text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
ପାଣିପାଗ ବଦଳିବା ସହ କିଛି ରୋଗ ଶରୀରରେ ବସା ବାନ୍ଧି ନିଏ । ଏଭଳି ରୋଗରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ମହଙ୍ଗା ଔଷଧ ଖାଇବା ପରିବର୍ତ୍ତେ କେବେଳ ଗାଧୋଇବା ପାଣିରେ ଏକ ଚାମଚ ଲୁଣ ମିଶାନ୍ତୁ । ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଯେ, ଗାଧୋଇବା ପାଣିରେ ଲୁଣ ମିଶାଇଲେ କେମିତି ରୋଗ ସମସ୍ୟା ଦୂର ହୋଇପାରେ । ତେବେ ଆସନ୍ତୁ ଜାଣିବା ଲୁଣର ଉପକାରିତା ସମ୍ବନ୍ଧରେ । ସ୍କିନ ଇଂଫେକସନ : ଲୁଣ ପାଣିରେ ଗାଧୋଇଲେ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ଏହା କରିବା ଦ୍ୱାରା ଆପଣଙ୍କୁ କାଛୁକୁଣ୍ଡିଆ ଭଳି ସମସ୍ୟାରୁ ଆରାମ ମିଳିବ । ଥାନାକୁ ବି ଆସିଲାନି ବର ! ରାଉରକେଲାରେ ବେଦୀକୁ ଆସିନଥିବା ବରକୁ ସମନ କରିଥିଲା ପୁଲିସ, ଅସୁସ୍ଥତା କାରଣ ଦର୍ଶାଇ ବାପା, ମା’ଙ୍କୁ ପଠାଇ ଦେଲା ଯୁବକ
OSCAR-2019
କେତେକ ଲୋକଙ୍କୁ ବାଦାମ ଖାଇବାକୁ ଭଲ ଲାଗେ ଆଉ କେତେକ ଲୋକଙ୍କୁ ଭଲ ଲାଗେନାହିଁ । ଖାସ୍ କରି ଖାଲି ସମୟ ହେଉ ବା ଏକାଠି ବସିଥିବା ସାଙ୍ଗ ସାଥୀ ମେଳ ହେଉ । ଏହି ସମୟରେ ବାଦମ ଖାଇବାର ଅଲଗା ମଜା ଥାଏ । ଶୀତ ଦିନେ ସବୁଠାରୁ ଭଲ ଟାଇମ ପାସ୍ ହେଉଛି ବାଦାମ । ତେବେ କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ ଅନେକ ଔଷଧୀୟ ଗୁଣରେ ଭରପୁର ବାଦମ । ବାଦାମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଏଥିରେ ଓମେଗା ୩ ଏବଂ ପ୍ରୋଟିନ୍ ଭଳି ପୋଷକ ତତ୍ୱ ଭରପୁର ମାତ୍ରାରେ ଥାଏ । ବାଦାମରେ ତେଲ ଅଂଶ ଥାଏ । ତେଣୁ ଏହା ପେଟ ରୋଗରୁ ମୁକ୍ତିି ଦେଇଥାଏ । ପ୍ରତିଦିନ ବାଦାମ ଖାଇଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବା ସହ ଗ୍ୟାସ୍ ଏବଂ ଏସିଡିଟି ମଧ୍ୟ ହୋଇନଥାଏ । କାଶ ହେଉଥିଲେ ବାଦାମ ଖାଇଲେ ଆରାମ ମିଳିଥାଏ । ଏହା ସହ ପାଚନ ଶକ୍ତି ବଢିବା ସହ ଭୋକ ନଲାଗିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ତ୍ୱଚା ପାଇଁ ବେଶ୍ ଲାଭଦାୟକ ବାଦାମ ।ଏଥିରେ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ଅଧିକ ମାତ୍ରାରେ ଥାଏ । ତେଣୁ ଏହାକୁ ଖାଇଲେ ହାଡ ମଜଭୂତ ହୋଇଥାଏ।
OSCAR-2019
ସାଧାରଣତଃ ଆମେ ପୁଦିନା ପତ୍ରକୁ ଚଟଣି କରି ଖାଇଥାଉ। ଏହା ପାଟିକୁ ସୁଆଦିଆ ଲାଗିଥାଏ ,ତା ସହ ଶରୀର ସୁସ୍ଥ ମଧ୍ୟ ଲାଗିଥାଏ। ପୁଦିନା ପତ୍ରରେ ଔଷଧୀୟ ଗୁଣ ଭରପୁର ରହିଥାଏ। ଖାଦ୍ୟ ହଜମ କରିବାରେ ଏହା ଏକ ଉତମ ସାହାଯ୍ୟ କରିଥାଏ। ଏହାକୁ ଖାଦ୍ୟରେ ବ୍ୟବହାର କରନ୍ତୁ ବା ଖାଇବା ପରେ ୨ ଓ ୩ଟି ପତ୍ରକୁ ଚୋବାଇ ଖାଇଲେ ହଜମ ହୋଇଥାଏ। ଯଦି ପାଟିରୁ ଦୁଗର୍ନ୍ଧ ବାହାରୁଥାଏ, ତେବେ ପୁଦିନା ଔଷଧ ଭଳି କାମ ଦେଇଥାଏ। ଖାଲିପେଟରେ ସକାଳୁ ୮- ୧୦ଟି ପୁଦିନା ପତ୍ର ଚୋବାଇ ଖାଇଲେ ପାଟି ଦୁର୍ଗନ୍ଧରୁ ଉପଶମ ଦେଇଥାଏ। ପ୍ରତିଦିନ ସକାଳୁ ଖାଲିପେଟରେ ଅଳ୍ପ ପୁଦିନା ପତ୍ରକୁ ବାଟି ସେଥିରେ ଭଜାଜିରା, ଲେମ୍ବୁରସ ଓ ଲୁଣ ମିଶାଇ ଏକ ଗ୍ଲାସ୍ ପାଣିରେ ମିଶାଇ ପିଇଲେ ପେଟ ଯନ୍ତ୍ରଣା , ବଦହଜମୀ , ଅମ୍ବିକା ହାକୁଟି ଏବଂ କୋଷ୍ଠ କାଠିନ୍ୟ ଜନିତ ଯନ୍ତ୍ରଣାରୁ ଉପଶମ ମିଳିଥାଏ।
OSCAR-2019
ରାଜ୍ୟରେ କଂଗ୍ରେସକୁ ମଜବୁଦ୍ ପାଇଁ ପ୍ରୟାସ ଆରମ୍ଭ ! ଆଜି ଜିଲ୍ଲା ସଭାପତିଙ୍କୁ ଭେଟିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ | Kanak News କନକ ବ୍ୟୁରୋ: ରାଜ୍ୟ କଂଗ୍ରେସକୁ ମଜବୁଦ୍ କରିବା ପାଇଁ ଆରମ୍ଭ ହୋଇଛି କସରତ । ଦଳକୁ କିଭଳି ସଂଗଠିତ କରାଯିବ ଏବଂ ଦଳ ଭିତରରେ ଥିବା ବିବାଦର ସମାଧାନ ବାଟ ଖୋଜିବା ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକ । ଦୁଇ ଦିନ ଧରି ପ୍ରର୍ଯ୍ୟାୟ କ୍ରମେ ଦଳର ନେତା, ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିବେ ସାଂସଦ ତାମ୍ରଧ୍ୱଜ ସାହୁ, ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ସାଂସଦ ଗୌରବ ଗୋଗୋଇ । ଏହାସହ ରାଜ୍ୟ କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦ ଓ ସହପ୍ରଭାରୀ ଶୁଭଙ୍କର ସରକାର ମଧ୍ୟ ଓଡିଶାରେ ଅଛନ୍ତି । ଗତ ପଂଚାୟତ ନିର୍ବାଚନରେ କଂଗ୍ରେସର ବିଫଳତା ପରେ ପିସିସିର ନେତୃତ୍ୱ ପରିବର୍ତ୍ତନ ଦାବି ଯୋର ଧରିଛି । ପର୍ଯ୍ୟବେକ୍ଷକଙ୍କୁ ଭେଟିବା ନେଇ ପ୍ରସାଦଙ୍କ କଟକଣାକୁ ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ ଦଳ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶକ୍ତି ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ସଭାପତି ଥିବା ବିଧାୟକ ଦୁଇ ଦୁଇ ଥର ପର୍ଯ୍ୟବେକ୍ଷକଙ୍କୁ ଭେଟି ପାରିବେ ନାହିଁ ବୋଲି ପିସିସି ସଭାପତି ଜାରି କରିଥିଲେ ଫତୱା । ହେଲେ ଏହାକୁ ଅମାନ୍ୟ କରି ପିସିସି ସଭାପତି ହଟାଇବା ଜିଦରେ ଅଟଳ ଅଛନ୍ତି ବିଧାୟକମାନେ । ଆଜି ପର୍ଯ୍ୟବେକ୍ଷକମାନେ ଜିଲ୍ଲାସଭାପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
OSCAR-2019
ବ୍ରାଜିଲ: କିଛିବର୍ଷ ହେବ ଭେନେଜୁଏଲା ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଠାକାର ଅବସ୍ଥା ଏତେ ଖରାପ ଯେ ଅନ୍ତସତ୍ତ୍ୱା ମହିଳାମାନେ ଅନ୍ୟ ଦେଶକୁ ଯାଇ ସନ୍ତାନ ଜନ୍ମ କରିବା ପାଇଁ ବାଧ୍ୟ ହେଉଛନ୍ତି। କାରଣ ଏହି ଦେଶରେ ମହିଳା ଅନ୍ତସତ୍ତ୍ୱା ହେବା ସମୟରେ ବ୍ୟବହାର ହେଉଥିବା ଜରୁରୀ ସାମଗ୍ରୀ, ଔଷଧ ଓ ଡାଏପର ସ୍ୱଳ୍ପ ପରିମାଣରେ ଅଛି, ତେଣୁ ମହିଳା ବ୍ରାଜିଲକୁ ଚାଲି ଯାଉଛନ୍ତି। ମାରିଆ ଟେରେସା ଏମିତି ଜଣେ ମା’ ଯିଏକି ବ୍ରାଜିଲର ସୀମାବର୍ତ୍ତୀ ରାଜ୍ୟ ରୋରାଇମାକୁ ଯାଇ ନିଜର ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ କହିବାନୁସାରେ ସେ ଯଦି ସନ୍ତାନ ଜନ୍ମ ପାଇଁ ଭେନେଜୁଏଲା ରହିଥାଆନ୍ତେ ତେବେ ତାଙ୍କ ସନ୍ତାନ ବଞ୍ଚି ନ ଥାଆନ୍ତା। କାରଣ, ନା ହିଁ ଏଠାରେ ଖାଦ୍ୟ ଅଛି ନା ଉପଯୁକ୍ତ ଔଷଧ ଓ ଡାକ୍ତର। ଲୋପେଜ ପାଞ୍ଚ ମାସ ପୂର୍ବରୁ ନିଜ ଘର ଓରିନୋକୋରୁ ୫୦୦କିମି ଦୂର ବ୍ରାଜିଲକୁ ଯାଇଥିଲେ। ସେ ଏମିତି ୧୦୦ରୁ ଊର୍ଧ୍ୱ ମହିଳା ମଧ୍ୟରୁ ଜଣେ ଯିଏକି ଆର୍ଥିକ ଓ ରାଜନୈତିକ ସଙ୍କଟ ପାଇଁ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
OSCAR-2019
ଶୀତଋତୁରେ ନିଜକୁ ତାଜା ରଖିବା ଓ ଗରମ ରଖିବା ପାଇଁ କଫି ଏକ ଭଲ ବିକଳ୍ପ ଅଟେ । ଡ୍ରିଙ୍କ୍ ଭାବେ କଫି ଅଧିକାଂଶ ଲୋକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଅନେକ ଗବେଷଣାରୁ ଏହି କଥା ସାବ୍ୟସ୍ତ ହୋଇଛି ଯେ କଫି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି କି , କଫି କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ, ତ୍ୱଚାକୁ ସୁନ୍ଦର କରିବା ପାଇଁ ଖୁବ ଲାଭଦାୟକ । -କଫି ପାଉଡର୍‌ରେ ଟି-ଟ୍ରୀ-ଓଏଲ ମିଶାଇ ଚେହେରାରେ ମସାଜ କରିବା ଦ୍ୱାରା ବଢୁଥିବା ବୟସର ଲକ୍ଷଣ କମ ଦେଖାଯିବ ଓ ଚେହେରାରେ ଚମକ ଆଣିବ । -କଫିରେ ମହଜୁକ ଥିବା ଆଣ୍ଟି-ଅକ୍ସିଡେଣ୍ଟ ତ୍ୱଚାରେ ଚମକ ଆଣିବା କାର୍ୟ୍ୟ କରିଥାଏ । ଆପଣ ଚାହିବେ ତ ଏହାକୁ ଚେହେରାରେ ମସାଜ କରିପାରିବେ । କିମ୍ବା ଏହାକୁ ଫେସ ପ୍ୟାକ୍ ରୂପେ ବ୍ୟବହାର କରିପାରିବେ । -କଫିରେ ଆଣ୍ଟି ଇନ୍‌ଫ୍ଲେମ୍ୟାଣ୍ଟରୀ ଗୁଣ ମିଳିଥାଏ । ଏହା ଆଖି ପାଖାପାଖି ଅଂଚଳରେ ହେଉଥିବା କଳାଦାଗ ସମସ୍ୟା ଦୂର ହୋଇଥଆଏ । ତା’ ସହିତ ଏହା ଆଖିଫୁଲା ଦୂର କରିଥାଏ । -କଫିକୁ ମହୁ ସହିତ ମିଶାଇ ସ୍କ୍ରବ ଭଳି ବ୍ୟବହାର କରିବା ଦ୍ୱାରା ଚେହେରାରେ ଥିବା ମୃତ କୋଷିକା ସଫା ହୋଇଥାନ୍ତି । ତା ସହିତ ତ୍ୱଚାକୁ ମଇଶ୍ଚରାଇଜ୍ କରି ଚେହେରାର ଶୁଷ୍କପଣ ଦୂର କରିଥାଏ । – କେଶ ଝଡିବା ସମସ୍ୟାରେ ଚିନ୍ତିତ ଅଛନ୍ତି, ତେବେ କଫିର ବ୍ୟବହାର ଲାଭଦାୟକ ହେବ । କଫିର ବ୍ୟବହାର ଦ୍ୱାରା କେଶ ଝଡିବା କମିଥାଏ । ମେହେନ୍ଦୀରେ କଫିକୁ ମିକ୍ସ କରି କେଶରେ ଲଗାନ୍ତୁ । ଏହାଦ୍ୱାରା କେଶର ସମସ୍ୟା ଦୂର ହେବା ସହିତ କଲର ଓ ଚମକ ଆଣିବ ।
OSCAR-2019
ପାନମଧୁରୀ କେବଳ ମସଲାରେ ସୀମିତ ନୁହେଁ । ଏଥିରେ ରହିଛି ବିଭିନ୍ନ ରୋଗ ଉପଶମର ଔଷଧୀୟ ଗୁଣ । ତେବେ ସେ ସଂପର୍କରେ ଆସନ୍ତୁ ଜାଣିବା । • ପିଲାଙ୍କଠାରେ ପେଟ ଜନିତ ସମସ୍ୟା ଥିଲେ ପାନମଧୁରୀରୁ ଆରାମ ମିଳିଥାଏ । ତେବେ ୨ ଚାମଚ ପାନମଧୁରୀ ଗୁଣ୍ଡକୁ ୨ କପ ପାଣିରେ ଭଲଭାବରେ ସିଝାଇ । ତାହା ଏକ ଚତୁର୍ଥାଂଶ ହେବା ପରେ ଛାଣି ଥଣ୍ଡା କରି ଦିଅନ୍ତୁ । ଏହାକୁ ଏକ ଏକ ଚାମଚ କରି ଦିନକୁ ୨ରୁ୩ ଥର ଲେଖାଏଁ ପିଅନ୍ତୁ । ଏହାଦ୍ୱାରା ପିଲାର ବଦହଜମି, ବାନ୍ତି ଆଦି ରୋଗ ଦୂର ହୋଇଥାଏ । ବଡମାନେ ମଧ୍ୟ ପାନମଧୁରୀ ଖାଇଲେ ପେଟ ରୋଗରୁ ଆରାମ ମିଳିଥାଏ । • ପାନମଧୁରୀକୁ ମିଶ୍ରି ସହିତ ମିଶାଇ ଗୁଣ୍ଡ କରନ୍ତୁ । ପ୍ରାୟ ୫ ଗ୍ରାମ ଗୁଣ୍ଡ ଶୋଇବା ସମୟରେ ଉଷୁମ ପାଣି ସହିତ ପିଅନ୍ତୁ । ଏହା ଦ୍ୱାରା ଗ୍ୟାସ ଏବଂ କନଷ୍ଟିପେଶନ ସହିତ ପେଟର ବିଭିନ୍ନ ସମସ୍ୟା ଦୂର ହୋଇଥାଏ । • ପାନମଧୁରୀ ଖାଇଲେ ଆଖିର ରଶ୍ମି ବଢିଥାଏ । ପ୍ରତିଦିନ ଖାଦ୍ୟ ସେବନ ପରେ ଏକ ଚାମଚ ପାନମଧୁରୀ ସେବନ କରନ୍ତୁ । ଅଥବା ଅଧାଚାମଚ ପାନମଧୁରୀ ଗୁଣ୍ଡକୁ ଏକ ଚାମଚ ମିଶ୍ରି ସହିତ ମିଶାଇ ରାତିରେ ଶୋଇବା ବେଳେ କ୍ଷୀର ସହିତ ପିଅନ୍ତୁ । ପାନମଧୁରୀ ଗୁଣ୍ଡ କ୍ଷୀର ପରିବର୍ତ୍ତେ ପାଣି ସହିତ ମଧ୍ୟ ଖାଇ ପାରିବେ । • ପାନମଧୁରୀ ସେବନ କରିବାଦ୍ୱାରା ସ୍ମରଣ ଶକ୍ତି ବଢିଥାଏ । ଏଥିପାଇଁ ପାନମଧୁରୀ ଏବଂ ମିଶ୍ରିକୁ ସମାନ ମାତ୍ରାରେ ମିଶାଇ ଗୁଣ୍ଡ କରନ୍ତୁ । ଖାଦ୍ୟ ଗ୍ରହଣ ପରେ ଏହି ମିଶ୍ରଣରୁ ୨ ଚାମଚ ସକାଳ ଓ ସଂନ୍ଧ୍ୟାରେ ୨ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ ।
OSCAR-2019
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଭାରତ ଭିଏତ୍‌ନାମ୍‌ ସହ ପ୍ରଥମ ନୌସେନା ସମରାଭ୍ୟାସ ଆରମ୍ଭ କରିବ। ତା’ଛଡ଼ା ଚୀନ୍‌ର ଆଧିପତ୍ୟ ବିସ୍ତାର ପାଉଥିବା କାରଣରୁ ଏସିଆ ପେସିଫିକ୍‌ ଅଞ୍ଚଳର ଦେଶ ସମୂହଙ୍କ ସହ ସାମରିକ ରାଜିନାମା କରିବା ଉଦ୍ଦେଶ୍ୟରେ ଆସନ୍ତା ମାସରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ହାନୋଇ ଗସ୍ତରେ ଯାଉଛନ୍ତି। ଦକ୍ଷିଣ ପୂର୍ବ ଏସିଆ ଏବଂ ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ପ୍ରେରଣ କରାଯାଇଥିବା ତିନୋଟି ଭାରତୀୟ ଯୁଦ୍ଧ ପୋତ ହେଉଛି ଆଇଏନ୍‌ଏସ୍‌ ସାହ୍ୟାଦ୍ରି, ଆଇଏନ୍‌ଏସ୍‌ କମୋର୍ତ୍ତା ଏବଂ ଆଇଏନ୍‌ସ୍‌ ଶକ୍ତି। ଆସନ୍ତା ସୋମବାର ଦିନ ଏମାନେ ତିଏନ୍‌ ସା ପୋର୍ଟରେ ପ୍ରବେଶ କରିବେ। ନୌବାହୀନି ମୁଖପାତ୍ର କପ୍ତାନ୍‌ ଡି କେ ଶର୍ମା କହନ୍ତି: ମେ ୨୧ ରୁ ୨୫ ତାରିଖ ଯାଏ ଦୁଇ ଦେଶର ନୌବାହୀନି ଅଧିକାରୀମାନେ ଆନୁଷ୍ଠାନିକ ଭାବେ ଆଲୋଚନା କରିବେ। ବନ୍ଦର ପର୍ଯ୍ୟାୟ ଆଲୋଚନା ଶେଷ ହେବା ପରେ ଉଭୟ ଦେଶର ଯୁଦ୍ଧ ପୋତ ସମରାଭ୍ୟାସ କରିବେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସାମରିକ ସହଯୋଗ ବୁଝାମଣା ପାଇଁ ସୀତାରମଣ ଆସନ୍ତା ଜୁନ୍‌ ମାସରେ ଭିଏତ୍‌ନାମ ଗସ୍ତରେ ଯିବା ପାଇଁ ସ୍ଥିର ହୋଇଛି।
OSCAR-2019
ଏକଦା କଲିକତା ମହାନଗରୀରେ ମହାମାରୀ ବ୍ୟାପୀଥାଏ । ବିଶେଷକରି ଅଧିକାଂଶ ରୋଗୀ ବସ୍ତିଅଂଚଳରୁ ଡାକ୍ତରଖାନାକୁ ବୁହାଚାଲିଥାନ୍ତି । ଅନେକ ଲୋକ ପୋକମାଛି ପରି ବି ମରୁଥାନ୍ତି । ସେହି ଆକ୍ରାନ୍ତ ରୋଗୀମାନଙ୍କ ଭିତରେ ଜୀବନକୁ ପାଣି ଛଡେଇ ଜଣେ ବିଦେଶିନୀ ମହିଳା ଘୂରି ବୁଲୁଥାନ୍ତି ସେମାନଙ୍କ ମନରେ ଆତ୍ମୀୟତାର ହସ ଫୁଟାଇ । ସେହି ମହିଳା ଜଣକ ଥିଲେ ବିଶ୍ୱବନ୍ଦନୀୟା ମଦର ଟେରେସା । ଠିକ୍ ସେତିକିବେଳେ ଫ୍ରାନ୍ସରୁ ଏକ ଦଳ ମଦର ଟେରେସାଙ୍କ ଉପରେ ଏକ ଟେଲି ଫିଲ୍ମ ନିର୍ମାଣ କରିବା ପାଇଁ କଲିକତାରେ ଆସି ପହଁଚିଥାନ୍ତି । ସେମାନେ ମଦର ଟେରେସାଙ୍କ ସେବା ପ୍ରତିଷ୍ଠାନ “ମିସନାରିଜ୍ ଅଫ୍ ଚ୍ୟାରିଟ୍” ଠାରେ ଅପେକ୍ଷା କରିଥାଆନ୍ତି । ସେଦିନ ବିଳମ୍ବିତ ରାତ୍ରିରେ ମଦର ଆସି ପହଁଚିଲେ । ସେ ଫେରିଲା ମାତ୍ରକେ ସିଧାସିଧା ଚାଲିଗଲେ ଅନ୍ତେବାସୀଙ୍କ ନିକଟକୁ । ସେଠାକୁ ଯାଇ ସେମାନଙ୍କର ଦୁଃଖସୁଖ ସେ ବୁଝିଲେ । ବେଶ୍ କିଛି ସମୟ ପରେ ସେଠାରୁ ମଦର ଫେରିଲେ ନିଜ କକ୍ଷକୁ । ତା’ପରେ ଅଳ୍ପ କିଛି ଭୋଜନ ପରେ ସେ ଚିଠି ଲେଖି ବସିଲେ । ଚିଠି ଲେଖିବା ପୂର୍ବରୁ ଆଉ କିଛି ସମୟ ଅପେକ୍ଷା କରିବା ପାଇଁ ଫ୍ରାନ୍ସରୁ ଆସିଥିବା ଆଗନ୍ତୁକମାନଙ୍କୁ ସେ ଅବଶ୍ୟ ଅନୁରୋଧ ଜଣାଇଥିଲେ । ଏଥର ଚିଠି ଲେଖାସରିଲା ପରେ ଫରାସୀ ଦଳର ମୁଖ୍ୟଙ୍କ ସାଥିରେ ମଦର କଥାବାର୍ତ୍ତା ହେଲେ । ସୁତରାଂ ଏବେ ସେ ଦଳର ମୁଖ୍ୟ ମାଆଙ୍କୁ ପଚାରିଲେ, “ମଦର୍! ଆପଣ ଚିଠିସବୁ ଆସନ୍ତାକାଲି ଲେଖିଥିଲେ କ’ଣ ଚଳି ନ ଥାନ୍ତା? ଦିନସାରା କାମ କରି କରି ଥକ୍କି ପଡିଥିବେ ନିଶ୍ଚୟ, ହେଲେ ବିଶ୍ରାମ ନେଉ ନାହାଁନ୍ତି କାହିଁକି? ମଝିରେ ମଝିରେ ବିଶ୍ରାମ ନ ନେଲେ ଆପଣଙ୍କର ଦେହ ଖରାପ ହୋଇଯିବନି?” ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମଦର କହିଲେ, “ମୋତେ ବିଭିନ୍ନ ସୂତ୍ରରୁ ସାହାର୍ଯ୍ୟ କରିଥିବା ବ୍ୟକ୍ତି ବା ସଂସ୍ଥାକୁ କୃତଜ୍ଞତା ଜଣାଇବା ହେଉଛି ମୋର ନୈତିକ କର୍ତ୍ତବ୍ୟ । ଏହା ନକରି ମୁଁ ଶୋଇବାକୁ ଗଲେ ଈଶ୍ୱରଙ୍କ ପ୍ରତି ଏହା ବହୁତ ବଡ ଦ୍ରୋହ ହେବ । ପୁନଶ୍ଚ ଅନ୍ୟ କଥାଟି ହେଲା, ମୁଁ ବୁଝେ ବିଶ୍ରାମ ନେବା ହେଉଛି ଚିରନିଦ୍ରାରେ ଶୋଇଯିବା । ମୁଁ ଭାବେ ଈଶ୍ୱର ମୋତେ ନିଦରୁ ଉଠାଇ ଏହିସବୁ କାର୍ଯ୍ୟ କରିବାପାଇଁ ପଠାଇଛନ୍ତି । ମୁଁ ବିଶ୍ରାମ ନେଲେ ଈଶ୍ୱରଙ୍କ କାର୍ଯ୍ୟରେ ଅବହେଳା ହେବ । ତେଣୁ ନିହାତି ଆବଶ୍ୟକ ହେଲେ ମୁଁ ସାମାନ୍ୟ ବିଶ୍ରାମ ନେଇଥାଏ । ଆଉ ମନରେ ଚିନ୍ତାକରେ ବିଶ୍ରାମ ନେବି ତ ଏକାବେଳକେ ନେବି ଯେତେବେଳେ ମୁଁ ଚିରନିଦ୍ରାରେ ଶୋଇ ହସି ହସି ଈଶ୍ୱରଙ୍କ କୋଳକୁ ବାହୁଡିଯିବି ।”
OSCAR-2019
କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର୍‌ଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁକୁ ନେଇ ଏବେ ବି ରହସ୍ୟ ଜାରିରହିଥିବା ବେଳେ ଦିଲ୍ଲୀ ପୁଲିସର ଏକ ଗୋପନୀୟ ରିପୋର୍ଟରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଦର୍ଶାଯାଇଥିବାର ଜଣାପଡିଛି।ସୁନନ୍ଦାଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ମଧ୍ୟ ସୁନନ୍ଦାଙ୍କ ହତ୍ୟାକାରୀ ସମ୍ପର୍କରେ ପ୍ରଥମରୁ ହିଁ ଠୋସ୍‌ ପ୍ରମାଣ ପାଇଛନ୍ତି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ତଥାପି ସେହି ବହୁ ଚର୍ଚ୍ଚିତ ମୃତ୍ୟୁ ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିବା ଅନ୍ୟତମ ରହସ୍ୟ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଏକ ଗୁପ୍ତ ରିପୋର୍ଟ ଅନୁସାରେ, ସୁନନ୍ଦା ମୃତ୍ୟୁର ତଦନ୍ତ ପ୍ରଥମେ ତତ୍କାଳୀନ ଦିଲ୍ଲୀ ପୁଲିସ ଡେପୁଟି କମିସନର ବିଏସ୍‌ ଜୟସ୍ୱାଲ୍‌ କରିଥିଲେ। ତାଙ୍କର ନିର୍ଯ୍ୟାସ ହେଲା, ଏହି ଘଟଣା ଲୀଳା ପ୍ୟାଲେସ୍‌ ହୋଟେଲ୍‌ରେ ସଂଘଟିତ ହୋଇଥିବା ବେଳେ ତାହା ଆତ୍ମହତ୍ୟା ନୁହେଁ ବୋଲି ସେଠାରେ ପହଞ୍ଚି ପଞ୍ଚନାମା କରିଥିବା ବସନ୍ତ ବିହାର ସବ୍‌ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌(ଏସ୍‌ଡିଏମ୍‌) ଆଲୋକ ଶର୍ମାଙ୍କର ହୃଦ୍‌ବୋଧ ହୋଇଥିଲା। ତେବେ ପଞ୍ଚନାମା ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ଏସ୍‌ଡିଏମ୍‌ ତାହାକୁ ଏକ ହତ୍ୟାକାଣ୍ଡ ବୋଲି ବିବେଚନା କରି ତଦନ୍ତ କରିବାକୁ ସରୋଜିନୀ ନଗର ଷ୍ଟେସନ ହାଉସ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ କରିଥିଲେ। ଶଶୀ ଏବଂ ସୁନନ୍ଦାଙ୍କ ବ୍ୟକ୍ତିଗତ ସହାୟକ ନାରାୟଣ ସିଂହଙ୍କ ବୟାନ ଅନୁଯାୟୀ, ଥରୁର୍‌ ଦମ୍ପତିଙ୍କ ମଧ୍ୟରେ ଝଗଡ଼ାରୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ତେଣୁ ସେଥିପାଇଁ ଏପରି ଅଘଟଣ ହେଲା ବୋଲି ବ୍ୟକ୍ତିଗତ ଭାବେ ଏହି ଘଟଣାର ଅନୁଧ୍ୟାନ କରୁଥିବା ଦକ୍ଷିଣ ଦିଲ୍ଲୀ ଯୁଗ୍ମ ପୁଲିସ କମିସନର ବିବେକ ଗର୍ଜିଆଙ୍କୁ ଦାଖଲ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଥିଲା। ଏହି ରିପୋର୍ଟ ମଧ୍ୟ ପରେ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିଲା। ତେବେ ସୁନନ୍ଦାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବା ସତ୍ତ୍ୱେ ପୁଲିସ ମାମଲା ରୁଜୁ କରିନଥିଲା ସୂଚନାଯୋଗ୍ୟ,ସୁନନ୍ଦାଙ୍କ ହାତରେ ମିଳିଥିବା କାମୁଡ଼ା ଦାଗ ଏବଂ ଇଞ୍ଜେକ୍ସନ ଦାଗ ନେଇ ମଧ୍ୟ ଡିଏନ୍‌ଏ ଦ୍ୱାରା ପ୍ରାପ୍ତ ଏହି ରିପୋର୍ଟରେ ପ୍ରଶ୍ନ କରାଯାଇଛି। ସୁନନ୍ଦାଙ୍କୁ ବିଷ ପିଆଇ ଦିଆଯାଇଥିଲା ନା ଇଞ୍ଜେକ୍ସନ ଦ୍ୱାରା ରକ୍ତରେ ମିଶାଯାଇଥିଲା ତାହା ତଦନ୍ତ ସାପେକ୍ଷ ବୋଲି କୁହାଯାଇଛି। ଅପରପକ୍ଷେ, ସେହି ରହସ୍ୟମୟ ମୃତ୍ୟୁ ସଂକ୍ରାନ୍ତ ବ୍ୟବଚ୍ଛେଦ, ରାୟାସନିକ, ଆଙ୍ଗୁଠିଛାପ ଆଦି ସମସ୍ତ ରିପୋର୍ଟରେ ସୁନନ୍ଦାଙ୍କୁ ହତ୍ୟା କରାଯାଇଥିବା ଦିଗକୁ ନିର୍ଦ୍ଦେଶ କରିଥିବା ବେଳେ ପୁଲିସ ତଥାପି ହତ୍ୟା ମାମଲା ରୁଜୁ ନକରିିବା ପୁଲିସର ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
OSCAR-2019
ଜଗତସିଂହପୁର ଟାଉନ୍‌/ ବିରିଡ଼ି: କନ୍ଦରପୁର-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥ ସହ ବିରିଡ଼ି ବ୍ଲକ୍‌ର ବିଭିନ୍ନ ରାସ୍ତା ମରାମତି ଏବଂ ନୂତନ ରାସ୍ତା ନିର୍ମାଣ ଦାବିରେ ଆଜି ବିଜେପି ପକ୍ଷରୁ ଏହି ରାଜପଥକୁ ଦୀର୍ଘ ୪ଘଣ୍ଟା ଧରି ଅବରୋଧ କରାଯାଇଛି। ବିରିଡ଼ି ବ୍ଲକ୍‌ ବାଲିଆଷ୍ଟୋର୍‌ ନିକଟରେ କରାଯାଇଥିବା ଏହି ରାସ୍ତାରୋକ କାରଣରୁ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଛି। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ଭୋଇ ଓ ପୂରଣ ମଣ୍ଡଳ ସଭାପତି ଆଲୋକ କୁମାର ପଣ୍ଡାଙ୍କ ନେତୃତ୍ୱରେ କରାଯାଇଥିବା ଏହି ଆନ୍ଦୋଳନସ୍ଥଳରେ ଉପ-ଜିଲ୍ଲାପାଳ ପହଞ୍ଚି ସପ୍ତାହକ ଭିତରେ ମରାମତି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା। ଉଲ୍ଲେଖ୍ୟ, ଜଗତସିଂହପୁର-କନ୍ଦରପୁର ରାଜପଥ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିବାରୁ ଗତ ୧୧ ତାରିଖରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ତୁରନ୍ତ ଜାତୀୟ ରାଜପଥ ମରାମତି ଦାବି କରିଥିଲା। ଏଥି ସହ ବିରିଡ଼ି ବ୍ଲକ୍‌ର ବାଲିଆଷ୍ଟୋରଠାରୁ ବାଇଶିମୌଜା ରାସ୍ତା, କମଳପୁର-ବାସନ୍ଧରା, ଚାଷୀଖ-ଗେଲପୁର, ମଙ୍ଗୁଳି-ଖରଭଙ୍ଗା, ଅଲିପଡ଼ା ବ୍ରିଜ୍‌ଠାରୁ ବାଇପଦା ନଦୀବନ୍ଧ, ହାଜିପୁର-ଧ୍ୟାନକୁଦ ରାସ୍ତା, ବସନ୍ତପୁର-ଦଣ୍ଡିଲୋ ରାସ୍ତାର ମରାମତି ଓ ନିର୍ମାଣ ପାଇଁ ଦଳ ଦାବି କରିଥିଲା। ୨୯ ତାରିଖ ପୂର୍ବରୁ କାମ କରାନଗଲେ ୨୯ତାରିଖ ଦିନ ଜାତୀୟ ରାଜପଥ ଅବରୋଧ କରିବ ବୋଲି ଦଳ ଚେତାବନୀ ଦେଇଥିଲା। ପ୍ରଶାସନ ଏହା ଉପରେ କୌଣସି ପଦକ୍ଷେପ ନ ନେବାରୁ ଆଜି ସକାଳ ୯ଟାରୁ ବାଲିଆଷ୍ଟୋର୍‌ଠାରେ ଦଳୀୟ କର୍ମୀମାନେ ରାଜପଥ ଅବରୋଧ କରିଥିଲେ। ଆନ୍ଦୋଳନ କାରଣରୁ ଉଭାୟ ପାର୍ଶ୍ୱରେ ପ୍ରାୟ ୩ କିମି ପର୍ଯ୍ୟନ୍ତ ଯାନବାହନ ଅଟକି ରହିଥିଲା। ରାସ୍ତାରୋକ ସମୟରେ କନକ ବେହେରା ନାମ୍ନୀ ମହିଳା ସଜ୍ଞାହୀନ ହେବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ବିରିଡ଼ି ବିଡ଼ିଓ ପରେଶ କୁମାର ନାୟକ, ତହସିଲଦାର କସ୍ତୁରୀବାଳା ଜେନା, ଏସ୍‌ଡିପିଓ ସୁଯୋଗ୍ୟ ମିଶ୍ର, ବିରିଡ଼ି ଆଇଆଇସି ରଂଜିତ ମହାନ୍ତି ପ୍ରମୁଖ ବୁଝାଶୁଝା କରିଥିଲେ ବି ସେମାନେ ମାନିନଥିଲେ। ଉପ-ଜିଲ୍ଳାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ପହଞ୍ଚି ଆଲୋଚନା କରିବାରୁ ସେମାନେ ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରତିଶ୍ରୁତି ଚାହିଥିଲେ। ଏହା ପରେ ବାଲିଆ ଜଳସେଚନ ସହକାରୀ ଯନ୍ତ୍ରୀ ଗୋବର୍ଦ୍ଧନ ପାଣିଗ୍ରାହୀ, ଆର୍‌ଡି କନିଷ୍ଠ ଯନ୍ତ୍ରୀ ସୁଶୀଲ ରାଉତରାୟ ପହଞ୍ଚି ଆନ୍ଦୋଳନକାରୀଙ୍କ ପ୍ରଶ୍ନର ଉତ୍ତର ଦେବା ସହ ଜାତୀୟ ରାଜପଥ ସହ ଅନ୍ୟ ରାସ୍ତାଗୁଡ଼ିକର ମରାମତି ତୁରନ୍ତ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଉଠିଥିଲା। ଏଥିରେ ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ କ୍ରିଷ୍ଣା ମହାନ୍ତି, ବ୍ଳକ୍‌ ଉପାଧ୍ୟକ୍ଷା ଗୀତାଞ୍ଜଳି ସାହୁ, ପୂରଣ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସାଇଦା ଖାତୁନ୍‌, ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ମିଶ୍ର, ଓବିସି ମୋର୍ଚ୍ଚା ସଭାପତି ନରେଶ ଓଝା, କୃଷକ ମୋର୍ଚ୍ଚା ସଭାପତି ଚିନ୍ତନ ପାତ୍ର, ଏସ୍‌ଟି ମୋର୍ଚ୍ଚା ସଭାପତି ବିଶ୍ୱଭୂଷଣ ମଲ୍ଲିକ, ଶ୍ରୀକାନ୍ତ ସାହୁ, ବିଭୂତ ଭୂଷଣ ଭୂୟାଁ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଲଲାଟେନ୍ଦ୍‌ୁ ବଡ଼ୁ, ଅସିତ ରଂଜନ ବେହେରା, ଗୋପବନ୍ଧୁ ପରିଜା, ଜଗନ୍ନାଥ ସାହୁ, ରଂଜନ ପରିଡ଼ା, କାର୍ତ୍ତିିକ ପରିଡ଼ା, ନିତ୍ୟାନନ୍ଦ ମିଶ୍ର, କବି ପ୍ରସାଦ ଦାସ, ପ୍ରିୟବ୍ରତ ବସ୍ତିଆ ପ୍ରମୁଖ ନେତୃତ୍ୱ ନେଇଥିଲେ। ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ପାଇଁ ‘ବିଶ୍ୱ ହିନ୍ଦୁ ପରିଷଦ’ କରିଥିବା ଘୋଷଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୁ ସଂଗଠନ କ’ଣ ପାଇଁ ଏଭଳି ଘୋଷଣା କରିଛି ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ ବିଶ୍ୱ ହିନ୍ଦୁ ସଂଗଠନ ଅଧୀନରେ ଏବେ ନୂଆ କରି ଆରମ୍ଭ ହୋଇଥିବା ‘ହିନ୍ଦୁ ହି ଆଗେ’ ଶାଖା ଏଭଳି ଘୋଷଣା କରିଥିବା ସୂଚନା ମିଳିଛି । ସଲମାନ ହିନ୍ଦୁମାନଙ୍କର ଭାବନାକୁ ଆଘାତ ପହଞ୍ଚାଇଥିବାରୁ ସଂଗଠନର ମୁଖ୍ୟ ଗୋବିନ୍ଦ ପରାଶର ଏଭଳି ଘୋଷଣା କରିଥିବା ଜଣା ପଡ଼ିଛି । ସୂଚନା ମୁତାବକ, ସଲମାନ ନିଜ ଭିଣୋଇ ଆୟୁଷ ଶର୍ମାଙ୍କୁ ନେଇ ଏକ ଫିଲ୍ମ ତିଆରି କରୁଛନ୍ତି, ଯାହାର ଶୀର୍ଷକ ରହିଛି ‘ଲଭ୍‌ରାତ୍ରୀ’ । ଗୋବିନ୍ଦଙ୍କ କହିବା ଅନୁଯାୟୀ,ସଲମାନ ଜାଣି ଶୁଣି ହିନ୍ଦୁମାନଙ୍କର ପର୍ବ ନବରାତ୍ରୀକୁ ଭାଙ୍ଗି ‘ଲଭରାତ୍ରୀ’ କରିଛନ୍ତି । ଏହା ସହ ସେ ଏହି ଫିଲ୍ମକୁ ନବରାତ୍ରୀ ସମୟରେ ହିଁ ରିଲିଜ କରିବା ପାଇଁ ଚାହୁଁଛନ୍ତି । ଏପରି କରି ସେ ହିନ୍ଦୁମାନଙ୍କର ଭାବନାକୁ ଆଘାତ ପହଞ୍ଚାଉଛନ୍ତି । ଖାଲି ସେତିକି ନୁହେଁ, ଗୁରୁବାର ଦିନ ଗୋବିନ୍ଦ ପରାଶର ଏବଂ ସଂଗଠନର କର୍ମକର୍ତ୍ତାମାନେ ଫିଲ୍ମର ପୋଷ୍ଟର ଜାଳି ବିରୋଧ ପ୍ରଦର୍ଶନ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
OSCAR-2019
ଯୋଡା ୨୧-୨ (ଓଡ଼ିଆ ପୁଅ/ସେକ୍ ଜାବିର ମହମ୍ମଦ) ପୋଷ୍ୟ ଶିଶୁ ଗ୍ରହଣ କରିବାକୁ ସରକାରଙ୍କ ବିଭିନ୍ନ ନିୟମକାନୁନ ଥିବା ବେଳେ ଯୋଡା ବ୍ଲକ ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଠାରେ ଜଣେ ନାବାଳିକା ଜନ୍ମ ଦେଇଥିବା ଏକ ଅବା‚ିତ ଶିଶୁ କନ୍ୟାକୁ ପୁଲିସ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିର ମଧ୍ୟସ୍ଥରେ ଜଣେ ପଡୋଶୀକୁ ଅବୈଧ ଉପାୟରେ ହସ୍ତାନ୍ତର କରିଥିବା ଘଟଣା ଶିଶୁଟିର ଅନିଶ୍ଚିତ ଭବିଷ୍ୟତକୁ ନେଇ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଏହି ଶିଶୁ ହସ୍ତାନ୍ତରରେ ଅର୍ଥ କାରାବର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଜଜାଙ୍ଗ ହାଇକ୍ୟାମ୍ପର ଜଣେ ୧୬ ବର୍ଷର ନାବାଳିକା ଗୁରୁବାରୀ ବାଙ୍କିରା (ଛଦ୍ମ ନାମ) ହରିଚନ୍ଦନପୁର ସ୍ଥିତ ତାଙ୍କ ଭିଣୋଇ ଘରକୁ ଯାଇଥିବା ବେଳେ ଭିଣୋଇଙ୍କ ସାନ ଭାଇଙ୍କ ସହିତ ତାଙ୍କର ସମ୍ପର୍କ ହୋଇଥିଲା। ସେ ଗର୍ଭବତୀ ହେବା ଜଣାପଡିବା ପରେ ଏ ନେଇ ହରିଚନ୍ଦନପୁର ଥାନାରେ ପରିବାର ପକ୍ଷରୁ ଏକ ଏତଲା ଦାୟର କରାଯାଇଥିଲା। ଘଟଣାଟି ବର୍ତ୍ତମାନ ବିଚାରଧିନ ଥିବା ବେଳେ ଦେଢ ମାସ ତଳେ ନାବାଳିକ ଜଣଙ୍କ କୁମାରୀ ମାତୃତ୍ୱ ଲାଭ କରିଥିଲେ। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ କନ୍ୟାଟିକୁ ସେ ନିଜ ନିକଟରେ ରଖିବାକୁ ଚାହୁଁନଥିଲେ। କୌଣସି ସ୍ଥାନରେ ଏହି ଦେଢ ମାସର ଶିଶୁଟିକୁ ଛାଡିଦେବାକୁ ଉଦ୍ୟମ କରୁଥିବା ବେଳେ ବାମେବାରୀ ପୁଲିସ ଖବର ପାଇଁ ଶିଶୁଟିକୁ ଉଦ୍ଧାର କରି ଚମ୍ପୁଆ ଚାଇଲ୍ଡ ଲାଇନକୁ ଡାକି ହସ୍ତାନ୍ତର କରିଥିଲେ। ତେବେ ଚାଇଲ୍ଡ ଲାଇନର ଜଣେ ମହିଳା କର୍ମଚାରୀ କେନ୍ଦୁଝରସ୍ଥିତ ଶିଶୁ ମଙ୍ଗଳ କମିଟି (ସି.ଡବ୍ଲୁ.ସି.) କୁ ଶିଶୁଟିକୁ ହସ୍ତାନ୍ତର କରିଥିଲେ। ତେବେ ଶିଶୁ କନ୍ୟାଟିକୁ ଗ୍ରହଣ କରିବା ନିମନ୍ତେ କୌଣସି ବୈଧ କାଗଜପତ୍ର ନକରି ଜଜାଙ୍ଗ ଅଞ୍ଚଳର ଚମ୍ପା ତିରିଆ ନାମକ ଜଣେ ମହିଳାଙ୍କୁ ସି.ଡବ୍ଲୁ.ସି.ର ସଦସ୍ୟ ତପନ କୁମାର ସାହୁ ପୋଷ୍ୟ ସନ୍ତାନ ଭାବେ ଦେଇଦେଇଥିଲେ। ଯାହା ଶିଶୁଟିର ଅନୁଶ୍ଚିତ ଭବିଷ୍ୟତ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ଅସଚେତନତା କାରଣରୁ ଖଣି ଅଞ୍ଚଳରେ ଏହି ପରି ଅନେକ ଅବା‚ିତ କୁମାରୀ ମାତୃତ୍ୱ ଘଟଣା ଦେଖାଦେଉଥିବା ବେଳେ ସେ ଶିଶୁ ମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଚାହୁଁ ଥିବା ବ୍ୟକ୍ତିଙ୍କୁ ଅନ୍ଲାଇନ୍ରେ ଆବେଦନ କରିବାକୁ ସି.ଡବ୍ଲୁ.ସି. ପରାମର୍ଶ ଦେଇଥାନ୍ତି। ଶିଶୁଟିର ଭବିଷ୍ୟତ ନିଶ୍ଚିତ କରିବା ପାଇଁ ଅନେକ ନିୟମ କାନୁନ ଦେଇ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପଡୁଥିବା ବେଳେ ଏହି ଶିଶୁଟି କ୍ଷେତ୍ରରେ ସବୁ ନିୟମ କାନୁନକୁ ଉଲ୍ଲଘଂନ କରି ସି.ଡବ୍ଲୁ.ସିର ସଦସ୍ୟ କିଭଳି ହସ୍ତାନ୍ତର କଲେ ଏବେ ଏହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ସି.ଡବ୍ଲୁ.ସି.ର ଅଧ୍ୟକ୍ଷ ଶିବନାଥ ପ୍ରଧାନଙ୍କୁ ପଚାରିବାରୁ ସେ ଏହା ସମ୍ପୂର୍ଣ୍ଣ ଭାବେ ଅନୈତିକ, ଯଦି ଏହା ହୋଇଥାଏ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଜେପୁର ଉପ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୩ଟି ସୁଟକେସ ଭର୍ତ୍ତି କଳାଟଙ୍କା ଅଛି : ବିଜେପି
OSCAR-2019
ମୁମ୍ବାଇ: ନିଜର ଫ୍ୟାସ୍‌ନ ସେନ୍ସ ଏବଂ ଫିଟ୍‌ନେସ୍‌ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି ମଲ୍ଲାଇକା ଆରୋରା । ତାଙ୍କୁ ଅନେକ ଫ୍ୟାସନ ଇଭେଣ୍ଟମାନଙ୍କରେ ମଧ୍ୟ ଦେଖିବାକୁ ମିଳିଥାଏ । ଏତେ ବର୍ଷ ବୟସରେ ମଧ୍ୟ ସେ ନିଜକୁ ଯେପରି ଫିଟ୍‌ ରଖିଛନ୍ତି ତାକୁ ନେଇ ଅନେକ ଅନୁପ୍ରାଣିତ ମଧ୍ୟ ହୋଇଛନ୍ତି । ତେବେ ସବୁ ବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ମଲ୍ଲାଇକା ଏବେ ଏକ ନୂଆ କଥାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କିଛି ଦିନ ତଳେ ତାଙ୍କୁ ଏକ ଫ୍ୟାସନ ଇଭେଣ୍ଟରେ ନୃତ୍ୟ ପ୍ରଦର୍ଶନ କରିବାକୁ ଥିବା ବେଳେ ସେ ଶେଷ ମୂହୁର୍ତ୍ତରେ ମନା କରିଦେଇଥିବା ଜଣା ପଡ଼ିଛି । ଏହି ଇଭେଣ୍ଟ ପାଇଁ ଟିକେଟ ବିକ୍ରି ସରିଥିବା ବେଳେ ତାଙ୍କୁ ଠିକ୍‌ ସମୟରେ ଟଙ୍କା ମିଳି ନଥିବାରୁ ସେ ଏପରି କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଅଷ୍ଟ୍ରେଲିଆରେ ଏହି ଇଭେଣ୍ଟଟି ହେବାକୁ ଥିବା ବେଳେ ଯିବା ପାଇଁ ସବୁ ପ୍ରସ୍ତୁତି କରି ସାରିଥିଲେ ମଲ୍ଲାଇକା । କିନ୍ତୁ ଦେଇଥିବା ତାରିଖରେ ଇଭେଣ୍ଟ କମ୍ପାନି ମଲ୍ଲାଇକାଙ୍କୁ ଟଙ୍କା ଦେଇ ନଥିଲେ । କମ୍ପାନିର ଏଭଳି ବ୍ୟବହାରରେ ରାଗି ମଲ୍ଲାଇକା ସୋ’କୁ ଯିବେ ନାହିଁ ବୋଲି ମନା କରି ଦେଇଥିବା ଜଣା ପଡ଼ିଛି । ଭୁବନେଶ୍ୱର : ପିଲାଟି ଦିନରୁ ଆମେ ପଢ଼ି ଆସିଛୁ ଯେ ପ୍ରତ୍ୟେକ ଦିନ ସକାଳେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୁଏ। ଦିନ ବେଳେ ସବୁ ବେଳେ ସୂର୍ଯ୍ୟର ବିପରୀତ ଦିଗରେ ଏକ ଛାଇ ସୃଷ୍ଟି ହୁଏ ଓ ସୂର୍ଯ୍ୟ ଆଲୋକ ଥିବା ଯାଏଁ ଛାଇ ରହିଥାଏ। ଏବେ କିନ୍ତୁ ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି ସବୁଦିନ ସୂର୍ଯ୍ୟ ଠିକ୍‌ ପୂର୍ବ ଦିଗରେ ଉଦୟ ହୁଅନ୍ତିନି। ବର୍ଷରେ କେବଳ ଦୁଇ ଦିନ ସୂର୍ଯ୍ୟ ଠିକ୍‌ ପୂର୍ବ ଦିଗରେ ଉଦୟ ହୁଏ ଓ ସେହିଦିନ ଠିକ୍‌ ସମୟରେ ଅସ୍ତ ହୁଏ। ସେହିଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍‌ ମୁଣ୍ଡ ଉପରେ ରହେ ଓ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ। ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ‘ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି। ମେ ୨୧ ଓ ଜୁଲାଇ ୨୨ରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦୁଇ ଦିନ ମଧ୍ୟାହ୍ନରେ ପ୍ରତ୍ୟେକ ବସ୍ତୁର ଛାଇ ହଜିଯିବ। କିଛି ସମୟ ପାଇଁ କାହାର ଛାଇ ଦେଖିବାକୁ ମିଳିବନି। ଲୋକ ଯେପରି ଏହାକୁ ନିଜ ଚକ୍ଷୁରେ ଦେଖିପାରିବେ ସେଥିପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରି ଢ଼ଳି ରହି ବୁଲିବା ସହ ନିଜ ଅକ୍ଷ ଚାରିପଟେ ବୁଲୁଛି। ସେଥିପାଇଁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ କି ସମାନ ଜାଗାରେ ଅସ୍ତ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ଜୁନ୨୧ରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରିରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ। ସେହିଠାରୁ ଧୀରେ ଧୀରେ ଦକ୍ଷିଣ ଦିଗକୁ ଗତି କରିଥାଏ, ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟନ ଗତି କହିଥାଉ। ଏହିପରି ଦକ୍ଷିଣ ଦିଗକୁ ଢ଼ଳି ଢ଼ଳି ଡିସେମ୍ବର ୨୨ ବେଳକୁ ସୂର୍ଯ୍ୟ ବିଷୁବ ରେଖାଠାରୁ ୨୩.୫ ଡିଗ୍ରି ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ। ସେହି ସମୟରେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ହୋଇଥାଏ। ରାତି ଛୋଟ ଓ ଦିନ ବଡ଼ ହୁଏ। ସେହିଦିନଠାରୁ ସୂର୍ଯ୍ୟର ଉତ୍ତର ଦିଗକୁ ଗତି ବା ଉତ୍ତରାୟଣ ଆରମ୍ଭ ହୋଇଥାଏ। ସେହି ଦିନ ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଗତି କରିଥାଏ। ସେହି ଅଞ୍ଚଳଗୁଡ଼ିକରେ ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ସିଧା ସଳଖ ମୁଣ୍ଡ ଉପରେ ରହିଥାଏ ଫଳରେ ସେଠାରେ ‘ଶୂନ୍ୟ ଛାୟା’ ଘଟିଥାଏ। ବର୍ଷର ମାର୍ଚ୍ଚ ୨୧ ଓ ସେପ୍ଟମ୍ବର ୨୧ରେ ସୂର୍ଯ୍ୟ ଠିକ ସମୟରେ ଉଦୟ ହୋଇ ବିଷୁବ ରେଖା ଉପରେ ଗତି କରିଥାଏ। ଏହି ଦୁଇଦିନ ଦିନ ଓ ରାତିର ଅବଧି ସମାନ ହୁଏ। ବାକି ସବୁ ଦିନ ସୂର୍ଯ୍ୟ ଉତ୍ତର-ପୂର୍ବ ନଚେତ ଦକ୍ଷିଣ-ପୂର୍ବ ଦିଗରେ ଉଦୟ ହୁଏ। ମାର୍ଚ୍ଚ ୨୧ଠାରୁ ସୂର୍ଯ୍ୟ ଉଦୟର ସ୍ଥାନ ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ଜୁନ ୨୧ରେ ଉତ୍ତର ଦିଗରେ ସବୁଠାରୁ ଦୂରକୁ ଚାଲିଯାଏ ଓ ସେଠାରୁ ପୁଣି ଦକ୍ଷିଣକୁ ଫେରିବାରେ ଲାଗେ। ସେପ୍ଟମ୍ବର ୨୧ ଦିନ ବିଷୁବରେଖା ଉପରେ ଦେଇ ଡିସେମ୍ବର ୨୧ ବେଳକୁ ଦକ୍ଷିଣର ଶେଷ ବିନ୍ଦୁ ମକର କ୍ରାନ୍ତିରେ ଆସି ପହଞ୍ଚି ଥାଏ। ପୁଣି ତା ପର ଦିନଠାରୁ ସୂର୍ଯ୍ୟର ଉତ୍ତର ଦିଗକୁ ଗତି ଆରମ୍ଭ ହୁଏ। ଏହି ପ୍ରକ୍ରିୟା ଅନବରତ ଚାଲୁ ରହିଛି ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ମତ ଦେଇଛନ୍ତି। ଏବେ ବିଦେଶରେ ‘ଶୂନ୍ୟ ଛାୟା ଦିବସ’ଟିକୁ ଆଗ୍ରହ ସହ ପାଳନ କରାଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ଚଳିତବର୍ଷ ଦେଶର ‘ଆଷ୍ଟ୍ରୋନୋମିକାଲ ସୋସାଇଟି ଅଫ୍‌ ଇଣ୍ଡିଆ’ ଉଦ୍ୟମରେ ‘ଶୂନ୍ୟ ଛାୟା ଦିବସ’ ବିଷୟରେ ପ୍ରଚାର କରାଯାଉଛି। ଏହିକ୍ରମରେ ପଠାଣି ସାମନ୍ତ ପ୍ଲାନେଟୋରିୟମ ଓ ବୁର୍ଲାଠାରେ ଥିବା ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ପକ୍ଷରୁ ‘ଶୂନ୍ୟ ଛାୟା ଦିବସ’ ଦେଖିବାର ବ୍ୟବସ୍ଥା ହୋଇଛି। ଭୁବନେଶ୍ୱରରେ ଆସନ୍ତା ମେ’ ୨୧ ପୂର୍ବାହ୍ନ ୧୧ଟା ୪୩, ଜୁଲାଇ ୨୨ ପୂର୍ବାହ୍ନ ୧୧ଟା ୫୩ରେ ଏହାକୁ ଦେଖିବାର ସୁଯୋଗ ମିଳିବ। ବୁର୍ଲାଠାରେ ମେ୨୮ ପୂର୍ବାହ୍ନ ୧୧ଟା ୫୨, ଜୁଲାଇ ୧୫ ମଧ୍ୟାହ୍ନ ୧୨ଟା, ରାଉରକେଲାରେ ଜୁନ ୨ ପୂର୍ବାହ୍ନ ୧୧.୪୮, ଜୁଲାଇ ୧୦ ପୂର୍ବାହ୍ନ ୧୧ଟା ୫୬, ବଲାଙ୍ଗିରରେ ମେ ୨୩ ପୂର୍ବାହ୍ନ ୧୧ଟା ୫୪ ଓ ଜୁଲାଇ ୨୦ ମଧ୍ୟାହ୍ନ ୧୨ଟା ୪ ମିନିଟ୍‌, ବାରିପଦାରେ ମେ’ ୩୧ ପୂର୍ବାହ୍ନ ୧୧ଟା ୪୧ ଓ ଜୁଲାଇ ୧୨ ତାରିଖ ପୂର୍ବାହ୍ନ ୧୧ଟା ୪୯ରେ ଏହା ଦେଖାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକ ନାହିଁ। ଏକ ସମତଳ ଜାଗାରେ ଖୁଣ୍ଟି, ଚାରିକୋଣିଆ ବାକ୍ସ, ବୋତଲ, ଇଟା ଭଳି କିଛି ଜିନିଷ ଖରାରେ ପଡ଼ୁଥିବା ସ୍ଥାନରେ ଲମ୍ବ ଭାବରେ ରଖନ୍ତୁ ଓ ନିର୍ଦ୍ଧାରିତ ତାରିଖ ଦିନ ମଧ୍ୟାହ୍ନର କିଛି ସମୟ ପୂର୍ବରୁ ଲକ୍ଷ୍ୟ କରନ୍ତୁ କିପରି ବସ୍ତୁଟିର ଛାୟା ଧୀରେ ଧୀରେ ଛୋଟ ହୋଇ ଉଭେଇ ଯାଉଛି ଓ କିଛି ସମୟ ପରେ ପୁଣି ଦେଖାଯାଉଛି।
OSCAR-2019
ବୟାଳିଶମୌଜା: କଟକ ସଦର ଥାନା ଅନ୍ତର୍ଗତ ୪୨ମୋଜା ଝିଙ୍କିରିଆ ଗ୍ରାମର ରାସ୍ତାରେ ଗତକାଲି ଦିନ ଦ୍ୱିପହରରେ ଲୁଟ୍‌ ହୋଇଛି। ବକ୍ସି ବଜାର ଓ ସୂତାହାଟରୁ କୁକୁଡ଼ା ପଇସା ସଂଗ୍ରହ କରି ୨ ଲକ୍ଷ ୨୪ହଜାର ଟଙ୍କା ନେଇ ଯାଉଥିବା ଦୁଇଜଣ କର୍ମଚାରୀଙ୍କୁ ୩ ଜଣ ଦୁର୍ବୃତ୍ତ ବଂଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପିଣ୍ଟୁ ମହାନ୍ତି ଏବଂ ଜୟ ଟ୍ୟାଙ୍କ ନାମକ ଦୁଇ ଯୁବକ ୪୨ମୋଜା ସିଟି ଫିଡ୍‌୍‌ସି କୁକୁଡ଼ା ଫାର୍ମକୁ ଟଙ୍କା ନେଇ ହିରୋ ହୋଣ୍ଡା ବାଇକ୍‌ରେ ଆସୁଥିବା ବେଳେ ୩ ଦୃର୍ବୁତ୍ତ ଏକ ପ୍ୟାସନ୍‌ ବାଇକ୍‌ରେ ସେମାନଙ୍କୁ ପିଛା କରି ଝିଙ୍କିରିଆ ଗ୍ରାମ ରାସ୍ତାରେ ଅଟକାଇଥିଲେ। ସେମାନଙ୍କୁ ମାଡ଼ ମାରିବା ସହିତ ବନ୍ଧୁକ ଦେଖାଇ ଟଙ୍କା ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଜୟ ଟ୍ୟାଙ୍କ ଟଙ୍କା ବ୍ୟାଗ ନଦେବାରୁ ୩ ଦୃର୍ବୁତ୍ତଙ୍କ ମଧ୍ୟରୁ ଜଣେ ଏକ ଛୁରାରେ ଜୟ ଟ୍ୟାଙ୍କଙ୍କ ମୁହଁକୁ ଏକ ଚୋଟ ପକାଇ ଥିଲେ। ଏଥିରେ ଜୟ ଟ୍ୟାଙ୍କ ଗୁରୁତର ଆହତ ହୋଇ ବ୍ୟାଗ ଛାଡ଼ି ଦେଇଥିଲେ। ୩ ଦୃର୍ବୁତ୍ତ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉକ୍ତ କର୍ମଚାରୀଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ପଠାଇଥିଲେ। ଏହି ଘଟଣାକୁ ନେଇ ୪୨ମୋଜା ସିଟି ଫିଡ୍‌ସ କୁକୁଡ଼ା ଫାର୍ମର ମାଲିକ କିଶୋରଚନ୍ଦ୍ର ରାଉତ ଫାଣ୍ଡିରେ ଏ ସଂକ୍ରାନ୍ତରେ ଏକ ଅଭିଯୋଗ କରିଛନ୍ତି। ଚେନ୍ନାଇ: ମଧ୍ୟରାତ୍ରୀ ପରେ ତାମିଲନାଡୁ ଶୋକାଭିଭୂତ ହୋଇପଡ଼ିଥିବା ବେଳେ ଏମ୍‌ କେ ଷ୍ଟାଲିନ୍‌ ପୋଷ୍ଟ୍‍ କରିଥିଲେ ତାମିଲ୍‌ ଭାଷାରେ ବାପାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଗୋଟାଏ ଚିଠିର ଫଟୋ। ସେଥିରେ ସେ ତାଙ୍କର ଆଶିଷ ଲୋଡ଼ିବା ସହ ତାଙ୍କୁ ‘ଆପ୍ପା’ ବୋଲି ଡାକିବା ନିମନ୍ତେ ଦୀର୍ଘ ଦିନ ଧରି ରହି ଆସିଥିବା ଇଚ୍ଛାକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ତୁମେ ଘରୁ ଗଲା ବେଳେ, କୁଆଡ଼େ ଯାଉଛ ବୋଲି ବରାବର ମତେ କହି ଯାଉଥିଲ; ଏବେ କିଛି ନ କହି ମତେ ଛାଡ଼ି ଚାଲିଗଲ। ‘ତାଲାଇବା’ ତୁମେ ଥିଲ ମୋ ମନ, ଶରୀର, ରକ୍ତ, ମୋ ଭାବନା ଓ ମୋ ହୃଦୟର ଅବିଚ୍ଛେଦ୍ୟ ଅଂଶ; ତୁମେ ଆମକୁ ତୃଷାର୍ତ୍ତ କରି ଚାଲିଗଲ… ତୁମେ କୁଆଡ଼େ ଯାଇଛ? ତାମିଲମାନଙ୍କ ପାଇଁ ଢେର୍‌ କରିଛ ବୋଲି ସନ୍ତୋଷ ନେଇ ତୁମେ ବିଦାୟ ନେଇଛ କି? ୯୫ ବର୍ଷ ବୟସରେ ବି ତୁମେ ଥକ୍କି ନ ଯାଇ ଜନଜୀବନ ସହ ସମ୍ପୃକ୍ତ ଥିଲ। ଆଦର୍ଶ ସ୍ଥାପନ କରି ତୁମେ ସେଠାରେ ଲୁଚିଗଲ କି? ତୁମ କୃତିତ୍ୱ କିଏ ଭଲ ଭାବେ ଦେଖି ପାରୁଛି ସେ କଥା ଲକ୍ଷ୍ୟ କରିବାକୁ। ଜୁନ୍‌ ୩ ତାରିଖ ଦିନ ତୁମ ୯୫ତମ ଜୟନ୍ତୀରେ ତିରୁବାରୁର ବାଲୁକାରେ କହିବା ବେଳେ ତୁମ ସାମର୍ଥ୍ୟ ଅର୍ଦ୍ଧେକ ଉପହାର ମାଗିଥିଲି। ତା ସହିତ, ଏବେ ମୁଁ ଅନ୍ନା ଦେଇଥିବା ତୁମକୁ ଉପହାର ଦେଇଥିବା ହୃଦୟଟିକୁ ମଧ୍ୟ ମାଗୁଛି। ମୋ ନେତା , ସେଇଟା ମତେ ଦେବ କି? ସେଇ ଉପହାର ବଳରେ ଆମେ ତୁମ ସ୍ୱପ୍ନ ଓ ଆଦର୍ଶ ସାକାର କରିବୁ। ଶୁଣ, କୋଟି ଜନତାଙ୍କ ହୃଦ୍‌ସ୍ପନ୍ଦନରୁ ଜାତ ଗୋଟିଏ ଇଚ୍ଛା: ତହା ଆମକୁ ତାମିଲ ଉଚ୍ଛ୍ୱାସ ସହ ଶତ ବର୍ଷ ଉତ୍ସାହ ଦେବ। ମୋ ଜୀବନ ସାରା ମୁଁ ତୁମକୁ ‘ଆପ୍ପା’ (ବାପା) ପରିବର୍ତ୍ତେ ‘ତଲାଇବାର’ (ନେତା) ବୋଲି ସମ୍ବୋଧନ କରିଛି। ମୋ ନେତା, ଥରେ ମାତ୍ର ତୁମକୁ ‘ଆପ୍ପା’ ବୋଲି ଡାକି ପାରିବି? ହାଇଦ୍ରାବାଦ: ଜନୈକା ମହିଳା ଆଇନଜୀବୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ତେଲେଙ୍ଗାନା ସୂର୍ଯ୍ୟାପେଟ ଜିଲ୍ଲାର ଜୁନିୟର ସିଭିଲ୍‌ ଜଜ୍‌ ପୁଲିସ୍‌ ହାତରେ ଗିରଫ ହେବା ଘଟଣାକୁ କେନ୍ଦ୍ରକରି ସଂପ୍ରତି ଦେଶ ବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସୂର୍ଯ୍ୟପେଟା ଜିଲ୍ଲା ଜୁନିୟର ସିଭିଲ ଜଜ୍‌ ସତ୍ୟନାରାୟଣାଙ୍କ କୋର୍ଟରେ ଓକିଲାତି କରୁଥିବା ଜନୈକା ମହିଳା ଆଇନଜୀବୀଙ୍କୁ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଜ୍‌ ସତ୍ୟନାରାୟଣା ତାଙ୍କୁ ଦୀର୍ଘ ଦିନ ଧରି ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରି ଚାଲିଥିଲେ। ତେବେ, ଜଜ୍‌ ସତ୍ୟନାରାୟଣାଙ୍କ ଯୌନ ନିର୍ଯାତନା କ୍ରମେ ଅସହ୍ୟ ହେବାରୁ ମହିଳା ଆଇନଜୀବୀ ଜଣକ ଶେଷରେ ଅନୋନ୍ୟପାୟ ହୋଇ ଜଜ୍‌ ସତ୍ୟନାରାୟଣାଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍‌ ମହିଳା ଆଇନ୍‌ଜୀବୀଙ୍କ ଅଭିଯୋଗ ଉପରେ ଦୁଷ୍କର୍ମ, ଠକେଇ, ମିଥ୍ୟା ପ୍ରତିଶ୍ରୁତି ଓ ନିର୍ଯାତନା ଆଦି ଦଫା ଲଗାଇ ଜୁନିୟର ସିଭିଲ୍‌ ଜଜ୍‌ ସତ୍ୟନାରାୟଣାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ କାଳରେ ମହିଳା ଆଇନ୍‌ଜୀବୀ ଜୁନିୟର ସିଭିଲ ଜଜ୍‌ ସତ୍ୟନାରାୟଣାଙ୍କ ବିରୋଧରେ ଆଗତ କରିଥିବା ଅଭିଯୋଗରେ ଆପାତଃ ପ୍ରମାଣଯୋଗ୍ୟ ସତ୍ୟତା ରହିଥିବା ଜାଣିବାକୁ ପାଇଥିଲେ ତଦନ୍ତକାରୀ ପୁଲିସ୍‌। ଏହାପରେ ପୁଲିସ୍‌ ମହିଳା ଆଇନ୍‌ଜୀବୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ଅଭିଯୁକ୍ତ ଜୁନିୟର ସିଭିଲ ଜଜ୍‌ ସତ୍ୟନାରାୟଣାଙ୍କୁ ଗିରଫ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତେବେ, ଅଭିଯୁକ୍ତ ଜଣେ ବିଚାରପତି ହୋଇଥିବା କାରଣରୁ ତାଙ୍କୁ ସିଧାସଳଖ ହାଇଦ୍ରାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ଏବେବି ମହିଳା ଆଇନ୍‌ଜୀବୀଙ୍କ ପକ୍ଷରୁ ଆଗତ ଅଭିଯୋଗ ଉପରେ ପୁଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି। ପାଟ୍‌ନା: ବିହାର ଭୋଜପୁର ଜିଲ୍ଲା ସ୍ଥିତ ବିହିୟାରେ ଜଣେ ବାଳକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଜଣେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଯାଇଛି। ନିକଟସ୍ଥ ଦୋକାନ ଗୁଡ଼ିକରେ ବିଶୃଙ୍ଖଳିତ ଜନତା ନିଅାଁ ଲଗାଇ ଦେଇଛନ୍ତି ଏବଂ ଟ୍ରେନ୍‌ ଗୁଡ଼ିକୁ ଢେଲା ପଥର ଫିଙ୍ଗିଛନ୍ତି। ବିହିୟା ରେଳ ଧାରଣା ନିକଟସ୍ଥ ରେଡ୍‌ ଲାଇଟ୍‌ ଅଞ୍ଚଳରେ ୧୬ ବର୍ଷର ବାଳକ ବିମଲେଶ କୁମାର ଓରଫ୍‌ ଛୋଟୁୁର ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଲୋକେ ଏଭଳି କାଣ୍ଡ ଘଟାଇଛନ୍ତି। ଷ୍ଟେସନ୍‌୍‌ ନିକଟ ରେଡ୍‌ ଲାଇଟ୍‌ ଅଂଚଳରେ ଏହି ଘଟଣା ଘଟିଛି।
OSCAR-2019
କନକ ବ୍ୟୁରୋ : ତାଜମହଲରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଜମହଲକୁ ନେଇ ଗତ କିଛି ଦିନ ଅନେକ ବିବାଦ ଲାଗି ରହିଥିବାବେଳେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଛି । ଆଗ୍ରାରେ ପହଂଚିବା ପରେ ତାଜମହଲରେ ପହଂଚିଛନ୍ତି ଯୋଗୀ ଆଦିତ୍ୟନାଥ । ସେଠାରେ ସେ ବେଶ କିଛି ସମୟ ରହିଛନ୍ତି । ଏହାସହ ତାଜମହଲ ଆଖପାଖ ଅଂଚଳରେ ସଫେଇ ଅଭିଯାନରେ ବି ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ହାତରେ ଝାଡ଼ୁ ଧରି ଅଳିଆ ସଫା କରିଛନ୍ତି ଯୋଗୀ । ଆଗ୍ରା ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତାଜମହଲରୁ ଆଗ୍ରା ଦୁର୍ଗ ପର୍ଯ୍ୟନ୍ତ ପର୍ଯ୍ୟଟକ ମାର୍ଗର ଶିଳାନ୍ୟାସ ମଧ୍ୟ କରିବେ ୟୁପି ମୁଖ୍ୟମନ୍ତ୍ରୀ । ଆଗ୍ରାରେ ପର୍ଯ୍ୟଟନର ବିକାଶ ପାଇଁ ଉତ୍ତରପ୍ରଦେଶ ସରକାର ୩୭୦କୋଟି ଟଙ୍କା ଖର୍ଚ୍ଚ କରିବେ । ପର୍ଯ୍ୟଟନ ବିଭାଗ ପୁସ୍ତକରେ ତାଜମହଲକୁ ସ୍ଥାନ ନମିଳିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ବିଜେପି ବିଧାୟକ ସଙ୍ଗୀତ ସୋମ କହିଥିଲେ ଯେ, ତାଜମହଲ ବଳାକ୍ରାରୀଙ୍କ ଦ୍ୱାରା ନିର୍ମିତ ହୋଇଛି ଏବଂ ଏହାକୁ ପର୍ଯ୍ୟଟନସ୍ଥଳୀରେ ସ୍ଥାନ ଦେବା ଉଚିତ ନୁହେଁ ବୋଲି । ସେପଟେ ଗତ ସପ୍ତାହରେ ହିନ୍ଦୁ ବାହୀନିର ଯୁବ କର୍ମୀ ତାଜମହଲରେ ଶିବ ଚାଳିଶା ପାଠ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ପୂର୍ବରୁ ସେଠାରେ ଶିବ ମନ୍ଦିର ଥିଲା ଏବଂ ସେଠାରେ ଶିବ ଚାଳିଶା ପାଠ କରିବାରେ କୌଣସି ଆପତି ନାହିଁ ବୋଲି ବିଜେପି ରାଜ୍ୟସଭା ବିନୟ କଟିୟାର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିବାଦ ଲାଗିରହିଛି । ସେପଟେ ଏପରି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଗୁରୁତ୍ୱ ରହିଛି ।
OSCAR-2019
ଆଜିର ଯୁଗରେ ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ ବଢିବାରେ ଲାଗିଛି। ହ୍ୱାଟ୍‌ଆପ୍‌, ଫେସବୁକ୍ ଓ ଟ୍ୱିଟରର ବ୍ୟବହାର ପ୍ରାୟ ସମସ୍ତେ କରୁଛନ୍ତି। ମନୋରଞ୍ଜନ ପାଇଁ ହଉ କିମ୍ବା କିଛି ଦରକାରୀ ଖବର ଜାଣିବା ପାଇଁ ହଉ ସୋସିଆଲ ମିଡିଆ ବହୁତ ସହାୟକ ହଉଛି । ନିକଟ ଅତୀତରେ ହୋଇଥିବା ଏକ ସର୍ଭେରେ ଫେସବୁକ୍ ବ୍ୟବହାର କରିବା ଦିଗରେ ଭାରତ ଆମେରିକାକୁ ପଛରେ ପକାଇ ଦେଇଥିବା ଜଣାପଡ଼ିଛି। ଫେସବୁକ ଆକାଉଣ୍ଟ କ୍ରିଏଟ୍ କିରିବା ପାଇଁ ଅନେକ ଲୋକ ନିଜର ମୋବାଇଲ ନମ୍ବର ଦେଇ ଫେସବୁକରେ ଆକାଉଣ୍ଟ କ୍ରିଏଟ କରିଥାନ୍ତି। ଯଦି ଆପଣ ବି ଏପରି କରିଥାନ୍ତି ତେବେ ତୁରନ୍ତ ଫେସବୁକ ଆକାଉଣ୍ଟରୁ ମୋବାଇଲ୍ ନମ୍ବର ଡିଲିଟ୍ କରିଦିଅନ୍ତୁ। ନେହେଲେ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହୋଇପାରେ। ଆପଣଙ୍କୁ ଏହାର ନୋଟିଫିକେସନ୍ ମଧ୍ୟ ଆସିବ ନାହିଁ। ଏପରି ଅଘଟଣ ଆଶଙ୍କାରୁ ବର୍ତ୍ତିବାକୁ ଫେସବୁକ୍ ପାଖରେ ମଧ୍ୟ କୌଣସି ବିକଳ୍ପ ନାହିଁ। ଗୁଗଲ୍ ଭଏସ୍ ଓ ଫ୍ରିଡମ୍ ପମ୍ପ ଭଳି କେତେକ କମ୍ପାନୀ ମୋବାଇଲ୍ ସିମ୍ ବିକିବା ପରେ ଏବେ ଗ୍ରାହକଙ୍କ ପାଇଁ ଆହୁରି ସୁବିଧା ହୋଇଯାଇଛି। ଏହାଦ୍ୱାରା ଗ୍ରାହକ ନିଜ ପସନ୍ଦର ମୋବାଇଲ ନମ୍ବର ପାଇପାରୁଛି। ଫେସବୁକରେ ମଧ୍ୟ ମୋବାଇଲ ନମ୍ବର ଡାଏଲ କରି ଫ୍ରେଣ୍ଡ ସର୍ଚ୍ଚ କରିବାର ସୁବିଧା ରହିଛି। ଏହି ସୁଯୋଗର ଫାଇଦା ନେଇ ସାଇବର ଅପରାଧୀମାନେ ଆପଣଙ୍କ ଫେସବୁକ ଆକାଉଣ୍ଟକୁ ଅପବ୍ୟବହାର କରି ବିଭିନ୍ନ ଅସାମାଜିକ କାଣ୍ଡ ଘଟାଇ ପାରନ୍ତି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ବିଶେଷଜ୍ଞମାନେ ଦୁଇଟି ଉପାୟ ବତେଇଛନ୍ତି। ନିଜ ଆକାଉଣ୍ଟରୁ ମୋବାଇଲ ନମ୍ବର ଡିଲିଟ କରିଦିଅନ୍ତୁ। ନହେଲେ ‘ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ’ ଅପସନ୍ ଆକ୍ଟିଭେଟ୍ କରିଦିଅନ୍ତୁ। ଫେସବୁକରୁ ମୋବାଇଲ ନମ୍ବର ଡିଲିଟ କରିବା ପାଇଁ ଆପଣଙ୍କ ଫେସବୁକ ଆକାଉଣ୍ଟରେ ସେଟିଂ ଅପସନକୁ ଯାଆନ୍ତୁ। ସେଠାରେ ଦିଆଯାଇଥିବା ମୋବାଇଲ୍ ଅପସନ୍ ଉପରେ କ୍ଲିକ୍ କରନ୍ତୁ। ସେଠାରେ ନିଜ ମୋବାଇଲ ନମ୍ବରକୁ କାଟି ଦିଅନ୍ତୁ।
OSCAR-2019
ଜିନ୍‌ସରେ ଥିବା ଛୋଟ ପକେଟ କଥା ଆପଣ ନିଶ୍ଚୟ ଜାଣିଥିବେ। ତେବେ ଏହି ଛୋଟ ପକେଟ କାହିଁକି ଦିଆଯାଇଥାଏ ଆପଣ ଜାଣନ୍ତି କି ? ଅନେକ ଲୋକ ଭାବନ୍ତି ଆଜିକାଲିର ଫ୍ୟାସନ ପାଇଁ ଏପରି କରାଯାଉଛି। ପ୍ରଥମ ଥର ପାଇଁ ୧୮୭୩ ମସିହାରେ ଲିଭାଇସ୍‌ ଜିନ୍‌ସରେ ଏପରି ଛୋଟ ପକେଟ ଦିଆଯାଇଥିଲା। ଆଉ ସେତେବେଳ ଘଡ଼ି ବଜାରକୁ ଆସିଥିଲା। ପକେଟ ଘଡ଼ିକୁ ରଖିବା ପାଇଁ ଛୋଟ ପକେଟ ଡିଜାଇନ୍‌ ହୋଇଥିଲା ବୋଲି କୁହାଯାଏ। କିଛି ଲୋକ ଏହି ଜିନ୍‌ସରେ ଖୁଚୁରା ଟଙ୍କା ରଖନ୍ତି। ଯଦ୍ୱାରା ଖେଳିବା ସମୟରେ ଟଙ୍କା ପଡ଼ିବ ନାହିଁ। ଏହା ବ୍ୟତୀତ ଆଉ ଅନେକ ଅଜଣା କଥା ଅଛି, ଯାହା ଆପଣ ନିଶ୍ଚୟ ଜାଣିବା ପାଇଁ ଚାହିଁବେ। ଆପଣ ଦେଖିଥିବେ ପେନ କ୍ୟାପ ଉପରେ ଗୋଟିଏ କଣା ଥାଏ। କିଛି ଲୋକ ଭାବନ୍ତି ପେନର ସାହି ନଶୁଖିବା ପାଇଁ ଏପରି କରିଯାଇଥାଏ। ତେବେ ପେନ କ୍ୟାପକୁ କେହି ଭୁଲରେ ଗିଳିଦେଲେ ଗଳାରେ ଫସିଯିବ ହେଲେ ଅସୁବିଧା ହେବ ବୋଲି ଏପରି କରାଯାଇଥିଲା। ପେନ କଣା ଯୋଗୁଁ ଗଳାରେ ଫସିଲେ ମଧ୍ୟ ନିଶ୍ୱାସ ପ୍ରଶ୍ୱାସ ପାଇଁ ଅସୁବିଧା ହେବ ନାହିଁ । କେବେ ଆପଣ ନିଜ ଜିନ୍‌ସ କିମ୍ବା ପ୍ୟାଣ୍ଟର ଚେନକୁ ଧ୍ୟାନ ଦେଇ ଦେଖିଛନ୍ତି। ନିଶ୍ଚୟ ଭାବରେ ଦେଖି ନଥିବେ। କେବଳ ଆପଣ ନୁହଁନ୍ତି ସାଧାରଣତଃ କେହି ବି ଦେଖିନଥାନ୍ତି। ଗ୍ରାହକ ଜିନ୍‌ସ କିଣିବା ବେଳେ ଚେନଟି ଠିକ୍‌ ଭାବରେ ଖୋଲୁଛି ଏବଂ ବନ୍ଦ ହେଉଛି ନା ନାହିଁ ତାହା ଚେକ୍‌ କରିଥାନ୍ତି । ତେବେ ଯଦି ଆପଣ କେବେ ଧ୍ୟାନ ଦେଇନାହାଁନ୍ତି ତାହେଲେ ଏବେ ଦେଖନ୍ତୁ । ଏହି ଚେନ୍‌ ଉପରେ ଲେଖା ହୋଇଥିବ ‘ୱାଇକେକେ’। ଆପଣ କୌଣସି ବି ବ୍ରାଣ୍ଡର ଜିନ୍‌ସ କିଣନ୍ତୁ ନା କାହିଁକି ପ୍ରାୟ ପ୍ୟାଣ୍ଟରେ ‘ୱାଇକେକେ’ ଲେଖା ହୋଇଥାଏ। କିନ୍ତୁ କାହିଁକି ପ୍ରାୟ ଚେନରେ ‘ୱାଇକେକେ’ ଲେଖା ହୋଇଥାଏ । ‘ୱାଇକେକେ’ର ପୁରା ନା ହେଉଛି ‘ୟୋସିଦା କୋଗ୍ୟୋ କାବୁଶିକିଗୈସା’ ଯାହାର ଅର୍ଥ ହେଉଛି ‘ୟୋସିଦା ମାନ୍ୟୁଫାକ୍‌ଚରିଂ ସେୟାରହୋଲଡିଂ କମ୍ପାନୀ’। ଏହା ଏକ ଜାପାନୀ କମ୍ପାନୀ । ଏହାକୁ ନଦାଓ ୟୋସିଦା ୧୯୩୪ରେ ଟୋକିଓରେ ପ୍ରତିଷ୍ଠା କରିଥିଲେ । ଏହି କମ୍ପାନୀ ମୁଖ୍ୟତଃ ଚେନ୍‌ ତିଆରି କରୁଥିଲା। କିନ୍ତୁ ଏବେ ଅନ୍ୟାନ୍ୟ ଦ୍ରବ୍ୟ ତିଆରି କରୁଛି ଯେଉଁଥିରେ ଚେନ୍‌ ତିଆରି କରିବା ମେସିନ୍‌ ମଧ୍ୟ ସାମିଲ୍‌ ଅଛି । ଆଜି ପ୍ରାୟ ୭୧ଟି ଦେଶରେ ଏହି କମ୍ପାନୀର ନିଜର ଶାଖା ରହିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି କମ୍ପାନୀ ପ୍ରତି ବର୍ଷ ପ୍ରାୟ ୭ ବିଲିୟନ୍‌ (୭୦୦ କୋଟି) ଚେନ୍‌ ତିଆରି କରିଥାଏ। ଏହା ସହ ଏହି କମ୍ପାନୀ ବଜାରରେ ନିଜ ବ୍ରାଣ୍ଡ ଏବଂ ଭେରାଇଟି ପାଇଁ ପ୍ରସିଦ୍ଧ। ସାର୍ଟର ଦୁଇଟି ବଟନ ଲାଗିବାର ଟ୍ରେଣ୍ଡର ଆରମ୍ଭ ପୋଲୋ ଖେଳାଳିଙ୍କ ଦ୍ୱାରା ହୋଇଥିଲା । ସେମାନେ ଚାହୁଁଥିଲେ ଘୋଡାସବାରୀ କରିବା ସମୟରେ ତାଙ୍କର କଲର ମୁହଁରୁ ଦୂରରେ ରହୁ। ଏଥିପାଇଁ ସେମାନେ ଏପରି ସାର୍ଟ ପିନ୍ଧିବା ଆରମ୍ଭ କରି ଦେଇଥିଲେ। ଆସ୍ତେ ଆସ୍ତେ ଏହି ଟ୍ରେଣ୍ଡକୁ ଲୋକେ ବହୁତ ପସନ୍ଦ କଲେ ଏବଂ ଏହାର ପ୍ରଚଳନ ବହୁଳ ଭାବରେ ହେଲା। ଆଗରୁ ଲୋକାମାନଙ୍କ ପାଖରେ ହ୍ୟାଙ୍ଗର, ଆଲମାରୀ ଓ ୱାଡରୋବ ପରି କୌଣସି ଜିନିଷ ନଥିଲା। ସାର୍ଟରେ ଲାଗିଥିବା ଏହି ଛୋଟ ଲୁପ ସାର୍ଟକୁ ଟାଙ୍ଗିବାରେ ସାହାଯ୍ୟ କରେ। ଏହାସହ କପଡା ଲୁଚାକୋଚା ହେବାର ସମ୍ଭାବନା ମଧ୍ୟ କମ ଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାର୍ଟରେ ଲାଗିଥିବା ଲୁପର ଆରମ୍ଭ ନାବିକମାନେ କରିଥିଲେ। ଯାହାଦ୍ୱାରା ସେମାନେ କପଡା ବଦଳାଇବା ସମୟରେ ଜାହାଜରେ ଥିବା ହୁକରେ ସାର୍ଟକୁ ସହଜରେ ଟାଙ୍ଗିପାରିବେ।ଯ ଏହା ଧୀରେ ଧୀରେ ଫ୍ୟାସନରେ ପରିଣତ ହୋଇଗଲା।
OSCAR-2019
କେନ୍ଦ୍ରାପଡା ୧୩/୩(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଏବଂ ମାର୍ଶାଘାଇ ତହସିଲ ଅଞ୍ଚଳରେ ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଗୁଡିକରେ ଅନୁସୂଚୀତ ଜନଜାତି ବର୍ଗର ଶିଶୁମାନଙ୍କୁ ଶ୍ରମିକ ଭାବରେ ନିୟୋଜିତ କରିବାଭଳି ସ୍ପର୍ଶକାତର ଘଟଣା ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ଅତ୍ୟନ୍ତ କ୍ଷୁଧାର ତାଡନା, ଦାରିଦ୍ର୍ୟ ଓ ଶିକ୍ଷାର ଅଭାବ ପୃଷ୍ଟଭୂମିକୁ ନେଇ ବାପା, ମା’ଙ୍କ ସହିତ ଆମ ରାଜ୍ୟର ସୁଦୁର ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୈାଦ୍ଧ, ନୂଆପଡା, ବରଗଡ, ଓ ମୟୁରଭଞ୍ଜ ପ୍ରଭୃତିି ଜିଲ୍ଲାଗୁଡିକରୁ ଅନୁସୂଚୀତ ଜନଜାତି ଗୋଷ୍ଠୀର ଲୋକମାନେ ଏଠାକୁ ଧାଇଁ ଆସିଛନ୍ତି କର୍ମ ସଂସ୍ଥାନ ଓ ରୋଜଗାର ପାଇଁ। କୁନି କୁନି କଅଁଳ ହାତରେ ଖଡି ସିଲଟ ଧରିବା ବଦଳରେ ସେମାନେ ଧରୁଛନ୍ତି ‘ଇଟା’କୁ। ସେମାନଙ୍କ ପାଇଁ ଜୀବନ କହିଲେ ମାଟି ଓ କୋଇଲା ସହିତ ଅନବରତ ଯୁଦ୍ଧ କୁ ବୁଝାଯାଏ। ଫୁଙ୍ଗୁଳା ଦେହରେ ବିତୁଛି ସେହି ଛୋଟ ଛୋଟ ଅବୋଧ ଶିଶୁଙ୍କ ଜୀବନ। ଇଟାଭାଟି ଗୁଡିକରେ ଏହି କୁନିକୁନି ପିଲାମାନଙ୍କ ପାଇଁ ନାଁ ଅଛି ଶିକ୍ଷାର ବ୍ୟବସ୍ଥା, ନାଁ ଅଛି ସ୍ୱାସ୍ଥ୍ୟଗତ ଚିକିତ୍ସା ବ୍ୟବସ୍ଥା, ନାଁ ପୁଷ୍ଟିକର ଖାଦ୍ୟ, ନାଁ ଉତ୍ତମ ବାସଗୃହ, ନାଁ ପରିମଳ ବ୍ୟବସ୍ଥା ବା ସ୍ୱାସ୍ଥ୍ୟକର ପରିବେଶର ଭିତିଭୂମି। ଇଟାଭାଟି ଅଞ୍ଚଳରେ ଧାଁ ଦଉଡ ଜୀବନ ଭିତରେ ସତେ ଯେମିତି ସେମାନେ କ୍ଷତାକ୍ତ ହୋଇପଡିଛନ୍ତି। ଜିଲ୍ଲା ସଦରମହକୁମା ଠାରୁ ପାରାଦୀପକୁ ଲମ୍ବିଯାଇଥିବା ୫ନମ୍ବର (କ) ଜାତୀୟ ରାଜପଥର ଉଭୟ ପାର୍ଶ୍ୱ ଏବଂ ଏହି ଜାତୀୟ ରାଜପଥଠାରୁ ମହାକାଳପଡା ଓ ତିଖିରି ଗ୍ରାମ ପଞ୍ଚାୟତ ଆଡକୁ ଯାଇଥିବା ରାସ୍ତା କଡରେ ଅବସ୍ଥିତ ଏହି ବେଆଇନ ଇଟାଭାଟି ଗୁଡିକରେ ଛୋଟ ଛୋଟ ଶିଶୁମାନଙ୍କୁ ଇଟାବୁହା କାର୍ଯ୍ୟରେ ଲଗାଯିବାର ଚିତ୍ର ଏକ ନିତିଦିନିଆ ଓ ଦେହସୁହା ଘଟଣାରେ ପରିଣତ ହୋଇଯାଇଛି। ଇଟାଭାଟି ମାଫିଆଙ୍କ ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ସ୍ଥାନୀୟ ତହସିଲଦାରଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ଫଳରେ ଏହି ପ୍ରକାର ଅମାନୁସିକ ଏବଂ ବର୍ବରଚିତ କାର୍ଯ୍ୟକୁ ପ୍ରୋତ୍ସାହିତ କରି ଆସୁଛି। ସରକାରଙ୍କ ବିନା ଅନୁମତିରେ କିଭଳି ଶହ ଶହ ସଂଖ୍ୟାରେ ଅନୁସୂଚୀତ ଜନଜାତି ଗୋଷ୍ଠୀର ଲୋକମାନଙ୍କୁ ସେମାନଙ୍କ କୁନି କୁନି ପିଲାମାନଙ୍କ ସହ ଏଠାରେ ଦାଦନ ଖଟାଯାଉଛି ତାହା ସରକାରୀ ନୀତି ନିୟମ ଓ ପ୍ରଶାସନର ପାରିବା ପଣିଆ ପ୍ରତି କୃର ପରିହାସ କରୁଛି। ଇଟାମାଫିଆଙ୍କ ଦ୍ୱାରା ନିଯୁକ୍ତ ଏଜେଣ୍ଟ ମାନଙ୍କ ଦ୍ୱାରା ଅଣାଯାଉଥିବା ସେହି ଦାଦନ ଶ୍ରମିକମାନଙ୍କ ବିଷୟରେ ଜିଲ୍ଲା ଶ୍ରମ ଅଧିକାରୀଣୀଙ୍କ ନିକଟରେ କୈାଣସି ତଥ୍ୟ ନଥିବା ଘଟଣା ଏଭଳି ସମ୍ବେଦନଶୀଳ ପରିସ୍ଥିତିକୁ ଅତ୍ୟନ୍ତ ଗମ୍ଭୀର କରିଦେଇଛି। ଧର୍ମକୁ ଆଖିଠାର ମାରିବା ନ୍ୟାୟରେ କେବଳ ଏହିସବୁ କାର୍ଯ୍ୟ ବିରୋଧରେ ଦଣ୍ଡ ବିଧାନ ବ୍ୟବସ୍ଥା ଥିବା ସଂପର୍କିତ ଆଇନଗତ ସୂଚନାମାନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କାନ୍ଥ ଓ ବୋର୍ଡ ମାଧ୍ୟମରେ କେବଳ ଯାହା ରହିଯାଇଛି। ଏପଟେ ଦେଖି ନ’ଦେଖିଲାପରି ଇଟାଭାଟି ଗୁଡିକର ସଂଲଗ୍ନ ରାସ୍ତାଦେଇ ପ୍ରତିଦିନ ଗାଡିରେ ଯାଉଥିବା ସରକାରୀ ବାବୁମାନଙ୍କର ମାନବିକତା, ମୁଲ୍ୟବୋଧ, ମଣିଷ ପଣିଆ ଓ ସମ୍ବେଦନଶୀଳତାର ସତେଯେପରି ମୃତ୍ୟୁ ହୋଇଯାଇଥିବା ଭଳିି ମନେ ହେଉଛି। “ଆଜିର ଶିଶୁ ଆଗାମି କାଲିର ଭବିିଷ୍ୟତ” ଓ ଆମର ଭବିଷ୍ୟତର ଦାୟାଦ ଯାହାଙ୍କ ଉପରେ ଆମ ଦେଶ ଓ ସମାଜ ଅନେକ କିଛି ଆଶା କରେ। ଦାଦନରେ ନିଷ୍ପେଶିତ ହେଉଥିବା ଏହି କୁନିକୁନି ପିଲାମାନଙ୍କୁ ଉଦ୍ଧାର କରିବା ଜିଲ୍ଲା ପ୍ରଶାସନ ପାଇଁ ଏହା ଏକ ମସ୍ତବଡ ଆହ୍ୱାନ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ଅମାନୁଷିକ ଘଟଣାକୁ ଅତ୍ୟନ୍ତ ସମ୍ବେଦନଶୀଳ ଓ ଗମ୍ଭୀରତାର ସହ ବିଚାର କରି ଏହି କୁନିକୁନି ଅନୁସୂଚୀତ ଜନଜାତି ବର୍ଗର ପିଲାମାନଙ୍କ ସୁନେଲି ଭବିଷ୍ୟତ ଦୃଷ୍ଟିରୁ ସେମାନଙ୍କୁ ଏଭଳି ଅସ୍ୱାସ୍ଥ୍ୟକର ଓ ଯନ୍ତ୍ରଣାଦାୟକ ପରିବେଶ ମଧ୍ୟରୁ ଯଥାଶୀଘ୍ର ଉଦ୍ଧାର କରାଯିବା ସହିତ ଇଟାମାଫିଆଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଏଭଳି ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନକୁ ପୂର୍ବରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇନାହିଁ। ଯାହା ଫଳରେ ଆଜି ପରିସ୍ଥିତି ବିଗିଡି ଯିବାକୁ ବସିଛି। ବେଳ ଥାଉଁ ଥାଉଁ ସଚେତନ ନହେଲେ ଅବସ୍ଥା ଗୁରୁତ୍ତର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଆଜି ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ଅଭିଯୋଗ ନେଇ ସୂଚନା ଓ ମାନବାଧିକାର କର୍ମୀ ରଞ୍ଜନ କୁମାର ଦାସ ଓ ଆଇନଜିବୀ ବିଧୁଭୂଷଣ ମହାପାତ୍ର ଜିଲ୍ଲାପାଳ ରଘୁଜୀଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରଥିବା ସୂଚନା ଦେଇଛନ୍ତି ଗଣମାଧ୍ୟମକୁ।
OSCAR-2019
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ୫ ବର୍ଷ ତଳେ ଟ୍ରେନ ଦୁର୍ଘଟଣାରେ ନିଜର ଦୁଇ ଗୋଡ ହରାଇଥିବା ନାରାୟଣଙ୍କ ମନରେ ନୂତନ ଆଶାର ସଂଚାର ହୋଇଛି । ଏକପ୍ରକାର ପଙ୍ଗୁ ପାଲଟି ଯାଇଥିବା ନାରାୟଣ ପୁଣି ଛିଡା ହୋଇଛନ୍ତି । ଜୀବନ ରାସ୍ତାରେ ବଢି ଚାଲିବାର ସାହସ ପାଇଛନ୍ତି । ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଭଦ୍ରକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିଆରଏସଆର କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ନାରାୟଣଙ୍କୁ ମିଳିଛି ୬ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଦୁଇଟି କୃତ୍ରିମ ଗୋଡ । ଭଦ୍ରକ ଜିଲାପାଳ ଜ୍ଞାନ ଦାସ ନିଜ କାର୍ଯ୍ୟାଳୟରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ନାରାୟଣଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରିବା ସହ ଭବିଷ୍ୟତ ଜୀବନ ଲାଗି ଶୁଭକାମନା ଜଣାଇଛନ୍ତି । ନାରାୟଣଙ୍କ ଘର ସ୍ଥାନୀୟ ଆନନ୍ଦ ବଜାରରେ । ସୁଦୂର ବାଙ୍ଗାଲୋରର ଏକ ଘରୋଇ କଂପାନୀରେ କାର୍ଯ୍ୟ କରୁଥିଲେ । ୨୦୧୩ ମସିହା ନଭେମ୍ବର ୧୩ ତାରିଖରେ ଟ୍ରେନରେ ଘରକୁ ଫେରୁଥିବା ବେଳେ ଅସାବଧାନତା ବଶତଃ ଆକସ୍ମିକ ଦୁର୍ଘଟଣାର ସମ୍ୁଖୀନ ହୋଇଥିଲେ । ନାରାୟଣଙ୍କ ଜୀବନ ରହିଗଲା ସତ, ହେଲେ ଗୋଡ ଦୁଇଟି ହରାଇ ଥିଲେ । ଗୋଡ ଦୁଇଟି କଟାଯିବା ପରେ ନାରାୟଣ ଅକ୍ଷମ ହୋଇପଡିଥିଲେ । ଏତିକିବେଳେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ଓ ସିଆରଏସଆର ପକ୍ଷରୁ ନାରାୟଣଙ୍କୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ । ନାରାୟଣଙ୍କ ପାଇଁ ଦୁଇଟି କୃତ୍ରିମ ଅଙ୍ଗ ସିଆରଏସଆର ପକ୍ଷରୁ ତିଆରି ଆରମ୍ଭ ହୋଇଥିଲା । ଆମେରିକାରୁ କୃତ୍ରିମ ଅଙ୍ଗର କେତେକ ଅଂଶ ମଗାଯାଇଥିଲା । ଏହି କୃତି୍ରମ ଗୋଡ ଦୁଇଟି ତିଆରି ଆମ ପାଇଁ ଏକ ଆହ୍ୱାନ ଥିଲା ବୋଲି କହିଛନ୍ତି ସିଆରଏସଆର ମୁଖ୍ୟ ଡ. ଭଗବାନ ପରିଡା । ତେବେ ଆମ ଉଦ୍ୟମ ସଫଳ ହୋଇଛି । ଏଣିକି ନାରାୟଣ ଆଗକୁ ମାଡି ଚାଲିବେ ବୋଲି କହିଛନ୍ତି ଡ. ପରିଡା । ଅନ୍ୟପଟେ ନାରାୟଣ ମଧ୍ୟ ନିଜର ଗୋଡ ଦୁଇଟି ପାଇ ଚାଲିବା ବେଳେ ବେଶ ଭାବବିହ୍ୱଳ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା ।
OSCAR-2019
ମୟୁରଭଞ୍ଜ ୧୨-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଆଜି ସକାଳୁ ନଦୀରେ ଗାଧୋଇବା ସମୟରେ ସାନ ଭାଇ ନଦୀରେ ବୁଡି ଯାଉଥିବା ବେଳେ ବଡ ଭଉଣୀ ବଞ୍ଚାଇବାକୁ ଯାଇ ମୃତ୍ୟୁ ବରଣ କରିଛି। ସୂଚନା ଅନୁଯାଇ ଭାଇ, ଭଉଣୀ ଗାଧୋଇବାକୁ ଯାଇଥିଲେ ରାଇରଙ୍ଗପୁର ଅଂଚଳରେ ଥିବା ଖଡ଼ଖାଇ ନଦୀକୁ, ୧୦ ବର୍ଷର ଭାଇ ନେନୁ ଗୁଜରାତି ବୁଡି ଯିବାର ଦେଖି ତାକୁ ଉଦ୍ଧାର କରିବାକୁ ଯାଇଥିଲା ତା ବଡ଼ ଭଉଣୀ ହିନା ଗୁଜୁରାତି। ତେବେ ଦୁଇଜଣଙ୍କ ବୁଡିବା ଦେଖି ସ୍ଥାନୀୟ ଲୋକେ ଖବର ଦେଇଥିଲେ ଦମକଳ ବିଭାଗକୁ, ପରେ ଦମକଳ ବିଭାଗ ପହଁଚି ଉଦ୍ଧାର କରିଥିଲେ ଭଉଣୀ ହିନାକୁ। ପରେ ୩୦ ମିନିଟ ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଭାଇକୁ ପାଇଥିଲେ। ଭାଇ, ଭଉଣୀଙ୍କୁ ସଂଗେ ସଂଗେ ସ୍ଥାନୀୟ ହସ୍ପିଟାଲକୁ ପଠେଇଥିଲେ। ହେଲେ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଇର ଚିକିତ୍ସା ଜାରି ରହିଛି। ଏହି ଗୁଜୁରାତି ପରିବାର ରାଇରଙ୍ଗପୁର ଅଞ୍ଚଳର ଲିଙ୍କ ରୋଡ଼ ପାଖରେ ଭଡା ଘରେ ରହୁଥିଲେ।ଏହି ଖବର ପ୍ରଚରିତ ହେବ ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
OSCAR-2019
ଭୁବନେଶ୍ୱର: କର୍ଣ୍ଣାଟକରେ ଆୟୋଜିତ ହେବାକୁ ଥିବା ଜାତୀୟ ଶିଶୁ (୭ ବର୍ଷରୁ କମ୍‌) ଚେସ୍‌ରେ ଭାଗ ନେଉଥିବା ଓଡ଼ିଶାର ବାଳକ ଓ ବାଳିକାମାନଙ୍କ ପାଇଁ ବରିଷ୍ଠ ଚେସ୍‌ ତାରକାଙ୍କ ମିଳିତ ଉଦ୍ୟମରେ ମାଗଣା ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି। ମାଷ୍ଟର ଚେସ୍‌ ଫାଉଣ୍ଡେସନ (ଏମ୍‌ସିଏଫ୍‌) ଆନୁକୂଲ୍ୟରେ ଏହି ତାଲିମ କାର୍ଯ୍ୟକ୍ରମ ଚଳିତ ମାସ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନୀଳାଦ୍ରୀବିହାର ସେକ୍ଟର-୫ ଲେନ୍‌ ୨ ପ୍ଲଟ୍‌ ନମ୍ବର ଏସ୍‌/୩୬୫ସ୍ଥିତ ଏମ୍‌ସିଏଫ୍‌ ଶାଖାରେ ଆୟୋଜିତ ହେବ। ଆନ୍ତର୍ଜାତିକ ମାଷ୍ଟର ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ରାଜେଶ କୁମାର ନାୟକ, ବୈଭବ ମିଶ୍ର, ରଞ୍ଜନ ମହାନ୍ତି ଏବଂ ସ୍ମାରକୀ ମହାନ୍ତି ପ୍ରମୁଖ ଖେଳାଳିଙ୍କୁ ତାଲିମ ପ୍ରଦାନ କରିବେ। ତାଲିମ ଶିବିରରେ ସଂଯୋଜକ ଭାବେ ପ୍ରଶାନ୍ତ କୁମାର ଜେନା ଓ ଭବେଶ ମହାନ୍ତି ସାମିଲ ହେବେ। ପ୍ରତି ଦିନ ଦୁଇଟି ପର୍ଯ୍ୟାୟରେ ତାଲିମ ଦିଆଯିବାର ବ୍ୟବସ୍ଥା ରହିଥିଲା ବେଳେ ପ୍ରତି ପର୍ଯ୍ୟାୟ ୩ ଘଣ୍ଟା ବିଶିଷ୍ଟ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ସୂଚନା ଦିଆଯାଇଛି।
OSCAR-2019
ରାୟଗଡ଼ା: ସ୍ୱାଧୀନତାର ୭୦ବର୍ଷ ପରେ ଗୁଡ଼ାରୀ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ସାକାର ହେବାକୁ ଯାଉଛି। ପୂର୍ବ ଭଳି ଆଉ ବିପଦ ସଂକୁଳ ଅବସ୍ଥାରେ ବଂଶଧାରା ନଦୀ ପାର ହେବାକୁ ପଡ଼ିବ ନାହିଁ। ଦଦରା କାଠ ଡଙ୍ଗା ଉପରେ ବି ଆଉ ଅଞ୍ଚଳରବାସୀ ନିର୍ଭରଶୀଳ ହେବେ ନାହିଁ। କାରଣ ଚଳିତ ବର୍ଷ ଗୁଡ଼ାରୀ-ବାଇନାଗୁଡ଼ାକୁ ସଂଯୋଗ କରିବ ବଂଶଧାରା ନଦୀ ସେତୁ। ଅତିଶୀଘ୍ର ଏହି ପୋଲ ଲୋକାର୍ପଣ ହେବ ବୋଲି ଗୁଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ପାଢୀ ଏବଂ ଠିକାଦାର ସତ୍ୟବାଦୀ ପତି ପ୍ରକାଶ କରିଛନ୍ତି। ଅଳ୍ପ କିଛି କାମ ବାକି ରହିଛି। ଯାହାକି ଆଗାମୀ ଦିନରେ ଅତିଶୀଘ୍ର ଶେଷ ହୋଇଯିବ। ସେତୁ ନିକଟରେ ଥିବା ୧୧କେଭି ବିଦ୍ୟୁତ ଲାଇନ ସ୍ଥାନାନ୍ତର ଏବଂ ସେତୁ ସଂଯୋଗୀକରଣ ରାସ୍ତା ନିର୍ମାଣ କାର୍ଯ୍ୟ ବର୍ତମାନ ଚାଲିଛି ବୋଲି ଠିକାଦାର ଶ୍ରୀ ପତି କହିଛନ୍ତି। ଏହି ସଂପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ ବର୍ତମାନ ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ଶେଷ କିମ୍ବା ଜୁଲାଇ ପ୍ରଥମ ସପ୍ତାହରୁ ସେତୁ ଉପରେ ଦୁଇ ଚକିଆ ଓ ଛୋଟ ଚାରି ଚକିଆ ଯାନ ଚଳାଚଳ କରିବା ପାଇଁ ଉଦ୍ୟମ କରାଯାଉଛି। ଉକ୍ତ ସେତୁ ଉପରେ ସେପ୍ଟେମ୍ବର ମାସରୁ ଭାରୀଯାନ ଏବଂ ଯାତ୍ରୀବାହି ବସ ଗୁଡ଼ିକ ସ୍ୱାଭାବିକ ରୂପେ ଚଳାଚକ କରିିବ। ସୂଚନାଯୋଗ୍ୟ, ୨୦୧୪ମସିହା ମେ ମାସ ୨୦ ତାରିଖ ଦିନ ଗୁଡ଼ାରୀ-ବାଇନାଗୁଡ଼ା ବଂଶଧାରା ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୪୦୦ ମିଟର ଲମ୍ବା ଓ ୬ମିଟର ଓସାର ବିଶିଷ୍ଟ ସେତୁ ନିର୍ମାଣ ପାଇଁ ୨୨କୋଟି ଟଙ୍କା ବ୍ୟୟ ମଂଜୁର ହୋଇଥିବା ବେଳେ ନିର୍ମାଣ ଶେଷ ବେଳକୁ ୨୫କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନିର୍ମାଣ କାର୍ଯ୍ୟ ଜୁନ ୨୦୧୮ସୁଦ୍ଧା ଶେଷ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ହୋଇଯିବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ସେତୁ ସହ ସଂଯୋଗ ହେଉଥିବା ରାସ୍ତାର କିଛି ଅଂଶ ଘରୋଇ ଜମି (ପ୍ରାୟ ୧ ଏକର) ରହିଛି। ପ୍ରଶାସନ ପକ୍ଷରୁ ବର୍ତମାନ ସୁଦ୍ଧା ଜମି ହରାଇଥିବା ଲୋକଙ୍କୁ କ୍ଷତି ପୂରଣ ପ୍ରଦାନ ବ୍ୟବସ୍ଥା କରାଯାଇ ନଥିବା ଜଣାପଡ଼ିଛି। ସେହିପରି ସେତୁ ନିର୍ମାଣ କାର୍ଯ୍ୟ ୨୦୧୪ ମସିହା ମେ ମାସରେ ଆରମ୍ଭ ହୋଇଥିବା ବେଳେ ପ୍ରଶାସନ କ୍ଷତି ପୂରଣ ଦେବା ପ୍ରକ୍ରିୟା ଶେଷ କରିନଥିବାରୁ ଆଲୋର୍ପଣ ପରେ ଗାଡି ଚଳାଚଳ ସମୟରେ ସମସ୍ୟା ଉପୁଜିବା ସମ୍ଭାବନା ରହିଛି। ଏହି ବିବାଦ ଟାଳିବା ନିମନ୍ତେ ସେତୁ ଲୋକାର୍ପଣ ପୂର୍ବରୁ କ୍ଷତି ପୂରଣ ପ୍ରଦାନ କରି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି। ଭୁବନେଶ୍ୱର: ଅଙ୍ଗନଓ୍ଵାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସପ୍ତାହରେ ୫ଟି ଅଣ୍ଡା ମିଳିବ। ରାଜ୍ୟ ସରକାର ଶୁକ୍ରବାର ଏହା ଘୋଷଣା କରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ନୂତନ ଖାଦ୍ୟ ତାଲିକା ସଂପର୍କରେ ଅବଗତ କରିଛନ୍ତି। ପୂର୍ବରୁ ପିଲାମାନଙ୍କୁ ସପ୍ତାହରେ ୩ଟି ଅଣ୍ଡା ଦିଆଯାଉଥିଲା। ପୁଷ୍ଟି ଯୋଗାଣର ମାନ ଓ ପରିମାଣ ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ହୋଇଛି। ଏହି ଆଧାରରେ ଗର୍ଭବତୀ ମହିଳାଙ୍କୁ ୧୨ଟି ଅଣ୍ଡା ଓ ବାଳିକାଙ୍କୁ ମାସିକ ୧୬ଟି ଅଣ୍ଡା ଦିଆଯିବ।
OSCAR-2019
କନକ ନ୍ୟୁଜ୍ : ସଂଶୋଧିତ ଏସ୍ସି ଏସଟି ଆଟ୍ରୋସିଟିଜ୍ ଆଇନରେ ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସବର୍ଣ୍ଣ ସଂଗଠନ । ଏହି ଆଇନକୁ ରଦ୍ଦ କରିବା ଦାବିରେ ଆନ୍ଦୋଳନ ଡାକରା ଦେଇଛନ୍ତି ବିଭିନ୍ନ ଉଚ୍ଚଜାତି ଓ ଓବିସି ସଂଗଠନ । ଏଥିପାଇଁ ମଧ୍ୟପ୍ରଦେଶରେ ହାଇ ଆଲର୍ଟ ଜାରି କରିଯାଇଛି । ଏପରିକି ୬ଟି ଜିଲ୍ଲାରେ ୧୪୪ଧାରା ଜାରି କରିଛି ମଧ୍ୟପ୍ରଦେଶ ପୋଲିସ୍ । ବିନ୍ଧ୍,ଶିବପୁରୀ, ମୋରେନା, ଗ୍ୱାଲିୟରରେ ୧୪୪ ଧାରା ଜାରି କରାଯାଇଛି । ଏସସିଏସଟି ଆଟ୍ରୋସିଟିଜ୍ ଆଇନ୍ ଉପରେ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ରୋକ୍ ଲଗାଇବା ପରେ ଏପ୍ରିଲରେ ତେଜିଥିଲା ବିରୋଧ । ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଏପ୍ରିଲ ୨ତାରିଖରେ ଦେଶବ୍ୟାପି ଆନ୍ଦୋଳନକୁ ଓହ୍ଲାଇଥିଲେ ବିଭିନ୍ନ ଏସସିଏସଟି ସଂଗଠନ । ଏହି ଆନ୍ଦୋଳନ ସମୟରେ କେତେକ ସ୍ଥାନରେ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ ଓ ଉଚ୍ଚଜାତିର ଲୋକ । କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡିବାରୁ ଜୁଲାଇ ମାସରେ ଏସସିଏସଟି ଆଟ୍ରୋସିଟିଜ୍ ଆଇନ୍ ପାରିତ କରିଥିଲେ । ଏସସିଏସଟି ଆଇନ୍ ଅନୁଯାୟୀ ଯାହା ବିରୋଧରେ ଅଭିଯୋଗ ଆସିବ ସେହି ଲୋକ ନାମରେ ପ୍ରଥମେ ଏକ ଏଫଆଇଆର ହେବ ଓ ଗିରଫ କରାଯିବ । ତଦନ୍ତ ପରେ ପରବର୍ତି ପଦକ୍ଷେପ ଗ୍ରହଣ କରାଯିବ । ଏହାଦ୍ୱାରା ମିଛ ମାମଲା ବଢ଼ିବ ଓ ଆଇନର ଅପବ୍ୟବହାର ହେବ ବୋଲି ଅଭିଯୋଗ କରିଛନ୍ତି ଉଚ୍ଚ ଜାତି ଓ ଓବିସି ସଂଗଠନ । ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହେଉଛି ‘ଟଏଲେଟ୍ : ଏକ୍ ପ୍ରେମ୍ କଥା’ । ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର ଏବଂ ଭୂମି ପେଦନେକର । ଘରେ ଶୈାଚାଳୟ ତିଆରି କରିବା ଭଳି ସାମାଜିକ କଥାବସ୍ତୁକୁ ନେଇ ତିଆରି ହୋଇଛି ଫିଲ୍ମ । ବକ୍ସ ଅଫିସରେ ଫିଲ୍ମ ଭଲ ବ୍ୟବସାୟ କରିବାର ଆଶା କରାଯାଉଛି । ‘ଟଏଲେଟ୍ : ଏକ୍ ପ୍ରେମ୍ କଥା’ ଏକ ମଜବୁତ୍ ଲଭ ଷ୍ଟୋରୀ ଅଟେ । ଏହା ଆପଣଙ୍କର ମନୋରଂଜନ କରିବା ସହ ଆପଣଙ୍କୁ ଏକାଠି ମଧ୍ୟ କରିବ । ଲେଖକ ଯୋଡି ସିଦ୍ଧାର୍ଥ-ଗରିମା ଏହି ମଜାଦାର୍ କାହାଣୀ ଦ୍ୱାରା ଏମିତି ଏକ ଦିଗକୁ ନେଇଯାଉଛନ୍ତି , ଯାହା ଏକ ଜାଗରଣ ସୃଷ୍ଟି କରୁଛି । ଆମର ଘରର ମହିଳାଙ୍କ ପାଇଁ ଶୈାଚାଳୟ କେତେ ଜରୁରୀ ଏହା ଦର୍ଶାଉଛି ଏହି କାହାଣୀ ।
OSCAR-2019
ପୁରୀ:୧୨/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଭୋଳାନାଥ ବିଦ୍ୟାପୀଠ ପରିସରରେ ପୌରସଂସ୍ଥା ପକ୍ଷରୁ ପାଂଚଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଶୌଚଳାୟ ଉଦ୍ଘାଟିତ ହୋଇଯାଇଛି। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଫଳକ ଅନାବରଣ କରିବା ସହ ରେବୁନ କାଟି ଏହି ନୂତନ ଶୌଚଳାୟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ କାର୍ଯ୍ୟକ୍ରମରେ ନଗଭରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ପୌରନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ପୌର ସଦସ୍ୟ ଦାମୋଦର ମହାସୁଆର, ବଳରାମ ରେଡ଼ି, ସୁଦର୍ଶନ ସାହୁଙ୍କ ସମେତ ବିଦ୍ୟାପୀଠର ପୁରାତନ ଛାତ୍ର ସଂସଦର କର୍ମକର୍ତା ଗଣ ଉପସ୍ଥିତ ଥିଲେ।
OSCAR-2019
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍‌ କେତେକ ଯୌଥ ଉଦ୍ୟୋଗରୁ ଓହରି ଯିବା ଉପରେ ବିଚାର କରୁଛି। ଯେଉଁ ପ୍ରକଳ୍ପଗୁଡ଼ିକ କେବଳ ଯୋଜନାରେ ରହିଛି ଓ କାମ ଆଗକୁ ବଢ଼ୁନାହିଁ, ସେଭଳି ପ୍ରକଳ୍ପରୁ ସେଲ୍‌ ଓହରିଯିବ। ଏହି ଖବର ପ୍ରକାଶ ପାଇବା ସହିତ ରାଉରକେଲାରେ ହେବାକୁ ଥିବା ଅଟୋ ଗ୍ରେଡ୍‌ ଇସ୍ପାତ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ତେବେ ଆର୍ସେଲର୍‌ ମିତ୍ତଲ ସହିତ ହୋଇଥିବା ଯୌଥ ଉଦ୍ୟୋଗରୁ ସେଲ୍‌ ବିଦାୟ ନେବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଯେଉଁ ସବୁ ଯୌଥ ଉଦ୍ୟୋଗରୁ ସେଲ୍‌ ବିଦାୟ ନେବ ସେଥି ମଧ୍ୟରୁ ଏହା ଗୋଟିଏ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ୨୦୧୫ରେ ସେଲ୍‌ ଓ ଆର୍ସେଲର୍‌ ମିତ୍ତଲ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିବା ପାଇଁ ବୁଝାମଣା ହୋଇଥିଲା। ଦୁଇ ସଂସ୍ଥା ମିଶି ୫୦୦୦ କୋଟି ଟଙ୍କା ବିନିଯୋଗରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିଲେ। ସେହି କାରଖାନା ରାଉରକେଲାରେ ସ୍ଥାପନ କରାଯିବ ବୋଲି ଚର୍ଚା ହେଉଥିଲା। ରାଜ୍ୟ ସରକାର ଜମି ଯୋଗାଇ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଥିଲେ ଯେ ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମିର ଅଭାବ ଦେଖାଦେବନି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂହ ମଧ୍ୟ ବ୍ରିଟେନ୍‌ ଗସ୍ତ ବେଳେ ଦୁଇ ଥର ଆର୍ସେଲର ମିତ୍ତଲର ମୁଖ୍ୟ ଏଲ୍‌ ଏନ୍‌ ମିତ୍ତଲଙ୍କୁ ସାକ୍ଷତ କରି ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଏତେ ସବୁ ପ୍ରକ୍ରିୟା ସତ୍ତ୍ୱେ ପ୍ରକଳ୍ପ କାମ ଆଗକୁ ବଢ଼ିପାରିନଥିଲା। ଯୋଜନା ଥିଲା ଯେ ପ୍ରସ୍ତାବିତ ଯୌଥ ଉଦ୍ୟୋଗ ପାଇଁ ଆବଶ୍ୟକ ହେଉଥିବା ଇସ୍ପାତ ସେଲ୍‌ ଯୋଗାଇବ ଓ ପ୍ରଯୁକ୍ତି ଆର୍ସେଲର ମିତ୍ତଲ ଦେବ। କିନ୍ତୁ ସବୁ ଯୋଜନା କେବଳ ଯୋଜନା ଭିତରେ ସୀମିତ ରହିଯାଇଥିଲା। ଏହି ପ୍ରକଳ୍ପ ବାସ୍ତବ ରୂପ ନେବା ପୂର୍ବରୁ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଶ୍ରୀନଗର: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଦଳ ଆଇଏସ୍‌ଆଇଏସ୍‌ ପ୍ରତି ସଦିଚ୍ଛା ପ୍ରଦର୍ଶନ କରିଥିବା ମାମଲାରେ ଇର୍ଫାନ୍‌ ଅହମଦ୍‌ ଜାର୍ଗର୍‌ ନାମକ ଜଣେ କଶ୍ମୀରୀ ବ୍ୟକ୍ତିଙ୍କୁ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ ନିର୍ବାସିତ କରିଛି। ଗତ ବର୍ଷ କେନ୍ଦ୍ରୀୟ କଶ୍ମୀରର ଗାନ୍ଦରବଲ୍‌ରୁ ଆଝାର୍‌ ଉଲ୍‌ ଇସ୍‌ଲାମ୍‌ ନାମକ ସେହି ଏକା ଅଭିଯୋଗରେ ୟୁଏଇରୁ ନିର୍ବାସିତ ହୋଇଥିଲେ। ଆଇଏସ୍‌ଆଇଏସ୍‌ର ସମର୍ଥକ ସାଜି ଏ ବର୍ଷ ମେ ୨୫ ତାରିଖ ଦିନ ଶ୍ରୀନଗରର ଅଫ୍‌ଶାନ୍‌ ପର୍‌ବେଜ୍‌ ନାମକ ଜଣେ ବ୍ୟକ୍ତି ତୁର୍କୀରୁ ନିର୍ବାସିତ ହୋଇଥିଲେ। ଇଞ୍ଜିନିୟରିଂରେ ସ୍ନାତକ ଲାଭ କରିଥିବା ୩୬ ବର୍ଷିୟ ଇର୍ଫାନ୍‌ ଅହମ୍ମଦ୍‌ ଜାର୍ଗର୍‌ ପୁରୁଣା ଶ୍ରୀନଗର ସହର ଅନ୍ତର୍ଗତ ଚତ୍ତାତାବଲ୍‌ର ବାସିନ୍ଦା। ଅଗଷ୍ଟ ୧୪ ତାରିଖ ଦିନ ଦୁବାଇସ୍ଥିତ ଭାରତୀୟ କନ୍‌ସୁଲେଟ୍‌ ଜେନେରାଲ୍‌ଙ୍କ ହସ୍ତକ୍ଷେପ ପରେ ଦୁବାଇରୁ ନିର୍ବାସିତ ହୋଇଛନ୍ତି। ପଚରା ଉଚୁରୁ ପାଇଁ ଦୁବାଇ ପୁଲିସ ତାଙ୍କୁ ଏପ୍ରିଲ୍‌ ୨୮ ତାରିଖରୁ ବିମାନ ବନ୍ଦରରୁ ଉଠାଇ ନେଇ ଯିବା ପରେ ତାଙ୍କୁ ଠାବ କରିବାକୁ ତାଙ୍କ ପରିବାର ତରଫରୁ ଅନୁରୋଧ ପାଇ ଇଣ୍ଡିଆନ୍‌ ମିସନ୍‌ ଅନୁସନ୍ଧାନ ଚଳାଇଥିଲା। ଓମାନ୍‌ରୁ ଦୁବାଇକୁ ପ୍ରବେଶ କରୁଥିବା ବେଳେ ଦୁବାଇ ପୁଲିସ ତାଙ୍କୁ ଗିରଫ କରିଥିଲା। ସମାଜିକ ଗଣମାଧ୍ୟମ ସାଇଟ୍‌ ବିଶେଷକରି, ସିରିୟା ଏବଂ ଇରାନ୍‌ରେ ଆଇଏସ୍‌ଆଇଏସ୍‌ କାର୍ଯ୍ୟକଳାପ ସବୁକୁ ତାଙ୍କର ପ୍ରଶଂସା କରିବା ବିଷୟରେ ପୁଲିସ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲା। ସାମାଜିକ ଗଣମାଧ୍ୟମରେ ଜାର୍ଗର ଥିଲେ ଅତ୍ୟନ୍ତ ସକ୍ରିୟ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ହସ୍ତକ୍ଷେପ ଯୋଗୁଁ ଅଗଷ୍ଟ ୧୪ ତାରିଖ ଦିନ ଜାର୍ଗର୍‌ଙ୍କୁ ଭାରତକୁ ଛଡ଼ା ଯାଇଥିଲା। ସାହାଯ୍ୟ ପାଇଁ ଜାର୍ଗର୍‌ଙ୍କ ପରିବାରର ଜଣେ ସଦସ୍ୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଅନୁରୋଧ କରିଥିଲେ। ସେ ତାଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେବା ପରେ ଦୁବାଇସ୍ଥିତ ଭାରତୀୟ କନ୍‌ସୁଲେଟ୍‌ ଜେନେରାଲ୍‌ ତାଙ୍କ ଖୋଜିବା ଆରମ୍ଭ କରିଥିଲେ। ପ୍ରଥମେ ଇର୍ଫାନ୍‌ଙ୍କୁ ହସ୍ତାନ୍ତର କରିବାକୁ ଦୁବାଇ ପୁଲିସ ମନା କରି ଦେଇଥିଲା। କିନ୍ତୁ, ଭାରତୀୟ ମିସନ୍‌ ଦୀର୍ଘ ୫ ମାସ କାଳ ବୁଝାବୁଝି କରବା ପରେ ଦୁବାଇ ପୁଲିସ ରାଜି ହୋଇଥିଲା। ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସିଙ୍କ ସମେତ ଅନେକ ନିରାପତ୍ତା ଏଜେନ୍‌ସି ଜାର୍ଗରଙ୍କୁ ୫ ଦିନ ଥରି ପଚରା ଉଚୁରା କରିବା ପରେ ଶେଷରେ ରବିବାର ଦିନ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ଜିମା ଗଲା। ଖଲ୍ଲିକୋଟ: ଭେଜିପୁଟ ପୁଲିସ ଫାଣ୍ଡି ଅନ୍ତର୍ଗତ ପେଣ୍ଡୁରାପଲ୍ଲୀ ଗ୍ରାମ ସ୍ଥିତ ପୋଖରୀରେ ବୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଛାତ୍ରୀ ହେଲେ ପେଣ୍ଡୁରାପଲ୍ଲୀ ଗ୍ରାମର ସନ୍ତୋଷ ଦଳେଇଙ୍କ ଝିଅ ଗାୟତ୍ରୀ (୧୦) ଓ ନାଭାଲ୍‌ ଫାଣ୍ଡି ଅନ୍ତର୍ଗତ ଛତ୍ରଗଡ଼ ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ ବଡ଼ଝିଅ ବିମଳା (୧୨)। ପ୍ରକାଶ ଯେ, ଛତ୍ରଗଡ଼ ଗ୍ରାମର ବିମଳା ଅଜାଘର ପେଣ୍ଡୁରାପଲ୍ଲୀରେ ରହି ୭ମ ଶ୍ରେଣୀରେ ପାଠ ପଢ଼ୁଥିଲା। ଗାୟତ୍ରୀ ପଂଚମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଦୁହେଁଙ୍କ ମଧ୍ୟରେ ବନ୍ଧୁତା ଥିଲା। ପୂର୍ବାହ୍ଣ ୧୦ଟାରେ ଦୁହେଁ ମିଶି ପୋଖରୀରୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି କୌଣସି ସନ୍ଧାନ ପାଇନଥିଲେ। ପୋଖରୀ ପାହାଚରେ ଦୁଇଜଣଙ୍କ ପୋଷାକପତ୍ର ଥିବା ଦେଖି ବୁଡ଼ିଥିବା ସନ୍ଦେହ କରିଥିଲେ। ଗ୍ରାମବାସୀଙ୍କ ସହାୟତାରେ ଦୁହେଁଙ୍କୁ ପୋଖରୀରୁ ଉଦ୍ଧାର କରି ଖଲ୍ଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ନକରି ପରିବାର ଲୋକେ ଉଭୟଙ୍କୁ ଗ୍ରାମକୁ ନେଇ ଆସିଥିଲେ।
OSCAR-2019
ଅନେକ ସମୟରେ ସୁନାମି ଆସିବା ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ସୁନାମିର ସଠିକ୍‌ ତଥ୍ୟ ପୂର୍ବାନୁମାନ କରିବା ପାଇଁ ନୂତନ ଜ୍ଞାନକୌଶଳରେ ନିର୍ମିତ ସରଞ୍ଜାମମାନ ବିକଶିତ କରିବାରେ ଲାଗିଛନ୍ତି ବୈଜ୍ଞାନିକମାନେ। ଯାହାଫଳରେ ବନ୍ୟା ଓ ବାତ୍ୟା ଭଳି ସୁନାମୀ ପୂର୍ବରୁ ମିଳିବ ସୂଚନା। ତେବେ ଏନେଇ ନ୍ୟାସନାଲ ସେଣ୍ଟର ଫର ଓସିଏନ ଇନଫରମେସନ ସର୍ଭିସେଜ ଏକ ନୂଆ ମଡ଼େଲ ବିକଶିତ କରିଛି। ଯାହାଦ୍ୱାରା ଭାରତରେ ସୁନାମି ଆସିବା ପୂର୍ବରୁ ସୂଚନା ମିଳିପାରିବ। କେଉଁ ସମୟରେ ସୁନାମୀ ହେବ କେତେ ଫୁଟ ଉଚ୍ଚର ଜୁଆର ଆସିବ ଓ କେତେ ସମୟ ମଧ୍ୟରେ ସମୁଦ୍ରତଟ ନିକଟରେ ସୁନାମୀ ପହଞ୍ଚିବ ତାହାର ପୂର୍ବାନୁମାନ କରିବା ସମ୍ଭବ ହୋଇପାରିବ। ଏହି ପୂର୍ବାନୁମାନ ସୁନାମି ଦ୍ୱାରା ହେଉଥିବା କ୍ଷୟକ୍ଷତିର ପରିମାଣକୁ ହ୍ରାସ କରିବ। ନ୍ୟାସନାଲ ସେଣ୍ଟର ଫର ଓସିଏନ ଇନଫରମେସନ ସର୍ଭିସେଜ କେନ୍ଦ୍ରର ନିର୍ଦ୍ଦେଶକ ଏସଏସସି ସିନାୟଙ୍କ କହିବା ଅନୁଯାୟୀ, ଏହି ମଡେଲ ଦ୍ୱାରା ସୁନାମୀର ପୂର୍ବାନୁମାନ କରାଯାଇପାରିବ। ସମୁଦ୍ର ପାଣି କେତେ ସମୟ ମଧ୍ୟରେ ଉପକୂଳ ଅଞ୍ଚଳରେ ପହଞ୍ଚିବ ତାହାର ସୂଚନା ମଧ୍ୟ ଏହି ମଡ଼େଲରୁ ଜାଣିହେବ। ଏହାଦ୍ୱାରା ସୁନାମୀ ତ୍ୱରିତ ଚେତାବନୀ ପ୍ରଣାଳି ଦ୍ୱାରା ଲୋକମାନଙ୍କୁ ଲେବଲ-୩ର ସର୍ତକ ସୂଚନା ଦିଆଯାଇପାରିବ। ୨୦୦୪ରେ ଆସିଥିବା ଭୟଙ୍କର ସୁନାମୀ ପରେ ଏହି ମଡ଼େଲର ନିର୍ମାଣ ଆରମ୍ଭ କରାଯାଇଥିଲା। ଲେବଲ-୧ରେ ସୁନାମୀର ତ୍ରୀବତା ବିଷୟରେ ସୂଚନା ଦିଆଯାଉଥିବା ବେଳେ ଲେବଲ-୨ରେ ସମ୍ଭାବିତ ସୁନାମୀ ଓ ଏହାର ଉଚ୍ଚ ଲହରୀ ବିଷୟରେ ସୂଚନା ଦିଆଯାଇଥାଏ।
OSCAR-2019
ନୂଆଦିଲ୍ଲୀ : ଛତିଶଗଡ଼ ନକ୍ସଲଙ୍କ ଶୀର୍ଷ ନେତୃତ୍ୱର ଥିବା ଦୁର୍ଦାନ୍ତ ନକ୍ସଲ ଭେଟ୍ଟି ରାମା ଗୁରୁବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ନକ୍ସଲଙ୍କ ବଡ଼ବଡ଼ ନକ୍ସଲି ମାମଲାରେ ଭେଟ୍ଟି ରାମାର ମୁଖ୍ୟ ଭୂମିକା ରହିଥିଲା। ଭେଟ୍ଟି ରାମ ଗତ ୨୩ବର୍ଷ ହେବ ନକ୍ସଲ ସଙ୍ଗଠନରେ ସକ୍ରିୟ ଭୂମିକା ନିଭାଇ ଆସିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ନକ୍ସଲ ସଙ୍ଗଠନର ନୀତିରେ ବିରକ୍ତ ହୋଇ ରାମା ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ ସ୍ଥିର କରିଥିଲା। ତେଣୁ ସୁକମା ପୁଲିସ ମୁଖ୍ୟାଳୟରେ ରାମା ଗତ ଗୁରୁବାର ଦ୍ୱିପହର ପାଖାପାଖି ଆଢ଼େଇଟାରେ ଆଇଜି ବିବେକାନନ୍ଦ ସିହ୍ନାଙ୍କ ସମକ୍ଷରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ରାମର ମୁଣ୍ଡାପିଛା ଆଠଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
OSCAR-2019
କନ୍ଧମାଳ ୨୫-୪ (ଓଡ଼ିଆ ପୁଅ/ଅଶୋକ ଦିଗଲ): କ.ନୂଆଗାଁ ବ୍ଲକ ର କୁଡୁଟୁଲି ଗ୍ରାମରେ ପ୍ରାଣୀଧନ କ.ନୂଆଗାଁ, ଆନୁକୂଲ୍ୟରେ ପଶୁପକ୍ଷୀ ପାଳନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ସରକାରୀ ଅନୁଦାନ ବିଷୟରେ ଏକ ତାଲିମ ଶିବିର ଆୟୋଜନ ହୋଇଥିଲା। ଉକ୍ତ ତାଲିମ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଫୁଲବାଣୀ, ଡା. ଲଲାଟେନ୍ଦୁ କୁମାର ଆଇଚ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ବାଲିଗୁଡା ଡା. ଦିଲ୍ଲୀପ କୁମାର ପଟ୍ଟନାୟକ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଫୁଲବାଣୀ ଡା.ଆଶିଷ ଶତପଥୀ, ସ୍ପେଛାସେବୀ ଅଶୋକ କୁମାର ପରିଡ଼ା, କୋପରେଟିଭ ଇନ୍ସପେକ୍ଟର , ଡ଼. ପାର୍ଥ ସାରଥୀ ସ୍ୱାଇଁ ,( ପ୍ରାଣୀ ଚିକିତ୍ସକ କ. ନୂଆଗାଁ), ଡ. ଦେବ ଜ୍ୟୋତି ବେହେରା ପ୍ରାଣୀ ଚିକିତ୍ସକ ସାରଂଗଡ଼ ସମେତ ନିରୀକ୍ଷକ ସତ୍ୟ ରଞ୍ଜନ କଂହର, ଚୈତନ୍ୟ ପ୍ରଧାନ ପୁରନ୍ଦର ପ୍ରଧାନ ଓ ଦୁଇଶହରୁ ଅଧିକ ପୁରୁଷ ଏବଂ ମହିଳା ଚାଷୀ ଅଂଶ ଗ୍ରହଣ କରିଥିଲେ। ତାଲିମ ଶିବିରଟି ମଧ୍ୟାହ୍ନ ଏଗାର ଘଂଟାରେ ସଙ୍ଘ ସଭାପତିଙ୍କ। ସଭାପତିତ୍ୱ ରେ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀ ଅଶୋକ ପରିଡ଼ା ଦେଶୀ, ବନରାଜ, ବ୍ରୟଲର କୁକୁଡ଼ା ଏବଂ ବତକ ପାଳନ, ଏହାର ଟୀକାକରଣ ଏବଂ ଲାଭ ବିଷୟରେ ବିସ୍ତୀର୍ଣ୍ଣ ଭାବେ ଚାଷୀଙ୍କୁ ବୁଝାଇବା ସମେତ ସମନ୍ୱିତ ଏବଂ ମିଶ୍ରିତ ଚାଷ କରିବା ପାଇଁ ଉତ୍ସାହିତ କରିଥିଲେ। ଚାଷୀ ନିଜେ ନିଜ ପଶୁ ମାନଙ୍କର ଟୀକାକରଣ ଶିଖିବା ନିମନ୍ତେ ଅନୁରୋଧ କରିଥିଲେ। ତାପରେ ଶ୍ରୀ ପରିଡା ପଶୁ ପାଳନରେ ସରକାରୀ ଅନୁଦାନ ତଥା କେହୁଁ ଚାଷ ପାଇଁ କେତେ ରାଶି ପ୍ରଦାନ କରାଯାଉଛି, ଗୁହାଳ ଘର ତିଆରି ପାଇଁ କେତେ ଟଙ୍କା ଚାଷୀ ପାଇବ, ଏ ସମ୍ପର୍କରେ ନିଜର ସ୍ପଷ୍ଟ ମତ ଦେଇଥିଲେ। ମହିଳାମାନେ କେମିତି ଉପାର୍ଜନକ୍ଷମ ତଥା ସ୍ୱାବଲମ୍ବୀ ହୋଇ ନିଜ ପରିବାର ଉନ୍ନତି ସହ ଦେଶର ବିକାଶ ରେ ଅଂଶଗ୍ରହଣ କରିବେ ସେ ବିଷୟରେ ଆଲୋଚନା କରିଥିଲେ। କ. ନୂଆଗାଁ ବ୍ଲକର ୧୪ ଟି ପଂଚାୟତର ୭୦ ଜଣ ହିତାଧିକାରୀ ଙ୍କୁ ଛେଳିର ଗୁଣାତ୍ମକମାନ ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୫୦୦୦ଟଙ୍କା ର ମାନପତ୍ର ପ୍ରଦାନ କରାଯାଇଥିଲା। ଅନ୍ତିମ ପର୍ଯ୍ୟାୟରେ ପରିଚାଳକ ଶ୍ରୀ ଗଉଡ଼ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ଶିବିର ର ସମାପ୍ତି କରିଥିଲେ ଏବଂଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ। ଉଲ୍ଲେଖଯୋଗ୍ୟ କି ,ତାଲିମ ଶିବିର ସମାପ୍ତି ପରେ ସାମ୍ବାଦିକ ଅଶୋକ କୁମାର ଦିଗାଳ ଅଂଶଗ୍ରହଣ କରିଥିବା ଚାଷୀ ମାନଙ୍କ ମତାମତ ନେଵା ପରେ ଜଣାପଡ଼ିଲା ଯେ ଉଭୟ ପୁରୁଷ ଓ ମହିଳା ଚାଷୀ ଙ୍କ ପାଇଁ ଏହି ଶିବିର ବହୁତ ରାମଞ୍ଚକ, ଶିକ୍ଷଣୀୟ ଏବଂ ଫଳପ୍ରଦ ଥିଲା ବୋଲି ମତ ପ୍ରକାଶ କରିଥିଲେ।
OSCAR-2019
ରାଜକନିକା : ରାଜକନିକା ଥାନା ଅନ୍ତର୍ଗତ କାଟଣା-ବଣିଆ ଗ୍ରାମପଞ୍ଚାୟତର ପାଣ୍ଡରକୋଲି ଏବଂ ଡାଏଣିଗିରୀ ଗାଁର ଯୁବକମାନଙ୍କ ଗଣ୍ଡଗୋଳ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି। ଏହି ଦୁଇ ଗ୍ରାମର ଯୁବକମାନକଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଆଜି ସକାଳେ କାଟଣା-ବଣିଆ ପଞ୍ଚାୟତର ସରପଞ୍ଚ ନିରାକାର ସେଠୀଙ୍କୁ ରାସ୍ତାରୁ ଅପହରଣ କରାଯିବା ପରେ ଏକ ଘର ମଧ୍ୟରେ ବାନ୍ଧି ରଖି ହତ୍ୟା ଧମକ ଦିଆଯାଇଛି। ରାଜକନିକା ଥାନା ପୁଲିସ ସରପଞ୍ଚ ଶ୍ରୀ ସେଠୀଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହେବା ପରେ ସରପଞ୍ଚ ରାଜକନିକା ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି । ଏହି ଘଟଣା ପରେ ମଧ୍ୟ କାଟଣା ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି ।
OSCAR-2019
ପାରଳାଖେମୁଣ୍ଡି, ୨୧ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାରେ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜନ୍ମ ଠାରୁ ୫ବର୍ଷର ଶିଶୁଙ୍କ ପାଇଁ ପୋଲିଓ ବୁନ୍ଦା ସେବନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସଫଳତାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଏହା ଗତ ୧୭ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ସାରା ଜିଲାରେ ୩ଦିନ ଧରି ଅନୁଷ୍ଠିତ ହୋଇଥିଲା। ଜିଲା ମୋଟ ୫୩୪ଗୋଟି କେନ୍ଦ୍ରରେ ୭୨୯୮୦ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବାକୁ ଲକ୍ଷଧାର୍ଯ୍ୟ ବେଳେ ଏହି କାର୍ଯ୍ୟକ୍ରମରେ ମୋଟ ୧୦୧ପ୍ରତିଶତରୁ ଉର୍ଦ୍ଧ୍ୱ ଅଥାର୍ଥ ୭୪୪୨୭ଜଣ ଶିଶୁ ଅନ୍ତର୍ଭୁକ୍ତ ହୋଇଥିବାର ସୂଚନା ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଭି.ଲୋକନାଥ ରାଜୁଙ୍କ ଠାରୁ ପ୍ରକାଶ। ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିପିନି ବିହାରି ପାଣିଗ୍ରାହୀ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଜିଲା ବ୍ୟାପି ପୋଲିଓ ବୁନ୍ଦା କାର୍ଯ୍ୟକ୍ରମରେ ସଫଳତା ପାଇଁ ୨୦ଟି ଟ୍ରାଂଜିଟ୍ ପଏଣ୍ଟ, ୪୦ଗୋଟି ଦଳ ଏବଂ ୯ଟି ମୋବାଇଲ ଦଳ ତଦାରଖ ଓ ପରିଚାଳନା ପାଇଁ ଗଠନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ୧୦୬୮ଜଣ ଏଏନଏମ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ସମେତ ନର୍ସିଂ କଲେଜ ଛାତ୍ର/ଛାତ୍ରୀ ଓ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ନିୟୋଜିତ ହୋଇଥିବାର ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବେଶ ସଫଳତାର ସହ ଶେଷ ହୋଇଥିବା ଜଣାପଡିଛି।
OSCAR-2019
ନୂଆଦିଲ୍ଲୀ : ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଏବେ ଗାଈ କ୍ଷୀର ମଧ୍ୟ ବିକ୍ରି କରିବ । ଏହା ସହିତ ଏହି କମ୍ପାନୀ ଦହି, ଛେନା ଓ ପନୀର ମଧ୍ୟ ବିକ୍ରି କରିବ । ପ୍ରଥମେ ଏହି ସାମଗ୍ରୀ ଦିଲ୍ଲୀ ଓ ରାଷ୍ଟ୍ରୀୟ ରାଜଧାନୀ ଅଂଚଳ ଯଥା (ଏନସିଆର) ରାଜସ୍ଥାନ, ହରିୟାଣା, ଓ ମାହାରାଷ୍ଟ୍ରରେ ଉପଲବ୍ଧ ହେବ । ଏହାର େଔପଚାରିକ ବଜାର ପ୍ରବେଶ ଆଜି ବାବା ରାମଦେବ ଦିଲ୍ଲୀରେ କରିଛନ୍ତି । ରାମଦେବ ନିଜ କମ୍ପାନୀ କ୍ଷୀରର ନାମ ଦୁଗ୍ଧାମୃତ ରଖିଛନ୍ତି । ପତଞ୍ଜଳି ଏହି କ୍ଷୀରର ଦାମ ୪୦ ଟଙ୍କା ରଖିଛନ୍ତି । ଯାହାକି ମାର୍କେଟ ବିକ୍ରି ହେଉଥିବା ଅନ୍ୟ କମ୍ପାନୀ କ୍ଷୀର ତୁଳନାରେ ଖୁବ ଶସ୍ତା ବୋଲି କୁହାଯଇଛି । ପତଞ୍ଜଳୀର ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆରମ୍ଭରୁ ଏହା ୪ ଲକ୍ଷ ଲିଟିର ତରଳ କ୍ଷୀର ବଜାରରେ ବିକ୍ରି କରାଯିବ । ଧିରେ ଧିରେ ଏହାର କ୍ଷମତା ବଢାଯିବ । କମ୍ପାନୀର ଯୋଜନା ଆଗାମୀ ୬ମାସ ଏହି ବ୍ୟବସାୟ ୫୦୦କୋଟି ଟଙ୍କାରେ ପହଂଚିଯିବାର ଯୋଜନା ରହିଛି । କମ୍ପାନୀର ଦାବି ଯେ, ସମସ୍ତ ସାମଗ୍ରୀରେ କୌଣସୀ ମିଶ୍ରଣ କରାଯାଇ ନାହିଁ ଓ ଗ୍ରାହାକମାନଙ୍କୁ ଶୁଦ୍ଧ ସାମଗ୍ରୀ ମିଳିବ । ପତଞ୍ଜଳୀ ଆର‌୍ୟୁବେଦର ପ୍ରବକ୍ତା କହିଛନ୍ତି କି, ଲୋକମାନଙ୍କୁ ଗାଇର ଶୁଦ୍ଧ କ୍ଷୀର ଓ ଏଥିରୁ ତିଆରି ହେଉଥିବା ଉତ୍ପାଦନ ବର୍ତମାନ ବହୁତ କମ ମୂଲ୍ୟରେ ମିଳିବ । ପତାଞ୍ଜଳୀ ଫ୍ରିଜନ ମଟର ଓ ଆହୁରି ମଧ୍ୟ କଟା ପରିବା ସହିତ ବିଭିନ୍ନ ଉତ୍ପାଦନ ମଧ୍ୟ ଲଂଚ କରିଛି ।
OSCAR-2019
୨୦୩୦ ବେଳକୁ ସମୁଦ୍ର ଜୁଆରରେ ଅଧା ବୁଡିଯିବ ବ୍ୟାଙ୍କକ ସହର । ପାଣିପାଗ ସହ ଜଡିତ ଏଭଳି ଏକ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଆଗାମୀ ଏକ ଦଶକ ମଧ୍ୟରେ ଆଂଶିକ ଭାବେ ବୁଡିଯିବ ବ୍ୟାଙ୍କକ ସହର । ତାପମାତ୍ରାରେ ବୃଦ୍ଧି, ପାଣିପାଗରେ ପରିବର୍ତ୍ତନ ହେତୁ ଧୀରେ ଧୀରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି। ବ୍ୟାଙ୍କକ ସମୁଦ୍ରତଟରୁ ପାଖାପାଖି ଦେଢ଼ ମିଟର ଅର୍ଥାତ୍ ପାଞ୍ଚ ଫୁଟ ଉଚ୍ଚରେ ରହିଛି। ଏହି କାରଣରୁ ସମୁଦ୍ର ଜଳସ୍ତର ବଢ଼ିଲେ ଏହି ସହରକୁ ଅଧିକ ବିପଦ ରହିଛି ବୋଲି କୁହାଯାଉଛି। ଏହା ବ୍ୟବତୀତ ଜକାର୍ତା ଓ ମନିଲା ଭଳି ଦକ୍ଷିଣ ଏସିଆର ସହରେ ଉପରେ ବି ବିପଦ ସଙ୍କେତ ଦେଖା ଦେଉଛି। ଗ୍ରୀନପିସ୍ର ତାରା ବୁଆକାମସରି ମୁତାବିକ, ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଭାରି ବର୍ଷା ଓ ଜଳବାୟୁରେ ପରିବର୍ତ୍ତନ ହେତୁ ୨୦୩୦ ସୁଦ୍ଧା ବ୍ୟାଙ୍କକର ପାଖାପାଖି ୪୦ ପ୍ରତିଶତ ସ୍ଥାନ ଜଳମଗ୍ନ ରହିବ। ବର୍ତ୍ତମାନ ଏହାର ରାଜଧାନୀ ପ୍ରତ୍ୟେକ ବର୍ଷ ଏକରୁ ଦୁଇ ସେଣ୍ଟିମିଟର ବୁଡି ଯାଉଛି ଓ ନିକଟ ଭବିଷ୍ୟତରେ ଭୀଷଣ ବନ୍ୟାର ଆଶଙ୍କା ବି ରହିଥିବା ସୂଚନା ମିଳିଛି। ତେଣୁ ଜଳବାୟୁ ପରିବର୍ତ୍ତନର ଅଧିକ ପ୍ରଭାବ ବ୍ୟାଙ୍କକ ଉପରେ ପଡିବ ବୋଲି ଜଣାପଡିଛି ।
OSCAR-2019
କେନ୍ଦ୍ରାପଡା ୨୧/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ବିଜେପୁର ଉପ ନିର୍ବାଚନ ପ୍ରଚାର ପାଇଁ ଏକ ନିର୍ବାଚନି ସଭାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେଉଥିବା ବେଳେ ତାଙ୍କ ଉପରକୁ ଜନୈକ ବିଜେପି କର୍ମୀଙ୍କ ଚପଲ ଫିିଙ୍ଗା ଗୁଣ୍ଡାରାଜ ଘଟଣା ବିରୋଧରେ କେନ୍ଦ୍ରାପଡା ବିଜୁ ଯୁବ ଛାତ୍ର ଜନତା ଦଳ ଓ ବିଜେଡି ଆଇନଜିବୀ ସାମ୍ମୁଖ୍ୟ ପକ୍ଷରୁ ତାହାର ପ୍ରତିବାଦରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ବାହାରି ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୁର୍ତ୍ତୀରେ ପୁୁଷ୍ପମାଲ୍ୟ ପ୍ରଦାନ କରାଯାଇ ଏଭଳି ଅଶୋଭନୀୟ ଆଚରଣର ଶାନ୍ତିପୁର୍ଣ୍ଣ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶାନ୍ତିପୁର୍ଣ୍ଣ ଓଡିଶାରେ ବିଜେପି କର୍ମୀଙ୍କ ଏଭଳି ଅଶୋଭନୀୟ ଆଚରଣର ଗଭୀର ନିନ୍ଦା କରାଯିବା ସହିତ ଏଭଳିି କୁକାର୍ଯ୍ୟ କରିଥିବା ସଂପୃକ୍ତ ବିଜେପିକର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯିବା ସହିତ ଏହି ଷଡଯନ୍ତ୍ରର ମୁଖ୍ୟ ଅଶୋକ ପାଣିଗ୍ରାହିଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୁପ ତାଙ୍କୁ ଗିରଫ କରାଯିବା ପାଇଁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଆଇନଜିବୀ ସାମୁଖ୍ୟ ଆବାହକ ଭୀମସେନ ଭୂୟାଁ, ରାଜ୍ୟ ବିଜେଡି ଆଇନଜିବୀ ସାମୁଖ୍ୟ ସଦସ୍ୟ ସଞ୍ଜୟ କୁମାର ଜେନା, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ,ଅନୁସୁଚିତ ଜାତି ସେଲ୍ର ଶିଶୀର ମଲ୍ଲିକ,ରଞ୍ଜନ ସାହୁ,ମହମ୍ମଦ ନିଆଜ,ଧିରେନ୍ଦ୍ର କୁମାର ଦାସ,ଦିନବନ୍ଧୁ ନାୟକ,ପ୍ରଶନ୍ନଜିତ କୁଣ୍ଡ,ଜିଲ୍ଲା ଛାତ୍ର ବିଜେଡିି ସଭାପତି ପ୍ରଦିପ କୁମାର ସାହୁ,ଉମେଶ ନାୟକ,ମୃତୁ୍ୟଞ୍ଜୟ ଦାସ,ସୁରେଶ ମର୍ଦ୍ଦରାଜ,ଅଶୋକ ଲେଙ୍କା,ସମ୍ବିତ ପାତ୍ର,ଗୈାତ୍ତମ ସ୍ୱାଇଁ,ମନୋରଞ୍ଜନ କର,ଅମ୍ରୀନ ସାହାଦତ,ନିରଞ୍ଜନ ସାହୁ,ପ୍ରମୋଦ ପ୍ରଧାନ,ଦୀନବନ୍ଧୁ ନାୟକ,ଉମେଶ ନାୟକ, ଅଶୋକ ଲେଙ୍କା, ଚିତ୍ତ ରଞନ ଦାସ,ମୃତ୍ୟୁଞୟ ମହାନ୍ତି, ମନୋରଞନ କର, ବିଜୟ ପତି, ସୁରେଶ ନାୟକ, ମାନସ ଧଳ,ନିରଞ୍ଜନ ବଳ, ସଞ୍ଜୟ ପାତ୍ର, ସେକ୍ ଗୋଫ୍ରାନ, ସୁରେଶ ସାହୁ, ଚୈତନ୍ୟ ମଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
OSCAR-2019
ହିଞ୍ଜିଳୀକାଟୁ : ସ୍ଥାନୀୟ ହିଂଜିଳି ବ୍ଲକ ବେଲଗାଁ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଗୋଷ୍ଠୀ ସ୍ୱାସ୍ଥ୍ୟ ପରିଚାଳନା କର୍ମଚାରୀଙ୍କ ଅନିର୍ଦ୍ଧିଷ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ସ୍ୱାସ୍ଥ୍ୟସେବା ଠପ ହୋଇଛି । ଦୀର୍ଘ ୪ଦିନ ଧରି ଏଭଳି ଅଚଳାବସ୍ଥା ଦେଖାଦେଇଥିବା ବେଳେ ଗ୍ରାମାଞ୍ଚଳରେ ରୋଗୀ, ଗର୍ଭବତୀ ଓ ପ୍ରସୂତିମାନଙ୍କ ପାଇଁ ଚିକିତ୍ସା ସେବା ବ୍ୟାହତ ହୋଇଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ବ୍ଲକର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୁଖ୍ୟ ଭୂମିକା ନିଭାଉଥିବା ପ୍ରାୟ ୧୨୧ଜଣ ଆଶା କର୍ମୀ ସେମାନଙ୍କ ଗତ ଅଗଷ୍ଟ ମାସର ବକେୟା ପ୍ରୋତ୍ସାହନରାଶିପାଇନପାରି ଅସହଯୋଗ ଓ ସ୍ମାରକ ପତ୍ର ବେଲଗାଁ ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ପ୍ରକାଶଥାଉକି ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ, ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୬ଦଫା ପୂରଣ ନେଇ ଭୁବନେଶ୍ଵରରେ ଗଣଧାରଣା ଓ ଆନ୍ଦୋଳନ ଚାଲୁରହିଛି । ସଂଘର ଦାବି ଅନୁଯାୟୀ ସମାନ କାମକୁ ସମାନ ଦରମା, ସବୁ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବୀମା, ନିୟମିତ ଭାବେ ସ୍ୱାସ୍ଥ୍ୟ ପରିଚାଳନା କର୍ମଚାରୀ ପଦବୀ ସୃଷ୍ଟି କରିବା, ପ୍ରୋତ୍ସାହନ ରାଶି ପ୍ରଥା ଉଚ୍ଛେଦ, ସମସ୍ତଙ୍କୁ ଇ.ପି.ଏଫ ଯୋଜନା ଅନ୍ତର୍ଭୁକ୍ତ କରିବା ଆଦି ୬ଦଫା ଦାବି ନେଇ ଗତ ୧୦ତାରିଖରୁ ଧାରଣା ଅବ୍ୟାହତ ରହିଛି ।
OSCAR-2019
ବଡ଼ବିଲ: କ୍ରୀଡ଼ାର ବିକାଶ ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭିତ୍ତିଭୂମି ବିକାଶ ସାଙ୍ଗକୁ ତୃଣମୂଳ ସ୍ତରରୁ ପ୍ରତିଭା ଚୟନ କରାଯାଇ ସେମାନେ କିପରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିପାରିବେ ସେଥିପାଇଁ ଠୋସ୍‌ ପଦକ୍ଷେପ ନିଆଯାଉଛି ବୋଲି ସରକାର କହୁଛନ୍ତି। କେବଳ ସେତିକି ନୁହଁ ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏତେସବୁ ସତ୍ତ୍ୱେ ବି ବଡ଼ବିଲ ଭଳି ଖଣି ଅଞ୍ଚଳରେ କ୍ରୀଡ଼ା ପ୍ରତିଭାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ସେମାନେ ନିଜ ରାଜ୍ୟ ପରିବର୍ତ୍ତେ ପଡ଼ୋଶୀ ଝାଡ଼ଖଣ୍ଡରୁ ପ୍ରତିନିଧିତ୍ୱ କରି ସଫଳତା ଅର୍ଜନ କରୁଛନ୍ତି। ଓଡ଼ିଶା ପାଇଁ ଏହି ଅଲୋଡ଼ା ଖେଳାଳି ଝାଡ଼ଖଣ୍ଡରେ ଷ୍ଟାର୍‌ ପାଲଟୁଛନ୍ତି। ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ବଡ଼ବିଲ, ଠାକୁରାଣୀ, ବଲାଣୀ, କଳିଙ୍ଗ ନଗର ଅଞ୍ଚଳରୁ ଅନେକ ପ୍ରତିଭାବାନ ଖେଳାଳି ବିଭିନ୍ନ ପ୍ରକାର ଖେଳରେ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରୁଛନ୍ତି। ସଫଳତା ପାଇବା ପରେ ସରକାରୀ ପ୍ରୋତ୍ସାହନ ଅଭାବ ଓ ଆବଶ୍ୟକ ସୁବିଧା ସୁଯୋଗ ମିଳୁନଥିବାରୁ ଏମାନେ ଆଉ ଆଗକୁ ବଢି ପାରୁନାହାଁନ୍ତି। ସରକାରୀ ସ୍ତରରେ ସଫଳ କ୍ରୀଡ଼ାବିତ୍‌ଙ୍କୁ ସରକାରୀ ଚାକିରି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ହେଲେ ଏହି ଅଞ୍ଚଳର ଖେଳାଳି ଏଥିରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବଲାଣୀ ଥାନା ଅନ୍ତର୍ଗତ ଗୁରୁଦ୍ଵାରାହଟିଂର ଦିନ ମଜୁରିଆ ନୀରଲ୍‌ ଗୁଡିଆଙ୍କ ଝିଅ ରଶ୍ମୀ ଗୁଡିଆ। ଜଣେ ଭଲ ମହିଳା କ୍ରିକେଟର୍‌ ହୋଇ ବି ନିଜ ରାଜ୍ୟରୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇନଥିଲେ। ୨୦୧୪ ମସିହାରେ ଝାଡ଼ଖଣ୍ଡରୁ ପ୍ରତିନିଧିତ୍ୱ କରି ସଫଳ ହେଲେ। ସେହିପରି ନିତ୍ୟାନନ୍ଦ ସର୍ଦ୍ଦାରଙ୍କ ପୁଅ ଯଦୁନାଥ ସର୍ଦ୍ଦାର ଜଣେ ଫୁଟବଲ୍‌ ଖେଳାଳି ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପରିଚିତ। ବାପାଙ୍କ ଠାରୁ ପ୍ରେରଣା ପାଇ ଫୁଟବଲ୍‌ ପ୍ରତି ଆକୃଷ୍ଟ ହୋଇଥିବା ଯଦୁନାଥଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ସୁବିଧା ସୁଯୋଗ ନମିଳିବାରୁ ସେ ମଧ୍ୟ ବାଧ୍ୟ ହୋଇ ଝାଡ଼ଖଣ୍ଡରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ଏବେ ଗୋଆରେ ହେବାକୁ ଥିବା ୧୯ ବର୍ଷରୁ କମ୍‌ ଭାରତୀୟ ଫୁଟବଲ୍‌ ଦଳର ଚୟନ ଶିବିରରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି। ସେହିପରି ସିପକଟାକ୍ରର ଉପକନିଷ୍ଠ ବର୍ଗରେ ଜାତୀୟସ୍ତରରେ ସ୍ୱର୍ଣ୍ଣ ପଦକ ଜିତିଥିବା କୁମାର ଅଭିଶେକ, ୨୦୧୫ ମସିହାରେ ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମାଟ୍‌କାମ୍‌ବେଡା ସରକାରୀ ଆବାସିକ ବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀ ଲୋପମୁଦ୍ରା ନାଏକ ଓ ଜାତୀୟ କିକ୍‌ବକ୍ସିଂ ପ୍ରତିଯୋଗିତାର ଉପକନିଷ୍ଠ ବର୍ଗରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଥିବା ନିରୁପମା ସିଂଙ୍କୁ ମଧ୍ୟ ଉପଯୁକ୍ତ ସରକାରୀ ସାହାଯ୍ୟ କି ପ୍ରୋତ୍ସାହନ ମିଳିନି। ଯେଉଁଥିପାଇଁ ସେମାନଙ୍କୁ ଆଗକୁ ବଢିବାରେ ଅସୁବିଧା ହେଉଛି ବୋଲି ଏହି କ୍ରୀଡ଼ାବିତ୍‌ମାନେ କହିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଖଣି ଅଞ୍ଚଳର ଖେଳାଳିଙ୍କ ପ୍ରତି ଟିକେ ଧ୍ୟାନ ଦେବା ସହ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେଲେ ଅକାଳରେ ଝଡି ପଡୁଥିବାଏହି ପ୍ରତିଭାବାନ ଖେଳାଳିମାନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିବେ ବୋଲି ବହୁ ବରିଷ୍ଠ କ୍ରୀଡ଼ାବିତ୍‌ ପ୍ରକାଶ କରିଛନ୍ତି। ବାପା ଜଣେ ଫୁଟବଲ୍‌ ଖେଳାଳି ହୋଇଥିବାରୁ ତାଙ୍କୁ ଦେଖି ଫୁଟବଲ୍‌ ଖେଳିବାକୁ ଆଗ୍ରହ ପ୍ରକାଶ କଲି। ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ସାହାଯ୍ୟ ସହଯୋଗ ପାଇଲି ନାହିଁ। ଝାଡ଼ଖଣ୍ଡରୁ ପ୍ରତିନିଧିତ୍ୱ କରିବାକୁ ବାଧ୍ୟ ହେଲି। ଚାରିଚାରି ଥର ସନ୍ତୋଷ ଟ୍ରଫି ଖେଳିଛି। ଜଣେ ଭଲ ଗୋଲକିପର୍‌ ଭାବେ ପରିଚିତି ଥିଲି। ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଖଣି ଅଞ୍ଚଳର ଖେଳାଳିଙ୍କ ପ୍ରତି ଧ୍ୟାନ ଦେବା ଦରକାର। ସଫଳ କ୍ରୀଡ଼ାବିତ୍‌ଙ୍କୁ ସରକାରୀ ନିଯୁକ୍ତି ସାଙ୍ଗକୁ କ୍ରୀଡ଼ା ପ୍ରତିଭାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ତାଲିମ ମିଳିଲେ ଏମାନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିବେ। ସଞ୍ଜୟ ନାଏକ, ଫୁଟବଲ୍‌ ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ଓ କ୍ରୀଡାବିତ୍‌ ସଞ୍ଜୟ କୁମାର ନାଏକଙ୍କ ଦିଗ୍‌ଦର୍ଶନ ପାଇ ମୁଁ ଜାତୀୟ ଜୁନିଅର ତୀରନ୍ଦାଜ ଚମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କରିଥିଲି। ଉପଯୁକ୍ତ ତାଲିମ ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଆହୁରି ଆଗକୁ ବଢିପାରିବି। ବାଲିଗୁଡା : ପ୍ରତିଶୋଧପରାୟଣା ପ୍ରେମିକା ଦେଖାଇଲା ଉଗ୍ର ରୂପ। ଆଉ ପ୍ରେମିକର ଘର ଆଗରେ ଥିବା ଦୁଇଟି ବାଇକ୍‌ ଓ ସ୍କୁଟିକୁ ପୋଡ଼ି ଦେଲା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ସୁନାପାଙ୍ଗା ସାହିରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନାନୁସାରେ, ବାଲିଗୁଡ଼ା ସୁନାପାଙ୍ଗା ସାହିର ଦିଲ୍ଲୀପ ନାୟକଙ୍କ ପୁଅ ଡିଏନ୍‌ ଦିନେଶଙ୍କ ସହ କ.ନୂଆଗାଁ ଥାନା କଂଜାମେଣ୍ଡିର ଜଣେ ଯୁବତୀଙ୍କ ପ୍ରେମ ସଂପର୍କ ଥିଲା। ଦୁହେଁ ସହମତିରେ (ଲିଭ୍‌-ଇନ୍‌-ରିଲେସନ୍‌) ମିଶି ଏକ ଭଡା ଘରେ ମଧ୍ୟ କିଛି ଦିନ ରହିଥିଲେ। କିଛିଦିନ ପରେ ଦିନେଶ ସଂପୃକ୍ତ ଯୁବତୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରିବା ଆରମ୍ଭ କରି ଦେଇଥିଲେ। ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଏହାପରଠୁୁ ଉଭୟ ଅଲଗା ହୋଇ ଯାଇଥିଲେ । ତେବେ ଏହା ମଧ୍ୟରେ ଯୁବତୀଜଣକ ପ୍ରତିଶୋଧପରାୟଣ ହୋଇ ଉଠିଥିଲେ। ଯୁବତୀ ଜଣକ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପ ନାୟକଙ୍କ ଘର ଆଗରେ ଥିବା ଗୋଟିଏ ହିରୋହୋଣ୍ଡା ପେସନ୍‌ ପ୍ରୋ (ଓଡି ୧୨ବି-୨୦୨୧), ଟିଭିଏସ ସ୍କୁଟି(ଓଡି୧୨ବି-୨୧୫୭) ଏବଂ ତାଙ୍କ ପଡୋଶୀ ଶିକ୍ଷକ ପ୍ରଦୀପ ମଳିକଙ୍କ ହିରୋହୋଣ୍ଡା ପେସନ ପ୍ଲସ (ଓଡି୧୨-୨୨୪୨) ବାଇକକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ବାଲିଗୁଡ଼ା ଥାନାରେ ଏତଲା ଦିଆଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାର ସତ୍ୟାସତ୍ୟ ବିଷୟରେ ଜାଣିବାକୁ ପୁଲିସ ତନାଘନା ଚଳାଇଛି।
OSCAR-2019
ଆପଣଙ୍କ ସ୍ୱଭାବ କେମିତିକା ତାହା ଆପଣଙ୍କ ସହ ମିଶିବା ପରେ ହିଁ ଜାଣିହେବ। କିନ୍ତୁ ଜ୍ୟୋତିଷ ବିଦ୍ୟା ଆପଣଙ୍କ ନାଁରୁ ହିଁ ଆପଣଙ୍କ ସ୍ୱଭାବ କହିଦେଇ ପାରେ। ଶାସ୍ତ୍ର କହୁଛି, ଆପଣଙ୍କ ନାଁର ପ୍ରଥମ ଅକ୍ଷରରୁ ମଧ୍ୟ ଆପଣଙ୍କ ସ୍ୱଭାବ ବିଷୟରେ ଜାଣିହୁଏ। ଆଜି ଜାଣିବା ଯେଉଁ ବ୍ୟକ୍ତିମାନଙ୍କର ନାଁର ପ୍ରଥମ ଅକ୍ଷର ‘B’, ସେମାନଙ୍କ ଆଚରଣ କିଭଳି ହୋଇଥାଏ ଯେଉଁ ଲୋକର ନାଁ ‘B’ ଅକ୍ଷରରୁ ଆରମ୍ଭ, ସେ ସବୁ ଦୃଷ୍ଟିରୁ ପରଫେକ୍ଟ ବା ସଂପୂର୍ଣ୍ଣ ହୋଇଥାନ୍ତି। ସେହିପରି ସେ ମଧ୍ୟ ଖୁବ୍ ସମ୍ବେଦନାଶୀଳ ହୋଇଥାନ୍ତି। ସେ କାହା ଉପରେ ରାଗ ଓ ଅଭିମାନ କରିଥିଲେ ବି ଖୁବଶୀଘ୍ର ସବୁ ଭୁଲି ଯାଆନ୍ତି। ‘B’ ଅକ୍ଷରରୁ ନାଁ ଆରମ୍ଭ ହେଉଥିବା ଲୋକଙ୍କର ଆଉ ଏକ ବିଶେଷ ଗୁଣ ହେଲା, ସେମାନେ ପ୍ରେମିକ ମନବୃତିର। ପ୍ରେମ ବ୍ୟାପାରରେ ଏମାନେ ଅନ୍ୟମାନଙ୍କଠାରୁ ଆଗରେ। ପ୍ରେମ ପାଇଁ ଏହି ଲୋକମାନେ ଯେତିକି ପାଗଳ, ପ୍ରେମକୁ ପାଳିବାରେ ବା ସମ୍ମାନ ଦେବାରେ ବି ସେତିକି ସଚେତନ। ସେମାନେ ପ୍ରେମ କରୁଥିବା ବ୍ୟକ୍ତିର କେବେ ମନଦୁଃଖ କରାନ୍ତି ନାହିଁ। କଥା ଦେଇଥିଲେ କଥା ଭାଙ୍ଗନ୍ତି ନାହିଁ। ତେଣୁ ଅଧିକାଂଶ ସମୟରେ ଏମାନେ ପ୍ରେମ କରୁଥିବା ବ୍ୟକ୍ତିକୁ ହିଁ ବାହା ହୁଅନ୍ତି, ଧୋକ୍କା ଦିଅନ୍ତି ନାହିଁ। ଶାସ୍ତ୍ର କହୁଛି ‘B’ ଅକ୍ଷରରୁ ଯାହା ନାଁ ଆରମ୍ଭ ହୋଇଥାଏ, ସେ ପ୍ରେମ ବିବାହ ହିଁ କରିଥାନ୍ତି। ଯଦି ବି କେବେ ଆରେଞ୍ଜ ମ୍ୟାରେଜ କରିବାକୁ ପଡ଼େ ତେବେ ବୈବାହିକ ଜୀବନକୁ ନିଷ୍ଠାର ସହ ପାଳିଥାନ୍ତି। ଏହିପରି ବ୍ୟକ୍ତିମାନେ ସମାଜ ସେବାରେ ବେଶୀ ମନ ବଳାନ୍ତି। ତେବେ ଏହି ପ୍ରକାର ଲୋକଙ୍କର ଗୋଟେ ସମସ୍ୟା ହେଲା, ଏମାନେ ଖୁବ୍ ମନୁଆ। ସଂପର୍କ ବଢାଇବାକୁ ଟିକେ ସମୟ ନିଅନ୍ତି। ହଠାତ୍ କାହା ସହ ମିଶିପାରନ୍ତି ନାହିଁ। କିନ୍ତୁ ଥରେ ମିଶିଲେ ନିଷ୍ଠାର ସହ ସେ ସଂପର୍କକୁ ପାଳନ୍ତି। ଏଥିପାଇଁ ଏହି ଧରଣର ଲୋକଙ୍କର କମ୍‌ ବନ୍ଧୁ ଥାନ୍ତି।
OSCAR-2019
ମସ୍କୋ: ବିଶ୍ୱକପ୍‌ର ଫେୟାର୍‌ ପ୍ଲେ ନିୟମରେ କୌଣସି ପରିବର୍ତନ କରାଯିବା ଯୋଜନା ନାହିଁ ବୋଲି ଫୁଟ୍‌ବଲ୍‌ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫିଫା ସ୍ପଷ୍ଟ କରି ଦେଇଛି। ଗୁରୁବାର ସେନେଗାଲ୍‌କୁ ଫେୟାର ପ୍ଲେ ଆଧାରରେ ପଛରେ ପକାଇ ଜାପାନ ପ୍ରିକ୍ୱାର୍ଟରରେ ପହଞ୍ଚିବା ବିବାଦ ପରେ ଫିଫା ଏଭଳି ସ୍ପଷ୍ଟୀକରଣ ରଖିଛି। ବୁଧବାର ପୋଲାଣ୍ଡ୍‌ ୧-୦ରେ ଜାପାନକୁ ହରାଇ ଦେଇଥିଲା। କିନ୍ତୁ ଗ୍ରୁପ୍‌ ‘ଏଚ୍‌’ରେ ଜାପାନ ଓ ସେନେଗାଲ୍‌ ସମାନ ୪ ପଏଣ୍ଟ୍‌ ଓ ସମାନ ଗୋଲ୍‌ ବ୍ୟବଧାନ ସ୍ଥିିତିରେ ରହିବାରୁ ପୂର୍ବ ନିର୍ଧାରିତ ଫେୟାର ପ୍ଲେ ଆଧାରରେ ଜାପାନ ଯୋଗ୍ୟତା ଅର୍ଜନ କରିଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ କମ୍‌ ହଳଦିଆ କାର୍ଡ ପାଇଥିବାରୁ ଜାପାନ ଏହାର ଫାଇଦା ଉଠାଇଥିଲା। ଏହି କାରଣରୁ ୧୯୮୨ ମସିହାରେ ପଶ୍ଚିମ ଜର୍ମାନି ବନାମ ଅଷ୍ଟ୍ରିଆ ଫଳାଫଳ ମନେ ପଡ଼ିଥିଲା। ସେତେବେଳେ ପରସ୍ପରକୁ ସୁହାଇବା ଭଳି ଫଳାଫଳ ରଖି ଜର୍ମାନି ୧-୦ ଗୋଲ୍‌ରେ ଜିତିଥିଲା। ଉଭୟ ଦଳକୁ ଏହା ଫାଇଦା ଦେଇଥିଲା। ସେଭଳି ଖରାପ ପରମ୍ପରାକୁ ପଛରେ ପକାଇବା ଲାଗି ପ୍ରଥମ ଥର ପାଇଁ ବରିଷ୍ଠ ବର୍ଗର ଫିଫା ବିଶ୍ୱକପ୍‌ରେ ଫେୟାର୍‌ ପ୍ଲେ ନିୟମ ଲାଗୁ କରାଯାଇଛି ବୋଲି ଫିଫାର ପ୍ରତିଯୋଗିତା ମୁଖ୍ୟ ତଥା ଇଭେଣ୍ଟ୍‌ ଅଧିକାରୀ କଲିନ୍‌ ସ୍ମିଥ୍‌ କହିଛନ୍ତି। ଦଳଗୁଡ଼ିକ ପଡ଼ିଆରେ ଯେଭଳି ପ୍ରଦର୍ଶନ କଲେ ସେହି ଆଧାରରେ ଆଗକୁ ଯିବା ଉଚିତ୍‌, କିନ୍ତୁ ଡ୍ର’ ଉଠାଣରେ ନୁହେଁ ବୋଲି ସେ କହିଥିଲେ। ତଥାପି ଏ ବିଶ୍ୱକପ୍‌ ପରେ ଆମକୁ କିଭଳି ପ୍ରତିକ୍ରିୟା ମିଳୁଛି ତାକୁ ବି ବିଚାରକୁ ନେବୁ। କିନ୍ତୁ ବର୍ତମାନ ପାଇଁ ନୁହେଁ ବୋଲି ସ୍ମିଥ୍‌ କହିଥିଲେ।
OSCAR-2019
ମୁମ୍ବାଇ : ଅଭିନେତା ରାଜକୁମାର ରାଓ ବଲିଉଡରେ ବେଶ୍‌ ସଫଳ ଓ ଚର୍ଚ୍ଚିତ। ତାଙ୍କର ଜଣେ ଗର୍ଲ ଫ୍ରେଣ୍ଡ ଅଛନ୍ତି। ସେ ହେଲେ ଅଭିନେତ୍ରୀ ପତ୍ରଲେଖା। ଏଯାଏଁ ସେ ଦୁହେଁ ବାହା ହୋଇନାହାନ୍ତି। କିନ୍ତୁ ଖୁବ୍‌ ଶୀଘ୍ର ଏହି ଯୁବତୀ ଜଣକ ରାଜକୁମାର ରାଓଙ୍କୁ ଆରେଂଜ ମ୍ୟାରେଜ୍‌ କରିବେ। ରାଜକୁମାର ରାଓଙ୍କୁ ବିଭିନ୍ନ ସ୍ଥାନରେ ଅଭିନେତ୍ରୀ ପତ୍ରଲେଖାଙ୍କ ସହିତ ଏକାଠି ଦେଖିବାକୁ ମିଳୁଛି। ସେ ଦୁହେଁ ଲିଭ୍‌ ଇନରେ ଅବଶ୍ୟ ନାହାନ୍ତି, ମାତ୍ର ପ୍ରେମିକ-ପ୍ରେମିକା ଭାବେ ବେଶ୍‌ ଲୋକପ୍ରିୟ। ରାଜକୁମାର ରାଓ ଏବଂ ପତ୍ରଲେଖା ଏକାଠି ପ୍ରଥମେ ୨୦୧୪ର ସିନେମା ‘ସିଟି ଲାଇଟ୍‌ସ’ରେ କାମ କରିଥିଲେ। ସେହି ସମୟରେ ଉଭୟଙ୍କର ପରସ୍ପର ପ୍ରତି ଆକର୍ଷଣ ଥିଲା। ପରେ ଏହା ପ୍ରେମରେ ପରିଣତ ହୋଇଛି। ରାଜକୁମାର ରାଓ ଏବଂ ପତ୍ରଲେଖା ପୁଣି ଥରେ ଏକାଠି ସ୍କ୍ରିନ୍‌ ସେଆର୍‌ କରିବାକୁ ଯାଉଛନ୍ତି। ହଁ ସେ ଦୁହେଁ ଯେଉଁ ଫିଲ୍ମରେ କାମ କରିବାକୁ ଯାଉଛନ୍ତି, ତା’ର ଟାଇଟଲ ହେଲା ‘ଆରେଂଜ ମ୍ୟାରେଜ୍‌’। ଏହାର ନିର୍ଦ୍ଦେଶକ ହେଲେ ପ୍ରଦୀପ ସରକାର। ନିର୍ଦ୍ଦେଶକ ପ୍ରଦୀପ ସରକାର ‘ହେଲିକେପ୍ଟର ଇଲା’ ପରେ ‘ଆରେଂଜ ମ୍ୟାରେଜ୍‌’ ସିନେମା ତିଆରି କରୁଛନ୍ତି। ଏ ସମ୍ପର୍କରେ ପତ୍ରଲେଖା କହନ୍ତି ଯେ ତାଙ୍କ ପାଖକୁ ପ୍ରଦୀପ ଦାଦାଙ୍କ ଅଫିସରୁ ଫୋନ୍‌ କଲ୍‌ ଆସିଥିଲା। ସେ ଖୁବ୍‌ ଖୁସି ହୋଇଥିଲା, କାରଣ ପ୍ରଦୀପ ଦା’ଙ୍କ ଫିଲ୍ମ ‘ପରିଣୀତା’ ହେଉଛି ତାଙ୍କର ଅଲଟାଇମ୍‌ ଫେଭରିଟ୍‌ ଫିଲ୍ମ। ସେ ‘ଆରେଂଜ ମ୍ୟାରେଜ୍‌’ ଫିଲ୍ମର କାହାଣୀ ଶୁଣିବା ମାତ୍ରେ ତତ୍‌କ୍ଷଣାତ୍‌ ‘ହଁ’ ଭରିଛନ୍ତି। ତେବେ ବ୍ୟକ୍ତିଗତ ଜୀବନରେ ପତ୍ରଲେଖା ଆରେଂଜ ମ୍ୟାରେଜ୍‌ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି କହିଛନ୍ତି। Next articleରାଜଧାନୀ ଭୁବନେଶ୍ଵରର କଟକ ରୋଡ ଝାରପଡା ଓଭରବ୍ରିଜଠାରେ ଭାରତ ବନ୍ଦରେ ସାମିଲ କଂଗ୍ରେସ କର୍ମୀଙ୍କ ପିକେଟିଙ୍ଗ
OSCAR-2019
ଅରୁଣା ମହାନ୍ତି ବାଲ୍ୟକାଳରୁ ପିତା କମଳ ଲୋଚନ ମହାନ୍ତିଙ୍କଠାରୁ ନୃତ୍ୟ ଅଭିନୟ ଶିକ୍ଷାରମ୍ଭ କରିଥିଲେ । କ୍ରମେ ଶ୍ରୀନାଥ ରାଉତ ଓ ଗୋବିନ୍ଦ୍ର ପାଳଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ୧୯୭୨ ମସିହାରୁ, ସେ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ । ଗଙ୍ଗାଧର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅରୁଣା ନିଜକୁ ଜଣେ ନୃତ୍ୟଶିଳ୍ପୀରୁ ନୃତ୍ୟଗୁରୁ ଓ ନୃତ୍ୟନିର୍ଦ୍ଦେଶକ ଭାବରେ ଗଢ଼ିତୋଳି ଥିଲେ । ଅରୁଣା, ବିଭିନ୍ନ ସମୟରେ ଗୁରୁ ପଙ୍କଜ ଚରଣ ଦାସ, କେଳୁଚରଣ ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ ଓ ସୋନାଲ ମାନସିଂହଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ନିର୍ମଳ ମହାନ୍ତି ଓ ଶାନ୍ତନୁ ଦାସଙ୍କଠାରୁ, ସେ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଛନ୍ତି । ଦୂରଦର୍ଶନରେ ପ୍ରସାରିତ "ଯା ଦେବୀ ସର୍ବଃ ଭୂତେଷୁ" କାର୍ଯ୍ୟକ୍ରମର "ମା ଦୁର୍ଗା" ଚରିତ୍ର ପାଇଁ ସେ ପ୍ରସିଦ୍ଧି ଲାଭ କରିଛନ୍ତି । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟକୁ ପହଞ୍ଚାଇବାରେ ତାଙ୍କର ଭୂମିକା ରହିଛି । ବର୍ତ୍ତମାନ ସେ ଭାରତ ସରକାରଙ୍କ ଅଧୀନସ୍ଥ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ମୁଖ୍ୟ ଉପଦେଷ୍ଟା ଏବଂ ଓଡ଼ିଶା ନୃତ୍ୟ ଏକାଡେମୀର ମୁଖ୍ୟ ସମ୍ପାଦକ ତଥା ନୃତ୍ୟଗୁରୁ ଭାବରେ ସକ୍ରିୟ ଅଛନ୍ତି ।
OSCAR-2019
କୋରାପୁଟ ; ତା୦୪-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଚିଟଫଣ୍ଡରେ ୧୦ ହଜାରରୁ କମ ଅର୍ଥ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଥିବା ଜଣାପଡିଛି।କମିଶନଙ୍କ ତଦନ୍ତ ରିପୋର୍ଟ ଆଧାରରେ କୋରାପୁଟ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ୬୯ ଜଣଙ୍କୁ ୩ ଲକ୍ଷ ୬୦ ହଜାର ୪୨୫ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଡରେ ଇ-ଟ୍ରାନ୍ସଫର କରାଯାଇଥିବା ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଦେବବ୍ରତ କରାତି ସୂଚନା ଦେଇଛନ୍ତି।ଏଥିରେ କୋରାପୁଟ ତହସିଲର ୬୬ ଜଣ ଓ ଜୟପୁର ତହସିଲର ୩ ଜଣ ଜମାକାରୀ ରହିଥିବା ସେ ପ୍ରକାଶ କରିଥିଲେ।କମିଶନରଙ୍କ ନିକଟରୁ ୨ ୟ ପର୍ଯ୍ୟାୟରେ ୩୬୫ ଜଣ ଜମାକରୀଙ୍କ ଲିଷ୍ଟ ପହଂଚି ସାରିଛି ତହସିଲଦାରମାନେ ତଦନ୍ତ କରି ରିପୋର୍ଟ ଦେବା ପରେ ସେମାନଙ୍କ ଆକାଉଣ୍ଡକୁ ଅର୍ଥ ଟ୍ରାନ୍ସଫର କରାଯିବ ବୋଲି ସେ ପ୍ରକାଶ କରିଥିଲେ।
OSCAR-2019
କନକ ବ୍ୟୁରୋ: ବିଦ୍ୟୁତ ଆବଣ୍ଟନକାରୀ ସଂସ୍ଥା ରିଲାଏନ୍ସ ଇନଫ୍ରାକୁ ବିଦ୍ୟୁତ ଆପିଲେଟ କୋର୍ଟ ଦ୍ୱାରା ଶକ୍ତ ଝଟକା ଲାଗିଛି । ରିଲାଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ତିନିଟି ବିଦ୍ୟୁତ ବିତରଣ କଂପାନୀ ନେସ୍କୋ, ଓ୍ଵସ୍କୋ ଓ ସାଉଥକୋର ଲାଇସେନ୍ସ ପ୍ରତ୍ୟାହାର ମାମଲାରେ ନୂଆଦିଲ୍ଲୀ ସ୍ଥିତ ବିଦ୍ୟୁତ ଆପିଲେଟ ଟ୍ରିବ୍ୟୁନାଲ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ରାୟକୁ କାଏମ୍ ରଖିଛନ୍ତି । ଆପିଲେଟ ଟ୍ରିବ୍ୟୁନାଲ ଫର୍ ଇଲେକ୍ଟ୍ରିସିଟିର ଅଧ୍ୟକ୍ଷା ବିଚାରପତି ରଂଜନା ପ୍ରସାଦ ଦେଶାଇ ଓ ବୈଷୟିକ ସଦସ୍ୟ ଆଇଜେ କପୁର ଏହି ରାୟ ପ୍ରଦାନ କରିଛନ୍ତି । ଟ୍ରିବ୍ୟୁନାଲର ୧୫୯ ପୃଷ୍ଠାର ରାୟରେ ନେସ୍କୋ, ଓ୍ଵସ୍କୋ ଓ ସାଉଥକୋର ଲାଇସେନ୍ସ ପ୍ରତ୍ୟାହାର ଓ ପ୍ରଶାସକଙ୍କ ନିଯୁକ୍ତିକୁ ବୈଧ ବୋଲି କୁହାଯାଇଛି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଆଦେଶକୁ ଖାରଜ କରିବା ପାଇ ଟ୍ରିବ୍ୟୁନାଲ ନିକଟରେ କୌଣସି ସନ୍ତୋଷଜନକ ଦାବି ଉପସ୍ଥାପନ କରାଯାଇନଥିଲା ବୋଲି ରାୟରେ କୁହାଯାଇଛି । ଆୟୋଗର ଆଦେଶ ଓ ତଥା କଂପାନୀମାନଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ ତଥା ଏହି ପ୍ରସଙ୍ଗର ପୃଷ୍ଠଭୂମିରେ ଅନୁକୂଳତା ସାମଞ୍ଜସ୍ୟ ରହିଥିବା ରାୟରେ କୁହାଯାଇଛି । ଟ୍ରିବ୍ୟୁନାଲର ବିଚାରପତି ଓ ବୈଷୟିକ ସଦସ୍ୟ ରିଲାଏନ୍ସ ଇନଫ୍ରା ପରିଚାଳିତ ତିନୋଟି ଘରୋଇ କଂପାନୀ ନେସ୍କୋ, ଓ୍ଵସ୍କୋ ଓ ସାଉଥ୍କୋର ନାଚୁରାଲ ଜଷ୍ଟିସକୁ ଉଲ୍ଲଙ୍ଘନ କରାଯାଇ ସେମାନଙ୍କୁ ପକ୍ଷ ରଖିବାର ସୁଯୋଗ ଦିଆଯାଉନଥିବାର ଯୁକ୍ତିକୁ ମଧ୍ୟ ଖାରଜ କରି ଦେଇଛନ୍ତି । ୨୦୧୫ ମାର୍ଚ୍ଚ ୪ରେ ଆୟୋଗ ରିଲାଏନ୍ସ ଇନଫ୍ରା ପରିଚାଳିତ ତିନୋଟି କଂପାନୀର ଲାଇସେନ୍ସ ପ୍ରତ୍ୟାହାର କରିନେଇ ତା ଜାଗାରେ ଗ୍ରୀଡକୋ ସିଏମଡିଙ୍କୁ ତିନୋଟି କଂପାନୀର ପ୍ରଶାସକ ରୂପେ ନିଯୁକ୍ତ କରିଥିଲେ । ଇଲେକ୍ଟ୍ରିସିଟି ଆକ୍ଟର ସେକସନ ୧୯ ଅନ୍ତର୍ଗତ ତିନୋଟି କଂପାନୀର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ଦର୍ଶାଇ ସେମାନଙ୍କ ଲାଇସେନ୍ସକୁ ପ୍ରତ୍ୟାହାର କରିନିଆଯାଇଥିଲା । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଆଦେଶକୁ ଚ୍ୟାଲେଞ୍ଜ କରି ତିନି ବିଦ୍ୟୁତ ବିତରଣ ସଂସ୍ଥା ଆପିଲେଟ ଟ୍ରିବ୍ୟୁନାଲ ଫର୍ ଇଲେକ୍ଟ୍ରିସିଟିରେ ଆୟୋଗର ଆଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ତଥା ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଆବେଦନ କରିଥିଲେ । କିନ୍ତୁ ଟ୍ରିବ୍ୟୁନାଲ ଏହାକୁ ଅଗ୍ରାହ୍ୟ କରି ମାମଲାର ଶୁଣାଣି କରିଥିଲେ । ମାମଲାରେ ପକ୍ଷଭୂକ୍ତ ଥିବା ସମସ୍ତ ପକ୍ଷ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ଗତକାଲିର ରାୟରେ ବିଦ୍ୟୁତ ବକେୟା ବିଲ୍ ବାବଦରେ ରିଲାଏନ୍ସ ଇନଫ୍ରାକୁ ଗ୍ରୀଡକୋର ୨୬ଶହ କୋଟି ଟଙ୍କାକୁ କିଭଳି ଆଦାୟ କରାଯିବ ତଥା ଲାଇସେନ୍ସ ବାବଦରେ ରିଲାଏନ୍ସ ପକ୍ଷରୁ ରାଜ୍ୟ ସରକାର କିଭଳି ୧୧୭କୋଟି ଟଙ୍କା ପାଇବେ ସେ ସଂପର୍କରେ ସ୍ପଷ୍ଟ ରୂପେ କିଛି କୁହାଯାଇନାହିଁ । କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ରରେ ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦି ଗ୍ରନ୍ଥମାନଙ୍କରେ ସବିଶେଷ ବିଧି ବିଧାନ ରହିଛି। ଶିଳ୍ପଶାସ୍ତ୍ର ସଂଗ୍ରହ ପୋଥିରେ ୨ୟ ଖଣ୍ଡରେ ରଥର ମୂଳରୁ ଚୂଳ ପର୍ୟ୍ୟନ୍ତ ମୋଟ ୨୭ ଭାଗ କରାଯାଇଛି। ପ୍ରତ୍ୟେକ ଭାଗକୁ ଚଉଠା ଓ ଚଉଠା ଦେଢ଼ ଭାଗକୁ ଅଙ୍ଗୁଳ ବା କଳା କୁହାଯାଏ। ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା। ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ। ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ୨ୟ ଧାରଣାର ଲମ୍ବ ୨୧ ଚଉଠା ଓ ୩ୟ ଧାରଣାର ଲମ୍ବ ୧୫ ଚଉଠା। ମୁହାଣର ଲମ୍ବ ୧୫ ଚଉଠା,କୁଡୁକାର ଲମ୍ବ ଧାରଣ ମହଲାକୁ ୩ ଚଉଠା, ଏପରି ଚାରି କୋଣରେ ୮ କୁଡୁକା ଦେବ। ବଡ଼ ଦୁଇ ଅଖ ଲମ୍ବ ୩୦ ଚଉଠା, ଛୋଟ ଦୁଇ ଅଖ ଲମ୍ବ ୨୪ ଚଉଠା। ଏହି ଏକ ଚଉଠାକୁ ୧୨ ଭାଗ କରାଯାଏ। ୧୭ ଚଉଠ ୮ ଅଙ୍ଗୁଳରେ ବଡ଼ ଅଖ ଦୁଇ ଗୋଟି ପୁଡା ଡାଇ ହାଣିବ। ଗୁଳିର ଉଚ୍ଚ ୫ ଚଉଠ ୮ ଅଙ୍ଗୁଳ ଗୁଳି ବହଳ ଛାଡି ଛାଡି ଅଖରେ କାନ କିଳା ବିନ୍ଧ କରିବ। ମୁହାଣକୁ ଗୁଳି ନିଶ୍ଵାସ ୮ ଅଙ୍ଗୁଳ ଛାଡି ଧାରଣାରେ ଅଖର କାବିଳା କଣ୍ଟା ବିନ୍ଧ କରିବ । ମୁହାଣ ମଝାଲକୁ ୮ ଚଉଠ ୪ ଅଙ୍ଗୁଳ ଛାଡି ବଡ଼ ଅଖ କାବିଳା ବିନ୍ଧ ଧାରଣାରେ କରିବେ । ୧୦ ବାହି ପ୍ରକାରେ ଗୋଜଫୁଲି କରି ଜଳନ୍ତରିଆ ଖୋଜ ବିନ୍ଧ କରିବ । ଧାରଣା ବାହି ଉପରେ ଜିଆ ୮ ଚଉଠରେ ନାଇକା ବିନ୍ଧ କରିବ। ନାଇକା ପାଖ ଜଳନ୍ତରିଆ ଖିଜ ୪ ଚଉଠ ୧୨ଅଙ୍ଗୁଳ ଉଚ୍ଚ ଖୁସି କରିବ । ଏଥି ଉପରେ ଛନ୍ଦା ପକାଇବ। ଚକଡା ଚାରିପାଖ ଧାରଣାକୁ ଛନ୍ଦାକୁ ଟୀକା କରିବ। ଧାରଣା ଉପରଠାରୁ ଜିଆ ମିଶି ନାଇକା ୧୪ ଚଉଠ ରଖି ଖୁସି କରିବ। ସିଂହାସନର ଉଚ୍ଚ ୧୨ ଅଙ୍ଗୁଳ କରିବ। ଜିଆ ବହଳ ୧୨ ଆଙ୍ଗୁଳ କରିବ। ଓସାର ୧ ଚଉଠା ନାଇକା ଉପରେ ୮ଚଉଠାଇ ଚଉତାଳ କରିବ। ପ୍ରଥମେ ଭୂଇଁ ଲଦିବ। ଭୂଇଁ ବହଳ ୫ ଅଙ୍ଗୁଳ ଫୁଲି ଠାରୁ ଭୂଇଁ ଅଁଳା, ୨ ଚଉଠ ୪ ଅଙ୍ଗୁଳ। ଭୂଇଁ ମଝାଲ ସୂତା ଠାରୁ ୨ ଅଙ୍ଗୁଳ ରଖି ଗୈ ହାଣିବ। ପାଖୁଡା ୩ ଚଉଠ ୪ ଅଙ୍ଗୁଳ, କୋଣ ପାଖୁଡା ୧ ଚଉଠ ୪ ଅଙ୍ଗୁଳ, ଫୁଲି ଠାରୁ ୧ ଚଉଠ ଲେଖା ଛାଡି ଦୁଇ ପାଖୁଡା ବସାଇବ। ଏହି ପରି ଚାରିପାଖେ ୧୬ ଗୋଟି ପାଖୁଡା ମାରିବ। ଫୁଲି ଠାରୁ ୧ ଚଉଠ ୨ ଅଙ୍ଗୁଳ ଲେଖାରେ ହଂସପାଦି ପକାଇ ୧ ଚଉଠ ଉଚ୍ଚରେ ଚଢେଇ ଖୋଜ ବସାଇବ। ଏଥି ଉପରେ ପାଖୁଡା ହଂସ ପାଦି ମାରିବ। ଚାରି ପାଖେ ହାରାମାଳି ମାରିବ। ଏଥି ଉପରେ ୬ ଚଉଠରେ ବିନ୍ଧ କରି ୮ ଅଙ୍ଗୁଳ ଛାଡି ଓରା ପକାଇବ। ଏହ ପରେ ୨ୟ ଭୂଇଁ, ୨ୟ ପାଖୁଡା ମାରିବ। ଏପରି ଚାରିଦିଗେ ୧୨ ପାଖୁଡା ମାରିବ। ତୃତୀୟ ପୁର ଭୂଇଁ ଚଉତାଳ ୬ ଚଉଠରେ ବସିବ। ପ୍ରଥମେ ପଟଳ ଲମ୍ବ ୮ ଚଉଠ,ରାହା କାଟଣ ଶେଷ ଠାରୁ ୧୪ ଅଙ୍ଗୁଳ ଉଚ୍ଚ, ୨ୟ ରାହା ମଧ୍ୟ ୧୨ ଅଙ୍ଗୁଳ ଉଚ୍ଚରେ କାଟଣ ହେବ। ଏହି ପରି ଚାରିପାଖ ପଟଳ କରିବ। ପ୍ରଥମ ସାତପୁର ପଟଳ ଉଚ୍ଚ ୨ ଚଉଠ, ସାତପୁରରେ କୋଣ ଓରା ପକାଇ ପଟଳ ଲଦିବ। ପଟଳ ଭୂଇଁ ଉପରଠାରୁ ବଡ଼ ଖୋଜ ମଧ୍ୟ ଚୌତାଳରେ ୨ ଚଉଠ ୧୨ ଅଙ୍ଗୁଳ ରଖି ବସାଇବ। ଏଥି ଉପରେ ପାରାଭାଡି ଭୂଇଁ ୩ ଚଉଠ ୮ଅଙ୍ଗୁଳରେ ଚଉତାଳ କରି ବସାଇବ। ପ୍ରଥମ ସାତପୁର ପଟଳ ଉପରେ ପଟଳ ଭୂଇଁ ଲଦା ହେବ। ୨ୟ ରାହା ୨ ଅଙ୍ଗୁଳ ଲେଖାରେ ପୁରକୁ ପୁର ସାତପୁର କାଟିବ। ୨ୟ ସାତପୁର ପଟଳ ୨ ଚଉଠ କରିବ। ଏଥି ଉପରେ ୧ ଚଉଠ ଉପରେ ମାଙ୍କଡ଼/ଛନ୍ଦା ଦୁଇଗୋଟି ଚଉତାଳ କରି ପକାଇବ। ଦଧିନଉତି ୨ ଚଉଠ ଉଚ୍ଚରେ ମାଙ୍କଡ଼ଛନ୍ଦା ଉପରେ କଳସ ଚକ୍ର ପତାକା ହେବ । କଳଶା ଶିଖା ଠାରୁ ପାରାଭାଡି ଭୂଇଁ ତଳ ପର୍ୟ୍ୟନ୍ତ ଦଖିନଉତି ଖୋଜ ହେବ। ହଂସପଟା,କଣି,ଶଙ୍ଖଦ୍ଵାର,ଜାଲି,ଗାଈପଟା,ସିଂହାସନ,କନକମୁଣ୍ଡେଇ,ଭୂମି,ଷୋଳ,ନାହକ,ମଗରଦଣ୍ଡା,ବସନ୍ତ,ଦୁଆରଘୋଡା,ସାରଥୀ,ପୀଡ଼,କୁମ୍ଭପଟି, ରାହୁପଟି,ଆଠ,ନାହାକା,ପୀଢ଼,ଋଷିପଟା,ଦଣ୍ଡା,ପାରାଭାଡି,ଖପୁରୀ,ପାଦ, ଚକ, ଦଣ୍ଡିଆ,ଅର,ବାଙ୍କି ଓଲଟ ଶୁଆ,ଦଧିନଉତି,କଣ୍ଠି,ଦଣ୍ଡ,ଚକ୍ର ଓ କେତନ । ଶିଳ୍ପ ଶାସ୍ତ୍ରାନୁଯାୟୀ ରଥର ଅଙ୍ଗ ଗୁଡିକୁ ସାଧାରଣତଃ ୧୩ଟି ମୂଖ୍ୟ ଅଙ୍ଗରେ ବିଭକ୍ତ କରାୟାଇଛି। ଯଥା- (୧) ଚକ୍ରପୀଠ, (୨) ଅରଦଣ୍ଡା,(୩)ଗଗରା,(୪) ମୂଳନାଭ,(୫) ବରାଣ୍ଡି,(୬) ହଂସପଟା, (୭) ରଥଗର୍ଭ,(୮) ପାରାଭାଡି,(୯) କଳସ ପୀଠ, (୧୦) ଦଧିନଉତି, (୧୧) କର୍ଣ୍ଣଅଳା,(୧୨) ଧାତୁ କଳସ ଓ (୧୩) ଆୟୁଧ ଧ୍ଵଜା। ରଥପାଦ ଦେଶରୁ ଶୀର୍ଷଦେଶ ପର୍ୟ୍ୟନ୍ତ ଥିବା ଅଂଶ ଗୁଡିକରେ ନିର୍ମାଣ କରାଯାଏ।
OSCAR-2019
ଭୁବନେଶ୍ୱର: ଗତ ୪ ବର୍ଷରେ କୃଷି ଋଣ ୨ ଗୁଣ ବଢ଼ିଛି। ଚାଷୀଙ୍କୁ କୃଷି ଋଣ ଦେବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସ୍ଥାନୀୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ଆୟୋଜିତ ଏକ ସମାରୋହକୁ ସମ୍ବୋଧନ କରି ନବୀନ କହିଛନ୍ତି, କୃଷି ଉତ୍ପାଦନ ବୃଦ୍ଧି ଉପରେ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି। ସେହିଭଳି ଚାଷୀଙ୍କ ଉନ୍ନତି ପାଇଁ ସରକାର ସବୁବେଳେ ତତ୍ପର ଅଛନ୍ତି ବୋଲି ସେ କହିଛନ୍ତି। ଚାଷୀ ସଚେତନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ୩୧୪ଟି ବ୍ଲକର ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରତିଦିନ ପ୍ରତି ପଞ୍ଚାୟତରେ ୨ଜଣ ଚାଷୀ ପ୍ରଶିକ୍ଷଣ ନେବେ। ପ୍ରଶିକ୍ଷୀତ ଚାଷୀ ପଞ୍ଚାୟତ ସ୍ତରର ଅନ୍ୟ ଚାଷୀଙ୍କୁ ପ୍ରଶିକ୍ଷଣ ଦେବେ।
OSCAR-2019
ନୂଆଦିଲ୍ଲୀ: ଗୋରକ୍ଷା ଆଳରେ ଓ ପିଲାଚୋର ସନ୍ଦେହରେ ସଂପ୍ରତି ଦେଶର ବିଭିନ୍ନ ରାଜ୍ୟରେ ଲୋକମାନେ ସଂଘବଦ୍ଧ ହୋଇ ଆଇନ୍‌କୁ ହାତକୁ ନେବା ସହ ଲୋକଙ୍କୁ ଯେପରି ପିଟି ପିଟି ହତ୍ୟା କରୁଛନ୍ତି ତାହା ହେଉଛି ଅପରାଧ। ଏବଂ ଅପରାଧରେ ସଂପୃକ୍ତ ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏପରି ଘଟଣା ଯେପରି ନଘଟେ ତାହାକୁ ନିଶ୍ଚିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ଵିଲ୍‌କର ଓ ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରିବା ଅବସରରେ ଏହି ନିର୍ଦ୍ଦେଶ ଦେବା ସହ ରାଜ୍ୟ ସରକାରମାନେ ଏଦିଗରେ ଅଧିକ ସଚେତନ ରହିବା ସହ ଏପରି ଘଟଣାର ଯେପରି ପୁନରାବୃତ୍ତି ନଘଟେ ତାହାକୁ ନିଶ୍ଚିିତ କରିବାକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କାଳରେ ଅତିରିକ୍ତ ସଲିସିଟର ଜେନେରାଲ ପି ଏସ୍‌ ନରସିଂହା ସ୍ୱୀକାର କରି କହିଥିଲେ ଯେ ଏପରି ଘଟଣା ସବୁ ଏବେ ଦେଶର ଆଇନ୍‌ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଏକ ବଡ଼ ସମସ୍ୟା ରୂପେ ଦେଖା ଦେଇଛି। ଏପରିସ୍ଥିତିରେ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ ଆଇନ୍‌କୁ ହାତକୁ ନେବାର ଅଧିକାର କାହାର ନାହିଁ। ଯଦି କେହି ଆଇନ୍‌କୁ ହାତକୁ ନେଇ ଏପ୍ରକାରର ଅପରାଧ ଘଟାଏ ତେବେ ତା’ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲକ୍ଷ୍ନୌ: ଉତ୍ତରପ୍ରଦେଶର କ୍ୟାବିନେଟ ବୈଠକରେ ପୁଲିସ ମାନୁଆଲରେ ପରିବର୍ତ୍ତନ ଅଣାଯାଇଛି। ସଂଶୋଧନ ପରେ ଏବେ ଉତ୍ତରପ୍ରଦେଶର ପୁଲିସ କର୍ମୀ ଦୁଇଟି ବିବାହ କରି ପାରିବେ ନାହିଁ । ଏହା ସହ ବିବାହ କରିବା ପରେ ଉତ୍ତରପ୍ରଦେଶ ପୁଲିସ ପ୍ରେମିକା ବା କାହା ସହ ଲିଭ୍‌-ଇନ୍‌ରେ ମଧ୍ୟ ରହି ପାରିବେ ବୋଲି ନିୟମ ତିଆରି କରାଯାଇଛି । ବୁଧବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ ବୈଠକ କରାଯାଇଥିଲା । ବୈଠକ ପରେ ଏହି ସୂଚନା ସରକାରଙ୍କ ପ୍ରବକ୍ତା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସିଦ୍ଧାର୍ଥନାଥ ସିଂ ସାମ୍ବାଦିକମାନଙ୍କୁ ଦେଇଥିଲେ। ନୂଆ ନିିୟମ ଅନୁସାରେ ଏବେ କ୍ଲର୍କ, ଅକାଉଣ୍ଟାଣ୍ଟ୍‌,କନ୍‌ଫିଡ଼େନ୍‌ସିଆଲ ଆସିଷ୍ଟାଣ୍ଟ ଦ୍ୱିତୀୟ ବିବାହ ବା ପ୍ରେମିକା ସହ ଲିଭ୍‌ ଇନ୍‌ରେ ରହି ପାରିବେ ନାହିଁ ବୋଲି ସିଦ୍ଧାର୍ଥନାଥ ସିଂ କହିଥିଲେ । ଏହା ସହ ଇନ୍‌ସ୍ପେକ୍ଟର,ସବ୍‌ଇନ୍‌ସ୍ପେକ୍ଟର ଏବଂ କନେଷ୍ଟବଳଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି । କିନ୍ତୁ ଏଥିପାଇଁ ଦୁଇଟି ସର୍ତ୍ତ ମଧ୍ୟ ରଖା ଯାଇଛି । ଯଦି ପର୍ସନାଲ ଲ’ଅନୁଯାୟୀ ଦ୍ୱିତୀୟ ବିବାହ କରିବା ପାଇଁ ଅନୁମତି ଦିଆ ଯାଇଥିବ ତେବେ ଯାଇ ପୁଲିସକର୍ମୀ ଏ ନିୟମକୁ ଉଲ୍ଲଂଘନ କରିପାରିବେ । କିନ୍ତୁ ଯଦି ପର୍ସନାଲ ଲ’ରେ ଦ୍ୱିତୀୟ ବିବାହକୁ ମନା କରାଯାଇଥିବ,ତେବେ ପୁଲିସ କର୍ମୀମାନଙ୍କୁ ବୈଠକରେ ସଂଶୋଧକ କରାଯାଇଥିବା ନିୟମକୁ ମାନିବାକୁ ପଡ଼ିବ । ସୂଚନା ମୁତବକ, ହୋଇଥିବା କ୍ୟାବିନେଟ ବୈଠକରେ ପ୍ରାୟ ୧୭ଟି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି ।
OSCAR-2019
ମହାବିସ୍ଫୋଟ ସିଦ୍ଧାନ୍ତ ବା ବିଗ୍ ବେଂଗ୍ ସିଦ୍ଧାନ୍ତ (ଈଂରାଜୀରେ Big Bang Theory) ବ୍ରହ୍ମାଣ୍ଡର ସୃଷ୍ଟି ଓ ଗଠନ ସମ୍ପର୍କିତ ବୈଜ୍ଞାନିକ ମଡେଲ୍ ଦର୍ଶାଉଥିବା ସିଦ୍ଧାନ୍ତ ।[୧] ବହୁ ପୁରାତନ କାଳରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ବିବର୍ତ୍ତନ ଏହି ମଡେଲ୍ ବା ସିଦ୍ଧାନ୍ତରେ ଦର୍ଶିତ ।[୨][୩][୪] ଏକ ଉତ୍ତପ୍ତ ଓ ଘନ ଅବସ୍ଥାରୁ କିପରି ବ୍ରହ୍ମାଣ୍ଡର ପ୍ରସାରଣ ଘଟିଲା,[୫][୬] ହବ୍ବଲ୍‍ଙ୍କ ନିୟମ, ଆଲୋକ କଣିକା, ବ୍ରହ୍ମାଣ୍ଡର ଗଠନ[୭] ଇତ୍ୟାଦି ବିଷୟରେ ମହାବିସ୍ଫୋଟ ସିଦ୍ଧାନ୍ତ ସମ୍ୟକ୍ ଧାରଣା ଦେଇଥାଏ । ଅତ୍ୟନ୍ତ ଘନ କ୍ଷେତ୍ରରେ ପଦାର୍ଥ ବିଜ୍ଞାନର ସମସ୍ତ ନିୟମ ମହାକର୍ଷଣୀୟ ଏକକତ୍ଵ (gravitational singularity) ପ୍ରାପ୍ତ କରନ୍ତି ଯାହା ମହାବିସ୍ଫୋଟ ଘଟିଥିବା ଅବସ୍ଥା ଆଡ଼କୁ ଇଙ୍ଗିତ କରିଥାଏ । ଏକକତ୍ଵରୁ ବ୍ରହ୍ମାଣ୍ଡ ସୃଷ୍ଟି ହେଲା ନା ବର୍ତ୍ତମାନ ସମୟରେ ଏହି ମହାଜାଗତିକ ପ୍ରକ୍ରିୟା ବୁଝିବାକୁ ଆମ ପାଖରେ ଯଥେଷ୍ଟ ଜ୍ଞାନ ନାହିଁ – ତାହା ପଦାର୍ଥ ବିଜ୍ଞାନୀମାନଙ୍କୁ ମଧ୍ୟ ଅଜଣା । ବର୍ତ୍ତମାନ ବ୍ରହ୍ମାଣ୍ଡର ପ୍ରସାରଣ ହାରରୁ ମହାବିସ୍ଫୋଟ ପ୍ରାୟ ୧୩୮୦ କୋଟି ବର୍ଷ ପୂର୍ବେ ହୋଇଥିବା ଅନୁମାନ କରାଯାଏ । ତେଣୁ ଆମ ବ୍ରହ୍ମାଣ୍ଡର ବୟସ ମଧ୍ୟ ୧୩୮୦ କୋଟି ବର୍ଷ ବୋଲି କୁହାଯାଏ ।[୮] ପ୍ରାରମ୍ଭିକ ବିସ୍ଫୋରଣ ପରେ ବ୍ରହ୍ମାଣ୍ଡ ଶୀତଳ ହେବାକୁ ଲାଗିଲା ଏବଂ ପ୍ରଥମେ ଅବପରମାଣବିକ କଣିକା ଓ ପରେ ଅଣୁ-ପରମାଣୁ ଇତ୍ୟାଦିର ଗଠନ ସମ୍ଭବପର ହୋଇପାରିଲା । ଏପରି ବିଭିନ୍ନ ମୌଳିକ ଉପାଦାନର କଣିକାମାନ ମହାକର୍ଷଣୀୟ ପ୍ରଭାବରେ ଆସି ନକ୍ଷତ୍ର ଏବଂ ଆକାଶଗଙ୍ଗା ଆଦି ଗଠିତ ହେଲା ଯାହା ଆଜି ପର୍ଯ୍ୟନ୍ତ ଆମେ ଦେଖି ପାରୁଛେ । ପ୍ରଥମେ ୧୯୨୭ ମସିହାରେ ଜର୍ଜ୍ ଲେମୈଟର୍ (Georges Lemaître) ନାମକ ଜଣେ ପାଦ୍ରୀ କହିଥିଲେ ଯେ ଅତୀତରେ ଖୋଜିଲେ ବର୍ତ୍ତମାନ ସମୟରେ ପ୍ରସାରଣ ହେଉଥିବା ବ୍ରହ୍ମାଣ୍ଡର ଉତ୍ସ ଏକକତ୍ଵ ଥିଲା ବୋଲି ଜଣା ପଡ଼ିବ ଏବଂ ସେବେଠାରୁ ବୈଜ୍ଞାନିକମାନେ ତାଙ୍କର ଏହି ଉକ୍ତିକୁ ନିଜ ଗବେଷଣାର ଆଧାର ଭୂମି ନେଇ କାମ ଆରମ୍ଭ କରିଥିଲେ । ତେବେ ଏହି ତତ୍ତ୍ଵ ଓ ସ୍ଥିତାବସ୍ଥା ସିଦ୍ଧାନ୍ତ (Steady State Theory) ସମ୍ପର୍କରେ ବୈଜ୍ଞାନିକମାନଙ୍କ ମତ ବିଭାଜିତ ଥିଲା । କାରଣ କିଛି ବୈଜ୍ଞାନିକ ମହାବିସ୍ଫୋଟ ଓ ଅନ୍ୟ କିଛି ସ୍ଥିତାବସ୍ଥା ତତ୍ତ୍ଵର ସମର୍ଥନ କରୁଥିଲେ । ତେବେ ମହାବିସ୍ଫୋଟର ଅନେକ ବୈଜ୍ଞାନିକ ପ୍ରମାଣ ମିଳିବା ପରେ ବର୍ତ୍ତମାନ ଏହି ସିଦ୍ଧାନ୍ତ ସମସ୍ତଙ୍କଦ୍ୱାରା ଗୃହୀତ ହୋଇଅଛି ।[୯] ୧୯୨୯ ମସିହାରେ ମହାଜାଗତିକ ଲୋହିତ ବିସ୍ଥାପନ ପରୀକ୍ଷଣରୁ ଏଡ୍‍ୱିନ୍ ହବ୍ବଲ୍ ନିରୂପଣ କରି କହିଲେ ଯେ ଆକାଶଗଙ୍ଗାମାନେ କ୍ରମଶଃ ପରସ୍ପରଠାରୁ ଦୂରକୁ ଯାଉଛନ୍ତି ଓ ବ୍ରହ୍ମାଣ୍ତ କ୍ରମଶଃ ପ୍ରସାରିତ ହେଉଥିବା ଯୁକ୍ତି ପାଇଁ ଏହା ପ୍ରମାଣ ଯୋଗାଇଲା । ମହାବିସ୍ଫୋଟ ସିଦ୍ଧାନ୍ତ ଅନୁଯାୟୀ ବ୍ରହ୍ମାଣ୍ଡର ସୃଷ୍ଟି ବେଳକୁ ପୃଷ୍ଠରେ ବିକିରଣ ରହିଥିଲା; ତେଣୁ ୧୯୬୪ ମସିହାରେ ଖଗୋଳୀୟ ସୂକ୍ଷ୍ମତରଙ୍ଗ ପୃଷ୍ଠ ବିକିରଣ (cosmic microwave background radiation) ଆବିଷ୍କୃତ ହେବା ପରେ ମହାବିସ୍ଫୋଟ ମଡେଲ୍ ସପକ୍ଷରେ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ମିଳିଲା ।[୧୦] ବର୍ତ୍ତମାନ ସମୟରେ ଦେଖାଯାଇଥିବା ସୁପର୍‍ନୋଭା ଲୋହିତ ବିସ୍ଥାପନରୁ ଏହି ପ୍ରସାରଣ କ୍ରମେ ତ୍ଵରାନ୍ଵିତ ହୋଇ ଚାଲିଛି ଓ ଏଥିରେ କୃଷ୍ଣ ଶକ୍ତି (dark energy)ର ଭୂମିକା ରହିଛି ବୋଲି ଅନୁମାନ କରାଯାଏ ।[୧୧] ପଦାର୍ଥ ବିଜ୍ଞାନର ବିଭିନ୍ନ ନିୟମର ପ୍ରୟୋଗ କରି ବ୍ରହ୍ମାଣ୍ଡର ସୃଷ୍ଟି ତଥା ଅତୀତର ବିଭିନ୍ନ ସମୟର ଅବସ୍ଥା (ଘନତା, ତାପମାତ୍ରା,.. ଇତ୍ୟାଦି) ନିର୍ଦ୍ଧାରିତ ହୋଇପାରିଛି ।[୧୨] ବ୍ରହ୍ମାଣ୍ଡର ସୃଷ୍ଟି ସମ୍ପର୍କରେ ଆଲୋକପାତ କରୁଥିବାରୁ ମହାବିସ୍ଫୋଟର କିଛି ଉପାଦାନ ଧର୍ମ ଓ ଦର୍ଶନ ଶାସ୍ତ୍ରରେ ଆଦୃତ ହୋଇଛି ।[୧୩][୧୪] ଏହି ତତ୍ତ୍ଵ ଯୋଗୁଁ ବିଜ୍ଞାନ ଓ ଧର୍ମ ନିକଟତର ହୋଇଛନ୍ତି ବୋଲି କିଛି ମତ ମଧ୍ୟ ପ୍ରକାଶ ପାଇଛି ।[୧୫] ମହାବିସ୍ଫୋଟ ଜଣେ ମହାନ ସୃଷ୍ଟିକର୍ତ୍ତାଙ୍କଦ୍ଵାରା କରାଯାଇ ବ୍ରହ୍ମାଣ୍ଡର ରଚନା ହୋଇଥିବା,[୧୬][୧୭] ପବିତ୍ର ଗ୍ରନ୍ଥମାନଙ୍କରୁ ଏହାର ଆଭାସ ମିଳିବା[୧୮] ବିଶ୍ଵାସ ସୃଷ୍ଟି ହୋଇଛି । ପୁଣି ଅପରପକ୍ଷେ ମହାବିସ୍ଫୋଟ ଭଗବାନଙ୍କ ସତ୍ତାକୁ ଆହ୍ଵାନ କରେ ବୋଲି ମଧ୍ୟ କିଛି ଧାର୍ମିକ ମତବାଦ ପ୍ରକାଶ ପାଇଛି । [୧୪][୧୯]
OSCAR-2019
କନକ ବ୍ୟୁରୋ : ଭିତ୍ତିଭୁମି ନଥାଇ ଖୋଲି ଦେଲେ ବିଦ୍ୟାଳୟ । ନିଜସ୍ୱ ଗୃହ ନଥିବାରେ କେଉଁଠି ମନ୍ଦିର ଭିତରେ ତ ଆଉ କେଉଁଠି ପର ବାରଣ୍ଡାରେ ଚାଲିଛି ସ୍କୁଲ । ଗୋଟିଏ ସ୍ଥାନରେ ଜାକିଜୁକି ହୋଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଯେଉଁଠି ବସିବା ପାଇଁ ଜାଗା ଟିକେ ମିଳୁନାହିଁ ସେଠାରେ ପିଲାଙ୍କ ପାଠ କଣ ପଢିବେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ପଢ଼ନ୍ତୁ ରାଜ୍ୟର ୩ଟି ଜିଲ୍ଲାର ୩ଟି ସରକାରୀ ସ୍କୁଲର ବାସ୍ତବ ଚିତ୍ର । ୧୦ ବର୍ଷ ହେଲା ତ୍ରିନାଥ ମନ୍ଦିର ଭିତରେ ଚାଲିଛି ଭବାନୀପାଟଣା ରାଇସିଂପୁର ପ୍ରାଥମିକ ବିଦ୍ୟାଳୟ । ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୁରରେ ଥିବା ସ୍କୁଲର ଶ୍ରେଣୀ ଗୃହ ନଥିବାରୁ ୨୩ ଜଣ ଛାତ୍ରଛାତ୍ରୀ ମନ୍ଦିର ଭିତରେ ପଢୁଛନ୍ତି । ଗୋଟିଏ ପଟେ ପୂଜାପାଠ କରାଯାଉଥିବା ବେଳେ ଅନ୍ୟପଟେ ଶିକ୍ଷାଦାନ କରୁଛନ୍ତି ୩ ଜଣ ଶିକ୍ଷକ । ସ୍କୁଲର ଏଭଳି ଅବସ୍ଥା ପ୍ରତି କାହାର ନଜର ନଥିବା ବେଳେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇଥିବା ଏସଏସଜି ଗ୍ରୁପର ମହିଳାମାନେ ନିଜ ନିଜ ଘରେ ପାଳି କରି ମଧ୍ୟାହ୍ନ ଭୋଜନ ରାନ୍ଧି ଯୋଗାଉଛନ୍ତି । କେନ୍ଦୁଝର ବାଂଶପାଳ ବ୍ଲକର ଆଦିବାସୀ ଅଧୁଷିତ ଅଂଚଳ ଭେଜିଡିହ । ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୬ କିଲୋମିଟର ଦୂର ଏହି ଗାଁରେ ୨୦୧୪ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିଛନ୍ତି ସରକାର । କିନ୍ତୁ ସ୍କୁଲର ନିଜସ୍ୱ ଗୃହ ନଥିବାରୁ ସାହିର ଏକ କ୍ଲବ ଘର ବାରଣ୍ଡାରେ ପାଠ ପଢୁଛନ୍ତି ପ୍ରଥମରୁ ପଂଚମ ଯାଏଁ ଛାତ୍ରଛାତ୍ରୀ । ବିଦ୍ୟାଳୟର ନିଜସ୍ୱ ଗୃହ ନିର୍ମାଣଧିନ ରହିଛି, ଯଥାଶିଘ୍ର ଶେଷ ହୋଇ ସ୍କୁଲକୁ ସ୍ଥାୟୀ ଘରକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଡିପିସି । ୧୪୯ ନମ୍ବର ଜାତୀୟ ରାଜପଥ କଡରେ ରହିଛି ଅନୁଗୁଳ କଣିହା ବ୍ଲକ ସିପୁରର ୩୩ ବର୍ଷର ପୁରୁଣା ନନ୍ଦ କିଶୋର ହାଇସ୍କୁଲ । ଯେଉଁଠି ଭାଙ୍ଗି ଗଲାଣି ବେଂଚ ଡେସ୍କ, ଉଡି ଗଲାଣି ସ୍କୁଲର ଆଜବେଷ୍ଟ । ହେଲେ ଭଙ୍ଗା ଘର ଭିତରେ ଅତି ବିପଦ ସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ଅଷ୍ଟମରୁ ଦଶମ ଯାଏଁ ୧୬୨ ଛାତ୍ରଛାତ୍ରୀ । ରାଜପଥରେ ପ୍ରତିଦିନ ରାଜନେତା, ବିଭାଗୀୟ ଅଧିକାରୀ ଯା’ଆସ କରୁଛନ୍ତି, ହେଲେ ସ୍କୁଲ ଉପରେ କାହାର ନଜର ପଡୁନଥିବା ଅଭିଯୋଗ ହୋଇଛି ।
OSCAR-2019
କନକ ବ୍ୟୁରୋ: ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଏମସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି । ଚଳିତବର୍ଷ ଅଗଷ୍ଟ ୨୯ରୁ ୩୧ ପର୍ଯ୍ୟନ୍ତ ତିନି ଦିନ ଧରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏଥିରେ ଆଧୁନିକ କଂସେଇଖାନା, ମଶାଣି, ପାର୍କ, ଶୌଚାଳୟ, ପୋଖରୀ ପୁନରୁଦ୍ଧାର, ବ୍ୟାୟାମଶାଳା, ଗୋଷ୍ଠୀ କେନ୍ଦ୍ର, ଡେ’ କେୟାର୍ କେନ୍ଦ୍ର, ଭେଣ୍ଡିଂ ଜୋନ୍, ବିଏମସି ହସ୍ପିଟାଲର ନବୀକରଣ, ହୃଦରୋଗ ବିଭାଗର ଉଦଘାଟନ ଆଦି ରହିଛି । ଏଥିରୁ କେତୋଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିବାକୁ ଥିବାବେଳେ ଆଉ କେତୋଟି ପ୍ରକଳ୍ପକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ ମେୟର ଅନନ୍ତ ନାରାୟଣ ଜେନା ଉଦଘାଟନ କରିବାକୁ ନିଷ୍ପତ୍ତି ହୋଇଛି । ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତ ହୋଇଛି ଚିଠା ପ୍ରକଳ୍ପ ତାଲିକା । ଚଳିତ ବର୍ଷ ୬୭ଟି ନୂତନ ପ୍ରକଳ୍ପ ରାଜଧାନୀବାସୀଙ୍କୁ ଭେଟି ଦେବାକୁ ନିଷ୍ପତ୍ତି ହୋଇଛି । ଏଥିରେ ୪୪ଟି ପ୍ରକଳ୍ପର ଉଦଘାଟନ ହେବ ବୋଲି ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଆଜି ସମସ୍ତ କର୍ପୋରେଟର ଓ ବିଏମସି ଅଧିକାରୀଙ୍କୁ ନେଇ ବିଏମସି ଅଧୀନରେ ନିର୍ମଣାଧୀନ ଏବଂ ନିର୍ମାଣ ପାଇଁ ଯୋଜନା ହୋଇଥିବା ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହେବ । କର୍ପୋରେଟରଙ୍କ ଦାବି ଯଦି କିଛି ଥିବ ତେବେ ତାହାକୁ ଚୂଡ଼ାନ୍ତ ତାଲିକାରେ ସାମିଲ୍ କରାଯାଇପାରେ ବୋଲି କୁହାଯାଇଛି । ଗତକାଲି ବସିଥିବା ପ୍ରସ୍ତୁତି ବୈଠକରେ ମେୟର ଅନନ୍ତ ନାରାୟଣ ଜେନା ଏବଂ ଡେପୁଟି ମେୟର କେ.ଶାନ୍ତିଙ୍କ ସମେତ ବିଏମସି ସେକ୍ରେଟାରି ଦେବାଶିଷ ମହାନ୍ତି, ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର, ତିନିଟି ଜୋନର ଜୋନାଲ ଡେପୁଟି କମିସନର ଏବଂ ଇଞ୍ଜିନିୟରିଂ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ନୂଆଗାଁ ପେଟ୍ରୋଲ୍ ପମ୍ପଠାରୁ ସାମନ୍ତରାପୁର ଯାଏ ଏଲଇଡି ଷ୍ଟ୍ରିଟ୍ ଲାଇଟର ଲୋକାର୍ପଣ ହେବାକୁ ଥିବା ବେଳେ ସିଆରପି ଛକଠାରେ ନୂତନ ହାଇମାଷ୍ଟ୍ ଲାଇଟର ଉଦଘାଟନ ହେବ । ପୋଖରୀ ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟ କରଣ ପାଇଁ ଚଳିତ ବର୍ଷ ଗୁରୁତ୍ୱ ଦିଆଯାଇଛି । ସ୍ୱାୟତ୍ତ ଶାସନ ଦିବସରେ ପନୁରୁଦ୍ଧାର ହୋଇଥିବା ଦୁଇଟି ପୋଖରୀକୁ ଲୋକାର୍ପିତ କରାଯିବ । ଏଥିରେ ୱାର୍ଡ ୧୦ରେ ଥିବା ଭୋଟପଡ଼ା ପୋଖରୀ ପୁନରୁଦ୍ଧାର ପାଇଁ ୧୯ଲକ୍ଷ ୪୧ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଓ୍ଵାର୍ଡ-୫୨ରେ କଂସାରୀ ଝରଣା ଏବଂ ଓ୍ଵାର୍ଡ-୫ ଅନ୍ତର୍ଗତ ଚକେଇସିହାଣିର ଉଗଳମଣି ପୋଖରୀ ପାଇଁ ୧୮ଲକ୍ଷ ୭୫ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଚଳିତ ରାଜଧାନୀର ବିଭିନ୍ନ ସ୍ଥାନରେ ଏକାଧିକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ହୋଇଥିବା ବେଳେ କେତେକ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ସ୍ଥିର ହୋଇଛି । ୱାର୍ଡ -୧ ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ୧୩ଲକ୍ଷ ୭୦ ହଜାର ଟଙ୍କାରେ ନିର୍ମିତ ଗୋଷ୍ଠୀ କେନ୍ଦ୍ର, ୱାର୍ଡ -୨୨ ଅନ୍ତର୍ଗତ ଭରତପୁର ଠାରେ ୧କୋଟି ୪୪ଲକ୍ଷ ଟଙ୍କାରେ ନିର୍ମିତ କ୍ଲଷ୍ଟର୍ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ ହେବ, ୱାର୍ଡ-୨୮ ଅନ୍ତର୍ଗତ ନୂଆପଲ୍ଲୀ ଶବର ସାହିରେ ୧୮ଲକ୍ଷ ୩୫ ହଜାର ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ରର ଉଦଘାଟନ ସହ ୱାର୍ଡ ୧୩ରେ ବିଡିଏ କଲୋନି ଚନ୍ଦ୍ରଶେଖରପୁରରେ ଏକ ଗୋଷ୍ଠୀ କେନ୍ଦ୍ର ପାଇଁ ଶିଳାନ୍ୟାସ ହେବାକୁ ସ୍ଥିର ହୋଇଛି । ବିଭିନ୍ନ ୱାର୍ଡରେ ୧୪ଟି ପାର୍କର ଭିତ୍ତିପ୍ରସ୍ତର ଏବଂ ଉଦ୍ଘାଟନ ହେବାକୁ ଥିବାବେଳେ ସେଥିମଧ୍ୟରୁ ଡୁମୁଡୁମାଠାରେ ଅମୃତ ମିସନରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାର୍କକୁ ଲୋକାର୍ପିତ କରାଯିବ । ସେହିପରି ୱାର୍ଡ-୭ର ଚନ୍ଦ୍ରଶେଖରପୁର ଆରଟିଓ ଅଫିସ୍ ନିକଟରେ ୧୮ ଲକ୍ଷ ୪୫ ହଜାର ଟଙ୍କାରେ ନିର୍ମିତ ପାର୍କ, ଓ୍ଵାର୍ଡ-୧୧ରେ ଭିଏସଏସ୍ ନଗରରେ ୧୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାର୍କ ଲୋକାର୍ପିତ ହେବ । ପ୍ରତି ଓ୍ଵାର୍ଡରେ ବିଏମସି ପକ୍ଷରୁ ଶ୍ମଶାନ କରିବାକୁ ସ୍ଥିର ହୋଇଥିବାବେଳେ ସ୍ୱାୟତ୍ତ ଶାସନ ଦିବସରେ ବରମୁଣ୍ଡା ଅଞ୍ଚଳ ପାଇଁ ନିର୍ମାଣ ହୋଇଥିବା ଶ୍ମଶାନକୁ ଲୋକାର୍ପିତ କରାଯିବ। ଓ୍ଵାର୍ଡ ୫୦ ଅନ୍ତର୍ଗତ ଏହି ଶ୍ମଶାନ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଗାଡ଼କଣଠାରେ ଥିବା ଶ୍ମଶାନର ଉନ୍ନତିକରଣ ପାଇଁ ୨୬ଲକ୍ଷ ୨୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ହୋଇଛି । ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ । ସ୍ୱାୟତ୍ତ ଶାସନ ଦିବସରେ ୧୫ଟି ହାଇବ୍ରିଡ୍ ଟଏଲେଟ୍ ଏବଂ ୬ଟି କମ୍ୟୁନିଟି ଟଏଲେଟର ଉଦଘାଟନ ହେବ । ହାଇବ୍ରିଡ୍ ଟଏଲେଟଗୁଡ଼ିକ ସୁଲଭ ଇଣ୍ଟରନ୍ୟାସନାଲ୍ ପରିଚାଳନା କରିବାକୁ ଥିବା ବେଳେ କମ୍ୟୁନିଟି ଟଏଲେଟଗୁଡ଼ିକ ପ୍ରୋଜେକ୍ଟ ସମ୍ମାନ ଅଧୀନରେ ନିର୍ମିତ ହୋଇଛି ଯାହା ୱାର୍ଡ ସାନିଟେସନ୍ କମିଟି ଦ୍ୱାରା ପରିଚାଳିତ ହେବ। ଚଳିତ ବର୍ଷ ୱାର୍ଡ ନମ୍ବର ୯ରେ ଗାଡ଼କଣ ଏବଂ ୱାର୍ଡ -୧୮ ଅନ୍ତର୍ଗତ ପାଣ୍ଡରା ଛକରେ ନୂତନ ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଛି । ଅର୍ବାନ୍ ଚାଲେଞ୍ଜ ଫଣ୍ଡ୍ରେ ନିର୍ମିତ ଏହି ଭେଣ୍ଡିଂ ଜୋନଗୁଡ଼ିକ ଉଦଘାଟନ ହେବ। ଗାଡ଼କଣଠାରେ ୪୧ଟି ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଛି । ବିଭିନ୍ନ ୱାର୍ଡରେ ଡେ କେୟାର୍ କେନ୍ଦ୍ର, ବ୍ୟାୟାମଶାଳା, କଂସେଇଖାନା ଏବଂ ୱାଟର୍ ଏଟିଏମ୍ ଭଳି କେତେକ ପ୍ରକଳ୍ପ ଉଦଘାଟନ ହେବ । ଏହାସହ ବିଏମସି କାର୍ଯ୍ୟାଳୟରେ ପାର୍କିଂ ବ୍ୟବସ୍ଥା ପାଇଁ ସେଡ୍ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ହେବ।
OSCAR-2019
ଆରବିଆଇ ଜାରି କଲା ନୂଆ ୧୦୦ ଟଙ୍କିଆ ନୋଟ୍ । ତେବେ ଆରବିଆଇ ବର୍ତ୍ତମାନ ଏହି ନୂଆ ୧୦୦ଟଙ୍କିଆ ନୋଟକୁ ପ୍ରଥମେ ନିଜ କର୍ମଚାରୀମାନଙ୍କୁ ବାଂଟିଛି । ଏହାପରେ ଏସିବଆଇର ମୁଖ୍ୟାଳୟକୁ ମଧ୍ୟ ପଠାଇସାରିଛି । ଯାହାଦ୍ୱାରା ଆସନ୍ତା ସପ୍ତାହକୁ ନୂଆ ୧୦୦ ଟଙ୍କିଆ ନୋଟ୍ ସାଧାରଣ ଲୋକଙ୍କ ହାତକୁ ଚାଲିଆସିବ । ସେହିପରି ନୂଆ ନୋଟ୍ ଜାରି କରିବା ପରେ ପୁରୁଣା ନୋଟକୁ ନେଇ ଆରବିଆଇ ପକ୍ଷରୁ କୁହାଯାଇଛି କି, ପୂର୍ବରୁ ଯେଭଳି ଭାବରେ ୧୦୦ ଟଙ୍କିଆ ନୋଟ୍ ଚାଲିଥିଲା ନୂଆ ନୋଟ ଜାରି ହେଲା ପରେ ବି ତାହା ସ୍ୱଭାବିକ ଭାବେ ଚାଲିବ । ଅର୍ଥାତ୍ ଉଭୟ ପୁରୁଣା ଏବଂ ନୂଆ ନୋଟ୍ ବଜାରରେ ଚାଲିବ । ସୂଚନା ମୁତାବକ, ୧୦୦ ଟଙ୍କିଆ ନୂଆ ନୋଟ୍ ପ୍ରଥମେ ଆରବିଆଇ ନିଜ କର୍ମଚାରୀମାନଙ୍କୁ ପ୍ରଦାନ କରିଛି । ଏହାପରେ ଏସବିଆଇର ମୁଖ୍ୟ ଶାଖାକୁ ମଧ୍ୟ ଏହି ନୂଆ ନୋଟ୍ ପଠାଇଦିଆଯାଇଛି । ଏବଂ ଏସବିଆଇ ମୁଖ୍ୟ ଶାଖାରୁ ଅନ୍ୟ ବ୍ୟାଙ୍କଗୁଡିକୁ ପଠାଇବାର ପ୍ରକ୍ରିୟାକୁ ମଧ୍ୟ ଆରମ୍ଭ କରିଦିଆଯାଇଛି । ତେବେ ଚେଷ୍ଟ କରେନ୍ସିରୁ କେଉଁ ଶାଖାରେ କେତେ ପରିମାଣର ଟଙ୍କା ପଠାଯିବ ତାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିହୋଇସାରିଛି । ଆରବିଆଇର ସୂଚନା ମୁତାବକ, ପାଖାପାଖି ୮୦୦ କୋଟି ଟଙ୍କାର ନୂଆ କରେନ୍ସି ଆସିଛି । ନୂଆ ୧୦୦ ଟଙ୍କିଆ ନୋଟର ପଛ ପଟ ଭାଗରେ ୟୁନେସ୍କୋର ବିଶ୍ୱ ସ୍ମାରକ ସୂଚୀରେ ସାମିଲ ଗୁରୁରାଟର ପାଟଣାସ୍ଥିତ ରାଣୀଙ୍କ ରାଜଉଆସ ସ୍ଥାନ ପାଇଛି । ଏଥିସହିତ ହାଲକା ବାଇଗଣୀ ରଙ୍ଗର ଏହି ନୂଆ ନୋଟରେ ଦୁଇ ଡର୍ଜନରୁ ବି ଅଧିକ ସିକ୍ୟୁରିଟି ଫିଚର ରହିଛି ।
OSCAR-2019
ଭଂଜନଗର: ବହୁଚର୍ଚ୍ଚିତ ଚିକେନ୍‌ ରବି ହତ୍ୟା ମାମଲାର ଅଭିଯୁକ୍ତ ସୁଶାନ୍ତ ବିଷୋୟୀଙ୍କୁ ହତ୍ୟା ଯୋଜନା ଓ ଗତ ୮ ତାରିଖରେ ତାଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ଭଂଜନଗର ସ୍ୱତନ୍ତ୍ର ଉପକାଗାରରେ ହୋଇଥିଲା। ପୁଲିସର ଏହି ଚାଞ୍ଚଲ୍ୟକର ତଥ୍ୟ ପରେ ପୁଣି ଚର୍ଚ୍ଚା ଘେରକୁ ଆସିଛି ଭଂଜନଗର ଜେଲ୍‌। ଅପରାଧୀ ମାନେ ବେଶ୍‌ ଆରାମ୍‌ରେ ଏଠାରୁ ସେମାନଙ୍କ ଅପରାଧ ନେଟ୍‌ଓ୍ଵର୍କକୁ ପରିଚାଳିତ କରୁଥିବା ଏଥିରୁ ପ୍ରମାଣିତ ହୋଇଛି। ଫଳରେ ୨୦୧୩ ମସିହା ଫେବୃଆରୀ ୧୨ ତାରିଖରେ ଏଠାରେ କାଳିଆ ସ୍ୱାଇଁଙ୍କୁ ହତ୍ୟା ଭଳି ଘଟଣାର ପୁଣି ପୁନରାବୃତ୍ତି ହେବ କି ?, ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ସୁରକ୍ଷାକୁ ନେଇ ପୁଣି ଥରେ ବିରାଟ ପ୍ରଶ୍ନବାଚୀ ମନରେ ଉଙ୍କି ମାରିବାରେ ଲାଗିଛି । ତେବେ ୧୮୨ ବର୍ଷ ପୁୁରୁଣା ଏହି ଜେଲ୍‌ରେ ଅନେକ ଲୋମହର୍ଷଣକାରୀ ଘଟଣା ଘଟିଥିବାର ନଜିର୍‌ ରହିଛି। ୧୯୯୭ ମସିହାରେ ୬ଜଣ ଅଭିଯୁକ୍ତ ଜେଲ କର୍ମଚାରୀଙ୍କୁ ମାଡ଼ ମାରି ତାଙ୍କୁ ସେଲରେ ପଶାଇ ଫେରାର ହେବା ୨୦୦୭ରେ ଅଭିଯୁକ୍ତ ପୁନିଆ ନାୟକ, ୨୦୧୩ରେ ଅଭିଯୁକ୍ତ ବିଶ୍ୱନାଥ ସ୍ୱାଇଁ ଜେଲ କାନ୍ଥ ଡେଇଁ ଚମ୍ପଟ ମାରିଥିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ବର୍ତମାନ ପୁଣି ଥରେ ଅପରାଧୀ ମାନେ ସେମାନଙ୍କ ନେଟ୍‌ଓ୍ଵର୍କକୁ ସକ୍ରିୟ କରିବା କର୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଫଳରେ ଏହି ଘଟଣା ପରେ ସୁରକ୍ଷାକୁ ନେଇ ଭିତ୍ତିଭୂମି ବିକାଶକୁ କର୍ତୃପକ୍ଷ କେତେଦୂର ଗୁରୁତ୍ୱର ସହ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଛି । ମରାଠୀ ସାହି ଓ ଗାନ୍ଧି କୈଳାସ ପାହାଡ଼ ମଧ୍ୟରେ ଥିବା ଏହି ଜେଲ୍‌ରେ ୨୧୦ରୁ ୨୩୦ ଅପରାଧୀ ରହୁଛନ୍ତି। ହେଲେ କଏଦୀ ସଂଖ୍ୟା ବଢୁଥିବା ବେଳେ ସେହି ଅନୁପାତରେ ଭିିତ୍ତିଭୂମି ସୁବିଧା ନାହିଁ। ୧୫ରୁ ୨୦ଜଣ ହାର୍ଡକୋର ଅପରାଧୀ ଓ ଜଣେ ନକ୍ସଲଙ୍କୁ ଏଠାରେ ରଖାଯାଇଛି। ସୁରକ୍ଷାକୁ ଆଖି ଆଗରେ ରଖି ସିସି କ୍ୟାମେରା ଖଞ୍ଜାଯାଇଥିବା ଏପିଆର୍‌ ଫୋର୍ସ ଗାର୍ଡ ମଧ୍ୟ ମୁତୟନ କରାଯାଇଛି। ତଥାପି ଏଠାରେ ପ୍ରତିଟି ମୂହୁର୍ତରେ ଭୟର ବାତାବରଣ ଦେଖା ଦେଇଥାଏ। ରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଜେଲ ଥିବାରୁ ଜାମର ବ୍ୟବସ୍ଥା ସମ୍ଭବପର ହେଉନାହିଁ । ଜେଲ ନିରୀକ୍ଷଣ ପାଇଁ ଟାଓ୍ଵାର ମଧ୍ୟ ନାହିଁ । ୧୪ ଫୁଟ୍‌ ଉଚ୍ଚର ପାଚେରୀକୁ ଛାଡ଼ି ଦେଲେ ସେପରି ଆଉ ବିଶେଷ କିଛି ସୁରକ୍ଷା ବ୍ୟବସ୍ଥା ନାହିଁ । ଫଳରେ ଅନାୟସରେ ଗୁଟ୍‌ଖା, ମୋବାଇଲ୍‌ଠୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଜେଲ୍‌ ଭିତରକୁ ଯାଇପାରୁଛି। କଏଦୀ ମାନେ ବେଶ୍‌ ଆରାମରେ ଏହାର ସୁବିଧା ଉଠାଉଛନ୍ତି। ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟାୟ କ୍ରମେ ଚଢଉ ବି ହେଉନି। ୪ ବର୍ଷ ତଳେ ଫାଇଲିନ୍‌ ପରେ ଏହି ଜେଲ୍‌ର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଥିଲା। ବହୁ ସେଲ୍‌ର ଟିଣ ଭାଙ୍ଗିରୁଜି ଯାଇଛି। ଫଳରେ ଲଘୁଚାପ ବର୍ଷା ଓ ବାତ୍ୟା ସଂକେତ ଆସିବା ମାତ୍ରେ ଅନ୍ତେବାସୀଙ୍କ ସୁରକ୍ଷା ପାଇଁ ଚିନ୍ତା ବଢିଯାଉଥିଲା। ଫଳରେ ନୂଆ କୋଠା ନିର୍ମାଣ ହୋଇ ଚଳିତବର୍ଷ ଜାନୁଆରୀ ମାସରେ ଏହା ହସ୍ତାନ୍ତର ହେବାର ଥିଲା। କିନ୍ତୁ ବର୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନି। ଆସନ୍ତାମାସରେ ଏହା ହସ୍ତାନ୍ତର ହେବା ସମ୍ଭାବନା ରହିଛି ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି।
OSCAR-2019
ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଏକ କଳଙ୍କିତ ଘଟଣା ସାମନାକୁ ଆସିଛି। ବିଶ୍ୱବିଦ୍ୟାଳୟ ଗୃହ ବିଜ୍ଞାନ ଶେଷ ବର୍ଷର ଜଣେ ପିଜି ଛାତ୍ରୀଙ୍କୁ ଜଣେ ଠିକା ଅଣଶିକ୍ଷକ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବିଭାଗର ଗୋପନୀୟ-୩ ସେକ୍ସନ୍‍ରେ କାର୍ଯ୍ୟରତ ଯୁବ କର୍ମଚାରୀ ଜଣକ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ବିଭାଗରେ ଥିବାରୁ ଛାତ୍ରୀଙ୍କ ପରୀକ୍ଷା ଫଳାଫଳ ତାଙ୍କ ହାତରେ ଥିବା ଦର୍ଶାଇ ସେ ତାଙ୍କ ସହ ସଂପର୍କ ରଖିବାକୁ ବାରମ୍ବାର ବ୍ଲାକମେଲ୍‍ କରି ଆସୁଥିଲେ। ଘଟଣା ସଂପର୍କରେ ଛାତ୍ରୀ ଜଣକ ତାଙ୍କ ଜଣେ ସାଙ୍ଗର ବାପା ତଥା କଂଗ୍ରେସର ଜଣେ ପୂର୍ବ ମନ୍ତ୍ରୀଙ୍କୁ ଜଣାଇଥିଲେ। ଏହିି କଂଗ୍ରେସ ନେତା ସ୍ନାତକୋତ୍ତର ଗୃହ ବିଜ୍ଞାନ ବିଭାଗ ମୁଖ୍ୟ ଓ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଘଟଣାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି ଶ୍ରୀ ବେହେରା କହିଛନ୍ତି।
OSCAR-2019
ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସମୟର ବିବର୍ତ୍ତନ ଓ ଅଗ୍ରଗତି ସହ ତାଳ ଦେଇ ଓଡ଼ିଆ ସାରସ୍ୱତ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବା ସତ୍ତ୍ୱେ ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ତ୍ରାଣକର୍ତ୍ତା ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତି ଆମ ସାହିତ୍ୟରେ ଏବେବି ଅନତିକ୍ରମଣୀୟ ହୋଇ ରହିଛନ୍ତି ବୋଲି ଭଦ୍ରକସ୍ଥିତ ମହେନ୍ଦ୍ର ଭବନ ପରିସର ବିବେକାନନ୍ଦ ପାଠ ଭବନରେ ଆୟୋଜିତ ଫକୀରମୋହନ ଜୟନ୍ତୀରେ ମତ ପ୍ରକାଶ ପାଇଛି। ଡ଼ାକ୍ତର ଦୁର୍ଯେ୍ୟାଧନ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଇଂ ବିମ୍ବାଧର ବ୍ରହ୍ମ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ଜୟନ୍ତୀ କମିଟିର ଆବାହକ କବି ଅଭିଜିତ ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି କବି ହୃଦାନନ୍ଦ ପାଣିଗ୍ରାହୀ ବ୍ୟାସକବିଙ୍କ ବହୁବର୍ଣ୍ଣା କାବ୍ୟସ୍ୱର ଉପରେ ନିଜର ସୁଚିନ୍ତିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏବଂ ଅନ୍ୟତମ ସମ୍ମାନିତ ଅତିଥି ସ୍ତମ୍ଭକାର ଅଭୟ ଦିବେଦୀ ଫକୀରମେହାନଙ୍କ ଜୀବନୀ ସାହିତ୍ୟ, ସାହିତ୍ୟର ଏହି ବିଭବକୁ ନୂଆ ଦିଶା ଦେଖାଇଛି ବୋଲି ପ୍ରକାଶ କରିବା ସହ ଏହାର ମହକ ଆମକୁ ଚିରକାଳ ଆଲୋଡ଼ିତ କରୁଥିବ ବୋଲି ମତ ଦେଇଥିଲେ। ସମ୍ମାନିତ ବକ୍ତା କଥାକାର ପବିତ୍ର ପାଣିଗ୍ରାହୀ ସମୟ ସୁଅରେ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ ରେବତୀ କିପରି ପରବର୍ତ୍ତୀ ସମୟର ଗାଳ୍ପିକମାନଙ୍କୁ ଭିନ୍ନ ଭିନ୍ନ ବାଟରେ ରେବତୀ ଚରିତ୍ରକୁ ଉପସ୍ଥାନ କରିବାକୁ ପ୍ରେରଣା ଯୋଗାଇବା ସହିତ ସମୟର ନିଚ୍ଛକ ଚିତ୍ରକୁ ତୋଳି ଧରି ରେବତୀମାନଙ୍କୁ ଉତ୍ତରିତ ଚେତନାରେ ରୁପାନ୍ତରିତ କରିଛି ସେ ସମ୍ପର୍କରେ ଆକର୍ଷଣୀୟ ବକ୍ତବ୍ୟ ରଖିଥିଲେ। ସଭାପତି ଡ଼ା ଦାସ ତାଙ୍କ ଅଭିଭାଷଣରେ ଫକୀରମୋହନଙ୍କ ଉପନ୍ୟାସ ଉପରେ ସମ୍ୟକ ଆଲୋକପାତ କରିଥିଲେ। ଶେଷରେ କବି ମନୋରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଅଧିବକ୍ତା ରାଖାଲ ଚନ୍ଦ୍ର ଦାସ, ଗାଳ୍ପିକ ରାଧା ବିନୋଦ ନାୟକ, ଡ଼ ପ୍ରଭାତ ନଳିନୀ ମହାପାତ୍ର, ଡ଼ ଝରଣା ପଟ୍ଟନାୟକ, ସାହିତ୍ୟ ଏକାଡ଼େମି ସଦସ୍ୟ ପୁର୍ଣ୍ଣଚନ୍ଦ୍ର ବହଳି, ଅଶୋକ ଜେନା, ଡ଼ ପଦ୍ମକାନ୍ତ ଧଳ, ଶିବଚରଣ ଖାମୁରାଇ, ପ୍ରାଧ୍ୟାପକ ଭରତ ଚନ୍ଦ୍ର ସାହୁ ପ୍ରମୁଖ ଭଦ୍ରକର ବହୁ ବୁଦ୍ଧିଜିବୀ ଏହି ନିଆରା ସାରସ୍ୱତ ସଭାରେ ଯୋଗ ଦେଇଥିଲେ।
OSCAR-2019
କନକ ବ୍ୟୁରୋ : ଲଗାତାର ୧୦ ଦିନହେଲା ବଢି ବଢି ଚାଲିଛି ତେଲ ଦର । ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଓ କୋରାପୁଟରେ ଆଜି ପେଟ୍ରୋଲ ଲିଟର ୮୧ ଟପିଛି । ଆଉ ପେଟ୍ରୋଲକୁ ପିଛା କରି ୮୦ ପାଖାପାଖି ପହଂଚିଲାଣି ଡିଜେଲ୍ । ସେପଟେ କେନ୍ଦ୍ରକୁ ଦାୟୀ କରି ଆନ୍ଦୋଳନ ପାଇଁ ସଜବାଜ ହେଉଛି ବିଜେଡି । ଆସନ୍ତା ୭ରୁ ପେଟ୍ରୋଲ ପମ୍ପ ଆଗରେ ତିନି ଦିନିଆ ପ୍ରତିବାଦ କରିବ ବିଜୁ ଜନତା ଦଳ । ଏପଟେ ବିଜେପି କହିଛି, କେନ୍ଦ୍ରୀୟ ଟିକସରୁ ରାଜ୍ୟରେ ବିକାଶମୂଳକ କାମ ହେଉଛି, କିନ୍ତୁ ରାଜ୍ୟ ସରକାର ଭାଟ୍ କମାଇବା ଦିଗରେ ପଦକ୍ଷେପ ନିଅନ୍ତୁ । ବଢୁଛି ପେଟ୍ରୋଲ ପୋଡୁଛି ପକେଟ୍ । ଗାଁରୁ ସହର ଦାନା ବାନ୍ଧୁଛି ଅସନ୍ତୋଷ । ପ୍ରଥମେ ଆସନ୍ତୁ ଜାଣିବା, ଓଡିଶାର ବିଭିନ୍ନ ସ୍ଥାନରେ ଆଜି ଦିନରେ ପେଟ୍ରୋଲ ଓ ଡିଜେଲର ଦାମ ଉପରେ । ଗତ ୧୦ ଦିନ ହେଲା କ୍ରମାଗତ ଭାବେ ବଢିଚାଲିଛି ଉଭୟ ପେଟ୍ରୋଲ ଡିଜେଲ ମୂଲ୍ୟ । ଗତମାସ ୨୬ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୭୬ ଟଙ୍କା ୬୬ ପଇସା ଥିବାବେଳେ ୧୦ ଦିନରେ ଏଥିରେ ପ୍ରାୟ ୨ ଟଙ୍କା ବୃଦ୍ଧି ପାଇଲାଣି । ସେହିପରି ଡିଜେଲ ମୂଲ୍ୟ ୨ଟଙ୍କା ୧୮ ପଇସା ବଢିଛି । ସବୁଠାରୁ ବଡକଥା ହେଉଛି ନବରଙ୍ଗପୁର ଓ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପେଟ୍ରୋଲ ମୂଲ୍ୟ ୮୧ ଟଙ୍କା ଉପରେ ପହଂଚିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ ରହିଥିବାବେଳେ ସରକାରଙ୍କ ଟିକସ ବୋଝ ଅନୁନ୍ନତ ଜିଲ୍ଲାବାସୀଙ୍କୁ ବେଶ ବାଧୁଛି । ନିତି ଦିନିଆ କାମରେ ବାହାରକୁ ବାହାରିଲେ ବାଇକ ବଦଳରେ ସାଇକେଲରେ ବାହାରି ଯିବାକୁ ପଡୁଛି । କାରଣ ପେଟ୍ରୋଲ ଟାଙ୍କିକୁ ଗଲେ ପକେଟ୍ ପୋଡୁଛି । କେନ୍ଦ୍ରରେ ୟୁପିଏ ସରକାର ସମୟରେ ବର୍ଦ୍ଧିତ ତେଲଦରକୁ ନେଇ ପାଟି କରୁଥିବା ବିଜେପି କ୍ଷମତାକୁ ଆସିବା ଦିନରୁ ପେଟ୍ରୋଲିୟମ ସାମଗ୍ରୀ ଉପରେ ଉତ୍ପାଦନ ଶୁଳ୍କ ବଢାଇ ଚାଲିଛନ୍ତି । ଆଜିର ଦିନରେ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ସର୍ବକାଳୀନ ଅଧିକ ୧୯ ଟଙ୍କା ୪୮ ପଇସା ଓ ଡିଜେଲ ଉପରେ ୧୫ ଟଙ୍କା ୩୩ ପଇସା ଆଦାୟ କରୁଛନ୍ତି । ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ସରକାର ୨୬ ପ୍ରତିଶତ ଭାଟ ବସାଉଛନ୍ତି । ଯାହା ସିଧାସଳଖ ସାଧାରଣ ଉପଭୋକ୍ତାଙ୍କ ପକେଟ ଉପରେ ପ୍ରଭାବ ପକାଉଛି । ଗତବର୍ଷ ଅକ୍ଟୋବର ୪ ତାରିଖରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୨ଟଙ୍କା କମାଇଥିଲେ କେନ୍ଦ୍ରରେ ମୋଦି ସରକାର । ଏହାପରେ କେତେକ ରାଜ୍ୟ ଟିକସ କମାଇଥିଲେ ବି ଓଡିଶା ସରକାର ଆଦାୟ କରୁଥିବା ୨୬ ପ୍ରତିଶତ ଭାଟକୁ ଅପରିବର୍ତିତ ରଖିଛନ୍ତି । କିନ୍ତୁ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଅତ୍ୟଧିକ ଟିକସ ବସାଇ ସାଧାରଣ ଉପଭୋକ୍ତାଙ୍କୁ ହନ୍ତସନ୍ତ କରୁଥିବା ଅଭିଯୋଗରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛି ବିଜେଡି । ଆଗାମୀ ୭ ତାରିଖରୁ ଦଳ ତିନିଦିନ ଧରି ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରିବ ବୋଲି କହିଛି । ମୋଦି ସରକାରଙ୍କ ସଫେଇ ପୂର୍ବ ୟୁପିଏ ସରକାର ୨୦୦୫ରୁ ୧୦ ମଧ୍ୟରେ ତେଲ ବଣ୍ଡ ଜାରି କରି ପରବର୍ତି ପୀଢି ପାଇଁ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ରୁଣ ଛାଡିଯାଇଛନ୍ତି । ଯାହାକୁ ୨୦୧୮ ସୁଦ୍ଧା ଭରଣା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ହେଲେ ଗୋଟିଏ ସରକାର ରୁଣ କରିବେ ଆଉ ପରବର୍ତି ସରକାର ଏହାକୁ ପରିଷୋଧ କରିବାକୁ ଅତ୍ୟଧିକ ଟିକସ ଆଦାୟ କରିବେ । ଏବଂ ନବରଙ୍ଗପୁର, କୋରାପୁଟ ପରି ଆଦିବାସୀ ଅଧ୍ୟୁଷିତ ଅଂଚଳର ଗ୍ରାହକ ଏଥିପାଇଁ ହନ୍ତସନ୍ତ ହେବେ । ନିର୍ବାଚନୀ ବର୍ଷରେ ଏହା ସବୁଠାରୁ ବଡ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି ।
OSCAR-2019
କେନ୍ଦ୍ରାପଡା ୧୩/୩(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ଚିତ୍ରକଳା କ୍ଷେତ୍ରରେ ସାରା ଦେର୍ଶରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ରାପଡାର ଯୁବ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଚଳିତ ମାସ ୧୦, ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହୋଇଯାଇଥିବା ୨୦୧୮ ଆନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ନୋଟେଡ ଆର୍ଟିଷ୍ଟ ଅଫ ଆୱାର ଜେନେରେସନ ୨୦୧୮ ଚିତ୍ରକଳା ସମ୍ମାନରେ ସମ୍ମାନୀତ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ପଟ୍ଟନାୟକ ୨୦୦୮ ମସିହାରେ ବି.କେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟରେ ବ୍ୟାଚଲର ଇନ ଫାଇନ ଆର୍ଟରେ ଡିପାର୍ଟମେଣ୍ଟ ଟପ୍ପର ହେବା ପରେ ଉତ୍କଳ ୟୁନିଭରସିଟି ଅଫ କଲଚର ୨୦୧୦ ରେ ମଧ୍ୟ ମାଷ୍ଟର ଇନ ଭିଜୁଆଲ ଆର୍ଟରେ ଟପ୍ପର ହୋଇଥିଲେ। ଏହା ପରେ ସେ ବି.କେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟର ପେଣ୍ଟିଂ ଡିପାର୍ଟମେଣ୍ଟରେ ଗେଷ୍ଟ ଅଧ୍ୟାପକ ଭାବେ କାର୍ଯ୍ୟକରିବାର ସୌଭାଗ୍ୟ ଲାଭ କରିଥିଲେ। ୨୦୦୩ ମସିହା ଠାରୁ ସେ ଭାରତର ଅଧିକାଂଶ ସ୍ଥାନରେ ଏକଶହରୁ ଉର୍ଦ୍ଧ୍ୱ ଚିତ୍ରକଳା ପ୍ରଦର୍ଶନୀ, ୱାର୍କ ସପ ଓ ସେମିନାରରେ ସକ୍ରୀୟ ଅଂଶ ଗ୍ରହଣ କରି ପ୍ରକୃତି, ନାରୀ ଓ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ତାଙ୍କ ଚିତ୍ର ମାଧ୍ୟମରେ ସମାଜ ଓ ପ୍ରକୃତିର ସୁରକ୍ଷା ପାଇଁ ବାର୍ତ୍ତା ଦେଇ ଆସୁଛନ୍ତି। ଏହା ସହିତ ସେ ଏକଶହରୁ ଉର୍ଦ୍ଧ୍ୱ ସରକାରୀ ଓ ବେସରକାରୀ ସଂସ୍ଥା ତରଫରୁ ମଧ୍ୟ ସୁ-କଳା ବିଚାରକ ଭାବେ କାର୍ଯ୍ୟ କରିଛନ୍ତି। ଏହା ମଧ୍ୟରେ ସେ ଦୁଇ ଗୋଟି ଆନ୍ତର୍ଜାତିକ, ୧୪ ଥର ଜାତୀୟ ସ୍ତରୀୟ ଓ ୯ ଥର ରାଜ୍ୟ ସ୍ତରୀୟ କଳା କ୍ଷେତ୍ରରେ ସମ୍ମାନୀତ ହୋଇ ନିଜ କଳାର ଉନ୍ନତି ସହିତ କେନ୍ଦ୍ରାପଡା ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ବର୍ତ୍ତମାନ ଶ୍ରୀ ପଟ୍ଟନାୟକ କେନ୍ଦ୍ରାପଡାର କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କ୍ରିଷ୍ଣା ସ୍କୁଲ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟରେ ଚିତ୍ରକଳା ଶିକ୍ଷା ପ୍ରଦାନ କରି ଆସୁଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ଘର କେନ୍ଦ୍ରାପଡା ପୈାରାଞ୍ଚଳର ଟାଉନ ବଳରାମପୁର ଗ୍ରାମରେ ଅବସ୍ଥିତ। ପିତା ସୁରେଶ ଚନ୍ଦ୍ର ପଟ୍ଟନାୟକ ଓ ମାତା ଉର୍ମିଳା ପଟ୍ଟନାୟକଙ୍କ ପ୍ରେରଣା ଓ ଆଶୀର୍ବାଦରେ ସେ ଆଜି ଏହି ସଫଳତା ପାଇଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରନ୍ତି।
OSCAR-2019
ନୂଆଦିଲ୍ଲୀ: ଉରି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୯ ତାରିଖରେ ପିଓକେରେ ପଶି ସର୍ଜିକାଲ ଷ୍ଟ୍ରାଇକ୍‌ କରିବାର ଭିଡିଓ ଦୀର୍ଘ ୨୧ ମାସ ପରେ ଗତକାଲି ଗଣାମାଧ୍ୟମର ହସ୍ତଗତ ହୋଇଛି। ତେବେ ଏହି ଭିଡିଓକୁ ନେଇ କେନ୍ଦ୍ରର ବିଜେପି ସରକାର ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯେଓ୍ଵାଲା କହିଛନ୍ତି ଯେ ମୋଦି ସରକାର ସେନାର ବଜେଟ କମାଇବା ସହ ସେନାକୁ ନେଇ ଶସ୍ତା ରାଜନୀତି କରାଯାଉଛି। ସୂର୍ଯେଓ୍ଵାଲାଙ୍କ ଏହି ମନ୍ତବ୍ୟରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ସେ, ସେନାର ଅଭିଯାନ ଉପରେ ସନ୍ଦେହ ସୃଷ୍ଟି କରିବାଠୁ ବଳି ବଡ଼ ପାପ ଆଉ କିଛି ନାହିଁ। କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ କହିଛନ୍ତି ଯେ, ସର୍ଜିକାଲ ଷ୍ଟ୍ରାଇକ୍‌କୁ ବିରୋଧ କରି କଂଗ୍ରେସ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି। ତେବେ କଂଗ୍ରେସ ନେତା ସଞ୍ଜୟ ନିରୁପମ ଏହି ଘଟଣାରେ ମତବ୍ୟକ୍ତ କରି କହିଛନ୍ତି ଯେ, କେବଳ ସର୍ଜିକାଲ ଷ୍ଟ୍‍୍ରାଇକ୍‌୍‌ ନୁହେଁ, ମୋଦି ସରକାର ମଧ୍ୟ ମିଛ ବାହାନାରେ ଚାଲିଛି।
OSCAR-2019
ନୀତି ଆୟୋଗ ଦିଲ୍ଲୀ, କାନପୁର ଏବଂ ବାରାଣାସୀ ସମେତ ଦେଶର ସର୍ବାଧିକ ୧୦ ଟି ପ୍ରଦୂଷିତ ସହରରେ ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ୧୫ଟି ସୁତ୍ରୀୟ କାର୍ଯ୍ୟ ଯୋଜନାର ପ୍ରସ୍ତାବ ଦେଇଛନ୍ତି । ବ୍ରେଥ ଇଣ୍ଡିଆ ଶୀର୍ଷକରେ ଜାରି କରାଯାଇଥିବା ଯୋଜନା ମୁତାବକ, ଇଲେକ୍ଟ୍ରିକ ବାହନକୁ ସାମିଲ କରି ଏବେ ବ୍ୟବହାର କରାଯାଉଥିବା ଡିଜେଲ ବାହନକୁ ବନ୍ଦ କରାଯିବ । ଏଥି ସହିତ ଫସଲର ଅବଶେଷକୁ ଉପଯୋଗୀ କରି ବ୍ୟବହାରରେ ଲଗାଇବା ଏହି ନିୟମରେ ସାମିଲ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ଏକ ରିପୋର୍ଟ ଅନୁସାରେ କାନପୁର, ଫରିଦାବାଦ, ଗୟା, ବାରଣାସୀ, ଆଗ୍ରା, ଗୁରଗାଁଓ, ମୁଜଫରପୁର, ଲଖନୌ, ଏବଂ ପାଟଣା ଭଳି ଅନ୍ୟ ୧୦ଟି ଦେଶ ମଧ୍ୟ ପ୍ରଦୂଷିତ ସହରରେ ଶାମିଲ ରହିଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ଏକ ରିପୋର୍ଟ ଅନୁସାରେ, ଗତ ଜୁନ ମାସରେ ପଶ୍ଚିମ ଭାରତରେ ଆସିଥିବା ଧୂଳି ଝଡ କାରଣରୁ ଦିଲ୍ଲୀରେ ବାୟୁମଣ୍ଡଳର ଗୁଣମତା ଖରାପ ହୋଇଯାଇଥିଲା । ନୀତି ଆୟୋଗ ଯୋଜନା ଅନୁସାରେ, ପୁରୁଣା ଏବଂ ଅକୁଶଳ ବାହନ ଗୁଡିକ ଉପରେ ୨୦୨୦ ସୁଦ୍ଧା ପ୍ରତିବନ୍ଧକ ଲଗା ଯାଇ ଇଲେକ୍ଟ୍ରିକ ହାଇବ୍ରିଡ ତଥା ବିଜୁଳି ଏବଂ ପେଟ୍ରୋଲ , ଡିଜେଲରେ ଚାଳିତ ବାହାନ ଗୁଡିକର ବିତରଣ ବଢାଇବା ପାଇଁ କୁହାଯାଇଛି । ତେବେ ଏହି ଯୋଜନା ଉପରେ କେନ୍ଦ୍ର ସରକାର କହିଛନ୍ତି ଆସନ୍ତା ତିନି ବର୍ଷ ମଧ୍ୟରେ ଅର୍ଥାତ ୨୦୨୧ ସୁଦ୍ଧା ୧୫ ବର୍ଷରୁ ଅଧିକ ପୁରୁଣା ବାଇକ ଉପରେ ପ୍ରତିବନ୍ଧକ ଲଗାଇ ଇଲେକ୍ଟ୍ରିକ ବାଇକର ବ୍ୟବହାର କରିବା ଆବଶ୍ୟକ । ସେ ଏହା ମଧ୍ୟ କହିଛନ୍ତି ଏହି ଯୋଜନାରେ ବିଜୁଳି ଚାଳିତ ଦୁଇ ଚକିଆ ଏବଂ ତିନି ଚକିଆ ଯାନକୁ ଅଧିକ ଗୁରୁତ୍ୱ ଦେବା ନିତ୍ୟନ୍ତ ଆବଶ୍ୟକ ଅଟେ ।
OSCAR-2019
ନୂଆଦିଲ୍ଲୀ : ଯୌତୁକ ନିର୍ଯ୍ୟାତନାରେ ବରପକ୍ଷକୁ ମିଳୁଥିବା ସୁରକ୍ଷାକବଚକୁ କାଢି ନିଆଯାଇଛି । ଯୌତୁକ ନିର୍ଯ୍ୟାତନା ଭଳି ଜଘନ୍ୟ ଅପରାଧରେ ଜଡ଼ିତ ଥିବା ସ୍ୱାମୀ କିମ୍ବା ତା’ର ପରିବାର ଲୋକଙ୍କୁ ଗିରଫ କରିବ ପୋଲିସ । ଶୁକ୍ରବାର ଆଇସିପି ଧାରା ୪୯୮-ଏର ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷିତ ରଖିଥିବା ରାୟ ଆଜି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ତିନି ଜଣିଆ ଖଣ୍ଡପୀଠ ଆଇପିସି ଧାରା ୪୯୮-ଏ ତଥା ଯୌତୁକ ନିର୍ଯ୍ୟାତନା ମାମଲାରେ ଗିରଫଦାରୀକୁ ନେଇ ଶୁଣାଣୀ କରିଛନ୍ତି । ଖଣ୍ଡପୀଠ ପୂର୍ବ ବେଞ୍ଚର ନିଷ୍ପତ୍ତିକୁ ଖାରଜ କରି କହିଛନ୍ତି କି ପିଡ଼ୀତାଙ୍କ ସୁରକ୍ଷା ପାଇଁ ଅଭିଯୁକ୍ତଙ୍କ ଗିରଫ ଜରୁରୀ ଅଟେ । ଏଥିପାଇଁ କୌଣସି ପରିବାର କଲ୍ୟାଣ କମିଟିର ଆବଶ୍ୟକତା ନାହିଁ । ପୂର୍ବରୁ ଜୁଲାଇ ୨୭, ୨୦୧୭ରେ ସୁପ୍ରିମକୋର୍ଟର ଦୁଇ ବିଚାରପତିଙ୍କ ଖଣ୍ଡପୀଠ ଆଇପିସି ଧାରା ୪୯୮-ଏ ଯୌତୁକ ନିର୍ଯ୍ୟାତନା ମାମଲାରେ ତୁରନ୍ତ ଗିରଫଦାରୀ ଉପରେ ରୋକ ଲଗାଇଥିଲେ ଏବଂ ପ୍ରତି ଜିଲ୍ଲାରେ ପରିବାର କଲ୍ୟାଣ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମିଟି ପ୍ରଥମେ ମାମଲା ଉପରେ ଯାଞ୍ଚ କରିବେ ଏବଂ ପରେ ସଂପୃକ୍ତ ସ୍ୱାମୀ କିମ୍ବା ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏ ନେଇ ଏକ ଗାଇଡ଼ଲାଇନ ମଧ୍ୟ ଜାରୀ କରିଥିଲେ ।
OSCAR-2019
ଖୋର୍ଧା: ରାଜ୍ୟର ଯୁବପିଢ଼ିଙ୍କର ଦକ୍ଷତା ବିକାଶ ପାଇଁ ବରୁଣେଇ ପାହାଡ଼ ତଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ହାଇଡ୍ରୋକାର୍ବନ୍‌ କ୍ଷେତ୍ରରେ ୫୦୦ କୋଟି ଟଙ୍କାରେ ଏକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବ। ସ୍ଥାନୀୟ ହାବେଳୀ ପଡ଼ିଆଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତର୍ଗତ ‘ଆଜୀବିକା ଓ କୌଶଳ ମେଳା’ରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏହା କହିିଛନ୍ତି। ଏଥି ସହିତ ଏଥିପାଇଁ ରାଜ୍ୟ ସରକାର ୬୦ ଏକର ଜମି ଯୋଗାଇ ଦେଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ସେହିପରି ଗରିବ ଛାତ୍ରଛାତ୍ରୀମାନଙ୍କ ଦକ୍ଷତାର ବିକାଶ ପାଇଁ ଜଟଣୀର ନାଇଜର ନିକଟରେ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ସ୍କିଲସ୍‌ (ଆଇଆଇଏସ୍‌) ପ୍ରତିଷ୍ଠା କରାଯାଉଛି। କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୫ଶହ କୋଟି ଟଙ୍କା ବ୍ୟୟରେ ଏହା ପ୍ରତିଷ୍ଠା କରାଯିବ। ଏଥିପାଥିଁ ୨୫ ଏକର ଜାଗା ମଧ୍ୟ ଚିହ୍ନଟ କରାଯାଇଥିବା ବିଷୟ କେନ୍ଦ୍ର ମନ୍ତ୍ରୀ କରିଛନ୍ତି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଦକ୍ଷତା ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମେଳାରେ ପ୍ରାୟ ୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତିପତ୍ର ପ୍ରଦାନ ବିଷୟ ଘୋଷଣା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କୁ ସଭାରେ ଶ୍ରୀ ପ୍ରଧାନ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଦକ୍ଷତା ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାଜେଶ ଅଗ୍ରୱାଲ, ଜାତୀୟ ଦକ୍ଷତା ବିକାଶ କାଉନସିଲ୍‌ର ପରିଚାଳନା ନିର୍ଦେଶକ ମନୀଶ କୁମାର, ୟୁକୋ ବ୍ୟାଙ୍କର ଜିଏମ୍‌ ବିପି ସାମନ୍ତରାୟ, ହାଇଡ଼୍ରୋକାର୍ବନ ସେକ୍ଟର ସ୍କିଲ କାଉନସିଲର ସିଇଓ ବିଶ୍ୱଜିତ ରାୟ, ଆଇଓସିଏଲର ମାନବ ସମ୍ବଳ ନିର୍ଦେଶକ ରଂଜନ କୁମାର ମହାପାତ୍ର, ପାୱାର ସେକ୍ଟର ସ୍କିଲ କାଉନସିଲର ସିଇଓ ବିନୋଦ ବିହାରୀ, ଗ୍ରିନ ଜବସ୍‌ର ସିଇଓ ଭିକେ ସାକସେନା ଏବଂ ଏସ୍‌ଡିଆଇର ନିର୍ଦେଶକ ଏନ୍‌ ଏନ୍‌ ରାଓ ଉପସ୍ଥିତ ଥିଲେ।
OSCAR-2019
ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ ଅନୁଷ୍ଠିତ ହୁଏ ଶ୍ରୀଜଗନ୍ନାଥଙ୍କ ଜ୍ୟେଷ୍ଠାଯାତ୍ରା । ସ୍ନାନବେଦୀରେ ସ୍ନାନ ସରିବା ପରେ ମହାପ୍ରଭୁ ଭକ୍ତମାନଙ୍କୁ ଗଜାନନ ବେଶରେ ଦରେଶନ ଦେଇ ଅଣସର ଘରକୁ ଚାଲିଯାଆନ୍ତି । ସେହିଠାରେ ହୁଏ ସେମାନଙ୍କର ଗୁପ୍ତନୀତି । ସପ୍ତାବରଣ ବିଧିରେ ସେଠାରେ ଠାକୁରଙ୍କ ଅଙ୍ଗ ଗଠନ କରିଥାନ୍ତି ଦଇତା ଓ ପତିସେବକ । ଏଥିମଧ୍ୟରୁ ଅଣସର ପଞ୍ଚମୀରେ ତାଙ୍କୁ ଫୁଲୁରି ତେଲଲାଗି ଓ ଏକାଦଶୀରେ ଦଶମୂଳ ମୋଦକଲାଗି ପ୍ରସଙ୍ଗ ଅତ୍ୟନ୍ତ ଲୋକପ୍ରିୟ । ଏହି ସମୟରେ ତିନିଠାକୁର ଜରରେ ପଡିଥାନ୍ତି । ଏହି ଗୁପ୍ତନୀତି କାଳରେ ଶ୍ରୀବିଗ୍ରହମାନେ ଅଣସର ତାଟିର ଅନ୍ତରାଳରେ ଥିବାବେଳେ, ତାଟିର ସମ୍ମୁଖ ଭାଗରେ, ତାଟି ଦେହରେ ତିନି ପଟିଦିଅଁ ବିରାଜମାନ କରିଥାଆନ୍ତି । ସେମାନଙ୍କ ସହ ଆଉ ଲାତ ଦେବଦେବୀ ତାଟିର ସମ୍ମୁଖ ଭାଗରେ ଖଟ ଉପରେ ବିରାଜିତ ହୁଅନ୍ତି । ସେମାନେ ‘ଦଶାବତାର ଦିଅଁ’ ରୂପେ କଥିତ । ତିନି ମୁଖ୍ୟ ଦେବଦେଦୀଙ୍କ ଅନୁସାରେ ସେମାନେ ତିନିବାଡରେ ପୂଜା ପାଇଥାନ୍ତି । ଶ୍ରୀବଳଭଦ୍ରଙ୍କ ବାଡ ହେଉଛି ବଡବାଡ । ତାଙ୍କର ପଟିଦିଅଁ ‘ବାସୁଦେବ’ । ତାଙ୍କ ବାଡର ତିନି ଦେବତା ହେଉଛନ୍ତି ଦୋଳଗୋବିନ୍ଦ, ରାମ ଓ ନୃସିଂହ । ଦେବୀ ସୁଭଦ୍ରାଙ୍କ ବାଡ ହେଉଛି ‘ମଝିବାଡ’ । ତାଙ୍କ ବାଡର ଦୁଇ ଦେବୀ ହେଉଛନ୍ତି ଶ୍ରୀଦେବୀ ଓ ଭୂଦେବୀ । ସେହିପରି ଶ୍ରୀଜଗନ୍ନାଥଙ୍କ ବାଡ ହେଉଛି ‘ମହାପ୍ରଭୁ ବାଡ’ । ତାଙ୍କ ବାଡର ଦୁଇ ଦେବତା ହେଉଛନ୍ତି କୃଷ୍ଣ ଓ ମଦନମୋହନ । ଏହି ‘ଦଶାବତାର ଦିଅଁ’ ଅଣସର ନୀତି ଶେଷ ହେବା ପର୍ଯ୍ୟନ୍ତ ଅଣସର ତାଟି ଠାରେ ପୂଜା ପାଇଥାନ୍ତି । ଏପ୍ରସଙ୍ଗରେ ‘ନୀଳାଦ୍ରି ମହୋଦୟ’ର ଗୋଟିଏ ଉଲ୍ଲେଖ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ତାହାର ପଞ୍ଚଦଶ ଅଧ୍ୟାୟରେ ସ୍ନାନଯାତ୍ରା, ଅଣସର ଏ ପଟିଦିଅଁଙ୍କ ପୂଜାନୀତି ସମ୍ପର୍କରେ ଉଲ୍ଲେଖ ଅଛି । ଅଣସର ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ତିନି ଠାକୁର ‘ପଟବ୍ରହ୍ମ’ ରୂପେ ପୂଜିତ ହୁଅନ୍ତି । ତାହାପରେ ହୁଏ ଦାରୁବ୍ରହ୍ମଙ୍କର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ।
OSCAR-2019
ନୂଆଦିଲ୍ଲୀ : ଆମେରିକାର ବ୍ଲାଷ୍ଟନରେ ଗ୍ୟାସ ପାଇପ ଲାଇନ ବିସ୍ପୋରଣ ହୋଇଛି । ଏହି ବିସ୍ପୋରଣରେ ଅନେକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ଯେଉଁଠାରେ ଏହି ବିସ୍ପୋରଣ ହୋଇଛି ସେଠାରୁ ରହିଥିବା ଲୋକଙ୍କୁ ସୁରକ୍ଷା ସ୍ଥାନକୁ ନିଆଯାଉଛି । ଏହି ବିସ୍ପୋରଣ ପରେ ସାରା ଅଞ୍ଚଳରେ ବିସ୍ପୋରଣର ଧୂଆଁ ଖେଳିଯାଇଥିଲା । ବ୍ଲାଷ୍ଟନ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତ ହୋଇଥିବା ଲୋକଙ୍କୁ ଲାରେଂସ ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଛି । ପୋଲିସ କହିବା ମୁତାବକ ସେହି ଅଂଚଳର ୭୦ଟି ସ୍ଥାନରେ ନିଆଁ ଲାଗିଛି । ଗ୍ୟାସ ପାଇପ୍ ଲାଇନ୍ ନିଆଁ ଲାଗିଥିବାରୁ ଏହା ଚାରିଆଡ଼କୁ ଖେଳିଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
OSCAR-2019
ଇସଲାମାବାଦ: ପାକିସ୍ତାନ ସୁପର ଲିଗରେ ଇସଲାମାବାଦ ୟୁନାଇଟେଡ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରିଥିବା କ୍ରିକେଟର ସାହିବଜାଦା ଫରହାନ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଡେବ୍ୟୁ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ପ୍ରତ୍ୟେକ ଖେଳାଳିଙ୍କ ସ୍ୱପ୍ନ ହୋଇଥାଏ ଯେ, ଡେବ୍ୟୁ ମ୍ୟାଚରେ ଭଲ ଖେଳିବେ କିନ୍ତୁ ପାକିସ୍ତାନର ଏହି କ୍ରିକେଟର ଟିକିଏ ଅଲଗା। ସାହିବଜାଦା ପିଏସ୍‌ଏଲ୍‌ରେ ଦର୍ଶକଙ୍କୁ ଆକୃଷ୍ଟ କରିବେ ବୋଲି ଆଶା କରାଯାଉଥିଲା କିନ୍ତୁ ସେ ଏହା କରିପାରି ନଥିଲେ। ତ୍ରିରାଷ୍ଟ୍ରୀୟ ଟି-୨୦ ଶୃଙ୍ଖଳାର ଫାଇନାଲ ମ୍ୟାଚରେ ସାହିବଜାଦା ଫରହାନଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ମିଳିଥିଲା କିନ୍ତୁ ସେ ଖାତା ନଖୋଲି ଆଉଟ ହୋଇ ଯାଇଥିଲେ। ଗ୍ଲେନ ମେକ୍ସେଓ୍ଵଲଙ୍କ ବଲରେ ଷ୍ଟେପ୍‌ ନେଇ ଖେଳିବାକୁ ଉଦ୍ୟମ କରି ଷ୍ଟମ୍ପ ଆଉଟ ହୋଇ ଯାଇଥିଲେ। ଏଥି ସହିତ ସେ ଏକ ଅଦ୍ଭୁତ ରେକର୍ଡରେ ସାମିଲ ହୋଇପାରିଥିଲେ। ଓ୍ଵାଇଡ ବଲ ଖେଳିବାକୁ ଯାଇ ଡେବ୍ୟୁ ମ୍ୟାଚରେ ଷ୍ଟମ୍ପ ଆଉଟ ହେବାରେ ସାହିବଜାଦା ଫହରାନ ହେଉଛନ୍ତି ୫ମ କ୍ରିକେଟର, ଯିଏ କି କୌଣସି ରନ ସଂଗ୍ରହ କରି ପାଭଲିଅନ ଫେରିଥିଲେ। ଫଖର ଜମାନ(୯୧)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ରବିବାର ଅଷ୍ଟ୍ରେଲିଆକୁ ହରାଇ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାକୁ ନିଜର କରିଛି। ଫଖର ଜମାନ ଓ ସୋଏବ ମଲ୍ଲିକଙ୍କ ୪ର୍ଥ ଓ୍ଵିକେଟ ପାଇଁ ୧୦୭ ରନ ଭାଗିଦାରୀ ଟିମକୁ ବିଜୟ କରିବା ପାଇଁ ସୁନିଶ୍ଚିତ କରିଥିଲା। ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୮ ଓ୍ଵିକେଟରେ ୧୮୩ ରନ ସଂଗ୍ରହ କରିଥିଲା। ପାକିସ୍ତାନ ନିର୍ଦ୍ଧାରିତ ଲକ୍ଷ୍ୟକୁ ୧୯.୨ ଓଭରରେ ପୂରା କରିଥିଲା। ଟି-୨୦ରେ ଲକ୍ଷ୍ୟ ପଛରେ ଗୋଡେଇ ପାକିସ୍ତାନର ଏହା ହେଉଛି ସର୍ବବୃହତ୍ତ ବିଜୟ। ପାକିସ୍ତାନ ପାଇଁ ଜମାନ ୪୬ ବଲରେ ୧୨ଟି ଚୌକା ଓ ୩ଟି ଛକା ମାରିଥିଲେ। ଏହା ହେଉଛି ଜମାନଙ୍କ ୨ୟ କ୍ରମାଗତ ଓ ସମୁଦାୟ ୪ର୍ଥ ଅର୍ଦ୍ଧଶତକ। ମଲ୍ଲିକ ୩୭ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିଭଳି ଅଧିନାୟକ ସରଫରାଜ ଅହମଦ ୧୯ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
OSCAR-2019
ଗୋଟିଏ ନବଜାତ ଶିଶୁକୁ ତା ମା’କ୍ଷୀର ହିଁ ସୁସ୍ଥ ରହିବା ପାଇଁ ସହାୟକ ହୋଇଥାଏ ଏକଥା ସମସ୍ତଙ୍କୁ ଜଣା । କାରଣ ଜନ୍ମ ପରେ ମା’ର କ୍ଷୀର ହିଁ ଶିଶୁ ପାଇଁ ଅମୃତ ତୂଲ୍ୟ । ହେଲେ ଜାଣି ଚକିତ ହେବେ କି, ମା’ର ଏହି କ୍ଷୀର ଶିଶୁ ପାଇଁ ଅମୃତ ବଦଳରେ ଜହର ବି ହୋଇପାରେ । ଏକଥା ଆମେ କହୁନାହୁଁ ବରଂ ଖୋଦ୍ ଡାକ୍ତରମାନେ ହିଁ କହିଛନ୍ତି । ସୂଚନା ମୁତାବକ, ପଂଜାବରେ ଜଣେ ମହିଳାଙ୍କୁ ନିଜ ୨୨ଦିନର କଅଁଳ ଶିଶୁକୁ ସ୍ତନ୍ୟପାନ କରିବାକୁ ମନା କରାଯାଇଛି । ଆଉ ଯଦି ସେ ତାଙ୍କ ପିଲାକୁ ସ୍ତନ୍ୟପାନ କରାନ୍ତି ତେବେ ଶିଶୁଟିର ମୃତ୍ୟୁ ହୋଇଯିବ ବୋଲି ଡାକ୍ତର କହିଛନ୍ତି । ତେବେ ପ୍ରକୃତ ମାମଲାଟି ହେଲା, ମହିଳା ଜଣକ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିଲେ । ଦୀର୍ଘ ୭ ବର୍ଷ ହେଲା ମହିଳା ଜଣକ ହେରୋଇନ ନେଉଥିଲେ । ଖାଲି ସେତିକି ନୁହେଁ ଗର୍ଭବସ୍ଥାରେ ବି ସେ ତାଙ୍କର ଏହି ନିଶାକୁ ଛାଡି ପାରିନଥିଲେ । ଆଉ ପ୍ରସବ ପରେ ବି ସେ ହେରୋଇନ ନେବା ଜାରି ରଖିଥିଲେ । ତେବେ ତାଙ୍କ ସ୍ୱାମୀଙ୍କ ବହୁ ବୁଝାଇବା ପରେ ସେ ନିଶା ନିବାରଣ କେନ୍ଦ୍ରକୁ ନିଜର ଚିକିତ୍ସା କରାଇବାକୁ ଆସିଥିରେ । ଆଉ ସେଠାରେ ସେ ଡାକ୍ତରଙ୍କ ପାଖରୁ ଯେଉଁ କଥା ଜାଣିପାକୁ ପାଇଲେ ତା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ମହିଳା ଜଣକୁ ଡାକ୍ତର କହିଥିଲେ କି, ସେ ଯେଉଁ ନିଶା ନେଉଛନ୍ତି ସେହି ନିଶା ତାଙ୍କ କ୍ଷୀର ଜରିଆରେ ଶିଶୁ ଶରୀରକୁ ଯାଉଛି । ଅର୍ଥାତ୍ ମହିଳାଙ୍କ କ୍ଷୀର ତାଙ୍କ ଶିଶୁ ପାଇଁ ଜହର ପାଲଟିଯାଇଛି । ତେଣୁ ପିଲାଟିର ଜୀବନ ବଂଚାଇବାକୁ ହେଲେ ଶିଶୁଟିକୁ ମା’ କ୍ଷୀର ନ ଦେବାକୁ ମହିଳା ଜଣଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି ।
OSCAR-2019
ଭୁବନେଶ୍ୱର;୦୭,୦୫,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ଦଳିତ ମାନଙ୍କ ଉପରେ ଅତ୍ୟାଚାର ହେଉ ନଥିଲା।ଏବଂ ଏବେକାର ସମୟ ଭଳି ମଁବ ଲିଚିଙ୍ଗ (ଭିଡ଼ ଭିତରେ ହତ୍ୟା ପରି ଘଟଣା) ମଧ୍ୟ ସେବେ ହେଉନଥିଲା।ବାଜପେୟୀ ସରକାର ଆମ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚି ନଥିଲା,ଏବଂ ଏହା ମଧ୍ୟ ଦେଖୁ ନଥିଲା ଯେ ଆମେ କ’ଣ ରୋଷେଇ କରୁଛୁ ବୋଲି ମଧ୍ୟ ଗୁଲାମ ନବୀ ଆଜାଦ କହିଛନ୍ତି।ସାଂପ୍ରଦାୟିକ ଘଟଣା,ଦଳିତଙ୍କ ଉପରେ ଅତ୍ୟାଚାର ଘଟଣା ଆଦିକୁ ନେଇ ବାଜପେୟୀ ସରକାର ସହ ମୋଦୀ ସରକାରଙ୍କୁ ତୁଳନା କରି ଆଜାଦ ଏହିପରି ଆକ୍ଷେପ କରି କହିଥିବା ଜଣାପଡ଼ିଛି। କେନ୍ଦୁଝରର ପଣ୍ଡାପଡ଼ାଠାରେ ବିଶାଳ କୁଡ଼ୁମି ସମାବେଶ କୁଡ଼ୁମିମାନଙ୍କୁ ଆଦିମ ଜନଜାତିର ମାନ୍ୟତା ଦେବା ଜରୁରୀ – ପ୍ରଦେଶ କଂଗ୍ରେସ ସଭାପତି
OSCAR-2019
ରାଉରକେଲା ୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଲାଠିକଟା ବ୍ଲକର କୁଚେଇତା, ବାଙ୍କି, ଲାଠିକଟା, ସୁଇଡିହି, ମୁଣ୍ଡାଯୋର, ରାମଯୋଡ଼ି ପଂଚାୟତରେ ଗତ ମାସ ୧୬ ତାରିଖରୁ ବିଦ୍ୟୁତ ସରବାରାହ ବ୍ୟବସ୍ଥା ବ୍ୟାହତ ହୋଇଛି। ଯାହା ଫଳରେ ଏହି ଅଂଚଳ ଅନ୍ଧାର ମଧ୍ୟରେ ରହିବା ଫଳରେ ଗ୍ରାମବାସୀଙ୍କୁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଭିନ୍ନ ଗ୍ରାମରେ ବିଜୁଳି ଆଲୋକ ନଥିବାରୁ ଏବେ ଗ୍ରାମବାସୀଙ୍କୁ ଘାରିଛି ହାତୀଭୟ। ଅନ୍ଧାରର ସୁଯୋଗ ନେଇ ହାତୀପଲ ଗ୍ରାମ ମଧ୍ୟକୁ ପଶି ଆସିବାର ଆଶଙ୍କା ଦେଖାଯାଇଛି। ପୂର୍ବରୁ ମଧ୍ୟ ଏହି ଗ୍ରାମ ଗୁଡ଼ିକରେ ହାତୀପଲ ପ୍ରବେଶ କରି କ୍ଷେତରେ ଫସଲ ନଷ୍ଟ କରିବା ସହିତ ଗ୍ରାମବାସୀଙ୍କ ଆକ୍ରମଣ କରିବା ନଜିର ରହିଛି। ହାତୀ ଭୟ ରହିବା କାରଣରୁ ଯଥାଶୀଘ୍ର ଏହି ଗ୍ରାମ ଗୁଡ଼ିକରେ ବିଜୁଳି ଆଲୋକ ବ୍ୟବସ୍ଥା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
OSCAR-2019
କନକ ବ୍ୟୁରୋ : ନିକଟରେ ରିଲିଜ ହୋଇଛି ହିନ୍ଦୀ ଫିଲ୍ମ ‘ଟଏଲେଟ୍ : ଏକ୍ ପ୍ରେମକଥା’ । ସ୍ୱଚ୍ଛଭାରତ ଅଭିଯାନର ଏକ ନିଆରା ବାର୍ତା ଦେବା ସହ ଏହି ଫିଲ୍ମଟି ଜନମାନସରେ ଖୁବ୍ ଆଲୋଡନ ସୃଷ୍ଟି କରିଛି । ଆଉ ଖବର ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱଚ୍ଛ ଭାରତ ଅଭିଯାନର ପ୍ରଭାବ ମଧ୍ୟ ପଶ୍ଚିମ ୟୁପିରେ ଧିରେ ଧିରେ ବଢିବାରେ ଲାଗିଛି । ବିଜନୈାର ସ୍ଥିତ ଅନେକ ଗାଁରେ ମୁସଲମାନ ଶ୍ରେଣୀୟ ଲୋକେ ସରକାରୀ ସାହାଯ୍ୟ ନେବାକୁ ମନା କରି ନିଜସ୍ୱ ଉଦ୍ୟମରେ ଗାଁରେ ଶୈାଚାଳୟ କରି ଉଦାହରଣ ତିଆରି କରିଥିବା ବେଳେ , ସେଠାରେ ମିରଟର ଫଲାବଦା ଅଂଚଳର ଏକ ଗାଁରେ ଜଣେ ଯୁବତୀ ନିଜ ଭାବି ସ୍ୱାମୀଙ୍କୁ ଦେଇଥିବା କିଛି ସର୍ତ୍ତକୁ ନେଇ ଚର୍ଚ୍ଚା । ଏହି ଯୁବତୀ ଜଣକ ନିଜ ଭାବୀ ସ୍ୱାମୀଙ୍କୁ କହିଛନ୍ତି , ପଥମେ ଘରେ ଶୈାଚାଳୟ ତିଆରି କର, ଏହା ପରେ ବାହା ହେବି । ଆଉ ଯୁବତୀଙ୍କର ଏହି ସର୍ତ୍ତକୁ ନେଇ ତାଙ୍କର ସ୍ୱାମୀ ମଧ୍ୟ ଘରେ ଶୈାଚାଳୟ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଖୁବ୍ ଶୀଘ୍ର ବର ସାଜିବାକୁ ଯାଉଥିବା ଏହି ଯୁବକ ବିବାହର ପାଇଁ ପ୍ରସ୍ତୁତ କରୁଛନ୍ତି । ସେ ଏକ ପ୍ରାଇଭେଟ୍ କଂପାନୀରେ ଚାକିରି କରୁଛନ୍ତି । ଯୁବକ ଜଣକ ଗ୍ରାଜୁଏଟ୍ ଓ ଯୁବତୀ ଜଣକ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି । ଦୁହିଁଙ୍କ ବିବାହ ଘର ଲୋକଙ୍କ ଇଚ୍ଛାରେ ହେଉଛି । ବିବାହ ସ୍ଥିର ହେବା ପରେ ଦୁହେଁ ଦୁହିଁଙ୍କୁ ସାକ୍ଷାତ କରିଥିଲେ । ଯୁବକ ଜଣକ ନିଜ ଘରର ସଦସ୍ୟଙ୍କ ବିଷୟରେ କହିଥିଲେ । ଆଉ ଘରେ ଶୈାଚାଳୟ ଅଛି ନା ନାହିଁ ବୋଲି ଯୁବତୀ ପଚାରିଥିଲେ । ଘରେ ଶୈାଚାଳୟ ନାହିଁ ବୋଲି ଯୁବକ ଜଣକ କହିଥିଲେ ଏବଂ ବର୍ଷ ବର୍ଷ ଧରି ସେମାନେ ସବୁ ପାଖ ଜଙ୍ଗଲରେ ଶୌଚକ୍ରିିୟା କରୁଛନ୍ତି ବୋଲି କହିଥିଲେ । ଏହା ଶୁଣି ଯୁବତୀ ଜଣକ କହିଥିଲେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁସାରେ ଘରେ ଘରେ ଶୈାଚାଳୟ ତିଆରି ଚାଲିଛି । ଏଣୁ ପ୍ରଥମେ ଘରେ ଶୈାଚାଳୟ ତିଆରି କରନ୍ତୁ , ପରେ ବିବାହ ହେବ । ଯୁବତୀ ଜଣକ ଏହି ସର୍ତ ରଖିଥିଲେ । ବିିବାହ କରିବାକୁ ଯାଉଥିବା ଯୁବକ ଜଣକ କହିଛନ୍ତି , ଯୁବତୀଙ୍କର ଏହି କଥାରେ ତାଙ୍କ ଘରେ ସମସ୍ତେ ଖୁସିରେ ସ୍ୱୀକାର କରିଛନ୍ତି । ଆଉ ଶୈାଚାଳୟ ନିର୍ମାଣ ପାଇଁ ଆଗଭର ହୋଇଛନ୍ତି ।
OSCAR-2019
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ୩୯୮.୯୮ ଏକର ଜମି ମଧ୍ୟରୁ ୪୦ ଏକର ଗାଏବ୍‌ ହୋଇଗଲାଣି। ଏନେଇ ହାଇକୋର୍ଟରେ ବି ଜନସ୍ୱାର୍ଥ ମାମଲା ହୋଇଛି। ତଥାପି କାହାର ନିଦ ଭାଙ୍ଗୁନି। ବିଶ୍ୱବିଦ୍ୟାଳୟ ଜମି ଫେରାଇ ଆଣିବା ଦିଗରେ ପ୍ରଶାସନିକ ଅଧିକାରୀ ଚୁପ୍‌ ବସିଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି। ପଦୁଟିଏ ବି ମୁହଁ ଖୋଲୁନାହାନ୍ତି। ଦୀର୍ଘବର୍ଷ ହେଲା ସମସ୍ତେ ଚୁପ୍‌ ହୋଇ ଯାଇଥିବାରୁ ଜବରଦଖଲକାରୀଙ୍କ ଲୋଲୁପ ଦୃଷ୍ଟି ଧୀରେ ଧୀରେ ବଢ଼ିବାରେ ଲାଗିଛି। ସବୁ ସୀମା ଲଙ୍ଘି ବିଶ୍ୱବିଦ୍ୟାଳୟ ହଷ୍ଟେଲକୁ ବି ମାଡ଼ି ବସିଲେଣି। ଛାତ୍ରାବାସ ୧ ଓ ୨ ପାର୍ଶ୍ୱରେ ଥିବା ଖାଲି ଜମିକୁ ଜବରଦଖଲକାରୀ ମାଡ଼ି ବସିଲେଣି। ଏବେ ଆଉ ଏକ ତଥ୍ୟ ପଦାକୁ ଆସିଛି। ୪୦ ଏକର ଜମି ମଧ୍ୟରୁ ବିଶ୍ୱବିଦ୍ୟାଳୟର କିଛି ପୂର୍ବତନ କର୍ମଚାରୀ ବି ଜମି ମାଡ଼ି ବସିଛନ୍ତି। ଯେତେବେଳେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କ୍ୱାର୍ଟର ହୋଇ ନ ଥିଲା, ସେତେବେଳେ କର୍ମଚାରୀମାନେ ଛାତ୍ରାବାସ ପଛପାର୍ଶ୍ୱରେ ଘର କରି ରହୁଥିଲେ। ସେବେଠାରୁ ଜମି ଜବରଦଖଲ କରିଛନ୍ତି ଯେ ଆଉ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଯେଉଁମାନେ ବିଶ୍ୱବିଦ୍ୟାଳୟ ଜମିରେ ଘର କରିଥିଲେ, ସେମାନଙ୍କ ମଧ୍ୟରୁ କେତେଜଣ ଇତି ମଧ୍ୟରେ ମରିଗଲେଣି। କିନ୍ତୁ ତାଙ୍କ ପରିବାରଲୋକେ ଏବେ ଉକ୍ତ ଘରଗୁଡ଼ିକୁ ଭଡ଼ାରେ ଲଗାଇଛନ୍ତି। ଆଉ କିଛି କର୍ମଚାରୀ କ୍ୟାମ୍ପସ ଭିତରେ ଘର ତିଆରି କରି ତାହାକୁ ବିକ୍ରି କରି ଦେଇଥିବା ଏବେ ଅଭିଯୋଗ ଆସିଛି। ୧୦ରୁ ୧୫ ବର୍ଷ ତଳେ ଯେଉଁମାନେ ଏହି ଘର କିଣିଥିଲେ। ସେମାନଙ୍କ କହିବାନୁଯାୟୀ ଘରଗୁଡ଼ିକୁ ୫୦ରୁ ୭୦ ହଜାର ଟଙ୍କାରେ କିଣିଛନ୍ତି। ଏ ତ ଗଲା ଗୋଟିଏ ପାର୍ଶ୍ୱ କଥା। ବିଶ୍ୱବିଦ୍ୟାଳୟ ପଛପାର୍ଶ୍ୱ ଜମିକୁ ନେଇ ଲକ୍ଷ୍ମୀବିହାରବାସୀଙ୍କ ସହ ଦେଢ଼ ଦଶନ୍ଧିରୁ ଅଧିକ ହେଲା ସୃଷ୍ଟି ହୋଇଛି କେଁ। ପ୍ରାୟ ୧୦ଏକର ଜମିକୁ ନେଇ ଲକ୍ଷ୍ମୀବିହାର ଓ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ମଧ୍ୟରେ ଝାମେଲା ଚାଲିଛି। ପ୍ରଶାସନ ଏହି ଘଟଣାରେ ଏ ପର୍ଯ୍ୟନ୍ତ ମୁଣ୍ଡ ଖେଳାଉନି। ସରକାରୀ ବାବୁମାନେ ମଧ୍ୟ ଚୁପ୍‌ ବସିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ମଧ୍ୟ କେତେବେଳେ କେମିତି ଖଣ୍ଡିଏ ଚିଠି ଲେଖି ବସି ପଡ଼ୁଛନ୍ତି। ପଚାରିଲେ ଉତ୍ତର ଆସୁଛି ଆମେ ଚିଠି ଲେଖିଛୁ। ବିଏମ୍‌ସି କିମ୍ବା ବିଡିଏ କେହି ବି ପଦକ୍ଷେପ ନେଉନାହାନ୍ତି। ଯେତେବେଳେ ଯେଉଁ କୁଳପତି ଆସିଲେ ତାଙ୍କ ମୁହଁରେ ସେହି ଗୋଟିଏ ହିଁ କଥା ଶୁଣିବାକୁ ମିଳୁଛି। ସବୁଠାରୁ ବଡ଼ କଥା ହେଲା ରାଜସ୍ୱ ବିଭାଗର ଭୂ-ଲେଖରେ ୪୦ ଏକର ଜମି କମ୍‌ ରହିଥିବା ଉଲ୍ଲେଖ ହୋଇଛି। ଏତେ ପରିମାଣ ଜମି କୁଆଡ଼େ ଗଲା ତାହାକୁ ବି କେହି ଖୋଜୁ ନାହାନ୍ତି। ଭୂ-ଲେଖରେ ଲେଖାଯିବା ସମୟରେ ତ୍ରୁଟି ରହିଲା ନା ଆଉ କେଉଁଠି ସମସ୍ୟା ହୋଇଛି। ତାହାକୁ ଖୋଜା ଯାଉନାହିଁ। ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ ଏନେଇ ଚୁପ୍‌ ବସିଛନ୍ତି। ଥରୁଟିଏ ବି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁନାହାନ୍ତି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ପଚାରିଲେ ଉତ୍ତର ମିଳୁଛି ଏ ଦିଗରେ ପଦକ୍ଷେପ ନିଆଯିବ। ହେଲେ କେବେ ପଦକ୍ଷେପ ନିଆଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟକୁ ବିକିଦେଲେଣି। କେତେଜଣ ରାଜନେତା ଭୋଟ ବ୍ୟାଙ୍କ ନ ହରାଇବା ପାଇଁ ବିଶ୍ୱବିଦ୍ୟାଳୟ ଜମିକୁ ସାଗ ମାଛ ଦରରେ ଅନ୍ୟମାନଙ୍କ ହାତକୁ ଟେକି ଦେଉଛନ୍ତି। ବିଶ୍ୱବିିଦ୍ୟାଳୟ କର୍ତୃପକ୍ଷ ମଧ୍ୟ ରାଜନେତାଙ୍କ ବୋଲକରା ସାଜିଛନ୍ତି। ସେମାନେ କହିଲେ ଏମାନେ ଫାଇଲ୍‌ରେ ଦସ୍ତଖତ କରୁଛନ୍ତି। ନ ହେଲେ ନାହିଁ। ଏମିତି ଯଦି ଚାଲିବ ତେବେ ଆଉ କିଛି ବର୍ଷ ପରେ ବିଶ୍ୱବିଦ୍ୟାଳୟ ପାଖରେ ଆଉ ଜମି ନ ଥିବ। କେବଳ କ୍ୟାମ୍ପସରେ ଯେତିକି ପୁରୁଣା କୋଠା ରହିଛି ସେତିକି ହିଁ ରହିଥିବ। କଟକ : ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ୍‌ ଏସ୍‌.କେ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସବ୍ୟସାଚୀଙ୍କ ଜାମିନ ଆବଦନ ଶୁଣାଣି କରି ଖାରଜ କରିଛନ୍ତି। ନିମ୍ନ ଅଦାଲତରେ ଆବେଦନକାରୀଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୁଣାଣି ଯଥା ଶୀଘ୍ର ଶେଷ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୬, ମାର୍ଚ୍ଚ ୨୪ରେ ସବ୍ୟସାଚୀଙ୍କ ସହିତ ଆଉ କିଛି ନକ୍ସଲ ମିଳିତ ଭାବେ ଗଜପତି ଜିଲା ଆର. ଉଦୟଗିରି ଥାନା ଉପରେ ଆକ୍ରମଣ କରିଥିଲେ। ଏ ନେଇ ସବ୍ୟସାଚୀ ଓ ଅନ୍ୟମାନଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା। କଟକ : ଆସ୍ଥା ଇଣ୍ଟରନ୍ୟାସନାଲ୍‌ ଲିମିଟେଡ ସଂସ୍ଥା ନିର୍ଦ୍ଦେଶକ ତଥା ଓଡିଶା ମୁଖ୍ୟ ଶୁଭ୍ରାଂଶୁ ଶେଖର ଲେଙ୍କାଙ୍କ ନିୟମିତ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଟହଲି ଚରଣ ମହାନ୍ତି ମାମଲା ପରିଚାଳନା କରୁଥିବା ବେଳେ ରାଜେଶ ପ୍ରସାଦ ଭଗତ ତାଙ୍କୁ ସହାୟତା କରୁଥିଲେ।
OSCAR-2019
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଦେଖିବାକୁ ମିଳିବ ୧୪ଟି ରାଜବଂଶର ମୁଦ୍ରା। ନଖ ସଦୃଶ ମୁଦ୍ରାଠୁ ଆରମ୍ଭ କରି ଆଠେଣି ଆକୃତିର ମୁଦ୍ରା ଦେଖିବାକୁ ମିଳିବ। ସଂଗ୍ରହାଳୟରେ ବହୁ ମୁଦ୍ରା ସଂରକ୍ଷିତ ଥିଲେ ହେଁ, ସୁରକ୍ଷା ଦୃଷ୍ଟିରୁ ପ୍ରଦର୍ଶନ କରିବା ସମ୍ଭବ ହେଉନଥିବା ବେଳେ ସେଗୁଡ଼ିକୁ ପ୍ରତିକୃତି ଓ ଫଟୋକୁ ନେଇ ନୂଆ ରୂପରେ ଆତ୍ମ ପ୍ରକାଶ କରିବ ‘ମୁଦ୍ରା ଗ୍ୟାଲେରି’। ଏଥିସହ ନୂତନ ଭାବେ ଏକ ଚଳଚ୍ଚିତ୍ର ଗ୍ୟାଲେରି ସ୍ଥାପିତ ହେବ। ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ରାଜ୍ୟ ସଂଗ୍ରହାଳୟ ପରିସରରେ ଏହି ଦୁଇ ନୂଆ ଗ୍ୟାଲେରି ଲୋକାର୍ପିତ ହେବ। ପୂର୍ବ ବର୍ଷ ‘ପାଇକ ଗ୍ୟାଲେରି’ ଖୋଲିଥିବା ବେଳେ ଚଳିତ ବର୍ଷ ଆଉ ଗୋଟିଏ ନୂଆ ଗ୍ୟାଲେରି ଯୋଡ଼ି ହେବା ସହ ମୁଦ୍ରା ଗ୍ୟାଲେରିର ପରିସର ବଢ଼ିବ। ମୁଦ୍ରା ଗ୍ୟାଲେରିରେ ମୁଦ୍ରା ସମେତ ଭାରତୀୟ ରାଜାମାନଙ୍କ ଅମଳରେ ପ୍ରଚଳିତ ମୁଦ୍ରା, ସେକାଳ ରାଜବଂଶର ଇଷ୍ଟଦେବ, ସେତେବେଳର ଅକ୍ଷର, ଗଙ୍ଗବଂଶୀୟ ମୁଦ୍ରାରେ ଥିବା ବୃଷଭ ଚିତ୍ର, ପଦ୍ମଫୁଲ ଭଳି ଚିତ୍ରର ବୈଶିଷ୍ଟ୍ୟକୁ ଜାଣିବା ପାଇଁ ଏହି ଗ୍ୟାଲେରି ସୁଯୋଗ ଦେବ ବୋଲି ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ କହିଛନ୍ତି। ଓଡ଼ିଆ ଚଳଚ୍ଚିତ୍ରକୁ ୮୦ ବର୍ଷ ପୂରିବା ପରେ ଓଡ଼ିଆ ସିନେମାର ପୋଷ୍ଟରକୁ ନେଇ ସଂଗ୍ରହାଳୟ ପରିସରରେ ପ୍ରଦର୍ଶିତ ହୋଇଥିବା ବେଳେ ତାହାକୁ ନେଇ ଏକ ଗ୍ୟାଲେରିର ପରିକଳ୍ପନା କରାଯାଇଥିଲା। ଏହି ଫଟୋଗୁଡ଼ିକ ଯେପରି ବାସ୍ତବ ଅନୁଭବ ଦେବ, ସେଗୁଡ଼ିକୁ କଲ୍‌ଚର କରାଯାଇ ନୂତନ ଭାବେ ନିର୍ମିତ ଚଳଚ୍ଚିତ୍ର ଗ୍ୟାଲେରିରେ ସ୍ଥାନିତ କରାଯିବ। ଏଥିସହ ୧୯୩୬ରୁ ଆରମ୍ଭ କରି ଏଯାବତ ଅଭିନୟରେ ସକ୍ରିୟ ଥିବା ଅଭିନେତା ଅଭିନେତ୍ରୀଙ୍କ ଫଟୋ ମଧ୍ୟ ରହିବ। ପ୍ରଚ୍ଛଦପଟ ଗାୟକ/ଗାୟିକା ବାଣୀ ଜୟରାମ, ଏସ୍‌ ଜାନକୀ, ପ୍ରଫୁଲ୍ଲ କର, ସିକନ୍ଦର ଆଲାମ, ଅକ୍ଷୟ ମହାନ୍ତି, ତୃପ୍ତି ଦାସ, ଭୁବନେଶ୍ୱରୀ ମିଶ୍ରଙ୍କ ଭଳି କଣ୍ଠଶିଳ୍ପୀଙ୍କ ବି ଫଟୋ ସ୍ଥାନିତ କରାଯିବ। ଗୀତର ହାଲକା ରେକର୍ଡିଂ ସହ ଏହି ସୁଦୃଶ୍ୟ ଗ୍ୟାଲେରି ଉପଭୋଗର ସୁଯୋଗ ମିଳିବ। ଏଥିସହ ଚଳିତ ବର୍ଷ ସଂଗ୍ରହାଳୟ ଦିବସ ପରିପ୍ରେକ୍ଷୀରେ ଓଡ଼ିଶାର ୫ଜଣ ବିଶିଷ୍ଟ ସଂଗ୍ରାହକ ସେମାନଙ୍କ ସଂଗୃହୀତ ଜିନିଷ ପ୍ରଦର୍ଶନ କରିବେ। ଦିଆସିଲି, ରେଳ ଟିକେଟ୍‌, ମୁଦ୍ରାଠୁ ଆରମ୍ଭ କରି କିଛି ନିଆରା ପ୍ରଦର୍ଶନୀ ଦେଖିବାକୁ ମିଳିବ। ଏହି ଅବସରରେ ସଂଗ୍ରହାଳୟର ପୂର୍ବତନ କ୍ୟୁରେଟର ପଣ୍ଡିତ ନୀଳମଣି ମିଶ୍ରଙ୍କ ଲିଖିତ ପ୍ରବନ୍ଧାବଳୀର ଏକ ସଂକଳନ ‘ପଣ୍ଡିତ ନୀଳମଣି ସଂଚୟନ’ ଏହି ଅବସରରେ ଲୋକାର୍ପିତ ହେବ।
OSCAR-2019
ଭୁବନେଶ୍ୱର, ୨୫ା୦୪(ଓଡ଼ିଆ ପୁଅ): ଭାରତଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ବାର୍ଷିକୀ ପାଳନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା କୌଣସି କାର୍ଯ୍ୟକ୍ରମ କରାଯିବାର ପ୍ରସ୍ତାବ ନାହିଁ। ତେଣୁ ଏଥିଲାଗି ଅର୍ଥ ବ୍ୟବସ୍ଥା କରାଯାଇନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି। ଭାରତଛାଡ଼ ଆନ୍ଦୋଳନର ୭୫ତମ ବାର୍ଷିକୀ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଓ ଏଥିଲାଗି କେତେ ଅର୍ଥ ବ୍ୟବସ୍ଥା ହୋଇଛି ବୋଲି ପ୍ରଶ୍ନ କରିବା ସହିତ ଏହି ଐତିହାସିକ ଆନ୍ଦୋଳନରେ କେଉଁ ଜିଲ୍ଲାରେ କେଉଁମାନେ ଆମ ରାଜ୍ୟରେ ସହିଦ ହୋଇଛନ୍ତି ଓ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିଲେ ତାହାର ବିସ୍ତୃତ ବିବରଣୀ ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ। ୧୯୪୨ର ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାରୁ ଯେଉଁମାନେ ସହିଦ ହୋଇଛନ୍ତି ଓ କାରାବରଣ କରିଛନ୍ତି ସେମାନଙ୍କର ଯେଉଁ ଜିଲ୍ଲାୱାରୀ ବିସ୍ତୃତ ତଥ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ସେଥିରେ ଅମର ସହିଦ ଲକ୍ଷ୍ମଣ ନାୟକଙ୍କ ନାମ ନାହିଁ କିମ୍ବା ଦ୍ୱିତୀୟ ଜାଲିଆନାୱାଲାବାଗ ଭାବେ ଇତିହାସରେ ସ୍ଥାନ ପାଇଥିବା ରକ୍ତତୀର୍ଥ ଇରମ୍ ର ନାଁ ଗନ୍ଧ ନାହିଁ। ବିଭିନ୍ନ ଜିଲ୍ଲାରୁ ପ୍ରାପ୍ତ ତଥ୍ୟ ମୁତାବକ ଓଡ଼ିଶାରେ ୬୨୪ ଜଣ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି। ଏଥିରେ ଯାଜପୁର ଜିଲ୍ଲାରେ ୩୮୭, ବରଗଡ଼ ଜିଲ୍ଲାରେ ୧୫୦, ଢେଙ୍କାନାଳରେ ୨୨, କେନ୍ଦ୍ରାପଡ଼ାରେ ୨୦, ଅନୁଗୁଳରେ ୨୩ ଓ କେନ୍ଦୁଝର ଜିଲ୍ଲାରେ ୨୨ଜଣ ଭାରତଛାଡ଼ ଆନ୍ଦୋଳନରେ କାରାବରଣ କରିଥିବା ଦର୍ଶାଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ କୌଣସି ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିବା ଏହି ତଥ୍ୟରେ ନାହିଁ। ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତଛାଡ଼ ଆନ୍ଦୋଳନ ସମୟରେ ନବରଙ୍ଗପୁର ଜିଲ୍ଲାରେ ବିକ୍ରମ ଭତ୍ରା, ସହଦେବ ପୂଜାରୀଙ୍କ ସମେତ ୧୯ ଜଣ ସହିଦ ହୋଇଥିବା ବେଳେ ଏହି ଜିଲ୍ଲାରେ କିନ୍ତୁ କେହି କାରାବରଣ କରିଥିବା ଉଲ୍ଲେଖ କରାଯାଇନାହିଁ। ଅବିଭକ୍ତ କୋରାପୁଟ ଜିଲ୍ଲାର ମାଥିଲିଠାରେ ପୋଲିସ ଗୁଳିରେ ୫ ଜଣ ସଂଗ୍ରାମୀ ସହିଦ ହୋଇଥିବା ବେଳେ ଏହି ଘଟଣାରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲେ ମଧ୍ୟ ତାଙ୍କ ନାମ ସରକାରଙ୍କ ପ୍ରଦତ୍ତ ତାଲିକାରେ ନାହିଁ। ଭାରତଛାଡ଼ ଆନ୍ଦୋଳନ ସମୟରେ ଢେଙ୍କାନାଳ ଜିଲ୍ଲାରେ ବାଜି ରାଉତ, ଲକ୍ଷ୍ମଣ ମଲ୍ଲିକ, ଭଗୁ ସାହୁ ଓ ସୁବଳ ସଂଗ୍ରାମ ସିଂହ ସହିଦ ହୋଇଥିବା ସରକାରଙ୍କ ଉତ୍ତରରେ ଉଲ୍ଲେଖ କରାଯାଇଛି। ଏହି ଆନ୍ଦୋଳନର ପ୍ରାୟ ୪ ବର୍ଷ ପୂର୍ବରୁ ପ୍ରଜାମଣ୍ଡଳ ଆନ୍ଦୋଳନ କାଳରେ ବ୍ରିଟିଶ୍ ପୋଲିସ ଗୁଳିରେ ବାଜି ରାଉତଙ୍କ ସମେତ ୬ ଜଣ ସହିଦ ହୋଇଥିଲେ ବୋଲି ଇତିହାସରେ ଉଲ୍ଲେଖ ଥିବା ବେଳେ ସରକାରଙ୍କ ତଥ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ସେହିପରି କନିକା ପ୍ରଜା ଆନ୍ଦୋଳନ ସମୟରେ ବାସୁଦେବ ସେଠୀ ଓ ବିସୁନି ମଢ଼ିଆଳ ସହିଦ ହୋଇଥିବା ବେଳେ ସରକାରଙ୍କ ଉତ୍ତରରେ ଭାରତଛାଡ଼ ଆନ୍ଦୋଳନ କାଳରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏ ଦୁଇଜଣ ସହିଦ ହୋଇଥିବା ଦର୍ଶଯାଇଛି। ତେବେ ଏହି ଜାତୀୟ ଆନ୍ଦୋଳନ କାଳରେ ଯାଜପୁର ଜିଲ୍ଲାରେ ୪ ଜଣ ସହିଦ ହୋଇଥିବା ଘେନି ସଠିକ୍ ତଥ୍ୟ ଦିଆଯାଇଛି। ଭାରତଛାଡ଼ ଆନ୍ଦୋଳନ ବେଳେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ରକ୍ତତୀର୍ଥ ଇରମ୍ ରେ ଜଣେ ମହିଳାଙ୍କ ସମେତ ୨୯ ଜଣ ପୋଲିସ ଗୁଳିରେ ସହିଦ ହୋଇଥିଲେ। ସେହିପରି ଖଇରାଡିହି, ତୁଡ଼ିଗଡ଼ିଆ, ଲୁଣିଆ, ନିମାପଡ଼ା ଆଦି ସମେତ ନୟାଗଡ଼, ନୀଳଗିରି, ତାଳଚେର ଗଡ଼ଜାତ ଅଞ୍ଚଳରେ ଏହି ଆନ୍ଦୋଳନ କାଳରେ ବ୍ରିଟିଶ୍ ପୋଲିସର ଗୁଳିମାଡ଼ରେ ଅନେକ ସହିଦ ହୋଇଥିଲେ ମଧ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ଐତିହାସିକ ଭାରତଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ଏବଂ ସେ ସମୟରେ ଦେଶ ମାତୃକା ଲାଗି ଯେଉଁମାନେ ଜୀବନ ଦେଲେ ଓ କାରାବରଣ କଲେ ସେମାନଙ୍କ ସ୍ମୃତିକୁ ଯୁବପିଢ଼ି ମଧ୍ୟରେ ଉଜ୍ଜୀବିତ କରି ରଖିବା ଲାଗି ବିଳମ୍ବରେ ହେଲେ ମଧ୍ୟ ସରକାର ଏହି ଐତିହାସିକ ଘଟଣାର ବର୍ଷବ୍ୟାପି ଉତ୍ସବ ପାଳନ କରିବାକୁ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି।
OSCAR-2019
ବେଙ୍ଗାଲୁରୁ: ଗତ ୪ ଦିନ ହେବ ପ୍ରବଳ ବୃଷ୍ଟି ଯୋଗୁଁ କର୍ଣ୍ଣାଟକର ଦୁଇ ଉପକୂଳବର୍ତ୍ତୀ ଜିଲ୍ଲା ଦକ୍ଷିଣ କନଡ଼ ଏବଂ ଉଦୁପିରେ ସ୍ୱାଭାବିକ ଜୀବନଯାତ୍ରାରେ ବ୍ୟାଘାତ ସୃଷ୍ଟି ହୋଇଛି। ପ୍ରତିଷେଧାତ୍ମକ ପଦକ୍ଷେପ ଭାବେ ଜିଲ୍ଲା ପ୍ରଶାସନ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ୨ ଦିନ ସକାଶ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ମାଙ୍ଗାଲୁରୁରେ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରିବାକୁ ଡଙ୍ଗା ବ୍ୟବହାର କରାଯାଉଛି। ପ୍ରାୟ ବୁଡ଼ି ଯାଇଥିବା ସହରର କୁଡ୍ରୌଲି ଅଞ୍ଚଳରେ ସ୍କୁଲ୍‌ ପିଲାଏ ମଧ୍ୟ ଜଳବନ୍ଦୀ ହୋଇ ରହିଯାଇଛନ୍ତି। ପାଣି ଜମି ଯିବାରୁ ଅଲକେ ଗୁଜରାଟୀ ସ୍କୁଲ୍‌ରେ ପିଲାଏ ଅଟକି ରହିଥିଲେ। ସାଧାରଣ ଲୋକେ ଏବଂ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରିଥିଲେ। ବୈକାମ୍ପାଡ଼ୀ ଶିଳ୍ପାଞ୍ଚଳର କେତେକ କାରଖାନାରେ ପାଣି ପଶିଯିବାରୁ ବହୁ କ୍ଷତି ଘଟିଛି। ଗତ କେତେ ଦଶନ୍ଧି ଧରି ଏ ଭଳି ବର୍ଷା ଦେଖି ନ ଥିବା କଥା କହୁଛନ୍ତି କାରଖାନା ମାଲିକମାନେ। ପାଡ଼ିଲ୍‌ ପୋଲ ତଳେ ବର୍ଷାପାଣି ଉବୁଟୁବୁ ହେବାରୁ ଅନେକ ଗାଡ଼ିଘୋଡ଼ା ଅଟକି ରହିଛି। ସହର ଅନ୍ତର୍ଗତ ହମ୍ପାନକଟ୍ଟା ଏବଂ ବେଜାଇ ଅଞ୍ଚଳରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିଛି। ଉଦୁପିରେ ଗୋଟାଏ ବିଶାଳ ବରଗଛ ରାସ୍ତା ଉପରକୁ ଉପୁଡ଼ି ପଡ଼ି ଯାନବାହନ ଯାତାୟାତ ବନ୍ଦ ରହିଥିଲା। ଅନେକ ବିଜୁଳିଖୁଣ୍ଟ ଓ ବିଜ୍ଞାପନ ହୋର୍ଡିଙ୍ଗ୍‌ ମଧ୍ୟ ଧରାଶାୟୀ ହୋଇଥିଲା। ଗତ ଦୁଇ ଦିନ ମଧ୍ୟରେ ଉଦୁପି ଜିଲ୍ଲାରେ ୧୩୦ଟି କୋଠା ଆଶିଂକ ବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସମୁଦାୟ ୫୧. ୩୭ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ପ୍ରାକ୍‌ମୌସୁମି ବର୍ଷା କାରଣରୁ ବୃଷ୍ଟିପାତ ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ମଙ୍ଗଳବାର ଦିନ ମୌସୁମି କେରଳରେ ପହଞ୍ଚି ଥିଲେ ମଧ୍ୟ କର୍ଣ୍ଣାଟକରେ ପହଞ୍ଚିବାକୁ କିଛି ସମୟ ଲାଗିବ।
OSCAR-2019
ସୋନମଙ୍କ ବିବାହ ଭୋଜିରେ ଅର୍ଜୁନ କପୁରଙ୍କୁ ଦେଖି ମୁହଁ ମୋଡ଼ି ଚାଲିଗଲେ ସଲମାନ ! କାରଣ ମଲ୍ଲାଇକାଙ୍କ ସହ ସଂପର୍କ ନୁହେଁ ତ | Sambad ମୁମ୍ବାଇ : ଏହି କିଛି ଦିନ ହେବ ନିଜ ବିବାହ ପାଇଁ ସୋସିଆଲ ମିଡ଼ିଆ ଏବଂ ସବୁ ନିଉଜ୍‌ ଚ୍ୟାନେଲମାନଙ୍କରେ ଛାଇ ରହିଛନ୍ତି ସୋନମ କପୁର । ଗତକାଲି ମୁମ୍ବାଇରେ ସେ ଦିଲ୍ଲୀର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିବା ବେଳେ ରାତିରେ ବିବାହର ଭୋଜି ରଖା ଯାଇଥିଲା । ଏହି ଗ୍ରାଣ୍ଡ ରିସେପ୍‌ସନ ପାର୍ଟିରେ ନଜର ଆସିଥିଲେ ଅନେକ ବଡ଼ ବଡ଼ ବଲିଉଡ଼ କଳାକାର । ସେହି ସମୟରେ ସାମ୍ନାସାମ୍ନି ହୋଇଥିଲେ ଟାଇଗର ଖାନ୍‌ ସଲମାନ ଏବଂ ଅର୍ଜୁନ କପୁର । ଦୁହେଁ ଦୁହିଁଙ୍କ ସାମ୍ନାରେ ଥାଇ ମଧ୍ୟ କେହି କାହା ସହ କଥା ହୋଇ ନ ଥିଲେ । ଏମିତି କି ସଲମାନ ଅର୍ଜୁନଙ୍କୁ ଦେଖି ନ ଦେଖିଲା ଭଳି ଚାଲି ଯାଇଥିଲେ । ସୂଚନା ମୁତାବକ, କିଛି ଦିନ ତଳେ ସଲମାନଙ୍କ ଭାଇ ଅରବାଜ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ମଲ୍ଲାଇକା ଆରୋରା ଖାନ୍‌ଙ୍କ ମଧ୍ୟ ଝଗଡ଼ା ଆରମ୍ଭ ହୋଇଥିଲା । ଏମିତିକି ଦୁଇ ଜଣ ଦୁଇ ଜଣଙ୍କୁ ଛାଡ଼ପତ୍ର ମଧ୍ୟ ଦେଇଥିଲେ । ତେବେ ଏ ସବୁ ପଛରେ ଅର୍ଜୁନ କପୁର ଥିବା ଖବର ଆସିଥିଲା । ମଲ୍ଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବାରୁ ମଲ୍ଲାଇକା ଏପରି କରିଥିଲେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯେଉଁଥି ପାଇଁ ସଲମାନ ଅର୍ଜୁନଙ୍କ ଉପରେ ରାଗିଥିଲେ ବୋଲି ଖବର ଆସିଥିଲା । ଯାହା ଏବେ ବି ରହିଛି । ସୋନମଙ୍କ ବିବାହ ଭୋଜିରେ ସଲମାନ ସମସ୍ତଙ୍କ ସହ ମିଶିଥିବା ବେଳେ ଅର୍ଜୁନଙ୍କୁ ଦେଖି ମୁହଁ ମୋଡ଼ି ଚାଲି ଯାଇଥିବାର ଦେଖିବାକୁ ମିଳିଥିଲା ।
OSCAR-2019
ତମାଣ୍ଡୋ ୪-୨ (ଓଡ଼ିଆ ପୁଅ) : ସ୍ଥାନୀୟ କଳିଙ୍ଗ ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପଂଚମ ଶ୍ରେଣୀ ଛାତ୍ରୀ ଶେତପଦ୍ମା ତ୍ରିପାଠୀ ପଂଚମ ଶ୍ରେଣୀ ମେଧାବୃତି ପରୀକ୍ଷାରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ପ୍ରଧାନ ଆଚାର୍ଯ୍ୟ ସଂଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଢୁଥିବା ସୁଶ୍ରୀ ଶ୍ୱେତପଦ୍ମା ହେଉଛନ୍ତି କଟକ ଜିଲ୍ଲା କୁଟିଲୋ ଗ୍ରାମର ପିତା ଶୁରେନ୍ଦ୍ର ନାଥ ତ୍ରିପାଠୀ ଏବଂ ମାତା ରେଣୁବାଳା ତ୍ରିପାଠୀଙ୍କର ଏକମାତ୍ର କନ୍ୟା। ପିଲାଟି ଦିନରୁ ପଢାପ୍ରତି ବିଶେଷ ଆଗ୍ରହ ଥିବାରୁ ସେ ତୃତୀୟ ଶ୍ରେଣୀ ମେଧାବୃତି ପରୀକ୍ଷାରେ ମଧ୍ୟ ଏହି ବିଦ୍ୟାଳୟରୁ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ସେ ମଧ୍ୟ ତାଙ୍କର ବିଦ୍ ମତା ବଳରେ ବିଦ୍ୟାଳୟରେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତା ମାନଙ୍କରେ ପ୍ରଥମ ସ୍ଥାନ ଅଧିକାର କରିଥାନ୍ତି ବୋଲି ତାଙ୍କର ଶ୍ରେଣୀ ଗୁରୁମା ମୋନାଲିସା ପଟ୍ଟନାୟକ କହିଛନ୍ତି। ଏଭଳି କୃତକାର୍ଯ୍ୟ ପାଇଁ ସେ ତାଙ୍କର ଅଜା ବାସୁଦେବ ମିଶ୍ର, ଆଇ ଶାନ୍ତିଲତା ମିଶ୍ର ଏବଂ ମଉସା ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଠାରେ କୃତଜ୍ଞ ବୋଲି କହିଛନ୍ତି। ଭବିଷ୍ୟତରେ ଜଣେ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରହିଛି ବୋଲି ସୁଶ୍ରୀ ସ୍ୱେତପଦ୍ମା ପ୍ରକାଶ କରିଛନ୍ତି।
OSCAR-2019
କୋରାପୁଟ ; ତା୧୨-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଅସୁସ୍ଥ ହୋଇ କୋରାପୁଟ ଡାକ୍ତରଖାନାରେ ଭର୍ତିି ହୋଇଥିବା ଜଣାପଡିଛି। ଜୟପୁରର ନିଜ ଘର ସଫା କରୁଥିବା ସମୟରେ ଖସିପଡି ଆହତ ହୋଇ ଜୟପୁର ଡାକ୍ତରଖାନାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।କୋରାପୁଟ ଡାକ୍ତରଖାନାରେ ପହଂଚିବାପରେ ପ୍ରଥମେ ଭେଷଜ ଓାର୍ଡରେ ରଖାଯାଇ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିବା ହସପିଟାଲ ମ୍ୟାନେଜର ଲଲିତ ସାହୁ ସୂଚନା ଦେଇଥିଲେ।ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିମନ୍ତେ ଏକ ମେଡିକାଲ ଟିମ ଗଠନ କରାଯାଇଥିବା ସେ ପ୍ରକାଶ କରିଥିଲେ।ଏହି ଖବର ପ୍ରସାରିତ ହେବା ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲଲିତ ମୋହନ ରଥ, ସ୍ୱାସ୍ଥ୍ୟ ମିଶନର ଡିପିଏମ ସରୋଜ କୁମାର ପାଣିଗ୍ରହୀ, କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି ପ୍ରମୁଖ କୋରାପୁଟ ମେଡିକାଲ ଆସି ତାଙ୍କର ସ୍ୱାସ୍ଥ୍ୟ ସଂପର୍କରେ ପଚାରିଥିଲେ ବୋଲି ଜଣାପଡିଛି।
OSCAR-2019
ଭୁବନେଶ୍ୱର : ରାଜ୍ୟରେ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ ଆପ୍ରେଣ୍ଟିସ୍‌ ବା ଶିକ୍ଷାନବୀଶ ତାଲିମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ୨୦୨୨ ସୁଦ୍ଧା ଦେଶର ପ୍ରାୟ ୫୦ କୋଟି ବ୍ୟକ୍ତିଙ୍କ କୌଶଳ ଦକ୍ଷତା ବୃଦ୍ଧି ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବିଶେଷ କରି ଆଇଟିଆଇ, ପଲିଟେକ୍‌ନିକ୍‌, ଇଞ୍ଜିନିୟରିଂ କଲେଜଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଛୋଟ, ମଧ୍ୟମ, ବଡ଼ ଶିଳ୍ପାନୁଷ୍ଠାନରେ ବାସ୍ତବ ତାଲିମ ପ୍ରଦାନ ସେମାନଙ୍କର ନିଯୁକ୍ତି ପାଇଁ ଅପରିହାର୍ଯ୍ୟ ବୋଲି ବିବେଚନା କରାଯାଉଛି। ଆପ୍ରେଣ୍ଟିସ୍‌ ଆଇନ, ୧୯୬୧ର ଧାରା ୩(କ) ଅନୁଯାୟୀ ଶିଳ୍ପାନୁଷ୍ଠାନଗୁଡ଼ିକ ଏହି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନବୀଶ ତାଲିମ ଦେବା କଥା। କିନ୍ତୁ ରାଜ୍ୟରେ ବସ୍ତୁତଃ ଏହି ଆଇନ କାର୍ଯ୍ୟକାରୀ ହେଉନାହିଁ। କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ପରୋକ୍ଷରେ ଏହା ସ୍ୱୀକାର କରିଛନ୍ତି। ନିକଟରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍‌ଡ଼ାଙ୍କ ନିକଟକୁ ପତ୍ର ଲେଖି ତାଙ୍କୁ ଏଭଳି ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତିି ବିଭାଗୀୟ ସଚିବ ସଂଜୟ ସିଂହ। ଆପ୍ରେଣ୍ଟିସ୍‌ ଆଇନ ୧୯୬୧ ଅଧୀନରେ ରାଜ୍ୟରେ ବିଭିନ୍ନ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପାନୁଷ୍ଠାନଗୁଡ଼ିକ ଶିକ୍ଷାନବୀଶ ତାଲିମ(ଅନ୍‌-ଜବ୍‌-ଟ୍ରେନିଂ) ପ୍ରଦାନର ଗୁରୁତ୍ୱ ରହିଛି। ଏହାକୁ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏହି ଆଇନ ଅନୁଯାୟୀ ଅନ୍ୟୂନ ୬ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ଶିକ୍ଷାନବୀଶଙ୍କୁ ତାଲିମ ପାଇଁ ନିୟୋଜିତ କରିପାରିବେ। ରାଜ୍ୟରେ ଏହି ଧରଣର ପ୍ରାୟ ୧୧୬୮ଟି ଛୋଟ, ବଡ଼ ଶିଳ୍ପାନୁଷ୍ଠାନ ରହିଥିବା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ମାତ୍ର ୪୧୯ଟି ସଂସ୍ଥା ଆଇନ ମୁତାବକ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ମାତ୍ର ୩୦ଟି ସଂସ୍ଥା ତାଲିମ ପାଇଁ ଶିକ୍ଷାନବୀଶଙ୍କୁ ନିୟୋଜିତ କରୁଛନ୍ତି। ବିଭାଗୀୟ ତାଲିକାରେ ଓଡ଼ିଶାର ପ୍ରଥମ ରାଷ୍ଟ୍ରାୟତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା(ଆରଏସ୍‌ପି)କୁ ଅଣପଞ୍ଜୀକୃତ ଦର୍ଶାଯାଇଛି। ବାସ୍ତବପକ୍ଷେ, ଏହି ସଂସ୍ଥାରେ ଦୀର୍ଘ ବର୍ଷ ଧରି ଆଇଟିଆଇ, ଇଞ୍ଜିନିୟରିଂ ଶିକ୍ଷାନବୀଶଙ୍କୁ ନିୟୋଜିତ କରି ତାଲିମ ପ୍ରଦାନ କରାଯାଉଛି। ଚଳିତ ବର୍ଷ ମଧ୍ୟ ଶତାଧିକ ଶିକ୍ଷାନବୀଶ ତାଲିମ ନେଉଥିବା ଜଣାଯାଇଛି। ଆରଏସ୍‌ପିରେ ୧୩୪୭୮ଜଣ ଶ୍ରମିକ, କର୍ମଚାରୀ କାର୍ଯ୍ୟ କରୁଥିବା ଦର୍ଶାଇଛି ଇପିକଲ୍‌। ଏହା ମଧ୍ୟ ବିଭ୍ରାନ୍ତିକର ତଥ୍ୟ। ସେହି ବିଭାଗୀୟ ତାଲିକାନୁସାରେ ଝାରସୁଗୁଡ଼ାର ବେଦାନ୍ତ ଲିମିଟେଡ୍‌, ଏସ୍‌ଏମ୍‌ସି ପାଓ୍ଵାର ଜେନେରେସନ ଲିମିଟେଡ୍‌, ସୋନାପର୍ବତ(ରାଉରକେଲା)ର ଆଇଡିଏଲ୍‌ ଏକ୍ସପ୍ଲୋସିଭ୍‌, ଅନୁଗୁଳ ଜିଲ୍ଲାର ଜିନ୍ଦଲ ଇଣ୍ଡିଆ ଥର୍ମାଲ୍‌ ପାଓ୍ଵାର, ଭୂଷଣ ଏନର୍ଜି, ସମ୍ବଲପୁର ଜିଲ୍ଲାର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌, ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍‌, ବିଶାଖା ଇଣ୍ଡଷ୍ଟ୍ରିଜ୍‌ ଭଳି ଅନେକ ଶିଳ୍ପାନୁଷ୍ଠାନ ପଞ୍ଜୀକୃତ ହୋଇନାହାନ୍ତି। ଆରଏସ୍‌ପି ଭଳି ଏସବୁ ଜଣାଶୁଣା ଶିଳ୍ପାନୁଷ୍ଠାନ କେତେଦୂର ଅଣପଞ୍ଜୀକୃତ, ସେ ନେଇ ମଧ୍ୟ ସନ୍ଦେହ ରହିଛି। ଏସବୁ ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀଙ୍କ ସଂଖ୍ୟା ନେଇ ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ, ନିର୍ଦେଶକ(ଡିଟିଇଟି), ଇପିକଲ୍‌, ଶ୍ରମ କମିସନରଙ୍କ ଭଳି ସଂସ୍ଥା ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି। କାହାରି ତଥ୍ୟ କାହା ସହିତ ମେଳ ଖାଉନାହିଁ। ଏଣୁ, ଶିଳ୍ପାନୁଷ୍ଠାନଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବେଳେ ବିଭାଗ ପକ୍ଷରୁ ଯେପରି ପ୍ରସ୍ତୁତି ରହିବା କଥା, ସେଥିରେ ଖିଲାପ ହୋଇଥିବା ଦେଖିବାକୁ ମିଳୁଛି। ସଚିବଙ୍କ କହିବାନୁସାରେ ଆଇନ କାର୍ଯ୍ୟକାରୀ କରୁନଥିବା ୧୪୪ଟି ଶିଳ୍ପାନୁଷ୍ଠାନଙ୍କୁ ୨୦୧୭ରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏହା ସତ୍ତ୍ୱେ ଅଧିକାଂଶ ଶିଳ୍ପ ସଂସ୍ଥା ସରକାରୀ ନିର୍ଦେଶନାମାକୁ ଅବଜ୍ଞା କରୁଥିବା ଦର୍ଶାଇ ଶିଳ୍ପ ବିଭାଗ ଉପଯୁକ୍ତ ନିର୍ଦେଶନାମା ଜାରି କରିବାକୁ ସେ ଅନୁରୋଧ କରିଛନ୍ତି। ତେବେ ସଚିବ କ’ଣ ପାଇଁ ଏଭଳି ତଥ୍ୟ ଉପସ୍ଥାପନ କଲେ, ସେହି ତଥ୍ୟ କେତେଦୂର ସତ୍ୟ ସେ ନେଇ ତର୍ଜମାର ଆବଶ୍ୟକତା ରହିଛି। ଏହା ବିଭାଗର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ଟାଣିଦେଇଛି।
OSCAR-2019
ସମ୍ବଲପୁର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଈଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ସେହିପରି ପଶ୍ଚିମ ଓଡିଶାର ଅନ୍ୟ ପ୍ରମୁଖ ଦୈବୀପୀଠ ପାଟଣେଶ୍ୱରୀ, ସୁରେଶ୍ୱରୀ ଓ ଲଙ୍କେଶ୍ୱରୀ ମନ୍ଦିରରେ ଆଜି ନବାନ୍ନ ଲାଗି ହୋଇଛି । ଇଷ୍ଟଦେବୀଙ୍କ ନିକଟରେ ନବାହ୍ନ ଲାଗି ପରେ ନୂଆ ଚାଉଳ ଏକାଠି ସେବନ କରିବେ ପଶ୍ଚିମ ଓଡିଶାବାସୀ । ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ଝାରସୁଗୁଡା ସହ ସମସ୍ତ ପଶ୍ଚିମ ଓଡିଶା ଉତ୍ସବମୁଖର ହୋଇ ଉଠିଛି । ନିୟମ ଅନୁସାରେ, ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ପାଳିତ ହୋଇଥାଏ । ପର୍ବ ଦିନ ନୂଆ ଲୁଗା ପିନ୍ଧି କୃଷକ କ୍ଷେତକୁ ଯାଆନ୍ତି । କ୍ଷୀର, ଅରୁଆ ଚାଉଳ, ଧୂପ, ଦୀପ, ନୈବେଦ୍ୟ ଅର୍ପଣ ସହ ଧରଣୀମାତା ଓ ମହାଲକ୍ଷ୍ମୀଙ୍କୁ ଯଥାରୀତି ପୂଜାର୍ଚ୍ଚନା କରିଥାନ୍ତି । ତାପରେ ନୂଆ ଫଳିଥିବା ଧାନକେଣ୍ଡା ଧରି ଘରକୁ ଫେରନ୍ତି । କେଣ୍ଡାରୁ ଧାନ ବାଛି ସଫା କରିବା ପରେ ସେଥିରେ ପଂଚାମୃତ ମିଶାଇ ଭୋଗ ପ୍ରସ୍ତୁତ ହୁଏ । ପ୍ରଥମେ ଦେବଦେବୀ ଓ ପିତୃପୁରୁଷଙ୍କୁ ଭୋଗ ଅର୍ପଣ କରାଯାଏ । ସମସ୍ତେ ଏକତ୍ର ବସନ୍ତି , ପରିବାରର ବରିଷ୍ଠ ବ୍ୟକ୍ତି ଭୋଗ ଭକ୍ଷଣ ପରେ ଅନ୍ୟମାନେ ଖାଇଥାନ୍ତି । ଭୋଗ ସାଙ୍ଗକୁ ପିଠା, ମିଠା, ଅନ୍ନବ୍ୟଞ୍ଜନ ଆଦି ସମସ୍ତେ ଖାଇଥାନ୍ତି । ସାନମାନେ ବଡମାନଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନିଅନ୍ତି । ଗାଁରେ ସମସ୍ତେ ସମସ୍ତଙ୍କ ଘରକୁ ଯାଇ କିମ୍ବା ମନ୍ଦିର ମଣ୍ଡପରେ ସମବେତ ହୋଇ ପରସ୍ପରକୁ ନୂଆଖାଇ ଜୁହାର ଜଣାନ୍ତି । ନୂଆଁଖାଇ ପାରସ୍ପରିକ ଭାବ ବିନିମୟ ଓ ମିଳନର ପର୍ବ । ଭିଟାମାଟି ଛାଡି ଅନ୍ୟତ୍ର ରହୁଥିବା ଲୋକଙ୍କ ପାଇଁ ନୂଆଖାଇରେ ଏକାଠି ହେବାର ସୁଯୋଗ ମିଳେ ।
OSCAR-2019
ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ୍‌ ହେଲା ଅଜୟ ଦେବଗନ୍‌ଙ୍କ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ରେଡ୍‌’ । ‘ପିଙ୍କ୍‌’ ଏବଂ ‘ଏୟାର୍‌ଲିଫ୍ଟ’ ଭଳି ଫିଲ୍ମର କାହାଣୀ ଲେଖିଥିବା ରିତେଶ ଶାହା ଏହି ପିରିଅଡ୍‌ କ୍ରାଇମ୍‌ ଡ୍ରାମାକୁ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ଗୁପ୍ତା । ମୁଖ୍ୟ ଭୂମିକାରେ ନଜର ଆସିବେ ଅଜୟ ଦେବଗନ୍‌ ଓ ତାଙ୍କ ବିପକ୍ଷରେ ଅଛନ୍ତି ଦକ୍ଷିଣ ସୁନ୍ଦରୀ ଇଲିଆନା ଡିକ୍ରୁଜ୍‌ । ସେହିଭଳି ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ସୌରଭ ଶୁକ୍ଳା, ସାନନ୍ଦ ବର୍ମା, ଗାୟତ୍ରୀ ଆୟର, ଅମିତ୍‌ ଶିଆଲ, ମୁକେଶ ସିଂ, ଅକ୍ଷୟ ବର୍ମା ଓ ନୀଲଭ ପାଣ୍ଡେଙ୍କୁ ଦର୍ଶକ ଏଥିରେ ଦେଖିବାକୁ ପାଇବେ । ପ୍ରଥମ ଥର ପାଇଁ ଆୟକର ଚଢାଉ ଉପରେ ଏହି ଫିଲ୍ମ ପର୍ଜ୍ୟ ବେଶିତ ହୋଇଛି । ଏହି ଫିଲ୍ମରେ ରହିଛି ଭରପୁର ଥ୍ରୀଲର୍‌ ଓ ଆକ୍ସନ । ୧୯୮୦ ମସିହାରେ ଭାରତୀୟ ରାଜସ୍ଵ ସେବାର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ହୋଇଥିବା ଆୟକର ଚଢ଼ାଉ ଉପରେ ‘ରେଡ୍‌’ର କାହାଣୀ ଆଧାରିତ ହୋଇଛି । ୧୯୮୦ ମସିହାର କଥା । ଜଣେ ସଚ୍ଚୋଟ ତଥା ନିର୍ଭୀକ ଇନ୍‌କମ୍‌ ଟ୍ୟାକ୍ସ ଅଫିସର ଅମୟ ପଟ୍ଟନାୟକ ହଠାତ୍‌ ଲକ୍ଷ୍ନୌର ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ଘରେ ରେଡ୍‌ କରନ୍ତି । ଯାହା କି ସେତେବେଳର ସବୁଠୁ ବଡ ଓ ଚର୍ଚିତ ରେଡ ଭାବେ ପରିଚିତ । ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଯାଇ ସତ୍ୟକୁ ସାମ୍ନାକୁ ଆଣିବାର ସବୁପ୍ରକାର ପ୍ରଚେଷ୍ଟା କରନ୍ତି । ହେଲେ ଦୁର୍ନୀତିର ଲମ୍ବା ଚେରକୁ ଖୋଜି ପାଇବାରେ ସେ କେତେଦୂର ସଫଳ ହୁଅନ୍ତି ନା ନିରାଶ ହୋଇ ଫେରନ୍ତି, ତାହା ହିଁ ‘ରେଡ୍‌’ର କାହାଣୀ । ଏହାର ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିଲେ । ଏହି ଥିରୁ ଜଣାପଡି ଯାଉଛି କି ଏହି ଫିଲ୍ମ ବକ୍ସ ଅଫିଶରେ ଭଲ ବ୍ୟବସାୟ କରିବ । ସବୁଠାରୁ ବଡ଼କଥା ହେଲା, ଏକ ବାସ୍ତବ କାହାଣୀ ଉପରେ ଫିଲ୍ମ ଆଧାରିତ ହୋଇଥିବା ବେଳେ ଜଣେ ସଚ୍ଚୋଟ ଅଫିସରଙ୍କ ରିୟଲ ଲାଇଫ୍‌କୁ ଏଥିରେ ଦର୍ଶାଯାଇଛି ।
OSCAR-2019
ଭାରତୀୟ ଦୂରସଂଚାର ବିନିୟାମକ ପ୍ରାଧିକରଣ (ଟ୍ରାଇ) ଖୁବ୍ ଶୀଘ୍ର ଗ୍ରାହକମାନଙ୍କୁ ଶସ୍ତା କଲିଂ ଭେଟି ଦେବାକୁ ଯାଉଛି । ଟ୍ରାଇ ମୋବାଇଲ୍ ଅପରେଟର୍ସଙ୍କ ସହ ସଂଯୁକ୍ତ କଲିଂ ପାଇଁ ଦିଆ ଯାଇଥିବା ତଥା ପୂର୍ବ ନିର୍ଦ୍ଧାରିତ ଶୁଳ୍କରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି । ତେବେ ଇଂଟରକନେକ୍ଟ ୟୁଜର ଚାର୍ଜ ହେଉଛି ସେହି ଚାର୍ଜ ଯାହା କି ‘ଟର୍ମିନେଟ୍’ କରିବା ଉଦ୍ଦେଶ୍ୟରେ ଗୋଟିଏ ଅପରେଟର ଅନ୍ୟ କୌଣସି ଅପରେଟରଠାରୁ ଆଣିଥାଏ । ସୂଚନା ମୁତାବକ, ନିର୍ଦ୍ଧାରିତ ସମୟରେ ଇଂଟରକନେକ୍ଟ ୟୁଜର୍ ଚାର୍ଜସେ ବା ଆଇୟୁସି ୧୫ ପଇସା ପ୍ରତି ମିନିଟ୍ ରହିଛି । ଯାହାକି ଏହି ସିଦ୍ଧାନ୍ତ ପରେ ଏହା ୧୦ ପଇସାକୁ କମି ଆସି ହୋଇପାରେ । ଏହା ଗ୍ରାହକଙ୍କ ପାଇଁ ଏକ ଉପହାର ଭଳି ହେବ । କାରଣ ଦୀର୍ଘ ଏକ ବର୍ଷ ଧରି ଜିଓ ଯେଭଳି ପ୍ରକାରେ ଇଂଟରନେଟ୍ ଡାଟା ଏବଂ ମାଗଣା କଲଂ ଭଳି ସୁବିଧା ଦେଇ ଟେଲିକମ୍ ଜଗତରେ ହଇଚଇ ସୃଷ୍ଟି କରିଛି ଯାହାଦ୍ୱାରା ଅନ୍ୟ କଂପାନୀମାନଙ୍କ ଚିନ୍ତା ବଢାଇଦେଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଆଇୟୁସି ପକ୍ଷରୁ ଏନେଇ ବିଚାର ବିମର୍ଶ କରାଯାଉଛି । ଅନ୍ୟପକ୍ଷରେ ଏୟାରଟେଲ୍,ଭୋଡାଫୋନ ଏବଂ ଆଇଡିଆ ଭଳି ବଡ ବଡ କଂପାନୀମାନେ ଏହାଦ୍ୱାରା ହଜାର ହଜାର କୋଟି ଟଙ୍କାର ମୁନାଫା କରନ୍ତି । ମାତ୍ର ଜିଓ ଆସିବାଠାରୁ ଏହିସମସ୍ତ କଂପାନୀମାନଙ୍କୁ ବହୁ କ୍ଷତି ସହିବାକୁ ପଡିଛି । ଯେଉଁଥିପାଇଁକି ଏମାନେ ସବୁବେଳେ ଜିଓ ବିପକ୍ଷରେ ଅଛନ୍ତି ।
OSCAR-2019
ପାରଳାଖେମୁଣ୍ଡି, ୨୧ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମାଁ ନିଳାମା ଠାକୁରାଣୀଙ୍କ ଘଟପୁଜା କାର୍ଯ୍ୟକ୍ରମ ସ୍ଥାନୀୟ ବାଟଗୌଡ ସାହି ଠାରେ ଅନୁଷ୍ଠିତ ହୋଇଯାଇଛି। ମାଁଙ୍କୁ ଚିରାଚରିତ ଢଙ୍ଗରେ ବାଇଦର ତାଳେ ତାଳେ ସ୍ଥାନୀୟ ନିଳାମା ମନ୍ଦିର ଠାରେ ପ୍ରଥମେ ମାଁଙ୍କ ପୁଜାର୍ଚ୍ଚନା କରାଯାଇଥିଲା। ପରେ ମାଁଙ୍କୁ ରିତିନିତି ଅନୁସାରେ ନିମନ୍ତ୍ରିତ କରାଯାଇ ଦିପ, ଧୁପ, ଝୁଣା ସହ ବାଦ୍ୟର ତାଳେ ତାଳେ ବାଟଗୌଡ ସାହିକୁ ଅଣାଯାଇଥିଲା। ସେଠାରେ ମାଁଙ୍କର ରିତି ଅନୁସାରେ ପୁଜାର୍ଚ୍ଚନା କରାଯାଇଥିଲା। ମାଁଙ୍କ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ପରେ ମାଁଙ୍କୁ ସଜ୍ଜିତ କରାଯାଇ ବାଜା ଓ ଆଲୋକମାଳା ସହ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରାଯାଇଥିଲା। ତେବେ ମାଁଙ୍କ ଏହି ପରିକ୍ରମା ଯାତ୍ରା ବେଶ ଆକର୍ଷକ ହୋଇଥିବା ବେଳେ ଏଥିରେ ଶ୍ରଦ୍ଧାଳୁମାନେ ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିବାର ଦେଖିବାକୁ ମିଳିଥିଲା। ଏହି ଅବସରରେ ଏକ ଅନ୍ନ ପ୍ରସାଦ ସେବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ବେଶ ପାରମ୍ପରିକ ଶୈଳୀରେ ଏବଂ ଉତ୍ସାହପୁର୍ଣ୍ଣ ପରିିବେଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଞ୍ଜିତ ସାହୁ, ସନ୍ତୋଷ ସାହୁ, ସନ୍ତୋଷ କୁମାର ପଣ୍ଡା, ଆନନ୍ଦ ତାମରା, ଲୁଲୁ ମହିହାତି, ଜ୍ଞବନୁ ତାମରା, ପ୍ରମୁଖ ପରିଚାଳନା କରିଥିବା ବେଳେ ପୁଜକ ନୃଂସିହ ପୁଜାରି ପୁଜା କାର୍ଯ୍ୟ ସମ୍ପାଦନ କରିଥିଲେ।
OSCAR-2019
କନକ ବ୍ୟୁରୋ : ଦିଲ୍ଲୀ ଏନସିଆର୍ ସମେତ ଭାରତର ଅନେକ ରାଜ୍ୟରେ ଏକ ସପ୍ତାହ ମଧ୍ୟରେ ୧୨ରୁ ଅଧିକ ଥର ମୃଦୁ ଭୂମିକମ୍ପ ହୋଇସାରିଛି । ରବିବାର ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ପ୍ରଥମ ଝଟକା ଅନୁଭୂତ ହୋଇଥିଲା । ଏବଂ ବୁଧବାର ଦିନ ଜମ୍ମୁ-କଶ୍ମୀର ଓ ହରିୟାଣାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲ । ଏହାବ୍ୟତୀତ ବିହାର, ପଶ୍ଚିମବଙ୍ଗ ସମେତ ଉତ୍ତର ପୂର୍ବର ଅନେକ ରାଜ୍ୟରେ ଭୂମିକମ୍ପ ଅନୁଭବ ହୋଇଥିଲା । ବୈଜ୍ଞାନିକଙ୍କ କହିବା ଅନୁସାରେ ବିଗତ ଏକ ସପ୍ତାହ ମଧ୍ୟରେ ଲଗାତାର ଭୂମିକମ୍ପ ଝଟକା ବହୁତ ବଡ଼ ସଙ୍କେତ ଦେଉଛି । ବିଶେଷଜ୍ଞଙ୍କ ଅନୁସାରେ ଦିଲ୍ଲୀ ସିସ୍ମିକ ୪ ଜୋନରେ ଅନ୍ତର୍ଗତ । ୬ରୁ ଅଧିକ ତୀବ୍ରତାଯୁକ୍ତ ଭୂମିକମ୍ପ ଭୟଙ୍କର ହେବା ସହ ଧନଜୀବନ ନଷ୍ଟ କରିବ । ସୂଚନା ଅନୁସାରେ ଭାରତରେ ଦିଲ୍ଲୀ ସମେତ ଦେଶର ୨୯ଟି ସହରରେ ଭୟଙ୍କର ଭୂମିକମ୍ପ ହେବାର ଆଶାଙ୍କା ରହିଛି । ଏଥିରୁ ଅଧିକରୁ ଅଧିକ ସହର ହିମାଳୟ ଜୋନ ଅନ୍ତର୍ଗତ । ଦିଲ୍ଲୀ, ପାଟଣା, ଶ୍ରୀନଗର, କୋମହିମା, ପୁଡ଼ୁଚୋରୀ, ଗୁଆହାଟି, ଗ୍ୟାଙ୍ଗଟକ୍, ଶିମଲା, ଡେରାଡୁନ୍, ଇମ୍ପାଲ ଓ ଚଣ୍ଡୀଗଡ଼ ଆଦିରେ ରହିଛି ଭୂମିକମ୍ପ ଭୟ । ଏହା ବ୍ୟତୀତ କେରଳ, ଗୋଆ, ଲାକ୍ଷାଦ୍ୱୀପ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ଝାରଖଣ୍ଡ, ମହରାଷ୍ଟ୍ର୍ର , ଚତିଶଗଡ଼, ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ କର୍ଣ୍ଣାନଖ ଆଦି ସହର ଗୁଡ଼ିକରେ ମଧ୍ୟ ରହିଛି ଭୂମିକମ୍ପ ଭୟ । କନକ ବ୍ୟୁରୋ: ରାଜରାସ୍ତାରେ ଜାରି ରହିଛି ସ୍କୁଲ ଓ କଲେଜ ଶିକ୍ଷକଙ୍କ ଆନ୍ଦୋଳନ । ଦାବି ପୂରଣ ନେଇ ରାଜ୍ୟ ସରକାର କୌଣସି ନିଷ୍ପତି ନେଉନଥିବାରୁ ଆସନ୍ତାକାଲି ଗୁରୁ ଦିବସକୁ କଳାଦିବସ ଭାବେ ପାଳନ କରିବାର ଧମକ ଦେଇଛନ୍ତି ଆନ୍ଦୋଳନରତ ଶିକ୍ଷକ । ଏପରିକି ଯଦି ସରକାର ଦାବି ପୂରଣ ନକରନ୍ତି ସେପଟେମ୍ବର ୬ରୁ ସ୍କୁଲରୁ ତାଲା ପଡିବ ବୋଲି ଚେତାବନୀ ଦେଇଛନ୍ତି ମଂଚର ଆବାହକ ଗୋଲକ ମହାନ୍ତି ଓ ପ୍ରକାଶ ମହାନ୍ତି । ଅନ୍ୟପଟେ ଗଣ ଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏ ସମ୍ପର୍କରେ କହିଛନ୍ତି, ଗୁରୁଦିବସକୁ ‘କଳାଦିବସ’ ଶିକ୍ଷକମାନେ ପାଳନ କରନ୍ତି ନାହ. ଗୁରୁଦବସକୁ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ପାଳନ କରନ୍ତି । ସମାଧାନ ପାଇଁ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି କିନ୍ତୁ ସେମାନେ ଯାହା କରୁଛନ୍ତି ତାହା ଠିକ୍ ନୁହେଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅନ୍ୟପଟେ ବିଜେପି ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରୁଥିବା କହିଛି । ବିଜେପିର କହିବା କଥା ବିଜେଡ଼ି ଶାସନରେ ସ୍କୁଲରେ ତାଲା ପଡିଛି ଓ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ସେହିପରି କଂଗ୍ରେସ ମଧ୍ୟ କହିଛି ୬୦ ହଜାର ଶିକ୍ଷକ ରାଜରାସ୍ତାରେ ଅଛନ୍ତି । ଅନୁମାନ କରିହେବ ସରକାର କେଉଁ ଭାବରେ ଚାଲିଛି । ଆଜି ଯେଉଁଭଳି ବେକାରୀ ବଢୁଛି ତାର ସମାଧାନ କରିବାକୁ ସରକାର ଯୁବ ବାହିନୀ କରିଛନ୍ତି କିନ୍ତୁ ୧୦ ଲକ୍ଷରୁ ଅଧିକ ଯୁବକ ବେକାର ରହିଛନ୍ତି । ତେବେ ଏସବୁ ଭିତରେ ଶିକ୍ଷକମାନେ ଆସନ୍ତାକାଲି ଗୁରୁ ଦିବସକୁ କଳା ଦିବସଭାବେ ପାଳନ କରନ୍ତି ତେବେ ଆଗାମୀ ଭବିଷ୍ୟତଙ୍କ ପାଇଁ ଏଭଳି ପ୍ରତିବାଦ କେତେ ଯଥାର୍ଥ ହେବ ତାହା ଆଗାମୀ ଭବିଷ୍ୟତ ହିଁ ବୟାନ କରିବ ।
OSCAR-2019
ହାଇଦ୍ରାବାଦ: ଆମେରିକାର କାନ୍‌୍‌ସାସ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣେ ଭାରତୀୟ ଛାତ୍ରଙ୍କୁ ଆଜି ଅଜଣା ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ଛାତ୍ର ଜଣଙ୍କ ହାଇଦ୍ରାବାଦ ସହରର ଏବଂ ତାଙ୍କ ନାମ ସାରଥ କୋପ୍ପୁ (୨୬) ବୋଲି ଜଣାପଡ଼ିଛି । ସାରଥ ଏକ ରେଷ୍ଟୁରାଣ୍ଟ୍‌ରେ ବସିଥିବା ବେଳେ ତାଙ୍କ ଉପରକୁ ଅଜଣା ବନ୍ଧୁକଧାରୀମାନେ ୫ ରାଉଣ୍ଡ ଗୁଳି ଚଳାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଭାରତୀୟ ଦୂତାବାସ ସାରଥ୍‌ଙ୍କ ମର ଶରୀର ହାଇଦ୍ରାବାଦ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି। ଅପରାଧୀଙ୍କୁ ଧରିବା ପାଇଁ କାନ୍‌୍‌ସାସ ପୋଲିସ ତଲାସୀ ଅଭିଯାନ ଆରମ୍ଭ କରିଛି।
OSCAR-2019
ସମୟ ଥିଲା ଦେଶ ବିଭାଜନର । ଅଖଣ୍ଡ ଭାରତବର୍ଷ ବିଭାଜିତ ହୋଇଥିଲା ଦୁଇ ଭାଗରେ । ଏପଟେ ଭାରତୀୟମାନେ ଦୀର୍ଘଦିନରୁ ଇଂରେଜ ଠାରୁ ସ୍ୱାଧୀନତା ପାଇ ମୁକ୍ତ ଆକାଶର ମୁକ୍ତ ବିହଙ୍ଗ ପାଲଟିଥିବା ବେଳେ , ସେପଟେ ଦେଶର ଆଉ ଏକ ଅଂଶ ପାଲଟିଯାଇଥିଲା ପାକିସ୍ତାନ । ଅଡି ବସିଥିଲା ନିଜର ଅଧିକାର । ଆଉ ଆରମ୍ଭ ହୋଇଥିଲା ଭାଗବାଣ୍ଟ । ଅନେକ ରହିଲେ ଭାରତରେ । ଆଉ ଅନେକ ଚାଲିଗଲେ ପାକିସ୍ତାନ । କୁହାଯାଏ ଭାରି ଦୁଃଖଦ ଥିବା ସେ ଦୃଶ୍ୟ ଓ ମୁହୂର୍ତ୍ତ । ଅନେକ ନିଜର ଆତ୍ମୀୟସ୍ୱଜନଙ୍କୁ ହରାଇ ବ୍ୟଥିତ ହୃଦୟର କୋହକୁ ସମ୍ବରଣ କରିପାରୁନଥିଲେ । ଆଉ ଏହାରି ଭିତରେ କୋହ ସମ୍ଭାଳି ପାରୁନଥିଲେ ପ୍ରେମୀ ଯୁଗଳ । ଜଣେ ମୁସଲିମ୍ ଝିଅ ଓ ଜଣେ ହିନ୍ଦୁ ପୁଅ ମଧ୍ୟରେ ଥିଲା ଏ ପ୍ରେମ । ୧୯୪୭ ମସିହା କଥା । ରାୱଲପିଣ୍ଡିର ପଠାନ ବଂଶର ଇସ୍ମତଙ୍କୁ ସେତେବେଳେ ହୋଇଥିଲା ୧୫ବର୍ଷ । ଆଉ ଅମୃତସରର ଲାଲାଜି ପରିବାରର ଜିତୁ ଥିଲେ ୧୭ ବର୍ଷର । ଦୁଇ ପରିବାର ଗତ ଛୁଟି କଟେଇବା ଅବସରରେ ଭେଟ ହୋଇଥିଲେ । ଆଉ ଏହି ସମୟରେ ଜିତୁ ଓ ଇସ୍ମତ ମଶ୍ୟରେ ବନ୍ଧୁତା ,ଭଲପାଇବାର ରୂପ ନେଇଥିଲା । ହେଲେ ଦେଶ ବିଭାଜନର ଝଡ ଏହି ସଂପର୍କକୁ ଧୂଳିସାତ୍ କରିବାକୁ ବସିଥିଲା । ଇସ୍ମତ ଜାଣିପାରିଥିଲେ ନିଜ ପ୍ରେମିକ ଜିତୁକୁ ପାଇବା ଏବେ କଠିନ ହୋଇପଡିବ । ପ୍ରେମରେ ହଜିଯାଇଥିବା ଇସ୍ମତ ଘରୁ ଲୁଚି ପଳାଇଯାଇଥିଲା । ହିନ୍ଦୁଙ୍କ ରିଫ୍ୟୁଜି କ୍ୟାମ୍ପରେ ପହଁଚିଥିଲା । ସେଠାରେ ଜଣେ ହିନ୍ଦୁ ଝିଅର ପରିଚୟ ଦେଇଥିଲା ଏବଂ କହିଥିଲା , ‘ମୁଁ ମୋ ବାପା-ମା’ଙ୍କ ଠାରୁ ଅଲଗା ହୋଇଯାଇଛି । ମୋତେ ଦୟାକରି ଭାରତ ପଠାଇପାରିବେ ? ’ ବିଭାଜନ ପରେ ଦୁଇ ଦେଶର ହଜାର ହଜାର ମହିଳାଙ୍କ ଅପହରଣ ହୋଇଥିଲା ଏବଂ ଅନେକଙ୍କ ଅନିଚ୍ଛାରେ ସେମାନଙ୍କର ଧର୍ମ ବଦଳାଯାଇ ବିବାହ କରାଯାଇଥିଲା । ଏହା ଖୁବ୍ ବିରୋଧାଭାଷ ସୃଷ୍ଟି କଲା । ଏଥିପାଇଁ ଭାରତ-ପାକିସ୍ତାନ ସରକାର ହଜିଯାଇଥିବା ମହିଳାଙ୍କୁ ଖୋଜି ସେମାନଙ୍କର ପରିବାରକୁ ପଠାଇବା ପାଇଁ ‘ଅପରେସନ୍ ରିକଭରି’ ଆରମ୍ଭ କରିଥିଲେ । ସମାଜସେବୀ କମଲା ପଟେଲଙ୍କୁ ଭାରତ ଓ ପାକିସ୍ତାନର ରିଫ୍ୟୁଜି କ୍ୟାମ୍ପରେ ଏମିତି ମହିଳାଙ୍କୁ ଉଦ୍ଧାର କରିବା ପାଇଁ କ୍ୟାମ୍ପର ମୁଖ୍ୟ ଦାୟିତ୍ୱ ଦିଆଯାଇଥିଲା । ଇସ୍ମତ ତାଙ୍କ ପାଖକୁ ଆସିଲା । ଦେଶ ବିଭାଜନ ସମୟରେ ଏମିତି ଥିଲା ହିନ୍ଦୁ ,ମୁସଲମାନ ଓ ପଂଜାବୀ ସମସ୍ତଙ୍କର ବେଶଭୂଷାରେ ସେମିତି ସ୍ୱତନ୍ତ୍ରତା ନଥିଲା । ଏଣୁ ଇସ୍ମତର କଥାରେ ବିଶ୍ୱାସ କରି, ସେ ହିନ୍ଦୁ ବୋଲି ମାନିଥିଲେ । ଅନ୍ୟ ଶରଣାର୍ଥୀଙ୍କ ସହ ରାୱଲପିଣ୍ଡିରୁ ଅମୃତସର ପଠାଇଦେଲେ । ଅମୃତସରରେ ଇସ୍ମତ, ଜିତୁର ଘର ଠିକଣା ସଂଗ୍ରହ କରି ଖବର ଦେଲା । ଜିତୁ ତୁରନ୍ତ ଆସି ଇସ୍ମତକୁ ଦେଖାକଲେ । ଜିତୁର ମା-ବାପା ଏହି ପ୍ରେମୀ ଯୁଗଳ ନାବାଳିକ ହେବା ସତ୍ୱେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ବିବାହ କରାଇଥିଲେ । ହେଲେ ସୀମା ପାର ଏହି ପ୍ରେମ କାହାଣୀରେ ନେଇଥିଲା ନୂଆ ମୋଡ । ଇସ୍ମତର ପରିବାର ଲୋକେ ତାଙ୍କ ଝିଅର ଅପହରଣ ହୋଇଛି ବୋଲି ପାକିସ୍ତାନ ସରକାର ଖୋଜିବାକୁ କହିଲେ । ହଜିଯାଇଥିବା ବା ଅପହରଣ ହୋଇଥିବା ମହିଳାଙ୍କୁ ଉଦ୍ଧାର ପାଇଁ ଦୁଇ ଦେଶର ସରକାର ବି ଲାଗିପଡିଥିଲେ । ଏଚ୍ଚୁ ଏ ସମୟରେ ଜିରୁ-ଇସ୍ମତ ପ୍ରେମ ସଙ୍କଟରେ ପଡିଗଲା । ପଛରେ ପଡିଗଲେ ଦୁଇ ଦେଶର ସରକାର । ଇସ୍ମତର ମିଛ ଧରାପଡିଗଲା । ସେ ପାକିସ୍ତାନକୁ ଫେରରି୍ିବାକୁ ସ୍ଥିର କରାଗଲା । ଚିନ୍ତାଗ୍ରସ୍ତ ଜିତୁ ରିଫ୍ୟୁଜି କ୍ୟାମ୍ପର ଇନଚାର୍ଜ କମଳା ପଟେଲଙ୍କ ପାଖକୁ ଗଲେ ଏବଂ ଅନୁନୟ ହୋଇ କହିଲେ , ‘ଏହା ଅପହରଣ ମାମଲା ନୁହେଁ । ସେ ଦୁହେଁ ପରସ୍ପରକୁ ଭଲ ପାଆନ୍ତି ଓ ପରସ୍ପରର ସୀକୃତିରେ ବିବାହ ହୋଇଛି । ଇସ୍ମତ ନିଜ ଇଚ୍ଛାରେ ମୋ ପାଖକୁ ଆସିଚି । ଆପଣ ମୋତେ ସାହାଯ୍ୟ କରନ୍ତୁ । ’ ଜଣେ ନାବାଳିକା ଝିଅର ବାପା-ମା କେମିତି ଏହା ବୁଝିବେ ଯେ , ତାଙ୍କ ଝିଅର ଅପହରଣ ହୋଇନି ବୋଲି ? ଏହି ମାମଲାରେ ଦେଶର ଏହି ଅପରେସନ ପୁରା ବିଗିଡିଯାଇପାରେ । କମଲା ପଟେଲ୍ ଚାହୁଁନଥିଲେ ବଳପୂର୍ବକ ଇସ୍ମତ ବା କୈାଣସି ଝିଅକୁ ନିଜ ଦେଶକୁ ଫେରେଇବାକୁ । ଏହାକୁ ନେଇ ସେ ସମ୍ବିଧାନ ସଭା ଯାଏ ପହଁଚିଲେ । ଅନେକ ମହିଳା ଏହାକୁ ବିରୋଧ କଲେ । ପୁଲିସ ଠାରୁ ରକ୍ଷା ପାଇବା ପାଇଁ ଇସ୍ମତ-ଜିତୁ ଅମୃତସରରୁ ଲୁଚି କଲିକତା ଚାଲିଗଲେ । କମଲା ପଟେଲଙ୍କ ଟିମକୁ ଚାପ ବଢିଗଲା । ଶେଷରେ ଜିତୁ-ଇସ୍ମତକୁ ଫେରେଇ ଆଣିବାକୁ ଘୋଷଣା କରାଗଲା କି ପାକିସ୍ତାନ ସରକାର ଏ କେସ୍ କୁ ବନ୍ଦ କରିଦେଇଛନ୍ତି । ଏହାକୁ ସତ ମାନି ଇସ୍ମତ ଓ ଜିତୁ ଅମୃତସର ଫେରି ଆସିଲେ । ଗୋଟେ ସପ୍ତାହ ପାଇଁ ଲାହୋର ଯିବାକୁ କମଲା ପଟେଲ ଇସ୍ମତକୁ ବୁଝାଇ କହିଲେ ଏବଂ ସେ’ଠି ପୁଲିସ୍ କମିସନରଙ୍କ ପାଖରେ ରହି ମା-ବାପାଙ୍କ ଭେଟ ହୁଅ ଓ ନିଜର ଶେଷ ନିଷ୍ପତ୍ତି କୁହ ବୋଲି କମଲା କହିଲେ । ଜିତୁ , ଇସ୍ମତକୁ ଲାହୋରରେ ଛାଡି ଆସିଲେ । ଲାହୋର ଫେରିଗଲା ପରେ ଇସ୍ମତର ଫେରିବା ପଥକୁ ଚାହିଁ ଜିତୁ ଦିନ ଗଣିଲେ । କମଲା ପଟେଲ ବହୁତ ବୁଝାଇଲେ ଜିତୁକୁ । ଏବେ ହିଂସା ଥମିନାହିଁ ଟିକେ ରହିଯାଅ । କିନ୍ତୁ ଜିତୁ ଅବୁଝା ପାଲଟି ଯାଇଥିଲା । ଇସ୍ମତକୁ ଦେଖିବାକୁ ପାଗଳ ହୋଇଗଲା । କାହାଣୀ ନେଲା ଭିନ୍ନ ମୋଡ । କମଲା ପଟେଲ ଜାଣିବାକୁ ପାଇଲେ ଯେ , ଜିତୁ ଲାହୋରରେ ପହଁଚିବାର ଚତୁର୍ଥ ଦିନରେ , ଇସ୍ମତର ମା-ବାପା ତାକୁ ଘରକୁ ନେଇଯାଇଛନ୍ତି । ସେ ତୁରନ୍ତ ଭେଟିବାକୁ ସେଠାରେ ପହଁଚିଲେ । ହେଲେ ବାତାବରଣ ସେଠାରେ କିଛି ଅଲଗା ଥିଲା । ଇସ୍ମତର ଆଚରଣ ଓ ଉଚ୍ଚାରଣରେ କିଛି ଭିନ୍ନତା ଥିଲା । ଆଙ୍ଗୁଠି ଦେଖେଇ କମଲା ପଟେଲଙ୍କୁ ଇସ୍ମତ କହିଲା , ମୁଁ ବାରମ୍ବାର କହିଲା ପରେ ବି ଏହି ମହିଳା ମୋତେ ପାକିସ୍ତାନ ଆସିବାକୁ ଦେଇନଥିଲେ । ଜିତୁର ନାଁ ଶୁଣି ସେ ରାଗରେ ନିଆଁ ବାଣ ହୋଇଗଲା । କହିଲା, ‘ ମୁଁ ତାର ମୁହଁ ଦେଖିବାକୁ ଚାହୁଁନି । ଇଚ୍ଛା ହେଉଛି ତାକୁ କାଟି ଟିକି ଟିକି କରି କୁକୁରକୁ ଦେଇଦିଅନ୍ତି ।’ ଜିତୁ ପାଖରେ ପହଁଚିଲା ଏ ଖବର । ସେ ତୁରନ୍ତ ଲାହୋରରେ ପହଁଚିଲା । ହେଲେ ଜିତୁ ସେଠାରେ ପହଁଚିଲା ପରେ ଇସ୍ମତର ମା-ବାପା ସେଠାରୁ ପଳାଇଥିଲେ । ଲାହୋର ଯିବାର ବିପଦ ଥିଲେ ବି ଜିତୁ ଇସ୍ମତକୁ ଖୋଜିବାକୁ ବହୁତ ଚେଷ୍ଟା କଲା । କମଲା ପଟେଲ ଜିତୁକୁ ବହୁତ ବୁଝାଇବାକୁ ଚେଷ୍ଟା କଲେ । ହେଲେ ଜିତୁ ବୁଝିନଥିଲେ କିଛି । କିଛି ଦିନ ଭିତରେ ସବୁ ଓଲଟପାଲଟ ହୋଇଗଲା । ଇସ୍ମତ ତା ମା-ବାପାଙ୍କୁ ପାଇ ସବୁ ଭୁଲିଗଲା । କୁଆଡେ ଲୁଚିଗଲା । ଦୁଃଖରେ ଭାଂଗି ପଡିଲା ଜିତୁ । ଶେଷରେ ଜିତୁ ଯକ୍ଷ୍ମା ରୋଗରେ ପୀଡିତ ହେଲେ । ବହୁତ ପଇସା ଖର୍ଚ୍ଚ ହେଲା । ୫ବର୍ଷ ପରେ ଯେତେବେଳେ ଶେଷଥର ପାଇଁ କମଲା ପଟେଲ ଜିତୁକୁ ଭେଟିଲେ , ସେ ବହୁତ ଦୃର୍ବଳ ହୋଇଯାଇଥିଲା । ଚେହେରା ଶୁଖିଯାଇଥିଲା ଓ ସେ ଏକଲା ଜୀବନ ବିତାଇଥିଲା । ଏହିଭଳି ଭାବେ ଦେସ ବିଭାଜନରେ ବିଭାଜିତ ହୋଇଯାଇଥିଲା ଏକ ନିବିଡ ପ୍ରେମ । (ସୈାଜନ୍ୟ- ବିବିସି)
OSCAR-2019
ଅନେକଙ୍କ ମୁହଁରେ ବ୍ରଣ ହୋଇଥାଏ । ଏଥିପାଇଁ ମୁହଁର ସୈନ୍ଦର୍ଯ୍ୟ ନଷ୍ଟ ହୋଇଥାଏ । ଯାହାଙ୍କ ତ୍ୱଚା ତୈଳଯୁକ୍ତ ସବୁଦିନେ ସେମାନଙ୍କ ମୁହଁରେ ବ୍ରଣ ଦେଖାଯାଇଥାଏ। ଉଭୟ ମହିଳା ଓ ପୁରୁଷ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଇ ଥାଏ। ବ୍ରଣ ଯେ ଖାଲ ଅସୁନ୍ଦର ଦିଶେ ସେମିତି ନୁହେଁ, ବରଂ ମୁହଁକୁ ଦରଜ ବି କରି ଦେଇଥାଏ । ସବୁଠାରୁ ବଡ଼ କଥା ହେଲା ବ୍ରଣ ଭଳ ହେବା ପରେ ବି ମୁହଁରୁ ଦାଗଗୁଡ଼ିକ ସହଜରେ ଯାଏନାହିଁ । ଯାହା ସୌନ୍ଦର୍ଯ୍ୟକୁ ପୂରାପୂରି ଭାବେ ବିଗାଡ଼ି ଦେଇଥାଏ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାର ଉପଚାର କେମିତି କରିବା । ଗୋଟାଏ କାଚ ପାତ୍ରରେ କିଛି ଲୁଣ ନିଅନ୍ତୁ । କିଛି ଲୁଣ ସାଥିରେ କିଛି ମହୁ ମିଶାଇ ଏକ ପେଷ୍ଟ୍‍ ତିଆରି କରନ୍ତୁ । ମୁହଁ ଧୋଇ ଏହି ପେଷ୍ଟ୍‍କୁ ଭଲ ଭାବରେ ଲେପ ଦିଅନ୍ତୁ । ଏହି ପେଷ୍ଟ୍‍ ମୁହଁରେ ଟିକେ ଶୁଖିଗଲେ ହାତକୁ ଟିକେ ଓଦା କରି ଧୀରେ ଧୀରେ ଲଗେଇ ଦିଅନ୍ତୁ । ତାହାକୁ ୧୦-୧୫ ମିନିଟ୍‌ ମୁହଁରେ ରଖନ୍ତୁ । ତାପରେ ସାଧା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏମିତ କରିବା ଦ୍ଵାରା ବ୍ରଣ ଭଲ କରିବା ସହ ମୁହଁରୁ ଧୀରେ ଧୀରେ ଦାଗ ବି କମ୍‌ କରି ଦେବ । ତ୍ୱଚା ଉଜ୍ୱଳ ବି ଦିଶିବ ଆଉ ନରମ ବି ହେବ । ସପ୍ତାହକୁ ୨ ଥର ଏମିତି କରି ଦେଖନ୍ତୁ ଆପଣଙ୍କ ତ୍ୱଚା କିପରି ଉଜ୍ଜ୍ୱଳ ଦିଶିବ ।
OSCAR-2019
କନକ ବ୍ୟୁରୋ : ଉତ୍କଳ ଏକ୍ସପ୍ରେସ୍ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟଣାର କାରଣ ନେଇ ସାମ୍ନାକୁ ଆସିଛି ସାଙ୍ଘାତିକ ସତ । ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏବଂ ଅନେକ ଅନୁଭବ କରୁଛନ୍ତି ଯେ, ଏହି ଦୁର୍ଘଟଣାକୁ ସହଜରେ ଏଡାଇ ଦିଆଯାଇ ପାରିଥାନ୍ତା । ଏପରିକି ଅବହେଳା କାରଣରୁ ଦୁର୍ଘଟଣା ହୋଇଛି ବୋଲି ଅଭିଯୋଗ କରି ରେଳବାଇ ପୋଲିସ ମାମଲା ରୁଜୁ କରିଛି । ଏଥିରେ କୁହାଯାଇଛି, ଅବହେଳା କରାଯାଇ ଅନେକ ଲୋକଙ୍କ ଜୀବନକୁ ସଂକଟରେ ପକାଇ ଦିଆଯାଇଛି । ଗେଟମ୍ୟାନ ଓ ରେଳବାଇ କର୍ମଚାରୀଙ୍କ ମଧ୍ୟରେ ଏହି ଟେଲିଫୋନ କଥାବାର୍ତାର ଅଡିଓ ଟେପ୍ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଏହା ତଦନ୍ତ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଏବେ ଆସନ୍ତୁ ନଜର ପକାଇବା ରେଳବାଇ ଅବହେଳାରୁ ଏହି ଦୁର୍ଘଟଣା ଘଟିଥିବା ନେଇ କାହିଁକି ସନ୍ଦେହ ହେଉଛି : ଭିଷଣ ଶବ୍ଦ ସହ ଟ୍ରାକରୁ ଖସି ପଡିଲା ଉକ୍ରଳ ଏକ୍ସପ୍ରେସର ଗୋଟିଏ ପରେ ଗୋଟିଏ ବଗି । ଦୁର୍ଘଟଣାର ତୀବ୍ରତା ଏତେ ଥିଲା ଯେ, ଗୋଟିଏ ବଗି ଉପରେ ଆଉଗୋଟିଏ ବଗି ଚଢି ଉପରକୁ ଉଠିଯାଇଥିଲା । ଆଉ ଟ୍ରେନରେ ଥିବା ଯାତ୍ରୀଙ୍କ ଭିତରେ ଖେଳିଯାଇଥିଲା ଆତଙ୍କ । କେହି କିଛି ବୁଝିବା ଆଗରୁ ରେଳ ଧାରଣାରୁ ୬ଟି ବଗି ଖସିପଡିଥିବାବେଳେ କ୍ଷତିଗ୍ରସ୍ତ ହୋଇସାରିଥିଲା ୧୨ଟି ବଗି ଓ ଏଥିରେ ସବାର ଯାତ୍ରୀ । ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନରେ ହିଁ ଜଗତ ସିଂଙ୍କ ଘର । ଆଉ ପ୍ରତିଦିନ ପରି ଶନିବାର ସଂଧ୍ୟାରେ ମଧ୍ୟ ସେ ଘର ବାରଣ୍ଡାରେ ବସି ଟ୍ରେନ୍ ଯିବାର ଦୃଶ୍ୟକୁ ଉପଭୋଗ କରୁଥିଲେ । ହେଲେ ଅଚାନକ ଖୁବ ଜୋରରେ ଶବ୍ଦ କରି ଟ୍ରେନର ଏକ ବଗି ଛିଟିକି ପଡିଥିଲା ତାଙ୍କ ଘର ଉପରକୁ । କୌଣସି ସିନେମାର ଦୃଶ୍ୟ ପରି ଟ୍ରେନର ବଗି ଖୁବ ଉପରକୁ ଉଠିଆସି ସିଧା ଜଗତ ସିଂଙ୍କ ଘର କାନ୍ଥ ଭାଙ୍ଗି ଧସେଇ ପଶିଯାଇଥିଲା । ଏଭଳି ଅବିଶ୍ୱସନୀୟ ଘଟଣାକୁ ବୁଝିବା ଆଗରୁ ଗୋଟିକ ପରେ ଗୋଟିଏ ବଗି ବିରାଟ ଶବ୍ଦ କରି ଟ୍ରାକରୁ ଖସିବା ଆରମ୍ଭ କରିଥିଲା । ଆଉ ଗୋଟିଏ ପରେ ଗୋଟିଏ ବଗି ଟ୍ରାକରୁ ବାହାରେ ଘୁଷୁଡିବା ସହ ୨୦ ଫୁଟରୁ ଅଧିକ ଉଚ୍ଚକୁ ଉଡିଥିଲା ଟ୍ରେନ ଲାଇନ କଡରେ ଥିବା ପଥର ଖଣ୍ଡ । ଏକ ପ୍ରକାର ଝଡ ପରି ପରିବେଶ ତିଆରି କରିଥିଲା ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣା । ସୌଭଗ୍ୟରୁ ବର୍ତିଯାଇଥିଲେ ଜଗତ ସିାଂ
OSCAR-2019
ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ୬ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ । ଓଡ଼ିଶାର ଏହି ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେଘରେ ପହଞ୍ଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ । ବଙ୍ଗ ଦେଶରେ ଏ ଯୁଗରେ ରଚିତ ଏବଂ ବଙ୍ଗ ଦେଶରୁ ଓଡ଼ିଶାକୁ ଆନୀତ ଦରଖଣ୍ଡିଆ ବଙ୍ଗୋତ୍କଳ ଭାଷାରେ ବଙ୍ଗ ଭାଷାନଭିଜ୍ଞ ଓଡ଼ିଆଙ୍କଦ୍ୱରା ପୋଥି ଧରି ବୋଲାୟିବା (ପୋଥିପୂଚ୍ଛା) ଓ ନୃତ୍ୟଗୀତାଦି ସହିତ ବୋଲାୟିବା (ଠିଆପୂଜା) ପଦ୍ଯା୍ୟତ୍ମକ ୧୬ଟି ଗଳ୍ପ ବା ପାଲା । ଆଧୁନିକ ବଙ୍ଗୀୟମାନେ ସତ୍ୟ ନାରାୟଣ ବ୍ରତର ୪ ଗୋଟି କଥା ସ୍ଥାନରେ ୧୬ ଗୋଟି କଥା ସୃଷ୍ଟି କରିଅଛନ୍ତି ସେହି ୧୬ଟି କଥା ମଧ୍ୟରୁ ଉକ୍ତ ୪ ଗୋଟି ପୁରାଣରେ ଅଛି, ୍ୟ ୧୨ ଗୋଟି ନାହିଁ ସେମାନଙ୍କର ନାମ ନିମ୍ନରେ ଦିଆଗଲା ଏ ସବୁ କବିକର୍ଣ୍ଣଙ୍କ କପୋଳକଳ୍ପିତ ରଚନା; ଏବଂ ପୀର, କୋରାନ, ଦରିଆ, ବାଦସାହା ଆଦି କେତେକ ଫାରସୀ ଶବ୍ଦର ପ୍ରଯୋଗ ଏ ସବୁ କଥାରେ ଅଛି ଏହାଙ୍କ ଦେଖାଦେଖି ବଙ୍ଗଳାରେ ଭୃଗୁରାମ ନାମକ ଜଣେ କବି ଓ ଓଡ଼ିଶାର କେତେକ ବ୍ୟକ୍ତି ବଙ୍ଗଳା ଛାନ୍ଦରେ ମଧ୍ୟ ପାଲା ରଚନା କରିଅଛନ୍ତି ସାଧାରଣତଃ କବକର୍ଣ୍ଣଙ୍କ ସରଚିତ ନିମ୍ନଲିଖିତ ୧୬ଟି ଗଳ୍ପାତ୍ମକ ୍ୟକୁ ଷୋଳ ପାଲା ବୋଲାଯାଏ ୟଥା: ଶ୍ୱେତ ବସନ୍ତ ପାଲା: ନୀଳଧ୍ବଜ ରାଜାଙ୍କ ପୁତ୍ର ଶ୍ୱେତ ବସନ୍ତର ଗଳ୍ପ ବା ଫାସିଆରା ବା ମନୋହର ଫାସିଆରା ପାଲା: ଏକ ଡକାଇତ ହସ୍ତରୁ ରାଜପୁତ୍ରର ପ୍ରାଣରକ୍ଷା ହରି ଅର୍ଜୁନ ପାଲା: ସନାତନ ନାମକ ଜଣେ ଅପୁତ୍ରିକ ରାଜା ଓ ତାଙ୍କର ଦୁଇରାଣୀଙ୍କ ଗଳ୍ପ ମୃତ କୁମାରର ପୁନ ର୍ଜୀବନ ଲାଭ ବା ଉଗ୍ରତାରା ପାଲା କାଠୁରିଆ ପାଲା: ସତ୍ୟ ନାରାୟଣ ପୂଜକ ଗୋଟିଏ ଗରିବ ବ୍ରାହ୍ମଣ କୃଷ୍ଣଦାସର ପୂଜା ଦେଖି ଜଣେ କାଠୁରିଆର ଉକ୍ତବ୍ରତ ପାଳନ ଓ ବିଭବଲାଭ ସ୍ଵର୍ଗାରୋଗଣ ପାଲା: ବରୁଣ ସହରର ରାଜା ପଦ୍ମଲୋଚନଙ୍କ ଗଳ୍ପ (ଏଥିରେ କବିକର୍ଣ୍ଣ ବିରଚିତ ୧୬ଟି ପାଲାର ନାମ ଦିଆଯାଇ ଅଛି] ସତ୍ୟନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନାପୂର୍ବକ ୧୬ ଗୋଟି ପାଲା ବା ଗଳ୍ପକୁ ଗୀତ ଦ୍ବାଦ୍ୱରା ବର୍ଣ୍ଣନ । ଓଡ଼ିଶାରେ ବୋଲା ଯାଉଥିବା 'ପାଲା' ମାନ 'କବିକର୍ଣ୍ଣ' ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚିତ ବଙ୍ଗଳା ଗୀତର ବିକୃତି ମାତ୍ର ସଂ. ପାଳି, ଓ ପାଳି ବଂ. ପାଲା ଶବ୍ଦର ଅର୍ଥ ପର୍୍ୟଯାଯ ବା କ୍ରମ ପାଲାଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ 'ଗାୟକ' ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବା୍ୟ ବଜାନ୍ତି ଓ କେତେ ଗୁଡ଼ିଏ ଲୋକ ପାଳି ଧରନ୍ତି ବୋଲି ଏହାର ନାମ ପାଲା ହୋଇଅଛି 'ଗାୟକ' ଗୀତ ବୋଲନ୍ତ 'ବାୟକ' ମୃଦଙ୍ଗ ବଜାନ୍ତି ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାୟ୍୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନଛଳରେଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି ଗାୟକଙ୍କତ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ । ଅନେଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ ପାଳିଆମାନେ ପାଳି ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି ।[୧] ଗୋଟିଏ ପାଲାଦଳ ଦୁଇଟି ପଞ୍ଝାରେ ବିଭକ୍ତ ଗାୟକଙ୍କ ବୋଲିବା ଗୀତର ପାଳି ଧରିବାକୁ 2 ଜଣ 'ପାଳିଆ' ଆଥାନ୍ତି ଗାୟକଙ୍କ ଗୀତର ଶେଷାଂଶ ବା ଢୁଆ ବା ଘୋଷାକୁ ଏମାନେ ବୋଲନ୍ତି ଓ ଝାଞ୍ଜ ବଜାଇଥାନ୍ତି । ପାଲାବାଲାମାନେ ନାନାପ୍ରକାର ବେଶରେ (ଅର୍ଥାତ୍ ମୁଣ୍ଡରେ ପଗଡ଼ି, ଦେହରେ ଚପ୍କନ୍ ପରି ବଡ଼ କୁର୍ତ୍ତା ଅଣ୍ଟାରେ ଘାଗରା ଓ ଗୋଡ଼ରେ ବଳା ବା ଘାଙ୍ଗୁର ପିନ୍ଧି ନାଚିଥାନ୍ତି । ପୁସ୍ତକ ସାହା୍ୟଯରେ ୟେଉଁ ପାଲା ବୋଲାଯାଏ ଓ ପୂଜା କରାଯାଏ ତାକୁ ପୋଥିପାଲା ବା ପୋଥିପୂଜା ବୋଲାଯାଏ । ପୁସ୍ତକର ବିନା ସାହା୍ୟଯରେ ଗାୟକ ଓ ନର୍ତ୍ତକମାନେ ବାଜା ବଜାଇ ଯାହାକୁ ବୋଲି ଅଭିନଯ କରନ୍ତି ତାକୁ ଠିଆପୂଜା ବା ଠିଆପାଲା ବୋଲାଯାଏ । ଏକ ଦଳ ପାଲାବାଲା ପାଲା ଅଭିନଯ କଲେ ତାକୁ 'ଗୋଟିକିଆ ପାଲା' କହନ୍ତି । ଦୁଇଦଳ ପ୍ରଦ୍ୱନ୍ଦୀ ହୋଇ ପାଲା ଅଭିନଯ କଲେ ତାକୁ 'ଜାଉଁଳି ପାଲା' ବା ' ଜାଉଳି ପୂଜା' କହନ୍ତି ଏକାଧିକ ଦଳ ପ୍ରତିଦ୍ଵନ୍ଦୀ ହୋଇ ପାଲା କଲେ ତାକୁ 'ବାଦୀ ପାଲା' ବହା 'ଲଢ଼େଇ ପାଲା' ବୋଲାଯାଏ । ପାଲା ଅଭିନୟକାରୀମାନଙ୍କ ମଧ୍ୟରେ ଜଣେ 'ଗାୟକ', ଜଣେ 'ଗାୟକ', ଜଣେ 'ଶିରପାଳିଆ' ଓ ଦୁଇ ବା ୩ ଜଣ 'ପାଳିଆ' ଥାଆନ୍ତି । କବିକର୍ଣ୍ଣଙ୍କ ରଚିତ 'ପାଲା'ମାନଙ୍କ ଭାଷା ବଙ୍ଗଳା ଓ ଉକ୍ତ ଭାଷାରେ ଫାରସୀ ଶବ୍ଦର ବହୁଳତା (ୟଥା: ବାଦସା, ଉବୀର, କାଲାମ, ମୋଲାକାତ, ସଲାମ, ହକିକତ, ଦିଲଖୋସ ଓ ହାସିଲ ୍ୟଦି ଶବ୍ଦ) ଦେଖାଯାଏ ଓ ବେଳେ ବେଳେ ଫାରସୀ ଭାଷାରେ ବାକ୍ଯ୍ୟମଧ୍ୟ ଦେଖାଯାଏ କବିକର୍ଣ୍ଣଙ୍କ ବିରଚିତ ପାଲା ବଙ୍ଗାଳା ଓ ଉର୍ଦ୍ଦୁ ଭାଷାର 'ଖେଚାଡ଼ି'; ତାହା ପୁଣି ବଙ୍ଗଳା ଅନଭିଜ୍ଞ ଓଡ଼ିଆଙ୍କ ମୁହଁରେ ବଙ୍ଗଳା, ଉର୍ଦ୍ଦୁ ଓ ଓଡ଼ିଆ ମିଶା 'ପଲାଉ' ହୁଏ ତହିଁରୁ କେତେକଗୁଡ଼ିଏ ଧାଡ଼ିର ଉଦାହରଣ ନିମ୍ନରେ ଲିଖିତ: ଫତେ ହୁଏ କାମ୍ ଇଯାର୍ ପିଯାର୍ ଭାଇ ସକଲେ ଶୁନତ ୟେଉଁ ରୂପେ ଶ୍ୱେତ ବସନ୍ତ ପାଲା ହକିକତ ହରି ହରି ବୋଲ ଦିଅ ସବୁ ସଭଜନ ବିପତ୍ତି ପଡ଼ିଲେ ରଖେ ସତ୍ୟ ନାରାୟନ ଯାର ଘରେ ହୁଏ ପୂଜା ସାହେବେର ନାମ୍ ବଢ଼ାଏ ଦୌଲତ ତାର ଫତେ କରେ କାମ ଶ୍ରୀ କବି ବର୍ଣ୍ଣେତେ ଗାଏ ନାରାୟଣରେ ପାୟ ହରି ହରି ବୋଲ ସର୍ବେ ପାଲା ହଇଲ ସାୟ ସାଧାରଣତଃ 'ପାଲା ଗୀତ' ପ୍ରତ୍ୟେକ 1୪ ଅକ୍ଷର ୟୁକ୍ତ ଦୁଇଟି ଧାଡ଼ିରେ ରଚିତ, କିନ୍ତୁ ମଝିରେ ମଝିରେ ଏକାଦାଣ୍ଡିଆ (monotony) ଭାଙ୍ଗିବା ପାଇଁ: ୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ୟୁକ୍ତ 'ତ୍ରିପଦୀ' ଦ୍ୱଯ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ୟୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ଵ ମଧ୍ୟ ଲକ୍ଷିତ ହୁଏ । ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାମ୍ବଲମ୍ବି ଭାଇମାନଙ୍କଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡ଼ିଶାର ପୁର ପଲ୍ଲିରେ ଆଦ୍ରୁତ, ଓଡ଼ିଶାର କଟକ ପୁରି ଖୋର୍ଧା କେନ୍ଦ୍ରାପଡା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଅଲ ଇଣ୍ଡିଆ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇଅଛନ୍ତି ↑ ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 17 April 2013. ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗ ମୃଦଙ୍ଗ ବଜାନ୍ତି
OSCAR-2019
ଭୁବନେଶ୍ୱର: ମଡର୍ନ ଷ୍ଟାର ଚଳିତ ବର୍ଷର ତ୍ରିବେଣୀ କପ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତା ବିଜେତା ହୋଇଛି। ଏଲ୍‌ଏଲ୍‌ସିସି ଏବଂ ଏସ୍‌ଜେଏସ୍‌ସି ମିଳିତ ଅନୁକୂଲ୍ୟରେ ଆୟୋଜିତ ଏହି ୪ ଦିନିକିଆ ଦିବାରାତ୍ର ପ୍ରତିଯୋଗିତାର ଫାଇନାଲ୍‌ରେ ମଡର୍ନ ଷ୍ଟାର ୮ ଓ୍ଵିକେଟ୍‌ରେ ଜାଗୁଆର୍‌ ଜାଗ୍ରୁତିକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଜାଗୁଆର ଦଳ ନିର୍ଧାରିତ ୬ ଓଭରରେ ୫ ଓ୍ଵିକେଟ୍‌ ହରାଇ ୪୪ ରନ୍‌ କରିଥିଲା। ଜବାବରେ ମଡର୍ନ ଷ୍ଟାର୍‌ ଦଳ ୫.୨ ଓଭରରେ ୨ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ରାକେଶ ପାଣ୍ଡେଙ୍କୁ ମିଳିଥିଲା ବେଳେ ଶ୍ରେଷ୍ଠ ଅଧିନାୟକ ପୁରସ୍କାର ସୁଶୀଲ କୁମାର ବାରିକଙ୍କୁ ମିଳିଥିଲା। ଉଦ୍‌ଯାପନୀ ଉତ୍ସବରେ ତ୍ରିବେଣୀ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ସାଗର ରଂଜନ ସ୍ୱାଇଁ ଏବଂ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୧ ଲକ୍ଷ ଓ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଭୁବନେଶ୍ୱର ଉପ ଜିଲ୍ଲାପାଳ ମାନସ ରଂଜନ ସାମଲ, କ୍ରୀଡ଼ା ସାମ୍ବାଦିକ ପ୍ରତାପ ପ୍ରଧାନ, କର୍ପୋରେଟର ମାନସୀରାଣୀ ସୁନ୍ଦରାୟ, ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ୍‌ ସଂଘର ସଭାପତି ସୂରଜ ମିଶ୍ର, ସମ୍ପାଦକ ସିଥିଲ ପରିଡ଼ା ଏବଂ ଯୁଗ୍ମ ସମ୍ପାଦକ ସୋମନାଥ ପରିଡ଼ା ଅତିଥି ଭାବେ ଉପସ୍ଥିତ ଥିଲେ। ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୩୨ ଦଳ ଭାଗ ନେଇଥିଲେ।
OSCAR-2019
ଭୁବନେଶ୍ୱର, ତା୧୮/୦୮(ଓଡ଼ିଆ ପୁଅ): ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କବି ସ୍ୱର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ କବିତା ପାଠତ୍ସୋବ ଆୟୋଜିତ ହୋଇଛି। ପ୍ରାୟ ଶତାଧିକ କବି, ଲେଖକ ଏବଂ ସାହିତ୍ୟିକ ଏକାଠି ହୋଇ କବିତା ମାଧ୍ୟମରେ କବି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଛନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରି କବିତା ପାଠତ୍ସୋବର ଶୁଭାରମ୍ଭ କରିଥିଲେ। ଉପସ୍ଥିତ କବି ଓ ପାଠକମାନେ ସ୍ୱର୍ଗତ ବାଜପେୟୀଙ୍କ କାଳଜୟୀ କବିତା ପାଠ କରି ତାଙ୍କ ସ୍ମତି ଚାରଣ କରିଥିଲେ। ଅଟଳ ଅମର, ଅଟଳ ଅପରାଜିତ, ଅଟଳ ଅବିସ୍ମରଣୀୟ ଏହାକୁ ପ୍ରତିଟି ଶଦ୍ଦରେ ତୋଳିଧରି ସ୍ୱର୍ଗତ ଅଟଳଜୀଙ୍କ ସାହସ ଓ ଦେଶପ୍ରେମକୁ ପୁଣିଥରେ ଉଜ୍ଜିବୀତ କରାଯିବାର ପ୍ରୟାସ କରାଯାଇଥିଲା। କବି ସ୍ୱର୍ଗତ ଅଟଳଜୀଙ୍କ କବିତାରେ ମାନବୀୟ ମୂଲ୍ୟବୋଧ, ସାମାଜିକ ପ୍ରତିବଦ୍ଧତା, ରାଷ୍ଟ୍ର ପ୍ରେମ, ଜୀବନ ଯଥାର୍ଥ ଆଦିର ଚିତ୍ରଣକୁ ଉପସ୍ଥିତ କବିମାନେ ନିଜ ନିଜ କବିତାରେ ଶଦ୍ଦବଦ୍ଧ କରିଥିଲେ। କବିତା ପାଠତ୍ସୋବ କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଭୁବନାନନ୍ଦ ତ୍ରିପାଠୀ, ପଂଚାନନ ନାୟକ, ଅଶ୍ରୁମୋଚନ ମହାନ୍ତି, ଅମୂଲ୍ୟ ରତ୍ନ ମହାନ୍ତି, ସଂଜୀବ ମିଶ୍ର, କାନନ ବାଳା ପଟ୍ଟନାୟକ, ଅର୍ଚ୍ଚନା ପଲେଇ, ନନ୍ଦିନୀ ଶତପଥୀ, ଜୟନ୍ତୀ ପଢିହାରୀଙ୍କ ସମେତ ଶତାଧିତ କବି ଉପସ୍ଥିତ ରହି ନିଜର କବିତା ଆବୃତି କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଯୁବମୋର୍ଚ୍ଚା ଉପସଭାପତି ଦୀପକ ଗୋଛାୟତ ଧନ୍ୟବାଦ ପ୍ରଦାନ କରିଥିଲେ।
OSCAR-2019
ଆଜି ହେଉଛି ଅକ୍ଟୋବର ୨ ତାରିଖ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୪୮ତମ ଜନ୍ମ ଦିବସ । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିବସକୁ ପୂରା ଦେଶ ବେଶ ଧୂମଧାମରେ ପାଳନ କରୁଛି । ଗୋଟିଏ ଦିନରେ ଦୁଇ ମହାପୁରୁଷଙ୍କୁ ମନେ ପକାଉଛନ୍ତି ଦେଶବାସୀ । ତେବେ ଗାନ୍ଧିଙ୍କ ଅପ୍ରାଣ ଉଦ୍ୟମ ଫଳରେ ଦେଶ ସ୍ୱାଧୀନ ହୋଇଥିଲା । ଏଥିପାଇଁ ତାଙ୍କୁ ଜାତିର ପିତା କୁହାଯାଉଛି । କିନ୍ତୁ ଗାନ୍ଧିଙ୍କ ବିଷୟରେ କିଛି ଅଜଣା କଥା ରହିଛି ସମସ୍ତ ଭାରତୀୟ ଜାଣିବାକୁ ଇଚ୍ଛୁକ । କେବେ ଭାବିଛନ୍ତି ଆପଣଙ୍କ ପ୍ରତିଦିନ କାମରେ ଆସୁଥିବା ନୋଟରେ କାହିଁକି ଗାନ୍ଧିଙ୍କ ଫଟୋ ରହିଥାଏ । ଏବଂ ଏହି ଫଟୋ କେଉଁଠାରୁ ଅଣାଯାଇଥିଲା । ଆସନ୍ତୁ ଜାଣିବା ଗାନ୍ଧିଙ୍କ ବିଷୟରେ କିଛି ଅଜଣା କଥା । ଭାରତୀୟ ରିର୍ଜଭ ବ୍ୟାଙ୍କ ଅନୁଯାୟୀ, ୧୯୯୬ ମସିହାରେ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧିଙ୍କ ଫଟୋ ଥିବା ନୋଟ ବଜାରକୁ ଆସିଥିଲା । ପରେ ଗାନ୍ଧିଙ୍କ ଫଟୋ ଥିବା ୫, ୧୦,୨୦, ୧୦୦, ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବଜାରକୁ ଆସିଥିଲା । ଏହି ସମୟରେ ଅଶୋକ ସ୍ତମ୍ଭ ଥିବା ସ୍ଥାନରେ ରାଷ୍ଟ୍ରପିତା ଗାନ୍ଧିଙ୍କ ଫଟୋ ଥିବା ନୋଟ ଆସିଥିଲା । ଏହାଛଡା ନୋଟର ବାମ ପାଶ୍ୱର୍ର ତଳକୁ ଅଶୋକ ସ୍ତମ୍ଭର ଫଟୋ ପ୍ରିଣ୍ଟ କରାଯାଇଥିଲା । ୧୯୯୬ ମସିହା ପୂର୍ବରୁ୧୯୮୭ ମସିହାରେ ଗାନ୍ଧିଙ୍କ ଫଟୋ ୱାଟରମାର୍କ ରୂପରେ ବିଭିନ୍ନ ନୋଟରେ ବ୍ୟବହାର କରାଯାଉଥିଲା । ଏଭଳି ଚିତ୍ର ନୋଟର ବାମ ପାଶ୍ୱର୍ରେ ଦେଖାଯାଉଥିଲା । କିନ୍ତୁ ପରେ ପ୍ରତ୍ୟେକ ନୋଟରେ ଗାନ୍ଧି ଫଟୋ ଛପାଯାଇଥିଲା । ଆରଟିଆଇରୁ ମିଳିଥିବା ସୂଚନା ମୁତାବିକ ୧୯୯୩ ମସିହାରେ ଆରବିଆଇ ନୋଟର ଡାହାଣ ପଟରେ ଗାନ୍ଧିଙ୍କ ଫଟୋ ଛାପିବାକୁ କେନ୍ଦ୍ର ସରାକାରଙ୍କୁ ସୁପାରିଶ କରିଥିଲା । ଅନେକ ସମୟରେ ନୋଟ ଉପରେ ଗାନ୍ଧିଙ୍କ ଫଟୋକୁ ନେଇ ବିବାଦ ଦେଖା ଦେଇଛି । ଗାନ୍ଧିଙ୍କ ଭଳି ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ କାହିଁକି ନୋଟ ଉପରେ ରହିବ ନାହିଁ ସେ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି । ତେବେ ଏହା ପଛରେ ମଧ୍ୟ କାରଣ ରହିଛି । ଭାରତ ହେଉଛି ବିଭିନ୍ନତା ମଧ୍ୟରେ ଏକତା ଥିବା ଦେଶ । ସବୁ ଧର୍ମ ଓ ସବୁ ବର୍ଗର ଲୋକ ଏଠାରେ ବାସ କରିଥାନ୍ତି । ହେଲେ ପୂରା ଦେଶ ବାସୀ ଗାନ୍ଧିଜୀଙ୍କୁ ରାଷ୍ଟ୍ରପିତା ବୋଲି ମାନିଥାନ୍ତି । ତେଣୁ ଅନ୍ୟ କାହା ନାଁ ଉଠିବା ପୂର୍ବରୁ ଗାନ୍ଧିଜୀଙ୍କ ଫଟୋ ରହିଲେ କେହି ବିରୋଧ କରିବେନି ବୋଲି ତାଙ୍କ ଫଟୋକୁ ନୋଟରେ ସ୍ଥାନ ଦିଆଯାଇଥିଲା । କିନ୍ତୁ ନୋଟ ଉପରେ ଗାନ୍ଧିଙ୍କ ଫଟୋ କଣ ପାଇଁ ରହିଛି ସେ ନେଇ କୌଣସି ସଠିକ ଉତ୍ତର ମିଳିନାହିଁ । ତେବେ ଅରୁଣ ଜେଟଲୀ ଲୋକସଭାରେ ଏହାର ପ୍ରକୃତ କାରଣ କହିଥିଲେ । ତାଙ୍କ କହିବା ଅନୁଯାୟୀ, ଭାରତୀୟ ରିର୍ଜଭ ବ୍ୟାଙ୍କର ବରିଷ୍ଠ ଅଧିକାରୀ ମାନେ ଗାନ୍ଧିଙ୍କ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରୀୟ ନେତାଙ୍କ ଫଟୋ ନ ଛାପିବାକୁ ନିଷ୍ପତି ନେଇଥିଲେ । ଏହାସହ ଯଦି ଅନ୍ୟ କୌଣସି ସ୍ୱାଧୀନତା ସଂଗ୍ରାମୀ କିମ୍ବା କୌଣସି ନିର୍ଜୀବ ବସ୍ତୁର ଫଟୋ ନୋଟରେ ଛପା ଯାଇଥାନ୍ତା ତେବେ ବିଭିନ୍ନ ରାଜ୍ୟ ଏହାକୁ ବିରୋଧ କରିଥାନ୍ତେ ଓ ନୋଟକୁ ନେଇ ପ୍ରଶ୍ନ କରିଥାନ୍ତେ । ନୋଟରେ ଛପାଯାଇଥିବା ଗାନ୍ଧିଙ୍କ ଫଟୋ କେଉଁଠାରୁ ଅଣାଯାଇଛି ତାହା ବେଶ କମ ଲୋକ ଜାଣିଥାନ୍ତି । ଏହି ଫଟୋ ୧୯୪୬ ମସିହାର । ସେତେବେଳେ ଗାନ୍ଧିଙ୍କର ଏହି ଫଟୋଟି ଉଠା ଯାଇଥିଲା ।ଯେତେବେଳେ ଲର୍ଡ ଫ୍ରେଡରିକ ଭିକ୍ଟ୍ରି ହାଉସ ଆସିଥିଲେ ସେହି ସମୟରେ ଏହି ଫଟୋ ଉଠା ଯାଇଥିଲା ।
OSCAR-2019
ଭୁବନେଶ୍ୱର: ଓଲିଉଡରେ ଅନେକ ବହୁମୁଖୀ ପ୍ରତିଭା ସଂପନ୍ନ କଳାକାର ଅଛନ୍ତି। ସେ ଏକାଧାରରେ ଜଣେ ଆଙ୍କର୍‌,ଆର୍‌ ଜେ,ଭିଜେ,ଆକ୍‌ଟ୍ରେସ୍‌ ,କୋରିଓ ଗ୍ରାଫର୍‌ ଓ ନୃତ୍ୟ ଶିଳ୍ପୀ। ବହୁ ଦିନପରେ ଏହି ଯୁବତୀ ଜଣକ ବଡ଼ ପରଦାକୁ ଫେରୁଛନ୍ତି। ଏଠାରେ ଯେଉଁ ବହୁମୁଖୀ ପ୍ରତିଭା ସଂପନ୍ନ କଳାକାରଙ୍କ କଥା କୁହାଯାଉଛି,ସେ ହେଲେ ଜୟା ବିଶ୍ୱାସ। ଜୟା ଆଙ୍କର୍‌ ଭାବେ ବହୁ ଷ୍ଟେଜ୍‌ ସୋ’ କରିଛନ୍ତି। ଠିକ୍‌ ସେହିପରି ସେ ଡ଼୍ୟାନ୍‌ସ ଓଡ଼ିଶା ଡ଼୍ୟାନ୍‌ସ ଭଳି ରିଆଲିଟି ସୋ’ରେ ଜଜ୍‌ ଭାବେ ମଧ୍ୟ ନଜର ଆସିଛନ୍ତି। ଖାଲି ସେତିକି ନୁହେଁ ଜୟା ବିଶ୍ୱାସ ଏନ୍‌.ପାଢ଼ୀଙ୍କ ନିର୍ଦ୍ଦେଶିତ ‘ଅ ଆ ହର୍ଷେଇ’ସିନେମାରେ କେତୋଟି ଗୀତରେ କୋରିଓଗ୍ରାଫି ମଧ୍ୟ କରିଛନ୍ତି। ଏବେ ସେ ନିଜର ଅନ୍ୟ ଏକ ପ୍ରତିଭାର ପରିଚୟ ଦେଇଛନ୍ତି। ଜୟା ବିଶ୍ୱାସ ଇତି ମଧ୍ୟରେ କାହାଣୀକାର ଓ ଚିତ୍ରନାଟ୍ୟ ଲେଖକର ପରିଚୟ ବି ହାସଲ କରିଛନ୍ତ ଜୟା ଯେଉଁ ସିନେମାର କାହାଣୀ ଓ ଚିତ୍ରନାଟ୍ୟ ଲେଖିଛନ୍ତି,ତାହାର ଟାଇଟଲ୍‌ ହେଲା ‘ଲଭ୍‌ ପ୍ରମିଜ୍‌’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ବିଶ୍ୱାଳ। ବିଶ୍ୱଭୂଷଣ ମହାପାତ୍ର ଏହାର ଚିତ୍ରଉତ୍ତୋଳନକାରୀ। ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ‘ଲଭ୍‌ ପ୍ରମିଜ୍‌’ଏକ ଭିନ୍ନ ଧରଣର ପ୍ରେମ କାହାଣୀ।ଏଥିରେ ନିଜେ ଜୟା ବି ନାୟିକା ଭୂମିକା ନିଭାଇଛନ୍ତି। ଏହି ସିନେମାରେ ଜୟାଙ୍କୁ ଏକ ଦମ୍‌ଦାର୍‌ ରୋଲ୍‌ରେ ଦେଖିବାକୁ ପାଇବେ ଦର୍ଶକ। ଜୟାଙ୍କୁ ଦର୍ଶକ ବଡ଼ ପରଦାରେ ‘ଚୁପ୍‌ କିଏ ସେ ଆସୁଛି’ଭଳି ସିନେମାରେ ଲିଡ଼୍‍ ରୋଲ୍‌ରେ ବି ଦେଖିବାକୁ ପାଇଛନ୍ତି। ଜୟା ‘ଲଭ୍‌ ପ୍ରମିଜ୍‌’ ସିନେମାରେ ବି କମାଲ୍‌ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ନୂଆଦିଲ୍ଲୀ : ଆଜି ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ଗତ ଦୁଇ ମାସଧରି ଚାଲିଥିବା ପବିତ୍ର ଅମରନାଥ ଯାତ୍ରା ସମାପ୍ତ ହୋଇଛି । ଜାମ୍ମୁ ଓ କାଶ୍ମୀର ରାଜ୍ୟ ସରକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଏ ବର୍ଷ ପ୍ରାୟ ୨ ଲକ୍ଷ ୮୪ ହଜାର ଶ୍ରଦ୍ଧାଳୁ ପବିତ୍ର ହିମ ଲିଙ୍ଗଙ୍କୁ ଦର୍ଶନ କରିଛନ୍ତି । ଗତ ଜୁନ ୨୮ରେ କାଶ୍ମୀରର ଦୁଇଟି ରୁଟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଗୋଟିଏ ରୁଟ ହେଉଛି ଅନନ୍ତନାଗ ଜିଲ୍ଲାର ପହଲଗାମ ଦେଇ ଓ ଅନ୍ୟଟି ହେଉଛି ଗନ୍ଦରବଲର ବଲତାଲ ଦେଇ । ଆଜି ଶ୍ରାବଣ ପୂର୍ଣ୍ଣିମା ଅବସରରେ ଅମରନାଥଙ୍କଠାରେ ପବିତ୍ର ଛଡିକୁ ପୂଜା କରାଯାଇ ଯାତ୍ରା ସଂପନ୍ନ ଘୋଷଣା କରାଯାଇଛି । ପ୍ରତିକୂଳ ପାଗ ଯୋଗୁଁ ମଝିରେ କିଛି ସମୟ ପାଇଁ ଯାତ୍ରା ସ୍ଥଗିତ ରଖାଯାଇଥିଲା । ଅନ୍ୟପକ୍ଷରେ ଆତଙ୍କବାଦୀ ଧମକ ଦୃଷ୍ଟିରୁ ଏ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୨୦୧୭ରେ ପ୍ରାୟ ୨ ଲକ୍ଷ ୬୦ ହଜାର ବ୍ୟକ୍ତି ପବିତ୍ର ହିମ ଲିଙ୍ଗଙ୍କୁ ଦର୍ଶନ କରିଥିଲେ ।
OSCAR-2019
ପୋଟଣା: ମାତ୍ର ୧୦ ଦିନ ତଳେ ଅନ୍ୟତ୍ର ବିବାହ କରିଥିବା ପ୍ରେମିକାକୁ ସାଙ୍ଗରେ ନେଇ ଫେରାର ହେବା ପାଇଁ ସ୍ୱପ୍ନ ଦେଖୁଥିଲେ ଯୁବକ। ମାତ୍ର ପ୍ରେମିକ ସହିତ ଏଭଳି ଲୁଚି ଫେରାର ହୋଇଯିବାକୁ ଚାହିଁଲେ ନାହିଁ ତାଙ୍କ ବିବାହିତା ପ୍ରେମିକା। ପ୍ରେମିକାଙ୍କ ଏପରି ଆଚରଣରେ ମାନସିକ ଭାରସାମ୍ୟ ହରାଇ ପ୍ରେମିକ ଜଣକ ପ୍ରେମିକାଙ୍କ ସମ୍ମୁଖରେ ନିଜ ମୁଣ୍ଡରେ ପିସ୍ତଳ ଲଗାଇ ଗୁଳି ଫୁଟାଇ ଦେଲେ। ଆଉ ଚଳନ୍ତା ଗାଡ଼ି ଭିତରେ ଟଳି ପଡ଼ିଲେ। ଗାଡ଼ିଟି ଅଳ୍ପ ଦୂର ଯାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା। ଆଉ ଗାଡ଼ି ଭତରେ ଥିବା ଯୁବକଙ୍କ ପ୍ରେମିକା ଜଣକ ଆହତ ହୋଇ ବଞ୍ଚି ଯାଇଛନ୍ତି। ଏହପରି ଏକ ଘଟଣାା ଏବେ ପଶ୍ଚିମ ପାଟଣାର ନୌବତପୁର ଥାନା ଅନ୍ତର୍ଗତ ଚିରାଉରା ଗାଁନିକଟରେ ୯୮ ନମ୍ବର ଜାତୀୟ ରାଜପଥରେ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବିହାର ଫୁଲଓ୍ଵାରିସରିଫ ଥାନା ଅନ୍ତର୍ଗତ କୁରକୁରି ଗାଁର ସୁଜିତ କୁମାର (୨୪ ବର୍ଷ)ନାମକ ଜଣେ ଯୁବକ ନିକଟରେ ଡିଗ୍ରିି ପରୀକ୍ଷା ଦେଇଛନ୍ତି।ତେବେ ତାଙ୍କର ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ମାତ୍ର ଯୁବତୀ ଜଣକ ଗତ ଏପ୍ରିଲ ୨୭ ତାରିଖ ଦିନ ଅନ୍ୟତ୍ର ବିବାହ କରିଛନ୍ତି। ଏହି ବିବାହକୁ ସହଜରେ ଗ୍ରହଣ କରି ପାରୁ ନଥିଲେ ସୁଜିତ। ଘଟଣାର ତଦନ୍ତକାରୀ ଅଧିକାରୀ ରମାକାନ୍ତ ତିଓ୍ଵାରୀଙ୍କ ଠାରୁ ପ୍ରକାଶ ଯେ, ବିବାହାର ୮/୯ ଦିନ ପରେ ସୁଜିତ ତାଙ୍କ ପ୍ରେମିକାଙ୍କୁ ଯୋଗାଯୋଗ କରି ଭେଟିବାକୁ ଚାହିଁଥିଲେ। ଗାନ୍ଧୀମୈଦାନରେ ନିଜ ଶାଶୁଘରେ ରହୁଥିବା ଯୁବତୀ ଜଣକ ଏକ ସ୍କୁଟି ନେଇ ଫୁଲଓ୍ଵାରିସରିଫରେ ଆସି ପହଞ୍ଚଇଥିଲେ ଓ ଉଭୟଙ୍କର ଜଣାଶୁଣା ଜଣେ ସାଙ୍ଗଙ୍କ ଘରେ ସ୍କୁଟିକୁ ପାର୍କିଂ କରି ସୁଜିତଙ୍କ ସହିତ କଥା ହୋଇଥିଲେ। ସୁଜିତ ତାଙ୍କୁ ନିଜ କାରରେ କିଛଇ ଦୂର ଡ୍ରାଇଭରେ ଯିବା ପାଇଁ କହି ଗାଡ଼ିରେ ବସାଇଥିଲେ। ଯୁବତୀ ଜଣକ ପୁଲିସକୁ ଯେଉଁ ସୂଚନା ଦେଇଛନ୍ତି ସେହି ଅନୁଯାୟୀ, ସୁଜିତଗାଡ଼ି ଚଳାଉଥିବା ବେଳେ ଶାଶୁଘର ଛାଡ଼ି ତାଙ୍କ ସହିତ ସହର ଛାଡ଼ି ପଳାଇବାକୁ ତାଙ୍କୁ କହିଥିଲେ। ମାତ୍ର ଏଥିରେ ସେ( ଯୁବତୀ) ରାଜି ନ ହେବାରୁ ପାଖରେ ଥିବା ଏକ ଦେଶୀ ପିସ୍ତଲରେ ସୁଜିତ ଚଳନ୍ତା ଗାଡ଼ି ଭିତରେ ନିଜ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଫୁଟାଇ ଦେଇଥିଲେ। ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବା ପରେ ସେଥିରୁ ଆହତ ଯୁବତୀ ବାହାରି ଅନ୍ୟ ଲୋକଙ୍କୁ ଡାକିଥିଲେ। ସମସ୍ତେ ମିଶି ସୁଜିତଙ୍କୁ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେତେବେଳକୁ ସୁଜିତଙ୍କର ମୃତ୍ୟୁ ଘଟି ସାରିଥିଲା। ପୁଲିସ ଏକ ମାମଳା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
OSCAR-2019
କନକ ବ୍ୟୁରୋ: ତେଲ ଦରରେ ଲାଗିଛି ନିଆଁ । ପେଟ୍ରୋଲ ଓ ଡିଜେଲ ଦରରେ ଆଜି ପୁଣି ବୃଦ୍ଧି ହୋଇଛି । ଲଗାତାର ଦଶମ ଦିନ ପାଇଁ ବଢିଛି ତେଲର ଦର । ତେଲଦର ବୃଦ୍ଧି ଫଳରେ ଦରବୃଦ୍ଧିର ସାମ୍ନା କରୁଥିବା ଲୋକଙ୍କୁ ଅଧିକ ଚାପ ପଡିପାରେ । ରାଜ୍ୟରେ ତେଲ ଦର ପାଖାପାଖି ୮୦ ଟଙ୍କାରେ ପଂହଚିଥିବାବେଳେ ପଛୁଆ ଅଂଚଳରେ ଏହା ୮୦ ପାର କରିିଛି । ନବରଙ୍ଗପୁରରେ ପେଟ୍ରୋଲ ଦର ଲିଟର ପ୍ରତି ୮୧ଟଙ୍କା ୪୧ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି ୭୯ ଟଙ୍କା ୭୮ ପଇସା ଅଛି । ସେହିଭଳି କୋରାପୁଟ ଜୟପୁରରେ ପେଟ୍ରୋଲ ଦର ୮୧ ଟଙ୍କା ୩୫ ପଇସା ଓ ଡିଜେଲ ଦର ଲିଟର ପ୍ରତି ୭୯ ଟଙ୍କା ୭୧ ପଇସା ରହିଛି । ତେବେ ଦେଶର ଚାରିଟି ମହାନଗର ମଧ୍ୟରୁ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପ୍ରତି ୮୬ ଟଙ୍କା ରହିଛି । ଉଲ୍ଲେଖ ଥାଉ କି, କେନ୍ଦ୍ର ସରକାର ପେଟ୍ରୋଲ୍ ଉପରେ ୧୯ ଟଙ୍କା ୪୮ ପଇସା ଓ ଡିଜେଲ୍ ଉପରେ ୧୫ ଟଙ୍କା ୩୩ ପଇସାର ଉତ୍ପାଦନ ଶୁଳ୍କ ଲଗାଇଛନ୍ତି। ତେଲ ଦରରେ ଯେତେ ହ୍ରାସ/ବୃଦ୍ଧି ହେଲେ ଏହି ଟିକସରେ କୌଣସି ପରିବର୍ତ୍ତନ ହୁଏ ନାହିଁ। କିନ୍ତୁ ରାଜ୍ୟ ସରକାର ଆଦାୟ କରୁଥିବା ଭାଟ୍ରେ ନିୟମିତ ପରିବର୍ତ୍ତନ ହୋଇଥାଏ। ତେଲ ଦରରେ ହେଉଥିବା ବୃଦ୍ଧି ଯୋଗୁ ରାଜ୍ୟଗୁଡ଼ିକ ଅଧିକ ରାଜସ୍ୱ ପାଇଥାନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ୧୦ ଦିନ ହେଲା ବୃଦ୍ଧି ପାଉଛି। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୪ ମଧ୍ୟରେ ପେଟ୍ରୋଲ୍ ଦର ୧ ଟଙ୍କା ୬୩ ପଇସା ବଢ଼ିଥିବା ବେଳେ ଡିଜେଲ୍ ୨ ଟଙ୍କା ୩୩ ପଇସା ମହଙ୍ଗା ହୋଇଛି। ଓଡ଼ିଶା ବଜାର ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଡିଜେଲ୍ ଦର। ଏଠାରେ ପେଟ୍ରୋଲ୍ ଓ ଡିଜେଲ୍ ଦର ମଧ୍ୟରେ ମାତ୍ର ଦୁଇ ଟଙ୍କା ପାଖାପାଖିର ଅନ୍ତର ରହିଛି। କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ଅଡୁଆ ବଢିଲା । ବିଜେଡିରୁ ବହିଷ୍କୃତ ହୋଇପାରନ୍ତି ବରିଷ୍ଠ ନେତା ଦାମ ରାଉତ । ଗତ କିଛି ଦିନ ହେବ ଦଳ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଦାମ । ଆଉ ଏଭଳି ସମୟରେ ଦାମଙ୍କୁ ଦମନ କରିବାକୁ ମେଳି ବାନ୍ଧିଛନ୍ତି ଦଳୀୟ ନେତା । ଖାସକରି ଜଗତସିଂହପୁରର ଦୁଇ ବରିଷ୍ଠ ବିଜେଡି ନେତା ଦାମଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏପରିକି ଦାମ ବାରମ୍ବାର ଦଳ ବିରୋଧରେ ଗଣମାଧ୍ୟମ ସାମ୍ନାରେ ବୟାନ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଉ ବୋଲି ନବୀନଙ୍କୁ ଲିଖିତ ଆକାରରେ ଦିଆଯାଇଛି ।
OSCAR-2019
କନକ ବ୍ୟୁରୋ : ସୀମାରେ ଡୋକଲାମକୁ ନେଇ ଚୀନ ଓ ଭାରତ ମଧ୍ୟରେ ଲାଗି ରହିଛି ବିବାଦ । ଏହା ଭିତରେ ସାମନାକୁ ଆସିଛି ନୂଆ ତଥ୍ୟ । ଚୀନ ସୀମାବର୍ତ୍ତୀ ଅଂଚଳରେ ଭାରତ ପକ୍ଷରୁ ଗତ ୧୫ବର୍ଷ ହେଲାଣି ୭୩ଟି ରାସ୍ତା ନିର୍ମାଣ ଚାଲିଛି । କିନ୍ତୁ ସେଥିରୁ ଏପର୍ଯ୍ୟନ୍ତ ମାତ୍ର ୨୭ଟିର କାମ ଶେଷ ହୋଇଥିବା ବେଳେ ୪୬ଟିର କାମ ସରିପାରିନି । ସେହିପରି ପୂର୍ବାଚଂଳରେ ପ୍ରସ୍ତାବିତ ୧୪ ଟି ରେଳ ଲାଇନ୍ କେବଳ କାଗଜପତ୍ରରେ ସୀମିତ ହୋଇ ରହିଛି । ତେବେ ଆଶ୍ୱାସନା ଏତିକି ଯେ ଲଦାଖ ଓ ଅରୁଣାଚଳପ୍ରଦେଶରେ ବାୟୁସେନାର ବିମାନଘାଟି ପୁଣି କାର୍ଯ୍ୟକ୍ଷମ ହୋଇଛି । ଅନ୍ୟପଟେ ଚୀନ ତିବ୍ଦତ ଅଂଚଳରେ ୩୦ଟି ସେନା ଡିଭିଜନ ମୂତୟନ କରିଛି । ତେଣୁ ଗମନାଗମନ ଭିତ୍ତିଭୂମିର ବିକାଶ କରିବାକୁ ବର୍ଡର ରୋଡ୍ ଅର୍ଗାନାଇଜେସନକୁ ପ୍ରଶାସନିକ ଓ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି । ଏହି ସଂସ୍ଥା ରାସ୍ତା ନିର୍ମାଣ କାମକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ । ଭାରତୀୟ ସେନା ଆଗରେ ସୀମାରେ ଗମନାଗମନ ଏବେ ଏକ ବଡ ସମସ୍ୟା ।
OSCAR-2019
ନୂଆଦିଲ୍ଲୀ, ସଂସଦର ଆଗାମୀ ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଡିଏନ୍‌୍‌ଏ ଫ୍ରୋଫାଇଲିଂ ବିଲ୍‌ ଆଗତ କରିବାକୁ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍‌ ବିଲ୍‌କୁ ମଂଜୁରି ଦେଇସାରିଥିବାରୁ ଏବେ ସଂସଦରେ ଏ ବାବଦ ଚର୍ଚ୍ଚା ପାଇଁ ସରକାର ଆଗଭର ଅଛନ୍ତି। ଡିଏନ୍‌ଏ ଡାଟା ବ୍ୟାଙ୍କ୍‌ ନିମନ୍ତେ ବିଭିନ୍ନସ୍ତରରେ କାର୍ଯ୍ୟକ୍ରମ ତ୍ୱରାନ୍ଵିତ ହୋଇଥିବାରୁ ଆଗାମୀ ଦିନରେ ଆଧାର ଭଳି ବିଶାଳ କାର୍ଯ୍ୟକ୍ରମ ସରକାର ହାତକୁ ନେବେ। ଏହା ପୂର୍ବରୁ ଜନସାଧାରଣରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଅଜ୍ଞାତ ଏବଂ ବେସାହାରା ଲୋକଙ୍କ ଶବ ଏବଂ ନିଖୋଜ ହୋଇଥିବା ଲୋକଙ୍କ ଡିଏନ୍‌୍‌ଏ ପ୍ରୋଫାଇଲିଂ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା। ଡିଏନ୍‌୍‌ଏ ତଥ୍ୟ ବ୍ୟାଙ୍କ ପାଇଁ ବ୍ୟକ୍ତିର ଜୈବିକ ନମୁନା ସଂଗ୍ରହ କରାଯିବ ଯାହାକି ଭବିଷ୍ୟତରେ ଏହାକୁ ଚିହ୍ନଟ କରିବା ପ୍ରକ୍ରିୟାରେ ବ୍ୟବହାର କରାଯିବ। ଆଧାର ପାଇଁ ବାୟୋମେଟ୍ରିକ୍‌ ଡାଟା ନେବା ପରେ କେନ୍ଦ୍ର ସରକାର ଏବେ ଡିଏନ୍‌୍‌ଏ ନମୁନା ସଂଗ୍ରହ କରିବେ ଏବଂ ଏହା ଡିଏନ୍‌୍‌ଏ ବ୍ୟାଙ୍କ୍‌ରେ ଗଚ୍ଛିତ ରହିବ। ଫରେନ୍‌୍‌ସିକ ବିଜ୍ଞାନରେ ଡିଏନ୍‌୍‌ଏ ପ୍ରୋଫାଇଲିଂ ବିଶ୍ୱବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବେଳେ ଏବେ ଭାରତ ମଧ୍ୟ ଏହି ବ୍ୟବସ୍ଥାକୁ ଆପଣାଇବ। ଡିଏନ୍‌ଏ ଡାଟା ବ୍ୟାଙ୍କ୍‌ ଦ୍ୱାରା ଶବ ଚିହ୍ନଟ କରିବା ପ୍ରକ୍ରିୟା ଅତି ସହଜ ହେବ ଏବଂ ଅପରାଧିକ ମାମଲାର ତଦନ୍ତରେ ମଧ୍ୟ ଏହା ବିଶେଷ ଉପଯୋଗୀ ହେବ। ଦୁଷ୍କର୍ମ ଭଳି ଅପରାଧକୁ ରୋକିବା ଦିଗରେ ଏହାର ବଳିଷ୍ଠ ଭୂମିକା ରହିବ। ସରକାର ଆଗତ କରିବାକୁ ଥିବା ଡିଏନ୍‌ଏ ପ୍ରୋଫାଇଲିଂ ବିଲ୍‌ରେ ଗୋପନୀୟତା ନେଇ ମଧ୍ୟ କଡ଼ା ବନ୍ଦୋବସ୍ତ କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ଏବଂ ରାଜ୍ୟସ୍ତରରେ ଖୁବ୍‌୍‌ଶୀଘ୍ର ଡିଏନ୍‌ଏ ପ୍ରୋଫାଇଲିଂ ବୋର୍ଡ ଗଠନ କରାଯିବ ଏବଂ ଏଥିପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହେବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ପ୍ରାୟ ଦୁଇ ମାସ ତଳେ ଏ ବାବଦରେ ସୁପ୍ରିମ୍‌ କୋର୍ଟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକନୀତି ଫାଉଣ୍ଡେସନ ପକ୍ଷରୁ ହୋଇଥିବା ଆବେଦନ ଉପରେ ସରକାରଙ୍କ ଜବାବ ଲୋଡ଼ିଥିଲେ ଏବଂ ସରକାର ଏ ବାବଦ ବିଲ୍‌ ଆଗତ କରିବାକୁ ସମସ୍ତ ପ୍ରସ୍ତୁତି ଚଳାଇଥିବା କହିଥିଲେ।
OSCAR-2019
ପୁଲିସ ଏକ ମାମଲା ରୁଜୁ କରାଯିବା ସହ ମୃତ ଶରୀରକୁ ବ୍ୟବଛେଦ ପାଇଁ ଡ଼ାକ୍ତରଖାନା ପଠାଇଛି। ଅଭିଯୁକ୍ତ ଦେଢ଼ଶୂର ଏବଂ ତାଙ୍କ ଚାରି ପୁଅଙ୍କୁ ଗିରଫ କରି ଘଟଣା ବିଷୟରେ ପଚରାଉଚରା କରୁଛି ପୁଲିସ । ଖୋର୍ଧା: ସେଦିନ ଥିଲା ଜୁନ୍‌ ମାସ ୧୬ ତାରିଖ। ଶେଷ ରଜ ପର୍ବ ଶେଷ ଦିନ। ସନ୍ଧ୍ୟା ନଇଁ ଆସୁଥାଏ। କାଳିଜାଇ ଦର୍ଶନ ସାରି ଫେରୁଥିବା ଡଙ୍ଗାଟି କାଳ ବୈଶାଖୀ ପ୍ରଭାବରେ ଅତର୍କିତଭାବେ ଚିଲିକାରେ ବୁଡ଼ିଗଲା। ସେଥିରେ ଥିବା ୧୫ ଜଣ ଯାତ୍ରୀଙ୍କ ସମେତ ନାବିକ ଓ ଖଲାସୀ ମୋଟ ୧୭ ଜଣ ଚିଲିକାର ଗଭୀର ଜଳରେ ବୁଡ଼ିଗଲେ। ସେମାନଙ୍କ ମଧ୍ୟରୁ ୧୧ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୬ ଜଣଙ୍କର ସଲୀଳ ସମାଧି ଘଟିିଥିଲା। ତେବେ ଗଭୀର ଜଳରାଶିରେ ବୁଡ଼ିଯାଉଥିବା ଏହି ୧୧ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ନେଇ ସମସ୍ତେ ବାହାଦୁରୀ ନେବାକୁ ଲାଗିପଡ଼ିଛନ୍ତି। ତେବେ ପ୍ରକୃତରେ ବୁଡ଼ିଯାଉଥିବା ଏହି ଯାତ୍ରୀଙ୍କ ପାଖରେ ପ୍ରଥମେ କିଏ ପହଞ୍ଚିଥିଲା? କେମିତି ପହଞ୍ଚିଲା? ବୁଡ଼ିଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରାଗଲା? ବିପନ୍ନ ଯାତ୍ରୀମାନଙ୍କୁ ଏତେ ଶୀଘ୍ର କିପରି ଉଦ୍ଧାର କରାଗଲା? ଏହି ହିରୋମାନଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯିବା ପରେ ଜଣାପଡ଼ିଲା ଯେ ମା କାଳିଜାଇ ମୋଟର ବୋଟ ୱାକର୍‌ସ ୟୁନିୟନର ଯୁବକମାନଙ୍କ ସାହସିକତା ପଦକ୍ଷେପ ଓ ସମୟୋପଯୋଗୀ କାର୍ଯ୍ୟ ଯୋଗୁଁ ସେହି ୧୧ ଜଣ ଯାତ୍ରୀ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର ପାଇଥିଲେ। ଘଟଣାଟି ଏପରି ଥିଲା। ସେହି ୧୬ ତାରିଖ ଦିନ ଅପରାହ୍ନ ୪ଟାରେ ମା କାଳିଜାଇ ମୋଟର ବୋଟ ୱାକର୍‌ସ ୟୁନିୟନର ରୋହିତ ବେହେରା କେତେ ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗାରେ କାଳିଯାଇ ଯାଇଥିଲେ। ଡଙ୍ଗାଟି କାଳ ବୈଶାଖୀ ପ୍ରଭାବରେ ଅତର୍କିତଭାବେ କାଳିଯାଇ ନିକଟରେ ଚିଲିକାରେ ଭାସିିଗଲା। ରୋହିତ ପହଁରି ପହଁରି ପାରିକୁଦ ଗଡ଼କୂଳକୁ ଆସିବା ପରେ ତାଙ୍କର ସହଯୋଗୀମାନଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। କାଳିଯାଇ ନିକଟରେ ଅଟକି ରହିଥିବା ଯାତ୍ରୀମାନଙ୍କୁ କୂଳକୁ ଆଣିବା ପାଇଁ ସେ ଅନୁରୋଧ କରିଥିଲେ। ଏହାପରେ ମା କାଳିଜାଇ ମୋଟର ବୋଟ ୱାକର୍‌ସ ୟୁନିୟନର ଯୁବକମାନେ ୩ଟି ଡଙ୍ଗା ନେଇ କାଳିଯାଇରୁ ଭାସି ଯାଇ ଥିବା ଡ଼ଙ୍ଗାକୁ ଉଦ୍ଧାର କରିବା ସହିତ କାଳିଜାଇରେ ଅଟକ ଥିବା ଯାତ୍ରୀମାନଙ୍କୁ ଆଣିବା ପାଇଁ ଯାଇଥିଲେ। ଚିଲିକାର ଜଟିଆ ପାହାଡ଼ ଓ କାଳିଜାଇ ମଧ୍ୟରେ ଥିବା ଗଣ୍ଡ ନିକଟରେ ସେମାନେ ପହଞ୍ଚିବା ପରେ କେତେକ ଲୋକ ହାତ ଉପରକୁ ହଲାଇ ଚିତ୍କାର କରୁଥିବା ଦେଖିବା ପରେ ସେମାନେ ସେମାନଙ୍କ ନିକଟକୁ ଯାଇଥିଲୋା ଏହାପରେ ସେମାନଙ୍କ ନିକଟରେ ଥିବା ଜ୍ୟାକେଟ, ରଶି ସାହିଁରେ ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ବିପନ୍ନ ଯରତଅୀମାନେ ସେମାନଙ୍କର କେତେକ ସାଥୀ ପାଣିରେ ନିଖୋଜ ଥିବା ବିଷୟ କାନ୍ଦି କାନ୍ଦି କହିବା ପରେ ମା କାଳିଯାଇ ମୋଟର ବୋଟ ୱାକର୍ରସ ୟୁନିୟନର ଯୁବକମାନେ ରାତିପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଅବ୍ୟାହତ ରଖିଥିଲେ। ସେମାନେ ମଧ୍ୟ ଉଦ୍ଧାର କରାଯାଇଥିବା ଯାତ୍ରୀମାନଙ୍କୁ ନେଇ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏହାପରେ ଅନ୍ୟ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ମା କାଳିଜାଇ ମୋଟର ବୋଟ ୱାକର୍‌ସ ୟୁନିୟନର ଯେଉଁ ଯୁବକମାନେ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୧୧ ଜଣ ୧୧ ଜଣ ଯାତ୍ରୀଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି ଅକ୍ଷୟ ବେହେରା,ଅରୁଣ ବେହେରା,ଯୋଗୀନାଥ ବେହେରା, ବିପ୍ଳବ ବେହେରା (ଖ), ବସନ୍ତ ବେହେରା, ମଳୟ ବେହେରା, ସଂଗ୍ରାମ ବେହେରା, ପ୍ରଫୁଲ୍ଲ ମହାପାତ୍ର, ଦିଲ୍‌୍ଲୀପ ବେହେରା, ଜୟଶ୍ରୀ ମହାପାତ୍ର, ଚିନ୍ମୟ ବେହେରା, ସଭାପତି ବେହେରା, ଚନ୍ଦନ ବେହେରା, ମନୋଜ ବେହେରା, ସନ୍ତୋଷ ବେହେରା(ଖ), ସ୍ୱାଧୀନ ବେହେରା, ବୁଦ୍ଧଦେବ ବେହେରା, ମିଥୁନ ବେହେରା, ସଂଗ୍ରାମ ବେହେରା, ଶ୍ରୀକାନ୍ତ ବେହେରା,ରବୀନ୍ଦ୍ର ମହାପାତ୍ର, ଦୁର୍ଯ୍ୟୋଧନ ବେହେରା, ବଳରାମ ବେହେରା, ପ୍ରମୁଖ । ସେମାନଙ୍କର ସାହସିକତା ପଦକ୍ଷେପ ଓ ସମୟୋପଯୋଗୀ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।
OSCAR-2019
ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି ବା ଇଣ୍ଟରନ୍ୟାସନାଲ ଫୋନେଟିକ ଆଲଫାବେଟ (ଇଂରାଜୀ: International Phonetic Alphabet, IPA, ବା ଆଇପିଏ) ଉଚ୍ଚାରଣ ଚିହ୍ନ ଆଧାରିତ ଓ ଲାଟିନ ଲିପିରେ ଲିଖିତ ଏକ ଲିଖନ ବିଧି । ଏହା କଥିତ ଭାଷାମାନଙ୍କର ଲିଖନ ନିମନ୍ତେ ଆନ୍ତର୍ଜାତୀୟ ଫୋନେଟିକ ଆସୋସିଏସନ ଦ୍ୱାରା ଏକ ମାନକ ରୂପେ ତିଆରି କରାଯାଇଥିଲା ।[୧] ଆଇପିଏ ଅଭିଧାନ ସଂକଳକ, ବିଦେଶୀ ଭାଷାଭାଷୀ ଛାତ୍ର ଓ ଶିକ୍ଷକ, ଭାଷାବିଦ, ଧ୍ୱନି-ଭାଷା ରୋଗବିଦ୍ୱାବିଦ, ଗାୟକ-ଗାୟିକା, ଅଭିନେତା, ନିର୍ମିତ ଭାଷାକାର, ଓ ଅନୁବବାଦକମାନଙ୍କ ଦେଇ ବ୍ୟବହୃତ ହୋଇଥାଏ ।[୨][୩]
OSCAR-2019
ଜମ୍ମୁ: ଜମ୍ମୁ-କଶ୍ମୀରର ଖୋର ଅଞ୍ଚଳର ଅଖନୁର ସେକ୍ଟେର ସେନା କ୍ୟାମ୍ପ ନିକଟରେ ଥିବା ନିୟନ୍ତ୍ରଣା ରେଖା(ଏଲ୍‌ଓସି)ରେ ଜଣେ ଯବାନ ସର୍ଭିସ୍‌ ରାଇଫଲ୍‌ରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହି ଯାବନଙ୍କ ନାମ ରଣବୀର ସିଂହ ଓ ବୟସ ୨୮ବର୍ଷ ବୋଲି ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିଲା। ତେବେ ସେ ତାଙ୍କ ଡିୟୁଟିରେ ଥିବା ସମୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିିଛି। ପୁଲିସକୁ ଯବାନଙ୍କ ଆତ୍ମହତ୍ୟା ସମ୍ପର୍କରେ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ମେଡିକାଲ ଓ ଆଇନତଃ ଯେଉଁ ନିୟମ ରହିଛି ତାହାକୁ ପୂରଣ କରିବାପରେ ମୃତଦେହକୁ ଉଦ୍ଧାର କରି ୟୁନିଟ୍‌କୁ ହସ୍ତାନ୍ତର କରିଥିଲା। ତେବେ ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରି ଦେଇଥିବା ସୂଚନା ମିଳିଛି। ଭୁବନେଶ୍ୱର: ସପ୍ତାହକ ତଳେ ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ କରିବା ଘଟଣାରେ ଆଜି ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ସେ ହେଲା ଶିରିପୁର କଲ୍ୟାଣମଣ୍ଡପ ଅଞ୍ଚଳର ସୁଶାନ୍ତ କୁମାର ବେହେରା(୨୭)। ସୁଶାନ୍ତ ଓ ଯୁବତୀ ଜଣଙ୍କ ସହିଦନଗର ସ୍ଥିତ ଏକ କଲେଜରେ ପାଢ଼ୁଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା ବୋଲି ପୁଲିସ କହିଛି। ସେହିପରି ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ଇଚ୍ଛାରେ ମୋବାଇଲ୍‌ ଫୋନ୍‌ରେ ଏସବୁ ସୁଟିଂ ହୋଇଥିବା ଆଲୋଚନା ହେଉଛି। ନିଶା କବଳରୁ ମୁକୁଳି ପାରୁନି ରାଜ୍ୟ। ସଚେତନତା କାମ ଦେଉନି କି ରାଜ୍ୟକୁ ନିଶା ମୁକ୍ତ କରିବାରେ ସରକାରଙ୍କର ଆନ୍ତରିକତା ନାହିଁ। ଖାସ ଏଇଥି ପାଇଁ ରାଜ୍ୟ ନିଶା କବଳରୁ ମୁକୁଳି ପାରୁନି। ଏନେଇ ଅନେକ ସରକାରଙ୍କୁ ଦାୟୀ କରିଥିବା ବେଳେ ଅନେକ ବ୍ୟକ୍ତି ସ୍ତରରେ ସଚେତନତା ପାଇଁ ଲଢ଼ିବାକୁ ଆହ୍ଵାନ ଦେଇଛନ୍ତି। କିଛି ବ୍ୟକ୍ତିବିଶେଷ ବିହାରର ଉଦାହରଣ ଦେଇ ସରକାର ଏହାକୁ ଅନୁକରଣ କରନ୍ତୁ ବୋଲି କହିଥିବା ବେଳେ କିଛି ବ୍ୟକ୍ତି ଏଥିପାଇଁ ବେକାରୀ ସମସ୍ୟାକୁ ଦାୟୀ କରିଛନ୍ତି। ଓଡ଼ିଶାର ଅନେକ ରାଜନେତାଙ୍କ ସଂପର୍କୀୟମାନେ ନିଶା କାରବାରରେ ସାମିଲ ରହୁଛନ୍ତି। ତା ସହିତ ନିଶା କାରବାର ନିର୍ବାଚନ ଜିତିବାର ଏକ ମାଧ୍ୟମ ପାଲଟିଛି। ଏହାକୁ ରାଜନେତାମାନେ ପ୍ରମୁଖ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି। ଏହି କାରଣରୁ ଓଡ଼ିଶାରେ ସଂପୂର୍ଣ୍ଣ ରୂପେ ନିଶା କାରବାର ରୋକାଯାଇ ପାରୁନାହିଁ। ନିଶା ନିବାରଣ ନହେବା ଦ୍ୱାରା ଲୋକମାନଙ୍କର ଅନେକ କ୍ଷତି ଘଟୁଛି। କିନ୍ତୁ ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ଓଡ଼ିଶା ସଂପୂର୍ଣ୍ଣ ନିଶାମୁକ୍ତ ହେଲେ ରାଜସ୍ୱ କମିବା ସହିତ ଭୋଟ୍‌ ମଧ୍ୟ କମିବ। ସେଥିପାଇଁ ଓଡ଼ିଶାରୁ ନିଶା ନିବାରଣ ହେଉ ବୋଲି ସରକାର ଚାହୁଁନାହାନ୍ତି। ଓଡ଼ିଶାର ଅନେକ ଶିକ୍ଷିତ ଯୁବଗୋଷ୍ଠୀ ନିଶା ସେବନ କରି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ସରକାର ନିଶା ନିବାରଣ ପାଇଁ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କିନ୍ତୁ ସବୁଥିରେ ଫେଲ୍‌ ମାରୁଛନ୍ତି। ଏଥିପାଇଁ ସରକାର ଦାୟୀ। ଯଦି ଅବକାରୀ ବିଭାଗକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିିଦିଆଯିବ ତାହେଲେ ଆଉ ଓଡ଼ିଶାରେ ନିଶା କାରବାର ହେବ ନାହିଁ। ଓଡ଼ିଶା ସରକାର ମାଦକ ଦ୍ରବ୍ୟ ବଢ଼ାଇବାରେ ବେଶି ଧ୍ୟାନ ଦେଉଛନ୍ତି। ପିଲାମାନଙ୍କ ଶିକ୍ଷା ଦିଗରେ କିନ୍ତୁ ସେତିକି ଗୁରୁତ୍ୱ ଦେଉନାହାନ୍ତି। ସେଥିପାଇଁ ଛୋଟଛୋଟ ପିଲାମାନେ ମଧ୍ୟ ନିଶା ଖାଇ ରାସ୍ତାରେ ଗଡ଼ୁଥିବା ଦେଖିବାକୁ ମିଳୁଛି। ରାଜସ୍ୱ ବଢ଼ାଇବା ଚିନ୍ତାରେ ସରକାର ଅନ୍ୟ ସମସ୍ତ ଦିଗ ପ୍ରତି ଆଖି ବୁଜିଦେଉଛନ୍ତି। ଆଜିକାଲି ଗଳିକନ୍ଦିରେ ଗଞ୍ଜେଇ, ମଦ ବିକ୍ରି ହେଉଥିବା ଦେଖାଯାଉଛି। ଏଥିପ୍ରତି ଲୋକମାନେ ଆଉ ସରକାର କେହି ବି ଚିନ୍ତିତ ନୁହନ୍ତି। ସରକାରଙ୍କୁ ଅପେକ୍ଷା ନକରି ନିଜେ ବିରୋଧ କଲେ ଯାଇ ଏହି ସମସ୍ୟାର ସମାଧାନ ହୋଇପାରିବ। ଓଡ଼ିଶାରେ ରଜନୈତିକ ଚାପ ପାଇଁ ନିଶା କାରବାର ବନ୍ଦ ହୋଇପାରୁନାହିଁ। ଏଥିରେ ମନ୍ତ୍ରୀଙ୍କ ସହିତ ତାଙ୍କ ସଂପର୍କୀୟଙ୍କ ହାତ ରହୁଛି। ନିଶା କାରବାର ବାହାର ରାଜ୍ୟରେ ବନ୍ଦ ହେଲାଣି, କିନ୍ତୁ ଓଡ଼ିଶାରେ ବନ୍ଦ ହୋଇପାରୁନି। ଏହା ଏକ ଦୁଃଖର ବିଷୟ। ବିହାରରେ ଯଦି ମଦ ବନ୍ଦ ହୋଇପାରୁଛି ଓଡ଼ିଶାରେ କାହିଁକି ହେଉନି? ଓଡ଼ିଶା ସରକାର ଯଦି ଚେଷ୍ଟା କରନ୍ତେ, ତାହାଲେ ନିଶ୍ଚିତ ଭାବେ ମଦମୁକ୍ତ ରାଜ୍ୟ ଭାବେ ଓଡ଼ିଶା ପରିଚିତ ହୁଅନ୍ତା। ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ। ଫଳରେ ବହୁ ସମୟରେ ଯୁବପିଢ଼ି ଗୁୁଲିଖଟିରେ ମାତନ୍ତି। ଏଥିରୁ ହିଁ ଆରମ୍ଭ ହୁଏ ନିଶା ସେବନ। କିଛି ଯୁବକ ପ୍ରଥମେ ମନା କରନ୍ତି। ପରେପରେ ସେମାନେ ବି ଏହି ପଥରେ ସାମିଲ ହୁଅନ୍ତି। ଯେ ପର୍ଯ୍ୟନ୍ତ ବେକାରୀ ସମସ୍ୟା ରହିଛି ଓ ଗୁଲିଖଟି ରହିଛି ସେ ଯାଏଁ ନିଶା ନିବାରଣ ସମ୍ଭବ ନୁହେଁ। ରାଜ୍ୟରେ ନିଶା ନିବାରଣ ହୋଇ ନପାରିବା ସରକାରଙ୍କ ଅପାରଗତା। ଏଥିପାଇଁ ରାଜନେତା ହିଁ ଦାୟୀ। ତାଙ୍କ ଅନୁମତିରେ ହିଁ ରାଜ୍ୟରେ ନିଶା କାରବାର ଚାଲିଛି। ନିରୀହ ଲୋକ ମରୁଛନ୍ତି। ରାଜ୍ୟରେ ନିଶା ନିବାରଣ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ମଦ ବ୍ୟବସାୟରୁ ବଡ଼ ଆକାରର ରାଜସ୍ୱ ଆସିବା ଲୋଭରେ ସରକାର ଏହାକୁ ପ୍ରଶୟ ଦେଇ ଚାଲିଛନ୍ତି। ନିଶା ସେବନ କାରଣରୁ ପାରିବାରିକ ହିଂସା, ଦୁଷ୍କର୍ମ ଓ ହତ୍ୟା ଆଦି ଅପରାଧ ରାଜ୍ୟରେ ବଢ଼ିଚାଲିଛି। ପୁଲିସ ଓ ଅବକାରୀ ବିଭାଗ ନିଶା ବ୍ୟବସାୟୀଙ୍କଠାରୁ କିଛି ହାତଗୁଞ୍ଜା ପାଇ ଚୁପ୍‌ ରହୁଛନ୍ତି। ସେଥିପାଇଁ ଦିନକୁ ଦିନ ନିଶା ବ୍ୟବସାୟୀଙ୍କ ଉତ୍ପାତ ବଢୁଛି। ପୁଲିସ୍‌ର ଜ୍ଞାତସାରରେ ବିନା ଲାଇସେନ୍ସରେ ବହୁ ମଦ ଦୋକାନ ଚାଲିଛି। ଏଣୁ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ପୁଲିସ ଓ ଅବକାରୀ ବିଭାଗ ନିଷ୍ଠାର ସହ କାମ କରିବା ଉଚିତ୍‌। ରାଜ୍ୟରେ ନିଶା ନିବାରଣ ହୋଇ ନପାରିବା ତଥା ନିଶା ବ୍ୟବହାର ବୃଦ୍ଧି ପାଇବା ସରକାରଙ୍କ ଅପାରଗତା ଓ ନ୍ୟସ୍ତସ୍ୱାର୍ଥକୁ ହିଁ ବୟାନ କରୁଛି। ଏଥିପାଇଁ କେବଳ ସରକାର ହିଁ ଦାୟୀ। ଓଡ଼ିଶାରେ ସମ୍ପୂର୍ଣ୍ଣ ନିଶା ନିବାରଣ କେବଳ ସରକାର ହିଁ ଚାହିଁଲେ ସମ୍ଭବ ହେବ। ଅନ୍ୟ ରାଜ୍ୟଗୁଡ଼ିକର ଉଦାହରଣ ନେଲେ ଏହା ଜଣାପଡ଼ୁଛି। ବିହାରରେ ବି ମୁଖ୍ୟମନ୍ତ୍ରୀଙ୍କ ଉଚିତ୍‌ ପଦକ୍ଷେପ ଯୋଗୁଁ ସେଠାରେ ନିଶା ନିବାରଣ ସମ୍ଭବ ହୋଇଛି। ଅନ୍ୟ ରାଜ୍ୟର ଶାସକଙ୍କଠାରୁ ସରକାର କିଛି ଶିଖନ୍ତୁ। ସରକାର ଯେଉଁଠି ଭୋଟ୍‌ ଲୋଭରେ ଯୁବପିଢ଼ିଙ୍କୁ ମଦ ମାଂସ ଦେଇ ମାତାଲ୍‌ କରନ୍ତି ସେଠି ନିଶା ନିବାରଣ ସମ୍ଭବ ହେବ ବା କେମିତି? କେବଳ ମୁଖ୍ୟମନ୍ତ୍ରୀ ଚାହିଁଲେ ରାଜ୍ୟରେ ନିଶା ନିବାରଣ ସମ୍ଭବ।ର୍ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହିଁ ରାଜ୍ୟକୁ ନିଶା ରାକ୍ଷସ କବଳକୁ ଠେଲି ଦେଉଛି।
OSCAR-2019
ବାହାନଗା/ବାଲେଶ୍ୱର, ୧୨/୦୬( ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ସ୍ଥିତ ପାଇକାସ୍ତାରେ ଥିବା ତହସିଲରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନଥିଲେ। ତହସିଲଦାର ଦାୟିତ୍ୱ ସୋର ଅତିରିକ୍ତ ତହସିଲଦାର ପ୍ରିୟବ୍ରତ ପାଢୀଙ୍କୁ ଦିଆଯାଇଥିବା ବେଳେ ଆଜି ତାହାର ଯବନିକା ପଡ଼ି ନୂତନ ତହସିଲଦାର ଭାବେ ଦେବଯାନୀ ଭୁୟାଁ ଦାୟିତ୍ୱ ଗ୍ରହଣ ଥିବାର ଜଣାପଡ଼ିଛି। ତେବେ ଦେବଯାନୀ ଭୂୟାଁ ଯୋଗ ଦେବାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଥିବାର ଜଣାପଡ଼ିଛି। ଅମଲାସଙ୍ଘ କିଛିଦିନ କାର୍ଯ୍ୟବନ୍ଦ ଅନ୍ଦୋଳନ କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କର ଏଡ଼ମିଶନ ପାଇଁ ବିଭିନ୍ନ ପ୍ରକାର ସାର୍ଟିଫିକେଟ ଆବଶ୍ୟତା ହେଉଥିବା ବେଳେ ତାହା ଠିକ ସମୟରେ ହେବା ସମ୍ଭବ ହେଉନଥିଲା ତେବେ ନୂତନ ତହସିଲଦାର ଦେବଯାନୀ ଭୂୟାଁ ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟ ଠିକ ଭାବରେ ଚାଲୁ ରହିବ ବୋଲି ବିଭିନ୍ନ ମହଲରୁ ଆଶାବାଦୀ ଥିବାର ଜଣାପଡ଼ିଛି। ତେବେ ଦାୟିତ୍ୱରେ ଥିବା ତହସିଲଦାର ଶ୍ରୀ ପାଢୀ ସମସ୍ତ ଦାୟିତ୍ୱ ନୂତନ ତହସିଲଦାରଙ୍କୁ ହସ୍ତାନ୍ତର କରିଥିବାର ଜଣାପଡ଼ିଛି। ସେ ବରଗଡ଼ ର ବରପାଲି ବ୍ଲକରୁ ବାହାନଗା ଆସିଥିବା ବେଳେ ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି। ବେବେ ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କୁ ପଚାରିବାରୁ ସେ କହନ୍ତି ପ୍ରଥମେ ଷ୍ଟାଫ ମିଟିଙ୍ଗ କରି କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରାଯିବ।
OSCAR-2019
ବାହୁବଳୀ ଷ୍ଟାର ପ୍ରଭାସ ଏବେ ବଲିଉଡ଼ର ହଟେଷ୍ଟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ରୋମାନ୍ସ କରିବେ । କଥାଟା ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ ସତ । ମିଡିଆ ରିପୋର୍ଟ ମୁତାବିକ,ଆକ୍ସନ ଓ ଡ୍ରାମାଭିତ୍ତିକ ଫିଲ୍ମ ‘ସାହୋ’ରେ ଉଭୟ ପ୍ରଭାସ ଓ ଶ୍ରଦ୍ଧା ଲିଡ଼ ରୋଲରେ ନଜରକୁ ଆସିବେ । ଏହି ଫିଲ୍ମଟି ତେଲୁଗୁ,ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ ହେବ । ପୂର୍ବରୁ ଏହି ସାହୋ ଫିଲ୍ମର ନାୟିକା ଭାବେ ସାଉଥ ସୁନ୍ଦରୀ ଅନୁଷ୍କାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ମୋଟାପଣ ପାଇଁ ଏହି ଫିଲ୍ମଟିକୁ ହାତଛଡା କରିଥିଲେ ଅନୁଷ୍କା । ଆଉ ତାଙ୍କ ସ୍ଥାନରେ ବାଜି ମାରି ନେଇଥିଲେ ଶ୍ରଦ୍ଧା । ଏହି ଫିଲ୍ମରେ ଦର୍ଶକମାନେ ପୁଣିଥରେ ପ୍ରଭାସଙ୍କୁ ଆକ୍ସନ ମୁଡ଼ରେ ଦେଖିବାକୁ ପାଇବେ । ଫିଲ୍ମର ସୁଟିଂ ଆଗାମୀ ମାସରେ ଆରମ୍ଭ ହେବ । ଏଥିପାଇଁ ରାମୋଜୀ ଫିଲ୍ମ ସିଟି ଷ୍ଟୁଡ଼ିଓରେ ଏକ ବଡ଼ ସେଟ୍ ତିଆରି ହୋଇଛି । କେବଳ ଅପେକ୍ଷା ଶ୍ରଦ୍ଧା କପୁରଙ୍କୁ । ଶ୍ରଦ୍ଧା ଏବେ ରିଲିଜ ଅପେକ୍ଷାରେ ଥିବା ଅଣ୍ଡରୱାଲଡ଼ ଡ଼ନ୍ ଦାଉଦ ଇବ୍ରାହିମର ଭଉଣୀ ହସିନାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ହସିନା ପାର୍କର ର ପ୍ରମୋସନରେ ବ୍ୟସ୍ତ ରହୁଛନ୍ତି ।
OSCAR-2019
ହାଇ ହିଲ୍ ଓ ସ୍କ୍ରିନ୍ ଟାଇଟ୍ କପଡା ଯୁବତୀମାନଙ୍କର ଭାରି ପସନ୍ଦ ହୋଇଥାଏ । କିନ୍ତୁ ଏହା ସେମାନଙ୍କୁ ଜଣାନାହିଁ ଯେ, ଏହା ଅସୁବିଧାରେ ପକାଇପାରେ । ପାଦରେ ଏକ ବ୍ୟାରିକୋଜ ୱେନ୍ସ ନାମକ ଏକ ରୋଗର ଶିକାର ହୋଇଥାନ୍ତି । ଅର୍ଥାତ୍ ଏହା ଦ୍ୱାରା ପାଦର ଶିରାରେ ପୀଡା ଅନୁଭବ ହେବା ସହ ଝାଳ ବାହାରିଥାଏ । ପାଖାପାଖି ୭ ପ୍ରତିଶତ ଯୁବତୀ ଏହି ରୋଗର ଶିକାର ହୋଇଥାନ୍ତି । ସୂଚନା ଅନୁସାରେ , ଯେତେବେଳେ ନିଚ୍ଚ ଅଙ୍ଗର ଶିରାର ଭଲଭ କ୍ଷତିଗ୍ରସ୍ତ ହୁଏ , ସେତେବେଳେ ବ୍ୟାରିକୋଜ ଶିରାର ଗଠନ ଆରମ୍ଭ ହୁଏ । ଏହା ଦ୍ୱାରା ହୃଦୟର ତଳ ଅଙ୍ଗକୁ ରକ୍ତ ପ୍ରବାହ କମ୍ ହୋଇଯାଏ । ଶିରାରେ ରକ୍ତ ଏକତ୍ରିତ ହେବା ସହ ପାଦ କୁଣ୍ଡାଇ ହୋଇଥାଏ । ଏହି ରୋଗ ସାଧାରଣତଃ ପାଦ ଭାଗରେ ଦେଖିବାକୁ ମିଳିଥାଏ । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ (ଆଇଏମଏ)ର ନ୍ୟାଶନାଲ୍ ପ୍ରେସିଡେଣ୍ଟ ଡାଃ କେ କେ ଅଗ୍ରୱାଲ୍ କହିଛନ୍ତି , ପାଦରେ ଅନେକ ଭାଲଭ (କବାଟି) ଥାଏ । ଯିଏ ରକ୍ତକୁ ହୃଦୟ ଆଡକୁ ପ୍ରବାହିତ ହେବାକୁ ସାହାଯ୍ୟ କରିଥାଏ । ବ୍ୟାରିକୋସ ଅଲସର ଦୁଇ ପାଦରେ ହୋଇପାରେ । ଯେତେବେଳେ ଏହି ଭାଲଭ୍ କ୍ଷତିଗ୍ରସ୍ତ ହୋଇଯାଏ , ସେତେବେଳେ କୁଣ୍ଡାଇ ହେବା , ଶରୀର ପୀଡା ଓ କ୍ଲାନ୍ତପଣ ଅନୁଭ଼ବ ହୋଇଥାଏ । ଏହି ରୋଗଟି ଧିମା ଭାବରେ ବୃଦ୍ଧି ପାଇ ସମସ୍ୟାରେ ପକାଇଥାଏ । ଏହା ଆରମ୍ଭରେ ହାଲକା ହୋଇଥାଏ । ଏଣୁ ଲୋକେ ଗମ୍ଭୀରତାର ସହ ନେଇନଥା’ନ୍ତି । ଏହାର ଚିକିତ୍ସା ସଠିକ୍ ସମୟରେ କରିବା ଉଚିତ୍ । ନଚେତ୍ ଅଲସର ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଏହା ସହ ଏକଜିମା ଓ ଉଚ୍ଚ ରକ୍ତଚାପ ମଧ୍ୟ ହୋଇପାରେ । ଏଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ଟିକେ ସାବଧାନ ହେବାକୁ ପଡିବ ।
OSCAR-2019
ଶନିବାର ଜୟପୁରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେକ କଂଗ୍ରେସ ନେତାଙ୍କର ଜାମିନକୁ ନେଇ ନିଜ ଭାଷଣରେ କଂଗ୍ରେସକୁ ବୈଲ ଗାଡି ବୋଲି କରିଥିଲେ । ଏହାର ପାଲଟା ଜବାବ ଦେଇ କଂଗ୍ରେସ ବିଜେପିକୁ ଜେଲ ଗାଡି ବୋଲି କହିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସକିଲ ଅହମ୍ମଦ ଟ୍ୱିଟ୍ କରି କହିଛନ୍ତି ଯେ ପିଏମ ମୋଦୀ କଂଗ୍ରେସକୁ ବୈଲ ଗାଡି କହିଛନ୍ତି କାରଣ କଂଗ୍ରେସର କିଛି ନେତା ଏବେ ବେଲରେ ଅଛନ୍ତି । ଏହି ତର୍କ ହିସାବରେ ତାଙ୍କୁ ଏବଂ ତାଙ୍କ ପାର୍ଟିକୁ ଜେଲଗାଡି କହିବା ଦରକାର କାରଣ ବିଜେପିର ଦୁଇ ଜଣ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଉଭୟ କୋର୍ଟର ଆଦେଶରେ ଜେଲ୍ ଯାଇ ସାରିଛନ୍ତି। ତେଣୁ ବେଲ ସବୁବେଳେ ଜେଲ ଯିବାଠାରୁ ଭଲ ।
OSCAR-2019
ଉଲ୍ଲେଖନୀୟ ଶନିବାର ଦିନ ଜୟପୁରରେ ଏକ ଜନସଭାରେ ପିଏମ ମୋଦୀ ଜନସଭାକୁ ସମ୍ବୋଦ୍ଧିତ କରି କହିଛନ୍ତି ଯେ ଏବେ ଲୋକମାନେ କଂଗ୍ରେସ ପାର୍ଟିକୁ ବୈଲ ଗାଡି କହୁଛନ୍ତି । ମୋଦୀଙ୍କର ଏହି ବକ୍ତବ୍ୟର ଜବାବରେ କଂଗ୍ରେସର ପ୍ରବକ୍ତା ଆରପିଏମ ସିଂ ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ନେତାମାନଙ୍କର ଭ୍ରଷ୍ଟାଚାର ମାମଲାରେ ଅଭିଯୋଗ କରି କହିଛନ୍ତି ଯଦି କଂଗ୍ରେସ କ୍ଷମତାକୁ ଅାସେ ତାହେଲେ ଏହି ସବୁ ମାମଲାରେ ତଦନ୍ତ କରି ସମସ୍ତଙ୍କୁ ଜେଲ ପଠାଯିବ, କେହିବି ବେଲରେ ବାହାରି ପାରିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ସରକାର ଆସିବା ପରେ ଭ୍ରଷ୍ଟାଚାରରେ ସାମିଲ ଥିବା ବିଜେପିର ନେତାମାନେ ବେଲରେ ନୁହେଁ ବରଂ ଜେଲରେ ଥିବେ ।
OSCAR-2019
ପୁରୀ:୧୦/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ କାମ ଏବେ ଆଗେଇ ଚାଲିଛି। ଗତକାଲି ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ ହଂସପଟା ବାଡ଼ିଆ କାମ ଶେଷ ପରେ ଆଜି ଶିଖ ତମ୍ବୁରୁ ବାଡ଼ିଆ କାମ ଶେଷ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ଆଜି ତିନି ରଥରେ ଶିଖ ତମ୍ବୁରୁ ବାଡ଼ିଆ କାମ ଶେଷ କରିଛନ୍ତି। ସେହି ପରି ପୂର୍ବରୁ ରଙ୍ଗ ଦିଆ ସରିଥିବା ପାର୍ଶ୍ୱ ଦେବାଦେବୀଙ୍କୁ ଆଜି ତିନି ରଥରେ ସଂଯୋଗ କରାଯାଇଛି। ଗୋଟିଏ ରଥରେ ଦୁଇ ଦ୍ୱାରପାଳ ରହିଥାନ୍ତି। ଏପରି ତିନି ରଥରେ ୬ ଦ୍ୱାରପାଳ ଲାଗିଥାନ୍ତି। ଗତକାଲି ଏହି ଦ୍ୱାରପାଳ ରଙ୍ଗ ସରିବା ଆଜି ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ବାକି କାମ ଖୁବ୍ ଶ୍ରୀଘ୍ର ଶେଷ କରିବାକୁ ମହାରଣା ଓ ଭୋଇ ସେବକମାନେ ତତ୍ପରତା ଦେଖାଇଛନ୍ତି। ସେପଟେ ଚିତ୍ରକାର ଓ ରୂପକାର ସେବକମାନେ ବି ସେମାନଙ୍କ କାମକୁ ଆଗେଇ ନେିଛନ୍ତି। ତିନି ରଥରେ ରଙ୍ଗ କାମ ଜୋରସୋରରେ ଚାଲିଛି। କମାର ସେବକମାନେ ବି ଲୈାହ ସାମଗ୍ରୀ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଂଚାଇଛନ୍ତି।
OSCAR-2019
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ସଙ୍ଗଠନକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ। ଲୋକଙ୍କ ଘରେ ପହଞ୍ଚି ପରିବାର ସହ ଯୋଡ଼ି ହେବାକୁ ପରାମର୍ଶ ଦିଆଯାଇଛି। ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ମହିଳା ଜନତା ଦଳର ସମାବେଶ ହେବ। ଅକ୍ଟୋବରରେ ହେବାକୁ ଥିବା ଦଳର ଜନସମ୍ପର୍କ ପଦଯାତ୍ରାରେ ଗୋଟିଏ ଦିନ କେବଳ ମହିଳାଙ୍କୁ ନେଇ ଆୟୋଜିତ ହେବ। ଏଥିସହ ବ୍ଲକରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ମହିଳାଙ୍କ ସୁବିଧା, ଅସୁବିଧା, ସେମାନଙ୍କ ପାଇଁ କରାଯାଇଥିବା ଯୋଜନା ସମ୍ପର୍କରେ ଅବଗତ କରାଇବାକୁ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଅଗଷ୍ଟ ୧୫ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି। ହେଲେ ମହିଳାଙ୍କ ପାଇଁ ଏହି ଯୋଜନାରେ ଆଉ ଦୁଇ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି। ଅକ୍ଟୋବର ୨ରୁ ରାଜ୍ୟ ସରକାର ନିଜର ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ସବୁ ଯୋଜନାର ବାର୍ତ୍ତା ଓଡ଼ିଶାର ପ୍ରତି ଘରେ ଘରେ ପହଞ୍ଚାଇବା ପଡ଼ିବ। ବିଜୁ ଜନତା ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆପଣମାନେ ନିଜ ସ୍ତରରେ କାର୍ଯ୍ୟ ଜାରି ରଖନ୍ତୁ ବୋଲି ଦଳର ବ୍ଲକ/ଜିଲ୍ଲା ଓ ରାଜ୍ୟ ମହିଳା କର୍ମକର୍ତ୍ତାଙ୍କୁ କହିଛନ୍ତି। ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିନିକିଆ ଅଧିବେଶନରେ ବିଜୁ ମହିଳା ଜନତା ଦଳର ଆଗାମୀ ଦିନରେ ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିଲା। ଏଥିସହ ରାଜ୍ୟର ମହିଳାଙ୍କ ପାଇଁ ବିଜୁ ଜନତା ଦଳ ପ୍ରତିବଦ୍ଧତା ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଛି।
OSCAR-2019
ଯୋଡା- ତା ୨୩/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ଅନ୍ତର୍ଗତ ୭ନଂ ୱାର୍ଡରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ମେ ମାସ ୨୨ ତାରିଖରେ ପୌରପାଳିକା ସଭା ଗୃହରେ ଅନୁଷ୍ଠିତ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏଥି ନିମନ୍ତେ ମେ ମାସ ୩୦ ତାରିଖ ଦିବା ୧୦.୩୦ମି. ସମୟରେ ଯୋଡା କଲ୍ୟାଣ ମଣ୍ଡପ ଠାରେ ଜନଶୁଣାଣୀ ଅନୁଷ୍ଠିତ କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ଏହି କମ୍ୟୁନିଟି ସେଣ୍ଟରଟି ୭ନଂ ୱାର୍ଡରେ ଅବସ୍ଥିତ ଥିବା ବେଳେ ୭ନଂ ୱାର୍ଡର ବାସିନ୍ଦାମାନଙ୍କୁ ଏ ସଂକ୍ରାନ୍ତରେ ମତାମତ ଦେବାକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡିଛି। ଏହି କମ୍ୟୁନିଟି ସେଣ୍ଟରଟି ନିର୍ମାଣ ହେଲେ ଯୋଡା ସହରର ବାସିନ୍ଦାମାନେ ବେଶ ଉପକୃତ ହେବେ। ଯୋଡା ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଥିବା ବେଳେ ଯୋଡା ସ୍ଥିତ ଦୈନିକ ବଜାର ଠାରେ ଏହା ନିର୍ମାଣକୁ ବ୍ୟବସାୟୀ ସଂଘ ସ୍ୱାଗତ କରିଛି।
OSCAR-2019