text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
ଡେରାଡୁନ: ଏହି ଦୁନିଆର କୌଣସି ବ୍ୟକ୍ତି ଜେଲ ଯିବାକୁ ଚାହାଁନ୍ତି ନାହିଁ। ଯଦି ଜଣେ ବ୍ୟକ୍ତି କିଛି ଅପରାଧ କରେ ତେବେ ତାକୁ ହିଁ ଜେଲକୁ ପଠାଯାଏ। କିନ୍ତୁ ଉତ୍ତରାଖଣ୍ଡରେ ଏପରି ଏକ ଜେଲ ରହିଛି, ଯେଉଁଠାରେ ଲୋକେ ଜେଲ ସମ୍ପର୍କରେ ଭଲ କଥା ଚିନ୍ତା କରନ୍ତି। ଦରକାର ପଡିଲେ ଲୋକେ ଗୋଟିଏ ରାତି ଜେଲରେ କାଟୁଛନ୍ତି। ଏହି କାରାଗାରଟି ଉତ୍ତରାଖଣ୍ଡର ହଲଦୱାନିରେ ଅବସ୍ଥିତ। ଉତ୍ତରାଖଣ୍ଡର ହଲଦୱାନି ଜେଲ ପ୍ରଶାସନ ଦ୍ୱାରା ଲୋକଙ୍କୁ ଗୋଟିଏ ରାତି ଜେଲରେ କାଟିବାକୁ ଅନୁମତି ଦିଆଯାଉଛି। ଲୋକଙ୍କଠାରୁ ରାତି ପିଛା ୫୦୦ ଟଙ୍କା ନିଆଯାଇ କାରାଗାର ଜୀବନର ଅଭିଜ୍ଞତା ଅନୁଭବ କରିବାକୁ ଦିଆଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଖରାପ କର୍ମରୁ ବଞ୍ଚିତ କରିବା। ଯାହା ଦ୍ୱାରା ଲୋକେ ବୁଝିପାରିବେ ଯେ ଜେଲରେ ବନ୍ଦୀ ଜୀବନ କିପରି ଲାଗେ। କେତେକ ଲୋକଙ୍କ ରାଶିରେ ଗ୍ରହ ଏବଂ ନକ୍ଷତ୍ର ସ୍ଥିତି ଦେଖି ଜ୍ୟୋତିଷମାନେ ଭବିଷ୍ୟବାଣୀ କରିନ୍ତି। ଆଉ କୁହନ୍ତି ଯେ ସେମାନଙ୍କୁ ଜୀବନରେ ଥରେ ଜେଲ ଯିବାକୁ ପଡିବ। ଏପରି ପରିସ୍ଥିତିରେ, ଭବିଷ୍ୟତରେ ଲୋକମାନେ କୌଣସି କାରଣରୁ ଜେଲ ଯିବାକୁ ଯେମିତି ନପଡେ ସେଥିପାଇଁ ସେମାନେ ପୂର୍ବରୁ ୫୦୦ ଟଙ୍କା ଦେଇ ଜେଲରେ ରହି ଆସନ୍ତି। ସୂଚନା ଥାଉକି ଉକ୍ତ କାରାଗାରର ଏକ ଅଂଶ ଏପରି ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁଠାରେ ଲୋକମାନେ ୫୦୦ ଟଙ୍କା ଦେଇ ଗୋଟେ ରାତି ବିତାଇ ପାରିବେ। ସୂଚନା ଅନୁଯାୟୀ, ହଲଦୱାନୀର ଏହି କାରାଗାର ୧୯୦୩ ମସିହାରେ ନିର୍ମିତ ହୋଇଥିଲା। ଏଥିରେ ଛଅଟି ଷ୍ଟାଫ୍ କ୍ୱାର୍ଟର୍ ସହିତ ଏକ ପୁରୁଣା ପ୍ରକୋଷ୍ଠ ରହିଛି। ଜେଲ ପ୍ରଶାସନ ଗଣମାଧ୍ୟମକୁ କହିଛନ୍ତି ଯେ ଜେର ଏହି ଗୋଟିଏ ପ୍ରକୋଷ୍ଠ ‘ଜେଲର ଅତିଥି’ ଙ୍କ ପାଇଁ ରଖାଯାଇଛି। ଜ୍ୟୋତିଷମାନେ ରାଶିଫଳ ଗଣନା ଯୋଗୁଁ କିଛି ଲୋକଙ୍କୁ ଗୋଟେ ରାତି ଜେଲରେ ରହିବାକୁ ପରାମର୍ଶ ଦିଆଯାଏ। ଜେଲ ଭିତର ଏହି ଅଂଶକୁ ଡମି ଜେଲ କୁହାଯାଉଛି।
2022-11-28T05:59:32Z
https://odishasambad.in/real-jail-experience-in-five-hundred-rupees-offer-by-haldwani-jail-in-uttarakhand/
OSCAR-2301
ଜୁଲାଇ ୨୫ ତାରିଖ ୨୦୨୦ମସିହା(ଶନିବାର),ଶ୍ରାବଣ-ଶୁକ୍ଳପକ୍ଷ ,ତିଥି -ପଞ୍ଚମୀ ,ବୃଷ ରାଶିର ଘାତଚନ୍ଦ୍ର ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର ଆଜି ଷଷ୍ଟ୍ଟି ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ଓ ପଞ୍ଚମୀ ର ଏକୋଦିଷ୍ଠ ଶ୍ରାଦ୍ଧ ,ଆଜିର ରାଶିଫଳ । ମେଷ:-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ। ବୃଷ:-ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ । ମିଥୁନ:-ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ, ରାଜନୀତି, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। କର୍କଟ:- ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର‌୍ୟ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ, ସିଂହ:-ଆଜି ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। କନ୍ୟା:-ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ତୁଳା:-କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍ ବ୍ୟବହାର କରିବା କଷ୍ଟକର ହେବ । ବିଛା:-ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି। ଧନୁ:-ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ଅବଶ୍ୟ ପାଇବେ । ମକର:-ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ। କୁମ୍ଭ:-କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ମୀନ:-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ହଠାତ୍ ହଜି ଯାଇଥିବା ବ୍ୟକ୍ତି, ଚୋରି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି।
2022-11-28T05:46:36Z
https://www.satyasandhana.in/ajira-dinati-kemiti-katiba-janntu/
OSCAR-2301
ନୂଆଦିଲ୍ଲୀ୨୪/୮ (ସତ୍ୟସନ୍ଧାନଡେସ୍କ ) ଦିଲ୍ଲୀ ଫର୍ଟିସ ଏସ୍କାର୍ଟ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ କିଡନୀ ଜନିତ ସମସ୍ୟା ଦେଖା ଦେବାରୁ ତାଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ଡାକ୍ତର କହିଛନ୍ତି। ପୂର୍ବରୁ ହାର୍ଟ ସମସ୍ୟା ଥିବାରୁ ଲଣ୍ଡନରେ ଚିକିତ୍ସା ହୋଇଥିଲେ ।
2022-11-28T04:52:15Z
https://www.satyasandhana.in/kendramantri-rambilaspaswam-haspitalre/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଓଡ଼ିଶା ଜବରଦଖଲ ଉଚ୍ଛେଦବେଳେ ଭଦ୍ରକ ବନ୍ତ ଛକରେ ଉତ୍ତେଜନା, ୧୪୪ଧାରା ଜାରି ଜବରଦଖଲ ଉଚ୍ଛେଦବେଳେ ଭଦ୍ରକ ବନ୍ତ ଛକରେ ଉତ୍ତେଜନା, ୧୪୪ଧାରା ଜାରି By The Sakala Bureau Last updated Sep 20, 2022 ଭଦ୍ରକ: ଜବରଦଖଲ ଉଚ୍ଛେଦ ବେଳେ ବିରୋଧ ପ୍ରଦର୍ଶନ, ଉତ୍ତେଜନା । ୧୪୪ ଧାରା ଜାରି କରିଲା ପ୍ରଶାସନ । ବିରୋଧ କରୁଥିବା ନେତାଙ୍କୁ ଅଟକ ରଖିଲା ପୋଲିସ । ସୁଚନାଯୋଗ୍ୟ ଯେ, ଭଦ୍ରକ ସହରର ବନ୍ତ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଛି । ପୂର୍ବରୁ ଉଚ୍ଛେଦ ପାଇଁ ଘୋଷଣା ସତ୍ତ୍ୱେ ଦୋକାନ ଗୁଡିକ ଖୋଲା ଥିବାରୁ ପ୍ରଶାସନ ଉଚ୍ଛେଦ କରିବା ପାଇଁ ପ୍ରୟାସ କରିବା ବେଳେ ବିରୋଧ ପାଇଁ ଉଚ୍ଛେଦ ହୋଇ ପାରିନଥିଲା । ପୁଣି ଥରେ ଆଜି ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ୨ ଜଣ ତହସିଲଦାରଙ୍କୁ ମାଜିଷ୍ଟ୍ରେଟ ଭାବେ ମୁତୟନ କରି ବ୍ୟାପକ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଉଚ୍ଛେଦ ଆରମ୍ଭ ବେଳେ କେତେକ ନେତା ବିରୋଧ କରିଥିଲେ । ପୋଲିସ ସେମାନଙ୍କୁ ଅଟକ ରଖିଥିବା ବେଳେ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିଛି । ଏହି ସମୟରେ ପୋଲିସ ସହ ବିରୋଧକାରୀଙ୍କ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଯୋଗୁଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । bhadrakodisha Share The Sakala Bureau Prev Post ରୁଷିଆରୁ ତେଲ କିଣି ଭାରତକୁ ମିଳିଛି ୩୫ ହଜାର କୋଟିର ଫାଇଦା Next Post ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଏନଓସି ପ୍ରଦାନ କଲା NMA; ନିଷିଦ୍ଧାଞ୍ଚଳରେ ହେବ ଶୌଚାଳୟ, କ୍ଲକ୍ ରୁମ୍ ଏବଂ ସେଲଟର ପାଭିଲିଅନ୍
2022-12-05T18:00:40Z
https://thesakala.in/clash-between-public-and-police-in-bhadrak/
OSCAR-2301
ବାଲିପାଟଣା ୨୬/୦୬ : ମୋ ସ୍କୁଲ ଯୋଜନାରେ ଅନିୟମିତତା ଅଭିଯୋଗ। ବାଲିଅନ୍ତା ଶିକ୍ଷା ମଣ୍ଡଳ ପ୍ରତାପରୁଦ୍ରପୁରରେ ଥିବା ଜୟଦେବ ଉଚ୍ଚ ବିଦ୍ୟାଳୟକୁ ୫ଟି ମାଧ୍ୟମରେ ମୋ ସ୍କୁଲ୍‌ ଯୋଜନାରେ ସାମିଲ କରାଯାଇ ନବୀକରଣ ପାଇଁ ୩୫ ଲକ୍ଷ ଟଙ୍କା ଦିଆ ଯାଇଥିଲା। ମାତ୍ର ବିଦ୍ୟାଳୟର ସେଭଳି କୌଣସି ଆଖିଦୃଷ୍ଟିଆ ନବୀକରଣ କାର୍ଯ୍ୟ କରାଯାଇ ନାହିଁ। କେବଳ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ ଏବଂ ଇ-ଲାବୋରେଟୋରୀ କାମ କରାଯାଇଛି। ତାହା ପୁଣି ଅଧପାନ୍ତରିଆ ଭାବେ ହୋଇଛି। ନବୀକରଣ ପାଇଁ ବାଲିଅନ୍ତା ବ୍ଲକ୍ ପ୍ରଶାସନ ୩୫ ଲକ୍ଷ ଟଙ୍କା ଦେଇ ଥିଲେ ମଧ୍ୟ ମାତ୍ର ୧୦ ରୁ ୧୫ ଲକ୍ଷ ଟଙ୍କାର କାମ ହୋଇଛି ବୋଲି ସ୍କୁଲ୍‌ର ଆଲୁମିନି ଆସୋସିଏସନ୍‌ର କର୍ମକର୍ତ୍ତାମାନେ ଅଭିଯୋଗ ଆଣିଛନ୍ତି। ବିଦ୍ୟାଳୟରେ ଭଲ ସାଇକେଲ ଷ୍ଟାଣ୍ଡ ନାହିଁ, ପଛ ପାଖରେ କୌଣସି ରଙ୍ଗ ଦିଆଯାଇନାହିଁ। ପୁରୁଣା ଶ୍ରେଣୀ ଗୃହରେ ରଙ୍ଗ ଲଗାଯାଇଛି। ରବିବାର ଆଲୁମିନି ଆସୋସିଏସନର ସଦସ୍ୟମାନେ ବିଦ୍ୟାଳୟରେ ପହଁଞ୍ଚି ନବୀକରଣ କାର୍ଯ୍ୟ ଦେଖିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ସଦସ୍ୟମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।
2022-11-29T02:20:21Z
https://www.prameyanews7.com/mo-school-yojana-aniyamitataa-abhijoga-alumini-association/
OSCAR-2301
ହେ ଭଗବାନ ! ପୁଣି ଗୋଟିଏ ଲଜ୍ୟାଜନକ ଘଟଣା ! 10 ଦିନର ପ୍ରେମରେ ଯୁବତୀ ଜଣଙ୍କ ହେଲେ ଗର୍ଭବତୀ ! କାରଣ ଜାଣିଲେ ଆପଣଙ୍କ ହୋସ ରହିବନି….. – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home viral news ହେ ଭଗବାନ ! ପୁଣି ଗୋଟିଏ ଲଜ୍ୟାଜନକ ଘଟଣା ! 10 ଦିନର ପ୍ରେମରେ ଯୁବତୀ ଜଣଙ୍କ ହେଲେ ଗର୍ଭବତୀ ! କାରଣ ଜାଣିଲେ ଆପଣଙ୍କ ହୋସ ରହିବନି….. ହେ ଭଗବାନ ! ପୁଣି ଗୋଟିଏ ଲଜ୍ୟାଜନକ ଘଟଣା ! 10 ଦିନର ପ୍ରେମରେ ଯୁବତୀ ଜଣଙ୍କ ହେଲେ ଗର୍ଭବତୀ ! କାରଣ ଜାଣିଲେ ଆପଣଙ୍କ ହୋସ ରହିବନି….. viral news Share ଦଶ ଦିନର ପ୍ରେମରେ ଝିଅ ହେଲା ଗର୍ଭବତୀ , ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଥା ବିଷୟରେ କହିବୁ ଯାହାକି ଆମ ସମାଜରେ ବହୁତ ସମୟରେ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥା ବିଷୟରେ କହିବୁ ତାହା ପ୍ରେମ ସଂପର୍କକୁ ନେଇକରି । ଆଜିର ଦୁନିଆରେ ପ୍ରେମ ଏକ ଖେଳନା ପାଲଟି ଯାଇଛି ପ୍ରେମର ଅର୍ଥ ଆଉ ପିଲା ମାନେ ବୁଝୁନାହାନ୍ତି ଯାହାକି ବା ଯାହା ଦ୍ୱାରା ସେମାନେ ବହୁତ ଖରାପ ରାସ୍ତାକୁ ଚାଲି ଯାଉଛନ୍ତି । ଆଜିର ସମୟରେ ପ୍ରକୃତ ପ୍ରେମ ପାଇବା ବହୁକତ କଷ୍ଟକର ଅଟେ କାରଣ ଆଜିର ପ୍ରେମ ମାନେ ହେଉଛି ଧୋକା । ଆପଣ ମାନେ ତ ଜାଣନ୍ତି କି ପ୍ରେମ କେତେବେଳେ କାହା ସହ ହୋଇଯାଏ ତାହା କେବେ କହି ହେବ ନାହିଁ । ଏହି ପ୍ରେମ ପାଇଁ ପିଲା ମାନେ ବାପା ମାଙ୍କର ଭଲପାଇବା , ସ୍ନେହ ଆଦିକୁ ପଛରେ ପକାଇ ଦିଅନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବୁ ଯାହା ଆପଣ ମାନଙ୍କ ମଧ୍ୟରୁ ରୁ କାହା ସହିତ ହୁଏତ ଏମିତି ହୋଇ ଥାଇପାରେ । ଏହି ପ୍ରେମ କାହାଣୀ ବହୁତ କୋହଭରା ଅଟେ । ଯେଉଁମାନେ ପ୍ରକୃତ ପ୍ରେମ କରୁଥିବେ ସେମାନେ ଏହି କଥା ଶୁଣିଲେ ବହୁତ ହିଁ ଦୁଃଖ ପ୍ରକାଶ କରିବେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ କଥା ବିଷୟରେ । ଆଜିକାଲିକା ଇଣ୍ଟରନେଟ ଯୁଗରେ ଆପଣ ମାନେ ତ ଜାଣନ୍ତି କି ଅଜଣା ବ୍ୟକ୍ତି ସହିତ ସଂପର୍କ ସ୍ଥାପନ ହୋଇ ପାରୁଛି । ତେବେ ଏହି ପ୍ରେମଟି ମଧ୍ୟ ସେହି ଇଣ୍ଟରନେଟରୁ ଆରମ୍ଭ ହୋଇଥିଲା । ଯେଉଁଥିରେ କି ଦୁଇ ପ୍ରେମୀ ଯୁଗଳ ପର ସ୍ପରକୁ ଚିହ୍ନି ନଥିଲେ କି ଜାଣିନଥିଲେ ସେମାନେ ସୋସିଆଲ ଆକାଉଣ୍ଟରେ ପରସ୍ପର ସହିତ ବନ୍ଧୁତା ସ୍ଥାପନ କରିଥିଲେ । କଥାରେ କଥାରେ ସେମାନେ ଦୁହେଁ ଦୁହିଁଙ୍କୁ ପ୍ରେମର ଆବେଦନ ମଧ୍ୟ କରିଲେ । ତେବେ ଏହି ପ୍ରେମ ସଂପର୍କ ଧୀରେ ଦୀରେ ବହୁତ ଗଭୀରତା ଆଡକୁ ଯିବା ପାଇଁ ଲାଗିଲା । ହଠାଟ ଯୁବକର ଯୁବତୀ ପ୍ରତି ଶାରିରୀକ ଆକର୍ଷଣ ବଢିଲା ଏବଂ ସେ ଯୁବତୀ ପ୍ରତି କିଛି ଅଲଗା ଆଶା କରିଲା । ମାତ୍ର ଯୁବତୀ ଜଣକ ବିବାହ ପୂର୍ବରୁ ଏହି ସମସ୍ତ କଥାକୁ ଭୁଲ ବୋଲି କହିଥିଲା ମାତ୍ର ସେହି ସମୟରେ ପ୍ରେମ ମଧ୍ୟରେ ଅଭିମାନ ଆରମ୍ଭ ହୋଇଥିଲା । Related Posts ସୁକାନ୍ତଙ୍କ ଦଶାହ କର୍ମରେ ଅଭିନେତ୍ରୀ ରାଣୀ ପଣ୍ଡା ପଠାଇଲେ… Dec 6, 2022 olywod ଅଭିନେତା ” ପୁପିନ୍ଦର “କହିଲେ କେମିତି ପ୍ରେମରେ… Dec 5, 2022 ପ୍ରେମ ପାଇଁ ଜର୍ମାନୀରୁ ଭାରତ ଆସିଲେ ବିଦେଶିନୀ, ହିନ୍ଦୁ ରୀତିନୀତିରେ… Dec 4, 2022 ଯୁବକଟି ତାହାକୁ ଅନୁରୋଧ କରିଲା ଏବଂ ଯୁବତୀ ଜଣକ ତାହାକୁ ଏତେ ଭଲ ପାଉଥିଲା କି ତା କଥାରେ ସହମତି ହେଲା । ଯାହା ଦ୍ୱାରା ସେମାନଙ୍କ ମଧ୍ୟରେ ଗଢି ଉଠିଥିଲା ଶାରିରୀକ ସଂପର୍କ । ଏହି ଘଟଣାର ତିନି ମାସ ପରେ ଯେତେବେଳେ ଯୁବତୀଟି ଜାଣିଲା କି ସେ ଗର୍ଭବତୀ ହୋଇଛି ବୋଲି ତେବେ ସେ ତାର ପ୍ରେମିକାକୁ ଏହି କଥା କହିଲା । ତାର ପ୍ରେମିକା ତାହାକୁ ଆବୋରସନ କରିବା ପାଇଁ କହିଲା ମାତ୍ର ସେ ଯେତେବେଳେ ତାର କଥା ମାନି ନଥିଲା । ଯୁବକଟୁ ତାହାକୁ ବହୁତ ଗାଳି କଲା ତାହାକୁ ବେଶ୍ୟା କହିବା ସହ ପେଟର ପିଲା ଆଉ କାହାର ମଧ୍ୟ କହିଥିଲା । ଏହା ଶୁଣିବା ପରେ ଯୁବତୀଟି ଆତ୍ମହତ୍ୟା କରିଥିଲା ଯାହା ଫଳରେ ସେ ମରିବା ସହିତ ତା ପେଟରେ ଥିବା ପିଲା ମଧ୍ୟ ମୃତ୍ୟୁ ବରଣ କରିଥିଲା । ତେବେ ଯଦି ଆପଣ ମାନେ ପ୍ରେମ କରୁଛନ୍ତି ତେବେ ପ୍ରେମର ଏତେ ଗଭୀରତାକୁ କେବେବି ଯାଆନ୍ତୁ ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ଶାରୀରିକ ସମସ୍ୟାକୁ ଦୂର କରିବା ପାଇଁ ସପ୍ତାହରେ ଅତି କମରେ ଥରେ ସମ୍ଭୋଗ କରିବା ନିତାନ୍ତ ଆବଶ୍ୟକ ? ପ୍ରତ୍ୟେକ ଦାମ୍ପତ୍ୟ ଙ୍କୁ ଜାଣିରଖିବା ଦରକାର…. Next Post ହେ ଭଗବାନ !! ବ୍ରେନ୍ ଷ୍ଟ୍ରୋକର ଶିକାର ହେଲେ ଅଭିନେତା ରାହୁଲ୍ ରୟ ,ଡାକ୍ତର କହିଲେ ସେ ମାତ୍ର ବେସିଦିନ ନୁହେଁ ମାତ୍ର….ତାଙ୍କର ସୁସ୍ଥତା ପାଇଁ ଇଶ୍ବରଙ୍କ ଠାରେ କାମନା କରନ୍ତୁ…
2022-12-06T07:52:50Z
https://live43today.com/10-%E0%AD%8Ddi-na-ra-love-ka-ro-pregnet-he-la-girl/
OSCAR-2301
ଭୁବନେଶ୍ୱର : ଦେଶର ‘ସ୍ପୋଟ୍ସ କ୍ୟାପିଟାଲ୍’ ହେବାକୁ ଯାଉଛି ଭୁବନେଶ୍ୱର । ଶୁକ୍ରବାର ଦିନ ଓଡିଶାର ୧୭ ବର୍ଷୀୟ ଉଦୀୟମାନ ଟେନିସ୍ ଖେଳାଳି କବୀର ହଂସ ଜାତୀୟସ୍ତରରେ ଓଡିଶାର ପ୍ରଥମ ଖେଳାଳୀ ଭାବେ ଟେନିସ୍ ଚମ୍ପିୟାନ୍ ହୋଇଛନ୍ତି । କବୀର ଚେନ୍ନାଇରେ ଅନୁଷ୍ଠିତ ହୋଇଥିବା ଜାତୀୟ ଟେନିସ୍ ଚାମ୍ପିୟନସିପ୍ (ଜୁନିୟର ) ୨୦୧୮ର ଡବଲ୍ସ ବିଭାଗରେ ଚମ୍ପିୟାନ୍ ହୋଇଛନ୍ତି । ଏହି ବିଜୟ ହାସଲ ପରେ ‘ଓଡିଶା ସମ୍ବାଦ’କୁ କହିଛନ୍ତି, “ ମୁଁ ଏହି ଟୁର୍ନାମେଣ୍ଟ ଲାଗି ପାଖାପାଖି ୨ବର୍ଷ ହେଲାଣି ଅଭ୍ୟାସ କରୁଛି । ମୋ କୋଚ୍ ଟଡ୍ କ୍ଲାର୍କ ତାଲିମ ଲାଗି ମୋର ଅଧିକ ଯତ୍ନ ନେଇଥିଲେ, ତାଙ୍କ ଉପଦେଶ ମାନି ମୁଁ ମଧ୍ୟ ପ୍ରତି ମୁହୁର୍ତ୍ତରେ କଠିନ ପରିଶ୍ରମ କରୁଥିଲି ” । ଓଡିଶାର ଏହି ଉଦୀୟମାନ ଖେଳାଳୀ ହରିୟାଣାର ଦିପେନ୍ଦ୍ର ଗ୍ରେୱାଲ୍ଙ୍କୁ ସାଥୀ କରି କବୀର ଏହି ଡବଲ୍ସ ଟୁର୍ଣ୍ଣାମେଣ୍ଟ ଜିତି ପାରିଛନ୍ତି । ଏକ ସାକ୍ଷାତକାରରେ ସେ ଆମ ପ୍ରତିନିଧିଙ୍କୁ କହିଛନ୍ତି – ପ୍ରଥମରୁ ମୁଁ ଟେନିସକୁ କ୍ୟାରିୟର କରିବାକୁ ଚାହୁଁନଥିଲି । ମୋ ଭଉଣୀ ଟେନିସ୍ ଖେଳୁଥିବାର ମୁୁଁ ଦେଖେ, ସେ ହିଁ ମୋ ପ୍ରେରଣାର ଉତ୍ସ” । କବୀର ଏବେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର । ତାଙ୍କର ବାପା ଚେତନ ହଂସ କବୀରଙ୍କ ସମ୍ପର୍କରେ କହନ୍ତି- “ସେ ଯେବେଠାରୁ ଖେଳିବା ଆରମ୍ଭ କଲା, ତାର ଟେନିସ୍ ପ୍ରତି ଭଲ ପାଇବା ବଢି ଚାଲିଲା । ଭୁବନେଶ୍ୱରର ଜଣେ ଟେନିସ୍ କୋଚ୍ ତା ମଧ୍ୟରେ ଥିବା ଦକ୍ଷତାକୁ ଦେଖିପାରିଥିଲେ” । “ତାକୁ ଯେତେବେଳେ ୭ବର୍ଷ ସେ ଟେନିସ୍ ଖେଳିବା ଆରମ୍ଭ କଲା । କବୀରର ଟେନିସ୍ ପ୍ରତି ଥିବା ଆଗ୍ରହକୁ ଦେଖି ଅଧିକ ତାଲିମ ପାଇବା ପାଇଁ ତାକୁ କୋଲକାତାର ବିଭିନ୍ନ ଟୁର୍ଣ୍ଣାମେଣ୍ଟକୁ ପଠାଇଥାଏ ବୋଲି କହିଛନ୍ତି” ତାଙ୍କ ବାପା ଚେତନ ହଂସ । ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଓଡିଶାର ଏହି ଉଦୀୟମାନ ଟେନିସ୍ ଖେଳାଳୀ କବୀର ହଂସ ଆଗାମୀ ଦିନରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।
2022-12-09T20:26:49Z
https://odishasambad.in/odisha-boy-wins-national-tennis-tournament/
OSCAR-2301
ୟୁକ୍ରେନ : ୟୁକ୍ରେନ ଯୁଦ୍ଧ ଭୂମିରୁ ବଞ୍ଚିଜାଇଛି ୩୦୦୦ ଭାରତିୟଙ୍କ ଜୀବନ । ୨୪ ଘଣ୍ଟାର ଅପରେସନ ପରେ ୟୁକ୍ରେନରୁ ଫେରିଆସିଛନ୍ତି ଭାରତୀୟ ଛାତ୍ର । ଏପରି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ୧୫ଟି ବିମାନ ସାହାଜ୍ୟରେ କରାଯାଇଛି ଉଦ୍ଧାର କାର୍ଯ୍ୟ । ଅପରେସନ ଗଙ୍ଗା ସାହାଯ୍ୟରେ ୧୮୦୦୦ ଭାରତିୟଙ୍କୁ ଉଦ୍ଧାର କରାଯାଇଛି ।
2022-11-30T15:06:22Z
https://odianews.reporterstoday.com/%E0%AD%A8%E0%AD%AA-%E0%AC%98%E0%AC%A3%E0%AD%8D%E0%AC%9F%E0%AC%BE%E0%AC%B0%E0%AD%87-%E0%AC%89%E0%AC%A6%E0%AD%8D%E0%AC%A7%E0%AC%BE%E0%AC%B0-%E0%AC%B9%E0%AD%87%E0%AC%B2%E0%AD%87-%E0%AD%A9%E0%AD%A600/
OSCAR-2301
ପୁରୀ: ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ । ଜନ୍ମ ଜୟନ୍ତୀ ଉପଲକ୍ଷେ ଅୟୋଜିତ ହୋଇଆସୁଥିବା ଜାଗରଣ ଯାତ୍ରାର ଶୋଭାଯାତ୍ରା ପିପିଲି ବଜାର ପରିକ୍ରମା କରି ପିପିଲି ହାଇସ୍କୁଲ ରେ ପହଞ୍ଚି ବା ପରେ ସେଠାରେ ଭକ୍ତମାନେ ଦର୍ଶନ କରିଥିଲେ। ପରେ ପିପିଲି ଠାରୁ ଶୋଭାଯାତ୍ରା ବାହାରି ପୁରୀ ଜିଲ୍ଲା ପ୍ରଶାସନ ସହଯୋଗ ରେ ପୁରୀ ସୁଭାଷ ବୋଷ ଛକ ନିକଟରୁ ଆରମ୍ଭ ହୋଇ ଅରବିନ୍ଦ ଧାମ, ସ୍ୱର୍ଗଦ୍ୱାର ନିକଟରେ ସମାପ୍ତ ହେବ । http://odianews.reporterstoday.com/wp-content/uploads/2022/04/WhatsApp-Video-2022-04-04-at-4.34.32-PM.mp4
2022-11-30T13:25:29Z
https://odianews.reporterstoday.com/mr-arvinds-150th-birth-anniversary/
OSCAR-2301
ବଲିଉଡ୍‌ ଅଭିନେତ୍ରୀ କଳ୍‌କୀ କୋଚ୍‌ଲିନ୍‌ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ ଦମ୍‌ଦାର ଅଭିନୟ ଯୋଗୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଳ୍‌କୀ ୨୦୧୯ ଶେଷ ଆଡ଼କୁ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ସେ ନିଜ ଦୀର୍ଘଦିନର ବୟଫ୍ରେଣ୍ଡ୍‌ ଗାୟ…
2022-12-03T16:23:37Z
https://knewsodisha.com/tag/kalki-koechlin-gave-birth-to-baby-girl
OSCAR-2301
ଜଙ୍ଗଲ ଭିତରେ ପ୍ରେମି ଯୁଗଳ କରୁଥିଲେ ଖେଳ।କିଛି ଯୁବକ ପହଞ୍ଚି ଭାଇରାଲ କଲେ ଜଙ୍ଗଲ ଭିତରେ ପ୍ରେମି ଯୁଗଳଙ୍କ ରୋମାନ୍ସ ଭିଡ଼ିଓ – news40daily.com Publisher - Just another WordPress site ଆଶ୍କର୍ଯ୍ୟ ଘଟଣା କରୋନା ଜୀବନଚର୍ଯ୍ୟା ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଲାଇଫ୍ ଷ୍ଟାଇଲ୍ Viral video ଜଙ୍ଗଲ ଭିତରେ ପ୍ରେମି ଯୁଗଳ କରୁଥିଲେ ଖେଳ।କିଛି ଯୁବକ ପହଞ୍ଚି ଭାଇରାଲ କଲେ ଜଙ୍ଗଲ ଭିତରେ ପ୍ରେମି ଯୁଗଳଙ୍କ ରୋମାନ୍ସ ଭିଡ଼ିଓ Share କିଶୋର ବୟସ ରେ ପ୍ରେମ ର ପରିଭାଷା କଣ ଜାଣିବା ଆଗରୁ ଉତ୍ସୃଙ୍ଖଳା ର ସ୍ତର ଡେଇଁ ସାରିଲେଣି ଆଜିର ପ୍ରେମି ଯୁଗଳ।ପ୍ରେମ କରିବା ଭୁଲ ନୁହେଁ, କିନ୍ତୁ ସର୍ବସାଧାରଣ ରେ ଏପରି କାର୍ଯ୍ୟ କରି ପ୍ରେମ କୁ ବଦନାମ କରିବା ହିଁ ପାପ।କିନ୍ତୁ ଏହାକୁ ବୁଝୁ ନାହାନ୍ତି ଆଜିର ଏହି ପ୍ରେମି ଯୁଗଳ।ନିଜର କାମନା ବାସନା ଏବଂ ପରସ୍ପର ପ୍ରତି ଥିବା ଆକର୍ଷଣ କୁ ସେମାନେ ପୂରଣ କରିବା ପାଇଁ କୌଣସି ବି ସ୍ଥାନ କୁ ଛାଡ଼ୁ ନାହାନ୍ତି। ପ୍ରେମ ଓ ଭଲ ପାଇବା ଏକ ନିଆରା ଏବଂ ସୁନ୍ଦର ଅନୁଭବ ଅଟେ।ପୁରାତନ ସମୟର ପ୍ରେମ ଓ ଆଜିର ସମୟର ପ୍ରେମ ଭିତରେ ଦେଖିବାକୁ ମିଳୁଛି ଅନେକ ତାରତମ୍ୟ।ଆଜିର ଏହି ପ୍ରେମି ଯୁଗଳ ପ୍ରେମ କୁ ବିଚ ବଜାର ରେ ନିଲାମ କରି ସାରିଲେଣି। ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।ଭଗବାନ ଶ୍ରୀକୃଷ୍ଣ ଯେଉଁ ପ୍ରେମର ବ୍ୟାଖ୍ୟା କରି ଥିଲେ ତାହା ଏମାନେ ଭୁଲି ଗଲେଣି।ପ୍ରେମ ହେଉଛି ସବୁଠାରୁ ପବିତ୍ର କାର୍ଯ୍ୟ।ପ୍ରେମ ଶାଶ୍ୱତ ଓ ପ୍ରେମ ଆମର।କିନ୍ତୁ ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି। ଯାହା ବାସ୍ତବରେ ଏକ ଭୁଲ ମାନସିକତା।ଦୁଇଟି ଆତ୍ମାର ମିଳନକୁ ପ୍ରେମ କୁହାଯାଏ କିନ୍ତୁ ଏମାନେ ଦୁଇ ଦେହର ମିଳନକୁ ପ୍ରେମ ଭାବୁଛନ୍ତି।ବାରମ୍ବାର ଏପରି ନିନ୍ଦନୀୟ କାର୍ଯ୍ୟ କରି ଏମାନେ ପ୍ରେମ ପରି ଏକ ପବିତ୍ର ସମ୍ପର୍କରେ କଳଙ୍କର ଟୀକା ଲଗାଉଛନ୍ତି।ଟିକେ ଫାଙ୍କା ବା ନିଛାଟିଆ ସ୍ଥାନ ଦେଖିବା ମାତ୍ରେ ଆରମ୍ଭ କରି ଦେଉଛନ୍ତି ରୋମାନ୍ସ ଯାହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ଭାଇରାଲ ଭିଡ଼ିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ବି ଲଜ୍ଜିତ ହେବେ।ଏଥିରେ ଦେଖିବାକୁ ମିଳିଛି ଏକ ଜଙ୍ଗଲ ମଧ୍ୟରେ ଯୁବକ ଜଣଙ୍କ ତାଙ୍କ ପ୍ରେମିକା ଙ୍କ ସହିତ ରୋମାଣ୍ଟିକ ହେବାକୁ ଚେଷ୍ଟା କରୁଛନ୍ତି ।ତାଙ୍କ ପ୍ରେମିକା କିନ୍ତୁ ଟିକିଏ ଲାଜ କରୁଛନ୍ତି। Related Posts ସାବଧାନ ! ରୂପ ବଦଳାଇ ଆସୁଛନ୍ତି IPS ମ୍ୟାଡାମ୍… Papu Pom Pom ଙ୍କ ନୂଆ କମେଡି ” ତୋର କୁଞ୍ଚୁ କୁଞ୍ଚିଆ ବାଳ ରେ ନନୀ… ଦେଖନ୍ତୁ VIRAL ଭିଡ଼ିଓ – ହଟାତ ଘରକୁ ଆସିଲେ ବୋଉଙ୍କ ମା, ଆଉ ରୂପା ”… ପ୍ରେମିକ ପ୍ରେମିକା ପରସ୍ପର ସହ ନିବିଡ଼ ହେବାକୁ ଚେଷ୍ଟା କରୁଛନ୍ତି। ଉଭୟ ସେମାନଙ୍କର ପ୍ରେମର ଆଳାପ ଓ ରୋମାନ୍ସ ଜଙ୍ଗଲ ମଧ୍ୟରେ ଅନ୍ୟର ଅଜାଣତରେ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ କିନ୍ତୁ ଭାବୁ ନାହାନ୍ତି କି ତାଙ୍କର ଏହି କାର୍ଯ୍ୟ କୁ କେହି କ୍ୟାମେରାରେ ରେକର୍ଡ କରି ଏମିତି ଭାଇରାଲ କରିବ ବୋଲି। ମାତ୍ର ଏହି ସମୟରେ କିଛି ଯୁବକ ପହଂଚି ସେମାନଙ୍କ ଭିଡ଼ିଓ ରେକର୍ଡ କରିଛନ୍ତି ଓ ସୋସିଆଲ ମିଡ଼ିଆ ରେ ଭାଇରାଲ ମଧ୍ୟ କରିଛନ୍ତି।ଏହା ସହିତ ଜଙ୍ଗଲରେ ଏପରି ଖରାପ କାମ କରୁଥିବା ରୁ ସେହି ଲୋକମାନେ ସେମାନଙ୍କୁ ଗାଳି ଗୁଲଜ କରିଥିଲେ। ତେବେ ଏହି ଭିଡ଼ିଓ ଟି ଝାଡ଼ଖଣ୍ଡ ର ଚନ୍ଦ୍ରପୁର ଥାନା ଅନ୍ତର୍ଗତ ପାକି ପାଲମୁ ନିକଟସ୍ଥ ଏକ ଜଙ୍ଗଲରେ ରେ ଘଟିଛି।ସେହି ଯୁବକଙ୍କ ନାମ ଶୀତଳ କୁମାର ମେହେତା ଆଉ ଝିଅ ର ନାମ ପଲଭିକ୍ ମହାନ୍ତି ବୋଲି ଜଣା ପଡ଼ିଛି।ତେବେ ସେହି ଯୁବତୀ ଜଣଙ୍କ ଅତି ଅଳ୍ପ ବୟସର ବୋଲି ଜଣା ପଡ଼ୁଛନ୍ତି।ଏହି ଘଟଣା ଟି ଅଳ୍ପ ବୟସର ପ୍ରେମି ଯୁଗଳଙ୍କୁ ଏକ ଶିକ୍ଷା ଦେଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 757 Share FacebookTwitterGoogle+ReddItWhatsAppPinterestEmail Prev Post ଏମିତି ଏକ ଅଦ୍ଭୁତ ଶିବ ମନ୍ଦିର, ଯାହା ସମୁଦ୍ର ମଝିରେ ଅବସ୍ଥିତ।ଦିନରେ ଥରେ ଦର୍ଶନ ଦେଇ ପୁଣି ଅଦୃଶ୍ୟ ହୋଇ ଯାଏ ଏହି ମନ୍ଦିର
2022-11-30T03:57:10Z
https://news40daily.com/index.php/jangala-bhitare-premi-jugala-karuthule/
OSCAR-2301
ଏହି ଜାଗାରେ କରିବ ପୁରା ତାଣ୍ଡବଲୀଳା !! ନଭେମ୍ବର ୯ରେ ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ଘଡ଼ଘଡି, ମସ୍ଥ୍ୟ ଜୀବିଙ୍କୁ ସମୁଦ୍ରକୁ ନ ଯିବାକୁ ଅନୁରୋଧ… – news40daily.com Publisher - Just another WordPress site ଆଶ୍କର୍ଯ୍ୟ ଘଟଣା କରୋନା ଜୀବନଚର୍ଯ୍ୟା ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଲାଇଫ୍ ଷ୍ଟାଇଲ୍ special ଏହି ଜାଗାରେ କରିବ ପୁରା ତାଣ୍ଡବଲୀଳା !! ନଭେମ୍ବର ୯ରେ ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ଘଡ଼ଘଡି, ମସ୍ଥ୍ୟ ଜୀବିଙ୍କୁ ସମୁଦ୍ରକୁ ନ ଯିବାକୁ ଅନୁରୋଧ… Share ତାଣ୍ଡବ ରଚୁଚି ବାତ୍ୟା ବନ୍ୟା । ଉଗ୍ର ରୂପ ଧାରଣ କରି ସାରିଛି ଏହି ବାତ୍ୟା ଗୋନିି। ଯାହାର ପ୍ରଭାବ ରେ ବହୁଛି 180 କିମି ରେ ପବନ । ତା ସହିତ ବଜ୍ରପାତ ଜନିତ ପ୍ରବଳ ରୁ ଅତି ପ୍ରବଳ ବର୍ଷା । ତେବେ ଆସନ୍ତୁ ଜାଣିବା ଏହି ବାତ୍ୟା ଗୋନିି ବିଷୟ ରେ ଅଧିକ ରୁ ଅଧିକ ଖବର । ବର୍ତ୍ତମାନ ସମୟ ରେ କୋରୋନା ଯୋଗୁ ଭୟବୀତ ଅବସ୍ଥା ରେ ଲୋକ ମାନେ ଥିବା ବେଳେ ଏହି ଖବର ଟି ସାମ୍ନା କୁ ଆସୁଅଛି। ତେବେ ବାତ୍ୟା ଗୋନି ଆଜି ସକାଳେ ସ୍ଥଳ ଭାଗ ଛୁଇଁବା ବେଳେ ପବନ ର ବେଗ ଘଣ୍ଟା ପ୍ରତି ଦୁଇ ଶହ କିଲୋମିଟର ରହିଛି । ଏହି ସମୟ ରେ ଗୋଷ୍ଟିଂ ସ୍ପିଡ 250 କିମି ଛୁଇଁ ଥିବା ଯୋଗୁ ବ୍ୟାପକ କ୍ଷୟ କ୍ଷତି ମଧ୍ୟ ହୋଇ ଅଛି । ଏହା ସହିତ ଲାଗି ରହି ଅଛି ପ୍ରବଳ ରୁ ଅତି ପ୍ରବଳ ବର୍ଷା ଓ ହେଉ ଅଛି ପ୍ରବଳ ମାତ୍ରା ରେ ବଜ୍ରପାତ। ଏହା ସହିତ ଅନୁମାନ କରା ଯାଉଛି ଯେ ରାତି ସୁଦ୍ଧା ପବନ ର ବେଗ 170-180 କିମି ରହିବାର ସମ୍ଭାବନା ଅଛି । ତେବେ ଗତ ସପ୍ତାହ ରେ ଗୋନୀ ଭଳି ଆଉ ଏକ ସାମୁଦ୍ରିକ ବାତ୍ୟା ପଶ୍ଚିମ ଫିଲିପାନ ଦେଇ ପ୍ରବାହିତ ହୋଇ ଥିଲା ଆଉ ବିଭିନ୍ନ ସ୍ଥାନ ରେ ବର୍ଷା ଯୋଗୁ ପାଣି ଫସି ରହି ଥିବା ବେଳେ ଝଡ଼ ତୋଫାନ ରେ ପାଣି ଚର ଜୀବ ମାନଙ୍କ ର ଜୀବନ ଚାଲି ଯାଇ ଥିଲା । ବାତ୍ୟା ସମୁଦ୍ର ରୁ ଭୁ ଭାଗ କୁ ପ୍ରବେଶ କରିବାରୁ 12 ଘଣ୍ଟା ରୁ ଅଧିକ କାଳ ବିତି ଗଲାଣି । ହେଲେ ବି ଝଡ଼ ଥମି ନଥିବା ବିଷୟ ରେ ପାଣି ପାଗ ବିଭାଗ ରୁ ସୂଚନା ମିଳିଛି । ଯଦିଓ ରାତି ରେ ପବନ ର ବେଗ କମିଛି ତଥାପି ରାତି ରେ ଘଣ୍ଟା ପ୍ରତି ପବନ ର ବେଗ 170-180 କିମି ରେ ବହୁ ଥିବା ବେଳେ କଷ୍ଟିଂ ଘଣ୍ଟା ପ୍ରତି 230 କିମି ରହୁ ଅଛି । Related Posts Jyotisha Shastra – ଆସନ୍ତାକାଲି ଠାରୁ ଏହି 5 ଟି ରାଶିର କୁଣ୍ଡଳୀରେ ସୃଷ୍ଟି ହେବ… ପର ସ୍ତ୍ରୀକୁ ପ୍ରେମ କରୁଥିବା ଲୋକଙ୍କୁ ଲେମ୍ବୁରସ ଦ୍ୱାରା ଦୁରେଇ ଦିଅନ୍ତୁ –… ସ୍ଵାମୀଙ୍କୁ ଅପମାନ କଲେ କେଉଁ ପାପ ହୁଏ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II… ଏଣୁ ଏହି ମହା ବିପଦ ଏପର୍ଯ୍ୟନ୍ତ ନ ଟଳି ଥିବା ର ସୂଚନା ପାଣି ପାଗ ବିଭାଗ ର ବିଶେଷଜ୍ଞ ମାନେ ଦେଇ ଅଛନ୍ତି । ତେବେ ବାତ୍ୟା ପାଇଁ କି ଆନ୍ତର୍ଜାତିକ ବିମାନ ଗତି ପଥ ପରିବର୍ତ୍ତନ କରା ଯାଇ ଥିବା ବେଳେ ଦେଶ ରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ସବୁ କୁ ସରକାର ଙ୍କ ତରଫ ରୁ ବାତିଲ କରି ଦିଆ ଯାଇଛି । ବାତ୍ୟା କ୍ଷୟକ୍ଷତି ର ସାମଦ୍ରିକ ସୂଚନା ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ତେବେ ସେନା , ଜାତୀୟ ପୋଲିସ୍ , ତଟୁ ରକ୍ଷା କର୍ମୀ ମାନଙ୍କୁ ଉଚ୍ଚ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ।ତେବେ ଏହା ଥିଲା ବାତ୍ୟା ଗୋନି କୁ ନେଇ ବର୍ତ୍ତମାନ ର ଅପଡେଟ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-11-30T05:15:46Z
https://news40daily.com/index.php/november-9-re-ehi-sabu-jilaaku/
OSCAR-2301
ଦେଖନ୍ତୁ Exclusive ଭିଡ଼ିଓ : ତପସ୍ୱିନୀ ଶେଷରେ କାନ୍ଦି କାନ୍ଦି କହିଲେ ସୁମିତ ମୋତେ ନେଇ ଯାଅ, ନହେଲେ… – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home ଭାଇରାଲ ଭିଡିଓ ଦେଖନ୍ତୁ Exclusive ଭିଡ଼ିଓ : ତପସ୍ୱିନୀ ଶେଷରେ କାନ୍ଦି କାନ୍ଦି କହିଲେ ସୁମିତ ମୋତେ ନେଇ ଯାଅ, ନହେଲେ… ଦେଖନ୍ତୁ Exclusive ଭିଡ଼ିଓ : ତପସ୍ୱିନୀ ଶେଷରେ କାନ୍ଦି କାନ୍ଦି କହିଲେ ସୁମିତ ମୋତେ ନେଇ ଯାଅ, ନହେଲେ… ଭାଇରାଲ ଭିଡିଓ By Apurva Das 0 Share ସଭ୍ୟ ସମାଜରେ ଲୋକ ମାନେ ଯେତେ ଶିକ୍ଷିତ ହେଉଛନ୍ତି ସେତେ ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳିଥାଏ। ମନୁଷ୍ୟ ଜୀବନ ଅନେକ ପରିସ୍ଥିତି ଦେଇ ଗତି କରିଥାଏ। ଦୁନିଆରେ ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସି ଥାଏ। ତେବେ ଏହିସବୁ ଘଟଣା ମଧ୍ୟରୁ ପାରିବାରିକ କଳହ ଏକ ବିରାଟ ସମସ୍ୟା ଭାବରେ ମୁଣ୍ଡ ଟେକିଛି। ଆଜି କାଲିର ଯୁବକ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି। ଯଦି ନିଜ ପସନ୍ଦର ବିବାହ କରୁଛନ୍ତି, ତେବେ କିଛି ପରିବାର ଲୋକ ମାନେ ଅଛନ୍ତି ସେମାନଙ୍କ ଭଲ ପାଇବାକୁ ବିରୋଧ କରି ଥାଆନ୍ତି ଓ ଏମିତିକି ପରେ ମଧ୍ୟ ନିଜ ସ୍ୱାମୀ ମଧ୍ୟ ନିଜ ସ୍ତ୍ରୀ ର ହାତ ଛାଡି ଦେଇଥାଏ। କିନ୍ତୁ ନାରୀ ସ୍ୱାମୀ ପାଖରେ ରହିବା ପାଇଁ ସବୁ କିଛି କରିଥାଏ। ତେବେ ସେମିତି କିଛି ଘଟଣା ସମ୍ନାକୁ ଆସିଛି। ସୁମିତ ତପସ୍ୱିନୀଙ୍କୁ ପୁଣି ଥରେ ତାଙ୍କ ପାଖକୁ ନେଇ ଯାଆନ୍ତି ବୋଲି କହୁଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା।ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଘଟଣାକୁ ନେଇ ଚାରି ଆଡ଼େ ଶୁଣିବା ପାଇଁ ମିଳୁଛି। ସେ ଦୁଇ ଜଣଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳୁଛି। ତପସ୍ୱିନୀ ଦାସ ନିଜ ସ୍ୱାମୀଙ୍କ ପାଖରେ ରହିବା ପାଇଁ ତାଙ୍କ ଶାଶୂଘର ସମ୍ନାରେ ରାତି ରାତି ଧାରଣାରେ ବସି ରହିଛନ୍ତି। ମହିଳା ନିଜ ସ୍ୱାମୀଙ୍କ ପାଖରେ ରହିବା ପାଇଁ ବହୁତ ଦୁଃଖ ଓ କଷ୍ଟ ମଧ୍ୟ ସହୁଛନ୍ତି। ତେବେ ମହିଳାଙ୍କ କହିବା ମୁତାବକ ସେ ନିଜେ ଯେଉଁ କାନ୍ଦୁଛନ୍ତି ତାଙ୍କ ସ୍ୱାମୀ ମିଛ କାନ୍ଦ ବୋଲି କହୁଛନ୍ତି। ମହିଳା କହୁଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ସେ ବିଶ୍ୱାସ କରି ଭଲ ପାଇ ବିବାହ କରିଥିଲେ। ସେ ସାରା ଜୀବନ ସୁଖରେ ରହିବେ। କିନ୍ତୁ ମହିଳାଙ୍କର ଏହି ସବୁ ଆଶା ଭରସା ବର୍ତ୍ତମାନ ସବୁ କିଛି ତୁଟି ଯାଇଛି। କେହି କେହି ମାରିବା ପାଇଁ ମହିଳାଙ୍କୁ ଧମକ ଦେଉଛି ଆଉ କେହି ତାଙ୍କ ନାଁ ରେ କେଶ କରିଦେବ ବୋଲି କହୁଛି। କିନ୍ତୁ ଶେଷରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ହାତ ଛାଡି ଦେଇଛନ୍ତି। କିନ୍ତୁ ମହିଳାଙ୍କୁ କିଛି ଲୋକ ମାନେ ସମର୍ଥନ ମଧ୍ୟ କରୁଛନ୍ତି। ମହିଳା କହୁଛନ୍ତି ଯେ, ସେ ସୁମିତଙ୍କୁ ବହୁତ ଭଲ ପାଆନ୍ତି ସେ ତାଙ୍କୁ କେବେ ହେଲେ ବି ବର୍ବାଦ କରିବା ପାଇଁ ଚାହାନ୍ତି ନାହିଁ। ଏଥି ସହିତ ସେ କହୁଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କ ପାଖକୁ ପୁଣି ଥରେ ଫେରି ଆସନ୍ତୁ ଓ ତାଙ୍କୁ ନେଇ ଯାଆନ୍ତୁ ବୋଲି କହୁଛନ୍ତି। ତେବେ ଭଗବାନଙ୍କ କୃପାରୁ ସେ ଦୁଇ ଜଣ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post Vastu Shastra – S ନାମର ବ୍ୟକ୍ତି { କୁମ୍ଭ ରାଶି } ନୂଆବର୍ଷ କିପରି ରହିବ, ବହୁତ ଦିନ ପରେ ଘଟିବାକୁ ଯାଉଛି ମହା ସଂଯୋଗ ! ଦେଖନ୍ତୁ କଣ ରହିଛି ନୂଆ ଵର୍ଷରେ ଖାସ… Next Post cctv ରେ ରେକର୍ଡ ହେଲା ଭୟଙ୍କର ଘଟଣା ! ପତ୍ନୀଙ୍କୁ ପୋଡି ମାରି ସୁଟକେସରେ ନେଇଯାଉଥିଲା କାପୁରୁଷ ସ୍ବାମୀ, ତା ପରେ ଯାହା ହେଲା…ଛିଃ ଛିଃ
2022-11-28T02:35:32Z
https://news22media.com/dekhantu-tapaswani-aakhire-luha/
OSCAR-2301
ବାପା ମା ଙ୍କ ଠାରୁ ବଡ଼ ଯୁଦ୍ଧା ଆଉ କେହି ବି ହୋଇନଥାନ୍ତି, ସେ ତାଙ୍କ ର ସଂତାନ ପାଇଁ କିଛି ବି କରିପାରେ ।ସେ ତାର ଛୁଆ ପାଇଁ ସେ ନିଜ ଜୀବନ ଦେଇ ବି ପାରେ ଆଉ ଯମ ଠାରୁ ନିଜ ଛୁଆ ର ଜୀବନ ଛଡେଇ ଆଣିପାରେ। ପିଲା ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁକିଛି ସେ ନିଜ ଦାୟିତ୍ବ ରେ କରିଥାଏ ଆଉ ତାର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପିଲା ମାନଙ୍କ ର ମଙ୍ଗଳ ପାଇଁ ପ୍ରାର୍ଥନା କରିଥାଏ। ମାତ୍ର ବର୍ତ୍ତମାନ ର ପିଲା ମାନେ ମା ବାପା ଙ୍କର ସେହି ଭଲ ପାଇବା ଓ ତ୍ୟାଗ କୁ ଭୁଲିଯାଇଥାନ୍ତି।ଆଉ ସେହି ବାପ ମା ବୟସ୍କ ହୋଇଗଲା ପରେ ତା ଉପରେ ଆରମ୍ଭ କରି ଦେଇଥାନ୍ତି ଅକଥନିୟ ଅତ୍ୟାଚାର। ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ଙ୍କର ହୃଦୟ କାନ୍ଦି ଉଠିବ। ଆପଣ ବିଶ୍ୱାସ କରିପାରିବେ ନାହିଁ କି ଜଣେ ପୁଅ କୁ ବାପ ଦିନେ ନିଜେ ନଖାଇ ଖୁଆଉ ଥିଲା ଯେଉଁ ବୋହୁ କୁ ସେ ଘରର ସୁଖ ଶାନ୍ତି ପାଇଁ ଆଣିଥିଲା ସେ ହିଁ ତାକୁ ଏହିଭଳି ନର୍କ ଯନ୍ତ୍ରଣା ଦେବ ବୋଲି। ତେବେ ଏହିଭଳି ଏକ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯେଉଁ ଠାରେ ଜଣେ ପୁଅ ଓ ବୋହୁ ଅତି ନିର୍ଦ୍ୱୟ ହୋଇ ବୁଢା ବାପା ମା ଙ୍କୁ ଘରୁ ବାହାର କରି ଦେଇଛନ୍ତି। ଖାଲି ଏତିକି ନୁହେଁ ବରଂ ଉଭୟ ବାପା ଓ ମା ଙ୍କ ନାମରେ ଥାନା ରେ ଅଭିଯୋଗ ମଧ୍ୟ କରିଛନ୍ତି କି , ବୁଢା ଶାଶୂ ଶଶୁର କାଳେ ବୋହୁ କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଛନ୍ତି। ଆଉ ବର୍ତ୍ତମାନ ବୁଢା ବୟସ ରେ ବାପା ମା ଗାଁ ଦାଣ୍ଡ ରେ ବେସାହାରା ହୋଇ ବୁଲୁଛନ୍ତି। ତେବେ ବୁଢ଼ୀ ମା ଜଣଙ୍କ କହିଛନ୍ତି କି ପୁଅ ବାହା କରିବାର ଏକ ବର୍ଷ ପରେ ତାଙ୍କର ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି ଆଉ ୫ ବର୍ଷ ହେବ ସେମାନେ ଏହିପରି କଷ୍ଟ ଭୋଗି ଭୋଗି ବଞ୍ଚୁଛନ୍ତି। ତେବେ ବୁଢା ବାପ କହିଛନ୍ତି କି , ସବୁଦିନ ରାତ୍ରି ୮ ଟାରେ ବୋହୁ ଯାଇ କଦଳୀ ଗଛ ମୂଳରେ ବସୁଥିଲା ଆଉ ମୁଁ ସେହି କଥା କହିବାରୁ ମୋର ଭୁଲ ହୋଇଗଲା। ପୁଅ ବି ବୁଝିଲାନି ସିଧା ଯାଇ ଥାନା ରେ ଅଭିଯୋଗ କରିଦେଲା ଆଉ ଆମକୁ ଘରୁ ବାହାର କରିଦେଲେ। କିନ୍ତୁ ଆପଣ ପୁରା ଅଞ୍ଚଳରେ ଯାଇ ପଚାରି ବୁଝନ୍ତୁ ଆମେ କେମିତିକା ମଣିଷ ଆମକୁ ସମସ୍ତେ ଭଲ ପାଇଥାନ୍ତି । ହେଲେ ବର୍ତ୍ତମାନ ଦାଣ୍ଡ ର ଭିକାରୀ ଆମେ ଦୁହେଁ କଣ କରିବା ଭାଗ୍ୟ କୁ ଆଦରି ଏହିପରି ରହିଛୁ। ତେବେ ବନ୍ଧୁଗଣ ନିଜ ବାପା ମା ଙ୍କ ସହ କେବେ ବି ଏହିପରି ଖରାପ ବ୍ୟବହାର କରନ୍ତୁ ନାହିଁ। ସେମାନେ ନଥିଲେ ତୁମ ର କିଛି ମାନେ ହିଁ ନାହିଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-12-06T16:40:31Z
https://dainikhabar.com/index.php/dkjlooommklm/
OSCAR-2301
ହାଇଦ୍ରାବାଦ: ଆଜି ୬ଟି ରାଜ୍ୟର ୭ଟି ବିଧାନସଭାରେ ଉପନିର୍ବାଚନ ଚାଲିଛି। ଏଥିପାଇଁ ସକାଳ ୭ଟାରୁ ଜାରି ରହିଛି ଭୋଟିଂ। ତେଲେଙ୍ଗାନାର ମୁନୁଗୋଡେ ଆସନରେ ମଧ୍ୟ ଉପନିର୍ବାଚନ ହେଉଛି। ତେବେ ଏଠାରେ ଭୋଟିଂ ପୂର୍ବରୁ ଏଠାକାର ବିଜେପି ରାଜ୍ୟ ସଭାପତିଙ୍କୁ ଉଠାଇ ନେଇଛି ପୁଲିସ। ଆହୁରି ପଢ଼ନ୍ତୁ ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ 38 mins ago ବୋହୂ ସହ ରଖିଥିଲେ ଅବୈଧ ସଂପର୍କ! ପୁଅ ସହ ମିଶି ସ୍ୱାମୀକୁ ୨୨… 51 mins ago ବିଜେପି ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟଙ୍କୁ ଅବଦୁଲାପୁରମେଟ୍ ଥାନା ଅଞ୍ଚଳରେ ପୁଲିସ ଅଟକ ରଖିଛି। ଶାସକ ଟିଆରଏସ ଦଳର ମନ୍ତ୍ରୀ ତଥା ନେତାମାନେ ନିର୍ବାଚନ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ଭୟଭୀତ କରୁଛନ୍ତି। ବାରମ୍ବାର ସୂଚନା ଦେବା ସତ୍ତ୍ବେ ପୁଲିସ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ବନ୍ଦୀ ସଞ୍ଜୟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିଜେପି ନେତାମାନେ ଏହା ବିରୋଧରେ ପ୍ରଦର୍ଶନ କରିଥିଲେ। ଏହାପରେ ସେମାନଙ୍କୁ ପୁଲିସ ଉଠାଇ ନେଇ ଅଟକ ରଖିଛି। ଏହି ସମୟରେ, ମୁନୁଗୋଡେରୁ ବିଜେପି ପ୍ରାର୍ଥୀ ରାଜାଗୋପାଲ ରେଡ୍ଡୀ ଶାସକ ଟିଆରଏସ ଦଳରକ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରି ରିଟର୍ଣ୍ଣିଂ କ୍ୟାମ୍ପ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
2022-11-28T09:22:52Z
https://odishareporter.in/nation-world/india/bjp-president-detained-before-telangana-voting-778651
OSCAR-2301
ନୂଆଦିଲ୍ଲୀ: ପାଖେଇ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଭିତରେ ତତ୍ପରତା ପ୍ରକାଶ ପାଇଛି। ତେବେ ଏହାରି ଭିତରେ ନିର୍ବାଚନ ପୂର୍ବରୁ ଆକ୍ସନମୁଡ୍ ଆସିଛି ବିଜେପି। ଦଳରୁ ୧୨ ବିଦ୍ରୋହୀ ନେତାଙ୍କୁ ବିଦା କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏମାନଙ୍କୁ ବିଜେପି ବହିଷ୍କାର କରିଛି। ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଟିକେଟ୍ କଟିବା ପରେ ଦଳ ବିରୋଧୀ କାର୍ଯ୍ୟରେ ଏମାନେ ଲିପ୍ତ ରହୁଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ୭ଜଣ ବିଧାୟକଙ୍କୁ ଗୁଜରାଟ ବିଜେପି ଅଧ୍ୟକ୍ଷ ନିଲମ୍ବିତ କରିଥିଲେ। ଆହୁରି ପଢ଼ନ୍ତୁ ଶିକ୍ଷୟିତ୍ରୀଙ୍କୁ ‘ଆଇ ଲଭ ୟୁ’ କହି ଭିଡିଓ ଶୁଟିଂ କଲେ, ପରେ… 20 mins ago ଖାଇବାକୁ ଟଙ୍କା ନାହିଁ ବୋଲି ୨ ବର୍ଷର ଝିଅକୁ ହତ୍ୟା କଲା ବାପା 1 hour ago ନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ଅସନ୍ତୁଷ୍ଟ ଗୋଷ୍ଠୀକୁ ଦଳରୁ ବାହାର ରାସ୍ତା ଦେଖାଇଛି ବିଜେପି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ୧୯ ଜଣ ବିଦ୍ରୋହୀ ନେତାଙ୍କୁ ନିଲମ୍ବିତ କରିଛନ୍ତି ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆ.ର. ପାଟିଲ୍। ନିର୍ବାଚନରେ ଦଳୀୟ ଟିକେଟ୍ କଟିବା ପରେ ବିରୋଧ କରିଥିଲେ ଏହି ବିଦ୍ରୋହୀ ନେତା। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଯାହାକୁ ନେଇ ବିଦ୍ରୋହୀ ନେତାଙ୍କୁ ପାର୍ଟି ଅଧ୍ୟକ୍ଷ ସସ୍‌ପେଣ୍ଡ କରିଛନ୍ତି। ନିଲମ୍ବିତ ବିଦ୍ରୋହୀ ନେତାଙ୍କ ମଧ୍ୟରେ ବାହୁବଳୀ ବିଧାୟକ ମଧୁ ଶ୍ରୀବାସ୍ତବ ରହିଛନ୍ତି। ସେହିପରି ଦିନୁ ପଟେଲ, କୁଳଦୀପ ସିଂହ, ଉଦୟ ସିଂହ ରାଉଲ, ଖତୁ ପାଗୀ, ଏମଏମ ଖାଣ୍ଟ, ଜେପି ପଟେଲ୍, ରମେଶ ଝାଲା, ଅମରିଶ ଝାଲା, ଓବଲସିଂହ ଝାଲା, ରାମସିଂହ ଶଙ୍କର, ଜୀ ଠାକୁର, ମାୱଜୀ ଦେଶାୟୀ ଓ ଲେବଜୀ ଠାକୁରଙ୍କୁ ନିଲମ୍ବିତ କରାଯାଇଛି।
2022-11-28T07:47:54Z
https://odishareporter.in/nation-world/india/gujarat-assembly-elections-2022-bjp-suspends-12-more-rebels-783653
OSCAR-2301
ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥା, ଶିକ୍ଷା କ୍ଷେତ୍ରରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ନିଆଯାଇଥିବା ପଦକ୍ଷେପ ଏବଂ ନୂଆ ଜାତୀୟ ନୀତି-୨୦୨୦ର କାର୍ଯ୍ୟକାରିତା ନେଇ ଶନିବାର ଭୁବନେଶ୍ୱର ଠାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ମାନଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଠକ କରିଛନ୍ତି। ବୈଠକ ଫଳପ୍ରଦ ହୋଇଥିବା ନେଇ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ ସୂଚନା ଦେଇଥିବା ବେଳେ ଆଗାମୀ ୨ ବର୍ଷ ମଧ୍ୟରେ ରାଜ୍ୟର ୫୦ ହଜାର ବିଦ୍ୟାଳୟରେ ରାଜ୍ୟର ୫୦ ହଜାର ସରକାରୀ ବିଦ୍ୟାଳୟରେ ପାଣି, ବିଜୁଳି, ଶୌଚାଳୟ, ଇଂଟରନେଟ୍ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଦାୟିତ୍ୱ ନେବା ପରେ ଓଡିଶାରେ ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଆୟୋଜିତ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷା ଭିତିଭୂମିର ବିକାଶ ପାଇଁ ରୁସାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବା ସହ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ। ଏହାସହ ଓଡ଼ିଶାରେ ଅନଲାଇନ ଶିକ୍ଷାକୁ ମଜବୁତ୍ କରିବା, ଗବେଷଣା ପରିସଂସ୍ଥାନର ବିକାଶ ଏବଂ ଜାତୀୟ ଶିକ୍ଷା ନୀତି -୨୦୨୦ ଉପରେ ବିସ୍ତୁତ ଭାବେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ। ସେହିପରି ଶିକ୍ଷକ ଶିକ୍ଷୟିତ୍ରୀ, ୧୮ ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ଓ କଲେଜର କର୍ମଚାରୀଙ୍କ ଟିକାକରଣକୁ ଶତପ୍ରତିଶତ ସୁନି୧⁄୨ତ କରିବା ପାଇଁ ଆସନ୍ତା ସେପ୍ଟେମ୍ବରରେ ଏକ ଅଭିଯାନ ଆରମ୍ଭ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ। ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ଶିକ୍ଷାର ଅଭିବୃଦ୍ଧି ପାଇଁ ସମଗ୍ର ଶିକ୍ଷା ଅଧୀନରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଓଡ଼ିଶାର ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହ ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା। ବିଦ୍ୟାଳୟ ସ୍ତରରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ଏକାଠି କରି ପ୍ରଥମ ପର୍ଯ୍ୟାୟରେ ୧୫୦ ସ୍କୁଲକୁ ନେଇ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରିବା ଉପରେ ଆଲୋଚନା କରାଯାଇଛି। ଆଗାମୀ ୨ ବର୍ଷ ମଧ୍ୟରେ ୫୦ ହଜାର ସରକାରୀ ବିଦ୍ୟାଳୟରେ ମୋଦି ସରକାରଙ୍କର ସ୍ୱଜଲଧାରା ଯୋଜନାରେ ପାନୀୟ ଜଳ, ସୌଭାଗ୍ୟ ଯୋଜନାରେ ବିଜୁଳି, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଭାରତ ନେଟ୍ ଯୋଜନାରେ ଇଂଟରନେଟ୍ ସଂଯୋଗ ଓ ଆନୁଷଙ୍ଗିକ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ। ଶିକ୍ଷାର ବିକାଶ କରିବା ଉଭୟ ଭାରତ ଓ ରାଜ୍ୟ ସରକାରଙ୍କର ମିଳିତ ଦାୟିତ୍ୱ । କେନ୍ଦ୍ର ଓ ରାଜ୍ୟ ସମନ୍ୱୟରେ ନୂଆ ଶିକ୍ଷା ନୀତିରେ ବିଶେଷ ଭାବରେ ଗରିବ ଘରର ପିଲା ତଥା ସ୍କୁଲ ମାଡ଼ୁ ନଥିବା ପିଲାଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ସ୍ୱରୋଜଗାରର ବାଟ ଦେଖାଇବା ଆମର ଲକ୍ଷ୍ୟ ଏବଂ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2022-11-30T23:08:02Z
https://www.odishalink.com/2021/08/21/union-ministers-meeting-with-officials-of-school-and-mass-education-and-higher-education-govt-of-odisha/
OSCAR-2301
କାଙ୍ଗାଳ ପାକିସ୍ତାନକୁ ‘ବନ୍ଧୁ’ ମାଲେସିଆ ଦେଲା ବଡ ଝଟକା, ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ଜବତ କଲା ବିମାନ । ଜାଣନ୍ତୁ ସମ୍ପୂର୍ଣ କଣ ରହିଛି ମାମଲା । – NITIDINA Skip to content December 4, 2022 NITIDINA Live a Limitless Life Home ଖବର ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ଖେଳ ଖବର ମନୋରଞ୍ଜନ ସ୍ୱାସ୍ଥ୍ୟ ଜୀବନଚର୍ଯ୍ୟା ଆମ ରୋଷେଇ ଭ୍ରମଣ ନିଯୁକ୍ତି ଗଳ୍ପ Search for: Main Menu ଦେଶ ବିଦେଶ କାଙ୍ଗାଳ ପାକିସ୍ତାନକୁ ‘ବନ୍ଧୁ’ ମାଲେସିଆ ଦେଲା ବଡ ଝଟକା, ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ଜବତ କଲା ବିମାନ । ଜାଣନ୍ତୁ ସମ୍ପୂର୍ଣ କଣ ରହିଛି ମାମଲା । January 16, 2021 - Leave a Comment ମାଲେସିଆ ସହିତ ବନ୍ଧୁତା ଦାବି କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଋଣ ନଶୁଝିବା ପାଇଁ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ହରାଇଲା । ମାଲେସିଆ ପାକିସ୍ତାନୀ ବିମାନ ଜବତ କରିଛି । Google ବଙ୍ଗାଳୀ ପର୍ଯ୍ୟାୟ ଦେଇ ଗତି କରୁଥିବା ପାକିସ୍ତାନ ଏହାର ଜଣେ ‘ବନ୍ଧୁ’କୁ ବଡ଼ ଝଟକା ଦେଇଛି । ମାଲେସିଆ ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୭୭ ଯାତ୍ରୀବାହୀ ବିମାନ ଜବତ କରିଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିମାନଟି ଲିଜ୍ ଦିଆଯାଇଥିଲା ଏବଂ ଟଙ୍କା ନଦେବାରୁ ବିମାନଟି ଜବତ କରାଯାଇଛି । କୁଆଲାଲମ୍ପୁର ବିମାନବନ୍ଦରରେ ଏହି ଘଟଣା ସମୟରେ ଯାତ୍ରୀ ଏବଂ କର୍ମଚାରୀମାନେ ଜାହାଜରେ ଥିଲେ, କିନ୍ତୁ ସେମାନଙ୍କୁ ଓହ୍ଲାଇ ଦେଇଥିଲେ । ପାକିସ୍ତାନୀ ଖବରକାଗଜ ଡେଲି ଟାଇମ୍ସର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜାହାଜରେ ସମୁଦାୟ ୧୨ ଟି ବୋଇଙ୍ଗ ୭୭୭ ବିମାନ ଅଛି । ଏହି ବିମାନଗୁଡ଼ିକୁ ବିଭିନ୍ନ କମ୍ପାନୀ ଦ୍ୱାରା ସମୟ ସମୟରେ ଲିଜ୍ ଦିଆଯାଇଛି । କୁହାଯାଉଛି ଯେ ମାଲେସିଆ ଜବତ କରିଥିବା ବିମାନ ମଧ୍ୟ ଲିଜରେ ଥିଲା କିନ୍ତୁ ଲିଜ୍ ସର୍ତ୍ତ ଅନୁଯାୟୀ ଟଙ୍କା ନଦେବା କାରଣରୁ ବିମାନଟି କୁଆଲାଲମ୍ପୁରରେ ଜବତ କରାଯାଇଛି । ଏହା ପୂର୍ବରୁ ସାଉଦି ଆରବ ଇମ୍ରାନ ଖାନ ସରକାରଙ୍କ ଠାରୁ ୩ ବିଲିୟନ ଡଲାର ଫେରାଇବାକୁ ଦାବି କରିଥିଲେ । ଇମ୍ରାନ ସରକାର ଚୀନଠାରୁ ଋଣ ନେଇ ସାଉଦି ଆରବର ଋଣ ପରିଶୋଧ କରିଥିଲେ । Google PIA ଘୋଟଲା ବିଷୟରେ ନୂତନ ପ୍ରକାଶ: ଜଣେଇ ଦେବୁ ଯେ ଗତ ବର୍ଷ ମେ ମାସରେ କରାଚିରେ ପର୍ବତ ତଳେ ଏକ PIA ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କେବଳ ଏତିକି ନୁହେଁ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ସମ୍ବନ୍ଧରେ ଦେଶରେ ନୂଆ ଖୁଲାସା ହୋଇଛି । ଦେଶର ବିମାନ ଚଳାଚଳ ମନ୍ତ୍ରୀ କିଛି ସମୟ ପୂର୍ବରୁ ଅଭିଯୋଗ କରିଥିଲେ ଯେ ପ୍ରାୟ ୪୦% PIA ପାଇଲଟ ନକଲି । କେବଳ ଏତିକି ନୁହେଁ, ଇମ୍ରାନ ଖାନଙ୍କ ଦଳର ମୁଖପାତ୍ର କହିଛନ୍ତି ଯେ ଏହା ମଧ୍ୟ ଜଣା ଯେ ଏହା ପୂର୍ବରୁ ମଧ୍ୟ ଅନେକ ଚୋରା ଚାଲାଣରେ ଗିରଫ ହୋଇଛି । ଅନେକ ରିପୋର୍ଟ ଆସିଛି: ଏକ ଟିଭି ଚ୍ୟାନେଲ ସହିତ କଥାବାର୍ତ୍ତା ବେଳେ ମୁଖପାତ୍ରଙ୍କୁ ପଚରାଯାଇଥିଲା ଯେ ପାଇଲଟଙ୍କ ଠକେଇ ଅଭିଯୋଗ ଦୁନିଆରେ ଥଟ୍ଟା ନୁହେଁ କି? ସେ କହିଛନ୍ତି ଯେ ଏହା ଏହିପରି ନୁହେଁ । ସେ କହିଛନ୍ତି, ‘ଯେତେବେଳେ ଆମ ପାଖକୁ ଆସିଲା ଯେ ଆମର କର୍ମଚାରୀମାନେ ସ୍ମଗଲିଂ ମାଫିଆ ସହିତ ଜଡିତ ଅଛନ୍ତି ଯେଉଁଥିରେ ଡ୍ରଗ୍ସ, ମୁଦ୍ରା, ସୁନା ଚୋରା ଚାଲାଣ ଅନ୍ତର୍ଭୁକ୍ତ । ଆମର ପାଇଲଟମାନେ ମଧ୍ୟ ଧରାପଡିଛନ୍ତି ଏବଂ ସେମାନଙ୍କୁ ଚାର୍ଜ କରାଯାଇଛି । ଦଳର ମୁଖପାତ୍ର କହିଛନ୍ତି ଯେ ସେ ଏହି ଅଭିଯୋଗ କରୁନାହାଁନ୍ତି କିନ୍ତୁ ପୂର୍ବରୁ ଏଭଳି ଘଟଣା ଘଟିଥିବାର ସୂଚନା ମିଳିଛି । Google ‘ପରୀକ୍ଷା ନାହିଁ, ନକଲି ଲାଇସେନ୍ସ’: କରାଚି ଦୁର୍ଘଟଣା ପରେ ମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପାକିସ୍ତାନର ୮୬୦ ସକ୍ରିୟ ପାଇଲଟଙ୍କ ମଧ୍ୟରୁ ୨୬୨ ଜଣ ପାଇଲଟଙ୍କ ନକଲି ଲାଇସେନ୍ସ ଅଛି କିମ୍ବା ସେମାନଙ୍କ ପରୀକ୍ଷାରେ ଠକେଇ କରିଛନ୍ତି । ସେ କହିଛନ୍ତି ଯେ ଏହି ପାଇଲଟମାନେ କେବେ ବି ପରୀକ୍ଷା ଦେଇନାହାଁନ୍ତି ଏବଂ ବିମାନ ଉଡ଼ାଇବା ପାଇଁ ମଧ୍ୟ ସଠିକ୍ ଅଭିଜ୍ଞାତା ନାହିଁ । ମନ୍ତ୍ରୀ କହିଛନ୍ତି ଯେ ଦୁର୍ଭାଗ୍ୟବଶତ ପାଇଲଟଙ୍କୁ ରାଜନୈତିକ କାରଣରୁ ନିଯୁକ୍ତ ଦିଆଯାଇଛି । ସେ କହିଛନ୍ତି ଯେ ୪ ଟି ପିଏ ପାଇଲଟଙ୍କ ଡିଗ୍ରୀ ନକଲି ବୋଲି ଜଣାପଡିଛି ଏବଂ ନିଯୁକ୍ତି ସମୟରେ ଯୋଗ୍ୟତାକୁ ଅଣଦେଖା କରାଯାଇଛି । ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ । TaggedBoeing 777FlightMalaysianitidinaPakistanPakistan International Airlines Plane Related Posts ICC ରାଙ୍କିଙ୍ଗସ୍ ରେ ସୂର୍ଯ୍ୟ କୁମାରଙ୍କ ଜଲୱା! ଅଷ୍ଟ୍ରେଲିଆ ବିରୁଦ୍ଧର ଦମଦାର ବ୍ୟାଟିଂ କରି ହାସଲ କଲେ ଦ୍ୱିତୀୟ ସ୍ଥାନ,ଜାଣନ୍ତୁ ସମ୍ପୂର୍ଣ୍ଣ September 28, 2022 September 28, 2022 SCO ବୈଠକରେ ମାନ୍ୟବର PM ମୋଦିଙ୍କ ଦେଶପ୍ରେମର ଝଲକ! ଋଷ ସହ ବାର୍ତ୍ତା କରିବେ ହେଲେ ପାକିସ୍ତାନ କି ଚୀନ ସହ ନୁହେଁ? ଜାଣନ୍ତୁ ସମ୍ପୂର୍ଣ୍ଣ September 16, 2022 SCO ବୈଠକ ପୂର୍ବରୁ ଋଷ ଦେଲା ଭାରତ ସପକ୍ଷରେ ବଡ଼ ବୟାନ, ଅମେରିକାକୁ ଝଟକା? ଜାଣନ୍ତୁ ସମ୍ପୂର୍ଣ୍ଣ September 15, 2022 Post navigation Previous Article ଡ୍ରାଇଭିଂ ଟେଷ୍ଟ ପାଇଁ କରିସାରିଲେଣି ୩ ଲକ୍ଷ ଟଙ୍କା ଖର୍ଚ୍ଚ , ହେଲେ ଏଯାଏ ମିଳୁନି ଲାଇସେନ୍ସ। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା। Next Article ୨୦ ବର୍ଷରୁ ଅନୀଲ ପଶୁ-ପକ୍ଷୀମାନଙ୍କୁ ଓ ଗରିବ ଲୋକଙ୍କର କରୁଛନ୍ତି ସେବା, ଖର୍ଚ୍ଚ କଲେଣି ଏତେ ଟଙ୍କା ଜାଣିଲେ ହେବେ ଆଶ୍ଚର୍ଯ୍ୟ। About admin Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life. View all posts by admin → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Δ Search for: Live Cricket Score Health & Lifestyles Health & Lifestyles Recent Posts ଅନେକ ଦିନ ହେବ ଶତକ ଲଗାଇନାହାନ୍ତି ହିଟମାନ! ରେକର୍ଡ ଜବରଦସ୍ତ ହେଲେ କିଛି ମ୍ୟାଚ ହେବ ନାହାନ୍ତି ଖାସ ଫର୍ମରେ IND vs BAN: ଭାରତକୁ ପ୍ରଥମ ODI ମ୍ୟାଚରେ ପରାସ୍ତ କଲା ବାଂଗଲାଦେଶ! ୧ ୱିକେଟରେ ଘରୋଇ ଦଳ ଜିତିଲା ମ୍ୟାଚ, ଜାଣନ୍ତୁ ସମ୍ପୂର୍ଣ୍ଣ ରସେଲଙ୍କ ଜବରଦସ୍ତ ବ୍ୟାଟିଂ! ୩୨ ବଲରେ ଦମଦାର ବ୍ୟାଟିଂ କରି କଲେ ୬୩, ଜାଣନ୍ତୁ ସମ୍ପୂର୍ଣ୍ଣ IND vs BAN: ଆଜି କିଏ ଜିତିବ? ଦଳକୁ ଫେରିଲେ ରୋହିତ,ରାହୁଲ ଓ କୋହଲି! ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଁ ଇଲେଭେନ ମହାରାଷ୍ଟ୍ରକୁ ହରାଇ ଚମ୍ପିୟନ ବନିଲା ସୌରାଷ୍ଟ୍ର! ଜ୍ୟାକସନଙ୍କ ଜବରଦସ୍ତ ପାରି Recent Comments Rahul Chandra Nayak on ହାଇଦ୍ରାବାଦ ଉପରେ ପଡ଼ିଲା ଡବଲ ମାଡ଼,ପ୍ରଥମେ ମ୍ୟାଚ ହାରିଲା ଓ ପରେ ଅଧିନାୟକ ୱିଲିୟମସନଙ୍କ ଲାଗିଲା… Milan Nayak on ସନ୍ଦୀପ ଶର୍ମା ଦେବେ ଯଶପ୍ରୀତ ବୁମରାଙ୍କୁ କଡା ଟକ୍କର , ଉଭୟଙ୍କ ରେକର୍ଡ ଏମିତି… December 2022 M T W T F S S 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 « Nov Sponsor Pages About Us Contact Us Disclaimer Privacy Policy Sitemap Categories ଆମ ରୋଷେଇ ଖବର ଖେଳ ଖବର ଗଳ୍ପ ଜୀବନଚର୍ଯ୍ୟା ଦେଶ ବିଦେଶ ନିଯୁକ୍ତି ମନୋରଞ୍ଜନ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ Recent Comments Rahul Chandra Nayak on ହାଇଦ୍ରାବାଦ ଉପରେ ପଡ଼ିଲା ଡବଲ ମାଡ଼,ପ୍ରଥମେ ମ୍ୟାଚ ହାରିଲା ଓ ପରେ ଅଧିନାୟକ ୱିଲିୟମସନଙ୍କ ଲାଗିଲା…
2022-12-04T19:05:13Z
https://www.nitidina.com/malaysia-gave-a-shock-to-poor-pakistan-forfeited-plane-for-not-paying-money-landed-passengers-know-details/
OSCAR-2301
ଭୋପାଳ, ୧୭।୮ : ଛାଡପତ୍ର ମାମଲାରେ ମଧ୍ୟପ୍ରଦେଶର ଫ୍ୟାମିଲି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତର ପ୍ରଧାନ ବିଚାରପତି କହିଛନ୍ତି ଯେ କୌଣସି ବୈଧ କାରଣ ବିନସେ୍‌ ସ୍ବାମୀଙ୍କ ସହ ନ ରହିବା ତାଙ୍କୁ ନିର୍ଯାତନା ଦେବା ସହ ସମାନ। ଏହା ଏକ ପ୍ରକାର ନିଷ୍ଠୁରତା। ଏହା ସହିତ କୋର୍ଟ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି। ଆଡଭୋକେଟ ମନୋଜ ବିନିୱାଲେ କହିଛନ୍ତି ଯେ ୨୦୧୬ରେ ଇନ୍ଦୋରର ବାସିନ୍ଦା ସିଦ୍ଧେଶ୍ୱର କୁମାର ଜୟପୁରର କରୀନା ସିଂଙ୍କୁ ବିବାହ କରିଥିଲେ। ଦୁହେଁ ମାଟ୍ରିମୋନିଆଲ ସାଇଟ୍‌ ଦ୍ୱାରା ଚିହ୍ନା ପରିଚୟ ହୋଇ କିଛି ଦିନ ପରେ ବିବାହ କରିଥିଲେ। ବିବାହ ପରେ ସ୍ତ୍ରୀଙ୍କ ଆଚରଣ ବଦଳି ଯାଇଛି ବୋଲି ଦର୍ଶାଇ ସ୍ବାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ। ବିବାହର ପ୍ରଥମ ରାତିରେ ମଧ୍ୟ ସ୍ତ୍ରୀ ତାଙ୍କୁ କହିଥିଲେ ଯେ ସେ ଅନ୍ୟ କାହା ସହ ସମ୍ପର୍କ ରଖିଛନ୍ତି ଏବଂ ସେ ଏହା ଜାରି ରଖିବେ। ଏହା ପରେ ମଧ୍ୟ ସିଦ୍ଧେଶ୍ୱର ବିଚଳିତ ହୋଇ ନଥିଲେ। ସିଦ୍ଧେଶ୍ୱର କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ମନାଇବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସ୍ତ୍ରୀ ଶୁଣିଲେ ନାହିଁ। ସେ ସ୍ବାମୀଙ୍କୁ ନ ଜଣାଇ ଘରୁ ବାହାରିଯାଉଥିଲେ। ବେଳେବେଳେ ସେ ମୋବାଇଲ ବନ୍ଦ କରିଦେଉଥିଲେ। ବାରମ୍ବାର କଲ୍‌ ସତ୍ତ୍ୱେ ମଧ୍ୟ ବେଳେବେଳେ ସେ ଫୋନ ମଧ୍ୟ ଉଠାଇ ନଥାନ୍ତି। ପରେ ସେ କହିଥିଲେ ଯେ ଭବିଷ୍ୟତରେ ସେ ନିଜ ପ୍ରେମିକ ସହିତ ରହିବେ। ଏହା ପରେ ସିଦ୍ଧେଶ୍ୱର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ସେହିଭଳି ଅନ୍ୟ ଏକ ମାମଲାରେ କେରଳ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀଙ୍କ ଦ୍ୱାରା ବାରମ୍ବାର ଅପମାନିତ ହେବା ଏବଂ ସ୍ତ୍ରୀଙ୍କୁ ଅନ୍ୟ ମହିଳାଙ୍କ ସହ ତୁଳନା କରିବା ମାନସିକ ନିଷ୍ଠୁରତାର ଏକ ରୂପ। କେରଳ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀଙ୍କ ବାରମ୍ବାର ଅପମାନ ଛାଡପତ୍ର ପାଇଁ ପର୍ଯ୍ୟାପ୍ତ କାରଣ ନୁହେଁ। ତଥାପି, ଆଇନ ଏହି ସତ୍ୟକୁ ଧ୍ୟାନ ଦେବା ଉଚିତ। ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଶୁଣାଣି କରି ହାଇକୋର୍ଟ ଏଭଳି କହିଥିଲେ। ଛାଡପତ୍ର ମାମଲାରେ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ ସ୍ବାମୀ ତାଙ୍କୁ ବାରମ୍ବାର କଟାକ୍ଷ କରୁଛନ୍ତି। ସ୍ବାମୀ ତାଙ୍କର କୌଣସି ଆଶା ଆକାକ୍ଷାଂ ପୂରଣ କରନ୍ତି ନାହିଁ। ଅନ୍ୟ ମହିଳାଙ୍କ ତୁଳନାରେ ସେ ତାଙ୍କୁ ନିରାଶ କରନ୍ତି। ଏହା ଏକ ପ୍ରକାର ମାନସିକ ନିଷ୍ଠୁରତା ବୋଲି କୋର୍ଟ କହିଛନ୍ତି। ତେବେ, ଛାଡପତ୍ର ପାଇଁ ଏହା ପର୍ଯ୍ୟାପ୍ତ କାରଣ ନୁହେଁ ବୋଲି ଦର୍ଶାଇଛନ୍ତି। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଜାତୀୟ View All ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ: ଆସ୍ଥାଭୋଟ କରାଇଦେଲେନି ବେଙ୍ଗାଲୁରୁ,୧୮ା୭(ପି.ଟି./ଆଇଏଏନ୍‌ଏସ୍‌): ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ... ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ଆସିଲା ନେଗେଟିଭ ନୂଆଦିଲ୍ଲୀ,୧୬।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ସାମାନ୍ୟ ଜ୍ୱର... ସରକାର ପରିବର୍ତ୍ତନ ପାଇଁ ଏକାଠି ହୁଅ: ପାଓ୍ବାର ଫତେହାବାଦ (ହରିୟାଣା), ୨୬।୯ (ପି.ଟି.): ୨୦୨୪ରେ ସରକାର ବଦଳାଇବାକୁ ହେଲେ ସବୁ ବିରୋଧୀ ଦଳ ଏକାଠି କାମ କରିବା ସମୟ ଆସିଛି ବୋଲି ଏନ୍‌ସିପି ଅଧ୍ୟକ୍ଷ... ସାଧାରଣ ନିର୍ବାଚନ ୨୦୧୯ ବୁଥ ବାହୁଡା ମତ: କେନ୍ଦ୍ରରେ ପୁଣି ଫୁଟିପାରେ ପଦ୍ମ ନୂଆଦିଲ୍ଲୀ, ୧୯।୫: ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ କରାଯାଇଛି।... ପ୍ରଦୂଷିତ ସହରରେ ବାଣ ଫୁଟାଇବା ଉପରେ ଲାଗିଲା ପ୍ରତିବନ୍ଧକ ନୂଆଦିଲ୍ଲୀ,୯ ।୧୧: ଶୀତ ଋତୁ ଆରମ୍ଭରେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସାଂଘାତିକ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଗକୁ ଆସୁଥିବା ଦୀପାବଳୀରେ... ୨ ପ୍ରକାର ଭାକ୍ସିନ୍‌ ନେଲେ ବଢ଼ିବ ପ୍ରତିରୋଧକ ଶକ୍ତି, ଅଧିକ ପରୀକ୍ଷା ନିରୀକ୍ଷା ଆବଶ୍ୟକ… ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ କରାଯାଉଛି। ଏପରିସ୍ଥଳେ ଏମ୍ସ୍‌ ପକ୍ଷରୁ... ଟସ୍‌ ଜିତିଲା ଭାରତ ଡବଲିନ୍‌,୨୬।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅଧିନାୟକ ଭାବେ ହାର୍ଦ୍ଦିକ... ତ୍ରିପୁରା ଦେଇ ଭାରତ ଆସିବାକୁ ଉଦ୍ୟମ କରୁଛନ୍ତି ରୋହିଙ୍ଗ୍ୟା ଅଗରତାଲା,୨୧।୭: ମ୍ୟାନମାରରୁ ବାଂଲାଦେଶ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନେ ଏବେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ବାଂଲାଦେଶ ସୀମାକୁ ଲାଗିଥିବା ତ୍ରିପୁରା ଦେଇ ଏମାନେ ଅନୁପ୍ରବେଶ... Archives Archives Select Month December 2022 November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017
2022-12-05T15:46:27Z
https://www.dharitri.com/not-staying-with-husband-without-reason-is-torture-court-verdict-in-divorce-case/
OSCAR-2301
ଫ୍ରିଜ୍-ଶୁଖିଲା ଖାଦ୍ୟ ବଜାରରେ ଅଭିବୃଦ୍ଧିର ସୁଯୋଗ ଅଛି କି ତୁମେ ତୁମର ପୋର୍ଟଫୋଲିଓ ବିସ୍ତାର କରୁଥିବା ଏକ ପ୍ରତିଷ୍ଠିତ ଉତ୍ପାଦକ, କିମ୍ବା ବଜାର ପାଇଁ ନୂଆ |ତୁମର ଉତ୍ପାଦକୁ ମହାନ କଷ୍ଟମ୍ ଫ୍ରିଜ୍ ଶୁଖିଲା ଖାଦ୍ୟ ପ୍ୟାକେଜିଂ ସହିତ ଛିଡା କର ଯାହା ତୁମର ଫ୍ରିଜ୍-ଶୁଖାଯାଇଥିବା ଉତ୍ପାଦକୁ ବଜାର କରେ ଏବଂ ଉତ୍ପାଦକୁ ସୁରକ୍ଷା ଦିଏ | ଫ୍ରିଜ୍-ଶୁଖିଲା, ଗ୍ୟାସ୍ ଯେପରିକି CO2, ଏବଂ ଅମ୍ଳଜାନ ପାଇଁ ଆମର ପ୍ୟାକେଜିଂ ହେଉଛି ସର୍ବୋତ୍ତମ ପସନ୍ଦ, ପ୍ୟାକେଜ୍ ଭିତରକୁ ଯିବାକୁ ପ୍ରାୟ ରୋକାଯାଇପାରିବ |ଚର୍ବିଯୁକ୍ତ ଖାଦ୍ୟ ପାଇଁ ଅମ୍ଳଜାନ ସ୍ଥାନାନ୍ତରଣ ହ୍ରାସ ଅମ୍ଳଜାନ ପ୍ରତିକ୍ରିୟାକୁ କମ୍ କରିବା ଏବଂ ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |ଅନ୍ୟାନ୍ୟ ଫ୍ରିଜ୍-ଶୁଖାଯାଇଥିବା ଖାଦ୍ୟ ଯାହାକି ଶ୍ ir ାସକ୍ରିୟା କରେ (ଯେପରିକି ଫଳ ଏବଂ ପନିପରିବା) ପଲିଥିନ, କିମ୍ବା ପଲିଭିନିଲାଇଡେନ୍ କ୍ଲୋରାଇଡ୍ କମ୍ ଆର୍ଦ୍ରତା ବିସ୍ତାରତା ଏବଂ ଉଚ୍ଚ ଗ୍ୟାସ୍ ବ୍ୟାପ୍ତତା ସହିତ ଆବଶ୍ୟକ କରେ | ଅନୁସନ୍ଧାନସବିଶେଷ ସାମାଜିକ ଯୋଗାଯୋଗ | ଫେସବୁକ୍ ୟୁଟ୍ୟୁବ୍ ଲିଙ୍କ୍ଡେନ୍ | ମିନିଫ୍ଲୀ ପ୍ୟାକେଜିଂ ଆମ ଗ୍ରାହକମାନଙ୍କ ପାଇଁ ଲାଭଜନକ ଉତ୍ପାଦ ଆଣିବା ଏବଂ ଆମର ଗ୍ରାହକମାନଙ୍କ ପାଇଁ ଗୋଟିଏ ପର୍ଯ୍ୟାୟ ସମାଧାନ ପ୍ରଦାନ କରିବାକୁ ଉତ୍ସର୍ଗୀକୃତ |
2022-12-06T18:36:12Z
http://or.minflypackaging.com/freeze-dried-food-packaging/
OSCAR-2301
ରାଜ୍ୟରେ ଆତଙ୍କ ବଢାଉଛି ଓମିକ୍ରନ । ରାଜ୍ୟରେ ବଢୁଛି ଓମିକ୍ରନ୍ କେସ୍ । ଆଉ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେହି ବିଦେଶ ଫେରନ୍ତା ନାହାନ୍ତି । ଜିନ୍ମ ସିକ୍ୱେଏନ୍ସିଂ ପରେ ଓମିକ୍ରନ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି। ଆଜିର ନୂଆ ମାମଲାକୁ ମିଶାଇ ରାଜ୍ୟରେ ନୂଆ ଭାରିଆଣ୍ଟ କେସ୍ ୧୭୦କୁ ବୃଦ୍ଧି ପାଇଛି । ଜାନୁଆରୀ ମାସ ଆରମ୍ଭରୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।
2022-12-06T16:19:00Z
http://www.swadhikar.in/latest/67-new-omicron-cases-in-odisha/
OSCAR-2301
February 22, 2019 February 22, 2019 Rinku MohantyLeave a Comment on ଆଇଆରସିଟିସିର ଅଫର – ଟ୍ରେନରେ ମିଳିବ ହୋଟେଲ ସୁବିଧା ରେଲୱେର ଲଗଜୁରୀ ମହାରାଜା ଏକ୍ସପ୍ରେସରେ ଯାତ୍ରା କରିବା ପାଇଁ ଯଦି ଚାହୁଁଛନ୍ତି ତେବେ ଆପଣ ପାଇଁ ଏବେ ଭଲ ସୁଯୋଗ ରହିଛି। ରେଲୱେ ପକ୍ଷରୁ ଟିକେଟ୍ ବୁକିଂରେ ୫୦ ପ୍ରତିଶତ ରିହାତିର ଅଫର ରହିଛି। ଏହି ଅଫର ସହିତ ଯଦି ଦୁଇ ଜଣ ଲୋକ ଏକ୍ସପ୍ରେସ୍‌ କେବିନ ବୁକିଂ କରନ୍ତି ତା’ହେଲେ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ପଡ଼ିବ। ଅନ୍ୟପଟେ ଦ୍ୱିତୀୟ ବୁକିଂ ପାଇଁ ୫୦ ପ୍ରତିଶତ ସିଧାସଳଖ ଡିସ୍କାଉଣ୍ଟ ମିଳିବ। ଏହି ଟ୍ରେନରେ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ। ଟ୍ରେନର ମୋଟ୍ ୨୩ଟି ବଗି ରହିଥିବାବେଳେ ସବୁ ବଗି ଦେଖିବାକୁ ସମ୍ପୂର୍ଣ୍ଣ ହୋଟେଲ ପରି। ଟ୍ରେନରେ ୮୮ ଜଣ ଯାତ୍ରୀ ଆରାମରେ ଯାତ୍ରା କରିପାରିବେ। ବିଶ୍ୱର ଲଗଜୁରୀ ୨୫ଟି ଟ୍ରେନ ମଧ୍ୟରୁ ଏହା ଅନ୍ୟତମ। କେବେ ଲାଗୁ ହେବ ଏହି ଅଫର:- ମହାରାଜା ଏକ୍ସପ୍ରେସ୍‌ ୫ଟି କାଟାଗୋରିରେ ଯାତ୍ରା କରିଥାଏ। ଏହି ୫ଟି କାଟାଗୋରିରେ ଅଲଗା ଅଲଗା ତାରିଖରେ ଅଫର ଲାଗୁ ହୋଇଥାଏ। ଜେମ୍ସ ଅଫ ଇଣ୍ଡିଆ ଅକ୍ଟୋବର ୩, ଜେମ୍ସ ଅଫ ଇଣ୍ଡିଆ ନଭେମ୍ବର ୨୮, ଦ ଇଣ୍ଡିଆନ ସ୍ପ୍ଲେଣ୍ଡର ଡିସେମ୍ବର ୮, ଦ ହେରିଟେଜ ଅଫ ଇଣ୍ଡିଆ ଡିସେମ୍ବର ୧୫, ଦ ଜେମ୍ସ ଅଫ ଇଣ୍ଡିଆ ଡିସେମ୍ବର ୨୬, ଦ ଜେମ୍ସ ଅଫ ଇଣ୍ଡିଆ ମାର୍ଚ୍ଚ ୨୦, ଦ ଟ୍ରେଜର ଅଫ ଇଣ୍ଡିଆ ଏପ୍ରିଲ ୧୪ ପାଇଁ ଏହି ଅଫର ଲାଗୁ ହୋଇଥାଏ। ମହାରାଜା ଏକ୍ସପ୍ରେସ ଟ୍ରେନର ରୁମ୍:- ଏହି ଟ୍ରେନରେ ଡିଲକ୍ସ କେବିନ୍, ନିମ୍ନ କକ୍ଷ, ସାଧାରଣ କକ୍ଷ ଓ ଅତ୍ୟାଧୁନିକ କକ୍ଷ ରହିଛି। ଡିଲକ୍ସ କେବିନ:- ଏଥିରେ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ। ଏଥିରେ ଡବଲ ବେଡ୍ ସାଙ୍ଗକୁ ଏଲସିଡି ଟିଭି, ଅନ୍ତର୍ଜାତୀୟ କଲ୍ ସୁବିଧା, ଏସି, ଆଲମାରି, ବାଥରୁମରେ ଥଣ୍ଡା ଏବଂ ଗରମ ପାଣି ମିଳିବ। ଏହି ଟ୍ରେନରେ ୨୦ଟି ଡିଲକ୍ସ କେବିନ ରହିଛି। ନିମ୍ନ କକ୍ଷ:- ଏଥିରେ ବଡ଼ ବଡ଼ ଝରକା ଲାଗିଛି ଯାହାଦ୍ୱାରା ଯାତ୍ରୀ ବାହାର ଦୃଶ୍ୟକୁ ଉପଭୋଗ କରିପାରିବେ। ଟ୍ରେନରେ ୧୮ଟି ଜୁନିୟର କକ୍ଷ ରହିଛି। ଏଥିରେ ଡବଲ ବେଡ୍ ସାଙ୍ଗକୁ ଏଲସିଡି ଟିଭି ଓ ଯାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲାଗିଛି। ସାଧାରଣ କକ୍ଷ:- ଟ୍ରେନରେ ୪ଟି କକ୍ଷ ରହିଛି। ଏଥିସହିତ ବେଡ୍, ଏଲସିଡି ଟିଭି, ସିସିଟିଭି କ୍ୟାମେରା ଲାଗିଛି। ଏହାଛଡ଼ା ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ଅଛି। ଅତ୍ୟାଧୁନିକ କକ୍ଷ:- ଏହି ଟ୍ରେନରେ ଏକ ଲଗଜୁରି କକ୍ଷ ରହିଛି। ଯାହାକୁ ନବରତ୍ନ କୁହାଯାଏ। ଏହା ବହୁତ ବଡ଼ ଏବଂ ବଙ୍ଗଳା ଭଳି ଦେଖିବାକୁ। ଏଥିରେ ଦୁଇଟି ବେଡରୁମ୍ ଏବଂ ଦୁଇଟି ବାଥରୁମ ଅଛି। ଏଲସିଡି ଟିଭି, ଇଣ୍ଟରନେଟ୍, ଡିଭିଡି ପ୍ଲେୟାର, ଅନ୍ତର୍ଜାତୀୟ କଲ୍ ସୁବିଧା, ଏସି, ଆଲମାରି, ବାଥରୁମରେ ଥଣ୍ଡା ଏବଂ ଗରମ ପାଣି ଭଳି ସୁବିଧା ମିଳିବ। ମହାରାଜା ଏକ୍ସପ୍ରେସରେ ମିଳୁଥିବା ସୁବିଧା:- ଏଥିରେ ଯାତ୍ରୀମାନେ ନିଜ ମନପସନ୍ଦର ଖାଦ୍ୟ ଖାଇପାରିବେ। ଟ୍ରେନରେ ଦାମିକା ଲିକର ସହ ଯାହା ଇଚ୍ଛା ତାହା ପିଇବାକୁ ଆପଣ ପିଇପାରିବେ। ୨୪ କ୍ୟାରେଟ ସୁନାରେ ତିଆରି ବାସନରେ ଖାଦ୍ୟ ରନ୍ଧା ଯାଇଥାଏ। ଖାଲି ସେତିକି ନୁହେଁ ଖାଇବାକୁ ଥିବା କଣ୍ଟା ଚାମଚ ମଧ୍ୟ ସୁନାରେ ତିଆରି। ଯଦି ଟ୍ରେନରେ ଆପଣ ବୋର ହେଉଛନ୍ତି ‘ସଫାରି ବାର୍’ ନାଁରେ ଏକ ବଗି ରହିଛି। ଯେଉଁଠି ଖେଳିବା ପାଇଁ କ୍ୟାରମ, ଚେସ୍ ଭଳି ଅନ୍ୟ ଖେଳ ଖେଳିପାରିବେ।
2022-12-01T00:52:45Z
https://bajravana.com/irctc-ra-offer/
OSCAR-2301
ବାହାଘର ଆଗରୁ ଟଙ୍କା ସୁନା ନେଇ କନିଆଁ ଫେରାର , ଗାଏବ ହୋଇଗଲେ କନିଆ ଘର ପୁରା ପରିବାର… ଦେଖନ୍ତୁ Video – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home ଭାଇରାଲ ଭିଡିଓ ବାହାଘର ଆଗରୁ ଟଙ୍କା ସୁନା ନେଇ କନିଆଁ ଫେରାର , ଗାଏବ ହୋଇଗଲେ କନିଆ ଘର ପୁରା ପରିବାର… ଦେଖନ୍ତୁ Video ବାହାଘର ଆଗରୁ ଟଙ୍କା ସୁନା ନେଇ କନିଆଁ ଫେରାର , ଗାଏବ ହୋଇଗଲେ କନିଆ ଘର ପୁରା ପରିବାର… ଦେଖନ୍ତୁ Video ଭାଇରାଲ ଭିଡିଓ Share ବେଳେ ବେଳେ ଏମିତି ଅଭାବନୀୟ ଘଟଣା ସବୁ ସୋସିଆଲ ମିଡ଼ିଆରେ ନଜରରେ ଆସିଥାଏ। ଆଉ ଅଧିକାଂଶ ସମୟରେ ପ୍ରେମ ସମ୍ପର୍କ କୁ ନେଇ ଅନେକ ଘଟଣା ସମ୍ନାକୁ ଆସିଥାଏ। ଆଉ ଏବେ ଏଠାରେ ସେହିପରି ଏକ ଘଟଣା ଯେଉଁଠାରେ ପ୍ରେମ ହେବା ଦୁଇ ପରିବାର ମିଶିକରି ବିବାହ ପାଇଁ ପ୍ରସ୍ତୁତ କଲେ ହେଲେ ଶେଷରେ କନ୍ୟା ଯାହା କଲା ଜାଣିବା ପରେ ମୁଣ୍ଡରେ ହାତ ଦେବେ। ଏହିଠାରେ ଏବେ ଏକ ଘଟଣା ସମ୍ନାକୁ ଆସିଛି ଯାହା ଗୋଟିଏ ପ୍ରେମ ବିବାହ କୁ ନେଇ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି। ଆଉ ଏବେ ପୁଣି ପ୍ରେମ ବିବାହ କୁ ନେଇ ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଘଟଣା ଟିରେ ଜଣେ ଉଭୟ ପୁଅ ଓ ଝିଅ ଦୁହେଁ ଦୁହିଁଙ୍କୁ ପ୍ରେମ କରିବା ଶେଷରେ ଯାହା ହେଲା ତାହା ଏବେ ଅଭିଯୋଗ ଆଣିଛନ୍ତି ପୁଅ ଘର ଲୋକ। ଏହିପରି ଘଟଣା ଅନେକ ସମୟରେ ନଜର କୁ ଆସିଥାଏ ଯାହାର ମୂଳର କାରଣ ପ୍ରେମ ହିଁ ରହିଥାଏ। ଏଠାରେ ସେହିପରି ପ୍ରେମ କୁ ନେଇ ଏଜ ବିବାଦ ଦେଖା ଦେଇଛି ଯାହା ଦେଖିବାକୁ ମିଳିଛି ଯେ ଵିଵାହ ଘର ଅଧାରୁ ଅଟକି ଯାଇଛି।ଏଠାରେ ଜାଣିବାକୁ ମିଳିଛି ଯେ ଉଭୟ ପୁଅ ଓ ଝିଅ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହେବା ପରେ ବିବାହ ପାଇଁ ଘରେ କହିଥିବା ଏଠାରେ ସୁଚନା ମିଳିଛି।ଆଉ ଘଟଣା ଟିରେ ବାହାଘର ହେବାକୁ ଯିବା ସମୟରେ କନ୍ୟା ଫେରାର ଯାହା ଏଠାରେ ଜାଣିବାକୁ ମିଳିଛି। କେବଳ ଝିଅ ଫେରାର ନାହିଁ ତ ସହିତ ସେହି ଝିଅ ଘରର ସମସ୍ତ ଲୋକ ମଧ୍ୟ ସେଠାରୁ ପଳେଇ ଯାଇଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଘଟଣାଟି କୁ ନେଇ ବର୍ତ୍ତମାନ ସମୟରେ ବର ଘର ଲୋକ ଅଭିଯୋଗ କରିଛନ୍ତି ଥାନାରେ ଏବଂ ଏହାକୁ ପୋଲିସ ମଧ୍ୟ ତଦନ୍ତ ଜୋର ଦାର ଚଲେଇଛି। ଏବେ ଘଟଣାଟିରେ ବାହାଘର ପାଇଁ ସବୁ ଆୟୋଜନ ଏବଂ ବନ୍ଧୁବର୍ଗ ମାନଙ୍କୁ ସନ୍ଦେଶ ପଠେଇ ମଧ୍ୟ ଥିଲେ ଆଉ ଏପଟେ ପୁଅ ଘର ଲୋକ ଝିଅ କୁ ସୁନା ଗହଣା ,ଟଙ୍କା ପଇସା ଦେବା ପରେ ସମସ୍ତେ ନେଇକି ପଳେଇଛନ୍ତି ଯାହା ଏହିଠାରେ ଜାଣିବାକୁ ମିଳିଛି। Related Posts Viral VIDEO -ପୁଅ ଗୁଆନଙ୍କ ସହ ଘରେ କେମିତି ସମୟ କାଟୁଛନ୍ତି ହିରୋ… Nov 30, 2022 ଓଡିଆ ହିରୋଇନ ଝିଲିକ (Jhilik ) କେମିତି ନିଜର ନୂଆ ଘର ପ୍ରତିଷ୍ଠା… Nov 29, 2022 VIRAL VIDEO – ଲଣ୍ଡନରେ କେମିତି ମସ୍ତି କରୁଛନ୍ତି ଅଭିନେତା… Nov 28, 2022 ଏହି ଘଟଣା ଟି ଏକ ଭିନ୍ନ ଧରଣର ଯାହା କୁ ନେଇ ପୋଲିସ ଏବେ ତଦନ୍ତ ଚଲେଇଛି। ବାହାଘର ହେଵା ପାଇଁ ମାତ୍ର ୨ ଦିନ ରହିଥିଲା ହେଲେ ପରିବାର ସହିତ କନ୍ୟା ଫେରାର ଯାହା ବର୍ତ୍ତମାନ ଅଡ଼ୁଆ ରେ ବର ଘର ଲୋକ।ତାଙ୍କର ସୁନା ଗହଣା ଓ ଟଙ୍କା ପଇସା ମଧ୍ୟ ଚାଲିଗଲା ଆଉ କନ୍ୟା ମଧ୍ୟ ପଳେଇ ଗଲା। ବର ପରିବାର ଓ କନ୍ୟା ପରିବାର ଦୁହେଁ ଏକ ଘରର ଉପର ତାଲା ଏବଂ ଜଣେ ତଳେ ତାଲା ରେ ରହୁଥିଲେ ଯାହା ଜାଣିବାକୁ ମିଳିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
2022-12-01T00:35:37Z
https://live43today.com/baahaghaara-aagaaru-tanka-suna/
OSCAR-2301
ମୋର ନିଜର କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ, ଅର୍ଥନୈତିକ, ସାମାଜିକ ଜୀବନ ଦର୍ଶନ ନାହିଁ। ମୋ ଏକମାତ୍ର ଦର୍ଶନ ହେଲା ଆପଣ ଯାହା ବି ନିଜ ଦର୍ଶନ ଭାବେ ଉପସ୍ଥାପିତ କରିବେ ତାର ବିରୋଧ କରିବା। (ପରଂବ୍ରହ୍ମ ତ୍ରିପାଠୀ) ମୁଁ ଜଣେ ଅବୈତନିକ ଟ୍ରୋଲ। ମାନେ, ମୁଁ ଅନ୍ୟମାନଙ୍କୁ ଟ୍ରୋଲ କରିବା ପାଇଁ କୌଣସି ରାଜନୈତିକ ଦଳ କିମ୍ବା ସଙ୍ଗଠନ ଠାରୁ ଦରମା କିମ୍ବା କୌଣସି ଆର୍ଥିକ ଅନୁଗ୍ରହ ନିଏ ନାହିଁ। ମୁଁ ସେମାନଙ୍କ ଆଇଟି ସେଲର ସଦସ୍ୟ ମଧ୍ୟ ନୁହେଁ। ମୋର କୌଣସି ଏକ ନିର୍ଦ୍ଦିଷ୍ଟ ନାଁ ନାହିଁ। କେତେବେଳେ ମୋ ନାଁ, ଲିଙ୍ଗ, ବୟସ, ଧର୍ମ, ଜାତି, ଭୌଗଳିକ ଅବସ୍ଥିତି କଣ ହେବ ତାହା ଅନେକ କାରକ ଉପରେ ନିର୍ଭର କରେ। କେବେ କେବେ ମୁଁ ନିଜ ନାଁ ନେଇ ମଧ୍ୟ ଟ୍ରୋଲ କରେ। ମାତ୍ର ଏପରି ସୁଯୋଗ ବହୁତ କମ ଥର ଆସେ କାରଣ ଦୁନିଆରେ ହାତଗଣତି କିଛି ଜଣ ହିଁ ଅଛନ୍ତି ଯେଉଁମାନଙ୍କୁ ମୁଁ ନିଜ ଅସଲ ନାଁ ନେଇ ଟ୍ରୋଲ କରିପାରିବି ଓ ସେମାନେ ମୋର କୌଣସି କ୍ଷତି କରି ପାରିବେ ନାହିଁ। ମୋର କାମ ହେଲା ଉଦ୍ଦେଶ୍ୟମୂଳକ ଭାବେ ଆପତ୍ତିଜନକ ଓ ଉତ୍ତେଜକ ମନ୍ତବ୍ୟ ଦେଇ ଆପଣଙ୍କୁ ହଇରାଣ କରିବା, ଆପଣଙ୍କ ମାନସିକ ଶାନ୍ତି ଭଙ୍ଗ କରିବା, ଯଦି ଆପଣ ସେପରି ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାନ୍ତି ତାହାଲେ ସ୍ଥଳ ବିଶେଷରେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବା। ଏପରି କାମ ମୁଁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ମସ୍ତିଷ୍କ ସହ ଓ ସୁଚିନ୍ତିତ ଭାବେ କରିଥାଏ। ମୋର ଆପଣଙ୍କ ପ୍ରତି ପ୍ରତିକ୍ରିୟା ବିଭିନ୍ନ କାରଣରୁ ସୃଷ୍ଟି ହୋଇପାରେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମୁଁ ଆପଣମାନଙ୍କ ଭିତରୁ ଅନେକଙ୍କୁ ଭେଟେ ଯେଉଁମାନେ ସାମାଜିକ ମାନଦଣ୍ଡରେ ସଫଳ ବୋଲି ପରିଗଣିତ ହୁଅନ୍ତି। ଆପଣଙ୍କ ଭିତରୁ କିଛିଙ୍କ ସାଙ୍ଗସାଥି ଓ ପରିବାର ସହ ଖୁସି ମଉଜର ଫଟୋ ମତେ ବିଚଳିତ କରେ। ଆପଣଙ୍କ ବିଭିନ୍ନ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଆପଣଙ୍କ ମନ୍ତବ୍ୟ, ଫଟୋ କିମ୍ବା ଭିଡିଓ ତଳେ ଅନ୍ୟମାନେ ଦେଉଥିବା ବିପୁଳ ମାତ୍ରାର ସକରାତ୍ମକ ଓ ଉତ୍ସାହଜନକ ପ୍ରତିକ୍ରିୟା ମୋର ଧୈର୍ଯ୍ୟଚ୍ୟୁତିର କାରଣ ସାଜେ। ଆପଣ ମୋର ଚିହ୍ନା ହୋଇଥାନ୍ତୁ କି ନଥାନ୍ତୁ, ଯେହେତୁ ସାମାଜିକ ଗଣମାଧ୍ୟମ ଜରିଆରେ ଆପଣ ମୋ ପାଇଁ ସହଜଲବ୍ଧ, ମୁଁ ଆପଣଙ୍କ ସହ ନିଜକୁ ତୁଳନା କରେ। ମୁଁ ବୁଝିପାରେନି ଆପଣ କେମିତି ସଫଳ ହୋଇଗଲେ ଆଉ ମୁଁ ଯେଉଁଠି କି ସେଇଠି ରହିଗଲି। ଆପଣ କେମିତି ଏତେ ଖୁସିରେ ରହୁଛନ୍ତି? କାହିଁକି ଲୋକ ଆପଣଙ୍କ ମନ୍ତବ୍ୟ ତଳେ ଏତେ ପ୍ରତିକ୍ରିୟା ଦେଉଛନ୍ତି ? ଏହି ପ୍ରକ୍ରିୟାରେ ମତେ ଲାଗେ ଯେ ମୋ ସହ ପକ୍ଷପାତ ହୋଇଛି ଓ ଆପଣ ନିଶ୍ଚିତ କିଛି ଗୋଟେ ଭୁଲ ବାଟ ଅନୁସରଣ କରି ସଫଳ କିମ୍ଵା ସୁଖୀ ହୋଇଛନ୍ତି। ତାପର ମୁହୂର୍ତ୍ତରେ ଆପଣ ମୋ ଚିହ୍ନା ହୁଅନ୍ତୁ କି ଅଚିହ୍ନା, ମୋ ଭିତରେ ଆପଣଙ୍କ ପାଇଁ ଏକା ସାଙ୍ଗରେ ସୃଷ୍ଟି ହୁଏ ଇର୍ଷା, ଅସୁୟା ଓ କ୍ରୋଧ। ତାର ପ୍ରତିଫଳନ ଆପଣ ଦେଖନ୍ତି ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଆପଣଙ୍କ ଲେଖା ତଳେ ତା ସହ ସମ୍ପର୍କ ଥିବା ବା ନଥିବା ମୋର ପ୍ରତିକ୍ରିୟା ମାଧ୍ୟମରେ। ଆପଣମାନଙ୍କ ଭିତରୁ ଏମିତି ଅନେକ ଅଛନ୍ତି ଯେଉଁମାନଙ୍କ କଥା ବା ମନ୍ତବ୍ୟ ମତେ ବେଳେ ବେଳେ ଠିକ ବୋଲି ମଧ୍ୟ ଲାଗେ। ତାପରେ ବି ମୁଁ ଚୁପ ରୁହେନାହିଁ। ଆପଣ କହିଥିବା ପ୍ରସଙ୍ଗରେ ମୋର ସାମାନ୍ୟତମ ଧାରଣା ନଥିଲେ ବି ମୁଁ ଉଦ୍ଦେଶ୍ୟ ପ୍ରଣୋଦିତ ମନ୍ତବ୍ୟ ଦେବା ଆରମ୍ଭ କରେ। ଯେହେତୁ ଆପଣ କହୁଥିବା ପ୍ରସଙ୍ଗ ଉପରେ ମୋର ଧାରଣା ନାହିଁ, ଜ୍ଞାନ ନାହିଁ, ତେଣୁ ଆପଣ କଳା କି ଗୋରା, ମୋଟା କି ପତଳା, ହିନ୍ଦୁ କି ମୁସଲମାନ, ବଡ଼ ଜାତିର କି ଛୋଟ ଜାତିର , ଛାଡପତ୍ର ପାଇଛନ୍ତି କି ନାହିଁ, ସେ ସବୁକୁ ଆଲୋଚନା ପ୍ରସଙ୍ଗ ଭିତରକୁ ଆଣିବାକୁ ଚେଷ୍ଟା କରେ। ଏପରି ମନ୍ତବ୍ୟ ଦେବାର କାରଣ ଆପଣ ଉତ୍ଥାପନ କରିଥିବା ପ୍ରସଙ୍ଗ ନୁହେଁ , ବରଂ ଆପଣ ନିଜେ, ଆପଣଙ୍କ ସଫଳତା, ଖୁସି ଓ ସାମାଜିକ ପ୍ରତିଷ୍ଠା ପ୍ରତି ଥିବା ମୋର ଇର୍ଷା, କ୍ରୋଧ ଓ ଅସୁୟା। ମୋର ନିଜର କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ, ଅର୍ଥନୈତିକ, ସାମାଜିକ ଜୀବନ ଦର୍ଶନ ନାହିଁ। ମୋ ଏକମାତ୍ର ଦର୍ଶନ ହେଲା ଆପଣ ଯାହା ବି ନିଜ ଦର୍ଶନ ଭାବେ ଉପସ୍ଥାପିତ କରିବେ ତାର ବିରୋଧ କରିବା। ଆପଣଙ୍କୁ ନିଜ କଥା ଯେମିତି ଯୁକ୍ତିସଂଗତ ଲାଗେ , ମତେ ବି ମୋ କଥା ଠିକ ସେମିତି ଲାଗେ। ଏଇଟା ଏକ ମାନବୀୟ ପ୍ରବୃତ୍ତି। ଫରକଟି ଏତିକି ଯେ ଆପଣ ନିଜ ବକ୍ତବ୍ୟ ପାଇଁ ଯୁକ୍ତି ପୁସ୍ତକରୁ, ଶ୍ରେଣୀଗୃହରୁ, ବୌଦ୍ଧିକ ଆଲୋଚନାଚକ୍ରରୁ ଗ୍ରହଣ କରନ୍ତି, ଆଉ ମୁଁ ସାମାଜିକ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟରୁ। ଇଏ ମ୍ୟାଗି ନୁଡୁଲର ଯୁଗ ଆଜ୍ଞା। ତାପରେ , ଆପଣ ହେଇଥିବେ ହାବାର୍ଡ ଫେରନ୍ତା, ମାତ୍ର ମୋ ପାଖରେ ଅଛି ହାର୍ଡ ୱାର୍କ। ଆପଣ ଚାରି ଛଅଟି କାଗଜ ବା ପ୍ରମାଣପତ୍ର ଦେଖେଇ ଯେତେବେଳେ ମୋ ବୌଧିକତା ଉପରେ ପ୍ରଶ୍ନ ଚିହ୍ନ ଲଗେଇବାକୁ ଚେଷ୍ଟା କରନ୍ତି, ମୁଁ ଚୁପ ରହିବି କାହିଁକି ଯେ? କେତେକ ସମୟରେ ଆପଣ ନିଜ ଅଜାଣତରେ ବି ମୋ ଆକ୍ରମଣକୁ ଆମନ୍ତ୍ରଣ ଦିଅନ୍ତି। କିପରି? ଧରନ୍ତୁ ମୋ ରାଗ ହରିବାବୁଙ୍କ ଉପରେ। ପୃଥିବୀର ଯେକୌଣସି ପ୍ରସଙ୍ଗରେ ଆଲୋଚନା ଚାଲିଛି। ମୁଁ ହରିବାବୁଙ୍କୁ ଟ୍ରୋଲ କରି ଚାଲିଛି। ଆପଣ କୁଆଡୁ ଆସିଲେ, ହରିବାବୁଙ୍କ ସପକ୍ଷରେ ଦୁଇ ଧାଡି ଜ୍ଞାନ ଦେଇଦେଲେ। ଏଇ ଦୁଇଧାଡ଼ି ଜ୍ଞାନ ଯେତେବେଳେ ଆପଣ ଦିଅନ୍ତି, ମତେ କାହିଁକି ଲାଗେ ଯେ ଆପଣ ନିଜ ଜ୍ଞାନ ପ୍ରଦର୍ଶନ କରିବା ସହ ଆପଣ ଓ ହରିବାବୁ ବୈଚାରିକ ଦୃଷ୍ଟିକୋଣରୁ ଯେ ମୋ ଠାରୁ ବହୁ ଉର୍ଦ୍ଧ୍ୱରେ ସେ କଥା ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି। ତାପରେ ଆଉ ମୋ ପାଖରେ ଗତି କଣ? ଆପଣଙ୍କୁ ଟ୍ରୋଲ ନକଲା ଯାଏ ମତେ ଶାନ୍ତି ମିଳେନି। ଆପଣ ପଦେ ଲେଖିଲେ ମୁଁ ଆଠ ପଦ ଲେଖେ। ଆଉ ଆପଣ ଯେତେବେଳେ ‘ମୁର୍ଖଙ୍କ ସହ କଣ ଯୁକ୍ତି କରିବ’ ବୋଲି କହି ଆଲୋଚନାରୁ ଲାଙ୍ଗୁଳ ଜାକି ଭଦ୍ର ଭାବେ ଫେରିଯାଆନ୍ତି, ଆପଣ ବିଶ୍ୱାସ କରିବେନି ମତେ ଗଡ଼ ଜିତିଲା ଭଳି ଲାଗେ। ଆଉ ଏଇ ଗଡ଼ ଜିତିବାର ଅନୁଭଵଟି ଏତେ ରୋମାଞ୍ଚକ ଓ ନିଆରା ଯେ ଆପଣଙ୍କ ଭଳି ଆହୁରି ଶହେ ମତେ କେମିତି ମିଳିବେ, କେମିତି ସେମାନଙ୍କୁ ଚୁପ କରେଇବି, ସେ ଭାବନା ମୋ ଧମନୀରେ ନିଶା ହୋଇ ଦଉଡେ। ଗାଳି ମୋ ଅମୋଘ ଅସ୍ତ୍ର। ମୁଁ ଜାଣିଛି ଆପଣ ମୋ ସହ ଯୁକ୍ତି ହିଁ କରି ପାରିବେ। ହେଲେ ଆପଣ ଓ ମୋ ଭିତରେ ଥିବା ସବୁଠାରୁ ବଡ଼ ପ୍ରଭେଦଟି କଣ ଜାଣିଛନ୍ତି? ପ୍ରସଙ୍ଗ ଉପରେ ଆପଣ ମୋ ଠାରୁ ଲକ୍ଷେ ଗୁଣ ଅଧିକ ଜାଣିଥିଲେ ବି ଆପଣ ମୋ ଠାରୁ ଅଧିକ ଯୁକ୍ତିସଂଗତ କଥା ଯେ କହି ପାରିବେ ସେ ବିଷୟରେ ଆପଣ ସନ୍ଦିହାନ। ଆଉ ପ୍ରସଙ୍ଗ ବିଷୟରେ କିଛି ନଜାଣିଥିଲେ ବି ଆପଣଙ୍କୁ ହରାଇବା ପାଇଁ ମୁଁ ଯେକୌଣସି ସ୍ତରକୁ ଯାଇ ପାରିବି, ଯେ କୌଣସି ମିଛ କହି ପାରିବି, ଆପଣଙ୍କ ଚଉଦ ପୁରୁଷକୁ ଯେକୌଣସି ଗାଳି ଦେଇ ପାରିବି, ନିଜର ସେ ଦକ୍ଷତା ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ସଚେତନ। ମୋ ସହ ଯୁକ୍ତି କରି ଆପଣ ମାନବୀୟ ଅଜ୍ଞତାର ପରୀକ୍ଷା ନିଅନ୍ତି ଓ ପରୀକ୍ଷା ଶେଷରେ ଘୁଷୁରୀ ଭଳି ପଙ୍କରେ ଲୋଟି ନିଜ ଭାଗ୍ୟକୁ ଗାଳି ଦିଅନ୍ତି। ମୁଁ ଅସୁରକ୍ଷିତ ଭାବନାର ମଣିଷଟିଏ। ଆପଣଙ୍କ ଭିତରେ ସାମାନ୍ୟତମ ସୁରକ୍ଷିତ ଭାବ( ସେଇଟା ସାମାଜିକ ହେଉ, ଅର୍ଥନୈତିକ ହେଉ, ପାରିବାରିକ ହେଉ ବା ଯେକୌଣସି ସୁରକ୍ଷା) ମତେ ବେଶୀ ଅସୁରକ୍ଷିତ କରେ। ତାର ନିଦାନ ମୁଁ ପାଏ ଆପଣଙ୍କ ସୁରକ୍ଷା କବଚକୁ ଆଘାତ ଦେଇ, ହେଉ ପଛେ ସେଇଟି ଆଭାସୀ।
2022-12-02T02:04:41Z
https://prismnews.in/parambrahma-tripathy-weekly-column-kimascharyam-7/
OSCAR-2301
୧୬ଟି ମକଦ୍ଦମା ଜିତି ରାଣୀ ରାସମଣି ଏପରି ନିର୍ମାଣ କରିଥିଲେ ଆଧୁନିକ ଯୁଗର ଭବ୍ୟ ଦକ୍ଷିଣେଶ୍ୱର କାଳୀ ମନ୍ଦିର, ଜାଣନ୍ତୁ… KNews Bureau Nov 12, 2020 0 ୧୮୫୦ ଶତାଦ୍ଦୀରେ କଲିକତାର ଉତ୍ତରରେ ହୁଗୁଳୀ ନଦୀ ତଟରେ ଦକ୍ଷିଣେଶ୍ୱରୀ ମନ୍ଦିର ନିର୍ମାଣ ପାଇଁ ଜମି କିଣାଯାଇଥିଲା। ଏହି ମନ୍ଦିରର ନିର୍ମାଣ ଦାୟିତ୍ୱ କଲିକତାର ଜାନ୍‌ ବଜାରର ଜଣେ ଜମିଦାର ରାଜଚନ୍ଦ୍ର ଦାସଙ୍କ ପତ୍ନୀ ରାଣୀ ରାସମଣି ବହନ କରିଥିଲେ। କିନ୍ତୁ ଜଣେ ନିମ୍ନ ଜାତିର ମହିଳା ମନ୍ଦିର…
2022-12-02T22:08:46Z
https://knewsodisha.com/tag/kali-dakshineswar
OSCAR-2301
ଗଂଗନଗର ୫/୨-ଦେଶପାଇଁ ଲଢ଼େଇ କରୁଥିବା ସ୍ଵାମୀପାଇଁ ସ୍ତ୍ରୀଟି କେତେ ଗର୍ବ କରିଥାଏ । ଯଦି ସୀମାରେ ଲଢ଼େଇ କରୁକରୁ ଶହୀଦ ହୋଇଯାଏ, ସାରାଦେଶର ଲୋକଙ୍କ ଆଖିରୁ ବୋହିଯାଉଥିବା ଲୁହ ହୋଇଯାଏ ସେହି ଯବାନ ପାଇଁ ଶ୍ରଦ୍ଧାଜଂଳୀ । ଯେତେବେଳେ ଜଣକ ସ୍ବାମୀ ଦେଶପାଇଁ ଲଢ଼େଇ କରୁଥାଏ, ସ୍ତ୍ରୀର ଛାତି ହୋଇଯାଉଥାଏ କୁଣ୍ଢେ ମୋଟ । ଜଣେ ଯବାନ ସିନା ସୀମାରେ ଶତ୍ରୁ ସହିତ ଯୁଦ୍ଧ କରୁଥାଏ , ହେଲେ ଗୃହଶତ୍ରୁ ଯଦି ଶତ୍ରୁତା ଆଚରଣ କରେ ବଂଚିବା ମୁସ୍କିଲ ହୋଇପଡ଼େ । ସୀମାର ଶତ୍ରୁକୁ ସାମନାରେ ସିନା ପରାସ୍ତ କରିହୁଏ କିନ୍ତୁ ଗୃହଶତ୍ରୁକୁ ପରାସ୍ତ କରିବା କଷ୍ଟକର ହୋଇପଡ଼େ । ସେମିତି ଜଣେ ସ୍ତ୍ରୀ ଯିଏ ନିଜର ସ୍ଵାମୀର ମୃତ୍ୟୁପାଇଁ ତିଆରି କରିଛି ଚକ୍ରବ୍ୟୁହ, କେତେଶ୍ରୀଘ୍ର ମରିପାରିବ ସେଥିପାଇଁ ହୋପଡ଼ିଛି ମଧ୍ୟ ଚିନ୍ତିତ । ସେଭଳି ଏକ ଘଟଣା ଯାହା ଫଉଜି ସ୍ଵାମୀକୁ ମାରିବା ପାଇଁ ବିଛାଇଥିଲା ଜାଲ ।ସେହି ସ୍ତ୍ରୀ ମିଶନ ସଫଳ କରି ସ୍ଵାମୀ ହତ୍ୟାକାରିଣିର ପରିଚୟ ରଖିଛି ଦୁନିଆ ଆଗରେ । ସୁନୀଲ ସେନାବାହିନୀରେ ଥିବାବେଳେ ସ୍ତ୍ରୀ ଥିଲା ଗୁହିଣୀ । ସୁନିଲ ମାର୍ଚ୍ଚ୩୧ ତାରିଖରେ ନେଇଥାନ୍ତେ ଅବସର । ଦୁଇପୁଅ ଓ ପରିବାର ସହ ଗଂଗନଗର ଅଂଚଳରେ ରହୁଥିଲେ ସୁନୀଲ । ପରିବାର ସହ ବିବାଦ ନ ଥିବା ସତ୍ତ୍ଵେ ବି ସୁନୀଲକୁ କିଏ କାହିଁକି ହତ୍ୟା କଲା ପୋଲିସର ସନ୍ଦେହ ହୋଇଥିଲା ଘନୀଭୂତ । ସେ ପ୍ରଥମେ ସୁନୀଲର ସ୍ତ୍ରୀ ବିଣାକୁ ଡ଼ାକି ଥାନାକୁ ଡ଼ାକି ପଚରାଉଚରା କଲା ପରେ ଜଣାପଡ଼ିଥିଲା ସବୁ ଘଟଣା । ସୁନୀଲ ସୈନ୍ୟବାହିନୀରେ ଯୋଗଦେଇଥିବା କାରଣରୁ ଅଧିକାଂଶ ସମୟ ବାହାରେ ରହୁଥିଲେ । ଏହି ମୌକାରେ ବୀଣା ରୋହିତ ଶର୍ମା ନାମକ ଜଣେ ଯୁବକଙ୍କ ପରିଚୟ ହୋଇଥିଲା । ବିଣା ଆଧ୍ୟାତ୍ମିକତା ଓ ଧର୍ମ ଚର୍ଚ୍ଚାରେ ସମୟ ବିତାଉଥିଲେ । ଏଭଳି ଜଣେ ଧର୍ମପରାୟଣା ସ୍ତ୍ରୀ ନିଜ ସ୍ଵାମୀକୁ ହତ୍ୟାକରିବା ପାଇଁ ଷଡ଼ଯନ୍ତ୍ର ରଚିବ କିଏ ଜାଣିଥିଲା ? ବିଣା ଗୋଟିଏ ପ୍ରବଚନ କାର୍ଯ୍ୟକ୍ରମକୁ ଯାଇଥିଵା ସମୟରେ ରୋହିତ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା ଓ ପରେପରେ ପ୍ରେମ ସୃଷ୍ଟି ହୋଇଥିଲା । ଏହି ପ୍ରେମ ସଂପର୍କ ଏତେ ନିବିଡ଼ ହୋଇଯାଇଥିଲା ସେମାନେ ସୁନୀଲଙ୍କୁ ରାସ୍ତାରୁ ହଟାଇଵା ପାଇଁ ଚାହୁଁଥିଲେ । ଯୋଜନା ଅନୁସାରେ ଯେତେଶୀଘ୍ର ସେମାନେ ସୁନୀଲକୁ ହତ୍ୟା କରିବେ ଉଭୟ ପ୍ରେମୀ ସାଙ୍ଗ ହୋଇ ରହିବେ ବୋଲି ମଧ୍ୟ କଥା ହୋଇଥିଲେ । ପୂର୍ବଯୋଜନା ଅନୁସାରେ ସୁନୀଲ ଘରକୁ ଆସିବା ପରେ ସେମାନଙ୍କ ଯୋଜନାକୁ କରିଥିଲେ କାର୍ଯ୍ୟକାରୀ । ବିଣାକୁ ନିଜ ଘରଠାରୁ ଅଳ୍ପଦୂରରେ ସ୍କୁଟି ଶିଖାଉଥିବା ବେଳେ ଅଜଣା ବ୍ୟକ୍ତି ସୁନୀଲ ଉପରକୁ କରିଥିଲେ ଗୁଳି । ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ତା ପରଦିନ ଆଖିବୁଜି ଦେଇଥିଲେ ସୁନୀଲ । ଏହି ଘଟଣାରେ ପୋଲିସ ସ୍ତ୍ରୀ ବୀଣାକୁ ଗିରଫ କରିବା ସହ ମୁଖ୍ୟ ଅଭିଯୁକ୍ତ ରୋହିତ ଶର୍ମାକୁ ମଧ୍ୟ ଗିରଫ କରିଛି । ଏହି ଘଟଣାର ଅନ୍ୟଜଣେ ସହଯୋଗୀ ଅଜୟକୁ ଗିରଫ କରିପାରିନି ପୋଲିସ ।
2022-11-28T14:33:50Z
https://www.prameyanews7.com/wife-murder-to-her-husband-with-the-help-of-lover/
OSCAR-2301
ଲୋକଙ୍କର ଇମୋସନର ଫାଇଦା ଉଠାଇ, ପଲିଟିକ୍ସରେ ସଫଳତା ପାଇଛନ୍ତି ଅନେକ ସିନେ ଷ୍ଟାର। ବିଶେଷ କରି ତାମିଲୁନାଡୁ ପଲିଟିକ୍ସକୁ ସଂପୂର୍ଣ୍ଣ କଣ୍ଟ୍ରୋଲ କରିଛନ୍ତି ସିନେ ଷ୍ଟାର। ତାମିଲି ସୁପରଷ୍ଟାର MGR ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। MGRଙ୍କ ବନ୍ଧୁ ତଥା ସିନେମା Script ରାଇଟର କରୁଣାନିଧି ୧୯୬୯ ମସିହାରେ ତାମିଲିନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଉ ଅଭିନେତ୍ରୀ ଜୟଲଳିତା ମଧ୍ୟ ତାମିଲିନାଡୁର ସଫଳ ମୁଖ୍ୟମନ୍ତ୍ରୀ ଭାବେ ଗଣା ହେଉଛନ୍ତି। ତାମିଲିନାଡୁରେ ଆକ୍ଟରଙ୍କ ପଲିଟିକାଲ୍ ସଫଳତାକୁ ଦେଖି,ବିଜୁ ପଟ୍ଟନ।ୟକ ସେହି ଫର୍ମୂଲାକୁ ଓଡ଼ିଶାରେ ପ୍ରୟୋଗ କରିଥିଲେ। MGR,ଜୟଲଳିତା ୭୦ଦଶକରେ ଓଡ଼ିଶାର ସଞ୍ଜିବୀ କୁମାର ଭାବେ ପରିଚିତ ଶରତ ପୂଜ।ରୀଙ୍କୁ ରାଜନେତା କରିବାକୁ ଲାଗି ପଡିଲେ ବିଜୁ ବାବୁ। ୧୯୭୧ରେ ଶରତ ପୂଜାରୀଙ୍କୁ ଉତ୍କଳ କଂଗ୍ରେସର ବିଧାୟକ ପ୍ରାର୍ଥୀ କରିବାକୁ ଯୋଜନା କଲେ ବିଜୁ ବାବୁ। ଅଭିନେତା ଶରତ ପୂଜାରୀ ମଧ୍ୟ ରାଜନେତା ହେବାକୁ ଆଗ୍ରହ ଦେଖାଇଲେ। ସମ୍ବଲପୁରରୁ ବିଧ।ନସଭ। ଆସନରୁ ନିର୍ବାଚନ ଲଢିଲେ ଶରତ ପୂଜାରୀ। ମାତ୍ର, କାମ ଦେଲାନି ଆକ୍ଟର ଇମେଜ୍। ଅଭିନୟରେ ମନ ଜିଣୁଥିବା ଶରତ,ହାରିଯାଆନ୍ତି ନିର୍ବାଚନର ବାଜି। ବିଜୟୀ ହୁଅନ୍ତି କଂଗ୍ରସେ ପ୍ରାର୍ଥୀ ଶ୍ରୀବଲ୍ଲଭ ପାଣିଗ୍ରାହୀ। ରାଜନୀତିରୁ ଅବସର ନିଅନ୍ତି,ଶରତ ପୂଜାରୀ। ସେବେଠୁ ରାଜନୀତିରେ ଓଡ଼ିଆ ଅଭିନେତାଙ୍କ ଏଣ୍ଟ୍ରିରେ ଲାଗିଯାଏ ବ୍ରେକ୍। ଶରତ ପୂଜାରୀ ଅନ୍ୟପକ୍ଷରେ ତାମିଲିନାଡୁ ପରେ ସାଉଥ୍ ଇଣ୍ଡିଆାର ଆନ୍ଧ୍ର ପଲିଟିକ୍ସକୁ, ତେଲଗୁ ସୁପରଷ୍ଟାର ଏନ୍.ଟି. ରାମରାଓ ନିଜ ନିୟନ୍ତ୍ରଣକୁ ନେବାରେ ସଫଳ ହୁଅନ୍ତି। କଂଗ୍ରେସର ଗଡ଼କୁ ଚୁରମାର କରି ଏନ୍.ଟି ରାମାରାଓ ଆନ୍ଧ୍ରର ହୁଅନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ କିନ୍ତୁ, ଦୀର୍ଘ ୩ଦଶନ୍ଧି ଯାଏଁ ପଲିଟିକ୍ସ ଠାରୁ ଦୂରେଇ ରୁହନ୍ତି ଅଭିନେତା। ଏନ୍.ଟି. ରାମରାଓ ତେବେ ୨୦୦୦ ମସିହାରେ ପଲିଟିକ୍ସରେ ଏଣ୍ଟ୍ରି ମାରିବାକୁ ରିସ୍କ ନେଲେ ସିନେ ଷ୍ଟାର୍ ପ୍ରଶାନ୍ତ ନନ୍ଦ। BJP ଟିକେଟରେ ଲଢ଼ି ବିଜୟୀ ହେଲେ ଏବଂ ମନ୍ତ୍ରୀ ମଧ୍ୟ ହୋଇଗଲେ। କିନ୍ତୁ ଦୁର୍ନୀତି ଅଭିଯୋଗରେ ପ୍ରଶାନ୍ତ ନନ୍ଦଙ୍କୁ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରୁ ବିଦା କରିଦେଲେ। ହେଲେ ସଫଳ ଅଭିନେତା ପ୍ରଶାନ୍ତ ନନ୍ଦ, ବିଚକ୍ଷଣ ରାଜନେତାର ପରିଚୟ ଦେଲେ। BJP ଛାଡି NCPରୁ ଟିକେଟ ନେଇ ଦ୍ୱିତୀୟ ଥର ବିଧାୟକ ହୋଇଗଲେ। ଆଉ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ଅଭିଯୋଗକୁ ମିଛ ପ୍ରମାଣ କରି BJD ଟିକେଟରେ ରାଜ୍ୟସଭାରେ ପହଞ୍ଚି ଗଲେ ପ୍ରଶାନ୍ତ ନନ୍ଦ। ପ୍ରଶାନ୍ତ ନନ୍ଦଙ୍କ ଠାରୁ ରାଜନୈତିକ କଳା ଛଡ଼ାଇ ନେଲେ ଓଡ଼ିଆ ସିନେଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତି। ବ୍ରହ୍ମପୁର ଭଳି ହାଇ-ପ୍ରୋଫାଇଲ୍ ଲୋକସଭା ଆସନରୁ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ସକ୍ସେସ ପାଇଲେ ସିଦ୍ଧାନ୍ତ ମହାପାତ୍ର। ସିଦ୍ଧାନ୍ତଙ୍କୁ ସାଂସଦ କରିବା ପରେ, ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତିଙ୍କୁ ପଲିଟିଆସନ୍ କରିବାକୁ ଚେଷ୍ଟା କଲା BJD। ଅନୁଭବ ମହାନ୍ତିଙ୍କ ପରି ଅନଭିଜ୍ଞଙ୍କୁ ରାଜ୍ୟସଭା ସାଂସଦ କରିବାର ରିସ୍କ ନେଲା ବିଜୁ ଜନତା ଦଳ। ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ କେନ୍ଦ୍ରାପଡ଼ା ପରି ଗୁରୁତ୍ୱପୂର୍ଣ୍ଣ ଆସନରେ ଅନୁଭବଙ୍କୁ ୨୦୧୯ ନିର୍ବାଚନରେ ପ୍ରାର୍ଥୀ କଲା BJD। ପ୍ରଥମେ ରାଜ୍ୟସଭା ଏବଂ ପରେ କେନ୍ଦ୍ରାପଡ଼ାକୁ ଲୋକସଭାରେ ପ୍ରତିନିଧିତ୍ୱ କଲେ ସିନେଷ୍ଟାର ଅନୁଭବ। ଅନୁଭବ ମହାନ୍ତି ସେପଟେ ଅଭିନୟରେ ଏତେଟା ନାଁ କରି ନଥିବା ମୁନା ଖାଁ, ପଞ୍ଚାୟତ ନିର୍ବାଚନ ଲଢ଼ି ସଫଳତା ପାଇଥିଲେ। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ୨୦୨୦ରେ ରାଜ୍ୟସଭା ସାଂସଦ ହୋଇଗଲେ ମୁନା ଖାଁ। ହେଲେ ବିଜୁ ଜନତା ଦଳ ବିରୋଧରେ ଲଢ଼ି ଓଡ଼ିଶାର ବର୍ଷିୟାନ ଅଭିନେତା ବିଜୟ ମହାନ୍ତି ଏବଂ ଅପରାଜିତା ମହାନ୍ତି ରାଜନୈତିକ ପ୍ଲାଟଫର୍ମରେ ମାରନ୍ତି ଚିତପଟାଙ୍ଗ। ଅବଶ୍ୟ କମେଡି କିଙ୍ଗ ପପୁ ପମ୍ ପମ୍ ୨୦୧୪ ନିର୍ବାଚନରେ BJDର ପ୍ରାର୍ଥୀ ହୋଇ ମଧ୍ୟ ପଲଟିକାଲ୍ ସକ୍ସେସର ମଜା ପାଇନାହାନ୍ତି। ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ଭୁବନେଶ୍ୱର ଲୋକସଭା ସାଂସଦ ଲଢ଼ି ବିଜୟ ମହାନ୍ତି, ହୋଇଛନ୍ତି ପରାଜିତ। ୨୦୧୯ ଅପରାଜିତା ମଧ୍ୟ BJP ଟିକେଟରୁ ଭୁବନେଶ୍ୱର ଉତ୍ତର ଆସନରୁ ଲଢି ପରାଜିତ ହେଲେ। ସେହିଭଳି BJP ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ,୨୦୧୯ରେ ଦିଗପହଣ୍ଡି ଆସନରୁ ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ଲଢ଼ି ବିଫଳ ହୋଇଛନ୍ତି। କଟକ ମହାନଗର ନିଗମର ମେୟର ପଦ ପାଇଁ BJP ଟିକେଟରେ ଲଢ଼ି ଅଭିନେତା ଶ୍ରୀତମ୍ ଦାସଙ୍କର ଶୋଚନୀୟ ପରାଜୟ ହୋଇଛି। ତେବେ ସାଉଥର ସିନେ ଷ୍ଟାର, ପଲିଟିକ୍ସରେ ରାଜ୍ କରୁଥିଲା ବେଳେ ଓଡ଼ିଆ ଆକ୍ଟରଙ୍କ ପଲିଟିକାଲ୍ କ୍ୟାରିୟର ପ୍ରଚାର ଗାଡ଼ିରେ ଅଟକିଛି। ମହେଶ୍ୱତା, ଅନୁ ଚୌଧୁରୀ, କମେଡିଆନ୍ ହରି ଏବଂ ଅରିନ୍ଦମଙ୍କ ଅଭିନୟ, ମନକୁ ଛୁଉଁଥିଲା ବେଳେ ପାଓ୍ୱାର ପଲିଟିକ୍ସରେ ଏମାନଙ୍କୁ ମିଳୁନାହିଁ ସଫଳତା। No Comments Tagged: Anubhava Mohanty, Aparajita Mohanty, Bijaya Mohanty, Odia Film, Prasanta Nanda, Sarat Pujari, Sidhanta Mohapatra
2022-11-30T19:42:33Z
http://www.bartamanodisha.com/success-of-odia-cine-stars-in-politics-is-not-impressive/
OSCAR-2301
ଭୁବନେଶ୍ୱର,ଜାନୁଆରୀ ୧୧(ଓଡିଶା ଡଟ୍ କମ୍)- ଏଚ୍.ଆଇ.ଭି / ଏଡସ୍ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ରେଡ ରିବନ ଏକ୍ସପ୍ରେସ ଦେଶର ବିଭିନ୍ନ ରାଜ୍ୟରେ ଗସ୍ତ କରିଥିଲା । ଓଡିଶାରେ ଏହି ରେଡ ରିବନ ଏକ୍ସପ୍ରେସର ଗସ୍ତକୁ ସଫଳତାର ସହିତ ସୁପରିଚାଳନା କରାଯାଇ ପାରିଥିବାରୁ ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ( ନାକୋ ) ତରଫରୁ ଓଡିଶା ଏଡସ୍ ନିୟନ୍ତ୍ରଣ ସମିତିକୁ ଚାରୋଟି ପୁରସ୍କାର ପ୍ରଦାନ କରାଯିବା ପାଇଁ ମନୋନିତ କରାଯାଇଛି । ନାକୋ ସୂତ୍ରରୁ ପ୍ରକାଶ ଯେ ଓଡିଶାରେ ରାଜ୍ୟ ସ୍ତରରେ ରେଡ୍ ରିବନ ଏକ୍ସପ୍ରେସର ସଫଳତମ ସୁପରିଚାଳନା ନିମନ୍ତେ ପ୍ରକଳ୍ପ ନିଦେ୍ର୍ଧଶକ ଡାଃ ପ୍ରମୋଦ ମେହେର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଜନସାଧାରଣ ଏହି ରେଡ୍ ରିବନ ଏକ୍ସପ୍ରେସ ପରିଦର୍ଶନ କରିଥିବାରୁ ଜିଲ୍ଲାପାଳ ଡାଃ କିଶନ କୁମାରଙ୍କୁ ପୁରସ୍କୃତ କରାଯିବ । ସେହିପରି କଟକ ଜିଲ୍ଲା ନୋଡାଲ ଅଫିସର ଶାନ୍ତନୁ ପୃଷ୍ଟି ଏବଂ ଗଞ୍ଜାମ ଏଡସ୍ ନିୟନ୍ତ୍ରଣ କେନ୍ଦ୍ର କାର୍ଯ୍ୟକ୍ରମ ଅଧିକାରୀ ଦେବବ୍ରତ ମହାପାତ୍ର ମଧ୍ୟ ସମ୍ମାନିତ କରାଯିବ । ପ୍ରକାଶ ଥାଉକି ଗତ ବର୍ଷ ଜୁନ – ଜୁଲାଇ ମାସରେ ଏଡସ୍ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ରାଜ୍ୟର ୧୦ଟି ରେଳଷ୍ଟେସନରେ ରହଣୀ କରିଥଲା । ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଏହାକୁ ପରିଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଏହାକୁ ପରିଦର୍ଶନ କରି ଜାତୀୟ ସ୍ତରରେ ଏକ ରେକର୍ଡ ସୃଷ୍ଟି କରିଥିଲା । ତେବେ ଗତ ବର୍ଷ ରେଡ ରିବନ୍ ଏକ୍ସପ୍ରେସ ଜାତୀୟ ଯୁବ ଦିବସରୁ ଯାତ୍ରା ଆରମ୍ଭ କରି ଭାରତ ବର୍ଷରେ ୨୩ ଟି ରାଜ୍ୟର ୧୬୨ ଟି ରେଳ ଷ୍ଟେସନରେ ରହଣୀ ସହିତ ପରିକ୍ରମା କରିଛି । ଆସନ୍ତା କାଲି ( ୧୨.୦୧.୨୦୧୩ ) ସଫଦରଗଞ୍ଜ ରେଳ ଷ୍ଟେସନରେ ଉଦ୍ୟାପନୀ ଉତ୍ସବ ସମାରେହରେ ନାକୋ ତରଫରୁ ପୁରସ୍କାର ପ୍ରଦାନ ଓ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ସୂତ୍ରରୁ ପ୍ରକାଶ । ଓଡିଶା ଡଟ୍ କମ୍ . ଓଡିଶା ଡଟ କମ Filed Under: ଓଡିଶା ଖବର Tagged With: ଏକ୍ସପ୍ରେସ, ଏଚ୍.ଆଇ.ଭି, ଏଡସ୍ଢ ରେଡ୍ ରିବନ, ପୁରସ୍କାର About ଓଡିଶା ଡଟ କମ Reader Interactions Leave a Reply Cancel reply Your email address will not be published. Required fields are marked * Comment * Name * Email * Website Δ This site uses Akismet to reduce spam. Learn how your comment data is processed. Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-12-04T15:56:49Z
https://www.odisha.com/2013/01/11/%E0%AC%B0%E0%AC%BE%E0%AC%9C%E0%AD%8D%E0%AD%9F-%E0%AC%8F%E0%AC%A1%E0%AC%B8%E0%AD%8D-%E0%AC%A8%E0%AC%BF%E0%AD%9F%E0%AC%A8%E0%AD%8D%E0%AC%A4%E0%AD%8D%E0%AC%B0%E0%AC%A3-%E0%AC%B8%E0%AC%AE%E0%AC%BF/
OSCAR-2301
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଜ୍ୟସଭାରେ କେନ୍ଦ୍ର ଶାସିତ ଅଂଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ, ୨୦୨୧ ଉପରେ ପ୍ରତିକ୍ରିୟା ରଖିବା ପରେ ରାଜ୍ୟସଭାରେ ଏହି ବିଲ୍‌ ଗୃହୀତ ହୋଇଛି। ଗୃହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ, ୨୦୨୧ ଉପରେ ପ୍ରତିକ୍ରିୟାରେ ଶ୍ରୀ ପ୍ରଧାନ କହିଛନ୍ତି ଭାରତ ସରକାର ଲେହ, ଲଦାଖ ଏବଂ କାର୍ଗିଲରେ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଲଦାଖରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଭାରତ ସରକାରଙ୍କ ଲକ୍ଷ୍ୟ। ଆରକ୍ଷଣ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ସାମ୍ବିଧାନିକ ଆରକ୍ଷଣ ଦେବା ପାଇଁ କଟିବଦ୍ଧ। କେବଳ ଓବିସି ବର୍ଗ ନୁହେଁ ବରଂ ଅନୁସୂଚିତ ଜାତି(ଏସସି), ଅନୁସୂଚିତ ଜନଜାତି(ଏସଟି) ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ(ଇଡବ୍ଲୁଏସ)ଙ୍କ ପାଇଁ ଆରକ୍ଷଣର ସାମ୍ବିଧାନିକ ବ୍ୟବସ୍ଥା ହୋଇଛି। ନିକଟରେ ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡ଼ିକାଲ ଏବଂ ଡେଂଟାଲ ପାଠ୍ୟକ୍ରମରେ ସ୍ନାତକ ଏବଂ ସ୍ନାତକତୋରରେ ସର୍ବଭାରତୀୟ କୋଟା(ଏଆଇକ୍ୟୁ) ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ)ର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣର ଐତିହାସିକ ନିଷ୍ପତି ନିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ପଛୁଆ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଓଡ଼ିଶା ସମେତ ଭାରତବର୍ଷର ୫ ହଜାର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଉପକୃତ ହେବେ। ଉଚ୍ଚ ଶିକ୍ଷାନୁଷ୍ଠାନ ସଂସ୍ଥା ଗୁଡିକରେ ଆରକ୍ଷଣ ପାଇବାକୁ ଯେଉଁମାନେ ହକଦାର୍‌, ସେମାନଙ୍କୁ ସେମାନଙ୍କ ଅଧିକାର ଦିଆଯିବ। ନୂଆ ଶିକ୍ଷା ନୀତି(ଏନଇପି)ରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଶିକ୍ଷା ସହ ଯୋଡିବା ପାଇଁ ବିଶେଷ ଯୋର୍‌ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
2022-11-30T09:57:11Z
https://www.odishalink.com/2021/08/09/union-education-minister-dharmendra-pradhan-says-on-central-universitiesamendment-bill/
OSCAR-2301
ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ର ଅଡିଓ ରିଲିଜ୍ନୂଆ ଓଡ଼ିଆ ଚଳଚ୍ଚିତ୍ର “T” ର ମୋସନ ପୋଷ୍ଟରଡିସେମ୍ବର ୧୬ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର “ପ୍ରସ୍ଥାନମ୍”କଞ୍ଚା ଲଙ୍କାର ନୂଆ ୱେବ୍ ସିରିଜ “ଅନେଶତ ରାଣୀ ରାଜାଜିଆଇ ଟ୍ୟାଗ୍ ପାଇଁ ୯ଟି ସାମଗ୍ରୀର ହେଲା ମୂଲ୍ୟାୟନ Home ରାଜ୍ୟ ସିଏସ୍‌ଆଇଆର୍ – ଆଇଏମ୍‌ଏମ୍‌ଟିରେ ସ୍ୱଚ୍ଛତା ଅଭିଯାନ ଉଦ୍‌ଯାପିତ ରାଜ୍ୟ ସିଏସ୍‌ଆଇଆର୍ – ଆଇଏମ୍‌ଏମ୍‌ଟିରେ ସ୍ୱଚ୍ଛତା ଅଭିଯାନ ଉଦ୍‌ଯାପିତ By Odisha News Today On May 24, 2022 0 Share ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି ପକ୍ଷରୁ ୧୫ଦିନ ଧରି ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା । କ୍ୟାମ୍ପସ୍‌ର ଚିଲ୍ଡରେନ୍ସ ପାର୍କରେ ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ଏସ୍‌. ବାସୁ ଅଭିଯାନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ମଇ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ପ୍ରଭାତ ପରିକ୍ରମା ଏବଂ ସ୍କୁଲର ଛାତ୍ରଛାତ୍ରୀ, ଆଇଏମ୍‌ଏମ୍‌ଟିର ବିଭିନ୍ନ ବିଭାଗ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାମାନ ହୋଇଥିଲା । ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିଦ୍ଦେର୍ଶକ ପ୍ରଫେସର ଏସ୍‌. ବାସୁ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଏହି କ୍ୟାମ୍ପସ୍ ମଧ୍ୟରେ ସୁସ୍ଥତା ଓ ପରିବେଶର ପରିଚ୍ଛନ୍ନତା ଅଣିବା ଉପରେ ଆମେ ଏହି ଅଭିଯାନର ଆରମ୍ଭ କରିଥିଲୁ । ଆଗମୀ ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନତା ଆଣିବା ଦିଗରେ ରଚନା, କୁଇଜ, ନାଚ, ଗୀତ, ଚିତ୍ରାଙ୍କନ ଏବଂ ଫ୍ୟାନ୍ସି ଡ୍ରେସ୍ ଆଦି ପ୍ରତିଯୋଗୀତାମାନ କରାଯାଇଥିଲା । ଉଦ୍‌ଯାପନୀ ଅବସରରେ ବିଭିନ୍ନ ବିଭାଗ ଏବଂ ଏହାର କର୍ମକତା, ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ସ୍ୱଚ୍ଛତା ଅଭିଯାନର ନୋଡାଲ ଅଫିସର ଡ଼ ବିଭୁଦତ ପ୍ରଧାନ ଉଦ୍‌ଯାପନୀ ଅବସରରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡ଼ ବର୍ଷା ଦାସ, ଡ଼ ସନ୍ତୋଷ ବେହେରା, ଡ଼ ସୀମାନ୍ତିନୀ ନାୟକ ଏବଂ ସେମାନଙ୍କ ଦଳର ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫୦ରୁ ଉଦ୍ଦ୍ୱର୍ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ ।
2022-12-09T10:23:52Z
https://odishanewstoday.com/immt-4/
OSCAR-2301
ସିଙ୍ଗାପୁର: ଭାରତ ଗହମ ରପ୍ତାନିକୁ ନେଇ କଟକଣା ଲଗାଇବା ପରେ ପଡ଼ୋଶୀ ଦେଶମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ସିଙ୍ଗାପୁରରେ ଏହାର ପ୍ରଭାବ ଅଧିକ ଦେଖାଯାଇଛି। ଗତ ମେ’ ମାସରେ ଭାରତ ଗହମ ରପ୍ତାନି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ପ୍ରଭାବ ବର୍ତ୍ତମାନ… ଦେଶ ବିଦେଶ ଆଉ ସ୍କୁଲ ସାମ୍ନାରେ ବିକ୍ରି ହେବନି ଆଇସ୍‌କ୍ରିମ୍‌, ଚାଟ୍‌, ଗୁପ୍‌ଚୁପ୍‌; ପ୍ରଶାସନ ପକ୍ଷରୁ ଜାରି ହେଲା… WCW 11 Aug 3, 2022 0 ଆଉ ସ୍କୁଲ ସାମ୍ନାରେ ବିକ୍ରି ହେବନି ଆଇସ୍‌କ୍ରିମ୍‌ ଓ ଫାଷ୍ଟ ଫୁଡ୍‌। ଟ୍ରାଫିକ୍‌ ଜାମ୍‌ ହେଉଥିବାରୁ ଏସବୁ ଦୋକାନକୁ ସ୍କୁଲ ସାମ୍ନାରେ ବିକ୍ରି ବନ୍ଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପ୍ରଶାସନ ଏଭଳି ଘୋଷଣା କରିଛନ୍ତି। ପ୍ରଶାସନ ପକ୍ଷରୁ ସ୍କୁଲ… ଦେଶ ବିଦେଶ ଉତ୍ତରପ୍ରଦେଶରେ ଆଜି ମିଳିବନି ମଦ; ‘ଡ୍ରାଏ ଡେ’ ଘୋଷିତ କଲେ ସରକାର WCW2 Jun 26, 2022 0 ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ସବୁ ଜିଲ୍ଲାକୁ ଆଜି ଡ୍ରାଏ ଘୋଷିତ କରାଯାଇଛି । ଅର୍ଥାତ୍ ଆଜି ରାଜଧାନୀ ଲକ୍ଷ୍ନୌ ସମେତ ସମସ୍ତ ଜିଲ୍ଲାରେ ମଦ ଦୋକାନ ବନ୍ଦ ରହିବ। ଏ ସମ୍ପର୍କରେ ଏକ୍ସାଇଜ୍ ବିଭାଗ ମଧ୍ୟ ଏକ ନିର୍ଦ୍ଦେଶ ଜାରି କରିଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଆଜି ସକାଳ ୧୦ ଟାରୁ ୫ ଟା… ଦେଶ ବିଦେଶ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଜୁଲାଇ ୧ରୁ ସାରା ଦେଶରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ WCW 11 Jun 5, 2022 0 ଜୁଲାଇ ୧ରୁ ବ୍ୟାନ୍‌ ହେଉଛି ପ୍ଲାଷ୍ଟିକ୍‌। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌କୁ ଜୁଲାଇ ୧ରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କର ଏହି ଘୋଷଣା ପରେ ସବୁ ରାଜ୍ୟର ସରକାର ମଧ୍ୟ ଏହି ନିୟମକୁ ଲାଗୁ କରିବା ଉପରେ ଜୋର… ଦେଶ ବିଦେଶ ମହାରାଷ୍ଟ୍ରରେ ମାଛ ମାଂସ ମନା, ଦେହୁରେ ମାଛ ଓ ମାଂସ ଉପରେ ପ୍ରତିବନ୍ଧକ ଲଗାଇଲା ପ୍ରଶାସନ WCW 8 Apr 2, 2022 0 କଞ୍ଚା ଓ ରନ୍ଧା ମାଂସ ମାଛ ଉପରେ ଏହି ନିଷେଧାଦେଶ ଲାଗୁ ହୋଇଛି । ମହାରାଷ୍ଟ୍ରର ଭକ୍ତ ପରମ୍ପରା ସହିତ ଜଡିତ ପ୍ରସିଦ୍ଧ ସାଧୁମାନଙ୍କ ମଧ୍ୟରୁ ତୁକାରାମ ଅନ୍ୟତମ । ୧୭ତମ ଶତାବ୍ଦୀରେ ତୁକାରାମ ଏହି ସହରରେ ଜନ୍ମ ଗ୍ରହଣ କରିଥିଲେ । ଏବଂ ପ୍ରତିଦିନ ତାଙ୍କର ହଜାର ହଜାର ଭଜକ୍ତ ତାଙ୍କ ମନ୍ଦିର…
2022-11-30T08:01:18Z
https://knewsodisha.com/tag/ban
OSCAR-2301
ଆଇପିଏଲର ପଞ୍ଚମ ମ୍ୟାଚ କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ (MI VS KKR) ମଧ୍ୟରେ ହୋଇଥିଲା । କିନ୍ତୁ ଏହି ମ୍ୟାଚରେ କୋଲକାତା ହାରି ଯାଇଛି । ଏହି ପରାଜୟ ପରେ ଶାହାରୁଖ ଖାନ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ନିଜ ଫ୍ୟାନ୍ସଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଶାହାରୁଖ ଖାନ KKR ପରାଜୟକୁ ନିରାଶଜନକ କହିଲେ News18 Odia Last Updated : April 14, 2021, 09:30 IST Share this: News18 Odia News18 Odia Digital ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନ (Shahrukh Khan) ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ ର ପଞ୍ଚମ ମ୍ୟାଚ ରେ ନିଜ ଦଳର କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ନିରାଶ ହୋଇଛନ୍ତି । ଶାହାରୁଖ ଖାନ ଆଇପିଏଲ ଟିମ୍ କେକେଆରର ସହ-ମାଲିକ ଅଟନ୍ତି । ଆଇପିଏଲର ପଞ୍ଚମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ (MI VS KKR) ମଧ୍ୟରେ ଏକ ମ୍ୟାଚ୍ ହୋଇଥିଲା । କିନ୍ତୁ ଏହି ମ୍ୟାଚରେ କୋଲକାତା ଖରାପ ଭାବେ ହାରି ଯାଇଛି । ଏହି ପରାଜୟ ପରେ ଶାହାରୁଖ ଖାନ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ନିଜ ପ୍ରଶଂସକଙ୍କ ନିକଟରେ କ୍ଷମା (Shahrukh Khan Apologized to fans) ମାଗିଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ମୁମ୍ବାଇ ଇଣ୍ଡିଆନ୍ସ (MI VS KKR) ବିପକ୍ଷ ମ୍ୟାଚରେ ୧୦ ରନରେ ହରାଇଛି । ଏକ ସମୟ ଥିଲା ଯେତେବେଳେ କୋଲକାତା ଦଳ ଏହି ମ୍ୟାଚକୁ ଅତି ସହଜରେ ଜିତିଯିବା ପରି ଲାଗୁଥିଲା ​​କିନ୍ତୁ ଶେଷ ପାଞ୍ଚ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସର ବୋଲରମାନେ ଖେଳକୁ ସମ୍ପୂର୍ଣ୍ଣ ଓଲଟାଇ ଦେଇଥିଲେ । ନିଜ ଦଳର ପରାଜୟକୁ ଲଜ୍ଜାଜନକ ବୋଲି ବର୍ଣ୍ଣନା କରି ସେ ଟ୍ୱିଟ୍ କରି ଲେଖିଛନ୍ତି- 'କମ ଶବ୍ଦରେ ମୁଁ କହିବି, କୋଲକାତା ନାଇଟ୍ ରାଇଡର୍ସର ନିରାଶଜନକ ପ୍ରଦର୍ଶନ, ମୁଁ ଫ୍ୟାନ୍ସଙ୍କ ନିକଟରେ କ୍ଷମା ମାଗିବାକୁ ଚାହେଁ' । ବାସ୍ତବରେ ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେକେଆର୍ ଦବଦବା ରହିଥିଲା ​​କିନ୍ତୁ କୁହାଯାଏ ଯେ ଭାଗ୍ୟ ବଦଳାଇବାକୁ ଅଧିକ ସମୟ ଲାଗେ ନାହିଁ । ଚେନ୍ନାଇ ଭୂମିରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା ​​। ଯେଉଁଠାରେ ନୀତୀଶ ରାଣା ୫୭ ରନ୍ କରିଥିଲେ ଓ ଶୁଭମାନ ଗିଲ ୩୩ ରନର ଏକ ଭଲ ଇନିଂସ ଖେଳିଥିଲେ । କିନ୍ତୁ ଉଭୟଙ୍କ ୱିକେଟ୍ ଖସିଯିବା ମାତ୍ରେ ମ୍ୟାଚ୍‌ର ଆଭିମୁଖ୍ୟ ଓଲଟପାଲଟ ହୋଇଯାଇଥିଲା । ଓ ମୁମ୍ବାଇ ବିପକ୍ଷରେ କେକେଆରର ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୨ ରନ୍ ସ୍କୋର କରିବାକୁ ସମର୍ଥ ହୋଇଥିଲା । ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ 'ପଠାନ'ର ସେଟରେ କରୋନା ଅକ୍ତିଆର କରିନେଇଛି । ଏହା ପରେ କିଙ୍ଗ ଖାନ ନିଜକୁ ଆଇସୋଲେଟ କରିଛନ୍ତି । ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ଫିଲ୍ମ 'ପଠାନ'ର ସେଟରେ କ୍ରୁ ସଦସ୍ୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ୟଶ ରାଜ ବ୍ୟାନର ଏହି ଫିଲ୍ମର ସୁଟିଂ ବନ୍ଦ କରିଦେଇଛି ଓ ଶାହରୁଖ ଖାନ ନିଜକୁ କ୍ଵାରାଣ୍ଟିନ କରିଛନ୍ତି । ଶାହାରୁଖ ଖାନ କରୋନା ଟେଷ୍ଟ କରିଛନ୍ତି କି ନାହିଁ? ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । Published by:Jagdish Barik First published: April 14, 2021, 09:25 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Bollywoodcricket newsIPL 2021KKRKolkata Knight RidersMumbai IndiansShahrukh Khan ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ସିଙ୍ଗାପୁରରେ ଆଜି ହେବ ଲାଲୁ ଯାଦବଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ; ପିତାଙ୍କୁ କିଡନୀ ଦେବେ ଝିଅ ତାରିଖରୁ ଜାଣନ୍ତୁ କେମିତି ରହିବ ଆଜି ଆପଣଙ୍କ ଦିନ; ପଢ଼ନ୍ତୁ ଆଜିର ଶୁଭ ଦିନ ଓ ଶୁଭ ସଂଖ୍ୟା ଆସନ୍ତା ୧୨ରେ ପ୍ରତିବାଦକୁ ଓହ୍ଲେଇବେ ରାଜ୍ୟର ସବୁ ବାର ଆସୋସିଏସନ Gujarat Election 2022: ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେବେ ମୋଦି ଓ ଶାହ Vastu Tips: ଟଙ୍କା କ୍ଷତିରୁ ରକ୍ଷା ପାଇବା ପାଇଁ ଏହି ଉପାୟ ଅତ୍ୟନ୍ତ ପ୍ରଭାବଶାଳୀ ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
2022-12-05T04:20:08Z
https://odia.news18.com/news/trending/ipl-2021-shah-rukh-khan-apologises-to-fans-after-kkr-implode-vs-mi-in-chennai-disappointing-to-say-the-least-2jdb-140421-jdb-56649.html
OSCAR-2301
୧୯୪୯ ମସିହା ନଭେମ୍ବର ପହିଲାରେ ବଲାଙ୍ଗିର ସହରରେ ଜିଲ୍ଲା ମୁଖ୍ୟ କାର୍ଯ୍ୟ।ଳୟ ପ୍ରତିଷ୍ଠା କରି ଏହାକୁ ଜିଲ୍ଲା ରୂପରେ ଘୋଷଣା କରାଗଲା । ଏହି ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତର ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ । ଅନେକ ଝରଣା ଏହି ପର୍ବତରୁ ଝରିଆସୁଛି । ବଳରାମଗଡ ଥିଲା ବଲାଙ୍ଗିର ସହରର ପୁରାତନ ନାମ । ଷୋଡଶ ଶତାବ୍ଦୀ ରେ ସମ୍ବଲପୁର ସାମ୍ରାଜ୍ୟର ପ୍ରତିଷ୍ଠାତ। ତଥା ଚୌହାନ ବଂଶର ଉନ୍ନବିଂଶତମ ରାଜା ଶ୍ରୀ ବଲରାମ ଦେଓ ବଳରାମଗଡ ନାମକ ଏକ ଦୁର୍ଗ ନିର୍ମାଣ କରିଥିଲେ ଏବଂ ସେହି ଦୁର୍ଗ ର ନାମାନୁସାରେ ବଲାଙ୍ଗିର ଜିଲ୍ଲା ନାମିତ ହୋଇଛି । ଏହି ଜିଲ୍ଲାର ପୂର୍ବରେ ସୁବର୍ଣପୁର , ପଶ୍ଚିମରେ ନୂଆପଡା, ଉତ୍ତରରେ ବରଗଡ଼ ଓ ଦକ୍ଷିଣରେ କଳାହାଣ୍ଡି ଜିଲ୍ଲା ଅବସ୍ଥିତ । ଏହି ଜିଲ୍ଲା ୨୦ ଡିଗ୍ରୀ ୧୧’ ୪୦” ରୁ ୨୧ ଡିଗ୍ରୀ ୫’ ୦୭” ଉତ୍ତର ଅକ୍ଷାଂଶ ଏବଂ ୮୨ ୪୧’ ୧୫”ରୁ ୮୩ ଡିଗ୍ରୀ ୪୦’ ୨୨” ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହି ଜିଲ୍ଲା ୬୫୭୫ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଅଟେ । ବଲାଙ୍ଗିର ଜିଲ୍ଲାର ଲୋକସଂଖ୍ୟା ହାରାହାରି ୧୬,୪୮,୯୯୭ , ତନ୍ମଧ୍ୟରୁ ୮,୩୦,୦୯୭ ଓ ମହିଳା ଲୋକସଂଖ୍ୟା ୮,୧୮,୯୦୦ ଅଟେ । ଏହି ଜିଲ୍ଲାରେ ଅନୁସୂଚିତ ଜାତିଙ୍କ ଲୋକସଂଖ୍ୟା ୨,୯୪,୭୭୭ ଓ ଅନୁସୂଚିତ ଅନୁଜତି ଲୋକସଂଖ୍ୟା ୩,୦୭,୧୬୪ ଅଟେ । ବଲାଙ୍ଗିର ଜିଲ୍ଲାରେ ତିନି ଗୋଟି ଜିଲ୍ଲା ଉପଖଣ୍ଡ , ୧୪ ଟି ତହସିଲ , ୧୪ ଟି ବ୍ଲକ , ୨ ଟି ମ୍ୟୁନିସିପାଲଟି , ୩ ଟି ଏନ.ଏ.ସି. , ୧୮ ଟି ଥାନା , ୨୮୫ ଟି ଗ୍ରାମପଞ୍ଚାୟତ ଅଛି । ଏହି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୬.୬ ସେଣ୍ଟିଗ୍ରେଡ ଓ ସର୍ବୋଚ୍ଚ ତାପମାତ୍ରା ୪୮.୦୭ ସେଣ୍ଟିଗ୍ରେଡ ପରିମିତ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ହାରାହାରି ୧୨୧୫.୬ ମିଲିମିଟର ବୃଷ୍ଟିପାତ ମାପନ ହୋଇଛି । ଏହି ଜିଲ୍ଲାର ଅର୍ଥ ବ୍ୟବସ୍ଥା ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ପର୍ଯ୍ୟଟନ ଶିଳ୍ପ ରୁ ମଧ୍ୟ କିଛି ଅର୍ଥ ଅଂଶଦାନ କରିଥାଏ । ବଲାଙ୍ଗିର ଜିଲ୍ଲାରେ ଦେଖାଯାଉଥିବା ପ୍ରଧାନ ମୃତ୍ତିକା ଗୁଡିକ ହେଲା କଳା ମାଟି, ଲାଲ ମାଟି, ମିଶ୍ରିତ ଲାଲ ମାଟି, ଓ ସଞ୍ଚିତ ମୃତ୍ତିକା । ଜିଲ୍ଲାର ଶତକଡା ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ବର୍ତ୍ତମାନ ଜିଲ୍ଲାରେ ୩,୪୫,୬୫୦ ହେକ୍ଟର କ୍ଷେତ୍ର ଚାଷୋପଯୋଗୀ ଅଟେ । ଏହି ଜିଲ୍ଲାର ପ୍ରଧାନ ଫସଲ ଧାନ ଯାହାକି ସମୁଦାୟ କୃଷିକ୍ଷେତ୍ର ର ଶତକଡା ୬୧ ଭାଗ ଅଟେ । ଏହି ଜିଲ୍ଲାର ଅନ୍ୟ ପ୍ରଧାନ ଶସ୍ୟ ମଧ୍ୟରେ ଶତକଡା ୧୪ ଭାଗ ଡାଲି, ଶତକଡା ୪ ଭାଗ ତୈଳବୀଜ, ଶତକଡା ୪ ଭାଗ ତନ୍ତୁଜାତୀୟ ଦ୍ରବ୍ୟ, ଶତକଡା ୨ ଭାଗ ପନିପରିବା ଓ ଅନ୍ୟ ଖାଦ୍ୟଶସ୍ୟ ଯଥା ମସଲାଜାତୀୟ ଦ୍ରବ୍ୟ ଉତ୍ପାଦନ କରାଯାଏ । ଏହି ଜିଲ୍ଲାର ସାକ୍ଷରତା ହାର ଶତକଡା ୬୫.୫୦, ସେଥିରୁ ପୁରୁଷ ସାକ୍ଷରତା ହାର ଶତକଡା ୭୭.୦୮ ହୋଇଥିବା ବେଳେ ମହିଳା ସାକ୍ଷରତା ହାର ଶତକଡା ୫୩.୭୭ ଅଟେ । ଜିଲ୍ଲାରେ କଳା , ବାଣିଜ୍ୟ, ଇଞ୍ଜିନିୟରିଂ, ଚିକିତ୍ସା ବିଜ୍ଞାନ, ଆଇନ, ସାମ୍ବାଦିକତା ଆଦି ବିଷୟରେ ପିଲାଙ୍କୁ ଯୋଗ୍ୟ କରିବାକୁ ଅନେକ ଗୁଡିଏ ଶିକ୍ଷାନୁଷ୍ଠାନ ଗଢିଉଠିଛି । ଜିଲ୍ଲାର ରାଜେନ୍ଦ୍ର (ସ୍ୱୟମଂ ଶାସିତ) ମହାବିଦ୍ୟାଳୟ, ବିଦ୍ୟା ଭୁଷନ ସଂକୃତ ମହାବିଦ୍ୟାଲୟ, ସରକାରୀ ଭେଷଜ ମହାବିଦ୍ୟାଲୟ ଓ ଚିକିତ୍ସାଳୟ, ସରକାରୀ ଆର୍ୟୁବେଦିକ ମହାବିଦ୍ୟାଲୟ ଓ ଚିକିତ୍ସାଳୟ, ବଲାଙ୍ଗିର ଆଇନ ମହାବିଦ୍ୟାଳୟ, ସରକାରୀ ମହିଲା ମହାବିଦ୍ୟାଲୟ, ବଲାଙ୍ଗିର ସରକାରୀ ମହାବିଦ୍ୟାଲୟ, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ପାଟଣାଗଡ ର ଜବାହାର ଳାଲ ମହାବିଦ୍ୟାଳୟ, ଟିଟିଲାଗଡ ର ଡି.ଏ.ଭି. ମହାବିଦ୍ୟାଳୟ, ସରକାରୀ ବହୁବୃତି ଅନୁଶ୍ଠାନ, ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନ (SIHM) ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ମାନ ଅଛି ଏତତ୍ ବ୍ୟତିତ ଅନେକ ସରକାରି ଓ ବେସରକାରି ଶିକ୍ଷାନୁଷ୍ଠାନ ଗୁଡିକ ଗଢି ଉଠିଛି । ଏହି ଜିଲ୍ଲାର ଅଧିବାସୀ ମାନେ ପରମ ଆଗ୍ରହରେ ଶୀତଳ ଷଷ୍ଠୀ , ନୂଆଖାଇ , ଭାଇ-ଜିଉନ୍ତିଆ, ପୁଅ-ଜିଉନ୍ତିଆ , ପାଟଖଣ୍ଡା ଯାତ୍ରା, ମହା ଶିବରାତ୍ରୀ ମେଳା, ଶ୍ରବଣ ପୂର୍ଣ୍ଣିମା ଆଦି ପାଳନ କରିଥାନ୍ତି । ଜିଲ୍ଲାର ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ମଧ୍ୟରେ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓ (ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ), ଡକ୍ଟର ଶ୍ରୀ ନିବାସ ଉଦ୍ଗାତା (ଲେଖକ), ଇଂ ଶ୍ୟାମ ପିଟ୍ରୋଡା (ଦୂରାସଞ୍ଚାର ବୈଜ୍ଞାନିକ), ଶ୍ରୀମତୀ ଗାୟତ୍ରୀ ସରାଫ (ଲେଖିକା), ସୁଶ୍ରୀ ଆନନ୍ଦିନୀ ଦର୍ଜୀ ( କ୍ରୀଡାବିତ) ଏ ମାଟିର ଗର୍ବ ଓ ଗୌରବ ଅଟନ୍ତି ।
2022-11-26T16:35:37Z
https://balangir.nic.in/od/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%A8%E0%AD%8D%E0%AC%A7%E0%AC%B0%E0%AD%87/
OSCAR-2301
କୁକୁର ଏମିତି ଝୁଣିଲା ଯେ 12 ଷ୍ଟିଚ ସହ 30 ଇଞ୍ଜେକସନ ଲାଗିଲା, 25 ମିନିଟ ଯାଏଁ ରଡି କଲା ଛୁଆ... ପିତାମାତା ବଖାଣିଲେ ଛୁଆକୁ କୁକୁର ଆକ୍ରମଣର ପୁରା ଘଟଣା, ଦେଖନ୍ତୁ video Skip to content Disclaimer Privacy Policy Disclaimer Menu ନ୍ୟୁଜ୍ ମନୋରଞ୍ଜନ ବିଶେଷ ଖେଳ ସ୍ୱାସ୍ଥ୍ୟ ଜୀବନ ଶୈଳୀ ଭାଇରାଲ ଜ୍ୟୋତିଷ କୁକୁର ଏମିତି ଝୁଣିଲା ଯେ 12 ଷ୍ଟିଚ ସହ 30 ଇଞ୍ଜେକସନ ଲାଗିଲା, 25 ମିନିଟ ଯାଏଁ ରଡି କଲା ଛୁଆ… ପିତାମାତା ବଖାଣିଲେ ଛୁଆକୁ କୁକୁର ଆକ୍ରମଣର ପୁରା ଘଟଣା, ଦେଖନ୍ତୁ video by Odia News4 ଭୁବନେଶ୍ବରରେ କୁକୁର କାମୁଡାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ଭୁବନେଶ୍ଵର ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା କି, ତପସ୍ଵିନୀ ଆପାର୍ଟମେଣ୍ଟରେ ଜଣେ 8 ବର୍ଷର ପିଲାକୁ ସେହି ଆପାର୍ଟମେଣ୍ଟର ଏକ ପୋଷା କୁକୁର କାମୁଡି ଦେଇଛି । କୁକୁରଟି ପୋଷା ହୋଇଥିବାରୁ ଏବଂ ମାଲିକଙ୍କ ହାତରୁ ଟାଣି ହୋଇ ଯାଇ ପିଲାଟିକୁ ଝୁଣି ପକେଇ ଥିବାରୁ ଏ ମାମଲାରେ କଲୋନୀ ବାସୀ ଥାନାର ଦ୍ଵାରସ୍ଥ ହୋଇଥିଲେ । ଯେହେତୁ କୁକୁରଟି ଅତି ହିଂସ୍ର ତେଣୁ ତାକୁ ବିଏମସି ଏବଂ ପୋଲିସ ଅଧିକାରୀ ଆସି ନେଇଯିବେ ବୋଲି ଗତକାଲି ଦିନ 1ଟା ଯାଏଁ ସମୟ ଦିଆ ଯାଇଥିଲା । ସବୁଦିନ ଭଳି ଗତ 6 ତାରିଖ 4ଟା ବେଳେ ପିଲାଟି ସାଇକେଲ ଚଲେଇବାକୁ ବାହାରିଥିଲା । ଏତିକି ବେଳେ କୁକୁର ମାଲିକ ତାଙ୍କ କୁକୁରକୁ ବୁଲେଇବାକୁ ନେଇଥିଲେ । କୁକୁର ଭୋକିବାରୁ ପିଲାଟି ଡରିଯାଇ ସାଇକେଲରୁ ତଳେ ପଡି ଯାଇଥିଲା । ଏତିକି ବେଳେ କୁକୁର ଟା’ ମାଲିକ ହାତରୁ ଭିଡି ହୋଇ ପିଲା ଉପରେ ଆକ୍ରମଣ କରିଥିଲା । କୁକୁରଟି ପିଲାକୁ ଖାଲି କାମୁଡିନି ବରଂ ତାକୁ ଏକଦମ ଝୁଣି ପକେଇଛି । ବାରମ୍ବାର ପିଲାକୁ କାମୁଡିବା ସହ ପେଟ ଓ ପିଠିରେ ଆକ୍ରମଣ କରିଥିଲା କୁକୁର । ଏହାପରେ କୁକୁରର ମାଲିକ ଶ୍ରାବଣୀ ପଟ୍ଟନାୟକ ଏବଂ ତାଙ୍କ ମାଳି ମିଶି କୁକୁରକୁ ଛଡେଇଥିଲେ ଓ ପିଲାକୁ ତାଙ୍କ ପିତାମାତାଙ୍କ ପାଖକୁ ନେଇ ଯାଇଥିଲେ । ସେତେବେଳେ ପିଲାର ରକ୍ତ ବୋହିବା ବନ୍ଦ ହେଉ ନଥାଏ । ସେମାନେ ମିଶି ପିଲାକୁ ତୁରନ୍ତ ଆପୋଲୋ ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ଦେଖିବା ପରେ କହିଥିଲେ କି, ଏହା ସାଧାରଣ କୁକୁର କାମୁଡା ନୁହେଁ ବରଂ କ୍ୟାଟାଗୋରି-3 କୁକୁର କାମୁଡା । ତେଣୁ ସେମାନଙ୍କୁ ଥାନାରେ ଯାଇ ଏକ ମେଡିକାଲ ଫାଇଲ ରିପୋର୍ଟ କରିବାକୁ ହେବ ବୋଲି ଡାକ୍ତର କହିଥିଲେ । ଏହାପରେ ଆଭ୍ଯନ୍ତରୀଣ ଆଘାତ ଲାଗିଛି କି ନାହିଁ ଜାଣିବା ପାଇଁ ପିଲାକୁ ଅଲଟ୍ରାସାଉଣ୍ଡ କରା ଯାଇଥିଲା ଓ ତା’ପରେ ତାକୁ ସର୍ଜରୀ କରି ଯାଇଥିଲା । 25 ମିନିଟ ସର୍ଜରୀ ହେବାସହ ପାଖାପାଖି 12ଟି ଷ୍ଟିଚ ପିଲା ଶରୀରରେ ପଡିଛି ବୋଲି ପିତାମାତା ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ବରଂ ବିନା କୌଣସି ଆନାସ୍ଥେସିଆରେ ପିଲାକୁ 30ରୁ ଅଧିକ ଇଞ୍ଜେକସନ ଦିଆଯାଇଛି । ପିଲାଟି ଏତେ କଷ୍ଟ ପାଇବା ଓ ଚିତ୍କାର କରିବା ଦେଖି ପିତାମାତା ମଧ୍ୟ ଏକଦମ ଭାଙ୍ଗି ପଡିଥିଲେ । ତେବେ କୁକୁରଟି ଥରେ ଏତେ ନିର୍ମମ ଭାବେ କାମୁଡି ଥିବାରୁ ଆଉ ଯେପରି କେହି ଏଭଳି କଷ୍ଟ ନ ଭୋଗନ୍ତି ସେଥିପାଇଁ କୁକୁରକୁ ଯଥାଶୀଘ୍ର ସେଠାରୁ ନେଇଯିବା ପାଇଁ ତପସ୍ଵିନୀ ଆପାର୍ଟମେଣ୍ଟ ବାସିନ୍ଦା ଥାନାରେ ଅଭିଯୋଗ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । Categories ବିଶେଷ Post navigation “ଖାଦ୍ଯ ଯୋଗୁଁ ହାଇପରନେସ ବଢୁଛି ଆଉ ରିଲେଶନସିପରେ ଲୋକଙ୍କ ଆଶା ବଢୁଛି ଆଉ ଶେଷରେ…” ଆଜିକାଲିର ପ୍ରେମ ପାଇଁ ଖାଇବାକୁ ଦାୟୀ କଲେ ଏହି ମହିଳା ! KL Rahul ଓ Rohit ଶର୍ମା ଆଉ ନୁହେଁ ବରଂ ଟି20 ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ଓପନିଂ କରିବେ ଏହି ଦୁଇ ପ୍ରତିଭାବାନ ଯୁବ ଖେଳାଳି, ବଡ ଅପଡେଟ ଦେଲା BCCI ଓଡିଆ ସିନେମାର ଏହି ହିରୋମାନେ କାହାକୁ ବହାହେଇଛନ୍ତି ଓ କଣ ପାଇଁ ଆଉ ଫିଲ୍ମ କରୁନାହାନ୍ତି । ନିଜ ଭାଉଜଙ୍କର ଏହି ଅଭ୍ୟାସ ଉପରେ ବହୁତ ଚିଡିଥାନ୍ତି Sweta Bacchan Nanda, କହିଲେ ମୋତେ ରାଗ ଆସିଥାଏ ଯେତେବେ ସେ… Siddharth Shukla ଙ୍କ ମୃତ୍ୟୁ ଖବର ପାଇଁ ଭାଙ୍ଗି ପଡିଛନ୍ତି ଫ୍ୟାନ୍ସ, ଶୋଇବା ପୂର୍ବରୁ କାହିଁକି ଖାଇଥିଲେ ଏହି ସବୁ ଔଷଧ କେବଳ ବୋଲ୍ଡ ସୀନ ଦେଇ Bollywood ରେ ସଫଳତା ପାଇଛନ୍ତି ଏହି 5 ଜଣ Actress, 1 ନମ୍ବର Actress ଙ୍କ ପାଇଁ ତ ସାରା ଦେଶ ଦିବାନା
2022-12-02T12:30:56Z
https://headlines9.com/kukur-emiti-jhunila-je-25min-jaen-radi-kalaa-chhua/
OSCAR-2301
ଶୀତକାଳୀନ ଅଧିବେଶନର ପ୍ରଥମ ଦିନ । ଖାଁ ଖାଁ ବିଧାନସଭା ପରିସର । କାରଣ ବିଧାନସଭା ଉପରେ ପଡିଛି ପଦ୍ମପୁର ଉପନିର୍ବାଚନ ର ଇଫେକ୍ଟ । ଉପନିର୍ବାଚନ ଲାଗି ବିଜେଡି ର ମାଳମାଳ ମନ୍ତ୍ରୀ, ବିଧାୟକ ପ୍ରଚାରରେ ମାତିଛନ୍ତି । ତେଣୁ ବିଧାନସଭାରେ ବିଧାୟକ ମରୁଡ଼ି ସ୍ଥିତି । ଗୃହ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ଶାସକ ଦଳର ପ୍ରାୟ ୫୦ ପ୍ରତିଶତ ବିଧାୟକ । କେବଳ ବିଧାୟକ ନୁହଁନ୍ତି ଅଧିକାଂଶ ମନ୍ତ୍ରୀମାନଙ୍କର ବି ଆଜି ଦେଖାନଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ବିଧାନସଭାରେ ପ୍ରମୁଖ ଭୂମିକା ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀ ବି ଆଜି ଅନୁପସ୍ଥିତ ଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିରଂଜନ ଅର୍ଥ ବିଭାଗ ଦାୟିତ୍ୱରେ ମଧ୍ୟ ଅଛନ୍ତି । କିନ୍ତୁ ତାଙ୍କ ସ୍ଥାନରେ ଆଜି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ପଂଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ । Also Read କୁନି ହିନ୍ଦୁ ଝିଅର ସୁନ୍ଦର କଣ୍ଠରେ କୋରାନ ପାଠ, ଜାଣନ୍ତୁ ପୁରା କାହାଣୀ... Read More ମହଙ୍ଗା ପଡ଼ିଲା ‘Galwan says hi ’ ଟ୍ୱିଟ୍ !ସମାଲୋଚନା ପରେ କ୍ଷମା ମାଗିଲେ ଅଭିନେତ୍ରୀ ରିଚା ଚଢ଼ା Read More ଭେଜ୍‌ ବାରରେ ବି ଖାଇପାରିବେ କନ୍ନନଙ୍କ ଏହି ‘ଭେଜ୍‌ ଚିକେନ୍‌ ସୌରମା’ Read More ସେହିଭଳି ପଶ୍ଚିମ ଓଡିଶାର ଅଧିଂକାଶ ମନ୍ତ୍ରୀ ଓ ବିଧାୟକ ଆଜି ଅନୁପସ୍ଥିତ ଥିଲେ । ମନ୍ତ୍ରୀ ନବ ଦାସ, ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ରୀତା ସାହୁ, ପ୍ରତାପ ଦେବ, ସମୀର ଦାଶ ପ୍ରମୁଖ ଗୃହକୁ ଆସିନଥିଲେ । ବିଧାୟକ ସୂଶାନ୍ତ ସିଂ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ସୁଧିର ସାମଲ ପ୍ରମୁଖ ମଧ୍ୟ ଅନୁପସ୍ଥିତ ଥିଲେ । ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ । ସେଠାରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଥିଲେ ବି ଅଧିକାଂଶ ଯୋଗ ଦେଇନଥିଲେ । ଏହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ନିର୍ବାଚନ ହାରିଯିବା ଭୟରେ ପୁରା ଶାସକ ଦଳ ପଦ୍ମପୁରେ ଡେରା ପକାଇଛନ୍ତି । ବିଧାନସଭାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ବିରୋଧୀ କହିଛନ୍ତି । ସେପଟେ ପଦ୍ମପୁର ଉପନିର୍ବାଚନରେ ସରକାରୀ କର୍ମଚାରୀଙ୍କୁ ଶାସକ ଦଳ ବ୍ୟବହାର କରୁଥିବା ବାରମ୍ବାର ଅଭିଯୋଗ ହୋଇଛି । ଯାହାର ପ୍ରମାଣ ଆସିବାପରେ ୧୬ ଜଣ ଗ୍ରାମରୋଜଗାର ସେବକଙ୍କୁ ବଦଳି କରିଛନ୍ତି ବରଗଡ଼ ଜିଲ୍ଲାପାଳ । ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଆୟୋଜିତ ରାଜୈନତିକ କାର୍ଯ୍ୟକ୍ରମରେ ଏହି ଜିଆର୍‌ଏସ୍‌ ମାନେ ଯୋଗଦେଇଥିଲେ । ଅଧିକ ପଢ଼ନ୍ତୁ: ପଦ୍ମପୁର ରାଜନୀତିର ପଶାପାଲିରେ ଏଣ୍ଟ୍ରି ମାରିଲା ନୂଆ ଇସ୍ୟୁ ଏହା ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟ ବିଭିନ୍ନ କଲେଜ୍‌ରେ ଅଧ୍ୟାପକଙ୍କ ସହ ବୈଠକ କରିଥିବାରୁ ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ସୁପାରିଶ କରିଥିଲେ । ଏ ସଂପର୍କରେ ମୁଖ୍ୟ ନିର୍ବାନ ଅଧିକାରୀ ରାଜ୍ୟ ସରକାରଙ୍କୁ ଅବତ କରାଇଛନ୍ତି । ଧାମନଗର ହାରିବା ପରେ ପଦ୍ମପୁର ଉପନିର୍ବାଚନ ଏବେ ଶାସକ ପାଇଁ କର ବା ମର ସ୍ଥିତି ଆଣିଛି । ଏଥିପାଇଁ ଡିସେମ୍ବର ୫ରେ ଭୋଟ୍ ଗ୍ରହଣ ହେବ । ତେଣୁ ଶୀତ ଅଧିବେଶନର ପ୍ରଥମ ପର୍ଯ୍ୟାରେ ଏଭଳି ଏମ୍ଏଲ୍ଏ ମରୁଡ଼ି ଦେଖିବାକୁ ମିଳିବ ବୋଲି କୁହାଯାଉଛି । BJD BJP Congress Padampur Bypoll Odisha Politics Other Stories CM Naveen Patnaik ପଦ୍ମପୁରରେ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶାନା କରିଛନ୍ତି। ପ୍ରକଳ୍ପ ନେଇ ଡିପିଆର୍ କରିଛନ୍ତି କି କେନ୍ଦ୍ର ସରକାର ? ଏଭଳି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। BJD ‘ଆମର ସେମିତି ମୁଖ୍ୟମନ୍ତ୍ରୀ ଦରକାର, ଯିଏ ଆମ କଥା ବୁଝୁଥିବେ’ ପ୍ରଚାର ଅବସରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅପରାଜିତା । Padampur Bypoll ଉଠୁଛି ପଡ଼ୁଛି ପଦ୍ମପୁର; ବିଜେଡି ସୁପ୍ରିମୋ କହିଲେ, ମୁଁ କଥାରେ ନୁହଁ... ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ । BJD ସୁରେଶଙ୍କ ଭବିଷ୍ୟବାଣୀ : ବ୍ରହ୍ମାସ୍ତ୍ର ଛଡ଼ାଯିବ, ନବୀନଙ୍କ ଆସନ ଦୋହଲିଯିବ ପଦ୍ମପୁରରୁ ନବୀନଙ୍କୁ ଟାର୍ଗେଟ୍‌ କଲେ ସୁରେଶ ପୂଜାରୀ। ୫ରେ ଭୋଟର ଛାଡିବେ ବ୍ରହ୍ମାସ୍ତ୍ର...ଟଳମଳ ହେବ ନବୀନ ବାବୁଙ୍କ ସିଂହାସନ। କେନ୍ଦ୍ର କୋଟି କୋଟି ଟଙ୍କା ଦେଉଛି, ରାଜ୍ୟ ସରକାର ସବୁ ଖାଇଦେଉଛି ।
2022-12-02T13:42:13Z
https://otvkhabar.in/news/politics/odisha-assembly-over-50-of-mlas-several-ministers-skip-winter-session-over-padampur-bypoll/101257
OSCAR-2301
କଟକ ୨୦।୧୧: ବାଲିଯାତ୍ରାର ବୈଷ୍ଣବପାଣି ମଞ୍ଚରେ ଦେଶର ଖ୍ୟାତନାମା ରକ୍‌ଷ୍ଟାରମାନଙ୍କୁ ମିଳିଛି ଏକ ଭିନ୍ନ ପରିଚୟ । ଋତୁରାଜ ମହାନ୍ତି, ଦଲେର ମେହେନ୍ଦି ଅବା ଓଡିଆ ଝିଅ ସୋନା ମହାପାତ୍ର, ଏମାନେ ସମସ୍ତେ ଏଠାରେ ସଙ୍ଗିତ ପରିବେଷଣ କରି ଖୁବ୍‌ଖୁସି ଥିବାବେଳେ, ବଲିଉଡ୍‌ ସିଙ୍ଗର କେ.କେ. ମଙ୍ଗଳବାର ସଂଧ୍ୟାରେ ବାଲିଯାତ୍ରାର ଅନୁଭୂତି ସାଉଁଟିଛନ୍ତି । ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେ ଦର୍ଶକମାନଙ୍କୁ ନିଜ ମଧୁର ସଙ୍ଗୀତରେ ମତୁଆଲା କରିଥିଲେ । ଖାସ୍ କରି ଯୁବପିଢି କେ.କେ. ସଙ୍ଗୀତରେ ମଜ୍ଜି ଯାଇଥିବା ଭଳି ମନେ ହେଉଥିଲା । ଏବେ ଦେଖିବା କେ.କେ. ନାଇଟ୍‌କୁ କେମିତି ଉପଭୋଗ କରିଥିଲେ ସମବେତ ଜନତା । ବାଲିଯାତ୍ରାର ଉଦ୍ଘାଟନୀ ସଂଧ୍ୟାରେ ଆସିଥିଲେ ରକ୍‌ଷ୍ଟାର ଋତୁରାଜ ମହାନ୍ତି । ପରେ ଓଡିଆ ଝିଅ ସୋନା ମହାପାତ୍ର । ତାପରେ କଟକ ବାଲିଯାତ୍ରାରେ ଧୂମ୍ ମଚାଇଥିଲେ ଦଲେର ମେହେନ୍ଦୀ । ଆଉ ଗତକାଲି ଐତିହାସିକ ବାଲିଯାତ୍ରା ପଡିଆରେ ଜବରଦସ୍ତ ପରଫର୍ମ କରିଛନ୍ତି ବଲିଉଡ୍‌ ସିଙ୍ଗର କ୍ରୀଷ୍ଣା କୁମାର କୁନାଥ୍ (କେକେ) କେ.କେ. ନାଇଟ୍‌କୁ ଉପଭୋଗ କରିବାଲାଗି ଯେତିକି ଦର୍ଶକ ଥିଲେ, ସେଥିରୁ ଯୁବପିଢିଙ୍କ ସଂଖ୍ୟା ଥିଲା ଢେର ଅଧିକ । ସେମାନେ ଯେ କେବଳ କେ.କେ. ମେଲୋଡିର ମଜ୍ଜା ନେଉଥିଲେ ତା ନୁହେଁ, ବରଂ କେ. କେ.ଙ୍କ ସହ ତାଳ ଦେଇ ନାଚିଥିଲେ, ଝୁମିଥିଲେ ଏବଂ ଗୀତ ମଧ୍ୟ ଗାଇଥିଲେ । ୯୦ ଦଶକରୁ ନିଜ ସଙ୍ଗୀତ କ୍ୟାରିଅର ଆରମ୍ଭ କରିଥିବା କେ.କେ., ଏବେ ବଲିଉଡ୍‌ର ଜଣେ ନାମକରା ସିଙ୍ଗର । ସେଥିଲାଗି କେ.କେ.ନାଇଟ୍‌କୁ ମିସ୍‌ କରିବାକୁ ଚାହିଁନଥିଲେ ପ୍ରଶାସକ, ରାଜନେତା ଏବଂ ବିଭିନ୍ନ ବର୍ଗର ଦର୍ଶକ । ଏମିତିକି ପୋଲିସ ଅଧିକାରୀମାନେ ବି କେ.କେ. ସଙ୍ଗୀତକୁ ଉପଭୋଗ କରିବା ଲାଗି, ମଞ୍ଚ ନିକଟରେ ବେଶ୍ କିଛି ସମୟ ଅଟକି ରହିଥିଲେ । ପ୍ରାୟ ୩ ଘଣ୍ଟାର କାର୍ଯ୍ୟକ୍ରମ ଭିତରେ କେ.କେ. ଗାଇଥିଲେ ପାଖାପାଖି ୨୭ ଟି ଗୀତ । ସେଥିଲେ ଥିଲା ଆଲବମ୍‌ ସଙ୍ଗୀତ । ରୋମାଣ୍ଟିକ ସଙ୍ଗ୍ ଏବଂ କିଛି ଭାରତୀୟ ସଙ୍ଗୀତର ଫ୍ୟୁଜନ୍‌ । ତାଙ୍କର ଚମତ୍କାର ଉପସ୍ଥାପନା ଉପସ୍ଥିତ ଜନତାଙ୍କୁ ଯେତିକି ମୁଗ୍ଧ କରିଛି, ସେତିକି ମାତ୍ରାରେ ଖୁସି ପ୍ରକଟ କରିଛନ୍ତି କେ.କେ. । କାରଣ ବାଲିଯାତ୍ରାରେ ଏହାଥିଲା ତାଙ୍କର ପ୍ରଥମ ସୋ’ ।
2022-11-26T11:45:40Z
https://www.prameyanews7.com/singer-kk-performed-at-8th-evening-of-cuttack-bali-yatra/
OSCAR-2301
ସବ୍ୟସାଚ୍ଚୀ ଙ୍କ ବଡ ଖୁଲାସା ! ବିବାହ କରିବେ ଓଲିଉଡ୍ ଜଗତର ପପୁଲାର ଯୋଡି ଅଭିନେତା ସବ୍ୟ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ! ଜାଣନ୍ତୁ ପୁରା ସତ୍ୟତା ସମ୍ପର୍କରେ…. – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home viral news ସବ୍ୟସାଚ୍ଚୀ ଙ୍କ ବଡ ଖୁଲାସା ! ବିବାହ କରିବେ ଓଲିଉଡ୍ ଜଗତର ପପୁଲାର ଯୋଡି ଅଭିନେତା ସବ୍ୟ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ! ଜାଣନ୍ତୁ ପୁରା ସତ୍ୟତା ସମ୍ପର୍କରେ…. ସବ୍ୟସାଚ୍ଚୀ ଙ୍କ ବଡ ଖୁଲାସା ! ବିବାହ କରିବେ ଓଲିଉଡ୍ ଜଗତର ପପୁଲାର ଯୋଡି ଅଭିନେତା ସବ୍ୟ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ! ଜାଣନ୍ତୁ ପୁରା ସତ୍ୟତା ସମ୍ପର୍କରେ…. viral news Share କରୋନା ମହାମାରୀ ସମୟରେ ଓଡିଶାର ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରି ଦେବଦୂତ ସାଜିଥିବା ଅଭିନେତା ସବ୍ୟସାଚୀ ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରାଇ ଆଣିଥିବା ହଜାର ହଜାର ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୂତ । 1985 ମସିହା ଅକ୍ଟୋବର 6 ତାରିଖରେ ଜନ୍ମ ଓଡିଆ ବଙ୍ଗାଳୀ ଏବଂ ତେଲୁଗୁ ପିଲ୍ମରେ ସେ କାମ କରିସାରିଛନ୍ତି । 2007 ମସିହାରେ ରିଲିଜ ହୋଇଥିବା ପାଗଳ ପ୍ରେମୀରୁ ସେ ଓଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ପରେ ସବ୍ୟସାଚୀ ମିଶ୍ର ଜଣେ ଆଲବମ ଜଗତରେ ଲୋକପ୍ରିୟ ଅଭିନେତା ଭାବେ ପରିଚିତ ହେଲେ । ଅନେକ ହିଟ ଆଲବମ ଦେଇ ସେ ଏହି ସମୟରେ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି । ସବ୍ୟସାଚୀ ଅନ୍ୟ ହିରୋଇନ ମାନଙ୍କ ସହ କାମ କରିଛନ୍ତି କିନ୍ତୁ ଓଡିଶାର ଦର୍ଶକ ସବ୍ୟସାଚୀଙ୍କୁ ଅର୍ଚିତାଙ୍କ ସହିତ ବେଶି ପସନ୍ଦ କରନ୍ତି । ସବ୍ୟ ଅର୍ଚିତାଙ୍କ ଯୋଡି ଓଡିଶାର ସବୁ ଲୋକପ୍ରିୟ ଯୋଡିଙ୍କ ମଧ୍ୟରୁ ଗୋଟିଏ । କଳିଙ୍ଗ ଟିଭିର ଏକ ସାକ୍ଷାତ କାରରେ ପଚାରା ଯାଇଥିଲା କି ସେ କେଉଁ ହିରୋଇନଙ୍କ ସହିତ କାମ କରିବା ପାଇଁ ବେଶି ପସନ୍ଦ କରନ୍ତି । ଉତ୍ତରରେ ସେ କହିଥିଲେ ତାଙ୍କୁ ସମସ୍ତ ନାୟିକାଙ୍କ ସହ କାମ କରିବା ପାଇଁ ଭଲ ଲାଗେ । ଅନ୍ୟ ଏକ ପ୍ରଶ୍ନରେ ପଚାରା ଯାଇଥିଲା କି ଆପଣ ଏବଂ ଅର୍ଚ୍ଚିତାଙ୍କର ବିବାହ ହେବକି । ସବ୍ୟ ଏହାର ଉତ୍ତର ବହୁତ ମଜାଳିଆ ଢଙ୍ଗରେ ଦେଇଥିଲେ ଏବଂ କହିଥିଲେ କି ମୁଁ ଜାଣିପାରୁନାହିଁ କିପରି ଦର୍ଶକ ମାନେ ଏହା ଜାଣିପାରୁଛନ୍ତି । ଅର୍ଚ୍ଚିତାଙ୍କୁ ସର୍ବ ପ୍ରଥମେ ମୋତେ ଆଣିଦେଲ ଲକ୍ଷେ ପଗୁଣ ସିନେମାରେ ଦେଖିବାକୁ ପାଇଥିଲେ ମୋ ସହ । ତାପରେ ମୁଁ ସେହି ଚଳଚିତ୍ରରେ ନଜର ଆସିଥିଲି । ଏହି ପିଲ୍ମ ବହୁତ ହିଟ ହୋଇଥିଲା ଏବଂ ଏହାର ଗୀତ ମଧ୍ୟ ବହୁତ ସୁନ୍ଦର ଥିଲା । ଏହା ପରେ ତାଙ୍କର ଏବଂ ମୋର ଯୋଡିକୁ ନେଇ କରି ବହୁଚ ଚର୍ଚ୍ଚା ହେଲା । ତେବେ ଏପରି ଚର୍ଚ୍ଚାକୁ ମୁଁ କେବେ ଖରାପ ଭାବିନାହିଁ । Related Posts ଦେଖନ୍ତୁ viral ଭିଡ଼ିଓ- ଓଡ଼ିଆ ଲୋକ ପ୍ରିୟ ହିରୋଇନ ରିୟା ଦେଙ୍କ… Nov 30, 2022 ଦେଖନ୍ତୁ viral ଭିଡ଼ିଓ-“ସେକ୍ସି ବିଲ୍ଲି ଗୀତ ମୋ ଜୀବନର ମୋଡ଼… Nov 29, 2022 ଯୁବକ ଦେଲେ କଡା ମନ୍ତବ୍ୟ ! ପୁଅଟା କମଜୋର ଥିଲା ଝିଅମାନେ ଲୋଡ… Nov 27, 2022 କାହିଁକିନା ପ୍ରତ୍ୟେକ ସେଲିବ୍ରେଟୀଙ୍କର ନାମରେ ଏପରି କିଛି ଚର୍ଚ୍ଚା ଲାଗି ରହିଥାଏ । ସବ୍ୟ ଏବଂ ଅର୍ଚ୍ଚିତାଙ୍କୁ ନେଇ କିଛି ମୁହଁ ଖୋଲି ନାହାନ୍ତି ସବ୍ୟସାଚୀ । ଏହା ସହ କହିଛନ୍ତି କି ଆମର ଯଦି ବିବାହ ହେବାର ଅଛି ତେବେ ତାହା ସମୟ କହିବ । ତେବେ ସବ୍ୟଙ୍କର ଏହି ପ୍ରକାର ଉତ୍ତରରୁ ଜଣାପଡୁଛି କି ଆଗକୁ କିଛି ଘଟିବା ପାଇଁ ଯାଉଛି । ତେବେ ଆଗକୁ ଏହା ବିଷୟରେ ଜଣାପଡିବ କି ସବ୍ୟ ଏବଂ ଅର୍ଚ୍ଚିତାଙ୍କର ବିବାହ ହେବ କି ନାହିଁ ମାତ୍ର ଏତେଦିନ ଯାଏ ଏହାକୁ ସବ୍ୟ ସ୍ପଷ୍ଟ କରିନାହାନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ଅନୁଭବ ଏବଂ ବର୍ଷାଙ୍କର ପାରିବାରିକ ବିବାଦ ନେଇ ଅରିନ୍ଦମ କଲେ ବଡ ଖୁଲାସା , କହିଲେ ଅନୁଭବ ବର୍ଷା ଅଲଗା ହେବାର ରହିଛି ଏହି ମୁଖ୍ୟ କାରଣ !
2022-11-30T23:32:46Z
https://live43today.com/sab-ya-sachi-an-s-ar-chi-ta-ma-ri-ge/
OSCAR-2301
ମାଲାକନଗିରି: ମାଲାକନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ। ଜିଲ୍ଲାପାଳଙ୍କ ନାଁରେ ୧ କୋଟିର ଲାଞ୍ଚ ଅଭିଯୋଗ ହୋଇଛି। କୋଟିଏ ଟଙ୍କାର ଲାଞ୍ଚ ଅଭିଯୋଗ ଆଣିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ। ଟେଣ୍ଡର ଫିକ୍ସିଂ କରି ଲାଞ୍ଚ ନେଇଥିବା ଅଭିଯୋଗ କରି ୧୯ ଲକ୍ଷର ଗାଡ଼ି ଜିଲ୍ଲାପାଳ ବ୍ୟବହାର କରୁଥିବା କହିଲେ ପ୍ରଦୀପ। ଆନ୍ଧ୍ରର ଏକ ଘରୋଇ କମ୍ପାନି ହାତରେ ଜିଲ୍ଲାର ଅଧିକାଂଶ ଖଣି ଖାଦାନ ଟେକି ଦେବା ନେଇ ଅଭିଯୋଗ। ଲଘୁ ଖଣି ଖାଦାନର ନିଲାମୀ ଲାଗି ସ୍ଥାନୀୟ ତହସିଲଦାର ମାନଙ୍କୁ କ୍ଷମତା ଦିଆଯାଇ ଥିବା ବେଳେ ଆନ୍ଧ୍ରର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇ ନିଜେ ଜିଲ୍ଲାପଳ ଟେଣ୍ଡର ଆହ୍ୱାନ କରିଥିଲେ। ତିନି ଦିନ କାଳ ଟେଣ୍ଡର ବକ୍ସକୁ ନିଜ ଘରେ ରଖି ଚାଭା ବେଣୁଗୋପୋଳ ନାମକ ଏକ ଆନ୍ଧ୍ରର ଠିକାଦାରଙ୍କୁ ସହଯୋଗ କରାଯାଇ ଥିବା ଅଭିଯୋଗ ହୋଇଛି। ଏହି ସମୟରେ ବେଣୁଗୋପାଳଙ୍କ ବିଡ୍ ଡକ୍ୟୁମେଂଟକୁ ପରିବର୍ତନ କରାଯାଇ ଥିବା ଅଭିଯୋଗ କରିଛି କଂଗ୍ରେସ ଦଳ। ଗତ ୨୦ ତାରିଖରେ ଟେଣ୍ଡର ବକ୍ସକୁ ଟ୍ରେଜରିକୁ ହସ୍ତାନ୍ତର କରାଯାଇଥିବା ଟେଣ୍ଡର ପ୍ରୋସିଡିଙ୍ଗସରେ ଦର୍ଶାଯାଇଛି। ହେଲେ ଆରଟିଆଇ ତଥ୍ୟରେ ଉଲ୍ଲେଖ ରହିଛି ୨୩ ତାରିଖରେ ଗୋଟାଏ ୩୬ ମିନିଟରେ ଟ୍ରେଜରି ଟେଣ୍ଡର ବକ୍ସ ରିିସିଭ କରାଯାଇଛି। କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇ ଡଙ୍ଗର ଓ ଧାନ ଜମିରେ ୫ କୋଟି ଟଙ୍କାର ଘର ଦ୍ୱାର ଓ ପ୍ଲାଂଟ ଥିବା ଦର୍ଶାଇ କୋଟିଏ ଟଙ୍କାର ସଲଭେନସି ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଏହାକୁ ଆଧାର କରି କୋଟିଏ ଟଙ୍କା ସ୍ଥାନରେ ୨ କୋଟି ୩୮ ଲକ୍ଷ ଟଙ୍କାର ପଥର କୁଆରି ଟେକି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ କୋଟିଏରୁ ଉର୍ଧ ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ଦଳ। ସେହିପରି ମାର୍ଚ୍ଚ ୩୦ ତାରିଖରେ ସମ୍ପୃକ୍ତ କମ୍ପାନୀକୁ ୭ଟି କୁଆରି ଦେବା ଲାଗି ଟେଣ୍ଡର ପ୍ରକ୍ରିୟାରୁ ସ୍ଥିର ହୋଇଥିବା ବେଳେ ମାର୍ଚ୍ଚ ୩୧ ତାରିଖରେ ଗୋଟିଏ ଏମଜି ହେକ୍ଟର କାରକୁ ଜିଲ୍ଲାପଳଙ୍କୁ ଲାଞ୍ଚ ଆକାରରେ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା।
2022-11-30T16:13:37Z
https://www.odishalink.com/2021/06/22/rs-1-core-bribe-allegation-against-malkangiri-collector/
OSCAR-2301
ବାଲିଗୁଡ଼ା: ଦୁଇ ଛୁଆଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆରେ। ଜଣେ ମହିଳା ତାଙ୍କର ,ଭଳି କାଣ୍ଡ କରିବାନେଇ ଅଭିଯୋଗ ହୋଇଛି। ସୂଚନା ମୁତାବକ, ମହିଳାଙ୍କ ନାଁ ଭାଗ୍ୟଲକ୍ଷ୍ମୀ ପାତ୍ର। ଗତକାଲି ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ଏମ୍‌. ରାଜେଶ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ଭାଗ୍ୟଲକ୍ଷ୍ମୀ ଦୁଇ ଛୁଆ (୯ ବର୍ଷର ଝିଅ ଓ ୫ ବର୍ଷର ପୁଅ)ଙ୍କୁ ଧରି ଘରୁ ପଳାଇଥିଲେ। ଆଜି ଏକ କୂଅରେ ଦୁଇ ଛୁଆଙ୍କୁ ଠେଲି ମାରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ। ତେବେ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। କେଉଁ କାରଣକୁ ନେଇ ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା। ସେ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ ରାଇକିଆ ଥାନାରେ ଅଭିଯୋଗ କରିଛନ୍ତି ଯେ, ରାଜେଶଙ୍କର ଅନ୍ୟ ମହିଳାଙ୍କ ସହିତ ସଂପର୍କ ଥିଲା। ସେଥିପାଇଁ ଭାଗ୍ୟଲକ୍ଷ୍ମୀ ଓ ରାଜେଶଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଭାଗ୍ୟଲକ୍ଷ୍ମୀଙ୍କୁ ରାଜେଶ ନିର୍ଯାତନା ଦେଉଥିବାରୁ ସେ ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି।
2022-11-30T17:32:18Z
https://www.odishalink.com/2021/07/17/woman-killed-her-2-child/
OSCAR-2301
ଭିଡିଓ : କନ୍ୟାର ଏହି ଧମାକେଦାର ଡ୍ୟାନ୍ସ ଦେଖି ଲାଜେଇଗଲା ବର, 1 ମିନିଟରେ ଏହି ଡ୍ୟାନ୍ସକୁ ବର୍ତ୍ତମାନ ୬୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି, ଆପଣ ବି ଥରଟୁଏ ଦେଖିନିଅନ୍ତୁ Skip to content Disclaimer Privacy Policy Disclaimer Menu ନ୍ୟୁଜ୍ ମନୋରଞ୍ଜନ ବିଶେଷ ଖେଳ ସ୍ୱାସ୍ଥ୍ୟ ଜୀବନ ଶୈଳୀ ଭାଇରାଲ ଜ୍ୟୋତିଷ ଭିଡିଓ : କନ୍ୟାର ଏହି ଧମାକେଦାର ଡ୍ୟାନ୍ସ ଦେଖି ଲାଜେଇଗଲା ବର, 1 ମିନିଟରେ ଏହି ଡ୍ୟାନ୍ସକୁ ବର୍ତ୍ତମାନ ୬୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି, ଆପଣ ବି ଥରଟୁଏ ଦେଖିନିଅନ୍ତୁ by Neha Pattnaik ବାହାଘରର ସ୍ଵପ୍ନ ସମସ୍ତେ ଦେଖନ୍ତି ଏବଂ ସମସ୍ତଙ୍କୁ ନିଜର ଏହି ଖାସ ଦିନର ଅପେକ୍ଷା ରହିଥାଏ । ଝିଅ – ପୁଅ ଦୁଇ ଜଣଙ୍କୁ ହିଁ ନିଜ ବାହାଘରର ବହୁତ ଜଲ୍ଦି ଥାଏ । କିନ୍ତୁ ପୁଅ ମାନଙ୍କ ତୁଳନାରେ ଝିଅ ମାନେ ଅଧିକ ଉତ୍ସାହିତ ଥାନ୍ତି । ସେମାନେ ବହୁତ ପୂର୍ବରୁ ହିଁ ନିଜ ବାହାଘର ପାଇଁ ବହୁତ କିଛି ଭାବି ଚିନ୍ତି ରଖି ଥାନ୍ତି । ସେମାନେ ନିର୍ଣୟ କରି ରଖିଥାନ୍ତି କି ବାହାଘର ଦିନ କେଉଁ ଡିଜାଇନର ଲେହେଙ୍ଗା ପିନ୍ଧିବେ ଏବଂ କେଉଁଭଳି ଭାବରେ ମେକଅପ କରିବେ । ଝିଅ ମାନଙ୍କୁ ବଧୁ ବେଶରେ ସଜ ହେବାର ବହୁତ କ୍ରେଜ ଥାଏ । ଆଜିକାଲି ସୋସିୟାଲ ମିଡିୟାରେ ବହୁତ ଏହିଭଳି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ କନ୍ୟା ଡାନ୍ସ କରୁଛନ୍ତି । ଏହା ଏକ ଟ୍ରେଣ୍ଡ ହୋଇ ଗଲାଣି । ଆପଣଙ୍କୁ ଇଣ୍ଟର୍ନେଟରେ ଏହିଭଳି ହଜାର ହଜାର ଭିଡିଓ ମିଳି ଯିବ । କିନ୍ତୁ କିଛି ଏହିଭଳି ଭିଡିଓ ଅଛି ଯାହାକୁ ଲୋକ ମାନେ ଅଧିକ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଖାସ ଭିଡିଓ ନେଇ ଆସିଛୁ । ଯେଉଁଥିରେ ଏକ କନ୍ୟା ସମସ୍ତଙ୍କ ସାମନାରେ ଡାନ୍ସ କରୁଛନ୍ତି । ସନୀ ଲିୟୋନିଙ୍କର ଗୀତରେ କନ୍ୟା କରିଲେ ଡାନ୍ସ ଏହି ଭିଡିଓ ରେ କନ୍ୟା ଏବଂ ବରର ଜୟମାଳା ହୋଇ ଯିବା ପରେ କନ୍ୟା ଡାନ୍ସ କରୁଛନ୍ତି । କନ୍ୟା କିଛି ଲୋକମାନଙ୍କ ସାମନାରେ ସନୀ ଲିୟାନଙ୍କର ହିଟ ଗୀତ ‘ସୈୟାଁ ସୁପରସ୍ଟାର’ ଗୀତ ରେ ନାଚୁଛନ୍ତି । ସମସ୍ତେ ତାଙ୍କୁ ଦେଖୁଛନ୍ତି । ଏବଂ ପାଖରେ ଥିବା ବର ବି ନିଜର ପତ୍ନୀଙ୍କୁ ଦେଖୁଛନ୍ତି । କାହାର ବି ନଜର ସେହି କନ୍ୟା ଠାରୁ ଅନ୍ୟ ଆଡକୁ ଯାଉ ନାହିଁ । କେବଳ ଡାନ୍ସ ନୁହେଁ କନ୍ୟାର ଏକ୍ସପ୍ରେଶନ କାରଣରୁ ବି ଏହି ଭିଡିଓ ବହୁତ ଭାଇରାଲ ହେଉଛି । କହି ଦେଉଛୁ ଯେ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ଲକ୍ଷରୁ ବି ଅଧିକ ଲୋକମାନେ ଦେଖି ସାରି ଛନ୍ତି । ଆପଣମାନେ ବି ଏହି ଡାନ୍ସ ଭିଡିଓକୁ ଦେଖନ୍ତୁ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗି ଥାଏ ତେବେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । Categories ଭାଇରାଲ Post navigation ପାକିସ୍ତାନରେ ବର୍ତ୍ତମାନ ବି ସବୁଆଡେ ଅଭିନନ୍ଦନଙ୍କ ଚର୍ଚ୍ଚା, ଚା ଦୋକନାରେ ଲାଗିଛି ତାଙ୍କର ପୋଷ୍ଟର – କଣ ଲେଖା ହେଇଛି ସେଥିରେ ଦେଖନ୍ତୁ ମା ତାରାତାରିଣୀଙ୍କ କାହାଣୀ… କେମିତି ଦୁଇ ଭଉଣୀ ହୋଇଗଲେ “ମା ତାରାତାରିଣୀ” କଣ ଏହି ବଲିଉଡ ହିରୋଇନଙ୍କ ପାଇଁ ନିଜ ସ୍ତ୍ରୀଙ୍କୁ ଡିଭୋର୍ସ ଦେବା ପାଇଁ ପ୍ରସ୍ତୁତ ଥିଲେ ସୌରଭ ଗାଙ୍ଗୁଲି ! ଦେଖନ୍ତୁ ଭିଡିଓ, ସେଲଫି ନେଉଥିବା ଫ୍ୟାନ ଉପରେ ରାଗିଗଲେ ସଲମାନ, ଛଡାଇ ନେଲେ ଫୋନ ଓ କଲେ ଏମିତି କାମ, ଫ୍ୟାନମାନେ କଲେ ଟ୍ରୋଲ ନିଜ ସ୍ତ୍ରୀ ଙ୍କୁ ରାଣୀ ପରି ରଖିଥାନ୍ତି TV ର ଏହି 5 ଜଣ Actor, ନମ୍ବର 5 ନିଜ ଜୀବନ ଠୁ ବି ଅଧିକ ଭଲ ପାଆନ୍ତି ନିଜ ପତ୍ନୀଙ୍କୁ ୭୧ବର୍ଷର ହେଉଛନ୍ତି ବଲିଉଡର ଏହି ଅଭିନେତ୍ରୀ, କିନ୍ତୁ ବୁଢାପା ଏବେ ଯାଏ ଛୁଇଁ ପାରିନି South ଇଣ୍ଡଷ୍ଟ୍ରି ରେ ନିଜର ଦମଦାର ଅଭିନୟ ଦ୍ଵାରା ଫେମସ ହୋଇଥିବା ହୀରୋ ଓ ହିରୋଇନ ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ଭାଇ ଓ ଭଉଣୀ
2022-11-28T11:14:54Z
https://headlines9.com/ehi-kanyra-nacha-dekhi-lajeigala-bara/
OSCAR-2301
ପ୍ଲିଜ଼ ମତେ ଟିକେ ପାଣି ଦିଏ,ମତେ ବଞ୍ଚେଇ ଦିଅ ; ଏଭଳି ନିଆଁରେ ଜଳି ନେହୁରା ହେଉଥିଲା ସ୍ତ୍ରୀ ଆଉ ସ୍ୱାମୀ କରୁଥିଲା ଭିଡିଓ – Odisha Bhaskar Likes Followers Subscribers Followers Android App Wednesday, December 7, 2022 Home About Contact E-Paper YouTube Privacy Policy Odisha Bhaskar - Latest Odia News, Odisha latest news Home ଭିଡ଼ିଓ ଖବର କୃଷି ଖବର ଭିଡିଓ ଖବର ଦେଶ ବିଦେଶ ଦେଶ ବିଦେଶ ୟୁକ୍ରେନ-ରୁଷିଆ ଯୁଦ୍ଧ ରାଜ୍ୟ ମହାନଗର ରାଜନୀତି ପଞ୍ଚାୟତ ନିର୍ବାଚନ ପୌର ନିର୍ବାଚନ ରାଜ୍ୟସଭା ଅପରାଧ ଶିକ୍ଷା ନିଯୁକ୍ତି ସ୍ୱାସ୍ଥ୍ୟ କରୋନା ଖେଳ IPL ଅଲିମ୍ପିକ୍ ଟି-୨୦ ବିଶ୍ୱକପ୍ ବାଣିଜ୍ୟ ମନୋରଞ୍ଜନ ଜୀବନଚର୍ଯ୍ୟା Astrology Rasifala ଜ୍ଞାନ ବିଜ୍ଞାନ ପରମ୍ପରା ଘୋଷଯାତ୍ରା ଦୁର୍ଗା ପୂଜା Home Featured ପ୍ଲିଜ଼ ମତେ ଟିକେ ପାଣି ଦିଏ,ମତେ ବଞ୍ଚେଇ ଦିଅ ; ଏଭଳି ନିଆଁରେ ଜଳି ନେହୁରା ହେଉଥିଲା ସ୍ତ୍ରୀ ଆଉ ସ୍ୱାମୀ କରୁଥିଲା ଭିଡିଓ ପ୍ଲିଜ଼ ମତେ ଟିକେ ପାଣି ଦିଏ,ମତେ ବଞ୍ଚେଇ ଦିଅ ; ଏଭଳି ନିଆଁରେ ଜଳି ନେହୁରା ହେଉଥିଲା ସ୍ତ୍ରୀ ଆଉ ସ୍ୱାମୀ କରୁଥିଲା ଭିଡିଓ By Pragyan Priyadarshine Sahoo On Oct 1, 2022 at 4:41 PM Share ବକ୍ସାର:ବିହାରର ବକ୍ସାରରେ ଏକ ଏଭଳି ଘଟଣା ସାମ୍ନା କୁ ଆସିଛି ଯାହା ମାନବିକତା ପାଇଁ ବେଶ ଲଜ୍ଜାଜନକ ଅଟେ । ଏଠାରେ ସ୍ୱାମୀଙ୍କ ଅବୈଧ ସମ୍ପର୍କକୁ ବିରୋଧ କରିବା ମହଙ୍ଗା ପଡିଛି। ସ୍ୱାମୀ ଶାଶୁଘର ସହିତ ପତ୍ନୀଙ୍କୁ ରାଗରେ ନିଆଁ ଲଗାଇ ଦେଇଥିଲେ। ସ୍ୱାମୀ ଏବଂ ଶାଶୁଙ୍କ ଅତ୍ୟାଚାର ଏଠାରେ ଏବେ ବନ୍ଦ ହୋଇନାହିଁ। ସେମାନେ ସେହି ସମୟରେ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିଲେ। ଏପରିକି ସ୍ୱାମୀ ତାଙ୍କ ଏକ ଭିଡିଓ ମଧ୍ୟ କରିଥିଲେ, ଯାହାକୁ ପୋଲିସ ଧରିଛି। ଭିଡିଓରେ ଦେଖିବାକୁ ମିଳିଥିଲା ​​ଯେ ନିଆଁରେ ଜଳି ଯାଇଥିବା ଅଞ୍ଜଳି ତାଙ୍କ ଶାଶୁମାନଙ୍କ ଠାରୁ ପାଣି ମାଗୁଥିଲେ। ସେ ବାରମ୍ବାର ସ୍ୱାମୀଙ୍କୁ କହୁଛନ୍ତି – ମୁଁ ଶୋଷିଲା, ମୋତେ ପାଣି ଦିଅ।ବିହାରର ବକ୍ସାରରେ ଏହି ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି। ସ୍ୱାମୀ ବାରମ୍ବାର କହୁଛନ୍ତି ଯେ ପ୍ରଥମେ ତୁମେ ପ୍ରଥମେ ନିଜେ ସ୍ୱୀକାର କର ନିଜେ ନିଜ ଦେହ ରେ ନିଆଁ ଲଗାଇ ଦେଇଛ, ତା’ପରେ ଆମେ ପାଣି ଦେବୁ। ଅଞ୍ଜଳି ଏତେ ଅସୁବିଧାରେ ପଡ଼ିଥିଲେ ଯେ ସେ ଏହି କଥା କୁ ମଧ୍ୟ ଗ୍ରହଣ କରୁଛନ୍ତି । ଏହି ମାମଲା ଜିଲ୍ଲାର କାମରପୁର ଗାଁର ଅଟେ। ଏହି ମହିଳା ହେଉଛନ୍ତି ସୂର୍ଯ୍ୟ ଦେବ ରାୟଙ୍କ ପତ୍ନୀ ଅଞ୍ଜଲି ରାୟ, ଯିଏ ବାରାଣାସୀ ଟ୍ରମା କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସ୍ୱାମୀଙ୍କୁ ବର୍ତ୍ତମାନ ଖୋଜ ଚାଲିଥିବା ବେଳେ ପୋଲିସ ମହିଳାଙ୍କ ଶ୍ୱଶୁର ଏବଂ ଅନ୍ୟକୁ ଗିରଫ କରିଛି। ଆହୁରି ପଢନ୍ତୁ YouTuber ନାମ୍ରା କାଦିର ଗିରଫ: ବ୍ୟବସାୟୀଙ୍କୁ… ଓଡ଼ିଶାରେ ଆରମ୍ଭ ହେବ ‘Drone… ସୂଚନାମୁତାବକ ଅଞ୍ଜଳି ତାଙ୍କ ବିବୃତ୍ତିରେ କହିଥିଲେ ଯେ ସେ ୨୧ ନଭେମ୍ବର ୨୦୨୧ ରେ ସୂର୍ଯ୍ୟ ଦେବ ରାୟଙ୍କୁ ବିବାହ କରିଥିଲେ। ପ୍ରଥମେ, ପାଞ୍ଚ ଲକ୍ଷ ଟଙ୍କା ଅଧିକ ଯୌତୁକ ଆଣିବା ପାଇଁ ଶାଶୁ ଘର ଲୋକ ମାନେ ତାଙ୍କୁ ହଇରାଣ କରିବାକୁ ଲାଗିଲେ। ମଝିରେ ମଝିରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ତାଙ୍କ ଭାଉଜଙ୍କ ସହିତ ଅନୈତିକ ସମ୍ପର୍କ ରଖିଛନ୍ତି। ଯେତେବେଳେ ଅଞ୍ଜଳି ଏହାକୁ ବିରୋଧ କରିଥିଲେ, ସ୍ୱାମୀ ଶାଶୁଙ୍କ ସହ ତାଙ୍କୁ ଜୀବନ୍ତ ଜାଳିଦେବାକୁ ଚେଷ୍ଟା କରିଥିଲେ। ଏହି ମାମଲାରେ ପୀଡିତାଙ୍କ ପରିବାର ସଦସ୍ୟ ସ୍ୱାମୀ ସୂର୍ଯ୍ୟ ଦେବ ରାୟ, ଶ୍ୱଶୁର କମଳେଶ୍ୱର ରାୟ ଏବଂ ତାଙ୍କ ଜାଆ ଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୋଲିସ କହିଛି ଯେ ଶ୍ୱଶୁର ଏବଂ ଅନ୍ୟ ଜଣେ ଏହି ମାମଲାରେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ସ୍ୱାମୀଙ୍କ ସନ୍ଧାନ ଚାଲିଥିବାବେଳେ। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
2022-12-06T21:32:20Z
https://odishabhaskar.com/man-tried-to-killed-his-wife/
OSCAR-2301
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲିଙ୍କର ଏକ ବିଶ୍ୱରେକର୍ଡ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ହୋଇଛି । ୨୦୧୬ରେ କୋହଲି ସବୁ ଫର୍ମାଟରେ ୬୦୦ରୁ ଅଧିକ ରନ୍ କରିଥିଲେ । ଯାହାକୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ ଅତିକ୍ରମ କରିବାରେ ସଫଳ ହୋଇନାହାନ୍ତି । ସେହିବର୍ଷ କୋହଲି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ଖେଳିଥିଲେ । ନିଜ ନେତୃତ୍ୱରେ ଆଇପିଏଲ ମଧ୍ୟ ଖେଳିଥିଲେ । କିନ୍ତୁ ଗୋଟିଏ ହେଲେ ବି ଟ୍ରଫି ଜିତିପାରିନଥିଲେ । କିନ୍ତୁ ୨୦୧୬ରେ ସେ ଏଭଳି ପ୍ରଦର୍ଶନ କରିଥିଲେ, ଯାହା ସମଗ୍ର ବିଶ୍ୱ କ୍ରିକେଟ ଜଗତକୁ ବିସ୍ମିତ କରିଥିଲା । ସେହିବର୍ଷ ସେ ଦିନିକିଆ, ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ୬ଶହରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ତା’ପୂର୍ବରୁ କିମ୍ବା ତା’ପରେ କୌଣସି ବ୍ୟାଟ୍ସମ୍ୟାନ୍ ଏଭଳି ରେକର୍ଡ ସ୍ଥାପନ କରିପାରିନାହାନ୍ତି । ଆଇପିଏଲ ମଧ୍ୟ ସେ ଏଭଳି କୃତିତ୍ୱ ହାସଲ କରିଛନ୍ତି । ୨୦୧୬ରେ ସେ ୯୭୩ ରନ କରିଥିଲେ । ଯାହାକି କୌଣସି ଜଣେ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଟି-୨୦ରେ ସର୍ବାଧିକ ସ୍କୋର । ବର୍ତ୍ତମାନ ଲକଡାଉନରେ କୋହଲି ନିଜ ଘରେ ରହି ବିଭିନ୍ନ ଘରୋଇ କାର୍ଯ୍ୟରେ ସମୟ ବିତାଉଛନ୍ତି ।
2022-11-27T11:20:41Z
https://hiranchallive.in/sports/virat-kohli/
OSCAR-2301
ଆମ୍ଭମାନଙ୍କ ଦେଶରେ ଲୋକମାନେ ଅନ୍ୟାନ୍ୟ ବିଷୟ ପରି ପ୍ରତିଭା ପୂଜା ବିଷୟରେ ବଡ଼ ପଶ୍ଚାତ୍‌ପଦ୤ ସଭ୍ୟ ଦେଶମାନଙ୍କରେ ପ୍ରତିଭାଶାଳୀ ବ୍ୟକ୍ତିମାନେ ରାଜକୋଷରୁ, ସଭାସମିତିରୁ ବୃତ୍ତି ଓ ପ୍ରତିଭା ବିକାଶର ଉପଯୋଗୀ ସାହାଯ୍ୟ ସହାନୁଭୂତି ଯଥେଷ୍ଟ ପରିମାଣରେ ପାଇଥାଆନ୍ତି୤ ଜନସାଧାରଣ ସେମାନଙ୍କୁ ସମାଦର କରିବା, ସେମାନଙ୍କ ନଖକେଶାଦିଠାରୁ ଛିନ୍ନ ଉପାନହ ପର୍ଯ୍ୟନ୍ତ ପ୍ରଚୁର ଧନ ବିନିମୟରେ ସଂଗ୍ରହ କରିବା ବିଷୟରେ ସୁଦ୍ଧା ଉଦାସୀନ ନୁହନ୍ତି୤ ଆମ୍ଭେମାନେ ଓଡ଼ିଆ, ଇଂରାଜୀ ଚାରିଧାଡ଼ି ଶିକ୍ଷା କରି ଆପଣାକୁ ସଭ୍ୟ, ଭବ୍ୟ, ଶିକ୍ଷିତ ବୋଲି ମନରେ ଅଭିମାନ ପୋଷଣ କରିବାକୁ ଶିଖିଅଛୁଁ; କିନ୍ତୁ ସଭ୍ୟଦେଶର ସୁମଙ୍ଗଳପ୍ରଦ ଗୁଣାବଳୀ ଆମ୍ଭମାନଙ୍କଠାରେ କିଛି ନାହିଁ୤ ଉପେନ୍ଦ୍ର, ବଳଦେବ, ଦୀନକୃଷ୍ଣ, ଜଗନ୍ନାଥ, ପୀତାମ୍ବର, ରାମଦାସ ଓ ବିଶି ପ୍ରଭୃତି ଉତ୍କଳୀ ସୁପ୍ରଥିତଯଶ କବିପଣ୍ଡିତ ଏହି ପତିତ ଦେଶରେ ଜନ୍ମଗ୍ରହଣ କରିଥିବାରୁ ଆଜି ଓଡ଼ିଆମାନେ ଆପଣାକୁ ଗୋଟାଏ ଜାତି, ଓଡ଼ିଆକୁ ଗୋଟାଏ ଗଣନୀୟ ଭାଷା ବୋଲି କହିବାକୁ କ୍ଷମ ହେଉଅଛନ୍ତି୤ ଯେଉଁମାନଙ୍କ ଯୋଗୁଁ ଏହି ଜାତି ଓ ଭାଷା ଆଜି ଗୌରବାନ୍ବିତ, ସେମାନଙ୍କୁ ସେମାନଙ୍କ ଜୀବଦ୍ଦଶାରେ କି ସମୁଚିତ ଆଦର କରାଯାଇଥିଲା ? ସେମାନଙ୍କ ପ୍ରତିଭା-ବିକାଶ ପଥରେ ବି କିଛି ବିଘ୍ନବାଧା ନ ଥିଲା ? ଆମ୍ଭେମାନେ ପ୍ରାଚୀନ ବ୍ୟକ୍ତିମାନଙ୍କ ମୁଖରୁ ଯେତେଦୂର ଶୁଣିଅଛୁଁ, ତହିଁରେ ନିର୍ଭର କରି କହିପାରୁଁ, ସେମାନଙ୍କ ମଧ୍ୟରୁ ଅନ୍ତତଃ ଅଧିକାଂଶ ଯାହା କରିଅଛନ୍ତି, ସେମାନେ ତାହା ପ୍ରବଳ ପ୍ରତିକୂଳାବସ୍ଥାରେ ଥାଇ କରିଅଛନ୍ତି୤ ସେମାନଙ୍କ ସମ୍ବନ୍ଧରେ ଜନସାଧାରଣଙ୍କର ଯାହା କର୍ତ୍ତବ୍ୟ, ତାହା ହୋଇଥିଲେ ଆଜି ଉତ୍କଳ ସାହିତ୍ୟର ଶ୍ରୀ, ଭିନ୍ନାକାର ଧାରଣା କରିଥାଆନ୍ତା୤ ଗଲା କଥା ଯାଉ, ବର୍ତ୍ତମାନ ବିବେଚ୍ୟ, ସେମାନଙ୍କ ସମ୍ବନ୍ଧରେ ଏବେ ଆମ୍ଭମାନଙ୍କର କିଛି କର୍ତ୍ତବ୍ୟ ଅଛି କି ନାହିଁ ? ଏ ସବୁ ବିଷୟରେ ଆଲୋଚନା କରିବାକୁ ହେଲେ ସଭ୍ୟଦେଶର କାର୍ଯ୍ୟପ୍ରତି ଦୃଷ୍ଟିପାତ କରିବାକୁ ହେବ୤ ସଭ୍ୟଦେଶରେ ସେପରି ବ୍ୟକ୍ତିମାନଙ୍କର ଜୀବନ ଚରିତ୍ର ସଂଗ୍ରହ ଓ ପ୍ରକାଶ, ମୂର୍ତ୍ତିପ୍ରତିଷ୍ଠା, ମୃତ୍ୟୁବାସରରେ ନାନା ସ୍ଥାନରେ ସଭାସମିତି କରି ସେମାନଙ୍କ ଗୁଣକୀର୍ତ୍ତନ, ସମାଧିଦର୍ଶନ, ସମାଧିରେ ପୁଷ୍ପମାଳାଦି ପ୍ରଦାନ, ଜନ୍ମ ଓ ଅବସ୍ଥାନ ସ୍ଥଳରେ ସ୍ମୃତିରକ୍ଷା ପ୍ରଭୃତି ନାନା ଉପାୟରେ ପ୍ରତିଭାପ୍ରିୟତାର ପରିଚୟ ଦେଇଥାଆନ୍ତି୤ ଆମ୍ଭମାନଙ୍କ ପଡ଼ିଶା ଘରେ ବଙ୍ଗଦେଶରେ ମଧ୍ୟ ପ୍ରତିଭାପୂଜକଙ୍କ ଦଳ ଦିନକୁ ଦିନ ପରିପୁଷ୍ଟ ହେଉଅଛନ୍ତି ଏବଂ ସେମାନଙ୍କ ପୂର୍ବପୁରୁଷ ପ୍ରତିଭାଶାଳୀମାନଙ୍କ ପ୍ରତି ସମୁଚିତ କାର୍ଯ୍ୟ କରି ନ ଥିବା ହେତୁ ସେମାନେ ଦୁଃଖିତ ଏବଂ ଲଜ୍ଜିତ ହୋଇ ତହିଁର ପ୍ରାୟଶ୍ଚିତ ସ୍ବରୂପ ଯଥାସମ୍ଭବ ସମୟୋଚିତ କାର୍ଯ୍ୟ କରୁଅଛନ୍ତି୤ ଏପରି ସ୍ଥଳରେ ଅତୀତକାଳର ଓଡ଼ିଆ ବୀରମାନଙ୍କ ପ୍ରତି ସମୟୋଚିତ କର୍ତ୍ତବ୍ୟ ପାଳନ କରିବା ଉଚିତ୍‌ ନୁହେଁ କି ? ଅବଶ୍ୟ ଉଚିତ୍‌ ୤ ସେହି କର୍ତ୍ତବ୍ୟ କଅଣ ? ଉପେନ୍ଦ୍ର, ଦୀନକୃଷ୍ଣ ପ୍ରଭୃତିଙ୍କ ନାମ ସମସ୍ତ ଓଡ଼ିଆଙ୍କୁ ଜଣାଅଛି, କିନ୍ତୁ ତାଙ୍କ ଘର କେଉଁଠାରେ, ସେ କି କି କାର୍ଯ୍ୟ କରିଥିଲେ, ତାଙ୍କର ଶିକ୍ଷାଦୀକ୍ଷାର ଅବସ୍ଥା କିପରି ଥିଲା, ସେ କେଉଁ ସମୟର ଲୋକ-ଏ ସବୁ କଥା ପଚାରିଲେ ପ୍ରାୟ ସମସ୍ତେ ନୀରବ ହେବେ୤ ଏପରି ସ୍ଥଳରେ ଯେତେ ଦୂର ହୋଇପାରେ ସେମାନଙ୍କ ବିବରଣ ସଂଗ୍ରହ କରିବା, ସେମାନଙ୍କ ଜନ୍ମସ୍ଥାନ ମାନଙ୍କରେ ମେଳା ସ୍ଥାପନ କରିବା, ସେହି ସେହି ସ୍ଥାନକୁ ତୀର୍ଥସ୍ଥାନ ମନେକରିବା, ସେମାନଙ୍କ ରଚିତ ଗ୍ରନ୍ଥମାନଙ୍କର ସଟୀକ ବିଶୁଦ୍ଧ ସଂସ୍କରଣ ପ୍ରକାଶ କରିବା, ସେମାନଙ୍କ ମୃତଦିବସରେ ସଭାସମିତି କରି ଶୋକପ୍ରକାଶ କରିବା ଆମ୍ଭମାନଙ୍କର ଏକାନ୍ତ କର୍ତ୍ତବ୍ୟ ବୋଲି ବିବେଚନା କରୁଅଛୁଁ୤ ମୃତ ମହାନୁଭବମାନଙ୍କ ଉପଲକ୍ଷେ ଯାହା ଯାହା କର୍ତ୍ତବ୍ୟ ବୋଲି ନିର୍ଦ୍ଦେଶ କରାହେଲା, ତାହା ପ୍ରତିପାଳନ କଲେ ସେମାନଙ୍କର କିଛି କ୍ଷତିବୃଦ୍ଧି ହେବନାହିଁ୤ ସେମାନେ ନିଜ ନିଜର କୃତିତ୍ବଦ୍ବାରା ମରି ଅମରତା ଲାଭ କରିଅଛନ୍ତି୤ ଯେତେଦିନ ଯାଏଁ ଓଡ଼ିଆଜାତି, ଓଡ଼ିଆଭାଷା ଥିବ, ସେତେ ଦିନଯାଏଁ ସେମାନଙ୍କ ନାମ ଲୋପର ବିନ୍ଦୁମାତ୍ର ଆଶଙ୍କା ନାହିଁ୤ ତଥାପି ସେମାନଙ୍କ ନାମଗୁଣ କୀର୍ତ୍ତନ କରିବା, ସେମାନଙ୍କ ପ୍ରତିଭାର ପୂଜା କରିବା ଆମ୍ଭମାନଙ୍କ ପକ୍ଷରେ କର୍ତ୍ତବ୍ୟ ଓ ଅଶେଷ ପ୍ରୟୋଜନକ୤ ଏହା ବିଧବାର ଏକାଦଶୀ ନୁହେଁ ଯେ, କରଣେ ଫଳାଭାବ ହେବ, ଅକରଣେ ପ୍ରତ୍ୟପାୟ ହେବ୤ ସେମାନଙ୍କ ପୂଜା କଲେ ପୂଜ୍ୟପୂଜା ବ୍ୟତିକ୍ରମଃ ଦୋଷରୁ ମୁକ୍ତି ମିଳିବ୤ ପ୍ରତିଭାର ସମାଦର ସଙ୍ଗେ ସଙ୍ଗେ ସମାଜରେ ଶତ ଶତ ପ୍ରତିଭାଶାଳୀ ବ୍ୟକ୍ତିଙ୍କର ଆବିର୍ଭାବ ହେବ, ଜାତୀୟତା ବୃଦ୍ଧି ପାଇବ, ଜାତି ଓ ଭାଷାର ଗୌରବ ଦେଶ ବିଦେଶରେ ବିଘୋଷିତ ହେବ, କାର୍ଯ୍ୟ ଦୃଷ୍ଟିରେ ଫଳ ଅସାଧାରଣ, ଏହାକି କଦାପି ପରିତ୍ୟାଜ୍ୟ ? ମୃତ ମହାନୁଭବମାନଙ୍କ ଜୀବିତକାଳରେ ସେମାନଙ୍କ ସମସାମୟିକ ବ୍ୟକ୍ତିମାନେ ସେମାନଙ୍କ ସମ୍ବନ୍ଧରେ ଆପଣା ଆପଣା ଯାହା କର୍ତ୍ତବ୍ୟ ଥିଲା, ତାହା ପାଳନ କରିନାହାନ୍ତି୤ ଆମ୍ଭେମାନେ ସେମାନଙ୍କ ବଂଶଧର ଓ ସଭ୍ୟଭବ୍ୟ ହୋଇ ମଧ୍ୟ ସେମାନଙ୍କ ପରି ପ୍ରତିଭାପୂଜା ବିଷୟରେ ଏକାନ୍ତ ଉଦାସୀନ୤ ଏହି ଉଦାସୀନତା ଯେ ଜାତୀୟ ଅବନତିର ଆଦି କାରଣ ଏ କଥା କେହି ଅସ୍ବୀକାର କରିବେ ନାହିଁ୤ ତଥାପି ଆମ୍ଭମାନଙ୍କ ଔଦାସୀନ୍ୟ ଆନ୍ତରିକ ହେଉ ନାହିଁ୤ କର୍ତ୍ତବ୍ୟବିମୁଖତାଜନିତ ପ୍ରବଳ ପାପର କଠୋର ପ୍ରାୟଶ୍ଚିତସ୍ପୃହା ପ୍ରାଣରେ ଜାଗ୍ରତ ହେବାକୁ ନାହିଁ, ଏଥୁବଳି ଗଭୀର ପରିତାପର ବିଷୟ କଅଣ ଅଛି ? କେବଳ ଅତୀତ ମହାଜନମାନଙ୍କ ପ୍ରତି ଏ ଅନାସ୍ଥା ଭାବ, ତାହା ନୁହେଁ, ଜୀବିତ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ପ୍ରତି ତତୋଧିକ ଅନାସ୍ଥା ଭାବ୤ ଦୃଷ୍ଟାନ୍ତସ୍ଥଳ ଅନେକ୤ ପ୍ରଥମେ ମହାମହୋପାଧ୍ୟାୟ ଶ୍ରୀ ଚନ୍ଦ୍ରଶେଖର ସିଂହସାମନ୍ତଙ୍କ ଅବସ୍ଥା ପ୍ରତି ଦୃଷ୍ଟି ନିକ୍ଷେପ କର୤ ଯାହାଙ୍କର ଲୋକୋତ୍ତର ପ୍ରତିଭା ଜ୍ଞାନଦୃପ୍ତ ଇଉରୋପ, ଆମେରିକାରେ ଆତଙ୍କ ଉପସ୍ଥିତ କରିଅଛି, ଭାରତର ଦ୍ବିତୀୟ ସ୍ବର ସ୍ବରୂପ ସେହି ଜଗଦ୍‌ବିଖ୍ୟାତ ପଣ୍ଡିତଙ୍କୁ ଓଡ଼ିଆମାନେ ଚିହ୍ନିଲେ କି ? କବି ସାମନ୍ତ ପ୍ରସଙ୍ଗରେ ତାଙ୍କୁ ସମ୍ବୋଧନ କରି କହିଅଛନ୍ତି- ‘ଗୁଣଜ୍ଞ ଉତକଳେ ଜଣେ କେହି ନାହିଁ, ଗୁଣୀନ୍ଦ୍ର ! ତୁମ୍ଭର ହେବ ଗୁଣଗ୍ରାହୀ୤’ ଏହା କି ମିଛ ? ଏହି କବିବାଣୀ କି ଓଡ଼ିଆମାନଙ୍କର କଳଙ୍କମୁଦ୍ରା ନୁହେଁ ? ଏ କଳଙ୍କକ୍ଷାଳନ ସକାଶେ ଆମ୍ଭେମାନେ କଅଣ କରୁଅଛୁଁ ? ସାମନ୍ତଙ୍କ ଋଣପରିମାଣ ୨, ୩ ସହସ୍ର ମୁଦ୍ରା୤ ସାମନ୍ତଙ୍କୁ ଋଣମୁକ୍ତ କରିଦେଇ ବାର୍ଷିକ ସହସ୍ର ମୁଦ୍ରାବୃତ୍ତି ବ୍ୟବସ୍ଥା କରିଦେବା କି ଓଡ଼ିଆଜାତି ପ୍ରତି ବଡ଼ କଥା ? କିନ୍ତୁ ଆମ୍ଭମାନଙ୍କର ଅଗ୍ରାହକତା, ଉଦାସୀନତା ଏହା କରିବାକୁ ନ ଦେଇ ଆପଣା ଦେଶକୁ, ଜାତିକୁ କଳଙ୍କିତ କରୁଅଛି୤ ପୃଷ୍ଠା ସଂଖ୍ୟା : 1 2 ତୁଣ୍ଡ ବାଇଦ : ଲେଖା ପଠାନ୍ତୁ - ନିୟମାବଳୀ → ନୀଳମଣି ବିଦ୍ୟାରତ୍ନ ଆଧୁନିକ ଓଡ଼ିଶାର ବିନ୍ଧାଣୀମାନଙ୍କ ମଧ୍ୟରୁ ପଣ୍ଡିତ ନୀଳମଣି ମିଶ୍ର (୧୮୬୭-୧୯୨୩) ଏକ ପରିଚିତ ନାମ୤ ବାମଣ୍ଡାର ରାଜା ସାର୍‌ ସୁଢଳ ଦେବଙ୍କ ଦ୍ବାରା ବିଦ୍ୟାରତ୍ନ ଉପାଧିପ୍ରାପ୍ତ ହେବା ପରେ ତାଙ୍କ ନାମ ନୀଳମଣି ବିଦ୍ୟାରତ୍ନ ହୋଇଥିଲା୤ ସାହିତ୍ୟ ପତ୍ରିକା ମାଧ୍ୟମରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ପଣ୍ଡିତ ନୀଳମଣିଙ୍କ ନାମ କାଳ କାଳକୁ ଅମର ରହିଥିବ୤ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିବା ‘ସମ୍ବଲପୁର ହିତୈଷିଣୀ’, ‘ପ୍ରଜାବନ୍ଧୁ’ ଓ ‘ଉତ୍କଳ ଦୀପିକା’ ଆଦି... [ କ୍ରମେ ସବିଶେଷ ] ଆପଣଙ୍କ ମତାମତ ? କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤ * Your Name ( type in odia ) ( Keyboard Help ) * Email ( hidden ) type in English Location ( City & State ) . You may type in Odia * Comment ( Keyboard help for Odia typing ) ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
2022-12-02T16:59:51Z
https://www.odiasahitya.com/smaraniyalekha/pratibha-puja/
OSCAR-2301
ବ୍ରିଟେନରେ ରାଜନୈତିକ ଅସ୍ଥିରତା ଏବେ ଆର୍ଥିକ ସଙ୍କଟ ଆଣି ଦେଇଛି। ପାଉଣ୍ଡ ଷ୍ଟର୍ଲିଂର ମୂଲ୍ୟ କମିବାରେ ଲାଗିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଶକ୍ତି କ୍ଷେତ୍ର ଘୋର ପ୍ରଭାବିତ ହୋଇ ଏହାର ମୂଲ୍ୟବୃଦ୍ଧି ଘଟାଇଛି। ଏଥିସହିତ ମୁଦ୍ରାସ୍ଫୀତି ଓ ଟିକସ ହ୍ରାସ ନୀତି ଆର୍ଥିକ ବଜାରରେ ବିପର୍ଯ୍ୟୟ ସୃଷ୍ଟି କଲାଣି। ନିକଟରେ ଲିଜ୍‌ ଟ୍ରସ ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଆଶା କରାଯାଉଥିଲା ଆର୍ଥିକ ସ୍ଥିତିରେ ସୁଧାର ଆସିବ। କିନ୍ତୁ ତାହା ଓଲଟା ଫଳ ଦେଇଛି। ଟିକସ ହ୍ରାସ କରିବା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ମଧ୍ୟ ତାହାକୁ ପରିଚାଳନା କରିବାରେ ବିଫଳ ହେଲେ। ଏପରିକି ତାଙ୍କ ଘନିଷ୍ଠ ବନ୍ଧୁ କ୍ୱାସି କ୍ୱାର୍ଟେଙ୍ଗଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇଦେଲେ। ଅର୍ଥମନ୍ତ୍ରୀଙ୍କୁ ମନ୍ତିମଣ୍ଡଳରୁ ବାହାର କରିଦେବା ପରେ ଏବେ ତାଙ୍କ ପାଳି ପଡ଼ିଗଲାଣି ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ଆଲୋଚନା ଆରମ୍ଭ ହେଲାଣି ଲିଜ୍‌ ଟ୍ରସ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ବିଶେଷଜ୍ଞ ଯାହା କହୁଛନ୍ତି ଯଦି ଟ୍ରସ୍‌ ଇସ୍ତଫା ଦିଅନ୍ତି, ତେବେ ବ୍ରେକ୍‌ଜିଟ୍‌ ପରେ ସେ ହେବେ ୪ର୍ଥ ପ୍ରଧାନମନ୍ତ୍ରୀ ଯିଏ ବିଦାୟ ନେବେ। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ ୨୦୧୬ରେ ୟୁରୋପୀୟ ସଂଘରୁ ବାହାରି ଆସିବା ପରେ ଡେଭିଡ୍‌ କାମେରୁନ୍‌ଙ୍କ ପରେ ଥେରେସା ମେ ଓ ବୋରିସ୍‌ ଜନସନ୍‌ ଗାଦିଚ୍ୟୁତ ହୋଇଥିବା ବେଳେ ଲିଜ୍‌ ଟ୍ରସ୍‌ଙ୍କ ମୁଣ୍ଡ ଉପରେ ଏବେ ଡେମୋକ୍ଲିସ ଖଣ୍ଡା ଝୁଲୁଛି। ବ୍ରିଟେନ୍‌ର ସ୍ଥିତି ଦେଖିଲେ ରାଜନୈତିକ ଓ ଅର୍ଥନୈତିକ କାରଣ ପରସ୍ପର ସହ ହାତ ଧରାଧରି ହୋଇ ବିଫଳତା ଆଡ଼କୁ ଗମନ କରିଛନ୍ତି। ଅର୍ଥାତ୍‌ ବ୍ରେକ୍‌ଜିଟ୍‌ ଯୋଗୁ ବ୍ରିଟେନ୍‌ ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଥିଲା। କୁହାଯାଉଥିଲା ବ୍ରିଟେନ୍‌ ଏଭଳି ଏକ ସାମ୍ରାଜ୍ୟ ଯେଉଁଠାରେ କଦାପି ସୂର୍ଯ୍ୟାସ୍ତ ହୁଏ ନାହିଁ। ଅର୍ଥାତ୍‌ ଅସଂଖ୍ୟ ରାଷ୍ଟ୍ର ଉପରେ ରାଜୁତି କରିଥିବା ଇଂଲିଶ ଲୋକଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁ ସେମାନଙ୍କୁ ଏକ ବଣିକ ଜାତି ବୋଲି ମଧ୍ୟ କୁହାଯାଉଥିଲା। ବ୍ରେକ୍‌ଜିଟ୍‌ ପରେ ତାହା ଏକ ଦ୍ୱୀପ ରାଷ୍ଟ୍ର ଭାବେ ପରିଚିତ ହେଉଛି। ଆଜିର ଜଗତୀକରଣ ଅର୍ଥନୀତିରେ ଯେଉଁ ରାଷ୍ଟ୍ର ଅନ୍ତର୍ଜାତୀୟ ବଜାରର ଗତି ସହ ନିଜକୁ ଖାପ ଖୁଆଇ ଆଗେଇ ପାରିବ ନାହିଁ, ସେହି ଦେଶ ପଛରେ ପଡ଼ିଯିବା ଅବଶ୍ୟମ୍ଭାବୀ। ବ୍ରିଟେନ ଆଜି ସେହିଭଳି ସମସ୍ୟା ଦେଇ ଗତି କରୁଛି। ଏହି ପ୍ରେକ୍ଷାପଟରେ ଭାରତ କଥା ଦେଖିଲେ ଏହାର ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ଫଳରେ ଦେଶବାସୀ ହଇରାଣ ହରକତ ହେଉଛନ୍ତି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇ ୧୭ ଅକ୍ଟୋବରରେ ୮୨ ଟଙ୍କା ୧୬ ପଇସା ଅତିକ୍ରମ କରିଛି। କିନ୍ତୁ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆମେରିକା ରାଜଧାନୀ ଓ୍ବାଶିଂଟନ ଡିସିରେ ଗତ ସପ୍ତାହରେ ସେଠାରେ ଅବସ୍ଥାପିତ ଭାରତୀୟ ଖବରଦାତାମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେବାକୁ ଯାଇ କହିଥିବା ବିଷୟ ଏବେ ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି କରିଛି। ସେ ସଫେଇ ଦେବାକୁ ଯାଇ କହିଥିଲେ, ଭାରତୀୟ ମୁଦ୍ରା ଦୁର୍ବଳ ହେଉଛି, କାରଣ ଡଲାର ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ପୃଥିବୀର ଅନ୍ୟାନ୍ୟ ଉଦୀୟମାନ ଅର୍ଥନୀତିଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥା ଉତ୍ତମ ପ୍ରଦର୍ଶନ କରୁଥିବା ବିଷୟ ସେ ଉଲ୍ଲେଖ କରିଥିଲେ। ସେ ଆହୁରି କହିଥିଲେ ଯେ, ଭାରତୀୟ ମୁଦ୍ରାର ଅସ୍ଥିର ପ୍ରକୃତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କାର୍ଯ୍ୟ କରୁଛି। ଏଠାରେ କୁହାଯାଇପାରେ ଯେ ବିଗତ ୫ ମାସ ମଧ୍ୟରେ ଏହି ଶୀର୍ଷ ବ୍ୟାଙ୍କ ୪ ଥର ରେପୋ ରେଟ୍‌ ବଢ଼ାଇବା ଦ୍ୱାରା ଋଣଗ୍ରହୀତା ସର୍ବାଧିକ କ୍ଷତିରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ସାଧାରଣ ଲୋକ ବ୍ୟାଙ୍କରେ କମ୍‌ ସୁଧ ହାର ମିଳୁଥିବା ଉପଲବ୍‌ଧି କରିବା ପରେ ଜମା କରିବାକୁ ଅମଙ୍ଗ ହେଲାଣି। ସର୍ବୋପରେ ବ୍ୟାଙ୍କଗୁଡ଼ିକରେ ନଗଦ ଅର୍ଥର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଅର୍ଥମନ୍ତ୍ରୀ ସୀତାରାମନ ଦେଶର ଆର୍ଥିକ ଅବସ୍ଥା ଭଲ ଅଛି ବୋଲି କହୁଛନ୍ତି। ଓଡ଼ିଆରେ ଢଗ ଅଛି-‘ଅଜାଗାରେ ବଥ ହେଲେ କହନ୍ତି ଛାଇ ହୋଇଛି’। ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ଆଜି ଜନସାଧାରଣଙ୍କୁ ବୋକା ବୋଲି ଧରିନେଲେଣି। ଏହାର କାରଣ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ପ୍ରତିକ୍ରିୟା ଦରକାର ପଡ଼ିଥାଏ, ତାହାର ଏଠାରେ ଘୋର ଅଭାବ ଦେଖାଦେଇଛି। ଏବର ସ୍ଥିତିରେ ବ୍ରିଟେନ ଓ ଭାରତର ଅର୍ଥନୀତି ସମାନ ଭାବେ କ୍ଷତିଗ୍ରସ୍ତ ହେଉଥିବା ଦୃଶ୍ୟମାନ ହେଉଛି। କିନ୍ତୁ ବ୍ରିଟେନ୍‌ କ୍ଷେତ୍ରରେ ଯେଉଁ ସକାରାତ୍ମକ ଦିଗ ରହିଥିବା ଲକ୍ଷ୍ୟ କରାଯାଉଛି, ଭାରତ ପରିପ୍ରେକ୍ଷୀରେ ତାହାର କାଣିଚାଏ ଆଭାସ ମିଳୁନାହିଁ। ଅର୍ଥାତ୍‌ ଆର୍ଥିକ ସ୍ଥିତି ବିଗିଡ଼ି ଯାଉଥିବା ଦେଖି ସେଠାକାର ଆଇନ ପ୍ରଣେତାମାନେ ପ୍ରଧାନମନ୍ତ୍ରୀ ଭଳି ପଦକୁ ବାରମ୍ବାର ବଦଳାଇବାକୁ କୁଣ୍ଠାବୋଧ କରୁନାହାନ୍ତି। ତାହା କିଭଳି ସମ୍ଭବପର ସେ ବିଷୟରେ ହୁଏତ ସାଧାରଣ ଭାରତୀୟ ଚିନ୍ତା କରୁନାହିଁ। ବ୍ରିଟେନ ଭଳି ଦେଶରେ ସାଂସଦମାନେ ଦଳର ଆଭିମୁଖ୍ୟ ଓ ନୀତିକୁ ନେଇ ଜିତିଥିବା ହେତୁ ପ୍ରତ୍ୟେକଟି ନିର୍ବାଚିତ ବ୍ୟକ୍ତି ଦେଶର ମଙ୍ଗଳ ଚିନ୍ତା କରିବାର ସତ୍‌ସାହସ ରଖିପାରୁଛି ବୋଲି ବୁଝାପଡ଼ୁଛି। ସେଥିପାଇଁ ଲାଗଲାଗ ପ୍ରଧାନମନ୍ତ୍ରୀ ପରିବର୍ତ୍ତନ କରିବାକୁ ସାଂସଦମାନଙ୍କର କ୍ଷମତା ରହୁଛି। ଏହା ତୁଳନାରେ ଭାରତରେ ଗଣତନ୍ତ୍ର ଅତ୍ୟନ୍ତ ବିଚିତ୍ର। ଏଠାରେ ଦେଶରେ ମଙ୍ଗଳ ଆଣିପାରୁଥିବା ଦଳଗୁଡ଼ିକର ଅର୍ଥନୈତିକ ଆଭିମୁଖ୍ୟ ବା ନୀତିର ଅଭାବ ଯୋଗୁ ନେତା ନାମରେ ଜିତିବା ସମ୍ଭବପର ହେଉଛି। ସେଥିପାଇଁ ନେତା ଯେତେ ବିକୃତ ମାନସିକତା ପ୍ରଦର୍ଶନ କଲେ ମଧ୍ୟ ତାଙ୍କୁ ବଦଳାଇବାକୁ ସାଂସଦମାନଙ୍କ ଜୁ ନାହିଁ। ଏଠାରେ ଆଇନ ପ୍ରଣେତାମାନେ ଅଧସ୍ତନ ଭୂମିକା ନିର୍ବାହ କରୁଥିବାରୁ ସ୍ବଚ୍ଛତା ଆସିପାରୁ ନାହିଁ। ବୁଡ଼ିଯାଉଥିବା ଡଙ୍ଗା ବିଷୟରେ ଜାଣି ଯେଉଁମାନେ ତତ୍‌କ୍ଷଣାତ୍‌ ପଦକ୍ଷେପ ନେବାକୁ ଆଗେଇ ଆସିଥାଆନ୍ତି, ସେମାନଙ୍କର ବର୍ତ୍ତିଯିବାର ଆଶା ସଞ୍ଚାର ହୋଇଥାଏ। କିନ୍ତୁ ଡଙ୍ଗାରେ ପାଣି ପଶି ବୁଡ଼ିବା ଅବସ୍ଥାକୁ ଆସିଯାଇଥିଲେ ମଧ୍ୟ ଯେଉଁମାନେ ବାହୁସ୍ଫୋଟ ମାରିଥାଆନ୍ତି ସେମାନଙ୍କ ଅବସ୍ଥା କ’ଣ ହୋଇଥାଏ ସହଜରେ ଅନୁମେୟ। ବିଟ୍ରେନ୍‌ ସତର୍କ ହେଉଥିବା ବେଳେ ଭାରତ ନିଜ ତ୍ରୁଟି ଲୁଚାଇବାକୁ ଚେଷ୍ଟାକରି ଡଙ୍ଗା ବୁଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରୁଛି। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inସମ୍ପାଦକୀୟ View All ଚାପରେ ଶିକ୍ଷା ଓ ଶୈଶବ ଦ୍ୱିତୀ ଚନ୍ଦ୍ର ସାହୁ ‘ଦାଦା! ଯାହା ସବୁ ପଢିଥିଲି, ସେ ସବୁ ଏବେ କାଟିଦେଲେ। ପ୍ରାୟ ସବୁ ୟୁନିଟ୍‌ର ପାଠ କଟିଗଲା। ମୁଣ୍ଡ ଟେନ୍‌ସନ ହୋଇଗଲା... ଏଇ ଭାରତରେ ପରିବେଶ ସହନୀୟ ସବୁଜ ବିବାହ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଅଶ୍ୱିନୀ ମାଲଓ୍ବାଡେ ଏବଂ ନୂପୁର ଅଗ୍ରଓ୍ବାଲ। କେବଳ ଏତିକି ନୁହେଁ ଉଭୟ ଏଥିପାଇଁ... ବୌଦ୍ଧତନ୍ତ୍ରରେ ଦାରୁଦିଅଁ ଡ. ଭାଗ୍ୟଲିପି ମଲ୍ଲ ଜଗନ୍ନାଥ ଦାରୁଦେବତା। କାଠରେ ଗଢ଼ା ତାଙ୍କ ଦେହ। ପୁଣି ବିଶ୍ୱାବସୁ ଶବର ପୂଜିତ ଠାକୁର। ତେଣୁ ପ୍ରଥମତଃ ସେ ବନବାସୀ ମଣିଷଙ୍କ... କଳାହାଣ୍ଡି ବିକାଶରେ ଶିକ୍ଷା ଡ. ଜୟଦେବ ସାହୁ ଶିକ୍ଷା ହିଁ ପ୍ରଗତିର ଚାବିକାଠି। ଶିକ୍ଷା ମାଧ୍ୟମରେ ସମାଜରେ ନବଜାଗରଣ ଆସେ। ସମାଜର ଅନ୍ଧବିଶ୍ୱାସ, କୁସଂସ୍କାର ପ୍ରଭୃତି ଅହିତକାରୀ କୁପ୍ରଥା ଦୂର... ଜଣେ କରିଦେବ କଳୁଷିତ ଦିଲ୍ଲୀର ନିର୍ଭୟା ଗଣବଳାତ୍କାରର ୯ ବର୍ଷ ପରେ ନିକଟରେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ପରେ... ନିୟମ ଅମାନ୍ୟ କେରଳରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ଅଧିକାରୀମାନେ ସେମାନଙ୍କ ସରକାରୀ ଗାଡ଼ିରେ ବହୁ ସମୟରେ ବ୍ଲୁ ଫ୍ଲାଗ୍‌ ବା ନୀଳ ପତାକା ଲଗାଇଥାନ୍ତି। ଏଥିରେ ଥିବା... ସଙ୍କୋଚନରୁ ପ୍ରସାରଣ ଡ. ଶରତ ଚନ୍ଦ୍ର ରଥ ବସ୍ତୁଠାରୁ ବାସ୍ତବତା ବଡ଼। କାରଣ ବସ୍ତୁର ମୂଲ୍ୟ ଅଛି, ବାସ୍ତବତାର ମୂଲ୍ୟବୋଧ ଅଛି। ଧନଠାରୁ ମନ ବଡ଼। କାରଣ ଧନର... ଏଇ ଭାରତରେ ଭାରତରେ ଥିବା ସ୍କୁଲଗୁଡ଼ିକରେ ସ୍ପିଚ୍‌ ଥେରାପୀ, ଓରାଲିଜମ ଏବଂ ଲିପ୍‌-ରିଡିଂ ଦ୍ୱାରା ବଧିରମାନଙ୍କୁ ଶିକ୍ଷା ଦିଆଯାଉଥିଲେ ମଧ୍ୟ ଶିକ୍ଷାକ୍ଷେତ୍ର ଓ ଏମାନଙ୍କ ମଧ୍ୟରେ ଏକ ବଡ଼... Archives Archives Select Month December 2022 November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017
2022-12-06T07:09:41Z
https://www.dharitri.com/the-boat-is-sinking/
OSCAR-2301
viral ଭିଡ଼ିଓ- OMG ! ଚର୍ଚ୍ଚା ରେ କୁନି ଦୈତାରୀ ପଣ୍ଡା ,ଏଟୋକା କହୁଛି ଦୈତାରୀ ପଣ୍ଡା ଙ୍କର ଡାଇଲଗ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ….. ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ….. – sudarsankhabar.com Publisher - Odisha Samachar , Latest Trending News Home ଭାଇରାଲ ନ୍ୟୁଜ ଅଜଣା କଥା ଘରୋଇ ଉପଚାର ଅଦ୍ଭୁତ ଭିଡିଓ ଓଡିଶା Home ଭାଇରାଲ ଭିଡିଓ viral ଭିଡ଼ିଓ- OMG ! ଚର୍ଚ୍ଚା ରେ କୁନି ଦୈତାରୀ ପଣ୍ଡା ,ଏଟୋକା କହୁଛି ଦୈତାରୀ ପଣ୍ଡା ଙ୍କର ଡାଇଲଗ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ….. ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ….. viral ଭିଡ଼ିଓ- OMG ! ଚର୍ଚ୍ଚା ରେ କୁନି ଦୈତାରୀ ପଣ୍ଡା ,ଏଟୋକା କହୁଛି ଦୈତାରୀ ପଣ୍ଡା ଙ୍କର ଡାଇଲଗ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ….. ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ….. ଭାଇରାଲ ଭିଡିଓ ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି। ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ। ତେବେ ବନ୍ଧୁଗଣ ଆପଣ ଆମ ଓଡ଼ିଆ ଅନେକ ଏହିପରି କମେଡି ୟୁ ଟ୍ୟୁବ କମେଡ଼ି ଚେନାଲ ବିଷୟ ରେ ଜାଣିଥିବେ।ତେବେ ବର୍ତ୍ତମାନ ଆମ ଓଡ଼ିଶା ରେ ଏମିତି ଅନେକ କମେଡି ଚେନାଲ ରହିଛି ଯେଉଁ ଥିରେ ଲୋକମାନେ ବହୁତ ସୁନ୍ଦର ଓ ମଜାଦାର କମେଡି ଭିଡ଼ିଓ ସେୟାର କରିଥାନ୍ତି ଆଉ ତାହାକୁ ଦେଖିଲେ ଆପେ ଆପେ ଆମ ମୁଁହ ରେ ହସି ଆସିଯାଇ ଥାଏ। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆଜି ଆପଣ ଙ୍କୁ ଏହିଭଳି ଏକ ଭିଡ଼ିଓ ଟି ବିଷୟରେ ଜଣେଇବୁ ଯାହା ଦେଖିଲେ ଆପଣ ହସି ହସି ଗଡି ଯିବେ ଏବଂ ପିଲା ଟିର ପ୍ରଶଂସା କରିବେ ମଧ୍ୟ। ତେବେ ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଛୋଟ ପିଲା ମାନେ ଅଧିକ ଚର୍ଚ୍ଚା ରେ ରହୁଛନ୍ତି ତାଙ୍କର ଅଭିନୟ , ଡ଼୍ୟାନ୍ସ , ଗୀତ , କମେଡି ଇତ୍ୟାଦି ପାଇଁ। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଜଣେ ଛୋଟ ବାଳକ ବିଷୟ ରେ ଜଣେଇବୁ ଯାହାଙ୍କ ର ବୟସ ମାତ୍ର ୬-୭ ବର୍ଷ ହେବ ମାତ୍ର ତାଙ୍କର ଅଭିନୟ ଏତେ ସୁନ୍ଦର ଅଟେ ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ। ତେବେ କୁନି ପୁଅ ଟିର ଏହି ଭିଡ଼ିଓ ଟି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେଉଛି। ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି କୁନି ପୁଅ ଟି ଆମ ଓଲିଉଡ ର ମୁଖ୍ୟ ତଥା ଲୋକପ୍ରିୟ ଖଳନାୟକ ରାଇ ମୋହନ ଙ୍କର ଏକ ଡାଇଲଗ କରିଛନ୍ତି।ତେବେ ସେହି କୁନି ପୁଅ ଟି ରାଇ ମୋହନ ଙ୍କର ଡାଇଲଗ କୁ ବହୁତ ଜବରଦସ୍ତ ଅଭିନୟ କରିବା ସହ ମସ୍ତ ଡାଇଲଗ ମଧ୍ୟ କରିଥାନ୍ତି। ତେବେ କୁନି ପୁଅ ଟି ର ଭିଡ଼ିଓ ଟି ଏତେ ଆକର୍ଷଣୀୟ ହୋଇଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ କୁନି ପୁଅ ଟିର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି। ତେବେ ବହୁତ କମ ସମୟ ରେ ତାଙ୍କର ଭିଡ଼ିଓ ଟି ରେ ଅନେକ ଲାଇକ ଓ କମେଣ୍ଟ ଆସିଛି। ତେବେ ଆପଣ ମଧ୍ୟ କୁନି ପିଲା ଟିର ଏହି ଭିଡ଼ିଓ ଟିକୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 51 Share FacebookTwitterGoogle+ReddItWhatsAppPinterestEmail Prev Post Period Problem – କେବଳ ୧ ରୁ ୨ ଘଣ୍ଟାରେ ପିରିଅଡ୍ସ ଆସିବ Period ଶୀଘ୍ର ଆଣିବାର ଘରୋଇ ଉପାୟ 1-2 ଘଣ୍ଟାରେ ହୋଇଯିବ,୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ! Next Post viral ଡ୍ୟାନ୍ସ – OMG ! ଚର୍ଚ୍ଚା ରେ ରୂପା ଓ ଖୁସିଙ୍କ ମଜାଦାର ଡାନ୍ସକୁ ଥରେ ଦେଖନ୍ତୁ ହସି ହସି ଗଡ଼ିଯିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!
2022-11-29T21:42:47Z
https://sudarsankhabar.com/viral-video-omg-charchare-kuni-daitari-panda-ahi-kuni-puati/
OSCAR-2301
ବାଲେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ବାଲେଶ୍ୱରରେ QRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଚାନ୍ଦିପୁର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାକୁ ୧୧ଟା ୪୯ ମିନିଟରେ ପରୀକ୍ଷଣ କରାଯାଇଥିଲା । QRSAM କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦର କ୍ଷମତା ୩୦ କିଲୋମିଟର ରହିଛି । ତେବେ QRSAM ହେଉଛି କ୍ୱିକ୍ ରିଆକ୍ସନ ସରଫେସ ଟୁ ଏୟାର ମିସାଇଲ । ତେବେ QSRAM ର ପ୍ରଥମ ପରୀକ୍ଷଣ ୪ ଜୁନ, ୨୦୧୭ ରେ କରାଯାଇଥିଲା। ୨୬ ଫେବ୍ରୁଆରୀ, ୨୦୧୯ ରେ, ଗୋଟିଏ ଦିନରେ ଦୁଇଟି ରାଉଣ୍ଡ ଟ୍ରାୟଲ ସଫଳତା ପୂର୍ବକ କରାଯାଇଥିଲା । ଦୁଇଟି ମିସାଇଲର ପରୀକ୍ଷଣ ବିଭିନ୍ନ ଉଚ୍ଚତା ଏବଂ ସ୍ଥିତି ପାଇଁ କରାଯାଇଥିଲା । ଏହା ପରେ ଅଗଷ୍ଟ ୪ରେ ଓଡିଶାର ଚାନ୍ଦୀପୁର ସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ (ଆଇଟିଆର) ର କମ୍ପ୍ଲେକେସ ୩ ର ପରୀକ୍ଷଣ ରେଞ୍ଜରେ ଏକ ପରିଷ୍କୃତ ଅଲ-ୱେଦର ଏବଂ ଅଲ-ଟେରେନ କ୍ଵିକ ରିଆକ୍ସନ ସରଫେସ-ଟୁ-ଏୟାର ମିସାଇଲ (QRSAM) ର ପରୀକ୍ଷଣ କରିଥିଲା। ଡିଆରଡିଓ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ ସହାୟତାରେ ସେନାବାହିନୀ ପାଇଁ ଏହି ମିସାଇଲ ବିକଶିତ କରାଯାଇଛି ।
2022-12-08T03:22:45Z
https://odishabhaskar.com/success-lunching-of-qrsam-missile-from-chandipur-in-baleswar/
OSCAR-2301
ଦୁବାଇ : ଦୁଇ ବର୍ଷ ୯ ମାସ ୧୫ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ମୋଟ ୧୦୨୦ ଦିନର ସଂଘର୍ଷ ପରେ ବିରାଟଙ୍କ ବ୍ୟାଟ୍‌ରୁ ମିଳିଛି ବିରାଟ ଶତକ। ଏହି ତିନି ବର୍ଷ ପ୍ରାୟ ମଧ୍ୟରେ କୋହଲି ଖେଳିଥିବା ୮୪ ଅନ୍ତର୍ଜାତୀୟ ପାଳି ଥିଲା ଶତକଶୂନ୍ୟ। ଗୁରୁବାର ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ କୋହଲି କିନ୍ତୁ ମାତ୍ର ୬୧ ବଲରୁ ୧୨୨* ରନ୍‌ (୧୨ ଚୌକା, ୬ ଛକା)ର ପାଳି ଖେଳି ଏକ ଦୀର୍ଘଶ୍ବାସ ପକାଇଛନ୍ତି। କୋହଲିଙ୍କ ମୁଖମଣ୍ଡଳ ସହିତ ତାଙ୍କ କୋଟି କୋଟି ପ୍ରଶଂସକଙ୍କ ମୁହଁରେ ଫୁଟିଛି ହସ। ଏସିଆ କପ୍‌ ନୈରାଶ୍ୟ ପରେ କୋହଲିଙ୍କ ଫର୍ମ ମଧ୍ୟ ଭାରତକୁ ବିଶ୍ବକପ୍‌ ପୂର୍ବରୁ ଆତ୍ମସନ୍ତୋଷ ଦେଇଛି। ଅନେକ ମାଇଲଖୁଣ୍ଟର ପ୍ରତିଷ୍ଠାତା ବିରାଟ କୋହଲି ନିଜର ଅନ୍ୟତମ ଅଧୁରା ସ୍ବପ୍ନକୁ ଏହି ଅବସରରେ ପୂରଣ କରିଛନ୍ତି। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ ଶତକ ହାସଲ କରିବା ସହ ଏହି ଫର୍ମାଟରେ ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋରର୍‌ ହୋଇଛନ୍ତି। ପୂର୍ବରୁ ରୋହିତ ଶର୍ମାଙ୍କ (୧୧୮ ବନାମ ଶ୍ରୀଲଙ୍କା, ଇନ୍ଦୋର, ୨୦୧୭) ନାମରେ ଥିଲା ଏହି ଭାରତୀୟ କୀର୍ତ୍ତିମାନ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ମଧ୍ୟ ୭୧ତମ ଶତକ ସହିତ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି। ତେବେ ପାଳି ଦୃଷ୍ଟିରୁ ପଣ୍ଟିଂ (୬୬୮)ଙ୍କୁ ପଛରେ ପକାଇ କୋହଲି (୫୨୨ ପାଳି) ଦ୍ବିତୀୟକୁ ଉଠିଛନ୍ତି। ଶୀର୍ଷରେ ରହିଛନ୍ତି ସଚିନ ତେନ୍ଦୁଲକର (୧୦୦ ଶତକ, ୭୮୨ ପାଳି)। ଟ୍ବେଣ୍ଟି-୨୦ ଫର୍ମାଟରେ କୋହଲି ଭାରତ ପାଇଁ ପ୍ରଥମ ଶତକ ହାସଲ କରିଥିଲେ ମଧ୍ୟ ଏସିଆ କପ୍‌ରେ ଏହା ତାଙ୍କ ଚତୁର୍ଥ ଶତକ। ଏଥି ସହିତ କୁମାର ସାଙ୍ଗାକାରାଙ୍କ ସମକକ୍ଷ ଏବଂ ଜୟସୁରିଆ (୬ ଶତକ)ଙ୍କ ପଛକୁ ଦ୍ବିତୀୟରେ ପହଞ୍ଚିଛନ୍ତି। ଟ୍ବେଣ୍ଟି-୨୦ ଫର୍ମାଟରେ କୋହଲିଙ୍କ ପୂର୍ବ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ଥିଲା ୧୧୩ ରନ୍‌ (ଆର୍‌ସିବି ବନାମ ପଞ୍ଜାବ କିଙ୍ଗ୍ସ, ୨୦୧୬)। କୋହଲିଙ୍କ ଏହି ଆକର୍ଷଣୀୟ ଶତକ ସହିତ ଭାରତ ମଧ୍ୟ ଗୁରୁବାର ଗୁରୁତ୍ବହୀନ ମ୍ୟାଚ୍‌ରେ ୨୧୨ ରନ୍‌ ସ୍କୋର୍‌ କରି ନେଇଥିଲା। ଏହା ପରେ ଭୁବନେଶ୍ବର କୁମାର (୪-୧-୪-୫)ଙ୍କ ଘାତକ ଇନ୍‌ସୁଇଙ୍ଗ କାରଣରୁ ସାନ୍ତ୍ବନାମୂଳକ ବିଜୟ ହାସଲ କରି ନେଇଥିଲା।
2022-12-01T00:51:20Z
https://bajravana.com/after-1020-days-virats-huge-hundred/
OSCAR-2301
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଦ୍ୱାଦଶ ଦିନରେ ଭାରତୀୟଙ୍କ ପାଇଁ ଆସିଛି ଏକ ଦୁଃଖ ଖବର। ପୁରୁଷ ହକି ସେମିଫାଇନାଲରେ ଭାରତ-ବେଲଜିୟମ ଟକ୍କର ହୋଇଥିଲା। କଡା ଟକ୍କର ପରେ ବି ସେମି ଫାଇନାଲରେ ହାରିଯାଇଛି ଭାରତୀୟ ପୁରୁଷ ହକି ଟିମ୍। ବେଲଜିୟମ ଠାରୁ ୫-୨ ଗୋଲରେ ହାରିଛି ଭାରତ। ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି ବେଲଜିୟମ। କିନ୍ତୁ ଟିମ୍ ଇଣ୍ଡିଆ ପାଖରେ ଏବେ ବି ପଦକ ଜିତିବା ପାଇଁ ସୁଯୋଗ ରହିଛି। ଏବେ ବ୍ରୋଞ୍ଜ ପଦକ ପାଇଁ ଭାରତ ଲଢ଼େଇ କରିବ ଭାରତୀୟ ପୁରୁଷ ହକି ଟିମ୍।
2022-11-30T23:16:15Z
https://www.odishalink.com/2021/08/03/tokyo-olympics-india-lose-2-5-to-belgium-in-mens-hockey-semifinal-will-now-play-for-bronze/
OSCAR-2301
ବୈାଦ୍ଧ: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଘିକୁଣ୍ଡି ଗ୍ରାମପଞ୍ଚାୟତରେ ହାତୀପାଲି ଗ୍ରାମରେ ୨୦୧୮ମସିହାରେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଓ ଜାତୀୟ ଗ୍ରାମୀଣ ପାନୀୟଜଳ କାର୍ଯ୍ୟକ୍ରମ ଜରିଆରେ ଆଉ ଏକ ପ୍ରକଳ୍ପ ନିର୍ମାଣ ହୋଇଥିଲା । ସୌରରଶ୍ମି ଚାଳିତ ଏହି ପ୍ରକଳ୍ପକୁ ଭିଟେକ ଇଞ୍ଜିନିୟର୍ସ ଭୁବନେଶ୍ୱର ନିର୍ମାଣ କରିଥିଲା । ଯାହାକି ମାତ୍ର ୨/୩ ମାସ ଚାଲିବାପରେ ଅଚଳ ହୋଇଯାଇଛି ଓ ଲୋକେ ପାନୀୟଜଳ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି । ନିମ୍ନମାନର ସାମଗ୍ରୀ ଓ ନିର୍ମାଣ ଯୋଗୁଁ ଏହି ପ୍ରକଳ୍ପ ଅଚଳ ହୋଇ ପଡିଛି ଓ ଲୋକଙ୍କ ବ୍ୟବହାରରେ ଆସିପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକଳ୍ପରେ ଲାଗିଥିବା ସୋଲାର ପ୍ଲେଟ ଓ ୧ ଏଚ୍‌.ପି ବିଶିଷ୍ଟ ପାଣି ମିଟର କାର୍ଯ୍ୟ କରୁନାହିଁ । ପିଇବାପାଣି ଟିକିଏ ପାଇଁ ଗ୍ରାମଠାରୁ ପ୍ରାୟ ଅଧକିଲୋମିଟର ଦୂରରେ ଥିବା ଏକ ନଳକୂପ ଉପରେ ଗ୍ରାମବାସୀ ବର୍ତ୍ତମାନ ନିର୍ଭର କରୁଛନ୍ତି । ସେହି ନଳକୂପ ନିକଟରେ ପିଇବାପାଣି ଟିକିଏ ପାଇଁ ଲୋକେ ଲାଇନ ଲଗାଇବାକୁ ବାଧ୍ୟ ହେଉଛନ୍ତି । ଗ୍ରାମପଞ୍ଚାୟତ ଓ ପାନୀୟଜଳ ପରିମଳ ବିଭାଗ ତାହାର ମରାମତି କରିବା ଦିଗରେ ମଧ୍ୟ ଯତ୍ନବାନ ହେଉନଥିବା ପରିତାପର ବିଷୟ । ୩ଲକ୍ଷ ୩୦ହଜାର ୪୯୫ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପର ଦୈନିକ ଜଳଯୋଗାଣ କ୍ଷମତା ୮ହଜାରରୁ ୧୦ହଜାର ଲିଟର ହୋଇଥିବା ଜଣାଯାଏ । ବୌଦ୍ଧ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଯାନ୍ତ୍ରିକ ପରାମର୍ଶକ୍ରମେ ନିର୍ମାଣ ହୋଇଥିବାବେଳେ କେଉଁ କାରଣରୁ ଏହା ଅଚଳ ହୋଇଛି ତାହାର ଖବର ମଧ୍ୟ ବିଭାଗ ପାଖରେ ନଥିବା ଆଶ୍ଚର୍ଯ୍ୟର ବିଷୟ । ଭୁବନେଶ୍ୱରର ଠିକାସଂସ୍ଥା ତାର ସଂପୂର୍ଣ୍ଣ ବିଲ୍ ପାଇ ଫେରାର ହୋଇଥିବା ଲୋକେ ପାଣି ଟିକେ ନପାଇ ଡହଳବିକଳ ହେଉଥିବା ସତ୍ତ୍ୱେ ବିଭାଗୀୟ ଅଧିକାରୀ ଓ ପ୍ରଶାସନ କାହିଁକି ଚୁପ୍ ରହିଛି ଏହା ଓ ସମସ୍ତଙ୍କୁ ବିସ୍ମିତ କରୁଛି । ବର୍ତ୍ତମାନ ଗ୍ରୀଷ୍ମୁଋତୁରେ ଗ୍ରାମରେ ଥିବା ସମସ୍ତ ଜଳଉତ୍ସ ଶୁଖିଲା ରହିଥିବାରୁ ଓ ଲୋକେ ଜଳକଷ୍ଟ ଭୋଗ କରୁଥିବାରୁ ଜଳଯୋଗାଣ ଓ ପରିମଳ ବିଭାଗ ସ୍ୱତନ୍ତ୍ର ଦୃଷ୍ଟିଦେଇ ଏହାକୁ ମରାମତି କରିବାପାଇଁ ଜନସାଧାରଣରେ ଦାବି ହେଉଛି ।
2022-12-09T09:14:50Z
https://hiranchallive.in/state/dd-34/
OSCAR-2301
ଭୁବନେଶ୍ୱର, ୨୭/୦୯: ବାଜିମାତ କରିଲେ ଅସିତ ତ୍ରିପାଠୀ । ଭୁବନେଶ୍ୱର କ୍ଳବର ସଭାପତି ଭାବେ ମନୋନୀତ ହୋଇଛନ୍ତି ଅବସରପ୍ରାପ୍ତ ଆଇଏସ୍‌ ଅସିତ ତ୍ରିପାଠୀ । ମୋଟ ୭୭୬ଟି ଭୋଟ ପାଇ ସେ ଏହି ବିଜୟ ହାସଲ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ବିଜୟ ପଟ୍ଟନାୟକଙ୍କୁ ୪୯୮ଟି ଭୋଟ ମିଳିଥିବା ଜଣାପଡ଼ିଛି । ଅସିତ ତ୍ରିପାଠୀ ୨୭୮ ଭୋଟରେ ବିଜୟୀ ହୋଇଛନ୍ତି । ତେବେ ବିଜୟ ପରେ ଭୁବନେଶ୍ୱର କ୍ଳବକୁ ବହୁମୁଖୀ କ୍ଳବ କରିବେ ବୋଲି କହିଛନ୍ତି ଅସିତ ତ୍ରିପାଠୀ । ସଂସ୍କୃତି, ଉନ୍ନତିକରଣ କରିବା ସହ କ୍ଲବର ସଦସ୍ୟମାନଙ୍କର ଥିବା ବିଭିନ୍ନ କ୍ଷେତ୍ରରେ ସ୍କିଲର ବିନିଯୋଗ କରାଯିବ । ରାଜ୍ୟର ହାଇପ୍ରୋଫାଇଲ୍‌ କ୍ଲବ୍‌ ଭୁବନେଶ୍ୱର କ୍ଲବ୍‌ର ନୂଆ ମୁଖିଆ ବାଛିବାକୁ ଚାଲିଥିବା ରେସ୍‌ ଆଜି ସରିଛି । ରବିବାର ଭୋଟ୍‌ ଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା । ଗତ ଦୁଇ ଦିନ ଧରି ଅର୍ଥାତ ଶନିବାର ଏବଂ ରବିବାର ଚାଲିଥିବା ଭୋଟିଂରେ ୧୨୫୪ଜଣ କ୍ଲବ୍‌ ସଦସ୍ୟ ଆସି ଭୋଟ୍‌ ଦେଇଥିଲେ । ତେବେ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ନିର୍ବାଚନ ଫଳ ଘୋଷଣା କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା । ରବିବାର ୫୬୯ ସଦସ୍ୟ ଭୋଟ୍‌ ଦେଇଥିଲେ । ଏହା ପୂର୍ବରୁ ଶନିବାର ୬୯୮ଜଣ ଭୋଟ୍‌ ଦେବାକୁ ଆସିଥିଲେ । କ୍ଲବ୍‌ରେ ଥିବା ମୋଟ ୧୮୫୪ ସଦସ୍ୟଙ୍କ ଭୋଟିଂ ଦେବା ଅଧିକାର ଥିବାବେଳେ ଏଥିରୁ ୧୨୬୭ଜଣ ଭୋଟ୍‌ ଦେଇଥିଲେ । କିନ୍ତୁ ଆହୁରି ୫୮୭ ସଦସ୍ୟ ଭୋଟ୍‌ ଦେବାକୁ ଆସିନଥିଲେ । ୨୦୧୩ରେ ଶେଷ ଥର ପାଇଁ ଭୁବନେଶ୍ୱର କ୍ଲବ୍‌ର ନିର୍ବାଚନ ହୋଇଥିଲା । ଏହା ପରଠାରୁ ଭୋଟିଂ ବଦଳରେ କ୍ଲବ୍‌ ସଭାପତି ଓ ଅନ୍ୟ କର୍ମକର୍ତ୍ତା ପଦ ପାଇଁ ସିଲେକ୍ସନ ହେଉଥିଲା । କିନ୍ତୁ ୮ ବର୍ଷ ପରେ ଏବେ ପୁଣି ବିଭିନ୍ନ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରାଯାଇଛି । ସବୁଠୁ ଚର୍ଚ୍ଚାରେ ରହିଥିଲା ସଭାପତି ପଦ ଲଢ଼େଇ । ଏଥିରେ ରାଜ୍ୟର ଦୁଇ ପ୍ରଭାବଶାଳୀ ବ୍ୟକ୍ତି ପରସ୍ପର ବିରୋଧରେ ଛିଡା ହୋଇଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ କୁମାର ତ୍ରିପାଠୀ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ସଭାପତି ପଦ ପାଇଁ ମୁହାଁମୁହିଁ ହୋଇଥିଲେ । ଅତୀତରେ ରାଜ୍ୟ ଶାସନର ମଙ୍ଗ ଧରିଥିବା ଏହି ଦୁଇ ପ୍ରତିଦ୍ୱନ୍ଦୀଙ୍କ ଭିତରୁ ସମ୍ଭ୍ରାନ୍ତ କ୍ଲବ୍‌ର ମଙ୍ଗ ଏବେ ଅସିତ୍‌ ଧରିବେ ବୋଲି ଜଣାପଡ଼ିଛି । ସେହିଭଳି କ୍ଲବ୍‌ ସମ୍ପାଦକ ପଦବି ପାଇଁ ବି ମୁକାବିଲା କିଛି କମ୍‌ ହୋଇନଥିଲା । ବରିଷ୍ଠ ଆଇଏଏସ୍‌ ବିଶାଲ ଦେବ ଏହି ପଦବି ପାଇଁ ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିପକ୍ଷରେ ଲଢୁଥିଲେ ଅଶୋକ ଚିଞ୍ଚେଲା, ଦାମୋଦର ପ୍ରଧାନି, ଜ୍ୟୋତ୍ସାମୟୀ ପରିଡ଼ା ଓ ପାର୍ଥସାରଥୀ ପାଣିଗ୍ରାହୀ । ଉପସଭାପତି ପଦ ପାଇଁ ଦେବଶଙ୍କର ତ୍ରିପାଠୀ, ଜୟନ୍ତ କୁମାର ହୋତା, ମହେନ୍ଦ୍ର କୁମାର ଗୁପ୍ତା ଓ ତାପେସ ରାୟ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଯୁଗ୍ମ ସଚିବ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ପାଇଁ ମଧ୍ୟ ନିର୍ବାଚନ ହୋଇଥିଲା । ସୋମବାର ଅପରାହ୍ନ ୨ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା । ଅପରାହ୍ନ ୬ଟା ସୁଦ୍ଧା ଗଣତି ସରିବା ପରେ ନୂଆ ମୁଖିଆଙ୍କ ନାମ ଘୋଷଣା କରାଯାଇଛି ।
2022-12-09T22:04:20Z
https://www.prameyanews7.com/asit-tripathi-elected-as-presedent-of-bhubaneswar-club/
OSCAR-2301
ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ରବିବାର ଇତିହାସ ରଚିଛି। ଇସ୍ରୋ ସବୁଠୁ ଭାରି ଓଜନ LVM-3-M2/ଓ୍ଵାନଓ୍ଵେବ ଇଣ୍ଡିଆ-୧ର ମିଶନ ସଫଳତା ସହ ପୂରା କରିଛି। ଶନିବାର ଏବଂ ରବିବାର ମଧ୍ୟରାତ୍ରି ୧୨ଟା୭ରେ ଆନ୍ଧ୍ରର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଏଲଭିଏମ୩-ଏମ୨କୁ ରକେଟ୍ ସହ ଏକକାଳୀନ ୩୬ ଉପଗ୍ରହର ଉତକ୍ଷେପଣ କରାଯାଇଛି। ବ୍ରିଟେନ୍ ସ୍ଥିତ ଗ୍ରାହକର ସମସ୍ତ ଏହି ୩୬ ବ୍ରଡବ୍ୟାଣ୍ଡ ସଞ୍ଚାର ଉପଗ୍ରହକୁ ନିର୍ଦ୍ଧାରିତ କକ୍ଷପଥରେ ସଫଳତାର ସହ ସ୍ଥାପିତ କରାଯାଇଛି। ପ୍ରାୟ ୪୩.୫ ମିଟର ଲମ୍ବ ରକେଟ୍‌ ୩୬ ବ୍ରଡବ୍ୟାଣ୍ଡ ସଞ୍ଚାର ଉପଗ୍ରହକୁ ନେଇ ଉଡାଣ ଭରିଥିଲା। ଏହାର ଓଜନ ୬୪୪ ଟନ୍। ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ରକେଟ୍ ଉତକ୍ଷେପଣ ସଫଳତା ପାଇଁ ଶନିବାର ସକାଳେ ତିରୁପତି ଜିଲ୍ଲାର ସୁଲ୍ଲୁରପେଟାରେ ଶ୍ରୀ ଚେଙ୍ଗଲମ୍ମା ପରମେଶ୍ଵରୀ ଦେବୀ ମନ୍ଦିରରେ ଏକ ସ୍ଵତନ୍ତ୍ର ପୂଜା କରିଥିଲେ। #WATCH | ISRO launches LVM3-M2/OneWeb India-1 Mission from Satish Dhawan Space Centre (SDSC) SHAR, Sriharikota (Source: ISRO) pic.twitter.com/eBcqKrsCXn — ANI (@ANI) October 22, 2022 ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ରକେଟ୍‌ର ସଫଳପୂର୍ବକ ଉତକ୍ଷେପଣ ପରେ କହିଛନ୍ତି ଯେ, ଆମେ ଆଗରୁ ହିଁ ଦୀପାବଳି ଉତ୍ସବ ଆରମ୍ଭ କରି ଦେଲୁ। ୩୬ ଉପଗ୍ରହ ମଧ୍ୟରୁ ୧୬ ଉପଗ୍ରହ ପ୍ରଥମେ ସଫଳତାପୂର୍ବକ ନିଜ କକ୍ଷ ପଥରେ ସ୍ଥାପିତ ହୋଇଥିଲା। ପରେ ଅବଶିଷ୍ଟ ୨୦ ଉପଗ୍ରହ ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି। ରକେଟ୍ ଏଲଭିଏମ୩ର ଏହା ପ୍ରଥମ ବ୍ୟବସାୟିକ ଉପଗ୍ରହ ପ୍ରକ୍ଷେପଣ। ଏଥିସହିତ ଏଲଭିଏମ୩-ଏମ୨ ୩୬ ଉପଗ୍ରହ, ୫୭୯୬ କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ ସହିତ ମହାକାଶକୁ ଉତକ୍ଷେପଣ ହେବାରେ ପ୍ରଥମ ଭାରତୀୟ ରକେଟ୍ ହୋଇ ପାରିଛି। ଭାରତର ଭାରତୀ ଏଣ୍ଟରପ୍ରାଇଜେସ୍ ଓ୍ଵାନଓ୍ଵେବ ଏହାର ପ୍ରମୁଖ ନିବେଶକ।
2022-12-10T01:40:14Z
https://www.prameyanews7.com/isro-creates-history-by-successfully-launching-the-heaviest-rocket-lvm3-m2/
OSCAR-2301
ଲଣ୍ଡନ୍‌: ଆକ୍ସନ ମୋଡ୍‌ରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍। ନିଜ କ୍ୟାବିନେଟ୍‌ର ଅର୍ଥମନ୍ତ୍ରୀ କ୍ୱାସି କ୍ୱର୍ଟେଙ୍ଗଙ୍କୁ ସେ ବିଦା କରିଛନ୍ତି। ତାଙ୍କ ସ୍ଥାନରେ କଞ୍ଜରଭେଟିଭ ନେତୃତ୍ୱର ପୂର୍ବ ପ୍ରାର୍ଥୀ ଜେରେମୀ ହଣ୍ଟଙ୍କୁ ନୂଆ ଚାନ୍ସେଲର(ଅର୍ଥମନ୍ତ୍ରୀ) ନିଯୁକ୍ତ କରିଛନ୍ତି। ନିଜ ପ୍ରଧାନମନ୍ତ୍ରୀ ପଦ ରକ୍ଷା କରିବାକୁ ଯାଇ ଲିଜ ଟ୍ରସ୍ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି। ସରକାରଙ୍କ ବିବାଦୀୟ ଅର୍ଥନୈତିକ ଯୋଜନା ଯୋଗୁଁ ବଜାରରେ ଅସ୍ଥିରତା ସତ୍ତ୍ୱେ କ୍ୱାର୍ଟେଙ୍ଗ ଗତମାସ ଶେଷରେ ମିନି ବଜେଟ୍ ଉପସ୍ଥାପନ କରିଥିଲେ। ଏହା ପରେ ଦେଶରେ ଟ୍ୟାକ୍ସ କାଟ୍ ଆଶଙ୍କାରେ ଆର୍ଥିକ ଅସ୍ଥିରତା ଦେଖାଯାଇଥିଲା। ଆହୁରି ପଢ଼ନ୍ତୁ ରୂପ-ବୟସକୁ ନେଇ ପ୍ରଶ୍ନ କଲେ ସାମ୍ବାଦିକ, ଚମତ୍କାର ଉତ୍ତର ଦେଲେ… 8 mins ago ଆଇଏସଆଇଏସ ମୁଖ୍ୟ ଅବୁ ହାସନ ନିହତ, ଘୋଷଣା ହେଲା ନୂଆ ମୁଖିଆଙ୍କ… 13 hours ago ଏହା ପୂର୍ବରୁ ଅର୍ଥମନ୍ତ୍ରୀ ୱାଶିଂଟନରେ ଏକ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ବୈଠକ ଯୋଗ ଦେବାପାଇଁ ତାଙ୍କର ଆମେରିକା ଗସ୍ତକୁ ବାତିଲ କରି ଦେଇଥିଲେ। ଏହା ତାଙ୍କର ସ୍ଥାୟିତ୍ୱ ଏବଂ ସଂସଦରେ ଉପସ୍ଥାପିତ ଟିକସ ହ୍ରାସ ଉପରେ ସମ୍ଭାବ୍ୟ ୟୁ-ଟର୍ନ୍‌ ଉପରେ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା। କାରଣ ତାଙ୍କ ଦ୍ୱାରା ହୋଇଥିବା ଟିକସ ହ୍ରାସ ଫଳରେ ଡଲାର ତୁଳନାରେ ପାଉଣ୍ଡର ମୂଲ୍ୟ ହ୍ରାସ ପାଇଥିଲା ଏବଂ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ପେନସନ୍‌ ପାଣ୍ଠିକୁ ସମ୍ଭାଳିବା ପାଇଁ ଦେଶ ଦୀର୍ଘକାଳୀନ ବଣ୍ଡ କିଣିବାକୁ ପଦକ୍ଷେପ ନେଇଥିଲା। ଏହାକୁ ସମର୍ଥନ କରିବା ପାଇଁ ଏକ ବିସ୍ତୃତ ପାଣ୍ଠି ଯୋଜନା ବିନା ଆନୁମାନିକ ଜିବିପି ୪୫ ବିଲିୟନ ମୂଲ୍ୟର ଟିକସ ହ୍ରାସ ଘଟଣାକୁ ବ୍ରିଟେନ ଅର୍ଥନୀତି ପାଇଁ ଏକ ବିପର୍ଯ୍ୟସ୍ତ ପଦକ୍ଷେପ ଭାବରେ ପରିଗଣିତ କରା ଯାଉଥିଲା। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଟ୍ରସ୍ ଓ କ୍ୱାର୍ଟେଙ୍ଗଙ୍କ ମଧ୍ୟରେ ଦୀର୍ଘ ବର୍ଷର ବନ୍ଧୁତା ରହିଛି। ତେବେ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗ ଟ୍ୱିଟ୍ କରି ତାଙ୍କ ବରଖାସ୍ତ ପୁଷ୍ଟି କରିଛନ୍ତି। ଏଥିରେ ତାଙ୍କୁ ଚାନ୍ସେଲର ପଦରୁ ହଟିବା ଲାଗି କୁହାଯାଇଥିବା ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କ୍ୱାର୍ଟେଙ୍ଗ ଙ୍କୁ ବରଖାସ୍ତ କରିଦେଇଥିବାରୁ ଅର୍ଥମନ୍ତ୍ରୀ ଭାବେ ତାଙ୍କ କାର‌୍ୟ୍ୟକାଳ ମାତ୍ର ୩୮ ଦିନର ରହିଛି। ଏଭଳି ହଙ୍ଗାମା ଭିତରେ ଟୋରି ସାଂସଦମାନେ ଲିଜ୍ ଟ୍ରସ୍‌ଙ୍କ ସ୍ଥାନରେ ପେନି ମୋର୍ଡେଣ୍ଟ ଓ ଋଷି ସୁନକଙ୍କ ନାମ ଉପରେ ବିଚାର କରିବା ଆରମ୍ଭ କରିଦେଇଛନ୍ତି। କୁହାଯାଉଛି ବ୍ରିଟେନ କଞ୍ଜରଭେଟିଭ ପାର୍ଟିର ବିପ୍ଲବି ନେତ୍ରୀ ଲିଜ ଟ୍ରସ୍‌ଙ୍କୁ ପାର୍ଟିର ନେତା ଓ ପ୍ରଧାନମନ୍ତ୍ରୀ ଭାବେ ହଟାଇବା ପାଇଁ ବିଦ୍ଧିବଦ୍ଧ ଯୋଜନା ଆରମ୍ଭ ହୋଇଯାଇଛି। ଏହି ଯୋଜନାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଋଷି ସୁନକ ଗୋଷ୍ଠୀର ନେତା ସାମିଲ ଥିବା କୁହାଯାଉଛି।
2022-12-01T14:42:15Z
https://odishareporter.in/nation-world/world/uk-pm-liz-truss-sacked-finance-minister-after-tax-cut-fiasco-773872
OSCAR-2301
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ନ କରାଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପଦ୍ମପୁରକୁ ପୂରାଇ ଦେବୁ ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ ଯେଉଁଠିକି ଯିବେ ତାଙ୍କୁ ଅଣ୍ଡାମାଡ଼ କରାଯିବ।’ ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ୍ ଭଏସ ଦେଇଛି ଏହି ଚେତାବନୀ। ଆହୁରି ପଢ଼ନ୍ତୁ ପୋଖରୀ ଓ ହୁଡାରେ ହେଉଛି ଧାନ ଚାଷ! ସାଟେଲାଇଟ୍‌ ସର୍ଭେ ଖୋଲିଲା… 33 mins ago ମମିତା ହତ୍ୟା ମାମଲା: ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ… 3 hours ago ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରାଉ କରି ଅଣ୍ଡାମାଡ଼ କରିବାକୁ ଉଦ୍ୟମ କରିଥିଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ୍ ଭଏସ । ପୁଲିସ ସେମାନଙ୍କୁ ଅଧାବାଟରୁ ଉଠାଇ ନେବା ସହ ଅଣ୍ଡା ଛଡ଼ାଇ ନେଇଥିଲା। ଜଣେ ଆନ୍ଦୋଳନକାରୀ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ଯୋଗୁ କଲେଜ ଗୁଡ଼ିକରେ ବିଜେଡି ଛାତ୍ର ନେତାଙ୍କ ଅରାଜକତା ବଢୁଛି। ଶାସକ ଦଳ ନିର୍ବାଚନ ବଦଳରେ କମିଟି କରି କ୍ୟାମ୍ପସରେ ବିଶୃଙ୍ଖଳା କରୁଛି। ଏହାସହ କଲେଜରେ ଅଧିକ ରାଗିଂ ମଧ୍ୟ ହେଉଛି।
2022-12-01T13:06:36Z
https://odishareporter.in/odisha/egg-will-be-hurled-on-higher-secondary-minister-threatens-all-odisha-student-voices-783439
OSCAR-2301
ଟୋକିଓ: ଟୋକିଓ ଅଲିମ୍ପିକ୍ସ ଭାରତକୁ ଆଉ ଏକ ପଦକ। କୁସ୍ତିରେ ରୌପ୍ୟ ପଦକ ଜିତିଲେ ରବି ଦହିୟା। ୫୭ କେଜି ଫ୍ରି ଷ୍ଟାଇଲ ବର୍ଗରେ ଜିତିଲେ ରୌପ୍ୟ ପଦକ ରବି ଦହିୟା ବିଶ୍ୱ ଚାମ୍ପିୟନ ଜାଭୁର ଉଗୁଏଭଙ୍କ ନିକଟରୁ ୭-୪ରେ ପରାଜିତ ହେବା ସହିତ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି ରେସଲର ରବି ଦାହିୟା। ଆରମ୍ଭରୁ ରବି ସାମାନ୍ୟ ରକ୍ଷଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲେ। ପ୍ରଥମ ୩ ମିନିଟରେ ଦାହିୟା ୪-୨ରେ ପଛୁଆ ରହିଥିଲେ। ପ୍ରଥମରୁ ସର୍କଲ ବାହାରକୁ ଦୁଇ ଥର ବାହାର କରି ଜାଭୁର ଦୁଇଟି ପଏଣ୍ଟ ହାସଲ କରିଥିଲେ। ତେବେ ଏକା ସାଥୀରେ ଦୁଇ ପଏଣ୍ଟ ସହିତ ରବି ପ୍ରତ୍ୟାବର୍ତ୍ତନ କରି ଋଷୀୟ ରେସଲର ବାଜି ମାରି ନେଇଥିଲେ। ଦ୍ୱିତୀୟ ୩ ମିନିଟରେ ରବିଙ୍କ ଡିଫେନ୍ସ ଚମକ୍ରାର ରହିଥିଲେ ହେଁ ବିଜୟ ପାଇଁ ତାହା ଯଥେଷ୍ଟ ନଥିଲା। ଋଷୀୟ ରେସଲର ଅନ୍ତିମ ମିନିଟରେ କେବଳ ରକ୍ଷାତ୍ମକ ଭଙ୍ଗୀରେ ଖେଳି ମ୍ୟାଚକୁ ଜିତି ନେଇଥିଲେ।
2022-11-27T08:12:18Z
https://www.odishalink.com/2021/08/05/wrestler-ravi-dahiya-won-silver/
OSCAR-2301
ସମସ୍ତେ ଛୋଟ ବେଳେ କିଛି ନା କିଛି ସ୍ୱପ୍ନ ଦେଖନ୍ତି।କିଏ କହେ ମୁଁ ଡାକ୍ତର,ଇଞ୍ଜିନିୟର,ବୈଜ୍ଞାନିକ ହେବି ଏମିକି କେତେ କଣ।ବଲିଉଡ୍ ଡ୍ରିମ୍ ଗର୍ଲମାନେ ବି ଛୋଟ ବେଳେ କେତେ କଣ ସ୍ୱପ୍ନ ଦେଖିଥିଲେ।କିନ୍ତୁ ଏମିତି କିଛି ହିରୋଇନ୍ ଅଛନ୍ତି ଯେଉଁମାନେ ସ୍ୱପ୍ନରେ ବି କେବେ ଭାବି ନଥିଲେ,ସେମାନେ ଦିନେ ଦର୍ଶକଙ୍କ ଦିଲ୍ କି ରାଣୀ ହେବେ ବୋଲି।ଏହି ଆକ୍ସିଡେଣ୍ଟାଲ ଆକ୍ଟେର୍ସ ମାୟାନଗରୀ ମାୟାରେ ଥରେ ଏଣ୍ଟ୍ରି ମାରିବା ପରେ ନାମିଦାମୀ ସେଲିବ୍ରିଟି ଭାବରେ ନିଜକୁ ପ୍ରେଜେଣ୍ଟ କରି ପାରିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନୀଳ ନୟନା ଭାବରେ ପରିଚିତ,ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବି-ଟାଉନରେ ଏଣ୍ଟ୍ରି ମାରିବା ପରଠୁ କେବେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।କିନ୍ତୁ ସେ କେବେ ଭାବି ନଥିଲେ ତାଙ୍କ ସୌନ୍ଦର୍ଯ୍ୟ ଦିନେ ସିଲଭର ସ୍କ୍ରିନରେ ନିଆଁ ଲଗାଇବ।ଐଶଙ୍କ ଡ୍ରିମ୍ ଥିଲା ଡାକ୍ତର କିମ୍ବା ଆର୍କିଟେକଚର୍ ହେବେ।କିନ୍ତୁ ୧୯୯୩ରେ ଆମୀର ଖାନଙ୍କ ସହ ପେପସୀ ବିଜ୍ଞାପନ କରିବା ପରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ।ଡାକ୍ତର ସ୍ୱପ୍ନ ଚୁଲିକି ଗଲା,ଐଶ୍ ହୋଇଗଲେ ଷ୍ଟାର୍। ଦୀପିକା ପାଦୁକୋନ ବି-ଟାଉନ୍ ଟ୍ରାଡିସିନାଲ୍ ବିୟୁଟି,ବର୍ତ୍ତମାନର ଫେମସ ଆକ୍ଟ୍ରେସଙ୍କ ଭିତରୁ ଜଣେ।ବ୍ୟାଡମିଣ୍ଟନ୍ କୁଇନ୍ ହେବାର ସ୍ୱପ୍ନ ଥିଲା,କାରଣ ବାପା ଥିଲେ ବ୍ୟାଡମିଣ୍ଟର ଷ୍ଟାର।ସେଥିପାଇଁ ପ୍ରତିଦିନି ସକାଳ ୫ଟାରୁ ବ୍ୟାଡମିଣ୍ଟନ୍ କୋର୍ଟରେ ଝାଳ ବୁହାଉଥିଲେ।ଦିନେ ଲିରିଲ୍ ସାବୁନର ଆଡଭାଟାଇଜମେଣ୍ଟ କରିଥିଲେ ଦୀପିକା।ତାପରେ ଫିଲ୍ମ ଦୁନିଆରେ ଇନ୍। ବ୍ୟାଡମିଣ୍ଟନକୁ ବାଏ ବାଏ। ଅନୁଷ୍କା ଶର୍ମା ମାୟାନଗରୀ ସୁନ୍ଦରୀ ଏବେ ମିସେସ୍ କୋହଲି।ଟିମ୍ ଇଣ୍ଡିଆ କ୍ରିକେଟ କ୍ୟାପଟେନ୍ ବିରାଟ କୋହଲିଙ୍କ ଧର୍ମପତ୍ନୀ।ଭଲ ପାଠ ପଢୁଥିଲେ।ଆକ୍ଟିଂରେ ଗ୍ରାଜୁଏସନ୍ ପାସ କରିଛନ୍ତି।ମଡେଲ୍ ହେବାକୁ ଲକ୍ଷ୍ୟ ରଖିଥିଲେ।ବୋଧହୁଏ ତାଙ୍କ ଭାଗ୍ୟରେ ଲେଖା ହୋଇଥିଲା ବଲିଉଡର ନାମିଦାମୀ ସେଲିବ୍ରିଟି ହେବାକୁ।୨୦୦୭ରେ ଲାକ୍ଷ୍ମୀ ଫ୍ୟାସନ୍ କରିବା ପରେ ସିଧା ପାଦ ରଖିଥିଲେ ବଲିଉଡରେ। ସୋନାକ୍ଷୀ ସିହ୍ନା ଫିଲ୍ମ ଦବଙ୍ଗରେ ସଲମାନଙ୍କ ଲେଡି ଲଭ୍।ଅଚାନକ ଆକ୍ଟିଂ ପରଦାରେ ତାଙ୍କୁ ଉତାରି ଥିଲେ ଭାଇଜାନ୍।ପିଲା ବେଳେ କାର୍ଟୁନିଷ୍ଟ ଡିଜାଇନର୍ ହେବାର ସଉକ ଥିଲା।ନିଜର ଏହି ସ୍ୱପ୍ନକୁ ପୂରା କରିବା ପାଇଁ ସେ ଫ୍ୟାସନ୍ ଡିଜାଇନରେ ଗ୍ରାଜୁଏସନ୍ ବି କରିଛନ୍ତି। ଫିଲ୍ମ ଲାଇନରେ ପାଦ ଥାପିବା ପରେ କାର୍ଟୁନିଷ୍ଟ ନିଶା ଖସିଗଲା। ପ୍ରିୟଙ୍କା ଚୋପ୍ରା ବିଶ୍ୱସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କ ଜୟଯାତ୍ରା ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ। ତେବେ ମ୍ୟାଡାମ୍ ପିସି(ପ୍ରିୟଙ୍କା ଚୋପ୍ରା) ଛୋଟବେଳେ କାମବାଲି ହେବାକୁ ମନ ବଳାଇଥିଲେ।ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ।ପିଲାବେଳେ ଘର ଝାଡୁ କରିବା, ପୋଛିବା ଭଳି କାମ ପ୍ରିୟଙ୍କାଙ୍କୁ ଭାରି ଭଲ ଲାଗୁଥିଲା।କିନ୍ତୁ ତାଙ୍କ ଜେଜେମା’ ସେଥିପାଇଁ ଭାରି ତାଙ୍କ ଉପରେ ରାଗୁଥିଲେ। ବାଡ଼ି ଧରି ତାଙ୍କୁ ଜେଜେମାଆ ଜଗୁଥିଲେ। ସେଥିପାଇଁ ତ ପ୍ରିୟଙ୍କା ନିଜ ଜେଜେମା’ଙ୍କୁ ଡଣ୍ଡାରାମ ବୋଲି ନାଁ ଦେଇଥିଲେ। କଙ୍ଗନା ରଣାଓ୍ୱତ ବି-ଟାଉନ୍ କୁଇନ୍।ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମର ସକସେସଫୁଲ୍ ହିରୋଇନ୍।ପଢ଼ାପଢ଼ିରେ ଭାରି ସିରିଅସ୍ ଥିଲେ।ବିଜ୍ଞାନ ତାଙ୍କର ଫେଭରିଟ୍ ପେପର୍ ଥିଲା। ଇଚ୍ଛା ଥିଲା ଡାକ୍ତର ହେବେ।କିନ୍ତୁ ଧିରେ ଧିରେ ଝିଲମିଲ ଦୁନିଆର ନାୟିକା ସାଜିଲେ। ଗ୍ୟାଙ୍ଗଷ୍ଟରରେ ପାଓ୍ୱାରଫୁଲ ଆକ୍ଟିଂ ସହ ବି-ଟାଉନରେ ଏଣ୍ଟ୍ରି ମାରିଲେ। ଆଜି ସେ ବଲିଉଡ୍ କୁଇନ୍। ପରଣୀତି ଚୋପ୍ରା ନିଜ ଡ୍ରିମକୁ ପୂରା କରିବା ପାଇଁ ଛୋଟ ବେଳେ ଘଣ୍ଟା ଘଣ୍ଟା ପଢୁଥିଲେ। ବହି ଥିଲା ସାଥି।ବ୍ୟାଙ୍କର୍ସ ହେବାକୁ ଚାହିଁଥିଲେ। ସେଥିପାଇଁ ବିଜନେସ୍ ଫାଇନାନ୍ସ ଓ ଅର୍ଥନୀତିରେ ଟ୍ରିପଲ୍ ଡିଗ୍ରୀ ହାସଲ କରିଛନ୍ତି।କିନ୍ତୁ ପରଣୀତିଙ୍କ ସେ ସ୍ୱପ୍ନ ଭାଙ୍ଗି ଚୁରମାର।ଲେଡିଜ୍ ଭର୍ସେସ ରିକି ବହଲ ଫିଲ୍ମ ତାଙ୍କ ଲାଇଫର ଟର୍ଣ୍ଣିଂ ପଏଣ୍ଟ ଥିଲା। ବିପାଶା ବସୁ ଛୋଟ ବେଳେ ଭାରି ନଟଖଟି ଥିଲେ।କେହି କେହି ତାଙ୍କୁ ଡାକୁଥିଲେ ଲେଡି ଗୁଣ୍ଡା।କ୍ଲାସମେଟମାନେ ତାଙ୍କ ପର୍ସନାଲିଟିକୁ ଭାରି ଭୟ କରୁଥିଲେ।ଭାବୁଥିଲେ ଡାକ୍ତର ହେବେ,ନହେଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ।କିନ୍ତୁ ତାଙ୍କ ଭିତରେ ଜଣେ ଅଭିନେତ୍ରୀର ଗୁଣ ବଢୁଥିଲା।୧୯୯୭ରେ ଗୋଦରେଜ୍ ସୁପର ମଡେଲ ଲାଇଫର ଟର୍ଣ୍ଣିଂ ପଏଣ୍ଟ ଥିଲା।କିଛିବର୍ଷ ପରେ ବିପାଶା ପାଲଟିଗଲେ ବଲିଉଡର ଡସ୍କି-ବିୟୁଟି। ପଢ଼ନ୍ତୁ-ପୂର୍ବତନ PMଙ୍କୁ ଓଡ଼ିଆ ବୋହୂଙ୍କ ଜବାବ-‘ଆପଣ ସର୍ବସାଧାରଣରେ କାହିଁକି ଦେଉଛନ୍ତି ଭାଷଣ’ No Comments Tagged: Aishwarya Rai Bachchan, Anushka Sharma, Deepika Padukone, Priyanka Chopra, Sonakshi Sinha
2022-12-01T05:58:34Z
https://www.bartamanodisha.com/8-accidental-bollywood-heroine/
OSCAR-2301
ବାଲେଶ୍ଵର: ବାଲେଶ୍ଵର ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। / Relevant Recent Viewed Top Rated Longest Bailey Login Sign up Bailey Fry Upload Video Log out Go to: Resume: Daredevil Season 2 : Episode 6 To view this video please enable JavaScript, and consider upgrading to a web browser thatsupports HTML5 video ବାଲେଶ୍ଵର: ବାଲେଶ୍ଵର ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। odisha News Express Subscribe 22,548,145 53 views 0Watch Time: 0 sec ବାଲେଶ୍ଵର: ବାଲେଶ୍ଵର ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। About: Video Location : Kandada Duration : 01:33 mins Date Time : August 29th 2021, 9:18:07 am Show Less Related Watch Similar Videos 02:14 ବାଲେଶ୍ଵର:ଓଡ଼ିଆ ନବଜାଗରଣ ଯାତ୍ରା, ଓଡିଶା ତରଫରୁ ଓଡ଼ିଆ ଭାଷା, ଭୂମି ଓ ଭବିଷ୍ୟତ ପକ୍ଷରୁ ଗାନ୍ଧିସ୍ମୃତି ଭବନ ଠାରୁ ପଦଯାତ୍ରା 1 views 00:49 ବାଲେଶ୍ୱର ଜିଲ୍ଲାର ୨୧୯ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର,ତିନିଚକିଆ ସାଇକଲ ଓ 'ଶ୍ରବଣ ଯନ୍ତ୍ର' ପ୍ରଦାନ କରାଯିବା ନେଇ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ। 7 views 00:30 ବାଲେଶ୍ୱର:ବାଲେଶ୍ୱର ନାରୀ ସଂଘ ଠାରେ ଉତ୍କଳୀୟ ଝୋଟି ପ୍ରତିଷ୍ଠାନର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ। 7 views 01:33 ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ କାଂଚପଡା ପଂଚାୟତର ଗୋପିବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସ୍ୱତନ୍ତ୍ର ଛୁଟି ଘୋଷଣା ନେଇ ପ୍ରଧାନଶିକ୍ଷକକୁ ଘେର 3 views 01:00 ବାଲେଶ୍ବର:ଟାଉନ ହଲ ପରିସରରେ ୟା ଅଲ୍ଲୀ ଜିମ୍ନାଷ୍ଟିକ କ୍ଲବର ଗୋଲଡେନ ଯୁବଲି ଅବସରରେ ବଡି ବିଲ୍ଡିଂ ପ୍ରତିଯୋଗିତା ଉଦଯାପିତ। 9 views 01:05 ବାଲେଶ୍ବର:ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର ବନ୍ୟାଜଳ ପ୍ରଭାବରେ ନିଜାମପୁର,ଗଣ୍ଡରଦା, କଲ୍ୟାଣପୁର,ବଡପାଳ,ଗୁଡୁଦା ଅଞ୍ଚଳରେ ସୁରକ୍ଷାବନ୍ଧ ନିର୍ମାଣପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। 7 views 01:33 ବାବା ଆଖଣ୍ଡଳମଣୀ ମନ୍ଦିରରେ ଉନ୍ମକ୍ତ କାଣ୍ଡ। ଜଣେ ସେବାୟତଙ୍କ ଛୁରାମାଡରେ ଅନ୍ୟଜଣେ ସେବାୟତ ଗୁରୁତର 3 views 01:33 ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ଅଭିଯୋଗ. ମୃତକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଖଣ୍ଡତଡା ପଂଚାୟତ ମଉଦା ମହାଦେବ ପୁରର ନରେନ୍ଦ୍ର ସାହୁ. 3 views Up Next Autoplay 00:42 ଇନର ହ୍ବିଲ୍ କ୍ଲବ ବାଲେଶ୍ୱର ଶାଖାର ଅଧ୍ୟକ୍ଷା ଶ୍ରୀମତୀ ଟି. ଚିରଞ୍ଜିବୀଙ୍କୁ ସମ୍ବର୍ଦ୍ଧନା,ନୂଆସାହି କପିଳମୁନୀ ବୃଦ୍ଧାଶ୍ରମ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଓ ଖାଦ୍ୟ ବିତରଣ। 7 views 00:58 ବାଲେଶ୍ୱର:ପରଖି ପଞ୍ଚାୟତର ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ,ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। 6 views 00:34 ବାଲେଶ୍ବର:ଜିଲ୍ଲା ବୈଧମାପ ବିଭାଗ ପକ୍ଷରୁ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ, ମାପ ଓ ଓଜନ ଯାଞ୍ଚ। 4 views Popular Near You Autoplay 01:33 ବାଲେଶ୍ଵର ଜିଲ୍ଲା ସିମୁଳିଆ ତହସିଲ ପକ୍ଷରୁ ଚଡାଉ କରାଯାଇ ଦୁଇଟି ଗାଡ଼ିରୁ ୫୦ହଜାର ଟଙ୍କା ଜୋରିମାନା ଆଦାୟ । 5 views 00:45 ବାଲେଶ୍ୱର:ବସଷ୍ଟାଣ୍ଡରୁ ଫୁଲାଡି ଭାୟା ନୁଣିଆଯୋଡ଼ି ଜଳ ନିଷ୍କାସନ ବ୍ୟବସ୍ଥା ସହ ଚାରିଟିକିଆ ରାସ୍ତାକୁ ରେମୁଣା ବିଧାୟକଙ୍କ ପ୍ରସ୍ତାବ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। 7 views 00:50 ଫକୀର ମୋହନ ୟୁନିଭରସିଟି ପକ୍ଷରୁ ଅନୁଷ୍ଠିତ କଳା, ସାହିତ୍ୟ ଓ ସଂସ୍କୃତି ର ଅନ୍ତର୍ଜାତୀୟ ଉତ୍ସବ 'ଉନୁରୁମ' ର ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ 7 views 00:58 ବାଲେଶ୍ବର:ବାଲେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ।
2022-12-04T08:35:15Z
https://khabriya.in/video/QxCZDy6U3y
OSCAR-2301
ଶକ୍ତି ସ Beauty ନ୍ଦର୍ଯ୍ୟ ଦଣ୍ଡିକା | ଏହା ହେଉଛି ଏକ ଆୟନିକ୍ କମ୍ପିବ୍ରେସନ୍ ମସାଜର୍ ଯାହା ଚେହେରାର ବିଭିନ୍ନ ଗମ୍ଭୀରତା ଏବଂ ଲୋକାଲାଇଜେସନ୍ ର କୁଞ୍ଚିକୁ ଦୂର କରିଥାଏ |ଆପଣ ଏହି ଉପକରଣକୁ ଘରେ ବ୍ୟବହାର କରିପାରିବେ, ଗଭୀରକୁ ଅନ୍ତର୍ଭୁକ୍ତ କରି କୁଞ୍ଚନାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ଲାଷ୍ଟିକ୍ ସର୍ଜନ କିମ୍ବା ବିୟୁଟି ପାର୍ଲର ପରିଦର୍ଶନ କରିବାକୁ ପଡିବ ନାହିଁ |ଅଭିନବ ବିକାଶ ହେତୁ ପୁନ u ନବୀକରଣ ପ୍ରଭାବ ହାସଲ ହୁଏ, ଫଳପ୍ରଦତାର ଡିଗ୍ରୀ ଦୃଷ୍ଟିରୁ ଏହା କଣ୍ଟୁର୍ ପ୍ଲାଷ୍ଟିକ୍ ଠାରୁ କମ୍ ନୁହେଁ |ଏକ ମୁଖ୍ୟ ସୁବିଧା ହେଉଛି ଇଞ୍ଜେକ୍ସନ୍ ହସ୍ତକ୍ଷେପ ପରି ଚର୍ମର ଖୁଣ୍ଟ ଆବଶ୍ୟକ ନାହିଁ |ଉପକରଣର ସୁରକ୍ଷା ଏବଂ ବ୍ୟବହାର ଗୁଣବତ୍ତା ପ୍ରମାଣପତ୍ର ଦ୍ୱାରା ନିଶ୍ଚିତ ହୋଇଛି | କିପରି ବ୍ୟବହାର କରିବେ? ସର୍ବାଧିକ ଆଣ୍ଟି-ଏଜିଙ୍ଗ୍ ଇଫେକ୍ଟ ହାସଲ କରିବାକୁ, ଚର୍ମର ସମ୍ପୂର୍ଣ୍ଣ ସ୍ gi ଚ୍ଛତା ଚିକିତ୍ସା ପରେ ତୁମକୁ ଏକ ଭ୍ୟାକ୍ୟୁମ୍ ସ୍ପନ୍ଦନ ମସାଜର୍ ବ୍ୟବହାର କରିବା ଉଚିତ |ତା’ପରେ ବ୍ଲୋଟିଂ ଗତି ସହିତ ଏକ ନାପକିନ୍ ସହିତ ଏପିଥେଲିୟମ୍ ଶୁଖାନ୍ତୁ |ଚର୍ମରେ କସମେଟିକ୍ କ୍ରିମ୍ କିମ୍ବା ସେରମ୍ ର ଏକ ପତଳା ସ୍ତର ପ୍ରୟୋଗ କରାଯାଇପାରେ | ଅତି କମରେ 10 ମିନିଟ୍ ପାଇଁ ଦିନକୁ ଦୁଇଥର ଚର୍ମରେ ଏକ କମ୍ପନକାରୀ ମସାଜର ଲଗାଇବା ଭଲ |ପାଠ୍ୟକ୍ରମର ଅବଧି 30 ଦିନ, ଚର୍ମର ସ୍ଥିତିର ପ୍ରଥମ ପରିବର୍ତ୍ତନ ଅନେକ ପ୍ରକ୍ରିୟା ପରେ ଲକ୍ଷ୍ୟ କରାଯାଇପାରେ | ଏହା କିପରି କାମ କରେ? ଶକ୍ତି ବିୟୁଟି ବାର୍ ର କାର୍ଯ୍ୟ ହେଉଛି ଚର୍ମର ଗଭୀର ସ୍ତରରେ ସୁନା ନାନୋ-କଣିକାର ଲକ୍ଷ୍ୟସ୍ଥଳ ପ୍ରବେଶ, ଯାହା ଏଲାଷ୍ଟିନ ଏବଂ କୋଲାଜେନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରେ |ଉପକରଣର ଉପର ଅଂଶଟି କୁଞ୍ଚିକୁ ମିଶାଇ ଅସମାନ ଚର୍ମର ଗଠନକୁ ମସୃଣ କରିଥାଏ |ଉପକରଣର ଅନ୍ୟ ଏକ ସକାରାତ୍ମକ ଗୁଣ ହେଉଛି ଚର୍ମର ସ୍ୱରକୁ ଉନ୍ନତ କରିବା, ଚେହେରାକୁ ଦୃ tight କରିବା, ଏବଂ ବାହ୍ୟ କ୍ଷତିରୁ ଏପିଥେଲିୟମର ପ୍ରତିରକ୍ଷା ଗୁଣରେ ଉନ୍ନତି ଆଣିବା | ରଚନା କମ୍ପୁଥିବା ମସାଜର୍ ହେଉଛି ଏକ ଟି ଆକୃତିର ଧାତୁ ଉତ୍ପାଦ, ଏହାର ଉପର ଅଂଶ ସୁନା ଆୟନରେ ଆବୃତ |ଯେତେବେଳେ ଏପିଥେଲିୟମ୍ ସହିତ ସଂସ୍ପର୍ଶରେ ଆସେ, ସୁନା ଆୟନର ଅନେକ ଉପକାରୀ ପ୍ରଭାବ ରହିଥାଏ, ଅନ୍ତର୍ଭୁକ୍ତ କରି: ଚର୍ମ ଟୋନିଂ; ରଙ୍ଗର ଉନ୍ନତି; ଛୋଟ ଚର୍ମର କୁଞ୍ଚିକୁ ଦୂର କରିବା; କ୍ଷତିକାରକ ପରିବେଶ କାରକରୁ ସୁରକ୍ଷା; ବ୍ରଣ ଚିହ୍ନଗୁଡ଼ିକ ବହୁତ କମ ଦେଖାଯାଏ; ଅଭିବ୍ୟକ୍ତି ରେଖାଗୁଡ଼ିକର ଗମ୍ଭୀରତା ଯଥେଷ୍ଟ କମିଯାଏ | ଏନର୍ଜି ବିୟୁଟି ବାର୍ ବ୍ୟାଟେରୀ ଚାଳିତ, ତେଣୁ ଆପଣ ଏହାକୁ ଉଭୟ ଘରେ ଯେକ conditions ଣସି ଅବସ୍ଥାରେ ଏବଂ ରାସ୍ତାରେ ବ୍ୟବହାର କରିପାରିବେ, ଉଦାହରଣ ସ୍ୱରୂପ, ଏକ ଲମ୍ବା ବିମାନ କିମ୍ବା ଟ୍ରେନ୍ ଯାତ୍ରା ସମୟରେ |ବ୍ୟବହାର ସମୟରେ କ burning ଣସି ଅପ୍ରୀତିକର ସମ୍ବେଦନଶୀଳତା, ଜଳିବା କିମ୍ବା ଟଙ୍ଗଲିଙ୍ଗ୍ ସେନସେସ୍ ସହିତ ଦେଖାଯାଏ ନାହିଁ | ଗ୍ରାହକ ସମୀକ୍ଷା “ସତ କହିବାକୁ ଗଲେ, ପ୍ରଥମେ ମୁଁ ଉତ୍ପାଦର ଫଳପ୍ରଦତା ଉପରେ ବିଶ୍ୱାସ କରିନଥିଲି, ତଥାପି, ମୁଁ ଏହାକୁ କିଣିବାକୁ ସ୍ଥିର କଲି।ମୁଁ ଡିଭାଇସ୍ ବ୍ୟବହାର କରିବା ଆରମ୍ଭରୁ - 2 କିମ୍ବା 3 ସପ୍ତାହ - ବହୁତ କମ୍ ସମୟ ଅତିବାହିତ ହୋଇଛି |ମୁଁ ନିଜେ କିଛି ଜାଣି ନ ଥିଲି, କିନ୍ତୁ ମୋର ବନ୍ଧୁମାନେ ଧ୍ୟାନ ଦେଇଥିଲେ ଯେ ମୋ ମୁହଁର ଚର୍ମ ସତେଜ ହୋଇଗଲା, ଏହା ଅଧିକ ଗୋଲାପୀ ହୋଇଗଲା |ତା’ପରେ ମୁଁ ଏକ ସକରାତ୍ମକ ପ୍ରଭାବ ଲକ୍ଷ୍ୟ କଲି, ତା’ଛଡ଼ା, ଛୋଟ କୁଞ୍ଚେଇଗୁଡ଼ିକ ଆମ ଆଖି ଆଗରେ ଅକ୍ଷରେ ଅଦୃଶ୍ୟ ହେବାକୁ ଲାଗିଲା |ଟଙ୍କା ନଷ୍ଟ ହୋଇନଥିଲା! ” “ଏନର୍ଜି ବିୟୁଟି ବାର୍ ଏକ ସୁଲଭ ଫେସେଲିଫ୍ଟ!ଅସ୍ତ୍ରୋପଚାର ବିନା ଏକ ଆଶ୍ଚର୍ଯ୍ୟଜନକ ଉଠାଣ ପ୍ରଭାବ ହାସଲ କରିବା ସମ୍ଭବ ବୋଲି ମୁଁ ଆଶା କରି ନ ଥିଲି |ସତ କହିବାକୁ ଗଲେ, ମୁଁ ବିଶ୍ୱାସ କରିନଥିଲି ଯେ ତୁମେ ତୁମର ଚେହେରାକୁ ଏତେ ସହଜରେ ସଜୀବ କରିପାରିବ |Iଚର୍ମକୁ ସଂପୂର୍ଣ୍ଣ ରୂପେ ଟାଣେ, ଏହାର ରଙ୍ଗରେ ଉନ୍ନତି ଆଣେ, ପୋରସ୍ ଟାଣେ ଏବଂ ମୃତ ଚର୍ମ କଣିକାକୁ ବାହାର କରେ |ଡିଭାଇସ୍ କିଣିବା ପରେ, ମୁଁ ବି ସୁନ୍ଦରୀକୁ କମ୍ ଥର ଦେଖା କରିବାକୁ ଲାଗିଲି, ଏବଂ ଏହା ଅର୍ଥର ଏକ ମହତ୍ saving ପୂର୍ଣ୍ଣ ସଞ୍ଚୟ ଅଟେ! ” ବ୍ୟବହାର ପାଇଁ ସୂଚକ | ଆୟୋନିକ୍ କମ୍ପନ ଫେସ୍ ମସାଜର୍ ପାଇଁ ସୂଚିତ କରାଯାଇଛି: ଚର୍ମ ଏବଂ ଶୁଷ୍କ ଚର୍ମ; କୁଞ୍ଚନ; ଏପିଡର୍ମିସ୍ ର ଚମକ ଏବଂ ଲଘୁଚାପ; କଳା ଏବଂ ଧଳା ଇଲ୍; ମୁହଁର ମାଂସପେଶୀ ଚେହେରାର ଟିସୁରେ ରକ୍ତ ସଞ୍ଚାଳନକୁ ସ୍ୱାଭାବିକ କରିବା ପାଇଁ ମସାଜର ବ୍ୟବହାରକୁ ମଧ୍ୟ ପରାମର୍ଶ ଦିଆଯାଇଛି |ଡିଭାଇସ୍ ମାଂସପେଶୀକୁ ସଂପୂର୍ଣ୍ଣ ରୂପେ ଆରାମ ଦେଇଥାଏ, ଯାହା ଚର୍ମର ସାଧାରଣ ଅବସ୍ଥା ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ | ଡାକ୍ତରଙ୍କ ସମୀକ୍ଷା ଏନର୍ଜି ବିୟୁଟି ବାର୍ ହେଉଛି ଏକ ନିଆରା ଉପକରଣ ଯାହା ସେଲୁଲାର୍ ସ୍ତରରେ ଚର୍ମକୁ ସଜୀବ ଏବଂ ଟାଣ କରିଥାଏ |ବିକ୍ରୟ ପୂର୍ବରୁ, ଏହି ଉପକରଣରେ ଅନେକ କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା ଯେଉଁଥିରେ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ |ଅଧ୍ୟୟନର ଫଳାଫଳ ଦର୍ଶାଇଲା ଯେ ଉତ୍ପାଦଟି ଏକ ଅଣ-ସର୍ଜିକାଲ୍ ଉପାୟରେ ଏକ ଉଠାଣ ପ୍ରଭାବ ହାସଲ କରିବାରେ ସାହାଯ୍ୟ କରେ, ଯାହାକି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ |ଏହା ମୋର ନିଜସ୍ୱ ପର୍ଯ୍ୟବେକ୍ଷଣ ଦ୍ୱାରା ମଧ୍ୟ ପ୍ରମାଣିତ ହୋଇଛି |ସମସ୍ତ ରୋଗୀ ଯାହାଙ୍କୁ ଏହି ଡିଭାଇସ୍ ସୁପାରିଶ କରାଯାଇଥିଲା ପ୍ରାପ୍ତ ଫଳାଫଳରେ ସନ୍ତୁଷ୍ଟ ହୁଅନ୍ତି, ଏବଂ ଏହାକୁ ବ୍ୟବହାର କରିବା ପରେ କେହି ଅବାଞ୍ଛିତ ପରିଣାମ ଅନୁଭବ କରନ୍ତି ନାହିଁ | ପୋଷ୍ଟ ସମୟ: ଅଗଷ୍ଟ -03-2021 | ଠିକଣାପଶ୍ଚିମ ମହଲା 3, ବିଲଡିଂ 9, ତିଆନଫୁଆନ୍ ଇଣ୍ଡଷ୍ଟ୍ରି ଜୋନ୍, ଜୋଶି ରୋଡ୍, ଜିକ୍ସିଆଙ୍ଗ, ବାଓନ୍ ଜିଲ୍ଲା, ଶେନଜେନ୍, ଚୀନ୍
2022-11-26T08:39:36Z
http://or.liangjikj.com/news/energy-beauty-bar-product-overview/
OSCAR-2301
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲା‌ଲୁ ପ୍ରସାଦ ଯାଦବ ଦ୍ୱାଦଶ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଆରଜେଡିର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। କେବଳ ଯାଦବ ଦଳର ସଭାପତି ପଦ ପାଇଁ ଏକମାତ୍ର ପ୍ରତିଦ୍ୱନ୍ଦୀ ଭାବେ ନାମାଙ୍କନ ପଞ୍ଜିକରଣ କରିଥିଲେ ଏବଂ ତେଣୁ ଦଳର ମୁଖ୍ୟ ଭାବରେ ତାଙ୍କୁ ମନୋନୀତ କରାଯାଇଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଏହି ଫଳାଫଳର ଆନୁଷ୍ଠାନିକ ଘୋଷଣା କରାଯାଇଛି।ଅକ୍ଟୋବର ୧୦ରେ କିଡନୀ ପ୍ରତିରୋପଣ ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁର ଯିବା ପୂର୍ବରୁ ଏହି ସଭାର ଆୟୋଜନ ହୋଇଛି। ଲାଲୁ ଗତ ସେପ୍ଟେମ୍ବର ୨୮ରେ ରାଜଧାନୀ ଦିଲ୍ଲୀରେ ପାର୍ଟି କାର୍ଯ୍ୟାଳୟରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଆହୁରି ପଢ଼ନ୍ତୁ ଆଜିଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ 59 mins ago ପୁଣି ଅଘଟଣ: ୪୦୦ ଫୁଟ୍ କୂଅରେ ଖସିପଡ଼ିଲା ୮ ବର୍ଷର ବାଳକ 1 hour ago ବହୁ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଯାଦବଙ୍କୁ ଡିସେମ୍ବର ୨୩, ୨୦୧୭ରେ ବିର୍ସା ମୁଣ୍ଡା ଜେଲ୍‌ ପଠାଇ ଦିଆଯାଇଥିଲା। ପରେ ସେ ଜାମିନରେ ଆସି ଚିକିତ୍ସାଧୀନ ଅଛନ୍ତି। ଆରଜେଡି ସୁପ୍ରିମୋଙ୍କୁ ୨୦୧୮ରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆଇପିସି ଅଧୀନରେ ୭ ବର୍ଷ ଜେଲ୍‌ଦଣ୍ଡ ଏବଂ ଦୁର୍ନୀତି ନିବାରଣ ଆଇନ ଅଧୀନରେ ୭ ବର୍ଷ ଜେଲ୍‌ ଦଣ୍ଡ ହୋଇଥିଲା।
2022-12-07T03:59:49Z
https://odishareporter.in/nation-world/india/lalu-prasad-yadav-elected-rjd-president-unopposed-for-12th-time-772568
OSCAR-2301
LAC ବିବାଦକୁ ନେଇ ଆଜି ଭାରତ-ଚୀନ ଆଲୋଚନା, ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ହେବ ଆଲୋଚନା, ଉଠିପାରେ ଉତ୍ତରାଖଣ୍ଡ ଓ ଅରୁଣାଚଳରେ PLAର LAC ଅତିକ୍ରମ ପ୍ରସଙ୍ଗ - TIMES OF ODISHA Skip to content Wednesday, December 7, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career Fast News LAC ବିବାଦକୁ ନେଇ ଆଜି ଭାରତ-ଚୀନ ଆଲୋଚନା, ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ହେବ ଆଲୋଚନା, ଉଠିପାରେ ଉତ୍ତରାଖଣ୍ଡ ଓ ଅରୁଣାଚଳରେ PLAର LAC ଅତିକ୍ରମ ପ୍ରସଙ୍ଗ October 10, 2021 October 10, 2021 S pani 0 Comments ← ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୬୬ଟି ନୂଆ କରୋନା ରୋଗ ହୋଇଥିବାବେଳେ ଏହି ସମୟ ମଧ୍ୟରେ ୨୧୪ ରୋଗୀଙ୍କର ମୃତ୍ୟୁ ଘଟିଛି ଗୋଟିଏ ଦିନରେ ୩ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିବାରେ ଭିଜିଲାନ୍ସର ରେକର୍ଡ, ସମସ୍ତଙ୍କ ଘରେ ଏକକାଳୀନ ଚଢ଼ାଉ କରି ସେମାନଙ୍କଠାରୁ ରେକର୍ଡ, ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ, ଆଜି ୩ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ କୋର୍ଟ ଚାଲାଣ କରିବ ଭିଜିଲାନ୍ସ → You May Also Like ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ଦାଦାବଟି ପାଇଁ ଗୁଳିମାଡ଼, କୁମ୍ଭାରପଡା ଥାନା ନରେନ୍ଦ୍ରକୋଣ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳିମାଡ, ରକ୍ତଜୁଡୁବୁଡୁ ଅବସ୍ଥାରେ ମହିଳା ପୁରୀ ସଦର ହସପିଟାଲରେ ଭର୍ତ୍ତି, କୁଖ୍ୟାତ ଅପରାଧୀ ବିଜୁ ବେହେରା ଗୁଳିମାଡ କରି ଫେରାର ଥିବା ଅଭିଯୋଗ, ପୁରୀ ସଦର ହସ୍ପିଟାଲରୁ ମହିଳା କଟକ ବଡ଼ ମେଡିକାଲ ସ୍ଥାନାନ୍ତର October 20, 2021 October 20, 2021 S pani 0 ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା, ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ , ରାମଚନ୍ଦ୍ରଙ୍କଠାରୁ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ, ନିମାପଡ଼ା ସରକାରୀ ବାସଭବନରୁ ୫୦ ହଜାର ଟଙ୍କା ଠାବ, କଟକ ସିଡିଏ ସ୍ଥିତ ବାସଭବନ ଓ କେନ୍ଦ୍ରାପଡ଼ା ଘରେ ଚଢ଼ାଉ ଜାରି November 2, 2021 November 2, 2021 S pani 0 ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରେ ମୃତଦେହ ଠାବ; ଭାସମାନ ଅବସ୍ଥାରେ ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ମୃତ ଯୁବକଙ୍କ ପରିଚୟ ଜଣାପଡ଼ିନି October 10, 2021 October 10, 2021 S pani 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ତେଲକୋଇ: ୪୯ନଂ ଜାତୀୟ ରାଜପଥରେ ଓଲଟିଲା ବସ୍ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଗାଁ ନିକଟରେ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା । ବସରେ ଥିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ସମ୍ମୁଖରୁ ହଠାତ୍ ଏକ ସାଇକେଲ ଆରୋହୀ ମାଡ଼ି ଆସିବାରୁ ଚାଳକ ଷ୍ଟିୟରିଙ୍ଗ ମୋଡି ଦେବାରୁ ରାସ୍ତାକଡ଼ରେ ବସଟି ଓଲଟିପଡ଼ିଥିଲା । ଘଟଣାସ୍ଥଳରେ କାଞ୍ଜିପାଣି ପୁଲିସର ତଦନ୍ତ ଜାରି। December 5, 2022 ବଙ୍ଗୋପସାଗରରେ ଭୂକମ୍ପ ଝଟକା, ଆଜି ସକାଳ ୮ଟା ୩୨ରେ ଭୂକମ୍ପ ଅନୁଭୂତ ସୂଚନା, ୫.୧ ତୀବ୍ରତାର ଝଟକା ହୋଇଥିବା ନେଇ NCSର ସୂଚନା December 5, 2022 ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ
2022-12-07T03:26:52Z
https://timesofodisha.com/india-china-talks-on-lac-dispute-today/
OSCAR-2301
(ମୁମ୍ବାଇ) : ମୋହାଲି ଟେଷ୍ଟରେ ଭାରତ ଜିତିଥିଲା। ଏବଂ ତାଙ୍କୁ ପ୍ଲେୟର୍ ଏଫ୍ ଦି ମ୍ୟାଚ୍ ଭାବରେ ବିଚାର କରାଯାଇଥିଲା। ଏହି ମ୍ୟାଚରେ କୋହଲି ସମ୍ପୂର୍ଣ୍ଣ ଫିଲ୍ମ ଅନ୍ଦାଜରେ ନଜର ଆସିଥିଲେ। ଶେଷରେ ପୁଷ୍ପା ଅନ୍ଦାଜ ଦେଖାଇଥିଲେ। 🔥 fire hai me…..@imVkohli #Pushpa 🎥 : @Mr_Cupid_ForEvr pic.twitter.com/bjX7LCL7cf — Virat Kohli FanTeam (@ViratFanTeam) March 6, 2022 ସୂଚନାନୁଯାୟୀ , ମୋହାଲିରେ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟିମ୍‌ର କୋଚ୍ ରାହୁଲ ଦ୍ରାବିଡ ବିରାଟଙ୍କୁ ଏକ ସ୍ୱତନ୍ତ୍ର କ୍ୟାପ୍ ଦେଇଥିଲେ। ଏହି ସମୟରେ ବିରାଟଙ୍କ ପତ୍ନୀ ଅନୁଷ୍କା ମଧ୍ୟ ପଡ଼ିଆରେ ଉପସ୍ଥିତ ଥିଲେ। କ୍ୟାପ୍ ପାଇବା ପରେ ବିରାଟ ତାଙ୍କ ପତ୍ନୀଙ୍କୁ ଆଲିଙ୍ଗନ କରିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ ଯୋଡି ଫିଲ୍ମ ଷ୍ଟାରଙ୍କଠାରୁ କମ୍ ଦେଖାଯାଇନଥିଲା।
2022-12-04T16:16:52Z
https://odianews.reporterstoday.com/virat-kohli-pushpa-andaz-in-100th-test-against-sri-lanka-also-followed-devenand/
OSCAR-2301
ବନ୍ଧୁଗଣ, ସୂଚନା ଅନୁଯାୟୀ ସାଂସଦ ଅନୁଭବ ମହାନ୍ତି ଙ୍କୁ ନେଇ ଏକ ବଡ ଖବର ଆସିଛି ସାଂସଦ ଅନୁଭବ ମହାନ୍ତି ଆଉ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଙ୍କ ବିବାଦ ମାମଲା ଆସନ୍ତା କାଲି ୧୭ ତାରିଖରେ ଶୁଣାଣି ହେବାକୁ ଅଛି, ଆଉ ଏହା ଭିତରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଆଉ ଅଭିଯୋଗ ହେଉଛି ଯେ ତାଙ୍କ ନାମରେ ଡୋନେସନ ଲଗାଯାଉଅଛି । ତେବେ କିଏ ଏବଂ କିଭଳି ଡୋନେସନ ମାଗୁଛି ? ସୋ-ସି-ଆ-ଲ ମି-ଡି-ଆ ପ୍ଲାଟଫର୍ମ ଏବଂ ଇଂଷ୍ଟାଗ୍ରାମ ରେ ଫେକ ଆକାଉଣ୍ଟ ଖୋଲା ଯାଇଅଛି ସାଂସଦ ଅନୁଭବ ମହାନ୍ତି ଙ୍କ ନାମରେ । ଏହାକୁ ନେଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଅନୁଭବ । ତେବେ ଆଜି ଅନୁଭବ କଟକ ସାଇବର ଥାନା ଏବଂ ଅର୍ଥନୈତିକ ଅପରାଧ ଥାନାରେ ଏତଲା ଦେଇଛନ୍ତି । ଆଉ ସବୁଠାରୁ ବଡ କଥା ହେଲା ଯେ ଅନୁଭବ ଙ୍କ ଖୋଲା ଯାଇଥିବା ଏହି ଫେକ ଆକାଉଣ୍ଟ କୁ ୧ ଲକ୍ଷ ୯୪ ହଜାର ଲୋକ ଫଲୋ କରିଛନ୍ତି । ଆଉ ଏହା ମଧ୍ୟରେ ଲୋକ ମାନଙ୍କୁ ଡୋନେସନ ମାଗୁଥିବା ନଜର କୁ ଆସିଛି । ଆଉ ଏହାକୁ ନିଜେ ଅନୁଭବ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଅନୁଭବ ଙ୍କ କହିବ କଥା ଯେ କେହି ଜଣେ ତାଙ୍କ ନାମରେ ଇଂଷ୍ଟାଗ୍ରାମ ରେ ଫେକ ଆକାଉଣ୍ଟ ଖୋଲିଛି ଆଉ ଏହି ଆକାଉଣ୍ଟ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ଲୋକ ମାନଙ୍କୁ ଆର୍ଥିକ ସହାୟତା ମାଗୁଛି । ମାତ୍ର ଅପର ପାର୍ଶ୍ଵ ରେ ସାଂସଦ ଅନୁଭବ ମହାନ୍ତି ଙ୍କୁ ସେହି ବ୍ୟକ୍ତି ଜଣଙ୍କ ବ୍ଲକ କରିଛି । ଯେଉଁଥି ପାଇଁ ଇଂଷ୍ଟାଗ୍ରାମ ରେ ଥିବା ପୋଷ୍ଟ ଗୁଡିକୁ ନିଜେ ଅନୁଭବ ମହାନ୍ତି ପଡିପାରୁ ନାହାଁନ୍ତି । ଅନ୍ୟ ପଟରେ ଫେସବୁକ ରେ ମଧ୍ୟ ସମାନ ଭାବରେ ଏକ ପେଜ ଆକାଉଣ୍ଟ ଖୋଲା ଯାଇଥିବା ଅନୁଭବ ଅଭିଯୋଗ ଆଣିଛନ୍ତି । ଏହାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଆଉ ଅନ୍ୟ ପାର୍ଶ୍ଵରେ ସ୍ଥାୟୀ ଭାବରେ ସେହି ଫେକ ଆକାଉଣ୍ଟ କୁ ବନ୍ଧ କରିବା ନିମନ୍ତେ ଅନୁଭବ ମହାନ୍ତି ନିବେଦନ କରିଛନ୍ତି । ଆସନ୍ତା କାଲି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟରେ ଶୁଣାଣି ହେବାର ଅଛି । ତେବେ ଏହାକୁ ନେଇ ସମସ୍ତଙ୍କ ନଜର ରହିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । Related Posts ‘ମୋ ରିଅଲ ଲାଇଫରେ ବି ନନ୍ଦିନୀ ଥିଲେ, ସେ ବାହା ହେଇଗଲେ ହେଲେ ମୁଁ…’ ଏମିତି କଣ କହିଦେଲେ ବୁଦ୍ଧାଦିତ୍ୟ December 3, 2022 ବିବାହ କଲେ Dutee Chand ? ଫଟୋ ଭାଇରାଲ ହେବା ପରେ ଲୋକ କହିଲେ ଏମିତି… December 3, 2022 ନିଜ ଭୋକ ମେଣ୍ଟେଇବା ପାଇଁ ନିଜ ପେଟର ଛୁଆକୁ ବିକିଦେଲା ମା…ପୁରା ଘଟଣା ଶୁଣିଲେ ଆପଣ ବି କାନ୍ଦି ପକେଇବେ December 3, 2022 Post navigation Previous Article ନିଜ ବାପା ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲା ଝିଅ, କହିଲା ‘ମା’ ଆଗରେ ସବୁଦିନ ବାପା ମତେ ଜବରଦସ୍ତି…’ Next Article Ineteresting Odia Gk- ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ତା ହେଲେ ମୁ କିଏ କୁହ ? Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Latest Posts View All ମନୋରଞ୍ଜନ ‘ରିୟା ବହୁତ ଅଭିମାନ କରି କହିଲେ, ସେଥି ପାଇଁ ମୁଁ ଆସିଲି, ତାଙ୍କ ହଜବ୍ୟାଣ୍ଡ ବି …’ Riya ଙ୍କୁ ନେଇ କଣ କହିଲେ Buddhaditya Mohanty by Payal Pattanaik ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ରିୟା ଦେ ଙ୍କର ବିବାହ ବୈଦିକ ରୀତିନୀତି ଅନୁଯାୟୀ ସମାପ୍ତ ହୋଇଯାଇଛି । ରିୟା ନିଜର ପ୍ରେମୀ ଶିଳ୍ପପତି ସୁନୀଲ ଙ୍କୁ ବିବାହ କରିଛନ୍ତି । ସେନିଜ ବିବାହ ରେ ବହୁତ ଖୁସି ନିଜର ଆସୁଥିଲେ … Riya ଙ୍କ reception ପାର୍ଟିରେ Aparajita-Prakruti ମୁହାଁମୁହିଁ ! ଆଉ ତା’ ପରେ କଣ ହେଲା ଦେଖନ୍ତୁ… December 3, 2022 ରିସେପ୍ସନରେ ଅଭିନେତ୍ରୀ Riya ଙ୍କ ପାଇଁ ଏମିତି ଗୀତା ଗାଇଲେ ଓଡିଆ ସିଙ୍ଗର Humane Sagar, ଦେଖନ୍ତୁ ଭିଡିଓ December 3, 2022 Latest Posts View All ଜୀବନଶୈଳୀ ପେଟ କମାଇବା ପାଇଁ କଣ ଖାଇବେ ? Dietician Niharika Dash by Seema Sharma ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ ମୋଟାପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ମୋଟାପଣର ଶିକାର ହେଉଛନ୍ତି । ତେବେ ବନ୍ଧୁଗଣ ଶରୀରରେ ଅଧିକ ଚର୍ବି ଜମା ହେବା ଦ୍ଵାରା …
2022-12-04T20:56:11Z
https://news86media.com/thanre-anubhav-kie-maguchi-tnka/
OSCAR-2301
Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ରାଜ୍ୟ ସ୍ଥିତି ଅଣାୟତ ରାଜ୍ୟ ସ୍ଥିତି ଅଣାୟତ ରାଜ୍ୟରେ ପୁଣି ୧୪ ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି By Odisha News Today On May 9, 2020 0 Share ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଅସମ୍ଭାଳ ହେଲାଣି ସ୍ଥିତି। ରାଜ୍ୟରେ ଆଜି ପୁଣି ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୪ ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁନ୍ଦରଗଡ, ଭଦ୍ରକ ଏବଂ ଗଂଜାମ ଜିଲ୍ଲାରୁ ବୋଲି ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୨, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
2022-11-27T06:17:13Z
https://odishanewstoday.com/corona-11/
OSCAR-2301
Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ରାଜ୍ୟ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ! ମେକ୍ଇନ ଓଡିଶା କନକ୍ଲେଭ ଉଦଘାଟିତ ରାଜ୍ୟ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ! ମେକ୍ଇନ ଓଡିଶା କନକ୍ଲେଭ ଉଦଘାଟିତ By Odisha News Today On Nov 11, 2018 0 Share ଭୁବନେଶ୍ବର : ଆରମ୍ଭ ହେଲା ୫ ଦିନିଆ ଶିଳ୍ପ ମହାକୁମ୍ଭ । ଉଦଘାଟିତ ହୋଇଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଜନତା ମଇଦାନରେ ଏହି କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଉଦଘାଟନ କରିଛନ୍ତି। ଏହା ଆସନ୍ତା ୧୫ ତାରିଖ ଯାଏଁ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନୂତନ ଓଡ଼ିଶାକୁ ସମସ୍ତଙ୍କୁ ସ୍ୱାଗତ କରିବା ସହ କନକ୍ଲେଭର ସଫଳତା କାମନା କରିଥିଲେ। ଏହାସହ ସୋସିଆଲ୍ ମିଡିଆରେ ‘ଆଇ ଆମ୍ ଓଡ଼ିଶା’ ଅଭିଯାନ ସଫଳତାପୂର୍ବକ ଶେଷ ହେବା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜିର ପ୍ରଥମ ଦିନର ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆସନ୍ତାକାଲି ସାଢ଼େ ୧୦ଟାରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ପ୍ଲିନାରୀ ରହିଛି । ଏହାପରେ ୧୨ଟା ୪୫ରେ ଲିଡରସିପ୍‌ ସମିଟ୍‌ ଅନୁଷ୍ଠିତ ହେବ । ମୁଖ୍ୟ ଆକର୍ଷଣ ହେବେ ବିଜନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀ । ଅମ୍ବାନୀ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ କ’ଣ କହିବେ ଓ କି ଘୋଷଣା କରିବେ ତାଉପରେ ଓଡ଼ିଶା ଶିଳ୍ପ ଜଗତର ନଜର ରହିଛି । ଏହାପରେ ଅପରାହ୍ନ ୩ଟାରେ ଜାପାନ୍‌ ସେମିନାର ରହିଛି । ଏଥିରେ ଜାପାନିଜ୍‌ କମ୍ପାନୀକୁ ଓଡ଼ିଶାର ମାନ୍ୟୁଫାକଚରିଂ କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ଅବଗତ କରାଯିବ । ଏଥିରେ ମିତ୍‌ସୁବିସି ହେଭି ଇଣ୍ଡଷ୍ଟ୍ରିଜ, ମାରୁବେନି, ଜେଏଫଇ ଷ୍ଟିଲ, ନିସିନ୍‌ ଫୁଡ୍‌, ମିତସୁଇ ଓ ତାହାହାତା ପ୍ରେସିସନ୍‌ ଭଳି କମ୍ପାନୀ ସାମିଲ ହେବେ । ମେକ୍‌ ଇନ ଓଡ଼ିଶାର କଣ୍ଟ୍ରି ପାର୍ଟନର ରହିଛି ଜାପାନ । କେବଳ ଜାପାନ ନୁହେଁ ସମ୍ମିଳନୀରେ ଫ୍ରାନ୍ସ, ରୁଷ, ସାଉଦିଆରବ, ୟୁଏଇ ଆଦି ଦେଶରୁ ବିଜିନେସ ଡେଲିଗେଟ୍ସ ସାମିଲ ହେବେ ।
2022-11-27T05:24:39Z
https://odishanewstoday.com/make-in-odisha-conclave/
OSCAR-2301
ନୂଆଦିଲ୍ଲୀ,: ଦେଶରେ ବର୍ତ୍ତମାନ ସୁଦ୍ଧା ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛି ତା\’ମଧ୍ୟରୁ ୧ହଜାରରୁ ଅଧିକ ରୋଗୀଙ୍କର ନିଜାମୁଦ୍ଦିନ ଲିଙ୍କ୍ ରହିଛି । ଆଜି କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି । ନିଜାମୁଦ୍ଦିନରୁ ମୁସଲିମମାନେ ୧୭ଟି ରାଜ୍ୟକୁ ଯାଇଛନ୍ତି । ଅର୍ଥାତ୍ ସେମାନଙ୍କ ଯୋଗୁଁ ଏହି ୧୭ଟି ରାଜ୍ୟରେ କରୋନା ସଂକ୍ରମଣ ହୋଇଛି । ଏହି ରାଜ୍ୟଗୁଡିକ ମଧ୍ୟରେ ଓଡିଶା ମଧ୍ୟ ରହିଛି । ୨୨ହଜାରରୁ ଅଧିକ ନିଜାମୁଦ୍ଦିନ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଆହୁରି ବହୁ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ । ତେଣୁ ତାହାକୁ ନେଇ ସରକାର ଚିନ୍ତାରେ ଅଛନ୍ତି । ସେମାନଙ୍କୁ ଖୋଜି ବାହାର କରିବା ଲାଗି ସଂପୃକ୍ତ ରାଜ୍ୟ ସରକାରମାନେ ସଟଡାଉନ ଓ ସିଲ୍ ଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ଜଣେ ମୈଲାନାଙ୍କୁ ଧରିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ନାମ ହେଉଛି ମୈଲାନା ସାଦ । ସେ ଏକ ପ୍ରକାର ଫେରାର ହୋଇଯାଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଖୋଜିବା ପାଇଁ ମୁସଲିମ ସଂପ୍ରଦାୟର କେତେକ ସଂଗଠନ ସାହାଯ୍ୟ ଲୋଡାଯାଇଛି । ଏହି ନିଜାମୁଦ୍ଦିନ ସମ୍ମିଳନୀରେ ପ୍ରକୃତରେ କେତେ ସଂଖ୍ୟାକ ମୁସଲିମ ଏକତ୍ରିତ ହୋଇଥିଲେ ତାହା ଜଣାପଡୁନାହିଁ । ଏମାନେ ଅଲଗା ଅଲଗା ସମୟରେ ଯାଇଥିବାରୁ ସଂଖ୍ୟା ସ୍ପଷ୍ଟ ହୋଇପାରୁନାହିଁ । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଓଡିଶା, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟଗୁଡିକରୁ ମୁସଲିମମାନେ ନିଜାମୁଦ୍ଦିନ ସମ୍ମିଳନୀକୁ ଆସିଥିଲେ । ସେହି ସ୍ଥାନକୁ ବର୍ତ୍ତମାନ ହଟସ୍ପଟ୍ ବା ସୁପରସ୍ପ୍ରେଡର ଭାବେ ଘୋଷିତ କରାଯାଇଛି । ଅର୍ଥାତ୍ ନିଜାମୁଦ୍ଦିନ ସମ୍ମିଳନୀରୁ ସବୁଠୁ ଅଧିକ ସଂକ୍ରମଣ ବ୍ୟାପିଛି ।
2022-12-09T08:50:23Z
https://hiranchallive.in/national-international/link/
OSCAR-2301
ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ର ଅଡିଓ ରିଲିଜ୍ନୂଆ ଓଡ଼ିଆ ଚଳଚ୍ଚିତ୍ର “T” ର ମୋସନ ପୋଷ୍ଟରଡିସେମ୍ବର ୧୬ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର “ପ୍ରସ୍ଥାନମ୍”କଞ୍ଚା ଲଙ୍କାର ନୂଆ ୱେବ୍ ସିରିଜ “ଅନେଶତ ରାଣୀ ରାଜାଜିଆଇ ଟ୍ୟାଗ୍ ପାଇଁ ୯ଟି ସାମଗ୍ରୀର ହେଲା ମୂଲ୍ୟାୟନ Home ରାଜ୍ୟ ବାପା ଆରପାରିରେ ମା’ର ବ୍ରେନ୍ ହାମ୍ରେଜ୍ : ଅସହାୟ ଅବସ୍ଥାରେ ତିନି ଭଉଣୀ ରାଜ୍ୟ ବାପା ଆରପାରିରେ ମା’ର ବ୍ରେନ୍ ହାମ୍ରେଜ୍ : ଅସହାୟ ଅବସ୍ଥାରେ ତିନି ଭଉଣୀ ସହାୟତାର ହାତ ବଢାଇଲା ସମାଜ ଦର୍ପଣ By Odisha News Today Last updated Jan 14, 2019 0 Share ବାଣପୁର(ଗୋବର୍ଦ୍ଧନ ପଣ୍ଡା):ଦୂର୍ଭାଗ୍ୟ ଯେତେବେଳେ ଆସେ ଜ୍ଞ୍ୟାତି କୁଟୁମ୍ବଙ୍କୁ ସାଙ୍ଗରେ ଧରି ଆସେ । ତିନି ତିନୋଟି ଝିଅ ଓ ମମତା ପ୍ରଧାନଙ୍କୁ ଛାଡି ସ୍ବାମି ଧୋବା ପ୍ରଧାନ ଗତ ଦଶବର୍ଷ ତଳୁ ଆରପାରିରେ । ତିନୋଟି ଝିଅକୁ ପାଳିପୋଷି ବଡ କରିବା, ପାଠ ପଢେଇବା କେତେ କଷ୍ଟକର ଜଣେ ସ୍ତ୍ରୀଲୋକ ପକ୍ଷେ ଆପଣମାନେ ଅନୁଭବ କରିପାରୁଥିବେ । କିନ୍ତୁ ଦୂର୍ଭାଗ୍ୟ ଯେତେବେଳେ ପିଛା ଧରେ ହନ୍ତସନ୍ତ କରି ନମାରିବା ଦୂର ହୁଏନି । ସାମାନ୍ୟ ବ୍ଲଡ ପ୍ରେଶର ରୁ ମତିଷ୍କ ଉପରେ ଏପରି ପ୍ରଭାବ ପକାଇଲା ଯେ ମମତା ପ୍ରଧାନ ଗତ ଦୁଇବର୍ଷ ହେଲା ଶଯ୍ୟାଶାୟୀ ହୋଇଗଲେ । ଅନେକ ଡାକ୍ତରଙ୍କ ଚିକିତ୍ସା ସତ୍ବେ କିଛି ଫଳପ୍ରଦ ହେଲା ନାହିଁ । କିମ୍ସ ଡାକ୍ତରଖାନାରେ ଗତ ଆଠମାସ ହେଲା ସେ ଚିକିତ୍ସା ହେଉଛନ୍ତି, ତାଙ୍କୁ ବ୍ରେନ୍ ହାମ୍ରେଜ ହୋଇଛି । ଡାକ୍ତରଙ୍କ କହିବା ଅନୁସାରେ ତିନିଥର ସର୍ଜରୀ ହେବ ଓ ଏଯାବତ ଦୁଇ ଥର ସର୍ଜରୀ ହୋଇ ସାରିଛି । ଆଜକୁ ମିଶାଇ ୩ ଥର ହେଲା। ମାସଟିଏ ପୂର୍ବରୁ ଯେଉଁ ସର୍ଜରୀ ହୋଇଥିଲା ମମତା ପ୍ରଧାନଙ୍କ ମତଷ୍କ ଖପୁରୀ ଖୋଲାଯାଇ ପେଟରେ ରଖା ଯାଇଛି । ପନ୍ଦର ଦିନ ପରେ ଶେଷ ସର୍ଜରୀ ହେବାର ଥିଲା, ଯାହାକୁ କ୍ରାନିଓଫେସିଆଲ ପ୍ଲାଷ୍ଟିକ ସର୍ଜରୀ (CRANIOFACIAL PLASTIC SURGERY) କୁହାଯାଏ । ଏଥିପାଇଁ ଆବଶ୍ୟକ ହେଉଛି ଲକ୍ଷାଧିକ ଟଙ୍କା । ଏଯାବତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ସାରିଥିବା ତିନି ଭଉଣୀଙ୍କ ଆଖିରେ ଲୁହର ବନ୍ୟା । କିପରି ବଞ୍ଚାଇବେ ନିଜ ଜନ୍ମକଲା ମାଆକୁ ? କାହାକୁ ଡାକିବେ ମାଆ ? କଥାରେ ଅଛି “ମାଆ ନାହିଁଁ ଯାହାର, କେହି ସାହା ନାହିଁଁ ତାର ” । ତିନି ଭଉଣୀ ଅସହାୟ ଅବସ୍ଥାରେ ବାରମ୍ବାର ବାଣପୁର ରୁ ଭୁବେନେଶ୍ବର ହେଉଛନ୍ତି, ଅନେକ କାକୁତି ମିନତି କରୁଛନ୍ତି । ହେଲେ ସେମାନଙ୍କ ଦୁଃଖ ବୁଝିବ କିଏ ? କିଏ ଦେବ ସେମାନଙ୍କୁ ସାହାରା ? କିଏ ଆଗେଇ ଆସିବ ତାଙ୍କ ମାଆଙ୍କୁ ବଞ୍ଚାଇବା ପାଇଁ ? ଅନେକ ଗୁଡିଏ ପ୍ରଶ୍ନରେ ଛନ୍ଦି ହୋଇ ସାହାଯ୍ୟର ହାତ ପାତିଛନ୍ତି ସୋସିଆଲ ମିଡିଆରେ । ସମାଜର ଦର୍ପଣର ବାଣପୁର ସଦଶ୍ୟା “ଚୁମୁକି ବରାଳ” ଏହି କେସ୍ ଟି ସମାଜର ଦର୍ପଣ-The Mirror Of Society ରେ ପକାଇଥିଲେ । ସମାଜର ଦର୍ପଣ ହେଲ୍ପ ଗୃପ୍ ଏହି କେସ୍ ଟି ନିଜ ହାତକୁ ନେଇ ଯଥା ସମ୍ଭବ ସାହାଯ୍ୟ କରାଯିବ ପ୍ରତିଶୃତି ଦେଇଥିଲେ ଏବଂ ତାହା ସମସ୍ତ ସ୍ବେଚ୍ଛାକୃତ ଦାତା ମାନଙ୍କ ଦ୍ୱାରା ସମ୍ଭବ ହୋଇପାରିଛି ମଧ୍ୟ । ସମାଜର ଦର୍ପଣ ତରଫରୁ ସମସ୍ତ ସୋସିଆଲ ମିଡିଆର ବନ୍ଧୁମାନଙ୍କୁ ଅନୁରୋଧ କରା ଯାଇଥିଲା କି , ଆପଣମାନେ ୨୦୧୯ ଇଂରାଜୀ ନୂଆ ବର୍ଷକୁ ଢେର ଆଡମ୍ବରରେ ପାଳନ କରୁଛନ୍ତି । ଯଦି ଆପଣମାନେ ନିଜସ୍ବ ଖର୍ଚରୁ ୧୦ ଟଙ୍କା ହେଉ କିମ୍ଭା ୧୦୦ ଟଙ୍କା ଯଥା ସମ୍ଭବ ସାହାଯ୍ୟ କରନ୍ତି, ଚାରି ଚାରିଜଣଙ୍କ ଓଠରେ ହସଟିଏ ଫୁଟାଇ ପାରିବା । ଏହା କୁ ବାସ୍ତବ ରୂପ ଦେଇପାରିଛନ୍ତି ଆମର ୧୧୩ ଜଣ ଦାତା ଙ୍କ ମାଧ୍ୟମ ରେ ୧୭,୩୫୫.୦୦ ଆଦାୟ ହୋଇପାରିଥିଲା। ଆଜି ଅପରେସନ ଶେଷ ହେବା ପର୍ଯ୍ୟନ୍ତ ଗ୍ରୁପ ର ସଦସ୍ୟ ମାନେ (ତନ୍ମୟ ମହାପାତ୍ର(ସହ ସମ୍ପାଦକ), ଚୁମୁକି ବରାଳ, ଦିବ୍ୟଜ୍ୟୋତି ଦାସ,ଅମିତ ପଣ୍ଡା, )ଦୀର୍ଘ ୬ ଘଣ୍ଟା ଧରି ଅପେକ୍ଷା କରିବସିଥିଲେ ଶେଷରେ ସମସ୍ତଙ୍କ ଭଲପାଇବା, ପରମେଶ୍ୱର ଆଶୀର୍ବାଦ ରୁ ଅପରେସନ ଟି ସୁରୁଖୁରୁ ରେ ସମ୍ପାଦିତ ହୋଇଛି। ଏବଂ ଆୟ ହୋଇଥିବା ସମସ୍ତ ଟଙ୍କା ସହ ଗୃପ ରୁ ଆଉ କିଛି ଟଙ୍କା ମିଶାଇ ମୋଟ ୨୦,୦୦୦.୦୦ ଟଙ୍କା ନଗଦ ଅର୍ଥ ଆକାର ରେ ପ୍ରଦାନ କରାଗଲା ଏବଂ ସେ ଡାକ୍ତର ଖାନା ରୁ ଡ଼ିସଚାର୍ଜ ହେବା ପର୍ଯ୍ୟନ୍ତ ଗୃପ ସଦସ୍ୟ ମାନେ ନିୟମିତ ବ୍ୟବଧାନରେ ଦେଖା ଶୁଣା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗୋଟିଏ ପରେ ଗୋଟିଏ ଏହିପରି ମେଡିକାଲ କେସ ହାତକୁ ନେଇ ସମାଜ ଦର୍ପଣ ର ହେଲ୍ପ ଗୃପ ଆଜି ସମାଜ କଲ୍ୟାଣ ନିମନ୍ତେ ତତ୍ପର। ସରକାର ଙ୍କ ତରଫରୁ କିଛି ଆର୍ଥିକ ସାହାଯ୍ୟ ମିଳିଲେ ଆଗକୁ ଅନେକ ସମାଜ ହିତକର କାର୍ଯ୍ୟ ହାତକୁ ନେଇପାରନ୍ତେ ବୋଲି ସହସମ୍ପାଦକ ଶ୍ରୀଯୁକ୍ତ ତନ୍ମୟ ମହାପାତ୍ର ଜଣାଇଛନ୍ତି ଆମ୍ଭେ ସରକାରଙ୍କୁ ଅନୁରୋଧ କରୁଚୁ ମଧ୍ୟ କିଛି ସରକାରୀ ସହାୟତା ଦିଆଯିବା ସଙ୍ଗେସଙ୍ଗେ, ତତ୍କ୍ଷଣାତ ଗୃପ ଟିକୁ ସୋସାଇଟି ରେଜିଷ୍ଟ୍ରସନ ଆକ୍ଟ ରେ ରେଜିଷ୍ଟ୍ରସନ କରାଗଲେ ଆଗାମୀ ଦିନରେ
2022-12-09T09:55:29Z
https://odishanewstoday.com/samaja-darpana-2/
OSCAR-2301
ଅନୁଗୁଳ: ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୪ ବର୍ଷର ଶିଶୁପୁତ୍ର ସମେତ ବାପା ମୃତ । ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଯିବାରୁ ୪ ବର୍ଷର ଶିଶୁପୁତ୍ର ସମେତ ବାପାର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଳା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଅନ୍ତର୍ଗତ କଇଁଛବାହାଳ ଗ୍ରାମରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ କ୍ଷୀରୋଦ ଜେନା (୩୬) ଓ ତାଙ୍କ ପୁଅ ରାକେଶ ଜେନା (୪)। ସୂଚନା ଅନୁସାରେ କଇଁଛବାହାଳ ଗ୍ରାମର କ୍ଷୀରୋଦ ଜେନା ଆଜି ଅପରାହ୍ନ ୧ଟା ସମୟରେ ନିଜର ୪ ବର୍ଷର ଶିଶୁପୁତ୍ର ରାକେଶକୁ ସାଥୀରେ ନେଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ନୂଆ କରି ଖୋଳା ଯାଇଥିବା ପୋଖରୀରେ ବାପା ଓ ପୁଅ ଉଭୟ ଗାଧୋଇବା ବେଳେ ମାଟିରେ ଗୋଡ଼ ପୋତି ହୋଇଯାଇଥିଲା। ଫଳରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ପାଖରେ ଥିବା ଲୋକମାନେ ବାପ-ପୁଅଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ଉଭୟ ବାପ-ପୁଅଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ବାପ-ପୁଅଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖା ଯାଇଛି । କ୍ଷୀରୋଦ ଜଣେ ଦିନ ମଜୁରିଆ ଶ୍ରମିକ ଭାବେ ଗ୍ରାମରେ କାର୍ୟ୍ୟ କରନ୍ତି । ଉଭୟ ବାପ-ପୁଅଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
2022-12-09T07:06:51Z
http://www.swadhikar.in/latest/son-and-father-death/
OSCAR-2301
ଦେହ ଠୁ ବଡ଼ ମୁଣ୍ଡ, ଟଣା ଟଣା ଆଖି ପାଇଁ ପୂଜା କରନ୍ତି ଲୋକେ, ବିଶ୍ୱାସ ପାଇଁ ଜୀବନକୁ ଜିତି ଚାଲିଛି ଗଜାନନ…ଦେଖନ୍ତୁ ଭିଡ଼ିଓ – SwastikTv.com Swastik Tv News Odisha Publisher - Swastik Tv News Odisha ଓଡିଶା ଆଜିର ଅନୁଚିନ୍ତା ଜୀବନଚର୍ଯ୍ୟା ବ୍ୟବସାୟ ମନୋରଞ୍ଜନ ରାଶି ଓ ବାସ୍ତୁ ମାଳିକା ବାଣୀ ଶିକ୍ଷା ଓ ନିଯୁକ୍ତି Home ଭାଇରାଲ ଖବର ଦେହ ଠୁ ବଡ଼ ମୁଣ୍ଡ, ଟଣା ଟଣା ଆଖି ପାଇଁ ପୂଜା କରନ୍ତି ଲୋକେ, ବିଶ୍ୱାସ ପାଇଁ ଜୀବନକୁ ଜିତି ଚାଲିଛି ଗଜାନନ…ଦେଖନ୍ତୁ ଭିଡ଼ିଓ ଦେହ ଠୁ ବଡ଼ ମୁଣ୍ଡ, ଟଣା ଟଣା ଆଖି ପାଇଁ ପୂଜା କରନ୍ତି ଲୋକେ, ବିଶ୍ୱାସ ପାଇଁ ଜୀବନକୁ ଜିତି ଚାଲିଛି ଗଜାନନ…ଦେଖନ୍ତୁ ଭିଡ଼ିଓ By Chinmay Pradhan Last updated Sep 1, 2021 0 Share ଘରେ ସବୁଠୁ ଖୁସୀର ଦିନ , ଯେଉଁଦିନ ଘରେ ଶିଶୁ ଟିଏ ଜନ୍ମ ନେଇଥାଏ । ଜଳନ୍ଧର ରେ ଏକ ପରିବାର ବି ଅପେକ୍ଷା କରିଥିଲା ଘରକୁ ଆସିବ ନୂଆ ଅତିଥି , 2010 ର କଥା ଯେବେ ଶିଶୁଟିଏ ଜନ୍ମ ନିଏ ଦେଖିବା ଲୋକଙ୍କ ଆଖି ଖୋଲି ରହିଯାଏ । କାରଣ ଏହି ଶିଶୁଟି ଦେଖିବାକୁ ସାମାନ୍ୟ ନଥିଲା , ଶରୀର ଠାରୁ ବଡ ମୁଣ୍ଡ , ଟଣାଟଣା ବଡ ଆଖି ହଠାତ୍ ହାତୀର ମୁହଁ ଭଳି ଦେଖାଉଥିବା ଚେହେରା । ଧୀରେ ଧୀରେ ଲୋକଙ୍କ ସଂଖ୍ୟା ବଢିଲା ପିଲାଟିକୁ ଦେଖିବାକୁ , ଲୋକଙ୍କ ବିଶ୍ୱାସ ଏହି ପିଲାଟି ଅବିକଳ ଗଣେଷଙ୍କ ପରି ଦେଖାଯାଉଛି । ଲୋକେ ପିଲାଟିକୁ ଦେଖି ମାନସିକ କରିବା ଆରମ୍ଭ କରିଦେଲେ । ଯୋଗକୁ ପରିବାର ସମସ୍ତ ସମସ୍ୟା ଧୀରେ ଧୀରେ ଦୂର ହେବାକୁ ଲାଗିଲା , ସ୍ଥାନୀୟ ଲୋକଙ୍କ ପାଇଁ ସେ ଚାଲିବୁଲି ପାରୁଥିବା ଗଣେଷ । ଧୀରେ ଧୀରେ ପିଲାଟିକୁ ପୂଜା କରିବାକୁ ଲାଗିଲେ ତା ଗାଁ ଲୋକେ । ବାପା ଖୁସୀ ହୋଇ ପୁଅର ନା ଦେଲେ ଗଜାନନ , ବାପା କୁହନ୍ତି ଯେ ଯେବେ ଗଜାନନ କୁ ବାହାରକୁ ନେଇଯାଆନ୍ତି ଲୋକେ କହନ୍ତି ଜୟ ଗଣେଷ ମହାରାଜ । ପୁଅର ପାଦ ଛୁଇଁ ଆଶୀର୍ବାଦ ବି ନିଅନ୍ତି ଓ ବହୁତ ଖୁସୀ ହୁଅନ୍ତି । ପୁଅର ଏହି ରୂପ ଦେଖି ଆମେ ବି ଖୁବ୍ ଖୁସୀ ଗଜାନନ କୁହେ ଯେତେବେଳେ ଲୋକମାନେ ମୋ ପାଖକୁ ଆସି ମୋ ପାଦ ଛୁଅନ୍ତି ମୁଁ ସେମାନଙ୍କ ମୁଣ୍ଡରେ ହାତ ବୁଲେଇ ଦିଏ । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ହେଲା ପିଲାଟିକୁ ଦେଖି ଯିଏ ଯାହାକିଛି ମନସ୍କାମନା କରଛି ସବୁ ପୂରା ହୋଇଛି । ଏବେ ତ ବାହାର ଗାଁରୁ ଲୋକେ ଆସି ମୁଣ୍ଡିଆ ମାରୁଛନ୍ତି ଏବଂ ମନସ୍କାମନା ମଧ୍ୟ ରଖୁଛନ୍ତି । ଡାକ୍ତରଙ୍କ କହିବା ହେଲା ଏହା ହେଉଛି ଏକ ପ୍ରକାର ରୋଗ , ଯେଉଁଥିରେ ପିଲାଙ୍କ ମୁଣ୍ଡ ଶରୀର ଠୁ ବଡ ଥାଏ , ହେଲେ ପରିବାର ଲୋକେ ଏହାକୁ ବରଦାନ ଭାବୁଛନ୍ତି । ଗଜାନନ ସ୍କୁଲ ଯାଏ , ସ୍କୁଲରେ ସମସ୍ତେ ତାର ସାଙ୍ଗ ହୁଅନ୍ତି । ଅନ୍ୟ ସାଥୀ ମାନେ ହିଁ ତାଙ୍କୁ ଗଣେଷ ମାନନ୍ତି , ଗଜାନନ ନିଜର ଏହି ଚେହେରା ପାଇଁ ଭାରି ଖୁସୀ । ଆଉ ସେ ଚାହୁଁଛି ଗଣେଷ ତାକୁ ଏମିତି ଖୁସୀରେ ରଖନ୍ତୁ । ଅନେକ ଅନୁଷ୍ଠାନ ଗଜାନନକୁ ଉପଯୁକ୍ତ ଚିକିତ୍ସା ଦେବାକୁ ଇଚ୍ଛା ରଖିଥିବା ବେଳେ ଗଜାନନ ଏମିତିରେ ବହୁତ ଖୁସୀ ଅଛି ବୋଲି କହୁଛି । ବର୍ତ୍ତମାନ ଗଜାନନ କୁ 10 ବର୍ଷ , ଆଗକୁ ସେ ପାଠ ପଢି ଅଧ୍ୟାତ୍ମିକ ଦିଗରେ ଅଧିକ ରିସର୍ଚ୍ଚ କରିବାକୁ ଚାହୁଁଛି । ଏ ନେଇ ବାପା ମା ଏବଂ ପରିବାର ଲୋକେ ମଧ୍ୟ ବହୁତ ଖୁସୀ ଥିବାର କହିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share FacebookTwitterGoogle+ReddItWhatsAppPinterestEmail Chinmay Pradhan Prev Post ମହିଳା କଣ୍ଟ୍ରୋଲ ଡିଲର ଙ୍କ ଭିଡ଼ିଓ ନିଆଁ ଭଳି ମୋବାଇଲ ରୁ ମୋବାଇଲ କୁ ଭାଇରାଲ…ଦେଖନ୍ତୁ ଭିଡ଼ିଓ Next Post ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଶଶୁର ଓ ବୋହୂର ଜବରଦସ୍ତ ଫାଇଟିଂ , 60,000 ରୁ ଅଧିକ ଲୋକ ଦେଖି ସାରିଲେନି…
2022-12-07T07:35:40Z
https://swastiktv.com/%E0%AC%A6%E0%AD%87%E0%AC%B9-%E0%AC%A0%E0%AD%81-%E0%AC%AC%E0%AC%A1%E0%AC%BC-%E0%AC%AE%E0%AD%81%E0%AC%A3%E0%AD%8D%E0%AC%A1-%E0%AC%9F%E0%AC%A3%E0%AC%BE-%E0%AC%9F%E0%AC%A3%E0%AC%BE-%E0%AC%86%E0%AC%96/
OSCAR-2301
ହଠାତ୍ ଓଡିଶାର ଗଣମାଧ୍ୟମ ଓ ସାମାଜିକ ଜୀବନରେ ଚର୍ଚା ର କେନ୍ଦ୍ରକୁ ଆସିଚି ଏକ ଗାଁ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ର ନଗଡା ଗାଁ। ଏହା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ କନ୍ଧମାଳ କି କୋରାପୁଟ୍ ନୁହଁ, ଯଦିଓ ଏହି ଗାଁ ରେ ଜୁଆଂଗ ଆଦିବାସୀ ବସବାସ କରନ୍ତି । ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର୍ ଆଗୁଆ ସୁକିନ୍ଦା ଅଂଚଳର ଏହି ଗାଁ ରେ ଗତ ୬ ମାସ ଭିତରେ ୨୨ ଜଣ ଶିଶୁ ଅପପୁଷ୍ଟି, ଅଖାଦ୍ୟ ଓ ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେଣି। ଶିଳ୍ପ ନଗରୀ କଳିଙ୍ଗ ନଗରଠାରୁ ମାତ୍ର ପଚାଶ କିଲୋମିଟର ଦୂର ଏହି ଗାଁକୁ ରାସ୍ତା ନାହିଁ। ପାହାଡ ଚଢି ଏହି ଗାଁ ରେ ପହଂଚିବାକୁ ପଡେ। ସୁକିନ୍ଦା ବ୍ଲକ୍ ର କୁହିକା ଠାରୁ ନଗଡା ଯିବାକୁ ପାଦ ଚଲା ବାଟରେ ଦୁଇ ଘଣ୍ଟା ସମୟ ଲାଗେ । ଏହି ଦୁର୍ଗମ ପଥ ଦେଇ ଗାଁ ରେ ପହଂଚିବା ଆଦୌ ସମ୍ଭବ ନୁହଁ । ଏକଥା ଆମେ କହୁନୁ, ଓଡିଶା ସରକାରଂକ ସ୍ବାସ୍ଥ୍ୟ ସଚିବ ଆରତି ଆହୁଜା ଗତ ୧୩ ଜୁଲାଇ ରେ ଯେଉଁ ରିପୋର୍ଟ୍ ପ୍ରସ୍ତୁତ କରିଛନ୍ତି ସେଥିରୁ ଏହି ତଥ୍ୟ ମିଳୁଛି। ନଗଡା ଗାଁ ର ଏହି ଦାରୁଣ ସମସ୍ୟାକୁ ନେଇ ଏକ ରିପୋର୍ଟ୍ – ୧. ଉପର, ତଳ ଓ ମଝି ନଗଡା ଗାଁ ରେ ମୋଟ୍ ୩୮ ଟି ପରିବାରର ୨୯୫ ଜଣ ଲୋକ ରୁହନ୍ତି । ଏହା ସହିତ ଗୁହିଆଶାଳ ଗାଁ ରେ ୨୬ ଟି ପରିବାରର ୨୪୮ ଜଣ ବାସିନ୍ଦା ଅଛନ୍ତି।ଏମାନଂକ ଗାଁ କୁ ରାସ୍ତା, ପାଣି, ବିଜୁଳି, ରାସନ ଇତ୍ୟାଦିର କୌଣସି ବ୍ୟବସ୍ଥା ନାହିଁ । ପ୍ରାୟ ୮-୧୦ କିଲୋମିଟର ଚାଲି ଚାଲି ଆସିଲେ ଯାଇ ଏମାନେ ଖାଦ୍ୟ କିଣି ପାରିବେ । ତେଣୁ ପିଲାଂକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ ।ଗତ ଜୁନ୍ ମାସରେ ମୃତ୍ୟୁବରଣ କରିଥିବା ୬ ଜଣ ଶିଶୁ ଅପପୁଷ୍ଟି କାରଣରୁ ହିଁ ମୃତ୍ୟୁ ବରଣ କରିଛନ୍ତି ବୋଲି ଡାକ୍ତରୀ ରିପୋର୍ଟ୍ କହୁଛି । ୨. ନଗଡା ଗାଁ ରେ ୧୨୨ ଜଣ ଶିଶୁ ଅଛନ୍ତି ଯେଉଁମାନେ କି କେବଳ ଖାଇବାକୁ ଭାତ ଓ ଲୁଣ ଖାଇବାକୁ ପଆନ୍ତି ବୋଲି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ ଖୋଲାଖୋଲି ସ୍ଵୀକାର କରିଛନ୍ତି । ୩. ଜାନୁଆରୀ ରୁ ଜୁନ୍ ମାସ ମଧ୍ୟରେ ୨୨ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ଥାନୀୟ ଲୋକ କହୁଥିବା ବେଳେ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଟାଟା ସ୍ଵାସ୍ଥ୍ୟ କେନ୍ଦ୍ରର ରିପୋର୍ଟ୍ ଆଧାରରେ ଏଠିକାର ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ସଂଖ୍ୟା ୧୨ ବୋଲି ସ୍ଵାସ୍ଥ୍ୟ ସଚିବ କହିଛନ୍ତି। ୪. ନଗଡା କୁ ମିଶେଇ ଆଉ ଚାରି ପାଂଚଟି ଗାଁ ପାଇଁ ଜଣେ ଆଶା କର୍ମୀ ଯିଏ କି ନଗଡାଠୁ ପ୍ରାୟ ୧୨ କିଲୋମିଟର୍ ଦୂର ଦେଓ ଗାଁ ରେ ରୁହନ୍ତି।ଜଣେ ଅଙ୍ଗନବାଡି ଓ ସ୍ଵାସ୍ଥ୍ୟ ସହାୟିକା ନିଯୁକ୍ତି ପାଇଥିଲେ ହେଁ ସେମାନେ ପ୍ରାୟ ୧୦-୧୨ କିଲୋମିଟର୍ ଦୂରରେ ରୁହନ୍ତି। ୫. ଗାଁ ରେ ଲୋକଂକ ଜୀବିକା ହେଉଛି ପୋଡୁ ଚାଷ ଓ ଛେଳି ଚାଷ । ପିଇବା ପାଣିର କୌଣସି ସୁବିଧା ନାହିଁ।ପାହାଡ ଉପରକୁ ରାସ୍ତା ତିଆରି କରିବାକୁ ସରକାରୀ ଅଧିକାରୀ ମାନେ ଆଗ୍ରହୀ ନୁହନ୍ତି । ୬. ପାହାଡ ଛାଡ଼ି ଆଦିବାସୀ ମାନେ ତଳକୁ ଆସନ୍ତୁ ବୋଲି ମନ୍ତ୍ରୀ ଉଷା ଦେବୀ ଓ ସ୍ଥାନୀୟ ବିଧାୟକ ପ୍ରୀତିଶ ଚନ୍ଦ୍ର ଘଡାଇ ଅଦ୍ଭୁତ ଯୁକ୍ତି ଦର୍ଶାଇଛନ୍ତି ।ବିକାଶ ଲାଗି ଉଦବାସ୍ତୁ ହେବାପରି ଅମାନବୀୟ ଓ ମୁର୍ଖତାପୂର୍ଣ ଯୁକ୍ତି ଆଦୌ ଗ୍ରହଣଯୋଗ୍ୟ ନୁହଁ ବୋଲି ମାନବ ଅଧିକାର ସଂଗଠନ ଓ ବିରୋଧୀ ଦଳ ଗୁଡିକ କହିଛନ୍ତି । ୭. ନଗଡା ଗାଁ ର ଏହି ଦୁର୍ଦ୍ଦିନ ସହିତ ଓଡିଶାର ବିକାଶ ତଥା ଅଭିବୃଦ୍ଧି କୁ କେମିତି ବିଶ୍ଲେଷଣ କରାଯିବ?ରାଜନୀତିରେ ସୁକିନ୍ଦା ର ପ୍ରଭାବଶାଳୀ ନେତୃତ୍ଵ ରହିଆସିଛି । ସୁକିନ୍ଦା ର ବିଧାୟକ ଓଡିଶାର ଅନ୍ୟତମ ଶକ୍ତିଶାଳୀ ନେତା।ପୂର୍ବତନ ବିଧାୟକ ତଥା ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏହି ଅଂଚଳକୁ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ଵ କରି ଆସୁଥିଲେ। ଏଠାରେ ଟାଟା କମ୍ପାନୀ ବର୍ଷ ବର୍ଷ ଧରି ଖଣି ପକେଇ ବସିଛି। ତଥାପି ନଗଡା ର ଏହି ଅବସ୍ଥା କାହିଁକି ? ଏହାର ଉତ୍ତର କିଏ ଦେବ ? ୮. ସ୍ଵାସ୍ଥ୍ୟ ସଚିବ ଆରତି ଆହୁଜାଂକ ଚାରି ପୃଷ୍ଠା ର ଛୋଟିଆ ରିପୋର୍ଟ୍ ଟି ଗୋଟେ ବଡ ସମସ୍ୟା ବିଷୟରେ ଆମକୁ ଚିନ୍ତିତ କରାଇ ଦେଉଛି । ଯେଉଁ ମାନଂକ ସମ୍ପତ୍ତି କୁ ଖଣିରୁ ଖୋଳି ଆମେ ବିକାଶର ଇମାରତ ଗଢିଲୁ, ସେମାନଂକୁ ଆମେ ଦେଇଛୁ କଣ? ୯. ଓଡିଶା ସରକାର ଜଣ ମଂଗଳ ଯୋଜନା ମାଧ୍ୟମରେ ବାରମ୍ବାର ଲୋକଂକ ଆସ୍ଥା ଭାଜନ ହେଉଛନ୍ତି ବୋଲି କୁହା ଯାଉଛି।ଜନନୀ ସୁରକ୍ଷା ଯୋଜନା ଠୁଁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥାତ୍ ପିଲା ଜନ୍ମ ଠୁ ମୃତ୍ୟୁ ପର୍ଯନ୍ତ ସବୁ କ୍ଷେତ୍ରରେ ଲୋକଂକୁ ସରକାରୀ ସହାୟତା ଯୋଗାଇ ଦିଆ ଯାଉଛି ବୋଲି ରାଜ୍ୟ ବିଜେଡି ସରକାର ବାହାବା ନେଉଛନ୍ତି । ନଗଡା ଅପପୃଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣା ରାଜ୍ୟ ସରକାରଂକ କଲ୍ୟାଣକାରୀ ଯୋଜନା ଗୁଡିକର ବିଫଳତା କୁ ପଦାରେ ପକାଇଦେଇଛି । ୧୦. ରାଜ୍ୟ ସରକାରଂକ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ମହିଳା ଓ ଶିଶୁଂକୁ ପୁଷ୍ଟିକର ଖାଦ୍ୟ ଯୋଗାଣ ତଥା ପୁଷ୍ଟି ଜନିତ ସଚେତନତା ସୃଷ୍ଟି ପାଇଁ ମମତା ଯୋଜନା, ପୁଷ୍ଟି ସହାୟତା ଓ ସଚେତନତା ଯୋଜନା, ଟୀକା କରଣ, ସ୍ବାସ୍ଥ୍ୟ ପରୀକ୍ଷା ସମେତ କନ୍ୟା ସନ୍ତାନ ପାଇଁ ଆହୁରି ଅନେକ ଯୋଜନା ର ଘୋଷଣା କରାଯାଇଛି । ତେବେ ଘୋଷଣା ସହିତ କାର୍ଯ୍ୟକାରିତାର କୌଣସି ସମ୍ପର୍କ ଯେ ନାହିଁ, ଏହା ନଗଡା ରୁ ପ୍ରମାଣିତ ହେଉଛି । ୧୧. ପ୍ରତି ମାସର ୧୫ ତାରିଖକୁ ରାଜ୍ୟ ସରକାର ପୁଷ୍ଟିକର ଦିବସ ଭାବରେ ପାଳନ କରି ଆସୁଛନ୍ତି।ଏହ ଦିନ ପ୍ରତି ଜିଲ୍ଲା, ବ୍ଲକ୍, ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ମାନକ ଅନୁଯାୟୀ ପ୍ରତି ଶିଶୁର ପୁଷ୍ଟି ପରୀକ୍ଷା ହେବା କଥା।
2022-12-03T12:21:29Z
http://odia.bigwire.in/2016/08/11/%E0%AC%93%E0%AC%A1%E0%AC%BF%E0%AC%B6%E0%AC%BE%E0%AC%B0-%E0%AC%AC%E0%AC%BF%E0%AC%95%E0%AC%BE%E0%AC%B6-%E0%AC%AE%E0%AC%BE%E0%AC%A8%E0%AC%9A%E0%AC%BF%E0%AC%A4%E0%AD%8D%E0%AC%B0%E0%AC%B0%E0%AD%87/
OSCAR-2301
କଖାରୁ ମଞ୍ଜିକୁ ସମସ୍ତେ ଫୋପାଡି ଦିଅନ୍ତି, କିନ୍ତୁ ଏହି ମଞ୍ଜିର ମଧ୍ୟ ବହୁ ଉପକାରୀ ଗୁଣ ରହିଛି। ଯଦି ଆପଣ ଏହାର ଲାଭ ବିଷୟରେ ଜାଣିବେ ତେବେ ଆଉ ଏହି ଭୁଲ କରିବେ ନାହିଁ। ଗ୍ରେଟର ନୋଏଡା ଜିଏମ୍ଏସ୍ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ପ୍ରସିଦ୍ଧ ଡାଏଟିସିଆନ୍ ଡଃ ଆୟୁଷ ଯାଦବ କହିଛନ୍ତି, କଖାରୁ ମଞ୍ଜି ଆମ ପାଇଁ ଖୁବ୍ ଉପଯୋଗୀ। ଟେନସନ୍ ଦୂର ହେବ: ଆଜିକାଲି ଲୋକଙ୍କ କାର୍ଯ୍ୟଭାର, ପରିବାର ଏବଂ ଆର୍ଥିକ ଚାପ ବହୁତ ବୃଦ୍ଧି ପାଇଛି, ଯେଉଁ କାରଣରୁ ସେମାନେ ଅନେକ ସମୟରେ ଟେନସନ ଏବଂ ଡିପ୍ରେସନ୍ ଦେଇ ଗତି କରୁଛନ୍ତି। କଖାରୁ ମଞ୍ଜି ମାନସିକ ସ୍ତରରେ ଉନ୍ନତି ଆଣିଥାଏ। କାରଣ ଏଥିରେ ମ୍ୟାଗ୍ନେସିୟମ୍ ଥାଏ ଯାହା ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ କଖାରୁ ମଞ୍ଜିରେ ଥିବା ଜିଙ୍କ ଏବଂ ଭିଟାମିନ୍ ବି’ ମାଧ୍ୟମରେ ଟେନସନ ମଧ୍ୟ ଦୂର କରାଯାଇପାରିବ। ଆସିବ ଭଲ ନିଦ: ଆଜିକାଲି ଅନେକ ନିଦ୍ରାହିନତା ସମସ୍ୟା ଦେଇ ଗତି କରୁଛଛନ୍ତି। ଅନେକ ଚେଷ୍ଟା ପରେ ମଧ୍ୟ ଭଲ ନିଦ ହେବନି। ଏଭଳି ସ୍ଥିତିରେ କଖାରୁ ମଞ୍ଜି ରାତି ଅନିଦ୍ରାର ସମସ୍ୟାରୁ ମୁକ୍ତି ଦେବ। ଏହାକୁ ଖାଇବା ଫଳରେ ଇନସୋମାନିଆ ଦୂର ହୋଇଯାଇଥାଏ। ବଢାଇବ ରୋଗ ପ୍ରତିରୋଧ କ୍ଷମତା: କରୋନା ମହାମାରୀ ପରେ ପ୍ରତିରୋଧକ ଶକ୍ତି ବଢାଇବାକୁ ଅନେକ ଗୁରୁତ୍ୱ ଦିଆଯାଉଛି , ଯାହାଦ୍ବାରା ଜଣେ ନିଜକୁ ସଂକ୍ରମଣରୁ ରକ୍ଷା କରିପାରିବ। କଖାରୁ ମଞ୍ଜିରେ ଭିଟାମିନ୍ ଇ ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ମଧୁମେହ ରୋଗୀଙ୍କୁ ମିଳେ ଲାଭ: ମଧୁମେହ ରୋଗୀ କଖାରୁ ମଞ୍ଜି ଖାଇବା ଖୁବ୍ ଭଲ। କାରଣ ଏଥିରେ ଫାଇବର ଭରପୂର ମାତ୍ରାରେ ରହିଛି, ଯାହା ଟାଇପ୍-୨ ମଧୁମେହରେ ରୋଗୀଙ୍କ ପାଇଁ ଖୁବ୍ ଭଲ। ଏହାର ମଞ୍ଜିରେ ଭିଟାମିନ୍ ସି ମିଳିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ରାମବାଣ ଭଳି। ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
2022-12-09T04:42:49Z
http://www.swadhikar.in/feshion/benfits-of-pumpkinseeds/
OSCAR-2301
‘ଓଡ଼ିଶା ରିପୋର୍ଟର’ରେ କଣ୍ଟେଣ୍ଟ ଏଡିଟର ଭାବେ କାର୍ଯ୍ୟରତ ଥିବା ହେମନ୍ତ ଜାତୀୟ-ଅନ୍ତର୍ଜାତୀୟ ଖବର ସହ କ୍ରୀଡ଼ା ସମ୍ପର୍କିତ ନ୍ୟୁଜରେ ସ୍ୱତନ୍ତ୍ର ରୁଚି ଓ ଦକ୍ଷତା ରଖିଛନ୍ତି। ହେମନ୍ତ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ରୁ ନିଜର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। ହେମନ୍ତଙ୍କର ଜାତୀୟ ରାଜନୀତି ପ୍ରତି ସ୍ୱତନ୍ତ୍ର ଆଗ୍ରହ ରହିଛି। ୨୦୧୮ରୁ ସେ ଏଠାରେ କାମ କରି ଆସୁଛନ୍ତି।
2022-12-08T16:18:38Z
https://odishareporter.in/author/hemant
OSCAR-2301
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜସ୍ୱ ସେବାର ୧୪୩ଜଣ ଅଫିସରଙ୍କୁ ରାଜ୍ୟ ସରକାର ଆଜି ଓଏଏସ୍ ପାହ୍ୟାକୁ ଉନ୍ନୀତ କରିଛନ୍ତି । ଏହି ଅଫିସରମାନେ ଏବେ ଯେଉଁଠି କାର୍ଯ୍ୟ କରୁଛନ୍ତି ସେଠାରେ କାର୍ଯ୍ୟ ଜାରି ରଖିବେ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଆହୁରି ପଢ଼ନ୍ତୁ ଦୋକନ ଘର ନିକଟରୁ ମିଳିଲା ୫ ବୋମା 32 mins ago ପଦ୍ମପୁରରେ ଇଭିଏମ୍ ହେରଫେର ! 1 hour ago ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜସ୍ୱ ସେବା ବା ‘ଗ୍ରୁପ-ବି’ ଅଫିସର ଭାବେ କାର୍ଯ୍ୟ କରୁଥିବା ୧୪୩ଜଣ ଅଫିସରଙ୍କୁ ଓଡ଼ିଶା ପ୍ରଶାସନିକ ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୧୧ର ପ୍ରାବଧାନ ଅନୁସାରେ ଓଏଏସ୍ ଗ୍ରୁପ-ଏ(ଜୁନିୟର ବ୍ରାଂଚ) ପାହ୍ୟାକୁ ଉନ୍ନୀତ କରାଯାଇଛି । ଏହି ସମସ୍ତ ଓଆରଏସ୍ ଅଫିସରଙ୍କ ନିଯୁକ୍ତି ବର୍ଷ ଓଏଏସ ପାହ୍ୟାରେ ୨୦୨୨ ଭାବେ ବିବେଚନା କରାଯିବ । ଏହି ଅଫିସରମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି ।
2022-12-07T17:02:07Z
https://odishareporter.in/odisha/odisha-govt-promoted-143-oas-officer-770726
OSCAR-2301
ଜମ୍ମୁ-କଶ୍ମୀର (ଲାଇଭ ଓଡିଶା ବ୍ୟୁରୋ):ପୁଣି ବିବାଦରେ ମେହବୁବା ମୁଫତି । ନିଜ ବିବାଦିୟ ମନ୍ତବ୍ୟକୁ ନେଇ ପୁଇ ଚର୍ଚ୍ଚରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । ନିଜ ମନ୍ତବ୍ୟ ପାଇଁ ନିଜ ଘରେ ନଜର ବନ୍ଦିରେ ଅଛନ୍ତି ମେହବୁବା । ସୋମବାର ସୁରକ୍ଷାକକର୍ମୀଙ୍କ ଦ୍ବାରା ହୋଇଥିବା ଏନକାଉଣ୍ଟରେ କିଛି ଆତଙ୍କବାଦଙ୍କୁ ମାରିଥିଲେ । ତେବେ ଏହି ସମୟରେ ମୁଫତି କହିଥିଲେ କି ଘାଟିରେ ଆତଙ୍କବାଦଙ୍କୁ ମାରାଯାଉଛି କି ନାହିଁ ତାହା କାହାକୁ ଜଣାନାହିଁ । ସେ ଦାବି କରି କହିଥିଲେ କି ସୋମବାର ହୋଇଥିବା ଏନକାଉଣ୍ଟରରେ ତିନି ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ବରଣ ହୋଇଛି । ସେ ଆହୁରି କହିଥିଲେ କି ଘାଟିରେ ଆତଙ୍କବାଦ ନାମରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି । ଏହା ପୂର୍ବରୁ ଯେତେବେଳେ ଘାଟିରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ାଯାଇଥିଲା ସେ ସମୟରେ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ।ତେବେ ଏହି ସମୟରେ ଆଜି ମେହବୁବା ମୁଫତି ଜାମ୍ମୁ ସ୍ଥିତ କାର‌୍ୟ୍ୟାଳୟରେ ଏକ ରାଲିରେ ସମ୍ବୋଧିତ କରିଥିଲେ । ସେହି ସଭାରେ ସେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସଭାରେ ଥିବା କାର‌୍ୟ୍ୟକର୍ତ୍ତା ନାରା ଦେଇଥିଲେ କି କାଶ୍ମୀରେ ସାଧାରଣ ଲୋକଙ୍କ ହତ୍ୟାକୁ ବନ୍ଦ କର । ତେବେ କର୍ମକର୍ତ୍ତାଙ୍କ ଏହି ନାରାକୁ ମେହବୁବା ମୁଫତି ମଧ୍ୟ ସମର୍ଥନ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ । ତେବେ ଏହି ନିଷ୍ପତି କେନ୍ଦ୍ର ସରକାରଙ୍କ ବିରୋଧରେ ମହେବୁବା ମୁଫତି ମୁହଁ ଖୋଲିବା ପରେ ଏପରି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ପରବର୍ତ୍ତୀ ଆଦେଶ ନଆସିବା ପର‌୍ୟ୍ୟନ୍ତ ତାଙ୍କୁ ତାଙ୍କ ଘରେ ନଜର ବନ୍ଦୀ ରଖାଯାଇଛି । ନିଜେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ ଆତଙ୍କବାଦ କୁ ସମର୍ଥନ କରିବା ଏକ ନିନ୍ଦନୀୟ ବିଷୟ ।
2022-11-28T01:36:09Z
https://liveodishatv.com/inter-national/mehbooba-mufti-in-custody-for-controversial-remarks/
OSCAR-2301
ଆର୍ଥିକ କ୍ଷତି ବା ଲାଭ ମଧ୍ୟ ରାଶି ଅନୁସାରେ ଫଳପ୍ରାପ୍ତି ହୋଇଥାଏ । ଆପଣଙ୍କ ରାଶି ଅନୁସାରେ ଜାଣନ୍ତୁ ଆର୍ଥିକ ସ୍ଥିତି । ପଢ଼ନ୍ତୁ ଆଜିର ଆର୍ଥିକ ରାଶିଫଳ News18 Odia Last Updated : November 24, 2022, 06:07 IST New Delhi, India Share this: News18 Odia News18 Odia Digital Bhoomika kalam ମେଷ: ଅଫିସରେ ଲୋକଙ୍କ ପ୍ରତି ଭଲ ଆଚରଣ ରଖିନ୍ତୁ। କ୍ୟାରିୟର ଏବଂ ବ୍ୟବସାୟରେ ଉନ୍ନତି ହେବ। ଆୟ-ବ୍ୟୟ ବାଲାନ୍ସ ରହିବ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ। ଆଜି ଆପଣଙ୍କ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ପ୍ରତିକାର: ମା’ଙ୍କୁ କିଛି ମିଠା ଖାଇବାକୁ ଦିଅନ୍ତୁ ବୃଷ: ବୃତ୍ତିଗତ ବିଷୟଗୁଡିକ ଠିକ୍ ସମୟରେ ସମାପ୍ତ କରନ୍ତୁ। କାର୍ଯ୍ୟର ଗତି ଭଲ ହେବ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ। ଖର୍ଚ୍ଚ ଏବଂ ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ। ଅଜ୍ଞାତ ଲୋକଙ୍କ ସହିତ ସାବଧାନ ରୁହନ୍ତୁ। ଆପଣଙ୍କର ବ୍ୟବସାୟର ପରିଚାଳନା ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତିକାର: ଭଗବାନ ବିଷ୍ଣୁଙ୍କୁ ହଳଦିଆ ଜିନିଷ ଅର୍ପଣ କରନ୍ତୁ ମିଥୁନ: ଆଜି ଆପଣଙ୍କ କାର୍ଯ୍ୟ ଆପଣଙ୍କ ବ୍ୟବସାୟରେ ଇଚ୍ଛାକୃତ ଫଳାଫଳ ଦେବ। ବାଧାଗୁଡ଼ିକ ସ୍ୱୟଂଚାଳିତ ଭାବରେ ଦୂର ହୋଇଯିବ। ଆପଣଙ୍କ କାର୍ଯ୍ୟାଳୟରେ ଦଳ କାର୍ଯ୍ୟ ବୃଦ୍ଧି ପାଇବ। ଆଜି ଆପଣ ନୂତନ ସୁଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉନ୍ନତି ହେବ। ଭଲ ଲାଭର ସମ୍ଭାବନା ରହିବ। ତୁମେ ତୁମର ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବ। ପ୍ରତିକାର: ଭଗବାନ ଗଣେଶଙ୍କୁ ଲଡୁ ଅର୍ପଣ କରନ୍ତୁ କର୍କଟ: ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ତୁମେ ତୁମର ବ୍ୟବସାୟରେ ଲାଭ ପାଇବ। ତୁମର ଯୋଜନା ଉପରେ ଆତ୍ମବିଶ୍ୱାସ ଅଧିକ ରହିବ। ତୁମେ ତୁମର ଚାକିରିରେ ସୁଯୋଗ ପାଇବ। ଆପଣ ଅନ୍ୟମାନଙ୍କଠାରୁ ସମ୍ମାନ ମଧ୍ୟ ପାଇବେ। ତୁମର ଯୋଜନା ଏବଂ କାର୍ଯ୍ୟକାରିତା ଆପଣଙ୍କୁ ଲାଭଜନକ ଫଳାଫଳ ଦେବ। ପ୍ରତିକାର: ବନ୍ଦୀ ପକ୍ଷୀମାନଙ୍କୁ ମୁକ୍ତ କରନ୍ତୁ ସିଂହ: ନିଯୁକ୍ତ ବ୍ୟକ୍ତିମାନେ ଆକର୍ଷଣୀୟ ଅଫର ପାଇବେ। କାମ କରିବାକୁ ସର୍ବାଧିକ ସମୟ ଦିଅନ୍ତୁ। ଉଦ୍ୟୋଗୀମାନଙ୍କ ପାଇଁ ସୁଯୋଗ ବୃଦ୍ଧି ପାଇବ। ଆର୍ଥିକ କାର୍ଯ୍ୟକଳାପ ମଜବୁତ ହେବ। ପ୍ରତିକାର: ସୁନ୍ଦରାକାଣ୍ଡ କିମ୍ବା ହନୁମାନ ଚାଳିଶା ୭ଥର ପଢନ୍ତୁ କନ୍ୟା: ଆଜି ଆପଣ ଲାଭ ପାଇବେ କିନ୍ତୁ ଧର୍ଯ୍ୟବାନ ହୁଅନ୍ତୁ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନଚେତ୍ ଆପଣ ସୁଯୋଗ ହରାଇ ପାରନ୍ତି। ଆପଣ ଅନ୍ୟ ଦେଶରୁ ସୁଯୋଗ ପାଇବେ। କାରବାରରେ ସ୍ୱଚ୍ଛତା ବୃଦ୍ଧି କରନ୍ତୁ। ବୃତ୍ତିଗତ ପ୍ରସଙ୍ଗରେ ଭଦ୍ର ହୁଅନ୍ତୁ। ପ୍ରତିକାର: ବାଉଁଶ ଗଛ ତଳେ ଏକ ଘିଅ ଦୀପ ଜାଳନ୍ତୁ ତୁଳା: ଅର୍ଥନୈତିକ ଏବଂ ବ୍ୟବସାୟ କ୍ଷେତ୍ରରେ ବ୍ୟବସାୟୀମାନେ ସର୍ବୋତ୍ତମ ଉଦ୍ୟମ କରିବେ। ବିପଦପୂର୍ଣ୍ଣ କାର୍ଯ୍ୟକଳାପରେ ଆଗ୍ରହ ଦେଖାନ୍ତୁ ନାହିଁ। ଷ୍ଟକ୍ ମାର୍କେଟରେ କ୍ଷତି ହେବ। ତୁମର ବ୍ୟବସାୟରେ ବଡ ଯୋଜନା ଦ୍ଵାରା ଶୀଘ୍ର ବଡ ସଫଳତା ପାଇପାରିବେ ପ୍ରତିକାର: ହନୁମାନ ଚାଳିଶା ପଢନ୍ତୁ ବିଛା: ଆଜି ତୁମର ପ୍ରୟାସ ତୁମର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ବିନିଯୋଗ କ୍ଷତି ଘଟାଇପାରେ, ଯତ୍ନର ସହିତ ଟଙ୍କା କାରବାର କରନ୍ତୁ। ପ୍ରତିକାର: ସୋରିଷ ତେଲ ଲଗାଇବା ପରେ ଏକ କଳା କୁକୁରକୁ ରୁଟି ଦିଅନ୍ତୁ ଧନୁ: ଆପଣ କର୍ମକ୍ଷେତ୍ରରେ ସଫଳତା ପାଇବେ। ଉପଲବ୍ଧ ଉତ୍ସଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ। ଧନ ବୃଦ୍ଧି ହେବ। ଋଣ ନେବା ଠାରୁ ଦୂରେଇ ରୁହନ୍ତୁ ନଚେତ୍ ପରିଶୋଧ କରିବା କଷ୍ଟକର ହେବ। ତୁମ ପଛରେ ଚାଲିଥିବା ଷଡଯନ୍ତ୍ର ସହିତ ତୁମେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବ। ବ୍ୟବସାୟରେ ଭାଗ୍ୟ ଭଲ ହେବ। ପ୍ରତିକାର: ଶ୍ରୀକୃଷ୍ଣଙ୍କୁ ପୂଜା କରନ୍ତୁ ମକର: ଆଜି ଆପଣ ଅନାବଶ୍ୟକ ଜିନିଷଗୁଡ଼ିକରେ ଖର୍ଚ୍ଚ କରିପାରିବେ, ଯେଉଁଥିପାଇଁ ଆର୍ଥିକ ପରିସ୍ଥିତି ବିଚଳିତ ହୋଇପାରେ। ତୁମର ସ୍ଥଗିତ କାର୍ଯ୍ୟ ଆଜି ସମାପ୍ତ ହେବାର ସମ୍ଭାବନା ଅଛି। ଆପଣଙ୍କ ବ୍ୟବସାୟରେ ଆପଣଙ୍କର ଯୋଜନା ଉପରେ ଧ୍ୟାନ ଦିଅନ୍ତୁ। ପ୍ରତିକାର: ଭଗବାନ ଗଣେଶଙ୍କୁ ଦୁର୍ଭା ଅର୍ପଣ କରନ୍ତୁ ଏବଂ ଗଣେଶ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ କୁମ୍ଭ: ଆଜି ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ। କାର୍ଯ୍ୟାଳୟରେ କାର୍ଯ୍ୟର ଗତି ଭଲ ରହିବ। ସିନିୟର ଏବଂ ଅଧିକାରୀଙ୍କ ସହ ବୈଠକ ହେବ। ତୁମେ ତୁମର ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବ। ଆଜି ଆପଣ କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ, ସୃଜନଶୀଳ ହୁଅନ୍ତୁ। ପ୍ରତିକାର: ଦୁର୍ଗା ମନ୍ଦିରରେ ଦୁର୍ଗା ଚାଳିଶା ପାଠ କରନ୍ତୁ ମୀନ: ଆଜି ଷ୍ଟକ୍ ମାର୍କେଟ୍ କିମ୍ବା କ୍ରିପ୍ଟୋରେ ବିନିଯୋଗ କରନ୍ତୁ ନାହିଁ। ଋଣ କାରବାରରେ ପ୍ରବେଶ କରନ୍ତୁ ନାହିଁ। ପ୍ରାଚୀନମାନଙ୍କ ସହିତ ସମନ୍ୱୟ କରିବେ। ତୁମର ବ୍ୟବସାୟ ସ୍ୱାଭାବିକ ହେବ ଏବଂ ଲଜିକାଲ୍ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଆପଣଙ୍କ କାର୍ଯ୍ୟାଳୟରେ ଯୁକ୍ତିରୁ ଦୂରେଇ ରୁହନ୍ତୁ। ତୁମର ବ୍ୟବସାୟ ପ୍ରୟାସ ତ୍ୱରାନ୍ୱିତ ହେବ। ପ୍ରତିକାର: ଭୈରବ ମନ୍ଦିରରେ ମିଠା ଅର୍ପଣ କରନ୍ତୁ Published by:Soumyashree Mishra First published: November 24, 2022, 06:07 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Astro Remediesbhoomika kalammoney mantra ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ଏହି ରାଶିର ଲୋକମାନେ ଭୁଲରେ ବି ଲଗାନ୍ତୁନି ଲାଲି ସିନ୍ଦୂର; ଜୀବନରେ ବଢ଼ିପାରେ ସଙ୍କଟ ଗୁଣ୍ଡଗର୍ଦ୍ଦି ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି-ବିଜେପି ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଓ ଆତଙ୍କବାଦକୁ ସମର୍ଥନ କରୁଥିବା ନେତାଙ୍କୁ କ'ଣ କହିଲେ ପିଏମ ୨୦୨୩ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା; ପଠାଯିବ ରଥଯାତ୍ରାର ସମ୍ପୂର୍ଣ୍ଣ ଚିଠା ରାଜରାସ୍ତାକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ; କହିଲେ ପାଠପଢା ବନ୍ଦ ହେଲେ ସରକାର ଦାୟୀ ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
2022-11-28T01:31:59Z
https://odia.news18.com/news/trending/todays-money-mantra-horoscope-6ssm-241122-ssm-137621.html
OSCAR-2301
ଝିଅ ଆମର ନୂଆ ବୋହୂ ସିରିଏଲ୍ ର ଅଭିନେତ୍ରୀ Puja ଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ, ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି… – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home ଭାଇରାଲ ଭିଡିଓ ଝିଅ ଆମର ନୂଆ ବୋହୂ ସିରିଏଲ୍ ର ଅଭିନେତ୍ରୀ Puja ଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ, ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି… ଝିଅ ଆମର ନୂଆ ବୋହୂ ସିରିଏଲ୍ ର ଅଭିନେତ୍ରୀ Puja ଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ, ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି… ଭାଇରାଲ ଭିଡିଓ Share ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେବେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ ଏହି ମାଧ୍ୟମରେ। ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି। ସେଥିରେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ। ତେବେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ। ସେହିପରି ଏବେ ସାମ୍ନାକୁ ଆସିଛି ଜଣେ ଜଣାଶୁଣା ସିରିଏଲ ଅଭିନେତ୍ରୀଙ୍କ ଡାନ୍ସ ଭିଡିଓ।ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ତରଙ୍ଗରେ ପ୍ରସାରିତ ହେଉଥିବା ଝିଅ ଆମର ନୂଆ ବୋହୂ ସିରିଏଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ପୂଜା।ଏହି ଭିଡିଓ ରେ ସେ କିପରି ଭାବରେ ଲୋକପ୍ରିୟ ସାମି ଗୀତରେ ଡାନ୍ସ କରୁଛନ୍ତି ଥରେ ଦେଖନ୍ତୁ। ଗୀତର ତାଳେ ତାଳେ ସେ କରୁଥିବା ଏହି ଡାନ୍ସ ଭିଡିଓ ସେୟାର ହେବା ପରେ ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ଅଭିନେତ୍ରୀ ଜଣଙ୍କ ଅନ୍ୟଜଣେ ଯୁବତୀଙ୍କ ସହ କିପରି ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ଜାଣି ପାରିବେ। ଏହି ଭିଡିଓ ରେ ଅଭିନେତ୍ରୀ ଜଣଙ୍କ ଯେଉଁ ଭଳି ଭାବରେ ଅନବରତ ଗୀତର ତାଳରେ ହସ ହସ ମୁଖରେ ନୃତ୍ୟ କରି ଚାଲିଛନ୍ତି ତାହା ଦେଖିବାର କଥା। ଯାହାକୁ ଦେଖି ସମସ୍ତେ ଆନନ୍ଦ ନେଉଛନ୍ତି। ତେବେ ଏହି ଡାନ୍ସ ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଆମେ ଆପଣଙ୍କୁ କହୁଥିବା ଏହି ଅଭିନେତ୍ରୀ ଙ୍କ ବିଷୟରେ ଆସନ୍ତୁ ଆଉ କିଛି ଅଜଣା କଥା ଜାଣିବା।ଝିଅ ଆମର ନୂଆ ବୋହୂ ସିରିଏଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ପୂଜା ଙ୍କ ପ୍ରକୃତ ନାମ ହେଉଛି ଲାବରିନ ଖାନମ୍ (Lavreen Khanam). ତାଙ୍କର ପ୍ରକୃତ ଘର ହେଉଛି ଯାଜପୁର। Related Posts ଓଡିଶାର ଲୋକପ୍ରିୟ ସିରିଏଲ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ (… Dec 8, 2022 ଶୁଣନ୍ତୁ ଭାଇରାଲ Audio Call : ପୋଲିସ୍ ବାବୁଙ୍କ ଜଣେ ଛାତ୍ରୀଙ୍କ… Dec 8, 2022 ଝୁରୁଛନ୍ତି ଲୋକେ , ଖୋଜୁଛି ସିନେ ଜଗତ… ମିହିର ଦାସ ( Mihir… Dec 7, 2022 ତେବେ ଯାଜପୁର କଲେଜ୍ ରେ ପାଠ ପଢିବା ସମୟରେ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିବାରୁ ସେ ଏଥିପାଇଁ ମୁମ୍ୱାଇ ଚାଲି ଯାଇଥିଲେ ଏବଂ ସେଠାରେ ମଡେଲିଂ ଶିଖୁଥିଲେ।ଏବଂ ପୁଣି ସେ ଓଡ଼ିଶାକୁ ଫେରିଥିଲେ ଏବଂ ଏଠାରେ ଏକ କମ୍ପାନୀ ରେ ଚାକିରି କରୁଥିଲେ।ପରେ ସେ ଝିଅ ଆମର ନୂଆ ବୋହୂ ପାଇଁ ହେଉଥିବା ଆଡିସନ୍ ରେ ସେ ଭାଗ ନେଇ ସେ ଏହି ଶୋ ର ବିଜେତା ମଧ୍ଯ ହୋଇଥିଲେ। ଆଉ ଏବେ ପୂଜା ଏହି ଧାରାବାହିକରେ ଲିଡ ହିରୋଇନ୍ ଭାବରେ ତାଙ୍କର ଅଭିନୟ ଜାରି ରଖିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-12-08T14:07:19Z
https://live43today.com/jhia-maamora-nuaa/
OSCAR-2301
ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିବାହର ୭୯ ବର୍ଷ ପୂରଣ ହେବା ପରେ ୱାର୍ଲ୍ଡ ରେକର୍ଡ କଲେ ଇକ୍ବାଡୋରିଆର ବୃଦ୍ଧ ଦମ୍ପତ୍ତି। ବିଶ୍ବର ସବୁଠୁ ବୟସ୍କ ଦମ୍ପତ୍ତି ଭାବେ ‘ଗିନିଜ ବୁକ୍‌ ରେକର୍ଡ’ କରିଛନ୍ତି ଇକ୍ବାଡୋରିଆର ଜୁଲିଆ ସେସର ମୋରା ତାପିଆ ଓ ୱାଲଡ୍ରାମିନା କ୍ବିଣ୍ଟରୋସ। ଏବେ ତାପିଆଙ୍କୁ ୧୧୦ ଓ କ୍ବିଣ୍ଟରୋସଙ୍କୁ ୧୦୪ ବର୍ଷ। ରୋମିଓ-ଜୁଲିଏଟ, ହିର୍‌-ରାଞ୍ଜା ଓ ଲୈଲା-ମଜନୁ, ଏମାନଙ୍କ ପ୍ରେମ କାହାଣୀ ତ ଆପଣ ଶୁଣିଥିବେ। ହେଲେ ତାପିଆ ଓ କ୍ବିଣ୍ଟରୋସଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର ଲଭ୍‌ ଷ୍ଟୋରୀଠାରୁ ମଧ୍ୟ କମ୍‌ ନୁହେଁ। କାରଣ ଉଭୟ ପରିବାର ଲୋକଙ୍କ ବାରଣ ସତ୍ତ୍ବେ ୧୯୪୧ ମସିହା ଫେବ୍ରୁଆରୀ ୭ତାରିଖରେ ଲୁଚିକି ବିବାହ କରିଥିଲେ। ଦୀର୍ଘ ୮୦ବର୍ଷର ପ୍ରେମ, ଏକାଠି ରହିବାର ନିଶା ସେମାନଙ୍କୁ ଶେଷରେ ବିଶ୍ବ ରେକର୍ଡ କରିବାରେ ସଫଳ ହୋଇଛି। ତାପିଆ ୧୯୧୦ ମସିହା ମାର୍ଚ୍ଚ ୧୦ ତାରିଖରେ ଜନ୍ମ ହୋଇଥିବା ବେଳ କ୍ବିଣ୍ଟରୋସ ୧୯୧୫ ମସିହା ଅକ୍ଚୋବର ୧୦ତାରିଖର ଜନ୍ମ ହୋଇଥିଲେ। ଏକ ବିବାହ ଉତ୍ସବରେ ଉଭୟଙ୍କ ଭେଟ ହେବା ପରେ ଆରମ୍ଭ ହୋଇଥିଲା ସେମାନଙ୍କ ପ୍ରେମ କାହାଣୀ । ସାତ ବର୍ଷର ପ୍ରେମ ପରେ ବିବାହ କରିଥିଲେ। ଉଭୟ ଘର ଲୋକଙ୍କ ଅସନ୍ତୋଷ ଯୋଗୁ ଉଭୟ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ସାଙ୍ଗସାଥୀଙ୍କୁ ନେଇ ଇକ୍ବିଡୋରାର ରାଜଧାନୀ କ୍ବିଟୋରେ ଥିବା ଏକ ପୂରାତନ ଚର୍ଚ୍ଚରେ ବିବାହ କରିଥିଲେ। ବିବାହ ଉତ୍ସବରେ ଉଭୟ ପରିବାରର କେହି ବି ଜଣେ ଉପସ୍ଥିତ ନଥିଲେ। ହେଲେ କିଛି ବର୍ଷ ପରେ ପରିବାରକୁ ଏକାଠି କରିବାରେ ସକ୍ଷମ ହୋଇଥିଲେ ଦମ୍ପତ୍ତି। ତାପିଆ ଓ କ୍ବିଣ୍ଟରୋସ ପେଷାରେ ଦୁଇ ଜଣ ଶିକ୍ଷକ। ବୃଦ୍ଧ ଦମ୍ପତ୍ତିଙ୍କ ୫ ପିଲା ସହ ୧୧ ନାତି, ୨୧ଜଣ ନାତୁଣୀ ଓ ୯ ଜଣ ଅଣ ନାତିନାତୁଣୀ ସହ ବଡ଼ ପରିବାର ରହିଛି। ବଡ଼ ପୁଅର ୫୮ ବର୍ଷରେ ମୃତ୍ୟୁ ହୋଇଛି । ସେମାନଙ୍କ ସ୍ବାସ୍ଥ୍ୟ ଠିକ୍‌ ଥିବା ସହ ପ୍ରେମ ବି ପୂର୍ବ ପରି ଅତୁଟ ଥିବା ସେମାନେ କହିଛନ୍ତି। ଏହାସହ ଖୁବଶୀଘ୍ର କୋରୋନା ମହାମାରୀ ପରେ ସେମାନଙ୍କ ପରିବାର ଲୋକଙ୍କୁ ଏକାଠି ଦେଖିବା ପାଇଁ ଅପେକ୍ଷା କରିଥିବା କହିଛନ୍ତି।
2022-12-01T09:08:11Z
https://prismnews.in/worlds-oldest-married-couple/
OSCAR-2301
ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲାକୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଜ ନିର୍ବାଚନୀ ଜିଲ୍ଲା ହୋଇଥିବାରୁ ଗତ ଏକ ବର୍ଷ ମଧ୍ୟରେ ଦଳୀୟ ସଂଗଠନରେ ଆଣିଛନ୍ତି ଅନେକ ପରିବର୍ତ୍ତନ। ଗୋଷ୍ଠୀ କନ୍ଦଳ ଯୋଗୁ ଜିଲ୍ଲା ବିଜେଡି ସଭାପତି ପଦରୁ ଆସ୍କା ବିଧାୟକ ଦେବରାଜ ମହାନ୍ତିଙ୍କୁ ବିଦା କରି ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କୁ ବସାଇଲେ ନବୀନ। ବିଜେପିକୁ ମନ ବଳାଉଥିବା ଟାଣୁଆ କଂଗ୍ରେସ ନେତା ବିକ୍ରମ ପଣ୍ଡା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଦଳରେ ମିଶାଇଲେ। ବୋଧହୁଏ ବିଜେଡିର ମିଶ୍ରଣ ପର୍ବରେ ଏବେ ସାମିଲ ହେବାକୁ ଯାଉଛନ୍ତି ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା !୨୦୧୬ମାର୍ଚ୍ଚରେ ଏକାଧିକ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ଗିରଫ ହୋଇଥିଲେ ଗଞ୍ଜାମର ତଥାକଥିତ ଡନ୍ ରମେଶ ଜେନା। ରମେଶଙ୍କ ପତିଆରା ଖସାଇବାକୁ ତାଙ୍କ ସହଯୋଗୀଙ୍କୁ ଗିରଫ ଓ ଏନକାଉଣ୍ଟର ବି କରାଯାଇଥିଲା। ରମେଶଙ୍କୁ ଗଞ୍ଜାମ କଂଗ୍ରେସର ବିରୋଧ ଏବେ ପଶା ପାଲଟି ଯାଇଛି। ୨୦୧୮ଜୁଲାଇରେ ରମେଶଙ୍କୁ ଜେଲରୁ ମୁକ୍ତି ମିଳିଲା। ୨୦୧୯ନିର୍ବାଚନରେ ରମେଶ ସାନଖେମୁଣ୍ଡିରୁ ପ୍ରାର୍ଥୀ ହେବା ଉପରେ ବି ମୋହର ମାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ହେଲେ ଏହି ଘୋଷଣାର କିଛି ଦିନ ପରେ ଗଞ୍ଜାମରେ ଚାଲିଥିବା କଂଗ୍ରେସ ସମାବେଶରେ ରମେଶଙ୍କୁ ବିରୋଧ କରାଗଲା। ବାଧ୍ୟ ହୋଇ ସଭା ଅଧାରୁ ରମେଶ ଉଠି ଚାଲିଯିବାର ଖବର ଆଲୋଚନା ହେଲା। ସେ ସମୟରେ ଏହାକୁ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳର ନାଁ ଦିଆଗଲା। ହେଲେ ଏବେ ଗଞ୍ଜାମର କଂଗ୍ରେସ ଶିବରରେ ଚର୍ଚ୍ଚା ଯେ ୨୦୦୯ରେ ହାତ ଚିହ୍ନରେ ବିଜୟୀ ହୋଇଥିବା ରମେଶ ଜେନା, ବିଜେଡିରେ ମିଶିବାକୁ ସଜ୍ଜବାଜ ହେଉଛନ୍ତି। ଏପରି ସ୍ଥିତିରେ ଯଦି ରମେଶଙ୍କୁ ଦଳ ପକ୍ଷରୁ ମାଇଲେଜ୍ ଦିଆଯାଏ ଓ ନିର୍ବାଚନ ଠିକ୍ ପୂର୍ବରୁ ସେ କଂଗ୍ରେସ ଛାଡାନ୍ତି, ଦଳକୁ କ୍ଷତି ସହିବାକୁ ପଡିବ। ତେଣୁ ଏବେଠୁ ତାଙ୍କୁ ବିରୋଧ କରି ଭଲ ପ୍ରାର୍ଥୀ ଖୋଜିବା ସପକ୍ଷରେ ଗଞ୍ଜାମ କଂଗ୍ରେସ। ମାଷ୍ଟର ମାଇଣ୍ଡ-ପ୍ରଦୀପ ଜେଲରେ ବିତାଇଥିବା ପ୍ରାୟ ଅଢେଇ ବର୍ଷ ଭିତରେ କୁଆଡେ ରମେଶଙ୍କୁ ନେଇ ଅନେକ ଡିଲିଂ ହୋଇଛି। ଦକ୍ଷିଣାଞ୍ଚଳ ଡିଆଇଜି ତଥା ତତ୍କାଳୀନ ଗଞ୍ଜାମ-ବ୍ରହ୍ମପୁର ଏସପି ଆଶିଷ ସିଂ, ରମେଶଙ୍କ ସହ ବିଜେଡିର ଡିଲିଂର ସୂତ୍ରଧାର ବୋଲି ଚର୍ଚ୍ଚା ହେଉଛି ! ଅବଶ୍ୟ ଆଇପିଏସ୍ ଆଶିଷଙ୍କୁ ବିଜେଡିର ଏଜେଣ୍ଟ ବୋଲି ବିରୋଧି ଦଳ ଅନେକ ଥର ଅଭିଯୋଗ କରିଛନ୍ତି। ସେପଟେ ରମେଶଙ୍କୁ ବିରୋଧ କରୁଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କାର୍ତ୍ତି ବି ଗଞ୍ଜାମରେ କମିଲାଣି। ନବୀନଙ୍କ ନିର୍ଦ୍ଦେଶରେ ସବୁ ହେଉଛି କହି ରମେଶଙ୍କୁ ବିଜେଡିରେ ମିଶାଇବା ଲାଗି ପ୍ରଦୀପ ପାଣିଗ୍ରାହୀ ବ୍ଲୁ-ପ୍ରିଣ୍ଟ, ପ୍ରସ୍ତୁତ କରୁଥିବା ଖବର ମିଳିଛି। କାରଣ ଗଞ୍ଜାମରୁ ଯେବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ‘ମୋ ବୁଥ୍ ସବୁଠୁ ମଜବୁତ୍’ କାର୍ଯ୍ୟକ୍ରମ ଆରମ୍ଭ କଲେ, ଏହା ନବୀନଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଥିଲା। ହୁଏତ ଶାହଙ୍କୁ ଗଣମାଧ୍ୟମ ଆଗରେ ଆକ୍ଷେପ କରି ବାଃ ବାଃ ସାଉଣ୍ଟିବା ସହଜ ଲାଗୁଥିବ ହେଲେ ଅସଲରେ ଅମିତଙ୍କୁ ଟକ୍କର ଦେବା ଯେ କେତେ କାଠିକର ପାଠ, ତାହା ପ୍ରଦୀପ ପାଣିଗ୍ରାହୀଙ୍କ ପରି ସଂଗଠକ ଭଲ ଭାବରେ ଜାଣନ୍ତି। ଦୁଶ୍ମନ୍ତଙ୍କ ରାସ୍ତାରେ ରମେଶ! ନବୀନଙ୍କ ନିର୍ବାଚନୀ ଜିଲ୍ଲାରେ ବିଜେପି ଏଣ୍ଟ୍ରି ମାରିବାକୁ ଉଦ୍ୟମ କରୁଛି। ଯେଉଁଥିପାଇଁ ରମେଶ ହିଁ ପ୍ରକୃତ ବିଜେପି ବିରୋଧୀ ଅସ୍ତ୍ର ହେବ ବୋଲି ପ୍ରଦୀପ ବାବୁ ନବୀନଙ୍କ କାନରେ ଫୁଙ୍କିଛନ୍ତି ବୋଲି ଚର୍ଚ୍ଚା। ସେପଟେ ସାନଖେମୁଣ୍ଡି ବିଧାୟକ ତଥା ଧରାକୋଟ ରାଣୀ ନନ୍ଦିନୀ ଦେବୀ ବିଲକୁଲ୍ ସକ୍ରିୟ ନଥିବା ଖବର ନବୀନ ନିବାସରେ ପହଞ୍ଚିଛି। ରାଣୀ ମାଆ ବି ମୂଳ ବିଜେପି। ଯାହା ବିଜେପି ବିରୋଧୀ ରଣହୁଙ୍କାରରେ କାମ ନକରି ପାରେ ବୋଲି ବିଜେଡି ପାୱାର କରିଡରରେ ଚର୍ଚ୍ଚା। ହେଲେ ସାନଖେମୁଣ୍ଡିରେ ରମେଶଙ୍କ ସଂଗଠନ ଥିବାରୁ ବିଜେପିକୁ ଚେକ୍ ଦେଇପାରିବ ବୋଲି ବିଜେଡି ନେତୃତ୍ୱର ବିଶ୍ୱାସ। ଶୁଣିବାକୁ ମିଳିଛି, ଚଳିତ ବର୍ଷ ଶେଷ କିମ୍ବା ନୂଆ ବର୍ଷରେ ନୂଆ ଦଳ(ବିଜେଡି)ରେ ରମେଶ ଜେନା ମିଶି ପାରନ୍ତି! ତାହେଲେ ସୂର୍ଗତ ଲୁଲୁ ମହାପାତ୍ରଙ୍କୁ ନିଜର ରାଜନୈତିକ ଗୁରୁ ଭାବୁଥିବା ରମେଶ ଜେନା, କଣ ସତରେ ହାତ ଦଳକୁ ବାଏ ବାଏ କରିବେ ? ଲୁଲୁଙ୍କ ପରିବାର ପରି ନିଜେ କଂଗ୍ରେସ ଛାଡି, ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଶ୍ମନ୍ତ ନାଏକଙ୍କ ରାସ୍ତାରେ ଯାଇ ବିଜେଡିରେ ଯୋଗ ଦେବେ ରମେଶ ? ଏଥିସହ ପଢ଼ନ୍ତୁ- ଦାମ ରାଉତଙ୍କ ସହ ବାରିପଦା ସଭାରେ ବୈଜୟନ୍ତ ପଣ୍ଡା କାହିଁକି ଯୋଗ ଦେଲେନି 1 Comment Tagged: BJD, Odisha Congress, Pradip Panigrahi, Ramesh Jena, Sanakhemundi Related Posts December 8. 2022 <strong>କାମ ଦେଉଛି ସମବେଦନା କାର୍ଡ:ପଦ୍ମପୁରରେ ବର୍ଷା ବିଜୟୀ</strong> December 8. 2022 <strong>ରେସରୁ ହଟୁଛି କଂଗ୍ରେସ</strong> November 14. 2022 ପଦ୍ମପୁର ଉପନିର୍ବାଚନରେ ରୋଚକ ମୋଡ଼:BJP ନେତାଙ୍କ ବୋହୂ BJD ପ୍ରାର୍ଥୀ 1 Comment ଲିଜା October 24. 2018 Reply ଫାଲତୁ କଥା,ପଇସା ନେଇ ନ୍ଯୁଜ କରିବା ବନ୍ଦ କର । ବିନା ତଥ୍ଯରେ ଏ ସବୁ ଲେଖି ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ।ରମେଶ ଜେନା ଆପଣଙ୍କୁ ଡାକି ,ପାଖରେ ବସାଇ କହିଥିଲେ ନା ପ୍ରଦୀପ ପାଣିଗ୍ରହୀ ନା ନବୀନ ପଟ୍ଟନାୟକ ଯେ ସେ ବିଜେଡିରେ ମିଶିବେ । ଗପ ଲେଖିବା ବନ୍ଦ କର ।
2022-12-08T22:40:00Z
http://www.bartamanodisha.com/ex-congress-mla-ramesh-jena-may-join-bjd/
OSCAR-2301
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ବିଜେପି ସା.ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, କହିଲେ-ମମିତାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଲେ ନା କଳାହାଣ୍ଡି ଗଲେ, ଖଣ୍ଡେ ଭୋଟ୍ ପାଇଁ ବିଜେଡି ସବୁକିଛି କରିପାରେ,ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ବଦଳରେ ତାଙ୍କ ସହ ଷ୍ଟେଜ୍ ସେୟାର କଲେ, କଳାହାଣ୍ଡିବାସୀ ଏହାର ଜବାବ ଦେବେ - TIMES OF ODISHA Skip to content Saturday, November 26, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career Fast News ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ବିଜେପି ସା.ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, କହିଲେ-ମମିତାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଲେ ନା କଳାହାଣ୍ଡି ଗଲେ, ଖଣ୍ଡେ ଭୋଟ୍ ପାଇଁ ବିଜେଡି ସବୁକିଛି କରିପାରେ,ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ବଦଳରେ ତାଙ୍କ ସହ ଷ୍ଟେଜ୍ ସେୟାର କଲେ, କଳାହାଣ୍ଡିବାସୀ ଏହାର ଜବାବ ଦେବେ November 5, 2021 November 5, 2021 S pani 0 Comments ← ଆକାଶ ପଥ ବନ୍ଦ ନିଷ୍ପତ୍ତି ବଦଳାଇବାକୁ ପାକିସ୍ତାନକୁ କହିଲା ଭାରତ ଶ୍ରୀକ୍ଷେତ୍ର ପୁରୀର ନାମ ପରିବର୍ତ୍ତନ ପାଇଁ ଦାବି → You May Also Like ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି; କମିଟିରେ ପ୍ରଧାନମନ୍ତ୍ରୀଙ୍କ ସମେତ ୮୦ ଜଣଙ୍କ ନାଁ, ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ଅଛନ୍ତି,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ପୁନର୍ବାର ନିଯୁକ୍ତି October 7, 2021 October 7, 2021 S pani 0 ବାଂଲାଦେଶରେ ଦୁର୍ଗା ପୂଜା ଅବସରରେ ଉଗ୍ରବାଦୀମାନେ ଅନେକ ପୂଜାପାଠ ଉପରେ ଆକ୍ରମଣ କରି ପ୍ରତିମା ଭଙ୍ଗାରୁଜା କରିଛନ୍ତି, ବାଂଲାଦେଶ ହିନ୍ଦୁ ଏକତା ପରିଷଦ ଟୁଇଟ୍ କରି ଏହି ସୂଚନା ଦେଇଛି October 14, 2021 October 14, 2021 S pani 0 ଖୋର୍ଦ୍ଧା ହାତୀ ଆକ୍ରମଣରେ ୫ ବନ କର୍ମଚାରୀ ଆହତ, ଜଣେ ଏସିଏଫ୍ ସମେତ ୫ ବନବିଭାଗ କର୍ମଚାରୀ ଆହତ, ଜଙ୍କିଆ ଥାନା ଗୟାବନ୍ଧ ଗାଁ ନିକଟରେ ଅଘଟଣ, ହାତୀକୁ ଟ୍ରାଙ୍କୁଲାଇଜ କରି ପାଖକୁ ଯିବାବେଳେ ଆକ୍ରମଣ କରିଥିଲା ହାତୀ,ହାତୀଟି ସଂପୂର୍ଣ୍ଣ ନିଶ୍ଚେତ ହୋଇ ନଥିବାରୁ ଅଘଟଣ ସୂଚନା November 22, 2021 November 22, 2021 S pani 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ପୁଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିବା ୟୁଥ୍ ଫର୍ ଆକ୍ସନ କର୍ମୀଙ୍କ ଧସ୍ତାଧସ୍ତି, ବେକାରୀ ସମସ୍ୟା ପ୍ରତିବାଦରେ ୫ ମନ୍ତ୍ରୀଙ୍କ ଘର ଘେରାଉ କାର୍ଯ୍ୟକ୍ରମ, ପ୍ରଥମେ ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଘେରାଉ କରିଥିଲା ୟୁଥ୍ ଫର୍ ଆକ୍ସନ ଟିମ୍ November 16, 2022 ପାରାଦୀପରେ ମଝି ସମୁଦ୍ରରେ ୪ଟି ରାଜ୍ୟର ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ November 15, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ
2022-11-26T15:57:45Z
https://timesofodisha.com/bjp-general-secretary-prithviraj-harichandan-on-the-chief-ministers-visit-to-kalahandi/
OSCAR-2301
ପୁଣି ଫେରିଲା କରୋନା ମହାମାରୀ : ଫ୍ଲାଇଟ୍ ରଦ୍ଦ ଓ ଶିକ୍ଷାନୁଷ୍ଠାନ ବନ୍ଦ, ବଢିଲା ତୃତୀୟ ଲହର ଭୟ…ଶୀଘ୍ର ଦେଖନ୍ତୁ ଏବଂ ସଚେତନ ହୁଅନ୍ତୁ – SwastikTv.com Swastik Tv News Odisha Publisher - Swastik Tv News Odisha ଓଡିଶା ଆଜିର ଅନୁଚିନ୍ତା ଜୀବନଚର୍ଯ୍ୟା ବ୍ୟବସାୟ ମନୋରଞ୍ଜନ ରାଶି ଓ ବାସ୍ତୁ ମାଳିକା ବାଣୀ ଶିକ୍ଷା ଓ ନିଯୁକ୍ତି Home Breaking News ପୁଣି ଫେରିଲା କରୋନା ମହାମାରୀ : ଫ୍ଲାଇଟ୍ ରଦ୍ଦ ଓ ଶିକ୍ଷାନୁଷ୍ଠାନ ବନ୍ଦ, ବଢିଲା ତୃତୀୟ ଲହର ଭୟ…ଶୀଘ୍ର ଦେଖନ୍ତୁ ଏବଂ ସଚେତନ ହୁଅନ୍ତୁ ପୁଣି ଫେରିଲା କରୋନା ମହାମାରୀ : ଫ୍ଲାଇଟ୍ ରଦ୍ଦ ଓ ଶିକ୍ଷାନୁଷ୍ଠାନ ବନ୍ଦ, ବଢିଲା ତୃତୀୟ ଲହର ଭୟ…ଶୀଘ୍ର ଦେଖନ୍ତୁ ଏବଂ ସଚେତନ ହୁଅନ୍ତୁ By Chinmay Pradhan Last updated Oct 25, 2021 0 Share କରୋନା ମହାମାରୀ ରେ ସମଗ୍ର ବିଶ୍ୱ ଉପରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡ଼ିଛି। ଆମ ଦେଶ ଭାରତରେ କିଛି ମାସ ହେଲାଣି କରନା ପ୍ରଭାବ କମ ହୋଇଛି। ସେଥିପାଇଁ ଦେଶରେ ଲକଡାଉନ ଏବଂ ସଟଡାଉନ କଟକଣା କହଳ କରାଯାଇଛି। ଯଦି ଦେଖିବା ତେବେ ବର୍ତ୍ତମାନ ସମୟରେ ଲୋକ ମାନଙ୍କର ଜୀବନ ଧାରଣ ସ୍ୱାଭାବିକ ହେବାରେ ଲାଗିଛି। କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଦେଶରେ କରୋନା କମି ନାହିଁ, କିଛି ପରିମାଣରେ ସଂକ୍ରମଣ ହାର ରହିଛି। ସମଗ୍ର ବିଶ୍ୱବାସୀ ଜାଣିଛନ୍ତି ଯେ, ଚୀନରେ ପ୍ରଥମେ କରୋନା ଦେଖା ଦେଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ କରନା ଉତ୍ପତ୍ତି ସ୍ଥଳ ଚୀନ ରେ କରୋନା ପୁଣି ଫେରିଛି। ଫଳରେ ପୃଥିବୀର ସମସ୍ତ ଦେଶବାସୀଙ୍କ ମଧ୍ୟରେ ଚିନ୍ତାର କାରଣ ବଢିଛି। ସୂଚନା ମୁତାବକ, ଚୀନ ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଚୀନ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଉଠାଇଛନ୍ତି। ତେବେ ଦେଶରେ ଜନସାଧାରଣଙ୍କୁ ଦୃଷ୍ଟିରେ ରଖି ପୁଣି ଥରେ ଲକଡାଉନ ସଟଡାଉନ ଭଳି ବ୍ୟବସ୍ଥା କରିଛନ୍ତି। ଦେଶ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ବିମାନ ସେବାକୁ ବନ୍ଧ କରାଯାଇଛି। କାରଣ ବାହାର ଦେଶରୁ ଆସୁଥିବା ଯାତ୍ରୀ କିମ୍ବା ନିଜ ଦେଶରେ ଅନ୍ୟ ଦେଶକୁ ଯାଉଥିବା ଲୋକମାନେ କରୋନାରେ ସଂକ୍ରମିତ ହୋଇ ପାରନ୍ତି। କାରଣ ପ୍ରଥମରୁ ଯଦି ଦେଖିବା, ଚିନ ରେ କରୋନା ଯେତେବେଳେ ପ୍ରଥମେ ଚିନ୍ହଟ ହେଲା, ସେତେବେଳେ ନିଜର ଉପଯୁକ୍ତ ପଦକ୍ଷେପ ନେଇଥିଲେ। ହୁଏତ ଆଜି ସମଗ୍ର ବିଶ୍ୱବାସୀ ଏଭଳି ସଙ୍କଟମୟ ପରିସ୍ଥିତିରେ ସମ୍ମୁଖୀନ ହୋଇ ନଥାନ୍ତେ। ତେବେ ବର୍ତ୍ତମାନ ସମୟରେ ଚୀନରେ ସମସ୍ତ ସ୍କୁଲ ଏବଂ କଲେଜକୁ ଚୀନ୍ ସରକାର ବନ୍ଦ କରି ଦେଇଛନ୍ତି। କାରଣ ଛାତ୍ର ଛାତ୍ରୀ ଦେଶର ଭବିଷ୍ୟତ, ଏହା ଛଡ଼ା ଶିକ୍ଷାନୁଷ୍ଠାନରେ ଭିଡ଼ ଅଧିକ ଥାଏ। ଏହା ବ୍ୟତୀତ ଜନଗହଳି ସ୍ଥାନରେ, ସିନେମା, ବିଭିନ୍ନ ପ୍ରକାର ଦର୍ଶନୀୟ ସ୍ଥାନ ଏବଂ ବାର ଭଳି ସ୍ଥାନକୁ ବନ୍ଧ କରାଯାଇଛି। ତେବେ ଚୀନର ଉତ୍ତର ଏବଂ ଉତ୍ତର ପଶ୍ଚିମ ରେ ଥିବା ସହର ଗୁଡ଼ିକରେ କରୋନା ସଂକ୍ରମଣ ଅଧିକ ବ୍ୟାପିବାରେ ଲାଗିଛି । ଯେଉଁ ସବୁ ସ୍ଥାନରେ ଅଧିକ ମାତ୍ରାରେ ଜନଗହଳି ହେଉଛି, ସେହିସବୁ ସ୍ଥାନ ଗୁଡ଼ିକ ରେ ତାଲାବନ୍ଦ ଡାକରା ଦିଆଯାଇଛି। ଦେଶରେ ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି। ଚୀନର ଲାଞ୍ଜୁ ଅଞ୍ଚଳରେ ସଂକ୍ରମଣ ଅଧିକ ମାତ୍ରାରେ ଥିବାରୁ, ଘରୁ ବହାରକୁ ନବହାରିବା ପାଇଁ ମନାକରାଯାଇଛ। ଯେଉଁମାନେ ବାହାରକୁ ବାହାରିବେ ସେମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଘରୁ ବାହାରିପାରିବେ। ଏହିଭଳି ପରିସ୍ଥିରେ ଚୀନ ରେ ପୁଣି ଥରେ ତୃତୀୟ ଲହର ଆଶଙ୍କା କରାଯାଉଛି। ତେବେ ଚୀନ ସରକାର ଜଣସାଧରଣଙ୍କୁ ଏଥିପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ଆମ ଦେଶ ଭାରତରେ ଏହାର ସଂକ୍ରମଣ ହାର କମ ରହିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share FacebookTwitterGoogle+ReddItWhatsAppPinterestEmail Chinmay Pradhan Prev Post ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି School ଛାତ୍ରୀଙ୍କ ଜବରଦସ୍ତ ଡାନ୍ସ ଭିଡିଓ Next Post ଆଣ୍ଠୁ ବିନ୍ଧା, କମର ବିନ୍ଧା, ଗୋଇଁଠି ବିନ୍ଧା କେବଳ 2 ମିନିଟରେ ଶେଷ କରିଦେବ ଏହି ରାମବାଣ ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି – Special Tips
2022-11-30T23:28:16Z
https://swastiktv.com/%E0%AC%AA%E0%AD%81%E0%AC%A3%E0%AC%BF-%E0%AC%AB%E0%AD%87%E0%AC%B0%E0%AC%BF%E0%AC%B2%E0%AC%BE-%E0%AC%95%E0%AC%B0%E0%AD%8B%E0%AC%A8%E0%AC%BE-%E0%AC%AE%E0%AC%B9%E0%AC%BE%E0%AC%AE%E0%AC%BE%E0%AC%B0/
OSCAR-2301
ନଭେମ୍ୱର ୧୮ ତାରିଖର ଏହି ଟ୍ୱିଟ୍ ଦେଖନ୍ତୁ। ଓଡ଼ିଶା ପୋଲିସ ତରଫରୁ କରାଯାଇଥିବା ଏହି ଟ୍ୱିଟରେ ଲେଖାଯାଇଛି ଲାଞ୍ଚ ନେବା ଏବଂ ଲାଞ୍ଚ ଦେବା ଉଭୟ ଆଇନଃ ଦଣ୍ଡନୀୟ। କୌଣସି କାର୍ଯ୍ୟ ହାସଲ ପାଇଁ ସତ ରାସ୍ତାରେ ଯାଆନ୍ତୁ ଏବଂ ଏଭଳି ଘୃଣ୍ୟ କାରବାରକୁ ନିଜକୁ ଦୂରେଇ ରଖନ୍ତୁ। ଓଡ଼ିଶା ପୋଲିସ ଦ୍ୱାରା ଜନହିତରେ ଜାରି। ହେଲେ ଏହି ଟ୍ୱିଟ ବୋଧେ କମିଶନରେଟ ପୋଲିସର ବାବୁମାନେ ପଢ଼ିନାହାନ୍ତି। ଅବଶ୍ୟ ସେମାନେ ଲାଞ୍ଚ ମାଗୁ ନାହାଁନ୍ତି ଦାଦାବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି।
2022-11-28T11:35:30Z
https://odishareporter.in/video/odisha-police-has-two-faces-783419
OSCAR-2301
ମଇଦାରେ ଲୁଣ ଦିଅ । ଏକ ଟେବୁଲ ଚାମଟ ରିଫାଇନ୍‌ ତେଲ ଦେଇ ଭଲଭାବରେ ମିଶାଇ ନିଅ । ଅଳ୍ପ ଅଳ୍ପ ପାଣି ଦେଇ ମଇଦା ଚକଟି ନିଆ । ଏହାକୁ ଛୋଟ ଛୋଟ ଗୁଳା କରି ନିଅ । କରେଇରେ ତେଲ ଗରମ କର । ମଇଦା ଗୁଳାକୁ ଛୋଟ ଛୋଟ ପୁରି ବେଲି ଛାଣି୍ ନିଅ । ତେଲ ପେଯରି ବହୁତ ବେଶି ଗରମ ହେବନି । ତା’ହେଲେ ମଇଦା ଲୁଚି ବାଦାମୀ ରଙ୍ଗ ହୋଇଯିବ । ମଧ୍ଯମ ଆଞ୍ଚରେ ଲୁଚିଗୁଡ଼ିକ ଭାଜିବ ।
2022-12-06T04:25:25Z
https://www.odiaweb.in/%E0%AC%B2%E0%AD%81%E0%AC%9A%E0%AC%BF/
OSCAR-2301
ବ୍ୟାୟାମ ସ୍ଵାସ୍ତ୍ୟ ପାଁଇ ବେଶ ଲାଭକାରୀ ହେଇଥାଏ I ଯଦି ଜଣେ ବ୍ୟକ୍ତି ନିୟମିତ ବ୍ୟାୟାମ କରିଥାନ୍ତି ତେବେ ତାଙ୍କ ର ଅନେକ ରୋଗ ବି ଭଲ ହେଇଥାଏ I ପ୍ରତୋକ ବ୍ୟକ୍ତି ବ୍ୟାୟାମ କରିବା ଆବଶ୍ୟକ ଅଟେ I ଯଦି ଆପଣ ସକାଳୁ ବ୍ୟାୟାମ କରନ୍ତି ତେବେ ସାରା ଦିନ ବେଶ ଭଲ ଲାଗିଥାଏ I ଏବଂ କାର୍ଯ୍ୟ ରେ ବି ଆମ ର ମନ ଲାଗିଥାଏ I ସାମାନ୍ୟ କିଛି ମିନିଟ ରେ ବ୍ୟାୟାମ ର ଉପକାର ଆଜି ଆମେ ଆପଣ ଙ୍କୁ କିଛି ଏପରି ବ୍ୟାୟାମ ବିଷୟ ରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଙ୍କ ର 4 ପ୍ରକାର ର ରୋଗ ବି ଭଲ ହେଇପାରିବ I ଏପରି ଅନେକ ଯୋଗାସନ ବି ରହିଛି ଯାହା ଦ୍ୱାରା ସାମାନ୍ୟ କିଛି ମିନିଟ ପ୍ରତୋକ ଦିନ କରି ଆପଣ ରୋଗ ର ନିରାକରଣ କରିପାରିବେ I ତେବେ ଆଜି ଆମେ ଆଲୋଚନା କରିବା ସୂର୍ଯ୍ୟ ମୁଦ୍ରା ବିଷୟ ରେ ଏହା ଦ୍ୱାରା ଆମେ କେତେ ଉପକାର ପାଇଥାଉ I କଣ କଣ ଫାଇଦା ଏହି ବ୍ୟାୟାମ ରେ ହାର୍ଟ ର କୋଲେଷ୍ଟ୍ରଲ ର ମାତ୍ରା କମିଥାଏ I ଏବଂ ଆପଣ ଙ୍କ ର ହୃଦୟ ଏକଦମ ସୁସ୍ଥ ରହିଥାଏ I ଫୁସଫୁସ ସମ୍ବନ୍ଧିତ ସବୁ ସମସ୍ୟା ର ସମଧନ ବି ହେଇଥାଏ I ଯେଉଁ ମାନେ ବି ଫୁସଫୁସ ସମ୍ବନ୍ଧିତ ସମସ୍ୟା ରେ ପୀଡିତ ଅଛନ୍ତି ସେମାନେ ବି ଏହି ଉପାୟ ରେ ଉପକୃତ ହେଇପାରିବେ I ତେବେ କିଛି ଲୋକେ ନିଜ ର ଅଳସୁଆ ପଣ କାରଣ ରୁ ସକାଳୁ ବ୍ୟାୟାମ କରି ନ ଥାନ୍ତି ଏବଂ ସବୁ କାର୍ଯ୍ୟ କୁ କୁଣ୍ଠାବୋଧ କରିଥାନ୍ତି I ଏହା ଦ୍ୱାରା ଆମେ ନାନା ରୋଗ କୁ ଶରୀର ରେ ଜାଗା ଦେଇଥାଉ I ଯାହା ଦ୍ୱାରା କି ଆମେ ସାମାନ୍ୟ ବି କାମ କରି ଥକି ଯାଇଥାଉ I ଗରମ ଦିନ ରେ ଲୋକ ଙ୍କୁ ନାନା ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ I ସାଧାରଣ ଭାବ ରେ ଲୋକେ ଶୀଘ୍ର ଥକି ଯାଇଥାନ୍ତି I ଏପରି କ୍ଷେତ୍ର ରେ ମସ୍ତିସ୍କ ଶାନ୍ତ ରହି ନ ଥାଏ I କିନ୍ତୁ ସୂର୍ଯ୍ୟ ମୁଦ୍ରା ଦ୍ୱାରା ଆମ ମସ୍ତିଷ୍କ ଶାନ୍ତ ହେଇଥାଏ I ମୋଟାପଣ ଆଜିକା ସମୟ ରେ ଏକ ବଡ଼ ସମସ୍ୟା ହେଇଚି I ଆଜିକା ସମୟ ରେ ଲୋକେ ନିଜ ର ବ୍ୟସ୍ତବହୁଳ ସମୟ ରେ ନିଜ ସ୍ଵାସ୍ତ୍ୟ ର ଯତ୍ନ ରଖି ନ ଥାନ୍ତି I ବ୍ୟାୟାମ ଦ୍ୱାରା ଆପଣ ଙ୍କ ର ମୋଟାପଣ ବି ଦୂର ହେଇଥାଏ ଓ ଆପଣ ସୁସ୍ଥ ଓ ନିରୋଗ ବି ରହିଥାନ୍ତି I ବ୍ୟାୟାମ ଦ୍ୱାରା ଆପଣ ଙ୍କ ର ଶରୀର ସନ୍ତୁଳିତ ଅବସ୍ଥା ରେ ରହିଥାଏ I Related Posts ହଠାତ ରିୟାଙ୍କ ରିସେପ୍ସନରେ ପହଞ୍ଚିଲେ Namita ଅଗ୍ରୱାଲ ଓ ତାଙ୍କ ସ୍ୱାମୀ, ତାପରେ ଯାହା ହେଲା, କେହିବି ଭାବି ନଥିଲେ December 3, 2022 ATM କାର୍ଡରେ ମାଗଣା ଇନ୍ସ୍ୟୁରାନ୍ସ, ଦୁର୍ଘଟଣା ହେଲେ ପାଇବେ 5 ଲକ୍ଷ, ଏମିତି ଉଠେଇ ପାରିବେ ଲାଭ… December 3, 2022 ବହୁତ ଜଣଙ୍କ ଆଜି ମନ ଭାଙ୍ଗିଦେଲେ ରିୟା ଦେ, Reception ପାର୍ଟି ବେଳେ ନିଜ ସ୍ୱାମୀଙ୍କ ବିଷୟରେ କହିଦେଲେ ଏମିତି… December 3, 2022 Post navigation Previous Article ଆଜିର ରାଶିଫଳ; 22 ମଇ 2021 ଶନିବାର : କେମିତି କଟିବ ଆଜିର ଦିନ Next Article ବହୁତ ସମସ୍ୟାରେ ଥିଲେ ଚାଷୀ, ନନ୍ଦୀ କାନରେ କହିଲେ ନିଜ ସମସ୍ୟା, ତାପରେ ସେହି ଚାଷୀ ସହ ଯାହା ହେଲା ଜାଣିଲେ ଆପଣ ମଧ୍ୟ କହିବେ ହର ହର ମହାଦେବ
2022-12-04T01:05:40Z
https://mahaanmerabharat.com/matra-4-minit-pani-anguliku-ehipari/
OSCAR-2301
ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ଚାଷୀ ମାନଙ୍କର ସମସ୍ତ କୃଷି ଋଣ ଛାଡ଼ କରିଦିଆଯିବ ବୋଲି ମଙ୍ଗଳବାର ଦିନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଛନ୍ତି, ରାଜ୍ୟର ସମସ୍ତ ଧାନ ମଣ୍ଡିରେ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି, ତେଣୁ ସେ ଡ଼ିସେମ୍ବର ୧୮ ତାରିଖରୁ ଆସନ୍ତା ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଦଳ ପକ୍ଷରୁ ‘ମଣ୍ଡି ଚାଲ ଅଭିଯାନ’ ଅନୁଷ୍ଠିତ ହେବ । ଏହି ଅଭିଯାନରେ ରାଜ୍ୟର ସମସ୍ତ ମଣ୍ଡି ଆଗରେ ଯୋଗାଣ ଓ ଖାଉଟି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ସେ କହିଛନ୍ତି । ଜାନୁଆରୀ ୮ ତାରିଖ ଦିନ ଚାଷୀ ଋଣ ଛାଡ଼ କରିବା ଦାବିରେ ରାଜ୍ୟ ସଚିବାଳୟ ଘେରାଓ କରାଯିବ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ସମସ୍ତ ଚାଷୀ ଋଣ ଛାଡ଼ କରିଦେବା ସହିତ ଚାଷୀ ମାନଙ୍କୁ ସୁଧ ମୁକ୍ତ ଋଣ ପ୍ରଦାନ କରିବ । ଏସମ୍ପର୍କରେ ଗଣମାଧ୍ୟମ ଆଗରେ ଅଭିଯୋଗ କରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଏବେ ରାଜ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି । ନିର୍ବାଚନ ଖର୍ଚ୍ଚ ମିଲରଙ୍କ ଠାରୁ ଉଠାଇବାକୁ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରି ଅଯଥାରେ ଦିଲ୍ଲୀ ଯାଉଛନ୍ତି ବୋଲି କହିଛନ୍ତି ବସନ୍ତ ପଣ୍ଡା । ବିଜେପିର ଏହି ‘ମଣ୍ଡି ଚାଲ ଅଭିଯାନ’ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଯଦି ମଣ୍ଡିରେ କୌଣସି ଅବ୍ୟବସ୍ଥା ହୋଇଥାଏ ତେବେ ପ୍ରଶାସନିକ ସ୍ତରରେ ପଦକ୍ଷେପ ଗ୍ରହଣ କରାଯିବ । ଆସନ୍ତା ଜାନୁଆରୀ ୮ ତାରିଖ ଦିନ ସଂସଦ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେଡ଼ି ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା । ତେବେ ରାଜନୈତିକ ଅଭିସନ୍ଧି ରଖି ବିଜେପି ମଣ୍ଡି ଘେରାଓ ଏବଂ ସେହି ଏକାଦିନରେ ରାଜ୍ୟ ସଚିବାଳୟ ଘେରାଓ କରିବାର ଯୋଜନା ପ୍ରସ୍ତୁତ କରିଛି ବୋଲି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ବିଜେପି କିପରି ଲୋକମାନଙ୍କୁ ଭୁଆଁ ବୁଲାଉଛି ତାହା ଜନସାଧାରଣ ଜାଣିଛନ୍ତି । ଇତିମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ଚାଷୀ ଋଣ ଛାଡ଼ କରିଦେବା ଉଚିତ । ଆସନ୍ତା ଜାନୁଆରି ୮ ତାରିଖରେ ବିଜେଡ଼ି ପକ୍ଷରୁ ସଂସଦ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ ସମ୍ପର୍କରେ କହିଛନ୍ତି, ରାଜ୍ୟ ସରକାର ଏନେଇ ଚାଷୀମାନଙ୍କୁ ବୋକା ବନାଇବାକୁ ଚାହୁଁଛନ୍ତି । “ରାଜ୍ୟ ସରକାର ତୁରନ୍ତ ଏକ ଜରୁରୀ ନିଷ୍ପତ୍ତି ନେଇ ଚାଷୀ ମାନଙ୍କର ଋଣ ଛାଡ଼ କରିଦେବା ଉଚିତ । ଯଦି ତାହା ନହୁଏ ତେବେ କଂଗ୍ରେସ ଦଳ ସରକାରଙ୍କୁ କୌଣସି କ୍ଷେତ୍ରରେ ସହଯୋଗ କରିବ ନାହିଁ । ଆମେ ସେହି ନେତାମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଘେରାଓ କରିବୁ । ଯଦି ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଏହି ସରକାର ଇସ୍ତଫା ପ୍ରଦାନ କରିଦେବା ଉଚିତ ନହେଲେ ଆଉ ୪ ମାସ ପରେ ଜନସାଧାରଣ ଏହି ସରକାରକୁ କ୍ଷମତାରୁ ବିତାଡ଼ିତ କରିଦେବେ,” ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
2022-12-09T19:12:08Z
https://odishasambad.in/bjp-promises-waiver-of-farm-loan-if-voted-to-power-in-odisha/
OSCAR-2301
ଦେଖନ୍ତୁ ଭିଡ଼ିଓ – ବୀଚ ରାସ୍ତାରେ କଲେଜ ଛାତ୍ରୀ ସହିତ ଏପରି କଲେ ଯୁବକ, ଭିଡ଼ିଓ ଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ… – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home ଭାଇରାଲ ଭିଡିଓ ଦେଖନ୍ତୁ ଭିଡ଼ିଓ – ବୀଚ ରାସ୍ତାରେ କଲେଜ ଛାତ୍ରୀ ସହିତ ଏପରି କଲେ ଯୁବକ, ଭିଡ଼ିଓ ଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ… ଦେଖନ୍ତୁ ଭିଡ଼ିଓ – ବୀଚ ରାସ୍ତାରେ କଲେଜ ଛାତ୍ରୀ ସହିତ ଏପରି କଲେ ଯୁବକ, ଭିଡ଼ିଓ ଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ… ଭାଇରାଲ ଭିଡିଓ By Apurva Das 0 Share ଦୁନିଆରେ ଅନେକ ପ୍ରେମ କାହାଣୀ ଏମିତି ରହିଛି ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛି।ଆଉ କିଛି ଏମିତି ପ୍ରେମ କାହାଣୀ ରହିଥାଏ ଯାହା ସମାଜକୁ ଏକ ଭୁଲ୍ ବାର୍ତ୍ତା ପ୍ରଦାନ କରିଥାଏ। ପ୍ରେମକୁ ଏକ ଭୁଲ ମାର୍ଗରେ ଉପସ୍ଥାପିତ କରିଥାଏ।ତେବେ ଆପଣମାନେ ଅନେକ ପ୍ରେମ କାହାଣୀ ସଂସ୍ପର୍ଶରେ ଆସୁଥିବେ। ଏମିତି ଅନେକ ପ୍ରେମ କାହାଣୀ ଅଛି ଯାହା ସାଧାରଣରେ ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ପ୍ରେମରେ ପ୍ରତାରଣା ଏବଂ ଧୋକା କିଭଳି ହୋଇଥାଏ। ଯାହା ପ୍ରତାରିତ ଏବଂ ଧୋକା ପାଇଥିବା ଲୋକ ହିଁ ଭଲ ଭାବରେ କହି ପାରିବ। ଏହା ସାଧାରଣରେ ଅନେକ କାରଣ ପାଇଁ ଘଟିଥାଏ। କାରଣ ଅନେକ ସମୟରେ ପ୍ରେମ କରୁଥିବା ଲୋକେ ପ୍ରେମର ଉଚିତ୍ ପରିଭାଷା କୁ ବୁଝିବାରେ ସମର୍ଥ ହୁଅନ୍ତି ନାହିଁ କିମ୍ବା ସେମାନଙ୍କ ସମ୍ପର୍କର ଉଦ୍ଦେଶ୍ୟ ସେହିଭଳି ମହତ୍ ନଥାଏ।ଆଉ ଶେଷରେ ଯାହା ତାଙ୍କୁ ସମାଜରେ ଅପମାନିତ ଏବଂ ନିନ୍ଦିତ କରାଇଥାଏ। ସେହିଭଳି ଏକ ଘଟଣା ନିକଟରେ ଘଟିଛି।ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି କିଛି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ବିଶେଷ ମାନଙ୍କ ର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ?କୁହାଯାଏ ପ୍ରେମ ଚିରନ୍ତନ ଏବଂ ବାସ୍ତବ।ଏହା ପ୍ରେମ କରୁଥିବା ଲୋକଙ୍କୁ ଦେଇଥାଏ ଏକ ସୁନ୍ଦର ଅନୁଭବ।ଏହା ଏକ ପବିତ୍ର ସମ୍ପର୍କ ସଦୃଶ। ଯାହା ଦୁଇଟି ହୃଦୟର ମିଳନ ଯୋଗୁଁ ସମ୍ଭବପର ହୋଇଥାଏ। ଯେଉଁ ଥୀରେ ଦୁଇଟି ଶରୀର ଓ ମନ ର ମିଳନ ହୋଇ ଥାଏ। ଏହା ଏକ ସାମାଜିକ ପରମ୍ପରା। ତେବେ ଏହି ପ୍ରେମ ସମ୍ପର୍କରେ ଯେତେବେଳେ ଉତ୍ତମ ବୁଝାମଣା ରହିଥାଏ ସେଥିରେ ସୁନ୍ଦର ଅନୁଭବ ରହିଥାଏ।କୌଣସି ବି ସମ୍ପର୍କ ମଧ୍ୟରେ ଆଉ ମଧୁରତା ଦେଖିବା ପାଇଁ ମିଳୁନାହିଁ। ସବୁଠାରେ ଏକ ପ୍ରକାରର ସ୍ବାର୍ଥ ଏବଂ ହୀନ ମନ୍ୟତାର ପରିଚୟ ଦେଖିବାକୁ ମିଳୁଛି। ସେହିପରି ଏହି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଏଠାରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ରାସ୍ତା ଉପରେ ମାଡ଼ ମାରି ତାଙ୍କୁ ଗାଳି ଗୁଲଜ କରିଛନ୍ତି। ଯୁବତୀ ତାଙ୍କୁ ଧୋକା ଦେଇ ଥିବାରୁ ସେ ତାଙ୍କର ଦେଇଥିବା ସମସ୍ତ ଜିନିଷକୁ ମଧ୍ୟ ଫେରାଇବାକୁ କହୁଛନ୍ତି। ଉକ୍ତ ଉତ୍ତ୍ୟକ୍ତ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଏସବୁ କରିବାକୁ ଅଟକାଉ ଅଛନ୍ତି। ତେବେ ଏହି ଘଟଣା ବୟାନ କରୁଛି ଏମାନଙ୍କ ପାଇଁ ପ୍ରେମକୁ ନେଇ ରହିଛି କେତେ ସମ୍ମାନ ଏବଂ ଆନ୍ତରିକତା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ଓଡିଶା ଶିକ୍ଷକ ସଂଘର କଡା ଚେତାବନୀ : ରବିବାର ଛୁଟି ନ ଦେଲେ ଆଇନ୍‌ର ଆଶ୍ରୟ ନେବୁ, ରବିବାର ସ୍କୁଲ ଖୋଲିବା ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…
2022-12-05T02:26:02Z
https://news22media.com/bich-rastare-college-students/
OSCAR-2301
ସୋନୁ ନିଗମ (ଜନ୍ମ ୩୦ ଜୁଲାଇ ୧୯୭୩ , ଫରିଦାବାଦ, ହରିୟାଣା)[୧] ଜଣେ ଭାରତୀୟ ଗାୟକ ଅଟନ୍ତି ଯେକି ଅନେକ ହିନ୍ଦୀ, ମରାଠୀ, ଓଡ଼ିଆ, ତେଲଗୁ, ତାମିଲ, କନ୍ନଡ ଓ ବଙ୍ଗଳା ସିନେମା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ୍ ଆଲବମରେ କାମ କରିବା ସଙ୍ଗେ ସଙ୍ଗେ କିଛି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ସୋନୁ ନିଗମ Background information Born (1973-07-30) ୩୦ ଜୁଲାଇ ୧୯୭୩ (ବୟସ ୪୯) ଫରିଦାବାଦ, ହରିୟାଣା, ଭାରତ Genres ପପ, ପ୍ରଚ୍ଛଦପଟ୍ଟ ଗାୟନ Occupation(s) ଗାୟକ, ଅଭିନେତା, ସଙ୍ଗୀତକାର, ଟେଲିଭିଜନ ଉପସ୍ଥାପକ, ରେଡିଓ ଜକି Instruments କଣ୍ଠ Years active ୧୯୮୫ରୁ ଏବେଯାଏଁ Website sonuniigaam.in ବିଷୟସୂଚୀ ୧ କ୍ୟାରିୟର ୧.୧ ପ୍ରାରମ୍ଭିକ କ୍ୟାରିୟର ୨ ଆଧାର ୩ ବାହାର ଆଧାର କ୍ୟାରିୟରସମ୍ପାଦନ କରନ୍ତୁ ପ୍ରାରମ୍ଭିକ କ୍ୟାରିୟରସମ୍ପାଦନ କରନ୍ତୁ ସୋନୁ ନିଗମ ୩ ବର୍ଷ ବୟସରେ ତାଙ୍କ ବାପାଙ୍କ ସଙ୍ଗେ ମଞ୍ଚ ଉପରେ ମହମ୍ମଦ ରଫିଙ୍କ ଗୀତ “କ୍ୟା ହୁଆ ତେରା ୱାଦା......” ଗାଇ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ତା’ ପରଠାରୁ ସୋନୁ ତାଙ୍କ ବାପାଙ୍କ ସଙ୍ଗେ ବିବାହ ଓ ପାର୍ଟି ଆଦିରେ ଗୀତ ଗାଇବାକୁ ଲାଗିଲେ । ସେ ତାଙ୍କ ସ୍ୱଳ୍ପ ବୟସ ସମୟରେ ଅନେକ ସଙ୍ଗୀତ ପ୍ରତିଯୋଗିତାରେ ସଫଳତାର ସହିତ ଭାଗନେଇଥିଲେ । ସେ ଗାୟକ ଭାବେ କ୍ୟାରିୟର ଗଢିବାଲାଗି ୧୯ ବର୍ଷ ବୟସରେ ତାଙ୍କ ବାପାଙ୍କ ସହିତ ମୁମ୍ବାଇ ଚାଲିଆସିଲେ । ଆରମ୍ଭରେ ମୁମ୍ବାଇରେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ସେ ମହମ୍ମଦ ରଫିଙ୍କ ଗୀତ ଗାଇବାକୁ ଆରମ୍ଭକଲେ, ମୁଖ୍ୟତଃ T-Seriesର କେତେକ “ରଫି କି ୟାଦେଁ” ଆଲବମରେ । T-Series ସଂସ୍ଥାପକ ଗୁଲଶନ କୁମାର ସୋନୁଙ୍କ ଦକ୍ଷତା ଚିହ୍ନିବାରେ ଏବଂ ତାଙ୍କୁ ଅନେକ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କଣ୍ଠଶିଳ୍ପୀ ରୂପେ ସୋନୁଙ୍କ ପ୍ରଥମ ଗୀତ ଜାନମ୍ (୧୯୯୦) ଫିଲ୍ମରେ ଥିଲା, କିନ୍ତୁ ଏହା ରିଲିଜ୍ ହୋଇନଥିଲା । ପ୍ରସିଦ୍ଧ ଟିଭି ସୋ ସା-ରେ-ଗା-ମାରେ ଆସିବା ପୂର୍ବରୁ ସେ ଅନେକ ରେଡିଓ ବିଜ୍ଞାପନରେ ସୁଯୋଗ ପାଇଥିଲେ । ସେ ଜଣେ ଉତ୍କୃଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଉସ୍ତାଦ ଗୁଲାମ ମୁସ୍ତଫା ଖାନ୍ ଙ୍କଠାରୁ ତାଲିମ ନେଇଥିଲେ । ସୋନୁ ସା-ରେ-ଗା-ମା (ଗାୟନ ପ୍ରତିଯୋଗିତା)ର ସଞ୍ଚାଳକ ରୂପେ କାମ ଆରମ୍ଭ କରିଥିଲେ, ଯାହାର ପ୍ରଥମ ଅଧ୍ୟାୟ ୧ ମଇ ୧୯୯୫ରେ ପ୍ରସାରିତ ହୋଇଥିଲା ଏବଂ ଖୁବ୍ ଶୀଘ୍ର ଭାରତୀୟ ଟେଲିଭିଜନ୍ର ଅନ୍ୟତମ ଲୋକପ୍ରିୟ ସୋ ହୋଇଗଲା । ଏହି ସୋ ସୋନୁଙ୍କୁ ନିଜ ଗାଇବାର ଦକ୍ଷତା ଓ ଦର୍ଶକଙ୍କୁ ମୁଗ୍ଧ କରିବାର କ୍ଷମତା ଦେଖାଇବାରେ ସାହାଯ୍ୟ କଲା । ଅତି ଶୀଘ୍ର ସେ ଆଲ୍‌ବମ ବେୱଫା ସନମ (୧୯୯୫)ର ଗୀତ “ଅଚ୍ଛା ସିଲା ଦିଆ...” ଗାଇଲେ, ଯାହାକି ଖୁବ୍ ସଫଳ ଥିଲା । ଏହାପରେ ଅଧିକ ସୁଯୋଗ ମିଳିବାରେ ଲାଗିଲା । ଅନୁ ମଲିକଙ୍କ ସଂଯୋଯିତ ବର୍ଡର୍(୧୯୯୭) ଫିଲ୍ମର ଗୀତ “ସନ୍ଦେଶେ ଆତେ ହେଁ...” ତାଙ୍କ ପ୍ରସିଦ୍ଧି ବଢେଇଥିଲା । ସେହି ବର୍ଷ ନଦୀମ-ଶ୍ରବଣଙ୍କ ସଂଯୋଯିତ ପରଦେଶ୍ ଫିଲ୍ମର ଗୀତ “ୟେ ଦିଲ ଦିୱାନା” ତାଙ୍କ ରଫିଙ୍କ ନକଲ ହେବାର ଛବିକୁ ବଦଳାଇଦେଲା । ତା’ପରେ ସେ ନିଜର ଭିନ୍ନ ଏକ ଶୈଳୀ ପ୍ରସ୍ତୁତ କଲେ ଓ ଭାରତର ନୂତନ କଣ୍ଠଶିଳ୍ପୀମାନଙ୍କ ଆଦର୍ଶ ପାଲଟିଗଲେ । ସମୟାନୁକ୍ରମେ ସୋନୁ ଭାରତୀୟ ସଙ୍ଗୀତ ଜଗତର ଏକ ମୁଖ୍ୟ ଶକ୍ତି ହୋଇଯାଇଛନ୍ତି । ସେ ଅନେକ ହିନ୍ଦୀ ଫିଲ୍ମର ଗୀତରେ କଣ୍ଠଦାନ କରିଛନ୍ତି ଏବଂ ଅନେକ ପୁରସ୍କାର ଜିତିଛନ୍ତି । ତାଙ୍କର “କଲ୍ ହୋ ନା ହୋ” ଓ “ମେଁ ହୁଁ ନା” ଆଦି ଚଳଚ୍ଚିତ୍ରର ଶୀର୍ଷକ ଗୀତ ଅନେକ ପ୍ରସିଦ୍ଧ । ସେ ନିଜକୁ ଏକ ପ୍ରକାର ଗୀତରେ ବାନ୍ଧି ନ ରଖି ବିଭିନ୍ନ ପ୍ରକାର(ରୋମାଣ୍ଟିକ୍, ରକ୍, ଦୁଃଖ, ଦେଶାତ୍ମବୋଧକ) ଗୀତରେ ନିଜର କଳା ନିପୁଣତାର ପ୍ରଦର୍ଶନ କରିଛନ୍ତି । ସୋନୁ ହିନ୍ଦୀ ବ୍ୟତୀତ ନିଜ ନିର୍ଭୁଲ ଉଚ୍ଚାରଣରେ ମରାଠୀ, ଓଡ଼ିଆ, ତେଲଗୁ, ତାମିଲ, କନ୍ନଡ, ବଙ୍ଗଳା, ପଞ୍ଜାବୀ, ଭୋଜପୁରୀ, ଉର୍ଦ୍ଦୁ, ନେପାଳୀ ଓ ଇଂରାଜୀ ଭାଷାରେ ଗୀତ ଗାଇଛନ୍ତି ।
2022-12-06T11:52:11Z
https://or.m.wikipedia.org/wiki/%E0%AC%B8%E0%AD%8B%E0%AC%A8%E0%AD%81_%E0%AC%A8%E0%AC%BF%E0%AC%97%E0%AC%AE
OSCAR-2301
ପୁଣି ଦୁଃଖର ବିଷୟ-ପରିବାର ର ଭରଣପୋଷଣ କରୁଛି ଜଣେ ବାପା ଛେଉଣ୍ଡ ପୁଅ, ତା ବିଷୟରେ ଜାଣିଲେ ଆଖିରେ ଲୁହ ଆସିଯିବ – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home viral news ପୁଣି ଦୁଃଖର ବିଷୟ-ପରିବାର ର ଭରଣପୋଷଣ କରୁଛି ଜଣେ ବାପା ଛେଉଣ୍ଡ ପୁଅ, ତା ବିଷୟରେ ଜାଣିଲେ ଆଖିରେ ଲୁହ ଆସିଯିବ ପୁଣି ଦୁଃଖର ବିଷୟ-ପରିବାର ର ଭରଣପୋଷଣ କରୁଛି ଜଣେ ବାପା ଛେଉଣ୍ଡ ପୁଅ, ତା ବିଷୟରେ ଜାଣିଲେ ଆଖିରେ ଲୁହ ଆସିଯିବ viral news By Apurva Das 0 Share ଦୁନିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ର୍ଘଟଣା ଘଟୁଛି। ବେଳେ ବେଳେ କିଛି ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ ଆଉ ବେଳେବେଳେ କିଛି ଘଟଣାରୁ ଶିଖିବାକୁ ମିଳି ଥାଏ।କିନ୍ତୁ ଏବେ ସେହିପରି ଏକ ଘଟଣା ଦେଖା ଦେଇଛି ଯେଉଁଠି ବାପା ନ ଥିଲେ ମଧ୍ୟ ଜଣେ ପରିବାର ର ଭାରଣପୋଷଣ କରୁପାରୁଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଜାଣିବ। ଏହି ଘଟଣାଟି ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟମ୍ପସ ରେ ଅମୀତ ପୃଷ୍ଟି ନାମକ ଏକ ଗରିବ ବାଳକ। ଯିଏ କି ବାପା ଛେଉଣ୍ଡ। ବାପା ଆର ପାରି କୁ ଗଲା ପରେ ସେ ବାପାଙ୍କର ବ୍ୟବସାୟ କୁ ଚଳାଉ ଅଛି। ତା ଘରେ କେବଳ ମା ଆଉ ଭଉଣୀ ଅଛି। ତେବେ ଆସନ୍ତୁ ସେ ବିଷୟରେ ଜାଣିବା ଜଣେ କଅଁଳ କାନ୍ଧରେ ପରିବାରର ବୋଝ।ଯିଏ କି ପାଠ ପଢିବା ସହ ଇଟିଲି ବିକି ପରିବାର ଚଳାଉ ଅଛନ୍ତି ଏହି ନବମ ଶ୍ରେଣୀର ଛାତ୍ର। ଯେଉଁ ସମୟରେ ସେ ଚାପଳାମି,ଖେଳ କୂଦ କରିବା କଥା ସେହି ସମୟରେ ତାର ନିଷ୍ଠୁର ପରିସ୍ଥିତି ସବୁ ସାରି ଦେଇଛି। ଏତେ ପରିସ୍ଥିରେ ମଧ୍ୟ ପାଠ ପଢ଼ି ବଡ଼ ମଣିଷ ହେବାକୁ ଦୃଢ଼ ନିଷ୍ପତି ନେଇଛି ଏହି ଅବୁଝା ମନ। ଏହି ଇଟିଲି ଦୋକାନ ଟି ଭୁବନେଶ୍ୱର ର ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଭିତରେ। ଏହି ଦୋକାନ ଆଗରେ ସବୁବେଳେ ଛାତ୍ର ଏବଂ ଛାତ୍ରୀଙ୍କ ଖାଇବା ପାଇଁ ଭିଡ଼ ଲାଗିଥାଏ।ସେହି ପରିବାର ଚଳେଇବା ଆଉ କେହି ନଥିବାରୁ ସେ ଏହି ବ୍ୟବସାୟ କରିବାକୁ ଆପଣେଇ ନେଇଛନ୍ତି।ଆସନ୍ତୁ ଜାଣିବା ସେ ପିଲା ସମ୍ପର୍କରେ। ସେହି ପିଲା ବା ଅମୀତ ସେ ସକାଳେ ଇଟିଲି ବେପାର କରେ ଏବଂ ୪ ତା ବେଳ ଟିଉସନ ପଢିବାକୁ ଯାଇଥାଏ।ସେ ନିଜକୁ ଦୃଢ଼ କରିଛନ୍ତି ପାଠ ପଢି କି କିଛି କରିବା ପାଇଁ।ଆଉ ସେ କହୁଛନ୍ତି ମୁଁ ଏଠି କାମ କରି ସାରି ସ୍କୁଲ ଯାଏ ପରେ ପୁଣି ଟିଉସନ ଯାଇଥାଏ।ସେଠାକାର ଗ୍ରାହକ ମ ମାନେ କହୁଛନ୍ତି,“ସେ ପିଲାଟି ସକାଳେ ଏଠି ବେପାର ପରେ ସ୍କୁଲ ଯାଇଥାଏ ପୁଣି ଆସିଲା ପରେ ଟିଉସନ ଯାଇଥାଏ ଏବଂ ରାତିକି ସେ କ୍ୟାତ୍ରିନ କାମରେ ବା ହୋଟେଲ ପାର୍ଟି ମାନଙ୍କରେ ଖାଇବାକୁ ଦେବା ପାଇଁ ଯାଇଥାଏ। ଅନେକ ଛାତ୍ର ଛାତ୍ରୀ ଏବଂ ଲୋକ ମାନେ ତାର ଏହି ଆତ୍ମ ନିର୍ଭରଶୀଳର ପ୍ରୟାସ ଦେଖିକି ପ୍ରଶଂସା କରିଛନ୍ତି। ଆଉ ମଧ୍ୟ ସମସ୍ତେ କହୁଛନ୍ତି ଏତେ କମ ବୟସରେ ପରିବାରର ଭାର ନିଜ କାନ୍ଧକୁ ନେବାଟା ବହୁତ ବଡ଼ କାମ କରିଛନ୍ତି।ପରିସ୍ଥିତି ର ଚିନ୍ତା ଆଜି ତାର କଅଁଳ ମନକୁ ଦୃଢ଼ କରିଛି । ଯାହା ହେଉ ତାର ବାପା ଆର ପାରି କୁ ଯିବା ପରେ ଭାଙ୍ଗି ନପଡ଼ି ଆତ୍ମ ନିର୍ଭରଶୀଳ ହୋଇ ପାରିଛି। ଏହି ଅମୀତ ନାମକ ବାଳକ ଯେ କି ଆଜିକାଲି ଦୁନିଆର ଉଦାହରଣ ସୃଷ୍ଟି କରିଛି ତାହା ହେଲା ଏତେ ବଡ଼ ପରିସ୍ଥିତି ରେ ପଡି ମଧ୍ୟ ଆତ୍ମନିର୍ଭରଶୀଳ ହୋଇ ପାରିଛି। ତା ପିଲା ଦିନର ଖେଳକୁଦ ଏବଂ ମଜା ମସ୍ତି ସବୁ କିଛି ଭୁଲିଯାଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ପୁଣି ଏକ ଭିଡିଓ ଭାଇରଲ-ଦେଢଶୁର ଭାଇ ବୋହୁ ସହ ଏମିତି କଣ କଲେ ଥାନାର ଆଶ୍ରୟ ନେବାକୁ ବାଧ୍ୟ ହେଲେ,ତେବେ ଆସନ୍ତୁ ଘଟଣା ସମ୍ପର୍କରେ Next Post IAS ପ୍ରଶ୍ନ – ମହିଳା ମାନଙ୍କର କେଉଁ ଅଙ୍ଗ ରାତି ହେବ ମାତ୍ର ବଡ ହୋଇଯାଏ ?ଏହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହାସ ଅଛି ତ ଉତ୍ତର ଦିଅ
2022-12-03T03:38:46Z
https://news22media.com/puni-dhukhara-bisaya-paribarr-brnpusana-karuchi-jane-bapa-cheunda-pua/
OSCAR-2301
7:19 amଗୋଲାମୁଣ୍ଡା: ସରକାରୀ କ୍ୱାର୍ଟର୍ସରୁ ଦଶପୁର ଫାଣ୍ଡି କନେଷ୍ଟବଲ ଦେବରାଜ ନାଏକଙ୍କ ଝୁଲନ୍ତା ମୃତଦେହ ଉଦ୍ଧା 11:27 pmଧର୍ମଶାଳା ତହସିଲ ରାସ୍ତାରେ ରସୁଲପୁର ଅଞ୍ଚଳର ଲିଜ୍‌ଧାରୀଙ୍କ ବାଲି ପରିବହନକୁ ବିରୋଧ 11:21 pmବିଧାୟକ ରମେଶ କୋର୍ଟରେ ହାଜର, ୪ ମାମଲାରେ ବୟାନ ରେକର୍ଡ଼ 11:17 pmସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ରେଲ ଲାଇନପଡାରେ ଗ୍ୟାସ୍‌ ଦୋକାନରେ ସିଲିଣ୍ଡର ଫାଟି ଘର ଧ୍ବଂସ। ହୁତୁହୁତୁ ନିଆଁରେ ଜଣେ ବୃଦ୍ଧା ଗୁରୁତର। ଅଗ୍ନିଶମ ବାହିନୀ ଆପ୍ରାଣ ଉଦ୍ୟମ ସତ୍ୱେ ଆୟତ୍ତ ହୋଇ ପାରୁନି ନିଆଁ 11:15 pmନୀଳାଚଳ ଏକ୍ସପ୍ରେସ ଟ୍ରେନରେ ବସିଥିବା ବେଳେ ଯାତ୍ରୀଙ୍କ ଗଳାରେ ଫୁଟିଗଲା ଲୁହାରଡ଼,ଘଟଣାସ୍ଥଳରେ ହେଲା ମୃତ୍ୟୁ TOP NEWS ଏରବାଙ୍କ ପଂଚାୟତରେ ବ୍ୟାପକ ଅନିୟମିତତା,ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ Posted on July 11, 2020 at 12:11 am by Aei Odisha 475 0 ଯାଜପୁର ଅଫିସ : (ସ୍ନେହଂଶୁ ଶେଖର ମହାନ୍ତି )ବରୀ ନିର୍ବାଚନ ମଣ୍ଡଳୀ ଅଧିନ ଏରବାଙ୍କ ପଂଚାୟତରେ ବ୍ୟାପକ ଅନିୟମିତତା ହୋଇଛି । ମନୋରଗା କାର୍ଯ୍ୟରେ ଶ୍ରମିକ ମାନଙ୍କ ବଦଳରେ ମେସିନ କାମ କରୁଛି । ୩ ଶହ ମିଟର ରାସ୍ତା କାମ କରାଯାଇ ୩ କି,ମି ରାସ୍ତାର ବିଲ୍ କରାଯାଉଛି । ଏଭଳି ଅଭିଯୋଗ ଗୁରୁବାର ଅପରାହ୍ନରେ ଏରବାଙ୍କ ପଂଚାୟତର ନର୍ସରୀ ପଡିଆରେ ସାମ୍ବାଦିକ ସମ୍ମିଳନୀ ଡକାଯାଇ ସମାଜ ସେବୀ ଦେବି ପ୍ରସାଦ ବିଶ୍ୱାଳ, ବିଦ୍ୟୁତ କୁମାର ସାହୁ,ଏସ.ଆର ଦାସ, ସୈାମ୍ୟ ପ୍ରକାଶ ସାମଲ,ପ୍ରୟବ୍ରତ ମଲ୍ଲିକ ପ୍ରମୁଖ କହିଛନ୍ତି । ଏମାନେ ଆହୁରୀ ଅଭିଯୋଗ କରିଛନ୍ତି ଯେ ଜନହିତକର କାର୍ଯ୍ୟ ନାଆଁରେ ଅର୍ଥ ଉଠାଣ କରି ମିଥ୍ୟା ବିଲ୍ କରୁଛନ୍ତି । ଗୋଚର ଜମିକୁ ନଷ୍ଟ କରି ସେଠାରେ ନିମ୍ନମାନର ରାସ୍ତା କାମ କରାଯାଉଛି । କୋଭିଡ-୧୯ ପାଇଁ ହୋଇଥିବା ଅସ୍ଥାୟି ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ଅନୟମିତତା ହେଉଛି । ଅନ୍ତେବାସୀଙ୍କୁ ଉପ-ଯୁକ୍ତ ଖାଦ୍ୟ ମିଳୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସରପଂଚଙ୍କ ପୁଅ ପଂଚାୟତରେ ଗୁଣ୍ଡାରାଜ କରୁଛି । ଏନେଇ ପଂଚାୟତରେ ଆତଙ୍କ ଖେଳି ଯାଇଛି ବୋଲି ସାମ୍ବାଦିକ ସମ୍ମିଳନିରେ ସାମଲ କହିଛନ୍ତି । ନର୍ସରରୀରୁ ଜୀବନ୍ତ ଗଛକୁ କାଟି ନେଇ ସରପଂଚଙ୍କ ପୁଅ ଉଚ୍ଚା ଦାମ୍‌ରେ ବିକ୍ରୀକରି ଦେଉଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି । ୭ ଦିନ ଭିତରେ ଏହି ଅଭିଯୋଗକୁ ପ୍ରଶାସନ କଣ୍ଣପାତ କରି ସମାଧାନ ନ କଲେ କୋଭିଡ-୧୯ ନିୟମାବଳୀକୁ ପାଳନ କରି ଆମରଣ ଅନଶନ କରିବେ ବୋଲି ଅଭିଯୋଗ କାରୀମାନେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅପର ପକ୍ଷେ ସରପଂଚଙ୍କ ପୁଅ ଦିଦ୍ୟ ରଂଜନ ସାହୁଙ୍କୁ ପଚାରିବାରୁ ଦେବୀ ପ୍ରସାଦ ବିଶ୍ୱାଳଙ୍କ ସହିତ ମୋର ବ୍ୟକ୍ତିଗତ କେସ୍ ରହିଛି । ଏନେଇ ଥାନାରେ ଅଭିଯେଗା ହୋଇଥିଲାବେଳେ କୋର୍ଟରେ ମାମଲା ବିଚାରଧିନ ରହିଛି । ଅଭିଯୋଗ କାରିଙ୍କ ଅଭିଯୋଗରେ କୈାଣସି ସତ୍ୟତା ନାହିଁ । ମୋ ମାଆ ସରପଂଚ ଅଛନ୍ତି ତାଙ୍କ ସମୟରେ ଆମ ପଂଚାୟତରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଯାରି ରହିଛି ବୋଲି ସାହୁ ପ୍ରତିକ୍ରିୟାରେ ଏକଥା କହିଛନ୍ତି । Aei Odisha Previous Post Next Post Related Post ହୋମ କ୍ୱାରେନଟାଇନରେ ଥିବା ଯୁବକର ସନ୍ଦେହଜନ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ Posted by Aei Odisha - April 13, 2020 0 ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ହୋମ କ୍ୱାରେନଟାଇନରେ ଥିବା ଜଣେ ଯୁବକର ସନ୍ଦେହଜନ ମୃତ୍ୟୁ । ଘର ନିକଟସ୍ଥ ବାଡିରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ।… ଅଙ୍ଗନ୍ ବାଡି କର୍ମୀ ଙ୍କ ମନ ମୁଖି କାର୍ଯ୍ୟ,ବାରୁଦ ଖାନା ଅଙ୍ଗନବାଡି କେନ୍ଦ୍ର ରେ ଉତ୍ତେଜନା Posted by Aei Odisha - September 26, 2020 0 ନୀଳଗିରି :(ସୌମ୍ୟା ସାଇ ବାରିକ) ଅଙ୍ଗନ୍ ବାଡ଼ି କର୍ମୀ ଙ୍କ ମନ ମୁଖି କାର୍ଯ୍ୟ କୁ ଗ୍ରାମବାସୀ ମାନେ ବିରୋଧ କରିବାରୁ ଘଟଣା ସ୍ଥଳ ରେ ଉତ୍ତେଜନା ସୃଷ୍ଟି… ଭିନ୍ନକ୍ଷମ ଦଳିତ ପରିବାରକୁ ମିଳୁନାହିଁ ସରକାରୀ ଆବାସ Posted by Aei Odisha - August 11, 2020 0 ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ ) ସରକାରୀ ଆବାସ ପ୍ରଦାନ କ୍ଷେତ୍ରରେ କରାଯାଉଛି ପାତରଅନ୍ତର ।ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ଆବସ ପ୍ରଦାନ କରାଯାଉଥିବାବେଳେ ବହୁ ଗରବ ପରିବାରଙ୍କୁ ମିଳୁନାହିଁ… ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ:ମତଦାନ ହାର ୭୦ ପ୍ରତିଶତରୁ ଅଧିକ Posted by Aei Odisha - February 17, 2022 0 ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଫେବୃୟାରୀ ୧୬ ତାରିଖ ଦିନ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ।ପ୍ରଥମ ପର୍ଯ୍ୟାୟ ରେ ଓଡ଼ିଶାର… ଆନ୍ଦୋଳନ କୁ ସପକ୍ଷ ଓ ବିପକ୍ଷ ନାମରେ ଭାଗଭାଗ କରିବାକୁ ପଥର ମାଫିଆଙ୍କ ଉଦ୍ୟମକୁ ଗାଁବାସୀଙ୍କ ଦୃଢ ଜବାବ Posted by Aei Odisha - September 4, 2021 0 ବୌଦ୍ଧ ୩/୯( ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ଚାଲିଥିବା ପଥର କ୍ବାରୀ ବନ୍ଦ ନିମିତ୍ତ ଚାଲିଥିବା ଆନ୍ଦୋଳନକୁ… Leave a comment Your email address will not be published. Required fields are marked * Search ବଡ ଖବର ଉମେର ଗ୍ରାମରେ ମହାଭାରତ ମହାଯଜ୍ଞର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ “ଗୀତା ଜୟନ୍ତୀ” ପାଳିତ ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ ବେଆଇନ ମୁରୁମ୍ ଚାଲାଣ ବେଳେ ତହସିଲଦାର ଙ୍କ ଚଢାଉ,୪୫ ହଜାର ଟଙ୍କା ଜୋରିମାନା ଆଦାୟ ଦାଦନ ହୋଇ ଗଲେ ଶବ ହୋଇ ଫେରିଲେ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ମହୋତ୍ସବ ପଡିଆ ସଫେଇ କାର୍ଯ୍ୟକ୍ରମ ବେଲଗୁଣ୍ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା; ମୋଟ ୯୭ ପ୍ରକଳ୍ପ ପ୍ରଦର୍ଶିତ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଏନଏସଏସ ପକ୍ଷରୁ ସ୍ବେଚ୍ଛାସେବୀ ଦିବସ ପାଳିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଯୌତୁକ ନିର୍ଯ୍ୟାତନା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ୩ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଧର୍ମଗଡ଼ କୋର୍ଟ Newsletter LN Entertainment TV Network is a complete video News Agency and a Media production house “LN ENTERTAINMENT TV NETWORK” stated from Bhubaneswar. Recently it has been inarguably one of leading production house in Bhubaneswar, Odisha It is equipped with ... Read More
2022-12-06T08:00:47Z
https://www.aeiodisha.com/18777/
OSCAR-2301
ପ୍ରତିଦିନ ରାଜସ୍ଥାନର ଜଳକ୍ଳିଷ୍ଟ ଉଦୟପୁର ଜିଲ୍ଲାର ଜଣେ ଆଦିବାସୀ ଦିନମଜୁରିଆ ଡଲି ବାଦା ନିଜ ପରିବାର ପାଇଁ ପାଣି ଆଣିବାକୁ ତାଙ୍କ ଗଧ ସହ ଖୁବ୍‌ କଷ୍ଟରେ ପାହାଡ଼ରୁ ତଳକୁ ଓହ୍ଲାନ୍ତି ଏବଂ ଉପରକୁ ଚଢ଼ନ୍ତି । Sramana Sabnam Translator : OdishaLIVE Language Odia English Odia Assamese Urdu Hindi Tamil Marathi Punjabi Read the story in pictures Share Print this story Udaipur , Rajasthan See more from this region ଦୀର୍ଘଶ୍ୱାସ ଛାଡ଼ି ଡଲି ବାଦା କୁହନ୍ତି, ‘‘ସକାଳୁ ଏହା ତୃତୀୟ ଥର ମୋ ଗଧ ପାହାଡ଼ ଉପରକୁ ପାଣି ବୋହିଲାଣି’’। “ସେ ହାଲିଆ ହୋଇଯାଉଛି ଏବଂ ଆମ ପାଖରେ ତାକୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ ମଧ୍ୟ ନାହିଁ।’’ ଯେତେବେଳେ ମୁଁ ୫୩ବର୍ଷ ବୟସ୍କା ଡଲି ବାଦାଙ୍କ ଘରେ ପହଞ୍ଚିଲି, ସେ ଗଧଟିକୁ ବଳକା ହରଡ଼ଡାଲି ଏବଂ ଘାସ ଖୁଆଉଥିଲେ। ତାଙ୍କ ସ୍ୱାମୀ ବାଦାଜୀ ଆକାଶକୁ ଚାହିଁଥିଲେ- ଏହା ଜୁନ୍‌ର ମଝି ସମୟ ଥିଲା। ସେ ବାଗ୍ରି ରାଜସ୍ଥାନୀ ଭାଷାରେ କହିଲେ, ‘‘ମୁଁ ଭାବୁଛି ବର୍ଷା ହେବ’’, ମୌସୁମୀ ସମୟରେ ପାଣି ଖୁବ୍‌ ମଇଳା ହୋଇଯାଏ ଏବଂ ମୋ ସ୍ତ୍ରୀକୁ ଆମ ଗଧ ସହ ବର୍ଷାରେ ମଇଳା ପାଣି ଆଣିବାକୁ ଯିବାକୁ ହୁଏ । ରାଜସ୍ଥାନ ଉଦୟପୁର ଜିଲ୍ଲାର ରିଷଭଦେଓ ତହସିଲର ପ୍ରାୟ ୧,୦୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ପାଚା ପଦଲା, ଯାହାକି ଉଦୟପୁର ସହରଠାରୁ ପ୍ରାୟ ୭୦କିଲୋମିଟର ଦୂରରେ ଅଛି। ଏଠି ମଣିଷ ଏବଂ ଜୀବଜନ୍ତୁ ଗୋଟିଏ ବର୍ଷାଦିନିଆ ଝରଣାରୁ ପାଣି ପିଅନ୍ତି। ଯେତେବେଳେ ସେଗୁଡ଼ିକ ଶୁଖିଯାଏ ଲୋକମାନେ ଭୂଇଁରେ ଗାତ ଖୋଳନ୍ତି ପାଣି ଉଠାଇବା ପାଇଁ। ଯେତେବେଳେ ବର୍ଷାହୁଏ ସେତେବେଳେ ଏହି ବଡ଼ ବଡ଼ ଗାତ ସବୁ ବର୍ଜ୍ୟ ସାମଗ୍ରୀରେ ଭରିଯାଏ। ପଦଲାର ଲୋକମାନେ ସଫା ପାଣି ଆସିବା ଆଶାରେ ଆଉ କିଛି ଗାତ ଖୋଳନ୍ତି ଏବଂ ଅନେକ ପରିବାର ପାହାଡ଼ ଉପରକୁ ପିଇବା ପାଣି ନେବା ପାଇଁ ସେମାନଙ୍କର ପୋଷା ଗଧମାନଙ୍କ ଉପଯୋଗ କରନ୍ତି- ଅନ୍ୟ ଗାଁ’ର ଲୋକମାନେ ପଦଲାକୁ ଗଧ ପାଣି ବୋହୁଥିବା ଗାଁ ଭାବରେ ସୂଚିତ କରନ୍ତି। ଗଧମାନେ ବୋହୁଥିବା ପାଣି ଅନ୍ୟ ଘରୋଇ କାମ ପାଇଁ ବ୍ୟବହାର କରାଯାଏ। ଯଦିଓ ଅଧିକାଂଶ ସମୟରେ ମହିଳାମାନେ ସେହି ଗାତ କିମ୍ବା ଝରଣା ନିକଟକୁ ବାସନ ଓ କପଡ଼ା ସଫା କରିବାକୁ ନେବାକୁ ଚେଷ୍ଟା କରନ୍ତି। ଏଠାରେ ଲୋକମାନେ କୁହନ୍ତି ଗଧ ହେଉଛି ଏକ ନିବେଶ ଯାହା ବର୍ଷବର୍ଷ ଧରି ସବୁମାସରେ ବିନା କ୍ଳାନ୍ତିରେ ପାହାଡ଼ ଉପରକୁ ପାଣି ବୁହେ । PHOTO • Sramana Sabnam PHOTO • Sramana Sabnam PHOTO • Sramana Sabnam ପାଚା ପଦଲା ଗାଁ’ରେ ଅନେକ ପରିବାର (ଡଲି ବାଦା ଏବଂ ତାଙ୍କ ସ୍ୱାମୀ ବାଦାଜୀଙ୍କ ସମେତ, ମଝି ଫଟୋ) ପାହାଡ଼ ଉପରକୁ ପିଇବା ପାଣି ଆଣିବା ପାଇଁ ଗଧମାନଙ୍କୁ ବ୍ୟବହାର କରନ୍ତି ଡଲି ଏବଂ ବାଦାଜୀ ଜଣେ ସ୍ଥାନୀୟ ଠିକାଦାର ପାଖରେ ଦିନମଜୁରିଆ ଭାବରେ କାମ କରନ୍ତି। ଯେତେବେଳେ କାମ ଉପଲବ୍ଧ ହୁଏ ସେମାନେ ପ୍ରତ୍ୟେକ ଦିନକୁ ପ୍ରାୟ ଟ. ୨୦୦ ଆୟ କରନ୍ତି । ଏଥିସହ ବାଦାଜୀ ହରଡ଼, ବୁଟ, ମକା, ଏବଂ ପନିପରିବା ଏକ ଏକରରୁ କମ୍‌ ସରକାରୀ ପଟ୍ଟା ଜମିରେ ଚାଷ କରନ୍ତି। ସେମାନେ ୨୦୧୭ ମସିହାରେ ଆଉ ଏକ ପରିବାରଠାରୁ ଟ. ୨,୫୦୦ରେ ଗୋଟିଏ ଅଣ୍ଡିରା ଗଧ କିଣିଲେ – ଯିଏ ପାଣି ବୋହିଥାଏ। ସେମାନେ କୁହନ୍ତି, ‘‘ଏହି ଅର୍ଥ ସଞ୍ଚୟ କରିବା ପାଇଁ ସେମାନଙ୍କୁ ୧୮ମାସ ସମୟ ଲାଗିଯାଇଥିଲା। ସେମାନଙ୍କ ପରିବାର ଅହରି ଆଦିବାସୀ ସମୂହର-ସେମାନଙ୍କର ଗୋଟିଏ ମାଈ ଗଧ ଏବଂ ଅଣ୍ଡିରା ଗଧ ଛୁଆ ଏବଂ ଗୋଟିଏ ଛେଳି ଏବଂ ଗୋଟିଏ ଗାଈ ଅଛନ୍ତି । ଡଲି ବାଦା ସକାଳ ୫ଟାରୁ ତାଙ୍କର ପାଣିକାମ ଆରମ୍ଭ କରନ୍ତି। ପ୍ରତ୍ୟେକ ଥର ପାହାଡ଼ତଳକୁ ଓହ୍ଲାଇବାକୁ ୩୦ମିନିଟ୍‌ ସମୟ ଲାଗେ ଓ ଉପରକୁ ଚଢ଼ିବାକୁ ଏକ ଘଣ୍ଟା। ସେ ଗୋଟିଏ ଥର ଯାଆନ୍ତି ଏହାପରେ କିଛି ଘରକାମ କରନ୍ତି, ଏହାପରେ ପୁଣି ଥରେ ଗଧ ସହ ପାହାଡ଼ ତଳକୁ ଓହ୍ଲାନ୍ତି- ଏମିତି ଦିନ ୧୦ଟା ପର୍ଯ୍ୟନ୍ତ ଚାଲେ, ସେତେବେଳେ ସେ ମଜୁରୀ କାମ ପାଇଁ ଯାଆନ୍ତି। ସେ ବ୍ୟାଗ୍‌ ଭିତରେ ଭର୍ତ୍ତି ହୋଇଥିବା ପ୍ଲାଷ୍ଟିକ୍‌ର ଜେରିକ୍ୟାନରେ ପାଣିଭରନ୍ତି, ଯାହାକି ଗଧର ଉଭୟ କଡ଼ରେ ଓହଳିଥାଏ- ପ୍ରତ୍ୟେକ କ୍ୟାନ୍‌ରେ ପ୍ରାୟ ୧୨-୧୫ଲିଟର ପାଣି ଧରେ ଏବଂ ସେ ମଧ୍ୟ ନିଜ ମୁଣ୍ଡରେ ଗୋଟିଏ ମାଠିଆ ନିଅନ୍ତି। ଉଭୟ ଡଲି ଏବଂ ତାଙ୍କ ଗଧ ହାଲିଆ ହୋଇଯାଆନ୍ତି ଏବଂ ପାହାଡ଼ ଚଢ଼ିବା ବେଳେ ମଝିରେ ମଝିରେ କିଛି ସମୟ ବିଶ୍ରାମ ନିଅନ୍ତି। ସେମାନଙ୍କ ଘରକୁ ମୋର ଗସ୍ତ ସମୟରେ ଡାଲି, ତାଙ୍କ ଗଧ ଏବଂ ମୁଁ ପାଣି ଆଣିବା ପାଇଁ ଗୋଟିଏ ତୀଖ ଗଡ଼ାଣିରେ ପାହାଡ଼ରୁ ଓହ୍ଲାଇଲୁ। ୨୦ମିନିଟ୍‌ ପରେ ଗୋଟିଏ ସଫା ବାଲି ଗରଡ଼ା ଓ ପଥର ଥିବା ସ୍ଥାନରେ ପହଞ୍ଚିଲୁ। ଡଲି ବାଦା କହିଲେ ମୌସୁମୀ ଋତୁରେ ଏହି ସ୍ଥାନ ଭିନ୍ନ ପ୍ରକାର ଦେଖାଯାଉଥିଲା-ଏହା ଏକ ଶୁଖିଯାଇଥିବା ଝରଣା ଥିଲା। ସ୍ଥାନୀୟ ଲୋକେ ଏହାକୁ ଜାବୁନାଲା କୁହନ୍ତି, ଏହା ଦେଇ ଆମେ ଚାଲୁଥିଲୁ। PHOTO • Sramana Sabnam ଡଲି ବାଦା, ଯିଏକି ପ୍ରତିଦିନ ସକାଳେ କେଇ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ଗଧ ସହ ଗୋଟିଏ ଝରଣା କିମ୍ବା ଗ୍ରାମବାସୀଙ୍କ ଦ୍ୱାରା ଖୋଳାଯାଇଥିବା ଗୋଟିଏ ଗାତରୁ ପାଣି ଭରିବାକୁ ପାହାଡ଼ ଚଢ଼ନ୍ତି ଏବଂ ଓହ୍ଲାନ୍ତି, କୁହନ୍ତି: ‘‘…ବେଳେ ବେଳେ ମୁଁ ଅନୁଭବ କରେ ଭଗବାନ ନାହାଁନ୍ତି; ଯଦି ଭଗବାନ ଥାଆନ୍ତେ ତା’ହେଲେ ମୋ ଭଳି ସ୍ତ୍ରୀଲୋକମାନେ କାହିଁକି ପାଣି ମାଠିଆ ଭରି ମରୁଥାନ୍ତେ ?’’ ଗଧ ଅଟକିବା ପର୍ଯ୍ୟନ୍ତ ଆମେ ଚାଲିବାରେ ଲାଗିଲୁ; ସେ ତାହାର ଲକ୍ଷ୍ୟସ୍ଥଳ ଜାଣିଥିଲା। ଡଲି ବାଦା ଗୋଟିଏ ରଶି କାଢ଼ିଲେ ଏହାକୁ ଗୋଟିଏ ଷ୍ଟିଲ ଗରା (ପାତ୍ର) ରେ ବାନ୍ଧିଲେ ଏବଂ ଗାତ ଉପରେ ପଡିଥିବା ଗୋଟିଏ କାଠ ଉପରେ ଛିଡ଼ା ହେଲେ। ପାଣି ପ୍ରାୟ ୨୦ଫୁଟ ତଳେ ଥିଲା । ସେ ସେ ରଶିକୁ ଉପରକୁ ଭିଡ଼ିଲେ ଏବଂ ଖୁସିରେ ସେ ଭରିଥିବା ପାଣି ମୋତେ ଦେଖାଇଲେ। ତାଙ୍କ ଚେହେରାରେ ବିଜୟ ଲାଭ କରିବାର ଚମକ ଥିଲା। ରାଜସ୍ଥାନର ନିଆଁ ଭଳି ଜଳୁଥିବା ଗ୍ରୀଷ୍ମ ଋତୁରେ ଜଳସ୍ତର କମିଯାଏ। ଡଲି ବାଦା କୁହନ୍ତି ଯେ ଏହି ଗ୍ରୀଷ୍ମ ଋତୁ ଭଗବାନଙ୍କର ଲୋକଙ୍କୁ ପରୀକ୍ଷା କରିବାର ଉପାୟ। ‘‘କିନ୍ତୁ ବେଳେ ବେଳେ ମୁଁ ଅନୁଭବ କରେ ଯେ ଭଗବାନ ନାହାଁନ୍ତି, ଯଦି ଥାଆନ୍ତେ ତା’ହେଲେ ମୋ ଭଳି ସ୍ତ୍ରୀ ଲୋକମାନେ କାହିଁକି ମାଠିଆରେ ପାଣି ଭରି ଭରି ମରୁଥାନ୍ତେ? ’’ ଘରେ ବାଦାଜୀ ଗଧ ଉପରୁ ପାଣି କାଢ଼ିଲେ । ସେ କହିଲେ, ‘‘କୌଣସି ମତେ ଏହି ପାଣି ନଷ୍ଟ କରିହେବ ନାହିଁ।’’ ଡଲି ବାଦା ବିଶ୍ରାମ ନେଲେ ନାହିଁ, ସେ ଆଉ କିଛି ଖାଲି ପାତ୍ର ପାଣି ଭରିବାକୁ ଖୋଜିବାକୁ ଗଲେ। ସେମାନଙ୍କ ୩୪ବର୍ଷର ପୁଅ କୁଲଦୀପ ଅହରି ମକା ପେଷିବା ପାଇଁ ରାତ୍ରିରେ କାମ କରିବା ପରେ ଶୋଇଥିଲେ। ଏହି ନୀରବ ଘରେ ଏକମାତ୍ର ଶବ୍ଦ ଥିଲା ବାଦାଜୀ ଗୋଟିଏ ପୂର୍ଣ୍ଣ ହୋଇଥିବା ଷ୍ଟିଲ୍‌ ଲୋଟା ରୁ ପାଣି ପିଇବାର। ଅନୁବାଦ: ଓଡ଼ିଶାଲାଇଭ୍‍ Sramana Sabnam Share Sramana Sabnam is a postgraduate student of Gender Studies at Jamia Millia Islamia, New Delhi. She is from Bardhaman town in West Bengal, and likes to travel in search of stories. Other stories by Sramana Sabnam Translator : OdishaLIVE Share This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.
2022-11-27T18:27:50Z
https://ruralindiaonline.org/en/articles/%E0%AC%A1%E0%AC%B2%E0%AC%BF-%E0%AC%8F%E0%AC%AC%E0%AC%82-%E0%AC%A4%E0%AC%BE%E0%AC%99%E0%AD%8D%E0%AC%95-%E0%AC%97%E0%AC%A7%E0%AC%B0-%E0%AC%AA%E0%AC%BE%E0%AC%A3%E0%AC%BF-%E0%AC%AC%E0%AD%81%E0%AC%B9%E0%AC%BE/
OSCAR-2301
କାବୁଲ: ପଞ୍ଜଶୀରକୁ ଦଖଲ ତାଲିବାନ। ପଞ୍ଜଶୀର ଘାଟିରେ ଉଡ଼ିଲା ତାଲିବାନ ପତାକା। ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ପଞ୍ଜଶିରକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିଥିବା ନେଇ ତାଲିବାନ ଦାବି କରିଛି। ଆତଙ୍କବାଦୀ ସଙ୍ଗଠନର କହିବାନୁସାରେ, ସେମାନେ ପଞ୍ଚଶିରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସେମାନେ ରେଜିଷ୍ଟାନ୍ସ ଫୋର୍ସ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି। ଏଥିସହ ପଞ୍ଚଶିରା ଘାଟି ପୂରାପୁରି ଇସ୍‌ଲାମ ଅମିରାତର ନିୟନ୍ତ୍ରଣକୁ ଆସିଯାଇଛି। ଏଥିସହ ତାଲିବାନ ପଞ୍ଜଶିରରୁ କିଛି ଫଟୋ ମଧ୍ୟ ଜାରି କରିଛି। ଏଥିରେ ଦେଖିବାକୁ ମିଳିଛି ଯେ କିଛି ବନ୍ଧୁକଧାରୀ ତାଲିବାନୀ ସେନା ପଞ୍ଜଶିରର ଗଭର୍ଣ୍ଣର ଅଫିସ ବାହାରେ ଠିଆ ହୋଇଛନ୍ତି। ଏଥିସହ ପଞ୍ଜଶିରରେ ତାଲିବାନ ପତାକା ଉଡୁଥିବା ମଧ୍ୟ ଦେଖିବାକୁ ମିଳିଛି।
2022-12-05T13:58:29Z
https://www.odishalink.com/2021/09/06/taliban-say-panjshir-valley-completely-captured/
OSCAR-2301
ବର୍ତ୍ତମାନ ସମାଜରେ ଲୋକମାନଙ୍କ ମାନସିକତା କଳୁଷିତ ହୋଇ ଗଲାଣି। ନିଜ ମନ ମଧ୍ୟରେ ଯୌନ ଅଭିଳାଷ ରଖି ଅପହରଣ କରି ଚାଲିଛନ୍ତି। ବେଳେ ସମାଜରେ ଏଭଳି କିଛି ଘଟଣା ଘଟୁଛି ଯାହାକୁ, ଦେଖିଲା ପରେ ଝିଅ ବୋହୁ ବାହାରକୁ ଯିବା ପାଇଁ ମଧ୍ୟ ଭୟ କରୁଛନ୍ତି। କାରଣ ଯେଉଁ ଅସାଜିକ ଯୌନ ରାକ୍ଷସ ମାନେ ନିଜର କଳୁଷିତ ମନ ନେଇ, କେତେବେଳେ କଣ ଘଟିବ କେହି କହି ପାରିବେ ନାହିଁ। ପ୍ରତ୍ୟେକ ଦିନ ଦୁଷ୍କର୍ମ ଓ ଅପହରଣ ଭଳି ଘଟଣା ଦେଖିବା ପାଇଁ ମିଳୁଛି। ଏମିତିକି ନୃଶଂସ ମାନେ ଛୋଟ ଛୁଆ ମାନଙ୍କୁ ମଧ୍ୟ ଛାଡୁ ନାହାଁନ୍ତି। ତେବେ ବର୍ତ୍ତମାନ ଏଭଳି କିଛି ଘଟଣା ଘଟିଛି, ଜାଣିଲେ ଆପଣଙ୍କ ମଣିଷ କହିବା ପାଇଁ ମଧ୍ୟ ଘୃଣା ଲାଗିବ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଜଣେ ନାଚ ସାର ଗୋଟିଏ ନାବଳକକୁ ଅପହରଣ କରି ନେଇ ଯାଇଛନ୍ତି ବୋଲି ସୂଚନା ରହିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା। ସୂଚନା ଅନୁସାରେ, ଅଶୋକ ନାମକ ଜଣେ ବ୍ୟକ୍ତି, ଯିଏ କି ନାଚ ଶିଖାଇବା ପାଇଁ ଜଣେ ଯୁବକଙ୍କ ଘରକୁ ଆସୁ ଥାଆନ୍ତି। ନାଚ ମଧ୍ୟ ଭଲ ଶିଖାଉ ଥାଆନ୍ତି ଓ ତାଙ୍କ ପାଖରେ ବହୁତ ପିଲା ଆଗ୍ରହର ସହିତ ନାଚ ଶିଖିବା ପାଇଁ ମଧ୍ୟ ଆସି ଥାଆନ୍ତି। କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ନାଚ ଶିଖାଇ ଶିଖାଉ ଜଣେ ୧୩ ବର୍ଷର ନାବାଳିକାକୁ ନେଇ ଫେରାର ହୋଇ ଯାଇଛନ୍ତି। ଯେତେବେଳେ ନାବାଳିକା ଜଣଙ୍କ ଘରକୁ ଫେରିବାର ବିଳମ୍ବିତ ହେବାରୁ ତାଙ୍କ ପରିବାର ଲୋକ ମାନେ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଲେ।ତେବେ ଝିଅକୁ ଖୋଜା ଖୋଜି କରିବା ଆରମ୍ଭ କରିଦେଲେ କିନ୍ତୁ ବହୁତ ଖୋଜା ଖୋଜି କରିବା ସ୍ୱତେ ମଧ୍ୟ ଝିଅକୁ ପାଇଲେ ନାହିଁ। ଯାହା ଫଳରେ କି ପରିବାର ଲୋକ ମାନେ ବହୁତ ମନ ଦୁଃଖରେ ରହି ଥାଆନ୍ତି। କିନ୍ତୁ ପରେ ଜାଣିବାକୁ ପାଇଲେ ଯେ, ନାଚ ଶିଖାଇ ବାକୁ ଆସୁ ଥିବା ସାର ନେଇ ଯାଇଛନ୍ତି। ଏହି କଥା ପରିବାର ଲୋକ ମାନେ ଜାଣି ପାରି, ସେହି ସାରଙ୍କ ଘରକୁ ଯାଇ ତାଙ୍କୁ ନେଇ ଆସି ଥିଲେ। ଯେତେବେଳେ ତାଙ୍କୁ ଖାଇବା ପାଇଁ କୁହା ଯାଇ ଥିଲା, ସେତେବେଳେ ସେ ଚାଲାଖ କରି ପୁଣି ଥରେ ଖସି ପଳାଇ ଯାଇଥିଲେ। ତାଙ୍କ ପରିବାର ଲୋକ ମାନେ ପ୍ରଶାସନକୁ ଏତିକି ଅନୁରୋଧ କରୁଛନ୍ତି ଯେ, ଦୋଷୀକୁ ଧରି ଉଚିତ ଦଣ୍ଡ ଦିଆଯାଉ। ଏଥି ସହିତ ତାଙ୍କ ଝିଅକୁ ଫେରାଇ ଦିଅନ୍ତୁ। ତେବେ ବନ୍ଧୁଗଣ ଏଭଳି ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ଓ ଯାହା ଫଳରେ କି ଲୋକ ମାନେ ଏଭଳି କରିବାକୁ କେବେ ହେଲେ ଆଉ କେହି ସାହସ କରିବେ ନାହିଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ଦେଖନ୍ତୁ shocking video : – ମୋ ସ୍ତ୍ରୀ ହେଉଛି 420 , ମୋ ପାଖରୁ ଲୁଟୁଛି କିନ୍ତୁ ଆଉ କାହା ସହିତ ରାତି…..ଛିଃ ଛିଃ , ପୁରା କାରନାମା ଜାଣିଲେ ଆପଣଙ୍କ ହୋସ ରହିବନି….
2022-12-05T02:12:06Z
https://news22media.com/mo-ghanistha-sanga-mo-13-barsha-ra-jhia-ku-nei/
OSCAR-2301
Samajalive - Latest Odisha News, Breaking News Today, Odia News Updates , India News, Business News, Sports News Home ବଡ଼ ଖବର All ଆମ ଓଡ଼ିଶା ରାଜଧାନୀରେ ନିର୍ମାଣ ହେବ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’, ଜମି ଓ ଅର୍ଥ ମଞ୍ଜୁର କଲେ… ଆମ ଓଡ଼ିଶା ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ – ୨୦୨୨, ଉଦଘାଟନ କଲେ… ଆମ ଓଡ଼ିଶା ସନ୍ଧ୍ୟା ୬ଟା ମୁଖ୍ୟ ଖବର Prev Next ଦେଶ-ବିଦେଶ ଆମ ଓଡ଼ିଶା ଅଧିକ ଅଧିକ ବାଲେଶ୍ଵର ବୌଦ ବ୍ଣହ୍ମପୁର ଭଦ୍ରକ ଭୁବନେଶ୍ବର ମୟୁରଭଞ୍ଜ ମାଲକାନଗିରି ଯାଜପୁର ରାଉରକେଲା ସମ୍ବଲପୁର ସୋନପୁର ଜଗତସିଂପୁର ଝାରସୁଗୁଡା ଢେଙ୍କାନାଳ ଦେବଗଡ ନବରଙ୍ଗପୁର ନୟାଗଡ ନୂଆପଡା ପୁରୀ ବରଗଡ ବଲାଙ୍ଗୀର ସୁନ୍ଦରଗଡ଼ ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ରାୟଗଡ଼ା ଅପରାଧ ମନୋରଞ୍ଜନ ଜୀବନଚର୍ଯ୍ୟା ନାରୀ କ୍ରୀଡ଼ା ବିଶେଷ Live ରାଜନୀତି ସ୍ଵାସ୍ଥ୍ୟ ଧର୍ମ ଅଧ୍ୟାତ୍ମ Home ଦେଶ-ବିଦେଶ ଜୀବନ ଉନ୍ମୋଚିତ ଜୀବନ ଉନ୍ମୋଚିତ ଦେଶ-ବିଦେଶନିଉଜ ଆଲର୍ଟସମାଜ By Samaja Digital (RM) Last updated Jan 5, 2021 Share କରୋନା ମହାମାରୀ ଯୋଗୁ ଆମେ ସମସ୍ତେ ପ୍ରାୟ ଦଶ ମାସ ହେଲା ଆବଦ୍ଧ ହୋଇ ରହିଛେ। ଏହି ସମୟ ମଧ୍ୟରେ ଆମେ ମାସ୍କ ଦ୍ବାରା ଆମର ପାଟି, ନାକ ଓ ମୁହଁକୁ ଢାଙ୍କିବା ସହିତ ଅନ୍ୟଠାରୁ ଦୂରେଇ ରହିଛେ। କରୋନା ମହାମାରୀଠାରୁ ନିଜକୁ ବଞ୍ଚାଇ ରଖିବା ଲାଗି ଆମେ ଏପରି ଆବଦ୍ଧ ଜୀବନ ବଞ୍ଚିଛେ। ଏହି ସମୟ ମଧ୍ୟରେ ଆମେ ଅନେକ ସ୍ମରଣୀୟ ମୂହୁର୍ତ୍ତ ଅନୁଭବ କରିଛେ। ତେବେ ଆବଦ୍ଧ ଜୀବନ ଆମ ଜୀବନର ଉଦ୍ଦେଶ୍ୟ ଓ ଅର୍ଥ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ବଞ୍ଚି ରହିବା ଓ ବଞ୍ଚିବା ପାଇଁ କିଛି କାମ କରିବା କ’ଣ ମଣିଷ ଜୀବନର ଏକମାତ୍ର ଉଦ୍ଦେଶ୍ୟ? କୋଭିଡ-୧୯ ପାଇଁ ଆମେ ବାଧ୍ୟବାଧକତାରେ ନିଃସଙ୍ଗତାରେ ରହିଛେ। ମୁଁ ମଧ୍ୟ ନିଜକୁ ଏପରି ନିଃସଙ୍ଗତା ମଧ୍ୟରେ ରଖିଥିଲି। ଜୀବନର ଉଦ୍ଦେଶ୍ୟ କଣ ଏବଂ ଆମେ ଏହି ଉଦ୍ଦେଶ୍ୟକୁ କେତେ ଦୂର ଚରିତାର୍ଥ କରିପାରିଛେ? ଆମ ମନରେ ଏପରି ପ୍ରଶ୍ନ ଭରି ରହିଛି। ଆପଣାକୁ ବଞ୍ଚାଇବା ପାଇଁ ନିଜକୁ ଆବଦ୍ଧ କରିବାକୁ ପଡ଼ିଥିବାବେଳେ ତାହା ଆମ ଜୀବନକୁ ଉନ୍ମୋଚିତ କରିଦେଇଛି। ଦଲାଇ ଲାମା କହିଛନ୍ତି ଯେ ଜୀବନର ଉଦ୍ଦେଶ୍ୟ ହେଉଛି ଖୁସି ରହିବା। ଖୁସି କ’ଣ ଓ ସେହି ଅବସ୍ଥାକୁ କିପରି ହାସଲ କରିବା ଏବଂ ତାକୁ କିପରି ବଜାୟ ରଖିବା ତାହା ଆମେ ଜାଣିବା ଆବଶ୍ୟକ। କରୋନା ମହାମାରୀ ସମୟରେ ଘରେ ରହି କାମ କରିବା ଆମ ଜୀବନର ଅଭିନ୍ନ ଅଙ୍ଗ ହୋଇଯାଇଥିଲା। ଏହା ସହିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଆମେ ବାଧ୍ୟ ହୋଇଥିଲୁ; କିନ୍ତୁ କେବଳ କାମ କରିବା କ’ଣ ଆମ ଜୀବନର ଏକମାତ୍ର ଉଦ୍ଦେଶ୍ୟ ଓ ଏହା କ’ଣ ଖୁସିର ଉତ୍ସ ? ଭିନ୍ନ ପ୍ରକାରେ ନ ବୁଝିବା ପର୍ୟ୍ୟନ୍ତ ଜୀବନର ଉଦ୍ଦେଶ୍ୟକୁ ଜଣେ ବ୍ୟକ୍ତି ଜାଣିପାରିବ ନାହିଁ। ପରିଣାମ ସମ୍ପର୍କରେ ସଚେତନ ଏବଂ ଚିନ୍ତିତ ନହୋଇ ଆମେ କ’ଣ କାମ ଆଗକୁ ବଢ଼ାଇବା ପାଇଁ ରାଜି ଅଛୁ ଏବଂ ସେଥିରେ ଥିବା ଅର୍ଥକୁ ଆମେ ଜାଣିପାରୁ? ଯଦି କାର୍ୟ୍ୟ ଅସ୍ତିତ୍ବର ସାଧନ, ତେବେ ଆମେ କ’ଣ ତା’ର ଅର୍ଥ ଅନୁସନ୍ଧାନ କରୁଛୁ? ଜୀବନ ହେଉଛି ଅନିଶ୍ଚିତତା ଓ ଆହ୍ବାନ ବିରୋଧରେ ଏକ ଯୁଦ୍ଧ। ଏହି ମହାମାରୀ ବର୍ଷରେ ଆମେ ଅନେକ ଜଟିଳ ସ୍ଥିତିର ସମ୍ମୁଖୀନ ହୋଇଛୁ। ଏହି ଆହ୍ବାନକୁ ମୁକାବିଲା ସହିତ ଜୀବନକୁ କିପରି ନିୟନ୍ତ୍ରଣ କରିବା, ତାହା ଆମେ ଶିକ୍ଷା କରିଛୁ। ଆଧୁନିକ ଜୀବନ ବଞ୍ଚିବାରେ ଆମେ ଏକ ବିରତି ଲଗାଇ ଦେଇଛୁ। ଏହି ମହାମାରୀ ଆମକୁ ଜୀବନ କିପରି ବଞ୍ଚିବାକୁ ହେବ ତା’ ଉପରେ ପୁଣିଥରେ ଚିନ୍ତା କରିବାକୁ ବାଧ୍ୟ କରିଛି। ଜୀବନ ସମ୍ପର୍କରେ ଆମର ମାନସିକତାକୁ ପରିବର୍ତ୍ତନ କରିବାକୁ କରୋନା ଶିଖାଇଛି। ଜୀବନର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନାହିଁ। ଜନ୍ମ ଓ ମୃତ୍ୟୁ ଆମ ନିୟନ୍ତ୍ରଣ ବାହାରେ। ଜୀବନର ଅର୍ଥ ଓ ଉଦ୍ଦେଶ୍ୟ ମଧ୍ୟରେ ଜଣେ ନିଜ ଜୀବନକୁ କିପରି ପରିଚାଳିତ କରିପାରୁଛି, ତାହା ଆମ ପାଇଁ ଆହ୍ବାନର ବିଷୟ। ପ୍ଲାଟୋ କହିଛନ୍ତି ଯେ ଦର୍ଶନ ହେଉଛି ନିରନ୍ତର ପ୍ରଶ୍ନ ପଚାରିବା, ଯାହା ବିମର୍ଶର ରୂପ ନେଇଥାଏ। ଆଧୁନିକ ଜୀବନ ସହ ନିଜକୁ ଖାପ ଖୁଆଇବାକୁ ଯାଇ ଆମେ ନିଜ ସହ ବିମର୍ଶ କରିବା ବନ୍ଦ କରିଦେଇଛୁ। ଆମେ କିପରି ଜୀବନଯାପନ କରୁଛୁ ଏବଂ କରିବା ଉଚିତ, ସେ ବିଷୟରେ ଚିନ୍ତା କରିବା ପାଇଁ ମହାମାରୀ ବାଧ୍ୟ କଲା। ଏହା ଜୀବନର ଉଦ୍ଦେଶ୍ୟ ଏବଂ ଅର୍ଥକୁ ପୁନଃପରିଭାଷିତ କରିବାକୁ ଏବଂ ଆବଶ୍ୟକ ହେଲେ ପୁନଃସଂଜ୍ଞାୟିତ କରିବାକୁ ସୂଚାଇ ଦେଲା। ମହାମାରୀ ଆମକୁ ଜୀବନର ଶିକ୍ଷା ଦେଇଥିବାରୁ ଏହା ଆମର ମାନସିକତାକୁ ପୁନଃପରିବର୍ତ୍ତନ କରିବାରେ ସହାୟକ ହେବ। ନଭୋମଣ୍ଡଳରେ, କୌଣସି ପବିତ୍ର ପୁସ୍ତକରେ କିମ୍ବା ଡିଏନ୍‌ଏ କ୍ରମିକରେ ଜୀବନର ଉଦ୍ଦେଶ୍ୟ ସମ୍ପର୍କରେ ଲେଖାଯାଇ ନାହିଁ। ଜନ୍ମ ଏବଂ ମୃତ୍ୟୁ ଆମର ଇଚ୍ଛାଧୀନ ନୁହେଁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଦୁଇଟି ବିନ୍ଦୁ ମଧ୍ୟରେ ଯାତ୍ରାକୁ ସଞ୍ଚାଳିତ କରିବା, ଏହାର ଉଦ୍ଦେଶ୍ୟକୁ ବ୍ୟାଖ୍ୟା କରିବା ଏବଂ ଅର୍ଥ ଖୋଜିବା। ମନୁଷ୍ୟ ନିଜକୁ ସର୍ବଶ୍ରେଷ୍ଠ କହିବାର ଟାଣପଣ ଏବଂ ପ୍ରାଣୀଜଗତ ଓ ନିଷ୍ପ୍ରାଣଙ୍କର ହର୍ତ୍ତାକର୍ତ୍ତା ବୋଲି ରହିଥିବା ଅହଙ୍କାରକୁ ମହାମାରୀ ଚୁର୍‌ମାର୍‌ କରିଦେଇଛି। ଏହାର ମୁଖ୍ୟ ଶିକ୍ଷା ହେଉଛି ଯେ ଆମେ କେବଳ ଏକ ବୃହତ୍‌ ରଚନାର ଅଂଶ ଅଟୁ ଏବଂ ତା’ ଅନୁସାରେ ହିଁ ବଞ୍ଚିବାକୁ ପଡିବ, ଅନ୍ୟ କାହାର ମୂଲ୍ୟରେ ନୁହେଁ। ବ୍ରହ୍ମାଣ୍ଡକୁ ପରିଚାଳନା କରୁଥିବା ଏକତା, ଅନ୍ତଃସମ୍ବନ୍ଧ ଏବଂ ସୂକ୍ଷ୍ମ ନିୟମଗୁଡ଼ିକର ବିସ୍ମୃତ ବିଚାରମାନ ପୁନଃ ଆମ ସମ୍ମୁଖକୁ ଆସିଛି। ଉହାନରେ ଦେଖାଯାଇଥିବା କରୋନା ଭୂତାଣୁ ସହିତ ବିଭିନ୍ନ ପ୍ରକାର ଭୂତାଣୁ ବିଶ୍ବକୁ ସଂକ୍ରମିତ କରିବାରେ ଲାଗିଛି। ଏହି ଭୂତାଣୁ ସଂକ୍ରମଣର କାରଣ ହେଉଛି ପରିବେଶ ଉପରେ ବାରମ୍ବାର ହସ୍ତକ୍ଷେପ ଓ ଜୀବଜଗତର ବାସସ୍ଥାନକୁ ବିଶୃଙ୍ଖଳିତ କରିବା। ବଣଜଙ୍ଗଲରେ ରହୁଥିବା ପଶୁ ଏବେ ଜନବସତିମୁହାଁ। ମନୁଷ୍ୟ ଏକ ଅସାଧାରଣ ସହାବସ୍ଥାନର କେବଳ ଏକ ଅଂଶ, ଯାହାକୁ ଆମେ ପ୍ରକୃତି କହୁ। ପ୍ରକୃତିର ସଂରକ୍ଷଣ ପ୍ରକୃତ ପ୍ରସଙ୍ଗ ନୁହେଁ; ବରଂ ମନୁଷ୍ୟ କିପରି ତା’ ସହ ଶ୍ରେଣୀବଦ୍ଧ ହେବ ଏବଂ ତାକୁ ବୁଝିପାରିବ, ତାହା ବେଶି ଗୁରୁତ୍ବପୂର୍ଣ୍ଣ। ବିଭିନ୍ନ ଅନିଶ୍ଚିତତା ମଧ୍ୟରେ କାଳାତିପାତ କରୁଥିବା ମଣିଷ ନିଜକୁ ଓ ସମଗ୍ର ବିଶ୍ବକୁ ଦ୍ବନ୍ଦ୍ବ ଏବଂ ଭ୍ରମରୁ ଦୂରେଇ ରଖିବା ଦିଗରେ ପଦକ୍ଷେପ ନେବା ଜରୁରୀ। ଜୀବନର ଦର୍ଶନ ଜୀବନ ପ୍ରତି ଏକ ସମଗ୍ର ଦୃଷ୍ଟି ଓ ଦୃଷ୍ଟିକୋଣ ଅଟେ। ଏହା ଜଣକୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଖୁସିରେ ବଞ୍ଚିରହିବା ନିମନ୍ତେ ସହାୟତା କରେ। ଖୁସିର ଅର୍ଥ ସମସ୍ତଙ୍କ ପାଇଁ ସମାନ ହୋଇ ନଥାଏ। ବିଭିନ୍ନ ବ୍ୟକ୍ତିଙ୍କ ପାଇଁ ଖୁସିର ଅର୍ଥ ଭିନ୍ନଭିନ୍ନ ହୋଇଥାଏ। ଦାର୍ଶନିକ ସେନେକା ନିଜର ‘ମୋରାଲ୍‌ ଲେଟର୍ସ’ରେ କହିଛନ୍ତି, ଦର୍ଶନ ଆମକୁ ପରାମର୍ଶ ଦେଇଥାଏ। ଏହା ଜୀବନର ଅରାଜକତା ଏବଂ ବ୍ୟସ୍ତତା ଭିତରେ ସ୍ଥିର ରହିବାର କ୍ଷମତାକୁ ମଜଭୁତ କରିଥାଏ। ଜୀବନର ଏକ ନିର୍ଦିଷ୍ଟ ଉଦ୍ଦେଶ୍ୟ ସେହି ବିକଳ୍ପକୁ ନିର୍ଦ୍ଧାରିତ କରିଥାଏ, ଯାହା ପରିବେଶ ପ୍ରତି ଆମର ବ୍ୟବହାରକୁ ପ୍ରଭାବିତ କରିଥାଏ। ଉକ୍ତ ବିକଳ୍ପ ଓ ବ୍ୟବହାର ସେହି ଖୁସିକୁ ନିର୍ଦ୍ଧାରିତ କରିଥାଏ ଯାହା ଜୀବନର ଉଦ୍ଦେଶ୍ୟ ହେବା ଉଚିତ। ବିକଳ୍ପଗୁଡ଼ିକ ମଧ୍ୟରେ ତାହା ଅନ୍ତର୍ଭୁକ୍ତ ଯାହାକୁ ଆମେ ବିଚାରଶୀଳ ଓ ଉଦ୍ଦେଶ୍ୟପୂର୍ଣ୍ଣ ହେବା ନିମନ୍ତେ ପ୍ରସ୍ତୁତ କରିବାକୁ ଚାହୁଁ। କରୋନା ସମୟର କଟକଣା ଓ ସଂକ୍ରମଣ ପରବର୍ତ୍ତୀ ଏକାନ୍ତବାସ ସମୟରେ ମୁଁ ମୋ ଜୀବନକୁ ତର୍ଜମା କରିଛି। ଏଥିରୁ ମୁଁ ଜାଣିବାକୁ ପାଇଛି ଯେ ଜୀବନଯାତ୍ରା ଅନିଶ୍ଚିତ ଓ ପରିବର୍ତ୍ତନଶୀଳ। ମୁଁ ପ୍ରତ୍ୟେକଟି ପରିସ୍ଥିତିକୁ କିପରି ପରିଚାଳନା କରୁଛି ତାହା ଉପରେ ମୋର ଭଲ ଓ ମନ୍ଦ ନିର୍ଭର କରୁଛି। ବ୍ୟସ୍ତବହୁଳ ଜୀବନରେ ପରିବାର ପାଇଁ ମଧ୍ୟ ଆମେ କିଛି ସମୟ ଦେବା ଦରକାର। ମୁଁ ମଧ୍ୟ ଅନେକ ସମୟରେ କର୍ମବ୍ୟସ୍ତତା ମଧ୍ୟରେ ଫସି ରହିଥାଏ । ମୁଁ ସମୟକ୍ରମେ ସ୍ବାଭାବିକ ପ୍ରକ୍ରିୟାରେ ନିଜକୁ ବିକଶିତ କରିବା ସହିତ ଅଭିଜ୍ଞତାକୁ ପାଥେୟ କରି ଏଥିରୁ ଉପରକୁ ଉଠିଛି। ମୁଁ ମୋ ଜୀବନ ପରୀକ୍ଷାର ସମୟକୁ ଅନ୍ୟ ଆଗରେ ପ୍ରକାଶ କରିଛି ଏବଂ ଏହାକୁ ନିଜେ ସମାଧାନ କରିଛି। ପରୀକ୍ଷା କରି ମୁଁ ଜାଣିପାରିଛି ଯେ ସମାଧାନ ଏବଂ ଖୁସିର ସନ୍ଧାନ ନିମନ୍ତେ ଅନେକ ସମୟରେ ଆଧ୍ୟାତ୍ମିକତା କାମରେ ଆସିଛି। ମୋର ହୃଦ୍‌ବୋଧ ହୋଇଛି ଯେ ମୁଁ ରାଜନୀତିରେ ଦୀର୍ଘଦିନ ରହିବା ପରେ ବର୍ତ୍ତମାନ ସମାଜସେବା ଉପରେ ଏବଂ ପରିବର୍ତ୍ତନକୁ ଆଗକୁ ବଢ଼ାଇବା ପାଇଁ ପରିବର୍ତ୍ତନ-ବାହକ ଭାବେ କାର୍ୟ୍ୟ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ହେବ। ସମୁଦ୍ରର ଲହଡ଼ି ଭଳି ଆମ ଜୀବନ ମଧ୍ୟ କ୍ଷଣସ୍ଥାୟୀ। ଏହି ସୀମିତ ସମୟ ମଧ୍ୟରେ ଆମେ କେବଳ ଥରେ ହିଁ ବଞ୍ଚୁ ଏବଂ ସର୍ବୋତ୍ତମ ସମ୍ଭବ ଶୈଳୀରେ ବଞ୍ଚିବାକୁ ଚାହୁଁ। ଖୁସି ରହିବା ମଣିଷର ସ୍ବାଭାବିକ ପ୍ରବୃତ୍ତି, ଯାହା ଶାନ୍ତିର ସନ୍ଧାନ ପାଇଁ ପ୍ରେରିତ କରିଥାଏ। ସ୍ବାର୍ଥପରତାଠାରୁ ଆତ୍ମ-ସାକ୍ଷାତ୍‌କାର ପର୍ୟ୍ୟନ୍ତ ଯେଉଁ ବିକାଶ, ତାହା ସର୍ବସାଧାରଣଙ୍କ ମଙ୍ଗଳକୁ ପ୍ରୋତ୍ସାହିତ କରେ। ନିଜକୁ କିପରି ନିୟନ୍ତ୍ରଣରେ ରଖିବା ତାହା ଆମକୁ ଏହି ମହାମାରୀ ଶିକ୍ଷା ଦେଇଛି। ନିଜର ସମାଜ, ପରିବେଶ ଓ ପରିସ୍ଥିତି ସହିତ ନିଜକୁ ସ୍ଥିର ଓ ସୁସଙ୍ଗତ ରଖିବା ହିଁ ଆଦର୍ଶ ଜୀବନ। ବିଗତ ମାସଗୁଡିକରେ ଆମେ ଲାଭ କରିଥିବା ଶିକ୍ଷା ଓ ବ୍ୟକ୍ତିଗତ ପସନ୍ଦ ଆଧାରରେ ନିଜ ଜୀବନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଧାର୍ୟ୍ୟ କରିବା ଦରକାର। ନିଜେ ହିଁ ନିଜ ଜୀବନର ମାଲିକ ଓ ନିଜେ ନିଜ ଜୀବନର ରାସ୍ତା ତିଆରି କରିବା ଆବଶ୍ୟକ। ମାନବଜାତିର କଲ୍ୟାଣ ସହିତ ସାଧାରଣ ସ୍ବାର୍ଥ ନିମନ୍ତେ ପ୍ରକୃତିର ସୁରକ୍ଷା ଦିଗରେ ଅବଦାନ ଉପରେ ଆମ ଜୀବନର ଅର୍ଥ ନିହିତ। ଅନ୍ୟର ଦାୟିତ୍ବ ନେବା ଓ ଅନ୍ୟକୁ ଆମ ଜୀବନରେ ଭାଗୀଦାର କରିବା ଆମ ପୁରାତନ ଲୋକାଚାରର ମୂଳକଥା। ଏହା ହିଁ ଜୀବନକୁ ନିର୍ଦ୍ଦିଷ୍ଟ ଅର୍ଥ ପ୍ରଦାନ କରିଥାଏ। ଜୀବନ ସମ୍ପର୍କରେ ଭଗବଦ୍‌ ଗୀତାରେ କୁହାଯାଇଛି, ‘‘ଯାହାକିଛି ଘଟିଯାଉଛି ତାହା ଭଲ ପାଇଁ ହେଉଛି; ଏବଂ ଯାହା କିଛି ହେବ ତାହା ମଧ୍ୟ ଭଲ ପାଇଁ ହେବ।’’ ଏହା ଆମକୁ ସଜାଗ କରାଇ ଦେଉଛି ଯେ ଅସମାପ୍ତ ଅନିଶ୍ଚିତତାର ମୁକାବିଲା ଲାଗି ନିଜକୁ ସମତୁଲ ଭାବେ ବିକଶିତ କରିବାକୁ ହେବ। ଏବେ କରୋନାର ନୂଆ ଷ୍ଟ୍ରେନ ସମ୍ପର୍କରେ ଆଲୋଚନା ହେଉଛି। ଅନିଶ୍ଚିତତା କେବେହେଲେ ଶେଷ ହୋଇ ନଥାଏ। ଆମେ ଏହି ଅନିଶ୍ଚିତତାର ମୁକାବିଲା କରିବା ଲାଗି ସର୍ବଦା ଦୃଢ଼ତାର ସହିତ ସମ୍ମୁଖୀନ ହେବା ଆବଶ୍ୟକ, ଯାହାଦ୍ବାରା ଆମେ ଖୁସି ରହିବା ସହିତ ଏକ ଅର୍ଥପୂର୍ଣ୍ଣ ଜୀବନ ବଞ୍ଚିପାରିବା। କରୋନା ମହାମାରୀର ପରିଚାଳନା କ୍ଷେତ୍ରରେ ଆମକୁ ଅନେକ କିଛି ଶିକ୍ଷା ମିଳିଛି। ସାଧାରଣତଃ ଏକ ଟିକା ବାହାର କରିବାକୁ ବର୍ଷବର୍ଷ ଲାଗିଯାଇଥାଏ; କିନ୍ତୁ ଆମର ବୈଜ୍ଞାନିକମାନେ ଏକ ବର୍ଷରୁ କମ୍ ସମୟ ମଧ୍ୟରେ କରୋନା ଭୂତାଣୁ ବିରୋଧରେ ଟିକା ବାହାର କରିବାରେ ସଫଳ ହୋଇଛନ୍ତି। ଏହା ଆମକୁ ଅନେକ ଆଶ୍ବସ୍ତି ଆଣିଦେଇଛି। ଏପରି କି ଏହି ଟିକାର ବ୍ୟବହାର ମଧ୍ୟ ଆରମ୍ଭ ହୋଇସାରିଛି। ଆଗାମୀ ଦିନରେ ପୃଥିବୀର ସମସ୍ତଙ୍କୁ ଟିକା ପ୍ରଦାନ ଏକ ବଡ ଆହ୍ବାନ। କରୋନା ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ଭାରତ ପ୍ରଶଂସିତ ହୋଇଛି। ଆମର ଏକ ସଂସଦୀୟ କମିଟି କରୋନା ମହାମାରୀର ମୁକାବିଲା କରିବା ପାଇଁ ନିଆଯାଇଥିବା ପ୍ରତିଟି ପଦକ୍ଷେପକୁ ତର୍ଜମା କରିଥିଲେ। କମିଟି ଜାଣିବାକୁ ପାଇଥିଲା ଯେ ଦେଶବାସୀଙ୍କ ମିଳିତ ଉଦ୍ୟମ ଯୋଗୁଁ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିଛି। ତେଣୁ ଏଥିରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କମିଟି ପ୍ରଶଂସା କରିଥିଲେ। ଭୂତାଣୁର ବ୍ୟାପକ ସଂକ୍ରମଣ ଏବଂ ମୃତ୍ୟୁହାରକୁ ଯେଭଳି ରୋକାଯାଇ ପାରିଛି, ତାହା ଆଦୌ ଛୋଟ ଉପଲବ୍ଧି ନୁହେଁ। ବିଗତ କେଇ ମାସ ଧରି କରୋନାକୁ ହରାଇବାରେ ଆମେ ସାମୂହିକ ଓ ବ୍ୟକ୍ତିଗତସ୍ତରରେ ଯେଉଁ ଉଦ୍ୟମ କରିଛେ ଏବଂ ଆମର ଯେଉଁ ଅଭିଜ୍ଞତା ହୋଇଛି, ସେଥିରୁ ଶିକ୍ଷା ଗ୍ରହଣ କରିବା ଦରକାର। କରୋନା ଯୁଦ୍ଧରେ ସମ୍ପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ବିଜୟ ହାସଲ କରିବା ପର୍ୟ୍ୟନ୍ତ ଆମକୁ ନିରନ୍ତର ସତର୍କ ରହିବାକୁ ପଡ଼ିବ। Share FacebookTwitterWhatsApp Comments are closed. Samaja Live ନିଉଜ ଆଲର୍ଟ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ; ଦୋଷ ସ୍ବୀକାର… Dec 1, 2022 ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମାଜିକ ସମୀକ୍ଷା… Dec 1, 2022 ବୌଦ୍ଧ ଜିଲ୍ଲାରେ ୬୦ ଜଣ ଏଡସ୍ ରୋଗୀ ଚିହ୍ନଟ,୧୩… Dec 1, 2022 ନାବାଳିକା ଦୁଷ୍କର୍ମ ମାମଲା : ଦୁଇ… Dec 1, 2022 ଜାତୀୟ କ୍ରୀଡାରେ ରେଖା ଦେ’ଙ୍କ ସଫଳତା Nov 30, 2022 ରେଳ ମଣ୍ଡଳ ପକ୍ଷରୁ ମିଳିତ ବିପର୍ଯ୍ୟୟ… Nov 30, 2022 Loading ... Load More Posts No More Posts ଜୀବନଚର୍ଯ୍ୟା କଦଳୀ ଚୋପା ବ୍ୟବସାୟ Nov 30, 2022 ନଖାଇଲେ ଜଳଖିଆ .. ବୃଦ୍ଧି ହୁଏ ଓଜନ,ବଢେ… Nov 29, 2022 ଘରେ ଥିଲେ ଏହି ଜିନିଷ , ହେବ ନାହିଁ ଧନର ଅଭାବ Nov 29, 2022 କର୍କଟ ଆଶଙ୍କା ବଢ଼ାଉଛି ନନ୍‌ଷ୍ଟିକ୍ ବାସନ Nov 29, 2022 ମଧୁମେହ ରୋଗ ବିଶେଷ ଚା’ Nov 29, 2022 ଏସବୁ ଖାଦ୍ୟ ରାତିରେ ସେବନ କଲେ ହୁଏ ଅନିଦ୍ରା… Nov 28, 2022 Loading ... Load More Posts No More Posts More Stories ପଞ୍ଚାୟତ ପରିଦର୍ଶନରେ ବ୍ଲକର ସମସ୍ତ ଅଧିକାରୀ Nov 30, 2022 ପାଣି ପାଇଁ ଜାତୀୟ ରାଜପଥ ଅବରୋଧ Nov 30, 2022 ଶଂଖାମେରୀ ସର୍ବଭାରତୀୟ ବାପୁଜୀ ପ୍ରିମିୟର… Nov 30, 2022 Prev Next 1 of 40,402 About Us ‘The Samaja’, the synonym of news papers in Odisha – a mass circulated and widely read Odia daily has completed ‘Hundred’ years of its glorious publication. Read More... Samaja Live ଅଚ୍ୟୁତଙ୍କ ଅକୁହା କାହାଣୀ ଦେଖନ୍ତୁ ନିଶ୍ଚୟ ପ୍ରେରଣା ମିଳିବ ବିଭିନ୍ନ ଦାବି ପୂରଣ ନେଇ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ସମସ୍ୟାର ସମାଧାନ ପାଇଁ ଜନ ଆନ୍ଦୋଳନ ସମିତିର ବ୍ଲକ କାର୍ଯ୍ୟାଳୟ ଘେରାଉ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୋପବନ୍ଧୁ ମହିଳା ସ୍ନାତକ କଲେଜରେ ଏଡ୍‌‌ସ ସଚେତନତା ୧୪୬୦ଲିଟର ମଦ ସହ ୩ ଗିରଫ, ପିକ୍‌‌ଅପ ଭ୍ୟାନ ଜବତ Social Pages FacebookTwitterGoogle+ReddItWhatsAppPinterestEmail Newsletter Subscribe our newsletter to stay updated. Subscribe Powered by About Us Advertise with us Terms and Conditions Contact Us EPaper © 2022 - Samaja Live. All Rights Reserved. Breaking News ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ଡିସେମ୍ବର ୨୦ ପରେ ନିଷ୍ପତ୍ତି ନେବ ଶିକ୍ଷକ ସଙ୍ଘ // ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ // କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଏକ ଏକର ଜମି ଓ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି // ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧ ଏକର ଜମି ସହ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି // ଭୁବନେଶ୍ୱରରେ ଆସନ୍ତା ଡିସେମ୍ବର ୨ରୁ ୪ ତାରିଖ ଯାଏଁ ଆୟୋଜିତ ହେବ ‘ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ // ରାଜ୍ୟ କ୍ୟାବିନେଟର ୫୨ତମ ବୈଠକରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ // ଓଡିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨କୁ କ୍ୟାବିନେଟରେ ଅନୁମୋଦନ,ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆନୁସଂଗିକ ଶିଳ୍ପ ପ୍ରତିଷ୍ଠାରେ ହେବ ସହାୟକ // ନୂତନ ପର୍ଯ୍ୟଟନ ନୀତି-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ମିଳିବ // କ୍ୟାବିନେଟ ବୈଠକରେ ନୂଆ ସ୍କ୍ରାପିଙ୍ଗ ନୀତିକୁ ଅନୁମୋଦନ, ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡିର ହେବ ସ୍କ୍ରାପ, ନୂଆ ଗାଡି କିଣିବା ପାଇଁ ମିଳିବ ପ୍ରୋତ୍ସାହନ // ଶିଳ୍ପ ନୀତି ଓ ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨କୁ ମଧ୍ୟ ରାଜ୍ୟ କ୍ୟାବିନେଟର ଅନୁମୋଦନ // ବିଶୁଦ୍ଧ ପାନୀୟ ଜଳଯୋଗାଣ ସଂକ୍ରାନ୍ତୀୟ ଦୁଇଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ, ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍‌ର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେ.ଜେ.ଏମ୍‌ ଯୋଜନାରେ ଯୋଗାଇ ଦିଆଯିବ ନିରାପଦ ପାନୀୟ ଜଳ // ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ଦାୟର, ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ସହ ମେଧା ତାଲିକା ପ୍ରକାଶ ପାଇଁ ଦାବି // ରାଜ୍ୟ ଗୃହ ନିର୍ମାଣ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ପୁଣି ୩ ବର୍ଷ ଜେଲ୍ ସହ ୫୦ ହଜାର ଟଙ୍କା ଜରିମାନା // ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ କଲେ ଜେଏମଏଫସି-୩ କୋର୍ଟ // ମାଟ୍ରିକ ସମେଟିଭ-୧ ପରୀକ୍ଷା ଶେଷ, ଡିସେମ୍ବର ୯ରୁ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ // ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୮୯ଟି ଆସନ ପାଇଁ ହେବ ମତଦାନ // ବନକଲାଗି ନୀତି ଯୋଗୁ ଶ୍ରୀମନ୍ଦିରରେ ଆଜି ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ଦର୍ଶନ ବନ୍ଦ // ଡିସେମ୍ବର ୩୧ ଯାଏଁ ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି //
2022-11-30T19:49:15Z
https://www.samajalive.in/editorial-article-m-venkeya-naidu/259800.html
OSCAR-2301
ଲଣ୍ଡନ: ପ୍ରଥମ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ଭାବେ ୪୨ ବର୍ଷୀୟ ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ସେ ବ୍ରିଟେନର ସର୍ବକନିଷ୍ଠ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ବ୍ରିଟେନ ବର୍ତ୍ତମାନ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି। ଏହାକୁ ସୁଧାରିବା ପାଇଁ ସୁନକ ପ୍ରୟାସ କରିବେ। ଆଜି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ଅଭିଭାଷଣରେ ସୁନକ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ସେ କରିଥିବା ଯୋଜନା ସମ୍ପର୍କରେ ବି ସମ୍ୟକ ସୂଚନା ଦେଇଛନ୍ତି। ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ଆମ ଦେଶ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି। ୟୁକ୍ରେନରେ ପୁଟିନ(ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ) କରୁଥିବା ଯୁଦ୍ଧ ପୂରା ବିଶ୍ୱ ମାର୍କେଟକୁ ଦୋହଲାଇ ଦେଇଛି। ଲିଜ ଟ୍ରସ(ପୂର୍ବତନ ପ୍ରଧାନମନ୍ତ୍ରୀ) ଅର୍ଥନୀତି ପାଇଁ ଭୁଲ କାମ କରୁ ନଥିଲେ। ଅର୍ଥନୀତିକୁ ସଜାଡ଼ିବାକୁ ସେ ଚେଷ୍ଟା କରିଥିଲେ। ମୁଁ ତାଙ୍କ କାମକୁ ପ୍ରଶଂସା କରୁଛି। କିନ୍ତୁ କିଛି ତ୍ରୁଟି ରହିଥିଲା। ସେ ମନ୍ଦ ଉଦ୍ଦେଶ୍ୟରେ ଏମିତି କରି ନଥିଲେ। ଏହା କେବଳ ଏକ ତ୍ରୁଟି ଥିଲା। ମୋତେ ସେହି ସବୁ ତ୍ରୁଟିକୁ ସୁଧାରିବାକୁ ନିଯୁକ୍ତ କରାଯାଇଛି। ମୁଁ ଆମ ଦେଶକୁ କଥାରେ ନୁହେଁ, କାମରେ ଏକାଠି କରିବି। ଆହୁରି ପଢ଼ନ୍ତୁ କେ-ଡ୍ରାମା ଦେଖିବାରୁ ସର୍ବସମ୍ମୁଖରେ ୨ ଛାତ୍ରଙ୍କୁ ଦିଆଗଲା… 11 hours ago ବାହାଘର ପୂର୍ବରୁ ସେକ୍ସ ମନା, ସଂସଦରେ ପାସ୍‌ ହେଲା ବିଲ୍‌ 11 hours ago ମୁଁ ଦୈନନ୍ଦିକ କାମ କରି ସବୁ ପ୍ରତିଶ୍ରୁତିକୁ ପୂରଣ କରିବ। ବିଶ୍ୱାସ ହାସଲ ହୋଇଛି। ମୁଁ ମଧ୍ୟ ଏହାକୁ ସବୁବେଳେ ବଜାୟୀ ରଖିବି। ଏହି ସମର୍ଥନ ସମସ୍ତଙ୍କର ଓ ସମସ୍ତଙ୍କୁ ଏକାଠି ରଖିବାକୁ ମିଳିଛି। ଆମ ଘୋଷଣାପତ୍ର ଆମ ହୃଦୟରେ ରହିଛି। ତୁରନ୍ତ ଦେଶ ଭୋଗୁଥିବା ଅର୍ଥନୀତିକ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ କଠିନ ଓ କଷ୍ଟଦାୟକ ନିଷ୍ପତ୍ତି ଆଗକୁ ଆସିବ। ଆମେ କେବେ ହେଲେ ଆମର ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଋଣବୋଝ ରଖି ପାରିବୁ ନାହିଁ। ଆମେ ଯାହା ଋଣ କରିଛୁ, ତା’କୁ କାହିଁକି ଆମ ପରବର୍ତ୍ତୀ ପିଢ଼ି ଭରଣ କରିବେ? ଶକ୍ତିଶାଳୀ ନ୍ୟାଶନାଲ ହେଲ୍ଥ କେୟାର ବ୍ୟବସ୍ଥା, ସ୍କୁଲ, ସୁରକ୍ଷିତ ରାସ୍ତା, ସେନା ବାହିନୀକୁ ସମର୍ଥନ ଓ ନିଯୁକ୍ତି ସୃଷ୍ଟି ଉପରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବୁ। ଅଖଣ୍ଡତା, ପ୍ରଫେସନାଲିଜିମ ଓ ଉତ୍ତରଦାୟିତ୍ୱ ସବୁ ସ୍ତରେ ରହିବ। ମୁଁ ଆମ ଦେଶକୁ ଏହି ସବୁ କାମରେ ଏକାଠି କରିବି।” ବୋରିସ ଜନସନ ପ୍ରଧାନମନ୍ତ୍ରୀ ଥିବା ବେଳେ ସୁନକ ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଦେଶର ବ୍ୟବସାୟ ଓ ଲୋକଙ୍କ ସୁରକ୍ଷା ପାଇଁ ସେ ସବୁ କିଛି କରିଥିଲେ ବୋଲି କହିଛନ୍ତି। ଅନେକ ପ୍ରକାରର ଯୋଜନା ସେତେବେଳେ ପ୍ରଣୟନ କରାଯାଇଥିଲା। ଏବେ ମଧ୍ୟ ଲୋକଙ୍କୁ ସମସ୍ୟା ମଧ୍ୟରୁ ମୁକୁଳାଇବା ପାଇଁ ଅନେକ ଯୋଜନା ଲାଗୁ ହେବ ବୋଲି ଋଷି ସୁନକ କହିଛନ୍ତି।
2022-12-07T02:45:06Z
https://odishareporter.in/nation-world/world/uk-pm-rishi-sunaks-big-promise-in-first-address-776516
OSCAR-2301
ନୂଆଦି‌ଲ୍ଲୀ ୧୯/ ୧୧: ‘ଯୁବପିଢିଙ୍କ ମସ୍ତିଷ୍କକୁ ଧ୍ବସ୍ତବିଧ୍ବସ୍ତ କରିପକାଉଛନ୍ତି ସାମାଜିକ ଗଣମାଧ୍ୟମ ଆପ୍ । କ୍ୟାରିୟର ତିଆରି କରିବା ଦିଗରେ ଅଧିକ ଫୋକସ୍‌ କରିବା ପାଇଁ ସେମାନଙ୍କୁ ପ୍ରେରଣାଦାୟୀ କଥା ଶୁଣିବାର ଆବଶ୍ୟକତା ରହିଛି’ । ଜାତୀୟ ଗଣମାଧ୍ୟମ ସଂସ୍ଥା ଆଜତକ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏମିତି କହିଛନ୍ତି ଲୋକପ୍ରିୟ ଲେଖକ ତଥା ମୋଟିଭେସନାଲ ସ୍ପିକର୍‌ ଚେତନ୍‌ ଭଗତ । ସାହିତ୍ୟ ଆଜତକ୍‌ ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେଇ ଚେତନ ଭଗତ କହିଛନ୍ତି, ‘ଆଗିକାଲିର ସୋସିଆଲ ମିଡିଆ ଯୁଗରେ ପଢିବା ପ୍ରତି ଲୋକଙ୍କ ରୁଚି ଅପେକ୍ଷାକୃତ ହ୍ରାସ ପାଇଛି । ପ୍ରତିଦିନ କିଛି ନା କିଛି ପଢିବା ଆବଶ୍ୟକ । ଶସ୍ତା ଡାଟା ପ୍ୟାକ୍‌ ଯୁବପିଢିଙ୍କୁ ଦୁର୍ବଳ କରିପକାଇଲାଣି । ଝିଅମାନଙ୍କ ତୁଳନାରେ ପୁଅମାନଙ୍କ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ଅଧିକ ପ୍ରଭାବ ପକାଉଛି । କେବଳ ରିଲ୍ସ ଖେଳାଇ ଖେଳାଇ ଅଧିକାଂଶ ସମୟ ଅତିବାହିତ କରୁଛନ୍ତି’। ଭଗତ କହଛନ୍ତି, ‘ଭାବିଲେ ଦୁଃଖ ଲାଗୁଛି ଯେ, ଗୋଟିଏ ଯୁବଗୋଷ୍ଠୀ କାର୍ଗିଲରେ ଯୁଦ୍ଧ କରୁଛନ୍ତି ଅନ୍ୟପଟେ ଆଉ ଏକ ଗୋଷ୍ଠୀ ରିଲ୍ସ ବନାଇବା ଏବଂ ଦେଖିବାରେ ସମୟ ଅତିବାହିତ କରୁଛନ୍ତି । ପଢିବା ସମସ୍ତ ପାଇଁ ନିତାନ୍ତ ଜରୁରୀ । ସ୍ଥିରଚିତ୍ତରେ ଭାବିବା ଏବଂ ନୂଆ କିଛି କରିଦେଖାଇବାକୁ ହେଲେ ପଢିବା ନିହାତି ଆବଶ୍ୟକ । ଗୋଟିଏ ଭଲ ବହି ପଢିଲେ ସବୁକିଛି ସମ୍ଭବ ହୋଇପାରିବ । ଘଣ୍ଟା ଘଣ୍ଟା ଧରି ଟିଭି କି ମୋବାଇଲ ଦେଖିଲେ ତାହା କେବେ ସମ୍ଭବ ହେବନାହିଁ’। ଟ୍ବିଟର ଏବଂ ଏଲନ ମସ୍କ ବିବାଦକୁ ନେଇ ସେ କହିଛନ୍ତି, ‘ଟ୍ବିଟର୍‌ ଇଜ୍‌ ଏ ୟୁଜ୍‌ଲେସ୍‌ ଥିଙ୍ଗ (ଟ୍ବିଟର ହେଉଛି ବେକାର୍‌ ଜିନିଷ) । ଜଣେ ଦିନକୁ କେବଳ ୫ ରୁ ୧୦ ମିନିଟ୍‌ ଟ୍ବିଟର ବ୍ୟବହାର କରିବା ଉଚିତ । କାରଣ ଏହା ନକାରାତ୍ମକ ପ୍ରଭାବ ପକାଉଛି । ଅନ୍ୟପଟେ ଘଣ୍ଟା ଘଣ୍ଟା ଧରି ଇନଷ୍ଟାଗ୍ରାମ ଦେଖିବା ଦ୍ବାରା ଦୈନନ୍ଦୀନ ଜୀବନ ଉପରେ ଏହା ଗୁରୁତର ପ୍ରଭାବ ପକାଉଛି । ମୁଁ କେବଳ ସେହିମାନଙ୍କ ଆଖି ଖୋଲିଦେବାକୁ ଚାହୁଁଛି । ନିଜ ଲକ୍ଷ୍ୟ ପ୍ରତି ଫୋକସ୍‌ କରିବା ଉଚିତ’। ସମ୍ବନ୍ଧିତ ଖବର 1 min read ସମ୍ଭାବ୍ୟ ବାତ୍ୟା ନେଇ କେନ୍ଦ୍ର ସରକାରଙ୍କ ସମୀକ୍ଷା 7/12/2022 at 9:39 AM 1 min read ସଂସଦ ଶୀତକାଳୀନ ଅଧିବେଶନ ୨୦୨୨: ପର୍ଯ୍ୟଟକ ଓ ଅତିଥିଙ୍କ ପାଇଁ କୋହଳ ହେବ ନିୟମାବଳୀ 7/12/2022 at 9:33 AM 1 min read ଦେଶରେ ଖୋଲିବ ଲକ୍ଷେ ସିନେମା ହଲ୍‌ 7/12/2022 at 9:33 AM ଆଜିଠୁ ସଂସଦର ଶୀତ ଅଧିବେଶନ 7/12/2022 at 9:21 AM ଫ୍ଲାଇଓଭର ଓ ମେଟ୍ରୋର ନିଆରା ସାମଞ୍ଜସ୍ୟ , ଗିନିଜ୍‌ ବୁକ୍‌ରେ ସ୍ଥାନିତ ନାଗପୁର ସହର 6/12/2022 at 10:22 PM 1 min read କେହି ଜଣେ ବି ଭୋକିଲା ପେଟରେ ନ ଶୁଅନ୍ତୁ, ସମାଜର ଶେଷ ବ୍ୟକ୍ତି ନିକଟରେ ଖାଦ୍ୟ ପହଞ୍ଚାଇବା ସରକାରଙ୍କ କର୍ତ୍ତବ୍ୟ: ସୁପ୍ରିମକୋର୍ଟ
2022-12-07T04:26:30Z
https://www.prameya.com/chetan-bhagats-motivation-words-for-young-generations/
OSCAR-2301
(ବରଗଡ଼) ଗଣ ଇସ୍ତାହାର ୦୮/୧୨ – ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡରେ ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ । ଖରିଫରେ ଠିକ ସମୟରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଇଥିଲେ ମଧ୍ୟ ମରୁଡ଼ି ଘୋଷଣା କରାଯାଇନାହିଁ । ଚାଷୀମାନେ ଫସଲ ବୀମା ପାଇଁ ପ୍ରମିୟମ ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ଚଳିତ ଡିସେମ୍ବର ପହିଲାରୁ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିଛି । ପଦ୍ମପୁର ନିୟନ୍ତ୍ରୀତ ବଜାର କମିଟି ଅନ୍ତର୍ଗତ ୭୪ ଟି ବିକ୍ରୟକେନ୍ଦ୍ରରେ ଧାନ ବିକ୍ରି ବ୍ୟବସ୍ଥା ହୋଇଛି । ଗତକାଲି ସୁଦ୍ଧା ୮୧ ହଜାର ପେକେଟ ଧାନ ମଣ୍ଡିକୁ ଆସିଥିବା ବେଳେ ସେଥି ମଧ୍ୟରୁ ୧୪ ୪୫୬ ପେକେଟ ବିକ୍ରି ହୋଇଛିି । ତେବେ ୪୬ ଟି ବିକ୍ରୟ କେନ୍ଦ୍ରକୁ ଗୋଟିଏ ପେକେଟ ମଧ୍ୟ ଧାନ ବିକ୍ରି ପାଇଁ ଆସିନାହିଁ । ପଦ୍ମପୁର ଏବଂ ଗାଇସିଲେଟ ବ୍ଳକରେ ଅଧିକାଂଶ ଏହିପରି ମଣ୍ଡି ରହିଛି । ମଣ୍ଡି ବାହାରେ ଖୁବ କମ ଦରରେ ଚାଷୀମାନେ ବେପାରୀ ମାନଙ୍କୁ ବିକ୍ରି ଦେଉଥିବା ଜଣାପଡ଼ିଛି । ଧାନ ବିକ୍ରି କଲେ ବୀମା ଟଙ୍କା ମିଳିବ ନାହିଁ ବୋଲି ଗାଁ ଗାଁରେ ପ୍ରଚାର କରାଯାଉଛି । ଏହାକୁ ନେଇ ପଦ୍ମପୁର ଅଂଚଳର ବିଭିନ୍ନ ଗାଁରେ ଚାଷୀ ମାନଙ୍କ ସଭା ସମିତି ହେଉଛି । ମଣ୍ଡିରେ ଚାଷୀ ମାନେ ଧାନ ବିକ୍ରି ନ କରିବାକୁ କୁହାଯାଉଛି । ଯେଉଁ ଚାଷୀ ମଣ୍ଡିରେ ଧାନ ବିକିବ ବୀମା ଟଙ୍କା ନ ମିଳିଲେ ସେ ଦାୟୀ ହେବ ବୋଲି ଚେତାବନୀ ଦିଆଯାଉଥିବାରୁ ଚାଷୀମାନେ ଭୟଭୀତ ହୋଇ ମଣ୍ଡିରେ ଧାନ ବିକ୍ରି ନ କରି ବସ୍ତାପ୍ରତି ୮୦୦/୯୦୦ ଟଙ୍କାରେ ବେପାରୀ ମାନଙ୍କୁ ଧାନ ବିକ୍ରି କରି ଦେଉଛନ୍ତି । ମହୁଲପାଲି ଗାଁର ଜଣେ ଚାଷୀ ପଦ୍ମପୁର ମଣ୍ଡିକୁ ଧାନ ବିକ୍ରି ପାଇଁ ନେଇଥିଲେ । ମାତ୍ର ସେ ପୁଣି ମଣ୍ଡିରୁ ତାଙ୍କ ଧାନ ଫେରାଇ ଆଣିଥିବା ଜଣାପଡ଼ିଛି । ଯେଉଁମାନେ ଏପରି ଅପପ୍ରଚାର ଚଳାଇଛନ୍ତି ସେମାନଙ୍କ ପ୍ରତି ସଚେତନ ହେବାକୁ ମତ ପ୍ରକାଶ ପାଇଛି । Log in to post comments ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ , GANAISTAHAR.COM -A A +A Recent content ଲସ୍ତଲା ହାଇସ୍କୁଲରେ ଡ଼ିଆରଡ଼ିଓ ର ବରିଷ୍ଠ ବୈଜ୍ଞାନିକ ପବନ କୁମାର 1 week ago ରଣଜିତପୁରରେ ବିଶ୍ୱ ଖାଦ୍ୟ ମେଳା ଅନୁଷ୍ଠିତ2 weeks ago ଲାଉନସରାର ସଫଳ ଚାଷୀ ତେଜରାଜ ନାୟକ3 months 4 weeks ago ସ୍ୱଚ୍ଛ ଭାରତ ଅଭିଯାନ ବରଗଡ଼ରେ କାୟାକଳ୍ପ ସମ୍ବର୍ଦ୍ଧନା ସମାରୋହ4 months ago PRESS MEET BJP YUB MORCHA4 months ago ଶତାୟୁଙ୍କ ପରଲୋକ 9 months ago ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ9 months 3 weeks ago ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ10 months ago ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ10 months ago ନିଶା ନିବାରଣ ସଚେତନତା କର୍ମଶାଳା 10 months ago (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ
2022-12-02T06:35:09Z
http://ganaistahar.com/cms/en/node/1425
OSCAR-2301
ଶହେ ଘଣ୍ଟା ଧରି ନିରନ୍ତର ଗୋଟିଏ ଘଟଣାର ପ୍ରସାରଣ ଓ ପରିବେଷଣ ପରେ ଏହାର ମହାପ୍ରଭାବ ପରିଲକ୍ଷିତ ହେଲା ଓ ଜଣେ ଭଣ୍ଡ ବାବା ଜେଲକୁ ଗଲେ ବୋଲି ଅତ୍ୟନ୍ତ ଆତ୍ମତୃପ୍ତିର ସହ ଗୋଟିଏ ଟେଲିଭିଜନ୍ ଚ୍ୟାନେଲ୍ ଉଦଘୋଷକ ଘୋଷଣା କଲେ । ଶହେ ଘଣ୍ଟା ଧରି ଦର୍ଶକଙ୍କ ଆଖି ଓ କାନ ଉପରେ ଯେଉଁ ପ୍ରକାର ଅତ୍ୟାଚାର କରାଗଲା, ତାହାର ପ୍ରଭାବ କେଉଁଠି ନା କେଉଁଠି ଅବଶ୍ୟ ପଡ଼ିଥା’ନ୍ତା । ସାରଥୀ ବାବା ପ୍ରସଙ୍ଗରେ ଓଡ଼ିଶାର ଟେଲିଭିଜନ ଚ୍ୟାନେଲ ଗୁଡିକ ଏତେ ଅଧିକ ଉତ୍ସାହିତ ହୋଇପଡ଼ିଲେ ଯେ, ତାଙ୍କୁ ଲାଗିଲା ଏହାହିଁ ଓଡ଼ିଶାର ପରିତ୍ରାଣ ପାଇଁ ଏକମାତ୍ର ପ୍ରସଙ୍ଗ । କହିବାରେ ଦ୍ୱିଧା ନାହିଁ ଯେ, ସାରଥୀ ଓରଫ୍ ସନ୍ତୋଷ ରାଉଳ ଯେଉଁପ୍ରକାର କାରନାମା ସହ ସମ୍ପୃକ୍ତ, ସେ ଜେଲ୍ ଯିବା ଉଚିତ୍ । ହଜାର ହଜାର ଭକ୍ତଙ୍କୁ ନିଜ ଭଣ୍ଡବିଦ୍ୟାରେ ଆକର୍ଷିତ କରି କୋଟିପତି ହୋଇଥିବା ଏହି ବାବା ଜଣକ କାହାଠୁ ସମର୍ଥନ ପାଇବେ ନାହିଁ । ତେବେ ପ୍ରସଙ୍ଗଟି ସେଇଠି ସରିଯିବା ଉଚିତ୍ । ଅତି ସରଳ ଭାବରେ କହିବାକୁ ଗଲେ ସାରଥି ପ୍ରସଙ୍ଗ ଆମ ସାମାଜିକ ଜୀବନର ଏକ ଛୋଟିଆ ନୈତିକ ବିପର୍ଯ୍ୟୟ ମାତ୍ର । ପ୍ରତ୍ୟେକ ଧାର୍ମିକ ପୀଠରେ ଭ୍ରଷ୍ଟାଚାର ଓ ପାଗଳାମୀର ମିଶାମିଶି ଏକ ବାତାବରଣ ରହିଥାଏ । ଲୋକଙ୍କ ବିଶ୍ୱାସକୁ ପୁଞ୍ଜି କରି ଧର୍ମଗୁରୁମାନେ ନିଜର ସାମ୍ରାଜ୍ୟ ବଢାଇଥା’ନ୍ତି । ଏହା ଆଦୌ ନୂଆ କଥା ନୁହେଁ । ଆଜି ଯେତେବେଳେ ଆଶାରାମ ବାପୁଙ୍କ ବିଶାଳ ଅର୍ଥନୈତିକ ସାମ୍ରାଜ୍ୟର ଚର୍ଚ୍ଚା ଚାଲିଛି, ସେଠି ସାରଥି ବାବା ଦଣ୍ଡିକିରି ମାଛଟିଏ ମାତ୍ର । ଶେଷତମ ତଥ୍ୟ ଅନୁଯାୟୀ ଆଶାରାମ ବାପୁଙ୍କ କଳା ଟଙ୍କାର ସାମ୍ରାଜ୍ୟ ୧୦ହଜାର କୋଟିରୁ ଅଧିକ । କେବଳ ୫୦୦ ବ୍ୟକ୍ତି ବିଶେଷଙ୍କୁ ସେ ୧୦୦୦ରୁ ଅଧିକ କୋଟି ଟଙ୍କାର ଋଣ ଦେଇଛନ୍ତି । ଟଙ୍କା ହାତ ଉଧାରି ଦେଇ ଅଧିକ ସୁଧ ଖାଇବାର ଏକ ସରଳ ପ୍ରକ୍ରି୍ୟା ଆଶାରାମ ବାପୁଙ୍କ ଭକ୍ତମାନଙ୍କ ଭିତରେ ପ୍ରଚଳିତ । ଆଶାରାମଙ୍କ ନାଁରେ ଯେଉଁସବୁ ମାମଲା ରହିଛି, ସବୁଗୁଡ଼ିକ ସଙ୍ଗୀନ । ହତ୍ୟା, ଧର୍ଷଣ, ଚୋରି, ଠକେଇ, ସାକ୍ଷୀମାନଙ୍କୁ ହତ୍ୟା ଓ ବିଦେଶରେ ଟଙ୍କା ଲଗାଣ ଭଳି ଭୟଙ୍କର ଅଭିଯୋଗ ତାଙ୍କ ନାଁରେ ଅଛି । ତଥାପି ଆଶାରାମଙ୍କର ଭକ୍ତମାନେ ବୁଝୁନାହାନ୍ତି । ବାବାଙ୍କ ନାଁରେ ଆଜି ବି କୀର୍ତନ ଚାଲିଛି । ତାଙ୍କର ହତ୍ୟା ଓ ଧର୍ଷଣର ସାମ୍ରାଜ୍ୟକୁ ଭାଙ୍ଗିବାରେ ଗଣମାଧ୍ୟମ ସଫଳ ହୋଇପାରିନାହିଁ । ବାବା ଓ ମାତା ପ୍ରସଙ୍ଗରେ ଗଣମାଧ୍ୟମର ଅବସ୍ଥା ବଡ଼ ବିଚିତ୍ର । ଗୋଟେ ପକ୍ଷରେ ସେମାନଙ୍କର ପ୍ରବଚନ, ଯୋଗାଭ୍ୟାସ ଓ ଭଜନକୁ ପରିବେଷଣ କରି ଆମେ ବିଜ୍ଞାପନ ହାସଲ କରିବାକୁ ଚାହୁଁଛୁ । ଅପରପକ୍ଷରେ ତାଙ୍କର ନୈତିକତାକୁ ନେଇ ଆମର ସନେ୍ଦହ କମ୍ ନୁହେଁ । ସାରଥୀ ପ୍ରସଙ୍ଗରେ ଗଣମାଧ୍ୟମର ପ୍ରସାରଣ ପଛରେ କେବଳ ଗୋଟିଏ ଯୁକ୍ତି ହେଉଛି ନୈତିକତାର ଅବକ୍ଷୟ । ବାବା ନୀଳ ରଙ୍ଗର ଜିନସ ପିନ୍ଧିଥିଲେ, ମଦ ପିଇଲେ ଓ ଜଣେ ଯୁବତୀଙ୍କ ସହ ଗୋଟେ ପଞ୍ଚ ତାରକା ହୋଟେଲରେ ରାତ୍ରିଯାପନ କଲେ । ଊଣାଅଧିକେ ବହୁ ବାବା ଅତୀତରେ ଏଇୟା କଋ ଧରାପଡିଛନ୍ତି । ଯିଏ ଧରା ପଡ଼େ, ସିଏ ବଦନାମ୍ ହୁଏ, ଯିଏ ଧରାପଡ଼େ ନାହିଁ, ସିଏ ମହାପୁରୁଷ ସାଜି ପ୍ରବଚନ ଦେଇ ଚାଲିଥାଏ । ଏକଥା କହିଲେ ଭକ୍ତମାନେ ବିଗିଡ଼ିଯିବେ । ସେମାନେ କହିବେ ଭାରତ ହେଉଛି ସାଧୁସନ୍ଥମାନଙ୍କର ଦେଶ । ତେଣୁ ସବୁ ସାଧୁ ସାରଥୀ ବା ଆଶାରାମ ନୁହଁନ୍ତି । ହୁଏତ ଭକ୍ତମାନଙ୍କର ଭାବାବେଗକୁ ସମ୍ମାନ ଦିଆଯାଇପାରେ । ତେବେ ଅସଲ କଥା ହେଉଛି ଭକ୍ତି ଓ ଆଧ୍ୟାତ୍ମିକତାର ବଜାରରେ ସାଧୁସନ୍ଥ ଖୋଜିବା ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ । ଯେଉଁ ନିର୍ବୋଧମାନେ ଏହି ବଜାରର ପଣ୍ୟ ହେବାକୁ ଦଉଡ଼ିଯା’ନ୍ତି, ସେମାନଙ୍କ ପ୍ରତି ଦୟା ଦେଖାଇବାର କୌଣସି କାରଣ ନାହିଁ । ଭକ୍ତମାନେ ପ୍ରତାରିତ ହେବା ପାଇଁ ନିଜକୁ ସମର୍ପିତ କରିଥା’ନ୍ତି । ସତ କହିଲେ, ପ୍ରତାରଣା ସେମାନଙ୍କୁ କାଟେ ନାହିଁ । ଗୋଟିଏ ବାବା ବଦନାମ୍ ହେଲେ ସେମାନେ ଆଉ ଗୋଟିଏ ବାବା ବା ମାତାର ତଲାସ୍ ରେ ବାହାରିପଡ଼ନ୍ତି । ସାରାଜୀବନ ମୁକ୍ତି କିଣିବା ଲାଗି ପକେଟରେ ଟଙ୍କା ଧରି ବୁଲୁଥିବା ଏହି ଭକ୍ତମାନଙ୍କୁ ସ୍ୱୟଂ ଭଗବାନ ମଧ୍ୟ ବେ ଇ ପାରିବେ ନାହିଁ । ସେମାନଙ୍କର ନିର୍ବୋଧତା ଏତେ ଶକ୍ତିଶାଳୀ ଯେ, କୌଣସି ଯୁକ୍ତି ବା ତଥ୍ୟ ତାଙ୍କୁ ବିଚୁ୍ୟତ କରିପାରିବ ନାହିଁ । ମଣିଷ ଭିତରେ ଛୋଟିଆ ଯାଦୁକରଟିଏକୁ ଦେଖି ସେମାନେ ଭଗବାନଙ୍କୁ ପାଇଯା’ନ୍ତି । ତାହାହିଁ ହେଉଛି ଭକ୍ତିର ମୂଳ ଆଧାର । ଯେଉଁ ତଥାକଥିତ ବଡ଼ ଭକ୍ତିର କଥା ଆମେ କହୁ, ତା’କୁ ବଖାଣ କରି ହୁଏ ନାହିଁ । ଯେମିତି ରାମକୃଷ୍ଣ ପରମହଂସ କହନ୍ତି, “ଲୁଣର ପିତୁଳା ସମୁଦ୍ର କେତେ ଗଭୀର ମାପିବାକୁ ଗଲା । ସେଠୁ ଫେରିଲେ ସିନା ସେ ଆସି କହିବ, ସମୁଦ୍ର କେତେ ଗଭୀର !” ଭାବ ଓ ଭକ୍ତି ପ୍ରବଚନର ବିଷୟବସ୍ତୁ ନୁହେଁ । ଏହା ଅନୁଭବର ଉପାଦାନ । ଭକ୍ତମାନେ ଏହି ସାଧାରଣ କଥାକୁ ବୁଝିପାରନ୍ତି ନାହିଁ । ତେଣୁ ସେମାନେ ଯେତେବେଳେ ଭଣ୍ଡାମିର ଶିକାର ହୁଅନ୍ତି, ତା’କୁ ଦେଖି ଆଚମ୍ବିତ ହେବାର କୌଣସି କାରଣ ନାହିଁ । ଭକ୍ତମାନଙ୍କ ଭାଗ୍ୟ ହେଉଛି ସେଇଆ । ସେମାନେ ନିଜ ଛାତିରେ ନିଜ ଭଗବାନଙ୍କଠାରୁ ବାରମ୍ବାର ଗୋଇଠା ଖାଇବେ ଓ ନୂଆ ଭଗବାନ ଖୋଜୁଥିବେ । ସାରଥୀ ଭକ୍ତମାନେ ଏହାର ବ୍ୟତିକ୍ରମ ନୁହନ୍ତି । ତେବେ ଶହେ ଘଣ୍ଟା ଧରି ଓଡ଼ିଆ ଗଣମାଧ୍ୟମରେ ଯେଉଁ ଭଣ୍ଡ ଭାଗବତ ଆମେ ଶୁଣିଲୁ, ଏହାର କିଛି ପ୍ରଭାବ ଭକ୍ତବତ୍ସଳ ଜନତା ଉପରେ ପଡ଼ିବ କି ! ଏହାର ସିଧାସଳଖ ଉତ୍ତ ର ହେଉଛି – ଜମା କିଛି ପଡ଼ିବ ନାହିଁ । କାଳିଆବୋଦା, ରନ୍ତତଲେଇଠୁ ଆରମ୍ଭ କରି ସାରଥୀ ଆଶ୍ରମ ପର୍ଯ୍ୟନ୍ତ ବହୁ ଭ୍ରଷ୍ଟାଚାରୀ ବାବାଙ୍କ ପର୍ଦ୍ଧାଫାସ ହୋଇଛି, ହେଲେ ଫଳାଫଳ ଯଥା ପୂର୍ବଂ ତଥା ପରଂ । ଭକ୍ତମାନେ ପାଦରୁ ଝରୁଥିବା ମହୁ ଚାଟିବାକୁ ସବୁବେଳେ ବ୍ୟାକୁଳ । ତାଙ୍କ ବ୍ୟାକୁଳତାକୁ ବିକିଭାଙ୍ଗି ଖାଇବା ପାଇଁ ଗଣମାଧ୍ୟମ ମଧ୍ୟ କମ୍ ତତ୍ପର ନୁହେଁ । ଭାରତରେ ଆଧ୍ୟାତ୍ମିକ ବଜାରର ପୁଞ୍ଜିକୁ ଆକଳନ କରିବା ସହଜ ନୁହେଁ । ମୋଟାମୋଟି ଭାରତର ଛୋଟବଡ଼ ବାବାମାନଙ୍କର ସମ୍ପତ୍ତିର ଆକଳନ କରି କୁହାଯାଉଛି ଯେ, ଏହା ୫ ଲକ୍ଷ କୋଟି ଟଙ୍କାରୁ କମ୍ ହେବ ନାହିଁ । ଭଗବାନ ବୋଲି ଏବେବି ଲକ୍ଷ ଲକ୍ଷ ଲୋକଙ୍କ ଘରେ ପୂଜା ପାଉଥିବା ସତ୍ୟସାଇ ବାବାଙ୍କ ମୃତୁ୍ୟପରେ ତାଙ୍କ ଘରୁ ୯୮ କେଜି ସୁନା, ୩୦୭ କେଜି ରୂପା, ୧୧.୫୬ କୋଟି ଟଙ୍କାର ଅର୍ଥରାଶି, ଶହ ଶହ ଦାମୀ ଅତର ମିଳିଲା । ତାକୁ ଲୋକେ ଭୁଲିଗଲେଣି । ବାବାଙ୍କ ମୃତୁ୍ୟ ପରେ ତାଙ୍କର ସମ୍ପ ିକୁ ଖ ମାନେ ଖାଇଯିବାକୁ ବସିଥିଲେ, ସେଥିରେ ଭକ୍ତମାନଙ୍କର କିଛି ପରିବ ର୍ନ ହେଲା କି ! ଆଜିର ତାରିଖରେ ବାବା ରାମଦେବଙ୍କ ସମ୍ପ ିର ମୂଲ୍ୟ ୫୦୦୦ କୋଟି ଟଙ୍କା । ନିର୍ମଳ ବାବାଙ୍କର ୭୦୦ କୋଟି ଟଙ୍କା, ଖ୍ରୀଷ୍ଟିଆନ୍ ଧର୍ମଗୁରୁ ପଲ୍ ଦିବାକରନ୍ଙ୍କ ସମ୍ପତ୍ତିର ମୂଲ୍ୟ ୫୦୦୦ କୋଟି ଟଙ୍କା, ଅମୃତାନନ୍ଦମୟୀଙ୍କର ୧୭୦୦ କୋଟି ଟଙ୍କା, ଗୁରୁମିତ୍ ରାମ ରହିମ୍ଙ୍କର ୭୦୦ କୋଟି ଟଙ୍କା । ଏହି ଟଙ୍କା ସବୁ ଆସେ କୁଆଡୁ, ଯାଏ କେଉଁଠିକି, ତା’ର କୌଣସି ହିସାବ ନାହିଁ । ଆମ ଦେଶର ପ୍ରବର୍ତନ ନିଦେ୍ର୍ଧଶାଳୟ ଓ ଆୟକର ବିଭାଗ ବାବାମାନଙ୍କ ପ୍ରତି ବେଶ୍ କୋହଳ ମନୋଭାବ ପୋଷଣ କରନ୍ତି । କୌଣସି ଆଶ୍ରମରେ ଆୟକର ବିଭାଗର ରେଡ୍ ପଡ଼ିବା ଖବର ଆମେ ଶୁଣିନାହୁଁ । ଏଠି ବ୍ୟବସାୟ କରୁଥିବା ଲୋକ ଆୟକର ଠକିଲେ ତାକୁ ଦଣ୍ଡ ଦିଆଯାଏ । ଧର୍ମ ନାଁରେ ବ୍ୟବସାୟ କରୁଥିବା ଭଣ୍ଡମାନଙ୍କୁ ଦଣ୍ଡିତ କରାଯିବ ନାହିଁ କାହିଁକି ? ଭଣ୍ଡମାନଙ୍କୁ ଦଣ୍ଡିତ କରିବା ପାଇଁ ଆମ ସରକାର ଓ ଶାସନ ପାଖରେ ସାହସ ନାହିଁ । କାରଣ ଭକ୍ତିର ମଦ ପିଇ ଭାସୁଥିବା ଭକ୍ତମାନେ ଭୋଟର ମଧ୍ୟ । ସେମାନେ ନିଜ ଗୁରୁଙ୍କ ନିଦେ୍ର୍ଧଶରେ ଭୋଟ ମଧ୍ୟ ଦେବାର ସମ୍ଭାବନା ରହିଛି । ତେଣୁ ସବୁ ରାଜନୈତିକ ଦଳ (ଅଳ୍ପ ବହୁତେ ବାମପନ୍ଥୀଙ୍କୁ ଛାଡ଼ି) ବାବାମାନଙ୍କର ଆଶ୍ରୟରେ ରହିବାକୁ ସୁବିଧା ବୋଲି ଭାବିଥାନ୍ତି । ସାରଥୀବାବାଙ୍କ କ୍ଷେତ୍ରରେ ସେଇଆ ଘଟିଛି । କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ନେତା ବାବାଙ୍କ ପାଦତଳେ ବସି ନିଜକୁ ଧନ୍ୟ ମଣିଛନ୍ତି । ଏକଥା କହିଲାବେଳେ ଆମକୁ ମନେ ପକାଇବାକୁ ହେବ ଯେ, କେନ୍ଦ୍ରାପଡ଼ା ଥିଲା ଓଡ଼ିଶାର ସମାଜବାଦୀ ରାଜନୀତିର ଏକ ପ୍ରମୁଖ କେନ୍ଦ୍ର, ସେଠୁ ବହୁ ବଡ଼ ବଡ଼ ସମାଜବାଦୀ ନେତା ଜିତିକି ଆସିଛନ୍ତି । ସମାଜବାଦୀ ଗଡ଼ରେ ଭାବବାଦୀ ସାରଥୀବାବାଙ୍କର ଉଦ୍ଭବକୁ ନୂଆ କରି ବିଚାର କରାଯାଇାପାରେ । ଆମ ରାଜନୀତିର କାପୁରୁଷପଣ ଓ ରାଜନେତାମାନଙ୍କର ଅନ୍ଧବିଶ୍ୱାସ ବାବାମାନଙ୍କ ଆଡ଼କୁ ଲୋକଙ୍କୁ ଅଧିକ ଆକର୍ଷିତ କରିଛି । ଆଜି ରାଜନୀତିରେ ଗାନ୍ଧି ବା ଲୋହିଆ ନାହାନ୍ତି । ଯେଉଁମାନଙ୍କ ପାଖରେ ରାଜନୈତିକ ଆଦର୍ଶ ଆଧ୍ୟାତ୍ମିକର ସ୍ତରକୁ ସ୍ପର୍ଶ କରିଥିଲା । ସେପ୍ରକାର ରାଜନୈତିକ ନେତୃତ୍ୱର ଅଭାବ ଯୋଗୁଁ ଆମ ସାମାଜିକ ଜୀବନ ଏବେ ଭଣ୍ଡମାନଙ୍କ ଦ୍ୱାରା ଅଧିକ ଆକର୍ଷିତ ହେଉଛି । ରାଜନୀତିରେ ବିଫଳତା ଧର୍ମକୁ ଅଧିକ ପ୍ରଭାବଶାଳୀ କରୁଛି । ଭାବବାଦର କଳା କୋଠରୀ ଭିତରେ ହେତୁବାଦର କୌଣସି ପ୍ରାସଙ୍ଗିକତା ରହୁନାହିଁ । ସାମାଜିକ ନେତୃତ୍ୱର ଅଯୋଗ୍ୟପଣ ଓ ଲୋକଙ୍କୁ ପ୍ରଭାବିତ କରିପାରିବାର ପ୍ରତିଭା ନଥିବାରୁ ଏହା ବାକ୍ଚାତୁରୀ ଜାଣିଥିବା ବାବାମାନଙ୍କ ହାତକୁ ଚାଲିଯାଉଛି । ଲୋକେ ଶାନ୍ତି ଖୋଜିବାକୁ ଯାଇ ଆହୁରି ଅଶାନ୍ତ ହେଉଛନ୍ତି । ଧର୍ମର ଗଣ୍ଡି ଭିତରେ ମଣିଷ ବେଶୀ ହତାଶ ହେଉଛି । ଏଥିପାଇଁ ଆମର ରାଜନୀତି ଓ ରାଜନୈତିକ ନେତୃତ୍ୱକୁ ସବୁଠୁ ଅଧିକ ଦାୟୀ ବୋଲି କହିବାରେ କୌଣସି ଅସୁବିଧା ନାହିଁ । ନିଉଜ ଡେସ୍କ Filed Under: ରୋକ ଠୋକ Tagged With: କେଦାର ମିଶ୍ର, ରୋକ୍ ଠୋକ୍, ସାରଥୀବାବା Reader Interactions Leave a Reply Cancel reply Your email address will not be published. Required fields are marked * Comment * Name * Email * Website Δ This site uses Akismet to reduce spam. Learn how your comment data is processed. Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-12-06T21:48:52Z
https://www.odisha.com/2015/08/17/%E0%AC%B6%E0%AC%B9%E0%AD%87-%E0%AC%98%E0%AC%A3%E0%AD%8D%E0%AC%9F%E0%AC%BE%E0%AC%B0-%E0%AC%AD%E0%AC%A3%E0%AD%8D%E0%AC%A1-%E0%AC%AD%E0%AC%BE%E0%AC%97%E0%AC%AC%E0%AC%A4-%E0%AC%93-%E0%AC%AD%E0%AC%95/?noamp=mobile
OSCAR-2301
ଶକ୍ତି ସଞ୍ଚୟ କରିବା, ନିର୍ଗମନ ହ୍ରାସ କରିବା ଏବଂ ଶରତ ଏବଂ ଶୀତରେ ବ electrical ଦୁତିକ ଶକ୍ତି ବ୍ୟବହାରକୁ ସହଜ କରିବା ପାଇଁ କିଛି ଦିନ ପୂର୍ବେ ଉତ୍ତର-ପୂର୍ବ ଚୀନ୍, ଗୁଆଙ୍ଗଡୋଙ୍ଗ, ଜେଜିଆଙ୍ଗ, ଜିଆଙ୍ଗସୁ, ଆନ୍ହୁଇ, ଶାନ୍ଦୋଙ୍ଗ, ୟୂନାନ, ହୁନାନ ଏବଂ ଅନ୍ୟାନ୍ୟ ସ୍ଥାନ ବିଦ୍ୟୁତ୍ ସଂଯୋଗ ନୀତି ଜାରି କରିଛନ୍ତି। ଶିଖର ଶକ୍ତି ବ୍ୟବହାରକୁ ସ୍ଥାନାନ୍ତର କରିବା | ବିଦ୍ୟୁତ୍ ଏବଂ ଶକ୍ତି ବ୍ୟବହାର ଉପରେ ଦେଶର “ଦ୍ୱ ual ତ ନିୟନ୍ତ୍ରଣ” ସହିତ ପେପର ମିଲ୍ ଉତ୍ପାଦନ ବନ୍ଦ କରିବା ସହ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ଉତ୍ପାଦନକୁ ସୀମିତ ରଖିବା ଆରମ୍ଭ କରିଛି ଏବଂ ଦୀର୍ଘ ଦିନର ନୀରବ କାଗଜ ବଜାର ବହୁମୂଲ୍ୟ ମୂଲ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଅଗ୍ରଣୀ କାଗଜ କମ୍ପାନୀ ଯେପରିକି ନାଇନ୍ ଡ୍ରାଗନ୍ସ ଏବଂ ଲି ଆଣ୍ଡ ମ୍ୟାନ୍ ମୂଲ୍ୟ ବୃଦ୍ଧି କରିଥିଲେ ଏବଂ ଅନ୍ୟାନ୍ୟ କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗଗୁଡିକ ମଧ୍ୟ ଏହା ଅନୁସରଣ କରିଥିଲେ | ଚଳିତ ବର୍ଷ ଅଗଷ୍ଟ ଠାରୁ ଅନେକ ପେପର କମ୍ପାନୀ ଅନେକ ଥର ମୂଲ୍ୟ ବୃଦ୍ଧି ଅକ୍ଷର ଜାରି କରିଛନ୍ତି, ବିଶେଷ କରି କରଗେଜ୍ ପେପରର ମୂଲ୍ୟ ପ୍ରଦର୍ଶନ ବିଶେଷ ଦୃଷ୍ଟି ଆକର୍ଷଣ କରିଥାଏ | ମୂଲ୍ୟ ବୃଦ୍ଧି ଖବର ଦ୍ ost ାରା ଉତ୍ସାହିତ ହୋଇ ପେପରମେକିଂ ସେକ୍ଟରର ସାମଗ୍ରିକ କାର୍ଯ୍ୟଦକ୍ଷତା ଅନ୍ୟ କ୍ଷେତ୍ର ତୁଳନାରେ ଭଲ ଥିଲା | ଅଗ୍ରଣୀ ଘରୋଇ ପେପରମେକିଂ କମ୍ପାନୀ ଭାବରେ ହଂକଂ ଷ୍ଟକ୍ ନାଇନ୍ ଡ୍ରାଗନ୍ସ ପେପର ସୋମବାର ଏହାର ଆର୍ଥିକ ବର୍ଷର ଫଳାଫଳ ରିପୋର୍ଟ ଘୋଷଣା କରିଛି ଏବଂ ଏହାର ନିଟ୍ ଲାଭ ବର୍ଷ ତୁଳନାରେ 70% ବୃଦ୍ଧି ପାଇଛି | କମ୍ପାନୀର କହିବାନୁସାରେ, ଅଧିକ ଚାହିଦା ଯୋଗୁଁ କମ୍ପାନୀ ଅନେକ ପ୍ରକଳ୍ପ ନିର୍ମାଣ କରୁଛି ଏବଂ ଏହାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ଜାରି ରଖିଛି | ଉତ୍ପାଦନ କ୍ଷମତା ଦୃଷ୍ଟିରୁ କମ୍ପାନୀ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ପେପରମେକିଂ ଗୋଷ୍ଠୀ | ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି ଯେ ଜୁନ୍ 30, 2021 ଶେଷ ହେବାକୁ ଥିବା ଆର୍ଥିକ ବର୍ଷ ପାଇଁ କମ୍ପାନୀ ପ୍ରାୟ 61.574 ବିଲିୟନ ରାଜସ୍ୱ ହାସଲ କରିଛି, ଯାହାକି ବର୍ଷ ତୁଳନାରେ 19.93% ବୃଦ୍ଧି ହୋଇଛି। ଅଂଶୀଦାରମାନଙ୍କ ପାଇଁ ଲାଭ ହେଉଛି RMB 7.101 ବିଲିୟନ, ଯାହା ବର୍ଷକୁ 70.35% ବୃଦ୍ଧି ହୋଇଛି | ସେୟାର ପ୍ରତି ଆୟ ହେଉଛି RMB 1.51 | ସେୟାର ପ୍ରତି RMB 0.33 ର ଏକ ଅନ୍ତିମ ଡିଭିଡେଣ୍ଡ ପ୍ରସ୍ତାବିତ | ଘୋଷଣା ଅନୁଯାୟୀ, ଗ୍ରୁପ୍‌ର ବିକ୍ରୟ ରାଜସ୍ୱର ମୁଖ୍ୟ ଉତ୍ସ ହେଉଛି ପ୍ୟାକେଜିଂ ପେପର ବ୍ୟବସାୟ (କାର୍ଡବୋର୍ଡ, ଉଚ୍ଚ-ଶକ୍ତିଶାଳୀ କରଗେଜ୍ ପେପର ଏବଂ ଆବୃତ ଧୂସର-ତଳିଆ ହ୍ it ାଇଟବୋର୍ଡ ଅନ୍ତର୍ଭୂକ୍ତ କରି), ଯାହା ବିକ୍ରୟ ରାଜସ୍ୱର ପ୍ରାୟ 91.5% ଅଟେ | ଅବଶିଷ୍ଟ ରାଜସ୍ୱର ପ୍ରାୟ 8.5% ଏହାର ସାଂସ୍କୃତିକ ବ୍ୟବହାରରୁ ଆସିଥାଏ | କାଗଜ, ଉଚ୍ଚ ମୂଲ୍ୟର ବିଶେଷତା କାଗଜ ଏବଂ ପଲ୍ପ ଉତ୍ପାଦ | ଏଥି ସହିତ, 2021 ଆର୍ଥିକ ବର୍ଷରେ ଗୋଷ୍ଠୀର ବିକ୍ରୟ ରାଜସ୍ୱ 19.9% ​​ବୃଦ୍ଧି ପାଇଛି | ରାଜସ୍ୱ ବୃଦ୍ଧି ମୁଖ୍ୟତ product ଉତ୍ପାଦ ବିକ୍ରିରେ ପ୍ରାୟ 7.8% ବୃଦ୍ଧି ଏବଂ ବିକ୍ରୟ ମୂଲ୍ୟ ପ୍ରାୟ 14.4% ବୃଦ୍ଧି ହେତୁ ହୋଇଥିଲା | 2020 ଆର୍ଥିକ ବର୍ଷରେ 17.6% ରୁ 2021 ଆର୍ଥିକ ବର୍ଷରେ କମ୍ପାନୀର ମୋଟ ଲାଭ ମାର୍ଜିନ ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି | ଏହାର ମୁଖ୍ୟ କାରଣ ହେଉଛି ଉତ୍ପାଦ ମୂଲ୍ୟର ଅଭିବୃଦ୍ଧି ହାର କଞ୍ଚାମାଲର ମୂଲ୍ୟଠାରୁ ବହୁତ ଅଧିକ | ଜାନୁୟାରୀରୁ ଜୁଲାଇ 2021 ପର୍ଯ୍ୟନ୍ତ, କାଗଜ ଶିଳ୍ପର ବିଦ୍ୟୁତ୍ ବ୍ୟବହାର ସମାଜର ମୋଟ ବିଦ୍ୟୁତ୍ ଉପଯୋଗର ପ୍ରାୟ 1% ଏବଂ ଚାରୋଟି ଉଚ୍ଚ ଶକ୍ତି ବ୍ୟବହାର କରୁଥିବା ଶିଳ୍ପଗୁଡିକର ବିଦ୍ୟୁତ୍ ବ୍ୟବହାର ସମୁଦାୟ ବିଦ୍ୟୁତ୍ ର ପ୍ରାୟ 25-30% ଥିଲା | ସମାଜର ବ୍ୟବହାର 2021 ର ପ୍ରଥମାର୍ଦ୍ଧରେ ବିଦ୍ୟୁତ୍ ସଂକୋଚନ ମୁଖ୍ୟତ traditional ପାରମ୍ପାରିକ ଉଚ୍ଚ ଶକ୍ତି ଖର୍ଚ୍ଚ କରୁଥିବା ଉଦ୍ୟୋଗଗୁଡିକ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଜାତୀୟ ବିକାଶ ଏବଂ ସଂସ୍କାର ଆୟୋଗର “ବ୍ୟାରେମିଟର ଅଫ୍ ଏନର୍ଜି ଉପଭୋକ୍ତା ଡୁଆଲ୍ କଣ୍ଟ୍ରୋଲ୍ ଟାର୍ଗେଟର ପ୍ରଥମାର୍ଦ୍ଧରେ” 2021 ", ଯେଉଁ ପ୍ରଦେଶଗୁଡିକ ଲକ୍ଷ୍ୟ ପୂରଣ କରିନାହାଁନ୍ତି, ସେମାନଙ୍କର ଶକ୍ତି ହ୍ରାସ ଆବଶ୍ୟକତା ଏବଂ ବର୍ଜନର ପରିସରକୁ ମଜବୁତ କରିଛନ୍ତି | ବ growing ୁଛି | ବିଦ୍ୟୁତ୍ ସଂକୋଚନ ପରିସ୍ଥିତି ଦିନକୁ ଦିନ ଗୁରୁତର ହେବା ସହିତ କାଗଜ କମ୍ପାନୀଗୁଡିକ ବାରମ୍ବାର ବନ୍ଦ ଡାକରା ଦିଅନ୍ତି | ପ୍ୟାକେଜିଂ ପେପରର ମୂଲ୍ୟ ବୃଦ୍ଧି କରାଯାଇଛି ଏବଂ ସାଂସ୍କୃତିକ କାଗଜର ତାଲିକା ହ୍ରାସକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି | ମଧ୍ୟମ ଏବଂ ଦୀର୍ଘ ଅବଧିରେ, ଅଧିକାଂଶ ଅଗ୍ରଣୀ କାଗଜ କମ୍ପାନୀଗୁଡିକ ନିଜସ୍ୱ ପାୱାର୍ ପ୍ଲାଣ୍ଟ ସହିତ ସଜ୍ଜିତ | ଶକ୍ତି ସୀମା ବୃଦ୍ଧି ପୃଷ୍ଠଭୂମିରେ, ଅଗ୍ରଣୀ କାଗଜ କମ୍ପାନୀଗୁଡିକର ଉତ୍ପାଦନ ସ୍ onomy ାଧୀନତା ଏବଂ ଯୋଗାଣ ସ୍ଥିରତା କ୍ଷୁଦ୍ର ଏବଂ ମଧ୍ୟମ ଆକାରର କାଗଜ କମ୍ପାନୀ ତୁଳନାରେ ଯଥେଷ୍ଟ ଭଲ ହେବ ଏବଂ ଶିଳ୍ପ structure ାଞ୍ଚା ଅପ୍ଟିମାଇଜ୍ ହେବ ବୋଲି ଆଶା କରାଯାଉଛି | ପୋଷ୍ଟ ସମୟ: ନଭେମ୍ବର -03-2021 | ଡୋଙ୍ଗଗୁଆନ୍ ୟୁହେଙ୍ଗ୍ ପ୍ୟାକିଂ ପ୍ରଡକ୍ଟ କୋ।, ଲି ସୂଚନା ଉତ୍ପାଦଗୁଡିକ ଆମ ବିଷୟରେ ସମ୍ବାଦ ଆମ ସହିତ ଯୋଗାଯୋଗ କରନ୍ତୁ | ତାଜା ଖବର କାଗଜ ହ୍ୟାଣ୍ଡେଲ-କାଗଜ ବ୍ୟାଗ ପାଇଁ ଜନ୍ମ | ବଜାରର ସ୍ଥିତିର ବିଶ୍ଳେଷଣ ... ପିପି ଦଉଡି ବଦଳରେ ପେପର କର୍ଡ ବ୍ୟବହାର କାହିଁକି ... ଆମକୁ ଯୋଗାଯୋଗ କରନ୍ତୁ | ବିଲଡିଂ ଏ, ନଂ। ବର୍ତ୍ତମାନ ଆମକୁ କଲ୍ କରନ୍ତୁ: 0769-82307096 [email protected] ଆମକୁ ଅନୁସରଣ କରନ୍ତୁ | ଆମର ଉତ୍ପାଦ କିମ୍ବା ମୂଲ୍ୟବୋଧ ବିଷୟରେ ଅନୁସନ୍ଧାନ ପାଇଁ, ଦୟାକରି ଆପଣଙ୍କର ଇମେଲ୍ ଆମକୁ ଛାଡିଦିଅନ୍ତୁ ଏବଂ ଆମେ 24 ଘଣ୍ଟା ମଧ୍ୟରେ ସମ୍ପର୍କରେ ରହିବୁ | ବର୍ତ୍ତମାନ ଅନୁସନ୍ଧାନ | © କପିରାଇଟ୍ - 2010-2021: ସର୍ବସତ୍ତ୍ Res ସଂରକ୍ଷିତ | ଗରମ ଦ୍ରବ୍ୟ | - ସାଇଟମ୍ୟାପ୍ ମଲ୍ଟି କର୍ଡ ଫ୍ଲାଟ ପେପର ହ୍ୟାଣ୍ଡେଲ |, ବ୍ୟାଗ୍ ହ୍ୟାଣ୍ଡଲ୍ ନିଅନ୍ତୁ |, କର୍ଡ ​​ପେପର |, ଫାଇବର ରଶ୍ କର୍ଡ |, ଡାନିଶ୍ ପେପର କର୍ଡ |, ହ୍ୟାଣ୍ଡଲ୍ସ ସହିତ କାଗଜ ଅଖା |,
2022-12-04T15:34:28Z
http://or.yohengpaper.com/news/analysis-of-the-status-quo-of-the-market-development-of-the-paper-industry/
OSCAR-2301
ଭୁବନେଶ୍ୱର: ଏମ୍ସରେ ଦଲଲାମାନଙ୍କୁ ସାବାଡ କରିଛି କମିଶନରେଟ ପୋଲିସ । ୧୩ ଜଣ ଦଲାଲଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ୧୦ ଟଙ୍କିଆ ଟିକେଟକୁ ୧୦୦୦ ଟଙ୍କାରେ ବିକ୍ରି କରିଥିବା ଏବଂ ଏମ୍ସରେ ଦଲାଲ ଗିରି ଚଲାଇଥିବା କିଛି ସ୍ଥାନୀୟ ଯୁବକ ଏବଂ ପଶ୍ଚିମ ବଙ୍ଗର କିଛି ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ଏମ୍ସରେ ଦଲାଲ ରାଜ ଚଲାଇଥିବା ଏହି ଯୁବକ ମାନଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ପାଇବାପରେ ଭୁବନେଶ୍ୱର ଡିସିପିଙ୍କ ସ୍କ୍ୱାର୍ଡ ଏବଂ ଖଣ୍ଡଗିରିଥାନା ପୋଲିସ ଆରମ୍ଭ କରିଥିଲେ ଅପରେଶନ । ଏହି ଅପରେଶନରେ ପୋଲିସ ମାନେ ରୋଗୀ ବେଶରେ ଏମ୍ସକୁ ଯାଇ ଦଲାଲମାନଙ୍କ ଠାରୁ ୧୦ ଟଙ୍କିଆ ଟିକଟକୁ ୧୦୦୦ ଟଙ୍କା ଦେଇ ଆଣିଥିଲେ । ଏବଂ ଏହି ଟିକେଟ ଆଣିବା ପାଇଁ ସେମାନଙ୍କୁ ଦେବାକୁ ପଡିଥିଲା ଆଧାର କାର୍ଡ । ଏନେଇ ସ୍ପଷ୍ଟିକରଣ ହେବା ପରେ ପୋଲିସ ଏହି ୧୩ ଜଣ ଯୁବକଙ୍କୁ ଗିରଫ କରି ଥିଲା । ଏଭଳି ଘଟଣା କେବଳ ଓଡିଶାରେ ନୁହେଁ ଏହି ରାକେଟର ଚେର ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି ବୋଲି ପୋଲିସ ସୂଚନା ଦେଇଛି।
2022-12-04T15:36:33Z
https://odianews.reporterstoday.com/13-brokers-arrested-aiims-hospital/
OSCAR-2301
ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ଥିଲେ ମୋଦି । ଏବେ ପୁଟିନଙ୍କ ସହ କଥା ହୋଇଛନ୍ତି ମୋଦି । ଭାରତୀୟଙ୍କ ନିରାପଦ ଉଦ୍ଧାର ପ୍ରସଙ୍ଗରେ କଥା ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନରେ ହଜାର ହଜାର ଭାରତୀୟ ଫସି ରହିଥିବାବେଳେ ସେମାନଙ୍କ ଉଦ୍ଧାର ବର୍ତ୍ତମାନ ଭାରତ ଲାଗି ଏକ ମେଗା ଚାଲେଞ୍ଜ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ଉଦ୍ଧାର ପ୍ରକ୍ରିୟା ନେଇ ପ୍ରାୟ ୫୦ ମିନଟ ଧରି ଆଲୋଚନା ହୋଇଥିଲା । ଦୁଇନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଉଦ୍ଧାର କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ୟୁକ୍ରେନର ସହଯୋଗ ଲାଗି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି । ଏହା ସହ ସୁମିରେ ଫସିଥିବା ଭରତୀୟଙ୍କ ଉଦ୍ଧାର ପାଇଁ ମଧ୍ୟ କଥା ହୋଇଥିଲେ ଦୁଇ ନେତା ।
2022-12-04T16:11:39Z
https://odianews.reporterstoday.com/putin-and-modi-spoke-for-50-minutes/
OSCAR-2301
ଡିସକ୍ଲେମର : ଏହା ହେଉଛି ଓଡ଼ିଶା ସରକାରଙ୍କ ସରକାରୀ ଓ୍ୱେବ୍‌ ପୋର୍ଟାଲ ବିଷୟକ । ଇଲେକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଭାଗ ହେଉଛି ମୁଖ୍ୟ ସଂଯୋଜକ, ପ୍ରତ୍ୟେକ ବିଭାଗ ସେମାନଙ୍କ ପ୍ରଦତ୍ତ ବିବରଣୀ ପାଇଁ ଦାୟୀ ରହିବେ । ଏହି ୱେବସାଇଟ୍ ର ବିଷୟବସ୍ତୁ ଏକ କ୍ରିଏଟିଭ କମନ୍ସଆଟ୍ରିବ୍ୟୁସନ୍ ୪.୦ ଆନ୍ତର୍ଜାତୀୟ ଲାଇସେନ୍ସ ଅଧୀନରେ ଲାଇସେନ୍ସପ୍ରାପ୍ତ |
2022-12-08T04:13:30Z
https://odisha.gov.in/or/media-gallery/video-gallery
OSCAR-2301
ଶେଷରେ ଜଗତସିଂହପୁରର ହାଇ ପ୍ରୋଫାଇଲ ଘଟଣା ରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଛେଦ I ବହୁ ଚର୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରେମିକା ଙ୍କ ସହିତ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି I ସୂଚନା ଅନୁଯାୟୀ ପ୍ରେମିକା ଜଣଙ୍କ ଥାନାରେ ଏତଲା ଦେଇଥିବା ବେଳେ ପ୍ରେମିକାଙ୍କ ଅଭିଯୋଗପତ୍ର ଧରି ପୁଲିସ ହଲାପଟାରେ ପଡିଛି I ଏତଲା ରୁଜୁ କରି ଗିରଫ କରିବେ ନା ବିବାହ କୁ ଅପେକ୍ଷା କରିବେ ଦ୍ବନ୍ଦରେ ପୋଲିସ I ପ୍ରେମିକା ଙ୍କ ଏତଲା ପରେ ଚର୍ଚା ହେଉଛି ଉଭୟ ପକ୍ଷ ଙ୍କ ମିଳିତ ଆଲୋଚନା ରେ କୋର୍ଟ ବିବାହ ହେବାକୁ ନେଇ ସ୍ଥିର ହେଇଥିଲା I ଆଜି ଏନେଇ ଉଭୟ କୋର୍ଟ ରେ ପହଁଚି ବିବାହ ପାଇଁ ଆବେଦନ କରିଛନ୍ତି I ଶୁଣାଯାଉଛି କୋର୍ଟରେ ମ୍ୟାରେଜ୍‌ ସରିଲା ପରେ ଏତଲା ପ୍ରତ୍ୟାହାର କରାଯିବ I ସୂଚନା ଥାଉ କି ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ ଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଚର୍ଚା ହେଇଥିଲା ଏବଂ ବିଧାୟକ ବିବାଦ ରେ ପଡ଼ିଥିଲେ I ଆଜି ଉଭୟ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ଆବେଦନ କରିଥିବା ଜଣାପଡିଛି I Share on Facebook Tweet Follow us Share Share Share Share Share Categories ଖବର Post navigation ଓଡ଼ିଶାରେ ବିଜେପି ଦଳକୁ ଆଗକୁ ନେବାକୁ ଗୋଟିଏ ମଞ୍ଚରେ ଏକାଠି ହେଲେ ଧର୍ମେନ୍ଦ୍ର ଅପରାଜିତା ଚଉଠି ପୂର୍ବରୁ ସ୍ୱାମୀ କୁ ମାଡ ମାରି ଭିଣେଇ ସାଙ୍ଗରେ ଯାଇଥିବା ନନ୍ଦିନୀ ଖୋଲିଲେ ମୁଁହ ,ପଢନ୍ତୁ କଣ କହିଲେ Leave a Comment Cancel reply Comment Name Email Website Save my name, email, and website in this browser for the next time I comment. Search for: Recent Posts ଆପ୍ ର 25 ବିଧାୟକ ନିଖୋଜ , ଘୋଡା ବେପାର ଅଭିଯୋଗ , ଭାଙ୍ଗିଯିବ କି ସରକାର ଅରିନ୍ଦମ ବେଳକୁ କହୁଥିଲେ ସାମ୍ୱାଦିକ ର କଣ ଦରକାର ଥିଲା ପାଣି ଭିତରକୁ ଯିବା ଆଜି ଭୟଙ୍କର ବନ୍ୟା ପାଣି ରେ ମହିଳା ରିପୋର୍ଟର ଦିନେଶ ଙ୍କ ଓକିଲ ଙ୍କୁ କଡା ଚେତାବନୀ, ସବୁବେଳେ କଣ ତପସ୍ୱିନୀ ତପସ୍ୱିନୀ ହେଉଛ ? ୨୦୨୪ ଢେଙ୍କାନାଳ ରୁ ଏଥର ଲୋକସଭା ସାଂସଦ ପାଇଁ ଲଢ଼ିବେ ଧର୍ମେନ୍ଦ୍ର ! ନହେଲେ ମିଳିବନି ମନ୍ତ୍ରୀପଦ ! ଖୋଲିଲା ସାରଥୀ ଆଶ୍ରମ,ତାତିଲେଣି କେନ୍ଦ୍ରାପଡା ବାସି , କେନ୍ଦ୍ରାପଡା ରେ ପୁରାଇ ଦେବୁନି , ପୂର୍ବଥର ଭଳି ପୁଣି ନିଆଁ ଜଳିବ Recent Comments Sahoo Babu on ବିଜୁଳି ବିଭାଗ ରେ SHG ମହିଳା ଙ୍କୁ ମିଳିବ ଲାଇନମ୍ୟାନ ନିଯୁକ୍ତି ,ପଢନ୍ତୁ କଣ କହିଲେ ମିଶନ ଶକ୍ତି ସଚିବ bhagirathi das on IAS ରୁ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ;ସୁପର ପାୱାର ପାଣ୍ଡିଆନ I ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା Sanjeeb Kumar Padhi on IAS ରୁ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ;ସୁପର ପାୱାର ପାଣ୍ଡିଆନ I ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା S.S.Rahmaan on ଟାର୍ଗେଟ ରେ ଅପରାଜିତା ! ଫେସ୍ବୁକ ଇନ୍ସଟା ଆକାଉଣ୍ଟ ହ୍ୟାକ Sanjay Rout on ମନ୍ତ୍ରୀ ମଣ୍ଡଳ ରୁ ଇସ୍ତଫା ଦେଲେ ସବୁ ମନ୍ତ୍ରୀ ,ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ କି ଯୁବ ନେତା ଡାନି ଏବଂ ରୁଦ୍ର ?
2022-12-08T02:46:47Z
https://theodisha.today/2022/05/17/%E0%AC%B6%E0%AD%87%E0%AC%B7%E0%AC%B0%E0%AD%87-%E0%AC%AA%E0%AD%8D%E0%AC%B0%E0%AD%87%E0%AC%AE%E0%AC%BF%E0%AC%95%E0%AC%BE-%E0%AC%99%E0%AD%8D%E0%AC%95-%E0%AC%9C%E0%AC%BE%E0%AC%B2%E0%AC%B0%E0%AD%87/
OSCAR-2301
ଆମେରିକାରେ କରୋନା ସଂକ୍ରମଣ ଦିନକୁଦିନ ବଢିବାରେ ଲାଗିଛି । କରୋନା ପାଇଁ ଏହି ଦେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ତେବେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସେଠାକାର ଡାକ୍ତରମାନେ ଦିନରାତି ପରିଶ୍ରମ କରୁଛନ୍ତି । ସେମାନଙ୍କ ମଧ୍ୟରେ ଏପରି ବି କିଛି ଡାକ୍ତର୍ ରହିଛନ୍ତି ଯେଉଁମାନେ ଏହି…
2022-12-06T14:23:43Z
https://knewsodisha.com/tag/indian-health-worker
OSCAR-2301