାର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
OSCAR-2019
ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡଃ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମଦିନକୁ ପ୍ରତିବର୍ଷ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ । ତାଙ୍କୁ ଭାରତରତ୍ନ, ଅର୍ଡର ଅଫ ମେରିଟ୍, ନାଇଟ୍ ବ୍ୟାଚଲର୍ ସମ୍ମାନରେ ସମ୍ମାନିତ କରାଯାଇଛି । ସେ ହିଁ ଦେଶର ଫିଲୋସଫିକୁ ଦୁନିଆର ମାନଚିତ୍ରରେ ସ୍ଥାନ ଦେଇଥିଲେ । ଆସନ୍ତୁ ଜାଣିବା ତାଙ୍କର ଅମୂଲ୍ୟ ବିଚାର ସମ୍ପର୍କରେ ଯାହା ଅନେକ ପ୍ରେରଣାଦାୟୀ ଅଟେ । ଶିକ୍ଷକ ସିଏ ନୁହେଁ, ଯିଏ ବିଦ୍ୟାକୁ ଜୋରଦବରଦସ୍ତ ପିଲାମାନଙ୍କ ମୁଣ୍ଡରେ ପୁରାଇଥାନ୍ତି, ପ୍ରକୃତ ଶିକ୍ଷକ ହେଉଛି ସିଏ, ଯିଏ ଆସନ୍ତାକାଲିର ବାଧାବିଘ୍ନ ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରିଥାନ୍ତି । ଭାଗବାନଙ୍କ ପୂଜା ହୋଇନଥାଏ ବରଂ ସେହିମାନଙ୍କର ପୂଜା ହୁଏ ଯିଏ ତାଙ୍କ ନାମରେ କହିବାର ଦାବି କରିଥାନ୍ତି । କୌଣସି ସ୍ୱାଧୀନତା ସତ୍ୟ ନୁହେଁ, ଯେତେ ପର୍ଯ୍ୟନ୍ତ ଜଣଙ୍କୁ ବିଚାର କରିବାର ସ୍ୱାଧୀନତା ଦିଆନଯାଇଛି । ଶିକ୍ଷା ଦ୍ୱାରା ହିଁ ମନୁଷ୍ୟ ମସ୍ତିଷ୍କର ସଦୁପଯୋଗ କରାଯାଇପାରିବ । ଶିକ୍ଷାର ପରିଣାମ ଜଣେ ମୁକ୍ତ ରଚନାତ୍ମକ ବ୍ୟକ୍ତି ହେବା ଆବଶ୍ୟକ ଯିଏ ଐତିହାସିକ ପରିସ୍ଥିତି ଏବଂ ପ୍ରାକୃତିକ ଉପାଦାନ ବିରୋଧରେ ଲଢିପାରିବ । ସର୍ବପଲ୍ଲୀ ରାଧାକିଷ୍ଣନଙ୍କ ବିଚାରରେ ଅନେକ ପ୍ରେରଣା ପାଇ ସଫଳତା ହାସଲ କରିଛନ୍ତି । ତାଙ୍କ ବିଚାର ଥିଲା, ବହି ପଢିବା ଦ୍ୱାରା ଆମକୁ ନିରୋଳାରେ ବିଚାର କରିବାର ଅଭ୍ୟାସ ଏବଂ ପ୍ରକୃତ ଖୁସି ମିଳିଥାଏ । ଶିକ୍ଷାର ଅର୍ଥ କେବଳ ସୂଚନା ଦେବା ହୋଇନଥାଏ । ତଥ୍ୟର ନିଜର ମହତ୍ୱ ଅଛି ସତ କିନ୍ତୁ ଲୋକତାନ୍ତ୍ରିକ ଭାବନାର ମଧ୍ୟ ମହତ୍ୱ ଅଛି । କାରଣ ଏହି ଭାବନା ସହ ଛାତ୍ର ଜଣେ ଉତ୍ତରଦାୟୀ ନାଗରିକ ହୋଇଥାଏ । ଯେତେବେଳ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷା ପ୍ରତି ନିଜକୁ ସମର୍ପିତ ଏବଂ ପ୍ରତିବଦ୍ଧ ନହୋଇଛନ୍ତି, ସେତେବେଳ ପର୍ଯ୍ୟନ୍ତ ଶିକ୍ଷାକୁ ମିଶନର ରୂପ ମିଳିପାରିବ ନାହିଁ ।
OSCAR-2019
ଶାରୀରିକ, ମାନସିକ ଏବଂ ଅଧ୍ୟାତ୍ମିକ ଏମିତି ଅନେକ ସ୍ତରରେ ଉପସମ ରହିଛି। ଲୋକେ କେବଳ ଶାରୀରିକ ଉପସମ ଉପରେ ଧ୍ୟାନ ଦେଇ ଅନ୍ୟାନ୍ୟ ଉପସମ ସ୍ତରକୁ ହେୟଜ୍ଞାନ କରି ଥାଆନ୍ତି। ସେଥିପାଇଁ ଲୋକେ ମାନସିକ ଏବଂ ଅଧ୍ୟାତ୍ମିକ ସ୍ତରରେ କ୍ୱଚିତ୍‌ ସନ୍ତୋଷ ଲାଭ କରି ଥାଆନ୍ତି। ତେଣୁ ସାମଗ୍ରିକ ଉପସମ ହାସଲ କରିବାକୁ ସମୁଦ୍ର ଜଳରେ ରହିଛି ଅନେକ ତତ୍ତ୍ୱ। ସମୁଦ୍ର ଜଳରେ ଥିବା ଲୁଣ ଆମ ମଧ୍ୟରୁ ନକାରାତ୍ମକ ଶକ୍ତିକୁ ଧୋଇ ଦିଏ। ପରିସ୍ଥିତି, ପରିବେଶ, ଭାଇଭଉଣୀ, ପତିପତ୍ନୀ, ଉପରିସ୍ଥ ଅଧିକାରୀ ଏବଂ ଅନ୍ୟାନ୍ୟ କେତେକ ଲୋକଙ୍କ ସହ ମଣିଷ ପ୍ରତିକ୍ରିୟାରୁ ନକାରାତ୍ମକ ଶକ୍ତି ଜାତ ହୋଇଥାଏ। କିଛି ଦିନ ଅନ୍ତରରେ ସମୁଦ୍ର ଜଳରେ ସ୍ନାନ କଲେ ଏଭଳି ନକାରାତ୍ମକ ଶକ୍ତି ସବୁ ଧୋଇ ହୋଇ ଯାଇଥାଏ। ସମୁଦ୍ର ଜଳ ଗଚ୍ଛିତ ଥିବା ନକାରାତ୍ମକ ଶକ୍ତିକୁ ଦୂରେଇ ଦେବା ସହ ମଣିଷର ଚେତନାକୁ ଏକ ଭିନ୍ନ ସ୍ତରକୁ ନେଇଯାଏ। ମଣିଷର ଚେତନା ସାଧାରଣ ସ୍ତର ଠାରୁ ଊର୍ଦ୍ଧ୍ୱମୁଖୀ ହେଲେ ତା’ ଠାରେ ସକାରତ୍ମକ ଶକ୍ତି ପ୍ରବେଶ କରେ। ମାନବ ଶରୀରରେ ଥିବା କେତେକ ନିର୍ଦ୍ଦିଷ୍ଟ ଚକ୍ର ସହ ସମୁଦ୍ର ଏବଂ ତା’ର ଗଭୀରତା ସମ୍ପୃକ୍ତ। ସମୁଦ୍ର ଜଣ ମାନବର ଶକ୍ତି କ୍ଷେତ୍ରକୁ ମଧ୍ୟ ଶୋଧନ କରେ। ଏହା ଚେତନାକୁ ଶୁଦ୍ଧ କରୁଥିବାରୁ ଭାବନା ସ୍ପଷ୍ଟ ଓ ସକାରାତ୍ମକ ଏବଂ ଶାନ୍ତ ହୋଇଥାଏ। ଶରୀର ମଧ୍ୟକୁ ଶକ୍ତି ପ୍ରବାହର ସନ୍ତୁଳନ ନ ରହିଲେ ଅଧିକାଂଶ ସ୍ୱାସ୍ଥ୍ୟ ସମସ୍ୟା ଉପୁଜି ଥାଏ। ସମୁଦ୍ର ଜଳ ଶରୀର ଅଭ୍ୟନ୍ତର ସନ୍ତୁଳନକୁ ଫେରାଇ ଆଣିପାରୁ ଥିବାରୁ ଭଲ ନିଦ ହୁଏ ଏବଂ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ।
OSCAR-2019
ଖଣ୍ଡଗିରି: ରାତି ଅଧରେ ୮ ବର୍ଷର ପ୍ରେମିକାକୁ ଘରୁ ବାହାର କରି ମରଣମୁହଁକୁ ଠେଲି ଦେବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ମୃଣ୍ମୟ ରାୟ(୩୫)। ଘର ପଶ୍ଚିମବଙ୍ଗ ଓ ସେ ଏୟାର୍‌ଫିଲ୍ଡ ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଚଳଚ୍ଚିତ୍ର ଏଡିଟିଂ କରୁଥିବା ମୃଣ୍ମୟଙ୍କ ପ୍ରେମିକା ରୋଜା (ଛଦ୍ମନାମ)ଙ୍କୁ ଗୁରୁବାର ରାତି ପ୍ରାୟ ୨ଟାବେଳେ ଖଣ୍ଡଗିରି ଟ୍ରାଫିକ୍‌ ଛକରୁ ଜଣେ ମହିଳା ସମାଜସେବୀ ଉଦ୍ଧାର କରି ଖଣ୍ଡଗିରି ଥାନା ପୁଲିସ ଜିମା ଦେଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୮ ବର୍ଷ କାଳ ପ୍ରେମ ସମ୍ପର୍କ ରଖିବା ପରେ ମୃଣ୍ମୟ ସେହି ରାତିରେ ତାଙ୍କୁ ଘରୁ ଧକ୍କା ଦେଇ ବାହାର କରିଦେଇଥିଲେ। ମୃଣ୍ମୟ ଏବେ ଅନ୍ୟ କିଛି ଯୁବତୀଙ୍କ ସହ ସମ୍ପର୍କ ରଖିଛନ୍ତି। ଏହି ଖବରର ସତ୍ୟତା ଜାଣିବା ପାଇଁ ଗୁରୁବାର ରାତିରେ ସେ ତାଙ୍କ ଘରକୁ ଯାଇଥିଲେ। ସତକୁ ସତ ସେ ମୃଣ୍ମୟଙ୍କ ସହ ଅନ୍ୟ ଜଣେ ଯୁବତୀଙ୍କୁ ଦେଖିଥିଲେ। ଫଳରେ ସେଠାରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ମୃଣ୍ମୟ ତାଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲେ। ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ତୁରନ୍ତ ମୃଣ୍ମୟଙ୍କ ଘରେ ଚଢ଼ଉ କରି ତାଙ୍କୁ ଥାନାକୁ ଧରି ଆଣିଥିଲା। ସ୍କୁଲ ଜୀବନରୁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା ବୋଲି ସେ ମାନିଥିଲେ ଓ ୨୦୧୧ ମସିହାରୁ ପ୍ରାୟ ଏକାଠି ରହୁଥିବା ସ୍ୱୀକାର କରିଥିଲେ। ରୋଜା ବିବାହ କରିବାକୁ କହୁଥିଲେ ବି ଭିନ୍ନ ଧର୍ମ ଯୋଗୁଁ ଏହା ସମ୍ଭବ ନୁହେଁ ବୋଲି ସେ ରୋକ୍‌ଠୋକ୍‌ ମନା କରି ଆସୁଥିଲେ। ତେଣୁ ପ୍ରତିଶୋଧ ପରାୟଣ ହୋଇ ରୋଜା ଏଭଳି ଏକ ମିଛ ନାଟକ ରଚନା କରିଥିବା ନେଇ ସେ ପାଲଟା ଅଭିଯୋଗ କରିଥିଲେ। ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ: ଲୋକପାଳ ନିଯୁକ୍ତିରେ ବିଳମ୍ବ କାହିଁକି ହେଉଛି ? କେତେଦିନ ମଧ୍ୟରେ ଲୋକପାଳ ନିଯୁକ୍ତ ହେବେ ? | Sambad ନୂଆଦିଲ୍ଲୀ: ଲୋକପାଳ ନିଯୁକ୍ତିରେ ଅହେତୁକ ବିଳମ୍ବ ହେଉଥିବାରୁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଲୋକପାଳ ନିଯୁକ୍ତିରେ ଏଭଳି ବିଳମ୍ବ କାହିଁକି ହେଉଛି ଏବଂ କେତେଦିନ ମଧ୍ୟରେ ଲୋକପାଳ ନିଯୁକ୍ତି ହେବେ ସେ ସଂପର୍କରେ ୧୦ ଦିନ ମଧ୍ୟରେ ଜବାବ ରଖିବାକୁ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ରଂଜନ ଗୋଗଇ ଏବଂ ବିଚାରପତି ଆର୍‌. ଭାନୁମତିଙ୍କ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି ଯେ ଲୋକପାଳ ନିଯୁକ୍ତି ନେଇ ସରକାର କି କି ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ କରିବାକୁ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ଲୋକପାଳ ନିଯୁକ୍ତି ସଂପର୍କରେ ସରକାରଙ୍କ ଦେଇଥିବା ନିର୍ଦ୍ଦେଶନାମା କୋର୍ଟରେ ଉପସ୍ଥାପନ କରିଛନ୍ତି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖ ଦିନ ହେବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି। ୨୭ ଏପ୍ରିଲ ୨୦୧୭ରେ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଲୋକପାଳ ନିଯୁକ୍ତି କରାଯାଇ ନାହିଁ। ସୁପ୍ରିମ୍‌ କୋର୍ଟ ଗତବର୍ଷ ତାଙ୍କ ରାୟରେ କହିଥିଲେ ଯେ ଲୋକପାଳ ଆଇନ ନିଲମ୍ବିତ ରଖିବା ନ୍ୟାୟସଂଗତ ନୁହେଁ। ଖଣ୍ଡଗିରି: ରବିବାର ଭୋର୍‌ ପ୍ରାୟ ୪ଟାବେଳେ ହୋଇଥିବା କାଳବୈଶାଖୀ ପବନ ଓ ବଜ୍ରପାତରେ ତମାଣ୍ଡୋ ଥାନା ନାରଗୋଦା ଗାଁରେ ୬ ବଖରା ଘର ଭସ୍ମୀଭୂତ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପାଉଁଶ ହୋଇଯାଇଛିି। ଫଳରେ ଅଗ୍ନିକାଣ୍ଡରେ କ୍ଷିତଗ୍ରସ୍ତ ହୋଇଥିବା ସନ୍ତୋଷ କୁମାର ଚମ୍ପତ୍ତି ଓ ନବା କରଣ ଏବେ ବାସହରା ହେବା ସହ ସର୍ବସ୍ୱ ହରାଇଛନ୍ତି। ଗତକାଲି ଭୋର୍‌ ପ୍ରାୟ ୪ଟାବେଳେ ହଠାତ୍‌ କାଳବୈଶାଖୀ ବର୍ଷା ମାଡ଼ି ଆସିଥିଲା। ବର୍ଷା ହେବା ପୂର୍ବରୁ ପ୍ରବଳ ଘଡ଼ଘଡ଼ି ମାରିଥିଲା ଓ ବଜ୍ରପାତ ହୋଇଥିଲା। ନାରଗୋଦା ଗାଁର ସନ୍ତୋଷଙ୍କ ଘର ଉପରେ ବଜ୍ରପାତ ହେବାରୁ ନିଅାଁ ଲାଗି ଯାଇଥିଲା। ବର୍ଷା ପବନ ଓ ଘଡ଼ଘଡ଼ି ଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଥିବାବେଳେ ନିଅାଁ ଲାଗିଥିବା କଥା କେହି ଜାଣିପାରି ନଥିଲେ। ତେବେ ସନ୍ତୋଷଙ୍କ ପରିବାର ଲୋକଙ୍କ ପାଟି ଶୁଣି ଗାଁ ଲୋକେ ଏକାଠି ହେଲାବେଳକୁ ନିଅାଁ ତାଙ୍କର ୪ ବଖରାଘରକୁ ପୂରା ବ୍ୟାପୀ ସାରିଥିଲା। ପରେ ସନ୍ତୋଷଙ୍କ ପଡ଼ୋଶୀ ନବା କରଣଙ୍କ ଘରକୁ ବି ନିଅାଁ ଡେଇଁଥିଲା। ଗ୍ରାମବାସୀମାନେ ନିଅାଁକୁ ଆୟତ୍ତ କରିବାକୁ ବହୁ ଉଦ୍ୟମ କରିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଲୋକେ ପ୍ରାୟ ୮୦ ଭାଗ ନିଅାଁ ଲିଭାଇ ସାରିଥିଲେ। ତେବେ ନବା କରଣଙ୍କ ଘର ଚାଳ ଛପର ତଳେ ଆଟୁ ଥିବାରୁ ଅଧିକ କିଛି କ୍ଷତି ହୋଇ ନଥିଲା। ମାତ୍ର ସନ୍ତୋଷଙ୍କ ଖାଲି ଚାଳ ଘର ଯୋଗୁଁ ଭିତରେ ଟିଭି, ଫ୍ରିଜ୍‌ ଠାରୁ ଆରମ୍ଭ କରି ସମସ୍ତ ଆସବାବପତ୍ର, ଲୁଗାପଟା ଓ ଧାନଚାଉଳ ପୋଡ଼ି ପାଉଁଶ ହୋଇ ଯାଇଥିଲା। ସେହିଭଳି ବଜ୍ରପାତ ଯୋଗୁଁ ଗାଁର ବହୁ ଲୋକଙ୍କ ଘରେ ବିଦ୍ୟୁତ୍‌ ଉପକରଣ ସବୁ ନଷ୍ଟ ହୋଇଯାଇଛି। ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ସପ୍ତାହ ବାକି ଥିବା ବେଳେ ପ୍ରଚାର ଅଭିଯାନ ଜୋର ଧରିଛି। ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ନେତାମାନେ ଆତଙ୍କିତ ହୋଇପଡ଼ିଛନ୍ତି। ବିଭିନ୍ନ ଦଳ ସେମାନଙ୍କ ନିର୍ବାଚନ ରଣନୀତି ବଦଳାଇବାରେ ଲାଗି ପଡ଼ିଛନ୍ତିି। କେଉଁଠି ଭୋଟରଙ୍କୁ ଧମକ ଦିଆଯାଉଛି ତ କେଉଁଠି ସେମାନଙ୍କୁ ପ୍ରଲୋଭିତ କରିବା ପାଇଁ ବ୍ୟାପକ ଉଦ୍ୟମ ମଧ୍ୟ ଚାଲିଛି। ଏହାକୁ ରୋକିବା ଲାଗି ନିର୍ବାଚନ କମିସନ ତୀକ୍ଷ୍ଣ ନଜର ରଖିଛନ୍ତି। ରାଜ୍ୟସାରା ନିର୍ବାଚନ କମିସନ, ଆୟକର ବିଭାଗ ଏବଂ ପୁଲିସ ବାହିନୀର ସ୍ୱତନ୍ତ୍ର ସ୍କାଡ୍‌ ପଇଁତରା ମାରୁଛନ୍ତି। କମିସନ ଏବଂ ଆୟକର ବିଭାଗର ସ୍ୱତନ୍ତ୍ର ସ୍କ୍ଵାଡ୍‌ ବିଭିନ୍ନ ସ୍ଥାନରେ ଯାଞ୍ଚ କରିବା ସମୟରେ ୧୫୦ କୋଟି ଟଙ୍କା ନଗଦ, ସୁନା, ଶାଢ଼ି ଓ ମଦ ଆଦି ଜବତ କରିଛନ୍ତି। ଟଙ୍କା ଓ ମଦର ସୁଅ ନିର୍ବାଚନର ସ୍ୱାଭାବିକ ପ୍ରକ୍ରିୟାକୁ ବଦଳାଇ ଦେବା ସହ ଗଣତାନ୍ତ୍ରିକ ଲକ୍ଷ୍ୟକୁ ଭଣ୍ଡୁର କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଜବତ ସାମଗ୍ରୀ ମଧ୍ୟରେ ପ୍ରାୟ ୬୮ କୋଟି ନଗଦ ଟଙ୍କା, ୨୩.୩୬ କୋଟି ଟଙ୍କାର ମଦ ଏବଂ ୪୩.୧୭ କୋଟିର ସୁନା ଗହଣା ଜବତ ହୋଇଛି। ଏହାସହ ପ୍ରେସର କୁକର୍‌, ଶାଢ଼ି, ସିଲେଇ ମେସିନ, ଲାପଟପ, ଗାଡି ଓ ବିପୁଳ ଗୁଟଖା ମଧ୍ୟ ଜବତ ହୋଇଛି। ଭୋଟର୍‌ଙ୍କୁ ପ୍ରଲୋଭିତ କରିବା ପାଇଁ ଏସବୁ ସାମଗ୍ରୀ ଉଦ୍ଦିଷ୍ଟ ଥିଲା ବୋଲି ନିର୍ବାଚନ କମିସନ କହିଛନ୍ତି। ଭିନ୍ନ ଭିନ୍ନ ଅଂଚଳରେ ଏ ବାବଦରେ ତଦନ୍ତ ଜାରି ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ ମୋଟ ୧୫୨ କୋଟି ୭୮ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଥିଲା, କିନ୍ତୁ ଯାଞ୍ଚ ପରେ ୩୩ କୋଟି ଟଙ୍କାର ସାମଗ୍ରୀ ଫେରସ୍ତ କରାଯାଇଛି। କର୍ଣ୍ଣାଟକରେ ୨୨୪ଟି ବିଧାନସଭା ଆସନ ପାଇଁ ଆସନ୍ତା ୧୨ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ ଏବଂ ୧୫ ତାରିଖରେ ଫଳାଫଳ ଘୋଷଣା ହେବ। ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ୍‌ ୟେଦୁରପ୍ପା ବିବାଦୀୟ ବୟାନ ଦେଇ ଆଲୋଡ଼ନ ସୃଷ୍ଟି କରିଛନ୍ତି। କର୍ଣ୍ଣାଟକର ବେଲଗାବିରେ ଏକ ନିର୍ବାଚନୀ ସଭାରେ ଉଦ୍‌୍‌ବୋଧନ ଦେଇ ସେ କହିଥିଲେ- ବିଜେପି କର୍ମୀ ଏବେ ଆରାମରେ ବସିବା ଉଚିତ ନୁହେଁ। ଯଦି କୌଣସି ବ୍ୟକ୍ତି ଭୋଟ୍‌ ଦେବାକୁ ଯାଉନାହିଁ, ତା’ହେଲେ ସେହି ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କ ହାତଗୋଡ଼ ବାନ୍ଧି ବିଜେପି ପ୍ରାର୍ଥୀ ସପକ୍ଷରେ ଭୋଟ ଦେବାକୁ ନେଇଯାଅ। ୟେଦୁରପ୍ପାଙ୍କ ଏହି ବୟାନକୁ ନେଇ କର୍ଣ୍ଣାଟକ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟର ଭୋଟର୍‌ଙ୍କୁ ୟେଦୁରପ୍ପା ସିଧାସଳଖ ଧମକାଇଥିବାରୁ ତାଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ନିର୍ବାଚନ କମିସନଙ୍କଠାରେ ଦାବି କରିଛି। ୟେଦୁରପ୍ପାଙ୍କ ଏହି ବୟାନ ଭୋଟରଙ୍କୁ ସିଧାସଳଖ ଧମକ ହୋଇଥିବାରୁ ଏହା ଗଣତନ୍ତ୍ର ପ୍ରତି ଏକ ବଡ଼ ଧକ୍କା ବୋଲି କଂଗ୍ରେସ ପ୍ରବକ୍ତା ପ୍ରିୟଙ୍ଗା ଚତୁର୍ବେଦି କହିଛନ୍ତି। ୟେଦୁରପ୍ପା ବିଜେପିର ପରାଜୟ ଆଶଙ୍କାରେ ଏଭଳି ବୟାନ ଦେଇଥିବା ସେ କହିଛନ୍ତି। କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଲୋକତନ୍ତ୍ରର ବିରୁଦ୍ଧାଚରଣ କରୁଥିବା ଏଭଳି ବୟାନ ପାଇଁ ବିଜେପିକୁ ଜନସାଧାରଣ ଉଚିତ ଶାସ୍ତି ଦେବେ। ୟେଦୁରପ୍ପାଙ୍କ ବୟାନ ଦଳକୁ ଅଡ଼ୁଆରେ ପକାଇଥିବା ବେଳେ ଏ ବାବଦରେ ରାଜ୍ୟର ବରିଷ୍ଠ ନେତାମାନେ ମୁହଁ ଖୋଲୁନାହାନ୍ତି।
OSCAR-2019
ଦୀର୍ଘଦିନ ହେଲା ଏକାଠି ଦେଖିବାକୁ ମିଳୁନାହିଁ ବଲିଉଡ କିଙ୍ଗଖାନ୍ ଓ ବେବୋଙ୍କ ଯୋଡି । ଆପଣ କେବେ ଚିନ୍ତା କରିଛନ୍ତି କି, ଏହି ପପୁଲାର ଯୋଡି କାହିଁକି ଏକାଠି ନଜର ଆସୁନାହାଁନ୍ତି ? ଉଭୟଙ୍କ ମଧ୍ୟରେ ସେଭଳି କଣ ଘଟିଥିଲା କି ଯେଉଁଥିପାଇଁ ସେମାନେ ପରସ୍ପରଙ୍କ ସହ କଥାବାର୍ତ୍ତା ସଂପୂର୍ଣ୍ଣ ବନ୍ଦ କରିଦେବା ସହିତ ଏକାଠି ସିନେମା କରିବାକୁ ମଧ୍ୟ ମନା କରିଦେଇଥିଲେ । ତେବେ ଉଭୟଙ୍କ ଝଗଡା କାହାଣୀ ଏବେ ସାମ୍ନାକୁ ଆସିଛି । ସୂଚନା ମୁତାବକ, ନିକଟରେ କିଙ୍ଗଖାନଙ୍କ ପତ୍ନୀ ଗୌରୀ ଖାନ୍ ମୁମ୍ବାଇରେ ନିଜର ଏକ ନୁଆ ସୋରୁମ୍ ଖୋଲିଛନ୍ତି । ଯାହାର ଉଦଘାଟନୀ ଉତ୍ସବ କିଛି ଦିନ ପୂର୍ବରୁ ହୋଇଛି । ଗୌରୀ କରିନାଙ୍କୁ ଏହି ଉଦଘାଟନୀ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ । ମାତ୍ର କରିନା ଏହି ଉତ୍ସବରେ ଯୋଗ ଦେଇନଥିଲେ । ଯେବେକି କରିନାଙ୍କ ଭଉଣୀ ତଥା କରସ୍ମା କପୂର ତାଙ୍କର ବନ୍ଧୁ ଅମୃତା ଆରୋଡାଙ୍କ ସହିତ ଗୌରୀଙ୍କ ଏହି ଉଦଘାଟନୀ ଉତ୍ସବରେ ନଜର ଆସିଥିଲେ । ତେବେ କରିନା ଏହି ଉତ୍ସବରେ ସାମିଲ ନହେବାର ଏକମାତ୍ର କାରଣ ଥିଲା କିଙ୍ଗଖାନ । କରିନା ଏବଂ ଶାହରୁଖଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ସିନେମା ‘ରାୱନ’ର ସୁଟିଂ ସମୟରେ ହିଁ ହୋଇଥିଲା । ସେହି ସମୟରେ କରିନା ନିଜ ବୟଫ୍ରେଣ୍ଡ ସୈଫଙ୍କ ସିନେମା ‘ଏଜେଂଟ୍ ବିନୋଦ’ର ମଧ୍ୟ ସୁଟିଂ କରୁଥିଲେ ଆଉ ଯେଉଁଥି ପାଇଁ କରିନା ‘ରାୱନ’ ପରିବର୍ତ୍ତେ ସୈଫଙ୍କ ସିନେମା ‘ଏଜେଂଟ ବିନୋଦ’କୁ ଅଧିକ ଗୁରୁତ୍ୱ ଦେଇଥିଲେ । ଶାହରୁଖଙ୍କ ପାଇଁ ଏହି ସିନେମାଟି ଏକ ଡ୍ରିମ ପ୍ରୋଜେକ୍ଟ ରହିଥିଲା ଏବଂ କରିନାଙ୍କର ଏଭଳି ବ୍ୟବହାର ପାଇଁ ଶାହରୁଖ୍ ଖୁବ୍ ରାଗି ଯାଇଥିଲେ । ଏପରିକି ଶାହରୁଖ୍ କରିନାଙ୍କ ସହିତ କେବେ କାମ କରିପାରିବେ ନାହିଁ ବୋଲି କରିନାଙ୍କ ମୁହଁରେ କହିପକାଇଥିଲେ । ଯାହା କରିନାଙ୍କ ମନକୁ ଖୁବ୍ କଷ୍ଟ ଦେଇଥିଲା । ତେବେ ଏବେବି ଉଭୟଙ୍କ ରାଗରୁଷା ସତେଜ ରହିଛି । ଯେଉଁ କାରଣରୁ କରିନା ଗୌରୀଙ୍କ ସୋରୁମର ଉଦଘାଟନୀ ସମାରୋହରେ ସାମିଲ ହୋଇନଥିଲୋ । ସେ ଯାହା ହେଉନା କାହିଁକି ଏବେ ଖାଲି ଦେଖିବାକୁ ବାକି ରହିଛି କି, ଦୁହିଁଙ୍କ ମଧ୍ୟରେ ଲାଗିଥିବା ଏହି କ୍ରୋଧର ନିଆଁ ଆଉ କେତେଦିନ ଯାଏଁ ଜଳୁଛି ।
OSCAR-2019
ମସ୍କୋ : ବିଶ୍ୱକପର ଗ୍ରୁପ ଏଫ ମ୍ୟାଚରେ କଲମ୍ବିଆ ସେନେଗାଲକୁ ୧-୦ ଗୋଲରେ ପରାସ୍ତ କରି ନିଜର ଗ୍ରୁପର ପ୍ରଥମ ସ୍ଥାନରେ ରହି ନକଆଉଟ ପର୍ଯ୍ୟାୟକୁ ଯାଇଛି । କଲମ୍ବିଆ ପକ୍ଷରୁ ମିନା ମ୍ୟାଚର ଏକମାତ୍ର ଗୋଲ କରିଥିଲେ । ଏହି ଗ୍ରୁପର ଆଉ ଏକ ମ୍ୟାଚରେ ଜାପାନ ପୋଲାଣ୍ଡଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିଲେ ମଧ୍ୟ କ୍ୱାଲିଫାଇ କରିଯାଇଛି । ପୋଲାଣ୍ଡ ତରଫରୁ ବେଡନାରେକ ଗୋଲ କରିଥିଲେ । ତେବେ ପୋଲାଣ୍ଡ ପୂର୍ବରୁ ହିଁ ବିଶ୍ୱକପରୁ ବାଦ ପଡିସାରିଛି । ଗ୍ରୁପ-ଏଫରେ କଲମ୍ବିଆ ପ୍ରଥମ ସ୍ଥାନରେ ଥିବାବେଳେ ଜାପାନ ୨ୟ ସ୍ଥାନରେ ରହିଛି । ଫେୟାର ପ୍ଲେ ନିୟମ ଅନୁସାରେ ସେନେଗାଲ ଜାପାନ ତଳେ ରହିଛି ।
OSCAR-2019
ପୁରୀ : ସାଢ଼େ ୩ ବର୍ଷ ପୂର୍ବେ ଶ୍ରୀଜିଉଙ୍କର ବ୍ରହ୍ମ ପରିବର୍ତ୍ତନ କରାଯାଇଥିଲା । ସାରା ବିଶ୍ୱ ଜଗତର ନାଥ ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନର ମୂକସାକ୍ଷୀ ହେବାକୁ ବ୍ୟଗ୍ର ଥିଲେ। ହେଲେ ବ୍ରହ୍ମ... ନୂଆଦିଲ୍ଲୀ : ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟକୁ ଆରମ୍ଭ କରିଥିବା ବିନ୍ନି ବଂଶଲ ଏବେ ଏହି କମ୍ପାନୀର ଅଂଶ ହୋଇ ନାହାନ୍ତି । ଦୁର୍ବ୍ୟବହାର ଅଭିଯୋଗ ପରେ ମଙ୍ଗଳବାର ସେ ନିଜ... ମୁମ୍ବାଇ : ବଲିଉଡର ଦବଙ୍ଗଷ୍ଟାର ସଲମାନ ଖାନ ତାଙ୍କ ଭାଣିଜି ଏଲିଜା ଅଗ୍ନିହୋତ୍ରୀଙ୍କୁ ଲଂଚ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସଲମାନ ବହୁ ଅଭିନେତ୍ରୀ ଅଭିନତାଙ୍କ ବଲିଉଡରେ ଏଂଟ୍ରି କରାଇଛନ୍ତି । ... ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଜଣେ ପ୍ରଶଂସକଙ୍କୁ ଦେଶ ଛାଡି ଚାଲି ଯିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଘଟଣାକୁ ନେଇ... ନୂଆଦିଲ୍ଲୀ : ପୁରୁଷଙ୍କ ପରେ ଦମ ଦେଖାଇଲେ ଭାରତୀୟ ମହିଳା କ୍ରିକେଟ ଟିମ୍ । ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଆଇସିସି ମହିଳା ବିଶ୍ୱ ଟି-୨୦ରେ ପୁଣି ଥରେ ଚମକିଲା ଟିମ୍ ଇଣ୍ଡିଆ । ଲିଗ୍... ନୂଆଦିଲ୍ଲୀ : ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ପଡ଼ିଆରେ ଘଟିଛି ଏକ ଅଭାବନୀୟ ଘଟଣା । ମ୍ୟାଚ୍ ସମୟରେ... ଭୁବନେଶ୍ଵର : ବେଙ୍ଗାଲୁରୁରେ ଆରମ୍ଭ ହେବାକୁ ଥିବା ମହିଳା ଜାତୀୟ ହକି କ୍ୟାମ୍ପ ପାଇଁ ହକି ଇଣ୍ଡିଆ ପକ୍ଷରୁ ନାମ ଘୋଷଣା ହୋଇଛି । ଏହି ତାଲିକାରେ ୩୩ ଜଣ ଖେଳାଳୀଙ୍କୁ ନିଆଯାଇଥିବା... ନୂଆଦିଲ୍ଲୀ : ଆଗ୍ରାରେ ଜଣେ ମାଆ ତାଙ୍କ କଅଁଳା ଶିଶୁକୁ ସ୍ତନ୍ୟପାନ କରାଉଥିବା ବେଳେ ମାଙ୍କଡ଼ ଝାମ୍ପି ନେଇ ଶିଶୁଟିକୁ ମାରି ଦେଇଥିବା ଜଣାପଡିଛି । ଏହି ଘଟଣା ଆଗ୍ରାସ୍ଥିତ ରୁଣକେତ ଅଞ୍ଚଳର...
OSCAR-2019
ନୂଆଦିଲ୍ଲୀ : ପୋଲାଭରମ ବହୁମୁଖୀ ପ୍ରକଳ୍ପ ମାମଲାରେ ବିଭିନ୍ନ ଆଇନଗତ ଦିଗକୁ ତର୍ଜମା କରିବା ପାଇଁ ଓଡ଼ିଶା ଓ ତେଲେଙ୍ଗାନା ପକ୍ଷରୁ ସୁପ୍ରିମକୋର୍ଟରେ ମୁଖ୍ୟ ପ୍ରସଙ୍ଗଗୁଡ଼ିକର ତାଲିକା ଦାଖଲ କରାଯାଇଛି। ଏହି ମାମଲା ସମ୍ପର୍କୀତ ମୁଖ୍ୟ ପ୍ରସଙ୍ଗଗୁଡ଼ିକର ତାଲିକା ଦାଖଲ କରିବା ପାଇଁ ପକ୍ଷଭୁକ୍ତ ୬ ରାଜ୍ୟଙ୍କୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଙ୍ଗଗୁଡ଼ିକ ଆଧାରରେ ସୁପ୍ରିମକୋର୍ଟ ପରବର୍ତ୍ତୀ ପଦକ୍ଷେପ ନେବେ। ଓଡ଼ିଶା ସରକାର ମୋଟ ୧୨ଟି ପ୍ରସଙ୍ଗର ସୂଚୀ ପ୍ରସ୍ତୁତ କରି ଖଣ୍ଡପୀଠଙ୍କୁ ହସ୍ତଗତ କରିଛନ୍ତି। ଗୋଦାବରୀ ଟ୍ରିବ୍ୟୁନାଲ ସର୍ତ୍ତ ମୁତାବକ ପୋଲାଭରମ ପ୍ରକଳ୍ପ ପୂର୍ବରୁ ଇନ୍‌ଚମ୍‌ପଲ୍ଲୀ ପ୍ରକଳ୍ପକୁ କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ, ବନ୍ୟାଜଳ ନିଷ୍କାସନ କ୍ଷମତାକୁ ବୃଦ୍ଧି କରାଯିବା, ଓଡ଼ିଶାରେ ପ୍ରକଳ୍ପ ଯୋଗୁଁ ବ୍ୟାକ ଓ୍ଵାଟରର ପ୍ରଭାବ କ’ଣ ରହିବ, ବନ୍ୟାଜଳ ନିଷ୍କାସନ କ୍ଷମତା ବୃଦ୍ଧି ପୂର୍ବରୁ ଓଡ଼ିଶା ସରକାରଙ୍କ ଦ୍ୱାରା ବିଚାରବିମର୍ଶ କାହିଁକି କରାଯାଇ ନାହିଁ, ମାଲକାନଗିରିର ମୋଟୁ ଓ କୋଣ୍ଠା ଅଞ୍ଚଳରେ ବ୍ୟାକ ଓ୍ଵାଟର ପ୍ରଭାବର ଅଧ୍ୟୟନ କରାଯାଇଛି ନା ନାହିଁ, ବନ୍ୟାଜଳ ନିଷ୍କାସନ କ୍ଷମତା ବୃଦ୍ଧି ପାଇଁ ବୈଷୟିକ ମଞ୍ଜୁରି ନିଆଯାଇଛି ନା ନାହିଁ, ୧୯୭୮ର ବିସ୍ତତ ରିପୋର୍ଟ ପ୍ରକଳ୍ପ ରିପୋର୍ଟ ମୁତାବକ ଆଡିବନ୍ଧ ନିର୍ମାଣର ପ୍ରସ୍ତାବ ରହିଛି ନା ନାହିଁ ବୋଲି ଓଡ଼ିଶା ସରକାର ତାଙ୍କ ପ୍ରସଙ୍ଗ ସୂଚୀରେ ଉଲ୍ଳେଖ କରିଛନ୍ତି। ଅପରପକ୍ଷେ ତେଲେଙ୍ଗାନା ସରକାର ୫ଟି ପ୍ରମୁଖ ପ୍ରସଙ୍ଗକୁ ତାଙ୍କ ସୂଚୀରେ ସାମିଲ କରିଛନ୍ତି। ଛତିଶଗଡ଼ ସରକାର ମଧ୍ୟ ଖୁବ ଶୀଘ୍ର ଏ ସଂକ୍ରାନ୍ତ ପ୍ରସଙ୍ଗ ସୂଚୀ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିବେ ବୋଲି ତାଙ୍କ ଆଇନଜୀବୀ ଅତୁଲ ଝା କହିଛନ୍ତି। ଭୁବନେଶ୍ୱର: ରାଜ୍ୟରେ ମାଗଣା ୧୦୮ ଆମ୍ବୁଲାନ୍‌ସ ସେବାକୁ ୫ବର୍ଷ ପୂରିଛି। ୨୦୧୩ ମସିହା ମାର୍ଚ ୫ତାରିଖରେ ରାଜ୍ୟରେ ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ଭିତରେ ୧୮ଲକ୍ଷରୁ ଅଧିକ ଲୋକ ଏହାର ସୁବିଧା ପାଇଛନ୍ତି। ଏହାସହ ଗର୍ଭବତୀ ମହିଳାଙ୍କ ପାଇଁ ଚାଲୁଥିବା ୧୦୨ରେ ୧୦୮ ଆମ୍ବୁଲାନ୍‌ସଠାରୁ ଅଧିକ ମହିଳା ଓ ଶିଶୁ ସେବା ପାଇସାରିଲେଣି। ଏସବୁ ସତ୍ୱେ ବିବାଦ ୧୦୮ ଆମ୍ବୁଲାନ୍‌ସର ପିଛା ଛାଡ଼ୁନି। ଆମ୍ବୁଲାନ୍‌ସ କର୍ମଚାରୀ ରୋଗୀଙ୍କୁ ଟଙ୍କା ମାଗିବା ଅଭିଯୋଗଠାରୁ ଆରମ୍ଭ କରି କଣ୍ଟ୍ରୋଲ ସେଣ୍ଟର୍‌କୁ ହୋକ୍ସ କଲ୍‌ ଆସିବା ଏବେ ବି ଜାରି ରହିଛି। ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୪୪୪ଟି ୧୦୮ ଆମ୍ବୁଲାନ୍‌ସ କାର୍ଯ୍ୟ କରୁଛି। ପୂର୍ବରୁ ରାଜ୍ୟରେ ୪୨୦ଟି ଆମ୍ବୁଲାନ୍‌ସ ଚାଲୁଥିବା ବେଳେ ଗତବର୍ଷ ଡିସେମ୍ବରରେ ୨୪ଟି ନୂଆ ଆମ୍ବୁଲାନ୍‌ସ ସାମିଲ ହୋଇଥିଲା। ଆଗାମୀ ଦିନରେ ଆହୁରି ଅଧିକ ଆମ୍ବୁଲାନ୍‌ସ ଏଥିରେ ସାମିଲ ହେବ। ଏବେ କାର୍ଯ୍ୟ କରୁଥିବା ଆମ୍ବୁଲାନ୍‌ସ ମଧ୍ୟରୁ ୩୮୮ଟି ବିଏଲ୍‌ସ ଆମ୍ବୁଲାନ୍‌ସ ହୋଇଥିବା ବେଳେ ୫୬ଟି ଅତ୍ୟାଧୁନିକ ଏଏଲ୍‌ଏସ୍‌ ଆମ୍ବୁଲାନ୍‌ସ ରହିଛି। ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୫ଟି ୧୦୮ ଆମ୍ବୁଲାନ୍‌ସ ଚାଲୁଛି। ଏହା ପଛକୁ ବାଲେଶ୍ୱରରେ ୨୭, ସୁନ୍ଦରଗଡ଼ ଓ କଟକରେ ୨୬, ମୟୂରଭଞ୍ଜରେ ୨୫, ଖୋର୍ଧାରେ ୨୩ ଓ ପୁରୀ ଜିଲ୍ଲାରେ ୨୦ଟି ଆମ୍ବୁଲାନ୍‌ସ ରହିଛି। ଦେବଗଡ଼ ଜିଲ୍ଲାରେ ସବୁଠାରୁ କମ୍‌ ୩ଟି ଆମ୍ବୁଲାନ୍‌ସ ଚାଲୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ୪ଟି, ଗଜପତି, ଝାରସୁଗୁଡ଼ା, ମାଲକାନାଗରି ଓ ନୂଆପଡ଼ା ଜିଲ୍ଲାରେ ୬ଟି ଲେଖାଏଁ ଆମ୍ବୁଲାନ୍‌ସ ରହିଛି। ୨୦୧୩ ମାର୍ଚ ୫ତାରିଖରୁ ଚଳିତବର୍ଷ ଜୁଲାଇ ୨ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧୮ଲକ୍ଷ ୩୫ହଜାର ୯୩୪ଜଣ ୧୦୮ ଆମ୍ବୁଲାନ୍‌ସ ସେବା ପାଇଛନ୍ତି। ସେହିପରି ୨୦୧୪ ଜୁଲାଇ ୧୨ତାରିଖରୁ ଚଳିତବର୍ଷ ଜୁଲାଇ ୧ତାରିଖ ପର୍ଯ୍ୟନ୍ତ ୧୮ଲକ୍ଷ ୫୨ହଜାର ୩୦୯ଜଣ ଗର୍ଭବତୀ ମହିଳା ଓ ଶିଶୁ ୧୦୨ ଆମ୍ବୁଲାନ୍‌ସର ସେବା ପାଇ ପାରିଛନ୍ତି। ଅପରପକ୍ଷରେ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ୧୦୮ ଆମ୍ବୁଲାନ୍‌ସରେ ଗର୍ଭବତୀ ମହିଳାଙ୍କୁ ସେବା ଦିଆଯାଇଥିବା କର୍ତୃପକ୍ଷ କହିଛନ୍ତି। ସେବା ଆରମ୍ଭରୁ ଚଳିତବର୍ଷ ମେ’ମାସ ପର୍ଯ୍ୟନ୍ତ ୧୦୮ ଆମ୍ବୁଲାନ୍‌ସରେ ୨ଲକ୍ଷ ୮୩ହଜାର ୨୭୪ଜଣ ଗର୍ଭବତୀ ମହିଳା ଏହି ସେବାରେ ଉପକୃତ ହୋଇଛନ୍ତି। ରାଜ୍ୟରେ ଜରୁରୀକାଳୀନ ସେବା ଯୋଗାଇବା ସତ୍ୱେ ୧୦୮ ଆମ୍ବୁଲାନ୍‌ସର ବିବାଦ ପିଛା ଛାଡ଼ୁନାହିଁ। ବିଶେଷକରି ଘଟଣାସ୍ଥଳରେ ଆମ୍ବୁଲାନ୍‌ସ ପହଞ୍ଚିବାକୁ ନେଇ ଅନେକ ଅସନ୍ତୁଷ୍ଟ ଥିବା ଅଭିଯୋଗ ହେଉଛି। ୧୦୮ ଆମ୍ବୁଲାନ୍‌ସ କୌଣସି ସ୍ଥାନରେ ପହଞ୍ଚିବାକୁ ନେଇ ସମୟ ଧାର୍ଯ୍ୟ କରାଯାଇଛି। ସହରାଞ୍ଚଳରେ ୨୦ମିନିଟ୍‌, ଅର୍ଧ ସହରାଞ୍ଚଳରେ ୨୫ମିନିଟ୍‌ ଓ ଗ୍ରାମାଞ୍ଚଳରେ ୩୫ମିନିଟ୍‌ ଧାର୍ଯ୍ୟ କରାଯାଇଛି। ଏହା ସତ୍ୱେ ୧୦୮ ଆମ୍ବୁଲାନ୍‌ସ ଧାର୍ଯ୍ୟ ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚୁ ନ ଥିବା ଅଭିଯୋଗ ଜାରି ରହିଛି। ସହରାଞ୍ଚଳକୁ ବାଦ୍‌ ଦେଲେ ଆଦିବାସୀ ଅଞ୍ଚଳରେ ୧୦୮ ଆମ୍ବୁଲାନ୍‌ସକୁ ନେଇ ମଧ୍ୟ ସମାନ ଅଭିଯୋଗ ହେଉଛି। ମାତ୍ର ଆମ୍ବୁଲାନ୍‌ସ କର୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। କର୍ତୃପକ୍ଷଙ୍କ କହିବାନୁଯାୟୀ, ଗ୍ରାମାଞ୍ଚଳରେ ମୋବାଇଲ ନେଟଓ୍ଵର୍କ ଠିକ୍‌ରେ ଆସୁ ନ ଥିବାରୁ ସେବା ପାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପୋଜିସନ୍‌ ବା ସ୍ଥିତି ଜଣା ପଡ଼ୁନାହିଁ। ଯାହାଫଳରେ କେତେବେଳେ ଆମ୍ବୁଲାନ୍‌ସ ପହଞ୍ଚିପାରୁ ନାହିଁ ତ ଆଉ କେତେବେଳେ ବିଳମ୍ବରେ ପହଞ୍ଚୁଛି। ଏହାସହ ଆମ୍ବୁଲାନ୍‌ସ କର୍ମଚାରୀ ଅନେକ ସମୟରେ ରୋଗୀଙ୍କୁ ଲାଞ୍ଚ ମାଗିବା ଭଳି ଘଟଣା ମଧ୍ୟ ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସକୁ ବିବାଦକୁ ଟାଣି ନେଇଛି। ଗତ ୪ବର୍ଷ ମଧ୍ୟରେ ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ ଲାଞ୍ଚ ମାଗିବା ଭଳି ୯୮ଟି ମାମଲା ରୁଜୁ ହୋଇଛି। ତେବେ ଚଳିତବର୍ଷ ଏଥିପାଇଁ କେତେକ ମାମଲା ରୁଜୁ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ କେତେ ଜଣ କର୍ମଚାରୀଙ୍କ ଉପରେ ମଧ୍ୟ କମ୍ପାନି କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ଚଳାଉଥିବା ଚିକିତ୍ସା ହେଲ୍‌ଥ କେୟାର କମ୍ପାନି ସହିତ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟ ବିବାଦ ଲାଗି ରହିଛି। ଅନେକ ସମୟରେ କର୍ମଚାରୀମାନେ ଧାରଣାକୁ ଓହ୍ଲାଇବା ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ଦରମା ଦିଆଯାଉ ନ ଥିବା ଓ ଆବଶ୍ୟକ ଅନ୍ୟାନ୍ୟ ସୁବିଧା ମିଳୁ ନ ଥିବା ନେଇ ସେମାନେ ସ୍ୱର ଉଠାଇଛନ୍ତି। ପ୍ରତିବର୍ଷ ଏଭଳି ଘଟଣାକୁ ନଜରକୁ ଆସୁଛି। ଏହାସତ୍ୱେ ୧୦୮ ଆମ୍ବୁଲାନ୍‌ସ ରାଜ୍ୟରେ ଜରୁରୀକାଳୀନ ସେବା ଯୋଗାଇବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌କିପର ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ୧୦୦୦୦ ରନ୍‌ ପୂରା କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଧୋନି ଏହି ରେକର୍ଡ ସ୍ଥାପନା କରିଛନ୍ତି। ଧୋନି ୨୭୩ ଇନିଂସରେ ୪ର୍ଥ ଭାରତୀୟ ଭାବରେ ଦିନିକିଆରେ ୧୦,୦୦୦ ରନ୍‌ ପୂରା କରିଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର(୨୫୯ ଇନିଂସ), ସୌରଭ ଗାଙ୍ଗୁଲି(୨୬୩ ଇନିଂସ) ଓ ରାହୁଲ ଦ୍ରାବିଡ଼(୨୮୭ ଇନିଂସ)ରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଧୋନି ୨ୟ ଭାରତୀୟ ରେକର୍ଡ ଭାବରେ ମଧ୍ୟ ଏହି ରେକର୍ଡ ସ୍ଥାପନା କରିଛନ୍ତି। ପୂର୍ବରୁ ଧୋନି ଆଜି ୩୦୦ତମ କ୍ୟାଚ୍‌ ନେଇଛନ୍ତି। ଏଭଳି କରିବାରେ ଧୋନି ବିଶ୍ୱର ୪ର୍ଥ ଓ୍ଵିକେଟ୍‌କିପର ହୋଇ ପାରିଛନ୍ତି। ଲଣ୍ଡନର ଲଡର୍ସ ଷ୍ଟାଡିୟମରେ ଶନିବାର ଜାରି ରହିଥିବା ୨ୟ ଦିନିକିଆରେ ଧୋନି ଏହି ଉପଲବ୍ଧି ହାସଲ କରିଛନ୍ତି। ଉମେଶ ଯାଦବଙ୍କ ବଲକୁ ଖେଳିଥିବା ଜୋସ୍‌ ବଟଲରଙ୍କୁ ଧୋନି କ୍ୟାଚ ନେଇ ପାଭଲିଅନ୍‌ ଫେରାଇ ଦେଇଛନ୍ତି। ଦିନିକିଆ ଅନ୍ତର୍ଜାତୀୟରେ ପୂର୍ବରୁ ଅଷ୍ଟ୍ରେଲିଆର ଆଦାମ ଗିଲଖ୍ରୀଷ୍ଟ ୪୧୭, ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର ୪୦୨ ଓ ଶ୍ରୀଲଙ୍କାର କୁମାର ସାଙ୍ଗାକାର ୩୮୩ଟି ଓ୍ଵିକେଟ ନେଇଥିଲେ। ଲଣ୍ଡନର ଲଡର୍ସ ଷ୍ଟାଡିୟମରେ ଶନିବାର ଜାରି ରହିଥିବା ୨ୟ ଦିନିକିଆରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନ୍‌ର ଜସନ୍‌ ରାୟ ଓ ଜନି ବେୟାରଷ୍ଟୋ ପ୍ରଥମ ଓ୍ଵିକେଟ୍‌ ପାଇଁ ୧୦.୨ ଓଭରରେ ୬୯ ରନ୍‌ ଯୋଡ଼ିଥିଲେ। ବେୟାରଷ୍ଟୋ ୩୧ଟି ବଲ ଖେଳି ୩୮ ରନ୍‌ ସଂଗ୍ରହ କରିବା ପରେ ଭାରତର କୁଲଦୀପ ଯାଦବଙ୍କ ଦ୍ୱାରା ବୋଲଡ୍‌ ହୋଇଥିଲେ। ସ୍କୋର ୮୬ ରନ୍‌ ଥିବା ବେଳେ ଇଂଲଣ୍ଡ ଜସନ୍‌ ରାୟ(୪୦ ରନ୍‌)ଙ୍କୁ ହରାଇ ଥିଲା। ସେ କୁଲଦୀପ ଯାଦବଙ୍କ ବଲ୍‌ ଉମେଶ ଯାଦବଙ୍କୁ ଦେଇ ପାଭଲିଅନ୍‌ ଫେରିଥିଲେ। ତୃତୀୟ ଓ୍ଵିକେଟ୍‌ ପାଇଁ ଜୋଏ ରୁଟ୍‌ ଓ ଅଧିନାୟକ ଇଅନ୍‌ ମୋର୍ଗାନ ଶତକୀୟ ଭାଗିଦାରୀ(୧୦୩ ରନ୍‌) ହୋଇ ପାରିଥିଲେ। ମୋର୍ଗାନ ଅର୍ଦ୍ଧଶତକ(୫୩ ରନ୍‌) ଯୋଡ଼ିବା ପରେ କୁଲଦୀପ ଯାଦବଙ୍କ ବଲ ଶିଖର ଧାଓ୍ଵନ୍‌ଙ୍କୁ କ୍ୟାଚ ଦେଇଥିଲେ।
OSCAR-2019
ଜଗତସିଂହପୁର : ଆଶାନ୍ତ ଏରସମା । ଜଳିଲା ନିଆଁ । ଭାଂଗିଲା ପୋଲିସ ଗାଡି । ଥାନାରେ ବ୍ୟାପକ ଭଂଗାରୁଜା କରିଛନ୍ତି ଗ୍ରାମବାସୀ । ପଂଚାୟତ ସମିତି ସଭ୍ୟ ରଂଜନ ସ୍ୱାଇଁଙ୍କ ହତ୍ୟା ପ୍ରତିବାଦରେ ଦେଖା ଦେଇଛି ଉତେଜନା । ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଉତ୍ୟକ୍ତ ଗ୍ରାମବାସୀ ପ୍ରଥମେ ଏରସମା ଗାଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା କରିଥିଲେ । ପରେ ଥାନା ଘେରିଥିଲେ । ପୁଲିସ ଭ୍ୟାନ ଉପରକୁ ପଥର ମାଡ କରିଥିଲେ । ଅଭିଯୁକ୍ତଙ୍କ ଗିରଫ ସହ ଥାନାଧିକାରୀଙ୍କ ବଦଳି ଦାବିରେ ଅଡିବସିଥିଲେ ଉତ୍ୟକ୍ତ ଗ୍ରାମବାସୀ । ନ୍ୟାୟ ନମିଳିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାଇ ଦେଇଛନ୍ତି ଆନ୍ଦୋଳନକାରୀ । ଗତକାଲି ଗାଁରେ ପଂଚାୟତ ସମିତି ବୈଠକ ବସିଥିଲା । ଏଥିରେ ରାସନକାର୍ଡ ବଂଟନକୁ ନେଇ ବଚସା ହୋଇଥିଲା । ଘରକୁ ଫେରିବା ବେଳେ ରାତି ପ୍ରାୟ ସାଢେ ୮ ଟା ବେଳକୁ ରଂଜନଙ୍କୁ ଅପରହରଣ କରିନେଇଥିଲେ ଦୁବୃତ । ପରେ ଏକ ଅଜଣା ସ୍ଥାନରେ ରଖି ମାଡ ମାରିଥିଲେ । ରାତି ପ୍ରାୟ ୧୦ ରୁ ସାଢେ ୧୦ ଟା ମଧ୍ୟରେ ଘରକୁ ଫୋନ୍ କରିଥିଲେ ରଂଜନ । ତାଂକୁ ଅପରହରଣ କରି ମାଡମରାଯାଉଥିବା କହିଥିଲେ । ଏହାକୁ ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ବିଶେଷ ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୧୨ ଟାରେ ରଂଜନଙ୍କ ମୃତଦେହ ମିଳଥିିଲା । ଏରସମା-ଆମ୍ବିକି ରାସ୍ତା ତୁଳୁପଦା ପୋଲ ନିକଟରୁ ତାଂକ ମୃତଦେହ ପାଇଥିଲେ ଗ୍ରାମବାସୀ । ତେବେ ରଂଜନଙ୍କୁ ପ୍ରଥମେ ଏରସମା ଏବଂ ପରେ କଟକ ହସପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ । ପୋଲିସ ଅବହେଳା ଅଭିଯୋଗରେ ଆଜି ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।
OSCAR-2019
ଗଜପତି ୧୩-୨ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଗୁମଲା ବ୍ଲକ ବାରତଡ଼ା ପଞ୍ଚାୟତ ଲୁହଝଲ ଘାଟିର ନିକଟରେ ଏକ ଇଟା ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ସାତ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି ଏବଂ ୯ଜଣ ଗୁରୁତର ହୋଇଛନ୍ତି। ଖବର ମୁତାବକ, ଟ୍ରକର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ହୋଇଛି। ଏହି କାରଣରୁ ଟ୍ରକଟି ୫୦ ଫୁଟ ଖାଲ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି। ଟ୍ରକର ବୋର୍ଡ ଉପରେ ପ୍ରାୟ ୧୬ ଜଣ ଶ୍ରମିକ ଯାଉଥିଲେ। ହସ୍ପିଟାଲକୁ ଯିବା ସମୟରେ ପାଞ୍ଚଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ଆଉ ଅନ୍ୟ ଦୁଇଜଣଙ୍କର ମୃତ୍ୟୁର ଖବର ମଧ୍ୟ ଆସିଛି।ତିନିଜଣଙ୍କୁ MKCG ହସ୍ପିଟାଲକୁ ନିଆଯାଇଛି। ସେମାନଙ୍କର ଅବସ୍ଥା ସଂକଟାପର୍ଣ୍ଣ ଥିବା କୁହାଯାଉଛି। ଏହି ଦୁଃଖଦପୂର୍ଣ୍ଣ ଘଟଣାରେ, ସ୍ଥାନୀୟ ଲୋକ ଏବଂ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହିତ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।
OSCAR-2019
ନିଦ୍ଦେର୍ଶକ ହିରାନୀ ଅପ୍‌ଲୋଡ୍‌ କଲେ ରଣବୀରରୁ ସଞ୍ଜୁ ପର୍ଯ୍ୟନ୍ତ ଯାତ୍ରାର ଭିଡିଓ; ଏହି ଲୁକ୍‌ ପରେ ବିଶ୍ୱାସ ହୋଇଥିଲା ଯେ ସଞ୍ଜୁ ଚରିତ୍ର ପାଇଁ ରଣବୀର ହିଁ ଯୋଗ୍ୟ | Sambad ମୁମ୍ବାଇ: ସାରା ଦେଶରେ ବାସ୍‌ ଗୋଟାଏ ମନୋରଞ୍ଜନ ଖବର ଲୋକଙ୍କ ମନରେ ଛାଇ ରହିଛି, ଚଳଚ୍ଚିତ୍ର ‘ସଞ୍ଜୁ’। ଚଳଚ୍ଚିତ୍ରଟିରେ ରଣବୀର କପୁର୍‌ ସଞ୍ଜୟ ଦତ୍ତଙ୍କ ଭୂମିକା ନିଭାଇବାରେ ତ ନିଶ୍ଚୟ ସଫଳ ହୋଇଛନ୍ତି ମାତ୍ର ତା’ଠାରୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରଣବୀରଙ୍କ ଲୁକ୍‌। ଦର୍ଶକଙ୍କ ମନରେ ଏବେ ପ୍ରଶ୍ନ ରହିଛି କି କିଭଳି ରଣବୀରଙ୍କ ଚେହେରା ସଞ୍ଜୟ ଦତ୍ତଙ୍କ ସହ ଏତେ ମିଶିପାରିଲା। ସଞ୍ଜୟ ଜଣେ ରଫ୍‌ ଆଣ୍ଡ୍‌ ଟଫ୍‌ ଅଭିନେତା ହୋଇଥିବା ବେଳେ ରଣବୀର ହେଉଛନ୍ତି ଚକ୍‌ଲେଟ ବୟ। ଦୁହିଁଙ୍କ ଲୁକ୍‌ରେ କୌଣସି ସାମଞ୍ଜସ୍ୟ ନ ରହି ମଧ୍ୟ ଏବେ ଚେହେରା ମିଶିବା କ’ଣ ଆଶ୍ଚର୍ଯ୍ୟ ହେବା ଭଳି କଥା ନୁହେଁ? ନିଶ୍ଚୟ ଆଶ୍ଚର୍ଯ୍ୟଜନକ। ଲୋକଙ୍କ ମନରୁ ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ନିର୍ଦ୍ଦେଶକ ରାଜକୁମାର ହିରାନୀ ନିକଟରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ସେଥିରେ ସେ ଜଣାଇଛନ୍ତି ରଣବୀରରୁ ସଞ୍ଜୟ ଭିତରର ଯାତ୍ରା ସଂପର୍କରେ। ହିରାନୀ କହିଛନ୍ତି କି ‘୧୬ ବର୍ଷରୁ ୫୮ ବର୍ଷିଅ ସଞ୍ଜୟ ଦତ୍ତଙ୍କୁ ଲୁକ୍‌ ପାଇବା ପାଇଁ ଅଭିନେତାଙ୍କ ଖୋଜ୍‌ ଥାଏ। ଥରେ ଆଲୋଚନା ସମୟରେ ମୋର ଜଣେ ବନ୍ଧୁ ରଣବୀରଙ୍କ ନାମ ନେଲେ। ମୁଁ ରଣବୀରଙ୍କୁ ମେସେଜ୍‌ କଲି। ରଣବୀର, ତୁମ ସହ କଥା ଅଛି। ହୁଏତ ଏହା ତୁମ ପାଇଁ ଟିକେ ମଜାଦାର୍‌ ହୋଇପାରେ।’ ସେ ଉତ୍ତର ଦେଲେ ‘ମୋତେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ କରିବାକୁ କହିବେ କି?’ ମୁଁ ହଁ ଭରିଲି। କଥା ଆଗକୁ ବଢ଼ିଲା। ରଣବୀରଙ୍କୁ ନେଇ ବିଭିନ୍ନ ଫଟୋସୁଟ୍‌ କରାଗଲା। ନୂଆ ନୂଆ ମେକ୍‌ଅପ୍‌ ଦିଆଯାଇ ସଞ୍ଜୟଙ୍କ ଲୁକ୍‌ ଖୋଜାଗଲା। ହେଲେ ଆମେ ବିଫଳ ହେଲୁ। କେଉଁଆଡୁ ବି ସେ ସଞ୍ଜୟ ଦିଶିଲେ ନାହିଁ। ଶହ ଶହ ଥର ଫଟୋସୁଟ୍‌, ମେକ୍‌ଅପ୍‌ ବେକାର ଗଲା। ଲୁକ୍‌ ନମିଶିଲେ କେବଳ ଅଭିନୟ ଦେଖି ଦର୍ଶକ ଗ୍ରହଣ କରିବେ ନାହିଁ ବୋଲି ମନରେ ଭୟ ରହିଲା। ମାତ୍ର ଶେଷରେ ଗୋଟାଏ ଲୁକ୍‌ରେ ରଣବୀର ଅବିକଳ ସଞ୍ଜୟଙ୍କ ପରି ଦିଶିଲେ। ତା’ପରେ ଆମ ଆତ୍ମବଳ ବୃଦ୍ଧି ପାଇଲା।’ ଉଭୟ ହିରାନୀ ଓ ରଣବୀରଙ୍କ କହିବା ମୁତାବିକ୍‌ ସଞ୍ଜୟ ଦତ୍ତ ଜେଲ୍‌ରୁ ବାହାରୁଥିବା ବେଳେ ଯେପରି ଦିଶିଥିଲେ ରଣବୀରଙ୍କର ଏକ ଲୁକ୍‌ ଅବିକଳ ସେହିପରି ଦିଶିଲା। ସୁଟିଂ ସେଟ୍‌ରେ ଥିବା ସମସ୍ତେ ତାଙ୍କୁ ସଞ୍ଜୁ ବୋଲି ଡାକିବାକୁ ଲାଗିଲେ। ତା’ପରେ ସମସ୍ତେ ଦୃଢ଼ ହୋଇଥିଲେ ଯେ ଗୋଟାଏ ଲୁକ୍‌ ମିଶିଛି ପରେ ଆଉ ସମସ୍ତ ଲୁକ୍‌ ନିଶ୍ଚୟ ମିଶିବ। ଲୁକ୍‌ ପାଇବା ପାଇଁ ରଣବୀର ମାସ ମାସ ଧରି ବ୍ୟାୟାମ୍‌ କରି ନିଜ ଶରୀରର ଚର୍ବି ବଢ଼ାଇଥିଲେ। ହାତର ମସଲ୍‌, ଛାତି ଓ କାନ୍ଧ ଆଦି ଚଉଡ଼ା କରିବାକୁ ପଡ଼ିଥିଲା। ମେକ୍‌ଅପ୍‌ ଦ୍ୱାରା ହେୟାର୍‌ ଷ୍ଟାଇଲ୍‌ ବି ବଦଳା ଯାଇଥିଲା। ବଡି ଓ ହେୟାର୍‌ ଷ୍ଟାଇଲ୍‌ ବଦଳାଯିବା ପରେ ପୋଷାକ ଓ ଚାଲିଚଳନକୁ ମଧ୍ୟ ଅନୁକରଣ କରାଯିବା ପରେ ରଣବୀରରୁ ସଞ୍ଜୁ ବନିବାର ରାସ୍ତା ସିଧା ନଜର ଆସିଥିଲା।
OSCAR-2019
ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅଜୟ ଦେବଗନ ଏକ ସିନେମାରେ ଜଣେ ଫୁଟବଲ କୋଚ୍‌ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଏହି ଫୁଟବଲ୍‌ କୋଚ୍‌ ଜଣକ ହେଲେ ସୟଦ୍‌ ଅବଦୁଲ୍‌ ରହିମଯିଏ କି ୧୯୫୦ରୁ ୧୯୬୩ ମଧ୍ୟରେ ଭାରତୀୟ ଫୁଟବଲ ଦଳର କୋଚ୍‌ ଓ ମ୍ୟାନେଜର୍‌ ଥିଲେ। ଇଣ୍ଡୋନେସିଆର ଜାକର୍ତ୍ତାରେ ୧୯୬୨ରେ ଆୟୋଜିତ ଏସୀୟ କ୍ରୀଡ଼ାରେ ସୟଦ୍‌ ଅବଦୁଲ ରହିମାଙ୍କ ପାଇଁ ଭାରତୀୟ ଫୁଟବଲ ଦଳ ବିଜୟ ଲାଭ କରିଥିଲେବୋଲି କୁହାଯାଏ। ଏଯାଏଁ ନାମକରଣ ହୋଇନଥିବା ଏକ ସିନେମାରେ ଅଜୟ ଦେବଗନ୍‌ ସୟଦ୍‌ ଅବଦୁଲ୍‌ ରହିମାଙ୍କ ଭୂମିକା କରିବେ ବୋଲି ଜଣାଯାଇଛି। ଏହାର ପ୍ରୟୋଜନା କରୁଛନ୍ତି ଜି ଷ୍ଟୁଡିଓ ଓ ବୋନି କପୁର। ଏହାର ନିର୍ଦ୍ଦେଶକ ହେଲେି ଅମିତ୍‌ ଶର୍ମା। ଏହି ସିନେମାର ଚିତ୍ରନାଟ୍ୟ ଲେଖୁଛନ୍ତି ସାଇଓ୍ଵିନ୍‌ କାଦ୍ରି । ସେ ଏହା ଆଗରୁ ମେରି କମ୍‌ ଓ ନୀରଜା ଭଳି ସିନେମା ର ଚିତ୍ରନାଟ୍ୟ ରଚନା କରିଛନ୍ତି। କରିଛନ୍ତି। ଏହାର ସଂଳାପ ଲେଖିଛନ୍ତି ‘ଏୟାରଲିପ୍ଟ’ ଓ ‘ନମସ୍ତେ ଲଣ୍ଡନ’ ଫେମ୍‌ ରିତେଶ ଶାହା। କୁହାଯାଉଛି ଯେ ଚଳିତ ବର୍ଷ ଶେଷଆଡକୁ ଏହାର ସୁଟିଂ ଆରମ୍ଭ ହେବ। ଅଜୟ ଏହି ସିନେମାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି।
OSCAR-2019
ପାଟଣା, ତା୧୦/୦୭(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲିପଶି ଗ୍ରାମରେ ଚଳିତବର୍ଷ ଠାରୁ ପ୍ରଥମ କରି ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପ୍ରଥମବର୍ଷର ଏହି ରଥଯାତ୍ରାକୁ ସର୍ବାଙ୍ଗ ସୁନ୍ଦର କରାଯିବାକୁ କମିଟି ଜୋରଦାର ପ୍ରୟାସ ଚଳାଇଛି। କମିଟିର ସଦସ୍ୟ ମାନେ ପୁରୀ ଯାଇ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଦିଗଦର୍ଶନ କରିଥିବା ବେଳେ ପୁରୀରୁ ରଥଯାତ୍ରା କାର୍ଯ୍ୟବିଧି ସମ୍ପର୍କରେ ଜ୍ଞାନ ସଂଗ୍ରହ କରିଛନ୍ତି। ଆଗକୁ ଆଉ ମାତ୍ର ୪ ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ସେଥିପାଇଁ ମହାରଣା କାରିଗର ରଥ ନିର୍ମାଣ କାର୍ଯ୍ୟରେ ନିମଗ୍ନ ହୋଇପଡିଛନ୍ତି। ତିନି ରଥର ନିର୍ମାଣ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା କାରିଗର। ତିନି ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାରେ ପହଞ୍ଚିଛି। ତେଣୁ ଏବେ ତିନି ରଥ ଘୋଡାମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରଥର ଗୁଜ ଓ ପହିରେ ଚିତ୍ରକର ଚିତ୍ର କରିବାରେ ଲିପ୍ତ। ଯେପରି ରଥନିର୍ମାଣ କାର୍ଯ୍ୟ ମୁଣ୍ଡି ମାରିଲା ବେଳକୁ ସେମାନଙ୍କ ରଙ୍ଗ କାର୍ଯ୍ୟ ଶେଷ ହୋଇଥିବ ସେ ନେଇ ସେମାନେ ଜୋରସୋରରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଅଞ୍ଚଳରେ ବଢିଯାଇଛି ଆଗ୍ରହ ଉତକଣ୍ଠା। ଆଉ ଏଠାକାର ରଥଯାତ୍ରା ରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ଯାହାକି ମା ସୁଭଦ୍ରାଙ୍କ ଙ୍କ ରଥକୁ ମହିଳା ମାନେ ହିଁ ଟାଣିବେ ଏଣୁ ଅଞ୍ଚଳରେ ବଢିଯାଇଛି ଉତକଣ୍ଠା। ତେବେ ନୂତନ ଦାରୁବିଗ୍ରହ ସହ ଚଳିତ ବର୍ଷ ତିନୋଟି ରଥରେ ଏହା କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚିତ ରଥଯାତ୍ରା ହେବ ବୋଲି କମିଟି ପକ୍ଷରୁ ପ୍ରକାଶ। କମିଟିର ସଭାପତି ସେନାପତି ଦାସଙ୍କ ସମେତ ସର୍ବଶ୍ରୀ ଅରୁଣ କୁମାର ବେଜ, ଅନାଦି ଚରଣ ମହାନ୍ତ, ସୁଶାନ୍ତ ବେଜ, ରବିନାରାୟଣ ସିଂହ, ପ୍ରଫୁଲ ବେଜ, ପାର୍ଥସାରଥି ବେଜ, ନବକିଶୋର ରଣା ପ୍ରମୁଖ କମିଟିର ଶତାଧିକ ସଦସ୍ୟ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ତେବେ ରଥଯାତ୍ରା ରେ ବିପୁଳ ସମାଗମ କୁ ଦୃଷ୍ଟି ରେ ରଖି କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ସହାୟତା ଲୋଡାଯାଇଥିବା ସହ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ବୋଲି କମିଟି ପକ୍ଷରୁ ପ୍ରକାଶ ପାଇଛି।
OSCAR-2019
ଭୋପାଳ : ମଧ୍ୟପ୍ରଦେଶର ଜବଲପୁରରେ ଆଜି ଜଣେ ୧୫ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିିଛି। ନାବାଳିକା ପୀଡ଼ିତା ଜଣଙ୍କ ତାଙ୍କ ଭାଇଙ୍କର ୩ ଜଣ ସାଙ୍ଗଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଜୁନ୍‌ ୨୬ରେ ପୀଡ଼ିତା ତାଙ୍କ ଘରେ ଏକାକୀ ଥିବା ବେଳେ ତାଙ୍କ ଭାଇଙ୍କର ୩ ଜଣ ସାଙ୍ଗ ଆସିଥିଲେ। ତେବେ ସେମାନଙ୍କୁ ପୂର୍ବରୁ ଜାଣିଥିବାରୁ ଘର ମଧ୍ୟକୁ ପ୍ରବେଶ ଅନୁମତି ଦେଇଥିଲେ। କିନ୍ତୁ ସେମାନେ ଘରେ ପଶିବା କ୍ଷଣି ଭିତରପଟୁ କବାଟ କିଳି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଉକ୍ତ ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ବୟସ ୧୮ ବର୍ଷ ହୋଇଥିବାବେଳେ ଗତକାଲି ତାଙ୍କୁ ଗିରଫ କରାଯାଇଛି। ଅନ୍ୟ ୨ ଜଣଙ୍କୁ ଅଟକ ରଖାଯାଇଛି।
OSCAR-2019
ସମ୍ବଲପୁର : ସୋମବାର ଏକାଧିକ ପର୍ଯ୍ୟାୟରେ ହୀରାକୁଦ ବନ୍ଧର ୫ଟି ଗେଟ୍‌ ବନ୍ଦ କରାଯାଇଛି। ସକାଳ ୯ଟା ପର୍ଯ୍ୟନ୍ତ ୧୦ଟି ଗେଟ୍‌ ଖୋଲା ଥିଲାବେଳେ ୯ଟାରୁ ୧୧ଟା ମଧ୍ୟରେ ୩ଟି, ୪ଟା ୩୦ ପୂର୍ବରୁ ଆଉ ୨ଟି ଗେଟ୍‌ ବନ୍ଦ କରା ଯାଇଥିଲା। ସଂଧ୍ୟା ୬ଟା ବେଳେ ଜଳସ୍ତର ୬୨୫.୭୫ ଫୁଟ୍‌ ଥିଲାବେଳେ ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଥିଲା। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧, ୧୧, ୭୯୦ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୯୫, ୦୫୨ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ଆଦୌ ବର୍ଷା ହୋଇ ନଥିବା ବେଳେ ତଳ ମୁଣ୍ଡରେ ୦.୩୯ ମିଲିମିଟର ବର୍ଷା ହୋଇଥିବା ପାଣି ପାଗ ବିଭାଗ ସୂତ୍ରରୁ ପ୍ରକାଶ।
OSCAR-2019
ଉଇକି ଲଭସ ଫୁଡ଼ - ଏକ ଆନ୍ତର୍ଜାତିକ ସ୍ତରର ଖାଦ୍ୟ ଫଟୋ ଅପଲୋଡ଼ ପ୍ରତିଯୋଗିତାରେ ଶେଷ ପର୍ଯ୍ୟାୟକୁ ଉନ୍ନିତ ହୋଇଥିବା ପଖାଳ ଭାତର ଫଟୋ । ପଖାଳ (ପଖାଳ ଭାତ ନାମରେ ମଧ୍ୟ ଜଣା) ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ତିଆରି ଛପନ ଭୋଗ ଭିତରୁ ଏକ ।[୧] ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ ।[୨] ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମଧ୍ୟ ପ୍ରଚଳିତ । ଆସାମରେ ଏହାକୁ "ପୋଇତା ଭାତ", ପଶ୍ଚିମ ବଙ୍ଗରେ "ପନ୍ତ ଭାତ", ଝାଡ଼ଖଣ୍ଡ ଓ ବିହାରରେ "ମାରା ଭାତ" ଓ ଛତିଶଗଡ଼ରେ ପଖାଳ ବା "ବୋରେ ଭାତ" କହନ୍ତି । [୩] ତାମିଲନାଡୁରେ ଏହା ବକାଳ ବାତ ନାମରେ ଜଣା । ସେଠାରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ଏବେ ମଧ୍ୟ ପରଷା ଯାଏ । ପଖାଳ ସାଧାରଣତଃ ଦିନରେ (ସକାଳେ) ଖିଆଯାଏ । ଖରାଦିନରେ ଖରାବେଳେ, କେହି କେହି ଉପରଓଳି ମଧ୍ୟ ଖାଇଥାଆନ୍ତି । ପଖାଳ ଓଡ଼ିଆ ଶବ୍ଦ "ପଖାଳିବା/ପଖାଳିତ"ରୁ ଆସିଛି ଯାହାର ଅର୍ଥ ଧୋଇବା । ଭାତକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ନାମ ଏମିତି ହୋଇଅଛି । ସଂସ୍କୃତରେ ଧୋଇବାକୁ ପ୍ରକ୍ଷାଳନ କୁହାଯାଇଥାଏ । ଭାତକୁ ଜଳରେ ଧୋଇଦେଲେ ତାହା ପଖାଳ ହୋଇଯାଏ । ତ୍ରିପିଟକର ମଝିମ ନିକାୟ ଅନୁସାରେ ବୁଦ୍ଧଙ୍କର ଜଣେ ସାନବାପାଙ୍କ ନାଁ ଥିଲା ଧୋତଦନ (ଧୋତ ଉଦନ), ଯାହାର ଅର୍ଥ ହେଉଛି 'ଧୁଆ ବା ପଖାଳ ଭାତରେ ଶ୍ରଦ୍ଧା ଯାହାର ସେ' । ପାଖାପାଖି ଅଢ଼େଇ ହଜାର ବର୍ଷ ଆଗରୁ ବୁଦ୍ଧଙ୍କ ଅମଳରେ ପଖାଳର ଲୋକପ୍ରିୟତା ଥିଲା । ଖ୍ରୀଅ ୬୦୦ ଠାରୁ ୧୨୦୦ ପର୍ଯ୍ୟନ୍ତ ଓଡ଼ିଶାରେ ମୁଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ,ଗହମ ଓ ବାର୍ଲି । କଳିଙ୍ଗର ଧାନର ପ୍ରସିଦ୍ଧି ସୋମେଶ୍ୱରଙ୍କ ବିରଚିତ "ମାନସୋଲ୍ଲାସ"ରେ ବର୍ଣ୍ଣିତ ହୋଇ ଅଛି । ଶ୍ରୀମଦ ଶଙ୍କରଦେବଙ୍କ ଶ୍ରୀରାମଭାଗବତ ଗ୍ରନ୍ଥରେ (ଖ୍ରୀଅ ପଂଚଦଶ ଶତାଦ୍ଦୀରେ) ଚାଉଳକୁ ସିଝାଇ ସେଥିରେ ପାଣି ପକାଇ ରାତି ସାରା ରଖି ତାହାପରଦିନ ବାଇଗଣ ପୋଡ଼ା ଆଉ ମାଛ ପୋଡ଼ା ସହ ଖାଇବା ଅଧିକ ଜନପ୍ରିୟ ହୋଇଥିଲା । ଏଇ ସମାନ ଖାଦ୍ୟଟି ବଂଗଳାରେ ସମାନ ସମୟରେ ପ୍ରଚଳିତ ଥିଲା। ସଜ ପଖାଳ: ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ । ସଜପଖାଳରେ କାଗିଜି ଲେମ୍ବୁ ଚିପୁଡ଼ି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ ହୋଇଥାଏ । ଏହାକୁ ଭୃସଙ୍ଗ ପତ୍ର (ଭୁର୍ସୁଙ୍ଗା ପତ୍ର ବା ଭେରସୁଙ୍ଗା ପତ୍ର), ଟଭାଗଛର ପତ୍ର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ, ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଦରକାର ମୁତାବକ ଲୁଣ ପକାଇଲେ ଏହାର ସ୍ଵାଦ ଆହୁରି ବଢ଼ିଯାଏ । ବାସି ପଖାଳ: ଭାତ ପଖାଳିବାର ୧୦-୧୨ ଘଣ୍ଟା ବା ୧ ଦିନ ବା ଆହୁରି କିଛି ସମୟ ରଖି ଏହା ତିଆରି କରାଯାଇଥାଏ । ଏହା କିଛି ପରିମାଣରେ ଟଙ୍କ (ଖଟା) ମଧ୍ୟ ଲାଗିଥାଏ । ଏହା ଖଟା ହୋଇଥିବାରୁ ଏଥିରେ ଲେମ୍ବୁ ବା ଦହି ପକାଇବାର ଆବଶ୍ୟକତା ନ ଥାଏ । ଦହି ପଖାଳ: ଏହା ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ତିଆରି କରାଯାଇଥାଏ ।[୭] ଚାଇଁ ପଖାଳବା ଗରମ ପଖାଳ : ଏହା ସଜ ଭାତରେ ଗରମ ନ ଛାଡ଼ୁଣୁ ପାଣି ମିଶାଇ ତିଆରି କରାଯାଇଥାଏ ଓ ଗରମ ଗରମ ଖିଆଯାଇଥାଏ । ଏଥିରେ ଗାଈ କ୍ଷୀର ବା ମିଇଁଷି ଘିଅ ପକାଇ ମଧ୍ୟ କେହି କେହି ଖାଇଥାନ୍ତି। ପଖାଳ ସହ ବଡ଼ିଚୁରା ଓ ଭଜା ତଥା ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ଆଦିରେ ତିଆରି ଚଟଣି ଖିଆଯାଇଥାଏ । ରସୁଣ, ଲଙ୍କା ଓ ପଞ୍ଚୁ ଫୁଟଣରେ ଛୁଙ୍କଦେଇ ପ୍ରସ୍ତୁତ କରାଯାଇଥିବା ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ଖଡ଼ା, ସଜନା, କଳମ ଆଦି ଶାଗ ମଧ୍ୟ ଖିଆଯାଇଥାଏ । ବିଭିନ୍ନ ପ୍ରକାରର ପତର ପୋଡ଼ା ସହିତ ଖିଆଯାଏ । ମାଛ, କଙ୍କଡ଼ା ଛେଚା, ବିଶେଷ କରି ରସୁଣ ବା ପିଆଜ ଯୁକ୍ତ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳର ମଜା ନିଆରା। ପଖାଳକୁ ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ଖିଆ ଯାଇଥାଏ । ମାଟି ହାଣ୍ଡିରେ ପଖାଳକୁ ବାସି କରି ତା’ର ତୋରାଣିରୁ ପ୍ରସ୍ତୁତ କାଞ୍ଜିକୁ ହାଣ୍ଡି କାଞ୍ଜି ବୋଲି କହିଥାନ୍ତି। ଏହା ଭେଣ୍ଡି, ବୁଢା ବାଇଗଣ ବା କାକୁଡ଼ି, ଭୃସଙ୍ଗ ପତ୍ର ଓ ପଞ୍ଚୁ ଫୁଟଣ ଦେଇ ଛୁଙ୍କ କରାଯାଏ । ଏହା ଔଷଧୀୟ ଗୁଣ ଯୁକ୍ତ । ଓଡ଼ିଆ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ଵ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ । ଉଷୁନା ପଖାଳ ଓ ଅରୁଆ ପଖାଳ ମଧ୍ୟରୁ ମହାପ୍ରଭୁଙ୍କର ଉପାସନାରେ କେବଳ ଅରୁଆ ପଖାଳ ପ୍ରଚଳନର ବ୍ୟବସ୍ଥା ରହିଛି । ସାଧାରଣ ଜୀବନରେ ଆବଶ୍ୟକତା ଅନୁଯାୟୀ ମଣିଷଟିଏ ଦିନରେ ଏବଂ ରାତିରେ ପଖାଳ ଗ୍ରହଣ କରୁଥବା ବେଳେ ମହାପ୍ରଭୁ କେବଳ ସନ୍ଧ୍ୟାଧୂପରେ ପଖାଳ ଭୋଗ ଗ୍ରହଣ କରନ୍ତି । ପ୍ରକାର ଭେଦରେ ଏଗୁଡ଼ିକ ବିଭିନ୍ନ ପ୍ରକାରର ରହିଥାଏ । ଅଦା ପକାଯାଇ ଚୁପୁଡ଼ା ପଖାଳ, ଟଭାରେ ଟଭା ପଖାଳ, ଜିରା, ଅଦା ଓ ମସଲାଦ୍ଵାରା ପ୍ରସୂତ ସୁବାସିତ ପଖାଳ ଏବଂ ଦହିରେ ହୋଇଥାଏ ଦହି ପଖାଳ । ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି ।[୮] ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଇଥାଏ । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପଖେଳ ପାଇଁ ବାହାରନ୍ତି । ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ । ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହା ପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ । ବଡ଼ଦେଉଳରେ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗରେ ସନ୍ଧ୍ୟା ଧୂପ (ତୃତୀୟ ଧୂପ)ରେ ପଖାଳ ଲାଗି ହୋଇଥାଏ । ସନ୍ଧ୍ୟା ୭.୦୦ରୁ ୮.୦୦ଟା ସମୟରେ ଜୟ ମଙ୍ଗଳ ଆଳତି (ସନ୍ଧ୍ୟା ଆଳତି) ପରେ ଏହା ଅର୍ପଣ କରାଯାଏ। ମନ୍ଦିରରେ ଦୁଇ ପ୍ରକାରର ପଖାଳ ଭୋଗ ଭାବରେ ଲାଗି କରାଯାଇଥାଏ । ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ଆରମ୍ଭ ହୋଇଥାଏ ପଖାଳରୁ । ବାହାଘର ପରେ କନ୍ୟାଘରେ ବର ଗାଧୁଆ ସାରି ନୂଆ ପୋଷାକ ପିନ୍ଧି ଶାଶୁ ବା ଭାଉଜଙ୍କଦ୍ୱାରା ଶାଳୀ ବା କନ୍ୟାର ସାଙ୍ଗସାଥିମାନଙ୍କ ଗହଣରେ ଦହି-ପଖାଳ ଖାଇଥାଏ । ପଖାଳ ପିତ୍ତ ନାଶକ । ଚାଇଁ ପଖାଳ ଖାଇ ତା ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରିତ ହୋଇଥାଏ । ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ବ୍ୟବହାର କରା ଯାଇଥାଏ । ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ ।[୯] ପିତ୍ତ ରୋଗ ବିସୂଚିକା, ଅତିସାର (Diarrehoea) ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ ଅଟେ । ମୂତ୍ରକୃଚ୍ଛ (dysurea)ରେ ପଖାଳ ଉପକାରୀ ଅଟେ । କଫ ପ୍ରଧାନ ରୋଗରେ ବାସି ପଖାଳ ଦେବା ଉଚିତ ନୁହେଁ । ପିତ୍ତ ଆଉ ବାତ ରୋଗଗୁଡ଼ିକରେ ସ୍ଥାନ ବିଶେଷରେ ପଖାଳ ଦିଆଯାଇ ପାରିବ । ଆସାମ କୃଷି ବିଶ୍ଵବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ଵାମୀଙ୍କଦ୍ଵାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ୧୨ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢି ଯାଇଥାଏ । ସେହିପରି ସୋଡ଼ିଅମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍‌ସିଅମ ୨୧ମିଲି ଗ୍ରାମରୁ ବଢି ୮୫୦ମିଲି ଗ୍ରାମ ହୋଇ ଯାଇଥାଏ । ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ । [୧୦] ଝିଅ ଶାଶୁ ଘରକୁ ଯିବା ଆଗରୁ ତାକୁ ବନ୍ଧୁ ବାନ୍ଧବ ଓ ସାଇ ପଡ଼ିଶା କନିଆଁ ଡାକରା ବା ତୋରାଣି ପିଆପାଇଁ ଡାକିଥାନ୍ତି। ଝିଅଟିର ଅନ୍ତର୍ବେଦନାକୁ ପ୍ରତିଫଳିତ କରେ ଏଇ କାନ୍ଦଣା ଗୀତ- ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ପ୍ରସିଦ୍ଧ ଲୋକ ଗୀତ ‘ଆସ ଜୀବନଧନ ମୋର ପଖାଳ କଂସା’ରୁ କେଇଧାଡ଼ି:
OSCAR-2019
ଶାନ୍ତନୁ ଆଚାର୍ଯ୍ୟ ଜଣେ ଖ୍ୟାତନାମା ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । [୧] ଶ୍ରୀ ଆଚାର୍ଯ୍ୟ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ‌। ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୨ ମସିହା ଜୁନ ୩୦ ତାରିଖ ଦିନ ସେ ଉତ୍କଳ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ପଦବୀରୁ ଅବସର ଗ୍ରହଣ କରିଥିଲେ ।[୨] ଶାନ୍ତନୁ ଆଚାର୍ଯ୍ୟ ୧୫ଟି ଉପନ୍ୟାସ, ୨୦ଟି କ୍ଷୁଦ୍ରଗଳ୍ପ ସଂକଳନ ୧୦ ଶିଶୁସାହିତ୍ୟ ପୁସ୍ତକ ସହ ଏକାଧିକ ବହିର ରଚୟିତା ।[୩]
OSCAR-2019
ଅନେକ ଗୁଡ଼ିଏ ଛୋଟ ବଡ଼ ଦ୍ଵୀପର ସମାହାରକୁ ଦ୍ଵୀପପୁଞ୍ଜ ବା ଦ୍ଵୀପସମୂହ (ଈଂରାଜୀରେ Archipelago) ବୋଲି କୁହଯାଇଥାଏ । ଦ୍ଵୀପମାନଙ୍କର ଶୃଙ୍ଖଳ ବା ସମୁଦ୍ରରେ ଗୋଟିଏ ସ୍ଥାନରେ ବିକ୍ଷିପ୍ତ ଭାବେ ରହିଥିବା ଦ୍ଵୀପମାନଙ୍କୁ ଦ୍ଵୀପପୁଞ୍ଜ ବୋଲି କୁହାଯାଇପାରିବ । ଇଣ୍ଡୋନେସିଆ, ଜାପାନ, ତାଇୱାନ୍, ଫିଲିପାଇନ୍‍ସ୍, ନ୍ୟୁଜିଲ୍ୟାଣ୍ଡ୍, ମାଳଦ୍ଵୀପ, ବାହାମା, ଗ୍ରୀସ୍, ହାୱାଇ, ପୋଲିନେସୀୟ ଦ୍ଵୀପପୁଞ୍ଜ, କ୍ୟାନାରି ଦ୍ଵୀପପୁଞ୍ଜ, ଆଜୋରେସ୍ ଦ୍ଵୀପପୁଞ୍ଜ ଇତ୍ୟାଦି ବିଶ୍ଵର କେତେକ ଜଣାଶୁଣା ଦ୍ଵୀପପୁଞ୍ଜ । କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ଇଣ୍ଡୋନେସିଆ ବିଶ୍ଵର ସର୍ବବୃହତ୍ ଦ୍ଵୀପପୁଞ୍ଜ । [୧] ଗ୍ରୀକ୍ ଶବ୍ଦ ἄρχι- (ଆର୍ଖି - ମୁଖ୍ୟ) ଓ πέλαγος (ପେଲାଗୋସ୍ - ସାଗର)ରୁ ଈଂରାଜୀ ଶବ୍ଦ ଆର୍କିପେଲାଗୋର ସୃଷ୍ଟି । ଗ୍ରୀକ୍, ଲାଟିନ୍ ଓ ଈଟାଲୀୟ ଭାଷାରେ ଭୂମଧ୍ୟ ସାଗରକୁଲାଗି ରହିଥିବା ଏଜିୟାନ୍ ସାଗରକୁ ଏହି ନାମ ମିଳିଥିଲା । ଭୌଗୋଳିକ ଗଠନ ଦୃଷ୍ଟିରୁ ଏଜିୟାନ୍ ସାଗର ଅଳ୍ପ ଦୂରତାରେ ରହିଥିବା କ୍ଷୁଦ୍ର ଦ୍ଵୀପମାନଙ୍କ ପାଇଁ ବିଖ୍ୟାତ । ତେଣୁ କାଳକ୍ରମେ ଏଜିୟାନ୍ ସାଗରରେ ରହିଥିବା ଦ୍ଵୀପସମୂହ ଗୁଡ଼ିକୁ ଆର୍କିପେଲାଗୋ ବୋଲି କୁହାଗଲା । ବିଶ୍ଵରେ ବିଭିନ୍ନ ପ୍ରକାରର ଦ୍ଵୀପସମୂହ ଦେଖାଯାଏ । କୌଣସି ମହାଦେଶ, ଦେଶ ବା ଭୂଖଣ୍ଡକୁ ଲାଗି ଅନେକ କ୍ଷୁଦ୍ର ଦ୍ଵୀପ ରହିଥାନ୍ତି । ମହାସାଗର ମଧ୍ୟରେ ଭୂଖଣ୍ଡରୁ ଅନେକ ଦୂରରେ ମଧ୍ୟ ଦ୍ଵୀପପୁଞ୍ଜ ଦେଖାଯାନ୍ତି । ଉଦାହରଣ ସ୍ଵରୂପ ସ୍କଟ୍‍ଲ୍ୟାଣ୍ଡର ଚତୁଃପାର୍ଶ୍ଵରେ ୭୦୦ରୁ ଅଧିକ ଛୋଟ ଛୋଟ ଦ୍ଵୀପ ରହିଛନ୍ତି ଓ ଏମାନଙ୍କୁ ନେଇ ସ୍କଟ୍‍ଲ୍ୟାଣ୍ଡର ଦ୍ଵୀପପୁଞ୍ଜ ଗଠିତ । ଅଧିକାଂଶ ସମୟରେ ଆଗ୍ନେୟ ଉଦ୍‍ଗୀରଣରୁ ବା ଭୂଖଣ୍ଡର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ କ୍ରମଶଃ ପୋତି ହୋଇ ବା ଅବକ୍ଷୟ ଘଟି ଦ୍ଵୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି । ଦ୍ଵୀପମାନଙ୍କ ଭୌଗୋଳିକ ସୃଷ୍ଟିର କାରଣକୁ ଭିତ୍ତି କରି ଏମାନଙ୍କୁ ମହାସାଗରୀୟ ଦ୍ଵୀପପୁଞ୍ଜ (ଈଂରାଜୀରେ Oceanic Islands), ମହାଦେଶୀୟ ଦ୍ଵୀପପୁଞ୍ଜ (ଈଂରାଜୀରେ Continental Islands) ବା ବିଖଣ୍ଡିତ ଦ୍ଵୀପପୁଞ୍ଜ (ଈଂରାଜୀରେ Continental Fragments) ଶ୍ରେଣୀରେ ବିଭକ୍ତ କରାଯାଏ । [୨] ସାଧାରଣତଃ ମହାସାଗରୀୟ ଦ୍ଵୀପସମୂହ ଆଗ୍ନେୟ ଉଦ୍‍ଗୀରଣରୁ ସୃଷ୍ଟି ହୋଇଥାନ୍ତି ଓ ଭୂଖଣ୍ଡରୁ ଯଥେଷ୍ଟ ଦୂରରେ ମହାସାଗର ମଧ୍ୟରେ ଏମାନେ ଦୃଶ୍ୟମାନ ହୁଅନ୍ତି । ସମୁଦ୍ର ଗର୍ଭରୁ ଆଗ୍ନେୟ ଉଦ୍‍ଗୀରଣ ହୋଇ ଏହି ଦ୍ଵୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି । ଏକ ଆଗ୍ନେୟ କେନ୍ଦ୍ର ନିକଟରେ ଦ୍ଵୀପପୁଞ୍ଜମାନ ସୃଷ୍ଟି ହୋଇ ଧନୁ ପରି ଦେଖାଯାନ୍ତି । ଆଗ୍ନେୟ କେନ୍ଦ୍ର ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥାଏ ଏବଂ ଭୂସ୍ତର ଧୀରେ ଧୀରେ ବିସ୍ଥାପିତ ହୋଇ ଦ୍ଵୀପମାନଙ୍କର ସୃଷ୍ଟି ହୁଏ । [୩] ଭୂଚଳନ ଯୋଗୁଁ କିଛି ସ୍ଥଳଭାଗ ମହାଦେଶ ବା ମୁଖ୍ୟ ସ୍ଥଳଭାଗରୁ ଦୂରକୁ ବିସ୍ଥାପିତ ହୋଇ ବିଖଣ୍ଡିତ ଦ୍ଵୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି । ବିଖଣ୍ଡିତ ଦ୍ଵୀପପୁଞ୍ଜର କେତେକ ଉଦାହରଣ ହେଲା ମାଡାଗାସ୍କାର୍, ମାସ୍କାରେନ୍ ଦ୍ଵୀପପୁଞ୍ଜ, ତିମୋର୍ ଦ୍ଵୀପପୁଞ୍ଜ ଇତ୍ୟାଦି । ଇଣ୍ଡୋନେସୀୟ ଦ୍ଵୀପପୁଞ୍ଜର କିଛି ଅଂଶକୁ ମଧ୍ୟ ବିଖଣ୍ଡିତ ଦ୍ଵୀପ କୁହାଯାଏ । ଭୂଖଣ୍ଡରୁ ଅଳ୍ପ ଦୂରରେ ସମୁଦ୍ର ମଧ୍ୟରେ ମହାଦେଶୀୟ ଦ୍ଵୀପପୁଞ୍ଜ ଦେଖାଯାନ୍ତି ଓ ଏମାନେ ମହାଦେଶର ଅଂଶ ଭାବେ ପରିଗଣିତ ହୋଇଥାନ୍ତି । ହିମଯୁଗର ଶେଷ ବେଳକୁ ବରଫ ତରଳି ଜଳସ୍ତର ବଢ଼ିବା ଫଳରେ ଅନେକ ସ୍ଥଳଭାଗ ସମୁଦ୍ରଗର୍ଭରେ ବୁଡ଼ିଗଲା । ଉଚ୍ଚସ୍ଥାନଗୁଡ଼ିକ ଦ୍ଵୀପ ଆକାର ଧାରଣ କଲେ । [୪]
OSCAR-2019
ବ୍ରହ୍ମପୁର ୮-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢୀପ ସାହିରେ ବୋମାମାଡ଼ ଜଣେ ଗୁରୁତର, ୩ ଆହତ ହୋଇଛନ୍ତି। ଆହତଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ୪ଟି ଅଫୁଟା ବୋମା ଜବତ ହୋଇଛି। ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ବୋମାମାଡ଼ କରିଥିବା ସୂଚନା ମିଳିଛି। ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ଅନୁସନ୍ଧାନ ଜାରିରଖିଛି। ବୋମା ଏକ କାର ଉପରକୁ ମାଡ଼ ହୋଇଛି। ଅଧିକ ସୂଚନା ଅପେକ୍ଷାରେ …
OSCAR-2019
୩୦୦ଟଙ୍କା ଦେଇ ନ ପାରିବାରୁ ପରୀକ୍ଷା ଦେବାକୁ ମନାକଲା କଲେଜ୍‌, ଭବିଷ୍ୟତ କଥା ଚିନ୍ତା କରି ହୃଦ୍‌ଘାତରେ ଛାତ୍ରଙ୍କ ଜୀବନ ଗଲା | Sambad ସତନା : ମଧ୍ୟପ୍ରଦେଶରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ମାତ୍ର ୩୦୦ଟଙ୍କା ପାଇଁ ଚାଲି ଯାଇଛି ଏକ ନୀରିହ ଛାତ୍ରର ଜୀବନ । ବିସିଏ ପରୀକ୍ଷା ପାଇଁ ୩୦୦ଟଙ୍କା ଦେଇ ନ ପାରିବାରୁ ପରୀକ୍ଷକ ପୀଡ଼ିତ ଛାତ୍ରକୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଦେଇ ନଥିଲେ । ପରୀକ୍ଷା ଦେଇ ନ ପାରିବାରୁ ନିଜ ଭବିଷ୍ୟତ ଅନ୍ଧାର ବୋଲି ଭାବି ଭାବି ହୃଦ୍‌ଘାତରେ ଛାତ୍ରଜଣକ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ସାକେତରେ ରହୁଥିବା ମୋହନଲାଲ ଏକ ଘରୋଇ କଲେଜରେ ବିସିଏ ପାଠ ପଢ଼ୁଥିଲେ । ପରୀକ୍ଷା ପୂର୍ବରୁ ତାଙ୍କୁ ୨୬,୦୦୦ଟଙ୍କା କଲେଜରେ ଭରିବାକୁ ଥିବା ବେଳେ କୌଣସି କାରଣରୁ ସେ ୨୫,୭୦୦ଟଙ୍କା ଦେଇ ପାରିଥିଲେ । ବାକି ୩୦୦ଟଙ୍କା ସେ ପରେ ନିଶ୍ଚୟ ଦେଇ ଦେବେ ବୋଲି କଲେଜରେ ଜଣାଇଥିଲେ । ପରୀକ୍ଷା ଦିନ କଲେଜରେ ପହଞ୍ଚି ଆଡ୍‍ମିଟ୍‌ କାର୍ଡ଼ ମାଗିବା ପରେ କଲେଜ ତରଫରୁ ତାଙ୍କୁ ଆଡମିଟ୍‌ କାର୍ଡ଼ ଦିଆଯିବ ନାହିଁ ବୋଲି କୁହାଯାଇଥିଲା । ଏହା ଶୁଣି ସେ କଲେଜର ପ୍ରବନ୍ଧକଙ୍କୁ ପଚାରିବା ପରେ ୩୦୦ଟଙ୍କା ଦେବା ପରେ ଯାଇ ତୁମେ ଆଡ୍‍ମିଟ୍‌ କାର୍ଡ଼ ନେଇ ପାରିବ ବୋଲି ସେ କହିଥିଲେ । ଏହା ଶୁଣି ପରୀକ୍ଷା ନ ଦେଲେ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ଭାବି ତାଙ୍କର ହୃଦ୍‌ଘାତ ହୋଇଥିଲା । ପରିବାର ଲୋକେ ଡ଼ାକ୍ତରଖାନା ନେଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଘଟଣା ପରେ ପରିବାର ଲୋକେ ନ୍ୟାୟ ପାଇଁ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି । ନ୍ୟାୟ ପାଇଁ କଲେଜ ଏବଂ କଲେଜର ପ୍ରବନ୍ଧକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ନଚେତ ରାସ୍ତା ଅବରୋଧ ଜାରି ରହିବ ବୋଲି ପରିବାର ତରଫରୁ କୁହାଯାଇଛି ।
OSCAR-2019
ବାଲିଅନ୍ତା: ଭୁବନେଶ୍ୱର-ବନମାଳିପୁର ମୁଖ୍ୟ ରାସ୍ତାର ପୂରଣ ଛକ ନିକଟରେ ବାଇକ୍‌ରୁ ଛିଟିକି ପଡ଼ି ଗୁରୁତର ଆଶାକର୍ମୀ ସଂଯୁକ୍ତା ଦାଶଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ବାଳକାଟି ଫାଣ୍ଡି ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗତ ୨୯ ତାରିଖ ମଧ୍ୟାହ୍ନରେ ବାଲିଅନ୍ତା ଥାନା ଅଧୀନ ଶଠିଲୋ ଗ୍ରାମର ସଂଯୁକ୍ତା ପୁଅ ସହ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ବେଳେ ବାଇକ୍‌ରୁ ଖସିପଡ଼ି ଚେତାଶୂନ୍ୟ ହୋଇଯାଇଥିଲେ। ତାଙ୍କୁ ଚିକିତ୍ସା ଲାଗି ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ରାତି ପ୍ରାୟ ୧୨ଟାରେ ମୃତ୍ୟୁ ଘଟିଥିଲା। ମୃତ ସଂଯୁକ୍ତାଙ୍କ ପରିବାରକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଓ ଚାକିରି ପ୍ରଦାନ କରିବାକୁ ତାଙ୍କ ପରିବାର ଲୋକ ଦାବି କରିଛନ୍ତି।
OSCAR-2019
କୋରାପୁଟ ୨୧-୦୫-୧୮ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ଉନ୍ନୟନ ସମନ୍ନୟ ଓ ନିରୀକ୍ଷଣ କମିଟି(ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ସାଂସଦ ତଥା କମିଟିର ଅଧ୍ୟକ୍ଷ ଝିନ୍ନ ହିକକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା, ସ୍ୱଛ ଭାରତ ମିଶନ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରୀତା ଉପରେ ବିସ୍ତୁୃତ ଆଲୋଚନା କରାଯାଇଥିଲା।କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କ ତତ୍ୱବଧାନରେ ଏମନାରେଗାରେ ଜିଲ୍ଲାରେ ଚାଷୀମାନଙ୍କ ଜମିରେ କୂଆ ଖୋଲା କାର୍ଯ୍ୟକ୍ରମକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରଶଂସା କରିଥିଲେ।ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି, ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନି, ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ, କୋରାପୁଟ ଉପଜିଲ୍ଲାପାଳ କୃତିବାସ ରାଉତ, ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତ କେଶରୀ ରାୟ, ଜିଲ୍ଲା ଯୋଜନା ଉପନିର୍ଦ୍ଦେଶକ ସଂଜୟ କୁମାର ନନ୍ଦ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ନାୟକ, ସହକାରୀ ଯନ୍ତ୍ରୀ ଆର.ଭି.ଆର.ପଟନାୟକ, ସିଡିଏମଓ ଡାକ୍ତର ଲଲିତ ମୋହନ ରଥ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱରଚନ୍ଦ୍ର ନାୟକ, ଜିଲ୍ଲା କୃଷି ଅଧିକାରୀ ଏସ.କେ.ରଥ, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି ପ୍ରମୁଖ ଉପସ୍ଥିତ ଥିଲେ।
OSCAR-2019
ମେଷ (Aries) : ଆଜି ଦିନ ପୂରା ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଶାରୀରିକ ଏବଂ ମାନସିକରୂପରେ ଆପଣ ଅସୁସ୍ଥତା ଅନୁଭବ କରିବେ। ବ୍ୟର୍ଥ ଖର୍ଚ୍ଚର ମାତ୍ରା ବଢ଼ିପାରେ। ପୁଞ୍ଜି-ନିବେଶ କରିବା ପୂର୍ବରୁ ଏହି କଥାଗୁଡ଼ିକର ଧ୍ୟାନ ରଖିବେ। ପରୋପକାର କରିବାରେ ଅବସର ପ୍ରାପ୍ତ ହେବ। ସମ୍ଭାଳିକରି ଦବା-ନବା କରବେ। ଆଧ୍ୟାତ୍ମିକତା ପ୍ରତି ରୁଚି ଅଧିକ ରହିବ। ଲୋଭ କରନ୍ତୁ ନାହିଁ। ବୃଷ (Taurus): ଆଜିର ଦିନ ଆନନ୍ଦରେ କଟିବ। କାରବାରରେ ଲାଭ ବୃଦ୍ଧି ହେବ। ପରିଜନମାନଙ୍କର ଏବଂ ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦର ବାତାବରଣ ଆନନ୍ଦମୟ ରହିବ। ନୂଆ ସଂପର୍କ ଏବଂ ପରିଚୟ ବ୍ୟାପାର କ୍ଷେତ୍ରରେ ଲାଭପ୍ରଦ ରହିବ। ଛୋଟ ଦୂର ଯାତ୍ରା କରିପାରନ୍ତି ଯାହା ସୁଖ ଏବଂ ଲାଭଦାୟକ ରହିବ। ମିଥୁନ (Gemini): ଶାରୀରିକ ଏବଂ ମାନସିକରୂପରେ ଆଜି ପୂରା ଦିନ ପ୍ରସନ୍ନତା ରହିବ। ବ୍ୟବସାୟିକ କ୍ଷେତ୍ରରେ କାର୍ଯ୍ୟର ପ୍ରଶଂସା ହେବାରେ କାର୍ଯ୍ୟ ପ୍ରତି ଉତ୍ସାହ ବଢ଼ିବ। ସହକର୍ମିମାନଙ୍କର ସାଥି ପ୍ରାପ୍ତ ହେବ। ସାମାଜିକ କ୍ଷେତ୍ରରେ ମଧ୍ୟ ମାନ-ସମ୍ମାନ ପ୍ରାପ୍ତ ହେବ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତାଇ ପାରନ୍ତି। ବ୍ୟବସାୟରେ ପଦୋନ୍ନତିର ସଂଭାବନା ଅଛି। ସରକାରୀ କ୍ଷେତ୍ରର କାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ହେବ। କର୍କଟ (Cancer) : ଆଜି ଭାଗ୍ୟ ବୃଦ୍ଧିର ଦିନ ଅଟେ। ବିଦେଶ କିମ୍ବା ଦୂର ଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ। ଛୋଟ ଯାତ୍ରା କିମ୍ବା କୌଣସି ଧାର୍ମିକ ଯାତ୍ରାରେ ମନର ପ୍ରସନ୍ନତାରେ ବୃଦ୍ଧି ହେବ। ଶାରୀରିକ ରୂପରେ ଆଜି ସୁସ୍ଥ ରହିବେ। ମାନସିକ ରୂପରେ ଆଜି ପ୍ରସନ୍ନତା ଅନୁଭବ କରିବେ। ମିତ୍ରମାନଙ୍କ ଏବଂ ପରିଜନମାନଙ୍କ ସହିତ ଦିନ ଆନନ୍ଦର ସହିତ ବିତିବ। ବ୍ୟବସାୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ। ଆକସ୍ମିକ ଧନପ୍ରାପ୍ତିର ଯୋଗ ପ୍ରବଳ । ବିଦେଶ ଯିବାର ପ୍ରୟାସରେ ଏବଂ ଧାର୍ମିକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ସିଂହ (Leo): ସ୍ଵାସ୍ଥ୍ୟ ପ୍ରତି ଆଜି ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ସ୍ଵାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହୋଇପାରେ। ଆଜି ବାହରର ଖାଦ୍ୟଠାରୁ ଦୂରରେ ରୁହନ୍ତୁ। ବୈଚାରିକ ସ୍ତରରେ ନକାରାତ୍ମକ ଛାୟା ରହିବ। ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗ ଉପରେ ନେବ ଏବଂ ମାନସିକ ଚିନ୍ତା କମ ହେବ। କନ୍ୟା (Virgo): ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ। ଯଶ କୀର୍ତି ପ୍ରାପ୍ତ ହେବ। ବ୍ୟାପାର କ୍ଷେତ୍ରରେ ଭାଗିଦାରୀ ସହିତ ସମ୍ବନ୍ଧରେ ସକାରାତ୍ମକତା ବଢ଼ିବ। ବସ୍ତ୍ରାଭୂଷଣ କିଣି ମନ ଆନନ୍ଦିତ ହେବ। ମିତ୍ରମାନଙ୍କ ସହିତ ଯାତ୍ରାର ଆନନ୍ଦ ନେବେ। ତୁଳା (Libra): ଆପଣଙ୍କର ସ୍ଵାସ୍ଥ୍ୟ ଆଜି ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ସହକର୍ମିମାନଙ୍କ ସାଥି ପ୍ରାପ୍ତ ହେବ। ପରିଜନମାନଙ୍କ ସହିତ ଆପଣ ଆନନ୍ଦପୂର୍ବକ ସମୟ ବିତାଇ ପାରିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଖର୍ଚ୍ଚର ମାତ୍ରା ଆଜି ନବଢ଼ୁ ଏହାର ମଧ୍ୟ ଧ୍ୟାନ ରଖିବେ। କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ ଏବଂ ଯଶ ମିଳିବ। ବିଚ୍ଛା (Scorpio): ବାଦ-ବିବାଦଠାରୁ ଦୂରରେ ରୁହନ୍ତୁ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ଅଭ୍ୟାସରେ ସଫଳତା ପ୍ରାପ୍ତ ହେବ ଏବଂ ତାଙ୍କର ଉତ୍ସାହ ବୃଦ୍ଧି ହେବ। ଶେୟାର-ସଟ୍ଟାରେ ପୁଞ୍ଜି-ନିବେଶ ନ କରିବା ପାଇଁ ଉପଦେଶ। ସମ୍ଭବ ହେଲେ ଯାତ୍ରା ଆଜି ଘୁଞ୍ଚାଇ ଦିଅନ୍ତୁ। ଭବିଷ୍ୟତ ପାଇଁ ଆର୍ଥିକ ଯୋଜନା ବନାଇବା ପାଇଁ ସମୟ ଅନୁକୂଳ ଅଟେ। ଧନୁ (Sagittarius): ମାନସିକରୂପରେ ଆଜି ଆପଣଙ୍କର ଉତ୍ସାହର ଅଭାବ ରହିପାରେ ଯେଉଁଥିରେ ମନରେ ଅଶାନ୍ତି ରହିବ। ପାରିବାରିକ ବାତାବରଣ କଳହପୂର୍ଣ୍ଣ ରହିପାରେ କାରଣ ପରିଜନମାନଙ୍କ ସାଥିରେ ମନମାଳିନ୍ୟ ହୋଇପାରେ। ସ୍ଥାୟୀ ସଂପତ୍ତି କାଗଜପତ୍ର ମାମଲାରେ ବିଶେଷ ଧ୍ୟାନ ରଖିବେ। ଧନହାନିର ଯୋଗ ଅଛି। ମାନହାନି ନ ହେଉ ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟ ବିଷୟରେ ଚିନ୍ତା ରହିବ। ମକର (Capricorn): ମିତ୍ରମାନଙ୍କ ଏବଂ ପରିଜନମାନଙ୍କ ସହିତ ଆଜିର ଦିନ ଆନନ୍ଦ ପୂର୍ବକ ବିତିବ। କୌଣସି ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରିପାରନ୍ତି। ସ୍ଥାୟୀ ସଂପତ୍ତିର କାର୍ଯ୍ୟ ଆଜି ଆପଣ କରି ପାରିବେ। ବ୍ୟବସାୟୀ ଲୋକମାନଙ୍କର ପାଇଁ ସମୟ ଅନୁକୂଳ ଅଟେ।। ଶତ୍ରୁ ପରାସ୍ତ ହେବେ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଠିକ ରହିବ। ଆଜି ଆର୍ଥିକ ଲାଭ ହେବାର ସଂକେତ ଅଛି। ନୂଆ କାର୍ଯ୍ୟର ଶୁଭାରମ୍ଭ ଆଜି କରି ପାରିବେ। କୁମ୍ଭ (Aquarius): ମାନସିକ ରୂପରେ ଅସୁବିଧା ଅନୁଭବ ହେବାରେ କୌଣସି ନିଶ୍ଚିତ ନିର୍ଣ୍ଣୟ ନେବାରେ କଷ୍ଟ ହେବ। ନିରର୍ଥକ ଖର୍ଚ୍ଚରୁ ବଞ୍ଚନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ନରଖିଲେ ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାର ସଂଭାବନା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ଅଭ୍ୟାସର ସମୟ। ମନର ଏକାଗ୍ରତା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବାରେ ବିଳମ୍ବ ହୋଇପାରେ। ମୀନ (Pisces): ଶାରୀରିକ ଏବଂ ମାନସିକ ରୂପରେ ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ। ଉତ୍ସାହପୂର୍ଣ୍ଣ ବାତାବରଣ ହେବାପାଇଁ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବାର ପ୍ରେରଣା ମିଳିବ। ପାରିବାରିକ ବାତାବରଣରେ ସୁଖ-ଶାନ୍ତି ବନି ରହିବ। ମିତ୍ର ଏବଂ ପରିଜନମାନଙ୍କର ସହିତ ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ଅଛି। ଧାର୍ମିକ ଯାତ୍ରା ଅଥବା ଧାର୍ମିକ କାର୍ଯ୍ୟର ଆଜି ଯୋଗ ଅଛି। ଭଦ୍ରକରେ ଶ୍ରୀରୀମ ନବମୀ ପୂର୍ବରୁ ୧୪୪ ଧାରା ଜାରି କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଧର୍ମୀୟଭାବନାକୁ କୁଠାରଘାତ କରୁଛନ୍ତି : ବିଜେପି
OSCAR-2019
ମୁମ୍ବାଇ : ସୁପରହିଟ ସିନେମା ‘ସତ୍ୟମେବ ଜୟତେ’ର ଦିଲ୍‌ବର୍‌ ଗୀତର ନୂଆ ଭର୍ସନ୍‌ ୟ୍ୟୁ ଟ୍ୟୁବ୍‌ରେ ଧମାଲ୍‌ କରିବାପରେ ଚର୍ଚ୍ଚାକୁ ଆସିଥିଲେ ଏହି ଗୀତର ଆଇଟମ୍‌ ଗର୍ଲ ନୋରା ଫତେହୀ । ନୋରା ହେଉଛନ୍ତି ଜଣେ ଇଣ୍ଡୋ-ମରୋକୋ-କାନାଡୀୟ ଡ୍ୟାନ୍ସର, ମଡେଲ ଓ ଅଭିନେତ୍ରୀ। ବଲିଉଡରେ ନୋରା ‘ରୋର୍‌:ଟାଇଗର୍‌ ଅଫ୍‌ ସୁନ୍ଦରବନ’ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ। ଏହାପରେ ସେ ବିଖ୍ୟାତ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ତେଲୁଗୁ ସିନେମା ‘ଟେଂପର୍‌’ରେ ଏକ ଆଇଟମ୍‌ ଗୀତରେ ଅଭିନୟ କରିଥିଲେ। ତା’ପରେ ନୋରା ଫତେହୀଙ୍କୁ ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ‘ମିଷ୍ଟର ଏକ୍ସ’ ରେ ଏକ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ହିନ୍ଦୀ ସିନେମାରେ ଇମ୍ରାନ୍‌ ହାସମୀ ଓ ଗୁରୁମିତ୍‌ ଚୌଧୁରୀ ଥିଲେ ମୁଖ୍ୟ ଭୂମିକାରେ।ନୋରା ଫତେହୀ ‘ବାହୁବଲୀ ଦ ବିଗିନିଂ’, ‘କିକ୍‌-୨’,ଶେର୍‌, ଲୋଫର୍‌ ଆଦି ତେଲଗୁ ସିନେମାରେ ମଧ୍ୟ ଅଭିନୟ କରିଥିଲେ। ଏହାପରେ ନୋରା ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ‘ବିଗ୍‌ବସ୍‌ -୯’ରେ ପ୍ରତିଯୋଗୀଭାବେ ଅଂଶ ଗ୍ରହଣ କରିଥିିଲେ। ଏହି ସୋ’ରୁ ୮୪ ତମ ଦିନ ତାଙ୍କୁ ବିଦାୟ ନେବାକୁ ପଡ଼ିଥିଲା।ଏଇ ନିକଟରେ ନୋରା ଫତେହୀ ସଲମାନ୍‌ ଖାନ୍‌, କାଟ୍ରିନା କୈଫ୍‌ ଓ ଦିଶା ପଟାନୀ ଷ୍ଟାରର ‘ଭାରତ୍‌’ ସିନେମା ପାଇଁ ବି ସୁଟିଂ କରିଛନ୍ତିି।ଏହି ସିନେମାରେ ତାଙ୍କୁ ଆଇଟମ୍‌ ଗର୍ଲଭାବେ ନୁହେଁ ,ବରଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହାଛଡା ତାଙ୍କ ହାତରେ କେତେକ ନୂଆ ହିନ୍ଦୀ ଫିଲ୍ମର ଅଫର୍‌ ମଧ୍ୟ ରହିଛି।
OSCAR-2019
ପୁରୀ:୧୨/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବହୁ ପ୍ରତିକ୍ଷିତ ପୁରୀ ବସଷ୍ଟାଣ୍ଡର ଉନ୍ନତି କରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବୁଧବାର ଅପରାହ୍ନରେ ଏହା ଲୋକାର୍ପିତ ହୋଇଛି।ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଫଳକ ଅନାବରଣ କରି ଏହାକୁ ଲୋକାର୍ପିତ କରିଥିଲେ। ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀମହାନ୍ତି କହିଲେ ଯେ, ପୌରସଂସ୍ଥା ଏବେ ଠାରୁ ବସଷ୍ଟାଣ୍ଡରେ ଉଠା ଦୋକାନୀ ଓ ଅଟୋ ପ୍ରବେଶ ଉପରେ କଟକଣା ଲଗାଉ। ଅଟୋ ଚାଳକମାନେ ଯେପରି ବସଷ୍ଟାଣ୍ଡ ବାହାରୁ ଯାତ୍ରାକୁ ନେବା ଆଣିବା କରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ମହାନ୍ତି ଗୁରୁତ୍ୱାରୋପ କରିବା ସହ ଖୁବ ଶୀଘ୍ର ଏହା ମଧ୍ୟରେ ପାନୀୟ ଜଳ ଓ ଟୟଲେଟ୍ ନିର୍ମାଣ କରାଯିବ ବୋଲି ଶ୍ରୀମହାନ୍ତି ସୂଚନା ଦେଇଥିଲେ। ଉଠା ଦୋକାନୀ ଓ ଯାତ୍ରୀବାହୀ ଅଟୋଦ୍ୱାରା ବସଷ୍ଟାଣ୍ଡ ରେ ଟ୍ରାଫିକ୍ ସମସ୍ୟା ଉପୁଜିବ।ଏହି ଦୃଷ୍ଟିରୁ ବସଷ୍ଟାଣ୍ଡ ବାହାରେ ପ୍ରିପେଡ଼୍ ଅଟୋମାନେ ଯାତ୍ରୀଙ୍କୁ ନେବା ଆଣିବା ବ୍ୟବସ୍ଥା କରାଯାଉ। ଏହା ଦ୍ୱାରା ଯାତ୍ରୀମାନେ ସୁରକ୍ଷିତ ରହିବେ ବୋଲି ଶ୍ରୀମହାନ୍ତି କହିଥିଲେ। ଉତ୍ସବରେ ବସ ମାଲିକ ସଂଘ ସମ୍ପାଦକ ଲୋକନାଥ ପାଣି, ପୌର ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ପୌର ସଦସ୍ୟ ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ପୌରସଦସ୍ୟ ଦାମୋଦର ମହାସୁଆର, ରଂଜିତା ମହାନ୍ତି, ପ୍ରିତମ ଜଗଦେବ, ବଳରାମ ରେଡ଼ୀ, ସୁପ୍ରିୟା ପାତ୍ର ପ୍ରମୁଖ ମଚାଂସୀନ ଥିଲେ।
OSCAR-2019
ଛତିଶଗଡର ଘୁଞ୍ଚାପାଲି ସ୍ଥିତ ଚଣ୍ଡୀ ମନ୍ଦିରରେ ଦେଖିବାକୁ ମିଳୁଛି ଅଦ୍ଭୁତ ଦୃଶ୍ୟ,ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିିଁ । ଏହି ମନ୍ଦିରକୁ ନିୟମିତ ରୂପେ ମାଙ୍କ ଦର୍ଶନ ପାଇଁ ଆସନ୍ତି ୩ ଟି ଭାଲୁ । ଶ୍ରଦ୍ଧାଳୁଙ୍କ ସହ ଏହି ଭାଲୁମାନେ ମାତାଙ୍କ ମନ୍ଦିରରେ ଆରତୀରେ ସାମିଲ ହେବା ପାଇଁ ଠିକ ସମୟରେ ପହଂଚି ଯାଆନ୍ତି । ନିୟମିତ ମନ୍ଦିରକୁ ଆସୁଥିିଲେ ହେଁ ଏହି ଭାଲୁମାନେ ଏଯାଏଁ କୌଣସି ଶ୍ରଦ୍ଧାଳୁଙ୍କୁ କ୍ଷତି ପହଞ୍ଚାଇ ନାହାନ୍ତି । ଏହାସହ ଏହି ଭାଲୁମାନେ ମା’ଙ୍କ ପ୍ରତି ଲୋକଙ୍କ ଧାର୍ମିକ ଆସ୍ଥାକୁ ବଢାଇବାରେ ସାହାଯ୍ୟ କରିଛନ୍ତି । ସଂନ୍ଧ୍ୟା ୬ଟା ପରେ ପାହାଡରୁ ଭାଲୁମାନେ ମନ୍ଦିର ପରିସରକୁ ଆସନ୍ତି । ମା’ଙ୍କ ଆରତୀ ସମୟରେ ଭାଲୁମାନେ ହାତ ଯୋଡିକି ଠିଆ ହେବାର ମଧ୍ୟ ଦେଖାଯାଏ । ଯେ ପର୍ଯ୍ୟନ୍ତ ମା’ଙ୍କର ଅରତୀ ଆରମ୍ଭ ହୋଇ ନଥାଏ ସେପର୍ଯ୍ୟନ୍ତ ସେମାନେ ମନ୍ଦିର ପରିସରରେ ଶୃଙ୍ଖଳା ସହ ଅପେକ୍ଷା କରିଥାଆନ୍ତି । କେବଳ ଏତିକି ନୁହଁ ଆରତୀ ପରେ ଭାଲୁମାନେ ମାଙ୍କ ମନ୍ଦିରର ପରିକ୍ରମା ମଧ୍ୟ କରିଥାଆନ୍ତି । ଆରତୀ ଶେଷ ହେବା ପରେ ପ୍ରସାଦ ଗ୍ରହଣ କରି ଭାଲୁମାନେ ପୁଣି ପାହାଡକୁ ଫେରିଯାଆନ୍ତି ।
OSCAR-2019
କେନ୍ଦ୍ରାପଡ଼ା : କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟାର୍‌ ଟିଟୋ ଓରଫ୍ ଶେଖ ଉସମାନ୍ ଅଲ୍ଲୀ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଆହତ ହୋଇଛି। ସୂଚନା ମୁତାବକ, ଏକ ବଡ଼ ଟେଣ୍ଡର ଫିକ୍ସିଂ ଫଇସାଲା କରିବାକୁ ଆସିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ୍‌ର ସ୍ପେସାଲ୍‌ ଟାସ୍କ ଫୋର୍ସ(ଏସଟିଏଫ୍‌) ତାକୁ ଧରିବାକୁ ଯାଇଥିଲା। ଏହି ସମୟରେ ପୁଲିସକୁ .ଦେଖି ଟିଟୋ ଓ ତା’ର ୩ ସହଯୋଗୀ ଏସ୍‌ଟିଏଫ୍‌ର ଟାଟା ସୁମୋ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲେ। ଏସ୍‌ଟିଏଫ୍‌ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଗୁଳି ବିନିମୟରେ ଟିଟୋ ଡାହାଣ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଛି। ବର୍ତ୍ତମାନ ଟିଟୋକୁ ଚିକିତ୍ସା ଲାଗି ବଡ଼ଚଣା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ କବଜାରେ ଥିବା ଟିଟୋକୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ନିଅାଯାଇଥିବା ଜଣାପଡ଼ିଛି। ଉଲ୍ଳେଖଯୋଗ୍ୟ କି ଓଡ଼ିଶା ଓ ଓଡ଼ିଶା ବାହାରେ ଅପରାଧ ସାମ୍ରାଜ୍ୟ ଚଳାଇଥିବା ଗ୍ୟାଙ୍ଗଷ୍ଟର ଟିଟୋ ଗତ ୬ ବର୍ଷ ହେଲା ଫେରାର୍‌ ଥିଲା। ଟିଟୋ ନାମରେ ଟେଣ୍ଡର୍‌ ଫିକ୍ସିଂ, ଅପହରଣ, ହତ୍ୟା ଓ ଲୁଣ୍ଠନ ଭଳି ସଙ୍ଗୀନ ମାମଲା ରହିଛି। ଶେଷଥର ଲାଗି ଟିଟୋକୁ ୨୦୧୦ ମସିହାରେ ପୁଲିସ୍‌ ଗିରଫ କରିଥିଲା। ଟିଟୋ ଜେଲ୍‌ରୁ ଖସିବା ପରେ ଅଣ୍ଡର୍‌ଗ୍ରାଉଣ୍ଡ୍‌ ହୋଇ ତା’ ଗ୍ୟାଙ୍ଗ୍‌ ଜରିଆରେ ଅପରାଧ ଚଳାଇଥିଲା। ୨୦୧୨ରେ ପୁଲିସ୍‌ ତାକୁ ଏନଏସଏରେ ବୁକ୍‌ କରାଯାଇଥିଲା। ଶବିବାର ସେ ଏକ ବଡ଼ ଟେଣ୍ଡର ଫିକ୍ସିଂ ଲାଗି ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳକୁ ଆସିଥିବା ବେଳେ ପୂର୍ବସୂଚନା ଅନୁସାରେ କ୍ରାଇମ୍‌ବ୍ରାଞ୍ଚ ତାକୁ ଧରିବା ଲାଗି ଜାଲ ବିଛାଇଥିଲା। ଆଇପିଏସ୍‌ ହିମାଂଶୁ ଲା୍‌ଲଙ୍କ ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚ୍‌ର ସ୍ପେସାଲ୍‌ ଟାସ୍କ ଫୋର୍ସ(ଏସଟିଏଫ୍‌) ଶେଷରେ ଟିଟେକୁ ଦିନ ୧୨ଟା ପାଖାପାଖି ଧରିବାକୁ ସକ୍ଷମ ହୋଇଥିଲା।
OSCAR-2019
5 “ପୁରୋହୀତଗଣ, ଇସ୍ରାଏଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଦୋଷୀ ବୋଲି ବିଗ୍ଭରିତ ହୋଇଛ। “ତୁମ୍ଭେମାନେ ମି‌‌ସ୍‌‌ପା ପର୍ବତର ଯନ୍ତା ଓ ତାବୋର ପର୍ବତର ପାଦଦେଶରେ ବିଛାଯାଇଥିବା ଜାଲ ସଦୃଶ ଥିଲ। 2 ତୁମ୍ଭେମାନେ ବହୁ ମନ୍ଦକାର୍ଯ୍ୟ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା। 3 ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଯାହାସବୁ କରିଛି ତାହା ମଧ୍ୟ ଜାଣୁ। ହେ ଇଫ୍ରୟିମ, ତୁମ୍ଭେ ବର୍ତ୍ତମାନଠାରୁ ତୁମ୍ଭେ ଗଣିକାପରି କାର୍ଯ୍ୟ କରୁଛ। ଇସ୍ରାଏଲ ପାପରେ କଳୁଷିତ। 4 ଇସ୍ରାଏଲର ଲୋକମାନେ ବହୁ ମନ୍ଦକାର୍ଯ୍ୟ କରିଛନ୍ତି ଏବଂ ସେହିସବୁ ମନ୍ଦକାର୍ଯ୍ୟ ସେମାନଙ୍କୁ ପରମେଶ୍ୱରଙ୍କ ନିକଟକୁ ଫେରିବାଠାରୁ ଦୂରେଇ ଦେଇଛି। ସେମାନେ ସର୍ବଦା ପ୍ରତିମାର ପଛରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସେମାନେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାନ୍ତି। 5 ଇସ୍ରାଏଲର ଗର୍ବ ସେମାନଙ୍କ ବିରୁଦ୍ଧରେ ସାକ୍ଷୀ ଦେବ। ତେଣୁ ଇସ୍ରାଏଲ ଓ ଇଫ୍ରୟିମ ସେମାନଙ୍କ ପାପ ଯୋଗୁଁ ପତିତ ହେବେ। ଯିହୁଦାର ମଧ୍ୟ ସେମାନଙ୍କର ସହିତ ପତନ ହେବ। 6 “ସେହି ଲୋକମାନଙ୍କର ନେତାମାନେ ସଦାପ୍ରଭୁଙ୍କ ଅନ୍ୱେଷଣରେ ଗଲେ। ସେମାନେ ସେମାନଙ୍କ ସହିତ ମେଷ ଓ ଗାଈମାନଙ୍କୁ ନେଲେ। କିନ୍ତୁ ସଦାପ୍ରଭୁଙ୍କୁ ସେମାନେ ପାଇଲେ ନାହିଁ। କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଥିଲେ। 7 ସେମାନେ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହୋଇଛନ୍ତି। ସେମାନେ ଅବୈଧ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏବଂ ବର୍ତ୍ତମାନ ସେମାନେ ଓ ସେମାନଙ୍କର ଦେଶଗୁଡ଼ିକୁ ଆସନ୍ତା ମାସରେ ଧ୍ୱଂସ କରାଯିବ।”
OSCAR-2019
ବାଲେଶ୍ୱର : ବାଲେଶ୍ୱର ଆଟିଆଇ ସେଣ୍ଟରରେ ଚାଲିଥିବା ଓଜେଇଇ ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ଧରା ପଡ଼ିବା ଘଟଣାରେ ନୂଆମୋଡ଼ ଆସିଛି। ଆଜି ପୁଲିସ ଏହି ଘଟଣାରେ ମାଷ୍ଟରମାଇଣ୍ଡ ସହ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏକ ଘରୋଇ ଇଂଜିନିୟରିଂ କଲେଜର ଅଧ୍ୟାପକ ତଥା ଖନ୍ତାପଡ଼ା ଅଞ୍ଚଳର ଚନ୍ଦ୍ରକାନ୍ତ ଶତପଥୀ, ଉକ୍ତ କଲେଜର ଛାତ୍ର ଗୋପୀକିଷନ ନାୟକ, ନୀଳଗିରି ଅଞ୍ଚଳର ଉମାଶଙ୍କର ରାଉତ, ରେମୁଣା ଅଞ୍ଚଳର ବିଶ୍ୱଜିତ ମହାପାତ୍ର। ମାଷ୍ଟରମାଇଣ୍ଡ ଶ୍ରୀ ଶତପଥୀ ନିଜେ କାର୍ଯ୍ୟରତ ଥିବା କଲେଜରେ ପିଲାଙ୍କୁ ଆଡମିସନ ଉଦ୍ଦେଶ୍ୟରେ ଓଜେଇଇ ପରୀକ୍ଷାରେ ପାସ୍‌ କରାଇବା ପାଇଁ ଏମିତି ନକଲି ପରୀକ୍ଷାର୍ଥୀଙ୍କୁ ନିୟୋଜିତ କରାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଘରୋଇ କଲେଜରେ ଆଡମିସନ ପାଇଁ ଏସବୁ ବେଆଇନ କାର୍ଯ୍ୟରେ ବହୁ କଲେଜର ଅଧ୍ୟାପକ ଲିପ୍ତ ଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଗତ ୨୨ ତାରିଖ ଆଇଟିଆଇରେ ଓଜେଇଇ ପ୍ରବେଶିକା ପରୀକ୍ଷା ଚାଲିଥିବା ବେଳେ ନୀରିକ୍ଷକ ଦସ୍ତଖତ ମାରିବା ବେଳେ ଦୁଇ ନକଲି ପରୀକ୍ଷାର୍ଥୀ ତାଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଅଧିକ ପଚରାଉଚୁରା କରିବା ପରେ ପ୍ରଦୀପ ମଣ୍ଡଳଙ୍କ ନାଁରେ ବିନୋଦ ସିଂ ଓ ପ୍ରାଂଶୁ ସାମନ୍ତଙ୍କ ନାଁରେ ସଂଜୀବ କୁମାର ପରୀକ୍ଷା ଦେଉଥିବା ଜଣାପଡ଼ିଥିଲା। ଶିଳ୍ପାଞ୍ଚଳ ପୁଲିସ ତଦନ୍ତ କରି ଗିରଫ କରିଥିବା ୪ ଜଣଙ୍କୁ ଆଜି କୋର୍ଟଚାଲାଣ କରିଛି। ତେବେ ଏହି ଘଟଣାରେ ଅସଲି ପରୀକ୍ଷାର୍ଥୀଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯିବ ବୋଲି ଶିଳ୍ପାଞ୍ଚଳ ଏସଆଇ ଅଶୋକ ମହାନ୍ତି କହିଛନ୍ତି।
OSCAR-2019
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକରେ ଏକ ମେଡିକାଲ କଲେଜ ସ୍ଥାପନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭଦ୍ରକ ଜିଲ୍ଲା ପ୍ରତି ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ । ଏ ନେଇ ଏକ ୧୦ ଦିନିଆ ଚରମପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ସରକାର ବିଧିବଦ୍ଧ ଭାବେ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ଲାଗି ବିଜ୍ଞପ୍ତି ଜାରି ନ କଲେ ମିଳିତ ଆନେ୍ଦାଳନକୁ ଚରମ ସୀମାରେ ପହଞ୍ଚାଇ ଦିଆଯିବ ବୋଲି ଆଜି ମେଡିକାଲ କଲେଜ ଦାବି ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏପରିକି ଆବଶ୍ୟକ ପଡିଲେ ଭଦ୍ରକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରାଯିବ ବୋଲି ଚେତାବନୀ ଦିଆଯାଇଛି । ସମ୍ମିଳନୀର ଆବାହକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସମ୍ମିଳନୀରେ ଭାରତୀୟ ଚିକିତ୍ସକ ସଂଘ ଆଇଏମ୍ଏର ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ ଯୋଗ ଦେଇ ଭଦ୍ରକରେ ଏକ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ସବୁ ପ୍ରକାରର ଭିତ୍ତି ଭୂମି ରହିଥିବା ବେଳେ ସରକାର କାହିଁକି ଅଣଦେଖା କରୁଛନ୍ତି ଏ ନେଇ କ୍ଷୋଭ ପ୍ରକଟ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁଯାୟୀ ପ୍ରତି ୧୦୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ରହିବା ନିଧାର୍ଯ୍ୟ ଥିବା ବେଳେ ଏବେ ୯୫୦ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ମାତ୍ର ବିଡମ୍ବନାର କଥା ଯେ ଓଡିଶାରେ୨୭୪୯ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ଲୋକ ସଂଖ୍ୟା ଦୃଷ୍ଟିରୁ ଅନ୍ୟ ରାଜ୍ୟ ମାନଙ୍କରେ ବହୁ ମେଡିକାଲ କଲେଜ ରହିଥିବା ବେଳେ ଓଡିଶାରେ ମାତ୍ର ୧୨ଟି ମେଡିକାଲ କଲେଜ ରହିଛି ଯାହା ଅତି ନଗଣ୍ୟ । ଭଦ୍ରକର ଗେଲପୁର ଠାରେ ନିର୍ମାଣାଧୀନ ସରକାରୀ ହସ୍ପିଟାଲକୁ ମେଡ଼ିକାଲ କଲେଜ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଡାକ୍ତର ଶ୍ରୀ ନାୟକ କହିଥିଲେ । ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସମ୍ପାଦକ ଆଡ୍ଭୋକେଟ ତୁଷାର ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମେଡିିକାଲ କଲେଜ ପାଇଁ ସମୂହ ଆନେ୍ଦାଳନର ଆବଶ୍ୟକତା ରହିଛି । ଦାବି ଆପେ ମିଳେ ନାହିଁ । ଦାବି ହାସଲ ପାଇଁ ହକ୍ର ଲଢେଇ ଆବଶ୍ୟକ ବୋଲି କହିଥିଲେ । ଏହି ସମ୍ମିଳନୀରେ ଭଦ୍ରକ ନାଗରିକ ସମାଜ, ଉକ୍ରଳମଣି ଫାଉଣ୍ଡେସନ ଟ୍ରଷ୍ଟ, ମହାତ୍ମା ଗାନ୍ଧୀ ବିଚାର ମଞ୍ଚ, ଶହିଦ ଭଗତ ସେନା, ଭଦ୍ରକ ସୋସିଆଲ ସର୍ଭିସ, ହିନ୍ଦୁ ସୁରକ୍ଷା ମଞ୍ଚ, ରୋଟାରୀ କ୍ଳବ, ରୋଟାରୀ କ୍ଳବ ମିଡ୍ ଟାଉନ, କିନ୍ନର ସଂଘ, ଲାୟନ୍ସ କ୍ଳବ, ଜୀବନଜ୍ୟୋତି ସଂଗଠନ, ବିଜୁ ସ୍ମୃତି ପରିଷଦ, ତିହିଡି ଯୁବ ମଞ୍ଚ, ୟୁନିକ୍ ଡ୍ରପ୍ସ ପକ୍ଷରୁ ପ୍ରମୋଦ ରାୟ, ସୀତାଂଶୁ ଶେଖର ମହାପାତ୍ର, ଅତିଶ ବେହେରା, ଦେବେନ୍ଦ୍ର ମହାନ୍ତି, ସୁଧାକର ରାଉତ, ଡାକ୍ତର ରବି ମହାପାତ୍ର, ଚନ୍ଦ୍ରଶେଖର ନାୟକ, ବିଦ୍ୟାଧର ସାହୁ ପ୍ରମୁଖ ବକ୍ତବ୍ୟରେ ଏହି ଆନେ୍ଦାଳନକୁ ପୂର୍ଣ୍ଣ ସମର୍ଥନ ଯୋଗାଇଥିବା କହିଥିଲେ । ଆସନ୍ତାକାଲି ଦାବିପତ୍ର ପ୍ରଦାନରେ ଶହ ଶହ ସଂଖ୍ୟାରେ ଯୋଗ ଦେବାକୁ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଅନୁରୋଧ କରିଥିଲେ ।
OSCAR-2019
କେନ୍ଦ୍ର ସରକାରଙ୍କୁ ପୁଣି ଘାରିଛି ଆନ୍ଧ୍ରପ୍ରଦେଶ ପୀରତି । ପ୍ରକଳ୍ପକୁ ପରୋକ୍ଷରେ ଆଉ ବର୍ଷକ ପାଇଁ ଚାଲୁ ରଖିବାକୁ ଅନୁମତି ଦେବା ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପୋଲାଭରମ ପ୍ରକଳ୍ପର ରିଭିୟ୍ୟୁ କରିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ଼ । ଉଭୟ ବିଜେଡି ଓ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଜେଡି ସାଂସଦ କଳିକେଶ ସିଂହଦେଓ କହିଛନ୍ତି ଯେ, କେନ୍ଦ୍ର ସରକାର ସବୁବେଳେ ଓଡିଶା ବିରୋଧୀ । ଛତିଶଗଡ଼ର ମହାନଦୀ ଉପରେ ଦାଦାଗିରୀ କୁ ପ୍ରୋତ୍ସାହନ ଦେବା ଏବଂ ଆନ୍ଧ୍ରପ୍ରଦେଶର ମେଗା ପୋଲାଭରମର ପ୍ରକଳ୍ପ ବନ୍ଦ କାର୍ଯ୍ୟାଦେଶକୁ ପୁଣି ବର୍ଷକ ପାଇଁ ସ୍ଥଗିତ ରଖିବା କେନ୍ଦ୍ରର ଦୋ ମୁହାଁ ନୀତି ବୋଲି ସମାଲୋଚନା କରିଛନ୍ତି ବିଜେଡି ସାଂସଦ । ଏହି ପ୍ରକଳ୍ପ ହେଲେ ଓଡିଶାର ଆଦିବାସୀ ଞ୍ଚଳର ହଜାର ହଜାର ଏକର ଜମି ଜଳମଗ୍ନ ହୋଇଯିବ । ଏଭଳି କେନ୍ଦ୍ରର ବୈମାତ୍ରୁକ ନିଷ୍ପତିକୁ ପାର୍ଲ୍ୟାମେଣ୍ଟରେ ବିରୋଧ କରିବ ବିଜେଡି । ଏହାକୁ ନେଇ ବିଜେଡି ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ ଦିନରେ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ସାଂସଦ କଳିକେଶ ସିଂଦେଓ । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ପୋଲାଭରମ ଷ୍ଟପ ୱାର୍କ ଅର୍ଡରକୁ ବର୍ଷକ ପାଇଁ ସ୍ଥଗିତ ରଖାଯାଇଛି । ଆନ୍ଧ୍ରପ୍ରଦେଶର ଇନ୍ଦିରା ସାଗର ପୋଲାଭରମ ମଲ୍ଟି ପ୍ରପୋଜ ପ୍ରୋଜେକ୍ଟ ଉପରେ ଗତ ୨୦୧୧ ମସିହା ଫେବୃଆରୀ ୮ ତାରିଖରେ ଷ୍ଟପ ୱାର୍କ ଅର୍ଡର ଦିଯାଇଥିଲା । ୨୦୧୫ ଜୁନ ୨୩ ତାରିଖରେ ବର୍ଷକ ପାଇଁ ଏହି ଅର୍ଡରକୁ ସ୍ଥଗିତ ରଖିବା ପାଇଁ ନିଷ୍ପତି ମଧ୍ୟ କରିଥିଲା କେନ୍ଦ୍ର । ପରବର୍ତ୍ତୀ ସମୟରେ ଲଗାତାର ତିନି ବର୍ଷ ହେଲା ଏହି ସ୍ଥଗିତାଦେଶର ଅବଧିକୁ ବଢ଼ାଉଛି କେନ୍ଦ୍ର ବୋଲି ସ୍ପଷ୍ଟ ହୋଇଛି । ଏବେ ପୁଣି ବର୍ଷକ ପାଇଁ ପ୍ରକଳ୍ପ କାମ ବନ୍ଦ ଆଦେଶକୁ ସ୍ଥଗିତ ରଖିଛନ୍ତି । ଏହାର ଅର୍ଥ ଆସନ୍ତା ଫେବ୍ରୁଆରୀ ୨ ତାରିଖ ପର୍ଯ୍ୟନ୍ତ ପୋଲାଭରମ କାର୍ଯ୍ୟ ଚାଲୁ ରଖିବା ପାଇଁ ଆନ୍ଧ୍ରକୁ ଗ୍ରୀନ ସିଗନାଲ ଦେଇଛନ୍ତି କେନ୍ଦ୍ର ସରକାର । ଏସମ୍ପର୍କରେ ଆନ୍ଧ୍ରପ୍ରଦେଶ, ଓଡିଶା, ଛତିଶଗଡ ଓ କେନ୍ଦ୍ର ଜଳ ସମ୍ପଦ ବିଭାଗକୁ ଚିଠି ଲେଖି ଜଣାଇଛି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ।
OSCAR-2019
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଆଦି ଅଶୋଧିତ ତେଲଦର ୮୦ ଡଲାର ନିକଟବର୍ତ୍ତି ହୋଇଛି । ଏହାଫଳରେ ଭାରତ ସରକାରଙ୍କ ଅଧିନସ୍ଥ ତେଲ କମ୍ପାନି (ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ) ର କ୍ଷତି ପରିମାଣ ବଢିଚାଲିଛି । କର୍ଣ୍ଣାଟକ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାୟ ୧୯ ଦିନ ଧରି ଦର ବଢାଯାଇନଥିଲା । ଏହା ଫଳରେ ଅନ୍ତର୍ଜାତୀୟ ଦର ଓ ଘରୋଇ ଦର ମଧ୍ୟରେ ତାରତମ୍ୟ ବଢିଯାଇଛି । ଏହାକୁ ଭରଣା କରିବାକୁ କମ୍ପାନିମାନେ ଏବେ ଉଦ୍ୟମ କରୁଛନ୍ତି । କର୍ଣ୍ଣାଟକରେ ଭୋଟ ଗ୍ରହଣ ପରେ ପେଟ୍ରୋଲ ଦର ପ୍ରାୟ ୬୯ ପଇସା ବଢିଥିବାବେଳେ ଡିଜେଲ ଦର ଲିଟରପିଛା ୮୫ ପଇସା ବଢିଛି । କିନ୍ତୁ ଏହି ବୃଦ୍ଧି ସତ୍ତ୍ୱେ କ୍ଷତି ଭରଣା ହୋଇନାହିଁ । କ୍ଷତି ଭରଣା କରିବାକୁ ଅତିକମରେ ୩.୫-୪ ଟଙ୍କା ଲେଖାଏଁ ଦରବୃଦ୍ଧି କରିବାକୁ ପଡିବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି । ବିଶ୍ୱ ବଜାରରେ ତେଲ ଦର ବଢିବାର ବିଭିନ୍ନ କାରଣ ରହିଛି । ଆମେରିକା ପୁଣି ଥରେ ଇରାନ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛି । ଏହା ଫଳରେ ଇରାନ ବିଶ୍ୱ ବଜାରରେ ତେଲ ବିକ୍ରି କରିପାରିବ ନାହିଁ । ଇରାନ ବିଶ୍ୱର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ । ବିଶ୍ୱର ତୈଳ ଯୋଗାଣର ପ୍ରାୟ ୪ ପ୍ରତିଶତ ଇରାନରୁ ଆସିଥାଏ । ଅନ୍ୟପକ୍ଷରେ ପେଟ୍ରୋଲିୟମ ଉତ୍ପାଦନକାରୀ ସଂଘ ଓପେକର ଦେଶମାନେ ଦର ବଢାଇବାକୁ ତୈଳ ଉତ୍ପାଦନ ଜାଣିଶୁଣି କମ କରୁଛନ୍ତି । ଭୁବନେଶ୍ୱର: ସ୍କିଲ୍‌ ଡେଭେଲପ୍‌ମେଣ୍ଟ୍‌ ଇନଷ୍ଟିଚ୍ୟୁଟ୍‌ (ଏସ୍‌ଡିଆଇ) ଭୁବନେଶ୍ୱର ପକ୍ଷରୁ ତାଳଚେରଠାରେ ଏକ ଦକ୍ଷତା ବିକାଶ କର୍ମଶାଳା ଆୟୋଜନ କରାଯାଇଛି। ଏହି ଛଅ ଦିନିଆ କର୍ମଶାଳାକୁ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଓ ବିଜେପିର ଜିଏସ୍‌ ସମ୍ପାଦକ କାଳନ୍ଦୀ ସାମଲ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏସ୍‌ଡିଆଇ ପକ୍ଷରୁ ରାଜେଶ ତ୍ରୀପାଠି, ଅରୁଣ ପ୍ରଧାନ ଓ ଟାଇମସ୍‌ ଲର୍ଣ୍ଣିଂର ବ୍ରିଜେଶ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ କ୍ୟାରିୟର ଯୋଜନା ପ୍ରସ୍ତୁତ କରିବା, ସାକ୍ଷାତକାରକୁ ସାମ୍ନା କରିବା, ଯୋଗାଯୋଗ, ଚାକିରି ସନ୍ଧାନ ଓ ବ୍ୟକ୍ତିତ୍ୱ ବିକାଶ ଆଦି ଉପରେ ତାଲିମ ପ୍ରଦାନ କରାଯାଉଛି। ରାଞ୍ଚି: ଦିଲ୍ଲୀର ବୁରାଡ଼ି ଗଣ ଆତ୍ମହତ୍ୟା ଘଟଣା ଏବେ ଦେଶବାସୀଙ୍କ ମନରୁ ଲିଭି ନ ଥିବା ବେଳେ ଝାଡ଼ଖଣ୍ଡର ହଜାରିବାଗ ଅଞ୍ଚଳରେ ଆଉ ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୋଟିଏ ପରିବାରର ୬ ଜଣ ସଦସ୍ୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ରୋଗ ଏବଂ ଉତ୍କଟ ଆର୍ଥିକ ସଂକଟର ସମ୍ମୁଖୀନ ହୋଇ ସମସ୍ତେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ପୁଲିସ କୌଣସି ସ୍ପଷ୍ଟ ନିର୍ଯାସରେ ପହଞ୍ଚି ପାରିନାହିଁ। ପୁଲିସ ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ମହାବୀର ମାହେଶ୍ୱରୀ (୭୦), ତାଙ୍କ ପତ୍ନୀ କିରନ୍‌ ମାହେଶ୍ୱରୀ (୬୦), ପୁଅ ନରେଶ ମାହେଶ୍ୱରୀ (୪୦), ବୋହୂ ପ୍ରୀତି ମାହେଶ୍ୱରୀ (୩୫), ନାତି ଅମନ୍‌ (୧୦) ଏବଂ ନାତୁଣୀ ଅନବୀ (୭) ରହିଛନ୍ତି। ସହରରେ ବେଶ୍‌ ଜଣାଶୁଣା ଥିବା ଏହି ମାହେଶ୍ୱରୀ ପରିବାର ଫଳର ପାଇକାରୀ କାରବାର କରୁଥିଲେ। ସେମାନେ ହଜାରିବାଗର ଖଜାଞ୍ଚି ତଲାବ୍‌ ନିକଟସ୍ଥ ୪ ମହଲାବିଶିଷ୍ଟ ସିଡିଏମ୍‌ ଶୁଭମ୍‌ ଆପାର୍ଟମେଣ୍ଟର ତୃତୀୟ ମହଲା ଫ୍ଲାଟ୍‌ ନମ୍ବର ୩୦୩ରେ ରହୁଥିଲେ। ଆଜି ସମସ୍ତଙ୍କ ମୃତଦେହ ଫ୍ଲାଟରୁ ଠାବ ହେବାପରେ ସହରବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରିବା ପରେ ୬ଟି ଧୂସର ରଙ୍ଗର ଲଫାପା ପାଇଥିଲା। ଏଥିରୁ ସୁଇସାଇଡ୍‌ ନୋଟ୍‌ ମିଳିଥିଲା। ଏଥିରେ ଲେଖା ଥିଲା ରୋଗ, ଦୋକାନ ବନ୍ଦ, ଋଣ, ଅବସାଦ ଯୋଗୁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ମାହେଶ୍ୱରୀ ପରିବାରର ସଦସ୍ୟମାନେ ଆତ୍ମହତ୍ୟା କରିଥିବା ଜଣାପଡୁଛି। କିନ୍ତୁ ଏହା କୌଣସି ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ତେଣୁ ଘଟଣାରେ ଅଧିକ ତଦନ୍ତ କରାଯାଉଛି ବୋଲି ହଜାରିବାଗ ଏସ୍‌ପି ମୟୂର ପଟେଲ୍‌ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ମୃତଦେହ ଉଦ୍ଧାର ପରେ ସେଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ମାହେଶ୍ୱରୀ ପରିବାରର ପଡ଼ୋଶୀ ଭାବେ କିଛି ବର୍ଷ ଧରି ରହୁଥିବା ଓକିଲ କୈଳାସ ଅଗ୍ରଓ୍ଵାଲଙ୍କ କହିବାନୁସାରେ ତାଙ୍କ ପତ୍ନୀ ସକାଳ ୫ଟାରେ ଉଠିବା ପରେ ମାହେଶ୍ୱରୀ ପରିବାର ରହୁଥିବା ଘରର କବାଟ ଖୋଲା ଥିଲା। କବାଟ ସିଧା ଏକ ମୃତଦେହ ସିଲିଂ ଫ୍ୟାନ୍‌ରେ ଝୁଲୁଥିବା ଦେଖି ସେ ଚିତ୍କାର କରିଥିଲେ। ଏହାପରେ ପୁଲିସରେ ଖବର ଦିଆଯାଇଥିଲା। ଏସ୍‌ପି ପଟେଲ୍‌ କହିଛନ୍ତି ଯେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଫ୍ଲାଟ୍‌ର ମୁଖ୍ୟ ଫାଟକସ୍ଥିତ ଚଟାଣରେ ନରେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲୁ। ଏଥିରୁ ଅନୁମାନ କରାଯାଉଛି ଯେ ପରିବାରର ଅନ୍ୟ ସମସ୍ତ ସଦସ୍ୟ ମୃତ ବୋଲି ସ୍ପଷ୍ଟ ହେବା ପରେ ନରେଶ ଛାତ ଉପରକୁ ଯାଇ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେହିଭଳି ଘରର ସବୁଠୁ ବୟସ୍କ ବ୍ୟକ୍ତି ମହାବୀର ମାହେଶ୍ୱରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେଇ ଘରେ ତାଙ୍କ ନାତି ଅମନ୍‌ର ମୃତଦେହ ଚଟାଣରେ ପଡ଼ିଥିଲା ବେଳେ ତାଙ୍କ ତଣ୍ଟି କଟାଯାଇଥିବା ଦେଖିବାକୁ ମିଳିଥିଲା। ସେହିଭଳି ଅନ୍ୟ ଏକ ଘରୁ ମହାବୀରଙ୍କ ପତ୍ନୀ କିରନ୍‌ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବେଳେ ବୋହୂ ପ୍ରୀତିଙ୍କ ମୃତଦେହ ବେଡ୍‌ ଉପରେ ପଡ଼ିଥିଲା। ଅନ୍ୟପକ୍ଷରେ ୭ ବର୍ଷୀୟା ଅନବୀର ମୃତଦେହ ସୋଫା ଉପରେ ପଡ଼ିଥିବା ବେଳେ ତା’ ପାଟିରେ କପଡ଼ା ଭର୍ତ୍ତି କରାଯାଇଥିବା ପୁଲିସ ସୂଚନା ଦେଇଛି। ସୁଇସାଇଡ୍‌ ନୋଟ୍‌ରେ କୌଣସି ତୃତୀୟ ବ୍ୟକ୍ତିଙ୍କ ନାମ ନିଆଯାଇ ନାହିଁ କି କାହାକୁ ଦୋଷୀ ବୋଲି ଦର୍ଶାଯାଇ ନାହିଁ। ଫଳ ବ୍ୟବସାୟରେ ମୋଟା ଅଙ୍କର ଟଙ୍କା ବଜାରରେ ଫସିଯାଇଥିଲା। ଏହାକୁ ଅସୁଲ କରିବା କଷ୍ଟକର ହୋଇପଡ଼ିଥିଲା। ସେପଟେ ଘର ଉପରେ ଋଣ ଭାର ସୀମା ଟପିଯାଇଥିଲା। ଏହାକୁ ନେଇ ପୂରା ପରିବାର ସର୍ବଦା ଅବସାଦ ମଧ୍ୟଦେଇ ଗତି କରୁଥିଲା। ଫଳରେ ଆତ୍ମହତ୍ୟା କରିବାକୁ ପରିବାର ବାଧ୍ୟ ହେଲା ବୋଲି ଦର୍ଶାଯାଇଛି। ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଦୁଇ କର୍ପୋରେଟର୍‌ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ସେମାନେ ହେଲେ, ଓ୍ଵାର୍ଡ-୧୯ର କଂଗ୍ରେସ କର୍ପୋରେଟର୍‌ ଜ୍ୟୋତ୍ସ୍ନାରାଣୀ ରାଉତରାୟ ଏବଂ ଓ୍ଵାର୍ଡ-୬୫ର ବିଜେପି କର୍ପୋରେଟର ଜ୍ୟୋତ୍ସ୍ନାମୟୀ ଜେନା। ଏହାବାଦ୍‌ ପୂର୍ବତନ କର୍ପୋରେଟର ପ୍ରତାପ ରାଉତରାୟଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେଡିରେ ସାମିଲ୍‌ ହୋଇଛନ୍ତି। ଏବେ ବିଏମ୍‌ସିରେ ବିଜେଡି ସମର୍ଥିତ କର୍ପୋରେଟର୍‌ଙ୍କ ସଂଖ୍ୟା ୬୫କୁ ଛୁଇଁଛି। ବିଏମ୍‌ସିର ଆଉ ମାତ୍ର ଦୁଇ ଜଣ ବିଜେପି କର୍ପୋରେଟର୍‌ ଅଛନ୍ତି। ଦୁଇ କର୍ପୋରେଟର ଓ ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ମିଶ୍ରଣ ଦଳକୁ ଅଧିକ ମଜଭୁତ୍‌ କରିବ। ସେହିପରି ଦୁଇ କର୍ପୋରେଟର୍‌ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସ୍ୱଚ୍ଛ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ଆମେ ବିଜେଡିରେ ଯୋଗଦେଲୁ। ଆଜି ଆୟୋଜିତ ମିଶ୍ରଣ ପର୍ବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଡେପୁଟି ମେୟର କେ.ଶାନ୍ତି, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାରତୀ ସିଂହ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ ଏବଂ ଭୁବନେଶ୍ୱର ଜୋନ୍‌ ସଭାପତି ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
OSCAR-2019
କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ରହିଛି । ତାଙ୍କୁ ଭେଣ୍ଟିଲେଟରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ତେବେ ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ଘଣ୍ଟାହେଲାଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଆଉ କିଛି ସମୟପରେ ମେଡିକାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯିବ । ରାଜନୀତିରେ ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ତାଙ୍କୁ ସାରା ଦେଶ ଜାଣେ । ତେବେ ବାଜପେୟୀ ପ୍ରଥମ ଅଣକଂଗ୍ରେସ ସରକାରରେ ପ୍ରଧାନମନ୍ତ୍ରୀ ହେବା ସହ ସଫଳତାର ସହ ଦେଶର ଶାସନଭାର ସମ୍ଭାଳି ଥିଲେ । ସରକାର ସମୟରେ ସେ ଅନେକ ଲୋକହିତକର ଯୋଜନା କରିଥିବାରୁ ସାରା ଭାରତବର୍ଷରେ ତାଙ୍କୁ ସମସ୍ତେ ଭଲପାଆନ୍ତି । ପ୍ରଥମେ ସେ ଭାରତକୁ ସ୍ୱର୍ଣ୍ଣ ଚତୁରର୍ଭୁଜ ଭାବରେ ଗଢିବା ପାଇଂ ଇଚ୍ଛା କରିଥିଲେ । ଏହାର ଅର୍ଥ ଭାରତରେ ଥିବା ୪ଟି ମେଟ୍ରୋ ସହରକୁ ଯୋଡିବା ପାଇଂ ଜାତୀୟ ରାଜପଥ ନିର୍ମାଣ କରାଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଡନଠାରୁ ଆରମ୍ଭ କରି ଅନେକ ଯୋଜନା କରିଥିଲେ । ୨୫ ଡିସେମ୍ବର ୧୯୨୪ ମସିହାରେ ମଧ୍ୟପ୍ରଦେଶର ବ୍ଲୋରିଅର ସହରରେ ଜନ୍ମ ଗ୍ରହଣ କରନ୍ତି ଅଟଳ । ଅଟଳଙ୍କ ବାପା କୃଷ୍ଣ ବିହାରୀ ବାଜପେୟୀ ଓ ମାତା କୃଷ୍ଣା ଦେବୀ । ବାଜପେୟୀଙ୍କ ସଂସଦୀୟ ଅନୁଭବ ପାଞ୍ଚଦଶକଠାରୁ ବି ଅଧିକ । ବାଜପେୟୀ ୧୯୫୧ ମସିହାରେ ରାଜନୀତିରେ ପାଦ ଥାପନ୍ତି । ତେବେ ୧୯୫୫ ମସିହାରେ ପ୍ରଥମଥର ଲୋକସଭାକୁ ନିର୍ବାଚନରେ ପରାଜୟ ହୁଅନ୍ତି । ପୁଣିଥରେ ୧୯୫୭ ମସିହାରେ ପ୍ରଥମଥର ସାସଂଦ ହୁଅନ୍ତି । ଅଟଳ ୧୦ଥର ସାସଂଦ ଭାବରେ ଲୋକସଭାକୁ ନିର୍ବାଚିତ ହୁଅନ୍ତି । ୧୯୬୨ ମସିହାରୁ ୧୯୮୬ମସିହା ପର୍ଯ୍ୟନ୍ତ ରାଜସ୍ଥାନର ସାସଂଦ ଥିଲେ । କେବଳ ରାଜସ୍ଥାନ ନୁହେଁ ଉତ୍ତରପ୍ରଦେଶ, ନୂଆଦିଲ୍ଲୀ ଓ ମଧ୍ୟପ୍ରଦେଶରେ ମଧ୍ୟ ସାସଂଦ ଭାବରେ ନିର୍ବାଚିତ ହୋଇଥିଲେ । କେବଳ ସେ ଜଣେ ରାଜନେତା ନଥିଲେ ବରଂ ଜଣେ ପତ୍ରକାର ମଧ୍ୟ ଥିଲେ । ଅନେକ ପତ୍ରପତ୍ରିକା ସେ ଲେଖିଥବା ଜଣାଯାଏ । ଭାରଟ ଓ ପାକିସ୍ତାନର ସମ୍ପର୍କରେ ସୁଦୃଢ ହେବା ପାଇଂ ସେ ଅନେକ ପଦକ୍ଷେପ ନେଇଥିଲେ ଯେଉଂଥିପାଇଂ ସାରା ଦେଶରେ ତାଙ୍କୁ ପ୍ରଶଂସା କରାଯାଏ । ଅଣକଂଗ୍ରେସ ସରକାରରେ ପ୍ରଥମଥର ଲାଗି ବାଜପେୟୀ ସଫଳତାର ସହ ପ୍ରଧାନମନ୍ତ୍ରୀ ଭାବରେ ରହିଥିଲେ । ଜଣେ ଉଦାରବାଦୀ ନେତା ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି । ତେବେ ୧୯୯୯ ମସିହାରେ ସେ ନିଜ ଦଳର କେତେକ ନେତାଙ୍କ ବିରୋଧ ସତ୍ୱେ ବସରେ ସେ ପାକିସ୍ତାନ ଯାତ୍ରା କରିଥିଲେ । ତେବେ ଏହାପରେ ପାକିସ୍ତାନ ନିଜର ସୈନ୍ୟମାନଙ୍କୁ କାରଗିଲରେ ଏକତ୍ରିତ କରିଥିଲା ଓ ଏହାପରେ କାରଗିଲ ଯୁଦ୍ଧ ହୋଇଥିଲା । ୧୯୯୬ ମସିହାରେ ବାଜପେୟୀ ପ୍ରଥମଥର ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ଲୋକସଭାରେ ବହୁମତ ସାବ୍ୟସ୍ତ ହୋଇନପାରିବାରୁ ମାତ୍ର ୧୩ ଦିନରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା । ତେବେ ପୁଣିଥରେ ୧୯୯୯ ମସିହାରେ ବହୁମତ ସାବ୍ୟସ୍ତ ହୋଇ ନପାରିବାରୁ ମାତ୍ର ୧୩ମାସରେ ସରକାର ଭାଙ୍ଗି ଯାଇଥିଲା । ଏହି ସମୟରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ତାଙ୍କ ସମର୍ଥନ ଫେରାଇ ନେବାରୁ ଅଟଳଙ୍କ ସରକାର ଭାଙ୍ଗିଯାଇଥିଲା । ପରେ ପୁଣିଥରେ ୧୯୯୯ ମସିହାରେ ବିଜେପି ସରକାର ଗଠନ କରିଥିଲେ । ୧୯୯୮ ମସିହା ମେ ୧୩ ତାରିଖରେ ପୋଖରାନରେ ପରମାଣୁ ବୋମା ପରୀକ୍ଷଣ କରିଥିଲେ । ଏହା ପୂର୍ବରୁ ୧୯୭୪ ମସିହାରେ ପରମାଣୁ ବୋମା ପରୀକ୍ଷଣ କରାଯାଇଥିଲା । ତେବେ ସେତେବେଳ ସମୟରେ କେତେକ ଦେଶ ଭାରତ ଉପରେ ପରମାଣୁ ବୋମା ପରୀକ୍ଷା କରିବା ପାଇଁ ରୋକ ଲଗାଇଥିଲେ । କିନ୍ତୁ ସେମାନଙ୍କୁ ଚକମା ଦେଇ ଅଟଳ ପରମାଣୁ ବୋମା ପରୀକ୍ଷା କରିଥିଲେ । ୧୯୭୭ ମସିହାରେ ମୋରାଲ ଦେଶାଇ ସରକାର ସମୟରେ ସେ ବିଦେଶ ମନ୍ତ୍ରୀଥିଲେ । ସେତେବେଳ ସମୟରେ ସାରା ଦୁନିଆରେ ହିନ୍ଦୀ ଭାଷାର ପ୍ରଚାର କରିଥିଲେ । ଦିନ୍ଦୀରେ ଭାଷଣ ଦେବାରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ଅନେତ ସମୟରେ ସେ କବିତା ଲେଖୁଥିବାର ନଜର ରହିଛି । ଏପରିକି ସଂସଦରେ ଅନେକ ଥର ସେ କବିତା ମାଧ୍ୟମରେ ନିଜର ବୟାନ ରଖିଛନ୍ତି । ତେଣୁ ତାଙ୍କୁ ଜଣେ କବି ଭାବରେ ସାରା ଦେଶ ଜାଣେ । ମଧ୍ୟପ୍ରଦେଶରେ ଜନ୍ମ ହୋଇଥିଲେ ମଧ୍ୟ ଉତ୍ତରପ୍ରଦେଶ ପ୍ରତି ତାଙ୍କର ଦୁର୍ବଳତା ଥିଲା । କାରଣ ତାଙ୍କ ବାପା ଶିକ୍ଷକ ଥିଲେ । ସେ ସେଠାରେ ଜନ୍ମ ହେବା ହୋଇଥିଲେ । କିନ୍ତୁ ତାଙ୍କର ଉତ୍ତରପ୍ରଦେଶରେ ତାଙ୍କର ରାଜନୀତି କ୍ୟାରିୟର ଆରମ୍ଭ ହୋଇଥିବାରୁ ତାଙ୍କର ଉତ୍ତରପ୍ରଦେଶ ପ୍ରତି ଅହେତୁକ ଦୁର୍ବଳତା ରହିଥିବା ଜଣାଯାଏ । ଅଟଳ ବିହାରୀ ବାଜପେୟୀ ଲାଲାବାହାଦୁ ର ଶାସ୍ତ୍ରୀଙ୍କ ଜୟ ଯବାନ ଜୟ କିଶାନ ସ୍ଲୋଗାନରେ ଜୟ ବିଜାନ ମଧ୍ୟ ଯୋଡିଥିଲେ । ଦେଶର ସାମରିକ ସୁରକ୍ଷା ଦିଗରେ ସେ ଅନେକ କାମ କରିଥିବା ଜଣାପଡିଛି । ବିଦେଶ ରାଷ୍ଟ୍ରଙ୍କ ରୋକଥିବା ସତ୍ୱେ ୧୯୯୮ରେ ରାଜସ୍ଥାନର ପୋଖରାନରେ ପରମାଣୁ ବୋମାକୁ ସଫଳତାର ସହ ପରୀକ୍ଷଣ କରିଥିଲେ । ଏହାପରେ ଆମେରିକା ସମେତ କେତେକ ଦେଶ ଭାରତ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ କିନ୍ତୁ ଅଟଳ ନିଜର ଦୃଢ ରାଜନୈତିକ ଇଚ୍ଛା ଶକ୍ତି ଆଗରେ ତାହାର ସଠିକ ଭାବରେ ପରିଚାଳନା କରିଥିଲେ । ତେବେ ଅଟଳଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ଭାରତ ବାସୀ ।
OSCAR-2019
ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ । [୧]ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ । ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । [୨] ଏହି ପର୍ବ ଓଡ଼ିଶାର ବିଶେଷତ୍ୱ, ଏହାକୁ କେବଳ ଓଡ଼ିଆ ମହିଳା (ହିନ୍ଦୁ) ମାନେ ପାଳନ କରିଥାଆଂତି[୩] । ଅନ୍ୟ ରାଜ୍ୟରେ ଏହା ଦେଖା ଯାଏ ନାହିଁ । ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଛନ୍ତି । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି । ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ଵର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି ।
OSCAR-2019
ଭୁବନେଶ୍ୱର: ଓଡ଼ିଆ ସିନେଜଗତର ବେଶ୍‌ କେତେଜଣ ଲୋକପ୍ରିୟ କଣ୍ଠଶିଳ୍ପୀ ଅଛନ୍ତି। ସେମାନଙ୍କ ଭିତରୁ ଜଣେ ହେଲେ ଅନ୍ତରା ଚକ୍ରବର୍ତ୍ତୀ। ଏବେ ଅନ୍ତରା ଚକ୍ରବର୍ତ୍ତୀ ପୁଣି ଚର୍ଚ୍ଚାରେ ରହିଛନ୍ତି।ସେ ଇତି ମଧ୍ୟରେ ୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ କାମ କରିସାରିଲେଣି। ଗତବର୍ଷ ମୁକ୍ତିଲାଭ କରିଥିବା ‘ହିରୋ ନଂ ୧’ସିନେମାରେ ଅନ୍ତରା ଗାଇଥିବା ଗୀତ ଖୁବ୍‌ ଲୋକପ୍ରିୟ ହୋଇଥିଲା।ଏହି ଗୀତଟି ହେଲା-ଡ଼ିଜେଓ୍ଵାଲ୍‌ ସଙ୍ଗ୍‌…। ଅଭିଜିତ ମଜୁମଦାରଙ୍କ ସ୍ୱର ସଂଯୋଜନାରେ ଏହି ଗୀତରେ କଣ୍ଠଦାନ କରିଥିଲେ ଅନ୍ତରା ଚକ୍ରବର୍ତ୍ତୀ। ସେ ବିଗତ କିଛି ମାସ ହେବ ମୁମ୍ବାଇରେ ଡ଼େରା ପକାଇଛନ୍ତି। ସେଠାରେ ସେ ବଲିଉଡ଼୍‍ରେ କାମ କରିବାର ସୁଯୋଗ ଖୋଜୁଛନ୍ତି। ଏଇ ନିକଟରେ ଅନ୍ତରା ଚକ୍ରବର୍ତ୍ତୀ ପୁଣି ଏକ ହିନ୍ଦୀ ଚଳଚ୍ଚିତ୍ର କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି। ହଁ, ଅନ୍ତରା ନିର୍ମାଣଧୀନ ହିନ୍ଦୀ ଚଳଚ୍ଚିତ୍ର ‘ପ୍ୟାର୍‌ମୋଁ ଜାରା ସମ୍ଭଲ୍‌ନା’ରେ ଏକ ଗୀତରେ କଣ୍ଠଦାନ କରିଛନ୍ତି। ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ। ଏହି ଗୀତର ଗୀତିକାର ହେଲେ ସୁଲିମ କୁରେସୀ।ଏହାର ଗୀତ ରେକର୍ଡ଼ିଂ ମୁମ୍ବାଇର ଏବି ଷ୍ଟୁଡ଼ିଓରେ ହୋଇଥିଲା। ଆଉ ଏକ ଉଲ୍ଲେଖଯୋଗ୍ୟ କଥା ହେଲା ଯେ ଏହିଟି ଏକ ଦ୍ୱୈତ ସଙ୍ଗୀତ। ଏଥିରେ ଅନ୍ତରାଙ୍କ ସହିତ ବଲିଉଡ଼୍‍ର ଖ୍ୟାତନାମା ଗାୟକ ଅରିଜିତ୍‌ ସିଂହ କଣ୍ଠ ଶୁଣିବାକୁ ମିଳିବ ବୋଲି ସୂଚନା ଦିଆଯାଇଛି। ଯଦି ଏପରି ହୁଏ,ତେବେ ଅରିଜତ୍‌ଙ୍କ ସହିତ ଗାଇବାରେ ଅନ୍ତରା ହେବେ ପ୍ରଥମ ଓଲିଉଡ଼୍‍ କଣ୍ଠଶିଳ୍ପୀ। ଏଠାରେ ସୂଚନାଯୋଗ୍ୟ ଯେ, ଅନ୍ତରା କିଛି ମାସ ତଳେ ‘ପୁଷ୍କର ଲଜ୍‌’ ଶୀର୍ଷକରେ ତିଆରି ଅନ୍ୟ ଏକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ। ଦିବ୍ୟାଜ୍ୟୋତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।
OSCAR-2019
ଭୁବନେଶ୍ୱର: ଓଡ଼ିଶାର ସୁଯୋଗ୍ୟା ଧାବିକା ଦୂତି ଚାନ୍ଦ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାବିକା ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନବୀନ ରାଜ୍ୟ ସରକାରଙ୍କ ତରଫରୁ ୩ କୋଟି ଟଙ୍କାର ଚେକ ପ୍ରଦାନ କରିଛନ୍ତି। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଅନୁଷ୍ଠିତ ୧୮ତମ ଏସୀୟ କ୍ରୀଡ଼ାରୁ ୨ଟି ରୌପ୍ୟ ପଦକ ଆଣି ଦୂତି ଖୁସିର ସହିତ ଓଡ଼ିଶା ଫେରିଛନ୍ତି। ଏହି ଅବସରରେ ଖେଳପ୍ରେମୀ ଓ ପ୍ରଶଂସକମାନେ ଦୂତିଙ୍କୁ ବିମାନ ବନ୍ଦରରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି। ଦୂତିଙ୍କୁ ସ୍ୱାଗତ ଜଣାଇବା ପାଇଁ କିଟ ଓ କିସ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ବିମାନ ବନ୍ଦର ପହଞ୍ଚିଥିଲେ। ମେଜର ଧ୍ୟାନ ଚାନ୍ଦଙ୍କ ୧୧୩ତମ ଜୟନ୍ତୀ ତଥା ଭାରତର ଜାତୀୟ କ୍ରୀଡ଼ା ଦିବସ ଅବସରରେ ବୁଧବାର ଓଡ଼ିଆ ଝିଅ ଦେଶ ପାଇଁ ରୌପ୍ୟ ପଦକ ଆଣିଥିଲେ। ଏସୀୟ କ୍ରୀଡ଼ାର ମହିଳା ୨୦୦ ମିଟର ଫାଇନାଲରେ ଦୂତି ଏହି ସଫଳତାର ଅଧିକାରିଣୀ ହୋଇଥିଲେ। ଦୂତି ୨୦୦ ମିଟରକୁ ୨୩.୨୦ ସେକେଣ୍ଡରେ ଦୌଡ଼ିଥିଲେ। ସେହିପରି ଦୂତି ଚାନ୍ଦ ୫ ଦିନ ପୂର୍ବରୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ୧୦୦ ମିଟରରେ ରୌପ୍ୟ ପଦକ ଆଣିଥିଲେ। ଏସୀୟ କ୍ରୀଡ଼ାରେ ୨ଟି ରୌପ୍ୟ ପଦକ ଜିତି ଇତିହାସ ରଚିବା ପରେ ଦୂତିଙ୍କ ନିକଟଙ୍କୁୁ ସମସ୍ତେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି। ଭୁବନେଶ୍ୱର : ଓଡ଼ିଶା ସଚିବାଳୟ ସେବା ସଂଘ(ଓସା) ଆପାତତଃ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଛି। ଗୋଟିଏ ଗୋଷ୍ଠୀ ଏହାର ସଭାପତିଙ୍କ ନେତୃତ୍ୱରେ ଚାଲିଥିବା ବେଳେ ଅନ୍ୟ ଗୋଷ୍ଠୀ ସାଧାରଣ ସଂପାଦକଙ୍କ ନେତୃତ୍ୱରେ କାର୍ଯ୍ୟ କରୁଛି। ସଭାପତିଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ସମାବେଶ ଚଳାଇଛନ୍ତି। ପ୍ରତିପକ୍ଷ ଗୋଷ୍ଠୀ ସଭାପତିଙ୍କ ବିରୁଦ୍ଧରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉଭୟ ଗୋଷ୍ଠୀଙ୍କ କାର୍ଯ୍ୟକଳାପ ନେଇ ସଚିବାଳୟ କର୍ମଚାରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି। ବୁଧବାର ସଚିବାଳୟରେ ସେବା ସଂଘ ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଥିଲା। ସଚିବାଳୟ ସେବା ଅଧିକାରୀଙ୍କୁ ସଠିକ୍‌ ଦରମା ହାର ପ୍ରଦାନ ଓ ସଚିବାଳୟ ସେବା କ୍ୟାଡରର ପୁନର୍ଗଠନ ଦାବି ନେଇ ଶ୍ରୀ ମହାପାତ୍ର ଓ ତାଙ୍କ ସମର୍ଥକମାନେ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସୂଚନାଯୋଗ୍ୟ, ଏହି ଦାବି ନେଇ ଆସନ୍ତା ୪ ତାରିଖରେ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆଲୋଚନାର କାର୍ଯ୍ୟକ୍ରମ ରହିଥିବା ଦର୍ଶାଇ ଗୃହ ବିଭାଗ ପକ୍ଷରୁ ଗତ ୨୭ ତାରିଖରେ ଶ୍ରୀ ମହାପାତ୍ରଙ୍କୁ ପତ୍ର ଦିଆଯାଇଛି। ସେ ପଟେ ସେବା ସଂଘ ସାଧାରଣ ସଂପାଦକ ବିବେକାନନ୍ଦ ସାମଲ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସଂଘ ସଭାପତିଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ କରି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଗତ ୨୫ ତାରିଖରେ ସେ ଲେଖିଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସେବା ସଂଘର ଘର ଭଡ଼ା ବାବଦରେ ଆଦାୟ ହେଉଥିବା ମାସିକ ୭ ହଜାର ଟଙ୍କା ଦୀର୍ଘ ଦିନରୁ ସଭାପତି ସଂଘର ହିସାବଖାତାରେ ଦାଖଲ କରୁନାହାନ୍ତି। ସଭାପତି ଏହା ପୂର୍ବରୁ ସଂଘର ସାଧାରଣ ସଂପାଦକ ଥିବା ବେଳେ ତାଙ୍କ ହାତରେ ଥିବା ୧୮ ହଜାର ଟଙ୍କା ଫେରାଇ ନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଆରମ୍ଭରୁ ସଂଘର ଆୟ, ବ୍ୟୟ, ବିଲ୍‌, ଭାଉଚର୍‌ ଆଦି ପ୍ରାକ୍ତନ ସାଧାରଣ ସଂପାଦକ ତଥା ବର୍ତମାନର ସଭାପତି ଦାଖଲ କରିନଥିବା ସେ ଦର୍ଶାଇଛନ୍ତି।
OSCAR-2019
ମହାଶୂନ୍ୟରେ ପ୍ରଥମେ ଯେତେବେଳେ ବିଶ୍ୱର ଉଦ୍ଭବ ହେଲା, ସେତେବେଳେ ତାହା ଜଳମଗ୍ନ ଥିଲା । ଗଭୀର ଅନ୍ଧାର ତାକୁ ଘେରି ରହିଥାଏ । ସେତେବେଳେ ସେ ବିଶ୍ୱବ୍ୟାପି ଜୀବନର କ୍ଷୀଣତମ ପ୍ରମାଣ ମଧ୍ୟ ନ ଥାଏ । ଗଭୀର ଅନ୍ଧକାର ମଧ୍ୟରେ ନିମଦ୍ୱିତ ବିଶ୍ୱ ସମ୍ପୂର୍ଣ୍ଣ ନିର୍ଜୀବ ଥାଏ । ତେବେ ଜଡତା ଓ ଅନ୍ଧକାର ଭିତରେ ଚେତନା ଏବଂ ଆଲୋକ ଲୁଚି ରହିଥିଲା । କ୍ରମେ ତାହା ଏକ ଭାସ୍ୱର ଜ୍ୟୋତିସ୍ତମ୍ବରେ ପରିଣତ ହେଲା । ଏହା ଜ୍ୟୋତିର୍ଲିଙ୍ଗ ନାମରେ ବିଦିତ । (ଲିଙ୍ଗର ଅର୍ଥ ପ୍ରତୀକ) । ଏହା ପରମେଶ୍ୱରଙ୍କ ପ୍ରତୀକ । ଏହି ପ୍ରତୀକର ମଧ୍ୟଭାଗରୁ ପରମେଶ୍ୱରୀ ବା ମହାଶକ୍ତିଙ୍କର ବିକାଶ ଘଟିଲା । ଏହି ମହାଶକ୍ତି ଚରାଚର ସୃଷ୍ଟିପାଇଁ ଦାୟୀ । ଏହାଙ୍କ ଅନ୍ୟ ନାମ ପ୍ରକୃତି ବା ମୟାମାୟା । ଏହି ଦିବ୍ୟଶକ୍ତି ପୁଣି ଅନ୍ୟ ଏକ ରୂପରେ ଦେଖାଦେଲେ । ମହାବିଷ୍ଣୁ ନାମରେ ସେ ଶକ୍ତି ବିଦିତ । ସୃଷ୍ଟି ଆହୁରି ବ୍ୟାପ୍ତ ହେବା ଆବଶ୍ୟକ ବୋଲି ମହାବିଷ୍ଣୁଙ୍କ ନାଭିଦେଶରୁ ଏକ ପଦ୍ମ ନିର୍ଗତ ହେଲା । ବହୁ ଯୋଜନ ବ୍ୟାପ୍ତ ଏହି ଅଦ୍ଭୁତ ପୁଷ୍ପ ଭିତରୁ ବ୍ରହ୍ମା ତଥା ସରସ୍ୱତୀ ଉଦ୍ଭବ ହେଲେ । ବ୍ରହ୍ମା ବିସ୍ମୟ ବିସ୍ଫାରିତ ନେତ୍ରରେ ଚତୁର୍ଦ୍ଦିଗକୁ ବୃଷ୍ଟିପାତ କଲେ । ସେ କେଉଁଠାରୁ ଆସିଲେ? ଏ ପଦ୍ମର ଉତ୍ସ କେଉଁଠାରେ? ଏହା ନିରୂପଣ କରିବା ନିମନ୍ତେ ସେ ଚେଷ୍ଟା କଲେ, ମାତ୍ର ପାରିଲେ ନାହିଁ । ବିଷ୍ଣୁ କହିଲେ “ମୁ ବିଷ୍ଣୁ । ତୁମେ ବ୍ରହ୍ମା । ତୁମ ଦ୍ୱାରା ସୃଷ୍ଟିକାର୍ଯ୍ୟ ହେବ । ତେଣୁ ତୁମେ ମୋ ନାଭିପଦ୍ମରୁ ସୃଷ୍ଟି ହୋଇଛ । ବର୍ତ୍ତମାନ ସୃଷ୍ଟି କାର୍ଯ୍ୟ ଆରମ୍ଭ କର ।” କିନ୍ତୁ ବ୍ରହ୍ମା କହିଲେ, “ମୁଁ ସୃଷ୍ଟି କରିବାକୁ କେତେ ଦୂର ସକ୍ଷମ? ମୋର ବଳ ବା କେତେ? ଆସ, ତୁମ ସହ ଲଢି ମୁଁ ତାହା ପରୀକ୍ଷା କରିବି ।” ବ୍ରହ୍ମା ନିଜର ଶକ୍ତି ପରୀକ୍ଷା କରିବା ନିମନ୍ତେ ବିଷ୍ଣୁଙ୍କ ସହ ଯୁଦ୍ଧ କରିବା ଛଡା ଅନ୍ୟ କୌଣସି ଉପାୟ ଦେଖୁ ନଥିଲେ । ସେତେବେଳେ ତାଙ୍କ ନିଜ ଶକ୍ତି ସମ୍ପର୍କରେ ତାଙ୍କର ନିଜର କୌଣସି ଧାରଣା ହିଁ ନଥିଲା । କିନ୍ତୁ ବିଷ୍ଣୁ ହସିଲେ । ଯୁଦ୍ଧ ପାଇଁ ତାଙ୍କର ପ୍ରବୃତି ନଥିଲା । ସେ ବ୍ରହ୍ମାଙ୍କୁ ଆତ୍ମବିଶ୍ୱାସ ଦେବା ନିମନ୍ତେ ଅନ୍ୟ ଉପାୟ ଚିନ୍ତା କଲେ । ବିଷ୍ଣୁ ଓ ବ୍ରହ୍ମାଙ୍କ ମଝିରେ ଜ୍ୟୋତିର୍ଲିଙ୍ଗ ପ୍ରତ୍ୟକ୍ଷ ହେଲେ । ବିଷ୍ଣୁ କହିଲେ, “ଆସ, ଏହି ଜ୍ୟୋତିର୍ଲିଙ୍ଗର ବ୍ୟାପ୍ତି ନିରୂପଣ କରିବାକୁ ଚେଷ୍ଟା କରିବା । ସେଇଥିରୁ ହିଁ ଆମର ବଳ ଜଣା ପଡିଯିବ ।”
OSCAR-2019
କନକ ବ୍ରୁରୋ : ଇଣ୍ଡୋନେସିଆର ଜାକର୍ତାରେ ଦୂତି ଚାନ୍ଦଙ୍କ ସଫଳତା ସାରା ରାଜ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି । ନିମ୍ନ ମଧ୍ୟବିତ୍ତ ପରିବାରରୁ ଯାଇ ଅନ୍ତର୍ଜାତୀୟ ଏସୀୟ କ୍ରୀଡାରେ ଏହି ସଫଳତା ଦୂତିଙ୍କ ଦୃଢ ମାନସିକତାକୁ ଆଉଥରେ ପ୍ରତିଫଳିତ କରିଛି । ସବୁଠାରୁ ବଡ କଥା ହେଉଛି ଦୂତି ରୌପ୍ୟ ପଦକ ସିନା ପାଇଲେ କିନ୍ତୁ କୌଣସି ଗୁଣରେ ପ୍ରଥମ ସ୍ଥାନଠାରୁ କମରେ ନଥିଲେ । ଜାକର୍ତାରେ ଶହେ ମିଟର ଦୌଡର ସେହି ଫାଇନାଲ ଖେଳ । ଯେଉଁଥିରେ ଦୂତି ଖୁବ୍ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦୌଡ ସରିବା ପରେ ଦ୍ୱନ୍ଦ୍ୱରେ ପଡିଥିଲେ ଯେ ସେ କେଉଁ ସ୍ଥାନରେ ରହିଛନ୍ତି । ପରେ ଜଣାପଡିଲା ମାତ୍ର ଏକ ମାଇକ୍ରୋ ସେକେଣ୍ଡ ପାଇଁ ଦ୍ୱିତୀୟ ସ୍ଥାନରେ ରହିଲେ ଦୂତି ଚାନ୍ଦ । ମାତ୍ର ଗୋଟିଏ ମାଇକ୍ରୋ ସେକେଣ୍ଡ ପାଇଁ ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ ଏହି ଓଡିଆ ଧାବିକା । ଏସୀୟ କ୍ରୀଡ଼ାରେ ପଦକ ଜିତିବା ପରେ ଦୂତୀ ଚାନ୍ଦ ପ୍ରତିକ୍ରିୟାରେ କହିଲେ, ଓଡିଶାବାସୀଙ୍କ ଭଲପାଇବା ଓ ଆଶୀର୍ବାଦ ଯୋଗୁଁ ମିଳିଲା ସଫଳତା । ଏସିଆନ୍ ଗେମ୍ସରେ ମହିଳା ୧୦୦ ମିଟର ଦୌଡରେ ସିଲଭର ମେଡାଲ ଜିତିବା ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୂତୀ ଚାନ୍ଦ । ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ଯୋଗୁଁ ଏସିଆନ୍ ଗେମ୍ସରେ ସେ ରୌପ୍ୟ ପଦକ ଜିତି ପାରିଛନ୍ତି ବୋଲି କହିଛନ୍ତି । ଏହା ସହ ମାତ୍ର ମାଇକ୍ରୋ ସେକେଣ୍ଡ ବ୍ୟବଧାନରେ ସ୍ୱର୍ଣ୍ଣ ହରାଇଲେ ବୋଲି ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ଦୂତି । ତେବେ ଆଗକୁ ୨ ଶହ ମିଟର ଦୌଡ ଥିବାରୁ ଏବେ ତାଙ୍କର ଫୋକସ ଏହା ଉପରେ ରହିଛି ବୋଲି କହିଛନ୍ତି ଏହି ଓଡିଆ ଆଥଲେଟ୍ । ଗତକାଲି ଏସିଆନ୍ ଗେମ୍ସରେ ମହିଳା ଶହେ ମିଟର ଦୌଡ ଫାଇନାଲରେ ୧୧ ଦଶମିକ ୩୨ ସେକେଣ୍ଡ ନେଇଥିଲେ ଦୂତି । ଇଣ୍ଡୋନେସିଆର ଜାକର୍ତାରେ ଖେଳାଯାଉଥିବା ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତି ଦେଶର ଗୌରବ ବଢାଇଛନ୍ତି ଏହି ସ୍ପ୍ରିଂଟ୍ କୁଇନ୍ ।
OSCAR-2019
କନକ ବ୍ୟୁରୋ : ଗତ କିଛି ଦିନ ହେବ ଗୋଆର ମୁଖ୍ୟମନ୍ତ୍ରୀ ତଥା ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହୋର ପାରିକରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଖରାପ ହେବାରୁ ସେ ଆମେରିକା ଯାଇ ଚିକିତ୍ସା କରାଇ ଆସିଥିଲେ । ହେଲେ ପୁଣି ଥରେ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହୋଇଥିଲା । ତେବେ ଗତ ମାସରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ଦିଲ୍ଲୀ ଅଣାଯାଇ ଚିକିତ୍ସା କରାଯାଉଥିଲା । ଏହା ପରେ ପୁଣି ଥରେ ତାଙ୍କୁ ଗୋଆ ନିଅ।ଯାଇଥିବା ସୂଚନା ମିଳିଥିଲା । ତେବେ ଏହାରି ମଧ୍ୟରେ ଗୋଆରେ ପାରିକର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି । ତେବେ ଗତକାଲି କେନ୍ଦ୍ରୀୟ ଆୟୁଷ ଶ୍ରୀପଦ ନାଇକ ଯୋଗ ଦିବସ ପାଇଁ ଡାକିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମକୁ ଗୋଆର ମୁଖ୍ୟମନ୍ତ୍ରୀ ଦିନେ ନା ଦିନେ ବଦଳାଇବା ପାଇଁ ପଡିବ । କାରଣ ଆମେ ସମସ୍ତେ ଜାଣିଛନ୍ତି ଯେ, ସେଠାକାର ମୁଖ୍ୟମନ୍ତ୍ରୀଙ୍କର ଦେହ ଖରାପ ରହିଛି । ତେଣୁ ରାଜ୍ୟର ଶାସନ ପାଇଁ ଏପରି କରିବା ପାଇଁ ଆମେ ବାଧ୍ୟ ବୋଲି ସେ କହିଛନ୍ତି । ଏହାସହ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ଯେ, ବିଜେପିରେ ଗୋଆ ମୁଖ୍ୟମନ୍ତ୍ରୀକୁ ନେଇ ଗୁପ୍ତ ବୈଠକ ଚାଲିଛି । ତେବେ କେବେ ଏହା କାର୍ଯ୍ୟକାରୀ ହେବ ତାହାର କୌଣସି ସୂଚନା ମିଳିନାହିଁ । କନକ ବ୍ୟୁରୋ : ଲଗାତାର ଦ୍ୱିତୀୟ ଦିନ ଲାଗି ଆଇପିଏଲ-୧୧ ପାଇଁ ଖେଳାଳି ଅକ୍ସନ ଜାରି ରହିଛି । ଆଜି ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି ଜୟଦେବ ଉନାଦକଟ । ଏହି ଭାରତୀୟ ଫାଷ୍ଟ ବୋଲରଙ୍କୁ ରାଜସ୍ଥାନ ରୟାଲସ ୧୧ କୋଟି ୫୦ ଲକ୍ଷରେ କିଣିଛି । ଭାରତୀୟ ଖେଳାଳିଙ୍କ ମଧ୍ୟରୁ ସେ ହୋଇଛନ୍ତି ସବୁଠାରୁ ଦାମୀ ଖେଳାଳି । ଲୋକେଶ ରାହୁଲଙ୍କ କିଙ୍ଗସ ଇଲେଭେନ ପଞ୍ଜାବ ଓ ମନୀଷ ପାଣ୍ଡେଙ୍କୁ ହାଇଦ୍ରାବାଦ ସନରାଇଜର୍ସ ୧୧ କୋଟିରେ କିଣିଥିଲା । ବେନ ଷ୍ଟୋକସଙ୍କ ପରେ ଆଇପିଏଲରେ ସେ ହେଉଛନ୍ତି ସବୁଠାରୁ ଦାମୀ ଖେଳାଳି । ବେନ ଷ୍ଟୋକସଙ୍କୁ ରାଜସ୍ଥାନ ଗତକାଲି ୧୨ କୋଟି ୫୦ ଲକ୍ଷରେ କିଣିଥିଲା । ୨୬ ବର୍ଷିୟ ଜୟଦେବ ଭାରତ ପାଇଁ ଗୋଟିଏ ଟେଷ୍ଟ, ସାତଟି ଏକଦିବସୀୟ ଓ ୪ଟି ଟି –ଟ୍ୱେଂଟି ମ୍ୟାଚ ଖେଳିଛନ୍ତି । ଏକଦିବସୀୟରେ ୮ଟି ଓ ଟ୍ୱି-ଟ୍ୱେଂଟିରେ ୪ଟି ୱିକେଟ ଅକ୍ତିଆର କରିଛନ୍ତି । ଗତ ଆଇପିଏଲରେ ସେ ଭଲ ପ୍ରଦର୍ଶନ କରି ପର୍ପଲ କ୍ୟାପ ହାସଲ କରିଥିଲେ । ପ୍ରତିଯୋଗିତାରେ ୧୨ ମ୍ୟାଚରୁ ସେ ୨୪ଟି ଓି୍ୱକେଟ ହାସଲ କରିଥିଲେ । ଏଥିମଧ୍ୟରେ ଏକ ହ୍ୟାଟ୍ରିକ ବି ସାମିଲ ଥିଲା । ଚଳିତ ଆଇପିଏଲ ନିଲାମୀ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ଯୁବ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ମାନେ ଚଢା ଦରରେ କିଣିଥିବା ବେଳେ କିଛି ଅନ୍ତର୍ଜାତୀୟ ଷ୍ଟାର ଖେଳାଳିଙ୍କ ହାତ ଛାଡିଛନ୍ତି ଫ୍ରାଞ୍ଚାଇଜ । ପ୍ରଥମ ଦିବସର ନିଲାମୀ ସରିଥିବା ବେଳେ ଅନେକ ଅର୍ନ୍ତଜାତୀୟ ଖେଳାଳିଙ୍କୁ କୌଣସି ଦଳ କିଣିନାହାନ୍ତି । ଟି-୨୦ର ଧୂଆଁଧାର ବ୍ୟାଟସମ୍ୟାନ କ୍ରିସ ଗେଲ, ଇଶାନ୍ତ ଶର୍ମା, ମାର୍ଟିନ ଗୁପ୍ଟିଲଙ୍କ ଭଳି ଷ୍ଟାର ଖେଳାଳିଙ୍କୁ କୌଣସି ଦଳ କିଣିବା ପାଇଁ ଆଗ୍ରହ ଦେଖାଇନାହାନ୍ତି । ତେବେ କେବଳ ଏହି ଷ୍ଟାର ପ୍ଲେୟାର ନୁହେଁ ଅନ୍ୟମାନଙ୍କୁ ମଧ୍ୟ ପ୍ରଥମ ଦିନ ନିଲାମୀରେ ନିରାଶ ହେବାକୁ ପଡିଛି । କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ବଡ ମେଡିକାଲରେ ପ୍ରତିଷ୍ଠା ହେବ ଅଗ୍ନିଶମ କେନ୍ଦ୍ର । ହୃଦରୋଗ ବିଭାଗରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗକୁ ଏଭଳି କଡା ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି କଟକ ବଡ ମେଡିକାଲର ହୃଗରୋଗ ବିଭାଗରେ ନିଆଁ ଲାଗିବା ଘଟଣାରେ ୪ ବରିଷ୍ଠ ଅଧିକାରୀ ହାଇକୋର୍ଟରେ ବ୍ୟକ୍ତଗତ ଭାବେ ହାଜର ହେବା ପରେ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ହୃଦରୋଗ ବିଭାଗର ମୁଖ୍ୟ, ଅଗ୍ନିଶମ ବିଭାଗର ଡିଜି, ଏସସିବି ଅଧିକ୍ଷକ, ଓ ଜିଇଡି ନିର୍ବାହୀ ଯନ୍ତ୍ରୀ ହାଇକୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ । ଏସସିବି ନିଆଁ ଲାଗିବା ନେଇ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାରେ ଏମାନେ ହାଜର ହୋଇଥିଲେ । ୨ ଦିନ ତଳେ ଏସସିବି ହୃଦରୋଗ ବିଭାଗରେ ନିଆଁ ଲାଗିଥିଲା । ଏହି ଘଟଣାର ତଦନ୍ତ ଦାୟୀତ୍ୱ ରାଜ୍ୟ ସରକାର ତୃତୀୟ ପକ୍ଷକୁ ଦେଇଛନ୍ତି । ସପ୍ତାହେ ଭିତରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦିଆଯାଇଛି ।
OSCAR-2019
ମାଡ଼ ମିଳିଲା ଦରମା ବି ବଢିଲା ! ଜିଆରଏସଙ୍କ ଜଖମରେ ସରକାରୀ ମଲମ, ଗ୍ରାମ ରୋଜଗାର ସେବକଙ୍କ ଦରମା ବଢିଲା ୨ ହଜାର | Kanak News କନକ ବ୍ୟୁରୋ : ଠିକ୍ ଗୋଟିଏ ଦିନ ପୂର୍ବରୁ ପୁଲିସ ମାଡ଼ରେ ଲହୁଲୁହାଣ ହୋଇଥିବା ଗ୍ରାମ୍ୟ ରୋଜଗାର ସେବକଙ୍କୁ ଆଜି ଦରମା ବଢ଼ାଇ ମଲମ ଲଗାଇବାକୁ ପ୍ରୟାସ କରିଛନ୍ତି ସରକାର । ଖୋଦ୍ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ଦରମା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏଣିକି ୫ ହଜାର ବଦଳରେ ୭ ହଜାର ଦରମା ପାଇବେ ଗ୍ରାମ୍ୟ ରୋଜଗାର ସେବକ । ଏହା ବ୍ୟତୀତ ବିଭିନ୍ନ ଯୋଜନାରେ ୧୮ଶହ ଟଙ୍କା ସହାୟତା ରାଶି ମିଳିବ । ଅର୍ଥାତ୍ ଜିଆରଏସ୍ କର୍ମଚାରୀ ଏଣିକି ମାସକ ଦରମା ପାଇବେ ୮ହଜାର ୮ଶହ । ଆଂଶିକ ଭାବରେ ଦାବି ପୂରଣ ହେବା ପରେ ଏବେ ନଜର କ’ଣ ହେବ ଏହି ଆନ୍ଦୋଳନର ଆଭିମୁଖ୍ୟ । ଆନ୍ଦୋଳନରୁ ଓହରିବେ ଜିଆରଏସ୍ କର୍ମୀ ନା’ ପୂର୍ବ ଭଳି ଆନ୍ଦୋଳନ ଜାରି ରଖିବେ, ତାହା ବର୍ତମାନ ବଡ ପ୍ରଶ୍ନ ? ଏସବୁ ଭିତରେ ଖୋଲିଯାଇଛି ରାଜନୈତିକ ପ୍ରତିଦ୍ୱନ୍ଦିତାର ବାଟ । ଜିଏସ୍ଆର୍ କର୍ମଚାରୀଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ବିଜେପି ନେତା ଓ କର୍ମୀଙ୍କୁ ସହ ପୁଲିସ କମିଶନରଙ୍କୁ ଭେଟିଛି ଜିଆରଏସ୍ ସଂଘ । ଆଉ ଏପଟେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିବା ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ପ୍ରଦୀପ ମହାରଥୀ କହିଛନ୍ତି-ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର । ଗ୍ରାମ ରୋଜଗାର ସଂଘର ଆନ୍ଦୋଳନକୁ ଭଣ୍ଡୁର କରିବାକୁ ପୁଲିସ ଉଦ୍ୟମ ହେବା ପରେ ଆଜି ବିଜେପି କାର୍ଯ୍ୟାଳୟ ଆଗରେ ଏକଜୁଟ ହୋଇଥିଲେ କର୍ମକର୍ତ୍ତା । ସହାୟତାର ହାତ ବଢାଇ ଧର୍ମେନ୍ଦ୍ର ଖେଳିଥିଲେ ରାଜନୀତିର ଚାଲ୍ । ହେଲେ ସଫଳ ହେବା ଆଗରୁ ବାଜି ମାରିନେଲେ ମହାରଥୀ । ଅନୁମାନ କରାଯାଉଛି, କାଳେ ଭୋଟବ୍ୟାଙ୍କ ବିଜେପି ଆଡକୁ ଢଳିଯିବ, ତୁରନ୍ତ ରାଜ୍ୟ ସରକାର ଦରମା ବଢାଇଦେଲେ । ଠିକ ଯେମିତି ଅଙ୍ଗନବାଡି, ବ୍ଲକଗ୍ରାଂଟ ଓ ସପ୍ତ୍ରମ ବେତନ କମିଶନ କ୍ଷେତ୍ରରେ ଘଟିଥିଲା । ସୂଚନାଯୋଗ୍ୟ ଦୀର୍ଘ ଦିନ ଧରି ଅସ୍ଥାୟୀ ଭାବେ କାର୍ୟ୍ୟରତ ଥିବା ନିଖିଳ ଓଡ଼ିଶା ଗ୍ରାମ୍ୟ ରୋଜଗାର ସେବକ ସଂଘର କର୍ମୀମାନେ ଶୁକ୍ରବାର ୫ଦଫା ଦାବିରେ ମାଷ୍ଟରକ୍ୟାଣ୍ଟିନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଉଥିବା ସମୟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ । ପୁଲିସ ଅଚାନକ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିବାରୁ କିଛି ସମୟ ପାଇଁ ମାଷ୍ଟରକ୍ୟାଣ୍ଟିନ୍ରୁ ଲୋୟର ପିଏମ୍ଜି ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା । ଲାଠି ମାଡ଼ରେ ପ୍ରାୟ ୨୦ଜଣ କର୍ମୀ ଆହତ ହୋଇଥିବା ବେଳେ ପୁଲିସ ୫୦ରୁ ଅଧିକ କର୍ମୀଙ୍କୁ ଗିରଫ କରିଥିଲା । ମର୍ଡର ଅଭିଯୁକ୍ତଙ୍କ ପାଇଁ ମୁଖପାତ୍ର ! ଛତ୍ରପୁର କାଉନସିଲର ହତ୍ୟା ଅଭିଯୁକ୍ତଙ୍କ ମୁହଁରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ନାଁ
OSCAR-2019
କେତେକ ଉପଭୋକ୍ତା ଜିଓ ୪ଜି ର ବ୍ୟବହାର କରିବା ପରେ ଏହାର ବେଗକୁ ନେଇ ସନ୍ତୁଷ୍ଟ ନାହାନ୍ତି । ତେବେ ଏନେଇ ସେମାନଙ୍କର ଅଭିଯୋଗ ରହିଛି ଯେ ଜିଓ ୪ଜି ରେ ଆଉ ଆଗ ଭଳି ସ୍ପିଡ଼୍ ମିଳୁନାହିଁ । ଯେଉଁ କାରଣକୁ ନେଇ ତାଙ୍କୁ ଭଏସ୍ କଲିଂଙ୍ଗ୍ ଏବଂ ଇଣ୍ଟରନେଟ୍ ସେବାକୁ ଉପଯୋଗ କରିବାରେ ସମସ୍ୟା ସୃଷ୍ଟି ହେଉଛି । ତେବେ ସୂଚନା ଅନୁଯାୟୀ ପୂର୍ବରୁ ଜିଓର ପୁରୁଣା ଅଫର୍ରେ ୨୦ରୁ ୨୫ ଏମବିଏସର ସ୍ପିଡ଼୍ ମିଳୁଥିବା ବେଳେ ଏବେ ଏହାର ସ୍ପିଡ଼୍ ୩.୫ଏମବିଏସ ପାଖାପାଖି ମିଳୁଅଛି । ତେବେ ଏହି ସ୍ପିଡ଼୍ କମିବାର ମଧ୍ୟ ଅନ୍ୟ ଏକ କାରଣ ଥାଇପାରେ କି ଆପଣଙ୍କର ମୋବାଇଲର ସେଟିଙ୍ଗ୍ ସଠିକ୍ ନଥାଇ ପାରେ ? ତେବେ ଆଜି ଆମେ ଆପଣଙ୍କୁ ଏନେଇ ଏପରି ସେଟିଙ୍ଗ୍ ବିଷୟରେ କହିବୁ, ଯାହାକୁକି ସେଟ୍ କରିବା ପରେ ଆପଣଙ୍କ ଫୋନରେ ଇଣ୍ଟରନେଟ ସ୍ପିଡ଼୍ ବହୁତ ବଢ଼ିଯିବ । ଆଉ ଏହି ସେଟିଙ୍ଗ୍ କରିବା ମଧ୍ୟ ଆପଣଙ୍କ ଲାଗି ବହୁତ ସହଜ । ତେବେ ଏନେଇ ଆପଣଙ୍କୁ କେବଳ ୪ଟି ଇନଷ୍ଟ୍ରକସନକୁ ଫଲୋ କରିବାକୁ ହେବ । ୧- ପ୍ରଥମତଃ ଆପଣ ଏପିଏନ୍ ସେଟିଙ୍ଗକୁ ବଦଳାନ୍ତୁ । ଏପିଏନ ସେଟିଙ୍ଗ ବଦଳାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ଜିଓ ୪ଜି ଫୋନ୍ର ସେଟିଙ୍ଗକୁ ଯାଇ ମୋବାଇଲ୍ ନେଟଓ୍ଵର୍କକୁ ଯିବାକୁ ହେବ। ଏହାପରେ ଏଥିରେ ରହିଥିବା ପ୍ରିଫର୍ଡ଼ ନେଟ୍ଓ୍ଵାର୍କ ଟାଇପ୍ କରି ଏଲଟିଇରେ ସେଟ୍ କରିବାକୁ ହେବ। ୨- ଦ୍ୱିତୀୟତଃ ଏପିଏନ୍ ପ୍ରୋଟୋକଲ୍ ଅପ୍ସନକୁ ବାଛନ୍ତୁ। ଏହାପରେ ଆପଣ ପୁଣିଥରେ ମୋବାଇଲ୍ ସେଟିଙ୍ଗକୁ ଯାଇ ଆକ୍ସେସ ପଏଣ୍ଟ କୁ ସିଲେକ୍ଟ କରନ୍ତୁ । ଏହାକୁ କ୍ଲିକ୍ କଲାପରେ ଆପଣଙ୍କୁ ବହୁତ ଗୁଡ଼ିଏ ଅପ୍ସନ୍ ଦେଖିବାକୁ ମିଳିବ । ହେଲେ ଆପଣଙ୍କୁ ଏହା ଭିତରୁ କେବଳ ଏପିଏନ୍ ପ୍ରୋଟାକଲ୍ ଅପ୍ସନକୁ ବାଛିବାକୁ ହେବ ଏବଂ ଏଥିରେ ରହିଥିବା ଆଇପିଭି୪/ଆଇପିଭି୬ ଉପରେ କ୍ଲିକ୍ କରିବାକୁ ପଡ଼ିବ । ୩- ତୃତୀୟତଃ ଆପଣଙ୍କୁ ବିୟରର୍ ଅପ୍ସନକୁ ବଦଳାଇବାକୁ ହେବ । ଏବେ ଏଠାରେ ଆପଣଙ୍କୁ ବିୟରର ଅପ୍ସନ୍ ଦେଖିବାକୁ ମିଳିବ। ଯେଉଁଠାରେ କି ଆପଣଙ୍କୁ ଏଲଟିକୁ ସିଲେକ୍ଟ୍ କରିବାକୁ ପଡ଼ିବ। ୪-ଚତୁର୍ଥତଃ ଆପଣଙ୍କୁ କ୍ୟାସ୍ ଫାଇଲସ୍କୁ ଡ଼ିଲିଟ୍ କରିବାକୁ ହେବ । ସାଧାରଣତଃ ଏଣ୍ଡ୍ରୋଏଡ଼୍ ସିଷ୍ଟମ୍ ରାଣ୍ଡମଲି କିଛି ଫାଇଲସକୁ ବ୍ୟବହାର କରିଥାଏ ଏବଂ ତାହାକୁ ମଧ୍ୟ ସେଭ୍ କରି ରଖିଥାଏ । ଯେଉଁ ଫାଇଲ କ୍ୟାସ୍ ଫାଇଲସ ବୋଲି କୁହାଯାଏ । ଆଉ ଏହାକୁ ଡ଼ିଲିଟ୍ କରି ଆପଣ ଆପଣଙ୍କ ୪ଜି ସ୍ମାଟଫୋନର ସ୍ପିଡ଼କୁ ମଧ୍ୟ ବଢ଼ାଇ ଦେଇପାରିବେ ।
OSCAR-2019
ବାଲିପାଟଣା: ବାଲିପାଟଣା ବ୍ଲକର ଦ୍ୱାଦଶ ଶତାବ୍ଦୀର ଐତହ୍ୟସଂପନ୍ନ ପ୍ରଭୁ ବୁଦ୍ଧନାଥଙ୍କ ମନ୍ଦିର ଓ ପର୍ଯ୍ୟଟନସ୍ଥଳ ଶିଶୁ ଅନନ୍ତଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଐତିହ୍ୟସଂପନ୍ନ ପୀଠଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଇଛି। ଏନେଇ ଆଜି ଏକ ଉଚ୍ଚକ୍ଷମତା ସଂପନ୍ନ ଟିମ୍‌ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବୁଲି ଦେଖିବା ସହ ଏହାର ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୁରାତନ ଶୈବପୀଠ ବୁଦ୍ଧନାଥଙ୍କ ମନ୍ଦିର ପଛପଟେ ଥିବା ୫ ଏକର ପୋଖରୀର ସୌନ୍ଦର୍ଯ୍ୟକରଣ କରାଯାଇ ଲାଇଟ, ବୋଟର ବ୍ୟବସ୍ଥା ହେବା ସହ ପାର୍କ ସ୍ଥାପନ କରାଯିବ। ସେହିପରି ମନ୍ଦିର ପରିସରରେ ବିକ୍ଷିପ୍ତ ଭାବେ ପଡ଼ିଥିବା ଭଗ୍ନ ମୂର୍ତ୍ତି, କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ଶିଳା ଖଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଏକ ସଂଗ୍ରହାଳୟ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ପର୍ଯ୍ୟଟନସ୍ଥଳ ଶିଶୁ ଅନନ୍ତଙ୍କ ପୀଠକୁ ଯିବା ରାସ୍ତାର ବାଲିପାଟଣା ଛକରେ ତୋରଣ ନିର୍ମାଣ, ସିଦ୍ଧସାଧକ ଶିଶୁଅନନ୍ତଙ୍କ ଜୀବନୀ ସମ୍ବଳିତ ସଂଗ୍ରହାଳୟ, ପାର୍କ, ଜଳ ପରିମଳ ଓ ଶୌଚାଳୟ ସ୍ଥାପନ ପାଇଁ ପ୍ରସ୍ତାବ ରହିଥିବା ଟ୍ରଷ୍ଟର ସଂପାଦିକା ତନୟା ଦାସ ଗୋସ୍ୱାମୀ ସୂଚନା ଦେଇଛନ୍ତି। ଜୟଦେବ ନିର୍ବାଚନମଣ୍ଡଳୀରେ ଏକ ସ୍ୱର୍ଣ୍ଣ-ତ୍ରିଭୂଜ ପର୍ଯ୍ୟଟନ କ୍ଷେତ୍ର କରାଯାଇ ଏହାର ବିକାଶ କାର୍ଯ୍ୟକୁ ତ୍ୱରାନ୍ଵିତ କରାଯିବ ବୋଲି ଜିଲ୍ଲାପାଳ ଓ ପର୍ଯ୍ୟଟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଆଜି ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସହ ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ମାନସ ରଂଜନ ସାମଲ, ପର୍ଯ୍ୟଟନ ବିଭାଗ ନିର୍ବାହୀ ଯନ୍ତ୍ରୀ ତୁଷାର କାନ୍ତ ପଣ୍ଡା, ସହକାରୀ ଯନ୍ତ୍ରୀ ଶ୍ରୀଧର ମହଲା, ଟୁରିଷ୍ଟ ଅଫିସର ଅନୟ ରାଉତ, କନିଷ୍ଠ ଯନ୍ତ୍ରୀ ସୁବ୍ରତ ଜେନା, ତହସିଲଦାର ପ୍ରାଚୀ ମହାପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁମିତ୍ରା ରାଉତରାୟ, ବିଡିଓଙ୍କ ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।
OSCAR-2019
କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୫ ମସିହାରେ ସୁକନ୍ୟା ସମ୍ୃଦ୍ଧି ଆକାଉଣ୍ଟ ପ୍ରୋଗ୍ରାମର ଆରମ୍ଭ କରାଯାଇଥିôଲା । ଏହି ଯୋଜନାର ଉଦେ୍ଧଶ୍ୟ ଥିଲା କନ୍ୟାରତ୍ନର ଭବିଷ୍ୟତକୁ ଉଜ୍ଜଳମୟ କରିବା । india.gov.in ମୁତାବକ ସୁକନ୍ୟା ସମ୍ୃଦ୍ଧି ଯୋଜନା ଶିଶୁକନ୍ୟାଙ୍କ ପାଇଁ ଏକ ଛୋଟ ଡିପୋଜିଟ୍ ସ୍କିମ୍ ଅଟେ । ତେବେ ଏହି ସ୍କିମକୁ ଜଡିିତ ଖୁସି ଖବର ହେଲା ପୂର୍ବରୁ ଏହି ଖାତାରେ ବାର୍ଷିକ ୧,୦୦୦ ଟଙ୍କା ଡିପୋଜିଟ୍ ହେଉଥିଲା ଯାହା ଏବେ ୨୫୦ ଟଙ୍କା ହୋଇଯାଇଛି । ଏହାର ଅର୍ଥ ଏବେ ଖାତାଧିକାରୀଙ୍କୁ ବାର୍ଷିକ ୨୫୦ ଟଙ୍କା ନ୍ୟୁନତମ ନିବେଶ କରିବାକୁ ପଡିବ । କନ୍ୟାର ନାଁରେ ପିତା ସୁକନ୍ୟା ଆକାଉଣ୍ଟ ଖୋଲିପାରିବେ । ସୁକନ୍ୟା ସମ୍ୃଦ୍ଧି ଖାତାରେ ଜମା ଥିବା ୮.୧ ପ୍ରତିଶତ ଟଙ୍କାର ସୁଧ ଦିଆଯାଏ । ଏହାର ଘୋଷଣା ସାଧାରଣ ବଜେଟକୁ ଆଖି ଆଗରେ ରଖି ହୋଇଥାଏ । ଖାତା ଖୋଲିବାଠାରୁ ନେଇ ଝିଅକୁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ଆପଣ ଟଙ୍କା ଜମା କରିପାରିବେ । ଏହି ଅବଧି ପୂରଣ ହେବା ପରେ ମାଚ୍ୟୁରିଟି ଟଙ୍କା ଝିଅକୁ ଦିଆଯାଏ,ଯାହା ନାମରେ ଖାତା ଖୋଲାଯାଏ । ଯଦି ୨୧ ବର୍ଷ ପୂର୍ବରୁ ଝିଅଟିର ବିବାହ ହୋଇଯାଏ ତେବେ ଖାତା ଆପେ ବନ୍ଦ କରିଦିଆଯାଏ । ଖାତାକୁ ଆପଣ ଭାରତର ଯେକୌଣସି ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ଖୋଲିପାରିବେ । ତେବେ ଝିଅକୁ ୨୧ ବର୍ଷ ହେବା ପରେ ହିଁ ଆପଣ ଏହି ଟଙ୍କା ଉଠାଇପାରିବେ । କିନ୍ତୁ ଯଦି ଉଚ୍ଚଶିକ୍ଷା କିମ୍ବା ଝିଅ ବିବାହ ପାଇଁ ଟଙ୍କାର ଆବଶ୍ୟକତା ପଡେ ତେବେ କେବଳ ଉକ୍ତ ଝିଅ ହିଁ ଟଙ୍କା ଉଠାଇପାରିବେ । କିନ୍ତୁ ଟଙ୍କା ଉଠାଇବା ପାଇଁ ଝିଅକୁ ୧୮ ବର୍ଷ ହେବା ଆବଶ୍ୟକ ଅଟେ ।
OSCAR-2019
ବ୍ରହ୍ମଗିରି : ଜଳପଥରେ ଆତଙ୍କବାଦୀ ଆସି ଉପକୂଳରେ ଯେଭଳି ପ୍ରବେଶ ନ କରନ୍ତି ସେଥିପାଇଁ ଉପକୂଳର ବିଭିନ୍ନ ସ୍ଥାନରେ ମେରାଇନ ଥାନା ପ୍ରତିଷ୍ଠା କରାଯାଇଛି। ପୁରୀ ଜିଲ୍ଲାର ଅସ୍ତରଙ୍ଗ, ପେଣ୍ଠକଟା ଓ ଅରଖକୁଦା ଠାରେ ମେରାଇନ ଥାନା ପ୍ରତିଷ୍ଠା କରାଯାଇଛି। ଏହିସବୁ ଥାନାରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ପୁଲିସ କର୍ମଚାରୀ ସହିତ ସ୍ପିଡ୍‌ ବୋଟ୍‌ ରଖାଯିବା ପାଇଁ ବ୍ୟବସ୍ଥା ଥିଲା। କିନ୍ତୁ କୃଷ୍ଣପ୍ରସାଦ ବ୍ଲକ୍‌ ଅରଖକୁଦା ମେରାଇନ୍‌ ଥାନାକୁ ସ୍ପିଡ୍‌ ବୋଡ୍‌ ମିଳି ନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଥାନା ପ୍ରତିଷ୍ଠା ହେବାର ତିନି ବର୍ଷ ପରେ ଏବେ ଏହି ଥାନାକୁ ମିଳିଛି ସ୍ପିଡ୍‌ ବୋଟ୍‌। ଏହି ସ୍ପିଡ୍‌ ବୋଟ ଏବେ ସାତପଡ଼ା ଜେଟି ଅଞ୍ଚଳରେ ରଖାଯାଇଛି। ଏହି ବୋଟ୍‌ ପାଇଁ ୫ ଜଣ ତାଲିମପ୍ରାପ୍ତ ପୁଲିସ କର୍ମଚାରୀ ରହିଛନ୍ତି। ନିୟମ ଅନୁଯାୟୀ ଏହି ହାଇସ୍ପିଡ୍‌ ବୋଟ୍‌ ଥାନା ପାଖରେ ରହିବା କଥା। କିନ୍ତୁ ଏହା ଏଠାରେ ରହୁ ନାହିଁ। ଅରଖକୁଦା ମେରାଇନ୍‌ ଥାନା ପାଖରୁ ଚିଲିକାର ବିଭିନ୍ନ ମୁହାଣ ପାଖକୁ ଖୁବ କମ ସମୟ ମଧ୍ୟରେ ଯାଇ ପାରିବ। ଏହା ସହିତ ସମୁଦ୍ର ଭିତରକୁ ଅତି ସହଜରେ ଆଉ କମ ସମୟରେ ମଧ୍ୟ ଏହା ଯାଇ କୌଣସି ଅଘଟଣକୁ ମୁକାବିଲା କରି ପାରିବ। କିନ୍ତୁ ଏବେ କାହିଁକି ଏହା ସାତପଡାରେ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ମେରାଇନ ଥାନା କର୍ମଚାରୀଙ୍କ ପାଇଁ ଥାନା ପରିସରରେ ଗୃହ ନିର୍ମାଣ ହୋଇଛି। କିନ୍ତୁ ବୋଟ କର୍ମଚାରୀ ଏବେ ସାତପଡ଼ାରେ ରହୁଛନ୍ତି।
OSCAR-2019
କନକ ବ୍ୟୁରୋ : ଅର୍ଥନୀତିର ଅଭିବୃଦ୍ଧି ହ୍ରାସ ପାଉଛି । ସରକାରଙ୍କୁ ଏବେ ଏହି ଚିନ୍ତା ଘାରିଛି । ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଏହି ପରିପ୍ରେକ୍ଷୀରେ ଗତକାଲି ନବଗଠିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ(ପିଏମ୍‌ଇଏସି)ର ପ୍ରଥମ ବୈଠକରେ ୧୦ଟି କ୍ଷେତ୍ରକୁ ଚିହ୍ନଟ କରାଯାଇଛି । ପରିଷଦ ଚିହ୍ନଟ କରିଥିବା ୧୦ଟି କ୍ଷେତ୍ର ହେଲା ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି, ଅସଙ୍ଗଠିତ କ୍ଷେତ୍ର ଏବଂ ଏହାର ସମନ୍ଵୟ, ବିତ୍ତୀୟ ଢାଞ୍ଚା, ମୁଦ୍ରାନୀତି, ସରକାରୀ ବ୍ୟୟ, ଆର୍ଥିକ ଶାସନ ପ୍ରତିଷ୍ଠାନ, କୃଷି ଏବଂ ପଶୁ ସମ୍ପଦ, ସାମାଜିକ କ୍ଷେତ୍ର ଏବଂ ବ୍ୟୟ ଓ ଉତ୍ପାଦନ ଧାରା । ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ସରକାରଙ୍କୁ ବିତ୍ତୀୟ ଶୃଙ୍ଖଳାକୁ ନେଇ ଯେଉଁ ନକ୍ସା ପ୍ରସ୍ତୁତ ହୋଇଛି ତାହାରି ଅନୁଯାୟୀ କାର୍ଯ୍ୟ କରିବା ଲାଗି ପରାମର୍ଶ ଦିଆଯାଇଛି । ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଯେଉଁ ପ୍ୟାକେଜ ଘୋଷଣା ହେବ ତାହା ଆର୍ଥିକ ଶୃଙ୍ଖଳା ବିନିମୟରେ ହେବା ଉଚିତ ନୁହେଁ ବୋଲି ପରିଷଦ ସ୍ପଷ୍ଟ କରିଦେଇଛି । ବିତ୍ତୀୟ ଶୃଙ୍ଖଳାରୁ ହଟିବା ଉଚିତ ନୁହେଁ ବୋଲି ପରିଷଦର ସବୁ ସଦସ୍ୟ ସହମତ ଥିବା ବିଷୟ ବୈଠକ ପରେ ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ କହିଛନ୍ତି । ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସରକାର ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ପରିପ୍ରେକ୍ଷୀରେ ପରିଷଦ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏଥିସହିତ ଦେବରାୟ କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ବିଷୟ ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ପରିଷଦ ଚିହ୍ନଟ କରିଛି। ସରକାର ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରେ ବଜେଟ ଉପସ୍ଥାପନ କରିବେ । ତେଣୁ ଆସନ୍ତା କିଛିମାସ ପାଇଁ ପରିଷଦ ଆଗାମୀ ବଜେଟ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି ସେ କହିଛନ୍ତି । ଚଳିତବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଏହି ପରିଷଦ ଗଠନ ହୋଇଛି । ଗତକାଲି ପରିଷଦର ସଦସ୍ୟଙ୍କ ମଧ୍ୟରେ ବିଶେଷ ଆଲୋଚନା ହୋଇଥିବାବେଳେ ଆଜି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ପରିଷଦର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ବ୍ୟତୀତ ଆଜିର ବୈଠକରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌ ଯୋଗଦେଇ ଅର୍ଥନୀତି ସପଂର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ପରିଷଦର ଆଜି ପ୍ରଥମ ଅନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ଦିନରେ ବିଭିନ୍ନ ଅଂଶଧାରୀଙ୍କ ସହିତ ଆଲୋଚନା ଜାରି ରହିବ । ଏଥିସହିତ ଆସନ୍ତାମାସରେ ପରିଷଦର ଆଉ ଏକ ଆନୁଷ୍ଠାନିକ ବୈଠକ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସୁପାରିସମାନ କରାଯିବ ବୋଲି ଦେବରାୟ କହିଛନ୍ତି । ଏତଦ୍‌ ବ୍ୟତୀତ ଅର୍ଥନୀତିର ପ୍ରମୁଖ ମାନଦଣ୍ଡ ଗୁଡ଼ିକୁ ଠିକ୍‌ ଭାବେ ଅନୁଧ୍ୟାନ କରିବା ସହିତ ସେଗୁଡ଼ିକର ବିଶ୍ଳେଷଣ କରି ଅର୍ଥନୀତିର ବିକାଶ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବା ଲାଗି ପରିଷଦ କହିଛି । ବିମୁଦ୍ରାକରଣ ପାଇଁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ପରିଷଦ ଆଜିର ବୈଠକରେ ସ୍ୱୀକୃତି ଦେଇଛି କି ବୋଲି ପ୍ରଶ୍ନ ହେବାରୁ ଦେବରାୟ କହିଲେ ମାନ୍ଦାବସ୍ଥାର କାରଣ ଗୁଡ଼ିକ ସମ୍ପର୍କରେ ପରିଷଦ ସହମତ ହୋଇଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ମାନ୍ଦାବସ୍ଥାର କାରଣ କଣ ସେ ନେଇ କିଛି କହି ନଥିଲେ । ମୁଦ୍ରାନୀତି ସମ୍ପର୍କରେ ଦେବରାୟ କହିଲେ, ରିଜର୍ଭ ବ୍ୟାଙ୍କ ସହିତ ବିଚାରବିମର୍ଶ କରି ଏହି କାର୍ଯ୍ୟ କରାଯିବ । ପରିଷଦ ଏ ନେଇ ଯେଉଁ ସଂସ୍କାର କରିବ ତାହା ଢାଞ୍ଚାଗତ ଦୃଷ୍ଟିରୁ ହେବ ବୋଲି ସେ କହିଛନ୍ତି । ଏଥିସହିତ ପରିଷଦ କୃଷି ଏବଂ ସାମାଜିକ କ୍ଷେତ୍ର ଉପରେ ମଧ୍ୟ ବିଭିନ୍ନ ସୁପାରିସ ମାନ ସରକାରଙ୍କୁ କରିବ । ବିଭିନ୍ନ ସଂସ୍ଥା ସହ ବିଚାରବିମର୍ଶ କରି ପରିଷଦ କାର୍ଯ୍ୟ କରିବ । ନିତି ଆୟୋଗ ନିକଟରେ ଥିବା ସମ୍ବଳକୁ ମଧ୍ୟ ଏସବୁ କାର୍ଯ୍ୟରେ ବିନିଯୋଗ କରାଯିବ । ଚଳିତବର୍ଷ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬.୭ ପ୍ରତିଶତକୁ ହ୍ରାସ ପାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଗତକାଲି ଯେଉଁ ଆକଳନ କରିଛି ସେହି ଆକଳନ ପ୍ରତି ପରିଷଦର ସଦସ୍ୟ ରଥିନ ରାୟ ସହମତ ହୋଇନାହାନ୍ତି । ୮୦ ପ୍ରତିଶତ କ୍ଷେତ୍ରରେ ଆଇଏମ୍‌ଏଫ୍‌ର ଆକଳନ ଠିକ୍‌ ହୋଇ ନଥାଏ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପରିଷଦର ଅନ୍ୟ ସଦସ୍ୟମାନେ ହେଲେ ସୁରଜିତ ଭାଲା, ଅସୀମା ଗୋୟଲ ଏବଂ ରତନ ଓ୍ଵାତଲ ।
OSCAR-2019
ଶୂନରୁ ସରକାର । ବିଜେପିକୁ ଶୂନ୍ୟରୁ ଶିଖରରେ ପହଞ୍ଚାଇଥିବା ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଇହଧାମ ତ୍ୟାଗ କରିଛନ୍ତି ସତ କିନ୍ତୁ ଭବିଷତ୍ୟ ପାଇଁ ଏକ ନୂଆ ପିଢୀ ମଧ୍ୟ ପ୍ରସ୍ତୁତ କରିଥିଲେ ଯାହାଙ୍କ ହାତରେ ଆଜି ଭାରତର ଶାସନ ଡୋରି ରହିଛି । କେବଳ କେନ୍ଦ୍ର ନୁହେଁ ବରଂ ୨୦ରୁ ଉଦ୍ଧ୍ୱର୍ ରାଜ୍ୟରେ କ୍ଷମତାରେ ରହିଛି ବିଜେପି । ଆଉ ସେଥିପାଇଁ ତ ବାଜପେୟୀଙ୍କୁ ବିଜେପିର ଭୀଷ୍ମ ପିତାମହ କୁହାଯାଏ । ଆଉ ସେଥିପାଇଁ ତ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ବଡ ବଡ କାର୍ଯ୍ୟକ୍ରମରେ ନିଜର ଭାଷଣରେ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇବାକୁ ଆଦୌ ଭୁଲନ୍ତି ନାହିଁ । ମୋଦି ଓ ବାଜପେୟୀଙ୍କ ମଧ୍ୟରେ ଘନିଷ୍ଠ ସର୍ମ୍ପକ ରହିଥିଲା । ଯାହାର ଝଲକ ଅନେକ ସମୟରେ ଦେଖିବାକୁ ମିଳିଛି । ଆଉ ସବୁଠୁ ବଡ କଥା ହେଲା, ଅଟଳ ବିହାରୀ ବାଜପେୟୀଙ୍କ ଗୋଟିଏ ନିଷ୍ପତି ଯୋଗୁଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତିର ଶିଖରରେ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି । ବାଜପେୟୀଙ୍କ ଗୋଟିଏ ନିଷ୍ପତି ବଦଳାଇ ଦେଇଥିଲା ମୋଦିଙ୍କ ଭାଗ୍ୟ । ଆଉ ସାଧାରଣ ବିଜେପି କାର୍ଯ୍ୟକତାରୁ ମୋଦିଙ୍କୁ ମିଳିଥିଲା ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ । କହିବାକୁ ଗଲେ ବାଜପେୟୀ ପ୍ରସ୍ତୁତ କରିଥିବା ରୋଡମ୍ୟାପ ଯୋଗୁଁ ପୁଣିଥରେ ଦେଶର ଶାସନ ଡୋରି ଧରିବାକୁ ସକ୍ଷମ ହୋଇଥିଲା ବିଜେପି । ଗୁଜରାଟରେ ୧୯୯୫ ମସିହା ନିର୍ବାଚନରେ ବିଜେପି ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଠନ କରିଥିଲା । ସେତେବେଳେ ନରେନ୍ଦ୍ର ମୋଦି ଓ ଶଙ୍କର ସିଂହ ବାଘେଲାଙ୍କୁ ବାଦ୍ ଦେଇ କେଶୁଭାଇ ପଟେଲଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା । ଆଉ ନରେନ୍ଦ୍ର ମୋଦିଙ୍କୁ ଦଳର କାର୍ଯ୍ୟକ୍ରମ ଦେଖିବା ପାଇଁ ଦିଲ୍ଲୀରୁ ଡାକରା ଆସିଥିଲା । ଏହାପରେ ୧୯୯୮ ମସିହାରେ ପୁଣିଥରେ ଗୁଜରାଟରେ ମଧ୍ୟବର୍ତ୍ତିକାଳୀନ ନିବାର୍ଚନ ହୋଇଥିଲା ଯେଉଁଥିରେ ବିଜେପି ପୁଣିଥରେ ବିପୁଳ ବିଜୟ ସହ ଶାସନକୁ ଆସିଥିଲା । ସେତେବେଳେ ମଧ୍ୟ କେଶୁଭାଇ ପଟେଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ତେବେ ୨୬ ଜାନୁଆରୀ ୨୦୦୧ରେ ଭୁମିକମ୍ପ ହେବା ଦ୍ୱାରା ଯେପରି ଗୁଜରାଟର ଚିତ୍ର ବଦଳିଯାଇଥିଲା ଠିକ୍ ସେହିପରି ମୋଦିଙ୍କ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆସିଥିଲା । ଏହି ଭୂମିକମ୍ପ ପୂରା ଗୁଜରାଟକୁ ଧ୍ୱଂସ ବିଧ୍ୱଂସ କରିଦେଇଥିଲା । କିନ୍ତୁ ଏଭଳି ସ୍ଥିତିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିଲେ । ନା ଲୋକଙ୍କୁ ଆବଶ୍ୟକୀୟ ସହାୟତା ମିଳି ପାରୁଥିଲା ନା ଉଦ୍ଧାର କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳନା କରାଯାଉଥିଲା । ଆଉ ଏଥିପାଇଁ ସରକାରଙ୍କ ବିରୋଧରେ ଏକ ହାୱା ସୃଷ୍ଟି ହେଲା । ଯାହାର ଝଲକ ୨୦୦୧ ବିଧାନସଭା ଉପନିର୍ବାଚନରେ ଦେଖିବାକୁ ମିଳିଥିଲା । ଆଉ ଏଭଳି ସମୟରେ ରାଜ୍ୟ ବିଜେପି ନେତୃବୃନ୍ଦ କେଶୁଭାଇ ପଟେଲଙ୍କ ବିରୋଧରେ ସ୍ୱର ଉଠାଇବାକୁ ମଧ୍ୟ ପଛାଇନଥିଲେ । ଏପରିକି ଉପନିର୍ବାଚନରେ ପରାଜୟ ପରେ କେଶୁଭାଇଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ସ୍ୱାସ୍ଥ୍ୟ ସମସ୍ୟା ଦେଖାଇ କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ । କେଶୁଭାଇଙ୍କ ଇସ୍ତଫା ସହ ନରେନ୍ଦ୍ର ମୋଦିଙ୍କ ଭାଗ୍ୟ ଉଦୟ ହୋଇଥିଲା । ଅକ୍ଟୋବର ୨୦୦୧ରେ ଦିଲ୍ଲୀରେ ଏକ ଅନ୍ତିମ ସଂସ୍କାର ସମାରୋହରେ ମୋଦି ଥିବାବେଳେ ହଠାତ ପ୍ରଧାନମନ୍ତ୍ରୀ ଅଫିସରୁ ଫୋନ୍ ଆସିଥିଲା ଓ ତୁରନ୍ତ ଦେଖା କରିବାକୁ କୁହାଯାଇଥିଲା । ସେହି ସମୟରେ କେନ୍ଦ୍ରରେ ଏନଡିଏ ସରକାର ଥିବା ବେଳେ ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଆଉ ସେହିଦିନ ବାଜପେୟୀଙ୍କୁ ଭେଟିବା ପରେ ନରେନ୍ଦ୍ର ମୋଦି ଗୁଜରାଟ ଅଭିମୁଖେ ଯାତ୍ରା କରିଥିଲେ । କାରଣ ଗୁଜରାଟର ନୂଆ ଶାସନ ଭାର ଦାୟିତ୍ୱ ମୋଦିଙ୍କୁ ହାତରେ ଦେଇଥିଲେ ବାଜପେୟୀ । ଆଉ ତା’ପରର ଘଟଣା ଇତିହାସ ସୃଷ୍ଟି କରିଥିଲା । ଆଉ ଏହାପରେ ଲଗାତାର ୨୦୦୨,୨୦୦୭ ଓ୨୦୧୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହେବାର ସୋଭାଗ୍ୟ ଲାଭ କରିଥିଲେ ମୋଦି । ଆଉ ଏହିଭଳି ଭାବେ ବାଜପେୟୀଙ୍କ ଗୋଟିଏ ନିଷ୍ପତି ବଦଳାଇ ଦେଇଥିଲା ମୋଦିଙ୍କ ଭାଗ୍ୟ ।
OSCAR-2019
କନକ ବ୍ୟୁରୋ : ଓଡିଶାରେ ପୁଣି ବର୍ଷାର ଭୟ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଆସନ୍ତା ୨୪ ଘଂଟାରେ ଏହା ୱେଲ ମାର୍କଡ ଲୋପ୍ରେସରରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପୁରୀ, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ନବରଂଗପୁର. ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ରାଜ୍ୟରେ ୨ ଦିନ ଯାଏଁ ବର୍ଷା ଲାଗି ରହିବ । ଏନେଇ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୂଦ୍ର ଭିତରକୁ ଯିବାକୁ ମନା କରାଯାଇଛି । କ୍ଷୟକ୍ଷତିର ରିପୋର୍ଟ ଆସିନି ବୋଲି ଏସଆରସି କହିଛନ୍ତି । ବଲିଉଡ ସୁପରଷ୍ଟାର ସଲମାନþ ଖାନ୍ ଜଣେ ସ୍ନେହୀ ଓ ଶିଶୁ ପ୍ରେମୀ ଏକଥା ସମସ୍ତେ ଜାଣନ୍ତି । ଛୋଟ ଛୋଟ ପିଲାଙ୍କୁ ସେ ଖୁବ୍ ଭଲ ପାଆନ୍ତି । ସୁଟିଂର ବ୍ୟସ୍ତତା ଭିତରେ ବି ଛୋଟ ପିଲାଙ୍କ ସହ ସମୟ କଟାନ୍ତି । ସଲମାନ ଅନେକ ଥର କହିଛନ୍ତି ସେ ବିବାହ କେବଳ ପିଲାଟିଏ ପାଇଁ କରିବେ । ରୋମାଂନ୍ସ ପାଇଁ ନୁହେଁ । ବଲିଉଡର ଏହି ଭାଇଜାନ ଏ ପର୍ଯ୍ୟନ୍ତ ପିତା ହୋଇନାହାଁନ୍ତି ସତ ହେଲେ ଜଣେ ପ୍ରିୟ ମାମୁଁ ଓ ଦାଦା ହୋଇପାରିଛନ୍ତି । ସଲମାନଙ୍କ ଖାନଙ୍କ ଭଣଜା-ଭାଣିଜୀ ନିଜର ଏହି ମାମୁଁଙ୍କୁ ଖୁବ୍ ଭଲ ପାଆନ୍ତି । ଏହି ଲିଷ୍ଟରେ ଏବେ ସଲମାନଙ୍କ ଭଉଣୀ ଅର୍ପିତାର ପୁଅ ଅହିଲ ବି ସାମିଲ୍ ହୋଇଗଲାଣି । ଏହାଛଡା ସଲମାନ ନିଜର ଅନେକ ବନ୍ଧୁଙ୍କ ପିଲାଙ୍କୁ ବି ବହୁତ ଭଲ ପାଆନ୍ତି । ସଲମାନଙ୍କ ଫ୍ୟାନ୍ କ୍ଲବ୍ ଇନଷ୍ଟାଗ୍ରାମରେ ଏକ ଫଟୋ ଛାଡିଛନ୍ତି । ଯେଉଁଥିରେ ସଲମାନþ ଅଭିନେତା ନିଖିଲ୍ ଦ୍ୱିବେଦୀଙ୍କ ପୁଅକୁ ନିଜ ବାହୁରେ କୋଳେଇ ଧରିବାର ଏକ ମନୋଲୋଭା ଫଟୋ ରହିଛି ଏବଂ ଫଟୋରେ ସେହି ଛୋଟ ଶିଶୁଟି ମଧ୍ୟ ସଲମାନଙ୍କ ଟି-ସାର୍ଟକୁ ଭିଡି ଧରି ପାଟିରେ ଚୋବାଉ ଥିବାର କ୍ୟୁଟ୍ ଫଟୋଟିଏ ଦେଖିବାକୁ ମିଳିଛି । ଏହିଭଳି ଏକ କ୍ୟୁଟ୍ ଫଟୋକୁ ସଲମାନଙ୍କ ଫ୍ୟାନମାନେ ଖୁବ୍ ପସନ୍ଦ କରିଛନ୍ତି । କିଡ୍ସ ପ୍ରେମୀ ସଲମାନଙ୍କ ଏହି ଫଟୋଟି ସବୁଠୁ କ୍ୟୁଟ୍ ଫଟୋ କହିଲେ ଭୁଲ୍ ହେବ ନାହିଁ । ଏବେ ସଲମାନþ ନିଜର ଆଗାମୀ ଫିଲ୍ମ ‘ସୁଲତାନ୍’ର ସୁଟିଂରେ ବ୍ୟସ୍ତ ।
OSCAR-2019
ଏସିଆନ ଗେମ୍ସର ଦଶମ ଦିନରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଖାସକରି ପୁରୁଷ ୮୦୦ ମିଟର ଦୌଡ ପ୍ରତିଯୋଗିତାରେ ମନଜିତ ସିଂହ ସ୍ୱର୍ଣ୍ଣ ଜିତିବା ସହ ଭାରତ ପାଇଁ ଦିନଟିକୁ ଆହୁରୀ ସ୍ମରଣୀୟ କରି ଦେଇଥିଲେ । ସେହିଭଳି ଏହି ବିଭାଗରେ ଭାରତର ଜନସନ ଦ୍ୱୀତିୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ସେହିଭଳି ୪ ଗୁଣା ୪୦୦ ମିଟର ରିଲେର ମିଶ୍ରିତ ବର୍ଗରେ ଭାରତ ରୌପ୍ୟ ପଦକ ଜିତିବା ସହ ଆଜି ଦିନର ଖେଳର ପରିସମାପ୍ତି ଘଟିଥିଲା । ଆଉ ଏହି ପଦକ ସହ ଭାରତ ପଦକ ତାଲିକାରେ ହାପ ସେଞ୍ଚରୀ ମାରିଥିଲା । ଏହାପୂର୍ବରୁ ବ୍ୟାଡମିଣ୍ଟନରେ ଭାରତର ପିଭି ସିନ୍ଧୁ ଫାଇନାଲରେ ପରାସ୍ତ ହେବା ସହ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ସେହିଭଳି ପୁରୁଷ ତୀରନ୍ଦାଜ ଟିମ ଅଳ୍ପକେ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ । ଫାଇନାଲ ମ୍ୟାଚ ଟାଇ ହେବା ପରେ ଉତ୍ତର କୋରିଆ ଠାରୁ ପରାସ୍ତ ହୋଇଥିଲା ଭାରତୀୟ ପୁରୁଷ ତୀରନ୍ଦାଜ ଟିମ୍ । ସେହିଭଳି ମହିଳା ତୀରନ୍ଦାଜ ଟିମ ମଧ୍ୟ ଫାଇନାଲରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛି । ତେବେ ହିମା ଦାସ ୨୦୦ ମିଟର ରେସରୁ ବାହାରିଯିବା ପରେ ଭାରତକୁ ବଡ ଝଟକା ଲାଗିଥିଲା । କାରଣ ହିମା ଦାସଙ୍କ ଠାରୁ ମଧ୍ୟ ଏକ ପଦକ ଆଶା ରଖିଥିଲା ଭାରତ । ତେବେ ନିରାଶା ଭିତରେ ପଦକ ଆଶାକୁ ଉଜ୍ଜିବୀତ କରିଛନ୍ତି ଭାରତୀୟ ହକି ଟିମ୍ ଓ ଓଡିଆ ଧାବିକା ଦୂତି ଚାନ୍ଦ । ପୂର୍ବ ଭଳି ପୁରୁଷ ହକିରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଛି ଭାରତ । ଶ୍ରୀଲଙ୍କାକୁ ୨୦-୦ ଗୋଲରେ ମାତ୍ ଦେଇ ନିଜ ଗ୍ରୁପର ସମସ୍ତ ମ୍ୟାଚକୁ ଜିତି ନେଇଛି ଭାରତ । ପୁରା ମ୍ୟାଚରେ ଭାରତ ଆଧିପତ୍ୟ ବିସ୍ତାର କରି ଶ୍ରୀଲଙ୍କାକୁ ପରାସ୍ତ କରିଛି । ସେହିଭଳି ଓଡିଆ ଝିଅ ଦୂତି ଚାନ୍ଦ ୨୦୦ ମିଟର ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ ଦୂତି ଚାନ୍ଦ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି । ତେଣୁ ତାଙ୍କ ଠାରୁ ଏକ ପଦକର ଆଶା ରଖିଛି ଭାରତ । ତେବେ ୧୦ମ ଦିନର ଖେଳ ଶେଷ ସୁଦ୍ଧା ୯ଟି ସ୍ୱର୍ଣ୍ଣ ସହ ୫୦ ପଦକ ହାତେଇଛି ଭାରତ । ଆଉ ଏହାସହ ପଦକ ତାଲିକାର ଅଷ୍ଟମ ସ୍ଥାନକୁ ଉଠିଛି ଭାରତ ।
OSCAR-2019
ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ତିକୁ ହିନ୍ଦୁ ରୀତିନୀତି ଅନୁସାରେ ଦିଲ୍ଲୀର ଯମୁନା ନଦୀରେ ବିସର୍ଜନ କରିଦିଆଯାଇଛି । ଏହି ମୁହୂର୍ତ୍ତରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ କହିଛନ୍ତି ଯେ ସୋନିଆ ବିହାର ତଟରେ ଅଟଳ ଜୀଙ୍କ ଅସ୍ଥି ବିସର୍ଜନର ମୁହୂର୍ତ୍ତ ହେଉଛି ଏକ ଐତିହାସିକ ସମୟ । ତେଣୁ ଏହି ତଟର ନାମ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁସାରେ ରଖାଯିବାକୁ ମଧ୍ୟ ପ୍ରସ୍ତାବ ରହିଛି । ତେବେ ମନୋଜ ତିୱାରୀ ନିଜ ଟ୍ୱିଟର ଆକାଉଣ୍ଟରେ ଏଭଳି କିଛି ଫଟୋ ସେୟାର୍ କରିଛନ୍ତି ଯାହା ଦେଖିବାକୁ ଖୁବ୍ ଅଜବ ଧରଣର ହୋଇଛି ଏବଂ ଏହି ଫଟୋକୁ ଖୁବ୍ ଜୋରରେ ଭାଇରାଲ୍ ମଧ୍ୟ ହେଉଛି । ତେବେ ଘଟଣାଟି କିଛି ଏପରି ଅଟଳ ଜୀଙ୍କ ଅସ୍ଥି ବିସର୍ଜନ ପାଇଁ ବିଜେପି ସାଂସଦ ମନୋଜ ତିୱାରୀ ଅସ୍ଥି ବିସର୍ଜନ କରିବା ସମୟରେ ହଠାତ ଡଙ୍ଗାରୁ ଏକ ଅଜଣା ହାତ ବାହାରି ପାଣିରୁ ବାହାରୁଥିବା ଦେଖାଯାଉଛି । ଏହି ରହସ୍ୟମୟୀ ହାତର ଫଟୋ କେଉଁଭଳି ଭାବେ ଫଟୋରେ ବାହାରିଆସିଲା ତାହା ଏବେ ସମସ୍ତଙ୍କୁ ଚକିତ କରିଛି । ତେବେ ଏହା କେବଳ ଗୋଟିଏ ଫଟୋରେ ହୋଇଥିବା ବେଳେ ଅନ୍ୟ ଫଟୋରେ ଏହି ହାତର ଚିହ୍ନବର୍ଣ୍ଣ ମିଳୁନାହିଁ । ତେବେ ଏହି ଫଟୋକୁ ଦେଖି ମନୋଜ ତିୱାରୀ ମଧ୍ୟ ଖୁବ୍ ଚକିତ ହୋଇଉଠିଛନ୍ତି । ତାଙ୍କ ମତରେ ସେ ଦୈବିକଶକ୍ତି ଉପରେ ବିଶ୍ୱାସ କରନ୍ତି ଏବଂ ଏହା ଯମୁନା ନଦୀକୁ ସ୍ୱଚ୍ଛ ରଖିବା ପାଇଁ ଇଙ୍ଗିତ ବୋଲି ସେ କହିଛନ୍ତି । ଆସନ୍ତାକାଲି ଭାଇ-ଉଭଣୀଙ୍କ ପବିତ୍ର ପର୍ବ ରାକ୍ଷୀପୂର୍ଣ୍ଣିମା । ତେବେ ଚଳିତ ବର୍ଷ ରାକ୍ଷୀ ଉପରେ ଜିଏସଟି ଲାଗିବନି ବୋଲି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସଂସ୍କୃତି ଓ ପରମ୍ପରାରେ ଏହି ପର୍ବର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଭାଇର ଶୁଭମନାସି ଉଭଣୀ ଏହି ଦିନରେ ଭାଇ ହାତରେ ରାକ୍ଷୀ ବାନେ୍ଧ । ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥାଏ । ଭାଉ-ଉଭଣୀଙ୍କ ସମ୍ପର୍କ ବେଶ୍ ନିଆରା । ଯେତେ ମାଡ଼ଗୋଳ ଆଉ ମନୋମାଳିନ୍ୟ ହେଲେ ମଧ୍ୟ ଉଭୟ ଉଭୟଙ୍କ ସମ୍ପର୍କର ମହତ୍ୱ ବୁଝନ୍ତି । ତେବେ ରାକ୍ଷୀପୂର୍ଣ୍ଣିମା ପାଇଁ ସାରା ଦେଶରେ ସୁନ୍ଦର ସୁନ୍ଦର ରାକ୍ଷୀ ବିକ୍ରି ହେଉଛି । ସେପଟେ ଗୁଜରାଟର ଏକ ସହରରେ ଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେଉଛି । ଏଠାରେ ଜଣେ ଗହଣା ଦୋକାନୀ ସୁନାରେ ରାକ୍ଷୀ ତିଆରି କରିଛନ୍ତିି । ଏହି ରାକ୍ଷୀରେ ଅନେକ ରାଜନେତାଙ୍କର ଫଟୋ ମଧ୍ୟ ଲଗାଯାଇଛି । ସୂଚନା ଅନୁସାରେ ସୁରଟର ଜଣେ ଗହଣା ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଦୋକାନୀ ସୁନାରେ ରାକ୍ଷୀରେ ତିଆରି କରିଛନ୍ତି । ଏହି ରାକ୍ଷୀ ଗୁଡ଼ିକ ଉପରେ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଲାଗିଛି । କିଛି ରାକ୍ଷୀରେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ଫଟୋ ମଧ୍ୟ ଲାଗିଛି । ୨୨ କ୍ୟାରେଟ ଗୋଲ୍ଡରେ ତିଆରି ହୋଇଛି ରାକ୍ଷୀ । ପ୍ରାୟ ୫୦ ଟି ଏପରି ରାକ୍ଷୀ ତିଆରି କରିଛନ୍ତି ଗହଣା ଦୋକାନୀ । ସେଥିରୁ ୪୭ ଟି ରାକ୍ଷୀ ଏପର୍ଯ୍ୟନ୍ତ ବିକ୍ରି ହୋଇସାରିଛି । ଏହି ରାକ୍ଷୀ ଗୁଡ଼ିକର ମୂଲ୍ୟ ୫୦,୦୦୦ରୁ ୭୦,୦୦ ପର୍ଯ୍ୟନ୍ତ ରହିଛି । ସୁନା ରାକ୍ଷୀ ଦୋକାନରେ ଭଉଣୀଙ୍କର ଭିଡ଼ ମଧ୍ୟ ଜମିଛି । ସୁନାର ରାକ୍ଷୀ କିଣିବା ପାଇଁ ଭଉଣୀମାନେ ପହଞ୍ଚି ଯାଇଛନ୍ତି ଗହଣା ଦୋକାନ । ଜଣେ ଯୁବତୀଙ୍କ କହିବା ଅନୁସାରେ ମୋଦି ଫଟୋ ଥିବା ରାକ୍ଷୀ ପିନ୍ଧିଲେ ତାଙ୍କ ଭାଇ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପରି ଜଣେ ମହାନ ବ୍ୟକ୍ତିତ୍ୱ ହେବା ପାଇଁ ପ୍ରେରଣା ପାଇବେ ।
OSCAR-2019
ବଲିଉଡ୍‌ ହିରୋ ଅକ୍ଷୟ କୁମାର ଏବେ ସବୁଠୁଁ ଲୋକପ୍ରିୟ ନାୟକ । ତାଙ୍କ ଫିଲ୍ମକୁ ବକ୍ସ ଅଫିସରେ ଲଗାତର ମିଳୁଛି ଜବରଦସ୍ତ ସଫଳତା । ଚଳିତ ବର୍ଷ ତାଙ୍କ ଅଭିନୀତ ‘ ଟଏଲେଟ୍‌ ଏକ ପ୍ରେମ୍‌କଥା’ ଓ ଜଲି ଏଲ ଏଲବି-୨ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି । ଏଣେ ତାଙ୍କ ପଛରେ ପ୍ରଯୋଜକ, ନିର୍ଦ୍ଦେଶକଙ୍କର ଲମ୍ବା ଲାଇନ୍‌ ଲାଗିଛି । ଏହା ଭିତରେ ରହିଛି ଖ୍ୟାତନାମା ପ୍ରଯୋଜକ କରଣ ଜୋହରଙ୍କ ପିରିଅଡିକ୍‌ ଡ୍ରାମା । ଏହା ସାରାଗଢ ଯୁଦ୍ଧ ଉପରେ ଆଧାରିତ କଥାବସ୍ତୁ ଉପରେ ଆଧାରିତ । ଶୁଣିବାକୁ ମିଳୁଛି ଯେ ଅକ୍ଷୟ କୁମାରଙ୍କ ସହ ବଲିଉଡର ଚୁଲୁବୁଲି ନାୟିକା ପରିଣୀତି ଚୋପ୍ରା ଯୋଡି ବନାଇବେ ଏଥିରେ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବେ ପରିଣୀତି । ଯଦିଓ ଏଯାବତ୍‌ ଏହାର ଅଫିସିଆଲ୍‌ ଘୋଷଣା କରାଯାଇ ନାହିଁ , ତଥାପି ଯଦି ସେଭଳି ଘଟେ, ତେବେ ଅକ୍ଷୟ-ପରିଣୀତ ଯୋଡ଼ିର ଏହା ହେବ ପ୍ରଥମ ସିନେମା । ଅକ୍ଷୟ କୁମାରଙ୍କ କ୍ୟାରିଅର୍‌କୁ ନୂଆ ମୋଡ଼ ଦେଇଥିବା ସିନେମା ଭିତରୁ ଯେଉଁ ସିନେମା କଥା ପ୍ରଥମେ ମନକୁ ଆସେ, ତାହା ହେଲା ‘ ଖିଲାଡି’ । ୧୯୯୨ରେ ରିଲିଜ୍‌ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଅବ୍‌ବାସ-ମସ୍ତାନ୍‌ । ଏହାପରେ ଅକ୍ଷୟ କୁମାର ଅବବାସ-ମସ୍ତାନଙ୍କ ନିର୍ଦ୍ଦେଶିତ ଫିଲ୍ମ ଅଜନବୀ ( ୨୦୦୧) ଓ ଏତରାଜ (୨୦୦୪)ରେ ବି କାମ କରିଥିଲେ । ଏବେ ଖବର ମିଳିଛି ଯେ ହିଟ୍‌ ଡିରେକ୍ଟର ଯୋଡ଼ି ଅବ୍‌ବାସ୍‌ -ମସ୍ତାନ୍‌ ପୁଣି ଅକ୍ଷୟ କୁମାରଙ୍କୁ ଲିଡ୍‌ ରୋଲରେ ନେଇ ଏକ ସସ୍‌ପେନ୍ସ ଥ୍ରୀଲର୍‌ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମର କାହାଣୀ ଅକ୍ଷୟଙ୍କୁ ଭଲ ଲାଗିଛି । ଏହି ସିନେମା ଲାଗି ଅକ୍ଷୟ କୁମାରଙ୍କୁ ମାତ୍ର ୨୦ ଦିନ ସମୟ ଦେବାକୁ ପଡିବ । ଅକ୍ଷୟଙ୍କ ଟାଇମ୍‌ ମିଳିବା ପରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଅବ୍‌ବାସ-ମସ୍ତାନ କହିଛନ୍ତି । ଯଦି ଏଭଳି ଘଟେ ତେବେ ପ୍ରାୟ ୧୩ ବର୍ଷ ବ୍ୟବଧାନରେ ଅକ୍ଷୟ କୁମାର ଅବବାସ-ମସ୍ତାନଙ୍କ ସହ ପୁଣି ଥରେ କାମ କରିବେ । ଏଠାରେ ସୂଚନାଯୋଗ୍ୟ ଯେ ଅବ୍‌ବାସ୍‌ -ମସ୍ତାନ୍‌ ମଧ୍ୟ ଖିଲାଡି ସିନେମାରୁ କ୍ୟାରିଅର୍‌ ଆମ୍ଭ କରିଥିଲେ। ଏହାପରେ ଏହି ଯୋଡି ଲଗାତାର ସିନେମାତିଆରି କରିଛନ୍ତି। ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ବାଜିଗର୍‌, ଏତରାଜ୍‌,ହମରାଜ୍‌, ଚୋରି ଚୋରି ଚୁପକେ ଚୁପକେ, ଅଜନବୀ,୩୬ ଚାଇନା ଟାଉନ୍‌,ଏବଂ କିସ୍‌ କିସକୋ ପ୍ୟାର୍‌ କରୁଁ ଆଦି । ଅକ୍ଷୟ କୁମାର ବି ଲଗାତାର ସିନେମା କରୁଛନ୍ତି । ଏବେ ସେ ବଲିଉଡର ଜଣେ ହାଇଏଷ୍ଟପେଡ଼୍‍ ଅଭିନେତା। ସେ ଜଣେ ନିର୍ମାତା ମଧ୍ୟ । ତେବେ ଅବ୍‌ବାସ୍‌ -ମସ୍ତାନ୍‌ ଅନ୍ୟ ହିରୋ ଯଥା ସଲମାନ୍‌ ଖାନ୍‌.ଶାହରୁଖ୍‌ ଖାନ୍‌, ସାହିଦ୍‌ କପୁର ,ଅକ୍ଷୟ ଖାନ୍ନା,ବବି ଦେଓଲ୍‌,ଏବଂ କପିଲ ଶର୍ମା ପ୍ରମୁଖଙ୍କୁ ନେଇ ବି ସିନେମା ତିଆରି କରିଛନ୍ତି । ଦେଖାଯାଉ କେବେ ପୁଣି ଏମାନେ ଏକତ୍ର ହୋଇ ସିନେମା ତିଆରି କରୁଛନ୍ତି!
OSCAR-2019
ଜୟପୁର: ପ୍ରତ୍ୟେକ ମନ୍ଦିର ପଛରେ କିଛି ନା କିଛି ଲୋକକଥା କିମ୍ବା କାହାଣୀ ରହିଛି। କେଉଁଠି ଆଶୀର୍ବାଦ, କେଉଁଠି ଅଭିଶାପ ତ ପୁଣି କେଉଁଠି ରହିଛି ଚମତ୍କାରୀ କଥା। ସେହିପରି ଏକ ମନ୍ଦିର ହେଉଛି ରାଜସ୍ଥାନସ୍ଥିତ ବର୍ମର ଜିଲ୍ଳାର କିରଡୁ ମନ୍ଦିର। ଜିଲ୍ଲାରୁ ୩୫ କିଲୋମିଟର ଦୂରରେ ଥିବା ଥର୍‌ ମରୁଭୂମି ନିକଟରେ ଏହି ମନ୍ଦିର ଅବସ୍ଥିତ। ଏହାକୁ ଏକାଦଶରୁ ଦ୍ୱାଦଶ ଶତାବ୍ଧୀ ମଧ୍ୟରେ ନିର୍ମାଣ କରାଯାଇଥିଲା। ଏହି ମନ୍ଦିରର ନାଁ ପୂର୍ବରୁ କିରାଡକୋଟ ଥିଲା। ଗୋଟାଏ ସ୍ଥାନରେ ୫ଟି ମନ୍ଦିର ରହିଛି। ସେଠାରେ ସୂର୍ଯ୍ୟାସ୍ତ ପରେ କେହି ବି ବ୍ୟକ୍ତି ରହିବା ପାଇଁ ସାହସ କରିନଥାନ୍ତି। ଏହା ପଛରେ ରହିଛି ଏକ ଅଭିଶାପ। ଲୋକମାନଙ୍କ ବିଶ୍ୱାସ ରହିଛି ଯେ ସଂଧ୍ୟା ପରେ ଏଠାରେ ରହିଲେ ମଣିଷ ପଥର ପାଲଟି ଯାଆନ୍ତି। ଇତିହାସ କହେ ଷଷ୍ଠ ଶତାବ୍ଧୀରେ କିରାଡୁ ସାମ୍ରାଜ୍ୟକୁ ଶାସନ କରୁଥିଲେ ରାଜପୁତମାନେ। ସେଠାକାର ଲୋକେ ଭଗବାନ ଶିବଙ୍କ ଆରାଧନା କରିଥାନ୍ତି। ଦ୍ୱାଦଶ ଶତାବ୍ଧୀ ବେଳକୁ କିରାଡୁକୁ ଶାସନ କଲେ ରାଜା ସମସର୍‌। ବିଶ୍ୱାସ କରାଯାଏ ଯେ ଏହି ରାଜାଙ୍କ ଶାସନ କାଳ ମଧ୍ୟରେ ଆକ୍ରମଣକାରୀ ଆକ୍ରମଣ କରି କିରାଡୁକୁ କ୍ଷତି ପହଞ୍ଚାଇବା ପାଇଁ ଉଦ୍ୟମ କଲେ। ରାଜା ଭୟଭୀତ ହୋଇଗଲେ। ସେ ଯାଇ ପାହାଡ଼ ପାଦଦେଶରେ ତପସ୍ୟା କରୁଥିବା ଜଣେ ଋଷିଙ୍କୁ ସବୁ କଥା କହି ଶରଣ ପଶିଲେ। ଋଷି ପରାମର୍ଶ ଦେବାରୁ ରାଜା ତାଙ୍କ ସାମ୍ରାଜ୍ୟକୁ ସୁରକ୍ଷା ଯୋଗାଇ ପାରିଲେ। ମାତ୍ର କିଛି ଦିନ ପରେ ରାଜା ଋଷିଙ୍କୁ ପୂରାପୂରି ଭାବେ ଭୁଲିଗଲେ। ଦିନେ ଋଷି ସେଠାକୁ ଆସିଲେ। ସେଠାରେ ଜଣେ କୁମ୍ଭାର ପତ୍ନୀ ବ୍ୟତୀତ କେହି ବି ହେଲେ ତାଙ୍କର ଆଦର ସତ୍କାର କରିଲେ ନାହିଁ। ସେ ରାଗି ଯାଇ ଅଭିଶାପ ଦେଲେ ଯେ ‘ଯେଉଁ ସ୍ଥାନରେ ମାନବିକତା ନାହିଁ, ସେଠାରେ ମଣିଷ ପଥର ହୋଇ ରହିବା ଭଲ।’ ଏପରି କହିବା ପରେ ସେ କେବଳ ସେହି ଜଣେ ସ୍ତ୍ରୀ ଲୋକଙ୍କୁ ଛାଡ଼ିବା ପରେ ସମଗ୍ର ସାମ୍ରାଜ୍ୟ ସହ ସମସ୍ତଙ୍କୁ ପଥର କରି ଦେଇଥିଲେ ବୋଲି କିମ୍ବଦନ୍ତୀ ରହିଛି। ଅଭିଶାପ ଦେବା ପରେ ଋଷି ଉକ୍ତ ମହିଳାଙ୍କୁ ସଂଧ୍ୟା ପୂର୍ବରୁ ସେହି ସ୍ଥାନ ଛାଡ଼ିବାକୁ କହିଲେ। ଯିବା ବେଳେ ପଛକୁ ଫେରି ନଚାହିଁବା ପାଇଁ ମଧ୍ୟ ସେ ମହିଳାଙ୍କୁ କହିଥିଲେ। ମହିଳା ସେଦିନ କଥା ମାନି ପଳାଇଲେ ବି ତାଙ୍କ ମନରେ ଏକ ଉତ୍ସୁକତା ସୃଷ୍ଟି ହୋଇଥିଲା। ବାସ୍ତବରେ ଅଭିଶାପ କାର୍ଯ୍ୟ କରୁଛି କି ନାହିଁ ପରଖିବା ପାଇଁ ସେ ଥରେ ସେହି ମନ୍ଦିର ଭିତରୁ ସଂଧ୍ୟା ପରେ ପ୍ରବେଶ କଲେ। କୁହାଯାଏ ଯେ ସେ ବି କୁଆଡ଼େ ସେଠାରେ ପଥର ମୂର୍ତ୍ତି ହୋଇ ରହି ଯାଇଥିଲେ। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅନେକ ଗବେଷକ ଆଗ୍ରହ ପ୍ରକାଶ କରିଥିଲେ ବି ସଂଧ୍ୟା ପରେ କିରାଡୁର ସେହି ୫ ମନ୍ଦିର ଭିତରକୁ କେହି ପ୍ରବେଶ କରିବାକୁ ସାହାସ କରନ୍ତି ନାହିଁ। କେନ୍ଦୁଝର : ହଜାରେ ଟଙ୍କା ଓ ୩ଟି ଶାଢ଼ି ବଦଳରେ ଏକ ନବଜାତ ଶିଶୁକୁ ବିକ୍ରି କରିଦିଆଯାଇଥିଲା। ଘଟଣା ପ୍ରଘଟ ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ହସ୍ତକ୍ଷେପ କରି ଶିଶୁଟିକୁ ଉଦ୍ଧାର କରିଛି। ବିକ୍ରି ହୋଇଥିବା ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଚିକିତ୍ସା କରାଯାଉଛି। ବାଂଶପାଳ ବ୍ଲକ ଗୋନାସିକାସ୍ଥିତ ଗୁପ୍ତଗଙ୍ଗା ଗ୍ରାମର ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ବାପଘରେ ରହୁଥିଲେ। ସୋମବାର ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମା’ ଓ ଶିଶୁପୁତ୍ର ଅସୁସ୍ଥ ହେବାରୁ ତାଙ୍କୁ ଚାଇଲ୍‌ଡ୍‌ ଲାଇନ୍‌ ପକ୍ଷରୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଭର୍ତ୍ତି କରାଯାଇଥିଲା। କିନ୍ତୁ ବୁଧବାର ସକାଳୁ ସଂପୃକ୍ତ ମହିଳାଙ୍କ ପାଖରେ ଶିଶୁଟି ନଥିଲା। ଏ ସଂପର୍କରେ ଖୋଳତାଡ଼ ବେଳେ ଶିଶୁଟିକୁ ଲୋକଲଜ୍ଜା ଭୟରେ ମହିଳା ଜଣଙ୍କ ବିକ୍ରି କରି ଦେଇଥିବା ଜଣାପଡ଼ିଥିଲା। ମା’ଜଣକ ଶିଶୁଟିକୁ ହସ୍ପିଟାଲର କେତେକ କର୍ମଚାରୀଙ୍କ ସହାୟତାରେ ବିକ୍ରି କରି ଦେଇଥିଲା। ଶିଶୁବିକ୍ରି ବାବଦକୁ ମାତ୍ର ୧ ହଜାର ଟଙ୍କା ଓ ୩ଟି ଶାଢ଼ି ମଳିଥିଲା। ଏହା ଜଣାପଡ଼ିବା ପରେ ଆଜି ସକାଳୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଖୋଳତାଡ଼ କରାଯାଇ ପୁରୁଣାବଜାରର ଧନୁ ନାଏକଙ୍କ ପାଖରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଏବେ ଶିଶୁଟିକୁ ତା’ର ପ୍ରକୃତ ମା’ଙ୍କୁ ହସ୍ତାନ୍ତର କରାଯିବା ସହିତ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି। ଏ ସଂପର୍କରେ ଶିଶୁଟିକୁ କିଣିଥିବା ଧନୁ ନାଏକ କହିଛନ୍ତି, ମୁଁ ନିଃସନ୍ତାନ ଥିବାରୁ ଜଣେ ନର୍ସ ମୋତେ ଖବର ଦେବାରୁ ହସ୍ପିଟାଲରୁ ଯାଇ ଶିଶୁଟିକୁ ଆଣିଥିଲି। ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକ୍‌ କହିଛନ୍ତି, ଏ ସଂପର୍କରେ ଆଜି ଆମେ ଖବର ପାଇବା ପରେ ଅନୁସନ୍ଧାନ କରି ଶିଶୁଟି ପୁରୁଣା ବଜାରରର ଧନୁ ନାଏକଙ୍କୁ ବିକ୍ରି ହୋଇଥିବା ଜାଣିବାକୁ ପାଇଲୁ । ପରବର୍ତ୍ତୀ ସମୟରେ ଶିଶୁଟିକୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସ୍ୱପ୍ନେଶ୍ୱର ଗଡନାୟକଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇ ନ ଥିଲେ। ଜଳେଶ୍ୱର : ଜଳେଶ୍ୱର ମ୍ୟୁନସିପାଲିଟି ଅଧୀନ ପଞ୍ଚୁଘଣ୍ଟା ଗ୍ରାମର ଜଣେ ମହିଳା ତାଙ୍କର ୩ ମାସର ଶିଶୁକନ୍ୟାକୁ ୧୦ ହଜାର ଟଙ୍କାରେ ବିକିଦେବା ଘଟଣାରେ ଆଜି ବାଲେଶ୍ୱର ଚାଇଲଡ୍‌ଲାଇନ୍‌ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି। ଗତକାଲି ଏକ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ଉଦ୍ଧାର ହୋଇଥିବା ସମ୍ପୃକ୍ତ ଶିଶୁକୁ ତାର ବାପାମାଆ ନେବାକୁ ରାଜି ନ ହେବାରୁ ଆଜି ଚାଇଲଡ୍‌ଲାଇନ୍‌ ଶିଶୁକନ୍ୟାକୁ ନିଜ ହେପାଜତକୁ ନେଇଛି। ଜିତେନ୍ଦ୍ର ହେମ୍ବ୍ରମଙ୍କ ସ୍ତ୍ରୀ ସାବିତ୍ରୀ ନିଜ ନବଜାତ ଶିଶୁକନ୍ୟାକୁ ୧୦ ହଜାର ଟଙ୍କାରେ ବିକି ଦେବାକୁ ଚାହୁଁଥିଲେ। ମାତୃଶକ୍ତି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ହେଲେ ଶିଶୁକନ୍ୟାର ବାପାମାଆ ତାକୁ ଆପଣେଇବାକୁ ରାଜି ନ ହେବାରୁ ଜଳେଶ୍ୱର ପୁଲିସ ହାତରେ ଶିଶୁକନ୍ୟାକୁ ଜିମା ଦିଆଯାଇଥିଲା। ପରେ ଶିଶୁକନ୍ୟାର ଜେଜେମା ମାଣିକ ହେମ୍ବ୍ରମ୍‌ ଲିଖିତ ଭାବେ ଶିଶୁଟିକୁୁ ଗ୍ରହଣ କରିଥିଲେ। ବାଲେଶ୍ୱରରୁ ଚାଇଲଡ୍‌ଲାଇନ୍‌ର ଜଣେ ମହିଳା ପଦାଧିକାରୀ ଜଳେଶ୍ୱରରେ ପହଞ୍ଚିବା ପରେ ଏଠାରୁ ଶିଶୁକନ୍ୟାକୁ ବାଲେଶ୍ୱର ନିଆଯାଇ କୁରୁଡ଼ାସ୍ଥିତ ନିର୍ମଳା ଶିଶୁ ଭବନରେ ଶିଶୁକନ୍ୟାକୁ ଛଡ଼ାଯାଇଥିବା ଚାଇଲଡ୍‌ଲାଇନ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
OSCAR-2019
କନକ ବ୍ୟୁରୋ : ଏୟାର ଓଡିଶା ମୁଖ୍ୟ ସନ୍ତୋଷ ପାଣି ଗିରଫ । ସନ୍ତୋଷ ଫେରାର ଥିଲା ବେଳେ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଥିଲା । ୨୦ ଲକ୍ଷ ଟଙ୍କା ଫେରାଇ ନଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପେଟ୍ରୋଲ ଟାଙ୍କିରେ ତେଲ ପକାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏୟାର ଓଡିଶା ନାଁରେ ଦେଢ କୋଟି ଟଙ୍କାର ଠକେଇ ଥିଲା । ମିତେଶ ଖିମଜୀ ଓ ସନ୍ଦୀୟ ରାୟ ଖଣ୍ଡଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ । ସମସ୍ତ ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଲେ ମୋଦି ! ଶାସନର ତୃତୀୟ ବର୍ଷ ପୂର୍ତି ପୂର୍ବରୁ ନିଜ ନିଜ ବିଭାଗର ରିପୋର୍ଟ ଦେବାକୁ ନିର୍ଦ୍ଦେଶ | Kanak News କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ତୃତୀୟ ବର୍ଷ ପୂର୍ତି ପୂର୍ବରୁ ସମସ୍ତ ମନ୍ତ୍ରୀଙ୍କୁ ନିଜ ନିଜ ବିଭାଗର ୫ଟି ବଡ଼ ସଫଳତା ସଂପର୍କରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି । ମୋଦି ସରକାର ଆସିବା ପରେ ଯେଉଁ ସବୁ ଯୋଜନା ଓ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ଫାଇଦା ମିଳିଛି ସେ ସଂପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଛି । ମୋଦି ସରକାର ମେ ୨୬ରେ ବର୍ଷ ପୂତି ପାଳନ କରିବାକୁ ଯାଉଥିବା ବେଳେ ବିଭିନ୍ନ ମନ୍ତ୍ରାଳୟ ଦ୍ୱାରା ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତା କ୍ଷେତ୍ରରେ କିଭଳି ସଂସ୍କାର ଅଣାଯାଇଛି ସେ ବାବଦରେ ରିପୋର୍ଟ ପ୍ରସ୍ତୁତ କରିଦେବାକୁ ମୋଦି ନିର୍ଦେଶ ଦେଇଛନ୍ତି ।
OSCAR-2019
ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ମାସରେ ଏକ ଲମ୍ବା ବ୍ୟାଙ୍କ ଛୁଟି ପଡିବାର ସମ୍ଭାବନାକୁ ଅସ୍ବୀକାର କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଲମ୍ବାଛୁଟି ସମ୍ପର୍କରେ ଗଣମାଧ୍ୟମରେ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ତାହା ଗୁଜବ ବୋଲି ସରକାର କହିଛନ୍ତି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସୋମବାର ଅର୍ଥାତ ସେପ୍ଟେମ୍ବର ୩ ତାରିଖ ଜନ୍ମାଷ୍ଠମୀ ଏକ ସର୍ବଭାରତୀୟ ଛୁଟି ନୁହେଁ । କେବଳ ୮ ତାରିଖ ଦିନ ୨ୟ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ଏଣୁ ସୋମବାରଠାରୁ ଶନିବାର ବ୍ୟାଙ୍କ ଖୋଲା ରହିବ । ଆହୁରି ମଧ୍ୟ ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର ୧ ତାରିଖ ଶନିବାର ଦିନଟି ମାସର ପ୍ରଥମ ଶନିବାର ହୋଇଥିବାରୁ ବ୍ୟାଙ୍କ ଖୋଲା ରହିବ । ଏହି ସମୟରେ ଏଟିଏମ ଗୁଡ଼ିକରେ ଯଥେଷ୍ଟ ପରିମାଣରେ ନଗଦ ରଖାଯିବା ପାଇଁ ବ୍ୟାଙ୍କମାନଙ୍କୁ କୁହାଯାଇଛି । ଏଣୁ ଲୋକମାନେ ଗୁଜବ ପ୍ରତି ଧ୍ୟାନ ନଦେବାକୁ କୁହାଯାଇଛି । ଅନ୍ୟପକ୍ଷରେ ସେପ୍ଟେମ୍ବର ୪ ଓ ୫ ତାରିଖରେ ଅର୍ଥାତ ମଙ୍ଗଳବାର ଓ ବୁଧବାର ଦିନ ରିଜର୍ଭ ବ୍ୟାଙ୍କ କର୍ମଚାରୀଙ୍କ ଦ୍ବାରା ଧର୍ମଘଟ ସଂପର୍କରେ ସଂଘ କୌଣସି ଚୂଡାନ୍ତ ଘୋଷଣା କରାଯାଇନଥିବାରୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ହେବାର ସମ୍ଭାବନା କମ ବୋଲିକୁହାଯାଉଛି ।
OSCAR-2019
କନକ ବ୍ୟୁରୋ : ଆଗାମୀ ସ୍ଧାରଣ ନିର୍ବାଚନକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କ ପାଇଁ ଯୋଜନା ପରେ ଯୋଜନା ଘୋଷମ କରିବାରେ ବ୍ୟସ୍ତ । ତେବେ ଆଗାମୀ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବେ । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ମୋଦୀ ଦେଶବାସୀଙ୍କ ପାଇଁ କିଛି ସ୍ୱତନ୍ତ୍ର ଘୋଷଣା କରିପାରନ୍ତି। ପାଖାପାଖି ୩୨ କୋଟି ଜନ ଧନ ଖାତାଧାରୀଙ୍କୁ ଫାଇଦା ଦେବା ଲାଗି ମଧ୍ୟ ମୋଦୀ କିଛି ବଡ଼ ଘୋଷଣା କରିବେ ବୋଲି ଆଶା ରହିଛି। ଜନ ଧନ ଆକାଉଣ୍ଟ କ୍ଷେତ୍ରରେ ସରକାର ଉଭରଡ୍ରାଫ୍ଟ ବ୍ୟବସ୍ଥା ଆରମ୍ଭ କରିଥିଲେ, ଯେଉଁଥିରେ ଲୋକମାନେ ନିଜ ଆକାଉଣ୍ଟରୁ ୫,୦୦୦ ଟଙ୍କା ଉଠାଣ ସୁବିଧା ପାଇଥିଲେ। ଏହି ସୀମାକୁ ଦୁଇଗୁଣ କରାଯାଇ ୧୦,୦୦୦ ଟଙ୍କା କରାଯିବ। ଏହାଛଡ଼ା ମୋଦୀ ସରକାରଙ୍କ ପକ୍ଷରୁ କ୍ଷୁଦ୍ର ବୀମା ସ୍କିମ୍ ଭଳି ଯୋଜନା ଘୋଷଣା କରାଯାଇପାରେ। ଗତବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲ୍କିଲ୍ଲାରୁ ଦେଶବାସୀଙ୍କୁ ୫୪ ମିନିଟର ଉଦବୋଧନ ଦେଇଥିଲେ ଦେଇଥିଲେ। ୨୦୧୪ରେ ମୋଦୀ ୬୫ ମିନିଟର ଭାଷଣ ଦେଇଥିଲା ବେଳେ ୨୦୧୫ରେ ୮୬ ମିନିଟ୍ ଏବଂ ୨୦୧୬ରେ ୯୪ ମିନିଟ୍ ଭାଷଣ ଦେଇଥିଲେ । ତେବେ ଆମ ରାଜ୍ୟ ଓଡିଶାରେ ମଧ୍ୟ ଆସନ୍ତାକାଲିଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେବାକପ ଯାଉଛି । ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅତିଥିମାନେ ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ସମସ୍ତ ଜିଲ୍ଲାପାଲମାନଙ୍କୁ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି ।
OSCAR-2019
କନକ ବ୍ୟୁରୋ : ଭାରତର ନୂଆ ମୁଖ୍ୟ ନିର୍ବାଚନ କମିସନର ଭାବରେ ଓମ୍‌ ପ୍ରକାଶ ରାଓ୍ଵତ ନିଯୁକ୍ତ ହେବେ। ଆଇନ ମନ୍ତ୍ରାଳୟ ପକ୍ଷରୁ ରବିବାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତମାନର ମୁଖ୍ୟ ନିର୍ବାଚନ କମିସନର ଅଚଳ କୁମାର ଜ୍ୟୋତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ଓମ୍‌ ପ୍ରକାଶ ରାଓ୍ଵତ ଆଗାମୀ ଜାନୁଆରୀ ୨୩ରେ ନୂତନ ଦାୟିତ୍ୱ ନେବେ। ୬୪ ବର୍ଷିଅ ଭାରତୀୟ ପ୍ରଶାସନିକ ଅଧିକାରୀ ରାଓ୍ଵତ ୧୯୫୩ ଡିସେମ୍ବର ୨ରେ ଉତ୍ତରପ୍ରଦେଶରେ ଜନ୍ମ ହୋଇଥିଲେ। ମଧ୍ୟପ୍ରଦେଶ କ୍ୟାଡର ପ୍ରଶାସନିକ ଅଧିକାରୀ ୨୦୧୫ ଅଗଷ୍ଟ ୧୪ରୁ ସେ ନିର୍ବାଚନ କମିସନର ପଦରେ ଅଛନ୍ତି। ଭୌତିକ ବିଜ୍ଞାନ ବିଷୟରେ ସ୍ନାତକ ଡିଗ୍ରି ହାସଲ କରିଥିବା ରାଓ୍ଵତ ସୋସିଆଲ ଡେଭଲପମେଂଟ ପ୍ଲାନିଙ୍ଗ ବିଷୟରେ ୟୁକେରୁ ସ୍ନାତ୍ତୋକତ୍ତର ଡିଗ୍ରି ହାସଲ କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ପଦରେ ନିଯୁକ୍ତି ହେବା ପୂର୍ବରୁ ରାଓ୍ଵତ କେନ୍ଦ୍ର ଓ ମଧ୍ୟପ୍ରଦେଶ ସରକାରଙ୍କ ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ସରକାର ଗୋଟିଏ ପରେ ଗୋଟିଏ ସମସ୍ତ ଯୋଜନାଗୁଡିକୁ ଆଧାର ସହ ଲିଙ୍କ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଫୋନ, ରାସନ କାର୍ଡ, ବ୍ୟାଙ୍କ ଖାତାଠାରୁ ଆରମ୍ଭ କରି ଏବେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ତଥା ଇପିଏଫ ଆକାଉଂଟକୁ ବି ଆଧାର ସହିତ ଲିଙ୍କ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି । ଏଠାରେ ଆମେ କହି ରଖୁଛୁ କି, ଏବେ ଏହି ଖାତାରେ ଆପଣ ବିନା ଲଗଇନରେ ବି ଘରେ ବସି ମାତ୍ର ୫ଟି ଷ୍ଟେପରେ ଆଧାର ସହ ଲିଙ୍କ କରିପାରିବେ । ତେବେ କିପରି ଜାଣନ୍ତୁ ।
OSCAR-2019
ଗୁରୁତ୍ତରଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ବହୁ ଦିନରୁ ଅବହେଳିତ ଅବସ୍ଥାରେ ଥିବା ଏହି ମନ୍ଦିରଟି ବିପଦସଂକୁଳ ଅବସ୍ଥାରେ ଥିଲା । ମନ୍ଦିରରୁ ବୁଧବାର ଚୂନମାଟି ମାଟି ଧସି ପଡ଼ିଥିଲା । ୨ଜଣ ଟ୍ରଷ୍ଟି ମନ୍ଦିରର ପରିଚାଳନା କରୁଥିଲେ ।
OSCAR-2019
ବେଶ୍ କିଛି ଦିନ ହେବ ଡାଲିଜାତୀୟ ସାମଗ୍ରୀର ମୂଲ୍ୟ ଖାଉଟିଙ୍କୁ ସୁହାଇ ଆସୁଥିଲା । ମାତ୍ର ଗତ ଦୁଇ ଦିନ ହେବ ଡାଲି ଦରବୃଦ୍ଧି ଘଟିଛି । ପାଇକାରୀ ଦର କିଲୋ ପିଛା ୧୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଖୁଚୁରା ବଜାର ଦର କିଲୋ ପିଛା ୧୫ଟଙ୍କା ବୃଦ୍ଧି ପାଇଛି । ଅମଳ ଓ ଆମଦାନୀରେ କୌଣସି ପ୍ରଭାବ ପଡ଼ି ନ ଥିବା ବେଳେ ହଠାତ୍ ଡାଲି ଦରବୃଦ୍ଧି ଖାଉଟିମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ସମ୍ପ୍ରତି ବଜାରରେ ପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ଡାଲି ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ଖାଉଟିମାନେ ଦେଶରେ ଚାଲିଥିବା ନିର୍ବାଚନ ପାଇଁ ଏଭଳି ଘଟିଥିବା ନେଇ ଚର୍ଚ୍ଚା କରୁଥିବା ବେଳେ ପ୍ରକୃତରେ ଡାଲି ଜାତୀୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି । ବଜାରରୁ ଉପଲବ୍ଧ ତଥ୍ୟାନୁସାରେ, ୨ ଦିନ ପୂର୍ବେ ମାନ ଅନୁସାରେ ହରଡ଼ ଡାଲିର ପାଇକାରୀ ଦର କିଲୋ ପିଛା ୫୨ ଟଙ୍କାରୁ ୬୦ ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ ଭଲ ମାନର ହରଡ଼ ଡାଲି ୬୫ରୁ ୬୮ ଟଙ୍କା ମଧ୍ୟରେ ମିଳୁଥିଲା। କିନ୍ତୁ ଗତକାଲିଠାରୁ ଏହି ଡାଲିର ପାଇକାରୀ ଦର ମାନ ଅନୁସାରେ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି। ତେଣୁ ସ୍ବାଭାବିକ ଭାବେ ଖୁଚୁରା ବଜାରରେ ହରଡ଼ ଡାଲି କିଲୋ ପିଛା ୭୫ ଟଙ୍କାକୁ ଟପି ଯାଇଛି। ସେହିଭଳି ମୁଗ ଡାଲି ଦର ଥିଲା ୫୮ ଟଙ୍କାରୁ ୬୫ ଟଙ୍କା। ମାତ୍ର ଦରବୃଦ୍ଧି ପରେ ଏବେ ୬୨ ଟଙ୍କାରୁ ୭୨ ଟଙ୍କାରେ ପହଞ୍ଚିଛି। ତେଣୁ ଖୁଚୁରା ବଜାରରେ ମୁଗ ଡାଲି କିଲୋ ପିଛା ୮୦ ଟଙ୍କାକୁ ଟପି ଯାଇଛି। ଫଳରେ କାର୍ତିକ ମାସରେ ହବିଷ୍ୟାଳିମାନଙ୍କ ଉପରେ ଏହା ବେଶ୍ ପ୍ରଭାବ ପକାଇଛି। ବିରି ଡାଲି ଦର ବୃଦ୍ଧି ସବୁଠାରୁ ଅଧିକ ପ୍ରଭାବ ପକାଇଥିବା କୁହାଯାଉଛି। ପୂର୍ବରୁ ଏହାର ପାଇକାରୀ ଦର ୪୭ ଟଙ୍କାରୁ ୬୨ ଟଙ୍କା ମଧ୍ୟରେ ଥିଲା। କିନ୍ତୁ ଏବେ ଏହା ବୃଦ୍ଧି ପାଇ ୬୦ରୁ ୮୦ ଟଙ୍କାକୁ ଛୁଇଁଛି। ଫଳରେ ଖୁଚୁରା ବଜାରରେ ବିରି ଡାଲି ୯୦ ଟଙ୍କାରେ ପହଞ୍ଚି ଯାଇଛି। ଏହି ଡାଲିର ଦରବୃଦ୍ଧି ଜଳଖିଆ ବଜାରକୁ ବେଶ୍ ପ୍ରଭାବିତ କରୁଥିବା ଲକ୍ଷ୍ୟ କରାଯାଉଛି। ଏନେଇ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବା କଥା, ସରକାର ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ଡାଲି ଦର ସ୍ବାଭାବିକ ଭାବେ ବଢ଼ିଛି। ଏବେ ଏମଏସପି ୬୯୦୦ ଟଙ୍କା ହୋଇଛି। ଚାଷୀଙ୍କଠାରୁ ଏହି ଦରରେ କିଣିବା ପରେ ଏହାକୁ ମିଲ୍ରେ ଡାଲି କରିବାକୁ ପୁଣି ଖର୍ଚ୍ଚ ପଡ଼ୁଛି। ଫଳରେ ଏବେ ମିଲରୁ ଡାଲି ପ୍ରସ୍ତୁତ ହୋଇ ବଜାରକୁ ଆସିବା ବେଳକୁ ମୋଟ୍ ଖର୍ଚ୍ଚ ପ୍ରାୟ ୮ ହଜାର ଟଙ୍କା(କ୍ବିଣ୍ଟାଲ ପିଛା) ପଡ଼ୁଛି। ତେଣୁ ସେହି ହିସାବରେ ଦେଖିଲେ ଏବେ ପାଇକାରୀ ଦର କିଲୋପିଛା ୮୦ ଟଙ୍କା ପଡ଼ିବା କଥା। ମାତ୍ର ଆମଦାନୀ ଠିକ୍ ରହିଥିବା ଓ ସରକାରୀ କଟକଣା ଦୃଷ୍ଟିରୁ ଡାଲି ଦର ସେହି ସ୍ତରକୁ ଯାଇ ପାରିନାହିଁ। କିନ୍ତୁ ଖୁବ୍ ଶୀଘ୍ର ଦର ଏହି ସ୍ତରକୁ ଯିବ ଓ ବଜାରରେ ଡାଲି କିଲୋ ପିଛା ୯୦ ଟଙ୍କା ପାଖାପାଖି ବିକ୍ରି ହେବ। ବିରି ଡାଲି ମଧ୍ୟ ୧୦୦ ଟଙ୍କାକୁ ଛୁଇଁବ ବୋଲି ଆକଳନ କରାଯାଉଛି।
OSCAR-2019
ପାଟଣାଗଡ ପାର୍ସଲ ବୋମା ଘଟଣାକୁ ନେଇ ନିର୍ମିତ ଫିଲ୍ମ ‘ପାଟଣାଗଡ,୨୩ ଫେବୃୟାରୀ ୨୦୧୮ ଓଡିଶା’ ଫିଲ୍ମକୁ ବିରୋଧ କରାଯାଇଛି । ଏହି ଚଳଚ୍ଚିତ୍ରକୁ ବିରୋଧ କରିବା ସହ ପ୍ରଦର୍ଶନ କରାଇ ନ ଦେବାକୁ ଆଇନର ଆଶ୍ରୟ ନିଆଯିବ ବୋଲି ବିସ୍ଫୋରଣରେ ମୃତ ସୌମ୍ୟଶେଖର ସାହୁଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ ଓ ମା’ ସଂଯୁକ୍ତା ସାହୁ ରବିବାର ସନ୍ଧ୍ୟାରେ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅଧ୍ୟାପକ ଶ୍ରୀ ସାହୁ କହିଥିଲେ ଯେ, ଗତ ଫେବ୍ରୁଆରି ୨୩ ତାରିଖ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣରେ ତାଙ୍କ ଏକମାତ୍ର ପୁଅ ସୌମ୍ୟ ଶେଖର ଓ ସୌମ୍ୟଙ୍କ ସମ୍ପର୍କୀୟ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ଏବେ ଅଦାଲତରେ ବିଚାରାଧୀନ ଅଛି। ଅନ୍ୟପକ୍ଷରେ ଏବେ ଏହି ଘଟଣାକୁ ନେଇ ‘ପାଟଣାଗଡ଼’ ନାମରେ ଚଳଚ୍ଚିତ୍ର ନିର୍ମାଣ ଚାଲିଛି। ଏହାର ନିର୍ମାଣ ପୂର୍ବରୁ ପ୍ରଯୋଜକ, ନିର୍ମାତା ଓ ନିର୍ଦେଶକ କେହି ମଧ୍ୟ ତାଙ୍କୁ ସାକ୍ଷାତ ବା ଅବଗତ କରି ନାହାନ୍ତି। ଚଳଚ୍ଚିତ୍ର ପ୍ରଦର୍ଶିନ ହେଲେ ତଦନ୍ତ ଦିଗହରା ହୋଇ ପଡ଼ିବ। ସେହିପରି ସିନେମାରେ ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମୁଖ୍ୟ ଭୂମିକା ତଥା ନାୟକ ଭାବେ ଚିତ୍ରଣ କରା ଯାଇଥିବା ଜାଣିବାରୁ ଏହା ସମାଜ ଉପରେ କୁପ୍ରଭାବ ପକାଇବ ବୋଲି କହିଥିଲେ। ଚଳଚ୍ଚିତ୍ରରେ ତାଙ୍କ ପତ୍ନୀ ସଂଯୁକ୍ତା ସାହୁ, ପୁଅ, ବୋହୂ ତଥା ଅନ୍ୟ ସଦସ୍ୟଙ୍କ ଚରିତ୍ରକୁ କିପରି ଭାବେ ଚିତ୍ରଣ କରା ଯାଇଛି ତାହା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ଶ୍ରୀ ସାହୁ। ଅନ୍ୟପକ୍ଷରେ ଚଳଚ୍ଚିତ୍ର ନିର୍ମାତା ଗଣମାଧ୍ୟମରେ ହାସ୍ୟାସ୍ପଦ, ଲଜ୍ଜାଜନକ ଭଳି ଶବ୍ଦ ବ୍ୟବହାର କରି ଆମକୁ ଅପମାନିତ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ଚଳିଚ୍ଚିତ୍ରର ନିର୍ମାତା ଓ ଉପଦେଷ୍ଟା ଶ୍ରୀଧର ମାର୍ଥା ଓ ଦିଲୀପ ହାଲିଙ୍କ ବିରୋଧରେ ପାଟଣାଗଡ଼ ଥାନାରେ ଗତ ୧୬ ତାରିଖ ଦିନ ଅଭିଯୋଗ କରିଥିବା କଥା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାପକ ଶ୍ରୀ ସାହୁଙ୍କ ସହିତ ତାଙ୍କ ପତ୍ନୀ ତଥା ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁ ଏବଂ ଓକିଲ ଆଶିଷ ଚନ୍ଦନ ଉପସ୍ଥିତ ଥିଲେ।
OSCAR-2019
ବରିଷ୍ଠ ଅଧିକାରୀମାନେ ବେଳେବେଳେ ନିଜ ଅଧୀନସ୍ତ କର୍ମଚାରୀଙ୍କ ଭଲ କାମ ପାଇଁ ପୁରସ୍କୃତ କରିଥାନ୍ତି । ଆଉ ପୁରସ୍କୃତ କରିବାର ତରିକା ସବୁ ବରିଷ୍ଠ ଅଧିକାରୀଙ୍କର ଏକାପ୍ରକାର ନୁହେଁ । କିନ୍ତୁ ଜଣେ ଜିଲ୍ଲାପାଳ ନିଜ ଡ୍ରାଇଭରଙ୍କ ଭଲ କାମ ପାଇଁ ଏଭଳି ପ୍ରଶଂସନୀୟ କାମ କରୁଛନ୍ତି ଯାହା ଆପଣ କେବେ କଳ୍ପନା କରିପାରିବେ ନାହିଁ । ଏସମସ୍ତ ଘଟଣା ହେଉଛି ମୁଙ୍ଗେର ଜିଲ୍ଲାର । ସଂଭତ ରାମ ଯିଏ ୩୨ ବର୍ଷ ଧରି ଜିଲ୍ଲାପାଳଙ୍କ ଡ୍ରାଇଭର ଭାବେ କାମ କରୁଥିଲେ ସେ ଅବସର ନେଇଥିଲେ । ତାଙ୍କ ଅବସରକାଳୀନ ଉତ୍ସବରେ ଜିଲ୍ଲାପାଳ ଉଦୟ କୁମାର ସିଂହ ସରକାରୀ ଗାଡିରେ ତାଙ୍କୁ ପଛ ସିଟରେ ବସାଇଥିଲେ । ଆଉ ନିଜେ ଡ୍ରାଇଭିଂ କରି ତାଙ୍କ ଘରକୁ ନେଇଥିଲେ । ଜିଲ୍ଲାପାଳ କହିଥିଲେ, ସଂଭିତ ୩୨ ବର୍ଷ ନିଷ୍ଠାର ସହ କାମ କରିଛନ୍ତି । ସେ ଅନେକ ଜିଲ୍ଲାପାଳଙ୍କ ସହ କାମ କରିଛନ୍ତି । କାମ ପ୍ରତି ତାଙ୍କ ନିଷ୍ଠା ଦେଖି ଆଜି ତାଙ୍କୁ ମୁଁ ସମ୍ମାନ ଜଣାଇ ମୋ ଗାଡି ଚଳାଇ ତାଙ୍କ ଘରେ ଛାଡିଥିଲି । ସମ୍ପତ ରାମ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଘରକୁ ଫେରିବା ସମୟରେ ଜିଲ୍ଲାପାଳ ସାହେବ କାରରେ ବସିବା ପାଇଁ କହିଥିଲେ । ମୁଁ କାରର ଡୋର ଖସଲି ମୋ ସିଟରେ ବସିବା ପାଇଁ ଯାଉଥିଲି । କିନ୍ତୁ ଜିଲ୍ଲାପାଳ ମତେ ମନାକରିଥିଲେ ଏବଂ କହିଥିଲେ ତୁମେ ଆଜି ଗାଡି ଚଳାଇବ ନାହିଁ । ତୁମେ ପଛରେ ବସ । ମୁଁ କିଛି ବୁଝିପାରିନଥିଲି । ତାଙ୍କୁ ଚାବି ଦେଇଦେଇଥିଲି । ସେ କାରର ପଛ ଡୋର ଖୋଲିଦେଇଥିଲେ ଏବଂ ବସିବା ପାଇଁ ମୋତେ କହିଥିଲେ । ଆଜି ପର୍ଯ୍ୟନ୍ତ ସେ ଏତେ ସମ୍ମାନ କେଉଁଠୁ ପାଇନଥିବା କହିଥିଲେ ସଂଭତ । ଜିଲ୍ଲାପାଳ ଗାଡି ଚଲାଇବା ଦେଖି ସଂଭତଙ୍କ ଆଖିରୁ ଲୁହ ବାହାରିଆସିଥିଲା । ୧୯୮୩ ମସିହାରେ ସେ ଡ୍ରାଇଭର ଭାବେ ଲଖିସରାଇ ପରେ ମୁଂଗେରରେ ସେ ୩୨ ବର୍ଷ ଗାଡି ଚଲାଉଥିଲେ । ଗତକାଲି ସେ ଅବସର ନେଇଥିଲେ । ତାଙ୍କ ସହକର୍ମୀମାନେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ତେବେ ଜିଲ୍ଲାପାଳଙ୍କ ଏଭଳି କାମକୁ ନେଇ ଜିଲ୍ଲା ସାରା ଚର୍ଚ୍ଚା ହେଉଛି ।
OSCAR-2019
କନକ ବ୍ୟୁରୋ: ବୁଡାଇଦେଲା ପୋଲାଭରମ୍ । ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପୋଲାଭରମ୍ ଡ୍ୟାମ୍ ଯୋଗୁଁ ସାବେରୀର ଫେରନ୍ତା ପାଣି ମାଲକାନଗିରିରେ ବନ୍ୟା ଆଣିଛି । ଯେଉଁ ଆଶଙ୍କା କରାଯାଉଥିଲା ତାହା ଏବେ ସତ ହୋଇଛି । ସାବେରୀ ଓ ସିଲେରୁ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଏସବୁ ନଦୀର ପାଣି ଗୋଦାବରୀ ନଦୀରେ ନିଷ୍କାସନ ହୋଇପାରୁନାହିଁ ଏବଂ ବ୍ୟାକ୍ ୱାଟର ବା ଫେରନ୍ତା ପାଣି ମାଲକାନଗିରିର ଅନେକ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ପୋଲାଭରମ୍ ପ୍ରକଳ୍ପ ହେଲେ ମାଲକାନଗିରି ବୁଡିଯିବ କହି ଓଡିଶା ସରକାର ଲଗାତର ଭାବେ ଏହି ପ୍ରକଳ୍ପକୁ ବିରୋଧ କରିଆସୁଛନ୍ତି । ସାବେରୀ ଓ ସିଲେରୁ ନଦୀର ସଙ୍ଗମସ୍ଥଳରୁ ଗୋଦାବରୀ ନଦୀ ଆରମ୍ଭ ହୋଇଛି । ଲଗାଣ ବର୍ଷା ଓ ବ୍ୟାକଲଗ୍ ୱାଟର ଯୋଗୁଁ ଚିନ୍ତାରେ ରହିଛନ୍ତି ମାଲକାନଗିରିବାସୀ । ବାଦଲ ଫଟା ବର୍ଷା ପରେ ପୁଣି ମାଲକାନଗିରିରୁ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମାଥିଲି ନିକଟସ୍ଥ ପାଙ୍ଗାମ ନଦୀରେ ୫ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି। ଯାହାଫଳରେ ନଦୀର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ସେହିପରି ମାଲକାନଗିରି ଠାରୁ କାଲିମେଳା ଓ କାଲିମେଳା ଠାରୁ ଏମଭି-୭୯କୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମାଲକାନଗିରି ଠାରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ଠପ୍‌ ହୋଇଯାଇଛି। ପଡିଆରୁ କାଲିମେଳା ମଧ୍ୟ କିଛି ସମୟ ପାଇଁ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରୁ କାଲିମେଳା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଆଜି ସକାଳେ ୩୨୬ ନଂ ଜାତୀୟ ରାଜପଥର ଏମଭି-୯୬ ଗ୍ରାମ ନିକଟରେ ଥିବା ପୋଲ ଉପରେ ପ୍ରାୟ ୨ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ କାଲିମେଳାରୁ ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା। ଗତକାଲି ରାତିରୁ ୨୪ଘଣ୍ଟା ମଧ୍ୟରେ କାଲିମେଳା ଅଞ୍ଚଳରେ ମୋଟ ୩୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହି ପୋଲ କମ୍‌ ଉଚ୍ଚତାରେ ଥିବାରୁ ସାମାନ୍ୟ ବର୍ଷା ହେଲେ ପୋଲଟି ବୁଡ଼ିଯାଏ। ତେବେ ଆଜି ସକାଳୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ମୋଟୁରୁ ଜୟପୁର, ମାଲକାନଗିରି, କାଲିମେଳା ଓ ପଡ଼ିଆକୁ ଯୋଗାଯୋଗ ବନ୍ଦ ରହିଥିଲା। ବିଭିନ୍ନ ବିଦ୍ୟାଳୟକୁ ଶିକ୍ଷକମାନେ ଯାଇ ନପାରି ଫେରି ଆସିଥିଲେ। ତେବେ କେତେକ ଲୋକ ବିପଦପୂର୍ଣ୍ଣ ଭାବରେ ପୋଲ ଉପରେ ବାଇକ ଧରି ଚାଲି ଚାଲି ଆସୁଥିବା ଦେଖାଯାଇଥିଲା।
OSCAR-2019
ଲଣ୍ଡନ: ପ୍ରାୟ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନସୁଝି ବିଦେଶ ପଳାଇଯାଇଥିବା ବିଜୟ ମାଲ୍ୟା ଏବେ ମୁହଁ ଖୋଲିଛନ୍ତି । ଟ୍ଵିଟ୍‌ କରି ସେ ଲେଖିଛନ୍ତି ଯେ ତାଙ୍କୁ ଭାରତରେ ବ୍ୟାଙ୍କ ଠକେଇର ପୋଷ୍ଟର ବୟ ବନେଇଦିଆଯାଇଛି । ବ୍ୟାଙ୍କମାନେ ତାଙ୍କୁ ଇଚ୍ଛାକୃତ ବ୍ୟାଙ୍କ ଖିଲାପୀ ବୋଲି କହୁଛନ୍ତି । ରାଜନୈତିକ ଦଳ ଓ ମିଡିଆ ତାଙ୍କୁ ଏକ ଅପରାଧୀ ପରି ଟାର୍ଗେଟ କରୁଛନ୍ତି ବୋଲି ସେ କହିଛନ୍ତି । ୯ ହଜାର କୋଟି ଟଙ୍କାର ଋଣ କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିଲା, କିନ୍ତୁ ସେ ଏହି ଅର୍ଥ ଚୋରୀ କରି ନେଇଛନ୍ତି ବୋଲି ପ୍ରଚାର କରାଯାଉଛି । କିନ୍ତୁ ସେ ଇଚ୍ଛାକରି ଋଣ ଖିଲାଫ କରିନାହାନ୍ତି ବୋଲି କହିଛନ୍ତି । ଯଦି ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ହସ୍ତକ୍ଷେପ ଜାରି ରହେ ସେ ନିଜର ଦେୟ ପରିଶୋଧ କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ତାଙ୍କ ପକ୍ଷ କେହି ନ ଶୁଣି ତାଙ୍କୁ ଅପରାଧୀ ବିବେଚନା କରାଯାଉଛି । ନିଜର ପକ୍ଷ ରଖି ସେ ୨୦୧୬ରେ ଏପ୍ରିଲ ୧୫ରେ ଉଭୟ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । କିନ୍ତୁ ଏହାର କୌଣସି ଜବାବ ଆସିନଥିଲା । ସୂଚନାଯୋଗ୍ୟ ଯେ ଏବେ ଲଣ୍ଡନରେ ରହୁଥିବା ବିଜୟ ମାଲ୍ୟା ପ୍ରତ୍ୟାର୍ପଣ ମାମଲାରେ ସମ୍ମୁଖୀନ ହେଉଛନ୍ତି । ଦୁଇ ସପ୍ତାହ ପରେ ଲଣ୍ଡନର ଏକ କୋର୍ଟରେ ଏହି ମାମଲାର ଶୁଣାଣି ହେବ ।
OSCAR-2019
ଭୁବନେଶ୍ୱର: ରେନଲ୍ଟ ପକ୍ଷରୁ ନୂଆ ୨୦୧୮ ଫିଚର୍‌ ଲୋଡେଡ୍‌ କ୍ୱିଡ୍‌କୁ ଉନ୍ମୋଚନ କରାଯାଇଛି। ଏହା ଉଭୟ ମାନୁଆଲ୍‌ ଓ ଅଟୋମେଟିକ୍‌ ଟ୍ରାନ୍ସମିସନ୍‌ରେ ଉପଲବ୍ଧ ହେବ। ଏଥିରେ ଥିବା ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଏସ୍‌ୟୁଭି ଅନୁପ୍ରାଣିତ ଡିଜାଇନ୍‌, ୭-ଇଂଚ୍‌ ଟଚ୍‌ସ୍କ୍ରିନ୍‌ ମିଡିଆ ଏନ୍‌ଏଭି, ପଛ କ୍ୟାମେରା, ଡିଜିଟାଲ୍‌ ଇନଷ୍ଟ୍ରୁମେଂଟ୍‌ କ୍ଲଷ୍ଟର୍‌, ଓ୍ଵାନ୍‌ ଟଚ୍‌ ଲେନ୍‌ ଚେଞ୍ଜ୍‌ ଇଣ୍ଡିକେଟର୍‌, ରେଡିଓ ସ୍ପିଡ୍‌ ଡିପେଣ୍ଡେଣ୍ଟ୍‌ ଭଲ୍ୟୁମ୍‌ କଣ୍ଟ୍ରୋଲ୍‌ ଓ ପ୍ରୋ-ସେନ୍ସ ସିଟ୍‌ ବେଲ୍‌ଟ ପ୍ରିଟେନ୍‌ସନର୍‌ ସହିତ ଲୋଡ୍‌ ଲିମିଟର୍‌। ଛଅଟି ରଙ୍ଗରେ ଉପଲବ୍ଧ ହେଉଥିବା ନୂଆ କ୍ୱିଡ୍‌ର ଏକ୍ସ ସୋରୁମ-ନୂଆଦିଲ୍ଲୀ ମୂଲ୍ୟ ୨ ଲକ୍ଷ ୬୬ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ବଲାଙ୍ଗୀର : ଦୁଇ ଦଶନ୍ଧି ଧରି ବଲାଙ୍ଗୀର ଜିଲ୍ଲାବାସୀ ସରକାରୀ ମେଡିକାଲ କଲେଜ ନେଇ ଯେଉଁ ଅପେକ୍ଷା ରଖିଥିଲେ ତାର ଅନ୍ତ ଘଟିବ। ଶୁକ୍ରବାର ବିଧିବଦ୍ଧ ଭାବେ ଭୀମଭୋଇଙ୍କ ନାମରେ ନାମିତ ସରକାରୀ ମେଡିକାଲ କଲେଜର ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି। ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ସଜାଗ ରହିଥିବା ବେଳେ ତୁହାକୁ ତୁହା ପ୍ରସ୍ତୁତି ବୈଠକ କରାଯାଉଛି। ସୁରଖୁୁରୁରେ ଓ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ପାଇଁ ହେଲିପ୍ୟାଡର ବ୍ୟବସ୍ଥା କରାଯାଇଛି। ସେମାନେ ଦିନ ୧୧ଟା ମଧ୍ୟରେ ବଲାଙ୍ଗୀରରେ ପହଞ୍ଚିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ମେଡିକାଲ କଲେଜକୁ ପାଛୋଟି ନିଆଯିବ। ସେଠାରେ କଲେଜର ଶୁଭାରମ୍ଭ କରିବା ପରେ ଅଡିଟୋରିୟମରେ ପ୍ରଥମ ବ୍ୟାଚ୍‌ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବ ବିନିମୟ କରିବେ। ଦିନ ୧୧ଟାରୁ ୧୨ଟା ଯାଏ କାର୍ଯ୍ୟକ୍ରମ ରହିଥିବା ବେଳେ ସେମାନେ ନିର୍ଦ୍ଧାରିତ ସମୟରେ ଗସ୍ତ ସାରି ଫେରିଯିବେ ବୋଲି ଜଣାପଡିଛି। ପୁଲିସ ପକ୍ଷରୁ ୬ଜଣ ଡିଏସ୍‌ପି, ୨୦ଜଣ ଇନ୍ସପେକ୍ଟର ଓ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଉଥିବା ଏସ୍‌ପି କେ.ସିଭା ସୁବ୍ରମଣି ସୂଚନା ଦେଇଛନ୍ତି। ଭୀମଭୋଇ ମେଡିକାଲ କଲେଜର ଶୁଭାରମ୍ଭକୁ ନେଇ ବଲାଙ୍ଗୀରରେ ରାଜନୈତିକ ଉଷ୍ମତା ମଧ୍ୟ ପରିଲକ୍ଷିତ ହେଉଛି। ୧୯୯୯ ମସିହାରେ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ତତ୍କାଳୀନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସଦର ବିଧାୟକ ନରସିଂହ ମିଶ୍ର ମେଡିକାଲ କଲେଜ ପାଇଁ ଭିତ୍ତିପ୍ରସ୍ତର ଦେଇଥିବାରୁ କଂଗ୍ରେସ ଦଳ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବଡ ବଡ ହୋର୍ଡିଂ ଲଗାଯାଇଛି। ସ୍ୱପ୍ନ ସାକାର ହୋଇଛି ବୋଲି ଏହି ହୋର୍ଡିଂଗୁଡ଼ିକରେ ଦର୍ଶାଯାଇଥିବା ବେଳେ ବିଜେଡି ଓ ବିଜେପି ବି ପଛରେ ନାହାନ୍ତି। ମେଡିକାଲ କଲେଜର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଯାଇଛି। ଅନ୍ୟପଟେ କେନ୍ଦ୍ରରେ ଥିବା ବିଜେପି ସରକାର ଯୋଗୁଁ ମେଡିକାଲ କଲେଜ କାମ ଚୁଡାନ୍ତ ହୋଇଥିବା ଦର୍ଶାଇ ବିଜେପି ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡାଙ୍କୁ ସ୍ୱାଗତ କରି ବ୍ୟାନର ଲଗାଯାଇଛି ବିଭିନ୍ନ ସ୍ଥାନରେ। ସେହିପରି ଭାଗିରଥୀ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ରାସ୍ତା ମଧ୍ୟ ଡିଭାଇଡର୍‌ରେ ବିଜେଡି ଓ ବିଜେପି ପକ୍ଷରୁ ଝଣ୍ଡା ଲଗାଇ ଶକ୍ତି ପ୍ରଦର୍ଶନ କରାଯାଇଛି। ଆଗକୁ ନିର୍ବାଚନ ଥିବା ବେଳେ କୌଣସି ରାଜନୈତିକ ଦଳ ସେମାନଙ୍କ ପତିଆରା ପ୍ରଦର୍ଶନରେ ପଛଘୁଞ୍ଚା ଦେଉ ନଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେ ଉପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ତିନି ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ସମୟରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ ସହ ଅଣ୍ଡା ମାଡ କରାଯାଇଥିଲା। ତେଣୁ ଏଥର ସେଭଳି କିଛି ନଘଟିବ ସେଥିପାଇଁ ଦଳୀୟ ନେତାଙ୍କ ସହ ପ୍ରଶାସନ ଓ ପୁଲିସ ପକ୍ଷରୁ ଆଲୋଚନା କରାଯିବା ସହ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଯେମିତି ସୃଷ୍ଟି ନହୁଏ ସେଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିବା ଜଣାପଡିଛି। ଭୁବନେଶ୍ୱର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଉଦ୍‌ଘାଟନ କାର୍ଯ୍ୟକ୍ରମ ଲାଗି ଦୁଇ ଦୁଇଟି ନିମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇଥିବା ଜଣାପଡିଛି। ସରକାର ପୂର୍ବରୁ ଏକ ନିମନ୍ତ୍ରଣ ପ୍ରସ୍ତୁତ କରିଥିଲେ। ହେଲେ ଶେଷ ମୁହୂର୍ତରେ ଆଜି ଆଉ ଏକ ନିମନ୍ତ୍ରଣ କାର୍ଡ ବଣ୍ଟାଯାଇଛି। ସ୍ୱାସ୍ଥ୍ୟ ବିଭାଗ କହିଛି, କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ଯୋଗଦାନ ନେଇ ସମ୍ମତି ପତ୍ର ମିଳିନଥିଲା। ଏଣୁ ପୂର୍ବରୁ ବଣ୍ଟାଯାଇଥିବା ନିମନ୍ତ୍ରଣ ପତ୍ର କାର୍ଡରେ ତାଙ୍କ ନାମ ନ ଥିଲା। ମାତ୍ର ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶ୍ରୀ ନଡ୍ଡାଙ୍କ ଯୋଗଦାନ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ। ଏଣୁ ତୁରନ୍ତ ଏକ ନୂତନ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଇଥିଲା ଓ ଆଜି ଏହା ବଣ୍ଟାଯାଇଛି। ଉଲ୍ଲେଖଯୋଗ୍ୟ, ଏମ୍‌ସ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ନିମନ୍ତ୍ରଣ ପତ୍ରରେ ନଥିଲା କି ସେଦିନ ଶିଳାନ୍ୟାସ ଫଳକରେ ବି ମନ୍ତ୍ରୀଙ୍କୁ ସ୍ଥାନ ମିଳିନଥିଲା। ବାଲେଶ୍ୱରରେ ଏମ୍‌ସର ସାଟେଲାଇଟ୍‌ ଶାଖା ଉତ୍ସବକୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇନଥିଲା। ବରଂ ଏମ୍‌ସ ଉତ୍ସବରେ ଅନ୍ୟମାନଙ୍କ ତୁଳନାରେ ମନ୍ତ୍ରୀଙ୍କୁ ଦୁଇ ମିନିଟ୍‌ ଲାଗି ଭାଷଣ ଦେବାକୁ ସୁଯୋଗ ଦିଆଯାଇଥିଲା। ଏଣୁ ସ୍ୱାଭାବିକ ଭାବେ ବଲାଙ୍ଗୀର ମେଡିକାଲ କଲେଜରେ କେନ୍ଦ୍ର ସରକାରଙ୍କ ଅନୁଦାନ ଥିବାରୁ ଅତିଥି ଓ ନିମନ୍ତ୍ରଣ ପତ୍ରକୁ ନେଇ ଗୋଟିଏ ଗୋଷ୍ଠୀ ବିବାଦ ଉଠାଇଥିଲେ। ଶ୍ରୀ ନଡ୍ଡା ଅତିଥି ହୋଇ ଆସୁଥିଲେ ହେଁ, କାହିଁକି ତାଙ୍କ ନାମ ନିମନ୍ତ୍ରଣ ପତ୍ରରେ ନଥିଲା ବୋଲି ଆପତ୍ତି ଉଠିଥିଲା।
OSCAR-2019
ଏବେ ଆମର ଏଠି ପରିଚୟରେ ପ୍ରଭୂତ ପରିବର୍ତ୍ତନ । ଆମକୁ ଚିହ୍ନିବାକୁ, ବୁଝିବାକୁ ଆବଶ୍ୟକ ହୁଏ ବୁଝେଇ ବୁଝେଇ ଚିହ୍ନେଇବାର ଭାଷା । ଏଠି ଏବେ ସେଥିପାଇଁ ବହୁ ବିଧି ବିଶେଷଣର ପ୍ରୟୋଗ । ଏହି ବିଶେଷଣର ପ୍ରାବଲ୍ୟ ପ୍ରାଣକୁ ବାଧେ । କେହି କେହି କହନ୍ତି ବୁଢ଼ାହଡ଼ା, ଭୂତ ପୂର୍ବ ସମର୍ଥ ସୈନିକ, ଏବେ କିନ୍ତୁ ଅଲୋଡ଼ା ଅଦରକାରୀ ଅସମର୍ଥ ଲୋକ । ବୃଦ୍ଧକାଳେ ବୃଦ୍ଧକାକ କା’ କା’ ରଡ଼ିବା ହିଁ ସାର । ବହୁତ ଦିନରୁ ବ୍ୟବହୃତ ହୋଇଥିବା ଅତି ପୁରାତନ ଘଷରା ଧ୍ୱଂସପ୍ରାପ୍ତ ଅଥବା ଧ୍ୱଂସପ୍ରାୟ ମୁଁ ସେହି ନିକିତିର ନିଖୋଜ ମଣିଷ । ମୁଁ କୁଆଡ଼େ ଏକ ବଦ୍ଧମୂଳ ଧାରଣା ଥିବା ଏକ ସାଲିସ୍ ବିହୀନ ବ୍ୟକ୍ତି । ଯେଉଁ ଅତୀତର ଅନ୍ୟ ନାମ ମୃତ୍ୟୁ, ସେହି ଅଲୋଡ଼ା ଅତୀତ ସହିତ ମୋର ଦୂର୍ଘକାଳର ସମ୍ପୃକ୍ତି, ସହବନ୍ଧନ ସଲାସୁତୁରା । ମୁଁ କୁଆଡ଼େ ଏକ ଚାରିଆଡ଼େ ହିଡ଼ଥିବା ଏକ ଅବରୁଦ୍ଧ ପୁଷ୍କରିଣୀ । ଜଳମୟ ସ୍ଥିରତା ହିଁ, ତାହାର ଅଯୋଗ୍ୟପଣ । ସେଠି ଦୂରତ୍ୱର ଦୁନ୍ଦୁଭି ନାହିଁ । ଦିଗବ୍ୟାପୀ ଦିଗ୍‌ବଳୟ ନାହିଁ । ସୀମାହୀନ ଶୂନ୍ୟତା ନାହିଁ । ଘାତ ପ୍ରତିଘାତର ଘମାଘୋଟ ମଉଚ୍ଛବ ନାହିଁ । ନଦୀଟିଏ ହେବା ପାଇଁ ମୋ ଠେଇଁ ନିର୍ଭୀକତା ନାହିଁ । ପ୍ରବାହ ନାହିଁ । ପ୍ରତିପୋଷ ପାଣିର ପ୍ରବାହ ଭିତରେ କ୍ଷଣକ୍ଷଣ ନୂତନତା ନାହିଁ । ଉତ୍ତାଳ ଲହରୀମାଳାର ଲାବଣ୍ୟ ଲାଳିତ୍ୟ ନାହିଁ । କୁଳୁକୁଳୁ ଜଳଗୀତି ନାହିଁ । ସାଗର ସଙ୍ଗମ ଭଳି ଦୁର୍ବାର ସଂକଳ୍ପ ବି ନାହିଁ । ଏହା ଯଦି ସତ୍ୟ, ତେବେ ମୁଁ ସମୟର ପ୍ରତିଟି ମୁହୂର୍ତ୍ତ ପ୍ରତ୍ୟାଖ୍ୟାତ ହେବା ଉଚିତ୍ । କେହି କେହି ବି କହନ୍ତି, ମୁଁ ରକ୍ଷଣଶୀଳ, ଏକ ପ୍ରାଚୀନ ମନୋଭାବ ପୋଷଣ କରୁଥିବା ବ୍ୟକ୍ତି । ମୁଁ ପୁଣି ପୁରୁଣା ପ୍ରଥା-ପ୍ରହେଳିକାକୁ ଆପଣେଇ ନେଇଥିବା ଏକ ନିର୍ବୋଧ ବିଶ୍ୱାସ । ମୃତ ଅତୀତର ଦୀର୍ଘ ଅନୁଭୂତିକୁ ଏବକାର ବିଜ୍ଞ ବର୍ତ୍ତମାନ ଉପରେ ଲଦି ଦେବା ହିଁ ମୋର ପ୍ରଚ୍ଛନ୍ନ ପ୍ରୟାସ । ଏକ ଅଚଳ ମୁଦ୍ରାର ମୁଁ ଏକ ମର୍ମଦାହ । ବିଗତଦିନର ଜକଜକ ଖାଣ୍ଟି ସୁନାର ଏକ ନିଷ୍ପ୍ରଭ ଚମକ । ମୁଁ ପୁଣି ବିରକ୍ତିକର ଭାବରେ ପରିଚିତ ନୀତିନିୟମରେ ବନ୍ଧା ଦୋଷଦର୍ଶୀ ଦୂରଦୃଷ୍ଟିହୀନ ଏକ ମନ୍ଥର ମଣିଷ । ଏହା ଯଦି ସତରେ ସତ୍ୟ ହୋଇଥାଏ, ତେବେ ମୁଁ ଅକ୍ଷମଣୀୟ, ପରିତ୍ୟାଗ ଯୋଗ୍ୟ । ଏ ଦୁନିଆଁର ରଙ୍ଗମଞ୍ଚରେ, ଅସରା ଏକ ନାଟକ ଅହରହ ଅଭିନୀତ ହେଉଥିବା ସତ୍ୟ । ସଭିଏଁ କଳାକାର । ସେପରି ଏକ କଳାପ୍ରେମୀ କଳାକାର ମୁଁ । ମୋର ଅଭିନୟର ଅବଧି ପର୍ଯ୍ୟନ୍ତ, ଏ ରଙ୍ଗମଞ୍ଚରେ ପଦଚାଳନା କରିବା ପାଇଁ ମୁଁ ସ୍ୱୀକୃତିପ୍ରାପ୍ତ । ଅଭିନୟରେ ବିଚ୍ୟୁତି ଆଣିବା କିମ୍ୱା ତାକୁ ବିକୃତ କରିବା ଅପରାଧ । ସେଥିପାଇଁ କୁତ୍ସା, ଅପମାନ, ଘୃଣାଠାରୁ ଆରମ୍ଭ କରି ଦଣ୍ଡ ପାଇବା ପର୍ଯ୍ୟନ୍ତ ମୁଁ ପ୍ରସ୍ତୁତ । ସେସବୁ ସୀମା, ଶୃଙ୍ଖଳ ଏବଂ ଶୃଙ୍ଖଳା ବିଷୟରେ ମୁଁ ମଧ୍ୟ ସଚେତନ । ସମସ୍ତ ବ୍ୟର୍ଥତାର ଆରୋପରେ ଆଲୋଡ଼ିତ କରି ଉବୁଟୁବୁ କରେଇବା ନିର୍ଦ୍ଦୟତାର ନିଦର୍ଶନ । ମୋତେ ଏକ ବ୍ୟାଜ ଚରିତ୍ରରେ ଚିତ୍ରିତ କରି, କପଟ କୃତ୍ରିମ ସେହି ବ୍ୟାଜ ବାହାନାର ବିଶେଷଣରେ ବିଭୂଷିତ କରି, ମୋର କଣ୍ଠରୋଧ କରିବା ଅନ୍ୟାୟ ହେବ । ମୋତେ କାଉଲୁବାଉଲୁ କରି, ମାନସିର ଅବସାଦଗ୍ରସ୍ତ କରି, ନିମ୍ନଗାମୀ କରେଇବା ନିଷ୍ଠୁରତାର ପରିଚୟ । କିଛି ଉଦାରତା ସହିତ କିଛି ସୁଯୋଗ ମୋତେ ଦରକାର । ଏକ ଦୀର୍ଘସ୍ଥାୟୀ ଯୁଦ୍ଧ ଲଢ଼ିଥିବା ସୈନିକକୁ ସେଇଆ ହିଁ ଆବଶ୍ୟକ । ଏ ବିଶ୍ୱକୁ ଏକ ବ୍ୟାଜଦର୍ଶନର ବସତିରେ ପରିଣତ କରିବା ପୂର୍ବରୁ କିଛି ଅନ୍ତର୍ଦୃଷ୍ଟିର ଆବଶ୍ୟକତା ଅଛି । କିନ୍ତୁ ତା’ ପୂର୍ବରୁ ମୋତେ ତୁମେ ବ୍ୟାଧିତ କରୁଛ, ରୋଗାକ୍ରାନ୍ତ କରୁଛ । ଏପରିକି ରୋଗ ନିମନ୍ତ୍ରଣକାରୀ ରୋଗ ମଧ୍ୟ ମୋ ଉପରେ ଲଦି ଦେଉଛ । ଏହି ଶାରିରୀକ ଦୁରାରୋଗ୍ୟ ଏବଂ ମାନସିକ ସନ୍ତୁଳନ ମୋତେ ଅସହ୍ୟ ହେଉଛି । ପରିବାରଠାରୁ ଆରମ୍ଭ କରି ସମାଜ ଓ ଶାସନ ପର୍ଯ୍ୟନ୍ତ ଅବହେଳା ଓ ଅସହଯୋଗ ମୋତେ ଅସ୍ଥିର କରୁଛି । ମୁଁ ମୋ ନିଜ ହାତରେ ତିଆରି କରିଥିବା ଘର ଏବେ ମୋର ନୁହେଁ । ମୋର ମାଷ୍ଟର ବେଡ଼ରୁମ୍ ମୋର ନୁହେଁ । ମୋ ଆଖି ଆଗରେ ସେଠି ଚଳପ୍ରଚଳ ଆଉ ଏକ ମାଷ୍ଟର । ବାଟଘର, ଶିଡ଼ିଘର, ଅଥବା ପୋର୍ଟିକୋ ପାଖରେ ତିଆରି ଏକ ଚାରିକାନ୍ଥର ଆବରଣ ମୋ ପାଇଁ ଉଦ୍ଦିଷ୍ଟ । ମୋ ପାଖାପାଖି ବନ୍ଧା ହୋଇଥିବା ଆଲସିସିଆନ୍‌ର ଭୋ’ ଭୋ’ ଶବ୍ଦପୁଞ୍ଜ ହିଁ, ମୋର କ୍ଷୁଧା ପାଇଁ ଇଙ୍ଗିତ ଦେବାର ଅବଲମ୍ୱନ । ଯୁଧିଷ୍ଠିର ମହାରାଜାଙ୍କୁ ଶେଷ ପର୍ଯ୍ୟାୟରେ ସାଥି ଦେଇଥିବା ଶ୍ୱାନବଂଶରୁ, କେହି ହେଲେ ହୋଇଥିବ ମୋର ଏଇ ଶ୍ୱାନବନ୍ଧୁ । ଯନ୍ତ୍ରଣା ଦେବା ସହିତ ଜବରଦଖଲ ଏବେ ଏ ମୂଲକର ମାପକାଠି । ପ୍ରତିଦିନ ଦୂର ସହରର ଜରାନିବାସକୁ ସ୍ଥାନାନ୍ତରିତ କରିଦେବାର ଉଗ୍ର ଓଜସ୍ୱିନୀ ଉଚ୍ଚାରଣ ଏବେ ଅତ୍ୟାଧୁନିକ ବେଦମନ୍ତ୍ର । ଏପରି ଏକ ସମାଜର ପରିକଳ୍ପନା ବୋଧହୁଏ ଏହି କଠୋରତମ ସତ୍ୟ । ପିତାମହ ପିତାମହୀ କହି, ପ୍ରପିତାମହ ପ୍ରପିତାମହୀ କହି, ସମସ୍ତଙ୍କୁ ବୃଦ୍ଧ ମହାବୃଦ୍ଧର ଆଭୂଷଣରେ ଅଭିଷିକ୍ତ କରି, ଏପରିକି ଶ୍ରାଦ୍ଧପିଣ୍ଡ ବଢ଼ାହେବାବେଳେ ନାମଗୋତ୍ର ସମ୍ପୂର୍ଣ୍ଣ ଭୁଲିଯିବାଟା ହିଁ, ଏହି ତଥାକଥିତ ଶୋକାପ୍ଲୁତ ସମାଜର ସୁସ୍ଥ ସଂଯମପଣ । ତଥାପି ଏପରି ଏକ ଉପରଠାଉରିଆ ଋକ୍ଷ ମତାମତ ରଖିବା ପୂର୍ବରୁ ସତ୍ୟାସତ୍ୟର ଉଦ୍ଘାଟନ ପାଇଁ ଏ ବ୍ୟାପାରରେ ଏକ ବିଶେଷ ବ୍ୟୁତ୍ପତ୍ତିର ଆବଶ୍ୟକ ଥିବା ମନେହୁଏ । ଭୌତିକ ଦୃଷ୍ଟିଭଙ୍ଗୀ ବଦଳରେ ଏକ ଆଧିଭୌତିକ ଚେତନଶୀଳ ଦୃଷ୍ଟିଭଙ୍ଗୀ ଏପରି ଏକ ଚିରଚର୍ଚ୍ଚିତ ସ୍ପର୍ଶକାତର ସମସ୍ୟାକୁ ତୀକ୍ଷ୍ଣ ଆଲୋକପାତ କରିପାରେ । ତୃତୀୟ ନୟନର ସାହାଯ୍ୟରେ ଏପରି ଏକ ଗୁରୁଗମ୍ଭୀର ସାମାଜିକ ତଥା ପାରିବାରିକ ସମସ୍ୟାର ଦିବ୍ୟଦର୍ଶନ ଆବଶ୍ୟକ । ବୈଦିକ ସାମଗାନ ପରି କୃତଜ୍ଞତାର ମାଙ୍ଗଳିକ ମନ୍ତ୍ର, ମହତ୍ତ୍ୱର ପୁନଃପୁନଃ ଉଚ୍ଚାରିତ ହେବା ଆବଶ୍ୟକ । ତେବେ ଏହି ବେସାହାରା ବାର୍ଦ୍ଧକ୍ୟର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ କେବେ ତୁମେ ଥରେ ଅନୁଭବ କରିଛ ମଣିଷ । ତାହାର ଲାଳିତ୍ୟ ଲୋଭନୀୟ । ଏ ଧରିତ୍ରୀର ବୟସ କେତେ ? ଅକଳନ ବୟସ । ସାରା ବର୍ଷ ସେହି ଧରିତ୍ରୀ ଋତୁଋତୁରେ ଚିରଚିତ୍ରିତ ରୋମାଞ୍ଚରେ ପରିପୂର୍ଣ୍ଣ । ଶିଶୁ, କୈଶୋର, ଯୌବନ, ପ୍ରୌଢ଼ ଏବଂ ବାର୍ଦ୍ଧକ୍ୟର ସେ ଏକ ମନ୍ତ୍ରମୁଗ୍ଧ ମିଳନସ୍ଥଳ । ଯାହା ଖୋଜିବ, ଯେତେବେଳେ ଖୋଜିବ, ତାହା ହିଁ ପାଇବ । ସେଠି ବାର୍ଦ୍ଧକ୍ୟ ପରାହତ । ସମୁଦ୍ରର ବୟସ କେତେ ଜାଣିଛ ମଣିଷ ? ଅକଳ୍ପନୀୟ ବୟସ । ଅସଂଖ୍ୟ ଜଳାଧାର, ଅସଂଖ୍ୟ ବର୍ଷାବିନ୍ଦୁକୁ ସାଇତି ରଖି ପୁଣି ସମର୍ପି ଦେଉଛି ସେହି ମହାବୃଦ୍ଧ ମହୋଦଧି । କୂଳରେ ସେ ଯୌବନ ମୁଖର, ତରଙ୍ଗତରଳ, ତୃଷିତ ତାରୁଣ୍ୟ, ଲାଳିତ୍ୟମୟ, ଲାବଣ୍ୟମୟ । କେନ୍ଦ୍ରସ୍ଥଳରେ ସେ ସ୍ଥିର ସ୍ଥବିର, ଅଥଳ ଅଚଳ ଏବଂ ଅସାମାନ୍ୟ ଭାବରେ ଅଭିଜ୍ଞ । କେନ୍ଦ୍ର ଏବଂ କୂଳର ସେଠି ଚୈତନ୍ୟ ମିଳନ, ଦିଆନିଆ ଭାବ, ଯୋଗାବିଷ୍ଟ ଯୋଗସୂତ୍ର । ଠିକ୍ ସେହିପରି ଆକାଶର ବୟସ କେତେ ? ଅନନ୍ତ ଶୂନ୍ୟତା ହିଁ ଈଶ୍ୱର ! ସେହି ଆକାଶ ହିଁ ଅନନ୍ତ ଶୂନ୍ୟତା । କଳାମେଘୀ କବରୀରେ ସେଠି ତାରାଫୁଲ । ଇନ୍ଦ୍ରଧନୁର ସେଠି ମନମତାଣିଆ ମୁଗ୍ଧ ଯୌବନ । ପୂର୍ଣ୍ଣିମାର ପ୍ରମତ୍ତପଣ ଏବଂ ଅମାବାସ୍ୟାର ରୋମାଞ୍ଚ ସେଠି ରଚେ ରମ୍ୟ ଉପବନ । ସୂର୍ଯ୍ୟମୟ, ଚନ୍ଦ୍ରମୟ ଆଖିର ଆଇନା ଭିତରେ ସମଗ୍ର ସଂସାର ମନମଞ୍ଜୁଳ । ବୟସର ବନ୍ଦୀଘର ନିଅଣ୍ଟ ହୁଏ ଧରି ରଖିବାକୁ ଏହି ଧରିତ୍ରୀ, ସମୁଦ୍ର ଏବଂ ଆକାଶର ତାରୁଣ୍ୟତୀର୍ଥକୁ । ଏହି ତ୍ରିଧାରା ତୀର୍ଥକୁ ବାଦ୍ଦେଇ ମୋର ଅସ୍ତିତ୍ୱକୁ ଅବଲୋକନ କରିବା ଅସମ୍ଭବ । ସେଥିପାଇଁ ତୁମମାନଙ୍କ ପାଇଁ ମୋର ଏହି ମାୟାମଖା ଆପାତତଃ, ବାର୍ଦ୍ଧକ୍ୟ, ଏକ ବାହ୍ୟ ପରିଚୟ ମାତ୍ର । ଭୁଲ୍ ବୁଝାମଣାର ଶିକାରଟିଏ ମୁଁ, ଯୁଗଯୁଗ କାଳକାଳ । ପ୍ରତିଟି ନିଃଶ୍ୱାସପ୍ରଶ୍ୱାସର ବିଶ୍ୱାସଟିଏ ହିଁ ମୋର ଜୀବନର ଅବଧି । ବଞ୍ଚିବାର ବେଳ, ମରିବାର ବେଳ, ମୁହୂର୍ତ୍ତମୁହୂର୍ତ୍ତର ମନ୍ମୟ ମିଳନ ତ, ଏହି ସମଗ୍ର କାଳର ଅବଧି । ମୁଁ ମୁହୂର୍ତ୍ତେ ଥାଏ ତ, ମୁହୂର୍ତ୍ତେ ନ ଥାଏ । ଏହି ବିଚ୍ଛିନ୍ନ ବିଯୋଗ ହିଁ, ତୁମମାନଙ୍କ ଭାଷାରେ ମୋର ଜନ୍ମମୃତ୍ୟୁର ଚକ୍ର । ତେଣୁ ତୁମରି ଭାଷାରେ ତ, ମୋର ବୟସ ମାତ୍ର ମୁହୂର୍ତ୍ତେ । ମୁହୂର୍ତ୍ତେ ବୟସକୁ କ’ଣ ବାର୍ଦ୍ଧକ୍ୟ ଛୁଏଁ । ତୁମେ ଦେଖୁଥିବା ଏଇ ମଞ୍ଚମାୟାର ଆରପଟେ ମୋର ପ୍ରକୃତ ମୂଳ ପରିଚୟଟି ହେଉଛି ଶୂନ୍ୟତା, ନିରବତା, ବୁଦ୍ଧତ୍ୱ । ଶୂନ୍ୟତାର ବାର୍ଦ୍ଧକ୍ୟ ନାହିଁ । ନିରବତାର ବାର୍ଦ୍ଧକ୍ୟ ନାହିଁ । ବୁଦ୍ଧତ୍ୱର ବାର୍ଦ୍ଧକ୍ୟ ନାହିଁ । ମୋର ବାର୍ଦ୍ଧକ୍ୟ ତେଣୁ ଉଭୟ ମାୟାସିକ୍ତ ଏବଂ ମାୟାତୀତ । ମୋତେ ତୁମେ ମାୟାମନ୍ତ୍ରିତ ବାର୍ଦ୍ଧକ୍ୟର ଅଭିଯୁକ୍ତ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର୍ଯ୍ୟ । ସେପରି ଏକ ବାର୍ଦ୍ଧକ୍ୟର ଅଭିଯୋଗ ମୋ ପାଇଁ ଭାଗ୍ୟର ବିଡ଼ମ୍ୱନା । ସେଥିପାଇଁ ହେ ମୋର ସମ୍ମାନନୀୟ ବାର୍ଦ୍ଧକ୍ୟ, ମୋ ପାଇଁ ତୁମେ କ’ଣ ତେବେ ଏକ ବିଡ଼ମ୍ୱିତ ବ୍ୟାଧି । ତୁମେ କ’ଣ ଯନ୍ତ୍ରଣା ଦେବ, କ୍ଳେଶ ଦେବ, ପ୍ରତାରଣା ଦେବ, ଉପହାସ କରିବ, ଅଧିକାର ଅଧିଗ୍ରହଣ କରି ଅନ୍ଧକାର ଦେବ । ମୁଁ ଏକ ବେଗବାହୀ ବ୍ୟକ୍ତିସତ୍ତା ନୁହେଁ କହି ବିଦ୍ରୁପ କରିବ । ଆଗମନର ଫାଟକ ଦେଖେଇ ଆମନ୍ତ୍ରଣ କରିବ ତ, ପ୍ରସ୍ଥାନର ଫାଟକ ଦେଖେଇ ଅପମାନିତ କରିବ । ଇତିହାସ କହେ, ଖୁବ୍ ଅଳ୍ପ ବୟସର ପିଲା ଏକଲବ୍ୟର ବୃଦ୍ଧାଙ୍ଗୁଳିରେ ଚରମ ବୀରତ୍ୱ ସହିତ ପରମ ବୁଦ୍ଧତ୍ୱ ନିହିତ ଥିଲା । ପିତାମହ ଭୀଷ୍ମଙ୍କର ବିରଳ ବାର୍ଦ୍ଧକ୍ୟ ଭିତରେ ଶତଶତ ଅସାମାନ୍ୟ ଅଭିମନ୍ୟୁମାନଙ୍କର ଯୌବନର ଯୁଦ୍ଧଶୈଳୀ ଜମାଟ ବାନ୍ଧିଥିଲା । ମୁଁ ବେଶ୍ ସଚେତନ । ମୋର ବୟସର ଏକ ଊର୍ମିଳ ଉଦ୍ଦାମତା ଅଛି । ଏହା ଏକାନ୍ତ ଆଦିମ, ଅହାହତ, ଅମଳିନ, ଅଲଙ୍ଘ୍ୟ, ଅସମାହିତ, ଅକଳ୍ପନୀୟ ଏବଂ ଅନମନୀୟ । ହେ ! ମୋର ପ୍ରିୟ ସମ୍ମାନନୀୟ ପିତାମହ ବାର୍ଦ୍ଧକ୍ୟର ଭୀଷ୍ମ, ଏ ବିଚାର କେବଳ ତୁମରି ଉପରେ ନିର୍ଭରଶୀଳ । ତୁମେ ହିଁ କେବଳ ମୋ ଭାଗ୍ୟର ସୂତ୍ରଧର । ଉଚିତ୍ ଭାବିଲେ ମୋତେ ତୁମେ ସମ୍ମାନର ସହିତ ଗ୍ରହଣ କରିପାର । ନଚେତ୍ କେଉଁ ଏକ ଅନାମଧେୟ ଜରାନିବାସରେ ମୋତେ ଭାତଥାଳିର ଭତ୍ତା ଦେଇ, ତତ୍‌କ୍ଷଣାତ୍ ଭୁଲିଯାଇପାର ।
OSCAR-2019
କନକ ବ୍ୟୁରୋ : ଖୁବ ଶୀଘ୍ର କଂଗ୍ରେସର ମଙ୍ଗ ଧରିବେ ରାହୁଲ ଗାନ୍ଧି । ଦୀପାବଳୀ ପରେ ଏ ନେଇ ବିଧିବଦ୍ଧ ଘୋଷଣା ହେବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏ ବାବଦରେ ଗ୍ରୀନ ସିଗ୍ନାଲ ଦେଇଥିବା ଜଣାପଡିଛି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏକ ପୁସ୍ତକ ଉନ୍ମୋଚନ ଅବସରରେ ସୋନିଆ ଗାନ୍ଧି ଏହି ସଙ୍କେତ ଦେଇଛନ୍ତି । ଏହି ଅବସରରେ ଉପସ୍ଥିତ ରାହୁଲ ଗାନ୍ଧି ଏହି ପ୍ରସଙ୍ଗକୁ ଏଡାଇଯାଇଥିବା ଦେଖାଯାଇଥିଲା । ଦଳ ଯଦି ଚାହିଁବ ତେବେ ସେ ଏହି ଦାୟିତ୍ୱ ନେବାକୁ ପ୍ରସ୍ତୁତ ବୋଲି ଦଳୀୟ ନେତାଙ୍କୁ କହିଥିବା ସୂଚନା ମିଳିଛି । ଚଳିତ ମାସ ଶେଷ ସୁଦ୍ଧା ରାହୁଲ ଗାନ୍ଧିଙ୍କୁ ଏହି ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ପୂର୍ବରୁ ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ୍ ଦୀପାବଳି ପରେ ରାହୁଲ ଏଆଇସିସିର ଅଧ୍ୟକ୍ଷ ହେବେ ବୋଲି କହିଥିଲେ । ରାହୁଲ ଗାନ୍ଧି ପୂର୍ବାପେକ୍ଷା ଏବେ ରାଜନୀତିରେ ଅଧିକ ପରିପକ୍ୱ ହୋଇଛନ୍ତି । ତାଙ୍କ କଥା କହିବାର ଶୈଳୀ ମଧ୍ୟ ବଦଳିଛି । ସୋସିଆଲ ମିଡିଆରେ ମଧ୍ୟ କଂଗ୍ରେସ ଅଧିକ ସକ୍ରିୟ ହୋଇଛି । ଗୁଜରାଟରେ ଅଧିକ ଆକ୍ରମଣ ମୁଡରେ ଅଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ଓଡିଶା ସମେତ ବିଭିନ୍ନ ରାଜ୍ୟ ପିସିସି ପ୍ରସ୍ତାବ ଗ୍ରହଣ କରି ଏଆଇସିସିକୁ ପ୍ରସ୍ତାବ ପଠାଇଛନ୍ତି ।
OSCAR-2019
କନକ ବ୍ୟୁରୋ : ବିଦେଶ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି । ଡୋକଲାମ ପ୍ରସଙ୍ଗକୁ ନେଇ ଏନଡିଏ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ । ଡୋକଲାମ୍ ବିବାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କେବଳ ଏକ କୂଟନୈତିକ କାର୍ଯ୍ୟକ୍ରମ ଥିଲା ବୋଲି ସେ କହିଛନ୍ତି । ଡୋକଲାମରେ ଏବେ ବି ଚୀନ୍ ସୈନ୍ୟ ଠୁଳ ହୋଇଛନ୍ତି ଏବଂ ଏହି ମାମଲାକୁ ଠିକ୍ ଭାବେ ସମାଧାନ କରାଯାଇ ନାହିଁ ବୋଲି ରାହୁଲ କହିଛନ୍ତି । ଏହାସହ ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ରାହୁଲ କହିଛନ୍ତି ଯେ, ବିଦେଶ ମନ୍ତ୍ରାଳୟ ମନମୁଖୀ ଭାବେ କାର୍ଯ୍ୟ କରୁଛି ଏବଂ ବିଦେଶ ମନ୍ତ୍ରୀଙ୍କ ପାଖରେ କିଛି କାମ ନାହିଁ, ତେଣୁ ସେ ଲୋକଙ୍କୁ ଭିସା ଦେବାରେ ବ୍ୟସ୍ତ ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଲଣ୍ଡନରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସବୁ କ୍ଷମତା ନିଜ ପାଖରେ ରଖିବାକୁ ଚାହୁଁଛନ୍ତି , ତେଣୁ ଦେଶର ବିକାଶ ଦିଗହରା ହୋଇପଡ଼ିଛି । ରାହୁଲ କହିଛନ୍ତି ଉଭୟ ବିଜେପି ଓ ଆରଏସଏସ୍ ଦେଶକୁ ବାଂଟିବାକୁ ଚେଷ୍ଟା କରୁଛନ୍ତି,ଏବଂ ଦେଶରେ ଘୃଣାଭାବ ସୃଷ୍ଟି କରୁଛନ୍ତି । ରାହୁଲ କହିଛନ୍ତି ଆରଏସଏସରେ କୌଣସି ମହିଳା ନାହାନ୍ତି ଓ ଆରଏସଏସ ମହିଳାମାନଙ୍କ ସହ ଭେଦଭାବ କରିଥାଏ । ପୂର୍ବରୁ ଜର୍ମାନୀର ବର୍ଲିନରେ ମଧ୍ୟ ମୋଦି ସରକାର ଉପରେ ବର୍ଷିଥିଲେ କଂଗ୍ରେସ ଅଧ୍ୟକ୍ଷ । ଆଜି ଦେଶରେ ନିଯୁକ୍ତି ନାହିଁ ଓ ଚାଷୀ ନିୟମିତ ଭାବେ ଆତ୍ମହତ୍ୟା କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ । ସେପଟେ ରାହୁଲଙ୍କ ଏଭଳି ବୟାନକୁ ନେଇ ବିଜେପି-ଆର୍‌ଏସ୍‌ଏସ୍‌ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ରାହୁଲ ଦେଶକୁ ବଦନାମ କରିବା ପାଇଁ ସୁପାରି ନେଇଛନ୍ତି ଏବଂ ବେପରୁଆ ଓ ଅନର୍ଥ ସୃଷ୍ଟିକାରୀ ବୟାନ ଦେଇ ଦେଶର କ୍ଷତି କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍‌ତାର ଅବ୍ଦାସ ନକଭୀ କହିଛନ୍ତି । ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଏବେ ଯେଭଳି ଦୟନୀୟ ସ୍ଥିତିର ସମ୍ମୁଖୀନ ହୋଇଛି, ଦେଶରେ ମଧ୍ୟ ସେଭଳି ସ୍ଥିତି ସୃଷ୍ଟି କରିବାକୁ ରାହୁଲ ଚାହୁଁଛନ୍ତି ବୋଲି ଆରଏସଏସ୍ ପକ୍ଷରୁ କୁହାଯାଇଛି । କନକ ବ୍ୟୁରୋ : ଛାଡ଼ପତ୍ର ଓ ଦ୍ୱିତୀୟ ବିବାହ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଛାଡ଼ପତ୍ରକୁ ନେଇ ଯଦି ଆପୋଷ ବୁଝାମଣାରେ ଦୁଇ ପକ୍ଷ ମଧ୍ୟରେ ସହମତି ହୋଇଥିବ, ତେବେ ଛାଡ଼ପତ୍ର ବିରୋଧରେ ହୋଇଥିବା ଆବେଦନ କୋର୍ଟରେ ଅଟକି ଥିଲେ ବି ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରିପାରିବ । ଅର୍ଥାତ୍ ଦ୍ୱିତୀୟ ବିବାହ ପାଇଁ ଆବେଦନର ଚୂଡାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ହିନ୍ଦୁ ବିବାହ ଆଇନର ଧାରା ୧୫ରେ ଦ୍ୱିତୀୟ ବିବାହ ନେଇ ଥିବା ଶକ୍ତ କଟକଣା ପ୍ରାୟ ଅକାମୀ ହୋଇଯାଇଛି । ବିଚାରପତି ଏସ୍ ଏ ବୋବଡେ ଓ ଏଲ୍ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ କହିଛନ୍ତି, ଛାଡ଼ପତ୍ର ବିରୋଧରେ ହେଉଥିବା ଆବେଦନର ଶୁଣାଣି ପୂର୍ବରୁ ଛାଡ଼ପତ୍ର ପାଇଁ ଯଦି ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୁଏ, ତା’ହେଲେ ଦ୍ୱିତୀୟ ବିବାହ ଉପରେ ରୋକ୍ ଲଗାଯାଇ ପାରିବନାହିଁ । ଅର୍ଥାତ୍ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇପାରିଲେ କୌଣସି ଅସୁବିଧା ରହିବ ନାହିଁ । ଦ୍ୱିତୀୟ ବିବାହ ପାଇଁ ସମସ୍ୟା ରହିବ ନାହିଁ । ହିନ୍ଦୁ ବିବାହ ଆଇନର ଧାରା ୧୫ ଅନୁସାରେ ଛାଡ଼ପତ୍ର ମାମଲା କୋର୍ଟରେ ଥିବା ପର୍ଯ୍ୟନ୍ତ ଦମ୍ପତିଙ୍କ ମଧ୍ୟରୁ କେହି ବି ଦ୍ୱିତୀୟ ବିବାହ କରିପାରିବେ ନାହିଁ । ଆବେଦନର ରାୟ ପ୍ରକାଶ ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ଏହା ମଧ୍ୟରେ ବିବାହ କରିଥିଲେ, ତାହା ବୈଧ ହେବନାହିଁ । ତେବେ ଦିଲ୍ଲୀର ଜନୈକ ବ୍ୟକ୍ତଙ୍କ ଆବେଦନର ଶୁଣାଣି କରି ଏହି ଧାରାକୁ ଏକପ୍ରକାର ଅକାମୀ କରିଦେଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀର ଜୈନିକ ବ୍ୟକ୍ତିଙ୍କ ପତ୍ନୀ ଛାଡପତ୍ର ପାଇଁ ତିସ୍ ହଜାରୀ କୋର୍ଟରେ ଆବେଦନ କରିଥିଲେ । ୨୦୦୯ ଅଗଷ୍ଟ ୩୧ରେ ପତ୍ନୀଙ୍କ ସପକ୍ଷରେ କୋର୍ଟ ରାୟ ଦେଇଥିଲେ । ଏହା ବିରୋଧରେ ସଂପୃକ୍ତ ବ୍ୟକ୍ତି ଦିଲ୍ଲୀ ହାଇକୋର୍ଟରେ ଅପିଲ୍ କରିଥିଲେ । ତେବେ ପତ୍ନୀଙ୍କ ସହ ବୁଝାମଣା ହେବା ପରେ ଛାଡ଼ପତ୍ର ବିରୋଧରେ କରିଥିବା ଅପିଲକୁ ଫେରାଇ ନେବାକୁ ଆବେଦନ କରିଥିଲେ । ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନ ଗ୍ରହଣ କରି ପୂର୍ବ ଅପିଲକୁ ଖାରଜ କରି ଦେଇଥିଲେ । ମାତ୍ର ଏ ନେଇ ରାୟ ଆସିବା ପୂର୍ବରୁ ୨୦୧୧ ଡିସେମ୍ବର ୬ ତାରିଖରେ ସେ ଦ୍ୱିତୀୟ ବିବାହ କରିଥିଲେ । ପରେ ଦ୍ୱିତୀୟ ପତ୍ନୀ ମଧ୍ୟ ତାଙ୍କଠାରୁ ଛାଡ଼ପତ୍ର ଚାହିଁଥିଲେ । ଯୁକ୍ତି ଦର୍ଶାଇଥିଲେ ଯେ ହାଇକୋର୍ଟର ରାୟ ଆସିବା ପୂର୍ବରୁ ତାଙ୍କର ବିବାହ ହୋଇଥିବାରୁ ତାହା ବୈଧ ନୁହେଁ । ଏହି ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟ ରାୟ ଦେଇଥିଲେ । ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସଂପୃକ୍ତ ବ୍ୟକ୍ତି । ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହ ଏହି ବିବାହକୁ ବୈଧ ଘୋଷଣା କରିଛନ୍ତି ।
OSCAR-2019
କନକ ବ୍ୟୁରୋ: ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜବାହରଲାଲ ନେହରୁ ଇନ୍ଡୋର୍ ଷ୍ଟାଡିୟମ୍ରେ ‘ବିଜୁ ଯୁବ ବାହିନୀ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ’ ଅଭିଯାନ ଆରମ୍ଭ କରିବେ। ଏହା ସହିତ ମୁଖ୍ୟମନ୍ତ୍ରୀ ୭କୋଟି ଟଙ୍କା ବ୍ୟୟରେ ନିର୍ମିତ କଟକ ଡିସିପିଙ୍କ ନୂଆ କା କାର୍ଯ୍ୟାଳୟ ଉଦଘାଟନ କରିବେ। ଏହି କୋଠାରେ ମୁଖ୍ୟତଃ ଜୁଭେନାଇଲ୍ ପୁଲିସ ୟୁନିଟ୍(ଏସ୍ଜେପିୟୁ) ଓ ଆଇୟୁସିଏଡବ୍ଲୁ(ଇନଭେଷ୍ଟିଗେଟିଂ ୟୁନିଟସ୍ ଫର୍ କ୍ରାଇମ୍ ଏଗେନେଷ୍ଟ ଓମେନ୍) ଭଳି ଦୁଇଟି ନୂତନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଖୋଲିଯିବାକୁ ଯୋଜନା ରହିଛି। ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ଓ୍ଵଲ୍ଫେୟାର କର୍ପୋରେସନ୍ ପକ୍ଷରୁ ନିର୍ମାଣ ହୋଇଥିବା ଡିସିପିଙ୍କ ତିନି ମହଲା କୋଠାର ନିର୍ମାଣ କାଯ୍ୟ ଶେଷ ହୋଇଛି । ଗୋଟିଏ ଛାତ ତଳେ ପୁଲିସ କମିସନରଙ୍କ କ୍ୟାମ୍ପ ଅଫିସ୍, ଡିସିପିଙ୍କ କାର୍ଯ୍ୟାଳୟ, ଡିସିପିଙ୍କ କୋର୍ଟ, ସ୍ପେସାଲ ସ୍କ୍ଵାଡ୍ ଅଫିସ୍, କ୍ଲରିକାଲ୍ ସେକ୍ସନ, ଲାଇସେନ୍ସ ସେକ୍ସନ, ଡିଆଇବି, ଟେକ୍ନିକାଲ୍ ସ୍କ୍ଵାଡ୍, କ୍ରାଇମ୍ ସେକ୍ସନ, ମାନବ ଚାଲାଣ ନିରୋଧ ୟୁନିଟ୍, ଗୋପନୀୟ ବିଭାଗ, ଏଷ୍ଟାବ୍ଲିସ୍ମେଣ୍ଟ ସେକ୍ସନ, ବିଲ୍ଡିଂ ସେକ୍ସନ୍, ଗ୍ରିଭାନ୍ସ ସେଲ୍, ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍ ଇତ୍ୟାଦି ବିଭାଗ ଖୋଲାଯିବ । ଅନ୍ୟପଟେ ‘ବିଜୁ ଯୁବ ବାହିନୀ’ ର ସ୍ୱତନ୍ତ୍ର କାର୍ଯ୍ୟାଳୟ ‘ମୁଁ ହିରୋ’ ହେବି ଅଭିଯାନର ଶୁଭାରମ୍ଭ ଅବସରରେ ‘ମୁଁ ହିରୋ ରଥ’ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ରଥ ଆସନ୍ତା ୨ମାସ ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଭ୍ରମଣ କରିବ। ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପରିବେଶ, ନାରୀ ସଶକ୍ତିକରଣ, ପ୍ରାକୃତିକ ବିପର୍ୟ୍ୟସ୍ତ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଲୁକାୟିତ ପ୍ରତିଭାଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହେବ ବୋଲି ସୂଚନା ମିଳିଛି।
OSCAR-2019
ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୭୦୦ କୋଟି ଟଙ୍କାର ଖୁଚୁରା ଋଣ ଆବଣ୍ଟନ କରିବ। ବ୍ୟାଙ୍କ ପକ୍ଷରୁ ସୁଲଭ ବାସଗୃହ କ୍ଷେତ୍ର ପାଇଁ ୮୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ। ବଳକା ୯୦୦ କୋଟି ଟଙ୍କା ବ୍ୟକ୍ତିଗତ ଓ ଗାଡ଼ି ଋଣ ଆକାରରେ ପ୍ରଦାନ କରିବ। ରାଜ୍ୟରେ ଆମେ ଚଳିତ ବର୍ଷ ଦୁଇ ଗୁଣା ଅଧିକ ଖୁଚୁରା ଋଣ ଆବଣ୍ଟନ କରିବୁ ବୋଲି ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନୁପ୍‌ ବାଗ୍‌ଚି କହିଛନ୍ତି। ସେ କହିଲେ, ଦେଶରେ କିଛି ହାତ ଗଣତି ରାଜ୍ୟ ମଧ୍ୟରୁ ଓଡ଼ିଶା ହେଉଛି ଅନ୍ୟତମ ଯେଉଁଠାରେ ଖୁଚୁରା ଋଣ ଆବଣ୍ଟନରେ ଜବରଦସ୍ତ ଅଭିବୃଦ୍ଧି ହୋଇଛି। ଏଠାରେ ଆମର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ। ଚଳିତ ବର୍ଷ ମଧ୍ୟ ସେହି ଧାରା ବଜାୟ ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇସିଆଇସିଆଇ ବ୍ୟାଙ୍କର ୧୪୦ଟି ଶାଖା ରହିଛି। ସେଥି ମଧ୍ୟରୁ ୧୦୦ରୁ ଅଧିକ ଶାଖା ଅର୍ଧ-ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଛି। ଏହି ସବୁ ଅଞ୍ଚଳରେ ଆମର ବ୍ୟବସାୟ ପରିମାଣ ଦ୍ରୁତ ଗତିରେ ବଢ଼ୁଛି ବୋଲି ଶ୍ରୀ ବାଗ୍‌ଚି କହିଛନ୍ତି। ଗୃହ ଋଣ ଆବଣ୍ଟନ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାଙ୍କ ରାଉରକେଲା, ଜୟପୁର, ସମ୍ବଲପୁର ଓ ବ୍ରହ୍ମପୁର ଭଳି ସହରକୁ ଗୁରୁତ୍ୱ ପ୍ରଦାନ କରିବ। ସେହିପରି ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଜୟପୁର, ଅନୁଗୁଳ ଓ ଭଦ୍ରକରେ ଦୁଇ ଚକିଆ ଯାନ ଋଣ ପ୍ରଦାନରେ ଉଲ୍ଲେଖନୀୟ ବୃଦ୍ଧି ହେବ ବୋଲି ବ୍ୟାଙ୍କ ଲକ୍ଷ୍ୟ ରଖିଛି। ରାଜ୍ୟରେ ବ୍ୟାଙ୍କ ଏହାର ବିତରଣ ନେଟଓ୍ଵର୍କକୁ ମଧ୍ୟ ବଢ଼ାଇବାକୁ ଯୋଜନା ରଖିଛି ବୋଲି ସେ କହିଛନ୍ତି। ଭୁବନେଶ୍ୱର : ରାଜ୍ୟରେ ବର୍ତମାନ ସୁଦ୍ଧା ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାକୁ ବାହାରେ ମଳତ୍ୟାଗମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ସୁଦ୍ଧା ଆଉ ୪ଟି ଜିଲ୍ଲାକୁ ଅନୁରୂପ ଘୋଷଣା କରାଯିବ। ସେହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଗଜପତି, ସମ୍ବଲପୁର ଓ ସୁବର୍ଣ୍ଣପୁର। ବର୍ତମାନ ସୁଦ୍ଧା ଏ ଦିଗରେ ପ୍ରାୟ ୭୪ ପ୍ରତିଶତ କାର୍ଯ୍ୟ ଆଗେଇଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ହାର ଶତ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ସ୍ଥାପନ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତିି। ଆଜି କେନ୍ଦ୍ର ପାନୀୟଜଳ ଓ ପରିମଳ ମନ୍ତ୍ରାଳୟ ସଚିବ ପରମେଶ୍ୱରନ୍‌ ଆୟାରଙ୍କ ଉପସ୍ଥିତିରେ ମୁଖ୍ୟ ସଚିବ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏଥିରେ ଅଂଶଗ୍ରହଣ କରି ଶ୍ରୀ ଆୟାର ଏହି ଅଭିଯାନରେ ଓଡ଼ିଶା ଯଥେଷ୍ଟ ଅଗ୍ରଗତି କରିଥିବା ଦର୍ଶାଇ ପ୍ରଶଂସା କରିଥିଲେ। ପାନୀୟଜଳ ବିଭାଗ ପ୍ରମୁଖ ସଚିବ ଡି.କେ. ସିଂହ କହିଲେ, ଏ ଦିଗରେ କାର୍ଯ୍ୟ ଆଗେଇଥିବାରୁ ଆସନ୍ତା ଅକ୍ଟୋବର ସୁଦ୍ଧା ସବୁ ଜିଲ୍ଲା କାର୍ଯ୍ୟକ୍ରମ ଲକ୍ଷ୍ୟ ପୂରଣ କରିବାକୁ ସମର୍ଥ ହେବେ। ସୂଚନାନୁସାରେ ୨୦୧୪ରେ ଅଭିଯାନ ଆରମ୍ଭ ବେଳେ ପାଇଖାନା ନିର୍ମାଣ କ୍ଷେତ୍ରରେ ମାତ୍ର ୧୦ ପ୍ରତିଶତ ସଫଳତା ମିଳିଥିଲା। ବର୍ତମାନ ସୁଦ୍ଧା ଏହା ୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ରାଜ୍ୟର ପ୍ରାୟ ୩୭ ହଜାର ଗ୍ରାମରେ ପାଇଖାନା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାଞ୍ଚ ପରେ ମାସକ ଭିତରେ ସେହି ଗ୍ରାମଗୁଡ଼ିକୁ ବାହାରେ ମଳତ୍ୟାଗମୁକ୍ତ ଗ୍ରାମ ଭାବେ ଘୋଷଣା କରାଯିବ। ଗ୍ରାମାଞ୍ଚଳରେ ଏହି ଅଭିଯାନରେ ୧୪ ହଜାର ସ୍ୱେଚ୍ଛାଗ୍ରହୀ ନିୟୋଜିତ ହୋଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମିସନ ନିର୍ଦେଶିକା ରୂପା ମିଶ୍ର ଯୋଗ ଦେଇଥିଲେ। କଲ୍ୟାଣସିଂହପୁର : ଗାଁକୁ ରାସ୍ତା ଖଣ୍ଡିଏ ନଥିଲା। ବର୍ଷବର୍ଷ ଧରି ରାସ୍ତା ପାଇଁ ସଂଘର୍ଷ କରି ଶେଷରେ ନିଜେ ରାସ୍ତା କରିବାକୁ ନିଷ୍ପତ୍ତି ନେଲେ ଗ୍ରାମବାସୀ । ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ଗ୍ରାମକୁ ରାସ୍ତା ନଥିବା ବେଳେ ସରକାରୀ ଯୋଜନା ଏଠାରେ ସଂପୂର୍ଣ୍ଣ ବାଟବଣା ହୋଇଯାଇଛି । ରାୟଗଡ଼ା ଜିଲ୍ଲା ନିୟମଗରି ପାହାଡର ପାଦ ଦେଶରେ ରହୁଥିବା ପାର୍ସାଲି ପଞ୍ଚାୟତର ପାରାମାଳି ଗ୍ରାମବାସୀ ଦୃଢ଼ ସଂକଳ୍ପ ନେଇ ନିଜ ଗ୍ରାମକୁ ନିଜେ ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତି । ରାସ୍ତା ନଥିବା ଯୋଗୁଁ ସ୍ୱାସ୍ଥ୍ୟସେବା ଏଠାରେ ସଂପୂର୍ଣ୍ଣ ଅପହଞ୍ଚ । ଏହି ଗ୍ରାମରେ ଚଉଦଟି ଡଙ୍ଗରିଆ ପରିବାର ପାଣି ପାଇଁ ଆଜି ବି ସଂଘର୍ଷ ଜାରି ରଖିଛନ୍ତି । ପାହାଡ ଉପରେ ଗ୍ରାମ ଥିବାରୁ ନଳକୂପ ଥିଲେବି ଯଥେଷ୍ଟ ପାଣି ମିଳୁନାହିଁ । ପାଣିର ଅଭାବ ଯୋଗୁଁ ଗ୍ରାମବାସୀ ବାଧ୍ୟ ହୋଇ ନିକଟସ୍ଥ ଝରଣା ଉପରେ ନିର୍ଭର କରିଥାନ୍ତି । ରାସ୍ତା ଖଣ୍ଡିଏ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ବି ରାସ୍ତା କାମ ହୋଇପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି । ଶେଷରେ ଗ୍ରାମବାସୀ ମିଳିତ ଭାବେ ଟାମକଶିଳା ଠାରୁ ପାରାମାଳି ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି ।
OSCAR-2019
ଏହି ଚାର୍ଚ୍ଚଲ୍ୟକର ବୟାନ ଥିଲା ବଲିଉଡର ବେବୋ ତଥା କରିନା କପୁରଙ୍କର । କରିନା ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଅନେକ ଥର ଚର୍ଚ୍ଚାରେ ରହି ଆସିଛନ୍ତି । କେତେବେଳେ ସଲମାନଙ୍କ ଉପରେ ତ କେତେବେଳେ ଶାହରୁଖଙ୍କୁ ନେଇ, ପୁଣି କେତେବେଳେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କ ବିଷୟରେ ହେଉ ଅଧିକାଂଶ ସମୟରେ ଏମାନଙ୍କ ଉପରେ ଅନେକ ଭଲମନ୍ଦ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି କରିନା କପୁର । ସେ ଯାହା ହେଉନା କାହିଁକି, କରିନା ଏକ ସାକ୍ଷାତକାରରେ ଦେଇଥିବା ଏଭଳି ଏକ ବିବାଦୀୟ ମନ୍ତବ୍ୟକୁ ନେଇ ବଲିଉଡ ଜଗତରେ ପାଲଟି ଯାଇଛନ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ । ତେବେ ଏହି ସାକ୍ଷାତକାରରେ କରିନାଙ୍କ ବୟାନ ଥିଲା କି, ସେ ଭାଇଜାନ୍ ତଥା ସଲମାନ ଖାନଙ୍କୁ ପସନ୍ଦ କରନ୍ତି ନାହିଁ । ଆଉ ସଲମାନ ହେଉଛନ୍ତି ବଲିଉଡ ଜଗତର ଜଣେ ମନ୍ଦ ଅଭିନେତା । ଏହା ବାତୀତ ସେ ଅମିତାଭ ଏବଂ ଶାହରୁଖଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । ଯଦିଓ ଏହି ସାକ୍ଷାତକାରଟି ଖୁବ୍ ପୁରୁଣା ଅଟେ । ତେବେ କରିନା କପୁର ୨୦୦୦ରେ ନିଜର ଏକ ସିନେମାର ପ୍ରମୋସନ ସମୟରେ ଏଭଳି ମନ୍ତବ୍ୟ ଦେଇଥିଲେ । କରିନାଙ୍କ ତାଙ୍କ ପ୍ରଥମ ସାକ୍ଷାତକାରରେ ହିଁ ଧମାକା କରିଦେଇଥିଲେ । ବର୍ତ୍ତମାନ ଅନେକ ସମୟ ବିତି ଯାଇଥିଲେ ମଧ୍ୟ କରିନାଙ୍କ ଦୃଷ୍ଟିରେ ସଲମାନଙ୍କ ଅସ୍ତିତ୍ୱ କିପରି ରହିଛି ତାହା କେବଳ ବେବୋ ହିଁ ଜାଣିଥିବେ ।
OSCAR-2019
ଭୁବନେଶ୍ୱର: ଓଲିଉଡ୍ର ବର୍ଷିୟାନ ଅଭିନେତା ମୀନକେତନଙ୍କର ଗତକାଲି ରାତିରେ ଦେହାନ୍ତ ହୋଇଛି । ସେ ଭୁବନେଶ୍ୱର ସ୍ଥିତ ବାସଭବନରେ ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ଇହଲୀଳା ସମ୍ବରଣ କରିଥିଲେ । ମୀନକେତନ ବହୁଦିନ ଧରି କର୍କଟ ରୋଗରେ ପିଡିତ ଥିଲେ । ସେ କିଛିଦିନ ପୂର୍ବରୁ ମୁମ୍ବାଇରେ କ୍ୟାନସର ରୋଗ ପାଇଁ ଚିକିତ୍ସିତ ହେଉଥିଲେ । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ତାଙ୍କ ଚିକିତ୍ସା ଚାଲିଥିଲା । ମୀନକେତନ କେବଳ ଓଲିଉଡ୍ ନୁହେଁ ଯାତ୍ରା ଜଗତରେ ମଧ୍ୟ ଅନେକ ପରିଚିତ ଥିଲେ । ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ବିଶେଷଭାବରେ ଖଳନାୟକ ଭାବରେ ତାଙ୍କର ଅଭିନୟକୁ ଲୋକ ବେଶ ପସନ୍ଦ କରୁଥିଲେ । କେବଳ ଖଳନାୟକ ନୁହେଁ, ସେ ସମସ୍ତ ପ୍ରକାର ଚରିତ୍ରରେ ନିଜକୁ ଖାପ ଖୁଆଇ ପାରୁଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ସିନେମା ଜଗତରେ ଏକପ୍ରକାର ଶୋକର ଛାୟା ଖେଳି ଯାଇଛି । ସାରା ଓଲିଉଡ ଓ ଜଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି । ♦ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୮ ରେ ମୁକ୍ତିଲାଭ କରିଥିବା ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର) ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା ।ଥ୧ଧ ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ୍ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନ‌କେତନଙ୍କର ପରଲୋକ ଘଟିଥିଲା । ⇐ମୀନ‌କେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତ‌ଥା ହାସ୍ୟ ଅଭିନେତା ଥିଲେ । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଥିଲେ । ମୀନ‌କେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସ‌ହ ଅଭିନୟ ମଧ୍ୟ କରିଥିଲେ ।
OSCAR-2019
କନକ ବ୍ୟୁରୋ : ଯାତ୍ରୀ ପରିବହନ ପାଇଁ କ୍ଷମତା ଠାରୁ ଯଥେଷ୍ଟ ଅଧିକ ଯାତ୍ରୀ ନେଇ ନଦୀ ପାର ହେଉଛି ଡଙ୍ଗା । ବିପଦସଂକୁଳ ନୌଯାତ୍ରା ଦେଖିଲେ ଦେହ ଶିହିରି ଉଠିବ । କୌଣସି ସୁରକ୍ଷା ବ୍ୟବସ୍ଥା ନଥାଇ, ଲାଇସେନସ ନଥିବା ଡଙ୍ଗାରେ ଫେରିଘାଟରୁ ବେଧଡକ ଭାବେ ଚାଲିଛି ନୌକାଯାତ୍ରା । ଲୋକଙ୍କ ସହ ଡଙ୍ଗାରେ ଲଦା ହେଉଛି ଗଦା ଗଦା ସାଇକେଲ ଓ ମୋଟର ସାଇକେଲ । କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଅଥଳ ଜଳରାଶିରେ ଦୀର୍ଘ ୧୦ କିଲୋମିଟର ପାର ହେଉଛନ୍ତି ଯାତ୍ରୀ । ଅଥଳ ଜଳରାଶିରେ ୧ ଘଂଟାର ବିପଦପୂର୍ଣ୍ଣ ଯାତ୍ରା । ଦଦରା ଡଙ୍ଗାରେ ଯାତ୍ରୀଙ୍କ ସମେତ ଗାଡି ମଟର ଧରି ୧୦ କିଲୋମିଟରର ଜଳଯାତ୍ରା । କେନ୍ଦ୍ରାପଡା ରାଜନଗର ବ୍ଲକ ବୈତରଣୀ ନଦୀ ତାଳଚୁଆ ଫେରିଘାଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମଟର ଚାଳିତ ଡଙ୍ଗାର ଉଭୟ ପଟରେ ବସିଛନ୍ତି ଯାତ୍ରୀ । ବିଭିନ୍ନ କାମରେ ନଦୀ ପାର ହୋଇ ଭଦ୍ରକ ଯାଉଛନ୍ତି ଏମାନେ । ରାଜନଗର ବ୍ଲକର ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ, କୃଷ୍ଣନଗର ପ୍ରଭୃତି ପଂଚାୟତର ଲୋକ ବ୍ୟବସାୟିକ କାରବାର ପାଇଁ ଭଦ୍ରକ ଜିଲ୍ଲା ଉପରେ ନିର୍ଭର କରିଥାନ୍ତି । ହେଲେ ଦୁଇ ଜିଲ୍ଲା ମଝିରେ ବୈତରଣୀ ବହୁ ଥିବାରୁ ଏମିତି ବିପଦସଂକୁଳ ଅବସ୍ଥାରେ ନଦୀପାର ହୋଇଥାନ୍ତି ଯାତ୍ରୀ । ବୈତରଣୀ ନଦୀର କେନ୍ଦ୍ରାପଡା ତାଳଚୁଆ ଫେରିଘାଟରୁ କ୍ଷମତା ଠାରୁ ଅଧିକ ଯାତ୍ରୀ ଧରି ଡଙ୍ଗା ବାହାରି ଧାମରା ମୁହାଁଣ ଦେଇ ୧୦ କିଲୋମିଟର ଜଳପଥ ଅତିକ୍ରମ କରି ଭଦ୍ରକ କାରନାଳିରେ ପହଁଚିଥାଏ । ମାତ୍ର ମୁହାଁଣ ପାର କରି ଅନ୍ୟ ଏକ ଜିଲ୍ଲାରେ ଯାତ୍ରୀଙ୍କୁ ପହଁଚାଉଥିବା ଡଙ୍ଗାର ଲାଇସେନ୍ସ ନଥିବା ବେଳେ ଫିଟ୍ନେସ୍ ସାର୍ଟିଫିକେଟ୍ ବି ନାହିଁ । ଲାଇଫ ଜ୍ୟାକେଟ୍ କଥା ନଉଠାଇବା ଭଲ । ସେପଟେ କ୍ଷେତ୍ର ପରିଦର୍ଶନ କରି ସୁରକ୍ଷିତ ନୌକାଯାତ୍ରା ପାଇଁ ତାଗିଦ୍ କରିଥିବା କହିଛନ୍ତି ରାଜନଗର ବିଡିଓ । ହୀରାକୁଦ- ଚିଲିକା ଭଳି ଡଙ୍ଗାବୁଡି ଘଟଣା ପରେ ନୌକାଯାତ୍ରା ପାଇଁ ସରକାର ନିର୍ଦ୍ଦିଷ୍ଟ ଗାଇଡ୍ ଲାଇନ୍ ସ୍ଥିର କରିଛନ୍ତି । ହେଲେ ସରକାରୀ ଗାଇଡଲାଇନ୍ ଯେ, କେତେ କାର୍ଯ୍ୟକ୍ଷମ ତାହାର ସଦ୍ୟ ଉଦାହରଣ ହେଉଛି ରାଜନଗରର ଫେରିଘାଟ ।
OSCAR-2019
କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଅକବରଙ୍କ ଦାବିକୁ ଖଣ୍ଡନ କଲେ ସାମ୍ବାଦିକ ପଲ୍ଲବୀ ଗୋଗୋଇ । ସହମତି ନୁହେଁ ବଳପୂର୍ବକ ତାଙ୍କ ସହ ସର୍ମ୍ପକ ରଖିଥିବା କହିଛନ୍ତି ସାମ୍ବାଦିକ ପଲ୍ଲବୀ ଗୋଗଇ । ଏନେଇ ସେ ଆଜି ଟୁଇଟ କରି ସୂଚନା ଦେଇଛନ୍ତି । ଗତକାଲି ଆମେରିକାରେ ରହୁଥିବା ଭାରତୀୟ ସାମ୍ବାଦିକ ପଲ୍ଲବୀ ଅକବରଙ୍କ ନାଁରେ ଯୌନଶୋଷଣ ଓ ଅସଦାଚରଣ ଅଭିଯୋଗ ଆଣିଥିଲେ । ଟୁଇଟ କରିବା ସହ ତାଙ୍କ ବୟାନ ୱାଶିଙ୍ଗଟନ ପୋଷ୍ଟରେ ମଧ୍ୟ ପ୍ରକାଶ ପାଇଥିଲା । ତେବେ ପଲ୍ଲବୀଙ୍କ ଅଭିଯୋଗକୁ ଖଣ୍ଡନ କରି ଆକବର କହିିଥିଲେ କି ଏସିଆନ ଏଜରେ କାମ କରୁଥିବା ସମୟରେ ପଲ୍ଲବୀ ଓ ତାଙ୍କ ମଧ୍ୟରେ ସହମତି ଭିତିରେ ସର୍ମ୍ପକ ଥିଲା । ଏମଜେ ଆକବରଙ୍କ ବିରୋଧରେ ସାମ୍ବାଦିକା ପଲବୀ ଗୋଗୋଇ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ସ୍ୱାମୀଙ୍କ ସମର୍ଥନରେ ବାହାରିଛନ୍ତି ପତ୍ନୀ ମଲ୍ଲିକା । ସେ କହିଛନ୍ତି ପଲ୍ଲବୀ ଆକବରଙ୍କ ସମ୍ପର୍କରେ ଡାହା ମିଛ କହୁଛନ୍ତି । ପଲ୍ଲବୀଙ୍କ ଆଚରଣ ଅତ୍ୟନ୍ତ ବିଶୃଙ୍ଖଳିତ ଥିଲା । ଏବଂ ସେ ତାଙ୍କ ପରିବାରରେ ବିବାଦ ସୃଷ୍ଟି କରିଥିଲେ ବୋଲି ମଲିକା କହିଛନ୍ତି ।
OSCAR-2019
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ଲୁଣା ଜଙ୍ଗଲ ବୃଦ୍ଧି ପାଉଥିବାରୁ ପରିବେଶ ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲାର ବିଶ୍ୱ ବିସ୍ମୟ ଭିତରକନିକା ଓ କାଳିଭଞ୍ଜଡିଆ ଲୁଣା ଜଙ୍ଗଲ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ଭଦ୍ରକ ଜିଲା ଚାନ୍ଦବାଲି ତହସିଲର ଧାମରା ଦୋସିଙ୍ଗା ଉପକୂଳରେ ୪୬୫.୬୩ ହେକ୍ଟର ପରିମିତ ଉଡାବାଲି (କନିକା ବାଲି) ଯାହାକି ଧାମରା ମୁହାଁଣ ଟପୋ ମାନଚିତ୍ର (୧୯୩୦)ରେ ଅକ୍ଷାଂଶ ୨୦.୪୮’ ଉତ୍ତର, ଓ ଦ୍ରାଘିମା ୮୭.୦୦’ ପୂର୍ବକୁ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଦୋସିଙ୍ଗା ଗ୍ରାମର ପୂର୍ବ ଏବଂ ବାଲିସାହି ପଏତ୍ତର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଏହା ଧାମରା ବାଣିଜ୍ୟ ବନ୍ଦର (ଆଦାନୀ)ର ଅପର ପାଶ୍ୱର୍ରେ ଅବସ୍ଥିତ ଫଳରେ ପବନ ଓ ସମୁଦ୍ର ଢେଉରୁ ପୋତାଶ୍ରୟକୁ ସୁରକ୍ଷା ଦେଉଛି। ଏହାବାଦ୍ ୨୧.୨୫ ହେକ୍ଟର ଲଙ୍ଗ ହୁଇଲର, ୩୯.୪୬ ହେକ୍ଟର କୋକାନଟ୍ ଆଇଲାଣ୍ଡ, ୪.୩୦ ହେକ୍ଟର ସ୍ମଲ ହୁଇଲର, ୧୬.୯୦ ହେକ୍ଟର ସଟ୍ ଆଇଲାଣ୍ଡ (ବୁଦ୍ଧିଆବାଲି) ଏବଂ ୧୦୬.୪୯ ହେକ୍ଟର ବାବୁବାଲିରେ ଲୁଣା ଜଙ୍ଗଲ ଅଛି। ଖୁସିର କଥା ଏବେ କାଣ୍ଡନାଳି ପାଖରେ ବୈତରଣୀ ନଦୀରେ ୧୨ ହେକ୍ଟର ପରିମିତ ନିୟୁ ଆଇଲାଣ୍ଡରେ ଲୁଣା ଜଙ୍ଗଲ ସୃଷ୍ଟି ହୋଇଛି। ଏଥିସହ ଧାମରା ଠାରୁ ଚନ୍ଦନୀପାଳ ପର୍ଯ୍ୟନ୍ତ ୪୦୦.୬୫ ହେକ୍ଟର ଗରମାଳ ମୁଖ୍ୟତଃ ହରକ ଓ ହେନ୍ତାଳ ଗଛ ଥିବା ଲୁଣା ଜଙ୍ଗଲ ଅଛି। ଏହାଛଡା କଇଥକୋଲ୍ଲା ପଞ୍ଚାୟତର ଗୌରପ୍ରସାଦ, ଶରତପ୍ରସାଦ, କରଞ୍ଜମାଳ ପଞ୍ଚାୟତର ନରେନ୍ଦ୍ରପୁର, ହୃଦୟପ୍ରସାଦ, ଧାନକୁଟା, ବଇଁଚା ଏବଂ କରଣପଲ୍ଲି ପଞ୍ଚାୟତର କୁଅାଁମରା, ବିଜୟପାଟଣା ଓ କରଣପଲ୍ଲୀ ଗ୍ରାମର ଉପକୂଳ ପଠାରେ ଜାଇକା ପ୍ରୋଜେକ୍ଟ ମାଧ୍ୟମରେ ଫିସ୍ଥ୍ରୋନ ପଦ୍ଧତ୍ତିରେ ୩ ହଜାର ୪୬୭.୦୩ ହେକ୍ଟରରେ ଲୁଣା ଜଙ୍ଗଲ ସୃଷ୍ଟି କରାଯାଛି। ଏହିସବୁ ଲୁଣା ଜଙ୍ଗଲ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡର ଚାନ୍ଦବାଲି ରେଞ୍ଜ ଏରିଆ ମଧ୍ୟରେ ଆସୁଥିବା ବେଳେ ଏହାକୁ ପର୍ଯ୍ୟଟକ କିମ୍ବା ପରିବେଶପ୍ରେମୀଙ୍କୁ ଆକୃଷ୍ଟ କଲାପରି କୌଣସି ପଦକ୍ଷେପ ନିଆଯାଇନାହିଁ। ତେବେ ଏହିସବୁ ଲୁଣା ଜଙ୍ଗଲକୁ ସୁରକ୍ଷିତ ରଖିବା ସହ ପର୍ଯ୍ୟଟକଙ୍କୁ କିରି ଆକୃଷ୍ଟ କରାଯାଇ ପାରିବ ସେଥିପାଇଁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ସାହୁ, ପରିବେଶବୀତ ସୁଧୀର ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ନରେଶ ମାଝୀ, ରଘୁନାଥ ସାହୁ, ସତ୍ୟବୀର ପ୍ରତାପ ରାଏ, ସୁଭେନ୍ଦୁ ସାହୁ, ରେଞ୍ଜ ଅଫିସର ପ୍ରଫୁଲ୍ଲ ସାହୁ, ଫରେଷ୍ଟଗାର୍ଡ ଗଦାଧର ବିଶ୍ୱାଳ ପ୍ରମୁଖ ଇତିମଧ୍ୟରେ ବର୍ଣ୍ଣିତ ଲୁଣାଜଙ୍ଗଲ ଓ ବାଲି ଦୀପଗୁଡିକ ପରିଦର୍ଶନ କରିଥିଲେ। ବିସ୍ତୀଣ୍ଣ ର୍ ସମୁଦ୍ରର ଜଳରାଶି, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂଣ୍ଣ ର୍ ଉଡାବାଲି (କନିକାବାଲି)ରେ ଏକ ଇକୋ ଟୁରିଜିମ୍ ପାର୍କ ପ୍ରତିଷ୍ଠା ପାଇଁ ପ୍ରକୃଷ୍ଟ ସ୍ଥାନ। ବୈତରଣୀ ନଦୀ ଓ ସମୁଦ୍ରରେ ନୌବିହାର, ଦୂରରୁ ଧାମରା ବନ୍ଦରର ଦୃଶ୍ୟ ଏବଂ ଉଡାବାଲିର ମନୋରମ ପରିବେଶ ନିଶ୍ଚିତ ପର୍ଯ୍ୟଟକଙ୍କୁ ଆନନ୍ଦ ପ୍ରଦାନ କରିବା ସହ ଆକର୍ଶିତ କରିବ ବୋଲି ବିଧାୟକ ଶ୍ରୀ ରାୟ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ସରକାରଙ୍କ ନିକଟରେ ଖୁବ୍ ଶୀଘ୍ର ଦାବି ଉପସ୍ଥାପନ କରିବେ ବୋଲି ପ୍ରକାଶ କରିଛନ୍ତି। ଏ ସଂପର୍କରେ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କୁ ପଚାରିବାରୁ ‘ଉଡାବାଲି’ (କନିକା ବାଲିଦୀପ)ର ଇକୋ ଡେଭେଲପମେଣ୍ଟ ପାଇଁ ଧାମରା ବାଣିଜ୍ୟିକ ବନ୍ଦର ଚୁକ୍ତି କରି ପ୍ରତିବଦଳରେ ବନ୍ଦର ପ୍ରତିଷ୍ଠା କରିବା ପାଇଁ ଅନୁମତି ପାଇଛି। ଏଣୁ ଉଡାବାଲିର ଜୈବ ବିବିଧତାର ବିକାଶ ପାଇଁ ୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ସେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀଙ୍କ ନିକଟରେ ଦାଖଲ କରିଛନ୍ତି। ଏହା ମଞ୍ଜୁର ହେଲେ ଧାମରା ପୋର୍ଟ କଂପାନୀ(ଆଦାନୀ) ସହାୟତାରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି ଡିଏଫଓ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ତେବେ ଏହି ଦୀପ ଇକୋ ଟୁରିଜିମ୍ ପାର୍କର ମାନ୍ୟତା ପାଇଲେ ଚାନ୍ଦବାଲି ଓ ଧାମରାରେ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ଭିଡ ଜମିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
OSCAR-2019
ନବରଙ୍ଗପୁର: ଶୌଚ ହେବାକୁ ଯାଇଥିବା ୨ ଜଣ ବାଳକଙ୍କ କୂଅରେ ପଡ଼ି ମୃତ୍ୟୁ ହୋଇଛି। ନବରଙ୍ଗପୁର ଥାନା ଅନ୍ତର୍ଗତ ବଡ଼କୁମୁଲି ଗାଁର ଲକ୍ଷ୍ମଣ ହରିଜନଙ୍କ ୯ ବର୍ଷର ପୁଅ ପ୍ରଭାତ ହରିଜନ ଓ ବୁନା ହରିଜନଙ୍କ ପୁଅ ଜୟନ୍ତ ହରିଜନ (୧୨)ଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଭାତ ଓ ଜୟନ୍ତ ଆଜି ସନ୍ଧ୍ୟା ୫ଟାରେ ବିରାଜ ହରିଜନ(୭) ଓ ଅନନ୍ତ ହରିଜନ(୧୦)ଙ୍କ ସହିତ ଶୌଚ ହେବାକୁ ଚାଷଜମିର ପାଣି ଥିବା ସ୍ଥାନକୁ ଯାଇଥିଲେ। ସେମାନଙ୍କୁ ଜଣା ନ ଥିଲା ଯେ, ଚାଷ ଜମିରେ ଥିବା ଖାଳଟି ହେଉଛି ଏକ କୂଅ। ପ୍ରଥମେ ପ୍ରଭାତ ଓ ଅନନ୍ତ ପାଣି ଭିତରକୁ ପ୍ରବେଶ କରିବାରୁ ସେମାନେ ବୁଡ଼ି ଯାଇଥିଲେ। ସାଙ୍ଗମାନେ ବୁଡ଼ିଯାଇଥିବାରୁ ବିରାଜ ଓ ଅନନ୍ତ ଦୌଡ଼ି ଦୌଡ଼ି ଆସି ଗାଁ ଲୋକଙ୍କୁ ସୂଚନା ଦେଇଥିଲେ। ପରେ ସରପଞ୍ଚ ଅଗ୍ନିସମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇଁ ଅଗ୍ନିସମ ବିଭାଗ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଗାଁଲୋକେ ପ୍ରଭାତ ଓ ଜୟନ୍ତଙ୍କୁ ପାଣିରୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିଛି ସମୟ ପରେ ଡ. ଉଭୟ ପ୍ରଭାତ ଓ ଜୟନ୍ତଙ୍କୁ ଗାଁଲୋକେ ଘରକୁ ନେଇ ଯିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଘଟଣା ସଂପର୍କରେ ଅବଗତ ହେବା ପାଇଁ ବଡ଼କୁମୁଲି ଗାଁକୁ ଯାଇଥିବା ଜଣାପଡ଼ିଛି।
OSCAR-2019
କନକ ବ୍ୟୁରୋ : ଆଜି ବିଜୁ ଜନତା ଦଳ ତରଫରୁ ଭୁବନେଶ୍ୱର ସ୍ଥିତ ସାଲିଆ ସାହିରେ ଜନସଂପର୍କ ପଦଯାତ୍ରା କରାଯାଉଛି । ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ । ଏଥିସହ ମନ୍ତ୍ରୀ ଦେବୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟସାଣୀ, ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରର ୨ଜଣ ବିଧାୟକ, ମେୟର ସହ ବିଜୁ ଜନତା ଦଳର ଶହ ଶହ କର୍ମୀ ହି ପଦଯାତ୍ରାରେ ସାମିଲ ହେବେ।
OSCAR-2019
ଛତୁ ଗୋଟିଏ ଏପରି ଖାଦ୍ୟ ଜିନିଷ ଯାହାକୁ ଲୋକମାନେ ଖାଇବା ପାଇଁ ବେଶ ପସନ୍ଦ କରନ୍ତି । ପ୍ରତିଦିନ ଖାଦ୍ୟ ସୂଚିରେ ଛତୁକୁ ସାମିଲ କରିବାକୁ ଚାହାନ୍ତି । ଛତୁର ବିଭିନ୍ନ ପ୍ରଜାତି ରହିଛି । ସେଥି ମଧ୍ୟରୁ କେତେକ ଛତୁ ବିଷାକ୍ତ ହୋଇଥିବା ବେଳେ ଆଉ କେତେକ ଛତୁ ଖାଇବା ଉପଯୋଗୀ ହୋଇଥାଏ । ଛତୁକୁ ଲୋକମାନେ ଚାଷ କରି ବେଶ ଲାଭବାନ ହୋଇଥାନ୍ତି । ଆଜିର ଦିନରେ ଛତୁର ବାଜାରରେ ବେଶ ମୁଲ୍ୟବାନ ହୋଇପାରିଛି । ସାଧାରଣତଃ ଲୋକମାନେ ବଜାରରୁ ଛତୁ କିଣି ଖାଇଥାନ୍ତି । କିନ୍ତୁ ବେଳେ ବେଳେ ଲୋକମାନେ ବାରିପଟ ନଡା ଗଦାରେ କିମ୍ବା ଅଳିଆ ଗଦାରେ ହୋଇଥିବା ଛତୁକୁ ଆଣି ଘରେ ଖାଇଥାନ୍ତି । ତେବେ ଅଳିଆ ଗଦାରେ ହୋଇଥିବା କିଛି ଛତୁ ଖାଇବା ଉପଯୋଗୀ ହୋଇଥିବା ବେଳେ ଆଉ କିଛି ବିଷାକ୍ତ ହୋଇଥାଏ । ତେବେ ଏହି ଛତୁ ଖାଇବା କାରଣରୁ ଫୁଲଝରି କଇଁଫୁଲିଆ ଗାଁରେ ଘଟିଛି ଏକ ଅଭାବନିୟ ଘଟଣା । ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଦୁଇ ଜୀବନ ଚାଲିଯିବା ସହିତ ଆଉ ଦୁଇ ଜୀବନ ମୃତ୍ୟୁ ସହ ଲଢେଇ କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଫୁଲଝରି କଇଁଫୁଲିଆ ଗାଁରେ ବିଷାକ୍ତ ଛତୁ ଖାଇ ଦିଅର, ଭାଉଜଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଫୁଲଝରି କଇଁଫୁଲିଆ ଗ୍ରାମର ଫୁଦନ ମାଝି( ୩୭ ବର୍ଷ) ଓ ତାଙ୍କ ଭାଉଜ ଲକ୍ଷ୍ମୀ ମାଝି(୩୫ ବର୍ଷ) ଗତକାଲି ରାତିରେ ଛତୁ ତରକାରି ଖାଇଥିଲେ। ଏହି ଦୁଇଜଣଙ୍କ ସହିତ ଲକ୍ଷ୍ମୀଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଏହି ଛତୁ ତରକାରି ଖାଇଥିଲେ। ଏହା ଖାଇବା ପରେ ଉଭୟ ଝାଡ଼ାବାନ୍ତିରେ ପଡ଼ିଥିଲେ। ଏପରିକି ସେମାନଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ଉଭୟ ଫୁଦନ ଓ ଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଛି । ପରେ ମୃତ ଲକ୍ଷ୍ମୀଙ୍କ ପୁଅ ଓ ସ୍ୱାମୀଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ଓ ପରେ ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଗ୍ରାମକୁ ଯାଇ ପୁଲିସ ମୃତଦେହ ଜବତ କରିବା ସହିତ ବ୍ୟବଛଦ ପାଇଁ ପଠାଇଥିବା ବେଳେ ଏକ ଡାକ୍ତରୀ ଟିମ୍ ମଧ୍ୟ ଯାଇଛନ୍ତି।
OSCAR-2019
ଆସିଲା ଦୁଇ ଚକିଆ କାର୍ । ଯାହାକୁ ଆପଣ ବାଇକ୍ କାର ବୋଲି ମଧ୍ୟ କହିପାରିବେ । ଏହି ଗାଡିରେ ଆପଣ ଉଭୟ କାର ଏବଂ ବାଇକର ମଜା ଉଠାଇପାରିବେ । ତେବେ ଏହି କାରକୁ ନିର୍ମାଣ କରିଛି ଚୀନର ଏକ କଂପାନୀ । ଏହି ଦୁଇ ଚକିଆ କାରର ନାଁ ରଖାଯାଇଛି ସି-ୱାନ । ଯାହାକୁ ନିର୍ମାଣ କରିଛନ୍ତି ଚୀନର Zhu Lingyu ନାମକ ଜଣେ ଇଂଜିନିୟର । ଯିଏକି ଫୋର୍ଡ ମୋଟରର କନସେପ୍ଟରୁ ପ୍ରଭାବିତ ହୋଇ ଏହି କାରଟିକୁ ପ୍ରସ୍ତୁତ କରିଛନ୍ତି । ଆଉ ଏହି କାରର ଟ୍ରାୟଲ ମଧ୍ୟ ଚଳିତ ବର୍ଷ ହୋଇସାରିଛି । କିନ୍ତୁ ମାର୍କେଟକୁ ଏହି ଗାଡି ୨୦୨୦ ସୁଦ୍ଧା ଆସିବା ନେଇ ସମ୍ଭାବନା ରହିଛି । ଦୁଇ ଚକିଆ କାର କାନକୁ ଯେଭଳି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ତାର ଫିଚର୍ସ ମଧ୍ୟ ସେଭଳି ଖାସ୍ ରହିଛି । ଯଦିଓ କାରର ସ୍ପିଡ ସଂପର୍କରେ ବର୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ତେବେ ଖବର ଯାହା ଆସିଛି, ଏହି କାରର ସ୍ପିଡ ୧୫୦ରୁ ୨୦୦ କିଲୋମିଟର ଘଂଟା ପ୍ରତି ସ୍ପିଡରେ ଦୌଡିବାର ସକ୍ଷମ ରହିଛି । ସେହିପରି ଗାଡି ଉପରେ ଥିବା କାଚକୁ ଆପଣ ଚାହିଁଲେ ଆପଣଙ୍କ ସୁବିଧା ମୁତାବକ ବାହାର କରିପାରିବେ । ଏହି କାରଟି ୨ ସିଟର ବିଶିଷ୍ଟ କାର ଅଟେ । କଂପାନୀର ଦାବି ରହିଛି କି, ଏହି କାରରେ ସବୁ ସୁବିଧା ଉପଲବ୍ଧ, ଯାହାକୁ ଜଣେ ବ୍ୟକ୍ତି ସାଧାରଣ କାରରୁ ପାଇବାକୁ ଇଚ୍ଛା କରୁଥିବେ , କ୍ଲାଇମେଟ କଂଟ୍ରୋଲରୁ ପ୍ରିମିୟମ ସାଉଣ୍ଡ ସିଷ୍ଟମ ପର୍ଯ୍ୟନ୍ତ । ଏହି କାରରେ ଏକ ସ୍ମାର୍ଟଫୋନ ଏବଂ କ୍ଲାଉଡ କନେକ୍ଟିଭିଟି ଭଳି ଅତ୍ୟାଧୂନିକ ଟେକନିକ୍ ମଧ୍ୟ ରହିଛି । ଏହି କାରରେ ଆପଣଙ୍କୁ ସମସ୍ତ ସେଫ୍ଟି ଫିଡର୍ସ-ସିଟ ବେଲ୍ଟ, ମଲ୍ଟିପୁଲ ଏୟାରବେଗ ଏବଂ ଏକ ଷ୍ଟିଲ-ରିଇନଫୋର୍ସଡ Steel-reinforced chassisଭଳି ସେଫ୍ଟିର ମଜା ଉଠାଇପାରିବେ । ଏହାର ଇଂଟରଫ୍ରେସ କାରଣରୁ ସି-୧କୁ ଚଲାଇବା ବହୁତ ସହଜ । କଂପାନୀର କହିବା କଥା ହେଲା କି, କାର ଚଳାଇପାରୁଥିବା କୌଣସି ବି ବ୍ୟକ୍ତି ସି-୧ ଚଲାଇପାରିବେ । ସି-୧ରେ High-torque in-hub electric motor ବ୍ୟବହାର କରାଯାଇଛି । ସି-୧ ଏକ ଶତପ୍ରତିଶତ ଇଲେକ୍ଟୋନିକ କାର । ଏହି କାରରେ ୧୦ କିଲୋୱାଟର ବ୍ୟାଟେରୀ ବ୍ୟବହାର କରାଯାଇଛି । ଏହି କାରକୁ ଆପଣ ଥରେ ମାତ୍ର ଚାର୍ଜ କରି ପାଖାପାଖି ୩୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ସ୍ପିଡ ମାମଲାରେ ଏହି କାର ବି କିଛି କମ ନୁହେଁ । ସି-୧ ୧୬୦ କିଲୋମିଟର/ ଘଂଟା ବେଗରେ ଦୌଡିପାରିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ୦ରୁ ୧୦୦ କିଲୋମିଟର/ଘଂଟା ବେଗରେ ଅତିକ୍ରମ କରିବାକୁ ଏହି କାରକୁ ମାତ୍ର ୬ ସେକେଣ୍ଡ ଲାଗିଥାଏ ।
OSCAR-2019
ଭୁବନେଶ୍ୱର: ପ୍ରସ୍ତାବିତ ନ୍ୟାସନାଲ ମେଡିକାଲ କମିଶନ ବିଲକୁ ଦେଶବ୍ୟାପୀ ବିରୋଧ କରାଯାଇଛି । ସର୍ବଭାରତୀୟ ଚିକିତ୍ସକ ସଂଘ ୧୨ ଘଣ୍ଟିଆ ହରତାଳ ପ୍ରଦର୍ଶନ କରୁଛି । ଡାକ୍ତରମାନେ କଳାବ୍ୟାଚ୍ ପିନ୍ଧି ଆଜିର ଦିନକୁ କଳାଦିବସ ଭାବେ ଭାବେ ପାଳନ କରୁଛନ୍ତି । ଦେଶର ପ୍ରାୟ ୩ ଲକ୍ଷ ଡାକ୍ତର ହରତାଳରେ ସାମିଲ ହୋଇଛନ୍ତି । ରାଜ୍ୟରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ସର୍ବଭାରତୀୟ ମେଡିକାଲ ଆସୋସିଏସନ୍ ନିଷ୍ପତ୍ତିକୁ ରାଜ୍ୟ ସଂଘ ସମର୍ଥନ କରିଛି । କଳାବ୍ୟାଚ୍ ପିନ୍ଧି ସଂଘ ପ୍ରତୀକାତ୍ମକ ଧର୍ମଘଟ କରୁଛି । ଏନେଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକୀପତ୍ର ପ୍ରଦାନ କରାଯିବ । ବିଲ ଅନୁସାରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆର ସ୍ଥାନ ନେବ ନ୍ୟାସନାଲ ମେଡିକାଲ କମିଶନ । ଏହାର ଅଧ୍ୟକ୍ଷ ଓ ସଭ୍ୟ ସରକାରଙ୍କ ଦ୍ୱାରା ମୋନନୀତ ହେବେ ବୋଲି ବିଲରେ ଉଲ୍ଲେଖ ରହିଛି । ମେଡିକାଲ କଲେଜଗୁଡିକରେ ୧୫ ପ୍ରତିଶତ ସିଟ୍ ବଦଳରେ ୬୦% ସିଟ୍ ଫି ନିର୍ଦ୍ଧାରଣ କରିବା ପାଇଁ ଆଉ ଏକ ପରୀକ୍ଷା ଦେବା ବାଧ୍ୟତାମୂଳକ କରାଯାଇଛି । ଯାହାକୁ ବିରୋଧ କରିଛି ମେଡିକାଲ କାଉନସିଲ ଅଫ ଇଣ୍ଡିଆ । ଏହାକୁ ଅଗଣତାନ୍ତ୍ରିକ ଓ ରୋଗୀ ବିରୋଧୀ ବୋଲି ଆଇଏମଏ କହିଛି ।
OSCAR-2019
ଆଜି ଯେତେବଳେ ପୁରା ଦୁନିଆରେ ଅଧିକରୁ ଅଧିକ ବଡସେନା ଓ ଭୟଙ୍କର ଅସ୍ତ୍ରଶସ୍ତ୍ର ପାଇଁ ପ୍ରତିଦ୍ୱନ୍ଦୀତା ଚାଲିିଛି, ଏମିତି ମାହୋଲରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏମିତି କିଛି ଦେଶ ଅଛି ଯାହାଙ୍କ ପାଖରେ ନିଜର ସେନା ନାହଁଁ । ଯେଉଁମାନେ ନିଜର ସୁରକ୍ଷା ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀରଳ । ଭାଟିକାନ ସିଟି, ମରୀଶସ, ପାନାମା ଓ କୋଷ୍ଟାରିକା କିଛି ଏମିତି ଦେଶ ଯାହାର ନିଜର ସୈନ୍ୟବଳ ନାହିଁ । ୧. ମରୀଶସ – ମରୀଶସ ଏକ ଲୋକପ୍ରିୟ ଦେଶ ହେଲେ ମଧ୍ୟ ତା’ ପାଖରେ କୌଣସି ସ୍ଥାୟୀ ସେନା ନାହିଁ । ଏଠାରେ ୧୦,୦୦୦ ଲୋକଙ୍କୁ ନେଇ ଏକ ସେନା ତିଆରି ହୋଇଛି ଯେଉଁଠି ସକ୍ରିୟ ପୋଲିସ, ସବୁ ସୈନ୍ୟ, ଅନ୍ୟ ସବୁ ସୁରକ୍ଷା କର୍ମୀ ସାମିଇ ଅଛନ୍ତି । ୨. ଭାଟିକାନ ସିଟି – ଦୁନିଆର ସବୁଠାରୁ ଛୋଟ ଦେଶ ରୂପେ ପରିଚିତ । ଭାଟିକାନ ସିଟିର ନିଜର କୌଣସି ସେନାବାହିନୀ ନାହିଁ । ଏହି ଦେଶର ଅନ୍ତରୀଣ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ପୋଲିସ ବାହିନୀ ନିୟୋଜିତ ଅଛନ୍ତି । ଭାଟିକାନ ସିଟିର ଇଟ୍ଟାଲୀ ସହ କୌଣସି ଔପଚାରିକ ବୁଝାମଣା ନହୋଇ ମଧ୍ୟ ଇଟ୍ଟାଲୀୟ ସେନା ଭାଟିକାନ ସିଟିର ସୁରକ୍ଷା କରନ୍ତି । ୩.ପାନାମା – ଏହି ଦେଶ ୧୯୯୦ ପରେ କୌଣସି ସେନା ବାହିନୀ ବିନା ହିଁ ଚାଲୁଛି । ଏହି ଦେଶର ସୁରକ୍ଷା ପାଇଁ ଏକ ସୁରକ୍ଷା ଦଳ ତିଆରି ହୋଇଛି ଯାହାର ନାମ ପାନାମା ପବ୍ଲିକ କ୍ଲବ । ୪.ମୋନାକୋ – ଏହି ଛୋଟ ଦେଶ ୧୭ ତମ ଶତାବ୍ଦୀ ଠାର ହିଁ ସେନା ନିୟୋଜିତ କରିବା ବନ୍ଦ କରିଦେଇଛି । ସବୁଠାରୁ ମଜାଦାର କଥା ହଲା ଏଠି ଏକ ଛୋଟ ସେନା ଟୁୁକୁଡି ଅଛି ଯାହାର ଏକ ଅଂଶ ରାଜକୁମାର ଓ ଅନ୍ୟ ଅଂଶ ନାଗରିକଙ୍କ ସୁରକ୍ଷା ପାଇ ନିୟୋଜିତ ଅଛନ୍ତି । ୫.କୋଷ୍ଟାରିକା – ୧୯୪୮ରେ ଏଠାରେ ଗୃହଯୁଦ୍ଦ ହୋରିଥିଲା । ଏହାପରୁଠାରୁ ହିଁ ଏଠାରେ ସଶସ୍ତ୍ର ବଳକୁ ସମାପ୍ତ କରିଦିଆଗଲା ଏହି ଦେଶର ଅନ୍ତରୀଣ ସୁରକ୍ଷା ପାଇଁ କେବଳ ପୋଲିସ ନିୟୋଜିତ ଅଛନ୍ତି । ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ମା’ ହେବେ । ଏହା ଶୁଣିଲା ପରେ ଆପଣ ଆଶର୍ଯ୍ୟ ହୋଇଗଲେ ନା । କିନ୍ତୁ ସେ ରିଅଲ ଲାଇଫରେ ମା’ହେବାକୁ ଯାଉ ନାହାନ୍ତି ବରଂ ରିଲ ଲାଇଫରେ ମା’ ହେବାକୁ ଯାଉଛନ୍ତି । ଖବର ଅନୁସାରେ, ଐଶଙ୍କୁ ଗୋଟେ ନୂଆ ଫିଲ୍ମର ଅଫର ମିଳିଛି, ଯେଉଁଥିରେ ଐଶ୍ୱର୍ଯ୍ୟା ଏକ ସରୋଗେସୀ ମା ଭୂମିକାରେ ନଜର ଆସିପାରନ୍ତି । ସୂଚନା ଅନୁସାରେ ଐଶ୍ୱର୍ଯ୍ୟାଙ୍କ ନୂଆ ଫିଲ୍ମ ନାମ ‘ଜୈସ୍ମିନ-ଏକ କିରାଏ କୀ କୋଖ’ ରହିଛି । ଏହି ଫିଲ୍ମଟି ସରୋଗେସୀ ମା’ ଉପରେ ଅଧାରିତ । ଯେଉଁଥିରେ ଐଶ୍ୱର୍ଯ୍ୟା ସରୋଗେଟ ମା’ ରୋଲ କରିବେ ବୋଲି ଶୁଣାଯାଉଛି । ଏହି ଫିଲ୍ମର ପ୍ରଯୋଜକ ପ୍ରେରଣା ଅରୋରାଙ୍କ କହିବା ଅନୁଯାୟୀ, ଜୈସ୍ମିନ ଫିଲ୍ମ ପାଇଁ ଐଶ ହିଁ ଠିକ୍ ଅଭିନେତ୍ରୀ । ଏହି ଫିଲ୍ମରେ ଐଶ ସରୋଗେସି ମା’ ଭାବେ ଭଲ ଅଭିନୟ କରିପାରିବେ । ଫିଲ୍ମଟି ଗୋଟେ ରିଅଲ କାହାଣୀ ଉପରେ ଅଧାରିତ । ଫିଲ୍ମଟି ଗୁଜରାଟର ଏକ ମହିଳାଙ୍କ କାହାଣୀକୁ ନେଇ ପଯ୍ୟବେଷିତ । ଫିଲ୍ମର କାହାଣୀ ଅନୁଯାୟୀ, ମହିଳା ନିଜେ ମା’ ହେବାକୁ ଚାହୁଁନାହାନ୍ତି କିନ୍ତୁ ଅନ୍ୟ ମାନଙ୍କ ପାଇଁ ସରୋଗେସି ମା ହେବା ପାଇଁ ନିଷ୍ପତି ନେଉଛନ୍ତି । କିନ୍ତୁ ସରୋଗେଟ ମା ହେବା ପରେ ଜନ୍ମ କରିଥିବା ଶିଶୁଙ୍କ ପ୍ରତି ତାଙ୍କର ମୋହ ଆସୁଛି । ଏପରିକି ସେ ଜନ୍ମ କରିଥିବା ପିଲାକୁ ନିଜ ପାଖରୁ ଦୂରେଇବାକୁ ମଧ୍ୟ ଚାହୁଁନାହିଁ । ଏଭଳି କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହେବ ବୋଲି ସୂଚନା ମିଳିଛି । ଏହି ଫିଲ୍ମ ପାଇଁ ଐଶ୍ୱର୍ଯ୍ୟା ହିଁ ଆମର ପ୍ରଥମ ପସନ୍ଦ । ତେବେ ସେ ଏହି ଫିଲ୍ମ କରିବେ କି ନାହିଁ ତାଙ୍କ ଉପରେ ନିର୍ଭର କରେ ବୋଲି ପ୍ରେରଣା କହିଛନ୍ତି ।
OSCAR-2019
କନକ ବ୍ୟୁରୋ : ବୌଦ୍ଧରେ ପୁଣି ପରିବର୍ତ୍ତନର ନାରା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବୌଦ୍ଧ କଚେରୀ ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲ ହେଇ, ସେ କହିଛନ୍ତି- ଓଡ଼ିଶାରେ ଏକ ବଡ ପରିବର୍ତ୍ତନ ଆଡକୁ ମୁହାଁଉଛି । ଲୋକେ ପରିବର୍ତନ ପାଇଁ ମନ ବନାଇ ସାରିଲେଣୀ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ସୁଶାନ୍ତ ପ୍ରଧାନ ଏବଂ ରାଜେଶ ତ୍ରିପାଠୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ସେହିପରି ବିଜେଡି ଦଳରରୁ ମଧ୍ୟ କିଛି ସ୍ଥାନୀୟ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ରେ ମିଶନ ୧୨୦ରେ ବିଜେପି ସଫଳ ହେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କନକ ବ୍ୟୁରୋ : ଅଜଗର ସାଜିଛି ଘରର ସଦସ୍ୟ । ଜଙ୍ଗଲ ଛାଡ଼ି ଘରେ କରିଛି ବସା । ଅଜଗରକୁ ଅତିଥି କରିଛନ୍ତି, ଜୟପୁର ସହରର କୃଷ୍ଣ କେଶବ ଷଢ଼ଙ୍ଗୀ । ଏକ ବିଲୁପ୍ତ ଜାତିର ଅଜଗରକୁ ଜଙ୍ଗଲରୁ ଉଦ୍ଧାର କରି ନିଜ ଘରେ ରଖି ଚିକିତ୍ସା କରାଇବା ସହ ତାକୁ ପ୍ରତିଦିନ ବେଙ୍ଗ ଖାଇବାକୁ ଦେଉଛନ୍ତି । ଦିଗାପୁର ଜଙ୍ଗଲରେ ଏହି ଅଜଗର ସାପଟି ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଗାଁ ଲୋକଙ୍କ ସୂଚନା ଆଧାରରେ କେଶବ ଜଙ୍ଗଲରେ ପହଂଚି ଅଜଗର ସାପଟିକୁ ଉଦ୍ଧାର କରିଛନ୍ତି । ସାପର ମୁଣ୍ଡରେ ଆଘାତ ଲାଗିଛି । କ୍ଷତ ଚିହ୍ନକୁ ଅନୁମାନ କରି କୁହାଯାଉଛି ଯେ, କଲରାପତିଆ ବାଘ କାମୁଡ଼ାରେ ସାପଟି ଆହତ ହୋଇଛି । ଅଜଗର ଅଧିକ ଚିକିତ୍ସା ପାଇଁ ଜୟପୁରରେ କୌଣସି ସୁବିଧା ନଥିବାରୁ ଆଜକୁ ୫ ଦିନ ହେଲାଣି ସାପଟିକୁ ଘରେ ରଖି ଚିକିତ୍ସା କରାଉଛନ୍ତି କେଶବ । ସାପ ଟିକୁ ଏଠାରେ ରଖି ତାର ଚିକିତ୍ସା କରିବା ସମ୍ବବ ପର ନୁହେଁ ବୋଲି କହିଛନ୍ତି ଜୟପୁରର ପ୍ରାଣି ଚିକିତ୍ସକ । ଏଥିପାଇଁ ଅଲଗା ଚିକିତ୍ସକ ଆବଶ୍ୟକ ଥିବା ବେଳେ ସାପକୁ ରଖିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବା ଦରକାର ବୋଲି କହିଛନ୍ତି ପ୍ରାଣି ଚିକିତ୍ସକ । ସାପଟି ସ୍ୱାସ୍ଥ୍ୟ ଠିକ ହେବା ପରେ ତାକୁ ଜଙ୍ଗଲରେ ଛଡା ଯିବ ବୋଲି କହିଛନ୍ତି ବନ ଖଣ୍ଡ ଅଧିକାରୀ । ରିୟଲିଟି ଶୋ, ଫିଲ୍ମ ଓ ଆଇଟମ ନମ୍ବର୍ସ ପରେ ଏବେ ଫିଲ୍ମ ର୍ନିମାତା ହେବାକୁ ଇଚ୍ଛା କରିଛନ୍ତି ବଲିଉଡ ଅଭିନେତ୍ରୀ ସନି ଲିଓନି । ଆଉ ଏଥିପାଇଁ ପୁରା ଜୋରସୋରରେ ଲାଗି ପଡିଛନ୍ତି ସନି । ସନି ତାଙ୍କ ନିଦେ୍ର୍ଦଶନାରେ ପ୍ରସ୍ତୁତ କରିବାକୁ ଯାଉଥିବା ଫିଲ୍ମର ଟାଇଟେଲ ଜଣାପଡିନଥିବା ବେଳେ ଏହା ଏକ ଡ୍ରାମା-ଥ୍ରୀଲର ଫିଲ୍ମ ହେବ ବୋଲି କୁହାଯାଉଛି । ଚଳିତ ବର୍ଷ ଜୁଲାଇ-ଅଗଷ୍ଟ ମଧ୍ୟରେ ସନି ତାଙ୍କ ସୁଟିଂ କାର୍ଯ୍ୟ ଆରମ୍ଭ କରିଦେବେ ବୋଲି ମଧ୍ୟ କୁହାଯାଉଛି । ତେବେ ଫିଲ୍ମଟି ଭଲ ଫିଲ୍ମ ହେବ ବୋଲି କହିଛନ୍ତି ସନି ।
OSCAR-2019
ହ୍ୱାଟସଆପରେ ଆସୁଥିବା ଏକ ମେସେଜକୁ ନେଇ ବର୍ତ୍ତମାନ ସମୟରେ ଚାରିଆଡ଼େ ଆଲର୍ଟ ଜାରି ହୋଇଛି । ଯଦି ଆପଣଙ୍କ ପାଖକୁ ଏହି ମେସେଜ ଆସିଛି ସାବଧାନ ହୋଇଯାଆନ୍ତୁ । ଭୁଲରେ ବି ଯଦି ଏହି ମେସଜ ଉପରେ କ୍ଲିକ କରିଦିଅନ୍ତି, ତେବେ ଆପଣଙ୍କ ବ୍ୟାଙ୍କ ଆକାଉଂଟ ଖାଲି ହୋଇପାରେ । ଆସନ୍ତୁ ଜାଣିବା ହ୍ୱାଟସଆପକୁ ଆସୁଥିବା ଏହି ମେସେଜ ବିଷୟରେ . . . ହ୍ୟାକର୍ସ ଆପଣଙ୍କ ବ୍ୟାଙ୍କ ଆକାଉଂଟରୁ ଟଙ୍କା ଚୋରାଇବା ପାଇଁ ହ୍ୱାଟସଆପରେ ଭ୍ରମାତ୍ମକ ମେସେଜ ଭାଇରାଲ କରୁଛନ୍ତି । ଏହି ମେସଜକୁ ନେଇ ସାରା ବିଶ୍ୱରେ ଚେତାବନୀ ଜାରି ହୋଇଛି । ଆମେରିକା ଓ ବ୍ରିିଟେନ ସହିତ ଅନେକ ଦେଶରେ ହ୍ୱାଟସଆପ୍ ସବସ୍କ୍ରିପସନ ଶୁଳ୍କ ମାଗୁଥିବା ମେସେଜ ଭାଇରାଲ ହେଉଛି । ଏହି ମେସେଜକୁ ନେଇ ଚେତାବନୀ ଜାରି ହୋଇଛି । ସାଇବର ବିଶେଷଜ୍ଞଙ୍କ ଦାବି କରିଛନ୍ତି ଏହି ଭ୍ରମାତ୍ମକକୁ ବ୍ୟାଙ୍କ ଖାତାରେ ଯୋଡ଼ି ହୋଇଥିବା ସମସ୍ତ ସୂଚନା ଓ ତା’ ସାହାଯ୍ୟରେ ଟଙ୍କା ଚୋରାଇବା ପାଇଁ ଭାଇରାଲ କରାଯାଇଛି । ହ୍ୟାକର୍ସ ଅନେକ ଦେଶରେ ହ୍ୱାଟସଆପ୍ ପାଇଁ ସବସ୍କ୍ରିପସନ୍ ଶୁଳ୍କ ମାଗି ମେସେଜ ପଠାଉଛନ୍ତି । ଏଥିରେ ୟୁଜରଙ୍କୁ ସବସ୍କ୍ରିପସନ ପାଇବା ପାଇଁ ଶୁଳ୍କ ମଗାଯାଉଛି । ଶୁକ୍ଳ ଦେବା ପାଇଁ କିଛି ଷ୍ଟେପସ ମଧ୍ୟ ଦିଆଯାଇଛି । ଯେପରି ୟୁଜର ଉକ୍ତ ମେସେଜ ଉପରେ କ୍ଲିକ କରୁଛନ୍ତି, ହ୍ୟାକର୍ସ ତାଙ୍କ ବ୍ୟାଙ୍କ୍ ଆକାଉଂଟରୁ ଡିଟେଲ ଚୋରାଇ ନେଉଛନ୍ତି । ତେଣୁ ଏହି ମେସେଜ ଉପରେ କ୍ଲିକ୍ ନକରିବା ପାଇଁ ପରାମର୍ଶ ଦିଆଯାଉଛି । ଏପରି ମେସେଜରେ ଦେଖିଲେ ତୁରନ୍ତ ଡିଲିଟ୍ କରିଦିଅନ୍ତୁ । ନିଜ ଫୋନରେ ସିକ୍ୟରିଟି ସପ୍ଟଓୟାର ଡାଉନଲୋଡ଼୍ କରି ନିଅନ୍ତୁ । ତେବେ ଧ୍ୟାନ ସହକାରେ ଏହାକୁ ନିୟମିତ ବ୍ୟବଧାନରେ ଅପଡ଼େଟ୍ କରନ୍ତୁ । କେବେ ବି କୌଣସି ସନ୍ଧିଗ୍ଧ ତଥା ଅଜଣା ମେସଜ୍ ଉପରେ କ୍ଲିକ୍ କରନ୍ତୁ ନାହିଁ । ଆପଣଙ୍କ ଚିିହ୍ନାଜଣା ବ୍ୟକ୍ତି ବି ଏପରି ମେସେଜ ପଠାଇଲେ ମଧ୍ୟ ଏଥଇରୁ ଦୂରେଇ ରୁହନ୍ତୁ । ହ୍ୱାଟସଆପ ବ୍ୟବହାର କରବା ସମୟରେ ତା’ର ସମସ୍ତ ଗାଇଡ଼ଲାଇନକୁ ଅନୁସରଣ କରନ୍ତୁ ।
OSCAR-2019
ଇମରାନ ଖାନ ପାକିସ୍ତାନର ପିଏମ ହେବା ପରେ ଘୋଷଣା କରିଥିଲେ କି, ସେ ପ୍ରଧାନମନ୍ତ୍ରୀ କ୍ଷମତାର ଦୁରୁପଯୋଗ କରିବେ ନାହିଁ । ଏବଂ ମନ୍ତ୍ରୀ ଏବଂ ସରକାରଙ୍କ ପଛରେ ହେଉଥିବା ଖର୍ଚ୍ଚକୁ କମ୍ କରିବେ । କିନ୍ତୁ ଇମରାନ ଖାନ ଲୋକମାନଙ୍କୁ ଦେଇତିବା ପ୍ରତିଶୃତିକୁ ଠିକ ଭାବେ ତୁଲାଇ ପାରିନାହାଁନ୍ତି । ସୂଚନା ମୁତାବକ, ଅଗଷ୍ଟ ୧୮ ତାରିଖରେ ପାକିସ୍ତାନ ତହରିକ-ଏ-ଇନ୍ସାଫର ପ୍ରମୁଖ ଇମରାନ ଖାନ ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ପଦର ସପଥ ଗ୍ରହଣ କରିଥିଲେ । ସେବେଠାରୁ ନେଇ ଏପର୍ଯ୍ୟନ୍ତ ଇମରାନ ଖାନ ପ୍ରଧାନମନ୍ତ୍ରୀ ନିବାସ ଠାରୁ ତାଙ୍କ ଘରକୁ ହେଲିକାପ୍ଟର ଯୋଗେ ଯାତାୟତ କରୁଛନ୍ତି । ଇମରାନ ଖାନ ହେଲିକାପ୍ଟର ଯୋଗେ ଘରୁ ନିବାସ ଏବଂ ନିବାସରୁ ଘରକୁ ଯାତାୟତ କରୁଥିବା ଘଟଣା ଲୋକମାନଙ୍କ ମଧ୍ୟରେ ଏକ ଆଲୋଚନାର ବିଷୟ ପାଲଟିଥିବା ବେଳେ କ୍ୟାବିନେଟରେ ସୂଚନାମନ୍ତ୍ରୀ ଫବାଦ ଚୌଧୁରୀ କହିଛନ୍ତି, ହେଲିକାପ୍ଟର ଯୋଗେ ଜାତାୟତ କରିବାରେ ପାରିସ୍ତନ ଟଙ୍କା ହିସାବରେ କିଲୋମିଟର ପିଛା ମାତ୍ର ୫୫ଟଙ୍କା ଖର୍ଚ୍ଚ ହେଉଛି । ଯାହାକି ରାସ୍ତାରେ ଯାତାୟତ କରିବା ଖର୍ଚ୍ଚ ଠାରୁ ଖୁବ କମ । ଚୌଧୁରୀ ଏହା ମଧ୍ୟ କହିଛନ୍ତି ଇମରାନଙ୍କ ଅଧିକାର ଅଛି ସେ ହେଲିକାପ୍ଟ ବ୍ୟବହାର କରିପାରିବେ । ସେ ଜଣେ ପ୍ରଧାନମନ୍ତ୍ରୀ ତାଙ୍କୁ ମିଳୁଥିବା ସବୁ ପ୍ରକାର ସୁବିଧାର ସେ ଫାଇଦା ଉଠାଇ ପାରିବେ । ଉଲେଖଯୋଗ୍ୟ, ବର୍ତ୍ତମାନ ପାକିସ୍ତାନର ଆର୍ଥିକ ଅବସ୍ତା ଠିକ ନାହିଁ । ଚୀନ ଦ୍ୱାରା ଦିଆଯାଉଥିବା କରଜ ଏବଂ ଆମେରିକା ସାହାଯ୍ୟରେ ପାକିସ୍ତାନର ଅର୍ଥନୀତି ଚାଲିଛି । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜନତାଙ୍କ ଅର୍ଥ ଏପରି ନଷ୍ଟ କରିବା ଏବେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି । ଏଥିସବୁ ମଧ୍ୟରେ ଲୋକମାନେ ମଧ୍ୟ ଏହି ଘଟଣା ଉପରେ ସୋସିଆଲ ମିଡିଆ ଏବଂ ଟ୍ୱିଟ ଜରିଆରେ ନିଜ ନିଜର ମତପ୍ରକାସ କରିଛନ୍ତି । ଟ୍ୱିଟ ଜରିଆରେ ଜଣେ ବ୍ୟକ୍ତି ଇମରାନ ଖାନଙ୍କୁ ସମାଲୋଚନା କରି କହିଛନ୍ତି, ଏବେ ଉବେର ବଦଳରେ ହେଲିକାପ୍ଟର ବ୍ୟବହାର କରିବା ଉଚିତ୍ । ଆପଣଙ୍କୁ କହିରଖୁଛୁ କି, ପ୍ରଧାନମନ୍ତ୍ରୀ ନିବାସରୁ ଗାଲା ପହଞ୍ଚିବା ପାଇଁ ତିନୋଟି ରାସ୍ତା ରହିଛି । ସବୁଠାରୁ ଶିଘ୍ର ପହଞ୍ଚିବା ରାସ୍ତା ପ୍ରଧାନମନ୍ତ୍ରୀ ନିବାସ ଠାରୁ ମାତ୍ର ୧୩.୮ କିଲୋମିଟର ଦୁରତାରେ ରହିଛି ଏବଂ ଏହାକୁ ଅତିକ୍ରମ କରିବା ପାଇଁ ମାତ୍ର ୨୬ ମିନିଟ ଲାଗିଥାଏ । ସେପଟେ ଅନ୍ୟ ଏକ ରାସ୍ତା ୧୬.୪ କିଲୋମିଟର ଏବଂ ଆଉ ଏକ ରାସ୍ତାଟି ନିବାସ ଠାରୁ ୧୭.୫ କିଲୋମିଟ ରହିଛି । ରାଜପତରେ ଗଲେ ଏହି ରାସ୍ତା ଅତିକ୍ରମ କରିବାକୁ ୩୦-୩୬ ମିନିଟ ଲାଗୁଥିବା ବେଳେ ହେଲିକାପ୍ଟର ଯୋଗେ ରାସ୍ତା ଅତିକ୍ରମ କରିବାକୁ ୮-୧୦ ମିନିଟ ଲାଗିଥାଏ । ପାକିସ୍ତାନ ସରକାରଙ୍କ ପାଖରେ ୭ଟି ହେଲିକାପ୍ଟର ରହିଛି । ଏଥି ମଧ୍ୟରୁ ୨ଟି ହେଲିକାପ୍ଟର ପିଏମ ବ୍ୟବହାର କରୁଛନ୍ତି । ଇମରାନଙ୍କ ହେଲିକାପ୍ଟର ବ୍ୟବହାର କରିବା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।
OSCAR-2019
କନକ ବ୍ୟୁରୋ: ଗଜପତିରେ ତିତଲି ପ୍ରଭାବିତଙ୍କ ଖାତାକୁ ଯିବ ପଇସା । ପ୍ରଥମ ଥର ପାଇଁ ୩୦୦ କୋଟି ଟଙ୍କା ବିତରଣ କରାଯିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଏନେଇ ଟ୍ୱିଟ୍ ଆକାଉଣ୍ଟ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ତେବେ ଏହାକୁ କିଭଳି ସଠିକ୍ ଭାବେ ପରିଚାଳନା କରାଯାଇ ତିତଲି ପ୍ରଭାବିତଙ୍କୁ ବିତରଣ କରାଯିବ ସେନେଇ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଅନ୍ୟପଟେ ତିତଲି ସମୀକ୍ଷା ନେଇ ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ । ତିତଲି କ୍ଷୟକ୍ଷତି ଆକଳନ ପାଇଁ ଟିମ୍ ଓଡ଼ିଶା ଆସୁଥିବା ଜଣାପଡ଼ିଛି । ଏନେଇ ସଚିବାଳୟରେ ତିତଲି ପୁନଃରୁଦ୍ଧାର ସମୀକ୍ଷା ବୈଠକ ହୋଇଥିଲା । ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ କହିଥିଲେ ଯେ, ତିତଲି ପ୍ରଭାବିତ ଜିଲ୍ଲା ଗଂଜାମ ପାଇଁ ୫୦ କୋଟି ଓ ଗଜପତି ପାଇଁ ୧୪ କୋଟି ଦିଆଯାଇଛି । ଏବେ ତିତଲି ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ସ୍ଥିତି ସ୍ୱାଭାବିକ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି । ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଉପରେ ସିବିଆଇର ସନେ୍ଦହ ଆଖି । ନିଜ ପ୍ରତିନିଧିଙ୍କୁ ପଠାଇ ତଥ୍ୟ ରଖିବା ପରେ ଆଜି ଦ୍ୱିତୀୟଥର ପାଇଁ ଓଳିଲଙ୍କୁ ସିବିଆଇ ଅଫିସ ପଠାଇଥିଲେ ସଂଜୟ । ସେପଟେ ପ୍ରଶ୍ନ ଉଠୁଛି ତଥ୍ୟର ଆମୂଳଚୁଳ ଯାଂଚ ପରେ ମନ୍ତ୍ରୀଙ୍କୁ ଜେରା କରିବ କି ସିବିଆଇ ।ଅନ୍ୟପଟେ ସଂଜୟଙ୍କୁ ସିବିଆଇର ସମନ ପରେ ରାଜ୍ୟରେ ସୃଷ୍ଟି ହୋଇଛି ରାଜନୈତିକ ଝଡ । ରାଜ୍ୟ କ୍ୟାବିନେଟର ଏ ପାୱାରଫୁଲ୍ ମନ୍ତ୍ରୀଙ୍କ ପାଇଁ ଆଗେଇ ଆସିଛି ଦଳ । ଏପରିକି ସିବିଆଇର ଆଭିମୁଖ୍ୟ ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି ବୋଲି ସିଧାସଳଖ ଅଭିଯୋଗ ଆଣିଛି । ଅନ୍ୟପକ୍ଷରେ ଗଣମାଧ୍ୟମରେ ପାଜେରୋ ପଲିଟିକ୍ସ ଜୋର୍ ଧରିବା ପରେ ସିବିଆଇର ଧରପଗଡ ପ୍ରଶ୍ନର ପାଚେରୀ ତିଆରି କରିଛି ।
OSCAR-2019
କନକ ବ୍ୟୁରୋ : ରାଇରଙ୍ଗପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଖେରଣା ଜଙ୍ଗଲ ନିକଟରେ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଛି । ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଦାମପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ତେବେ ଯାହା ସୂଚନା ରହିଛି, ବସଟି ଯଶୀପୁରରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିଲା ।
OSCAR-2019
କର୍ଣ୍ଣାଟକ ନିର୍ବାଚନ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦିଲ୍ଲୀରୁ ହୁବଳୀ ଯାଉଥିବା ବିମାନରେ ଯାନ୍ତ୍ରିକ ଅସୁବିଧା ଦେଖାଦେଇଥିଲା । ଯେଉଁଥିପାଇଁ ବିମାନକୁ ଜରୁରୀକାଳୀନ ଲ୍ୟାଣ୍ଡିଙ୍ଗ୍ ମଧ୍ୟ କରିବାକୁ ପଡିଥିଲା । କିନ୍ତୁ ଡିଜିସିଏ ଜାଞ୍ଚ୍ ରିପୋର୍ଟରେ ଜଣା ପଡିଥିଲା ଯେ ରାହୁଲ ଗାନ୍ଧିଙ୍କ ବିମାନ କ୍ରଶ୍ ହେବାର କିଛି ସେକେଣ୍ଡର ଦୂରତାରେ ଥିଲା । ରିପୋର୍ଟ ଅନୁସାରେ, ଯାନ୍ତ୍ରିକ ଅସୁବିଧା କାରଣରୁ ପାଇଲଟ୍ ପ୍ଲେନକୁ କାବୁ କରିପାରିନଥିଲେ । ଯଦି ଜରୁରୀକାଳିନ ଲ୍ୟାଣ୍ଡିଙ୍ଗ୍ କରାଯାଇନଥାନ୍ତା ତେବେ ମାତ୍ର କିଛି ସେକେଣ୍ଡର ଅନ୍ତରାଳରେ ରାହୁଲ ଗାନ୍ଧିଙ୍କ ବିମାନ କ୍ରଶ୍ ହୋଇଯାଇଥାନ୍ତା । ଏହି ଘଟଣା ପରେ କଂଗ୍ରେସ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛି । ଜଣେ ବରିଷ୍ଠ ଡିଜିସିଏ ଅଧିକାରୀ ଏବଂ ରାହୁଲଙ୍କ ନିକଟତରଙ୍କ କହିବାନୁସାର ପାଇଲଟଙ୍କ ସାମାନ୍ୟ ଭୁଲ୍ ଏବଂ ବିମାନରେ ଥିବା ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥାଇପାରେ । ତେବେ ଆପଣଙ୍କୁ ଏଠାରେ କହିରଖୁଛୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧିଙ୍କ ସହ ଏଭଳି ଏକ ଦୁର୍ଘଟଣା ଘଟିଥିଲା । ଏହି ଘଟଣାକୁ ବ୍ୟାଖା କରି ରାହୁଲ କହିଥିଲେ ଯେ ସେ ସମୟରେ ସେ ଖୁବ୍ ଡରିଯାଇଥିଲେ ।
OSCAR-2019
ଆଧାର ସହ ସଂଯୋଗ କରନ୍ତୁ ବ୍ୟାଙ୍କ ଆକାଉଣ୍ଟ । ନହେଲେ ବନ୍ଦ ହୋଇପାରେ ନେଣଦେଣ । ଜୁଲାଇ ୨୦୧୪ ଠାରୁ ଅଗଷ୍ଟ ୨୦୧୫ ମଧ୍ୟରେ ଖୋଲା ଯାଇଥିବା ଖାତାଗୁଡିକ ୩୦ ଅପ୍ରେଲ ମଧ୍ୟରେ ଆଧାର କାର୍ଡ ସହ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ ବୋଲି ସବୁ ବ୍ୟାଙ୍କକୁ ସୂଚନା ଦେଇଛି ଆୟକର ବିଭାଗ । ଏହାସହ କୁହା ଯାଇଛି ୩୦ ଅପ୍ରେଲ ଯାଏଁ ନିଜର କେୱାଇସି ବିବରଣୀ ଓ ଆଧାର ନମ୍ବର ବ୍ୟାଙ୍କକୁ ନଦେଲେ ଖାତା ବନ୍ଦ ହୋଇପାରେ । ଏମିତି ଏକ ଖବର ପ୍ରକାଶ ପାଇଛି ଅମର ଉଜାଲାରେ । ସୂଚନା ଅନୁସାରେ ଏହି ଖାତା ଗୁଡିକ ବନ୍ଦ ନେହେବା ପାଇଁ ଅପ୍ରେଲ ୩୦ ଯାଏଁ ବିଦେଶୀ କର ଅନୁପାଳନ (ଏଫଏଟିସିଏ) ନିୟମ ଅନୁସାରେ ଉପଯୁକ୍ତ ସୂଚନା ଦେବାକୁ ପଡିବ । ଯଦି ଖାତାଧାରୀ ସବିଶେଷ ସୂଚନା ଦେବାକୁ ଅସମର୍ଥ ରୁହନ୍ତି ତେବେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ କାରବାର ସଂସ୍ଥାନ ଖାତାକୁ ବ୍ଲକ କରିପାରବିବେ । କିନ୍ତୁ ଖାତାକୁ ବ୍ଲକ କରିବା ପରେ ଯଦି ଆପଣ ନିଜର ସବିଶେଷ ସୂଚନା ଦିଅନ୍ତି ଖାତା ପୁଣି ଥରେ ଚାଲୁ ହୋଇପାରିବ । ଏହି ନିୟମ ସେହି ଖାତା ଗୁଡିକ ପାଇଁ ଲାଗୁ ହେବ ଯାହା ଏଫଏଟିସିଏ ନିୟମ ଅଧିନରେ ଆସୁଛି । ଦୁନିଆରେ ଏପରି ରାସ୍ତା ଅଛି ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସଡକ ଦିନରେ ମାତ୍ର ଦୁଇ ଥର ଦେଖାଯାଇଥାଏ । ଆପଣ ଭାବୁଥିବେ ତେବେ ଦିନର ଅନ୍ୟ ସମୟରେ କୁଆଡେ ଯାଏ ଏହି ରାସ୍ତା ? ତାର ରହସ୍ୟ ଜାଣିଲେ ଆପଣ ବି ତାଜୁବ ହୋଇଯିବେ ! ସମୁଦ୍ରର କୋଳରେ ଅନ୍ୟ ସମୟ ଲୁଚିଯାଏ ଏହି ରାସ୍ତା । ସମୁଦ୍ରରେ ନିର୍ମିତ ଏହି ରାସ୍ତାକୁ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏଠାରେ ଭିଡ ଲଗାଇଥାନ୍ତି । ପର୍ଯ୍ୟଟକଙ୍କମାନେ ଏହି ରାସ୍ତାରେ ଯିବା କୌଣସି ରୋମାଂଚ ଠାରୁ ବି କମ ନୁହେଁ । ଆପଣ ବର୍ତମାନ ଭାବୁଥିବେ ତେବେ ଏହି ବିରଳ ରାସ୍ତା କେଉଁଠାରେ ରହିଛି । ଫ୍ରାନ୍ସରେ ନିର୍ମିତ ଏହି ରାସ୍ତା ମ୍ୟାନଫିଲ୍ଡରୁ ନର୍ମାଡିକୁ ଯୋଡୁଛି । ଏହାକୁ ‘ପ୍ୟାସେଜ ଡୁ ଗୋଇସ’ ବୋଲି କୁହାଯାଏ । ଦିନରେ ଦୁଇଥର ନଜରକୁ ଆସିବା ପରେ ତାଉପରେ ୧୩ ଫୁଟର ପାଣି ଲହଡି ଭାଙ୍ଗେ । ଖୁବ ସୁନ୍ଦର ଦେଖାଯାଉଥିବା ଏହି ରାସ୍ତା ପ୍ରକୃତରେ ବହୁତ ବିପଦପୂର୍ଣ୍ଣ । ପ୍ରକୃତି ତଥା ରୋମାଂଚକୁ ଭଲ ପାଉଥିବା ଲୋକଙ୍କ ପାଇଁ ଏହି ରାସ୍ତା ବଡ ଆକର୍ଷଣ । ପର୍ଯ୍ୟଟକ ମାନେ ଏହି ରାସ୍ତାରେ ଗାଡି ଚଲାଇ ଖୁବ ମଜା ଉଠାଇଥାନ୍ତି । ୧୭୦୧ ମସିହାରେ ଏହି ରାସ୍ତା ବିଷୟରେ ଜଣାପଡିଥିଲା । ଲହଡି ଆସିଲେ ଏହା ଉଫରେ ୧.୩ ଫୁଟର ପାଣି ଜମିଯାଏ । ଏହା ଲୋକଲୋଚନକୁ ଆସିବା ପରେ ଏକ ପକ୍କା ରାସ୍ତା ନିର୍ମାଣ କରାଯାଇଥିଲା ।ଏହି ୪.୫ କିଲୋମିଟର ରାସ୍ତାରେ କାର ପ୍ରତିଯୋଗିତା କରାଯାଇଥାଏ । ଅନେକ ପର୍ଯ୍ୟଟକ ଏଠାକୁ ଆସି ସଡକ ବୁଡୁଥିବାର ଦୃଶ୍ୟକୁ ଉପଭୋଗ କରିଥାନ୍ତି ।
OSCAR-2019
ନୂଆଦିଲ୍ଲୀ: ଲୋକସଭାରେ ଗତକାଲି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଭାଷଣ ଶେଷ କରିବା ପରେ ଅଚାନକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଆଜି ରାହୁଲ ଏ ବାବଦରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ସର୍ବଦା କିଛି ଲୋକଙ୍କ ମଧ୍ୟରେ ଘୃଣା, ଡର ଏବଂ କ୍ରୋଧ ସୃଷ୍ଟି କରୁଛନ୍ତି। ତେବେ ଆମେ ଏହାକୁ ଭୁଲ୍‌ ପ୍ରମାଣିତ କରିବୁ ଏବଂ ପ୍ରେମ ଓ କରୁଣା ଦ୍ୱାରା ଦେଶ ନିର୍ମାଣ ସମ୍ଭବ ବୋଲି ରାହୁଲ ଟ୍ଵିଟ୍‌ କରି କହିଛନ୍ତି। ପ୍ରେମ ଏବଂ ଦୟାଭାବ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ରହିଛି ଏବଂ ଏହା ଦେଶ ନିର୍ମାଣର ଏକମାତ୍ର ରାସ୍ତା ବୋଲି ସେ କହିଛନ୍ତି।
OSCAR-2019
ଅନେକବର୍ଷ ତଳର କଥା । ଶେଠ୍ ରାଜ କିଶୋର ଥିଲେ ଜଣେ ଧନୀ ବ୍ୟବସାୟୀ । ମଥୁରା ନଗରୀରେ ବାସକରୁଥିବା ଏହି ଶେଠ୍ ଙ୍କର ତିନିପୁଅ ଥିଲେ – ରବୀନ୍ଦ୍ର, ଶଚ୍ଚୀନ୍ଦ୍ର, ଓ ଯତୀନ୍ଦ୍ର । ଶେଠ୍ ଙ୍କର ପରିଣତ ବୟସରେ ଉପସ୍ଥିତ ହେବାରୁ ତାଙ୍କର ତିନିପୁଅଙ୍କ ମଧ୍ୟରେ ସମସ୍ତ ସମ୍ପତ୍ତି ବାଂଟିଦେବାକୁ ଚାହିଁଲେ । ତଦନୁଯାୟୀ ସମ୍ପତ୍ତି ବଂଟନ କରାଗଲା । ଶେଷରେ ବଳିପଡିଲା ଶେଠ୍ ଙ୍କର ହୀରାର ମୁଦିଟିଏ । ଅତି ଆଦରର ମୁଦିଟିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବା କି ବିକ୍ରି କରି ଟଙ୍କାକୁ ବାଂଟିଦେବା ସ୍ଥିର ହୋଇ ପାରିଲା ନାହିଁ । ସେତେବେଳେ ଶେଠ୍ ପାଖରେ ନଥିଲେ । ଅନେକ ଆଲୋଚନା ପରେ ସମାଧାନର ସୂତ୍ର ବାହାର କରିବାପାଇଁ ଶେଠ୍ ଙ୍କ ଉପରେ ଛାଡି ଦିଆଗଲା । ଦିନକର କଥା ଶେଠ୍ ତିନିପୁଅଙ୍କୁ ଡାକି କହିଲେ, “ତୁମ୍ଭମାନଙ୍କୁ ଛ’ମାସ ସମୟ ଦିଆଗଲା । ଏହି ସମୟ ଭିତରେ ଯିଏ ସର୍ବଶ୍ରେଷ୍ଠ କର୍ମ କରିଥିବାର ନିଦର୍ଶନ ଦେଖାଇ ପାରିବ ତାକୁ ଏ ମୁଦିଟି ପୁରସ୍କାର ସ୍ୱରୂପ ଦିଆଯିବ ।” ପ୍ରଥମେ ବଡପୁଅ ରବୀନ୍ଦ୍ରକୁ ଡାକି ପଚାରିବାରୁ ସେ କହିଲା, “ପିତା! ଜଣେ ଅଜଣା ଅଚିହ୍ନା ବ୍ୟକ୍ତି କୌଣସି କାରଣରୁ ବିନା ଲେଖାପଢାରେ ମୋ ପାଖରେ କୋଡିଏ ହଜାର ସ୍ୱର୍ଣ୍ଣମୁଦ୍ରା ରଖିଥିଲେ । ପ୍ରମାଣ ଅଭାବରୁ ମୁଁ ଚାହିଁଥିଲେ ଏହାକୁ ଆତ୍ମସାତ୍ କରିପାରିଥାନ୍ତି । ମାତ୍ର ସେପରି ନ କରି ତାହାକୁ ତାଙ୍କରି ଦରକାର ବେଳେ ଫେରାଇଦେଲି । ସେଥିପାଇଁ ସେହି ଭଦ୍ରବ୍ୟକ୍ତି ମୋତେ ଅଶେଷ କୃତଜ୍ଞତା ବି ଜଣାଇଥିଲେ ।”
OSCAR-2019
ଜମ୍ମୁ-କାଶ୍ମୀରର ଶୋପିଆରେ ବୁଧବାର ଦିନ ଆତଙ୍କବାଦୀମାନେ ପୋଲିସ ଟିମକୁ ଲକ୍ଷ କରି ତାଙ୍କ ଉପରେ ଅନ୍ଦାଧୁନ ଫାଏରିଙ୍ଗ କରିଥିଲେ । ଏହି ଫାଏରିଙ୍ଗରେ ଚାରିଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଏହି ଘଟଣା ପଛରେ ଆତଙ୍କବାଦୀ ଜେସ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦିନ ଥିବାର ଜଣାପଡିଛି । ସୂଚନା ମୁତାବକ, ଜମ୍ମୁ-କାଶ୍ମୀର ଶୋପିଆର ଅରାହାମା ଫଳ ମଣ୍ଡିରେ ଆଜି ପ୍ରାୟ ଦୁଇପ୍ରହରରେ ଆତଙ୍କବାଦୀମାନେ ଏକ ପୋଲିସ ଟିମକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ଜଣ ପୋଲିସ ସହିଦ ହୋଇଛନ୍ତି । ଏଥିସହିତ ଆତଙ୍କବାଦୀମାନେ ପୁଲିସ କର୍ମଚାରୀଙ୍କ ୩ଟି ଏକେ-୪୭ ରାଇଫଲ ଛଡାଇ ନେଇ ଫେରାର ହୋଇଯାଇଛନ୍ତି । ତେବେ ପରେ ଜମ୍ମୁକାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫ ଯବାନ ଅନନ୍ତନାଗଠାରେ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ବୁଧବାର ସକାଳୁ ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ଅନ୍ଦାଧୁନ ଗୁଳିକାଣ୍ଡ ହୋଇଥିଲା । ଏହି ଗୁଳିକାଣ୍ଡରେ ୪ପୋଲିସ ଅଫିସର ସହିଦ ହୋଇଥିବା ବେଳେ ଆଜଙ୍କବାଦୀମାନେ ୩ଟି ବନ୍ଧୁବ ନେଇ ଫେରାର ହୋଇଯାଇଥିଲେ । ପରେ ସୁରକ୍ଷାବଳ ଦୁଇ ଆତଙ୍କବଦୀଙ୍କୁ ନିହତ କରିବା ସହ ନେଇଯାଇଥିବା ଅସ୍ତ୍ରଗୁଡିକୁ ଜବତ କରିଛନ୍ତି । ଲଗାତାର ଏହି ଗୁଳିକାଣ୍ଡରେ ନିହତ ହୋଇଥିବା ଦୁଇଜଣ ଆତଙ୍କବଦୀ ହେଉଛନ୍ତି, ହିଜବୁଲ ମୁଜାହିଦିନ ସଂଗଠନର ଅଲତାଫ କଚରୁ ଏବଂ ଉମର ରାସିଦ । ଏହି ଦୁଇଜଣଙ୍କୁ ଯବାନ ନିହତ କରିବା ସହ ତାଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।
OSCAR-2019
୨୦୧୩ ମସିହା ଇଣ୍ଡିଆନ୍ ପ୍ରିମିୟର୍ ଲିଗର (ଆଇପିଏଲ୍) ସଂସ୍କରଣ ଆଜି ମଧ୍ୟ କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟକୁ କୁଠାରଘାତ କରୁଛି । ଏହି ବର୍ଷ ହୋଇଥିବା ସ୍ପଟ୍ ଫିକ୍ସିଙ୍ଗ୍ ବିଶ୍ୱକ୍ରିକେଟରେ ଝଡ ଆଣିଦେଇଥିଲା । ରାଜସ୍ଥାନ ରୟାଲସ୍ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ଭଳି ବଡ ଟିମ୍ ବିରୋଦ୍ଧରେ ବଡ ପଦକ୍ଷେପ ନିଆଯାଇଥିଲା । ସୁପ୍ରିମକୋର୍ଟ ଏଥିରେ କିଛି ବଡ ବ୍ୟକ୍ତିତ୍ୱଙ୍କ ସାମିଲ ଥିବା କଥା ମଧ୍ୟ କହିଥିଲେ । ଏହିଭଳି ଜଣାଶୁଣା ବ୍ୟକ୍ତିଙ୍କ ନାମ ସର୍ବୋଚ୍ଚ ଅଦାଲତରେ କିଛି ଫାଇଲ୍ ମଧ୍ୟରେ ହିଁ ସୀମିତ ରଖାଯାଇଛି । କିନ୍ତୁ ଏବେ ବିସିସିଆଇର କ୍ରିକେଟ ପ୍ରଶାସକୀୟ କମିଟି (ସିଓଏ) ହିଁ ସୁପ୍ରିମକୋର୍ଟର ଏହି ମାମଲାରେ ଖୁଲାସା କରିବା ପାଇଁ କହିଛନ୍ତି । ଏବେ ସିଓଏ ଚାହୁଁଛନ୍ତି ଯେ ମୁଦଗଲ୍ କମିଟି ଦ୍ୱାରା କରାଯାଇଥିବା ଯାଞ୍ଚପରେ ସର୍ବୋଚ୍ଚ ଅଦାଲତ ଏନେଇ ଖୁଲାସା କରନ୍ତୁ । ଯାହାଦ୍ୱାରା ଏହି ବ୍ୟକ୍ତିଙ୍କ ବିରୋଦ୍ଧରେ ମାମଲା ଆରମ୍ଭ ହେବ । ସୂତ୍ରାନୁସାରେ ସିଓଏ ସୁପ୍ରିମକୋର୍ଟକୁ କହିଛନ୍ତି ଯେ , ଜଷ୍ଟିସ୍ ମୁଦଗଲ୍ ଦ୍ୱାରା ଉଲ୍ଲେଖ ହୋଇଥିବା ଶେଷ ନଅଟି ନାମ ବିରୋଦ୍ଧରେ ଜରୁରୀ କାର୍ଯ୍ୟାନୁଷ୍ଠାନ କରାଯିବ । ତେବେ ଆପଣଙ୍କୁ କହିରଖୁଛୁ ଯେ ସୁପ୍ରିମକୋର୍ଟର ଭ୍ରଷ୍ଟାଚାର ନିରୋଧକକୁ ମଜବୁତ କରିବା ପାଇଁ ସମ୍ଭାବିତ ଉପାୟକୁ ଆଖି ଆଗରେ ରଖି ଏହି ରିପୋର୍ଟକୁ ଦିଆଯାଇଛି । ସିଓଏ ତରଫରୁ ସୁପ୍ରିମକୋର୍ଟରେ ଦିଆଯାଇଥିôବା ଏହି ରିପୋର୍ଟରେ କୁହାଯାଇଛିି ଯେ ସର୍ବୋଚ୍ଚ ନ୍ୟାୟାଳୟ ଜାଞ୍ଚ୍ ରିପୋର୍ଟର ଶେଷ ଅଂଶକୁ ଜରୁରୀ କାର୍ଯ୍ୟକାରୀ କରିବା ପାଇଁ ଧ୍ୟାନ ଦିଆଯାଉ । ମୁଦଗଲ୍ କମିଟିର ଜାଞ୍ଚ୍ ସମୟରେ ସ୍ପଟ୍ ଫିକ୍ସିଙ୍ଗରେ କିଛି ବଡ ଲୋକଙ୍କ ନାଁ ସାମ୍ନାକୁ ଆସିଥିଲା । ସେତେବେଳେ ବିସିସିଆଇ ସୁପ୍ରିମକୋର୍ଟକୁ ଏହି ଲୋକଙ୍କ ନାଁର ଖୁଲାସା ନକରିବା ପାଇଁ ଅନୁରୋଧ କରିଥିଲେ । ସେତେବେଳେ ଖେଳାଳୀମାନଙ୍କ ସମ୍ମାନ ହାନି ହେବା ନଜରରେ ରଖି ଏହାକୁ ସେତେ ଗୁରୁତ୍ୱ ଦିଆଯାଇନଥିଲା । ବର୍ତ୍ତମାନ ସିଓଏ ତରଫରୁ ରିପୋର୍ଟରେ କୁହାଯାଇଛି ଯେ ଫାଇଲ୍ ଭିତରେ ଚାପି ହୋଇ ରହିଥିବା ଫାଇଲକୁ ଖୋଲିବାର ସମୟ ଆସିଯାଇଛି । ଯାହା ସ୍ପଟ୍ ଫିକ୍ସିଙ୍ଗ୍ ଏବଂ ଏଥିରେ ଜଡିତ ଥିବା ଲୋକଙ୍କ ସମସ୍ୟାର କାରଣ ପାଲଟିବ । କନକ ବ୍ୟୁରୋ : କେରଳରେ ବନ୍ୟାକ୍ଳିଷ୍ଟ ଲୋକମାନଙ୍କ ରିଲିଫ୍ ଓ ଥଇଥାନ ନିମନ୍ତେ ଅତିରିକ୍ତ ପାଣ୍ଠି ଯୋଗାଡ଼ କରିବାକୁ ଅର୍ଥମନ୍ତ୍ରୀ ଟୋମାସ୍ ଆଇଜାକ୍ ଗୁରୁବାର ଦିନ ମଦ ଉପରେ ଅବକାରୀ ଟିକସ ବଢ଼ାଯାଇଥିବା କଥା ଘୋଷଣା କରିଛନ୍ତି। ଆଇଜାକ୍ ଟୁଇଟ୍ କରିଛନ୍ତି, “ହଁ, ଆର୍ଥିକ ସଙ୍କଟ ଅଛି। ଆମେ ତାହାକୁ ଦୂରେଇବୁ। ମୁଖ୍ୟମନ୍ତ୍ରୀଙ୍କ ଡିଜାଷ୍ଟର୍ ରିଲିଫ୍ ମ୍ୟାନେଜମେଣ୍ଟ୍ ଫଣ୍ଡ ପାଇଁ ଅତିରିକ୍ତ ସମ୍ବଳ ନିମନ୍ତେ ୧୦୦ ଦିନ ପାଇଁ ମଦ ଉପରେ ଅବକାରୀ ଶୁଳ୍କ ୦. ୫ ରୁ ୩. ୫ ପ୍ରତିଶତ ବଢ଼ାଇ ଦିଆଯାଇଛି। ଅତିରିକ୍ତ ରାଜସ୍ୱ ବାବଦରେ ୨୩୦ କୋଟି ଟଙ୍କା ଆବଶ୍ୟକ ।” ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ରାଜ୍ୟବ୍ୟାପୀ ଲକ୍ଷାଧିକ ଲୋକ ରିଲିଫ୍ କ୍ୟାମ୍ପରେ ଦିନ କାଟୁଛନ୍ତି। ଭୀଷଣ ବର୍ଷା ଫଳରେ ଆସିଥିବା ବନ୍ୟା ଯୋଗୁଁ ୮୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ଘଟିଥିବା କଥା କେରଳ ସରକାର ଆକଳନ କରିଛନ୍ତି।
OSCAR-2019
ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ଜଣେ ସେନା ମେଜରଙ୍କ ପତ୍ନୀଙ୍କୁ ଗତକାଲି ହତ୍ୟା କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶର ମିରୁତଠାରେ ଅନ୍ୟ ଜଣେ ଭାରତୀୟ ସେନା ମେଜର୍‌ଙ୍କୁ ପୁଲିସ୍‌ ଗିରଫ କରି ହେପାଜତରେ ନେଇଛି। ଏହି ମାମଲାର ତଦନ୍ତ କରୁଥିବା ଅଧିକାର ଜଣାଇଛନ୍ତି ଯେ ଅଭିଯୁକ୍ତଙ୍କୁ ହେପାଜତରେ ନିଆଯାଇ ପଚରାଉଚରା କରାଯାଉଛି। ଉଲ୍ଲେଖଯୋଗ୍ୟ, ସେନା ମେଜର୍‌ଙ୍କ ପତ୍ନୀଙ୍କ ମୃତଦେହ ଗତକାଲି ଦିଲ୍ଲୀ କ୍ୟାନ୍‌ଣ୍ଟୋନ୍‌ମେଣ୍ଟ୍‌ ଅଞ୍ଚଳର ବ୍ରାର୍‌ ଛକ ନିକଟରୁ ଲହୁଲୁହାଣ ଅବସ୍ଥାରେ ମିଳିଥିଲା। ଦେଖିବାକୁ ମିଳିଥିଲା ଯେ ମହିଳାଙ୍କ ବେକରେ ଛୁରୀରେ କଟାଯାଇ ହତ୍ୟା କରାଯାଇଛି। ମୃତକ ଜଣକ ହେଉଛନ୍ତି ଶୈଳଜା।ସେ ଗତକାଲି ପୂର୍ବାହ୍ନ ୧୦ଟାରେ ହସ୍ପିଟାଲକୁ ଫିଜିଓଥେରାପି ପାଇଁ ସ୍ୱାମୀଙ୍କ ଅଫିସ୍‌ ଗାଡ଼ିରେ ଯାଇଥିଲେ। ମାତ୍ର ଅପରାହ୍ନ ୧.୩୦ ସମୟରେ କ୍ୟାନ୍‌ଣ୍ଟୋନ୍‌ମେଣ୍ଟ ରୋଡରୁ ତାଙ୍କ ମୃତ ଦେହ ମିଳିଥିଲା। ପ୍ରାଥମିକ ସ୍ଥରରେ ପୁଲିସ୍‌ ସୂଚନା ଦେଇଥିଲା ଯେ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ଘଟିଛି। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ବେକରେ କଟା ଚିହ୍ନ ରହିଥିବା ଦେଖିବା ପରେ ଏପରି ଏକ କଡ଼ା ସୁରକ୍ଷା ଭିତରେ ରହୁଥିବା ଅଞ୍ଚଳରେ ହତ୍ୟା କାଣ୍ଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସନ୍ଦେହ କରାଯାଉଛି ଯେ ଏହି ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଅଭିଯୁକ୍ତ ବେକ କାଟି ହତ୍ୟା କରିବା ପରେ ତାଙ୍କ ମୁହଁ ଉପରେ କାର୍‌ ଚଳାଇଛନ୍ତି ବୋଲି ପୁଲିସ୍‌ ସୂଚନା ପ୍ରଦାନ କରିଛି। ପ୍ରକୃତ ଅବରାଧୀକୁ ଧରିବା ପାଇଁ ପୁଲିସ୍‌ ୨ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି। ଭୁବନେଶ୍ୱର : କର୍ଣ୍ଣାଟକ ନିର୍ବାଚନ ଯାଏ ଟାକି ବସିଥିଲେ। ନିର୍ବାଚନ ସରିବା ଦିନ ପରଠାରୁ ଗତ ୧୫ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଢ଼ିବାରେ ଲାଗିଛି। ସମ୍ପୂର୍ଣ୍ଣ ବେଲଗାମ ହୋଇଗଲାଣି। ଗତକାଲି ଡିଜେଲ ମୂଲ୍ୟ ୭୪ ଟଙ୍କା ଟପିଥିଲା। ଆଜି ରାତିରେ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୭୭ ଟଙ୍କା ସ୍ତର ଟପିଯାଇଛି। ଏହା ସର୍ବକାଳୀନ ରେକର୍ଡ। ଯେଉଁ ହାରରେ ଦରବୃଦ୍ଧି ଘଟୁଛି, ଯଦି ସ୍ଥିତିରେ ପରିବର୍ତ୍ତନ ନ ଘଟେ, ଆସନ୍ତା ସପ୍ତାହରେ ପେଟ୍ରୋଲ ଦର ୮୦ ଟଙ୍କା ଛୁଇଁପାରେ। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରଭାବରେ ଏବେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସାଧାରଣ ଖାଉଟିଙ୍କ ସ୍ଥିତି ବେହାଲ୍‌। ଦର ଦାମ୍‌ କେବଳ ବଢିଛି ତା ନୁହେଁ, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୋହଲିଗଲାଣି। ବେଳକୁ ବେଳ ସ୍ଥିତି ଗମ୍ଭୀର ଆଡକୁ ଗତି କରୁଥିଲେ ହେଁ, କାହିଁକି କେଜାଣି କେନ୍ଦ୍ର ସରକାର ଏ ପ୍ରସଙ୍ଗ ଉପରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି। ଅତ୍ୟନ୍ତ ବେଫିକର ଢଙ୍ଗରେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ନେଉଥିବା ଲକ୍ଷ୍ୟ କରାଯାଉଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ବରିଷ୍ଠ କ୍ୟାବିନେଟ୍‌ ସହଯୋଗୀମାନେ କିଭଳି ଦର ହ୍ରାସ ପାଇବ ସେ ନେଇ ବିଚାର ବିମର୍ଶ ଚାଲିଛି ବୋଲି ଆଶା ଦେଖାଇଥିଲେ। ଖୁବ୍‌ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି କହିଥିଲେ। ଏପରିକି ବୁଧବାର କ୍ୟାବିନେଟ୍‌ ବୈଠକରେ ଠୋସ୍‌ କିଛି ନିଷ୍ପତ୍ତି ହେବ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା। ମାତ୍ର ସେମିତି କିଛି ହେଲାନି। ବରଂ ନୂଆଦିଲ୍ଲୀରେ ରହି ସ୍ଥିତିର ସମାଧାନ ପାଇଁ ଉଦ୍ୟମ କରିବା ବଦଳରେ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଡେରା ପକାଇ ସରକାରର ଚତୁର୍ଥବର୍ଷ ପୂର୍ତ୍ତି ପାଳନରେ ବ୍ୟସ୍ତ। ଲାଗୁଛି ଯେମିତି ଲୋକଙ୍କ ଉପରେ ଦାଉ ସାଧୁଛନ୍ତି କେନ୍ଦ୍ର ସରକାର। ଲୋକଙ୍କ ଦୁର୍ଦଶା ସରକାରଙ୍କ ନଜରରେ ପଡୁନି। ପେଟ୍ରୋଲ୍‌ ଓ ଡିଜେଲ ଦରରେ ଅଧାରୁ ଅଧିକ ଭାଗ ହେଉଛି ଟିକସ। ଟିକସ ବୋଝ ସାମାନ୍ୟ କମ୍‌ ହୋଇଗଲେ ଲୋକଙ୍କୁ ଦର ବୃଦ୍ଧି କିଛି ଆଶ୍ୱସ୍ତି ମିଳିପାରନ୍ତା। ହେଲେ କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ଉପରେ ଦାୟିତ୍ୱ ଠେଲିଦେଇ ବସିଯାଇଛନ୍ତି। ଭାଟ୍‌ କମାଇବା ଲାଗି ଆଗ୍ରହ ଦେଖାଇନାହାନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ସାମାନ୍ୟ କମ୍‌ ହୋଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ସ୍ଥାନୀୟ ବଜାରର ତେଲ ଦର ଉପରେ ଦେଖିବାକୁ ମିଳୁନାହିଁ। ଜିଏସ୍‌ଟି ପରିସରଭୁକ୍ତ କରିବା ପ୍ରସଙ୍ଗ ମଧ୍ୟ କେନ୍ଦ୍ର ସରକାରଙ୍କ କୋର୍ଟରେ ଲଟକି ରହିଛି। ଅନ୍ୟପକ୍ଷରେ ତେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷର ନିଆଁ ବ୍ୟାପିଲାଣି। ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆସନ୍ତାକାଲି ଠାରୁ ବିଜୁ ଜନତା ଦଳ ତୈଳ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଉଛି। ରାଜଭବନ ସମ୍ମୁଖରେ ଦଳୀୟ ନେତାମାନେ ବିକ୍ଷୋଭ ଓ ପ୍ରତିବାଦ ସଭା କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପତ୍ର ପ୍ରଦାନ କରିବେ। ସେହିଭଳି ତିନି ଦିନ ଧରି ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଲାଗି ବିଜେଡି ଘୋଷଣା କରିଛି। ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଥାଉକି, ସୋମବାର ପାଇଁ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ୍‌ ମୂଲ୍ୟ ୭୭ ଟଙ୍କା ୭ ପଇସା ହୋଇଛି। ସେହିପରି ଡିଜେଲ ମୂଲ୍ୟ ୭୪ ଟଙ୍କା ୧୫ ପଇସା ହୋଇଯାଇଛି। ରବିବାର ତୁଳନାରେ ପେଟ୍ରୋଲ୍‌ ଦର ୧୫ ପଇସା ବଢ଼ିଥିବା ବେଳେ ଡିଜେଲ ମୂଲ୍ୟ ୧୨ ପଇସା ବଢ଼ିଛି। କେବଳ ଦିଲ୍ଳୀକୁ ଛାଡ଼ିଦେଲେ ଦେଶର ଅନ୍ୟ ୩ଟି ବଡ଼ ମେଟ୍ରୋରେ ପେଟ୍ରୋଲ ୮୦ ଟଙ୍କା ଅତିକ୍ରମ କରି ସାରିଲାଣି। ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା ୧୨ ପଇସା ଥିବା ବେଳେ କଲିକତାରେ ୮୦ ଟଙ୍କା ୭୬ ପଇସା, ମୁମ୍ବାଇରେ ୮୫ ଟଙ୍କା ୯୩ ଏବଂ ଚେନ୍ନାଇରେ ୮୧ ଟଙ୍କା ୧୧ ପଇସାରେ ପହଂଚିଲାଣି।
OSCAR-2019
ନଭେମ୍ବର ମାସରେ ଜିଏସଟି କାଉଂସିଲ ସାଧାରଣ ଜନତାଙ୍କ ସମେତ କିଛି ଛୋଟ ଏବଂ ମଧ୍ୟମ ଧରଣର ବ୍ୟବସାୟକୁ ଉପହାର ଭେଟି ଦେବାକୁ ଯାଉଛି । ସୂଚନା ମୁତାବକ, ୧୦ ନଭେମ୍ବରରେ ଗୌହାଟୀରେ ଜିଏସଟି ପରିଷଦର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସାଧାରଣ ଜନତାଙ୍କୁ ଯେଉଁଠି ଶସ୍ତା ବସ୍ତୁ ଏବଂ ସେବା ଉପହାର ଆଧାରରେ ମିଳିପାରେ ସେହିପରି ବ୍ୟବସାୟଗୁଡିକ ଉପରେ ମଧ୍ୟ ଟାକ୍ସର ଭାର କମ୍ କରାଯିବାରର ଯଥେଷ୍ଟ ସମ୍ଭାବନା ରହିଛି । ତେବେ କଂପୋଜିସନ ସ୍କିମକୁ ନେଇ ଆସାମ ଅର୍ଥ ମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ତିଆରି ହୋଇଥିବା ଏକ ଟିମ ଏହା ଉପରେ କିଛି ଗୁରୁତ୍ୱ ପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଯାହାକୁ ଜିଏସଟି ପରିଷଦ ଗ୍ରହଣ କରି ପାରନ୍ତି । ତେଣୁ ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ କି ନଭେମ୍ବରରେ କେଉଁ କେଉଁ ଜିନିଷ ଶସ୍ତା ହୋଇପାରେ । ମନ୍ତ୍ରୀ ମଣ୍ଡଳ ପରାମର୍ଶ ଦେଇଛନ୍ତି କି, ଏସି ରେଷ୍ଟୁରାଂଟରେ ଲାଗୁ ହୋଇଥିବା ୧୮ ପ୍ରତିଶତ ଜିଏସଟିକୁ ହ୍ରାସ କରାଯାଇ ତାକୁ ୧୨ ପ୍ରତିଶତ କରି ଦିଆଯାଉ ବୋଲି । ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ପୂର୍ବରୁ ଏସି ହୋଟେଲରେ ଲାଗୁ ହେବାକୁ ଥିବା ରେଟକୁ କମାଇବା ନେଇ ସଂକେତ ଦେଇ ସାରିଛନ୍ତି । ମିଳିଥିବା ସୂଚନାରୁ ଯାହା ଜଣା ପଡିଛି, ୧୦ ନଭେମ୍ବରକୁ ବୈଠକରେ ପରିଷଦ ଏସି ହୋଟେଲରେ ଲାଗୁ ହେବାକୁ ଥିବା ରେଟକୁ ହ୍ରାସ ନିଶ୍ଚୟ କରିପାରନ୍ତି । ଏହାଦ୍ୱାରା ଆପଣଙ୍କୁ ଏସି ହୋଟେଲରେ ଖାଦ୍ୟ ଖାଇବା ଉପରେ କମ ବିଲ୍ ପରିଶୋଧ କରିବାକୁ ପଡିବ । କଂପୋଜିସନ ସ୍କିମର ସୀମା ୧ କୋଟିରୁ ବୃଦ୍ଧି କରାଯାଇ ଦେଢ କୋଟି କରାଯାଇପାରେ । ଏହାଦ୍ୱାରା ଅନେକ ବ୍ୟବସାୟ ଏହାର ପରିସରରେ ଆସିପାରନ୍ତି । ଏହାବ୍ୟତୀତ ମାନ୍ୟୁଫାକଚର୍ସ ବିକ୍ରି ଉପରେ ୨ ସ୍ଥାନରେ ୧ ପ୍ରତିଶତ, ରେଷ୍ଟୁରାଂଟ ପାଇଁ ୫ ବଦଳରେ ୧ ପ୍ରତିଶତ ଏବଂ ଟ୍ରେଡର୍ସ ପାଇଁ ୧ ବଦଳରେ ୦.୫ ପ୍ରତିଶତ କର ଦେବାକୁ ପରାମର୍ଶ ଦିଆଯାଇଛି । କଂପୋଜିସନ ସ୍କିମର ସୀମା ବୃଦ୍ଧି ଏବଂ ହୋଟେଲ ଓ ମାନ୍ୟୁଫାକଚର୍ସ ପାଇଁ ଟାକ୍ସ ଦର ହ୍ରାସ ପାଇବା ଦ୍ୱାରା ସାଧାରାଣ ଜନତାଙ୍କୁ ମଧ୍ୟ ଫାଇଦା ମିଳିବ । ଯଦି ଏଭଳି ହୁଏ ତେବେ ଏହି ସବୁ ହୋଟେଲରେ ଖାଇବା ଆପଣଙ୍କ ପାଇଁ ଅନ୍ୟ ହୋଟେଲଗୁଡିକ ତୁଳନାରେ ବହୁତ ଶସ୍ତା ହୋଇ ପାରେ । ଏହି ବୈଠକରେ ରିୟଲ ଇଷ୍ଟେଟକୁ ଜିଏସଟି ପରିସରରେ ଅଣାଯାଇପାରେ । ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ସଂକେତ ମଧ୍ୟ ପୂର୍ବରୁ ଦେଇସାରିଛନ୍ତି । ମାନ୍ୟୁଫାକଚରିଂ ସେକ୍ଟରକୁ କଂପୋଜିସନ ସ୍କିମ ପରିସରରେ ଲାଗିବାକୁ ଯାଉଥିବା ଟାକ୍ସ ମାମଲାରେ ଆଶ୍ୱସ୍ତି ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଯାହାଦ୍ୱାରା କି ଘର ବ୍ୟବହୃତ ଅନେକ ସାମଗ୍ରୀ ଯେପରିକି, ବାଥରୁମ ଟାଇଲ, ଷ୍ଟିଲ ଜିନିଷ ସମେତ ଅନ୍ୟ ଜିନିଷଗୁଡିକ ମଧ୍ୟ ଶସ୍ତା ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ, ରାଜସ୍ୱ ସଚିବ ହଂସମୁଖ ଅଧିଆ ସୂଚନା ଦେଇ ସାରିଛନ୍ତି କି ୨୮ ପ୍ରତିଶତ ସ୍ତରରେ କିଛି ଉତ୍ପାଦଗୁଡିକର ରେଟ୍ କମ କରାଯାଇପାରେ । ଏହା ଉପରେ ୧୨ରୁ ୧୮ ପ୍ରତିଶତ ରେଟ୍ ଲଗାଯାଇପାରେ । ଏଭଳି ପରିସ୍ଥିତିରେ ୨୮ ପ୍ରତିଶତର ରେଂଜର ପରିସରରେ ଆସୁଥିବା ସାଧାରଣ ଜନତାଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହୋଇପାରେ ।
OSCAR-2019
ପୁଣି ସାମ୍ନାକୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ପ୍ରଶଂସନୀୟ କାର୍ଯ୍ୟ । ୨୦୧୫ରେ ସାଉଦି ଆରବ ଟାର୍ଗେଟ କରିଥିଲା ୟେମେନକୁ । ସେଠାରେ ଫସି ରହିଥିଲେ ୧୯୭୨ ବିଦେଶୀଙ୍କ ସମେତ ୪୮ ଶହ ଭାରତୀୟ ନାଗରିକ । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତଙ୍କ ଜୀବନ ବଂଚାଇପାରିଥିଲା ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫୋନ । ଏସିଆନ ଫୋରମର ଅନ ଇଂଡିଆର ପ୍ରବାସୀ ଭାରତୀୟ ଦିବସ ଅବସରରେ ଏକଥାକୁ ସେୟାର କରିଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଏହି ଏସିଆନ ଫୋରମରେ ୩ହଜାର ଭାରତୀୟ ଉପସ୍ଥିତ ଥିଲେ । ସୁଷମା କହିଥିଲେ, ୨୦୧୫ରେ ସାଉଦିଆରବ ଯେତେବେଳେ ୟେମେନ ଉପରେ ଆକ୍ରମଣ କରିଥିଲା, ସେ ବହୁତ ଦୁଃଖରେ ଥିଲେ । ହଜାର ହାଜାର ଭାରତୀୟ ସେଠାରେ ଫସି ରହିଥିଲେ । ସେମାନଙ୍କୁ କିପରି ସେଠାରୁ ମୁକୁଳା ହେବ ସେ ନେଇ ଚିନ୍ତାରେ ଥିଲେ, କାରଣ ସାଉଦି ସାମରିକ ବାହିନୀ ଲଗାତାର ବୋମାମାଡ କରିଚାଲୁଥିଲେ । ଏଭଳି ପରିସ୍ଥିତିକୁ ନେଇ ସୁଷମା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏବଂ ପ୍ରଧାନମନ୍ତ୍ରୀ ଆଗ୍ରହର ସହ ରିୟାଦର ରାଜାଙ୍କ ସହ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବୋମାମଡ ନକରିବାକୁ ଅନୁରୋଧ କରିଥିଲେ । ପ୍ରତିଦିନ ଦୁଇ ଘଂଟା ବୋମାମାଡ ବନ୍ଦ କରିବାକୁ ରାଜି ହୋଇଥିଲେ ସାଉଦିଆରବ ରାଜା । ଆଉ ଏହି ସମୟରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ବାହାର କରିବା ସହ ସେମାନଙ୍କୁ ଆଡେନ ଆଣ୍ଡ ଆର୍ମି ଏୟାରପୋର୍ଟ ପର୍ଯ୍ୟନ୍ତ ପହଂଚାଇବା ପାଇଁ ସେ ନିଜେ ୟେମେନ ସରକାରଙ୍କୁ ନିବେଦନ କରିଥିଲେ । ଅପରେସନ ଜରିଆରେ ଭାରତୀୟ ସେନା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ କିନ୍ତୁ ଆଶା କରାଯାଉଥିବା ସଫଳତା ମିଳିପାରିନଥିଲା ବୋଲି ସୁଷମା କହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋନ ପରେ ସାଉଦିଆରବ ଦୈନିକ ୨ଘଂଟା ବୋମାମାଡ ବନ୍ଦ କରିଥିଲେ ଫଳରେ ନିଜ ଦେଶର ନାଗରିକଙ୍ ଜୀବନ ବଂଚାଇବା ସହ ବିଦେଶୀ ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ । ୨୦୧୫ ଏପ୍ରିଲ୧ରୁ ୧୧ଦିନ ଯାଏ ଅଭିଯାନ ଚାଲୁ ରହିଥିଲା । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ଅବସରରେଭିଭିଆନ ବାଲକ୍ରିଷ୍ଣନଙ୍କୁ ସାକ୍ଷାତ କରିବା ପାଇଁ ପ୍ରତିପକ୍ଷଙ୍କ ସହ ସିଙ୍ଗାପୁରରେ ନେଇଥିବା ପଦକ୍ଷେପ ବିଷୟରେ କହିଥିଲେ । ପ୍ରବାସୀ ଭାରତୀୟ ଦିବସ ଅବସରରେ ସେ ଏହି ଅଭିଯାନରେ ସାମିଲ ହୋଇଥିବା ଦେଶର ପ୍ରତିନିଧିଙ୍କ ବାବଦରେ କହିଥିଲେ । ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ମିଆଁମାର, ଫିଲିପାଇନସ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମା । ଭାରତର ଏହି ଦେଶମାନଙ୍କ ସହ ଶତକଡା ୧୦.୨ ବ୍ୟବସାୟ ହୋଇଥାଏ । ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ବିଜେପି ସରକାର ପ୍ରାଧାନ୍ୟ ଦେଇଥାଏ । ସୁଷମା ସୋସିଆଲ ମିଡିଆରେ ପୁରା ଆକ୍ଟିଭ ରହିଥାଆନ୍ତି । ଫସି ରହିଥିବା ଲୋକ ଓ ସେମାନଙ୍କ ୁ କିପରି ଉଦ୍ଧାର କରାଯାଉଛି ସେ ବିଷୟରେ ସବୁବେଳେ ସୋସଇଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି । ନିକଟରେ ତିନିଦିଆ ବିଦେଶ ଗସ୍ତ ପୂର୍ବରୁ ସୁଷମା ଟ୍ୱିଟ କରିଥିଲେ ଯେ ୩ ଭାରତୀୟ ଏବଂ ସାତ ନେପାଳି ଝିଅଙ୍କୁ କେନିଆ ମୁକ୍ତ କରିଛି । ୨୦୧୭ରେ ବିଦେଶ ଭବନ ଉଦଘାଟନ ସମୟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଥିଲେ, ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ବିଭିନ୍ନ ରାଷ୍ଟ୍ରରେ ଫଶି ରହିଥିବା ୮୦ ହଜାର ନାଗରିକଙ୍କୁ ଉଦ୍ଧାର କରାଯାଇଛି । ସାଉଦିଆରବରେ ଫସିରହିଥିବା ୨୯ ଭାରତୀୟଙ୍କୁ ବୈଦେଶିକ ବିଭାଗ ବଂଚାଇ ଥିଲା ।
OSCAR-2019
ଭୁବନେଶ୍ୱର: ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୮ ଶହ ଟଙ୍କାକୁ ବୃଦ୍ଧି କରିବା ପାଇଁ ବିରୋଧୀ ଗୃହରେ ଦାବି କରିଛନ୍ତି । ଏନେଇ ବିରୋଧୀ ଦଳର ସଦସ୍ୟ ମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ନିରଞ୍ଜନ ପୁଜାରୀ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ । କଂଗ୍ରେସର ତାରା ପ୍ରସାଦ ବାହିନୀପତି ଓ ନବକିଶୋର ଦାସ ହଟ୍ଟଗୋଳରେ ମାତି ଥିବାରୁ ସେମାନଙ୍କର ପ୍ରଶ୍ନଉପରେ ଆଲୋଚନା ହୋଇ ପାରିନଥିଲା । ପ୍ରଥମ ଦଫାରେ ୧୦.୩୩ରୁ ୧୨.୩୦ ଓ ୧୨.୩୪ରୁ ୧୨.୫୫ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ପୁଣି ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀ ପ୍ରତିବାଦ ତୀବ୍ର କରିବାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ । କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପୋଡିୟମ ବାଡେଇବା ସହ ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢ଼ିବାକୁ ଚେଷ୍ଟା କରିବା, ମାର୍ଶାଲ ଓ ସୁରକ୍ଷା କର୍ମୀମାନେ ତାଙ୍କୁ ବାଧା ଦେବା ଘଟଣା ମାନ ଦେଖିବାକୁ ମିଳିଥିଲା । ବିଜେପି ବିଧାୟକ ମାନେ ନିଜ ନିଜ ଆସନରେ ଅନୁରୂପ ଭାବେଠିଆ ହୋଇ ସର୍ବନିମ୍ନ ସହାୟକ ମୁଲ୍ୟ ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ । ଅନ୍ୟପକ୍ଷରେ ଏହି ହଟ୍ଟଗୋଳ ସମୟରେ ବାଚସ୍ପତିଙ୍କ ନିର୍ଦେଶ କ୍ରମେ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ ଓଡ଼ିଶା ବିକ୍ରୟ କର ଅଧିନିୟକ ସଂକ୍ରାନ୍ତୀୟ କାଗତ ଉପସ୍ଥାପନ କରିଥିଲେ । ସେହିପରି ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓଡ଼ିଶା ଅବକାରୀ ନିୟମାବଳୀ ୨୦୧୭ ସମ୍ପର୍କୀୟ କାଗଜ ଉପସ୍ଥାପନ କରିଥିଲେ । ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟ ଶ୍ରୀ ରାଉତରାୟ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଅନୁପସ୍ଥିତିରେ ଓଡ଼ିଶା ସେଚନ ସଂଶୋଧନ ନିୟମାବଳୀ ଏବଂ ଓଡ଼ିଶା ବେସରକାରୀ ଅନୁଦାଦ ପ୍ରାପ୍ତ କଲେଜ କର୍ମଚାରୀ ଭବିଷ୍ୟତ ନିଧି ନିୟମାବଳୀ ସଂକ୍ରାନ୍ତୀୟ କାଗଜ ଉପସ୍ଥାପନ କରିଥିଲେ । ଏହା ବ୍ୟତୀତ ସରକାରୀ ମୁଖ୍ୟ ସଚେତକ ଶ୍ରୀ ଅନନ୍ତ ଦାସ ଓଡ଼ିଶା ବିଧାନସଭା କାର୍ଯ୍ୟ ବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ନିୟମ ୩୩(୧) ଅନୁଯାୟୀ କାର୍ଯ୍ୟ ପରାମର୍ଶଦାତା କମିଟିଙ୍କ ରିପୋର୍ଟ ଉପସ୍ଥାପନା କରିଥିଲେ । ପରେ ସହମତି ପ୍ରକାଶ କରିବା ପାଇଁ ଶ୍ରୀ ଦାସ ପ୍ରସ୍ତାବ ଆଗତ କରିଥିଲେ । ତାହା ବାଚନିକ ଭୋଟରେ ଗୃହୀତ ହୋଇଥିଲା ।
OSCAR-2019
ଭଦ୍ରକ, ୧୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସବଜେଲ୍ରେ ଗତକାଲି ଜଣେ ବିଚାରାଧୀନ କଏଦୀ ଅନାଦି ଖଟୁଆଙ୍କ ମୃତୁ୍ୟ ଘଟିଛି । ତାଙ୍କ ଘର କଟକ ଜିଲା ମହାଙ୍ଗା ଦେବାଳିଆ ଗ୍ରାମରେ । ସେ ଗତ କିଛିଦିନ ଧରି ଯକ୍ଷ୍ମା ରୋଗରେ ପୀଡିତ ଥିଲେ । ଗୁରୁବାର ରାତି ୧୨ଟା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଅନାଦିଙ୍କୁ ଜିଲା ମୁଖ୍ୟ ଚିକିସôାଳୟକୁ ନିଆଯାଇଥିଲା । ମେଡିକାଲରେ ଭତ୍ତି ହେବାର ମାତ୍ର ୧୦ ମିନିଟ୍ ମଧ୍ୟରେ ତାଙ୍କ ମୃତୁ୍ୟ ଘଟିଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ଅପରପକ୍ଷେ ମେଡିକାଲରେ ଡୁ୍ୟଟିରେ ଥିବା ଡାକ୍ତର ଅନାଦିଙ୍କୁ ଗୁରୁତର ଅବସ୍ଥାରେ ନୁହେଁ ବରଂ ମୃତ ଅବସ୍ଥାରେ ମେଡିକାଲ ଅଣାଯାଇଥିଲା ବୋଲି କହିଛନ୍ତି । ଏଭଳି ପରସ୍ପର ବିରୋଧୀ ବୟାନ ଜେଲ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ସନେ୍ଦହ ଘେରକୁ ଆଣିଛି । ମୃତ ଅନାଦିଙ୍କ ପରିବାର ବର୍ଗ କୌଣସି କାରଣରୁ ମୃତଦେହ ନେବାକୁ ମନା କରିଦେଇଛନ୍ତି । ଶବ ବ୍ୟବଚ୍ଛେଦ ହୋଇପାରିନାହିଁ । ଆସନ୍ତାକାଲି ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ମୃତ ଅନାଦିଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ଅନାଦି ଏକ ଅପରାଧିକ ମାମଲାରେ ଗତ ୬ ମାସ ହେବ ଭଦ୍ରକ ସବ୍ଜେଲରେ ବିଚାରାଧୀନ ବନ୍ଦୀ ଭାବରେ ଥିଲେ । ଗତ ଫେବୃୟାରୀ ୧୬ ତାରିଖରେ ଅସୁସ୍ଥତା ହେତୁ ଅନାଦିଙ୍କୁ ଚିକିସôା ପାଇଁ ହାତରେ ହ୍ୟାଣ୍ଡକପ୍ ପକାଇ ଚଲାଇ ଚଲାଇ ମେଡିକାଲ ନିଆଯାଇଥିଲା । ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତରରେ ଜେଲ୍ କର୍ତ୍ତୃପକ୍ଷ ଅନାଦି ସଂପୂର୍ଣ୍ଣ ସୁସ୍ଥ ଥିବାରୁ ତାଙ୍କୁ ଚଲାଇ ଚଲାଇ ନିଆଯାଉଥିବା କହିଥିଲେ । ଅନାଦି ଏକମାସ ପୂର୍ବରୁ ସଂପୂର୍ଣ୍ଣ ସୁସ୍ଥ ଥିଲେ । ଏହି ଏକମାସ ମଧ୍ୟରେ ତାଙ୍କର ଦେହ କିପରି ଏତେ ଅସୁସ୍ଥ ହୋଇଗଲା, ଯାହା ଫଳରେ ତାଙ୍କ ମୃତୁ୍ୟ ଘଟିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅନାଦି ଯକ୍ଷ୍ମା ରୋଗରେ ମୃତୁ୍ୟବରଣ କରିଛନ୍ତି ବୋଲି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ନିୟମିତ ଔଷଧ ସେବନ କଲେ ଜଣେ ଯକ୍ଷ୍ମାରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ । ଏହା ବ୍ୟତୀତ ଏହି ରୋଗର ସମସ୍ତ ଔଷଧ ମାଗଣାରେ ଉପଲବ୍ଧ । ଜେଲ୍ ମଧ୍ୟରେ ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ନିୟମିତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିୟୋଜିତ ଥିବାବେଳେ ଅନାଦିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ଆଇନ୍ଜୀବୀ ଗଦାଧର ବଳ, ମାନବ ଅଧିକାର ସଂଗଠନର ସଭାନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର ଓ ସଂପାଦିକା ଚୈତାଳୀ ଖିଲାର । ଯଦି ଅନାଦି ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କଲେ ନିଶ୍ଚିତ ଅବସ୍ଥା ଗୁରୁତର ଥିଲା । ତେଣୁ ଜେଲ୍ କର୍ତ୍ତୃପକ୍ଷ କିପରି ଏହି ଗୁରୁତର ରୋଗୀଙ୍କୁ ଜେଲ୍ର ଚାରିକାନ୍ଥ ମଧ୍ୟରେ ରଖିଥିଲେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ବଳ । ତେଣୁ ଏହା ସଂପୂର୍ଣ୍ଣ ମାନବାଧିକାରର ଖୋଲା ଉଲ୍ଲଂଘନ ବୋଲି ସେ ଅଭିଯୋଗ କରିଛନ୍ତି । ଜିଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ମହିଳା ମାନଙ୍କ ପ୍ରଗତି ପାଇଁ ନିରନ୍ତର ପ୍ରୟାସ ଆବଶ୍ୟକ
OSCAR-2019
OLX ଓ Quikr କୁ ଟକ୍କର ଦେବ ଫେସବୁକ୍ । ଭାରତରେ ନିଜର Marketplace ଫିଚର ଲଂଚ କରିଛି ଫେସବୁକ୍ । ଏହି ଫିଚର ଆସିବା ପରେ ଗ୍ରାହକ ନିଜର ଫେସବୁକ୍ ପ୍ଲାଟଫର୍ମରୁ ନୂଆ-ପୁରୁଣା ସାମଗ୍ରୀ କିଣାବିକା କିରପାରିବେ, ଯେପରି OLX ଓ Quikrରେ କରନ୍ତି । ସୂଚନାଯୋଗ୍ୟ ଏହି ଫିଚରର ପରୀକ୍ଷଣ ଫେସବୁକ୍ ଗତ ବର୍ଷ ମୁମ୍ବାଇରେ କରିସାରିଥିଲା । ତେବେ ଏବେଠାରୁ ଏହାକୁ ଲାଇଭ୍ କରିଦେଇଛି ଫେସବୁକ୍ । Facebook Marketplace ଫିଚର ଜରିଆରେ ଗ୍ରାହକ ମୋବାଇଲ ଓ ଡେକ୍ସଟପରେ ଲଗ୍ ଇନ୍ କରି ନିଜର ପୁରୁଣା ସାମଗ୍ରୀ ବିକ୍ରି କରିପାରିବେ । କେବଳ ଯେ ବିକ୍ରି କରପାରିବେ ତା’ ନୁହେଁ ଆବଶ୍ୟକୀୟ ପୁରୁଣା ସାମଗ୍ରୀ କିଣି ମଧ୍ୟ ପାରିବେ । ଫେସବୁକର ମାର୍କେଟପ୍ଲେସ୍ ଫିିଚର ଏବେ ପର୍ଯ୍ୟନ୍ତ ୩୬ ଟି ଦେଶରେ ଲାଇଭ କରୁଥିଲା । ଆଉ ଏହି ଦେଶ ମାନଙ୍କରେ ଏବେ ସାମିଲ ହେଲା ଭାରତ । ଭାରତରେ ମଧ୍ୟ ଜାରି ହେଲା ଫେସବୁକର ଏହି ଫିଚର । ଡେକ୍ସଟପ ଭର୍ସନ ବିଷୟରେ ଆଲାଚନା କଲେ ଆପଣ ନିଜର ହୋମପେଜରେ ବାମ ପଟରେ ମେସେଞ୍ଜର ତଳେ ଏହି ଫିଚରକୁ ଦେଖିପାରିବେ । ଅନ୍ୟପଟେ ମୋବାଇଲରେ ଏହି ଫିଚର ମେନୁ ସିଲେକ୍ସନରେ ମିଳିବ । ତେବେ ଏବେ ପର୍ଯ୍ୟନ୍ତି ଏହି ଫିଚର ଦେଖିବା ପରେ ଲାଗୁଛି ଫେସବୁକ ସେଲର ଯାଂଚ କରୁନାହିଁ । କିଛି ସମୟ ଭିତରେ ମଧ୍ୟ ଏନେଇ କିଛି ଅଧିକ ପରିବର୍ତ୍ତ ହେବ ବୋଲି ଆଶା କରାଯାଉଛି ।
OSCAR-2019
କନକ ବ୍ୟୁରୋ : ରାଜ୍ୟରେ ଜାରି ହେଲା ହିଟୱେଭ । ଆଗାମୀ ୨ ଦିନ ପର୍ଯ୍ୟନ୍ତ ଏଭଳି ହିଟ ୱେଭ ଜାରି ରହିବ । ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶା ପରେ ଉପକୂଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ଜଳୁଛି ପଶ୍ଚିମ ଓଡିଶା । ଟିଟିଲାଗଡରେ ପାରଦ ଅଧିକ ରହିଛି । ଏଠାରେ ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱର ବି ୪୦ ଡିଗ୍ରୀ ଟପିଛି । ଆଜି ବି ରାଜ୍ୟର ଅନେକ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହେବ । ତେବେ ଆସନ୍ତା ୩୦ରୁ ଉତର ଓ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉତର ପଶ୍ଚିମ ଭାରତରୁ ଏକ ଟ୍ରଫ୍ ଲାଇନ୍ ଓଡିଶା ଆଡକୁ ଲମ୍ଭିଛି । ଫଳରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷ।। ସମ୍ଭାବନା ରହିଛି ।
OSCAR-2019
ପୂର୍ବ ମଧ୍ୟ ରେଳବାଇ ପକ୍ଷରୁ ମୋଟ ୧୪୮୯ଟି ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ଭର୍ତ୍ତିରେ ରେଳବାଇ ଯବାନଭାବେ କଣ୍ଟ୍ରାକଚୁଆଲ ଆଧାରରେ ଗେଟମ୍ୟାନ୍ ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଜାଣନ୍ତୁ କିଭଳି ଏହି ପଦ ପାଇଁ ଆବେଦନ କରିବେ । ଆବେଦନ ପ୍ରକ୍ରିୟା – ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍ www.rrcecr.gov.in ମାଧ୍ୟମରେ ଆନଲାଇନରେ ଆବେଦନ କରିପାରିବେ ।
OSCAR-2019