text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
ଖ୍ୟାତନାମା ଶିଳ୍ପପତି ରତନ ଟାଟା ଯେ ସଫଳତାର ଊର୍ଧ୍ୱରେ ଏ କଥାକୁ ହୁଏତ କେହି ଅସ୍ୱୀକାର କରିବେ ନାହିଁ। ତାଙ୍କ ସଫଳତା ପଛରେ ଲୁଚି ରହିଛି କେତେକ ଆଦର୍ଶ। ଯାହାକୁ ଅନୁସରଣ କଲେ ଜଣେ ସାଧାରଣ ଲୋକ ମଧ୍ୟ ସଫଳତା ପାଇବାରେ ସମର୍ଥ ହୋଇ ପାରିବେ। ନିମ୍ନରେ ଆଲୋଚନା କରାଯାଇଛି ରତନ ଟାଟା କହିଥିବା କେତେକ ଗୁରୁତ୍ୱପୂର୍ଣ୍ଣ କଥା… – ଯଦି ତୁମେ ସଫଳ ହେବାକୁ ଚାହଁ ତା’ହେଲେ ପ୍ରଥମେ ନିଜକୁ ଚିହ୍ନିବାକୁ ଚେଷ୍ଟା କର। କାହିଁକି ନା, ତୁମ ନିଜଠାରୁ ତୁମକୁ କେହି ଭଲ ଭାବେ ଜାଣନ୍ତି ନାହିଁ। – ଯେପରି ଲୁହାର କେହି କ୍ଷତି କରିପାରନ୍ତି ନାହିଁ ସେ ନିଜେ ହିଁ କଳଙ୍କି ମାରିଯାଏ। ସେହିପରି ଜଣେ ମଣିଷର ବିଫଳତା ପାଇଁ ସେ ନିଜେ ହିଁ ଦାୟୀ। – ବିଶ୍ୱାସ ହେଉଛି ବ୍ୟବସାୟୀ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ଗ୍ରାହକଙ୍କ ବିଶ୍ୱାସ ଜିଣି ପାରିଲେ ଜଣେ ସଫଳ ବ୍ୟବସାୟୀ ହୋଇପାରିବ। – ଅନ୍ୟ ସହ ପ୍ରତିଯୋଗିତା କର ନାହିଁ। ନିଜ ସହ ନିଜେ କର। କାଲି ଯେତିକି ସଫଳ ଥିଲ ଆଜି ତା’ ଠାରୁ ବେଶି ସଫଳ ହୋଇପାରିଛ କି ନାହିଁ ପରଖି ନିଅ।
OSCAR-2019
କନକ ବ୍ୟୁରୋ : ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଲୋକ । ଏପରିକି ହାତ ଗୋଡ ବାନ୍ଧି ପିଟିଛନ୍ତି ଗାଁ ଲୋକେ । ବାଲେଶ୍ୱର ସହଦେବଖୁଂଟ ଥାନା ନୂଆବଜାର ପରିବା ବଜାରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କର ସାଇକେଲ ଚୋରି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ଜଣେ ଯୁବକଙ୍କୁ ଅଟକ ରଖିବା ସହ ମାଡ଼ ମାରିଥିଲେ । ଏପରିକି ଯୁବକଙ୍କ ଚୁଟି କାଟିବା ସହ ପୋଷାକ ମଧ୍ୟ ଚିରିଦେଇଥିଲେ । ତେବେ ଯୁବକଙ୍କ ପରିଚୟ ଏଯାଏଁ ମିଳିପାରି ନଥିବା ବେଳେ ରିପୋର୍ଟ ଲେଖିବା ମଧ୍ୟରେ ଘଟଣା ସ୍ଥଳରେ ପୁଲିସ୍ ପହଂଚିନଥିଲା । କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଚେନ୍ ଲୁଟେରା । ଆଜି ସକାଳୁ ସକାଳୁ ପୁଣି ଜଣେ ମହିଳା ଚେନ୍ ଲୁଟେରାଙ୍କ ଶିକାର ହୋଇଥିବା ଅଭିଯୋଗ ହୋଇଛି । ପ୍ରାଚୀ ବିହାରରେ ଦୁଇ ଜଣ ଦୁବୃର୍ତ୍ତ କଳା ପଲସରରେ ଆସି ଜଣେ ମହିଳାଙ୍କଠାରୁ ଚେନ ଛିଡାଇନେଇଛନ୍ତି । ଲୁଟର ଶିକାର ହୋଇଥିବା ପ୍ରିୟଙ୍କା ସାମଲଙ୍କ କହିବା ଅନୁଯାୟୀ ମହିଳା ଜଣକ ଭୋର ୫ଟା ୧୫ରେ ଫୁଲ ତୋଳିବାକୁ ଗେଟ୍ ବାହାରକୁ ଆସିଥିଲେ । ଗେଟଠାରୁ ମାତ୍ର ଅଳ୍ପ କିଛି ଦୂର ଆଗକୁ ଯିବା ପରେ ଦୁବୃର୍ତ୍ତମାନେ ଏକ କଟୁରୀ ଦେଖାଇ ଭୟଭୀତ କରାଇ ଚେନ୍ ଲୁଟି ନେଇଥିଲେ । ତେବେ ମହିଳାଙ୍କ ସ୍ୱାମୀ କମିଶନରେଟ୍ ପୁଲିସ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । କହିଛନ୍ତି ପ୍ରାଚୀ ବିହାର ଅଂଚଳ ଏକ ପ୍ରକାର ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏବଂ ଅସାମାଜିକ ଲୋକଙ୍କ ସହ ପୁଲିସର ସଲାସୁତୁରା ରହିଛି । ତେଣୁ ଏହି ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟୁଛି ।
OSCAR-2019
କନକ ବ୍ୟୁରୋ : ବିଚ୍ ରାସ୍ତାରେ ପୁଲିସର ଦବଙ୍ଗଗିରି । ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ କିଭଳି ବ୍ୟବହାର କରେ ପୁଲିସ୍, ତାର ଏକ ନିଚ୍ଛକ ଉଦହାରଣ ଦେଖିବାକୁ ମିଳିଛି ବାରିପଦାରେ । ଆଇନ୍ କାନୁନ୍ ଭୁଲି ଯାଇ ବିଚାରକ ସାଜିଲେ ପୁଲିସ୍ । ଯାହାର ଚିତ୍ର ଦେଖିଲେ ଆପଣ ବି କହିବେ- ଇଏ, ପୁଲିସ ନା’ ଗୁଣ୍ଡା । ସୂଚନା ଅନୁସାରେ, ସାଇକେଲ ଚୋରୀ ଅଭିଯୋଗରେ ମଝିଗାଁର ବୟ ସର୍ଦ୍ଦାରଙ୍କୁ ଅକଥନୀୟ ଅତ୍ୟାଚାର କରିଥିଲେ ଝରାଡିହ ଫାଣ୍ଡିରେ ହୋମଗାର୍ଡ ଉପେନ୍ଦ୍ର ବେହେରା । କେହି କିଛି ବୁଝିବା ଆଗରୁ ଆରମ୍ଭ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ସହ ହାତବାନ୍ଧି ତଳେ ପକାଇ କାଠ ଫାଳିଆରେ ଆଖିବୁଜି ମାରିଚାଲିଥିଲେ । ସାଇକେଲ ଚୋରୀ ଅଭିଯୋଗରେ ମଝିଗାଁର ବୟ ସର୍ଦ୍ଦାରଙ୍କୁ ଏଭଳି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଥାନାରେ ଅଭିଯୋଗ ପାଇଁ ପହଂଚିଥିଲେ ସୁଦ୍ଧା ଅଭିଯୋଗ ବି ଗ୍ରହଣ କରିନି ପୁଲିସ । ଏଠି ଏକ ହୋଟେଲରେ କାମ କରନ୍ତି ବୟ ସର୍ଦ୍ଦାର । ତାଙ୍କ ନାଁରେ ଚୋରି ଭଳି କୌଣସି ଅଭିଯୋଗ ନଥିବା କହିଛନ୍ତି ସ୍ଥାନୀୟ ଲୋକ । ତେବେ ଏହି ପୁରା ଘଟଣାରେ ପୁଲିସର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା କେହିବି କ୍ୟାମେରା ଆଗରେ ମୁହଁ ଖୋଲୁ ନାହାଁନ୍ତି । ଅନ୍ୟପଟେ ଦାଦାଗିରି ଯୋଗୁଁ ନବରଙ୍ଗପୁର ଡାବୁ ଗାଁ ଥାନା ଆଇଆଇସି ସୁବାସ ରାୟଗୁରୁଙ୍କୁ ଦିଆଯାଇଛି ବଦଳି ନିର୍ଦ୍ଦେଶ । ଜିଲ୍ଲା ହେଡକ୍ୱାର୍ଟରଙ୍କୁ ସୁବାସଙ୍କୁ ବଦଳି କରାଯାଇଛି । ଏହା ସହ ଆଇଆଇସିଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ଉମରକୋଟ ଏସଡିପିଓ ସୂଚନା ଦେଇଛନ୍ତି । ଗତକାଲି ଜଣେ ଚାଷୀଙ୍କ ମକା ଚାଷ ଜମିରେ ପୁଲିସ ଗାଡି ବୁଲାଇଥିଲେ ଏହି ଆଇଆଇସି । ଏପରିକି ଚାଷୀଙ୍କୁ ଗାଡିରେ ଚପାଇ ଦେବାକୁ ମଧ୍ୟ ଧମକ ଦେଇଥିଲେ । ଯେଉଁଥି ପାଇଁ ତାଙ୍କ ଜୀବନ ପ୍ରତି ଭୟ ଥିବା କହିଛନ୍ତି ପୋଲିସ ବାବୁଙ୍କ ଦାଦାଗିରିର ଶିକାର ହୋଇଥିବା ପିଂଟୁ ବିଷୋୟୀ । କନକ ବ୍ୟୁରୋ : ବ୍ରହ୍ମ ବିଭ୍ରାଟ ଘଟଣାକୁ ଦୁଇବର୍ଷ ବିତିଗଲାଣି, ୧୫ ଦିନ ହେଲାଣି ରିପୋର୍ଟ ଦିଆ ସରିଲାଣି, ହେଲେ ଏଯାଏଁ ଜଣାପଡୁନି ରିପୋର୍ଟରେ ଅଛି କ’ଣ । ଆଜି ଏନେଇ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି- ରିପୋର୍ଟ ମିଳିଛି ଏବଂ ପରିଚାଳନା ପରିଷଦ ବୈଠକର ନିଷ୍ପତି ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ । ପ୍ରତି ଦୁଇ ମାସରେ ଶ୍ରୀମନ୍ଦିର ପରିଚାଳନା ପରିଷଦ ବୈଠକ ହେଉଥିବା ବେଳେ ଶେଷ ଥର ପାଇଁ ଜୁଲାଇ ୨ ତାରିଖରେ ହୋଇଥିଲା ଏହି ବୈଠକ । ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ୨ ତାରିଖ ପୂର୍ବରୁ ପରିଚାଳନା ପରିଷଦର ବୈଠକ ହେବ । ଯେଉଁଥିରେ ପୂର୍ବତନ ପ୍ରଶାସକ ଦେଇଥିବା ରିପୋର୍ଟ ଉପସ୍ଥାପନ କରାଯିବ । ଆଉ ବୈଠକର ନିଷ୍ପତି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି । ୨୦୧୫, ଜୁନ୍ ୧୫ ତାରିଖରେ ହୋଇଥିବା ଶ୍ରୀଜିଉଙ୍କ ନବକଳେବରରେ ବଡ ଧରଣର ବିଭ୍ରାଟ ହୋଇଥିଲା । ମଧ୍ୟ ରାତ୍ରିରେ ହେଉଥିବା ନୀତି ଦିନ ଦୁଇପହରେ ହୋଇଥିଲା । ଆଉ ଏହି ବିଭ୍ରାଟ ଘଟଣାରେ ୨ଜଣ ସେବାୟତଙ୍କୁ ନିଲମ୍ବିତ କରାଇଥିଲା । ପରେ ପରେ ଯେଉଁ ଖବର ଆସିଲା, ତାହା କୋଟି କୋଟି ଲୋକଙ୍କ ଭାବାବେଗକୁ ଚହଲାଇ ଦେବା ଭଳି ଖବର । ଗୁପ୍ତ ନୀତି ଓ ଘଟ ପରିବର୍ତନ ବେଳେ ସେବାୟତଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଓ ବିଭ୍ରାଟର କଥା ଆସିଲା ସାମନାକୁ । ପରିସ୍ଥିତି କିପରି ସାଂଘାତିକ ରୂପ ନେଇଥିଲା ବର୍ଣନା କରିଥିଲେ ବରିଷ୍ଠ ସେବାୟତ ହଳଧର ମହାପାତ୍ର ।
OSCAR-2019
ଭୁବନେଶ୍ୱର, ୨୦/୭/୨୦୧୮(ଓଡ଼ିଆ ପୁଅ): କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଏବଂ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗତ ୧୪ବର୍ଷ ହେଲା କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରିଆସିଛନ୍ତି। ମହାନଦୀ, ପୋଲାଭରମ୍‌, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଭଳି ପ୍ରସଂଗରେ ଉଭୟ ସରକାର ଓଡ଼ିଶା କ୍ଷେତ୍ରରେ ଛଳନା କରିଛନ୍ତି। ଏହି କାରଣରୁ ବିଜୁ ଜନତା ଦଳ ଲୋକସଭାରେ ଆଜି ଉପସ୍ଥାପିତ ଅନାସ୍ଥା ପ୍ରସ୍ତାବରେ ଭାଗ ନନେଇ କକ୍ଷତ୍ୟାଗ କରିଛି। ଏହି କକ୍ଷତ୍ୟାଗ ଉଭୟ ଏନ୍‌ଡିଏ ଓ ୟୁପିଏ ସରକାରଙ୍କ ବିରୋଧରେ ବିଜେଡିର ଏକ ପ୍ରତିବାଦ। ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓଡ଼ିଶାବାସୀଙ୍କ ପାଇଁ ସହାୟକ ହେବ ନାହିଁ କିମ୍ବା ଫଳପ୍ରଦ ନୁହେଁ ବୋଲି ବିଜୁ ଜନତା ଦଳର ୧୯ଜଣ ମାନ୍ୟବର ସାଂସଦ ହୃଦୟଙ୍ଗମ କରି କକ୍ଷତ୍ୟାଗ କରିଥିଲେ। ଏଭଳି ଏକ ଅନାସ୍ଥା ପ୍ରସ୍ତାବ କଂଗ୍ରେସ ଓ ବିଜେପିର ଏକ ଡ୍ରାମା। ଉଭୟ ଦଳର ଏପ୍ରକାର ଡ୍ରାମାରୁ ବିଜେଡି ଦୂରେଇ ରହିବା ସମୟୋଚିତ ନିଷ୍ପତ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି। ୟୁପିଏ ଯାହା, ଏନ୍‌ଡିଏ ମଧ୍ୟ ତାହା। ସେଥିପାଇଁ ବିଜେଡି ଉଭୟ ଦଳ ଠାରୁ ସମଦୂରତ୍ୱ ରକ୍ଷା କରିଆସୁଛି। ଏହି ନିଷ୍ପତ୍ତିକୁ ଆଜି ବିଜେଡି ସଂସଦରେ ସ୍ପଷ୍ଟ ଭାବେ ଉପସ୍ଥାପିତ କରିଛି। ୟୁପିଏ ସରକାର ଅମଳରେ କେନ୍ଦ୍ର ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରିଥିଲେ। ଆଶା ଥିଲା, ଏନ୍‌ଡିଏ ସରକାର ଆସିଲା ପରେ ଏଥିରେ କିଛି ପରିବର୍ତ୍ତନ ଘଟିବ। କିନ୍ତୁ ଏନ୍‌ଡିଏ ସରକାରଙ୍କ ଆଚରଣ, ଉଚ୍ଚାରଣ ଓ କାର୍ଯ୍ୟରେ ଏହା ପ୍ରତିଫଳିତ ହେଲା ନାହିଁ। ବରଂ ଏନ୍‌ଡିଏ ସରକାରଙ୍କ ଅମଳରେ ଓଡ଼ିଶାର ସ୍ୱାର୍ଥକୁ ଚରମ ଉପେକ୍ଷା କରାଗଲା। ଏନ୍‌ଡିଏ ସରକାରଙ୍କ ଓଡ଼ିଶା ବିରୋଧୀ ପାତର ଅନ୍ତର ନୀତି ଓଡ଼ିଶାର ଜନଗଣଙ୍କୁ ଗଭୀର ଭାବେ ମର୍ମାହତ କରିଛି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେବା ପାଇଁ ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। କିନ୍ତୁ ସରକାରକୁ ଆସିବା ପରେ ଏବେ ପଛଘୁଞ୍ଚା ଦେଉଛି। ସେହିପରି କଂଗ୍ରେସ ସରକାର ମଧ୍ୟ ଓଡ଼ିଶାକୁ ଏହି ମାନ୍ୟତା ଦେବା ପାଇଁ ସଫା ସଫା ମନା କରିଦେଇଥିଲା। ସେହିପରି ୟୁପିଏ ସରକାର ପୋଲାଭରମ୍‌କୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିବା ବେଳେ ଏନ୍‌ଡିଏ ସରକାର ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ପ୍ରକଳ୍ପ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲେ ହେଁ ନିର୍ମାଣ କାର୍ଯ୍ୟ ଉପରେ ରୋକ୍‌ଲଗାଇବା ପାଇଁ ଏନ୍‌ଡିଏ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଖାଲି ସେତିକି ନୁହେଁ, ୟୁପିଏ ସରକାରର ସହଯୋଗ ଓ ସମର୍ଥନରେ ଛତିଶଗଡ଼ ସରକାର ବେଆଇନ୍‌ଭାବେ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍‌ନିର୍ମାଣ କରି ଓଡ଼ିଶାକୁ ମରୁଭୂମି କରିବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତ୍ତମାନର ଏନ୍‌ଡିଏ ସରକାର ସେଥିରେ ମଧ୍ୟ ରୋକ୍‌ଲଗାଇବାକୁ ଅସମର୍ଥ। କିନ୍ତୁ ବିଜେଡି ସରକାରଙ୍କ କ୍ରମାଗତ ଲଢ଼େଇ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏବେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ୍‌ଗଠନ କରାଯାଇଛି। ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଏହିସବୁ ପ୍ରସଂଗରେ ଉଭୟ ୟୁପିଏ ଓ ଏନ୍‌ଡିଏ ସରକାର ଓଡ଼ିଶା ପ୍ରତି ଗତ ୧୪ବର୍ଷ ହେଲା ଯେଉଁ ଅବହେଳା ପ୍ରଦର୍ଶନ କରିଆସିଛନ୍ତି, ତା’ର ପ୍ରତିବାଦରେ ଆଜି ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେଡିର ମାନ୍ୟବର ସାଂସଦମାନେ କକ୍ଷତ୍ୟାଗ କରିବା ଯଥାର୍ଥ ବୋଲି ଶ୍ରୀ ନାୟକ କହିଛନ୍ତି।
OSCAR-2019
ଭୁବନେଶ୍ୱର: ଦେଶର ଅଗ୍ରଣୀ ଟ୍ରାକ୍ଟର୍‌ କଂପାନି ଏସ୍‌କର୍ଟ ଲିମିଟେଡ୍‌ ପକ୍ଷରୁ ଗ୍ରାହକଙ୍କ ସହ ଖୁସିର ଉତ୍ସବ ପାଳନ କରାଯାଇଛି। କଂପାନି ପକ୍ଷରୁ ଗ୍ରାହକଙ୍କ ପାଇଁ ଏକ ଲକି ଡ୍ର’ ଆୟୋଜନ କରାଯାଇଥିଲା। ବିଜେତାମାନଙ୍କୁ ପୁରସ୍କାର ଆକାରରେ ଏକ ଟ୍ରାକ୍ଟର, ୩ଟି ବାଇକ୍‌, ୫ଟି ଏଲ୍‌ସିଡି, ୫ଟି ରେଫ୍ରିଜରେଟର୍‌ ୫ଟି ଓ୍ଵାସିଂ ମେସିନ୍‌ ଓ ସ୍ମାର୍ଟଫୋନ୍‌ ପ୍ରଦାନ କରାଯାଇଛି। ଏହି ଅବସରରେ କଂପାନିର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ଇନ୍ଦ୍ରଜିତ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାହକଙ୍କ ପାଖରେ ପହଞ୍ଚି ସେବା ପ୍ରଦାନ କରିବା ପାଇଁ ଏକ ଭ୍ରାମ୍ୟମାଣ ସର୍ଭିସ୍‌ ଭ୍ୟାନ୍‌କୁ ସେ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କଂପାନିର ଜତିନ୍‌ ଶତପଥୀ ଓ ଏରିଆ ବିଜନେସ୍‌ ମ୍ୟାନେଜର୍‌ ଅଭିଶେଷ ଶର୍ମା ଉପସ୍ଥିତ ଥିଲେ।
OSCAR-2019
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆସିଥିବା ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼ରେ ପ୍ରାୟ ୮୦ ଲୋକଙ୍କ ମୃତ୍ୟୁ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ଣ୍ଣାଟକରେ ତାଙ୍କର ନିର୍ବାଚନ ପ୍ରଚାର ଅଧାରୁ ଛାଡ଼ି ଫେରି ଆସିଛନ୍ତି। ରାଜ୍ୟରେ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏଥିପ୍ରତି ଗୁରୁତ୍ୱ ନଦେଇ ସେ କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବା ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ କଂଗ୍ରେସ, ବହୁଜନସମାଜ ପାର୍ଟି କଡ଼ା ସମାଲୋଚନା କରିବା ପରେ ଯୋଗୀଙ୍କୁ ତାଙ୍କ ପ୍ରଚାର ବନ୍ଦ ରଖିବାକୁ ପଡ଼ିଛି। ଆସନ୍ତାକାଲି ରିଲିଫ୍‌ ଏବଂ ଥଇଥାନ କାର୍ଯ୍ୟ ସଂପର୍କରେ ଯୋଗୀ ସମୀକ୍ଷା କରିବେ ଏବଂ ପ୍ରଭାବିତ ଅଂଚଳ ମଧ୍ୟ ଗସ୍ତ କରିବେ ବୋଲି ଜଣାପଡ଼ିଛି। ବୁଧବାର ଘୂର୍ଣ୍ଣିଝଡ଼ରେ କେବଳ ଆଗ୍ରାରେ ୬୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଯୋଗୀଙ୍କ କର୍ଣ୍ଣାଟକରେ ପ୍ରଚାରକୁ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ କଡ଼ା ସମାଲୋଚନା କରିବା ସହ ଯୋଗୀ ସେଠାରେ ମଠ ନିର୍ମାଣ କରି ରହିଯିବା ଉଚିତ ବୋଲି କହିଥିଲେ। ତେବେ ଏହାର ଜବାବ ଦେଇ ଯୋଗୀ କହିଛନ୍ତି ଯେ ରିଲିଫ୍‌ କାର୍ଯ୍ୟ ସେ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି ଏବଂ ଅସନ୍ତାକାଲି ପ୍ରଭାବିତ ଅଂଚଳ ଗସ୍ତ କାର୍ଯ୍ୟକ୍ରମ ରହିଥିବା ରାଜ୍ୟବାସୀ ଅବଗତ ଅଛନ୍ତି। ବିରୋଧୀ ଦଳର ବିଭ୍ରାନ୍ତି ଓ ମିଥ୍ୟାକୁ ଜନତା ଠିକ୍‌ ଜାଣିଛନ୍ତି ବୋଲି ଯୋଗୀ କହିଛନ୍ତି। ବେଙ୍ଗାଲୁରୁ: ଚଳିତ କର୍ଣ୍ଣାଟକ ନିର୍ବାଚନରେ ଏବେ ବିଜେପି ପାଇଁ ଲିଙ୍ଗାୟତଙ୍କ ଭୋଟ୍‌ ବଡ଼ ସମସ୍ୟା ସୃଷ୍ଟି କରିଛି। ପୂର୍ବରୁ ବିଜେପି ଲିଙ୍ଗାୟତଙ୍କ ଭୋଟ୍‌ ହାସଲ କରି ଆସୁଥିବା ବେଳେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ଏସ୍‌ ୟେଦୁରପ୍ପ ମଧ୍ୟ ଲିଙ୍ଗାୟତ ସଂପ୍ରଦାୟର। ତେବେ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟାଙ୍କ ମାଷ୍ଟର ଷ୍ଟ୍ରୋକ୍‌ ବିଜେପିର ଗଣିତକୁ ଓଲଟପାଲଟ କରିଦେଇଛି। ଲିଙ୍ଗାୟତ ସଂପ୍ରଦାୟକୁ ସ୍ୱତନ୍ତ୍ର ଧର୍ମର ମାନ୍ୟତା ଦେବାକୁ କଂଗ୍ରେସର ଘୋଷଣା ବିଜେପି ପାଇଁ ଘୋର ସଙ୍କଟର କାରଣ ପାଲଟିଛି। ସଂପ୍ରଦାୟର ଧାର୍ମିକ ନେତାମାନେ ଏବେ ବିଜେପି ନେତାଙ୍କୁ ପ୍ରଶ୍ରୟ ଦେଉନାହାନ୍ତି ଏବଂ କଂଗ୍ରେସକୁ ଭୋଟ୍‌ ଦେବାପାଇଁ ଆହ୍ଵାନ ଦେଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ହିଁ ବିଜେପି ପାଇଁ ମୁଖ୍ୟ ଭରସା ପାଲଟିଛି। ମୋଦି ତାଙ୍କ ପ୍ରଚାରରେ ଜାତି ଓ ଧର୍ମ ପ୍ରସଙ୍ଗକୁ ଏଡ଼ାଇ ‘କଂଗ୍ରେସର ଦୁର୍ନୀତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅପାରଗତା’କୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଚାହୁଛନ୍ତି। କଂଗ୍ରେସ ମଧ୍ୟ ମୋଦିଙ୍କ ସମାଲୋଚନାର ଜବାବ ଦେବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ସୋରରେ ଚାଲିଥିବା ବେଳେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ଗତ ରାତିରେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଜୟନଗରର ବିଜେପି ବିଧାୟକ ବି.ଏନ.ବିଜୟକୁମାରଙ୍କୁ ହୃଦଘାତ ହୋଇଥିଲା। ତୁରନ୍ତ ତାଙ୍କୁ ଜୟନଗର ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କର ପରଲୋକ ହୋଇଯାଇଥିବା ରାଜ୍ୟ ବିଜେପି ମୁଖପାତ୍ର ଏସ୍‌ ପ୍ରକାଶ କହିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ଓ ରାଜ୍ୟ ବିଜେପି ସଭାପତି ବିଏସ୍‌ ୟେଦୁରପ୍ପା ଗଭୀର ଶୋକ ପ୍ରକାଶ କରିଛନ୍ତି। ସାଉଥମ୍ପଟନ୍‌: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନିକଟତର। ସଂପ୍ରତିକ କ୍ରିକେଟରଙ୍କ ମଧ୍ୟରେ କେବଳ କୋହଲି ସଚିନଙ୍କ ସମକକ୍ଷ। ଅନ୍ୟ କେହି ତାଙ୍କ ନିକଟରେ ପହଞ୍ଚି ନାହାନ୍ତି। ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପୂର୍ବତନ ସ୍ପିନର ସାକ୍‌ଲେନ୍‌ ମୁସ୍ତାକ। ଇଂଲଣ୍ଡରେ ଭାରତର ସଫଳତା ବିରାଟ ତାଙ୍କ ବ୍ୟାଟ୍ସମ୍ୟାନଙ୍କୁ କିଭଳି ପରିଚାଳିତ କରୁଛନ୍ତି, ତା ଉପରେ ନିର୍ଭର କରିବ ବୋଲି କହିଛନ୍ତି ସାକ୍‌ଲେନ୍‌। ସାକ୍‌ଲେନ୍‌ ଇଂଲଣ୍ଡର ସ୍ପିନ୍‌ ପରାମର୍ଶଦାତା ଅଛନ୍ତି। ଏଣୁ ବିରାଟଙ୍କ ଉପରେ ସେ ଦେଇଥିବା ମନ୍ତବ୍ୟ ଭାରତୀୟ ଦଳର ମନୋବଳକୁ ନିଶ୍ଚିତ ଭାବେ ବଢ଼ାଇବ।
OSCAR-2019
କନକ ବ୍ୟୁରୋ: ଅନୁଗୁଳରେ ପ୍ରଜାକୋର୍ଟ । ମଝି ରାସ୍ତାରେ ହେଲା ଦଣ୍ଡବିଧାନ । ଆଗରେ ଗାଡ଼ି କାଟି ଚାଲିଗଲେ ବୋଲି ସଜା ମିଳିଛି। ଜାତୀୟ ରାଜପଥ କଡ଼ରେ ଦୁଇ ଜଣ ଯୁବକ ଆଣ୍ଠେଇବା ସହ ଠିଆ ଗୋଇଠା ଖାଇଛନ୍ତି। କେବଳ ଠିଆ ଗୋଇଠା ନୁହେଁ, ପାଞ୍ଚଣରେ ମାଡ଼ ଖାଇଛନ୍ତି। ବଅଁରପାଳର ୫୫ ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ ଦିନ ଦ୍ୱିପହରରେ ଦେଖିବାକୁ ମିଳିଛି ପ୍ରଜାକୋର୍ଟ । ଦୁଇଜଣ ଯୁବକଙ୍କୁ ରାଜପଥ କଡରେ ଆଣ୍ଠେଇବା ସହ ମାଡ ଓ ଅସଭ୍ୟ ଭାଷା ପ୍ରୟୋଗ କରିଛନ୍ତି ଜଣେ ବ୍ୟକ୍ତି । ପ୍ରଜାକୋର୍ଟ ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜନେତା । ସେ ରାସ୍ତାରେ ଆସୁଥିବା ସମୟରେ ଏହି ଦୁଇ ବାଇକରେ ତାଙ୍କୁ କଟ ମାରିଥିଲେ । ଏହି ଘଟଣାରେ ରାଜନେତା ଜଣକ ଉତକ୍ଷିପ୍ତ ହୋଇ ବଅଁରପାଳଛକଠାରେ ସଂପୃକ୍ତ ବ୍ୟକ୍ତି ଏଭଳି ଦଣ୍ଡ ଦେଉଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ହେଲା ସଂପୃକ୍ତ ବ୍ୟକ୍ତି ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ ବି ଏହାକୁ ଅଟାଇବାକୁ ସାହସ କରିନଥିଲେ । କାରଣ ଦଣ୍ଡ ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସାଂସଦଙ୍କ ପ୍ରତିନିଧି ବୋଲି ଜଣାପଡିଛି ।
OSCAR-2019
କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତିଙ୍କୁ ଟାର୍ଗେଟ କଲେ ପୂର୍ବତନ ରାଷ୍ଟ୍ରପତି । ପ୍ରଥମ ଥର ପାଇଁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ନେଇ କଡା ସମାଲୋଚନା କରିଛନ୍ତି । ଇଲିନୋଇସ ଉର୍ବାନ ୟୁନିଭର୍ସିଟିର ଛାତ୍ରଙ୍କୁ ସମ୍ବୋଧିତ କରି ଟ୍ରଂପଙ୍କ ଉପରେ ବର୍ଷିଥିଲେ ଓବାମା । କହିଥିଲେ ଆଗମୀ ନଭେମ୍ବରରେ ହେବାକୁ ନିର୍ବାଚନ ଆମେରିକାରେ ପରିବର୍ତ୍ତର୍ନ ଆଣିବାକୁ ସୁବର୍ଣ୍ଣ ସୁଯୋଗ ରହିଛି । ଦେଶର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ନେଉଥିବା ଟ୍ରମ୍ପ ସରକାରଙ୍କୁ ହଟାଇ ସ୍ୱଚ୍ଛ ସରକାର ଆଣିବାର ସମୟ ଆସିଛି ବୋଲି କହିଛନ୍ତି ବାରାକ ଓବାମା । ଟ୍ରମ୍ପ ସରକାରଙ୍କ ୨ ବର୍ଷର କାର୍ଯ୍ୟକାଳରେ ବର୍ଣ୍ଣ ବିଦ୍ୱେଷ ଚରମ ସୀମା ଛୁଇଁଛି । ଆଗୀମା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଆମେରିକାର ଜନତା ସ୍ୱେଚ୍ଛାଚାରୀ ସରକାରକୁ ଜବାବ ଦେବେ ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି । ଅନ୍ୟପଟେ ଓବାମାଙ୍କୁ ଜବାବ ଦେଇଛନ୍ତି ଡୋନାଲ୍ଡ ଟ୍ରଂପ । ଫାର୍ଗୋର ଏକ ସଭାକୁ ସମ୍ବୋଧିତ କରି ଟ୍ରଂପ ଓବାମାଙ୍କ ସମାଲୋଚନାକୁ ନେଇ ମଜାଳିଆ ମନ୍ତବ୍ୟ ଦେବା ସହ ହାଲୁକା ଭାବେ ନେଇଛନ୍ତି । କହିଛନ୍ତି ଓବାମା ଭଲ ଭାଷଣ ଦେଇଛନ୍ତି, ହେଲେ ଭାଷଣ ଶୁଣି ନିଦ ମାଡି ଆସୁଥିବା କହିଛନ୍ତି ଡୋନାଲ୍ଡ ଟ୍ରଂପ ।
OSCAR-2019
ବିଜେପୁର ବ୍ଲକରେ ମାରାଥନ ପ୍ରଚାରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରଚାର ଅବ୍ୟବହିତ ପୂର୍ବରୁ ପିଇବା ପାଣି ଓ ଜଳସେଚନ ନ ହେବା ନେଇ ମାଗିଲେ ଜବାବ – Odiapua.com ବିଜେପୁର /ଭୁବନେଶ୍ୱର, ୧୯ ଫେବୃଆରୀ (ଓଡ଼ିଆ ପୁଅ)– ବିଜେପୁରରେ ସୋମବାର ଦିନ ମାରାଥନ ପ୍ରଚାର କରି ବିଜେପୁରକୁ ପ୍ରଚାରରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନେକ ପ୍ରଶ୍ନ ଠିଆ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପୁରର ତିନିଟି ଯାକ ବ୍ଲକରେ ପିଇବାକୁ ମୁନ୍ଦେ ପାଣି ନାହିଁ। ଧାନ ବିଲକୁ ବୁନ୍ଦେ ବି ପାଣି ପହଂଚି ନାହିଁ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସ୍କୁଲରେ ଶିକ୍ଷକ ନାହାନ୍ତି। ୧୮ ବର୍ଷର ସ୍ଥାଣୁତା- ଅପାରଗତାର ଉତର ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନା ବିଜେପୁରକୁ ନିର୍ବାଚନ ପ୍ରଚାର କରିବାକୁ ଆସିବା ବେଳେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କ ପ୍ରତି ସମ୍ବେଦନହୀନ ନ ହୁଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବିଜେପୁରରେ ପ୍ରଚାର ସମୟରେ ଆତ୍ମହତ୍ୟା କରିଥିବା ବୃନ୍ଦା ସାହୁ ଓ ଅନେକ ଚାଷୀଙ୍କ ସମେତ ନିକଟରେ ଗାଇସିଲଟ ବ୍ଲକରେ ଆତ୍ମହତ୍ୟା କରିଥିବା ଚାଷୀ ମାନଙ୍କ ପରିବାର ପାଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ବିଜେପୁର ବ୍ଲକର ଟି. ଗଣ୍ଡପଲି, ବଡ ବ୍ରାହ୍ମଣୀ, ସାଇପାଲି, ବିଣିଆଛାଲ, ଲାଉମୁଣ୍ଡା, ପଥରଲା, ବଡବଉସେନ ଆଦି ସ୍ଥାନରେ ଉଦବୋଧନ ଦେଇ ୧୮ ବର୍ଷ ପରେ ବି ବିଜେପୁରବାସୀଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବାରେ ରାଜ୍ୟ ସରକାର କାହିଁକି ବିଫଳ ହୋଇଛନ୍ତି, ଏଥି ନେଇ ମୁଖର ଭାବରେ ରାଜ୍ୟ ସରକାରଙ୍କୁ ଉତର ମାଗିବା ପାଇଁ ଜନ ସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଓଡିଶାର ଲୋକ ମାନେ ବଡ ପରିବର୍ତ୍ତନ ପାଇଁ ମନ ସ୍ଥିର କଲେଣି। ବିଜେପୁରବାସୀ ସେହି ପରିବର୍ତ୍ତନ ସ୍ୱରକୁ ନିର୍ବାଚନରେ ପ୍ରତିଫଳିତ କଲେ ପରିବର୍ତ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
OSCAR-2019
୨୪ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ୧୪ଟି ଜିଲ୍ଲାରେ ରହିଛି କାଳବୈଶାଖୀର ସମ୍ଭାବନା | Sambad ଭୁବନେଶ୍ୱର: ଗତ ୭୨ ଘଣ୍ଟା ଧରି ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି (ଶୁକ୍ରବାର) ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଗଞ୍ଜାମ,ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ ପବନ ଓ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏହି ସତର୍କ ସୂଚନାରେ କୁହାଯାଇଛି। ଏହି ସମୟ ମଧ୍ୟରେ ଏହି ସମସ୍ତ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବୋଗରେ ପବନ ବହିବା ସହ ବିଜୁଳି ଓ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯିବା ସହ ପାଗ ବିଗୁଡ଼ୁଥିବା ସମୟରେ ଘରୁ ପଦାକୁ ନ ବାହାରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି (ଗୁରୁବାର) ରାଜ୍ୟର ମୟୂରଭଞ୍ଜ, ଖୋର୍ଦ୍ଧା, ବାଲେଶ୍ୱର, ଅନୁଗୁଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇ ଯାଇଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀର ଠାରେ ୪୩.୩୦ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା କେନ୍ଦୁଝର ଠାରେ ୨୨.୮୦ ଡିଗ୍ରି ରେକର୍ଡ କରାଯାଇଥିଲା।
OSCAR-2019
ଗାୟନ ଏପରି ଏକ କ୍ରିୟା ଅଟେ ଯାହାଦ୍ୱାରା ମାନବର ସ୍ୱରର ସହାୟତାରେ ସଙ୍ଗୀତ ଧ୍ୱନି ଉତ୍ପନ କରାଯାଇଥାଏ ଏବଂ ସାମାନ୍ୟ କଥା ବାର୍ତ୍ତାକୁ ରାଗ ଏବଂ ତାଳ ଦୁହିଁଙ୍କ ପ୍ରୟୋଗରେ ବଢିଥାଏ । ଯେଉଁ ବ୍ୟକ୍ତି ଗାଇଥାଏ ତାଙ୍କୁ ଗାୟକ କିମ୍ବା ସଙ୍ଗୀତକାର କୁହାଯାଇଥାଏ । ଗାୟନ ସର୍ବଦା ଅନ୍ୟ ସଙ୍ଗୀତକାର ମାନଙ୍କ ସମୂହରେ କରାଯାଇଥାଏ , ଯେପରି ଭିନ୍ନ ଭିନ୍ନ ପ୍ରକାର ସ୍ୱର ଥିବା ବହୁ ଗାୟକ ମାନଙ୍କ ସହିତ କିମ୍ବା ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ବାଯାଉଥିବା କଳାକାର ମାନଙ୍କ ସହିତ । ସମସ୍ତ ପ୍ରକାରର ବ୍ୟକ୍ତି, ଯିଏ କଥା କହିପାରେ ସେ ମଧ୍ୟ ଗୀତ ଗାଇପାରେ । କାରଣ ଗାୟନ କଥା କହିବାର ଏକ ପରିସ୍କୃତ ରୂପ ଅଟେ । ଗାୟନ ଅନୌପଚାରିକ ହୋଇପାରେ ଏବଂ ସନ୍ତୋଷ କିମ୍ବା ଖୁସି ପାଇଁ କରାଯାଇପାରେ । ଯେପରି, କୌଣସି ଧାର୍ମିକ ଅନୁଷ୍ଠାନ ସମୟରେ ମଞ୍ଚ ଉପରେ କିମ୍ବା ରେକର୍ଡିଙ୍ଗ ଷ୍ଟୁଡିଓରେ ପ୍ରମୁଖ ଗାୟନ ସମୟରେ । ଉଚ୍ଚ ଧରଣର ପ୍ରମୁଖ ଗାୟକ କିମ୍ବା ନବ ଶିକ୍ଷିତ ଗାୟନ ମାନଙ୍କ ପାଇଁ ସାମାନ୍ୟ ନିର୍ଦେଶନ ଏବଂ ନିୟମିତ ଅଭ୍ୟାସ ଆବଶ୍ୟକ ହୋଇଥାଏ ।[୧] ପ୍ରମୁଖ ଗାୟକ ସାଧାରଣତଃ କୌଣସି ଗୋଟିଏ ପ୍ରକାରର ସଙ୍ଗୀତରେ ନିଜର ପ୍ରମୁଖତାକୁ ଦର୍ଶାଇଥାନ୍ତି , ଯେପରି ଶାସ୍ତ୍ରୀୟ କିମ୍ବା ରକ ଏବଂ ଆଦର୍ଶ ରୂପେ ସେ ନିଜର ସମସ୍ତ କ୍ୟାରିଅରର ଅନୁଧ୍ୟାନ ମାଧ୍ୟମରେ କୌଣସି ସ୍ୱର-ଅଧ୍ୟାପକ କିମ୍ବା ସ୍ୱର-ପ୍ରଶିକ୍ଷକଙ୍କ ସହାୟତାରେ ସ୍ୱର-ପ୍ରଶିକ୍ଷଣ ନେଇଥା'ନ୍ତି । ନିଜର ଭୌତିକ ଅବସ୍ଥାରେ , ଗାୟନ ଏକ ଭଲରୂପେ ପରିଭାଷିତ କୌଶଳ ଅଟେ ଯାହା ପବନର ଅପୂର୍ତ୍ତି, ସ୍ୱର ଯନ୍ତ୍ର ଯାହା ବଂଶୀ କିମ୍ବା କମ୍ପନର କାର୍ଯ୍ୟ କରିଥାଏ , "ବକ୍ଷ" ଓ "ମୁଣ୍ଡ" ଯାହା ବାୟୁ ବାଦ୍ୟରେ ନଳୀ ପରି ଧ୍ୱନି ବିସ୍ତାରକାର କାର୍ଯ୍ୟ କରିଥାଏ ଏବଂ "ଜିଭ" ଯାହା ତାଳୁ , ଦାନ୍ତ ଏବଂ ଓଠ ସହିତ ମିଳିତ ହୋଇ ସ୍ୱର ଏବଂ ବ୍ୟଞ୍ଜନର ଉଚ୍ଚାରଣ କରିଥାଏ । ଯଦିଓ ଏହି ୪ଟି ପ୍ରଣାଳୀ ସ୍ୱତନ୍ତ୍ର ରୂପେ କାର୍ଯ୍ୟ କରିଥାଏ । ତାଙ୍କୁ ଏକ ମୁଖର କୌଶଳର ସ୍ଥାପନା ପାଇଁ ସମନ୍ବିତ କରାଯାଇଥାଏ ଏବଂ ସେ ନିଜ ନିଜ ଭିତରେ ଅନ୍ତର୍କ୍ରିୟା କରିବାପାଇଁ ତିଆରି ହୋଇଥାନ୍ତି ।[୨] ନିଷ୍କ୍ରିୟ ଶ୍ୱାସକ୍ରିୟା ସମୟରେ , ପବନ ମଧ୍ୟ ପଟଳ ସହିତ ଭିତରକୁ ନିଆଯାଇଥାଏ । ପେଟ, ଆନ୍ତରିକ ଅନ୍ତର୍ପଶାଳୀୟ ଏବଂ ଅଧୋ ଶ୍ରେଣୀକ ପେଶୀୟ ଉଚ୍ଚବାସ କ୍ରିୟାରେ ସହାୟକ ହୋଇପାରିଥାଏ । ବାହ୍ୟ ଅନ୍ତର୍ପଶାଳୀୟ, ସ୍କେଲିୟ ଏବଂ ଷ୍ଟର୍ଣ୍ଣୋକ୍ଲିଡୋମୈଷ୍ଟାୟାଡ଼ ପେଶୀୟ ଉଚ୍ଚ ବାସରେ ସହାୟତ କରିଥାଏ । ଓଠକୁ ବନ୍ଦ କରି ସ୍ୱର ଉତ୍ପନ୍ନ କରିବାକୁ ଗୁଣୁଗୁଣୁ ହେବାର ସଂଜ୍ଞା ଦିଆ ଯାଇଥାଏ । ପ୍ରତ୍ୟେକ ବ୍ୟକ୍ତିର ଗାୟନର ଅଦ୍ଵିତୀୟ କେବଳ କଣ୍ଠର ବାସ୍ତବିକ ଆକାରର ତିଆରି କାରଣରୁ ହୋଇ ନଥାଏ , ତା' ସହିତ ସେହି ବ୍ୟକ୍ତିର ଶରୀରର ଆକାର ଏବଂ ତିଆରି ଉପରେ ନିର୍ଭର କରିଥାଏ । ବକ୍ଷ ଏବଂ ବେକର ଆକାର , ଜିଭରେ ସ୍ଥିତି ଏବଂ ଅନ୍ୟଥା ଅଂଶ ବନ୍ଧିତ ପେଶୀୟକୁ ବଦଳ କରାଯାଇ ପାରେ । ଏଥିରୁ କୌଣସି କାର୍ଯ୍ୟରେ ହେବାଦ୍ୱାର ଉତ୍ପନ୍ନ କଣ୍ଠର ପିଚ, ଆୟତନ, ଲୟ କିମ୍ବା ସ୍ୱରରେ ପରିବର୍ତ୍ତନ ହୋଇଥାଏ । ଧ୍ୱନି ଶରୀରର ବିଭିନ୍ନ ଭାଗରେ ମଧ୍ୟ ପ୍ରତିଧ୍ବନିତ ହୋଇଥାଏ ଏବଂ ଏକ ବ୍ୟକ୍ତିର ଆକାର ଓ ହାଡର ଗଠଣି ସେହି ବ୍ୟକ୍ତିଦ୍ୱାରା ଉତ୍ପନ୍ନ ଧ୍ୱନିକୁ ପ୍ରଭାବିତ କରିପାରେ । ଗାୟକ କଣ୍ଠକୁ କିଛି ଏହି ପ୍ରକାର ପ୍ରସ୍ତୁତ କରିବା ମଧ୍ୟ ଶିଖିପାରେ ଯାହାଦ୍ୱାରା ସେ ନିଜ ସ୍ୱର ତନ୍ତ୍ରରେ ଭଲ ଉପାୟରେ ସ୍ୱର ଆସିପାରେ । ଏହାଦ୍ୱାରା ମୁଖର ପ୍ରତିଧ୍ୱନିକରଣର ନାମ ଶୁଣାଇ ଦିଆଯାଇଥାଏ । ମୁଖର ସ୍ୱର ଏବଂ ଉତ୍ପାଦନ ଉପରେ ଏକ ପ୍ରମୁଖ ପ୍ରଭାବ "ସ୍ୱର ଯନ୍ତ୍ର"ର କାର୍ଯ୍ୟଦ୍ୱାରା ହୋଇଥାଏ , ଯାହାଦ୍ୱାରା ଲୋକମାନେ ଭିନ୍ନ ଭିନ୍ନ ଉପାୟରେ ପ୍ରୟୋଗ କରି ଭିନ୍ନ ଭିନ୍ନ ପ୍ରକାର ସ୍ୱର ଉତ୍ପନ୍ନ କରିଥାନ୍ତି । ସ୍ୱର ଯନ୍ତ୍ରର ଏହି ଭିନ୍ନ ପ୍ରକାରର କାର୍ଯ୍ୟର ଭିନ୍ନ ପ୍ରକାରର ମୁଖର ପଞ୍ଜିୟ କରଣକୁ ରୂପରେ ବର୍ଣ୍ଣନା କରାଯାଇଥାଏ ।[୩] ଏହି ସଫଳତା ପାଇଁ ଗାୟକଦ୍ୱାରା ପ୍ରଯୁକ୍ତ ବିଧିରେ ଗାୟକର ଫମେଣ୍ଟର ପ୍ରୟୋଗ କରାଯାଇଥାଏ , ଯାହାଦ୍ୱାରା କାନର ଆବୃତିଦ୍ୱାରା ସବୁଠାରୁ ଅଧିକ ସମ୍ବେଦନଶୀଳ ଭାଗରେ ଭଲ ରୂପେ ଅନୁକୂଳ କରାଯାଇଛି।[୪][୫] ମୁଖର ପଞ୍ଜିକରଣ ମନୁଷ୍ୟ ସ୍ୱରର ଭିତରେ ସ୍ଥିତ "ମୁଖର ରେଜିଷ୍ଟ୍ର"ର ପ୍ରଣାଳୀକୁ ସନ୍ଦର୍ଭିତ କରିଥାଏ । ମନୁଷ୍ୟ ସ୍ୱରର ପଞ୍ଜି ଏକ ବିଶେଷ ସୂରର ଶୃଙ୍ଖଳା ହୋଇଥାଏ, ଯାହା ସ୍ୱର ରଜ୍ଜୁଆର ସମାନ କମ୍ପନରେ ଉତ୍ପନ୍ନ ହୋଇଥାଏ । ପଞ୍ଜିର ମୂଳ ସ୍ୱର ଯନ୍ତ୍ରର କାର୍ଯ୍ୟରେ ହୋଇଥାଏ । ତାହା ଏଥିପାଇଁ ହୋଇଥାଏ କାରଣ ସ୍ୱର ରଜ୍ଜୁଆରେ ବହୁ ଅଲଗା ଅଲଗା ପ୍ରକାରର କମ୍ପନ ଉତ୍ପନ୍ନ କରିବାର କ୍ଷମତ ରହିଥାଏ । କମ୍ପନର ଏହି ପ୍ରକାର ଏକ ବିଶେଷ ଭାଗରେ ପ୍ରକଟ ହୋଇଥାଏ ଏବଂ ଅଲଗା ପ୍ରକାରର ସ୍ୱର ଉତ୍ପନ୍ନ କରିଥାଏ ।[୬] ଶବ୍ଦ "ପଞ୍ଜି" କିଛି ଭ୍ରମମ ହୋଇପାରେ କାରଣ ଏହା ମାନବ ସ୍ୱରର ବହୁ ଲକ୍ଷଣକୁ ନିଜ ଭିତରେ ସଜେଇ ହୋଇଥାଏ । ପଞ୍ଜି ଶବ୍ଦର ପ୍ରୟୋଗ ନିମ୍ନରେ ଯେ କୌଣସି ସନ୍ଦର୍ଭରେ ବ୍ୟବହାର କରାଯାଇ ପାରେ :[୭] ସ୍ୱରୀକରଣ ପ୍ରକ୍ରିୟା (ସ୍ୱରିକରଣ ପ୍ରକ୍ରିୟାରେ ସ୍ୱର ରଜ୍ଜୁର କମ୍ପନଦ୍ୱାରା ମୁଖର ସ୍ୱର ଉତ୍ପନ୍ନ କରାଯାଇଥାଏ ପରେ ସ୍ୱର ପ୍ରଣାଳୀର ପ୍ରତିଧ୍ୱନିଦ୍ୱାରା ସଂଶୋଧିତ କରାଯାଇଥାଏ )। ଭାଷା ବିଜ୍ଞାନରେ , ଏକ ପଞ୍ଜିକୃତ ଭାଷା ଭାଷା ଯାହା ସୁର ଏବଂ ସ୍ୱରକୁ ଏକ ସ୍ଵନବିଜ୍ଞାନ (ଏକଳ ସ୍ୱର ବିଜ୍ଞାନ) ପ୍ରଣାଳୀରେ ସଂଯୁକ୍ତ କରିଥାଏ । ବାକ ରୋଗବିଜ୍ଞାନରେ ଶବ୍ଦ ମୁଖର ପଞ୍ଜିର ତିନୋଟି ତତ୍ତ୍ୱ ହୋଇଥାଏ - ସ୍ୱର ରଜ୍ଜୁର ଏକ ନିଶ୍ଚିତ କମ୍ପନ ପ୍ରକାର , ପିଞ୍ଚର ଏକ ନିଶ୍ଚିତ ଶୃଙ୍ଖଳା ଏବଂ କୌଣସି ନିଶ୍ଚିତ ପ୍ରକାର ସ୍ୱର । ବାକ ରୋଗ ବିଶେଷଜ୍ଞ ସ୍ୱରଯନ୍ତ୍ରର ଶରୀର ବିଜ୍ଞାନ କ୍ରିୟାର ଆଧାରରେ ଚାରୋଟି ମୁଖର ପଞ୍ଜିର ପରିଚୟ କରିଥାନ୍ତି - ମୁଖର ଫ୍ରାଇ ପଞ୍ଜି, ମୋଡଲ ପଞ୍ଜି, ଫ୍ଲାସେଟୋ ପଞ୍ଜି ଏବଂ ସିଟି ପଞ୍ଜି । ଏହି ଦୃଶ୍ୟ ବହୁ ମୁଖର ଶିକ୍ଷାବିଦ ମାନେ ମଧ୍ୟ ଆପଣେଇ ଛ'ନ୍ତି ।[୭] ସ୍ୱର ପ୍ରତିଧ୍ୱନିକରଣ ଏକ ପ୍ରକ୍ରିୟା ଅଟେ ଯାହାଦ୍ୱାରା ସ୍ୱର ଉତ୍ପାଦନ କ୍ରିୟାର ମୂଳ ଉତ୍ପାଦର ସୂର ଭିତର ସ୍ତରକୁ ପବନରେ ଭରପୂର ନଳୀଦ୍ୱାରା ସେହି ସମୟରେ ବଢ଼ାଇ ଦିଆଯାଏ । ପ୍ରତିଧ୍ୱନି କ୍ରିୟାରେ ସମ୍ବନ୍ଧିତ ବହୁ ଶବ୍ଦରେ ଧ୍ୱନି-ବିସ୍ତାରଣ, ପ୍ରଚୁରିକରଣ , ବିସ୍ତାର, ସୁଧାର, ତିବ୍ରିକରଣ ଏବଂ ଦୀର୍ଘକରଣ ସାମିଲ ଅଛି । କୌଣସି ଗାୟକ କିମ୍ବା ବକ୍ତାଦ୍ୱାରା ଏହି ଶବ୍ଦରୁ ବାହାରୁଥିବା ମୁଖ୍ୟ ନିଷ୍କର୍ଷ ଏହା ହୋଇଥାଏ କି ପ୍ରତିଧ୍ୱନୀର ଅନ୍ତିମ ପରିଣାମ ଏକ ଭଲ ସ୍ୱର ହେବା ଦରକାର ।[୭] ଶରୀରରେ ସାତୋଟି ଏହିପରି ଏକ କ୍ଷେତ୍ର ଅଛି ଯାହାକୁ ସମ୍ଭାବିତ ସ୍ୱର ପ୍ରତିଧ୍ୱନିକାରକ ରୂପେ ସୂଚିବଦ୍ଧ କରାଯାଇ ପାରେ । ଶରୀରରେ ସବୁଠାରୁ ତଳ ସ୍ଥିତିରେ ସବୁଠାରୁ ଉପର ସ୍ଥିତିର ଶୃଙ୍ଖଳାରେ ଏହି କ୍ଷେତ୍ର ରହିଛି , ବକ୍ଷ, ବାୟୁନଳୀ, କଣ୍ଠ, ମୁଖ ନଳୀ, ନାକ ନଳୀ ଇତ୍ୟାଦି । [୮]
OSCAR-2019
ଭୁବନେଶ୍ୱର : ଇନ୍‌ଭେଷ୍ଟ ଇଣ୍ଡିଆ ଏବଂ ଓ୍ଵାର୍ଲଡ୍‌ ବ୍ୟାଙ୍କ ଦ୍ୱାରା ହୋଇଥିବା ମିଳିତ ସର୍ଭେରେ ଓଡ଼ିଶାକୁ ‘ଆସ୍ପାୟରିଂ ଲିଡର୍‌‘ ର‍୍ୟାଙ୍କ୍‌ ମିଳିଛି। ଗତ କିଛି ବର୍ଷ ମଧ୍ୟରେ ପୁଞ୍ଜିନିବେଶ ପ୍ରୋତ୍ସାହନ ଦିଗରେ ବିଭିନ୍ନ ପଦକ୍ଷେପ ଯୋଗୁଁ ରାଜ୍ୟ ଏଭଳି ମର୍ଯ୍ୟାଦାଜନକ ସ୍ଥାନ ଅଧିକାର କରିପାରିଛି। ଦେଶର ୨୧ଟି ରାଜ୍ୟକୁ ନେଇ ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା। ସର୍ଭେ ଫଳାଫଳ ଅନୁସାରେ ଓଡ଼ିଶା ମୋଟାମୋଟି ଭାବେ ୮୦ ପ୍ରତିଶତ ସ୍କୋର କରିଛି। ଅନ୍ୟ ୪ଟି ରାଜ୍ୟ ସହିତ ରାଜ୍ୟ ‘ଆସ୍ପାୟରିଂ ଲିଡର୍‌‘ ବର୍ଗରେ ନିଜକୁ ସ୍ଥାନିତ କରିପାରିଛି। ଜାତୀୟ ହାରାହାରି ସ୍କୋର ୭୦ ପ୍ରତିଶତ ତୁଳନାରେ ଓଡ଼ିଶାର ସ୍କୋର ଢେର୍‌ ଅଧିକ। ସମସ୍ତ ମାପକାଠିରେ ରାଜ୍ୟର ସ୍କୋର ବେଶ୍‌ ଆଶାଜନକ ରହିଛି। ଟାର୍ଗେଟିଂ ଇନ୍‌ଭେଷ୍ଟର୍ସରେ ଓଡ଼ିଶା ଶତ ପ୍ରତିଶତ ସ୍କୋର କରିଥିବା ବେଳେ ଫାସିଲିଟେଟିଂ ଇନ୍‌ଭେଷ୍ଟମେଣ୍ଟରେ ବି ଶତ ପ୍ରତିଶତ, ମ୍ୟାଣ୍ଡେଟ୍‌ ଆଣ୍ଡ ଅର୍ଗାନାଇଜେସନ୍‌ରେ ୯୪%, ଷ୍ଟ୍ରାଟେଜି ଆଣ୍ଡ ମାର୍କେଟିଂରେ ୮୩%, ଓ୍ଵିନିଂ ଇନ୍‌ଭେଷ୍ଟମେଣ୍ଟ ପ୍ରୋଜେକ୍ଟସ୍‌ରେ ୮୩%, ସିଷ୍ଟମ୍‌ସ ଆଣ୍ଡ ଟେକ୍ନୋଲୋଜିରେ ୭୩% ଏବଂ ରିସର୍ଚ୍ଚ ଆଣ୍ଡ ପଲିସି ଆଡ୍‌ଭୋକେସିରେ ୭୦% ସ୍କୋର କରିଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍‌ଡ଼ାଙ୍କ କହିବାନୁସାରେ ‘ଇନ୍‌ଭେଷ୍ଟ ଇଣ୍ଡିଆ ଏବଂ ଓ୍ଵାର୍ଲ୍ଡ ବ୍ୟାଙ୍କର ମିଳିତ ସର୍ଭେରେ ‘ଆସ୍ପାୟରିଂ ଲିଡର୍‌‘ ଭାବେ ସ୍ଥାନିତ ହେବା ରାଜ୍ୟ ପାଇଁ ଗୌରବଜନକ। ପୁଂଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହାରରେ ଆସୋଚାମ୍‌ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ର‍୍ୟାଙ୍କିଙ୍ଗ୍‌ କରିଛି। ଲାଇଭ୍‌ ମାନୁଫାକ୍ଚରିଂ ପୁଂଜିନିବେଶ ଆଧାରରେ ଦେଶର ପ୍ରମୁଖ ୩ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଥିବା ଶିଳ୍ପ ବିଭାଗ ସୂତ୍ରରୁ ଜଣାଯାଇଛି।
OSCAR-2019
ପୁରୀ:୧୨/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆସନ୍ତାକାଲି ଶ୍ରୀଜିଉମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା ଠାରୁ ଶ୍ରୀଜିଉମାନେ ଅନବସର ପିଣ୍ଡିରେ ରହିଥିଲେ। ସେହି ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଜିଉମାନଙ୍କ ଦର୍ଶନରୁ ବଞ୍ଚିତ ହୋଇ ପଟି ଦିଅଁକୁ ଦର୍ଶନ କରୁଥିଲେ ଓ ବ୍ରହ୍ମଗିରି ଯାଇ ଅଲାରନାଥଙ୍କୁ ଦର୍ଶନ କରିଥିଲେ। କଥିତ ଅଛି ଅନବସର ଘରେ ଶ୍ରୀଜିଉମାନେ ଥିବା ବେଳେ ବ୍ରହ୍ମଗିରି ଅଲାରନାଥଙ୍କୁ ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ମିଳିବା ସହ ବହୁ ପୂଣ୍ୟ ହୋଇଥାଏ। ଅନବସର ପିଣ୍ଡିରେ ଶ୍ରୀଜିଉମାନେ ରହିବା ପରେ ଏହି ସମୟରେ ଦଇତା ସେବାୟତମାନଙ୍କୁ ଗୁପ୍ତ ସେବା ପରେ ଶ୍ରୀଜିଉମାନେ ଦ୍ୱାଦଶୀ ତିଥିରେ ସୁସ୍ଥ ହୋଇଥିଲେ। ଆଜି ଶ୍ରୀଜିଉମାନଙ୍କର ଅନବସର ଘରେ ବନକଲାଗି ନୀତି ସମ୍ପନ୍ନ ହୋଇଛି। ଦତ୍ତ ମହାପାତ୍ର ସେବାୟତ ଓ ସିଂହାରୀ ସେବାୟତମାନେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିଛନ୍ତି। ପାରମ୍ପାରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯାଇଥିଲା। ନବଯୌବନ ଦର୍ଶନ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପଯର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କର ସମାଗମ ବୃଦ୍ଧି ପାଇଛି। ଆଉ ଗୋଟିଏ ଦିନ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ। ରଥ ନିର୍ମାଣ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ରଥଖଳାରେ ତିନି ରଥକୁ ଟଣାଯାଇ ସିଂହଦ୍ୱାରକୁ ନିଆଯିବ।
OSCAR-2019
ନୂଆଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାକୁ ବୁଧବାରଦିନ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ଯୋଜନାରେ ଦେଶର ୧୦ କୋଟି ପରିବାର ପାଇଁ ୫ ଲକ୍ଷ ଟଙ୍କାର ବୀମା ଯୋଜନାର ଘୋଷଣା କରାଯାଇଛି। ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ମିଳିବ। ଆଜିପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ବୀମା ଯୋଜନାରେ ତହତ ବର୍ଷକୁ ୩୦,୦୦୦ ଟଙ୍କାର ବୀମା କଭର ହିଁ ମିଳୁଥିଲା। ଏହା ଏବେ କୌଣସି ବର୍ଗର ବ୍ୟକ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଙ୍ଗଣାରେ କରିପାରିବ। ସୂଚନାଯୋଗ୍ୟଯେ, ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆୟୁଷ୍ମାନ ଯୋଜନା ଘୋଷଣା କିରିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ବଡ଼ ଘୋଷଣା କରାଯାଇଥିଲା। ଏଥିରେ ସରକାର ପ୍ରାୟତଃ ୫୦ କୋଟି ଲୋକମାନଙ୍କର ସ୍ୱାସ୍ଥ୍ୟ ସେବାରେ ହେଉଥିବା ଖର୍ଚ୍ଚ ସରକାର ଉଠାଇବେ। ଏଥିରେ ଦେଶର ୪୦ ପ୍ରତିଶତ ଲୋକମାନଙ୍କୁ ସ୍ୱାସ୍ଥ୍ୟ ବୀମା ମିଳିବ ଏହା ବ୍ୟତୀତ ଗୋଟିଏ ପରିବାରକୁ ୧ ବର୍ଷରେ ୫ ଲକ୍ଷର ମେଡ଼ିକାଲ୍ ଖର୍ଚ୍ଚ ଦିଆଯିବ।
OSCAR-2019
ଓଡିଶା କଂଗ୍ରେସରେ ଆରମ୍ଭ ହେଲା ପରିବର୍ତ୍ତନ ପ୍ରକ୍ରିୟା। ମୁଖିଆ କିଏ ହେବ, କାହା ହାତରେ ମଙ୍ଗ ଦେଲେ ଦଳର ସ୍ଥିତି ଦୃଢ ହେବ, ତାର ତଥ୍ୟ ନେବାକୁ ଆସୁଛନ୍ତି ପର୍ଯ୍ୟବେକ୍ଷକ ଦଳ । ଏହି ରିପୋର୍ଟ ଅଧାରରେ ନିଷ୍ପତ୍ତି ନିଆଯିବ, ପ୍ରସାଦଙ୍କ ସ୍ଥାନରେ କିଏ ହେବେ ପ୍ରଦେଶ କଂଗ୍ରେସ କମିଟି ସଭାପତି । ଆଉ କାହା ନେତୃତ୍ୱରେ ଆଗାମୀ ସାଧାରଣ ନିର୍ବାଚନକୁ ଦଳ ସାମ୍ନା କରିବ । ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳ ତିନିଦିନିଆ ଗସ୍ତରେ ଆସୁଛନ୍ତି । ଅଗଷ୍ଟ ୧୧ ସନ୍ଧ୍ୟାରେ ଭୁବନେଶ୍ୱରରେ ସେମାନେ ପହଂଚିବାକୁ ଥିବା ବେଳେ ଅଗଷ୍ଟ ୧୪ରେ ଦିଲ୍ଲୀ ଫେରିଯିବେ । ତେବେ ପର୍ଯ୍ୟବେକ୍ଷକଙ୍କ ଗସ୍ତକୁ ନେଇ ରାଜନୈତିକ ଗୋଟିଚାଳନା କରିବାକୁ ବି ପଛାଇ ନାହାନ୍ତି ପ୍ରସାଦ ହରିଚନ୍ଦନ । ଯଥାସମ୍ଭବ ଚେଷ୍ଟା କରିଛନ୍ତି, ବିଧାୟକ ଦଳ କେଉଁଭଳି ଏକାଠି ନ’ରହିବ । ଅର୍ଥାତ୍ ପର୍ଯ୍ୟବେକ୍ଷକ ଯେପରି ପୁରା ବିଧାୟକ ଦଳକୁ ଏକାଠି ଦେଖିବେନି ସେନେଇ ରଣନୀତି କରିବା ସହ ଗୋଟିଚାଳନା ବି କରିସାରିଛନ୍ତି ପ୍ରସାଦ । ପିସିସି ପକ୍ଷରୁ ଦିଆଯାଇଥିବା ପ୍ରେସ ରିଲିଜରେ ପ୍ରସାଦ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ନେତା ମାନେ ଏକାଧିକ ବର୍ଗରେ ଆସୁଛନ୍ତି, ସେମାନେ ଥରୁଟିଏ ହିଁ ପର୍ଯ୍ୟବେକ୍ଷକଙ୍କୁ ଭେଟିପାରିବେ । ଅର୍ଥାତ୍ ଯେଉଁ ବିଧାୟକ ଜିଲ୍ଲା ସଭାପତି ଅଛନ୍ତି, ସେମାନେ କେମିତି ଜିଲ୍ଲା ସଭାପତି ଭାବେ ପର୍ଯ୍ୟବେକ୍ଷକଙ୍କୁ ଭେଟିବେ ଓ ଯେଉଁମାନେ ଅନ୍ୟାନ୍ୟ ଛାମୁଆ ସଂଗଠନରେ ଅଛନ୍ତି ସେମାନେ ମଧ୍ୟ ଅଲଗା ଭେଟିବେ ସେଇ ବ୍ୟବସ୍ଥା କରିଛନ୍ତି ପ୍ରସାଦ । ଦିଆଯାଇଥିବା ସୂଚନା ଅନୁସାରେ, ୧୧ ତାରିଖରେ ଭୁବନେଶ୍ୱରରେ ପହଂଚିବା ପରେ ୧୨ ତାରିଖ ଦିନ ୧୧ଟା ବେଳେ, ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ଭେଟିବେ ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳ । ଅପରାହ୍ନ ୩ଟା ୩୦ରେ ପିସିସି କାର୍ଯ୍ୟକର୍ତ୍ତା, ଓ ଅପରାହ୍ନ ୪ଟା ୩୦ରେ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟିବେ କେନ୍ଦ୍ରୀୟ ଟିମ୍ । ସେହିଭଳି ୧୩ ତାରିଖ ୧୦ଟା ବେଳେ ବରିଷ୍ଠ ନେତାଙ୍କୁ ଭେଟିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ୧୧ଟା ବେଳେ ପୂର୍ବତନ ସାଂସଦ ଓ ବିଧାୟକ, ୧୨ଟା ୩୦ରେ ୨୦୧୪ରେ ଲୋକସଭା ଓ ବିଧାନସଭାରେ ଲଢିଥିବା କଂଗ୍ରେସ ପ୍ରାର୍ଥୀ, ୩ଟା ବେଳେ ଦଳୀୟ ସାଂସଦ, ବିଧାୟକଙ୍କୁ ଭେଟିବେ । ଅପରାହ୍ନ ୫ଟାରେ କଂଗ୍ରେସ ସମନ୍ୱୟ କମିଟି ବୈଠକରେ ସାମିଲ ହେବେ ପର୍ଯ୍ୟବେକ୍ଷକ ଦଳ । ତେବେ ପିସିସିର ପ୍ରେସ ରିଲିଜର ଶେଷ ଆଡକୁ ଲେଖାଯାଇଥିବା କିଛି ପଦ ବିବାଦ ଆରମ୍ଭ କରିଛି । ଏଥିରେ ଲେଖାଯାଇଛି, ଯେଉଁମାନେ ଏକରୁ ଅଧିକ ବର୍ଗରେ ଆସୁଛନ୍ତି ସେମାନେ କେବଳ ଥରୁଟିଏ ପର୍ଯ୍ୟବେକ୍ଷକ ଦଳକୁ ଭେଟିବାର ସୁଯୋଗ ପାଇବେ । ଅର୍ଥାତ୍ ଜିଲ୍ଲା ସଭାପତି ଯିଏ ବିଧାୟକ ଅଛନ୍ତି, ସେ ମାତ୍ର ଥରୁଟିଏ ଭେଟିବେ ପର୍ଯ୍ୟବେକ୍ଷକଙ୍କୁ । ଏ ହେଉଛି, ପ୍ରସାଦଙ୍କୁ ସୁଚିନ୍ତିତ ରଣନୀତି, କିଭଳି ବିଧାୟକ ଦଳ ଏକାଠି ହେବେନି କିମ୍ବା ଏକ ସ୍ୱରରେ ପର୍ଯ୍ୟବେକ୍ଷକଙ୍କୁ ଅଭିଯୋଗ କରିପାରିବେନି । ପ୍ରସାଦଙ୍କ ଏହି ନିର୍ଦ୍ଦେଶକୁ ନାପସନ୍ଦ କରିଛନ୍ତି କିଛି ବିଧାୟକ । ଗୋଟିଏ ଥର ଭେଟି ମତାମତ ଦେବା ପରେ ଦ୍ୱିତୀୟ ଥର ଭେଟିବା ଆବଶ୍ୟକ ନାହିଁ ବୋଲି ସେମାନେ ଜାଣିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏପରିକି ଗାଦିରୁ ହଟିବା ପୂର୍ବରୁ ପ୍ରସାଦ ନିଜ ଏକଛତ୍ରବାଦ ଦେଖାଉଛନ୍ତି ବୋଲି କଟାକ୍ଷ କରିଛନ୍ତି । ପର୍ଯ୍ୟବେକ୍ଷକଙ୍କ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଯାକବ ପ୍ରଧାନ ଓ କୈଳାସ କୁଲେଶିକା । ଯାକବ ପ୍ରଧାନ କନ୍ଧମାଳ ଜିଲ୍ଲା ସଭାପତି ଓ କୈଳାସ କୁଲେଶିକା ଆଦିବାସୀ କମିଟିର ଉପାଧ୍ୟକ୍ଷ । ଜାକବ କହିଛନ୍ତି, ଯେହେତୁ ପର୍ଯ୍ୟବେକ୍ଷକ ଦଳ ପ୍ରଥମେ ଜିଲ୍ଲା ସଭାପତିଙ୍କୁ ଭେଟିବେ ତେଣୁ ମୁଁ ସେହି ବର୍ଗରେ ଯାଇ କମିଟି ସହ ଆଲୋଚନା କରିବି । ତେଣୁ ବିଧାୟକ ଦଳ ସହ ଯିବାର ପ୍ରଶ୍ନ ଉଠୁନାହିଁ । ସେହିଭଳି କୁଲେଶିକା ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଯେହେତୁ ଛାମୁଆ ସଂଗଠନର ଦାୟିତ୍ୱରେ ଆସୁଛି, ତେଣୁ ସେହି ମର୍ମରେ ଯାଇ ପର୍ଯ୍ୟବେକ୍ଷକଙ୍କୁ ଭେଟିବି । ଆଉ ବିଧାୟକ ଦଳ ସହ ଯିବିନାହିଁ । ଯାହା ପ୍ରମାଣିତ କରୁଛି, ପ୍ରସାଦଙ୍କ ଗୋଟିଚାଳନା କେତେକାଂଶରେ କାମଦେଇଛି । କୁହାଯାଉଛି, କଂଗ୍ରେସର ୧୬ ବିଧାୟକଙ୍କ ଭିତରେ ଫାଟ ତିଆରି କରିବାକୁ ଏଭଳି ଷଡଯନ୍ତ୍ର କରିଛନ୍ତି ପ୍ରସାଦ ହରିଚନ୍ଦନ । ୨ ବିଧାୟକଙ୍କୁ ଅଲଗା କରିବାରେ ସକ୍ଷମ ମଧ୍ୟ ହୋଇଛନ୍ତି । ଅପରପକ୍ଷରେ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ କହିଛନ୍ତି, ବିଧାୟକ ଦଳ ଏକ ଅଛନ୍ତି । ୧୬ ଜଣ ବିଧାୟକ ଏକାଠି ଯାଇ ପିସିସି ପରିବର୍ତ୍ତନ ପାଇଁ ଦାବି ରଖିବୁ । କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି, ପୂର୍ବତନ ସାଂସଦ ଭାବେ, ସେ ଯାଇ ପର୍ଯ୍ୟବକ୍ଷେକ ଦଳକୁ ଭେଟିବେ । ତେଣୁ ପ୍ରଶ୍ନ ଉଠୁଛି ଅନୁସୂଚିତ ଜାତି କମିଟି ଅଧ୍ୟକ୍ଷ ଥିବା କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ, ଝାରସୁଗୁଡା ଜିଲ୍ଲା ସଭାପତି ତଥା ବିଧାୟକ ନବ ଦାସ, କଟକ ଜିଲ୍ଲା ସଭାପତି ତଥା ବିଧାୟକ ପ୍ରକାଶ ବେହେରା ଓ କେନ୍ଦ୍ରାପଡା ଜିଲ୍ଲା ସଭାପତି ତଥା ବିଧାୟକ ଦେବେନ୍ଦ୍ର ଶର୍ମା ବିଧାୟକ ଦଳ ସହ ଯିବେ ନା ଜିଲ୍ଲା ସଭାପତିଙ୍କ ସହ ? ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ କହିଛନ୍ତି, ପରିବର୍ତ୍ତନ କଥା ଚର୍ଚ୍ଚା ଚାଲିଛି,କିନ୍ତୁ ଦଳୀୟ ସଂଗଠନ କିଭଳି ସୁଦୃଢ ହେବ ଓ ସମସ୍ତେ ଏକାଠି କାମ କରିବେ, ତାର ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ ଓଡିଶା ଗସ୍ତରେ ଆସୁଛନ୍ତି । ସେ ରାଜ୍ୟ କଂଗ୍ରେସକୁ ସୁଦୃଢ କରିବା ପାଇଁ ନିଜର ସୁଚିନ୍ତିତ ମତାମତ ପ୍ରତିନିଧି ଦଳ ସମ୍ମୁଖରେ ଉପସ୍ଥାପନ କରିବେ । ଦୀର୍ଘଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ପ୍ରସାଦ ହରିଚନ୍ଦନ । କହିଛନ୍ତି, ପର୍ଯ୍ୟବେକ୍ଷକ ଦଳ ଆସିବେ ଓ ସମସ୍ତଙ୍କ ସହ ମତ ନେଇ ଏଆଇସିସିକୁ ରିପୋର୍ଟ ଦେବେ । ହେଲେ ପିସିସି ସଭାପତି ପରିବର୍ତ୍ତନ ସଂକ୍ରାନ୍ତରେ ସେ ଚୁପ ରହିଛନ୍ତି । ତେବେ ଗଣମାଧ୍ୟମରେ ପ୍ରସାଦଙ୍କ ଢାଲ ସାଜିଥିବା ସୁର ରାଉତରାୟ ଜ୍ୱାଇଁଙ୍କ ପାଇଁ ଓକିଲାତି କରି କହିଛନ୍ତି, ପ୍ରସାଦଙ୍କ ନେତୃତ୍ୱରେ ପିସିସି ଠିକ୍ ଚାଲିଛି । କିନ୍ତୁ ଯଦି ହାଇକମାଣ୍ଡ ପରିବର୍ତ୍ତନ ପାଇଁ ନିଷ୍ପତି ନେବେ, ଆମେ ସ୍ୱାଗତ କରିବୁ । ଯାହା ସ୍ପଷ୍ଟ ଇଂଗିତ କରୁଛି, ପ୍ରସାଦ ବଦଳିବାକୁ ଯାଉଛନ୍ତି । ଦିଲ୍ଲୀରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ଏକାଧିକ ବାର ଆଲୋଚନା କରିଥିଲେ ରାଜ୍ୟ କଂଗ୍ରେସର ୪୦ରୁ ଅଧିକ ବରିଷ୍ଠ ନେତା । ଏପରିକି ଦିଲ୍ଲୀ ଲଗାତର ଦୌଡି ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ଜଣାଇଥିଲେ । ହେଲେ ଫଳ କିଛି ହୋଇନଥିଲା । ଏହାରି ଭିତରେ ନେତାଙ୍କ ଭିତରେ ବୟାନବାଜି ବଢିଥିଲା ଆଉ ଅସନ୍ତୋଷ ଧୀରେ ଧୀରେ ବିଷ୍ଫୋରକ ରୂପ ନେଇଥିଲା । ପଂଚାୟତ ନିର୍ବାଚନରେ ରାଜ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା । ଯାହା କଂଗ୍ରେସର ଭାଗ୍ୟକୁ ନେଇ ପ୍ରଶ୍ନବାଚୀ ତିଆରି କରିଥିଲା । ଆଉ ଏହାରି ଭିତରେ କେନ୍ଦ୍ରୀୟ ନତେୃତ୍ୱ ଆସିବା, ଦଳୀୟ ନେତାଙ୍କ ମଧ୍ୟରେ ଆଶା ସଂଚାର କରିଛି । ୩ ଦିନ ଭୁବନେଶ୍ୱରରେ ରହିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ । ସାଂସଦ ତାମ୍ରଧ୍ୱଜ ସାହୁ, ପୂର୍ବତନ ରକ୍ଷା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଆସୁଥିବା ବେଳେ ତେବେ ବ୍ୟକ୍ତିଗତ କାରଣ ପାଇଁ ସୁସ୍ମିତା ଦେବ ଆସୁନାହାନ୍ତି । ତାଙ୍କ ସ୍ଥାନରେ ସାଂସଦ ଗୈାରବ ଗୋଗୋଇ ଟିମରେ ଆସିବେ । ଏଥିସହ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣା ପଡିଛି । ରାଜନୈତିକ ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରି ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ପ୍ରଦାନ କରିବେ ଟିମ । ଆଉ ଏହାରି ଆଧାରରେ ପିସିସି ସଭାପତି ବଦଳିବେ ବୋଲି ଅନୁମାନ କରାଯାଉଛି ।
OSCAR-2019
ବେରିଅମ ସଲଫେଟ ସସପେନସନ (ଇଂରାଜୀ ଭାଷାରେ Barium sulfate suspension, ଅଳ୍ପରେ କୁହାଯାଏ ବେରିଅମ barium) ଏକ କଣ୍ଟ୍ରାସ୍ଟ ଏଜେଣ୍ଟ/contrast agent ଯାହା ରଞ୍ଜନରଶ୍ମିରେ ବ୍ୟବ‌ହାର କରାଯାଏ ।[୧] ବିଶେଷତଃ ସାଧାରଣ ଏକ୍ସ-ରେ ବା କମ୍ପ୍ୟୁଟର ଟୋମୋଗ୍ରାଫିରେ (computed tomography) ପାକଅନ୍ତନଳୀ ପ୍ରଣାଳୀର (gastrointestinal tract) ଅବସ୍ଥା ଦେଖିବା ନିମନ୍ତେ ଏହା ବ୍ୟବ‌ହାର କରାଯାଏ ।[୨] ଏହା ପାଟିରେ ବା ମଳଦ୍ୱାର ପଥରେ (rectally) ଦିଆଯାଏ ।[୩] ବେରିଅମର ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ (constipation), ତରଳ ଝାଡ଼ା ଓ ଆପେଣ୍ଡିସାଇଟିସ ହୋଇପାରେ ଓ ଆଘ୍ରାଣ କଲେ ନିମୋନିଆ ହୋଇପାରେ । କ୍ଷୁଦ୍ରାନ୍ତ୍ର ରନ୍ଧ୍ର (intestinal perforation) ବା ଖାଦ୍ୟନଳୀ ଅବରୋଧ (bowel obstruction) ଥିଲେ ଏହା ଦିଆଯାଏନାହିଁ ।[୨] ଆଲର୍ଜି ପ୍ରତିକ୍ରିୟା କ୍ୱଚିତ ହୁଏ ।[୧] ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ନିରାପଦ ରହେ ।[୪] ବେରିଅମ ସଲଫେଟ (barium sulfate) ସ‌ହିତ ପାଣି ମିଶେଇ ଏହି ସସପେନସନ (suspension) ତିଆରି କରାଯାଏ । [୧] ଏହା ଏକ ଅଣଆୟୋଡିନ କଣ୍ଟ୍ରାସ୍ଟ ମିଡିଆ (non-iodinated contrast media) ।[୫] ମଧ୍ୟ ଯୁଗରୁ (Middle Ages) ବେରିଅମ ସଲଫେଟ ବିଷୟ ମଣିଷ ଜାଣିଛି ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୧୦ରୁ ଏହା ବ୍ୟବ‌ହାର ହୋଇଆସୁଛି ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ହୋଲସେଲ ମୂଲ୍ୟ ୩୭.୮୦ରୁ ୭୯.୩୩ ଆମେରିକୀୟ ଡଲାର । [୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଦାମିକା ନୁହେଁ ।[୫] କେତେକ କମ୍ପାନୀ ଏଥିରେ ଉତ୍ତମ ସ୍ୱାଦ ଭରି ଦେଇଛନ୍ତି ।[୧]
OSCAR-2019
ଭୁବନେଶ୍ୱର: ମହାବାହୁ ଜଗନ୍ନାଥଙ୍କ ଉପରେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହୋଇଛି। ହେଲେ ସେଥିମଧ୍ୟରୁ କେବଳ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଜୟ ଜଗନ୍ନାଥ’ ହେଉଛି ଏକମାତ୍ର ସିନେମା, ଯାହା ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମିତ ହୋଇଥିଲା। ଖାଲି ସେତିକି ନୁହେଁ ଏହା ୧୫ଟି ଭିନ୍ନ ଭିନ୍ନ ଭାଷାରେ ଡବ୍‌ ହୋଇ ମଧ୍ୟ ରିଲିଜ୍‌ ହୋଇଥିଲା। ‘ଜୟ ଜଗନ୍ନାଥ’ରେ ଜଗନ୍ନାଥ ଭୂମିକାରେ ଶ୍ରୀତମ ଦାସ, ବଳଭଦ୍ର ଭୂମିକାରେ ପିଣ୍ଟୁ ନନ୍ଦ ଏବଂ ଲକ୍ଷ୍ମୀଙ୍କ ଭୂମିକାରେ ଅଭିନୟ କରିଥିଲେ ଜଣାଶୁଣା ନାୟିକା ଜ୍ୟୋତି ମିଶ୍ର। ଏଥିରେ ଅନ୍ୟାନ୍ୟ ଭୂମିକାରେ ନଜର ଆସିଥିଲେ ଦେବାଶିଷ ପାତ୍ର , ହର ପଟ୍ଟନାୟକ, ଶରତ ପୂଜାରୀ,ସାଧୁ ମେହେର ଏବଂ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଅଭିନୟ କରିଥିଲେ।ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି। ଶ୍ରୀତମ ଦାସ ଏବଂ ଜ୍ୟୋତି ମିଶ୍ର ସ୍ୱୀକାର କରନ୍ତି ଯେ ‘ଜୟ ଜଗନ୍ନାଥ’ ହେଉଛି ତାଙ୍କ କ୍ୟାରିଅରର ସବୁଠାରୁ ଭଲ ସିନେମା।
OSCAR-2019
କାନପୁର: କାନ୍‌ପୁରର ଜଣେ ମୁସଲିମ୍‌ ମହିଳା ଉର୍ଦ୍ଦୁ ଭାଷାରେ ରାମାୟଣ ଅନୁବାଦ କରି ଏବେ ଚର୍ଚ୍ଚାରେ ରହିଛନ୍ତି। କାନପୁର, ପ୍ରେମ୍‌ ନଗର ଅଞ୍ଚଳର ବାସିନ୍ଦା ଡକ୍ଟର ମାହି ତଲାତ୍‌ ସିଦ୍ଦିକି ଏହି ଅନୁବାଦ ଦ୍ୱାରା ହିନ୍ଦୁ-ମୁସଲିମ୍‌ ସାମ୍ପ୍ରଦାୟିକ ସଦ୍‌ଭାବନାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରାମାୟଣର ମହାନ୍‌ ଆଦର୍ଶ ଓ ତ୍ୟାଗ ବାବଦରେ ମୁସଲିମ୍‌ ସମ୍ପ୍ରଦାୟ ଅଧିକ ଅବଗତ ହେବା ଉଚିତ୍‌ ବୋଲି ସିଦ୍ଦିକି କହିଛନ୍ତି। ଦୁଇବର୍ଷ ପୂର୍ବେ କାନପୁରର ଜଣେ ବାସିନ୍ଦା ବଦ୍ରି ନାରାୟଣ ତିଓ୍ଵାରୀ ସିଦ୍ଦିକିଙ୍କୁ ଏକ ରାମାୟଣ ପୁସ୍ତକ ଦେବାପରେ ସେ ଏହାକୁ ଉର୍ଦ୍ଦୁକୁ ଅନୁବାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସମସ୍ତ ଧର୍ମର ପବିତ୍ର ପୁସ୍ତକ ପରି ରାମାୟଣ ମଧ୍ୟ ଶାନ୍ତି ଏବଂ ଭାଇଚାରାର ବାର୍ତ୍ତା ଦେଇଛି। ରାମାୟଣ ଅନୁବାଦ କରି ସେ ନିଜେ ମଧ୍ୟ ଖୁବ୍‌ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି। ଭୁବନେଶ୍ୱର : ନ’ତାଲାରେ ୮ଟି ବିଭାଗର ମୁଖ୍ୟ କାର୍ଯ୍ୟାଳୟ କରୁଛି। ଦୈନିକ ପ୍ରାୟ ୫୦୦ କର୍ମଚାରୀ ଏବଂ ଶହ ଶହ ଲୋକ ଏଠାକୁ ଆସୁଛନ୍ତି। ହେଲେ ଏଠାରେ ଥିବା ଲିଫ୍ଟ କାମ କରୁନି। ପୂର୍ବାହ୍ନରେ ଲିଫ୍ଟ କାମ କଲେ ଅପରାହ୍ନରେ ଅଚଳ ହୋଇଯାଉଛି। ଯଦି ଭାଗ୍ୟ ଭଲ ଥିବ ତେବେ ଲିଫ୍ଟରେ ଯାଉଥିବା ଲୋକ ଅଫିସରେ ପହଞ୍ଚିବ। ନଚେତ୍‌ ଅଧା ବାଟରେ ଲିଫ୍ଟ ଭିତରେ ଫସିିଯିବ। ୭ତାଲା, ୮ତାଲାରେ ଯେଉଁ ଅଫିସ ଅଛି ସେଠାକୁ ଯାଉଥିବା କର୍ମଚାରୀ ଏବେ ଲିଫ୍ଟ ଅଟକିଯିବା ଭୟରେ ୧୦୦ ସିଡ଼ି ଚଢ଼ି ଯାତାୟାତ କରୁଛନ୍ତି। ନ’ତାଲା ଲିଫ୍ଟରେ ଆଜି ଫସିଯାଇଥିଲେ ସମବାୟ ନିବନ୍ଧକ। ଜରୁରୀକାଳୀନ ବେଲ୍‌ ମାରିବା ପରେ ବି କେହି ଉଦ୍ଧାର କଲେନି। ଏପରିକି ପ୍ରାୟ ୫ମିନିଟ୍‌ କାଳ ଅଣନିଶ୍ୱାସୀ ହୋଇ ରହିବା ପରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଆଜି ଅପରାହ୍ନ ୩ଟା ୪୦ରେ ନ’ତାଲାର ସପ୍ତମ ମହଲାରେ ଥିବା ସମବାୟ ସୋସାଇଟି କାର୍ଯ୍ୟାଳୟକୁ ସମବାୟ ନିବନ୍ଧକ ଯାଉଥିଲେ। ୭ମ ମହଲାରେ କାର୍ଯ୍ୟାଳୟ ଥିବାରୁ ସେ ଲିଫ୍ଟରେ ଯାଉଥିଲେ। ନିବନ୍ଧକଙ୍କ ସହ ଆଉ ୭ଜଣ ବି ଲିଫ୍ଟରେ ଥିଲେ। ଲିଫ୍ଟଟି ଚାଲୁ ହେବାର କିଛି ସମୟ ପରେ ହଠାତ୍‌ ଅଟକି ଯାଇଥିଲା। ନା ଉପରକୁ ଯାଇଥିଲା ନା ତଳକୁ ଖସିଥିଲା। ଲିଫ୍ଟ ଭିତରେ ଥିବା ୮ଜଣ ବ୍ୟକ୍ତି ଚିତ୍କାର କରିଥିଲେ ହେଲେ କେହି ଶୁଣି ନଥିଲେ। ଏପରିକି ଜରୁରୀକାଳୀନ ବେଲ୍‌ ବଜାଇବା ପରେ ବି କେହି ଉଦ୍ଧାର କରିବାକୁ ଆସି ନଥିଲେ। ସୌଭାଗ୍ୟବଶତଃ ପ୍ରାୟ ୫ମିନିଟ୍‌ ପରେ ଲିଫ୍ଟଟି ଉପରକୁ ଉଠିବାରୁ ୮ଜଣ ନିଶ୍ଚିତ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ। ଏହାପରେ ସମବାୟ ନିବନ୍ଧକ ମୁଖ୍ୟଯନ୍ତ୍ରୀ (ବିଲ୍‌ଡିଂ)ଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି। ସମବାୟ ନିବନ୍ଧକ ଲେଖିଛନ୍ତି ଯେ, ନ’ତାଲାରେ ଥିବା ଦୁଇଟି ଲିଫ୍ଟ ଅଧିକାଂଶ ସମୟରେ କାମ କରୁନି। ଯେତେବେଳେ ଚାଲୁଛି ସେଥିରୁ ଅନେକ ସମୟରେ ଅଧା ବାଟରେ ଅଟକିଯାଉଛି। ଦୈନିକ ଶହ ଶହ କର୍ମଚାରୀ, ଲୋକ ଏଠାକୁ ଆସୁଥିଲେ ହେଁ ଲିଫ୍ଟ କାମ କରୁ ନଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଜି ଯେଉଁଭଳି ଦୁର୍ଘଟଣା ହେଲା ତାହା ଯେପରି ପୁନର୍ବାର ନଘଟେ ସେଥିପାଇଁ ତୁରନ୍ତ ଏହି ଲିଫ୍ଟର ମରାମତି କରାଯାଉ ଏବଂ ଲିଫ୍ଟ ଚଳାଇବା ପାଇଁ କର୍ମଚାରୀ ନିଯୁକ୍ତି ଦିଆଯାଉ ବୋଲି ସେ ଲେଖିଛନ୍ତି।
OSCAR-2019
ମାଲକାନଗିରି: ସୀମାନ୍ତ ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ହାର୍ଡକୋର ମହିଳା ନକ୍ସଲ ନିହତ ହୋଇଛନ୍ତି। ମୃତା ମହିଳା ନକ୍ସଲଙ୍କ ନାମରେ ପୂର୍ବରୁ ରାଜ୍ୟ ସରକାର ୫ ଲକ୍ଷ ଟଂକା ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଡିଇଏଫ ଏବଂ ଆଇଟିବିପି ଯବାନ ମାନପୁର ଅଂଚଳର କୋଣ୍ଡଲି ଜଂଗଲରେ କମ୍ବିଂ ଅପରେସନ ପାଇଁ ପଶିଥିଲେ। ନକ୍ସଲଙ୍କ କ୍ୟାମ୍ପ ପାଖାପାଖି ହେବାରୁ ପୂର୍ବରୁ ସଜାଗ ରହିଥିବା ନକ୍ସଲ ଆତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ପାଲଟା ଯବାବ ଦେବାରୁ ନକ୍ସଲ ବାଧ୍ୟ ହୋଇ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ସମୟରେ ଜଣେ ମହିଳା ନକ୍ସଲଙ୍କ ଶବ ସହ ଗୋଟିଏ ରାଇଫଲ ଉଦ୍ଧାର କରାଯାଇଥିଲା। ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ମୃତା ମହିଳା ନକ୍ସଲ ଜରିନା ଆନ୍ଧ୍ର-ଏରିଆ କମିଟି ସଦସ୍ୟ ଥିଲା। ୨୦୦୫ ମସିହାରୁ ନକ୍ସଲ ସଂଗଠନରେ ସାମିଲ ହୋଇ କାମ କରିଆସୁଥିଲେ। ଏକ ଡଜନରୁ ଊର୍ଦ୍ଧ୍ୱ ହିଂସାକାଣ୍ଡରେ ଜଡିତ ଥିବା ପୋଲିସ କହିଛି। ମଧୁମେହ ରୋଗୀମାନେ ରୋଗର ଉପଚାର ଲାଗି ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥା’ନ୍ତି। କେହି ନାନାରକମର ଔଷଧ ସେବନ କରିଥାଆନ୍ତି ତ ପୁଣି କେହି ପ୍ରକୃତ ଚିକିତ୍ସା ପଦ୍ଧିତିକୁ ଆପଣାଇଥାନ୍ତି। ତେବେ କମ୍‌ ଲୋକ ଜାଣନ୍ତି ଯେ,ମଧୁମେହ କୁ ନିୟନ୍ତ୍ରଣରେ ରଖିବା ପାଇଁ ଭିଟାମିନ୍‌-ଡ଼ି ଜରୁରୀ। ଭିଟାମିନ୍‌-ଡ଼ି ର ସବୁଠାରୁ ଉତ୍ତମ ସ୍ରୋତ ହେଲା ଖରା ବା ସୂର୍ଯ୍ୟକିରଣ।ଏବେ ଆସନ୍ତୁ ଜାଣିବା ଭିଟାମିନ୍‌-ଡ଼ି ଗ୍ରହଣ କଲେ ମଧୁମେହ ରୋଗୀମାନଙ୍କୁ କି ଫାଇଦା ମିଳିଥାଏ?…. ୫-ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ,ଯେଉଁମାନେ ନିୟମିତ ରୂପେ ଭିଟାମିନ୍‌-ଡ଼ି ଗ୍ରହଣ କରନ୍ତି, ସେମାନଙ୍କଠାରେ ମଧୁମେହ ରୋଗ ହେବାର ଆଶଙ୍କା ଖୁବ୍‌ କମ୍‌।
OSCAR-2019
ଖଇରା, ୧୦/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରକୋଣା ନୋଡାଲ ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ, ବାସନ୍ତି ନାୟକ, ସବିତା ପାଣିଗ୍ରାହୀ, ଜମୁନା ବାରିକ, ହରେକୃଷ୍ଣ ବିଶ୍ୱାଳ, କୈଳାସ ଚନ୍ଦ୍ର ମାଝୀଙ୍କ ତତ୍ୱାବଧାନରେ ଏହି ନୋଡାଲ ସ୍କୁଲରେ ନୂଆକରି ଖୋଲିଥିବା ଅଷ୍ଟମ ଶ୍ରେଣୀର ପ୍ରଥମ ବର୍ଷର ଛାତ୍ର ଖଇରା ବ୍ଲକ ସାରକୋଣା ଗ୍ରାମପଞ୍ଚାୟତ ସାରକୋଣା ଗ୍ରାମର ନିର୍ମଳ କୁମାର ନାୟକଙ୍କ ପୁତ୍ର ବିଶ୍ୱଜିତ ନାୟକ ଏନଏମଏମଏସ(ଜାତୀୟ ମେଧା ବୃତ୍ତି)ପରୀକ୍ଷାରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇ ଥିବାରୁ ବିଧ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ବଧେଇ ଜଣାଇବା ସହିତ ଉତ୍ତୋରତ୍ତର ଉନ୍ନତି କାମନା କରି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ବିଶ୍ୱଜିତ ଭବିଷ୍ୟତରେ ଜଣେ ସମାଜସେବକ ଓ ଉତ୍ତମ ମଣିଷ ରୂପେ ଗଢି ଉଠିବ ବୋଲି ପ୍ରକାଶ କରିଛନ୍ତି। ଏହା ଛଡା ୧୦ମ ଶ୍ରେଣୀ ପାସ କରିବା ପର୍ଯ୍ୟନ୍ତ ସରକାରଙ୍କଠାରୁ ସର୍ବମୋଟ ୨୪, ୦୦୦(ଚବିଶ ହଜାର)ଟଙ୍କା ଜାତୀୟ ମେଧାବୃତ୍ତି ପାଇବ ବୋଲି କହିଥିବାବେଳେ ଏ କୃତିତ୍ୱର ଶ୍ରେୟ ପ୍ରଥମେ ପିତାମାତା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ ସହିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଦେଇଛନ୍ତି। ତାଙ୍କର କୃତିତ୍ୱରେ ବିଦ୍ୟାଳୟ ପରିସର ସହିତ ସପୃକ୍ତ ଅଂଚଳରେ ଆନନ୍ଦ ଖେଳି ଯାଇଛି।
OSCAR-2019
କଟକ ଜିଲ୍ଲା ଅସୁରେଶ୍ୱରସ୍ଥିତ କୋଇଲ ଗାଁରେ ୧୯୩୩ ମସିହା ମେ’ ୨୮ତାରିଖରେ ରସରାଜଙ୍କ ଜନ୍ମ। ସ୍ୱର୍ଗତଃ ବିହାରୀ ଲାଲ ସିଂହ ଓ ସରୋଜିନୀ ଦେବୀଙ୍କ ସୁପୁତ୍ର ରାସରାଜ ୧୯୪୯ରେ ହାଇସ୍କୁଲ ଶିକ୍ଷା ପରେ ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲେ। ଅସୁରେଶ୍ୱର ସ୍କୁଲରେ ପଢ଼ିବା ସମୟରେ ସାହିତ୍ୟ ଶିକ୍ଷକ ତଥା ଦ୍ୱିତୀୟ ଭଞ୍ଜ ଭାବେ ବିଦିତ ଗୋଲକ ଚନ୍ଦ୍ର ପ୍ରଧାନଙ୍କଠାରୁ ପ୍ରେରଣା ପାଇ ଅଷ୍ଟମ ଶ୍ରେଣୀରୁ ହିଁ କବିତା ଲେଖିବା ଆରମ୍ଭ କରିଥିଲେ। ‘କାମିନୀ କହେ ଚମ୍ପାରେ ନାହିଁ ତୋର ଅନୁକମ୍ପାରେ…’, ଜୋଛନା ଲୁଚନା ଦୂର ନୀଳ ଗଗନେ… ଓ ସାଗର ଅଧୀର ନୀଳ ତରଙ୍ଗ… ଭଳି ଗୀତ ଲେଖି ସେ ପାଲଟି ଯାଇଥିଲେ ରସରାଜ। ୧୯୫୮ ମସିହାରୁ ଗୀତିକବିତା ଲେଖିବା ଆରମ୍ଭ କରିଥିଲେ। ୧୯୬୦ ମସିହାରେ ଆକାଶବାଣୀରେ ଗୀତିକବି ଭାବେ ତାଙ୍କୁ ସ୍ୱୀକୃତି ମିଳିଥିଲା। ୧୯୬୨ ମସିହାରେ ‘ନୂଆବୋଉ’ ଚଳଚ୍ଚିତ୍ରରେ ‘ରଥ ଯା ଚାଲି ଯା…’ ଗୀତ ଲେଖିବାର ସୁଯୋଗ ମିଳିଥିଲା। ଏହାପରେ ମାଣିକଯୋଡ଼ି, ଅମଡ଼ାବାଟ, ନବଜନ୍ମ, ଜୀବନସାଥୀ, ଅଭିନେତ୍ରୀ, ଭାଇଭାଉଜ, କିଏ କାହାର, ସ୍ତ୍ରୀ, ଅଲିଭା ଦାଗ, ଅଦିନ ମେଘ, ଧରିତ୍ରୀ, ଘର ସଂସାର, ମନ ଆକାଶ, ରକ୍ତଗୋଲାପ, ପରିବାର, ଶଙ୍ଖ ମହୁରୀ, ଚିହ୍ନା ଅଚିହ୍ନା, ମଥୁରା ବିଜୟ, ଜୟ ମା’ ମଙ୍ଗଳା, ସୁବର୍ଣ୍ଣ ସୀତା, କାବେରୀ, ମାଣିକ, କସ୍ତୁରୀ, ଜୁଆରଭଟ୍ଟା, ଧୂଳିଘର ଭଳି ଅନେକ ଚଳଚ୍ଚିତ୍ରରେ ସେ ଗୀତ ରଚନା କରିଛନ୍ତି। ବାଳକୃଷ୍ଣ ଦାସଙ୍କଠାରୁ ଆରମ୍ଭ କରି ମାନ୍ନା ଦେ’ଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ କାମ କରିଥିଲେ ରସରାଜ। ଗୀତକବିତା ସହିତ ଅନେକ ପୁସ୍ତକ(ଗୀତିଗ୍ରନ୍ଥ) ମଧ୍ୟ ସେ ରଚନା କରିଛନ୍ତି। ‘ଦୁଇଟି ଆଖିର କବିତା’ ହେଉଛି ତାଙ୍କ ପ୍ରଥମ ପ୍ରକାଶିତ ପୁସ୍ତକ। ୧୯୯୨ ମସିହାରେ ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ ପକ୍ଷରୁ ‘ରସରାଜ ସମ୍ମାନ’, ୨୦୦୦ ମସିହାରେ ‘ଓଡ଼ିଶା ସଂଗୀତ ନାଟକ ଏକାଡେମି ସମ୍ମାନ’, ୨୦୦୩ ମସିହାରେ ରସରାଜଙ୍କ ଦ୍ୱାରା ରଚିତ ଗୀତିକବିତା ସଂକଳନ ‘ରସରାଜ ଗୀତି ବିଚିତ୍ରା’ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଥିଲା। ୨୦୦୭ରେ ଶାରଳା ପୁରସ୍କାର, ୨୦୧୧/୧୨ରେ ଓଡ଼ିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ତାଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। 闭停取消,到处是勃勃的活力……当肿块开展成“硬梆梆”时再治为时已早, 133期香港六彩开奖结果现场直播 。病发率近超西欧比年去。 记者在东兴堂大药房棠德南路店购置了一盒"阿莫西林"胶囊,依据教训和上彀搜寻了相干病症, 比方刘恺威、陈豪br 并且她借没有是...
OSCAR-2019
ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଯୁକ୍ତ୩ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ “ଭାରତୀୟ ବୈଦେଶିକ ନୀତିର ପରିବର୍ଦ୍ଧିତ ଆଭିମୁଖ୍ୟ” ଶୀର୍ଷକ ବିଷୟକୁ ନେଇ ଅତିଥିମାନେ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ଅବସର ପ୍ରାପ୍ତ ପ୍ରଧ୍ୟାପକ ଅମୀୟ କୁମାର ପରିଚ୍ଛା ଯୋଗ ଦେଇ ଆଲୋଚନାଚକ୍ରର ଶୀର୍ଷକ ବିଷୟରେ ଆଲୋକପାତ କରିବା ସହ ବିଦେଶ ନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସେହିପରି ଉତ୍ତମ ବେଦୈଶିକନୀତି ଦ୍ୱାରା ଦେଶ କିପରି ଉନ୍ନତି କରିପାରିବ ସେବିଷୟରେ ଆଲୋଚନା ହୋଇଥିଲା। ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଏସକେ ମଲ୍ଲିକ ଉତ୍ତମ ବିଦେଶନୀତି ଦ୍ୱାରା କିପରି ସୁସମ୍ପର୍କ ସ୍ଥାପନ ହୋଇ ଅନ୍ୟ ଦେଶମାନଙ୍କ ସହ ତାଳ ଦେଇ ଚାଲିହେବ ସେବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗର ଡ.ଅଜୟ କୁମାର ତ୍ରୀପାଠି, ଅର୍ଥନୀତି ବିଭାଗର ମୁଖ୍ୟ ଡ.ସୁନନ୍ଦା ପଟ୍ଟନାୟକ, ରଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଅଭିମନ୍ୟୁ ଶବର, ଅଧ୍ୟାପକ ବୈଦ୍ୟନାଥ ଦାସ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମକୁ ବାବୁଲା ମିଶାଲ, ବିରାଟ ଶବର, କୃଷ୍ଣଚନ୍ଦ୍ର ପଣ୍ଡିତ ପ୍ରମୁଖ ଛାତ୍ରମାନେ ସୁଚାରୁ ରୁପେ ପରିଚାଳନା କରିଥିଲେ।
OSCAR-2019
ଗତ ୧୯ ରୁ ୨୧ ଜାନୁଆରୀ ମଧ୍ୟରେ କୋଲକାତାରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ବା ସିପିଆଇ(ଏମ) ର ରାଜନୈତିକ ଚିଠା ପ୍ରସ୍ତାବର ସଂଶୋଧନ ଓ ଅଙ୍ଗୀକାର ପାଇଁ ବସିଥିବା କେନ୍ଦ୍ରୀୟ କମିଟି ବୈଠକରେ ଯାହା ନିଷ୍କର୍ଷ ବାହାରିଲା ସେଥିରେ ବାମପନ୍ଥୀ ଓ ପ୍ରଗତିଶୀଳ ବ୍ୟକ୍ତିମାନଙ୍କ ମଧ୍ୟରେ ବେଶ ଉତ୍ସୁକତା ପ୍ରକାଶ ପାଇଛି । ବୈଠକରେ ଅର୍ଦ୍ଧ-ଫାସୀବାଦ ବା କେତେକଙ୍କ ପାଇଁ ଫାସୀବାଦର ଆଗମନର ନିରାଧାର ଆଶଙ୍କା ମଧ୍ୟରେ କୁହାଗଲା ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଥାଇ ଯଦି ବିଜେପି ପୁଣିଥରେ ୨୦୧୯ ଲୋକସଭା ନିର୍ବାଚନରେ ସରକାରକୁ ଆସେ ତେବେ ବାମପନ୍ଥୀମାନଙ୍କୁ ପୁଣିଥରେ ଜୀବନ-ମରଣର କର୍ତ୍ତବ୍ୟ ବା ସଂଘର୍ଷ କରିବାକୁ ହେବ ଯେଉଁ ଦାୟିତ୍ୱ ପାଇଁ ସେମାନେ ଐତିହାସିକ ଭାବରେ କଟି ଯାଇ ସାରିଛନ୍ତି । ସେପ୍ଟେମ୍ବର ୨୦୧୬ରୁ ଯାହା ଜନଗଣ ତଥା ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଭିତରେ ଭିତରେ ଚାଲିଥିବା ଏକ ବିତର୍କ ଯେ ରାଜନୈତିକ, ଅର୍ଥନୈତିକ ଓ ଶ୍ରେଣୀକୁ ନେଇ ସ୍ଥାପିତ ହେବାକୁ ଥିବା ଫାସିବାଦ ପାଇଁ ଏବେ ଦେଶରେ ଅବସ୍ଥା ସୃଷ୍ଟି ହୋଇଛି କି ଆଉ ଯଦି ହୋଇଛି ତେବେ ଏହାକୁ ଜୁଝିବା ପାଇଁ କି ପ୍ରକାରର ରାଜନୈତିକ ମୋର୍ଚ୍ଚା/ମେଣ୍ଟର ଆବଶ୍ୟକତା ରହିଛି । ସିପିଆଇ(ଏମ)ର ପ୍ରମୁଖ ମତ ଯାହାକି ପାର୍ଟିର ପୂର୍ବତନ ସମ୍ପାଦକ ପ୍ରକାଶ କାରାତଙ୍କ ପକ୍ଷରୁ ବ୍ୟକ୍ତ କରାଯାଇଥିଲା ତାହା ହେଉଛି ଫାସୀବାଦର ଉଦ୍ଭବ ପାଇଁ ଅବସ୍ଥା ଆହୁରି ଆସି ନାହିଁ ଓ ଯଦି କେଉଁଠାରେ ଏହା ଅଛି ତେବେ ଖୁବ ଦୁର୍ବଳ ଅବସ୍ଥାରେ ଅଛି । କିନ୍ତୁ ଦେଶର କେତେକ ସଂସ୍ଥା ଯୋଗୁ ହେଉ ବା ହିନ୍ଦୁତ୍ୱ ବ୍ରିଗେଡ ଯୋଗୁ ହେଉ ହିନ୍ଦୁତ୍ୱ ଆଧାରରେ ଦେଶର ବର୍ତ୍ତମାନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏକ ନିଷ୍ଠାପର ଉଦ୍ୟମ ଚାଲିଛି ଯାହା ପଳରେ ଦେଶର ଗଣତନ୍ତ୍ର ଓ ଧର୍ମନିରପେକ୍ଷତା ବିପଦାପନ୍ନ ହେଉଛି । ତେବେ ସେଥିପାଇଁ କ’ଣ କରାଯିବ ତାକୁ ନେଇ କେନ୍ଦ୍ରୀୟ କମିଟି ଯାହା ବିଶ୍ୱାସ କରେ ତାହା ହେଉଛି ନବ୍ୟ-ଉଦାରବାଦ ଏବଂ ସାମ୍ପ୍ରଦାୟିକତାବାଦ ବିରୁଦ୍ଧରେ ସଂଘର୍ଷ କରିବାକୁ ହେବ ଓ ଏହାକୁ ଏକ ମିଳିତ ସଂଘର୍ଷର ଅଂଶବିଶେଷ ରୂପେ ଦେଖିବାକୁ ହେବ । ତେଣୁ କଂଗ୍ରେସ ପାର୍ଟି ଯିଏକି ବିଜେପି ପରି ନବ୍ୟ ଉଦାରବାଦୀ ଶାସକ ଶ୍ରେଣୀର ସ୍ୱାର୍ଥ ପାଇଁ କାର୍ଯ୍ୟ କରେ ତାକୁ କେବେେହେଲେ ଏହି ସଂଘର୍ଷରେ ସାମିଲ କରିହେବ ନାହିଁ । ପାର୍ଟିର ବର୍ତ୍ତମାନର ସମ୍ପାଦକ ସୀତାରାମ ୟେଚୁରୀଙ୍କ ପକ୍ଷରୁ ଦିଆଯାଇଥିବା ବିକଳ୍ପ ମୁତାବକ କଂଗ୍ରେସ ସହିତ କୌଣସି ମେଣ୍ଟ ବା ବୁଝାମଣା ନକରିବା ଏକ ଅଯଥା କଥା । କିନ୍ତୁ ଏହି ବିକଳ୍ପଟି ମଧ୍ୟ ପାର୍ଟିରେ ହୋଇଥିବା ଭୋଟରେ କାଟ ଖାଇ ଯାଇଛି । ତେଣୁ କଂଗ୍ରେସ ସହିତ ଆଉ କିଛି ହୋଇ ପାରିବ ନାହିଁ । ଯଦି ଅପ୍ରେଲ ମାସରେ ହେବାକୁ ଥିବା ପାର୍ଟି କଂଗ୍ରେସରେ କିଛି ବ୍ୟବସ୍ଥା ହେଲା ତେବେ କଥା ଅଲଗା ହୋଇପାରେ । କେବଳ ସିପିଆଇ(ଏମ୍) ବୋଲି ନୁହେଁ ସାଧାରଣ ଭା ବରେ ଏହି ଆହ୍ୱାନକୁ ନଜରକୁ ନେଇ ଏବଂ ଅତୀତରେ ୧୯୨୦ ଓ ୧୯୩୦ରେ ଜର୍ମାନୀରେ ବାମପନ୍ଥୀମାନେ କରିଥିବା ଐତିହାସିକ ଭୁଲକୁ ନଜରରେ ରଖି ଭାରତର ବାମପନ୍ଥୀମାନେ ଏହି ଅର୍ଦ୍ଧ-ଫାସୀବାଦକୁ ରୋକିବାପାଇଁ ପ୍ରଥମେ ଏକ ମିଳିତ ମଞ୍ଚଗଠନ କରିବା ଉଚିତ୍ । ସଂସଦୀୟ ବାମପନ୍ଥୀ ଦଳ ବ୍ୟତୀତ କଠୋରପନ୍ଥୀ ବାମପନ୍ଥୀ ତଥା ସମାଜବାଦୀମାନଙ୍କୁ ଏହି ସଂଘର୍ଷରେ ସାମିଲ କରିବାର ମଧ୍ୟ ଆବଶ୍ୟକତା ରହିଛି । ବାମପନ୍ଥୀ କମ୍ୟୁନିଷ୍ଟମାନଙ୍କୁ ଏବେ ସେମାନଙ୍କ ଅନ୍ତନାଡିରେ ଥିବା ସମ୍ପ୍ରଦାୟବାଦକୁ ବାଦ ଦେଇ ସମାଜବାଦୀ ପ୍ରଥାର ସମଷ୍ଟିକୁ ନେଇ ଚାଲିବା ପରମ୍ପରା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ଆହୁରି ମଧ୍ୟ ସଂଯୁକ୍ତ ମୋର୍ଚ୍ଚାକୁ ଏହାର କାର୍ଯ୍ୟକ୍ରମରେ ନବ୍ୟ-ଉଦାରବାଦ-ବିରୋଧୀ କଥାଟିକୁ ସ୍ଥାନ ଦେବା ଆବଶ୍ୟକ । ଯେ କୌଣସି ସଂଯୁକ୍ତ ମୋର୍ଚ୍ଚାକୁ ଆସୁରିକ ଶ୍ରେଣୀ-ସମୀକରଣ ଉପରେ ଗୁରୁତ୍ୱ ଦେବାକୁ ହେବ ଯାହାକି ନବ୍ୟ-ଉଦାରବାଦ କାଳରେ ପୁଞ୍ଜି ଠୁଳୀକରଣ ପ୍ରକ୍ରିୟାର ଏକ ପରିଣାମ । ଏହା ସହିତ ଅର୍ଥ ଓ ସମ୍ପଦର ଶକ୍ତି ବଳରେ ପୁରା ନିର୍ବାଚନ ପ୍ରକ୍ରିୟାକୁ ଅପହରଣ କରିନେବା ଓ ପ୍ରଭୃତ୍ୱ ପ୍ରଦର୍ଶନକୁ ଏହାର ଆଉ ଏକ କାରଣ ରୂପେ ନିଆଯାଇପାରେ । ଏହା ସେହିପରି ଏକ ସଂଯୁକ୍ତ ମୋର୍ଚ୍ଚା ହେବା ଆବଶ୍ୟକ ଯାହାକି ଏକ ଲୋକପ୍ରିୟ ମୋର୍ଚ୍ଚା ଗଠନ ପାଇଁ ଉଦାରବାଦୀ ପୁଞ୍ଜିବାଦୀ ପାର୍ଟି, ଦକ୍ଷିଣପନ୍ଥ୍ୀ ଦଳ ଓ ସରକାର ଏବଂ ଅନ୍ୟମାନଙ୍କ ସହିତ କେଉଁ ସମୟରେ କିପରି ବା କି କି ସର୍ତ୍ତରେ ଏକ ମୋର୍ଚ୍ଚା ଗଠନ ହୋଇପାରିବ ତା ଉପରେ ଧ୍ୟାନ ଦେବା ଆବଶ୍ୟକ । ଅର୍ଥାତ୍ ଏ ସମସ୍ତଙ୍କୁ ନେଇ ଫାସୀବାଦୀ ବିରୋଧୀ ଏକ ରାଷ୍ଟ୍ରୀୟ ମଞ୍ଚ ଗଠନ ପାଇଁ ଉଦ୍ୟମ ହେବା ଆବଶ୍ୟକ । ସଂଯୁକ୍ତ ମୋର୍ଚ୍ଚାକୁ ଭେଦଭାବ ବିଶେଷ କରି ମୁସଲିମଙ୍କ ବିରୁଦ୍ଧରେ ଥିବା ଘୃଣା ପ୍ରତି ଦୃଷ୍ଟିଦେବା ଦରକାର ଯାହାକି କେବଳ ଧାର୍ମିକ ଭେଦଭାବ ବା ଘୃଣାରୁ ସୃଷ୍ଟି ବୋଲି କୁହାଯିବା ଠିକ୍ ନୁହେଁ, ବରଂ ଏହାର ସୃଷ୍ଟି ସଂରଚନାତ୍ମକ ଅସମାନତା ଏବଂ ଐତିହାସୀକ ଭାବରେ ଶୋଷିତ ତଥା ବଞ୍ôଚତ ଶ୍ରେଣୀରୁ ସୃଷ୍ଟ ଘଟଣା ଭାବରେ ମଧ୍ୟ ଦେଖାଯିବା ଆବଶ୍ୟକ । ଏ କଥାଟିକୁ କୌଣସି ଗୋଟିଏ ଲୋକପ୍ରିୟ ରାଷ୍ଟ୍ରୀୟ ମୋର୍ଚ୍ଚା ଗଠନ ବେଳେ ଅଧିକ ଦୃଷ୍ଟି ଦିଆଯିବା ଆବଶ୍ୟକ । ସମ୍ପ୍ରତି ବହୁ ମୁସଲିମ ଯୁବକ ପୋଲିସ ଏବଂ ଅପରାଧିକ ନ୍ୟାୟବ୍ୟବସ୍ଥା ହାତରେ ବହୁ ବାଟରେ ଶୋଷିତ ଓ ଅତ୍ୟାଚାରିତ ହେବାରେ ଲାଗିଛନ୍ତି । ହିନ୍ଦୁତ୍ୱବାଦୀ ଜାତୀୟବାଦ ଶକ୍ତି ଗୁଡିକ ମୁସଲିମମାନଙ୍କୁ ଧ୍ୱଂସ କରିଦେବାପାଇଁ ରାଷ୍ଟ୍ର ଓ ଶାସନ ବ୍ୟବସ୍ଥାର ସହାୟତା ନେଇ ଲାଗି ପଡିଛନ୍ତି । ପୋଲିସ ଓ ନ୍ୟାୟାଳୟ ସେମାନଙ୍କୁ ନ୍ୟାୟ ତଥା ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଏହା ଏପରି ସ୍ଥିତିରେ ପହଞ୍ôଚଛି ଯେ ମୁସଲିମ ସମାଜର ଗୋଟିଏ ଗୋଷ୍ଠୀ ଦେଶର ଏହି ବ୍ୟବସ୍ଥାଗୁଡିକ ଉପରୁ ବିଶ୍ୱାସ ହରାଇ ସାରିଲେଣି । ଯେ କୌଣସି ରାଷ୍ଟ୍ରୀୟ ବା ଲୋକପ୍ରିୟ ମୋର୍ଚ୍ଚା ଏହି ଦଳିତ ମୁସଲିମ, ହିନ୍ଦୁତ୍ୱବାଦୀ ବ୍ରାହ୍ମଣବାଦ ଦ୍ୱାରା ଅନ୍ୟାନ୍ୟ ଭାବେ ପୀଡିତ ବିଶେଷକରି ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପୀଡିତ ଓ ଦଳିତ ମାନଙ୍କୁ ମୋର୍ଚ୍ଚାରେ ସାମିଲ କରିବା ଉଚିତ୍ । ଫାସିବାଦ / ଅର୍ଦ୍ଧ-ଫାସିବାଦ , ସାମାଜିକ ଅର୍ଥନୀତିକ ଏବଂ ସାମାଜିକ ଅବସ୍ଥାର ମୂଳକୁ ଜାଣିବା ପରେ ସଂଯୁକ୍ତ ମୋର୍ଚ୍ଚା ଏହାର ନିରାକରଣ ପାଇଁ ଉଦ୍ୟମ କରି ପାରିବ । ତା ପରେ ଏହା ଏକ ଲୋକପ୍ରିୟ ମୋର୍ଚ୍ଚା ବା ଆବଶ୍ୟକତାନୁଯାୟୀ ରାଷ୍ଟ୍ରୀୟ ମୋର୍ଚ୍ଚା ଗଠନ କରି ପାରିବ ଓ ଫାସୀବାଦୀ ଏବଂ ଅର୍ଦ୍ଧ-ଫାସୀବାଦୀ ପ୍ରବୃତ୍ତି ବିରୁଦ୍ଧରେ ଲୋକମାନଙ୍କୁ ଠିଆ କରି ପାରିବ । ଏ ବିଷୟରେ ରାଜନୈତିକ ଦଳଗୁଡିକୁ ମନେ ରଖିବାକୁ ହେବ ଯେ ଏବେ ସଂଘ ପରିବାର କ୍ଷମତାରେ ଅଛି,ଯଦି ଏହା ୨୦୧୯ରେ କ୍ଷମତାକୁ ଆସିଗଲା ଓ ହିନ୍ଦୁତ୍ୱବାଦୀ ଜାତୀୟତାବଦୀ ଆନ୍ଦୋଳନର ସମର୍ଥନରେ ଏହା ହୁଏତ ସମ୍ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ର ଗଠନ କରିବାପାଇଁ ଉଦାରବାଦୀ-ରାଜନୈତିକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇପାରେ ।
OSCAR-2019
ଚନ୍ଦ୍ରଶେଖରପୁର: ରାଜଧାନୀରେ ତିଆରି ହେଉଥିଲା ଅପମିଶ୍ରିତ ସସ୍‌। ବସ୍ତିରେ ବସିଥିଲା ଏହି କାରଖାନା। ଏଭଳି ଏକ କାରଖାନାକୁ ଠାବ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ମଙ୍ଗଳବାର ରାତିରେ କୌଣସି ସୂତ୍ରରୁ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ଶୈଳଶ୍ରୀ ବିହାର ମହାବୀର ବସ୍ତିରେ ଥିବା ଏକ ଘର ଉପରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସେଠାରୁ ନକଲି ସସ୍‌ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ସସ୍‌ ତିଆରି ମେସିନ୍‌ ସମେତ ପଚା କଖାରୁ, ଅମୃତଭଣ୍ଡା, ପୋଟଳ, ଭିନେଗାର, ଖାଲି ବୋତଲ, ଷ୍ଟିକର୍‌ ଆଦି ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆର୍ତ୍ତ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଧାରା ୩୭୨, ୩୭୩, ୪୨୦, ୪୬୮, ୪୮୨ ଆପିସି-୭୮/୭୯ ଓ ୧୦୨/୧୦୩ ଓ, ମାମଲା ସଂଖ୍ୟା ୩୫୮/୧୮ରେ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଆର୍ତ୍ତ ସିଂହ(୪୫)ର ଘର ଯାଜପୁର ଜିଲ୍ଲାରେ। ଗତ କିଛି ବର୍ଷ ହେଲା ସେ ପରିବାର ସହ ରାଜଧାନୀରେ ରହି ନକଲି ସସ୍‌ ତିଆରି କରୁଥିଲା। ପୂର୍ବରୁ ମଧ୍ୟ ସେ ଏପରି ଅନେକ ବେଆଇନ୍‌ କାମରେ ଲିପ୍ତ ଥିବା ପୁଲିସ କହିଛି। ପଚା କଖାରୁ, ଅମୃତଭଣ୍ଡା, ପୋଟଳ ଓ ରାସାୟନିକ ରଙ୍ଗ ବ୍ୟବହାର କରି ସେ ଏପରି ନକଲି ସସ୍‌ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଥିଲା। ଖବର ମିଳିବା ପରେ ମଙ୍ଗଳବାର ରାତିରେ ଚଢ଼ଉ କରାଯାଇଥିଲା। ଭୁବନେଶ୍ୱରର କେତେକ ଫାଷ୍ଟଫୁଡ୍‌ ଦୋକାନରେ ଜବତ ହୋଇଥିବା ବ୍ରାଣ୍ଡର ସସ୍‌ ବିକ୍ରି ହେଉଥିବା ନଜରକୁ ଆସିଛି। ତେଣୁ ଏହି ଘଟଣା ପଛରେ ବଡ଼ ଧରଣର ର‍୍ୟାକେଟ୍‌ କାମ କରୁଥିବା ସୂଚନା ମିଳୁଛି। ଏହା ଉପରେ ଅଧିକ ତଦନ୍ତ ପାଇଁ ଡିସିପି ଅନୁପ୍‌ ସାହୁ ନିର୍ଦେଶ ଦେଇଛନ୍ତି। ପ୍ରଥମେ ଚାଷୀଙ୍କଠାରୁ କମ୍‌ ଦାମରେ ମିଳୁଥିବା ତଥା ପଚି ଆସୁଥିବା କଖାରୁ କିଣାଯାଉଥିଲା। ନିକଟସ୍ଥ କୌଣସି ବଜାରରୁ କଖାରୁ ନ ଉଠାଇ ଗ୍ରାମାଞ୍ଚଳରେ ଯେଉଁଠି କମ୍‌ ମୂଲ୍ୟରେ କଖାରୁ ମିଳୁଛି ସେଠାରୁ ସିଧାସଳଖ କ୍ରୟ କରାଯାଉଥିଲା। କଖାରୁଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କରି ସସ୍‌ ମେସିନ୍‌ରେ ଭର୍ତ୍ତି କରି ସେଥିରେ ଭିନେଗାର ଓ ରଙ୍ଗ ବ୍ୟବହାର କରି ଟମାଟୋ, ଚିଲି ଓ ସୋୟା ସସ୍‌ ପ୍ରସ୍ତୁତ ହେଉଥିଲା। ଗ୍ରାହକମାନେ ଯେପରି ଜାଣି ନପାରିବେ ସେଥିପାଇଁ ଅଳ୍ପ କିଛି ଟମାଟୋ, ଚିଲି ସସ୍‌ରେ ଲଙ୍କା ଓ ସୋୟାରେ ଅଳ୍ପ ସୋୟା ବ୍ୟବହାର ହେଉଥିଲା। ଅତି ଚତୁରତାର ସହ ଚାଲିଥିଲା ବେପାର। କମ୍ପାନି ନାଁ ରଖାଯାଇଥିଲା ‘କିରଣ’। ଏକ ପ୍ରମୁଖ ସସ୍‌ କମ୍ପାନିର ପ୍ରଥମ ଅକ୍ଷର ‘କି’ରୁ ଆରମ୍ଭ ହୋଇଥିବାରୁ ଏଠାରେ ମଧ୍ୟ କମ୍ପାନି ନାଁ ‘କିରଣ’ ରଖାଯାଇଥିଲା। ‘କିରଣ’ ବ୍ରାଣ୍ଡର ୨୦୦ରୁ ଅଧିକ ବୋତଲ ଓ ଷ୍ଟିକର୍‌କୁ ପୁଲିସ ଜବତ କରିଛି। ବଜାରରୁ ବୋତଲ ସଂଗ୍ରହ କରିବା ପରେ ସେଥିରେ ଷ୍ଟିକର୍‌ିଂ କରାଯାଇ କିରଣ କମ୍ପାନି ବୋଲି ଉଲ୍ଲେଖ ହେଉଥିଲା।
OSCAR-2019
ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଓଡିଆ ଭାଷା ସରକ୍ଷା ଅଭିଯାନ ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ଆୟୋଜିତ ଏକ ସୋମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ତଥା ଓଡିଆ ଭାଷା ସୂରକ୍ଷା ଅଭିଯାନର ସଭାପତି ବ୍ରଜକିଶୋର ତ୍ରୀପାଠୀ କହିଲେ ଯେ ଓଡିଶାର ଭୌଗଳିକ ମାନଚିତ୍ର ବଦଳି ଗଲାଣି। କିନ୍ତୁ ସରକାର ତଥ୍ୟ ସଂଗ୍ରହ କରିବାରେ ବ୍ୟସ୍ତ। ଭାଷା ଭିତିକ ରାଜ୍ୟ ପୂନଃ ଗଠନ ୧୯୫୬ ମସିହାରେ ଦେଶରେ କାର୍ଯ୍ୟକାରୀ ହେଲା। କିନ୍ତୁ ଭାରତ ସରକାରଙ୍କ ଅଭିଚାର ଫଳରେ ବହୁ ଓଡିଆ ଭାଷାଭାଷି ଅଂଚଳ ଓଡିଶାରେ ନ ମିଶି ଅନ୍ୟ ରାଜ୍ୟରେ ମିଶିଲା। ବିଚ୍ଚିନ୍ନ ଅଂଚଳର ଓଡିଆ ମାନଙ୍କର ଦଃୁଖ ଓ ଅନୁରୋଧ କେନ୍ଦ୍ର ସରକାର ଶୁଣିଲେ ନାହିଁ। ଓଡିଶାରେ ସୀମା ଆନ୍ଦୋଳନ ତୀବ୍ରତର ହେଲା। କଗ୍ରେସ ନେତୃତ୍ୱର ଚକ୍ରାନ୍ତରେ ଓଡିଶାର କଗ୍ରେଂସ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ଚିନ୍ତୁ ବିଚ୍ଚିନ୍ନା ଅଂଚଳ, ସବୁଦିନ ପାଇଁ ବାହାରେ ରହିଗଲା। ଆଜି ମଧ୍ୟ ବିଚ୍ଚିନ୍ନାଂଚଳରେ ଥିବା ଓଡିଆ ଭାଷାଭାଷି ଅଂଚଳରେ ନିଯୁକ୍ତ ୧୫୨ ଜଣ ଓଡିଆ ଶିକ୍ଷକ ମାନଙ୍କୁ ଓଡିଶା ସରକାର ନିୟମିତ ଦରମା ଦେଇ ନ ଥିବା ରାଜ୍ୟ ସରକାରଙ୍କ ଓଡିଆ ଭାଷା ସୁରକ୍ଷା ପ୍ରତି ଆନ୍ତରିକତାର ନମୂନା। ଓଡିଶା ମାନଚିତ୍ରର ଭିତରେ ଥିବା ସୀମାନ୍ତ ୬ ଟି ଜିଲ୍ଲା ପ୍ରାୟ ୯୫ ଟି ଗ୍ରାମକୁ ଅକ୍ତିଆର କରିବା ପାଇଁ ପଡୋଶୀ ରାଜ୍ୟର ହୀନ ଚକ୍ରାନ୍ତ ଏବେ ବି ବଳବତ୍ତର ରହିଛି। ଏଣେ ଓଡିଶା ଭିତରେ ମଧ୍ୟ ଓଡ଼ିଶାର ଜମି, ଜଳ, ଖଣି, ଖାଦନ, ବାହାର ଲୋକଙ୍କ ଅକ୍ତିଆରରେ ଅବକ୍ଷୟିତ ଜଙ୍ଗଲ ବି ଶିଳ୍ପ ବିକାଶ ନାମରେ ସେହି ମାନଙ୍କ ସ୍ୱାର୍ଥରେ ବୋଲି ଶ୍ରୀ ତ୍ରୀପାଠୀ ଅଭିଯୋଗ କରିଛନ୍ତି। ମହାନଦୀ, ବଂଶଧାରା, ପୋଲାଭରମ, ମହେନ୍ଦ୍ର ତନୟା, ଝଂଜାବତି, ବ୍ରାହ୍ମଣୀ ନଦୀ ଜଳ ଓଡିଶା ପାଇବାରୁ ବଂଚିତ ହୋଇଛି। ୧୯୫୮ ମସିହା ସୀମା ସରହଦ ପଥରକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା।୧୯୬୮ ମସିହାରେ ଓଡିଶା ସରକାର ସୁପ୍ରିମ କୋର୍ଟରେ ମାମଲା ରୁଜୁ କରିଥିଲେ। ଗତ ୬ ବର୍ଷ ତଳେ ଓଡିଆ ସରକାରଙ୍କ ଦୁର୍ବଳ ଆଇନ୍ ପରିଚାଳନା ପାଇ୍ଁ ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ ଓ ରାଜ୍ୟ ସରକାର ପୁନର୍ବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ ଓ ତାହା ଅପାରଗ ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ନିକଟରେ ଖାରଜ ହୋଇଯାଇଛି। ବିବାଦୀୟ କୁଟିଆ ଗ୍ରାମ ପଂଚାୟତର ୨୨ ଟି ଗ୍ରାମକୁ ନେଇ ଓଡିଶାର ୧ ଜଣ ସରପଂଚ ଥିବା ବେଳେ ଆନ୍ଧ୍ରର ସରକାର ଏହାକୁ ୩ ଟି ପଂଚାୟତରେ ବିଭକ୍ତ କରି ୩ ଜଣ ସରପଂଚ ମାନ୍ୟତା ଦେଇ ଆନ୍ଧ୍ର ପ୍ରଦେଶର ସୀମାନ୍ତ ବୃଦ୍ଧି କରିବାରେ ଲାଗିଛନ୍ତି। ଫଳରେ ଓଡିଶାର ସୀମାନ୍ତ ଏହି ଗ୍ରାମ ଗୁଡିକ ଆନ୍ଧ୍ରରେ ବିଲିନ ହୋଇଯିବ ଓ ଓଡିଶା ତାର ସୀମାନ୍ତ ହରାଇବ। ଓଡିଶାର ଦୁର୍ଗତି ପୋଲଭରମ ପ୍ରକଳ୍ପ, ମହାନଦୀ ଜଳ ବିବାଦ ବଂଟନ ସମେତ ଅନ୍ୟ ରାଜ୍ୟ ସହ ଅନ୍ୟ ସମସ୍ତ ସୀମାବିବାଦର ମରାମଲା ଏବେ ସୁପ୍ରିମ କୋର୍ଟରେ ବିଚାରାଧୀନ ବୋଲି ଶ୍ରୀ ତ୍ରୀପାଠୀ ପ୍ରକାଶ କରିଥିଲେ। ଓଡିଶାର ଓଡିଆ ଭାଷା ପ୍ରତି ଉଦାସୀନ ନେତୃତ୍ୱ ସୁପ୍ରିମ କୋର୍ଟରେ ଦୁର୍ବଳ ଓ ବେପରୁୱ, କେସ ପରିଚାଳନା ରାଜ୍ୟର ଦୁର୍ଭାଗ୍ୟର କାରଣ ହୋଇଛି। ଓଡିଶାର ଅଯୋଗ୍ୟ ଶାସନ ପାଇଁ ରାଜ୍ୟର ଅବକ୍ଷୟିତ ସୀମାନ୍ତକୁ ନେଇ ଆଗାମୀ ଦିନରେ ଓଡିଶାର ନୂଆ ମାନଚିତ୍ର ଦେଖିବାକୁ ପଡିବ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ନଗରପାଳ ସୁରେନ୍ଦ୍ର ଦସାସ, ଯୁବ ନେତା ସବ୍ୟସାଚୀ ରଥ ଓ ଯୁଗଜିତ ମହାପାତ୍ର ଆଦି ଉପସ୍ଥିତ ଥିଲେ।
OSCAR-2019
ଭୁବନେଶ୍ୱର: ନକଲି ସ୍କୁଲ କଥା ଶୁଣିଛନ୍ତି। ନକଲି ଶିକ୍ଷକଙ୍କ କଥା ବି ଶୁଣିଛନ୍ତି। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ, ଏବେ ନକଲି ବାପା, ମା’ ବି ଭଡ଼ାରେ ମିଳିଲେଣି। ପିଲାଏ ଏତେ ଚାଲାକ୍‌ ଯେ ସ୍କୁଲରୁ ନୋଟିସ୍‌ ପାଇଲେ ଟଙ୍କା ଦେଇ ବଜାରରୁ ନକଲି ବାପା, ମା’ କିଣି ନେଉଛନ୍ତି ମାତ୍ର କେଇ ଘଣ୍ଟା ପାଇଁ। ଖୋଦ୍‌ ନାମକରା କଲେଜର ପିଲାଙ୍କ ଦ୍ୱାରା ଏହିଭଳି କାରନାମା ପଦାକୁ ଆସିଛି। ସ୍ଥିତି ଏମିତି ଯେ କଥା ଯାଇ ଥାନାରେ ପହଞ୍ଚିଲାଣି। ପିଲାଙ୍କୁ ତାଗିଦ୍‌ କରାଯିବା ପରେ ଅବଶ୍ୟ ଛାଡ଼ି ଦିଆଯାଇଛି। ହେଲେ ଏହାକୁ ନେଇ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ବିଜେବି କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତୃପକ୍ଷଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ଗତବର୍ଷ ଏଭଳି ୭ ଜଣ ପିଲାଙ୍କୁ ପୁଲିସ ଜିମା ଦିଆଯାଇଥିବା ବେଳେ ଏଥର ମଧ୍ୟ ସେଭଳି ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ବିଦ୍ୟାଳୟ କର୍ତୃପକ୍ଷ ତତ୍ପର ହୋଇଉଠିଛନ୍ତି। ଯେଉଁ ପିଲା କ୍ଲାସ୍‌କୁ ନ ଆସିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସ କହିଛନ୍ତି। ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି ଯେ ଏମିତି କିଛି ପିଲା ଅଛନ୍ତି, ଯେଉଁମାନେ ନାମ ଲେଖାଇବା ପରେ କ୍ଲାସ କରିବାକୁ ଆସୁନାହାନ୍ତି। ବର୍ଷକୁ ଥରେ କି ଦୁଇଥର କ୍ଲାସ୍‌ କରୁଛନ୍ତି। ପୁଣି ଫର୍ମ ପୂରଣ ସମୟରେ ମେଡିକାଲ ସାର୍ଟିଫିକେଟ୍‌ ଦାଖଲ କରି ଖସି ଯାଉଛନ୍ତି। ଏମିତି ଗୋଟିଏ କି ଦୁଇଟି ଘଟଣା ନୁହେଁ, ପ୍ରତିବର୍ଷ ଏଭଳି ଘଟଣା ପଦାକୁ ଆସୁଛି। ଶିକ୍ଷାବର୍ଷ ମଧ୍ୟରେ ଏନେଇ ଅଭିଭାବକଙ୍କୁ ଆମେ ଜଣାଇବାକୁ ଚାହିଁଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ। ଅଭିଭାବକଙ୍କୁ ଡାକିଲେ ପିଲାମାନେ ଦୋଷ ଲୁଚାଇବାକୁ ବାହାର ଲୋକଙ୍କୁ ଆଣି ଛିଡ଼ା କରି ଦେଉଛନ୍ତି। ଗତବର୍ଷ ଏମିତି ୭ରୁ ୮ ଜଣ ଧରା ପଡ଼ିଥିଲେ। ସେମାନଙ୍କୁ ପୁଲିସ ଜିମା ବି ଦିଆଯାଇଥିଲା। ଭୁଲ୍‌ ମାଗିବା ପରେ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଛାଡ଼ିଥିଲୁ। ଏଥର ମଧ୍ୟ ସମାନ ଆଶଙ୍କା ପ୍ରକାଶ ପାଇଛି। ଗତବର୍ଷ ୧୬ ଜଣ ପିଲା ଆଦୌ କ୍ଲାସ ଆସି ନ ଥିଲେ କି ପରୀକ୍ଷା ଦେଇ ନଥିଲେ। ଯୁକ୍ତ୨ ପ୍ରଥମ ବର୍ଷରେ ୬ ମାସିଆ ଓ ବାର୍ଷିକ ପରୀକ୍ଷା ହୋଇଥାଏ। ଦ୍ୱିତୀୟ ବର୍ଷକୁ ଯିବା ପୂର୍ବରୁ ଗ୍ରୀଷ୍ମ ଛୁଟି ପରେ ଛାତ୍ରଛାତ୍ରୀଙ୍କର ଏକ ସ୍ୱତନ୍ତ୍ର ପରୀକ୍ଷା କରାଯାଏ। ଗତବର୍ଷ ୧୬ ଜଣ ପିଲା ଭାଗ ନେଇନଥିବା ବେଳେ ଏଥର ଏହି ସଂଖ୍ୟା ୨୩ରେ ପହଞ୍ଚିଛି, ଯେଉଁମାନେ ଆଦୌ ପରୀକ୍ଷା ଦେଇ ନାହାନ୍ତି। ପ୍ରଥମ ବର୍ଷରେ ବାଧ୍ୟତାମୂଳକ ହୋଇଥିବା ଯୋଗ, ପରିବେଶ ବିଜ୍ଞାନ, ବେସିକ୍‌ କମ୍ପ୍ୟୁଟର ବିଷୟରେ ପିଲା ପରୀକ୍ଷା ହେଉଥିଲେ ମଧ୍ୟ ପିଲାମାନେ ସେଥିରେ ଅଂଶଗ୍ରହଣ କରୁନାହାନ୍ତି। ଶ୍ରୀ ଦାଶ ଆଉ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। କହିଛନ୍ତି ଯେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସବୁଥିରେ ବଦନାମ କରାଯାଉଛି। ହେଲେ ପିଲାମାନେ କିଭଳି କ୍ଲାସ୍‌ କରୁଛନ୍ତି ତା’ର ତଦାରଖ ବାପା, ମା’ କରୁନାହାନ୍ତି। ସରକାରୀ ନିୟମ ଅନୁଯାୟୀ, ବିଜେବି କଲେଜରେ ସବୁଠାରୁ ଅଧିକ କ୍ଲାସ୍‌ ହେଉଛି। ବର୍ଷକୁ ଦୁଇଥର ଶିକ୍ଷକ-ଅଭିଭାବକ ବୈଠକ ଡକାଯାଉଛି। ଦ୍ୱିତୀୟ ଶନିବାର, କୌଣସି ଛୁଟି ଦିନରେ ଏଭଳି ବୈଠକ ହେଉଥିଲେ ମଧ୍ୟ ଅଭିଭାବକଙ୍କ ଦେଖା ମିଳୁନି। ଏଠାରେ କଳା, ବିଜ୍ଞାନ, ବାଣିଜ୍ୟରେ ୧୫୦୦ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ବୈଠକକୁ ମାତ୍ର ୧୦ରୁ ୧୫ ଜଣ ଅଭିଭାବକ ଆସୁଛନ୍ତି। ପିଲାଙ୍କର କେଉଁ ବିଷୟରେ ତ୍ରୁଟି ରହୁଛି, ତାହା ଜାଣିବା ଲାଗି ଅଭିଭାବକଙ୍କର ଆନ୍ତରିକତା ନାହିଁ। ଯେଉଁଥିପାଇଁ ମାଟ୍ରିକ୍‌ରେ ୯୨ ପ୍ରତିଶତ ମାର୍କ ରଖି ପାସ୍‌ କରୁଥିବା ପିଲା ଯୁକ୍ତ୨ରେ ଫେଲ୍‌ ହେଉଛନ୍ତି। କେବଳ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୁହେଁ। ରାଜଧାନୀର ଅଧିକାଂଶ ବିଦ୍ୟାଳୟରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି। ପିଲାମାନଙ୍କ ଉପସ୍ଥାନ ଦିନକୁ ଦିନ କମୁଛି। ଯେତିକି ପିଲା ନାମ ଲେଖାଉଛନ୍ତି କ୍ଲାସ୍‌ରେ ଉପସ୍ଥାନ ସେତିକି ହେଉନାହିଁ। ପିଲାମାନେ କିଭଳି ଥିଓରି ଓ ପ୍ରାକ୍ଟିକାଲ କ୍ଲାସ୍‌ କରୁଛନ୍ତି, ତାହାର ନମୁନା ଏବେ ପଦାକୁ ଆସିଛି। ପ୍ରାକ୍ଟିକାଲ ପରୀକ୍ଷାରେ ଶିକ୍ଷକଙ୍କୁ ଚିହ୍ନିପାରୁନାହାନ୍ତି ନା ଜାଣି ଅଜଣା ହେଉଛନ୍ତି ତାହା ପରୀକ୍ଷାର୍ଥୀଙ୍କୁ ଜଣା। ତେବେ ବିଜେବି କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦାଶ ଏକ ଅଭିଜ୍ଞତାକୁ ବର୍ଣ୍ଣନା କରି କହିଛନ୍ତି ଯେ ଗତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ସମୟରେ ଜଣେ ପରୀକ୍ଷାର୍ଥୀ ନିଜ ବିଭାଗର ଶିକ୍ଷକଙ୍କୁ ଚିହ୍ନି ପାରିଲେ ନାହିଁ। ଶିକ୍ଷକଙ୍କୁ ପିଅନ ଭାବି ଭାଇ ବୋଲି ସମ୍ବୋଧନ କରିଥିଲେ। ଉତ୍ତର ଖାତା ମଧ୍ୟ ମାଗିଥିଲେ। ଯଦି ଏଭଳି ଚାଲିବ ତେବେ ପିଲାମାନେ କିଭଳି ଭଲ ପ୍ରଦର୍ଶନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
OSCAR-2019
ଯଦି ଆପଣ ଅକ୍ଟୋବର ଦୁଇରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା ରଖିଛନ୍ତି ତେବେ ଏହି ଦିନ ଟ୍ରେନରେ କେବଳ ନିରାମିଷ ଖାଦ୍ୟ ଖାଇବାକୁ ପଡ଼ିବ। ଅକ୍ଟୋବର ୨ ତାରିଖ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆଇଆରସିଟିସି ସ୍ୱତନ୍ତ୍ର ନିରାମିଷ ଖାଦ୍ୟ ତାଲିକା ପ୍ରସ୍ତୁତ କରିଛି। ଏଥିରେ ପରଟା, କୁଲଚେ, ପନୀର ଆଦି ଖାଦ୍ୟ ସହିତ ବିଭିନ୍ନ ପ୍ରକାର ମିଷ୍ଠାହ୍ନରେ ବି ସାମିଲ ରହିଛି। ଏହି ଦିନ ରେଳରେ ଆମିଷ ଖାଦ୍ୟ ପରସା ଯିବ ନାହିଁ। ଆଇଆରସିଟିସିର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ସମସ୍ତ ଜୋନର ରେଲୱେରେ ଆଇଆରସିଟିସିର ଅପରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ପ୍ରତ୍ୟେକ ଗାନ୍ଧି ଜୟନ୍ତୀ ଅବସରରେ ଟ୍ରେନରେ କେବଳ ନିରାମିଷ ଖାଦ୍ୟ ହିଁ ଯାତ୍ରୀଙ୍କୁ ଦିଆଯାଉଛି। ଯେଉଁ ଯାତ୍ରୀ ଅକ୍ଟୋବର ୧ରେ ନିଜର ଯାତ୍ରା ଆରମ୍ଭ କରିବେ ତାଙ୍କ ପାଇଁ ସାକାହାରୀ ଓ ମାଂସାହାରୀ ଦୁଇଟି ଖାଦ୍ୟର ବିକଳ୍ପ ରହିବ। ଯଦି ଏହି ଯାତ୍ରୀ ଦୁଇ ଅକ୍ଟୋବରରେ ଟ୍ରେନରେ ବସି ଯାତ୍ରା କରୁଥିବେ ତେବେ ତାଙ୍କୁ ଆମିଷ ଖାଦ୍ୟ ମିଳିବ ନାହିଁ। ସେହିପରି ଅକ୍ଟୋବର ତିନିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୁଣି ପୂର୍ବ ଭଳି ଆମିଷ ଖାଦ୍ୟ ଖାଇବାକୁ ଦିଆଯିବ। ଗତ ସପ୍ତାହରେ ରେଳବାଇ ଏହି ଯୋଜନା ଲାଗୁ କରି ଦେଇଛି।
OSCAR-2019
ଭୁବନେଶ୍ୱର: ଯୁବଗୋଷ୍ଠୀ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ସହ ଦେଶ ଗଠନରେ ସହାୟକ ହୁଅନ୍ତୁ। ସମ୍ପ୍ରତି ଯୁବସମାଜରେ ପରିଲକ୍ଷିତ ହେଉଥିବା ସମସ୍ୟା ଏବଂ ତାହାର ସହଜ ସମାଧାନ ସମ୍ପର୍କରେ ବନ୍ଦନାଜୀ ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଇଣ୍ଡିଆ ଡେଭଲପ୍‌ମେଣ୍ଟ ମିସନ ଅଫ୍‌ ଓ୍ଵନେସ୍‌ ପକ୍ଷରୁ ଆଇଆର୍‌ସି ଭିଲେଜ୍‌ରେ ଅନୁଷ୍ଠିତ ଏହି ୩ ଘଣ୍ଟିଆ କର୍ମଶାଳାରେ ବନ୍ଦନାଜୀ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ। ହତୋତ୍ସାହ ନହୋଇ ବା ଆତ୍ମହତ୍ୟା ପ୍ରବଣତାରୁ କ୍ଷାନ୍ତ ରହି ସଫଳତା ହାସଲ ପାଇଁ ଉଦ୍ୟମ କରିବା ଦରକାର। ନିଜକୁ ଭଲ ମଣିଷ କରି ଗଢ଼ିବା ସହ ଅନ୍ୟକୁ ଏ ଦିଗରେ ପ୍ରରୋଚିତ କରି ପାରିଲେ ଉତ୍ତମ ଦେଶ ଗଠନ ହୋଇପାରିବ ବୋଲି ଦାଦିଜୀ କହିଥିଲେ। ଏହି କର୍ମଶାଳାରେ ୧୫୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ନୂଆଦିଲ୍ଲୀ: ଟ୍ରେନ ହେଉ ବା ଯେକୌଣସି ଯାନବାହାନ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଛାଡ଼ିବା କିମ୍ବା ପହଞ୍ଚିବା ବିଷୟରେ ଆପଣ ଅନେକ ସ୍ଥାନରେ ଶୁଣିଥିବେ । ତେବେ ଆପଣ କେବେ ମଧ୍ୟ ଶୁଣିଛନ୍ତି କି ଟ୍ରେନ କିଛି ସେକେଣ୍ଡ ଶୀଘ୍ର ଛାଡ଼ିବା ପାଇଁ ରେଳ କର୍ମଚାରୀଙ୍କୁ କ୍ଷମା ମାଗିବାକୁ ପଡ଼ିଥିବ । ଆଜ୍ଞା ହଁ , ଏପରି ଏକ ଘଟଣା ଜାପାନରେ ଦେଖିବାକୁ ମିଳିଛି । ଜାପାନ ଦୁନିଆରେ ଏପରି ଏକ ଦେଶ, ଯାହା ତାହାର ସମାୟନୁବର୍ତ୍ତିତା ପାଇଁ ଜଣାଯାଇଥାଏ । ନିକଟରେ ଜାପାନରେ ନିର୍ଦ୍ଧାରିତ ସମୟରୁ କେବଳ ୨୫ ସେକେଣ୍ଡ ପୂର୍ବରୁ ଏକ ଟ୍ରେନ ଛାଡ଼ି ଦେଇଥିବାରୁ ରେଳ କର୍ମଚାରୀଙ୍କୁ ଯାତ୍ରୀଙ୍କୁ କ୍ଷମା ମାଗିବା ପାଇଁ ପଡ଼ିିଛି। ଏ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଲୋକମାନେ ବହୁ ମାତ୍ରାରେ ରେଳ କର୍ମଚାରୀଙ୍କୁ ସମାଲୋଚନା କରିଛନ୍ତି । ସୂଚନା ଅନୁଯାୟୀ , ଜାପାନର ନେଟୋଗୋବା ଷ୍ଟେସନରୁ ସକାଳ ୭:୧୨ ବେଳେ ଏକ ଟ୍ରେନ ଛାଡ଼ିବାର ଥିଲା। କିନ୍ତୁ ୭ଟା ୧୧ ସୁଦ୍ଧା କେହି ଯାତ୍ରୀ ଆସୁ ନ ଥିବା ଦେଖି ଚାଳକ ଜଣଙ୍କ ଟ୍ରେନର କବାଟ ବନ୍ଦ କରିଥିବା ବେଳେ କିଛି ସମୟ ଅପେକ୍ଷା କରିବା ପରେ କେବଳ ୨୫ ସେକେଣ୍ଡ ପୂର୍ବରୁ ପ୍ଲାଟଫର୍ମରୁ ଛାଡ଼ିଥିଲା। ଚାଳକଙ୍କର ଏତେ ସତର୍କତା ପରେ ମଧ୍ୟ ଜଣେ ଯାତ୍ରୀଙ୍କର ଟ୍ରେନ୍‌ ଫେଲ୍‌ ହୋଇଗଲା। ଯାହାପରେ ସେ ଷ୍ଟେସନ ମୁଖ୍ୟଙ୍କ ପାଖରେ ଯାଇ ଅଭିଯୋଗ କରିଥିଲେ । ପରେ ରେଳ ମୁଖ୍ୟ ଜଣଙ୍କ ଘଟଣାଟିର ଗମ୍ଭୀରତା ଦେଖି ରେଳ କର୍ମଚାରୀଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ । ଶେଷରେ ରେଳ କର୍ମଚାରୀ ନିଜ ଭୁଲ ପାଇଁ ଯାତ୍ରୀ ଜଣଙ୍କୁ କ୍ଷମା ମାଗିଥିଲେ।
OSCAR-2019
ତୁରୁମୁଙ୍ଗା ୧୦-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ଜାତୀୟ କଂଗ୍ରେସର ବନ୍ଦ ଡାକରାରେ ଆଜି କେନ୍ଦୁଝର ଜିଲା ପାଟଣା ବ୍ଲକ ବନ୍ଦ କରାଯାଇଛି। ଏହାକୁ ସାଧାରଣରେ ସମ୍ପୂର୍ଣ୍ଣ ସ୍ୱାଗତ କରାଯାଇ ଶତାଧିକ କଂଗ୍ରେସ କର୍ମୀଙ୍କ ଦ୍ୱାରା ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ବ୍ୟାଙ୍କ ସମେତ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା ତୁରୁମୁଙ୍ଗାର ନିନୂହାଁ ଛକ ନିକଟରେ ୨୨ ନମ୍ବର ଯୋନର ସଭାପତି ବସନ୍ତ ମିଶ୍ର ଓ ଶତ୍ରୁଘ୍ନ ସିଂ ବରିଷ୍ଠ କଂଗ୍ରେସ ନେତା କିରାଣୀ ସେଠି ପୂର୍ବତନ ବ୍ଲକ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ମହାନ୍ତ ୨୧ ନମ୍ବର ଯୋନ ସଭାପତି ଆର୍ତ୍ତତ୍ରାଣ ମହାନ୍ତ ଯୁବ କଂଗ୍ରେସ ନେତା ମୁନା ସେଠୀଙ୍କ ନେତୃତ୍ୱରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କାରାଯାଇଥିଲା। ଫଳରେ ୪୯ ନମ୍ବର ଜାତୀୟ ରାଜପଥରେ ଶହ ଶହ ମାଲବାହୀ ଟ୍ରକ ଅଟକି ରହିଥିଲା। ଅନୁରୂପ ଭାବେ ସାହାରପଡ଼ା ବ୍ଲକର ବ୍ଲକ ଛକ ନିକଟରେ ୩୦ ନମ୍ବର ଯୋନର ସଭାପତି ବିରଭଦ୍ର ମହାନ୍ତ,୨୯ ନମ୍ବର ଜୋନର ସଭାପତି ଅଜିତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ରାଞ୍ଚି ବିଜୟୱାଡା ରାସ୍ତାକୁ ଅବରୋଧ କରାଯାଇଥିଲା। ଶାନ୍ତି ଶୃଂଖଳା ରକ୍ଷା କରିବା ପାଇଁ ତୁରୁମୁଙ୍ଗା ପୋଲିସ ଓ ସାହାରପଡା ଫାଣ୍ଡି ପୋଲିସ ଉପସ୍ଥିତ ରହିଥିଲେ।
OSCAR-2019
ନୂଆଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଲାସ ପାଶଓ୍ଵାନଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଖାଦ୍ୟମନ୍ତ୍ରୀଙ୍କ ଚତୁର୍ଥ ଜାତୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇଥିଲେ। ୨୦୧୧ ଜନଗଣନା ମୁତାବକ,ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଥାଏ। ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ୮ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ପାଇଛି। ଏହି ଅତିରିକ୍ତ ୮ ପ୍ରତିଶତ ଅର୍ଥାତ୍‌ ୩୨ ଲକ୍ଷ ଲୋକଙ୍କ ପାଇଁ ରାଜ୍ୟ ସରକାର ଚାଉଳ ଯୋଗାଇବା ସମ୍ଭବପର ହୋଇପାରୁନଥିବାରୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ମନ୍ତ୍ରୀ ପାତ୍ର କହିଥିଲେ। କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ରାଜ୍ୟର ପ୍ରତି ଗରିବ ଲୋକଙ୍କୁ ମାସିକ ୧୦ କିଲୋ ଚାଉଳ ମିଳିବା କଥା। କିନ୍ତୁ କେନ୍ଦ୍ର ସରକାର ଏହି ଯୋଜନାରେ ବିଗତ ୪ ବର୍ଷ ହେବ ଚାଉଳ ଦେଇନଥିବାରୁ ମନ୍ତ୍ରୀ ପାତ୍ର କ୍ଷୋଭ ପ୍ରକାଶ କରିଥିଲେ। ଓଡ଼ିଶାରେ କେତେ ଠକ କାର୍ଡଧାରୀ ଅଛନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ, ଓଡ଼ିଶାବାସୀ ଠକ ନୁହନ୍ତି। ଏଯାବତ୍‌ ରାଜ୍ୟର ୯୭ ପ୍ରତିଶତ ହିତାଧୀକାରୀଙ୍କୁ ଆଧାରକାର୍ଡ ସହ ଲିଙ୍କ୍‌ କରାଯାଇସାରିଥିବା ବେଳେ ସେପ୍ଟେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।
OSCAR-2019
ଅନନ୍ତ ବାସୁଦେବ ମନ୍ଦିର ଏକ ହିନ୍ଦୁ ବିଷ୍ଣୁ ମନ୍ଦିର ଯାହା ଭୁବନେଶ୍ଵରର ବିନ୍ଦୁସାଗର[୧] ତୀରରେ ଅବସ୍ଥିତ ।[୨] । ଗଙ୍ଗ ବଂଶର ରାଜା ତୃତୀୟ ଅନଙ୍ଗ ଭୀମଦେବଙ୍କ କନ୍ୟା ଚନ୍ଦ୍ରାବତୀ[୩] ଏହି ମନ୍ଦିରଟିକୁ ୧୨୭୮ମସିହାରେ ତୋଳାଇଥିବାର ଜଣାଯାଏ ।[୪] ଏଠାରେ କୃଷ୍ଣ, ବଳରାମ ଏବଂ ସୁଭଦ୍ରାଙ୍କ ପୂର୍ଣ୍ଣାବୟବ ପ୍ରତିମା ପୂଜା କରାଯାଉଅଛି । ଅନନ୍ତ ବା ବଳରାମଙ୍କର ଦଣ୍ଡାୟମାନ ସପ୍ତଫେଣାକୃତି ମୂର୍ତ୍ତି ଡାହାଣ ହାତରେ ହଳ ଓ ବାମ ହାତରେ ମୂଷଳ ଧରି ପୂଜା ପାଆନ୍ତି । ବାସୁଦେବ ବା କୃଷ୍ଣଙ୍କ ମୂର୍ତ୍ତିଙ୍କ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଉଛି ।[୫] ସୁଭଦ୍ରାଙ୍କ ମୂର୍ତ୍ତି ବିକସିତ ପଦ୍ମ ଉପରେ ଦଣ୍ଡାୟମାନ । ପଶ୍ଚିମମୂଖି ଏହି ତିନି ମୂର୍ତ୍ତି ଏକ ବେଦି ଉପରେ ଦଣ୍ଡାୟମାନ ଭାବରେ ପୂଜିତ । ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ ମାତଙ୍ଗୀ ମହାଲକ୍ଷ୍ମୀଙ୍କ ପ୍ରତିମା ଓ ପାଷାଣ ସ୍ତମ୍ଭ ଭାବରେ ସୁଦର୍ଶନ ସ୍ଥାପିତ ଅଛନ୍ତି । ସିଂହଦ୍ଵାରରେ ସିଂହମୂର୍ତ୍ତି ରହିଛି । ପାର୍ଶ୍ଵଦେବତା ଭାବରେ ଦକ୍ଷିଣରେ ବରାହ ଓ ଉତ୍ତରରେ ବାମନ ପୂଜା ପାଉଛନ୍ତି । ଦ୍ଵାରପାଳ ଅଛନ୍ତି ଜୟ-ବିଜୟ । ମନ୍ଦିର ବେଢାରେ ପିଢ଼ଦେଉଳ, ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପ ରହିଛି ।
OSCAR-2019
ମାଲକାନଗିରି : ପଡୋଶୀ ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ପ୍ରକଳ୍ପକୁ ପୁଣି ବିରୋଧ। ଶାସକ ବିଜୁ ଜନତା ଦଳ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ସମେତ ଜିଲ୍ଲା ମହକୁମାରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳ ପକ୍ଷରୁ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡିଶାର ଅର୍ଦ୍ଧାଧିକ ଅଂଚଳ ବୁଡ଼ିଯିବ। ମାଲକାନଗିରି ଜିଲ୍ଲାର ମୋଟୁ ତହସିଲର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡା ଗ୍ରାମ ଜଳମଗ୍ନ ହେବ। ମୋଟୁରେ ୨୫ଟି ଗ୍ରାମର ୬୮୧୮ ଲୋକ ପ୍ରଭାବିତ ହେବେ। ପ୍ରଭାବିତ ଲୋକଙ୍କ ମଧ୍ୟରେ ୫୯୧୬ ଜଣ ଆଦିବାସୀ ଅଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଏଥିସହ ୭୬୫୬ ହେକ୍ଟର ଜମି ଓ ଜଙ୍ଗଲ ବୁଡ଼ିଯିବାର ଆଶଙ୍କା ରହିଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଅନୁମତି ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଛି। ଫଳରେ, ପୋଲାଭରମ୍‌ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଆଜି ବିଜେଡି ଦାବି କରିଛି।
OSCAR-2019
ତାଳଚେର,୮/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ର ପକ୍ଷରୁ ଗ୍ରୀନ୍ ଭ୍ୟାଲି କ୍ଲବଠାରେ ଅନ୍ତର୍ଜାତୀୟ ମହିଳା ଦିବସ-୨୦୧୮ ମହାସମାରୋହରେ ପାଳିତ ହୋଇଯାଇଛି । ଅନନ୍ୟା ମହିଳା ମଣ୍ଡଳ ଏବଂ ୱିପ୍ସ ଜଗନ୍ନାଥ କ୍ଷେତ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଦିବସ ଉପଲକ୍ଷେ ଝୋଟି,ରଙ୍ଗୋଲୀ,ବେଷ୍ଟ ଆଉଟ ଅଫ୍ ବେଷ୍ଟ ସ୍ପିଚ୍ ଏବଂ ସ୍ଲୋଗାନ୍ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଏହି ଅବସରରେ ହିନ୍ଦୀ ଦୈନିକ ଖବରକାଗଜ ନବଭାରତ ଟାଇମ୍ସର ପ୍ରତିନିଧି ସୁସୁଶ୍ରୀ ପାତ୍ର ଉପସ୍ଥିତ ରହି ମହିଳାମାନଙ୍କ ପ୍ରଗତିରେ ଗଣମାଧ୍ୟମର ଯୋଗଦାନ ସମ୍ପର୍କରେ ମହିଳାମାନଙ୍କୁ ସୂଚନା ଦେଇଥିଲେ । ସେହିପରି ମହିଳାମାନଙ୍କର ସଶକ୍ତିକରଣକୁ ଉଜ୍ଜାଗର କରିବା ସଚେତନତା ତଥା ଉଦେ୍ଦଶ୍ୟରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରାରେ ମଣ୍ଡଳର ସଦସ୍ୟା ଏବଂ ୱିପ୍ସର କାର୍ଯ୍ୟକର୍ତା ଅଂଶଗ୍ରହଣ କରିଥିଲେ । ଅନନ୍ୟା ମହିଳା ମଣ୍ଡଳର ଅଧ୍ୟକ୍ଷା ସନ୍ଧ୍ୟା ବ୍ରହ୍ମପୁରକରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇ ପାରିଥିଲା । ଜଗନ୍ନାଥ କ୍ଷେତ୍ରର କାର୍ମିକ ପ୍ରବନ୍ଧକ ଆଶା ଜ୍ୟୋତି,ମହିଳା ମଣ୍ଡଳର ଉପାଧ୍ୟକ୍ଷା ଏହି କାର୍ଯ୍ୟକ୍ରମକୁ ସୂଚାରୁଭାବେ ପରିଚାଳନା କରିଥିଲେ ।
OSCAR-2019
ଛୋଟ ପରଦାର ଲୋକପ୍ରିୟ ରିଆଲିଟି କ୍ୱିଜ ସୋ’ କୌନ ବନେଗା କୋରଡପତି ସୋମବାର ରାତି ୯ଟା ସମୟରୁ ସୋନୀ ଟିଭିରେ ପ୍ରସାରଣ ଆରମ୍ଭ ହେବ । ଚଳିତଥର ସୁପରଷ୍ଟାର ଅମିତାଭ ବଚ୍ଚନ ଏହି ମେଗା ସୋ’ର ହୋଷ୍ଟ କରୁଛନ୍ତି । ତେବେ ଚଳିତ ସିଜିନରେ ନୂଆ ଫର୍ମାଟରେ ଦେଖିବାକୁ ମିଳିବ କୌନ ବନେଗା କୋରଡପତି । ତେବେ ନୂଆ ସିଜିନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଉଦାହରଣ ଅନୁଯାୟୀ, ଚଳିତ ସିଜନରେ କୌଣସି ଫିଲ୍ମ ପ୍ରମୋସନ ହେବ ନାହିଁ । ସୋ’ରେ ପ୍ରଥମ ଥର ପାଇଁ କେବିସି କର୍ମବୀର ସେଗମେଣ୍ଟ ଆରମ୍ଭ କରାଯାଇଛି । ଯାହା ପ୍ରତି ଶୁକ୍ରବାର ଆସିବ । ଏହି ସେଗମେଣ୍ଟରେ ଏଭଳି କିଛି ଲୋକଙ୍କ କାହାଣୀ ଦେଖାଯିବ ଯେଉଁମାନେ ସମାଜ ପାଇଁ କିଛି କରିବା ସହ ସକରାତ୍ମକ ପରିବର୍ତ୍ତନ ଆଣି ପାରିଛନ୍ତି । କୌନ ବନେଗା କୋରଡପତିର ପ୍ରଥମ ଏପିସୋଡ ୩ ଜୁଲାଇ ୨୦୦୦ ମସିହାରେ ପ୍ରଥମଥର ପାଇଁ ପ୍ରସାରିତ କରାଯାଇଥିଲା । ଆଉ ଏହାପରେ ଲଗାତାର ଭାବେ ଏହି ସୋ’ ଚାଲି ଆସିଛି । ୟ ଏବେ ପର୍ଯ୍ୟର୍ନ୍ତ କେବିସିର ୯ଟି ସିଜନ ପ୍ରସାରିତ ହୋଇସାରିଛି । ଆଉ ଏହାର ଦଶମ ସିଜନର ପ୍ରସାରଣ ୩ ସେପ୍ଟେମ୍ବରରୁ ସୋନି ଟିଭିରେ ଆରମ୍ଭ ହେଉଛି । କେବଳ ତୃତୀୟ ସିଜିନକୁ ଛାଡିଦେଲେ ବାକି ସମସ୍ତ ସିଜନରେ ଅଭିତାଭ ବଚ୍ଚନ ଏହି ସୋ’କୁ ହୋଷ୍ଟ କରିଛନ୍ତି । ତୃତୀୟ ସିଜନରେ ଶାହାରୁଖ ଖାନ ଏହି ସୋ’ର ହୋଷ୍ଟ କରିଥିଲେ ।
OSCAR-2019
ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ବନ୍ଦୀ ଥିବା ଅଭିଯୁକ୍ତ ପ୍ରସନ୍ନ ଶବରଙ୍କ ଆଜି ରହସ୍ୟଜନକ ମୃତ୍ୟୁ ହୋଇଛି। ସେ ମାନସିକ ରୋଗରେ ପୀଡ଼ିତ ଥିବା କୁହାଯାଉଛି। ତାଙ୍କୁ ଜେଲରୁ ସଦର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ, ମୃତ୍ୟୁ କାରଣ ସମ୍ପର୍କରେ ଏଡିଏମଓ (ମେଡିକାଲ) ଡା.ଅଶୋକ ଦାସ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷରେ, କଳାହାଣ୍ଡିରୁ ତାଙ୍କ ପରିବାର ଲୋକ ଆସିବା ପରେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ପ୍ରକାଶଥାଉକି, ୨୦୧୫ ମସିହାରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଭବାନୀପାଟଣା ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିଲେ। ମାନସିକ ରୋଗ ଶିକାର ହୋଇ ଚିକିତ୍ସା ପାଇଁ ଗୁରୁବାର ଦିନ ସମ୍ବଲପୁର ଆସିଥିଲେ। ରବିବାର ସକାଳେ ହଠାତ୍‌ ଅସୁସ୍ଥ ହୋଇ ବାନ୍ତି କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା।
OSCAR-2019
ବାଲିପାଟଣା : ବାଲିପାଟଣା ବ୍ଲକ ବିଜେଡି ପାର୍ଟି କାର୍ଯ୍ୟାଳୟରେ ଆଜି ବ୍ୟାପକ ଭଙ୍ଗାରୁଜା ହୋଇଛି। ପାର୍ଟି କାର୍ଯ୍ୟାଳୟରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଚିରାଯିବା ସହ ଅଫିସ୍‌ ଦାୟିତ୍ୱରେ ଥିବା ନବକୃଷ୍ଣ ସାହୁଙ୍କୁ ବନ୍ଧୁକ ଦେଖାଇ ୩ଜଣ ଯୁବକ ଭୟଭୀତ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏ ସଂପର୍କରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣରେ ମେଡିକାଲ ଛକରେ ଥିବା ବିଜେଡି ପାର୍ଟି କାର୍ଯ୍ୟାଳୟରେ ୩ଜଣ ଯୁବକ ମଟର ସାଇକେଲରେ ଆସି ପହଞ୍ଚିଥିଲେ। ପ୍ରଥମେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିବା ପରେ ପାର୍ଟି କାର୍ଯ୍ୟାଳୟ ଭିତରେ ପଶି ଆସବାବପତ୍ର ଭାଙ୍ଗିଥିଲେ। ଏପରିକି ସେଠାରେ ଲଗାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଚିରି ଦେଇଥିଲେ। ଅଫିସ୍‌ରେ ପଡ଼ିଥିବା ଚେୟାରଗୁଡ଼ିକୁ ଭାଙ୍ଗି ବାହାରକୁ ଫିଙ୍ଗି ଦେଇଥିଲେ। ତେବେ ଅଫିସ୍‌ ଦାୟିତ୍ୱରେ ଥିବା ନବକୃଷ୍ଣ ସାହୁ ଏହାକୁ ବିରୋଧ କରିବାରୁ ଯୁବକମାନେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୩୦ଟି ସହିଦ ପୀଠରୁ ପବିତ୍ର ମାଟି ଆଣି ଭୁବନେଶ୍ୱର ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବ। ରାଜ୍ୟର ସ୍ୱାଧୀନତା ସଂଗ୍ରାମୀ ଓ ସହିଦଙ୍କ ବୀରତ୍ୱ ଗାଥାର ସଂକଳନ ପ୍ରସ୍ତୁତ ହେବ। ଏଥିଲାଗି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଛି। ସହିଦ ପୀଠରୁ ମାଟି ଆଣିବାକୁ ପବିତ୍ର କଳସ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଶୁକ୍ରବାର ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ସର୍ବଭାରତୀୟ ସଭାପତି ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ସାମ୍ମୁଖ୍ୟର ରାଜ୍ୟ ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କିଭଳି ବିଭିନ୍ନ ସହିଦ ପୀଠରୁ ସଭା ଓ ଶୋଭାଯାତ୍ରା ଜରିଆରେ ମାଟି ଅଣାଯିବ ଓ ରାଜ୍ୟସ୍ତରୀୟ ସମାରୋହରେ ଏହାକୁ ସ୍ମୃତିସ୍ତମ୍ବରେ ସ୍ଥାପନ କରାଯିବ, ସେ ସମ୍ପର୍କରେ ସୂଚନା ଦେଇଥିଲେ। ବୀରହରେକୃଷ୍ଣପୁର ଶାସନ, ଦାରୁଠେଙ୍ଗ, ଘେଁସ, ବାଦଭୂଇଁ, ତେନ୍ତୁଳିଗୁମ୍ମା, ସିଂହଭୂମ, ଖୋର୍ଧା, ଖିଣ୍ଡା, ଘୁମୁସର, ମ. ରାମପୁର, କନିକା, ରଣପୁର, ନୀଳକଣ୍ଠପୁର, ଭୁବନ, ତୁମସିଂହା, ପରଜଙ୍ଗ, କାମାକ୍ଷାନଗର, ବଡ଼ଗାଁ, ରାଇବଗା, ଲୁଣିଆ, ତୁଡ଼ିଗାଡ଼ିଆ, ଇରମ, କଳାମାଟିଆ, ନିମାପଡ଼ା, ପାପଡ଼ାହାଣ୍ଡି, କୁଶବିଡ଼ା, ଥୁଆବାରି, ବଡ଼ଭରାଣ୍ଡି, ପାରଳାଖେମୁଣ୍ଡି ଓ ମାଥିଲିରୁ ମାଟି ଅଣାଯିବାକୁ ଘୋଷଣା କରାଯାଇଥିଲା। ବିଭିନ୍ନ ସହିଦ ପୀଠରୁ ପବିତ୍ର ମାଟି ଆଣିବା ଲାଗି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବାଚସ୍ପତି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମାର ମହାନ୍ତି, ପୂର୍ବତନ ମନ୍ତ୍ରୀ ସାରଦା ନାୟକ, ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରବିନାରାୟଣ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ କଳସ ପ୍ରଦାନ କରାଯାଇଥିଲା। ସେହିପରି ବରୀ କଳାମାଟିଆର ସହିଦ ସ୍ମୃତି ପରିଷଦ କର୍ମକର୍ତା ମନୀନ୍ଦ୍ର ସାମଲ, ଡା. ସର୍ବେଶ୍ୱର ଶତପଥୀ, ପ୍ରମେଶ ମହାନ୍ତି, ବୈଷ୍ଣବ ଜେନା, କାହ୍ନଚରଣ ବେହେରା, ଶ୍ୟାମସୁନ୍ଦର ମଲ୍ଲିକ ପ୍ରମୁଖ କଳସ ଗ୍ରହଣ କରିଥିବା ବେଳେ ଦାରୁଠେଙ୍ଗ ଲାଗି ପ୍ରଫୁଲ୍ଲ ବାହୁବଳେନ୍ଦ୍ର, କବିରାଜ ବିଧାର ଓ ତପନ ବଳିଆରସିଂ କଳସ ଗ୍ରହଣ କରିଥିଲେ। ନିଷ୍ପତ୍ତି ହୋଇଥିଲା ଯେ, ଜୁଲାଇ ୨୫ରୁ ୩୧ ତାରିଖ ମଧ୍ୟରେ ସହିଦ ପୀଠରେ ସଭା କରାଯାଇ ମାଟି ସଂଗ୍ରହ ହେବ ଓ ଶୋଭାଯାତ୍ରାରେ ଭୁବନେଶ୍ୱର ଅଣାଯିବ। ଅଗଷ୍ଟ ୯ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସହିଦ ସ୍ମୃତିସ୍ତମ୍ଭରେ ସେହି ସବୁ କଳସ ସ୍ଥାପନ କରାଯିବ। କାର୍ଯ୍ୟକ୍ରମରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଭାତ ତ୍ରିପାଠୀ, ମହେଶ ସାହୁ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ରବିନାରାୟଣ ପାଣି, ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟ ପକ୍ଷରୁ ଉପେନ୍ଦ୍ର ପାଢ଼ୀ ଓ ବିରୁପାକ୍ଷ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶ୍ରୀକାନ୍ତ ସାମଲ, ବିଭୁଦ ତ୍ରିପାଠୀ, ଶ୍ୟାମାପ୍ରସାଦ ପଟ୍ଟନାୟକ, ଅଭୟ ବଡ଼ଜେନା, ସନ୍ତୋଷ ମହାପାତ୍ର, ଦିଲୀପ ଜେନା ପ୍ରମୁଖ ପରିଚାଳନା କରିଥିଲେ। ଭୁବନେଶ୍ୱର: ଓସ୍କାର ଚିଟଫଣ୍ଡର ଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଦୀପକ ଖତ୍ରିଙ୍କୁ ରବିବାର ସୁରତ ପୁଲିସ ତାଙ୍କ ବାସଭବନରୁ ଗିରଫ କରିଛି। ଗିରଫ ଖତ୍ରିଙ୍କୁ ଆଜି ଭୁବନେଶ୍ୱରର ଏକ ଅଦାଲତରେ ହାଜର କରିବା ସହ ଅଭିଯୁକ୍ତ ଦୀପକଙ୍କୁ ୭ ଦିନ ରିମାଣ୍ଡରେ ନେଇଛି ସୁରତ ପୁଲିସ। ସୂଚନାଯୋଗ୍ୟ, ଅଭିଯୁକ୍ତ ଦୀପକ ଖତ୍ରିଙ୍କ ନାମରେ ଓସ୍କାର କମ୍ପାନି ଏମ୍‌ଡି ଓ ସିଏମ୍‌ଡିଙ୍କଠାରୁ ପାଓ୍ଵାର ଅଫ୍‌ ଆଟର୍ଣ୍ଣି ନେଇ କମ୍ପାନିର ସଂପତ୍ତି ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ ଜମାକାରୀଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ସେ ନିଜେ ସେହି ଟଙ୍କା ହଡ଼ପ କରି ନେଇଥିଲେ। ସୁରତ ଅଞ୍ଚଳରେ ରହୁଥିବା ଶହ ଶହ ଓଡ଼ିଆଙ୍କୁ ଏହି କମ୍ପାନି ଠକି ଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଓସ୍କାର ଚିଟଫଣ୍ଡ ଠକେଇ ମାମଲା ସାମ୍ନାକୁ ଆସିବା ପରେପରେ ଅଭିଯୁକ୍ତ ଖତ୍ରି ପୁଲିସ ଆଖିରେ ଧୂଳି ଦେଇ କେଉଁଆଡେ ଫେରାର ହୋଇ ଯାଇଥିଲେ। ଅନେକ ଦିନ ହେବ ଫେରାର ରହିଥିବା ପରେ ଆଜି ପାଟଣାସ୍ଥିତ ତାଙ୍କ ଘରୁ ଅଭିଯୁକ୍ତ ଦୀପକ ଖତ୍ରିଙ୍କୁ ସୁରତ ପୁଲିସ ଗିରଫ କରିଛି।
OSCAR-2019
ଜାକର୍ତା/ପାଲେମବାଙ୍ଗ: ବାଳୁତ ବୟସରେ ଉତ୍ତରପ୍ରଦେଶ ବନ୍ଧୁକଚାଳକ ସାର୍ଦୁଲ ବିହାନ ବିରାଟ ସଫଳତା ଲାଭ କରିଛନ୍ତି। ଗୁରୁବାର ମାତ୍ର ୧୫ ବର୍ଷ ବୟସରେ ଏସୀୟ କ୍ରୀଡ଼ା ପଦକ ବିଜେତା ହେବାର ଅନନ୍ୟ କୀର୍ତ୍ତିମାନ ହାସଲ କରିଛନ୍ତି ମିରଟର ଏହି ନବମ ଶ୍ରେଣୀ ଛାତ୍ର। ଇଣ୍ଡୋନେସିଆରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାର ପୁରୁଷ ଡବଲ୍‌ ଟ୍ରାପ୍‌ରେ ରୌପ୍ୟ ପଦକ ଜିତି ସାର୍ଦୁଲ କେବଳ ଭାରତ ବର୍ଷ ନୁହେଁ ସମଗ୍ର ଏସୀୟ ମହାଦେଶର ବନ୍ଧୁକଚାଳନା ଜଗତରେ ଚହଳ ସୃଷ୍ଟି କରିଛନ୍ତି। ସାଙ୍ଗ ସାଥୀମାନେ ଖେଳକୁଦ ସହ ବୁଲାବୁଲିରେ ବ୍ୟସ୍ତ ଥିଲା ବେଳେ ତିନି ବର୍ଷ ତଳେ ମାତ୍ର ୧୨ ବର୍ଷ ବୟସରେ ବନ୍ଧୁକ ଧରିବା ଆରମ୍ଭ କରିଥିଲେ ସାର୍ଦୁଲ। କିଛି ଦିନ ଭିତରେ ଡବଲ୍‌ ଟ୍ରାପ୍‌ ତାଙ୍କର ପସନ୍ଦର ବର୍ଗ ପାଲଟି ଯାଇଥିଲା। ଗତବର୍ଷର ଜାତୀୟ ସଟ୍‌ଗନ୍‌ ଚାମ୍ପିଅନସିପ୍‌ରେ ଚାରିଟି ସ୍ୱର୍ଣ୍ଣ ଜିତିବା ପରେ ଭାରତୀୟ ଏସୀୟ କ୍ରୀଡ଼ା ଦଳରେ ସ୍ଥାନ ପାଇଥିଲେ ସେ। ଗୁରୁବାର ଚୟନକର୍ତାଙ୍କ ଭରସା ଏବଂ ନିଷ୍ପତ୍ତିକୁ ସାର୍ଥକ କରି ସାର୍ଦୁଲ ଡବଲ୍‌ ଟ୍ରାପ୍‌ରେ ଅନେକ ଅଭିଜ୍ଞ ସୁଟରଙ୍କୁ ପଛରେ ପକାଇ ରୌପ୍ୟ ପଦକ ଜିତି ନେଇଥିଲେ। ନିଜଠାରୁ ୧୯ ବର୍ଷ ବଡ଼ ତଥା ଦକ୍ଷିଣ କୋରିଆର ଅଭିଜ୍ଞ ସୁଟର ସିନ୍‌ ହିନ୍‌ଉଙ୍କୁ ସେ କଡ଼ା ଟକ୍କର ଦେଇଥିଲେ। ଏପରିିକି ସ୍ୱର୍ଣ୍ଣ ବିଜେତା ସିନ୍‌ ଏବଂ ତାଙ୍କ ଭିତରେ ମାତ୍ର ଗୋଟିଏ ପଏଣ୍ଟ୍‌ର ବ୍ୟବଧାନ ଥିଲା। ସାର୍ଦୁଲ ୭୩ ପଏଣ୍ଟ ଅର୍ଜନ କରିଥିଲା ବେଳେ ସିନ୍‌ ୭୪ ପଏଣ୍ଟ ପାଇଥିଲେ। ଏହି ବର୍ଗର କାଂସ୍ୟ କାତାରର ଅଲ୍‌ ମାରି ହମଦ ଅଲ୍‌ଙ୍କୁୁ ଯାଇଥିଲା। ଏହା ପୂର୍ବରୁ ୨୦୧୦ରେ ରଂଜନ ସୋଢ଼ି ଗୁଆଁଝୁ ଏସୀୟ କ୍ରୀଡ଼ାରେ ଡବଲ ଟ୍ରାପରୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ସେତେବେଳେ ତାଙ୍କୁ ୩୦ ବର୍ଷ ହୋଇଥିଲା। ସାର୍ଦୁଲଙ୍କ ଐତିହାସିକ ସଫଳତା ସହ ଭାରତ ଏସୀୟ କ୍ରୀଡ଼ାର ପଞ୍ଚମ ଦିନରେ ଆଉ ତିନିଟି ପଦକ ଜିତିଛି। ସେଥିମଧ୍ୟରେ ରହିଛି ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ। ମହିଳା ଏକକ ଟେନିସ୍‌ରେ ଅଙ୍କିତା ରାଇନା ସେମିଫାଇନାଲରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଅନ୍ୟପକ୍ଷରେ ୭ ଥର ବିଜେତା ଭାରତୀୟ ପୁରୁଷ କବାଡ଼ି ଦଳ ସେମିଫାଇନାଲରେ ଅପ୍ରତ୍ୟାଶିତ ଭାବେ ଇରାନଠାରୁ ହାରି କାଂସ୍ୟ ପଦକ ଜିତିଛି। ଭାରତ ଏବେ ସୁଦ୍ଧା ୪ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୧୦ କାଂସ୍ୟ ସହ ୧୮ ପଦକ ଜିତି ଦଶମ ସ୍ଥାନରେ ରହିଛି। ତୀରନ୍ଦାଜୀ ରିକର୍ଭରେ ଭାରତ ଖାଲି ହାତରେ ଫେରିଛି। ପୂର୍ବତନ ଶୀର୍ଷ ମହିଳା ଖେଳାଳି ଦୀପିକା କୁମାରୀ ଦ୍ୱିତୀୟ ପର୍ଯ୍ୟାୟରୁ ବିଦାୟ ନେଇଥିଲା ବେଳେ ଅତନୁ ଦାସ କ୍ୱାର୍ଟର୍‌ ଫାଇନାଲ୍‌ ବାଧା ଅତିକ୍ରମ କରିନାହାନ୍ତି। ପ୍ରଥମ ପର୍ଯ୍ୟାୟ ପାଇଥିବା ଦୀପିକା ଦ୍ୱିତୀୟ ପର୍ଯ୍ୟାୟରେ ୬-୨ରେ ଉତ୍ତର କୋରିଆର ହ୍ୟାଙ୍ଗ୍‌ ଜି ରିଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। ହେଲେ ପ୍ରି-କ୍ୱାର୍ଟର୍‌ରେ ସେ ୩-୭ରେ ଚାଇନିଜ୍‌ ତାଇପେର ଚିଏନ୍‌ ୟିଙ୍ଗ୍‌ ଲେଇଙ୍କଠୁ ହାରି ଯାଇଥିଲେ। ଦୀପିକାଙ୍କ ବିଦାୟ ପରେ ଭାରତ ଅତନୁଙ୍କଠୁ ପଦକ ଆଶା ରଖିଥିଲା। ହେଲେ ସେ କ୍ୱାର୍ଟର୍‌ ଫାଇନାଲ୍‌ରେ ଇଣ୍ଡୋନେସିଆର ରିଆଓ ଏଗା ଅଗତା ସାଲସା ବିଲ୍ଲାଙ୍କଠୁ ହାରି ଯାଇଥିଲେ। ପ୍ରୋମିଲା ଦାଇମାରି ଦ୍ୱିତୀୟ ପର୍ଯ୍ୟାୟରୁ ଏବଂ ବିଶ୍ୱାସ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଥିଲେ। ମହିଳା ଏକକ ଟେନିସ୍‌ରେ ଅଙ୍କିତା ରାଇନା ସେମିଫାଇନାଲରେ ଚୀନର ଝାଙ୍ଗ ସୁଇଙ୍କଠାରୁ ୪-୬, ୬-୭ରେ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଛନ୍ତି। ଏହା ପୂର୍ବରୁ ୨୦୦୬ରେ ସାନିଆ ମିର୍ଜା ରୌପ୍ୟ ପଦକକ ଜିତିଥିଲେ। ଜିମ୍ନାଷ୍ଟିକ୍ସରେ କିନ୍ତୁ ଭାରତକୁ ଆଶାଜନକଜ ସଫଳତା ମିଳିନାହିଁ। ମିଶ୍ରିତ ଯୁଗଳରେ ଭାରତର ପଦକ ଜିତିବା ଆଶା ମଉଳି ଯାଇଛି। ରୋହନ ବୋପାନ୍ନା ଏବଂ ଅଙ୍କିତାଙ୍କ ଯୋଡ଼ି କ୍ୱାର୍ଟର ଫାଇନାଲରେ ଇଣ୍ଡେନେସିଆ ଯୋଡ଼ିଠାରୁ ହାରି ଯାଇଥିଲେ। ପୁରୁଷ ଯୁଗଳରେ ବୋପାନ୍ନା ଏବଂ ଦିଭିଜ ସରଣ ଅବଶ୍ୟ ଫାଇନାଲକୁ ଯାଇ ସ୍ୱର୍ଣ୍ଣ ଜିତିବା ଆଶା ଉଜ୍ଜୀବିତ ରଖିଥିଲେ। ମହିଳା ଭଲ୍ଟ ଫାଇନାଲରେ ଅରୁଣା ରେଡ୍ଡୀ ଓ ପ୍ରଣତି ନାୟକ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ତୀରନ୍ଦାଜୀ କ୍ୱାର୍ଟର ଫାଇନାଲରେ ଅତନୁ ଦାସ ପରାସ୍ତ ହୋଇଛନ୍ତି। ବ୍ୟାଡମିଣ୍ଟନ୍‌ରେ ପିଭି ସିନ୍ଧୁ ଏବଂ ସାଇନା ନେହ୍ଵାଲ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସିନ୍ଧୁ ୨୧-୧୦, ୧୨-୨୧, ୨୩-୨୧ରେ ଇଏତନାମର ଭୁ ଥଇ ତ୍ରାଙ୍ଗ୍‌ଙ୍କୁ ଏବଂ ସାଇନା ୨୧-୭, ୨୧-୯ରେ ଇରାନ୍‌ର ସୋରାୟା ଆଘାଜିଆଘାଙ୍କୁ ପରାସ୍ତ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ସିନ୍ଧୁ ଓ ସାଇନା ଇଣ୍ଡୋନେସିଆର ତୁନ୍‌ଜୁଙ୍ଗ୍‌ ଗ୍ରିଗୋରିଆ ଓ ଫିତ୍ରିଆନିଙ୍କୁ ଭେଟିବେ। ମହିଳା ଯୁଗଳରେ ଅଶ୍ୱିନୀ ପୁନପ୍ପା-ଏନ୍‌ ସିକ୍କି ରେଡ୍ଡୀ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚଛନ୍ତି। ତେବେ ସୁନୀଲ ଆରତୀଙ୍କୁ ସାଥୀ କରି ଖେଳୁଥିବା ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ୧୧-୨୧, ୬-୨୧ରେ ଥାଇଲାଣ୍ଡ୍‌ର ଚାଲାଦ ଚାଲାମ-ମିଓନ୍‌ୟଙ୍ଗ୍‌ଙ୍କଠୁ ହାରି ବିଦାୟ ନେଇଛନ୍ତି। ମିଶ୍ରିତ ଯୁଗଳରେ ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକ୍କି ରେଡ୍ଡୀ ଏବଂ ସାତ୍ୱିକ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନପ୍ପା ବିଦାୟ ନେଇଛନ୍ତି। ପୁରୁଷ ଯୁଗଳରେ ରାଙ୍କି ରେଡ୍ଡୀ-ଚିରାଗ ସେଠୀ ୨୧-୧୨, ୨୧-୧୪ରେ ହଂକଂର ତାମ୍‌ ଚୁନ୍‌-ଚୁଙ୍ଗ୍‌ ଓନିଙ୍କୁ ଏବଂ ମନୁ ଅତ୍ରୀ-ବି ସୁମିତ ରେଡ୍ଡୀ ୨୧-୧୦, ୨୧-୮ରେ ମାଳଦୀପର ରସିଦ୍‌ ମହମ୍ମଦ-ଥୋଇଫ୍‌ ଅହମ୍ମଦ ମହମ୍ମଦଙ୍କୁ ହରାଇ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭୁବନେଶ୍ୱର: ରାଜ୍ୟର ୧୫ ଟି ଜିଲ୍ଲାରେ ସକାଳ ୮ଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ଯାଏ କାଳବୈଶାଖୀଜନିତ ବର୍ଷା ପବନ, ଘଡ଼ଘଡ଼ି ଲାଗି ରହିବ ବୋଲିି ଆଜି ସକାଳୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଜି ସକାଳୁ କାଳବୈଶାଖୀ ବର୍ଷା ପ୍ରାୟ ୨/୩ ଘଣ୍ଟା ଧରି ଲାଗି ରହଥିଲା। ଏହି କାଳବୈଶାଖୀ ବର୍ଷା ପବନ ଯୋଗୁଁ ଆଜି ସକାଳେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିବା ଭିସ୍ତାରା ଏୟାରେଓ୍ଵଜ୍‌ର ଏକ ବିମାନ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ପାରି ନାହିଁ ର୍। ବିମାନକୁ ଗଆଉଣ୍ଡ କ୍ଲିୟରାନ୍ସ ନ ମିଳିବାରୁ ବିମାନଟି ଏଠାରେ ଅବତରଣ କରି ନ ପାରି କୋଲକାତା ଅଭିମୁଖେ ଯାତ୍ରା କରିଛି। ସେହିପରି ଟ୍ରେନ୍‌ ଲାଇନ ଉପରେ ଗଛ ପଡ଼ି ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବାରୁ ପାଇଁ ବିଭିନ୍ନ ସ୍ଥାନରେ ଟ୍ରେନ୍‌ ଯାତ୍ରା ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ସିଗ୍‌ନାଲିଂରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ପୁରୀ-କଟକ- ଭଦ୍ରକ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରେ ଟ୍ରେନ୍‌ ଲାଇନ୍‌ ଉପରେ ତାର ଛିଡ଼ି ପଡ଼ିବା ଫଳରେ କଟକ-ପୁରୀ ସଟଲ୍‌ ଟ୍ରେନ ଷ୍ଟେସନ ପୂର୍ବରୁ ଅଟକି ରହିଛି। ଟ୍ରେନ୍‌ ସିଗନାଲିଂ ବ୍ୟବସ୍ଥାରେ ସମସ୍ୟା ଦେଖାଦେବାରୁ ଭଦ୍ରକ-ଭୁବନେଶ୍ୱର-ପୁରୀ ରୁଟରେ ଟ୍ରେନ୍‌ ଚଳାଚଳ ବିଳମ୍ବ ହୋଇଛି। ବହୁ ଯାତ୍ରୀ ବାଧ୍ୟବାଧକତାରେ ଷ୍ଟେସନରେ ଅଟକି ରହିଛନ୍ତି।
OSCAR-2019
ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ ହୋଇଛି କ୍ୟାନସର ରୋଗ। ଏ କଥା ନିଜେ ସୋନାଲୀ ବେନ୍ଦ୍ରେ ଆଜି ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ତାଙ୍କ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି। ଏପରି ଏକ ଖବର ପ୍ରଚାରିତ ହେବା ପରେ ସୋନାଲି ବେନ୍ଦ୍ରେଙ୍କ ଫ୍ୟାନମାନଙ୍କ ସହିତ ସମଗ୍ର ବଲିଉଡ୍‌ ସ୍ତବ୍ଧ ହେଇ ଯାଇଛି। ସମସ୍ତଙ୍କ ମଧ୍ୟରେ ବେଶ୍ ନୈରାଶ୍ୟ ଖେଳି ଯାଇଛିି। ବହୁ ହିନ୍ଦୀ ଚଳଚିତ୍ରର ସଫଳ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଆଜି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଦୁଃଖଦ ଖବର ଦେଇଛନ୍ତି। ସୋନାଲୀ ଲେଖିଛନ୍ତି ଯେ ତାଙ୍କୁ କର୍କଟ ରୋଗ ହୋଇଥିବା ରକ୍ତ ପରୀକ୍ଷାରୁ ଜଣାଯାଇଛି। ସେ ଏବେ ଆମେରିକାର ନ୍ୟୁୟର୍କରେ ଏହି ରୋଗ ପାଇଁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି। ଶରୀରରେ କ୍ୟାନସର ରୋଗ ଥିବା ସତ୍ତ୍ୱେ ସୋନାଲୀ ବେଶ ଦୃଢ଼ତା ଦେଖାଇଛନ୍ତି। ଅତୁଳନୀୟ .ଧୈର୍ଯ୍ୟ ଓ ସାହସ ଦେଖାଇ ସୋନାଲି କହିଛନ୍ତି ଯେ ସେ ଏବେ ଅନ୍ୟ ଏକ ପ୍ରକାର ଯୁଦ୍ଧ ଲଢ଼ୁଛନ୍ତି। ଏଥିରେ ତାଙ୍କ ପରିବାର ଓ ଶୁଭେଛୁମାନେ ତାଙ୍କ ପଛରେ ଅଛନ୍ତି ବୋଲି ସୋନାଲୀ ଲେଖିଛନ୍ତି।
OSCAR-2019
ତିର୍ତ୍ତୋଲ ୧୧/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) ସରକାରୀ ନୀତି ନିୟମକୁ ଖୋଲା ଉଲଘଂନ କରାଯାଇ ବିଜୁ ଯୁବବାହିନୀ ଗଠନ କରାଯାଉଥିବା ନେଇ ଅଭିଯୋଗ ଉଠିଛି। ୨୦୧୮ ବିଜୁ ଯୁବ ବାହିନୀ କାର୍ଯ୍ୟକାରିତା ନିୟମ ଉଲଘଂନ କରାଯାଇ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ଗ୍ରାମପଞ୍ଚାୟତରେ ଯୁବ ବାହିନୀ ଗଠନ କରାଯାଇଛି ବୋଲି ଏହି ପଞ୍ଚାୟତର ବିଶ୍ୱାନଥ ସ୍ୱାଇଁ, ଗୋରେଖ ନାଥ ଖୁଣ୍ଟିଆ, ବୈଦ୍ୟନାଥ ସ୍ୱାଇଁ, ଜୟପ୍ରକାଶ ଭୁୟାଁ, ସାହିଲ କୁମାର ସାହୁ, ମମତା ସାହୁ, ସୁଶିଲ କୁମାର ସାହୁ, ପରକ୍ଷିତ ଦାସ, ରତିକାନ୍ତ ସାହୁ, ଦୁର୍ଗା ଚରଣ ସାହୁ, ଅନୁପମା ସ୍ୱାଇଁ, ରାକେଶ ସାହୁ ପ୍ରମୁଖ ଯୁବ ବାହିନୀର ତିର୍ତ୍ତୋଲ ବ୍ଲକ ସଭାପତି ତଥା ମଣ୍ଡ ଉନ୍ନୟନ ଅଧିକାରୀଙ୍କ ନିକଟରେ ଲିଖିତ ଅଭି୍େୟାଗ କରିବା ସହିତ ସ୍ଥାନୀୟ ବିଧାୟିକା ଓ ଜଗତସିଂହପୁର ଜିଲ୍ଲା ପାଳଙ୍କ ପଦକ୍ଷେପ ନେବା ପଇଁ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ବିଜୁ ଯୁବ ବାହିନୀ ଗଠନ ପାଇଁ ସଅଁରା ପଞ୍ଚାୟତରେ ଅନ୍ଲାଇନ୍ ମାଧ୍ୟମରେ ଆବେଦକ କରିଥିବା ଦରଖାସ୍ତକାରୀଙ୍କୁ ନିର୍ଦ୍ଧାରିତ ତାରିଖ ଓ ସମୟରେ ସଅଁରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ ମୋବାଇଲ୍ ମାଧ୍ୟମରେ ମେସେଜ୍ କରା୍ୟାଇଥିଲା। ସେହିଦିନ ଆବଶ୍ୟକୀୟ ପ୍ରମାଣ ପତ୍ର ଯାଞ୍ଚ କରାଯାଇ ୧୮ଜଣ ସଭ୍ୟ ସଭ୍ୟାଙ୍କୁ ଅନୁମୋଦନ କରାଯାଇଥିଲା। ୧୨.୦୬.୨୦୧୮ ରିଖ ଦିନ ଦ୍ୱତୀୟ ବୈଠକ ପାଇଁ ମୋବାଇଲ୍ ରେ ମେସେଜ୍ କରାଯାଇଥିଲା। ଏହି ଦିନ ପୁର୍ବ ୧୮ଜଣଙ୍କ ବ୍ୟତିତ ଆହୁରି ୩୨ଜଣଙ୍କ ନାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୁ ଯୁବବାହିନୀର ସଭ୍ୟ ସଭ୍ୟା ଭାବେ ଘୋଷଣା କରିଥିଲେ। ଏମାନେ ପ୍ରଥମ ବୈଠକରେ ଅନୁପସ୍ତିତଥିଲେ। ଘଟଣା ସଂପର୍କରେ ଜଣିବା ପରେ ଉପସ୍ତିତ ଥିବା ସଭ୍ୟ ସଭ୍ୟା ପ୍ରତିବାଦ କରିବା ସହିତ ବୈଠକ ବର୍ଜନ କରିଥିଲେ। ୩୧ଜଣଙ୍କ ମଧ୍ୟରୁ ଅଧିକାଂଶ ସଭ୍ୟ ସଭ୍ୟାଙ୍କର ଆବଶ୍ୟକୀୟ ଯୋଗ୍ୟତା ନଥିଲା। ସୁବ୍ରତ ଜେନା, ଦେବୀ ପ୍ରସାଦ ସେତପଥି, ରଶ୍ମି ରଞ୍ଜନ ଜେନା ପ୍ରମୁଖ ଯୁବକ ଜିଲ୍ଲା ତଥା ଜିଲ୍ଲା ବାହାରେ ରହି ଚାକିରି କରୁଥିବା ବେଳେ ଚଞ୍ଚକ ପୁର୍ଣ୍ଣ ଭାବେ ଏମାନଙ୍କ ନାମକୁ ବିଜୁ ଯୁବବାହିନୀ ଗଠନରେ ସାମିଲ କରାଯାଇଛି। ଏଭଳି ଚଞ୍ଚକ ପୁର୍ଣ୍ଣ ବିଜୁ ଯୁବବାହିନୀ ଗଠନକୁ ଖାରଜ କରାଯିବା ପାଇଁ ଦାବି କରାଯାଇଛି।
OSCAR-2019
ଭୁବନେଶ୍ୱର: ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଦୁଇ ଶୀର୍ଷ ନାୟିକା ଖୁବ୍‌ ଚର୍ଚ୍ଚାରେ । ସେ ଦୁହେଁ ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅର୍ଚ୍ଚିତା। ବର୍ଷା ପ୍ରିୟଦର୍ଶିନୀ ପ୍ରାୟ ୧୬ ବର୍ଷ ବର୍ଷ ହେଲା ନାୟିକାଭାବେ ଓଲିଉଡ଼୍‍ରେ କାମ କରୁଛନ୍ତି। ଠିକ୍‌ ସେହିପରି ଅର୍ଚ୍ଚିତା ମଧ୍ୟ ପାଖାପାଖି ୧୩ ବର୍ଷ ହେବ ସକ୍ରିୟ ଅଛନ୍ତି। ଏହି ଦୁଇ ନାମୀ ନାୟିକା ବିଗତ ଦିନମାନଙ୍କରେ ମୁଖ୍ୟତଃ ବ୍ୟାବସାୟିକ ଚଳଚ୍ଚିତ୍ରରେ ଅଭିନୟ କରି ଆସିଛନ୍ତି। ଏମାନଙ୍କୁ ବାସ୍ତବଧର୍ମୀ ସିନେମାରେ ପ୍ରାୟତଃ ଦେଖିବାକୁ ମିଳି ନାହିଁ। କିନ୍ତୁ ଏହି ଦୁଇ ଲୋକପ୍ରିୟ ନାୟିକା ଏବେ ଟିକେ ଭିନ୍ନ ଧରଣର ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ସେ ଦୁହେଁ ନିଜର ଗତିପଥ ବଦଳାଇବା ଭଳି ଲାଗୁଛି। ସିଧାସଳଖ କହିବାକୁ ଗଲେ,ଉଭୟ ବର୍ଷା ପ୍ରିୟଦର୍ଶିନୀ ଓ ଅର୍ଚ୍ଚିତା ଏବେ ସେମାନଙ୍କର ନୂଆ ଧରଣର ଚଳଚ୍ଚିତ୍ରକୁ ନେଇ ବ୍ୟସ୍ତ ଅଛନ୍ତି। ବର୍ଷାଙ୍କ ଅଭିନୀତ ଯେଉଁ ଚଳଚ୍ଚିତ୍ର କଥା ଏଠାରେ କୁହାଯାଉଛି,ତାହା ହେଲା ‘ନିମ୍‌କି’।ଏହା ହେଉଛି ଜଣେ ସାଧାରଣ ମହିଳାଙ୍କ କଥା,ଯିଏ କି ନିିମପୁର ଭଳି ଏକ ଅଖ୍ୟାତ ଗାଆଁରୁ ନବୀନ ନିବାସରେ ପହଞ୍ଚଛନ୍ତିି। ଅନ୍ୟପକ୍ଷରେ ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ଲୋକପ୍ରିୟ ନାୟିକା ଅର୍ଚ୍ଚିତା ଏବେ ‘ଚମ୍ପିଆନ୍‌’ ଶୀର୍ଷକରେ ନିର୍ମିତ ଏକ ସିନେମାରେ ଅଭିନୟ କରୁଛନ୍ତି। ଏହା ବି ଜଣେ ସାଧାରଣ ଯୁବତୀର ବାସ୍ତବବାଦୀ କାହାଣୀ ଉପରେ ଆଧାରିତ। ଏହି ଯୁବତୀ ଜଣକ କିପରି ଲକ୍ଷ୍ୟସ୍ଥଳରେ ପହଞ୍ଚଛି,ତାହା ହେଉଛି ‘ଚମ୍ପିଆନ୍‌’ର ମୁଖ୍ୟ ପ୍ରସଙ୍ଗ।
OSCAR-2019
ଲୌକିକ ଦୀପାବଳୀ ଏବଂ ଦେବ ଦୀପାବଳୀ ନାମରେ ଦୁଇଟି ଦୀପାବଳୀ ପାଳିତ ହୁଏ । ପ୍ରଥମ ଦୀପାବଳୀ କାର୍ତ୍ତିକ ଅମାବାସ୍ୟା ତିଥିରେ ପାଳିତ ହେଲାବେଳେ ଦ୍ବିତୀୟ ଦେବଦୀପାବଳୀ ଶ୍ରୀମନ୍ଦିରରେ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ଶୁକ୍ଳ ପ୍ରତିପଦା ତିଥିରେ ତ୍ରିଦିବସ ବ୍ୟାପୀ ଅନୁଷ୍ଠିତ ହୁଏ । ପ୍ରଥମଟିରେ ଲୋକମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ଶ୍ରାଦ୍ଧ କଲାବେଳେ ଦ୍ବିତୀୟଟିରେ ମହାପ୍ରଭୁ ସ୍ଵୟଂ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବାର ପରମ୍ପରା ରହିଛି । କାର୍ତ୍ତିକ ଅମାବାସ୍ୟାରେ ପାଳିତ ହୁଏ […]
OSCAR-2019
ଅହମ୍ମଦାବାଦ: ବହୁପ୍ରତିକ୍ଷିତ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି । ଅହମ୍ମଦାବାଦର ସାବରମତୀ ଷ୍ଟେସନରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତ ଓ ଜାପାନ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ସରକାରଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଜାପାନ ଓ ସିଂଜୋଙ୍କ ଭଳି ବନ୍ଧୁ ପାଇ ଭାରତ ଗର୍ବିତ ବୋଲି କହିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ଦେଶର ବିକାଶ ପରିବହନ ଗତି ଉପରେ ନିର୍ଭର କଲେ ।ଏହି ବୁଲେଟ୍ ଟ୍ରେନ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ । କୌଣସି ଦ୍ରବ୍ୟ କିଣିବାକୁ ଋଣ କଲେ ଆମେ ପାଇ ପାଇର ହିସାବ କରିଛନ୍ତି । ଯଦି ଅଧା ପ୍ରତିଶ୍ରୁତି ସୁଧ ବି କିଏ କମାଇ ଦିଏ ଆମେ ଖୁସି ହୋଇଯାଇଥାନ୍ତି । ଏଠାରେ ତ ଜାପାନ ସରକାର ୮୮,୦୦୦ କୋଟି ଟଙ୍କା ମାତ୍ର ୦.୧ ପ୍ରତିଶତ ସୁଧରେ ଦେଇଛନ୍ତି । ଏହି ଅବସରରେ ମୋଦି ବିରୋଧୀଙ୍କ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି । ସେ କହିଛନ୍ତି, ପ୍ରଥମେ କହୁଥିଲେ ମୋଦି ପ୍ରତିଶ୍ରୁତ ଦେଉଥିଲେ, ବୁଲେଟ୍ ଟ୍ରେନ୍ କେବେ ଆସିବ । ମୁଁ ବୁଲେଟ୍ ଟ୍ରେନ୍ ନେଇ ଆସିଲି । ଏବେ କହୁଛନ୍ତି କାହିଁକି ଆଣିଲ । ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦରୁ ମୁମ୍ବାଇ ୫୦୮ କିମି ରେଳ ପଥ ନିର୍ମାଣ ହେବ । ଏଥିନିମନ୍ତେ ୧ ଲକ୍ଷ ୧୦ ହଜର କୋଟି ଟଙ୍କା ବ୍ୟୟ ହେବ । ଜାପାନ ଦେଇଥିବା ଋଣକୁ ଭାରତ ୫୦ ବର୍ଷରେ ସୁଝିବା ପାଇଁ ଚୁକ୍ତି ହୋଇଛି । ଏହି ପ୍ରକଳ୍ପ ମଧ୍ୟରେ ୭ କିମି ସମୁଦ୍ର ପଥ ନିର୍ମାଣ ହେବ । ୫୦୮ କିମି ମଧ୍ୟରେ ୧୨ଟି ଷ୍ଟେସନ୍ ରହିବ । ଟ୍ରେନର ସର୍ବାଧିକ ଡିଜାଇନ୍ ସ୍ପିଡ୍ ୩୫୦ କିଲୋମିଟର ଥିବାବେଳେ ଅପରେଟିଂ ସ୍ପିଡ୍ ପ୍ରତିଘଣ୍ଟା ୩୨୦ କିଲୋମିଟର ରହିବ । ଯଦି ମାତ୍ର ୪ଟି ଷ୍ଟେସନରେ ଏହି ଟ୍ରେନ ରହେ, ତାହେଲେ ଅହମ୍ମଦାବାଦରୁ ମୁମ୍ବାଇ ପହଞ୍ଚିବାକୁ ୨ ଘଣ୍ଟା ୭ ମିନିଟ୍ ଲାଗିବ । ସାବରମତୀ, ଅହମମ୍ମଦାବାଦ, ବଦୋଦରା, ଭରୁଚ, ସୁରତ, ବିଲିମୋରା, ବାପୀ, ବିଚାର, ଥାନେ ଓ ବାନ୍ଦ୍ରା ଆନି ଷ୍ଟେସନ ଦେଇ ବୁଲେଟ ଟ୍ରେନ୍ ଗସ୍ତ କରିବ ।
OSCAR-2019
କନକ ବ୍ୟୁରୋ : ଇଂରାଜୀ ସାପ୍ତାହିକ “ଆଉଟଲୁକ୍’’ ଦ୍ୱାରା ଶ୍ରେଷ୍ଠ ପ୍ରାଶସକ ରୂପେ ବିବେଚିତ ହେବା ପରେ ନବୀନ ଆଉଟଲୁକକୁ ଏକ ସାକ୍ଷାତକାର ଦେଇ କହିଛନ୍ତି- କ୍ଷମତା ପ୍ରତି ତାଙ୍କର କୌଣସି ଲୋଭ ନଥିଲା । ଆଉଟଲୁକର ପ୍ରଶ୍ନ ଥିଲା ବୟସ ବଢ଼ିବା ସହ ଆପଣ ଆପଣଙ୍କର ବାପାଙ୍କୁ ରୋଲ୍ ମଡେଲ୍ ଭାବିଥିଲେ କି? ଆପଣ କ’ଣ ଆପଣଙ୍କ ବାପାର ଏଭଳି ପ୍ରଶଂସକ ଥିଲେ ଯେ ତାଙ୍କୁ ଅନୁକରଣ କରିବାକୁ ଲାଗିଲେ, ଏବଂ ତାଙ୍କ ଭଳି ହେବାକୁ ଲାଗିଲେ? ନବୀନ କହିଥିଲେ ମୁଁ ରାଜନୀତିରେ ପ୍ରବେଶ କରିବି ବୋଲି କେବେ ଭାବିନଥିଲି । ମାତ୍ର ୧୯୯୭ରେ ମୋ ପିତାଙ୍କ ଦେହାନ୍ତ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନେ ମୋତେ ରାଜନୀତିରେ ପ୍ରବେଶ କରିବାକୁ ଅନୁରୋଧ କରିଥିଲେ ଓ ବାପାଙ୍କ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ କହିଥିଲେ । ଓଡ଼ିଶା ଲୋକଙ୍କର ମୋ ବାପାଙ୍କ ପ୍ରତି ଶ୍ରଦ୍ଧା କାରଣରୁ ମୁଁ ଓଡ଼ିଶା ଲୋକଙ୍କ ପାଇଁ କାମ କରିବାକୁ ଚାହିଁଥିଲି । ଆଉଟଲୁକର ପ୍ରଶ୍ନ- କ୍ଷମତା ପ୍ରତି ମୋହ ନଥିବାରୁ ଆପଣ ରାଜନୀତିିରେ ସଫଳ ହେଲେ କି? ନବୀନ କହିଥିଲେ ମୋର କ୍ଷମତା ପ୍ରତି ଅଧିକ ଆକର୍ଷଣ ନଥିଲା । ମୁଁ ରାଜ୍ୟର ଲୋକଙ୍କ ଉନ୍ନତି ପାଇଁ ଅଧିକ ଧ୍ୟାନ ଦେଉଥିଲି । ଆଉଟଲୁକକୁ ଦେଇଥିବା ଏହି ସାକ୍ଷାତକାରରେ ନବୀନ କହିଛନ୍ତି ,ସେ ଲୋକଙ୍କ ସହ ଅଛନ୍ତି, କେବେ ସେମାନଙ୍କଠାରୁ ଦୂରତା ରଖିବାକୁ ଚେଷ୍ଟା କରନ୍ତି ନାହିଁ । ନବୀନଙ୍କ ଏହି ସାକ୍ଷାତକାର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
OSCAR-2019
କନକ ବ୍ୟୁରୋ : ମୋଦି ସରକାର ଦେଶର ସୁରକ୍ଷା ପାଇଁ ଆଧାର ବାଧ୍ୟତାମୂଳକ କହିବା ସହ ବିଭିନ୍ନ ସେବା ଯଥା ମୋବାଇଲ , ବ୍ୟାଙ୍କ ଓ ଏଲପିଜି ସହ ଆଧାର ଲିଙ୍କକୁ ଗୁରୁତ୍ୱ ଦେଉଛନ୍ତି । ମୋବାଇଲ ସହ ଆଧାର ସଂଯୋଗ ବାଧ୍ୟତାମୂଳକ ନିୟମକୁ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ କରୁଥିବା ବେଳେ ଏବେ ଏହାକୁ ନେଇ ନିଜ ଦଳରୁ ବି ବିରୋଧର ସାମ୍ନାକରିବାକୁ ପଡୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମୋବାଇଲ ସହ ଆଧାର ସଂଯୋଗ ବାଧ୍ୟତାମୂଳକ ନିୟମକୁ ବିରୋଧ କରିଛନ୍ତି । ସୁବ୍ରମଣ୍ୟମ ଟ୍ୱିଟ କରି କହିଛନ୍ତି ଆଧାରକୁ ବାଧ୍ୟତାମୂଳକ କରିବା ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟିକରିବ । ତା ସହ ଏହା କିପରି ବିପଦ ସୃଷ୍ଟି କରିବ ସେ ନେଇ ସ୍ୱାମୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି । କେବଳ ସେତିକି ନୁହେଁ , ସୁପ୍ରିମକୋର୍ଟ ତାଙ୍କ ନଷ୍ପତ୍ତି ପରିବର୍ତନ କରିବେ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି ଟ୍ୱିଟ କରିଛନ୍ତି । ନିଜ ମୋବାଇଲ ଫୋନ୍ କୁ ଆଧାର ଲିଙ୍କ କରିବେନି ବୋଲି ଖୋଲା ଚେତାବନୀ ଦେବା ସହ କେନ୍ଦ୍ରର ଏହି ନିୟମ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମତା ବାନାର୍ଜୀ । ଗତକାଲି ଆଧାର କାର୍ଡ ଲିଙ୍କ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ମୋବାଇଲ ଫୋନ୍ ନମ୍ବରକୁ ଆଧାର ଲିଙ୍କ କରିବା ସଂପର୍କିତ ନିୟମ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମମତା ବାନାର୍ଜୀ । ଯାହାକୁ ନେଇ ମମତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ ଆଧାରର ବୈଧତା ନେଇ ମମତା ବାନାର୍ଜୀଙ୍କ ପଶ୍ଟିମବଙ୍ଗ ସରକାର ଉଠାଇଥିବା ପ୍ରଶ୍ନ ଉପରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ନିୟମକୁ ରାଜ୍ୟ ସରକାର ଚ୍ୟାଲେଂଜ କରିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଏ.କେ. ସିକ୍ର ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ମମତାଙ୍କୁ ଭତ୍ସନା କରି କହିଛନ୍ତି, ଆଧାର ସମ୍ବନ୍ଧିତ ବିବାଦର ପରୀ କ୍ଷା କରାଯିବ କିନ୍ତୁ ସଂସଦରେ ପାସ ହୋଇଥିବା ନିୟମ ବିରୋଧରେ ପିଟିସନ ଆବେଦନ କରିପାରିବେ ନାହିଁ ରାଜ୍ୟସରକାର । ସେହିପରି ଖଣ୍ଡପୀଠ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସେ ବ୍ୟକ୍ତିଗତ ଭାବେ କୋର୍ଟରେ ଆବେଦନ କରିପାରିବେ । ଯେଉଁଥିରେ କୁହାଯାଇଥିଲା ଆଧାର କାର୍ଡ ବିନା ସାମାଜିକ ସୁରକ୍ଷା ସ୍କିମ ଲାଭ ବଢାଯାଇପାରିବ ନାହିଁ । ବ୍ୟକ୍ତିଗତ ଭାବେ ଯେକେହି ଆବେଦନ କରିପାରିବେ , କିନ୍ତୁ ରାଜ୍ୟ ସରକାର କରିପାରିବେ ନାହିଁ । ସାଧାରଣ ନାଗରିକ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆବେଦନ କଲେ ତାହାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ କହିଥିଲେ ।
OSCAR-2019
ଆପଣ ସମସ୍ତେ ଜାଣନ୍ତି ବଲିଉଡ଼ ଭାଇଜାନ ସଲମାନ ଖାନ୍ ‘ବିଇଙ୍ଗ ହ୍ୟୁମାନ୍’ ନାମକ ଏକ ଏଜେନ୍ସି ଚଳାନ୍ତି । ବିିଇଙ୍ଗ ହ୍ୟୁମାନ ଜରିଆରେ ଟି-ସାର୍ଟ ଓ ଅନ୍ୟ ପ୍ରକାରର ପୋଷାକ ଅନଲାଇନ ଓ ଷ୍ଟୋର ଜରିଆରେ ବିକ୍ରି କରାଯାଏ । ଏବଂ ଏହାର ଏକ ପ୍ରମୁଖ ଅଂଶ ଗରିବ ଓ ଅଭାବୀ ଲୋକଙ୍କ ସାହାଯ୍ୟରେ ଖର୍ଚ୍ଚ କରାଯାଏ । ସଲମାନଙ୍କ ସଂଗଠନ ବିଇଙ୍ଗ ହ୍ୟୁମାନ ଶିଶୁଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ଅନେକ ଲୋକଙ୍କ ରୋଗ ଓ ମୁସ୍କିଲ ସମୟରେ ମଧ୍ୟ ଆର୍ଥିକ ସହାୟତା ଯୋଗାଇଥାଏ । ଏହା ବ୍ୟତୀତ ବଲିଉଡ଼ ଭାଇଜାନ ସଲମାନ୍ ଖାନ୍ ସବୁବେଳେ ଲୋକଙ୍କ ସାହାଯ୍ୟ କରୁଥିବାର ନଜର ଆସନ୍ତି । ନିକଟରେ ଭାଇଜାନ କିଛି ଯୁବଗୋଷ୍ଠୀଙ୍କୁ ନିଶା ସେବନ କରୁଥିବା ବେଳେ ତାଙ୍କୁ ସଚେତନ କରାଇଛନ୍ତ ବୋଲି ଖବର ମିଳୁଛି । ପ୍ରକୃତ କଥା ହେଲା, ଦିନେ ସଲମାନ ସକାଳୁ ସକାଳୁ ଜଗିଂରେ ବାହାରନ୍ତି । ସଲମାନଙ୍କସହ ତାଙ୍କ ଅଙ୍ଗରକ୍ଷକ ମଧ୍ୟ ଉପସ୍ଥିତ ଥାଆନ୍ତି । ଜଗିଂ କରିବା ସମୟରେ ସଲମାନ ଦେଖିଲେ କିଛି ଯୁବକ ତାଙ୍କୁ ଦେଖି ସେଲ୍ଫି ଉଠାଇବା ପାଇଁ ଚାହିଁଲେ । କିନ୍ତୁ ସଲମାନଙ୍କ ଅଙ୍ଗରକ୍ଷକ ମାନେ ଯୁବକଙ୍କୁ ସଲମାନଙ୍କ ପାଖକୁ ଯିବାକୁ ଦେଲେନି । ଏଥିରେ ଯୁବକମାନେ ନିରାଶ ହୋଇଗଲେ ଓ ସେହିଠାରେ ବସି ରହିଲେ । ସଲମାନ ଯେତେବଳେ ଜଗିଂରୁ ଫେରୁଥିଲେ ଦେଖିଲେ ସେହି ଯୁବକମାନେ ସିଗୋରେଟ୍ ଓ ବିୟର ପିଉଛନ୍ତି । ଉକ୍ତ ଯୁବକମାନେ ନିଶା ସେବନ କରୁଥିବାର ଦେଖି ସଲମାନଙ୍କୁ ବିଲକୁଲ ଭଲ ଲାଗିଲା ନାହିଁ । ଏପରି କରିବା ପାଇଁ ମନା କରିଥିଲେ ସଲମାନ୍ । ନିଶା ସେବନ କରିବା ଶରୀର ପକ୍ଷେ କ୍ଷତିକାରକ ଓ ଏପରି କରିବା ଦ୍ୱାରା କ’ଣ କ’ଣ କ୍ଷତି ହେବାର ସମ୍ଭାବନା ରହିଛି ତାହାର ଏକ ଲମ୍ବା ଚଉଡ଼ା ଉପଦେଶ ଦେଇଥିଲେ । ସୁପରଷ୍ଟାରଙ୍କ ଏପରି ହିତକର ଉପଦେଶ ଶୁଣି ଯୁବକମାନେ ମଧ୍ୟ ତାଙ୍କ କଥାକୁ ଗମ୍ଭୀର ଭାବେ ନେଲେ । ଏବଂ ଆଗକୁ ଏପରି ଭୁଲ ନକରିବା ପାଇଁ ସଲମାନଙ୍କୁ କହିଥିଲେ । ଏହାପରେ ସଲମାନ ନିଜେ ତାଙ୍କୁ ଆଡ଼ୁ ଯୁବକଙ୍କୁ ସହ ସେଲ୍ଫି ଉଠାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଏବଂ ଯୁବଙ୍କ ସହ ସେଲ୍ଫି ମଧ୍ୟ ଉଠାଇଥିଲେ । ତେବେ ସୂଚନା ଅନୁସାରେ ସଲମାନ ଖାନ୍ ‘ଟାଇଗର ଜିନ୍ଦା ହେ’ ସିନେମାର ସୁଟିଂର ବ୍ୟସ୍ତ ଅଛନ୍ତି । ଏହି ସିନେମାରେ ତାଙ୍କ ସହ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫ ନଜର ଆସିବେ । ଏହି ସିନେମାର ସୁଟିଂ ଶେଷ କରି ସଲମାନ୍, କୋରିଓଗ୍ରାଫର ରେମୋ ଡିସୁଜାଙ୍କ ସିନେମାର ସୁଟିଂ ଆରମ୍ଭ କରିଦେବେ । ତେବେ ଦଶହରା ଉପଲକ୍ଷେ ରିଲିଜ ହେଉଥିବା ବରୁଣ ଧାୱନଙ୍କ ସିନେମା ‘ଜୁଡ଼ୱା ୨’ରେ ସଲମାନ୍ ଖାନ ଅତିଥି ଭୂମିକାରେ ନଜର ଆସିବେ । ଏହି ସିନେମା ସଲମାନଙ୍କ ହିଟ ସିନେମା ‘ଜୁଡ଼ୱା’ର ସିକ୍ୱେଲ । ‘ଜୁଡ଼ୱା ୨’ ସିନେମାରେ ବରୁଣ ଦୁଇଟି ଅଲଗା ଅଲଗା ଅବତାରରେ ନଜର ଆସିବେ । ସିନେମାରେ ବରୁଣଙ୍କ ବ୍ୟତୀତ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡ଼ିଜ୍ ଓ ତାପସୀ ପାନ୍ନୁ ନଜର ଆସିବେ । ସୂଚନାଯୋଗ୍ୟ ସିନେମା ‘ଜୁଡ଼ୱା ୨’ ୧୯୯୭ରେ ରିଲିଜ ହୋଇଥିବା ସଲମାନ୍ ଖାନଙ୍କ ସିନେମା ‘ଜୁଡ଼ୱା’ର ରିମେକ ଅଟେ । ଶୁଣିବା ପାଇଁ ମିଳୁଛି ସଲମାନ ଖାନ ‘ଜୁଡ଼ୱା ୨’ ସିନେମାରେ ‘ଟନଟନା ଟନ’ ଓ ‘ଉଚ୍ଚୀ ହେ ବିଲଡ଼ିଂ’ ଗୀତରେ ନଜର ଆସିବେ ।
OSCAR-2019
ମସ୍ତିଷ୍କ ସିଟି ସ୍କାନରେ ହାଇଡ୍ରୋସେଫାଲସର ଦୃଶ୍ୟ । ଜଳ ଭର୍ତ୍ତି ହୋଇଥିବାରୁ ମସ୍ତିଷ୍କ ମଧ୍ୟ ଭାଗରେ ଥିବା କଳା ଅଂଶ ଅସାଧାରଣ ଭାବରେ ବଡ଼ ଦେଖାଯାଉଛି । ହାଇଡ୍ରୋସେଫାଲସ ବା ଜଳଶୀର୍ଷ (ଇଂରାଜୀରେ Hydrocephalus) ଏକ ବେମାରୀ ଯେଉଁଥିରେ ମସ୍ତିଷ୍କ ଭିତରେ ଅସାଧାରଣ ପରିମାଣର ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (cerebrospinal fluid ବା ସିଏସଏଫ/CSF)) ଜମିଯାଏ ।[୧] ଅଧିକ ପରିମାଣର ସିଏସଏଫ ଜମିଯିବା ଯୋଗୁ ଖପୁରି ମଧ୍ୟରେ ଅସାଧାରଣ ଚାପ (pressure inside the skull) ସୃଷ୍ଟି ହୁଏ । ବୟସ୍କ ଲୋକଙ୍କର ମୁଣ୍ଡବଥା, ଦୈତ ଦୃଷ୍ଟି (double vision), ଶାରୀରିକ ସନ୍ତୁଳନ(balance) ଅଭାବ, ବ୍ୟକ୍ତିତ୍ୱ ପରିବର୍ତ୍ତନ, ମୂତ୍ର ଅସଂଯତି (urinary incontinence) ବା ମାନସିକ ଦୁର୍ବଳତା (mental impairment) ଦେଖାଯାଇପାରେ । ଶିଶୁଙ୍କର ମୁଣ୍ଡ ଆକାର ଶୀଘ୍ର ବଢ଼ିଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ବାନ୍ତି, ନିଦୁଆ ଭାବ, ଅପସ୍ମାର ବାତ ଓ ନିମ୍ନମୂଖି ଡୋଳା ଦେଖାଯାଏ । [୧] ଜନ୍ମ ତୃଟି (birth defect) ଯୋଗୁ ବା ଅନ୍ୟାନ୍ୟ କାରଣ ଯୋଗୁ ଜୀବନରେ ପରେ ହାଇଡ୍ରୋସେଫାଲସ ହୋଇପାରେ ।[୧] ଅନ୍ୟାନ୍ୟ ସ‌ହ‌ଯୋଗୀ ଜନ୍ମ ତୃଟି ଯେପରିକି ନିଉରାଲ ଟ୍ୟୁବ ତୃଟି (neural tube defects) ବା ଆକ୍ୱିଡକ୍ଟାଲ ସ୍ଟେନୋସିସ (aqueductal stenosis) ମଧ୍ୟ ହାଇଡ୍ରୋସେଫାଲସ ସ‌ହିତ ଦେଖାଯାଏ ।[୧][୨] ମେନିଞ୍ଜାଇଟିସ୍, ମସ୍ତିଷ୍କ ଅର୍ବୁଦ, ମସ୍ତିସ୍କ ଆଘାତ, ଇଣ୍ଟ୍ରାଭେଣ୍ଟ୍ରିକୁଲାର ହେମୋରେଜ (intraventricular hemorrhage) ଓ ସବଆରାକନଏଡ ହେମୋରେଜ (subarachnoid hemorrhage) ଯୋଗୁ ମଧ୍ୟ ହାଇଡ୍ରୋସେଫାଲସ ହୁଏ । ଚାରି ପ୍ରକାର ହାଇଡ୍ରୋସେଫାଲସ ଦେଖାଯାଏ: କମ୍ୟୁନିକେଟିଙ୍ଗ, ନନ କମ୍ୟୁନିକେଟିଙ୍ଗ, ଏକ୍ସ ଭାକୁଓ (ex-vacuo) ଓ ନର୍ମାଲ ପ୍ରେସର (normal pressure) ଦେଖାଯାଏ । ରୋଗୀ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ହାଇଡ୍ରୋସେଫାଲସ ରୋଗୀର ଅପରେଶନରେ ଏକ ସଣ୍ଟ ସିସ୍ଟମ (shunt system) ଲଗେଇ ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ନିଷ୍କାସନ କରାଯାଏ । କେତେକ ଲୋକଙ୍କର ଥାର୍ଡ଼ ଭେଣ୍ଟ୍ରିକୁଲୋସ୍ଟୋମି (third ventriculostomy) ଅପରେଶନ କରାଯାଏ । ସଣ୍ଟ ଅପରେଶନର ମଧ୍ୟ ଜଟିଳତା ଥାଏ ଯଥା:- ଅତ୍ୟଧିକ ନିଷ୍କାସନ, ସ୍ୱଳ୍ପ ନିଷ୍କାସନ, ମେକାନିକାଲ ତୃଟି, ସଂକ୍ରମଣ ଓ ଅବରୋଧ । ସମୟକ୍ରମେ ସଣ୍ଟର ବଦଳ ଆବଶ୍ୟକ ହୁଏ । ଚିକିତ୍ସାର ବିଭିନ୍ନ ଫଳାଫଳ ଦେଖାଯାଏ । ଚିକିତ୍ସିତ ନ ହେଲେ ମୃତ୍ୟୁ ହୋଇପାରେ ।[୧] ପ୍ରତି ୧୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣେ ବା ଦୁଇ ଜଣଙ୍କର ହାଇଡ୍ରୋସେଫାଲସ ରୋଗ ଥାଏ ।[୧][୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ରୋଗ ହାର ଅଧିକ ଥାଇପାରେ ।[୪] ୨୦୦୦ ବର୍ଷ ପୂର୍ବେ ମଧ୍ୟ ହିପୋକ୍ରେଟ (Hippocrates) ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[୫] ହାଇଡ୍ରୋ ଅର୍ଥ ଜଳ ଓ ସେଫାଲସ ଅର୍ଥ ମୁଣ୍ଡ, ଏହି ଦୁଇ ଶବ୍ଦ ମିଶି ହାଇଡ୍ରୋସେଫାଲସ ନାମ ଦିଆହୋଇଛି । [୧]
OSCAR-2019
ନୂଆଦିଲ୍ଲୀ: ଷ୍ଟାର ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଶନିବାର ପାଖାପାଖି ଅଢ଼େଇ ବର୍ଷରୁ ଅଧିକ ସମୟ ପରେ ଭାରତୀୟ ଦିନିକିଆ ଟିମ୍‌କୁ ଫେରିଛନ୍ତି। ସେ ଅମ୍ବାତି ରାଇଡୁଙ୍କ ସ୍ଥାନରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଟିମ୍‌ରେ ଖେଳିବେ। ରାଇଡୁ ଫିଟ୍‌ନେସ୍‌ ଟେଷ୍ଟରେ ଆବଶ୍ୟକ ଅଙ୍କ ହାସଲ କରିବାରେ ବିଫଳ ହୋଇଥିଲେ। ଏହି କାରଣରୁ ତାଙ୍କୁ ଟିମ୍‌ ବାଦ୍‌ ଦେଇଛି। ଜାତୀୟ ଚୟନ କମିଟି ଆଜି ରାଇନାଙ୍କୁ ଟିମ୍‌ରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ବିରାଟ କୋହଲି(ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, କେ.ଏଲ୍‌. ରାହୁଲ, ଶ୍ରେୟସ ଆୟାର, ସୁରେଶ ରାଇନା, ଏମ୍‌ଏସ୍‌ ଧୋନି(ଓ୍ଵିକେଟ୍‌କିପର), ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଓ୍ଵାସିଙ୍ଗଟନ୍‌ ସୁନ୍ଦର, ଭୁବନେଶ୍ୱର କୁମାର, ଯସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ସିଦ୍ଧାର୍ଥ କାଉଲ ଓ ଉମେଶ ଯାଦବ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଚୟନ କମିଟି ଇଂଲଣ୍ଡ ବିପକ୍ଷରେ ଶୃଙ୍ଖଳା ପାଇଁ ଭାରତୀୟ ଦିନିକିଆ ଟିମ୍‌ରେ ଅମ୍ବାତି ରାଇଡୁଙ୍କ ସ୍ଥାନରେ ସୁରେଶ ରାଇନାଙ୍କୁ ସାମିଲ କରିଛି। ରାଇଡୁ ଜୁନ ୧୫ରେ ଏନସିଏ ବେଙ୍ଗାଲୁରୁରେ ଫିଟ୍‌ନେସ୍‌ ପରୀକ୍ଷାରେ ଫେଲ୍‌ ହେବା ପରେ ଏହି ଘୋଷଣା କରାଯାଇଛି। ରାଇନା ନିଜର ଶେଷ ମ୍ୟାଚ୍‌ ୨୦୧୫ ଅକ୍ଟୋବର ୨୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୁମ୍ବାଇରେ ଖେଳିଥିଲେ। ସେହି ସମୟରେ ସେ ଭଲ ଫର୍ମରେ ଥିଲେ। ସେଥିପାଇଁ ତାଙ୍କୁ ଆଇପିଏଲ ପୂର୍ବରୁ ଶ୍ରୀଲଙ୍କାରେ ଖେଳାଯାଇଥିବା ଟି-୨୦ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ପାଇଁ ଚୟନ କରାଯାଇଥିଲା। ରାଇନା ଏପର୍ଯ୍ୟନ୍ତ ୨୨୩ଟି ଦିନିକିଆରେ ୫୫୬୮ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୫ଟି ଶତକ ଓ ୩୬ଟି ଅର୍ଦ୍ଧଶତକ ସାମିଲ ରହିଛି।
OSCAR-2019
ନୂଆଦିଲ୍ଲୀ: ଏକ କିଲୋମିଟର୍‌ ଦୂରରୁ ଲକ୍ଷ୍ୟଭେଦ କରି ଏନର୍ଜି ବିମ୍‌ ଦ୍ୱାରା ମଣିଷ ଟିସ୍ୟୁ ମଧ୍ୟରେ ପ୍ରବେଶ କରି ପାରିବା ଭଳି ଏକ ବନ୍ଧୁକ ଚୀନ୍‌ ବିକଶିତ କରୁଛି ବୋଲି ଖବର ମିଳିଛି। ଦକ୍ଷିଣ ଚୀନର ‘ମର୍ଣ୍ଣିଂ ପୋଷ୍ଟ୍‍’ ଖବର ଅନୁସାରେ, ‘ଜେଡ୍‌କେଜେଡ୍‌ଏମ୍‌-୫୦୦’ ନାମକ ସେ ବନ୍ଧୁକଟି ପ୍ରକୃତରେ ଏକ ଲେଜର୍‌ ଆସଲ୍‌ଟ୍‌ ରାଇଫଲ୍‌ ଯାହା ‘ଷ୍ଟାର୍‌ ଓ୍ଵାର୍ସ’ ସିନେମାର ଲାଇଟ୍‌ସ୍‌ଆବର୍‌ ଦୃଶ୍ୟରୁ ନକଲ କଲା ପରି ଦିଶୁଛି। କିନ୍ତୁ, ଏହା କଳ୍ପନା ନୁହେଁ ବାସ୍ତବ। ନିମିଷକରେ ଏହା ଚର୍ମ ଓ ଟିସ୍ୟୁକୁ ପୋଡ଼ି ଅଙ୍ଗାର କରି ପକାଇବ। ଏ ବନ୍ଧୁକର ଓଜନ ପ୍ରାୟ ତିନି କିଲୋ ବୋଲି ଏହାକୁ ବିକଶିତ କରିଥିବା ବୈଜ୍ଞାନିକମାନେ କହିଛନ୍ତି। ଏହାର ଆକାର ପ୍ରକାର ଏକେ-ଫର୍ଟି ସେଭେନ୍‌ ପରି। ଏଥିରୁ ନିର୍ଗତ ହେବାକୁ ଥିବା ଏନର୍ଜି ବିମ୍‌ ଖାଲି ଆଖିକୁ ଦେଖା ଯିବ ନାହିଁ କିନ୍ତୁ, ଶହ ଶହ ମିଟର୍‌ ଦୂରେ ଥିବା ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳକୁ ଗତି କରି ପାରିବ। ଏହି ବିମ୍‌ ଶତ୍ରୁର ଚର୍ମ ଭେଦ କରି ଯନ୍ତ୍ରଣାଦାୟକ ମୃତ୍ୟୁ ଆଣିବ। ଲିଥିୟମ୍‌ ବ୍ୟାଟେରି ଚାଳିତ ଏହି ବନ୍ଧୁକକୁ ରିଚାର୍ଜ କରି ହେବ। ପ୍ରତି ଫାୟାର୍‌ର ସମୟ ଅବଧି ୨ ସେକେଣ୍ଡ। ଏଥିରୁ ୧୦୦୦ ଥର ଫାଇରିଙ୍ଗ୍‌ କରିହେବ। ଅଭିଯାନ ଅନୁସାରେ ଏହାକୁ କାର୍‌, ଡଙ୍ଗା ଏବଂ ଉଡ଼ାଜାହାଜରେ ନେଇ ହେବ। ଜେଡ୍‌କେଜେଡ୍‌ଏମ୍‌-୫୦୦ର ବହୁଳ ଉତ୍ପାଦନ ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରଥମ ଛେକରେ ଉତ୍ପାଦିତ ବନ୍ଧୁକ ଆତଙ୍କବାଦ ବିରୋଧୀ ଅଭିଯାନରେ ବ୍ୟବହାର କରାଯିବ।
OSCAR-2019
ପୁରୀ:୧୧/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ପୁରୀ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପାଳିତ ହୋଇଛି ୬୯ତମ ବନ ମହୋତ୍ସବ। ସଦ୍ଭାବନା ସଭାଗୃହରେ ଆୟୋଜିତ ଏହି ମହୋତ୍ସବକୁ ପିଡ଼ି ଡ଼କ୍ଟର ଉଦ୍ଧବଚନ୍ଦ ମାଝି ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପ୍ରରମ୍ଭରେ ଅତିଥିମାନଙ୍କୁ ବୃକ୍ଷଚାରା ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଡ଼ି.ଏଫ.ସ ହର୍ଷବର୍ଦ୍ଧନ ଉଦ୍ଗାଣ ଅଧ୍ୟକ୍ଷତା କରି କହିଲେ ଯେ, ଜଙ୍ଗଲ ଓ ବୃକ୍ଷର ଆବଶ୍ୟକତା ପ୍ରତ୍ୟେକ ବୁଝିବା ଦରକାର। ଗଛ ବଂଚିଲେ ଜୀବଜଗତର ସଭାତିଷ୍ଠି ରହିବ। ଆୟତନ ଅନୁଯାୟୀ ୩୩ପ୍ରତିଶତ ଗଛ ନ ରହିଲେ ଜୀବଜଗତ ଉଦ୍ଭିଦ ମଣ୍ଡଳ ମଧ୍ୟରେ ଭାରସାମ୍ୟ ରକ୍ଷା ହୋଇପାରିବ ନାହିଁ। ଓଡ଼ିଶାରେ ୨ବର୍ଷ ମଧ୍ୟରେ ୮୮୫ ବର୍ଗକିଲୋମିଟର ଜଙ୍ଗଲ ଆୟତି ବୃଦ୍ଧି ଯାଇଛି। ବ୍ୟାପକ ସବୁଜିମା ସୃଷ୍ଟି ପାଇଁ ସରକାର ଗ୍ରୀନ୍ ମହାନଦୀ ମିଶନ ଆରମ୍ଭ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ନବକିଶୋର ତାଡ଼ କହିଲେ ଯେ, ସହରୀ ସଭ୍ୟତାର ଅଭିବୃଦ୍ଧି ପାଇଁ ଲୋକେ ଗଛ କାଟୁଛନ୍ତି।ଏହାର ପ୍ରତିକୂଳ ପ୍ରଭାବ ଏବେ ଅନୁଭୂତ ହୋଉଛି। ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଏହା ଦାୟୀ ସାମାଜିକ ବନୀ କରଣ ପାଇଁ ଜଙ୍ଗଲ ବିଭାଗ ସହାୟତା ଯୋଗାଇ ଦେଇଛି। ବ୍ୟାପକ ଚାରଣ ଭୂମି ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତ ବିଦ୍ୟାଳୟର କୁଳପତି ପ୍ରଫେସର ରାଧାମାଧବ ଦାସ ବୃକ୍ଷ ନିକଟରେ ଚେତନା ରହିଛି ବୋଲି ପ୍ରକାଶ କରିବା ସହ ବୃକ୍ଷର ମହିମା ପ୍ରତ୍ୟେକ ବୁଝିମା ଉଚିତ୍ ବୋଲି ମତ ଦେଇଛନ୍ତି।ଉପଜିଲ୍ଲାପାଳ ଭବତାରଣ ଦାସ ସବୁଜ ବଳୟ ସୃଷ୍ଟି ପାଇଁ ବ୍ୟାପକ ବୃକ୍ଷ ରୋପଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବନପାଳ ଜୟନ୍ତିୀ ରାଣୀ ମହାନ୍ତି, ବବ୍ଲ ମଲିକ୍, ରାଜକିଶେର ମହାପାତ୍ର, ବନରକ୍ଷୀ ଦୁର୍ଯ୍ୟୋଧନ ପରିଡ଼ା, ବନମାଳି କାଣ୍ଡି ଓ ଭୀମସେନ ଜେନାଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟ ଅତିଥି ଡ଼କ୍ଟର ମାଝି କହିଲେ ବୃକ୍ଷରୋପଣ ନୁହେଁ ବୃକ୍ଷର ରକ୍ଷଣା ବେକ୍ଷଣ ଉପରେ ପ୍ରତ୍ୟେକ ଗୁରୁତ୍ୱ ଦେବା ଦରକାର। ତା ହେଲେ ଆମେ ଏକ ସୁସ୍ଥ ସବୁଜିମା ସୃଷ୍ଟି କରିପାରିବା ବୋଲି ସେ ମତ ଦେଇଥିଲେ। ଶେଷରେ ଏ.ସି.ଏଫ ବିରଂଚି ନାରାୟଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
OSCAR-2019
ବନ୍ତଳା : ବାଘୁଣୀଠାରୁ ସୁରକ୍ଷା ଦେବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁହାରି କରିଥିଲୁ କିନ୍ତୁ ଆମ କଥା କେହି ଶୁଣିଲେ ନାହିଁ। ବର୍ତ୍ତମାନ ଆମ ଜୀବନ ବିପଦ ସୃଷ୍ଟି ହୋଇଛି। ତେଣୁ ଆମେ ଆଉ କିଛି ଶୁଣିବୁନି। ୧୫ ତାରିଖ ରାତି ସୁଦ୍ଧା ବାଘୁଣୀ ‘ସୁନ୍ଦରୀ’କୁୁ ସତକୋଶିଆ ଅଭୟାରଣ୍ୟରୁ ବିଦା କର, ନ ହେଲେ ବାଡେଇ ମାରିଦେବୁ। ମାଂସ କି ହାଡ଼ ଖଣ୍ଡେ ବି ପାଇବନି। ଏଭଳି ଢ଼ଙ୍ଗରେ ଆଜି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ପଞ୍ଚାୟତ ହାତୀବାରି ଗାଁ ଲୋକେ। ସୂଚନା ଅନୁଯାୟୀ, ଗତକାଲି ହାତୀବାରି ଗାଁର କିିସନ ସାଏଙ୍କ ସ୍ତ୍ରୀ କୈଳାସୀ ସାଏ ଘର ପାଖ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ‘ସୁନ୍ଦରୀ’ ଝାମ୍ପ ମାରି ଘୋଷାଡ଼ି ନେଇଥିଲା। ଘଟଣା ଜଣାପଡ଼ିବା ପରେ ସାତକୋଶିଆ ବନବାସୀ ଲଙ୍କାକାଣ୍ଡ କରିଥିଲେ। ଗାଡ଼ି, ବୋଟ୍‌, ବଙ୍ଗଳା, ବିଟ୍‌ ହାଉସ୍‌, ରେଞ୍ଜ୍‌ ଅଫିସ୍‌ ସବୁ ପୋଡ଼ି ଦେଇଥିଲେ। ଚେକ୍‌ଗେଟ୍‌ ଭଙ୍ଗାରୁଜା କରିବା ସହିତ ବନ କର୍ମଚାରୀଙ୍କୁ ବି ବାଡ଼େଇଥିଲେ। ଏତିକିରେ ଘଟଣା ଥମି ନ ଥିଲା। ଗତକାଲି ରାତିସାରା ନିଆଁ ଖୁଣ୍ଟା ଜାଳି ହାତୀବାରିରେ ମହିଳାଙ୍କ ଶବ ରଖି ଲୋକେ ଜଗି ରହିଥିଲେ। ବିଳମ୍ବିତ ରାତିରେ ମଝିପଡ଼ା ବିଟ୍‌ ହାଉସ୍‌ ବି ଜାଳି ଦେଇଥିଲେ। ଆଜି ସକାଳୁ ଜଗନ୍ନାଥପୁର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ଏହାପରେ ପମ୍ପାସର ଗେଟ୍‌ରେ ଡିଏଫ୍‌ଓଙ୍କ ସହ ଆଲୋଚନା କରିବାକୁ ଏସ୍‌ପି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେତେବେଳକୁ ଲୋକେ ପମ୍ପାସର ଗେଟ୍‌ରେ ଭଙ୍ଗାରୁଜା ଆରମ୍ଭ କରିଥିଲେ। ରେଞ୍ଜର୍‌ଙ୍କ ମଟର ସାଇକଲ, ସିସିଟିଭି କ୍ୟାମେରା ଓ ଆସବାବପତ୍ର ଭାଙ୍ଗି ଦେଇଥିଲେ। ଅପରାହ୍ନରେ ସାତକୋଶିଆ ଡିଏଫ୍‌ଓ ଏସ୍‌ଏମ୍‌ଟି ରେହ୍‌ମାନ ସେଠାରେ ପହଞ୍ଚି ଆସନ୍ତା ୧୫ ତାରିଖ ସୁଦ୍ଧା ବାଘୁଣୀକୁ ଏଠାରୁ ସ୍ଥାନାନ୍ତର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବାଘୁଣୀ ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ଲୋକଙ୍କ ସୁରକ୍ଷା ପାଇଁ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୪୦ ଜଣ ବନ କର୍ମଚାରୀ ବାଘୁଣୀ ଉପରେ ନଜର ରଖିବେ।
OSCAR-2019
ଉଦବେଗର ଅବସାନ: ଥାଇଲାଣ୍ଡର କାଳ ଗୁମ୍ଫାରୁ ସମସ୍ତ ୧୨ ଖେଳାଳି ଓ କୋଚ ସୁରକ୍ଷିତ ଭାବେ ଉଦ୍ଧାର, ସାରା ବିଶ୍ୱରେ ଖୁସୀର ଲହରୀ | Sambad ଚିଆଙ୍ଗ ରାଇ: ଉତ୍ତର ଥାଇଲାଣ୍ଡର କାଳ ଗୁମ୍ଫାରେ ୧୭ ଦିନ ଧରି ଫସିରହିଥିବା ସମସ୍ତ ୧୨ ଫୁଟବଲ ଖେଳାଳି ଓ ସେମାନଙ୍କ କୋଚଙ୍କୁ ମଙ୍ଗଳବାର ସୁରକ୍ଷିତ ଭାବେ ଗୁମ୍ପାରୁ ଉଦ୍ଧାର କରାଯାଇଥିବା ଖବର ମିଳିଛି । ମଙ୍ଗଳବାର ସକାଳେ ସ୍ଥିର କରାଯାଇଥିବା ସମୟର ଦୁଇ ଘଣ୍ଟା ପୂର୍ବରୁ ଚୂଡ଼ାନ୍ତ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟ ଅାରମ୍ଭ ହୋଇଥିଲା । ଅାଜି ଉଦ୍ଧାରକାରୀ ପ୍ରଥମେ ଦୁଇ ଜଣ ପିଲାଙ୍କୁ ଉଦ୍ଧାର କରି ବାହାରକୁ ଅାଣିଥିଲେ। ତା’ପରେ ଅାଉ ଜଣଙ୍କୁ ଉଦ୍ଧାର କରିଥିଲେ। ଶେଷରେ ଜଣେ ଖେଳାଳି ଓ କୋଚଙ୍କୁ ବାହାରକୁ ଅାଣିଥିଲେ। ଗୁମ୍ପାରୁ ବାହାରିବା ପରେ ପରେ ସେମାନଙ୍କୁ ଚିକିତ୍ସା ଲାଗି ଘଟଣାସ୍ଥଳରେ ଥିବା ଡାକ୍ତର ଯାଞ୍ଚ କରିଥିଲେ। ପ୍ରାଥମିକ ପରୀକ୍ଷାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଜଣାଯାଇଛି। ବର୍ତ୍ତମାନ ସେମାନଙ୍କୁ ହେଲିକପ୍ଟର ଯୋଗେ ଡାକ୍ତରଖାନାକୁ ନିଅାଯାଇଛି। ଏହି ଅପରେସନର ମୁଖ୍ୟ ନାରୋଙ୍ଗସାକ୍ ଓସୋଟାନାକର୍ଣ୍ଣଙ୍କ ଠାରୁ ସୂଚନା ମିଳିଛି କି ଥାଇଲାଣ୍ଡରେ ବର୍ଷା ଚାଲିଥିଲେ ବି ଉଦ୍ଧାରକାରୀମାନେ ମଙ୍ଗଳବାର ଅପରେସନ୍ ଶେଷ କରିବାରେ ସଫଳ ହୋଇଛନ୍ତି। ଗତ ଦୁଇ ଦିନରେ ଉଦ୍ଧାରକାରୀମାନେ ଗୁମ୍ଫାରୁ ୮ ଜଣ ଖେଳାଳିଙ୍କୁ ଉଦ୍ଧାର କରି ବାହାରକୁ ଅାଣିଥିଲେ। ସୋମବାର ଉଦ୍ଧାରକାରୀମାନେ ୪ ଜଣ ଫୁଟ୍‌ବଲ ଖେଳାଳିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା । ପୂର୍ବରୁ ରବିବାର ୪ ଜଣଙ୍କୁ ଉଦ୍ଧାର କରାଯିବା ପରେ ମିସନ୍‌ ବନ୍ଦ ରହିଥିଲା। ଗତକାଲି ଭଳି ମଙ୍ଗଳବାର ମଧ୍ୟ ଉଦ୍ଧାରକାରୀ ଟିମ୍‌ ଦଉଡ଼ି, ଅମ୍ଳଜାନ, ମୁଖା ଓ ଟର୍ଚ୍ଚ ଭଳି ସରଞ୍ଜାମ ସାଙ୍ଗରେ ନେଇଥିଲେ । ଏମିତି କି ସାଙ୍ଗରେ ସେମାନେ ଉଦ୍ଧାର ହେବାକୁ ଥିବା ପିଲାମାନଙ୍କ ପାଇଁ ଅମ୍ଳଜାନ ଓ ଅନ୍ୟ ଉପକରଣ ନେଇଥିଲେ । ତେବେ ଗୁମ୍ଫାର ଆଭ୍ୟନ୍ତରୀଣ ଭାଗର କିଛି ସ୍ଥାନ ଅତ୍ୟନ୍ତ ସଂକୀର୍ଣ୍ଣ ଥିବାରୁ ପିଲାମାନଙ୍କୁ ସେହି ବାଟ ଦେଇ ବାହାର କରିବା କଷ୍ଟକର ଥିଲା ବୋଲି ଜଣାପଡ଼ିଛି । ଜଣେ ପିଲାକୁ ଉଦ୍ଧାର ପାଇଁ ୩ ଜଣ ଡାଇଭରଙ୍କୁ ନିୟୋଜିତ କରାଯାଇଥିଲା। ଦୁଇ ସପ୍ତାହ ଧରି ଏହି କାଳ ଗୁମ୍ଫାରେ ଫସିଥିବା ଫୁଟ୍‌ବଲ୍‌ ଟିମ୍‌ ଓ କୋଚ୍‌ଙ୍କୁ ଉଦ୍ଧାର ପାଇଁ ରବିବାର ସ୍ୱତନ୍ତ୍ର ମିସନ୍‌ ପ୍ରସ୍ତୁତ ହୋଇଥିଲା। ଗୁମ୍ଫା ମଧ୍ୟରେ ସ୍ଥିତି ଖରାପ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଥିଲା। ସୂଚନାଯୋଗ୍ୟ କି ଜୁନ୍‌ ୨୩ରେ ‘ଓ୍ଵାଇଲ୍ଡ ବୋର୍ସ’ ନାମକ ଏହି ଫୁଟ୍‌ବଲ୍‌ ଟିମ୍‌ର ୧୨ ଜଣ ଖେଳାଳି ସେମାନଙ୍କ .କୋଚଙ୍କ ସହ ଗୁମ୍ଫା ବୁଲିବାକୁ ଯାଇଥିଲେ। କିନ୍ତୁ ଗୁମ୍ଫା ମଧ୍ୟରେ ବର୍ଷା ପାଣି ପଶିଯିବାରୁ ସେମାନେ ଆଉ ବାହାରି ପାରି ନ ଥିଲେ। ଗୁମ୍ଫାର ୪ କିମି ଭିତରେ ଫସିଥିବା ପିଲାମାନଙ୍କୁ ଠାବ କରିବାରେ ବାଇକ୍‌ ଓ ଚପଲ ବିଶେଷ ସହାୟକ ହୋଇଥିଲା। ୯ ଦିନ ଧରି ଫସିବା ପରେ ମଧ୍ୟ ସେମାନଙ୍କର କୌଣସି ଖୋଜଖବର ନ ଥିଲା। କିନ୍ତୁ ଗୁମ୍ଫା ବାହାରେ ଥିବା ବାଇକ୍‌ ଓ ଗୁମ୍ଫାର କିଛି ବାଟ ଭିତରେ ପଡ଼ିଥିବା କେଇ ହଳ ଚପଲକୁ ଦେଖି ଗୁମ୍ଫାରେ କେହି ଫସିଥିବା ନେଇ ସନ୍ଦେହ ଉପୁଜିଥିଲା। ଏହାପରେ ଗୁମ୍ଫା ବିଶେଷଜ୍ଞ ଓ କିଛି ନୌସେନା ଟିମ୍‌ ପ୍ରସ୍ତୁତ କରି ଗୁମ୍ଫା ମଧ୍ୟକୁ ପଶି ସେମାନଙ୍କୁ ଠାବ କରିଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ଲାଗି ଏକ ବଡ଼ ଅପରେସନ୍ ଅାରମ୍ଭ କରାଯାଇଥିଲା।
OSCAR-2019
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ରିପୋର୍ଟ ଅନୁସାରେ, ପ୍ରତି ବର୍ଷ ପ୍ରାୟ ୮ଲକ୍ଷ ଲୋକ ଆତ୍ମହତ୍ୟା କରି ନିଜ ଜୀବନକୁ ନଷ୍ଟ କରିଦେଇଥାନ୍ତି । ତବେ ସବୁଠାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ହେଉଛି କି, ୧୫ ବର୍ଷ ରୁ ୨୯ ବର୍ଷ ବୟସର ଲୋକମାନେ ଅଧିକାଂଶ ଏହାର ଶିକାର ହେଉଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଆତ୍ମହତ୍ୟା ସବୁ ଦେଶ ଏବଂ ରାଜ୍ୟରେ ହେଉଛି । କିନ୍ତୁ ଗତ କିଛି ମାସ ହେବ ଏହାର ସଂଖ୍ୟା ବଢିଯାଇଛି । ସାଧାରଣତଃ ଯୁବପୀଢିମାନେ ଅଧିକ ଆତ୍ମହତ୍ୟା କରୁଥିବା ଘଟଣା ଏକ ଗଣନାରୁ ସାମ୍ନାକୁ ଆସିଛି ।
OSCAR-2019
ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ପାକିସ୍ତାନୀ ଭଉଣୀ କମର ମୋହସିନ୍ ଶେଖ୍ । ମୋଦି ଯେତେବେଳେ ଆରଏସଏସର କାର୍ଯ୍ୟକର୍ତା ଥିଲେ ସେହି ସମୟରୁ ହିଁ କମରଙ୍କ ଠାରୁ ରାକ୍ଷୀ ବନ୍ଧାଇ ତାଙ୍କୁ ଭଉଣୀ ବୋଲି ସ୍ୱୀକାର କରିଥିବା କହିଛନ୍ତି ସେ । ବିବାହ ପରେ ପାକିସ୍ତାନରୁ ଭାରତ ଆସି ସ୍ଥାୟୀ ବାସିନ୍ଦା ଭାବେ ରହୁଥିବା କମର ସେବେଠାରୁ ପ୍ରତି ରକ୍ଷାବନ୍ଧନରେ ମୋଦିଙ୍କୁ ରାକ୍ଷୀ ବାନ୍ଧୁଛନ୍ତି । ୨୦ ବର୍ଷରୁ ଅଧିକ ସମୟ ହେଲା ସେ ମୋଦିଙ୍କୁ ରାକ୍ଷୀ ବାନ୍ଧି ଆସୁଥିବା ଜଣାପଡ଼ିଛି । କମର ରହନ୍ତି ଅହମ୍ମଦାବାଦରେ । ତେଣୁ ମୋଦି ଦିଲ୍ଲୀରେ ବ୍ୟସ୍ତ ରହୁଥିବାରୁ ସେ ଆଶା କରିନଥିଲେ ଏଥରକ ରାକ୍ଷୀ ବାନ୍ଧିବାର ସୁଯୋଗ ମିଳିବ ବୋଲି । ତେବେ ପୂର୍ବ ଭଳି ନିର୍ଦ୍ଧାରିତ ସମୟରେ ମୋଦିଙ୍କ ନିକଟରୁ ଫୋନ୍ ଆସିଥିଲା । କଲ୍ ଆସିବା ପରେ ଦ୍ୱିଗୁଣିତ ହୋଇଥିଲା କମରଙ୍କ ଖୁସି । ସେ ରକ୍ଷା ବନ୍ଧନରେ ଦିଲ୍ଲୀ ଯିବାକୁ ପ୍ରସ୍ତୁତି କରିଥିଲେ । ରକ୍ଷା ବନ୍ଧନରେ ମୋଦିଙ୍କୁ ବାନ୍ଧିଥିଲେ ରାକ୍ଷୀ । ତେବେ ପାକିସ୍ତାନରେ ବି ମୋଦିଙ୍କୁ ଭଲ ପାଉଥିବା ଅନେକ ଲୋକ ଅଛନ୍ତି ଓ ଯଦି ସେଠାରେ ମୋଦି ନିର୍ବାଚନ ଲଢିବେ ନିଶ୍ଚୟ ଜିତିବେ ବୋଲି ଭାବ ବିହ୍ୱଳ ହୋଇ କୁହନ୍ତି କମର ମୋହସିନ୍ । କେବଳ କମର ମୋହସିନ ନୁହନ୍ତି ଅନେକ ସ୍କୁଲ ଛାତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ସେହିପରି ବୃନ୍ଦାବନ ବିଧବା ଆଶ୍ରମରୁ ଆସିଥିବା ମହିଳା ମାନେ ମଧ୍ୟ ରାକ୍ଷୀ ବାନ୍ଧିଥିଲେ ମୋଦିଙ୍କୁ । ତାଙ୍କ ପାଇଁ ବୃନ୍ଦାବନର ମୀରା ସହଭାଗିନୀ ଆଶ୍ରମରେ ୧୭୦୦ ରାକ୍ଷୀ ତିଆରି ହୋଇଥିବା ଜଣାପଡ଼ିଛି । ଏହା ବ୍ୟତୀତ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ପରି ଅନେକ ସଂଗଠନର କାର୍ଯ୍ୟକର୍ତା ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ।
OSCAR-2019
ମୁମ୍ବାଇ : ଆସୁଛି ମହେଶ ଓ ମୁକେଶ ଭଟ୍ଟଙ୍କ ମଜାଦାର ମୁଭି ‘ଜଲେବି’ । କିଛି ଦିନ ତଳେ ସିନୋମାର ଫାଷ୍ଟ ଲୁକ ପୋଷ୍ଟର ରିଲିଜ ହୋଇଛି । । ଚଳଚିତ୍ରର ମୁଖ୍ୟ ଅଭିନେତ୍ରୀ ରିଆ ଚକ୍ରବତୀ ବଏଫ୍ରେଣ୍ଡ ବରୁଣ ମିତ୍ରଙ୍କୁ ଚୁମା ଦେଇଥିବାର ନଜର ଆସିଛନ୍ତି । ଡେନିମ ଜିନ୍ସ ଓ ଗୋଲାପି ରଙ୍ଗର ଟପ ପିନ୍ଧି ଟ୍ରେନ ବଗିର ଝର୍କାରୁ କିସ କରୁଥିବା ଦୃଶ୍ୟ ବେଶ ଚର୍ଚ୍ଚିତ ହୋଇଛି । ଏହି ଦୁହିଁଙ୍କ କିସ ସିନ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଦେଖିବାକୁ ଏକ ଏୟରେ ଚାହିଁ ରହିଛନ୍ତି । ଉଭୟଙ୍କ ମଧ୍ୟରେ ଚାଲଥିବା ଏହି ସିନ ଦର୍ଶାଇ ଦେଉଛି ଯେ, ଫିଲ୍ମ ‘ଜଲେବି’ରେ ଦୁଇଜଣଙ୍କ ମଧ୍ୟରେ କିପରି ଭଲ ପାଇବା ରହିଛି । ଚଳିତ ବର୍ଷ ଅକ୍ଟେବର ମାସ ୧୨ ତାରିଖରେ ଏହି ସିନେମାଟି ମୁକ୍ତିଲାଭ କରିବ ବୋଲି ଶୁଣିବାକୁ ମିଳିବ । ନବାଗତ ବରୁଣ ପ୍ରଥମ କରି ବଲିଉଡରେ ପ୍ରଥମ କରି ପାଦ ଥାପିବାକୁ ଯାଉଛନ୍ତି । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପୁଷ୍ପଦୀପ ଭରଦ୍ୱାଜ । ଫିଲ୍ମଟି ସଙ୍ଗୀତ ଭତିକ ପ୍ରେମ କାହଣୀ ଉପରେ ଆଧାରିତ । ଏଥିରେ ଟେଲିଭିଜନ ନାୟିକା ଦିଗାଙ୍ଗନା ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଭିନ୍ନ ଭୁମିକାରେ ଦେଖିବାକୁ ମିଳିବ । ଏହି ସନେମାରେ ସେ ମଧ୍ୟ ପ୍ରଥମ କରି ବଡ ପରଦାରେ ପାଦ ଥାପିବାକୁ ଯାଉଛନ୍ତି । ମହେଶ ଭଟ୍ଟ ଓ ମୁକେଶ ଭଟ୍ଟ ପ୍ରଯୋଜନା ସଂସ୍ଥା ଏକାଧିକ ନବାଗତାଙ୍କୁ ବଲିଉଡରେ ପ୍ରବେଶ କରିବାର ସୁଯୋଗ ଦେଉଛନ୍ତି । ଖାଲି ଅପେକ୍ଷା ରହିଲା ଅକ୍ଟୋବରକୁ ଏହି ନବାଗତାମାନେ ଜଲେବିରେ କି କମାଲ ଦେଖାଉଛନ୍ତି । ପୁରୀ : ପର୍ଯ୍ୟଟନ ସହର ହେଉଛି ଶ୍ରୀକ୍ଷେତ୍ର। ସେଥିପାଇଁ ପ୍ରତିଦିନ ପୁରୀ ଷ୍ଟେସନରେ ହଜାର ହଜାର ଟ୍ରେନ୍ ଯାତ୍ରୀ ଓହ୍ଲାଉଛନ୍ତି। ଯାତ୍ରୀଙ୍କ ନିରାପତ୍ତା ଦୃଷ୍ଟିରୁ ଏହି ଷ୍ଟେସନରେ ଏବେ ଆରମ୍ଭ ହୋଇଛି ନବକଳେବର। ରେଳଲାଇନ, କୋଚିଂ କମ୍ପ୍ଲେକ୍ସ ଆଦି କାମ ଆରମ୍ଭ ହୋଇଛି। ଭାରତୀୟ ରେଳ ବିଭାଗର ଏହା ହେଉଛି ପ୍ରମୁଖ A-1 ଷ୍ଟେସନ। ପୂର୍ବତଟ ରେଳ ବିଭାଗର ଏହା ହେଉଛି ସର୍ବବୃହତ କୋଚିଂ କମ୍ପ୍ଲେକ୍ସ। ଷ୍ଟେସନର ଆଧୁନିକୀକରଣ କାମ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାରଣରୁ ୧୧ ଦିନ ପାଇଁ ୧୪ଟି ଟ୍ରେନକୁ ସଂପୂର୍ଣ୍ଣ ବାତିଲ କରାଯାଇଛି। ସେହିପରି କିଛି ଟ୍ରେନ୍ ଚାଲୁଥିବା ବେଳେ ଆଉ କେତେକ ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଆଂଶିକ ବାତିଲ୍‌ ଟ୍ରେନ୍‌ ଗୁଡିକ ପୁରୀ ନଯାଇ ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ଅଟକିବ ବୋଲି ପୁରୀ ରେଳ ଷ୍ଟେସନ୍‌ ନିର୍ଦ୍ଦେଶକ ବିଜୟ କୁମାର ପରିଜା କହିଛନ୍ତି। ତେବେ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ମାଗଣା ବସ୍‌ ସୁବିଧା ଯୋଗାଇ ଦିଆଯାଉଛି। ଯେଉଁ ଯାତ୍ରୀମାନେ ପୁରୀରୁ ନିଜ ଗନ୍ତବ୍ୟସ୍ଥଳକୁ ଟିକଟ୍‌ କାଟିଥିବେ, ସେମାନଙ୍କୁ ବସ୍ ଯୋଗେ ଖୋର୍ଦ୍ଧା ଓ ଭୁବନେଶ୍ୱର ଷ୍ଟେସନରେ ନେଇ ଛଡ଼ାଯିବ। ସେହିପରି ପୁରୀକୁ ଯାଉଥିବା ଯାତ୍ରୀଙ୍କୁ ମଧ୍ୟ ଭୁବନେଶ୍ୱର ଓ ଖୋର୍ଦ୍ଧା ଷ୍ଟେସନରୁ ବସରେ ମାଗଣାରେ ପୁରୀକୁ ନିଆଯିବ।
OSCAR-2019
କନକ ବ୍ୟୁରୋ : ଶେଷରେ ଦୋଷୀ ସାବ୍ୟସ୍ତ ହେଲେ ଆତ୍ମଘୋଷିତ ବାବା ରାମ ରହିମ । ଦୀର୍ଘ ୧୫ ବର୍ଷ ମାମଲାରେ ପଡିଲା ପୂର୍ଣ୍ଣଛେଦ । ଡେରା ସଚ୍ଚା ସୌଦା ସଂପ୍ରଦାୟର ପ୍ରମୁଖ ବାବା ରାମ ରହିମଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ କଲେ ପଞ୍ଚକୁଲା ସିବିଆଇ ସ୍ୱତନ୍ତ୍ର କୋର୍ଟ । ଆସନ୍ତା ୨୮ରେ ଏହି ମାମଲାରେ ଦଣ୍ଡବିଧାନ ଶୁଣାଇବେ ସିବିଆଇର ସ୍ୱତନ୍ତ୍ର କୋର୍ଟ । ୨୦୦୨ ମସିହାରେ ଆଶ୍ରମର ସାଧ୍ୱୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଧାରା ୩୭୬ , ଧାରା ୫୦୬, ଧାରା ୫୦୯ ଅନୁଯାୟୀ, ତାଙ୍କ ବିରୋଧରେ ମାମଲା ଚାଲିଥିଲା । • ଡେରା ସମର୍ଥକଙ୍କ ହିଂସାରେ ରାଜ୍ୟରେ ହୋଇଥିବା କ୍ଷତି ବାବାଙ୍କ ସମ୍ପତି ବିକ୍ରି କରି ଭରଣା କରାଯିବା ନେଇ କୋର୍ଟ ଦେଲେ ନିର୍ଦ୍ଦେଶ
OSCAR-2019
ନୂଆ ଦିଲ୍ଲୀ ୧୫ ଜୁନ୍ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି। ଏହି ଅବସରରେ ସେ ନୂଆ-ରାୟପୁର ସ୍ମାର୍ଟ ସିଟି ଲାଗି ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ସଂପର୍କରେ ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିଲେ। ପରେ ପ୍ରଧାନମନ୍ତ୍ରୀ ଭିଲାଇ ଇସ୍ପାତ କାରଖାନାର ୮ ନମ୍ବର ବ୍ଲାଷ୍ଟଫର୍ଣ୍ଣେସ ବୁଲି ଦେଖିଥିଲେ ଏବଂ ତାଙ୍କୁ କାରଖାନାର ଅଧିକାରୀମାନେ ପ୍ଲାଂଟର ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଛତିଶଗଡ଼ ଗସ୍ତ ଅବସରରେ ସଡ଼କର ଉଭୟ ପାର୍ଶ୍ୱରେ ଲୋକମାନେ ଠିଆହୋଇ ତାଙ୍କୁ ସ୍ୱାଗତ ଜଣାଇଥିଲେ। ସଂପ୍ରସାରିତ ତଥା ଅଧୁନିକୀକରଣ ହୋଇଥିବା ଭିଲାଇ ଇସ୍ପାତ କାରଖାନାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀ ନୂଆ-ରାୟପୁରଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ। ଏଥିସହ ସେ ଆଇଆଇଟି ଭିଲାଇର ଶିଳାନ୍ୟାସ ମଧ୍ୟ କରିଥିଲେ। ସେହିଭଳି ଭାରତ-ନେଟର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ ଫଳକକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଜଗଦଲପୁର ଏବଂ ରାୟପୁର ମଧ୍ୟରେ ବିମାନ ସେବାକୁ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ଲାପଟପ୍, ସାର୍ଟିଫିକେଟ ଏବଂ ଚେକ୍ ବଂଟନ କରିଥିଲେ।
OSCAR-2019
ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ଦୁଇ ମାସ ମଧ୍ୟରେ, ଗ୍ରାମ ସ୍ୱରାଜ ଅଭିଯାନ ଲୋକମାନଙ୍କ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇଛି। ଏହି ଅଭିଯାନ ଏବେ ଦେଶର ୧୧୫ଟି ଅଭିଳାଷୀ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି ଏବଂ ସେଥିମଧ୍ୟରୁ ୧୨ଟି ଜିଲ୍ଲା ଛତିଶଗଡ଼ରେ ରହିଛି। ଜନ ଧନ ଯୋଜନା, ମୁଦ୍ରା ଯୋଜନା, ଉଜ୍ଜ୍ୱଳା ଯୋଜନା, ଫସଲ ବୀମା ଯୋଜନା ଏବଂ ସୌଭାଗ୍ୟ ଯୋଜନା ରାଜ୍ୟରେ କେବଳ କାର୍ଯ୍ୟକାରୀ ହେଉନାହିଁ ଏହା ଲୋକମାନଙ୍କୁ କି ପ୍ରକାର ସୁବିଧା ପ୍ରଦାନ କରୁଛି ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସୂଚୀତ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଦେଶର ଜନଜାତି ବର୍ଗର ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ସରକାର ଆଦିବାସୀ ଲୋକମାନଙ୍କ ସାମଗ୍ରିକ କଲ୍ୟାଣ ସକାଶେ କାର୍ଯ୍ୟ କରୁଛନ୍ତି ଏବଂ ଦେଶବ୍ୟାପୀ ଏକଲବ୍ୟ ବିଦ୍ୟାଳୟମାନ ସ୍ଥାପନ କରାଯାଉଛି ବୋଲି ସେ ସୂଚାଇଥିଲେ।
OSCAR-2019
ଭୁବନେଶ୍ୱର : ମୌଳିକ ପର୍ବତାରୋହଣ ତାଲିମ୍‌ ନିମନ୍ତେ ଉତ୍ତୀର୍ଣ୍ଣ ହୋଇଥିବା ଯୁବ ପର୍ବତାରୋହୀ ତାରାକାନ୍ତ ପରିଡ଼ାଙ୍କୁ ଓ୍ଵାର୍ଡ ନଂ-୪୭ ବିଜୁ ଯୁବବାହିନୀ ପକ୍ଷରୁ ସ୍ଥାନୀୟ ୟୁନିଟ-୮ସ୍ଥିତ ଗୋପବନ୍ଧୁ ସ୍ମୃତି ସଂସଦରେ ସମ୍ବର୍ଦ୍ଧିତ କରାଯାଇଛି। ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜୁ ଯୁବ ବାହିନୀର ସଭାପତି ଜୀବନାନନ୍ଦ ପଣ୍ଡା, ଗୋପବନ୍ଧୁ ସ୍ମୃତି ସଂସଦର ସମ୍ପାଦକ ସତ୍ୟଜିତ ରାୟ, କାବୁଲି ମହାନ୍ତି, ବାପୁନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର : ଘରୋଇ ଶିକ୍ଷାନୁଷ୍ଠାନ ନିୟନ୍ତ୍ରଣ ଆଇନ୍‌ ପ୍ରଣୟନ କରିବାକୁ ଦାବି କରିଛି ଓଡ଼ିଶା ପାରେଣ୍ଟ ଆସୋସିଏସନ୍‌ ଫୋରମ୍‌ (ଓପାଫ୍‌)। ଘରୋଇ ସ୍କୁଲଗୁଡ଼ିକ ଗୁଣାତ୍ମକ ଶିକ୍ଷା ଆଳରେ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ପରିଚାଳନାରେ ସ୍ୱଚ୍ଛତା ଆଣିବା, ଗୁଣାତ୍ମକ ଶିକ୍ଷାର ବିକାଶ, ନିରାପତ୍ତା-ସୁରକ୍ଷା ସୁସ୍ୱାସ୍ଥ୍ୟ ପରିବେଶ ପରି ବିଷୟକୁ ଆଧାର କରି ଏକ ଆଇନ୍‌ଗତ ନୀତି ପ୍ରଣୟନ କରିବାକୁ ଓପାଫ୍‌ ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ଚିଠା ପ୍ରସ୍ତୁତ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ତାହାକୁ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଚତୁରତାର ସହ ଏଡ଼ାଇ ଦେଇ ଏକ ଅବୈଧ ଫି’ ନିୟନ୍ତ୍ରଣ କମିଟି ଗଠନ କରି ନିୟମ ଆଣିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଓପାଫ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ରେଡକ୍ରସ୍‌ ଭବନଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓପାଫ୍‌ ପକ୍ଷରୁ କୁହାଯାଇଛି ଯେ କିଛି ବର୍ଷ ହେଲା କେତେକ ଘରୋଇ ବିଦ୍ୟାଳୟ ଚକ୍ରବୃଦ୍ଧି ହାରରେ ଫି’ ବଢ଼ାଉଛନ୍ତି। ଯେଉଁ ଅଭିଭାବକମାନେ ବିରୋଧ କରୁଛନ୍ତି ସେମାନଙ୍କ ପିଲାଙ୍କୁ କ୍ଲାସରେ ନିର୍ଯାତନା ଦିଆଯାଉଛି। ତାଲା ପକାଇ ରଖାଯାଉଛି। ସ୍କୁଲ କର୍ତୃପକ୍ଷ କାହାକୁ ବି ଖାତିର କରୁନାହାନ୍ତି। ସିବିଏସ୍‌ସି ଓ ସିଆଇଏସ୍‌ସିଇ ଦ୍ୱାରା ଅନୁବନ୍ଧିତ ହୋଇଥିଲେ ବି ସ୍କୁଲଗୁଡ଼ିକର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ରହୁଛି। ତେବେ ଏପର୍ଯ୍ୟନ୍ତ କୌଣସି ନୀତିଗତ ନିୟମ ନଥିବାରୁ ଅନୈତିକ ଭାବେ ଆଳ ଦେଖାଇ ଫାଇଦା ନେଉଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ। ମୋଟା ଅଙ୍କର ନାମଲେଖା ଫି’, ବାର୍ଷିକ ଟର୍ମ ଫି’, ଟ୍ୟୁସନ୍‌ ଫି’ ଆଦି ଆଦାୟ କରି ସରକାରୀ କଳକୁ ନିଜ କବ୍‌ଜାରେ ରଖୁଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ନିକଟରେ ଅଭିଯୋଗ କଲେ ଉତ୍ତର ମିଳୁଛି ପଇସା ନାହିଁ ତ ଘରୋଇ ସ୍କୁଲରେ କାହିଁକି ପିଲାଙ୍କୁ ପଢ଼ାଉଛ? ଘରୋଇ ସ୍କୁଲଗୁଡ଼ିକ ପାଠପଢ଼ା ବଦଳରେ ଏବେ ବ୍ୟବସାୟ ପ୍ରତିଷ୍ଠାନରେ ପରିଣତ ହେଲେଣି। ଏଭଳି କାର୍ଯ୍ୟକଳାପରୁ ସେମାନେ ଦୂରେଇ ରୁହନ୍ତୁ। ନ ହେଲେ ଅଭିଭାବକଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ ଭୟାନକ ରୂପ ନେବ। ଅଭିଭାବକ ରାଜରାସ୍ତାକୁ ଓହ୍ଲାଇ ଗଣଆନ୍ଦୋଳନ କରିବେ ବୋଲି ଓପାଫ୍‌ର ଉପଦେଷ୍ଟା ରବି ଦାଶ, ସଭାପତି ଗଗନ ବିହାରୀ ରାଉତ, କାର୍ଯ୍ୟକାରୀ ସଭାପତି ସଞ୍ଜୁକ୍ତା ପାଣିଗ୍ରାହୀ, ନନ୍ଦକିଶୋର ମଲ୍ଲିକ, ଦେବରାଜ ମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।
OSCAR-2019
ତିର୍ତ୍ତୋଲ ୧୧/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଗତ ୧.୦୬.୨୦୧୮ରିଖଦିନ ସେହି ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ, ଦିପ୍ତିରଞ୍ଜନ ଜେନା ଓ ସଞ୍ଜୟ ଦାଶ ଏକ ନମ୍ବର ବିହିନ ଜେସିବି ମେସିନ ସାହାଯ୍ୟରେ ୧୨ ନଂ ଇ କେନାଲ ବନ୍ଧକଡ଼ରୁ ମାଟି ତାଡ଼ି ଦୁଇଟି ଟ୍ରାକ୍ଟର ସାହଯ୍ୟରେ ନେଉଥିବା ଦେଖି ଲକ୍ଷ୍ମୀଧର ମନ୍ତ୍ରୀ ପ୍ରତିବାଦ କରିଥିଲେ। ୧୨ ନଂ କେନାଲ ନିକଟରେ ଲକ୍ଷ୍ମୀଧରଙ୍କ ବାସଗୃହ ଥିବାବେଳେ ବନ୍ଧ ମୁଳରୁ ମାଟି ତଡ଼ାଗଲେ ବର୍ଷାଦିନେ କେନାଲରେ ପାଣି ଆସିଲେ ତାଙ୍କ ବାସଗୃହ ଉପରେ ବିପଦ ଥିବା ଭାବି ମାଟି ଖୋଳୁଥିବା ବ୍ୟକ୍ତିମାନଙ୍କୁ ବନ୍ଦକରିବା ସହିତ ଅନ୍ୟଯାଗାରେ ମାଟିଖୋଳିବା ପାଇଁ କହିଥେିଲେ। ଉପରୋକ୍ତ ବ୍ୟକ୍ତିମାନେ ଲକ୍ଷ୍ମୀଧରଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲେ। ଲକ୍ଷ୍ମୀଧର ଭୟଭୀତ ହୋଇ ଘରକୁ ଆସି ୧୦୦ ନଂମ୍ବରରେ ପୋଲିସର ସହାୟତା ଲୋଡ଼ିଥିଲେ। ୧୦୦ ନଂରୁ ଉତ୍ତର ମିଳିଥିଲା ତହସିଲଦାର ଆମ୍ଭକୁ ଫୋନ ନକଲେ ଆମେ ଯାଇପାରିବୁ ନାହିଁ। ଅପରପକ୍ଷରେ ଲକ୍ଷ୍ମୀଧରଙ୍କ ପିଲାମାନେ ବାହାରେ ରହୁଥିବାବେଳେ ସ୍ତ୍ରୀ ଙ୍କ ସହିତ ଏକୁଟିଆ ଘରେ ରହୁଥିବା ଜାଣି ଉପରୋକ୍ତ ବ୍ୟକ୍ତିମାନେ ବିଦ୍ୟୁତ ନଥିବା ସମୟରେ ସେହିଦିନ ବିଳମ୍ବିତ ରାତିରେ ଲକ୍ଷ୍ମୀଧରଙ୍କ ଘରେ ପଶି ବିଭିନ୍ନ ସାମଗ୍ରୀ ସମେତ ୧୫ ହଜାରରୁ ଉର୍ଦ୍ଧଟଙ୍କା, ଲୁଟିନେଇଥିଲେ। ଏହି ସମସ୍ତ ଘଟଣା ସମମ୍ପର୍କରେ ପ୍ରଥମେ ତିର୍ତ୍ତୋଲ ଥାନା, ତିର୍ତ୍ତୋଲ ତହସିଲ ଓ ମଣିଜଙ୍ଗା ଜଳସମ୍ପଦ ବିଭାଗରେ ଫୃଥକ ପୃଥକ ଭାବେ ଲିଖିତ ଅଭିଯୋଗ କରିଥିଲେ। ୧ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଅଭିଯୋଗକୁ ଭିତ୍ତିକରି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପରିବାର ସୁରକ୍ଷାକୁ ନେଇ ଆଜି ଲକ୍ଷ୍ମୀଧର ତିର୍ତ୍ତୋଲ ଜନଶୁଣାଣି ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଯାମିନି ଷଢ଼ଙ୍ଗୀ ସମସ୍ତ ବିଭାଗ ଅଧିକାରୀମାନଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ପରାମର୍ଶ ଦେଇଥିଲେ। କେନ୍ଦୁଝର: ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ସୁରକ୍ଷା ଓ ନିରାପତା, ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଜିରୋ ଟଲୋରାନ୍ସ ଉପରେ ଗୁରୁତ୍ୱ
OSCAR-2019
ବିହାରରେ ଏନଡିଏର ପ୍ରମୁଖ ସମର୍ଥକ ଭାବେ ଜଣାଥିବ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଚାରୋଟି ରାଜ୍ୟରେ ନିଜ ଶକ୍ତିରେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଥିଲା , ଯାହା ଭାଜପା ଠାରୁ ତାହାର ଅଲଗା ହେବା ସମ୍ଭାବନା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲ । ତେବେ ଏନଡିଏରୁ ଜେଡିୟୁ ଅଲଗା ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।ଜେଡିୟୁର ମୁଖ୍ୟ ମହାସଚିବ ତଥା ପ୍ରବକ୍ତା କେସି ତ୍ୟାଗୀ ୨୦୧୯ ଲେକସଭା ନିର୍ବାଚନରେ ଏନଡିଏ ବିହାରରେ ୪୦ରୁ ୩୮ ଟି ଆସନରେ ବିଜୟ ଲାଭ କରିବା ନେଇ ଯୁକ୍ତି ବାଡିଛନ୍ତି । ଆଗାମୀ ନିର୍ବାଚନରେ ଆସନ ବୁଝାମଣାକୁ ନେଇ ବିଜେପି,ଜେଡିୟୁ,ଏଲଜେପି ଓ ଆରଏଲଏସପି ମଧ୍ୟରେ ତୁ ତୁ ମେ ମେ ଲାଗିରହିଛି । ତେବେ ଏହାର ସମାଧାନ ପାଇଁ ଜୁଲାଇ ୧୨ ତାରିଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପାଟନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅମିତଙ୍କ ଏହି ଗସ୍ତ ବିଜେପି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ନୀତିଶ କୁମାର ଓ ଅମିତ ଶାହଙ୍କ ମଧ୍ୟରେ ବସିବାକୁ ଥିବା ବୈଠକରେ ଆସନ ବୁଝାମଣାରେ ସମାଧାନର ସଳତ୍ର ବାହାରି ଆସିବ ବୋଲି ଆଶା କରାଯାଉଛି । ଶନିବାର ସନ୍ଧ୍ୟାରେ ଜେଡିଏର ବରିଷ୍ଠ ନେତା ଓ ପଦାଧିକାରୀ ମାନେ ଏକାଠି ହୋଇ ବୈଠକର ଏଜେଣ୍ଡା ପ୍ରସ୍ତୁତ କରିଥିଲେ ଯେଉଁଥିରେ ୨୦୧୯ ନିର୍ବାଚନ ଏନଡିୟୁରେ ରହିକି ହିଁ ଲଢ଼ାଯିବ ବୋଲି ସହମତି ପ୍ରକାଶ ପାଇଥିଲା । ବିହାର ର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବୀ ଉପରେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ସ୍ପଷ୍ଟତା ପ୍ରକାଶ କରିନଥିଲେ ମଧ୍ୟ ଟିଡିପି ପରି ଏନଡିଏରୁ ଓହରିବା ବଦଳରେ ଏନଡିଏରେ ରହି ରାଜ୍ୟ ପାଇଁ ଲଢ଼େଇ ଜାରି ରଖିବୁ ବୋଲି କେସି ତ୍ୟାଗୀ କହିଛନ୍ତି । ଏହା ସହିତ ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନରେ ‘ନୋ ଏନଟ୍ରି’ ବୟାନକୁ କଟାକ୍ଷ କରି ତ୍ୟାଗୀ କହିଛନ୍ତି ଚୌକିଦାରଙ୍କ କହିବା ଅନୁସାରେ କାହାର ଏନଟ୍ରି ଓ ନୋ ଏନଟ୍ରି ହୋଇନଥାଏ ବରଂ ମାଲିକର କହିବା ଅନୁସାରେ ହୋଇଥାଏ । ମହାଗଠବନ୍ଧନର ମାଲିକ ରାହୁଲ ଗାନ୍ଧୀ ।ନୋ ଏନଟ୍ରି କହିଥିବା ବ୍ୟକ୍ତି କେବଳ ଚୌକିଦାର ।
OSCAR-2019
ଏଥିପାଇଁ କଟକ ସହର ରେ ଥିବା ଗିଫ୍ଟ ଦୋକାନଗୁଡିକରେ ଆଜି ଦେଖିବାକୁ ମିଳିଛି ଗ୍ରାହକଙ୍କ ଭିଡ । ତେବେ ଏହାକୁ ନେଇ ଯୁବ ପିଢିଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି । ଗ୍ରାହକଙ୍କ ଚାହିଦାକୁ ଧ୍ୟାନରେ ରଖି ଭାଲେନ୍‌ଟାଇନ୍‌ ଡେ ପାଇଁ ଗିଫ୍ଟ ଦୋକାନ ରେ ମହଜୁଦ୍‌ ରହିଛି ସ୍ପେସାଲ୍‌ ଗିଫ୍ଟ । ଅପରପଟେ ଭାଲେଣ୍ଟାଇନ୍‌-ଡେ ପାଳନକୁ ପ୍ରତିବର୍ଷ ବିରୋଧ କରିଆସୁଛି ବଜରଙ୍ଗ ଦଳ,ବିଶ୍ୱହିନ୍ଦୁ ପରିଷଦ । ଆସନ୍ତାକାଲି ମଧ୍ୟ ଏହି ବିରୋଧ ଜାରି ରହିବ ଏବଂ ଏହାକୁ ମାତୃ-ପିତୃ ପୂଜନ ଦିବସଭାବେ ପାଳନ କରିବ ଏହି ଦୁଇ ସଂଗଠନ । ହେଲେ ଭାଲେଣ୍ଟାଇନ୍‌ ଡେକୁ ବିରୋଧ କରି କିଛି ସଂଗଠନ ପ୍ରତିବର୍ଷ ହିଂସାକାଣ୍ଡ ଘଟାଉଛନ୍ତି । ତେବେ ଏଭଳି ବିରୋଧକୁ ନାପସନ୍ଦ କରିଛି ଓଡିଶା ସୁରକ୍ଷା ସେନା । ଆସନ୍ତାକାଲି ଯଦି କେହି ଭାଲେଣ୍ଟାଇନ୍‌କୁ ବିରୋଧ କରି ହିଂସାକାଣ୍ଡ କରେ ତା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରୁ ବୋଲି ଦାବୀ କରିଛି ଏହି ସଂଗଠନ ।
OSCAR-2019
ନୂଆଦିଲ୍ଲୀ : ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ଆଫେୟାର ଚର୍ଚ୍ଚାରେ ରହିଛି। ବୁଲ୍ଲଗରିୟାରେ ଦୁହେଁ ‘ବ୍ରହ୍ମାସ୍ତ୍ର’ ସିନେମାର ସୁଟିଂ କରୁଛନ୍ତି। ଆଲିଆ ନିଜର ବଲିଉଡ ଡେବ୍ୟୁ କରଣ ଜୋହରଙ୍କ ୨୦୧୨ର ସିନେମା ‘ଷ୍ଡୁଡେଣ୍ଟ ଅଫ ଦ ଇୟର’ରେ କରିଥିଲେ। ଏହା ପରେ ତାଙ୍କ ନାମ ଅନେକ ଅଭିନେତାଙ୍କ ସହ ଯୋଡ଼ା ହୋଇଥିବା ଶୁଣିବାକୁ ମିଳିଥିଲା। ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଆଲିଆଙ୍କ ଆଫେୟାର ଥିବା ଚର୍ଚ୍ଚା ହୋଇଥିଲା। ଏହାପରେ ତାଙ୍କ ନାମ ବରୁଣ ଧାଓ୍ଵନ୍‌ ଓ ଅର୍ଜୁନ୍‌ କପୁରଙ୍କ ସହ ଯୋଡ଼ି ହୋଇଥିଲା। ଏବେ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଆଲିଆ ନିଜର ପ୍ରଥମ କ୍ରସ, କିସ୍‌ ଓ ବ୍ରେକ୍‌-ଅପ୍‌ ବିଷୟରେ କହିଥିବା ଜାଣିବାକୁ ମିଳିଛି। ଆଲିଆ କହିଛନ୍ତି, ସ୍କୁଲରେ ପାଠ ପଢ଼ୁଥିବା ସମୟରେ ଶାହାରୁଖ୍‌ ଖାନ୍‌ ଓ କରୀନା କପୁର ତାଙ୍କର ପ୍ରଥମ କ୍ରସ ଥିଲେ। କେବଳ ଏତିକି ନୁହେଁ, ସେ କେବେ ପ୍ରଥମ ଚୁମ୍ବନ ଦେଇଥିଲେ ସେ ନେଇ ବି ମୁହଁ ଖୋଲିଛନ୍ତି। ଆଲିଆଙ୍କୁ ୧୭ବର୍ଷ ବୟସ ହୋଇଥିବା ବେଳେ ସେ ପ୍ରଥମ ଥର ଚୁମ୍ବନ ଦେଇଥିଲେ ଏବଂ ୧୮ବର୍ଷ ବୟସରେ ତାଙ୍କ ପ୍ରଥମ ବ୍ରେକ୍‌-ଅପ୍‌ ହୋଇଥିଲା। ଏହି ବିଚ୍ଛେଦ ପରେ ସେ ବହୁତ କାନ୍ଦିଥିବା କଥା ବି କହିଥିଲେ। ତେବେ ଏସବୁ ଘଟଣା ତାଙ୍କର ସ୍କୁଲ ପଢ଼ୁଥିବା ସମୟରେ ଘଟିଥିଲା।
OSCAR-2019
ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମଆରସି) ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଏମଆରସି ପକ୍ଷରୁ ଜେନେରାଲ ମ୍ୟାନେଜର ପଦରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଶାୟୀ ପ୍ରାର୍ଥୀ ମାନେ ଅଫିସିଆଲ ୱେବସାଇଟ୍ delhimetrorail.comରେ ଯାଇ ଏହି ପଦ ଗୁଡିକ ପାଇଁ ଆବେଦନ କରିପାରିବେ । ତେବେ ଆବେଦନ କରିବା ପୂର୍ବରୁ ତଳେ ଦିଆଯାଇଥିବା ବିବରଣୀକୁ ସମ୍ପୂର୍ଣ୍ଣ ପଢିନିଅନ୍ତୁ ।
OSCAR-2019
ନୂଆଦିଲ୍ଲୀ :ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଯାଇ ମୃତ୍ୟୁମୁଖରେ ପଡ଼ିଲେ ଯୁବକ । ଦିଲ୍ଲୀର ଏକ ବାର୍‌ରେ ସାଙ୍ଗର ଜନ୍ମଦିନ ପାଳନ କରୁଥିବା ବେଳେ ବାର୍‌ର ଡ଼ିଜେ ସହ ଗୀତ ବଦଳାଇବାକୁ ନେଇ ତାଙ୍କର ଝଗଡ଼ା ହୋଇଥିଲା । ଏଥିରେ ରାଗି ଯାଇ ଡ଼ିଜେ ଯୁବକଙ୍କ ପେଟରେ ଛୁରା ମାଡ଼ କରିଥିଲେ । ଏହି ଘଟଣାରେ ଜଣେ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ଏ ନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡ଼ିଜେକୁ ଗିରଫ କରିିଛି । ସୂଚନା ମତାବକ, ଇସ୍‌ମିତ୍‌ ନାମକ ଯୁବକ ନିଜର ଜନ୍ମଦିନ ପାଳନ କରିବା ପାଇଁ ଦିଲ୍ଲୀର ଏକ ବାର୍‌ରେ ପାର୍ଟି କରିଥିଲେ । ତାଙ୍କ ସହ ତାଙ୍କର ୧୦ଜଣ ସାଙ୍ଗ ମଧ୍ୟ ଯାଇଥିଲେ । କିଛି ସମୟ ପାର୍ଟି କରିବା ପରେ ଇସ୍‌ମିତ୍‌ଙ୍କ ଜଣେ ସାଙ୍ଗ ବିଜୟଦୀପ୍‌ ଗୀତ ବଦଳାଇବା ପାଇଁ ଡ଼ିଜେକୁ ଯାଇ କହିଥିଲେ । ବିଜୟଦୀପ୍‌ଙ୍କ କହିବା ସତ୍ତ୍ୱେ ମଧ୍ୟ ଡ଼ିଜେ ଦୀପକ ଗୀତ ବଦଳାଇ ନଥିଲେ । ଏଥିରେ ରାଗି ଯାଇ ବିଜୟଦୀପ୍‌ ଏବଂ ତାଙ୍କ ସାଙ୍ଗମାନେ ଝଗଡ଼ା ଆରମ୍ଭ କରିବା ସହ ମଦ ବୋତଲକୁ ଭାଙ୍ଗିବା ଆରମ୍ଭ କରିଥିଲେ । ଏହା ଦେଖି ଡ଼ିଜେ ଦୀପକ ରାଗିଯାଇ ନିଜ ପାଖରେ ଥିବା ଛୁରୀକୁ ବାହାର କରି ବିଜୟଦୀପ୍‌ଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ବିଜୟଦୀପ୍‌ ମୃତ୍ୟୁବରଣ କରିଥିଲେ । ଅନ୍ୟପକ୍ଷରେ ଠିକ୍‌ ସମୟରେ ପୁଲିସ ସେଠାରେ ପହଞ୍ଚିଯିବାରୁ ବାର୍‌ର ଅନ୍ୟ କର୍ମଚାରୀ ସେଠାରୁ ଖସି ପଳାଇଥିବା ବେଳେ ଅଭିଯୁକ୍ତ ଦୀପକଙ୍କୁ ଗିରଫ କରିଥିଲା ପୁଲିସ ।
OSCAR-2019
ଭୁବନେଶ୍ୱର: ଉଭୟ ଜମି ମାଲିକ ଏବଂ ଭାଗଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖି ଭାଗଚାଷୀଙ୍କ ପାଇଁ ଆଇନ ପ୍ରଣୟନ ନେଇ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏହାର ବିଚାର ବିମର୍ଶ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠିତ ହୋଇଛି। ପୁଣି ଏହା ଅଧୀନରେ ଗଠିତ ସବ୍‌-କମିଟି ତରଫରୁ ମଧ୍ୟ ଏକାଧିକ ବାର ବୈଠକ ବସିଲାଣି। କିନ୍ତୁ ଠୋସ୍‌ ନିଷ୍ପତ୍ତିରେ ପହଞ୍ଚି ପାରିନାହାନ୍ତି ସରକାର। ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ଯଦି ଉଭୟଙ୍କ ସ୍ୱାର୍ଥ ରକ୍ଷା ହୋଇନପାରେ ତାହା ବୁମେରାଂ କରିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତିି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ତାଙ୍କ ବିଭାଗର ସମୀକ୍ଷା ହେବା ପରେ ଗଣମାଧ୍ୟମ ସାମ୍ନାରେ ଏହା କହିଥିଲେ ମନ୍ତ୍ରୀ ଶ୍ରୀ ମହାନ୍ତି। ତେବେ ଠିକଣା ସମୟରେ ଆଇନ ପ୍ରଣୟନ କରାଯିବ। ବାସଗୃହହୀନ ପରିବାରକୁ ଘରଡିହ ଯୋଗାଇଦେବା ପ୍ରସଙ୍ଗରେ ସେ କହିଲେ, ୨୦୧୫ରେ ହୋଇଥିବା ସର୍ଭେ ଅନୁଯାୟୀ ମୋଟ ୧ ଲକ୍ଷ ୧୦ ହଜାର ୭୩୦ ବାସଗୃହହୀନ ପରିବାରକୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ଗତ ଚାରିବର୍ଷରେ ୧ ଲକ୍ଷ ୭ ହଜାର ୮୯୩ ପରିବାରକୁ ବାସୋପଯୋଗୀ ଡିହ ଯୋଗାଇ ଦିଆଯାଇଛି। ଅଗଷ୍ଟ ଶେଷ ସୁଦ୍ଧା ଅବଶିଷ୍ଟ ୨୮୩୭ ପରିବାରକୁ ଘରଡିହ ଯୋଗାଇ ଦିଆଯିବ। କେବଳ ସେତିକି ନୁହେଁ, ଆଜିଠାରୁ(ମେ’ ୧୫ରୁ ଜୁନ୍‌ ୧୫ ତାରିଖ ମଧ୍ୟରେ) ନୂଆ ସର୍ଭେ ଆରମ୍ଭ ହେବ। ଏହି ସର୍ଭେ ଆଧାରରେ ବାସଗୃହହୀନ ପରିବାରକୁ ଚିହ୍ନଟ କରି ଘରଡିହ ଯୋଗାଇ ଦିଆଯିବ। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିବା ସେ କହିଥିଲେ। ସ୍କୁଲମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ ହେଉଛି ରାଜ୍ୟ ସରକାରଙ୍କ ବଡ଼ ଯୋଜନା। ତେବେ ଏହାର କାର୍ଯ୍ୟକାରିତା ମାନ୍ଦା ହୋଇଯାଇଛି। ଏହାକୁ ତ୍ୱରାନ୍ଵିତ କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବେଳେ ନିର୍ଦେଶ ଦେଇଥିବା ମନ୍ତ୍ରୀ ଶ୍ରୀ ମହାନ୍ତି କହିଥିଲେ। ଶିଳ୍ପାୟନ ଯୋଗୁଁ ଯେଉଁମାନେ ଜମି ହରାଉଛନ୍ତି ସେମାନଙ୍କୁ ଶିଳ୍ପ ସଂସ୍ଥାର ଲାଭାଂଶରେ ହିତାଧିକାରୀ ପରିଣତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଦାଖଲ ଖାରଜ(ମ୍ୟୁଟେସନ୍‌) ମାମଲାର ଫଇସଲା କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିବା ଦର୍ଶାଇ ୨୦୧୭-୧୮ରେ ୫.୫୩ ଲକ୍ଷ ମାମଲାର ଫଇସଲା ହୋଇଛି। ଏହା ଗତବର୍ଷ ତୁଳନାରେ ୧.୨୯ ଲକ୍ଷ ଅଧିକ। ସମୁଦ୍ର ତଟବର୍ତୀ ୬ଟି ଜିଲ୍ଲାର ୨୨ଟି ବ୍ଲକ ଅଧୀନ ୧୬୨ଟି ସ୍ଥାନରେ ଆଲର୍ଟ ସାଇରେନ୍‌ ଟାଓ୍ଵାର ନିର୍ମାଣ କରାଯାଇଛି। ଏହି ବ୍ୟବସ୍ଥା ଜରିଆରେ ବାତ୍ୟା କି ସୁନାମି ହେବାର ଅଧଘଣ୍ଟା ପୂର୍ବରୁ ଆଗୁଆ ସୂଚନା ମିଳିପାରିବ। ଜୁନ୍‌ ୩୦ ତାରିଖ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଥିଲେ। ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ କହିଲେ, ଜମି ଜବରଦଖଲ ଆଇନ ରାଷ୍ଟ୍ରପତିଙ୍କଠାରୁ ଫେରିଆସିଛି। ଏହା ଆଇନ ବିଭାଗକୁ ପଠାଯାଇଛି। ସରକାରୀ ଜମି ଜବରଦଖଲ ସଂପର୍କରେ ସେ ସମୀକ୍ଷା କରିନଥିବା ସ୍ପଷ୍ଟ କରିଦେଇଥିଲେ। ବାସ୍ତବପକ୍ଷେ ଜବରଦଖଲ ଉଚ୍ଛେଦ ପାଇଁ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ହାତରେ ସମୟ ନଥିବା ସେ ଦର୍ଶାଇଥିଲେ। ଶ୍ମଶାନ ଜମି ନେଇ ମଧ୍ୟ ବିଭାଗ କୌଣସି ନିର୍ଦେଶନାମା ଜାରି କରିନାହିଁ। ଚଳିତ ଆର୍ଥିକ ବର୍ଷରେ ୬୦.୧୫ ଲକ୍ଷ ସେବା ଓଡ଼ିଶା ଲୋକସେବା ଅଧିକାର ଆଇନ ନିୟମ, ୨୦୧୨ ଅଧୀନରେ ଯୋଗାଇ ଦିଆଯାଇଛି। ତେବେ ବେବନ୍ଦୋବସ୍ତ ୨୯୧୮୯ଟି ମାମଲା ମଧ୍ୟରୁ ୧୭୬୫୯ଟିର ଫଇସଲା ହୋଇଥିବା ସେ କହିଥିଲେ।
OSCAR-2019
ଖଇରା, ୧୪/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଚାଂୟତ ସୁନ୍ଦରପୁର ହାଇସ୍କୁଲ ପଡିଆରେ ପ୍ରଥମ ବାର୍ଷିକ ରଜ ମହୋତ୍ସବ ଆଜି ଆରମ୍ଭ ହୋଇଛି। ଏହି ମହୋତ୍ସବ ୩ ଦିନ ଧରି ଅନୁଷ୍ଠିତ ହେବ। ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକାଉତ୍ତଳନ କରି ଶୁଭାରମ୍ଭ ଥିଲେ। ଅନ୍ତରା ହାଇସ୍କୁଲର ଶିକ୍ଷକ ଅନନ୍ତ କିଶୋର ଉପାଧ୍ୟାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଥାନାଅଧିକାରିଣୀ ଲୋପାମୁଦ୍ରା ନାୟକ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କମଳାକାନ୍ତ ନାୟକ, ଚାନ୍ଦବାଲି ମହାବିଦ୍ୟାଳୟର ପା୍ରକ୍ତନ ଅଧ୍ୟକ୍ଷ ଡ.ଅଜୟ କୁମାର ନାୟକ, ସମ୍ମାନିତ ବକ୍ତା କବି ରାଧାଶ୍ୟାମ ପଣ୍ଡା, ସୁନ୍ଦରପୁର ଗ୍ରାମର ବରିଷ୍ଠ ବୁଦ୍ଧିଜୀବି ନରହରି ନାୟକ ଯୋଗଦେଇ ହଜି ହଜି ଯାଉଥିବା ଅତୀତର ପରମ୍ପରାକୁ ବଞ୍ଚାଇ ରଖିବା ସହିତ ଆଧୁନିକ ବୈଜ୍ଞାନିକ ଯୁଗରେ ସୃଷ୍ଟି ହେଉଥିବା ନୂଆ ନୂଆ ପରମ୍ପରାକୁ ଆପଣେଇବା ଏବଂ ଏହି ପରମ୍ପରା ନିଜ ନିଜ ମଧ୍ୟରେ ଭାଇଚାରା ସୃଷ୍ଟି କରିବ ବୋଲି ଉଦବୋଧନ ଦେଇଥିଲେ। ଏଥିରେ ଅଂଚଳବାସୀ ସହିତ ପାଖପଡୋଶୀ ଅଂଚଳରୁ ବହୁ ଜନସାଧାରଣ ସମାଗମ ହେବା ସହିତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ଡ.ହରେକୃଷ୍ଣ ରାଉତ, ଜୟନ୍ତ ବେହେରା, ବଳରାମ ଲେଙ୍କାଙ୍କ ସହିତ ଗ୍ରାମବାସୀମାନେ ସହଯୋଗରେ ଅଂଶ ଗ୍ରହଣ କରିଥିଲେ।
OSCAR-2019
ଖଣ୍ଡଗିରି: ସବ୍‌ଇନ୍ସପେକ୍ଟର ପତ୍ନୀଙ୍କୁ ନିର୍ଯାତନା ଦେବା ଓ ମାଡ଼ ମାରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ସ୍ୱାମୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଧା ପଲା ଗାଁର ସତୀଶ ନନ୍ଦ। ପୁଲିସ ସୂଚନାନୁସାରେ ମୟୂରଭଂଜ ଉଦଳା ଥାନାରେ କାମ କରୁଛନ୍ତି ମହିଳା ସବ୍‌ଇନ୍ସପେକ୍ଟର ମଧୁସ୍ମିତା କର। ୨୦୧୬ ମସିହା ଏପ୍ରିଲ୍‌ ମାସରେ ସେ ଖୋର୍ଧା ପଲା ଗାଁର ସତୀଶ ନନ୍ଦଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପୂର୍ବରୁ ସତୀଶ ନିଜକୁ ଏକ ବଡ଼ କମ୍ପାନିର ଇଂଜିିନିୟର ବୋଲି କହିଥିଲେ। ମାତ୍ର ବିବାହ ପରେ ସତୀଶ ଡିଉଟି ନ ଯାଇ ଘରେ ବସି ରହିବାରୁ ଜଣାଗଲା ଯେ ସେ ଚାକିରି କରି ନାହାନ୍ତି। ଭାଗ୍ୟକୁ ଆଦରି ମଧୁସ୍ମିତା ସତୀଶଙ୍କ ହାତ ଧରି ଘରସଂସାର କରିବାକୁ ସ୍ଥିର କରିନେଇଥିଲେ। ମାତ୍ର ତାଙ୍କ ସରଳପଣିଆ ଶେଷରେ ତାଙ୍କ ପାଇଁ ହିଁ କାଳ ହୋଇଥିଲା। ଦରମା ଟଙ୍କାରୁ ଭାଗ ପାଇବା ପାଇଁ ସତୀଶ ତାଙ୍କୁ ଇମୋସ୍‌ନାଲ୍‌ ବ୍ଲାକମେଲିଂ କରିବାକୁ ଆରମ୍ଭ କଲେ। ଜୋର୍‌ କରି ମାସକୁ ମାସ ଟଙ୍କା ନେଲେ। ଲୋକହସାକୁ ଡରି ମଧୁସ୍ମିତା ସତୀଶଙ୍କୁ ଟଙ୍କା ଗଣିବାକୁ ବାଧ୍ୟ ହେଉଥିଲେ। କିନ୍ତୁ ମଧୁସ୍ମିତାଙ୍କ ଅଭିଯୋଗ ଅନୁସାରେ ଗତ କିଛି ଦିନ ହେଲା ସତୀଶ ତାଙ୍କ ଏଟିଏମ୍‌ କାର୍ଡ ନେବାକୁ ଜିଦ୍‌ କରୁଛନ୍ତି। ମାତ୍ର ଏଟିଏମ୍‌ ଦେଉ ନଥିବାରୁ ସେ ବାରମ୍ବାର ଉଦଳା ଯାଇ ସେଠାରେ ଗଣ୍ଡଗୋଳ କରିଥିଲେ। ଗତ ୧୦ ତାରିଖ ଦିନ ମଧୁସ୍ମିତା ୟୁନିଟ୍‌-୮ସ୍ଥିତ ତାଙ୍କ ବାପଘରକୁ ଆସିଥିଲେ। ଖବର ପାଇ ସତୀଶ୍‌ ସେଠାରେ ପହଞ୍ଚି ମଧୁସ୍ମିତାଙ୍କୁ କାମ ବାହାନା କରି ରେଣ୍ଟାଲ କଲୋନି-ଭରତପୁର ରାସ୍ତାରେ ଏକ ସ୍ଥାନକୁ ନେଇ ୫୦ ହଜାର ଟଙ୍କା ଦେବାକୁ କହିଥିଲେ। ମାତ୍ର ମଧୁସ୍ମିତା ମନା କରିବାରୁ ସେ ସେଠାରେ ତାଙ୍କ ବେକରୁ ମଙ୍ଗଳସୂତ୍ର ଛିଡ଼ାଇବା ସହ ତଣ୍ଟି ଚିପି ମାରି ଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବାଟରେ ଯାଉଥିବା କିଛି ଲୋକ ମଧୁସ୍ମିତାଙ୍କ ସପକ୍ଷରେ ବାହାରିବାରୁ ସତୀଶ ସେଠାରୁ ପଳାଇଥିଲେ। ଏ ନେଇ ମଧୁସ୍ମିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ନୂଆଦିଲ୍ଲୀ : ପୂର୍ବରୁ ତାଜମହଲ୍‌କୁ ନେଇ ଅନେକ ବାଦ ବିବାଦ ଲାଗି ରହିଥିବା ବେଳେ ଏବେ ଏହାକୁ ନେଇ ଏକ କଠୋର ଅାଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଦେଶର ପ୍ରସିଦ୍ଧ ଐତିହ୍ୟ ଅାଗ୍ରାସ୍ଥିତ ତାଜମହଲ୍‌ର ସଠିକ୍‌ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ କେନ୍ଦ୍ରକୁ ସୁପ୍ରିମକୋର୍ଟ ତାଗିଦ୍‌ କରିଥିବା ଜଣାପଡ଼ିଛି । ଉଚିତ ରକ୍ଷଣାବେକ୍ଷଣ କର ନଚେତ୍‌ ଆମେ ତାଜମହଲ୍‌କୁ ବନ୍ଦ କରିଦେବୁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ କଡ଼ା .ଚେତାବନୀ ଦେଇଥିବା ସୂଚନା ମିଳିଛି । ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତରପ୍ରଦେଶ ସରକାରଙ୍କୁ ତାଜ୍‌ମହଲର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଦସ୍ତାବିଜ ପ୍ରସ୍ତୁତ କରିବା ପାଇଁ କହିଥିଲେ । କିନ୍ତୁ ଏଥିରେ ୟୁପି ସରକାର ବିଫଳ ହେବା ପରେ ଏବେ ଏହି କାମକୁ କେନ୍ଦ୍ର ଉପରେ ନ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ । ତାଜମହଲ୍‌ ସୁରକ୍ଷା ପାଇଁ ସଂସଦୀୟ ସ୍ଥାୟୀ ସମିତି ରିପୋର୍ଟ ଉପରେ ସରକାର କୌଣସି କଠୋର ପଦକ୍ଷେପ ନେଇ ନାହାନ୍ତି ବୋଲି ସୁପ୍ରିମକୋର୍ଟ ବିଚାରପତି ଏମ୍‌.ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି । ଅନ୍ୟ ପକ୍ଷରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି,କାନ୍‌ପୁର ତାଜ୍‌ମହଲର ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା କେତେ ରହିଛି ତାହା ଆକଳନ କରୁଥିବା ବେଳେ ୪ ମାସ ମଧ୍ୟରେ ତାହାର ରିପୋର୍ଟ ଦେବ ବୋଲି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଜଣାଇଛି । ଏହା ସହ ପ୍ରଦୂଷଣସ୍ତର ଜାଣିବା ପାଇଁ ଏକ ବିଶେଷ ସମିତି ଗଢ଼ା ଯାଇଛି, ଯେଉଁ ସମିତି ପ୍ରଦୂଷଣକୁ କିପରି ରୋକା ଯାଇ ପାରିବ ସେ ନେଇ ପରାମର୍ଶ ଦେବ ବୋଲି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଜଣାଇଛି । ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ଵାର ଖୋଲିବ। ଲେଖକଙ୍କୁ ପୁରସ୍କାର ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ। ବୃଷ: ଆପଣ ନିଜର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ପ୍ରସ୍ତାବ ପାଇବେ। କଂପାନି ତରଫରୁ ବିଦେଶ ଯିବାକୁ ପଡ଼ିପାରେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିରଜା। ମିଥୁନ: ବାପାଙ୍କ ଠାରୁ ପ୍ରେମ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ଆଜି ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣି ଯଥେଷ୍ଟ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ବଡ଼ ପଦ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ। କର୍କଟ: ଦିନଟି ଆପଣଙ୍କୁ ଢେର୍‌ସାରା ଫାଇଦା ଦେବ। ନିଜକୁ ପ୍ରତିଷ୍ଠା କରିବା ଲାଗି ଅବସର ମିଳିବ। ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ଚାକିରିରେ ଉଚ୍ଚଅଧିକାରୀଙ୍କ ସାହାଯ୍ୟ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲୋକନାଥ। ସିଂହ: ଆପଣଙ୍କର ମନୋଭାବ କୌତୁକକାରୀ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଅଫିସରେ ଆପଣଙ୍କ କୌଣସି କାମର ପ୍ରଶଂସା ହୋଇପାରେ। ଭାବିଚିନ୍ତି ନୂଆ କାରବାରରେ ନିବେଶ କରନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସମଲେଶ୍ୱରୀ। କନ୍ୟା: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। ଆପଣ କିଛି ନୂଆ କୌଶଳ ଶିକ୍ଷା ଲାଭ କରିବେ। କମ୍ପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ଘରୋଇ ସୁଖ ସୁବିଧା ପାଇଁ ନୂଆ ଜିନିଷ କିଣିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା। ତୁଳା: କୌଣସି ନୂଆ ଅବସର ମିଳିବା ହେତୁ ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରୁ ଲାଭ ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଜୀବନସାଥୀଙ୍କ ଠାରୁ ମୂଲ୍ୟବାନ ଉପହାର ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ଯ୍ୟଦେବ। ବିଛା: ଆପଣଙ୍କ ମନ ପୂଜାପାଠରେ ଲାଗି ରହିବ। ବହୁ ଦିନରୁ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସହଯୋଗ ମିଳିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ଖାଦ୍ୟ ପାନୀୟର ମଜା ନେବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ରାମଚଣ୍ଡୀ। ଧନୁ: ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବାରେ ସଫଳ ହେବେ। ଆପଣଙ୍କ ବିନମ୍ର ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ବ୍ୟବସାୟରୁ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଦୁର୍ଗା। ମକର: ଭାଗ୍ୟର ତାରକା ଉଜ୍ଜ୍ଵଳ ରହିବ। ଯାହା ବି କାମ କରିବେ ଆପଣଙ୍କୁ ସଫଳତା ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ନୂଆ ବାହନ କିଣିବା ପାଇଁ ମନ ବଳାଇପାରନ୍ତି। ଜୀବନସାଥୀଙ୍କ ଖୁସି ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ। କୁମ୍ଭ: ଆପଣଙ୍କ ଆଖପାଖରେ ବହୁତ ସୁଖଦ ଓ ମଧୁର ବାତାବରଣ ରହିବ। ଧାର୍ମିକ କ୍ରିୟା କଳାପରେ ଧନ ଖର୍ଚ୍ଚ ହେବ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ସମାଧାନ ବାହାର କରିନେବେ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଅମ୍ବିକା। ମୀନ: ବ୍ୟବସାୟ ଓ ଚାକିରିରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ପଦ ପ୍ରତିଷ୍ଠା ବଢ଼ିପାରେ। ଅଚାନକ ଧନପ୍ରାପ୍ତି ହେବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।
OSCAR-2019
ରାଉରକେଲା ୯-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମଗ୍ର ଦେଶ ବିକାଶ ପଥରେ ଅଗ୍ରସର ହେଉଥିବା ବେଳେ ଷ୍ଟିଲସିଟି ରାଉରକେଲା ଏଥିରୁ ବାଦ ପଡ଼ିନାହିଁ। ଅନେକ କେନ୍ଦ୍ରୀୟ ଯୋଜନା ଅର୍ଥ ବ୍ୟୟ କରାଯାଇ ଇତି ମଧ୍ୟରେ ସହରକୁ ସର୍ବାଙ୍ଗ ସୁନ୍ଦର କରାଯିବାକୁ କାର୍ଯ୍ୟ ଜାରି ରହିଛି। ଏପରି ଅବସ୍ଥାରେ ଭାଜପାକୁ ବିକାଶ ବିରୋଧି ପ୍ରଚାର କରୁଛି କଂଗ୍ରେସ। ଏପରି ଅପପ୍ରଚାରକୁ ଭାଜପା ପକ୍ଷରୁ ନିନ୍ଦା କରାଯାଇଛି। ଅନ୍ଧପୁଟୁଳି ବାନ୍ଧି ଖୋଜିଲେ ବିକାଶ ମିଳିବ ନାହିଁ ବୋଲି ଭାଜପା ପକ୍ଷରୁ ଭଗବାନ ରାଉତ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତିଯେ, ଛୋଟକଥାକୁ ଅତି ରଂଜିତ କରି ପରଷିବାରେ କଂଗ୍ରେସ ବେଶ ମାହିର। ମୁକ୍ତିକାନ୍ତ ପ୍ରସଙ୍ଗ ନେଇ କଂଗ୍ରେସର ଅଭିଯୋଗ ହାସ୍ୟାସ୍ପଦ୍ୟ। ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ଜୁଏଲ ଓରାମ ମୁକ୍ତିକାନ୍ତଙ୍କ ଆତିଥ୍ୟରେ କୌଣସି ଅବହେଳା କରିବା ପ୍ରଶ୍ନ ଉଠୁନି। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ନେଇ ରହିଥିବା କଯକଣାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶ୍ରୀ ଓରାମ ତାଙ୍କୁ ରାଉରକେଲା ଫେରିଯିବାକୁ ପରାମର୍ଶ ଦେଇଥିଲେ। ଏଥିରେ ବ୍ୟତିକ୍ରମ କେଉଁଠି ରହିଲା ବୋଲି ଶ୍ରୀ ରାଉତ ପ୍ରଶ୍ନ କରିଛନ୍ତି।
OSCAR-2019
ତିର୍ତ୍ତୋଲ ୦୬/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦୋଆବ ଅଞ୍ଚଳର ୬ଗୋଟି ପଞ୍ଚାୟତର ଜନସାଧାରଣମାନେ ଯାତାୟତ ପାଇଁ ତାରୋତଲ – ଓଳଗଦା ମହାନଦୀ ବନ୍ଧ ରାସ୍ତା ଉପରେ ନିର୍ଭର କରିଥାଆନ୍ତି। ଏବେ ରାସ୍ତା ମରଣ ଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ଦୈନନ୍ଦିନ ଛୋଟବଡ଼ ଦୂର୍ଘଟଣା ଘଟୁଥିବା ସୂଚନା ମିଳୁଛି। ଏହି ରାସ୍ତା ଦେଇ କୋଲର, ଗୋପାଳପୁର(ଶ), ଦାଇଁଲୋ, କନିମୂଳ, ବିଷନପୁର ଓ କୃଷ୍ଣାନନ୍ଦପୁର ପଞ୍ଚାୟତର ଶତାଧିକ ଜନସାଧାରଣ ଦୈନନ୍ଦିନ କୋର୍ଟକଚେରି, ଥାନା, ତହସିଲ, ବ୍ଲକ ସମେତ ବିଭିନ୍ନ କାର୍ଯ୍ୟପାଇଁ ଯାତାୟତ କରିଥାଆନ୍ତି। ରାସ୍ତାର ଉନ୍ନତିକରଣ ପାଇଁ ଟେଣ୍ଡର ପ୍ରିକ୍ରୟା ସରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ରାସ୍ତା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଦୁଇଦିନ ହେବ ବର୍ଷାହେବାଦ୍ୱାରା ରାସ୍ତାରେ ପାଣି ଜମିବାଦ୍ୱାରା ରାସ୍ତାରୁ ମେଟାଲ ଗୋଡ଼ି ବାହାରି ରାସ୍ତା ସାରା ବଡ଼ବଡ଼ ଖାଲ ଖମା ସୃଷ୍ଟି ହୋଇଥିବାରୁ ପଥଚାରୀଙ୍କ ଠାରୁ ଆରମ୍ଭକରି ଯାନବାହନ ଚଳାଚଳରେ ବାଧା ଉପୁଜୁଛି। ବିଭାଗୀୟ କତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବାପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
OSCAR-2019
ଜଣେ ବ୍ୟକ୍ତି ରାତିରେ ଶୋଇବା ବେଳେ ଭିନ୍ନ ଭିନ୍ନ ସ୍ୱପ୍ନ ଦେଖିଥାଏ । ଏଥି ମଧ୍ୟରୁ କେତେକ ସ୍ୱପ୍ନ ଶୁଭ ହୋଇଥାଏ ତ ଆଉ କେତେକ ଅଶୁଭ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏମିତି କେତୋଟି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ଆପଣ ଧନୀ ହେବେ ବୋଲି ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି ସ୍ୱପ୍ନ ଗୁଡିକ ବିଷୟରେ… କଥାରେ ଅଛି ଯେଉଁ ବ୍ୟକ୍ତିମାନେ ସ୍ୱପ୍ନରେ ଭଗବାନଙ୍କୁ ଦେଖନ୍ତି ସେମାନେ ବହୁତ ଭାଗ୍ୟବାନ । ସ୍ୱପ୍ନରେ ଭଗବାନଙ୍କୁ ଦେଖିଲେ ଆପଣଙ୍କୁ ସୁଖ ସମୃଦ୍ଧି ସହ ଧନ ଲାଭ ମଧ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଯଦି ଆପଣଙ୍କୁ ସ୍ୱପ୍ନରେ କୌଣସି ଅନ୍ଧାର ଘରର ଏକ କୋଣରେ ଏକ ଦୀପ ଜଲୁଥିବାର ଦେଖାଯାଏ ତାହାଲେ ଜାଣି ରଖନ୍ତୁ ବହୁତ ଶୀଘ୍ର ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଲାଭ ହେବାର ସମ୍ଭାବନା ରହିଛି। ସ୍ୱପ୍ନରେ ଯଦି ଆପଣଙ୍କ ଘରେ ମୁଷା ଦଉଡୁଥିବାର ଦେଖାଯାଏ ତାହେଲେ ଜାଣିରଖନ୍ତୁ ଅତିଶୀଘ୍ର ଆପଣଙ୍କୁ ଧନଲାଭ ହେବ ଓ ଆପଣ ଧନୀ ହେବାର ସଙ୍କେତ ଏହା ଦେଇଛି।
OSCAR-2019
ମୁମ୍ବାଇ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ ୍ମ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ସିନେମାରେ ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରୁଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ୍‌ ଖେର। ଏବେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ,ଏହି ସିନେମାରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ଭୂମିକାରେ କିଏ ଅଭିନୟ କରୁଛନ୍ତି। ଏହି ସିନେମାରେ ରାହୁଲ ଗାନ୍ଧିଙ୍କ ଚରିତ୍ରରେ ନଜର ଆସିବେ ଅର୍ଜୁନ ମାଥୁର। ଠିକ୍‌ ସେହିପରି ପ୍ରିୟଙ୍କା ଗାନ୍ଧିଙ୍କ ଭୂମିକା ନିଭାଇଛନ୍ତି ଆହାନା କୁମରା। ସୋସିଆଲ୍‌ ମିଡିଆରେ ପରଦାରେ ନଜର ଆସୁଥିବା ମନମୋହନ ସିଂହ,ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଚରିତ୍ର ନିଭାଉଥିବା କଳାକାରଙ୍କ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ସଂଜୟ ବାରୁଙ୍କ ରଚିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’ଉପରେ ଆଧାରିତ ଏହି ସିନେମା ଚଳିତ ବର୍ଷ ଡ଼ିସେମ୍ବର ୨୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଦିନ ଶାହରୁଖ୍‌ ଖାନ୍‌ ,କାଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମାଙ୍କ ‘ଜିରୋ’ ମଧ୍ୟ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।
OSCAR-2019
୭ ବର୍ଷ ପରେ ଧରା ପଡ଼ିଲା ଅଭିଯୁକ୍ତ; ଏକ ବର୍ଷରେ କରିଥିଲା ୩ଟି ବିବାହ, କିଏ ବ୍ୟାଙ୍କ ମ୍ୟାନେଜର ତ କିଏ ଥିଲେ ନର୍ସ | Sambad ନୋଏଡ଼ା : ୭ ବର୍ଷ ହେଲାଣି ୩ଟି ରାଜ୍ୟର ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଅପରାଧ କରି ଚାଲିଥିଲେ ଅଭିଯୁକ୍ତ । ଅଭିଯୁକ୍ତ ଏବଂ ତାଙ୍କର ଭଉଣୀ ମିଶି କୋଟି କୋଟି ଟଙ୍କା ଠକି ନେବା ସହ ଅନେକ ମହିଳାଙ୍କୁ ବିବାହ କରିଥିଲେ ଅଭିଯୁକ୍ତ । ୭ ବର୍ଷର ଉଦ୍ୟମ ପରେ ଶୁକ୍ରବାର ନୋଏଡ଼ା ପୁଲିସ ଅଭିଯୁକ୍ତ ତରୁଣ ଶର୍ମା ଏବଂ ତାଙ୍କ ଭଉଣୀ ଦୁର୍ଗାଂଶୁ ଶର୍ମାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ତରୁଣ ଶର୍ମା ମେରଠ,ନୋଏଡ଼ା,ଚଣ୍ଡିଗଡ଼,ଭୋପାଲ ଏବଂ ଇନ୍ଦୋରରେ ଅନେକ ମହିଳାଙ୍କୁ ବିବାହ କରି କୋଟି କୋଟି ଟଙ୍କା ଠକି ନେଇଥିଲେ । ଏହା ସହ ତରୁଣ ଅଧିକ ଟଙ୍କା ରୋଜଗାର ଆଶାରେ ଗୋଟିଏ ବର୍ଷରେ ୩ଥର ବିବାହ କରିଥିବା ମଧ୍ୟ ଜଣାପଡ଼ିଛି । ପ୍ରଥମେ ଅପ୍ରେଲ ୨୦୧୭ରେ ତରୁଣ ଜଣେ ନର୍ସଙ୍କୁ ବିବାହ କରିଥିବା ବେଳେ ୪ମାସ ପରେ ୪୦ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଏହା ପରେ ୨୦୧୮ରେ ଭୋପାଲର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ନିଜ ଜାଲରେ ଫସାଇ ବିବାହ କରିଥିଲେ ତରୁଣ । ତାଙ୍କ ଠାରୁ ୮-୧୦ଲକ୍ଷ ଟଙ୍କା ନେଇ ମେ ୨୦୧୮ରେ ତରୁଣ ନିଜ ଭଉଣୀ ସହ ଫେରାର ହୋଇ ଯାଇଥିଲେ । ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସେମାନଙ୍କ ପତ୍ତା ଲଗାଇ ପାରୁ ନଥିଲା ପୁଲିସ । ଶେଷରେ ଶୁକ୍ରବାର ତୃତୀୟ ସ୍ତ୍ରୀଙ୍କଠାରୁ କୋଟିଏ ଟଙ୍କା ନେଇ ଫେରାର ହେବାକୁ ବସିଥିବା ବେଳେ ନୋଏଡ଼ାର ସେକ୍ଟର-୭୧ରେ ପହଞ୍ଚିବା ପରେ ପୁଲିସ ଦୁଇ ଭାଇ-ଭଉଣୀଙ୍କୁ ଗିରଫ କରିଥିଲା । ଏହି ଠକେଇ ତରୁଣ ଏବଂ ତାଙ୍କୁ ଭଉଣୀ ୭ବର୍ଷ ହେଲା କରି ଆସୁଥିଲେ । ଅନେକ ମହିଳାଙ୍କୁ ଠକି ବିବାହ କରିବା ସହ ତାଙ୍କଠାରୁ ଟଙ୍କା ଆଣି ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଏବଂ ନ୍ୟୁଜ୍‌ ପୋର୍ଟାଲ ମଧ୍ୟ ଖୋଲିଥିଲେ ତରୁଣ । ଏତେ ସବୁ କରି ପୁଲିସ ୭ ବର୍ଷର ଉଦ୍ୟମ ପରେ ଶୁକ୍ରବାର ଗିରଫ କରିବାରେ ସଫଳ ହୋଇ ପାରିଛି ।
OSCAR-2019
କନକ ବ୍ୟୁରୋ : ଡାକ୍ତର ମଣିଷ ସମାଜ ପାଇଁ ଭଗବାନ ସଦୃଶ । କାରଣ ତାଙ୍କ ଯୋଗୁଁ ଦୁର୍ଲଭ ଜୀବନ ବଂଚିପାରୁଛି । ହେଲେ ଆମେ ଡାକ୍ତରଙ୍କ ଉପରେ ଯେତେ ବିଶ୍ୱାସ କରୁଛୁ, ସେମାନେ କ’ଣ ତାଙ୍କ କାମ ପ୍ରତି ସେତିକତ ଯତ୍ନଶୀଳ ? ଆଜିକାଲି ବିଭିନ୍ନ ସମୟରେ ଖବର ଆସୁଛି ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଆଜି ବି ଏମିତି ଏକ ଖବର ଆସିଛି । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଆସିଛି ଏକ ସାଂଘାତିକ ଅଭିଯୋଗ । ଦୁଇ ଡାକ୍ତରଙ୍କ କଳି ମଧ୍ୟରେ ଜଣେ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଗଁନ୍ଦିଆ ଅଂଚଳର ତ୍ରୈଲୋକ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଦୁଇ ଦିନ ତଳେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଓପିଡି ଡାକ୍ତର ଓ ମେଡିସିନ୍ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର ମଧ୍ୟରେ ରୋଗୀର ଚିକିତ୍ସାକୁ ନେଇ ବିବାଦ ଦେଖା ଦେଇଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେମାନଙ୍କ ଯୁକ୍ତିତର୍କ ଭିତରେ ରୋଗୀ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ତ୍ରୈଲୋକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଗାଁ ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ଦାବିରେ ଆନ୍ଦୋଳନ କରିଛନ୍ତି ଲୋକେ । ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରୁଥିବା ଜଣାପଡିଛି । ଚିକିତ୍ସାରେ ଅବହେଳା ଅଭିଯୋଗ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
OSCAR-2019
ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମହିଳାମାନଙ୍କୁ ନେଇ ଅଗ୍ରଣୀ ସେବା ସଂସ୍ଥା ଭଦ୍ରକ ଇନରହୁଇଲ କ୍ଲବର ଅଧିଷ୍ଠାନ ଦିବସ ସ୍ଥାନୀୟ ବାଲଗୋପାଲ ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଦାୟୀ ସଭାପତି ସ୍ମିତା ମହାନ୍ତି ଗତବର୍ଷର ସଫଳତା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ନୂତନ ସଭାପତି ପ୍ରଭାତୀ ଜେନାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ପରେ କ୍ଲବର ସମ୍ପାଦିକା ସ୍ନେହଲତା ବେହେରା, କୋଷାଧ୍ୟକ୍ଷା ବୀଣାପାଣି ପଣ୍ଡା ଓ ଆଇଏସଓ ଗାୟତ୍ରୀ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଥିଲେ। ନାରୀନେତ୍ରୀ ସୁରଜିତା ନାୟକ ଇନରହୁଇଲ କ୍ଲବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବାପରେ ·ରୁଲତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଇପ୍ସିତା ଜେନା ଇନରହୁଇଲ କ୍ଲବର ସେବାକାର୍ଯ୍ୟର ପ୍ରଶଂସା କରିବା ସହ ଅଧିକାର ସଚେତନତା ଓ ଆଭିମୁଖ୍ୟରେ ପରିବର୍ତ୍ତନ ହେଲେ ନାରୀ ସଶକ୍ତିକରଣ ସଫଳ ହେବ ବୋଲି ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ୍ ପ୍ରକାଶ ଚନ୍ଦ୍ର ଦାସ, ପ୍ରଫେସର ଝରଣା ପଟ୍ଟନାୟକ ଓ ଡା.ପ୍ରଭାସ କୁମାର ମହାନ୍ତି ସେବା ଓ ନାରୀ ସଶକ୍ତିକରଣ ଉପରେ ନିଜର ମତ ରଖିଥିଲେ। କ୍ଲବର ନୂତନ ସଦସ୍ୟା ଭାବେ ଦେବହୁତି ମହାପାତ୍ର, ପ୍ରଣତି ମଲ୍ଲିକ ଓ କାଦମ୍ବିନୀ ମହାନ୍ତି ଶପଥ ଗ୍ରହଣ କରିଥିଲେ। ଉତ୍ସବରେ କଥାକାର ପବିତ୍ର ପାଣିଗ୍ରାହୀ, ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀ ସୁଦର୍ଶନ ବାରିକ୍, ଭଦ୍ରକ ରୋଟାରି କ୍ଲବର ସଭାପତି ଅଜିତ ଦାସ, ବରିଷ୍ଠ ରୋଟାରିଆନ ସୀତାକାନ୍ତ ଦାସ, ଇଂ. ପ୍ରତାପ ଚନ୍ଦ୍ର ମହାନ୍ତି, ଅଭିଜିତ ନାୟକ, ବିଜୟ ମହାନ୍ତି, ମିଡଟାଉନ ରୋଟାରି କ୍ଲବର ବହୁ ସଦସ୍ୟ ଓ ଅନେକ ବୁଦ୍ଧିଜିବୀ ଯୋଗ ଦେଇଥିଲେ। ଭଦ୍ରକ ଇନରହୁଇଲି କ୍ଲବର ପରମଜୀତ କାଉର, ଅନୀମା ନାୟକ, ଡ. ପ୍ରଭାତ ନଳିନୀ ମହାପାତ୍ର, ପୁଷ୍ପାଞ୍ଜଳୀ ମିଶ୍ର, ଜୟଶ୍ରୀ ମହାପାତ୍ର ଓ ଅଂଜୁବାଳା ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ। ଶେଷରେ ପଲ୍ଳିଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବୃକ୍ଷରୋପଣ ପରିବେଶକୁ ଶାନ୍ତ ଓ କମନୀୟ କରିଥାଏ ଭଦ୍ରକ ସରକାରୀ ବାଳିକା ହାଇସ୍କୁଲରେ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
OSCAR-2019
:ଭୁବନେଶ୍ୱର ପିଏନ୍‌ବି ଆର୍‌ପିଆର୍‌ସି ଶାଖାର ନୂତନ ପରିସର ଉଦ୍‌ଘାଟିତ ହୋଇଯାଇଛି। ବ୍ୟାଙ୍କର କୋଲକାତା ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏଲ୍‌ କେ ମାଲ୍‌ହୋତ ଓ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ଗଣପତ ଲାଲ୍‌ଙ୍କ ଉପସ୍ଥିତିରେ ଏହି ପରିସରକୁ ଉଦ୍‌ଘାଟନ କରାଯାଇଛି। ଏହି ଅବସରରେ ଆର୍‌ପିଆର୍‌ସି ଶାଖାର ମୁଖ୍ୟ ପ୍ରବନ୍ଧକ, ପ୍ରତାପ କୁମାର ବଇରୀଗଞ୍ଜନ, ପୂର୍ବତନ ମହାପ୍ରବନ୍ଧକ ସୁଶାନ୍ତ କୁମାର ମହାନ୍ତି ଏବଂ ଦେବରାଜ ତ୍ରିପାଠୀ ଉପସ୍ଥିତ ଥିଲେ। ଏହି ଉପଲକ୍ଷେ ଶ୍ରୀ ଲାଲ୍‌ଙ୍କ ଦ୍ୱାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆର୍‌ପିଆର୍‌ସି କ୍ୟାମ୍ପସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ୟାରିସ୍‌: ୨୦୧୮ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଯୌନାବେଗ ବା ପାଶବିକ ଚିତ୍ରାବଳୀ, ଆତଙ୍କବାଦ ପ୍ରଚାର ବା ଘୃଣା ଉଦ୍ଦୀପକ ଭାଷଣ ଥିବା ପ୍ରାୟ ୩୦ ନିୟୁତ ପୋଷ୍ଟ୍‍କୁ ହଟାଇ ଦେବା ସହ ଚେତାବନୀ ଜାରି କରିଥିବା କଥା ମଙ୍ଗଳବାର ଦିନ କହିଛି ଫେସ୍‌ବୁକ୍‌। କେମ୍ପ୍ରିଜ୍‌ ଆନାଲିଟିକା ଡାଟା ପ୍ରାଇଭେସି ସ୍କାଣ୍ଡାଲ୍‌ ପରେ ସ୍ୱଚ୍ଛତା ରକ୍ଷା କରିବାକୁ ଦିଆ ଯାଇଥିବା ଆହ୍ଵାନର ଜବାବରେ ଫେସ୍‌ବୁକ୍‌ ତା’ର ‘କମ୍ୟୁନିଟି ଷ୍ଟାଣ୍ଡାର୍ଡ’ ଆଧାରରେ ଏଭଳି ବିଷୟବସ୍ତୁ ବିରୋଧରେ ବିସ୍ତତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌ ବ୍ୟବହାର କରି ଉନ୍ନତ ପ୍ରଯୁକ୍ତିବିଦ୍ୟା ସହାୟତାରେ ଫେସ୍‌ବୁକ୍‌ ଏଭଳି ବିଷୟବସ୍ତୁ ଥିବା ୩. ୪ ନିୟୁତ ପୋଷ୍ଟ୍‍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୨୦୧୭ ମସିହାର ଶେଷ ତିନି ମାସ ମଧ୍ୟରେ ଏଭଳି ପୋଷ୍ଟ୍‍ର ସଂଖ୍ୟା ପ୍ରାୟ ତିନି ଗୁଣ। ବ୍ୟବହାରକାରୀଙ୍କ ଡାଟାର ଅପବ୍ୟବହାର କରୁଥିବା ପ୍ରାୟ ୨୦୦ ଆପ୍‌କୁ ମଧ୍ୟ ସସ୍‌ପେଣ୍ଡ୍‌ କରାଯାଇଛି। ୭୩% ବଢ଼ିଥିବା ଆତଙ୍କବାଦ ପ୍ରଚାରର ବିଷୟବସ୍ତୁ ଥିବା ପ୍ରାୟ ୧.୯ ନିୟୁତ ପୋଷ୍ଟ୍‍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫେସ୍‌ବୁକ୍‌କୁ ସହାୟତା କରିଛି ଉନ୍ନତ ପ୍ରଯୁକ୍ତିବିଦ୍ୟା। ବିନା କୌଣସି ଚେତାବନୀରେ ଏ ସବୁକୁ ଉଡ଼ାଇ ଦିଆଯାଇଛି ବୋଲି ଫେସ୍‌ବୁକ୍‌ କହିଛି। ଫଟୋ ଚିହ୍ନଟ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଏହା ସମ୍ଭବ ହୋଇଛି। ପ୍ରାୟ ୨. ୫ ନିୟୁତ ଘୃଣ୍ୟ ଭାଷଣ ଥିବା ପୋଷ୍ଟ୍‍ ବିରୋଧରେ ମଧ୍ୟ ଫେସ୍‌ବୁକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ଅକ୍ଟୋବର-ଡିସେମ୍ବର ତୁଳନାରେ ଏହାର ଅଭିବୃଦ୍ଧି ପ୍ରାୟ ୫୬%। ପ୍ରାପ୍ତବୟସ୍କ ନଗ୍ନତା ଏବଂ ଯୌନକ୍ରିୟା ବିଷୟବସ୍ତୁ ଥିବା ପୋଷ୍ଟ୍‌ଗୁଡ଼ିକ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କୁ ବ୍ୟସ୍ତ ରଖୁଛି। ଏଭଳି ପ୍ରାୟ ୨୧ ମିଲିୟନ୍‌ ପୋଷ୍ଟ୍‍ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଭୁବନେଶ୍ୱର : ଘଣ୍ଟାଏ ବର୍ଷାରେ ରାଜଧାନୀ ଭୁବନେଶ୍ୱରରେ ହୋଇଗଲା ବନ୍ୟା । ଦେଶର ପ୍ରଥମ ସ୍ମାର୍ଟ ସିଟିଭାବେ ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରରେ ଭାସିଲା କାର, ବାଇକ ଓ ସାଇକେଲ । ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଅଞ୍ଚଳ ସୌଭାଗ୍ୟ ନଗର, ଇସ୍କନ ମନ୍ଦିର ଏବଂ ସିଆରପି ଛକରେ ଅସରାଏ ବର୍ଷାରେ ରାସ୍ତାରେ ଯାନ ବାହାନ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏବଂ ଭୁବନେଶ୍ୱରର ଏଭଳି ବନ୍ୟା ପରିସ୍ଥିତିକୁ ଲୋକମାନେ ଭିଡିଓ କରି ମୋବାଇଲରୁ ମୋବାଇଲ ଭାଇରାଲ କରୁଛନ୍ତି । ଜାତୀୟ ରାଜପଥରେ ଏଭଳି ବନ୍ୟା ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ରାଜଧାନୀବାସୀ । କାରଣ ଦେଶର ପ୍ରଥମ ସ୍ମାର୍ଟ ସିଟିରେ ଏଭଳି ଘଣ୍ଟାଏ ବର୍ଷା ହେବାରୁ ବନ୍ୟାଞ୍ଚଳ ରୂପରେ ପରିଣତ ହୋଇଛି । ଅନେକ ସ୍ଥାନରୁ ନିଷ୍କାସନ ହୋଇପାରୁ ନାହିଁ ବର୍ଷା ଜଳ । ବିଏମସି ତରଫରୁ ରାଜଧାନୀର ପ୍ରମୁଖ ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ପାଇଁ ଅନେକ ସମୟରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବର୍ଷା ଦିନରେ ସମସ୍ତ ଜଳ ନିଷ୍କାସନ ପଥ ଅବରୋଧ ହୋଇ ପଡୁଛି । ବିଶେଷ କରି ୱାଟର ଡ୍ରେନେଜ ବ୍ୟବସ୍ଥାର ରକ୍ଷଣା ବେକ୍ଷଣ କରିବାରେ ଅବହେଳା କରୁଛନ୍ତି ବିଏମସି କର୍ତ୍ତୁପକ୍ଷ ବୋଲି ଅଭିଯୋଗ କରିଛନ୍ତି ସାଧାରଣଲୋକ । ତେଣୁ ଘଣ୍ଟାଏ ବର୍ଷାରେ ଏଭଳି ଉପାନ୍ତ ଅଞ୍ଚଳ ଭଳି ରାଜଧାନୀରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବେଙ୍ଗାଲୁରୁ: ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା-ଏ ଦଳ ପ୍ରଥମ ଯୁବ ଟେଷ୍ଟ୍‍ରେ ପରାଜୟ ଦ୍ୱାରରେ ପହଞ୍ଚିଛି। ଅନ୍ୟପକ୍ଷରେ ଭାରତ ବିଜୟଠୁ ୬ ଓ୍ଵକେଟ୍‌ ଦୂରରେ ରହିଛି। ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳିର ସ୍କୋର୍‌ ୨୪୬ ଜବାବରେ ଭାରତ ୮ ଓ୍ଵିକେଟ୍‌ ବିନିମୟରେ ୫୮୪ ରନ୍‌ କରି ପାଳି ଘୋଷଣା କରିଥିଲା। ୩୩୮ ରନ୍‌ ପଛୁଆ ଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି ଆରମ୍ଭ କରି ପ୍ରଥମ ୩ ଓ୍ଵିକେଟ୍‌ ମାତ୍ର ୬ ରନ୍‌ରେ ହରାଇ ସଙ୍କଟରେ ପଡ଼ିଥିଲା। ମହମ୍ମଦ ସିରାଜ ବ୍ୟକ୍ତିଗତ ଭାବେ ୪ ଓ୍ଵିକେଟ୍‌ ଦଖଲ କରିଥିଲେ। ସୋମବାର ସୁଦ୍ଧା ଦକ୍ଷିଣ ଆଫ୍ରିକା (୯୯/୪) ୨୩୭ ରନ୍‌ ପଛରେ ରହିଛି।
OSCAR-2019
ଜଙ୍ଗଲରେ ଦଳେ ହାତୀ ଥାଆନ୍ତି । ଗଛର ଡାଳପତ୍ର ଖାଇ ଓ ପାହାଡ ଝରଣାରୁ ପାଣିପିଇ ସେମାନେ ଆନନ୍ଦରେ ଥାଆନ୍ତି । ଜଙ୍ଗଲର ପାଦଦେଶରେ ଏକ ପ୍ରକାଣ୍ଡ ପୋଖରୀ ଥାଏ । ତା’କୂଳ କିଆ ବୁଦା ଭିତରେ ଠେକୁଆମାନେ ବସାବାନ୍ଧି ଥିଲେ । ଖରାଦିନେ ଝରଣା ଶୁଖିଯିବାରୁ ହାତୀମାନେ ପାଣି ପିଇବା ପାଇଁ ପୋଖରୀକୁ ଆସିଲେ । ଯେତେବେଳେ ହାତୀପଲ ପୋଖରୀ ଭିତରକୁ ଯାଆନ୍ତି କିଆବୁଦା ଉପରେ ପାଦ ପକାଇ ଗଲାବେଳେ ଅନେକ ଠେକୁଆ ମୃତାହତ ହେଲେ । ହାତୀମାନଙ୍କର ଏହା ନିତିଦିନିଆ ଅଭ୍ୟାସ ପାଲଟିଗଲା । ସୁତରାଂ ଅନ୍ୟ ଠେକୁଆମାନେ ସେ ସ୍ଥାନ ଛାଡି ଅନ୍ୟତ୍ର ଚାଲିଗଲେ ସିନା ଶାନ୍ତିରେ ରହିପାରିଲେ ନାହିଁ । ଦିନେ ଠେକୁଆମାନଙ୍କର ଦଳପତି ଏକ ସଭା ଡକାଇଲେ । ସଭାରେ ସବୁ ଠେକୁଆଙ୍କୁ ସମ୍ବୋଧନ କରି କହିଲେ, “ହେ ମୋର ପ୍ରିୟ ସାଥୀମାନେ, ମୁଁ ଦୁଃଖିତ ଯେ ତୁମ୍ଭମାନଙ୍କର ଦଳପତି ହୋଇ ମଧ୍ୟ କିଛି ସୁରକ୍ଷା ଦେଇପାରିଲି ନାହିଁ । ଏଡେ ବଡବଡ ଜୀବ ସେମାନଙ୍କର ପାଦରେ ଦଳି ଆମ୍ଭମାନଙ୍କର ବସାକୁ ଖିନ୍ ଭିନ୍ କରିଦେଲେ ମଧ୍ୟ ଆମେ କିଛି କରିପାରିଲେ ନାହିଁ ବରଂ ଭୟରେ ଲୁଚି ରହିଛେ । ହେଲେ ଆମେ ଆଉ ଭୟଭୀତ ହୋଇ ରହିଲେ ଚଳିବ ନାହିଁ । ଏହି ବଡ ଜୀବମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମୁଁ ଉପାୟ ଚିନ୍ତା କରିଛି । ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ହେବ ।”
OSCAR-2019
ଖଣ୍ଡଗିରି: ଚାଳକମାନଙ୍କୁ ଖଣ୍ଡାରେ ହାଣି ରାଜଧାନୀରୁ କାର୍‌ ଓ ବାଇକ୍‌ ଲୁଟ୍‌ କରି ଆତଙ୍କ ଖେଳାଇଥିବା କୁଖ୍ୟାତ୍‌ କ୍ରିଷ୍ଣା ଦାସ ଓରଫ୍‌ ମହାନ୍ତି(୨୪) ଓ ବରୁଣ ପାତ୍ର(୨୧)କୁ ଖଣ୍ଡଗିରି ଥାନା ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କଠାରୁ ପୁଲିସ ୭ଟି ବାଇକ୍‌, ୨ଟି କାର୍‌ , ୧୦ଟି ମୋବାଇଲ୍‌ ଓ ୨ଟି ରକ୍ତ ଭିଜା ଖଣ୍ଡା ଜବତ କରିଛି। କ୍ରିଷ୍ଣାର ନିଜ ଘର ସୋନପୁର ଜିଲ୍ଲା ସୁବଳୟା ଥାନା ଗୋଡ଼ିପଲ୍ଲୀରେ ଓ ସେ ଡୁମୁଡୁମାରେ ରହି ଏକ କ୍ୟାବ୍‌ ସଂସ୍ଥାର କାର୍‌(ଓଡି୦୨ୟୁ-୦୭୯୬) ଚଳାଉଥିଲା ଓ ଉକ୍ତ କାର୍‌ ସାହାଯ୍ୟରେ ଲୁଟ୍‌ କରୁଥିଲା। ବରୁଣର ଘର ଗଞ୍ଜାମ ଜିଲ୍ଲା ଆସ୍କା ଥାନା ମୁଣ୍ଡମୁରେଇ ଓ ସେ ଡୁମୁଡୁମା ରଘୁନାଥନଗରରେ ରହୁଥିବାବେଳେ ଆଇଗିଣିଆ ଛକରେ ଏକ ମୋବାଇଲ୍‌ ଦୋକାନ କରିଛି। ଉପରକୁ ମୋବାଇଲ୍‌ ବେପାର କିନ୍ତୁ ଭିତରେ ଗାଡ଼ି ଲୁଟ୍‌ ଥିଲା ବରୁଣର ମୁଖ୍ୟ ବେପାର। ମାତ୍ର ମାସକ ଭିତରେ ଏହି ଦୁଇ ଜଣ ଖଣ୍ଡଗିରି, ନୂଆପଲ୍ଲୀ, ଜଟଣୀ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ୮ଟି ଲୁଟ୍‌ କରିଥିବା ପୁଲିସ ସୂଚନା ଦେଇଛି। ଏମାନେ ଗାଡ଼ି ଚାଳକମାନଙ୍କୁ ବଡ଼ ନିର୍ଦୟଭାବେ ହାଣି ପକାଇଥିବା ଜଣାପଡ଼ିଛି। ଗତ ମେ ୨୫ ତାରିଖରୁ ଏହି ଦୁଇ ଜଣ ରାଜଧାନୀରେ ଅଧିକ ସକ୍ରିୟ ହୋଇପଡ଼ିଥିବା ଜଣାପଡ଼ିଥିଲେ। ଫର୍ଚ୍ୟୁନ୍‌ ଟାଓ୍ଵାର ନିକଟରୁ ସେମାନେ ଜଣେ ବାଇକ୍‌ ଚାଳକଙ୍କୁ ଖଣ୍ଡାରେ ହାଣି ଏକ ନୀଳରଙ୍ଗର ହର୍ନେଟ୍‌ ଲୁଟି ନେଇଥିଲେ। ପରେ ପରେ ସେମାନେ ବରମୁଣ୍ଡା ଓଭରବ୍ରିଜ୍‌, ଘାଟିକିିଆ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ନୂଆପଲ୍ଲୀ, ସିଆର୍‌ପି ଛକରୁ ଗାଡ଼ି ଲୁଟ୍‌ କରିଥିଲେ। ପାଞ୍ଚ ପାଞ୍ଚଟି ମାମଲା ପରେ କମିସନରେଟ୍‌ ପୁଲିସର ନିଦ ହଜି ଯାଇଥିଲା। ତେଣୁ ସ୍ପେସାଲ୍‌ ସ୍କ୍ଵାଡ୍‌ ଏହି ଦୁଇ ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଥିଲା। ଗତ ୫ ତାରିଖରେ ଏମାନେ ଭରତପୁରରେ ରହୁଥିବା ଉବେର କାର୍‌(ଓଡି୦୨ଏଡି-୮୫୫୭) ମାଲିକ ବନେଶ ମହାକୁଡ଼ଙ୍କ ହାତକୁ ହାଣି କାର୍‌ ନେଇ ପାର୍‌ ହୋଇ ଯାଇଥିଲେ। ୭ ତାରିଖ ସକାଳେ ଗଙ୍ଗପଡ଼ା ଛକରେ ଭଂଜନଗରର ଶୁଭାଶିଷ ନାୟକଙ୍କୁ ହାଣି ତାଙ୍କ ଆକ୍ଟିଭା ଲୁଟି ନେଇଥିଲେ। ବନେଶ ଓ ଶୁଭାଶିଷଙ୍କ ସୂଚନା ପୁଲିସକୁ ଏହି ଦୁଇ ଜଣଙ୍କ ପାଖରେ ପହଞ୍ଚିବାକୁ ସୁରାକ୍‌ ଯୋଗାଇଥିଲା। ଅନ୍ୟ ଲୁଟ୍‌ଗୁଡ଼ିକ ବିଳମ୍ବିତ ରାତିରେ ହୋଇଥିବାରୁ ଲୁଟ୍‌ର ଶିକାର ହୋଇଥିବା ଯୁବକମାନେ ଲୁଟେରା ଦ୍ୱୟଙ୍କ ହୁଲିଆ ବତାଇ ପାରି ନଥିଲେ। ମାତ୍ର ଉବେର୍‌ କାର୍‌ ମାଲିକ ବନେଶ ଓ ଶୁଭାଶିଷ ସକାଳୁ ସକାଳୁ ଲୁଟ୍‌ର ଶିକାର ହୋଇଥିବାରୁ ସେମାନେ କ୍ରିଷ୍ଣାର ହୁଲିଆ କହି ପାରିଥିଲେ। କାର୍‌ ଚଳାଉଥିବା ଯୁବକଟିର ସମ୍ମୁଖ ଗୋଟିଏ ଦାନ୍ତ ଭଙ୍ଗା ବୋଲି ସେମାନେ ପୁଲିସକୁ ସୂଚନା ଦେଇଥିଲେ। ଏହି ଭଙ୍ଗା ଦାନ୍ତିଆ ଚୋରକୁ ପିଛା କରି କରି ପୁଲିସ ଶେଷରେ ସହିଦନଗର ଥାନାରୁ କ୍ରିଷ୍ଣାର ଇତିହାସ ଜାଣିବାକୁ ପାଇଥିଲା ଓ ପରେ ସେ ବି ଉକ୍ତ କ୍ୟାବ୍‌ ସଂସ୍ଥାର କାର୍‌ ଚଳାଉଛି ବୋଲି ଜାଣିବାକୁ ପାଇ ତାକୁ ପିଛା କରିଥିଲା। ସେତେବେଳେ କ୍ରିଷ୍ଣା କନ୍ଧମାଳରେ ଥିଲା। ଲୁଟ୍‌ ଗାଡ଼ିକୁ ବିକିବା ପାଇଁ ସେ ଓ ବରୁଣ କନ୍ଧମାଳରେ ଡେରା ପକାଇଥିଲେ। ି ସ୍ପେସାଲ୍‌ ସ୍କ୍ଵାଡ୍‌ ଓ ଖଣ୍ଡଗିରି ଥାନା ପୁଲିସ କନ୍ଧମାଳ ଯାଇ କ୍ରିଷ୍ଣାକୁ କାବୁ କରିଥିଲେ। ପୂର୍ବରୁ ଖଣ୍ଡଗିରି ଥାନା ପୁଲିସ ପିଣ୍ଟୁ ଦିଗାଲ୍‌ ଓ ଦୀପୁ ସାହୁ ଭଳି କୁଖ୍ୟାତ୍‌ ବାଇକ୍‌ ଲୁଟେରାଙ୍କୁ ଗିରଫ କରିଥିଲା। କିନ୍ତୁ ସେମାନେ ଏତେ ଭୟଙ୍କର ନଥିଲେ। ମାତ୍ର କ୍ରିଷ୍ଣା ଓ ବରୁଣ ବଡ଼ ଭୟଙ୍କର। ସେମାନଙ୍କଠାରୁ ଜବତ ହୋଇଥିବା ଖଣ୍ଡା ସ୍ୱତନ୍ତ୍ରଭାବେ ତିଆରି। ସେଥିରେ ଭଲ ପିତଳ ମୁଠା ଲାଗିଥିବାବେଳେ ଦୁଇ ପଟ ଧାର ରହିଛି। ଏହାକୁ ବରୁଣ ବରାଦ କରି ଗଞ୍ଜାମରୁ ମଗାଇଥିବା ପୁଲିସ ଆଗରେ ମାନିଛି। ପୁଲିସ ସୂଚନାନୁସାରେ ବରୁଣ ପାତ୍ରର ବଡ଼ ଭାଇ ଅରୁଣ ଜଣେ ଜଣାଶୁଣା ବାଇକ୍‌ ଲୁଟେରା। ରାଜଧାନୀର ବିଭିନ୍ନ ଥାନାରୁ ସେ ଏଭଳି ମାମଲାରେ ଗିରଫ ହୋଇଛି। ତେଣୁ ବାଇକ୍‌ ଲୁଟିବା ପରେ କେଉଁଠି କିଭଳି ବିକ୍ରି କରିହେବ, ତାହା ସେମାନେ ଅରୁଣଠାରୁ ପାଇଥିବା ଜଣାପଡ଼ିଛି। ତେବେ କ୍ରିଷ୍ଣାର ଘର ସୋନପୁର ହୋଇଥିବାରୁ ସେ ବି ବୌଦ୍ଧ ଆଦି ଅଞ୍ଚଳର କିଛି ଚୋରା ବାଇକ୍‌ ବିକ୍ରି ଏଜେଣ୍ଟଙ୍କୁ ଜାଣିଥିବା ପୁଲିସ ନିକଟରେ ମାନି ଯାଇଛି। ହନେ୍‌ର୍ଟ୍‌, ଗ୍ଲାମର୍‌ ଓ ପଲ୍‌ସର ଭଳି ସ୍ପିଡ୍‌ ବାଇକ୍‌କୁ ଚୋରା ଗଞ୍ଜେଇ ବେପାରୀମାନେ ଶସ୍ତାରେ କିଣୁଥିବା ଜଣାପଡ଼ିିଛି। ତେବେ ପୁଲିସ ଚଢ଼ଉ ବାବଦରେ ଜାଣିବା ପରେ ସେମାନେ ବଡ଼ ଚତୁରତାର ସହ କିଣିଥିବା ବାଇକ୍‌ ସବୁକୁ ଛାଡ଼ିଦିଅନ୍ତି।
OSCAR-2019
ପୁରୀ:୧୧/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଶ୍ରୀଗୁଣ୍ଡିଚା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରକୁ ସଂପୂର୍ଣ୍ଣ ନିଶାମୁକ୍ତ ରଖିବାକୁ ଦାବି କରିଛି ମିଳିତ ଓଡ଼ିଶା ନିଶା ନିବାରଣ ମଂଚ। ଏନେଇ ମଙ୍ଗଳବାର ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ଆୟୁର୍ବେଦ ଦେଓ, କୃଷ୍ଣଜଗ ଦେବ, ଅପର୍ଣ୍ଣା ନାୟକ ଓ ବାସନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଶୋଭାଯାତ୍ରା ବାହାରି କଚେରୀ ନିକଟକୁ ଯାଇଥିଲା। କଚେରୀ ଠାରେ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରକୁ ସଂପୂର୍ଣ୍ଣ ନିଶାମୁକ୍ତ ରଖିବା ପାଇଁ ଅଭିଯାନର କର୍ମକତାମାନେ ଦାବି ଜଣାଇଥିଲେ।ଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଭକ୍ତମାନଙ୍କ ନରାପତା ଓ ସୁରକ୍ଷା ଦୃଷ୍ଟିରୁ ପୁରୀ ସହର ଓ ଆଖପାଖ ଅଂଚଳରେ ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବାକୁ କର୍ମକତାମାନେ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଖଗେଶ୍ୱର ନନ୍ଦ, ଅର୍ଜୁନ ସାମନ୍ତରାୟ, ନିରୁପମା ମହାପାତ୍ର, ବାଣୀ ମଂଜରୀ ଦାସ, ଛାୟାକାନ୍ତ ନାୟକ, କବିତା ରାଣୀ ପରିଡ଼ା, ଅରୁଣା ସାମନ୍ତରାୟ, ଝୁନା ନାୟକ, ବାହାନ ପରିଡ଼ା ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
OSCAR-2019
ଏବେ ବର୍ଷା ଋତୁ ଚାଲିଛି। ଏହି ସମୟରେ ଖାଦ୍ୟପେୟରେ ଅସୁବିଧା ହେଲେ ପେଟ ଖରାପ ହୋଇଥାଏ। ତେଣୁ ବର୍ଷାଦିନେ ଖାଦ୍ୟ ନେଇ ସତର୍କ ରହିବାକୁ ପଡ଼ିଥାଏ । କାରଣ ତାହା ନ ହେଲେ ଆପଣ ଅସୁସ୍ଥ ହୋଇପାରନ୍ତି। ବିଶେଷ କରି ଏହି ଋତୁରେ ଖାଦ୍ୟପାନୀୟ ପ୍ରତି ଅଧିକ ଯତ୍ନବାନ୍‌ ରହିବାକୁ ପଡ଼ିବ। ଏଣୁ ଆସନ୍ତୁ ଜାଣିବା ବର୍ଷାଋତୁରେ କ’ଣ ସବୁ ଖାଇବା ଉଚିତ ଓ କାହିଁକି? ପ୍ରଥମ କଥା ହେଲା ଯେ, ବର୍ଷା ଋତୁରେ ଲୁଣିଆ ଜିନିଷ ଅଧିକ ମାତ୍ରାରେ ଖାଇବା ଉଚିତ। ଯେମିତିକି ଲୁଣି ବିସ୍କୁଟ୍‌, ଲୁଣିଆ ତରକାରି ଇତ୍ୟାଦି। ବର୍ଷା ଋତୁରେ ଗ୍ୟାସ୍‌ଟ୍ରିକ୍‌ ,ବଦହଜମି ଭଳି ପେଟ ସମସ୍ୟା ଦେଖା ଦେଇଥାଏ। ଏଣୁ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ଯଥା ସମ୍ଭବ ବାହାରର ଖାଦ୍ୟଠାରୁ ଦୂୂରେଇ ରହିବାକୁ ଚେଷ୍ଟା କରନ୍ତୁ। ନିଜର ଖାଦ୍ୟରେ ଭିଟାମିନ୍‌ ଇ ଓ ଓମେଗା-୩ କୁ ସାମିଲ୍‌ କରନ୍ତୁ। ଲେମ୍ବୁ,କମଳା,ଅଁଳା ଓ ପିଜୁଳି ଆଦି ଭିଟାମିନ୍‌ରେ ଭରପୂର। ଏସବୁ ଫଳ ସେବନ କରିଲେ,ଅସୁସ୍ଥତାର ଆଶଙ୍କା କମିଯିବ। ଖାଲିସେତିକି ନୁହେଁ,ଏସବୁ ଖାଇଲେ ତ୍ୱଚାରେ ଚମକ ଆସିଥାଏ। ଭୁବନେଶ୍ୱର : ରାଜ୍ୟ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଠାରୁ ଆରମ୍ଭ ହୋଇଛି। ଆଜି ସକାଳେ ଦଳର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀମାନଙ୍କ ବୈଠକ ପରେ ଅପରାହ୍ନରେ କାର୍ଯ୍ୟକାରିଣୀ ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଓ ସାମ୍ପ୍ରତ୍ତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ନେଇ ପ୍ରସ୍ତୁତି କରାଯାଇଥିଲା। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ) ସୌଦାନ ସିଂହ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟତଃ ମହିଳା ସୁରକ୍ଷା ଯାତ୍ରା ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଆଲୋଚନା ହୋଇଥିଲା। ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସୁରକ୍ଷା ଯାତ୍ରାରେ ମହିଳାମାନଙ୍କୁ ସଚେତନ କରାଯାଉଛି। ଏହି ଯାତ୍ରାର ଜନଗ୍ରହଣୀୟତା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆସନ୍ତା ୨୬ ତାରିଖରେ ୪ ବର୍ଷ ପୂରଣ କରୁଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ କଟକ ଆସି ବିକାଶର ଚିଠା ରଖିବେ। ଏଥିରୁ କେନ୍ଦ୍ର ସରକାର ଓଡ଼ିଶାର ବିକାଶ କଥା ଚିନ୍ତା କରୁଥିବା ସ୍ପଷ୍ଟ ହୋଇଛି। ସମାବେଶକୁ କିପରି ସଫଳ କରାଯିବ, ସେ ନେଇ ଆଲୋଚନା ହୋଇଥିଲା। ରାଜ୍ୟର ସବୁ ସ୍ଥାନରୁ ଏଠାକୁ ଲୋକ ଆସି ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଶୁଣିବାର ବନ୍ଦୋବସ୍ତ କରାଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି। ବୈଠକରେ ଭୂମିହୀନ ଆଦିବାସୀଙ୍କୁ ଜମି ଦିଆ ନ ଯିବା, ଜଳସେଚନ ଅଭାବ, ନକଲି କୀଟନାଶକ ଔଷଧ ବିତରଣ, ଚାଷୀଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ନ ମିଳିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ଆସନ୍ତାକାଲି କାର୍ଯ୍ୟକାରିଣୀ ବୈଠକ ଉଦ୍‌ଯାପିତ ହେବ। ଭୁବନେଶ୍ୱର: ରାଜ୍ୟକୁ ଆସିଛି ଭେଜାଲ ସାଲାଇନ୍‌। ରାଜ୍ୟ ଔଷଧ ନିଗମ ଜରିଆରେ ‘ନିରାମୟ’କୁ ଯୋଗାଣ ପାଇଁ ଆସିଥିବା ସାଲାଇନ୍‌ ନିମ୍ନମାନର ବୋଲି ଜଣାପଡ଼ିଛି। ଏ ନେଇ ନିଗମ ପକ୍ଷରୁ ସଂପୃକ୍ତ କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହିତ କଳାତାଲିକାଭୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଫଳରେ ଆସନ୍ତା ୩ବର୍ଷ ପାଇଁ ଏହି କମ୍ପାନି ନିଗମର କୌଣସି ଟେଣ୍ଡର୍‌ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ ନାହିଁ ବୋଲି ଜଣାପଡ଼ିଛି। ତେବେ ଏହି ନିମ୍ନମାନର ସାଲାଇନ୍‌ କୌଣସି ଡାକ୍ତରଖାନାକୁ ଯୋଗାଣ ହୋଇ ନ ଥିବା ଔଷଧ ନିଗମ ପକ୍ଷରୁ କୁହାଯାଇଛି। ୨୦୧୬/୧୭ବର୍ଷରେ ‘ନିରାମୟ’କୁ ସାଲାଇନ୍‌ ଯୋଗାଇବା ପାଇଁ ଟେଣ୍ଡର୍‌ ହୋଇଥିଲା। ଏଥିରେ ୫୦୦ ମିଲି ସାଲାଇନ୍‌ ପାଇଁ ଗୁଜୁରାଟର ଏକ୍ୟୁଲାଇଫ ନାମକ ଏକ କମ୍ପାନି ଟେଣ୍ଡର ନେଇଥିଲା। ଏହି କମ୍ପାନିକୁ ଆଇ ଭି କମ୍ପାଉଣ୍ଡ ସୋଡିୟମ ଲାକ୍ଟେଟ୍‌(ରିଞ୍ଜର୍ସ ଲାକ୍ଟେଟ୍‌) ସହିତ ଆଇ ଭି ଡେକ୍ସଟ୍ରୋଜ୍‌ ଏବଂ ସୋଡିୟମ କ୍ଲୋରାଇଡ୍‌ ଯୋଗାଇବା ପାଇଁ ଟେଣ୍ଡର ନେଇଥିଲା। ତେବେ ଏକ୍ୟୁଲାଇଫ୍‌ କମ୍ପାନି ପକ୍ଷରୁ ଗତବର୍ଷ ପ୍ରସ୍ତୁତ ହୋଇଥିବା ସାଲାଇନ୍‌ର ୭ଟି ବ୍ୟାଚ୍‌ ନିମ୍ନମାନର ବା ଏନ୍‌ଏସକ୍ୟୁ ଆସିଥିବା ନିଗମ ପକ୍ଷରୁ ପରୀକ୍ଷା ସମୟରେ ଜଣାପଡ଼ିଥିଲା। ସାଲାଇନର ଅବଧି ସୀମା ବା ଏକ୍ସପ୍ୟାରି ତାରିଖ ୨୦୨୦ ମସିହା ପର୍ଯ୍ୟନ୍ତ ରହିଥିଲେ ହେଁ, ଏଥିରେ ଆବଶ୍ୟକ ଔଷଧୀୟ ସାମଗ୍ରୀ ଯଥେଷ୍ଟ କମ୍‌ ରହିଥିବା ପରୀକ୍ଷାରେ ସାମ୍ନାକୁ ଆସିଥିଲା। ଗତ ୩/୪ ମାସ ତଳେ ଏହି ନିମ୍ନମାନର ସାଲାଇନ୍‌ ସଂପର୍କରେ ନିଗମ କର୍ତୃପକ୍ଷ ଜାଣିବାକୁ ପାଇଛନ୍ତି। ରାଜ୍ୟ ଔଷଧ ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଗମକୁ କୌଣସି ଔଷଧ ଆସିବା ପରେ ପ୍ରଥମେ ଏହାର ପରୀକ୍ଷା କରାଯାଇଥାଏ। ଗୁଜୁରାଟ ଏକ୍ୟୁଲାଇଫ୍‌ କମ୍ପାନି ଏହି ସାଲାଇନ୍‌ ରାଜ୍ୟକୁ ଆସିବା ପରେ ଏହାର ପରୀକ୍ଷା କରାଯାଇଥିଲା। ଗୋଟିଏ ପରୀକ୍ଷାଗାରରେ ଏହା ନିମ୍ନମାନର ବୋଲି ଜଣାପଡ଼ିବା ପରେ ଆଉ ଏକ ଏନ୍‌ଏବିଏଲ୍‌ ପରୀକ୍ଷାଗାରକୁ ପଠାଯାଇଥିଲା। ସେଠାରେ ମଧ୍ୟ ଏହି କମ୍ପାନିର ସାଲାଇନ୍‌ ନିମ୍ନମାନର ବୋଲି ସ୍ପଷ୍ଟ ହୋଇଥିଲା। କମ୍ପାନିର ଏକାଧିକ ବ୍ୟାଚ୍‌ର ସାଲାଇନ୍‌ ନିମ୍ନମାନର ରହିଥିଲା। ୨ରୁ ଅଧିକ ବ୍ୟାଚ୍‌ର ଔଷଧ ନିମ୍ନମାନର ରହିଲେ ନିଗମ ପକ୍ଷରୁ ଏହାକୁ କଳାତାଲିକାଭୁକ୍ତ କରିବା ପାଇଁ ନିୟମ ଥିବାରୁ ଏହି ଆଧାରରେ କମ୍ପାନିକୁ କଳାତାଲିକାଭୁକ୍ତ କରାଯାଇଛି। ଏହି କମ୍ପାନିର କୌଣସି ସାଲାଇନ୍‌ ଡାକ୍ତରଖାନାକୁ ଯୋଗାଣ ହୋଇନାହିଁ। ଏକ୍ୟୁଲାଇଫ୍‌ କମ୍ପାନି ବ୍ୟତିତ ଅନ୍ୟ କମ୍ପାନିମାନେ ମଧ୍ୟ ରାଜ୍ୟରେ ସାଲାଇନ୍‌ ଯୋଗାଉଛନ୍ତି। ତେଣୁ ରାଜ୍ୟରେ ସାଲାଇନ୍‌ର ଅଭାବ ହେବ ନାହିଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
OSCAR-2019
ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିଚାଳନା ସଂପର୍କିତ ବିଭିନ୍ନ ପ୍ରସଙ୍ଗର ଅନୁଧ୍ୟାନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ଙ୍କ ପ୍ରସ୍ତାବିତ ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୩୧ ତାରିଖ ପରିବର୍ତ୍ତେ ଆମିକସକ୍ୟୁରୀ ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ପୁରୀ ଆସିବେ। ପ୍ରକାଶଥାଉକି, ପୁରୀ ଗସ୍ତ ସମୟରେ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ ଶ୍ରୀମନ୍ଦିର ପରିଚାଳନା ସଂପର୍କିତ ବିଭିନ୍ନ ପ୍ରସଙ୍ଗଗୁଡିକର ଅନୁଧ୍ୟାନ କରିବା ସହିତ ସମସ୍ତ ପକ୍ଷଙ୍କ ମତ ନେବାର ଅଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଆମିକସ୍‌କ୍ୟୁରୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରୁ ଅଧିକାଂଶ ବ୍ୟକ୍ତି ବର୍ତମାନ ପୁରୀରେ ନଥିବାରୁ ଆମିକସ୍‌କ୍ୟୁରୀ ସେପ୍ଟେମ୍ବର ୧୦ ପରେ ପୁରୀ ଗସ୍ତ କରିବେ ବୋଲି ଜଣାପଡିଛି। ଆସନ୍ତା ମାସ ୫ ତାରିଖରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିଚାଳନା ସଂପର୍କିତ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ସେଦିନ ଆମିକସକ୍ୟୁରୀଙ୍କ ପକ୍ଷରୁ କୋର୍ଟରେ ରିପୋର୍ଟ ଦାଖଲ କରିବା ପାଇଁ ସମୟ ଲୋଡାଯିବ। ଜୁଲାଇ ୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା ଉପରେ ଏକ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ପୁରୀ ଜିଲ୍ଲା ଜଜ୍‌ଙ୍କ ରିପୋର୍ଟକୁ କାର୍ଯ୍ୟକାରୀ କରିବା ସହିତ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଆମିକସକ୍ୟୁରୀଙ୍କୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସୁପ୍ରିମ୍‌କୋର୍ଟରେ କୌଣସି ପକ୍ଷଙ୍କ ଦ୍ୱାରା ଏ ସଂପର୍କିତ ରିପୋର୍ଟ ଅଦ୍ୟାବଧି ଦାଖଲ କରାଯାଇନାହିଁ।
OSCAR-2019
ଭୁବନେଶ୍ୱର: ଟିଭିଏସ୍‌ ମୋଟର କଂପାନି ପକ୍ଷରୁ ଜୁଲାଇ ୨୬ ତାରିଖରେ ଏହାର ସମସ୍ତ ଟଚ୍‌ ପଏଣ୍ଟ୍‌ରେ କାର୍ଗିଲ୍‌ ବିଜୟ ଦିବସ ପାଳନ କରାଯିବ। ଏହା ପୂର୍ବରୁ କଂପାନି ପକ୍ଷରୁ କାର୍ଗିଲ୍‌ କଲିଂ-ରାଇଡ୍‌ ଫର୍‌ ଦି ରିଅଲ୍‌ ଷ୍ଟାରସ୍‌’ ଅଭିଯାନ ବିଷୟରେ ଘୋଷଣା କରାଯାଇଛି।
OSCAR-2019
ମୁମ୍ବାଇ: ମେଟାଷ୍ଟେଟିକ୍‌ କ୍ୟାନ୍‌ସରରେ ପୀଡ଼ିତା ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ପାଇଁ ଏବେ ତାଙ୍କ ୧୩ ବର୍ଷୀୟ ପୁଅ ରଣବୀର ସାଜିଛି ଶକ୍ତିର ଉତ୍ସ। ବୟସରେ ଏତେ ସାନ ହୋଇଥିଲେ ହେଁ ଏଭଳି ଖରାପ ସମୟରେ ଭାଙ୍ଗି ନ ପଡ଼ି ସେ ନିଜକୁ ସମ୍ଭାଳିବା ସହିତ ନିଜ ମାଆଙ୍କର ଯତ୍ନ ନେଉଛନ୍ତି। ଏ କଥା ନିଜେ ସୋନାଲି ଏକ ସଦ୍ୟ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ସେୟାର କରିଛନ୍ତି। ସେ କହିଛନ୍ତି, ମୁଁ କ୍ୟାନ୍‌ସରରେ ପୀଡ଼ିତ ହେବା ଖବର ସମ୍ପର୍କରେ ଯେମିତି ପୁଅ ରଣବୀର ନ ଜାଣୁ ସେଥିପାଇଁ ଆମେ ସଜାଗ ରହିଥିଲୁ। କିନ୍ତୁ ପରେ ତାକୁ ଜଣାଇବାକୁ ଉଚିତ ମଣିଥିଲୁ। ଖବର ପାଇବା ପରେ ସେ ଆଦୌ ବିଚଳିତ ନ ହୋଇ ମୋ ପାଇଁ ଶକ୍ତିର ଉତ୍ସ ସାଜିଥିଲା। ଏହା ମୋ ପାଇଁ ବେଶ୍‌ ସକାରାତ୍ମକ ସାବ୍ୟସ୍ତ ହୋଇଛି। ଆଗକୁ ଏହି ଶକ୍ତି ଦ୍ୱାରା କ୍ୟାନ୍‌ସର ସହ ଲଢ଼ିବି। ଏମିତି କି ରଣବୀର ବେଳେବେଳେ ବଡ଼ଲୋକଙ୍କ ଭଳି ପରାମର୍ଶ ବି ଦେଉଛି। ତେଣୁ ପ୍ରତ୍ୟେକ ପିତାମାତା ନିଜ ସନ୍ତାନଙ୍କୁ ସବୁଥିରେ ସାମିଲ କରିବା ସହ ସେମାନଙ୍କ ସହିତ ଅଧିକ ସମୟ ବିତାଇବା ଉଚିତ ବୋଲି ଭାବୁଛି। ସୋନାଲିଙ୍କର ଏହି ଆବେଗାତ୍ମକ ପୋଷ୍ଟ ଏବେ ଭାଇରାଲ୍‌ ହେବାରେ ଲାଗିଛି। ନୂଆଦିଲ୍ଲୀ:: ଆସନ୍ତା ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୫ ତାରିଖ ଯାଏ ଇଂଲଣ୍ଡରେ ମହିଳା ବଶ୍ୱ କପ୍‌ ହକି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍‌ଟରେ ଭାଗନେବାକୁ ଯାଉଥିବା ୧୮ ଜଣିଆ ଭାରତୀୟ ମହିଳା ହକି ଦଳର ନାମଅାଜି ଘୋଷଣା କରାଯାଇଛି। ଦଳର ନେତୃତ୍ୱ ପରଓ୍ଵାର୍ଡ ଖେଳାଳୀ ରାଣୀ ରାମପାଲ ନେଉଥିବା ବେଳେ ଏହି ସ୍କ୍ଵାଡ୍‌ରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଆଜି ଘୋଷଣା ହୋଇଥିବା ଭାରତୀୟ ହକି ଟିମ୍‌ରେ ଭରସା ଯୋଗ୍ୟ ମହିଳା ଡିଫେଣ୍ଡର ସୁନୀତା ଲାକ୍ରା ଓ ଦୀପଗ୍ରେସ ଏକ୍କା ସ୍ଥାନ ପାଇଥିିବା ବେଳେ ମିଡ ଫିଲ୍‌ଡର ନମିତା ଟପ୍ପୋ, ଲିଳିମା ମିଞ୍ଜ ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି। ଭାରତ ବିଶ୍ୱକପ୍‌ର ପୁଲ ବି ରେ ଇଂଲଣ୍ଡ, ଆମେରିକା ଓ ଆୟାରଲ୍ୟାଣ୍ଡ ସହିତ ସ୍ଥାନ ପାଇଛି।
OSCAR-2019
ଏକଜିଟ ପୋଲ୍ : କର୍ଣ୍ଣାଟକରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ, ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନେବ ଜେଡିଏସ୍ | Sambad ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ଏହି ନିର୍ବାଚନ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । କର୍ଣ୍ଣାଟକ ପରି ଏକ ବଡ଼ ରାଜ୍ୟକୁ ନିଜ ହାତରେ ରଖିବାକୁ କଂଗ୍ରେସ ଚାହୁଁଥିବାବେଳେ ବିଜେପି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ମନୋବଳକୁ ଦୃଢ କରିବାକୁ ଚାହୁଁଛି । କର୍ଣ୍ଣାଟକର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟିରେ ଭୋଟ ଗ୍ରହଣ ହୋଇଛି । ସଂଧ୍ୟା ୬ଟା ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ଚ୍ୟାନେଲ ପକ୍ଷରୁ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଛି । ପ୍ରାୟ ଅଧିକାଂଶ ସଂସ୍ଥା ଝୁଲା ବିଧାନସଭା ସଂପର୍କରେ ପୂର୍ବାନୁମାନ କରିଛନ୍ତି । ଇଣ୍ଡିଆ ଟୁଡେ-ଆକ୍ସିସ ପକ୍ଷରୁ କଂଗ୍ରେସକୁ ୧୦୬ରୁ ୧୧୮ ସିଟ, ବିଜେପିକୁ ୭୯ ରୁ ୯୨ ସିଟ୍‌ ଓ ଜେଡିଏସ ୨୨ରୁ ୩୦ଟି ସିଟ ପାଇବ ବୋଲି ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ଟାଇମ୍ସ ନାଓ କଂଗ୍ରେସକୁ ୯୦ରୁ ୧୦୩ ସିଟ, ବିଜେପିକୁ ୮୦ରୁ ୯୩ ସିଟ ଓ ଜେଡିଏସକୁ ୩୫ଟି ସିଟ ମିଳିବ ବୋଲି କହିଛି । ସେହିପରି ରିପବ୍ଲିକ ଟିଭି ବିଜେପିକୁ ୯୫ରୁ ୧୧୪ ସିଟ, କଂଗ୍ରେସକୁ ୭୩ରୁ ୮୨ ସିଟ ଓ ଜେଡିଏସକୁ ୩୨ରୁ ୪୩ ସିଟ ମିଳିବ ବୋଲି ପୂର୍ବାନୁମାନ କରିଛି । ଏହା ସ୍ପଷ୍ଟ କରୁଛି ଯେ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହେବ ଓ ଭାରତୀୟ ଜନତା ପାର୍ଟି ତା’ପଛକୁ ରହିବ। ତେବେ ୩ୟ ସ୍ଥାନରେ ରହିବ ଜେଡିଏସ୍। ମାତ୍ର ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନେବ ଜେଡିଏସ୍। କଂଗ୍ରେସ ହେଉକି ବିଜେପି, ସରକାର ଗଠନରେ ସେମାନେ ଜେଡିଏସ୍ ସହ ମେଣ୍ଟ କରିବାକୁ ଏକପ୍ରକାର ବାଧ୍ୟ ହେବେ।
OSCAR-2019
କନକ ବ୍ୟୁରୋ: ବିଜେପି ଫୋକସରେ ରହିଛି ଓଡିଶା । ଓଡିଶାରେ ସରକାର ବିରୋଧୀ ହାୱା ଅଧିକ ଥିବାରୁ ଏହାର ଫାଇଦା ବିଜେପିକୁ ମିଳିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । ଶାହା କହିଛନ୍ତି ପୂର୍ବ ନିର୍ବାଚନ ତୁଳନାରେ ବିଜେପିକୁ ଓଡିଶାରେ ଅଧିକ ଭୋଟ୍ ମିଳିବ । ଗତକାଲିଠାରୁ ଆରମ୍ଭ ହୋଇଥିବା ବିଜେପି କାର୍ଯ୍ୟକାରିଣୀ ବୈଠକରେ ନିର୍ବାଚନକୁ ଆଖି ଆଗରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣି, ଅରୁଣ ଜେଟଲୀଙ୍କ ସମେତ ଦେଶର ବହୁ ନେତା ସାମିଲ ହୋଇଥିଲେ । ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ହିଁ ଦଳ ଆଗାମୀ ନିର୍ବାଚନ ଲଢିବା ପାଇଁ ନିଷ୍ପତି ନେଇଛି । ତେଣୁ ଆଗାମି ବର୍ଷରେ ଦଳର କୌଣସି ସାଂଗଠନିକ ନିର୍ବାଚନ ନକରିବାକୁ ନିଷ୍ପତି ନିଆଯାଇଛି । ବିଭିନ୍ନ ରାଜ୍ୟର ଅଧ୍ୟକ୍ଷଙ୍କ ସହ ଦଳୀୟ ପଦାଧିକାରୀଙ୍କୁ ମନ୍ତ୍ର ଦେଇଛନ୍ତି ଅମିତ୍ ଶାହା । ଏହାସହ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଅମିତ ଶାହା ଦେଇଛନ୍ତି ବିଜୟମନ୍ତ୍ର । ପୂର୍ବ ନିର୍ବାଚନ ଅପେକ୍ଷା ୨୦୧୯ ନିର୍ବାଚନରେ ବିଜେପି ଅଧିକ ବହୁମତରେ ବିଜୟ ହାସଲ କରିବ ବୋଲି ଶାହା କହିଛନ୍ତି । ଏହାସହିତ ଓଡିଶା ରଣନୀତି ନେଇ ସମୀକ୍ଷା କରାଯାଇଛି । ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ, ବିଧାୟକ ଦଳ ନେତା କେ,ଭି.ସିଂଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସୁରେଶ ପୂଜାରୀ, ପ୍ରତାପ ଷଢ଼ଙ୍ଗୀ, ମାନସ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ଉପରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଅମିତ୍ ଶାହା ।
OSCAR-2019
ଖିଲାଡି ଷ୍ଟାର ଅକ୍ଷୟ କୁମାର । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ଟଏଲେଟ-ଏକ ପ୍ରେମ କଥା ହିଟ୍୍ ସାବ୍ୟସ୍ତ ହୋଇଛି । ଏହା ଏକ ସାମାଜିକ କୈନ୍ଦ୍ରିକ ଫିଲ୍ମ । ତେବେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାହାଣୀକୁ ଓ ଚରିତ୍ରକୁ ନେଇ ଫିଲ୍ମ କରୁଥିବା ଅକ୍ଷୟ ଏବେ ଆଉ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ । ପତ୍ନୀ ଟ୍ୱିଙ୍କଲ ଖାନ୍ନା ପ୍ରଯୋଜିତ ପ୍ରଥମ ଫିଲ୍ମ ପ୍ୟାଡ୍୍ ମ୍ୟାନରେ ନଜର ଆସିବେ ଅକ୍ଷୟ । ନିକଟରେ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମରେ ଅକ୍ଷୟ କୁମାର ଦେଶରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସାନଟାରି ନାପକିନ୍୍ ଓ ଋତୁସ୍ରାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ । ଅରୁଣାଚଳମ୍୍ ମୁରୁଗାନାଥନଙ୍କ ଜୀବନୀ ଉପରେ ଫିଲ୍ମର କାହାଣୀ ଆଧାରିତ । ଅରୁଣାଚଳମ୍୍ ହେଉଛନ୍ତି ଗ୍ରାମୀଣ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଜରୁରୀ ଇକୋ ଫ୍ରେଣ୍ଡଲି ଓ ପକେଟ ଫ୍ରେଣ୍ଡଲି ନାପକିନ୍୍ ପ୍ରସ୍ତୁତ କରିଥିବା ପ୍ରଥମ ବ୍ୟକ୍ତି । ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ସୋନମ କପୁର ଓ ରାଧିକା ଆପଟେ ଫିମେଲ ଲିଡରେ ଅଛନ୍ତି । ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ଆର୍୍.ବାଲକୀ । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ ହେବାକୁ ସ୍ଥିର ହୋଇଛି ।
OSCAR-2019
ବିନୋଦ କାନୁନଗୋ (୬ ଜୁନ ୧୯୧୨ - ୨୨ ଜୁନ ୧୯୯୦) କଟକ ଜିଲ୍ଲାର କିଶନନଗର ଥାନାର ମଲୀପୁର ଗ୍ରାମରେ ଜନ୍ମିତ ପ୍ରସିଦ୍ଧ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଅା ଭାଷାର ବିଶ୍ବକର୍ମା।[ଆଧାର ଲୋଡ଼ା] ବୃହତ୍ ଓଡ଼ିଆ ଜ୍ଞାନକୋଷ ଜ୍ଞାନମଣ୍ଡଳର ସେ ହେଉଛନ୍ତି ମୂଳ ପ୍ରଣେତା। ଶିଶୁ ଓ କିଶୋରମାନଙ୍କ ପାଇଁ ବିନୋଦ କାନୁନଗୋଙ୍କ ଲିଖିତ ଶତାଧିକ ପୁସ୍ତକ ରହିଛି । ତାଙ୍କ ସ୍ମୃତିରେ ପ୍ରତିଷ୍ଠିତ ବିନୋଦ କାନୁନଗୋ ଓଡ଼ିଅା-ଭାଷା ଉତ୍କର୍ଷ କେନ୍ଦ୍ର ତୃଣମୂଳ ସ୍ତରରେ ଓଡ଼ିଅା ଭାଷାର ବୃଦ୍ଧି ଓ ବିକାଶର ବାର୍ତ୍ତାକୁ ନେଇ ପହଞ୍ଚାଇବାରେ ଅାଜି ଚେଷ୍ଟିତ। ପିତା କେଶବ ଚନ୍ଦ୍ର କାନୁନଗୋ ଓ ମାତା ପୀର ଦେବୀଙ୍କ ସନ୍ତାନ ବିନୋଦ ପ୍ରଥମେ ଗାଆଁ ଅବଧାନଙ୍କ ନିକଟରେ ପାଠ ପଢ଼ିବା ପରେ ମାମୁଁଙ୍କ ଗାଆଁ ପାଟକୁରା (କେନ୍ଦ୍ରାପଡ଼ା)କୁ ଚାଲିଯାଇଥିଲେ । ଓଡ଼ିଆ ଓ ସଂସ୍କୃତ ସାହିତ୍ୟର ପଣ୍ଡିତ ଓ ଗବେଷକ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ବିନୋଦ ହେଉଛନ୍ତି ଏକମାତ୍ର ଭଣଜା । ୧୯୨୨ରେ ସେ କଟକ ଆସି ରେଭେନ୍ସା ଇଷ୍ଟ ହଷ୍ଟେଲରେ ମାମୁଁଙ୍କ ପାଖରେ ରହିଲେ । ୧୯୨୭ରେ ସେ ରାଣୀହାଟ ମାଇନର ସ୍କୁଲରୁ ବୃତ୍ତି ପାଇ ପ୍ରସିଦ୍ଧ ରେଭେନ୍ସା କଲେଜିଏଟ ସ୍କୁଲରେ ପାଇ ପଢ଼ା ଆରମ୍ଭ କଲେ । ୧୯୧୭ : ମଲୀପୁରରୁ ମାମୁ ଘର ଗ୍ରାମ ପାଟକୁରା ଥାନା (କେନ୍ଦ୍ରାପଡ଼ା ଜିଲ୍ଲା)ର ନାଗଣପୁରକୁ ଗଲେ । ଓଡ଼ିଆ ଓ ସଂସ୍କୃତ ସାହିତ୍ୟର ମହାନ ପଣ୍ଡିତ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଏକମାତ୍ର ଭଣଜା | ୧୯୨୩-୨୪ :ରେଭେନସା କଲେଜ (ବର୍ତ୍ତମାନ ବିଶ୍ଵବିଦ୍ୟାଳୟ)ର ପ୍ରସିଦ୍ଧ ପ୍ରଫେସରମାନଙ୍କ ସହ ସଂପର୍କ । ଇଷ୍ଟ ହଷ୍ଟେଲରେ ମାମୁଙ୍କ ପାଖରେ ରହଣି । ୧୯୩୪ : ଚମ୍ପାପୁର ଗାନ୍ଧୀ ଆଶ୍ରମରେ (ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କଦ୍ଵାରା ସ୍ଥାପିତ) ଲୁଗାବୁଣା ଶିଖା ଓ ଖଦୀକାମ ଆରମ୍ଭ । ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରାରେ ଯୋଗଦାନ ଓ "ସମାଜର ବିଶେଷ ସମ୍ବାଦଦାତା ଭାବରେ କାର୍ଯ୍ୟ । ଅନୁଗୁଳ ଠାରୁ ପୁରୀ ଓ ପୁରୀରୁ ଭଦ୍ରଖ ପର୍ଯ୍ୟନ୍ତ ବାପୁଜୀଙ୍କ ପାଖେ ପାଖେ ରହି "ସମାଜକୁ ବିସ୍ତୃତ ବିବରଣୀ ପଠାଇବା । ବାପୁଜୀ ସେତିକିବେଳେ ବିନୋଦଙ୍କୁ ଅତି ନିକଟରୁ ଦେଖିଥିଲେ । ଗାନ୍ଧୀଜୀଙ୍କ ନିର୍ଦେଶରେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ସହିତ ବରୀ ଆଶ୍ରମରେ ରହି (ବର୍ତ୍ତମାନ ଯାଜପୁର ଜିଲା) ନାନାପ୍ର କାର ସଙ୍ଗ ଠନ କାର୍ଯ୍ୟ କରିବା । ୧୯୪୨: ମାର୍ଚ୍ଚ ମାସରେ "ସମାଜ' ଛାଡ଼ିଦେଇ ଶେଷ ସ୍ଵାଧୀନତା ସଂଗ୍ରାମର ପ୍ରସ୍ତୁତିରେ ଅଂଶଗ୍ରହଣ । ଅଗଷ୍ଟ ୨୯ ତାରିଖରେ ଗିରଫ ଓ ଅଟକବନ୍ଦୀ ଭାବରେ ପ୍ରଥମେ କଟକ ଓ ଅଳ୍ପଦିନ ପରେ ବ୍ରହ୍ମପୁର ଜେଲରେ ଅଟକ । ପତ୍ନୀ ଶଶିବାଳା ମଧ୍ୟ କଟକ ଜେଲରେ ବନ୍ଦୀ । ଅକ୍ଟୋବରରୁ ଓଡ଼ିଆ ଭାଷାରେ ୫୦୦ ପୁସ୍ତକ ଲେଖିବା ପାଇଁ ଯୋଜନା ଓ ଜେଲ ଭିତରେ ଉପା ଦାନ ସଂଗ୍ରହ (କାଗଜ ନ ମିଳିବାରୁ ବଜେଟ ପେପରରେ ଅତି ଛୋଟଛୋଟ ଅକ୍ଷରରେ ଲେଖିଲେ) ୧୯୪୫:ମହାତ୍ମା ଗାନ୍ଧୀଙ୍କଦ୍ଵାରା ଆହୂତ "ସମଗ୍ରଗ୍ରାମ ସେବାସଂଘ'ରେ ଯୋଗଦାନ ଓ ଗାନ୍ଧୀଜୀଙ୍କଦ୍ଵାରା ବ୍ୟକ୍ତିଗତ ଭାବରେ ବଛାଯାଇ "ସମଗ୍ର ଗ୍ରାମସେବକ' ଭାବରେ ଦାୟିତ୍ଵ ଗ୍ରହଣ । ୧୯୪୬:ନିଜ ଗ୍ରାମ ମଲୀପୁରରେ ନିଖିଳ ଉତ୍କଳ ହରିଜନ ସେବକ ସମ୍ମିଳନୀର ଆୟୋଜନ । ଭାରତ ଓ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ । ମଲୀପୁରରେ ସ୍ଥାପିତ "ଖଦୀ ଘର'କୁ ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟର କେନ୍ଦ୍ରବିନ୍ଦୁ ଭାବରେ ଗଢ଼ି ତୋଳିଲେ । ୧୯୫୪ : ଜାନୁୟାରୀ ପହିଲା ଦିନ ମାତ୍ର ଗୋଟିଏ ଟଙ୍କ। ଧରି ଗାଁରୁ କଟକ ଚାଲିଆସିଲେ ଓ ସେହି ଦିନ ହିଁ ଜ୍ଞାନମଣ୍ଡଳ ପ୍ରଣୟନ ଲାଗି ଦୀର୍ଘ ତପସ୍ୟା ଓ ସାଧନାର ଅୟମାରମ୍ଭ ହେଲା । : "ଶିଶୁ ସଂପଦ' ଶିଶୁ ପତ୍ରିକା ଆରମ୍ଭ । ଚଳନ୍ତା ରାଇଜର ଅମୁହାଁ ନଈ ପୁସ୍ତକ ପ୍ରକାଶ । ୧୯୫୫ : ଉତ୍କଳ ଦର୍ପଣ, ଶିଶୁ ସାହିତ୍ୟର ବିକାଶ ପାଇଁ ସମବାୟ ସଂସ୍ଥା ଗଠନ । ଓଡ଼ିଆ ଭାଷାରେ ବିଜ୍ଞାନର ଯେ କୌଣସି ଜଟିଳ ତତ୍ତ୍ଵକୁ ଯେ ସରଳ ଓ ସାବଲୀଳ ଢଙ୍ଗରେ ପ୍ରକାଶ କରାଯାଇପାରେ - ଏ' ଦିଗରେ ସଫ ଳତା ହାସଲ । ୧୯୫୬-୫୯ : ବଞ୍ଚିବତ ଟିକିଏ ହସ, ନୂଆ ପଇସା କାହିଁକି, ନୂଆମାପ ଓଜନ, ନୀରୋଗଦେହ , ଲୋକଶିକ୍ଷା, ମାଛ ଚାଷ, ଅଜବ ଦୁନିଆ ବିଚିତ୍ର ମାଛ ଭଳି ପୁସ୍ତକ ପ୍ରକାଶ । ୧୯୬୦ : ଡିସେମ୍ବର ୨ ତାରିଖ ଦିନ ଜ୍ଞାନମଣ୍ଡଳର ପ୍ରଥମ ଭାଗ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଦ୍ଵାରା ଜାତି ଉଦ୍ଦେଶ୍ୟରେ ଅର୍ପିତ । ଓଡ଼ିଶା ଓ ଓଡ଼ିଶା ବାହାରେ ଏଭଳି ଉଦ୍ୟମର ପ୍ରଶଂସା । ୧୯୭୨-୭୩ : ସ୍ଵାଧୀନତା ସଂଗ୍ରାମର ଇତିହାସ "ମୁଠାଏ ଲୁଣ ଗୋଟାଏ ସାମ୍ରାଜ୍ୟ' ପ୍ରସ୍ତୁତି ପାଇଁ ସାରା ଓଡ଼ିଶା ଗସ୍ତ କରି ମୁକ୍ତି ସଂଗ୍ରାମୀଙ୍କ ବିବରଣୀ ଓ ଫଟୋ ସଂଗ୍ରହ । ୧୯୮୨-୮୩ : ପିଲାଙ୍କ ପାଇଁ ଲିଖିତ ବିଜ୍ଞାନ ପୁସ୍ତକର ଦୁରଦର୍ଶନରେ ପ୍ରଚାର । ମାନ୍ଦ୍ରାଜରେ ଅନୁଷ୍ଠିତ ଜାତୀୟ ବିଶ୍ଵକୋଷ ସମ୍ମିଳନୀରେ ଯୋଗଦାନ ଓ ଏ ଦିଗରେ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଏମ. ଜି. ରାମଚନ୍ଦ୍ରନଙ୍କଦ୍ଵାରା ସମ୍ବର୍ଦ୍ଧିତ । ଆତ୍ମଜୀବନୀ ମୂଳକ ପୁସ୍ତକ "ଋଣ ପରିଶୋଧ' ପ୍ରକାଶ ପାଇଲା । ୧୯୮୪ : ବିଶ୍ଵକୋଷ ପ୍ରଣୟନର ପଦ୍ଧତି ସଂପର୍କରେ ଜାଣିବା ପାଇଁ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ରଚିତ ବିଶ୍ଵକୋଷ ସଂପାଦକମାନଙ୍କର ଜ୍ଞାନମଣ୍ଡଳ କାର୍ଯ୍ୟାଳୟକୁ ଆଗମନ । : ଭାରତ ସରକାରଙ୍କ ଫିଲ୍ମ ଡିଭିଜନଦ୍ଵାରା "ବିନୋଦ କାନୁନଗୋ' ବୃତ୍ତ ଚିତ୍ର ଓଡ଼ିଆ, ଇଂରାଜୀ ଓ ୧୪ଟି ଭାରତୀୟ ଭାଷାରେ ପ୍ରସ୍ତୁତ । "ଋଣ ପରିଶୋଧ' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର । ୧୯୮୭ : ଲୋକଶିକ୍ଷାର ପ୍ରସାର ପାଇଁ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ଯୋଗଦାନ । ଭୁବନେଶ୍ଵରଠାର ଜାତୀୟ ବିଶ୍ଵକୋଷ କେନ୍ଦ୍ର (ନେସନାଲ ଏନସାଇକ୍ଲୋପିଡ଼ିଆ ସେଣ୍ଟର)ର ଉଦଘାଟନ ଉତ୍ସବ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକଙ୍କଦ୍ଵାରା ସଂପନ୍ନ । ୧୯୮୮ : ପିଲାଙ୍କ ବିଶ୍ଵକୋଷ "ଶିଶୁଜ୍ଞାନମଣ୍ଡଳ'ରସଂପାଦନ । : ଭୁବନେଶ୍ଵରରେ ପ୍ରଥମ ଜାତୀୟ ବିଶ୍ଵକୋଷ ସମ୍ମିଳନୀରେ ଅଧ୍ୟକ୍ଷତା କଲେ । ୧୯୩୦ ଏପ୍ରିଲ ୧୦ ତାରିଖରେ ଗାନ୍ଧୀଜୀଙ୍କ ଡାକରା ନବମରୁ ଦଶମ ଶ୍ରେଣୀକୁ ଯିବା ଆଗରୁ ପାଠ ଛାଡ଼ିଦେଇ ସେ ଲବଣ ସତ୍ୟାଗ୍ରହରେ ଯୋଗଦେଲେ ଓ ନଭେମ୍ବର ୧୫ରେ ଜେଲ ବରଣ କରିଥିଲେ । ୧୯୩୧ରେ ପାଟଣା କ୍ୟାମ୍ପ ଜେଲରୁ ଖଲାସ ହେବା ପରେ ପୁଣି ୧୯୩୨ରେ କାରାରୁଦ୍ଧ ହେଲେ । ୧୯୩୩ରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ମଧ୍ୟ ସେ ଯୋଗ ଦେଇଥିଲେ । ୧୯୩୪ରେ ସେ ଗାନ୍ଧିଜୀଙ୍କ ଛୁଆଁ ଅଛୁଆଁ ଭେଦଭାବ ବିରୋଧରେ ପଦଯାତ୍ରାରେ ଭାଗନେଇ "ସମାଜ"ର ବିଶେଷ ସମ୍ବାଦଦାତା ଭାବରେ ବିସ୍ତୃତ ବିବରଣୀ ପଠାଉଥିଲେ । ଜ୍ଞାନମଣ୍ଡଳ: ୧୯୫୪ ମସିହା ଜାନୁଆରୀ ମାସରେ ତଥ୍ୟ ସଂଗ୍ରହ କାମ ଅାରମ୍ଭ ହୋଇ ୧୯୬୦ ମସିହା ଡିସେମ୍ବର ମାସ ୨ ତାରିଖରେ ପ୍ରଥମ ଖଣ୍ଡଟି ପ୍ରକାଶିତ ହେଲା । ୧୯୬୧ରୁ ବିନୋଦଙ୍କ ପରଲୋକ ଅର୍ଥାତ୍ ୧୯୯୦ ଭିତରେ (ଶେଷ ଖଣ୍ଡ ୧୯୮୮) ଜ୍ଞାନମଣ୍ଡଳର ସମୁଦାୟ ୪୦ଟି ଭାଗ ପ୍ରକାଶିତ ହୋଇଥିଲା । ପରେ ଜ୍ଞାନମଣ୍ଡଳର ଏକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୯୧୮ ସାଲରେ "ସତ୍ୟବାଦୀ"ରେ ଅଭିମାନ ଓ କ୍ଷୋଭର ସହ ଲେଖିଥିଲେ, ଓଡ଼ିଶାରେ ଧନ ସଙ୍ଗେ ବିଦ୍ୟାର ଯୋଗ ନାହିଁ। ପୁଣି ଧନୀ ଓ ଜ୍ଞାନୀମାନଙ୍କର ସହଯୋଗିତା ନାହିଁ ... ନିକଟ ଭବିଷ୍ୟତରେ ଇନସାଇକ୍ଲୋପିଡ଼ିଆ ଭଳିଆ ଗୋଟିଏ କାର୍ଯ୍ୟ ସ୍ଵପ୍ନରେ ମଧ୍ୟ ଓଡ଼ିଆ ଭାଷାରେ ଆଶା କରାଯାଇପାରେ କି ? ଏହି ଆହ୍ଵାନ ଗ୍ରହଣ କରିଥିଲେ ବିନୋଦ କାନୁନଗୋ, ଯେତେବେଳେ ସେ ବକ୍ତବ୍ୟ ଦେଲେ, ମୁଁ ନିଜେ ଜଣେ ଡ୍ରପ ଆଉଟ ବା ଦଶମ ଶ୍ରେଣୀ ଆରମ୍ଭରୁ ପାଠ ଛାଡ଼ିବା ଲୋକ । ଯେଉଁଦିନ ସ୍କୁଲ ଛାଡ଼ି ଗାନ୍ଧୀ ଆନ୍ଦୋଳନରେ ଯୋଗ ଦେଲି ସେଦିନ ହିଁ ଶପଥ ନେଇଥିଲି ଯେ, ସ୍କୁଲ ଛାଡ଼ିବି ସିନା, ପାଠ ଛାଡ଼ିବି ନାହିଁ । ଗୋଟିଏ ଜାତି ପାଇଁ ସେ ଯେଉଁ ଅପୂର୍ବ କର୍ମ ସଂପାଦନ କରିଛନ୍ତି ଏବଂ ଓଡ଼ିଶାକୁ ଜ୍ଞାନ-ଯୁଗ ଆଡ଼କୁ ଅଗ୍ରସର କରାଇଛନ୍ତି, ତାର ପଟାନ୍ତର ନାହିଁ । ତେବେ ଏଥିପାଇଁ ଦରକାର ଜଣକ ନିକଟରେ ନିଜ ଅନ୍ତରରେ ଅହରହ ପ୍ରଜ୍ଵଳିତ ହେଉଥିବା ଉତ୍ସାହ, ନିଷ୍ଠାପରତା ଏବଂ ଲକ୍ଷ୍ୟ ହାସଲ ପାଇଁ ପ୍ରତିଶ୍ରୁତି ବଦ୍ଧତା । ଏହାର ପ୍ରମାଣ ରହିଛି ଉକ୍ତ ପ୍ରଣେତାଙ୍କ ଏଇ ବାକ୍ୟମାନଙ୍କରେ, ମୁଁ ମନୁଷ୍ୟ । ଅନ୍ୟ ପ୍ରାଣୀମାନଙ୍କ ତୁଳନାରେ ମୋର ଗୋଟିଏ ଉନ୍ନତ ମସ୍ତିଷ୍କ ଅଛି । ତେଣୁ ଜଗତର ଯେ କୌଣସି କଥା ଜାଣିବା ପାଇଁ ଆଗ୍ରହ ହେବ । ମୁଁ ସହଜରେ ଜାଣିବି-ଜାଣିବାର ସୁଯୋଗ ପାଇବି । ମୁଁ ମନୁଷ୍ୟ ହୋଇଥିବାରୁ ଜ୍ଞାନ ହାସଲ କରିବାଟା ମୋର ଜନ୍ମଗତ ଅଧିକାର । ସେହି ଅଧିକାରରୁ କେହି ମୋତେ ବଞ୍ଚିତ କରିପାରିବେ ନାହିଁ । ଗୋଟିଏ ଅଭିଧାନରୁ ଗୋଟିଏ ଭାଷାର ପ୍ରତ୍ୟେକ ଶବ୍ଦର ଅର୍ଥ ମିଳିଗଲା ଭଳି ଗୋଟିଏ ପୁସ୍ତକରୁ ମାନବ ଜ୍ଞାନର ପ୍ରତ୍ୟେକ ବିଭାଗର ସଂକ୍ଷିପ୍ତ ପରିଚୟ ମିଳୁଥିବା ପୁସ୍ତକଟିର ଆବଶ୍ୟକତା ଅନୁଭବ କରାଗଲା ... ଆମେ ଓଡ଼ିଆ । ଆମର ଗୋଟିଏ ଉନ୍ନତ ଭାଷା ଅଛି । ଦୁନିଆର ଚାରିଆଡେ଼ ଏହି ଭଳି ପୁସ୍ତକ ପ୍ରକାଶ ପାଉଥିଲା ବେଳେ ଆମେ କଣ ସେଭଳି କରି ପାରିବା ନାହିଁ ? ଏହି ପ୍ରଶ୍ନ ଯେତେବେଳେ ମୋ ମନ ଭିତରେ ଉଠିଛି, ମୁଁ ବ୍ୟଥିତ ହୋଇ ପଡ଼ିଛି... ନିଶ୍ଚୟ ପ୍ରକାଶ ପାଇବା ଉଚିତ ବୋଲି ବିଚାରି ୧୯୫୪ରେ ଗୋଟିଏ ଯୋଜନା କଲି ଓ ଆଜିର ଏହି ପ୍ରଥମ ଖଣ୍ଡିକ ସେଇ ଯୋଜନାର ଫ ଳ । (ମୁଖବନ୍ଧ - ନିଜ କଥା - ଜ୍ଞାନ ମଣ୍ଡଳ-୧ମ ଭାଗ-୨୦.୧୧.୧୯୬୦) । ତେବେ ବିନୋଦ କାନୁନଗୋ ମାତ୍ର ଟଙ୍କ।ଟିଏ ଖର୍ଚ୍ଚ ମୂଳଧନ କରି ପ୍ରଣୟନ କଲେ ଓଡ଼ିଆ ଜ୍ଞାନକୋଷ - ଜ୍ଞାନମଣ୍ଡଳ। (ସମାଜ - ୨୧ .୦୪ .୨ ୦୧ ୨) ତେଣୁ ଧନୀର ବିନା ସହଯୋଗରେ ଜଣେ ଅଧାପାଠୁଆ ଜ୍ଞାନୀ ଏଇ ବିରାଟ ଯୋଜନାର ମୂଳଦୁଆ ପ୍ରାରମ୍ଭ କଲାପରେ ଏହା ବିନୋଦ କାନୁନଗୋଙ୍କୁ ଜଣେ ଜ୍ଞାନ-ତପସ୍ଵୀ, ଜ୍ଞାନ ମଣ୍ଡଳର ଏକକ ରଚୟିତା, ଗବେଷକ ଓ ଚଳମାନ ବିଶ୍ଵକୋଷ ଭାବେ ପରିଚୟ ପ୍ରଦାନ କଲା। ଏଥିପାଇଁ ସେ କମ ଅଧ୍ୟବସାୟ କରିନାହାନ୍ତି । କନିକା ପାଠାଗାରରେ ଘଣ୍ଟା ଘଣ୍ଟା ରହି ବିଭିନ୍ନ ପୁସ୍ତକ ଅଧ୍ୟୟନ ଓ ପତ୍ର ପତ୍ରିକାରୁ ଅସଂଖ୍ୟ କଟିଂ ରଖିବା ପରେ ୪୦ରୁ ୫୦ ହଜାର ଯାଏ ଫ।ଇଲ ସୃଷ୍ଟି କଲେ । ୬୦ ଖଣ୍ଡରେ ପ୍ରକାଶ ପାଇବାକୁ ଥି ଲା ଏଇ ତଥ୍ୟାବଳୀ । ୨୨.୬.୧୯୯୦ରେ ତାଙ୍କ ମୃତ୍ୟୁବେଳକୁ ଏହାର ୪୦ ଖଣ୍ଡ ଉନ୍ମୋଚିତ ହୋଇଥିଲା, ଯାହାର ପ୍ରଥମ ଖଣ୍ଡ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକଟର ହରେକୃଷ୍ଣ ମହାତାବ ୨.୧୨.୧୯୬୦ରେ ଉନ୍ମୋଚନ କରିଥିଲେ । କଥିତ ଅଛି ଯେ ତ୍ରୟୋଦଶ ଶତାବ୍ଦୀରେ ମଧ୍ୟଯୁଗର ପ୍ରଖ୍ୟାତ ଇଂରେଜ ବୈଜ୍ଞାନିକ ରୋଜର ବେକନ ବିଶ୍ଵର ସର୍ବ ପ୍ରଥମ ଜ୍ଞାନକୋଷ ରଚନା କରିଥିଲେ । କିନ୍ତୁ ତାହା ଲୋକଲୋଚନକୁ ଆସିବା ଆଗରୁ କୁଆଡେ଼ ଅନ୍ତର୍ହିତ ହୋଇଗଲା । ଏହାର ପ୍ରାୟ ପାଞ୍ଚ ଶହ ବର୍ଷ ପରେ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକାର ଆବିର୍ଭାବ ହେଲା । ତେଣୁ ଜ୍ଞାନକୋଷ ପ୍ରଣୟନ କରିବା କେତେ ଦୁଃସାଧ୍ୟ -ଏଥିରୁ ଅନୁମୟେ । ଏହି ମର୍ମରେ ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ବୈଜ୍ଞାନିକ ଜ୍ଞାନକୋଷ (୨୦୦୫)ର ପ୍ରକାଶକ ବିଦ୍ୟାପୁରୀ (କଟକ) ଯାହା ଜଣାଇଛନ୍ତି, ତା'ର ଗୁରୁତ୍ଵ ରହିଛି, ଜ୍ଞାନ କୋଷ ସଂକଳନ ଏକ କଷ୍ଟସାଧ୍ୟ ଓ ଦୀର୍ଘକାଳୀନ ପ୍ରତିଷ୍ଠାର ପ୍ରତିଫଳ । ଏକ ଦୁରୂହ, ବ୍ୟୟବହୁଳ ଓ ଜ୍ଞାନବର୍ଦ୍ଧକ ଜ୍ଞାନକୋଷର ପ୍ରଚଳନ ଗୋଟିଏ ଜାତି ପାଇଁ ଅବଶ୍ୟ ଏକ ଅମୂଲ୍ୟ ସଂପଦ । ସେ ତାଙ୍କ ଜ୍ଞାନମଣ୍ଡଳକୁ "ପପୁଲାର ଏନସାଇକ୍ଲୋପିଡ଼ିଆ" (ସୁଖପାଠ୍ୟ ଓଡ଼ିଆ ଏନସାଇକ୍ଲୋପିଡ଼ିଆ) ଶ୍ରେଣୀଭୁକ୍ତ କରିଛନ୍ତି । କିନ୍ତୁ ସେଥିରେ ଯେତେ ସଂଖ୍ୟକ ଚିତ୍ର ରହିଛି ଏବଂ ବିଷୟବସ୍ତୁର ବର୍ଣ୍ଣନା ଯେମିତି ହୋଇଛି, ତାହା ଅଳ୍ପ ପାଠ ପଢ଼ିଥିବା ଆଗ୍ରହୀ ପିଲାମାନେ ମଧ୍ୟ ସହଜରେ ଧରିପାରିବେ । ତେଣୁ ଉପରୋକ୍ତ ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଏହା ଏକ ସ୍ଵାଗତଯୋଗ୍ୟ ସମାହାର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଉଲ୍ଲେଖନୀୟ ଯେ ବିନୋଦ କାନୁନଗୋ (୧୯୧୨-୯୦) ଜଣେ ଶିଶୁ ସାହିତ୍ୟିକ । ପ୍ରସ୍ତରଯୁଗୀୟ ମାନବ ସମ୍ବନ୍ଧରେ ରଚିତ "ପିଲାମାନଙ୍କ ପାଇଁ ୩୬୫ ଦିନ "ସିରିଜ ସକାଶେ ୧୯୮୦ଙ୍କ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ତାଙ୍କୁ ପ୍ରଦତ୍ତ କରାଯାଇଥିଲା । ୧୯୮୪ଙ୍କର ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାରପ୍ରାପ୍ତ ତାଙ୍କର ଆତ୍ମଚରିତ "ଋଣ ପରିଶୋଧ", "ଆଉରି ବରକୋଳି ନିଅ" ଅଧ୍ୟାୟରେ ସେ ନିଜର ପିଲାଦିନର ସ୍ମୃତିକୁ ଯେମିତି ଉପସ୍ଥାପନ କରିଛନ୍ତି, ତାହା ଯେ କୌଣସି ବୟସର ପାଠକକୁ ମୁଗ୍ଧ କରିବ । ସେଥିରେ ବର୍ଣ୍ଣିତ ହୋଇଛି ଶତପଥୀ ନାମକ ଜଣେ ପଣ୍ଡିତଙ୍କ ବିଷୟ, ଯିଏକି ଜମିଦାର ବିହାରୀଲାଲଙ୍କ ଘରକୁ ପ୍ରତିଦିନ ଯାଆନ୍ତି ଗୀତାର ଅନୁବାଦ ସହ ଟୀକା ରଚନା କରିବାକୁ । ପଣ୍ଡିତ ଶତପଥୀ ରାତିରେ ଘରକୁ ଫେରିବା ବେଳେ ଗୋଟିଏ ଥାଳିରେ ବିହାରୀଲାଲଙ୍କ ଠାରୁ ସିଦା ନେଉଥିଲେ, ଯେଉଁଥିରେ ପର୍ଯ୍ୟାପ୍ତ ଚାଉଳ, ଡାଲି, ପରିବାଦି ଥାଏ । ଥରେ ସେଇ ସଞ୍ଚାରେ ବିହାରୀଲାଲ ଚାରୋଟି ଗୋଲ ଆଳୁ ଦେଇଥିଲେ । ଏହାର ବର୍ଣ୍ଣନା କାନୁନଗୋଙ୍କ ଭାଷାରେ, "ପଣ୍ଡିତ ଶତପଥୀ" ସେଠାରେ କିଛି କହି ନ ପାରି ଗାମୁଚ୍ଛାରେ ପୂରାଇ ନେଇଗଲେ । ଘରେ ଯାଇ ସେତକ ସବୁ ବାରିଆଡେ଼ ଫେ।ପାଡ଼ି ଦେଇ ଘରେ ଆସି ଗାଧୋଇଲେ । ପଇତା ବଦଳାଇଲେ ... ତା' ପରଦିନ ଜମିଦାର ତାଙ୍କୁ ପଚାରିଲେ, "କାଲି ଯେଉଁ ନୂଆ ଚିଜ ଦେଇଥିଲି ତାକୁ କେମିତି ରନ୍ଧିଲ ?" ଶତପଥୀ ଟିକିଏ ଶଙ୍କି ଯାଇ କହିଲେ, "ଜୀବନରେ ମୁଁ କେବେ ପକ୍ଷ୍ୟଣ୍ଡ (ପକ୍ଷୀର ଅଣ୍ଡା) ଛୁଇଁ ନାହିଁ । ତେଣୁ ତାକୁ ଫେ।ପାଡ଼ି ଦେଲି । ସିଦା ମାରା ହୋଇ ଯାଇଥିଲା ବୋଲି ତାକୁ ମଧ୍ୟ ଫେ।ପାଡ଼ି ଦେଲି ।" ବିହାରୀ ହସିଲେ - "ଆଳୁକୁ ଯେ ଅଣ୍ଡା ବୋଲି ଧରିନେଲେ - ସେଥିପାଇଁ ହସ ।" ଏଇ ଘଟଣାଟିର ଛାପ ଜ୍ଞାନମଣ୍ଡଳର ପ୍ରଥମ ଭାଗରେ ୮୬ ପୃଷ୍ଠାରେ ପଡ଼ିଲା ପରି ମନେହୁଏ, ଯେତେବେଳେ "ଅଣ୍ଡା" ବିଷୟରେ କାନୁନଗୋ ଲେଖିଛନ୍ତି, କେଉଁଟି ସବୁଠୁ ବଳି "ଆଶ୍ଚର୍ଯ୍ୟ ଖାଦ୍ୟ"ବୋଲି ଯଦି ପଚରାଯାଏ, ତେବେ ଗୋଟିଏ ମାତ୍ର ଉତ୍ତର ମିଳିବ; ସେ ଉତ୍ତରଟି ହେଲା "ଅଣ୍ଡା"। ଏହା ହେଉଛି ଗୋଟିଏ କଠିନ ବିଷୟବସ୍ତୁର ସରସ ଆରମ୍ଭ । ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 15 January 2017.
OSCAR-2019
ବଲିଉଡ୍‌ରେ ଫିଟ୍‌ ଅଭିନେତାଙ୍କ ମଧ୍ୟରେ ଅକ୍ଷୟ କୁମାର ଅନ୍ୟତମ। ଅଭିନୟ ସହ ତାଙ୍କର ମସଲ୍‌ସଯୁକ୍ତ ଚେହେରା ପାଇଁ ସେ ଯେ ବେଶ୍‌ ପରିଚିତ ଏକଥା ସିନେ ଦର୍ଶକମାନେ ଭଲ ଭାବେ ଜାଣନ୍ତି। କେତେକ ତ ତାଙ୍କୁ ଫିଟ୍‌ନେସ୍‌ ଆଇଡଲ୍‌ ଭାବେ ଗ୍ରହଣ କରନ୍ତି। ୧୯୯୦ରେ ସିନେ କ୍ୟାରିୟର୍‌ ଆରମ୍ଭ କରିବା ବେଳକୁ ସେ ମାର୍ଶଲ ଆର୍ଟସ୍‌ ଏକ୍‌ସପର୍ଟ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ। ଅକ୍ଷୟ କୁମାର ସ୍ୱୀକାର କରନ୍ତି ଯେ କେବଳ ବ୍ୟାୟାମ ନୁହେଁ ହେଲ୍‌ଦି ଡାଏଟ୍‌ ବା ଉତ୍ତମ ଖାଦ୍ୟାଭ୍ୟାସ ତାଙ୍କୁ ଫିଟ୍‌ ରଖିବାରେ ସହାୟକ ହୋଇଛି। ତାଙ୍କର ଏବେ କେହି ଫିଟ୍‌ନେସ୍‌ ତାଲିମଦାତା ନାହାନ୍ତି। ଯାହା କିଛି ସେ କରନ୍ତି ନିଜେ କରନ୍ତି ଏବଂ ମନଦେଇ କରନ୍ତି। ପ୍ରତିଦିନ ଯଥାସମ୍ଭବ ପ୍ରାକୃତିକ ଉପାୟରେ ସେ ନିଜକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରନ୍ତି। ସେ ଫ୍ରିଷ୍ଟାଇଲ୍‌ ଓ୍ଵାର୍କଆଉଟ୍‌, ଫଙ୍କ୍‌ସନାଲ ଟ୍ରେନିଂ, ରକ୍‌ କ୍ଲାଇମ୍ବିଂ ଏବଂ ବାସ୍କେଟ୍‌ ବଲ୍‌ ପରି ଖେଳକୁ ପସନ୍ଦ କରନ୍ତି। ଅକ୍ଷୟ କୁହନ୍ତି, ‘‘ମୁଁ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଏ। ପେଟପୂରା ବ୍ରେକ୍‌ଫାଷ୍ଟ୍‍ ସହ ଦିନ ଆରମ୍ଭ କରେ। ଏଥିରେ ଅଣ୍ଡା,ପରାଟା, ଜୁସ୍‌ କିମ୍ବା ମିଲ୍‌କସେକ୍‌ ନିଏ। ଦି ପହରେ ଭାତ, ଡାଲି, ରୁଟି, ସବୁଜ ପନିପରିବାର ତରକାରି ମୋର ପସନ୍ଦ। ସୁପ୍‌, ସାଲାଡ୍‌ ପରି ହାଲ୍‌କା ଖାଦ୍ୟ ଡିନର ପାଇଁ ଯଥେଷ୍ଟ। ଯଦି ଏହା ମଝିରେ ମୋତେ ଭୋକ ଲାଗେ ତେବେ ଡ୍ରାଏ ଫ୍ରୁଟ୍‌ସରେ ଚଳାଇ ନିଏ। କଫି ଏବଂ ଚା’ ମୋର ପସନ୍ଦ ନୁହେଁ। ମିଠା ମୋର ପସନ୍ଦ। ତେବେ ସବୁଦିନ ଖାଏନି। କେବଳ ରବିବାର ଦିନ ମିଠାଖାଏ। ଖାଦ୍ୟପେୟ ପ୍ରତି ମୁଁ ଟିକେ ସଚେତନ। ମଝିରେ ମଝିରେ ଅଁଳାରସ ପିଇନିଏ। ଅକ୍ଷୟଙ୍କ ରୁଲ୍‌ବୁକ୍‌ର ଆଉକିଛି ଫିଟ୍‌ନେସ୍‌ ସୂତ୍ର ଏବେ ଜାଣନ୍ତୁ। – ସନ୍ଧ୍ୟା ସାଢ଼େ ଛ’ଟା ପରେ କିଛି ଖାଆନ୍ତୁ ନାହିଁ। ନିଜର ପେଟକୁ ଆରାମ ଦିଅନ୍ତୁ। ଖାଦ୍ୟ ହଜମ ହେବାକୁ ଚାରି ପାଞ୍ଚଘଣ୍ଟା ଲାଗିଥାଏ। ଏଥିପାଇଁ ଶୀଘ୍ର ଖାଇ ନିଅନ୍ତୁ। – ଚିନି ଏବଂ ଲୁଣ ଖାଇବା ଉପରେ ନିୟନ୍ତ୍ରଣ ରଖନ୍ତୁ। ଯେତେଦୂର ସମ୍ଭବ ଏହାକୁ କମ୍‌ କରିବାକୁ ଚେଷ୍ଟା କରନ୍ତୁ ସୁସ୍ଥ ରହିବେ। – ପ୍ରତିଦିନ ଅତିକମ୍‌ରେ ଅଧଘଣ୍ଟା ମେଡିଟେସନ୍‌ କରନ୍ତୁ। ଏହାଦ୍ୱାରା ମାନସିକ ଶାନ୍ତି ମିଳିଥାଏ। ମାନସିକ ଚାପ ହ୍ରାସ ପାଇଥାଏ। – ଉତ୍ତମ ଖାଦ୍ୟ ଖାଇବା ସହ ନିଜର ମେଟାବଲିଜିମ୍‌କୁ ଅଧିକ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ଫିଟ୍‌ ରହିବା ସହ ଓଜନ ଜନିତ ସମସ୍ୟା ଦୂର ହୋଇଥାଏ। ସାଧାରଣତଃ ଖାଇବା ପରେ କିଛି ତଟକା ଫଳ ଖାଇବା ସହ ଡିନର୍‌ରେ ସୁପ୍‌ ଏବଂ ସାଲାଡ୍‌ ସାମିଲ୍‌ କରନ୍ତୁ। ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। – ଆପଣ ଯଦି ବ୍ୟାୟାମ କରୁ ନାହାନ୍ତି ତେବେ ପନ୍ଦର-କୋଡ଼ିଏ ମିନିଟ୍‌ ନିୟମିତ ଚାଲନ୍ତୁ। ଶାରୀରିକ ପରିଶ୍ରମ କିଛିଟା ନିହାତି ଆବଶ୍ୟକ, ଏହା ଆଦୌ ଭୁଲନ୍ତୁ ନାହିଁ। ପ୍ରସିଦ୍ଧ ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କୁ ପଞ୍ଚଷଠି ଟପିଲାଣି। ହେଲେ ତାଙ୍କ କଥା ଉଠିଲେ ତାଙ୍କର ସୌନ୍ଦର୍ଯ୍ୟ ଆଉ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚା ହୁଏ। ଏମିତିରେ ରେଖା ନିଜର ଫିଟ୍‌ନେସ୍‌କୁ ନେଇ ଖୁବ୍‌ ସଚେତନ। ରେଖା ଏକ ସାକ୍ଷାତକାରରେ କହିଥିଲେ, ସେ ଯେଉଁଠି ବି ଥିଲେ, ଯୁଆଡ଼େ ବି ଗଲେ ଶୁଦ୍ଧ ନିରାମିଷ ଖାଦ୍ୟକୁ ପସନ୍ଦ କରିଥା’ନ୍ତି। ଫିଟ୍‌ ରହିବା ପାଇଁ ସେ ଯୋଗକୁ ଖୁବ୍‌ ଗୁରୁତ୍ୱ ଦିଅନ୍ତି। ସେ କୁହନ୍ତି ଏହା କେବଳ ଶରୀରକୁ ଫିଟ୍‌ ରଖେ ନାହିଁ, ମନକୁ ମଧ୍ୟ ଶାନ୍ତ ରଖିଥାଏ। କ୍ଲିନ୍‌ଜର, ଟୋନିଂ, ମଶ୍ଚରାଇଜିଂ ଏବଂ ମେକପ୍‌ ରିମୁଭ୍‌ ବ୍ୟତୀତ ରେଖା ଅରୋମାଥେରାପି (ସୁଗନ୍ଧି ଚିକିତ୍ସା) ଏବଂ ସ୍ପା ଟ୍ରିଟ୍‌ମେଣ୍ଟ ମଧ୍ୟ କରିଥା’ନ୍ତି। ସେହିପରି ରେଖା ନିଜର କେଶର ଯତ୍ନ ପାଇଁ ଦହି, ମହୁ ଏବଂ ଅଣ୍ଡାର ଧଳାଅଂଶକୁ ନେଇ ପ୍ରସ୍ତୁତ କେଶପ୍ୟାକ୍‌କୁ ବ୍ୟବହାର କରିଥା’ନ୍ତି। ସେ ଆଦୌ ହେୟାର ଡ୍ରାୟର ବ୍ୟବହାର କରନ୍ତି ନାହିଁ। ଆହୁରିମଧ୍ୟ କୌଣସି ରାସାୟନିକ ଦ୍ରବ୍ୟ ସେ କେଶରେ ଲଗାନ୍ତି ନାହିଁ। ଆୟୁର୍ବେଦିକ ସାମଗ୍ରୀକୁ ସେ ଗୁରୁତ୍ୱ ଦିଅନ୍ତି। ରେଖା ସାଢ଼େ ସାତଟା ପୂର୍ବରୁ ନିଜର ଖାଦ୍ୟ ଖାଇ ନିଅନ୍ତି। ଏହାଦ୍ୱାରା ସେ ନିଜକୁ ବେଶ୍‌ ହାଲ୍‌କା ଅନୁଭବ କରନ୍ତି। ସେ ତଟକା ଫଳରସ ପିଇବାକୁ ଅଧିକ ପସନ୍ଦ କରନ୍ତି। ଶରୀର ପାଇଁ ଆବଶ୍ୟକ ଯଥେଷ୍ଟ ପାଣି ପିଅନ୍ତି। ସେହିପରି ତଟକା ପନି ପରିବା ମଧ୍ୟ ତାଙ୍କର ପସନ୍ଦ। ଦହି ଏବଂ ସାଲାଡ୍‌ ଖାଇବାକୁ ଆଦୌ ଭୁଲନ୍ତିନି। ରେଖା ଭାତ ଖାଆନ୍ତିନି, ରୁଟି ନିଶ୍ଚୟ ଖାଆନ୍ତି।
OSCAR-2019
ଡାଳିମ୍ବ ଚୋପାର ଚା' ପିଅନ୍ତୁ ଓ ହୃଦ୍‌ଘାତରୁ ଆରମ୍ଭ କରି କ୍ୟାନ୍‌ସର ଭଳି ଆହୁରି ଅନେକ ରୋଗରୁ ମୁକ୍ତି ପାଆନ୍ତୁ | Sambad ଡାଳିମ୍ବ ଛାଲିରେ ଥିବା ଆଣ୍ଟିଅକ୍‌ସିଡେଣ୍ଟ୍‌ସ କାରଣରୁ ଏଥିରୁ ତିଆରି ଚା’ ହୃଦ୍‌ରୋଗ, କ୍ୟାନ୍‌ସରରୁ ବଞ୍ଚାଇବା ସହ ହଜମକ୍ରିୟାକୁ ଭଲ କରିଥାଏ। ଯଦି ଆପଣଙ୍କ ତଣ୍ଟି ଖରାପ ଅଛି କିମ୍ବା ଟଙ୍ଗ୍‌ସିଲ୍‌ ହୋଇଛି, ତା’ହେଲେ ଏହି ଚା’ ପିଅନ୍ତୁ ଓ ତୁରନ୍ତ ଆରାମ ମିଳିବ। ହଜମ କ୍ରିୟା ପାଇଁ ଖୁବ୍‌ ଉପଯୋଗୀ: ଡାଳିମ୍ବ ଚୋପାରେ ରହିଥିବା ଅନେକ ପ୍ରକାର ଆଣ୍ଟିଅକ୍‌ସିଡେଣ୍ଟ୍‌ ହଜମକ୍ରିୟାକୁ ଭଲ କରିଥାଏ। ତଣ୍ଟିବ୍ୟଥାରୁ ତୁରନ୍ତ ଉପଶମ: ଯଦି ଆପଣଙ୍କ ତଣ୍ଟି ଗତଗତ ହେଉଛି, ବ୍ୟଥା ହେଉଛି କିମ୍ବା ଟଙ୍ଗ୍‌ସିଲ୍‌ ହୋଇଛି, ତା’ହେଲେ ଏହି ଚା’କୁ ପିଅନ୍ତୁ, ତୁରନ୍ତ ଆରାମ ମିଳିବ। ହୃଦ୍‌ଜନୀତ ରୋଗରୁ ମୁକ୍ତି: ଫ୍ଲେବୋନୋଏଡ୍‌ ଫେନୋଲିକ୍‌ ଭଳି ଆଣ୍ଟିଅକ୍‌ସିଡେଣ୍ଟ୍‌ ଏହି ଚା’ରେ ରହିଥିବା କାରଣରୁ ହୃଦ୍‌ରୋଗ ଆଶଙ୍କା ମଧ୍ୟ କମ୍‌ ହୋଇଥାଏ। ଏଥିରୁ ଶରୀରରେ ବେକ୍‌ କୋଲେଷ୍ଟ୍ରଲ୍‌ର ସ୍ତର ମଧ୍ୟ କମ୍‌ ହୋଇଥାଏ। ଆଣ୍ଠୁବିନ୍ଧା ବନ୍ଦ ହୋଇଥାଏ: ଏହି ଚା’କୁ ପିଇବା ଦ୍ୱାରା ଆଣ୍ଠୁ ଦରଜ ସମସ୍ୟାରୁ ଫାଇଦା ମିଳିବା ସହ ଏହାର ହାଡ଼କୁ ମଧ୍ୟ ଶକ୍ତ କରିଥାଏ। କେମିତି ତିଆରି କରିବେ ଡାଳିମ୍ବ ଚୋପା ଚା’: ପ୍ରଥମେ ଏକ କପ ପାଣିକୁ ଗରମ କରନ୍ତୁ। ଏବେ ପାଣିରେ ଡାଳିମ୍ବ ଚୋପାକୁ ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ। ପରେ ଏହାକୁ ଛାଣିକି ପିଅନ୍ତୁ।
OSCAR-2019
ଆଦିବାସୀ ନାବାଳିକା ବାଙ୍ଗଲାଦେଶକୁ ଚାଲାଣ:୧୫ ଦିନରେ ନଫେରିଲେ ସଚିବାଳୟ ଆଗରେ ଧାରଣା:ପୂର୍ବତନ ସାଂସଦ ପ୍ରଦୀପ ମାଝୀ – Odiapua.com ମାଲକାନଗିରି, ୪ା୩ (ଓଡିଆ ପୁଅ ) କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ କୋଟି କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ କରାଯାଉଛି ବୋଲି ଡିଣ୍ଡିମପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଚିତ୍ରକୋଣ୍ଡା ଅଚଂଳର ଜଣେ ଆଦିବାସୀ ନାବାଳିକା କୁ ଚାକିରି ଦେବା ନାମରେ ବେଙ୍ଗୁଲୁର ରୁ ବାଙ୍ଗଲାଦେଶକୁ ପଠାଇଦିଆ ଯିବା ଓ ସେଠାରେ ସେ ନିର୍ଯ୍ୟାତିତ ହେବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନସୃଷ୍ଟି କରିଛି, ବାଙ୍ଗଲାଦେଶକୁ ପଠାଯାଇଥିବା ଆଦିବାସୀ ନାବାଳିକାକୁ ଆସନ୍ତା୧୫ଦିନ ମଧ୍ୟରେ ଓଡିଶାକୁ ଫେରାଇ ନ ଆଣିଲେ ମାଲକାନଗିରି ଜିଲ୍ଲାରେ ଜନ ଆନ୍ଦୋଳନ ହେବାସହିତ ରାଜ୍ୟସଚିବାଳୟ ସମ୍ମୁଖରେ ଝିଅର ପରିବାର ସହିତ କଂଗ୍ରେସଦଳ ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଛତିଶଗଡ ରାଜ୍ୟ କଂଗ୍ରେସଦଳର ବିଧାୟକ କବାସି ଲକ୍ଷ୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇଛନ୍ତି। ଆଜି ସକାଳେ ମାଲକାନଗିରି ଜିଲ୍ଲା ସତିଗୁଡା ଠାରେ ଥିବା ଜଳସେଚନ ବିଭାଗର ଡାକବଙ୍ଗଳା ଠାରେ ଜିଲ୍ଲାକଂଗ୍ରେସ ଦଳପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଙ୍ଗଲାଦେଶକୁ ଚାଲାଣ ହୋଇଥିବା ଆଦିବାସୀ ନାବାଳିକା ଝିଅର ମା ଓ ବାପା ଉପସ୍ଥିତ ରହି ସେମାନଙ୍କ ଝିଅ ବାଙ୍ଗଲାଦେଶରେ କିପରି ନିର୍ଯ୍ୟାତିତ ହେଉଛି ସେ ସଂପର୍କରେ କହିଥିଲେ। ଚିତ୍ରକୋଣ୍ଡା ଥାନାସ୍ଥ ଦୋରାଗୁଡା ପଚାଂୟତ ମାଳିଗୁଡା ଗ୍ରାମର ଡମ୍ବରୁ ମାଟାମ ଜଣେ ଗରିବ ଆଦିବାସୀ, ତାଙ୍କ ଝିଅ ଲକ୍ଷ୍ମୀ ମାଟାମ(୧୬) ୧୦ମ ଶ୍ରେଣୀ ପାସ କରିବାପରେ ପଇସା ଆଭାବରୁ ଅଧିକ ପାଠପଢାଇ ପାରିନଥିଲେ। ଜିଲ୍ଲାପ୍ରଶାନ ପକ୍ଷରୁ ମାଲକାନଗିରି ଜିଲ୍ଲାସଦରମହକୁମା ଠାରେ ଏକ ମାଗଣା ସିଲାଇତାଲିମ କେନ୍ଦ୍ର ଖୋଲାଯାଇ ଗରିବ ଝିଅମାନଙ୍କୁ ମାଗଣାରେ ରହିବା ଖାଇବା ସିଲାଇ ତାଲିମଦିଆ ଯାଉଥିବାର ଜାଣି ଡମ୍ବରୁ ତାଙ୍କ ଝିଅକୁ ସେଠାରେ ତାଲିମ ନେବାପାଇଁ ଛାଡିଦେଇଥିଲେ। ଲକ୍ଷ୍ମୀ ମାଟାମ ସିଲାଇ ତାଲିମ ନେବାପରେ ତାର ଚାକିରି ବେଙ୍ଗୁଲୁର ସହରରେ ହୋଇ ଯାଇଥିବାରୁ ସେ ଗତ ୨୦୧୬ ଅକ୍ଟୋବର ମାସରେ ବେଙ୍ଗୁଲୁର ଠାରେ ଏକ କମ୍ପାନିରେ ଚାକିରିରେ ଯୋଗଦେଇଥିଲା। ଗୋଟିଏ ମାସ ସେଠାରେ ରହିବା ପରେ ଝିଅ ସହିତ କିଛି ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡିଥିଲେ। କିଛିମାସପରେ ଡମ୍ବରୁ ଝିଅର ଖୋଜ ଖବର ନେବାପରେ ଜାଣିବାକୁ ପାଇଲେ ତାଙ୍କ ଝିଅ ଲକ୍ଷ୍ମୀକୁ ବେଙ୍ଗୁଲୁର ରୁ ବାଙ୍ଗଲାଦେଶକୁ ପଠାଇଦିଆ ଯାଇଛି। କିଛିଦିନପରେ ହଟାତ ବାଙ୍ଗଲାଦେଶରୁ ଲକ୍ଷ୍ମୀ ମାଟାମ ୮୮୦୧୭୮୭୫୧୪୨୯୮ ଫୋନ ନମ୍ବରରେ ବାପା ମୁ ଏବେ ବାଙ୍ଗଲାଦେଶରେ ଅଛି, ଏଠାରେ ମୋତେ ନାନାପ୍ରକାର ନିର୍ଯାତନା ଦିଆଯାଉଛି, ଏମିତି ଅଧାବେଳା ମୋତେ ଖାଇବାକୁ ଦିଆଯାଉନାହିଁ ମୋତେ ତୁରନ୍ତ ଏଠାରୁ ଉଦ୍ଧାର କରି ନେଇଯାଅ ବୋଲି ତାଙ୍କ ବାପା ଡମ୍ବରୁ ଙ୍କ ନିକଟକୁ ଫୋନକରି କାନ୍ଦି କାନ୍ଦି କହିଥିଲେ। ଝିଅ ବାଙ୍ଗଲାଦେଶରେ ନିର୍ଯଯ଼ାତିତ ହେବାର ଜାଣିବାପରେ ତାଙ୍କ ଝିଅକୁ ବାଙ୍ଗଲାଦେଶରୁ ଫେରାଇ ଆଣିବା ପାଇଁ ଡମ୍ବରୁ ମାଟାମ ଗତ ୨୦.୧୧.୨୦୧୭ତାରିଖରେ ମାଲକାନଗିରି ଜିଲ୍ଲାପାଳ ଓ ଚିତ୍ରକୋଣ୍ଡା ଥାନରେ ଏକ ଦରଖାସ୍ତ ଦେଇଥିଲେ। ଏ ସଂପର୍କରେ ପୁବ ର୍ତନ ସାଂସଦ ପ୍ରଦୀପ ମାଝୀ ଜାଣିବାପରେ ଆଦିବାସୀ ନାବାଳିକା ଲକ୍ଷ୍ମି ମାଟାମଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ମାଲକାନଗିରି ଜିଲ୍ଲାପାଳ, ଏସପି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମଧ୍ୟ ଏକ ଚିଠିଦେଇଥିଲେ। ବାଙ୍ଗଲାଦେଶକୁ ଚାଲାଣ ହୋଇଥିବା ନାବାଳିକା ଲକ୍ଷ୍ମୀ ମାଟାମାକୁ ଆଜି ପର୍ଯ୍ୟନ୍ତ ଭାରତ ସରକାର କି ଓଡିଶା ସରକାର ଙ୍କ ପକ୍ଷରୁ ଉଦ୍ଧାର କରାଯାଇନଥିବାରୁ ଚିତ୍ରକୋଣ୍ଡା ବିଛିନ୍ନାଚଂଳର ଆଦିବାସୀ ଲୋକମାନେ ଆଜି ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ତୁରନ୍ତ ଗରିବ ଆଦିବାସୀ ଝିଅକୁ ବାଙ୍ଗାଲାଦେଶରୁ ସରକାର ଉଦ୍ଧାର କରି ତାଙ୍କ ପରିବାରଙ୍କୁ ହସ୍ତାନ୍ତରକରନ୍ତୁ ବୋଲି କହିଛନ୍ତି। କେନ୍ଦ୍ର ଓ ରାଜ୍ୟସରକାରଙ୍କ ଜାତି ବଣ୍ଣ, ଧର୍ମ ବିଚିତ୍ର ନିତି ନିୟମ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ପ୍ରାୟ ୨ହଜାରରୁ ଉର୍ଦ୍ଦ ଗରିବ ଛାତ୍ର ଛାତ୍ରୀ ଶିକ୍ଷାଦାନରୁ ବଚିଂତ ହୋଇଛନ୍ତି। ଏହି ପିଲାମାନଙ୍କୁ ତହସିଲ ପକ୍ଷରୁ ଆଦିବାସୀ, ହରିଜନ ଜାତିଗତ ପ୍ରମାଣ ପତ୍ର ଦିଆଯାଉ ନଥିବାରୁ ସେମନଙ୍କୁ ବିଦ୍ୟାଳୟ ଓ ଛାତ୍ରବାସରୁ କାଢିଦିଆଯାଉଛି। କେବଳ ହରିଜନ, ଆଦିବାସୀ ଛାତ୍ର ଛାତ୍ରୀ ନୁହଁନ୍ତି, ସାଧରଣ ବର୍ଗର ଗରିବ ପିଲାମାନେ ମଧ୍ୟ ସରକାରଙ୍କ ସୁବିଧା ସୁଯୋଗରୁ ବଚିଂତ ହୋଇ ପାଠ ପଢିପାରୁ ନାହଁନ୍ତି। ବିଶେଷ କରି ଚିତ୍ରକୋଣ୍ଡା ବିଛିନ୍ନାଚଂଳର ଶହ ଶହ ପିଲା ୫ମ ଶ୍ରେଣୀ ପାସକରି ସାରିଲାପରେ ସେମାନଙ୍କର ଜାତିଗତ ପ୍ରମାଣପତ୍ର ନଥିବାରୁ ୬ଷ୍ଟ ଶ୍ରେଣୀରେ ନାମଲେଖାଇ ପାରୁନହାଁନ୍ତି କି କୌଣସି ଛାତ୍ରବାସରେ ସେମାନଙ୍କୁ ସ୍ଥାନ ମିଳୁନାହିଁ। ତୁରନ୍ତ ୧୫ଦିନ ମଧ୍ୟରେ ଏହି ଛାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଜାତିଗତ ପ୍ରମାଣପତ୍ର ଦିଆ ଯାଇ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରବାସରେ ସ୍ଥାନ ଦେଇ ମାଗଣାରେ ଶିକ୍ଷାଦନ ବ୍ୟବସ୍ଥା କରାଯାଉ ନଚେତ ଜିଲ୍ଲାରେ ଗଣ ଆନ୍ଦୋଳନ ହବାସହିତ ରାଜ୍ୟସଚିବାଳୟ ଆଗରେ ଶିକ୍ଷାଦାନରୁ ବଚିଂତ ହୋଇଥିବା ଶହଶହ ଆଦିବାସୀ ହରିଜନ ଛାତ୍ର ଛାତ୍ରୀ ସେମାନଙ୍କ ପରିବାର ଗଣଧାରଣାରେ ବସିବେ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ବ୍ୟତିତ ସେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ପ୍ରାକୃତିକ ସମ୍ପଦ ଭରପୁର ହୋଇ ରହିଛି, ଏହାର ସୁଫଳ ସ୍ଥାନୀୟ ଗରିବ ଆଦିବାସୀ ପାଇପାରୁନଥିବା ବେଳେ ରାଜ୍ୟ ସରକାର ବିଭିନ୍ନ କମ୍ପିନୀଙ୍କୁ ପ୍ରାକୃତିକ ସମ୍ପଦ ଲୁଟ କରିବାପାଇଁ ସୁଯୋଗ ଦେଇ ଚାଲିଛନ୍ତି। ବିଶେଷ କରି ଚିତ୍ରକୋଣ୍ଡା ଠାରେ ଥିବା ଏସଆର କମ୍ପାନି ମାଲକାନଗିରି ଜିଲ୍ଲା ମଧ୍ୟଦେଇ ଛତିଶଗଡ ବଇଲାଡିଲା ଠାରୁ ପାଇପଲାଇନ ଯୋଗେ ତରଳ ଆଇରନ ଓର ଆନ୍ଦ୍ରପ୍ରଦେଶ ବିଶାଖାପାଟଣାକୁ ପଠାଇ ବେସ ଲାଭବାନ ହେଉଛି। ଛତିଶଗଡ ବାସୀଙ୍କ ପାଇଁ ଉକ୍ତ କମ୍ପାନୀ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ କରିଥିବା ବେଳେ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ସେମିତି କିଛି କାମ କରିନାହିଁ।ତୁରନ୍ତ ଏସଆର କମ୍ପାନୀ ଚିତ୍ରକୋଣ୍ଡା ଅଚଂଳବାସିଙ୍କ ପାଇଁ ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟଜଳ ଯୋଗାଣ, ସହିତ ରୋଜଗାର କ୍ଷମର ବ୍ୟବସ୍ଥା କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବିକରାଯାଇଥିଲା। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଛତିଶଗଡ ରାଜ୍ୟ କୋଟାଂ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସଦଳର ବିଧାୟକ କବାସୀ ଲକ୍ଷ୍ମା, ପୁବ ର୍ତନ ସାଂସଦ ପ୍ରଦୀପ ମାଝ. ମାଲକାନଗିରି ଜିଲ୍ଲାକଂଗ୍ରେସ ଦଳର ସଭାପତି ଗୋବିନ୍ଦପାତ୍ର, ବରିଷ୍ଟ କଂଗ୍ରେସ ନେତା ରାମପ୍ରାସାଦ ପଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢି, ମହିଳା କଂଗ୍ରେସ ସଭାନେତ୍ରୀ କମଳାବରାଳ, ଜି.ଶ୍ରୀନାବିସ ରାଓ(ଚିଟିବାବୁ)ପେଣ୍ଡ୍ରାପଣ୍ଡା, ଯୁବକଂଗ୍ରେସ ସଭାପତି ଚିତପଟନାୟକ, ବ୍ଲକଅଧ୍ୟକ୍ଷା କୁମୁଦୁନି କ୍ରୀସାନୀ, ପର୍ଶୁରାମଭକ୍ତ, ମୋହନଲାଲାଛତ୍ରୀ, ସରପଚଂ ଭିମାବାରସା, ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ବାଙ୍ଗାଲଦେଶରୁ ଆଦିବାସୀ ନାବାଳିକା ଲକ୍ଷ୍ମୀ ମାଟାମକୁ ସରକାର ଫେରାଇ ନଆଣିଲେ ଓ ଶିକ୍ଷାଦାନରୁ ବଚିଂତ ଶହଶହ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ତୁନ୍ତ ଶିକ୍ଷାଦାନର ବ୍ୟବସ୍ଥା କରାନଗଲେ ଆଗାମିଦିନରେ ମାଲକାନଗିରି ଜିଲ୍ଲାରେ ସମସ୍ଥ ଆଦିବାସୀ ସମାଜ ଓ ଜିଲ୍ଲାକଂଗ୍ରେସ ଦଳ ପକ୍ଷରୁ ଗଣଆନ୍ଦୋଳନ କରିବାସହିତ ରାଜ୍ୟସଚିବାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଛତିଶଗଡ ରାଜ୍ୟ କୋଟାଂ ବିଧାୟକ କବାସୀ ଲକ୍ଷ୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
OSCAR-2019
ଲକ୍ଷ୍ନୌ: ଦେଶରେ କୃଷି ଓ କୃଷକଙ୍କ ସ୍ଥିତି କିଭଳି ଦୟନୀୟ ରହିଛି ତାହା ଉତ୍ତରପ୍ରଦେଶର ଗରିବ କୃଷକଙ୍କ ଉପରେ ଦୃଷ୍ଟିପାତ କଲେ ଯେ କେହି ଅନୁଭବ କରିପାରିବ। କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବର୍ଷ ବିଭିନ୍ନ ପଦକ୍ଷେପ ଘୋଷଣା ହେଉଥିଲେ ମଧ୍ୟ ସେସବୁର କୌଣସି ପ୍ରଭାବ ପଡ଼ୁନାହିଁ। କୃଷିଋଣ ଛାଡ଼ ଠାରୁ ଆରମ୍ଭ କରି କୃଷକମାନଙ୍କ ପାଇଁ ସ୍ପେସାଲ୍‌ ପ୍ୟାକେଜ୍‌ ଘୋଷଣା ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେଉନାହିଁ। ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ୟୁପିର ଜଣେ କୃଷକ ଚାଷ ପାଇଁ ଶେଷରେ କିଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ୟୁପିର ଝାନ୍‌ସି ଜିଲ୍ଲା ମୌରନିପୁର ସ୍ଥିତ ବଡ଼ଗାଓଁର ଜଣେ ୬୦ ବର୍ଷୀୟ କୃଷକ ଅଛେଲାଲ୍‌ ଅହରଓ୍ଵାର୍‌ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ତାଙ୍କ ଜୀବନ ଜୀବିକା ଚାଷ ହୋଇଥିଲେ ମଧ୍ୟ ଚାଷ ପାଇଁ ଟ୍ରାକ୍ଟର କିଣିବା କିମ୍ବା ହଳେ ବଳଦ ଯୋଗାଡ଼ କରିବାକୁ ତାଙ୍କ ପାଖରେ ଅର୍ଥ ନାହିଁ। ଶେଷରେ ଅଛେଲାଲ୍‌ କିଛି ଉପାୟ ନପାଇ ନିଜ ଦୁଇ ଝିଅଙ୍କୁ ବଳଦ ଭାବେ ଲଙ୍ଗଳରେ ଯୋଚି ବିଲରେ ହଳ କରିଛନ୍ତି। ସେମାନଙ୍କର ଆଶା ଭଲ ବର୍ଷାହେଲେ ଜମିରେ ଅନ୍ତତଃ ଭଲ ଫସଲ ଫଳିବ ଏବଂ ପରିଶ୍ରମର ମୂଲ୍ୟ ମିଳିବ। ଅଛେଲାଲ୍‌ଙ୍କ ଦୁଇ ଝିଅ ରବିନା (୧୩) ଏବଂ ଶିବାନୀ (୧୦) ପାଠ ପଢ଼ିବା ବୟସରେ ବାପାଙ୍କ ସହ ବିଲରେ ଖଟୁଛନ୍ତି। କାରଣ ଚାଷ ନକଲେ ସେମାନଙ୍କୁ ଖାଇବାକୁ ଭାତ ମୁଠେ ମିଳିବା କଷ୍ଟକର ହୋଇପଡ଼ିବ। ଉଭୟ ରବିନା ଏବଂ ଶିବାନୀ ମଧ୍ୟ ଆଶାବାଦୀ ଅଛନ୍ତି ଯେ ସେମାନଙ୍କ ପରିଶ୍ରମର ଉତ୍ତମ ଫଳ ମିଳିବ ଏବଂ ବାପା ବଳଦ କିଣିବାକୁ ସକ୍ଷମ ହେବେ। ରବିନା ଗାଁ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଶିବାନୀ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି। ଅଛେଲାଲ୍‌ ବଡ଼ଗାଓଁରେ ଏକ ଚାଳ ଘରେ ରୁହନ୍ତି। ଅଛେଲାଲ୍‌ଙ୍କର ରାସନ କାର୍ଡ ରହିଛି ଏବଂ ଏହି କାର୍ଡରେ ତାଙ୍କୁ ପ୍ରତିମାସରେ ୨୦ କିଲୋଗ୍ରାମ୍‌ ଖାଦ୍ୟଶସ୍ୟ ମିଳୁଛି । ଘରେ ଶୌଚାଳୟ ତିଆରି କରିବାକୁ ସେ ସ୍ୱପ୍ନ ରଖିଛନ୍ତି, କିନ୍ତୁ ସରକାରୀ ସହାୟତା ତାଙ୍କୁ ମିଳୁନାହିଁ। ଅଛେଲାଲ୍‌ଙ୍କ ଉପରେ ଏବେ ଦେଢ଼ଲକ୍ଷ ଟଙ୍କାର ଋଣଭାର ରହିଛି।
OSCAR-2019
କନକ ବ୍ୟୁରୋ: ଜୁଲାଇ ୧୭ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଗତକାଲି ଶେଷ ହୋଇଛି । ଚଳିତ ଅଧିବେଶନରେ ଲୋକସଭାରେ ୧୪ଟି ଓ ରାଜ୍ୟ ସଭାରେ ୯ଟି ବିଲ୍ ଆଗତ ହୋଇଥିଲା । ୨୬ଟି ଅଧିବେଶନର ୧୯ଟି କାର୍ଯ୍ୟ ଦିବସ ମଧ୍ୟରେ ଉଭୟ ଗୃହରେ ମାତ୍ର ୯ଟି ବିଲକୁ ଅନୁମୋଦନ ମିଳିଥିଲା । ତେବେ ଲୋକସଭାରେ ନିର୍ଦ୍ଧାରିତ ସମୟର ୭୦% ଓ ରାଜ୍ୟସଭାରେ ୭୩% କାର୍ଯ୍ୟ ହୋଇଥିବା ପ୍ରକାଶ । ବିନୋଦ ଖାନ୍ନା ଓ ସନଓ୍ଵାର ଲାଲ ଜାଟଙ୍କ ପରଲୋକରେ ଲୋକସଭାରେ ଦୁଇଦିନ କୌଣସି କାର୍ଯ୍ୟ ହୋଇନଥିବାବେଳେ କେନ୍ଦ୍ରମନ୍ତ୍ରୀ ଅନିଲ ମାଧବ ଡାଭେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟସଭା ପ୍ରଥମ ଦିନ ମୁଲତବୀ ରହିଥିଲା । ଲୋକସଭାରେ୨୮ ଘଣ୍ଟା ଓ ରାଜ୍ୟସଭାରେ ୨୨ ଘଣ୍ଟା ବିଭିନ୍ନ ବିଲ୍ ସମ୍ପର୍କିତ ଆଲୋଚନା ହୋଇଥିଲା । ଶେଷ ପର୍ଯ୍ୟାୟରେ ବିଜେଡି ସାଂସଦମାନେ ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଧାରଣା ଓ ପ୍ରତିବାଦ କରିଥିଲେ । ଲୋକସଭାରେ ବିଜେଡି ସାଂସଦମାନେ ଏହାକୁ ନେଇ ହଟ୍ଟଗୋଳ କରିଥିବା ବେଳେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠିନଥିଲା । ଏହା ବ୍ୟତୀତ ରାଜ୍ୟର ସାଂସଦମାନେ ରାଜ୍ୟ ସ୍ୱାର୍ଥ ସଂପର୍କିତ ଅନ୍ୟ କୌଣସି ପ୍ରସଙ୍ଗକୁ ପ୍ରଭାବଶାଳୀ ଢଙ୍ଗରେ ଉଠାଇନଥିଲେ । ମୌସୁମୀ ଅଧିବେଶନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳରେ ବୈଠକରେ ରାଜ୍ୟର ସ୍ୱାର୍ଥ ସଂପର୍କିତ ପ୍ରସଙ୍ଗକୁ ଜୋରଦାର ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମହାନଦୀ, ଜଳବିବାଦ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ପ୍ରସଙ୍ଗ ଉପସ୍ଥାପନ କରିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ଉଭୟ ଗୃହରେ ଏସଂପର୍କରେ ଦୃଷ୍ଟି ଆକର୍ଷଣ କରାଯାଇନଥିଲା । ମହାନଦୀ ଜଳବିବାଦ ଆଳରେ ବିବାଦୀୟ ପୋଲାଭରମ ପ୍ରସଙ୍ଗ ସଂପୂର୍ଣ୍ଣ ରୂପେ ନୀରବ ପଡ଼ିଯାଇଥିଲା। ରାଜ୍ୟସଭାରେ ବିଜେଡି ସାଂସଦମାନେ ସାଙ୍କେତିକ ଭାବେ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଥିଲେ । ମାଓ ମୁକାବିଲାକୁ ନେଇ ବିଜେଡି ପକ୍ଷରୁ ସଂସଦରେ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିବା ବେଳେ ଅନ୍ୟ ପ୍ରସଙ୍ଗରେ ଦଳ ସରକାରଙ୍କୁ ଘେରିବା ପାଇଁ କୌଣସି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିନଥିଲା । ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦେବାଭଳି ତତ୍ପରତା ଦେଖାଇନଥିଲା । ବିଜେଡି ସଂସଦୀୟ ଦଳର ବୈଠକରେ ଯେଉଁ ସବୁ ରଣନୀତି ପ୍ରସ୍ତୁତ ହୋଇଥିଲା, ତଦନୁସାରେ ପ୍ରସଙ୍ଗ ଉପସ୍ଥାପନ ହୋଇପାରିନଥିଲା । ମୌସୁମୀ ଅଧିବେଶନ ବେଳେ ବିଜେଡିର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ମଧ୍ୟ ଚର୍ଚ୍ଚାରେ ରହିଥିଲା । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓ ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଜଣାଇଥିଲା । ଉପରାଷ୍ଟ୍ରପତି ନିର୍ବାଚନରେ ଜେଡିୟୁ ଓ ବିଜେଡିର କିଛିଂ ସାସଦ କ୍ରସ୍ ଭୋଟିଂ କରିଥିବା ନେଇ ଦଳର ସାଂସଦଙ୍କୁ ଅପ୍ରୀତିକର ସ୍ଥିତିରେ ପକାଇଥିଲା । ଅଧିବେଶନ ବେଳେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତି କେନ୍ଦ୍ର ସରକାର ନରମ ଆଭିମୁଖ୍ୟ ଗ୍ରହଣ କରିଥିବା ଅଭିଯୋଗ କରିଥିଲେ । ଅପରପକ୍ଷେ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବୀ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନର ଆଲୋଚନାରେ ସ୍ୱାଧୀନ ସଦସ୍ୟ ଏଭି ସ୍ୱାମୀଙ୍କ ପ୍ରଦର୍ଶନକୁ ସାଂସଦମାନେ ପ୍ରଶଂସା କରିଥିଲେ ।
OSCAR-2019
ମୃତ୍ୟୁ ଏପରି ଆସିବ କିଏ ଚିନ୍ତା କରିଥିଲା । ନିଆଁ ଲାଗି ଜଳିଗଲା ଗୋଟିଏ ପରିବାରର ସୁଖର ସଂସାର । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଧେଶ୍ୱରୀ ନିକଟରେ ଥିବା ପାଲ୍ ହାଇଟ୍ସ୍ ମାଲିକ ସତପାଲ ସିଂଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ୪ଜଣଙ୍କ ସମେତ ୫ଜଣ ବ୍ୟକ୍ତି । ଆଜି ଭୋରରୁ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । ସତପାଲ ସିଂହଙ୍କ ଘରେ ନିଆଁ ଲାଗି ସାନପୁଅ, ବୋହୁ, ନାତି, ନାତୁଣୀ ଓ ସହାୟିକା ଖୁସି ଦାସ ପ୍ରାଣ ହରାଇଛନ୍ତି । ସମସ୍ତଙ୍କ ଶରୀର ନିଆଁ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ । ତେଣୁ ଶ୍ୱାସରୁଦ୍ଧ ହୋଇ ସେମାନେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ସତପାଲ ସିଂହଙ୍କ ଜଣେ ସମ୍ପର୍କୀୟ ଭାଇ ଏହି ଅଗ୍ନିକାଣ୍ଡରେ ଗୁରୁତର ଅସୁସ୍ଥ ହୋଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତିି ହୋଇଛନ୍ତି । ମୃତଦେହ ଗୁଡିକ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯିବ । ଆଜିର ସକାଳ ସତପାଲ ସିଂହଙ୍କ ପରିବାର ପାଇଁ ସତେ ଯେମିତି ଦୁଃଖର ପାହାଡ ନେଇ ଆସିଥିଲା । ଅଳ୍ପ ସମୟ ମଧ୍ୟରେ ଛାରଖାର ହୋଇଗଲା ଗୋଟିଏ ପରିବାର । ମୃତ୍ୟୁ ଯେ ଏପରି ଆସିବ କେହି ବିଶ୍ୱାସ କରିନଥିବେ । ରାତି ୪ଟା ପାଖାପାଖି ସମୟରେ ପ୍ରଥମ ମହଲାରେ ଥିବା ଠାକୁର ଘର ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ପ୍ରଥମରୁ ଦ୍ୱିତୀୟ ମହଲାକୁ ଥିବା ସିଡି ସମ୍ପୂର୍ଣର୍ ଭାବେ କାଠରେ ତିଆରି ହୋଇଥିବାରୁ ଏଥିରେ ଲାଗିଥିବା ନିଆଁ ଭୟଙ୍କର ରୂପ ନେଇ ଦ୍ୱିତୀୟ ମହଲା ଆଡକୁ ବ୍ୟାପୀ ଯାଇଥିଲା । ଘରର ଗ୍ରାଉଣ୍ଡ ଫ୍ଲୋରରେ ସତପାଲ ସିଂହ ଓ ତାଙ୍କ ପତ୍ନୀ ରହୁଥିବାବେଳେ ପ୍ରଥମ ମହଲାରେ ତାଙ୍କର ବଡ ପୁଅଙ୍କ ପରିବାର ରୁହନ୍ତି । ହେଲେ ଏ ଅଗ୍ନିକାଣ୍ଡ ଦ୍ୱିତୀୟ ମହଲାରେ ରହୁଥିବା ତାଙ୍କ ସାନପୁଅର ସମ୍ପୂର୍ଣ୍ଣ ପରିବାରକୁ ଗିଳି ଦେଇଛି । ସାନପୁଅ ଗଗନପାଲ ସିଂହ(୩୯ବର୍ଷ ), ସାନବୋହୁ ଭାବନା ସିଂହ (୩୫ବର୍ଷ ), ନାତୁଣୀ ସୋହାବି ସିଂହ (୧୨ବର୍ଷ ), ନାତି ରୁବିର ସିଂହ( ୪ବର୍ଷ ) ଓ ଘରର ସହାୟିକା ଖୁସି ଦାସ (୧୨ବର୍ଷ) ଙ୍କ ଜୀବନ ଦୀପ ଲିଭିଯାଇଛି । ରାତି ୪ଟାରେ ନିଆଁ ଲାଗିବା ପରେ ପରିବାର ଲୋକେ ଏବଂ ପଡୋଶୀ ଗଗନପାଲଙ୍କ ପରିବାରକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ, ସେମାନେ ଭୟଙ୍କର ଭାବେ ଜଳୁଥିବା ସିଡି ଦେଇ ଦ୍ୱିତୀୟ ମହଲାକୁ ଯିବା ସମ୍ଭବ ହୋଇନଥିଲା । ଖବର ପାଇ ଦମକଳ ବାହୀନି ଏବଂ ପୁଲିସ ପିସିଆର ଭ୍ୟାନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁଇ ଛୋଟ ପିଲା ସୋହାବି ଓ ରୁବିରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତରଖାନା ନେବା ବାଟରେ ସେ ଦୁଇଜଣ ପ୍ରାଣ ହରାଇଥିବା କୁହାଯାଉଛି । ଗଗନପାଲ, ଭାବନା ଓ ଖୁସି ଦାସଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ । ବେଡରୁମର ଆସବାବପତ୍ର ଏବଂ ଖଟ ବିଶେଷ କ୍ଷତିଗ୍ରସ୍ତ ହୋଇନଥିବାରୁ ସେମାନେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବାର ଆଶଙ୍କା କରାଯାଉଛି । ଏସବୁ ସତ୍ୱେ ନିଆଁରୁ ବଞ୍ଚିବା ପାଇଁ ଚେଷ୍ଟା କରିଥିଲେ ପରିବାର ଲୋକ । ଦ୍ୱିତୀୟ ମହଲାର ଝରକାରୁ ଏକ ଲୁଗା ତଳକୁ ଓହଳି ଥିବାରୁ ପରିବାର ଲୋକେ ଜୀବନ ବଂଚାଇବା ପାଇଁ ବିକଳ ପ୍ରୟାସ କରିଥିବା ଜଣାପଡିଛି । ଏହାସହ ସତପାଲଙ୍କ ଘରେ ସବୁ ଡୋରରେ ସେନସର ଲକିଂ ସିଷ୍ଟମ କରାଯାଇଥିବାରୁ ଅଗ୍ନିକାଣ୍ଡରେ ଏହା ଅକାମି ହୋଇଯାଇଥିବା ଫଳରେ କେହି ବି ବାହାରକୁ ବାହାରିବା ସମ୍ଭବ ହୋଇନଥିଲା ବୋଲି କୁହାଯାଉଛି । ତାସହ ତିନି ମହଲା ବିଶିଷ୍ଟ ଏହି କୋଠାଘରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ସେ ନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ । ପୁଲିସ ଓ ସାଇଂଟିଫିକ୍ ଟିମ ପହଂଚି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅନୁସନ୍ଧାନ କରୁଛି । ପେଟ୍ରୋଲ୍ ଓ ଡିଜେଲ ଦର ଦିନକୁ ଦିନ ବେଲଗାମ ହେବାରେ ଲାଗିଛି। ଲୋକମାନେ ଯେଉଁ ତେଲ କିଣୁଛନ୍ତି ତା’ଉପରେ ମୋଟା ଅଙ୍କର ଟିକସ ଗଣୁଛନ୍ତି। ତେଲ୍ର ପ୍ରକୃତ ମୂଲ୍ୟ ଯେତିକି ଟଙ୍କା ତା’ଠାରୁ ଅଧିକ ଟିକସ ଦେଉଛନ୍ତି। ଏକ ଲିଟର ପେଟ୍ରୋଲ୍ କିଣିବା ବେଳେ ଗ୍ରାହକମାନେ ପ୍ରାୟ ୩୯ ଟଙ୍କାର ଟିକସ ଦେଉଛନ୍ତି। ସେହିପରି ଏକ ଲିଟର୍ ଡିଜେଲ୍ରେ ୩୫ ଟଙ୍କାର ଟିକସ ଆଦାୟ କରାଯାଉଛି। ଚିନ୍ତାଜନକ ବିଷୟ ହେଲା ଏବେ ଏହି ଅବସ୍ଥା ଆଗକୁ ବି ଜାରି ରହିପାରେ । କାହିଁକି ନା ଡଲାର ତୁଳନାରେ ଟଙ୍କା ଦୂର୍ବଳ ହେବା ପରେ ରାଷ୍ଟ୍ରାୟତ ତେଲ କମ୍ପାନିମାନଙ୍କ ଉପରେ ଚାପ ବଢିଯାଇଛି । ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଉଚ୍ଚସ୍ତରରେ ଥିବାବେଳେ ଟଙ୍କା ଦୁର୍ବଳ ହେବା ଫଳରେ ତେଲକମ୍ପାନିମାନେ ତେଲ କିଣିବାକୁ ଅଧିକ ଡଲାର ବ୍ୟୟ କରିବାକୁ ପଡୁଛି । ଏକ ହିସାବ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଭାରତର ତୈଳ ଆମଦାନୀ ବ୍ୟୟଭାର ପ୍ରାୟ ୨୬ ବିଲିୟନ ଡଲାର ବଢିବ । ଏହାର ସିଧାସଳଖ ଅର୍ଥ ହେଉଛି ଆଗାମୀ ଦିନରେ ଦେଶରେ ପେଟ୍ରୋଲ, ଡିଜେଲ ଦର ଆହୁରି ବଢିପାରେ । ସରକାରୀ ତୈଳ କଂପାନୀଗୁଡିକ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ସୋମବାର ଦିଲ୍ଲୀରେ ପେଟ୍ରୋଲ ୭୯.୧୫ ଟଙ୍କା ପ୍ରତିଲିଟର ରେକର୍ଡ ସ୍ତର ଏବଂ ଡିଜେଲ ୭୧.୧୫ ଟଙ୍କା ପ୍ରତି ଲିଟର ପିଛା ରେକର୍ଡ ସ୍ତରରେ ପହଂଚିଛି । ସେହିପରି ଦେଶର ବାକି ସମସ୍ତ ମେଟ୍ରୋ ସହରମାନଙ୍କରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ଦାମ ଦିଲ୍ଲୀଠାରୁ ଅଧିକ ରହିଛି । ତେବେ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରେ ୧୯ ଟଙ୍କା ୪୮ ପଇସା ଓ ଡିଜେଲ୍ ଉପରେ ୧୫ ଟଙ୍କା ୩୩ ପଇସାର ଉତ୍ପାଦନ ଶୁଳ୍କ ଲଗାଇଛନ୍ତି। ତେଲ ଦରରେ ଯେତେ ହ୍ରାସ/ବୃଦ୍ଧି ହେଲେ ଏହି ଟିକସରେ କୌଣସି ପରିବର୍ତ୍ତନ ହୁଏ ନାହିଁ। କିନ୍ତୁ ରାଜ୍ୟ ସରକାର ଆଦାୟ କରୁଥିବା ଭାଟ୍ରେ ନିୟମିତ ପରିବର୍ତ୍ତନ ହୋଇଥାଏ। ତେଲ ଦରରେ ହେଉଥିବା ବୃଦ୍ଧି ଯୋଗୁ ରାଜ୍ୟଗୁଡ଼ିକ ଅଧିକ ରାଜସ୍ୱ ପାଇଥାନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ୧୦ ଦିନ ହେଲା ବୃଦ୍ଧି ପାଉଛି। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୪ ମଧ୍ୟରେ ପେଟ୍ରୋଲ୍ ଦର ୧ ଟଙ୍କା ୬୩ ପଇସା ବଢ଼ିଥିବା ବେଳେ ଡିଜେଲ୍ ୨ ଟଙ୍କା ୩୩ ପଇସା ମହଙ୍ଗା ହୋଇଛି। ଓଡ଼ିଶା ବଜାର ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଡିଜେଲ୍ ଦର। ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ଏହାର ପ୍ରଭାବ ସିଧାସଳଖ ତେଲ ଉପରେ ପଡ଼ିଛି। ଭାରତ ଏହାର ତୈଳ ଚାହିଦାର ୮୦ ପ୍ରତିଶତରୁ ଅଧିକ ଆମଦାନି ମାଧ୍ୟମରେ ପୂରଣ କରିଥାଏ। ତେଣୁ ତେଲ କିଣିବା ବାବଦରେ ସରକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସରକାର ତେଲ ଦରକୁ ନିଜ ନିୟନ୍ତ୍ରଣରୁ ମୁକ୍ତ କରିସାରିଥିବାରୁ ଏହାର ବୋଝ ମଧ୍ୟ ଖାଉଟିଙ୍କ ଉପରେ ପଡ଼ୁଛି।
OSCAR-2019
ମୁଜାଫରନଗର : ପ୍ରତି ରାତିରେ ପତ୍ନୀଙ୍କୁ ନିଦ ବଟିକା ଖୁଆଇ ଗତ ଛଅମାସ ଧରି ନିଜ ୧୪ ବର୍ଷୀୟ ଝିଅ ସହ ଥରକୁ ଥର ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗରେ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୀଡ଼ିତାଙ୍କ କହିବାନୁଯାୟୀ, ସବୁଦିନ ରତିରେ ବାପା ମୋତେ କି ବଟିକା ଖାଇବାକୁ ଦିଅନ୍ତି । ମୁଁ ବଟିକା ଖାଇବା ପରେ ମୋତେ କ୍ଳାନ୍ତି ଅନୁଭବ ହୁଏ, ଆଉ ମୁ ଶୋଇପଡେ । କିଛି ସମୟ ଶୋଇବା ପରେ ବାପା ମୋ ସହିତ ଦୁଷ୍କର୍ମ କରନ୍ତି । ସବୁଦିନ ପରି ଗୁରୁବାର ରାତିରେ ମଧ୍ୟ ଘଟିଥିଲା ସମାନ ଘଟଣା । କିନ୍ତୁ ଅସମୟରେ ମାଆ ଉଠିପଡ଼ି ଅଭିଯୁକ୍ତ ଝିଅ ସହ ଦୁଷ୍କର୍ମ କରୁଥିବା ବେଳେ ଧରିପକାଇବାରୁ ଅପରାଧୀ ଲୋକଲୋଚନକୁ ଆସିଛି।
OSCAR-2019
ଷ୍ଟାରଙ୍କ ଷ୍ଟାର୍ ଭଲନାହିଁ । ଲାଗୁଛି ବଲିଉଡକୁ କାହାର ନଜର ଲାଗିଯାଇଛି । କାରଣ ଜଣେ ନୁହେଁ ଚାରିଜଣ ପ୍ରତିଷ୍ଠିତ ତଥା ଲୋକପ୍ରିୟ ତାରକା ଅସୁସ୍ଥ ଅଛନ୍ତି । ପ୍ରଥମେ ଖବର ଆସିଲା ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ୍ କୁମାର ଅସୁସ୍ଥ ଅଛନ୍ତି । ବିର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି । ତେବେ ଖବର ଆସିଛି ଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । କିଡନୀ ସମସ୍ୟା ଯୋଗୁଁ ୫ଦିନ ପୂର୍ବରୁ ଦିଲ୍ଲୀପ୍ କୁମାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ମିଷ୍ଟର୍ ପରଫେକ୍ଟନିଷ୍ଟ ଆମୀର୍ ଖାନ୍ ଏବଂ ପତ୍ନୀ କିରଣ ରାଓଙ୍କୁ ସ୍ୱାଇନ୍ ଫ୍ଲୁ ହୋଇଛି । ହଠାତ୍ ସ୍ୱାଇନ୍ ଫ୍ଲୂୁ ହେବା କାରଣରୁ ପୁଣେର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିଲେନି ଆମୀର୍ । ତେବେ ଆମୀରଙ୍କ ସ୍ଥାନରେ ଶାହାରୁଖ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତେବେ କେବଳ ପୁଣେ ନୁହେଁ ଅନେକ କାର୍ଯ୍ୟକ୍ରମରେ ଯୋଗନଦେଇପାରିବାରୁ ସ୍ଥଗିତ ରହିଲା । ଏବେ ରିଚା ଚଢା ମଧ୍ୟ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଅଛନ୍ତି । ରିଚା ସୋସିଆଲ୍ ମିଡିଆରେ ଏକ ଏକ ମାସ୍କ ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି । ସେହିପରି ଶାହାରୁଖ ମଧ୍ୟ ଅସୁସ୍ଥ ଅଛନ୍ତି । ତାଙ୍କ ଅଂଟାରେ ଆଘାତ ଲାଗିଛି । ସିନେମା ଜବ୍ ହ୍ୟାରୀ ମେଟ୍ ସେଜଲର ପ୍ରମୋସନ୍ ପାଇଁ ସେ କେଲକାତା ଯାଇଥିଲେ ସେତେବେଳେ ତାଙ୍କ ଅଂଟାରେ ଆଘାତ ଲାଗିଥିଲା । ସେଥିପାଇଁ ସେ କୋଲକାତାରେ ବିଳମ୍ବରେ ପହଂଚିଥିଲେ । ତେବେ ତାଙ୍କୁ ଏହି କେମିତି ଲାଗିଲା ତାହା ଜଣା ନାହିଁ । କୋଲକାତାରେ ତାଙ୍କୁ ଅପେକ୍ଷା କରିଥିବା ସାମ୍ବାଦିକ ମାନଙ୍କୁ ମେସେଜ୍ ଜରିଆରେ ଜଣାଇଥିଲେ ଯେ ତାଙ୍କ ଅଂଟାରେ ଆଘାତ ଲାଗିଥିବାରୁ ଡାକ୍ତରଙ୍କ ପାଖକୁ ଯାଇଛନ୍ତି । ତେଣୁ ପହଂଚିବାରେ ବିଳମ୍ବ ହେବ । ଏହା ପୂର୍ବରୁ ତାଙ୍କ ପିଠି ପାଇଁ ସର୍ଜରୀ ମଧ୍ୟ କରିଥିଲେ । ତେବେ ଏଥିରୁ ଜଣା ପଡୁଛି ବଲିଉଡ୍ ଷ୍ଟାର୍ ମାନଙ୍କ ଷ୍ଟାର୍ ବୋଧେ ଠିକ୍ ନାହିଁ ।
OSCAR-2019
ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଭାରତ ଗସ୍ତରେ ଆସିଛନ୍ତି । ଆଜି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ଦେଶ ମଧ୍ୟରେ ସଡ଼କ, ସୁରକ୍ଷା, ବିଜୁଳି, ପାଣି ସମ୍ପର୍କିତ ପାଖାପାଖିି ୮ ଟି ସନ୍ଧି ହୋଇଛି । ସୂଚନାଯୋଗ୍ୟ ନେପାଳରେ ଭାରତ ସହଯୋଗରେ ଅନେକ ପ୍ରକାର ବିକାଶ ମୂଳକ ଯୋଜନା ଚାଲୁଛି । ନେପାଳ ବିକାଶରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ମୋଦି କହିଛନ୍ତି, ଆମେ ଦୁଇ ଦେଶର ସମ୍ବନ୍ଧ ହିମାଳୟ ପରି ପୁରୁଣା ଓ ଶକ୍ତ । ମୋଦି କହିଛନ୍ତି, ଭୂମିକମ୍ପ ପରେ ଭାରତ ନେପାଳର ସାହଯ୍ୟ କରିଥିଲା । ଆମେ ଏହି ସାହଯ୍ୟକୁ ଆଉ ଅଧିକ ବଢ଼ାଇବା ପାଇଁ ଚାହୁଁଛୁ । ଉଭୟ ଦେଶର ସୁରକ୍ଷା ପାଇଁ ଜଣେ ଜଣଙ୍କ ଉପରେ ନିର୍ଭରଶୀଳ । ଏହାସହ ମୋଦି କହିଛନ୍ତି ଆମେ ମିଶି ବିଜୁଳି, ସଡ଼କ, ପାଣି ଆଦି କ୍ଷେତ୍ରର ବିକାଶ ଦିଗରେ କାମ କରୁଛୁ । ଏହା ପୂର୍ବରୁ ଗତକାଲି ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବା ମେକ ଇନ ଇଣ୍ଡିଆ ଅଭିଯାନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ନେପାଳକୁ ମଧ୍ୟ ମେକଇନ ଇଣ୍ଡିଆ ଯୋଗୁଁ ସାହାଯ୍ୟ ମିଳିବ । ଏହାସହ ରୋଜଗାର କ୍ଷେତ୍ର ମଧ୍ୟ ପ୍ରସାରିତ ହେବ । ସୂଚନାଯୋଗ୍ୟ ଡୋକଲାମ ବିବାଦ ମଧ୍ୟରେ କୂଟନୈତିକ ଚାଲ ଚଳେଇ ନେପାଳକୁ ମୋହରା କରିବାକୁ ଚେଷ୍ଟା କରିଥିଲା ଚୀନ । ସିକିମ ସୀମାରେ ଡ୍ରାଗନ୍ ସେନାର ଦାଦାଗିରିକୁ ଭାରତ ବେଖାତିର କରିବା ପରେ ଏପରି ଚାଲ ଖେଳିଥିଲା ଚୀନ । ଡୋକଲାମ ବିବାଦ ପ୍ରସଙ୍ଗରେ କାଠମାଣ୍ଡୁ ସହ ଆଲୋଚନା କରିଥିଲା ଚୀନ୍ ପ୍ରଶାସନ । ଭାରତ, ଚୀନ୍ ଓ ନେପାଳ ମଧ୍ୟରେ ଥିବା ଟ୍ରାଇ ଜଂକସନ୍ ନେଇ ନେପାଳ ସହ ଚୀନ୍ ଆଲୋଚନା ଆରମ୍ଭ କରିଥିଲା । ଏହାସହ ନେପାଳକୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲା ଚୀନ । ତେବେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତରୁ ଲାଗୁଛି ଭାରତ ଓ ନେପାଳର ପୁରୁଣା ବନ୍ଧୁତ୍ୱକୁ ଚୀନ ଚାହିଁଲେ ମଧ୍ୟ ଭାଙ୍ଗି ପାରିବ ନାହିଁ ।
OSCAR-2019
ଭୁବନେଶ୍ୱର, ତା.୦୫/୦୧ (ଓଡ଼ିଆ ପୁଅ) : ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ଦ୍ୱାରା ଓଡିଶାର କୌଣସି କ୍ଷତି ହେବ ନାହିଁ। ଏପରିକି ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଗୋଟିଏ ବି ଆଦିବାସୀ ପରିବାର ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଗତ କାଲି ସଂସଦରେ ନିର୍ଭର ଓ ଦୃଢ ପ୍ରତିଶୃତି ଦେଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଦେଇଥିବା ବକ୍ତବ୍ୟକୁ ଭଲ ଭାବେ ତର୍ଜମା କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ପରାମର୍ଶ ଦେଇଛନ୍ତି। ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ଉଭୟ ମହାନଦୀ ଏବଂ ପୋଲାଭରମ ପ୍ରସଙ୍ଗରେ ଶାସକ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି। ବିକାଶ ବିରୋଧୀ ଶାସକ ବିଜେଡି ନିଜର ଅପାରଗତାକୁ ଲୁଚାଇବା ସହ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଚାଲିଛି। ତେଣୁ ରାଜ୍ୟର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ଶାସକ ବିଜେଡି ରାଜନୀତି ବନ୍ଦ କରିବାକୁ ଶ୍ରୀ ବକ୍ସିପାତ୍ର କହିଛନ୍ତି। ପ୍ରକଳ୍ପ ଦ୍ୱାରା ସମ୍ଭାବ୍ୟ ଜଳବୁଡି ଓ ବାସଚ୍ୟୁତିକୁ ରୋକାଯିବା ପାଇଁ ପୋଲାଭରମ ପ୍ରକଳ୍ପ କତୃପକ୍ଷ ଦେଇଥିବା ସୁରକ୍ଷିତ ନଦୀବନ୍ଧ ନିର୍ମାଣ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବକ୍ସିପାତ୍ର କହିଛନ୍ତି। (ଫାଇଲ ଫଟୋ)
OSCAR-2019
ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ଅପେକ୍ଷାରେ ଦିଲ୍ଲୀ ହଜ୍‌ଖଜ୍‌ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପଡ଼ି ରହିଥିବା ରାଉରକେଲା ଖରିଆବାହାଲ୍‌ ବସ୍ତିର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଆଜି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ (ପିଏମ୍‌ଆର୍‌ଓ)କୁ ଯାଇ ନିରାଶ ହୋଇଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଅନୁମତି ମିଳିବ କି ନାହିଁ, ସେ ସମ୍ପର୍କରେ ୭ ଦିନ ପୂର୍ବରୁ କୌଣସି ସୂଚନା ଦେବା ଅସମ୍ଭବ ବୋଲି ପିଏମ୍‌ଆର୍‌ଓର ଅଫିସର୍‌ମାନେ ମୁକ୍ତିକାନ୍ତଙ୍କୁ ଜଣାଇ ଦେଇଛନ୍ତି। ଏହା ଶୁଣିବା ପରେ ମୁକ୍ତିକାନ୍ତ ‘ସମ୍ବାଦ’କୁ କହିଛନ୍ତି ଯେ ସେ ଆସନ୍ତାକାଲି ଆଉଥରେ ପିଏମ୍‌ଆର୍‌ଓ ଯାଇ ସାକ୍ଷାତ ଅନୁମତି ଲାଗି ଅନୁରୋଧ କରିବେ। ଯଦି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ନମିଳେ, ତେବେ ସେ ପର ଦିନ (ଶନିବାର)ଠାରୁ ଧାରଣାରେ ବସିବେ। ଆସନ୍ତାକାଲି ସେ ଧାରଣାସ୍ଥଳ ଚୟନ କରି ପ୍ରଶାସନଠାରୁ ବିଧିବଦ୍ଧ ଅନୁମତି ଲୋଡ଼ିବେ। ଅପର ପକ୍ଷରେ ରାଉରକେଲାରୁ ଦିଲ୍ଲୀ ଯାଏ ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ କଂଗ୍ରେସ ପ୍ରାୟୋଜିତ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପାଇଁ କୌଣସି ସାହାଯ୍ୟ କରିପାରିବେ ନାହିଁ ବୋଲି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ଗତକାଲି ମୁକ୍ତିକାନ୍ତଙ୍କୁ ନାସ୍ତିବାଣୀ ଶୁଣାଇବା ରାଉରକେଲାବାସୀଙ୍କୁ ଉଦ୍‌ବିଗ୍ନ କରିଛି। ରାଉରକେଲା ବିଧାୟକ ଦିଲୀପ ରାୟ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି, ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌କୁ ମେଡ଼ିକାଲ୍‌ କଲେଜରେ ରୂପାନ୍ତର ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଦାବି ସୁନ୍ଦରଗଡ଼ ଜିଲ୍ଲା ତଥା ବିଶେଷକରି ରାଉରକେଲାବାସୀଙ୍କ ଆବେଗ ସହ ଜଡ଼ିତ। ଏହି ଦୁଇଟି ପ୍ରକଳ୍ପ ପାଇଁ ଖୋଦ୍‌ ପ୍ରଧାନମନ୍ତ୍ରୀ ରାଉରକେଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୪ ବର୍ଷ ପରେ ତାହା ସୂର୍ଯ୍ୟାଲୋକ ଦେଖିପାରି ନାହିଁ। ଜନ୍ମମାଟିର ସ୍ୱାର୍ଥ ପାଇଁ ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ସ୍ମରଣ କରାଇବା ଲକ୍ଷ୍ୟରେ ପିଠିରେ ବ୍ୟାଗ୍‌ ଓ ହାତରେ ଜାତୀୟ ପତାକା ଧରି ରାଉରକେଲାରୁ ଦିଲ୍ଲୀ ୧୩୫୦ କିଲୋମିଟର ପଦଯାତ୍ରା କରିବା ତାଙ୍କ ଅଦମ୍ୟ ସାହସର ପରିଚାୟକ। କେତେକ ବ୍ୟକ୍ତିବିଶେଷ ଏହାକୁ ପ୍ରାୟୋଜିତ ବର୍ଣ୍ଣନା କରିବା ଦୁଃଖଦାୟକ ବୋଲି ଶ୍ରୀ ରାୟ କହିଛନ୍ତି। ଖୋର୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହାଟବରଡ଼ିହ ଗ୍ରାମରେ କଙ୍ଗାରୁ ଶାସନର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
OSCAR-2019
ଗତ କିଛି ଦିନ ହେବ +୫ ଏବଂ +୪ରୁ ଆରମ୍ଭ ହେଉଥିବା କିଛି ଅଜ୍ଞାତ ନମ୍ବରରୁ ଲୋକମାନଙ୍କ ପାଖକୁ କଲ ଆସୁଛି । ଯାହା ରିସିଭ କରିବା ମାତ୍ରେ ମୋବାଇଲରେ ଥିବା ସମସ୍ତ ବାଲାନ୍ସ ଉଡିଯାଉଛି । ଏହି ଭଳି ଅଶ୍ଚର୍ଯ୍ୟକର ଘଟଣାର ଅନେକ ଅଭିଯୋଗ ଆସିଛି କେରଳ ପୋଲିସ ନିକଟକୁ । ତେଣୁ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ +୫ ଏବଂ +୪ରୁ ଆରମ୍ଭ ହେଉଥିବା ଅଜ୍ଞାତ ନମ୍ବରୁ କଲ ଆସିଲେ ଫୋନ କଲ ନଉଠାଇବା ପାଇଁ ଲୋକମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏଥିସହିତ ବୋଲିବିୟାର ଆଇଏସଡି କୋଡ +୫୯୧ ହୋଇଥିବାରୁ ଏହି ଫୋନ କଲ ବୋଲିବିୟାରରୁ ଆସୁଥିବାର ସନ୍ଦେହ କରିଛି ପୋଲିସ । ପୋଲିସଙ୍କ କହିବା ଅନୁସାରେ, ଜଣେ ହାଇଟେକ ସେଲ ଏହି ମାମଲାର ଛାନଭିନ କରୁଛି । ଯଦିଓ ଏଯାଏ ଏହି ଫୋନ କଲ କିଏ କରୁଛି ଏବଂ କେଉଁଠୁ କରାଯାଉଛି ତାହା ଜଣାପଡିନାହିଁ । କିନ୍ତୁ ପୋଲିସ ଏହାର ଖୋଳତାଡ କରି ଅତି ଶିଘ୍ର ମାମଲାର ସମାଧାନ କରିବ ବୋଲି କହିଛି । ସୂଚନା ମୁତାବକ, କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ପାଖକୁ ଏକ ଫୋନ ନମ୍ବରରୁ ମିସକଲ ଆସିଥିଲା । ଆସିଥିବା ଫୋନ କଲର ନମ୍ବର +୫ ଏବଂ +୪ରୁ ଆରମ୍ଭ ହୋଇଥିଲା । ପରେ ବ୍ୟକ୍ତି ଜଣକ ମିସକଲ ଦେଖି କଲ କରିବାରୁ ତାଙ୍କର ମୋବାଇଲରେ ଥିବା ସମସ୍ତ ବାଲାନ୍ସ କଟିଯାଇଥିଲା । ଏହି ଘଟଣା ବାରମ୍ବାର ଘଟିବା ପରେ ଲୋକମାନେ କେରଳ ଥାନାରେ ଏକ ଅଭିଯୋଗ କରିଥିଲେ । ଏହି ଫୋନ କଲ ବିରୁଦ୍ଧରେ ଥାନାରେ ଅନେକ ଅଭିଯୋଗ ହେବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯେପର୍ଯ୍ୟନ୍ତ ଏହି ଘଟଣାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଲୋକମାନେ ଏହି ନମ୍ବରରୁ ଆସୁଥିବା କଲକୁ ନଉଠାଇବା ପାଇଁ ନିର୍ଦେଶ ଦେଇଛନ୍ତି । ଏଣିକି ଫ୍ରି ଜିନିଷ ଉପରେ ଲାଗିପାରେ ଟ୍ୟାକ୍ସ ! ସାମ୍ପୋ ଏବଂ ଟୁଥପେଷ୍ଟରେ ମିଳୁଥିବା ସାମ୍ପୁଲ ଏବଂ ଫ୍ରି ଜିନିଷକୁ କରାଯିବ ଜିଏସଟି ଭୁକ୍ତ । କନକ ବ୍ୟୁରୋ : ଏଣିକି ଅପରେସନ ଟେବୁଲରେ ଭାବ ପ୍ରବଣତା ଆଉ ସମସ୍ୟା ହେବ ନାହିଁ । କାହିିଁକି ନା ବଡ ଡାକ୍ତରଖାନାର ବଡ ଡାକ୍ତରଙ୍କୁ ସାହାଯ୍ୟ କରିବା ପାଇଁ କଟକ ବଡ ମେଡିକାଲରେ ଆସି ପହଁଚିଛି ରୋବଟିକ୍ ମେସିନ୍ । ଏସିବିର ଅପରେସନ ଥିଏଟରରେ ରୋବଟିକ୍ ମେସିନ୍ । ଆମେରିକାର ଦା ଭାନସି କମ୍ପାନୀ ପ୍ରାୟ ୨୦କୋଟି ଟଙ୍କା ଖର୍ଚ୍ଚ କରି ଏହି ଯନ୍ତ୍ରାଂଶ ତିଆରି କରିଛି । ଆଉ ଏବେ ଏସସିବିରେ ପରୀକ୍ଷଣ ପର୍ଯ୍ୟାୟରେ ଏହି ରୋବଟର ଅପରେସନ ଆରମ୍ଭ ହୋଇଛି । ଏସସିବିର ଡାକ୍ତର ବି ରୋବଟିକ୍ ମେସିନରେ ଅପରେସନକୁ ନେଇ ପ୍ରଶିକ୍ଷଣ ଆରମ୍ଭ କରିଦେଇଛନ୍ତି । ବରିଷ୍ଠ ସର୍ଜରୀ ବିଶେଷଜ୍ଞଙ୍କ ସହ ପିଜି ଡାକ୍ତର ବି ରୋବଟ ମେସିନରେ ଅପରେସନ ନେଇ ପ୍ରଶିକ୍ଷଣ ନେଉଛନ୍ତି । ଏବେ ଜାଣନ୍ତୁ କେମିତି ଓ କିଭଳି ଢଙ୍ଗରେ କାର୍ଯ୍ୟ କରିବ ଏହି ରୋବଟିକ୍ ମେସିନ । ଡାକ୍ତରଙ୍କ କହିବା କଥା ୟୁରୋଲୋଜି,ଗାଇନିକ ସର୍ଜରୀ,ଶିଶୁଙ୍କ ଅସ୍ତ୍ରୋପଚାର ଓ ସମସ୍ତ ପ୍ରକାରର ଓପନ ସର୍ଜରୀରେ ଏହା ସହାୟକ ହେବ ।
OSCAR-2019
କନକ ବ୍ୟୁରୋ: ଏଣିକି ଫିଲ୍ମ ହଲରେ ଜାତୀୟ ସଙ୍ଗୀତ ଗାନ ବେଳେ ଆଉ ଛିଡା ହେବାକୁ ପଡିବନି । ଖୁବ୍ ଶୀଘ୍ର ଏ ସଂପର୍କିତ ନିୟମରେ ସୁଧାର ଆଣିପାରନ୍ତି ସୁପ୍ରିମକୋର୍ଟ । ସିନେମା ହଲରେ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଜାତୀୟ ସଙ୍ଗୀତ ବାଜିବ ଏବଂ ମାତୃଭୂମିକୁ ସମ୍ମାନ ସ୍ୱରୂପ ସମସ୍ତେ ଛିଡା ହେବା ବାଧ୍ୟତାମୂଳକ ବୋଲି ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସୁତରାଂ ଜାତୀୟ ସଂଗୀତ ପରିବେଷଣ ବେଳେ ଠିଆ ହେବାଟା ବାଧ୍ୟତାମୂଳକ କି ନୁହେଁ ତାହା ଏବେ ସରକାରଙ୍କ ନୀତି ନିର୍ଦ୍ଧାରଣ ଉପରେ ନିର୍ଭର କରୁଛି ବୋଲି ଚର୍ଚ୍ଚା ହେଉଛି । ସେହିପରି ଦେଶଭକ୍ତି କେବେ ଅଦାଲତଙ୍କ ଆଦେଶ ଦ୍ୱାରା ପର୍ଯ୍ୟବଷିତ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିବା ସହ ଜାତୀୟ ସଂଗୀତ ପରିବେଷଣ ବେଳେ କେହି ଛିଡ଼ା ହୋଇପଡ଼ିବା ଦେଶଭକ୍ତିର ପରିମାପକ ନୁହେଁ ବୋଲି ଟିପ୍ପଣୀ କରିଛନ୍ତି । ତେବେ ଏହି ନିର୍ଦ୍ଦେଶରେ ସୁଧାର ଆଣିବାକୁ ଚିନ୍ତା କରୁଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ନ୍ୟାସନାଲ ଫ୍ଲାଗ କୋଡ ଆଇନ ଉପରେ କେନ୍ଦ୍ର ସରକାରଙ୍କୁ ପୁନର୍ବିଚାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ । ୨୦୧୬ ନଭେମ୍ବର ୩୦ରେ ସିନେମାହଲରେ ଜାତୀୟ ସଙ୍ଗୀତ ବାଜିବା ନିୟମକୁ ବାଧ୍ୟତାମୂଳକ କରିଥିଲେ ସୁପ୍ରିମକୋର୍ଟ । ଯଦି ଏହି ନିୟମରେ ସୁଧାର କରାଯାଏ ତେବେ ହୁଏତ ଆଉ ଜାତୀୟ ସଙ୍ଗୀତ ବାଜିବା ପୂର୍ବରୁ ଦର୍ଶକମାନେ ଛିଡା ହେବା ବାଧ୍ୟତାମୂଳକ ହୋଇ ନପାରେ ।
OSCAR-2019
ଭଦ୍ରକ,୩୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ୍ ଦୋଳସାହି ଗେଟବଜାରରେ ପ୍ରତିଦିନ ସକାଳେ ଟ୍ରାଫିକ ସମସ୍ୟା ଉଗ୍ରରୂପ ଧାରଣ କରୁଥିବା ବେଳେ ଏହାର ସମାଧାନ ହେଉନାହିଁ । ଫଳରେ ରାସ୍ତାରେ ଯାତାୟାତ କରୁଥିବା ଯାନବାହନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭଦ୍ରକ ଚାନ୍ଦବାଲି ରାସ୍ତା ନିର୍ମାଣ ହେବା ପରେ ଦୋଳସାହି ବଜାରରେ ରାସ୍ତା ଚଉଡା ହୋଇଛି । ଏହାକୁ ସକାଳେ ଅବରୋଧ କରାଯିବା ଫଳରେ ଲୋକଙ୍କ ଉପକାରରେ ଏହା ଆସୁନାହିଁ । ଦୋଳସାହି ଅଞ୍ଚଳରେ ବହୁ ପରିବା ଚାଷ ହେଉଥିବା କାରଣରୁ ତିହିଡି ପୀରହାଟ, ଚାନ୍ଦବାଲି, ଭଦ୍ରକ ଆଦି ଅଂଚଳରୁ ବ୍ୟବସାୟୀ ଏଠାରେ ପରିବାଚାଷୀଙ୍କ ନିକଟରୁ ପରିବା କିଣିବା ପାଇଁ ଧାଡି ଲଗାଇଥା’ନ୍ତି । ପରିବା ଚାଷୀ ମଧ୍ୟ ଏଠାରେ ସେମାନଙ୍କର ଉତ୍ପାଦ ବିକ୍ରି କରିବାକୁ ଆସିଥା’ନ୍ତି । ତେବେ ପରିବା ଚାଷୀମାନେ ସେମାନଙ୍କର ପରିବା ବୋଝେଇ ଭାର, ସାଇକଲ ଓ ରିକ୍ସା ଆଦିକୁ ଭଦ୍ରକ-ଚାନ୍ଦବାଲି ରାସ୍ତା ଉପରେ ରଖି ବ୍ୟବସାୟୀଙ୍କ ସହ ମୂଲଚାଲ କରିବା କାରଣରୁ ସକାଳ ସମୟରେ ରାସ୍ତା ଉପରେ ଯାନାବାହନ ଚଳାଚଳ କରିବା କଷ୍ଟକର ବ୍ୟାପାର ହୋଇଉଠୁଛି । ବିଶେଷ କରି ଲୋକେ ସକାଳେ ଡାକ୍ତରଖାନା, କୋର୍ଟ, ଅନ୍ୟାନ୍ୟ ଗୁରୁତ୍ୱପୂଣ୍ଣ ର୍ କାର୍ଯ୍ୟରେ ଯାଉଥିବା କାରଣରୁ ସେମାନଙ୍କର ଠିକ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚôôବାର ଆବଶ୍ୟକତା ରହିଥାଏ । ତେବେ ବହୁ ସମୟରେ ରାସ୍ତା ଅବରୋଧ କାରଣରୁ ଏଠାରେ ଗାଡିଗୁଡିକୁ କିଛି ସମୟ ପାଇଁ ଅଟକିବାକୁ ହୋଇଥାଏ । ପ୍ରତିଦିନ କାଁଭାଁ ଦୁର୍ଘଟଣା ମଧ୍ୟ ଘଟୁଛି । ଏହାର ସମାଧାନ ପାଇଁ ଅତୀତରେ ତିହିଡି ଥାନାର ତକ୍ରାଳୀନ ଭାରପ୍ରାପ୍ତ ଅଧିକାରୀ ତ୍ରିଲୋଚନ ସେଠୀ ଓ ‘ଆମ ପୁଲିସ’ର ସଦସ୍ୟଙ୍କ ମିଳିତ ଉଦ୍ୟମରେ ରାସ୍ତା ଅବରୋଧ ହଠାଇବାକୁ ଉଦ୍ୟମ ହୋଇଥିଲା । ଏଥିପାଇଁ ସମସ୍ତେ ସହମତି ପ୍ରକାଶ କରିବା ସହ ପରିବା ଚାଷୀ ରାସ୍ତା ଅବରୋଧରୁ କ୍ଷାନ୍ତ ହୋଇଥିଲେ । କିଛିଦିନ ପରେ ପୁଣି ପୂର୍ବ ସମସ୍ୟା ଦେଖାଦେଇଛି । ସ୍ଥାନୀୟ ଅଞ୍ଚଳର କେତେକ ସଚେତନ ନାଗରିକ ଏହାକୁ ନାପସନ୍ଦ କରୁଥିଲେ ହେଁ ମୁହଁଖୋଲି ବିରୋଧ କରିପାରୁନାହାନ୍ତି । ତେବେ ଏପରି କ୍ଷେତ୍ରରେ ପୁଲିସ, ସ୍ଥାନୀୟ ବଜାର କମିଟି ଓ ସଚେତନ ନାଗରିକ ମିଳିତ ହୋଇ ଏହି ସମସ୍ୟାର ସମାଧାନ କରିବା ନିହାତି ଜରୁରୀ ହୋଇପଡିଛି ।
OSCAR-2019