text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକାକୁ ୫-୧ରେ ହରାଇବା ପରେ ଭାରତୀୟ ଦଳର ଖେଳାଳିଙ୍କୁ ଆଇସିସି ଦିନିକିଆ ମାନ୍ୟତାରେ ଫାଇଦା ମିଳିଛି। ସିରିଜ୍ ବିଜୟ ପରେ ଭାରତ ଦିନିକିଆ ମାନ୍ୟତାର ଶୀର୍ଷରେ ରହିଛି । ଦଳ ଟେଷ୍ଟରେ ମଧ୍ୟ ଶୀର୍ଷରେ ରହିଛି। ଟି-୨୦ରେ ଦଳ ତୃତୀୟ ସ୍ଥାନରେ ରହିଛି । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ମାନ୍ୟତାର ଏକ ନମ୍ବର ବ୍ୟାଟସମ୍ୟାନ ହୋଇଛନ୍ତି। ଅନ୍ୟ ପଟେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଏକ ନମ୍ବର ବୋଲର ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କୋହଲି ୬ଟି ମ୍ୟାଚରୁ ୧୮୬ ହାରରେ ୯୯.୪୬ ଷ୍ଟ୍ରାଇକ ରେଟରେ ୫୫୮ ରନ କରିଥିଲେ। ଏଥିରେ କୋହଲିଙ୍କ ୩ଟି ଶତକ ସାମିଲ ରହିଛି। ଏହି ଦମଦାର ବ୍ୟାଟିଂ ବଳରେ କୋହଲି ଦିନିକିଆରେ ୯୦୯ ଅଙ୍କ ହାସଲ କରିଛନ୍ତି। ଏହା ପୂର୍ବରୁ କୌଣସି ଭାରତୀୟ ବ୍ୟାଟସମ୍ୟାନ ୯୦୦ ଅଙ୍କ ଅତିକ୍ରମ କରିପାରିନଥିଲେ । ବ୍ୟାଟିଂ ତାଲିକାରେ ଏବି ଡିଭିଲିୟର୍ସ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ମୋଟ୍ ଅଙ୍କ ୮୪୪ ରହିଛି। ୮୨୩ ଅଙ୍କ ସହିତ ତୃତୀୟରେ ଅଛନ୍ତି ଡେଭିଡ ଓ୍ଵାର୍ଣ୍ଣର। ଜଶପ୍ରୀତ ବୁମରା ଦୁଇଟି ସ୍ଥାନ ଉପରକୁ ଉଠି ବୋଲିଂ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି। ତାଙ୍କର ମୋଟ୍ ଅଙ୍କ ୭୮୭ରେ ପହଞ୍ଚିଛି। ତାଙ୍କ ସହିତ ଆଫଗାନିସ୍ତାନ ବୋଲର ରଶିଦ ଖାନ ରହିଛନ୍ତି। ଦିନିକିଆରେ ତାଙ୍କ ବ୍ୟତୀତ ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ବହୁତ ଫାଇଦା ମିଳିଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ୧୬ ଓ୍ଵିକେଟ୍ ନେଇ ଟପ୍ ୧୦ ବୋଲରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ସେ ବର୍ତ୍ତମାନ ଅଷ୍ଟମ ସ୍ଥାନରେ ଅଛନ୍ତି। କୁଲଦୀପ ଯାଦବ ୧୫ ତମ ସ୍ଥାନରେ ଅଛନ୍ତି। ଯାଦବ ସିରିଜରେ ୧୭ଟି ଓ୍ଵିକେଟ୍ ନେଇଥିଲେ ।
OSCAR-2019
ବଲ୍‌ ଟ୍ୟାମ୍ପରିଂ ମାମଲା : ସ୍ମିଥ୍‌, ଓ୍ବାର୍ନରଙ୍କୁ ୧୨ ମାସ ଏବଂ ବାନକ୍ରାଫ୍ଟଙ୍କୁ ୯ ମାସ ବାସନ୍ଦ | EnewsOdia.Com ବଲ୍‌ ଟ୍ୟାମ୍ପରିଂ ମାମଲାରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଅଧିନାୟକ ଷ୍ଟିଭେନ ସ୍ମିଥ୍‌ ଓ ଉପଅଧିନାୟକ ଦେଭିଡ଼ ଓ୍ବାର୍ନରଙ୍କୁ ୧୨ ମାସ ପାଇଁ ବାସନ୍ଦ କରିଛି । ସେହିପରି ଯୁବ ଓପନର କାମେରନ ବାନକ୍ରାଫ୍ଟଙ୍କୁ ୯ ମାସ ପାଇଁ ବାସନ୍ଦ ହେବାକୁ ପହିଛି । ଏହି ସମୟ ମଧ୍ୟରେ ସେମାନେ ଘରୋଇ ଓ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିବେ । ବାସନ୍ଦାଦେଶ ଅନୁସାରେ କ୍ରିକେଟ କ୍ୟାରିୟର ମଧ୍ୟରେ ଓ୍ବାର୍ନର ଆଉ କେବେ ବି ଅଧିନାୟକ ହୋଇପାରିବେ ନାହିଁ । କିନ୍ତୁ ସ୍ମିଥ୍‌ ୧୨ ମାସ ପରେ ପୁଣି ନେତୃତ୍ଵ ନେଇ ପାରିବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚରେ ଟେଷ୍ଟରେ ବଲ୍‌ ଟ୍ୟାମ୍ପରିଂ କରିବା ୩ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଅଭିଯୋଗ ଆସିବା ପରେ ସ୍ମିଥ୍‌ ଓ କାମେରନ ବାନକ୍ରାଫ୍ଟଙ୍କୁ ଆଇସିସି ଗୋଟିଏ ମ୍ୟାଚରୁ ବାସନ୍ଦ କରିବା ସହ ମ୍ୟାଚ ଫି କଟାଜାଇଥିଲା । ଏବେ କ୍ରିକେଟ ଅଷ୍ଟ୍ରେଲିଆ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଟାନ ଗ୍ରହଣ କରି ମୁଣ୍ଡରୁ ବଲ୍‌ ଟ୍ୟାମ୍ପରିଂ କାଲଙ୍କା ପୋଛିବାକୁ ଚେଷ୍ଟା କରିଛି । ଓ୍ବାର୍ନର ଏହି ମାମଲାର ମୁଖ୍ୟ ସୂତ୍ରଧର ଥିଲେ । ଅଧିନାୟକ ସ୍ମିଥ୍‌ ସବୁ କିଛି ଜାଣି ମଧ୍ୟ କୌଣସି ବି କାର୍ଯ୍ୟନୁଷ୍ଟାନ ନେଇ ନ ଥିଲେ । ଓ୍ବାର୍ନରଙ୍କ ଠାରୁ ଟିପ୍ସ ପାଇ ବାନକ୍ରାଫ୍ଟ ବଲ୍‌ ଟ୍ୟାମ୍ପରିଂ କରିଥିଲେ । ସିଏ ଦ୍ଵାରା ବାସନ୍ଦ ହେବା ପରେ ସ୍ମିଥ୍‌ ଓ ଓ୍ବାର୍ନରଙ୍କ ଚଳିତ ବର୍ଷ ଆଇପିଏଲ ଖେଳିବା ଉପରେ ମଧ୍ୟ ଅଙ୍କୁଶ ଲାଗିଛି । ଆଇପିଏଲ-୧୧ ତମ ସଂସ୍କରଣରୁ ଉଭୟଙ୍କୁ ବାଦ ଦିଆଯାଇଛି ।
OSCAR-2019
କନକ ବ୍ୟୁରୋ: କଟକ ଏସସିବି କାଜୁଆଲଟିରୁ ସର୍ଜରୀ ବିଭାଗକୁ ସ୍ଥାନାନ୍ତର ହେଲେ କେନ୍ଦୁଝର ଚନ୍ଦନପୁରର ଗୁରୁତର ଯୁବକ । ପରକୀୟା ପ୍ରିତୀରୁ ପ୍ରେମିକ ରାଜେନ୍ଦ୍ର ନାୟକଙ୍କ ଯୌନାଙ୍ଗ କାଟି ଦେଇଥିଲେ ପ୍ରେମିକା ବିବାହିତ ମହିଳା । ବୁଧବାର ଦିନ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଗତକାଲି ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଜେନ୍ଦ୍ରଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏବେ ରାଜେନ୍ଦ୍ରଙ୍କ ଅବସ୍ଥା ସ୍ଥିର ରହିଛି । ଆଉ ଯୌନାଙ୍ଗ ଲାଗି ପରିବ ନାହିଁ । ଘଟଣାକୁ ୩୬ ଘଂଟା ବିତି ଯାଇଥିବାରୁ ଯୌନାଙ୍ଗ ଲାଗି ପାରିବ ନାହିଁ ବୋଲି ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇ ଦିଆଯାଇଥିବା କହିଛନ୍ତି କଟକ ବଡ ମେଡିକାଲ ଡାକ୍ତର । ସୋମବାର ଦିନ ରାଜେନ୍ଦ୍ରଙ୍କ ପ୍ଲାଷ୍ଟିକ ସର୍ଜରୀ କରାଯିବ । ସେପଟେ ରାଜେନ୍ଦ୍ରଙ୍କ ଯୌନାଙ୍ଗ କାଟି ଦେଇଥିବା ମହିଳାଙ୍କୁ ଗିରଫ କରିଛି ହରିଚନ୍ଦନପୁର ପୁଲିସ । ଏହାସହ ଗିରଫ କମଳା ପାତ୍ରଙ୍କ ପାଖରୁ ଏକ ମାରଣାସ୍ତ୍ର ମଧ୍ୟ ଗିରଫ କରାଯାଇଛି । କେନ୍ଦୁଝର ଝାରବେଡାରେ ଏଭଳି ଘଟଣା ଘଟିଥିଲା । ଚେନ୍ନାଇରେ କାମ କରୁଥିବା ରାଜେନ୍ଦ୍ର ନାୟକଙ୍କ ହରିଚନ୍ଦପୁରର ଜଣେ ବିବାହିତ ମହିଳାଙ୍କ ସହ ପ୍ରେମ ସଂପର୍କ ଥିଲା । ତେବେ ସେ ଚେନ୍ନାଇରୁ ୪ଦିନ ପାଇଁ ଘରକୁ ଆସିଥିବା ବେଳେ ହରିଚନ୍ଦନପୁରରେ ରହୁଥିବା ତାଙ୍କ ପ୍ରେମିକାଙ୍କୁ ଦେଖା କରିବା ପାଇଁ ଆସିଥିଲେ । ଏହି ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସଂପୃକ୍ତ ମହିଳା ରାଜେନ୍ଦ୍ରଙ୍କ ମଦ ପିଆଇ ତାଙ୍କ ଯୌନାଙ୍ଗ କାଟି ଦେଇଥିଲେ । କନକ ବ୍ୟୁରୋ : ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ । କଡା କଟକଣା ସତ୍ତେ୍ୱ ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହିତେଶ ସୋନାନି ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ହିତେଶ ସୋନାନି ଗୁଜୁରାଟ ସୁରଟର ଲୋକ ବୋଲି ଜଣାପଡିଛି । ଶ୍ରୀମନ୍ଦିର ଭିତରେ ବିଭିନ୍ନ ସ୍ଥାନରୁ ଏହି ବ୍ୟକ୍ତିଜଣଙ୍କ ଫଟୋ ଉଠାଇ ଫେସବୁକରେ ପୋଷ୍ଟ କରିଛନ୍ତି । ତେବେ କଡା କଟକଣା ସତ୍ତେ୍ୱ ବାରମ୍ବାର କିପରି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେଉଛି, ତାହା ଏବେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ଫେସବୁକରେ ଭାଇରାଲ ହୋଇଥିଲା ପୁରୀ ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ । ଭାଇରାଲ ହୋଇଥିବା ଫଟୋ ରଥଯାତ୍ରା ବେଳେ ଏଏସଆଇର ଗର୍ଭଗୃହ ଅନୁଧ୍ୟାନ ସମୟର ଫଟୋ ବୋଲି ଅନୁମାନ କରାଯାଉଛି । ପ୍ରତିବର୍ଷ ରଥଯାତ୍ରା ବେଳେ ଗର୍ଭଗୃହର ସ୍ଥିତି ଅନୁଧ୍ୟାନ ହୋଇଥାଏ । ଏଏସଆଇ ଓ ଅନ୍ୟ ସଂସ୍ଥା ରଥଯାତ୍ରା ସମୟରେ ଗର୍ଭଗୃହର ଅନୁଧ୍ୟାନ କରିଥାନ୍ତି । ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ବୁଲିବା ପରେ ଏହାକୁ ନେଇ ଖପ୍ପା ହୋଇଥିଲେ ସେବାୟତ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେବାୟତ ମାନେ ଦାବି କରିଥିଲେ । ପୂର୍ବରୁ ମଧ୍ୟ କିଛି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ସେଲଫି ନେଇ ନିଜ ଫେସବୁକରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଥିଲା । । ଏମିତି କି ଗୁଣ୍ଡିଚା ମନ୍ଦିରର ରତ୍ନସିଂହାସନରେ ବିଜେ ମହାବାହୁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଯାହାକୁ ନେଇ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା ।
OSCAR-2019
କନକ ବ୍ୟୁରୋ : ଆଜି ସଂସଦରେ ମହାପରୀକ୍ଷା ଦେଇପାରନ୍ତି ମୋଦି ସରକାର । କାରଣ ଏନଡିଏ ସରକାରଙ୍କ ବିରୋଧରେ ଉଭୟ ଟିଡିପି ଓ ୱାଇଏସଆର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅନସ୍ଥା ନୋଟିସକୁ ଗ୍ରହଣ କରି ଭୋଟିଂ ପାଇଁ ନିଷ୍ପତି ନେଇପାରନ୍ତି ଲୋକସଭା ବାଚସ୍ପତି । ୪ ବର୍ଷର ମୋଦି ସରକାର ପ୍ରଥମ ଥର ଏକ ବଡ ପରୀକ୍ଷାର ସାମ୍ନା କରିପାରନ୍ତି । ଅନାସ୍ଥା ଆଗତ କରିବା ପାଇଁ ଆବଶ୍ୟକ ସଦସ୍ୟଙ୍କ ସମର୍ଥନ ରହିଥିବାରୁ ମୋଦିଙ୍କୁ ଲୋକସଭାରେ ବିଶ୍ୱାସ ଜିତିବାକୁ ପଡିବ । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଭୋଟିଂ ପାଇଁ ୫୦ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି । କଂଗ୍ରେସ, ଅନାସ୍ଥାକୁ ସମର୍ଥନ କରୁଥିବାରୁ ଭୋଟିଂ ହେବା ଏକପ୍ରକାର ନିଶ୍ଚିତ । ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ମୋଦି ସରକାର ଲୋକସଭାରେ ଆସ୍ଥା ହରାଇବା ସମ୍ଭାବନା କ୍ଷୀଣ । ହେଲେ ୨୦୧୪ରେ ସରକାର ଗଢିବା ବେଳେ ବିଜେପି ଓ ଏନଡିଏର ଯେଉଁ ଦମ୍ଭ ଥିଲା, ତାକୁ ଏକ ଶକ୍ତ ଧକ୍କା ଲାଗିବା ସମ୍ଭାବନା ଅଧିକ । ତୃଣମୂଳ କଂଗ୍ରେସ, ଟିଆରଏସ, ଏସପି ଓ ବାମ ଦଳଗୁଡିକ, ମୋଦି ସରକାରଙ୍କ ବିରୋଧରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । ଆଉ ବର୍ତ୍ତମାନ ନଜର ରହିଛି ବିଜେଡି, ଏନଡିଏର ସହଯୋଗୀ ଦଳ ଶିବସେନା, ଏଆଇଏଡିଏମ୍ ପରି ଦଳ ଉପରେ । ପ୍ରକୃତରେ ଦେଖିବାକୁ ଗଲେ ଅନାସ୍ଥା ପ୍ରସ୍ତାବରେ ମୋଦିଙ୍କ ପାଇଁ ସେଭଳି କିଛି ବିପଦ ନାହିଁ । କେବଳ ବିଜେପି ନିକଟରେ ୨୭୪ ସାଂସଦ ରହିଛନ୍ତି । ଆଉ ସହେଯାଗୀ ଦଳର ସାଂସଦ ଅଛନ୍ତି ୪୧ । ଶିବସେନା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ କି ନାହିଁ ଏ ଯାଏଁ ସ୍ପଷ୍ଟ କରିନାହିଁ । ବିରୋଧୀ ମେଂଟର ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବାକୁ ହେେଲେ ୨୭୦ ସାଂସଦଙ୍କ ସମର୍ଥନ ଦରକାର । ସବୁଠାରୁ ବଡ କଥା ହେଲା ସହଯୋଗୀ ଦଳ ସମର୍ଥନ ନକଲେ ବି ମୋଦିଙ୍କ ପାଇଁ କୌଣସି ବିପଦ ନାହିଁ । ତେବେ ପରୋକ୍ଷାରେ ଅନାସ୍ଥା ପ୍ରସ୍ତାବ ସରକାରଙ୍କ ପାଇଁ ଆଗକୁ ବଡ ବିପଦ ଆଣିପାରେ । ପ୍ରସ୍ତାବ ବାହାନାରେ ବିରୋଧୀ ଦଳଗୁଡିକୁ ଏକାଠି ହେବାର ସୁଯୋଗ ମିଳିବ । ବିଜେପି ଉପରେ ଏନଡିଏ ସହଯୋଗୀ ସନ୍ତୁଷ୍ଟ ନୁହନ୍ତି । ମହାରଷ୍ଟ୍ରରେ ବିଜେପି-ଶିବସେନା ମଧ୍ୟରେ ବଡ ମତାନ୍ତର ଦେଖାଦେଇଛି । ୟୁପିରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ବିହାରରେ ଜିତିନ ରାମ ମାଂଝି ଏନଡିଏ ଛାଡି ୟୁପିଏରେ ଯୋଗ ଦେଇଛନ୍ତି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପିକୁ କଡା ଟକ୍କର ଦେଉଛି କଂଗ୍ରେସ । ଏଭଳି ସ୍ଥିତିରେ ବିରୋଧୀଙ୍କ ଏକାଠି ହେବା ମୋଦିଙ୍କ ପାଇଁ ନିଶ୍ଚିତ ରୂପେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
OSCAR-2019
ଆଜି ଆଲୋକର ପର୍ବ ଦୀପାବଳି। ସଂଧ୍ୟା ହେବା ପୂର୍ବରୁ ଆରମ୍ଭ ହୋଇଗଲାଣି ବାଣ ଫୁଟା । ଦେଶରୁ ନେଇ ଦେଶ ବାହାର ପର‌୍ୟ୍ୟନ୍ତ ଚାରିଆଡ଼େ ପାଳନ ହେବାକୁ ଲାଗିଲାଣି ଏହି ପର୍ବ । ତେବେ ଏହି ବାଣ ଫୁଟା ଦିବସକୁ ନେଇ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଚିନ୍ତାଧାରା ସବୁ ଆସୁଛି । ଏବେ ଆମେ ସେହିପରି ଏକ ମଜ୍ଜାଦାରିଆ କଥା ଚିନ୍ତା କରିବ। । କଥାଟି ହେଉଛି ଯଦି ଆମ ଭାରତୀୟ କ୍ରିକେଟ୍ ତାରକାମାନେ ବାଣ ହୋଇଥାନ୍ତେ ତେବେ କାହା ନାମ କ’ଣ ହୋଇଥାନ୍ତା । ରୋହିତ ଶର୍ମାଙ୍କ ନାମ ହୋଇଥାନ୍ତା ‘୫୦୦ ଲାଡି’। ଖେଳରେ ଖୁବ୍ ଭଲ ସ୍କୋର୍ କରୁଥିବା ଅର୍ଥାତ ଦୀର୍ଘ ସମୟ ରହୁଥିବା ହେତୁ ତାଙ୍କ ନାମ ଏପରି ହୋଇଥାନ୍ତା। ସିଖର ଧାଓ୍ଵନଙ୍କ ନାମ ହୋଇଥାନ୍ତା ‘ଅନାର୍’। ଏହି ଖେଳାଳିଙ୍କୁ ଖୁବ୍ ଭଲ ଓପନର ବୋଲି ମନାଯାଏ। ଅନାର୍ ବାଣ ଯେପରି ଶବ୍ଦ ନକରି ଗୁଣ ଦେଖାଏ ଧାଓ୍ଵନ ସେହିପରି। ସେହିପରି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ହୋଇଥାନ୍ତା ‘ରକେଟ୍’। ରକେଟ୍ ଏଥିପାଇଁ, ଥରେ ଧୋନିଙ୍କ ବ୍ୟାଟରେ ବଲ୍ ବାଜିବା ମାତ୍ରେ ତାହା ରକେଟ୍ ପରି ଲୋକଙ୍କ ଭିଡ଼କୁ ପଳାଏ। ଭାରତୀୟ ଦଳର ଅଧନାୟକ ବିରାଟ କୋହଲିଙ୍କ ନାମ ହୋଇଥାନ୍ତା ‘ମଲଟିପଲ୍ ସର୍ଟ କ୍ରାକରସ’। କୋହଲି ସବୁ ଦିଗରେ ଭଲ ଖେଳୁଥିବା ହେତୁ ତାଙ୍କ ନାମ ଏପରି ହୋଇଥାନ୍ତା। ସେହିପରି ସଚିନ ତେନ୍ଦୁଲକରଙ୍କ ନାମ ହୋଇଥାନ୍ତା ‘ପେନସିଲ୍ ଟର୍ଚ’। ପେନସିଲ୍ ଟର୍ଚ ବାଣଟି ଯେପରି ସଭିଙ୍କ ପ୍ରିୟ ସେହିପରି ସଭିଙ୍କ ପ୍ରିୟ ସଚିନ। ସେହିପରି ରାହୁଲ ଦ୍ରାବିଡ଼ଙ୍କ ନାମ ‘ଫୁଲଝଡ଼ି’, ଯୁବରାଜ ସିଂହଙ୍କ ନାମ ‘ଅନାର୍ ବମ୍ବ’, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ‘କଲରଫୁଲ୍ ମ୍ୟାଚେସ୍’, ଜଶପ୍ରୀତ୍ ବୁମରାଙ୍କ ନାମ ‘ହଣ୍ଟର୍’, କୁଳଦୀପ ଯାଦବଙ୍କ ନାମ ‘ଚକରି’ ହୋଇଥାନ୍ତା।
OSCAR-2019
ଭୁବନେଶ୍ୱ: ବ୍ୟାଙ୍କ କର୍ମଚାରୀଙ୍କ ୨% ବେତନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଓ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ବିରୋଧ କରି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ (ୟୁବିଏଫ୍‌ୟୁ) ପକ୍ଷରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ରାଜ୍ୟ ଆବାହକ ସମ୍ବିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ବହୁ କର୍ମଚାରୀ ଅଂଶଗ୍ରହଣ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଗାମୀ ଦିନରେ ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଏଆବିଓସିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ନନ୍ଦ, ମନୋରଞ୍ଜନ ଦାସ, ପ୍ରଫୁଲ୍ଲ ତ୍ରିପାଠୀ, ଜଗଦୀଶ ଜେନା ଓ ଶିବ ପ୍ରସାଦ ବେହେରା ଉପସ୍ଥିତ ଥିଲେ। ଲୋକେ ମୁଖ୍ୟତଃ ଏ, ବି ଏବଂ ଓ ଗ୍ରୁପ୍‌ର ବ୍ଲଡ୍‌ କଥା ଜାଣି ଥାଆନ୍ତି। ଏହା ଛଡ଼ା ବି ଅନ୍ୟ କେତେକ ବିରଳ ବ୍ଲଡ୍‌ ଗ୍ରୁପ୍‌ ରହିଥିବା କଥା ବିଭିନ୍ନ ଶୁଣାଯାଇଥାଏ। ଦୁନିଆରେ ଏ ଭଳି ବିରଳ ୭ ବ୍ଲଡ୍‌ ଗ୍ରୁପ୍‌ ରହିଥିବା ବେଳେ ନିକଟରେ ଭାରତରୁ ଆଉ ଗୋଟାଏ ବିରଳ ଗ୍ରୁପ୍‌ର ରକ୍ତର ସନ୍ଧାନ ମିଳିଛି। ଏହି ୭ଟି ବିରଳ ରକ୍ତ ଗ୍ରୁପ୍‌କୁ ଡାକ୍ତରୀ ଭାଷାରେ ଏହାକୁ କୋଲ୍‌ଟୋଲ୍‌ କହନ୍ତି। ଏହି ସାତଟି ବିଳର ଗ୍ରୁପ୍‌ ରକ୍ତରୁ ମାତ୍ର ଗୋଟାଏ ଭାରତରେ ଦେଖାଯାଇଛି। ସେ ପୁଣି ଗୁଜରାଟରେ ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଦେହରେ। ତାଙ୍କ ରକ୍ତ ଗ୍ରୁପ୍‌ ଅନ୍ୟ କୌଣସି ରକ୍ତ ଗ୍ରୁପ୍‌ ସହ ମେଳ ଖାଉ ନ ଥିବାରୁ ସଭିଏଁ ବିସ୍ମିତ। ଏ କଥା ଲୋକଲୋଚନକୁ ଆସିବା ପରେ ଗୁଜରାଟର ଡାକ୍ତରମାନଙ୍କ ମଧ୍ୟରେ ଏକ ବିଚିତ୍ର ଉନ୍ମାଦନା ଖେଳି ଯିବା ସହ ଚିନ୍ତାର କାରଣ ହୋଇଥିଲା। କଥାଟି କେମିତି ଜଣା ପଡ଼ିଲା ଜାଣନ୍ତୁ: ଜଣେ ରୋଗୀଙ୍କର ରକ୍ତ ପରୀକ୍ଷା କରାଇବାକୁ ଏକ ଗୁଜରାଟୀ ପରିବାର ରକ୍ତ ନମୁନା ପଠାଇ ଥିଲେ। ରକ୍ତ ପରୀକ୍ଷା ସମୟରେ ଡାକ୍ତରମାନେ ଝାଳନାଳ ହୋଇଗଲେ। କାରଣ ସେ ସଂଗୃହୀତ ରକ୍ତ ନମୁନା କୌଣସି ଗ୍ରୁପ୍‌ ସହ ମେଳ ଖାଉ ନ ଥିଲା। ତେଣୁ ଜଣେ ବଡ଼ ଡାକ୍ତରଙ୍କୁ ଡକା ଗଲା। କିନ୍ତୁ, ସେ ମଧ୍ୟ ପାରିଲେ ନାହିଁ। ଶେଷରେ ଡାକ୍ତରୀ ଦଳ ସେ ରକ୍ତ ନମୁନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ପଠାଇଲେ। ସେଠାରେ ଉନ୍ନତ ପରୀକ୍ଷା କରାଯାଇ ଘୋଷଣା କରାଗଲା କି, ଏଇଟା ବିରଳ କିସମର ରକ୍ତ। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଆଇଏନ୍‌ଆରଏ’ ବୋଲି ନାମିତ କଲା। ‘ଇନ୍‌+ରା’ ନାଁ’ର ବ୍ୟାଖ୍ୟା ହେଉଛି: ‘ଇନ୍‌’ ଅର୍ଥ ଇଣ୍ଡିଆ; ‘ରା’ ଅର୍ଥ ସେ ରକ୍ତଧାରୀ ଲୋକଙ୍କ ନାମର ପ୍ରଥମ ଅକ୍ଷର।
OSCAR-2019
କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଥିବା କଂଗ୍ରେସ ଅଧିବେଶନର ଆଜି ହେଉଛି ଶେଷ ତଥା ଅନ୍ତିମ ଦିନ । ଆଜି ଶେଷ ଦିନରେ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ କହିଛନ୍ତି, ବିଜେପି ଦେଶର ଅର୍ଥବ୍ୟବସ୍ଥାକୁ ବରବାଦ କରିଛି । ମୋଦି ନିର୍ବାଚନ ପ୍ରଚାର ବେଳେ ବଡ ବଡ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ କିଛି ବି ପାଳନ ହେଲାନି । ମୋଦି ୨ କୋଟି ନିଯୁକ୍ତି କଥା କହିଥିଲେ କିନ୍ତୁ ୨ ଲକ୍ଷ ନିଯୁକ୍ତି ବି ହୋଇପାରିଲାନି । ବିମୁଦ୍ରାକରଣ ଓ ଜିଏସଟି ଯୋଗୁଁ ଦେଶରେ ରୋଜଗାର ପନ୍ଥା କମିଛି ବୋଲି କହିଛନ୍ତି ମନମୋହନ ସିଂ । ଅଧିବେଶନରେ ଅପରାହ୍ନରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଉଦଯାପନୀ ଭାଷଣ ଦେବେ । ଗତକାଲି ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧି ମୋଦି ଓ ବିଜେପି ସରକାର ଉପରେ ପ୍ରବଳ ବର୍ଷିଥିଲେ ।
OSCAR-2019
ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବଡଦେବତା ମନ୍ଦିର ନିକଟରେ ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁରତଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ପାଡୁଆ ଥାନା ଅନ୍ତର୍ଗତ ଡାଙ୍ଗବିର ଗ୍ରାମର ନାନାରାଓ ବଡନାୟକ ଏକ ବାଇକ୍‌(ଓଡି ୧୦ସି ୬୪୩୬) ଯୋଗେ ଆଜି ଅପରାହ୍ନରେ ପାଡୁଆରୁ ନିଜ ଘରକୁ ଫେରୁଥିଲେ। ତେବେ ବଡଦେବତା ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ଓ ନାନାରାଓଙ୍କ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ନାନାରାଓଙ୍କ ସହ ଅନ୍ୟ ବାଇକ୍‌ରେ ଥିବା ଡୁରୁବା ଗ୍ରାମର ବୁଦୁରାମ ଗୋଲରୀ ଗୁରୁତର ହୋଇଥିଲେ। ଉଭୟଙ୍କୁ ପ୍ରଥମେ ପାଡୁଆ ଓ ପରେ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି। ପାଡୁଆ ଥାନା ଏସ୍‌ଆଇ ଏସ.କେ ସାହୁ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି। କାଶୀନଗର/ପାରଳାଖେମୁଣ୍ଡି : ଡେଙ୍ଗୁ ଜ୍ୱରରେ କମ୍ପୁଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତ ସିଙ୍ଗିପୁର ଗ୍ରାମ। ନିୟନ୍ତ୍ରଣ ବଦଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନକୁ ଦିନ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ବ୍ରହ୍ମପୁର ବଡ଼ମେଡିକାଲରେ ଆଜି ସକାଳେ ଆଉ ଜଣେ ଡେଙ୍ଗୁ ଆକ୍ରାନ୍ତ ଲକ୍ଷ୍ମୀନାରାୟଣ ଚିନ୍ତଡ଼ା (୪୨)ଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ହରିଜନ ସାହିର ବାସିନ୍ଦା ଲକ୍ଷ୍ମୀନାରାୟଣଙ୍କ ମା’ ମାଣିକ୍ୟ ଚିନ୍ତଡ଼ା ୧୫ ଦିନ ପୂର୍ବେ ଅର୍ଥାତ୍‌ ଗତ ୩ ତାରିଖରେ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଅଳ୍ପ ଦିନ ବ୍ୟବଧାନରେ ମା’ ଓ ପୁଅର ମୃତ୍ୟୁ ପରେ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ସେପଟେ ଲକ୍ଷ୍ମୀଙ୍କ ପତ୍ନୀ ପ୍ରଭା ଚିନ୍ତଡ଼ା ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ମଧ୍ୟ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସେ ପତିଙ୍କ ଶବ ସହ ଗାଁକୁ ଫେରି ଚାଲି ଆସିଛନ୍ତି। ଫଳରେ ଏଭଳି ସ୍ଥିତିକୁ ନେଇ ପରିବାର ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। ଖାଲି ଏତିକି ନୁହେଁ, ଗ୍ରାମରେ ପୁଣି ୫୦ରୁ ଅଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ପାରଳାଖେମୁଣ୍ଡି ସମେତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଆଦି ସହରରେ ଥିବା ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଗତ ଦୁଇ ସପ୍ତାହ ଧରି କାଶୀନଗର ବ୍ଲକର ସିଦ୍ଧାମଡ଼ଙ୍ଗ, ସିଙ୍ଗିପୁର ଓ ଖୁରିଗାଁ ସମେତ ବିଭିନ୍ନ ଗ୍ରାମରେ ଜ୍ୱର ଆତଙ୍କ ଜାରି ରହିଛି। ବିଶେଷକରି ସିଙ୍ଗିପୁର ଗ୍ରାମରେ ଅଧିକ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହୋଇ ଥିଲେ। ଗତ ୩ ତାରିଖରେ ହରିଶ୍ଚନ୍ଦ୍ର ଚିନ୍ତଡ଼ା, ମାଣିକ୍ୟ ଚିନ୍ତଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ପ୍ରଦୀପ କୁମାର ବୀର ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସମସ୍ତଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ବି ଏହାକୁ ସ୍ୱାସ୍ଥ୍ୟ ବିଭାଗ ଅସ୍ୱୀକାର କରି ଆସୁଥିଲା। ଏଭଳି ପରିସ୍ଥିତିରେ ଗତ ରାତିରେ ମୃତକ ମାଣିକ୍ୟଙ୍କ ପୁଅ ଲକ୍ଷ୍ମୀନାରାୟଣଙ୍କ ବ୍ରହ୍ମପୁର ବଡ଼ମେଡିକାଲରେ ମୃତ୍ୟୁ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜିଯାଇଛି। ଲକ୍ଷ୍ମୀନାରାୟଣ ପ୍ରଥମେ ପାରଳାଖେମୁଣ୍ଡିରେ ଚିକିତ୍ସିତ ହେଉଥିବା ବେଳେ ବ୍ରହ୍ମପୁର ବଡ଼ମେଡିକାଲରେ ତାଙ୍କ ନମୁନାରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିଲା। ଗତକାଲି ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ବଢିବା ପରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପୁଣି ଚେଇଁ ଉଠିଛି। ଆଜି କାଶୀନଗରରୁ ଏକ ଟିମ୍‌ ପହଞ୍ଚି ସିଙ୍ଗିପୁର ଓ କେ.ସାୀତାପୁର ଗ୍ରାମରେ କ୍ୟାମ୍ପ ପକାଇ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିଛନ୍ତି। ତେବେ କ୍ୟାମ୍ପ୍‌ରେ ପର୍ଯ୍ୟାପ୍ତ ଔଷଧ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। l ସେହିପରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଉତ୍ତମ ଚିକିତ୍ସା ସେବା ମିଳୁ ନଥିବା ଅଭିଯୋଗ ହୋଇଛି। ମୃତକଙ୍କ ସଂଖ୍ୟା ବଢିବାରେ ଜ୍ୱରକୁ ନିୟନ୍ତ୍ରଣକୁ ଆଣିବାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବିଫଳତା ପଦାରେ ପଡ଼ିବାରେ ଲାଗିଛି। ନିରାକରଣ ଓ ସଚେତନତା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନମୁନା ସଂଗ୍ରହ ପାଇଁ ଲକ୍ଷାଧିକ ଟଙ୍କାର କିଟ୍‌ ଆସୁଛି। କିନ୍ତୁ ଫଳ ଶୂନ୍‌। ଡେଙ୍ଗୁ ଆକ୍ରାନ୍ତଙ୍କୁ ସହାୟତା ପାଇଁ ଗତ ରବିବାର ଦିନ ଘରୋଇ ହାଇଟେକ୍‌ ମେଡିକାଲ କଲେଜର ଏକ ଟିମ୍‌ ଆସି ରକ୍ତନମୁନା ପରୀକ୍ଷା କରିଥିଲେ। ସିଙ୍ଗିପୁର ଗ୍ରାମ ହରିଜନ ସାହିର ୧୭ଜଣଙ୍କ ରକ୍ତରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିଲା। ତେବେ ଅବହେଳା ଓ ଦାୟିତ୍ୱହୀନତା ପଦାରେ ପଡ଼ିବା ଭୟରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏହି ଘରୋଇ ମେଡିକାଲର ଟିମ୍‌କୁ ଫେରାଇ ଦେଇଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗର ନିଦ କେବେ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଲା।
OSCAR-2019
ଇଣ୍ଡିଆନ ଅଏଲ କର୍ପୋରେସନ ଆଇଓସିଏଲ ପକ୍ଷରୁ ୫୨୩ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦ ମଧ୍ୟରେ ଟେକ୍ନିକାଲ, ନନ୍ ଟେକ୍ନିକାଲ ଟ୍ରେଡ୍ ଏବଂ ଟେକ୍ନିସିଆନ୍ ଅପରେଟିଭ୍ ପଦ ରହିଛି । ଯେଉଁ ଆଶାୟୀମାନେ ଏହି ପଦ ପାଇଁ ନିବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ… କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ । ମୋଦିଙ୍କୁ ହରାଇବା ପାଇଁ ରଣନୀତି ବି ପ୍ରସ୍ତୁତି ଚାଲିଛି । ଗତକାଲି ଆନ୍ଧ୍ରପ୍ରଦେଶର ଅମରାବତୀରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଥିଲେ… କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଅଶାନ୍ତ ହେଲା ଛତିଶଗଡ । ଆସନ୍ତାକାଲି ଛଙ୍ଗିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ମାଓବାଦୀ ଛତିଶଗଡରେ ନିଜ ଉପସ୍ଥିତି ଜାହିର କରିଛନ୍ତି । ଛତିଶଗଡରେ ମାଓ ହମଲା । ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ… ଗୁଜୁରାଟର ନର୍ମଦା ନଦୀ କୂଳରେ ତିଆରି ହୋଇଥିବା ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବା ପାଇଁ ଦିନକୁ ଦିନ ଗହଳି ବଢିବାରେ ଲାଗିଛି । ଦୀପାବଳୀ ଛୁଟି କାରଣରୁ ଏଠାକୁ ଆସୁଥିବା ଲୋକମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ସୂଚନା ଅନୁଯାୟୀ, ୧୮୨ ମିଟର ଉଚ୍ଚ… ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ରାଜ୍ୟରେ ୧୫ ବର୍ଷ ଧରି ଶାସନ କରୁଥିବା ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ଜୋରସୋର ଉଦ୍ୟମ କରିଛି। ସେହିଭଳି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଚତୁର୍ଥ ଥର ପାଇଁ ଶାସନ କ୍ଷମତା ହାସଲ ଲାଗି… ‘ସବୁ କିଛି ଉଜୁଡ଼ିଯାଇଛି । ନା ଅଛି ଜୀବିକା ନା ମୁଣ୍ତ ଗୁ˚ଜିବାକୁ ବାସ ଖଣ୍ତିକ ଅଛି । ‘ତିତଲି’ର ତାଣ୍ତବ ସବୁ କିଛି ପୋଛି ନେଇଛି । ଆଜି ବି ଆଖିରୁ ଲୁହ ଶୁଖିନି ବାବୁ। ପିଲା ଛୁଆଙ୍କୁ ଧରି ଏମିତି ମୁକୁଳା ଘରେ ପଡ଼ି ରହିଛି । କଲେକ୍ଟର, ତହସିଲଦାର ଆଉ କୋଉ ବାବୁଙ୍କ ଦେଖା ନାହିଁ ।…
OSCAR-2019
କନକ ବ୍ୟୁରୋ : ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନର ଆଜି କଣ୍ଟ ପୁରିଛି । ଏଣିକି ପ୍ଲାଷ୍ଟିକ ବ୍ୟବହାର କଲେ ହେବ ଦଣ୍ଡବିଧାନ । ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶାନାମା ଅନୁସାରେ ପଲିଥିନ ବ୍ୟାନ ଲାଗି କଂଟ ପୁରିବା ପରେ ଏଣିକି ପଲିଥିନ ବିକ୍ରି କଲେ ସଂପୃକ୍ତ ଦୋକାନୀ ଓ କଂପାନୀ ମାଲିକଙ୍କ… ସୁନା ଗହଣା ପିନ୍ଧିବାକୁ କାହାକୁ ବା ଭଲ ଲାଗେନି । କିନ୍ତୁ ସୁନା ପିନ୍ଧିବା ଏବେ ମଧ୍ୟପ୍ରଦେଶର ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଦୁଇ କିଲୋ ଓଜନର ସୁନା ଆଭୂଷଣ ପିନ୍ଧି ଏବେ ହଟହଟା ହୋଇଛନ୍ତି ମଧ୍ୟପ୍ରଦେଶର ଗୋଲ୍ଡମ୍ୟାନ । ତାଙ୍କୁ ନିବାର୍ଚନ ଫ୍ଲାଇଙ୍ଗ ସ୍କ୍ୱାର୍ଡ ମଙ୍ଗଳବାର ଗିରଫ କରିବା ସହ… ଭାରତୀୟ ଟିମର ଅନ୍ୟତମ ବିସ୍ଫୋରକ ବ୍ୟାଟସମ୍ୟାନ ଶିଖର ଧାଓ୍ଵନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ପଦାର୍ପଣର ୧୧ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ଫେରି ପାରନ୍ତି। କ୍ରିକଇନଫୋ ରିପୋର୍ଟ ଅନୁସାରେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ୩ ଖେଳାଳି- ବିଜୟ ଶଙ୍କର, ଅଭିଷେକ ଶର୍ମା ଏବଂ… କନକ ବ୍ୟୁରୋ : ଦୀର୍ଘ ୨ମାସରୁ ଅଧିକ ସମୟ ଧରି ଚାଲିଥିବା ଓକିଲଙ୍କ ଆନ୍ଦୋଳନ ଆଜି ଏକ ଭିନ୍ନ ମୋଡ ନେଇଛି । ଆଇନଜୀବୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାର ପରୋକ୍ଷରେ ଉସୁକାଉଥିବା ଅଭିଯୋଗ କରି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି ।… କନକ ବ୍ୟୁରୋ : ନକ୍ସଲ ଗୁଳିରେ ପ୍ରାଣ ହରାଇଥିବା ସହିଦ ଅଚ୍ୟୁତାନନ୍ଦଙ୍କ ଅନ୍ତିମ ସଂସ୍କାର ଆଜି ବଲାଙ୍ଗିର ଘୁସୁରାମୁଣ୍ଡା ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି । ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି ଶହ ଶହ ଲୋକ । ସେପଟେ ସାମନାକୁ ଆସିଛି ଆଉ ଏକ ଛାତିଫଟା ଖବର । ସ୍ୱାମୀ… କନକ ବ୍ୟୁରୋ : ତିତଲି ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ବାସ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଗୋପାଳନ, ମତ୍ସ୍ୟ ଚାଷ, ହସ୍ତତନ୍ତ ଓ ସେରିକଲଚର୍ ପାଇଁ ମଧ୍ୟ…
OSCAR-2019
ଲଣ୍ଡନ: ମହିଳା ହକି ବିଶ୍ୱକପ୍‌ ଶନିବାର ଉଦଘାଟିତ ହୋଇଛି। ଆରମ୍ଭରୁ ହିଁ ଭାରତୀୟ ମହିଳା ଦଳ ଲଢ଼ୁଆ ହକି ଖେଳି ଉଚ୍ଚ ପ୍ରଶଂସିତ ହୋଇଛି। ହେଲେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍‌ ଖେଳୁଥିବା ଭାରତ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ତଥା ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଇଂଲଣ୍ଡକୁ ହରାଇବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି। ୫୩ ମିନିଟ୍‌ ପର୍ଯ୍ୟନ୍ତ ଆଗୁଆ ରହିବା ସତ୍ତ୍ୱେ ଖେଳ ଶେଷ ହେବାର ମାତ୍ର ୬ ମିନିଟ୍‌ ପୂର୍ବରୁ ଗୋଲ୍‌ ବରଣ କରି ଏହି ମ୍ୟାଚ୍‌କୁ ୧-୧ରେ ଅମୀମାଂସିତ ରଖିଛି। ତେବେ ବିଶ୍ୱମାନ୍ୟତାର ଦଶମ ସ୍ଥାନରେ ଥିବା ଭାରତ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ବିଜୟରୁ ଅଟକାଇବାକୁ ମଧ୍ୟ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି। ଇଂଲଣ୍ଡ ଅଳ୍ପକେ ପରାଜୟରୁ ବର୍ତି ଯାଇଥିଲା ବେଳେ ଭାରତ ସହ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଛି। ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ଅର୍ଜନ କରି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛନ୍ତି। ଗ୍ରୁପ୍‌-ବିର ଏହି ପ୍ରତୀକ୍ଷିତ ମୁକାବିଲାରେ ଭାରତ କିନ୍ତୁ ଅପେକ୍ଷାକୃତ ଉନ୍ନତ ହକି ଖେଳିଥିଲା। ବିଶେଷ କରି ଭାରତୀୟ ରକ୍ଷଣଭାଗ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲା। ଇଂଲଣ୍ଡ ପ୍ରଥମ ୯ ମିନିଟ୍‌ ଭିତରେ ଦୁଇଟି ପେନାଲ୍ଟି କର୍ନର ଅର୍ଜନ କରିଥିଲେ ମଧ୍ୟ ଏହାକୁ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲା। ସେହିଭଳି ଭାରତ ମଧ୍ୟ କୌଣସି ସୁଯୋଗ ସୃଷ୍ଟି କରି ପାରି ନଥିଲା। ଫଳରେ ପ୍ରଥମ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଇଂଲଣ୍ଡ ଆଉ ଏକ ପେନାଲ୍ଟି କର୍ନର ପାଇଥିଲା। ହେଲେ ଭାରତ ୨୫ ମିନିଟ୍‌ରେ ନେହା ଗୋଏଲଙ୍କ ଗୋଲ୍‌ ବଳରେ ଆଗୁଆ ହୋଇ ଯାଇଥିଲା। ପରବର୍ତୀ ୫ ମିନିଟ୍‌ରେ ଇଂଲଣ୍ଡ ଏହି ଗୋଲ୍‌ଟିକୁ ଶୁଝି ନପାରିବାରୁ ପ୍ରଥମାର୍ଧ ୧-୦ରେ ଭାରତ ସପକ୍ଷରେ ରହିଥିଲା। ତୃତୀୟ କ୍ୱାର୍ଟରରେ ଅପେକ୍ଷାକୃତ ଭଲ ଖେଳ ଖେଳିଥିଲେ ମଧ୍ୟ ଇଂଲଣ୍ଡ ତା’ ଗୋଲ୍‌ ଖାତା ଖୋଲି ପାରି ନଥିଲା। ହେଲେ ଚତୁର୍ଥ କ୍ୱାର୍ଟରର ନବମ ମିନିଟ୍‌ରେ ମିଳିଥିବା ଅଷ୍ଟମ ପେନାଲ୍ଟି କର୍ନରକୁ ଗୋଲ୍‌ କରି ଇଂଲଣ୍ଡ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଭାରତୀୟ ରକ୍ଷଣଭାଗ ସର୍କଲରୁ ବଲ୍‌ କ୍ଲିଅର କରି ନପାରିବାର ସୁଯୋଗ ନେଇ ଲିଲି େଓ୍ଵସଲି ଏହି ଗୋଲ୍‌ଟି ଦେଇଥିଲେ। ବଳକା ୬ ମିନିଟ୍‌ ଖେଳରେ ଉଭୟ ଦଳ ଆଉ ଗୋଲ୍‌ କରି ନ ପାରିବାରୁ ମ୍ୟାଚ୍‌ ୧-୧ରେ ଅମୀମାଂସିତ ରହିଥିଲା। ଶନିବାର ଖେଳା ଯାଇଥିବା ଗ୍ରୁପ୍‌-ସିର ଜର୍ମାନି-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଜର୍ମାନି ୩-୧ରେ ବିଜୟୀ ହୋଇଥିଲା।
OSCAR-2019
ଗତକାଲି ଭୁବନେଶ୍ୱରରେ ଏକ ପ୍ରେମ ବ୍ୟାପରକୁ ନେଇ ଏହି ଯୁବକଙ୍କୁ ହତ୍ୟା କରାଯାଇଥିିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣକ ଇଞ୍ଜିିନିୟର ନାମ ବୈଜୟନ୍ତ ପ୍ରସାଦ ମହାନ୍ତି। କଟକ ଶଙ୍କରପୁର ଅଞ୍ଚଳର ବୈଜୟନ୍ତ ପ୍ରସାଦ ମହାନ୍ତି ନାମକ ଜଣେ ଯୁବକ ନିଜ ପାସପୋର୍ଟ ନବୀକରଣ ପାଇଁ ଭୁବନେଶ୍ୱର ଆସିଥିଲେ। ଏହା ପରେ ତାଙ୍କ ପ୍ରେମିକା ତାଙ୍କୁ ଏକ ଘରୋଇ ସଂସ୍ଥାର ଅଫିସକୁ ଡାକିଥଲେ। ସେଠାରେ ଶ୍ରୀ ମହାନ୍ତି ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲାା ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକା ଓ ସେଠାରେ ଉପସ୍ଥିତ ଥିବା ତାଙ୍କର ଆଉ ଜଣେ ପୁରୁଷ ବନ୍ଧୁୁ ଶ୍ରୀ ମହାନ୍ତିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଉଭୟ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁୁ ଯାଇ ଳକ୍ଷ୍ମୀସାଗର ଥାନାରେ ଆଜି ସକାଳେ ଆତ୍ମ ସମର୍ପଣ କରିଛନ୍ତି ।
OSCAR-2019
ପୁଣିଥରେ ସକ୍ରିୟ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହା ପ୍ରଭାବରେ ଓଡ଼ିଶା ସମେତ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ବିହାର, ଆସାମ ଓ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଫଳରେ ଆସନ୍ତାକାଲିଠାରୁ ହିଁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ୨୭ ତାରିଖ ଯାଏ ପ୍ରବଳ ବର୍ଷା ଲାଗିରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ରହିଛି।
OSCAR-2019
କନକ ବ୍ୟୁରୋ : ଦିନକୁ ଦିନ ସୋସିଆଲ ମିଡିଆରେ ଅଶ୍ଲୀଳ ମେସେଜ ଆଦି ପଠାଯାଉଥିବାର ଦେଖିବାକୁ ମିଳିଛି । ତେଣୁ ଅନେକ ସମୟରେ ଏପରି ମାମଲା ଥାନାରେ ଋୁଜୁ ହେବା ସହ ମାମଲା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ଉତ୍ତରାଫାଣ୍ଡି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଫେସବୁକ ଓ ହ୍ବାଟ୍ସଆପରେ ଧମକପୂର୍ଣ୍ଣ ଓ ଅଶ୍ଳୀଳ ମେସେଜ୍ ପଠାଇ ଜଣେ ଯୁବକ ଗ୍ରାମ ସଭାରେ ୫୦ ହଜାର ଟଙ୍କା ଜରିମାନା ଗଣିଛନ୍ତି। ଏଭଳି ଘଟଣା ଘଟିଛି ଉକ୍ତ ଫାଣ୍ଡି ଅଧୀନ ଲକ୍ଷ୍ମୀନାରାୟଣପୁର ଓ ଖଣ୍ଡିଆମାଟିଆ ଗ୍ରାମରେ। ଖଣ୍ଡିଆମାଟିଆ ଗ୍ରାମର ଯୁବତୀଙ୍କ ସହିତ ଲକ୍ଷ୍ମୀନାରାୟଣପୁର ଗ୍ରାମର ଜଣେ ଯୁବକଙ୍କ ସହିତ ଫେସବୁକରେ ପରିଚୟ ଓ ବନ୍ଧୁତା ହୋଇଥିଲା। ଏହାପରେ ଚାଟିଂରୁ ସେମାନଙ୍କ ମଧ୍ୟରେ ସଂପର୍କ ଭିନ୍ନ ମୋଡ଼ ନେଇଥିଲା। ଯୁବତୀଙ୍କ ସରଳତାର ସୁଯୋଗ ନେଇ ଯୁବକ ଜଣକ ତାଙ୍କୁ ପ୍ରେମ ନିବେଦନ କରିବା ସହ ଧମକଚମକ ଦେଇଥିଲେ। ହେଲେ ଏ ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। କିନ୍ତୁ ବୁଧବାର ସମାଧାନ ପାଇଁ ଗ୍ରାମସଭା ବସିଥିଲା। ଏଥିରେ ଯୁବକ ଜଣକ ନିଜର ଦୋଷ ସ୍ବୀକାର କରିଥିଲେ। ଗ୍ରାମସଭାର ନିଷ୍ପତ୍ତି ଅନୁଯାୟୀ ଯୁବତୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଜରିମାନା ଗଣିଥିବା ଜଣାପଡ଼ିଛି। ଏହି ଘଟଣା ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
OSCAR-2019
ନିଦହାସ ଟି -୨୦ରେ ସ୍ଵଚନୀୟ ଭାବେ ହାରିଥିଲା ବାଂଲାଦେଶ । ରବିବାର ରାତିରେ ବାଂଲାଦେଶ କ୍ରିକେଟ୍‌ ଦଳ ବରଣ କରିଥିବା ହୃଦୟ ଭଙ୍ଗା ପରାଜୟ ଲାଗି ସେହି ଦେଶର ଦ୍ରୁତ ବୋଲର ରୁବେଲ ହୁସେନ ନିଜକୁ ଦାୟୀ କରିଛନ୍ତି । ସେଥିପାଇଁ ସୋମବାର ସକାଳ ହେଉ ହେଉ ରୁବେଲ ବାଂଲା କ୍ରିକେଟ୍‌ ପ୍ରେମୀଙ୍କୁ ହାତଯୋଡ଼ି କ୍ଷମା ମାଗିଛନ୍ତି। ବିଜୟ ପାଇଁ ଭାରତକୁ ଶେଷ ଦୁଇ ଓଭରରୁ ୩୪ ରନ୍‌ର ଦରକାର ଥିଲା । ଯାହା ଏକପ୍ରକାର ଅସମ୍ଭବ ମନେ ହେଉଥିଲା। ହେଲେ ରୁବେଲ୍‌ ବୋଲିଂ କରିଥିବା ଊନ୍ନବିଂଶ ଓଭରରୁ ଭାରତ ବିଜୟର ନାୟକ ଦୀନେଶ କାର୍ତିକ ଦୁଇଟି ଛକା ଏବଂ ଦୁଇଟି ଚୌକା ବଳରେ ୨୨ ରନ୍‌ ଅମଳ କରିଥିଲେ । ଯାହା ଫଳରେ କି ଶେଷ ଓଭରର ଭାରତକୁ ବିଜୟ ପାଇଁ ଆଉ ମାତ୍ର ୧୨ ରନ୍‌ର ଦରକାର ଥିଲା। ପ୍ରଥମ ପାଞ୍ଚ ବଲ୍‌ରୁ ୭ ରନ୍‌ କରିବା ପରେ ଶେଷ ବଲ୍‌ରେ ଛକା ମାରି କାର୍ତିକ ଭାରତର ବିଜୟ ମୁଣ୍ଡି ମାରିଥିଲେ । ରୁବେଲ ଦେଇଥିବା ୨୨ ରନ୍‌ ହିଁ ବାଂଲାଦେଶ ପରାଜୟର ଅସଲ କାରଣ ଥିଲା । ରୁବେଲ୍‌ ମଧ୍ୟ ମ୍ୟାଚ୍‌ ପରେ ଏହା ବୁଝି ପାରିଥିଲେ । କହିଥିଲେ କି ମୁ କେବେ ବି ଭାବି ନ ଥିଲି ଏହି ପରାଜୟର କାରଣ ମୁଁ ହେବି ବୋଲି । ସେଥିପାଇଁ ବାଂଲାଦେଶୀ ଦୈନିକ ଖବରକାଗଜ ‘ପ୍ରଥମ ଆଲୋ’କୁ ସାକ୍ଷାତକାର ଦେଇ ରୁବେଲ୍‌ କହିଛନ୍ତି ଏହି ପରାଜୟ ପରେ ମୋତେ ବହୁତ ଖରାପ ଲାଗୁଛି । ପ୍ରଶଂସକଙ୍କୁ ଏହି ପରାଜୟ ପାଇଁ ମୁଁ କ୍ଷମା ମାଗୁଛି ।
OSCAR-2019
ଚାରୁହାସିନୀ ସ୍କୁଲରୁ ଫେରି ଉଦାସିଆ ମନରେ ଝରକା ପାଖରେ ବସି ଚାହିଁ ରହିଛି ବାହାରକୁ । ସେତେବେଳେ ସୂର୍ଯ୍ୟାସ୍ତ ହେବାକୁ ଆଉ ଅଳ୍ପ ସମୟ ବାକି ଅଛି । ପଶ୍ଚିମାକାଶ ଅରୁଣବର୍ଣ୍ଣରେ ରଞ୍ଜିତ ହେବାକୁ ଯାଉଛି । ସେଠାରେ ଖଣ୍ଡ ଖଣ୍ଡ ଧଳା ବାଦଲ ଘୂରି ବୁଲୁଛି । କାହିଁକି କେଜାଣି ତା’ର ମନରାଜ୍ୟରେ ଦେଖା ଦେଇଛି ଅଶାନ୍ତର ଝଡ଼ । ଆଶା ଓ ଆଶଙ୍କାରେ ଭରି ଯାଉଛି ହୃଦୟ । ସେ ଭାବୁଛି-ବାପା ମାଆ ମୋର ନାମ ଦେଇଥିଲେ ଚାରୁହାସିନୀ । ଡାକନାମ- ଚାରୁ । ଆଜି ପର୍ଯ୍ୟନ୍ତ ମୋ ଜୀବନ କାଳ ଭିତରେ ମନ ଖୋଲି ଥରେ ହେଲେ ତ ହସି ପାରିନାହିଁ । ତେବେ ତାଙ୍କ ନାମକରଣରେ ସାର୍ଥକତା ରହିଲା କେଉଁଠି ? ଦୁନିଆଁ ସାରା ଖୋଜି ଖୋଜି ଏ ଯାଏ ମନଲାଖୀ ଜୀବନସାଥୀଟିଏ ପାଇ ପାରିଲି ନାହିଁ । ଅଥବା କେହି ମୋତେ ସ୍ୱେଚ୍ଛାକୃତ ଭାବରେ ତାଙ୍କ ଜୀବନ ସାଥୀ ରୂପେ ଗ୍ରହଣ କଲେ ନାହିଁ । ବିବାହ ବୟସ ତ ଢେର୍ ଗଡ଼ି ଗଲାଣି । ସଂସାର ବନ୍ଧନରେ ବାନ୍ଧି ହେବା ବେଳ ଆଉ ନାହିଁ । ଏଇମିତି ନିଃସଙ୍ଗ ଜୀବନ ମୋର ବିତିଯିବ କେବଳ ଅନ୍ତରର ଦହନ ସହି ସହି । ବିଧାତା, ଏଇଆ କ’ଣ ମୋ କପାଳରେ ଲେଖିଥିଲ ? ଜଣେ ନାରୀ ଏଇ ସଂସାର ବୃକ୍ଷରେ ଗୋଟିଏ ନୀଡ଼ ରଚନା କରିବାକୁ ଚାହେଁ- ଏହା କ’ଣ ମିଛ ? ରାସ୍ତାଆଡ଼କୁ ଚାହିଁ ଦେଖେ କେତେ ଜନଗହଳି, ରଙ୍ଗବେରଙ୍ଗ ପୋଷାକରେ ହୋଇ ଉଠୁଛି ବେଳକୁ ବେଳ ମନଲୋଭା । ପକ୍ଷୀମାନେ ବସା ବାହୁଡ଼ା ହେବାକୁ ଆରମ୍ଭ କଲେଣି । କର୍ମକ୍ଳାନ୍ତ ନରନାରୀ ଅବସର ବିନୋଦନ ପାଇଁ ଧାଇଁଛନ୍ତି ଏଣେ ତେଣେ । ଆଜିକାଲି ସହର ବଜାରରେ ପାଦଚଲା ଲୋକ ତ ଦେଖିବାକୁ ମିଳନ୍ତି ନାହିଁ । ସମସ୍ତେ ଆଗେଇ ଚାଲିଛନ୍ତି ଗାଡ଼ି ଘୋଡ଼ାରେ । ସେମାନଙ୍କ ଉତ୍‌ଫୁଲିତ ଆନନ୍ଦ ଯେପରି ଲହଡ଼ି ଭାଙ୍ଗୁଛି ସେଇ ରାସ୍ତା ଉପରେ । ବହୁ ଅତୀତର କଥା ଆଜି ତାର ଗୋଟି ଗୋଟି ହୋଇ ମନେ ପଡୁଛି । ସେ ଯେତେବେଳେ ଅତି ଛୋଟ ହୋଇଥିଲା, ସେତେବେଳେ ତା’ର ବାପା ଏଇ ସହରକୁ ବଦଳି ହୋଇ ଆସିଥିଲେ । ସେ ଗୋଟିଏ ସରକାରୀ ଅଫିସ୍‌ରେ ପିଅନ କାମ କରନ୍ତି । ଘରେ ଝିଅ ବଡ଼, ତା’ ତଳେ ଦୁଇଟି ପୁଅ । ସମୁଦାୟ ପରିବାର ତାଙ୍କର ବାପାମାଆଙ୍କୁ ମିଶାଇ ପାଞ୍ଚଜଣ । ସ୍ୱଳ୍ପ ବେତନରେ ବାପା ବହୁତ ଦୁଃଖ କଷ୍ଟରେ ଘର ଚଳାଇ ତାକୁ କଲେଜ୍ ପର୍ଯ୍ୟନ୍ତ ପଢ଼ାଇ ବି.ଏ. ଖଣ୍ଡିକ ପାସ୍ କରାଇ ଥିଲେ । ତା’ପରଠୁ ତା’ର ପଢ଼ା ବନ୍ଦ ହୋଇଗଲା । ଭାଇମାନେ ବଡ଼ ହୋଇଗଲେ । ତାଙ୍କର ତ ପୁଣି ଶିକ୍ଷାଦୀକ୍ଷା ଦରକାର । ବାପାମାଆ ତାକୁ ପରଘରକୁ ଦେବାପାଇଁ ବ୍ୟାକୁଳ ହେଲେ ସୁଦ୍ଧା ଅର୍ଥାଭାବରୁ ଅନେକ ପ୍ରସ୍ତାବ ଭାଙ୍ଗିଗଲା । ସମୟ ତ କାହାରିକୁ ଅପେକ୍ଷା କରେ ନାହିଁ । ଯୌତୁକ ଅଭାବରୁ କୌଣସି ଠାରେ ତା’ର ବିବାହ କାର୍ଯ୍ୟ ହୋଇପାରିଲା ନାହିଁ । ଏହା ଭିତରେ ବହୁ ବର୍ଷ ଅତିକ୍ରାନ୍ତ ହୋଇ ଗଲାଣି । ଶେଷକୁ ଏଭଳି ପରିସ୍ଥିତି ଘଟିଲା, ଯାହା କି ତା’ ବୟସ ଠାରୁ ବେଶି ବୟସର ବରପାତ୍ର ମିଳିଲେ ନାହିଁ । ବୟସ କମ୍ କରି ଜ୍ୟୋତିଷ ପାଖରେ ନୂଆ ଜାତକ ଖଣ୍ଡିଏ କରାଯାଇ ପାରିଥାନ୍ତା । କିନ୍ତୁ ସାର୍ଟିଫିକେଟ୍ରୁ ଜନ୍ମ ତାରିଖକୁ ବଦଳାଇ ହେବ କିପରି ? ସେଥିପାଇଁ ବାପାମାଆଙ୍କ ମନରେ ଦୁଃଖର ସୀମା ନାହିଁ । ହେଲେ, କ’ଣ କରାଯାଇପାରିବ ! ବର୍ତ୍ତମାନ ଚାରୁହାସିନୀ ଗୋଟିଏ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକତା କରୁଛି । ସେଠାରେ ଅଭିଭାବକଙ୍କ ଠାରୁ ମାଲିକ ଅପର୍ଯ୍ୟାପ୍ତ ପଇସା ନିଅନ୍ତି । କୋଠା ଉପରେ କୋଠା କରନ୍ତି । ବିଦ୍ୟାଳୟକୁ କଲେଜ୍, ପୁଣି ଘରୋଇ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ଅନ୍ତେବାସୀଙ୍କ ପାଇଁ ଛାତ୍ରାବାସ ଇତ୍ୟାଦି କାମରେ ବିପୁଳ ଅର୍ଥ ବ୍ୟୟ କରିବାକୁ ପଛାନ୍ତି ନାହିଁ । କିନ୍ତୁ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦରମା ନ ଦେଇ ଦିଅନ୍ତି ହଜାର-ଦୁଇ ହଜାର ଟଙ୍କା ମାତ୍ର । ଏବେ ଦେଖୁନା ଆମର ଏଇଠି ଏକା କ’ଣ ସାରା ଦେଶରେ ଶିକ୍ଷାୟତନ ମାଧ୍ୟମରେ ଭଲ ବ୍ୟବସାୟ ଚାଲିଛି । ଶିକ୍ଷାବିସ୍ତାର ସାଙ୍ଗକୁ ବେକାର ଗହଳୀ ଭିତରେ ସେମାନଙ୍କର ଆଉ ଅବା କି ଉପାୟ ଅଛି । କୌଣସି ପ୍ରକାରରେ ମାଡ଼ି ଜାକି ରହିବାକୁ ପଡୁଛି ସେମାନଙ୍କୁ । ପିଲାମାନଙ୍କ ମେଳରେ କଟିଯାଏ ଯେତିକି ସମୟ, ସେତିକିରେ ସେ ପାଏ ଆନନ୍ଦ । ଛୁଟି ଦିନ କିମ୍ୱା ସ୍କୁଲ୍ କାର୍ଯ୍ୟ ନିର୍ଘଣ୍ଟ ବାହାର ସମୟରେ ତାକୁ ଆଦୌ ଭଲ ଲାଗେ ନାହିଁ । ମନଟା କାହିଁକି ଆପେ ଆପେ ହୋଇଯାଏ ଭାରାକ୍ରାନ୍ତ । ସେ ତ ଗୋଟିଏ ରକ୍ତ, ମାଂସ ଶରୀରଧାରୀ ଯୁବତୀ । ତା’ର ଦେହ ଅଛି, ପୁଣି ଗୋଟିଏ ମନ ଅଛି । ଅଥଚ ତା’ ଦେହ ଓ ମନ କଥା ବୁଝିବାକୁ ଦୁନିଆଁରେ କେହି ନାହାନ୍ତି । ଏ ଜଗତଟା ସତେ କେଡ଼େ ସ୍ୱାର୍ଥପର ! ତାରି ଭଳି ଆଜି ପୃଥିବୀରେ ଶହ ଶହ ଅବିବାହିତ ଯୁବକ ଯୁବତୀ ଅଛନ୍ତି । ସେମାନେ ତ ସଂସାରରେ ଲୁଚି ଛପି ଚଳି ଯାଉଛନ୍ତି । ଦେଶଟା ପରା ପ୍ରଗତି ପଥରେ ଆଗେଇ ଚାଲିଛି । ସେ କାହିଁକି ତାଙ୍କ ସହିତ ତାଳ ଦେଇ ଚାଲି ପାରୁନାହିଁ । ତା’ ପକ୍ଷରେ ସେସବୁ ଯନ୍ତ୍ରଣାଦାୟକ ହେଉଛି କାହିଁକି ? ମର୍ଯ୍ୟାଦା ଲଙ୍ଘେ ସିନା ସ୍ୱତନ୍ତ୍ରା ନାରୀ- ସମସ୍ତଙ୍କ ପକ୍ଷେ ତାହା ସମ୍ଭବ ହେବ କିପରି ? ବିଦ୍ୟାଳୟରେ ପୁରୁଷ ସହଶିକ୍ଷକମାନଙ୍କ ସହିତ ହସ ଖୁସି କଥାବାର୍ତ୍ତା କଲାବେଳେ ସେ ଅନୁଭବ କରିଛି- ସେମାନେ କେବଳ ତାକୁ ନେଇ ସାମୟିକ ଆମୋଦ କରିବାକୁ ଚାହାଁନ୍ତି । କିନ୍ତୁ ତା’ ଦୁଃଖରେ ଦୁଃଖୀ ହୋଇ ତାକୁ ଚିରସଙ୍ଗିନୀ କରି ନେବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ତା’ପରେ ଆଉ ଗୋଟିଏ କଥା । ତା’ର ସେଭଳି ଅବା ଚାକଚକ୍ୟ ବା ପରିପାଟୀ କାହିଁ ! ବର୍ତ୍ତମାନ ସମୟ ଯେପରି ଯୁବକଗୁଡ଼ାକ ମଦ୍ୟପ ଓ ମାତାଲ, ସେପରି ସ୍ଥଳେ ସେମାନଙ୍କ ସହିତ ମିଳାମିଶା କଲେ କେତେବେଳେ ଯେ ପ୍ରାଣ ଯିବ, ତାହା କହିହେବ ନାହିଁ । ପୁଣି ବୟସାଧିକ ଅବିବାହିତ ଜଣେ ନାରୀ ହୋଇଥିବାରୁ ସେ ଯେଉଁଠିକୁ ଯାଏ- ତା’ ମନ କେମିତି ଦବିଯାଏ । ଫଳତଃ ସେ କେଉଁଠି କାହାକୁ ପରାମର୍ଶ ଦେଇପାରେ ନାହିଁ କିମ୍ୱା ଦୃଢ଼କଣ୍ଠରେ କିଛି କଥା ଜଣେ ଗୃହିଣୀ କହିବା ଭଳି କହି ପାରେ ନାହିଁ । ପିଲାଛୁଆ ମେଳରେ ଗୋଟିଏ ମାଆକୁ ଦେଖିଲେ ତା’ର ଶୂନ୍ୟ ଅନ୍ତର ବିଳପୀ ଉଠେ । ସତେ ଏମାନେ କେଡ଼େ ଭାଗ୍ୟବତୀ । ଜଣେ ସ୍ୱାମୀ ସହିତ ତା’ ସ୍ତ୍ରୀ ହସଖୁସିରେ ଲୋଟି ପଡୁଥିବା ବେଳେ ତା’ର ହୃଦୟ କରତି ହୋଇଯାଏ । ସେ ଭରସି କରି କାହାକୁ ଠୋସ୍ କରି ପଦେ କହିପାରେ ନାହିଁ । ସବୁବେଳେ ଡରି ଡରି ହାତେ ମାପି ଚା’ଖଣ୍ଡକରେ ଚାଲେ । ତାକୁ ଜଣାପଡ଼େ ସତେ ଯେମିତି ଦୁନିଆଁ ତା’ ଆଡ଼କୁ ଚାହିଁ ହସୁଛି ଏବଂ କହୁଛି- ତୋର ସାଂସାରିକ ଅଭିଜ୍ଞତା କିଛି ନାହିଁ । ଏ ସମାଜ ତା’ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ପରିବର୍ତ୍ତେ ବିଦ୍ରୁପ କଲାଭଳି ସେ ଅନୁଭବ କରେ । ସମ୍ୱାଦପତ୍ର ତଥା ଅନ୍ୟାନ୍ୟ ଗଣମାଧ୍ୟମଗୁଡ଼ିକରେ ପଢ଼େ ଓ ଦେଖେ ଯୁବତୀମାନେ ବୟଫ୍ରେଣ୍ଡ କରି ତାଙ୍କ ସହିତ ବୁଲି ଜୀବନଟାକୁ ଉପଭୋଗ କରୁଛନ୍ତି । ପୁଣି ୟା’କୁ ଛାଡ଼ି ତାକୁ ଜୀବନକାଳ ମଧ୍ୟରେ କେତେ ପୁରୁଷବନ୍ଧୁ ତା’ର ହିସାବ ନାହିଁ । ତା’ ଭିତରେ ଆହୁରି ସେଥିରେ ମନ ମାନୁ ନାହିଁ, ସେଭଳି ପୁରୁଷ ଓ ନାରୀମାନଙ୍କ ମଧ୍ୟରେ ପୁଣି ବିବାହ ଚାଲିଛି । ଜୀବନରେ ବହୁବାର ଭିନ୍ନ ଭିନ୍ନ ପୁରୁଷଙ୍କୁ ସଙ୍ଗରେ ଧରି ମଧୁଚନ୍ଦ୍ରିକା ପାଇଁ କେତେ ଦେଶ ଦେଶାନ୍ତର ଯାଉଛନ୍ତି । ପାଶ୍ଚାତ୍ୟ ଢଙ୍ଗରେ ଚଳିବାକୁ ହେଲେ ବହୁତ ପଇସା ଦରକାର । ସେମାନଙ୍କ ପାଖରେ ପ୍ରଚୁର ଅର୍ଥ ଅଛି । ସେମାନେ ଯାହା ଚାହିଁବେ ତାହା କରିପାରିବେ । କିନ୍ତୁ ସମସ୍ତଙ୍କ ରୁଚି ସମାନ ନୁହେଁ । ଆମେ ଦେଖୁଛୁ ଜଣକ ପାଖରେ ସବୁ କଥା ଥାଇ ସେ ଚୋରି କରୁଛି । ଅଥଚ ଅନ୍ୟ ଜଣେ ମୁଠାଏ ଖାଇବାକୁ ନ ପାଇ ନିରବରେ ଆଖି ମୁଦି ଦେଉଛି । ସାଧାରଣତଃ ଅଭିନେତା-ଅଭିନେତ୍ରୀମାନଙ୍କ ସମାଜରେ ଏଭଳି ଜୀବନଶୈଳୀ ବେଶୀ ଦେଖାଯାଉଛି । ଆଜିକାଲି ଯେତେ ପାରିବ ଖାଲି ମନୋରଞ୍ଜନ କର । ଜୀବନଟା କେବଳ ମନୋରଞ୍ଜନଧର୍ମୀ ହୋଇଯାଉଛି । ଏସବୁ କଥାରେ ମୁଣ୍ଡ ପୁରାଇ ଚାରୁହାସିନୀର ମନଟା କେମିତି ଗୋଳମାଳିଆ ଧରିଗଲା । ସେ ମନେ ମନେ ଭାବିଲା- ଓଧକୁ ଦେଖି ଭୁଆଁ ବିଲେଇ ବାଇ ହେଲେ କ’ଣ ଚଳିବ ? ଜଗତୀକରଣ ଆଳରେ ଅଧୁନା ନାରୀ ସଶକ୍ତିକରଣ ନାମରେ ଆମ ଦେଶ ଆଇନ ପ୍ରଣୟନ କରୁଥିଲେ ସୁଦ୍ଧା ପ୍ରକୃତ ପକ୍ଷେ ଜଣେ ନାରୀର ହୃଦୟକୁ କ’ଣ ବଦଳାଇ ହେବ ? ତା’ର ଜନ୍ମ କ’ଣ ପୁରୁଷ ବିରୋଧରେ ଯିବ ? ପୁରୁଷ ସହିତ ସମାନ ଆସନରେ ବସିପାରେ । ଏହା ବୋଲି କ’ଣ ପୁରୁଷକୁ ପଦାଘାତ କରି ଫୋପାଡ଼ି ଦେଇ ସେ ସେଠାରେ ଆସନ ଜମାଇ ବସିପାରିବ । ପୁରୁଷକାର ବ୍ୟତିରେକ ନାରୀତ୍ୱର ଯେ ଅସ୍ତିତ୍ୱ ରହିବ ନାହିଁ- ଏହା ସମସ୍ତେ ସ୍ୱୀକାର କରିବେ । ପୁରୁଷ ପାଇଁ ନାରୀ ଓ ନାରୀ ପାଇଁ ପୁରୁଷର ମହତ୍ତ୍ୱ ବଢ଼େ । ପ୍ରତ୍ୟେକ ନିଜ ନିଜ ସ୍ଥାନରେ ରହି ସ୍ୱଧର୍ମ ପାଳନ ପୂର୍ବକ ଆପଣାର କର୍ତ୍ତବ୍ୟ ସମ୍ପାଦନ କରିବା ଏକାନ୍ତ ବାଞ୍ଛନୀୟ । ତଦ୍ଦ୍ୱାରା ବିଶ୍ୱଗୃହ ସରସ ସୁନ୍ଦର ହୋଇ ହସି ଉଠେ । ଏହିଭଳି ସେଦିନ ଚାରୁହାସିନୀ ଭାବି ଚାଲିଛି କେତେ କ’ଣ ଅନ୍ୟମନସ୍କ ଭାବରେ । ତା’ର ଭାବନାର ଯେପରି ଅନ୍ତ ନାହିଁ । ରାତି ଆସି ସନ୍ଧ୍ୟାବେଳ ଗଡ଼ି ଗଲାଣି । ଠିକ୍ ଏତିକିବେଳେ ତା’ର ମାଆ ସେଠାରେ ପହଞ୍ଚି ଡାକିଲେ “ଚାରୁ” !
OSCAR-2019
ଭୁବନେଶ୍ୱର: ମଙ୍ଗଳବାରଠୁ ବିଧାନସଭାର ଶୀଳକାଳିନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଶାସକ ଦଳକୁ ଘେରିବାକୁ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତ କରୁଛି । ସେହିପରି ବିରୋଧୀଙ୍କୁ ମୁକାବିଲା କରିବାକୁ ଧାନର ଏମଏସପି ବୃଦ୍ଧି ଓ ମହାନଦୀ ପ୍ରସଙ୍ଗକୁ ଢ଼ାଲ କରିଛି ଶାସକ ଦଳ । ସୋମବାର ଶାସକ ଦଳ ସମେତ ଅନ୍ୟ ଦୁଇ ବିରୋଧୀ ଦଳର ବିଧାୟକ ଦଳ ବୈଠକ ହେବ । ଚଳିତ ବିଧାନସଭା ଅଧିବେଶନରେ ଚାଷୀଙ୍କ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ବିଧାୟକ ଦଳ ବୈଠକ ବସିବ । ସେହିଭଳି ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ରୋଡ ମ୍ୟାପ୍ ପ୍ରସ୍ତୁତି ବୈଠକ ହେବ । ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବିଧାନସଭାରେ ଶାସକଙ୍କୁ ଘେରିବାକୁ ଦଳୀୟ ନୀତି ପ୍ରସ୍ତୁତି କରିବ ବିଜେପି । ଚଳିତମାସ ୨୮ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭାର ଶୀତକାଳିନ ଅଧିବେଶନ ଚାଲିବ । ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ବିଧାନସଭା ବୈଠକ ବସିବ । ଏହି ଅଧିବେଶନରେ ୨୬ଟି କାର୍ଯ୍ୟଦିବସ ରହିଛି । ଏଥିରେ ୧୬ଟି ସରକାରୀ ଦିବସ ଓ ୫ଟି ବେସରକାରୀ ଦିବସ ରହିଛି । ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ସଂକ୍ରାନ୍ତୀୟ ବିନିମୟ ବିଲ ଉପରେ ଆଲୋଚନା ପାଇଁ ୫ ଦିନ ରଖାଯାଇଛି ।
OSCAR-2019
ଆଶ୍ଚର୍ଯ୍ୟ ! ଦୁର୍ଘଟଣାର ଶିକାର ହେବା ପରେ ବାଇକ୍‌ରୁ ବାପା-ମା' ରାସ୍ତାକୁ ଛିଟିକି ପଡିଲେ, ଦୁଇ/ତିନି ବର୍ଷର ଶିଶୁ ଗାଡ଼ି ନେଇ ୫୦୦ ମିଟର ପର୍ଯ୍ୟନ୍ତ ଚାଲି ଯାଇଥିଲା, ଭିଡିଓ ଦେଖନ୍ତୁ | Sambad ଚେନ୍ନାଇ: ସତରେ ‘ଯାହାକୁ ରଖିବେ ଅନନ୍ତ କିକରି ପାରେ ବଳବନ୍ତ’ । ଏଭଳି ଉକ୍ତିର ଯଥାର୍ଥ ବେଙ୍ଗାଲୁରୁ-ଟୁକକୁର ରାସ୍ତାରେ ହୋଇଥିବା ଦୁର୍ଘଟଣାରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ-ଟୁକକୁର ରାସ୍ତାରେ ଦୁଇଟି ବାଇକ୍‌ ମଧ୍ୟରେ ଶକ୍ତ ହୋଇଥିଲା। ଫଳରେ ଗୋଟିଏ ବାଇକ୍‌ରେ ବସି ବାପା-ମା’ ଓ ଛୁଆ ଯାଉଥିଲା ବେଳେ ବାଇକ୍‌ ଉପରୁ ମା’ ଓ ବାପା ଖସି ପଡ଼ିଥିଲେ। କିନ୍ତୁ ଦୁଇ/ତିନି ବର୍ଷର ଶିଶୁ ବାଇକ୍‌ ସହ ୫୦୦ମିଟର ଦୂର ଯାଏଁ ଚାଲି ଯାଇଥିଲା। ସେହି ରାସ୍ତାରେ ଟ୍ରକ୍‌ ଓ ଅନ୍ୟ କାର ବି ଯିବା ଆସିବା କରୁଥିଲା। ଦୁର୍ଘଟଣା ଘଟିବା ସ୍ଥାନରୁ ୫୦୦ମିଟର ଯିବା ପରେ ଶିଶୁଟି ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲା। ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ଦୁର୍ଘଟଣା ଘଟିଥିଲେ ମଧ୍ୟ ଶିଶୁଟିକୁ ମାମୁଲି ଆଘାତ ବି ଲାଗି ନାହିଁ। କେବଳ ଭୟରେ ଶିଶୁଟି କାନ୍ଦିବାକୁ ଲାଗିଥିଲା। ଶିଶୁଟିକୁ ଗାଡ଼ିରୁ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିବା ଦେଖି ସ୍ଥାନୀୟଲୋକ ଗାଡ଼ି ଅଟକାଇ ଶିଶୁଟିକୁ ଉଦ୍ଧାର କରିଥିଲେ।
OSCAR-2019
ଅସ୍ତରଙ୍ଗ : ଉପକୂଳ ସୁରକ୍ଷା ବଢାଇବା ପାଇଁ ଅସ୍ତରଙ୍ଗରେ ଉଦଘାଟିତ ହୋଇଛି ମେରାଇନ୍ ଥାନା । ନୂଆଗଡଠାରେ ୭୭ଲକ୍ଷ ଟଂକା ବ୍ୟୟରେ ଏହାର ନିର୍ମାଣ କରାଯାଇଛି । ଏହି ଅବସରରେ କେନ୍ଦ୍ରାଂଚଳ ଆଇଜି ଆରପି କୋଚେଙ୍କ ସହ ପୁରି ଏସପି ସାର୍ଥକ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହିଥିଲେ । ଉଦଘାଟନ ପରେ କେନ୍ଦ୍ରାଂଚଳ ଆଇଜିଙ୍କ ସହ ପୁରୀ ଏସପି ଇଂଟରସେପ୍ଟର ବୋଟରେ ଦେବୀ ମୁହାଣ ଓ ସମୁଦ୍ର ପଥରେ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଉପକୂଳ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ । କନକ ବ୍ୟୁରୋ : ବଢିଲା ଶ୍ରୀମନ୍ଦିରର ସୁରକ୍ଷା ଚିନ୍ତା । ଯାଂଚ ହେବ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଯାଂଚ କରିବେ ପୁରୀ ଶ୍ରୀମନ୍ଦିର । ଏନଏସଜିର ଟେରର ଟାସ୍କ ଫୋର୍ସ ଆସନ୍ତା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଂଚ କରିବେ । ଏନଏସଜି ପକ୍ଷରୁ ଏ ନେଇ ପୁରୀ ଜିଲ୍ଲା ପ୍ରଶାସନକୁ ଚିଠି ଲେଖାଯାଇଛି । ଏନଏସଜି ମୁଖ୍ୟ କାର୍ଯ୍ୟାଳୟରୁ ଅପରେସନ୍ ପୋଲିସ ଆଇଜି ଆର.ପି. କୋଚେଙ୍କୁ ଏ ସଂପର୍କରେ ଚିଠି ଲେଖିବା ସହ ଏହାର ଏକ କପି ପୁରୀ ଜିଲ୍ଲାପାଳଙ୍କୁ ପଠାଯାଇଛି । ପୁରୀ ଆସିବାକୁ ଥିବା ଏନଏସଜି ଟିମରେ ୩ ରୁ ୪ ଜଣ ଅଧିକାରୀ ରହିବେ । ଏହି ଅଧିକାରୀମାନଙ୍କ ସହାୟତା ପାଇଁ ଜଣେ ଅଧିକାରୀ ଯୋଗାଇ ଦେବାକୁ ଚିଠିରେ ଲେଖାଯାଇଛି । ପୂର୍ବରୁ ପୁରୀ ଶ୍ରୀମନ୍ଦିରକୁ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଥିଲା । ତେଣୁ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଦୃଷ୍ଟିରୁ ଏନଏସଜି ପକ୍ଷରୁ ଏହାର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଦକ୍ଷେପ ନିଆଯାଉଛି ।
OSCAR-2019
ଭାରତୀୟ କ୍ରିକେଟ ଦଳର ଧୂରନ୍ଧର ଟେଷ୍ଟ୍‍ ଖେଳାଳି ଚେତେଶ୍ୱର ପୂଜାରା ଏବେ ଦ୍ୱିଶତକ ଅର୍ଜନ କରି ନୂଆ କୀର୍ତିମାନ ସୃଷ୍ଟି କରିଛନ୍ତି। ଏହି ୨୯ ବର୍ଷୀୟ ଦକ୍ଷ ଖେଳାଳି ଝାଡ଼ଖଣ୍ଡ ବିପକ୍ଷ ରଣଜୀ ମ୍ୟାଚ୍‌ରେ ନିଜର ଦ୍ୱାଦଶ ପ୍ରଥମ ଶ୍ରେଣୀ ଦ୍ୱିଶତକ ହାସଲ କରି ବିଜୟ ମର୍ଚାଣ୍ଟ୍‌ ଯିଏକି ୧୧ଟି ଦ୍ଵିଶତକ କରିଛନ୍ତି, ତାଙ୍କୁ ପଛରେ ପକାଇ ଦେଇଛନ୍ତି। ବୁଧବାର ଦିନ ୧୨୫ ରନ୍‌ରେ ଅପରାଜିତ ଥିବା ପୂଜାରା ଗୁରୁବାର ୨୦୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହି ପାଳିରେ ସେ ୩୫୫ ବଲ୍‌ ଖେଳି ୨୮ଟି ଚୌକା ମାରିଥିଲେ। ରାହୁଲ ଦ୍ରାବିଡ଼, ସୁନୀଲ ଗାଭାସ୍କର, ବିଜୟ ହଜାରେ ପ୍ରତ୍ୟେକ ୧୦ ଲେଖାଏଁ ଦ୍ୱିଶତକ ମାରିଥିଲେ ମଧ୍ୟ ଏବେ ତୃତୀୟକୁ ଖସିଛନ୍ତି। ବିଜୟ ମର୍ଚାଣ୍ଟଙ୍କ ନାମରେ ୧୧ ଦ୍ୱିଶତକ କୀର୍ତିମାନ ଦୀର୍ଘ ୭୦ ବର୍ଷ ଧରି ରହିଥିଲା ଯେଉଁ ସ୍ଥାନ ଏବେ ପୂଜାରା ଅଳଙ୍କୃତ କରିଛନ୍ତି । ବିଶ୍ୱସ୍ତରରେ କିନ୍ତୁ ଅଷ୍ଟ୍ରେଲୀୟ ଖେଳାଳି ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୩୭ ଦ୍ୱିଶତକ ମାରି ଏବେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ପୂଜାରାଙ୍କ ଏହି ଦ୍ୱିଶତକ, ତାଙ୍କୁ ଆଗାମୀ ଦିନରେ ଭାରତର ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଯାଉଥିବା ଟେଷ୍ଟ୍‍ ଶୃଙ୍ଖଳାରେ ଖେଳିବା ପାଇଁ ଆତ୍ମବିଶ୍ୱାସ ଦେଇଛି ।
OSCAR-2019
ନୂଆଦିଲ୍ଲୀର ଇଣ୍ଡିଆଗେଟ୍‌ ପାର୍ଶ୍ଵ ବିଜ୍ଞାନ ଭବନଠାରେ ଆଜି ଆରମ୍ଭ ହୋଇଛି ବିଶ୍ଵ ଖାଦ୍ୟ ମେଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପୂର୍ବାହ୍ନ ୧୦.୦୦ରେ ଉଦ୍ଘାଟନ କରିଛନ୍ତି ଓ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ମେଳାର ଶେଷଦିନ ନଭେମ୍ବର ୫ ରବିବାର ଦିନ ଆସିବାକୁ ଅନୁରୋଧ କରାଯାଇଛି । ଏହିଭଳି ମେଳାର ଆୟୋଜନ ଭାରତରେ ପ୍ରଥମ ଥର ପାଇଁ ହେଉଛି ଯାହାକି ଭାରତ ପାଇଁ ବ୍ୟବସାୟିକ ଓ ଆର୍ଥିକ ସ୍ତରରେ ଲାଭଦାୟକ ହେବ । ତିନିଦିନିଆ ଏହି ମେଳା ଭାରତୀୟ ଖାଦ୍ୟ ମନ୍ତଳୟ ଦ୍ଵାରା ଅନୁଷ୍ଟିତ । ଜର୍ମାନୀ, ଜାପାନ ଓ ଡେନ୍‌ମାର୍କ ଭଳି ୪୦ରୁ ଅଧିକ ଦେଶ ଏହି ମେଳାରେ ଭାଗ ନେଇଛନ୍ତି। ଏଠାରେ ଭାରତର ୨୬ଟି ରାଜ୍ୟର ୧୦୦ ରୁ ଊର୍ଦ୍ଦ୍ଵ କମ୍ପାନୀ ନିଜ ନିଜର ଖାଦ୍ୟ ପ୍ରଦର୍ଶନ କରିବେ। ଏଥିରେ ଫୋକସ୍‌ରେ ରହିଛି ଆମ ରାଜ୍ୟ ଓଡ଼ିଶା। ଓଡ଼ିଶାର ୧୨ଟି ଷ୍ଟଲ ଖାଦ୍ୟମେଳାରେ ପଡିଛି। ଯେଉଁଥିରେ ୩୦ଟି କମ୍ପାନୀ ଅଂଶଗ୍ରହଣ କରୁଛନ୍ତି।
OSCAR-2019
ସୁସ୍ଥ ଜୀବନ ଏବଂ ଲମ୍ବା ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ତେବେ ଖାଦ୍ୟରେ ସାମିଲ କରନ୍ତୁ “ଚିକେନ” | EnewsOdia.Com ଅଧିକାଂଶ ଲୋକ ଚିକେନ ଖାଇବାକୁ ଅଧିକ ଭଲ ପାଇଥାନ୍ତି । ଚିକେନ ଅନ୍ୟ ମାଂସ ଭଳି କେବଳ ଶସ୍ତା ନୁହେଁ ବରଂ ଏହା ଶରୀର ଏବଂ ତ୍ୱଚା ପାଇଁ ମଧ୍ୟ ଖୁବ ଲାଭକାରୀ । ଚିକେନରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥିବାରୁ ଏହାକୁ ସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ଗ୍ରହଣ କରାଯାଏ । କେବଳ ଏତିକି ନୁହେଁ ବରଂ ଚିକେନ ଏଭଳି ଏକ ଖାଦ୍ୟ ଯାହାକୁ ଏକାଧିକ କାମରେ ବ୍ୟବହାର କରା ଯାଇପାରିବ । କାରଣ ଓଜନ ବଢାଇବା ପାଇଁ ଖାଦ୍ୟରେ ଚିକେନକୁ ସାମିଲ କରା ଯାଇପାରିବ ଏବଂ ଓଜନ କମାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରା ଯାଇପାରିବ । କିନ୍ତୁ ତାହାର ବିଭିନ୍ନ ପ୍ରକିୟାକୁ ଅନୁସରଣ କରିବାକୁ ପଡ଼ିବ । ଜାଣନ୍ତୁ ଏହାର କିଛି ପ୍ରକିୟା; ସମସ୍ତେ ଜାଣନ୍ତି ଚିକେନ ଖାଇବା ଦ୍ୱାରା ମାଂସପେଶୀ ମଜବୁତ ହୋଇଥାଏ । ଏହା ସହିତ ଚିକେନ ଶରୀରରେ କୋଷ ବୃଦ୍ଧି ହେବାରେ ସାହାର୍ଯ୍ୟ କରିଥାଏ ଓ ମଜବୁତ ମଧ୍ୟ କରିଥାଏ । ଏଥିରେ କମ ଫ୍ୟାଟ ଥିବାରୁ ଏହାକୁ ଡାଏଟରେ ମଧ୍ୟ ସାମିଲ କରିହେବ । ତେଣୁ ଏକ ସୁସ୍ଥ ଜୀବନ ଏବଂ ଲମ୍ବା ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ ଚିକେନକୁ ସାମିଲ କରନ୍ତୁ । ଚିକେନ ଖାଇବା ଦ୍ଵାରା ଆମ ଶରୀରର ଅନ୍ୟ ଅଙ୍ଗ କୁ ମଧ୍ୟ ଦୃଢ କରିଥାଏ । ବୃଦ୍ଧାବସ୍ଥାକୁ ଗତି କରୁଥିବା ଅଧିକାଂଶ ବ୍ୟକ୍ତି ଆର୍ଥରିସିସ ଏବଂ ହାଡ଼ ସମ୍ବନ୍ଧୀୟ ରୋଗରେ ପିଡ଼ିତ ହୋଇଥାନ୍ତି । କିନ୍ତୁ ପ୍ରତିଦିନ ଚିକେନ ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ, ଏବଂ ଅନେକ ଅସୁବିଧାରୁ ମୁକ୍ତି ମିଳିଥାଏ । ଚିକେନ ଖାଇବା ଦ୍ୱାରା ହୋମୋସିଷ୍ଟିନ ସ୍ତରକୁ ନିୟନ୍ତ୍ରଣ କରିବା ସହିତ ହୃତପିଣ୍ଡକୁ ବିଭିନ୍ନ ପ୍ରକାର କାର୍ଡିଓଭସ୍କୁଲାର ରୋଗରୁ ରକ୍ଷା କରିଥାଏ । ହୋମୋସିଷ୍ଟିନ ଏକ ଅମିନୋ ଏସିଡ,ଯାହା ଆବଶ୍ୟକତା ଠାରୁ ଅଧିକ ହେଲେ ହୃତପିଣ୍ଡ ଉପରେ ବିଶେଷ କୁପ୍ରଭାବ ପକାଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକେନ ଖାଇବା ଆବଶ୍ୟକ । ଚିକେନରେ ଟ୍ରାଇପ୍ତୋଫାନ ନାମକ ଅମିନୋ ଏସିଡ ରହିଛି । ଯାହାକୁ ଗ୍ରହଣ କରିବା ଦ୍ୱାରା ଦୁଃଖ କମ ହୋଇଥାଏ । ଚିକେନ ସୁପ ପିଇବା ଦ୍ୱାରା ଏହା ମସ୍ତିଷ୍କରୁ ଚିନ୍ତାକୁ ଦୂର କରିଥାଏ ଏବଂ ମାନସିକତାକୁ ମଧ୍ୟ ପରିବର୍ତ୍ତନ କରିଥାଏ । ଚିକେନର ମୁଖ୍ୟ ଉପାଦାନ ହେଉଛି ସେଲେନିୟମ । ଏହା ଏକ ଉପକାରୀ ଖଣିଜ ଅଂଶ ଯାହା ଶରୀରରେ ମେଟାବୋଲିଜିମକୁ ବୃଦ୍ଧି କରିଥାଏ । ଏହା ଥାଇରଏଡ ଗ୍ରନ୍ଥି ସହିତ ଶରୀରର ପ୍ରତିରକ୍ଷା କ୍ଷମତାକୁ ବଢାଇଥାଏ । ଏହି ଉପାଦାନ ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏଥିରେ ପ୍ରଚୁର ପରିମାଣରେ ଫସଫରସ ରହିଛି, ଯାହା ଦାନ୍ତ ଏବଂ ହାଡ଼କୁ ଶକ୍ତ କରିଥାଏ । ଏହା ସହିତ ଦାନ୍ତ ମାଢୀ ପାଇଁ ମଧ୍ୟ ଏହା ବେଶ ଉପଯୋଗୀ । ଫସଫରସ କିଡନୀ, ଲିଭର ଏବଂ କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ରକୁ ନିୟନ୍ତ୍ରଣ କରିବା ଏହାକୁ ସୁସ୍ଥ ରଖିଥାଏ । ଏହା ଏକ ପ୍ରକାର ଭିଟାମିନ ଯାହା ଶରୀରକୁ କର୍କଟ ରୋଗ ଠାରୁ ଦୂରେଇ ରଖିଥାଏ । ଏହା ଦୋଷପୂର୍ଣ୍ଣ ଡିଏନଏ ଏବଂ ବିଭିନ୍ନ କର୍କଟ ରୋଗକୁ ଗାର୍ଡ ଭାବରେ ଜଗିଥାଏ ।ଏହା ଆଖିକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନରୁ ରେଟିନୋଲ,ଆଲଫା, ବେଟା-କ୍ୟାରୋଟିନ ଓ ଲାଇକୋପେନ ମିଳିଥାଏ । ଯାହା ସୁସ୍ଥ ଆଖି ପାଇଁ ନିହାତି ଦରକାର ।
OSCAR-2019
ଏଭଳି ଏକ ବିଚିତ୍ର ରୋଗ ଯାହାକୁ ଚିହ୍ନିବାରେ ଅସମର୍ଥ ହେଉଛନ୍ତି ଡାକ୍ତର! ଶରୀରରୁ ବାହାରୁଛି ଖାଇବା ଖାଦ୍ୟ । ରୁଟି,ବିସ୍କୁଟ,କ୍ଷୀର,ଭାତ ଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ସବୁ ଦେହରୁ ବାହାରି ଯାଉଛି । ଗତ ଦୁଇ ବର୍ଷ ହେଲା ପଟ୍ଟାମୁଣ୍ଡାଇ ବ୍ଳକ ତରିପାଟଣା ଗାଁର ଜ୍ଞାନପ୍ରକାଶ ପଣ୍ଡାଙ୍କ ଦେହରେ ଦେଖାଦେଇଛି ଏଭଳି ଏକ ଅଦ୍ଭୁଦ ରୋଗ । ୧୩ ବର୍ଷର ଏହି ବାଳକ ଦେହରୁ ଝରୁଛି ଖାଦ୍ୟ । ଭୁବନେଶ୍ୱରରେ ପାଠ ପଢୁଥିବା ଜ୍ଞାନପ୍ରକାଶଙ୍କ ଦେହରେ ଦୁଇ ବର୍ଷ ତଳେ ଦେଖାଦେଇଥିଲା ଏଭଳି ଏକ ରୋଗ । କୌଣସି କାରଣବଶତଃ ହଠାତ୍ ତାଙ୍କ ଦେହହାତ କୁଣ୍ଡେଇ ହେ।ଇଥିଲା । ଏହା ପରେ ଏସସିବିରେ ଡାକ୍ତରଙ୍କୁ ଦେଖାଇଥିଲେ ଜ୍ଞାନଙ୍କ ବାପା ମା’ । ହେଲେ ରେ।ଗ ତ ଜଣା ପଡିଲାନି କିନ୍ତୁ ସେବେଠୁ କୁଆଡେ ଜ୍ଞାନଙ୍କ ଶରୀରରୁ ପାଣି, ଲାଳ ଓ ଖାଦ୍ୟ ବାହାରୁଛି । ଘଟଣା ପରେ ପୁଣି ଥରେ ଡାକ୍ତର ଦେଖାଇଥିଲେ ପରିବାର ଲେ।କେ । ହେଲେ ରିପେ।ର୍ଟରେ ସବୁ ଠିକଠାକ ଆସିଥିଲା । ତେବେ ବୟସ ବଢିବା ସଙ୍ଗେ ସଙ୍ଗେ ଦେହ ହାତ କୁଣ୍ଡେଇ ହେବା ସହ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି ଜ୍ଞାନ । ପୁଅର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡିଲେଣି ପରିବାର । ଅନ୍ୟପଟେ ଡାକ୍ତରୀ ବିଜ୍ଞାନରେ ଏଭଳି ରୋଗର କୌଣସି ସ୍ଥାନ ନାହିଁ ବୋଲି ଜଣେ ଚିକିତ୍ସକ ମତ ଦେଇଛନ୍ତି । ଚିକିତ୍ସକ ଙ୍କ କହିବା ଅନୁଯାୟୀ ହାତରୁ ପାଣି ବାହାରିବା ଏକ ରୋଗ ଅଛି କିନ୍ତୁ ଖାଦ୍ୟ ବାହାରିବା ପ୍ରଥମ ଘଟଣା । ତେବେ ଏହି ରୋଗକୁ ଚିହ୍ନଟ କରାଯାଇ ରୋଗକୁ ଭଲ କରାଯାଇ ପାରିବ ବୋଲି ଡାକ୍ତର କହୁଛନ୍ତି । ତେବେ ଏହି ଅଜଣା ରୋଗ ଜ୍ଞାନଙ୍କ ପାଠପଢାରେ ବ୍ୟାଘାତ ସ୍ୃଷ୍ଟି କରୁଛି ।
OSCAR-2019
ଆପଣ ଜାଣିଛନ୍ତି କି ? ତମ୍ବା ବାସନରେ ପାଣି ପିଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ | EnewsOdia.Com ଆର୍ୟୁବେଦରେ କୁହାଯାଇଛି ଯେ ,ତମ୍ବା ବାସନରେ ପାଣି ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହି ପାତ୍ରରେ ପାଣି ସେବନ କରିବାଦ୍ଵାରା ଶରୀରରେ ଥିବା ବେମାର ମଧ୍ୟ ଦୂର ହୋଇଥାଏ। ତମ୍ବାରେ ବ୍ୟାକ୍ଟେରିଆ ନାଶକ ତତ୍ୱ ଥାଏ। ଯାହାଦ୍ୱାରା କଫ,ପିତ ଭଳି ରୋଗକୁ ସନ୍ତୁଳିତ କରିବାର କ୍ଷମତା ରହିଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ତମ୍ବା ପାତ୍ରରେ ପାଣି ପିଇବା ଦ୍ଵାରା ଥାଇରଏଡ ଭଳି ରୋଗ ଦୁରହୋଇଥାଏ । ଏହି ବାସନରେ ପାଣି ରଖି ପିଇଲେ ଅନେକ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ତମ୍ବା ପାଣି ପିଇବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ଓ ବାହ୍ୟ ଅସୁସ୍ଥତା ଯଲଦି ଠିକ ହୋଇଥାଏ। ତମ୍ବାରେ ରଖାଯାଇଥିବା ପାଣି ସମ୍ପୁର୍ଣ୍ଣ ରୂପେ ଶୁଦ୍ଧ । ଏହା ସବୁପ୍ରକାଣ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ ଯାହା ଡାଇରିଆ, ପୋଲିଓ ଓ ଅନ୍ୟ ପ୍ରକାର ରୋଗରୁ ରକ୍ଷା କରିଥାଏ। ତମ୍ବାରେ ଉପସ୍ଥିତ ଆଣ୍ଟିଅକ୍ସିଡାଣ୍ଟ ତତ୍ୱ ବଢୁଥିବା ବୟସର ଚିହ୍ନକୁ କମ କରିଥାଏ । ଏହା ସହ ତ୍ୱଚାର କୁଞ୍ଚନ, ଦାଗ ଆଦିରୁ ରକ୍ଷା କରିଥାଏ।
OSCAR-2019
ମୁମ୍ବାଇ: ବେଶ୍‌ କିଛି ଦିନ ହେବ ବଲିଉଡ଼ରେ ଲୋକପ୍ରିୟ ନାୟକ ରଣବୀର ସିଂହ ଓ ନାୟିକା ଦୀପିକା ପାଦୁକୋନ୍‌ଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର୍‌ସୋର୍‌ ଧରିଛି। ରଣବୀର ଓ ଦୀପିକାଙ୍କ ବାହାଘର ଚଳିତ ବର୍ଷ ନଭେମ୍ବର ୨୦ ତାରିଖରେ ହେବ ବୋଲି ଆପତତଃ ସ୍ଥିରୀକୃତ ହୋଇଛି ।ଅବଶ୍ୟ ଏସଂପର୍କରେ ଉଭୟଙ୍କ ପକ୍ଷରୁ କୌଣସି ଔପଚାରିକଭାବେ ଘୋଷଣା କରାଯାଇ ନାହିଁ। ଏବେ ଆଉ ଏକ ଖବର ମିଳିଛି ଯେ ଏହି ପ୍ରେମୀଯୁଗଳ ଚାହୁଁଛନ୍ତି ଯେ ସେମାନଙ୍କ ବାହାଘରକୁ କେହି ଅତିଥି ସାଙ୍ଗରେ ମୋବାଇଲ ଫୋନ୍‌ ନ ଆଣିବାକୁ କୁଆଡେ ଅନୁରୋଧ କରିଛନ୍ତି। ଏହାଫଳରେ ଏହି ବାହାଘରର ଗୋପନୀୟତା ରକ୍ଷା ହେବ ବୋଲି ରଣବୀର ଏବଂ ଦୀପିକା ଭାବୁଛନ୍ତି। ଏହି ବିବାହ ଉତ୍ସବକୁ କେବଳ ଉଭୟ ପରିବାରର ନିକଟତମ ସଦସ୍ୟ ଏବଂ କିଛି ବଲିଉଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି। ଉଭୟ ପକ୍ଷରୁ ଏହି ବାହାଘର ଲାଗି ପ୍ରସ୍ତୁତି ଚାଲିଥିବା ମଧ୍ୟ ଜଣାଯାଇଛି। କିଛି ଦିନ ତଳେ ମୁମ୍ବାଇର ଏକ ଜୁଏଲର୍ସ ସପ୍‌ରେ ଦୀପିକା ପାଦୁକୋନ୍‌ ମାଆ ଓ ଭଉଣୀ ଗହଣା କିଣୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ଉଭୟଙ୍କର ବାହାଘର କଥା ଚର୍ଚ୍ଚା ହେବା ଜୋର୍‌ ଧରିଥିଲା। ବିରାଟ-ଅନୁଷ୍କାଙ୍କ ବାହାଘରପରେ ଏବେ ସମସ୍ତଙ୍କ ନଜର ରହିଛି ଏହି ବ୍ୟୟବହୁଳ ବିବାହ ଉତ୍ସବ ଉପରେ। କଟକ : କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ବାରଙ୍ଗ ତହସିଲ ଅନ୍ତର୍ଗତ କୁଆଖିଆ ନଦୀ ପଠାରୁ ପ୍ରତି ଦିନ ହଜାର ହାଜର ଟ୍ରିପ୍‌ ବାଲି ଚୋରା ଚାଲାଣ କରାଯାଉଛି। ଦୁଇ ଶହରୁ ଅଧିକ ଟ୍ରାକ୍ଟର, ଟ୍ରକ, ଡମ୍ପର ଏପରି ବେଆଇନ ବାଲି ଚାଲାଣରେ ସଂପୃକ୍ତ ଅଛନ୍ତି। ତି୍ରଶୂଳିଆ, ମୁଣ୍ଡ ମୁହାଣ, ଗୋଠପୁର, ଜୟପୁର, ନୂଆସାହି ଅଞ୍ଚଳରୁ ଏପରି ବାଲି ଚାଲାଣ ବେଧଡ଼କ ଭାବେ କରାଯାଉଛି। ଦିନରାତି ଏପରି କାର୍ଯ୍ୟ ଚାଲିଥିବା ବେଳେ ପ୍ରତିଦିନ ଶତାଧିକ ଟ୍ରିପ୍‌ ବାଲି କୁଆଖାଇ ନଦୀ ପଠାରୁ ବେଆଇନ୍‌ ଭାବେ ଚାଲାଣ କରାଯାଉଛି। ଚୋରା ବାଲି ପରିବହନ ସମୟରେ ଧୂଳି ଉଡି ବାୟୁ ପ୍ରଦୂଷଣ ହେଉଛି। ଏଥି ସହିତ ସମଗ୍ର ଘଟଣା ସଂପର୍କରେ ବାରଙ୍ଗ ତହସିଲ କର୍ମଚାରୀ ଓ ପୁଲିସ ଅବଗତ ଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ତୁରନ୍ତ ବାଲି ଚୋରା ଚାଲାଣ ରୋକିବା ଆବଶ୍ୟକ। ଏଥି ପାଇଁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉ। ପୁଲିସ ପାଟ୍ରୋଲିଂ କଡା କଡି କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ଆଇନ ସଚିବ, ରାଜସ୍ୱ ସଚିବ, କଟକ ଜିଲ୍ଲାପାଳ, ପୁଲିସ କମିସନର, ଡିସିପି, ବାରଙ୍ଗ ତହସିଲଦାର, ଥାନା ଅଧିକାରୀ, କଟକ ସଦର ଉପଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆରଡିସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପକ୍ଷଭୁକ୍ତ କରାଯାଇଛି।
OSCAR-2019
କନକ ବ୍ୟୁରୋ : ରାଜ୍ୟର ନାମ ଓରିଶାରୁ ଓଡ଼ିଶା ହେବାର ୭ ବର୍ଷ ପରେ ମଧ୍ୟ ହାଇକୋର୍ଟର ନାମ ପରିବର୍ତ୍ତନ ହୋଇପାରି ନାହିଁ । ଏବେଯାଏଁ ହାଇକୋର୍ଟ ଅଫ୍‌ ଓରିଶା ହୋଇ ରହିଛି । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡ଼ିଶାର ଦୀର୍ଘ ବର୍ଷର ଦାବିକୁ ମାନି ନେଇ ଗତ ୨୦୧୧ ମସିହାରେ ୧୧୩ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଓରିଶାରୁ ଓଡ଼ିଶା ହେଲା । ତେବେ ହାଇକୋର୍ଟର ନାମ କାହିଁକି ପରିବର୍ତ୍ତନ କରାଯାଉନାହିଁ ? କେବେ ଏହା ଓରିଶାରୁ ଓଡ଼ିଶା ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମୁତାବକ, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ଓରିଶା ଥିଲା । ଦେଶ ସ୍ୱାଧୀନ ହେବା ପରେ ସମ୍ବିଧାନରେ ରାଜ୍ୟର ନାମ ଓରିଶା ଓ ଭାଷାର ନାମ ଓରିଆ ବୋଲି ଉଲ୍ଲେଖ ଥିଲା । ବିଭିନ୍ନ ସଂଗଠନ ଓ ମଞ୍ଚ ପକ୍ଷରୁ ବାରମ୍ବାର ପ୍ରତିବାଦ ପରେ ତ୍ରୁଟି ସଂଶୋଧନ ପାଇଁ ଗତ ୨୦୦୮ ଅଗଷ୍ଟ ୨୮ ତାରିଖରେ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା । ତେବେ ୨୦୧୦ ମସିହା ନଭେମ୍ବର ୯ ତାରିଖରେ ଏକ ସ୍ବତନ୍ତ୍ର ବିଲ୍‌ ଲୋକସଭାରେ ପାରିତ ହେବା ପରେ ୨୦୧୧ ମାର୍ଚ୍ଚ ୨୪ ତାରିଖରେ ସଂଶୋଧନ ସହ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଏହାପରେ ୨୦୧୧ ନଭେମ୍ବର ୪ ତାରିଖରେ ରାଷ୍ଟ୍ରପତି ସଂସଦରେ ପାରିତ ଏହି ବି‌ଧେୟକକୁ ବିଧିବଦ୍ଧ ଭାବେ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଥିଲେ । ସେବେଠାରୁ ରାଜ୍ୟ ରାଜଭବନ, ବିଧାନସଭା, ସିଚିବାଳୟ ସମେତ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଦପ୍ତରରେ ଇଂରାଜୀ ଓ ହିନ୍ଦୀରେ ରାଜ୍ୟର ନାମ ଓଡ଼ିଶା ଓ ଭାଷା ଓଡ଼ିଆ ବୋଲି ପ୍ରଚଳନ ହୋଇଆସୁଛି । ହେଲେ ହାଇକୋର୍ଟ ଅଫ୍‌ ଓରିଶାର ନାମ ଏଯାଏ ପରିବର୍ତ୍ତନ ହୋଇନାହିଁ । ତେଣୁ ଉଭୟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସୁପ୍ରିମ୍‌କୋର୍ଟ ଏବଂ ହାଇକୋର୍ଟଙ୍କ ସମେତ ଆଇନ ବିଶାରଦ ଓ ଚିନ୍ତାଶୀଳ ଭାଷାପ୍ରେମୀମାନେ ସକରାତ୍ମକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ନିବେଦନ କରାଯାଇଛି ।
OSCAR-2019
କିଛିଦିନ ତଳେ ଆମେ ଆପଣଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣେ ଛୋଟ କୁନି ଝିଅର ଭିଡିଓ ସଂପର୍କରେ ଜଣାଇଥିଲୁ । ଯେଉଁଥିରେ ଜଣେ ମହିଳା ଶିଶୁଟିକୁ ଅତି ଅମାନୁସିକ ଭାବେ ମାଡ଼ ମାରିବା ସହ ଗାଳିଗୁଲଜ କରି ପାଠ ପଢାଉଥିବାବେଳେ ଶିଶୁଟି ମହିଳା ଜଣଙ୍କୁ ଦଣ୍ଡ ନଦେଇ ଭଲରେ ପଢାଇବାକୁ ଆକୁଳ ନିବେଦନ କରୁଥିବାର ଦୃଶ୍ୟ ରହିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଅସନ୍ତୋଷ ଦେଖାଦେଇଥିଲା । ଏପରିକି କ୍ରିକେଟର ବିରାଟ୍ କୋହଲି ଏବଂ ଶିଖର ଧୱନ ମଧ୍ୟ ଏହି ଭିଡିଓଟିକୁ ସେୟାର କରିବା ସହିତ ଗଭୀର ଦୁଃଖ ପ୍ରକାଶ କରିଥିଲେ । ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠିଥିବ କି, ଏହି ଭିଡିଓରେ କାନ୍ଦି କାନ୍ଦି ଆକୁଳ ନିବେଦନ କରୁଥିବା ଶିଶୁଟି ପ୍ରକୃତ କିଏ ? ବିଜନେସ ଅଫ୍ ସିନେମାରେ ପ୍ରକାଶିତ ଖବର ମୁତାବକ, ଏହି ଶିଶୁଟିର ନାଁ ହେଉଛି ‘ହୟା’ । ଏବଂ ‘ହୟା’ ହେଉଛନ୍ତି ବଲିଉଡ ଜଗତର ଖ୍ୟାତନାମା ଗାୟକ ତୋଶୀ ଏବଂ ଶାରିବ ସାବ୍ରିିଙ୍କ ଭାଣୀଜି । ଶାରିବ ସାବ୍ରିଙ୍କ ଇନଷ୍ଟାଗ୍ରାମ ପେଜରେ ଏହି ଶିଶୁଟିର ଅନେକ ଭିଡିଓ ଅପଲୋଡ ହୋଇଛି । ଏହି ଭିଡିଓରେ କେଉଁଠି ଶିଶୁଟି ନମାଜ ପଢୁଥାଏ ତ ପୁଣି କେଉଁଠି ମାଆଙ୍କ ସହିତ ମସ୍ତି କରୁଛି । ତେବେ ଏହି ଭିଡିଓ ଶାରିବ ୨୦୧୬ରେ ଅପଲୋଡ କରିଥିଲେ । ଏଠାରେ ଆମେ କହିରଖୁଛୁ କି, ନିକଟରେ ଭାରତୀୟ କ୍ରିକେଟର ଶିଖର ଧୱନ ଏବଂ ଅଧିନାୟକ ବିରାଟ୍ କୋହଲି ୱାନଡେ ସିରିଜ୍ ପୂର୍ବରୁ ଏକ ଭିଡିଓ ଦେଖି ଅତ୍ୟନ୍ତ ଭାବୁକ ହୋଇପଡିଥିଲେ । ଖାଲି ସେତିକି ନୁହେଁ ଉଭୟେ ନିଜ ନିଜର ଭାବନାକୁ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଥିଲେ । ଶିଖର ଧୱନ ଶିଶୁଟିକୁ ପଢାଇବାର ଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ସେ ଲେଖିଥିଲେ କି, ‘ମୁଁ ଯେତେ ସବୁ ଭିଡିଓ ଦେଖିଛି, ସେଥିମଧ୍ୟରୁ ଅଧିକ କଷ୍ଟଦାୟକ ହେଉଛି ଏହି ଭିଡିଓ । ବାପାମାଆ ହେବା ଦୃଷ୍ଟିରୁ ଆମର ମୁଖ୍ୟ କର୍ତ୍ତବ୍ୟ ହେଉଛି ନିଜ ପିଲାଙ୍କୁ ଆଗକୁ ବଢିବାକୁ ପ୍ରୋତ୍ସାହନ ହେବା ଓ ସେମାନଙ୍କୁ ବୁଝାଶୁଝା କରି ପାଠ ପଢାଇବା । ମୋତେ ବହୁତ କଷ୍ଟ ଲାଗିଲା କି ଉକ୍ତ ମହିଳା ଜଣକ ଭାବାତ୍ମକ, ମାନସିକ ଏବଂ ଶାରୀରିକ ଦୃଷ୍ଟି କୋଣରୁ ଶିଶୁଟିକୁ ପ୍ରତାଡିତ କରୁଛନ୍ତି । ଯାହାଦ୍ୱାରା କି ଶିଶୁଟି ଖୁବ୍ ଶୀଘ୍ର ୫ ଯାଏଁ ଗଣିବା ଶିଖିଯିବ’ । ଅନ୍ୟପଟେ, ବିରାଟ ମଧ୍ୟ ଭିଡିଓକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ବିରାଟ ଲେଖିଥିଲେ, ‘ଶିଶୁଟିର କାନ୍ଦ ହୃଦୟକୁ କଷ୍ଟଦେବା ଭଳି ଅଟେ । ପିଲାଙ୍କୁ ଅତି କୋମଳତାର ସହ ପାଠ ପଢାଇବାକୁ ପଡିବ, ଡରାଇ ଧମକାଇ ନୁହେଁ । ତେବେ ଶିଶୁଟିକୁ ପଢାଇବାର ଶୈଳୀ ଏଭଳି ନିଷ୍ଠୁର ରହିଛି କି ଯିଏ ଦେଖିବ ସେ ନିଜ ଲୁହକୁ ଅଟକାଇ ପାରିବ ନାହିଁ । ଏହା ଅତ୍ୟନ୍ତ କଷ୍ଟଦେବା ଭଳି ଦୃଶ୍ୟ ଅଟେ’ ।
OSCAR-2019
ଖାଇବା ଥାଳିରେ ଆଳୁ ପରେ ବାଇଗଣର ସ୍ଥାନ ଅଧିକ ମାତ୍ରରେ ଆସିଥାଏ। ବାଇଗଣରେ ପୋଷାକ ତତ୍ଵ ଏବଂ ଭିଟାମିନ ଭରପୁର ଥାଏ। ଏହି ପରିବା ଭାରତରେ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ। ଏହା ଦେଖିବାକୁ ଉପରୁ ଶୁଖିଲା ଲାଗିଥାଏ, କିନ୍ତୁ ଏଥିରେ ୯୨ ପ୍ରତିଶତ ଜଳ ଥାଏ। ଏହାକୁ ଖାଇବା ଦ୍ଵାରା କିଛି ମାତ୍ରାରେ ଭିଟାମିନ ଏ ଏବଂ ବି ମଧ୍ୟ ଶରୀରକୁ ମିଳିଥାଏ। ଏଥିରେ ଖାଦ୍ୟ ତନ୍ତୁ ପ୍ରଚୁର ପରିମାଣରେ ଥାଏ । ଟାଇପ୍-୨ ମଧୁମେହ ରୋଗୀ ଏହାକୁ ନିୟମିତ ଖାଇଲେ ଶର୍କରା ନିୟନ୍ତ୍ରଣରେ ରହେ।
OSCAR-2019
ଏସୀୟ କ୍ରୀଡ଼ାରେ ଭାରତକୁ ବନ୍ଧୁକ ଚାଳନାରେ ମିଳିଛି ଆଉ ଗୋଟିଏ ସ୍ୱର୍ଣ୍ଣ ପଦକ । ମହିଳା ସୁଟର ରାହି ସରନୋବତ୍ ଏହି ପଦକ ହାସଲ କରିଛନ୍ତି । ବୁଧବାର ମହିଳା ୨୫ମିଟର ପିସ୍ତଲ ଚାଳନା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ସେ ଏହି ସଫଳତା ହାସଲ କରିଛନ୍ତି । ଏଥି ସହ ସରନୋବତ୍ ଆଉ ଏକ ଇତିହାସ ମଧ୍ୟ ରଚିଛନ୍ତି । ଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ପଦକ ଜିଣିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା । ଆଜିର ପ୍ରତିଯୋଗିତାରେ ସରନୋବତ୍ ଥାଇଲାଣ୍ଡର ପ୍ରତିଯୋଗୀ ନାଫସ୍ୱାନ୍ ୟଙ୍ଗ୍ ପାଇବୁନଙ୍କୁ ପଛରେ ପକାଇ ସ୍ୱର୍ଣ୍ଣପଦକ ବିଜେତା ହୋଇଛନ୍ତି । ୨୭ ବର୍ଷୀୟା ରାହି ସରନୋବତ୍ ଏହା ପୂର୍ବରୁ ଦେଶ ଲାଗି ବହୁ ପଦକ ଜିଣି ସାରିଛନ୍ତି। ସେ ୨୦୧୪ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍ ପଦକ ଲାଭ କରିଥିଲେ । ଏଯାବତ୍ ରାହି କମନୱେଲଥ ଗେମ୍ସରେ ୩ଟି ପଦକ ଜିତି ସାରିଛନ୍ତି। ୨୦୧୦ରେ ସେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିଣିଥିବା ବେଳେ ୨୦୧୪ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିଣିଥିଲେ।
OSCAR-2019
ଆପଣ ଏୟାରପୋର୍ଟରେ ବିମାନ ଛିଡା ହୋଇଥିବାର ଦେଖିଥିବେ କିନ୍ତୁ ଛାତରେ ବିମାନ ଅବତରଣ କରୁଥିବାର କେବେ ଦେଖିଛନ୍ତି ? ଯଦି ଆମେ ଆପଣଙ୍କୁ କହିବୁ କି ଏୟାର ଇଣ୍ଡିଆର ବିମାନ ରନୱେ ବଦଳରେ ଲୋକଙ୍କ ଘର ଛାତ ଉପରେ ଛିଡା ହେଉଛି, ତେବେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ବିଶ୍ୱାସ କରିପାରିବେନି କିନ୍ତୁ ଜଲନ୍ଧରର ଏକ ଗାଁରେ ଛାତରେ ଏୟାର ଇଣ୍ଡିଆର ବିମାନ ଛିଡା ହୋଇଥିବାର ଦେଖିବାକୁ ପାଇବେ । ଆସନ୍ତୁ ଜାଣିବା ଏହି ବିମାନ ଛିଡାହେବା ପଛର ଖାସ କାରଣ । ପଂଜାବ ଜଲନ୍ଧରର ଲାଣ୍ଡୋ ଗ୍ରାମରେ ସମସ୍ତଙ୍କ ଘରର ଛାତ ଉପରେ ଏଆର ଇଣ୍ଡିଆର ବିମାନ ଛିଡା ହୋଇଥିବାର ଦେଖିବାକୁ ମିଳିବ । ଜଣେ ଏନଆରଆଇଙ୍କ ଘର ଉପରେ ବି ଉଡାଜାହାଜ ଛିଡା ହୋଇଛି, ଯାହାକି ଗାଁକୁ ପ୍ରବେଶ କରୁ କରୁ ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଆହୁରି ଆକର୍ଷଣୀୟ ଜିନିଷ ଲୋକଙ୍କ ଘର ଛାତ ଉପରେ ଦେଖିବାକୁ ମିଳେ, ଯେପରିକି ପ୍ରେସର କୁକର, ପାଣି ଜାହାଜ, କଙ୍ଗାରୁ ଇତ୍ୟାଦି । ଅସଲରେ କଙ୍ଗାରୁ, ପାଣି ଜାହାଜ ପରି ଦେଖାଯାଉଥିବା ଜିନିଷ ହେଉଛି ପାଣି ଟାଙ୍କି । ଆଜ୍ଞା ହଁ ପାଣି ଟାଙ୍କି ଗୁଡିକୁ ଉଡା ଜାହାଜ, ପାଣି ଜାହାଜ ପରି ଡିଜାଇନ କରାଯାଇଛି । କିଛି ଲୋକ ନିଜ ସଉକ ପାଇଁ ତ କିଛି ନିଜର ପରିଚୟ ସୃଷ୍ଟି କରିବା ପାଇଁ ଏମିତି କରିଛନ୍ତି । ଆହୁରି ବି ପାଣି ଟାଙ୍କି ନାମରେ ସେମାନେ ଗାଁରେ ପରିଚିତ, ଯେପରିକି ଏଆର ଇଣ୍ଡିଆ ବିମାନ କହିଲେ ସଂତୋଖ ସିଂହକୁ ଜାଣିବେ, ପାଣି ଜାହାଜ କହିଲେ ତରସେମ ସିଂ ବବୁଙ୍କ ଘର ବୋଲି ଜାଣିବେ । ତରସେମ ସିଂ ବବୁ ହି ପ୍ରଥମେ ଏହି ଟାଙ୍କି ନିର୍ମାଣ କରିବାର ପରମ୍ପରା ଆରମ୍ଭ କରିଥିଲେ, ଯାହାକୁ ଲୋକେ ବହୁତ ପସନ୍ଦ କଲେ । ପର ମୁହୂର୍ତ୍ତରେ ପୂରା ଗାଁରେ ଏହି ପ୍ରକାରର ଟାଙ୍କି ତିଆରି କରିବାର ପାଗଳାମି ଦେଖାଗଲା । ସମସ୍ତେ ନିଜ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଭିନ୍ନ ଭିନ୍ନ ଡିଜାଇନର ପାଣି ଟାଙ୍କି ନିର୍ମାଣ କଲେ । ଗାଁ ଲୋକଙ୍କ ସୃଜନାଶୀଳତାକୁ ମାନିବାକୁ ପଡିବ, ପାଣି ଟାଙ୍କିକୁ ବି ବିମାନର ରୂପ ଦେଇଛନ୍ତି । ଆପଣ ଜାଣିଛନ୍ତି କି ହୋଟେଲ ରୁମରେ କାହିଁକି ବିଛାଯାଏ ଧଳା ରଙ୍ଗର ବେଡସିଟ(ଚାଦର)? ଏହାର ପଛରେ ରହିଛି ଖାସ କାରଣ . . . . କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏବେ ନଜର ଆଗକୁ ହେବାକୁ ଥିବା ଉପନିର୍ବାଚନ ଉପରେ । ବ୍ୟବସ୍ଥା ଅନୁସାରେ ୬ ମାସ ଭିତରେ ହବେ ଉପ-ନିର୍ବାଚନ । ସାଧାରଣ ନିର୍ବାଚନ ଆହୁରି ୨୦ ମାସ ଥିବା ବେଳେ ରାଜ୍ୟ ରାଜନୀତିରେ ଏବେ ଉପ ନିର୍ବାଚନ ପାଇଁ ତତଲା ପବନ ବହିବା ଆରମ୍ଭ କଲାଣି । କ୍ୟାନସରରେ ପୀଡିତ ହୋଇଥିବା ସୁବଳ ସାହୁଙ୍କ ମଙ୍ଗଳବାର ଦେହାନ୍ତ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କକଷା । ସୁବଳ ସାହୁ । କଂଗ୍ରେସ ରାଜନୀତିର ଟାଣୁଆ ନତୋ । ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଗାତର ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କହିବାକୁ ଗଲେ, ନିଜ କାର୍ଯ୍ୟଦକ୍ଷତା ଓ ରାଜନୈତିକ ବିଚକ୍ଷଣତାରେ ସେ ବିଜେପୁରକୁ କଂଗ୍ରେସର ଗଡରେ ପରିଣତ କରିଥିଲେ । ୨୦୦୪, ୨୦୦୯ ଓ ୨୦୧୪ ଲଗାତ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସେ । ୨୦୧୪ରେ ଯେତେବେଳେ ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା ବୋହୁଥିଲେ ସେତେବେଳେ ବିଜେଡି ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୪୫୮ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଦବଦବାକୁ ଜାହିର କରିଥିଲେ । ବିଜେପୁରକୁ କଂଗ୍ରେସର ଗଡ ଭାବେ ପରିଣତ କରିଥିଲେ । ହେଲେ ଏବେ ତାଙ୍କ ଦେହାନ୍ତ, କଂଗ୍ରେସ ପାଇଁ ବଡ ରାଜନୈତିକ ଆହ୍ୱାନ ଆଣିଦେଇଛି । ବିଜେପୁରରେ ହେବାକୁ ଥିବା ଉପ ନିର୍ବାଚନ ସବୁ ରାଜନ÷÷ତିକ ଦଳଙ୍କ ପାଇଁ ଆହ୍ୱାନ ହେବ । ଖାସ କରି କଂଗ୍ରେସ ପାଇଁ । ନିଜ ଗଡକୁ ବଂଚାଇବାକୁ କଂଗ୍ରେସ ସମର୍ତ ହେଉଛି ନା ନାହିଁ ଏବେ ତା ଉପରେ ନଜର । ଖାସ କରି ଯେତେବେଳେ ନେତୃତ୍ୱ ସଂକଟ ଦେଇ ଦଳ ଗତି କରୁଛି, ସେହି ସମୟରେ ଦଳ ନିଜ ସପକ୍ଷରେ ଏହି ସିଟ ନେଇପାରିବ କି ନାହିଁ, ତାହା ହେବ ବଡ ଚାଲେଂଜ । ଯଦି ଏହାରି ଭିତରେ ପିସିସି ସଭାପତି ବଦଳିଥାନ୍ତି, ତେବେ ବିଜେପୁର ଉପନିର୍ବାଚନ ତାଙ୍କ ପାଇଁ ଆହ୍ୱାନ ନେଇ ଆସିବ । ଏସିଡ ଟେଷ୍ଟରେ ପାର ହେବାକୁ ପଡିପାରେ କଂଗ୍ରେସର ନୁଆ ସଭାପତିଙ୍କୁ । ଯାହା ନିର୍ଣ୍ଣୟ କରିବ, କଂଗ୍ରେସର ରାଜନୈତିକ ଭବିଷ୍ୟତ କୁଆଡେ ଯିବ । ସେହିଭଳି ଏହି ଉପ ନିର୍ବାଚନ ବିଜେପି ପାଇଁ ମଧ୍ୟ ମହତ୍ୱପୁର୍ଣ୍ଣ । କାରଣ ରାଜ୍ୟରେ ରାଜନୈତିକ ଶକ୍ତି ବୃଦ୍ଧି କରି ଆଗାମୀ ଦିନରେ ସରକାର ଗଠନ କରିବାକୁ ଲକ୍ଷ ରଖୁଥିବା ଏହି ଦଳକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି, ତାର ମଧ୍ୟ ଫଇସଲା କରିବ ଏହି ଉପ ନିର୍ବାଚନ । ଗୋଟିଏ ପଟେ ରାଜ୍ୟରେ ୧୨୦ ଆସନ ଜିତିବାର ଦୃଢୋକ୍ତି ଆଉ ଏହି ସମୟରେ ଆସିଛି ଉପ ନିର୍ବାଚନ । ଆଉ ସେପଟେ ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଅଂଚଳରେ ନିଜ ଦବଦବା ଜାହିର କରିଥିଲା ଭାରତୀୟ ଜନତା ପାର୍ଟି । ସେହି ଦୃଷ୍ଟିକୋଣରୁ ଏହା ବିଜେପି ପାଇଁ ମଧ୍ୟ ଏସିଡ ଟେଷ୍ଟ ହେବ । ଯାହା ଆଗାମୀ ଦିନରେ ବିଜେପିର ଦିଶା ଆଉ ଦଶା ନିର୍ଦ୍ଧାରଣ କରିବ । ମୋଟାମୋଟି ଦେଖିବାକୁ ଗଲେ ଏହା ସିନା ଗୋଟିଏ ଉପନିର୍ବାଚନ, ହେଲେ ତିନି ରାଜନୈତିକ ଦଳ ପାଇଁ ଏହା ଅଗ୍ନି ପରୀକ୍ଷା । ବିଜେଡି, ବିଜେପି ଓ କଂଗ୍ରେସର ଭାଗ୍ୟ ଏହା ନିର୍ଦ୍ଧାରଣ କରିବ । ଯାହା ସଂକେତ ମଧ୍ୟ ଦେବ ଓଡିଶାର ମୁଡ୍ କଣ ଏବଂ ଆଗାମୀ ଦିନରେ ରାଜ୍ୟ ରାଜନୀତି କୁଆଡେ ଯାଇପାରେ ତାର ସଂକତେ ମଧ୍ୟ ଏହି ଉପ ନିର୍ବାଚନରୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
OSCAR-2019
ଯେଉଁ ବୟସରେ ଖଟରେ ପଡିରହିବା କଥା ସେହି ବୟସରେ ଯଦି କେହି ଦୈନିକ ୩୫ କି.ମି ସାଇକେଲ ଚଲାଉଥିବା କୁହାଯାଏ ତେବେ ସହଜରେ ଅନେକ ଏହାକୁ ବିଶ୍ୱାସ କରିବେ ନାହିଁ । ହେଲେ ଏହି ଘଟଣାଟି ୧୦୦ପ୍ରତିଶତ ସତ । ୮୫ବର୍ଷୀୟ ବିଜୟଲକ୍ଷ୍ମୀ ଅରୋରା ଗତ ୫୦ବର୍ଷ ଧରି ଦୈନିକ ୩୫ କି.ମି ସାଇକେଲ ଚଲାଉଛନ୍ତି । ୩୫ବର୍ଷ ବୟସରେ ରୋଗରେ ପଡି ଶଯ୍ୟାଶାୟୀ ହୋଇପଡିଥିଲେ ବିଜୟଲକ୍ଷ୍ମୀ । ଏହାପରେ ତାଙ୍କୁ ନିୟମିତ ବ୍ୟାୟାମ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସେବେଠାରୁ ବର୍ତ୍ତମାନ ସୁଦ୍ଧା ଏବେ ବି ଅସୁସ୍ଥ ହୋଇନାହାଁନ୍ତି ସେ । କନକ ବ୍ୟୁରୋ : ରାସ୍ତାରେ ଶିକ୍ଷକ ସ୍କୁଲରେ ତାଲା । ଦାବୀ ପୂରଣ ନେଇ ରାଜରାସ୍ତାରେ ଶିକ୍ଷକମାନେ ଧାରଣା ବସିଥିବା ବେଳେ ଆଜିଠୁ ସମସ୍ତ ସ୍କୁଲରେ ପାଠପଢା ବନ୍ଦ କରାଯାଇଛି । ଅନେକ ସ୍କୁଲରେ ତାଲା ପଡିଥିବା ବେଳେ କିଛି ସ୍କୁଲରେ ଶିକ୍ଷକ ନଆସିବାରୁ ଛାତ୍ରଛାତ୍ରୀ ବାହାରେ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି । ଫଳରେ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ଶିକ୍ଷକଙ୍କ ଦାବି ସରକାର ତୁରନ୍ତ ପୂରଣ କରିବାକୁ ଅଭିଭାବକ ମାନେ କହିଛନ୍ତି । ଅନ୍ୟପଟେ ଦାବି ପୂରଣ ନେଇ ଜିଦର ଅଟଳ ଶିକ୍ଷକ ଓ ଅଧ୍ୟାପକ । ରାଜଧାନୀ ରାଜରାସ୍ତାରେ ୮ ଦିନ ହେଲା ଆନ୍ଦୋଳନ କରୁଛି ଶିକ୍ଷକ ମିଳିତ ମଂଚ । ସରକାର ବ୍ଲକଗ୍ରାଂଟ୍ ଉଚ୍ଛେଦ କରି ପୂଣ୍ଣ ଅନୁଦାନ ନଦେବା ଯାଏଁ ଆଜିଠୁ ରାଜ୍ୟର ସମସ୍ତ ସ୍କୁଲରେ ପାଠପଢା ବନ୍ଦ କରାଯାଇଛି । ସରକାରଙ୍କୁ ଗତକାଲି ରାତି ଯାଏଁ ଡେଡଲାଇନ୍ ଦେଇଥିଲେ ଶିକ୍ଷକ । ଲଗାତର ୭ ଦିନର ଧାରଣା ପରେ ଗତକାଲି ପ୍ରାୟ ୫୦ ହଜାରରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ପିଏମଜିରେ ଏକାଠି ହୋଇ ବିଶାଳ ସମାବେଶ କରିଥିଲେ । ବିଜେପି ଓ କଂଗ୍ରେସ ବି ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ସମାବେଶରେ ସାମିଲ ହୋଇଥିଲେ । ଶିକ୍ଷକଙ୍କ ଦାବି ପ୍ରତି କାହିଁକି ସରକାର ଆଖି ବୁଜି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । । ଆନ୍ଦୋଳନ ଯୋଗୁଁ ପୂର୍ବରୁ ୬୬୨ କଲେଜର ପାଠପଢା ବନ୍ଦ ଥିଲା । ଆଜିଠୁ ୪୮୮ ବର୍ଗ କଲେଜ ଓ ପ୍ରାୟ ୪ ହଜାର ସ୍କୁଲରେ ଶିକ୍ଷାଦାନ ଠପ୍ ହୋଇଯାଇଛି ।
OSCAR-2019
ନ୍ୟୁୟର୍କ: ବଡ଼ ବଡ଼ ଧନୀ ବ୍ୟକ୍ତି ବାସ କରୁଥିବା ସହର ଗୁଡ଼ିକ ମଧ୍ୟରେ ହଂକଂ ଏବେ ଆମେରିକାର ନ୍ୟୁୟର୍କ ସହରକୁ ପଛରେ ପକାଇ ଦେଇଛି। ଅତିକମ୍‌ରେ ୩୦ ନିୟୁତ ଡଲାରର ସମ୍ପତ୍ତି ଥିବା ଧନୀ ବ୍ୟକ୍ତିମାନଙ୍କ ସଂଖ୍ୟା ଏବେ ନ୍ୟୁୟର୍କ ତୁଳନାରେ ହଂକଂରେ ଅଧିକ ବୋଲି ଗବେଷଣା ସଂସ୍ଥା େଓ୍ଵଲ୍‌ଥ ଏକ୍ସ ପକ୍ଷରୁ କୁହାଯାଇଛି। ଗତବର୍ଷ ଏହି ବୃହତ୍‌ ଧନୀବ୍ୟକ୍ତିଙ୍କ ସଂଖ୍ୟା ହଂକଂରେ ୩୧ ପ୍ରତିଶତ ବୃଦ୍ଧି ଘଟି ପ୍ରାୟ ୧୦ ହଜାରରେ ପହଞ୍ଚିଛି। ତେବେ ନ୍ୟୁୟର୍କରେ ଏହି ବର୍ଗର ଧନୀ ବ୍ୟକ୍ତିଙ୍କ ସଂଖ୍ୟା ଏବେ ପ୍ରାୟ ୯ ହଜାର ରହିଛି। ନ୍ୟୁୟର୍କ ପଛକୁ ଏହି ତାଲିକାର ତୃତୀୟ ସ୍ଥାନରେ ଜାପାନ ରାଜଧାନୀ ଟୋକିଓ ରହିଛି। ସେହିଭଳି ଚତୁର୍ଥ ସ୍ଥାନରେ ପ୍ୟାରିସ୍‌ ଏବଂ ପଞ୍ଚମ ସ୍ଥାନରେ ଲଣ୍ଡନ ରହିଛି। ପୂର୍ବରୁ ଲଣ୍ଡନ ଚତୁର୍ଥ ସ୍ଥାନରେ ଥିବାବେଳେ ବ୍ରେକ୍‌ଜିଟ୍‌ ପ୍ରଭାବରେ ଏହି ସହର ଏବେ ପଞ୍ଚମ ସ୍ଥାନକୁ ଖସିଯାଇଛି। ତେବେ ସମଗ୍ର ବିଶ୍ୱରେ ଉପରୋକ୍ତ ବର୍ଗର ଧନୀ ବ୍ୟକ୍ତିଙ୍କ ସଂଖ୍ୟାରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ବିଶ୍ୱରେ ଏମାନଙ୍କ ସଂଖ୍ୟା ୨,୫୬,୦୦୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମୋଟ ସମ୍ପତ୍ତି ୩୧.୫ ଲକ୍ଷ କୋଟି ଡଲାର ଛୁଇଁଛି। ଏହି ରିପୋର୍ଟରୁ ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟ ପଦାକୁ ଆସିଛି ତାହା ହେଲା ଏସିଆ ସବୁଠୁ ଅଧିକ ମାତ୍ରାରେ ଏ କ୍ଷେତ୍ରରେ ଆଗକୁ ବଢ଼ିଛି। ଏଥିରେ ଚୀନ୍‌ ଏବଂ ହଂକଂର ଯୋଗଦାନ ଅଧିକ ରହିଛି। ଏକ ଦଶନ୍ଧି ପୂର୍ବେ ଏସିଆରେ ଏହି ବର୍ଗର ଧନୀ ବ୍ୟକ୍ତିଙ୍କ ସଂଖ୍ୟା ପାଖାପାଖି ୧୮ ପ୍ରତିଶତ ଥିବାବେଳେ ଏବେ ଏହା ୨୫ ପ୍ରତିଶତରୁ ଅଧିକ ହୋଇଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଉପରୋକ୍ତ ବର୍ଗର ଧନୀଙ୍କ ସଂଖ୍ୟା ବୃଦ୍ଧି ପାଇବ। ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳର ପାର୍ଥକ୍ୟ ହ୍ରାସ ପାଇବ। ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏହି ବର୍ଗର ଧନୀ ବ୍ୟକ୍ତିଙ୍କ ସଂଖ୍ୟାରେ ବାର୍ଷିକ ୮.୩% ବୃଦ୍ଧି ଘଟିବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ବର୍ଗର ଧନୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ହେଉଛି ପ୍ରାୟ ୩୫ ହଜାର। ଅର୍ଥାତ୍‌ ମୋଟ ବୃହତ୍‌ ଧନୀଙ୍କ ମଧ୍ୟରେ ପ୍ରାୟ ୧୪ ପ୍ରତିଶତ ମହିଳା ରହିଛନ୍ତି। ସେହିଭଳି ଧନୀବ୍ୟକ୍ତିଙ୍କ ନିକଟରେ ଥିବା ମୋଟ ସମ୍ପତ୍ତିର ପ୍ରାୟ ୩୫ ପ୍ରତିଶତ ସମ୍ପତ୍ତି ନଗଦ ଅର୍ଥ ଆକାରରେ ରହିଛି ବୋଲି ରିପୋର୍ଟରୁ ଜଣାଯାଇଛି। ଶ୍ରୀନଗର : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବିଏସଏଫ୍‌ ଅଧିକାରୀଙ୍କ ସମେତ ୫ ଜଣଙ୍କୁ ଆଜି ଚଣ୍ଡିଗଡ଼ର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବତନ ବିଏସଏଫ୍‌ ଡିଆଇଜି କେଏସ୍‌ ପାଢୀ, ଜମ୍ମୁ କଶ୍ମୀରର ପୂର୍ବତନ ଡିଏସ୍‌ପି ମହମ୍ମଦ ଆସରଫ୍‌ ମିର୍‌ଙ୍କ ସହ ଅନ୍ୟ ୩ ଜଣ ସ୍ଥାନୀୟ ବାସିନ୍ଦା ସବୀର ଅହମଦ ଲାେଓ୍ଵ, ସବୀର ଅହମଦ ଲାଙ୍ଗୁ ଏବଂ ମୌସଦ ଅହମଦଙ୍କୁ କୋର୍ଟ ଆଜି ଏହି ଜେଲ ଦଣ୍ଡ ସହ ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି। ଅଦାଲତ ବିଏସଏଫ୍‌ ଅଧିକାରୀଙ୍କ ସହ ପୂର୍ବତନ ଡିଏସ୍‌ପିଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଓ ଅନ୍ୟ ୩ ଦୋଷୀଙ୍କୁ ୫୦,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହି ମାମଲାରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ତଥା ଜଣେ ବ୍ୟବସାୟୀ ମେହରାଜଉଦ୍ଦିନ୍‌ ମଲିକ ଏବଂ ଜମ୍ମୁ କଶ୍ମୀରର ପୂର୍ବତନ ଅତିରିକ୍ତ ଆଡଭୋକେଟ୍‌ ଜେନେରାଲଙ୍କୁ ଦୋଷମୁକ୍ତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତ ୨୦୦୬ ମସିହା ମେ’ ମାସରେ ଶ୍ରୀନଗରରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କର ଏକ ଅଶ୍ଳୀଳ ସିଡି ପୁଲିସର ହସ୍ତଗତ ହୋଇଥିଲା। ଏଥିରୁ ଶ୍ରୀନଗରରେ ଚାଲିଥିବା ସେକ୍ସ ସ୍କାଣ୍ଡାଲ୍‌ର ପର୍ଦ୍ଦାଫାସ ହୋଇଥିଲା। ଏଥିରେ ବହୁ ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟ କ୍ଷମତାସମ୍ପନ୍ନ ବ୍ୟକ୍ତିମାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡ଼ିଛି। ଏହି ମାମଲାରେ ସିବିଆଇ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନାଁ ମଧ୍ୟ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଥିଲା। ଏହି ମାମଲା ପାଇଁ ଓମାର ଅବଦୁଲ୍ଲା ସେ ଗତ ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଇଥିଲେ। ଏହି ସେକ୍ସ ସ୍କାଣ୍ଡାଲ୍‌ରେ ସମୁଦାୟ ୯ ଜଣ ଅଭିଯୁକ୍ତ ରହିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସବୀନା ଏବଂ ତାଙ୍କ ସ୍ୱାମୀ ଅବଦୁଲ ହମିଦ ବୁଲ୍ଲାଙ୍କର ବିଚାରପ୍ରକ୍ରିୟା ସମୟରେ ହିଁ ମୃତ୍ୟୁ ହୋଇଯାଇଛି। କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଁସର ପଞ୍ଚାୟତର କଙ୍କଡ଼ିଆ ଗାଁରେ ଆଜି ସକାଳୁଏକ ଅଭାବନୀୟ ଘଟଣା ଘଟିଛି। ଭୁବନେଶ୍ୱରରେ ଏକ ମେଡିକାଲ କଲେଜରେ ନର୍ସିଂ ତାଲିମ ନେଉଥିବା ଜଣେ ୨୦ ବର୍ଷୀୟ ଯୁବତୀ ଗତକାଲି ରାତିରେ ଗାଁକୁ ଫେରିବା ପରେ ଆଜି ସକାଳୁ ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରେମଜନିତ କାରଣରୁ ଯୁବତୀଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ଗାଁରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ଯୁବତୀଙ୍କୁ ହତ୍ୟା ପରେ ପୋଡ଼ି ଦିଆଯାଇଥିିବା ନେଇ ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗାଁ ଲୋକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଙ୍କଡ଼ିଆ ଗ୍ରାମର ବ୍ରଜବନ୍ଧୁ ସ୍ୱାଇଁଙ୍କ ଝିଅ ରୁକ୍ମଣୀ ସ୍ୱାଇଁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜ୍‌ରେ ନର୍ସିଂ ଟ୍ରେନିଂ ନେଉଥିଲେ। ସେ ଅଙ୍ଗୁଳେଇ ଗ୍ରାମର କମଳ ଲୋଚନ ଦାଶ ( ୨୪ ବର୍ଷ) ଙ୍କୁ ଭଲ ପାଉଥିଲେ। ତେବେ ଗତକାଲି କମଳଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥଲା। ପରିବାର ଲୋକେ ତାଙ୍କ ଶବ ସଂସ୍କାର କରି ଦେଇଥିଲେ। ଏ ଖବର ପାଇ ଗତକାଲି ରାତିରେ ରୁକ୍ମଣୀ ଗାଁକୁ ଫେରିଥିଲେ। ଗତକାଲିି ରାତିରେ ଘରେ ଚୁପ୍‌ଚାପ ଥିବା ରୁକ୍ମଣୀ ଆଜି ସେକାଳେ ତାଙ୍କ ଘର ପାଖରେ ଥିବାଏକ ଅର୍ଦ୍ଧନିର୍ମିତ ଘର ଭିତରେ ପଶି ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରୁକ୍ମଣୀଙ୍କର ମୃତ୍ୟୁ ଘଟିଛି। ତେବେ ଅନ୍ୟ କେତେକ ଗ୍ରାମବାସୀ ଯୁବତୀଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛନ୍ତି। ଯେହେତୁ ଯୁବତୀ ଜଣକ ଜଳୁଥିବାର କେହି ଦେଖି ନାହାଁନ୍ତି, ଘଟଣା ପଛରେ ଅନ୍ୟ କିଛି ରହସ୍ୟ ଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଏ ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ କିମ୍ବା ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇବାର ବ୍ୟବସ୍ଥା କରି ନାହିଁ। ତେଣୁ ଏହି ଘଟଣା ପଛରେ ଥିବା ରହସ୍ୟ ଅଧିିକ ରହସ୍ୟମୟ ହେବାରେ ଲାଗିଛି। ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜ ଫିଲ୍ମ ଅପେକ୍ଷା ନିଜ ପ୍ରେମ ସଂପର୍କକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ପୂର୍ବରୁ ଆଲିଆ ଏବଂ ପରେ କିଆରାଙ୍କ ସହ ସିଦ୍ଧାର୍ଥଙ୍କ ପ୍ରେମ ସଂପର୍କ ଥିବା ଖବର ଆସିଥିବା ବେଳେ ଏବେ ସେ ଆଉ ଜଣେ ଅଭିନେତ୍ରୀଙ୍କୁ ଡ଼େଟ୍‌ କରୁଥିବା ଜଣା ପଡ଼ିଛି । କିଆରାଙ୍କୁ ଛାଡ଼ି ସେ ଦିଲବର ଗର୍ଲଙ୍କ ପଛରେ ପଡ଼ିଥିବା ଜଣା ପଡ଼ିଛି । ଆଜ୍ଞା ହଁ! ସିଦ୍ଧାର୍ଥ ଏବେ ଦିଲ୍‌ବର ଗର୍ଲ ନୋରା ଫତେହିଙ୍କୁ ଡ଼େଟ୍‌ କରିବା ଆରମ୍ଭ କରିଛନ୍ତି ବୋଲି ସୂଚନା ମିଳିଛି । କିନ୍ତୁ ଏ ଦୁଇ ଲଭ୍‌ ବାର୍ଡ଼ଙ୍କ ଦେଖା କେଉଁଠି ହେଲା ଏବଂ ପ୍ରେମ କେମିତି ହେଲା ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ତେବେ ଦୁହେଁ ନିଜ ସଂପର୍କକୁ ନେଇ କେବେ ସର୍ବ ସମ୍ମୁଖରେ ଖୁଲାସା କରୁଛନ୍ତି ତାହା ଦେଖିବାକୁ ବାକି ରହିଛି । ଅନ୍ୟ ପକ୍ଷରେ ସିଦ୍ଧାର୍ଥ ଏବେ ଫିଲ୍ମ ଜବରିୟା ଯୋଡ଼ିର ସୁଟିଂକୁ ନେଇ ବ୍ୟସ୍ତ ରହିଥିବା ବେଳେ ଏହି ଫିଲ୍ମରେ ତାଙ୍କ ସହ ପରିଣିତି ଚୋପ୍ରା ନଜର ଆସିବେ ବୋଲି ଜଣା ପଡ଼ିଛି । ଉଡାଣ ଭରିବାର କିଛି ସମୟ ପରେ ଇଣ୍ଡିଗୋ ବିମାନରେ ପରିଲକ୍ଷିତ ହେଲା ତ୍ରୁଟି, ଅଳ୍ପକେ ବର୍ତ୍ତିଲେ ୧୭୮ଜଣ ଯାତ୍ରୀ | Sambad ନୂଆଦିଲ୍ଲୀ: କୋଲକାତାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍‌ ବିମାନ ଜରୁରିକାଳୀନ ଅବତରଣ କରିଛି। ରବିବାର କୋଲକାତାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋର ୬ଇ୩୪୫ ବିମାନର ଉଇଣ୍ଡସିଲ୍ଡରେ ତ୍ରୁଟି ହେତୁ ଉଡାଣ ଭରିବାର କିଛି ସମୟ ପରେ ଜୁରୁରୀ ଅବତରଣ କରିଥିଲା। ଏହି ଘଟଣାକୁ ନେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆଙ୍କ କହିବାନୁସାରେ, ଇଣ୍ଡିଗୋର ଏହି ବିମାନ ୧୭୮ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଜରୁରିକାଳୀନ ଅବତରଣ ହେତୁ କୌଣସି ଯାତ୍ରୀଙ୍କୁ କିଛି ଅସୁବିଧା ହୋଇନାହିଁ। ସମସ୍ତଙ୍କୁ ସୁରକ୍ଷିତ ଭାବେ ବିମାନ ବନ୍ଦରରେ ଓହ୍ଲାଇ ଦିଆଯାଇଥିଲା। କୁହାଯାଉଛି କି, ବିମାନଟି ଉଡାଣ ଭରିବାର ୧୫ମିନିଟ୍‌ ପରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଏହାପରେ ବିମାନ ନେତାଜୀ ସୁଭାଷଚନ୍ଦ୍ର ବୋସ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଓହ୍ଲାଇଥିଲା। ଇଣ୍ଡିଗୋ ମୁତାବକ, କୋଲକାତାରେ ସକାଳେ ପାଗ ଖରାପ ହେତୁ ଇଣ୍ଡିଗୋ ବିମାନର ଉଇଣ୍ଡସିଲ୍ଡରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ୍‌ର ପାଳନ କରିବାକୁ ଯାଇ ପାଇଲଟ ବିମାନକୁ ଫେରାଇ ଆଣି ଆଗାମୀ ଯାଞ୍ଚ ପାଇଁ କୋଲକାତା ବିମାନ ବନ୍ଦରରେ ଓହ୍ଲାଇ ଥିଲେ। ଏହାପରେ ଉଇଣ୍ଡସିଲ୍ଡକୁ ପରିବର୍ତ୍ତନ କରି ଯାତ୍ରୀଙ୍କୁ ଅନ୍ୟ ବିମାନକୁ ପଠା ଯାଇଥିଲା।
OSCAR-2019
ଭୁବନେଶ୍ୱର : ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ ଦେଖା ଦେଉଥିବା କିଡ୍‌ନି ରୋଗର ପ୍ରତିକାର ଓ ଚିକିତ୍ସା ପାଇଁ ଖୁବଶୀଘ୍ର ଡାଏଲିସିସ୍‌ ଓ ଆନାଲାଇଜର ମେସିନ୍‌ କାର୍ଯ୍ୟକ୍ଷମ ହେବ। ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍‌ ପକ୍ଷରୁ ଇତିମଧ୍ୟରେ ନରସିଂହପୁର ସିଏଚ୍‌ସି ପାଇଁ ୩ଟି ଡାଏଲିସିସ୍‌ ମେସିନ୍‌ର ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୬ ମସିହାରୁ ଏ ପର୍ଯ୍ୟନ୍ତ ନରସିଂହପୁର ବ୍ଲକ୍‌ରେ ୮୪୧ଜଣ ଓ ବଡ଼ମ୍ବା ବ୍ଲକ୍‌ରେ ୩୩୫ ଜଣ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଦୁଇ ବ୍ଲକ୍‌ର ଗାଁଓ୍ଵାରି ସର୍ବେକ୍ଷଣ କରାଯାଇ ପ୍ରଶାସନ ପକ୍ଷରୁ ଆକ୍ରାନ୍ତମାନଙ୍କୁ ଚିହ୍ନଟ କାର୍ଡ ପ୍ରଦାନ କରାଯାଇଛି। ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। କେଉଁ କାରଣରୁ ଏହି ଦୁଇ ବ୍ଲକରେ ଲୋକମାନେ କିଡ୍‌ନିଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ପ୍ରକୃତ କାରଣ ପାଇଁ ଗବେଷଣା ଜାରି ରହିଛି। ଏହି ଦୁଇ ବ୍ଲକ୍‌ର ୨୭୫ ଜଣ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨ଲକ୍ଷ ୬୦ହଜାର ଟଙ୍କା ସହାୟତା ଜିଲ୍ଲା ପ୍ରଶାସନ ପ୍ରଦାନ କରିଛି। ବୈଠକରେ ବିଧାୟକ ଦେବୀପ୍ରସାଦ ମିଶ୍ର, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଏସ୍‌ସିବିର ପ୍ରଫେସର ଡା.ସି.ଆର କର, ପ୍ରଫେସର ଡା.ସି.ଆର ରାଉତ, ଆରଏମ୍‌ଆରସି ନିର୍ଦେଶିକା ସଂଘମିତ୍ରା ପତି, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି.କେ ବ୍ରହ୍ମା ଓ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କ ସମେତ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ।
OSCAR-2019
୪୮ ଟି ଟ୍ରେନରେ ଯାତ୍ରା କଲେ ଏଣିକି ଯାତ୍ରୀଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ । ଏହିସବୁ ମେଲ ଓ ଏକ୍ସପ୍ରେସ ଟ୍ରେନଗୁଡିକର ଭଡା ବୃଦ୍ଧି କରାଯାଇଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତୀୟ ରେଳବାଇ ଉକ୍ତ ଟ୍ରେନ ଗୁଡିକୁ “ସୁପରଫାଷ୍ଟ” ଟ୍ରେନ ଭାବେ ବିକଶିତ କରିଛି । ଫଳରେ ଏହା ଉପରେ ରେଳବାଇ ଭଡା ପରିମାଣ ବୃଦ୍ଧି ଘଟାଇଛି । ନଭେମ୍ବର ୧ ରୁ ଲାଗୁ ହେଇଥିବା ନୂଆ ସମୟ ସାରଣୀରୁ ଏହା ଜାଣିବାକୁ ମିଳିଛି । ଅନ୍ୟପକ୍ଷରେ ଟ୍ରେନଗୁଡିକୁ “ସୁପରଫାଷ୍ଟ” ଟ୍ରେନ ଭାବେ ଯଦିଓ ବିକଶିତ କରାଯାଇଛି । ଏଗୁଡିକ ଠିକ ସମୟରେ ଚଳାଚଳ କରିବା ନେଇ ଗ୍ୟାରେଣ୍ଟି ନାହିଂ ବୋଲି ଏକ ସୂତ୍ରରୁ ଜଣାଯାଇଛି । ଚଳିତ ଶୀତରୁତୁରେ ସମସ୍ତ ଉତ୍ତରଗାମୀ ଟ୍ରେନ ଚଳାଚଳ ବିଳମ୍ବ ହେବାକୁ ଲକ୍ଷ୍ୟରେ ରଖି ଏହି ନୂଆ ଶୁଳ୍କ ଲାଗୁ କରାଯାଇଛି । ବର୍ତ୍ତମାନ ରାଜଧାନୀ, ଦୁରନ୍ତୋ ଓ ଶତାବ୍ଦୀ ଭଳି ଏକାଧିକ ପ୍ରିମିୟମ ଟ୍ରେନ ସେବା ନିୟମିତ ଭାବେ ବିଳମ୍ବିତ ହେଉଛି । ସୂତ୍ର ମୁତାବକ ସୁପରଫାଷ୍ଟକୁ ପରିବର୍ତ୍ତିତ ହୋଇଥିବା ୪୮ଟି ଟ୍ରେନରେ ଅନ୍ୟ କୌଣସି ନୂତନତ୍ଵ ଅଣାଯାଇନାହିଂ । ଏଥିରେ ଯାତ୍ରୀଙ୍କ ନିମନ୍ତେ ଅନ୍ୟ କୌଣସି ସ୍ଵତନ୍ତ୍ର ସୁବିଧା ମଧ୍ୟ କରାଯାଇନାହିଁ । କିନ୍ତୁ ଯାତ୍ରୀମାନଙ୍କୁ ସ୍ଳିପର ନିମନ୍ତେ ୩୦ ଟଙ୍କା ଅଧିକ ଗଣିବାକୁ ପଡିବ । ସେହିପରି ଦ୍ଵିତୀୟ ଶ୍ରେଣୀ ଓ ତୃତୀୟ ଏସି ନିମନ୍ତେ ୪୫ ଟଙ୍କା ଭଡା ବଢିଥିବା ବେଳେ ଏସି ପ୍ରଥମ ଶ୍ରେଣୀ ନିମନ୍ତେ ଅଧିକ ୭୫ ଟଙ୍କା ଗଣିବେ ଯାତ୍ରୀ । ଏହି ପଦକ୍ଷେପ ଦ୍ଵାରା ରେଳବାଇ ଅତିରିକ୍ତ ୭୦ କୋଟି ଟଙ୍କାର ରାଜସ୍ୱ ଆଯ କରିବ । ଅନ୍ୟପକ୍ଷରେ ୪୮ଟି ଟ୍ରେନକୁ ସୁପରଫାଷ୍ଟରେ ପରିଣତ କରାଯିବା ଫଳରେ ଏହି ପ୍ରକାର ଟ୍ରେନ ସଂଖ୍ୟା ୧,୦୭୨ ରେ ପହଞ୍ଚିଛି ।
OSCAR-2019
ଆପଣ ଜାଣନ୍ତି କି ? ଏହି ସବୁଜ ପରିବା ଟି ଖାଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ | EnewsOdia.Com ଖାଦ୍ୟ ଆମ ଜୀବନର ଏକ ଅପରିହାର୍ଜ୍ୟ ଅଙ୍ଗ । ଖାଦ୍ୟ ବିନା ଜୀବନ ସମ୍ଭବ ନୁହେଁ । ତେବେ କେବଳ ବଞ୍ଚିବା ପାଇଁ ନୁହେଁ , ଶକ୍ତି ପାଇବା ପାଇଁ ଓ ରୋଗଠାରୁ ରକ୍ଷା ପାଇବ ପାଇଁ ମଧ୍ୟ ଆମେ ଅନେକ ଖାଦ୍ୟ ଖାଇଥାଉ । କିଛି ଖାଦ୍ୟ ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ସବୁଜ ପରିବା ସେଥିରୁ ଅନ୍ୟତମ। ଦୈନନ୍ଦିନ ଜୀବନରେ ଆମେ ଅନେକ ପରିବା ଖାଇଥାଉ । ସେଥିମଧ୍ୟରୁ ବାଇଗଣ ଅନ୍ୟତନ । ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ଅଛି। ୮୨ ଗ୍ରାମ୍‌ ବାଇଗଣରେ ୧୧ ପ୍ରତିଶତ ଫାଇବର, ୧୦ ପ୍ରତିଶତ ମାଙ୍ଗାନିଜ, ୫ ପ୍ରତିଶତ ପୋଟାସିୟମ୍‌, ୩.୫ ପ୍ରତିଶତ ଭିଟାମିନ୍ କେ, ୬୩.୫ ପ୍ରତିଶତ ଭିଟାମିନ୍ ବି ଓ ୩ ପ୍ରତିଶତ ଭିଟାମିନ୍‌ ସି ରହିଛି। ଏସବୁ ଭିଟାମିନ୍ ଶରୀର ପାଇଁ ବେଶ୍ ଲାଭଦାୟକ। ପ୍ରତ୍ୟେକ ମନୁଷ୍ୟ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଯତ୍ନଶୀଳ। ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସେମାନେ ଫଳ ଓ ସବୁଜ ପରିବା ଅଧିକ ମାତ୍ରାରେ ଖାଇଥାନ୍ତି। ଏଥିପାଇଁ ବାଇଗଣ ଖାଇବା ଅତି ଲାଭଦାୟକ ହୋଇଥାଏ । କାରଣ ଏଥିରେ ଭିଟାମିନ୍ ସିର ମାତ୍ରା ଅଧିକ ରହିଛି। ବାଇଗଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।
OSCAR-2019
ଭାଙ୍ଗିଗଲା ସ୍ୱପ୍ନ, ଅଧାରେ ରହିଗଲା ବିଧାୟକଙ୍କ ବାହାଘର । ଏଭଳି ଏକ ଘଟଣା ତାମିଲନାଡୁରେ ଦେଖିବାକୁ ମିଳିଛି । ଏଆଇଏଡିଏମକେ ତଥା ଶାସକ ଦଳର ବିଧାୟକ ଏସ୍ ଇଶ୍ୱରନ ବାହା ହେବାକୁ ଯାଇ ହଟାହଟା ହୋଇଛନ୍ତି । ଯାହା ତାମିଲନାଡୁ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ବିଧାୟକଙ୍କ ସହ ଯେଉଁ ଯୁବତୀଙ୍କ ବାହାଘର ଠିକ୍ ହୋଇଥିଲା ସେ ବାହାଘର ପୂର୍ବରୁ ଫେରାର ହୋଇଯିବାରୁ ଏଭଳି ଦୁର୍ଦ୍ଦଶା ଭୋଗିଛନ୍ତି ଇଶ୍ୱରନ । ଘଟଣା ଅନୁଯାୟୀ, ଭବାନୀସାଗରର ୪୩ ବର୍ଷୀୟ ବିଧାୟକ ଏସ୍ ଇଶ୍ୱରନଙ୍କ ବିବାହ ଉକର୍ଣ୍ଣର ୨୩ ବର୍ଷୀୟ ଆର ସନ୍ଧ୍ୟାଙ୍କ ସହ ସ୍ଥିର ହୋଇଥିଲା । ଆଗାମୀ ୧୨ ତାରିଖରେ ଏହି ବିବାହ ଅନୁଷ୍ଠିତ ହୋଇଥାନ୍ତା । ଏଥିପାଇଁ ଉଭୟ ପରିବାରର ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଏପରିକି ବାହାଘର ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଥିଲେ ଉଭୟଙ୍କ ପରିବାର । ଶାସକ ଦଳର ବିଧାୟକ ହୋଇଥିବାରୁ ଏହି ବିବାହ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀ ମାନେ ସହମତି ଦେଇଥିଲେ । କିନ୍ତୁ ବିବାହକୁ ମାତ୍ର ୮ ଦିନ ବାକି ଥିବା ବେଳେ ବିଧାୟକଙ୍କୁ ଲାଗିଥିଲା ଏକ ବଡ ଝଟକା । ବିଧାୟକଙ୍କ ସହ ଯେଉଁ ଏମସିଏ ଗ୍ରାଜୁଏଟ ଯୁବତୀଙ୍କ ବିବାହ ଠିକ୍ ହୋଇଥିଲା ସେ ହଠାତ କେଉଁଆଡେ ଗାଏବ ହୋଇଯାଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯୁବତୀ ଜଣକ ତାଙ୍କ ବୟଫ୍ରେଣ୍ଡ ସହ ଫେରାର ହୋଇଯାଇଛନ୍ତି । ଏପରିକି ଅନ୍ୟ ଗଣମାଧ୍ୟମ ଅନୁଯାୟୀ, ବିଧାୟକ ଓ ଯୁବତୀଙ୍କ ବୟସ ମଧ୍ୟରେ ବଡ ଅନ୍ତର ଥିବାରୁ ଆର୍ ସନ୍ଧ୍ୟା ଖୁସି ନଥିଲେ । ଆଉ ଏହି ଘଟଣା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ବିଧାୟକ ମଧ୍ୟ ସେଠାରେ ବାହା ହେବେନି ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଯୁବତୀଙ୍କ ନିଖୋଜ ଘଟଣା ନେଇ ତାଙ୍କ ମା’ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ, ଶନିବାର ୧୧ଟା ସମୟରେ ଯୁବତୀ ଜଣକ ନିଜ ଭଉଣୀ ଘରକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଭଉଣୀ ଘରେ ନ ପହଞ୍ଚିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ । ଏପରିକି ନିଖୋଜ ହେବା ପରେ ଯୁବତୀଙ୍କ ଫୋନ ମଧ୍ୟ ବନ୍ଦ ରହିଛି । ବିବାହ ପୂର୍ବରୁ ଝିଅ ଫେରାର ହେବାର ଅନେକ ନଜିର ରହିଛି କିନ୍ତୁ ବିଧାୟକଙ୍କ ବିବାହ ପୂର୍ବରୁ ଯୁବତୀ ଜଣକ ଫେରାର ହୋଇଯିବା ଏବେ ତାମିଲନାଡୁରେ ଚର୍ଚ୍ଚାର ବିଷୟ ପାଲଟିଛି ।
OSCAR-2019
ମୋବାଇଲରେ ଟେକ୍ଟ କଲାବେଳେ ବେକକୁ ଅତ୍ୟଧିକ ବଙ୍କାଇବା ଦ୍ୱାରା ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ଜାଣନ୍ତୁ! | EnewsOdia.Com ଆଜିକାଲିର ଯୁବପିଢୀ ଅଧିକ ମାତ୍ରରେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ସବୁବେଳେ ଫୋନକୁ ଉପରେ ନଜର ରଖିଲେ। ଏହା ଆମ ଶରୀର ପାଇଁ ବେଶ କ୍ଷତିକାରକ ହୋଇଥାଏ। ଆଗକୁ ଏଭଳି ଅଭ୍ୟାସ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ସବୁବେଳେ ଫୋନକୁ ଦେଖିବା ଯୋଗୁଁ ମେରୁଦଣ୍ଡର ହାଡ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏହି କାରଣରୁ ଆଜିକାଲି ମୋବାଇଲରେ ଟେକ୍ଟ କଲାବେଳେ ବେକକୁ ଅତ୍ୟଧିକ ବଙ୍କାଇବା ଦ୍ୱାରା ହେଉଥିବା ରୋଗ ଆକ୍ରାନ୍ତ କଲାଣି। ସାଧାରଣ ମଣିଷ ମୁଣ୍ଡର ଓଜନ ୪ କିଗ୍ରାରୁ ୫ କିଗ୍ରା ହୋଇଥାଏ । ମୁଣ୍ଡ ତଳକୁ କରିବା ଲାଗି ବେକ ବଙ୍କାଇବା ସମୟରେ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ମୁଣ୍ଡ ଉପରେ ପଡୁଥିବା ଚାପ ପ୍ରାୟ ୨୭ କିଗ୍ରା ପର୍ଯ୍ୟନ୍ତ ବଢ଼ି ଯାଏ । ଏହା ଦ୍ୱାରା ସର୍ଭାଇକଲ କ୍ଷତିଗ୍ରସ୍ତ ହୁଏ ଯାହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ଶାରୀରିକ ସ୍ଥିତିର ପ୍ରଭାବ ମଣିଷର ମାନସିକତା, ବ୍ୟବହାର ଏବଂ ମସ୍ତିଷ୍କ ଉପରେ ବି ପଡେ । ବାରମ୍ବାର ନଇଁବା ଦ୍ୱାରା ଜଣେ ଅଧିକ ଅବସାଦ ଗ୍ରସ୍ତ ହୋଇପାରନ୍ତି। ଏହି ସମସ୍ୟାରୁ ରକ୍ଷା ପାଇବା ଖୁବ ସହଜ । ସବୁବେଳେ ସିଧା ଭାବେ ଛିଡା ହେବା ଉଚିତ। ସୋସିଆଲ ସାଇକ୍ଲୋଜିଷ୍ଟଙ୍କ ଅନୁସାରେ, କନଫିଡେଣ୍ଟ ପୋଜିସନରେ ଛିଡା ହେବା ଦ୍ୱାରା ଟେଷ୍ଟାଷ୍ଟେରୋନ ଏବଂ କର୍ଟିସଲ ହରମୋନ ସଠିକ ପରିମାଣରେ ପ୍ରବାହିତ ହୋଇପାରେ। ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିବା ସମ୍ଭବ ହୁଏ। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ , ସବୁବେଳେ ଫୋନରେ ବ୍ୟସ୍ତ ରହିବା ଅଭ୍ୟାସ ବାସ୍ତବିକ ଠାରୁ ଦୂରେଇ ନିଏ । ଏଥିସହିତ ଫୋନ ପାଇଁ ମୁଣ୍ଡ ତଳକୁ କରି କଥା କହିବା ମଣିଷର ବାର୍ତ୍ତାଳାପ କୈାଶଳକୁ ବି ଖରାପ କରେ।
OSCAR-2019
କନକ ବ୍ୟୁରୋ : କୋଣାର୍କ ମନ୍ଦିରରେ ଶୋଭା ପାଉଥିବା କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ସୂକ୍ଷ୍ମ କାରୁକାର୍ଯ୍ୟ ହଜିଯାଇ ସେ ସ୍ଥାନରେ ଶୋଭା ପାଇଲାଣି ସାଧା ପଥର । ଲୁହା ରଡ ଭାରାରେ ଘୋଡ଼େଇ ରଖି ବର୍ଷ ବର୍ଷ ଧରି କି ମରାମତି କରାଯାଉଛି କେଜାଣି, ବିଶ୍ୱ ଐତିହ୍ୟସ୍ଥଳୀ ଯେକୌଣସି ମୁହୂର୍ତରେ ପଥରସ୍ତୂପରେ ପରିଣତ ହୋଇଯାଇପାରେ, ଏଭଳି ଆଶଙ୍କା ସୃଷ୍ଟି ହେଲାଣି ହେଲାଣି । ବାର ଶହ ବଢ଼େଇଙ୍କ ନିହାଣ ମୁନରୁ ସୃଷ୍ଟି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରକୁ ବରବାଦ କରିଦେବା ଲାଗି ଏମିତି ଢଙ୍ଗରେ ବଡ଼ ଧରଣର ଷଡ଼ଯନ୍ତ୍ର ମୁଣ୍ଡ ଟେକିଛି । ଗୋଟିଏ କି ଦୁଇଟି ନୁହେଁ, ମୁଖଶାଳାର ୪୦ ପ୍ରତିଶତ କାରୁକାର୍ଯ୍ୟ ହଜିଯାଇ ତା ସ୍ଥାନରେ ସାଧା ପଥରଖଣ୍ଡ ଲଗାଇ ଦିଆଯାଇଛି । ସ୍ଥିତି ଅତ୍ୟନ୍ତ ଗମ୍ଭୀର ଆଡ଼କୁ ଗତି କରୁଥିଲେ ହେଁ କେନ୍ଦ୍ର ଓ ରାଜ୍ୟ ସରକାର ବେଫିକର । ବିଶ୍ୱବାସୀ ଥରୁଟିଏ କୋଣାର୍କ ମନ୍ଦିର ଦେଖିବାର ଆବଶ୍ୟକତା ରହିଛି ବୋଲି ମତ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଓ ତାଙ୍କ ସରକାର କୋଣାର୍କର ଦୁଃସ୍ଥିତି ନେଇ ଥରୁଟିଏ ବି ସମୀକ୍ଷା କରିନାହାନ୍ତି । ଏଏସ୍ଆଇର ମନମାନି, ଦାୟିତ୍ୱହୀନତା ଏବେ ଐତିହ୍ୟକୁ ଇତିହାସ କରିଦେବା ଲାଗି ଯେମିତି ଅଣ୍ଟା ଭିଡ଼ିଛି । ଏଠି ସଂସ୍କୃତିପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ବି ଏଭଳି ଐତିହ୍ୟ କୀର୍ତିରାଜି ନଷ୍ଟଭ୍ରଷ୍ଟ ହେଉଥିବା ଜାଣିଛନ୍ତି। ହେଲେ ନିର୍ବିକାର । କାହାର ଏଥିପ୍ରତି ଖାତିର ନାହିଁ । ଆଉ କିଛି ବର୍ଷ ପରେ କୋଣାର୍କ କେବଳ ପୁସ୍ତକର ଛବି ହୋଇରହିଯିବ । ଯେଉଁ ଓଡ଼ିଶାରୁ ଦ୍ୱିତୀୟ କୋଣାର୍କର ସ୍ବର ଉଠୁଛି, ଆଜି ବି ଗାଁ ଗଣ୍ଡାରେ ହଜାର ହଜାର ଶିଳ୍ପୀ ପଥରରେ ଆକର୍ଷଣୀୟ କଳାକୃତୀ କରିବାର କ୍ଷମତା ରଖିଛନ୍ତି, ସେଠାରେ କୋଣାର୍କରଏଭଳି ଦୁଃସ୍ଥିତି କାହିଁକି ? ଏଏସଆଇ କର୍ତୃପକ୍ଷ କାହା ହାତରେ ବିଶ୍ୱ ପ୍ରସିଦ୍ଧ କୋଣାର୍କର ଐତିହ୍ୟ କୀର୍ତିରାଜି ସୁରକ୍ଷା ଦାୟିତ୍ୱ ଛାଡିଛନ୍ତି ? କେନ୍ଦ୍ର ସଂସ୍କୃତି ଓ ପର‌୍ୟ୍ୟଟନ ବିଭାଗ, ରାଜ୍ୟ ସରକାରଙ୍କ ପର‌୍ୟ୍ୟଟନ ବିଭାଗ, ସର୍ବୋପରି ଉଭୟ ପ୍ରତ୍ନତତ୍ୱ ସଂସ୍ଥା କୋଣାର୍କ ପ୍ରତି ଏତେ ବିମୁଖ ହୋଇଇପଡିଛନ୍ତି କାହିଁକି ? କୋଣାକ ସୁରକ୍ଷା ସମିତି ଅଭିଯୋଗ କରିଛି, ବିଶ୍ୱ ଐତିହ୍ୟ ତାଲିକାରୁ କୋଣାର୍କକୁ ବାଦ ଦେବା ଲାଗି ବିଧିବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଏଏସଆଇର ଅଣଓଡ଼ିଆ ଅଧିକାରୀମାନେ ଓଡ଼ିଆଜାତିର ଏହି କୀର୍ତିରାଜି ପ୍ରତି ବୈମାତୃକ ମନୋଭାବ ପୋଷଣ କରିଚାଲିଛନ୍ତି । ସୂର୍ଯ୍ୟମନ୍ଦିରର ମୁଖଶାଳା ଦିନକୁ ଦିନ ବିପଦସ˚କୁଳ ଅବସ୍ଥାକୁ ଚାଲିଯାଉଛି । ଅବକ୍ଷୟ ଦ୍ରୁତ ଗତିରେ ହେଉଛି ।
OSCAR-2019
କନକ ବ୍ୟୁରୋ : ବୈତରଣୀରେ ବଢୁଛି ବନ୍ୟା । ଉପରମୁଣ୍ଡ ଓ ଅବବାହିକାରେ ଲଘୁଚାପ ଜନିତ ବର୍ଷା କାରଣରୁ ଫୁଲୁଛି ବୈତରଣୀ ନଦୀ । ଆଜି ରାତି କିମ୍ବା ଆସନ୍ତା ସକାଳ ସୁଦ୍ଧା ବୈତରଣୀ ନଦୀରେ ଏକ ବଡ ବନ୍ୟା ଆସୁଥିବା ସୂଚନା ମିଳିଛି । ପାଣି ବଢିବା ପରେ ୪ଟି ଜିଲ୍ଲାକୁ ସତର୍କ କରାଇଛି ଜଳସମ୍ପଦ ବିଭାଘ । ଏହି ଜିଲ୍ଲାଗୁଡିକ ହେଲା ଭଦ୍ରକ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରପଡା । ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଚି । ବନ୍ୟାରେ ଏହି ଜିଲ୍ଲାଗୁଡକର ୧୪ଟି ବ୍ଲକ ପ୍ରଭାବିତ ହେବା ଆଶଙ୍କା ରହିଛି । ସଂପୃକ୍ତ ଅଂଚଳର କ୍ଷେତ୍ର କର୍ମଚାରୀଙ୍କୁ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ନଦୀବନ୍ଧର ଦୁର୍ବଳ, କେନାଲ ବନ୍ଧ ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ଓଡ୍ରାଫ ଓ ଏନଡିଆରଏଫ କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ବୈତରଣୀ ନଦୀର ଆନନ୍ଦପୁର ଠାରେ ବିପଦ ସଙ୍କେତ ୩୮.୩୬ ମିଟର ରହିଛି । ରାତି ୯ଟା ବେଳକୁ ଏଠାରେ ୩୮.୩୬ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିଭଳି ଆଖୁଆ ପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏଠାରେ ଜଳସ୍ତର୧୮.୩୦ ମିଟର ପହଞ୍ଚିଲାଣି । ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ଆନନ୍ଦପୁରରେ ଜଳସ୍ତର ଆଜି ରାତିରେ ୩୮.୭୫ମିଟରକୁ ଛୁଇଁପାରେ। ସେହିଭଳି ଆଖୁଆପଦାରେ ଆସନ୍ତାକାଲି ବିପଦ ସଙ୍କେତ ଠାରୁ ପାଖାପାଖି ଦେଢ ମିଟର ଅର୍ଥାତ୍‌ ୧୯.୨ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେବ। ଏହାର ପ୍ରଭାବରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ଘସିପୁରା, ହାଟଡିହି ବ୍ଲକ, ଯାଜପୁରର କୋରେଇ, ଯାଜପୁର ସଦର, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ଲୋକେ ପ୍ରଭାବିତ ହେବେ। ସେହିଭଳି ବନ୍ୟା କାରଣରୁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ବାସୁଦେବପୁର, ଚାନ୍ଦବାଲି ବ୍ଲକ ଓ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକାରେ ବି ପାଣି ପଶିପାରେ। ଏସବୁ ଅଞ୍ଚଳର କ୍ଷେତ୍ର କର୍ମଚାରୀଙ୍କୁ ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବା ଲାଗି ସଜାଗ ରହିବାକୁ ଏସ୍‌ଆର୍‌ସି ନିର୍ଦେଶ ଦେଇଛନ୍ତି । ବିଶେଷକରି ନଦୀବନ୍ଧର ଦୁର୍ବଳ ତଥା ସମ୍ବେଦନଶୀଳ ଅଞ୍ଚଳ, କେନାଲ ବନ୍ଧ ଉପରେ ସେମାନେ ସତର୍କ ଦୃଷ୍ଟି ରଖିବା ଲାଗି କୁହାଯାଇଛି । ଶ୍ରୀ ସେଠୀ କହିଛନ୍ତି, ଯଦି କେଉଁଠାରେ ପାଣି ପଶେ, ତେବେ ସେଠାରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯିବା ଦରକାର । ସବୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରି ରଖିବା ଲାଗି କୁହାଯାଇଛି । ସେଥିପାଇଁ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତୟନ କରିବାକୁ ନିର୍ଦେଶ ଦିଆଯାଇଛି । ଏହାଭିନ୍ନ ପାଓ୍ଵାର ବୋଟ୍‌ ଓ ଦେଶୀ ଡଙ୍ଗା ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ।
OSCAR-2019
ଆରବିଆଇ ତରଫରୁ ୫୦ ଏବଂ ୧୦୦ ଟଙ୍କିଆ ନୋଟକୁ ନେଇ ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟକର ତଥ୍ୟ । ୧୦୦ ଟଙ୍କିଆ ଜାଲନୋଟ ୩୫ ପ୍ରତିଶତ ଚିହ୍ନଟ ହୋଇଥିବା ବେଳେ ୧୫୪.୩ ପ୍ରତିଶତ ୫୦ ଟଙ୍କିଆ ନୋଟ ଚିହ୍ନ କରାଯାଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, ବିମୂଦ୍ରିକରଣ ପରେ ୨୦୧୭-୧୮ରେ ଜାଲନୋଟ ବଜାରରେ କମ୍ ହୋଇଥିବା ଜଣାପଡିଛି । ତେବେ ୨୦୧୫-୧୬ରେ ୬ଲକ୍ଷ ୩୨ହଜାର ୯୨୬ ଜାଲି ନୋଟ ଧରା ପଡିଥିଲା । ଏବଂ ୨୦୧୬-୧୭ରେ ୭ଲକ୍ଷ ୬୨ହଜାର ୭୨ ଜାଲନୋଟ ଧରାପଡିଥିଲା । ଠିକ ସେହିଭଳି ୨୦୧୭-୧୮ରେ ୫ଲକ୍ଷ ୨୨ହଜାର ୭୮୩ ଜାଲନୋଟ ଚିହ୍ନଟ କରାଯାଇଛି । ଆରବିଆଇ କହିବା ଅନୁସାରେ, ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ୩୧.୪ ପ୍ରତିଶତ ଜାଲନୋଟ କମ ହୋଇଛି । ବ୍ୟାଙ୍କରେ ୫ଶହ ଟଙ୍କିଆ ନୋଟ ୯,୮୯୨ ଏବଂ ୨ହଜାର ଟଙ୍କିଆ ୧୭,୯୨୯ଟି ନୂଆ ଜାଲି ନୋଟ ମିଳିଛି । ବିମୂଦ୍ରାକରଣ ପରେ ୫୦୦ ଏବଂ ୧୦୦୦ଟଙ୍କିଆ ପୁରୁଣା ନୋଟମଧ୍ୟରୁ ୯୯.୩ ପ୍ରତିଶତ ନୋଟ ପୂନର୍ବାର ବ୍ୟାଙ୍କରେ ଜମା ହୋଇପାରିଛି । ଏହା ସତ୍ୱେ ବି ସରକାର ବିମୁଦ୍ରାକରଣରେ ସଫଳତା ହାସଲ କରିଛନ୍ତି । ତେବେ ରିଜର୍ଭ ବ୍ୟାଙ୍କର କହିବା ଅନୁସାରେ, ମାତ୍ର ୧୦,୭୨୦ କୋଟି ପୁରୁଣା ନୋଟ ଫେରି ପାରିନାହିଁ । ଆରବିଆଇ ମୁତାବକ, ପରିସଂଞ୍ଚୟ ହୋଇଥିବା ନୋଟ ରିଜର୍ଭ ବ୍ୟାଙ୍କ ବାହାରେ ଅଛି । ଯାହାକି ୨୦୧୬ ନଭେମ୍ବର ୮ ତାରିଖରେ ହୋଇଥିବା ବିମୂଦ୍ରାକରଣ ପରେ ଜମା ହୋଇଥିବା ହଜାର ଟଙ୍କିଆ ନୋଟ ବିଷୟରେ ସୂଚନା ପ୍ରଦାନ କରେ ।
OSCAR-2019
କୋରାପୁଟ ୨୮-୦୨-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋତାବାଲସା-କେରଣ୍ଡୁଲ(କେକେ) ରେଳ ଲାଇନ ଏବଂ ଉପର କୋଲାବ ଜଳ ଭଣ୍ଡାର ଦ୍ୱାରା ପ୍ରଭାବୀତ କୋରାପୁଟ ବ୍ଲକର ୨, ଲମତାପୁଟର ୪ ଓ ନନ୍ଦପୁର ବ୍ଲକର ଗୋଟିଏ ପଂଚାୟତବାସୀଙ୍କ ସମସ୍ୟାର ସମାଧାନ ପାଇଁ କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ସଗରିଆଙ୍କ ନେତୃତ୍ୱରେ ଜିଲାପାଳ ଅଫିସ ଆଗରେ କଂଗ୍ରେସ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି। ଉପର କୋଲାବ ଜଳଭଣ୍ଡାର ଦ୍ୱାରା କୋରାପୁଟ ବ୍ଲକର ବଡସୁକୁ, ଲଙ୍କାପୁଟ, ଲମତାପୁଟ ବ୍ଲକର କୁମ୍ଭାରଗନ୍ଧଣା, ବନମାଳିପୁଟ, ଟିକରପୋଡା, ଉମ୍ବେଲ ଓ ନନ୍ଦପୁର ବ୍ଲକର ମାଳିବେଲଗାଁ ବିଚ୍ଛିନାଂଚଳ ଭାବେ ପରିଣତ ହୋଇଛି। ୭ଟି ପଂଚାୟତର ପ୍ରାୟ ୩୦ ହଜାର ଲୋକଙ୍କ ଦାବି ପ୍ରତି ସମ୍ମାନ ଦେଇ କଂଗ୍ରେସ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲା। କେରଣ୍ଡୁଲ-କୋତାବାଲସା ରେଳ ଲାଇନର କୋରାପୁଟ-ମାଛକୁଣ୍ଡ ଷ୍ଟେସନ ମଧ୍ୟରେ ଓଭର ବ୍ରୀଜ ନଥିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ୭ଟି କୁସିନ ବ୍ରୀଜ(ରେଳ ଲାଇନ ତଳେ ରାସ୍ତା) ନିର୍ମାଣ କରିବାକୁ ବିଭିନ୍ନ ସମୟରେ ଆନ୍ଦୋଳନ କରା ଯାଇଥିଲା। ଦାବି ଅନୁଯାୟୀ, ରେଳବାଇ କର୍ତୂପକ୍ଷ ୭ଟି କୁସିନ ବ୍ରୀଜ ନିମନ୍ତେ ୨୧ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେବା ପରେ ମୁଖ୍ୟମନ୍ତ୍ରୀ ବ୍ରିଜ ନିର୍ମାଣ ଲାଗି ଆବଶ୍ୟକ ଅର୍ଥ ତୂରନ୍ତ ଦେବାକୁ ଘୋଷଣା କରିଥିଲେ। କିନ୍ତୁ ଏହା ମଧ୍ୟରେ ୬ ମାସ ବିତିଗଲାଣି ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣା ମୂତାବକ ଅର୍ଥ ରେଳବାଇ ବିଭାଗକୁ ଦେଇନଥିବାରୁ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିବା ବିଧାୟକ ସଗରିଆ ଅଭିଯୋଗ କରିଛନ୍ତି। ସେହିପରି କୋଲାବ ଜଳ ଭଣ୍ଡାର ଦ୍ୱାରା ଉପରୋକ୍ତ ୭ଟି ପଂଚାୟତର ଲୋକେ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ବିଭିନ୍ନ କାର୍ଯ୍ୟ ପାଇଁ ଲୋକଙ୍କୁ ଜିଲା ସଦର ମହକୁମାକୁ ଆସିବା ପାଇଁ କୋଲାବ ନଦୀ ଉପରେ ଥିବା ରେଳ ପୋଲ କଡରେ ନିର୍ମିତ ଅଣ ଓସାରିଆ ପାଦଚଲା ରାସ୍ତାରେ ଆସିବାକୁ ପଡୁଛି। ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ମଧ୍ୟ ନଷ୍ଟ ହେଉଛି। ରୋଗୀ କିମ୍ବା ଗର୍ଭବତୀ ମାନଙ୍କୁ କୋରାପୁଟ ହସ୍ପିଟାଲ ନେବାକୁ ହେଲେ ୧୫-୨୦ କିଲୋମିଟର ଦୂରତା ବଦଳରେ ନନ୍ଦପୁର, ସେମିଲସିଗୁଡା ଦେଇ ୭୦-୮୦ କିଲୋମିଟର ଦୂରତା ଅତିକ୍ରମ କରି ଆସିବାକୁ ପଡୁଛି। ତେଣୁ କୋଲାବ ନଦୀ ଉପରେ ଥିବା କୋରାପୁଟ-କୋତାବାଲସା ରେଳ ଲାଇନ ପୋଲ କଡରେ ଆମ୍ବୁଲାନ୍ସ ଯାତାୟତ କରିବା ଭଳି ଏକ ରାସ୍ତା କରିବାକୁ ବହୁ ଦିନରୁ ଦାବି କରା ଯାଉଥିଲେ ମଧ୍ୟ ରାଜ୍ୟ ସରକାର ଓ ରେଳବାଇ ବିଭାଗ ଚୁପ ବସି ରହିଥିବା ବିଧାୟକ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଲମତାପୁଟ ବ୍ଲକର ୪ପଂଚାୟତବାସୀ ବ୍ଲକ ଅଫିସକୁ ଯିବା ନିମନ୍ତେ କୌଣସି ରାସ୍ତା ନଥିବାରୁ ଦେଶୀ ଡଙ୍ଗା ଭରସାରେ ରହିଛନ୍ତି। ପୁରୁଣା ଦଦରା ଦେଶୀ ଡଙ୍ଗାରେ ଲୋକେ ଯାତାୟତ କରୁଥିବାବେଲେ ପ୍ରତିବର୍ଷ ଡଙ୍ଗା ଦୁର୍ଘଟଣାରେ ୪-୫ଜଣ ପ୍ରାଣ ହରାଉଥିବା ବିଧାୟକ ସୂଚନା ଦେଇଛନ୍ତି। ତେଣୁ ସିନ୍ଧିପୁଟ ଘାଟ ନିକଟରେ ଏକ ପୋଲ ନିର୍ମାଣ କରିବାକୁ ବିଧାୟକ ଦାବି କରିଛନ୍ତି। ଅନ୍ୟ ପକ୍ଷରେ କୋରାପୁଟରୁ କାଲଚୁର ମଧ୍ୟରେ ଦେଉଳାରେ ଓଭର ବ୍ରିଜ କରିବା ସହ କୋରାପୁଟ-ଜୟପୁର ରେଳ ଲାଇନର ପୁରୁଣା କୋରାପୁଟ ଓ ମୁଷୁରିଆଗୁଡାରେ କୁସିନ୍ ବ୍ରୀଜ କରିବାକୁ ବିଧାୟକ ଦାବି କରିଛନ୍ତି। ତେବେ ରାଜ୍ୟ ସରକାର ଓ ରେଳବାଇ ବିଭାଗର ନିଷ୍କ୍ରିୟତା ପ୍ରତିବାଦରେ କଂଗ୍ରେସ ଆଜି ଜିଲାପାଳ ଅଫିସ ସମୁଖରେ ଧାରଣ।ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଉଛି, ଏହା ସତ୍ୱେ ମୁଖ୍ୟମନ୍ତ୍ରୀ ଓ ରେଳବାଇ ବିଭାଗ ନଚେତିଲେ ରେଳରୋକ କରାଯିବା ସହ ତୀବ୍ର ଆନ୍ଦୋଳନ କରାଯିବାକୁ ବିଧାୟକ ଚେତାବନୀ ଦେଇଛନ୍ତି। ଦେଢହଜାରରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଓ କଂଗ୍ରେସ କର୍ମୀଙ୍କ ଗହଣରେ ବିଧାୟକ କୋରାପୁଟ ରେଳ ଷ୍ଟେସନରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରିବା ପରେ ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ ଓ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଧାରଣାରେ ପୂର୍ବତନ ବିଧାୟକ ନିମାଁଇ ସରକାର, ବ୍ଲକ ଅଧ୍ୟକ୍ଷା ନମିତା ମାଝି, ପୌର ଅଧ୍ୟକ୍ଷ ଭଗବାନ ବାହିନୀପତି, ପୂର୍ବତନ ଜିଲା ପରିଷଦ ସଦସ୍ୟ ଜଗଦିଶ ଖୋସ୍ଲା, ବ୍ଲକ କଂଗ୍ରେସ ସଭାପତି ବାବୁଲା ବେନ୍ୟା, କଂଗ୍ରେସ ନଗର ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
OSCAR-2019
ସମ୍ବଲପୁର, ୬/୮ (ଓଡ଼ିଆ ପୁଅ) – ସମ୍ବଲପୁର ସହରରେ ବଡ଼ଧରଣର ସଭାସମିତି ପାଇଁ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌର ସନ୍ତରଣାଗାର ନିକଟସ୍ଥ ଏସଡ଼ିଏ ପଡ଼ିଆରେ ପ୍ରସ୍ତାବିତ ୧୦୦୦ ଶଯ୍ୟା ବିଶିଷ୍ଟ ଟାଉନହଲର ନିର୍ମାଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ କରିବ। ଆଗାମୀ ସପ୍ତାହକ ମଧ୍ୟରେ ଏହାର ନିର୍ମାଣ ପାଇଁ ଟେଣ୍ଡର ହାସଲ କରିଥିବା ଯୋଗ୍ୟ ସଂସ୍ଥା ସହିତ ପୂର୍ତ୍ତ ବିଭାଗ ଚୁକ୍ତିନାମା କରିବାକୁ ଯାଉଛି। ୧ ଏକଡ଼ ୧୪ ଡିସିମିଲ ଜମିରେ ବିକଶିତ ହେବାକୁ ଥିବା ଏହି ଟାଉନହଲ ପାଇଁ ୯ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏଥିପାଇଁ ଅନୁଦାନ ମଞ୍ଜୁର କରିଛନ୍ତି। ଏହି ଟାଉନହଲ କମ୍ପ୍ଲେକ୍ସ ଚାରିମହଲା ବିଶିଷ୍ଟ ହେବ। ପ୍ରଥମ ମହଲାରେ ଟାଉନହଲ, ଦ୍ୱିତୀୟ ମହଲାରେ ମାର୍କେଟ ଏବଂ କମର୍ସିଆଲ କମ୍ପ୍ଲେକ୍ସ ରହିବ। ତଳ ମହଲାକୁ କେବଳ ପାର୍କିଂ ପାଇଁ ବ୍ୟବହାର କରାଯିବାକୁ ସ୍ଥିର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ତଳ ଓ ପ୍ରଥମ ମହଲା (ଟାଉନହଲ) ନିର୍ମାଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଦ୍ୱିତୀୟ ମହଲାକୁ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସଡ଼ିଏ) ନିର୍ମାଣ କରିବ। ଏବେ ଏଠାରେ ଥିବା ଦୋକାନଗୁଡ଼ିକୁ ଏହି ଟାଉନହଲ କମ୍ପ୍ଲେକ୍ସ ସମ୍ପୂର୍ଣ୍ଣ ହେବା ଉତ୍ତାରୁ ସ୍ଥାନାନ୍ତର କରାଯିବ। ଏବେ ଏଠାରେ ଥିବା ପଡ଼ିଆର ଚାରିପଟେ ଏସଡ଼ିଏର ୨୭ଟି ଦୋକାନ ରହିଛି। ଏହି ସମ୍ପୂର୍ଣ୍ଣ ପ୍ରକଳ୍ପକୁ ନିର୍ମାଣ ଉତ୍ତାରୁ ଏସଡ଼ିଏ ରକ୍ଷଣାବେକ୍ଷଣ ଏବଂ ପରିଚାଳନା କରିବ। ଗତବର୍ଷ ଅଗଷ୍ଟ ମାସରେ ଏହି ଟାଉନହଲ କମ୍ପ୍ଲେକ୍ସ ପାଇଁ ବିକାଶ ପରିଷଦର ଅଧ୍ୟକ୍ଷ କିଶୋର କୁମାର ମହାନ୍ତି, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲାପାଳ ସମର୍ଥ ବର୍ମା, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୁଖଙ୍କ ଉପସ୍ଥିତିରେ ଭୂମିପୂଜା କରାଯାଇଥିଲା।
OSCAR-2019
କନକ ବ୍ୟୁରୋ : ଆଗ ଗୋଟିଏ ହାତରେ ଟଙ୍କା ଦିଅ, ତାପରେ ବିଲ୍ ନିଅ । ଲାଞ୍ଚ ନଦେଲେ ବିଲ୍ କରିବେ ନାହିଁ ବୋଲି ରୋକ ଠୋକ ବାରଣ କରିଛନ୍ତି ମହିଳା କନିଷ୍ଠ ଯନ୍ତ୍ରୀ । ତେବେ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଲାଞ୍ଚ କାରବାର କ୍ୟାମେରାରେ କଏଦ ହୋଇଛି । ଫାଇନାଲ ବିଲ୍ ପେମେଣ୍ଟ ଲାଗି ୨୦ ହଜାର ଟଙ୍କା ମାଗିଥିଲେ ହେଁ ଅଗ୍ରୀମ ୧୦ ହଜାର ଟଙ୍କା ନେବାର ଚିତ୍ରକୁ କ୍ୟାମେରା କଏଦ କରି ଥିଲେ ଖୋଦ ଠିକାଦାର । ପିସି ନାହିଁ ତ ବିଲ ନାହିଁ । ରାଜ୍ୟ ସରକାରଙ୍କ ପିସି ବନ୍ଦ ନାରା କେତେ କାର୍ଯ୍ୟକାରୀ ତାର ଚିତ୍ର ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ପି.ଭି-୨୨ ନଂ ର କମଲେସ ସର୍ଦାର ନାମକ ଠିକାଦାର ୨୦୧୭ ମସିହାରେ ୧,୪.୫୪୨.୦୦ ଟଙ୍କା ବ୍ୟୟ ଅଟକଳ ମୁଲ୍ୟରେ ୨ଟି ଦୋକାନ ଗୃହ ମରାମତି କାମ ଆରମ୍ଭ କରିଥିଲେ । କାମ ଆରମ୍ଭ କରିବାର ୨ ମାସ ମଧ୍ୟରେ ଶେଷ କରିଥିଲେ କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କାମର ପୁରା ବିଲ୍ ଦିଆଯାଇନାହିଁ । ବିଲ ପାଇଁ ଯନ୍ତ୍ରୀ ମହାଶୟା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କମଲେସ ଯନ୍ତ୍ରୀଙ୍କୁ ୧୦,୦୦୦ ଟଙ୍କା ଦେଲା ପରେ ମଧ୍ୟ ବିଲ ହୋଇପାରୁ ନାହିଁ । ଯନ୍ତ୍ରୀ କହୁଛନ୍ତି ଗୋଟିଏ ହାତରେ ଆଉ ୧୦ ହଜାର ଟଙ୍କା ଦେଇ ଆଉ ଗୋଟିଏ ହାତରେ ବିଲ ନେଇ ଯିବ । ଲାଞ୍ଚ ପାଇଁ ଏପରି ରୋକଠୋକ କହି ଥିବା ବେଳେ କ୍ୟାମେରାରେ କଏଦ ହୋଇଛି କନିଷ୍ଠ ଯନ୍ତ୍ରୀ ସୁନନ୍ଦା କାନୁନଗୋଙ୍କ ପୁରା କାରନାମା । ତେବେ ଏହି ପୁରା ମାମଲାକୁ ଅତି ଚତୁରତାର ସହ ଖଣ୍ଡନ କରିଛନ୍ତି ଯନ୍ତ୍ରୀ ସୁନନ୍ଦା କାନୁନଗୋ, ସେ ଲାଞ୍ଚ ନୁହେଁ ବରଂ ତାଙ୍କ ପାଉଣା ଟଙ୍କା ମାଗି ଥିବା କହିଛନ୍ତି ଯନ୍ତ୍ରୀ ସୁନନ୍ଦା । ତେବେ ଭିଡିଓର କଥା ବାର୍ତାରେ ଜେ.ଇ. ଦିଦିଙ୍କ ପୁରା କାରନାମା ଧରା ପଡିଛି । ରାଜ୍ୟ ସରକାର ପିସିକୁ ନେଇ ଜିରୋ ଟଲେରାନ୍ସର ନାରା ଦେଉ ଥିବା ବେଳେ ସରକାରୀ ଦଫତରରେ ବିଶେଷ କରି ଉପାନ୍ତ ଅଞ୍ଚଳରେ କେମିତି ଜାରି ରହିଛି ପିସି କାରବାର, ଏହା ହୋଉଛି ତାହାର ଏକ ଉଦାହରଣ ମାତ୍ର ।
OSCAR-2019
ନଡିଆ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଆଉ ଏହାର ତେଲକୁ କେବଳ କେଶର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ନଡିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ଅନେକ ଫାଇଦା ମିଳିଥାଏ । ନିକଟରେ ଏକ ପରୀକ୍ଷାରୁ ଜଣାପଡିଛି ନଡିଆ ତେଲ ଏଲଜାଇମର୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ । ଅଲଗା ତେଲ ଅପେକ୍ଷା ନଡିଆ ତେଲରେ କମ୍ ଫ୍ୟାଟ୍ ଥାଏ । ତେଣୁ ଏଥିରେ ପ୍ରସ୍ତୁତ ଖାଦ୍ୟ ଓଜନ କମାଇବାରେ ସାହାଯ୍ୟ କରେ । ଅନେକ ଲୋକ କୁହନ୍ତି ହୃତପିଣ୍ଡ ପାଇଁ ନଡିଆ ତେଲ ଭଲ ନୁହେଁ । କିନ୍ତୁ ଏହି ଧାରଣା ଭୂଲ୍ । ନଡିଆ ତେଲରେ ଲଉରିକ୍ ଏସିଡ୍ ଅଧିକ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଥାଇରଏଡ୍ ରୋଗୀଙ୍କ ପାଇଁ ବହୁ ଉପକାରୀ ନଡିଆ ତେଲ । କାରଣ ଏହି ତେଲ ଥାଇରଏଡକୁ କଣ୍ଟ୍ରୋଲ୍ କରିବାରେ ସାହାଯ୍ୟ କରିଥାଏ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ଇମ୍ୟୁନିଟି ମଜଭୂତ ହେବା ଦରକାର । ଏହି ତେଲରେ ଥିବା ମିନେରାଲ୍ସ ଶରୀରର ଇମ୍ୟୁନିଟି ବଢାଇବା ସହ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
OSCAR-2019
କନକ ବ୍ୟୁରୋ : ପେଟିଏମ ଏକ ଏପରି ଆପ ଯାହାକୁ ବର୍ତମାନ ସମୟରେ ପ୍ରାୟତଃ ସାରା ଦେଶର ଜନସାଧାରଣ ବହୁଳ ଭାବରେ କରୁଛନ୍ତି ବ୍ୟବହାର । ବିଲ ଦେବାଠାରୁ ଆରମ୍ଭ କରି ଅନଲାଇନରେ ସପିଂ କରିବା ପର୍ଯ୍ୟନ୍ତ ଅନେକ କାମ ଏହାରି ମାଧ୍ୟମରେ ହିଁ ଲୋକମାନେ କରନ୍ତି । ଏହାରି ମାଧ୍ୟମରେ ହେଉଥିବା ପେମେଣ୍ଟର ମୁଖ୍ୟ କାରଣ ହେଉଛି ଯେ, ଏହାକୁ ବ୍ୟବହାର କଲେ ଗ୍ରାହକଙ୍କୁ ଅନେକ ପ୍ରକାର ଅଫର ମିଳୁଛି । ତେଣୁ ଦିନକୁ ଦିନ ଏହାର ବ୍ୟବହାର ପରିମାଣ ବଢିବାରେ ଲାଗିଛି । ଏହା ମାଧ୍ୟମରେ କେବଳ ସାମଗ୍ରୀ ନୁହେଁ ବରଂ ସୁନା ନେଣଦେଣ ମଧ୍ୟ କରିହେବା ଜଣାପଡିଛି । ବର୍ତମାନ ସମୟରେ ଦେଶରେ ଅନେକ ଯୁବକ ଏହାରି ମାଧ୍ୟମରେ ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି । ଯଦି କୌଣସି ବ୍ୟବସାୟୀଙ୍କର ବେପାର କମିଯାଇଛି ତେବେ ପେଟିଏମ ସାହାଯ୍ୟରେ ସେ ବେପାର ମଧ୍ୟ ବଢାଇପାରିବ । ପେଟିଏମର ଏଜେଣ୍ଟ ମଧ୍ୟ ରହିଥିବା ସୂଚନା ମିଳିଛି । ଯଦି ଆପଣ ରୋଜଗାର କରିବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଏହାରି ମାଧ୍ୟମରେ ଅତି ସହଜରେ ଟଙ୍କା କମାଇପାରିବେ । କେବଳ ଏତିକି ନୁହେଁ ବରଂ ଏଥିରେ ନିଜର ଜିନିଷ ବିକ୍ରି କରିବାର ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ରହିଛି । ଆଜାକାଲି ସମୟରେ ବିଭିନ୍ନ ପ୍ରକାର ଅନଲାଇନ ମାଧ୍ୟମରେ ବେପାର ହେବା ଆରମ୍ଭ ହେଲାଣି । ତେଣୁ ଅଳ୍ପ ପରିଶ୍ରମରେ ଅଧିକ ଲାଭ ହୋଇପାରିବ ବୋଲି କେତେକ ବ୍ୟବସାୟୀ ମତ ଦେଇଛନ୍ତି ।
OSCAR-2019
ରାଜ୍ୟ ପ୍ରଶାସନିକ ସେବା ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସାଧାରଣ ଜନତାଙ୍କ ଭାବାବେଗ ପ୍ରତି ଯଥେଷ୍ଟ ସମ୍ବେଦନଶୀଳ ହେବା ଉଚିତ । ସଭାପତି ସରୋଜ କୁମାର ସାମଲ ମତରେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାରେ ୪ ସଚିବ ଏବଂ ୧୫ ଜିଲ୍ଲାପାଳ ପଦବି ଓଏଏସ୍‌ ଅଧିକାରୀମାନଙ୍କ ନିମନ୍ତେ ସଂରକ୍ଷିତ ରହିବ ପାଇଁ ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଘର ନବନିର୍ବାଚିତ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ମନୋଜ ସ୍ୱାଇଁ, ଶାନ୍ତନୁ ମହାନ୍ତି, କୈଳାସ ଚନ୍ଦ୍ର ଦାସ, ଆଶିଷ କୁମାର ଜେନା, ଅନୀତା ପଣ୍ଡା, ବିନୋଦ ପଣ୍ଡା ଓ ଅମ୍ବିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
OSCAR-2019
ଆଜିକା ଦିନରେ ବିଜ୍ଞାନ ଏତେ ଅଗ୍ରଗତି କଲାଣି ଯେ ସବୁକିଛି ହାତ ପାହାନ୍ତାରେ ମିଳିଯାଉଛି । ଅସମ୍ଭବ ସମ୍ଭବ ହେଲାଣି । ଆଗରୁ ଯାହା ସ୍ୱପ୍ନ ଲାଗୁଥିଲା ଏବେ ସେସବୁ ଆମ ପାଖରେ ଅତି ସହଜରେ ଉପଲବ୍ଧ ହୋଇପାରୁଛି । ହାତପାହାନ୍ତାରେ ମିଳି ଯାଉଛି ସବୁ ବିଳାସବ୍ୟସନର ଜିନିଷ । ଏପରିସ୍ଥଳେ ବିଜ୍ଞାନ ଯୋଗୁଁ ଡିଜାଇନର ଶିଶୁ ଜନ୍ମ ନେବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ Keòପାରେ ସତ କିନ୍ତୁ ଏଦିଗରେ କାର୍ଯ୍ୟ ଆରମ୍ଭ ହୋଇ ସାରିଛି ଆମେରିକା । ପ୍ରଥମ ଥର ପାଇଁ ଆମେରିକାରେ ଜେନେଟିକାଲ ମଡ଼ିଫାଏଡ଼ ମାନବ ଭୃଣ ବିକଶିତ କରାଯାଇଛି । ଡିଜାଇନର ଶିଶୁ ଜନ୍ମ କରିବା ଦିଗରେ ଏହା ଏକ କ୍ରାନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିପ୍ରତି ଆମେରିକା ନେଇଛି ପ୍ରଥମ ପଦକ୍ଷେପ । ଏନଡ଼ିଟିଭିରେ ଡିଜାଇନର ଶିଶୁ ସମ୍ଭାବନା ବିଷୟରେ ଆଲୋଚନା କରାଯାଇଛି । ବିଗତ ବର୍ଷ ଚୀନ ମଧ୍ୟ ଏନେଇ ଚେଷ୍ଟା କରି ସାରିଛି । ବୈଜ୍ଞାନିକମାନେ ମାନବ ଭୃଣକୁୁ ବଦଳ।ଇବା ପାଇଁ ସିଆରଆଇଏସପିଆର ନାମକ ଏକ ନୂତନ ଜ୍ଞାନକୌଶଳର ବ୍ୟବହାର କରିଛନ୍ତି, ଯାହା ଜିନକୁ କଟା କଟି କରିପାରିବ । ଆଉ ଏହି ପ୍ରକିୟାରେ ଦୃଦଘାତର କାରଣ ହେଉଥିବା ଜିନକୁ ହଟାଇ ଦିଆଯାଇ ପାରିବ । ତେବେ ଏନେଇ ନୈତିକତା ସହ ଯୋଡ଼ିି ହେଉଥିବା ଅନେକ ପ୍ରଶ୍ନ ଉଠିପାରେ । କିନ୍ତୁ ଏବେ ପର୍ଯ୍ୟନ୍ତ ପରୀକ୍ଷା ଜାରି ରହିଥିଲେ ମଧ୍ୟ ମାନବ ଭୃଣକୁ ମାନବ ଭିତରେ ରୋପଣ କରାଯାଇ ନାହିଁ । ଡିଜାଇନର ଶିଶୁ ପାଇଁ ବ୍ୟବହୃତ ହେଉଥିବା କୋଷିିକା ଗୁଡ଼ିକ ସାଧାରଣ କୋଷ ନୁହଁ । ଆମେରିକା ପ୍ରଥମ ଥର ପାଇଁ ଜେନେଟିକାଲି ବିକଶିତ କରାଯାଇଥିବା ମାନବ ଭୃଣ ପ୍ରସ୍ତୁତ କରୁଛି । ଚୀନ, ଦକ୍ଷିଣ କୋରିଆ ଓ ଆମେରିକାର ବୈଜ୍ଞାନିକ ମାନଙ୍କର ଏକ ଟିମ୍ ଏହି ମାମଲା ପାଇଁ ପରୀକ୍ଷା ଜାରି ରଖିଛନ୍ତି । ଯେଉଁ ଜିନ ହୃଦୟର ପରସ୍ତକୁ ମୋଟା କରି ଦୃଦଘାତର ଆଶଙ୍କା ବଢ଼ାଇଥାଏ ତାକୁ ହଟାଯାଇ ପାରିବ କି ନାହିଁ ସେମାନେ ପରୀକ୍ଷା ଚଳାଇଛନ୍ତି । ଏହି ଟିମର ଜଣେ ସଦସ୍ୟ ଭାରତୀୟ, ତାଙ୍କ ଜନ୍ମ କାଶ୍ମୀରରେ ଯିଏ ଦିଲ୍ଲୀରେ ନିଜର ପାଠପଢ଼ା ପୁରା କରିଥିଲେ । ପରେ ଆମେରିକା ଚାଲି ଯାଇଥିଲେ । ବର୍ତ୍ତମାନ ସମୟରେ ଗାଇଡ଼ ଲାଇନ ଅନୁସାରେ ଏହି ପ୍ରକିୟାକୁ ଅନୁମତି ଦିଆଯାଇ ନାହିଁ କି ଏହି ଜିନକୁ କେଉଁଠି ରୋପଣ କରାଯିବ । କାରଣ ଏହାଦ୍ୱାରା ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଏଇଠି ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି କ’ଣ ମଣିଷ ଭଗବାନ ହେବା ପାଇଁ ପ୍ରସ୍ତୁତ ? କନକ ବ୍ୟୁରୋ : +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ନିୟମିତ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆସନ୍ତା ୧୬ ତାରିଖରୁ ହେବ । ନଭେମ୍ବର ୧୬ରୁ ୨୬ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ । ନଭେମ୍ବର ୧୭ରୁ ୨୭ ମଧ୍ୟରେ ଫି’ ଜମା କରିବାକୁ ପଡ଼ିବ । ସେହିପରି ଯେଉଁମାନେ ଏହି ସମୟରେ ଫର୍ମ ପୂରଣ ନକରିପାରିବେ ସେମାନେ ନଭେମ୍ବର ୨୭ରୁ ୩୦ତାରିଖ ମଧ୍ୟରେ ୫୦ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ । ନଭେମ୍ବର ୨୮ରୁ ଡିସେମ୍ବର ୧ ମଧ୍ୟରେ ଫି’ ଜମା କରିବେ । ଏହି ସମୟ ମଧ୍ୟରେ ଯେଉଁମାନେ ଫର୍ମ ପୂରଣ କରିନଥିବେ ସେମାନେ ଡିସେମ୍ବର ୧ରୁ ୪ମଧ୍ୟରେ ୩୫୦ଟଙ୍କା ଫି’ ଦେଇ ଫର୍ମ ପୂରଣ କରିପାରିବେ । ଡିସେମ୍ବର ୩ରୁ ୫ ମଧ୍ୟରେ ଫି’ ଜମା କରିବାକୁ ପଡ଼ିବ । ଏହି ଅବଧି ମଧ୍ୟରେ ଯେଉଁମାନେ ଫର୍ମ ପୂରଣ ନକରିପାରିବେ ସେମାନଙ୍କୁ ଆଉ ଫର୍ମ ପୂରଣ କରିବାର ସୁଯୋଗ ମିଳିବନି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁଯାୟୀ, ଚଳିତବର୍ଷ ଫର୍ମ ପୂରଣ ଫି’ ୫୨୦ଟଙ୍କା ରଖାଯାଇଛି । ଏହାବାଦ୍ ବିଳମ୍ବରେ ଫର୍ମ ପୂରଣ କରୁଥିବା ଛାତ୍ରଛାତ୍ରୀ ଉପରୋକ୍ତ ଜରିମାନା ଦେବେ । ସେହିପରି ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୨୦ଟଙ୍କା, ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ବିଷୟ ପିଛା ୨୦ଟଙ୍କା, ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଅତିରିକ୍ତ ୫୦୦ଟଙ୍କା ଦେବାକୁ ପଡ଼ିବ । ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ୨୦୧୫-୧୬ ମସିହା ପରେ ମାନ୍ୟତା/ସ୍ବୀକୃତି ପାଇଥିବ ସେଠାରେ ପ୍ରତି ଛାତ୍ର/ଛାତ୍ରୀ ପିଛା ଅତିରିକ୍ତ ୫୦ଟଙ୍କା ଦେବାକୁ ପଡ଼ିବ ।
OSCAR-2019
ଭୁବନେଶ୍ୱର: ଓଲିଉଡରେ ଏବେ ସବୁଠାରୁ ଅଧିକ ସିନେମାରେ ଅଭିନୟ କରୁଥିବା ନାୟିକା କିଏ ବୋଲି ପ୍ରଶ୍ନ କଲେ, ନିଶ୍ଚିତ ଭାବେ ଉତ୍ତର ମିଳିବ ଗୋଟିଏ ନାଆଁ। ଏହି ନାଆଁ ଟି ହେଲା ଏଲିନା ସାମନ୍ତରାୟ। ହଁ ଏଲିନାଙ୍କ ହାତରେ ଫିଲ୍ମ ପରେ ଫିଲ୍ମର ଅଫର୍‌। ଏଇ ଦେଖୁନାହାନ୍ତି, ଏ ବର୍ଷର ପ୍ରଥମ ସାତ ମାସ ଭିତରେ ଏଲିନାଙ୍କର ତିନି ତିନିଟା ଓଡ଼ିଆ ସିନେମା ରିଲିଜ୍‌ ହୋଇସାରିଲାଣି। ଅନ୍ୟ କୌଣସି ଟପ୍‌ ହିରୋଇନଙ୍କ କ୍ଷେତ୍ରରେ ତାହା ଘଟି ନାହିଁ। ହଁ ,ଏଲିନାଙ୍କ ଅଭିନୀତ, ‘ହାପି ଲକି’,‘ଫୋର୍‌ ଇଡିଅଟ୍‌ସ’ ଓ ‘ଟୋକାଟା ଫସିଗଲା’ ମୁକ୍ତିଲାଭ କରିଛି। ଏବେ ଏଲିନାଙ୍କ ହାତରେ ରହିଛି ଏକ ନୂଆ ସିନେମା। ରତ୍ନା ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାରେ ଏଲିନାଙ୍କୁ ମିଳିଛି ପୁଣି ଏକ ମନପସନ୍ଦର ଭୂମିକା। ଏଲିନାଙ୍କ ଅନୁଯାୟୀ ଏଥିରେ ତାଙ୍କ ଚରିତ୍ରଟି ଏକଦମ୍‌ ରୋମାଣ୍ଟିକ୍‌। ଜଣେ ଯୁବତୀ ଯେଉଁ ଭଳି ସୁନ୍ଦର ଯୁବକଙ୍କୁ ନିଜର ଜୀବନ ସାଥୀ ବା ମନର ମଣିଷ ଭାବେ ଗ୍ରହଣ କରିବାକୁ ଚାହେଁ। ସେଭଳି ଯୁବକ ତାଙ୍କୁ ମିଳିଯାଇଛନ୍ତି। ଜଣେ ହ୍ୟାଣ୍ଡସମ୍‌ ଯୁବକର ପ୍ରେମରେ ପଡିଲା ପରେ ଯୁବତୀର ଜୀବନରେ କିଭଳି ସବୁ ଘଟଣା ଘଟେ, ତାହା ସିନେମାର ମୁଖ୍ୟ ପ୍ରସଙ୍ଗ। ତେବେ ଏହି ସିନେମାରେ ଅରିନ୍ଦମ୍‌ ଓ ଏଲିନାଙ୍କ ରୋମାନ୍ସ ସାଙ୍ଗକୁ ଜବରଦସ୍ତ ଆକ୍ସନ ଓ କମେଡି ଅଛି ବୋଲି ନିର୍ଦ୍ଦେଶକ ଜ୍ୟୋତି ଦାସ ସୂଚନା ଦେଇଛନ୍ତି। ରତ୍ନା ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଆଗାମୀ ଗଣେଶ ପୂଜା ଅବସରରେ ରିଲିଜ୍‌ ହେବ ବୋଲି କୁହାଯାଉଛି। ଏଥିରେ ଏଲିନା ପୁଣି କମାଲ୍‌ ଦେଖାଉଛନ୍ତି କି ନା, ତାହା ଫିଲ୍ମ ରିଲିଜ୍‌ ହେବା ପରେ ଜଣାଯିବ।
OSCAR-2019
ଫେସ୍‌ବୁକ୍‌ରୁ ତଥ୍ୟ ଚୋରି ଘଟଣାକୁ ନେଇ ବିଶ୍ୱବ୍ୟାପୀ ଏହାର ବ୍ୟବହାରକାରୀ ବା ୟୁଜର୍‌ମାନେ ସଂଶୟ ମଧ୍ୟରେ ରହିଥିବା ବେଳେ କମ୍ପାନୀ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରାଯାଇଛି। ଏଭଳି ତଥ୍ୟ ଚୋରି ଦ୍ୱାରା ୫.୬ ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟ ପ୍ରଭାବିତ ହୋଇଛନ୍ତି ବୋଲି ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି। ବିଶ୍ୱର ମୋଟ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରଭାବିତ ଭାରତୀୟ ୟୁଜର୍‌ଙ୍କ ସଂଖ୍ୟା ମାତ୍ର ୦.୬% ବୋଲି ଫେସ୍‌ବୁକ୍‌ ସଫେଇ ଦେବାକୁ ଉଦ୍ୟମ କରିଛିି। ‘କେମ୍ବ୍ରିଜ୍‌ ଆନାଲିଟିକା’କୁ ବେଆଇନ ଭାବେ ବିଶ୍ୱର ୮୭ ଲକ୍ଷ ୟୁଜର୍‌ଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ଚୋରି କରିଥିବା ନେଇ ଆଜି ଖୋଦ୍‌ ଫେସ୍‌ବୁକ୍‌ ସିିଇଓ ମାର୍କ ଜୁକରବର୍ଗ ସ୍ୱୀକାର କରିଛନ୍ତି। ଏମାନଙ୍କ ମଧ୍ୟରେ ୫ଲକ୍ଷ ୬୨ ହଜାର ୧୨୦ ଜଣ ଭାରତୀୟଙ୍କର ମଧ୍ୟ ତଥ୍ୟ ରହିଥିବା ଜଣାପଡ଼ିଛି। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ମନସ୍ତତ୍ୱବିତ୍‌ ପ୍ରଫେସର ଡ.ଆଲେକଜାଣ୍ଡାର କୋଗାନ୍‌ଙ୍କ ଗ୍ଲୋବାଲ ସାଇନ୍ସ ରିସର୍ଚ ନାମକ ଏକ କମ୍ପାନି ମାଧ୍ୟମରେ କେମ୍ବ୍ରିଜ ଆନାଲିଟିକା ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କୁ ସ୍ୱତନ୍ତ୍ର ଆପ୍‌ ଇନ୍‌ଷ୍ଟଲ କରିବା ପାଇଁ ପ୍ରବର୍ତ୍ତାଇଥିଲା। ଏହି ତାଲିକାର ସର୍ବାଗ୍ରେ ଆମେରିକା ରହିଥିବା ବେଳେ ମୋଟ ତଥ୍ୟଚୋରିର ପ୍ରାୟ ୮୧ ପ୍ରତିଶତ ଅର୍ଥାତ୍‌ ୭ କୋଟି ଆମେରିକୀୟ ଲୋକଙ୍କ ତଥ୍ୟ ଚୋରି ହୋଇଛି। ବ୍ରିଟିଶ୍‌ କନ୍‌ସଲଟାନ୍ସି ଭାରତର ବିଭିନ୍ନ ରାଜନୈତିକ ଦଳକୁ ପ୍ରଚାର ନିମନ୍ତେ ଜାତି ସମ୍ବନ୍ଧୀୟ ସମୀକ୍ଷାମୂଳକ ସୂଚନା ପ୍ରଦାନ କରୁଥିବା ଅଭିଯୋଗ ହୋଇଥିଲା। ଏହି କନ୍‌ସଲଟାନ୍ସିର ମୂଳ କମ୍ପାନୀ ‘ଷ୍‌ଟ୍ରାଟେଜିକ୍‌ କମ୍ୟୁନିକେଶନ୍‌ ଲିମିଟେଡ୍‌ (ଏସ୍‌ସିଏଲ୍‌)’ ୨୦୦୩ରୁ ୨୦୧୨ ମଧ୍ୟରେ ଭାରତର ୬ଟି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନ ପାଇଁ ରାଜନୈତିକ ପରିବେଶ ଏବଂ ପରିସ୍ଥିତି ସମ୍ବନ୍ଧରେ ଅନୁଧ୍ୟାନ କରିଥିଲା ଏବଂ ବିଜେପି, କଂଗ୍ରେସ ଓ ଜେଡି(ୟୁ) ‘କେମ୍ବ୍ରିଜ୍‌ ଆନାଲିଟିକା’ର ଗ୍ରାହକ ଥିଲେ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା। ଏଭଳି ତଥ୍ୟ ଚୋରି ପାଇଁ ଫେସ୍‌ବୁକ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତ ମାସରେ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କଡ଼ା ଚେତାବନୀ ଦେଇଥିଲେ। ଏଥିସହ ଫେସ୍‌ବୁକର ସିଇଓ ମାର୍କ ଜୁକରବର୍ଗଙ୍କୁ ସମନ ଜାରି କରାଯାଇଥିଲା। ଏହି ମାମଲାରେ ଜୁକରବର୍ଗଙ୍କୁ ଆସନ୍ତା ସପ୍ତାହରେ ଆମେରିକା କଂଗ୍ରେସ ନିକଟରେ ହାଜର ହେବାକୁ ପଡିବ। ଏହା ପୂର୍ବରୁ ସେ ଅନୁତାପ କରିଛନ୍ତି। ତୃତୀୟ ପାର୍ଟିକୁ ତଥ୍ୟ ପ୍ରଦାନ କରିବା କମ୍ପାନୀର ବହୁତ ଭୁଲ୍‌ ଥିଲା ବୋଲି ସେ କହିଛନ୍ତି।
OSCAR-2019
କନକ ବୁରୋ: ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ ଗଡ଼ କରିଥିବା ବିଜେଡ଼ି ଦଳକୁ ଟକ୍କର ଦେବେ ବହିଷ୍କୃତ ବିଜେଡି ବିଧାୟକ ଦାମଦୋର ରାଉତ । ଆଉ ଦଳରୁ ବିଦା ହେବା ପରେ ଅନେକ ସମୟରେ ମନ୍ତବ୍ୟ ରଖୁଛନ୍ତି ଯେ ବିଜୁ ପଟ୍ଟନାୟକଙ୍କ ନାଁରେ ଗଢ଼ିବେ ନୂଆ ଦଳ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କାରଣ… କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ପ୍ରତ୍ୟେକ ଦଳ ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ କଲେଣି । କଂଗ୍ରେସ ଆଗୁଆ କିଛି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବିଜେପି ନିଜକୁ ଆହୁରି ସଙ୍ଗଠିତ କରୁଛି । ଆଉ ଏସବୁ… କନକ ବ୍ୟୁରୋ: ଝାଉଁଳି ଗଲେଣି ଅଭିଜିତ ଆୟାର ମିତ୍ର । ଏକଥା ଆମେ କହୁନୁ ବରଂ ଓଡ଼ିଶାର ସବୁ ଜାଗାରେ ଏମିତିକି ଗାଁ ଗହଳିରେ ଆୟାରଙ୍କୁ ନେଇ ଚାଲିଛି ଚର୍ଚ୍ଚା । ଗତ କିଛି ମାସ ତଳେ ଓଡ଼ିଶାର କଳା ସଂସ୍କୃତି ଏବଂ ଓଡ଼ିଶାର ବିଧାୟକମାନଙ୍କ ଉପରେ ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ଗତ ଅକ୍ଟୋବର ମାସ… ବିମାନବନ୍ଦର ନାଁ ବଦଳିଲା ପରେ ଚର୍ଚ୍ଚା : କିଏ ନେବ ଶ୍ରେୟ, ‘ହାତ’ ଛାଡ଼ି ଶଙ୍ଖ ଧରିବେ କି ଝାରସୁଗୁଡ଼ା କଂଗ୍ରେସ ବିଧାୟକ… କନକ ବ୍ୟୁରୋ: ଗତ ୧ ତାରିଖ ଦିନ କେନ୍ଦ୍ର କ୍ୟାବିନେଟର ମୋହର ବାଜିବା ପରେ ଝାରସୁଗୁଡ଼ା ବିମାନବନ୍ଦରର ନାମ ପରିବର୍ତ୍ତନ କରାଯାଇ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନାମରେ ନାମିତ କରାଗଲା । ଆଉ ବିମାନବନ୍ଦର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ । ବାସ୍…
OSCAR-2019
ଆତଙ୍କର ଝଡତୋଫାନ : ଦିଲ୍ଲୀ, ହରିୟାଣା ସହ ୟୁପି ଓ ରାଜସ୍ଥାନରେ ଧୂଳିଝଡ ସହ ବର୍ଷା । ବିଜୁଳି ଠପ୍, ଆଜି ଝଡବର୍ଷା ସହ କୁଆପଥର ମାଡ ଆଶଙ୍କା କନକ ବ୍ୟୁରୋ : ଉତ୍ତର ଭାରତରେ ତାଣ୍ଡବ ମଚାଇବା ପରେ ପୁଣି ଫେରିଛି ଝଡ ତୋଫାନ । ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ପୁଣି ହୋଇଛି ଭୟଙ୍କର ଝଡତୋଫାନ । ଦିଲ୍ଲୀ ଏନସିଆର, ନୋଏଡା, ଗାଜିଆବାଦ ସମେତ ଅନେକ ଅଂଚଳରେ ପ୍ରବଳ ଧୂଳିଝଡ ହୋଇଛି । ହରିୟାଣା ପଟୁ ଆସିଥିବା ଏହି ଝଡତୋଫାନର ବେଗ ଘଂଟା ପ୍ରତି ପ୍ରାୟ ୭୦ କିଲୋମିଟର ରହିଥିଲା । ଦିଲ୍ଲୀରେ ଝଡ ତୋଫାନ ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୯ଟି ବିମାନ ପ୍ରାୟ ୨୨ ମିନିଟ ବିଳମ୍ବରେ ଉଡାଣ ଭରିଥିବା ସୂଚନା ମିଳିଛି । ଗୁରୁଗ୍ରାମରେ ପ୍ରବଳ ବେଗରେ ଝଡ ତୋଫାନ ଫଳରେ ବଡ ବଡ ଗଛ ଉପୁଡି ପଡିବା ଯୋଗୁ ବିଦ୍ୟୁତ ସରବରାହ ଠପ ହୋଇପଡିଛି । ଗ୍ରେଟର ନୋଏଡା, ଦାଦ୍ରି ଅଂଚଳରେ ପ୍ରବଳ ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ମାରିଛି । ଗାଜିଆବାଦ ଓ ନୋଏଡାରେ ସବୁ ସ୍କୁଲ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଝଡତୋଫାନର ପ୍ରଭାବ ଦେଖିବାକୁ ମିଳିଛି । ମେରଠରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ସେପଟେ ରାଜସ୍ଥାନର ବିଭିନ୍ନ ଅଂଚଳରେ ମଧ୍ୟ ପ୍ରବଳ ଧୂଳିଝଡ ହୋଇଛି । ସିକର, ଝୁନଝୁନୁ ଓ ବିକାନେର ଅଂଚଳରେ ପ୍ରବଳ ବେଗରେ ଧୂଳି ଝଡ ସହ ବର୍ଷା ହୋଇଛି । ପାକିସ୍ତାନ ପଟୁ ଧୂଳିଝଡ ରାଜସ୍ଥାନର ବିକାନେର ସୀମାକୁ ପ୍ରବେଶ କରିବା ପରେ ଚାରିଆଡେ ଅନ୍ଧାର ଦେଖା ଯାଇଥିଲା । ବାରମେର, ଯୋଧପୁର, ଜୈସଲମେର, ନାଗୋର ଏବଂ ଧୋଲପୁରରେ ଝଡର ପ୍ରଭାବ ଦେଖିବାକୁ ମିଳିଛି । ରାଜସ୍ଥାନର ହନୁମାନଗଡ ଓ ଚୁରୁ ଅଂଚଳରେ ଝଡତୋଫାନ ନେଇ ସତର୍କ ସୂଚନା ଜାରି କରା ଯାଇଛି । ପୂରା ରାଜ୍ୟରେ ୪୮ ଘଂଟିଆ ଆଲର୍ଟ ଜାରି ହୋଇଛି । ଆଜି ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଦିଲ୍ଲୀରେ ୫୦ କିଲୋମିଟର ବେଗରେ ପବନ ବହିବା ସହ ଧୂଳିଝଡ ହେବ । ସାଢେ ୫ଟା ସୁଦ୍ଧା ଝଡର ବେଗ ଅତିପ୍ରବଳ ରହିପାରେ ବୋଲି ବୋଲି ପାଣିପାଗ ବିଭାଗ କହିଛି । ଝଡ ତୋଫାନ ନେଇ ଦିଲ୍ଲୀ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଜରୁରୀକାଳୀନ ସହାୟତା ପାଇଁ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସେହିପରି ହରିୟାଣାରେ ମଧ୍ୟ ଝଡ ତୋଫାନ ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରୀୟ ପାଣିପାଗ କାର୍ଯ୍ୟାଳୟର ସତର୍କ ସୂଚନା ଅନୁଯାୟୀ ୧୩ଟି ରାଜ୍ୟରେ ହେବ ଘଡଘଡି ସହ ବର୍ଷା । ଝଡବର୍ଷା ସହ କୁଆପଥର ମାଡର ଯଥେଷ୍ଟ ସମ୍ଭାବନା ରହିଛି । ଓଡିଶା, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କର୍ଣ୍ଣାଟକ ଓ କେରଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କନକ ବ୍ୟୁରୋ : ବର୍ଷା ପାଣି ଘେରରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ । ଆପଣ ଦେଖୁଛନ୍ତି ସେହି ଦୃଶ୍ୟ କିପରି ସୂର୍ଯ୍ୟ ମନ୍ଦିର ପରିସରରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ସୁ ସୁ ହୋଇ ପାଣି ପଶିବାରେ ଲାଗିଛି । ବର୍ଷା ଯୋଗୁଁ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏବେ ବି ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଜଳ ଘେରରେ ପାରାଦୀପ ଉପକଣ୍ଠ ନୂଆଗଡ ପଂଚାୟତ ଓ ପାରଦୀପ ଗଡ ପଂଚାୟତ । ନୂଆଗଡ ପଂଚାୟତର ମୂଷାଢ଼ିଆ ଗ୍ରାମରେ ଲୋକଙ୍କ ଘରେ ପାଣି ପଶିଯାଇଛି । କେତେକ ସ୍ଥାନରେ ମାଟି ଘର ଭୁଶୁଡିପଡିଛି । ରାସ୍ତାରେ ଆଣ୍ଠୁଏଉଚ୍ଚର ପାଣି ପାଣି ଚାଲିଛି । ଜଳାଶୟ ଭ୍ରମ ସୃଷ୍ଟି କରିଛି ଗାଁ ରାସ୍ତା । ୩ଦିନ ପୂର୍ବରୁ ହୋଇଥିବା ସ୍ଥିତିର ଏଥର ଦୁଇଗୁଣା ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଏପଟେ ୨୮ ଘଂଟା ଧରି ଅସ୍ତରଙ୍ଗ କାକଟପୁରରେ ଲଗାଣ ବର୍ଷା ଲାଗି ରହିଛି । କେତେବେଳେ ଝିପିଝିପି ତ ଆଉ କେତେବେଳେ ବର୍ଷା ଛେଚୁଛି । ତାସାଙ୍ଗକୁ ପବନ ମଧ୍ୟ ଲାଗି ରହିଛି । ଗତକାଲି ରାତି ୧୦ଟାଠାରୁ ବର୍ଷା ବଢ଼ିଛି । ସକାଳୁ ସକାଳୁ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ କାହାଳ ଉପସ୍ୱାସ୍ଥ୍ୟକେନ୍ଦ୍ରର ନବନିର୍ମିତ ପାଚେରୀ ଭୁଶୁଡିପଡିଛି । ସମୁଦ୍ର ଅଶାନ୍ତ ହୋଇ ଉଠିଛି । ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକମାନେ ଘରୁ ବାହାରି ପାରୁ ନାହାଁନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛ । ସେପଟେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ କଟକ ସହର । ଗତ ୨୪ ଘଂଟା ମଧ୍ୟରେ ସହରରେ ୧୦୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । କଟକ ସହରର ବାଦାମବାଡି, ତୁଳସୀପୁର, ମେରିଆବଜାର, ପଟ୍ଟାପୋଲ ସମେତ ଆଉ କେତେକ ସ୍ଥାନରେ ବର୍ଷା ପାଣି ଜମିଛି । ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ପାଣି ଚାଲୁଛି । ଏହା ସହିତ ତଳିଆ ଅଂଚଳରେ ଘର ଭିତରେ ପାଣି ପଶିଛି । ଏହା ସହିତ ବର୍ଷା ଲାଗି ରହିଛି । ଆହୁରି ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ତେଣୁ ଏହା ସହରବାସୀଙ୍କ ଚିନ୍ତାକୁ ଦ୍ୱି ଗୁଣିତ କରିଛି । ପରିସ୍ଥିତିକୁ ଆଖି ଆଗରେ ରଖି କଟକ ସହରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗ୍ରାହକଙ୍କ ସୁବିଧା ପାଇଁ ସମସ୍ତ ସୁବିଧା ଅନଲାଇନରେ ଉପଲବ୍ଧ କରୁଛି । ଏଥିରେ ଏକ ସୁବିଧା ମଧ୍ୟରେ ଗୋଟିଏ ହେଲା ଅନଲାଇନରେ ଆପଣ ସେଭିଂ ଆକାଉଂଟର ବ୍ରାଂଚ ବଦଳାଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା . . ଏସବିଆଇ ଆକାଉଂଟକୁ ଗୋଟିଏ ବ୍ରାଂଚରୁ ଅନ୍ୟ ବ୍ରାଂଚକୁ ଟ୍ରାନ୍ସଫର କରିବା ପାଇଁ ନେଟ୍ ବ୍ୟାଙ୍କିଂ ଆରମ୍ଭ କରିବା ଜରୁରୀ । ଯଦି ଅଛି, ତେବେ ଆପଣଙ୍କୁ ଏସବଆଇ ନେଟ୍ ବ୍ୟାଙ୍କିଂରେ ଲଗ୍ ଇନ୍ କରିବା ପାଇଁ ପଡ଼ିବ । ୧. ଆପ୍ ଲଗ୍ ଇନ୍ ହୋଇଗଲା ପରେ ଆପଣଙ୍କ ହୋମ ପେଜରେ ‘e-Services’ ବିକଳ୍ପ ଦେଖାଯିବ । ଏହା ଉପରେ ଆପଣଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ । ୨. ‘e-Services’ କ୍ଲିକ କରିବା ପରେ ଆପଣଙ୍କୁ ‘Transfer of Savings Account ବିକଳ୍ପ ଚୟନ କରିବା ପାଇଁ ପଡ଼ିବ । ଏହି ଅପ୍ସନ ଆପଣଙ୍କୁ ବାମ ପଟେ ଦେଖାଯିବ । ୩. ଏହି ବିକିଳ୍ପ ଉପରେ କ୍ଲିକ କରିବା ପରେ ଆପଣଙ୍କ ସାମ୍ନାରେ ଏକ ୱିଣ୍ଡୋ ଖୋଲିବ । ଉକ୍ତ ୱିଣ୍ଡୋରେ ଆପଣଙ୍କ ବର୍ତ୍ତମାନ ଏସବିଆଇ ଆକାଉଂଟର ଡିଟେଲ ଦେଖାଯିବ । ଆପଣ ଏଥିରେ ଉକ୍ତ ଆକାଉଂଟକୁ ଚୟନ କରନ୍ତୁ, ଯେଉଁଠାକୁ ଆପଣ ଟ୍ରାନ୍ସଫର କରିବା ପାଇଁ ଚାହୁଁଛନ୍ତି । ୪. ଏବେ ଆପଣ ଯେଉଁ ଶାଖାକୁ ଖାତା ଟ୍ରାନ୍ସଫର କରିବା ପାଇଁ ଚାହୁଁଛନ୍ତି, ସେହି ବ୍ରାଂଚର କୋଡ଼ ଏଂଟର କରାନ୍ତୁ । ଏହାପରେ ”Get Branch name’ ଉପରେ କ୍ଲିକ୍ କରନ୍ତୁ । ଏଠାରେ କ୍ଲିକ କରିବା ପରେ ବ୍ରାଂଚ ଡିଟେଲ ଆପଣଙ୍କ ସାମ୍ନାରେ ନଜର ଆସିବ । ୫. ଏବେ ଆପଣଙ୍କୁ ଟର୍ମସ ଆଣ୍ଡ କଣ୍ଡିସନ ଆକ୍ସେସ୍ କରିବା ପାଇଁ ପଡ଼ିବ । ଏହାପରେ ଆପଙ୍କୁ ସବମିଟ୍ ବଟନ୍ ଦବାଇବାକୁ ପଡ଼ିବ । ସମସ୍ତ ଡିଟେଲ କନଫର୍ମ ହେବା ପରେ ଆପଣଙ୍କୁ କନଫର୍ମ କରିବା ପାଇଁ ପଡ଼ିବ । ୬. କନଫର୍ମ କରିବା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବର ଉପରେ ଏକ ହାଇ ସିକ୍ୟୁରିଟି କୋଡ଼୍ ଆସିବ । ଏହି କୋଡ଼ ଏଂଟର କରିବା ପରେ ପୁଣି ଥିରେ ଆପଣଙ୍କୁ କନଫର୍ମ କରିବା ପାଇଁ ପଡ଼ିବ । ୭. ଏହି କାମ କରିବା ପରେ ଏକ ନୂଆ ୱିଣ୍ଡୋ ଖୋଲିବ । ଯେଉଁଠି ବ୍ରାଂଚ ଟ୍ରାନ୍ସଫର କନଫର୍ମ ହେବା ପରେ ଆପଣଙ୍କ ପାଖକୁ ମେସେଜ ଆସିଯିବ ।
OSCAR-2019
ଆଧୁନିକ ଜୀବନରେ ଆମେ ସମସ୍ତେ ବ୍ୟସ୍ତ ରହି ଥାଉ । ଆଉ ଏହି ବ୍ୟସ୍ତତା ହେତୁ ଆବେ କେତେକ କୁ ଅଭ୍ୟାସରେ ପଡ଼ିଯାଉ। ଯାହାର କୁ ପରିଣାମ ବି ଆମକୁ ଭୋଗିବାକୁ ପଡ଼େ। ଦିନସାରା ବ୍ୟସ୍ତ ରହିଲେ ବି କେତେକ ଅଭ୍ୟାସ ଆମର ମସ୍ତିଷ୍କରେ କୁ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ଶାରୀରିକ ସମସ୍ୟା ଦେଖା ଦେଇଥାଏ । ଯଦି ରାତିରେ ଆମେ ୭ ଘଣ୍ଟା ନ ଶୋଇବା ଓ ଠିକ ସମୟରେ ନ ଶୋଇ ବିଳମ୍ବିତ ରାତିରେ ଶୋଇବା ତେବେ ମସ୍ତିଷ୍କ ଉପରେ ଖରାପ ପଡିଥାଏ । ଯାହା ଦ୍ଵାରା ଆମ ସ୍ୱାସ୍ଥ୍ୟ ଖରାପ ହୋଇ ଥାଏ। ଯଦି ଜଣେ ବ୍ୟକ୍ତି ଶାରୀରିକ ରୂପେ କ୍ରିୟାଶୀଳ ନ ରହନ୍ତି ତେବେ ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିପାରେ । ଏହାଫଳରେ ମସ୍ତିଷ୍କରେ କୁ ପ୍ରଭାବ ପଡ଼ିଥାଏ । ପ୍ରତିଦିନ ବ୍ୟାୟାମ କରନ୍ତୁ ।ବେଶୀ ସମୟ ଏକୁଟିଆ ରହିବା ଉଚିତ ନୁହଁ । କାରଣ ବେଶି ସମୟ ଏକା ରହିଲେ ଅଲଜାଇମର ରୋଗର ଆଶଙ୍କା ବଢିଯାଏ । ଅଧିକ ଭଲ୍ୟୁମ୍‌ରେ ଗୀତ ଶୁଣିବା ଭଲ ନୁହଁ । ଅଧିକ ଭଲ୍ୟୁମ ଦେଇ ହେଡ୍‌ଫୋନ୍‌ ବା ଇୟରଫୋନ୍‌ ଜରିଆରେ ଗୀତ ଶୁଣିଲେ, ବ୍ରେନ୍‌ ଟିସୁ ଉପରେ କୁପ୍ରଭାବ ପଡ଼ିଥାଏ । ଅଧିକ ଧୂମପାନ କଲେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ କମ୍‌ ହୋଇଯାଏ । ତେଣୁ ଧୂମପାନ କରନ୍ତୁ ନାହିଁ ।
OSCAR-2019
ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଅନେକ ଦିନର ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଫେରୁଥିବା ଖବର ସମସ୍ତଙ୍କ ପାଖରେ ପହଞ୍ଚି ସାରିଥିବ ନିଶ୍ଚୟ । ନିଜ ଜୀବନକୁ ସେ ନୂଆ ଭାବରେ ଆରମ୍ଭ କରିବାକୁ ଯାଉଥିବା ବେଳେ ସୋ’ ସହ ସେ ନିଜ ପ୍ରେମିକା ଗିନ୍ନିଙ୍କୁ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି । ଏତେ ସବୁ ଖୁସି ମଧ୍ୟରେ କପିଲଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଦବଙ୍ଗ ଖାନ୍ ସଲମାନ । ସେ କପିଲଙ୍କ ସୋ’ର ପ୍ରଯୋଜନା ଦାୟିତ୍ୱ ତୁଲାଇବେ ବୋଲି କହିଥିବା ବେଳେ କପିଲଙ୍କ ସୋ’କୁ ସଲମାନଙ୍କ ପ୍ରଡ଼କ୍ସନ ହାଉସ୍ ତିଆରି କରିବ ବୋଲି ଜଣାପଡ଼ିଛି । ବିବାହ ପରେ କପିଲ ନିଜ ସୋ’ର ସୁଟିଂ ଆରମ୍ଭ କରିବାକୁ ଥିବାବେଳେ ଫିଲ୍ମ ସିଟିର ୮ ମହଲାରେ ଏହି ସୋ’ର ସୁଟିଂ ହେବ ବୋଲି ଜଣାପଡ଼ିଛି । କପିଲ ପୂର୍ବରୁ କରିଥିବା ସୋ’ଗୁଡ଼ିକର ସୁଟିଂ ମଧ୍ୟ ସେଠାରେ ହୋଇଥିଲା । ଆଗରୁ କପିଲଙ୍କ ବ୍ୟାନର ହିଁ ତାଙ୍କ ସୋ’ର ପ୍ରଯୋଜନା ଦାୟିତ୍ୱରେ ଥିବାବେଳେ ଏବେ ଏହାର ଦାୟିତ୍ୱ ପ୍ରଥମ ଥର ପାଇଁ ସଲମାନଙ୍କ ପ୍ରଡ଼କ୍ସନ ହାଉସ୍ ନେବାକୁ ଯାଉଛି । ସଲମାନଙ୍କ ଏହି ଉପହାର ପାଇ କପିଲ ଖୁସି ହେବା ସହ ତାଙ୍କୁ ଧନ୍ୟବାଦ୍ ଜଣାଇଥିବା ଦେଖାଯାଇଛି ।
OSCAR-2019
କନକ ବ୍ୟୁରୋ : କଂଗ୍ରେସ ରାଜନୀତିକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ । ପିସିସି ସଭାପତି ନିଯୁକ୍ତି ଠାରୁ ଆରମ୍ଭ କରି ନିର୍ବାଚନ ଲଢିବା ପର୍ଯ୍ୟନ୍ତ ସବୁବେଳେ ରାଜ୍ୟବାସୀଙ୍କ ଫୋକସରେ ଥାଏ କଂଗ୍ରେସ । ଠିକ୍ ସେହିଭଳି ପୁଣିଥରେ କଂଗ୍ରେସ ରାଜନୀତିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରାଜଧାନୀର… ଟି-୨୦ରେ ସବୁଠୁ ଅଧିକ ରନ୍ ସ୍କୋର କରିଥିବା ଭାରତୀୟ କିଏ ? ଏହି ପ୍ରଶ୍ନ ଆସିଲେ ନିଶ୍ଚୟ ଆପଣଙ୍କ ମନରେ ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି, ଯୁବରାଜ ସିଂ ପରି ନାଁ ମନକୁ ଆସିପାରେ । କିନ୍ତୁ ବାସ୍ତବରେ ଏହାର ଉତ୍ତର ତାହା ନୁହେଁ । ଉତ୍ତର ଯାହା ଜାଣିଲେ ଆପଣ ଚମକି ପଡିବେ ।… କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଏବେ ଗସିପ୍ ଟପିକ୍ ପାଲଟିଛି ଦାମ-ବୈଜୟନ୍ତଙ୍କ ଯୋଡ଼ି । ଚା’ଖଟିରୁ ଆରମ୍ଭ କରି ଯେଉଁଠି ଦେଖିବ ଏହି ଦୁଇ ନେତାଙ୍କୁ ନେଇ ଚାଲୁଛି ଚର୍ଚ୍ଚା । ନିକଟରେ ବିଜେଡ଼ିରୁ ତଡ଼ା ଖାଇବା ପରେ ଦୁହେଁ ଦୁହିଁଙ୍କୁ ସମବେଦନା ଜଣାଇ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ଉଭୟ ଅନେକ… କନକ ବ୍ୟୁରୋ : ଚିର ନିଦ୍ରାରେ ଚିତ ଜେନା । ବିଦାୟ ନେଲେ ଓଡିଆ ସଙ୍ଗୀତ ଜଗତର ସୁନାମଧନ୍ୟ ଗାୟକ ଚିତ ଜେନା । କଟକର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଚିତ୍ତ ଜେନା ଓ ତାଙ୍କ ମୃତ୍ୟୁରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି । ଆଉ ଶୁଭିବନି ତାଙ୍କ ଗଳାର ଯାଦୁଗରୀ ।…
OSCAR-2019
ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଇନଫୋସିସର ସିଇଓ ତଥା ପରିଚାଳନା ନିର୍ଦେଶକ ବିଶାଲ ସିକ୍କା ଇସ୍ତଫା ପ୍ରଦାନ କରିଛନ୍ତି । ଇସ୍ତଫା ପାଇଁ ସେ ଇନଫୋସିସର ପ୍ରମୁଖ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତିଙ୍କୁ ଦାୟୀ କରିଛନ୍ତି । ସିକ୍କାଙ୍କ ଉପରେ ନାରାୟଣମୂର୍ତ୍ତିଙ୍କ ବାକ୍ୟ ଆକ୍ରମଣ ଏବଂ ସମାଲୋଚନା ତଥା ନାରାୟଣମୂର୍ତ୍ତି ନିକଟରେ ଦେଇଥିବା ଏକ ଚିଠି ହେଉଛି ସିକ୍କା ଇସ୍ତଫା ଦେବାର ପ୍ରମୁଖ କାରଣ ବୋଲି କଂପାନି ବୋର୍ଡ ପକ୍ଷରୁ କୁହାଯାଇଛି । ନାରାୟଣମୂର୍ତ୍ତି ନିକଟରେ ଦେଇଥିବା ଏକ ଚିଠିରେ ଲେଖିଥିଲେ ଯେ ସିକ୍କା ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହେବା ବଦଳରେ ଜଣେ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ (ସିଟିଓ) ହେବାକୁ ଯୋଗ୍ୟ । ମୂର୍ତ୍ତିଙ୍କ ଚିଠିରେ ତଥ୍ୟଗତ ଭୁଲ ଏବଂ ଗୁଜବ ଆଦି ରହିଥିଲା ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସିକ୍କା ଇସ୍ତଫା ପ୍ରଦାନ କରିବା ପରେ କମ୍ପାନିର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ୟୁ ବି ପ୍ରବୀଣ ରାଓଙ୍କୁ ଅନ୍ତରୀଣ ସିଇଓ ଦାୟିତ୍ୱ ଦିଆଯାଇଛି । ନାରାୟଣମୂର୍ତ୍ତି ଏବଂ ସିକ୍କାଙ୍କ ମଧ୍ୟରେ ବିବାଦ ନୂଆ ନୁହେଁ । ସିକ୍କା ଯେଉଁଭଳି ଭାବେ ଇନଫୋସିସର ପରିଚାଳନା କରୁଥିଲେ ତାହାକୁ ନେଇ ନାରାୟଣମୂର୍ତ୍ତି ଅତ୍ୟନ୍ତ କ୍ଷୁବ୍ଧ ଥିଲେ । ଏ ବିଷୟରେ ସେ ଗଣମାଧ୍ୟମରେ କିଛି ମାସ ପର୍ଯ୍ୟନ୍ତ ଚର୍ଚ୍ଚା ସୃଷ୍ଟି କରିଥିଲେ । କଂପାନିକୁ ଚଳାଉଥିବା ବର୍ତ୍ତମାନର ବୋର୍ଡ ସିକ୍କାଙ୍କୁ ସମର୍ଥନ କରୁଛି । ମାତ୍ର ନାରାୟଣମୂର୍ତ୍ତି ଏବଂ ଅନ୍ୟ ପ୍ରତିଷ୍ଠାତା ସଦସ୍ୟମାନେ ତାଙ୍କ କାର୍ଯ୍ୟ କରିବା ଶୈଳୀକୁ ପସନ୍ଦ କରୁନଥିଲେ । ଅନ୍ତରୀଣ ସିଇଓ ଦାୟିତ୍ୱ ପ୍ରଦାନ କରାଯାଇଥିବା ପ୍ରବୀଣ ରାଓଙ୍କୁ ଦିଆଯାଇଥିବା ୩୩% ବେତନ ବୃଦ୍ଧିକୁ ମଧ୍ୟ ଅତୀତରେ ନାରାୟଣମୂର୍ତ୍ତି ସମାଲୋଚନା କରିଥିଲେ । ସିକ୍କା ଇସ୍ତଫା ପତ୍ରରେ ନାରାୟଣମୂର୍ତ୍ତିଙ୍କ ବିଷୟରେ ଅନେକ କଥା ଲେଖିଛନ୍ତି । ତାହାର ଜବାବ ଦେଇଛନ୍ତି ନାରାୟଣମୂର୍ତ୍ତି । କହିଛନ୍ତି ଯେ କଂପାନି ବୋର୍ଡ ଏବଂ ସିକ୍କା ଯେଉଁ ଅଭିଯୋଗ କରିଛନ୍ତି ତାକୁ ନେଇ ମୁଁ ଅତ୍ୟନ୍ତ ମର୍ମାହତ । ଚଳିତ ବର୍ଷ ଫେବ୍ରୁଆରିରେ ଯେତେବେଳେ ଇନଫୋସିସର ପ୍ରତିଷ୍ଠାତା ଏନ୍ ଆର୍ ନାରାଣମୂର୍ତ୍ତି ଏବଂ କଂପାନି ବୋର୍ଡ ମଧ୍ୟରେ ତିକ୍ତତା ଚରମ ସ୍ତରରେ ପହଞ୍ଚିଥିଲା ସେତେବେଳେ ଇନଫୋସିସରେ ନେତୃତ୍ୱ ସଙ୍କଟ ଦେଖାଦେବ ବୋଲି ନିବେଶକମାନେ ଆଶଂକା ପ୍ରକଟ କରିଥିଲେ । ସେହି ସମୟରେ ନିବେଶକମାନଙ୍କ ମନରୁ ଭୟ ଦୂର କରିବା ପାଇଁ କଂପାନିର ସିଇଓ ବିଶାଲ ସିକ୍କା କହିଥିଲେ ଯେ, ମୁଁ ଜଣେ କ୍ଷତ୍ରିୟ ଯୋଦ୍ଧା । ମୁଁ ଏଠାରେ ରହିବି ଏବଂ ଲଢ଼େଇ କରିବି । କିନ୍ତୁ ସେ ନିଜର କଥା ରଖିପାରିଲେ ନାହିଁ । ପ୍ରତିଷ୍ଠାତାମାନଙ୍କ ଚକ୍ରବ୍ୟୂହରେ ଫସିଗଲେ ଏହି କ୍ଷତ୍ରିୟ ଯୋଦ୍ଧା । ସେ ଅଂଶଧନଧାରୀ ଏବଂ ପ୍ରତିଷ୍ଠାତାଙ୍କ ଦ୍ୱାରା ପକାଯାଇଥିବା ଚାପକୁ ସହିଯିବେ ବୋଲି ସେତେବେଳେ ଭାବିଥିଲେ । କିନ୍ତୁ ବେଶି ଦିନ ଚାପ ସହ୍ୟ କରିପାରିଲେ ନାହିଁ । ଇସ୍ତଫା ଦେଇଦେଲେ । ସିକ୍କା ଇନଫୋସିସରେ ଏଭଳି ଏକ ସମୟରେ ଯୋଗ ଦେଇଥିଲେ ଯେତେବେଳେ କଂପାନି ଦିଗହରା ହୋଇପଡ଼ିଥିଲା । କାରବାର ଏବଂ ରାଜନୈତିକ ପରିବେଶ କଂପାନି ସପକ୍ଷରେ ନଥିଲା । ଅଟୋମେସନ୍ ଏବଂ ନୂଆ ପ୍ରଯୁକ୍ତି ଇନଫୋସିସର ବ୍ୟବସାୟ ମଡେଲ୍ ପ୍ରତି ବିପଦ ସୃଷ୍ଟି କରିଥିଲା । ଗତକାଲି ଇସ୍ତଫା ପ୍ରଦାନ କରିବା ପରେ ସିକ୍କା ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, କିଭଳି ସେ ନକାରାତ୍ମକ ଚକ୍ରବ୍ୟୂହରେ ଫସିଯାଇଥିଲେ ଏବଂ ଶେଷରେ ହାରି ଯାଇଥିଲେ । ଗତ କିଛି ମାସ ହେଲାଣି ମୋ ବିରୋଧରେ ଭିତ୍ତିହୀନ, ଭୁଲ ଏବଂ ବ୍ୟକ୍ତିଗତ ଆକ୍ରମଣ କରାଯାଉଥିଲା । ସ୍ୱାଧୀନ ତଦନ୍ତ ଦ୍ୱାରା ଅନେକ ସମୟରେ ଅଭିଯୋଗଗୁଡ଼ିକ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଛି । ଏହା ସତ୍ତ୍ୱେ ମୋ ଉପରେ ଆକ୍ରମଣ ଜାରି ରହିଥିଲା । ଯେଉଁମାନଙ୍କଠାରୁ ମୁଁ ସମର୍ଥନ ଆଶା କରୁଥିଲି ସେମାନେ ମୋତେ ଅଧିକ ସମାଲୋଚନା କରୁଥିଲେ ବୋଲି ସିକ୍କା ଇସ୍ତଫା ପତ୍ରରେ ଲେଖିଛନ୍ତି । ଏଭଳି ନକାରାତ୍ମକ ପରିବେଶ ଯୋଗୁଁ ସେ କଂପାନିରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ସଂଘର୍ଷ କରିଥିଲେ । ମାତ୍ର ସଂସ୍ଥା ଭିତରେ ଏଭଳି କିଛି ଢାଞ୍ଚାଗତ ପରିବର୍ତ୍ତନ କରାଯାଇଥିଲା ଯାହାକୁ ନେଇ ସେ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଥିଲେ । ସିକ୍କା ଥିଲେ ଇନଫୋସିସର ପ୍ରଥମ ଅଣ ପ୍ରତିଷ୍ଠାତା ସିଇଓ । କାଲିଫର୍ଣ୍ଣିଆରେ ପ୍ରଯୁକ୍ତି ଜଗତର ଜଣେ ସଫଳ ବ୍ୟକ୍ତି ଭାବେ ସୁନାମ ଅର୍ଜନ କରିଥିବା ସିକ୍କା ଇନଫୋସିସରେ ଯୋଗ ଦେବା ପରେ ତାଙ୍କ କାର୍ଯ୍ୟାଳୟ ବାଙ୍ଗାଲୋରରୁ ଆମେରିକାର ପାଓଲୋ ଆଲ୍ଟୋକୁ ନେଇଯାଇଥିଲେ । ସେହିଠାରେ ରହି ସେ କଂପାନିର କାରବାର ଦେଖାଶୁଣା କରୁଥିଲେ । ବାଙ୍ଗାଲୋର ବାହାରେ ରହି କାରବାର ପରିଚାଳନା କରିବାରେ ସେ ଥିଲେ ଇନଫୋସିସର ପ୍ରଥମ ସିଇଓ । ସିକ୍କା ନୂତନତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ଇନଫୋସିସ୍ ପାଇଁ ସେ ସବୁଠୁ ବଡ଼ ଅଧିଗ୍ରହଣ କରିଥିଲେ । ମାତ୍ର ସିକ୍କାଙ୍କ କଂପାନି ପରିଚାଳନା ତରିକାକୁ ପସନ୍ଦ କରୁନଥିଲେ ନାରାୟଣମୂର୍ତ୍ତି । ସେ ଚାହୁଁଥିଲେ ପୁରୁଣା ଢ଼ାଞ୍ଚାରେ କଂପାନି ଆଗକୁ ବଢ଼ୁ । ବିଶେଷ କରି କଠୋର ଘୋଷଣାନାମା ନିୟମକୁ ପାଳନ କରିବା, ଦାୟିତ୍ୱାବୋଧ ଏବଂ ଗଭର୍ଣ୍ଣାସ ନିୟମ ଠିକ୍ ଭାବେ ପାଳନ କରାଯାଉ ବୋଲି ନାରାୟଣମୂର୍ତ୍ତି ଚାହୁଁଥିଲେ । ସିକ୍କାଙ୍କ ପାଇଁ ତାହା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ବିଶାଲ ସିକ୍କା ଇନଫୋସିସ୍ ସିଇଓ ଏବଂ ଏମଡି ପଦରୁ ଇସ୍ତଫା ପ୍ରଦାନ କରିବା ପରେ କଂପାନିର ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । କଂପାନିର ଅନ୍ୟତମ ପ୍ରତିଷ୍ଠାତା ନନ୍ଦନ ନିଲେକାନି ଏହି ପଦ ପାଇଁ ଯୋଗ୍ୟ ବ୍ୟକ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଇନଫୋସିସର କର୍ପୋରେଟ୍ ସଂସ୍କୃତିକୁ ନିଲେକାନି ଭଲ ଭାବେ ବୁଝିଛନ୍ତି । ତେଣୁ ସେ ହିଁ କଂପାନିକୁ ଏହିଠାରୁ ଆଗକୁ ବଢ଼ାଇପାରିବେ ବୋଲି ଆଲୋଚନା ହେଉଛି । ଇନଫୋସିସର ସିଇଓ ଏବଂ ଏମଡି ପଦରୁ ବିଶାଳ ସିକ୍କା ଇସ୍ତଫା ଦେବା ପରେ ଏହାର ନିବେଶକମାନେ ଗତକାଲି ଗୋଟିଏ ଦିନରେ ୩୦ ହଜାର କୋଟି ଟଙ୍କା ହରାଇଛନ୍ତି । ଶୁକ୍ରବାର ଷ୍ଟକ୍ ମାର୍କେଟରେ ଇନଫୋସିସର ସେୟାର ମୂଲ୍ୟ ୧୩ ପ୍ରତିଶତରୁ ଅଧିକ ଖସିଆସି ୮୮୪ ଟଙ୍କା ରହିଛି । ଶୁକ୍ରବାର ଇନଫୋସିସର ବଜାରପୁଞ୍ଜି ୨.୩୪ ଲକ୍ଷ କୋଟି ଟଙ୍କାରୁ ୨.୦୪ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି । ନାରାୟଣମୂର୍ତ୍ତିଙ୍କ ପରିବାରର ୧୦୦୦ କୋଟି ଟଙ୍କା କ୍ଷତି ହୋଇଥିବାବେଳେ ଅନ୍ୟ ନିବେଶକମାନଙ୍କର ୨୯ ହଜାର କୋଟି ଟଙ୍କା କ୍ଷତି ହୋଇଛି । ଇନଫୋସିସ୍ ପକ୍ଷରୁ ୨୦୧୫ରେ ପାନାୟା ନାମକ କଂପାନିକୁ ଅଧିଗ୍ରହଣ କରାଯାଇଥିଲା । ୨୦୦ ନିୟୁତ ଡଲାରରେ କଂପାନିକୁ ଅଧିଗ୍ରହଣ କରାଯାଇଥିଲା । ଏହାକୁ ଅଧିକ ଦାମ ଦେଇ ଅଧିଗ୍ରହଣ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା । ତାହାକୁ ନେଇ କଂପାନି ବୋର୍ଡ ଏବଂ ପ୍ରତିଷ୍ଠାତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । କଂପାନି ବୋର୍ଡ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ପ୍ରତିଷ୍ଠାତାମାନଙ୍କୁ ତତ୍କାଳ ଜଣାଉନଥିଲେ । ଅନେକ ମାସ ପରେ ସେମାନଙ୍କୁ ଖବର ଦିଆଯାଉଥିଲା । ମୁଁ କଂପାନିକୁ ଅଭିବୃଦ୍ଧି ପଥରେ ଆଗକୁ ବଢ଼ାଇ ନେବା ପାଇଁ ଏଠାକୁ ଆସିଥିଲି । ତିନି ବର୍ଷ ଭିତରେ ଅନେକ କିଛି କରିପାରିଛି । ପ୍ରଯୁକ୍ତି ପ୍ରତି ମୋର ରହିଥିବା ଅହେତୁକ ଦୁର୍ବଳତାକୁ ପାଥେୟ କରି ମୁଁ କଂପାନି ପାଇଁ ଉତ୍ସାହିତ ହୋଇ କାମ କରିଛି । ବ୍ରେକଜିଟ୍, ଭିସା ଏବଂ ଟ୍ରମ୍ପ୍ ଭଳି ସ୍ଥିତି ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହାକୁ ଆମେ ସୁଯୋଗରେ ପରିଣତ କଲେ । ମାତ୍ର କିଛି ଦିନ ହେଲା ଯେଉଁ ବାରମ୍ବାର ଆକ୍ରମଣ କରାଗଲା ତାହା ମୋର କାମ କରିବା ଉତ୍ସାହକୁ କମାଇ ଦେଇଛି । ବାରମ୍ବାର ଅଭିଯୋଗ କରାଯାଉଥିଲା । ପ୍ରତିଦିନ ସକାଳୁ ଉଠିବା ବେଳେ କିଛି ନା କିଛି ଖବର ବାହାରୁଥିଲା । ଏହା ଧୀରେ ଧୀରେ ବ୍ୟକ୍ତିଗତ ଆକ୍ରମଣରେ ପରିଣତ ହୋଇଥିଲା । ସେଥିପାଇଁ ମୁଁ କଂପାନିରେ ମୋର ଯାତ୍ରା ଶେଷ କରିବାକୁ ନିଷ୍ପତ୍ତି ନେଇଛି । ଏନ୍ ଆର୍ ନାରାୟଣମୂତ୍ତିଙ୍କ ବାରମ୍ବାର ବାକ୍ୟ ଆକ୍ରମଣ ଯୋଗୁଁ ସିଇଓ ବିଶାଲ ସିକ୍କା ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ଇନଫୋସିସର ବୋର୍ଡ ପକ୍ଷରୁ କୁହାଯାଇଛି । କଂପାନିରେ ୧୨.୭୫% ଅଂଶଧନ ଥିବା ପ୍ରତିଷ୍ଠାତାଙ୍କ ସମସ୍ୟା ସମାଧାନ କରିବାକୁ କଂପାନି ପକ୍ଷରୁ ଉଦ୍ୟମ ଜାରି ରହିଥିଲା ଏବଂ ଆଲୋଚନା କରାଯାଉଥିଲା । ଏହା ସତ୍ତ୍ୱେ ଏନ୍ ଆର୍ ନାରାୟଣମୂର୍ତ୍ତି ନିଜର ଆକ୍ରମଣ ଜାରି ରଖିଥିଲେ । ସିକ୍କା ଇସ୍ତଫା ପ୍ରଦାନ କରିବାର ଏହା ପ୍ରମୁଖ କାରଣ ବୋଲି କଂପାନି ବୋର୍ଡ ପକ୍ଷରୁ କୁହାଯାଇଛି । ଏହା ସହିତ ସିକ୍କାଙ୍କ କାମକୁ କଂପାନି ବୋର୍ଡ ବହୁତ ପ୍ରଶଂସା କରିଛି । ତାଙ୍କ ଯୋଗୁଁ କଂପାନିର ରାଜସ୍ୱ ବଢ଼ିଥିବା କହିଛି । ନାରାୟଣମୂର୍ତ୍ତି ଗଣମାଧ୍ୟମରେ ଭିତ୍ତିହୀନ ଏବଂ ଭୁଲ ତଥ୍ୟ ପ୍ରଦାନ କରୁଥିବା ବୋର୍ଡ ଅଭିଯୋଗ କରିଛି । ସମୟ ଗଡ଼ିଚାଲିବା ସହିତ ନାରାୟଣମୂର୍ତ୍ତିଙ୍କ ଆକ୍ରମଣ ବଢ଼ିଯାଇଥିଲା ବୋଲି କୁହାଯାଇଛି । ମୋ ବିରୋଧରେ ଯେଉଁ ଅଭିଯୋଗ ସବୁ କରାଯାଉଛି ତାହାକୁ ନେଇ ମୁଁ ଅତ୍ୟନ୍ତ ମର୍ମାହତ । ମୁଁ ୨୦୧୪ରେ ସ୍ୱେଚ୍ଛାକୃତ ଭାବେ ଇନଫୋସିସ୍ ଛାଡ଼ିଥିଲି । ମୁଁ କଂପାନିରେ କୌଣସି କ୍ଷମତା କିମ୍ବା ମୋ ପିଲାମାନଙ୍କ ପାଇଁ ଟଙ୍କା ଏବଂ ପଦପଦବି ଚାହୁଁନାହିଁ । କଂପାନିର କର୍ପୋରେଟ୍ ଗଭର୍ଣ୍ଣାସ ମାନରେ ଯେଉଁ ଅବନତି ହେଉଥିଲା ତାହାକୁ ନେଇ ମୁଁ ଚିନ୍ତିତ ଥିଲି । ମୁଁ ଏ ବିଷୟରେ ଅନେକ ଥର କଂପାନିର ବୋର୍ଡକୁ ଜଣାଇଛି । ମୁଁ ସିକ୍କାଙ୍କ କାମକୁ ନେଇ ମୋତେ କେବେ ସମସ୍ୟା ହୋଇନାହିଁ । ମୋର ଏକମାତ୍ର ସମସ୍ୟା ଥିଲା କର୍ପୋରେଟ୍ ଗଭର୍ଣ୍ଣାନ୍ସରେ ଅବନତି । ମୋର ବିଶ୍ୱାସ ରହିଛି ଯେ ସମସ୍ୟା କଂପାନି ବୋର୍ଡ ଭିତରେ ରହିଛି । ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଛି ତାହା ଉପରେ ମତାମତ ଦେବା ତାଙ୍କ ମର୍ଯ୍ୟାଦା ବିରୋଧୀ ବୋଲି ନାରାୟଣମୂର୍ତ୍ତି କହିଛନ୍ତି ।
OSCAR-2019
ଆମେରିକାର ସେଣ୍ଟରର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ର ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭାରତରେ ଲୋକେ ମୃତ୍ୟୁବରଣ କରୁଥିବାର ତୃତୀୟ ବଡ଼ କାରଣ ହେଉଛି ବ୍ରେନ୍‌ ଷ୍ଟ୍ରୋକ୍‌। ଯେକୌଣସି ରୋଗ ହେଲେ ଆମ ଶରୀର କିଛି ସମୟ ମଧ୍ୟରେ ଆମକୁ ସଙ୍କେତ ଦେବା ଆରମ୍ଭ କରିଥାଏ। କିନ୍ତୁ ତଥ୍ୟ ଅଭାବରୁ ଆମେ ତାହା ଚିହ୍ନି ନ ପାରି ଠିକ୍‌ ସମୟରେ ତା’ର ଚିକିତ୍ସା କରିପାରି ନ ଥାଉ। ଏମାନଙ୍କ ମଧ୍ୟରୁ ଗୋଟିଏ ଭୟଙ୍କର ରୋଗ ହେଉଛି ମସ୍ତିଷ୍କ ସହ ଜଡ଼ିତ ‘ବ୍ରେନ୍‌ ଷ୍ଟ୍ରୋକ୍‌’। ନ୍ୟୁରୋଲୋଜିଷ୍ଟ୍‍ଙ୍କ କହିବା ଅନୁସାରେ ବ୍ରେନ୍‌ ଷ୍ଟ୍ରୋକ୍‌ ବା ବ୍ରେନ୍‌ ଆଟାକ୍‌ ମସ୍ତିଷ୍କରେ ରକ୍ତ ସଞ୍ଚାଳନ କମ୍‌ ହେଲେ କିମ୍ବା ବନ୍ଦ ହେବା କାରଣରୁ ହୋଇଥାଏ। ଏହା ମସ୍ତିଷ୍କର ଇଣ୍ଟର୍ନାଲ୍‌ ନର୍ଭରେ ବ୍ଲିଡିଂ ହେବା କାରଣରୁ ମଧ୍ୟ ହୋଇପାରେ। ମସ୍ତିଷ୍କର କୋଷମାନେ ମୃତ ହୋଇ ବସିବା ପରେ ଶରୀରର କଣ୍ଟ୍ରୋଲିଂ ପାଓ୍ଵର୍‌ ପ୍ରଭାବିତ ହୋଇ ବସେ। ଏମିତିରେ କହିବା, ଚାଲିବା, ଚିନ୍ତା କରିବା, ହାତ-ଗୋଡ଼ ହଲେଇବାରେ ମସ୍ତିଷ୍କ ଉପରେ ଖୁବ୍‌ ପ୍ରଭାବ ପଡ଼ିଥାଏ। ଯେଉଁ ବ୍ୟକ୍ତିଙ୍କୁ ଏହି ରୋଗ ହୋଇଥାଏ, ତା’ର କିଛି ମାସ ପୂର୍ବରୁ ଶରୀର କିଛି ସଙ୍କେତ ଦେବା ଆରମ୍ଭ କରିଥାଏ। ଯଦି ଏହି ସବୁ ସଙ୍କେତକୁ ଠିକ୍‌ ସମୟରେ ଚିହ୍ନିପାରି ଏହାର ଉପଚାର କରୁଛନ୍ତି, ତା’ହେଲେ ଏହି ରୋଗରୁ ବଞ୍ଚାଯାଇ ପାରିବେ।
OSCAR-2019
କନକ ବ୍ୟୁରୋ : ଦେଶର ୪ଟି ପ୍ରମୁଖ ମନ୍ଦିରର ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ତିନିଜଣିଆ କମିଟି ସୁପ୍ରିମକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ ଶ୍ରୀମନ୍ଦିର ପରିଚାଳନାଗତ ଉନ୍ନତ ପାଇଁ ୧୮ଟି ବ୍ୟବସ୍ଥା ଲାଗୁ କରିବାକୁ ସୁପାରିସ କରାଯାଇଛି। ଭକ୍ତମାନେ ବିନା ବାଧାବିଘ୍ନରେ କିଭଳି ଦର୍ଶନ କରିପାରିବେ, ସେବକଙ୍କ ସଂଖ୍ୟାକୁ କିଭଳି ସୁବ୍ୟବସ୍ଥିତ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସେହିଭଳି ଦର୍ଶନ ସମୟରେ କୌଣସି ପ୍ରକାର ଦକ୍ଷିଣାକୁ ପ୍ରଶ୍ରୟ ନଦେବା, ରୋଷଘର ଓ ଆନନ୍ଦବଜାର ପରିଚାଳନାକୁ ନେଇ ପୃଥକ୍ ନିୟମ ତିଆରି କରିବା, ଶୁଖିଲା ପ୍ରସାଦ ବ୍ୟବସ୍ଥାକୁ ବନ୍ଦ କରିବା ଏବଂ ମହାପ୍ରସାଦକୁ କେବଳ ଆନନ୍ଦ ବଜାରରେ ବିକ୍ରି କରିବା ନେଇ ମଧ୍ୟ କମିଟି ସୁପାରିସ କରିଛି। ଏହାବ୍ୟତୀତ ଆନନ୍ଦ ବଜାର ଓ ଏହାର ଆଖପାଖ ସ୍ଥାନରେ ଭିକାରି ଓ ଅଣସେବକ ବ୍ରାହ୍ମଣଙ୍କ କାର୍ଯ୍ୟକଳାପକୁ ବାରଣ କରିବାକୁ କୁହାଯାଇଛି। ଯଦି କୌଣସି ବ୍ୟକ୍ତି ବ୍ରାହ୍ମଣମାନଙ୍କୁ ଖାଦ୍ୟ ଯୋଗାଇବାକୁ ଚାହିବେ, ସେମାନେ ମନ୍ଦିର ପ୍ରଶାସନରେ ଟଙ୍କା ଜମା କରିବେ ଏବଂ ମନ୍ଦିର ପ୍ରଶାସନ ସେମାନଙ୍କ ପାଇଁ ମନ୍ଦିର ବାହାରେ ଖାଦ୍ୟର ବ୍ୟବସ୍ଥା କରିବ। କୋଠଭୋଗ ପ୍ରଥାକୁ ଉଚ୍ଛେଦ କରିବା, ମନ୍ଦିର ପରିସରରେ ସ୍ୱଚ୍ଛତା ଓ ପରିମଳ ପାଇଁ ସୁବନ୍ଦୋବସ୍ତ କରିବା ଲାଗି ପେସାଦାରଙ୍କ ଦ୍ୱାରା ପରିମଳ ଯୋଜନା ପ୍ରସ୍ତୁତ କରିବାକୁ ରିପୋର୍ଟରେ କୁହାଯାଇଛି। ଏହା ବାଦ୍ ଆବଶ୍ୟକ ସଂଖ୍ୟକ ଶୌଚାଳୟ ମନ୍ଦିର ପରିସରରେ ନିର୍ମାଣ କରିବା ଏବଂ ସେଗୁଡ଼ିକର ଉପଯୁକ୍ତ ପରିଚାଳନା ଦିଗରେ ଧ୍ୟାନ ଦେବାକୁ ସୁପାରିସରେ ଉଲ୍ଲେଖ ରହିଛି। ମନ୍ଦିରର ବିଭିନ୍ନ କାର୍ଯ୍ୟରେ ଯଦି ସ୍ୱେଚ୍ଛାସେବୀମାନେ ସେବା ପ୍ରଦାନ ପାଇଁ ଚାହିବେ ତାହାହେଲେ ସେମାନଙ୍କୁ ଉତ୍ସାହିତ କରାଯିବା ଉଚିତ। ସମସ୍ତ ସେବକଙ୍କୁ ପରିଚୟପତ୍ର ଜାରି କରିବା ସହିତ ମନ୍ଦିରର କର୍ମଚାରୀମାନଙ୍କ ଲାଗି ୟୁନିଫର୍ମ ବ୍ୟବସ୍ଥା କରିବାକୁ ରିପୋର୍ଟରେ କୁହାଯାଇଛି। ସେହିଭଳି ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ବିକ୍ରି କରାଯାଇ କର୍ପସ ଫଣ୍ଡ୍ ସ୍ଥାପନ କରାଯିବା ନେଇ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସହିତ ଶ୍ରୀମନ୍ଦିର ସଂସ୍କାରକୁ ନେଇ ସୁପ୍ରିମକୋର୍ଟ ରାୟ କାର୍ଯ୍ୟକାରୀ କରାଗଲେ ମନ୍ଦିର ଆୟରେ ବୃଦ୍ଧି ଘଟିବ ବୋଲି ରିପୋର୍ଟରେ କୁହାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଓ ନିୟମରେ ଆବଶ୍ୟକ ସଂଶୋଧନ କରିବା, ଶ୍ରୀଜଗନ୍ନାଥ ମନ୍ଦିରର କର୍ମଚାରୀ ଢାଞ୍ଚାକୁ ଡିଜାଇନ୍ କରିବା ପାଇଁ ପେସାଦାର ଏଜେନ୍ସିକୁ ନିୟୋଜିତ କରିବାକୁ କୁହାଯାଇଛି। ବିଚାରପତି ବି ପି ଦାସ କମିସନ୍ ପୁରୀ ଜିଲ୍ଲାରେ ସିଭିଲ୍ ଓ ପୁଲିସ ପ୍ରଶାସନର ପୁନର୍ବିନ୍ୟାସ ତଥା ସେଣ୍ଟର ଅଫ୍ ପିଲଗ୍ରିମେଜ୍ ଅନ୍ତର୍ଗତ ପୁରୀ ସହରର ମହତ୍ତ୍ୱକୁ ନେଇ ସୁପାରିସ କରିଛନ୍ତି। ସରକାର ବି ପି ଦାସ କମିଶନଙ୍କ ସୁପାରିସକୁ ଗ୍ରହଣ କରିଛନ୍ତି। ତେବେ ରାଜ୍ୟ ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉଚିତ। ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜନସ୍ୱାର୍ଥ ସଂପର୍କିତ ମାମଲାର ଶୁଣାଣି ଆଜି ହେବ। ଏହି କୋର୍ଟରେ ମାମଲାର ଦୁଇ ଥର ଶୁଣାଣି ହୋଇଛି। ପ୍ରଥମ ଥର ଜୁନ ୮ ଓ ପରେ ଜୁଲାଇ ୫ରେ ଶୁଣାଣି କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ୧୨ଟି ଆଦେଶ କାର‌୍ୟ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ୧୨ଟି ପ୍ରସ୍ତାବ ମଧ୍ୟରୁ ୯ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଅନ୍ନଦାନ ଆଟିକା, ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଓ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂଶୋଧନ ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ। ଶ୍ରୀମନ୍ଦିରରେ ଦର୍ଶନ ଶୃଙ୍ଖଳା, ଦାନଦକ୍ଷିଣା ଓ ଅନ୍ୟ କିଛି ପ୍ରସଙ୍ଗରେ ମନ୍ଦିର ପରିଚାଳନା କମିଟି ଏବଂ ଛତିଶାନିଯୋଗ ବୈଠକରେ ଆଲୋଚନ ସରିଛି। ରାଜ୍ୟ ସରକାର ଗଠନ କରିଥିବା ତିନିଜଣିଆ ବିଶେଷଜ୍ଞ କମିଟି ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଜନଶୁଣାଣି କରିବା ସହିତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ପ୍ରସ୍ତାବ ରଖିଛନ୍ତି। ଶୁଣାଣି ପୂର୍ବରୁ ଆଜି ଶ୍ରୀ ଜଗନ୍ନାଥ ପରମ୍ପରା ବଞ୍ଚାଅ ସମିତି ପକ୍ଷରୁ ସହର ସାରା ଲିଫ୍ଲେଟ୍ (ପ୍ରଚାରପତ୍ର) ବଣ୍ଟାଯାଇଛି। ଏହି ପତ୍ରରେ ଶ୍ରୀମନ୍ଦିର ପରମ୍ପରାକୁ ଧ୍ୱଂସ କରିବାକୁ କିଛି ପ୍ରଶାସନିକ ଅଧିକାରୀ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଧର୍ମ ଆନ୍ଦୋଳନର ଡାକରା ଦିଆଯିବ। କେବଳ ସେତିକି ନୁହେଁ, ଖୁବଶୀଘ୍ର ଏହା ଜନଆନ୍ଦୋଳନର ରୂପ ନେବ ଏବଂ ଏଥି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସମିତି ଚେତାବନୀ ଦେଇଛି। ଆଗାମୀ ଦିନରେ ଏହାକୁ ନେଇ ଶ୍ରୀକ୍ଷେତ୍ରରୁ ଧର୍ମ ଆନ୍ଦୋଳନ ଓ ଜନ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଏଥିରେ କୁହାଯାଇଛି।
OSCAR-2019
ଏକ ଦରିଦ୍ର ପରିବାରରେ ଆବ୍ରାହମ୍ ଲିଙ୍କନ୍ ଜନ୍ମଗ୍ରହଣ କରିଥିଲେ । ଅଭାବ ଓ ଅନାଟନ ଭିତରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ତାଙ୍କର ଅସାଧାରଣ ପ୍ରତିଭା ବଳରେ ସେ ଦିନେ ଆମେରିକାର ରାଷ୍ଟ୍ରପତି ଭଳି ପଦରେ ଆସୀନ ହୋଇପାରିଥିଲେ । କେବଳ ସେତିକି ନୁହେଁ, ଜଣେ ନିଆରା ରାଷ୍ଟ୍ରପତି ଭାବରେ ତାଙ୍କର ଖ୍ୟାତି ମଧ୍ୟ ବିଶ୍ୱବିଖ୍ୟାତ ହୋଇପାରିଥିଲା । (ରାଜକୁମାରୀ ବିଦ୍ୟାବତୀଙ୍କର ଅପହରଣ ହୋଇଗଲା । ଏଣେ ରାଜଜ୍ୟୋତିଷ ବାଚଷ୍ପତି ଆଶ୍ଚର୍ଯ୍ୟ ହେଉଥାନ୍ତି ଯେ ତାଙ୍କ ନିକଟକୁ ଅନ୍ୟ ଜ୍ୟୋତିଷ ଜଗତପତି କାହିଁକି ଆସୁନାହାଁନ୍ତି; ସେ ତାଙ୍କ ସନ୍ଦେହ କଥା ରାଜାଙ୍କୁ କହିଲେ । ତା’ପରେ ଯୁବକ ମହେନ୍ଦ୍ରନାଥ ରାଜାଙ୍କ ଆଜ୍ଞାନେଇ ନିଜେ ଖୋଜି ଖୋଜି ଯାଦୁ ମହଲରେ ଯାଇ ପହଁଚିଲେ; ଯେଉଁଠାରେକି ବିଦ୍ୟାବତୀ ନଜର ବନ୍ଦୀ ଥା’ନ୍ତି । ମହେନ୍ଦ୍ରନାଥ ସେଠାରେ ଦରବାନ କାମ ପାଆନ୍ତି । ତଦ୍ୱାରା ସେ ମହଲର ଭଲ ମନ୍ଦ ଉପରେ ଆଖି ରଖିଥାନ୍ତି । ଏଥର ଆଗକୁ ପଢନ୍ତୁ ।) ପରଦିନ ମହେନ୍ଦ୍ରନାଥ ସମୟ ଆଗରୁ ସେଠାରେ ପହଁଚି ଯାଇଥିଲେ ଓ ଏପଟ ସେପଟ ବୁଲି ଆଖି ରଖୁଥାନ୍ତି; ସେତିକିବେଳେ ସେ ଦେଖିପାରିଲେ ଏକପ୍ରକାର ବେଶଭୂଷା ହୋଇଥିବା ତିନିଜଣ ଯୁବତୀ ମହଲରୁ ବାହାରି ବଗିଚାକୁ ଆସିଲେ; ସେ ପୂର୍ବଦିନ ଦେଖିଥିବା ଯୁବତୀକୁ ଚିହ୍ନିବାକୁ ଚେଷ୍ଟା କରି ମଧ୍ୟ ପାରିଲେ ନାହିଁ । ସେ ଦେଖିଲେ ତିନିଜଣଙ୍କ ମଧ୍ୟରୁ ଜଣେ ଫେରିଗଲା । ଜଣେ ବଗିଚାରେ ବୁଲିଲା ଓ ଅନ୍ୟଜଣକ ଗୋଟିଏ ସ୍ଥାନରେ ବସି ତା’ଉପରେ ଦୃଷ୍ଟି ରଖିଲା ମହେନ୍ଦ୍ର ବୃକ୍ଷର ଅନ୍ତରାଳରେ ଲୁଚି ଲୁଚି ବୁଲୁଥିବା ଯୁବତୀଙ୍କର ନିକଟତର ହେଲେ ଓ ଯୁବତୀଟି ଶୁଣି ପାରିବା ଭଳି ଧୀର ସ୍ୱରରେ ପଚାରିଲେ, “ମହାଶୟା, ଆପଣ କ’ଣ ରାଜକୁମାରୀ ବିଦ୍ୟାବତୀ?” ବିଦ୍ୟାବତୀ ଯାହା ଶ୍ରବଣ କଲେ ତାଙ୍କ ପାଇଁ ତାହା ଆଶ୍ଚର୍ଯ୍ୟଜନକ ଓ ଆନନ୍ଦ ଦାୟକ ଥିଲା । ସେ କିଛି ନ ବିଚାରି ଯେଉଁଆଡୁ ଶବ୍ଦ ଆସୁଥିଲା ସେହି ଦିଗରେ ଆଗେଇ ଗଲେ । କାହାକୁ ଦେଖିବାକୁ ନ ପାଇ ଆହୁରି ବେଶି ଆଗେଇ ଯାଇ ଫେରି ଆସିବା ବେଳେ ମହେନ୍ଦ୍ରନାଥଙ୍କୁ ସେ ଦେଖିଲେ, ମହେନ୍ଦ୍ର କିଛି କହିବାକୁ ଯାଉଥିଲେ, କିନ୍ତୁ ସେ ଇଶାରା ଦେଇ ଚୁପ୍ ରହିବାକୁ କହିଲେ ଏବଂ କେବଳ “କାଲି” କହି ସେଠାରୁ ସେ ଚୁପ୍ଚାପ୍ ଚାଲିଗଲେ । କାରଣ ସେତେବେଳକୁ ଅନ୍ୟ ଯୁବତୀଟି ତାଙ୍କ ଆଡକୁ ଆଗେଇ ଆସୁଥିଲା । ସେଦିନ ରାତ୍ରିରେ ମହେନ୍ଦ୍ରନାଥ ଅଧିକ ସାବଧାନ ହୋଇ ପହରା ଦେଲେ । କିନ୍ତୁ ତାଙ୍କ ଦୃଷ୍ଟି ମହଲ ଉପରେ । ସେ ଦେଖିଲେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ କୋଠରୀରେ ଆଲୋକ ଜଳୁଛି, ଅର୍ଥାତ୍ ପ୍ରତ୍ୟେକଦିନ ରାଜ କୁମାରୀଙ୍କୁ ଭିନ୍ନ ଭିନ୍ନ କକ୍ଷରେ ରଖା ଯାଉଛି । ମହେନ୍ଦ୍ର ଏବେ ନିଶ୍ଚିତ ହୋଇଗଲେ ଯେ ଯାହାଙ୍କୁ ଆଜି ସେ ଦେଖିଲେ ସେହିଁ ରାଜକୁମାରୀ ବିଦ୍ୟାବତୀ । ପୁଣି ପରିଚାରିକାମାନେ ଏକପ୍ରକାର ପୋଷାକ ପିନ୍ଧିଛନ୍ତି ଯେପରି ହଠାତ୍ ବିଦ୍ୟାବତୀଙ୍କୁ କେହି ମଧ୍ୟ ଚିହ୍ନିପାରିବ ନାହିଁ । କିଛି ସମୟ ପରେ ଦରବାନ୍ ବନ୍ଧୁ ଆସି ସେଠାରେ ପହଁଚିଲା । ମହେନ୍ଦ୍ର ପଚାରିଲେ, “କଥା କ’ଣ, ଆଜି ତ ମୁଁ ତୁମକୁ ଆଦୌ ଦେଖି ନଥିଲି ।” ସେ ତରବର ହୋଇ ଯାଉଯାଉ କହିଲା, “ଆଜି ଆମ ମହଲକୁ କେହି ଜଣେ ପଣ୍ଡିତ ଆସିଛନ୍ତି । ମୁଁ ସେଥିପାଇଁ ବ୍ୟସ୍ତ ଥିଲି । ଏବେ ଯାଉଛି ।” ଏହା କହି ସେ ସେଠାରୁ ତୁରନ୍ତ ଚାଲିଗଲା । ତିର୍ତ୍ତୋଲ୦୪/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକରେ ନୂତନ କୋର୍ଟ ସ୍ଥାପନପାଇଁ ଆଜି ଜଗତସିଂହପୁର ଜିଲ୍ଲା ଦୌରା ଜଜ୍ ରବି ନାରାୟଣ ମିଶ୍ର, ଏଡ଼ିଜେ ଦିଗାମ୍ବର ପ୍ରଧାନ, ରେଜିଷ୍ଟାର ପ୍ରଦୀପ୍ତ କିଶୋର ପ୍ରଧାନ, ବରିଷ୍ଟ କିରାଣୀ ଅନିରୁଧ ଚୌଧୁରୀ ପ୍ରମୁଖ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ତିର୍ତ୍ତୋଲ ବାର ଆସୋସିଏସନର ସମ୍ପାଦକ ସରୋଜ କୁମାର ପାଣୀଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇଥିଲେ। ଖୁବ୍ ଶୀଘ୍ର ନୂତନ କୋର୍ଟ କାର୍ଯ୍ୟକାରୀ ହେବବୋଲି ଜିଲ୍ଲା ଜଜ୍ ପ୍ରକାଶ କରିଥିଲେ।
OSCAR-2019
ବିଜେପୁରରେ ଗୁଳିକାଣ୍ଡ ଘଟଣା, ଜିଲା ବିଜେପି ପକ୍ଷରୁ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ – Odiapua.com ବୌଦ୍ଧ, ୧୦.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବରଗଡ ଜିଲା ବିଜେପୁର ବିଧାନ ସଭା ଉପ ନିର୍ବାଚନ ପାଇଁ ରାଜ୍ୟ ରାଜନିତି ସରଗରମ ରହିଥିବା ବେଳେ ଗତ ୬ତାରିଖରେ ଭାରତୀୟ ଜନତା ପାର୍ଟିର ଯୁବନେତାଙ୍କ ଘରଉପରକୁ ଗୁଳିମାଡ ଘଟଣାରେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥାଣୁ ହୋଇଥିବା ନେଇ ବିଜେପି ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉପ ନିର୍ବାଚନରେ ଭୟଭୀତ ହୋଇ ସ୍ଥାନୀୟ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇଙ୍ଗିତରେ ଏହା କରାଯାଇଛି ବୋଲି ବିଜେପି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି । ସଭାପତି ସୈାମିତ୍ରୀ କୁମାର ନାୟକଙ୍କ ନେତୃତ୍ୱରେ ଜିଲା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ବାହାରୀ ଏନ୍.ଏ.ସି. ଛକଠାରେ ପହଞ୍ଚô ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ସହିତ ମୁଖ୍ୟ ମନ୍ତ୍ରୀଙ୍କ କୁଶ ପୁତଳିକାକୁ ଦାହ କରାଯାଇଥିଲା । ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ସୂର୍ଯ୍ୟନାରାୟଣ ମହାପାତ୍ର, ମହିଳା ମୋର୍ଚ୍ଚା ସଭାପତି ନମିତାରାଣୀ ଦାଶ, ପୁର୍ବତନ ସଭାପତି ମନୋରଞ୍ଜନ ଦାଶ, ବିପ୍ର ଚରଣ ମହାନ୍ତି, ଚିତରଞ୍ଜନ ପାଣିଗ୍ରାହୀ, ସୁଧାଂଶୁ ଡାଙ୍ଗ, ସତ୍ୟାନନ୍ଦ ପାଣ୍ଡେ, ସମ୍ଭୁପ୍ରସାଦ ପ୍ରଧାନ, ସଂଜୟ ମେହେର, ସିଦେ୍ଧଶ୍ୱର ଯୋଶୀ, ଦେବାଶିଷ ବିଶି ପ୍ରମୁଖ ସାମିଲ ହୋଇଥିଲେ ।
OSCAR-2019
ଜୀବନରେ କିଛି ଘଟଣା ଘଟିବା ଆଗରୁ ଭଗବାନ ଆମକୁ ସଙ୍କେତ ଦେଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସବୁ ସଂକେତ ବିଷୟରେ ବିସ୍ତାର ରୂପେ ବର୍ଣ୍ଣନା କରାଯାଇଛି। ଆପଣ ଜ୍ୟୋତିଷ ଶାସ୍ତ୍ରର ନୀତିକୁ ଅନୁସରଣ କଲେ ଅନେକ ନକରାତ୍ମକ ଶକ୍ତିର ପ୍ରଭାବରୁ ରକ୍ଷା ପାଇପାରିବେ। ଛାତି ଥରିବାକୁ ବୀରତ୍ୱ ବା କିଛି ଜିତିବାର ସାହସ ରୂପେ ମାନାଯାଏ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯଦି ଛାତି ଥରିବା ଆରମ୍ଭ ହୁଏ ତେବେ ଆପଣ ଯେ କୌଣସି କାମରେ ବିଜୟ ଲାଭ କରିବେ। ଆଖି ଡେଇଁବା ଶୁଭ ଅଟେ। ଆଖି ଡେଇଁଲେ ଆପଣଙ୍କୁ ଖୁବ ଶୀଘ୍ର ସଫଳତା ମିଳିଥାଏ । ବାମ ଆଖି ଝିଅ ମାନଙ୍କ ପାଇଁ ଶୁଭ ହେଇଥିବା ବେଳେ ଡାହାଣ ଆଖି ପୁଅ ମାନଙ୍କ ପାଇଁ ଶୁଭ ଅଟେ। କପାଳ ଥରିବାକୁ ହିନ୍ଦୁ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ମାନାଯାଏ । କାରଣ କପାଳ ଥରିଲେ ଆପଣଙ୍କର ଚାକିରୀ କ୍ଷେତ୍ରରେ ଉର୍ନତି ହେବ। ବେଳେବେଳେ ହାତ କୁଣ୍ଡାଇ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ ନିକଟ ଭବିଷ୍ୟତରେ ଧନଲାଭ ହେବ। ଝିଅ ମାନଙ୍କ କ୍ଷେତ୍ରରେ ବାମ ହାତ କୁଣ୍ଡାଇ ହେଲେ ଶୁଭ ହୋଇଥାଏ।
OSCAR-2019
ସମ୍ପ୍ରତି ହୋଇଥିବା ଏକ ସର୍ବେକ୍ଷଣରୁ ପୁଣି ଥରେ ଜଣାପଡିଛି ଯେ ନିରୂପିିତ ବା ଡିନୋଟିଫାଏଡ ଯାଯାବର ଓ ଅର୍ଦ୍ଧ ଯାଯାବର ସମ୍ପ୍ରଦାୟଙ୍କର ଅଘୋଷିତ ଦୁର୍ବଳତା ବିଶେଷକରି ଶିକ୍ଷା, ନିଯୁକ୍ତି, ନିରନ୍ତର ଲାଗି ରହିଥିବା ଭେଦଭାବ, ସାମାଜିକ ରୁଢିବାଦିତା ଓ ଅପରାଧିର କଳଙ୍କର ଭୟ କେବେବି ଏମାନଙ୍କର ପିଛା ଛାଡିିନାହିଁ । ଏକଥାଟି ସମ୍ପ୍ରତି ପ୍ରକାଶ ପାଇଥିବା ଅନେକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହି ସବୁ ରିପୋର୍ଟ ଭିତରେ ନ୍ୟାସନାଲ କମିଶନ ଫର ଡିନୋଟିଫାଏଡ, ନୋମାଡିକ ଆଣ୍ଡ ସେମି-ନୋମାଡିକ ଟ୍ରାଇବ୍ସ(ରେଙ୍କେ କମିଶନ ୨୦୦୮), ନ୍ୟାସନାଲ ଆଡଭାଇଜରୀ କାଉନସିଲ ୱାର୍କିଙ୍ଗ ଗ୍ରୁପ ଅନ ଡିନୋଟିଫାଇଡ ଆଣ୍ଡ ନୋମାଡିକ ଟ୍ରାଇବ୍ସ(୨୦୧୧) ଏବଂ ହାଇଲେବଲ କମିଟି ଅନ ସୋସିଆଲ, ଇକନମିକ, ହେଲ୍ଥ ଆଣ୍ଡ ଏଜୁକେସନାଲ ଷ୍ଟାଟସ ଅଫ ଟ୍ରାଇବାଲ କମ୍ୟୁନିଟୀ ଅଫ ଇଣ୍ଡିଆ (ଏକ୍ସଏଏକ୍ସଏ କମିଟି ୨୦୧୧) ଆଦି ଉଲ୍ଲେଖଯୋଗ୍ୟ । ତେବେ ଏହି ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ଏବଂ ଶିକ୍ଷା ସମ୍ବନ୍ଧୀୟ ଭରସାଯୋଗ୍ୟ ତଥ୍ୟର ଅଭାବକୁ ନଜରରେ ରଖି ଏହା ଉପରେ ପ୍ରକୃତ ତଥ୍ୟ ହାସଲ ପାଇଁ ଦି ଇଣ୍ଡିଆନ କାଉନସିଲ ଅଫ ସୋସିଆଲ ସାଇନ୍ସ ରିସର୍ଚ୍ଚ (ଆଇସିଏସଏସଆର) ୯ଟି ରାଜ୍ୟରେ ଏକ ବିଶେଷ ଅଧ୍ୟୟନ କରାଇଥିଲେ । କାଉନସିଲ ଅଫ ସୋସିଆଲ ଡେଭେଲପମେଣ୍ଟ ହାଇଦ୍ରାବାଦ, ୨୦୧୨ ରୁ ୨୦୧୫ ମଧ୍ୟରେ କରିଥିବା ଅଧ୍ୟୟନରେ ମଧ୍ୟପ୍ରଦେଶ, ଛତିଶଗଡ, ଗୋଆ, ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ୧୩୦୦୦ ପରିବାରରେ ଏହି ସର୍ବେକ୍ଷଣ କରାଇଥିଲେ । ରେଙ୍କେ କମିଶନ ପକ୍ଷରୁ ଯେଉଁ ୩୦୬ଟି ସମ୍ପ୍ରଦାୟକୁ ବଛା ଯାଇଥିଲା ସେଥିରୁ ୭୬ଙ୍କୁ ଏଥିରେ ସାମିଲ କରାଯାଇଥିଲା । ଯେଉଁଥିରେ ୬୬ % ପଛୁଆ ଜାତି, ୧୬ % ଅନୁସୂଚିତ ଜାତି ଓ ୧୮% ଅନୁସୂଚିତ ଜନଜାତିର ଲୋକ ଥିଲେ । ଏଥିରେ ଯେଉଁ ମାନେ ବିଭିନ୍ନ ମାର୍କା ମରାଯାଇଥିବାର ଶିକାର ସେମାନଙ୍କ ସହିତ ଯେଉଁ ମାନଙ୍କ ପଛରେ ଅପରାଧୀ ମାର୍କା ନାହିଁ ସେମାନଙ୍କୁ ସାମିଲ କରାଯାଇଥିଲା । କାରଣ ଏକ ବିଶେଷ ଅଧ୍ୟୟନରେ ଲୋକଙ୍କୁ ଅପରାଧୀର ଆଖ୍ୟା ଦିଆଯାଉଥିବା ବିଷୟରେ ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନରୁ ମୋଟାମୋଟି ଭାବରେ ଗୋଟିଏ କଥା ଜଣାପଡିଲା ଯେ ନିରୂପିତ (ଡିନୋଟିଫାଏଡ) ଯାଯାବର ସମ୍ପ୍ରଦାୟ ସହିତ ଦୁର୍ବଳ ସାମାଜିକ-ଅର୍ଥନୈତିକ ବ୍ୟବସ୍ଥା, ଅଶିକ୍ଷା ଏବଂ ସାମାଜିକ ରୁଢିବାଦିତା ଅଙ୍ଗାଙ୍ଗୀଭାବେ ଜଡିତ । ଏଥିରେ ଯେଉଁ ସମ୍ପ୍ରଦାୟକୁ ଅଧ୍ୟୟନ ପରିସରଭୁକ୍ତ କରାଯାଇଥିଲା ସେଥିରେ ବିଶେଷ କରି ଗ୍ରାମୀଣ ଓ ୩୦ ବର୍ଷରୁ ଅଧିକ ଦିନ ଧରି ଯାଯାବର ଜୀବନ ଛାଡି ଗୋଟିଏ ସ୍ଥାନରେ ରହି ଆସୁଥିବା ସମ୍ପ୍ରଦାୟର ଲୋକମାନଙ୍କୁ ସାମିଲ କରାଯାଇଥିଲା । ଏଥିରେ ସେମାନଙ୍କ ପାରମ୍ପରିକ ଜୀବିକାକୁ ଧରି ରଖିଥିବା ଲୋକଙ୍କ ସଂଖ୍ୟା ବହୁତ କମ ଥିଲା । କେବଳ ଗୁଜୁରାଟରେ ୨୫ % ଓ ମଧ୍ୟପ୍ରଦେଶରେ ୨୨% ଲୋକ ସେମାନଙ୍କ ପାରମ୍ପରିକ ଜୀବିକାକୁ ଧରି ରଖିଥିଲେ । ଅଧ୍ୟୟନରୁ ଜଣା ପଡିଥିଲା ଯେ ଏଥିର ଅଧିକାଂଶ ଲୋକ ଏବେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରି ଜୀବିକା ଅର୍ଜନ କରୁଛନ୍ତି । କୌଣସି ଉପାୟ ନପାଇ ଦାଦନ ହୋଇଯାଉଥିବା ଲୋକଙ୍କର ପାରିବାରିକ ସ୍ଥିରତା ତଥା ଶିକ୍ଷାଦୀକ୍ଷାକୁ ନେଇ ଅନେକ ସମସ୍ୟା ଦେଖା ଦେଇଥାଏ । ଏହା ଭିତରେ ଯାଯାବର ସଂସ୍କୃତି ଓ ବାଧ୍ୟତାମୂଳକ ଭାବେ ଦାଦନହେଉଥିôବା ଲୋକଙ୍କ ଭିତରେ ଥିବା ପ୍ରଭେଦକୁ ମଧ୍ୟ ବୁଝିବାକୁ ହେବ । ଯାଯାବର ସଂସ୍କୃତିର ଲୋକେ ବିଭିନ୍ନ ସ୍ଥାନରେ ବୁଲି ବୁଲି ବାସକରିବା ସହିତ ସେମାନଙ୍କ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ବସବାସ କରନ୍ତି । ନିରୂପିତ(ଡିନୋଟିଫାଏଡ) ସମ୍ପ୍ରଦାୟମାନଙ୍କ ମଧ୍ୟରେ ମୋଟେ ସ୍କୁଲରେ ନାମ ମଧ୍ୟ ଲେଖାଇ ନ ଥିôବା ପିଲାଙ୍କର ସଂଖ୍ୟା ବିଭିନ୍ନ ରାଜ୍ୟରେ ବହୁତ ବେଶୀ । ମହାରାଷ୍ଟ୍ରରେ ଏହି ସଂଖ୍ୟା ମାତ୍ର ୫.୫%, ତାମିଲନାଡୁରେ ୧୮% ଏବଂ ଆନ୍ଧ୍ରପ୍ରଦେଶରେ ୨୧ % । ଅଧିକାଂଶ ଘଟଣାରେ ଏମାନଙ୍କ ପିଲାମାନେ ଅଧିକରୁ ଅଧିକ ପ୍ରାଥମିକ ଶିକ୍ଷା ମଝିରୁ ବା ଅତି ବେଶୀରେ ମାଧ୍ୟମିକ ଶିକ୍ଷା ମଝିରୁ ହିଁ ପାଠ ଛାଡି ଦେଇ ଥାଆନ୍ତି । ଏହି ପିଲାମାନଙ୍କର ଆଦୌ ସ୍କୁଲରେ ନାମ ନ ଲେଖାଇବା ବା ଅଧାରୁ ପାଠ ଛାଡିଦେବା ପଛରେ ଗୋଟିଏ ମୁଖ୍ୟ କାରଣ ହେଉଛି ସେମାନଙ୍କ ପିତାମାତାଙ୍କର ଦାଦନ ହୋଇ ଦେଶାନ୍ତରୀ ହୋଇଯିବା । ଏ ସମ୍ବନ୍ଧରେ ମଧ୍ୟପ୍ରଦେଶର ଶିକ୍ଷକମାନଙ୍କ ସହିତ ନିଆଯାଇଥିବା ସାକ୍ଷାତକାରରୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହିତ ଶିକ୍ଷାର୍ଥୀମାନଙ୍କର ଯେଉଁ ସମ୍ପର୍କ ଥାଏ ତାହା ଏ କ୍ଷେତ୍ରରେ ଦେଖିôବାକୁ ମିଳେ ନାହିଁ । ତେଣୁ ଶିକ୍ଷାର୍ଥୀମାନଙ୍କର ସ୍କୁଲରେ ଅନୁପସ୍ଥିତି ବୃଦ୍ଧି ପାଇଥାଏ ଓ ଛାତଛାତ୍ରୀମାନଙ୍କର ଉପସ୍ଥାନ ଉପରେ ଏହାର ପ୍ରଭାବ ପଡେ । ଦୁର୍ବଳ ଆଦିବାସୀ ସମ୍ପ୍ରଦାୟଙ୍କ ଭିତରେ ଶିକ୍ଷାର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଛାତ୍ରାବାସ, ଆଶ୍ରମସ୍କୁଲ ଆଦିର ବ୍ୟବସ୍ଥା କରାଯାଇଛି । ରେଙ୍କେ ଆୟାଗଙ୍କ ରିପୋର୍ଟ ମୁତାବକ ଏହି ସମ୍ପ୍ରଦାୟର ଶିକ୍ଷାର୍ଥୀଙ୍କୁ ପ୍ରାଥମିକ ସ୍ତରରେ, ସ୍କୁଲରେ ବା ଛାତ୍ରାବାସରେ ନାମ ଲେଖାଇବା କ୍ଷେତ୍ରରେ ମଧ୍ୟ ଲିଂଗଗତ ଭେଦଭାବ ପରିଲକ୍ଷିତ ହୋଇଥାଏ । କିନ୍ତୁ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀଗୁଡିକରେ ଅଧିକାଂଶତଃ ବାଳକମାନେ ହିଁ ଛାଡି ଚାଲିଯାଉଥିôବାର ଦେଖିବାକୁ ମିଳିଥାଏ । ବର୍ତ୍ତମାନ ହୋଇଥିବା ଅଧ୍ୟୟନରୁ ଏକଥା ଜଣା ପଡୁନାହିଁ ଯେ ଆଶ୍ରମ ସ୍କୁଲ ବା ଆବାସିକ ଛାତ୍ରାବାସ କରିବା ଯୋଗୁଁ ନିରୂପିତ ବା ଆଦିବାସୀ ଛାତ୍ରଛାତ୍ରୀଙ୍କର ସଂଖ୍ୟାରେ ବୃଦ୍ଧି ଘଟିଛି । ବିଭିନ୍ନ ରାଜ୍ୟରେ ଏଭଳି ଶିଶୁମାନଙ୍କର ଶିକ୍ଷା ଦୀକ୍ଷା ଏବଂ ସ୍କୁଲ ଯିବା କଥାରେ ସେମାନଙ୍କ ପିତାମାତାଙ୍କ ନିଷ୍ପତ୍ତି ପ୍ରାୟତଃ କିଛି ନଥାଏ । ଏଥିରେ ଦୁଇଟି କଥା ଥାଏ ଏକେତ ଅବିଭାବକମାନଙ୍କର ନିଜର କୌଣସି ଶିକ୍ଷା ଦୀକ୍ଷା ନଥାଏ, ଦୁଇରେ ସବୁଠୁ ବଡ଼ କଥାଟି ହେଉଛି ସେମାନଙ୍କ ଆବାସ ସ୍ଥାନଠାରୁ ସ୍କୁଲ ବହୁ ଦୂରରେ ହୋଇଥାଏ । କିନ୍ତୁ ଏ ସବୁ ସତ୍ତେ୍ୱ ଅବିଭାବକମାନେ ଚାହିଁଥାଆନ୍ତି ଯେ ସେମାନଙ୍କର ପୁଅ ଓ ଝିଅ ଦୁହେଁ ଯାକ ଭଲ ପାଠପଢି ସରକାରୀ ଚାକିରୀ ପାଆନ୍ତୁ । ଏଥିପାଇଁ ସ୍କୁଲକୁ ଅବିଭାବକ ଓ ଛାତ୍ରଛାତ୍ରୀମାନଙ୍କର ଆବାସସ୍ଥାନ ନିକଟରେ ହିଁ ସ୍କୁଲ ଖୋଲାଯିବାପାଇଁ ବ୍ୟବସ୍ଥା କରାଯିବା ଦରକାର । ଏଥିରେ ଅବିଭାବକ ଓ ସମ୍ପ୍ରଦାୟ ଉଭୟ ପକ୍ଷରୁ ସେମାନଙ୍କ ପିଲାମାନଙ୍କର ସ୍କୁଲ ଜୀବନ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । ଏହି ସର୍ବେକ୍ଷଣରେ ଯେଉଁ ନଅଟି ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ସ୍କୁଲରେ ପାଠ ପଢୁଥିଲେ । ସେଥିରୁ ମଧ୍ୟପ୍ରଦେଶ, ଗୁଜୁରାଟ,ମହାରାଷ୍ଟ୍ର, ଛତିଶଗଢ, ତାମିଲନାଡୁ, କର୍ଣ୍ଣାଟକରେ ୯୦ % ଓ ତେଲେଙ୍ଗାନା ଏବଂ ଗୋଆରେ ୭୫ % ଛାତ୍ରଛାତ୍ରୀ ଥିଲେ । ଯଦିଓ ବିଭିନ୍ନ ରାଜ୍ୟରେ ବେସକାରୀ ସ୍କୁଲମାନେ ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଅନୁପ୍ରବେଶ ଘଟୁଛି ତଥାପି ଉପରୋକ୍ତ ସମ୍ପ୍ରଦାୟ ଗୁଡିକର ଶିଶୁମାନେ ସରକାରୀ ସ୍କୁଲରେ ହିଁ ପଢି ଥାଆନ୍ତି । ତେଣୁ ଶିକ୍ଷକ, ସ୍କୁଲଗୃହ, କୋଠରୀ ଏବଂ ମୂଳଭୁତ ସୁବିଧା ଦୃଷ୍ଟିରୁ ସରକାରୀ ସ୍କୁଲ ବ୍ୟବସ୍ଥାକୁ ସୁଦୃଢ କରିବା ଆଜିର ମୁଖ୍ୟ ଆବଶ୍ୟକତା ହୋଇଛି । ସାଧାରଣତଃ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଅନେକ ଆନୁଷ୍ଠାନିକଅଭାବ ରହି ଯାଇଥବାରୁ ଏହା ଗୁଣାତ୍ମକ ଭାବରେ ଦୁର୍ବଳ ହୋଇ ପଡୁଛି ଓଏଥିରେ ରହିଥିବା ଭେଦଭାବ ମିଶିଯାଇ ଏହି ସମ୍ପ୍ରଦାୟର ଅନେକଙ୍କୁ ସ୍କୁଲ ଆସିବାରୁ ନିବୃତ୍ତ କରିବାରେ ଲାଗିଛି । ସର୍ବେକ୍ଷଣରୁ ସ୍ପଷ୍ଟ ହେଉଛି ଯେ ସମାଜର କେତେକ ସ୍ଥାନୀୟ ସମସ୍ୟା ଏହି ସମ୍ପ୍ରଦାୟଗୁଡିକର ଶିକ୍ଷା କ୍ଷେତ୍ରରେ ପ୍ରବେଶକୁ ପ୍ରଭାବିତ କରିବାରେ ଲାଗିଛି । ଏବେ ନିଆଯାଉଥିବା ପଦକ୍ଷେପଗୁଡିକ ଏହି ସବୁ ଦୁର୍ବଳ ସମ୍ପ୍ରଦାୟଗୁଡିକର ନିର୍ଦ୍ଦିଷ୍ଟ ଆକାଂକ୍ଷା ଓ ଆବଶ୍ୟକଗୁଡିକୁ ସ୍ୱୀକାର କରୁ ନାହିଁ ।
OSCAR-2019
କନକ ବ୍ୟୁରୋ : ସମ୍ବଲପୁରରେ ମା ସମଲେଇଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ନୂଆ ବସ୍ତ୍ର ପରିଧାନ କରି ମା ନୂଆଁଖାଇଛନ୍ତି । ଆଉ ଦୂରଦୂରାନ୍ତରରେ ଥିବା ଲୋକମାନେ ନୂଆଁଖାଇ ପାଳନ କରିବା ପାଇଁ ଘରକୁ ଫେରିଛନ୍ତି । କିନ୍ତୁ ପାଣିକୁ ନେଇ ରାଜ୍ୟ ରାଜ୍ୟ ଭିତରେ ବିବାଦ ଚାଲିଥିଲେ ବି ନୂଆଁଖାଇର ଧୁମରେ ସବୁ ବିବାଦ ଫିକା ପଡିଯାଇଛି । ମହାନଦୀର ପାଣି କେଉଁ ରାଜ୍ୟର ଏହାକୁ ନେଇ ଓଡିଶା ଓ ଛତିଶଗଡ ଅନେକ ଥର ମୁହାଁମୁହିଁ ହୋଇଛନ୍ତି । ପାଣି ବିବାଦକୁ ନେଇ ଦୁଇ ରାଜ୍ୟର ମୁଖିଆ ବି ଅନେକ ଯୁକ୍ତି ବାଢିଛନ୍ତି । ଯାହାଫଳରେ ଦୁଇ ରାଜ୍ୟର ନେତା ପରସ୍ପର ବିରୋଧରେ ବିଷୋଦଗାର କରିଛନ୍ତି । କିନ୍ତୁ ଏହାରି ଭିତରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ଛତିଶଗଡ ଲୋକ ବି ସାମିଲ ହୋଇଛନ୍ତି । ସମ୍ବଲପୁରରେ ଆଜି ନୂଆଁ ଖାଇବାକୁ ସୁଦୂର ଛତିଶଗଡରୁ ସଂପର୍କୀୟ ଚାଲିଆସିଥିଲେ । ଆଉ ରାଜ୍ୟ ରାଜ୍ୟ ଭିତରର ବିବାଦକୁ ଭୁଲି ସଂପର୍କୀୟଙ୍କ ସହ ନୂଆ ଖାଇଥିଲେ । ଆଉ ଏହାପରେ ଜୁହାର କାର୍ଯ୍ୟକ୍ରମ ଅନୁଯାୟୀ ସାନମାନେ ବଡମାନଙ୍କୁ ପ୍ରଣାମ କରି ଆର୍ଶୀବାଦ ଭିକ୍ଷା କରିଥିଲେ । ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବାରେ ଏହି ପର୍ବର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହିପରି ସୁନ୍ଦରଗଡର ଓରାମ ଆଦିବାସୀ ସଂପ୍ରଦାୟରେ ନିଆରା ଢଂଗରେ ନୂଆଁଖାଇ ପାଳନ କରିଛନ୍ତି । ପାରମ୍ପରିକ ଗୀତ ଗାଇ ଜଂଗଲରୁ ଓରାମ ସଂପ୍ରଦାୟର ମହିଳାମାନେ ପତ୍ର ସଂଗ୍ରହ କରିଛନ୍ତି । ଆଉ ପତ୍ର ସହ ଜାଳେଣି କାଠ ବି ସଂଗ୍ରହ ଚାଲିଛି । କାହିଁକିନା ଘରେଯାଇ ପାଳନ କରିବେ ଗଣପର୍ବ ନୂଆଁଖାଇ । ପତ୍ର ସଂଗ୍ରହ ପରେ ନଦୀରୁ ଗାଧୋଇ ଘରକୁ ଫେରିଥିଲେ ଓ ଜଙ୍ଗଲରୁ ଆଣିଥିବା ପତ୍ରରେ ଖଲି ଦନା ତିଆରି କରିଥିଲେ । ଏହା ସହ ଢିଙ୍କିରେ ନୁଆ ଚାଉଳ ଚୁନା କରିବା ପରେ ଆରମ୍ଭ ହୋଇଥିଲା ପିଠାପଣାର ପ୍ରସ୍ତୁତି । ଏହାପରେ ଘରକୁ ସଫା କରିବା ସହ ସଜେଇ ଥିଲେ । ଘରର ପୁରୁଷ ଲୋକମାନେ ପୂଜା କରିଥିଲେ । କୁରେଇ ପତ୍ର ଏବଂ ପୂଜା ସାମଗ୍ରୀରେ ନିଜ ପିତୃ ପୁରୁଷଙ୍କୁ ନୂଆଧାନ ଓ ପିଠାପଣା ଲାଗିକରିବା ପରେ ହାଣ୍ଡିଆ ଲାଗି କରାଯାଇଥିଲା । ଆଦିବାସୀଙ୍କ ନିୟମ ଅନୁଯାଇ ପିତୃପୁରୁଷଙ୍କୁ ହାଣ୍ଡିଆ ଲାଗିକଲେ ସାତ ଜନମର ପାପରୁ ମୁକ୍ତି ମିଳିଥାଏ । ଏହାପରେ ନବାନ୍ନ ସମସ୍ତେ ଏକାଠି ଗ୍ରହଣ କରିଥିଲେ । ଏହି ହାଣ୍ଡିଆ ସମସ୍ତେ ପିଇ ସାରିଲାପରେ ଜୁହାର ଭେଟର ପରମ୍ପରା ଆରମ୍ଭ ହୋଇଥିଲା । ଏହାପରେ ପାରମ୍ପରିକ କର୍ମା ନୃତ୍ୟରେ ସମସ୍ତେ ନାଚି ମସଗୁଲ ହୋଇ ପଡିଥିଲେ । ଓରାମ ସଂପ୍ରଦାୟର ମହିଳାମାନେ ନୂଆଖାଇ ପାଳନ କରିବା ପାଇଁ ସାତଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଆଉ ପୁରାତନ ସଂସ୍କୃତିକୁ ଏବେ ବି ଏମାନେ ବଂଚାଇ ରଖିଛନ୍ତି । କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ଶିକ୍ଷକଙ୍କ ବର୍ଜନ ନିଷ୍ପତ୍ତି । ୪ଦଫା ଦାବି ନେଇ ଆଜି ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ସ୍କୁଲ ଶିକ୍ଷକ ଓ ମିଳିତ ମଂଚର ବିକ୍ଷୋଭ କରିଛନ୍ତି । ୫୭ଟି ପରୀକ୍ଷା ମୂଲ୍ୟାୟନ କେନ୍ଦ୍ର ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଶିକ୍ଷକ । ସତ୍ୟପାଠଁ ଉଚ୍ଛେଦ କରିବା ସହିତ ୮ଦଫା ଦାବି ସରକାର ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରତିଶ୍ରୁତ ପୂରଣ କରିନାହାନ୍ତି । ଯେପର୍ଯ୍ୟନ୍ତ ସରକାର ପ୍ରତିଶ୍ରୁତି ପୂରଣ ନକରିଛନ୍ତି ସେଯାଏ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକମାନେ କହିଛନ୍ତି । ଭୁବେନଶ୍ୱର,ସମ୍ବଲପୁର, କଟକ ନୟାଗଡ ଭଳି ବିଭିନ୍ନ ସ୍ଥାନରେ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି । ସେହିପରି ଜୟପୁରରେ ମଧ୍ୟ ପରୀକ୍ଷାଖାତା ମୂଲ୍ୟାୟନ କେନ୍ଦ୍ରଆଗରେ ଶିକ୍ଷକମାନେ ଧାରଣାରେ ବସିଛନ୍ତି । ଶିକ୍ଷକଙ୍କ ଦାବି ନେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାଅଭିଯୋଗ କରିଛନ୍ତି । ଦାବି ପୂରଣ ନହେଲେ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ ବର୍ଜନ କରିବାକୁ ନିଷ୍ପତି ନେଇଥିବା କହିଛନ୍ତି । ସୂଚନାଯୋଗ୍ୟ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏହି ମୂଲ୍ୟାୟନ ପାଇଁ ନିୟୋଜିତ ପରୀକ୍ଷକମାନେ ଆସନ୍ତାକାଲି ସକାଳ ୧୦ଟାରେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଅପରାହ୍ଣ ୩ଟାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ମଲ୍ୟାୟନ କେନ୍ଦ୍ରରେ ପ୍ରସ୍ତୁତି ବୈଠକ କରାଯିବ । ଏଥିରେ ପରୀକ୍ଷକଙ୍କ ସମେତ କ୍ୟାମ୍ପ୍ ଅଫିସର, କ୍ୟାମ୍ପ ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାୟନ ସଂକ୍ରାନ୍ତରେ ଆଲୋଚନା କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକ ଅନୁପସ୍ଥିତ ରହିବେ ସେକ୍ଷେତ୍ରରେ ଡିଇଓମାନେ ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି ।
OSCAR-2019
ନଖ କାମୁଡିବା ଏକ ବଡ ବଦଭ୍ୟାସ। ଏହା ସାଧାରଣତଃ ପିଲାଙ୍କ ପାଖରେ ଦେଖାଯାଇଥାଏ। ବିଶେଷଜ୍ଞ ମତରେ ନଖ କାମୁଡିବାର ଅନେକ କାରଣ ମଧ୍ୟ ରହିଥାଏ। ଅନେକ କର୍ମଜୀବୀ ମଧ୍ୟ ରୀତିମତ ନଖ କାମୁଡ଼ିଥାନ୍ତି। ଏହା ପଛର ମୁଖ୍ୟ କାରଣ ହେଲା ନଖ କାଟିବା ନିମନ୍ତେ ସେମାନଙ୍କ ନିକଟରେ ସମୟ ନଥାଏ। ବଜାରରେ ପିତା ଲାଗୁଥିବା ନେଲ୍ ପଲିସ ମିଳିଲାଣି । ତାକୁ ନିଜ ନଖରେ ଲଗାଇଲେ ନଖ ପାଟିକୁ ନେବା ପୂର୍ବରୁ ଆପଣ ଦୁଇ ଥର ଭାବିବେ। ନଖ ଏବଂ ପାଟିକୁ ସବୁବେଳେ ବ୍ୟସ୍ତ ରଖନ୍ତୁ । ଷ୍ଟ୍ରେସ୍ ବଲ ବା ଟିପ୍ ଟପ୍ ପେନ ବ୍ୟବହାର କରନ୍ତୁ । ଯାହାଦ୍ୱାରା ଆପଣଙ୍କ ହାତ ବ୍ୟସ୍ତ ରହିବା ସହ ପାଟିକୁ ଯିବ ନାହିଁ।
OSCAR-2019
ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ଭୂମି ବିବାଦ ମାମଲାରେ ଶୀଘ୍ର ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ । ସୋମବାର ଦିନ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣିର ଦାବି କରି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ, ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।… ଏଟିଏମ୍ ଭଳି ରେଲୱେ ଷ୍ଟେସନରେ ଲାଗିବ ଏନି ଟାଇମ୍ ପିଜ୍ଜା ମେସିନ୍ : ଗ୍ରାହକଙ୍କ ସାମନାରେ ହେବ ପ୍ରସ୍ତୁତ, ୮ ମିନିଟରେ… ଇନ୍ଦୋର ସହିତ ରତଲାମ ମଣ୍ଡଳର ସମସ୍ତ ଷ୍ଟେସନରେ ଅତି ଶୀଘ୍ର ଏନି ଟାଇମ୍ ପିଜ୍ଜା ମେସିନ୍ ସ୍ଥାପନ କରାଯିବ । ଏଥିରେ ଗ୍ରାହକଙ୍କୁ ୮ ମିନିଟରେ ପିଜ୍ଜା ମିଳିବ । ଏଥିରେ ଶୁଦ୍ଧତାର ମଧ୍ୟ ଗ୍ୟାରେଣ୍ଟି ରହିବ । ପେସେଂଜର ଫ୍ରେଣ୍ଡଲୀ ଷ୍ଟେସନ ନିର୍ମାଣ କରିବା ପାଇଁ ପଶ୍ଚିମ ରେଳବାଇ ଓ ଭାରତୀୟ… ଛତିଶଗଡରେ ଗଣତନ୍ତ୍ର ଉପରେ ମହଙ୍ଗା ପଡୁଥିବା ଲୋକତନ୍ତ୍ର ମଧ୍ୟରେ ୧୨ ନଭେମ୍ବର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଛି । ରାଜ୍ୟର ୯୦ଟି ସିଟ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ୨୦ ନଭେମ୍ବରରେ ହେବ । ଏମିତିରେ ଛତିଶଗଡ଼ରେ ଉତ୍ସାହ ବଢ଼ିବା ସ୍ୱାଭାବିକ । ନକ୍ସଲବାଦ ଆସିଲେ ଆମକୁ ଛତିଶଗଡ଼… ଇ-କମର୍ସ କମ୍ପାନୀ ଆଲିବାବା ନିଜର ବାର୍ଷିକ ଦିନିକିଆ ସେଲ୍ ରେ ପୁଣି ଥରେ ବିଶ୍ୱ ରେକର୍ଡ କରିଛି । କମ୍ପାନୀ ସେଲ୍ ର ପ୍ରଥମ ୫ ମିନିଟରେ ହିଁ ୩ ବିଲିୟନ୍ ଡଲାର(ପାଖାପାଖି ୨୧,୬୦୦ କୋଟି ଟଙ୍କା)ର ଜିନିଷ ବିକ୍ରି କଲେ । ଆଲିବାବା ୨୪ ଘଣ୍ଟାରେ ୩୦୦ କୋଟି ଡଲାର(ପାଖାପାଖି ୨.୧୬ ଲକ୍ଷ କୋଟି… ଅନଲାଇନ୍ ଜିନିଷ କିଣିବାର ସଉକ ରଖୁଛନ୍ତି ଯଦି କିଛି ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଯଦ୍ୱାରା ଆପଣ ନକଲି ଜିନିଷ କିଣିବାରୁ ବଂଚିତ ହେବେ । ଆଜିକାଲି ଇ-କମର୍ସ ସାଇଟରେ ନକଲି ଉତ୍ପାଦର ବିକ୍ରି ଦ୍ରୁତ ଗତିରେ ବଢୁଛି । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଇ-କମର୍ସ କମ୍ପାନୀ ଠାରୁ… ବିଦେଶୀ ମହିଳା ରେସଲରଙ୍କୁ ଚ୍ୟାଲେଂଜ ଦେଇ ଚର୍ଚ୍ଚାରେ ରାଖୀ ସାୱନ୍ତ : ରିଙ୍ଗରେ ରାଖୀଙ୍କୁ କଚାଡିଲେ ବିଦେଶୀ ରେସଲର୍,… ପଂଚକୁଲାର ସେକ୍ଟର ୩ ସ୍ଥିତ ତାଉ ଦେବୀ ଲାଲ ଖେଳ ପରିସରରେ ଆୟୋଜିତ ସିଡବ୍ଲୁଇର ଆନୁକୂଲ୍ୟରେ ରେସଲିଙ୍ଗର ବଡ ଫାଇଟରେ ଅଭିନେତ୍ରୀ ରାଖୀ ସାୱନ୍ତ ଜଣେ ବିଦେଶୀ ମହିଳାଙ୍କୁ ଚ୍ୟାଲେଂଜ ଦେବା ପଡିଲା ମହଙ୍ଗା । ବିଦେଶୀ ମହିଳା ରେସଲର୍ ରାଖୀ ସାୱନ୍ତଙ୍କୁ ରିଙ୍ଗରେ କଚାଡି କଚାଡି ମାରିଲେ, ଯଦ୍ୱାରା…
OSCAR-2019
ମହାପୁରୁଷଙ୍କୁ ଅପମାନ: ଲେନିନ୍‌ ,ପେରିୟାରଙ୍କ ପରେ ଆମ୍ବେଦକର ଓ ମୁଖାର୍ଜୀଙ୍କ ମୂର୍ତ୍ତି ଭାଙ୍ଗିଲେ | EnewsOdia.Com ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେପିର କିଛି ସମର୍ଥକ ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ରାଜରାସ୍ତାରେ ଗଡ଼େଇ ଦେଇଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡ଼ିଶାରେ କିନ୍ତୁ ବର୍ଷ ବର୍ଷ ଧରି ଲେନିନ୍‌ ଓ ଗାନ୍ଧୀଙ୍କ ପ୍ରତିମୂର୍ତି ଗୋଟିଏ ସ୍ଥାନରେ ଶୋଭା ପାଉଛି। କନ୍ନୁରର ଥାଲିପରଂବା ଅଂଚଳରେ ଗାନ୍ଧୀ ମୂର୍ତିର ଚଷମାକୁ ଭାଙ୍ଗି ଦୁର୍ବୃତ୍ତମାନେ ଖସି ଯାଇଛନ୍ତି ।ଏହି ଘଟଣା ସାମ୍ନାକୁ ଆସିବା ପରେ ଅଂଚଳରେ ଉତ୍ତେଜନା ଖେଳିଯାଇଛି । ଗତ ରାତିରେ ତାମିଲନାଡୁର ଥେରୁବିତ୍ରେୟୁର ପେରିୟାର ନଗରରେ ବାବା ସାହେବ ଆମ୍ବେଦକରଙ୍କ ମୂର୍ତ୍ତିକୁ ମଧ୍ୟ ଖଣ୍ଡିତ କରାଯାଇଛି । ତ୍ରିପୁରାରେ ବିଜେପିର ବାଜିମାତ ପରେ ଲେନିନଙ୍କ ମୂର୍ତ୍ତି ଭଙ୍ଗା ଯାଇଥିଲା । ଏହି ଘଟଣା ପରେ ଦେଶର ବିଭିନ୍ନ ସ୍ଥାନରେ ମୂର୍ତ୍ତି ଭଙ୍ଗା ଘଟଣାମାନ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ମିରିଟରେ ଆଜି ଉପଦ୍ରାବକରୀମାନେ ସମ୍ଭିଧାନ ପ୍ରଣେତା ଡକ୍ଟର ବି॰ଆର॰ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ନେଇ ତ୍ରିବ ଉତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷେ କୋଲକତାରେ ମଧ୍ୟ ମୂର୍ତ୍ତିଭାଙ୍ଗି ହିଂସା ବ୍ୟାପିଛି। ଏହି ହିଂସାକାଣ୍ଡରେ ତୃଣମୂଳ କଂଗ୍ରେସ ନେତା ଶୋଭନ ଦେବ ଚଟାଜ୍ରି ଦୁଖ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯନୁଷ୍ଠାନକୁ ସମର୍ଥନ କରିଛି।
OSCAR-2019
ଆନ୍ଧ୍ରପ୍ରଦେଶର ଡିପାର୍ଟମେଣ୍ଟ୍ ଅଫ୍ ସ୍କୁଲ ଏଜୁକେସନ୍ ତରଫରୁ ଶିକ୍ଷକତା କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଅନଲାଇନ୍ ଜରିଆରେ ବାହାରି ଯାଇଛି ଭ୍ୟାକେନ୍ସୀ । ଯଦି ଆପଣ ବି ଏହି ଭର୍ତ୍ତିରେ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି ତେବେ ଏହାର ଅଫିସିଆଲ୍ ୱେବସାଇଟ୍ cse.ap.gov.in ରେ ଯାଇ ଆବେଦନ କରନ୍ତୁ । ତେବେ ନିମ୍ନରେ ପଦବୀ ସମ୍ବନ୍ଧୀୟ ସୁଚନା ଦିଆଯାଇଛି । ଏଥିରେ ୪,୩୪୧ ଟି ପଦ ସରକାରୀ ଜିଲ୍ଲା ପରିଷଦ ଏବଂ ମଣ୍ଡଳ ପରିଷଦ ସ୍କୁଲରେ ଥିବା ବେଳେ ୧,୧୦୦ ଟି ପଦ ମ୍ୟୁନିସିପାଲଟି ସ୍କୁଲ ଏବଂ ୯୦୯ ମଣ୍ଡଳ ସ୍କୁଲରେ ହେବ । ୮୦୦ ଟି ପଦ ଟ୍ରାଇବାଲ୍ ୱେଲଫେୟାର୍ ସ୍କୁଲ ଏବଂ ୧୭୫ ଭ୍ୟାକେନ୍ସୀ ଆନ୍ଧ୍ରପ୍ରଦେଶ ରେସିଡେନ୍ସିିଆଲ୍ ଏଜୁକେସନ୍ ଶିକ୍ଷାନୁଷ୍ଠାନରେ ଖାଲି ରହିଛି । ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଦ୍ୱାଦଶ ପାସ୍ ହେବା ସହ ଏନଟିଟି କୋର୍ସ କରିବା ଆବଶ୍ୟକ ଅଟେ । କେବେ ହେବ ପରୀକ୍ଷା : ୧୯ ରୁ ୨୪ ନଭେମ୍ୱର ଭିତରେ ପ୍ରତିଯୋଗୀଙ୍କୁ ପରୀକ୍ଷା ବିବରଣୀ ବିଷୟରେ ସୂଚିତ କରାଯିବ । ପରୀକ୍ଷା ୬ ଡିସେମ୍ବରରୁ ୨ ଜାନୁଆରୀ ମଧ୍ୟରେ ହେବାକୁ ଯାଉଛି । ଅନଲାଇନ୍ ମାଧ୍ୟମରେ ପରୀକ୍ଷା ହେବ ଏବଂ ଦୁଇଟି ସେସନରେ ସଂପନ୍ନ ହେବ ।
OSCAR-2019
କେରଳରେ ୧୯୨୪ରେ ଆସିଥିଲା ସବୁଠୁ ଭୟଙ୍କର ବନ୍ୟା। ରାଜ୍ୟର ମାଲବାର ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିଲା। ହଜାର ହଜାର ଲୋକ ବାସହରା ହୋଇଥିଲେ। ଖାଇବାକୁ ଖାଦ୍ୟ ଓ ପିନ୍ଧିବାକୁ କପଡ଼ା ପାଇନଥିଲେ। ସେତେବେଳେ ଦେଶରେ ଇଂରେଜ ଶାସନ ଚାଲୁଥିଲା। ଏହି ସମୟରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ କେରଳବାସୀଙ୍କ ପାଇଁ ସାଜିଥିଲେ ଦେବଦୂତ। କେରଳ ପାଇଁ ଦେଶବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଚଳାଇ ୬,୦୦୦ ଟଙ୍କା ଆଦାୟ କରିଥିଲେ ଗାନ୍ଧିଜୀ। ସେହି ସମୟରେ ଏହି ଟଙ୍କାର ମୂଲ୍ୟ ଢେର ଥିଲା। ନିକଟରେ ହୋଇଥିବା ବନ୍ୟା ଯୋଗୁଁ ୪୦୦ରୁ ଅଧିକ ଲୋକ ମରିଥିବା ବେଳେ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। କିନ୍ତୁ ୧୯୨୪ରେ ହୋଇଥିବା ବନ୍ୟା ଯୋଗୁଁ ତୁଳନାତ୍ମକ ଭାବେ ଅଧିକ କ୍ଷୟକ୍ଷତି ହୋଇଥିଲା। ସେତେବେଳେ ଇଂରେଜ ହାତରେ ଶାସନ କ୍ଷମତା ଥିଲେ ବି ମହାତ୍ମା ଗାନ୍ଧୀ ଦେଶରୁ ୬,୦୦୦ ଟଙ୍କା ଆଦାୟ କରି କେରଳକୁ ଦେଇଥିଲେ। ଏହାଦ୍ୱାରା ଅନେକ ଲୋକ ରହିବାକୁ ଘର ଏବଂ ଖାଦ୍ୟ ଖାଇବାକୁ ପାଇଥିଲେ। ସୂଚନା ମୁତାବକ, ୧୯୨୪ ବନ୍ୟା ସମୟରେ ମହାତ୍ମା ଗାନ୍ଧୀ ନିଜ ଖବରକାଗଜ ‘ୟଙ୍ଗ୍ ଇଣ୍ଡିଆ’ ଏବଂ ‘ନବଜୀବନ’ରେ କେରଳ ବନ୍ୟା ସଂପର୍କରେ ଖବର ଛାପି ଦେଶବାସୀଙ୍କୁ କେରଳ ପାଇଁ ସହାୟତାର ହାତ ବଢ଼ାଇବାକୁ କହିଥିଲେ। ତାଙ୍କ ଲେଖାରେ ପ୍ରଭାବିତ ହୋଇ ଲୋକମାନେ ମୁକ୍ତ ହସ୍ତରେ ଦାନ କରିବାକୁ ଆଗେଇ ଆସିଥିଲେ। ଏମିତି କି ମହିଳାମାନେ ସେମାନଙ୍କ ଗହଣା ବିକ୍ରି କରି ଟଙ୍କା ପଠାଇଥିଲେ। ରାଷ୍ଟ୍ରର କିଛି ପିଲା ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଆଉ କିଛି ଲୋକ କେରଳ ପାଇଁ ଦାନ କରିବା ଉଦ୍ଦେଶ୍ୟରେ ଗୋଟିଏ ଦିନ ଉପାସ ରହିଥିଲେ। ଅନ୍ୟ କିଛି ଲୋକ କ୍ଷୀର ବିକ୍ରି କରି ରିଲିଫ୍ ପାଣ୍ଠିକୁ ଦାନ କରିଥିଲେ। ସମଗ୍ର ଦେଶ ଯେମିତି କେରଳ ପାଇଁ ଏକ୍ ହୋଇଯାଇଥିଲା। ଖାଲି ସେତିକି ନୁହେଁ, ମହାତ୍ମା ଗାନ୍ଧୀଙ୍କ ଲେଖାରେ ଜଣେ ଛୋଟ ଝିଅ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲା ଯେ ସେ ଚୋରାଇଥିବା ୩ ପଇସାକୁ ଶେଷରେ ଦାନ କରିବାକୁ ନିଷ୍ପତ୍ତି ନେଇଥିଲା। ଏ ସଂପର୍କିତ ଖବର ‘ନବଜୀବନ’ରେ ପ୍ରକାଶିତ ହୋଇଥିଲା। କେରଳରେ ୧୯୨୪ରେ ଆସିଥିବା ବନ୍ୟାକୁ ମହାପ୍ରଳୟ ନାମରେ ନାମିତ କରାଯାଇଥିଲା। ଏହାକୁ ଏବେ ବି ‘ଗ୍ରେଟ୍ ଫ୍ଲଡ୍ ଅଫ୍ ୯୯’ ବୋଲି ମଧ୍ୟ ଅଭିହିତ କରାଯାଉଛି। ଗାନ୍ଧିଜୀଙ୍କ ଏଭଳି ଉଦ୍ୟମ ସେବା ଓ ସହାୟତା କ୍ଷେତ୍ରରେ ସର୍ବଦା ମାଇଲଖୁଣ୍ଟ ହୋଇ ରହିବ।
OSCAR-2019
ରାଜ୍ୟରେ ମିଳୁଥିବା କିଛି ନିଦ୍ଦିଷ୍ଟ ବ୍ରାଣ୍ଡ ସସରେ ହେଉଛି ଅପମିଶ୍ରଣ ! ଅସୁକ୍ଷିତ ଓ ନିମ୍ନ ମାନର କହିଲା, ନମୂନା ଯାଂଚର ରିପୋର୍ଟ କନକ ନ୍ୟୁଜ୍ : ଆପଣ ବଜାରରେ ଉପଲବ୍ଧ ହେଉଥିବା ଟମାଟୋ କିମ୍ବା ଚିଲି ସସ ଖାଉଛନ୍ତ କି ? ଯଦି ହଁ- ତେବେ ସାବଧାନ । କାରଣ ଏହି ସସରେ ହେଉଛି ଅପମିଶ୍ରଣ । କନକ ନ୍ୟୁଜ୍ ଅନୁସନ୍ଧାନରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଆପଣଙ୍କୁ ଚକିତ କରିଦେବ । ଆଖିକୁ ସୁନ୍ଦର ଓ ପାଟିକୁ ସୁଆଦିଆ ଦେଖାଯାଉଥିବା ଏହି ସସ୍ ଆପଣଙ୍କ ସ୍ୱାସ୍ଥ୍ୟୃହାନୀର କାରଣ ହୋଇପାରେ । ଏମିତି କି କ୍ୟାନସର ଏବଂ ହାଇପର ଟେନସନ୍ ଭଳି ସାଂଘାତିକ୍ ସମସ୍ୟାରେ ପଡ଼ିବାର ଆଶଙ୍କା ରହିଛି । କନକ ନ୍ୟୁଜ୍ ପକ୍ଷରୁ ସଂଗୃହୀତ କେତେକ ବ୍ରାଣ୍ଡେଡ୍ ସସକୁ ସରକାରୀ ପରୀକ୍ଷାଗାରରେ ପରୀକ୍ଷା କଲା ପରେ ଏଭଳି ତଥ୍ୟ ପଦାକୁ ଆସିଛି । ଟିପଟପ୍ ଟମାଟୋ ସସ୍ ନିମ୍ନମାନର ଓ ଅସୁରକ୍ଷିତ ବୋଲି ପ୍ରମାଣିତ ହୋଇଥିବା ବେଳେ, ପ୍ରାଇମ୍ ଚିଲି ସସ୍ ନିମ୍ନମାନର ବୋଲି ପ୍ରମାଣିତ ହୋଇଛି । ପ୍ରାୟ ମାସେ ତଳେ ଭୁବନେଶ୍ୱରର ୟୁନିଟ୍-୪ ମାର୍କେଟ୍ ଓ ଅନ୍ୟ କେତେକ ମାର୍କେଟରୁ କିଛି ବ୍ରଣ୍ଡେଡ୍ ଟମାଟୋ ଏବଂ ଚିଲି ସସର ନମୂନା ସଂଗ୍ରହ କରିଥିଲା କନକନ୍ୟୁଜ୍ । ଆଉ ଏହାକୁ ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରରେ ପରୀକ୍ଷା ପାଇଁ ଦେଇଥିଲା । ଆଉ ଯେତେବେଳେ ପରୀକ୍ଷା ରିପୋର୍ଟ ଆସିଲା ଜଣାପଡ଼ିଛି- କିଛି ବ୍ରାଣ୍ଡେଡ୍ ଟମାଟୋ ସସ୍ ଓ ଚିଲି ସସ୍ ବିପକ୍ଷରେ ଆସିଛି ଅତ୍ୟନ୍ତ ବିପଦଜନକ ଟିପ୍ପଣୀ । ଟିପ୍-ଟପ୍ ଟମାଟୋ ସସରେ କେତେବେଳେ ଓ କେଉଁଠି ଏହା ତିଆରି ହୋଇଛି ତାହା ଲେଖାନଥିବା ବେଳେ ଏଥିରେ ସିନ୍ଥେଟିକ୍ କଲର ଥିବା ପ୍ରମାଣିତ ହୋଇଛି । ଏଥିସହ ଏଥିରେ ସର୍ବନିମ୍ନ ୨୫ ପ୍ରତିଶତ ମିଶ୍ରଣଯୋଗ୍ୟ କଠିନ ପଦାର୍ଥ ମିଶିବା ଜାଗାରେ ମାତ୍ର ୧୧.୩ ପ୍ରତିଶତ ମିଶ୍ରଣଯୋଗ୍ୟ କଠିନ ପଦାର୍ଥ ଥିବା ଦେଖିବାକୁ ମିଳିିଥିଲା । ସେହିଭଳି ଭୁବନେଶ୍ୱରରେ ତିଆରି ହେଉଥିବା ପ୍ରାଇମ୍ ଚିଲି ସସରେ ୮ ପ୍ରତିଶତ ରୁ କମ୍ ମିଶ୍ରଣଯୋଗ୍ୟ କଠିନ ପଦାର୍ଥ ମିଶିବା ଜାଗାରେ ମାତ୍ର ୫.୮ ପ୍ରତିଶତ ମିଶ୍ରଣଯୋଗ୍ୟ କଠିନ ପଦାର୍ଥ ମିଶିଥିବା ଦେଖାଯାଇଛି । ଏସିଟିକ୍ ଏସିଡର ମାତ୍ର ୧ ପ୍ରତିଶତରୁ କମ୍ ନ ରହିବା ସ୍ଥାନରେ ଏହା ମାତ୍ର ୦.୬ ପ୍ରତିଶତ ରହିଛି । ଯାହାକି ନିମ୍ନ ମାନର ବୋଲି ପ୍ରମାଣିତ ହୋଇଛି । କନକ ନ୍ୟୁଜ୍ ପକ୍ଷରୁ ବଜାରରେ ଉପଲବ୍ଧ ହେଉଥିବା କିଛି ଖାଦ୍ୟ ସାମଗ୍ରୀର ନିରାପତା ଯାଂଚ ପାଇଁ ଜନସ୍ୱାସ୍ଥ୍ୟ ବିଭାଗର ପରକ୍ଷାଗାରରେ ଦିଆଯାଇଥିଲେ । ଯେଉଁଥିରେ ଟମାଟୋ ଏବଂ ଚିଲି ସସ୍ ମଧ୍ୟ ସାମିଲ ଥିଲା । ଆଉ ଯାଂଚ ରିପୋର୍ଟ ଆସିଲା ପରେ ସାମ୍ନାକୁ ଆସିଛି ଏହି ସାଂଘାତିକ ସତ । ଟମାଟୋ ଏବଂ ଚିଲି ସସ୍ ସଂପର୍କରେ ଯାଂଚ ପରିପୋର୍ଟ କଣ କହୁଛି ଦେଖି ନିଅନ୍ତୁ । ବ୍ରାଣ୍ଡେଡ୍ ସସ୍ ଭାବି ଯଦି ଆପଣ ନିଶ୍ଚିତରେ ବଜାରରୁ ଆଣି ଏସବୁ ସସ୍ ଖାଉଛନ୍ତି, ତାହେଲେ ସାବଧାନ । କାରଣ ଏହା ବିଭିନ୍ନ ମାରାତ୍ମକ ରୋଗର କାରଣ ବି ହୋଇପାରେ । ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ୨୦୧୧ ଅନୁଯାୟୀ ଜୋରିମାନା ଓ ଜେଲ୍ ଭଳି ବ୍ୟବସ୍ଥା ଥିବାବେଳେ କିଛି ଅସାଧୁ ବ୍ୟବସାୟୀ ସରକାରୀ ଆଖିରୁ ଖସିଯାଉଛନ୍ତି କିଭଳି ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି ।
OSCAR-2019
ଚନ୍ଦ୍ରଶେଖରପୁର : ରଥଯାତ୍ରା ଅବ୍ୟବହିତ ପୂର୍ବରୁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ତୃତୀୟ ଫୁଟ୍‌ ଓଭରବ୍ରିଜ୍‌ (ଏଫ୍‌ଓବି) କାର୍ଯ୍ୟ ସମାପ୍ତ ହୋଇଛି। ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫୁଟ୍‌ ଓଭରବ୍ରିଜ୍‌ ରାଜ୍ୟର ସବୁଠୁ ଚଉଡ଼ା ବ୍ରିଜ୍‌ ବୋଲି କୁହାଯାଉଛି। ୬ମିଟର ଚଉଡ଼ା ବିଶିଷ୍ଟ ଏହି ଏଫ୍‌ଓବିକୁ ଚଳିତ ବର୍ଷ ଜାନୁଆରି ୧୭ରେ ରେଳବୋର୍ଡ ପକ୍ଷରୁ ଅନୁମତି ମିଳିଥିଲା। ମାତ୍ର ୧୫୦ ଦିନରେ ଏହାର କାର୍ଯ୍ୟ ସମାପ୍ତ କରି ପୂର୍ବତଟ ରେଳପଥ ରେକର୍ଡ କରିଥିବା ପ୍ରକାଶ। ଭୁବନେଶ୍ୱର ଷ୍ଟେସନରେ ବୃଦ୍ଧି ପାଉଥିବା ଯାତ୍ରୀ ଭିଡ଼କୁ ଲକ୍ଷ୍ୟ କରି ଏପରି ଏକ ଏଫ୍‌ଓବି ନିର୍ମାଣର ଆବଶ୍ୟକତା ଥିବା ଉପଲବ୍ଧି କରି ପୂର୍ବତଟ ରେଳ ପକ୍ଷରୁ ଏହାର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଯାତ୍ରୀମାନଙ୍କୁ ଯାତାୟାତରେ କୌଣସି ଅସୁବିଧାରେ ନପକାଇବା ପାଇଁ ପ୍ରାୟତଃ ରାତିରେ ହିଁ ଏହି ନିର୍ମାଣ କାର୍ଯ୍ୟ କରାଯାଇଥିଲା। ଏହି ଫୁଟ୍‌ ଓଭରବ୍ରିଜ୍‌ ପ୍ଲାଟ୍‌ଫର୍ମ ୧ରୁ ପ୍ଲାଟ୍‌ଫର୍ମ ୬ ପର୍ଯ୍ୟନ୍ତ ସଂଯୋଗ କରିବ। ପ୍ଲାଟଫର୍ମ ୨ ଓ ୩ ଏବଂ ୪ ଓ ୫ରେ ଓହ୍ଲେଇବା ବ୍ୟବସ୍ଥା ମଧ୍ୟ ରହିଛି। ନାନା ପ୍ରତିବନ୍ଧକ ସତ୍ତ୍ୱେ ଏହାକୁ ୧୫୦ ଦିନରେ ସମାପ୍ତ କରିବା ପୂର୍ବତଟ ରେଳ ପାଇଁ ଏକ ସଫଳତାର ବିଷୟ ବୋଲି ପ୍ରକାଶ। ଆସନ୍ତା ରଥଯାତ୍ରା ଅବସରରେ ଏହା ଯାତ୍ରୀ ଭିଡ଼ ନିୟନ୍ତ୍ରଣ କରିବା ତଥା ରେଳଯାତ୍ରାକୁ ସୁଗମ କରିବାରେ ଏହା ବେଶ୍‌ ସହାୟକ ହେବ ବୋଲି ପୂର୍ବତଟ ରେଳ ପକ୍ଷରୁ ପ୍ରକାଶ। ଏହାକୁ ବିଧିବଦ୍ଧ ଭାବେ ପରବର୍ତ୍ତୀ ସମୟରେ ଉଦ୍‌ଘାଟନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କେନ୍ଦ୍ର ରେଳମନ୍ତ୍ରୀ ଓ ପୂର୍ବତଟ ରେଳପଥ କର୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଡ୍ରାଇଭିଂ କରିବା ସମୟରେ ଅଜାଣତରେ ହେଉ ସୁଦ୍ଧା ଯଦି ଆମ ଦ୍ୱାରା ଟ୍ରାଫିକର କୌଣସି ବି ନିୟମ ଭାଙ୍ଗ ହୋଇଯାଏ ତେବେ ପକେଟରୁ ୫୦୦ରୁ ୧୦୦୦ଟଙ୍କା ଯିବା ଏକପ୍ରକାରେ ସୁନିଶ୍ଚିତ। କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁଭଳି ଭାବରେ ଆମ ପାଇଁ ଟ୍ରାଫିକର କିଛି ନିୟମ ପ୍ରଣୟନ କରାଯାଇଛି ଠିକ୍‌ ସେହିଭଳି ଆମକୁ କିଛି ଅଧିକାର ମଧ୍ୟ ଦିଆଯାଇଛି। ଯେଉଁ ଅଧିକାର ସହିତ ହିଁ ଆମର କିଛି ଦାୟିତ୍ୱ ବି ଆଇନରେ ଲିପିବଦ୍ଧ ହୋଇଛି। ଆମକୁ ମିଳୁଥିବା ସମସ୍ତ ଅଧିକାରର ଲାଭ ଉଠାଇବା ପାଇଁ ଏବଂ ଦାୟିତ୍ୱକୁ ପୂରଣ କରିବା ପାଇଁ ଆମକୁ ଟ୍ରାଫିକ ସହ ଜଡିତ ନିୟମ ଉପରେ ଜ୍ଞାନ ରଖିବା ଉଚିତ। ତେବେ ଆସନ୍ତୁ ଜାଣିବା ଏ ବିଷୟରେ। ଟ୍ରାଫିକ୍‌ ନିୟମ ଅନୁସାରେ, ୫ଟି କାରଣ ଏଭଳି ରହିଛି, ଯେଉଁଥି ପାଇଁ ଟ୍ରାଫିକ ପୁଲିସ ଆପଣଙ୍କ ଲାଇସେନ୍‌ସ ତିନି ମାସ ପାଇଁ ରଦ୍ଦ କରିପାରେ। ସେଗୁଡିକ ହେଲ- ଯଦି ଟ୍ରାଫିକ୍‌ ପୁଲିସ ଆପଣଙ୍କୁ କୌଣସି ନିୟମ ଭାଙ୍ଗୁ ଥିବା ବେଳେ ଧରି ଦିଏ, ତେବେ ଏହି ସମୟରେ ଆପଣଙ୍କଠାରୁ ଜରିମାନା ବାବଦକୁ ଯେଉଁ ଚାଲାଣ କାଟିଥାଏ, ତାକୁ ଦ ସ୍ପର୍ଟ ଚାଲାଣ ବୋଲି କୁହାଯାଏ। ଯଦି କୌଣସି ଚାଳକ ଟ୍ରାଫିକ୍‌ ନିୟମ ଭାଙ୍ଗି ଖସି ପଳାଏ ତେବେ ଟ୍ରାଫିକ୍‌ ଡିପାର୍ଟମେଣ୍ଟ ଚାଲାଣ ଚାଳକଙ୍କ ଘରକୁ ପଠାନ୍ତି ତେବେ ଏହାକୁ ନୋଟିସ୍‌ ଚାଲାଣ କୁହନ୍ତି। ଏଭଳି ଚାଲାଣର ଜରିମାନା ଭରିବା ପାଇଁ ଆପଣଙ୍କୁ ଗୋଟିଏ ମାସ ପାଇଁ ସମୟ ଦିଆଯାଇଥାଏ। ଯଦି ଚାଳକ କୌଣସି ଗୁରୁତର ଘଟଣା ଘଟାଇ ଖସି ପଳାଇ ଥାଏ, ଯାହାର ଦଣ୍ଡ ସ୍ୱରୂପ ତାଙ୍କୁ ଉଭୟ ଦଣ୍ଡ ଏବଂ ଜରିମାନା ଦେବାକୁ ପଡିପାରେ, ତେବେ ଏଭଳି ମାମଲାରେ କୋର୍ଟର ଚାଲାଣ ଜାରି କରାଯାଇଥା। କନେଷ୍ଟବଳଙ୍କୁ କୌଣସି ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରିବାର ଅଧିକାର ଦିଆଯାଇନାହିଁ। ସେ କେବଳ ଯାଞ୍ଚ ପାଇଁ ଗାଡିର ନମ୍ବର ନୋଟ୍‌ କରିପାରିବେ। ସେହିପରି ହେଡକନେଷ୍ଟବଳ ୧୦୦ଟଙ୍କାରୁ ଅଧିକ ଟଙ୍କାର ଫାଇନ୍‌ ନେଇପାରିବେ ନାହିଁ। ଏହାଛଡା ଟ୍ରାଫିକ୍‌ ଅଫିସର ତଥା ଏଏସଆଇ କିମ୍ବା ଏସଆଇଙ୍କୁ ୧୦୦ଟଙ୍କାରୁ ଅଧିକ ଫାଇନ୍‌ ନେବାର ଅଧିକାର ଦିଆଯାଇଛି। ଆପଣଙ୍କ ଗାଡି ଏଭଳି ସ୍ଥାନରେ ରଖାଯାଇଛି, ଯାହାଦ୍ୱାରା କି ବାକି ଗାଡିଗୁଡିକ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ଗାଡିକୁ ଟ୍ରାଫିକ୍‌ ପୁଲିସ ଉଠାଇ ନେଇପାରେ। ଯଦି ଆପଣଙ୍କ ଗାଡିର ନମ୍ବର ପ୍ଲେଟ ଡିଫେକ୍ଟିଭ୍‌ ଥିବ, ଆପଣ ବିନା ସିଟ୍‌ ବେଲ୍‌ଟ ପିନ୍ଧି ଡ୍ରାଇଭିଂ କରୁଛନ୍ତି, ଗାଡି ଭୁଲ୍‌ ସ୍ଥାନରେ ପାର୍କ କରିଛନ୍ତି, ସିଗନାଲ ଲାଲ ହେବା ପରେ ମଧ୍ୟ ଗାଡି ବାହାର କରିଛନ୍ତି, ବିନା ହେଲମେଣ୍ଟରେ ବାଇକ ଚଲାଉଛନ୍ତି, କିମ୍ବା ବାଇକ ପଛରେ ତିନି ଜଣଙ୍କୁ ବସାଇଛନ୍ତି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ୧୦୦ଟଙ୍କା ଜରିମାନା ଦେବାକୁ ପଡିବ। କିଛି ନିୟମ ଭାଙ୍ଗିବା ଦ୍ୱାରା ଚାଳକଙ୍କଠାରୁ ୧୦୦ଟଙ୍କାରୁ ଅଧିକ ଟଙ୍କା ଜରିମାନା ବାବଦକୁ ଦେବାକୁ ପଡିଥାଏ। ଯେପରିକି, ଓଭର ସ୍ପିଡରେ ଡ୍ରାଇଭିଂ ଉପରେ ୪୦୦ଟଙ୍କା, ବିନା ଲାଇସେନ୍‌ସରେ ଡ୍ରାଇଭିଂ କଲେ ୫୦୦ଟଙ୍କା, ନାବାଲିଙ୍ଗ ଗାଡି ଚଲାଇବା ଉପରେ ୫୦୦ଟଙ୍କା, ଡ୍ରାଇଭିଂ ସମୟରେ ମୋବାଇଲରେ କଥା ହେଉଥିଲେ ୧୦୦୦ଟଙ୍କା, ବିନା ଇନସ୍ୟୁରାନ୍‌ସ ବାଲା ଗାଡି ଚଲାଇବା ଉପରେ ୧୦୦୦ଟଙ୍କା ଏବଂ ବିନ ରେଜିଷ୍ଟ୍ରେସନ ବାଲା ଗାଡି ଚଲାଇବା ଉପରେ ୨୦୦୦ଟଙ୍କାର ଜରିମାନା ବାବଦକୁ ଭରିବାକୁ ପଡିଥାଏ। କୌଣସି ବି ପରିସ୍ଥିତିରେ ପୁଲିସକୁ ଆପଣଙ୍କ ଗାଡିର ଚାବି ନେଇଯିବାର ଅଧିକାର ନାହିଁ। ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କଲେ ପୁଲିସ ଅଫିସର ଆପଣଙ୍କୁ ଅଟକାଇ ପାରନ୍ତି ସତ କିନ୍ତୁ କୌଣସି ବି ପରିସ୍ଥିତିରେ ଗାଡିର ଚାବି ନେଇପାରିବେ ନାହିଁ। ଯଦି ଆପଣଙ୍କ ଗାଡିରୁ କାହାର ଆକ୍ସଡେଣ୍ଟ ହୋଇ ଯାଏ ତେବେ ଆପଣ ସେଠାରୁ ଖସି ପଳାଇଯିବା ପରିବର୍ତ୍ତେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ହେଲ୍‌ପ ଦେବା ଉଚିତ। ଏଥିସହିତ ହିଁ ତୁରନ୍ତ ଟ୍ରାଫିକ୍‌ ପୁଲିସକୁ ଏସଂପର୍କରେ ସୂଚନା ମଧ୍ୟ ଦେବା ଉଚିତ। ଯାହାଦ୍ୱାରା ସେମାନେ ଘଟଣାସ୍ଥଳର ସ୍ଥିତିକୁ ସମ୍ଭାଳି ପାରିବେ। ଏହାଛଡା ଘଟଣାସ୍ଥଳରେ ଉପସ୍ଥିତି ବାକି ସମସ୍ତ ଲୋକଙ୍କୁ ଆକ୍ସିଡେଣ୍ଟର ଶିକାର ହୋଇଥିବା ଗାଡିମାନଙ୍କଠାରୁ ଦୂରେଇ ଦେବା ଉଚିତ। ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଏବଂ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସମାଜସେବୀ ରଶ୍ମୀରଂଜନ ବେଉରା
OSCAR-2019
ଦଇତାପୁର ଗାଆଁର ମଧୁ ଦାସଙ୍କ ପୁଅ ବାବନା ହାଇସ୍କୁଲରେ ପାଠ ପଢୁଥାଏ । ସିଏ ଯେତେ ଟିଉସନ୍ ହେଲେ ବି ତା’ ମୁଣ୍ଡରେ ପାଠ ମୋଟେ ପଶୁ ନଥାଏ । ବହିପତ୍ର, ଖାତା, କଲମର କୌଣସି ଅଭାବ ରଖନ୍ତି ନାହିଁ ମଧୁଦାସ । ସେ ମଧୁଦାସ ତାଙ୍କ ଗାଆଁର ଛକ ମୁଣ୍ଡରେ ଗୋଟିଏ ବଡ ତେଜରାତି ଦୋକାନ କରିଥାଆନ୍ତି । ଆଖପାଖ ପାଂଚଖଣ୍ଡ ଗାଆଁର ଲୋକେ ତାଙ୍କରି ଦୋକାନରୁ ହିଁ ସଉଦା ନିଅନ୍ତି । କାହିଁକିନା ତାଙ୍କ ଜିନିଷରେ ଭେଜାଲ୍ ମୋଟେ ନଥାଏ । ଠିକ୍ ଜିନିଷର ମାପ ଓ ଠିକ୍ ଟଙ୍କା । ସେଥିପାଇଁ ବୋର୍ଡଟାଏ ତାଙ୍କ ଦୋକାନ ଆଗରେ ମରାଯାଇଥାଏ – ଏହିପରିଭାବେ ଦିନପରେ ଦିନ ଗଡି ଚାଲିଥାଏ । ମଧୁଦାସଙ୍କ ପୁଅ ବାବନା ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଗଲା । ମଧୁଦାସଙ୍କ ଆଶାଟା ବି କ୍ଷଣକେ ପାଣି ଫୋଟକା ପରି ମିଳାଇଗଲା । କାହିଁକିନା ସେ ମଧୁଦାସ ତାଙ୍କ ପୁଅକୁ ସବୁବେଳେ କହୁଥିଲେ ତୁ ଯେତେ ପାଠ ପଢିବୁ ମୁଁ ତୋତେ ନିଶ୍ଚୟ ପଢାଇବି । ତୁ ଗୋଟିଏ ବଡ ଅଫିସର ହେଲେ ମୋ ମନ ନିଶ୍ଚୟ ଖୁସି ହୋଇଯିବ । କିନ୍ତୁ ଫଳ ଠିକ୍ ଓଲଟା ହେଲା । ବାବନା ପୁଣି ଦ୍ୱିତୀୟ ଥର ପରୀକ୍ଷା ଦେଲା । ସେଥିରେ ମଧ୍ୟ ସେଇ ଏକା କଥା । ତୃତୀୟ ଥର ମଧ୍ୟ ମାଟ୍ରିକ୍ ପରୀକ୍ଷା ଦେଇ ବାବନା ପୁଣି ଫେଲ୍ ହେଲା । ଏବେ ସେ ମଧୁଦାସଙ୍କ ମନ ଅତ୍ୟନ୍ତ ଦୁଃଖ ହୋଇଗଲା । ତେଣୁ ସେ ତାଙ୍କ ପୁଅକୁ କହିଲେ, ଦୋକାନରେ ଆସି ସଉଦା ବିକ୍ରିକର । ମୋ ପରେ ତ ତୁ ଏ ଦୋକାନ ଚଳାଇବୁନା । ତହୁଁ ବାପାଙ୍କ କଥା ମାନି ସେ ବାବନା ଘଡିଏ ଘଡିଏ ଆସି ଦୋକାନରେ ବସି ସଉଦା ବିକେ । ଅନ୍ୟମନସ୍କ ହୋଇ ସେ ହିସାବ ପତ୍ରରେ ବି ଭୁଲ୍ କରେ । ଏହି କାରଣରୁ ସେ କ୍ଷତିରେ ବି ପଡିଥାଏ । ବହୁବାର ଏପରି ଭୁଲ୍ କାମ କରି କ୍ଷତିରେ ପଡିବାରୁ ମଧୁଦାସ କର୍ତ୍ତବ୍ୟ ବିମୂଢ ହୋଇଗଲେ । ତାଙ୍କ ମୁଣ୍ଡ ଆଉ ଥୟ ହେଲା ନାହିଁ । ଏହି କାରଣରୁ ସୁସ୍ଥ ସବଳ ଅବସ୍ଥାରେ ବି ସେ ମଧୁଦାସ ହାର୍ଟ ଷ୍ଟ୍ରୋକରେ ମୃତ୍ୟୁବରଣ କଲେ । କୋରାପୁଟ ; ତା୦୪-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟସ୍ଥିତ ଆଦିବାସୀ ସଂଗ୍ରାହଳୟ ସଭାଗୃହଠାରେ ୩ ଦିନିଆ ରାଜ୍ୟସ୍ତରୀୟ ମହିଳା ସମାବେଶ ଉଦଘାଟିତ ହୋଇଯାଇଛି ।କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡାଙ୍କ ଅଧ୍ୟକ୍ଷାତାରେ ଆୟୋଜିତ ସମାବେଶରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ ।ମହିଳାମାନେ ଏକତ୍ରୀତ ହୋଇ ନିଜ ଅଧିକାରକୁ ପାଇବାକୁ ଚେଷ୍ଟା କରିବାକୁ ଶ୍ରୀ ଜାମୁଡା ଆହ୍ୱାନ ଦେଇଥିଲେ ।ସରକାରଙ୍କ ଯୋଜନାରେ ମହିଳାମାନଙ୍କ ଭାଗୀଦାରିତା , ପ୍ରାକୃତିକ କୃଷି ପ୍ରୟୋଗ , ଜଙ୍ଗଳ ଜମି ଅଧିକାର ଆଇନ ଏବଂ ସତ୍ୱ ଅଧିକାର , ଶିକ୍ଷା , ସ୍ୱାସ୍ଥ୍ୟ , ରୋଜଗାର , ପୁଷ୍ଟି ସମ୍ବନ୍ଧୀୟ ସରକାରୀ ଯୋଜନା , ପରିବେଶକଭିତିକ ଗ୍ରାମ ବିକାଶ ଆଦିକୁ ନେଇ ୩ ଦିନିଆ ସମାବେଶରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।ଏହି ସମାବେଶରେ କୋରାପୁଟ , ମାଲକାନଗିରି , ରାୟଗଡା , ନବରଙ୍ଗପୁର ,କନ୍ଧମାଳ , କଳାହାଣ୍ଡି , ବଲାଙ୍ଗିର ,ନୂଆପଡା ,ଗଜପତ , ମୟୁରଭଞ ଆଦି ଜିଲ୍ଲାରୁ ପ୍ରାୟ ୧୫୦ ଜଣ ମହିଳା ୍ୋଗଦେଇଥିଲେ ବୋଲି ଜଣାପଡିଛି ।ମହିଳାଙ୍କ ସାକ୍ଷରତା ଓ ସଶକ୍ତିକରଣ ଉପରେ ଆଲୋଚନା କରାଯାଇଥିଲା ।ଜୈବିକ କୃଷିକୁ ନେଇ ଏକ ପ୍ରଦର୍ଶନୀ କରାଯାଇଥିଲା ।ଅଗ୍ରଗାମୀର ନିଦେ୍ର୍ଦଶକ ଅଚ୍ୟୁତ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀମତୀ ସୁମନୀ ଝୋଡିଆ ମୁଖ୍ୟବକ୍ତାଭାବେ ଯୋଗଦେଇ ମହିଳାମାନଙ୍କ ଅଧିକାର ଉପରେ ଆଲୋକପାତ କରିଥିଲେ ।
OSCAR-2019
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଶନିବାରଠାରୁ ଏଠାରେ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଭାରତ ଆଗାମୀ ମ୍ୟାଚରେ ଉନ୍ନତ ପ୍ରଦର୍ଶନ ଆଶାରେ ରହିଛି। ଏହି ମ୍ୟାଚର ଫଳାଫଳ ଭାରତର କ୍ରମାଗତ ୯ମ ସିରିଜ ବିଜୟ ଉପରେ ଅନେକ ପ୍ରଭାବ ପକାଇବ। ତେଣୁ ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଭାରତ ପାଇଁ କର ଅବା ମର ପରିସ୍ଥିତି ସୃଷ୍ଟି କରିଛି। ୨୦୧୮-୧୯ରେ ଭାରତ ବିଦେଶରେ ୧୨ଟି ଟେଷ୍ଟ ଖେଳିବ। କେପ୍‌ ଟାଉନଠାରେ ପ୍ରଥମ ମ୍ୟାଚରେ ୭୨ ରନରେ ହାରିବା ପରେ ଏବେ ଦଳ ଦ୍ୱିତୀୟ ପରୀକ୍ଷା ଅପେକ୍ଷାରେ ରହିଛି। ଦକ୍ଷିଣ ଆଫ୍ରିକାଠାରୁ ସିରିଜ ହାରିଲେ ଯଦିଓ ଭାରତର ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗ ଅପରିବର୍ତ୍ତିତ ରହିବ ତେବେ ବିଦେଶ ମାଟିରେ ଖେଳାଳିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିବ ନିଶ୍ଚିତ। ପ୍ରଥମ ଟେଷ୍ଟ ପରେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ସମାଲୋଚନା ହୋଇଥିଲା। ଏଥର ଟିମ୍‌ ମ୍ୟାନେଜମେଣ୍ଟ ଏ ସବୁକୁ ଧ୍ୟାନରେ ରଖି ଯାହାକିଛି ନିଷ୍ପତ୍ତି ନେବ। ଦ୍ୱିତୀୟ ଟେଷ୍ଟ ଆରମ୍ଭର ୪୮ ଘଣ୍ଟା ପୂର୍ବରୁ ସୁପରସ୍ପୋର୍ଟ ପାର୍କରେ ଭାରତୀୟ ଦଳ ୪ ଘଣ୍ଟା ଅଭ୍ୟାସ କରିଛି। ଯାହାର ଯେଉଁଠି ଦୋଷ ଦୁର୍ବଳତା ରହିଛି ତାହାକୁ ଅଭ୍ୟାସ ସେସନରେ ସୁଧାରିବାକୁ ଚେଷ୍ଟା କରାଯାଇଥିଲା। ଚେତେଶ୍ୱର ପ୍ରଥମ ସ୍ଲିପରେ କ୍ୟାଚ ପ୍ରାକ୍ଟିସ କରିଥିବାବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଦୀର୍ଘ ସମୟଧରି ନେଟ୍ସରେ ବ୍ୟାଟିଂ କରିଥିଲେ। ନେଟ୍ସ ସେସନର ଅଧିକାଂଶ ସମୟ ଅଜିଙ୍କ୍ୟ ରାହାନେ ଦର୍ଶକ ହୋଇ ରହିଯାଇଥିବା ପରିଲକ୍ଷିତ ହୋଇଥିଲା। ଶେଷଭାଗରେ ସହକାରୀ କୋଚ୍‌ ସଞ୍ଜୟ ବାଙ୍ଗର ଉଭୟ ରାହାନେ ଓ ଶିଖର ଧାଓ୍ବନଙ୍କୁ ଥ୍ରୋ ଅଭ୍ୟାସ କରାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ କେହି ଫାଷ୍ଟ ବୋଲିଂର ସମ୍ମୁଖୀନ ହୋଇ ନ ଥିଲେ। ଲୋକେଶ ରାହୁଲ, ମୁରଲୀ ବିଜୟ ଓ ପୂଜାରା ବ୍ୟାଟିଂରେ ମଗ୍ନ ରହିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଦ୍ଧିମାନ ଶାହ ମଧ୍ୟ ନେଟ୍ସରେ ଝାଳ ବୁହାଇଥିଲେ। ଏଥିରୁ ୫ ବ୍ୟାଟ୍ସମ୍ୟାନ ଲାଇନ୍‌ଅପ୍‌ ସମ୍ପର୍କରେ ସୂଚନା ମିଳିଥିଲା। ଶିଖର ଧାଓ୍ଵନଙ୍କ ବଦଳରେ ଲୋକେଶ ରାହୁଲଙ୍କ ଖେଳାଯିବା କଥା ସ୍ପଷ୍ଟ ହୋଇ ସାରିଛି। କାରଣ ସେମାନଙ୍କ ବିଦେଶ ପରିସଂଖ୍ୟାନ ହିଁ ରାହୁଲଙ୍କୁ ଆଗରୋ ରଖିଛି। ୨୦୧୩-୧୪ରେ ସର୍ବାଧିକ ୨୯ ରନ୍‌ କରି ପାରିଥିବା ଧାଓ୍ଵନଙ୍କ ହାରାହାରି ୧୮.୦୦ ଥିଲା। କିନ୍ତୁ କେପ୍‌ ଟାଉନ୍‌ର ଉଭୟ ପାଳିରେ ତାଙ୍କ ସଟ୍‌ ଚୟନ ହିଁ ଏବେ ତାଙ୍କୁ ବାହାରେ ବସିିବାକୁ ବାଧ୍ୟ କରୁଛି। କିନ୍ତୁ ବୈଷୟିକ ଦୃଷ୍ଟିରୁ ଉନ୍ନତ ଥିବା ରାହୁଲ ସେଥି ପାଇଁ ଅଧିକ ନିର୍ଭର୍ରଯୋଗ୍ୟ ହୋଇଛନ୍ତି। ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ କାହାକୁ ବାଛିବେ କୋହଲି ମଧ୍ୟ ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଏ ଦୁହିଁଙ୍କ ମଧ୍ୟରେ କେବଳ ବର୍ତମାନର ଫର୍ମ ନିର୍ଣ୍ଣାୟକ ହେବ ବୋଲି ଆଭାସ ଦେଇଥିବାରୁ ରୋହିତ ପୁଣି ଥରେ ସୁଯୋଗ ପାଇବା ପ୍ରାୟ ନିଶ୍ଚିତ। ପିଚ୍‌ କିନ୍ତୁ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍‌ସ ତୁଳନାରେ ଭିନ୍ନ ରହିଛି। କେପ୍‌ ଟାଉନ୍‌ ବିଫଳତା ଏବେ ଅତୀତ ହୋଇଯାଇଛି। ନୂଆ ଆରମ୍ଭ କରିବା ଅପେକ୍ଷାରେ ଥିବା ଭାରତୀୟ ଦଳର ବ୍ୟାଟସମ୍ୟାନ୍‌ଙ୍କ ପାଇଁ ସେଞ୍ଚୁରିଅନ୍‌ରେ ସୁଯୋଗ ରହିବ। ପ୍ରଥମ ଟେଷ୍ଟ୍‍ ୯ ଅଧିବେଶନ ଭିତରେ ଶେଷ ହୋଇଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ପ୍ରଶିକ୍ଷକ ଓଟିିସ୍‌ ଗିବ୍‌ସନ୍‌ ସେଞ୍ଚୁରିଅନ୍‌ ଓ ଓ୍ଵଣ୍ଡରର୍ସରେ ଅନୁରୂପ ଆଶା କରିଥିଲେ। ସବୁ ଟେଷ୍ଟ୍‍ ଏଭଳି ୩ ଦିନ ଭିତରେ ସରିଲେ ଭଲ କଥା ବୋଲି ସେ କହିଥିଲେ। କିନ୍ତୁ ସେଞ୍ଚୁରିଅନ୍‌ ପିଚ୍‌ ସେଭଳି ଥିବା ଅନୁମାନ କରାଯାଉନାହିଁ। କେପ୍‌ ଟାଉନ୍‌ ଭଳି ଘାସୁଆ ନାହିଁ ସେଞ୍ଚୁରିଅନ୍‌ ପିଚ୍‌। ଦ୍ରୁତ ବୋଲରଙ୍କ ସାମାନ୍ୟ କମ୍‌ ଗତି ମିଳିବ ବୋଲି କୁହାଯାଉଛି। ପାରମ୍ପାରିକ ଭାବେ ସେଞ୍ଚୁରିଅନ୍‌ ଟେଷ୍ଟ୍‍ ବ୍ୟାଟସମ୍ୟାନ୍‌ଙ୍କ ସପକ୍ଷରେ ରହିଥାଏ ବୋଲି ମଧ୍ୟ ପ୍ରାରମ୍ଭିକ ଖେଳାଳି ମର୍କରାମ କହିଛନ୍ତି। ବ୍ୟାଟସମ୍ୟାନ୍‌ ନିଶ୍ଚିତ ଲଢ଼ୁଆ ସ୍କୋର୍‌ ଛିଡ଼ା କରିବେ। ସବୁ ଆକଳନରୁ ଏହା ସୂଚନା ଦେଉଛି ସେ ପ୍ରଥମ ଟେଷ୍ଟ ଭଳି ଏଠାରେ ଏତେ ଶୀଘ୍ର ମାଚ୍‌ ଶେଷ ହେବ ନାହିଁ। କିନ୍ତୁ ଦକ୍ଷିଣ ଆଫ୍ରିକା ବୋଲିଂ ବାହିନୀକୁ ଯେଭଳି ପିଚ୍‌ ମିଳିଲେ ବି ସେମାନେ ସର୍ବାଧିକ ଫାଇଦା ଉଠାଇବା ଆଶଙ୍କା ରହିଛି। ୫ ଦିନ ଭିତରେ ବର୍ଷାର ପୂର୍ବାନୁମାନ ନାହିଁ।
OSCAR-2019
ହେଲସିଙ୍କି : ବିଶ୍ୱର ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦି ରାଷ୍ଟ୍ର ଆମେରିକା ଓ ଋଷିଆ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଏହା ଫଳରେ ଗତ କିଛି ବର୍ଷ ଧରି ଉଭୟ ଦେଶ ମଧ୍ୟରେ ବଢିଯାଇଥିବା ତିକ୍ତତା ଟିକିଏ କମିବାର ଆଶା ସୃଷ୍ଟି ହୋଇଛି । ପ୍ରାରମ୍ଭିକ ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ ହେବ । ଟ୍ରମ୍ପ କହିଛନ୍ତି ଯେ ବିଗତ ଦିନରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସେତେଟା ଭଲ ରହିନାହିଁ, କିନ୍ତୁ ସମଗ୍ର ବିଶ୍ୱ ଚାହୁଁଛି ଯେ ଆମେରିକା ଓ ଋଷିଆ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେଉ । ଅନ୍ୟପକ୍ଷରେ ପୁଟିନ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସେ ନିୟମିତ ସଂପର୍କ ରକ୍ଷା କରୁଛନ୍ତି । ଏବେ ବିଶ୍ୱର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବାର ସମୟ ଆସିଯାଇଛି । ଗତ କାଲି ଟ୍ରମ୍ପ ଆମେରିକା ନିର୍ବାଚନରେ ଋଷିଆର ହସ୍ତକ୍ଷେପକୁ ଅସ୍ୱୀକାର କରିବା ସହ ଏଥିପାଇଁ ଆମେରିକା ଅଧିକାରୀମାନେ ହିଁ ଦାୟୀ ବୋଲି କହିଥିଲେ । ସେହିପରି ଋଷିଆ ସହ ସମ୍ପର୍କ ଖରପ ହେବା ପାଇଁ ଆମେରିକା ଦାୟୀ ବୋଲି ସେ କହିଥିଲେ ।
OSCAR-2019
କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ବାଲେଶ୍ୱର ରେମୁଣାର ଧରିଆ ସିଂହ ପାଇଖାନା ଘରେ ରହୁଥିବା ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ଧରୁଆକୁ ପ୍ରଶାସନ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଥିବା ବେଳେ ତା ସ୍ତ୍ରୀ ଚେମି ସିଂହଙ୍କୁ ମାସିକ ୫ ଶହଟଙ୍କାର ଭତା ଦିଆଯିବାକୁ ଘୋଷଣା କରାଯାଇଛି । ସୋମବାରଦିନ କନକନ୍ୟୁଜରେ ଏହି ଖବର ପ୍ରସାରଣ ହୋଇଥିଲା । ଧରିଆ ସିଂହ ଓ ତାଙ୍କ ସ୍ତ୍ରୀଙ୍କ ପାଇଁ ମୁଣ୍ଡ ଗୁଂଜିବାକୁ ଏକମାତ୍ର ଆଶ୍ରା ଥିଲା ପାଇଖାନା ଘର । ସ୍ୱଚ୍ଛ ଭାରତ ଅଭିଯାନକୁ ସତେ ଯେପରି ପରିହାସ କରିଥିଲା ଏହି ଦୃଶ୍ୟ । ଖରା ଦିନେ ଗଛ ମୂଳେ ଓ ଶୀତ ଦିନେ ପରପିଣ୍ଢାରେ ଦିନ କାଟୁଥିବା ଧରିଆ, ବର୍ଷା ଆସିବା ପରେ ପାଇଖାନା ହିଁ ପାଲଟିଥିଲା ଏକ ମାତ୍ର ଭରସା । ସେହି ଛୋଟିଆ ଘରେ ଜାକିଜୁକି ଦିନ କାଟୁଥିଲେ ସ୍ୱାମୀ-ସ୍ତ୍ରୀ । ଆଉ ଶୌଚ ପାଇଁ ପାଖ ପୋଖରୀକୁ ବ୍ୟବହାର କରୁଛନ୍ତି ଧରିଆଙ୍କ ପରିବାର । ଧରିଆଙ୍କର ଦୁଇ ଝିଅ ଓ ଦୁଇ ପୁଅର ସଂସାର ଉପରେ ଦାଉ ସାଧିଥିଲା ଦଇବ । ରୋଗ ଓ ଦୁର୍ଘଟଣାରେ ଦୁଇ ପୁଅ ଓ ଗୋଟିଏ ଝିଅ ପ୍ରାଣ ହରାଇବା ପରେ ମାନିସିକ ଭାରସ୍ୟାମ ହରାଇ ବସିଥିଲେ ପତ୍ନୀ ଚେମି । ଦୁର୍ଘଟଣା ପରେ ଦିନ ମଜୁରିଆ ଧରିଆଙ୍କର ଦୁଇ ହାତ କାମ ନକରିବାରୁ ବଦଳି ଯାଇଥିଲା ତାଙ୍କ ଜୀବନ ।
OSCAR-2019
କନକ ବ୍ୟୁରୋ : ଓଡିଶାରେ ଚାଂଚଲ୍ୟ । ପୋଲିସ ହାତରେ ଧରା ପଡିଛି ଜଣେ ସାଇକୋକିଲର । ତାର କାମ ହେଉଛି ଲଭ୍, ସେକ୍ସ ଓ ମର୍ଡର । ଗୋଟିଏ ନୁହେଁ ୪ ଜଣ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଛି ଅଭିଯୁକ୍ତ ଜଣକ । ଦେଓଗଡ କଣ୍ଡେଇଗୋଳା ଥାନା ଗିନହଜ୍ ଗାଁର ବୁଦ୍ଧଦେବ ବେହେରା ହେଉଛନ୍ତି ସେହି ମାନସିକ ବିକାରଗ୍ରସ୍ତ ଯୌନପିପାସୁ ସିରିଏଲ୍ କିଲର୍ । ଅଗଷ୍ଟ ୧ ତାରିଖରେ୍ ଡେଲାଙ୍ଗ ମଙ୍ଗୁପଡାରେ ଅନିତା ନାୟକଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ବୁଦ୍ଧଦେବ । ତେବେ ପୁରୀ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ ତାକୁ ଧରିବାକୁ ସଫଳ ହୋଇଛନ୍ତି । ତେବେ ଏଯାଏ ସେ ୫ଟି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ଜଣାପଡିଛି । ଏହି ଘଟଣାକୁ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରାଯିବ ବୋଲି ପୁରୀ ଏସପି କହିଛନ୍ତି ।
OSCAR-2019
ଚନ୍ଦ୍ରଶେଖରପୁର: ନାଲକୋ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରୁ ୪୦ ହଜାର ଟଙ୍କା ଲୁଟି ନେଇ ଫେରାର୍‌ ହୋଇଯାଇଥିବା ଜଣେ ଲୁଟେରା ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇ କୋର୍ଟଚାଲାଣ ହୋଇଛି। ସେ ହେଲା, ଅଭିମନ୍ୟୁ ରାଉତ। ଘର କଟକ ଜିଲ୍ଲା ବାଙ୍କୀ ବ୍ଲକରେ। ପୁଲିସ୍‌ ଗତ ରାତିରେ ତାଙ୍କ ଘର ଉପରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ସୂଚନା ଅନୁଯାୟୀ, ବର୍ଷେ ପୂର୍ବେ କୌଣସି ଏକ କାର୍ଯ୍ୟ ପାଇଁ ହସ୍ପିଟାଲ୍‌ର ୪୦ ହଜାର ଟଙ୍କା ନେଇ ଅଭିମନ୍ୟୁ ଫେରାର୍‌ ହୋଇଯାଇଥିଲା। ଏ ନେଇ ହସ୍ପିଟାଲ୍‌ ମ୍ୟାନେଜର ଚନ୍ଦ୍ରଶେଖରପୁର ଥାନାରେ ଏକ ଏତଲା ଦାୟର କରିଥିଲେ। ଗତକାଲି ତା’ର ଠିକଣା ଜାଣି ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିଲା।
OSCAR-2019
କନକ ବ୍ୟୁରୋ : ସୁବର୍ଣ୍ଣପୁରରେ ପାତାଳୀ ଶ୍ରୀକ୍ଷେତ୍ରର ସ୍ଥାନ ନିରୂପଣକୁ ନେଇ ଜୋର ଧରିଛି ବିବାଦ । ପ୍ରଭୂ ଶ୍ରୀ ଜଗନ୍ନାଥ କେଉଁଠି, ଭାଇ ବଳଭଦ୍ର ଓ ଦେବୀ ଶୁଭଦ୍ରା କେଉଁଠି କରିଥିଲେ ତାଙ୍କର ଗୁପ୍ତଲୀଳା । ତାହା ଏବେ ବିତର୍କର ବିଷୟ ପାଲଟିଛି । ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ରକୁ ନେଇ ଉଠିଥିବା ବିବାଦ ବହୁ ପୁରୁଣା । ଜଗନ୍ନାଥ ବିଭିନ୍ନ ସମୟରେ ଅନେକ ଅଗମ୍ୟ ଯାଗାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ବେଳେ ସେ ସବୁ ଯାଗା ଚିହ୍ନଟ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଐତିହାସିକ ପ୍ରମାଣ ତଥା ଶ୍ରୀମନ୍ଦିର ମାଦଳା ପାଞ୍ଜି ବର୍ଣ୍ଣିତ ଯାଗାଗୁଡିକର ଭୌଗଳିକ ସ୍ଥିତିର ପରିବର୍ତ୍ତନ ଯୋଗୁଁ ଏବେ ଅଡୁଆରେ ଗବେଷକ ଓ ଐତିହାସିକ । ପାତାଳୀ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ଗୁପ୍ତଲୀଳା କରିଥିବା ନେଇ ଐତିହାସିକ ପ୍ରମାଣ ଥିଲେ ହେଁ ସେହି ସ୍ଥାନ ଚିହ୍ନଟ କରାଯାଉନଥିବା ଅଭିଯୋଗ କରିଛି ଚାଘପାଲି ତ୍ରୀକୂଟ କ୍ଷେତ୍ର ବିକାଶ ପରିଷଦ ଟ୍ରଷ୍ଟ । ୨୦୧୧ରେ କୋଟ ସମଲାଇ ଛଳିଆ ପାହାଡରେ ଶ୍ରୀମନ୍ଦିର ପ୍ରତିଷ୍ଠା କରାଯାଇ ପୁରୁଷୋତମ କ୍ଷେତ୍ର ଶ୍ରୀମନ୍ଦିର ପ୍ରଦତ ଚତୁର୍ଦ୍ଧା ବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇଛି । ଏହି କ୍ଷେତ୍ରକୁ ଶ୍ରୀ ମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ଅନ୍ୟତମ ଲୀଳା କ୍ଷେତ୍ରର ମାନ୍ୟତା ଦେଇଛନ୍ତି । ହେଲେ ଆଜି ଯାଏଁ ଶ୍ରୀ ଜଗନ୍ନାଥଙ୍କ ପ୍ରକୃତ ଗୁପ୍ତଲୀଳା କ୍ଷେତ୍ର ଚିହ୍ନଟ କରାଯାଇନ ଥିବାରୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ପ୍ରକୃତ ସ୍ଥାନ ନିରୂପଣ ପାଇଁ ୨୦୧୫ରୁ ବାଘପାଲି ତ୍ରୀକୂଟ କ୍ଷେତ୍ର ବିକାଶ ପରିଷଦ ଟ୍ରଷ୍ଟ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛି । ଏନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଘଟଣାର ଅନୁଧ୍ୟାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ହେଲେ ପ୍ରଶାସନ ଏହାକୁ ଗୁରୁତର ସହ ନେଉନଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟକର୍ତା କହିଛନ୍ତି ସଠିକ ଯାଗାରେ ଶ୍ରୀମନ୍ଦିର ନିର୍ମାଣ ହୋଇ ଚତୁର୍ଦ୍ଧା ବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇଛି । ସେପଟେ ପାତାଳୀ ଶ୍ରୀକ୍ଷେତ୍ରକୁ ନେଇ ଉଠିଥିବା ବିବାଦରେ ମୁହଁ ଖୋଲୁନାହିଁ ପ୍ରଶାସନ । ଜଗନ୍ନାଥଙ୍କ ଐତିହାସିକ ଲୀଳାକ୍ଷେତ୍ରର ଚିହ୍ନଟ ସାଙ୍ଗକୁ ପ୍ରାକୃତିକ ବିଭବରେ ଭରପୁର ଏହି ପୀଠର ଭିତିଭୂମୀର ବିକାଶ ପାଇଁ ଦାବି ଜୋର ଧରିଛି ।
OSCAR-2019
୭୨ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ‘ଗଗନାୟାନ’ ମିଶନର ଘୋଷଣା କରିଥିଲେ ନରେନ୍ଦ୍ର ମୋଦି । ଏହି ସ୍ୱଦେଶୀ ସ୍ପେଶପ୍ରୋଗାମ ମିଶନ ଜରିଆରେ ୨୦୨୨ ସୁଦ୍ଧା ମହକାଶକୁ ନିଜସ୍ୱ ଯାନରେ ମଣିଷ ପଠାଇବ ଭାରତ । ମୋଦିଙ୍କ ଏହି ଡ୍ରିମ ପ୍ରୋଜେକ୍ଟର ଦାୟିତ୍ୱ ଏବେ ଜଣ ମହିଳାଙ୍କ ହାତରେ । ଯାହାଙ୍କ ନେତୃତ୍ୱରେ ମହାକାଶକୁ ନିଜସ୍ୱ ଯାନରେ ବୈଜ୍ଞାନିକ ପଠାଇବ ଭାରତ । ମହିଳାଙ୍କୁ ଏହି ମିଶନର ଦାୟିତ୍ୱ ଦେଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ସରକାର । ଆଉ ସେହି ମହିଳା ଜଣଙ୍କ ହେଉଛନ୍ତି ବିଆର ଲଳିତାମ୍ବିକା । ବିଆର ଲଳିତାମ୍ବିକା ପୂର୍ବରୁ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସିଛନ୍ତି । ତାଙ୍କରି ନେତୃତ୍ୱରେ ହିଁ ଭାରତ ୧୦୪ଟି ସାଟେଲାଇଟ ଏକା ସଙ୍ଗରେ ଲଞ୍ଚ କରି ରେକର୍ଡ ସୃଷ୍ଟି କରିଥିଲା । ଆଉ ଏଥିପାଇଁ ବିଶ୍ୱ ସ୍ତରରୁ ତାଙ୍କୁ ପ୍ରଂଶସିତ କରାଯାଇଥିଲା । ଲଳିତାମ୍ବିକା ରକେଟ ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଦୀର୍ଘ ୩୦ ବର୍ଷ ଧରି ସେ ଇସ୍ରୋ ସହ କାମ କରି ଆସୁଛନ୍ତି । ୧୯୮୮ ମସିହାରେ ବିକ୍ରମ ସାରାଭାଇ ସେଣ୍ଟରରେ କ୍ୟାରିଅର ଆରମ୍ଭ କରିଥିବା ଲଳିତାମ୍ବିକା କଣ୍ଟ୍ରୋଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଖୁବଶୀଘ୍ର ଲଳିତାମ୍ବିକା ଏହି ମିଶନ ପାଇଁ ଟିମ ଚୟନ କରିବେ ଓ ଦୁଇ ମାସ ମଧ୍ୟରେ ପ୍ରଥମ ପ୍ରୋଜେକ୍ଟର ରିପୋର୍ଟ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଗନାୟାନର ଘୋଷଣା ପରେ ଇସ୍ରୋ ଏହି ନିଷ୍ପତିକୁ ସ୍ୱାଗତ କରିଥିଲା । ଇସ୍ରୋ ଚେୟାରମ୍ୟାନ କେ. ଶିବନ କହିଥିଲେ ଏହା ଦେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ତେବେ ଏହି ମିଶନକୁ ପୂରା କରିବାକୁ ପ୍ରାୟ ୧୦ ହଜାର କୋଟି ଖର୍ଚ୍ଚ ହେବ । ଯଦି ୨୦୨୨ ସୁଦ୍ଧା ଭାରତର ଏହି ମିଶନ ସଫଳ ହୁଏ ତେବେ ମହାକାଶକୁ ନିଜସ୍ୱ ଯାନରେ ମଣିଷ ପଠାଇବାରେ ଚତୁର୍ଥ ଦେଶ ଭାବେ ରେକର୍ଡ କରିବ ଭାରତ । ଏହାପୂର୍ବରୁ ସୋଭିୟତ ୟୁନିୟନ, ଆମେରିକା ଓ ଚୀନ ନିଜର ଯାନକୁ ମହାକାଶକୁ ପଠାଇ ସାରିଛନ୍ତି ।
OSCAR-2019
କଟକ : ଧଳସାମନ୍ତ ଭାଇଙ୍କ ଦୁଇ ସହଯୋଗୀଙ୍କ ସମସ୍ତ ସ୍ଥାବର ସମ୍ପତ୍ତିର ଆକଳନ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଛି। କଟକ କମିସନରେଟ୍‌ ପୁଲିସ ଧଳସାମନ୍ତ ଭାଇଙ୍କ ସହଯୋଗୀ ଆର୍ତ୍ତତ୍ରାଣ ଭୂୟାଁ ଏବଂ ନିର୍ମଳ ଚନ୍ଦ୍ର ରାଉତଙ୍କୁ ଗିରଫ ପରେ ଇଡି ଜବତ ସମ୍ପତ୍ତିର ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଥିଲା। ଏବେ ଉକ୍ତ ସମ୍ପତ୍ତିର ମୂଲ୍ୟ ଆକଳନ ପାଇଁ ଇଡି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମନି ଲଣ୍ଡରିଂ ଆକ୍ଟ, ୨୦୦୨ରେ ଧଳସାମନ୍ତ ଭାଇ ଏବଂ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ସେହି ଆଧାରରେ ମଧୁପାଟଣା ଥାନା ନୂଆପଡ଼ା ମୌଜାର ଆର୍ତ୍ତତ୍ରାଣଙ୍କ ନିର୍ମାଣାଧିନ କୋଠା ଏବଂ ଆଠଗଡ଼ ବୈଦେହିପୁର ମୌଜାର ଖୁଣ୍ଟକଟାରେ ଥିବା ନିର୍ମଳ ଚନ୍ଦ୍ର ରାଉତଙ୍କ ଫାର୍ମ ହାଉସ ଇଡି ଜବତ କରିଥିଲା। ଧଳସାମନ୍ତଙ୍କ ଉକ୍ତ ଦୁଇ ସହଯୋଗୀଙ୍କ ସମ୍ପତ୍ତି ଆକଳନ ସଂକ୍ରାନ୍ତରେ ଇଡି ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ତଥା ସଚିବଙ୍କୁ ଚିଠି ଲେଖାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କେଉଁ ତାରିଖରେ ଏବଂ କେଉଁ ଅଫିସର ସମ୍ପତ୍ତି ଆକଳନ ପ୍ରକ୍ରିୟାରେ ସହଯୋଗ କରିବେ, ସେ ସମ୍ପର୍କେରେ ଅବଗତ କରାଯିବାକୁ ଚିଠିରେ ଦର୍ଶାଯାଇଥିବା ସୂଚନା ମିଳିଛି।
OSCAR-2019
ବର୍ଷର ସବୁଠାରୁ ଲମ୍ବା ଦିନ। ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତହୁଏ । ସୁତରାଂ ବିଶ୍ୱସ୍ତରରେ ଏହି ଦିବସ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୦୧୪ ସେପ୍ଟେମ୍ବର ୨୭ ତାରିଖରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ । ସେ କହିଥିଲେ ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର। ଏହା ପାଂଚ ହଜାର ବର୍ଷର ପରମ୍ପରା। ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଯୋଗ ବ୍ୟକ୍ତି, ପରିବାର, ସମାଜ ଓ ଦେଶକୁ ଯୋଡୁଛି। ଯୋଗ ଦର୍ଶାଇ ଥାଏ ଯେ, ଆମେ ଦେଶରେ କେମିତି ଜୀବନଯାପନ କରୁଛୁ। ଏଠାକାର ଜଳବାୟୁ ଯୋଗ ଓ ଆୟୁର୍ବେଦ ପାଇଁ ପ୍ରେରଣା ଦେଉଛି। ମୋଦି କହିଛନ୍ତି, ଗର୍ବର ବିଷୟ ଯେ, ଆଜି ବିଶ୍ୱର ପ୍ରତେକ ଭୂଭାଗରେ ସୂର୍ଯ୍ୟଙ୍କୁ ସ୍ୱାଗତ ଜଣାଯାଉଛି। ଚାରିଆଡେ ଯୋଗ ଶିବିର ଚାଲିଛି। ମୋଦି ଦେଶବାସୀଙ୍କୁ ଯୋଗ ଦିବସର ଶୁଭକାମନା ଜଣାଇଛନ୍ତି। ଅନ୍ୟପଟେ ବାବା ରାମଦେବ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ଉଦ୍ୟମ କରିଛନ୍ତି। ସେଥିପାଇଁ ସେ ରାଜସ୍ଥାନର କୋଟାରେ ୨ରୁ ଅଢ଼େଇ ଲକ୍ଷ ଲୋକଙ୍କ ସହିତ ଯୋଗ କରିଛନ୍ତି । ଏଥି ପାଇଁ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡ ଟିମ କୋଟା ଆସିଛନ୍ତି। ଶିବିରରେ କୋଚିଂ ସଂସ୍ଥାର ଛାତଛାତ୍ରୀ, ଆର୍ମି, ପୋଲିସଙ୍କ ବ୍ୟତୀତ ବଡ଼ ସଂଖ୍ୟାରେ ଗାଁ ଲୋକଙ୍କୁ ଡକାଯାଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ବାବା ୩ ଦିନ ହେବ ଲୋକଙ୍କୁ ଯୋଗାଭ୍ୟାସ କରାଇଛନ୍ତି।
OSCAR-2019
କନକ ବ୍ୟୁରୋ: ଶାଶୂଙ୍କୁ ଭରଣପୋଷଣ ଦେବ ବୋହୂ । ଜୟପୁର ପରିବାର ଅଦାଲତଙ୍କ ଐତିହାସିକ ରାୟ । ଏହାସହ ଅଭିଯୋଗ ହେବା ଦିନଠାରୁ ରାୟ ପ୍ରକାଶ ହେବା ଯାଏଁ ସବୁ ଅର୍ଥ ୪ମାସ ମଧ୍ୟରେ ଦେବାକୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ବୋରିଗୁମ୍ମା ବ୍ଲକ କୁମୁଲି ଅଂଚଳର ଗେଲମଣି ଦାଶଙ୍କ ସପକ୍ଷରେ ଏହି ରାୟ ଦେଇଛନ୍ତି ପରିବାର ଅଦାଲତର ବିଚାରପତି ସୁବ୍ରତ କୁମାର ମହାନ୍ତି । ୧୯୮୭ନଭେମ୍ବର ୨ତାରିଖରେ ଗେଲମଣିଙ୍କ ପୁଅ କୈଳାଶ ଦାସଙ୍କୁ ହତ୍ୟା କରାଯାଇଥିଲା । ସେହି ସମୟରେ କୈଳାଶ କୁମୁଲି ଡାକ୍ତରଖାନାରେ ମ୍ୟାଲେରିଆ ବହୁମୁଖୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । କୈଳାଶଙ୍କ ମୃତ୍ୟୁ ପରେ ଥଇଥାନ ଯୋଜାନରେ ତାଙ୍କ ପତ୍ନୀ ମିନତୀଙ୍କୁ ଚାକିରୀ ମିଳିଥିଲା । ଏହାପରେ ମୀନତି କିଛି ଦିନ କୁମୁଲିରେ ଚାକିରୀ କରିବା ପରେ ମାଲକାନଗିରି ଜିଲ୍ଲା ମାଥିଲି ହସ୍ପିଟାଲକୁ ଚାଲିଯାଇଥିଲେ ଏବଂ ପରିବାର ସଦସ୍ୟଙ୍କୁ ଅଣଦେଖା କରିଥିଲେ । ଏଣୁ ୨୦୦୫ ନଭେମ୍ବର ୧୧ତାରିଖରେ ଶାଶୂ ଭରଣପୋଷଣ ଦାବି କରି କୋର୍ଟର ଆଶ୍ରୟ ନେଇଥିଲେ । ଫାଷ୍ଟଟ୍ରାକ କୋର୍ଟ ଗେଲମଣିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ମୀନତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରାୟ ୧୦ବର୍ଷ ପରେ ଏହି ମାମଲା ଉପରୁ ରହିତାଦେଶ ହଟାଇ ହାଇକୋର୍ଟ ଜୟପୁର ପରିବାର ଅଦାଲତକୁ ଏହାର ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ପରିବାର ଅଦାଲତ ସମସ୍ତ ସାକ୍ଷ୍ୟପ୍ରମାଣ ଓ ତଥ୍ୟକୁ ଭିତ୍ତିକରି ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି । ରାୟ ଅନୁସାରେ, ମୀନତି ପ୍ରତିମାସ ଗେଲମଣୀଙ୍କୁ ୧ହଜାର ଟଙ୍କା ଦେବେ । ଏଥିସହ ଭରଣପୋଷଣ ଆବେଦନ କଲା ଦିନଠାରୁ ଏବେ ଯାଏଁ ପ୍ରାୟ ୧ଲକ୍ଷ ୩୯ହଜାର ଟଙ୍କା ୪ମାସ ମଧ୍ୟରେ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି । କନକ ବ୍ୟୁରୋ : ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ମନ୍ତ୍ରୀ ପୁଅଙ୍କ ଦାଦାଗିରି । ସଂଘବଦ୍ଧ ଭାବେ ଆସି ଜଣେ ଯୁବକଙ୍କୁ ହାଣିଲେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ର । ରାଜନୈତକ ଶତ୍ରୁତାକୁ କେନ୍ଦ୍ରକରି ଘଷିପୁରା ଥାନା ହାତିବନ୍ଧା ନିକଟରେ ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ସାହୁ । ଅଭିଯୋଗ ଅନୁସାରେ ଦିନ ୧୨ଟାରୁ ଗୋଟିଏ ଭିତରେ ପ୍ରଶାନ୍ତ କୁମାର ସାହୁ ନାମକ ବ୍ୟକ୍ତି ବେଲବାହାଳିରୁ ଗୁହାଳିଆକୁ ଯାଉଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ପୁଅ ଦେବପ୍ରୀୟ ପାତ୍ର, ଗୁହାଳିଆର ମହରଗ ଜେନା, ମହିଆ ଜେନା, ବୟନ୍ତ ଜେନା, ଟୁକୁଣାର ପ୍ରିୟୁଶ ଦାସ ଏବଂ ଫକିରପୁର ବିଭୂତି ମହାନ୍ତି ପ୍ରମୁଖ ଖଣ୍ଡା, ଭୁଜାଲି ଏବଂ ଲୁହାରଡ ସାହାଯ୍ୟରେ ଆକ୍ରମଣ କରିଥିଲେ । ପ୍ରଥମେ ଅଶ୍ଲିଳ ଭାଷାରେ ଗାଳିଗୁଳଜ କରିବା ପରେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପ୍ରଶାନ୍ତ ସାହୁଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତି କରାଯାଇଛି । କନକ ବ୍ୟୁରୋ : ଡିଜିଟାଲ ମାର୍କେଟିଂରେ ରାଜ୍ୟର ମହିଳାଙ୍କୁ ଯୋଡିବାକୁ ଉଦ୍ୟମ । ଫେସବୁକର ଏଣିକି ନିଜ ବ୍ୟବସାୟକୁ ବଢାଇବେ ରାଜ୍ୟର ମହିଳା । ଏହି ଲକ୍ଷ୍ୟରେ ଭୁବନେଶ୍ୱରରେ ୨୫ ହଜାର ଉଦ୍ୟୋଗୀଙ୍କ ପାଇଁ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର । ଏହାଦ୍ୱାରା ଫେସବୁକ ମାଧ୍ୟମରେ ବିଶ୍ୱର ୧୬ଟି ଦେଶରେ ରାଜ୍ୟର ମହିଳାମାନେ ନିଜ ବ୍ୟବସାୟକୁ ପହଂଚାଇପାରିବେ । ଭୁବନେଶ୍ୱରରେ ବିଭିନ୍ନ ଏସଏଚଜି ଗ୍ରୁପ ଓ ଏମଏସଏମଇକୁ ଡିଜିଟାଲ ମାର୍କେଟିଂ ଯୋଗାଇବା ଏହି ଶିବିରର ଲକ୍ଷ୍ୟ । ଓଡିଶା ସରକାରଙ୍କ ଦ୍ୱାରା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ମିଶନ ଶକ୍ତିର ମିଳିତ ସହଯୋଗରେ ଏହି ଶିବିରର ଆୟୋଜନ କରାଯାଇଛି ।
OSCAR-2019
ସକାଳୁ ସକାଳୁ ଗୋଟେ କାମରେ ଭୁବନେଶ୍ୱର ବାହାରିଲି। ବାଣୀବିହାର ଛକ ଦେଇ ଆଚାର୍ଯ୍ୟବିହାର ହେଇ ରାଜଭବନ ଆଡେ ଯାଉଛି । ହଠାତ ଦେଖିଲି ୨୦ରୁ ୩୦ ଜଣ ଲୋକ ମେଳି ବାନ୍ଧି ଛିଡା ହୋଇଛନ୍ତି । ଭାବିଲି କାହାର କ’ଣ ହେଇଗଲା ବୋଧେ ଗାଡିରୁ ଓହ୍ଲାଇ ଟିକେ ପାଖକୁ ଗଲାପରେ ଦେଖିଲି ଲୋକଙ୍କ ହାତରେ ଥିଲା ମୋବାଇଲ ଆଉ ନିଜେ ନିଜ ମୋବାଇଲକୁ ଯେମିତି ପିଇ ଯାଉଥିଲେ ସବୁ। ଚୁପ ଚାପ ସେଠୁ ପଳେଇ ଆସିଲି ଆଉ ଚାଲିଲି ଆଚାର୍ଯ୍ୟବିହାର ଅଭିମୁଖେ ସେଠି ବି ସମାନ ଅବସ୍ଥା । ହେ ଭଗବାନ କି ମୋବାଇଲ କିମିଆ କଲା ଯେ ଘର ଛାଡି ରାସ୍ତା ଘାଟ ଯୋଉଠି ମିଳିଲା ଖାଲି ମୋବାଇଲରେ ଜୋକ ପରି ଲାଗିପଡୁଛନ୍ତି । ହେଲେ ମନରେ ପ୍ରଶ୍ନ ଉଠିଲା ଅମ୍ବାନୀ ବାବୁ ମାଗଣା ଜିଓ ଡାଟା ଦେଇଛନ୍ତି ତ ଲୋକମାନେ କହିଁକି ଘର ଛାଡ଼ି ଛକ ଛକ ମେଳି କରୁଛନ୍ତି ! ସେଠାରେ ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଜଣେ ଲୋକଙ୍କୁ ପଚାରିଲି ଆଜ୍ଞା କ’ଣ ହେଇଛି ଯେ ଲୋକମାନେ କାହିଁକି ସ୍ମାର୍ଟ ସିଟିର ପ୍ରତି ଛକରେ ରୁଣ୍ଡ ହୋଇ ମୋବାଇଲ ଦେଖୁଛନ୍ତି । କିଛି ଅଫର ଆସିବ ନା ମୋଦି ସରକାର ଆଜି ୧୫ ଲକ୍ଷ ଟଙ୍କା ଅକାଉଣ୍ଟକୁ ପଠେଇଦେଲେ କି ? ଭଦ୍ର ବ୍ୟକ୍ତି ଜଣଙ୍କ କହିଲେ ନାହିଁ ଆଜ୍ଞା ସବୁ ଆମ ନବୀନ ବାବୁଙ୍କ କୃପା । ମୁଁ କହିଲି କିଛି ବୁଝିପାରିଲିନି ? ସେ ବୁଝାଇ କହିଲେ ଯେ ଆମ ଆଦର୍ଶ ମୁଖ୍ୟମନ୍ତ୍ରୀ ଏବେ ଭୁବନେଶ୍ୱରକୁ ୱାଇ-ଫାଇ ସହରରେ ପରିଣତ କରିଲେଣି । ସେଥିପାଇଁ ଆଜି ଏଭଳି ଦୃଶ୍ୟ ଛକ-ଛକରେ ଦେଖିବାକୁ ମିଳୁଛି । ଭୁବନେଶ୍ୱରର ୧୦୦ଟି ହଟସ୍ପଟ କରାଯାଇଛି । ଏହା ପରିବର୍ତ୍ତେ ଆହୁରି ୪୦୦ଟି ହଟସ୍ପଟ କରି ରାଜଧାନୀକୁ ପୁରା ୱାଇ-ଫାଇ ଜୋନ କରିଦେବେ ବୋଲି କହୁଛନ୍ତି ନବୀନ ବାବୁ । ଆଉ ସବୁଠାରୁ ବଡ଼କଥା ହେଲା ଯେ ଜିଓ ଠାରୁ ଅଧିକ ସ୍ପିଡ଼ରେ କୁଆଡ଼େ ନବୀନ ବାବୁଙ୍କ ଇଣ୍ଟରନେଟସେବା କାମ କରୁଛି । ତେଣୁ ସ୍ମାର୍ଟ ସିଟିରେ ଯେଉଁଠି ଟିକେ ଜାଗା ମିଳିଲା ବାସ୍ ବସି ପଡ଼ୁଛନ୍ତି ନିଜ ମୋବାଇଲ ଧରି । ଏସବୁ ଶୁଣିଲା ପରେ କହିଲି ତାମାନେ କ’ଣ ନବୀନଙ୍କ ପାଇଁ ଜିଓକୁ ପର କରିଦେଲେ କି ଲୋକ ? ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ଭୁବନେଶ୍ୱର ମି ୱାଫାଇର ଶୁଭାରମ୍ଭ ପରେ କାହାର ଫାଇଦା ଏବଂ କାହାର କ୍ଷତି ତାହା ଆପଣଙ୍କୁ ଭିନ୍ନ ଢଙ୍ଗରେ ବୁଝାଇଲୁ ଏବଂ କିଛି ସମୟ ଖୁସି କରିବାକୁ ଏହି ଲେଖା ଉଦ୍ଦିଷ୍ଟ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।
OSCAR-2019
ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ । ଏହି ଅବସରରେ ଗୃହମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀ ପୁଲିସକୁ କହିଛନ୍ତି, ଅଭିଯୋଗକାରୀକୁ ପୁଲିସ ଷ୍ଟେସନରେ ସ୍ୱାଗତ ଜଣାଇବା ସହ ଚା’ ପାଣି ଦେଇ ଚର୍ଚ୍ଚା କରାଯିବ । ଏଥିସହିତ ଅଭିଯୋଗକାରୀଙ୍କୁ ପୁଲିସ ସାଙ୍ଗ ଭଳି ବ୍ୟବହାର କରିବ। ଥାନାକୁ ଅଭିଯୋଗ ନେଇଯିବା ସମୟରେ ଅନେକ ଲୋକେ ପୁଲିସ ବ୍ୟବହାରକୁ ଭୟ କରିଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜନାଥ ସିଂହ ଏଭଳି ମନ୍ତବ୍ୟ ଦେଇଥିବା କଥା କୁହାଯାଉଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ ସିଂହ ପୁଲିସକୁ ପ୍ରଶ୍ନ କରିଥିଲେ କି, ଯଦି କୌଣସି ବ୍ୟକ୍ତି ଥାନାକୁ ଅଭିଯୋଗ କରିବାକୁ ଆସନ୍ତି ତେବେ ତାଙ୍କ ସହ କାହିଁକି ବିନମ୍ରତା ସହ ବ୍ୟବହାର କରାଯାଏ ନାହିଁ ? ଆମେ କ’ଣ ସେମାନଙ୍କୁ ଚା’ କଥା ପଚାରି ପାରିବାନି ? ଏହାକୁ ନେଇ ମୁଁ କମିଶନରଙ୍କ ନିକଟରେ ପୁଲିସ ଥାନାରେ ଚା’ ଷ୍ଟଲ ଲଗାଇବା ପାଇଁ ପ୍ରସ୍ତାବ ରଖିବି। ଏଥିପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଫଣ୍ଡ ଦିଆଯିବ ବୋଲି ରାଜନାଥ ସିଂହ କହିଛନ୍ତି।
OSCAR-2019
ଆଜିକାଲି ଠକାମିକୁ ଅର୍ଥ ଉପାର୍ଜନର ଏକ ମାଧ୍ୟମ କରିସାରିଲେଣି ଠକମାନେ । ସେମାନେ ସାଧାରଣ ଲୋକମାନଙ୍କୁ ଅତି ସହଜରେ ନିଜ ଜାଲରେ ଫସଉଛନ୍ତି । ଇ-ମେଲ୍‌, ଏସ୍‌ଏମ୍‌ଏସ୍‌ ଏବଂ ଫୋନ୍‌ କଲ୍‌ ଆଦି ଠକାମିର ଏକ ସାଧାରଣ ମାଧ୍ୟମ ହେଲାଣି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏଥିରେ ବିଭିନ୍ନ ପ୍ରକାର ଆର୍ଥିକ ଠକେଇ ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ। ଏଥିପାଇଁ ଆର୍‌ବିଆଇ ପକ୍ଷରୁ “ସୁନୋ ଆର୍‌ବିଆଇ କ୍ୟା କେହତା ହୈ” ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନରେ ଲୋକମାନଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ଠକେଇ ସମ୍ପର୍କରେ ସଚେତନତା ବାର୍ତା ବଣ୍ଟନ କରାଯିବ। ଆର୍‌ବିଆଇ ଏହି ସଚେତନତା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହା ଏସ୍‌ଏମ୍‌ଏସ୍‌ ଜରିଆରେ ଲୋକମାନଙ୍କୁ ବିଭିନ୍ନ ବ୍ୟାଙ୍କିଙ୍ଗ ନୀତି ନିୟମ ବିଷୟରେ ଜଣାଇବ। ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେଉଥିବା ଆର୍ଥିକ ସୁବିଧାସୁଯୋଗଗୁଡ଼ିକ ବିଷୟରେ ସୂଚନା ମଧ୍ୟ ପ୍ରଦାନ କରାଯିବ। ‘ଆର୍‌ବିଆଇସେ’ ନାମରେ ଏସ୍‌ଏମ୍‌ଏସ୍‌ଗୁଡ଼ିକ ଲୋକମାନଙ୍କ ପାଖରେ ପହଞ୍ଚିବ। ଅଜଣା କଲ୍‌ କିମ୍ବା ଏସ୍‌ଏମ୍‌ଏସ୍‌ର ଲୋଭରେ ପ୍ରଭାବିତ ନ ହେବା ପାଇଁ ପ୍ରଥମେ ଲୋକଙ୍କୁ ସଚେତନ କରାଯିବ। ଇ-ମେଲ୍‌ ଜରିଆରେ ମଧ୍ୟ ଲୋକଙ୍କୁ ସୂଚନା ପ୍ରଦାନ କରାଯିବ। ଲୋକମାନେ ଚାହିଁଲେ ୮୬୯୧୯୬୦୦୦୦କୁ କଲ୍‌ କରି ଅନେକ ସୂଚନା ହାସଲ କରିପାରିବେ।
OSCAR-2019
କନକ ବ୍ୟୁରୋ : କଟକ ସହିଦ ଭବନରେ ଅନୁଷ୍ଠିତ ହୋଇଯାଇଛି ଭାରତ ମସଲା ସମ୍ବର୍ଦ୍ଧନା ସଭା । ୧୮ ବର୍ଷରେ ପଦାର୍ପଣ କରିଥିବା ଭାରତ ମସଲା ପକ୍ଷରୁ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ କରାଯାଇଛି ସମ୍ମାନିତ । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ସଫଳ ବ୍ୟକ୍ତିଙ୍କୁ ଦିଆଯାଇଛି ଭାରତ ସମ୍ମାନ । ଏହି ଅବସରରେ ଭାରତ ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଡାକ୍ତର ଜୟନ୍ତ ପଣ୍ଡାଙ୍କୁ ସେବା ଭାରତ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି କ୍ରୀଡା ଭାରତ ଓ ବିଦ୍ୟାଭାରତ ସମ୍ମାନରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ଦେଇଥିବା ବେଳେ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ଦେବୀ ମିଶ୍ର ସମ୍ମାନିତ ଅତିଥି ଭାବେ ସାମିଲ ହୋଇଥିଲେ ।
OSCAR-2019
କ୍ରିକେଟ ଖେଳରେ ଏମିତି କିଛି ଖେଳାଳୀ ରହିଛନ୍ତି ଯେଉଁମାନେ ନିଜର ଭିନ୍ନ ଶୈଳୀରେ ବ୍ୟାଟିଂ ଓ ବୋଲିଂ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଜଣାଶୁଣା । ଖାସକରି ଅଧିକାଂଶ ବ୍ୟାଟ୍ସମ୍ୟାନଙ୍କ ଭିନ୍ନ ଶୈଳୀରେ ବ୍ୟାଟିଂ ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଥାଏ । ସ୍ୱିଚ୍ ହିଟ ହେଉ ଅବା ହେଲିକପ୍ଟର ସଟ୍ ଏହାକୁ ଦେଖିବାକୁ ଚାତକ ଭଳି ଚାହିଁ ରହିଥାନ୍ତି କ୍ରିକେଟ ଫ୍ୟାନ । କିନ୍ତୁ ଏବେ ଜଣେ ବୋଲରଙ୍କ ବୋଲିଂ ଶୈଳୀ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯାହା କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ମଧ୍ୟ ବୋଲିଂ କରାଯାଏ ତାହା ପ୍ରଥମ ଥର ଦେଖିବାକୁ ମିଳିଛି । କ୍ରିକେଟ ପାଗଳ ଦେଶ ଭାରତରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
OSCAR-2019
୩୬୦ ଡିଗ୍ରୀରେ ବୁଲିବା ସହ ବୋଲିଂ । ଏଭଳି ବୋଲିଂ ହୁଏତ ପୂର୍ବରୁ କେହି ଦେଖିନଥିବେ । ୨୩ ବର୍ଷରୁ କମ ସିକେ ନାଇଡୁ ଟ୍ରଫି ମ୍ୟାଚରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବେଙ୍ଗଲ ଓ ଉତ୍ତର ପ୍ରଦେଶ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚରେ ୟୁପିର ସ୍ପିନର ଶିବା ସିଂ ୩୬୦ ଡିଗ୍ରୀରେ ଘୁରିବା ସହ ବୋଲିଂ କରିଥିଲେ । ତେବେ ଶିବାଙ୍କ ଏଭଳି ବୋଲିଂ ଆକ୍ସନ ପାଇଁ ଅମ୍ପାୟର ତୁରନ୍ତ ଏହାକୁ ଡେଡ ବଲ ଘୋଷଣା କରିଥିଲେ । ଅମ୍ପାୟାର କାହିଁକି ଡେଡ ବଲ ଘୋଷଣା କଲେ ପଡିଆ ମଝିରେ ତାହାର କାରଣ ପଚାରିଥିଲେ ଶିବା ସିଂ । ଏପରିକି ପୂର୍ବ ମାସରେ କେରଳ ବିପକ୍ଷ ବିଜୟ ହଜାରେ ଟ୍ରଫିରେ ମଧ୍ୟ ସେ ଏଭଳି ବଲ ପକାଇଥିଲେ କିନ୍ତୁ ସେତେବେଳେ ଅମ୍ପାୟାର କୌଣସି ଆପତ୍ତି କରିନଥିଲେ କି ଏହାକୁ ଡେଡ ବଲ ମଧ୍ୟ ଘୋଷଣା କରିନଥିଲେ । ଶିବାଙ୍କ କହିବା ଅନୁଯାୟୀ, ଯେତେବେଳେ ବ୍ୟାଟସମ୍ୟାନ ରିଭର୍ସ ସ୍ୱିପ୍ ସଟ ଖେଳିପାରୁଛନ୍ତି ସେତେବେଳେ ବୋଲର ଏଭଳି ଆକ୍ସନରେ ବୋଲିଂ କରିବାରେ କଣ ଅସୁବିଧା ଅଛି । ଏଥିପାଇଁ ନିୟମ କୋହଳ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଶିବା । ଶିବା ସିଂଙ୍କ ଏହି ବୋଲିଂ ଶୈଳୀକୁ ନେଇ କ୍ରିକେଟ ଜଗତରେ ଏବେ ଚହଳ ପଡିଛି । କିଛି କ୍ରିକେଟର ଏହାକୁ ସମର୍ଥନ କରୁଥିବା ବେଳେ କିଛି କ୍ରିକେଟର ଓ ଅମ୍ପାୟାର ଏହାକୁ ବିରୋଧ କରିଛନ୍ତି । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଶିବାଙ୍କ ବୋଲିଂ ଶୈଳୀକୁ ସମର୍ଥନ କରିବା ଏଥିରେ କୌଣସି ଆପତ୍ତି ନଥିବା କହିଛନ୍ତି । ତେବେ ଅମ୍ପାୟାର ସାଇମନ ଟଫେଲ କହିଛନ୍ତି ଏହା କ୍ରିକେଟ ନିୟମକୁ ଭଙ୍ଗ କରୁଛି । ଏହାଦ୍ୱାରା ବ୍ୟାଟ୍ସମ୍ୟାନଙ୍କ ଧ୍ୟାନ ଭଙ୍ଗ ହେବ ବୋଲି କହିଛନ୍ତି ଟଫେଲ । ଏପରିକି ଏହି ଶୈଳୀରେ ବୋଲିଂ ହେଉଥିଲେ ଏହାକୁ ଡେଡ ବଲ ଘୋଷଣା କରିବାର ଅଧିକାର ଅମ୍ପାୟାରଙ୍କର ରହିଛି ବୋଲି କହିଛନ୍ତି ଟଫେଲ । ଏହଭଳି ଭାବେ ଏବେ ଶିବା ସିଂଙ୍କ ବୋଲିଂ ଆକ୍ସନକୁ ନେଇ ଏବେ କ୍ରିକେଟ ଜଗତର ବଡ ବଡ ଖେଳାଳୀଙ୍କ ମଧ୍ୟରେ ଟ୍ୱିଟର ୱାର ଆରମ୍ଭ ହୋଇଛି ।
OSCAR-2019
ଦାମ ରାଉତଙ୍କୁ ପ୍ରଶ୍ନ ପଚାରିଲେ ଚାଷୀଙ୍କ ଝିଅ ! ବାପା ଚାଲିଗଲେ ମୁଁ ପାଠ ପଢିବି କେମିତି ? ଉତ୍ତର ଦେବେ କି କୃଷିମନ୍ତ୍ରୀ ? | Kanak News କନକ ବ୍ୟୁରୋ : ‘‘ମୋ ବାପାତ ମଲେ, କାହାର କଣ ଯାଉଛି ? ଟଙ୍କା ଋଣ କରି ଚାଷ କରିଥିଲେ, ସେ ତ ମରିଗଲେ କେଉଁଠୁ ପଇସା ଆଣି ଶୁଝିବୁ । ମତେ ପାଠ ପଢାଉଥିଲେ, ମୁଁ କେମିତି ପାଠ ପଢିବି ? ଚାଷୀଙ୍କ ପାଇଁ କଣ କରୁଛି ସରକାର ? ଖାଲି କହିଦେଉଛି । ଆଗେ କିଛି କରୁ ତା ପରେ ଦେଖିବା । ଚାଷୀଙ୍କ ପାଇଁ କଣ କରୁଛି ଦାମ ରାଉତ? ଖାଲି ଭାଷଣ ଦେଉଛି ?” ଗତକାଲି କୀଟନାଶକ ପିଇ ନିଜ ଜମିରେ ଆତ୍ମହତ୍ୟା କରିଥିବା ବରଗଡ କଳାପାଣି ଅଂଚଳର ଚାଷୀ ବୃନ୍ଦା ସାହୁଙ୍କ ଝିଅର ଏ ବୟାନ । ଚକଡ଼ା ପୋକ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ମଙ୍ଗଳବାର ଦିନ ନିଜ ହାତରେ ବିଲରେ ନିଆଁ ଲଗାଇ ଦେଇଥିଲେ । ବୁଧବାର ନିଜ ଜମିରେ ବୃନ୍ଦା ସାହୁ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ । ମଙ୍ଗଳବାରର କୋହ ବୁଧବାର ଦିନ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା । ଛୋଟିଆ ଝିଅର ପ୍ରଶ୍ନରେ ସମସ୍ତେ ବିଚଳିତ । ସେ ବି ଶୁଣିଛି ଅନେକ ଆତ୍ମହତ୍ୟା ଖବର । ଆଉ ଜାଣିଛି ସରକାରଙ୍କ ପ୍ରତିଶ୍ରୁତିରେ କିଛି ବଦଳେ ନାହିଁ, କେବଳ ପ୍ରତିଶ୍ରୁତି ପାଣି ଫୋଟକା ଭଳି ମିଳାଇଯାଏ । ଘରର ମୂରବି ତଥା ପରିବାର ଚଳାଉଥିବା ବାପାର ମୃତ୍ୟୁ ପରେ କୋହଭରା କଂଠରେ ପଚାରିଥିବା ପ୍ରଶ୍ନ ସରକାରଙ୍କ ବିଧି ବ୍ୟବସ୍ଥା ପ୍ରତି ଆଙ୍ଗୁଳି ଉଠାଇନାହିଁ କି ? ଚକଡା ଦେଲା ଚଡକ । ପରିବାରରେ ଲୁହର ଲହଡି । ସ୍ତ୍ରୀ, ଓ ଝିଅର କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ । କେମିତି ପରିବାର ଚଳିବ ? ଋଣ ଟଙ୍କା ସୁଝାହେବ କେମିତି ? ଝିଅର ଭବିଷ୍ୟତ କ’ଣ ହେବ ? ଏଭଳି ଚଡକ ପଡିଛି ମୃୃତ ବୃନ୍ଦା ସାହୁଙ୍କ ପରିବାର ଉପରେ । ଏହା କେବଳ ଗୋଟିଏ କଥା ନୁହେଁ । ଏହି ଛୋଟିଆ ପ୍ରଶ୍ନ ସୂଚାଇ ଦେଉଛି ଚାଷ ଓ ଚାଷୀ ପରିବାରରର ନଗ୍ନ ରୂପ । ଗଲା ସପ୍ତାହକ ମଧ୍ୟରେ ବୃନ୍ଦାଙ୍କ ମିଶାଇ ତିନି ଜଣ ଚାଷୀଙ୍କର ମୃତ୍ୟୁ ହୋଇଥିଲେ ବି ନୀରବଦ୍ରଷ୍ଟା ସାଜିଥିଲେ ସରକାର । ଚେହେରା ଅଲଗା କିନ୍ତୁ କାହାଣୀ ଗୋଟିଏ । ଆଖି ଆଗରେ ଉଜୁଡିଗଲା ଫସଲ, ଆଉ ଚରମ ନିଷ୍ପତ୍ତି ବାଛିନେଲେ ଚାଷୀ । ଚକଡା ପୋକ ଯୋଗୁ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରି ବରଗଡ ଜିଲ୍ଲପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ ଚାଷୀ । କେହି ଶୁଣିଲେନି , କି ବୁଝିଲେନି । ଦାଉ ସାଜିଥିଲା ସରକାରଙ୍କ କୀଟନାଶକ ଔଷଧ । ଯେଉଁ ଜମିରେ ଗୋଟିଏ ଲିଟର କୀଟନାଶକ ପକାଇବା କଥା, ସେହି ଜମିରେ ୬-୭ ଥର କୀଟନାଶକ ପକାଇଥିଲେ ବି କିଛି ଲାଭ ହୋଇନଥିଲା । ଫଳରେ କେତେ କଷ୍ଟ କରି ଯତ୍ନରେ ବଢାଇଥିବା ଫସଲକୁ ପୋଡିଦେଇଥିଲେ ବୃନ୍ଦା । ଶେଷରେ ଯେଉଁ ଜମିରୁ ଫସଲ ଉତ୍ପାଦନ କରି ପରିବାର ଚଳାଇଥାନ୍ତେ, ସେହି ଜମିରେ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ବାଧହେଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳର ଚାଷୀଙ୍କ ମୁଣ୍ଡରେ ରାଗ ବଢିଯାଇଥିଲା । । ଶବ ବ୍ୟବଚ୍ଛେଦ ହେବା ପରେ ମୃତଦେହ କଳାପାଣିକୁ ଅଣାଯାଇଥିଲା । ଏହା ପରେ ଆରମ୍ଭ ହୋଇଯାଇଥିଲା ରାସ୍ତାରୋକ । ପ୍ରାୟ ୧୬ ଘଂଟା ଧରି ଚାଲିଥିଲା ରାସ୍ତାରୋକ । କୃଷକ ନେତା ଲିଙ୍ଗରାଜଙ୍କ ନେତୃତ୍ୱରେ ଲୋକମାନେ ମୃତଦେହଙ୍କୁ ୫୩ ନମ୍ବର ଜାତୀୟ ରାଜପଥରେ ରଖି ରାସ୍ତାରୋକ କରିଥିଲେ । କୋମଳ ଝିଅ ମୁହଁରେ କଠୋର ପ୍ରଶ୍ନ । ସରକାର ଯୋଜନା କରୁଛନ୍ତି, କିନ୍ତୁ କେତେଜଣ ଲାଭବାନ ହେଉଛନ୍ତି ବୋଲି ପ୍ରଶ୍ନ କରିଛି ଚାଷୀ ବୃନ୍ଦା ସାହୁର ଝିଅ । ବାପା ଧାର କରିଥିବା ଲକ୍ଷେ ଟଙ୍କା କେମିତି ଶୁଝିବେ, ସେ ଚିନ୍ତାରେ ପରିବାର । ଝିଅର ପାଠପଢାରେ ଡୋରି ଲାଗିଲା ବୋଲି କୋହଭରା କଂଠରେ କହିଛି ବୃନ୍ଦାଙ୍କ ଝିଅ । ସରକାର ଆମ କଥା ନବୁଝିଲେ ପୂରା ପରିବାର ଆତ୍ମହତ୍ୟାକରିବ ବୋଲି କହିଛି ବୃନ୍ଦାସାହୁଙ୍କ ଝିଅ । ଚାଷୀ ମୃତ୍ୟୁ ଓ ଚକଡା ପୋକ ଲାଗି ଫସଲ ନଷ୍ଟ ଘଟଣାର ତଦନ୍ତ କରିବା ପାଇଁ ତିନି ଜଣିଆ ଟିମ ବରଗଡ ଯାଇଛନ୍ତି । କୃଷି ଉପନିର୍ଦେଶକ ପ୍ରମୋଦ ମହାନ୍ତିଙ୍କ ସମେତ ତିନି ଜଣିଆ ଟିମ୍ । ଏହି ଟିମ୍ ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ଘରକୁ ଯାଇ ତାଙ୍କ ଆତ୍ମହତ୍ୟାର ସତ୍ୟାସତ ଖୋଜିବେ । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଏମାନେ ଚାଷୀର ଜମିକୁ ଯାଇ ଚାଷର କ୍ଷୟକ୍ଷତି ବାବଦରେ ମଧ୍ୟ ତଥ୍ୟ ସଂଗ୍ରହ କରିବେ । ତେବେ ଏତେ ସବୁ ଭିତରେ ସରକାରଙ୍କ ଯୋଜନା ଉପରେ ପ୍ରଶ୍ନ ଉଠିଛି । ସରକାର ଆଜି ଯେଉଁ ପଦକ୍ଷେପ ନେଲେ ସେ ଦାୟିତ୍ୱ ଆଗରୁ କାହିଁକି ନେଲେ ନାହିଁ । ସପ୍ତାହକ ମଧ୍ୟରେ ତିନିଜଣ ଚାଷୀଙ୍କ ମୃତ୍ୟୁ ପରେ ବି କଣ ସରକାରଙ୍କ ଚେତା ପଶିଲାନି କିପରି ? ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ତତ୍ପରତା ଦେଖାଇଥିଲେ ହୁଏତ ବୃନ୍ଦା ସାହୁ ବଂଚିଯାଇଥାନ୍ତେ । ବରଗଡ଼କୁ ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଏ । ଏବଂ ଏହି ଅଂଚଳରେ ଚାଷ ହିଁ ସବୁଠାରୁ ବଡ଼ ଜୀବିକା । ଆଉ ଯଦି ଏହି ଅଂଚଳରେ ଚାଷୀକୁ ନିମ୍ନ ମାନର କୀଟନାଶକ ଦିଆଯାଏ ଏବଂ ଚାଷୀ ସବୁକିଛି ହରାଇ ବସେ, ତେବେ ତାର ପରିଣାମ ନିଆଁ ଲଗାଇବାଠାରୁ ଆରଂଭ କରି ଆହୁରି ଭୟଙ୍କର ହେବାର ମଧ୍ୟ ଆଶଙ୍କା ରହିଛି । ଏହା ସରକାର ବୁଝିବା ଦରକାର ।ସରକାରଙ୍କୁ ସୁରକ୍ଷା ଦେବା ପାଇଁ ସବୁବେଳେ ଆଗକୁ ଆସୁଥିବା ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କୁ ପ୍ରଶ୍ନ କରିଥିବା ମୃତ ବୃନ୍ଦାସାହୁଙ୍କ ଝିଅର କ’ଣ ଜବାବ ରଖିବେ ଦାମ ରାଉତ ? ବୃନ୍ଦା ସାହୁଙ୍କ ପରିବାରକୁ କେମିତି ସାନ୍ତ୍ୱନା ଦେବେ ବରିଷ୍ଠ ମନ୍ତ୍ରୀ । ଦାମୋଦରଙ୍କ ସାନ୍ତ୍ୱନା ଚାଷୀ ପରିବାରକୁ ବୁଝାଇପାରିବକୁ ସକ୍ଷମ ହେବ ନା ଅନ୍ୟ ମୃତ ଚାଷୀ ପରିବାର ଭଳି ବୃନ୍ଦା ପରିବାରର ଆଶା, ଆଶାରେ ରହିଯିବ ?
OSCAR-2019
ରାଜ୍ୟର ସବୁଠାରୁ ବଡ ପନିପରିବା ମଣ୍ଡି ଛତ୍ରବଜାର ରେ ଏବେ ପିଆଜ ର ଭାଉ ଢେର୍‌ ଅଧିକ ବଢିଯାଇଛି । ଗତ କିଛି ଦିନ ଭିତରେ ପିଆଜ ର କିଲୋପ୍ରତି ଦର ଖୁଚୁରା ବଜାର ରେ ୧୨ରୁ୧୩ଟଙ୍କା ରହିଥିବା ବେଳେ ଏବେ ଏହା ୧୯ରୁ୨୦ଟଙ୍କାରେ ପହଞ୍ଚିଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । କିଛି ଦିନ ଭିତରେ ପିଆଜ ର କିଲୋପ୍ରତି ଦର ୭ରୁ୮ ଟଙ୍କା ବଢିବା ନିଶ୍ଚିତରୂପେ ଘର ର ବଜେଟ୍‌ ଉପରେ ପ୍ରଭାବ ପକାଉଛି । ଅନ୍ୟାନ ପରିବା ଅପେକ୍ଷା ପିଆଜ ର ବ୍ୟବହାର ଅଧିକ ଥିବାରୁ ଏହା ନିଶ୍ଚିତରୂପେ ଘର ଚଳାଇବା ରେ ପ୍ରଭାବ ପକାଉଛି ବୋଲି କହିଛନ୍ତି ଖାଉଟି ।ଅପରପଟେ ହୋଲ୍‌ସେଲ୍‌ ବଜାର ରେ ପିଆଜ ର ଦର ବୃଦ୍ଧି ଯୋଗୁଁ ଚଢା ଦର ରେ ପିଆଜ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ଖୁଚୁରା ବେପାରୀ । ପୂର୍ବରୁ ପ୍ରାୟ ୩ରୁ୪ ବସ୍ତା ପିଆଜ ଛାତ୍ରବଜାର ର ଖୁଚୁରା ବେପାରୀ ବେପାର କରୁଥିବା ବେଳେ ଏବେ ଗୋଟିଏ ବସ୍ତା ବିକ୍ରି କରିବା କଷ୍ଟକର ହୋଇପଡିଛି ବୋଲି କହିଛନ୍ତି ଖୁଚୁରା ବ୍ୟବସାୟୀ । ପିଆଜ ଦର ବୃଦ୍ଧି ହୋଇଥିବାରୁ ଏହା ଉପରେ ନଜର ରଖିବା ପାଇଁ ପ୍ରତ୍ୟେକ ଜିଲ୍ଲା ର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ତତ୍ପର ହୋଇଉଠିଛି ଜିଲ୍ଲା ଯୋଗାଣ ବିଭାଗ । .ଯୋଗାଣ ବିଭାଗ ର ଅଧିକାରୀମାନେ ପିଆଜ ର ବଜାର ଷ୍ଟକ୍‌ଠାରୁ ଆରମ୍ଭ କରି ହୋଲ୍‌ସେଲ୍‌ ଏବଂ ଖୁଚୁରା ଦର ଉପରେ ନଜର ରଖିଛନ୍ତି । ବଜାର ରେ ପିଆଜ ର କିପରି ସୁଷମ ବଣ୍ଟନ ହୋଇପାରିବ ତା ଉପରେ ଧ୍ୟାନ ଦେଉଛନ୍ତି । କେହି ଯେପରି ପିଆଜ କଳାବଜାରୀ ନ କରନ୍ତି ତା ଉପରେ ମଧ୍ୟ ନଜର ରଖିଛି ଯୋଗାଣ ବିଭାଗ ର ମାର୍କେଟ୍‌ ଇଣ୍ଟେଲିଜେନ୍ସ ଟିମ୍‌ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ । ନାସିକ୍‌ , ଆନ୍ଧ୍ର ରୁ ପିଆଜ ଆମଦାନୀ କମ୍‌ ଥିବାରୁ ଦରବୃଦ୍ଧି ପାଇଛି । ତେଣୁ ଏହା ଉପରେ ନିୟମିତରୂପେ ନଜର ରଖାଯାଉଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ର । ଏବେ ଚାରିଆଡେ ବନ୍ୟା ସ୍ଥିତି ଥିବା ବେଳେ ଆଗକୁ ପିଆଜ ର ଦର କଣ ରହିବ ତାହା କହିବା କଷ୍ଟକର । ତେବେ ଯଦି ପିଆଜ ର ଦର ଆହୁରି ବଢେ ତା ହେଲେ ଏହା ନିଶ୍ଚିତରୂପେ ଖାଉଟିଙ୍କୁ କନ୍ଦାଇବ ।
OSCAR-2019
ବ୍ଲୁହ୍ୱେଲ ଗେମ ବର୍ତ୍ତମାନ ଏକ ଜାତୀୟ ସମସ୍ୟା ପାଲଟିଛି । ମାତ୍ର ନିକଟରେ ଏହା ଆପ ବେସଡ ଖେଳ ହୋଇନଥିବାରୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି କେନ୍ଦ୍ରସରକାର । ପୂର୍ବରୁ ସୁପ୍ରିମକୋର୍ଟ ଏହି ଗେମର ଭୟାବହତା ବିଷୟରେ ସଚେତନ କରାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ଏବେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ‘ବ୍ଲୁହ୍ୱେଲ’ଗେମକୁ ‘ଆତ୍ମହତ୍ୟାର ଖେଳ’ବୋଲି କୁହାଯାଉଛି । ୫୦ ଦିନ ଅବଧି ବିଶିଷ୍ଟ ଏହି ଗେମ ମୁଖ୍ୟତଃ ‘ଟିନ ଏଜ’ ବା କିଶୋର-କିଶୋରୀମାନଙ୍କୁ ବେଶି ଆକୃଷ୍ଟ କରୁଛି ଏବଂ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ପ୍ରବର୍ତ୍ତାଉଛି ଶେଷରେ ୫୦ତମ ଦିବସରେ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛି ।‘ବ୍ଲୁ ହ୍ୱେଲ’ ଗେମ ଦ୍ୱାରା ପ୍ରଭାବିତ ହୋଇ ଋଷିଆର ୧୩୦ ଯୁବକ-ଯୁବତୀ ମୃତ୍ୟୁବରଣ କରିବା ପରେ ଏହାର ଭୟବହତା ବିଷୟରେ ଜଣାପଡିଯାଉଛି । ଗତ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ , କୋର୍ଟ ବିଶେଷଜ୍ଞମାନଙ୍କୁ ନେଇ ଏହି ଭୟଙ୍କର ଗେମ ଉପରେ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେବା ସହ ଗେମ ସମ୍ବନ୍ଧୀୟ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଥିଲେ । ସମାଜସେବୀ ତଥା ଆଇନଜୀବୀ ସ୍ନେହ କଲିତ ଏହା ଉପରେ ଆବେଦନ କରିଥିଲେ ।
OSCAR-2019
ଲୋକମାନେ ବିଭିନ୍ନ ଉପାୟରେ ନିଜ ନାମରେ ଏକାଧିକ ଡ୍ରାଇଭିଂ ଲାଇସନ୍ସ(ଡିଏଲ୍‌) ହାତଉଛନ୍ତି।ସେହିପରି ନକଲି ଡିଏଲ୍‌ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହାକୁ ରୋକିବା ସକାଶେ ଡିଏଲ୍‌ ସହିତ ଆଧାର ସଂଯୋଗ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାଦ୍ୱାରା ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ସମସ୍ୟା ଦୂର କରା ଯାଇପାରିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ସବୁ ରାଜ୍ୟକୁ ଏହି ପ୍ରକିୟାରେ ଯୋଡିବା ପାଇଁ ଏକ ସଫ୍ଟୱେୟାର ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ସଡକ ସୁରକ୍ଷାକୁ ନେଇ ଗଠିତ ହୋଇଥିବା ସମିତି ଏନେଇ ଏକ ରିପୋର୍ଟ ସୁପ୍ରିମକୋର୍ଟକୁ ପ୍ରଦାନ କରିଛନ୍ତି । ଏହି ସମିତିର ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟର ଜଜ କେଏସ ରାଧାକୃର୍ଷ୍ଣନଙ୍କୁ ନିଯୁକ୍ତି ଦିଆଯାଇଛି । ବୁଧବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଉପସ୍ଥାପନ କରାଯାଇଛି। ଜଷ୍ଟିସ ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ସରକାର ଏହି ସୂଚନା ଦେଇଛନ୍ତି। ସରକାର ଯେଉଁ ସଫ୍ଟଓ୍ବେର ବିକଶିତ କରୁଛନ୍ତି ତାହା ରିୟଲଟାଇମ୍‌ ବେସିସ୍‌ରେ ସବୁ ରାଜ୍ୟକୁ ଅନ୍ତର୍ଭୁକ୍ତ କରିବ। ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ସମସ୍ୟା ରୋକିବା ପାଇଁ ଏବେ ସାରଥୀ-୪ ସଫ୍ଟୱେୟାର ପ୍ରସ୍ତୁତ କରାଯାଉଛି । ଏହା ଦ୍ୱାରା ଦେଶର କୌଣସି ସ୍ଥାନରେ ଆଉ ନକଲି ଡିଏଲ୍‌ କରାଯାଇ ପାରିବ ନାହିଁ ବୋଲି ସରକାର କହିଛନ୍ତି।
OSCAR-2019
କନକ ବ୍ୟୁରୋ : ସ୍ୱାଇନ ଫ୍ଲୁ ନେଲା ଆଉ ୨ଟି ଜୀବନ । ରାଜ୍ୟରେ ସ୍ୱାଇନ୍ ଫ୍ଲୁ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ହୋଇଛି । ମୋଟ ୭୫୦ଟି ସାମ୍ପଲ ପରୀକ୍ଷଣରୁ ୨୫୯ଜଣ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ପରୀକ୍ଷା ହୋଇଥିବା ସମୁଦାୟ ୪୩ଟି ନମୂନାରୁ ୧୨ଟି ପଜେଟିଭ୍ ଥିବା ଜଣାପଡିଛି । ଯଥାକ୍ରମେ ଏସିବି ରେ ୫ଜଣ ରୋଗୀ, କର କ୍ଲିନିକରେ ୨ଜଣ, ଭିମସାରରେ୨ଜଣ, କଳିଙ୍ଗ ହସ୍ପିଟାଲରେ ଜଣେ, ସମ୍ ହସ୍ପିଟାଲରେ ଜଣେ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ,ଆଜି ୨ଜଣଙ୍କର ମୃତ୍ୟୁ ହୋଇଛି । ସମ ହସ୍ପିଟାଲରୁ ଜଣେ ୫୬ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ,ଅନ୍ୟ ଜଣେ ୫୫ବର୍ଷିୟ ପୁରୁଷ ରୋଗୀଙ୍କର ମୃତ୍ୟୁ ହୋଇଛି । ଏହି ରୋଗୀ ଜଣକ କଟକର ଶାନ୍ତି ହସ୍ପିଟାଲରେ ଭର୍ତ୍ତି ହେଉଥିଲେ । ହସ୍ପିଟାଲରୁ ଚାଲିଯାଇ ଘରେ ଥିବା ବେଳେ ମୃତ୍ୟୁ ଘଟିଥିଲା । ଏହି ୨ଜଣଙ୍କୁ ମିଶାଇ ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୩ରେ ପହଁଚିଛି ।
OSCAR-2019
୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଏଥର ବାଜିମାରିଛି ଓଡ଼ିଆ ଫିଲ୍ମ ‘ହେଲୋ ଆର୍ସୀ’। ଗୋଟିଏ କି ଦୁଇଟି ନୁହେଁ, ପ୍ରଥମ ଥର ପାଇଁ ଏକାଥରେ ତିନି ତିନୋଟି ବିଭାଗରେ ପୁରସ୍କାର ହାସଲ କରି ଚଳିତବର୍ଷ ଏହି ଓଡ଼ିଆ ଫିଲ୍ମ ରେକର୍ଡ ପ୍ରତିଷ୍ଠା କରିଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସମେତ ଶ୍ରେଷ୍ଠ ସଂଳାପ ପାଇଁ ସମ୍ବିତ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ସ୍ପେସାଲ୍‌ ମେନ୍‌ସନ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏକ ପ୍ରତୀକାତ୍ମକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ମାତ୍ର ଦୁଇଜଣ ଚରିତ୍ରଙ୍କୁ ନେଇ ଶୁଟିଂ ହୋଇଛି। ଫିଲ୍ମର ମୁଖ୍ୟ ଚରିତ୍ରରେ ରହିଛନ୍ତି ଅଭିନେତା ପାର୍ଥସାରଥି ରାୟ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର। ପୂର୍ବରୁ ‘ପକ୍ଷୀଲଗ୍ନା’ ଭାବେ ନାମିତ ହୋଇଥିବା ଏହି ଫିଲ୍ମର ନାମ ପରିବର୍ତ୍ତନ ହୋଇ ପରବର୍ତ୍ତୀ ସମୟରେ ‘ହେଲୋ ଆର୍ସୀ’ ରଖାଯାଇଥିବା ବେଳେ ଫିଲ୍ମଟି ରାସ୍ତାରୁ ଆରମ୍ଭ ହୋଇ ରାସ୍ତାରେ ଶେଷ ହୋଇଛି। ପ୍ରାୟ ଏକବର୍ଷ ପୂର୍ବରୁ ରାଉରକେଲାରେ ଶୁଟିଂ ହୋଇଥିବା ଏହି ଫିଲ୍ମ ପାଇଁ ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ରଜତ କମଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅଭିନେତ୍ରୀ ପ୍ରକୁତି ମିଶ୍ର କହିଛନ୍ତି ଯେ ‘ବିଲ୍‌କୁଲ୍‌ ଆଶା କରି ନ ଥିଲି। ଖବର ପାଇବା ପରେ ବହୁତ ଖୁସି ଲାଗୁଛି। ଫିଲ୍ମ ପାଇଁ ବହୁତ ପରିଶ୍ରମ କରିଥିଲି ଓ ମୋର ଶ୍ରେଷ୍ଠତ୍ୱ ଦେବାକୁ ଚେଷ୍ଟା କରିଥିଲି। ଏଥିପାଇଁ କ୍ରେଡିଟ୍‌ ପୂରା ଟିମ୍‌କୁ ଦେବି। ସମ୍ବିତ୍‌ ସାର୍‌ ତ ଆଜି ନାହାନ୍ତି। ସେ ଥିଲେ ବହୁତ ଖୁସି ହୋଇଥାଆନ୍ତେ। ପ୍ରଯୋଜକ ଅଜୟ ଅଙ୍କଲ ଏବଂ ମୋ ସହ ଅଭିନେତା ପାର୍ଥଙ୍କୁ ମଧ୍ୟ ଏଥିପାଇଁ ଶ୍ରେୟ ଦେବି। ‘ହେଲୋ ଆର୍ସୀ’ ଏକ ସମ୍ବେଦନଶୀଳ ଫିଲ୍ମ। ଏହାକୁ ଦେଖିଲେ ହିଁ ଜଣେ ଏହାର ଗୁରୁତ୍ୱ ଅନୁଭବ କରିପାରିବ। ଖୁବ୍‌ଶୀଘ୍ର ଏହା ପରଦାକୁ ଆସିବ।’
OSCAR-2019
ବର୍ତ୍ତମାନ ସମୟରେ ଯୁବାବର୍ଗ ଏବଂ ପିଲାମାନଙ୍କୁ ଗ୍ୟାସପୂର୍ଣ୍ଣ ଥଣ୍ଡାପାନୀୟ ପିଇବାର ସଉକ ଘାରିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଜହର ସାବ୍ୟସ୍ତ ହେଉଛି । ତେବେ ବିଳାସପୁର ବିଶ୍ୱବିଦ୍ୟାଳୟର ଫୁଡ୍ ପ୍ରୋସେସିଙ୍ଗ୍ ବିଭାଗୀୟ ବିଶେଷଜ୍ଞ ଏହା ଉପରେ ଅଧିକ ଗବେଷଣା କରୁଛନ୍ତି । ପ୍ରାଥମିକ ରିପୋର୍ଟ ଅନୁସାରେ, ଥଣ୍ଡାପାନୀୟ ପିଇବା ଦ୍ୱାରା ଡାଇବେଟିସ୍, ବ୍ଲଡ୍ ପ୍ରେସର, ହୃଦରୋଗ ଏବଂ ହୃଦଘାତ ଭଳି ବିପଦ ଅଧିକ ରହିଥାଏ । ତେବେ ସହରରେ ଥଣ୍ଡାପାନୀୟର ବ୍ୟବସାୟ ଦିନକୁ ଦିନ ବଢିଚାଲିଛି । ଛୋଟ ପିଲା ଏବଂ ଯୁବକଙ୍କମାନଙ୍କୁ ଏହି ଡ୍ରିଙ୍କସ୍ ପିଇବାର ନିଶା ଅଧିକ ଘାରିଛି । ଲୋକ ଦୋକାନରୁ କୋଲ୍ଡ ଡ୍ରିଙ୍କ୍ କିଣି ଉପହାରରେ ଭୟଙ୍କର ରୋଗ ନେଇଯାଆନ୍ତି । ତେବେ ଗ୍ରୀଷ୍ମଦିନରେ ଏହି ଥଣ୍ଡାପାନୀୟ ବିକ୍ରି ଅଧିକ ହୋଇଥାଏ । କିନ୍ତୁ ଏଥିରୁ ଆସୁଥିବା ବିପଦକୁ ଲୋକମାନେ ଅଣଦେଖା କରୁଛନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗ୍ୟାସ୍ ଯୁକ୍ତ ଡ୍ରିଙ୍କସ୍ ଯେଭଳି କ୍ୟାନ୍ ଡ୍ରିଙ୍କ୍ ପିଇବା ଦ୍ୱାରା ଟାଇପ୍-୨ ଡାଇବେଟିଜ୍ ରୋଗର ସମସ୍ୟା ଅଧିକ ବଢିଯାଇଥାଏ । କେବଳ ଏତିକି ନୁହେଁ ଏଥିରେ ବ୍ଲଡ୍ ପ୍ରେସର ମଧ୍ୟ ବଢିବାର ସମ୍ଭାବନା ରହିଛି । ଏହା ଏନର୍ଜି ଡ୍ରିଙ୍କସ୍ ହୋଇଥାଏ ଯାହା ଓଜନ ବଢାଇବାର ମଧ୍ୟ କାମ କରିଥାଏ । ୨୦୧୬ ମସିହାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଡ୍ରଗସ୍ ଟେକନିକ୍ ବୋର୍ଡ ତରଫରୁ ବିଭିନ୍ନ ଥଣ୍ଡାପାନୀୟର ଏକ ନମୂନା ସଂଗ୍ରହ କରାଗଲା । ଯେଉଁଥିରେ ଲେଡ୍ ,କ୍ରୋମିୟମ୍,କେଡମିୟମ୍ ଏବଂ ହାଇ ପେଥଲେଟ୍ ଥିବାର ଜଣାପଡିଛି । ଡ୍ରଗସ୍ ଟେକନିକାଲ୍ ଆଡଭାଇଜରି ବୋର୍ଡ ତରଫରୁ ୫ ଟି କୋଲ୍ଡ ଡ୍ରିଙ୍କସର ଜାଞ୍ଚ୍ ପାଇଁ କୋଲକାତା ପଠାଯାଇଥିଲା । ଏହି ଜାଞ୍ଚ୍ ପରେ ଏଥିରେ ବିଷାକ୍ତ ପଦାର୍ଥ ମିଶିଥିବା ଖବର ସାମ୍ମାକୁ ଆସିଥିଲା । ଏହାପରେ ମଧ୍ୟ ଏଭଳି ବିଷାକ୍ତ ପାନୀୟ ଉପରେ ରୋକ୍ ଲଗାଯାଇପାରୁନାହିଁ । ତେବେ ବର୍ତ୍ତମାନ ଯୁବପିଢୀଙ୍କ ମଧ୍ୟରେ ମଧ୍ୟ କ୍ଷୀର,ଦହି ବଦଳରେ ଥଣ୍ଡାପାନୀୟର ଅଧିକ ବ୍ୟବହାର ହୋଇଥାଏ । ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ମିନେରାଲ୍ ଏବଂ ଭିଟାମିନର ଆବଶ୍ୟକତା ରହିଥାଏ,ଏମିତିରେ ଏଭଳି ଗ୍ୟାସପୂର୍ଣ୍ଣ ଡ୍ରିଙ୍କସ୍ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।
OSCAR-2019
କନକ ବ୍ୟୁରୋ : ବିମୁଦ୍ରାୟନକୁ ପୁରିଲା ୨ ବର୍ଷ । ଦେଶ ବ୍ୟାପୀ ଚର୍ଚ୍ଚା, ଏତେବଡ ନିଷ୍ପତିରୁ ଦେଶକୁ କଣ ଫାଇଦା ମିଳିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଅର୍ଥନୀତିକୁ ସଂଗଠିତ କରିବାରେ ସହାୟକ ହୋଇଛି । କଳାଧନ ଜମାକାରୀ ଟିକସ ପରିସରକୁ ଆସିଛନ୍ତି । ହେଲେ ବିରୋଧୀଙ୍କ ଅଭିଯୋଗ, ମୋଦି ସରକାରଙ୍କ ଅଦୁରଦର୍ଶୀ ନିଷ୍ପତି ଯୋଗୁ ସାଧାରଣ ଲୋକ ହଇରାଣ ହୋଇଛନ୍ତି, ଦେଶର ଅର୍ଥନୀତିରେ ନକାରାତ୍ମକ ପ୍ରଭାବ ପଡିଛି । ବିମୁଦ୍ରାୟନକୁ ପୂରିଲା ଦୁଇବର୍ଷ । ଅର୍ଥନୀତିକୁ ମିଳିଲା କି ଫାଇଦା? ୮ ନଭେମ୍ବର ୨୦୧୬ । ଠିକ ଦୁଇବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିମୁଦ୍ରାୟନ ଘୋଷଣା କରିଥିଲେ । ମୋଦିଙ୍କ ଘୋଷଣା ସହ ଅଚଳ ହୋଇଗଲା ବଜାରରେ ସଚଳ ଥିବା ସମସ୍ତ ହଜାରେ ଓ ପାଂଚଶହ ଟଙ୍କିଆ ନୋଟ୍ । କେନ୍ଦ୍ରରେ ମୋଦି ସରକାରଙ୍କ ଏହି ଐତିହାସିକ ଘୋଷଣାକୁ ଦୁଇବର୍ଷ ପୂରିବା ପରେ ସମସ୍ତଙ୍କ ଭିତରେ ସେହି ଗୋଟିଏ ଚର୍ଚ୍ଚା ଯେ, ଏତେବଡ ପଦକ୍ଷେପରୁ ଦେଶକୁ କି ଫାଇଦା ମିଳିଲା? ଯେଉଁ ଉଦ୍ଦେଶ୍ୟରେ ବଡ ନୋଟ୍କୁ ଅଚଳ କରାଯାଇଥିଲା ସେହି ଲକ୍ଷ୍ୟ ପୂରଣ ହେଲା କି? ବିମୁଦ୍ରାୟନ ଫଳରେ ଦେଶର ଅର୍ଥନୀତି ସଂଗଠିତ ହୋଇପାରିଥିବା ଫେସବୁକରେ ଏକ ବ୍ଲଗ ଲେଖି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । କିଛିଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ତାର ବାର୍ଷିକ ସାଧାରଣ ରିପୋର୍ଟରେ କହିଥିଲା ଯେ, ବିମୁଦ୍ରାୟନରେ ଅଚଳ କରାଯାଇଥିବା ସମସ୍ତ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୯.୩୦% ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଆସିଛି । ଏଥିରୁ ଅନୁମାନ କରାଯାଉଛି କଳାଧନ ଉପରେ ଅଙ୍କୁଶ ଲଗାଇବାକୁ ମୋଦି ସରକାରଙ୍କ ଏହି ବଡ ପଦକ୍ଷେପ ଫେଲ ମାରିଛି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ବିମୁଦ୍ରାୟନର ଉଦ୍ଦେଶ୍ୟ ଥିଲା ବ୍ୟବସ୍ଥା ବାହାରେ ଥିବା ଟଙ୍କାକୁ ଟିକସ ପରିସରଭୁକ୍ତ କରିବା । ବିମୁଦ୍ରାୟନକୁ ନେଇ ମୁହାଁମୁହିଁ । ଜେଟଲୀ ବନାମ ମନମୋହନ୍ । ଦୁଇବର୍ଷ ହେଲା ନଭେମ୍ବର ୮ ତାରିଖକୁ କଳାଧନ ନିରୋଧୀ ଦିବସ ଭାବେ ପାଳନ କରୁଛନ୍ତି କେନ୍ଦ୍ରରେ ବିଜେପି ସରକାର । ହେଲେ ବିରୋଧୀ ଏହାକୁ ଅର୍ଥନୈତିକ ଜରୁରୀ ପରିସ୍ଥିତି କହି କଳା ଦିବସ ଭାବେ ସମାଲୋଚନା କରିଆସୁଛନ୍ତି । ବିମୁଦ୍ରାୟନର ଦୁଇବର୍ଷ ପୂର୍ତ୍ତିରେ ଏକ ବିବୃତି ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ‘୨୦୧୬ ନଭେମ୍ବରରେ ଘୋଷଣା ହୋଇଥିବା ବିମୁଦ୍ରାୟନ ନିଷ୍ପତ୍ତି ବିଜେପି ସରକାରଙ୍କ ରୁଗ୍ଣ ମାନସିକତା ଓ ଅଦୂରଦର୍ଶୀ ପଦକ୍ଷେପ ଥିଲା । ବିମୁଦ୍ରାୟନ ଫଳରେ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଯେଉଁ ସଂକଟ ଆସିଛି ତାହା ଏବେ ସମସ୍ତଙ୍କ ସାମ୍ନାରେ ଅଛି । ବିମୁଦ୍ରାୟନ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିଛି । କୁହାଯାଏ ସମୟ ସବୁ କ୍ଷତ ଭରି ଦେଇଥାଏ, କିନ୍ତୁ ନୋଟବନ୍ଦୀର ଜଖମ ଦିନକୁ ଦିନ ଆହୁରି ଗଭୀର ହେବାରେ ଲାଗିଛି ।’ କୁହାଯାଉଛି ବିମୁଦ୍ରାୟନ ପ୍ରଭାବରେ ଭାରତୀୟ ଅର୍ଥନୀତି ଦୋହଲି ଯାଇଛି । ଦେଶର ଜିଡିପି ଅଭିବୃଦ୍ଧି ୧.୫ ପ୍ରତିଶ୍ରତ ହ୍ରାସ ପାଇଛି । ଶକ୍ତି ଓ ଭିତ୍ତିଭୂମି ଭଳି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି । କଳାଧନ, ଜାଲ ନୋଟ୍ ଓ ଆତଙ୍କବାଦକୁ ସଂପୂର୍ଣ୍ଣ ରୋକିବା ସମ୍ଭବ ହୋଇନାହିଁ । ନୂଆ ନୋଟ୍ ଛାପିବା ଲାଗି ଯେଉଁ ୮ ହଜାର କୋଟି ଖର୍ଚ୍ଚ ହେଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।
OSCAR-2019
ପାଟନା: ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ଏକ ଭଲ ଚିନ୍ତାଧାରା। କିନ୍ତୁ ଆଗାମୀ ସାଧାରଣ ନିର୍ବାଚନ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଏହା କହିଛନ୍ତି। ଏକସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ନେଇ ବର୍ତମାନ ସମୟ ଆସିନାହିଁ। ଏଥିପାଇଁ ପ୍ରସ୍ତୁତ ହେବାକୁ ସମୟ ଲାଗିବ। ତେଣୁ ଆଗାମୀ ନିର୍ବାଚନରେ ଏହାକୁ ଲାଗୁ କରାଯିବା ଅସମ୍ଭବ। ଉଲ୍ଲେଖଯୋଗ୍ୟ, ଏନ୍‌ଡିଏର ସହଯୋଗୀ ଦଳ ଜେଡି(ୟୁ)ର ରାଷ୍ଟ୍ରୀୟ ସଭାପତି ନୀତୀଶ କୁମାର ପୂର୍ବରୁ ଏକକ ନିର୍ବାଚନ ସପକ୍ଷରେ ସବୁବେଳେ ଯୁକ୍ତି ବାଢ଼ି ଚର୍ଚ୍ଚାରେ ରହୁଥିଲେ। ତେବେ ବର୍ତମାନ ତାଙ୍କର ଏଭଳି ଭିନ୍ନ ମତପୋଷଣ ପଛରେ କି କାରଣ ରହିଛି ତାହା ଜଣାପଡ଼ି ନାହିଁ। ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦୀରେ ବୁଡ଼ି ଆଜି ଦୁଇ ଛାତ୍ରଙ୍କ ସଲିଳ ସମାଧି ଘଟିଛି। ମୃତ ଛାତ୍ର ଦ୍ୱୟ ହେଲେ ୟୁନିଟ ୯ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସାପିକ ଦିଗାଲ(୧୪) ଓ ଜଗମୋହନ ସାହୁ (୧୪)। ସାପିକର ଘର ବାଣୀବିହାର ନିକଟରେ ଥିବା ବିଶେଶ୍ୱର ବସ୍ତିରେ ହୋଇଥିବା ବେଳେ ଜଗମୋହନ ଜୟଦେବ ବିହାରସ୍ଥିତ ଆତ୍ମାରାମ ବସ୍ତିରେ ରୁହେ। ତେବେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଆଉ ୪ ଛାତ୍ର ହେଲେ ଜୟଦେବବିହାର ଆତ୍ମାରାମ ବସ୍ତିର ଅମନ ସାହୁ (୧୫), ପଥରବନ୍ଧ ବସ୍ତିର ରାକେଶ ନାୟକ(୧୫), ବାଣୀବିହାର ଟିଭି ସେଣ୍ଟର୍‌ ବସ୍ତିର ତ୍ରିଲୋଚନ ନାୟକ(୧୩), ଜୟଦେବବିହାର ଆତ୍ମାରାମ ବସ୍ତିର ଦେବାଶିଷ ରାଉତ (୧୨)। ଖବର ପାଇ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍‌ ଓ ମଞ୍ଚେଶ୍ୱର ଥାନା ପୁଲିସ ଉଦ୍ଧାର କାର୍ଯ୍ୟ କରିଥିଲେ। ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀ ନିୟୋଜିତ ହୋଇ ଦୀର୍ଘ ୨ ଘଣ୍ଟାର କଠିନ ପରିଶ୍ରମ ପରେ ଦୁଇ ନାବାଳକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମଞ୍ଚେଶ୍ୱର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଆଜି ବନ୍ୟା ପାଣିରେ ଭାସି ଯାଉଥିବା ଦୁଇ ଛାତ୍ରଙ୍କୁ ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି କରୁଥିବାବେଳେ ନଦୀପଠାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଥାଏ। ଠିକ ଏହି ସମୟରେ ସାମ୍ନାକୁ ଆସିଲା ଆଉ ଏକ ଅଭାବନୀୟ ଚିତ୍ର। ମଞ୍ଚେଶ୍ୱର ଥାନାର କାଞ୍ଚନ ଦେଇ ନାମକ ଜଣେ ପୂର୍ବତନ ମହିଳା ହୋମଗାର୍ଡ ବ୍ରିଜ୍‌ ଉପରୁ ନଦୀକୁ ଡେଇଁପଡ଼ିଥିଲେ। ସୌଭାଗ୍ୟବଶତଃ ଛାତ୍ରଙ୍କୁ ଖୋଜୁଥିବା ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ପଠାଇଥିଲେ।
OSCAR-2019
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ର ଅଳକା ମାର୍କେଟ୍‌ରେ ଥିବା ମଲ୍ଲିକା ବିୟୁଟି ପାର୍ଲର୍‌ରୁ ଜେଣେ ଗ୍ରାହକଙ୍କ ସୁନାହାର ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ପାର୍ଲର୍‌ ମାଲିକାଣୀ ଓ ଜଣେ ମହିଳା କର୍ମଚାରୀକୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ସୁନା ହାର ଜବତ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ସୁକାନ୍ତି ମହାପାତ୍ର(୪୫) ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ପ୍ରଜ୍ଞାନ ବଳ(୨୨)। ତେବେ ସୁକାନ୍ତି ଏଠାରେ ମଞ୍ଚେଶ୍ୱର ଆଦିମାତା କଲୋନିରେ ରହୁଥିବା ବେଳେ ପ୍ରଜ୍ଞାନ ନୂଆପଲ୍ଲୀ ଅଞ୍ଚଳରେ ରହୁଥିଲେ। ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରହୁଥିବା ଅଞ୍ଜୁଶ୍ରୀ ସ୍ୱାଇଁ ଚୁଟି କାଟିବା ପାଇଁ ଅଳକା ମାର୍କେଟରେ ଥିବା ମଲ୍ଲିକା ପାର୍ଲର୍‌କୁ ଯାଇଥିଲେ। ସେ ଚୁଟି କାଟିବା ପୂର୍ବରୁ ହାରକୁ ଓହ୍ଲାଇ ଭ୍ୟାନିଟି ବ୍ୟାଗ୍‌ ଭିତରେ ରଖିଥିଲେ। ଚୁଟି କଟିବା ପରେ ହାର ପିନ୍ଧିବା ପାଇଁ ଖୋଜିବା ବେଳକୁ ସେଥିରେ ହାର ନଥିବା ଦେଖିବାକୁ ପାଇଥିଲେ। ତେଣୁ ସେ ସୁକାନ୍ତିଙ୍କୁ ହାର ବିଷୟରେ ପଚାରିଥିଲେ। ହେଲେ ସେମାନେ ହାର ବିଷୟରେ ଜାଣି ନଥିବା କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅଞ୍ଜୁଶ୍ରୀ ତୁରନ୍ତ ପୁଲିସ୍‌କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାର୍ଲର୍‌ ଯାଞ୍ଚ କରିଥିଲା। ତେବେ ଯାଞ୍ଚ ବେଳେ ପୁଲିସ ସେଠାରୁ ଅଞ୍ଜୁଶ୍ରୀଙ୍କ ହାର ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ସୁକାନ୍ତି ଓ ପ୍ରଜ୍ଞାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବେଙ୍ଗାଲୁରୁ: ଜଣେ ଓଲା କ୍ୟାବ୍‌ ଚାଳକଙ୍କ ନାଁ’ରେ ଅଭିଯୋଗ କରି ଜଣେ ୨୨ ବର୍ଷୀୟ ଯୁବତୀ କହିଛନ୍ତି କି, ସେ କ୍ୟାବ୍‌ରେ ବସିଥିବା ସମୟରେ ଚାଳକ ନିଜ ମୋବାଇଲ୍‌ରେ ପର୍ଣ୍ଣ ଭିଡିଓ ଚଲାଇ ଅଭଦ୍ରାମି କରିଛନ୍ତି। ଗୁରୁବାର ସକାଳେ ସେ ଯୁବତୀଜଣକ ୟେଲାହାଙ୍କା ନିୟୁ ଟାଉନ୍‌ରୁ ଜେପି ନଗର ଯାଉଥିଲେ। ଘରୋଇ ଫାର୍ମରେ ଚାକିରି କରୁଥିବା ସେ ଯୁବତୀଙ୍କ ଅଭିଯୋଗ ଆଧାରରେ ଶନିବାର ଦିନ କୁବୋନ୍‌ ପାର୍କ ପୁଲିସ ଏକ ଯୌନ ଉତ୍ପୀଡ଼ନ ମାମଲା ରେଜିଷ୍ଟ୍ରି କରିଛି। କ୍ୟାବ୍‌ ଡ୍ରାଇଭର୍‌ଙ୍କ ନାମ ଦେବସାମୋଲିୟା ବୋଲି ଜଣାପଡ଼ିଛି। ଯୁବତୀଜଣକ କହିଛନ୍ତି କି, ଜେପି ନଗର ଯିବା ଲାଗି ଗୁରୁବାର ସେ ସକାଳ ୬ଟା ୨୮ ମିନିଟ୍‌ରେ କ୍ୟାବ୍‌ ବୁକ୍‌ କରିଥିଲେ। କୁଇନ୍‌ସ୍‌ ସର୍କଲ୍‌ରେ ପହଞ୍ଚିବା ପରେ ସେ ଦେଖିଲେ ଚାଳକ ତାଙ୍କୁ ଦର୍ପଣରେ ଦେଖୁଛି। ତାଙ୍କୁ ଦେଖାଯିବା ଭଳି ମୋବାଇଲ୍‌ଟିକୁ ବାମ ହାତରେ ଧରି ସେଥିରେ ସେ ପର୍ଣ୍ଣ୍‌ ଭିଡିଓ ଚଳାଇଥିଲେ। ପରେ ପରେ ଚାଳକ ଆପେ ଅଶ୍ଳୀଳ କାର୍ଯ୍ୟ କରିଥିଲେ ବୋଲି ଯୁବତୀଜଣକ ଥାନାରେ କହିଥିଲେ। ଗାଡ଼ି ଅଟକାଇବାକୁ ବାରମ୍ବାର କହିଥିଲେ ମଧ୍ୟ ଚାଳକ କିଛି ଶୁଣି ନ ଥିଲେ, ଗନ୍ତବ୍ୟସ୍ଥଳରେ ହିଁ ଗାଡ଼ି ଅଟକାଇ ଥିଲେ। ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ଓଲା ମୁଖପାତ୍ର କହିଛନ୍ତି: ସେ ଚାଳକ ଆଉ ଆମ ପ୍ଲାଟ୍‌ଫର୍ମକୁ ଆସି ପାରିବ ନାହିଁ। ଆମେ ଗ୍ରାହକଙ୍କୁ ସମର୍ଥନ କରି ପୁଲିସକୁ ସହଯୋଗ କରୁଛୁ।
OSCAR-2019
୨୦୧୯ ଧର୍ମଯୁଦ୍ଧ ଆରମ୍ଭ ବେଳକୁ ବିଜେପିର ବଳୀୟାନ ନେତାମାନେ ବିଜେଡିକୁ ଲମ୍ଫ ମାରିବେ । କେବଳ ବିଜେଡି ନୁହେଁ, କଂଗ୍ରେସର ହେଭିୱେଟ ମଧ୍ୟ ଆସିବେ । ଏପରିକି ଦୁଇ ଦଳର କିଛି ବିଧାୟକ ଓ କ୍ଷମତାରେ ଥିବା ନେତା ମଧ୍ୟ ବିଜେଡି କ୍ୟାମ୍ପରେ ସାମିଲ ହେଇପାରନ୍ତି । ରବିବାର ଏମିତି ମନ୍ତବ୍ୟ ଛାଡିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ପୂର୍ବରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏମିତି ବାଣ ଛାଡିଥିଲା ବେଳେ ମହାରଥିଙ୍କ ଏ ଭବିଷ୍ୟବାଣୀକୁ ନେଇ ରାଜନୈତିକ ରଣକୌଶଳର ଏକ ଅଂଶ, ତାହାକୁ ନେଇ ଏବେ ଆରମ୍ଭ ହେଇଛି ଚର୍ଚ୍ଚା । ମହାରଥୀ କହିଛନ୍ତି, ବହୁ ବିଜେପି ଓ କଂଗ୍ରେସ ନେତା ଏବେ ବିଜେଡ଼ିମୂହାଁ । ଆମର ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, କଂଗ୍ରେସର କିଏ ? ବିଜେବିର ନେତା କିଏ ପଦ୍ମ ଦଳ କହୁନି ? କେତେବେଳେ ବିଜେପି କହୁଛି ପୁରୀରୁ ନବକଳେବର ତ ଆଉ କେତେବେଳେ କହୁଛି ସୁନ୍ଦରଗଡରୁ ? ତେବେ ମହାରଥିଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଛି କଂଗ୍ରେସ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେଡିର ଏତେ ଦମ୍ଭ ତ ବିଜେପୁରରେ ଆମ ଦଳ ଲୋକଙ୍କୁ ନେଇ କାହିଁକି ପ୍ରାର୍ଥୀ ଘୋଷଣା କରିଛି ? ଯେଉଁମାନେ ଅଲୋଡା, ସେମାନେ ମିଶୁଛନ୍ତି ଓ ଆଗକୁ ମିଶିବେ । ବିଜେପିରେ ଏବେ ମିଶ୍ରଣ ପର୍ବ ଓ ବିଜେଡିରେ ଫେଡାଣ ପର୍ବ ଚାଲିଛି । କଂଗ୍ରେସ ଆଗକୁ ଗୁଣନ ପର୍ବ ଆରମ୍ଭ କରିବ । ଥରେ ଆମର ଗୁଣନ ପର୍ବ ଆରମ୍ଭ ହେଲେ ବିଜେଡି ଓ ବିଜେପି ସଫା ହେଇଯିବେ । ତାରା କହିଛନ୍ତି, କଂଗ୍ରେସରେ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି । ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ରଙ୍କ ଭଳି ନେତା ମଧ୍ୟ ଆମର ଅଛନ୍ତି । ବିଜେଡି ଖାଲି ମୁହଁଫୁଟାଣି ମାରୁଛି । ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧଣ ସିଂହଦେଓ କଟାକ୍ଷ କରି କହିଛନ୍ତି, ମହାରଥୀ ବିଜେପିରେ ଥିଲେ । ତେଣୁ ସେ ପୁଣି ଘର ୱାପସୀ ଚାହୁଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥୀ ନିର୍ବାଚନ ପୂର୍ବରୁ ଘୋଷଣା ହୁଏ । ସାଂସାଦୀୟ ଦଳ ବୈଠକ ଏହି ନିସ୍ପତି ନେଇଥାଏ ।
OSCAR-2019
ନୂଆଦିଲ୍ଲୀ : ଦିଲ୍ଲୀର ଏକ ସ୍କୁଲ୍‌ରେ ଫି ଦେଇନଥିବାରୁ ୧୬ ଜଣ ଛାତ୍ରୀଙ୍କୁ ସ୍କୁଲ୍‌ରେ ତାଲା ପକାଇ ଅଟକ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପିଲାଙ୍କୁ ବନ୍ଦୀ କରି ରଖାଯାଇଥିଲା। ପିଇବାକୁ ପାଣି ମାଗିଥିଲେ ମଧ୍ୟ ସେମାନଙ୍କ କଥାକୁ କେହି କର୍ଣ୍ଣପାତ କରିନଥିବା ପିଲାମାନଙ୍କ ବାପା ମା’ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଆଜି ସ୍କୁଲ୍‌ ଗସ୍ତ କରି ପିଲାମାନଙ୍କୁ ଭେଟିଛନ୍ତି ଏବଂ ଏଭଳି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
OSCAR-2019
କନକ ବ୍ୟୁରୋ : ଦୁର୍ବଳ ହୋଉଛି ମାଓ ସଙ୍ଗଠନ । ମାଲକାନଗିରି ପୋଲିସ ନିକଟରେ ବୈପାରୀଗୁଡା ଏରିଆ କମିଟିର ମାଓ କମାଣ୍ଡର ସୋମେ ସୋଢୀ ଓରଫ ମୁଦେ ଓରଫ ନାନ୍ଦେ ଆତ୍ମ ସମର୍ପଣ କରିଛନ୍ତି । ସୋମେ ଗତ ୨୦୦୫ ମସିହାରୁ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିରେ ସକ୍ରିୟ ରହି ବହୁ ବଡ ବଡ ହିଂସା କାଣ୍ଡରେ ସଂପୃକ୍ତ ଥିବା ଜଣାପଡିଛି । ୨୦୧୦ରେ ଏସ.ଓ.ଜି ବସ ବିସ୍ଫୋରଣ, ୨୦୧୬ରେ ୨ ବି.ଏସ.ଏଫ ଯବାନଙ୍କୁ ହତ୍ୟା ସମେତ ୮ରୁ ଉର୍ଦ୍ଧ୍ୱ ହତ୍ୟା କାଣ୍ଡ ଓ ଅନେକ ମୋବାଇଲ ଟାୱାର ପୋଡି ଘଟଣା ରେ ସୋମେ ସମ୍ପୃକ୍ତ ଅଛି । ସୋମେଙ୍କ ନାଁ ରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇ ଥିବା ବେଳେ ଶାରୀରିକ ଅସୁସ୍ଥତା କାରଣରୁ ସୋମେ ମାଲକାନଗିରି ଏସ.ପି ଜଗମୋହନ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ତେବେ ସୋମେଙ୍କୁ ସମସ୍ତ ପ୍ରକାରର ଚକିତ୍ସା ଓ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ସହାୟତା ଯୋଗାଇ ଦିଆ ଯିବ ବୋଲି ମାଲକାନଗିରି ଏସ.ପି କହିଛନ୍ତି ।
OSCAR-2019
କନକ ବ୍ୟୁରୋ : ବଲିଉଡରେ ଦୀପାବଳୀର ଜସନ । ଆଜି ସାରା ଦେଶ ଆଲୋକର ପର୍ବ ପାଳନ କରିଥିବାବେଳେ ବଲିଉଡ ମଧ୍ୟ ଏଥିରୁ ବାଦ ପଡିନି । ବହୁ ବଲିଉଡ କଳାକାର ଏକାଠି ହୋଇ ଦୀପାବଳି ପାଳିଛନ୍ତି । ଦିୱାଲୀ ପାର୍ଟିରେ ଷ୍ଟାର୍ସଙ୍କ ଭିଡ ଜମୁଥିବା ବେଳେ ପାର୍ଟି ହୋଷ୍ଟମାନେ ବି ବହୁ ଆଡମ୍ବର ସହ ଆୟୋଜନ କରିଛନ୍ତି । ନିକଟରେ ମାୟାନଗରୀ ମୁମ୍ବାଇରେ ପ୍ରଜୋଜିକା ଏକତା କପୁର ଓ ଅଭିନେତା ସଂଜୟ ଦତ ଦିୱାଲୀ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ମଧ୍ୟ କଳାକାରଙ୍କ ଭିଡ ଦେଖିବାକୁ ମିଳିଥିଲା । ଗତକାଲି ରାତିରେ ଏହି ପାର୍ଟି ରଖାଯାଇଥିଲା । ସମସ୍ତେ ମିଳିମିଶି ବାଣ ଫୁଟାଇ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ଧୁମ୍ ଧାମରେ ଦୀପାବଳି ପାଳିଛନ୍ତି କପୁର୍ ସିଷ୍ଟର୍ । ଏଥିରେ ଅଭିନେତ୍ରୀ କରିଶ୍ମା କପୁର୍, କରିନା କପୁର୍ ଖାନ୍ ସ୍ୱାମୀ ସୈଫ୍ ଅଲ୍ଲି ଖାନ୍, ଅମ୍ରିତା ଅରୋରା ଆଦି ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି । ଏହି ସମୟର କିଛି ଫଟୋ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଅବସରରେ କରୀନାଙ୍କୁ ଶାଢିରେ ଦେଖିବାକୁ ମିଳିଥିଲା । ବ୍ଲାକ୍ ଆଣ୍ଡ ହ୍ୱାଇଟ୍ କମ୍ବିନେସନ୍ ଶାଢିରେ କରୀନା ବେଶ୍ ଆକର୍ଷଣୀୟ ନଜର ଆସିଥିଲେ । ଏହି ଅବସରରେ କଳାକାରମାନେ ଦେଶବାସୀଙ୍କୁ ସୁରକ୍ଷିତ ଦାପୀବଳିର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
OSCAR-2019