text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଫସଲ ବୀମା ଯୋଜନା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଜାରି ରହିଛି ଦୋଷ ଲଦାଲଦି। ଗତକାଲି ଫସଲ ବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ଯୋଗୁ ସେ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଦାୟୀ କରିଛନ୍ତି। ଚିଠିରେ ତୋମାର ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟର ଦାୟିତ୍ୱ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀକୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରିକ୍ଟ ପ୍ରଦାନ କରିବା ଏବଂ ପ୍ରିମିୟମ ରେଟର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ତେବେ ଏଥିଲାଗି ଥିବା ସଠିକ୍ ନିୟମ ଓ ପ୍ରକ୍ରିୟାକୁ ରାଜ୍ୟ ସରକାର ଅନୁସରଣ କରିନାହାନ୍ତି। ଆହୁରି ପଢ଼ନ୍ତୁ ଦୁଇ କେନ୍ଦ୍ରମନ୍ତ୍ରୀ ଖାଇବା ବେଳେ ଫଟୋ ଉଠାଇଲା ସିଆଇଡି, ଥାନାରେ… 2 hours ago ବରଗଡ଼କୁ ବାଦ୍‌ ଦେଇ ୧୨ ଜିଲ୍ଲାର କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ… 3 hours ago ରାଜ୍ୟ ସରକାର ନିୟମ ଭାଙ୍ଗିବା କାରଣରୁ ରାଜ୍ୟରେ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି ବୋଲି ଚିଠିରେ ଦର୍ଶାଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ। ଓଡ଼ିଶାର ଅନେକ ମରୁଡିଗ୍ରସ୍ତ ଅଞ୍ଚଳର ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ଲାଗି କେନ୍ଦ୍ର କୃଷି ମନ୍ତ୍ରଣାଳୟର ବୈଷୟିକ ପରାମର୍ଶଦାତା କମିଟି ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରିଥିଲା। ଏହାସତ୍ତ୍ୱେ ଚାଷୀଙ୍କୁ ବୀମା ରାଶି ମିଳି ନ ଥିଲା। ଏନେଇ ଦେଖାଦେଇଥିବା ବିବାଦର ତ୍ୱରିତ ସମାଧାନ ପାଇଁ ନିୟମାବଳୀ ନିର୍ଦ୍ଧାରଣ କରାଯାଇଛି। ଏହି ଆଧାରରେ ରାଜ୍ୟସ୍ତରରେ ବିବାଦଗୁଡିକର ସମାଧାନ ଲାଗି ରାଜ୍ୟ ସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟି ରହିଛି। ସମସ୍ୟା ସମାଧାନ ହୋଇ ନ ପାରିଲେ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ନିକଟରେ ଉପସ୍ଥାପନ କରିବାର ନିୟମ ରହିଛି। ୨୦୨୧ ଖରିଫ ଋତୁରେ ଫସଲ ଅମଳକୁ ନେଇ ଦେଖାଦେଇଥିବା କିଛି ବିବାଦକୁ MNCFCକୁ ଟେକ୍ନିକାଲ ଆନାଲିସିସ୍ ପାଇଁ ରେଫର୍ କରିଥିଲା କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି। ଗତ ୩ ତାରିଖରେ ବୈଷୟିକ ପରାମର୍ଶଦାତା କମିଟି ବୈଠକରେ MNCFC ରିପୋର୍ଟକୁ ଉପସ୍ଥାପନ କରାଯାଇଥିଲା। ଆଉ ୭ ତାରିଖରେ ଏହାକୁ ଅନୁମୋଦନ କରାଯାଇଥିଲା। ଏହି କ୍ରମରେ ବୀମା କମ୍ପାନୀଗୁଡିକ ପକ୍ଷରୁ ବୀମାରାଶି ପ୍ରଦାନ କରାଯାଉଥିବା ବେଳେ ଚଳିତ ସପ୍ତାହ ମଧ୍ୟରେ ସମସ୍ତ ବିବାଦକୁ ସମାଧାନ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି। ବିବାଦୀୟ ଜିଲ୍ଲାଗୁଡିକର ଅଧିକାଂଶ ବୀମା ଦାବି ସମାଧାନ ହୋଇସାରିଛି। ତେବେ ବାକି ୯ ଜିଲ୍ଲା ମଧ୍ୟରୁ ଦାବି କରାଯାଇଥିବା ୭୨୩ କୋଟି ଟଙ୍କା ମଧ୍ୟରୁ ୬୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି।
2022-11-27T18:55:18Z
https://odishareporter.in/odisha/union-agriculture-minister-narendra-singh-tomar-writes-to-odisha-cm-782102
OSCAR-2301
ପରୀ ହତ୍ୟାକାଣ୍ଡର ବଡ ଖୁଲାସା ! ପରୀ କୁ ଦିଆଯାଇଛି ନରବଳୀ ! ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି , ! କଣ ସତରେ ଅପରାଧିକୁ ଫାଶୀଦଣ୍ଡ ମିିଳିବ ? – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home viral news ପରୀ ହତ୍ୟାକାଣ୍ଡର ବଡ ଖୁଲାସା ! ପରୀ କୁ ଦିଆଯାଇଛି ନରବଳୀ ! ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି , ! କଣ ସତରେ ଅପରାଧିକୁ ଫାଶୀଦଣ୍ଡ ମିିଳିବ ? ପରୀ ହତ୍ୟାକାଣ୍ଡର ବଡ ଖୁଲାସା ! ପରୀ କୁ ଦିଆଯାଇଛି ନରବଳୀ ! ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି , ! କଣ ସତରେ ଅପରାଧିକୁ ଫାଶୀଦଣ୍ଡ ମିିଳିବ ? viral news Share ବର୍ତ୍ତମାନ ସମୟରେ ପରି ହତ୍ୟାକାଣ୍ଡକୁ ନେଇ ଆସିଛି ଏକ ବହୁତ ବଡ ଖବର । ପରି କୁ ବଳି ଦିଆ ଯାଇଥିବା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଚାଲନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ରିପୋର୍ଟ ଉପରେ ।ପରି ମୃତ୍ୟୁ ମାମଲାରେ ରାଜ୍ୟ ସାରା ଉଠୁଛି ପଡୁଛି । ଏଥିରେ ପରିର ବଡବାପା ଏବଂ ବଡମାଁଙ୍କ ସଂପୃକ୍ତି ଥିବା ଜଣେ ସାକ୍ଷି ଦେଇଥିବା କଥା ଚର୍ଚ୍ଚା ହେଉଛି । ତେବେ ଜଣେ ମୂକ ଏବଂ କାଲା ବ୍ୟକ୍ତି ପରିକୁ ରାତି 3ଟା ବେଳେ କିଡନାପ୍ ଦୃଶ୍ୟ ଦେଖିଥିବା ବୋଲି ସେ କହିଛନ୍ତି । ଅନ୍ୟପଟେ କିଛି ଗାଁ ଲୋକଙ୍କ ସୂତ୍ରରୁ ଜଣା ପଡିଛି ଯେ ଏଥିରେ ମନ୍ତ୍ରୀ ଅନୁଣ ସାହୁ ସଂପୃକ୍ତ ଅଛନ୍ତି । ତେବେ ସୂତ୍ରରୁ ଖବର ମିଳିଛି ଯେ ଅନେକ କଣ୍ଟ୍ରାକ୍ଟର ମନ୍ତ୍ରୀ ବିଧାୟକଙ୍କ ଠାରୁ କଣ୍ଟ୍ରାକ୍ଟିଭ କାମ ଆଣି ଶିଶୁ ବଳି ଏବଂ ତନ୍ତ୍ରମନ୍ତ୍ର କରାଯାଉଥିଲା । ଆଉ ପରେ ଶିଶୁ ମାନଙ୍କର ମୃତ ଶରୀରକୁ ଏସିଡ୍ ଦ୍ବାରା ନଷ୍ଟ ବା ଡିସପୋଜ୍ କରି ନଷ୍ଟ କରାଯାଉଥିଲା । ପରି ନୁହେଁ ଏଭଳି ଅନେକ ଘଟଣା ନୟାଗଡ ରେ ଘଟିଛି ବୋଲି ଖବର ମିଳିଛି । ତେବେ ଏଥିରେ ନେତାଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କର ହାତ ରହିଛି ବୋଲି ମଧ୍ୟ ଲୋକେ କହୁଛନ୍ତି । ଅନ୍ୟପଟେ ମନ୍ତ୍ରୀ ଅରୁଣ ସାହୁ 3ଦିନ ପରେ ମୁହଁ ଖୋଲିଥିଲେ ତାହା ପୁଣି କାଗଜର ପୂର୍ବ ଲିଖିତରୁ ସେ ବିବୃତି ଦେଉଥିଲେ । ତେବେ ବିଧାନସଭାରେ ଏହି ପ୍ରସଙ୍ଗ ନେଇ ହଙ୍ଗାମା ପରେ ନିଜ ବୟାନ ରଖି ପାରିନଥିବା ଅନୁଣ ସାହୁ ଅପରାହ୍ନରେ ପ୍ରେସ୍ ଆଗରେ ମୁହଁ ଖୋଲିଥିଲେ । ତେବେ ପରି ହତ୍ୟା ଘଟଣାରେ ମୋତେ ବ୍ୟାଥିତ କରିଛି , ଏହି ଘଟଣାରେ ମୁଁ ଗଭୀର ମର୍ମାହତ ହୋଇଛି ବୋଲି ଅରୁଣ ସାହୁ କହିଛନ୍ତି । ସେହିଞ୍ଚାକୁ ବିରୋଧ କରିବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରୁଛି ବୋଲି ଅରୁଣ କହିଛନ୍ତି । ପରି ନ୍ୟାୟ ପାଉ , ସତ୍ୟ ଉନ୍ମୋଚନ ହେଉ କହିବା ସହିତ ଯିଏବି ଏହି ଘଟଣା ପଛରେ ଜଡିତ ଥାଆନ୍ତୁ ତାଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । Related Posts ଦେଖନ୍ତୁ viral ଭିଡ଼ିଓ- ଓଡ଼ିଆ ଲୋକ ପ୍ରିୟ ହିରୋଇନ ରିୟା ଦେଙ୍କ… Nov 30, 2022 ଦେଖନ୍ତୁ viral ଭିଡ଼ିଓ-“ସେକ୍ସି ବିଲ୍ଲି ଗୀତ ମୋ ଜୀବନର ମୋଡ଼… Nov 29, 2022 ଯୁବକ ଦେଲେ କଡା ମନ୍ତବ୍ୟ ! ପୁଅଟା କମଜୋର ଥିଲା ଝିଅମାନେ ଲୋଡ… Nov 27, 2022 ଅରୁଣଙ୍କ ବିବୃତି୍ ବେଲେ ବି ଗୃହରେ ହୋହାଲା ଜୋରି ରହିଥିଲା । ଏଥିସହିତ ବାଚସ୍ପତିଗୃହକୁ ଆସନ୍ତା କାଲି ଯାଏ ମୁଲତବୀ ରଖିଥିଲେ । ଏଥିଯୋଗୁଁ ବାଚସ୍ପତିଗୃହକୁ ଗତକାଲି ଯାଏଁ ମୁଲତବୀ ମଧ୍ୟ ରଖିଥିଲେ । ତେବେ ପରି ମୃତ୍ୟୁ ପ୍ରସଙ୍ଗରେ ଲାକି ବିଧାନସଭାରେ ହଙ୍ଗାମା କରିଥିଲେ ବିରୋଧୀ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ଥଫା ଦାବିରେ କମ୍ପିତ ଥିଲା ଗୃହ ଏବଂ ଉଭୟ ବିଜେପି, କଂଗ୍ରେସ ସଦସ୍ୟ ହୋ ହାଲା କରିଥିଲେ । ବିଜେପିର ସଦସ୍ୟ ମାନେ ବ୍ୟାନର ଦେଖାଇ ହୋ ହାଲା କରିଥିବା ମଧ୍ୟ ଏବେ ଚର୍ଚ୍ଚା ହେଉଛି । ତେବେ ନୟାଗଡ ଜିଲ୍ଲାର ପରି ଅପହରଣ ଏବେ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଏହି ଘଟଣାକୁ କଢା ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ହେ ଭଗବାନ ! ଏମିତିବି ଆସିପାରେ ମୃତ୍ୟୁ, ବସ୍ ଭିତରେ ପଶିଗଲା ଗ୍ୟାସ୍ ପାଇପ୍, ଆଉ ତା’ ପରେ…… ଭାରତ ରେ ପ୍ରଥମ ଥର ଏମିତି ଘଟଣା , ସେୟାର କରି ସମସ୍ତଙ୍କୁ ସତର୍କ କରାନ୍ତୁ ? Next Post ସ୍କୁଲ ଖୋଲିବା ନେଇ ଆସିଲା ନୂତନ ଖବର, ଦଶମ ଶ୍ରେଣୀର ପିଲାଙ୍କ ପାଇଁ ସୂତନ୍ତ୍ର ଖୋଲିବ ସ୍କୁଲ , ତାରିଖ ଘୋଷଣା ହେବା ସହିତ ଜାରିହେଲା ଏହି କଟକଣା !
2022-11-30T11:23:36Z
https://live43today.com/pa-ri-ku-dia-ja-i-chi-nara-ba-li/
OSCAR-2301
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ବ୍ରୋଞ୍ଜ ପଦକ ପାଇଁ ବ୍ରିଟେନ୍ ସହ ମୁକାବିଲା କରୁଛି ଭାରତୀୟ ମହିଳା ହକି ଦଳ। ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚ୍‌ରେ ଭାରତର ଦମଦାର ପ୍ରଦର୍ଶନ ଜାରି ରଖିଛି। ୩-୨ ଗୋଲରେ ଆଗୁଆ ରହିଛି ଦଳ। ପ୍ରଥମ କାର୍ଟରେ ୦-୦ ଗୋଲ ସ୍ଥିତି ବରାବର ଥିଲା। ଦ୍ୱିତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଲଗାତାର ୨ଟି ଗୋଲ କରି ଆଗୁଆ ରହିଥିଲା ଭାରତୀୟ ହକି ଦଳ। ଭାରତୀୟ ଦଳ ମଧ୍ୟ ଜବରଦସ୍ତ କମବ୍ୟାକ୍ କରିବା ସହ ୩ଟି ଗୋଲ ସ୍କୋର କରିଥିଲେ। ଭାରତୀୟ ଦଳ ପକ୍ଷରୁ ଗୁରଜିତ୍ କୌର ୨ଟି ଗୋଲ ଦେଇ ସ୍ଥିତି ବରାବର କରିଥିଲେ। ଏହା ପରେ ବନ୍ଦନା କାଟାରିୟା ଆଉ ଏକ ଗୋଲ ସ୍କୋର କରିବା ସହ ୩-୨ ଗୋଲରେ ଭାରତ ଆଗୁଆ ରହିଛି।
2022-12-06T06:29:18Z
https://www.odishalink.com/2021/08/06/tokyo-olympics-women-india-team-leading/
OSCAR-2301
ପୁଣି ଆସିଲା ନୂଆ ନିୟମ ! କଲେଜ କୁ ଗାଡି ଆଣି ପାରିବେନି ଛାତ୍ର ଛାତ୍ରୀ…. ଜାଣନ୍ତୁ ସମ୍ପୂର୍ଣ ନିୟମ ବିଷୟରେ… – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home viral news ପୁଣି ଆସିଲା ନୂଆ ନିୟମ ! କଲେଜ କୁ ଗାଡି ଆଣି ପାରିବେନି ଛାତ୍ର ଛାତ୍ରୀ…. ଜାଣନ୍ତୁ ସମ୍ପୂର୍ଣ ନିୟମ ବିଷୟରେ… ପୁଣି ଆସିଲା ନୂଆ ନିୟମ ! କଲେଜ କୁ ଗାଡି ଆଣି ପାରିବେନି ଛାତ୍ର ଛାତ୍ରୀ…. ଜାଣନ୍ତୁ ସମ୍ପୂର୍ଣ ନିୟମ ବିଷୟରେ… viral news Share ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିଲେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି କି କଲେଜ ପିଲାମାନେ ଏବେ ସ୍କୁଟି ବା ବାଇକ ନେଇକି କଲେଜ କୁ ଯାଇପାରିବେ ନାହିଁ | ଆଉ ଯଦି ସେମିତି କିଛି କରନ୍ତି ଆଉ କଲେଜ ର କର୍ତୃପକ୍ଷ ମାନଙ୍କର କଥା କୁ ନ ମାନନ୍ତି ତାହେଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଅନଲାଇନ ଓ ଅଫଲାଇନ ରେ ନୋଟିସ ଦିଆଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା | ତେବେ ପିଲା ମାନଙ୍କର ସୁରକ୍ଷା ପାଇଁ ସେମାନେ କେମିତି ବିଭିନ୍ନ ପ୍ରକାରର ଅସୁବିଧା ର ସମ୍ମୁଖୀନ ନ ହେବେ, ଆଉ ଭଲରେ ପାଠ ପଢ଼ିକି ଘରକୁ ଯିବେ ସେଥିପାଇଁ କଲେଜ ର କର୍ମଚାରୀ ମାନେ ଏହିଭଳି ଗୋଟିଏ ପଦକ୍ଷେପ ନେଇଥିବା ର ଦେଖିବାକୁ ମିଳୁଛି | ତେବେ ଏହିଭଳି ନିୟମ କରାଯାଇଛି ଆମ ବାଲେଶ୍ୱର ଜିଲ୍ଲାର ଫକୀର ମହୋନ ଅଟୋନୋମାସ କଲେଜ ରେ | ଆଉ ଏହି ନିୟମ ଟି କେବଳ ଜୁନିୟର ପିଲା ମାନଙ୍କର ପାଇଁକି ହେଇଛି ବୋଲି କୁହାଯାଉଛି | ତେବେ ସିନିୟର ଙ୍କ ପାଇଁ ଏହି ନିୟମ ଟି ନୁହଁ ବୋଲି କୁହାଯାଇଛି | ତେବେ ଏହି ନିୟମଟି ଏଫ ଏମ କଲେଜ ର ସ୍କୁଆଡ଼ ମାନେ ନେଇଛନ୍ତି | ଆଉ ତାଙ୍କର କହିବା କଥାକି 18 ବର୍ଷ ର କମ ପିଲା ମାନେ କଲେଜ କୁ ବେଆଇନ ଭାବରେ ବାଇକ ଓ ସ୍କୁଟି ନେଇକି କଲେଜ କୁ ଆସୁଛନ୍ତି | ଆଉ ଯେଉଁ ମାନଙ୍କର କି ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ, ଆଉ ଯେଉଁଥିପାଇଁ ପାଠ ସହିତ ବିଭିନ୍ନ କାର୍ଯ୍ୟରେ ମଧ୍ୟ ସେମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଆଉ ପିଲାମାନେ କମେଣ୍ଟ ର ମଧ୍ୟ ଶିକାର ହେଉଛନ୍ତି | ଆଉ ଏହି କମେଣ୍ଟ ଯୋଗୁଁ ଝିଅ ଜଣଙ୍କର ମୃତ୍ୟୁ ହେବା କଥା ମଧ୍ୟ ଶୁଣିବାକୁ ମିଳିଛି | ଆଉ ଯେଉଁ ନିୟମକୁ କଲେଜ ତରଫରୁ ଅନଲାଇନ ଓ ଅଫଲାଇନ ଜରିଆରେ ଜଣେଇ ଦିଆଯାଇଛି ପିଲା ମାନଙ୍କୁ | Related Posts ଦେଖନ୍ତୁ Socking ଭିଡ଼ିଓ- ବାଇକ ଵାଲାକୁ ପିଟିଲା ରାଣୀ ପଣ୍ଡାଙ୍କ କାର୍… Nov 26, 2022 ଦେଖନ୍ତୁ viral ଭିଡ଼ିଓ- ଅଙ୍ଗଦାନ କରିବେ ସାଉଥ ଅଭିନେତା ବିଜୟ… Nov 25, 2022 viral ଭିଡ଼ିଓ – ହନିଟ୍ରାପ୍ ଗାର୍ଲ ଶ୍ରଦ୍ଧାଞ୍ଜଳୀଙ୍କ ଅଣ୍ଟା… Nov 24, 2022 ତେବେ 1988 ମସିହା ଭାରତ ସରକାର ଙ୍କର ମଟର ଭେଇକିଲ ଆକ୍ଟ ଅନୁସାରେ ଏହି ନିୟମଟି କରାଯାଇଛି ବୋଲି କହିଛନ୍ତି ଅଧ୍ୟାପକ ଜଣଙ୍କ | ଆଉ ତାଙ୍କର କହିବା କଥା କି ଯେଉଁ ସବୁ ପୁଅ ପିଲା ମାନେ କମେଣ୍ଟ ମାରିକି ତାହା ସହିତ ହର୍ନ ବଜେଇକି ଝିଅ ପିଲା ମାନଙ୍କୁ ହଇରାଣ କରାଉଛନ୍ତି ଯାହା ପାଇଁ ଏହିଭଳି ଗୋଟିଏ ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି | ଆଉ ପିଲାମାନେ ମଧ୍ୟ ଏହି ନିୟମକୁ ସପୋର୍ଟ କରିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ। Share Prev Post ଦେଖନ୍ତୁ Exclusive ଭିଡ଼ିଓ : ହଠାତ ଚାହୁଁ ଚାହୁଁ ଡେଇଁ ପଡିଲେ ଏହି ମହିଳା, ଆଉ ତା ପରେ… Next Post ସତ କହିଲେ କେମିତି ରାଗୁଛି ଶଙ୍କର ଓମ ଶରଣ. ନାରୀ ମାନଙ୍କ ନାଁ କୁ କଦର୍ଥ କରୁଛନ୍ତି. କିନ୍ତୁ କହିଲେ ରାଗୁଛନ୍ତି, ଦେଖନ୍ତୁ Video
2022-11-26T09:36:46Z
https://live43today.com/college-ku-gadi-aani-paribeni/
OSCAR-2301
ହାଇଦ୍ରାବାଦ: ଏନ୍‌କାଉଣ୍ଟର ଧମକକୁ ୨୪ ଘଣ୍ଟା ନପୁରୁଣୁ ଅଭିଯୁକ୍ତ ମୃତ। ହାଇଦ୍ରାବାଦର ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତର ମୃତଦେହ ରେଳ ଲାଇନରୁ ମିଳିଛି । ୬ ବର୍ଷୀୟ ବାଳିକାକୁ ‘ଦୁଷ୍କର୍ମ ଓ ହତ୍ୟା’ରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଶବ ଆଜି ସକାଳେ ରେଳଧାରଣା ଉପରୁ ମିଳିଛି। ଅଭିଯୁକ୍ତ ଦୌଡ଼ି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିବା କଥା ପୁଲିସ କହୁଛି। ଟୁଇଟର୍‌ରେ ଅଭିଯୁକ୍ତଙ୍କ ମୃତଦେହର ଫଟୋ ସେୟାର୍‌ କରି ତେଲେଙ୍ଗାନା ପୁଲିସ ମୁଖ୍ୟ ଏ ଖବରକୁ ସୁନିଶ୍ଚିତ କରିଛନ୍ତି। ହାଇଦ୍ରାବାଦ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ‘ଏନ୍‌କାଉଣ୍ଟର୍‌’ କରି ହତ୍ୟା କରାଯିବ ବୋଲି ମଙ୍ଗଳବାର ଦିନ ତେଲେଙ୍ଗାନା ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ କହିଥିଲେ। ସେ କହିଥିଲେ, ୬ ବର୍ଷୀୟ ବାଳିକାକୁ ଯଥାଶିଘ୍ର ନ୍ୟାୟ ମିଳିବ। ଅଭିଯୁକ୍ତକୁ ଆମେ ନିଶ୍ଚୟ ଧରିବୁ ଏବଂ ଏନ୍‌କାଉଣ୍ଟର୍‌ କରି ମାରିବୁ। ତାକୁ ଛାଡ଼ିବାର କଥା ହିଁ ଉଠୁନାହିଁ ବୋଲି ରେଡ୍ଡି କହିଥିଲେ। ସୂଚନା ମୁତାବକ, ୩୧ର୍ଷିୟ ଏହି ଅଭଯୁକ୍ତକୁ ଖୋଜିବାକୁ ୧୫ଟି ପୁଲିସ ଟିମ୍‌ ଗଠନ କରାଯାଇ ମହାରାଷ୍ଟ୍ର ଏବଂ ହାଇଦ୍ରାବାଦକୁ ପଠାଯାଇଥିଲା। ଫେରାର ଅଭିଯୁକ୍ତଙ୍କ ସୂଚନା ଦେଇ ପାରିଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୂର୍ବରୁ ହାଇଦ୍ରାବାଦ ପୁଲିସ ଘୋଷଣା କରିଥିଲା। ସେପ୍ଟେମ୍ବର ୯ ତାରିଖରେ ନବର୍ଷର ନାବାଳିକାକୁ ଦୁଷ୍ମର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ।
2022-11-26T08:09:42Z
https://www.odishalink.com/2021/09/16/hyderabad-minor-girl-rape-murder-case-accused-found-dead-on-rail-tracks/
OSCAR-2301
ଏପ୍ରିଲ ମାସରେ, ଗହମ ଫସଲ ପାଚିଲା ଏବଂ ପ୍ରସ୍ତୁତ ହୋଇଯାଏ | ଏହି ସମୟରେ ଅନେକ କୃଷକ ଫସଲ ଅମଳ ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି | କିନ୍ତୁ ଗହମର ଭଲ ଅମଳ ପାଇବା ପାଇଁ ଅମଳ ସମୟରେ କିଛି ଜିନିଷ ଧ୍ୟାନରେ ରଖିବା ଆବଶ୍ୟକ | ଗହମ ଅମଳ କରିବା ସମୟରେ ମନେରଖିବାକୁ ଥିବା ଜିନିଷଗୁଡିକ ଜାଣିବା ପାଇଁ ଏହି ଭିଡିଓକୁ ଭଲଭାବେ ଦେଖନ୍ତୁ | ଯଦି ଆପଣ ଏହି ଭିଡିଓରେ ଦିଆଯାଇଥିବା ସୂଚନାକୁ ପସନ୍ଦ କରନ୍ତି, ତେବେ ଆମର ପୋଷ୍ଟକୁ ପସନ୍ଦ କରନ୍ତୁ ଏବଂ ମନ୍ତବ୍ୟ ମାଧ୍ୟମରେ ଏହା ସହିତ ଆପଣଙ୍କର ପ୍ରଶ୍ନଗୁଡିକ ପଚାରନ୍ତୁ | କୃଷି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଗ୍ରାମାଞ୍ଚଳ ସହିତ ସଂଯୁକ୍ତ ରୁହ |
2022-12-03T16:52:58Z
https://kisan-app.agrevolution.in/dehaat/post/ghm-amll-kribaa-smyyre-ehi-jinissguddiku
OSCAR-2301
Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ଦେଶ ବିଦେଶ ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା ଉତ୍ସବ ପାଳନ ଦେଶ ବିଦେଶ ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା ଉତ୍ସବ ପାଳନ By Odisha News Today On Jul 13, 2021 0 Share ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କୋଭିଡ୍‍ କଟକଣା ମଧ୍ୟରେ ବେଙ୍ଗାଲୁରୁଠାରେ ରଥଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି । ମହାନଗରର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ବଢ଼ି ଭୋରରୁ ମଙ୍ଗଳ ଆଳତୀ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ସାହାଣ ମେଲା ଆଦି ରୀତିନୀତି ଯଥାବିଧି ମୁତାବକ ସମ୍ପନ୍ନ କରାଯାଇଥିଲା । କୋଭିଡ୍‍ ପ୍ରୋଟୋକଲକୁ ପାଳନ କରାଯାଇ ରଥଯାତ୍ରା ପର୍ବ ପାଳନକୁ ମନ୍ଦିର ପରିସର ମଧ୍ୟରେ ହିଁ ସୀମିତ ରଖାଯାଇଥିଲା । ଫେସ୍‍ବୁକ୍‍ରେ ଲାଇଭ୍‍ଷ୍ଟ୍ରିମିଂ ଜରିଆରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କର ପୂଜାର୍ଚ୍ଚନା ଏବଂ ସାଂକେତିକ ରଥଯାତ୍ରାକୁ ଦେଖିପାରିଥିଲେ । ଅପରାହ୍ଣ ୧ଟାରୁ ୨ଟା ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରଯାଇ ଉପର ମହଲାରେ ଥିବା ଅଣସର ଗୃହରୁ ତଳ ମହଲାକୁ ଅଣାଯାଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ ତା’ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଶଙ୍ଖ,ଘଣ୍ଟ, ମର୍ଦ୍ଦଳ, କରତାଳ, ଝାଞ୍ଜ ଓ ମୁର୍ଦ୍ଦଙ୍ଗର ଗହଗହ ନାଦ ଏବଂ ଜୟ ଜଗନ୍ନାଥ ଧ୍ୱନୀ ସହିତ ସୀମିତ ପୁଜାରୀ ଏବଂ ଆୟୋଜକଙ୍କ ଦ୍ୱାରା ରୋଷଣୀ କରି ଅଣାଯିବାର ଦୃଶ୍ୟ ବେଶ ମନୋରମ ଥିଲା । ଏଠାରେ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟୀ ଚକ୍ରଧର ସ୍ୱାଇଁଙ୍କଦ୍ୱାରା ସମାପନ ହୋଇଥିଲା । କର୍ଣ୍ଣାଟକ ସରକାରଙ୍କ ତରଫରୁ ଜାରି କରାଯାଇଥିବା ନୂଆ କରୋନା ସର୍ତ୍ତାବଳୀ ଅନୁଯାୟୀ ଭକ୍ତମାନଙ୍କୁ ସକାଳେ ସାହାଣମେଲା ସମୟରେ ଓ ସନ୍ଧ୍ୟାରେ ଦିଅଁମାନଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା । ଠାକୁରମାନେ ଆଜିଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ମନ୍ଦିରର ତଳ ତାଲାସ୍ଥିତ ହଲ୍‍ରେ ରହିବେ ବୋଲି ମ୍ୟାନେଜିଂ ଟ୍ରଷ୍ଟି ତଥା ପ୍ରଖ୍ୟାତ ଚିକିତ୍ସାବିତ୍‍ ଡଃ ପ୍ରତାପ ପାଣିଙ୍କଠାରୁ ପ୍ରକାଶ । ଚଳିତ ବର୍ଷ ରଥଯାତ୍ରା ଉତ୍ସବର ଆୟୋଜନ ଏବଂ ଏହାର ସୁପରିଚାଳନା କରିବାରେ ମନ୍ଦିର ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟୀ ଡ. ପ୍ରତାପ ପାଣି, ସଦସ୍ୟ ନୀହାର ସାମନ୍ତରା, ଏନ୍‍.ଆର୍‍.ବି ପଟ୍ଟନାୟକ, ହରପ୍ରସାଦ ମହାପାତ୍ର, ସତୀକାନ୍ତ ଷଡ଼ଙ୍ଗୀ, ଚକ୍ରଧର ସ୍ୱାଇଁ, ପ୍ରକାଶ ସାମନ୍ତରା, ବିଚାରପତି ଜେ.ପି. ଉଦ୍‍ଗାତା, କାମାକ୍ଷା ପଣ୍ଡା, ପୂଣ୍ୟଶ୍ଲୋକ ଖୁଣ୍ଟିଆ, ମନୋଜ ମହାପାତ୍ର, ମନୋଜ ପାତ୍ର ଓ ନିରଞ୍ଜନ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜଣାଯାଇଛି ।
2022-12-03T16:33:38Z
https://odishanewstoday.com/rathayatra-8/
OSCAR-2301
ନୀଳାଦ୍ରି ବିହାର ୧୦ ଟି ବସ୍ତିରେ ଡ୍ରୋନ୍ ସର୍ଭେ ,ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାରଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତିମୃତ ମଣିଷ ଜୀବିତ ହେବେ: ବିଜ୍ଞାନପ୍ରସ୍ତାବିତ ଯୋଜନା ଅନୁସାରେ ଉପକୂଳ ଜାତୀୟ ରାଜପଥ ଯାଉ, ଉପକୂଳୀୟ ବିକାଶ ପରିଷଦ ନାଉଗାଁ ଗଠିତପଟ୍ଟାମୁଣ୍ଡାଇ ତଳ ରାସ୍ତାରେ ବସ୍ ଚଳାଚଳ ନେଇ ତେଜିଲା ଆନ୍ଦୋଳନ Home ଦେଶ ବିଦେଶ ଜବାହାରଲାଲ ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି। ଦେଶ ବିଦେଶ ଜବାହାରଲାଲ ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି। By Odia News On Oct 8, 2020 0 Share ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଗତ ୧୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ରାଜ୍ୟ ଓ ଦେଶର ମୁଖ୍ୟ ଭାବେ ସୁଶାସନ ପ୍ରଦାନ କରିବା ସହ ୨୦ ବର୍ଷରେ ପଦାର୍ପଣ କରିଛନ୍ତି। ଏ କ୍ଷେତ୍ରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋଦୀ ୪ ହଜାର ୬୦୭ଦିନ କାର୍ଯ୍ୟ କରିବା ପରେ ୨ ହଜାର ୩୩୪ଦିନ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ କାର୍ଯ୍ୟ କରି ଆସୁଛନ୍ତି। ଏକ୍ଷେତ୍ରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୬ହଜାର ୧୩୦ଦିନର କାର୍ଯ୍ୟ ଦିବସକୁ ଅତିକ୍ରମ କରିଛନ୍ତି। ଶ୍ରୀ ମୋଦୀ କ୍ରମାଗତ ଭାବେ ୬ ହଜାର ୯୪୧ ଦିନ ଧରି ନିର୍ବାଚିତ ସରକାରରେ ରାଜ୍ୟ ଓ ଦେଶର ମୁଖ୍ୟ ଭାବେ କ୍ଷମତାରେ ରହିଛନ୍ତି। କ୍ରମାଗତ ଭାବେ ସୁଶାସନ ପ୍ରଦାନ କରିବା କାର୍ଯ୍ୟରେ ବ୍ରତୀ ରହିଥିବାରୁ କେନ୍ଦ୍ର କ୍ୟାବିନେଟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଶ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ସହ ଅଭିନ୍ଦନନ ଜଣାଇଛନ୍ତି। ସେହିପରି କ୍ରମାଗତ ଭା​ବେ ୧୯ ବର୍ଷ ଧରି‌ ନିର୍ବାଚିତ ସରକାରରେ ରାଜ୍ୟ ତଥା ରାଷ୍ଟ୍ର ମୁଖ୍ୟ ଭାବେ କାର୍ଯ୍ୟ କରି ୨୦ ବର୍ଷରେ ପଦାର୍ପଣ କରିଥିବାରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
2022-12-03T03:11:30Z
https://odianews.org/delhi-48/
OSCAR-2301
ଏକ୍ସଟ୍ରୋଡେଡ୍ ଫିନ୍ଡ୍ ଟ୍ୟୁବ୍ ମୋନୋ ଏକ୍ସଟ୍ରୁଡ୍ ତମ୍ବା ମିଶ୍ରଣରୁ ତିଆରି |ଫିନ୍ସ 0.400 ″ (10 ମିମି) ଉଚ୍ଚ ଅଟେ |ଏକ୍ସଟ୍ରୋଡେଡ୍ ଫିନ ଟ୍ୟୁବ୍ ଏକ ମୋନୋ-ମେଟାଲ୍ ଟ୍ୟୁବ୍ ରୁ ହେଲିକେଟ୍ ଭାବରେ ଗଠିତ |ଫଳାଫଳ ହେଉଛି ଏକ ଅବିଚ୍ଛେଦ୍ୟ ଗଠିତ ଫାଇନଡ୍ ଟ୍ୟୁବ୍ ଯାହା ଏକ ଉତ୍କୃଷ୍ଟ ଫିନ-ଟୁ-ଟ୍ୟୁବ୍ ସମାନତା ସହିତ ଅତୁଳନୀୟ ଦକ୍ଷତା ଏବଂ ଦୀର୍ଘାୟୁତା ପ୍ରଦାନ କରେ |ରୁଗ୍ ସେବା, ଉଚ୍ଚ ତାପମାତ୍ରା, କିମ୍ବା କ୍ଷତିକାରକ ପରିବେଶ, ଉତ୍ତାପ ଏକ୍ସଚେଞ୍ଜର ପ୍ରୟୋଗଗୁଡ଼ିକ ପାଇଁ ଏକ୍ସଟ୍ରୁଡ୍ ଫିନ୍ ଟ୍ୟୁବ୍ ଏକ ଉତ୍ତମ ବିକଳ୍ପ |ହାଇ ଫିନ୍ଡ୍ ଟ୍ୟୁବ୍ ଗୁଡିକ ନଇଁବା ଏବଂ କୋଇଲିଂ ପାଇଁ ଏକ ନରମ ଅବସ୍ଥାରେ ସଂଲଗ୍ନ କରାଯାଇପାରେ |ଗରମ, ରେଫ୍ରିଜରେଜେସନ୍, ଯନ୍ତ୍ରପାତି କୁଲର୍, ୱାଟର-ହିଟର ଏବଂ ବଏଲର ପାଇଁ ଏହି ପ୍ରକାରର ଉତ୍ପାଦ ଉତ୍କୃଷ୍ଟ |
2022-12-02T08:41:58Z
http://or.datangfintubes.com/aluminum-finned-tube/
OSCAR-2301
Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ଦେଶ ବିଦେଶ ବିହାର ନିର୍ବାଚନ : ଏନ୍ ଡି ଏ ଏବଂ ମହାଗଠବନ୍ଧନ ମଧ୍ୟରେ କଡ଼ା ଟକ୍କର ଦେଶ ବିଦେଶରାଜନୀତି ବିହାର ନିର୍ବାଚନ : ଏନ୍ ଡି ଏ ଏବଂ ମହାଗଠବନ୍ଧନ ମଧ୍ୟରେ କଡ଼ା ଟକ୍କର By Odisha News Today On Nov 10, 2020 0 Share ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଦେଶରେ ଉପନିର୍ବାଚନ ସହ ସମସ୍ତଙ୍କ ଆଖି ରହିଛି ବିହାର ନିର୍ବାଚନ ଉପରେ। ବିହାରର ୨୪୩ ଟି ସିଟ୍ ମଧ୍ୟରେ ଗଣତି ଚାଲିଥିବା ବେଳେ ତେଜସ୍ଵୀ ଯାଦବଙ୍କ ମହାଗଠବନ୍ଧନ ଏବଂ ନୀତିଶ କୁମାରଙ୍କ ଏନ୍ ଡି ଏ ମଧ୍ୟରେ କଡ଼ା ଟକ୍କର ପରିଲକ୍ଷିତ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ପ୍ରକାର ନିଶ୍ଚିତ ଫଳାଫଳ ପ୍ରକାଶ ପାଇପାରି ନାହିଁ। ପ୍ରଥମେ ମହାଗଠବନ୍ଧନ ୧୧୦ ଟି ସ୍ଥାନରେ ଆଗୁଆ ଥିବା ବେଳେ ବର୍ତ୍ତମାନ ଏନ୍ ଡି ଏ ୧୨୧ଟି ସ୍ଥାନରେ ଆଗୁଆ ରହିଛି। ବିହାରର ରଘୋପୁର ସ୍ଥାନରୁ ତେଜସ୍ଵୀ ଯାଦବ ୪୦୦+ ଭୋଟରେ ଆଗୁଆ ରହିଛନ୍ତି। ତେବେ ବିହାରର ଜନତା ଏବେ ବିହାରର ଭବିଷ୍ୟତକୁ ନେଇ ଆଶା ଆଶଙ୍କା ମଧ୍ୟରେ ଗତି କରୁଥିବା ବେଳେ ପରିସ୍ଥିତି ରୋମାଞ୍ଚକର ହେବାରେ ଲାଗିଛି।
2022-12-05T03:32:56Z
https://odishanewstoday.com/bihar-election/
OSCAR-2301
Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ରାଜନୀତି ବିଜୟ ଆଡ଼କୁ ବିଜେଡ଼ି ରାଜନୀତିରାଜ୍ୟ ବିଜୟ ଆଡ଼କୁ ବିଜେଡ଼ି By Odisha News Today On Nov 10, 2020 0 Share ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ତିର୍ତ୍ତୋଲ ଏବଂ ବାଲେଶ୍ଵର ରେ ଭୋଟ ଗଣତି ବଢ଼ିବା ସହ ଉଭୟ ସ୍ଥାନରେ ବିଜେଡ଼ି ଆଗୁଆ ରହିଛି। ତିର୍ତ୍ତୋଲରେ ବିଜେଡ଼ି ର ବିଜୟ ଶଙ୍କର ଦାସ ୯ମ ପର୍ଯ୍ୟାୟ ଗଣନା ସୁଦ୍ଧା ୧୪୫୬୧ ଭୋଟ ରେ ଆଗୁଆ ରହିଛନ୍ତି। ସେହିପରି ବାଲେଶ୍ଵରରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ୩୭୭୦ ଭୋଟ ରେ ଆଗୁଆ ରହିଛନ୍ତି। ବାଲେଶ୍ଵର ରେ ୭ମ ପର୍ଯ୍ୟାୟ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ ଆଗୁଆ ରହିଥିବା ବେଳେ ୮ମ ପର୍ଯ୍ୟାୟ ରେ ପୁନଶ୍ଚ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି।
2022-12-05T05:01:10Z
https://odishanewstoday.com/odisha-bypoll-2/
OSCAR-2301
ଦର୍ଶକ ବନ୍ଧୁ ଆଜିକାଲି ଅଧିକାଂଶ ଲୋକ କିଡ଼ନୀ ରୋଗ ରେ ପୀଡିତ ହେଉ ଥିବାର ଦେଖା ଯାଇଛି | ତେବେ ଏହି ରୋଗ ଯୋଗୁଁ ଅନେକ ପ୍ରକାରର ଅସୁବିଧା ରେ ମଧ୍ୟ ଲୋକ ମାନେ ପଡିବ ସହିତ ନିଜର ପ୍ରାଣ ମଧ୍ୟ ହରାଉଛନ୍ତି | ଆଉ ଯାହା ଏବେ ଗୋଟିଏ ବଡ଼ ରୋଗ ହୋଇ ବାହାରିଲାଣି |ତେବେ ଏହି କିଡ଼ନୀ ଜଣିତ ରୋଗ କାହିଁକି ହୁଏ କଣ ପାଇଁ ହୁଏ ଓ ଏହାର ଲକ୍ଷଣ ମାନ ସବୁ କଣ ତାହା ବିଷୟରେ ଆସନ୍ତୁ ଆଜି ଆମେ ଜାଣିବା | କିଡ଼ନୀ ରୋଗ ର କାରଣ :- ତେବେ ଦର୍ଶକ ବନ୍ଧୁ ମଣିଷ ଶରୀର ଗଠନ ଅନୁଯାୟୀ ମଣିଷ ପାଖରେ ଦୁଇଟି କିଡ଼ନୀ ରହିଛି | ଯାହା ର କାର୍ଯ୍ୟ ଆମ ଶରୀର ସମସ୍ତ ପ୍ରକାର ବର୍ଜ୍ୟ ବସ୍ତୁ ଯାହା ରକ୍ତ ଦ୍ୱାରା ମୂତ୍ର ମାଧ୍ୟମ ରେ କିଡ଼ନୀ ଏହାକୁ ବାହାରକୁ ବାହାର କରିଥାଏ | ଯଦି ଏହା ବାହାରକୁ ବାହାରି ନଥାଏ ତାହାଲେ ଆମ କିଡ଼ନୀ ଖରାପ ହେଇଥାଏ ଓ ଯାହା ଦ୍ୱାରା ଆମ ଦେହ ଖରାପ ହେଇଥାଏ | ତେବେ କିଡ଼ନୀ ଖରାପ ହେବାର ମୁଖ୍ୟ କାରଣ ହେଉଛି ଡାଇବେଟିସ ବା ମଧୁମେୟ ରୋଗ | ତେଣୁ ଏହି ସମୟରେ ଆପଣଙ୍କ ର ମଧୁମେୟ ରୋଗ କୁ ନିୟନ୍ତ୍ରଣ କରନ୍ତୁ ନହେଲେ କିଡ଼ନୀ ଖରାପ ହେବାର ସମ୍ଭାବନା ଅଧିକ ଦେଖା ଯାଏ | ଦ୍ୱିତୀୟ ରେ ଉଚ୍ଚରକ୍ତ ଚାପ ଥିଲେ ମଧ୍ୟ କିଡ଼ନୀ ଖରାପ ହେଇଥାଏ | ତା ସହିତ ଅଧିକ ପେନକିଲର ମେଡ଼ିସିନ ଲମ୍ବା ସମୟ ଧରି ଖାଇଲେ ମଧ୍ୟ କିଡ଼ନୀ ରୋଗ ହେଇଥାଏ | କିଡ଼ନୀ ରୋଗର ଲକ୍ଷଣ :- କିଡ଼ନୀ ରୋଗ ହେଲେ ଦେହ ଦୁର୍ବଳ ଲାଗିବା ସହିତ ଆପଣଙ୍କ ମୁହଁ, ପାଦ ଫୁଲିଯିବା | ପରିସ୍ରା ଆଗପରି କମ ଦେଖା ଯିବା |ଚାଲିଲେ ଧଇଁ ଶୋଇଁ ଲାଗିବା, ରକ୍ତ ହୀନତା ଦେଖାଦେବା ହିମୋଗ୍ଲୋବିନ ର ମାତ୍ର କମ ଦେଖା ଯିବା | ତେବେ ଏହି ସବୁ ଲକ୍ଷଣ ଦେଖା ଦେଲେ ଆପଣ ଏହାର ଦୁଇଟି ପରୀକ୍ଷା କରିପାରିବେ (1) ୟୁରିଆ (2)କ୍ରିଏଟିଏନ | ଯେତେବେଳେ କ୍ରିଏଟିଏନ ମାତ୍ର 1.3 ରୁ ଅଧିକ ଦେଖା ଯିବ ତାହେଲେ ଆପଣ ଜାଣିନେବ ଆପଣଙ୍କ କିଡ଼ନୀ ଖରାପ ହେଇଯାଇଛି ବୋଲି | କିଡ଼ନୀ ରୋଗ ର ଚିକିତ୍ସା :- କିଡ଼ନୀ ରୋଗ ହେଲେ ପ୍ରଥମେ ରୋଗୀ ରୋଗରେ ପୀଡିତ ଥାନ୍ତି | ତେବେ ଏହି କିଡ଼ନୀ ରୋଗ ର ତିନଟି ଷ୍ଟେଜ ଦେଇ କରିଥାଏ (1) ରେ ହେଉଛି ରୋଗୀ ପ୍ରଥମେ ରୋଗରେ ପୀଡିତ ହେବେ (2) ଯେଉଁ ମାନଙ୍କର କିଡ଼ନୀ ଖରାପ ଅଛି ସେମାନଙ୍କୁ ମେଡ଼ିସିନ ଦ୍ୱାରା ସେମାନଙ୍କ ଚିକିତ୍ସା କରାଯାଇପାରିବ| (3) ଯେଉଁମାନଙ୍କ ର କିଡ଼ନୀ ଖରାପ ହେଇସାରିଛି ହେଲେ ମେଡ଼ିସିନ ଦ୍ୱାରା ଏହା କୁ ନିୟନ୍ତ୍ରଣ କରିହେଉନାହିଁ | ତେବେ ଏହି ସବୁ କ୍ଷେତ୍ର ରେ ସପ୍ତାହ କୁ ଥରେ ଡାଇ୍ଲିସିସ କରନ୍ତୁ | ଡାଇ୍ଲିସିସ ଏହି ରୋଗ ଚିକିତ୍ସା ନୁହେଁ ଏହି ରୋଗ ଚିକିତ୍ସା ହେଉଛି କିଡ଼ନୀ ପ୍ରତ୍ୟାରୋପଣ କରିବା | ତେବେ ଏହା କେବେଳ 18 ରୁ 60 ବର୍ଷ ପର୍ଯ୍ୟନ୍ତ ଜଣେ ସୁସ୍ଥ ବ୍ୟକ୍ତି କରିପାରିବ ଓ ଯାହାକୁ ଡାଇବେଟିସ ହେଇନଥିବ ଓ ତାହାର ବ୍ଲଡ଼ ଗ୍ରୁପ ସମାନ ଥିବା ଆବଶ୍ୟକ | କିଡ଼ନୀ ରୋଗ ନ ହେବା ପାଇଁ କେମିତି ଜୀବନ ବିତାଇବେ :- ତେବେ ପ୍ରତିଦିନ 30 ମିନିଟ ବ୍ୟୟାମ କରିବା, ଡ଼ାଇଟ କରିବା | ଚୁନା ମାଛ ଅଧିକ ଖାଇବା ଓ ମାଂସ ଠୁ ଦୁରେଇ ରହିବା | ମନେ ରଖିବେ ଲୁଣ ଜାତୀୟ ଖାଦ୍ୟ ଖାଇବେ ନାହିଁ ଓ ବଜାର ରେ ମିଳୁଥିବା ଜଙ୍କ ଫୂଡ଼ ଠାରୁ ଦୁରେଇ ରହିବା | ଏହିଭଳି ଉପୟରେ ଆପଣ କିଡ଼ନୀ ରୋଗରୁ ମୁକ୍ତି ପାଇପାରିବେ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ। 0 Share FacebookTwitterGoogle+ReddItWhatsAppPinterestEmail Chinmay Pradhan Prev Post ଯିଏ ଦେଖିବ ସିଏ ହସିବ… ପ୍ରଥମ ଥର ରୂପା ପିଣ୍ଟୁ ଙ୍କ ଏମିତି ଭିଡ଼ିଓ ହେଲା ଭାଇରାଲ… Next Post ଷ୍ଟେଜ ରେ Grand entry କଲେ ସିଙ୍ଗର Abhilipsa ଗାଇଲେ ଏମିତି ଗୀତ ” ହର ହର ଶମ୍ଭୁ “… ମାତ୍ର ୪ ଘଣ୍ଟାରେ 690K ଲୋକ ଦେଖି ସାରିଲେଣି…
2022-12-06T07:12:26Z
https://swastiktv.com/%E0%AC%95%E0%AC%BF%E0%AC%A1%E0%AD%8D%E0%AC%A8%E0%AC%BF-%E0%AC%B0%E0%AD%8B%E0%AC%97%E0%AC%B0-%E0%AC%95%E0%AC%BE%E0%AC%B0%E0%AC%A3-%E0%AC%B2%E0%AC%95%E0%AD%8D%E0%AC%B7%E0%AC%A3-%E0%AC%93/
OSCAR-2301
ମାଆ ବିନ୍ଧ୍ୟ ବାସିନୀ, ଯୋଗମାୟା, ଆଦ୍ୟା ଶକ୍ତି ମା’ଦୁର୍ଗାଙ୍କର ଏକ ସ୍ୱରୂପ l ତାଙ୍କୁ ଆଦି ପରାଶକ୍ତି ଭାବେ ଧ୍ୟାନ କରାଯାଏ l ମାଆଙ୍କ ମନ୍ଦିର ଉତ୍ତର ପ୍ରଦେଶର ମିର୍ଜାପୁରଠାରୁ ଆଠକିଲୋମିଟର ଦୂର ଗଙ୍ଗା ନଦୀ କୂଳରେ ବିନ୍ଧ୍ୟ ପର୍ବତମାଳା ଉପରେ ଅବସ୍ଥିତ l ବିନ୍ଧ୍ୟବାସିନୀ ତ୍ରିକୋଣଯନ୍ତ୍ର ଉପରେ ବିଜେ କରି ତିନି ମହାଶକ୍ତି ମହାକାଳୀ, ମହାସରସ୍ବତୀ ଏବଂ ମହାଲକ୍ଷ୍ମୀଙ୍କ ରୂପ ଓ ଶକ୍ତିକୁ ଧାରଣ କରିଛନ୍ତି l ଶାସ୍ତ୍ର ମାନ୍ୟତା ଅନୁସାରେ ମାଆ ବିନ୍ଧ୍ୟବାସିନୀଙ୍କ ପୀଠ ସୃଷ୍ଟିର ଆଦ୍ୟରୁ ଏଠାରେ ରହିଛି l ପ୍ରଳୟ କାଳରେ ମଧ୍ୟ ଏହା ଅନ୍ତଃ ହୁଏ ନାହିଁ l ଦେବୀଙ୍କ ବିନ୍ଧ୍ୟପର୍ବତ ଉପରେ ବାସ ହେତୁ ନାମ ହୋଇଛି ବିନ୍ଧ୍ୟ ବାସିନୀ l ଦକ୍ଷ ଯଜ୍ଞରେ ଦଗ୍ଧ ହୋଇଥିବା ସତୀଙ୍କ କର୍ତ୍ତୀତ ଶରୀରାଂଶ ଯେଉଁଠାରେ ପଡ଼ିଥିଲା ସେଠାରେ ଗୋଟିଏ ଗୋଟିଏ ଶକ୍ତିପୀଠ ଗଢ଼ି ଉଠିଛି l କିନ୍ତୁ ମାଆଙ୍କ ପୀଠ ସେ ଶକ୍ତି ପୀଠରେ ନାହିଁ l ମାଆ ଜନ୍ମ ହେବା ସହ ଆସି ଏଠାରେ ବାସ କରିବାକୁ ପସନ୍ଦ କରିଥିଲେ l ଏଥିପାଇଁ ମାଆ ପାର୍ବତୀ ଓ ଦୁର୍ଗାଙ୍କର ଅନ୍ୟ ନାମ ବିନ୍ଧ୍ୟ ବାସିନୀ l ମାଆ ବିନ୍ଧ୍ୟବାସିନୀଙ୍କ ଆବିର୍ଭାବ ବର୍ଣ୍ଣନା ଶ୍ରୀମଦ ଭାଗବତ ମହାପୁରାଣର ଦଶମ ସ୍କନ୍ଧରେ ଦେଖା ଯାଏ l ଦେବକୀଙ୍କ ଅଷ୍ଟମ ଗର୍ଭ ଜନ୍ମିତ ସନ୍ତାନହିଁ କଂସ ମୃତ୍ୟୁର କାରଣ ହେବ,ଏ ଶୂନ୍ୟବାଣୀ ଶୁଣି କଂସ ଦେବକୀ ବସୁଦେବଙ୍କୁ କାରାରୁଦ୍ଧ କରି ରଖି ଗୋଟି ଗୋଟି କରି ତାଙ୍କର ଛଅଗୋଟି ସନ୍ତାନଙ୍କୁ ମାରି ସାରିଥାଏ l ସପ୍ତମ ଗର୍ଭ କୁଆଡ଼େ ଉଭେଇ ଯାଇଥାଏ l ଅପେକ୍ଷା ଅଷ୍ଟମ ଗର୍ଭକୁ l ଷଷ୍ଠ ପରେ ସପ୍ତମ ଗର୍ଭରେ ରହିଲେ, ବଳରାମ l ବିଷ୍ଣୁ ମାଆ ଆଦ୍ୟା ଶକ୍ତିଙ୍କୁ ଅନୁରୋଧ କଲେ, ମାୟା ବିସ୍ତାର କରି ଏ ଗର୍ଭକୁ ହରଣ କରି ରୋହିଣୀ ଦେବୀଙ୍କ ଗର୍ଭରେ ସଂସ୍ଥାପିତ କରିବାକୁ l ପୁଣି ବିଷ୍ଣୁ ତାଙ୍କୁ କହିଲେ ତୁମେ ମାଅ ଯଶୋଦାଙ୍କ ଗର୍ଭରେ ଜନ୍ମ ନିଅ l ମୁଁ ତୁମ ପଛରେ ଯାଉଛି :- ଦେବକୀ ଦେବୀ ନିଦ୍ରା କାଳେ l ଗର୍ଭ ହରିବୁ ଯୋଗ ବଳେ ll ମିଳିବୁ ନନ୍ଦ ଘରେ ଯାଇ l ରୋହିଣୀ ଗର୍ଭେ ତାହା ଥୋଇ ll ଜନ୍ମିବୁ ଯଶୋଦା ଉଦରେ l ମୁଁ ପୁଣି ଯିବି ମଞ୍ଚ ପୁରେ ll ବିଷ୍ଣୁଙ୍କ ଆଦେଶରେ ଦେବୀ ମାୟା ବିସ୍ତାର କରି ବସୁଦେବଙ୍କୁ କହିଲେ ଅଷ୍ଟମ ଗର୍ଭ ପ୍ରସବ ହେବା କ୍ଷଣି ତାକୁ ନେଇ ଗୋପରେ ପହଞ୍ଚାଇ ଯଶୋଦା କୋଳରୁ କନ୍ୟା ପାଲଟାଇ ଆଣିବୁ l ଦେବକୀଙ୍କ ଅଷ୍ଟମ ଗର୍ଭରୁ ଭଗବାନ କୃଷ୍ଣ ଜନ୍ମ ହେବା କ୍ଷଣି ବସୁଦେବ ତାହାହିଁ କଲେ l ଯଶୋଦା କୋଳେ କୃଷ୍ଣ ଥୋଇ l କନ୍ୟା ଆଣିଲା ପାଲଟାଇ ll ମାଆଙ୍କ ମାୟା ବଳରେ କାରା କୋଠରୀର ଦ୍ଵାର ଖୋଲି ଗଲା l ବସୁଦେବଙ୍କ ପାଦରେ ଲାଗିଥିବା ଶକ୍ତ ଲୁହା ଶିକୁଳି ଉନ୍ମୁକ୍ତ ହୋଇଗଲା l ଯଶୋଦା କୋଳରେ ଜନ୍ମଲାଭ କରିଥିବା ମା’ ଯୋଗମାୟା ଆସି ପହଞ୍ଚିଲେ କଂସ ବନ୍ଦୀଘରେ l ପୁନଶ୍ଚ ସବୁ ପୂର୍ବବତ ହୋଇଗଲା l ଦେବୀଙ୍କ ମାୟା ବଳରେ ଅପ୍ରତ୍ୟାଶିତ ଭାବେ ସବୁ ଘଟଣା ନିମିଷକେ ଘଟି ଗଲା l ମାୟା ପ୍ରଭାବରେ କାହାରି ସଜ୍ଞାନରେ ଏ ଘଟଣାର ଲେଶମାତ୍ର ଛାପ ରହିଲା ନାହିଁ l କାରା ଗୃହରେ ଶୁଣାଗଲା କନ୍ୟାର କ୍ରନ୍ଦନ l ଲାଗିଲା ଚରଣେ ଶିକୁଳି l ଦୁହିତା ଛାଡ଼ିଲା ବୋବାଳି ll କଂସ ଆଶ୍ଚର୍ଯ୍ୟ l ଏ କ’ଣ ? ଅଷ୍ଟମ ଗର୍ଭ ସନ୍ତାନ ଗଲା କୁଆଡ଼େ ? ଇଏ ତ କନ୍ୟା ? ତଥାପି ତାର ବିଶ୍ୱାସ ହେଉ ନଥାଏ l ଦେବକୀ କୋଳରୁ ଟାଣି ଆଣି କନ୍ୟାକୁ ଶିଳାରେ ବୁଲାଇ ପିଟନ୍ତେ କନ୍ୟା ତା ହାତରୁ ବିଜୁଳି ପ୍ରାୟ ଖସି ଗଲେ l ଆକାଶ ମାର୍ଗରେ ରହି କଂସକୁ ସତର୍କ ବାଣୀ ଶୁଣାଇଲେ, “ରେ ମୁଢ଼!ତୋର ମରଣ ନିକଟ ହୋଇଆସିଲା l ତୋତେ ଯିଏ ମାରିବ ସିଏ ଗୋପରେ ବଢୁଛି l ଆପଣା ମଙ୍ଗଳ ଚାହୁଁଛୁ ତ ଏବେ ବି ସମୟ ଅଛି, ଶ୍ରୀ ହରିଙ୍କ ଶରଣ ପଶ l” ଯେ ଦେବୀ ଜଗତ ସଂହାରେ l କାହାର ବଳ ତାକୁ ମାରେ ll କଂସର ହସ୍ତରୁ ଉଛୁଳି l ଆକାଶେ ଯେସନେ ବିଜୁଳି ll ମହା ଦେବୀ ସତର୍କବାଣୀ ଶୁଣାଇ କହୁଛନ୍ତି :- ରେ କଂସ ଶୁଣ ମୋ ଉତ୍ତର l ତୋର ବଇରୀ ଚକ୍ରଧର ll ତୋହର ପାଇଁ ଦେହ ବହି l ଜାତ ହୋଇଲେ ଯହିଁ ତହିଁ ll ଏବେ ମୁଁ କହୁଅଛି ତୋତେ l ହରିଙ୍କି ଭାବ ହୃଦଗତେ ll ସେ ବିଶ୍ଵମ୍ଭର ବିଶ୍ୱମୂର୍ତ୍ତି l ଭାବିଲେ ପାଇବୁ ମୁକତି ll ହେଲେ, କଂସ ମାଆ ଯୋଗମାୟାଙ୍କ ଏ ସତର୍କ ବାଣୀକୁ ହୃଦୟଙ୍ଗମ କରି ମଧ୍ୟ ପାଳନ କରି ନ ଥିଲା ଏବଂ ଶେଷରେ ଭଗବାନ କୃଷ୍ଣଙ୍କ ହସ୍ତରେ ତାର ପରମ ଗତି ପ୍ରାପ୍ତ ହୋଇଥିଲା l ଏହି ସମସ୍ତ ମାୟା ରଟିଥିବା ଓ କଂସକୁ ସତର୍କ ବାଣୀ ଶୁଣାଇ ଥିବା ମାଆ ବିଜୁଳି କନ୍ୟା ହେଲେ ଆଦ୍ୟାଶକ୍ତି ମାଆ ବିନ୍ଧ୍ୟବାସିନୀ l ଭାଗବତ ଜଡ଼ ଭରତ ଉପାଖ୍ୟାନରେ ମଧ୍ୟ ସେହି ମାଆ କାଳି ମୂର୍ତ୍ତି ମଧ୍ୟରୁ ପ୍ରକଟ ହୋଇ ଘାତକ ମାନଙ୍କୁ ଖଡ୍ଗ ପ୍ରହାର କରିଛନ୍ତି l ସେ ଦେଵୀ ଚଣ୍ଡୀ ଭଦ୍ରକାଳୀ l ଅତ୍ୟନ୍ତ କୋପେ ପରଜ୍ୱଳି ll ଶାଣିତ ଅସୀ ତୀକ୍ଷ୍ଣ ଧାର l ଛେଦିଲେ ତାହାଙ୍କର ଶିର ll ଯଶୋଦା ଗର୍ଭ ସମ୍ଭୁତା ଏହି ମାଆ ଯୋଗମାୟା ବିନ୍ଧ୍ୟବାସିନୀ ଭାବେ ବିନ୍ଧ୍ୟ ପର୍ବତରେ ଅବସ୍ଥାନ କରୁଛନ୍ତି l ମାଆଙ୍କର ଏ ଦିବ୍ୟ ଉପସ୍ଥିତି ଯୋଗୁଁ ବିନ୍ଧ୍ୟାଞ୍ଚଳ ଏକ ଜାଗ୍ରତ ଶକ୍ତି ପୀଠରେ ପରିଣତ ହୋଇଛି l ମହାଭାରତ ବିରାଟ ପର୍ବରେ ପାଣ୍ଡଵ ଶ୍ରେଷ୍ଠ ଧର୍ମରାଜ ଯୁଧିଷ୍ଠିର ମାଆ ବିନ୍ଧ୍ୟବାସିନୀଙ୍କୁ ସ୍ତୁତି କରି କହିଛନ୍ତି :- ବିନଧ୍ୟେଚୈବ ନଗ ଶ୍ରେଷ୍ଠେ ତଵ ସ୍ଥାନହି ଶାଶ୍ୱତମ୍ !!! ପଦ୍ମ ପୁରାଣରେ ମାଆ ବିନ୍ଧ୍ୟ ବାସିନୀଙ୍କୁ ”ବିନ୍ଧ୍ୟେ ବିନ୍ଧ୍ୟାଧିବାସିନୀ”ବୋଲି ସମ୍ବୋଧନ କରାଯାଇଛିl ଶ୍ରୀମଦ ଭାଗବତରେ ବର୍ଣ୍ଣନା ରହିଛି ସୃଷ୍ଟି କର୍ତ୍ତା ବ୍ରହ୍ମା ଆଦି ମାନବ ରୂପରେ ସ୍ୱାୟଂଭୁବ ମନୁ ଓ ଶତରୁପାଙ୍କୁ ନିଜ ମାନସ ପଟରୁ ସୃଷ୍ଟି କଲେ l ବିବାହ ଉପରାନ୍ତେ ସ୍ୱାୟମ୍ଭୁବ ମନୁ ନିଜ ହାତରେ ଗୋଟିଏ ଦେବୀ ମୂର୍ତ୍ତି ତିଆରିକରି ଏକଶହ ବର୍ଷ ଧରି ଦେବୀଙ୍କୁ ତପସ୍ୟା କଲେ l ତାଙ୍କ କଠୋର ତପସ୍ୟାରେ ସନ୍ତୁଷ୍ଟା ମାଆ ଭଗବତୀ ତାଙ୍କୁ ବଂଶ ବୃଦ୍ଧି,ନିଷ୍କଣ୍ଟକ ରାଜ୍ୟ ଭୋଗ ଓ ପରମପଦ ପ୍ରାପ୍ତି ପାଇଁ ଆଶୀର୍ବାଦ ଦେଇ ବିନ୍ଧ୍ୟାଚଳକୁ ଚାଲି ଯାଇ ଥିଲେ l ଏଥିରୁ ସ୍ପଷ୍ଟ ହୁଏ,ସୃଷ୍ଟି ପ୍ରାରମ୍ଭରୁ ମାଆଙ୍କ ଆସ୍ଥାନ ବିନ୍ଧ୍ୟାଚଳରେ ରହିଛି l ତାଙ୍କରି ଆଶିଷ ବଳରେ ହିଁ ସୃଷ୍ଟି ବିସ୍ତାର ଲାଭ କରିଛି l ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦୁର୍ଗା ସପ୍ତଶତିରେ କୁହା ଯାଇଛି ଦେବତା ମାନଙ୍କ ଅନୁରୋଧ କ୍ରମେ ମାଆ ତାଙ୍କୁ ଆଶ୍ୱାସନା ଦେଇ କହୁଛନ୍ତି,” ଆହେ ଦେଵଗଣ ! ବୈବସ୍ଵତ ମନ୍ଵନ୍ତର ଅଠାଇଶ ତମ ଯୁଗରେ ଶୁମ୍ଭ ନିଶୁମ୍ଭ ନାମକ ଦୁଇଟି ମହାଦୈତ୍ୟ ଉତ୍ପନ୍ନ ହେବେ l ସେତେବେଳେ ଗୋପ ପୁରରେ ମୁଁ ନନ୍ଦରାଣୀ ଯଶୋଦାଙ୍କ ଗର୍ଭରେ ଜନ୍ମ ହୋଇ ବିନ୍ଧ୍ୟ ପର୍ବତରେ ଯାଇ ରହିବି l ଏହି ସମୟରେ ମୁଁ ଏହି ଦୈତ୍ୟ ଦ୍ବୟଙ୍କୁ ବିନାଶ କରିବି l ଶିବପୁରାଣରେ ମା’ ବିନ୍ଧ୍ୟବାସିନୀଙ୍କୁ ମା’ ସତୀଙ୍କ ରୂପ ବୋଲି ଚିତ୍ରିତ କରା ଯାଇଛି l କିନ୍ତୁ ଶ୍ରୀମଦ ଭାଗବତରେ ତାଙ୍କୁ ନନ୍ଦ ଯଶୋଦା ସୂତା କୃଷ୍ଣଙ୍କ ଅନୁଜା ବୋଲି ଚିତ୍ରିତ କରାଯାଇଛି l ଏସବୁ କଥା ମାଆଙ୍କର ପ୍ରାଚୀନତାର ପ୍ରମାଣ ପ୍ରଦାନ କରେ l ପୌରାଣିକ ଓ ବୈଦିକ ଏହି ପୀଠରେ ମାଆଙ୍କର ବୈଦିକ ତଥା ବାମାଚାର ବିଧି ପୂଜା ହୋଇଥାଏ l ଶାସ୍ତ୍ରର ଉଲ୍ଲେଖରୁ ଜାଣିବାକୁମିଳିଥାଏ ଯେ ମାଆ ଆଦ୍ୟାଶକ୍ତି କେଉଁଠି ହେଲେ ପୂର୍ଣ୍ଣରୂପରେ ପ୍ରକାଶ ହୋଇନାହାଁନ୍ତି l ଅନ୍ୟ ସବୁ ଶକ୍ତି ପୀଠରେ ମା’ଙ୍କ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତୀକରୂପେ ପୂଜିତ ହୁଏ l କିନ୍ତୁ ବିନ୍ଧ୍ୟାଚଳରେ ସେ ପୂର୍ଣ୍ଣ ରୂପରେ ପ୍ରକାଶିତ l ପୂର୍ବ କାଳରେ ବିନ୍ଧ୍ୟାଚଳ ଘଞ୍ଚ ଅରଣ୍ୟରେ ପୂର୍ଣ୍ଣ ଥିଲା l ଏଠାରେ ନିବାସୀ ମାଆଙ୍କର ତେଣୁ ଅନ୍ୟ ନାମ ବନଦୁର୍ଗା l ଏହି କାରଣରୁ ଜ୍ୟେଷ୍ଠ ମାସର ଶୁକ୍ଳ ଷଷ୍ଠୀ ତିଥିରେ ମାଆଙ୍କର ପାବନ ମହାପୁଜା ଅରଣ୍ୟ ଷଷ୍ଠୀ ଭାବେ ବିଖ୍ୟାତ ହୋଇଛି l ମାଆ ଯେ ଯଶୋଦା ଗୃହରେ ଜନ୍ମିତା ଆଦ୍ୟାଶକ୍ତି ଏହା ତାଙ୍କର ଧ୍ୟାନମନ୍ତ୍ରରୁ ଜଣାଯାଏ l ତାଙ୍କ ଧ୍ୟାନ ମନ୍ତ୍ର ହେଲା :- ନନ୍ଦଗୋପ ଗୃହେ ଜାତା ଯଶୋଦା ଗର୍ଭସମ୍ଭବାଃ l ତତସ୍ତୋ ନାଶ ୟଶ୍ୟାମୀ ବିନ୍ଧ୍ୟାଚଳ ନିବାସିନିଃ ll ଶ୍ରୀ ବିନ୍ଧ୍ୟବାସିନୀ ମାତାସ୍ତୋତ୍ରରୁ ଜଣାଯାଇ ଥାଏ ସେ ଆଦ୍ୟାଶକ୍ତି ଓ ଶକ୍ତି ସ୍ୱରୂପା :- ନିଶୁମ୍ଭ ଶୁମ୍ଭ ମର୍ଦ୍ଦିନୀ ପ୍ରଚଣ୍ଡ ମୁଣ୍ଡ ଖଣ୍ଡନିମ୍ l ବନେ ରଣେ ପ୍ରକାଶିନିଂ ଭଜାମୀ ବିନ୍ଧ୍ୟବାସିନୀମ୍ ll ତ୍ରିଶୂଳମୁଣ୍ଡ ଧାରିଣୀମ୍,ଧରାବିଧାତ ହାରିଣୀମ୍ l ଗୃହେ ଗୃହେ ନିବାସିନିଂ ଭଜାମୀ ବିନ୍ଧ୍ୟବାସିନୀମ୍ ll ଦରିଦ୍ରଦୁଃଖ ହାରିଣୀମ୍ ସନ୍ତା ବିଭୁତିକାରିଣୀମ୍ l ବିଯୋଗ ଶୋକ ହାରିଣୀମ୍ ଭଜାମୀ ବିନ୍ଧ୍ୟବାସିନୀମ୍ ll ଲସତ୍ସୁଲୋଲଲୋଚନିଂ,ଲତାସଦେ ବରପ୍ରଦାମ୍ l କପାଳ ଶୂଳଧାରିଣୀମ୍ ଭଜାମୀ ବିନ୍ଧ୍ୟବାସିନୀମ୍ ll କରେ ମୁଦାଗଦାଧରିଂ ଶିବା ଶିବ ପ୍ରଦାୟୀନିମ୍ l ବରାଂ ବରାନନେ ଶୁଭାଂ ଭଜାମୀ ବିନ୍ଧ୍ୟବାସିନୀମ୍ ll ଋଷିନ୍ଦ୍ରୟାମିନିମ୍ ପ୍ରଦା ତ୍ରିଧା ସ୍ୱରୂପ ଧାରିଣୀମ୍ l ଜଳେ ସ୍ଥଳେ ନିବାସିନୀମ୍ ଭଜାମୀ ବିନ୍ଧ୍ୟବାସିନୀମ୍ ll ବିଶିଷ୍ଟ ସୃଷ୍ଟିକାରିଣୀମ୍ ବିଶାଳରୂପ ଧାରିଣୀମ୍ l ନମଃ ନୃମୁଣ୍ଡ ମାଳିନୀମ୍ ଭଜାମୀ ବିନ୍ଧ୍ୟବାସିନୀମ୍ ll ଶ୍ରୀମଦ ଭାଗବତ ମହାପୁରାଣ ମତରେ ଯେତେ ବେଳେ ମାଆ ଯୋଗମାୟାଙ୍କ କୃଷ୍ଣବଳରାମ ଜନ୍ମ ଲୀଳାର କାର୍ଯ୍ୟ ସରି ଗଲା, ଦେଵ ଗଣ ମାଆଙ୍କୁ ସ୍ତୁତି କରି କହିଲେ,”ହେ ଦେବୀ ଏବେ ଆପଣଙ୍କ କାର୍ଯ୍ୟ ସମାପ୍ତ ହୋଇଛି,ଆପଣ ସ୍ୱସ୍ଥାନରେ ଯାଇ ଅବସ୍ଥାନ କରନ୍ତୁ l” ସେତେବେଳେ ଦେବୀ କହି ଥିଲେ,”ନାଁ ମୁଁ ଏହି ପୃଥିବୀରେ ହିଁ ଭିନ୍ନଭିନ୍ନ ରୂପ ଧରି ରହିବି,ଯେଉଁ ଭକ୍ତ ମୋତେ ଯେଉଁ ରୂପରେ ଧ୍ୟାନ କରିବ ମୁଁ ସେହି ରୂପରେ ଦର୍ଶନ ଦେବି l ମୋର ପ୍ରଥମ ନିବାସ ସ୍ଥାନ ହେବ ବିନ୍ଧ୍ୟାଦ୍ରୀ l” ଦେବଗଣ ମାଆଙ୍କ ଠାରୁ ଏହା ଶୁଣି ବିନ୍ଧ୍ୟ ପର୍ବତ ଉପରେ ଏକ ଶକ୍ତିପୀଠ ନିର୍ମାଣ କଲେ ଓ ମାଆ ଯୋଗମାୟାଙ୍କୁ ସ୍ଥାପନା କଲେ l ମାର୍କଣ୍ଡେୟ ପୁରାଣର ଦୁର୍ଗା ସପ୍ତଶତୀ ଅନୁଯାୟୀ ବ୍ରହ୍ମା,ବିଷ୍ଣୁ, ମହେଶ୍ୱର ମା’ ଯୋଗମାୟାଙ୍କୁ ମାତୃ ରୂପରେ ଉପାସନା କରିଥାନ୍ତି ଯଦ୍ୱାରା ତ୍ରିଦେବ ଏ ସୃଷ୍ଟି ସର୍ଜନା,ପାଳନ ତଥା ସଂହାର ପାଇଁ ସମର୍ଥ ହୋଇଥାନ୍ତି l ମାଆ ଯୋଗମାୟା ଭଗବାନ ଶ୍ରୀକୃଷ୍ଣଙ୍କ ଭଉଣୀ ଭାବେ ନନ୍ଦ ଗୃହରେ ଯଶୋଦାଙ୍କ ଗର୍ଭରୁ ସମ୍ଭୁତା ହୋଇଥିଲେ l ତାଙ୍କର ନାମ ପରେ ହୋଇ ଥିଲା ଏକାନଂସା l ଏକାନଂସା ଶ୍ରୀକୃଷ୍ଣଙ୍କୁ ଜୀବନ ଭରି ସହାୟତା କରିଥିଲେ l ସେ ଶ୍ରୀକୃଷ୍ଣଙ୍କ ସାଥିରେ ଯୋଗଵିଦ୍ୟା ଏବଂ ମହାବିଦ୍ୟା ଭାବେ ରହି କଂସ ଚାଣୁର,ମୁଷ୍ଟିକ ଆଦି ମହାମହା ବଳଶାଳୀ ଅସୁର ମାନଙ୍କୁ ସଂହାର କରିଥିଲେ l ଶ୍ରୀମଦ ଭାଗବତ ମହାପୁରାଣ ଅନୁଯାୟୀ ମାଆଙ୍କର ବିଭିନ୍ନ ନାମ ରହିଛି ଯଥା :- ଭକତେ ହୋଇବୁ ପ୍ରସନ୍ନ l ଅନେକ ହେବ ତୋର ନାମ ll ଜୟା, ବିଜୟା, ଭଦ୍ରକାଳୀ l ମଙ୍ଗଳା, ଚଂଡିକା, କଂକାଳୀ ll କନ୍ୟକା, କୃଷ୍ଣା ଯେ ମାଧବୀ l ଇଶାନୀ, ଶାରଦା, ବୈଷ୍ଣବୀ ll ଦୁର୍ଗା, ଅମ୍ବିକା, ନାରାୟଣୀ l ଏକୁ ଅନେକ ନାମ ଭଣି ll ଚମତ୍କାରୀ କ୍ଷେତ୍ର ମାଆ ବିନ୍ଧ୍ୟବାସିନୀଙ୍କ ପୀଠକୁ ବର୍ଷ ସାରା ଭକ୍ତଙ୍କ ସୁଅ ଛୁଟି ଥାଏ l ଶାରଦୀୟ ଦୁର୍ଗା ପୂଜା ତଥା ଚୈତ୍ର ନବ ରାତ୍ରରେ ମାଆଙ୍କର ସ୍ୱତନ୍ତ୍ର ପୂଜାଵିଧି ଅନୁଷ୍ଠିତ ହୋଇଥାଏ l ମାଆଙ୍କ ନିକଟରେ ପ୍ରମୁଖ ତୀର୍ଥ ସ୍ଥଳୀ ପ୍ରୟାଗ ଓ କାଶୀ ଅବସ୍ଥିତ l ଏଠାରେ ପହଞ୍ଚିବା ପାଇଁ ଭାରତର ସମସ୍ତ ସ୍ଥାନରୁ ଉତ୍ତମ ଯୋଗା ଯୋଗ ରହିଛି l ମା’ଙ୍କ ପୀଠର ଅନତି ଦୂରରେ ଅଛି କାଳିଖୋଲ ପାହାଡ଼ ଉପରେ ମା’ମହାକାଳୀଙ୍କ ମନ୍ଦିର l ତିନି କିଲୋମିଟର ଦୂରରେ ଅଷ୍ଟଭୁଜା ପାହାଡ଼ ଉପରେ ରହିଛି ମହାଦେବୀ ଅଷ୍ଟଭୁଜାଙ୍କ ମନ୍ଦିର l ଶ୍ରଦ୍ଧାଳୁ ମାନେ ମାଆ ବିନ୍ଧ୍ୟ ବାସିନୀଙ୍କ ଦର୍ଶନ ସହିତ ଏ ଦୁଇ ପୀଠକୁ ଦର୍ଶନ କରିବାକୁ ଭୁଲି ନଥାନ୍ତି l ମା’ ବିନ୍ଧ୍ୟ ବାସିନୀଙ୍କ ପୀଠ ଭାରତର ପ୍ରମୁଖ 51 ଟି ଶକ୍ତିପୀଠ ମଧ୍ୟରେ ଗଣ୍ୟ ନ ହେଉ ଥିଲେ ହେଁ ଆଦ୍ୟଶକ୍ତିପୀଠ,ମହାମାୟା ଶକ୍ତିପୀଠ ହିସାବେ ଏହା 108 ଶକ୍ତି ପୀଠ ମଧ୍ୟରେ ନିଶ୍ଚିନ୍ତ ଭାବେ ଗଣ୍ୟ ହୁଏ l ମହାମାୟା, ଯୋଗମାୟା ମାଆ ବିନ୍ଧ୍ୟବାସିନୀଙ୍କ ମହିମା ଅପାର l ତାଙ୍କ କରୁଣା କଟାକ୍ଷ ପଡ଼ିଲେ ମନୁଷ୍ୟର ସର୍ବ ପାପ ତାପ ନିମିଷକେ ଉଭେଇ ଯାଇଥାଏ l ନିତ୍ୟ ପ୍ରତ୍ୟ ଧ୍ୟେୟ ମାଆଙ୍କ ଥରେ ମାତ୍ର ଦୁର୍ଲଭ ଦର୍ଶନ ପ୍ରତ୍ୟେକ ମନୁଷ୍ୟର କାମ୍ୟ ହେବା ଉଚିତ l !!! ଜୟ ମା’ ବିନ୍ଧ୍ୟବାସିନୀ !!! ସର୍ବ ମଙ୍ଗଲ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ l ଶରଣ୍ୟେ ତ୍ର୍ୟମ୍ବକ ଗୌରୀ ନାରାୟଣୀ ନମସ୍ତୁତେ ll 🙏🙏🙏 ଅର୍ଜୁନୀ ————– ମୋ -7693091971 Share FacebookTwitterGoogle+ReddItWhatsAppPinterestEmail BB News Network 1393 posts 0 comments Prev Post ନମସ୍ତେ ମା’ ଚନ୍ଦ୍ରଘଣ୍ଟା Next Post ନବଦୁର୍ଗା ସ୍ତୁତି You might also like More from author ଓଡିଶା ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ପାଠୋତ୍ସବ ଓଡିଶା ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୯ରେ ଅବପାତ ଓଡିଶା ଗୋଟିଏ ଦିନରେ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ, ସମସ୍ତେ କହିଲେ- ଆମେ ଜିତିବୁ ପଦ୍ମପୁର… ଓଡିଶା କଟକରୁ ପୁଣି ଧରାପଡିଲା ନକଲି ଚା’ : ଚଢାଉ କରି ଜବତ କଲା ପୋଲିସ Prev Next Comments are closed. Search Search Recent Updates Featured ଭାଇରାଲ ହେଉଛି ସମଲିଙ୍ଗୀ କପଲଙ୍କ ଫଟୋସୁଟ BB News Network Nov 30, 2022 0 ତିରୁବନନ୍ତପୁରମ: କେରଳର ଦୁଇ ଯୁବତୀଙ୍କ ଫଟୋସୁଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଉଭୟ ସମଲିଙ୍ଗୀ ବିବାହ କରିବାକୁ… ଦିଲ୍ଲୀ ମଦ ନୀତି ମାମଲାରେ ବ୍ୟବସାୟୀ ଅମିତ ଅରୋରାଙ୍କୁ ଗିରଫ କଲା ‘ଇଡି’ Nov 30, 2022 ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ… ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ ଚାଲିଥିବା ବେଳେ ସିଦ୍ଧି ବିନାୟକ ମନ୍ଦିର… Nov 30, 2022 ନୂଆଦିଲ୍ଳୀ: ୫୩ ତମ ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି) ଜୁରି ହେଡ୍‌ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ… ଭାରତ-ନ୍ୟୁଜିଲାଣ୍ଡ୍‌ ୩ୟ ଦିନିକିଆ: ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ଭାରତ Nov 30, 2022 ନୂଆଦିଲ୍ଲୀ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ର କ୍ରାଇସ୍‌ଚର୍ଚସ୍ଥିତ ହେଗ୍‌ଲି ଓଭାଲ୍‌ରେ ଚାଲିଥିବା ୩ୟ… ୧୧ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବା ଘଟଣାକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌… Nov 30, 2022 ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିବା ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ହତ୍ୟା କରିଥିବା ୧୧ଜଣ…
2022-12-01T03:23:24Z
https://bbnewsnetwork.com/maa-bindhyabasini/
OSCAR-2301
କରଞ୍ଜିଆ ୦୮/୦୭ : ଦୁଇ ଗୋଷ୍ଠୀ ମୁହାଁ ମୁହିଁ ,ଜଣେ ଗୁରୁତର ଓ ୩ ଅଟକ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ପାଖରେ ଥିବା ଓଡିଶା ଓ ଝାଡ଼ଖଣ୍ଡ ସୀମାନ୍ତ ବେଣିସାଗର ଛକରେ ୨ ଗୋଷ୍ଠୀ କୌଣସି କାରଣରୁ ମୁହାଁମୁହିଁ ହେବା ଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଖବର ଅନୁସାରେ, ଗତକାଲି ଅପରାହ୍ଣ ସମୟରେ ବେଣିସାଗର ପାଖରେ ଥିବା ଏକ ଢ଼ାବାରେ ଖାଇବା ସମୟରେ ଦୁଇ ଗୋଷ୍ଠୀର ଦୁଇ ଅଟୋ ଡ୍ରାଇଭର କୌଣସି କାରଣରୁ ମୁହାଁ ମୁହିଁ ହେବା ସହିତ ମାରପିଟ ହୋଇଥିଲେ। ମାରପିଟ ହେଲା ପରେ ସେଠାରେ ଥିବା ଲୋକମାନେ ସମାଧାନ କରିଥିଲେ କିନ୍ତୁ ପୁଣି ସନ୍ଧ୍ୟା ସମୟରେ ବେଣିସାଗର ଛକ ପାଖରେ ଉତ୍ତେଜନା ଦେଖା ଦେଇଥିଲା। ଛକ ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଜଣକୁ ବାନ୍ଧି ମାଡ଼ ହୋଇଥିବା ଅଭିଯୋଗ ହୋଇଥିବା ବେଳେ, ଦୁଇ ଗୋଷ୍ଠୀ ଏଥିରେ ମୁହାଁ ମୁହିଁ ହେଇଥିଲେ। ଝାଡ଼ଖଣ୍ଡ ରାଜ୍ୟର କୁଳିପୋଷି ଗାଁର ୧୦୦ ରୁ ଅଧିକ ଯୁବକ ଆସିଥିବା ବେଳେ ଓଡ଼ିଶାର ଭଞ୍ଜବେଡା ଗାଁର କିଛି ଲୋକମାନେ ମଧ୍ୟ ଉତ୍ତେଜନାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ରରୁଆଁ ପୋଲିସ ଓ ଝାଡ଼ଖଣ୍ଡର ମଝିଗାଁ ପୋଲିସ ପହଞ୍ଚି ଉଭୟ ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଗୋଷ୍ଠୀ ସଂଘର୍ଷରେ ଜଣେ ଆକ୍ରମଣର ଶିକାର ହୋଇ ଗୁରୁତର ଅଛନ୍ତି। ଗୁରୁତର ବ୍ୟକ୍ତିଙ୍କ ପରିଚୟ ଏମ.ଡି. ମୁଝାଇତି। ସେ ଝାଡ଼ଖଣ୍ଡର କୁଳିପୋଷି ଗାଁର ବାସିନ୍ଦା। ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ରରୁଆଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଓଡ଼ିଶାର ୩ ଜଣକୁ ରରୁଆଁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଚାପା ଉତେଜନା ଲାଗିରହିଛି।
2022-11-26T10:04:43Z
https://www.prameyanews7.com/clashes-on-odisha-jharkhand-border-one-serious-3-detained/
OSCAR-2301
Be the first to know any news. You will get latest stories and video updates through the day. You can turn them off anytime. ALLOW NOT NOW Wed, Dec 07, 2022 | BHUBANESWAR 17.98° C ଆପ୍ ଡାଉନଲୋଡ୍ କରନ୍ତୁ ଲାଇଭ୍ ଟିଭି ଆମକୁ ଅନୁସରଣ କରନ୍ତୁ ତାଜା ଟ୍ରେଣ୍ଡିଂ ଚ୍ୟାନେଲ୍ ନମ୍ବର Latest news English ଓଡ଼ିଆ ସାଇନ୍‌ ଇନ୍‌ User ସାଇନ୍ ଆଉଟ୍ Login to participate in Argus Login with Phone ବିଷୟରେ ଗୋପନୀୟତା ସର୍ତ୍ତାବଳୀ © 2022 The Argus. All right reserved. Enter your 10 digit mobile number to receive an OTP +91 Submit Enter OTP received on your phone Change number Resend Login ବିଷୟରେ ଗୋପନୀୟତା ସର୍ତ୍ତାବଳୀ © 2022 The Argus. All right reserved. Tell us a little more about yourself Gender Male Female Others Enter > ବିଷୟରେ ଗୋପନୀୟତା ସର୍ତ୍ତାବଳୀ © 2022 The Argus. All right reserved. Enter your email id to receive an OTP Submit Enter OTP received on your Email Change email Resend Login ବିଷୟରେ ଗୋପନୀୟତା ସର୍ତ୍ତାବଳୀ © 2022 The Argus. All right reserved. Logged out successfully! paddy-purchase-report ବିଷୟଗୁଡିକ ଓଡ଼ିଶା ଭାରତ ବିଦେଶ ରାଜନୀତି ସିଧା କଥା ଅର୍ଥନୀତି କୃଷି ଓ କୃଷକ ଶିିକ୍ଷା ଓ ନିଯୁକ୍ତି ଜୀବନ ଶୈଳୀ କ୍ରୀଡ଼ା ମନୋରଞ୍ଜନ ଧର୍ମ ଓ ସଂସ୍କୃତି ଅପରାଧ ସ୍ଵାସ୍ଥ୍ୟ ମହିଳା ସଶକ୍ତିକରଣ ଯୁବ ଅ।ଦିବାସୀ ପ୍ରାକୃତିକ ସମ୍ପଦ ରୋଷେଇ ପର୍ଯ୍ୟଟନ ପ୍ରାକୃତିକ ଦୁର୍ବିପାକ ଟେକ୍ନୋଲୋଜି କରୋନା ଅପଡେଟ ପାଣିପାଗ ଘର ଓଡ଼ିଶା ଧାନ କିଣା ବିକା ପ୍ରକ୍ରିୟା ଆରମ୍ଭ ରୁ କେଁ, ପୁଣି ବରଗଡ଼ ଜିଲ୍ଲାର ଚାଷୀଙ୍କୁ ପ୍ରତାରିତ କଲେ ରାଜ୍ୟ... ଧାନ କିଣା ବିକା ପ୍ରକ୍ରିୟା ଆରମ୍ଭ ରୁ କେଁ, ପୁଣି ବରଗଡ଼ ଜିଲ୍ଲାର ଚାଷୀଙ୍କୁ ପ୍ରତାରିତ କଲେ ରାଜ୍ୟ ସରକାର by Smruti Parija Wed, Nov 23 | 8:25 a.m. Share story ଅର୍ଗସ ବ୍ୟୁରୋ: ଚାଷୀଙ୍କ ଚାପରେ ନଭେମ୍ବର 21ରୁ ବରଗଡ ଜିଲ୍ଲାର ସବୁ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନେଲା ଜିଲ୍ଲା ପ୍ରଶାସନ । ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କୁ ଏନେଇ ଚିଠି କରାଯାଇଥିଲା । ଚାଷୀଙ୍କ ଅସନ୍ତୋଷ ଦେଖି ଏବେ ବରଗଡ ଜିଲ୍ଲାର ସମସ୍ତ ମଣ୍ଡି 21 ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଧାନ କିଣା ବିକା ପ୍ରକ୍ରିୟା ଆରମ୍ଭରୁ କେଁ,ପୁଣି ବରଗଡ଼ ଜିଲ୍ଲାର ଚାଷୀଙ୍କୁ ପ୍ରତାରିତ କରିଛନ୍ତି ରାଜ୍ୟ ସରକାର । ଜିଲ୍ଲାରେ ଧାନକିଣାରେ ନିୟୋଜିତ ହେଉଥିବା ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ରହିଛି । ସେହିପରି କିପରି ମଣ୍ଡିରୁ ଶୀଘ୍ର ଧାନ ଉଠିବ ମିଲର୍ସମାନେ ଏନେଇ ଧ୍ୟାନ ଦେବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ପଦ୍ମପୁର ଉପନିର୍ବାଚନରେ ଚାଷୀଙ୍କ ସମସ୍ୟା ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି । 21 ଦିନରେ ବିଳମ୍ବରେ ରାଜ୍ୟର ବରଗଡ଼ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି । FOOD ODISHA ପୋର୍ଟାଲ ତଥ୍ୟ ଅନୁସାରେ କେବଳ 10 ଟି PACS ରୁ ମାତ୍ର 74 ଜଣ ଚାଷୀଙ୍କ ଠାରୁ ମାତ୍ର 4069 କ୍ୱିଣ୍ଟାଲ ଧାନ କିଣା ଯାଇଛି । ଚଳିତ ବର୍ଷ ରାଜ୍ୟରେ 16 ଲକ୍ଷ 99 ହଜାର ଚାଷୀ ପଞ୍ଜିକୃତ କରିଥିବାବେଳେ ପ୍ରଥମ ଦଫାରେ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାର 3 ଲକ୍ଷ 39 ହଜାର 506 ଚାଷୀ ଧାନ ବିକ୍ରୀ କରିବେ । ଶୃଙ୍ଖଳିତ ଧାନ ସଂଗ୍ରହ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ପରୋକ୍ଷ ଉଦ୍ଦେଶ୍ୟ ନେଇ ପ୍ରଶାସନ କାର୍ଯ୍ୟ କରୁଥିବା ନେଇ ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି । ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ବହୁ ଦିନରୁ କରି ଆସୁଥିବା ଏଭଳି ଅଭିଯୋଗର ସତ୍ୟତା ଥିବା ପ୍ରମାଣିତ ହୋଇଛି । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ନାନା ପ୍ରକାର ସମସ୍ୟା ଯୋଗୁଁ ଧାନ ସଂଗ୍ରହ ବିପର୍ଯ୍ୟସ୍ତ ହେବା ନେଇ ଆଶଙ୍କା ଦେଖା ଦେଇଛି। ଚଳିତ ଖରିଫରେ ବରଗଡ଼ ଜିଲ୍ଲାର 1,40,629 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଛନ୍ତି ।ଚଳିତ ଖରିଫ କ୍ରୟ ସମୟରେ 58 ଟି ପ୍ୟାକ୍ସ,26 ଟି ସ୍ବୟଂ ସହାୟକ ଗୋଷ୍ଠୀ ସହ ନୂତନ ଭାବେ 12 ଟି ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଗତ ବର୍ଷରେ ଭାଗ ନେଇଥିବା 112 ମିଲର୍ସ ଭାଗ ନେବାକୁ ସ୍ଥିର ହୋଇଛି । ଏଥିସହ ସର୍ବନିମ୍ନ ସାଧାରଣ ଧାନ କ୍ରୟ ମୂଲ୍ୟ 2040 ଟଙ୍କା ଏବଂ ଗ୍ରେଡ଼ ଏ ପାଇଁ 2060 ଟଙ୍କା କ୍ବିଣ୍ଟାଲ ପ୍ରତି ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ଦାବିକୁ ଭିତ୍ତି କରି ପ୍ରାୟ 205ଟି ଏବଂ 11ଟି ନୂତନ ଧାନ କ୍ରୟ କେନ୍ଦ୍ରର ପ୍ରସ୍ତାବ ରଖାଯାଇଛି । ଏ ବର୍ଷ ଅଟୋମେଟିକ ଭଏସ କଲ ମାଧ୍ୟମରେ ଚାଷୀ ବିଭିନ୍ନ ସୂଚନା ନିଜ ପଞ୍ଜିକୃତ ମୋବାଇଲରୁ ଜାଣିବା ପାଇଁ 35ଟି କଲ ସେଣ୍ଟରର କାର୍ଯ୍ୟ କରିବ ବୋଲି ଜଣା ପଡିଛି । ତେବେ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ପ୍ରତି ବର୍ଷ ଖରିଫ ଋତୁ ପାଇଁ ନଭେମ୍ବର 1 ତାରିଖ ରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲା ରଖିବାର ନିର୍ଦ୍ଦେଶ ଦିଆଯାଇଛି,ତେବେ ଏଠି ପ୍ରଶ୍ନ ଯେ କାହିଁକି ରାଜ୍ୟ ସରକାର ଠିକ୍ ସମୟରେ ମଣ୍ଡି ଖୋଲୁ ନାହାନ୍ତି? କାହା ଚାପରେ ଜିଲ୍ଲାପାଳ ୧ ମାସ ବିଳମ୍ବରେ ଧାନ ମଣ୍ଡି ଖୋଲୁଛନ୍ତି। ଅନ୍ୟପଟେ ରାଜ୍ୟରେ ଚଳିତ ବର୍ଷ ଖରିଫ ସିଜନ ପାଇଁ ରେକର୍ଡ 16 ଲକ୍ଷ 99 ହଜାର 361 ଚାଷୀ ପଞ୍ଜିକୃତ କରିଥିବା ବେଳେ 2020-21 ଖରିଫ ସିଜନ ରେ 2 ଲକ୍ଷ 81 ହଜାର 369 ଜଣ ପଞ୍ଜିକୃତ ଚାଷୀ ଏବଂ 2021-22 ସିଜନ ରେ 2 ଲକ୍ଷ 50 ହଜାର 667 ଜଣ ପଞ୍ଜିକୃତ ଚାଷୀ ଧାନ ବିକ୍ରି ରୁ ବଞ୍ଚିତ ହୋଇଥିଲେ । ତେବେ ରାଜ୍ୟ ସରକାରଙ୍କ ପୁରୁଣା ଟ୍ରାକ ରେକର୍ଡ ଭଲ ନଥିବା ବେଳେ ଚଳିତ ବର୍ଷ ସମସ୍ତ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିପାରିବେ ତ ? ଅନ୍ୟପଟେ ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ଧରି ଥିବା ଗୋଟିଏ ସରକାର ଲମ୍ବା ସମୟ ପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରମିତ ଓ ଅନ୍ଧାରରେ ରଖିପାରିବ ନାହିଁ । ଲୋକମାନେ ସତ ଜାଣିଲେଣି । ମିଛ କଥାକୁ ବାରମ୍ବାର ଯୋରରେ କହିଲେ ସତ ହୋଇଯାଏନି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଦ୍ମପୁର ଉପନିର୍ବାଚନରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଗଣମାଧ୍ୟମର ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବରଗଡ଼ ଓ ପଦ୍ମପୁର ଅଞ୍ଚଳ ପାଇଁ ରାଜ୍ୟ ସରକାର ମିଛ ସୁଆଙ୍ଗ ରଚୁଛନ୍ତି । ଜିଲ୍ଲାପାଳଙ୍କ ଠାରୁ ରାଜ୍ୟ ସରକାର ମରୁଡି ରିପୋର୍ଟ ପାଇବାର ଅନେକ ଦିନ ପରେ ମଧ୍ୟ କେବେ ପ୍ରଭାବିତ ଅଞ୍ଚଳକୁ ମରୁଡି ଘୋଷଣା କରାଗଲା ? ଓଡ଼ିଶା ବିଶେଷ ଭାବେ ବରଗଡ ଜିଲ୍ଲାର ପଦ୍ମପୁରର କେତେ ଚାଷୀ ଓ କେଉଁ ଚାଷୀଙ୍କୁ ଇନପୁଟ୍ ସବସିଡି ଦିଆଗଲା, ଏହାର ତଥ୍ୟ ପ୍ରକାଶ ନ କରି ରାଜ୍ୟ ସରକାର ସୁଆଙ୍ଗ ରଚୁଛନ୍ତି । ବରଗଡ ବିଶେଷ ଭାବରେ ପଦ୍ମପୁରର ୩ ଟି ବ୍ଲକର ଜଣେ ବି ଚାଷୀଙ୍କ ନାଁ ଇନପୁଟ ସବସିଡି ଦେବା ପାଇଁ ତାଲିକାଭୁକ୍ତ କରାଯାଇଛି କି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡ଼ିଶାର ଚାଷୀ ମାନଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଫସଲ ବୀମାରୁ ବଞ୍ଚିତ କରାଯାଇଥିଲା । ସରକାର ବରଗଡ ଜିଲ୍ଲାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଭେଳିକି ଦେଖାଉଛନ୍ତି । ବରଗଡ଼ ତଥା ପଦ୍ମପୁରରେ ଧାନ କିଣା ବଡ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଠାରୁ ଧାନ କିଣାନଯିବା ଦୁର୍ଭାଗ୍ୟଜନକ । ପ୍ରସଙ୍ଗ ନଥିବା କାରଣରୁ ଏ ସବୁ ପ୍ରସଙ୍ଗ କରାଯାଉଛି । ପଦ୍ମପୁର ହେଉଛି ସ୍ୱାଭିମାନୀ ଓ ସଂଗ୍ରାମୀମାନଙ୍କର ମାଟି । ସେହି ଅଞ୍ଚଳରେ ଶହୀଦ ମାଧୋ ସିଂହ ଅନ୍ୟାୟର ପ୍ରତିବାଦ କରିଥିଲେ । ନିଜର ହକକୁ ଲଢେଇ କରି ହାସଲ କରିବାର ପରମ୍ପରାର ମାଟି ହେଉଛି ପଦ୍ମପୁର । ଆଜି କିନ୍ତୁ ସେହି ଅଞ୍ଚଳର ଯୁବକମାନେ ବାହରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ସେଭଳି ମାଟିରେ ପ୍ରବଞ୍ଚନା ଚାଲିବ ନାହିଁ । ଏହି ଉପନିର୍ବାଚନରେ ଲୋକମାନେ ଉଚିତ୍ ଜବାବ ଦେବେ । ଯେଉଁ ମନ୍ତ୍ରୀ ପରିବାର ସହ ମିଶି ଆଠଗଡରେ ଗରିବ ଚାଷୀ ଭାଇ ମାନଙ୍କର ପଇସାକୁ ହରିଲୁଟ କରିଛନ୍ତି ଏବଂ ଯାହାଙ୍କ ବଂଶଜମାନେ ଦାଦାଗିରି କରୁଥିବା କାରଣରୁ ପୋଲିସ ତାଙ୍କୁ ଜେଲରେ ଭର୍ତ୍ତି କରିଛି, ଆଜି ସେହିମାନେ ପଶ୍ଚିମ ଓଡ଼ିଶାରେ ଚାଷୀ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି । Share story ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଧାନ ପାଇଁ ଜିଓ ଟ୍ରୁ-୫ଜି ଓ ଆଇଏଲ୍‌ବିଏସ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା by Jitendra Dash Wed, Dec 07 | 9:57 p.m. ଅର୍ଗସ ବ୍ୟୁରୋ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ସମାଧାନ ଜରିଆରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଜିଓ ଟ୍ରୁ-୫ଜି ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍‌ସେସ୍ (ଆଇବିଏଲ୍‌ଏସ୍‌) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରାଯାଇଛି । ଜିଓ ଟ୍ରୁ-୫ଜିର ଅନ୍ୟତମ ଲକ୍ଷ୍ୟ ହେଉଛି ପ୍ରତ ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୩୫ ବେସିସ୍‌ ପ‌ଏଣ୍ଟ୍‌ ବୃଦ୍ଧି କରିଛି by Jitendra Dash Wed, Dec 07 | 9:05 p.m. ଅର୍ଗସ ବ୍ୟୁରୋ : ଏଣିକି ମହଙ୍ଗା ହୋଇପାରେ ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୩୫ ବେସିସ୍‌ ପ‌ଏଣ୍ଟ୍‌ ବୃଦ୍ଧି କରିଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି । ଚଳିତବର୍ଷ ପଞ୍ଚମ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆରବିଆଇ ମନିଟାର ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ ଆଜି ୟୂପି ବିଧାନସଭା ପରିଦର୍ଶନ କରିଛି ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିନିଧି by Jitendra Dash Wed, Dec 07 | 8:52 p.m. ଅର୍ଗସ ବ୍ୟୁରୋ : ଆଜି ୟୂପି ବିଧାନସଭା ପରିଦର୍ଶନ କରିଛି ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିନିଧି । ଫାଉଣ୍ଡେସନର ଉପାଧ୍ୟକ୍ଷା ମେଲିଣ୍ଡା ଗେଟ୍ସ ୟୂପି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ବିଧାୟକଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ । ସମାଜର ତଳ ସ୍ତରର ନାଗରିକ ତଥା ସେମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସାମାଜିକ ନିରାପତ୍ତା ନେଇ ଫାଉଣ୍ଡେସନର ପ୍ରତିନିଧିଙ୍କ ସ
2022-12-07T19:32:03Z
https://argusnews.in/article/odisha/paddy-purchase-report
OSCAR-2301
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆରମ୍ଭ କରିଥିବା ଆତଙ୍କବାଦ ନିରୋଧ ଅପରେସନକୁ ବଡ଼ ସଫଳତା ପାଇଛି। ଆଜି ଲଗାତର ଦୁଇଟି ଏନକାଉଣ୍ଟରରେ ଟଳିଛନ୍ତି ୪ ଆତଙ୍କବାଦୀ। ଅବନ୍ତିପୁରାରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ବିଜବେହାର ଅଞ୍ଚଳରେ ଜଣେ ଆତଙ୍କୀ ପ୍ରାଣ ହରାଇଛି। ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ଅବନ୍ତିପୁରା ଏନକାଉଣ୍ଟରରେ ଜଣେ ବିଦେଶୀ ଆତଙ୍କୀ ଓ ଲସ୍କର ପାଇଁ କାମ କରୁଥିବା କଶ୍ମୀରର ମୁକ୍ତିୟାର ଭଟ ନିହତ ହୋଇଛନ୍ତି। ଆଉ ଜଣକ ପରିଚୟନ ମିଳିନାହିଁ। ମୁକ୍ତିୟାର ଭଟ ଓ ବିଦେଶୀ ଆତଙ୍କୀ ଜଣକ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ଏକାଧିକ ଆତଙ୍କୀ ହମଲାରେ ସାମିଲ ଥିଲେ। ନିକଟରେ ସିଆରପିଏଫର ଜଣେ ଏଏସ୍‌ଆଇ ଓ ୨ ଜଣ ଆରପିଏଫ ଯବାନଙ୍କ ହତ୍ୟା ଘଟଣାରେ ଏମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଭଟ ହେଉଛି ଲସ୍କରର କମାଣ୍ଡର। ଭଟ ଆଜି ବିଦେଶୀ ଆତଙ୍କବାଦୀ ସହ ମିଶି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା। ଆତ୍ମଘାତୀ ହମଲା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ଘଟାଇବାକୁ ଏମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ହେଲେ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରି ୩ ଆତଙ୍କୀଙ୍କ ମୁଣ୍ଡ ଗଡ଼ାଇଛନ୍ତି। ଆହୁରି ପଢ଼ନ୍ତୁ ଯେଉଁମାନେ ମୁସଲିମ ମହିଳାଙ୍କୁ ଟିକେଟ ଦେଉଛନ୍ତି ସେମାନେ ଇସଲାମ… 26 mins ago ବର ପହଞ୍ଚିଲା ବେଳକୁ ବେଦୀରେ ବସିଥିଲେ ଦୁଇ ଯାଁଳା ଭଉଣୀ, ଆଉ… 4 hours ago ନିହତ ଆତଙ୍କୀଙ୍କ ନିକଟରୁ ଗୋଟିଏ ଏକେ ୪୭ ରାଇଫଲ, ଗୋଟିଏ ଏକେ ୫୬ ରାଇଫଲ, ଗୋଟିଏ ପିସ୍ତଲ ଓ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ଅବନ୍ତିପୁରା ପୁଲିସ୍‌ ଓ ଆର୍ମି ଯବାନମାନେ ମିଳିତ ଅପରେସନ କରି ବଡ଼ ଧରଣର ଆତଙ୍କୀ ହମଲାକୁ ପଣ୍ଡ କରି ଦେଇଛନ୍ତି। ଏହା ସୁରକ୍ଷାକର୍ମୀ ଓ ପୁଲିସ୍ ପାଇଁ ବଡ଼ ସଫଳତା ବୋଲି କଶ୍ମୀର ଏଡିଜିପି ଓ ଆଇଜିପି କଶ୍ମୀର କହିଛନ୍ତି। 03 terrorists killed in Awantipora encounter. Identification being ascertained. As per our source, 1 is FT & 1 local terrorist of LeT namely Mukhtiyar Bhat, involved in several terror crimes including killing of 01 ASI of CRPF & 2 RPF personnel. A big success for us: ADGP Kashmir — Kashmir Zone Police (@KashmirPolice) November 1, 2022 ଅନ୍ୟପକ୍ଷରେ ଅନନ୍ତନାଗର ବିଜବେହାର ଏନକାଉଣ୍ଟର ସମ୍ପର୍କରେ କଶ୍ମୀର ପୁଲିସ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇନି। ଏଠାରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି। 01 #terrorist killed in #Bijbehara encounter. Operation going on. #Encounter in #Awantipora going on. Further details shall follow.@JmuKmrPolice
2022-12-04T15:47:42Z
https://odishareporter.in/nation-world/india/4-terrorists-killed-in-back-to-back-anti-terror-operations-778384
OSCAR-2301
3D ଆନିମେସନ୍ ସୃଜନାତ୍ମକ ଅକ୍ଷର ଆନିମେସନ୍ ପାଇଁ, ଜିନ୍ ବର୍ଣ୍ଣମାଳା A ରୁ ଆରମ୍ଭ ହୋଇଥିଲା ଏବଂ ଯେତେବେଳେ ଏହା ସଂକଳ୍ପ ପଦକ୍ଷେପ ବିଷୟରେ ଆସେ, ସେତେବେଳେ ସେ ତାଙ୍କ ଦର୍ଶନ ଉପରେ ପ୍ରତିଫଳିତ ହେଉଥିବା ଅଧିକ ଶକ୍ତିଶାଳୀ ମନୋବଳ ଦେଖିବାକୁ ଚେଷ୍ଟା କରିଥିଲେ ଯାହା ଏକ ସକ୍ରିୟ କିନ୍ତୁ ଏକ ସମୟରେ ସଂଗଠିତ | ବାଟରେ, ସେ ବିବାଦୀୟ ଶବ୍ଦଗୁଡ଼ିକ ସହିତ ତାଙ୍କ ଧାରଣା ପାଇଁ ପୁଙ୍ଖାନୁପୁଙ୍ଖ ଭାବରେ ଠିଆ ହୋଇଥିଲେ ଯେପରିକି ବାୟୁକୁ ଆଲାଇନ୍ କରିବା ଯାହାକି ଏହି ପ୍ରକଳ୍ପର ଆଖ୍ୟା ଅଟେ | ଏହାକୁ ଦୃଷ୍ଟିରେ ରଖି ଆନିମେସନ୍ ପ୍ରଥମ ଶବ୍ଦ ଉପରେ ଅଧିକ ସଠିକ୍ ଏବଂ ସୂକ୍ଷ୍ମ ମୂହୁର୍ତ୍ତଗୁଡିକ ଉପସ୍ଥାପନ କରେ | ଅନ୍ୟ ପଟେ, ଶେଷ ଅକ୍ଷରକୁ ପ୍ରକାଶ କରିବା ପାଇଁ ଏହା ଏକ ନମନୀୟ ଏବଂ ଖାଲି ଆଭିମୁଖ୍ୟ ସହିତ ଶେଷ ହୁଏ | ପ୍ରକଳ୍ପ ନାମ : Alignment to Air, ଡିଜାଇନର୍ମାନଙ୍କର ନାମ | : Jin Jeon, ଗ୍ରାହକଙ୍କ ନାମ : Jin Jeon(J2Motion). ଖେଳନା, ଖେଳ ଏବଂ ହବି ଉତ୍ପାଦ ଡିଜାଇନ୍ ପ୍ରତିଯୋଗିତାରେ ଏହି ଅସାଧାରଣ ଡିଜାଇନ୍ ପ୍ଲାଟିନମ୍ ଡିଜାଇନ୍ ପୁରସ୍କାରର ବିଜେତା | ଅନ୍ୟାନ୍ୟ ନୂତନ, ଅଭିନବ, ମୂଳ ଏବଂ ସୃଜନଶୀଳ ଖେଳନା, ଖେଳ ଏବଂ ହବି ଉତ୍ପାଦ ଡିଜାଇନ୍ କାର୍ଯ୍ୟ ଆବିଷ୍କାର କରିବାକୁ ଆପଣ ନିଶ୍ଚିତ ଭାବରେ ପଲିଥିନ୍ ପୁରସ୍କାର ପ୍ରାପ୍ତ ଡିଜାଇନର୍ମାନଙ୍କ ଡିଜାଇନ୍ ପୋର୍ଟଫୋଲିଓ ଦେଖିବା ଉଚିତ | ଏହି ଡିଜାଇନ୍ ବିଷୟରେ ଅଧିକ ଜାଣନ୍ତୁ | ଦିନର ଡିଜାଇନ୍ | ଆଶ୍ଚର୍ଯ୍ୟଜନକ ଡିଜାଇନ୍ | ଭଲ ଡିଜାଇନ୍ | ସର୍ବୋତ୍ତମ ଡିଜାଇନ୍ | ବୁଧବାର 30 ନଭେମ୍ବର 2022 ଭଲ ଡିଜାଇନ୍ ସମାଜ ପାଇଁ ମୂଲ୍ୟ ସୃଷ୍ଟି କରେ | ପ୍ରତିଦିନ ଆମେ ଏକ ସ୍ୱତନ୍ତ୍ର ଡିଜାଇନ୍ ପ୍ରୋଜେକ୍ଟ ବ feature ଶିଷ୍ଟ୍ୟ ଯାହା ଡିଜାଇନ୍ରେ ଉତ୍କର୍ଷତା ପ୍ରଦର୍ଶନ କରେ | ଆଜି, ଆମେ ଏକ ପୁରସ୍କାର ପ୍ରାପ୍ତ ଡିଜାଇନ୍ ପ୍ରଦର୍ଶନ କରିବାକୁ ଖୁସି, ଯାହା ଏକ ସକରାତ୍ମକ ପରିବର୍ତ୍ତନ ଆଣେ | ଆମେ ପ୍ରତିଦିନ ଅଧିକ ମହାନ ଏବଂ ପ୍ରେରଣାଦାୟକ ଡିଜାଇନ୍ ପ୍ରଦର୍ଶନ କରିବୁ | ବିଶ୍ worldwide ର ସର୍ବଶ୍ରେଷ୍ଠ ଡିଜାଇନର୍ମାନଙ୍କ ଠାରୁ ନୂତନ ଭଲ ଡିଜାଇନ୍ ଉତ୍ପାଦ ଏବଂ ପ୍ରୋଜେକ୍ଟଗୁଡିକ ଉପଭୋଗ କରିବାକୁ ଆମକୁ ପ୍ରତିଦିନ ପରିଦର୍ଶନ କରିବାକୁ ନିଶ୍ଚିତ କରନ୍ତୁ | ପ reading ିବା ଜାରି ରଖ | 1 2 3 4 5 6 7 ପ୍ରକଳ୍ପ ସୂଚନା ପ୍ରକଳ୍ପ ନାମ Alignment to Air ଡିଜାଇନ୍ ପ୍ରକାର | 3D ଆନିମେସନ୍ ଡିଜାଇନର୍ମାନଙ୍କର ନାମ | Jin Jeon ଗ୍ରାହକଙ୍କ ନାମ Jin Jeon(J2Motion) ଡିଜାଇନ୍ ବର୍ଗ | ଚଳଚ୍ଚିତ୍ର, ଭିଡିଓ ଏବଂ ଆନିମେସନ୍ ଡିଜାଇନ୍ | ଏହି ଡିଜାଇନ୍ ବିଷୟରେ ଅଧିକ ଜାଣନ୍ତୁ | ସଦସ୍ୟତା ଏବଂ ଅନୁସରଣ କରନ୍ତୁ | ବର୍ଗଗୁଡିକ ଡିଜାଇନ୍ | (543) ଅଭିନବତା | (19) ସ୍ଥାପତ୍ୟ (419) ଫ୍ୟାଶନ୍ (137) ଗ୍ରାଫିକ୍ସ (423) ରଣନୀତି (22) ସମ୍ବାଦ ହାଇଲାଇଟ୍ | Electra ଫ୍ୟାକେଟଗୁଡିକ ଶୁକ୍ରବାର 2 ଡିସେମ୍ବର Osoro ଖୋଲା ଟେବୁଲୱେୟାର ସିଷ୍ଟମ ଗୁରୁବାର 1 ଡିସେମ୍ବର Coca-Cola Tet 2014 ମୃଦୁ ପାନୀୟ ପ୍ୟାକେଜିଂ ବୁଧବାର 30 ନଭେମ୍ବର ତୁମର ଡିଜାଇନ୍ ପ୍ରକାଶ କର | ଆପଣ ଜଣେ ଡିଜାଇନର୍, କଳାକାର, ସ୍ଥପତି, ଉଦ୍ଭାବକ କିମ୍ବା ବ୍ରାଣ୍ଡ ମ୍ୟାନେଜର କି? ଅଂଶୀଦାର କରିବାକୁ ଆପଣଙ୍କର କ good ଣସି ଭଲ ଡିଜାଇନ୍ ଅଛି କି? ଡିଜାଇନର୍, କଳାକାର, ସ୍ଥପତି, ଉଦ୍ଭାବକ ଏବଂ ବ୍ରାଣ୍ଡରୁ ମୂଳ ଏବଂ ସୃଜନଶୀଳ ଡିଜାଇନ୍ ପ୍ରକାଶ କରିବାକୁ ଆମେ ବହୁତ ଆଗ୍ରହୀ | ଆଜି ତୁମର ଡିଜାଇନ୍ ପ୍ରକାଶିତ କର |
2022-12-02T13:05:08Z
http://dijainpatrika.com/?D=103479
OSCAR-2301
ନିଜର ଝିଅମାନଙ୍କର ନାଁରେ ଭରନ୍ତୁ ଏହି ଫର୍ମ , ତାଙ୍କର କଲେଜର ପାଠପଢାରୁ ନେଇକରି ବାହାଘର ପର୍ଯ୍ୟନ୍ତ ସବୁ ଖର୍ଚ୍ଚ କରିବେ ସରକାର - ଦେଖନ୍ତୁ କିପରି. - OdiaExpress Skip to content Top Menu November 30, 2022 Privacy Policy Disclaimer OdiaExpress Entertenment SPECIAL Astrology Cricket News Hasa Katha Search for: Main Menu SPECIAL ନିଜର ଝିଅମାନଙ୍କର ନାଁରେ ଭରନ୍ତୁ ଏହି ଫର୍ମ , ତାଙ୍କର କଲେଜର ପାଠପଢାରୁ ନେଇକରି ବାହାଘର ପର୍ଯ୍ୟନ୍ତ ସବୁ ଖର୍ଚ୍ଚ କରିବେ ସରକାର – ଦେଖନ୍ତୁ କିପରି. July 1, 2019 - by Odia Express - Leave a Comment ସୁକନ୍ୟା ସମୃଦ୍ଧି ଯୋଜନା ଏକ ଏପରି ଯୋଜନା ଅଟେ ଯାହା ଆପଣଙ୍କ କନ୍ୟା ସନ୍ତାନଙ୍କ ପାଇଁ ୨୦୧୫ ରୁ ସରକାର ଏହାକୁ ଆରମ୍ଭ କରିଛନ୍ତି , ଯାହା ଦ୍ୱାରା ଆପଣ ନିଜର ଝିଅଙ୍କ ପାଇଁ ପାଠ ପଢା ଓ ବିବାହ ପାଇଁ ଖର୍ଚ୍ଚରୁ ମୁକ୍ତି ପାରିପାରିବେ , ଏହା ଦ୍ୱାରା ଆପଣଙ୍କୁ ବହୁତ ଭଲ ରିଟର୍ଣ୍ଣ ବି ମିଳିଯିବ , ଓ ସୁଧ ହାର ବହୁତ ଭଲ ଦାମରେ ବି ପାଇପାରିବେ , ଏଥିରେ ଆପଣଙ୍କୁ କିଛି ଅତିରିକ୍ତ କର ଦେବାକୁ ପଡିନଥାଏ , ଜାଣିନିଅନ୍ତୁ କଣ ଅଟେ ଏହି ଯୋଜନା । କଣ ଅଟେ ସୁକନ୍ୟା ସମୃଦ୍ଧି ଯୋଜନା : ଝିଅମାନଙ୍କ ପାଇଁ ଏହା ଏକ ସ୍ୱଳ୍ପ ସେଭିଙ୍ଗ୍ ସ୍କିମ୍ ମାନେ ଛୋଟ ସଞ୍ଚୟ ଯୋଜନା ଅତେ , ଯେଉଁ ଝିଅମାନଙ୍କର ବୟସ ୧୦ ବର୍ଷ କିମ୍ବା କମ୍ ଅଟେ , ଯଦି ଆପଣଙ୍କ ଘରେ କିମ୍ବା ଆଖପାଖରେ କେଉଁ ଝିଅ ଅଛି ଯାହାର ବୟସ ୧୦ ବର୍ଷରୁ କମ୍ ଅଟେ , ତେବେ ଏହି ଏକାଉଣ୍ଟ ଖୋଲି ଏହାର ଲାଭ ଉଠାଇପାରିବେ । ଏହାପାଇଁ ଆପଣଙ୍କୁ ଆପଣଙ୍କର ନିକଟସ୍ଥ ପୋଷ୍ଟ ଅଫିସ୍ କିମ୍ବା ସରକାରୀ ବ୍ୟାଙ୍କକୁ ଯିବାକୁ ହେବ , ପୋଷ୍ଟ ଅଫିସରେ ଆପଣ ଆରାମ ସେ ଏହି ଏକାଉଣ୍ଟ ଖୋଲି ପାରିବେ , ସରକାରୀ ବ୍ୟାଙ୍କ ମାନଙ୍କ ଛଡା ଆପଣଙ୍କର ପ୍ରାଇଭେଟ୍ ବ୍ୟାଙ୍କ ହିସାବରେ ଆଇସିଆଇସି ବ୍ୟାଙ୍କ୍ ଓ ଆକ୍ସିସ୍ ବ୍ୟାଙ୍କରେ ଏହି ସୁବିଧା ଉପଲ୍ଲବ୍ଧ ହେଉଛି , ସେଠାରେ ଯାଇ ଫର୍ମ ପୂରଣ କରି ଦେଇ ଦିଅନ୍ତୁ , ଏଥିପାଇଁ ଆପଣଙ୍କୁ ଯାହା ଡକୁମେଣ୍ଟ ମାଗିବେ ତାହା ସହ ସଂଯୋଗ କରି ଦେବେ , ଆପଣ ନିଜ ଝିଅ ପାଇଁ ବି ଏହି ଏକାଉଣ୍ଟ ଖୋଲି ପାରିବେ , ଯଦି ଆପଣ ଅଭିବାବକ ଅଟନ୍ତି ,ତେବେ ଆପଣ ଖାତା ଖୋଲିପାରିବେ , ସର୍ତ୍ତ ଏହାକି ଆପଣଙ୍କ ଝିଅ ଭାରତୀୟ ନାଗରିକ ହେବା ଜରୁରୀ । ଡକୁମେଣ୍ଟସ୍ କଣ କଣ ଲାଗିଥାଏ ଏହି ଏକାଉଣ୍ଟ ଖୋଲିବାରେ : – ଆପଣଙ୍କର ଆଧାର କାର୍ଡ, ଘର ପ୍ରମାଣ ପତ୍ର, ଝିଅର ଜନ୍ମ ପ୍ରମାଣ ପତ୍ର , ଗ୍ରାମ ପଞ୍ଚାୟତ, କିମ୍ବା ନଗରପାଳିକା ବା ମୁନିସିପାଲିଟିର ଠିକଣା ଦରକାର ପଡିଥାଏ , ସୁକନ୍ୟା ସମୃଦ୍ଧି ଯୋଜନାରେ ଏକାଉଣ୍ଟ ଖୋଲିବା ସମୟରେ ଯେଉଁ ଫର୍ମ ଆସିଥାଏ ସେଥିରେ ଦରକାରୀ ପଡୁଥିବା ସବୁ ଡକୁମେଣ୍ଟ ଲେଖାହୋଇଥାଏ ଆପଣ ସେଠାରୁ ପଢି ଜାଣିପାରିବେ , ଏକାଉଣ୍ଟ ଖୋଲିବା ପରେ ଆପଣଙ୍କୁ ଏହାର ଏକ ସଞ୍ଚୟ ଖାତା ସଙ୍ଗେସଙ୍ଗେ ମିଳିଯିବ , ସେହି ଖାତାରେ ଆପଣଙ୍କର ସଂପୂର୍ଣ୍ଣ ବିବରଣୀ ରହିଥିବ , କେତେ ଟଙ୍କା ଲାଗିବ ଖାତା ଖୋଲିବା ପାଇଁ : ଆପଣ ୧୦୦୦ ଟଙ୍କାରେ ଏହି ଖାତା ଖୋଲିପାରିବେ , ସବୁ ବର୍ଷ କମ୍ ସେ କମ୍ ୨୫୦ ଟଙ୍କା ଜମା କରିବାକୁ ହେବ , ଆଗରୁ ଆପଣ ବାର୍ଷିକ ଜମା ହିସାବରେ ୧ ହଜାର ଟଙ୍କା ରଖୁଥିଲେ କିନ୍ତୁ ଏବେ ତାହା କମାଇକରି ୨୫୦ ଟଙ୍କା କରିଦିଆଯାଇଛି , ଏଥିରେ ଆପଣ କିଛି କିଛି ପରିମାଣରେ ପଇସା ଜମା କରିପାରିବେ କିନ୍ତୁ ସେହି ଜମା ରାଶିକୁ ଆପଣ କାଢିପାରିବେ ନାହିଁ ଯେବେ ପର୍ଯ୍ୟନ୍ତ ଝିଅର ବୟସ ୧୮ ବର୍ଷ ନ ହୋଇଛି । କେତେ ପଇସା ଜମା କରାଯାଇପାରିବ ଏହି ଏକାଉଣ୍ଟରେ : ଆପଣଙ୍କୁ ଏହି ଏକାଉଣ୍ଟରେ ୧,୫ ଲକ୍ଷରୁ ଉର୍ଦ୍ଧ୍ୱ ଏଥିରେ ଜମା କରିପାରିବେ ନାହିଁ , ଯଦି ଆପଣଙ୍କର ଦୁଇଟି ଝିଅ ଅଛି , କିନ୍ତୁ ଅଲଗା ଅଲଗା ଏକାଉଣ୍ଟ ଅଛି ତେବେ ତା ସତ୍ତ୍ୱେ ବି ଆପଣ ଉଭୟଙ୍କ ଏକାଉଣ୍ଟରେ ୩ ଲକ୍ଷରୁ ଅଧିକ ଜମା କରିପାରିବେ ନାହିଁ , ଯଦି ଆପଣ ଭୁଲ୍ ବଶତଃ ୧,୫ ଲକ୍ଷରୁ ଅଧିକା ରାଶି ଜମା କରିଦେଇଛନ୍ତି ତେବେ ତାହାକୁ ବାହାର କରିପାରିବେ କିନ୍ତୁ ସେଥିରେ ଆପଣଙ୍କୁ କିଛି ବି ସୁଧ ମିଳିବ ନାହିଁ , ଏଥିପାଇଁ ଆପଣଙ୍କୁ ଆପଣଙ୍କର ପାଖରେ ଥିବା ପୋଷ୍ଟ ଅଫିସ୍ ବ୍ୟାଙ୍କ୍ , କିମ୍ବା ସଂବନ୍ଧିତ ଅଧିକାରୀଙ୍କ ନିକଟରେ ଏକ ଦରଖାସ୍ତ ଦେବାକୁ ହେବ , ପଇସା କ୍ୟାଶ୍ , ଚେକ୍ , ଡିମାଣ୍ତ ଡ୍ରାଫ୍ , ଅନଲାଇନ୍ ଯେପରି ହେଉ ଜମା କରାଯାଇପାରିବ । କେତେ ଦିନ ଏହାକୁ ଡିପୋଜିଟ୍ କରିବେ ଓ ବାହାର କରିବେ , – ଯେବେ ଆପଣଙ୍କ ଏକାଉଣ୍ଟ ଖୋଲା ହୋଇଛି , ସେବେ ଠାରୁ ନେଇକରି ୧୪ ବର୍ଷ ପର୍ଯ୍ୟନ୍ତ ଏଥିରେ ପଇସା ଡିପୋଜିଟ୍ କରିପାରିବେ , ଛୁଆ ୧୦ ବର୍ଷ ହୋଇଗଲେ ସେ ନିଜେ ଯାଇ ପଇସା ଜମା କରିପାରିବ , ନିଜ ଏକାଉଣ୍ଟ ସେ ନିଜେ ଚଲାଇପାରିବ , ଯେବେ ସେ ୧୮ ବର୍ଷର ହୋଇଯିବ , ତେବେ ସେହି ସମୟରେ ସେ ସବୁ କାର୍ଯ୍ୟ ନିର୍ବାହ କରିବ ସେଥିପାଇଁ ଜମା କରୁଥିବାବେଳେ ତାହାର ହସ୍ତାକ୍ଷର ମାନ୍ୟ ଅଟେ , ମାନି ନିଅନ୍ତୁ ଆପଣ ୨୦୧୮ ରେ ଖାତା ଖୋଲିଲେ , ଏହି ଏକାଉଣ୍ଟରେ ଆପଣଙ୍କୁ ୨୦୩୨ ପର୍ଯ୍ୟନ୍ତ ଡିପୋଜିଟ୍ କରିବାକୁ ହେବ , ୨୦୩୯ ରେ ଏହା ମ୍ୟାଚୁରିଟି ହୋଇଯିବ , ଓ ଏକାଉଣ୍ଟରୁ ମିଳୁଥିବା ସୁଧ ହାର ସମାପ୍ତ ହେଇଯିବ , Related Posts Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି… November 1, 2022 ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଘରୋଇ Remedy,ଘରେ ବସି ବସି ଏହି ଉପାୟ କରନ୍ତୁ ଆଜି… October 27, 2022 କଳା କୁକୁର (Black Dog) ପାଳନ କଲେ ଘରେ କେଉଁ ସମସ୍ୟା ର ସମାଧାନ ମିଳେ,ଜାଣିରଖନ୍ତୁ ଏ ବିଷୟରେ ବାସ୍ତୁଶାସ୍ତ୍ର କଣ କହୁଛି… August 22, 2022 Post navigation Previous Article ଆଜି ବି ଗୁଜୁରାଟର ଏକ ପେଟ୍ରୋଲ୍ ପମ୍ପରେ ଚାକିରୀ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭାଇ – ପ୍ରତ୍ୟେକ ମାସ ୯୦୦୦/- ଟଙ୍କା ଦରମା ପାଉଛନ୍ତି ସେ..ଜାଣନ୍ତୁ ତାଙ୍କ ବିଷୟରେ.. Next Article ମହାଭାରତରେ ଦୁର୍ଯୋଧନ କାହିଁକି ସବୁଠାରୁ ଅଲଗା ଥିଲେ, ଜାଣନ୍ତୁ ଦୁର୍ଯୋଧନଙ୍କ ତିନୋଟି ବଡ ସତ୍ୟତା.. About Odia Express View all posts by Odia Express → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Search for: Recent Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି…
2022-12-06T00:41:09Z
https://www.odiaexpress.net/2019/07/01/aji-nija-jhinka-namare-ehi-form-bharidiyantu/
OSCAR-2301
ଆଗାମୀ ୬ ମାସରେ ପ୍ରତି ମାସରେ ୫ କୋଟି ରାଜସ୍ୱ ସଂଗ୍ରହ କରିବା ଲକ୍ଷ୍ୟ ସହିତ ବିଗ୍‌ବାସ୍କେଟ ଭୁବନେଶ୍ୱରରେ ନିଜର ଉପସ୍ଥିତିକୁ ସୁଦୃଢ଼ କଲା – Odisha News Today Tuesday, December 6, 2022 About Us Advertisement Contact Us Odisha News Today - | Breaking News | Latest News | Odisha News | Online News Portal Home ରାଜ୍ୟ ଦେଶ ବିଦେଶ ରାଜନୀତି ଖେଳ ମନୋରଞ୍ଜନ ବାଣିଜ୍ୟ ସାହିତ୍ୟ ଓ ସଂସ୍କୃତି ଅପରାଧ ଜୀବନ ଚର୍ଯ୍ୟା ରାଶିଫଳ Breaking Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ବାଣିଜ୍ୟ ଆଗାମୀ ୬ ମାସରେ ପ୍ରତି ମାସରେ ୫ କୋଟି ରାଜସ୍ୱ ସଂଗ୍ରହ କରିବା ଲକ୍ଷ୍ୟ ସହିତ ବିଗ୍‌ବାସ୍କେଟ ଭୁବନେଶ୍ୱରରେ ନିଜର ଉପସ୍ଥିତିକୁ ସୁଦୃଢ଼ କଲା ବାଣିଜ୍ୟ ଆଗାମୀ ୬ ମାସରେ ପ୍ରତି ମାସରେ ୫ କୋଟି ରାଜସ୍ୱ ସଂଗ୍ରହ କରିବା ଲକ୍ଷ୍ୟ ସହିତ ବିଗ୍‌ବାସ୍କେଟ ଭୁବନେଶ୍ୱରରେ ନିଜର ଉପସ୍ଥିତିକୁ ସୁଦୃଢ଼ କଲା By Odisha News Today On Apr 4, 2022 0 Share ବିଗ୍‌ବାସ୍କେଟ, ଭାରତର ସର୍ବବୃହତ ଅନଲାଇନ ସୁପରମାର୍କେଟର ଭୁବନେଶ୍ୱରରେ ଦୈନିକ ଅର୍ଡରରେ ବୃଦ୍ଧି ଘଟୁଛି । ସହରରେ ବର୍ତମାନର ଅର୍ଡର ସଂଖ୍ୟା ମାସପିଛା ୧୮ ହଜାର ପାଖାପାଖି ଥିବାବେଳେ ଏହାର ରାଜସ୍ୱ ପରିମାଣ ୧.୬୩ କୋଟି ଟଙ୍କା ରହିଛି । ଆଗାମୀ ୬ ମାସ ମଧ୍ୟରେ ବିଗ୍‌ବାସ୍କେଟ ଏହାକୁ ମାସ ପିଛା ୫ କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଭୁବନେଶ୍ୱରରେ ଏକ ଦୃଢ଼ ସ୍ଥିତି ସହିତ କମ୍ପାନୀ ପୁରୀ, କଟକ ଏବଂ କଳିଙ୍ଗନଗର ଆସି ପଡୋଶୀ ସହରର ଲୋକଙ୍କୁ ଖାଦ୍ୟ ଯୋଗାଇବା ଆରମ୍ଭ କରିବ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ବିଗ୍‌ବାସ୍କେଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର । ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଏବଂ ବ୍ୟବସାୟ ହବ । ଏହା ବ୍ୟତୀତ ଏହାର ସ୍ଥିତି କମ୍ପାନୀର ରାଜସ୍ୱ ଏବଂ ଗ୍ରାହକଙ୍କ ବୃଦ୍ଧି ଏକ ଅତ୍ୟନ୍ତ ଲାଭଜନକ ସୁଯୋଗ ସୃଷ୍ଟି କରିଛି । ଡିସେମ୍ବର ୨୦୨୧ରେ ସହରରେ ବିଗ୍‌ବାସ୍କେଟ ଏହାର ସେବା ୬୦୦୦ ଏସ୍କେୟୁରୁ ଆରମ୍ଭ କରିଥିଲା ଏବଂ ଏହି ସଂଖ୍ୟା ବର୍ତମାନ ୨୫,୦୦୦ ମାର୍କ ଅତିକ୍ରମ କରିଛି । ବିଗ୍‌ବାସ୍କେଟ ନିଃସନ୍ଦେହରେ ଭୁବନେଶ୍ୱରର ଏକମାତ୍ର ଖୁଚୁରା ବ୍ୟବସାୟୀକ ସଂସ୍ଥା ଭାବେ ଏହି ସୁଯୋଗ ଲାଭ କରିପାରିଛି । ଏହି ଅବସରରେ ବିଗ୍‌ବାସ୍କେଟର ସହ-ପ୍ରତିଷ୍ଠାତା ତଥା ସିଇଓ ହରି ମେନନ ଏହା ବିଷୟରେ କହିଲେ, ଭୁବନେଶ୍ୱରବାସୀଙ୍କ ଠାରୁ ଆମକୁ ଏକ ଜବରଦସ୍ତ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି ଏବଂ ଆମେ ଏବେ ସହରରେ ଆମର ୩୦ ମିନିଟର ବିତରଣ ସେବା ଶୀଘ୍ର ଆରମ୍ଭ କରିବାକୁ ଯାଉଛୁ । ଆମେ କ୍ରମାଗତ ଭାବରେ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରକୁ ଆମର କାରବାର ବିସ୍ତାର କରୁଛୁ । ଯେଉଁଠାରେ ଆମର ଅର୍ଡର ପରିମାଣ ମାତ୍ର ତିନି ମାସ ମଧ୍ୟରେ ୧୪ ଗୁଣା ବୃଦ୍ଧି ପାଇଛି । ଆମର ମୂଳ ଲକ୍ଷ୍ୟ ହେଉଛି ସର୍ବଦା ଗ୍ରାହକ ଏବଂ ସେମାନଙ୍କ ସୁବିଧାକୁ ପ୍ରାଥମିକତା ଦେବା । ଦେଶର ପ୍ରାୟ ପ୍ରତ୍ୟେକ ଅଂଚଳରେ ଆମର ଉପସ୍ଥିତି ରହିଛି । ଏହି ଅବସରରେ ଟାଟା ଷ୍ଟିଲର ଗ୍ରୁପ ନିର୍ଦ୍ଦେଶକ ଚାଣକ୍ୟ ଚୌଧୁରୀ କହିଲେ, ଏକ ବଡ ଗ୍ରାହକ ଡିଜିଟାଲ ଇକୋସିଷ୍ଟମ ସୃଷ୍ଟି କରିବାର ଦୃଷ୍ଟିକୋଣ ସହିତ ବିଗ୍‌ବାସ୍କେଟର ଗ୍ରାହକ ସେବା ଆଭିମୁଖ୍ୟ ଜାରି ରହିଛି । କମ୍ପାନୀର ଅର୍ଡର ଆକାର ଦ୍ରୁତ ଗତିରେ ବୃଦ୍ଧି ସୁନିଶ୍ଚିତ କରିବାରେ ଅନ୍ୟାନ୍ୟ ୟୁଏସ୍‌ପି ଗୁଡିକ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବିଗ୍‌ବାସ୍କେଟ ଲଗାତାର ନୂତନ ବୈଶିଷ୍ଟ୍ୟଗୁଡିକୁ ସାମିଲ କରିଥାଏ । ଲୋକମାନଙ୍କ ସୁବିଧା ଅନୁଯାୟୀ ସାମଗ୍ରୀ ଏବଂ ଖାଦ୍ୟ ସେମାନଙ୍କ ଘରେ ବସି ପାଇପାରୁଛନ୍ତି । ଏହାକୁ ବିଗ୍‌ବାସ୍କେଟ ସୁନିଶ୍ଚିତ କରାଇଛି । ଏହି ସମସ୍ତ କାରଣଗୁଡିକ ଏବେ ବିଗ୍‌ବାସ୍କେଟ ଏକ ବ୍ରାଣ୍ଡ ଭାବେ ନିଜର ଉପସ୍ଥିତି ଜାହିର କରି ପାରିଛି । ବିଗ୍‌ବାସ୍କେଟ ନିକଟରେ ଏହାର ଅତ୍ୟନ୍ତ ସଫଳ ବିବିନାଓ ସେବା ମାଧ୍ୟମରେ ଦ୍ରୁତ ବାଣିଜ୍ୟ ସେଗମେଂଟରେ ପ୍ରବେଶ କରିଛି । ଏହାଦ୍ୱାରା ଗ୍ରାହକମାନେ ୩୫୦୦ରୁ ଅଧିକ ଉତ୍ପାଦକୁ ୧.୫ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ୩୦ ମିନିଟ ଭିତରେ ପାଇପାରିବେ । ଏହା ବ୍ୟତୀତ ବିଗ୍‌ବାସ୍କେଟ ଭୁବନେଶ୍ୱରର ହୋରେକା ସେକ୍ଟରକୁ ମଧ୍ୟ ଏହାର ସ୍ୱତନ୍ତ୍ର କାରବାର ବିବିସାଥୀ ମାଧ୍ୟମରେ ଯୋଗାଇବ ।ବିଗ୍‌ବାସ୍କେଟ ଫଳ ଏବଂ ପନିପରିବା, ଡାଲି, ମାଂସ, ଜୁସ୍‌, ମସଲା ଏବଂ ଚା ଠାରୁ ଆରମ୍ଭ କରି ଶୌଚାଳୟ, ରୋଷେଇ ଘରର ଅତ୍ୟାବଶ୍ୟକ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟରେ ଏଲଇଡି ବଲ, ଶିଶୁ ଉତ୍ପାଦ ଏବଂ ଅନ୍ୟାନ୍ୟ ବହୁ ସାମଗ୍ରୀ ସମେତ ୩୦,୦୦୦ରୁ ଅଧିକ ଉତ୍ପାଦ ଯୋଗାଇ ଦେଇଥାଏ । ସମ୍ପ୍ରତି ଏହା ୫୦ ସହରରେ କାରବାର ଜାରି ରଖିଛି । ଆଗାମୀ ଏକ ବର୍ଷ ମଧ୍ୟରେ ଅନ୍ୟ ୫୦ଟି ସହର ସଂସ୍ଥା କାରବାର ବୃଦ୍ଧି କରିବାର ଲକ୍ଷ୍ୟ ରଖିଛି । ବ୍ରାଣ୍ଡର ରାଜସ୍ୱ ସମ୍ପ୍ରତି ୧.୨ ବିଲିୟନ ଡଲାର ରହିଛି । 0 Share FacebookTwitterGoogle+ReddItWhatsAppPinterestEmail loading... Odisha News Today Prev Post ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ୨୦୩୦ ସ୍ଥିରତା ଟାର୍ଗେଟ ଘୋଷଣା Next Post CSIR –IMMT, Bhubaneswar has successfully conducted a mini workshop (Indo-Israel) on future prospects of Li Ion battery cathode: materials
2022-12-06T04:59:29Z
https://odishanewstoday.com/big-basket/
OSCAR-2301
Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ରାଜ୍ୟ ଲିଭିଗଲା ଦୀପାଙ୍କ ଜୀବନ ଦୀପ ରାଜ୍ୟ ଲିଭିଗଲା ଦୀପାଙ୍କ ଜୀବନ ଦୀପ By Odisha News Today Last updated Jul 27, 2020 0 Share ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପ୍ରଖ୍ୟାତ ଆଲବମ୍ ଅଭିନେତ୍ରୀ ଦୀପା ସାହୁ ଆଉ ନାହାନ୍ତି। _କୃଷ୍ଣଚୂଡା_ରଙ୍ଗର_ନାଲି_ଓଢଣୀ… ହାଏ ହାଏ ତୋ ମଲ୍ଲୀଫୁଲ ଗଜରା ଏମିତି ଅନେକ ସୁପରହିଟ୍ ଆଲବମ ଗୀତରେ ଅଭିନୟ କରି ଲୋକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡିଥିଲେ ଦୀପା । କୃଷ୍ଣଚୂଡା ରଙ୍ଗର ନାଲି ଓଢଣୀ ପାଇଁ ଘରେ ଘରେ ପରିଚିତ ଥିଲେ।ଆଜି ସେ ନାହାନ୍ତି ସତ କିନ୍ତୁ ତାଙ୍କ ଅଭିନୟର ନିଖୁଣ ଚାତୁରୀ ସର୍ବଦା ଦର୍ଶକଙ୍କ ମନରେ ରହିବ।
2022-12-06T03:52:57Z
https://odishanewstoday.com/deepa-ls-no-more/
OSCAR-2301
ଢେଙ୍କାନାଳ: ଢେଙ୍କାନାଳ ସହର ଉପକଣ୍ଠରେ ଅବସ୍ଥିତ କମଳାଙ୍ଗ ଗାଁ ନିକଟ ସଦର ଜଙ୍ଗଲରେ ଶୁକ୍ରବାର ଦିନ ଏକ ବିଦ୍ୟୁତ ତାରରେ ସଂଯୋଗ ଘଟି ୭ଟି ବଣୁଆ ହାତୀଙ୍କର ମୃତ୍ୟୁ ହୋଇଛି । ଗାଁ ପାଖରେ ଥିବା ଚାଷଜମିରେ ୭ଟି ହାତୀ ମରି ପଡ଼ିଥିବାର ପ୍ରଥମେ ଦେଖି ଗ୍ରାମବାସୀମାନେ ବନବିଭାଗକୁ ଜଣାଇଥିଲେ । ଗଣମାଧ୍ୟମକୁ ଗ୍ରାମବାସୀମାନେ କହିଛନ୍ତି, ଶୁକ୍ରବାର ରାତିରେ ପାଖ ଜଙ୍ଗଲରୁ ୧୩ଟି ବଣୁଆ ହାତୀ ପସଲ ଖାଇବା ଲାଗି ଜନବସତି ମଧ୍ୟକୁ ପ୍ରବେଶ କରିଥିଲେ । ଏହି ହାତୀପଲରୁ ଗ୍ରାମ ମଧ୍ୟ ଦେଇ ଯାଉଥିବା ୭ଟି ହାତୀ ସେଠାରେ ପଡ଼ିଥିବା ଏକ ବିଦ୍ୟୁତ ତାରକୁ ଛୁଇଁଦେବାରୁ ବିଦ୍ୟୁତ ଆଘାତ ଦ୍ୱାରା ମୃତ୍ୟୁବରଣ କରିଥିଲେ । ଏହା ଦେଖି ଅନ୍ୟ ୬ଟି ହାତୀ ଭୟରେ ସେଠାରୁ ଚାଲିଯାଇଥିଲେ । ମିଳିଥିବା ସୂଚନାନୁଯାୟୀ, ଏହି ସ୍ଥାନରେ ରେଲୱେ ବିଭାଗ ପକ୍ଷରୁ ଏକ ସଂସ୍ଥାକୁ ରେଲୱେ ବ୍ରିଜ ନିର୍ମାଣ କରିବାକୁ ନିୟୋଜିତ କରାଯାଇଥିଲା । କିନ୍ତୁ ଏହି କମ୍ପାନୀ ପକ୍ଷରୁ ବନବିଭାଗର ଗାଇଡ଼ଲାଇନକୁ ଅମାନ୍ୟ କରି ବନାଞ୍ଚଳରେ ବିଦ୍ୟୁତ ତାର ବିଛାଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହିକି ଯେ, ଭୂମିଠୁଁ ମାତ୍ର ୮ଫୁଟ ଉଚ୍ଚତାରେ ବିଦ୍ୟୁତ ତାର ଲାଇନ ନିଆଯାଇଥିଲା । ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବତନ ପିସିସିଏଫ ବିଜୟ କେତନ ପଟ୍ଟନାୟକ କହିଛନ୍ତି, ଭାରତ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ୧୧କେଭି ବିଦ୍ୟୁତ ତାରକୁ ଭୂମିଠାରୁ ୧୭ରୁ ୧୮ଫୁଟ ଉଚ୍ଚତାରେ ନେବା ଉଚିତ ।
2022-12-02T13:13:31Z
https://odishasambad.in/7-elephants-electrocuted-in-dhenkanal/
OSCAR-2301
ଭୁବନେଶ୍ୱର-ସତ୍ୟସନ୍ଧାନ ଡେସ୍କ- ପବିତ୍ର ଦିପାବଳୀ ଓ ଧନତରେସ୍ ଅବସରରେ ଆପଣମାନଙ୍କୁ ସତ୍ୟସନ୍ଧାନ ପରିବାର ପକ୍ଷରୁ ଶୁଭେଛା ଜଣାଉଛୁ ।ଆଲୋକର ପର୍ବ ଆପଣଙ୍କ ଜୀବନରେ ଥିବା ଅନ୍ଧକାରକୁ ଦୁର କରି ଉଜ୍ୱଳ ଆଲୋକ କରିଦିଅନ୍ତୁ , ମା ଶ୍ୟାମାକାଳୀଙ୍କ ଚରଣାବିନ୍ଦରେ ପ୍ରାର୍ଥନା କରୁଛୁ ।ନିଆଁଠାରୁ ଦୁରେଇ ରହି ଦୀପ ଜାଳି ଖୁସି ବନାଇବା ସହ ମହାମାରୀ କରୋନା କବଳରୁ ଏ ସଂସାର ମୁକ୍ତ ହେଉ ପ୍ରାର୍ଥନା କରନ୍ତୁ ।
2022-12-02T12:34:27Z
https://www.satyasandhana.in/dipabalir-subhechha/
OSCAR-2301
ଜାଣନ୍ତୁ ଭୋଳାନାଥ ଶିବ ଙ୍କ କୃପାରୁ କଣ ସବୁ ଘଟିବାକୁ ଯାଉଛି ସିଂହ, ବୃଷ, ବିଛା, ଧନୁ, କୁମ୍ଭ ରାଶିର ବ୍ୟକ୍ତି ନିଶ୍ଚୟ ଦେଖନ୍ତୁ – news40daily.com Publisher - Just another WordPress site ଆଶ୍କର୍ଯ୍ୟ ଘଟଣା କରୋନା ଜୀବନଚର୍ଯ୍ୟା ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଲାଇଫ୍ ଷ୍ଟାଇଲ୍ special ଜାଣନ୍ତୁ ଭୋଳାନାଥ ଶିବ ଙ୍କ କୃପାରୁ କଣ ସବୁ ଘଟିବାକୁ ଯାଉଛି ସିଂହ, ବୃଷ, ବିଛା, ଧନୁ, କୁମ୍ଭ ରାଶିର ବ୍ୟକ୍ତି ନିଶ୍ଚୟ ଦେଖନ୍ତୁ Share ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କାଲି ହେଉଛି ପବିତ୍ର ସୋମବାର। ମହାଦେବ ଶିବ ଙ୍କ ର କୃପା ଦୃଷ୍ଟି ପାଇବାକୁ ଅନେକ ଭକ୍ତ ଭଗବାନ ଶିବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କର ବ୍ରତ କୁ ନିଷ୍ଠାର ସହ କରିଥାନ୍ତି।ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଉଚିତ୍ ଭାବରେ ଚଳ ପ୍ରଚଳ ଏବଂ ସେମାନଙ୍କ ପ୍ରବାହ କାରଣରୁ ବହୁତ୍ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ସେମାନଙ୍କ ଭିତରେ ପରିବର୍ତ୍ତନ କାରଣରୁ କୌଣସି ସମସ୍ୟା ପରିଲକ୍ଷିତ ହେଲେ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡ଼ିଥାଏ। ଗ୍ରହ ମାନଙ୍କ ମଧ୍ୟରୁ ଶନି ଓ ରାହୁ ଅନେକ ପ୍ରଭାବ ପକାଇ ଥାଆନ୍ତି। ତେବେ ରାହୁ ଏକ ଏଭଳି ଗ୍ରହ ଯାହାର ଅଶୁଭ ପ୍ରଭାବ ରାଶି ମାନଙ୍କ ଉପରେ ପଡ଼ିବା ମାତ୍ରେ ଉକ୍ତ ରାଶି ର ବ୍ୟକ୍ତି ମାନଙ୍କ ଜୀବନ ରେ ଅନେକ ପରିବର୍ତ୍ତନ ଆସି ଥାଏ। ଯେପରି କି ଶରୀର ଅସୁସ୍ଥ ରୁହେ, ଦୁର୍ଘଟଣା ଘଟେ, ଆର୍ଥିକ ସମସ୍ୟା ଲାଗି ରୁହେ,ପାରିବାରିକ ଅଶାନ୍ତି ଦେଖା ଦିଏ।ତେବେ କିଛି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ଶିବଙ୍କ କୃପାଦୃଷ୍ଟି କାରଣରୁ ଭଲ ପ୍ରଭାବ କାଲିଠାରୁ ପଡ଼ିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ସବୁ ରାଶି ମାନଙ୍କ ବିଷୟରେ। ସିଂହ – ଏହି ରାଶିର ବ୍ୟକ୍ତି ମାନେ ଯଦି ନିଜ କାମରେ ଆଗକୁ ଯିବାକୁ କିମ୍ବା ପ୍ରଶଂସା ପାଇବାକୁ ଆଶା କରୁଛନ୍ତି ତେବେ ଏହା ସମ୍ଭବପର ହେବ।ଆପଣ ଅନେକ ସମସ୍ୟା ରୁ ମୁକ୍ତ ରହିବେ ଏବଂ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହେବ। ବୃଷ- ଆପଣଙ୍କ ପାଇଁ ବି ଶିବଙ୍କର ବହୁତ୍ ଭଲ ପ୍ରଭାବ ରହିଛି। ନିଜର ବ୍ୟକ୍ତିଗତ ଜୀବନରେ ଉନ୍ନତି ଆସିବା ସହିତ ପାରିବାରିକ ଜୀବନରେ ମଧ୍ୟ ଖୁସି ଖେଳିଯିବ ଏବଂ ଆପଣଙ୍କୁ ଅନେକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। Related Posts ସ୍ଵାମୀଙ୍କୁ ଅପମାନ କଲେ କେଉଁ ପାପ ହୁଏ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II… ଦେଖନ୍ତୁ viral ଭିଡ଼ିଓ- ଭେଣ୍ଡିଆ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ପୁରା… ଦେଖନ୍ତୁ ଆଧୁନିକ ସଂକୀର୍ତ୍ତନ…ପ୍ରଥମ ଗୀତରୁ ହେଲା ଝିଅ ଉପରକୁ ନୋଟ୍… ବିଛା- ଆପଣ ସବୁ କାମକୁ ସଠିକ୍‌ ଭାବରେ କରିବାରେ ସଫଳ ହେବେ। ନିଜ ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ଉଚିତ୍ ମାର୍ଗ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆଗକୁ ବଡିବା ପାଇଁ ସକାରାତ୍ମକ ପ୍ରଭାବ ରହିବ। ଆପଣ ଙ୍କ ମନସ୍କାମନା ପୂର୍ଣ୍ଣ ହେବ। ଧନୁ- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଖୁବ ମଜାଳିଆ ସ୍ୱଭାବର ହୋଇଥାନ୍ତି ଓ ଏମାନେ ସବୁବେଳେ ମଜା କରିଥାନ୍ତି। ଏମାନେ ସାହସିକ କାର୍ଯ୍ୟ ଏବଂ ଆତ୍ମ-ସନ୍ଧାନକୁ ଭଲ ପାଇଥାନ୍ତି ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ଏମାନେ ନିଜ କାମକୁ ଅତ୍ୟନ୍ତ ଗୁରତ୍ୱ ଦେଇଥାନ୍ତି। ଏହା ସହିତ ଏମାନଙ୍କ ମୁଣ୍ଡରେ ଅନେକ ଇନୋଭେଟିଭ ଆଇଡିଆ ରହିଛି। ଯାହା ଆଗକୁ ଘଟିବା ପାଇଁ ଯାଉଅଛି। କୁମ୍ଭ- ଏହି ରାଶି ମାନଙ୍କ ଉପରେ ମଧ୍ୟ ପ୍ରଭୁ ଶିବଙ୍କର ଉତ୍ତମ ପ୍ରଭାବ ରହିବ। ଆପଣଙ୍କ ପ୍ରତିଟି କାର୍ଯ୍ୟ ଓ ଯୋଜନା ସଫଳ ହେବ ଏବଂ ଆପଣ ବିଜୟ ହାସଲ କରିବେ। ପାରିବାରିକ ଶାନ୍ତି ବଜାୟ ରହିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-11-28T11:53:05Z
https://news40daily.com/index.php/jaanantu-bhola-natha-shiba-nka-kruparu/
OSCAR-2301
କଟକ,୧୯/୧୧: କଟକରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ଆସିଥିଲା । ସେଥିରେ ଲେଖାଥିଲା ଯେ ତାଙ୍କ ଗାଡ଼ି ମଙ୍ଗୁଳି ଟୋଲ୍‌ ପ୍ଲାଜା ଦେଇ ଗଲାବେଳେ ଏକ ଶହ ପଇଁତିରିଶ ଟଙ୍କା ତାଙ୍କ ଆକାଉଣ୍ଟରୁ କାଟିନିଆଯାଇଛି । ଏଭଳି ମେସେଜ୍‌ ଦେଖି ଗାଡ଼ି ମାଲିକ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ତାଙ୍କ ଗାଡ଼ି ମରାମତି ପାଇଁ ୩ ଦିନ ହେବ ଭୁବନେଶ୍ୱରର ଏକ କାର୍‌ ମରାମତି କାରଖାନାରେ ରହିଛି । ମେସେଜ୍‌ ପାଇବା ପରେ ଉକ୍ତ ବ୍ୟକ୍ତି ସ୍ଥାନୀୟ ଆର୍‌ଟିଓଙ୍କୁ ଏ ସଂପର୍କରେ ଜଣାଇଥିଲେ । ଗାଡ଼ି ଖୋଲାଖୋଲି ହୋଇ ପଡ଼ିଥିବା ବେଳେ ଟୋଲଗେଟ୍‌ରୁ କିଭଳି ଏଭଳି ଆଶ୍ଚର୍ଯ୍ୟ ଜନକ ବିଲ୍‌ ଆସିଲା ତାହା ଆର୍‌ଟିଓଙ୍କୁ କହିଥିଲେ । ଖୋଳତାଡ଼ ପରେ କ୍ୟାମେରାରେ ତ୍ରୁଟି ଯୋଗୁଁ ଏପରି ହୋଇଥିବା ଜଣାପଡିଥିଲା । ଫଳରେ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କୁ ମଧ୍ୟ କ୍ଷମା ମାଗିବାକୁ ପଡ଼ିଛି । କିଛିଦିନ ତଳେ ସରକାରଙ୍କ ଘୋଷଣା ପରେ କାର ଓ ଅନ୍ୟଗାଡ଼ିଗୁଡ଼ିକ ଟୋଲ୍‌ ଗେଟ୍‌ରେ ନ ଅଟକିବାକୁ ଯାନବାହନର ସମ୍ମୁଖ ଭାଗରେ ଫାଷ୍ଟ ଟ୍ୟାଗ୍‌ ଲଗାଇବାକୁ ନିର୍ଦ୍ଦେଶ ମିଳିଥିଲା । ଅନେକ ଏହା ଲଗାଇ ଟୋଲ ଗେଟ୍‌ରେ ନଅଟକି ଗତି କରିବା ବେଳେ କ୍ୟାମେରାରେ ଗାଡ଼ି ନମ୍ବର ଫାଷ୍ଟ ଟ୍ୟାଗରୁ ଉଠିଯାଇ ମାଲିକଙ୍କ ନିର୍ଦ୍ଧାରୀତ ଆକାଉଣ୍ଟରୁ ଆବଶ୍ୟକ ଅର୍ଥ କଟିଯିବା ସହ ଏହାର ସୂଚନା ମାଲିକଙ୍କ ମୋବାଇଲକୁ ତତ୍‌କ୍ଷଣାତ ଆସୁଥିଲା । କିନ୍ତୁ ଗ୍ୟାରେଜ୍‌ରେ ଗାଡ଼ି ଥାଇ ଟୋଲ୍‌ପ୍ଲାଜାରେ ଟଙ୍କା କଟି ଫୋନକୁ ମେସେଜ୍‌ ଆସିବା ଘଟଣା ଗାଡ଼ି ମାଲିକଙ୍କୁ ବିସ୍ମିତ କରିଛି । ମେସେଜ୍‌ ବିଷୟରେ ଜାଣିବା ପରେ ଉକ୍ତ ଘର ମାଲିକ ମଙ୍ଗଳି ଟୋଲ୍‌ଗେଟ୍‌କୁ ଯାଇଥିଲେ । ଗୋଟିଏ ନମ୍ବରରେ ଦୁଇଟି ଗାଡ଼ି ରହିଥିବା କଥା ପ୍ରଶ୍ନ ଉଠାଇଥିଲେ । ହେଲେ ସେଠାରେ ଥିବା ସିସି କ୍ୟାମେରା ଯାଞ୍ଚ୍‌ କରିବାରୁ କ୍ୟାମେରାରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଫାଷ୍ଟ ଟ୍ୟାଗ୍‌ କ୍ୟାମେରାରେ ଉଠିଥିବା ଫଟୋରେ ଓଡ଼ି ୦୫ ସ୍ଥାନରେ ଓଆର୍‌ ୦୫ ହେବାରୁ ଅନ୍ୟ ଏକ ଗାଡ଼ି ପାସ୍‌ କରିବା ବେଳେ ନ ଆସିଥିବା ଗାଡ଼ି ନାମରେ ଅର୍ଥ କାଟିନେବା ଘଟଣା ସାମ୍ନାକୁ ଆସିଥିଲା । ଏଥିପାଇଁ ଟଙ୍କା କଟିଥିବା ଗାଡ଼ିର ମାଲିକଙ୍କୁ ଗ୍ୟାରେଜ ଥିବା ଗାଡ଼ିର ଫଟୋ ଏବଂ କାଗଜପତ୍ର ଆଦିକୁ ନେଇ ଜାତୀୟ ରାଜପଥ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ସତ କଥାଟା ସାମ୍ନାକୁ ଆସିଥିଲା । ଏହା ଜଣାପଡିବା ପରେ ଜାତୀୟ ରାଜପଥ କର୍ମଚାରୀ ଗାଡି ମାଲିକଙ୍କୁ କ୍ଷମା ମାଗିଥିଲେ । ଏଭଳି ଘଟଣା ଏବେ ପ୍ରାୟ ଟୋଲ୍‌ ପ୍ଲାଜାରେ ଘଟୁଥିବା ବେଳେ ଏହାକୁ ସୁଧାରିବା ପାଇଁ ଜାତୀୟ ରାଜପଥ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି । ସମ୍ବନ୍ଧିତ ଖବର ରାଜ୍ୟରେ ଅସମ୍ଭାଳ ହେଲାଣି ଜାଡ଼, ୧୦ ଡିଗ୍ରୀ ତଳେ ୯ଟି ସ୍ଥାନ 28/11/2022 at 12:40 PM ମିଛ ଅଭିଯୋଗ କରି ଘରୁ ତଡ଼ି ଦେଇଥିଲେ, ଶ୍ଵଶୁର ଘର ଆଗରେ ଧାରଣା ଦେଲେ ନବବଧୂ 28/11/2022 at 12:24 PM 1 min read ପତ୍ନୀ ନିର୍ଯାତନାରେ ଓଡ଼ିଶା ଆଗରେ, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ… 28/11/2022 at 12:19 PM 1 min read ମହାକାଶରେ ଇତିହାସ ସୃଷ୍ଟି କରିବାକୁ ଯାଉଛି ଡ୍ରାଗନ୍‌,ସ୍ପେସ୍‌ ଷ୍ଟେସନକୁ ଯିବେ ୩ ମହାକାଶ ଯାତ୍ରୀ 28/11/2022 at 11:46 AM 1 min read ଆସିଲାଣି ପିକ୍‌ନିକ୍‌ ଋତୁ: ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି ଖଜୁରିବାଣୀ ଜଳପ୍ରପାତ 28/11/2022 at 11:39 AM 1 min read ରେଳମନ୍ତ୍ରୀଙ୍କୁ ପୁନର୍ବାର ଚିଠି ଲେଖିଲେ ଗଣେଶ୍ୱର ବେହେରା, ହରିଦାସପୁର-ପାରାଦ୍ୱୀପ ରେଳପଥରେ କେନ୍ଦ୍ରାପଡ଼ା ଦେଇ ଯାତ୍ରୀବାହୀ ରେଳ ଚଳାଚଳ ଦାବି
2022-11-28T07:32:00Z
https://www.prameya.com/ghare-case-fast-tag-re-katuchi-tanka-at-cuttack/
OSCAR-2301
ଆପ୍ ମଲ୍ଟି ସର୍ଭିସ୍ ତରଫରୁ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟବ୍ୟାପୀ ଡିଜିଟାଲ ସଚେତନତା ସେବା ଶୁଭାରମ୍ଭ – Odisha News Today Sunday, November 27, 2022 About Us Advertisement Contact Us Odisha News Today - | Breaking News | Latest News | Odisha News | Online News Portal Home ରାଜ୍ୟ ଦେଶ ବିଦେଶ ରାଜନୀତି ଖେଳ ମନୋରଞ୍ଜନ ବାଣିଜ୍ୟ ସାହିତ୍ୟ ଓ ସଂସ୍କୃତି ଅପରାଧ ଜୀବନ ଚର୍ଯ୍ୟା ରାଶିଫଳ Breaking Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ରାଜ୍ୟ ଆପ୍ ମଲ୍ଟି ସର୍ଭିସ୍ ତରଫରୁ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟବ୍ୟାପୀ ଡିଜିଟାଲ ସଚେତନତା ସେବା ଶୁଭାରମ୍ଭ ରାଜ୍ୟ ଆପ୍ ମଲ୍ଟି ସର୍ଭିସ୍ ତରଫରୁ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟବ୍ୟାପୀ ଡିଜିଟାଲ ସଚେତନତା ସେବା ଶୁଭାରମ୍ଭ By Odisha News Today On Sep 7, 2021 0 Share ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟରେ କୃଷି ଓ କୃଷକଙ୍କର ଉନ୍ନତି ପାଇଁ ଆପ୍ ମଲ୍ଟି ସର୍ଭିସ୍ ତରଫରୁ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ କୃଷକମାନଙ୍କ ମଧ୍ୟରେ ଆଧୁନିକ ଜ୍ଞାନ କୌଶଳକୁ ଆପଣାଇ କିପରି ଅଧିକ ସଚେତନ ହୋଇ ପାରିବେ ସେ ନେଇ ଏକ ଡିଜିଟାଲ୍ ସେବାର ରାଜ୍ୟବ୍ୟାପୀ ଶୁଭାରମ୍ଭ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆପ୍ ମଲ୍ଟି ସର୍ଭିସର ନିର୍ଦ୍ଦେଶକ ଅରବିନ୍ଦ ନାୟକ, ଅମିତା ରାଣୀ ରାଉତ ଓ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗଦେଇ ଡିଜିଟାଲ୍ ସେବାର ଉନ୍ମୋଚନ କରିଥିଲେ । ଆପ୍ ମଲ୍ଟିସର୍ଭିସ୍ ତରପରୁ ରାଜ୍ୟର ସମସ୍ତ ବ୍ଳକ୍ ଓ ଜିଲ୍ଲା ପ୍ରତିନୀଧି ଗ୍ରମାଚଂଳକୁ ଯାଇ ପ୍ରତି ଗ୍ରାମରେ କୃଷକଙ୍କୁ ଡିଜିଟାଲ୍ ସେବାର ଉପକାରିତା ସର୍ମ୍ପକରେ ସଚେତନ କରିବା ସହିତ ନିଶୁଳ୍କ ପଂଜିକରଣ କରିବେ ଏବଂ କୃଷକ ଉତ୍ପାଦିତ କରିଥବା ସାମଗ୍ରୀ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ସହଜରେ କିପରି ନଜର ଶଷ୍ୟ ବିକ୍ରି କରି ପାରିବେ ଏବଂ କୃଷକଭାଇ ମାନଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ ବୋଲି ଆପ୍ ମଲ୍ଟି ସର୍ଭିସ୍‌ର ଓଡିଶା ରାଜ୍ୟ କୋଡିନେଟର ଅକ୍ଷୟ କୁମାର ପାଢୀ ସୂଚନା ଦେଇଥିଲେ । ଏହି କାର‌୍ୟ୍ୟକ୍ରମରେ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ବହୁ କୃଷକ ଓ କମ୍ପାନୀର ପ୍ରତିନିଧି ଯୋଗ ଦେଇଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ଡ ନାରାୟଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
2022-11-27T01:33:36Z
https://odishanewstoday.com/app-multi-services/
OSCAR-2301
ନୂଆଦିଲ୍ଲୀ,୧ ।୧୨: ଆଜିଠାରୁ ଆଇଡିଆ-ଭୋଡାଫୋନ୍ ନିଜ ସେବାର ଦର ବଢାଇଦେଇଛି । ଖବର ମୁତାବକ, କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ୍ ୪୯ ଟଙ୍କା ହେବ । ଗ୍ରାହକମାନଙ୍କୁ ଭୋଡାଫୋନର ୪୯ ଟଙ୍କାର ପ୍ଲାନରେ ୩୮ ଟଙ୍କାର ଟକଟାଇମ୍ ମିଳିବ । ଏହି ପ୍ଲାନରେ ଇଣ୍ଟରନେଟ୍ ଡାଟା ହିସାବରେ ଗ୍ରାହକଙ୍କୁ ୧୦୦ MB ମିଳିବ । ତେବେ ଭୋଡାଫୋନର କେତେକ ନୂଆ ପ୍ଲାନ ମଙ୍ଗଳବାର ଅର୍ଥାତ୍ ଡିସେମ୍ବର ୩ରୁ ଲାଗୁ ହେବ । ତେବେ AGR କାରଣରୁ ଅଧିକାଂଶ ଟେଲିକମ୍ କମ୍ପାନୀ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଏଥିପାଇଁ ଆପଣଙ୍କ ପକେଟରୁ ଏଣିକି ଅଧିକ ଟଙ୍କା ନେବେ ଟେଲିକମ୍ କମ୍ପାନୀ । ଭୋଡାଫୋନ୍ ସମେତ ଆଇଡିଆ, ଏୟାରଟେଲ୍, ଜିଓର ଟାରିଫ ପ୍ଲାନରେ ବୃଦ୍ଧି କରାଯିବ । ପୂର୍ବରୁ ଜିଓ ତାର ଟାରିଫ୍ ପ୍ଲାନରେ ବୃଦ୍ଧି କରିସାରିଛି ।
2022-12-08T03:26:41Z
https://odishabhaskar.com/vodafone-has-raised-the-rates-of-services/
OSCAR-2301
Ashoknagar ର ଚାଷୀ ଦେଖାଇଲେ ମାନବିକତା , ସ୍କୁଲ୍ ପାଇଁ ଜାଗା ଥିଲା କମ୍, ଦାନରେ ଦେଲେ ୨୫ ଲକ୍ଷର ଜମି ଆଉ କହିଲେ ଏପରି ଯେ ସମସ୍ତଙ୍କ ମନ ଜିତିଗଲେ.. - OdiaExpress Skip to content Top Menu December 7, 2022 Privacy Policy Disclaimer OdiaExpress Entertenment SPECIAL Astrology Cricket News Hasa Katha Search for: Main Menu SPECIAL Ashoknagar ର ଚାଷୀ ଦେଖାଇଲେ ମାନବିକତା , ସ୍କୁଲ୍ ପାଇଁ ଜାଗା ଥିଲା କମ୍, ଦାନରେ ଦେଲେ ୨୫ ଲକ୍ଷର ଜମି ଆଉ କହିଲେ ଏପରି ଯେ ସମସ୍ତଙ୍କ ମନ ଜିତିଗଲେ.. May 16, 2022 - by Odia Express - Leave a Comment ସ୍କୁଲ ସେ ଜାଗା ହୋଇଥାଏ ଯେଉଁଠି ଯାଇକରି ଆମେ ଜ୍ଞାନ ପ୍ରାପ୍ତି କରିଥାଉ, ସ୍କୁଲକୁ ମନ୍ଦିର ବୋଲି କୁହାଯାଇଛି, ଯେପରି ଆମେ ଜାଣିଛେ କି ଆମେ ସମସ୍ତେ ଶିକ୍ଷା ପ୍ରାପ୍ତ କରିବା ବହୁତ ଜରୁରି ଅଟେ, ସ୍କୁଲକୁ ଯାଇକରି ଆମେ ଶିକ୍ଷା ଲାଭକରୁ, ଶିକ୍ଷା ସେ ଅସ୍ତ୍ର ଅଟେ ଯାହାର ସହାୟତାରେ ବଡରୁ ବଡ କଠିନତାକୁ ସାମ୍ନା କରିପାରିବା, ଶିକ୍ଷାରୁ ଆମେ ସଠିକ୍ ଭୁଲ୍ ଭେଦଭାବ ଜଣାପଡିଥାଏ, ସମସ୍ତଙ୍କ ଜୀବନରେ ଶିକ୍ଷା ବହୁତ ଉପଯୋଗୀ ହୋଇଥାଏ ଶିକ୍ଷା ମନୁଷ୍ୟକୁ ଶଶକ୍ତ ବନାଇଥାଏ, ଓ ଜୀବନର ଚ୍ୟାଲେଞ୍ଜକୁ କୁଶଳତାର ସାମ୍ନା କରିବା ପାଇଁ ପ୍ରସ୍ତୁତ କରିଥାଏ, ସେମିତି ଦେଖିବାକୁ ଗଲେ ମହଜୁଦା ସମୟରେ ଏମିତି ବହୁତ ଇଲାକା ଅଛି ଯେଉଁଠି ସ୍କୁଲର ଅଭାବ କାରଣରୁ ଛୁଆଙ୍କୁ ଭଲ ଶିକ୍ଷା ଲାଭ କରିବାରେ ଅସୁବିଧା ହେଉଛି, ସରକାରଙ୍କ ଦ୍ୱାରା ସ୍କୁଲର ନିର୍ମାଣ କରାଇବାର କାର୍ଯ୍ୟ କରାଯାଇଛି, କିନ୍ତୁ କେଉଁ ନା କେଉଁ କାରଣରୁ ବାଧା ଉତ୍ପନ୍ନ ହେଉଛି । ଏବେ ଏହି ମଧ୍ୟରେ ମଧ୍ୟପ୍ରଦେଶର ଅଶୋକନଗରରୁ ଏକ ଖବର ସାମ୍ନାକୁ ଆସିଛି, ଯେଉଁଠି ରହୁଥିବା ଏକ ଚାଷୀ ବୃଜେନ୍ଦ୍ର ସିଂ ରଘୁବଂଶୀ ନିଜ କ୍ଷେତ୍ରର ଆଖପାଖ ଛୁଆଙ୍କୁଭଲ ଶିକ୍ଷା ମିଳିପାରୁ ଏଥିପାଇଁ ସେ ନିଜ ଜମି ଦାନ କରିବାର ନିର୍ଣ୍ଣୟ ନେଇଥିଲେ, ଆଜି ଆମେ ଆପଣଙ୍କୁ ଯେଉଁ ମାମଲା ବିଷୟରେ କହିବୁ ଏହି ପୁରା ମାମଲା ଅଶୋକନଗରରୁ ୩୦ କିମି ଦୁର ମହିଦରପୁର ଗାଁ ସହ ଯୋଡି ହୋଇଛି ଏଠାରେ ସିଏମ୍ ରାଇଜ୍ ସ୍କୁଲ୍ ସିକୃତ ହୋଇଥିଲା, କିନ୍ତୁ ଏହାପାଇଁ ପ୍ରାୟ ୧୦ ଗୁଣ୍ଠ ଜାଗା ସରକାରଙ୍କୁ ଦରକାର ଥିଲା, ପ୍ରାୟ ୬ ଗୁଣ୍ଠ ଜମି ବାହାରିଲା, ଯାହାର କାରଣରୁ ପ୍ରଶାସନ ଏହି ସ୍କୁଲକୁ ଅଲଗା ଜାଗାରେ ସିଫ୍ଟକରାଇବାର ଯୋଜନା କରିଥିଲା ।ଯେପରି ଏହି ଖବର ମହିଦରପୁର ଗାଁର ଚାଷୀ ବୃଜେନ୍ଦ୍ର ସିଂ ରଘୁବଂଶୀଙ୍କୁ ଜଣାଗଲା ସେ ଏହା ତୟ କରିଦେଲେ କି କିଛି ବି କରିକି ସେ ସ୍କୁଲକୁ ନିଜ ଗାଁରୁ ଯିବାକୁ ଦେବେନାହିଁ, ସେ ସଙ୍ଗେ ସଙ୍ଗେ ନିଜ ୪ ଗୁଣ୍ଠ ଜାଗା ପ୍ରଶାସନକୁ ଦାନ କରିବାର ଘୋଷଣା କରିଦେଲେ, ତାଙ୍କ ଏହି ଜମିର ଜାଗାର ଦାମ୍ ୨୫ ଲକ୍ଷ କୁହାଯାଇଚି, ବୃଜେନ୍ଦ୍ର ସିଂ ରଘୁବଂଶୀ ବିନା ବିଳମ୍ବ କରି ପ୍ରଶାସନର ଅଧିକାରିଙ୍କୁ ସାକ୍ଷାତ କରି ଓ ସରକାରୀ ଜମିକୁ ଲାଗିଥିବା ନିଜ ୪ ଗୁଣ୍ଠ ଜାଗାକୁ ସ୍କୁଲ୍ ପାଇଁ ମାଗଣାରେଦାନ କରିବାର କଥା କହିଲେ । ଆପଣଙ୍କୁ କହିଦେବୁ କି ବୃଜେନ୍ଦ୍ର ସିଂ ରଘୁବଂଶୀ ଙ୍କୁ ଏହି ଜମି ନିଜ ପୈତୃକ ଭାବେ ମିଳିଥିଲା, ଗ୍ରାମୀଣ ବୃଜେନ୍ଦ୍ର ସିଂ ରଘୁବଂଶୀଙ୍କ ବାପା ସ୍ୱର୍ଗୀୟ ନଥନ ସିଂ ରଘୁବଂଶୀ ଗାଁରେ ୪୦ବର୍ଷ୍ ପର୍ଯ୍ୟନ୍ତ ସରପଞ୍ଚ ରହିଥିଲେ, ତାଙ୍କ କାର୍ଯ୍ୟକାଳରେ ସ୍ୱୟଂ ଜମିରେ ସ୍କୁଲ୍ , ସୋସାଇଟି, ପଞ୍ଚାୟତ, ଭବନ ହୋଇଛି, ଏହା ସହ ସେ ନିଜ ଦୁଇ ଗୁଣ୍ଠ ଜାଗା ଗାଁର୍ ନିର୍ଦ୍ଧନ ଲୋକଙ୍କୁ ଘର କରିବାରେ ଦାନ କରିଛନ୍ତି, ନଥନ ସିଂ ରଘୁବଂଶୀ କିଛି ଏହିପରି ସ୍କୁଲ୍ ପାଇଁ ନିଜ ଜମି ଦାନ କରିଦେଇଥିଲେ । ବୃଜେନ୍ଦ୍ର ସିଂ ରଘୁବଂଶୀଙ୍କ ଦ୍ୱାରା ସ୍କୁଲ୍ ପାଇଁ ଜାଗା ଦେବା ପରେ ଜିଲ୍ଲା ପ୍ରଶାସନ ନିଜ କାମରେ ଲାଗିପଡିଲା, ଆଶା ଅଛି କି ଜଲଦି ବୃଜେନ୍ଦ୍ର ଙ୍କ ଗାଁରେଏକ ନୁଆ ସ୍କୁଲ୍ ମିଳିଯୀବ, ଚାଷୀ ବୃଜେନ୍ଦ୍ର ସିଂ ରଘୁବଂଶୀ କହନ୍ତି କି ଶିକ୍ଷାରୁ ବଡ କିଛି ବି ହୋଇପାରିବ ନାହିଁ, ମୁଁ ଏହି ଗାଁରୁ ସହର ଯାଇକରି ପଢୁଥିଲି, ଏଥିପାଇଁ ମୋତେ ଜଣାଅଛି କି ଶିକ୍ଷାର ମହତ୍ତ୍ୱ କଣ ହୋଇଥାଏ, କିନ୍ତୁ ପ୍ରଶାସନର ଏତେ ବଡ ଯୋଜନାର ଲାଭ ଆମ ଗାଁ ଓ ଆମର ଛୁଆଙ୍କୁ ମିଳୁ, ଏଥିପାଇଁ ମୁଁ ଏହି ନିର୍ଣ୍ଣୟ ନେଲି, ଏହା ମୋର ସୌଭାଗ୍ୟ କି ମୁଁ ମୋର ବାପାଙ୍କ ପଦଚିହ୍ନରେ ଅଗ୍ରସର ହେଉଛି । Related Posts Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି… November 1, 2022 ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଘରୋଇ Remedy,ଘରେ ବସି ବସି ଏହି ଉପାୟ କରନ୍ତୁ ଆଜି… October 27, 2022 କଳା କୁକୁର (Black Dog) ପାଳନ କଲେ ଘରେ କେଉଁ ସମସ୍ୟା ର ସମାଧାନ ମିଳେ,ଜାଣିରଖନ୍ତୁ ଏ ବିଷୟରେ ବାସ୍ତୁଶାସ୍ତ୍ର କଣ କହୁଛି… August 22, 2022 Post navigation Previous Article ୧୬ ମେ ୨୦୨୨ ସୋମବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ମହାଦେବ କୃପା କରିବେ ଏହି ୩ଟି ରାଶିକୁ ଆଜି Next Article ରାନୁ ମଣ୍ତଳ ନିଜ ଆବାଜ୍ ରେ ଗାଇଲେ “ଜାନେ ମେରି ଜାନେ ମନ୍ bachapan kaa pyar ଗୀତ, ଇଣ୍ଟରନେଟ୍ ରେ ଧମାଲ୍ ମଚାଉଛି ଭିଡିଓ,ଲୋକ ଦେଖିବା ପରେ କହିଲେ ତମେ… About Odia Express View all posts by Odia Express → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Search for: Recent Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି…
2022-12-08T03:01:50Z
https://www.odiaexpress.net/2022/05/16/ashoknagar-farmer-donated-land-government-school/
OSCAR-2301
Govind sent to jail blood sample collected from Mamita family Mamita Meher Murder Case: ଜେଲ୍ ଗଲା ଗୋବିନ୍ଦ; ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ ହେଲା– News18 odia ଓଡ଼ିଶା CHANGE LANGUAGE ଓଡ଼ିଆ ENGLISHहिन्दी मराठीગુજરાતીঅসমীয়া ಕನ್ನಡ বাংলা മലയാളം తెలుగు ਪੰਜਾਬੀ اردو ଓଡ଼ିଆ WATCH LIVE TV DOWNLOAD APP FOLLOW US ON Trending Topics :#Odisha#CoronaVirus ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ നിങ്ങളുടെ നഗരം തിരഞ്ഞെടുക്കുക തിരുവനന്തപുരം കൊച്ചി കോഴിക്കോട് മലപ്പുറം കണ്ണൂർ കാസർഗോഡ് ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » Mamita Meher Murder Case: ଜେଲ୍ ଗଲା ଗୋବିନ୍ଦ; ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ ହେଲା Mamita Meher Murder Case: ଜେଲ୍ ଗଲା ଗୋବିନ୍ଦ; ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ ହେଲା Mamita Meher Murder Case: Govind sent to jail, blood sample collected from Mamita family | ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ୧୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ନା ସରୁଛି ତଦନ୍ତ ନା ଥମୁଛି ବିବାଦ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମହାଲିଙ୍ଗ କଲେଜର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଆରମ୍ଭ ହୋଇଛି ପାଠ ପଢ଼ା । ମମିତା ମେହେର; (ଡାହାଣ) ହତ୍ୟାକାରୀ ଗୋବିନ୍ଦ ସାହୁ News18 Odia Last Updated : October 25, 2021, 19:36 IST Share this: News18 Odia News18 Odia Digital ବଲାଙ୍ଗିର/କଳାହାଣ୍ଡି: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ପାଞ୍ଚ-ଦିନିଆ ରିମାଣ୍ଡ୍‌ ସରିବା ପରେ ତାକୁ ଜେଲ୍ ପଠାଇ ଦେଇଛି ବଲାଙ୍ଗିର ପୋଲିସ । ଏହି ମାମଲାରେ ବିବାଦ ଘେରକୁ ଆସିଥିବା ମହାଲିଙ୍ଗ କଲେଜର ଯୁକ୍ତ ୨ କ୍ଲାସ୍ ସୋମବାରଠାରୁ ଖୋଲିଛି ଓ ସବୁ ଅନିଶ୍ଚିତତାର ଅନ୍ତ ଘଟାଇ କଲେଜରେ ପାଠପଢ଼ା ଆରମ୍ଭ ହୋଇଛି । ମହାଲିଙ୍ଗ ସନସାଇନ୍ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ (Mamita Meher murder case) ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମକୁ ରିମାଣ୍ଡରେ ନେଇପାରେ ପୋଲିସ । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉତ୍ତରାଞ୍ଚଳ ଡି.ଆଇ.ଜି. ଦୀପକ କୁମାର । ଏହା ବି ପଢ଼ନ୍ତୁ | IND vs PAK, T20 World Cup: ଭାରତର ହାରିବା ପଛରେ ଥିଲେ ଏହି ୫ ବଡ଼ ଦୋଷୀ ଓ ୫ ବଡ଼ କାରଣ ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା କଲେଜ ମାଲିକ ଗୋବିନ୍ଦ ସାହୁଠାରୁ ସବୁ ତଥ୍ୟ ଓ ପ୍ରମାଣ ହାସଲ କରିଛି ବଲାଙ୍ଗିର ପୋଲିସ । ପାଞ୍ଚ-ଦିନିଆ ରିମାଣ୍ଡ ସରିବା ପରେ ପୋଲିସ ଆଉ ରିମାଣ୍ଡ ଆବେଦନ ନ କରିବାରୁ ଗୋବିନ୍ଦକୁ ସୋମବାର ଭୋର ୪ଟାରେ ଜେଲ୍ ପଠାଇ ଦିଆଯାଇଛି । ତା’ ପୂର୍ବରୁ ତାକୁ ବଙ୍ଗୋମୁଣ୍ଡା ଜେ.ଏମ୍‌.ଏଫ୍‌.ସି. କୋର୍ଟରେ ହାଜର କରାଯାଇଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆୟୋଜିତ ଏକ ପ୍ରଦର୍ଶନ ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍‌ ଖାନଙ୍କୁ ‘‘ଗୋବିନ୍ଦ ଏହି ହତ୍ୟା କରିଥିବା ନେଇ ତଦନ୍ତ ଚାଲୁ ରହିଛି । ପୋଲିସ ହାତରେ ଏ ନେଇ ବଳିଷ୍ଠ ପ୍ରମାଣ ଲାଗିଛି । ଏହି ମାମଲାର ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି କରାଯିବ । ସୁରକ୍ଷା ଦୃଷ୍ଟିରୁ ଭୋରରୁ ଗୋବିନ୍ଦକୁ କୋର୍ଟରେ ହାଜର କରାଯାଇଛି । ତା’ଠୁ ଗୋଟିଏ ମୋବାଇଲ୍‌ ଫୋନ୍‌ ବି ଉଦ୍ଧାର ହୋଇଛି । ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ କରାଯାଇ DNA ଟେଷ୍ଟ ପାଇଁ ପଠାଯାଇଛି,’’ କହିଛନ୍ତି ଉତ୍ତରାଞ୍ଚଳ ଡି.ଆଇ.ଜି. ଦୀପକ କୁମାର । ଟିଟିଲାଗଡ଼ ଥାନାରୁ ଗୋବିନ୍ଦ ସାହୁ ଚମ୍ପଟ ମାରିବା ପରେ ତାକୁ କାବୁ କରିବା ବେଳେ ତା’ଠାରୁ ସେହି ମୋବାଇଲ୍ ଫୋନ୍‌ ଉଦ୍ଧାର ହୋଇଥିବା ଜଣା ପଡ଼ିଛି । ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ପ୍ରିୟଙ୍କା ଗାନ୍ଧି କହିଲେ, ‘‘ମୋ’ ଭାଇ କହିଛନ୍ତି ମୁଁ ମୋଟି ହୋଇଯାଉଛି, କମ୍ ଖାଇବା ଦରକାର’’ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ୧୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ନା ସରୁଛି ତଦନ୍ତ ନା ଥମୁଛି ବିବାଦ । ମର୍ଡ଼ର ଲିଙ୍କରେ ଛନ୍ଦି ହୋଇଥିବା କଲେଜର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନେକ ଲୋକ । ଏହାରି ଭିତରେ କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କଲେଜର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଆରମ୍ଭ ହୋଇଛି ପାଠ ପଢା । ପିଲାମାନେ କଲେଜକୁ ଆସି କ୍ଲାସ୍ କରିଛନ୍ତି ଓ ଅଧ୍ୟାପକମାନେ ଶ୍ରେଣୀ ଗୃହରେ ପାଠ ପଢ଼ାଇଛନ୍ତି । କଲେଜର ବିଭିନ୍ନ ବିଭାଗରେ ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେଣୁ ଏହି କଲେଜକୁ ଆଦୌ ବିବାଦ ଘେରକୁ ନ ଟାଣିବା ପାଇଁ ଅନୁରୋଧ କରିଛନ୍ତି କଲେଜ ଅଧ୍ୟାପକମାନେ ଓ ସ୍ଥାନୀୟ ଲୋକେ । ମହାଲିଙ୍ଗରେ ନିର୍ମାଣାଧୀନ ମିନି ଷ୍ଟାଡ଼ିୟମ୍‌ ପରିସରରେ ଖୋଳିବା ପରେ ଅକ୍ଟୋବର ୧୯ ତାରିଖରେ ମିଳିଥିଲା ଏକ ଗଳିତ ମୃତ ଦେହ । ତା’ ପାଖରୁ ପାଉଁଜି ଓ ସୁନା ଚେନ୍ ସହ ଏକ ଭ୍ୟାନିଟି ବ୍ୟାଗ୍‌ ମଧ୍ୟ ମିଳିଥିଲା । ଏହା ବି ପଢ଼ନ୍ତୁ | T20 World Cup: କ୍ୟାପଟେନ୍ ପଦକୁ ନେଇ ପ୍ରଶ୍ନ ଉପରେ ଚିଡ଼ିଗଲେ ବିରାଟ କୌହଲି; କହିଲେ ‘‘ମସଲା ଦେବିନି’’ ମମିତା ମର୍ଡ଼ର କେସକୁ ନେଇ ରାଜ୍ୟରେ ଥମୁନି ରାଜନୈତିକ ତାତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଏବଂ ମାମଲାର ସି.ବି.ଆଇ. ତଦନ୍ତ ଦାବିରେ ବିଜେପିର ଆନ୍ଦୋଳନ ଓ ପ୍ରତିବାଦ ଜାରି ରହିଛି । ଶନିବାର ଦିନ ରାଜଧାନୀ ବୁବନେଶ୍ୱରରେ ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବିଜେପି ମହିଳା ମୋର୍ଚ୍ଚା ସୋମବାର ଦିନ ବି ଓହ୍ଲାଇଥିଲା ରାଜରାସ୍ତାକୁ । ମାଷ୍ଟର କ୍ୟାଣ୍ଟିନ ଛକରେ ରାସ୍ତା ଉପରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ମୁହଁରେ କଳା କପଡ଼ା ବାନ୍ଧି ଧାରଣାରେ ବସି ରହିଥିଲେ । ଏହା ବି ପଢ଼ନ୍ତୁ | ATMରୁ ଛିଣ୍ଡା ନୋଟ୍ ବାହାରିଲା? ଏଣିକି ବ୍ୟାଙ୍କ୍ ତାକୁ ଫେରାଇ ନେବ; SBI କହିଲା ଉପାୟ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ରାଜ୍ୟ ବିଜେପିର ଏକ ଟିମ୍ କଳାହାଣ୍ଡି ଓ ବଲାଙ୍ଗିର ଯାଇ ସରଜମିନ ତଦନ୍ତ କରିବ । ମଙ୍ଗଳବାର ସକାଳେ ବିଜେପିର ଏହି ଟିମ୍ ପ୍ରଥମେ ମମିତାଙ୍କ ପରିବାରକୁ ଭେଟିବ । ସେଠାରୁ ମହାଲିଙ୍ଗ ବିଦ୍ୟାଳୟ ଓ ଷ୍ଟାଡିୟମ ଯାଇ କରିବେ ସରଜମିନ ଅନୁଧ୍ୟାନ । ଦଳର ସାଧାରଣ ସମ୍ପାଦକ ଅଭିଯୋଗ କରିଛନ୍ତି ଯେ ପୋଲିସ ତଦନ୍ତକୁ ହାଲୁକା ଭାବେ ନେଉଛି ଓ ସିନ୍‌ ରିକ୍ରିଏସନ ନାଁରେ ଭିଜୁଆଲ ବାଣ୍ଟୁଛି । ପ୍ରଚ୍ଛଦପଟ୍ଟର ଖଳନାୟକ ନିଜେ ଗୃହ ରାଷ୍ଟ୍ରମନ୍ତ୍ରୀ ଥିବାରୁ ତଦନ୍ତ ଦିଗହରା ହୋଇଯାଇଛି ବୋଲି କହିଛି ବିଜେପି । Published by:Anand S.T. Das First published: October 25, 2021, 19:36 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । BalangircrimeKalahandimurderOdisha ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ଓକିଲଙ୍କୁ ଆନ୍ଦୋଳନ ମନା, ନମାନିଲେ ଲାଇସେନ୍ସ ସସ୍‌ପେଣ୍ଡ ସହ ଗିରଫ ନେଇ ଏସିଙ୍କ ନିର୍ଦ୍ଦେଶ ବିଶ୍ୱକପ ପାଇଁ ଆଉ କିଛି ମାସ ବାକି, ୱାନଡେ ଟିମରେ ସଞ୍ଜୁ ସାମସନ ଆବଶ୍ୟକ ? ଆଫତାବକୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ, ଆକ୍ରମଣକାରୀ କହିଲେ- ଶ୍ରଦ୍ଧାକୁ ୩୫ ଖଣ୍ଡ କରିବା ବାଲାକୁ ୭୦ ଖଣ୍ଡ କରିବୁ ଟଙ୍କାର ପରିମାଣ ଦୁର୍ବଳ ହେଉଛି; କିନ୍ତୁ ଧନୀ ହେଉଛନ୍ତି ଅଧିକ ଧନୀ ପ୍ରଭୁଙ୍କ ନାମ ଜପି ଟଳିପଡିଲେ ସାଧୁ... ଶବକୁ ଅପମାନ; ଟ୍ରଲିରେ ଗଲା ସ୍ୱର୍ଗଦ୍ୱାର ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
2022-11-29T00:18:04Z
https://odia.news18.com/news/odisha/govind-sent-to-jail-blood-sample-collected-from-mamita-family-1ad-251021-ad-81487.html
OSCAR-2301
Dr. Basudev Pradhan – ଆପଣଙ୍କର କେଶ ଝଡ଼ୁଛି କି ? କରନ୍ତୁ ଏହି ସହଜିଆ ଘରୋଇ ଉପଚାର 100% ଗ୍ୟାରେଣ୍ଟି – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home ଘରୋଇ ଉପଚାର Dr. Basudev Pradhan – ଆପଣଙ୍କର କେଶ ଝଡ଼ୁଛି କି ? କରନ୍ତୁ ଏହି ସହଜିଆ ଘରୋଇ ଉପଚାର 100% ଗ୍ୟାରେଣ୍ଟି Dr. Basudev Pradhan – ଆପଣଙ୍କର କେଶ ଝଡ଼ୁଛି କି ? କରନ୍ତୁ ଏହି ସହଜିଆ ଘରୋଇ ଉପଚାର 100% ଗ୍ୟାରେଣ୍ଟି ଘରୋଇ ଉପଚାର By Apurva Das Share ଜଣେ ନାରୀର ସୁନ୍ଦରତା ତାର ଘନ ଓ ଲମ୍ୱା କେଶ ହୋଇଥାଏ , ତାହା ଜଣେ ନାରୀକୁ ଅଧିକ ସୁନ୍ଦର ଦେଖାଯିବାରେ ସାହାର୍ଯ୍ୟ କରିଥାଏ । ଏହା କେବଳ ସୁନ୍ଦର ନୁହଁ ବରଂ ବ୍ୟକ୍ତିର ଭାଗ୍ୟ ନିର୍ଦ୍ଧାରଣ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । କିନ୍ତୁ ଆଜିର ଦିନରେ ଜଳବାୟୁର ପରିବର୍ତ୍ତନ ହେବା ଯୋଗୁଁ ଅଧିକ ମାତ୍ରାରେ କେଶ ଝଡିବା ସମସ୍ୟା ଦେଖାଯାଉଛି । କେଶ ଝଡିବା ସମସ୍ୟାକୁ ରୋକିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ବଜାରରେ ମିଳୁୂଥିବା ପ୍ରଡକ୍ଟ ଗୁଡିକ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସମସ୍ୟା ଦୂର ହେବା ପରିବର୍ତ୍ତେ ଅଧିକ ମାତ୍ରାରେ ଦେଖାଯାଏ । ଏକ ରିସର୍ଚ୍ଚ ଅନୁସାରେ ଜଣା ପଡିଛି ଯେ , କେବଳ ବୃଦ୍ଧ ବା ଯୁବକ ମାନଙ୍କର ନୁହଁ ବରଂ ଏହା ଛୋଟ ପିଲା ମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି । କେଶ ଝଡିବା ଏକ ରୋଗ ନୁହଁ , ଏହା ପଛରେ ଅନେକ କାରଣ ରହିଛି । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କେଉଁ କେଉଁ ଉପାୟ ସାହାର୍ଯ୍ୟ ଆମେ ଆମର କେଶ ଝଡିବା ସମସ୍ୟାକୁ ରୋକି ପାରିବା ଏବଂ ଏହାର କାରଣ ଗୁଡିକ ବିଷୟରେ ମଧ୍ୟ ଆସନ୍ତୁ ଜାଣିବା । କେଶ ଝଡିବାର କାରଣ :- 1. ଅଧିକ ବୟସ ହେବା କାରଣରୁ ମୁଣ୍ଡର ବାଳ ଖସିଥାଏ । 2. ଥାଇରଏଡ ରୋଗ ଥିଲେ । 3. ଜେନେଟିକ ସମସ୍ୟା ଥିଲେ । 4. ହରମୋନର ଅଧିକ କ୍ଷରଣ କାରଣରୁ କେଶ ଝଡିଥାଏ । 5. ଅଧିକ ଚିନ୍ତାରେ ରହୁଥିଲେ । କେଶ ଝଡିବାର ଚିକିତ୍ସା :- 1. ଯଦି ଆପଣଙ୍କ ଠାରେ କେଶ ଝଡିବା ସମସ୍ୟା ଅଧିକ ଦେଖାଯାଉଛି , ତେବେ ପ୍ରଥମେ ଆପଣ ଡକ୍ଟରଙ୍କ ପରାମର୍ଶ ରେ ମେଡିସିନ ସେବନ କରନ୍ତୁ । 2. ପ୍ରଥମେ ଆପଣ ଆପଣଙ୍କ କେଶ ଝଡିବାର ମୂଳ କାରଣ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଏବଂ ସେହି ଅନୁସାରେ ତାର ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ଅଟେ । 3. ଏହାଛ଼଼ଡା ଆପଣ ମାନେ ଯଦି ଅଧିକ ମାନସିକ ଚିନ୍ତାରେ ରହୁଛନ୍ତି , ତେବେ ମାନସିକ ଚିନ୍ତାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ । ଅଧିକ ମାତ୍ରାରେ ସବୁଜ ପନିପରିବା ଖାଆନ୍ତୁ ଏବଂ ଏହା ସହ ଭିଟାମିନେ E ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହା ଦ୍ୱାରା ଆପଣଙ୍କର କେଶ ଝଡିବା ସମସ୍ୟା ବନ୍ଦ ହୋଇଥାଏ । ତେଣୁ ଆପଣ ମାନେ ସର୍ବଦା ସବୁଜ ପନିପରିବା ଓ ଭିଟାମିନ E ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହା ସହିତ ନିୟମିତ ଭାବରେ ବ୍ୟାୟାମ କରନ୍ତୁ ଏବଂ ଆବଶ୍ୟକ ପରିମାଣରେ ପାଣିର ସେବନ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହା ସହିତ ଆପଣ ମାନେ ସର୍ବଦା ଚିନ୍ତାମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଆବଶ୍ୟକ ପରିମାଣରେ ଶରୀରକୁ ପୋଷଣ ଦିଅନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-12-05T19:05:10Z
https://news22media.com/aapana-nakrav-kesha-jhaduchhi-ki/
OSCAR-2301
ସମୁଦ୍ରରୁ ଅନେକ ରହସ୍ୟମୟ ଜୀବ ଠାବ ହେବା ଘଟଣା ସାମ୍ନାକୁ ଆସିଛି। ଏଭଳି ରହସ୍ୟମୟ ଜୀବ ଦୁନିଆ ସାମ୍ନାକୁ ହଠାତ୍‌ ଆସିଥାନ୍ତି, ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ। ଏମିତି କିଛି ଘଟଣା ପଞ୍ଚିମବଙ୍ଗ କୋଲକାତାରରେ ଘଟିଛି। Rajalaxmi Sahoo India Published: Monday, 30 August 2021 Last updated: 30 August 2021, 10:34 AM IST Credit: News18 sss କୋଲକାତା: ସମୁଦ୍ରରୁ ଅନେକ ରହସ୍ୟମୟ ଜୀବ ଠାବ ହେବା ଘଟଣା ସାମ୍ନାକୁ ଆସିଛି। ଏଭଳି ରହସ୍ୟମୟ ଜୀବ ଦୁନିଆ ସାମ୍ନାକୁ ହଠାତ୍‌ ଆସିଥାନ୍ତି, ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ। ଏମିତି କିଛି ଘଟଣା ପଞ୍ଚିମବଙ୍ଗ କୋଲକାତାରରେ ଘଟିଛି। ଦୀଘା ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମତ୍ସଜୀବୀଙ୍କ ଜାଲରେ ବିଶାଳକାୟ ମାଛ ପଡ଼ି ଯାଇଥିଲେ। ଯାହାକୁ ଦେଖି ମତ୍ସଜୀବୀମାନେ ଚକିତ ହୋଇଯାଇଥିଲେ। ଏହିସବୁ ମାଛର ଓଜନ ୪୦୦ କିଲୋରୁ ୮୦୦ କିଲୋ ମଧ୍ୟରେ ଥିଲା। ଜାଲରେ ପଡ଼ିଥିବା ଏହି ବିଶାଳକାୟ ମାଛକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନା ଅନୁସାରେ, ଅଗଷ୍ଟ ୨୯ରେ ପଶ୍ଚିମବଙ୍ଗ ଦୀଘା ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସଜୀବୀଙ୍କ ଜାଲରେ ୨ଟି ବିଶାଳକାୟ ମାଛ ପଡ଼ି ଯାଇଥିଲା। ଜାଲରେ ପଡ଼ିଥିବା ଗୋଟିଏ ମାଛର ଓଜନ ୮ କ୍ୱିଣ୍ଟାଲ ଥିଲା। ମାଛଟି stingray ପ୍ରଜାତିର ଥିଲା। ସ୍ଥାନୀୟ ଲୋକେ ଏହାକୁ ‘ଶଙ୍କର’ ମାଛ କହିଥାନ୍ତି। ଆଜି ପର୍ଯ୍ୟନ୍ତ ଏତେ ବଡ଼ ‘ଶଙ୍କର’ ମାଛ ଜାଲରେ ପଡ଼ି ନଥିବା ମତ୍ସଜୀବୀ କହିଛନ୍ତି। ଏହାକୁ ଦେଖି ଲୋକମାନେ ପ୍ରଥମେ ଭୟଭୀତ ହୋଇଯାଇଥିଲେ। କେହି କେହି ଏହାକୁ ଦୈତ୍ୟ ବୋଲି ଭାବି ନେଇଥିଲେ ତ ଆଉ କେହି ଏହାକୁ ଏଲିୟନ ବୋଲି କହିଥିଲେ। ହେଲେ ପରେ ଜଣାପଡ଼ିଥିଲା, ଏହା ‘ଶଙ୍କର’ ମାଛ। Also Read ଜାଗତିକ ରଶ୍ମି ଖୋଜିବାରେ ବୈଜ୍ଞାନିକ ସଫଳ ଅଭିଶପ୍ତ ଗାଁ : ଅନେକ ବର୍ଷ ଧରି ନାହିଁ ଜନବସତୀ ପକ୍ଷୀ ପ୍ରେମରେ ଡାକ ସେବକ : ଘରେ ପାଳିଛନ୍ତି ୨୦୦ରୁ ଅଧିକ ପ୍ରଜାତିର ପାରା ଖବର ଜଣାପଡ଼ିବା ପରେ ବିଶାଳକାୟ ମାଛକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଥିଲା। କୋଲକାତାର ଏକ କମ୍ପାନୀ ଏହି ବିଶାଳକାୟ ମାଛକୁ ୪୦ ହଜାର ଟଙ୍କାରେ କିଣିଥିଲା। ଦୀଘାରେ ଲୋକମାନେ ‘ଶଙ୍କର’ ମାଛ ଖାଇବାକୁ ପସନ୍ଦ କରି ନଥାନ୍ତି। ତେଣୁ ମତ୍ସଜୀବୀମାନେ ଏହାକୁ ବିକ୍ରି କରି ଦେଇଥିଲେ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏମିତି ବିଶାଳକାୟ ଓ ଅଜବ ପ୍ରକାରର ମାଛ ବିଦେଶରେ ଠାବ କରାଯାଇଥାଏ। ତେବେ ଦୀଘା ସମୁଦ୍ରରେ ଏଭଳି ମାଛ ମିଳିବା ପରେ ଲୋକମାନେ ଅନ୍ୟ ବିଶାଳକାୟ ଜୀବଙ୍କ ସନ୍ଧାନରେ ଲାଗି ପଡ଼ିଥିବା ଜଣାପଡ଼ିଛି। Giant Fish Digha Fishermen Other Stories Miscellaneous ସବୁଠୁ ମହଙ୍ଗା ମଦ : ଦାମ ୩୦,୦୦୦ ଆମେରିକୀୟ ଡଲାର୍ ମଦ କଥା ଶୁଣିଲେ ଅନେକ ଭାରତୀୟ ହୁଏତ ନାକ ଟେକି ପାରନ୍ତି। କାରଣ ଭାରତରେ ମଦ୍ୟପାନକୁ ଏକ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ। ଏଭଳି କ୍ଷେତ୍ରରେ ଏମିତି ମଦ ଅଛି ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ।... Miscellaneous ରହସ୍ୟରେ ଗିଜା ପିରାମିଡ୍ ; ନିର୍ମାଣ କରିଥିଲେ କି ଏଲିଏନ୍ସ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ନିଜ ଭିତରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରେ। ସେଥିମଧ୍ୟରୁ ଗିଜାର ପିରାମିଡ୍ ଅନ୍ୟତମ। ଏହାର ନିର୍ମାଣ ଆଜକୁ ପ୍ରାୟ ୪ ହଜାର ବର୍ଷ ପୂର୍ବେ ହୋଇଥିଲା। ଇଜିପ୍ଟରେ... Miscellaneous ପକେଟ୍‌ରେ ରଖିଥିଲେ ଫୋନ୍‌; ହଠାତ୍‌ ବାହାରିଲା ଧୂଆଁ, ତା’ପରେ ହେଲା ବିସ୍ଫୋରଣ ପକେଟ୍‌ରେ ମୋବାଇଲ୍‌ ଫୋନ୍‌ ଥିବାବେଳେ ହଠାତ୍‌ ବାହାରିଲା ଧୂଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ପକେଟ୍‌ରୁ ଫୋନ୍‌ ବାହାର କରି ତଳେ ଫିଙ୍ଗି ଦେବାରୁ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଜଣେ ବ୍ୟକ୍ତି। ଗୁଜରାଟ ସୁରତ ଅଞ୍ଚଳର ରାଧନପୁର... Miscellaneous ଦେଶୀ ମଦରେ ବିଦେଶୀ ତଡ଼କା, ମହୁଲ ପୋଚରେ ମିଶୁଛି ଦାମୀ ଫଳ ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ।
2022-11-26T21:51:31Z
https://otvkhabar.in:443/news/miscellaneous/fishermen-catch-giant-rare-fish/73039
OSCAR-2301
ପ୍ରତିଫଳିତ ଗ୍ଲାସ୍, (ସ ar ର କଣ୍ଟ୍ରୋଲ୍ ଆବରଣ ଗ୍ଲାସ୍, କିମ୍ବା ଗରମ ପ୍ରତିଫଳିତ ଆବରଣ ଗ୍ଲାସ୍ ମଧ୍ୟ କୁହାଯାଏ) ହେଉଛି ଏକ ପ୍ରକାର ଆବୃତ ଗ୍ଲାସ୍ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ପତଳା ଫିଲ୍ମ ଅଛି ଯାହାକି ଅନଲାଇନ୍ ସିଭିଡି (ରାସାୟନିକ ବାଷ୍ପ ଜମା) ପ୍ରଣାଳୀ ଦ୍ୱାରା ଜମା ହୋଇଥାଏ |ଏହା ଭାସମାନ ଗ୍ଲାସର ଅପ୍ଟିକାଲ୍ କାର୍ଯ୍ୟଦକ୍ଷତାକୁ ପରିବର୍ତ୍ତନ କରିପାରିବ ଏବଂ ଆବଶ୍ୟକ ପ୍ରତିଫଳିତ ରଙ୍ଗ ସୃଷ୍ଟି କରିପାରିବ |ଜିଞ୍ଜିଙ୍ଗ ୟୁରୋ ବ୍ରୋଞ୍ଜ, ସୁବର୍ଣ୍ଣ ବ୍ରୋଞ୍ଜ, ୟୁରୋ ଧୂସର, ନୀଳ ଧୂସର, ସ୍ଫଟିକ ଧୂସର, ଫୋର୍ଡ ନୀଳ, ଜିଞ୍ଜିଙ୍ଗ ନୀଳ, ଫ୍ରେଞ୍ଚ ସବୁଜ ଉପରେ ପ୍ରତିଫଳିତ ଗ୍ଲାସ ଉତ୍ପାଦନ କରିଛି | ଆମକୁ ଇମେଲ୍ ପଠାନ୍ତୁ | ଉତ୍ପାଦ ବିବରଣୀ ଉତ୍ପାଦ ଟ୍ୟାଗ୍ସ | ପ୍ରତିଫଳିତ ଗ୍ଲାସ କ’ଣ? ପ୍ରତିଫଳିତ ଗ୍ଲାସ୍ ସ୍ୱଚ୍ଛ କିମ୍ବା ଟିଣ୍ଟେଡ୍ ଗ୍ଲାସ୍ ଯେଉଁଥିରେ ଭୂପୃଷ୍ଠରେ ଧାତୁ କିମ୍ବା ଧାତବ ଅକ୍ସାଇଡ୍ ର ଏକ ପତଳା ସ୍ତର ଥାଏ |ଫ୍ଲୋଟ୍ ପ୍ରକ୍ରିୟା ସମୟରେ ପ୍ରତିଫଳିତ ଆବରଣ ପ୍ରୟୋଗ କରାଯାଏ |ଗ୍ଲାସ ଯେତେ ମୋଟା, the ରକା ଦେଇ କମ୍ ଆଲୋକ ଅତିକ୍ରମ କରିବ |ପ୍ରତିଫଳିତ ଆବରଣ ଉତ୍ତାପ ବୃଦ୍ଧି ଏବଂ ବାହ୍ୟରୁ ଚମକକୁ ହ୍ରାସ କରୁଥିବାବେଳେ ଦୃଶ୍ୟମାନ ଆଲୋକ ପ୍ରବେଶ କରିବାକୁ ଅନୁମତି ଦିଏ | ପ୍ରତିଫଳିତ ଗ୍ଲାସର ବ include ଶିଷ୍ଟ୍ୟଗୁଡିକ ଅନ୍ତର୍ଭୁକ୍ତ: ଦୃଶ୍ୟ:ପ୍ରତିଫଳିତ ଗ୍ଲାସ ଏକ ବିଲ୍ଡିଂକୁ ଦର୍ପଣ ପରି ଦେଖାଯାଏ |ରୂପା, ତମ୍ବା, ସୁନା ଏବଂ ପୃଥିବୀ ସ୍ୱରରେ ଏହି ଆବରଣ ଉପଲବ୍ଧ |ଏକ କୋଠାକୁ ଏକ ସୁନ୍ଦର ବାହ୍ୟ ଦେବା ପାଇଁ ସେମାନଙ୍କୁ ଟିଣ୍ଟେଡ୍ ଗ୍ଲାସ୍ ସହିତ ମିଶ୍ରଣ କରାଯାଇପାରେ | ଦୃଶ୍ୟମାନତା:ପ୍ରତିଫଳିତ ଗ୍ଲାସ ଆପଣଙ୍କୁ ଗୋଟିଏ ପଟେ ଗ୍ଲାସ ମାଧ୍ୟମରେ ଦେଖିବା ପାଇଁ ଅନୁମତି ଦିଏ, କିନ୍ତୁ ଅନ୍ୟ ପଟେ ନୁହେଁ | ଶକ୍ତି ସଞ୍ଚୟ:କାରଣ ଏହା ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରେ ଏବଂ ଅବଶୋଷଣ କରେ, ପ୍ରତିଫଳିତ ଗ୍ଲାସ ବିଲ୍ଡିଂରେ ପ୍ରବେଶ କରୁଥିବା ସ ar ର ବିକିରଣର ପରିମାଣକୁ ହ୍ରାସ କରେ |ଏହା ଗରମ ଏବଂ ଏୟାର କଣ୍ଡିସିନର ଖର୍ଚ୍ଚରେ ଟଙ୍କା ସଞ୍ଚୟ କରିପାରିବ | ଆରାମ:ପ୍ରତିଫଳିତ ଗ୍ଲାସ ଏକ କୋଠାର ଭିତର ତାପମାତ୍ରାରେ ପରିବର୍ତ୍ତନକୁ ହ୍ରାସ କରେ | ଉତ୍ପାଦନ ସୁବିଧା: 1, ପିତ୍ତଳ, ଧୂସର, ନୀଳ ରଙ୍ଗ ସିରିଜ୍ ପାଇଁ ଜିଞ୍ଜିଙ୍ଗରେ ସମ୍ପୂର୍ଣ୍ଣ ରଙ୍ଗ ସିରିଜ୍ ଅଛି | 2, 10 ବର୍ଷରୁ ଅଧିକ ଅଭିଜ୍ଞତା ସହିତ ଉତ୍କୃଷ୍ଟ ଉତ୍ପାଦ ଗୁଣ | 3, ଏଠାରେ 3 ଟି ଲାଇନ୍ ବର୍ଷସାରା ଟିଣ୍ଟେଡ୍ ଗ୍ଲାସ୍ ଉତ୍ପାଦନ ଜାରି ରଖେ ଯାହା ରଙ୍ଗର ସ୍ଥିରତା, ନିରନ୍ତର ଏବଂ ସ୍ଥିର ଯୋଗାଣ ପାଇଁ ସର୍ବୋତ୍ତମ ନିଶ୍ଚିତତା |
2022-11-30T06:45:31Z
http://or.jinjing-glass.com/4mm-8mm-solar-control-reflective-glass-product/
OSCAR-2301
ସରକାରୀ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ପରମାଣୁ ଉର୍ଜା ବିଭାଗ ଅନ୍ତର୍ଗତ ଏଟୋମିକ ମିନିରାଲ୍ସ ଡାଇକ୍ଟୋରେଟ୍‌ ଫର ଏକ୍ସପ୍ଲୋରେସନ ଆଣ୍ଡ ରିସର୍ଚ୍ଚ (Atomic Minerals Directorate for Exploration and Research) ବିଭାଗରେ ବମ୍ପର ଭର୍ତ୍ତି । ଏଥିପାଇଁ… ବ୍ୟବସାୟ ଓ ଅର୍ଥନୀତି ONGCରେ ଏକ୍ସିକ୍ୟୁଟିଭ୍‌ ପଦରେ ବାହାରିଲା ଚାକିରି; ୭ ନଭେମ୍ବର ସୁଦ୍ଧା କରନ୍ତୁ ଆବେଦନ…ଦେଖନ୍ତୁ ବିବରଣୀ CW 7 Oct 21, 2022 0 ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ମହାରତ୍ନ କମ୍ପାନୀ Oil and Natural Gas Corporation (ONGC) ଅନେକ ପଦରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରିଛି। ନୋଟିଫିକେସନ ମୁତାବକ, ୫୬ ପଦରେ ନିଯୁକ୍ତି କରାଯିବ। ଇଚ୍ଛୁକ ପ୍ରାର୍ଥୀ ୭ ନଭେମ୍ବର ୨୦୨୨ ସୁଦ୍ଧା… ବ୍ୟବସାୟ ଓ ଅର୍ଥନୀତି AIIMS Jobs ୨୦୨୨: ଏମ୍ସରେ ସରକାରୀ ଚାକିରି ପାଇଁ ବଡ଼ ସୁଯୋଗ, ଗ୍ରାଜୁଏଟଙ୍କୁ ମିଳିବ ୩୯,୧୦୦ ଟଙ୍କା ଦରମା WCW 5 Sep 19, 2022 0 AIIMS ଚାକିରି ବିଜ୍ଞପ୍ତି ଅନୁଯାୟୀ, କ୍ଲିନିକାଲ୍ ନର୍ସିଂ କିମ୍ବା ଟ୍ୟୁଟର ପଦ ପାଇଁ ୩୩ ଟି ପଦବୀ ଖାଲି ଅଛି। ଯେଉଁଥି ପାଇଁ ଇଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଯୋଗ୍ୟ ପ୍ରାର୍ଥୀ AIIM ଋଷିକେଶର ଅଫିସିଆଲ୍ ୱେବସାଇଟ୍ aiimsrishikesh.edu.in କୁ ଯାଇ ଆବେଦନ କରି ପାରିବେ। ଚାକିରି ପାଇ…
2022-11-30T06:18:36Z
https://knewsodisha.com/tag/best-job-india
OSCAR-2301
କରଞ୍ଜିଆ(ଦୀପକ ମହାନ୍ତ): ଯିଏ ସାତ ଜନ୍ମ ପାଇଁ ସୁରକ୍ଷା ଦେବ ବୋଲି ଶପଥ ନେଇଥିଲା, ସିଏ ନିଜେ ହିଁ ମାଡ଼ ମାରି ପତ୍ନୀକୁ ଲହୁଲୁହାଣ କଲା। ସ୍ୱାମୀର ଠେଙ୍ଗା ମାଡ଼ରେ ଲହୁଲୁହାଣ ସ୍ତ୍ରୀ ଗାଁ ଦାଣ୍ଡରେ ଅଚେତ ହୋଇ ପଡ଼ିଲା । ଶେଷରେ ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରାମରା ଗ୍ରାମ ଦରଦରା ଛକ ନିକଟରେ ଦେଖିବାକୁ ମିଳିଛି। ଗୁରୁତର ମହିଳାଜଣକ ହେଲେ ପ୍ରମିଳା ନାଏକ । ତାଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟି ଲହୁଲୁହାଣ କରିବା ପରେ ସ୍ୱାମୀ ଶୁଖିଆ ନାଏକ ଫେରାର ହୋଇଯାଇଥିବା ଜଣାଯାଇଛି। ଆହୁରି ପଢ଼ନ୍ତୁ ଦୁଇଜଣ ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଆଜି ଏକସଙ୍ଗେ ହାତରେ… 2 hours ago ଗାଡ଼ି ସାଇଡ୍‌ମରାକୁ କେନ୍ଦ୍ର କରି ଗୋଡ଼ାଇ ଗୋଡ଼ାଇ ହାଣିଲେ 2 hours ago ଗତକାଲି ସନ୍ଧ୍ୟା ସମୟରେ ଉଭୟ ଶୁଖିଆ ଓ ପ୍ରମିଳା ଦରଦରା ଛକରେ ଥିଲେ। କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହେଲା। ବଚସା ଏତେ ଉଗ୍ର ରୂପ ନେଲା ଯେ, ଉତ୍ତ୍ୟକ୍ତ ଶୁଖିଆ ଏକ ଠେଙ୍ଗାରେ ପ୍ରମିଳାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ପ୍ରମିଳା ରାସ୍ତାରେ ପଡ଼ି ଛଟପଟ ହେବା ପରେ ବେହୋସ ହୋଇଗଲେ। ଏହାଦେଖି ଘଟଣାସ୍ଥଳରୁ ଶୁଖିଆ କେଉଁଆଡ଼େ ପଳାଇଲେ। ଗାଁ ଦାଣ୍ଡରେ ପ୍ରମିଳା ପଡ଼ି ଛଟପଟ ହେଉଥିବା ଦେଖି ଗ୍ରାମବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟ କରଞ୍ଜିଆକୁ ସ୍ଥାନାନ୍ତର କରାଯାଇଛି। ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରୁଥିବା ବେଳେ ଶୁଖିଆର ପତ୍ତା ମିଳୁନି ।
2022-12-04T14:45:23Z
https://odishareporter.in/odisha/wife-attacked-by-husband-serious-778646
OSCAR-2301
ଭୁବନେଶ୍ୱର,୪ା୨(ବ୍ୟୁରୋ): କୋଟି କୋଟି ଟଙ୍କା ଖର୍ଚ୍ଚରେ ତିଆରି ନିଜସ୍ୱ ବିଲ୍ଡିଂ ଫାଙ୍କା ପଡି଼ଛି । କେଉଁଠି ଅଳନ୍ଧୁ ଲାଗିଗଲାଣି ତ, ଆଉ କେଉଁଠି ଉଇ ହୁଙ୍କା ଠିଆ ହେଲାଣି । ଆଉ କିଛି ଜାଗାରେ ରକ୍ଷଣାବେକ୍ଷଣା ଅଭାବରୁ ପୁରୁଣା ବିଲ୍ଡିଂ ଖତ ଖାଉଛି । ସେ ସବୁକୁ ବିଏମ୍‌ସିର ଖାତିର ନାହିଁ । କିନ୍ତୁ ନିଜ ମାଲିକାନାରେ ଥିବା ମାଳ ମାଳ ବିଲ୍ଡିଂ ଛାଡ଼ି ଏବେ ଭଡ଼ା ଘର ପଛରେ ପଡ଼ିଛି ବିଏମ୍‌ସି । ନିଜସ୍ୱ ବିଲ୍ଡିଂରେ ଚାଲିଥିବା ଜୋନ୍‌ ଅଫିସ୍‌କୁ ଭଡ଼ା ଘରକୁ ଉଠାଇ ନିଆଯାଇଛି । ଅଫିସ୍‌ ବାବଦରେ ରାଜସ୍ୱରୁ ମାସକୁ ୭୫ହଜାର ଟଙ୍କା ଭଡ଼ା ଗଣାଚାଲିଛି । ଭତ୍ତା ଦୁର୍ନୀତି, ଅଳିଆ ଦୁର୍ନୀତି ପରେ ବିଏମ୍‌ସି ମୁଣ୍ଡିଆଳମାନେ ଟଙ୍କା ଖାଇବାକୁ ଏବେ ନୂଆ ତରିକା ଧରିଛନ୍ତି । ଏବେ ଟଙ୍କା ଲୁଟିବାକୁ ବିଏମ୍‌ସିର ସାଉଥ୍‌ ଇଷ୍ଟ ଜୋନ୍‌ ବା ଦକ୍ଷିଣ-ପୂର୍ବ ମଣ୍ଡଳର ଅଫିସ୍‌ ଏକ ଭଡ଼ା ବିଲ୍ଡିଂକୁ ଉଠାଇ ନେଇଛନ୍ତି । ସାମନ୍ତରାପୁର ଭୁଆସୁଣୀ ମନ୍ଦିର ପାଖରେ ଥିବା ଏକ ବିଲ୍ଡିଂରେ ଏହି ଜୋନ୍‌ ଅଫିସ୍‌ ଚାଲିଛି । ପ୍ରାୟ ୬ ମାସ ତଳୁ ବିଏମ୍‌ସିର ମୁଖ୍ୟ କାର୍ଯ୍ୟାଳୟର ଓଏପି ସେକ୍ସନ୍‌ ପାଖରେ ଚାଲିଥିବା ଏହି ଜୋନ୍‌ ଅଫିସ୍‌ରୁ ସେଠାକୁ ଉଠାଇ ନିଆଯାଇଛି । ଭଡା ବାବଦକୁ ମାସକୁ ୭୫ ହଜାର ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି । ୩ ବର୍ଷ ପାଇଁ ଆଗୁଆ ୩ଲକ୍ଷ ଟଙ୍କାର ସିକ୍ୟୁରିଟି ମଧ୍ୟ ଜମା ଦେଇଛି ବିଏମ୍‌ସି । ଲୋକଙ୍କୁ ହାତପାଅ।।ନ୍ତାରେ ସେବା ଯୋଗାଇବାକୁ ବିଏମସି ସହରର ୩ଟି ସ୍ଥାନରେ ଜୋନ୍‌ ଅଫିସ୍‌ ଖୋଲଛି । ସହିଦନଗର, କଟକ ରୋଡ୍‌ ଅଞ୍ଚଳ, ସବୁ ୟୁନିଟ୍‌ ଅଞ୍ଚଳ, ବମିଖାଲ, ପୁରୁଣା ଭୁବନେଶ୍ୱର ଅଞ୍ଚଳ ଦକ୍ଷିଣ-ପୂର୍ବ ଜୋନ୍‌ ଅଧୀନରେ ଆସୁଛି । କିନ୍ତୁ ଏହି ଅଞ୍ଚଳର ଲୋକଙ୍କୁ ସେବା ଦେବାକୁ ବିଏମ୍‌ସି ସାମନ୍ତରାପୁରକୁ ଅଫିସ୍‌ ଉଠାଇ ନେଇଛି । ସାମନ୍ତରାପୁର ଅଞ୍ଚଳର ଆଗକୁ ଗଲେ ବିଏମ୍‌ସି ସୀମା ସରୁଛି । ଏଣୁ କେଉଁ ସ୍ୱାର୍ଥରେ ସହର ଭିତରେ ଜୋନ୍‌ ଅଫିସ୍‌ ନ କରି ସହର ଉପକଣ୍ଠକୁ ଉଠାଇ ନିଆଯାଇଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭଡାରୁ ବେଶ୍‌ ମୋଟା ଅଙ୍କର କମିଶନ କାରବାର ହୋଇଛି ବୋଲି ମଧ୍ୟ କିଛି ତଳିଆ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ଖାଲି ସେତିକି ନୁହେଁ, ନୂଆ ଅଫିସ୍‌ ପାଇଁ ଅଫିସ ସାମଗ୍ରୀ କିଣା ଓ ପୁରୁଣା ଅଫିସ୍‌ରୁ ନୂଆ ଅଫିସ୍‌କୁ ସାମଗ୍ରୀ ସ୍ଥାନାନ୍ତର ବାବଦରେ ଲକ୍ଷାଧିକ ଟଙ୍କାର ବିଲ୍‌ ହୋଇଛି । ଏଥିରୁ ବି ବେଶ୍‌ ହାତସଫେଇ ହୋଇଛି ବୋଲି ଅଭିଯୋଗ ଆସିଛି । ସେପଟେ ବିଏମ୍‌ସିର ଅନେକ ନିଜସ୍ୱ ବିଲ୍ଡିଂ ଅପରିତ୍ୟକ୍ତ ହୋଇପଡ଼ିଛି । ଦକ୍ଷିଣ-ପୂର୍ବ ଜୋନ୍‌ ଅଧୀନରେ ସହରର ପ୍ରମୁଖ ସ୍ଥାନରେ ଥିବା ଅନେକ ବିଲ୍ଡିଂ ଫାଙ୍କା ପଡ଼ିଛି । ୟୁନିଟ୍‌-୪ରେ ପଞ୍ଚଦୀପ ମାର୍କେଟ୍‌ କମ୍ପେ୍ଲକ୍ସ ତିଆରି ହୋଇ ଖତ ଖାଉଛି । ସହିଦନଗର ବିଏମ୍‌ସି ଭବାନୀ ମଲ୍‌ରେ ବିଏମ୍‌ସି ଅଧୀନରେ ଥିବା ଅନେକ ବ୍ଲକ୍‌ ଫାଙ୍କା ପଡ଼ିଛି । ଯାତ୍ରୀ ନିବାସର ଦୁଇଟି ମହଲା ଅପରିତ୍ୟକ୍ତ ହୋଇ ରହିଛି । ମାର୍କେଟ୍‌ ବିଲ୍ଡିଂ ପାଖରେ ବିଏମ୍‌ସିର ବିଲ୍ଡିଂ, ସହିଦନଗର କଲ୍ୟାଣ ମଣ୍ଡପ, ଦକ୍ଷିଣ-ପୂର୍ବ ଜୋନ୍‌ର ଏକାଧିକ କମ୍ୟୁନିଟି ସେଣ୍ଟର ଓ ଅନ୍ୟ ବିଲ୍ଡିଂଗୁଡିକ ବ୍ୟବହାର ଅଭାବରୁ ନଷ୍ଟ ହେବାକୁ ବସିଲାଣି । କିନ୍ତୁ ବିଏମ୍‌ସି ଅଫିସରଙ୍କୁ ନିଜସ୍ୱ ବିଲ୍ଡିଂକୁ ଗନ୍ଧାଉଛି । ନିଜ ବିଚକ୍ଷଣ ବୁଦ୍ଧି ଖଟାଇ କିଭଳି ଓ କେଉଁ ବାଟରେ ଟଙ୍କା ଖାଇ ହେବ ସେ କାମରେ ମାତିଛନ୍ତି । ଏଥିପାଇଁ ଜୋନ୍‌ ଅଫିସ୍‌ ଭଡ଼ାକୁ ଟେକି ଦେଇଛନ୍ତି । ସମ୍ବନ୍ଧିତ ଖବର ମହିଳାଙ୍କ ସାହସିକତା; ଲୁଟେରାଙ୍କୁ ଦେଲେ ପାନେ 4/12/2022 at 6:15 PM 1 min read ସାରନଗରୀରେ ଷ୍ଟ୍ରିଟ୍‌ ରୋମିଓଙ୍କ ଉତ୍ପାତ, ଆତଙ୍କିତ ଛାତ୍ରୀ ଏକୁଟିଆ ଘରୁ ବାହାରିବାକୁ ଡରୁଛନ୍ତି… 4/12/2022 at 11:08 AM 1 min read ଟୁଇନ୍‌ ସିଟି ଥାନାରେ ଅଦଳବଦଳ: ବଦଳିଲେ ୯ ଆଇଆଇସି, ହିମାଂଶୁ ସ୍ପେଶାଲ ସ୍କ୍ୱାଡ୍‌ ଏସିପି 4/12/2022 at 8:24 AM ରାଜ୍ୟରେ ବଢିବ ଶୀତ: ୭ ଯାଏ ଥଣ୍ଡା, ୮ରୁ ଶୀତ କମିବ 4/12/2022 at 7:40 AM କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା; ନମୋ ଭାରତ ମନ ମୋହିଲା 3/12/2022 at 9:08 PM 1 min read ୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ 3/12/2022 at 6:24 PM ରାଜ୍ୟ ବେଆଇନ ଭାବେ ଚାଲିଛି ବାଲି ଉତ୍ତୋଳନ : ପଶ୍ଚିମବଙ୍ଗକୁ ହେଉଛି ଚୋରା ଚାଲାଣ; କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଫେରାଦ ୧ କୋଟି ୩୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ ମହିଳାଙ୍କ ସାହସିକତା; ଲୁଟେରାଙ୍କୁ ଦେଲେ ପାନେ ଅପରାଧ ମହିଳାଙ୍କ ସାହସିକତା; ଲୁଟେରାଙ୍କୁ ଦେଲେ ପାନେ ସାରନଗରୀରେ ଷ୍ଟ୍ରିଟ୍‌ ରୋମିଓଙ୍କ ଉତ୍ପାତ, ଆତଙ୍କିତ ଛାତ୍ରୀ ଏକୁଟିଆ ଘରୁ ବାହାରିବାକୁ ଡରୁଛନ୍ତି… ୬ ବର୍ଷର ଶିଶୁ ସହ ଦୁଷ୍କର୍ମ, ବିସ୍କୁଟ ଖାଇବାକୁ ଦେଇ ଡାକିନେଇଥିଲା ନାବାଳକ ଦେଶ- ବିଦେଶ ଶିବାଜୀଙ୍କ ଉପରେ ବୟାନକୁ ନେଇ ମହାରାଷ୍ଟ୍ରରେ ନୂଆ ବିବାଦ, ବିଜେପି ନେତାଙ୍କ ଉପରେ ବର୍ଷିଲେ ସଞ୍ଜୟ ରାଉତ ପୁଣି ଭାରତକୁ ନାଲି ଆଖି ଦେଖାଇଲା ନେପାଳ , ପଥର ଫିଙ୍ଗିବା ପରେ ସୀମାରେ ଉତ୍ତେଜନା ; ଅନେକ ଆହତ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେବାକୁ ଗଲେ ପ୍ରଧାନମନ୍ତ୍ରୀ , ମା’ଙ୍କ ଠାରୁ ନେଲେ ଆଶୀର୍ବାଦ ମୋଦି ଜୀବନଚର୍ଯ୍ୟା ଦିବାନିଦ୍ରା ଦ୍ୱାରା ଆଖି ଉପରେ ପଡୁଛି କୁପ୍ରଭାବ, ସବୁ ବୟସର ଲୋକଙ୍କୁ ବିପଦ କଳା ମୋତିଆବିନ୍ଦୁ ଏହି ୪ ଟି ରୋଗ ହୋଇଥିଲେ ଖାଆନ୍ତୁ ନାହିଁ ଅଁଳା, ନଚେତ୍ ଲାଭ ବଦଳରେ ହେବ କ୍ଷତି କେବଳ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କଞ୍ଚା ଲଙ୍କା, ଜାଣନ୍ତୁ ଏହାର ଚମତ୍କାର ଫାଇଦା ମନୋରଞ୍ଜନ ଜଣାଶୁଣା ମାଲାୟାଲମ ହାସ୍ୟ ଅଭିନେତା କେ.ଏସ୍ ପ୍ରେମକୁମାରଙ୍କ ପରଲୋକ, ଦୀର୍ଘ ଦିନ ଧରି ଫୁସ୍‌ଫୁସ୍ ଜନିତ ରୋଗରେ ଅସୁସ୍ଥ ଥିଲେ…
2022-12-04T15:32:55Z
https://www.prameya.com/bmc-continue-its-work-in-rent-house/
OSCAR-2301
ନୂଆଦିଲ୍ଲୀ ୨୪।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦେଶବାସୀଙ୍କୁ ଅଗ୍ରୀମ କ୍ରିସ୍‌ମାସ୍‌ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ବଡଦିନ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରି ଉତ୍ସବ ଅବସରରେ ସମଗ୍ର ବିଶ୍ୱଲାଗି ଶାନ୍ତି କାମନା କରିବା ସହ ମନୁଷ୍ୟ ମଧ୍ୟରେ ସମନ୍ୱୟର ଭାବ ଜାଗ୍ରତ ହେଉ ବୋଲି ଆଶାପୋଷଣ କରିଛନ୍ତି। କ୍ରିସମାସରେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କର ଜନ୍ମ ହୋଇଥିଲା। ସାରା ଦେଶରେ ତାଙ୍କ ଜନ୍ମୋତ୍ସବକୁ ଲୋକେ ହର୍ଷ ଓ ଉଲ୍ଲାସର ସହ ପାଳନ କରନ୍ତୁ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି କହିଛନ୍ତିଯେ ବଡ଼ଦିନ ପର୍ବ ସହ ବିଶ୍ୱରେ ଶାନ୍ତିର ପ୍ରସାର ହେବ ବୋଲି ଆଶା କରୁଛି। ଏଣୁ ଦେଶବାସୀଙ୍କୁ ଯିଶୁଙ୍କ ପ୍ରେମ, କରୁଣା ଓ ମାନବତା ଲାଗି ଦେଇଯାଇଥିବା ବାର୍ତ୍ତାକୁ ଆତ୍ମସାତ କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ଦ୍ୱାରା ରାଷ୍ଟ୍ର ଓ ସମାଜ ପ୍ରତି ଅନୁରକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି ଏହି ଉତ୍ସବ ଲୋକଙ୍କ ମଧ୍ୟରେ ଦୟା ଓ କରୁଣାରେ ଭରିଦିଏ। ଏଣୁ ବଡଦିନରେ ମନ ବଡ କରିବାକୁ ରାଷ୍ଟ୍ରପତି ପ୍ରତିଟି ଦେଶବାସୀଙ୍କୁ କହିଛନ୍ତି।
2022-11-26T19:49:36Z
https://www.prameyanews7.com/president-ramnath-kovind-address-nation-evening-before-x-mass/
OSCAR-2301
ଚେନ୍ନାଇ: ତାମିଲନାଡୁର କ୍ଷମତାସୀନ ଡିଏମକେ ନେତା ସାଇଦାଇ ସିଦ୍ଦିବ ଆଜି ନିଜର ଆପତ୍ତିଜନକ ଶବ୍ଦ ପାଇଁ କ୍ଷମା ମାଗିଛନ୍ତି। ସେ ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ ପ୍ରତି ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିବାରୁ ପ୍ରଥମେ ଡିଏମକେର ବରିଷ୍ଠ ନେତା କାନିମୋଝୀ ଟ୍ୱିଟର ଯୋଗେ କ୍ଷମା ମାଗିଥିଲେ। ଏହାପରେ ସିଦ୍ଦିକ ମଧ୍ୟ ନିଜର ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ମଧ୍ୟ ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ “ଖୁସବୁଙ୍କ ସମେତ କୌଣସି ନେତ୍ରୀଙ୍କୁ ଆଘାତ ଦେବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା। ତଥାପି ମୁଁ ମୋର ବୟାନ ପାଇଁ କ୍ଷମା ମାଗୁଛି।” ସିଦ୍ଦିକ କ୍ଷମା ମାଗିବା ସହ ବିଜେପି ନେତାମାନେ ଦେଉଥିବା ବିବାଦୀୟ ଓ ଅପମାନବୋଧ ବୟାନକୁ ନେଇ କେହି କାହିଁକି ପ୍ରଶ୍ନ ଉଠାଉ ନାହାନ୍ତି ବୋଲି ସେ ପଚାରିଛନ୍ତି। ଆହୁରି ପଢ଼ନ୍ତୁ ଖାଇବାକୁ ଟଙ୍କା ନାହିଁ ବୋଲି ୨ ବର୍ଷର ଝିଅକୁ ହତ୍ୟା କଲା ବାପା 27 mins ago ଗେହଲଟ-ପାଇଲଟ କଳି: ବଡ଼ ନିଷ୍ପତ୍ତି ନେବ କଂଗ୍ରେସ! 1 hour ago ସେ କହିଛନ୍ତି, “ବିଜେପିର ତାମିଲନାଡୁ ମୁଖ୍ୟ ଆନ୍ନାମାଲାଇ ଡିଏମକେର ମନ୍ତ୍ରୀମାନଙ୍କୁ ଘୁଷୁରୀ ଓ ପଶୁ କହିଛନ୍ତି। ସେ ସାମ୍ବାଦିକମାନଙ୍କୁ ମାଙ୍କଡ଼ ସହ ତୁଳନା କରିଛନ୍ତି। କାହିଁକି ବିଜେପି ନେତାମାନେ ଏହା ଉପରେ କିଛି ବି କହୁ ନାହାନ୍ତି?” ପୂରା ବିବାଦ ସିଦ୍ଦିକ ଦେଇଥିବା ଗୋଟିଏ ବୟାନରୁ ସୃଷ୍ଟି ହୋଇଥିଲା। ସେ ନିଜର ଭାଷଣ ଦ୍ୱାରା ଅଭିନେତ୍ରୀରୁ ବିଜେପି ନେତ୍ରୀ ବନିଥିବା ନମିତା, ଖୁସବୁ ସୁନ୍ଦର, ଗୌତମୀ ଓ ଗାୟତ୍ରୀ ରଘୁରାମଙ୍କୁ ଟାର୍ଗେଟ କରିଛନ୍ତି। ଗୋଟିଏ ସାଧାରଣ ସଭାରେ ସେ କହିଥିଲେ ଯେ “ଏହି ୪ ନେତ୍ରୀ ହେଉଛନ୍ତି ଆଇଟମ। ଖୁସବୁ କହୁଛନ୍ତି ତାମିଲନାଡୁରେ ପଦ୍ମ ଫୁଟିବ। ହେଲେ ମୁଁ କହିବାକୁ ଚାହେଁ ଯେ ଅମିତ ଶାହଙ୍କ ପଛ ପଟ ମୁଣ୍ଡରେ ଚୁଟି ଉଠିଗଲେ ମଧ୍ୟ ତାମିଲନାଡୁରେ ପଦ୍ମ ଫୁଟିବାର କୌଣସି ସୁଯୋଗ ନାହିଁ। ଆପଣମାନେ ଜାଣିଛନ୍ତି କି ମୋ ଭାଇ ଇଲ୍ଲାୟା ଅରୁଣ କେତେ ଥର ଖୁସବୁଙ୍କ ସହ ମିଶିଛନ୍ତି? ମୋର କହିବାର ଅର୍ଥ ଖୁସବୁ ଡିଏମକେରେ ଥିବା ବେଳେ ମୋ ଭାଇ କେତେଥର ତାଙ୍କ ସହ ମିଟିଂ କରିଛନ୍ତି। ପ୍ରାୟ ୬ଥର ସେ ଖୁସବୁଙ୍କୁ ନେଇଛନ୍ତି ଓ ଆରଏ ପୁରମରେ ମିଟିଂ କରିଛନ୍ତି।” ଏପରି ମହିଳାଙ୍କ ପ୍ରତି ଆପତ୍ତିଜନକ ଶବ୍ଦକୁ ନେଇ ଖୁସବୁ ଓ ବିଜେପି ଡିଏମକେକୁ ଟାର୍ଗେଟ କରିଥିଲା। ସେ ମହିଳାଙ୍କ ଗାରିମାକୁ ଅପମାନିତ କରିବା ଭଳି କଥା କହିଛନ୍ତି ବୋଲି ଖୁସବୁ ଅଭିଯୋଗ କରିଥିଲେ।
2022-11-28T07:10:21Z
https://odishareporter.in/nation-world/india/sadiq-apologises-for-derogatory-remarks-on-bjp-leader-khushbu-777284
OSCAR-2301
ସ୍ପର୍ଶକାତର ଜେଲ୍ ଉପରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ; ଡ୍ରୋନ ମାଧ୍ୟମରେ ଜେଲ୍ ଅନ୍ତେବାସୀଙ୍କ ଉପରେ ନଜର ରଖାଯିବ; ଜେଲରେ ଅପରାଧୀଙ୍କ ଗତିବିଧିକୁ ନିରୀକ୍ଷଣ କରିବ ଡ୍ରୋନ; ଏଥତ୍ପାଇଁ ୨୨ରୁ ୨୩ଟି ଡ୍ରୋନ ଅଣାଯିବାକୁ ଯୋଜନା; ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସୂଚନା - TIMES OF ODISHA Skip to content Monday, November 28, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career Fast News ସ୍ପର୍ଶକାତର ଜେଲ୍ ଉପରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ; ଡ୍ରୋନ ମାଧ୍ୟମରେ ଜେଲ୍ ଅନ୍ତେବାସୀଙ୍କ ଉପରେ ନଜର ରଖାଯିବ; ଜେଲରେ ଅପରାଧୀଙ୍କ ଗତିବିଧିକୁ ନିରୀକ୍ଷଣ କରିବ ଡ୍ରୋନ; ଏଥତ୍ପାଇଁ ୨୨ରୁ ୨୩ଟି ଡ୍ରୋନ ଅଣାଯିବାକୁ ଯୋଜନା; ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସୂଚନା October 19, 2021 October 19, 2021 S pani 0 Comments ← ଉମରକୋଟ: ସରକାରୀ ଅର୍ଥ ଅଡପ ଅଭିଯୋଗରେ ମହିଳା ନାଜିର ଗିରଫ; ଡାବୁଗାଁ ତହସିଲର ନାଜିର ଚନ୍ଦନା ମଣ୍ଡଳଙ୍କୁ ଗିରଫ କଲା ପୁଲିସ କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ, ମୁଡ଼ପଦରରେ ଭଉଣୀ ଘରେ ଲୁଚିଥିଲା ଗୋବିନ୍ଦ ସାହୁ, ମୋଷ୍ଟ ୱାଣ୍ଟେଡ ଗୋବିନ୍ଦକୁ ଧରାଇଦେଲେ ଲକ୍ଷେ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା ପୋଲିସ → You May Also Like କଡ଼ା ସୁରକ୍ଷା ମଧ୍ୟରେ ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା June 30, 2022 June 30, 2022 Jayaprada samantaray 0 ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ଦାଦାବଟି ପାଇଁ ଗୁଳିମାଡ଼, କୁମ୍ଭାରପଡା ଥାନା ନରେନ୍ଦ୍ରକୋଣ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳିମାଡ, ରକ୍ତଜୁଡୁବୁଡୁ ଅବସ୍ଥାରେ ମହିଳା ପୁରୀ ସଦର ହସପିଟାଲରେ ଭର୍ତ୍ତି, କୁଖ୍ୟାତ ଅପରାଧୀ ବିଜୁ ବେହେରା ଗୁଳିମାଡ କରି ଫେରାର ଥିବା ଅଭିଯୋଗ, ପୁରୀ ସଦର ହସ୍ପିଟାଲରୁ ମହିଳା କଟକ ବଡ଼ ମେଡିକାଲ ସ୍ଥାନାନ୍ତର October 20, 2021 October 20, 2021 S pani 0 କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଅବ୍ବାସ ନକଭି July 6, 2022 July 6, 2022 Jayaprada samantaray 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ପୁଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିବା ୟୁଥ୍ ଫର୍ ଆକ୍ସନ କର୍ମୀଙ୍କ ଧସ୍ତାଧସ୍ତି, ବେକାରୀ ସମସ୍ୟା ପ୍ରତିବାଦରେ ୫ ମନ୍ତ୍ରୀଙ୍କ ଘର ଘେରାଉ କାର୍ଯ୍ୟକ୍ରମ, ପ୍ରଥମେ ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଘେରାଉ କରିଥିଲା ୟୁଥ୍ ଫର୍ ଆକ୍ସନ ଟିମ୍ November 16, 2022 ପାରାଦୀପରେ ମଝି ସମୁଦ୍ରରେ ୪ଟି ରାଜ୍ୟର ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ November 15, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ
2022-11-28T09:13:40Z
https://timesofodisha.com/state-of-the-art-drones-will-monitor-sensitive-jails/
OSCAR-2301
ଆଉ ଏଇ ଦୁନିଆରେ ନାହାନ୍ତି ପଞ୍ଜାବର ଫେମସ ସିଙ୍ଗର Sidhu Moosewala, ଜାଣନ୍ତୁ ତାଙ୍କ ଲାଇଫଷ୍ଟାଇଲ ଓ Biography, ଘର, ପରିବାର ଓ ଦେଖନ୍ତୁ କେତେ ସମ୍ପତ୍ତିର ମାଲିକ ଥିଲେ ସେ ? Skip to content Top Menu Disclaimer Odia Articles Odisha's No.1 News Portal ନ୍ଯୁଜ ବିଶେଷ ଖେଳ ମନୋରଞ୍ଜନ ଜୀବନଶୈଳୀ ଜ୍ଯୋତିଷ ଧର୍ମ ଅପରାଧ Main Menu ବିଶେଷ ଆଉ ଏଇ ଦୁନିଆରେ ନାହାନ୍ତି ପଞ୍ଜାବର ଫେମସ ସିଙ୍ଗର Sidhu Moosewala, ଜାଣନ୍ତୁ ତାଙ୍କ ଲାଇଫଷ୍ଟାଇଲ ଓ Biography, ଘର, ପରିବାର ଓ ଦେଖନ୍ତୁ କେତେ ସମ୍ପତ୍ତିର ମାଲିକ ଥିଲେ ସେ ? by Seema Sharma ବନ୍ଧୁଗଣ ଗତ କିଛି ସମୟ ହେବ ସାରା ଭାରତରେ ସିଧୁ ମୁସେବାଲାଙ୍କ ହତୟଆକୁ ନେଇ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ସିଧୁ ମୁସେବାଲା ପଞ୍ଜାବର ଜଣେ ଲୋକପ୍ରିୟ ଗାୟକ ଥିଲେ । ଆପଣ ମାନେ ତାଙ୍କର ଅନେକ ସୁପର ହିଟ ଗୀତ ଶୁଣିଥିବେ । ହେଲେ ତାଙ୍କର ହତୟଆ ହେବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଏକ ବହୁତ ବଡ ଝଟକା ଲାଗିଛି । ବନ୍ଧୁଗଣ ସିଧୁଙ୍କ ଅସଲି ନାମ ହେଉଛି ସୁଦୀପ ସିଂହ ସିଧୁ । ତାଙ୍କ ସମସ୍ତେ ସ୍ନେହରେ ଗଗୁ ଡାକନ୍ତି । ପଞ୍ଜାବର ମନସାର ମୁସାପିଣ୍ଡର ବାସିନ୍ଧା ଥିଲେ ସିଧୁ । ତେଣୁ ବନ୍ଧୁଗଣ ସିଧୁ ଯେତେବେଳେ ଫେମସ ହେଲେ ସେ ତାଙ୍କ ନାମ ରଖିଲେ ସିଧୁ ମୁସେବାଲା । ଆଜି ଆମେ ଆପଣ ମାନଙ୍କୁ ସିଧୁ ମୁସେବାଲାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମାତ୍ର 5 ବର୍ଷ ବୟସରେ ସିଧୁଙ୍କୁ ଗୀତ ଗାଇବା ପାଇଁ ବହୁତ ଭଲ ଲାଗୁଥିଲା । ସିଧୁ ପିଲା ଦିନରୁ ନିଷ୍ପତ୍ତି ନେଇଥିଲେ ଗାୟକ ହେବା ପାଇଁ । ସିଧୁ ଅଧିକ ସୁନ୍ଦର ଦେଖାଯାନ୍ତି ନାହିଁ ତେଣୁ ତାଙ୍କ ଲୁକ୍ ଉପରେ ବହୁତ ଲୋକ କମେଣ୍ଟ କରିଛନ୍ତି ହେଲେ ସେ କେବେ ହାର ମାନି ନଥିଲେ । ସିଧୁଙ୍କ ବାପା ପ୍ରଥମେ ଭାରତୀୟ ସେନାରେ ଥିଲେ ଗୋଟେ ଦୁର୍ଘଟଣା ହେବା କାରଣରୁ ସେ ଆଘାତ ପ୍ରାପ୍ତ ହୋଇ ପରେ ପୋଲିସରେ ଭର୍ତ୍ତି ହେଲେ । ସିଧୁଙ୍କ ମା-ବାପା ଚାହୁଁ ଥିଲେ ସିଧୁ ପାଠ ପଢନ୍ତୁ । ତେଣୁ ସିଧୁ ନିଜ ସ୍କୁଲ ପାଠ ଶେଷ କରିବା ପରେ ଲୁଧିଆନାରେ ଇଞ୍ଜିନିୟରିଙ୍ଗ କରିଥିଲେ । ସିଧୁ ନିଜ ପାଠ ପଢା ଶେଷ କରିବା ପରେ ଗୀତ ଗାଇବା ପାଇଁ ମନ ବଳେଇଥିଲେ ହେଲେ ତାଙ୍କୁ ଗୀତ ଲେଖିବା ଆସୁ ନଥିଲା । ସିଧୁ ଏକ ଲେଖକ ଖୋଜିବା ପାଇଁ ବହୁତ ଚେଷ୍ଟା କରିଲେ ହେଲେ କେହି ବି ତାଙ୍କ ଗୀତ ଲେଖିବା ପାଇଁ ରାଜି ହୋଇ ନଥିଲେ । ଏହା ପରେ ବହୁତ କଷ୍ଟରେ ଜଣେ ଲେଖକ ସିଧୁଙ୍କ ଗୀତ ଗାଇବା ପାଇଁ ରେଡି ହେଇଥିଲେ । ସିଧୁ ଏହା ଶୁଣିବା ପରେ ବହୁତ ଖୁସି ହୋଇଥିଲେ । ସେହି ଲେଖକ ସିଧୁଙ୍କୁ ତାଙ୍କ ଗାଁକୁ ଡକାଇ ଥିଲେ ସିଧୁ ବର୍ଷାରେ ଓଦା ହେଇ ସେଠାକୁ ଯାଇଥିଲେ ହେଲେ ଲେଖକ ଗୀତ ଗାଇବାକୁ ମନା କରିଥିଲେ । ଏହା ପରେ ସିଧୁଙ୍କୁ ବହୁତ କଷ୍ଟ ହୋଇଥିଲା ଆଉ ସେଦିନ ସେ ନିଷ୍ପତ୍ତି ନେଲେ ଆଉ କିଏ ଲେଖିଥିବା ଗୀତ ସେ ଗାଇବେ ନାହିଁ । ଏହା ପରେ ସିଧୁ ନିଜ ହଷ୍ଟେଲ ଆସି ଗୀତ ଲେଖିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଲାଇସେନ୍ସ ଗୀତଟିକୁ ଲେଖିଥିଲେ ଆଉ ଏହି ଗୀତଟି ଠିକ ଠାକ ଚାଲିଥିଲା । ଏହା ପରେ ସିଧୁ ନିଜ ପାଠ ପଢା କମ୍ପ୍ଲିଟ କରିବା ପାଇଁ କାନ୍ନଡା ଚାଲିଗଲେ । କାନ୍ନଡା ଯିବା ପରେ ସିଧୁ ବହୁତ କଷ୍ଟ ଓ ସଂଘର୍ଷ କରି ଅନେକ ସୁପର ହିଟ ଗୀତ ଗାଇଥିଲେ । ଏହା ପରେ ସିଧୁ ଫେମସ ହେଇଗଲେ । ତାଙ୍କର ମୋଟ ସମ୍ପତ୍ତି କହିଲେ 30 କୋଟି ଟଙ୍କା ବୋଲି ସୂତ୍ରରୁ ଜଣା ପଡିଛି । ଏହା ସହିତ Toyota Fortuner, SUV, Isuzu D-Max, Mercedes AMG 63 ଓ Mustang ଆଦି ଲକ୍ଜରୀ କାର ର ମାଲିକ ଥିଲେ ସେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସିଧୁଙ୍କ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । Related Posts Odia GK Questions- ଗୋଟିଏ ଝିଅ ଜନ୍ମ ହେଲା 1950 ରେ ଆଉ ମଲା 1950 ରେ, ଯେତେବେଳେ ସେ ମଲା ସେତେବେଳେ ତା ବୟସ ଥିଲା 20 ବର୍ଷ, ଏହା କିପରି ସମ୍ଭବ ? December 2, 2022 December 2, 2022 Odia GK Questions- ଶରୀରର କେଉଁ ଅଙ୍ଗ ନିଆଁରେ ଜଳେ ନାହିଁ ? କଣ ଆପଣ ଜାଣିଛନ୍ତି ? December 1, 2022 Odia Gk Questions- ଝିଅମାନେ ସବୁଠୁ ଅଧିକ କେତେ ବେଳେ ଗରମ ହୋଇଥାନ୍ତି ? କଣ ଆପଣ କହି ପାରିବେ ? November 30, 2022 Post navigation Previous Article କିଛି ଦିନ ତଳେ Cuttack କୁମ୍ଭାର ସାହିରେ ଗଢା ଯାଇଥିବା ସ୍ବର୍ଗତଃ Mihir Das ଙ୍କ ପ୍ରତିମାକୁ କିଏ ଓ କାହିଁକି ଦେଲା ଭାଙ୍ଗି ? ଦେଖନ୍ତୁ… Next Article କିନ୍ନର ମାନେ କାହା ପାଇଁ ଓ କିପରି ପାଳନ୍ତି ସାବିତ୍ରୀ ବ୍ରତ, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ଏହି କିନ୍ନର ଜଣଙ୍କ ? ଦେଖନ୍ତୁ Video Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Latest Posts View All ମନୋରଞ୍ଜନ ଓଲିଉଡ ପାଇଁ ଆସିଲା ବଡ ଦୁଃଖ ଖବର ! ଆଉ ନାହାଁନ୍ତି ଓଡିଶାର ଆଗ ଧାଡିର ଏହି ବର୍ଷୀୟାନ ଅଭିନେତ୍ରୀ…ସବୁଆଡେ ଶୋକର ଲହରୀ by Payal Pattanaik ବନ୍ଧୁଗଣ, ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ପରଲୋକ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଗତକାଲି କଟକ ଚଣ୍ଡୀ ରୋଡ ସ୍ଥିତ … ”ମୁଁ ଜମା ବିଶ୍ଵାସ କରେନି କି “ଦମନ” ଫିଲ୍ମ ଆସିଲା ବୋଲି ଓଡିଆ ଇଣ୍ଡଷ୍ଟ୍ରୀ ବଞ୍ଚିଗଲା କାହିଁକି ନା ଏହି ଫିଲ୍ମ ଟି ଗୋଟେ…’ Siddhanta Mohapatra December 2, 2022 ଦେଖନ୍ତୁ ଭିଡିଓ: ନିଜ ବାହାଘରରେ ନିଜେ ‘ସାଜନ ଜି ଘର ଆୟେ…’ ଗୀତରେ ଜମେଇ କି ନାଚିଲେ ହିରୋଇନ Riya Dey… December 2, 2022 Latest Posts View All ଜୀବନଶୈଳୀ ପେଟ କମାଇବା ପାଇଁ କଣ ଖାଇବେ ? Dietician Niharika Dash by Seema Sharma ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ ମୋଟାପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ମୋଟାପଣର ଶିକାର ହେଉଛନ୍ତି । ତେବେ ବନ୍ଧୁଗଣ ଶରୀରରେ ଅଧିକ ଚର୍ବି ଜମା ହେବା ଦ୍ଵାରା …
2022-12-02T12:13:46Z
https://news86media.com/sidhu-moosewala-life-style-biography/
OSCAR-2301
ରାଜ୍ୟ ସରକାର କାଲିଠାରୁ ରାଜ୍ୟରେ ଗାଡ଼ିମଟର ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । କେତେକ ନିର୍ଦ୍ଧିଷ୍ଟ ନିୟମ ମାନି ଗାଡ଼ିମଟର ଚଳାଇବାକୁ ରାଜ୍ୟ ସରକାର ନିର୍ଦ୍ଧେଶ ଜାରି କରିଛନ୍ତି । ଯଦି କାହାର କରୋନା ରୋଗର ଲକ୍ଷଣ ଥାଏ, ତେବେ ସେ ଯାତ୍ରା କରି ପାରିବେ ନାହିଁ । ବସଗାଡ଼ିର ସିଟରୁ ଅଧିକ ଯାତ୍ରୀଙ୍କୁ ବସରେ ନିଆ ଯାଇ ପାରିବ ନାହିଁ । ଚାରି ଚକିଆ ଯାନ ବା ଅଟୋରେ ଡ୍ରାଇଭରକୁ ଛାଡ଼ି କେବଳ ଦୁଇଜଣ ଯାଇ ପାରିବେ । କେହି ବି ଯଦି କୌଣସି କାର୍ଯ୍ୟରେ ବାହାର ରାଜ୍ୟକୁ ଯାଇ ୩ ଦିନ ଭିତରେ ଫେରନ୍ତି, ତେବେ ସେ ଘରକୁ ଫେରିଲା ପରେ ସଙ୍ଗରୋଧରେ ରହିବାକୁ ପଡ଼ିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ସଙ୍ଗରୋଧର ଅବଧିରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି । ବାହାର ରାଜ୍ୟରୁ ଓଡ଼ିଶାକୁ ଏବେ ଫେରିଲେ ସହରାଂଚଳର ଲୋକଙ୍କ ପାଇଁ ୧୪ ଦିନର ସଙ୍ଗରୋଧରେ ରହିବା ଓ ଗ୍ରାମାଂଚଳ ପାଇଁ ୨୧ ଦିନର ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ସେ ଘୋଷଣା କରିଛନ୍ତି । ଏହା ସହ ଯାତ୍ରା ସମୟରେ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ସାନିଟାଇଜର ସାଙ୍ଗରେ ନେଇ ଯାତ୍ରା କଲେ. ତାହା ଅଧିକ ଗ୍ରହଣୀୟ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି । Advertisement WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : [email protected]
2022-12-09T01:29:18Z
https://nabodaya.in/permission-for-movement-of-vehicles/
OSCAR-2301
ଭୁବନେଶ୍ୱର,ଅକ୍ଟୋବର ୯(ଓଡ଼ିଶା ଡଟ୍ କମ୍)-ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ନବଗଠିତ ଓଡ଼ିଶା ଜନମୋର୍ଚ୍ଚା ପକ୍ଷରୁ ୧୮୯ ସହିଦନଗର ପୋଷ୍ଟ ଅଫିସ୍ ପାଖରେ ମୋର୍ଚ୍ଚାର ନଗର କାର୍ଯ୍ୟାଳୟ ଖୋଲା ଯାଇଛି । ପୂଜାହୋମ ପରେ କାର୍ଯ୍ୟାଳୟ ଖୋଲା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯଜ୍ଞେଶ୍ୱରବାବୁ, ମିହିର ମହାନ୍ତି, ଡ.ଶରତ ମିଶ୍ର, ଶେଷଦେବ ପାତ୍ର, ଡ.ହରିଶ୍ଚନ୍ଦ୍ର ନାୟକ, ରାଜେନ୍ଦ୍ର ପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । କାମର ଗୁରୁତ୍ୱ ଦୃଷ୍ଟିରୁ ଆହୁରି ଗୋଟିଏ ଘର ଭଡା ନିଆ ଯାଇ ସହିଦ ନଗରରେ ମୋର୍ଚ୍ଚାର ମୁଖ୍ୟ କାର୍ଯ୍ୟାଳୟ ଖୋଲା ଯିବ ବୋଲି ଆଲୋଚନା ହୋଇଛି । ଓଡ଼ିଶା ଜନମୋର୍ଚ୍ଚା ପକ୍ଷରୁ ୧ତାରିଖରେ ଲୋୟର ପିଏମଜିଠାରେ ୫୦ହଜାର ଲୋକଙ୍କ ସମାବେଶ ପାଇଁ ଅନୁମତି ଦେବାକୁ କମିଶନରେଟ ପୁଲିସକୁ ଆବେଦନ କରାଯାଇଥିଲା । ଏଥିରେ ସମାବେଶର ନିର୍ଦ୍ଧିଷ୍ଟ ତାରିଖ ଉଲ୍ଲେଖ ନଥିଲା । ପରେ ୪ତାରିଖରେ ଡିସିପିଙ୍କୁ ପୁନର୍ବାର ଆବେଦନ କରାଯାଇଥିଲା ଓ ୨୮ତାରିଖରେ ସମାବେଶ କରାଯିବ ବୋଲି ଉଲ୍ଲେଖ ରହି ଅନୁମତି ପାଇଁ ଅନୁରୋଧ କରାଯାଇଥିଲା । ମୋର୍ଚ୍ଚା ତରଫରୁ ଆସନ୍ତା ୨୮ତାରିଖରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରିବାକୁ ନିଷ୍ପତି ହୋଇଛି । ଲୋୟର ପିଏମଜିରେ ଏହି ସମାବେଶ ଆୟୋଜନାର ଅନୁମତି ପ୍ରଦାନକୁ ନେଇ କମିଶନରେଟ ପୁଲିସ ଏବେ ଅଡ଼ୁଆରେ ପଡ଼ିଯାଇଛି । ସମାବେଶ ପାଇଁ ଅନୁମତି ପ୍ରଦାନ ଦାୟିତ୍ୱ ଡିସିପିଙ୍କର ବୋଲି କହି ପୁଲିସ କମିଶନର ସୁନୀଲ ରାୟ ଏହି ପ୍ରସଙ୍ଗ ଡିସିପି ନୀତିନ ଜିତ ସିଂହଙ୍କ ଉପରେ ପକାଇ ଦେଇଛନ୍ତି । ଏ ସଂକ୍ରାନ୍ତରେ କମିଶନରେଟ ପୁଲିସ ପକ୍ଷରୁ ଅଦ୍ୟାବଧି କୌଣସି ନିଷ୍ପତି ନିଆଯାଇପାରିନାହିଁ; ବରଂ ଏ ନେଇ ଏସିପି ଓ ସମ୍ପୃକ୍ତ ଅଞ୍ଚଳର ଥାନାଧିକାରୀଙ୍କଠାରୁ ଅନୁଧ୍ୟାନ ରିପୋର୍ଟ ଆହ୍ୱାନ କରାଯାଇଛି । ଏ ନେଇ ଜନମୋର୍ଚ୍ଚା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ଏ ନେଇ ଜନ ମୋର୍ଚ୍ଚାର ମୁଖପାତ୍ର ଯଜ୍ଞେଶ୍ୱର ବାବୁ କହିଛନ୍ତି, ଶୀଘ୍ର ଅନୁମତି ଦେଲେ ଆମେ ସମାବେଶ ପାଇଁ ଆୟୋଜନ କରିବୁ ।ଏହା ଏକ ସାଧାରଣ ବିଷୟ ହୋଇଥିବାବେଳେ ପୁଲିସ ଏଥିନେଇ ବିବ୍ରତ ହେବାର ନାହିଁ । ୨୮ତାରିଖର ସମାବେଶ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ ଏବଂ କୌଣସି ବିକ୍ଷୋଭ ବା ଘେରାଉ କାର୍ଯ୍ୟକ୍ରମ ନାହିଁ ବୋଲି ସେ କହିଛନ୍ତି । ଓଡ଼ିଶା ଡଟ୍ କମ୍ ଓଡିଶା ଡଟ କମ Filed Under: ଓଡିଶା ଖବର Tagged With: କମିଶନରେଟ ପୁଲିସ, ଜନମୋର୍ଚ୍ଚା, ପ୍ୟାରୀମୋହନ ମହାପାତ୍ର, ସହିଦନଗର ସମୟ କହିବ କିଏ ଠିକ୍ , କିଏ ଭୁଲ୍ : ଯଜ୍ଞେଶ୍ୱର ବାବୁ (ସାକ୍ଷାତକାର) October 8, 2012 by ଓଡିଶା ଡଟ କମ Leave a Comment ସମୟ କହିବ କିଏ ଠିକ୍ , କିଏ ଭୁଲ୍ : ଯଜ୍ଞେଶ୍ୱର ବାବୁ (ସାକ୍ଷାତକାର) ଏବେ ଓଡ଼ିଆଙ୍କ ମନ ଭିତରେ ଓଡ଼ିଶା ଜନମୋର୍ଚ୍ଚାକୁ ନେଇ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି । ଲୋକେ ଜାଣିବାକୁ ଚାହୁଁଛନ୍ତି ଯେ ପ୍ରକୃତରେ ଏଇଟା କ’ଣ? ଗୋଟିଏ ପଟେ ଜନମୋର୍ଚ୍ଚାର ନେତାମାନେ କହୁଛନ୍ତି ଯେ ସେମାନେ ବିଜୁ ଜନତା ଦଳ(ବିଜଦ)ରେ ଅଛନ୍ତି, ଏବଂ ବିଜଦକୁ ମଜବୁତ୍ କରିବା ପାଇଁ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିଛନ୍ତି । ଅନ୍ୟ ପଟେ ଯେଉଁ ନେତାଙ୍କ ନାଁ ଜନମୋର୍ଚ୍ଚାର କାର୍ଯ୍ୟକର୍ତା ହିସାବରେ ଆସୁଛି ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ତାଙ୍କ ପଛରେ ଲାଗି ଯାଉଛନ୍ତି । ବିଜୁ ଜନତା ଦଳ ନେତାଙ୍କର କହିବା କଥା ଯେ ଗୋଟିଏ ଦଳରେ ରହି ସେହି ଦଳରେ ଆଉ ଗୋଟିଏ ମୋର୍ଚ୍ଚା ଗଠନ କରିବାଟା ଦଳ ବିରୋଧି କାମ । ଏ ବିଷୟରେ ଯିଏ ଜବାବ ରଖନ୍ତେ(ସାଂସଦ ପ୍ୟାରୀମୋହନ ମହାପାତ୍ର) ସେ ବ୍ୟକ୍ତି ଜଣକ ଏବେ ଚୁପ୍ । ତାଙ୍କ କହିବା କଥା ଯେ ସେ ଯାହା କହିବେ ଅକ୍ଟୋବର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିବେ । ଏବେ ସେ କେବଳ ଯଜ୍ଞେଶ୍ୱର ବାବୁଙ୍କୁ ତା’ଙ୍କ ସଙ୍ଗଠନ ବିଷୟରେ କହିବାକୁ ଅନୁମତି ଦେଉଛନ୍ତି । ଯଜ୍ଞେଶ୍ୱର ମଧ୍ୟ ଏ ଯାବତ୍ ମୋର୍ଚ୍ଚା ବିଷୟରେ କେଉଁଠି ହେଲେ ସବୁକଥା ଖୋଲିକରି କହି ନଥିଲେ । ପ୍ରକୃତରେ ଜନମୋର୍ଚ୍ଚା କ’ଣ, ଏହାର ଉଦ୍ଦେଶ୍ୟ କ’ଣ ସେକଥା ଜାଣିବା ପାଇଁ ଓ ପାଠକମାନଙ୍କୁ ଜଣାଇବା ପାଇଁ ଯଜ୍ଞେଶ୍ୱରଙ୍କୁ ଭେଟିଥିଲେ ସୁରେନ୍ଦ୍ର ପାତ୍ର । ପ୍ରଶ୍ନ : ଯଜ୍ଞେଶ୍ୱରଜୀ! ପ୍ରକୃତରେ ଏଇ ଜନମୋର୍ଚ୍ଚାଟି କ’ଣ? ଯଜ୍ଞେଶ୍ୱର : ସିଧା କଥାରେ ଏହା ଏକ ନୂତନ ରାଜନୈତିକ ମୋର୍ଚ୍ଚା, ଏହା ଏକ ସଙ୍ଗଠନ ତଥା ଏକ ମାଧ୍ୟମ । ପ୍ରଶ୍ନ: ମାଧ୍ୟମ କାହାର? ଯଜ୍ଞେଶ୍ୱର : ଏହା ହେଉଛି ସେହି ବିଜେଡି କର୍ମୀମାନଙ୍କର ନିଜ କଥା କହିବାର ଏକ ମାଧ୍ୟମ ଯେଉଁମାନେ ଦୀର୍ଘଦିନ ଧରି ଦଳର ସେବା କରି ଆସୁଥିଲେ ମଧ୍ୟ ଏକରକମ କୋଣଠେସା ହୋଇ ରହିଛନ୍ତି । ସେମାନଙ୍କୁ ସେମାନଙ୍କର କଥାକୁ କହିବା ପାଇଁ ସୁଯୋଗ ମିଳୁନାହିଁ କି ସେମାନଙ୍କ କଥାକୁ ଶୁଣିବା ପାଇଁ କେହି ନଥିବା ପରି ଲାଗୁଛି । ଏହା ବିଜେଡିକୁ ସଜାଡିବା ତଥା ବିଜେଡିରେ ସଂସ୍କାର ଆଣିବାପାଇଁ ଏକ ମାଧ୍ୟମ । ପ୍ରଶ୍ନ : ଏହାର ଅର୍ଥ ହେଉଛି ଯେ ଆପଣମାନେ ପୁରାପୁରି ବିଜେଡିରେ ରହି ଜନମୋର୍ଚ୍ଚାକୁ ଚଳାଇବେ? ଯଜ୍ଞେଶ୍ୱର : ହଁ । ସୁପା : ଏକଥା କ’ଣ ସମ୍ଭବ? ଆପଣମାନଙ୍କୁ ତ ବିଜେଡିରୁ ନିଲମ୍ବିତ କରାଯାଇ ସାରିଲାଣି । ଯଜ୍ଞେଶ୍ୱର : ଆମେମାନେ ଏବେବି ବିଜେଡିରେ ଅଛୁ ଓ ବହିସ୍କାର ହୋଇନାହୁଁ । ଆପଣ ଦେଖିଥିବେ ମତେ ଯେଉଁଦିନ ନିଲମ୍ବିତ କରାଗଲା ସେ ଖବର ଶୁଣୁଶୁଣୁ ବଲାଙ୍ଗୀରର ଚାରିଜଣ ବ୍ଲକସ୍ତରର ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଦେଲେ । ବହିସ୍କାର ପରେ କ’ଣ ହେବ ଆପଣ ଚିନ୍ତା କରନ୍ତୁ । ଆମେ ସବୁ ମଲାମାଛି ନୁହେଁ ଯେ ଯିଏ ଯେତେବେଳେ ଚାହିଁବ ସିଏ ଆମକୁ ଚା କପରୁ କାଢି ଫୋପାଡି ଦେବ । ତା ବ୍ୟତୀତ ଆମ ଆଗରୁ ମଧ୍ୟ କିଛି ଲୋକ ଏହି ଦଳ ଭିତରେ ଥାଇ ସ୍ୱତନ୍ତ୍ର ମଞ୍ଚ କରି ସାରିଛନ୍ତି । ମତେ ଯେବେ ନିଲମ୍ବିତ କରାଗଲା କୁହାଗଲା (ମତେ କିଛି ଲିଖିତ ଭାବରେ କୁହାଯାଇ ନାହିଁ) ଯେ ମୁଁ କାଳେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଲି । କିନ୍ତୁ ଯେଉଁ ନେତା ଜଣକ ବିଜୁ ବିଚାର ମଞ୍ଚ ଗଠନ କରିଥିଲେ ସେତ ମୁଖ୍ୟମନ୍ତ୍ରୀଙ୍କୁ ବୁଲାଇ ବଙ୍କାଇ “ମୁର୍ଖ” ବୋଲି କହିଥିଲେ । ସେ’ତ ଦଳର ମହାସଚିବ ଥିଲେ । ଏବେବି ଦଳର ଜଣେ ବରିଷ୍ଠ ଉପସଭାପତି ଅଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନିଜେ କୌଣସି ବିଷୟରେ କିଛି ନିଷ୍ପତି ନେଇ ପାାରୁ ନାହାନ୍ତି । ଅନ୍ୟର ନିଷ୍ପତିକୁ କେବଳ କାର୍ଯ୍ୟକାରୀ କରାଉଛନ୍ତି । ତା’ମାନେ ମୁଖ୍ୟମନ୍ତ୍ରୀ ମୁର୍ଖ । ପୁଣି ସେହି ଲୋକ ଦଳର ନିର୍ବାଚନ ଚିହ୍ନ “ଶଙ୍ଖ”କୁ କହିଥିଲେ “ଗେଣ୍ଡା” । ତାଙ୍କୁ ତ କେହି ଦଳରୁ ବହିସ୍କାର କରିନାହିଁ । ଓଲଟା ସିଏ ଏବେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ । ପ୍ରଶ୍ନ : ଆଜ୍ଞା! ମତେ ସିଧା କହନ୍ତୁ ଯେ ଆପଣମାନେ ବାରବର୍ଷ ଧରି ବିଜେଡିରେ ରହିବା ପରେ ଏବେ କ’ଣ ହେଲା ଯେ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିବାର ଆବଶ୍ୟକତା ପଡ଼ିଲା? ଯଜ୍ଞେଶ୍ୱର : ଦେଖନ୍ତୁ ! ଓଡ଼ିଶାରେ ସବୁ ଥାଇ ମଧ୍ୟ ଏହା କେନ୍ଦ୍ର ସରକାରଙ୍କ ଲଗାତର ଅବହେଳା କାରଣରୁ ଦୀର୍ଘ ସମୟ ଧରି ଅବହେଳିତ ହୋଇ ରହିଥିଲା । ଏଥିରୁ ମୁକୁଳିବା ପାଇଁ ଓଡ଼ିଶାରେ ଗୋଟିଏ ଆଂଚଳିକ ଦଳର ଆବଶ୍ୟକତା ବହୁ ଦିନରୁ ଅନୁଭୂତ ହୋଇ ଆସୁଥିଲା । କାରଣ ଜାତୀୟ ସ୍ତରରେ ଯେଉଁ ରାଜନୈତିକ ଦଳ ଗୁଡିକ ଅଛନ୍ତି ସେଥିରେ ଥିବା ଓଡ଼ିଆ ନେତାମାନଙ୍କର କଥାକୁ କେହି ଶୁଣନ୍ତି ନାହିଁ । ବିହାର, ଉତର ପ୍ରଦେଶ, ମହାରାଷ୍ଟ୍ର, ଦକ୍ଷିଣ ଭାରତର ନେତାମାନଙ୍କ କଥାକୁ ସେଠି ଅଧିକ ଗୁରୁତ୍ୱ ଦିଆଯାଏ । କେବଳ ବିଜୁବାବୁଙ୍କୁ ଛାଡି ଦେଲେ ଓଡ଼ିଶାର କୌଣସି ନେତା ଦିଲ୍ଲୀରେ, ସଂସଦରେ ବା ସଂସଦ ବାହାରେ ଓଡ଼ିଶା ସପକ୍ଷରେ କିଛି ଦାବି କରି ପାରନ୍ତି ନାହିଁ କି ସେପରି କିଛି ଆଖିଦୃଶିଆ ଜନମତ ସୃଷ୍ଟି କରି ପାରନ୍ତି ନାହିଁ । ବିଜୁବାବୁ ମଧ୍ୟ ବାରମ୍ବାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଓ ଅର୍ଥନୈତିକ ସାର୍ବଭୌମତା ଦେବାକୁ ଦାବି କରି କରି ଥକି ଗଲେ ପଛେ ତାଙ୍କ କଥା କେହି ଶୁଣି ନଥିଲେ । ତେଣୁ ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କ ନାମରେ ଆମେମାନେ ଓଡ଼ିଶାରେ ଏକ ରାଜନୈତିକ ଦଳ ଗଠନ କରିଥିଲୁ । ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ଏହାର ଅଧ୍ୟକ୍ଷ କରିଥିଲୁ । ଏହା ସହିତ ନବୀନବାବୁ ସାରା ଜୀବନ ଦିଲ୍ଲୀରେ ରହି ଓଡ଼ିଶାର ଭାଷା ଓ ଚାଲିଚଳଣୀ ସହିତ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ବସ୍ତୁସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା କାରଣରୁ ବିଜୁବାବୁଙ୍କ ସହିତ ବହୁଦିନ ଧରି କାମ କରିଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ୟାରୀମୋହନ ମହାପାତ୍ରଙ୍କୁ ସରକାର ଓ ସଂଗଠନକୁ ଉଚିତ ମାର୍ଗରେ ଚଳାଇବାର ଦଦାୟିତ୍ୱ ଦିଆଯାଇଥିଲା । ନିଜେ ସଭାପତି ସମସ୍ତଙ୍କୁ କହୁଥିଲେ ଯେ ପ୍ୟାରୀବାବୁଙ୍କୁ ଭେଟ । ପ୍ୟାରୀବାବୁଙ୍କ ସଫଳ ଗୋଟିଚାଳନା ଫଳରେ ପ୍ରଥମ ଥର ପାଇଁ ଗୋଟିଏ ଆଞ୍ଚଳିକ ଦଳ ଲଗାତର ତିନିଥର ପାଇଁ ରାଜ୍ୟରେ ସରକାର ଗଢିବାକୁ ସଫଳ ହେଲା ଓ ରାଜ୍ୟବାସୀଙ୍କର ଏକ ଆଖିଦୃଶିଆ ବିକାଶ ହୋଇ ପାରିଲା । ଆଗରୁ ସଂସଦରେ ଓଡ଼ିଶାର ସ୍ୱର କେହି ଶୁଣି ପାରୁ ନଥିଲେ କିନ୍ତୁ ନିଜେ ପ୍ୟାରୀମୋହନ ମହାପାତ୍ର ବିଜେଡିର ସଂସଦୀୟ ଦଳର ନେତା ହେବା ଫଳରେ ସଂସଦରେ ଓଡ଼ିଶାର ଦାବିଗୁଡିକ ଯୋରଦାର ଢଙ୍ଗରେ ଉଠିଲା । କେବଳ ସେତିକି ନୁହେଁ ସଂସଦ ଭବନ ପରିସରରେ ବିଭିନ୍ନ ବିଷୟରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ କଥାକୁ ନେଇ ଓଡ଼ିଶାର ସାଂସଦମାନେ ପ୍ଲାକାର୍ଡ ଧରି ଧାରଣା ମଧ୍ୟ ଦେଲେ । ଯାହା ଫଳରେ ଦିନେ ଓଡ଼ିଶାକୁ ଟଙ୍କା ଦେଲା ବେଳକୁ ଯେଉଁ ପ୍ରଧାନମନ୍ତ୍ରୀ କହୁଥିଲେ ଟଙ୍କା ଗଛରେ ଫଳେ ନାହିଁ ସେହି ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶାର ସବୁ ଦାବି ପୂରଣ କରିବାକୁ ବାଧ୍ୟ ହେଲେ । ପ୍ରଶ୍ନ : ସବୁତ ଠିକ୍ ଥିଲା ପୁଣି ମୋର୍ଚ୍ଚା ଗଠନ ହେଲା କାହିଁକି? ଯଜ୍ଞେଶ୍ୱର : କେତେଜଣ କୁଚକ୍ରୀଙ୍କ ପାଇଁ । ସେମାନେ ଦେଖିଲେ ଯେ ପ୍ୟାରୀବାବୁଙ୍କର ଲୋକପ୍ରିୟତା ବଢି ଯାଉଛି । ସେମାନେ ବିଜୁବାବୁଙ୍କୁ ଧମକାଇ ଯେପରି ନିଜ ନିଜର ସ୍ୱାର୍ଥସାଧନ କରିପାରୁଥିଲେ ଏଠାରେ ତାହା ହେଉନାହିଁ । ପ୍ୟାରୀବାବୁ କହୁଥିଲେ ଆଗେ ଓଡ଼ିଶା କଥା ଚିନ୍ତା କର । ତେଣୁ ସେମାନେ ସବୁବେଳେ ନବୀନବାବୁଙ୍କ କାନରେ ପକାଇଲେ ଯେ ପ୍ୟାରୀବାବୁ ଆପଣଙ୍କଠାରୁ ଅଧିକ ଲୋକପ୍ରୀୟ ହୋଇ ଯାଉଛନ୍ତି । କେଉଁଠାରେ ଯଦି ବିଜେଡି କର୍ମୀମାନେ ଶ୍ରଦ୍ଧାରେ ପ୍ୟାରୀବାବୁଙ୍କର ବଡ଼ ପୋଷ୍ଟରଟାଏ ଲଗାଇଦେଲେ ତେବେ ନବୀନବାବୁଙ୍କୁ କୁହାଗଲା ଯେ ପ୍ୟାରୀବାବୁ ଆପଣଙ୍କଠୁ ବଡ଼ ପୋଷ୍ଟର ଲଗେଇଲେଣି । କେତେବେଳେ ତାଙ୍କୁ କୁହାଗଲା ଯେ ପ୍ୟାରୀବାବୁ ନିଜେ ମୁଖ୍ୟମନ୍ତ୍ରୀ ହୋଇଯିବାକୁ ବସିଛନ୍ତି । ପ୍ରଶ୍ନ : ପ୍ୟାରୀବାବୁ କ’ଣ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ସତରେ ଚାହୁଁ ନାହାନ୍ତି? ଯଜ୍ଞେଶ୍ୱର : ଜମା ନୁହେଁ । ସିଏ ଯଦି ସେକଥା ଚାହିଁ ଥାଆନ୍ତେ ତେବେ ତାଙ୍କୁ କିଏ ଅଟକାଇ ଥାଆନ୍ତା କି? ଗତ ନିର୍ବାଚନରେ ପରା ୮୦ରୁ ଅଧିକ ଲୋକଙ୍କୁ ସିଏ ଟିକେଟ ଦେଇଛନ୍ତି, ସେମାନଙ୍କ ପାଇଁ ପ୍ରଚାର କରିଛନ୍ତି ଓ ସେମାନଙ୍କୁ ଜିତାଇଥିଲେ । ଯଦି ପ୍ୟାରୀବାବୁ କହି ଥାଆନ୍ତେ ତେବେ ନିର୍ବାଚନ ପରେ ପରେ କ’ଣ ସେହି ନୂଆ ବିଧାୟକମାନେ ପ୍ୟାରୀବାବୁଙ୍କୁ ମୁଖ୍ୟମନ୍ତ୍ରୀ କରି ନଥାନ୍ତେ କି? ଏ ସବୁ ହେଉଛି ସେହି ଚକ୍ରାନ୍ତକାରୀଙ୍କ ବେପାର ଯେଉଁମାନେ ଆଗ ନିଜ କଥା ବୁଝନ୍ତି ପରେ ଲୋକଙ୍କ କଥା । ନବୀନବାବୁ ସେକଥାକୁ ନବୁଝି ଓଲଟା ପ୍ୟାରୀବାବୁଙ୍କୁ ସନ୍ଦେହ କଲେ । ପ୍ରଶ୍ନ : ସେଇଥିପାଇଁ ନବୀନଙ୍କୁ ହଟାଇଦେବାକୁ ପ୍ୟାରୀବାବୁ ମଇ ୨୯ ବୈଠକ ଡକାଇଥିଲେ ? ଯଜ୍ଞେଶ୍ୱର : ବେକାର କଥା । ମଇ ତାରିଖର ୨୯ ବୈଠକ ମୋଟେ ନବୀନଙ୍କୁ ହଟାଇବାକୁ ବସି ନଥିଲା । କଥା ହେଉଛି ପ୍ୟାରୀବାବୁ ନବୀନବାବୁଙ୍କର ହାବଭାବ ଦେଖି କରଛଡା ଦେବା ପରେ ପ୍ରଶାସନ ଉପରେ କାହାରି ଅଙ୍କୁଶ ରହିଲା ନାହିଁ । ଯାହାଫଳରେ ଜନକହିତକର କାମ ସବୁ ସ୍ଥାଣୁ ହୋଇଗଲା । ଗୋଟିଏ ଉଦାହରଣ ଦେଖନ୍ତୁ । ସେତେବେଳେ ଆମ ଚିରମରୁଡିଗସ୍ତ ପଶ୍ଚିମ ଓଡ଼ିଶା ସହିତ କୋରାପୁଟ, ମୟୁରଭଞ୍ଜ ଓ କେନ୍ଦୁଝରର ଅନେକ ଅଂଚଳରେ ପ୍ରବଳ ଗରମ ଅନୁଭୂତ ହେବା ସାଙ୍ଗକୁ ଲୋକଙ୍କୁ ପିଇବାପାଣି ମିଳୁ ନଥାଏ । ତା ସାଙ୍ଗକୁ ଘନଘନ ବିଜୁଳିକାଟ ଜନନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥାଏ । ଲୋକମାନେ ଆସି ପାଣି ଓ ବିଜୁଳୀ ଯୋଗାଇ ଦେବାକୁ ବିଧାୟକମାନଙ୍କ ଉପରେ ଚାପ ପକାଉ ଥାଆନ୍ତି । ହେଲେ ବିଧାୟକମାନେ କହିବେ କାହାକୁ? ଅଫିସରମାନେ ତାଙ୍କ କଥାକୁ କାନକୁ ନେଲେ ନାହିଁ । ଏଠାରେ ମୁଖ୍ୟମନ୍ତ୍ରୀ ତାଙ୍କ ଚିରାଚରିତ ଢଙ୍ଗରେ ନବୀନ ନିବାସ ନହେଲେ ସଚ୍ଚିବାଳୟର ହାଇ ସିକ୍ୟୁରିଟୀ ଜୋନ୍ ଭିତରେ ପଶି ରହିଲେ । ସିଏ ବା କାହାକୁ ଚିହ୍ନିଥିଲେ ଯେ କାହାକୁ କ’ଣ କହିଥାଆନ୍ତେ କି କରିଥାଆନ୍ତେ? ତେଣୁ ବିଧାୟକମାନେ ନିଜ ସମସ୍ୟା ବିଷୟରେ କହିବାକୁ ହନ୍ତସନ୍ତ ହୋଇଗଲେ । ଲୋକଙ୍କର ଯେତେବେଳେ ଏଇ ଅବସ୍ଥା ସେତିକିବେଳକୁ ପୁଣି ନବୀନବାବୁ ଲମ୍ବା ଟୁରରେ ବିଦେଶ ଚାଲିଗଲେ । ବିଧାୟକମାନେ ଯେତେଦେବେଳ ପ୍ୟାରୀବାବୁଙ୍କୁ କିଛି କରିବାକୁ କହିଲେ ସେତେବେେଳେ ପ୍ୟାରୀବାବୁ ଗୋଟିଏ ଦିନ ଧାର୍ଯ୍ୟ କରି ବିଧାୟକମାନଙ୍କୁ କହିଲେ ଯାହାର ଯାହା କହିବାର ଅଛି ଲେଖିକରି ଦିଅ । ନେତା ବିଦେଶରୁ ଫେରିଲେ ସେସବୁ ଲେଖାକୁ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦେବି ଆଉ କହିବି ଯେ ଚୁଗୁଲି ପଛେ ଶୁଣିବ, ଆଗ ଲୋକଙ୍କ କଥା ବୁଝ । ପ୍ରଶ୍ନ : ଏକଥା ପାଇଁ ରାତି ଅଧିଆ ବୈଠକ କରିବାର କ’ଣ ଆବଶ୍ୟକତା ଥିଲା? ଯଜ୍ଞେଶ୍ୱର : ଏଇଟା ରାତିଅଧିଆ ବୋଲି ଆପଣ କେମିତି କହୁଛନ୍ତି ମୁଁ ଜାଣିନି । ପ୍ରଥମ କଥା ହେଲା ସେଦିନ ସେମିତି କିଛି ବୈଠକ ମୋଟେ ହୋଇନାହିଁ । ଚାରି ଜଣିଆ ପାଞ୍ଚ ଜଣିଆ ଦଳରେ ପାଖାପାଖି ୩୦ ଖଣ୍ଡେ ବିଧାୟକ ଯାଇ ୧୫ ମିନିଟ / ୨୦ ମିନିଟ ଭିତରେ ସେମାନଙ୍କ କଥା କହି, ଲେଖା ଦେଇ ଦସ୍ତଖତ କରି ବାହାରି ଆସୁଥିଲେ । ରାତି ସାଢେ ଏଗାରଟା ବେଳକୁ ପ୍ୟାରୀବାବୁଙ୍କ ଦେହ ଖରାପ ଥିବାରୁ ସିଏ କହିଲେ ଯେ ସିଏ ଶୋଇବାକୁ ଯିବେ । ନବୀନବାବୁ ତ ନିଜେ ସେଦିନ ସଂଧ୍ୟାରେ ଫୋନ୍ କରି ବୁଝିଲେ ଯେ ସେଦିନ ପ୍ୟାରୀବାବୁଙ୍କ ଘରେ କିଛି ବି ବୈଠକ ହେଉ ନଥିଲା । ତାହେଲେ ରାତିଅଧିଆ ଅପରେଶନ କ’ଣ ହେଲା? ବରଂ ମଇ ୨୯ ତାରିଖ ରାତିରେ ନବୀନବାବୁଙ୍କ ଅନୁପସ୍ଥିତିରେ ମିଛରେ ପ୍ରଚାର କରାଯାଇ ପ୍ୟାରୀବାବୁଙ୍କ ରାଜନୀତି ସଫା କରିଦେବାକୁ ଏକ ମିଡନାଇଟ ଅପରେସନ ନବୀନ ନିବାସରେ କରାଯାଇଥିଲା ବୋଲି ଏବେ ଲୋକେ ବୁଝି ଗଲେଣି । ଯେଉଁମାନେ ବୁଝି ନାହାନ୍ତି ସେମାନେ ଖୁବ୍ ଶୀଘ୍ର ବୁଝିଯିବେ । କୌଣସି ଟିଭି ଚ୍ୟାନେଲ କ’ଣ ଲୋକଙ୍କୁ ସବୁବେଳେ ବୋକା ବନେଇ ରଖିପାରିବ କି? ପ୍ରଶ୍ନ : ହେଲେ ସବୁଠିତ ସେଇକଥା କୁହାଯାଉଛି । ଯଜ୍ଞେଶ୍ୱର : ସବୁଠି ନୁହେଁ । ଆମରି ଦଳର ଜଣେ କୁଚକ୍ରୀ ସାଂସଦ ଯିଏ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ ବୋଲି ଦଳ ଭିତରେ ଓ ବାହାରେ ଆଲୋଚନା ଚାଲିଛି, ସେହି ତାଙ୍କ ଟିଭି ଚ୍ୟାନେଲରେ ପ୍ରଥମେ ପ୍ରଚାର କରାଇ ଦେଲେ ଯେ କ୍ଷମତା ପରିବର୍ତନ ପାଇଁ ପ୍ୟାରୀବାବୁଙ୍କ ଘରେ ବୈଠକ ଚାଲିଛି । ତା’କୁ ଅନ୍ୟ କିଛି ଟିଭି ଚ୍ୟାନେଲ୍ ଏକ ଚମକ୍ରାରୀ ଖବର ଭାବରେ ପ୍ରଚାର କରାଇ ଚାଲିଲେ । ପୁଣି ସେହି ସାଂସଦଙ୍କ ଟିଭି ଚ୍ୟାନେଲ ଜଣେ ବିବାଦିତ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ଆଣି ଠିଆ କରାଇ କହିଲା ଯେ ସେ କାଳେ ଦେଖିଛନ୍ତି ଯେ ସେମାନେ ଯେଉଁ କାଗଜରେ ଦସ୍ତଖତ ଦେଉଥିଲେ ସେଥିରେ ଲେଖାଥିଲା ଯେ ପ୍ୟାରୀମୋହନ ମହାପାତ୍ର ହେଉଛନ୍ତି ଆମର ନୂଆ ନେତା । ପୁଣି କହିଲେ ଜଣେ ଲୋକ, ହେଲେ ଦେଖାଇଲେ ଧାଡି କରି ଠିଆ ହୋଇଥିବା ପାଂଚ ଜଣଙ୍କ ଫଟୋ । ପ୍ରଶ୍ନ : ଆପଣ ବିଶ୍ୱାସ କରୁଛନ୍ତି ଯେ ଏ କାହାଣୀକୁ ଓଡ଼ିଶାର ଲୋକେ ବିଶ୍ୱାସ କରିବେ? ଯଜ୍ଞେଶ୍ୱର : ଏଇଟା କାହାଣୀ ନୁହେଁ ଆଜ୍ଞା! ଏଇଟା ତଥ୍ୟ ଉପରେ ପରିବେଶିତ ପ୍ରମାଣ ହୋଇ ସାରିଥିବା ସତ୍ୟ । ଉଦାହରଣ ଦେଖନ୍ତୁ । ନବୀନବାବୁ ଓଡ଼ିଶା ଫେରିବା ପରେ ତା’ଙ୍କୁ ପ୍ୟାରୀ ବିରୋଧୀ ତିନି ଚାରି ଜଣ ନେତା କହିଥିଲେ ଦେଲେ ଯେ ଏକରେ ସେଦିନ ୪୦ରୁ ଅଧିକ ବିଧାୟକ ପ୍ୟାରୀବାବୁଙ୍କ ଘରେ ଏକାଠି ହୋଇ ବୈଠକ କଲେ ଓ ଗୋଟିଏ କାଗଜରେ ଦସ୍ତଖତ କରିଛନ୍ତି ଯେଉଁଥିରେ ଲେଖା ହୋଇଥିଲା ଯେ ପ୍ୟାରୀମୋହନ ମହାପାତ୍ର ହେଉଛନ୍ତି ଆମର ନେତା । ଦୁଇରେ ୨୯ ତାରିଖ ରାତିରେ ପ୍ୟାରୀ ମହାପାତ୍ର ରାଜଭବନକୁ ଫୋନ୍ କରି ରାଜ୍ୟପାଳଙ୍କୁ ସମୟ ମାଗିଥିଲେ ଓ ରାଜ୍ୟପାଳ ତା ପରଦିନ ୧୧ଟା ବେଳେ ଆସିବାକୁ ସମୟ ଦେଇଥିଲେ । ତିନିରେ ଭୁବନେଶ୍ୱରର ଏକ ହୋଟେଲରେ ୬୨ଟା କୋଠରୀ ଭଡାରେ ନିଆ ଯାଇଥିଲା ଯେଉଁଥିରେ ପ୍ୟାରୀଙ୍କ ଘରେ ବୈଠକ କରିଥିବା ଓ ନଥିବା ୬୦ ଜଣ ବିଧାୟକ ରହିଥାଆନ୍ତେ ଏବଂ ସେମାନେ ସେହିଠାରୁ ରାଜଭବନ ଯାଇ ରାଜ୍ୟପାଳଙ୍କୁ ପ୍ୟାରୀବାବୁଙ୍କ ସପକ୍ଷରେ ଲିଖିତ ସମର୍ଥନ ଦେଇଥାଆନ୍ତେ ଓ ସେଠାରୁ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଥାଆନ୍ତେ । ପୁରୀରେ ବି ଜଣେ ବରିଷ୍ଠ ବିଧାୟକ କାଳେ ଏହି ବିଧାୟକମାନଙ୍କର ଜଗନ୍ନାଥ ଦର୍ଶନ ସହିତ ସମୁଦ୍ରକୂଳରେ ରହଣୀ ପାଇଁ ଏକ ବଡ଼ ହୋଟେଲ ନେଇଥିଲେ । ମୁଖ୍ୟମନ୍ତ୍ରୀ ଏସବୁ କଥାର ସତ୍ୟାସତ୍ୟ ଜାଣିବା ପାଇଁ ରାଜ୍ୟ ଓ କେନ୍ଦ୍ରର ଗୁଇନ୍ଦା ବିଭାଗ ସହିତ ନିଜ ତରଫରୁ ଦିଲ୍ଲୀର ଏକ ବେସରକାରୀ ଗୁଇନ୍ଦା ସଂସ୍ଥାକୁ ବି ଲଗାଇଥିଲେ । ସେମାନେ ସବୁ ରିପୋର୍ଟ ଦେଲେ ଯେ ସବୁ କଥା ମିଛ । ସେଦିନ ପ୍ୟାରୀଙ୍କ ଘରେ ୪୦ ନୁହେଁ ୪୦ରୁ କମ୍ ବିଧାୟକ ଦଳ ଦଳ ହୋଇ ବିଭିନ୍ନ ସମୟରେ ପହଞ୍ଚିଥିଲେ । ସେମାନେ ସବୁ ଯାଉଥିଲେ ଓ ଆସୁଥିଲେ । ସଂଧ୍ୟାରେ କେବଳ ଅଳ୍ପକିଛି ବିଧାୟକଙ୍କୁ ନେଇ ଏକ ବୈଠକ ହୋଇଥିଲା । ଯେଉଁ ହୋଟେଲ କଥା କୁହାଯାଇଥିଲା ସେ ହୋଟେଲର ରେଜିଷ୍ଟରରରୁ ଜଣା ପଡ଼ିଲା ଯେ ସେଦିନ ୬୨ତ ଛାଡନ୍ତୁ ଏକାଥରକେ କେହି ୩ଟି ମଧ୍ୟ କୋଠରୀ ଏକାସାଙ୍ଗରେ ବୁକ୍ କରି ନଥିଲେ । ତା ପରେ ରାଜଭବନ ସିଧା କହିଥିଲା ଯେ ୨୯ ତାରିଖରେ ବିଜେଡିର କେହି ବି ଦଳବଳ ହୋଇ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗି ନଥିଲେ କି ରାଜ୍ୟପାଳ ବି ୩୦ ତାରିଖରେ କାହାରିକୁ ଭେଟିବା ପାଇଁ ସମୟ ଦେଇ ନଥିଲେ । ବରଂ ପ୍ୟାରୀବାବୁ ଯାହା କହିଥିଲେ ସେଇଟା ହିଁ ରିପୋର୍ଟରୁ ମିଳିଥିଲା ଯେ କିଛି ବିଧାୟକ ସେମାନଙ୍କ ଅଂଚଳର ସମସ୍ୟା ବିଷୟରେ ଲେଖିକରି ଦେଇଥିଲେ । ଆମ ଦଳର ଆଉ ଜଣେ ସାଂସଦ ତାଙ୍କ ଦୈନିକ ସମ୍ବାଦପତ୍ରରେ ଲେଖିଦେଲେ ଯେ ୩୦ ତାରିଖରେ ହୋଟେଲରେ ଯେଉଁ ସାମ୍ବାଦିକ ସମ୍ମିଳନୀ ପ୍ୟାରୀବାବୁ କରିଥିଲେ ତାକୁ କାଳେ ମୁଁ ଆୟୋଜନ କରିଥିଲି । ଏପରି ମିଛ ଗାଳ୍ପିକଙ୍କ ବିରୁଦ୍ଧରେ ଆମେ କ’ଣ କରି ପାରିବୁ? ପ୍ରଶ୍ନ : ଠିକ୍ ଅଛି । କିନ୍ତୁ ଓଡ଼ିଶା ଜନମୋର୍ଚ୍ଚା ଗଠନର ଆବଶ୍ୟକତା କ’ଣ ଏଇଥିପାଇଁ ପଡ଼ିଲା? ଯଜ୍ଞେଶ୍ୱର : ହଁ! ଏହା ସେଇଥିପାଇଁ ପଡ଼ିଲା ଯେଉଁଥିପାଇଁ ମଇ ୨୯ ତାରିଖ ଦିନ ବିଧାୟକମାନେ ପ୍ୟାରୀବାବୁଙ୍କ ପାଖକୁ ଯାଇଥିଲେ । ଏବେ ଦଳର ନେତା ଓ ସବୁ କୁଚକ୍ରୀମାନଙ୍କୁ ବୁଝିବାକୁ ପଡ଼ିବ ଯେ ବିଜେଡି କେବଳ କାହାକୁ ଜଣକୁ ମୁଖ୍ୟମନ୍ତ୍ରୀ କରିବାକୁ ସୃଷ୍ଟି ହୋଇ ନଥିଲା । ଏହା କେନ୍ଦ୍ର-ପୀଡିତ ଦୁଖିନୀ ଓଡ଼ିଶାର ଆର୍ଥିକ, ସାମାଜିକ ସହିତ ରାଜନୈତିକ ସ୍ଥିତିର ବିକାଶ କରିବା ପାଇଁ ଗଠିତ ହୋଇଛି । କିଛି ଲୋକଙ୍କ ମଉଜ ପାଇଁ ନୁହେଁ । ଏହାର ଯିଏ ବି ନେତା ହୁଅନ୍ତୁ ନା କାହିଁକି ତାଙ୍କୁ ପ୍ରଥମେ ଲୋକଙ୍କ ସମସ୍ୟା କଥା ବୁଝିବାକୁ ହେବ ଓ ପ୍ରଶାସନକୁ ସମ୍ବେଦନଶୀଳ କରିବାକୁ ହେବ । ପ୍ରଶ୍ନ : ଆପଣ ଭାବୁଛନ୍ତି ଲୋକେ ଏ କଥାକୁ ଠିକ୍ ବୋଲି ଗ୍ରହଣ କରିବେ? ଯଜେ୍ଞଶ୍ୱର : ଅପେକ୍ଷା କରନ୍ତୁ! ସମୟ କହିବ କିଏ ଠିକ ଆଉ କିଏ ଭୁଲ୍ । ପ୍ରଶ୍ନ : ଶେଷର ଗୋଟିଏ ସିଧା ପ୍ରଶ୍ନ ପଚାରିବି ଯେ ଓଡ଼ିଶା ଜନମୋର୍ଚ୍ଚା ସବୁଦିନେ କେବଳ ବିଜେଡିରେ ସଂସ୍କାର ଆଣିବା ପାଇଁ ଏକ ସଂଗଠନ ହୋଇ ରହିବ ନା ଏହା ମଧ୍ୟ ଏକ ନୂଆ ରାଜନୈତିକ ଦଳର ରୂପ ନେବ? ଯଜ୍ଞେଶ୍ୱର : ଏକଦମ ସିଧା ଜବାବ ଦେଉଛି ଯେ ଜନମୋର୍ଚ୍ଚାର ଗଠନ ହୋଇଛି ଦଳରେ ସଂସ୍କାର ଆଣିବାପାଇଁ । ଆମେ ଦାବି କରୁଛୁ ଓ କରିବୁ ଯେ ବିଜେଡି ମାତ୍ର ଚାରିପାଂଚ ଜଣ ଲୋକଙ୍କର ମର୍ଜିରେ ନୁହେଁ ଦଳର ସମ୍ବିଧାନ ଓ କାର୍ଯ୍ୟକର୍ତାଙ୍କର ମତ ଅନୁଯାୟୀ ଚାଲୁ । ଦଳରେ କାର୍ଯ୍ୟକର୍ତାମାନଙ୍କର ମତ ରଖିବା ପାଇଁ ଯେଉଁ ସବୁ ସାଙ୍ଗଠନିକ ବୈଠକ ହେବା କଥା ତାହା ହେଉ । କାର୍ଯ୍ୟକର୍ତା ର୍ାମାନେ ଲୋକଙ୍କର ଯେଉଁ ସମସ୍ୟା ଆଣୁଛନ୍ତି ତାକୁ ସରକାର ସମ୍ବେଦନଶୀଳ ଭାବରେ ଶୁଣୁ ଓ ତାହାର ସମାଧାନ କରୁ । ଯଦି ଏହାକୁ କିଛି ଲୋକ ଦଳବିରୋଧି ଭାବି ଆମକୁ ଓଲଟା ନିଲମ୍ବିତ ଓ ବହିସ୍କାର କରି ଚାଲିବେ ତେବେ ଆମେ ମଧ୍ୟ ଅନ୍ୟ କଥା ଚିନ୍ତା କରିବାକୁ ବାଧ୍ୟ ହେବୁ । ପ୍ରଶ୍ନ : ଧନ୍ୟବାଦ୍ । ସୌଜନ୍ୟ : ଦୈନିକ ନବଭାରତ, ଭୁବନେଶ୍ୱର ଓଡିଶା ଡଟ କମ Filed Under: ଓଡିଶା ଖବର, ରାଜନୀତି, ସାକ୍ଷାତକାର Tagged With: ଜନମୋର୍ଚ୍ଚା, ପ୍ୟାରୀମୋହନ ମହାପାତ୍ର, ବିଜୁ ଜନତା ଦଳ, ମୁଖ୍ୟମନ୍ତ୍ରୀ, ଯଜ୍ଞେଶ୍ୱର ବାବୁ, ସାକ୍ଷାତକାର, ସାମ୍ବାଦିକ ସମ୍ମିଳନୀ « Go to Previous Page Go to page 1 Go to page 2 Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-12-06T20:42:02Z
https://www.odisha.com/tag/%E0%AC%9C%E0%AC%A8%E0%AC%AE%E0%AD%8B%E0%AC%B0%E0%AD%8D%E0%AC%9A%E0%AD%8D%E0%AC%9A%E0%AC%BE/page/2/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home DailyHoroscope Browsing Tag DailyHoroscope ରାଶିଫଳ ଶୁକ୍ରବାର ରାଶିଫଳ ( ୨୩ – ୦୯… ମେଷ: ବୁଦ୍ଧି ବିବେକ ଅନୁଯାୟୀ ସମସ୍ୟାର ସମାଧାନ କରିବେ। ଶୁଭେଚ୍ଛୁମାନଙ୍କ ସାହାଯ୍ୟ ପାଇପାନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ୍‌ ହୋଇପଡ଼ିବେ। ଦାମ୍ପତ୍ୟ ଜୀବନରେ କଳହ ଉପୁଜିପାରେ । ବୃଷ: ଦିନିଟି ହର୍ଷୋଲ୍ଲାସରେ କଟିବ। ବନ୍ଧୁବାନ୍ଧବଙ୍କଠାରୁ ଖୁସିଖବର ପାଇପାରନ୍ତି। ଜୀବନସାଥୀଙ୍କଠାରୁ… ରାଶିଫଳ ମଙ୍ଗଳବାର ରାଶିଫଳ ( ୨୦ – ୦୯… ମେଷ: ଦିନଟିରେ ଉତ୍ସାହିତ ରହିବେ। ନୂତନ ନିବେଶ ପୂର୍ବରୁ ସଠି୍‌କ ଯୋଜନା କରନ୍ତୁ। କୋର୍ଟକଚୋରୀ ମାମଲାରେ ଆପଣଙ୍କ ସପକ୍ଷରେ ହେବ। ଧୈର୍ଯ୍ୟରଖି କାର୍ଯ୍ୟ କଲେ ଉତ୍ତମ ଫଳ ପାଇବେ। ବୃଷ: କୌଣସି ଶୁଭ ଖବର ପାଇଁ ଆନନ୍ଦିତ ହେବେ। ବେରୋଜଗାରୀମାନଙ୍କୁ ରୋଜଗାରର ଅବସର ପ୍ରାପ୍ତି ହେବ। ସମାଜରେ ସମ୍ମାନ… ରାଶିଫଳ ଗୁରୁବାର ରାଶିଫଳ ( ୧୫ – ୦୯… ମେଷ: ଅଯଥା ସମୟ ନଷ୍ଟ ନ କରି ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ନିଜ ମନ କଥା କହିବାକୁ ପଛାନ୍ତୁ ନାହିଁ। କର୍ମକ୍ଷେତ୍ରରେ ପରିସ୍ଥିତି ବିଗିଡ଼ି ଯାଇପାରେ। ବୃଷ: ସାମାଜିକ ମିଳାମିଶା ବଢ଼ିବାକୁ ଲାଗିବ। ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ। ଅକସ୍ମାତ୍‌ ଧନଲାଭର ଯୋଗ ରହିଛି।… ରାଶିଫଳ ଗୁରୁବାର ରାଶିଫଳ ( ୦୧ – ୦୯… ମେଷ: ଭାବନାରେ ହଜି ସମୟ ନଷ୍ଟ କରନ୍ତୁ ନାହିଁ। ପରିବାରରେ ସୃଷ୍ଟି ହୋଇଥିବା ଭୁଲ ବୁଝାମଣାକୁ ସମାଧାନ କରିବେ। ବିଭିନ୍ନ ଦିଗରୁ ବାନ୍ଧି ହୋଇ ରହିବା ପରି ମନେ କରିପାରନ୍ତି। ବୃଷ: କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରି ସଫଳତା ହାସଲ କରିବେ। ସାଙ୍ଗସାଥୀଙ୍କ ସହ ଭ୍ରମଣଯୋଗ ରହିଛି। ବରିଷ୍ଠ… ରାଶିଫଳ ବୁଧବାର ରାଶିଫଳ ( ୧୭ – ୦୮… ମେଷ: ଆଧ୍ୟାତ୍ମିକ ଚିନ୍ତାରଖି ଶାନ୍ତି ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ନିଜକୁ ପ୍ରମାଣିତ କରିବା ପାଇଁ ନୂତନ ସୁଯୋଗ ପାଇବେ। ଦୀର୍ଘଦିନର ଆଶା ପୂରଣ ହେବ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ବୃଷ: କୋର୍ଟକଚେରୀ ମାମଲାରେ ପଡ଼ିଯାଇପାରନ୍ତି। ଆୟ ତୁଳନାରେ ବ୍ୟୟ ବଢ଼ିବ। ପରିବାରଠାରୁ ସାହାଯ୍ୟ… ରାଶିଫଳ ଶୁକ୍ରବାର ରାଶିଫଳ ( ୨୯ – ୦୭… ମେଷ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ସାଂସାରିକ ଧର୍ମକର୍ମରେ ବ୍ୟସ୍ତ ରହିବେ। ବୈବାହିକ ଜୀବନରେ ସ୍ଥିରତା ଦେଖାଦେବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିବେ। ବୃଷ: ହେଉଥିବା କାର୍ଯ୍ୟ ସ୍ଥଗିତ ରହିପାରେ। ଚାକିରିରେ କାର୍ଯ୍ୟ ବହୁଳତା ରହିବ।… ରାଶିଫଳ ଶୁକ୍ରବାର ରାଶିଫଳ ( ୧୦- ୦୬- ୨୦୨୨ ) ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷାକରନ୍ତୁ। ସନ୍ତାନସନ୍ତତି ଉନ୍ନତି ପଥରେ ଅଗ୍ରସର ହେବେ। ଅନେକ ଦିନର ସ୍ବପ୍ନ ପୂରଣ ହେବ। କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ। ବୃଷ: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ପାଇବ। ପୁରୁଣା ବନ୍ଧୁଙ୍କ ସହ ବୁଲାବୁଲି ପାଇଁ… ରାଶିଫଳ ବୁଧବାର ରାଶିଫଳ ( ୦୬ – ୦୪… ମେଷ: ଦିନଟି ଚଳଚଞ୍ଚଳ ରହିବେ। ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ସହଯୋଗ ପାଇବେ। ମହିଳାମାନେ ସୁଖୀ ରହିବେ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌। ବୃଷ: ସମାଜରେ ଉତ୍ତମ ଆସନରେ ଅଳଂକୃତ ହେବେ। ସାଂସାରିକ ସୁଖମୟ ରହିବ। ରାଜନୀତିରେ… ରାଶିଫଳ ଶନିବାର ରାଶିଫଳ ( ୦୨ – ୦୪… ମେଷ: କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ରାଜନୀତିରେ ଲୋକପ୍ରିୟତା ବଢ଼ିବ। ମହିଳାମାନେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସଫଳ ହେବେ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌। ବୃଷ: ହେଉଥିବା କାର୍ଯ୍ୟ ସ୍ଥଗିତ ରହିପାରେ । ରାଜନୀତିରେ ବିେରାଧୀ ବୃଦ୍ଧି ପାଇବେ। ଚାକିରି… ରାଶିଫଳ ଶୁକ୍ରବାର ରାଶିଫଳ ( ୨୫ – ୦୩… ମେଷ: ବହୁଚେଷ୍ଟା ସ୍ଵତ୍ତ୍ଵେବି ଅସଫଳ ହେବ। ଧର୍ମାଦି କାର୍ଯ୍ୟରେ ବ୍ୟୟ ହେବ | ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି । ବୃଷ: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ । ଚାକିରିରେ କର୍ତ୍ତୃପକ୍ଷଙ୍କର…
2022-12-01T23:06:45Z
https://thesakala.in/tag/dailyhoroscope/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home KALIA Assistance Browsing Tag KALIA Assistance ଓଡ଼ିଶା ନୂଆଁଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଆସିଲା… ଭୁବନେଶ୍ବର: ନୂଆଁଖାଇରେ ଚାଷୀଙ୍କୁ ମିଳିଛି କାଳିଆ ସହାୟତା । ରାଜ୍ଯବାସୀଙ୍କୁ ଜୟ ଜଗନ୍ନାଥ ଓ ଜୟ ମା' ସମଲେଶ୍ବରୀ କହି ନୂଆଁଖାଇ ଜୁହାର ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଁଖାଇ ମାଟି ମା’ର ପର୍ବ। ଆମର ଚାଷୀ ଭାଇ ମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ। ତେଣୁ… ଓଡ଼ିଶା ଚାଷୀଙ୍କୁ ‘ଅକ୍ଷୟ’ ଭେଟି : ଆଜି ମିଳିବ… ଭୁବନେଶ୍ୱର : ଆଜି ରାଜ୍ୟ ସରକାର ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଉପଲକ୍ଷେ ଚାଷୀମାନଙ୍କୁ ‘କାଳିଆ’ ଭେଟି ପ୍ରଦାନ କରିବେ। ରାଜ୍ୟର ୪୦ ଲକ୍ଷରୁ ଊର୍ଦ୍ଧ୍ବ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୮୦୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ମଙ୍ଗଳବାର ଅପରାହ୍ନରେ…
2022-12-01T23:58:40Z
https://thesakala.in/tag/kalia-assistance/
OSCAR-2301
ସାମାନ୍ୟ ଅସାବଧାନତା ହେତୁ ଲୋକେ ଟ୍ରେନ୍ ଦୁର୍ଘଟଣାର ଶିକାର ହେଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ତେବେ, ଏଭଳି ମଧ୍ୟ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ଉପରେ ସମ୍ପୂର୍ଣ୍ଣ ଟ୍ରେନଟି ଚଢ଼ି ଯାଇଥିଲେ ହେଁ ସୌଭାଗ୍ୟବଶତଃ ତାଙ୍କର ଜୀବନ ବର୍ତ୍ତି ଯାଇଛି। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ଘଟଣାଟି ବିହାରର ଭାଗଲପୁରର କାହଲଗାଓଁ ରେଳ ଷ୍ଟେସନରେ ଘଟିଯାଇଛି। ମିଳିଥିବା ସୂଚନା ଅନୁଯାଇ ବ୍ୟକ୍ତି ଜଣକ ରେଳ ଧାରଣା ପାର ହେବା ପାଇଁ ଫୁଟ ଓଭରବ୍ରିଜ୍ ବ୍ୟବହାର କରିବା ପରିବର୍ତ୍ତେ ରେଲୱେ ଟ୍ରାକ୍ ଉପର ଦେଇ ଯିବାକୁ ପସନ୍ଦ କରିଥିଲେ। ତେବେ, ଠିକ୍ ସେହି ସମୟରେ ହିଁ ଏକ ମାଲବାହୀ ଟ୍ରେନ ସେଠାକୁ ଆସିଯିବାରୁ ଉକ୍ତ ବ୍ୟକ୍ତିଙ୍କ ଜୀବନ ବିପଦରେ ପଡ଼ି ଯାଇଥିଲା। VIDEO: खड़ी ट्रेन के नीचे से पटरी पार कर रहा था शख्स, तभी चल पड़ी गाड़ी... pic.twitter.com/FCa5rhLggZ — NDTV India (@ndtvindia) November 10, 2022 ସବୁଠାରୁ ବଡ଼ କଥା ହେଉଛି ବ୍ୟକ୍ତି ଜଣଙ୍କ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଟ୍ରାକ୍ ମଝିରେ ଫସିଯିବା ପରେ ସେ ସେହିଠାରେ ହିଁ ମଝିରେ ସୋଇପଡ଼ିଥିଲେ। ଫଳରେ ଟ୍ରେନଟି ତାଙ୍କ ଉପର ଦେଇ ଚାଲି ଯାଇଥିଲେ ହେଁ ବ୍ୟକ୍ତି ଜଣଙ୍କ ଜୀବନ ବଞ୍ଚି ଯାଇଥିଲା। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
2022-11-26T08:55:27Z
https://odiascraps.info/special/Man-survives-as-train-runs-over-him/cid9174300.htm
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଦେଶ- ବିଦେଶ ବିଗତ ୬ବର୍ଷରେ ପ୍ରଥମ ଥର: ଚିନି ରପ୍ତାନି ଉପରେ ଲାଗିପାରେ ପ୍ରତିବନ୍ଧକ ବିଗତ ୬ବର୍ଷରେ ପ୍ରଥମ ଥର: ଚିନି ରପ୍ତାନି ଉପରେ ଲାଗିପାରେ ପ୍ରତିବନ୍ଧକ By The Sakala DPM On May 25, 2022 ନୂଆଦିଲ୍ଲ: କେନ୍ଦ୍ର ସରକାରଙ୍କୁ ଘାରିଛି ମହଙ୍ଗା ମାଡ଼ର ଚିନ୍ତା। ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ମୁଦ୍ରାସ୍ଫୀତି। ଘରୋଇ ବଜାରରେ ଯେପରି ମୂଲ୍ୟ ବୃଦ୍ଧି ନ ଘଟିବ ସେଥିପାଇଁ ଚିନି ରପ୍ତାନି ଉପରେ ସରକାର ପ୍ରତିବନ୍ଧକ ଲାଗୁ କରିବାକୁ ଯୋଜନା କରୁଛନ୍ତି। ଏହାଫଳରେ ବିଗତ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚିନି ରପ୍ତାନି ଉପରେ ସରକାର ପ୍ରତିବନ୍ଧକ ଲଗାଇବାକୁ ଯାଉଥିବା ଜଣାଯାଇଛି। ଏହାଫଳରେ ଚଳିତ ସିଜନରେ ଦେଶରେ ଚିନି ରପ୍ତାନି ୧୦ ନିୟୁତ ଟନ୍ ଯାଏ ଯାଇପାରେ। ବ୍ରାଜିଲ ପଛକୁ ଭାରତ ବିଶ୍ବର ଦ୍ୱିତୀୟ ବୃହତ ଚିନି ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ରାଷ୍ଟ୍ର। ବାଲାଂଦେଶ, ମାଲେସିଆ, ଇଣ୍ଡୋନେସିଆ ଏବଂ ଦୁବାଇ ଭାରତର ସବୁଠାରୁ ବଡ଼ ଗ୍ରାହକ। ଅଧିକ ପଢନ୍ତୁ ଚାଷୀଙ୍କଠୁ ରେଳ ଲାଇନ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ କେନ୍ଦ୍ରକୁ ନବୀନଙ୍କ… Dec 2, 2022 ସ୍ଥାନୀୟ ବଜାର ମୂଲ୍ୟରେ ନିୟନ୍ତ୍ରଣ ଲାଗୁ କରିବା ଏବଂ ଘରୋଇ ବଜାରରେ ସ୍ଥିର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଭାରତ ଚିନି ରପ୍ତାନି ଉପରେ ରୋକ୍‌ ​​ଲଗାଇବାକୁ ଯୋଜନା କରୁଥÒବା ଚଳିତବର୍ଷ ମାର୍ଚ୍ଚରେ ରଏଟର୍ସ ଏକ ରିପୋର୍ଟ ପ୍ରକାଶ କରିଥିଲା। ଅଧିକ ଆଖୁ ଭିତ୍ତିକ ଇଥାନଲ ଉତ୍ପାଦନ କରିବା ଦ୍ବାରା ବିଶ୍ବରେ ଚିନି ମୂଲ୍ୟ ବୃଦ୍ଧି ଘଟିଛି। ପ୍ରାରମ୍ଭରେ, ଭାରତ ୮ ନିୟୁତ ଟନ୍‌ର ଚିନି ରପ୍ତାନି କରିବାକୁ ଯୋଜନା କରିଥିଲା, କିନ୍ତୁ ଉତ୍ପାଦନ ଆକଳନକୁ ପୁନ ସଂଶୋଧିତ କରାଯାଉଥିବାରୁ ସରକାର ମିଲ୍‌ଗୁଡିକୁ ବିଶ୍ବ ବଜାରରେ ଅଧିକ ଚିନି ବିକ୍ରୟ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିଲେ। ଇଣ୍ଡିଆନ୍ ସୁଗାର୍ ​​ମିଲ୍ସ ଆସୋସିଏସନ୍ ଏହାର ଉତ୍ପାଦନ ପୂର୍ବାନୁମାନକୁ ପୂର୍ବରୁ କରିଥିବା ଆକଳନ ୩୧ ନିୟୁତ ଟନ୍‌ରୁ ୩୫ ନିୟୁତ ଟନ୍‌କୁ ସଂଶୋଧÒତ କରିଛି। ସରକାରୀ ସବସିଡି ବିନା ଚଳିତ ୨୦୨୧/୨୨ ମାର୍କେଟିଂ ବର୍ଷରେ ଭାରତୀୟ ମିଲଗୁଡିକ ୮.୫ ନିୟୁତ ଟନ୍ ଚିନି ରପ୍ତାନି କରିବାକୁ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ୮.୫ ନିୟୁତ ଟନ୍ ମଧ୍ୟରୁ ମିଲଗୁଡିକ ପ୍ରାୟ ୭.୧ ମିଲିୟନ୍ ଟନ୍ ଚିନି ପଠାଇ ସାରିଛନ୍ତି। ଦେଶର ବଳରାମପୁର ଚିନି, ଡାଲମିଆ ଭାରତ ଚିନି, ଧାମପୁର ଚିନି ମିଲ୍ସ, ଦ୍ୱାରିକେଶ ଚିନି ଇଣ୍ଡଷ୍ଟ୍ରିଜ୍ ଏବଂ ଶ୍ରୀ ରେଣୁକା ସୁଗାର ଭଳି କମ୍ପାନୀଗଡିକର ଉତ୍ପାଦନ ଚଳିତବର୍ଷ ୮% ଯାଏ ହ୍ରାସ ଘଟିବ।
2022-12-02T15:40:15Z
https://thesakala.in/govt-imposes-restrictions-on-sugar-exports-from-june-1/
OSCAR-2301
ନମସ୍କାର ବନ୍ଧୁଗଣ ତେବେ ଆମ ର ବଡ ଠାକୁର ହେଉଛନ୍ତି ଶ୍ରୀ ଜଗନ୍ନାଥ । ସିଏ ବଡ ଦେଉଳ ରେ ନିଜ ର ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ପୂଜା ପାଉଛନ୍ତି । ବଡ ଦେଉଳ ର ପୁରୀ ର ମଧ୍ୟ ଭାଗରେ ଅବସ୍ଥିତ । ଏହି ମନ୍ଦିର ଟି କଳିଙ୍ଗ ର କଳା କର୍ତୁତ୍ୟ ରେ ଭରପୂର । ଏହି ମନ୍ଦିର ର ଚତୁର୍ପାଶ୍ୱ ରେ କଳିଙ୍ଗ ର କୀର୍ତ୍ତି ରାଜି ସବୁ ଦେଖିବାକୁ ମିଳେ । ଓଡିଶା ର ଜୀବନ ଶୈଳୀ ଓ ଓଡିଶା ର କୀର୍ତ୍ତି ରାଜି ଉପରେ ଏହି ରାଜ୍ୟ ସ୍ଥାପିତ । ଏହି ମନ୍ଦିର ପଛରେ ମଧ୍ୟ ଅନେକ ରହସ୍ୟ ରହିଛି । ଯେଉଁ ରହସ୍ୟ ସମ୍ପର୍କରେ ହୁଏତ ଆମେ ମାନେ ମଧ୍ୟ ଜାଣିନଥିବା । ଏହି ରୋଷ ଶାଳା ରେ କାଳ କାଳ ଧରି ଅଗ୍ନି ଜଳୁଥାଏ । ଏହି ମନ୍ଦିର ବଙ୍ଗୋପସାଗର କୂଳ ରେ ଅବସ୍ଥିତ ଯାହାକୁ ମହୋଦଧି କୁହାଯାଏ । ଏହା କୂଳରେ ବଡ ଦେଉଳ ଅବସ୍ଥିତ । ଏହି ସମୁଦ୍ର ର ପାଣି ଲୁଣି ନୁହେଁ ମିଠା । ତେବେ ଆସନ୍ତୁ ଏହା ର ଆଉ ଅନେକ ରହସ୍ୟ ସମ୍ପର୍କରେ ଜାଣିବା । ୧- ସମୁଦ୍ର ପବନ । ତେବେ ଏହା ଦିନ ରେ ଗୋଟେ ଦିଗରେ ଗତି କରୁଥିବା ବେଳେ ସନ୍ଧ୍ୟା ରେ ଏହାର ଓଲଟା ଦିଗରେ ଗତି କରିଥାଏ । ସମୁଦ୍ର ର ପବନ ସାଧାରଣ ସମୁଦ୍ର ଆଡୁ ସ୍ଥଳ ଭାଗକୁ ଆସିଥାଏ କିନ୍ତୁ ଏଠାରେ ପବନ ସ୍ଥଳ ଭାଗରୁ ସମୁଦ୍ର ଆଡ କୁ ଯାଇଥାଏ । ୨- ସୁଦର୍ଶନ ଚକ୍ର । ତେବେ ଏହି ରହସ୍ୟ ମାନଙ୍କ ମଧ୍ୟରୁ ଅନ୍ୟ ଏକ ରହସ୍ୟ ହେଉଛି ଏହାର ନୀଳଚକ୍ର ବା ସୁଦର୍ଶନ ଚକ୍ର । ଏହି ଚକ୍ର ଟି ଅଷ୍ଟ ଧାତୁ ରେ ନିର୍ମିତ । ଏହି ଚକ୍ରକୁ ଭଗବାନ ଙ୍କ ର ସୁଦର୍ଶନ ଚକ୍ର ବୋଲି ମଧ୍ୟ କୁହାଯାଏ । ଏହି ଚକ୍ର ର ଏକ ବଡ ରହସ୍ୟ ହେଉଛି ଆପଣ ଯେକୌଣସି ଦିଗରୁ ଏହାକୁ ଦେଖିଲେ ଏହା ଆପଣ ଙ୍କ ଆଡ କୁ ମୁହଁ କରିଥିବାର ଦେଖାଯିବ । ୩- ଏହାର ଛାଇ । ଏହି ମନ୍ଦିର ଉଚ୍ଚତା ବହୁତ ଅଟେ । ଆପଣ ଠିଆ ହୋଇ ଏହାକୁ ଦେଖିଲେ ଆପଣ ଙ୍କୁ ଏହାର ଚୂଳି ଦେଖିବା ପାଇଁ ଆପଣ ଙ୍କ ମୁଣ୍ଡ କୁ ପୁରା ପୂରି ଉପରକୁ କରିବାକୁ ପଡିବ । କିନ୍ତୁ ଏହାର ଆର୍ଶ୍ଚଯ୍ୟକର କଥା ହେଉଛି ଏହି ମନ୍ଦିର ହେଉଛି ବିଶ୍ୱର ଏକ ମାତ୍ର ମନ୍ଦିର ଯାହାର ଛାଇ ପଡେ ନାହିଁ । ୪- ପତିତପାବନ ବାନା । ଏହି ବାନା ସବୁବେଳେ ମନ୍ଦିର ରେ ଫରଫର ହୋଇ ଉଡୁଥାଏ । ଏହା ପଛରେ ଏପରି ଏକ ବଡ ରହସ୍ୟ ରହିଛି ଯାହାର କାରଣ ଖୋଜି ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ମଧ୍ୟ ପାଇ ନାହାନ୍ତି । ଏହା ସାରା ବିଶ୍ଵରେ ଏକ ମାତ୍ର ନେତ ଯାହା ପବନ ର ବିପରୀତ ଦିଗରେ ଉଡେ । ୫- ଆପଣ ମାନେ ଦେଖିଥିବେ ପ୍ରାୟ ସବୁ ମନ୍ଦିର ର ଚୁଡା ରେ ଅନେକ ପକ୍ଷୀ ଉଡୁଥାନ୍ତି କିମ୍ବା ମନ୍ଦିର ରେ ଅନେକ ପକ୍ଷୀ ବସିଥାନ୍ତି । କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିର ହେଉଛି ଏପରି ଏକ ମନ୍ଦିର ଯାହା ର ଉପରେ କେବେ ପକ୍ଷୀ ଉଡେ ନାହି କିମ୍ବା ପକ୍ଷୀ ବସିବାର ଦେଖିବାକୁ ମିଳେ ନାହିଁ । ଏହା ଉପର ଦେଇ କୌଣସି ଉଡାଜାହାଜ ମଧ୍ୟ ଉଡେ ନାହିଁ । ୬- ଆଗରୁ ସମୁଦ୍ର ମନ୍ଦିର ର ବହୁତ ପାଖରେ ଥିଲା ଏବଂ ତିନି ଥର ମନ୍ଦିର କୁ ଭାଙ୍ଗି ଥିଲା । ସେଥିପାଇଁ ଭଗବାନ ନିଜେ ସେଠାରେ ହନାମାନ ଙ୍କୁ ନିୟୋଜିତ କରିଥିଲେ ମନ୍ଦିର କୁ ସୁରକ୍ଷା ଦେବା ପାଇଁ । ୭- ସପ୍ତମ ରହସ୍ୟ ସମୁଦ୍ର ର ଗର୍ଜନ କୁ ସାରା ପୁରୀ ବାସୀ ଶୁଣି ଥାନ୍ତି । କିନ୍ତୁ ସିଂହଦ୍ଵାର ରେ ପାଦ ଦେବା ମାତ୍ରେ ସମୁଦ୍ର ର ଗର୍ଜନ ଶୁଣିବାକୁ ମିଳେନି । ସମୁଦ୍ର ର ଗର୍ଜନ ଯୋଗୁଁ ଜଗନ୍ନାଥ ରାତିରେ ଶୋଇ ପାରୁନଥିଲେ । ସେଥିପାଇଁ ସେ ବିଶ୍ୱକର୍ମା ଙ୍କୁ କହିଥିଲେ ଏବଂ ବିଶ୍ଵକର୍ମା ମେଘନାଦ ପାଚେରି ଠିଆ କରିଥିଲେ । ସେହି ଦିନ ଠାରୁ ଆଉ ମନ୍ଦିର ଭିତର କୁ ଗଲେ ସମୁଦ୍ର ଗର୍ଜନ ଶୁଣିବାକୁ ମିଳେନି । ୮- ଆଉ ଏକ ଚମତ୍କାରିତା ହେଉଛି ଏଠାରେ ପ୍ରତିଦିନ ଜଗନ୍ନାଥ ଙ୍କ ର ମୂର୍ତ୍ତି ବଦଳିଥାଏ । ଏଠାରେ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥ ବୋଲି କୁହାଯାଏ । ଏହି ପରି ଅନେକ ରହସ୍ୟ ରହିଛି ଶ୍ରୀମନ୍ଦିର କୁ ନେଇ । ଆଉ କୁହାଯାଇଥାଏ ରୋଷ ଶାଳା ରେ ପ୍ରତିଦିନ ମା ଲକ୍ଷ୍ମୀ ଆସି ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ଏଠାରେ ଉପରକୁ ଉପରକୁ କରି ହାଣ୍ଡି ସବୁ ରଖାଯାଏ ଏବଂ ଚୁଲି ଜଳାଯାଏ । କିନ୍ତୁ ସବୁଠାରୁ ଉପରେ ଥିବା ହାଣ୍ଡି ରେ ଖାଦ୍ୟ ଆଗ ହୋଇଥାଏ । ତାପରେ ତଳକୁ ତଳକୁ କରି ସବୁ ହାଣ୍ଡି ରେ ଖାଦ୍ୟ ହୋଇଥାଏ କୌଣସି ଖାଦ୍ୟ ପୋଡି ନଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । Related Posts ‘ପୁଅଟା କମଜୋର ଥିଲା ଝିଅମାନେ ଲୋଡ ପକେଇଛନ୍ତି ..ଆମଭଳି ଟୋକା ହେଇଥିଲେ ନା….’ ଗୋଟିଏ ପୁଅ ସହ 4 ଝିଅଙ୍କ ଦୁ-ଷ୍କର୍ମ ମାମଲାରେ କଣ କହିଲେ ଯୁବକ November 27, 2022 Odia GK Questions- ଫ୍ରିଜ ପାଣି ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ? ଜାଣିଲେ ଆଜିଠୁ ଫ୍ରିଜ ପାଣି ପିଇବା ଛାଡି ଦେବେ… November 27, 2022 Odia GK Questions- ସ୍ତ୍ରୀଙ୍କର କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ ହୋଇଯାଏ ? କଣ ଆପଣ ଜାଣିଛନ୍ତି ? November 26, 2022 Post navigation Previous Article ‘ତୁ ରାଣୀ କଙ୍କଡାର ଝୋଳ…’ ଗାଇଲେ କଂଗ୍ରେସ ଲୀଡର Sura Routray, ପୁରା Video ଦେଖିଲେ ହସି ହସି ଗଡିବେ ଆପଣ… Next Article ଜୀବନ ଚାଲିଯାଉ ପଛକେ…କିନ୍ତୁ ତମାସା ନିଶ୍ଚୟ ଦେଖିବୁ… (Funny Moments Cought on camera), ହସି ହସି ଗଡିବେ ଆପଣ ଦେଖନ୍ତୁ ଏହି Video Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Latest Posts View All ମନୋରଞ୍ଜନ Raju Das ଙ୍କ ଶାଶୁ କହିଲେ, ‘ଜ୍ଵାଇଁ ମୋର ସୁନାମୁଣ୍ଡା, ଯେମିତିଆ ଖୋଜୁଥିଲି ସେମିତିଆ ପାଇଲି, ଏବେ ଠୁ ମୋ ଝିଅ ଓ ଜ୍ଵାଇଁ ଦୁହେଁ…’ by Payal Pattanaik ବନ୍ଧୁଗଣ, ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆରେ ଓଡିଆ କମେଡିଆନ ରାଜୁ ଏବଂ ସୋନାଲି ଙ୍କ ବିବାହ ଦୃଶ୍ୟ ନିଶ୍ଚିତ ଭାବରେ ଦେଖିଥିବେ । ରାଜୁ ଦାସ ଙ୍କ ଫ୍ୟାନ୍ସ ମାନେ ବହୁତ ଖୁସିଥିବା ବେଳେ ରାଜୁ ଙ୍କ ପରିବାର ଏବଂ ସୋନାଲି … ‘ଭାଇ ମୁଁ ଏକାଠି ଶୋଉଥିଲୁ, ଏବେ ଭାଉଜ ପାଖରେ ଶୋଇବ, ସେଥି ପାଇଁ ମନ ଦୁଃଖ ହଉଛି, ହେଲେ ଆମ ଭାଉଜ ତ…’: ହତାଶିଆ November 26, 2022 ‘ବାହାଘର ଭୋଜିରେ ହେଲା ଏମିତି, କେହି ବି ବିଶ୍ୱାସ କରିପାରିଲେ ନାହିଁ….’ ଦେଖନ୍ତୁ ଏମିତି କାହିଁକି କଲେ Rani Panda November 26, 2022 Latest Posts View All ଜୀବନଶୈଳୀ ପେଟ କମାଇବା ପାଇଁ କଣ ଖାଇବେ ? Dietician Niharika Dash by Seema Sharma ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ ମୋଟାପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ମୋଟାପଣର ଶିକାର ହେଉଛନ୍ତି । ତେବେ ବନ୍ଧୁଗଣ ଶରୀରରେ ଅଧିକ ଚର୍ବି ଜମା ହେବା ଦ୍ଵାରା …
2022-11-28T05:01:54Z
https://news86media.com/puri-jagannath-mandira-rahasya/
OSCAR-2301
କିଛି ପ୍ରତିରୋଧଯୋଗ୍ୟ ରୋଗ ଟୀକା ଦ୍ୱାରା ଦୂର କରିବା ବା ଉନ୍ମୁଳନ କରିବା ସମ୍ଭବ । କୌଣସି ଟୀକା ଶତ ପ୍ରତିଶତ ପ୍ରଭାବୀ ହୋଇ ନ ଥିଲେ ବି ଔଷଧ ଅପେକ୍ଷା ଟୀକା ଉଭୟ ବ୍ୟକ୍ତିଗତ ଓ ଗୋଷ୍ଠୀ ସ୍ତରରେ ପ୍ରଭାବୀ ହେଉଥିବାରୁ ପ୍ରତିରୋଧଯୋଗ୍ୟ ରୋଗଗୁଡିକ କ୍ଷେତ୍ରରେ ଏହାର ପ୍ରୟୋଗ ମାଧ୍ୟମରେ ଅନେକ କ୍ଷେତ୍ରରେ ସଫଳତା ହାସଲ କରା ଯାଇପାରିଛି । ତେବେ ଗୋଷ୍ଠୀସ୍ତରରେ ଏହାର ଉତ୍ତମ କାର୍ଯ୍ୟକାରିତା ପାଇଁ ଅଧିକ ସଂଖ୍ୟକ ଲୋକଙ୍କୁ ଓ ସ୍ଥଳ ବିଶେଷରେ ସମସ୍ତଙ୍କୁ ଟୀକା ଦେବା ଜରୁରୀ ହୋଇ ପଡିଥାଏ । କିନ୍ତୁ କୌଣସି ସ୍ଥାନରେ ବା ଗୋଷ୍ଠୀ ମଧ୍ୟରେ କିଛି ଲୋକଙ୍କର ଟୀକା ନେବା ପାଇଁ ଅନିଚ୍ଛା ଥିଲେ ତଦ୍ଦ୍ୱାରା ଟୀକା ନେଇଥିବା ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହି ପାରି ନ ଥାଆନ୍ତି । ଅତୀତରେ କିଛି ଦେଶରେ ମିଳିମିଳା, ହିମୋଫିଲିସ ଇନଫ୍ଲୁଏଞ୍ଜା, ପୋଲିଓ ପରି କେତେକ ରୋଗରେ ଟୀକାକରଣ ହାର ଅଧିକ ହୋଇ ମଧ୍ୟ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳ ଓ ଗୋଷ୍ଠୀରେ ଟୀକାକରଣ ହୋଇ ନ ଥିବାରୁ ସେହି ସବୁ ସ୍ଥାନରୁ ରୋଗ ଅନ୍ୟ ଅଞ୍ଚଳକୁ ବ୍ୟାପି ଭୟାବହ ରୂପ ଧାରଣ କରିଥିଲା । ଅର୍ଥାତ୍ କିଛି ଲୋକଙ୍କ ଟୀକାକୁଣ୍ଠା ଅନ୍ୟମାନଙ୍କ ପାଇଁ ବି ଘାତକ ସାବ୍ୟସ୍ତ ହୋଇପାରେ । କୋଭିଡ ସେହିପରି ଏକ ପ୍ରତିରୋଧଯୋଗ୍ୟ ରୋଗ ହୋଇଥିବାରୁ ସାର୍ବଜନୀନ ଟୀକାକରଣ ଜରିଆରେ ଏହାର ନିୟନ୍ତ୍ରଣ ପାଇଁ ସାରା ବିଶ୍ୱରେ ଅଭିଯାନ ଚାଲିଥିବା ବେଳେ କେତେକ ଅଞ୍ଚଳ ଓ ଗୋଷ୍ଠୀ ମଧ୍ୟରେ ଥିବା ଟୀକାକୁଣ୍ଠା ଏହି ଅଭିଯାନରେ ବାଧକ ସାଜିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ‘ଟୀକାକୁଣ୍ଠା’ର ସଂଜ୍ଞା - “ଟୀକା ଦାନ ସେବା ଉପଲବ୍ଧ ଥିବା ସତ୍ତ୍ୱେ ଟୀକା ଗ୍ରହଣୀୟତାରେ ବିଳମ୍ୱ ବା ଟୀକା ନେବାକୁ ମନା କରିବାକୁ ଟୀକାକୁଣ୍ଠା କୁହାଯାଇଥାଏ । ଟୀକାକୁଣ୍ଠା ଜଟିଳ ଓ ପ୍ରସଙ୍ଗ ନିର୍ଦ୍ଦିଷ୍ଟ ହୋଇଥାଏ, ଯାହା ସମୟ, ସ୍ଥାନ ଓ ଟୀକା ଅନୁସାରେ ବଦଳିଥାଏ । ଏହା ଆତ୍ମସନ୍ତୋଷ, ସୁବିଧା ଓ ବିଶ୍ୱାସ ଭଳି କାରଣରୁ ପ୍ରଭାବିତ ହୋଇଥାଏ ।“ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଗଠିତ ଟୀକାକରଣ ପାଇଁ ବିଶେଷଜ୍ଞଙ୍କ କୌଶଳଗତ ଉପଦେଷ୍ଟା ମଣ୍ଡଳୀ (ସେଜ) ନାମକ କାର୍ଯ୍ୟକାରୀ ଗୋଷ୍ଠୀ ୨୦୧୪ରେ ପ୍ରସ୍ତୁତ କରିଥିବା ରିପୋର୍ଟରେ ଟୀକାକୁଣ୍ଠା ପାଇଁ ଯେଉଁ ତିନିଟି ମୁଖ୍ୟ କାରଣ ଦର୍ଶାଇଥିଲେ ସେଗୁଡିକ ହେଲା ବିଶ୍ୱାସ, ଆତ୍ମସନ୍ତୋଷ ଓ ସୁବିଧା । ଲୋକଙ୍କର ଟୀକାକରଣ ପ୍ରକ୍ରିୟା ଉପରେ ଭରସା ଆସିବା ପାଇଁ ତିନିଟି ସ୍ତରରେ ‘ବିଶ୍ୱାସ’ ଜନ୍ମିବା ଆବଶ୍ୟକ । ପ୍ରଥମତଃ, ସମ୍ପୃକ୍ତ ଟୀକାର କାର୍ଯ୍ୟକାରିତା କେତେ ଅଧିକ ଓ ତାହା କେତେ ସୁରକ୍ଷିତ । ଦ୍ୱିତୀୟତଃ, ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଯେଉଁ ବ୍ୟବସ୍ଥା ଏହି ଟୀକାକରଣ ସମ୍ପାଦନ କରୁଛି ସେମାନଙ୍କ ବିଶ୍ୱସନୀୟତା ଓ ଦକ୍ଷତା କେତେ ଅଧିକ । ତୃତୀୟତଃ, ଟୀକାକରଣର ଆବଶ୍ୟକତାକୁ ସ୍ଥିର କରୁଥିବା ନୀତି ନିର୍ଦ୍ଧାରକମାନଙ୍କର ନିଜସ୍ୱ ଅଭିପ୍ରାୟ କେତେ ବେଶୀ । ସେହିପରି ଟୀକା ପ୍ରତିରୋଧଯୋଗ୍ୟ ରୋଗର ବିପଦ ଅପେକ୍ଷାକୃତ କମ ଥିବା ସ୍ଥାନମାନଙ୍କରେ ଟୀକା ନେବାକୁ ନେଇ ଉତ୍କଣ୍ଠା ନ ଥାଇ ‘ଆତ୍ମସନ୍ତୋଷ’ ଥାଏ । ଆତ୍ମସନ୍ତୋଷ ଅଧିକ ଥିଲେ ବ୍ୟକ୍ତି ଟୀକା ଜନିତ ଅନ୍ୟ ଅଜଣା ରୋଗର ବିପଦ ଆଶଙ୍କାରେ ଟୀକା ପ୍ରତି କୁଣ୍ଠା ପ୍ରକାଶ କରିପାରେ । ଟୀକା ‘ସୁବିଧା’ର ମାପକାଠି ହେଉଛି ବାସ୍ତବରେ କେଉଁ ପରିମାଣରେ ଟୀକା ଉପଲବ୍ଧ, ଲୋକ ଟୀକା ଖର୍ଚ୍ଚ ବହନ କରିବାକୁ କେତେ ଦୂର ସକ୍ଷମ ଓ ସେହି ପରିମାଣ ଅର୍ଥ ବ୍ୟୟ କରିବାକୁ କେତେ ଦୂର ରାଜି, ଦୂରଦୂରାନ୍ତ ଅଞ୍ଚଳଗୁଡିକରେ ଟୀକାର ଉପଲବ୍ଧତା ଆଦି । ଏଥି ସହ ଟୀକାଦାନ ସେବାର ଗୁଣବତ୍ତା ଓ ଟୀକାଦାନ ପାଇଁ ନିର୍ଦ୍ଧାରିତ ସମୟ, ସ୍ଥାନ ଲୋକଙ୍କ ପାଇଁ କେତେ ସୁବିଧାଜନକ ତାହା ମଧ୍ୟ ଟୀକାର ଗ୍ରହଣୀୟତା ବା ଟୀକା ପ୍ରତି କୁଣ୍ଠାର ମାତ୍ରାକୁ ସ୍ଥିର କରିଥାଏ । ଟୀକାର ଅଭାବ, ଟୀକା ଯୋଗାଣ ବ୍ୟାହତ ହେବା, ଟୀକାଦାନ କେନ୍ଦ୍ରର ଦୂରରେ ଅବସ୍ଥିତି ଓ ଗମନାଗମନ ଅସୁବିଧା, ଟୀକାଦାନ ସମ୍ପର୍କିତ ସୂଚନାର ଅଭାବ, ପ୍ରାକୃତିକ ଦୁର୍ବିପାକ ଓ ଅଶାନ୍ତି, ସଂଘର୍ଷ ଆଦି କାରଣରୁ ଟୀକାଦାନ ବାତିଲ କରିବା ଭଳି ବ୍ୟବସ୍ଥାଗତ ତ୍ରୁଟି ମଧ୍ୟ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଟୀକାଦାନର ହାର କମ କରିବା ସହ ଟୀକାକୁଣ୍ଠାର ମଧ୍ୟ କାରଣ ହୋଇପାରେ । ତେବେ ଉପରୋକ୍ତ ଅସୁବିଧାଗୁଡିକ ନ ଥାଇ ବି ଟୀକା ପହଞ୍ଚ ଓ ଉପଲବ୍ଧତାର ସ୍ଥିତି ଉତ୍ତମ ଥିବା ବିଭିନ୍ନ ଅଞ୍ଚଳରେ ଟୀକାକୁଣ୍ଠା ପ୍ରକାଶ ପାଇ ତାହା ଉଦବେଗର କାରଣ ପାଲଟିଥାଏ । ତେଣୁ ଗୋଟିଏ ଅଞ୍ଚଳରେ ଅଧିକ ସଂଖ୍ୟକ ଲୋକଙ୍କୁ ଟୀକା ଦିଆଯାଇଥିଲେ ବି ସେଠାକାର ଟୀକାକୁଣ୍ଠାର ବାସ୍ତବ ସ୍ଥିତିକୁ ଜାଣିବା ସମ୍ଭବ ହୋଇ ନ ଥାଏ । ଏଡୱାର୍ଡ ଜେନରଙ୍କ ଦ୍ୱାରା ୧୭୯୬ରେ ବସନ୍ତ ଟୀକାର ଉଦ୍ଭାବନ ପରଠାରୁ ସବୁ ସମୟରେ ବିଭିନ୍ନ ଟୀକାର ପ୍ରୟୋଗକୁ ବିରୋଧ କରା ହୋଇଆସିଛି । ବସନ୍ତ ଟୀକାକୁ ବାଧ୍ୟତାମୂଳକ କରିବା ପାଇଁ ୧୮୫୩ରେ ବ୍ରିଟେନରେ ଭାକସିନେସନ ଆକ୍ଟ ପ୍ରଣୀତ ହୋଇଥିଲା, ଯାହାର ପ୍ରତିବାଦରେ ‘ପସନ୍ଦର ସ୍ୱାଧୀନତା’ ଶୋଭାଯାତ୍ରାମାନ ବାହାର କରା ଯାଇଥିଲା । ଊନବିଂଶ ଶତାବ୍ଦୀରେ ବ୍ରିଟେନରେ ‘ଆଣ୍ଟି-ଭାକସିନେସନ ଲିଗ’ଗୁଡିକ ଟୀକାକୁ ବିରୋଧ କରି ପୁସ୍ତିକା ବଣ୍ଟନ କରୁଥିଲେ ଓ ବିଭିନ୍ନ ଟୀକାକୁ ଭିନ୍ନ ଭିନ୍ନ ସମୟରେ ବିରୋଧ କରା ହୋଇଆସିଛି । ବିରୋଧର ଅନ୍ୟତମ କାରଣ ଯେ ଶରୀର ଉପରେ ଟୀକାର କୁପ୍ରଭାବ ପଡିଥାଏ ଓ ଏପରିକି ତାହା ନୂଆ ରୋଗ ସୃଷ୍ଟି କରିଥାଏ ଯାହା ଟୀକା ନିଆଯାଉଛି ମୂଳ ରୋଗ ଅପେକ୍ଷା ଅଧିକ ଭୟାନକ । ୟୁରୋପୀୟ କମିଶନଙ୍କ ଦ୍ୱାରା ଜୁନ ୨୦୨୧ରେ ପ୍ରକାଶିତ ‘ଫ୍ଲାସ ୟୁରୋବାରୋମିଟର’ ସର୍ଭେ ଅନୁଯାୟୀ ଟୀକାକୁ ନେଇ ଲୋକମାନେ ନିର୍ଦ୍ଦିଷ୍ଟ ଦୁଇଟି ଗୋଷ୍ଠୀରେ ବିଭାଜିତ । ‘ଅତ୍ୟଧିକ ଟୀକା ଗ୍ରହଣୀୟତା’ ଥିବା ଗୋଷ୍ଠୀରେ ୭୫ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ମହାମାରୀକୁ ସମାପ୍ତ କରିବା ପାଇଁ ଟୀକା ହିଁ ଏକମାତ୍ର ବାଟ ବୋଲି ମନେ କରନ୍ତି । ଦ୍ୱିତୀୟ ଗୋଷ୍ଠୀରେ ଥିବା ୨୫ ପ୍ରତିଶତ ଲୋକ କୋଭିଡ-୧୯ର ପ୍ରତିରୋଧକ ଟୀକା ନେବାକୁ ଅଧିକ କୁଣ୍ଠିତ । ଏମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ୨୦୨୧ର ଶେଷ ଆଡକୁ ଟୀକା ନେବେ ବୋଲି କହିଥିବା ବେଳେ ୬ ପ୍ରତିଶତ ପରେ କେବେ ନେବେ ବୋଲି କହିଛନ୍ତି । ତେବେ ଅବଶିଷ୍ଟ ୯ ପ୍ରତିଶତ କେବେ ବି ଟୀକା ନେବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏହି ସଂଖ୍ୟା ଅଷ୍ଟ୍ରିଆରେ ସର୍ବାଧିକ ୧୨ ପ୍ରତିଶତ ଥିଲା ବେଳେ ଫ୍ରାନ୍ସ, ଜର୍ମାନୀ, ଇଟାଲିରେ ଯଥାକ୍ରମେ ୧୧, ୮ ଓ ୬ ପ୍ରତିଶତ ଥିଲା । ଅର୍ଥାତ୍ ସେମାନଙ୍କ ସଂଖ୍ୟା କମ ହେଲେ ବି ପ୍ରତି ଦେଶର ଲୋକସଂଖ୍ୟାର ଏକ କ୍ଷୁଦ୍ର ପ୍ରତିଶତ ଟୀକା ନେବାର ଘୋର ବିରୋଧୀ । ୟୁରୋପର ବିଭିନ୍ନ ସହରରେ ଯେଉଁପରି ଭାବେ ଟୀକା ବିରୋଧୀ ସଭା ଓ ଶୋଭାଯାତ୍ରାମାନ ଆୟୋଜିତ ହେଉଛି ସେଥିରୁ ପ୍ରତୀତ ହେଉଛି ହୁଏତ ଏହି ଟୀକା ବିରୋଧୀ ଲୋକଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ । ସେହି ସବୁ ସଭା ଶୋଭାଯାତ୍ରାରେ ସେମାନେ ଧରିଥିବା ପ୍ଲାକାର୍ଡ ଓ ବ୍ୟାନରଗୁଡିକର ବାକ୍ୟାଂଶଗୁଡିକ ମଧ୍ୟ ବେଶ ଶାଣିତ ଯେମିତି, ‘ଆମ ଦେଶ ଏକଛତ୍ରବାଦୀ ହେଉଛି ।“ ବା “ସ୍ୱାସ୍ଥ୍ୟ ଏକଛତ୍ରବାଦ ଡାଉନ ଡାଉନ” । ବୈଜ୍ଞାନିକ ଓ ଗବେଷକମାନଙ୍କ ମତରେ କୋଭିଡ-୧୯ ବିରୁଦ୍ଧରେ ଲଢିବାକୁ ହେଲେ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତିର ବିକାଶ କରିବାକୁ ହେବ, ଯାହା ଜନସଂଖ୍ୟାର ଅଧିକାଂଶ ଲୋକଙ୍କ ଟୀକାକରଣ ଉପରେ ନିର୍ଭର କରେ । ତେବେ କେତେ ପ୍ରତିଶତ ଲୋକଙ୍କ ଟୀକାକରଣ ହେଲେ ତାହା ଗୋଷ୍ଠୀ ପ୍ରତିରୋଧକ ଶକ୍ତିକୁ ସୁନିଶ୍ଚିତ କରିବ ସେ ନେଇ କୌଣସି ସ୍ପଷ୍ଟତା ନାହିଁ । ପ୍ରଥମେ ଏହା ୭୦ ପ୍ରତିଶତ କୁହା ଯାଉଥିବା ବେଳେ ଏବେ ତାହା ୮୦ରୁ ୯୦ ପ୍ରତିଶତ ବୋଲି କୁହାଯାଉଛି । ‘ନେଚର ମେଡିସିନ’ ନାମକ ପତ୍ରିକାରେ ଜୁଲାଇ ୨୦୨୧ରେ ଭାରତ ସମେତ ୧୩ଟି ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶ ଓ ରୁଷିଆ, ଆମେରିକାରେ ଟୀକାର ଗ୍ରହଣୀୟତା ଓ କୁଣ୍ଠାକୁ ନେଇ ହୋଇଥିବା ଏକ ସର୍ଭେର ରିପୋର୍ଟ ପ୍ରକାଶ ପାଇଥିଲା । ତଦନୁଯାୟୀ, ଟୀକାର ଗ୍ରହଣୀୟତା ଆମେରିକା ଓ ରୁଷିଆରେ ଯଥାକ୍ରମେ ୬୫ ଓ ୩୦ ପ୍ରତିଶତ ଥିଲାବେଳେ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡିକରେ ତାହା ହାରାହାରି ପ୍ରାୟ ୮୦ ପ୍ରତିଶତ । ଏ ସମସ୍ତ ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ଟୀକାକୁଣ୍ଠା ଅଧିକ । ଶିକ୍ଷିତ ଲୋକମାନଙ୍କ ମଧ୍ୟରେ ଟୀକାର ଗ୍ରହଣୀୟତା ଅପେକ୍ଷାକୃତ ଅଧିକ । ଭାରତରେ ୨୫ରୁ ୫୪ ବର୍ଷ ମଧ୍ୟରେ ଥିବା ଲୋକଙ୍କ ତୁଳନାରେ ୨୫ ବର୍ଷରୁ କମ ଯୁବକମାନେ ଟୀକା ନେବାକୁ କମ ଆଗ୍ରହୀ । ଆମେରିକା ଓ ରୁଷିଆରେ ୫୫ ବର୍ଷରୁ ଊର୍ଦ୍ଧ୍ୱ ଲୋକମାନେ ଯୁବକମାନଙ୍କ ତୁଳନାରେ ଟୀକା ନେବାକୁ ବେଶୀ ଆଗ୍ରହୀ । ଟୀକା ପାଇଁ ଆଗ୍ରହୀ ଲୋକଙ୍କ ମଧ୍ୟରୁ ପ୍ରାୟ ୯୧ ପ୍ରତିଶତ ବ୍ୟକ୍ତିଗତ ସୁରକ୍ଷାକୁ ସବୁଠାରୁ ବଡ କାରଣ ବୋଲି ଦର୍ଶାଇଥିବା ବେଳେ, ମାତ୍ର ୩୬ ପ୍ରତିଶତ ପରିବାର ସୁରକ୍ଷାକୁ କାରଣ ବୋଲି କହିଛନ୍ତି । ଗୋଷ୍ଠୀ ସୁରକ୍ଷା ଗ୍ରହଣୀୟତାର ଏକ ବଡ କାରଣ ନୁହେଁ ବୋଲି ଜଣା ପଡିଛି । ସେହିପରି ଟୀକା ପ୍ରତି ଅନାଗ୍ରହୀ ଲୋକଙ୍କର କୁଣ୍ଠାର ମୁଖ୍ୟକାରଣ ହେଲା, ଟୀକାର ପାର୍ଶ୍ୱ ପ୍ରଭାବ ନେଇ ଉଦବେଗ । ଅନ୍ୟ କାରଣଗୁଡିକ ମଧ୍ୟରେ ରହିଛି ଟୀକା ମାଧ୍ୟମରେ କରୋନା ହେବାର ଆଶଙ୍କା, ଗୁରୁତର ଭାବେ ଅସୁସ୍ଥ ହେବାର ଭୟ ନ ରହିବା, ଟୀକାଗୁଡିକ ପ୍ରଭାବୀ ନୁହେଁ ବୋଲି ଧାରଣା, କରୋନା ମହାମାରୀକୁ ଯେଉଁ ଭଳି ବଢାଇ ଚଢାଇ କୁହାଯାଉଛି ତାହା ପ୍ରକୃତରେ ସେପରି ନୁହେଁ, ଛୁଞ୍ଚି ପ୍ରତି ଡର, ଟୀକା ପ୍ରତି ବିରାଗ, ଟୀକା ନେବା ପାଇଁ ସମୟର ଅଭାବ, ଟୀକା ପଛରେ ଷଡଯନ୍ତ୍ର ତତ୍ତ୍ୱ ଥିବା ଇତ୍ୟାଦି । ଆମେରିକାରେ ଟୀକାକୁଣ୍ଠାର କାରଣ ଅନେକଟା ରା଼ଜନୈତିକ । ଡେମୋକ୍ରାଟମାନେ ଟୀକା ଗ୍ରହଣ ସମର୍ଥନରେ ଥିବା ବେଳେ ରିପବ୍ଲିକାନ ସମର୍ଥକମାନେ ଟୀକା ଗ୍ରହଣର ତୀବ୍ର ବିରୋଧୀ । ତତକାଳୀନ ରାଷ୍ଟ୍ରପତି ଟ୍ରମ୍ପ ବାରମ୍ୱାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ଦ୍ୱାରା ଜାରି ହୋଇଥିବା କୋଭିଡ ନିର୍ଦ୍ଦେଶିକାକୁ ଭଙ୍ଗ କରି ଓ ୟୁଏସ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ)ର ଟୀକା ଅନୁମତି ପ୍ରଦାନ ପ୍ରକ୍ରିୟାରେ ହସ୍ତକ୍ଷେପ କରି ଲୋକଙ୍କର ଟୀକା ଉପରୁ ଆସ୍ଥା ତୁଟାଇବାରେ ଏକ ବଡ ଭୂମିକା ନିର୍ବାହ କରିଥିଲେ । ରେକର୍ଡ ସମୟ ମଧ୍ୟରେ ଆମେରିକାରେ ଟୀକାର ଅନୁମତି ପ୍ରଦାନ ଲାଗି ପ୍ରଶାସନ ଓ ଘରୋଇ କ୍ଷେତ୍ର ଯେତେ ଅଧିକ ତତ୍ପରତା ପ୍ରଦର୍ଶନ କଲେ ତଦ୍ଦ୍ୱାରା ‘ପିଉ ରିସର୍ଚ୍ଚ ସେଣ୍ଟର’ର ସର୍ଭେ ଅନୁଯାୟୀ ଟୀକା ଉପରୁ ବିଶ୍ୱାସ ଯଥେଷ୍ଟ ହ୍ରାସ ପାଇଥିଲା । ପ୍ରାରମ୍ଭିକ ଅବସ୍ଥାରେ ଟୀକାର ଚାହିଦା ଅଧିକ ଥିଲା ବେଳେ ତା’ପରେ ତାହା ଆଉ ନ ବଢିବାରୁ ନାଗରିକଙ୍କୁ ଟୀକା ପ୍ରତି ଆକୃଷ୍ଟ କରିବାକୁ ସରକାରଙ୍କ ତରଫରୁ ସାଧାରଣ ସ୍ଥାନରେ ମାସ୍କ ଛାଡ, ଲକ୍ଷ ଲକ୍ଷ ଡଲାର ମୂଲ୍ୟର ଲଟେରୀ ଆଦିର ପ୍ରଲୋଭନ ଦେଖାଗଲା । ତାହା ସତ୍ତ୍ୱେ ଟୀକାକୁଣ୍ଠା ଦୂର ହୋଇପାରିଲା ନାହିଁ । ଏବେ ମଧ୍ୟ କୋଭିଡ-୧୯ ରୋଗ ଅପେକ୍ଷା ଟୀକା ହିଁ ସ୍ୱାସ୍ଥ୍ୟ ପ୍ରତି ବଡ ବିପଦ ବୋଲି ଟୀକାକୁଣ୍ଠା ଥିବା ସେଠାକାର ୫୦ ପ୍ରତିଶତରୁ ଅଧିକ ଲୋକ ବିଶ୍ୱାସ କରନ୍ତି । ନଭେମ୍ୱର ୧୮, ୨୦୨୧ ସୁଦ୍ଧା ଭାରତରେ ୧୧୫ କୋଟି ଡୋଜ କୋଭିଡ ଟୀକା ଦିଆସରିଛି । ସେଥିରେ ୩୮.୮ କୋଟି ଲୋକ ଦୁଇଟି ଡୋଜ ଟୀକା ନେଇ ସେମାନଙ୍କର ଟୀକାକରଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୭୬ କୋଟି ଲୋକ ଗୋଟିଏ ଡୋଜ ନେଇ ସେମାନଙ୍କର ଆଂଶିକ ଟୀକାକରଣ ହୋଇଛି । ଉଦବେଗର ବିଷୟ ଯେ ଦେଶରେ ଏ ଯାଏଁ ଜନସଂଖ୍ୟାର ମାତ୍ର ୨୮.୧ ପ୍ରତିଶତ ଲୋକଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଥିବା ବେଳେ ସାରା ବିଶ୍ୱରେ ଏବେ ୪୧.୮ ପ୍ରତିଶତ ଲୋକଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଛି । ସେପ୍ଟେମ୍ୱର ୨୦୨୧ରେ ଦୈନିକ ଟୀକାକରଣ ହାରାହାରି ପ୍ରାୟ ୮୦ ଲକ୍ଷ ହୋଇଥିବା ବେଳେ ଏବେ ତାହା ହ୍ରାସ ପାଇବା ୫୦ ଲକ୍ଷରେ ପହଞ୍ଚିବା ଉଦବେଗଜନକ । ଦେଶରେ ଟୀକା ଉପଲବ୍ଧତା ସ୍ଥିତିରେ ଉନ୍ନତି ଘଟିଥିଲେ ବି ଟୀକାକରଣ ହ୍ରାସ ପାଇବାର କାରଣ ଟୀକାକୁଣ୍ଠାଜନିତ ହୋଇ ଥାଇପାରେ ବୋଲି କେହି କେହି ଆଶଙ୍କା ବ୍ୟକ୍ତ କରୁଛନ୍ତି । ଏହି ଟୀକା କୁଣ୍ଠାକୁ ଦୂର କରି ସବୁ ଯୋଗ୍ୟ ବ୍ୟକ୍ତିଙ୍କର ଟୀକାକରଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସାରା ଦେଶରେ ‘ହର ଘର ଦସ୍ତକ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଛି । କିନ୍ତୁ କେତେକ ରାଜ୍ୟରେ ଏହାର କ୍ରିୟାନ୍ୱୟନରେ ମାତ୍ରାଧିକ ଚାପ ପ୍ରୟୋଗ ହୋଇ ସମାଲୋଚିତ ହେବା ଆରମ୍ଭ ହୋଇଛି । ଉଦାହରଣ ସ୍ୱରୂପ, ମଧ୍ୟ ପ୍ରଦେଶ ରାଜ୍ୟ ସରକାର ଲୋକମାନଙ୍କ ଟୀକାକରଣକୁ ଗତି ପ୍ରଦାନ କରିବା ପାଇଁ ସରକାରୀ ରାସନ ସାମଗ୍ରୀ ପାଇବାକୁ ଦୁଇଟି ଯାକ ଡୋଜ ଟୀକା ନେବା ବାଧ୍ୟତାମୂଳକ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଟୀକା ନେଇ ନ ଥିବା ଗରିବ ଲୋକମାନେ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେବେ । ଉଲ୍ଲେଖଯୋଗ୍ୟ ଯେ, ଆଧାର କାର୍ଡ ନ ଥିଲେ ଖାଦ୍ୟ ସୁରକ୍ଷା ଆଇନରେ ଖାଦ୍ୟସାମଗ୍ରୀ ମିଳିବ ନାହିଁ ବୋଲି ସରକାରଙ୍କ ନିଷ୍ପତ୍ତିକୁ ଅତୀତରେ ସୁପ୍ରିମକୋର୍ଟ ନିରସ୍ତ କରିଥିବାରୁ ମଧ୍ୟ ପ୍ରଦେଶ ସରକାରଙ୍କ ଏହି ନିଷ୍ପତ୍ତିର ଗ୍ରହଣୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଟୀକାକରଣ ରାଜ୍ୟର ହାରାହାରି ଟୀକାକରଣ ତୁଳନାରେ କମ ଥିବାରୁ ସେଠାକାର ଜିଲ୍ଲା ପ୍ରଶାସନ ଅନ୍ତତଃ ଗୋଟିଏ ଡୋଜ ଟୀକା ନେଇ ନ ଥିଲେ ତେଜରାତି ସଉଦା ଓ ପେଟ୍ରୋଲ ଡିଜେଲ ନ ଦେବା ପାଇଁ ତେଜରାତି ଦୋକାନ ଓ ପେଟ୍ରୋଲ ପମ୍ପଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ଭଳି ନିଷ୍ପତ୍ତିର ଯୌକ୍ତିକତାକୁ ନେଇ ମଧ୍ୟ ଆଲୋଚନା ହେବା ଆରମ୍ଭ ହୋଇଗଲାଣି । ବ୍ୟକ୍ତିଗତ, ଆଦର୍ଶଗତ, ଧାର୍ମିକ ଓ ଅନ୍ୟ କାରଣରୁ ଟୀକା ଗ୍ରହଣ ନ କରିବାର ନିଷ୍ପତ୍ତି ନେବାକୁ ଜଣେ ସ୍ୱାଧୀନ ବୋଲି କେତେକ ମନେ କରନ୍ତି । ଟୀକା ବିରୋଧୀ ଲୋକଙ୍କର ଏକ ସାଧାରଣ ଯୁକ୍ତି ହେଉଛି ଟୀକା ପାଇଁ ବାଧ୍ୟବାଧକତା ଟୀକାକୁଣ୍ଠିତ ଲୋକଙ୍କର ମାନବିକ ଅଧିକାର ଓ ନାଗରିକ ସ୍ୱାଧୀନତାର ଉଲ୍ଲଂଘନ କରିଥାଏ । ନିଉୟର୍କ ବିଶ୍ୱବିଦ୍ୟାଳୟର ବାଇଓଏଥିକସ ପ୍ରଫେସର ମାଥିଉ ଲିଆଓଙ୍କ ମତରେ, “ନୀତିତତ୍ତ୍ୱ ଅନୁଯାୟୀ ଜଣେ ଅନ୍ୟକୁ କ୍ଷତି ନ ପହଞ୍ଚାଇଲା ପର୍ଯ୍ୟନ୍ତ ସେ ଯାହା ଚାହିଁବ ତାହା କରିପାରିବ, ଜଣେ ଟୀକା ଗ୍ରହଣ ନ କଲେ ସେ ଅନ୍ୟ ଲୋକମାନଙ୍କୁ ବିପଦରେ ପକାଇଥାଏ ।“ ‘ଜାକବସନ ବନାମ ମାସାଚୁସେଟସ ରାଜ୍ୟ’ (୧୯୦୫) ମାମଲାରେ ଆମେରିକାର ସୁପ୍ରିମକୋର୍ଟ ଉପରୋକ୍ତ ତତ୍ତ୍ୱକୁ ଆଧାର କରି ଟୀକାଦାନକୁ ବାଧ୍ୟତାମୂଳକ କରିବାର ଅଧିକାର ରାଷ୍ଟ୍ର ନିକଟରେ ଅଛି ବୋଲି ରାୟ ଦେଇଥିଲେ । ‘ନେଚର ହ୍ୟୁମାନ ବିହେଭିଅର’ ନାମକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଯେଉଁ ଦେଶରେ ବିଜ୍ଞାନ ଉପରେ ଭରସା ଯେତେ ଅଧିକ ଥାଏ, ସେହି ଦେଶର ଲୋକମାନେ ଟୀକାକୁ ନେଇ ସେତେ ବେଶୀ ଆଶ୍ୱସ୍ତ ଥାଆନ୍ତି । କିନ୍ତୁ ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଗବେଷଣାର ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ ହେବା ପୂର୍ବରୁ ପ୍ରକ୍ରିୟାକୁ କୋହଳ କରି ଟୀକାକୁ ଅନୁମତି ପ୍ରଦାନ କରାଗଲେ, ତାହା ସାଧାରଣ ଲୋକଙ୍କ ମନରେ ଟୀକା ପ୍ରତି ବିଶ୍ୱାସ ଜନ୍ମାଇବାରେ ବାଧକ ସାଜିପାରେ । ମେ’ ୨୦୨୦ରେ ଫାଇଜର କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟୀକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଏହା ୯୦ ପ୍ରତିଶତ ପ୍ରଭାବୀ ବୋଲି ଜଣା ପଡିବା ପରେ ‘କଣ୍ଟାର’ ନାମକ ଏକ ସଂସ୍ଥା କେତେକ ବିକଶିତ ଦେଶରେ ଟୀକାର ଗ୍ରହଣୀୟତା ଜାଣିବା ପାଇଁ କରିଥିବା ଏକ ସର୍ଭେ ଅନେକଙ୍କୁ ଉଦବିଗ୍ନ କରିଥିଲା । ତଦନୁଯାୟୀ, ସେତେବେଳେ ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସରେ ନିଶ୍ଚିତ ଭାବେ ଟୀକା ନ ନେବାକୁ କହିଥିବା ଲୋକଙ୍କ ପ୍ରତିଶତ ଯଥାକ୍ରମେ ୧୪, ୨୩, ୨୪ ଥିଲା । ଟୀକା କେତେ ସୁରକ୍ଷିତ ସେ ନେଇ ଯଥେଷ୍ଟ ପ୍ରମାଣର ଅଭାବ ଓ ଏହାର ନିର୍ମାତା, ବୈଜ୍ଞାନିକ, ଉତ୍ପାଦକ ଓ ବିତରକଙ୍କ ପ୍ରତି ଅବିଶ୍ୱାସ ହିଁ ଲୋକଙ୍କ ଉଦବେଗର କାରଣ ଥିଲା । ବିଜ୍ଞାନ ପ୍ରତି ଅବିଶ୍ୱାସ ଏବଂ ଏତେ କମ ସମୟ ମଧ୍ୟରେ ବିକଶିତ ଟୀକା ସୁରକ୍ଷିତ କି ନୁହେଁ ସେ ନେଇ ଥିବା ସନ୍ଦେହ ହିଁ ଟୀକାକୁଣ୍ଠାର କାରଣ ପାଲଟିଥିଲା । ଅର୍ଥାତ୍, ବିକଶିତ ଦେଶଗୁଡିକରେ ବି ପ୍ରାଥମିକ ଅବସ୍ଥାରେ ବଡ ଧରଣର ଟୀକାକୁଣ୍ଠା ଥିଲା । ଠିକ୍ ସମାନ କାରଣରୁ ଭାରତରେ ବିକଶିତ କୋଭାକ୍ସିନ ଟୀକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ତଥ୍ୟ ଉପଲବ୍ଧ ନ ହୋଇ ଜରୁରୀକାଳୀନ ଅନୁମତି ଦିଆଯାଇଥିବାରୁ ପ୍ରାଥମିକ ଅବସ୍ଥାରେ ଭାରତରେ ମଧ୍ୟ ଟୀକାକୁଣ୍ଠା ପ୍ରକାଶ ପାଇଥିବା କିଛି ଅସ୍ୱାଭାବିକ ନୁହେଁ । ବସ୍ତୁତଃ ଜାନୁଆରୀ ୨୦୨୧ରେ ଭାରତରେ ଟୀକାକୁଣ୍ଠା ୬୦ ପ୍ରତିଶତ ଥିଲା ଯାହା କୋଭିଡର ଦ୍ୱିତୀୟ ଲହରୀର ଭୟାବହତା ପରେ ଦ୍ରୁତ ହ୍ରାସ ପାଇଥିଲା । ତେବେ ‘ଲୋକାଲସର୍କଲସ’ ନାମକ ସଂସ୍ଥା ଦ୍ୱାରା ଅକ୍ଟୋବର ୨୦୨୧ରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଟୀକା ନେଇ ନ ଥିବା ୨୬ କୋଟି ବୟସ୍କ ଲୋକଙ୍କ ମଧ୍ୟରୁ ୨୭ ପ୍ରତିଶତ ବା ପ୍ରାୟ ୭ କୋଟି ଲୋକଙ୍କର ଟୀକାକୁଣ୍ଠା ରହିଛି, ଯାହା ଉଦବେଗଜନକ । ଏମାନଙ୍କ ମଧ୍ୟରୁ ୬୯ ପ୍ରତିଶତ ଛୋଟ ଛୋଟ ସହରମାନଙ୍କରେ ରହୁଥିବା ବେଳେ ୩୧ ପ୍ରତିଶତ ଗ୍ରାମାଞ୍ଚଳର । ଦେଶରେ ଟୀକାକୁଣ୍ଠା ଦୂର କରିବା ଲାଗି କୌଶଳଗତ ନୀତି ନିର୍ଦ୍ଧାରଣ ଓ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି । ଟୀକା ଗ୍ରହଣ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ଜୋରଜବରଦସ୍ତ ବା ବାଧ୍ୟତାମୂଳକ ଭାବେ ନୁହେଁ । Published in Odisha Reporter on November 20, 2021 Share Get link Facebook Twitter Pinterest Email Other Apps Labels Covid-19 India Odia Vaccination Hesitancy Labels: Covid-19 India Odia Vaccination Hesitancy Location: Bhubaneswar Odisha, India Share Get link Facebook Twitter Pinterest Email Other Apps Comments Post a Comment Archive 2022 41 November 3 October 7 September 5 August 2 July 3 June 2 May 4 April 3 March 4 February 2 January 6 2021 63 December 2 November 8 ‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ବିପନ୍ନ ଗଣମାଧ୍ୟମର ସ୍ୱାଧୀନତା ଓ ବିଶ୍ୱସନୀୟତା କୋଭିଡ ଟୀକା ନେବାକୁ କୁଣ୍ଠାର କାରଣ ଖାଇବା ତେଲ ଦର ବେଲଗାମ କାହିଁକି ? ସରକାରୀ ଭାବେ ଯେଉଁମାନେ କୋଭିଡରେ ମରିନାହାନ୍ତି ! ବଦଳିବ କି ଗୋଆରେ ରାଜନୈତିକ ପରିଦୃଶ୍ୟ ଏଭେରେଷ୍ଟ ଶୃଙ୍ଗର ଆବିଷ୍କାର ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ? October 8 September 3 August 5 July 6 June 8 May 7 April 7 March 3 February 2 January 4 2020 61 December 4 November 3 October 6 September 5 August 7 July 4 June 6 May 5 April 5 March 6 February 7 January 3 2019 43 December 4 November 3 October 2 September 4 August 3 July 5 June 2 May 2 April 3 March 3 February 6 January 6 2018 13 December 4 November 1 October 1 September 1 August 2 July 3 March 1 2017 1 October 1 2016 1 December 1 Show more Show less Popular posts from this blog ‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ By Saral Kumar Das June 01, 2020 “ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍ Share Get link Facebook Twitter Pinterest Email Other Apps 20 comments Read more ‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର By Saral Kumar Das November 30, 2021 ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା Share Get link Facebook Twitter Pinterest Email Other Apps 2 comments Read more ଭଲଗପ - 2021 By Saral Kumar Das May 16, 2022 2021ରେ ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 [email protected] ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର Share Get link Facebook Twitter Pinterest Email Other Apps 49 comments Read more ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ? By Saral Kumar Das November 02, 2021 ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର Share Get link Facebook Twitter Pinterest Email Other Apps Post a Comment Read more ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ By Saral Kumar Das July 22, 2020 ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ
2022-12-01T17:51:51Z
https://blog.saraljatil.com/2021/11/blog-post_20.html
OSCAR-2301
ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ, ଆଜି ସମ୍ବଲପୁର ଆର୍‌ଡିସି ଅଫିସ ଘେରିବ ବିଜେଡି, ରାସ୍ତାକୁ ଓହ୍ଲାଇବେ ବିଜୁ ଛାତ୍ର, ଯୁବ ଓ ମହିଳା ବିଜେଡି କର୍ମୀ - TIMES OF ODISHA Skip to content Sunday, December 4, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career Fast News ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ, ଆଜି ସମ୍ବଲପୁର ଆର୍‌ଡିସି ଅଫିସ ଘେରିବ ବିଜେଡି, ରାସ୍ତାକୁ ଓହ୍ଲାଇବେ ବିଜୁ ଛାତ୍ର, ଯୁବ ଓ ମହିଳା ବିଜେଡି କର୍ମୀ November 23, 2021 November 23, 2021 S pani 0 Comments ← ଆଜି ବସୁଛି କ୍ୟାବିନେଟ ଏବଂ ମନ୍ତ୍ରୀପରିଷଦ ବୈଠକ, ସଂଧ୍ୟା ୫ଟା ୩୦ରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ଲୋକସେବା ଭବନରେ ୫ଟା ୪୫ରେ ବସିବ କ୍ୟାବିନେଟ ବୈଠକ । ଓଡ଼ିଆ ସେନାଧିକାରୀ ମରଣୋତ୍ତର ବୀର ଚକ୍ରରେ ସମ୍ମାନିତ; ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନ, ରାଷ୍ଟ୍ରପତିଙ୍କ ଠାରୁ ବୀର ଚକ୍ର ଗ୍ରହଣ କଲେ ନୁଦୁରାମଙ୍କ ପତ୍ନୀ,ଗତବର୍ଷ ଗଲଓ୍ୱାନ ଘାଟିରେ ସହିଦ ହୋଇଥିଲେ ନୁଦୁରାମ,ବୀରତ୍ୱର ସହ ଚୀନ୍ ସେନା ସହ ଲଢ଼ି ସହିଦ ହୋଇଥିଲେ ନୁଦୁରାମ → You May Also Like ଘର ସହ ଜୀଅନ୍ତା ଜଳିଗଲେ ମହିଳା ୱାର୍ଡମେମ୍ବର May 16, 2022 May 16, 2022 Jayaprada samantaray 0 NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ, କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, OBC ଓ EWS ପାଇଁ ସଂରକ୍ଷଣ ବୈଧତାକୁ ନେଇ ପ୍ରଶ୍ନ କଲେ, ସର୍ବଭାରତୀୟ କୋଟାରେ ସଂରକ୍ଷଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ October 25, 2021 October 25, 2021 S pani 0 ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରରାମାଞ୍ଚଳ ଥାନା ହାଟବାଦଡାରେ ଗୋରୁ ବେପାରୀଙ୍କୁ ଗୁଳି କରି ଲୁଟିନେଲେ ୨୦ ଲକ୍ଷ ଟଙ୍କା May 25, 2022 May 25, 2022 Jayaprada samantaray 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ପୁଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିବା ୟୁଥ୍ ଫର୍ ଆକ୍ସନ କର୍ମୀଙ୍କ ଧସ୍ତାଧସ୍ତି, ବେକାରୀ ସମସ୍ୟା ପ୍ରତିବାଦରେ ୫ ମନ୍ତ୍ରୀଙ୍କ ଘର ଘେରାଉ କାର୍ଯ୍ୟକ୍ରମ, ପ୍ରଥମେ ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଘେରାଉ କରିଥିଲା ୟୁଥ୍ ଫର୍ ଆକ୍ସନ ଟିମ୍ November 16, 2022 ପାରାଦୀପରେ ମଝି ସମୁଦ୍ରରେ ୪ଟି ରାଜ୍ୟର ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ November 15, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ
2022-12-04T02:04:48Z
https://timesofodisha.com/protests-against-rising-gas-prices/
OSCAR-2301
୨-ବାହୁଡା ଓ ସୁନାବେଶ ପାଇଁ କଟକଣା । ୩୦ ତାରିଖ ରାତି ୧୦ଟା ରୁ ୨ତାରିଖ ରାତି ୧୦ ପର‌୍ୟ୍ୟନ୍ତ କର୍ଫ୍ୟୁ ଏବଂ ସଟଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ୩-ଓଡ଼ିଶା କ୍ୟାଡ଼ରର ୫ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ମିଳିଲା ନିଯୁକ୍ତି। ୪-ଏଣିକି ଆଜିଠୁ ମିଳି ପାରିବ କ୍ୟାପିଟାଲ ହସ୍ପିଟାଲରେ ହାଇ-ଏଣ୍ଡ୍ ପାଥୋଲୋଜି ସେବା ।ବ୍ଲଡ କଲଚରରୁ ଆରମ୍ଭ କରି ଏଫ୍ଏ୍ନ୍ସିବ ପର‌୍ୟ୍ୟନ୍ତ ୧୬ଟି ପରୀକ୍ଷା ହୋଇପାରିବ । ୫-ଜଣେ ପଜିଟିଭ ଚିହ୍ନଟ ପରେ ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତ ୱାର୍ଡ ନଂ-୮ର ସୁଭଦ୍ରା ଆପାର୍ଟମେଣ୍ଟକୁ ଜିଲ୍ଲାପାଳଙ୍କ ଘୋଷଣା । ୬-କଟକ ଜିଲ୍ଲାର ଥାନା ଆଇଆଇସି କରୋନା ସଂକ୍ରମିତ,ଥାନା ସିଲ୍ । ଥାନାର ୬ ପୁଲିସ ବାବୁ କ୍ବାରାଣ୍ଟିନରେ, ସଂସ୍ପର୍ଶରେ ୫୦ରୁ ଅଧିକ ।
2022-12-08T19:33:25Z
https://www.satyasandhana.in/darauchi-chinbharat-pathaila-khepnastra/
OSCAR-2301
Exclusive – ମୋ ଭଣଜା ମୋ ପୁଅ ପରି ,ମୋର ତା ସହ କିଛି ସମ୍ପର୍କ ନାହିଁ ..ମୋତେ ମିଛରେ ବ୍ଲେମ କରୁଛନ୍ତି ,ଏମିତି କହିଲେ ମାଇଁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…. – sudarsankhabar.com Publisher - Odisha Samachar , Latest Trending News Home ଭାଇରାଲ ନ୍ୟୁଜ ଅଜଣା କଥା ଘରୋଇ ଉପଚାର ଅଦ୍ଭୁତ ଭିଡିଓ ଓଡିଶା Home ଭାଇରାଲ ଭିଡିଓ Exclusive – ମୋ ଭଣଜା ମୋ ପୁଅ ପରି ,ମୋର ତା ସହ କିଛି ସମ୍ପର୍କ ନାହିଁ ..ମୋତେ ମିଛରେ ବ୍ଲେମ କରୁଛନ୍ତି ,ଏମିତି କହିଲେ ମାଇଁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…. Exclusive – ମୋ ଭଣଜା ମୋ ପୁଅ ପରି ,ମୋର ତା ସହ କିଛି ସମ୍ପର୍କ ନାହିଁ ..ମୋତେ ମିଛରେ ବ୍ଲେମ କରୁଛନ୍ତି ,ଏମିତି କହିଲେ ମାଇଁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…. ଭାଇରାଲ ଭିଡିଓ କ’ଣ ହୋଇଯାଇଛି ଏହି ଯୁବ ପିଢୀ ଙ୍କୁ ..କାହିଁକି ଏମାନେ ଏମିତି ପାଶବିକ ବ୍ୟବହାର କରୁଛନ୍ତି ..କଣ ଏହା ଏହି ଅତ୍ୟାଧୁନିକତା ର ପ୍ରଭାବ …ନା ଏହା ପଛରେ ଅନ୍ୟ କିଛି କାରଣ ରହୁଛି ..ତେବେ ଏହି ପରି ପ୍ରଶ୍ନ ଆମ ଆଗକୁ ଆସିବା ସ୍ୱାଭାବିକ ..ତେବେ ବର୍ତ୍ତମାନ ର ଯୁବ ପାଢ଼ୀ ମାନେ ଏତେ ତଳକୁ ଖସିଗଲେଣି କି ସେମାନେ ଜାଣିପାରନାହାନ୍ତି କି ସେମାନେ କଣ ସବୁ ଆମାନବୀୟ କାର୍ଯ୍ୟ କରୁଛନ୍ତି ।ତେବେ ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡ଼ିଆ ଚଳେଇବାକୁ ଲଜ୍ୟା ଅନୁଭବ କରୁଥିବେ । କାରଣ ଆପଣ ଅନ୍ୟ ଖବର ଅପେକ୍ଷା ସୋସିଆଲ ମିଡ଼ିଆ ରେ ଅଶୀଳତା ର ଖବର ଅଧିକ ଦେଖିବାକୁ ପାଉଥିବେ। କେତେବେଳେ ଯୁବକ ଯୁବତୀ ଙ୍କର ରୋମାନ୍ସ ର ଭିଡ଼ିଓ ତ, କେତେବେଳେ କେଉଁ ଯୁବତୀ ଙ୍କର ପ୍ରାଇଭେଟ ଫୋଟ ଆଉ କେତେ ବେଳେ ଅଶୀଳ ଫୋନ କଲ। ତେବେ ଏହି ସବୁକୁ ଦେଖିଲେ ଅନୁମାନ କରିହୁଏ କି, ଆମ ସମାଜ ରେ ଯୁବପୀଡି ଙ୍କର ମାନସିକ ଚିନ୍ତା ଧାରା କଣ ରହିଛି ବୋଲି।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଅଶୀଳ ଭଏସ କଲ ନିଆଁ ପରି ଭାଇରଲ ହେବାରେ ଲାଗିଛି। ଯାହା ଶୁଣିବା ଆପଣ ଙ୍କ ମୁଣ୍ଡ ଲଜ୍ୟା ରେ ତଳକୁ ହୋଇଯିବ ଏବଂ ଆପଣ ଏମାନଙ୍କୁ ଘୃଣା କରିବା କୁ ବାଧ୍ୟ ହେବେ। ତେବେ ଘଟଣା ଟି କେଉଁ ସ୍ଥାନରେ ତାହା ଜଣାପଡି ନାହିଁ। କିନ୍ତୁ ଏହି ଫୋନ କଲ ରେ ଯୁବକ ଜଣଙ୍କ ଜଣେ ଯୁବତୀ ଙ୍କ ସହ ବହୁତ ଖରାପ ତଥା ଅଶୀଳ କଥା ବାର୍ତା କରୁଛନ୍ତି ଆଉ ଯୁବତୀ ଜଣଙ୍କ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି । ତେବେ ଫୋନ କଲ ରେ ଯୁବକ ଜଣଙ୍କ ଯୁବତୀ ଙ୍କୁ କହୁଛନ୍ତି କି, ତୁମେ ବହୁତ ସୁନ୍ଦର ମୋତେ ତୁମକୁ ଦେଖା କରି କିସ କରିବାକୁ ଇଚ୍ଛା ହେଉଛି ଏବଂ ଜୋରରେ ଦୁଇ ହାତରେ କୁଣ୍ଢେଇବା କୁ ଇଚ୍ଛା ହେଉଛି ।ଏହା ପରେ ଯୁବକ ଜଣଙ୍କ ଯୁବତୀ ଙ୍କୁ ଅଫର ଦେଉଛନ୍ତି ଯେ , ତୁମ ସହ ଗୋଟିଏ ରାତି ବିତାଇବା କୁ ତଥା ଶାରିରୀକ ସମ୍ପର୍କ ରଖିବା କୁ ତୁମେ କେତେ ଟଙ୍କା ନବ କୁହ। କେତେ ଟଙ୍କା ଦେଲେ ତୁମ ମୋ ସହ ଗୋଟିଏ ରାତି ଶୋଇବା କୁ ଆସିବ ।ନିର୍ଲଜ ଯୁବକ ଜଣଙ୍କ ଯୁବତୀ ଙ୍କୁ ଏପରି କହୁଛନ୍ତି ଆଉ ଯୁବତୀ ଜଣଙ୍କ ମଧ୍ୟ ତାଙ୍କର କଥା କୁ ସମର୍ଥନ କରୁଛନ୍ତି ।ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ।ସମାଜରେ ଶିକ୍ଷାର ପ୍ରସାର ଯେତେ ହେଲେ ମଧ୍ୟ ଲୋକଙ୍କ ମନ ମଧ୍ୟରେ କଳୁଷିତ ଚିନ୍ତାଧାରା ବଦଳୁ ନାହିଁ। ଆପଣ ମାନେ ଦେଖିଥିବେ ଅନେକ ଉଚ୍ଚ ଶିକ୍ଷିତ ଲୋକ ବଡ଼ ବଡ଼ ପଦ ପଦବୀରେ ରହୁଛନ୍ତି, କିନ୍ତୁ ସେମାନେ ଏପରି କିଛି ହୀନ ଲଜ୍ୟା ଜନକ କାର୍ଯ୍ୟ କରିଥାନ୍ତି ଯାହା ଅତ୍ୟନ୍ତ ଦୁଃଖ ଏବଂ ନିନ୍ଦନୀୟ ଅଟେ। କେଉଁଠି କିଏ ଲାଞ୍ଚ ନେଇ ଧରା ପଡୁଛି ତୋ ଆଉ କିଏ ଖରାପ ସମ୍ପର୍କ ରଖି ଧରା ପଡୁଛନ୍ତି। ଏମାନଙ୍କୁ ଆଇନ ର ଡର ଦେଖାଇଲେ ମଧ୍ୟ ସେମାନଙ୍କ ହୀନ ମନ ବୃତ୍ତି ବଦଳୁ ନାହିଁ। ଏଭଳି ଖବର ଆମେ ସୋସିଆଲ ମିଡିଆରେ ଶୁଣିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଆପଣ ଏହି ଘଟଣାକୁ ଜାଣି ସାରିଲା ପରେ ଲଜ୍ୟାରେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ, ଯାହାକି ଜଣେ ଶିକ୍ଷକ ଆଉ ଜଣେ ଶିକ୍ଷୟତ୍ରୀ ଙ୍କ ସହିତ ଅନୈତିକ ସମ୍ପର୍କ ଅଫିସ ଭିତରେ ରଖୁଥିବା ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏଭଳି ନିନ୍ଦନୀୟ ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;ତେବେ ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି। ଯେଉଁ କାର୍ଯ୍ୟ ଦ୍ଵାରା ସେମାନେ ଅନେକାଂଶରେ ସାଧାରଣରେ ନିନ୍ଦିତ ! ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ 0 106 Share FacebookTwitterGoogle+ReddItWhatsAppPinterestEmail Prev Post viral ଭିଡ଼ିଓ – “କୋଉଁଠି ଗାଧେଇଲୁ, କୋଉଁଠି ଡ୍ରେସ ଚେଞ୍ଜ କଲୁ ସେ ପିଲା ସବୁ ଲୁଚିକି ଦେଖେ”ଏମିତି କହିଲେ ଯୁବତୀ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
2022-11-29T21:50:40Z
https://sudarsankhabar.com/zdcgasjexdgaxedgaertcasjhgcrj/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ରାଶିଫଳ ସୋମବାର ରାଶିଫଳ ( ୨୪ – ୧୦ – ୨୦୨୨ ) ସୋମବାର ରାଶିଫଳ ( ୨୪ – ୧୦ – ୨୦୨୨ ) By The Sakala DPM Last updated Oct 23, 2022 Monday Horoscope ମେଷ: ଧୈର୍ଯ୍ୟର ସହ ଅପେକ୍ଷା କରି ସଫଳତା ପାଇବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ବ୍ୟବସାୟୀମାନଙ୍କୁ ଭଲ ଫଳାଫଳ ମିଳିବ। ଭାଗୀଦାରି କାର୍ଯ୍ୟରେ ସମୟ ଅତିବାହିତ କରିବେ। ବୃଷ: ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କ୍ୟାରିୟରରେ ଭିନ୍ନ ମୋଡ଼ ଦେଖିବାକୁ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହଁୁଥିଲେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ପାଇବ। ଏଥିସହିତ ପଢ଼ନ୍ତୁ ବୁଧବାର ରାଶିଫଳ ( ୨୩–୧୧–୨୦୨୨ ) Nov 23, 2022 ମିଥୁନ: ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଶାନ୍ତି ପାଇବେ। ସମସ୍ୟାର ସମାଧାନ ହୋଇପାରେ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ ଭାବନାକୁ ଅନ୍ୟକୁ ବାଣ୍ଟି ହାଲୁକା ଅନୁଭବ କରିବେ। କର୍କଟ: ମହତ୍ତ୍ବକାଂକ୍ଷୀ ମନୋଭାବ ରଖି ଅନ୍ୟକୁ ସାହାଯ୍ୟ କରିବେ। ଆୟର ନୂତନ ପଥ ଉନ୍ମୁକ୍ତ ହେବ। ନିଜର ଦୁର୍ବଳତା ପ୍ରକାଶ କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଯାଇପାରେ। ସିଂହ: ସମୟର ସଦୁପଯୋଗ କରିବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟର ଭାବନାକୁ ସମ୍ମାନ ଦିଅନ୍ତୁ। ନୂତନ ପୁଞ୍ଜି ନିବେଶ କରି ଲାଭବାନ ହେବେ। କନ୍ୟା: ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ସହ ସମ୍ପର୍କ ଦୃଢ଼ ହେବ। ଆର୍ଥିକ କ୍ଷେତ୍ରରେ ପରିବାରବର୍ଗଙ୍କ ସହାୟତା ପାଇବେ। ଅଧିକ ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ। ଅଧିକ ପଢନ୍ତୁ ମଙ୍ଗଳବାର ରାଶିଫଳ ( ୨୨–୧୧–୨୦୨୨ ) Nov 22, 2022 ତୁଳା: ଜୀବନରେ ଭିନ୍ନମୋଡ଼ ଉପୁଜିବାରୁ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବେ। ସାଙ୍ଗସାଥୀଙ୍କ ସହ ସମ୍ପର୍କ ନିବିଡ଼ ହେବ। ବାଦବିବାଦରୁ ନିବୃତ୍ତ ରୁହନ୍ତୁ। ଆର୍ଥିକ ଅନଟନ ଦେଖାଦେଇପାରେ। ବିଛା: ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ। ଜୀବନସାଥୀଙ୍କ ସହଯୋଗ ପାଇବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଧନୁ: ମନରେ ସକାରାତ୍ମକ ଚିନ୍ତା ରଖନ୍ତୁ। କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ନୂତନ ନିବେଶ କରି ଲାଭବାନ ହେବେ। ମକର: ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। କର୍ମକ୍ଷେତ୍ରରେ ନିଜକୁ ପ୍ରମାଣିତ କରିବେ। ପରିବାର ସହ ଅଧିକ ସମୟ କଟାଇବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ଅନୁଭବ କରିବେ। କୁମ୍ଭ: ପ୍ରିୟଜନଙ୍କ ପାଇଁ ସମ୍ବେଦନଶୀଳ ହୋଇ ପଡ଼ିବେ। ନୂତନ ନିବେଶ କରିବାରୁ ନିବୃତ୍ତ ରୁହନ୍ତୁ। ରାସ୍ତାରେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ ସମ୍ପର୍କରେ ତିକ୍ତତା ଦେଖା ଦେଇପାରେ। ମୀନ: ଆଜି ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଉତ୍ସାହର ସହ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପରେ ତୁଲାଇବେ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।
2022-11-29T18:44:39Z
https://thesakala.in/24th-oct-2022-monday-rasiphala/
OSCAR-2301
ଜୋର୍‌ ଧରିଲା ବ୍ରହ୍ମପୁରକୁ ଜିଲ୍ଲାମାନ୍ୟତା ଦାବି । ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କଲା ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ ବ୍ରହ୍ମପୁର: ରାଜ୍ୟରେ ନୂତନ ଜିଲ୍ଲା ଘୋଷଣାକୁ ନେଇ ଚର୍ଚ୍ଚା ଯୋର ଧରିଥିବାବେଳେ, ବ୍ରହ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ପୁଣି ଜୋର ଧରିଛି । ୨୦୧୮ ମସିହାରୁ ଏହି ଦାବିକୁ ନେଇ ଉପସ୍ଥାପିତ କରାଯାଉଥିବାବେଳେ, ରାଜ୍ୟର ପଦ୍ମପୁର ଜିଲ୍ଲା ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଘୋଷଣା ହେବ ବୋଲି ସରକାର ପ୍ରତିଶୃତି ଦେଇଥିବା କୁହାଯାଉଛି । ପରେ ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଭାବରେ ଅବଗତ କରାଯାଇଛି । ବ୍ରହ୍ମପୁରକୁ ଜିଲ୍ଲା ଦାବି , ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲା କ୍ରିୟାନୁଷ୍ଠାନ କମିଟି ତେବେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପୋଲିସ ଜିଲ୍ଲା ରହିଥିବା ବେଳେ ଏଠାରେ ସ୍ବତନ୍ତ୍ର ଭାବରେ ଶ୍ରମ ଅଧିକାରୀ କରାଯାଇଛି । ଏଣୁ ସ୍ଥାନୀୟ ଲୋକଙ୍କ ଭାବାବେଗ, ଦୀର୍ଘଦିନର ଦାବୀ, ଅନୁରୋଧ ଏବଂ ସ୍ଥାନୀୟ ଅଞ୍ଚଳର ଭୌଗଳିକ ଅବସ୍ଥିତ ଓ ସମାନୁପାତିକ ଅଭିବୃଦ୍ଧିର ଆବଶ୍ୟକତାକୁ ଉପଲବ୍ଧି ଓ ସମ୍ମାନ ଜଣାଇ ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରି ତୁରନ୍ତ ବ୍ରହ୍ମପୁର ଜିଲ୍ଲା ଘୋଷଣା କରିବାକୁ ଅନୁରୋଧ କରିଛନ୍ତି କମିଟି । ଦୀର୍ଘ ଦିନର ଏହି ଦାବୀକୁ ଗୁରୁତ୍ବ ଦେବାକୁ ନେଇ ଏକ ଲିଖିତ ଭାବରେ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇମେଲ ଓ ଡାକ ଯୋଗେଁ ପଠାଯାଇଥିବା ବେଳେ ଏହି ଅବସରରେ ଏହି ଦାବୀ କେତେ ଯଥାର୍ଥ ରହିଛି ସେ ନେଇ କମିଟିର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
2022-11-29T17:55:46Z
https://www.etvbharat.com/oriya/odisha/state/ganjam/demand-for-district-status-to-berhampur/or20221122093915707707910
OSCAR-2301
ନୂଆଦିଲ୍ଲୀ: ଦୁଇଦିନିଆ ଭାରତଗସ୍ତ ସମୟରେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍‌ ଦିଲ୍ଲୀର ଏକ ସରକାରୀ ସ୍କୁଲ୍‌ ପରିଦର୍ଶନରେ ଆଜି ଆସିଛନ୍ତି। ସେ ନାନକପୁରାରେ ଥିବା ସର୍ବୋଦୟ ସିନିଅର୍ ସେକେଣ୍ଡାରି ସ୍କୁଲକୁ ପରିଦର୍ଶନରେ ଆସି କେଜ୍ରିୱାଲ ସରକାରଙ୍କ ପରିଚାଳିତ ‘ଆନନ୍ଦମୟ ଶ୍ରେଣୀ ବ୍ୟବସ୍ଥା’କୁ ଅନୁଧ୍ୟାନ କରିଛନ୍ତି। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ଉଭୟ ଭାରତ ଏବଂ ଆମେରିକାର ପତକା ଏବଂ ଫୁଲ ଧରି ମେଲାନିଆ ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ। ବିଦ୍ୟାଳୟର ଜଣେ ଛାତ୍ର ମେଲାନିଆ ଟ୍ରମ୍ପଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ତାଙ୍କୁ ଆଳତୀ ଓ ତିଳକ ଜରିଆରେ ବି ସ୍ବାଗତ କରାଯାଇଥିଲା। ଦିଲ୍ଲୀର ଏହି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ମେଲାନିଆ ପ୍ରାୟ ଏକ ଘଣ୍ଟା ସମୟ ବିତାଇଥିଲେ। ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ କୁନି କୁନି ପିଲାଙ୍କ ଗହଣରେ ପିଲାଙ୍କ ସହ କଥାବାର୍ତ୍ତା ବି ହୋଇଥିଲେ। ଦକ୍ଷିଣ ମୋତି ବାଗରେ ମେଲାନିଆ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଥିଲେ। image source-business today ଏହି ସମୟରେ ମେଲାନିୟାଙ୍କ ମଥାରେ ସିନ୍ଦୁର ବିନ୍ଦି ଦେଖିବାକୁ ମିଳିଥିଲା। ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ପରସ୍ପର ସହ ସହାବସ୍ଥାନ କରିବାକୁ କିଭଳି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି, ତାହା ମେଲାନିଆ ଦେଖିବାକୁ ପାଇଥିଲେ। ଏହି ଅବସରରେ ସେ ଭାରତ ଆସି ବହୁତ ଖୁସି ବୋଲି କହିଛନ୍ତି ମେଲାନିଆ ଟ୍ରମ୍ପ୍‌। ସୂଚନାଯୋଗ୍ୟ, ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ସରକାରୀ ସ୍କୁଲରେ ‘ଆନନ୍ଦମୟ ଶ୍ରେଣୀ ଶିକ୍ଷା’ ବ୍ୟବସ୍ଥାର ପ୍ରଚଳନ କରିଛନ୍ତି। ମେଲାନିଆଙ୍କ ଗସ୍ତ ପୂର୍ବରୁ ନାନକପୁରାରେ ଥିବା ସର୍ବୋଦୟ ସିନିଅର୍ ସେକେଣ୍ଡାରି ସ୍କୁଲକୁ ସୁସଜ୍ଜିତ କରାଯାଇଥିଲା। ‘ଆନନ୍ଦମୟ ଶ୍ରେଣୀ ବ୍ୟବସ୍ଥା’କୁ ଅନୁଧ୍ୟାନ କରିଲେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍‌ 0 Share 0 posts 0 comments Prev Post ଆଜିର ରାଶିଫଳ Next Post ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧ‌ାନମନ୍ତ୍ରୀ ମୋଦୀଙ୍କ ସହ ରେଡ୍‌ କାର୍ପେଟରେ ନଜର ଆସୁଥିବା କଳା ପୋଷାକ ପରିହିତା ଏହି ମହିଳା କିଏ ?
2022-11-29T18:47:10Z
https://www.sakalakhabar.com/malania-trump/
OSCAR-2301
ଭୁବନେଶ୍ୱର: ପ୍ରଥମେ ବ୍ୟାଟସମ୍ୟାନ ପରେ ବୋଲର କମାଲ୍ । ରାଜକୋଟ ଟେଷ୍ଟରେ ବାଜି ମାରି ନେଲା ଟିମ୍ ଇଣ୍ଡିଆ। ଭ୍ରମଣକାରୀ ଦଳକୁ ଇନିଂସ ଓ ୨୭୨ ରନର ବ୍ୟବଧାନରେ ହରାଇ ଇତିହାସ ରଚିଛି ଭାରତ । ମାତ୍ର ଦେଢ଼ ଦିନରେ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ କାରାବିଆନ୍ କ୍ରିକେଟର। ଦୁଇଟିଯାକ ଇନିଂସରେ ୨୦୦ ରନ୍ ଲେଖାଏଁ ବି କରିପାରିଲେ ନାହିଁ ଓ୍ବେଷ୍ଟଇଣ୍ଡିଜ ଟିମ୍। ପ୍ରଥମ ଇନିଂସରେ‌ ମାତ୍ର ୪୮ଓଭର‌ ଠିଆ ହୋଇ ପାରିଥିଲେ ଓ୍ୱେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ। ୧୮୧ରନରେ ‌ଅଲ ଆଉଟ୍ ହୋଇଥିଲେ। ଫଲୋଅନ୍ ଦେଇଥିଲା ଟିମ୍ ଇଣ୍ଡିଆ। ଦ୍ୱିତୀୟ ଇନିଂସରେ ବି ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କଲା। ଇନିଂସ ପରାଜୟ ଏଡ଼ାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ କାରାବିଆନ୍ ଟିମ୍। କିନ୍ତୁ ଭାରତର‌ ସ୍ପିନ୍ ଆଟାକ୍ ଆଗରେ ତାସ୍ ଘର ପରି ଭୁଶୁଡ଼ି ପଡ଼ିଲା ବ୍ୟାଟିଂ ଲାଇନ୍‌ଅପ୍। That’s a wrap! INDIA WIN the first Test.#TeamIndia beat the Windies by an innings and 272 runs 👏👏🕺🕺 pic.twitter.com/DITXuZRBuy — BCCI (@BCCI) October 6, 2018 ଚାଇନାମ୍ୟାନ୍ କୁଳଦୀପ ଯାଦବଙ୍କ ସ୍ପିନ ଚକ୍ରବ୍ୟୁହରେ ପେଶି ହୋଇଗଲେ ଜଣଙ୍କ ପରେ ଜଣେ ବ୍ୟାଟସମ୍ୟାନ୍। ରବୀନ୍ଦ୍ର ଜାଡେଜା ବି ଯାଦୁ କଲେ। ଏକାକୀ ସଂଘର୍ଷ କରୁଥିଲେ କେରଣ ପାଓ୍ବେଲ। ସେ ଦ୍ୱିତୀୟ ଇନିଂସରେ ୮୩ରନ୍ କରିଥିଲେ। ଦ୍ୱିତୀୟ ଇନିଂସରେ ଭ୍ରମଣକାରୀ ଦଳ ମାତ୍ର ୫୦.୫ଓଭର‌ ଖେଳି ୧୯୬ ରନରେ ସୀମିତ ରହିଗଲା। କୁଳଦୀପ ଯାଦବ ଦୁଇଟି ଇନିଂରେ ସର୍ବାଧିକ ୬ଟି ଓ୍ୱିକେଟ୍ (ପ୍ରଥମ ଇନିଂସ-୧ଟି, ଦ୍ୱିତୀୟ ଇନିଂସ-୫ଟି) ନେଇଛନ୍ତି । ଆର୍. ଅଶ୍ୱିନୀ ୬ଟି ଓ୍ବିକେଟ୍ (ପ୍ରଥମ ଇନିଂସ-୪, ଦ୍ବିତୀୟ ଇନିଂସ-୨) ଓ ରବୀନ୍ଦ୍ର ଜାଡେଜା ୪ଟି ଓ୍ୱିକେଟ୍ (ପ୍ରଥମ-୧, ଦ୍ବିତୀୟ ଇନିଂସ-୩) ନେଇଛନ୍ତି। ରାଜକୋଟରେ ପ୍ରଥମେ ବ୍ୟାଟିଂ କରି ଭାରତ, ଓ୍ବେଷ୍ଟଇଣ୍ଡିଜ ଆଗରେ ୯ ଓ୍ୱିକେଟରେ ୬୪୯ ରନ୍ କରି ଇନି୍ଂସ ଘୋଷଣା କରିଥିଲା। ଡେବ୍ୟୁ ମ୍ୟାଚରେ ଶତକ (୧୩୪ରନ୍) କରିଥିଲେ ପୃଥ୍ୱୀ ସ। ପରେ ବିରାଟ କୋହଲି (୧୩୯ରନ୍),ରବୀନ୍ଦ୍ର ଜାଡେଜା(୧୦୦ରନ୍),ଋଷଭ ପନ୍ଥ (୯୨ରନ୍), ଚେତେଶ୍ୱର ପୂଜାରା (୮୬ରନ୍) ହାସଲ କରିଥିଲେ। ଏହି ବିଜୟ ସହ ଭାରତ ୧-୦ରେ ସିରିଜ‌ ଆଗୁଆ ହୋଇଛି। ଏହାସହ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଭାରତର ଟେଷ୍ଟ ଇତିହାସରେ ଏକ ଇନିଂସରେ ସବୁଠାରୁ ବଡ଼ ବିଜୟ। ଚଳିତ ବର୍ଷ ଜୁନ ମାସରେ ଆଫଗାନିସ୍ତାନ ବିପକ୍ଷରେ କରିଥିବା ରେକର୍ଡକୁ କାଟିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟେଷ୍ଟ ସ୍କ୍ୱାଡ୍। ବେଙ୍ଗାଳୁରୁରେ ଆଫଗାନିସ୍ତାନକୁ ଏକ ଇନିଂସ ଓ ୨୬୨ରନରେ ହରାଇଥିଲା ଟିମ୍ ଇଣ୍ଡିଆ।
2022-12-07T09:53:25Z
https://www.bartamanodisha.com/india-beat-the-westindies-by-an-innings-and-272-runs/
OSCAR-2301
ଧର୍ମଶାଳା, ୭/୯(ଉ.ନ୍ୟୁଜ୍ ବ୍ୟୁରୋ): ସାତ ଜନମକୁ ସାଥି କରିବାକୁ ସାତ ଫେରି ଆଠ କଳସକୁ ସାକ୍ଷୀ ରଖି ପ୍ରଭୁ ବୃଦ୍ଧ ଲିଙ୍ଗଙ୍କ ସାମ୍ନାରେ ସାତ ଜନ୍ମପାଇଁ ଚିର ସାଥି ହୋଇ ରହିବାକୁ ଗତ ତା.୦୭.୦୭.୨୦୨୨ରେ ପଟୁଣିଆ ନିବାସୀ ଜଗବନ୍ଧୁ ସାହୁଙ୍କ କନିଷ୍ଠ କନ୍ୟା ବୈଦିକ ରୀତିରେ ବିବାହ କରିଥିଲେ ଏହି ବ୍ଲକ ଅଧିନସ୍ଥ ମିର୍ଜାପୁର ନିବାସୀ ସ୍ୱର୍ଗତ ପ୍ରଫୁଲ ସାହୁଙ୍କ ଏକମାତ୍ର ପୁତ୍ର ପ୍ରଭାକର ସହ। ବିବାହ ସମୟରେ କନ୍ୟା ପିତା ବିବାଘରେ ସବୁ କିଛି ସୁନା ରୁପା, ଟଙ୍କା ସହ ଘରୋଇ ଆସବାସପତ୍ର ଯାନିଯୌତୁକ ହିସାବରେ ଝିଅର ଖୁସି ପାଇଁ ଦେଇଥିଲେ,କିନ୍ତୁ ଦଇବର ଲୀଳା କିଛି ଅଲଗା ଥିଲା,କବିତାର ଶାଶୁ ବାରମ୍ବାର ଅଧିକ ଯୌତୁକ ବାବଦରେ1ଲକ୍ଷ ଟଙ୍କା ଓ ଗାଡି ଆଣିବାକୁ ବାରମ୍ବାର କହି ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲା,ନବବଧୁ ଗତ 5th october ରେ ତାର ଶାଶୁ ମାରିଦେଇ fan ରେ ଟଙ୍ଗେଇ ଦେଇ ଆତ୍ମହତ୍ୟାର ରୂପ ଦେଇଥିବା ମୃତ ପରିବାର ଅଭିଯୋଗ କରିଛନ୍ତି, ବିବାହର ମାତ୍ର 3 ମାସ ପୁରିନାହଁ ଏଭଳି ନୃଶଂସ ଲୋମଟାଙ୍କର ଘଟଣା ଆମ ଅଂଚଳରେ ଶୋକର ବନ୍ୟା ସୃଷ୍ଟି କରିଛି,ଦୋଷୀକୁ ଯଥାସମ୍ଭବ ଦଣ୍ଡ ମିଳୁ ବୋଲି ଆମେ ଚାହୁଁଛୁ, ଭଗବାନ ଅମର ଆତ୍ମାର ସଦ୍ଗତି କରନ୍ତୁ,ଜଗବନ୍ଧୁ ପରିବାରକୁ ସାହସ ଓ ଶକ୍ତି ଧର୍ମଶାଳା, ୭/୯(ଉ.ନ୍ୟୁଜ୍ ବ୍ୟୁରୋ): ଗ୍ରାମର ପରିଣାମସ୍ୱରୂପ, ଗତ ତା.୦୫.୧୦.୨୦୨୨ରେ କବିତା ତା’ର ଶାଶୁ ମାରି ଦେଇ ଫ୍ୟାନରେ ଝୁଲାଇ ଦେଇଥିବାର କବିତାର ପରିବାର ପକ୍ଷରୁ ପିତା ଜଗବନ୍ଧୁ ଅଭିଯୋଗ ଆଣିଛନ୍ତି । ଏସଂକ୍ରାନ୍ତରେ ସ୍ଥାନୀୟ ଧର୍ମଶାଳା ଥାନାରେ କେସ ରୁଜ୍‌ୁ ହୋଇ ତଦନ୍ତ ଚାଲିଥିବାର ଜଣାଯାଇଛି । ମାତ୍ର ୦୩ ମାସ ନ ପୁରୁଣୁ ଟାଙ୍କୁରା ଗ୍ରାମ ପଂଚାୟତ ସମେତ ଆଖପାଖ ଅଂଚଳରେ ଛାୟା ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରାଯିବାକୁ ବିଭିନ୍ନ ମହଲରେ ଦାବୀ ଉଠିଛି । କବିତାର ଅମର ଆତ୍ମାର ସଦ୍‌ଗତି ସହ ତା’ର ଗରୀବ ପିତା ଓ ପରିବାରବର୍ଗଙ୍କୁ ଭଗବାନ ସାହାସ ଓ ଶକ୍ତି ଯୋଗାଇ ଦେବାକୁ ବହୁ ଅଂଚଳବାସୀଙ୍କ ସମେତ କିଛି ସମାଜସେବୀ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଦିଅନ୍ତୁ
2022-11-27T15:15:23Z
http://udayabataenews.com/11263/
OSCAR-2301
ନୂଆପଡ଼ା (ମାୟାଧର ସରାଫ): କଲେଜ ଯାଉଥିବା ୨ ଛାତ୍ରଙ୍କୁ ଧକ୍କା ଦେଲା ମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି । ପିଲା ୨ ଜଣ ଯନ୍ତ୍ରଣାରେ ରାସ୍ତାରେ ଛଟପଟ ହେଉଥିବା ବେଳେ ଏସକର୍ଟ ଗାଡ଼ି ଫେରାର ହୋଇଯାଇଥିଲା। ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏହାକୁ ନେଇ ନୂଆପଡ଼ା ଜିଲ୍ଲା ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁତର ଛାତ୍ରଦ୍ୱୟ ହେଲେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ୍‌ର ପିଏଚଡି ପଡ଼ାର ଜିତୁ ଦାସ ଓ ଯୋଗେଶ ପୋଡ଼ । ସେମାନେ ନ୍ୟାସନାଲ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ଆହୁରି ପଢ଼ନ୍ତୁ ‘ମୁଖ୍ୟମନ୍ତ୍ରୀ କୁହନ୍ତି ସାଢ଼େ ୪ କୋଟି ଓଡ଼ିଆ ତାଙ୍କ ପରିବାର, ଆମ… 10 mins ago ବାଣ ବିସ୍ଫୋରଣରେ ଉଡ଼ିଗଲା ଛାତ, ପୋଡ଼ି ହୋଇ ଜଣେ ଗୁରୁତର 1 hour ago ଆଜି ସକାଳେ ଜିତୁ ଓ ଯୋଗେଶ ଏକ ବାଇକ୍‌ରେ କଲେଜ ଯାଉଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଏସ୍‌କର୍ଟ ଗାଡି ନୂଆପଡ଼ାରୁ ଖରିଆରରୋଡ଼ସ୍ଥିତ ମନ୍ତ୍ରୀଙ୍କ ବାସଭବନକୁ ଯାଉଥିଲା । ଗୋତମା ଗାଁ ନିକଟ ରାଜପଥ ଉପରେ ମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି ବାଇକ୍‌କୁ ପିଟି ଦେଇଥିଲା। ଛାତ୍ରଦ୍ୱୟ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଏସକର୍ଟ ଗାଡ଼ିଟି ପଳାଇଥିଲା। ଖବର ପାଇ ଘଟଣାସ୍ଥଳରେ କଲେଜର ପିଲାମାନେ ରୁଣ୍ଡ ହୋଇଥିଲେ। ଏହାପରେ ପୁଲିସ୍‌ ପହଞ୍ଚି ଆହତଦ୍ୱୟଙ୍କୁ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ରେଫର କରାଯାଇଛି। ମାତ୍ର ପରିବାର ଲୋକେ ସେମାନଙ୍କୁ ରାୟପୁର ନେବାକୁ ଜିଦ୍‌ ଧରିଛନ୍ତି । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି।
2022-11-27T14:53:58Z
https://odishareporter.in/odisha/escort-car-hits-2-students-in-nuapada-dist-777551
OSCAR-2301
ସୁନ୍ଦରଗଡ଼(ବିଜୟ ବରୁଆଁ): ଭିଟାମାଟି ପାଇଁ ଆଦିବାସୀଙ୍କ ସଂଘର୍ଷ । ନିଜ ଗାଁ ନ ଛାଡ଼ିବାକୁ ୬୫ କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ଶହ ଶହ ଆଦିବାସୀ । ପ୍ରଶାସନ ନିକଟରେ ପ୍ରତିବାଦ ଜଣାଇବା ଲାଗି ପଦଯାତ୍ରାରେ ବାହାରିଛନ୍ତି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକର ୫ ପଞ୍ଚାୟତର ଶତାଧିକ ଗ୍ରାମବାସୀ। ଗତ ୧୮ରେ ରାଜଗାଙ୍ଗପୁର କେଶ୍ରାମାଲରୁ ବାହାରିଥିବା ପଦଯାତ୍ରା ଗତକାଲି ବଡଗାଁରେ ପହଞ୍ଚିଥିଲା । ଆଜି ସକାଳୁ ସେମାନେ ପୁଣି ବଡଗାଁରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି ଆଦିବାସୀମାନେ ସୁନ୍ଦରଗଡ଼ରେ ପହଞ୍ଚି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ । ଆହୁରି ପଢ଼ନ୍ତୁ ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଠିକଣାରେ କେନ୍ଦ୍ରୀୟ ଟିମର ରେଡ 17 mins ago ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ… 45 mins ago ରାଜଗାଙ୍ଗପୁରସ୍ଥିତ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ ବା ଓସିଏଲ୍ ତାର ଚୂନ ପଥର ଖଣି ସମ୍ପ୍ରସାରଣ ପାଇଁ ଏହି ପାଞ୍ଚୋଟି ପଞ୍ଚାୟତର ୭୧୭ ଏକର ଜମି ଅଧିଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିଲା । ହେଲେ ଆରମ୍ଭରୁ ଏହାକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ଆଦିବାସୀ । ଦୁଇ ଦୁଇ ଥର ଜନ ଶୁଣାଣି ପାଇଁଦିନ ଧାର୍ଯ୍ୟ କରାଯିବା ସତ୍ତ୍ୱେ ଆଦିବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ତାହା ହୋଇପାରିନଥିଲା । କିନ୍ତୁ ପ୍ରଶାସନ ଜନ ଶୁଣାଣିକୁ ସଫଳ ହୋଇଥିବା ଦର୍ଶାଇଥିଲା। ଏହାଦ୍ୱାରା ଅଧିଗ୍ରହଣ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ସରକାର ଯୋଜନା କରୁଥିବା ଜାଣି ଆଦିବାସୀମାନେ ଏହାକୁ ବିରୋଧ କରୁଛନ୍ତି । ଅନେକ ଥର ଏହା ପାଇଁ ଆନ୍ଦୋଳନ, ଧାରଣା, ପ୍ରତିବାଦ ଆଦି କଲା ପରେ ଏବେ ରାଜଗାଙ୍ଗପୁର କେଶ୍ରାମାଲରୁ ସୁନ୍ଦରଗଡ ପଯର୍ୟନ୍ତ ୬୫ କିଲୋମିଟର ପଦଯାତ୍ରା ରେ ବାହାରିଛନ୍ତି ଆଦିବାସୀ।
2022-11-28T04:45:48Z
https://odishareporter.in/odisha/tribal-people-protest-for-their-land-775063
OSCAR-2301
ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ବିରୋଧି ଦଳ ତାର ଗୁରୁତ୍ତ୍ୱ ଓ ମହତ୍ତ୍ୱ ହରାଇବାରେ ଲାଗିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ବିଜୁ ଜନତା ଦଳ ବହୁ ପରିମାଣରେ ଲୋକଙ୍କ ଆସ୍ଥା ଜିତି ଚାଲିଛି। ଯଦିଓ ବିଗତ ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ପଞ୍ଚାୟତ ନିର୍ବାଚନରେ କିଛିଟା ଆସନ ହାତେଇଥିଲା ଚଳିତ ନିର୍ବାଚନରେ କିନ୍ତୁ ବିରୋଧୀଙ୍କ ରାଜନୈତିକ ଅଙ୍କ କଶା ଭୁଲ୍ ପ୍ରମାଣିତ ହୋଇଛି। ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ଅପାରଗତା ଯୋଗୁ ପଂଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ବିଜେଡି ଏକପାଖିଆ ସଫଳତା ହାସଲ କରିଛି । ବିଜେପି ଓ କଂଗ୍ରେସର ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନା, ପ୍ରାର୍ଥୀ ଚୟନରେ ତ୍ରୁଟି ଯୋଗୁ ଶାସକ ବିଜେଡିକୁ ଚଳିତ ପୌର ନିର୍ବାଚନରେ ଆଶାତୀତ ସଫଳତା ମିଳିଛି। ଦଳ ରାଜ୍ୟର ୩ଟି ପ୍ରମୁଖ ମହାନଗର ନିଗମ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀକୁ ହାତେଇବା ସହ ଏସବୁ ସ୍ଥାନରେ ଥିବା ମୋଟ ୧୬୮ଟି ୱାର୍ଡ ମଧ୍ୟରୁ ବିଜେଡି ୮୨ଟିରେ ନିଜର ପ୍ରାର୍ଥୀଙ୍କୁ ଜିତାଇଛି ଓ ସବୁଠି ନିଜର ମହାନଗର ଗଢ଼ିବାକୁ ସକ୍ଷମ ହୋଇଛି। କମୁଛି ବିରୋଧିଙ୍କ ଦବଦବା ରାଜ୍ୟରେ ଧିରେଧିରେ ବିରୋଧି ଦଳର ଦବଦବା ହ୍ରାସ ପାଉଛି। ରାଜ୍ୟର ଅନ୍ୟ ୧୦୬ଟି ପୌର ପରିଷଦ ମଧ୍ୟରୁ ଧାମନଗରରେ ଗଣତି ହୋଇନଥିବାବେଳେ ୧୦୫ଟି ସ୍ଥାନର ଫଳାଫଳ ପ୍ରକାଶ ପାଇଛି। ସେଥିରେ ୭୩ଟି ପୌର ପରିଷଦ ଓ ଏନଏସିରେ ଅଧ୍ୟକ୍ଷ ପଦବୀ ବିଜେଡି ଦଖଲକୁ ଯାଇଥିବାବେଳେ ପଛରେ ରହିଯାଇଛନ୍ତି ବିରୋଧି । ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଆସନ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ଅଧ୍ୟକ୍ଷ ପଦବୀ ମିଳିଛି । ତେବେ ଏହି ୧୦୫ଟି ପୌର ଓ ବିଜ୍ଞାପିତ ପରିଷଦ ମଧ୍ୟରୁ ୯୫ଟି ପରିଷଦରେ ବିଜେଡିର କାଉନସିଲର ସଂଖ୍ୟା ଅଧିକ ରହିଛି ।କଂଗ୍ରେସର କେବଳ ୪ଟି, ବିଜେପି ୬ଟି ପରିଷଦରେ ନିଜର ଅଧିକ ସଂଖ୍ୟକ କାଉନସିଲର ଆଣିଥିବାବେଳେ ୩ଟି ପରିଷଦରେ ସ୍ୱାଧୀନ ପ୍ରାର୍ଥୀଙ୍କ ଦବଦବା ରହିଛି। ନବୀନଙ୍କ ଆଗେ ବିରୋଧି ଫେଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଗରେ ଫେଲ୍ ମାରୁଛନ୍ତି ବିରୋଧି। ପୌର ନିର୍ବାଚନରେ ଫଳାଫଳରୁ ମଧ୍ୟ ଏହା ସମ୍ପୁର୍ଣ୍ଣ ସ୍ପଷ୍ଟ ହୋଇଛି।ଗୁଣୁପୁର ଓ ଦଶପଲ୍ଲାରେ ସ୍ୱାଧୀନ ପ୍ରାର୍ଥୀଙ୍କ କବଜାରେ ଅଧ୍ୟକ୍ଷ ପଦବୀ ଥିବାବେଳେ ଏଠାରେ ଯଥାକ୍ରମେ ୧୯ରୁ ୧୧ଟି ଓ ୧୬ରୁ ୮ଟି କାଉନସିଲର ପଦବୀରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି କୋଟପାଡ଼, ଖରିଆଳ, କଣ୍ଟାବାଞ୍ଜି ଓ ଦିଗପହଣ୍ଡି ଏନଏସିରେ ଅଧିକାଂଶ କାଉନସିଲର ବିଜୟୀ ହୋଇଛନ୍ତି ।ପାରାଦୀପରେ ଅଧ୍ୟକ୍ଷ ପଦବୀ ବିଜେଡିକୁ ଯାଇଥିଲେ ମଧ୍ୟ ୧୯ରୁ ୮ଟିରେ ସ୍ୱାଧୀନ କାଉନସିଲ ଜିତିଛନ୍ତି । ବିଜେଡି ଏଠାରେ ୭ଟି ସଂଖ୍ୟା ସହ ଦ୍ୱିତୀୟ ସ୍ଥାନରେ ଓ ବିଜେପିକୁ ୩ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଖଡ଼ିଆଳରେ ୧୩ରୁ ୬ଟି, କୋଟପାଡ଼ରେ ୧୩ରୁ ୬ଟି, ଦିଗପହଣ୍ଡିରେ ୧୧ରୁ ୬ଟି ଓ କଂଟାବାଞ୍ଜିରେ ୧୬ରୁ ୧୦ଟି କାଉନସିଲ ପଦବୀରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୯୫ଟି ପୌର ଓ ବିଜ୍ଞାପିତ ପରିଷଦରେ ବିଜେଡିର କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତା ସହିତ ୯୫ଟିରୁ ୭୩ଟି ପରିଷଦରେ ବିଜେଡି ନିଜର ଅଧ୍ୟକ୍ଷଙ୍କୁ ଜିତାଇଆସ୍ଥା ଜିତିଛି। ଏହି ନିର୍ବାଚନରେ ବିରୋଧିଙ୍କ ପ୍ରଦର୍ଶନ ଓ ନେତୃତ୍ତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
2022-11-30T21:30:42Z
https://www.bartamanodisha.com/bjd-clean-sweeps-in-municipality-election/
OSCAR-2301
ନୂଆଦିଲ୍ଲୀ: କୃଷି ଏବଂ କୃଷକ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୨୨- ୨୩ ମସିହା ନିମନ୍ତେ ମୁଖ୍ୟ ଖରିଫ ଫସଲମାନଙ୍କ ଉତ୍ପାଦନର ପ୍ରଥମ ଅଗ୍ରୀମ ଆକଳନ ଜାରି କରାଯାଇଛି। କେନ୍ଦ୍ର କୃଷି ଏବଂ କୃଷକ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏହି ସୂଚନା ଦେଇ କହିଛନ୍ତିଯେ ଖରିଫ ଋତୁରେ ୧୪୯.୯୨ ନିୟୁତ ଟନ୍ ଖାଦ୍ୟାନ୍ନ ଉତ୍ପାଦନ ହେବାର ପୂର୍ବାନୁମାନ କରାଯାଇଛି। ସେ କହିଲେ ଯେ, କୃଷି କ୍ଷେତ୍ରରେ ପ୍ରତି ଦିନ କୃଷକମାନେ କରୁଥିବା କଠିନ ପରିଶ୍ରମ, ବୈଜ୍ଞାନିକମାନଙ୍କ କୁଶଳତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ କୃଷକ ହିତୈଷୀ ନୀତିଗୁଡ଼ିକ କାରଣରୁ ଏଭଳି ବିକାଶ ହୋଇଚାଲିଛି। ପ୍ରଥମ ଅଗ୍ରୀମ ଅନୁମାନ ଅନୁସାରେ, ୨୦୨୨- ୨୩ରେ ମୁଖ୍ୟ ଖରିଫ ଫସଲଗୁଡ଼ିକର ଅନୁମାନିତ ଉତ୍ପାଦନ ନିମ୍ନମତେ ହେବ: -ଖାଦ୍ୟାନ୍ନ – ୧୪୯.୯୨ ନିୟୁତ ଟନ୍‌ -ଧାନ – ୧୦୪.୯୯ ନିୟୁତ ଟନ୍‌ -ପୋଷକ/ ମୋଟା ଶସ୍ୟ – ୩୬.୫୬ ନିୟୁତ ଟନ୍‌ -ମକା – ୨୩.୧୦ ନିୟୁତ ଟନ୍ (ରେକର୍ଡ) -ଡାଲିଜାତୀୟ ଶସ୍ୟ – ୮.୩୭ ନିୟୁତ ଟନ୍‌ – ଟୁର – ୩.୮୯ ନିୟୁତ ଟନ୍‌ -ତୈଳବୀଜ – ୨୩.୫୭ ନିୟୁତ ଟନ୍‌ -ଚିନାବାଦାମ- ୮.୩୭ ନିୟୁତ ଟନ୍‌ -ସୋୟାବିନ୍ – ୧୨.୮୯ ନିୟୁତ ଟନ୍‌ -କପା- ୩୪.୧୯ ନିୟୁତ ଗାଣ୍ଠିଲି ( ପ୍ରତି ଗାଣ୍ଠିଲି ୧୭୦ କିଲୋଗ୍ରାମ୍‌) -ଝୋଟ ଓ ମେସ୍ତା – ୧୦.୦୯ ନିୟୁତ ଗାଣ୍ଠିଲି ( ପ୍ରତି ଗାଣ୍ଠିଲି ୧୮୦ କିଲୋଗ୍ରାମ) ଆଖୁ – ୪୬୫.୦୫ ନିୟୁତ ଟନ୍ (ରେକର୍ଡ) ୨୦୨୨- ୨୩ ଆର୍ଥିକ ବର୍ଷ ନିମନ୍ତେ ପ୍ରଥମ ଅଗ୍ରୀମ ଅନୁମାନ ( କେବଳ ଖରିଫ) ଅନୁସାରେ, ଦେଶରେ ମୋଟ ଖାଦ୍ୟାନ୍ନ ଉତ୍ପାଦନ ୧୪୯.୯୨ ନିୟୁତ ହେବାର ଅନୁମାନ କରାଯାଇଛି ଯାହା ବିଗତ ପାଞ୍ଚ ବର୍ଷ (୨୦୧୬-୧୭ ଠାରୁ ୨୦୨୦-୨୧) ହାରାହାରି ଖାଦ୍ୟାନ୍ନ ଉତ୍ପାଦନର ତୁଳନାରେ ୬.୯୮ ନିୟୁତ ଟନ୍ ଅଧିକ। ବର୍ଷ ୨୦୨୨-୨୩ରେ ଖରିଫ ଧାନର ମୋଟ ଉତ୍ପାଦନ ୧୦୪.୯୯ ନିୟୁତ ଟନ୍ ହେବାର ଅନୁମାନ କରାଯାଇଛି। ଏହା ବିଗତ ପାଞ୍ଚ ବର୍ଷ (୨୦୧୬-୧୭ ଠାରୁ ୨୦୨୦- ୨୧)ର ୧୦୦.୫୯ ନିୟୁତ ଟନ୍ ହାରାହାରି ଧାନ ଉତ୍ପାଦନ ତୁଳନାରେ ୪.୪୦ ନିୟୁତ ଟନ୍ ଅଧିକ। ବର୍ଷ ୨୦୨୨- ୨୩ରେ ଦେଶରେ ମକା ଉତ୍ପାଦନ ରେକର୍ଡ ୨୩.୧୦ ନିୟୁତ ଟନ୍ ହେବାର ପୂର୍ବାନୁମାନ କରାଯାଇଛି ଯାହା ହାରାହାରି ବାର୍ଷିକ ୧୯.୮୯ ନିୟୁତ ଟନ୍ ମକା ଉତ୍ପାଦନ ତୁଳନାରେ ୩.୨୧ ନିୟୁତ ଟନ୍ ଅଧିକ। ଖରିଫ ପୋଷକ/ ମୋଟା ଶସ୍ୟର ଉତ୍ପାଦନ ୩୬.୫୬ ନିୟୁତ ଟନ୍ ହେବାର ଆକଳନ କରାଯାଇଛି ଯାହାକି ହାରାହାରି ବାର୍ଷିକ ୩୩.୬୪ ନିୟୁତ ଟନ୍ ଉତ୍ପାଦନ ତୁଳନାରେ ୨.୯୨ ନିୟୁତ ଟନ୍ ଅଧିକ। ବର୍ଷ ୨୦୨୨- ୨୩ରେ ମୋଟ ଖରିଫ ଡାଲିଜାତୀୟ ଶସ୍ୟ ଉତ୍ପାଦନ ୮.୩୭ ନିୟୁତ ଟନ୍ ହେବାର ଅନୁମାନ କରାଯାଇଛି। ଇର୍ଷ ୨୦୨୨- ୨୩ରେ ଦେଶରେ ମୋଟ ଖରିଫ ତୈଳବୀଜ ଉତ୍ପାଦନ ୨୩. ୫୭ ନିୟୁତ ଟନ୍ ହେବାର ପୂର୍ବାନୁମାନ ଲଗାଯାଇଛି ଯାହାକି ବାର୍ଷିକ ହାରାହାରି ଉତ୍ପାଦନ ତୁଳନାରେ ୧.୭୪ ନିୟୁତ ଟନ୍ ଅଧିକ। ବର୍ଷ ୨୦୨୨- ୨୩ରେ ଦେଶରେ ଆଖୁ ଉତ୍ପାଦନ ରେକର୍ଡ ୪୬୫.୦୫ ନିୟୁତ ଟନ୍ ହେବାର ଆକଳନ କରାଯାଇଛି। ୨୦୨୨-୨୩ରେ ଆଖୁ ଉତ୍ପାଦନ ୩୭୩.୪୬ ନିୟୁତ ଟନ୍ ବାର୍ଷିକ ଉତ୍ପାଦନ ତୁଳନାରେ ୯୧.୫୯ ନିୟୁତ ଟନ୍ ଅଧିକ। କପା ଉତ୍ପାଦନ ୩୪.୧୯ ନିୟୁତ ଗାଣ୍ଠିଲି (ପ୍ରତି ଗାଣ୍ଠିଲି ୧୭୦ କିଲୋଗ୍ରାମ) ତଥା ଝୋଟ ଓ ମେସ୍ତାର ଉତ୍ପାଦନ ୧୦.୦୯ ନିୟୁତ ଗାଣ୍ଠିଲି ( ପ୍ରତି ଗାଣ୍ଠିଲି ୧୮୦ କିଲୋଗ୍ରାମ) ହେବାର ଅନୁମାନ କରାଯାଇଛି। ବର୍ଷ ୨୦୦୮- ୦୯ଠାରୁ ଆଗାମୀ ବର୍ଷମାନଙ୍କ ତୁଳନାତ୍ମକ ଅନୁମାନ ସହିତ ବର୍ଷ ୨୦୨୨-୨୩ ନିମନ୍ତେ ପ୍ରଥମ ଅଗ୍ରୀମ ଅନୁମାନ ଅନୁସାରେ ବିଭିନ୍ନ ଫସଲମାନଙ୍କର (କେବଳ ଖରିଫ)ର ଅନୁମାନିତ ଉତ୍ପାଦନର ଆକଳନ ସଂଲଗ୍ନ ରହିଛି। ବର୍ଷ ୨୦୨୨- ୨୩ରେ ଖରିଫ ଫସଲଗୁଡ଼ିକର ଉତ୍ପାଦନ ସଂପର୍କରେ ବିସ୍ତୃତ ପ୍ରଥମ ଅଗ୍ରୀମ ଅନୁମାନ ଦେଖିବା ନିମନ୍ତେ ଏଠାରେ କ୍ଲିକ୍ କରନ୍ତୁ। Tags ଆଖୁ, ଉତ୍ପାଦନ ଅନୁମାନ, କୃଷି ଏବଂ କୃଷକ ବିକାଶ ମନ୍ତ୍ରଣାଳୟ, ନରେନ୍ଦ୍ର ସିଂହ ତୋମର, ମକା, ମୁଖ୍ୟ ଖରିଫ ଫସଲ Categories ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ଏଣିକି ଚାଉଳ,ଗହମ,ଆଖୁ ଆଦିରୁ ଉତ୍ପାଦନ ହେବ ପେଟ୍ରୋଲରେ ମିଶିବାକୁ ଥିବା ଇଥାନଲ ଇନ୍ଧନ Post author By Samikhsya Bureau Post date December 31, 2020 ଏଣିକି ଚାଉଳ, ଗହମ, ଆଖୁ ଆଦିରୁ ଉତ୍ପାଦନ ହେବ ପେଟ୍ରୋଲରେ ମିଶିବାକୁ ଥିବା ଇଥାନଲ ନୂଆଦିଲ୍ଲୀ, ଚାଷୀମାନଙ୍କ ପାଇଁ ଏକ ଖୁସି ଖବର। କାରଣ ବର୍ତ୍ତମାନ ଚାଉଳ, ଗହମ, ଯବ, ବାଜରା, ଜୱାର, ବିଭିନ୍ନ ଶସ୍ୟ, ଆଖୁ ଆଦିରୁ ଇଥାନଲ ଉତ୍ପାଦନ କରାଯିବ। ଏ ନେଇ କ୍ୟାବିନେଟର ମଂଜୁରୀ ମିଳିଛି। ଫଳରେ ଏହା ଚାଷୀଙ୍କ ଆୟ ବଢାଇବାରେ ବେଶ୍ ସସହାୟକ ହେବ ବୋଲି ଆଶା କରାଯାଉଛି। ୨୦୨୨ ସୁଦ୍ଧା ପେଟ୍ରୋଲରେ ୧୦ ଶତାଂଶ ଇନ୍ଧନଯୋଗ୍ୟ ଇଥାନଲ ମିଶାଇବାକୁ ସରକାର ଲକ୍ଷ୍ୟଧାର‌୍ୟ୍ୟ କରିଛନ୍ତି । ସେହିଭଳି ଏହି ଅନୁପାତକୁ ୨୦୨୬ ସୁଦ୍ଧା ୧୫ ଶତାଂଶ ଏବଂ ୨୦୩୦ ସୁଦ୍ଧା ୨୦ ଶତାଂଶକୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଚିନିଶିଳ୍ପକୁ ସମର୍ଥନ ଦେବା ସହ ଆଖୁଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ମଧ୍ୟ ଗୁଡ, ଦୋରୁଅ, ପାଣିଆଗୁଡ ଏବଂ ଚିନିରୁ ଇଥାନଲ ଉତ୍ପାଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହିସବୁ ଉତ୍ପାଦିତ ଇଥାନଲର ଲାଭଜନକ ବିକ୍ରୟ ମୂଲ୍ୟ ମଧ୍ୟ ସରକାର ଧାର‌୍ୟ୍ୟ କରିଛନ୍ତି । ଇଥାନଲ ଯୋଗାଣ ପାଇଁ ମଧ୍ୟ ସରକାର ଏକ ନୀତି ପ୍ରସ୍ତୁତ କରିଛନ୍ତି। ଚଳିତ ଋତୁରେ ଇଥାନଲର ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଛି। ଉତ୍ତମ ଇନ୍ଧନ ମାନର ଅଧିକ ଇଥାନଲ ଉତ୍ପାଦନ ପାଇଁ ସରକାର ବିଭିନ୍ନ ଡିଷ୍ଟିଲାରୀକୁ ଏଫ୍‍ସିଆଇରେ ବଳକା ଥିବା ମକା ଓ ଚାଉଳକୁ ନେଇ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ଏଥିପାଇଁ ମଧ୍ୟ ଇଥାନଲର ଲାଭଜନକ ମୂଲ୍ୟ ଘୋଷଣା କରାଯାଇଛି । ସରକାର ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦ ଶତାଂଶ ଇଥାନଲ ମିଶାଇବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାର ୫ ବର୍ଷ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରୁଛନ୍ତି। ତେବେ ଏବେ ଏହି ଲକ୍ଷ୍ୟ ପୂରଣ ପାଇଁ ଦେଶରେ ଯଥେଷ୍ଟ ଇଥାନଲ ଦକ୍ଷତା ନାହିଁ । ଏହି ଉତ୍ପାଦନ ଦକ୍ଷତା ବଢାଇବାକୁ ସରକାର ଉଦ୍ୟମ କରୁଛନ୍ତି। ସେହିଭଳି ଉତ୍ପାଦିତ ଇଥାନଲକୁ ଦେଶର ବିଭିନ୍ନ ତୈଳ କଂପାନୀ ସରକାରୀ ନୀତିନିୟମରେ ଉତ୍ପାଦକଙ୍କଠାରୁ କିଣୁଛନ୍ତି । କେବଳ ଅଧିକ ଇଥାନଲ ଉତ୍ପାଦନ କରିଦେଲେ ଯଥେଷ୍ଟ ନୁହେଁ । ପେଟ୍ରୋଲରେ ମିଶିବା ପାଇଁ ଯେଉଁ ମାନର ଇଥାନଲ ଦରକାର ତାହାର ଉତ୍ପାଦନ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଆଖୁରୁ କେବଳ ଏହା ସମ୍ଭବ ନୁହେଁ । ଏଥିପାଇଁ ପ୍ରଥମ ପିଢି ବା ୧ଜି ଇଥାନଲର ଆବଶ୍ୟକତା ରହିଛି । କନ୍ଦମୂଳ ଜାତୀୟ ପଦାର୍ଥ, ବିଭିନ୍ନ ପ୍ରକାର ଶସ୍ୟରୁ ମଧ୍ୟ ଏହା ଉତ୍ପାଦିତ ହୋଇପାରିବ । ତାହାକୁ ଦୃଷ୍ଟିରେ ରଖି ଧାନଚାଉଳ, ଗହମ, ଜବ, ବିଭିନ୍ନ ପ୍ରକାର ଶସ୍ୟ ଓ ବାଜରା ଜୱାର ଆଦି ସହିତ ଆଖୁ ଓ କନ୍ଦମୂଳ ଜାତୀୟ ଫସଲ ଉତ୍ପାଦନକୁ ବଢାଇବାକୁ ହେବ । ଏଥିପାଇଁ ସରକାର ଯେଉଁ ନିଷ୍ପତ୍ତିମାନ ଗ୍ରହଣ କରିଛନ୍ତି ତାହା ହେଲା (୧) ଇଥାନଲ ଉତ୍ପାଦନ ଦକ୍ଷତା ବୃଦ୍ଧି ପାଇଁ ସରକାର ନିମ୍ନଲିଖିତ ବର୍ଗ ଓ ଶ୍ରେଣୀକୁ ସୁଧ ରିଆତି ପ୍ରଦାନ କରିବାକୁ ସଂଶୋଧିତ ବ୍ୟବସ୍ଥାରେ ସୁବିଧା ଯୋଗାଇ ଦେଇଛନ୍ତି । (କ) ଶସ୍ୟଭିତ୍ତିକ ଡିଷ୍ଟିଲାରୀ ସ୍ଥାପନ ଓ ଏହିଭଳି ସୁରାସାର ଉତ୍ପାଦନ କାରଖାନାର ସଂପ୍ରସାରଣ ପାଇଁ ଋଣ ଉପରେ ସୁଧ ରିଆତି ମିଳିବ। ତେବେ ଯେଉଁ ଡିଷ୍ଟିଲାରୀଗୁଡିକ ଡ୍ରାଏ ମିଲିଂ ପ୍ରକ୍ରିୟାରେ ଇଥାନଲ ଉତ୍ପାଦନ କରୁଛନ୍ତି ସେମାନେ କେବଳ ଏହି ସୁଧ ରିଆତି ସୁବିଧା ପାଇବେ। (ଖ) ମୋଲାସେସଭିତ୍ତିକ ନୂଆ ଡିଷ୍ଟିଲାରୀ ସ୍ଥାପନ ବା ପୁରୁଣା ଡିଷ୍ଟିଲାରୀର ସଂପ୍ରସାରଣ ପାଇଁ ଏହି ଋଣଛାଡ ସୁବିଧା ମିଳିବ । କେନ୍ଦ୍ର ପରିବେଶ ନିୟନ୍ତ୍ରଣ ବୋର୍ଡର ନୀତିନିୟମ ଭିତ୍ତିରେ ଯେଉଁସବୁ ଉଦ୍ୟୋଗ ଏହି ଇଥାନଲ ଉତ୍ପାଦନ କରୁଛନ୍ତି ସେମାନେ ମଧ୍ୟ ଏହି ସୁବିଧା ପାଇପାରିବେ। (ଗ) ନୂଆ ଡୁଆଲଫିଡ୍‍ ଡିଷ୍ଟିଲାରୀ ସ୍ଥାପନ ବା ଏଭଳି ଡିଷ୍ଟିଲାରୀର ସଂପ୍ରସାରଣ ପାଇଁ ସୁବିଧା ମିଳିବ । (ଘ) ବର୍ତ୍ତମାନର ମୋଲାସେସ୍‍ ଭିତ୍ତିକ ଡିଷ୍ଟିଲାରୀର ପରିବର୍ତ୍ତନ କରି ଏହାକୁ ଡୁଆଲ ଫିଡ୍‍ରେ ପରିଣତ କରିବା ପାଇଁ ମଧ୍ୟ ଏହି ସରକାରୀ ସୁବିଧା ଯୋଗାଣ ପ୍ରଯୁଜ୍ୟ ହେବ। ଡୁଆଲ ଫିଡ୍‍ର ଅର୍ଥ ହେଲା ଉଭୟ ମୋଲାସେସ ଓ ଶସ୍ୟକୁ ବ୍ୟବହାର କରି ସେଥିରୁ ଇଥାନଲ ଉତ୍ପାଦନ କରିବା । (ଙ) ଜୱାର, ବାଜରା, ସୁଗାରବିଟ୍‍ ଓ ଅନ୍ୟାନ୍ୟ ଶସ୍ୟକୁ ବ୍ୟବହାର କରି ନୂଆ ଡିଷ୍ଟିଲାରୀ ସ୍ଥାପନ ପାଇଁ ମଧ୍ୟ ଏହି ରିଆତି ବ୍ୟବସ୍ଥା ମିଳିବ। ଏହାଛଡା ଯେଉଁ ଡିଷ୍ଟିଲାରୀ ଏମ୍‍ଏସ୍‍ଡିଏଚ୍‍ ବ୍ୟବହାର କରି ରେକ୍ଟିଫାଏଡ ସ୍ପିରିଟକୁ ଇଥାନଲରେ ପରିବର୍ତ୍ତନ କରିବାକୁ ଚାହିଁବେ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସୁଧଛାଡ ମିଳିବ। (୨) ସରକାର ଏ କ୍ଷେତ୍ରରେ ଋଣଛାଡ ଜନିତ ଖର୍ଚ୍ଚ ୫ବର୍ଷ ପର‌୍ୟ୍ୟନ୍ତ ବହନ କରିବେ । ସେହିଭଳି ଋଣଗ୍ରହୀତାଙ୍କ ପାଇଁ ୧ ବର୍ଷର ସ୍ଥଗନାଦେଶ ସୁବିଧା ରହିଛି; ଯଦ୍ଦ୍ୱାରା ସେମାନଙ୍କୁ ତତ୍କାଳ ଋଣ ଶୁଝିବାକୁ ପଡିବ ନାହିଁ। (୩) ଯେଉଁସବୁ ଉଦ୍ୟୋଗ ବା ସଂସ୍ଥା ଅତିରିକ୍ତ ଡିଷ୍ଟିଲେସନ ଦକ୍ଷତାର ଉପଯୋଗ କରି ୭୫ ଶତାଂଶ ଇଥାନଲ ଉତ୍ପାଦନ କରୁଥିବେ କେବଳ ସେହି ସଂସ୍ଥାମାନେ ଋଣଛାଡ ସୁବିଧା ପାଇବେ। ସରକାରଙ୍କ ଏହିସବୁ ପ୍ରୋତ୍ସାହନ ଫଳରେ ଦେଶରେ ୧ଜି ଇଥାନଲ ଉତ୍ପାଦନ ପରିମାଣ ବଢିବ ଏବଂ ସରକାର ଧାର‌୍ୟ୍ୟମତେ ପେଟ୍ରୋଲରେ ଇଥାନଲ ମିଶ୍ରଣ କାର‌୍ୟ୍ୟ ସୁରୁଖୁରୁରେ ସଂପନ୍ନ କରିପାରିବେ। ଏହାଦ୍ୱାରା ମଧ୍ୟ ଦେଶରେ ନିଜସ୍ୱ ଉତ୍ସରୁ ଇଥାନଲ ସଂଗୃହୀତ ହୋଇପାରିବ; ଯାହା ଏକ ଇନ୍ଧନ ହିସାବରେ ପ୍ରଦୂଷଣମୁକ୍ତ ଏବଂ ବାସ୍ତବରେ ଅସରନ୍ତି। ଏହାଦ୍ୱାରା ଆମ ପରିବେଶ ଉପରେ ଅନୁକୂଳ ପ୍ରଭାବ ପଡିବ ଏବଂ ସର୍ବୋପରି ଦେଶ ତୈଳ ଆମଦାନୀ ନିମନ୍ତେ ଯେଉଁ ବିପୁଳ ଅର୍ଥ ବ୍ୟୟ କରୁଛି ତାହା ହ୍ରାସ ପାଇବ। ଆହୁରି ମଧ୍ୟ ଏହାଦ୍ୱାରା ଚାଷୀମାନେ ଠିକ୍‍ ସମୟରେ ସେମାନଙ୍କର ପ୍ରାପ୍ୟ ପାଇବେ। ୬ ବର୍ଷ ମଧ୍ୟରେ ଡିଷ୍ଟିଲେସନ କ୍ଷମତା ବୃଦ୍ଧି ଓ ବ୍ଳେଣ୍ଡିଂରେ ସରକାରଙ୍କ ଉପଲବ୍‍ଧି ୨୦୨୨ ସୁଦ୍ଧା ସରକାର ମୋଟର ଇନ୍ଧନରେ ୧୦ ଶତାଂଶ ଇଥାନଲ ମିଶାଇବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୩୦ ସୁଦ୍ଧା ଏହାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରହିଛି । ୨୦୧୪ ପର‌୍ୟ୍ୟନ୍ତ ଦେଶରେ ମୋଲାସେସଭିତ୍ତିକ ଇଥାନଲ ଡିଷ୍ଟିଲେସନ କ୍ଷମତା ୨୦୦ କୋଟି ଲିଟରରୁ କମ୍‍ ଥିଲା। ତେବେ ଗତ ୬ ବର୍ଷ ମଧ୍ୟରେ ଏହିସବୁ ଡିଷ୍ଟିଲେସନର କ୍ଷମତା ଦ୍ୱିଗୁଣିତ ହୋଇ ବାର୍ଷିକ ୪୨୬ କୋଟି ଲିଟରରେ ପହଞ୍ଚିଛି। ୨୦୨୪ ସୁଦ୍ଧା ଦେଶରେ ଡିଷ୍ଟିଲେସନ ଦକ୍ଷତାକୁ ଦ୍ୱିଗୁଣିତ କରିବା ପାଇଁ ସରକାର ସମ୍ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୧୩-୧୪ ଇଥାନଲ ଯୋଗାଣ ବର୍ଷରେ ଦେଶର ତୈଳ ବିପଣନକାରୀ କଂପାନୀଗୁଡିକୁ ୪୦ କୋଟି ଲିଟରରୁ କମ୍‍ ଇଥାନଲ ଯୋଗାଇ ଦିଆଯାଇଥିଲା। ଏହି ଇଥାନଲକୁ ୧.୫୩ ଶତାଂଶ ହାରରେ ପେଟ୍ରୋଲ ସହ ମିଶାଯାଉଥିଲା। ତେବେ ସେ ଯାହାହେଉ, କେନ୍ଦ୍ର ସରକାରଙ୍କ ସମନ୍ୱିତ ଉଦ୍ୟମ ଫଳରେ ଦେଶରେ ଉତ୍ତମ ଇନ୍ଧନମାନର ଇଥାନଲ ବୃଦ୍ଧି ପାଇଛି ଏବଂ ତୈଳ କଂପାନୀଗୁଡିକୁ ଏହାର ଯୋଗାଣ ଗତ ୬ ବର୍ଷ ମଧ୍ୟରେ ୪ ଗୁଣ ବଢିଛି। ୨୦୧୮-୧୯ ଯୋଗାଣ ବର୍ଷରେ ୧୮୯ କୋଟି ଲିଟର ଇଥାନଲ ଯୋଗାଇ ଦିଆଯାଇ ୫ ଶତାଂଶ ବ୍ଳେଣ୍ଡିଂ କରାଯାଇଥିଲା। Tags ଆଖୁ, ଇଥାନଲ, ଗହମ, ଚାଉଳ, ଜୱାର, ବାଜରା, ଯବ Copyright © SM Network 2018 - 2022 Email: [email protected] Designed, Developed & Maintained By Ratna Technology
2022-12-02T06:50:15Z
https://thesamikhsya.com/odia/tag/%E0%AC%86%E0%AC%96%E0%AD%81/
OSCAR-2301
Exclusive -ଏବେ ଏବେ ollywod ଜଗତରୁ ଆସିଲା ବାବୁସାନଙ୍କୁ ନେଇ ବଡ଼ ଦୁଃଖଦ ଖବର !ଭିଡ଼ିଓ ଦେଖିଲେ ହୋସ ଉଡିଯିବ… – ଦୈନିକ ଖବର ସବୁ ସମୟ ଖବର ସାଥିରେ Publisher - ସବୁ ସମୟ ଖବର ସାଥିରେ Home ଭାଇରାଲ ନ୍ୟୁଜ ଘରୋଇ ଉପଚାର ଦେଶବିଦେଶ ଓଡିଶା Home Viral News Exclusive -ଏବେ ଏବେ ollywod ଜଗତରୁ ଆସିଲା ବାବୁସାନଙ୍କୁ ନେଇ ବଡ଼ ଦୁଃଖଦ ଖବର !ଭିଡ଼ିଓ ଦେଖିଲେ ହୋସ ଉଡିଯିବ… Viral News Exclusive -ଏବେ ଏବେ ollywod ଜଗତରୁ ଆସିଲା ବାବୁସାନଙ୍କୁ ନେଇ ବଡ଼ ଦୁଃଖଦ ଖବର !ଭିଡ଼ିଓ ଦେଖିଲେ ହୋସ ଉଡିଯିବ… 0 35 Share ଆସିଲା ସବୁଠାରୁ ବଡ଼ ଏବଂ ଦୁଃଖଦ ଖବର। ଓଲିଉଡ଼ର ଚକୋଲେଟ୍ ହିରୋ ବାବୁସାନ୍ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବା ନେଇ ଖବର ଆସିଛି। ହଁ ଆଜ୍ଞା ଓଡିଆ ସିନେମାର ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତି ଅସୁସ୍ଥ ହୋଇ ପଡିଛନ୍ତି। କୁହା ଯାଉଛି କି କିଛି ଦିନ ଆଗରୁ ବାବୁସାନ୍ ମହାନ୍ତି ଦମନ୍ ଫିଲ୍ମ୍ ର ପ୍ରୋମାସନ୍ କରିବା ପାଇଁ ଲଦାକ୍ ଯାଇଥିଲେ। ତେବେ ଦମନ ଫିଲ୍ମ୍ ର ପ୍ରୋମସନ କରିବା ପାଇଁ ଅଭିନେତା ବାବୁସାନ୍ ମହାନ୍ତି ତାଙ୍କ ନିଜ ବାଇକ୍ ରେ ଯାଇଥିଲେ। ବାଇକ୍ ରେ ପାଖା ପାଖି ତାଙ୍କୁ ୧୮୦ କିଲୋ ମିଟର ଟ୍ରାଭେଲ କରିବାକୁ ପଡ଼ିଥିଲା। ଆଉ ଯେଉଁ କାରଣ ବଶତ ତାଙ୍କ ଶରୀରରେ ଅକ୍ସିଜେନ୍ ର ମାତ୍ର କମ୍ ହୋଇ ଯାଇ ଥିଲା। ଆଉ ପରେ ସିଏ ଖୁବ୍ ଗୁରୁତର ହୋଇ ପଡ଼ିଥିଲେ। ଆଉ ଲଦାକ୍ ରେ ତାଙ୍କର ପ୍ରାଥମିକ ଚିକିତ୍ସା କରା ଯାଇଥିଲା। କିନ୍ତୁ ସେ ଅସୁସ୍ଥ ମନେ କରିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସୋମ ହସ୍ପିଟାଲରେ ଭର୍ତ୍ତି କରା ଯାଇ ଥିଲା। ଏବେ ବାବୁସାନ ସେହି ଠାରେ ଚିକିତ୍ସିତ ହେଉଛନ୍ତି। ତେବେ ବାବୁସାନ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ୬ ଜଣିଆ ଟିମ୍ ଲଗାତାର ଭାବେ ଅନୁଧ୍ୟାନ କରୁଛନ୍ତି ଏବଂ ଚିକିତ୍ସା ଜାରି ରଖିଛନ୍ତି। ଗତ ପାଞ୍ଚ ଦିନ ଧରି ସେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ତେବେ ବାବୁସାନ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ତାଙ୍କ ପରିବାର ପକ୍ଷରୁ କିଛି ପ୍ରତିକ୍ରିୟା ମିଳି ପାରି ନାହିଁ।ତେବେ ବାବୁସାନ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥା କଣ ପାଇଁ ଏତେ ଗୁରୁତର ହୋଇ ପଡ଼ିଲା ତାହା ଆଗକୁ ଜଣା ପଡି ପାରେ ଯାହା ଉପରେ ଏବେ ସମସ୍ତଂକ ନଜର ରହିଛି। ତେବେ ସୋସିଆଲ ମିଡିଆରେ ଅଭିନେତା ବାବୁସାନ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଖରବ ପ୍ରସାରଣ ହେବା ପରେ ସମସ୍ତଙ୍କୁ ବଡ ଝଟକା ଲାଗିଛି।ତେବେ ବାବୁସାନ୍ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଫ୍ୟାନସ୍ ମାନେ ଦୁଃଖ ପ୍ରକାଶ କରିଥାନ୍ତି।ତେବେ ବାବୁସାନ୍ ଶୀଘ୍ର ସୁସ୍ଥ ହୋଇ ଯାଉନ୍ତୁ ବୋଲି ସମସ୍ତେ ଆଶା ରଖିଛନ୍ତି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଲାଗି ରହିଛି। ତେବେ ବାବୁଶାନ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏମିତି କାହିଁକି ବିଗିଡି ଯାଇଛି ତା ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ବାବୁଶାନ୍ ମହାନ୍ତି ତାଙ୍କର ଜବରଦସ୍ତ ଅଭିନୟକୁ ନେଇ ନେଇ ଦର୍ଶକ ମାନଙ୍କ ହୃଦୟର ଘର କରି ରହିଛନ୍ତି। ତେବେ ସାରା ଓଡିଶା ବାସୀଙ୍କ ଭଲ ପାଇବା ଖୁବ୍ ଶୀଘ୍ର ବାବୁସାନ୍ ଙ୍କୁ ଭଲ କରି ଦେବ ବୋଲି ସମସ୍ତେ ଆଶା ରଖିଛନ୍ତି ଏବଂ ବାବୁସାନ୍ ମହାନ୍ତି ହସ୍ପିଟାଲ ରୁ କେବେ ଘରକୁ ଫେରିବେ ତା ଉପରେ ଫ୍ୟାନସ୍ ମାନେ ନଜର ରଖିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
2022-12-06T11:50:56Z
https://dainikhabar.com/index.php/babusan-dwhvjhsbkj-nlkdsnkds/
OSCAR-2301
PISYUU ଆସବାବପତ୍ର କଳା ସୀମିତ, ଏକ ବିବିଧ, ଅଭିନବ ଉଦ୍ୟୋଗ ଉତ୍ପାଦନ, ହାଲୁକା ବିଳାସପୂର୍ଣ୍ଣ ଆସବାବପତ୍ର ଉତ୍ପାଦ ଏବଂ ଇ-ବାଣିଜ୍ୟର ବିକାଶରେ ବ୍ୟବସାୟକୁ ଏକୀକୃତ କରେ |PISYUU ହେଉଛି ଚାଇନାର ଘର ଆସବାବପତ୍ର ଶିଳ୍ପରେ ଏକ ଫ୍ୟାଶନ୍ ବ୍ରାଣ୍ଡ |ବର୍ତ୍ତମାନ, କମ୍ପାନୀର ମିଡିଆ ବିକ୍ରୟ ଘରୋଇ କ୍ଷେତ୍ରରେ ଏକ ଅଗ୍ରଣୀ ସ୍ଥାନରେ ଅଛି |ଶିଳ୍ପ2020 ରେ, କନି ଲିଆଙ୍ଗ ଏକ ନୂତନ ବ୍ରାଣ୍ଡ ଯାତ୍ରା ହୃଦୟଙ୍ଗମ କରି ବ୍ରାଣ୍ଡ ଡିଜାଇନର୍ ଭାବରେ PISYUU ରେ ଯୋଗଦାନ କଲେ | ଗୁଣବତ୍ତା ହେଉଛି କମ୍ପାନୀର ମୂଳଦୁଆ, ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ, ସେବା ଏବଂ ଡିଜାଇନ୍ ଯୋଗାଇବା ପାଇଁ PISYUU କ୍ରମାଗତ ଭାବରେ ପ୍ରତିବଦ୍ଧ |କାରିଗରୀ ଠାରୁ ଆରମ୍ଭ କରି ନିୟନ୍ତ୍ରଣ ଏବଂ ଉତ୍ପାଦନ ପର୍ଯ୍ୟନ୍ତ, PISYUU କଡା ନିୟନ୍ତ୍ରଣ କରେ ଏବଂ ଗ୍ରାହକଙ୍କୁ ସର୍ବୋତ୍ତମ ଗଠନ ଉପସ୍ଥାପନ କରେ |ଡିଜାଇନର୍ ଏବଂ ଟେଲରିଂ ପ୍ରକ୍ରିୟା ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ, PISYUU ସର୍ବଦା ଉଚ୍ଚମାନର, ଉଚ୍ଚ ମାନର, ବିଶୋଧିତ କାରିଗରୀ ଏବଂ ମ ity ଳିକତାର କାରିଗର ଆତ୍ମାକୁ ପାଳନ କରିଆସୁଛି | ଏହାର ମୂଳ ଡିଜାଇନ୍ ଏବଂ କ୍ରମାଗତ ଭାବରେ ଅପଗ୍ରେଡ୍ ଉତ୍ପାଦନ କ୍ଷମତା ସହିତ, PISYUU ଅନେକ ଉତ୍ପାଦ ବିକଶିତ କରିଛି ଯାହା ଉପଭୋକ୍ତାମାନଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଛୋଟ ପେଟ୍ରା ଚେୟାର, କମଲେଣ୍ଡା ସୋଫା, LIGNE-ROSET ଆସବାବପତ୍ର ସିରିଜ୍ ଇତ୍ୟାଦି ଗ୍ରାହକମାନଙ୍କ ଦ୍ୱାରା ପ୍ରିୟ | ବିଳାସପୂର୍ଣ୍ଣ ଶ style ଳୀ ସମସ୍ତ ସିରିଜ୍ ସଂଗ୍ରହ କାରିଗରୀ ସହିତ ଟପ୍ କ୍ୱାଲିଟି ସାମଗ୍ରୀକୁ ମିଶ୍ରଣ କରେ |ଜୀବନର ଏକ ସମୃଦ୍ଧ ଗୁଣ ସୃଷ୍ଟି କରିବା ପାଇଁ ଫ୍ଲୋରୋକାବନ୍ ଟେକ୍ନୋଲୋଜି, ପରିବେଶ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ, କ or ଣସି ଦୁର୍ଗନ୍ଧ ଏବଂ ବିକୃତି ନାହିଁ | ଭବିଷ୍ୟତ ଆଶା PISYUU ସର୍ବଦା ମୂଳ ଡିଜାଇନ୍ କୁ ମୂଳ ରୂପେ କାର୍ଯ୍ୟକାରୀ କରିଆସିଛି ଏବଂ "ସୃଜନଶୀଳ ଜୀବନ୍ତ • ଲିଡ୍ ଫ୍ୟାଶନ୍" ର ସଂକଳ୍ପକୁ ମାନିଛି, ଏକ ବିଶ୍ୱ ପ୍ରସିଦ୍ଧ ଘର ଆସବାବପତ୍ର ଡିଜାଇନ୍ ବ୍ରାଣ୍ଡ ହେବାକୁ ମାନବ ଜୀବନର ଉନ୍ନତି ପାଇଁ ଚେଷ୍ଟା କରୁଛି |
2022-12-01T22:59:43Z
http://or.pisyuu.com/about-us/
OSCAR-2301
ଆଶ୍ଚର୍ଯ୍ୟ ଘଟଣା ! ୧୫ ବର୍ଷ ହେଲାଣି ଏହି ମନ୍ଦିରରେ ପୁଜା କରୁଛି ଗୋଟିଏ ନାଗସାପ ମନ୍ଦିରର ରହସ୍ୟ ଜାଣିଲେ ଆପଣ ବି ହୋଇଯିବେ ତାଯୁବ… – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home Uncategorized ଆଶ୍ଚର୍ଯ୍ୟ ଘଟଣା ! ୧୫ ବର୍ଷ ହେଲାଣି ଏହି ମନ୍ଦିରରେ ପୁଜା କରୁଛି ଗୋଟିଏ ନାଗସାପ ମନ୍ଦିରର ରହସ୍ୟ ଜାଣିଲେ ଆପଣ ବି ହୋଇଯିବେ ତାଯୁବ… ଆଶ୍ଚର୍ଯ୍ୟ ଘଟଣା ! ୧୫ ବର୍ଷ ହେଲାଣି ଏହି ମନ୍ଦିରରେ ପୁଜା କରୁଛି ଗୋଟିଏ ନାଗସାପ ମନ୍ଦିରର ରହସ୍ୟ ଜାଣିଲେ ଆପଣ ବି ହୋଇଯିବେ ତାଯୁବ… Uncategorized By Pratik Roy 0 Share ହିନ୍ଦୁ ଧର୍ମ ରେ ୩୩ କୋଟି ଦେବୀ ଦେବତା କୁ ପୂଜା କରାଯାଏ। ଆଉ ସବୁ ମଣିଷ ମାନଙ୍କ ମଧ୍ୟ ରେ ଭଗବାନ ଙ୍କ ପାଇଁ ଭକ୍ତି ଥାଏ କିନ୍ତୁ ମଣିଷ ପରି ପଶୁ ମାନଙ୍କ ର ମଧ୍ୟ ଭଗବାନ ଙ୍କ ପ୍ରତି ଭକ୍ତି ଶ୍ରଦ୍ଧା ଆଦି ଭରି ରହିଥାଏ। ମଣିଷ କୁ ଭଗବାନ ବାକ୍ ଶକ୍ତି ର ବରଦାନ ଦେଇଥାଏ ଯାହା ଦ୍ଵାରା ସେ ଭଗବାନ ଙ୍କ ପ୍ରତି ନିଜ ଭକ୍ତି ଭାବନା କୁ କହି ପାରିଥାଏ କିନ୍ତୁ ପଶୁ ହୁଏତ କଥା କହି ପାରୁ ନଥାଏ କିନ୍ତୁ ସେମାନଙ୍କ ମନରେ ମଧ୍ୟ ଭଗବାନ ଙ୍କ ପାଇଁ ଅଗାଧ ଭକ୍ତି ଶ୍ରଦ୍ଧା ରହିଥାଏ। ତେବେ ଏହାର ଉଦାହରଣ ଆମେ ଅନେକ ଥର ଶୁଣିବାକୁ ପାଇଥାଉ। ତେବେ ସେମିତି ଏକ ଉଦାହରଣ ପୁଣି ଥରେ ଆମ ସାମ୍ନା କୁ ଆସିଛି ଯେଉଁଠି ଏକ ସାପ ର ଭଗବାନ ଶିବ ଙ୍କ ପ୍ରତି ର ଅଗାଧ ପ୍ରଭୁ ଭକ୍ତି ଦେଖିବା ପାଇଁ ମିଳିଛି । ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ; ତେବେ ମଣିଷ ପରି ପଶୁ ମାନେ ମଧ୍ୟ ଅତି ନିଷ୍ଠା ରେ ଭଗବାନ ଙ୍କ ପୂଜା କରନ୍ତି । ସେମାନେ ମଧ୍ୟ ଉପବାସ ରଖି ବ୍ରତ କରନ୍ତି ।ତେବେ ଆମେ ମାନେ ।ଉତ୍ତର ପ୍ରଦେଶ ର ଆଗ୍ରା ପାଖରେ ରହି ଥିବା ସଲେମାବାଦ୍ ର ପ୍ରାଚୀନ ରେ ରହିଛି ଏକ ପୁରୁଣା ଶିବ ମନ୍ଦିର । ଏହି ମନ୍ଦିର ରେ ଦୀର୍ଘ ୧୫ ବର୍ଷ ଧରି ଏକ ସାପ ବ୍ରାହ୍ମଣ ପରି ଭଗବାନ ଶିବ ଙ୍କ ପୂଜା କରି ଆସୁଛି। ଆଉ ଏହି ସାପ ଟି ମନ୍ଦିର ରେ ପାଖାପାଖି ୫ ଘଣ୍ଟା ରହିଥାଏ ଓ ଭଗବାନ ଙ୍କ ପୂଜା କରିଥାଏ । ପ୍ରଥମେ ଏହି ସାପ ବିଷୟ ରେ କେହି ଜାଣି ନଥିଲେ ଯେତେବେଳେ ଏହି ସାପ ବିଷୟ ରେ ଜଣା ପଡ଼ିଲା ମନ୍ଦିର ରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ୧୦ ଟା ରୁ ୩ ଟା ଯାଏଁ ଏହି ସାପ ଟି ମନ୍ଦିର ରେ ରହିଥାଏ ଓ ଭଗବାନ କୁ ପୂଜା କରିଥାଏ। ତେବେ ସାଧାରଣତଃ ସାପ ର ନାମ ଶୁଣିଲେ ଭୟ ରେ ଦେହ ଥରିବାକୁ ଆରମ୍ଭ କରି ଥାଏ। କାରଣ ସାପ ଏକ ବିଷଧର ଓ ଭୟଙ୍କର ଜୀବ ଅଟେ ଯିଏ ମଣିଷ ର ତିଳେ ମାତ୍ର ଭୁଲ ରେ ତାକୁ କ୍ଷତି ପହଞ୍ଚାଇ ଥାଏ । କିନ୍ତୁ ଭଗବାନ ଶିବ ଙ୍କ ମନ୍ଦିର ରେ ଏହି ସାପ ଟି ଅନେକ ଦିନରୁ ରହିଥିଲେ ମଧ୍ୟ ସେ କେବେ କାହାରିକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନାହିଁ। ତେବେ ଏହି ସାପ ଟି ଭଗବାନ ଙ୍କୁ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଭକ୍ତ ମାନଂକୁ ଦର୍ଶନ ଦେଇଥାଏ । ମନ୍ଦିର ର ପୂଜାରୀ ମାନଙ୍କ କହିବା ଅନୁସାରେ ଏହା କୌଣସି ସାଧାରଣ ସାପ ନୁହେଁ ବରଂ ଏହା ଭଗବାନ ଭୋଳା ଶଙ୍କର ଙ୍କ ର ଏକ ରୂପ ବୋଲି ଗ୍ରହଣ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ସରକାରଙ୍କ କଟକଣା କେବଳ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ନା ରାଜନୈତିକ ସଭା, ସମିତି, ସମାହାର ପାଇଁ ମଧ୍ୟ। ଆପଣଙ୍କ ମତାମତ କମେଣ୍ଟ କରନ୍ତୁ Next Post Intresting GK Question – ହାତ ଅଳସେ —— ବଙ୍କା ? ଏହାର ଉତର ଦେବାରେ ୯୯% ଲୋକ ଫେଲ ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବ ?
2022-12-01T23:47:46Z
https://news22media.com/aascharya-ghatana-15-barsha-hela/
OSCAR-2301
ଦେଖନ୍ତୁ ଲୋମଟାଙ୍କୁରା Live ଭିଡିଓ – କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ଗୁଳିକରି ହତ୍ୟା, ତା’ପରେ କ’ଣ ହେଲା ନିଜେ ନ ଦେଖିଲେ ବିଶ୍ୱାସ କରିବେନି… – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home ଭାଇରାଲ ଭିଡିଓ ଦେଖନ୍ତୁ ଲୋମଟାଙ୍କୁରା Live ଭିଡିଓ – କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ଗୁଳିକରି ହତ୍ୟା, ତା’ପରେ କ’ଣ ହେଲା ନିଜେ ନ ଦେଖିଲେ ବିଶ୍ୱାସ କରିବେନି… ଦେଖନ୍ତୁ ଲୋମଟାଙ୍କୁରା Live ଭିଡିଓ – କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ଗୁଳିକରି ହତ୍ୟା, ତା’ପରେ କ’ଣ ହେଲା ନିଜେ ନ ଦେଖିଲେ ବିଶ୍ୱାସ କରିବେନି… ଭାଇରାଲ ଭିଡିଓ By Apurva Das 0 Share ବନ୍ଧୁଗଣ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। ଆଜିର ସମାଜରେ କ୍ରାଇମ୍ ଯେଉଁ ଅନୁସାରେ ବଢୁଛି ତାର ଚିତ୍ର ସମସ୍ତଙ୍କୁ ଭୟଭୀତ କରି ଦେଉଛି।ଆଉ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ।ଲୋକେ ବଞ୍ଚିବା ପାଇଁ ନିଜର ଜୀବନକୁ ଅତିବାହିତ କରିବା ପାଇଁ ଅନେକ ପ୍ରକାର ରାସ୍ତା ଆପଣେଇ ଥାଆନ୍ତି। ଆଉ ଏହାକୁ ନେଇ ଦିନକୁ ଦିନ ଯେଉଁ ଭଳି ଭାବରେ ଲଜ୍ୟାକର ଏବଂ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଯାହାକୁ ଦେଖି ଭବିଷ୍ୟତ ର ଯୁବପିଢି ମାନେ ଭୁଲ୍ ମାର୍ଗରେ ଏହା ଦ୍ବାରା ପରିଚାଳିତ ହେଉଛନ୍ତି। ହତ୍ୟା, ଲୁଟ୍, ବଳାତ୍କାର, ଅପବ୍ୟବହାର ଭଳି ନିନ୍ଦନୀୟ ଘଟଣା ବଢ଼ିବାରେ ଲାଗିଛି।ଆଜିକାଲି ଦୁନିଆରେ ନିନ୍ଦନୀୟ ଏବଂ ଲଜ୍ୟା ଜନକ ଘଟଣା ମାନର ଭିଡିଓ ଅଧିକ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳୁଛି। ପୁଣି ସାମ୍ନାକୁ ଆସିଛି ସେହିଭଳି ଏକ ଭିଡିଓ ଯାହା ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ। କଲେଜ୍ ସାମ୍ନାରେ କିଭଳି ଭାବରେ ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ତାହା ଏଠାରେ ଦେଖିବାକୁ ମିଳିଛି।ଏହି ଗୁଳିରେ ଜୀବନ ହରାଇ ଥିବା ଛାତ୍ରୀଙ୍କ ନାମ ନିକିତା ତୋମାର। ଏକ ଯୁବକ ଜଣଙ୍କ ଯୁବତୀଙ୍କୁ କାର୍ ରେ ବସାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ଗୁଳି କରିଥିବା ସେଠାରେ ଥିବା ସି ସି ଟିଭି କ୍ୟାମେରା ରେ ରେକର୍ଡ ହୋଇଛି।ଏହି ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଏକ ଭୟ ଖେଲେଇବା ସହ ହଇଚଇ ସୃଷ୍ଟି କରିଛି। ତେବେ ମିଳିଥିବା ସୂଚନା ଅନୁସାରେ ହରିଆଣା ର ଫରିଦାବାଦ ଜିଲ୍ଲା ବଲଭଗଡରେ ଘଟିଛି ଏହି ଭଳି ଏକ ଭୟାନକ ଘଟଣା।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ସହିତ ସାରା ଦେଶରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି।ଏହି ଭିଡିଓ କୁ ଦେଖିବା ପରେ ଭୟଭୀତ ଲାଗିବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅପରାହ୍ନ ପ୍ରାୟ ୪.୩୦ ରେ ଏହି ଘଟଣାଟି ଘଟିଛି। ତେବେ ମୃତ ଛାତ୍ରୀ ଜଣଙ୍କ ସୋମବାର ଦିନ ପରୀକ୍ଷା ଦେବା ପାଇଁ କଲେଜ୍ ଯାଇଥିବା ବେଳେ ସେ କଲେଜ୍ ରୁ ଫେରିବା ସମୟରେ କଲେଜ୍ ବାହାରେ ତାଙ୍କ ସହ ଏଭଳି ଘଟଣା ଘଟିଛି। ତେବେ ଅଭିଯୁକ୍ତ ତୋଷିଫ୍ ଏବଂ ରେହାନ୍ ପୂର୍ବରୁ ପ୍ରସ୍ତୁତ ହୋଇ ସେଠାରେ ରହିଥିଲେ।ତେବେ ଯାହା ଜଣା ପଡିଛି ନିକିତା ଏବଂ ତୋଷିଫ ପରସ୍ପରକୁ ପୂର୍ବରୁ ଜାଣିଥିଲେ ଏବଂ ୨୦୧୮ ମସିହାରେ ତୋଷିଫ, ନିକିତାକୁ ଅପହରଣ କରିଥିଲା ଏବଂ ପରେ ଏହାର ଆପୋଷ ବୁଝାମଣା ମଧ୍ୟ ହୋଇଥିଲା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ରାତିରେ ଶୋଇବା ପୂର୍ବରୁ 3 ଥର ଜପ କରନ୍ତୁ ହନୁମାନଙ୍କର ଏହି 2 ମନ୍ତ୍ରକୁ, 24 ଘଂଟାରେ ଦେଖନ୍ତୁ ଚମତ୍କାର – Sadhu Bani
2022-12-01T23:19:01Z
https://news22media.com/dekhantu-live-video-college-samna-re/
OSCAR-2301
ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଆଜିର ସମୟରେ ମଣିଷ ମାନେ ବୈଜ୍ଞାନିକ ଯୁଗରେ ନିଜର ବୁଦ୍ଧି ଓ ବିବେକ ବଳରେ ଚନ୍ଦ୍ରରେ ପହଁଚିଲେଣି। ତେବେ ବର୍ତ୍ତମାନ ଲୋକମାନେ ଏତେ ସଭ୍ୟ ହୋଇ ମଧ୍ୟ ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ କି ଅନ୍ଧ ବିଶ୍ୱାସ ମନ ମଧ୍ୟରେ ଭରି ରହିଥାଏ। ଅନେକ ସମୟରେ ବିଭିନ୍ନ ପ୍ରକାର ଅନ୍ଧ ବିଶ୍ୱାସ ଖବର ଶୁଣିବା ପାଇଁ ପାଇଥାନ୍ତି। କେଉଁ କେଉଁ ଜଗାରେ ତୋ ମନୁଷ୍ୟ ଅନ୍ଧ ବିଶ୍ୱାସର ଶିକାର ହୋଇଥାଏ। ସମାଜର ଲୋକ ମାନଙ୍କ ପାଇଁ ଭୂତ ଓ ପ୍ରେତ ବିଶ୍ୱାସ ହୋଇ ଥିବା ବେଳେ କିନ୍ତୁ ବିଜ୍ଞାନ ପାଇଁ ଏହା ଅନ୍ଧ ବିଶ୍ୱାସ ଅଟେ। ଏପରି ଅନେକ ଘଟଣା ଆମେ ସୋସିଆଲ ମିଡିଆରେ ଦେଖିବା ପାଇଥାଉ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଭୟ ଭିତ ମଧ୍ୟ ହୋଇଯିବେ। ତେବେ ଘଟଣାଟି ହେଉଛି କିଛି ଲୋକ ଟ୍ରାକ୍ଟରରେ ଯାଉଥିବା ସମୟରେ ଭୂତ ପରି ଦିଶୁ ଥିବା କିଛି ଦୃଶ୍ୟକୁ ଦେଖିଥିଲେ ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଭୟାନକ କଥା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା; ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଚିକିଲି ଗାଁ ରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗାଁ ର କିଛି ଲୋକ ରାତିରେ ଟ୍ରାକ୍ଟର ନେଇ ଫେରୁଥିବା ସମୟରେ କେହି ଜଣେ ରାସ୍ତା ଉପରେ ଯାଉଥିବା ଜଣା ପଡିଛି। ଟ୍ରାକ୍ଟରରେ ବସିଥିବା ଜଣେ ବ୍ୟକ୍ତି ସେହି ଭିଡ଼ିଓଟିକୁ ତାଙ୍କ ମୋବାଇଲରେ ରେକର୍ଡ଼ କରି ନେଇଥିଲେ। ସେହି ଭିଡ଼ିଓରେ ଜଣେ ଶାଢ଼ୀ ପିନ୍ଧୁ ଥିବା ଖାଲି ନଜର ଆସୁଛନ୍ତି କିନ୍ତୁ ମୁହଁ,ହାତ ଓ ଗୋଡ଼ କିଛି ଦେଖା ଯାଉ ନଥିଲା। ଏହି ଘଟଣାଟି ଲୋକ ମାନଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି ହୋଇ ଯାଇଛି। ତେବେ ଲୋକ ମାନଙ୍କ ଗହଳି ଭିତରେ ସେହି ଦୃଶ୍ୟଟି ଆସ୍ତେ ଆସ୍ତେ ରାସ୍ତା କଡ଼କୁ ଚାଲି ଯାଉଥିଲା ଓ ଭୂତ ପରି ମଧ୍ୟ ଦିଶୁଥିଲା। ସେହି ସମୟରେ ଭୟରେ ଡ୍ରାଇଭର ଟ୍ରାକ୍ଟରର ଷ୍ଟାଟ ବନ୍ଦ କରି ଦେଲେ। ଲାଇଟ ବନ୍ଦ ହୋଇ ଯିବାରୁ ଲୋକ ମାନେ ଟ୍ରାକ୍ଟର ଷ୍ଟାଟ କରିବାକୁ କହିଲେ କିନ୍ତୁ ଟ୍ରାକ୍ଟରଟି ଆଉ ଷ୍ଟାଟ ହେଲା ନାହିଁ। ହଠାତ ଟ୍ରାକ୍ଟର ଷ୍ଟାଟ ହେବା ସମୟରେ ଭୂତ ପରି ଦିଶୁଥିବା ଦୃଶ୍ୟଟି ଜଙ୍ଗଲ ଭିତରେ ହଜି ଯାଉଛି। କିନ୍ତୁ ହେତୁ ବାଦୀମାନେ ଏ ଦୁନିଆଁରେ ଭୂତ, ପ୍ରେତ କିଛି ନାହିଁ ବୋଲି କହିଛନ୍ତି। ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-12-02T00:38:17Z
https://news22media.com/hathat-traktar-agaare-dekhile-dekhantu-bhideo/
OSCAR-2301
ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିବ। ଏହା କେବଳ ଖାଇବା ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ବହୁତ ଲାଭଦାୟକ । ପ୍ରୋଟିନ୍, ମାଙ୍ଗାନିଜ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫୋଲେଟ୍, ତମ୍ବା, ଜିଙ୍କ ଏବଂ ଭିଟାମିନ୍ ପରି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ। ଯଦି ଆମେ ପ୍ରତିଦିନ ଏହି ଡ଼ାଲିର ପାଣି ପିଇଥାଉ , ତେବେ ଏହା ଶରୀରର ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଅଭାବ ପୂରଣ କରିପାରିବ। ଅବଶ୍ୟ, ମୁଗ ଡ଼ାଲିରୁ ଲଡୁ, ପରଟା ଇତ୍ୟାଦି ତିଆରି କରିବା ଭଳି ଅନେକ ଉପାୟରେ ବ୍ୟବହୃତ ହୁଏ । କିନ୍ତୁ ଯଦି ଆପଣ ଏହାକୁ ଫୁଟାଇ ଏହାର ପାଣି ପିଇଥାନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଆଣିପାରେ। ତେବେ ଆସନ୍ତୁ ଜାଣିବା ଯଦି ଆମେ ପ୍ରତିଦିନ ଏକ ଗ୍ଲାସ୍ ମୁଗ ଡାଲି ପାଣି ପିଇବା, ତେବେ କେଉଁ ପ୍ରକାର ସମସ୍ୟାକୁ ଏଡାଇପାରିବା। 1. ବର୍ତ୍ତମାନ ସମୟରେ ଲୋକମାନେ ମେଦବହୁଳତା ପାଇଁ ଚିନ୍ତିତ ହେଉଛନ୍ତି। ଏପରି ପରିସ୍ଥିତିରେ ପ୍ରତିଦିନ ଏକ ଗ୍ଲାସ ମୁଗ ଡ଼ାଲି ପାଣି ପିଅନ୍ତୁ ।ବାସ୍ତବରେ, ଏହି ଡାଲିରେ କ୍ୟାଲୋରୀ କମ୍ ଏବଂ ଏହା ମେଟାବୋଲିଜିମ୍ କୁ ମଧ୍ୟ ବଢ଼ାଇଥାଏ। ଯେଉଁଥିପାଇଁ ଓଜନ ହ୍ରାସ କରିବା ସହଜ ହୋଇପାରେ। 2. ଯଦି ଆମେ ପ୍ରତିଦିନ ମୁଗ ଡାଲି ପାଣି ପିଇଥାଉ, ଏହା ଆମ ଶରୀରରେ ପହଞ୍ଚିଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରକୁ ଡିଟକ୍ସାଇଫ କରିଥାଏ ଏବଂ ଯକୃତ, ଗଲ୍ ବ୍ଲାଡର, ରକ୍ତ ଏବଂ ଅନ୍ତନଳୀକୁ ସଫା କରିବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ। 3. ମୁଗ ଡାଲି ପାଣି ଶରୀରରେ ଇନସୁଲିନର ସ୍ତର ବଢ଼ାଇବାରେ ସାହାଯ୍ୟ କରିଥାଏ ଏବଂ ଏହା ରକ୍ତ ଗ୍ଲୁକୋଜକୁ ନିୟନ୍ତ୍ରଣ କରିବାରେ ମଧ୍ୟ କାମ କରିଥାଏ। ଯେଉଁ କାରଣରୁ ଏହାର ବ୍ୟବହାର ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। 4. ଯଦି ଆପଣ ଆଜିକାଲି ଶରୀରରେ ଦୁର୍ବଳତା ଅନୁଭବ କରୁଛନ୍ତି, ତେବେ ଆପଣ ପ୍ରତିଦିନ ମୁଗ ଡାଲି ପାଣି ଖାଇବା ଉଚିତ୍। ଏଥିରେ ପ୍ରଚୁର ପରିମାଣର ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ପ୍ରୋଟିନ୍ ଥାଏ, ଯାହା ଶରୀରର ଦୁର୍ବଳତାକୁ ଦୂର କରିବାରେ ସହାୟକ ହୋଇଥାଏ।
2022-12-07T20:25:44Z
https://knewsodisha.com/lifestyle/drink-mango-dal-water-to-control-diabetes-get-amazing-benefits-502199
OSCAR-2301
ସିଡ୍‌ନୀ: ପୁଣି ଟି-୨୦ ବିଶ୍ୱକପରେ ହାରିଲା ଶ୍ରୀଲଙ୍କା। ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଗ୍ଲେନ ଫିଲିପ୍ସଙ୍କ ଦମଦାର ଶତବ ବଳରେ ନ୍ୟୁଜିଲ୍ୟାଣ୍ଡ ୬୫ ରନରେ ଶ୍ରୀଲଙ୍କାକୁ ହରାଇଛି। ଫିଲିପ୍ସଙ୍କ ୬୪ ବଲରେ ୧୦୪ ରନ ଯୋଗୁ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୭ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ କେବଳ ୧୦୨ ରନ କରିଛି। ଚଳିତ ବିଶ୍ୱକପରେ ଏହା ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍ରେ ଦଳ ଅଷ୍ଟ୍ରେଲିଆକୁ ହରାଇଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ଅନ୍ୟପକ୍ଷରେ ଶ୍ରୀଲଙ୍କାର ଏହା ଦ୍ୱିତୀୟ ପରାଜୟ। ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ହରାଇଥିଲା। କିନ୍ତୁ ଦଳ ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆର ଠାରୁ ଓ ଆଜି ତୃତୀୟ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଛି। ସିଡନୀରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ପ୍ରଥମ ଓଭରରେ ବିସ୍ଫୋରକ ଫିନ ଆଲେନ(୧)ଙ୍କୁ ହରାଇଥିଲା। ଇନଫର୍ମ ଡେଭୋନ କନୱେ(୧) ଓ ଅଧିନାୟକ ୱିଲୟମସନ(୮) ମଧ୍ୟ କିଛି କରିପାରି ନଥିଲେ। ତେବେ ଦଳୀୟ ସ୍କୋର ୭ ଥିବା ବେଳେ କ୍ରିଜ୍‌କୁ ଆସିଥିବା ଫିଲିପ୍ସ ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ। ସେ ଡାରେଲ ମିଚେଲଙ୍କୁ ସାଥୀ କରି ସ୍ଥିତି ସମ୍ଭାଳିଥିଲେ। ଫିଲିପ୍ସ ନିଜର ବିସ୍ଫୋରକ ବ୍ୟାଟିଂ ଷ୍ଟାଇଲକୁ ଛାଡ଼ି ଧୀରେ ସୁସ୍ଥେ ଖେଳିଥିଲେ। ଏଥିସହ ୧୪.୩ ଓଭର ସୁଦ୍ଧା ମିଚେଲ(୨୨)ଙ୍କ ସହ ମିଶି ଦଳୀୟ ସ୍କୋରକୁ ୯୯ରେ ପହଞ୍ଚାଇଥିଲେ। ୧୫ ଓଭର ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୦୦ ରନ କରିଥିଲେ। ଏହି ସମୟରେ ବ୍ୟାଟିଂ ଗିୟର ବଦଳାଇଥିଲେ ଫିଲିପ୍ସ। ସେ ୪୦ ବଲରେ ଅର୍ଦ୍ଧଶକ ହାସଲ କରିଥିବା ବେଳେ ବାକି ୨୧ ବଲରେ ଆଉ ୫୦ ରନ ଯୋଡ଼ି ନିଜର ଶତକ ହାସଲ କରିଥିଲେ। ଆହୁରି ପଢ଼ନ୍ତୁ ପୁଣି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟସ୍‌ ହାରିଲା ଟିମ ଇଣ୍ଡିଆ 2 hours ago ଗୋଟିଏ ଓଭରରେ ୭ ଛକା ମାରିଲେ ଋତୁରାଜ ଗାଏକ୍ୱାଡ, ଦେଖନ୍ତୁ ଭିଡିଓ 2 days ago ଏଥିସହ ଦ୍ରୁତଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡର ସ୍କୋର ୧୯.୪ ଓଭର ସୁଦ୍ଧା ୧୬୨ ଥିବା ବେଳେ ଫିଲିପ୍ସ ୬୪ ବଲରେ ୧୦୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହି ଶତକୀୟ ଇନିଂସରେ ୧୦ଟି ଚୌକା ଓ ୪ଟି ଛକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜେମ୍ସ ନିଶମ(୫) ଓ ଈଶ ଶୋଢ଼ି(୧) ଆଉଟ ହୋଇଥିବା ବେଳେ ମିଚେଲ ସାଣ୍ଟନର ଅପରାଜିତ ୧୧ ରନ ଓ ଶେଷ ବଲରେ ଟିମ ସାଉଦି ଚୌକା ମାରିଥିଲା। ଶେଷରେ ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୭ ୱିକେଟ ହରାଇ ୧୬୭ ରନ କରିଥିଲା। ୧୬୮ ରନର ପିଛା କରୁଥିବା ଶ୍ରୀଲଙ୍କା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପ୍ରଥମ ଓଭରରେ ପଥୁମ ନିଶାଙ୍କା (୦), ଦ୍ୱିତୀୟ ଓଭରରେ କୁଶଲ ମେଣ୍ଡିସ (୪) ଓ ଧନଞ୍ଜୟ ଡି’ସିଲଭା (୦)ଙ୍କୁ ହରାଥିଲା। ପ୍ରଥମ ଓଭରେ ସାଉଦି ଓ ଦ୍ୱିତୀୟ ଓଭରରେ ଟ୍ରେଣ୍ଟ ବୋଲ୍ଟ ଦୁଇଟି ୱିକେଟ ନେଇଥିଲେ। ଗୋଟିଏ ଓଭର ପରେ ଚରିତ ଅସଲଙ୍କା(୪) ବୋଲ୍ଟଙ୍କ ତୃତୀୟ ଶିକାର ବନିଥିଲେ। ପ୍ରଥମ ୬ ଓଭରରେ ଶ୍ରୀଲଙ୍କା ୪ ୱିକେଟ ହରଯାଇ କେବଳ ୨୪ ରନ କରିବାକୁ ସକ୍ଷମ ହୋଇଥିଲା। ୭ମ ଓଭରର ପ୍ରଥମ ବଲରେ ମିଚେଲ ସାଣ୍ଟର ୩ ରନ କରିଥିବା ଚାମିକା କରୁଣାରତ୍ନେଙ୍କୁ ଆଉଟ କରି ଶ୍ରୀଲଙ୍କାକୁ ୫ମ ଝଟକା ଦେଇଥିଲେ। କିଛି ସମୟ ପାଇଁ ଭାନୁକା ରାଜପକ୍ଷ ଓ ଅଧିନାୟକ ଦସୁନ ଶଣକା ଲଢ଼େଇ କରିଥିଲେ। ହେଲେ ଏହା ସମୁଦ୍ରକୁ ଶଙ୍ଖେ ଭଳି ଥିଲା। ଦଳୀୟ ସ୍କୋର ୫୮ ଥିବା ବେଳେ ରାଜପକ୍ଷ(୩୪)ଙ୍କୁ ଲକି ଫର୍ଗୁସନ ଆଉଟ କରିଥିଲେ। ଏହାପରେ ଶ୍ରୀଲଙ୍କା ନିୟମିତ ଭାବେ ୱିକେଟ ହରାଇବା ଆରମ୍ଭ କରିଥିଲା। ଦଳର ଶେଷ ଆଶା ଅଧିନାୟକ ଶଣକା ୩୫ ରନ କରିଥିବା ବେଳେ ବୋଲ୍ଟଙ୍କ ବଲରେ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱାନିନ୍ଦୁ ହସରଙ୍ଗା(୪), ମହୀଶ ତିକଶାନା(୦) ଓ ଲାହିରୁ କୁମାରା(୪) ରନ କରିଛନ୍ତି। କୁମାରଙ୍କୁ ଶେଷ ଓଭରରେ ଆଉଟ କରି ଶୋଢ଼ି ଶ୍ରୀଲଙ୍କାକୁ ୧୦୨ ରନରେ ଅଲଆଉଟ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ବୋଲ୍ଟ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ସାଣ୍ଟନର, ଶୋଢ଼ି ଦୁଇଟି ଲେଖାଏ ଓ ସାଉଦି ଏବଂ ଫର୍ଗୁସନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ତେବେ ୬୪ ବଲରେ ଶତକୀୟ ଇନିଂସ ଖେଳିଥିବା ଫିଲିପ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
2022-11-30T04:13:48Z
https://odishareporter.in/sports/cricket/phillips-outscores-sri-lanka-in-huge-nz-win-777673
OSCAR-2301
ମୃତ ଦିନ ମଜୁରିଆ ମହିଳାଙ୍କ ଚକ୍ଷୁ ଦାନ କଲେ ପରିବାରବର୍ଗ, ଓଡିଶା ମୋ ପରିବାର ସହଯୋଗରେ ଗାଁ କୁ ଫେରିଲା ଶବ - Shasak Prashasak News - Odisha's No1. 24 x 7 Odia Newsportal Wednesday, 30 Nov 2022 ରାଜ୍ୟ ଜାତୀୟ/ଆନ୍ତର୍ଜାତୀୟ ରାଜନୀତି ବାଣିଜ୍ୟ ସ୍ୱାସ୍ଥ୍ୟ / ବିଜ୍ଞାନ ଅଘଟଣ ଖେଳ କଳା ସାହିତ୍ୟ ସଂସ୍କୃତି ସମ୍ପାଦକୀୟ ହେଡଲାଇନସ୍: ଚତୁର୍ଥ ମିରାକଲ ଷ୍ଟାର୍ ନାଇଟ ଆୟୋଜିତ କଲେଜ ଓ ସ୍କୁଲ ସ୍ତରରେ ୭୪ତମ ଏନସିସି ଦିବସ ପାଳିତ ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ ଜଳ ସଂପଦ ବିଭାଗ ଏବଂ ୟୁନିସେଫର ମିଳିତ ଆନୁକୂଲ୍ୟରେ ୟୁଥ ଫର ଓ୍ୱାଟର କାର୍ଯ୍ୟକ୍ରମ ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ (O&M) ଚୁକ୍ତିନାମା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଜଗତସିଂହପୁର ପୋକସୋ କୋର୍ଟ ଶୁଣାଇଲେ ଯୁଗାନ୍ତକାରୀ ରାୟ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗରପାଲି ବ୍ଲକରେ ଯୁଗ୍ମ ଜନଶୁଣାଣି।। ୨୫ ଅଭିଯୋଗରୁ ୫ର ତୁରନ୍ତ ସମାଧାନ। ଘୋଡ଼ଲାଗି ହେଲେ ଶ୍ରୀରଘୁନାଥ ଜିଉ ପତ୍ରା ଜଙ୍ଗଲରେ ରନ୍ଧା ମଦ ସହ ମହୁଳ ପୋଚ ନଷ୍ଟ କଲା ଅବକାରୀ ବିଭାଗ ଜମଲା ପଞ୍ଚାୟତରରେ ବିଜେଡିର କର୍ମୀ ବୈଠକ : ଦଳରେ ଯୋଗ ଦେଲେ ପଂଚାୟତ ବିଜେପି କର୍ମୀ ରାଜ୍ୟ ମୃତ ଦିନ ମଜୁରିଆ ମହିଳାଙ୍କ ଚକ୍ଷୁ ଦାନ କଲେ ପରିବାରବର୍ଗ, ଓଡିଶା ମୋ ପରିବାର ସହଯୋଗରେ ଗାଁ କୁ ଫେରିଲା ଶବ 28 September 2022 Hits: 65 Rating: ( 0 Rating ) User Rating: 0 / 5 Please Rate Vote 1 Vote 2 Vote 3 Vote 4 Vote 5 ଭୁବନେଶ୍ଵର: ମୃତ୍ୟୁ ପରେ ଅନ୍ୟର ଦୁନିଆକୁ ଆଲୋକିତ କରିବା ପାଇଁ ଦାନ କରିଗଲେ ନିଜ ଚକ୍ଷୁ, କିନ୍ତୁ ଆର୍ଥିକ ଚାପରେ ଥିବାରୁ ପରିବାରବର୍ଗ ଶେଷକୃତ୍ୟ ପାଇଁ କୁମାରୀଙ୍କ ମୃତ ଶରୀର ନିଜ ଗ୍ରାମକୁ ନେଇପାରୁନଥିଲେ । ଏହି ଦୁଃଖଦ ଖବର ଶୁଣିବା ପରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ସସମ୍ମାନେ ନିଜ ଘରକୁ ଫେରିଲା କୁମାରୀଙ୍କ ପାର୍ଥିବଶରୀର । ସୂଚନାନୁଯାୟୀ,ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ବାସିନ୍ଦା ୫୨ବର୍ଷିୟା ମହିଳା କୁମାରୀ ଜେନା ୨୦ବର୍ଷ ପୂର୍ବେ କାମ କରିବା ପାଇଁ ଭୁବନେଶ୍ଵର ଚାଲିଆସିଥିଲେ । ସେ ଭୁବନେଶ୍ୱରସ୍ଥିତ ସାଲିଆସାହି ଅଞ୍ଚଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ସେପ୍ଟେମ୍ବର ୨୫ ତାରିଖରେ ତାଙ୍କୁ ଭୀଷଣ ଜ୍ଵର ଏବଂ ବାନ୍ତି ହେବାରୁ ପରିବାରବର୍ଗ କ୍ୟାପିଟାଲ ହସ୍ପିଟାଲ ନେଇଆସିଥିଲେ । ଦୁର୍ଭାଗ୍ୟବଶତଃ, ଗତକାଲି ରାତିରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ କୁମାରୀଙ୍କ ମୃତ ଶରୀରକୁ ଶେଷକୃତ୍ୟ ନିମନ୍ତେ ତାଙ୍କ ଗ୍ରାମକୁ ନେବା ପାଇଁ ଅସମର୍ଥ ଥିଲେ । ଅସହାୟ ହୋଇ ପୂର୍ବତନ ବିଧାୟିକା ଶ୍ରୀମତି ନନ୍ଦିନୀ ଦେବୀ ଏବଂ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ଵାଇଁଙ୍କୁ ଯୋଗାଯୋଗ କରିଥିଲେ । ଏହି ଦୁଃଖଦ ଖବର ଶୁଣିବା ପରେ ଶ୍ରୀମତି ନନ୍ଦିନୀ ଦେବୀ ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଓଡ଼ିଶା ମୋ ପରିବାର ଟିମ୍ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ସାନଖେମୁଣ୍ଡିସ୍ଥିତ ତାଙ୍କ ଗ୍ରାମକୁ ପଠାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲା । ଇତି ମଧ୍ୟରେ ପରିବାରବର୍ଗ ସ୍ଵର୍ଗତଃ କୁମାରୀଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁ ଦାନ କରି ମହାନତାର ପରିଚୟ ଦେଇଥିଲେ । କୁମାରୀଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଗଲା ସତ କିନ୍ତୁ ଅନ୍ୟକୁ ଦୁନିଆ ଦେଖାଇବା ପାଇଁ କରିଗଲେ ସେ ଚକ୍ଷୁ ଦାନ । ଏଭଳି ମହତ୍ ପଦକ୍ଷେପ ପାଇଁ କୁମାରୀଙ୍କ ପରିବାରବର୍ଗଙ୍କୁ ଭୂରି ଭୂରି ପ୍ରଶଂସାର ସୁଅ ଛୁଟୁଛି । କୁମାରୀଙ୍କ ମୃତଶରୀର ଗଞ୍ଜାମରେ ପହଞ୍ଚିବା ପରେ ଜୀବନବିନ୍ଦୁ ସଂଯୋଜକ ଶ୍ରୀ ସୁବାଷ ମହାରଣା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ ।
2022-11-30T04:40:14Z
https://shasakprashasak.com/index.php/state/29851-2022-09-28-17-44-23
OSCAR-2301
ଜୟପୁର : ବହୁ ବାଦ ବିବାଦ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ବରିଷ୍ଠ ନେତା ଅଶୋକ ଗେହଲଟ । ଯୁବ ନେତା ତଥା ଲୋକପ୍ରିୟ ଯୁବନେତା ସଚିନ ପାଇଲଟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ଏନେଇ ଆଜି ଏଆଇସିସି କାର୍ଯ୍ୟାଳୟ ଠାରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ଏବଂ ରାଜସ୍ଥାନ ପର୍ଯ୍ୟବେକ୍ଷକ କେସି ଭେନୁଗୋପାଳ ଆୟୋଜିତ ସମ୍ମିଳୀରେ ପ୍ରକାଶ କରିଛନ୍ତି । ଏହି ଅବସରରେ ଯୁବ ନେତା ସଚିନ ପାଇଲଟ୍ କହିଛନ୍ତି “ ରାଜସ୍ଥାନରେ ମୋର ଏବଂ ଅଶୋକ ଗେହଲଟଙ୍କ ଯାଦୁ ଚାଲିଲା, ଏବେ ଆମେ ସରକାର ବନାଇବାକୁ ଯାଉଛୁ । ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ମୁଁ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଉଛି” । ବିଗତ ଦୁଇଦିନ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଗେହଲଟ ଓ ସଚିନଙ୍କ ସମର୍ଥକ ମାନେ ଦାବି କରିଆସୁଥିଲେ। ସମର୍ଥକମାନେ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ ଏକପ୍ରକାର ଅଡି ବସିଥିଲେ । ଆହୁରିମଧ୍ୟ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ରାସ୍ତାରୋକ ଓ ପୋଡାଜଳା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଉଲ୍ଲେଖଯୋଗ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସ ଆଶ୍ଚର୍ଯ୍ୟଜନକ ଭାବେ ଏକକ ସଂଖ୍ୟା ଗରିଷ୍ଠତା ଆସନ ହାସଲ କରିଥିଲା । ଏଥିସହିତ ବରିଷ୍ଠ କଂଗ୍ରେସ ନେତା କମଳନାଥ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଡିସେମ୍ବର ୧୭ ତାରିଖରେ ଶପଥ ନେବେ ।
2022-11-28T07:28:43Z
https://odishasambad.in/ashok-gehlot-rajasthan-cm-sachin-pilot-gets-deputy-cm/
OSCAR-2301
ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ Supplementary budget presented in the Assembly for the financial year 2022 and 2023– News18 odia ଓଡ଼ିଶା CHANGE LANGUAGE ଓଡ଼ିଆ ENGLISHहिन्दी मराठीગુજરાતીঅসমীয়া ಕನ್ನಡ বাংলা മലയാളം తెలుగు ਪੰਜਾਬੀ اردو ଓଡ଼ିଆ WATCH LIVE TV DOWNLOAD APP FOLLOW US ON Trending Topics :#Odisha#CoronaVirus ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ നിങ്ങളുടെ നഗരം തിരഞ്ഞെടുക്കുക തിരുവനന്തപുരം കൊച്ചി കോഴിക്കോട് മലപ്പുറം കണ്ണൂർ കാസർഗോഡ് ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ ମହିଳା ସଶକ୍ତିକରଣ, ଗ୍ରାମୀଣ ସଂଯୋଗୀକରଣକୁ ଗୁରୁତ୍ବ ଦିଆଯାଇଛି। କୃଷି, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, କ୍ରୀଡାକୁ ଏଥର ବିଧାନସଭା ଅତିରିକ୍ତ ବଜେଟରେ ଫୋକସ କରାଯାଇଛି। ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ News18 Odia Last Updated : November 25, 2022, 10:50 IST Cuttack, India Share this: MAHESH PRASAD NANDA News18 Odia News18 Odia Digital ଭୁବନେଶ୍ବର: ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ କରାଯାଇଛି। ୧୬,୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ପ୍ରଶାସନିକ ଖର୍ଚ୍ଚ ପାଇଁ ୪ ହଜାର ୯ ଶହ ୩୪ କୋଟି ଟଙ୍କା ବୟ ବରାଦ କରାଯାଇଛି। ଯୋଜନା ଖର୍ଚ୍ଚ ପାଇଁ ୯ ହଜାର ୨୦୦ କୋଟି ଟଙ୍କା ରହିଛି। ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୨ ହଜାର ୬୧୦.୪୬ କୋଟି ରହିଛି। କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦ ଖର୍ଚ୍ଚ ୫୫.୫୪ କୋଟି ରହିଛି। ମହିଳା ସଶକ୍ତିକରଣ, ଗ୍ରାମୀଣ ସଂଯୋଗୀକରଣକୁ ଗୁରୁତ୍ବ ଦିଆଯାଇଛି। କୃଷି, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, କ୍ରୀଡାକୁ ଅତିରିକ୍ତ ବଜେଟରେ ଫୋକସ କରାଯାଇଛି। ବଜେଟର ୫୫ ପ୍ରତିଶତ ଯୋଜନା ବାବଦ ଖର୍ଚ୍ଚ ରହିଛି। ସ୍ବାସ୍ଥ୍ୟ ଯୋଜନା ପାଇଁ ଅତିରିକ୍ତ ୮୬୭ କୋଟି ଟଙ୍କା ବୟ ବରାଦ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୫୨୩ କୋଟି ରହିଛି। ଖାଦ୍ୟ ସୁରକ୍ଷା ପାଇଁ ୧୬୬ କୋଟି ରହିଛି। ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୫୭୬ କୋଟି ରହିଛି। ଗ୍ରାମୀଣ ସଂଯେଗୀକରଣ ପାଇଁ ୫୫୨ କୋଟି ରହିଛି। ଜଳସେଚନ ଓ ଜଳ ସମ୍ପଦ ବିଭାଗ ପାଇଁ ୧୫୯୫.୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମହିଳା ଓ ଶିଶୁ ବିକାଶ ପାଇଁ ୧୭୨ କଟ ରହିଛି। ଏସସି/ ଏସଟି ବିକାଶ ପାଇଁ ୪୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ୫୦୮ କୋଟି ରହିଛି। ବଜେଟରେ ଗୃହ ବିଭାଗ ପାଇଁ ୩୦୫ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ଗୃହ ନିର୍ମା ଓ ପୌର ଉନ୍ନୟନ ବିଭାଗ ଲାଗି ୭୮୨.୦୪ କୋଟି ଟଙ୍କା ବୟ ବରାଦ କରାଯାଇଛି। ମହଙ୍ଗା ଭତ୍ତା, ଜୁଡିସିଆଲ ଅଧିକାରୀଙ୍କ ବକେୟା ଦରମା, ନିୟମିତ ହୋଇଥିବା କର୍ମଚାରୀଙ୍କ ଦରମା ପାଇଁ ଖର୍ଚ୍ଚ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଖରିଫରେ କ୍ଷତି ସହିଥିବା ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସ୍କୁଲ ବିଲ୍ଡିଂ, ସ୍ବାସ୍ଥ୍ୟ କ୍ଷେତ୍ର ରକ୍ଷଣାବେକ୍ଷଣ ପାଇଁ ୧୭୩ କୋଟି ବ୍ୟୟ ବରାଦ କରାଯାଇଛି। ଅତିରିକ୍ତ ବଜେଟ୍ ଉପସ୍ଥାପନ ସମୟରେ ମୁଖ୍ୟମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ଅମାତ ଉପସ୍ଥାପନ କରିଥିଲେ। ଏହାକୁ ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ବଜେଟ ଉପସ୍ଥାପିତ ହେଉଛି ବିଧାନସଭାରେ ନା ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି ନା ଅର୍ଥମନ୍ତ୍ରୀ ନା ସଂସଦୀୟ ବ୍ୟାପାର ମନ୍ତ୍ରୀ। ଏସମସ୍ତେ ନିର୍ବାଚନରେ ମାତିଛନ୍ତି ଗୋଟିଏ ନିର୍ବାଚନ ମଣ୍ଡଳୀ କଥା ଭାବୁଛନ୍ତି। କିନ୍ତୁ ଯାହା ସବୁ ରାଜ୍ୟରେ ସମସ୍ୟା ଦେଖାଦେଇଛି ତା ପ୍ରତି ମନ ଦେଉନାହାଁନ୍ତି। ଏପରି କି ବିଧାନସଭାକୁ ମଧ୍ୟ ଅପମାନିତ କରୁଛନ୍ତି। ରାଜ୍ୟ ସ୍ବାର୍ଥ ନେଇ ଆଲୋଚନାରେ ରହୁନାହାଁନ୍ତି। କାହାକୁ ମୁଖ୍ୟ କରିଦେଲେ ଆଇନ ଅନୁସାରେ ଠିକ ଅଛି। କିନ୍ତୁ ନୈତିକତା ଦୃଷ୍ଟିରୁ ଠିକ ନୁହେଁ। Published by:Lipina Das First published: November 25, 2022, 10:50 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । AssemblyBhubaneswarBJDBJPBudgetCongressFinancial YearOdishaଅତିରିକ୍ତ ବଜେଟଆର୍ଥିକ ବର୍ଷଓଡ଼ିଶାବିଧାନସଭାଭୁବନେଶ୍ବର ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ଗୁଣ୍ଡଗର୍ଦ୍ଦି ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି-ବିଜେପି ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଓ ଆତଙ୍କବାଦକୁ ସମର୍ଥନ କରୁଥିବା ନେତାଙ୍କୁ କ'ଣ କହିଲେ ପିଏମ ୨୦୨୩ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା; ପଠାଯିବ ରଥଯାତ୍ରାର ସମ୍ପୂର୍ଣ୍ଣ ଚିଠା ରାଜରାସ୍ତାକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ; କହିଲେ ପାଠପଢା ବନ୍ଦ ହେଲେ ସରକାର ଦାୟୀ ପଦ୍ମପୁରରେ ଫୁଟିବ ପଦ୍ମ; ପ୍ରଶାସନିକ ଅଧିକାରୀଙ୍କ ଅହଙ୍କାର ନଷ୍ଟ ହେବ: ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
2022-11-28T00:33:17Z
https://odia.news18.com/news/odisha/supplementary-budget-presented-in-the-assembly-for-the-financial-year-2022-and-2023-tv-251122-lpd-mnb-137883.html
OSCAR-2301
ପଦ୍ମପୁର ଉପ-ନିର୍ବାଚନକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଥିଲା ବେଳେ ବିଜେପି ତରଫରୁ ପ୍ରଦୀପ ପୁରୋହିତ ପ୍ରାର୍ଥି ହୋଇଛନ୍ତି। ବିଜେଡି ତରଫରୁ ନିର୍ବାଚନ ଲଢିବେ ବର୍ଷା ସିଂ ବରିହା। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷା। ବିଜୟ ରଞ୍ଜନ ସିଂ… ନ୍ୟୁଜ୍, ପଲିଟିକ୍ସ ପଦ୍ମପୁରରୁ ପ୍ରଦୀପ ବିଜେପି ପ୍ରାର୍ଥି:ଚେକ୍ ଦବାକୁ ଅନୁକମ୍ପା କାର୍ଡ ଖେଳିବ କି ବିଜେଡି November 12, 2022 ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ମଇଦାନକୁ ପଠେଇଛି। ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ପରେ ବିଜେଡିର ମୁଣ୍ଡବିନ୍ଧା ଆରମ୍ଭ ହୋଇ ଯାଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏ ଉପନିର୍ବାଚନ ବେଶ୍ ଗୁରୁତ୍ତ୍ୱପୂର୍ଣ୍ଣ। ବାଜି ଜିତିବାକୁ ବିଜେପି ପରି କଂଗ୍ରେସ… ନ୍ୟୁଜ୍, ପଲିଟିକ୍ସ ସରିଲା ଧାମନଗର:ଚର୍ଚ୍ଚାରେ ପଦ୍ମପୁର November 5, 2022 ଧାମନଗର ଉପନିର୍ବାଚନ ଫଳାଫଳ ନଭେମ୍ବର ୬ ରେ ପ୍ରକାଶ ପାଇବ। ଧାମନଗର ଉପନିର୍ବାଚନ ପରେ ଏବେ ପଦ୍ମପୁର ଉପନିର୍ବାଚନ ମୁହାଁ ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏ ଦୁଇ ଉପନିର୍ବାଚନ ଉପରେ ସବୁ ଦଳ ଫୋକସ୍ କରିଛନ୍ତି। ୟାରି ଭିତର ପଦ୍ମପୁର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା… Uncategorized ଆରମ୍ଭ ହେଲାଣି କାଉଣ୍ଟଡାଉନ୍:ଏଥର ଗୁଜୁରାଟ କାହାର November 4, 2022 ଗୁଜୁରାଟ ପଲିଟିକ୍ସ ଉପରେ ଏବେ ସାରା ଦେଶର ନଜର। ଗୁଜୁରାଟକୁ ନେଇ ଆରମ୍ଭ ହୋଇ ସାରିଛି କାଉଣ୍ଟଡ଼ାଉନ୍। ଗୁଜୁରାଟ ବିଧାନସଭା ନିର୍ବାଚନର ପାଇଁ ତାରିଖ ଘୋଷଣା ହେଲାପରେ ମାନସମନ୍ଥନ ଆରମ୍ଭ ହୋଇ ଯାଇଛି। ଗୁଜୁରାଟରେ ଡିସେମ୍ବର ୧ ଓ ୫ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ଓ ଡିସେମ୍ବର ୮ରେ ଫଳ… ନ୍ୟୁଜ୍, ପଲିଟିକ୍ସ ପ୍ଲ।ଷ୍ଟିକ୍ ବ୍ୟବସ।ୟୀରୁ ପଲିଟିସିଆନ୍ ବିଜେପିର ଚାଣକ୍ୟ ! October 22, 2022 ଆଜି ହେଉଛି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ। ଶ।ହ। ହେଉଛନ୍ତି ଜଣେ ବିଚକ୍ଷଣ ର।ଜନୀତିଜ୍ଞ। ସେ ୨୨ଅକ୍ଟୋବର ୧୯୬୪ ରେ ମହ।ର।ଷ୍ଟ୍ରର ମୁମ୍ବ।ଇରେ ଜଣେ ବ୍ୟବସ।ୟୀଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ମେହସ।ନ।ରେ ତ।ଙ୍କର ପ୍ର।ରମ୍ଭିକ ଅଧ୍ୟୟନ ପରେ, ସେ ଅହମ୍ମଦ।ବ।ଦକୁ ବ।ୟୋକେମିଷ୍ଟ୍ରି ଅଧ୍ୟୟନ କରିବ।କୁ ଆସିଥିଲେ, ଯେଉଁଠ।ରୁ ସେ ବ।ୟୋକେମିଷ୍ଟ୍ରିରେ ବିଏସି… ନ୍ୟୁଜ୍, ପଲିଟିକ୍ସ ବିଜେଡି ଦି’ଫାଳ : ବିରୋଧିଙ୍କୁ ସୁହାଇବ କି ବିଜେଡି କନ୍ଦଳ ! October 14, 2022 ନଭେମ୍ବର ୩ ରେ ଧାମନଗର ଉପନିର୍ବାଚନ। ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତିର ରୋଚକତା ମଧ୍ୟ ସେତିକି ବଢ଼ୁଛି। ଧାମନଗରରେ ବିଜୁ ଜନତା ଦଳ ଏବେ ହରଡ଼ଘଣାରେ। ଦଳ ତରଫରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥି କରିଛି ବିଜେଡି। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ସିଟ୍… ନ୍ୟୁଜ୍ ବିଷ୍ଣୁଙ୍କ ପୁଅ ବିଜେପି ପ୍ରାର୍ଥୀ:ଛିଡ଼ୁନି ବିଜେଡ଼ି କଂଗ୍ରେସର ପ୍ରାର୍ଥୀ ଗଣିତ ! October 11, 2022 ଧାମନଗର ଉପନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୧୭ରେ ବିଷ୍ଣୁଙ୍କ ଦେହାନ୍ତ ପରେ ଏ ଆସନ ଖାଲି ପଡିଛି। ଉପନିର୍ବାଚନର ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୭ ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ୧୪ ରେ…
2022-11-29T05:47:07Z
http://www.bartamanodisha.com/tag/bjp/
OSCAR-2301
ପୁରୀ: ଆଗାମୀ ରଥଯାତ୍ରା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ ବିନା ଭକ୍ତ ଓ ଯାତ୍ରୀଙ୍କ ଉପସ୍ଥିତିରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡର ଆଶଙ୍କା କମ ଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ହେବ। ତେଣୁ ବ୍ୟାପକ ଜନସମାଗମ କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୂଚନା କେନ୍ଦ୍ର ସ୍ଥାପନ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ବିକ୍ରୟ, ଯାତ୍ରୀଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା, ରଥଯାତ୍ରାର ଧାରା ବିବରଣୀ ଓ ସିଧା ପ୍ରସାରଣର ବ୍ୟବସ୍ଥା, ଫଟୋଚିତ୍ର ପ୍ରଦର୍ଶନୀ ବ୍ୟବସ୍ଥା ଇତ୍ୟାଦିକୁ ତ୍ୱରାନ୍ୱିତ ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକୁ ସମ୍ମିଳିତ ଉଦ୍ୟମ ରେ ସଫଳ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବା, ସୂଚନା କେନ୍ଦ୍ର ହେବାକୁ ଥିବା ସ୍ଥାନ ଗୁଡିକୁ ଅନୁଧ୍ୟାନ କରି ଆନୁଷଙ୍ଗିକ ବ୍ୟବସ୍ଥା କରିବା ,ପ୍ରଶାସନ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ କୋଭିଡ ପୂର୍ବବର୍ତ୍ତି ବ୍ୟବସ୍ଥା ଅନୁଯାୟୀ ବିଭାଗର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସହ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ କୁ ସୁଚାରୁ ରୂପେ ସମ୍ପାଦନା ପାଇଁ ମତ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ନୂତନ ଭାବେ ଜିଲ୍ଲାର ଦାୟିତ୍ୱ ନେଇ ଥିବାରୁ ରଥଯାତ୍ରା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ସମୀକ୍ଷା ରେ ପୂର୍ବତନ ଭାରପ୍ରାପ୍ତ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନାଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।
2022-11-26T16:58:37Z
https://www.sakalakhabar.com/puri-209/
OSCAR-2301
ବୋଉଲୋ ବାପା ଆମକୁ ଠକି ପର କରିଥିଲେ ! ଶେଷରେ ତୁ ବି ନୂଆ ବାପାକୁ ପାଇ ଆମକୁ ଠକି ଦେଲୁ… ଦେଖନ୍ତୁ ଭାଇରାଲ Video – sudarsankhabar.com Publisher - Odisha Samachar , Latest Trending News Home ଭାଇରାଲ ନ୍ୟୁଜ ଅଜଣା କଥା ଘରୋଇ ଉପଚାର ଅଦ୍ଭୁତ ଭିଡିଓ ଓଡିଶା Home ଭାଇରାଲ ଭିଡିଓ ବୋଉଲୋ ବାପା ଆମକୁ ଠକି ପର କରିଥିଲେ ! ଶେଷରେ ତୁ ବି ନୂଆ ବାପାକୁ ପାଇ ଆମକୁ ଠକି ଦେଲୁ… ଦେଖନ୍ତୁ ଭାଇରାଲ Video ବୋଉଲୋ ବାପା ଆମକୁ ଠକି ପର କରିଥିଲେ ! ଶେଷରେ ତୁ ବି ନୂଆ ବାପାକୁ ପାଇ ଆମକୁ ଠକି ଦେଲୁ… ଦେଖନ୍ତୁ ଭାଇରାଲ Video ଭାଇରାଲ ଭିଡିଓ ପିତା ମାତା ଙ୍କ ତାଙ୍କ ପିଲା ମାନଙ୍କୁ ବହୁତ ସ୍ନେହ ଶ୍ରଦ୍ଧା ଦେଇଥାଏ ଯେ ସେ ଚାହିଁ ଥାଆନ୍ତି ତାଙ୍କ ପିଲା ମାନେ ଭଲ ହେଇଥାନ୍ତି ।କିନ୍ତୁ ସେହି ପିଲା ଙ୍କ ମୁଣ୍ଡ ରୁ ବାପା ଓ ମା ଙ୍କ ହାତ ଉଠି ଯାଇଥାଏ ସେହି ପିଲା ଟି ବେଶରା ହୋଇଯାଇଥାଏ ପିଲା ଟି କଣ କରିବ କଣ ନାହିଁ ତାହା ଜାଣି ପାରନ୍ତି ନାହିଁ ତାହା ସିଏ ଜାଣିଛି ଯାହା ପାଖରେ ମା ର ଭଲ ପାଇବା ରହିଛି ନା ନାହିଁ। ଦୁନିଆରେ ସବୁଠାରୁ ଅଧିକ ଭଲ ପାଇବା ମା ଙ୍କ ଠାରୁ ମିଳିଥାଏ । ସେଥି ପାଇଁ ମା ର ଭଲ ପାଇବାକୁ ଦୁନିଆର ନି ସ୍ୱାର୍ଥପର ଭଲ ପାଇବା କୁହାଯାଏ । କିନ୍ତୁ ସେହି ମା ଦୁଇ କଅଳା ପିଲାଙ୍କୁ ଅନାଥ କରିକି ଫେରାର ହେଇ ଯାଇଛନ୍ତି ମାଅ । ସେହି କଅଳା ପିଲା ଙ୍କ ଅବସ୍ଥା କଣ ହୋଇଥିବ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯାହାକୁ ଦେଖିଲେ ହୁଏତ ଆପଣଙ୍କ ହୃଦୟ ଥରି ଉଠିବ । ଦୁଇ କଅଳା ପିଲାଙ୍କୁ ତାଙ୍କ ମା ଛାଡି ଚାଲି ଯାଇଛନ୍ତି କୁଆଡେ ଅନ୍ୟ କାହା ସହିତ ଫେରାର ହେଇଯାଇଛି । ତେବେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ଯେ ଏକ ରେଲୱେ ଷ୍ଟେସନ ରେ ଦୁଇ ଜଣ କଅଁଳ, କମଳମୋତି ପିଲା ଏକା ଭୁକ ଉପବାସ ରେ ବସି ରହିଛନ୍ତି ଆଉ ମନେ ମନେ ତା ମା ର ଫେରିବା ବାଟ କୁ ଚାହିଁ ବସିଛି । ହେଲେ ସେ ଜାଣିନାହିଁ ଯେ ତା ମା ଆଉ ଫେରିବ ନାହିଁ ପିଲା ଟି ଦିନ ରୁ ବାପା ର ପରିଚୟ ପାଇ ନ ଥିବା ଏହି ଦୁଇ କୁନି କମଳ ମୋତି ପିଲା, ଆଜି ମା’ ର ପରିଚୟ ବି ହରାଇ ବସିଛ । ନିରୀହ ଦୁଇ ଜଣ ଶିଶୁ ଏବେ ତାଙ୍କ ମାଆଙ୍କ ବାଟ କୁ ଚାହିଁ ବସିଛନ୍ତି । ଏହି ନିରୀହ ଦୁଇ ପିଲା କି ଭୁଲ କରିଥିଲା ଯାହାର ଶାସ୍ତି ଏହି କମ ବୟସ ରୁ ସେମାନେ ଭୋଗୁ ଥିଲେ ସେମାନଙ୍କ ଦୁଃଖ ଦେଖି କେହି ସହି ପାରିବେନି ।ଜନ୍ମ ହେଲା ଦିନୁ ବାପା ର ପରିଚୟ ପାଇନଥିବା ଏହି ପିଲାଙ୍କୁ ଏ ସମାଜ ଜରାଜ ସନ୍ତାନ କହୁଥିବା ବେଳେ । ସେମାନେ ମା’ର ସେନ୍ହ ଓ ଭଲ ପାଇବା ଓ ପରିଚୟ ପାଇ ଏ ସମାଜରେ ରହିବାକୁ ଚାହୁଁଥିଲା |ହେଲେ କିଏ ଜାଣିଥିଲା ଏ ନିସ୍ଵାର୍ଥ ପର ଦୁନିଆରେ ଭଗବାନ ମଧ୍ୟ ଏ ପିଲାଙ୍କ ପାଇଁ ନିଷ୍ଠୁର ହେଇଯାଇଛି । ମା ତାଙ୍କ ର ମାୟା ମମତା କୁ ଭୁଲି ଏହିଭଳି ଭାବରେ ଛାଡିକି ପଳେଇଯିବ ଅତ୍ୟନ୍ତ ଦୁଃଖର କଥା ବୋଲି କୁହାଯାଉଛି ।ଭାଇରାଲ ହେଉଥିବା ଭିଡ଼ିଓରେ ଏହା ଦେଖା ଯାଇଛି ଯେ ଦୁଇଜଣ କମଳ ମୋତି ପିଲାଙ୍କୁ ତା ମା ରେଲୱେ ଷ୍ଟେସନ ରେ ଛାଡି ଦେଇ ଅନ୍ୟ ଏକ ଯୁବକ ଙ୍କ ସହିତ ଫେରାର ହେଇଯାଇଛି ବୋଲି କୁହାଯାଇଛି । ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରାଲ ହେବାକୁ ଲାଗିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 153 Share FacebookTwitterGoogle+ReddItWhatsAppPinterestEmail Prev Post Gujarati – ରାତିରେ ଶୋଇବା ପୂର୍ବରୁ ଖାଇ ଦିଅନ୍ତୁ ଗୁଜୁରାତି ଆଉ ତାପରେ ଦେଖନ୍ତୁ ଚମତ୍କାର ….. Next Post Viral ଭିଡ଼ିଓ – ରାସ୍ତା ଉପରେ ମଦ ପିଇ ଗଡ଼ିଲେ ଯୁବତୀ ଦେଖିଲେ ମୁଣ୍ଡ କାମ କରିବନି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
2022-12-03T21:48:00Z
https://sudarsankhabar.com/xndcfbzsenmgfsezhgr/
OSCAR-2301
ଭୁବନେଶ୍ୱର ୧୧।୧୦ : ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହେଉଛି ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ବକପ ଫୁଟବଲ । ବିଶ୍ବକପ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଏଥିସହିତ ୫ଟି ସଚିବ ଭିକେ ପାଣ୍ଡିଆନ, ୩ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଶ୍ବକପରେ ଆୟୋଜକ ଭାରତ ସମେତ ବିଶ୍ବର ବଛାବଛା ୧୬ଟି ଟିମ୍ ଏହି ବିଶ୍ବକପ୍ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଭୁବନେଶ୍ବର ସମେତ ଗୋଆ ଓ ମହାରାଷ୍ଟ୍ରରେ ମ୍ୟାଚ ଗୁଡିକ ଖେଳାଯିବ । ଅକ୍ଟୋବର ୧୧, ୧୪ ଓ ୧୭ ତାରିଖ ମୋଟ୍ ୬ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଅପରାହ୍ନ ୪.୩୦ରେ ମରୋକ୍କୋ-ବ୍ରାଜିଲ୍ ମୁକାବିଲା ହେବ । ଏହା ପରେ ରାତି ୮ରେ ଶକ୍ତିଶାଳୀ ଆମେରିକାକୁ ଭେଟିବ ଭାରତ । ଆମେରିକାର ମହିଳା ଫୁଟବଲ ଟିମ୍ ରାକିଙ୍ଗରେ ୧ ନମ୍ବର ସ୍ଥାନରେ ଥିବାବେଳେ ଭାରତୀୟ ମହିଳା ଦଳ ବିଶ୍ବ ରାଙ୍କିଙ୍ଗରେ ୫୮ସ୍ଥାନରେ ରହିଛି । ଭାରତର ମହିଳା ଟିମ୍ ପ୍ରଥମ ଥର ପାଇଁ ଏହି ବଡ ଚାମ୍ପିୟାନସିପ୍ ରେ ଭାଗ ନେଉଛି । କେବଳ କଳିଙ୍ଗ ଷ୍ଟାଡିୟମ ନୁହେଁ, ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଗୋଆର ପଣ୍ଡିତ ଜବାହରଲାଲ୍ ନେହରୁ ଷ୍ଟାଡିୟମ୍ ରେ ଏହି ପ୍ରତିଯୋଗିତା ଖେଳାଯିବ। ଏଥିସହିତ ନଭି ମୁମ୍ବାଇରେ ମଧ୍ୟ ୧୭ବର୍ଷରୁ କମ୍ ମହିଳା ବିଶ୍ବକପର ମ୍ୟାଚ୍ ଚାଲିବ । ଆସନ୍ତା ୩୦ତାରିଖରେ ନଭି ମୁମ୍ବାଇରେ ଫାଇନାଲ ମ୍ୟାଚ ଖେଳାଯିବ । ସେପଟେ ଭୁବନେଶ୍ବରରେ ମହିଳା ବିଶ୍ବକପ ପାଇଁ କମିଶନରେଟ ପୋଲିସ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିଛି । ସିସିଟିଭି ସମେତ ଚାରିସ୍ତରୀୟ ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡ଼ିୟମ ରହିଛି । ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ରହିବେ । ପାର୍କିଂ ଓ ଟ୍ରାଫିକକୁ ଗୁରୁତ୍ଵ ଦିଆଯାଇଛି । ୬ ଅତିରିକ୍ତ ଡ଼ିସିପି, ୧୪ଜଣ ଏସିପି, ୩୦ ଇନସପେକ୍ଟରଙ୍କ ସମେତ ୧୫ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଶାନ୍ତିଶୃଖଂଳାରେ ବିଶ୍ବକପ୍ର ମ୍ୟାଚ ଗୁଡିକ ପରିଚାଳନା ପାଇଁ କମିସନରେଟ ପୋଲିସ ସଂମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ।
2022-11-26T22:21:50Z
https://www.prameyanews7.com/fifa-junior-world-cup-2022/
OSCAR-2301
କଳାହାଣ୍ଡି ୧୧।୩: କଳାହାଣ୍ଡିରେ ଲାଲ ଭୟ । ଜିଲ୍ଲାର ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର ଓ ବ୍ୟାନର । ବେନଗାଁ, ଦମାଘାଟି, ବିଜେପୁରଠାରେ ସିପିଆଇ ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ କଳାହାଣ୍ଡି RTOଙ୍କୁ ଚେତାବନୀ ଦିଆଯାଇଛି । ପ୍ରତ୍ୟେକ ପଞ୍ଚାୟତରେ RTO କ୍ୟାମ୍ପ୍ କରି ଯାନବାହାନ ଦସ୍ତାବିଜ୍ ଉପଲବ୍ଧ କରିବାକୁ ଦାବି ହୋଇଛି । ସେହିପରି ଲାଞ୍ଜିଗଡ-ବେନଗାଁ ପ୍ରଧାନମନ୍ତ୍ରୀ ସଡକ ଯୋଜନା କାମ ବନ୍ଦ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଲିସ ଇନଫର୍ମରଙ୍କୁ ମଧ୍ୟ ଚେତାବନୀ ଦେଇଛି ଲାଲ ସଂଗଠନ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
2022-11-26T21:46:23Z
https://www.prameyanews7.com/mao-poster-and-banner-surface-in-lanjigarh/
OSCAR-2301
ଭୁବନେଶ୍ଵର, ନଭେମ୍ବର ୫ (ଓଡିଶା ଡଟ କମ) ଆସନ୍ତା ଦୀପାବଳୀ କୁ ଆଖି ଆଗରେ ରଖି ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ବୁଧବାର ଭୁବନେଶ୍ଵର ଗ୍ରାହକକୁ ଭେଟି ଦେଇଛି ନିଜ ତିଆରି ରାଜ୍ୟର ପାରମ୍ପରିକ ମିଠା ରସଗୋଲା ଓ ଗୋଲାପ ଜାମୁନ । ଛବି: ରାଜ ନାରାୟଣ ଚୌଧୁରୀ, ଗ୍ରାଫିକ ଡିଜାଇନ: ବିକାଶ ଶର୍ମା ଏକ କେଜି ଓ ଅଧା କେଜି ପୃଥକ ଟିଣ ପ୍ୟାକ ର ମୂଲ୍ୟ ଯଥାକ୍ରମେ ୧୭୦ ଓ ୯୦ ଟଙ୍କା ରଖା ଯାଇଛି । ଏହା ପ୍ରାରମ୍ଭିକ ଭାବେ ଭୁବନେଶ୍ଵରରେ ଥିବା ଓମଫେଡର ନିଜର ଆଇସକ୍ରିମ ପାର୍ଲର ମାନଙ୍କରେ ଉପଲବ୍ଧ ହେଉଥିବା ଓମଫେଡ ମାର୍କେଟିଙ୍ଗ ବିଭାଗ ମୁଖ୍ୟ ବସନ୍ତ ମିଶ୍ର ଓଡିଶା ଡଟ କମ କୁ କହିଛନ୍ତି । ପରବର୍ତ୍ତୀ ସମୟରେ ଏହା ଅନ୍ୟ ସହର ଓ ସ୍ଥାନ ମାନଙ୍କରେ ଉପଲବ୍ଧ ହେବ । ନିକଟରେ ପ୍ରିମିୟମ କ୍ଷୀର ନାମରେ ଅଧିକ ଲହୁଣୀଯୁକ୍ତ ଓ ଅଧିକ ପୃଷ୍ଟିକର ଉତ୍ପାଦ ଓମଫେଡ ବଜାରକୁ ଛାଡିଥିଲା ।ଏହି ଉତ୍ପାଦ ଗ୍ରାହକ ପସନ୍ଦ କରିଥିବା ବେଳେ ରସଗୋଲା ଓ ଗୁଲାପ ଜାମୁନକୁ ମଧ୍ୟ ପସନ୍ଦ କରିବେ ବୋଲି ସେ କହିଛନ୍ତି । ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନରେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଥିବା ରାଜ୍ୟର ଦୁଗ୍ଧ ଚାଷୀଙ୍କ ଏହି ସର୍ବୋଛ ସମବାୟ ସଂସ୍ଥା ଗତ କେତେମାସ ମଧ୍ୟରେ ନିଜର ଉତ୍ପାଦର ପରିସର ବଢାଇବା ପାଇଁ ଓ ଉପଭୋକ୍ତାଙ୍କ ହୃଦୟ ଜିଣିବା ପାଇଁ ଅନେକ ପଦକ୍ଷେପ ନେଇଥିବା ପରିଲକ୍ଷିତ ହୋଇଛି । ଏହାର ଉତ୍ପାଦ ମାନଙ୍କର ନୁଆ ପ୍ୟାକେଜିଙ୍ଗ, ଯୁବ ପିଢୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ରାଜଧାନୀରେ ଅନଲାଇନ ବିକ୍ରିର ବ୍ୟବସ୍ଥା ତଥା ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଆଇସକ୍ରିମ ପାର୍ଲର ମାନ ଖୋଲିଛି । ଛବି: ରାଜ ନାରାୟଣ ଚୌଧୁରୀ ଗ୍ରାଫିକ ଡିଜାଇନ: ବିକାଶ ଶର୍ମା ସୋସିଆଲ ନେଟୱାର୍କରେ ନିଜର ଉପସ୍ଥିତି ଜାହିର କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ଚାରି ମାସ ତଳେ ଆରମ୍ଭ କରିଥିବା ଏକ ସ୍ଵତନ୍ତ୍ର ଫେସବୁକ ପେଜ ବା ପୃଷ୍ଠାକୁ ପ୍ରାୟ ୩୭ ହଜାର ଲୋକ ଲାଇକ କରିଥିବାରୁ ଯୁବ ଗ୍ରାହକଙ୍କ ସହ ଓମଫେଡ ସମ୍ପର୍କ ବୃଦ୍ଧି କରିବାରେ ସଫଳ ହୋଇଛି । ନିକଟ ଭବିଷ୍ୟତରେ ରାଜଧାନୀରେ ଆଉ ଦଶଟି ଆଇସକ୍ରିମ ପାର୍ଲର ଖୋଲିବା ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି ଓମଫେଡ ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେଠୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଓମଫେଡ ଜନସାଧାରଣଙ୍କ ଅଧିକ ବିଶ୍ଵାସଭଜନ ହୋଇପାରିଛି । ଦେଶର ଅର୍ଥନୈତିକ ବିକାଶ ଉପରେ ଗବେଷଣା ଓ ସଚେତନତା ସୃଷ୍ଟି କରୁଥିବା ନୂଆଦିଲ୍ଲୀ ସ୍ଥିତ ଜଣାଶୁଣା ସର୍ବ ଭାରତୀୟ ସଂସ୍ଥା ଇନଷ୍ଟିଚ୍ୟୁଟ ଅଫ ଏକୋନୋମିକ ଷ୍ଟଡିସ (ଆଇଇଏସ ) ନିକଟରେ ସେଠୀଙ୍କୁ ଚଳିତ ବର୍ଷର ସମ୍ମାନ ଜନକ ଉଦ୍ୟୋଗ ରତ୍ନ ପୁରସ୍କାର ଦେବାପାଇଁ ଘୋଷଣା କରିଛି । ଏହି ପୁରସ୍କାର ପ୍ରତିବର୍ଷ ଦେଶର ଅର୍ଥନୈତିକ ଉନ୍ନତି ଓ ଔଦ୍ୟଗିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ଦିଆଯାଇଥାଏ । ଚଳିତ ବର୍ଷ ଏହି ପୁରସ୍କାର ମୁମ୍ବାଇ ଠାରେ ଆସନ୍ତା ନଭେମ୍ବର ୨୧ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ। ସେଠୀଙ୍କ ସହ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ)କୁ ମଧ୍ୟ ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯିବ ବୋଲି ଇନଷ୍ଟିଚ୍ୟୁଟ ଅଫ ଏକୋନୋମିକ ଷ୍ଟଡିସର କାର୍ଯ୍ୟକାରୀ ନିର୍ଦ୍ଦେଶିକା ସଂଗୀତା ସିଂ ସୂଚନା ଦେଇଛନ୍ତି । ଓଡିଶା ଡଟ କମ ନିଉଜ ଡେସ୍କ Filed Under: ଅର୍ଥ-ବ୍ୟବସାୟ Tagged With: ଓମଫେଡ, ଗୁଲାପ ଜାମୁନ, ବସନ୍ତ ମିଶ୍ର, ବିଷ୍ଣୁପଦ ସେଠୀ, ରସଗୋଲା Reader Interactions Leave a Reply Cancel reply Your email address will not be published. Required fields are marked * Comment * Name * Email * Website Δ This site uses Akismet to reduce spam. Learn how your comment data is processed. Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-12-03T00:15:29Z
https://www.odisha.com/2015/11/05/%E0%AC%AC%E0%AC%9C%E0%AC%BE%E0%AC%B0-%E0%AC%AA%E0%AD%8D%E0%AC%B0%E0%AC%AC%E0%AD%87%E0%AC%B6-%E0%AC%95%E0%AC%B2%E0%AC%BE-%E0%AC%93%E0%AC%AE%E0%AC%AB%E0%AD%87%E0%AC%A1-%E0%AC%B0-%E0%AC%B0%E0%AC%B8/?noamp=mobile
OSCAR-2301
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରାଷ୍ଟ୍ରୀୟ ଦଳ ଲଞ୍ଚ କରିବାକୁ ଯାଉଛନ୍ତି । ଯାହାକୁ ନେଇ ତାଙ୍କ ଦଳ ତଥା କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଆଉ ଏହି ଉତ୍ସାହ ଏଭଳି ରହିଛି ଯେ ଦଳର ଜଣେ ନେତା ଲୋକଙ୍କୁ ମଦ ଏବଂ ଜିଅନ୍ତା ଚିକେନ୍ ବା ଜୀଅନ୍ତା କୁକୁଡ଼ା ବଣ୍ଟାଯାଉଛି । ଆଜ୍ଞା ହଁ ,ମଦ ଏବଂ ଜୀବନ୍ତ କୁକୁଡ଼ା ବାଣ୍ଟୁଥିବା ଟିଆରଏସ (TRS Leader) ନେତା ରାଜନାଲା ଶ୍ରୀହାରିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଆଉ ଏହି ଭିଡିଓକୁ ନେଇ ଏନେଇ ବିବାଦ ଆରମ୍ଭ ହୋଇଯାଇଛି । ସେ ମଙ୍ଗଳବାର ନିଜର ପୂର୍ବ ନିର୍ବାଚନୀ କ୍ଷେତ୍ରରେ ୱାରଙ୍ଗଲରେ ଦଶହରା ଅବସରରେ ଲୋକଙ୍କୁ ମଦ ଏବଂ ଚିକେନ୍ ବାଣ୍ଟିଥିଲେ । ଭାଇରାଲ ଭିଡିଓରେ କୁକୁଡ଼ା ଏବଂ ମଦ ନେବା ପାଇଁ ଲୋକଙ୍କ ଲାଇନ୍ ଲାଗିଥିବା ଦେଖାଯାଉଛି । ରାଜନାଲା ପ୍ରାୟ ୨୦୦ କୁକୁଡ଼ା ଏବଂ ୨୦୦ ମଦ ବୋତଲ ବିତରଣ କରିଥିଲେ । ସୂଚନାଯୋଗ୍ୟ, ଆଜି ଦଶହରା ଅବସରରେ କେସିଆର ତାଙ୍କର ରାଷ୍ଟ୍ରୀୟ ଦଳର ଘୋଷଣା କରିପାରନ୍ତି । ତେଲଙ୍ଗାନା ଭବନରେ ଦଳୀୟ ନେତାଙ୍କ ବୈଠକରେ ଏହି ଘୋଷଣା କରାଯାଇପାରେ । ତେବେ ରାଷ୍ଟ୍ରୀୟ ଦଳ ଘୋଷଣା ସହ କେସିଆର ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଦେଖନ୍ତୁ ଭିଡିଓ… ଆହୁରି ପଢନ୍ତୁ YouTuber ନାମ୍ରା କାଦିର ଗିରଫ: ବ୍ୟବସାୟୀଙ୍କୁ… ଓଡ଼ିଶାରେ ଆରମ୍ଭ ହେବ ‘Drone… #WATCH | TRS leader Rajanala Srihari distributes liquor bottles and chicken to locals ahead of Telangana CM KC Rao launching a national party tomorrow, in Warangal pic.twitter.com/4tfUsPgfNU
2022-12-06T20:31:19Z
https://odishabhaskar.com/trs-leader-distributes-liquor-live-chicken/
OSCAR-2301
ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଳାପତାକା ଦେଖାଇବା ଉଦ୍ୟମ, ଏକାମ୍ର କଲେଜରେ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ମନ୍ତ୍ରୀ ଆସିବା ପୂର୍ବରୁ ବିଜେପି-ବିଜେଡି ମୁହାଁମୁହିଁ, ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ପ୍ରତିବାଦ, ପ୍ରତିବାଦ କରୁଥିବା ଭୁବନେଶ୍ୱର ଜିଲ୍ଲା ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ - TIMES OF ODISHA Skip to content Saturday, November 26, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career Fast News ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଳାପତାକା ଦେଖାଇବା ଉଦ୍ୟମ, ଏକାମ୍ର କଲେଜରେ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ମନ୍ତ୍ରୀ ଆସିବା ପୂର୍ବରୁ ବିଜେପି-ବିଜେଡି ମୁହାଁମୁହିଁ, ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ପ୍ରତିବାଦ, ପ୍ରତିବାଦ କରୁଥିବା ଭୁବନେଶ୍ୱର ଜିଲ୍ଲା ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ November 21, 2021 November 21, 2021 S pani 0 Comments ← ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କାଲିଠୁ ସାରା ରାଜ୍ୟରେ ବିଜେଡି ଓଡିଶା ର ଆନ୍ଦୋଳନ, ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଟକ RDC କାର୍ଯ୍ୟାଳୟ ଘେରିବ ଦଳ, ବିଜେଡି ଛାତ୍ର, ଯୁବ ଏବଂ ମହିଳା ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯିବ, ଆସନ୍ତାକାଲିଠୁ ୩ ଦିନ ଧରି RDC କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ କଂଗ୍ରେସକୁ କଟାକ୍ଷ କଲେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା, OUATର ଏକ କାର୍ଯ୍ୟକ୍ରମରେ ଭାଗ ନେଇ କଟାକ୍ଷ କଲେ, କୃଷି ଆଇନ ପ୍ରତ୍ୟାହାର ପରେ କଂଗ୍ରେସର ବିଜୟ ଦିବସ ନେଇ ବର୍ଷିଲେ, କଂଗ୍ରେସ ନିର୍ବାଚନ ଜିତିପାରୁନି, ତେଣୁ ବିଜୟ ଦିବସ ପାଳନ କରିପାରୁ ନାହିଁ, କଂଗ୍ରେସ ବିଜୟ ଦିବସ ପାଳନ ପାଇଁ ବାହାନା ଖୋଜୁଛି: ରୁପାଲା → You May Also Like ପୂର୍ବତନ MLA ଉମେଶ ସ୍ବାଇଁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଉମେଶଙ୍କ ଅମର ଆତ୍ମାର ସଦ୍‌ଗତି କାମନା କଲେ ମୁଖ୍ୟମନ୍ତ୍ରୀ, ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଲେ ନବୀନ November 17, 2021 November 17, 2021 S pani 0 ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେହବାଜ ସରିଫ | ନ୍ୟାସନାଲ ଆସେମ୍ବଲିର ବିରୋଧୀ ଦଳ ନେତା ଥିଲେ ଶେହବାଜ । April 11, 2022 April 11, 2022 Jayaprada samantaray 0 ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଗିରଫ କଲା ଇଡି । ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗିରଫ କରିଥିବା ସୂଚନା । May 30, 2022 May 30, 2022 admin 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ପୁଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିବା ୟୁଥ୍ ଫର୍ ଆକ୍ସନ କର୍ମୀଙ୍କ ଧସ୍ତାଧସ୍ତି, ବେକାରୀ ସମସ୍ୟା ପ୍ରତିବାଦରେ ୫ ମନ୍ତ୍ରୀଙ୍କ ଘର ଘେରାଉ କାର୍ଯ୍ୟକ୍ରମ, ପ୍ରଥମେ ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଘେରାଉ କରିଥିଲା ୟୁଥ୍ ଫର୍ ଆକ୍ସନ ଟିମ୍ November 16, 2022 ପାରାଦୀପରେ ମଝି ସମୁଦ୍ରରେ ୪ଟି ରାଜ୍ୟର ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ November 15, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ
2022-11-26T15:44:12Z
https://timesofodisha.com/attempt-to-show-black-flag-to-minister-ashok-panda/
OSCAR-2301
(ମୁମ୍ବାଇ) : ବୃଦ୍ଧି ପାଇଲା ନୱାବ ମଲ୍ଲିକଙ୍କ ରିମାଣ୍ଡ ଅବଧି। ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ରହିବେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ। ଆଜି ତାଙ୍କର ରିମାଣ୍ଡ ଉପରେ ଶୁଣାଣି କରି ବିଚାରପତି ରାହୁଲ ରୋକ୍‌ଡେ କହିଛନ୍ତି ” ଅଭିଯୁକ୍ତ ଡାକ୍ତରଖାନାରେ ଥିବାରୁ ତାଙ୍କ ବୟାନ ରେକର୍ଡ କରାଯାଇପାରୁ ନାହିଁ। ତେବେ ଇଡି ଦ୍ୱାରା ଦିଆଯାଇଥିବା ନୂଆ ତଥ୍ୟକୁ ଆଧାର କରି ନୱାବଙ୍କ କଷ୍ଟୁଡ଼ି ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ବଢ଼ାଗଲା।” ସୂଚନାନୁଯାୟୀ , ଆର୍ଥିକ ହେର୍‌ଫେର୍ ଘଟଣାରେ ଫେବ୍ରୁଆରୀ ୨୩ ତାରିଖରେ ନୱାବଙ୍କୁ ଗିରଫ କରିଥିଲା ଇଡି। ଏହାପରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ତାଙ୍କୁ ହାଜର କରାଯିବା ପରେ ପଚରାଉଚରା ପାଇଁ ମାର୍ଚ୍ଚ ୩ ତାରିଖରେ ତାଙ୍କୁ ରିମାଣ୍ଡରେ ନିଆଯାଇଥିଲା। ଏହାପର ଠାରୁ ନୱାବ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
2022-12-01T12:31:48Z
https://odianews.reporterstoday.com/nawab-maliks-ed-custody-extended-till-monday-in-money-laundering-case/
OSCAR-2301
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜିଛି। ଆଜି ନିର୍ବାଚନ କମିଶନ ଏନେଇ ଘୋଷଣା କରିବା ପରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଧାମନଗର ଆସନ ପୁଣି ଥରେ ବିଜେପି ହାତକୁ ଯିବ ବୋଲି ଦୃଢୋକ୍ତି ପ୍ରକାଶ ପରିଛନ୍ତି ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର । ଏନେଇ ଜୟନାରାୟଣ କହିଛନ୍ତି ଯେ, ଉପନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ରହିଛି । ଧାମନଗର ସିଟ ଆମର ଥିଲା ବୁଥ ସ୍ତରରୁ ସେଠାରେ ବିଜେପିର ସଂଗଠନ ମଜବୁତ ଅଛି ଏହି ସିଟ ଆମର ରହିବ । ଧାମନଗର ଲୋକଙ୍କର ବିଷ୍ଣୁ ସେଠୀଙ୍କ ପ୍ରତି ଭଲ ପାଇବା ଯେତିକି ରହିଛି, ବିଜେପି ପ୍ରତି ମଧ୍ୟ ଭଲ ପାଇବା ସେତିକି ରହିଛି । ସେଇଟା ହିଁ ବଜାୟର କାରଣ ହେବ ବୋଲି ଜୟନାରାୟଣ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଉପନିର୍ବାଚନ ପାଇଁ ଆମ ଦଳ ସବୁବେଳେ ପ୍ରସ୍ତୁତ । ସେମି ଫାଇନାଲ ଆମେ ଖେଳିବୁ ଫାଇନାଲ ବି ଆମେ ଖେଳିବୁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଧାମନଗରର ଦିବଂଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ପଡ଼ିଛି। ଏହି ଆସନରେ ଉପନିର୍ବାଚନ ହେବ ଓ ଏନେଇ ନଭେମ୍ବର ୩ରେ ଭୋଟ ପଡ଼ିବ ବୋଲି ଆଜି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଅକ୍ଟୋବର ୭ରେ ଏନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାସହିତ ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୭ରେ ନାମାଙ୍କନ ପ୍ରତ୍ୟାହାର ପାଇଁ ତାରଖ ରହିଛି । ନଭେମ୍ବର ୩ରେ ଭୋଟ ଗ୍ରହଣ ଓ ନଭେମ୍ବର ୬ରେ ହେବ ଭୋଟ ଗଣତି ହେବ ବୋଲି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଉପନିର୍ବାଚନ ପାଇଁ ଜାରି ହୋଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
2022-11-28T17:57:25Z
https://www.satyapatha.com/we-are-ready-for-by-polls-dhamnagar-was-ours-and-we-will-have-it-jayanarayan-mishra/
OSCAR-2301
ଶୂନ ବଜେଟ୍ ଚାଷରେ ଯଥା ପ୍ରାକୃତିକ ଚାଷ, ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର କରାଯାଏ ନାହିଁ | ଶୂନ ବଜେଟ୍ ଚାଷରେ, ଦେବୀ ଗା d ଗୋବର ଏବଂ ଗା ur ମୂତ୍ର ଜିଭାମ୍ରୁଟ୍, ଧନଜୀବ୍ରିତ୍ ଏବଂ ଜମାନ୍ ବେଜାମ୍ରୁଟ୍ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ | ଏହା ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟରେ ଉତ୍ପନ୍ନ ହୋଇଥିଲା | କର୍ଣ୍ଣାଟକ ବ୍ୟତୀତ ଏହା ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଆରମ୍ଭ ହୋଇଛି। କ୍ଷେତରେ ସେମାନଙ୍କର ବ୍ୟବହାର ମାଟିରେ ଥିବା ପୋଷକ ତତ୍ତ୍ୱକୁ ବ increases ାଇଥାଏ | ଏହା ସହିତ ଜ bi ବିକ କାର୍ଯ୍ୟକଳାପ ମଧ୍ୟ ବିସ୍ତାର ହୁଏ | ଜିଭାମ୍ରୁଟର ସ୍ପ୍ରେ କରିବା ମାସରେ ଥରେ କିମ୍ବା ଦୁଇଥର କରାଯାଇପାରିବ | ମଞ୍ଜିଗୁଡିକର ଚିକିତ୍ସା ପାଇଁ ବିଜାମ୍ରଟ୍ ବ୍ୟବହୃତ ହୁଏ | କ୍ଷେତରେ ଗା d ଗୋବର ଏବଂ ଗା ur ମୂତ୍ରରୁ ପ୍ରସ୍ତୁତ ଦ୍ରବଣକୁ ସ୍ପ୍ରେ କରିବା ଫସଲର ଅମଳକୁ ଉନ୍ନତ କରିଥାଏ ଏବଂ ଫସଲର ଗୁଣ ମଧ୍ୟ ବ increases ାଇଥାଏ |
2022-12-06T14:56:27Z
https://kisan-app.agrevolution.in/dehaat/post/shuun-bjett-caass-bissyyre-jaann
OSCAR-2301
ଭୁବନେଶ୍ଵର,୧୧ ଜୁନ(ଓଡିଶା ଡଟ୍ କମ୍): ରାଜ୍ୟରେ ମାଛ ଉତ୍ପାଦନ ଓ ରପ୍ତାନି ବୃଦ୍ଧି ପାଇଁ ସରକାର ଖୁବ ଶୀଘ୍ର ଏକ ନୂଆ ମତ୍ସ୍ୟ ନୀତି ଘୋଷଣା କରିବାକୁ ଯାଉଥିବା, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜୟଦେବ ଭବନରେ ବୁଧବାର ଆୟୋଜିତ ଏ ସମ୍ପର୍କିତ ଏକ କର୍ମଶାଳାର” ଉଦଘାଟନ କରି ସେ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଦେଶକୁ ରାଜ୍ୟରୁ ୧୦ ହଜାର କୋଟି ଟଙ୍କାର ମତ୍ସ୍ୟ ରତ୍ପାନି କରାଯିବାର ଲକ୍ଷ୍ୟ ରଖାଯାଇଛି । ଉନ୍ନତ ମାନର ଯାଆଁଳା, ବୈଷୟିକ ଜ୍ଞାନକୌଶଳ ଓ ମତ୍ସ୍ୟଜୀବୀଙ୍କୁ ତାଲିମ, ଆଦି ପ୍ରଦାନ କରାଗଲେ ମାଛ ଉତ୍ପାଦନ ଆହୁରି ବଢିପାରିବ ବୋଲି ଆଶା ପ୍ରକଟ କରି ସେ କହିଛନ୍ତି ଯେ ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟରେ ମାଛ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ୧୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଦେଶକୁ ରପ୍ତାନି ୨୬ ପ୍ରତିଶତ ଅଧିକ ବୃଦ୍ଧି ପାଇଛି । ସେହିପରି ବିଦେଶକୁ ରାଜ୍ୟରୁ ମାଛ ଜାତୀୟ ଦ୍ରବ୍ୟର ରପ୍ତାନି ମଧ୍ୟ ବୃଦ୍ଧି ପାଇଛି । ୨୦୧୪-୧୫ ଆର୍ଥିକ ବର୍ଷରେ ୨୩୦୦ କୋଟି ଟଙ୍କାର ରପ୍ତାନି ହୋଇଥିବା ବେଳେ ପୂର୍ବ ବର୍ଷ ଏହା ୧୮୧୭ କୋଟି ଟଙ୍କା ରହିଥିଲା । କୃଷି,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ରାଜ୍ୟରେ ବାର୍ଷିକ ୩.୩୫ ଲକ୍ଷ ଟନ ମାଛ ଆବଶ୍ୟକ ଥିବା ବେଳେ ଉତ୍ପାଦନ ହେଉଛି ୪.୬୭ ଲକ୍ଷ ଟନ ।ଏହି ବଳକା ୧.୧୦ ଲକ୍ଷ ମେଟ୍ରିକ ଟନ ମାଛ ଆଫଗାନିସ୍ତାନ, ଜାପାନ, ଇଣ୍ଡୋନେସିଆ ଆଦି ଦେଶକୁ ରତ୍ପାନୀ କରାଯାଉଛି। ରାଜ୍ୟରେ ଜଣ ପିଛା ମାଛ ଖାଇବା ପରିମାଣ ୨୦୧୩ – ୧୪ ଓ ୨୦୧୨-୧୩ରେ ହାରାହାରି ୯.୧୩ କେଜି ରହିଥିବା ବେଳେ ୨୦୧୪-୧୫ରେ ଏହା ୯.୪୦ କେଜିକୁ ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ମୁଣ୍ଡ ପିଛା ବାର୍ଷିକ ମାଛ ଖାଇବା ପରିମାଣ ହେଉଛି ୯.୮ କିଲୋଗ୍ରାମ । ଏହି କାର୍ଯ୍ୟକ୍ରମ ରେ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ, ସାଂସଦ ପ୍ରସନ୍ନ ପାଟଶାଣୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଓ ଅବକାରୀ ତଥା ସମବାୟ ବିଭାଗ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଭାବେ ୧୧୨ ଜଣଙ୍କୁ ବୁଧବାର ନିଯୁକ୍ତି ଦେଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ସେ କେତେଜଣଙ୍କୁ କାର୍ଯ୍ୟକ୍ରମ ରେ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିଥିଲେ । ୧୮୬ ଜଣ ଭେଟେନାରୀ ଗ୍ରାଜୁଏଟଙ୍କୁ ଖୁବ ଶୀଘ୍ର ନିଯୁକ୍ତି ଦିଆଯାଉଥିବା ସେ ପ୍ରକାଶ କରିଥିଲେ । ଓଡିଶା ଡଟ୍ କମ୍ News Bureau Filed Under: ଅର୍ଥ-ବ୍ୟବସାୟ Tagged With: ବିଷ୍ଣୁପଦ ସେଠୀ, ମାଛ ଉତ୍ପାଦନ, ରପ୍ତାନି ବୃଦ୍ଧି Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-11-30T07:06:43Z
https://www.odisha.com/tag/%E0%AC%B0%E0%AC%AA%E0%AD%8D%E0%AC%A4%E0%AC%BE%E0%AC%A8%E0%AC%BF-%E0%AC%AC%E0%AD%83%E0%AC%A6%E0%AD%8D%E0%AC%A7%E0%AC%BF/
OSCAR-2301
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜସନ (ଇପିଏଫଓ) ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ଜମା ରାଶି ଉପରେ ସୁଧହାର ଅପରିବର୍ତ୍ତି ରଖିଛି। ଏହାର ଅର୍ଥ ଇପିଏଫ ଆକାଉଣ୍ଟଧାରୀଙ୍କୁ ସେମାନଙ୍କ ଜମା ରାଶି ଉପରେ ୮.୫% ସୁଧ ମିଳିବ। ପୂର୍ବ ବର୍ଷ ମଧ୍ୟ ଏହା ସମାନ ରହିଥିଲା। କରୋନା କାରଣରୁ ଚଳିତ ବର୍ଷ ଇପିଏଫଓ ସୁଧ ହାର ହ୍ରାସ ପାଇପାଇବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ସୁଧହାର ଅପରିବର୍ତ୍ତିତ ରହିଥିବାରୁ କର୍ମଚାରୀମାନେ ଆଶ୍ୱସ୍ତ ଲାଭ କରିଛନ୍ତି। କେନ୍ଦ୍ର ଶ୍ରମ ମନ୍ତ୍ରୀ ସାନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ଆଜି ଶ୍ରୀନଗରରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସର୍ବସମ୍ମତିକ୍ରମେ ଇପିଏଫ ସୁଧ ହାରକୁ ଅପରିବର୍ତ୍ତି ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ହେବା ପରେ କାର୍ଯ୍ୟକାରୀ ହେବ ଓ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ୨୦୧୯-୨୦ ଆର୍ଥିକ ବର୍ଷରେ ଇପିଏଫ ସୁଧ ହାରକୁ ୮.୫%କୁ ହ୍ରାସ କରାଯାଇଥିଲା। ଏହା ୭ ବର୍ଷରେ ସର୍ବନିମ୍ନ ରହିଥିଲା। ମାର୍ଚ୍ଚ ୨୦୨୦ରେ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଥିଲା। ଗ୍ରାହକମାନଙ୍କୁ ଇପିଏଫଓ ୨୦୧୬-୧୭ରେ ୮.୬% ଓ ୨୦୧୭-୧୮ରେ ୮.୫୫%ରେ ସୁଧ ଦେଉଥିଲା। ୨୦୧୫-୧୬ରେ ଏହା ଆହୁରି ଅଧିକ ୮.୮% ରହିଥିଲା।
2022-12-01T03:35:30Z
https://winnerword.in/%E0%AC%96%E0%AD%81%E0%AC%B8%E0%AC%BF-%E0%AC%96%E0%AC%AC%E0%AC%B0-%E0%AC%8F-%E0%AC%AC%E0%AC%B0%E0%AD%8D%E0%AC%B7-%E0%AC%87%E0%AC%AA%E0%AC%BF%E0%AC%8F%E0%AC%AB-%E0%AC%B8%E0%AD%81%E0%AC%A7%E0%AC%B9/
OSCAR-2301
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଘଟଣାରେ ନେଇଛି କଡା ପଦକ୍ଷେପ। ମହିଳାଙ୍କ ବିରୋଧରେ ଗମ୍ଭୀର ଅପରାଧ ମାମଲାରେ ଏଣିକି ଆଉ ଅପରାଧୀଙ୍କୁ ଅଗ୍ରୀମ ଜାମିନ ମିଳିବ ନାହିଁ। ଏଥିନେଇ ରାଜ୍ୟ ଦଣ୍ଡ ସଂହିତାରେ ସଂଶୋଧନ କରିଛି ୟୁପି ସରକାର। ୟୁପି ବିଧାନସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ଦଣ୍ଡ ପ୍ରକ୍ରୀୟା ସଂହିତା (ସଂଶୋଧନ) ବିଧେୟକ ୨୦୨୨ ପାରିତ ହୋଇଛି। ଏହି ସଂଶୋଧନ ପରେ ଏବେ ମହିଳା ଓ ଶିଶୁଙ୍କ ବିରୋଧରେ ଯେଉଁ ଅପରାଧ ହେବ ସେଥିରେ ଅପରାଧିଙ୍କୁ ଅଗ୍ରୀମ ଜାମିନ ମିଳିବ ନାହିଁ। ସିଆରପିସିରେ ପରିବର୍ତ୍ତନ କରାଯାଇ ମହିଳାଙ୍କ ବିରୋଧରେ ହେଉଥିବା ଘୃଣିତ ଓ ଗମ୍ଭୀର ଅପରାଧ ଉପରେ ନିୟନ୍ତ୍ରଣ ଅଣାଯାଇ ପାରିବ। ତେବେ ରାଜ୍ୟ ବିଧାନସଭାରେ ଏହି ଆଇନ ପାରିତ ହୋଇଥିବା ବେଳେ ଏବେ ବଲ କେନ୍ଦ୍ର ସରକାର କୋଟରେ। ଏହାକୁ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ଆବଶ୍ୟକ। ଯୋଗୀ ଆଦିତ୍ୟନାଥଙ୍କ ପ୍ରଚେଷ୍ଟାରେ ବିଧେୟକ ୨୨ ସେପ୍ଟେମ୍ବରରେ ୟୁପି ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଏହି ସଂଶୋଧିତ ଆଇନକୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ମଞ୍ଜୁରୀ ମିଳିବା ପରେ ମହିଳାଙ୍କ ବିରୋଧରେ ହେଉଥିବା ଦୁଷ୍କର୍ମ, ଯୌନ ଉତ୍ପୀଡନ ପରି ଗମ୍ଭୀର ଅପରାଧରେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ମିଳିପାରିବ ନାହିଁ। ଏଥିସହ ଏହା ମହିଳାଙ୍କ ସୁରକ୍ଷା ଦିଗରେ ଏକ ବଡ ଉପାଦାନ ହେବ ବୋଲି ଆଶା କରାଯାଇପାରେ। Shila Ray19/09/2022 0 34 ଶୋଭାଯାତ୍ରା ଅଟକାକୁ ନେଇ ଯୋଗୀ ଅଖିଳେଶ ମୁହାଁମୁହିଁ ଲକ୍ଷ୍ନୌ: ମୌସୁମୀ ଅଧିବେସନରେ ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ଅଖିଳେଶ। ଆଜିଠାରୁ ଉତ୍ତରପ୍ରଦେଶରେ ମୌସୁମୀ ଅଧିବେସନ ଆରମ୍ଭ ହୋଇଥିବାବେଳେ ଯୋଗୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିଲେ ଅଖିଳେଶ। ସେଥିପାଇଁ ବିଭିନ୍ନ ପ୍ରସଙ୍ଗକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ବିଶାଳ ଶୋଭାଯାତ୍ରାକୁ ଅଧାରେ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ। ଯାହାକୁ ନେଇ ଉଭୟ ଶାସକ ଦଳ ଓ ବିରୋଧି ଦଳ ମଧ୍ୟରେ ଲାଗିରହିଛି ବାକ୍ ଯୁଦ୍ଧ। ଆଜିଠାରୁ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି ମୌସୁମୀ ଅଧିବେସନ। କିନ୍ତୁ ଅଧିବସେନ ପୂର୍ବରୁ ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ଆଇନଶୃଙ୍ଖଳା, ମୁଦ୍ରାସ୍ପୀତି ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆରମ୍ଭ କରିଥିବା ବିଶାଳ ଶୋଭାଯାତ୍ରାକୁ ଅଧାରେ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ। ଅଖିଳେଶଙ୍କ ସହ ସମାଜବାଦୀ ପାର୍ଟିର ଶତାଧିକ କର୍ମୀ ହାତରେ ବିଭିନ୍ନ ପ୍ରକାରର ପ୍ଳାକାର୍ଡ ଧରି ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ଏମଏଲସି ଦଳ କାର୍ଯ୍ୟାଳୟରୁ ବିଧାନ ଭବନ ଅଭିମୁଖେ ଯିବାର ଥିଲା। ତେବେ ଆନ୍ଦୋଳନସ୍ଥଳରୁ ଅଖିଳେଶ ମାତ୍ର ୧୦୦ କି.ମି ରାସ୍ତା ଅତିକ୍ରମ କରିଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ବିକ୍ଷୋଭ ଶୋଭାଯାତ୍ରା ପାଇଁ ସମାଜବାଦୀ ପାର୍ଟିକୁ ଅନୁମତି ନଥିବାରୁ ପୋଲିସ ବ୍ୟାରିକେଡ ଲଗାଇଥିଲା। ଏହାକୁ ନେଇ ପୋଲିସ ସମାଜବାଦୀ ପାର୍ଟିର କର୍ମୀଙ୍କ ମଧ୍ୟରେ ବେଶ ଠେଲାପେଲା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବିଜେପି ସରକାର ଗଣତନ୍ତ୍ର ଓ ସମ୍ୱିଧାନ ବିରୋଧି। ସରକାର ଆମକୁ ବିଧାନସଭାକୁ ଯିବା ପାଇଁ ଅନୁମତି ଦେଲେନାହିଁ। ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ ଶୋକସଭାରେ ଯୋଗ ଦେବାକୁ ମଧ୍ୟ ସରକାର ଆମକୁ ଅନୁମତି ଦେଲେନାହିଁ ବୋଲି ଅଭିଯୋଗ କରିଛନ୍ତି ଅଖିଳେଶ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିକୁ ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟରେ ଅରାଜକତା ପାଇଁ ସ୍ଥାନ ନାହିଁ। ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଯେକୌଣସି ରାଜନୀତିକ ଦଳ ଗଣତାନ୍ତ୍ରିକ ଉପାୟରେ ପ୍ରଶ୍ନ କରୁଛନ୍ତି ସେଥିରେ କିଛି ବି ଅସୁବିଧା ନାହିଁ। ଶୋଭାଯାତ୍ରା ପାଇଁ ଯଦି ସମାଜବାଦୀ ପାର୍ଟି ଅନୁମତି ମାଗିଥାନ୍ତେ, ତାହେଲେ ତାଙ୍କୁ ପ୍ରଶାସନ ଅନୁମତି ଦେଇଥାନ୍ତେ। କିନ୍ତୁ ସମାଜବାଦୀ ପାର୍ଟିଠୁ ନିୟମ ପାଳନ କରିବାର ଆଶା କରିବା ବୃଥା। ସେହିଭଳି ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଅଖିଳେଶଙ୍କ ଉପରେ ବର୍ଷିଛନ୍ତି। ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଯଦି କୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିବାର ଅଛି ତାହେଲେ ଗୃହରେ ଆସି ଆଲୋଚନା କରିବା ଉଚିତ୍। ପଦଯାତ୍ରା କରି ବିରୋଧ କରୁଥିବା ସମାଜବାଦୀ ପାର୍ଟି ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡିତ ନୁହେଁ ବୋଲି କହିଛନ୍ତି ମୌର୍ଯ୍ୟ। ତେବେ ଆଇନଶୃଙ୍ଖଳା, ମୁଦ୍ରାସ୍ପୀତି, ମରୁଡି, ବର୍ଷା ଏବଂ ବେକାରୀ ଭଳି ଅନେକ ପ୍ରସଙ୍ଗକୁ ନେଇ ଆଜି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି ସମାଜବାଦୀ ପାର୍ଟି। ମୌସୁମୀ ଅଧିବସେନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ୟୁପି ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ସମାଜବାଦୀ ପାର୍ଟି। ସରକାର ବିରୋଧରେ ପ୍ରତିବାଦ ଶୋଭାଯାତ୍ରା କରି ଯୋଗୀ ସରକାରଙ୍କୁ ଘେରିଛନ୍ତି ସମାଜବାଦୀ ପାର୍ଟି ନେତା ଓ କର୍ମୀ। ପ୍ରେମଲତା ବାରିକଙ୍କ ରିପୋର୍ଟ Most Viewed Posts 04/08/2022 ଓଟିଏମ୍ ର ଅନ୍ତିମ ସଂସ୍କାର! 30/04/2022 ଇଲେକ୍ଟ୍ରି ସ୍କୁଟରରେ ଲାଗୁଛି ନିଆଁ, ଇ ବାଇକ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର 05/10/2022 ସଡକ ଦୁର୍ଘଟଣାରେ ଆଇନଜୀବୀ ମୃତ Last Modified Posts Categories Balangir Balasore Bhadrak Boudh Dhenkanal Ganjam Kalahandi Kendujhar Koraput Malkangiri Nabarangpur Rayagada ଅପରାଧ ଅବିଭାଗିକୃତ ଅର୍ଥନୀତି ଓଡ଼ିଶା କଟକ କଳା ଓ ସଂସ୍କୃତି କୋଭିଡ୍- 19 କୋର୍ଟ କ୍ରିକେଟ କ୍ରୀଡ଼ା ଖୋର୍ଧା ଘଟଣା ଜାତୀୟ ଦୁର୍ଘଟଣା ଦୁର୍ନୀତି ଓ କାଣ୍ଡ ଧର୍ମ ପାଣିପାଗ ଓ ପରିବେଶ ପୁରୀ ପ୍ରତିରକ୍ଷା ବାଣିଜ୍ୟ/ବ୍ୟବସାୟ ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ୱ ବ୍ୟବସାୟ ଭାଇରାଲ୍ ଭାଇରାଲ୍ ଭିଡିଓ ଭୁବନେଶ୍ୱର ମନୋରଞ୍ଜନ ଯାଜପୁର ରାଜନୀତି ରାଜ୍ୟ ଶିକ୍ଷା/ଗବେଷଣା ସୂଚନା ପ୍ରଯୁକ୍ତି ଓ ଦୂରସଞ୍ଚାର ସ୍ୱାସ୍ଥ୍ୟ Subscribe to our channel Naxatra News, a NK Media Venture is the first 24x7 Odia Current affairs and News channel of Odisha. Set up in 2009 and headquartered at Bhubaneswar, it believes in its motto "POWER OF TRUTH". Known for raising social issues through its hard hitting stories and shows, Naxatra News is Odisha's only Unbiased News Channel which is driven towards the welfare of the people. Facebook Twitter YouTube WordPress Instagram WhatsApp Enter your Email address © Copyright 2022, All Rights Reserved | NK Media Venture Pvt Ltd | Proudly Hosted by NK Media Venture Pvt Ltd
2022-12-01T04:32:46Z
https://naxatranews.com/tag/jogi-adityanath/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ବଡ ଖବର ବିଶ୍ବବ୍ୟାଙ୍କ ରିପୋର୍ଟ: ୨୦୩୦ ପର୍ଯ୍ୟନ୍ତ ବିଶ୍ବକୁ ଘାରିବ ଉତ୍କଟ ଦାରିଦ୍ର୍ୟ ସମସ୍ୟା ବିଶ୍ବବ୍ୟାଙ୍କ ରିପୋର୍ଟ: ୨୦୩୦ ପର୍ଯ୍ୟନ୍ତ ବିଶ୍ବକୁ ଘାରିବ ଉତ୍କଟ ଦାରିଦ୍ର୍ୟ ସମସ୍ୟା By The Sakala Bureau On Oct 7, 2022 ନୂଆଦିଲ୍ଲୀ: ମହାମାରୀ କରୋନା ସମେତ ଅନ୍ୟାନ୍ୟ କାରଣକୁ ନେଇ ବିଶ୍ବ ଅର୍ଥନୀତି ସର୍ବାଧିକ ଭାବେ ପ୍ରଭାବିତ ହୋଇଛି। ଏହାକୁ ନେଇ ବିଭିନ୍ନ ଭାଗରେ ଦାରିଦ୍ର୍ୟ ସ୍ଥିତି ଉତ୍କଟ ହୋଇଛି। ବର୍ତ୍ତମାନ ସ୍ଥିତିକୁ ସ୍ବାଭାବିକ କରିବା ନେଇ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଥିଲେ ହେଁ ୨୦୩୦ ସୁଦ୍ଧା ଏହି ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଶ୍ବବ୍ୟାଙ୍କ କହିଛି। ଅଧିକ ପଢନ୍ତୁ କ୍ରିପ୍ଟୋକରେନ୍ସିରେ ହେଉଛି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ଜମ୍ମୁ ଓ… Aug 5, 2022 ସାଂପ୍ରତିକ ବୈଶ୍ବିକ ଅର୍ଥ ବ୍ୟବସ୍ଥାକୁ ନେଇ ବିଶ୍ବବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରେ କୁହାଯାଇଛି ଯେ, ବର୍ତ୍ତମାନ ବିଶ୍ବର ୯.୩ ପ୍ରତିଶତ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। କରୋନା ମହାମାରୀ ପରେ ପରେ ରୁଷ-ୟୁକ୍ରେନ ଯୁଦ୍ଧ, ଚୀନ ଅର୍ଥନୀତିରେ ମାନ୍ଦା ଏବଂ ଖାଦ୍ୟ ସାମଗ୍ରୀ ଓ ପେଟ୍ରୋଲିୟମ ସାମଗ୍ରୀ ମୂଲ୍ୟ ବୃଦ୍ଧି ଯୋଗୁଁ ବିଶ୍ବ ସ୍ତରରେ ସୃଷ୍ଟି ହୋଇଥିବା ଅସ୍ବାଭାବିକ ପରିସ୍ଥିତି ବିଶ୍ବ ଅର୍ଥନୀତିକୁ ଦୋହଲାଇ ଦେଇଛି। ଏହି ସ୍ଥିତିରେ ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଉଥିଲେ ହେଁ ୨୦୩୦ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଏଥିସହିତ ପଢ଼ନ୍ତୁ ଏନଡିଟିଭିରୁ ଇସ୍ତଫା ଦେଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର Nov 30, 2022 ବର୍ତ୍ତମାନ ବିଶ୍ବ ଜନସଂଖ୍ୟାର ୭ ପ୍ରତିଶତ ଭାବେ ମୋଟ ୫୭୪ ନିୟୁତ ଲୋକଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। କିନ୍ତୁ ଆଗାମୀ ଦିନରେ ମଧ୍ୟ ସେମାନଙ୍କ ସ୍ଥିତିରେ କିଛି ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ। ୨୦୩୦ ପର୍ଯ୍ୟନ୍ତ ଦୈନିକ ମାତ୍ର ୨.୧୫ ଡଲାରର ଅର୍ଥ ମଧ୍ୟରେ ଏହି ସଂଖ୍ୟକ ଲୋକଙ୍କୁ ନିଜ ଜୀବନ ନିର୍ବାହ କରିବାକୁ ପଡ଼ିବ। ବର୍ତ୍ତମାନ ୯.୩ ପ୍ରତିଶତ ଭାବେ ମୋଟ ୭୧୯ ନିୟୁତ ଲୋକ ଏହି ସ୍ଥିତି ଦେଇ ଗତି କରୁଥିବା ବେଳେ ୨୦୩୦ ପର୍ଯ୍ୟନ୍ତ ୫୭୪ ନିୟୁତ ଲୋକ ଏହି ସ୍ବଳ୍ପ ଅର୍ଥ ମଧ୍ୟରେ ଦୈନନ୍ଦିନ ଜୀବନ କାଟିବେ ବୋଲି ବିଶ୍ବବ୍ୟାଙ୍କ କହିଛି। ତେବେ ଏମାନଙ୍କ ମଧ୍ୟରେ ସର୍ବାଧିକ ଲୋକ ଆଫ୍ରିକୀୟ ରାଷ୍ଟ୍ରର ରହିବେ। ଆଫ୍ରିକା ଏବଂ ସାହାରା ମରୁଭୂମି ଅଞ୍ଚଳରେ ଦାରିଦ୍ର୍ୟ ହାର ୩୫ ପ୍ରତିଶତ ରହିଥିବା ବେଳେ ଏଠାକାର ୬୦ ପ୍ରତିଶତ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟ ଦେଇ ଜୀବନ କାଟିଥାଆନ୍ତି ବୋଲି ବିଶ୍ବବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ଏଭଳି ସ୍ଥିତିରେ ଦୀର୍ଘସୂତ୍ରୀ ଅଭିବୃଦ୍ଧି ହାସଲ ପାଇଁ ବିଶ୍ବବ୍ୟାଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ଏହାର ସଭାପତି ଡେଭିଡ୍‌ ମାଲପାସ୍‌ କହିଛନ୍ତି। ଏଥିସହିତ ବିଶ୍ବସ୍ତରରେ ପାରସ୍ପାରିକ ସହଯୋଗ ସ୍ଥାପନ ଲାଗି ମଧ୍ୟ ଉଦ୍ୟମ କରାଯାଉଥିବା ସେ କହିଛନ୍ତି।
2022-12-01T03:44:17Z
https://thesakala.in/extreme-poverty-in-all-over-world-till-2030-world-bank/
OSCAR-2301
କପା, ନଗଦ ଫସଲ ହୋଇଥିବାରୁ ଏହାକୁ ଧଳା ସୁନା ମଧ୍ୟ କୁହାଯାଏ | ଏହାର ଚାଷ ପାଇଁ ଉପଯୁକ୍ତ ମାଟି ଏବଂ ଜଳବାୟୁ, ବିହନ ପରିମାଣ, ସାରର ପରିମାଣ, ରୋଗ ଏବଂ କୀଟନାଶକ ପରିଚାଳନା ଇତ୍ୟାଦି ବିଷୟରେ ସୂଚନା ପାଇବାକୁ ଏହି ଭିଡିଓକୁ ଭଲଭାବେ ଦେଖନ୍ତୁ | ଯଦି ଆପଣ ଏହି ଭିଡିଓରେ ଦିଆଯାଇଥିବା ସୂଚନାକୁ ପସନ୍ଦ କରନ୍ତି ତେବେ ଆମର ପୋଷ୍ଟକୁ ପସନ୍ଦ କରନ୍ତୁ | ମନ୍ତବ୍ୟ ମାଧ୍ୟମରେ ଏହି ସମ୍ବନ୍ଧୀୟ ଆପଣଙ୍କର ପ୍ରଶ୍ନ ଆମକୁ ପଚାର | କୃଷି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଗ୍ରାମାଞ୍ଚଳ ସହିତ ସଂଯୁକ୍ତ ରୁହ |
2022-11-27T02:55:31Z
https://kisan-app.agrevolution.in/dehaat/post/kpaa-caass-bissyyre-smpuurnnnn-suucnaa
OSCAR-2301
ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ଖୋରଧା ଜିଲ୍ଲାରେ ଥିବା ଭୂ ସମ୍ପତ୍ତିରୁ ବେଆଇନ୍‍ ପଥର ଖନନ କରାଇ ପରିବେଶ ଜନିତ କ୍ଷତି ଘଟାଇଥିବା ଅଭିଯୋଗରେ ଜାତୀୟ ଗ୍ରିନ୍‍ ଟ୍ରିବ୍ୟୁନାଲ ଶ୍ରୀମନ୍ଦିର ପ୍ରଶାସନ ଉପରେ ୧୨କୋଟି ଟଙ୍କାର ଜୋରିମାନା ଲାଗୁ କରିଥିବାବେଳେ ଏହି ଅର୍ଥ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ରାଜ୍ୟ ସରକାର ଅସୁଲ କରିବା ସଂଗେ ସଂଗେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ବିଭିନ୍ନ ମହଲରୁ ସ୍ୱର ଉଠୁଛି । ଏଠାରେ ଉଲ୍ଲେଖନୀୟ ଯେ ଖୋରଧା ଜିଲ୍ଲାରେ ଶ୍ରୀମନ୍ଦିର ପ୍ରଶାସନର ପାଖାପାଖି ୩୦ହଜାର ଏକର ଭୂସମ୍ପତ୍ତି ରହିଛି । ଏଥିରୁ ପ୍ରାୟ ୧୬ହଜାର ଏକର ଭୂସମ୍ପତ୍ତିର ସତ୍ୱଲିପି ମନ୍ଦିର ପ୍ରଶାସନ ପାଖରେ ରହିଥିବାବେଳେ ଆଉ ୧୩ହଜାର ଏକରରୁ ଅଧିକ ସତ୍ୱଲିପି ମିଳିନାହିଁ । ଶ୍ରୀମନ୍ଦିର ପ୍ରଶାସନର ଖୋରଧା ଜିଲ୍ଲାରେ ଥିବା ଜମି ମଧ୍ୟରୁ ଅନେକ ପଥୁରିଆ । ଏଗୁଡିକରେ ଉଚ୍ଚମାନର ପଥର ରହିଥିବା ପରିପ୍ରେକ୍ଷୀରେ ମାଫିଆମାନେ ବିନାନୁମତିରେ ବର୍ଷ ବର୍ଷ ଧରି ମେସିନ୍‍ ଲଗାଇ ଏଠାରୁ ପଥର କାଟି କୋଟି କୋଟି ଟଙ୍କାର ମୁନାଫା ଉଠାଉଛନ୍ତି । କେତେକ ସ୍ଥଳରେ ପଥର ବୋଝେଇ ଟ୍ରକ, ଟ୍ରାକ୍ଟର ଓ ପଥରକଟା ଯନ୍ତ୍ରପାତି ଆଦି ଜବତ କରିବାକୁ ଯାଇଥିବା ତଳିଆ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ବି ହେଉଛି । ଶ୍ରୀମନ୍ଦିର ଜମିରୁ କେଉଁମାନେ ବେଆଇନ୍‍ ଭାବେ ପଥର କାଟି କେବେଠାରୁ ବିକି ଚାଲିଛନ୍ତି ତାହା ଜିଲ୍ଲା, ତହସିଲ ଓ ସ୍ଥାନୀୟ ପ୍ରଶାସନ ତଥା ଲୋକପ୍ରତିନିଧିମାନେ ଜାଣନ୍ତି । ଏହା ସତ୍ୱେ ବି ଏଭଳି ବେଆଇନ୍‍ ପଥର ଚାଲାଣ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ ବଡ ଗାତ ସୃଷ୍ଟି ହେବା ସହ ଗଛପତ୍ର ମଧ୍ୟ ନଷ୍ଟ ହୋଇଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଜାତୀୟ ଗ୍ରିନ୍‍ ଟ୍ରିବ୍ୟୁନାଲଙ୍କ ଦୃଷ୍ଟିକୁ ଅଣାଯାଇଥିଲା । ସମସ୍ତ କାଗଜପତ୍ର ଓ ତଥ୍ୟ ପ୍ରମାଣରୁ ଜଣାପଡିଛି ଯେ ୨୬ଟି ପଥର ଖଣି ନିଲାମ ପାଇଁ ସ୍ଥିର ହୋଇଥିବାବେଳେ ସେଥିରୁ ମାତ୍ର ୪ଟି ନିଲାମ ହୋଇଛି ଓ ନିଲାମ ହୋଇଥିବା ଖଣି ମଧ୍ୟରୁ କେତେକର ପରିବେଶ ମଞ୍ଜୁରୀ ନାହିଁ । ଏହାଛଡା ବେଆଇନ୍‍ ଭାବେ ଆଉ କେତେକ ଚିପ୍‍ସ, ବଜୁରୀ ଆଦି ପାଇଁ ଆଉ ୬୦ରୁ ଅଧିକ ପଥର ଖଣି ମଧ୍ୟ ନିଲାମ ହୋଇଥିଲା । ଏଥିରେ ବି ଅନେକ ବେଆଇନ୍‍ କାର୍ଯ୍ୟ ହୋଇଛି । ଏହି ପଥରଖଣିଗୁଡିକ ଯୋଗୁଁ ସବୁଜିମା ନଷ୍ଟ ହେବା ସହିତ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡିଥିବା ପରିପ୍ରେକ୍ଷୀରେ ଇତି ମଧ୍ୟରେ ଜାତୀୟ ଗ୍ରିନ୍‍ ଟ୍ରବ୍ୟୁନାଲ ଶ୍ରୀମନ୍ଦିର ପ୍ରଶାସନକୁ ୧୨କୋଟି ଟଙ୍କା ପଇଠ କରିବାଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହି ଟଙ୍କାରେ ସମ୍ପୃକ୍ତ ଅଞ୍ଚଳର ପରିବେଶ ବିକାଶ ଲାଗି ଜିଲ୍ଲା ପ୍ରଶାସନ କାମ କରିବ । ତେବେ ଯେଉଁ ଅଧିକାରୀମାନଙ୍କ ତ୍ରୁଟି ବିଚ୍ୟୁତି ଯୋଗୁଁ ଯେଉଁ ରାଜନେତାମାନଙ୍କ ପୃଷ୍ଟପୋଷକତାରେ ଏଭଳି ବେଆଇନ୍‍ ପଥରକଟା ହୋଇଛି ସେହିମାନଙ୍କ ଠାରୁ ଉକ୍ତ ୧୨ କୋଟି ଟଙ୍କା ଆଦାୟ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ବହୁ ପରିବେଶପ୍ରେମୀ ମତ ଦେଇଛନ୍ତି । ଏନ୍‍ଜିଟିଙ୍କ ଏହି ଆଦେଶକୁ ଶ୍ରୀମନ୍ଦିର ପ୍ରଶାସନ ସୀମିତ ସମୟ ମଧ୍ୟରେ କେତେଦୂର କାର୍ଯ୍ୟକାରୀ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ଏନ୍‍ଜିଟିଙ୍କ ରାୟର ତର୍ଜମା ପରେ ହୁଏତ ଏହା ବିରୁଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ ଉପର ଅଦାଲତରେ ଅପିଲ କରିପାରେ । ତେବେ ମୁଖ୍ୟ ପ୍ରସଙ୍ଗ ହେଉଛି ସର୍ବ ସମକ୍ଷରେ ଶ୍ରୀମନ୍ଦିର ଜମିରୁ ପଥର ଲୁଟ୍‍ ଓ ଏହା ଉପରେ ବେଆଇନ୍‍ କାର୍ଯ୍ୟକଳାପ ଯୋଗୁଁ ପରିବେଶର ଯେଉଁ ବ୍ୟାପକ କ୍ଷତି ହୋଇଛି ତାହାର ଭରଣା କରିବ କିଏ ? ଶ୍ରୀମନ୍ଦିରର ଭୂସମ୍ପତ୍ତି ଘେନି ବିଭିନ୍ନ ମହଲରୁ ବାରମ୍ବାର ପ୍ରଶ୍ନ ଉଠୁଛି । ରାଜ୍ୟ ଭିତରେ ଶ୍ରୀମନ୍ଦିର ପ୍ରଶାସନ ନାମରେ ୬୦ହଜାର ଏକରରୁ ଅଧିକ ଓ ଆଉ ୬ଟି ରାଜ୍ୟରେ ପ୍ରଚୁର ଭୂସମ୍ପତ୍ତି ଥିବାବେଳେ ଏଥିରୁ ବାର୍ଷିକ ଲକ୍ଷେ ଟଙ୍କା ବି ଆୟ ହୋଇପାରୁ ନାହିଁ । (ତଥ୍ୟ) Facebook Twitter Telegram WhatsApp Email Print Previous articleରେଳ ରେକ୍‍ ଦାବି ପୂରଣ ହେଉନି Next articleState Funds Medical Cyclotron Tathya Correspondent RELATED ARTICLESMORE FROM AUTHOR Infrastructure ରେଳଲାଇନ୍‍ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ Agriculture ଫସଲ ବୀମା ରାଜ୍ୟ ପାଇଁ ସ୍ୱେଚ୍ଛାକୃତ Health ଚର୍ମବିଣ୍ଡି ରୋଗ ପାଇଁ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍‌ General ହସ୍ତଶିଳ୍ପ ତାଲିକାରେ ଜନଜାତି ଚିତ୍ରକଳା News in Odia ଲାଇଟ୍ ହାଉସ୍ ପର୍ଯ୍ୟଟନ ପ୍ରକଳ୍ପରେ ଓଡିଶାରୁ ପାଞ୍ଚ Disclaimer Privacy Advertisement Contact Us Website byCITSPL MORE STORIES Administration ୧୯ ଓଏଏସ୍‍ ଅଫିସର ଆଇଏଏସ୍‍ ହେଲେ Tathya Correspondent - March 26, 2021 0 ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା (ଓଏଏସ୍‍) ର ୧୯ ଜଣ ବରିଷ୍ଠ ଅଧିକାରୀ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‍) କୁ ପଦୋନ୍ନତି ପାଇଛନ୍ତି । କେନ୍ଦ୍ର କାର୍ମିକ ମନ୍ତ୍ରାଳୟ...
2022-12-10T01:43:59Z
https://tathya.in/%E0%AC%85%E0%AC%AB%E0%AC%BF%E0%AC%B8%E0%AC%B0%E0%AC%99%E0%AD%8D%E0%AC%95%E0%AC%A0%E0%AD%81-%E0%AC%86%E0%AC%A6%E0%AC%BE%E0%AD%9F-%E0%AC%95%E0%AC%B0-%E0%AC%B6%E0%AD%8D%E0%AC%B0%E0%AD%80%E0%AC%AE/
OSCAR-2301
ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ‘ଡିଜିଟାଲ ଷ୍ଟ୍ରାଇକ’। ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ୍‌ କଲା ଭାରତ। କୁହାଯାଉଛି କି ଦେଶ ବିରୋଧୀ ଗତିବିଧି ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କିଛି ସଂଗଠନ ଭାରତରେ ରହି ଆତଙ୍କୀ ଗତିବିଧିକୁ ସଫଳ କରାଉଥିବା ଅଭିଯୋଗ ପରେ ଏଭଳି ଏକ ବଡ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଆହୁରି ପଢ଼ନ୍ତୁ ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ: ମୋହନ ଭାଗବତ 6 hours ago ଅଫତାବକୁ ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ 8 hours ago ସୋଶାଲ ମିଡିଆରେ, ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ସମର୍ଥନରେ କାନାଡାରେ ସ୍ଥିତ ପାକିସ୍ତାନ ଦୂତାବାସର ଏକ ଟ୍ୱିଟ୍‌ର ସ୍କ୍ରିନ୍‌ଶଟ୍‌ ଭାଇରାଲ ହୋଇଥିଲା। ଖବର ଅନୁଯାୟୀ, ନିଷିଦ୍ଧ ପିଏଫ୍‌ଆଇକୁ ସମର୍ଥନ କରି ପାକିସ୍ତାନର ବାଣିଜ୍ୟିକ ଦୂତାବାସ ବ୍ୟାଙ୍କୁବର ଅଫିସିଆଲ୍ ହ୍ୟାଣ୍ଡଲ୍‌ରୁ ଏହି ଟ୍ୱିଟ୍ କରାଯାଇଥିଲା। କେବଳ ଏତିକି ନୁହେଁ ଆପତ୍ତିଜନକ ଟୁଇଟ୍ ସହିତ ଏଥିରେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ପାକିସ୍ତାନ ସରକାରଙ୍କୁ ମଧ୍ୟ ଟ୍ୟାଗ୍ କରାଯାଇଥିଲା। ଏହାପରେ ସୋସିଆଲ ମିଡିଆରେ ଏହି ଟୁଇଟ୍‌କୁ ଅନେକ ବିରୋଧ କରାଯାଇଥିଲା। ନିକଟରେ ଗୃହମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଏନଆଇଏ ଓ ଇଡି ସମେତ ଅନ୍ୟ ଏଜେନ୍ସି କିଛି ସଂଗଠନ ଉପରେ ଚଢାଉ କରିଛନ୍ତି। ଏହାସହ କିଛି ସନ୍ଧିଗ୍ଧଙ୍କୁ ମଧ୍ୟ ହେପାଜତକୁ ନେଇଛନ୍ତି। ଏହି ଘଟଣାରେ ପଚରାଉଚରା ଜାରି ରହିଛି। ପାକିସ୍ତାନ ଉପରେ ଭାରତ ଡିଜିଟାଲ୍‌ ଷ୍ଟ୍ରାଇକ୍‌ କରିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଜାତୀୟ ବିରୋଧୀ କଣ୍ଟେଣ୍ଟ ଥିବା ୫୫ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଦୁଇଟି ୱେବସାଇଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ ମୋଦି ସରକାର। ଜାନୁଆରୀ ୨୦୨୨ ଏବଂ ଡିସେମ୍ବର ୨୦୨୧ରେ ଭାରତ ପାକିସ୍ତାନ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି।
2022-11-28T22:43:26Z
https://odishareporter.in/nation-world/india/pakistan-government-twitter-account-banned-in-india-770562
OSCAR-2301
ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟର ଦୁଇଟି ଆସନରେ ଶେଷ ହୋଇଛି ଉପନିର୍ବାଚନ। ଉଭୟ ଆସନରେ ବିଜେଡି ବିଜୟୀ ହୋଇଛି। ବାଲେଶ୍ୱର ସଦରରେ ବିଜେପିକୁ ମାତ୍ ଦେଇ ସଦର ସର୍ଦ୍ଦାର ହୋଇଛନ୍ତି ସ୍ୱରୂପ ଦାସ। ୧୩ ହଜାରରୁ ଅଧିକ ଭୋଟରେ ବିଜେପିକୁ ହରାଇଛନ୍ତି ବିଜେଡି ପ୍ରାର୍ଥୀ। ସେହିପରି ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି। ଉଭୟ ଆସନରେ କଂଗ୍ରେସ ୩ ନମ୍ୱର ସ୍ଥାନରେ ରହିଛି। ତେବେ ଉଭୟ ଆସନରେ ବିଜୟୀ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ତେବେ କେଉଁ ଆସନରେ କିଏ, କେତେ ଭୋଟ୍ ପାଇଛନ୍ତି ଆସନ୍ତୁ ଜାଣିବା:
2022-12-02T02:14:40Z
https://prismnews.in/bjd-wins-in-byelection-odisha/
OSCAR-2301
ଦେଖନ୍ତୁ ଏହି ଭାଇରାଲ ଭିଡିଓ ! ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ବାଡେ଼ଇଲେ ସ୍ୱାମୀ, ଦେଖିଲେ ଆପଣ ବି କହିବେ ଧିକ ସେ ସ୍ଵାମୀପଣିଆ….. – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home viral news ଦେଖନ୍ତୁ ଏହି ଭାଇରାଲ ଭିଡିଓ ! ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ବାଡେ଼ଇଲେ ସ୍ୱାମୀ, ଦେଖିଲେ ଆପଣ ବି କହିବେ ଧିକ ସେ ସ୍ଵାମୀପଣିଆ….. ଦେଖନ୍ତୁ ଏହି ଭାଇରାଲ ଭିଡିଓ ! ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ବାଡେ଼ଇଲେ ସ୍ୱାମୀ, ଦେଖିଲେ ଆପଣ ବି କହିବେ ଧିକ ସେ ସ୍ଵାମୀପଣିଆ….. viral news Share ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ଘୋଷାଡି ଚାଲିଲେ ସ୍ୱାମୀ , ଧିକ ଏପରି ଏକ ମଣିଷକୁ ଲଜ୍ୟା ଲାଗିବା କଥା ମୁହଁକୁ । ମଦ ପିଇକରି ପଶୁ ହୋଇଯାଇଛନ୍ତି ସ୍ୱାମୀ , ପ୍ରତ୍ୟକ ଦିନ ଏମିତି କରନ୍ତି ମାତ୍ର ଗୁରୁବାର ଦିନ ହୋଇଥିଲା ଅଧିକା । ପ୍ରଥମେ ଗାଲି ତାପରେ ମାଡ ମାରିଥିଲେ ଜୀବନ ବିକଳରେ ସ୍ତ୍ରୀ ଧାଇଁଲେ ପଡୋଶୀଙ୍କର ଘରକୁ । ସେହି ପଡୋଶୀ ଘର ଥିଲା ସରପଞ୍ଚଙ୍କର ଘର , ତେବେ ସେହି ସମୟରେ ସେହି ସରପଞ୍ଚକୁବି ଛାଡିଲେ ନାହିଁ ମଦ୍ୟପ ସ୍ୱାମୀ । ଗାଳି, ଗୁଲଜ କରି ସ୍ତ୍ରୀକୁ ଘୋଷାଡି ଘୋଷାଡି ଆଣିଲେ ସରପଞ୍ଚଙ୍କର ଘରୁ ଏବଂ ମାଡ ମାରି ଚାଲିଲେ ସମସ୍ତଙ୍କ ଆଗରେ । ଯାଜପୁର କୋରେଇ ଥାନା ଅନ୍ତର୍ଗତ କାଜରା ସାହିରେ ଘଟିଛି ଏଭଲି ଅଭାବନୀୟ ଘଟଣା, ଗ୍ରାମର ନବ ବାରିକର ପୁଅ ସୁସାନ୍ତ ବାରିକଙ୍କୁ କିଛି ଲୋକ କାବୁ କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । କାହିଁକିନା ସେ ତାଙ୍କର ସ୍ତ୍ରୀକୁ ଉଲଗ୍ନ କରି ଘୋଷାଡି ଘୋଷାଡି ମାଡ ମାରୁଥିଲେ , ସତେ ଯେମିତି ତାଙ୍କର ମୁଣ୍ଡରେ ଭୂତ ସବାର ଥିଲା । ସ୍ତ୍ରୀର ଶାଢିକୁ ଟାଣି ଟାଣି ତାକୁ ବେଜ୍ଜିତ କରି ଚାଲିଥିଲେ ଗ୍ରାମର ଦାଣ୍ଡରେ । ଗାଁ ଲୋକେ ହିଁ ଏହି କଳିଯୁଗର ଦୁଃସାସନ ବା ମଣିଷ ରୂପୀ ରାକ୍ଷସ ଠାରୁ ଉଦ୍ଦାର କରିଥିଲେ ଏହି ମହିଳାଙ୍କୁ । ମହିଳା ଜଣକ କାକୁତି ମିନତୀ ହୋଇ ଚଉରାକୁ ନିଜେ ଜାବୁଡି ଧରିଥିଲେ । ଏପରି ଲାଗୁଥିଲା କି ସେ ସେହି ତୁଳସୀ ମାଙ୍କୁ କହୁଥିଲେ ମା ଏବେ ମୋ ଇଜ୍ଜତ ତୋ ହାତରେ । ଏସବୁ ଘଟିବା ପରେ ମହିଳା ଜଣକ ବାଧ୍ୟ ହୋଇ ଥାନାରେ ଅବିଯୋଗ କରିଛନ୍ତି । କୌଣସି ସ୍ୱାମୀ ନିଜର ସ୍ତ୍ରୀକୁ ସର୍ବ ସମ୍ମୁଖରେ ଏପରି ଉଲଗ୍ନ କରିବା କେତେ ଦୂର ଠିକ । ସମାଜ ଏହାକୁ କିପରି ଗ୍ରହଣ କରିବ , ତେବେ ସେହି ବ୍ୟକ୍ତିକୁ କଢାରୁ କଡା ଶାସ୍ତି ପ୍ରଦାନ କରାଯିବା ଉଚିତ । Related Posts ଦେଖନ୍ତୁ viral ଭିଡ଼ିଓ- ଓଡ଼ିଆ ଲୋକ ପ୍ରିୟ ହିରୋଇନ ରିୟା ଦେଙ୍କ… Nov 30, 2022 ଦେଖନ୍ତୁ viral ଭିଡ଼ିଓ-“ସେକ୍ସି ବିଲ୍ଲି ଗୀତ ମୋ ଜୀବନର ମୋଡ଼… Nov 29, 2022 ଯୁବକ ଦେଲେ କଡା ମନ୍ତବ୍ୟ ! ପୁଅଟା କମଜୋର ଥିଲା ଝିଅମାନେ ଲୋଡ… Nov 27, 2022 ଏ ସଂପର୍କରେ ସେ ଗ୍ରାମର ସରପଞ୍ଚ କହିଛନ୍ତି କି ତାଙ୍କରି ଆଖି ଆଗରେ ତାଙ୍କର ଘରେ ପଶି ଜଣେ ମଦ୍ୟପ ସ୍ୱାମୀ ତାର ସ୍ତ୍ରୀକୁ ବାଡେଇ ବାଡେଇ ଘରକୁ ନେଉଥିଲା । ସେ ଯେତେ ବିରୋଧ କରିଥିଲେ ମଧ୍ୟ ତାଙ୍କର କଥାକୁ ମଦ୍ୟପ ଜଣକ କର୍ଣ୍ଣପାତ କରିନଥିଲା ଏବଂ ଅସ୍ଳୀଳ ଭାଷାରେ ସେହି ସରପଞ୍ଚକୁ ଗାଳି ଦେଇଥିଲା । ସେ କହିଛନ୍ତି ଏହା ବହୁତ ଲଜ୍ଜ୍ୟାଜନକ ଘଟଣା ଅଟେ କାହିଁକିନା ଜଣେ ନାରୀର ସମ୍ମାନ ରକ୍ଷା କରିବା ହେଉଛି ଆମର କର୍ତ୍ତବ୍ୟ ମାତ୍ର ଏଠାରେ ସେହି ମଦ୍ୟପ ସ୍ୱାମୀ ଜଣକ ତାର ସ୍ତ୍ରୀକୁ ଉଲଗ୍ନ କରି ଘୋଷାଡି ଘୋଷାଡି ମାରୁଛି । ସରପଞ୍ଚ ଜଣକ କହିଲେ କି ମୁଁ ତାଙ୍କୁ ସୁରକ୍ଷା ଦେଇପାରିଲିନି ଆମର ଘରେ କେହି ପୁରୁଷ ଲୋକନଥିଲେ ତେବେ ମୁଁ ଏକୁଟିଆ ମହିଳାଟିଏ ତାଙ୍କୁ ଅଟକି ପାରିଲିନି । ସରପ଼ଞ୍ଚ ଜଣକ କହିଛନ୍ତି କି ଏ ଘଟଣାର ପୁଂଖାନୁପୁଖ ଭାବରେ ତଦନ୍ତ କରାୟାଇ ସେହି ଦୋଷାକୁ ଦଣ୍ଡ ମିଳୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ମକର ସଂକ୍ରାନ୍ତି ସୂର୍ଯ୍ୟଦେବଙ୍କ କୃପାରୁ ଏହି 5ଟି ରାଶିକୁ ମିଳିବାକୁ ଯାଉଛି ଧନଲାଭ ! ଚାଲନ୍ତୁ ଜାଣିବା ମକର ସଂକ୍ରାନ୍ତିରେ କେଉଁ ରାଶିକୁ କଣ ଲାଭ ମିଳିବାକୁ ଯାଉଛି ….
2022-11-30T23:48:46Z
https://live43today.com/ga-bn-dan-dare-ula-ghna-sumai/
OSCAR-2301
ବଡ ଘୋଷଣା ! ମହିଳା ଙ୍କୁ ମିଳିବ ୬୦ ହଜାର ଟଙ୍କା । ଗାଁ ରୁ ସହର ସମସ୍ତେ ଉଠାଇ ପରିବେ ଏହାର ଫାଇଦା….. – news40daily.com Publisher - Just another WordPress site ଆଶ୍କର୍ଯ୍ୟ ଘଟଣା କରୋନା ଜୀବନଚର୍ଯ୍ୟା ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଲାଇଫ୍ ଷ୍ଟାଇଲ୍ special ବଡ ଘୋଷଣା ! ମହିଳା ଙ୍କୁ ମିଳିବ ୬୦ ହଜାର ଟଙ୍କା । ଗାଁ ରୁ ସହର ସମସ୍ତେ ଉଠାଇ ପରିବେ ଏହାର ଫାଇଦା….. Share ମହିଳା ଙ୍କୁ ମିଳିବ ୬୦ ହଜାର ଟଙ୍କା । ଗାଁ ରୁ ସହର ସମସ୍ତେ ପାଇବେ ଅର୍ଥ ।ସବୁ ମହିଳା ମାନଙ୍କୁ ମିଳିବ ୬୦ ହଜାର ଟଙ୍କା। ଏମିତି ଖବର ଏବେ ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଜୋର୍ ଦାର୍ ଚର୍ଚ୍ଚା ଚାଲିଛି । ତେବେ କୌଣସି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଲେ ସେହି ଖବର ଖୁବ୍ କମ୍ ସମୟ ଭିତରେ ଭାଇରାଲ ହୋଇ ଥାଏ । ସବୁଠୁ ବଡ଼ କଥା ହେଲା ସୋସିଆଲ ମିଡ଼ିଆ ରେ ଯେଉଁ ମହିଳା ମାନଙ୍କୁ ୬୦ ହଜାର ଟଙ୍କା ମିଳିବ ବୋଲି ଖବର ଭାଇରାଲ ହେଉଛି ତାହା କେନ୍ଦ୍ର ସରକାର ଙ୍କ ଯୋଜନା ସହିତ ଜଡିତ ରହିଛି । ଜାତୀୟ ଗଣ ମାଧ୍ୟମ ରୁ ମିଳି ଥିବା ସୂଚନା ଅନୁଯାୟୀ ଏକ ୟୁଟିୟୁବ ଭିଡିଓ ରେ ଦାବି କରା ଯାଉଛି ଯେ କେନ୍ଦ୍ର ସରକାର ଙ୍କ ମହିଳା ସଶକ୍ତି କରଣ ଯୋଜନା ଅନୁସାରେ କେନ୍ଦ୍ର ସରକାର ଏବେ ସମସ୍ତ ମହିଳା ମାନଙ୍କୁ ୬୦ ହଜାର ଟଙ୍କା ଦେଉ ଅଛନ୍ତି । ତେବେ ଆଜିର ସମୟ ରେ ମାଗଣା ରେ ବସି ବସି ଟଙ୍କା ପାଇବା କିମ୍ୱା ସରକାରୀ ଯୋଜନା ର ଫାଇଦା ଉଠାଇବା ପାଇଁ କାହାର ବା ଇଛା ନଥାଏ । ଭାଇରାଲ ଖବର କୁ ବିଶ୍ୱାସ ନାହିଁ ବାସ୍ତବ ରେ କହିବାକୁ ଗଲେ କରନା ସଂକ୍ରମଣ ସଙ୍କଟ ସମୟ ରେ ସରକାର ଜନଧନ ଆକାଉଣ୍ଟ୍ ଥିବା ମହିଳା ମାନଙ୍କୁ ଅନେକ ପ୍ରକାର ସହାୟତା ଦେଇଛନ୍ତି।ତାଲା ବନ୍ଦ୍ ବା ଲକ୍ ଡାଉନ୍ ସମୟ ରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ ଅନୁସାରେ ଏପ୍ରିଲ ମାସ ଠାରୁ କ୍ରମାଗତ ତିନି ମାସ ମହିଳା ଜନଧନ୍ ଆକାଉଣ୍ଟ୍ ଧାରି ମହିଳା ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ କ୍ରମାଗତ ୫୦୦ ଟଙ୍କା ଲେଖାଏଁ ପଠା ଯାଇଥିଲା । Related Posts ସ୍ଵାମୀଙ୍କୁ ଅପମାନ କଲେ କେଉଁ ପାପ ହୁଏ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II… ଦେଖନ୍ତୁ viral ଭିଡ଼ିଓ- ଭେଣ୍ଡିଆ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ପୁରା… ଦେଖନ୍ତୁ ଆଧୁନିକ ସଂକୀର୍ତ୍ତନ…ପ୍ରଥମ ଗୀତରୁ ହେଲା ଝିଅ ଉପରକୁ ନୋଟ୍… ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଖବର ଟି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ । କେବଳ ଜନ ସାଧାରଣ ଙ୍କ ବ୍ରିଭାନ୍ତ କରିବା ପାଇଁ ଏହା ଉଦ୍ଧିଷ୍ଟ ବୋଲି ଜଣା ପଡିଛି। BIP ଫ୍ୟାକ୍ଟ ଚେକ୍ ରିପୋର୍ଟ ଅନୁସାରେ ମହିଳା ମାନେ ସେମାନଙ୍କ ଆକାଉଣ୍ଟ୍ ରେ ୬୦ ହଜାର ଟଙ୍କା ଜମା ହେଉ ଥିବା ଖବର ସମ୍ପୂର୍ଣ ଭାବେ ମିଥ୍ୟା ଅଟେ । କେନ୍ଦ୍ର ସରକାର ଙ୍କ ତରଫରୁ ମହିଳା ମାନଙ୍କୁ ସେହି ପରି କିଛି ଅର୍ଥ ଦିଆ ଯାଇ ନାହିଁ । ଏହି ପରି ନିୟୁଜ ଉପରେ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦିଆ ଯାଇଛି। ତେଣୁ ଏହି ପରି ସମସ୍ତ ନୀୟୁଜ୍ ଉପରେ ଭରସା କରି କୌଣସି ପ୍ରକାର ବିଶ୍ୱାସ କରନ୍ତୁ ନାହିଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 200 Share FacebookTwitterGoogle+ReddItWhatsAppPinterestEmail Prev Post କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା ଦେଶର TOP 10 ପୋଲିସ୍ ଷ୍ଟେସନ ର ତାଲିକା । ଜାଣନ୍ତୁ ଓଡ଼ିଶାର ସ୍ଥାନ କେଉଁଠି ? Next Post ହନୁମାନ ମନ୍ଦିର ପାଇଁ ମୁସଲିମ ବ୍ୟକ୍ତି ଦାନ କଲେ ୧ କୋଟି ଟଙ୍କାର ଜମି, ମିଳୁଛି ଭୁରି ଭୁରି ପ୍ରଶଂସା । ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ….
2022-11-28T11:40:58Z
https://news40daily.com/index.php/bada-ghosha-na-manku-milib/
OSCAR-2301
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଭୁଲ୍ ପାଇଁ ଏବେ ସମଗ୍ର ଓଡ଼ିଶାବାସୀ ତଣ୍ଡ ଗଣିବେ । ରାଜ୍ୟ ରାଜକୋଷରୁ ୧୦୦.୦୬କୋଟି ଟଙ୍କା ତଣ୍ଡ ଆକାରରେ ଏଲଆଣ୍ଡଟି କମ୍ପାନୀକୁ ଦେବାକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛନ୍ତି । ୨୦୦୨ ମସିହାରେ ଏଲଆଣ୍ଡଟିର ୨୦କୋଟି ଟଙ୍କା ବକେୟା ରାଶିକୁ ନଦେଇ ପକାଇ ରଖିବା ଓ ଏହି ମାମଲାକୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଲଢ଼ି ପରାଜିତ ହେବାପରେ ସରକାରଙ୍କ ଚେତା ପଶିନଥିଲା, ଯେଉଁଥିପାଇଁ ଗତ ଜୁଲାଇ ମାସରେ କର୍ମସିଆଲ କୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଏଲଆଣ୍ଡଟି ନିଜ ଦଖଲକୁ ନେଇଥିଲା । ଆଉ ସେହି ଭୁଲ ପାଇଁ ରାଜ୍ୟବାସୀଙ୍କ କଷ୍ଟଲବ୍ଧ ଟିକସ ଅର୍ଥରୁ ୧୦୦କୋଟି ଟଙ୍କାର ତଣ୍ଡ ଏକ ଘରୋଇ କମ୍ପାନୀକୁ ଦେବା ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ମାତ୍ର ଏହି ୨୦ବର୍ଷ ମଧ୍ୟରେ ଉକ୍ତ ମାମଲାର ତ୍ରୁଟି କାହାର ଥିଲା, ତା’ର ଖୋଳତାଡ଼ ହେଲାନି କିମ୍ବା କାହାରିକୁ ସରକାରୀ ଭାବେ ଦାୟୀ କରାଯାଇନଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏସିଆନ୍ ଡେଭଲପେମେଣ୍ଟ ବ୍ୟାଙ୍କ ସହାୟତାରେ ୧୯୯୭ ମସିହାରେ ୧୬୩କିମି ବିଶିଷ୍ଟ ସମ୍ବଲପୁର-ରାଉରକେଲା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରିଥିଲା । ତେବେ ରାଜ୍ୟ ସରକାର ଚୁକ୍ତିମାନା ଖିଲାପ କରି ୨୦କୋଟି ଟଙ୍କା ବିଲ୍ ନଦେବାରୁ ଏଲଆଣ୍ଡଟି କମ୍ପାନୀ ସେତେବେଳେ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲା ଓ ୨୦୦୨ ଜାନୁୟାରୀ ୧୭ତାରିଖରେ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମା ଜାରି କରି କମ୍ପାନୀକୁ ତା’ର ବକେୟାକୁ ୧୮ପ୍ରତିଶତ ସୁଧ ସହ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ବିଫଳ ହୋଇଥିଲେ । କୋର୍ଟରୁ ନିରାଶ ହେବା ପରେ ବି ରାଜ୍ୟ ସରକାରଙ୍କ ଚେତା ପଶିନଥିଲା ଓ ବକେୟା ଅର୍ଥ ନଦେବାରୁ ସିଭିଲ କୋର୍ଟ(କର୍ମସିଆଲ)ଙ୍କ ନିର୍ଦ୍ଦେଶରେ ଏଲଆଣ୍ଡଟି କମ୍ପାନୀ ୨୦୨୨ ଜୁଲାଇ ମାସରେ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ନିର୍ମାଣସୌଧ’ରେ ଥିବା ସରକାରୀ ସମ୍ପତ୍ତିକୁ ଜବତ କରିଥିଲା । ଯାହାକୁ ନେଇ ସେତେବେଳେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହେବା ସହ ରାଜ୍ୟ ସରକାରଙ୍କ ପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଫିସରଙ୍କ ଅଫିସରେ ଥିବା କମ୍ପ୍ୟୁଟର ସାମଗ୍ରୀଠୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ କମ୍ପାନୀ ଦଖଲକୁ ନେବା ଓଡ଼ିଶା ଇତିହାସରେ ପ୍ରଥମ ଥିଲା । ଆହୁରି ପଢ଼ନ୍ତୁ ରାଜଧାନୀରେ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ! ବିଚ୍‌ ରାସ୍ତାରେ… 23 mins ago କୋର୍ଟରେ ଛୁରୀ ଧରି ଜଜ୍‌ଙ୍କୁ ଆକ୍ରମଣ ଉଦ୍ୟମ 55 mins ago ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏଲଆଣ୍ଡଟି କମ୍ପାନୀକୁ ତା’ର ବକେୟା ମୂଳଧନ ଉପରେ ୧୮ ପ୍ରତିଶତ ସୁଧ ହାରରେ ମୋଟ ୧୦୦କୋଟି ୬ଲକ୍ଷ ୪୨ହଜାର ୪୬୬ଟଙ୍କା ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ କେଉଁ କାରଣ ପାଇଁ ରାଜ୍ୟବାସୀଙ୍କ ଟିକସ ଅର୍ଥରୁ ଅତିରିକ୍ତ ୮୦କୋଟି ଟଙ୍କା ଗଲା ଓ ଏଥିନିମନ୍ତେ କିଏ ଦାୟୀ ତା’ର ଖୋଳତାଡ଼ ହେଲାନି କିମ୍ବା ତା’ଉପରେ ସରକାର କିଛି ପଦକ୍ଷେପ ନେଲେନି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏଲଆଣ୍ଡଟି କମ୍ପାନୀକୁ ତା’ର ଏହି ବକେୟା ୧୦୦.୦୬କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ, ଆର୍ବିଟ୍ରେସନ ଟ୍ରିବ୍ୟୁନାଲ ୨୦୦୨ ଜାନୟୁାରୀ ୧୭ତାରିଖରେ ତାଙ୍କର ରାୟ ଏଲଆଣ୍ଡଟି କମ୍ପାନୀ ସପକ୍ଷରେ ଦେବାବେଳେ ପୂର୍ତ୍ତ ବିଭାଗର ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଥିଲେ। ଶ୍ରୀ ପଟ୍ଟନାୟକ ୨୦୦୧ ଜୁଲାଇ ୭ରୁ ୨୦୦୨ ଅଗଷ୍ଟ ୬ତାରିଖ ପର୍ଯ୍ୟନ୍ତ ଏହି ବିଭାଗ ଦାୟିତ୍ୱରେ ଥିଲେ । ସେହିପରି ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଅନଙ୍ଗଉଦୟ ସିଂହଦେଓ ରାଜ୍ୟ ପୂର୍ତ୍ତ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ୨୦୦୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଏହି ବକେୟା ଅର୍ଥକୁ ଦେବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଇନଥିବାର ଫଳ ଏବେ ରାଜ୍ୟବାସୀଙ୍କୁ ‘ତଣ୍ଡ’ ଆକାରରେ ଦେବାକୁ ପଡ଼ିଛି।
2022-11-28T11:39:38Z
https://odishareporter.in/odisha/odisha-govt-to-give-100-crore-to-lt-775521
OSCAR-2301
କଟକ (କେ ନ୍ୟୁଜ୍‌) : ବାରବାଟୀରେ ସୁପର ସୋ । ଷ୍ଟାଡିୟମ୍‌ ଭରପୂର ଦର୍ଶକଙ୍କ ସମର୍ଥନ ଓ ଉତ୍ସାହର ଉଚିତ ମୂଲ୍ୟ ଦେଇଛି ବିରାଟ ବାହିନୀ । ଷ୍ଟାଡିୟମ୍‌ରେ ହେଲା ପଇସା ଅସୁଲ ମ୍ୟାଚ୍‌ । କଡ଼ା ଟକ୍କର ଭିତରେ ସରିଲା ମ୍ୟାଚ୍‌ । ନିର୍ଣ୍ଣାୟକ ମ୍ୟାଚ୍‌ ସହ ଦିନିକିଆ ସିରିଜ୍‌ ଜିତି ନେଇଛି ଟିମ୍‌… କ୍ରୀଡା ପୁଣି ଚମକିଲେ କୋହଲି ଓ ଆୟର, ଟି-୨୦ ପରେ ଦିନିକିଆ ସିରିଜ୍‌ କବ୍‌ଜା କଲା ଭାରତ KNews Bureau Aug 15, 2019 0 ପୋର୍ଟ ଅଫ୍‌ ସ୍ପେନ୍‌ : ତୃତୀୟ ଦିନିକିଆରେ ଘରୋଇ େଓ୍ଵଷ୍ଟଇଣ୍ଡିଜ୍‌କୁ ୬ ଓ୍ଵିକେଟ୍‌ରେ ହରାଇ ଭାରତୀୟ ଦଳ ଦିନିକିଆ ଆନ୍ତର୍ଜାତିକ ସିରିଜ୍‌ ବିଜୟୀ ହୋଇଛି । ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ବି ବର୍ଷା ବାଧକ ସାଜିଥିଲା । ଫଳରେ ମ୍ୟାଚ୍‌କୁ ୩୫ ଓଭରକୁ କମାଇ ଦିଆଯାଇଥିଲା । ଏଥିରେ…
2022-12-03T11:53:46Z
https://knewsodisha.com/tag/india-win-odi-series
OSCAR-2301
ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସାଇବର ଥାନାର ଦ୍ୱାରସ୍ଥ ହୋଇଛି ବିଜେପି । ଧାମନଗର ଉପନିର୍ବାଚନ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁଙ୍କୁ ଯୋଡି ହେଉଥିବା ଭିଡିଓ ଓ ଅଡିଓ ଭାଇରାଲକୁ ନେଇ ଅଭିଯୋଗ ଆଣିଛି ଦଳ । ଭୁବନେଶ୍ୱର ସାଇବର ଥାନା ଓ ମୁଖ୍ୟ ନିର୍ବାଚନ ଅଧିକାରୀ(CEO)ଙ୍କ ନିକଟରେ ଅଭିଯୋଗ କଲା ବିଜେପି। ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଆଜି ଏହି ଅଭିଯୋଗ ଦାଖଲ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ବୈଠକ ହୋଇଥିବା ନେଇ ଏକ ମିଥ୍ୟା ଅଡିଓ ସିଡି ଭାଇରାଲ ହେଉଛି, ଯାହାକି ସମ୍ପୂର୍ଣ୍ଣ ଭିତୀହିନ ବୋଲି ବିଜେପି କହିଛି । ବିଜେପି ଟିମ୍ ସିଇଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରୁଛି। ଅଭିଯୋଗ ହୋଇଛି, ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ଭ୍ରମିତ କରିବା ନିମନ୍ତେ ଷଡ଼ଯନ୍ତ୍ର କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଫେକ୍ ଅଡିଓ ପ୍ରସ୍ତୁତ କରାଯାଇଛି। ଯାହା ଧର୍ତ୍ତବ୍ୟ ଅପରାଧ। ସିଇଓ ଏନେଇ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛି ବିଜେପି। ଏନେଇ ବରିଷ୍ଠ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବୈଠକ ଜାରିଆରେ କଥା ହେଉଥିବା ନେଉ ଏହି ମିଥ୍ୟା ଅଡ଼ିଓ ସିଡ଼ି ପ୍ରସ୍ତୁତ କରି ଭାଇରାଲ ହେଉଛି। ନ୍ୟୁଜ୍ ଫର୍ମାଟରେ ଏଭଳି ଅସତ୍ୟ ଭିଡିଓ କରାଯାଇଛି। ଏହାଦ୍ୱାରା ଉପନିର୍ବାଚନକୁ ପ୍ରଭାବିତ କରିବା ଓ ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରିବାକୁ ଚେଷ୍ଟା କରାଯାଇଛି। ଧାମନଗର ଉପନିର୍ବାଚନରେ ଜିତିବା ପାଇଁ ବିଜେଡି ଏଭଳି ବିଭିନ୍ନ ପନ୍ଥା ଅବଲମ୍ବନ କରୁଛି ଓ ବିଜେପିକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହୋଇଛି। ବିଜେଡି ଟିମ୍ ଅଭିଯୋଗ କରିବାକୁ ଯାଉଛି। ସେପଟେ ବିଜେଡି ମଧ୍ୟ ପାଲଟା ଅଭିଯୋଗ ଆଣି ବିଜେପିକୁ କାଉଂଟର କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି ଦଳ । ଧାମନଗରରେ ଏସଏଚଜି ମହିଳାଙ୍କ ଦ୍ଵାରା ଟଙ୍କା ବଣ୍ଟା ଭିଡ଼ିଓ ବିଜେପି ଦ୍ଵାରା ପ୍ରାୟୋଜିତ ବୋଲି ଅଭିଯୋଗ କରିଛି ବିଜେଡ଼ି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେପି ଏଭଳି ଭିଡ଼ିଓ କରି ଏସଏଚଜି ମହିଳା ମା’ମାନଙ୍କୁ ଅପମାନିତ କରିବାକୁ ଅପଚେଷ୍ଟା କରିଛି। ଅବନ୍ତି ଦାସ ଏସଏଚଜିରୁ ଅଭ୍ୟୁଦାନ ହୋଇଥିବାରୁ ସେଥିପାଇଁ ଏସଏଚଜିକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି।
2022-12-04T16:24:48Z
https://odianews.reporterstoday.com/the-controversy-surrounding-the-dhamnagar-election-is-on-the-rise/
OSCAR-2301
ଅଶୀ ଦଶକର ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର।ଧଡକ ଜରିଆରେ ବଲିଉଡରେ ନିଜର ଡେବ୍ୟୁ କରିଛନ୍ତି ।ଏହି ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପ୍ରଶଂସା କରିଥିଲେ।ତେବେ ଏହି ଫିଲ୍ମ ପରେ ଜାହ୍ନବୀ ଏବେ ଆଉ ଏକ ଫିଲ୍ମରେ ବ୍ୟସ୍ତ ଅଛନ୍ତି।ନିଜର ଅପକମିଂ ଫିଲ୍ମ ପାଇଁ ସେ ଏବେ ମନାଲି… ଫିଲ୍ମ ରିଲ୍ ନୁହେଁ, ରିଏଲରେ ଭୂତକୁ ସାମ୍ନା କରି ହୋଟେଲ୍ ରୁମ୍ ଛାଡିଲେ ବଲିଉଡ ସେଲିବ୍ରିଟି September 25, 2018 ମୁମ୍ବାଇ: ଆତ୍ମା ବା ଭୂତକୁ ନେଇ ବଲିଉଡରେ ଅନେକ ଫିଲ୍ମ ନିର୍ମାଣ ହୋଇଛି। ଅନେକ ସେଲିବ୍ରିଟି ରିଲ୍ ଲାଇଫରେ ତ ଭୂତ ସହ ସାମ୍ନା କରିଛନ୍ତି । କିନ୍ତୁ ରିଏଲ ରାଇଫରେ ବି ଅନେକ ସେଲିବ୍ରିଟି ଆତ୍ମା ସଂସ୍ପର୍ଶରେ ଆସିଥିବା ଅନୁଭବ କରିଛନ୍ତି ।ବିପାଶା ଆତ୍ମା ସମ୍ପର୍କରେ ନିଜ ଅନୁଭୂତି ବଖାଣି…
2022-12-04T19:24:01Z
http://www.bartamanodisha.com/tag/bollywood-ghost/
OSCAR-2301
ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ନବୀନଙ୍କ ସମୟରେ ବିନା ବିବାଦରେ କୌଣସି ଡିଜିପି କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରୁନାହାନ୍ତି କାହିଁକି । ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । କାରଣ ଯଦି 2012 ମସିହାରୁ ପ୍ରକାଶ ମିଶ୍ର ଡିଜିପି ହେବା ବେଳରୁ ଦେଖାଯାଏ ତେବେ କେହି ବି ଜଣେ ଡିଜି ତାଙ୍କାର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାନ୍ତି । ଏଥିପାଇଁ ଦୋଷ କାହାର ? ସେହି ବରିଷ୍ଠ IPSମାନଙ୍କର ନା ସରକାରଙ୍କର । ଡିଜିପି ନିଯୁକ୍ତି ପରେ ଉକ୍ତ ଅଧିକାରୀଙ୍କ ସହ ସରକାରଙ୍କର କିଛି ସ୍ବାର୍ଥ ଜନିତ ହିସାବ ନିକାଶ ହୋଇପାରୁନି ବୋଲି ତାଙ୍କୁ ହଟେଇ ଦିଆଯାଉଛି କି ? କାରଣ ଯଦି ସରକାରଙ୍କ ଦୋଷ ନଥାନ୍ତା ଅଧିକାରୀଙ୍କ ଦୋଷ ରୁହନ୍ତା ତେବେ ଜଣେ କି ଦୁଇ ଜଣ କ୍ଷେତ୍ରରେ ଏଭଳି ହୋଇଥାନ୍ତା । କିନ୍ତୁ ଜଣେ ନୁହେଁ କି ଦୁଇ ଜଣ ନୁହେଁ ଗତ 6 ବର୍ଷ ଭିତରେ 5 ଜଣ ଡିଜିପିଙ୍କ କ୍ଷେତ୍ରରେ ଏଭଳି ହେବା ସରକାରଙ୍କ ସ୍ବାର୍ଥ ଜନୀତ ଦୋଷ ରହୁଥିବା ବୟାନ କରୁଛି । ସରକାରଙ୍କ ସହ ଏମାନଙ୍କର ସଠିକ୍ ଡିଲ୍ ହୋଇପାରୁନି ତେଣୁ ତାଙ୍କୁ ବିଦା କରାଯାଉଛି । ଯଦି ଏକଥା ସତ ହୁଏ ତେବେ କଥା ଆହୁରି ସାଙ୍ଘାତିକ । କାରଣ ସରକାର ଅଧିକାରୀଙ୍କୁ ସ୍ବାଧୀନ ଭାବେ ସଚ୍ଚୋଟତାର ସହ କାମ କରିବାକୁ ସୁଯୋଗ ଦେଉନଥିବା ଜଣାପଡ଼ିଯିବ । କେବଳ ବି. କେ ଶର୍ମା ପ୍ରଥମ ନୁହନ୍ତି, ପୂର୍ବରୁ ରାଜ୍ୟ ପୋଲିସର ମୁଖିଆ ଥିବା ଏକାଧିକ ଆଇପିଏସ୍‌ଙ୍କୁ ଏମିତି ପଦରୁ ହଟାଇଛନ୍ତି ରାଜ୍ୟ ସରକାର । ବିଜୟ କୁମାର ଶର୍ମାଙ୍କ ପୂର୍ବରୁ ରାଜେନ୍ଦ୍ର ପ୍ରସାଦ ଶର୍ମା, କେ. ବି. ସିଂହ, ସଂଜୀବ ମାରିକ ଏବଂ ପ୍ରକାଶ ମିଶ୍ରଙ୍କୁ ମଧ୍ୟ ରାଜ୍ୟ ପୋଲିସର ମୁଖିଆ ପଦରୁ ହଟାଇଛନ୍ତି । ଆର.ପି ଶର୍ମା ଜଦିଓ ବିବାଦୀୟ ହୋଇନାହାନ୍ତି କିନ୍ତୁ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କୁ ଆଗୁଆ ଅବସର ଦେଇ ଲୋକୟୁକ୍ତ ସଦସ୍ୟ କରିଛନ୍ତି ରାଜ୍ୟ ସରକାର । ସେହି ଭଳି କେ.ବି. ସିଂହ ବିରୋଧରେ ଅଭିଯୋଗ ହେବାରୁ ମାଓ ସମୀକ୍ଷା ପାଇଁ କେ.ବି. ସିଂହ ସମ୍ବଲପୁର ଗସ୍ତରେ ଯାଇଥିବା ବେଳେ ତାଙ୍କୁ ପଦରୁ ହଟାଯାଇଥିଲା । ଡିଏସପି ବଦଳିରେ ଅନିୟମିତତା କରିଥିବା ନେଇ ସଂଜୀବ ମାରିକଙ୍କ ନାଁରେ ସଂଗୀନ ଅଭିଯୋଗ ଆସିଥିଲା । ପ୍ରମାଣ ମିଳିବା ପରେ ସରକାର ତୁରନ୍ତ ସଂଜୀବ ମାରିକଙ୍କୁ ଡିଜିପି ପଦରୁ ହଟାଇଥିଲେ । ସେହିଭଳି ୨୦୦୬ରୁ ୨୦୦୯ ମସିହା ମଧ୍ୟରେ ପ୍ରକାଶ ମିଶ୍ର ରାଜ୍ୟ ହାଉସିଂ ଏବଂ ୱେଲଫେୟାର ବିଭାଗରେ ଥିବା ବେଳେ ୫୯ କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ନିଜ ପଦବୀର ଅପବ୍ୟବହାର କରିବା ସହ ବେନିୟମ ଭାବେ ମେଣ୍ଟ ଓ ଷ୍ଟିଲ କିଣିବାକୁ ପ୍ରକାଶ ମିଶ୍ର କହିଥିବା ସରକାର କହିଥିଲେ । ଦୁର୍ନୀତି ଅଭିଯୋଗରେ ପ୍ରକାଶ ମିଶ୍ରଙ୍କୁ ପୋଲିସ ଡିଜି ପଦବୀରୁ ହଟାଇଥିଲେ ରାଜ୍ୟ ସରକାର । ଏହା ପରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ CRPF ଡିଜି ହୋଇଥିଲେ ପ୍ରକାଶ ମିଶ୍ର । ଯେତେବଳେ CBI ନିର୍ଦ୍ଦେଶକ ଭାବେ ପ୍ରକାଶଙ୍କୁ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାର ଯୋଜନା କରୁଥିଲେ ସେତେବେଳେ ତାଙ୍କ ନାଁରେ ମାମଲା ରୁଜୁ କରି ରାଜ୍ୟ ସରକାର । CBI ନିର୍ଦ୍ଦେଶକ ହେବାରୁ ପ୍ରକାଶଙ୍କ ବଞ୍ଚିତ ରିଖିବାକୁ ରାଜ୍ୟ ସରକାର ଏଭଳି କରିଥିବା ଚର୍ଚ୍ଚା ହୋଇଥିଲା । ପ୍ରକାଶ ସିବିଆଇ ନିର୍ଦ୍ଦେଶକ ହେଲେ ରାଜ୍ୟରେ ହୋଇଥିବା ଚିଟ୍‌ଫଣ୍ଡ ମାମଲାରେ ବହୁ ମନ୍ତ୍ରୀ ଏବଂ ନେତା ବାନ୍ଧା ହେବେ ବୋଲି ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ଅଭିଯୋଗ କରିଥିଲେ ବିରୋଧୀ । ପରେ ଏହି ମାମଲାରେ ସୁପ୍ରିମକୋର୍ଟରୁ ପ୍ରକାଶ ମିଶ୍ରଙ୍କୁ କ୍ଲିନଚିଟ ମିଳିଥିଲା । ସୂଚନା ଅନୁସାୟରେ ବିଭିନ୍ନ ସଂସ୍ଥାକୁ ଫାୟାର ସେଫ୍‌ଟି ସାର୍ଟିଫିକେଟ୍‌ ଦେବାରେ ଅନିୟମିତତା ଏବଂ ଅଗ୍ନିଶମ ବିଭାଗରେ ଦୀର୍ଘ ଦିନ ଧରି ଫାଇଲ୍‌ ପକାଇ ରଖିବା ଗତକାଲି ଭାରପ୍ରାପ୍ତ ଡିଜି ବି. କେ ଶର୍ମାଙ୍କୁ ପଦରୁ ହଟାଇଛନ୍ତି ସରକାର । ତାଙ୍କ ସ୍ଥାନରେ ନୂଆ ପୋଲିସ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଭୟ । ଏବେ ସେ ହାଇଦ୍ରାବାଦ୍‌ ସ୍ଥିତ ନ୍ୟାସନାଲ ପୋଲିସ୍‌ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ତେବେ ସେ ପଦରେ ଯୋଗ ଦେବା ଯାଏ ବି. କେ. ଶର୍ମାଙ୍କ ସ୍ଥାନରେ ମଧ୍ୟବର୍ତ୍ତୀକାଳୀନ ଡିଜି ଦାୟିତ୍ବ ତୁଲାଇବେ ଜେଲ୍‌ ବିଭାଗର ଡିଜି ଥିବା ସତ୍ୟଜିତ ମହାନ୍ତି । ସତ୍ୟଜିତ୍‌ ମହାନ୍ତିଙ୍କୁ ଗୁଇନ୍ଦା ନିର୍ଦେଶକ ଭାବେ ଦିଆଯାଇଛି ନିଯୁକ୍ତି । ଡିଜିପି ପଦରୁ ଯାଇଥିବା ବି.କେ. ଶର୍ମାଙ୍କୁ ଅଗ୍ନିଶମ ବିଭାଗରୁ ମଧ୍ୟ ବଦଳି କରାଯାଇ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି । Related Posts ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ୮ ଘଣ୍ଟିଆ ବନ୍ଦ ଡାକରା ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ ମୁଁ ରାଜନୀତିରେ ଯୋଗ ଦେଇଥିଲି, ସମସ୍ତ ଗଣମାଧ୍ୟମ ମୋ ପାଇଁ ‘ୱାହ, ୱାହ’ କରୁଥିଲେ, ଏବେ ସବୁକିଛି ବଦଳି ଯାଇଛି: ରାହୁଲ୍ ଗାନ୍ଧୀ
2022-12-04T18:04:43Z
https://www.satyapatha.com/why-dgps-are-not-compliting-their-tenure-non-controversially-in-naveens-regine/
OSCAR-2301
ରାଉରକେଲା,୨୧ା୧(ବ୍ୟୁରୋ): ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ର ଗୋଟିଏ କୋଚ୍‌ରେ ହଠାତ ଧୂଆଁ ବାହାରିଥିଲା । ଝାଡ଼ଖଣ୍ଡର ଚକ୍ରଧରପୁରରୁ ଉକ୍ତ କୋଚ୍‌ରେ ପୋଡ଼ା ଗନ୍ଧ ବାହାରିଥିଲା । ରାଉରକେଲା ରେଳ ଷ୍ଟେସନ ପହଞ୍ଚିବାକୁ ଆଉ ୧୦ କିଲୋମିଟର ବାକି ଥିବା ବେଳେ ସେହି କୋଚ୍‌ର ପ୍ୟାନେଲ ବୋର୍ଡରୁ ହଠାତ ନିଆଁ ବାହାରିବା ସହ ଅତ୍ୟଧିକ ଧୂଆଁରେ ଯାତ୍ରୀମାନେ ଅଣନିଃଶ୍ୱାସୀ ହୋଇ ପଡ଼ିଥିଲେ । ରାଉରକେଲାରେ ଟ୍ରେନ୍‌ ପହଞ୍ଚିବା ପରେ ଉକ୍ତ ପ୍ୟାନେଲ ବୋର୍ଡର ମରାମତି କରାଯାଇଥିଲା ଏବଂ ଦୁଇ ଘଣ୍ଟା ବିଳମ୍ବରେ ପୁଣି ଥରେ ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳକୁ ବାହାରିଥିଲା । ନୂଆଦିଲ୍ଲୀରୁ ଭୁବନେଶ୍ୱର ଯାଉଥିବା ରାଜଧାନୀ ଏକ୍ସପ୍ରେସର କୋଚ୍‌ ନଂ. ବି/୭ର ପ୍ୟାନେଲ ବୋର୍ଡରୁ ପୋଡ଼ା ଗନ୍ଧ ବାହାରିଥିଲା । ଚକ୍ରଧରପୁର ରେଳ ଷ୍ଟେସନ୍‌ରେ ପ୍ୟାନେଲ ବୋର୍ଡକୁ ଟେକ୍ନିସିଆନମାନେ ମରାମତି କରିଥିଲେ । ପରେ ସେଠାରୁ ଟ୍ରେନ୍‌ଟି ରାଉରକେଲା ଅଭିମୁଖେ ଆସୁଥିଲା । ଏକ ଜଙ୍ଗଲିଆ ରାସ୍ତାରେ ଟ୍ରେନ୍‌ଟି ଯାଉଥିବା ବେଳେ ପୁଣି ଥରେ ସେହି ପ୍ୟାନେଲ ବୋର୍ଡରୁ ଧୂଆଁ ବାହାରିବା କ୍ଷଣି ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ । ଜଣେ ଯାତ୍ରୀ ଟ୍ରେନ୍‌ର ଆପତକାଳୀନ ଚେନ୍‌ ଟାଣି ଥିଲେ । ଫଳରେ ସେହି ସ୍ଥାନରେ ଟ୍ରେନ୍‌ଟି ଅଟକି ଯାଇଥିଲା । ଟ୍ରେନ୍‌ର ସୁରକ୍ଷା କର୍ମୀମାନେ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ଧୂଆଁକୁ ନିୟନ୍ତ୍ରଣ କରିବା ପରେ ଟେକ୍ନିସିଆନମାନେ ପୁଣି ଥରେ ମରାମତି କରିଥିଲେ । ରାଉରକେଲା ରେଳ ଷ୍ଟେସନ ପହଞ୍ଚିବାକୁ ପ୍ରାୟ ୧୦ କିଲୋମିଟର ବାକିଥିବା ବେଳେ ସେହି କୋଚ୍‌ର ପ୍ୟାନେଲ ବୋର୍ଡରେ ହଠାତ ବିସ୍ଫୋରଣ ହେବା ସହ ପ୍ରବଳ ଧୂଆଁ ବାହାରିବାରୁ ଯାତ୍ରୀମାନେ ଅଣନିଃଶ୍ୱାସୀ ହୋଇ କୋଚ୍‌ରୁ ବାହାରିବା ଲାଗି ଉଦ୍ୟମ କରିଥିଲେ । ମାତ୍ର ଟ୍ରେନ୍‌ ଚାଲୁଥିବାରୁ ଭୟଭୀତ ହୋଇଥିବା ଯାତ୍ରୀମାନେ ଚିତ୍କାର କରିଥିଲେ । ଅପରାହ୍ନ ୧.୧୫ ମିନିଟ୍‌ ସମୟରେ ରାଉରକେଲାରେ ଟ୍ରେନ୍‌ଟି ପହଞ୍ଚିବା କ୍ଷଣି ରେଳ ବିଭାଗ ଅଧିକାରୀ, ରେଳବାଇ ସୁରକ୍ଷା ବାହିନୀ, ଜିଆରପିର ଅଧିକାରୀ ଓ କର୍ମଚାରୀମାନେ ତୁରନ୍ତ ଟ୍ରେନ୍‌ ନିକଟକୁ ଯାଇ ଉକ୍ତ କୋଚ୍‌ରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିଥିଲେ । ଏହା ପରେ ଟେକ୍ନିସିଆନମାନେ ପ୍ୟାନେଲ ବୋର୍ଡର ମରାମତି କରିଥିଲେ । ଉକ୍ତ ପ୍ୟାନେଲ ବୋର୍ଡକୁ ଠିକ ଭାବେ ମରାମତି କରାଯିବା ପରେ ଟ୍ରେନ୍‌ଟି ଅପରାହ୍ନ ୨ଟା ୧୦ ମିନିଟ୍‌ ସମୟରେ ରାଉରକେଲାରୁ ଛାଡ଼ିଥିଲା । ସେହି କୋଚ୍‌ରେ ଥିବା ୭୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୨ ଜଣଙ୍କୁ ବିଭିନ୍ନ କୋଚକୁ ସ୍ଥାନାନ୍ତର କରାଯାଇଥିଲା । ଟେକ୍ନିସିଆନ ସୁଶାନ୍ତ ହେମ୍ବ୍ରମ୍‌ଙ୍କ କହିବାନୁସାରେ ପ୍ୟାନେଲ ବୋର୍ଡ ଭିତରେ ମୂଷା ପଶି ଯାଇଥିବାରୁ ସର୍ଟସର୍କିଟ ହୋଇଥିଲା । ପୂର୍ବରୁ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ହେଲେ ଚଳନ୍ତା ଟ୍ରେନ୍‌ରେ ମରାମତି କରିବାକୁ ସେମାନେ ମନା କରି ଦେଇଥିଲେ । ଯଦି ପୂର୍ବରୁ ଏହାର ଠିକ ଭାବେ ମରାମତି କରାଯାଇଥାନ୍ତା ତାହା ହେଲେ ଯାତ୍ରୀମାନେ ହଇରାଣ ହରକତ କିମ୍ବା ଭୟଭୀତ ହୋଇନଥାନ୍ତେ । ଯାତ୍ରୀମାନଙ୍କ କହିବା ମୁତାବକ ଟ୍ରେନ୍‌ରେ ରାତିରୁ ମୂଷାମାନଙ୍କ ଉôପାତ ଦେଖିବାକୁ ମିଳିଥିଲା । ରେଳ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏହି ଘଟଣା ଘଟିଛି । ସମ୍ବନ୍ଧିତ ଖବର 1 min read ଏକାମ୍ର ହାଟରେ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨’ଉଦ୍‌ଘାଟିତ; ଡିସେମ୍ବର ୧୪ପର୍ଯ୍ୟନ୍ତ ଚାଲିବ ମେଳା 27/11/2022 at 7:51 PM ଖୋଲିଲା ପ୍ରସିଦ୍ଧ ସିରୁଳି ମହାବିରୀଙ୍କ ଦାନ ହୁଣ୍ଡି ବାକ୍ସ 27/11/2022 at 7:43 PM 1 min read କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା; ଗରିବ ଲୋକଙ୍କ ଖୁସି ମୋର ସବୁଠାରୁ ବଡ଼ ଖୁସି : ମୁଖ୍ୟମନ୍ତ୍ରୀ 27/11/2022 at 7:22 PM ଏବିଭିପି ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ; ଏବିଭିପିର ବିଚାର ହେଉଛି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସୃଜନଶୀଳତା ପରିପ୍ରକାଶ କରିବା : ଧର୍ମେନ୍ଦ୍ର ପ୍ରଧାନ 27/11/2022 at 7:05 PM 1 min read ଏସସିଏସରେ ଏନସିସି ଦିବସ ପାଳିତ ଏବଂ ଏନସିସି ଅଧିକାରୀ ସମ୍ବର୍ଦ୍ଧିତ 27/11/2022 at 6:46 PM ପୁରୀ ସମୁଦ୍ର ବେଳାଭୂମିରେ ଉଡିଲେ ଲକ୍ଷ ଲକ୍ଷ ପ୍ରଜାପତି 27/11/2022 at 3:45 PM ରାଜ୍ୟ ଫେସବୁକରୁ ପ୍ରେମ ପରେ ଯୁବତୀଙ୍କୁ ବ୍ଲାକମେଲ, ରାୟଗଡାରୁ ଅଭିଯୁକ୍ତ ଯୁବକକୁ ଗରିଫ କଲା ପୁଲିସ ତିଗିରିଆ ବ୍ଳକରେ ଡେଙ୍ଗୁ ଆତଙ୍କ, ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା ବେଳାଭୂମି ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆଦ୍ୟ ତାଳସାରି ବିକାଶ ମଞ୍ଚ ଗଠିତ ଅପରାଧ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୧୬ କିଲୋଗ୍ରାମ ସୁନା ଓ ସାଢେ ୩ ଲକ୍ଷ ଟଙ୍କା ଡକାୟତି, ଗଲାବେଳେ ନେଇଗଲେ ମ୍ୟାନେଜରଙ୍କ କାର୍… ପାରସ୍ପରିକ ବିବାଦ ପାଇଁ ଘରେ ପଶି ୩ ଭାଇଙ୍କୁ ଗୁଳିମାରି ହତ୍ୟା କଲେ ଦୁର୍ବୃତ୍ତ, ଗୁରୁତର ୩ ମହିଳା ହସ୍ପିଟାଲରେ ଭର୍ତ୍ତି… ବିଶ୍ବର ୫୦ କୋଟି ହ୍ବାଟସଆପ୍‌ ଆକାଉଣ୍ଟ ଡାଟା ହ୍ୟାକ୍, ଭାରତୀୟ ୟୁଜର ବି ହ୍ୟାକର୍‌ଙ୍କ କବ୍‌ଜାରେ! ଦେଶ- ବିଦେଶ କରୋନା : ଚୀନର ଜିନପିଙ୍ଗ୍ ସରକାର ବିରୋଧରେ ‘ବ୍ଲାଙ୍କ୍‌ ପେପର’ ଅସ୍ତ୍ର , ଲକଡାଉନ୍‌ ବିରୁଦ୍ଧରେ ସଡ଼କକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ‘କଂଗ୍ରେସ ଶାସନ ବେଳେ ଚରମ ସୀମାରେ ଥିଲା ଆତଙ୍କବାଦ; କିନ୍ତୁ ସେମାନେ ମୋତେ ଟାର୍ଗେଟ କରୁଥିଲେ’: ପ୍ରଧାନମନ୍ତ୍ରୀ ମୋଦୀ ଭୋକ ଜ୍ୱାଳାରେ ଡହଳବିକଳ ଆଫଗାନିସ୍ତାନବାସୀ: ଖାଦ୍ୟାଭାବରୁ ପିଲାକୁ ନିଦ ମେଡିସିନ ଖୁଆଉଛି ମା’, ପେଟ ପାଇଁ ବିକୁଛନ୍ତି ଦେହର ଅଙ୍ଗ
2022-11-27T19:27:56Z
https://www.prameya.com/fire-on-rajdhani-express/
OSCAR-2301
ନୂଆଦିଲ୍ଲୀ,୬।୬: ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବେଳେ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟୁଇଟର ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଚରମସୀମାରେ ପହଞ୍ଚତ୍ଛି। ସେତେବେଳେ କୃଷକଙ୍କ ଧାରଣାସ୍ଥଳକୁ ଦିଲ୍ଲୀ ପୋଲିସ କଣ୍ଟକିତ ତାରବାଡ଼ରେ ଘେରିଥିଲା, ଯାହାର ଦୃଶ୍ୟ ଟୁଇଟର ଜରିଆରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲା। କରୋନା ଭାଇରସ୍‌ର ଦ୍ୱିତୀୟ ଲହର ବେଳେ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହୋଇଥିବା ରୋଗୀ ଅକ୍ସିଜେନ ଅଭାବରୁ ମରୁଥିବା ଦୃଶ୍ୟ ମଧ୍ୟ ସର୍ବାଧିକ ଶେୟାର କରାଯାଇଛି ଟୁଇଟରରେ। ସେହିପରି ମହାମାରୀ ସମୟରେ ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣକୁ ବିରୋଧ ସାମାଜିକ ଗଣମାଧ୍ୟମରେ ଛାଇ ହୋଇରହିଥିଲା। କେନ୍ଦ୍ରରେ କ୍ଷମତାସୀନ ଭାଜପା ଏହାକୁ କଂଗ୍ରେସର ଟୁଲକିଟ୍‌ ଆଖ୍ୟାଦେଇ ଟୁଇଟର ଉପରେ ଦୋଷ ଲଦିଥିଲା। ଜବାବରେ ଟୁଇଟର ଭାଜପା ମୁଖପାତ୍ର ସମ୍ବିତ ପାତ୍ରଙ୍କ ପୋଷ୍ଟକୁ ‘ମାନିପୁଲେଟେଡ୍‌ ମିଡିଆ’ର ଟ୍ୟାଗ୍‌ ଦେଇଥିଲା। ମେ’ ୨୪ରେ ଦିଲ୍ଲୀ ପୋଲିସର ୬ ଜଣିଆ ଟିମ୍‌ ଟୁଇଟରର ଗୁରୁଗ୍ରାମ ଓ ଲାଡୋସରାୟ ଅଫିସରେ ପହଞ୍ଚତ୍ବା ପରେ ଏହି ପ୍ଲାଟ୍‌ଫର୍ମ ଅସନ୍ତୋଷ ବ୍ୟକ୍ତ କରିଥିଲା। ଇତିମଧ୍ୟରେ କେନ୍ଦ୍ର ସରକାର ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ପାଇଁ ନୂଆ ଆଇନ ଆଣିଥିବାବେଳେ ଟୁଇଟର ବ୍ୟତୀତ ଅନ୍ୟ ସାଇଟ୍‌ଗୁଡ଼ିକ ଏହାକୁ ମାନିବାକୁ ରାଜି ହୋଇଛନ୍ତି। ଗତ ୨୭ ତାରିଖରେ ଟୁଇଟର ଡିଜିଟାଲ ନିୟମଗୁଡ଼ିକ ଉପରେ ଆପତ୍ତି ଉଠାଇ ଏହା ‘ଅଭିବ୍ୟକ୍ତି ସ୍ବାଧୀନତା ପାଇଁ ବିପଦ’ ବୋଲି ଦର୍ଶାଇଥିଲା। ଫଳରେ ଟୁଇଟର ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରକୁ ବଦନାମ କରିବା ପାଇଁ ଉଦ୍ୟମ ଚଳାଇଥିବା କେନ୍ଦ୍ର ସରକାର ସମାଲୋଚନା କରିଥିଲେ। ଶନିବାର କେନ୍ଦ୍ର ପକ୍ଷରୁ ଟୁଇଟରକୁ ଶେଷ ନୋଟିସ ପଠାଯିବା ସହ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ନୂଆ ସୂଚନା ପ୍ରଯୁକ୍ତି ନିୟମାବଳୀ, ୨୦୨୧ ଅନୁପାଳନ କରିବା ଲାଗି କେନ୍ଦ୍ର ସରକାର ଶନିବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟୁଇଟରକୁ ଚୂଡ଼ାନ୍ତ ନୋଟିସ ପଠାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପଠାଇଥିବା ନୋଟିସ୍‌ରେ କୁହାଯାଇଛି, ମନ୍ତ୍ରଣାଳୟ ପୂର୍ବରୁ ଯେଉଁ ଚିଠିଗୁଡ଼ିକ ପଠାଇଥିଲା ସେଥିରେ ଟୁଇଟରର ଜବାବ ନୈରାଶ୍ୟଜନକ। ଏହା ମନ୍ତ୍ରଣାଳୟକୁ ନା ସ୍ପଷ୍ଟୀକରଣ ଦେଇଛି, ନା ନିୟମାବଳୀ ସମ୍ପୂର୍ଣ୍ଣ ଅନୁପାଳନ କରିବ ବୋଲି ସୂଚାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟୁଇଟର ଜବାବରେ ମୁଖ୍ୟ କମ୍ପ୍ଲିଆନ୍ସ ଅଫିସରଙ୍କ ସମ୍ପର୍କରେ ସବିଶେଷ ସୂଚନା ଦେଇନାହିଁ। ଜଣେ କମ୍ପ୍ଲିଆନ୍ସ ଅଫିସରଙ୍କ ସମେତ କମ୍ପାନୀର ଜଣେ କର୍ମଚାରୀଙ୍କୁ ଗ୍ରିଭାନ୍ସ ଅଫିସର ଏବଂ ଅନ୍ୟ ଜଣେ ନୋଡାଲ କଣ୍ଟାକ୍ଟ ପର୍ସନ ନିଯୁକ୍ତି କରିବା ଲାଗି କେନ୍ଦ୍ର ସରକାର ଉକ୍ତ ମାଇକ୍ରୋ-ବ୍ଲଗିଂ ପ୍ଲାଟ୍‌ଫର୍ମକୁ ନିର୍ଦ୍ଦେଶ ଦେଇଥିଲେ। ସଦ୍ଦିଚ୍ଛା ପୂର୍ବକ ଟୁଇଟରକୁ ଶେଷ ନୋଟିସ୍‌ ପଠାଯାଇ ତୁରନ୍ତ ନିୟମାବଳୀ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଅନୁପାଳନ ନ କଲେ ଟୁଇଟର ଆଇଟି ଆଇନରେ ଥିବା ଉତ୍ତରଦାୟିତ୍ୱ କ୍ଷମା ପାଇବା ସୁଯୋଗ ହରାଇବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଡିଜିଟାଲ ମିଡ଼ିଆ ପାଇଁ ସରକାରଙ୍କ ନୂଆ ଆଇଟି ନିୟମାବଳୀକୁ ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ଅନୁପାଳନ କରିବାକୁ ପଡ଼ିବ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ କହିଥିଲେ। ଟୁଇଟର ନିୟମାବଳୀ ପାଳନ କରିବା ସହ ଆବାସିକ ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିଥିବା କୋର୍ଟଙ୍କୁ ଜଣାଇଥିଲା ଓ ପିଟିଶନର ଜବାବ ରଖିବ ବୋଲି କହିଥିଲା। କିନ୍ତୁ କେନ୍ଦ୍ର ସରକାର ଉକ୍ତ ଦାବିକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ନୂଆ ଡିଜିଟାଲ ନିୟମାବଳୀ ଅନୁଯାୟୀ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଏବଂ ଟୁଇଟର ଭଳି ସୋସିଆଲ ମିଡିଆ କମ୍ପାନୀକୁ ମେସେଜଗୁଡ଼ିକର ସୃଷ୍ଟିକର୍ତ୍ତାଙ୍କୁ ୩୬ ଘଣ୍ଟା ମଧ୍ୟରେ ଚିହ୍ନଟ କରିବା ସହ ମୁଖ୍ୟ କମ୍ପ୍ଲିଆନ୍ସ ଅଫିସର, ଯୋଗାଯୋଗ ପାଇଁ ନୋଡାଲ ଅଫିସର ଏବଂ ଆବାସିକ ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିବା ଲାଗି କୁହାଯାଇଥିଲା। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଜାତୀୟ View All କଂଗ୍ରେସର ଟୁଇଟର ଆକାଉଣ୍ଟ ବନ୍ଦ ଲାଗି ନିର୍ଦ୍ଦେଶ ବେଙ୍ଗାଲୁରୁ,୭।୧୧: କଂଗ୍ରେସର ଟୁଇଟର ଆକାଉଣ୍ଟ ସାମୟିକ ଭାବେ ବନ୍ଦ କରିବା ଲାଗି ବେଙ୍ଗାଲୁରୁର ଏକ ଅଦାଲତ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ... ଯାତ୍ରା ହେବ ସୁରକ୍ଷିତ: ଟ୍ରେନ୍‌ରେ ଲାଗିବ ବ୍ଲାକ୍‌ ବକ୍ସ୍‌ ନୂଆଦିଲ୍ଲୀ,୨୫।୭: ଟ୍ରେନ୍‌ ଯାତ୍ରାକୁ ସୁରକ୍ଷିତ କରିବା ଲାଗି ସରକାରଙ୍କ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏଣିକି ପ୍ରତି ଟ୍ରେନ୍‌ରେ ବିମାନ ଭଳି ବ୍ଲାକ୍‌ ବକ୍ସ୍‌... ବାଳିକାଙ୍କୁ ସାଣ୍ଡାଲ ପିନ୍ଧାଇଲେ ରାହୁଲ, ଭିଡ଼ିଓ ଭାଇରାଲ … ହରିପାଦ, ୧୮।୯ : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରା ରବିବାର କେରଳର ହରିପାଦରୁ ଆରମ୍ଭ ହୋଇଛି। ଏଥିରେ ଶତାଧିକ ଦଳର କର୍ମୀ... ସୋନିଆ-ମନମୋହନଙ୍କୁ ଭେଟିଲେ ହସିନା ନୂଆଦିଲ୍ଲୀ,୬।୧୦: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରବିବାର ଭେଟିଛନ୍ତି। ଏହା ସହିତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ... ଡିସେମ୍ବର ୧୪ରୁ ଦଶମ, ଦ୍ୱାଦଶ ଶିକ୍ଷାର୍ଥିଙ୍କ ପାଇଁ ଖୋଲିବ ସ୍କୁଲ: କରୋନା ଯାଞ୍ଚ ପରେ କ୍ଲାସକୁ ଯିବାକୁ ମିଳିବ ଅନୁମତି ଚଣ୍ଡିଗଡ଼,୧୦।୧୨: କରୋନା ମହାମାରୀ ମଧ୍ୟରେ ହରିଆଣାରେ ପୁଣିଥରେ ଡିସେମ୍ବର ୧୪ରୁ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର... ୭୮ଟି ଲୋକ ସଭା ଆସନ ହାର୍‌ଜିତ୍‌ରେ ଗ୍ରହଣ କରିବ ନିର୍ଣ୍ଣାୟକ ଭୂମିକା ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ତେବେ ଫଳ ପ୍ରକାଶ ପୂର୍ବରୁ ହାର୍‌ଜିତ୍‌ ନେଇ ଅଙ୍କକଷା ଜୋର୍‌ ଧରିଛି। ଚଳିତ ନିର୍ବାଚନରେ... ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଖଲ କଲେ ବିନୟ ନୂଆଦିଲ୍ଲୀ,୯।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ ମଙ୍ଗଳବାର ଜାରି କରାଯିବା ପରେ ଗୁରୁବାର ଏମାନଙ୍କ ମଧ୍ୟରୁ ଦୋଷୀ ବିନୟ... ଭାରତ-ଚାଇନା ସୀମା ବିବାଦକୁ ନେଇ ହେବ କଥାବାର୍ତ୍ତା ନୂଆଦିଲ୍ଲୀ,୧୨ ।୧୦: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢି ଚାଲିଛି । ଉଭୟ ସୀମାରେ ସେନା ମୁତୟନ ରହିଛନ୍ତି । ଏହାକୁ ନେଇ ଖୁବ୍... Archives Archives Select Month November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017
2022-11-27T08:53:45Z
https://www.dharitri.com/twitter-center-cold-war/
OSCAR-2301
ସାମଂଥା ଓ ନାଗା ଚୈତନ୍ୟଙ୍କ ସମ୍ପର୍କ ପୁଣି ଥରେ ଚର୍ଚାରେ, ଅଭିନେତ୍ରୀ ଚେତାବନୀ ଦେଇ କହିଲେ ମୋର ଚୁପକୁ ମୋର କମଜୋରୀ .. - Truthink Skip to content Sunday, December 04, 2022 Truthink Menu ରାଜ୍ୟ ଦେଶବିଦେଶ ଅପରାଧ ଭାଇରାଲ ରାଜନୀତି ସିନେମା ଖେଳ ଜୀବନଚର୍ଯ୍ୟା Search for: ସାମଂଥା ଓ ନାଗା ଚୈତନ୍ୟଙ୍କ ସମ୍ପର୍କ ପୁଣି ଥରେ ଚର୍ଚାରେ, ଅଭିନେତ୍ରୀ ଚେତାବନୀ ଦେଇ କହିଲେ ମୋର ଚୁପକୁ ମୋର କମଜୋରୀ .. ସିନେମା April 23, 2022 April 23, 2022 Truthink ସେୟାର କରନ୍ତୁ ମୁମ୍ବାଇ : ପୁଷ୍ପା ଫେମ ସାଉଥ ସୁପରଷ୍ଟାର ସାମଂଥା ରୁଥ ପ୍ରଭୁ ସେଇ ଷ୍ଟାରସରେ ଅଟନ୍ତି ଯିଏ ପ୍ରଫେସନାଲ ଜୀବନ ସହିତ ପର୍ସନାଲ ଜୀବନକୁ ନେଇ ଖୁବ ଚର୍ଚାରେ ରୁହନ୍ତି । ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବାପରେ ପ୍ରାୟ ସବୁ ସମୟରେ ଅଭିନେତ୍ରୀ ନିଜ ଜିବନକୁ ନେଇ ଖବରର ହେଡଲାଇନ୍ସ ରେ ରହୁଛନ୍ତି । ପୁଣି ଥରେ ସେପରି ଦେଖିବାକୁ ମିଳୁଛି । ବାସ୍ତବରେ, ସାମଂଥା ଏବେ ନିଜ ଟୁଇଟର ଆକାଉଣ୍ଟ ରେ ଏପରି ଟୁଇଟ କରିଛନ୍ତି, ଯାହା ସାମ୍ନାକୁ ଆସିଲାପରେ ସୋସିଆଲ ମିଡିଆରେ ହଡ଼କମ୍ପ ମଚିଯାଇଛି । ନିଜ ଟୁଇଟରେ ସେ ଲେଖିଛନ୍ତି, ମୋର ଚୁପିକୁ ମୋର ଇଗ୍ନୋରେନ୍ସ ବୁଝିବାର ଭୁଲ କେବେବି କରନାହିଁ । ମୋର ଶାନ୍ତ ସ୍ୱଭାବକୁ ମୋର ମଞ୍ଜୁରୀ ବୁଝନାହିଁ । ମୋର ବିନମ୍ରତାକୁ ମୋର କମଜୋରୀ ବୁଝନାହିଁ । ଏତିକି ନୁହେ ଏହାପରେ ସେ ଅନ୍ୟ ଏକ ଟୁଇଟ କରିଛନ୍ତି, ଯେଉଁଥିରେ ଲେଖିଛନ୍ତି, ବନମ୍ରତାର ଏକ୍ସପାରି ଡେଟ ହୋଇପାରେ ।ଏ ବେ ଫ୍ୟାନ ମାନଙ୍କ ମଧ୍ୟରେ ଅଭିନେତ୍ରୀଙ୍କ ଏହି ଟୁଇଟ ଖୁବ ଭାଇରାଲ ହେଉଛି । Kindness can have an expiry date ☺️#JustSaying https://t.co/UDc40uaLpv — Samantha (@Samanthaprabhu2) April 22, 2022 ସାମଂଥା କାହାର ନାମ ନନେଇ ଏପରି କଥା କହି ଇଣ୍ଟରନେଟରେ ଲୋକଙ୍କ ମନରେ ପ୍ରଶ୍ନ ଠିଆ କରିଛନ୍ତି । ହେଲେ ସେ କାହାର ନାମ ନେଇ ନାହାନ୍ତି କିନ୍ତୁ ପୂର୍ବ କିଛି ଦିନର ତାଙ୍କ ନିଜ ଜୀବନକୁ ଦେଖି ଲୋକ ଏହି ଅନୁମାନ ଲଗାଉଛନ୍ତି ଯେ ଏହି ଚେତାବନୀ ତାଙ୍କ ପୂର୍ବ ସ୍ୱାମୀ ଙ୍କ ପାଇଁ ଅଟେ । ବତାଇ ଦେଉଛୁ କି ଏବେ ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବାହାଘରର ଖବର ବହୁତ ଚର୍ଚାରେ ରହିଥିଲା । ହେଲେ ପରେ ଫିଲ୍ମ ଷ୍ଟାର ଏହି ରିପୋର୍ଟକୁ ବକବାସ କହିଥିଲେ । ଏହା ପୂର୍ବରୁ ସାମ୍ନାକୁ ଆସିଥିବା ଖବର ଅନୁସାରେ ଅଭିନେତ୍ରୀ ନାଗା ଚୈତନ୍ୟଙ୍କୁ ନିଜର ବାହାଘରର ଯୋଡ଼ା ପୁଣି ଫେରାଇ ଦେଇଥିଲେ । ନିଜ ବାହାଘରରେ ସାମଂଥା ଦାଦି ସାସର ଶାଢ଼ୀ ପିନ୍ଧିଥିଲେ, ଯାହାକୁ ତଲାକ ପରେ ଲେଉଟାଇ ଦେଇଥିଲେ । କାର୍ଯ୍ୟର କଥା କହିବା ତ, ସାମଂଥା ଏବେ ନିଜର ଆସୁଥିବା ଫିଲ୍ମ ଯଶୋଦା’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ତାଙ୍କ ପାଖରେ ବହୁତ ପ୍ରୋଜେକ୍ଟସ ଅଛି । ସାଉଥ ଫିଲ୍ମରେ କମାଲ କରିବା ପରେ ଏବେ ବଲିଓଡ଼ରେ ପାଦ ରଖିବାକୁ ଯାଉଛନ୍ତି । ସେୟାର କରନ୍ତୁ Post navigation ଗରମ ସାଙ୍ଗକୁ ଗୁଳୁଗୁଳି, ଆଗକୁ ଆହୁରି ବଢିବ ପାରଦ ଅମୀର ଖାନ କ୍ରିକେଟ ଖେଳୁ ଖେଳୁ କରିଦେଲେ ଘୋଷଣା, କହିଲେ – 28 ଏପ୍ରିଲରେ ମୁଁ ତୁମକୁ କାହାଣୀ ଶୁଣାଇବି Related Posts Sardar Udham Trailer Out: ଦମଦାର ଭୂମିକାରେ ବିକି କୌଶଲ, ମିନିଣ୍ଟିରେ ହେଲା ଭାଇରଲ September 30, 2021 September 30, 2021 Truthink ଅଭିନେତା ବୋମନ ଇରାନୀ ନିର୍ଦେଶନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି December 2, 2019 December 2, 2019 Truthink ପତିଙ୍କ ସାଥିରେ ଜମକର ମଜା ନେଉଛନ୍ତି ବିପଶା,ଭାଇରଲ ହେଲା ବିଚର ଫଟୋ January 4, 2020 January 4, 2020 Truthink ପପୁଲାର ‘MCC ଚ୍ୟାଲେଞ୍ଜ ଟ୍ରଫି’: ମୁକ୍ତାପସିକୁ ହରାଇ ବାରିହାପୁର ଚମ୍ପିୟାନ ବରିଷ୍ଠ ନାଗରିକ ପରିଷଦର 14 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ମୃତ୍ୟୁ ହୋଇ ଆସିଲା ଟ୍ରେନ୍, କିନ୍ତୁ ମହିଳା ଜଣଙ୍କ ଫୋନରେ କଥା ହେବା ବନ୍ଦ କରିନଥିଲେ, ଦେଖନ୍ତୁ ବିପଦଜନକ ଭାଇରାଲ୍ ଭିଡିଓ Poster : Pathaan ପାଇଁ ତୁମର ସିଟ୍ ବେଲ୍ଟକୁ ବାନ୍ଧି ହୋଇଯାନ୍ତୁ ପ୍ରସ୍ତୁତ, କାରଣ … ଆମୀର ଖାନଙ୍କ ସୁପରହିଟ୍ ଫିଲ୍ମକୁ କାହିଁକି ଛାଡିଥିଲେ ଏହି ଅଭିନେତା, ଏହାର କାରଣ ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ ଆଜି ହେଉଛି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ, ଜାଣନ୍ତୁ ଏହାକୁ ପାଳନ କରିବାର କାରଣ ଏବଂ ବାୟୁ ପ୍ରଦୂଷଣକୁ ହ୍ରାସ କରିବାର ଉପାୟ ନିଜର ଗ୍ଲାମରସ୍ ଆକ୍ଟ ଦ୍ୱାରା ପ୍ରଥମ ଫିଲ୍ମରେ ଛାଇ ଯାଇଥିବା ଏହି ଅଭିନେତ୍ରୀମାନଙ୍କ କିଛି ଦିନ ପରେ ଶେଷ ହୋଇଯାଇଥିଲା କ୍ୟାରିୟର୍
2022-12-04T15:51:36Z
https://www.truthink.in/2022/04/23/%E0%AC%B8%E0%AC%BE%E0%AC%AE%E0%AC%82%E0%AC%A5%E0%AC%BE-%E0%AC%93-%E0%AC%A8%E0%AC%BE%E0%AC%97%E0%AC%BE-%E0%AC%9A%E0%AD%88%E0%AC%A4%E0%AC%A8%E0%AD%8D%E0%AD%9F%E0%AC%99%E0%AD%8D%E0%AC%95-%E0%AC%B8/
OSCAR-2301
ପ୍ରିଜମ ନ୍ୟୁଜ ବ୍ୟୁରୋ: ବେସରକାରୀ ସଂସ୍ଥାରେ ଚାକିରି କରିବାକୁ ହେଲେ ଅନେକ ଆହ୍ବାନର ସାମ୍ନା କରିବାକୁ ପଡିଥାଏ । ଏହି କ୍ଷେତ୍ରରେ ସବୁଠାରୁ କଷ୍ଟକର ବିଷୟ ହେଉଛି… Ganjam Post Bureau September 28, 2022 ଓଡ଼ିଶା ଆହୁରି ୫ ଦିନ ବର୍ଷିବ, ସୋମବାର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ପ୍ରିଜମ ନ୍ୟୁଜ ବ୍ୟୁରୋ: ଲଘୁଚାପ ପାଇଁ ରାଜ୍ୟରେ ଲାଗି ରହିଛି ବର୍ଷା। ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବର୍ଷା ଜାରି ରହିବ…
2022-11-30T21:20:14Z
https://ganjampost.in/?rb-etemplate=blog-template
OSCAR-2301
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁରରେ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ଅକ୍ଟୋବର ୨୪ ତାରିଖ ଦିନ ଓଡ଼ିଶାର ଜନଜାତି ସଂପ୍ରଦାୟଙ୍କର ଦେଶୀୟ ଜ୍ଞାନକୌଶଳରେ ଖାଦ୍ୟସଂଗ୍ରହ ପଦ୍ଧତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ଓଡ଼ିଶାରେ ବିବିଧ ଜନଜାତି ସଂପ୍ରଦାୟ ବସବାସ କରିଥା’ନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଜନଜାତି ସଂପ୍ରଦାୟ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ସେହି ପରିବେଶରେ ମିଳୁଥିବା ପ୍ରାକୃତିକ ସଂପଦ ଉପରେ ନିର୍ଭର କରିଥା’ନ୍ତି । ସେମାନେ କୃଷିକୁ ଜୀବିକା ଭାବେ ଗ୍ରହଣ କରିଥା’ନ୍ତି । ଜନଜାତିମାନେ ବିଭିନ୍ନ ପ୍ରକାରର କୃଷି ପଦ୍ଧତିକୁ ଆପଣେଇଥା’ନ୍ତି । ପୋଡ଼ୁଚାଷ ସହିତ ଉଦ୍ୟାନକୃଷି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଶିକାର ଓ ମାଛ ଧରିବାକୁ ସେମାନେ ବୃତ୍ତି ଭାବେ ଗ୍ରହଣ କରିଥା’ନ୍ତି । ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଫଳ, ପତ୍ର, ଖାଦ୍ୟ ଉପଯୋଗୀ ଫୁଲ, କୀଟ, ଛତୁ ଓ ଆଳୁକୁ ଜନଜାତିମାନେ ଖାଦ୍ୟ ଭାବେ ଗ୍ରହଣ କରିଥା’ନ୍ତି । ବିଭିନ୍ନ ପ୍ରକାରର ଜଙ୍ଗଲୀ ମୂଳ ଓ ଆଳୁ ରହିଛି । ସେଗୁଡ଼ିକ ମଧ୍ୟରୁ କେତେକ ମାଟିର ଉପରି ଭାଗରେ ଏବଂ ଆଉ କେତେକ ମାଟି ତଳୁ ଖୋଳା ଯାଇ ସଂଗ୍ରହ କରାଯାଇଥାଏ । ଜନଜାତିମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ଜଙ୍ଗଲୀ ମୂଳ ଓ ଆଳୁ ଅତ୍ୟନ୍ତ ପୁଷ୍ଟିକର ଅଟେ । ଜନଜାତି ସଂପ୍ରଦାୟ ଏହାକୁ ନିଆଁରେ ଭାଜି, ସିଝାଇ କିମ୍ବା ତରକାରି ରୂପେ ପ୍ରସ୍ତୁତ କରିଥା’ନ୍ତି । ଏହି ଚଳଚ୍ଚିତ୍ରରେ ବିଭିନ୍ନ ଜନଜାତିମାନେ କିପରି ମୂଳଗୁଡ଼ିକୁ ସଂଗ୍ରହ ଓ ପ୍ରକ୍ରିୟାକରଣ କରି ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି ସେ ବିଷୟରେ ଦର୍ଶକମାନେ ଜାଣିପାରିବେ । Facebook Twitter Telegram WhatsApp Email Print Previous articleଓଡ଼ିଶାର ସର୍ବଶ୍ରେଷ୍ଠ ପ୍ରଦର୍ଶନ Next articleପଞ୍ଚାୟତ ପରେ ପୌର ନିର୍ବାଚନ Tathya Correspondent RELATED ARTICLESMORE FROM AUTHOR General ବିଧାନସଭା ଅଧିବେଶନ ବେଳେ ଆନ୍ଦୋଳନ ଋତୁ General ଖାଦ୍ୟ ସୁରକ୍ଷା ଅପେକ୍ଷାରେ ୧.୩୪ଲକ୍ଷ ଆବେଦନକାରୀ Agriculture ଅଣଧାନ ବିହନ ବିକ୍ରି ନଗଣ୍ୟ General ଆହାର କେନ୍ଦ୍ରର ମୂଲ୍ୟାୟନ କରାଯିବ Excise ଅବକାରୀ ଅଧିକାରୀଙ୍କୁ ଆଇନ ତାଲିମ Disclaimer Privacy Advertisement Contact Us Website byCITSPL MORE STORIES Culture ଆଦିବାସୀ ମେଳା ଦେଖିବାକୁ ପଞ୍ଜିକରଣ ଜରୁରୀ Tathya Correspondent - January 24, 2021 0 ଭୁବନେଶ୍ୱର : ଚଳିତବର୍ଷ ଆଦିବାସୀମେଳା ବୁଲି ଦେଖିବାପାଇଁ ଦର୍ଶକମାନଙ୍କୁ ନିଜର ପଞ୍ଜିକରଣ କରିବାକୁ ପଡିବ । ଏଥିପାଇଁ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିବେ କିମ୍ବା ମେଳା ଆୟୋଜନ ହେଉଥିବା ଆଦିବାସୀପଡିଆ ଫାଟକ...
2022-11-30T20:08:03Z
https://tathya.in/%E0%AC%AD%E0%AC%B0%E0%AD%8D%E0%AC%9A%E0%AD%81%E0%AC%86%E0%AC%B2%E0%AD%8D%E2%80%8C-%E0%AC%9F%E0%AD%81%E0%AC%B0%E0%AC%B0%E0%AD%87-%E0%AC%9C%E0%AC%A8%E0%AC%9C%E0%AC%BE%E0%AC%A4%E0%AC%BF%E0%AC%99%E0%AD%8D/
OSCAR-2301
କଟକ,୨ା୨(ବ୍ୟୁରୋ): ଗାଡ଼ି ଫିଟ୍‌ନେସ୍‌, ଡ୍ରାଇଭିଂ ଲର୍ନିଂ ଲାଇସେନ୍ସ, ରୁଟ୍‌ ପରମିଟ୍‌ ଭଳି ରେକର୍ଡପତ୍ର ଆଉ ଛାପା କାଗଜରେ ନେବାକୁ ପଡ଼ିବ ନାହିଁ । ଏଥିପାଇଁ ଗାଡ଼ି ମାଲିକ, ଗାଡ଼ି ଚାଳକଙ୍କୁ ଟଙ୍କା ମଧ୍ୟ ଦେବାକୁ ପଡ଼ିବ ନାହିଁ । ଏଭଳି ସମସ୍ତ ରେକର୍ଡପତ୍ର ଏଣିକି କେବଳ ଇଣ୍ଟରନେଟ୍‌ ଜରିଆରେ ଉପଲବ୍‌ଧ ହେବ । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଏଣିକି କାଗଜଛପା ରେକର୍ଡପତ୍ର ବନ୍ଦ ହୋଇଗଲା । କାଗଜ ପ୍ରିଣ୍ଟିଂ ରେକର୍ଡପତ୍ର (ପେପର୍‌ ଡକ୍ୟୁମେଣ୍ଟ) ବନ୍ଦ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) କମିସନ୍‌ଙ୍କ ପ୍ରସ୍ତାବ ଉପରେ ରାଜ୍ୟ ସରକାର ମୋହର ମାରିଛନ୍ତି । ଏଭଳି କାଗଜପତ୍ର ପାଇଁ ପ୍ରତି ବର୍ଷ ଲୋକଙ୍କ ପକେଟରୁ ପ୍ରାୟ ୨୬ କୋଟି ଟଙ୍କା ଯାଉଥିଲା । ଏହି ସେବା ଯୋଗାଇ ଦେଉଥିବାରୁ ଏକ ଘରୋଇ ସଂସ୍ଥା ପକେଟ୍‌କୁ ଏତକ ଟଙ୍କା ଯାଉଥିଲା । ପୂର୍ବରୁ ପରମିଟ୍‌, ଫିଟ୍‌ନେସ୍‌ ଏବଂ ଲର୍ନିଂ ଲାଇସେନ୍ସ ଆଦି ପେପର ଡକ୍ୟୁମେଣ୍ଟ ଲାଗି ୨୦ ଟଙ୍କା ଲେଖାଏଁ ନିଆଯାଇଥାଏ । କିନ୍ତୁ ରାଜ୍ୟ ସରକାର ଏହିସବୁ ଗାଡ଼ି କାଗଜପତ୍ରକୁ ଆସନ୍ତା ୪ ତାରିଖଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଛନ୍ତି । କୌଣସି ଗାଡ଼ି ଚାଳକଙ୍କୁ ଏହି କାଗଜପତ୍ର ନେବାଲାଗି କେହି ବାଧ୍ୟ କରିପାରିବେ ନାହିଁ । ଗାଡି଼ ଚାଳକ ଯଦି ଚାହାନ୍ତି ତେବେ ଏହି କାଗଜପତ୍ରକୁ ଇଣ୍ଟରନେଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ । ତେବେ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‌ (ଆର୍‌ସି) ଓ ଡ୍ରାଇଭିଂ ଲାଇସେନ୍ସ ପୂର୍ବ ଭଳି ସିକ୍ୟୁରିଟାଇଜଡ୍‌ ହୋଲୋଗ୍ରାମ୍‌ ଭିତ୍ତିକ କାଗଜରେ ଦିଆଯିବ । ଗାଡ଼ି ସହିତ ପରମିଟ୍‌, ଫିଟ୍‌ନେସ୍‌ ଏବଂ ଲର୍ନିଂ ଲାଇସେନ୍ସର କାଗଜପତ୍ର ଦେବାକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଗୋଟିଏ ପଟେ ଏହି କାଗଜପତ୍ରକୁ ହାଇକୋର୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲାବେଳେ ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ଏହି କାଗଜପତ୍ର ଗାଡି଼ ସହିତ ଦିଆଯିବା ବାଧ୍ୟତାମୂଳକ ହେବ ନାହିଁ ବୋଲି କହିଥିଲେ । ଏହାସତ୍ତେ୍ୱ ପ୍ରତ୍ୟେକ ଆରଟିଓଙ୍କ କାର୍ଯ୍ୟାଳୟରେ ଏଭଳି ଡକ୍ୟୁମେଣ୍ଟ କାଗଜପ୍ରିଣ୍ଟିଂ କରି ଦିଆଯାଉଥିଲା । ତେବେ ଏଭଳି ପେପର ଡକ୍ୟୁମେଣ୍ଟ ବନ୍ଦ କରିବା ନେଇ ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା । ରାଜ୍ୟ ସରକାର କମିସନରଙ୍କ ଏହି ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି । ବର୍ଷକୁ ଏହି କାଗଜପତ୍ର ନାଁରେ ପ୍ରାୟ ୨୬ କୋଟି ଟଙ୍କା ଆଦାୟ କରାଯାଉଥିଲା । ୨୦୦୬ ସେପ୍ଟେମ୍ବରରେ ରାଜ୍ୟ ସରକାର ପରିବହନ ବିଭାଗରେ ଇ-ଗର୍ଭନାନ୍ସ ଆରମ୍ଭ କରିଥିଲେ । ଏଥିପାଇଁ ବିଶ୍ୱସ୍ତରୀୟ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଯେଉଁଥିରେ ଭାଗନେଇ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀ ଏହି ଟେଣ୍ଡର ହାତେଇବାରେ ସକ୍ଷମ ହୋଇଥିଲା । ଏହି କମ୍ପାନୀ ଇ-ଗଭର୍ଣ୍ଣାନ୍ସ ଦାୟିତ୍ୱ ନେବା ସମୟରେ ରାଜ୍ୟ ସରକାରଙ୍କ ସହ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଗାଡି କିଣାବିକା ସମୟରେ ଯେଉଁ ଚିପ୍‌ସ ଦିଆଯିବ ତାହା ସହ ପେପର ଡକ୍ୟୁମେଣ୍ଟ ମଧ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଅର୍ଥାତ ଚିପ୍‌ସ୍‌ ସହ ଜଣେ ଗାଡି କ୍ରେତାଙ୍କୁ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‌ (ଆର୍‌ସି), ପରମିଟ୍‌, ଫିଟ୍‌ନେସ୍‌, ଡିଏଲ୍‌, ଲର୍ନିଂ ଲାଇସେନ୍ସ ଲାଗି କାଗଜର ରେକର୍ଡପତ୍ର ଦିଆଯାଇଥାଏ । ତେବେ ଏହାକୁ ସିକ୍ୟୁରିଟାଇଜଡ୍‌ ହୋଲୋଗ୍ରାମ୍‌ ଭିତ୍ତିକ କାଗଜରେ କରିବାକୁ କୁହାଯାଇଥିଲା । କିନ୍ତୁ କିଛିଦିନ ପରେ ପରମିଟ୍‌, ଫିଟ୍‌ନେସ୍‌, ଲର୍ନିଂ ଲାଇସେନ୍ସ ଭଳି ଡକ୍ୟୁମେଣ୍ଟ ବିନା ସିକ୍ୟୁରାଟାଇଜଡ୍‌ ପେପରରେ ଆଦାୟ କରାଗଲା । ୨୦୦୭ ମସିହାରେ ଚିପ୍‌ସ୍‌ ସହ ଏହି ପେପରର ବ୍ୟବହାରକୁ ବିରୋଧ କରି ହାଇକୋର୍ଟରେ ବସ୍‌ ମାଲିକ ସଂଘ ଏକ ମାମଲା ରୁଜୁ କରିଥିଲେ । ଏଥିରେ ବସ୍‌ ମାଲିକ ସଂଘ ପକ୍ଷରୁ ଦର୍ଶାଯାଇଥିଲା ଯେ, ସେମାନେ ଚିପସ୍‌ ନେଉଛନ୍ତି । ଏହାପରେ ଆଉ ପେପର୍‌ ଡକ୍ୟୁମେଣ୍ଟ କ’ଣ ପାଇଁ ନେବେ । ଏଥିପାଇଁ ସେମାନଙ୍କୁ ଅଯଥା ଅଧିକ ଅର୍ଥ ଦେବାକୁ ପଡୁଛି । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଚିପସ୍‌ ଦେବା ପରେ ପେପର୍‌ ଡକ୍ୟୁମେଣ୍ଟର କୌଣସି ଆବଶ୍ୟକତା ନଥିବା ଉପଲ୍‌ବଧି କରି ରାଜ୍ୟ ସରକାର ଏହାକୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜ୍ୟ ସରକାର ଗାଡ଼ି ମାଲିକଙ୍କୁ ଚିପସ୍‌ ସହ ପେପର୍‌ ଡକ୍ୟୁମେଣ୍ଟ ଦିଆଯିବା ବାଧ୍ୟତାମୂଳକ ନୁହେଁ ବୋଲି ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ ଏହାସତ୍ତେ୍ୱ ଏହି କମ୍ପାନୀ ପକ୍ଷରୁ ଗାଡି ମାଲିକଙ୍କୁ ପେପର ଡକ୍ୟୁମେଣ୍ଟ ନାମରେ ଅର୍ଥ ଆଦାୟ କରାଯାଉଥିଲା । ଏକ ଆକଳନରୁ ଜଣାପଡ଼ିଛି ଯେ, ବର୍ଷକୁ ରାଜ୍ୟରେ ୭ ଲକ୍ଷ ଲର୍ନିଂ ଲାଇସେନ୍ସ ପାଇଁ ଆବେଦନ ହେଉଛି । ସେହିପରି ସାଢେ ୪ ଲକ୍ଷ ଫିଟ୍‌ନେସ୍‌ ଏବଂ ଦେଢ଼ ଲକ୍ଷ ପରମିଟ୍‌ ପାଇଁ ଆବେଦନ ହେଉଛି । ପ୍ରତି କାଗଜ ଲାଗି ଜଣେ ବ୍ୟକ୍ତିଙ୍କୁ ୨୦ ଟଙ୍କା ଦେବାକୁ ହେଲେ ମୋଟ୍‌ ୧୩ ଲକ୍ଷ କାଗଜ ଲାଗି ବର୍ଷକୁ ୨୬ କୋଟି ଟଙ୍କା ଆଦାୟ କରାଯାଉଥିଲା । ରାଜ୍ୟ ସରକାରଙ୍କ ଏହି ନୂଆ ନିଷ୍ପତ୍ତି ଫଳରେ ସାଧାରଣ ଲୋକେ ଅର୍ଥ ଶୋଷଣରୁ ବଞ୍ଚିତ ହେବେ । ସମ୍ବନ୍ଧିତ ଖବର 1 min read କରୋନା : ଚୀନର ଜିନପିଙ୍ଗ୍ ସରକାର ବିରୋଧରେ ‘ବ୍ଲାଙ୍କ୍‌ ପେପର’ ଅସ୍ତ୍ର , ଲକଡାଉନ୍‌ ବିରୁଦ୍ଧରେ ସଡ଼କକୁ ଓହ୍ଲାଇଲେ ଛାତ୍ରଛାତ୍ରୀ 27/11/2022 at 9:35 PM ‘କଂଗ୍ରେସ ଶାସନ ବେଳେ ଚରମ ସୀମାରେ ଥିଲା ଆତଙ୍କବାଦ; କିନ୍ତୁ ସେମାନେ ମୋତେ ଟାର୍ଗେଟ କରୁଥିଲେ’: ପ୍ରଧାନମନ୍ତ୍ରୀ ମୋଦୀ 27/11/2022 at 9:32 PM ଭୋକ ଜ୍ୱାଳାରେ ଡହଳବିକଳ ଆଫଗାନିସ୍ତାନବାସୀ: ଖାଦ୍ୟାଭାବରୁ ପିଲାକୁ ନିଦ ମେଡିସିନ ଖୁଆଉଛି ମା’, ପେଟ ପାଇଁ ବିକୁଛନ୍ତି ଦେହର ଅଙ୍ଗ 27/11/2022 at 9:32 PM 1 min read ୭୪ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି 27/11/2022 at 9:07 PM 1 min read ବିଶ୍ବର ଏମିତି କିଛି ଦେଶ; ଯେଉଁଠି ଜଣେ ବି ହେଲେ ନାହାନ୍ତି ଭାରତୀୟ 27/11/2022 at 9:01 PM 1 min read ପ୍ରଥମେ ରେଳ ଇଞ୍ଜିନ୍‌ , ଏହାପରେ ବ୍ରିଜ୍‌ ଓ ଏବେ ମୋବାଇଲ ଟାୱାର ଚୋରି ; ବିହାରରେ ଅଜବ ଘଟଣା ! 27/11/2022 at 8:07 PM ରାଜ୍ୟ ଫେସବୁକରୁ ପ୍ରେମ ପରେ ଯୁବତୀଙ୍କୁ ବ୍ଲାକମେଲ, ରାୟଗଡାରୁ ଅଭିଯୁକ୍ତ ଯୁବକକୁ ଗରିଫ କଲା ପୁଲିସ ତିଗିରିଆ ବ୍ଳକରେ ଡେଙ୍ଗୁ ଆତଙ୍କ, ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା ବେଳାଭୂମି ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆଦ୍ୟ ତାଳସାରି ବିକାଶ ମଞ୍ଚ ଗଠିତ ଅପରାଧ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୧୬ କିଲୋଗ୍ରାମ ସୁନା ଓ ସାଢେ ୩ ଲକ୍ଷ ଟଙ୍କା ଡକାୟତି, ଗଲାବେଳେ ନେଇଗଲେ ମ୍ୟାନେଜରଙ୍କ କାର୍… ପାରସ୍ପରିକ ବିବାଦ ପାଇଁ ଘରେ ପଶି ୩ ଭାଇଙ୍କୁ ଗୁଳିମାରି ହତ୍ୟା କଲେ ଦୁର୍ବୃତ୍ତ, ଗୁରୁତର ୩ ମହିଳା ହସ୍ପିଟାଲରେ ଭର୍ତ୍ତି… ବିଶ୍ବର ୫୦ କୋଟି ହ୍ବାଟସଆପ୍‌ ଆକାଉଣ୍ଟ ଡାଟା ହ୍ୟାକ୍, ଭାରତୀୟ ୟୁଜର ବି ହ୍ୟାକର୍‌ଙ୍କ କବ୍‌ଜାରେ! ଦେଶ- ବିଦେଶ କରୋନା : ଚୀନର ଜିନପିଙ୍ଗ୍ ସରକାର ବିରୋଧରେ ‘ବ୍ଲାଙ୍କ୍‌ ପେପର’ ଅସ୍ତ୍ର , ଲକଡାଉନ୍‌ ବିରୁଦ୍ଧରେ ସଡ଼କକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ‘କଂଗ୍ରେସ ଶାସନ ବେଳେ ଚରମ ସୀମାରେ ଥିଲା ଆତଙ୍କବାଦ; କିନ୍ତୁ ସେମାନେ ମୋତେ ଟାର୍ଗେଟ କରୁଥିଲେ’: ପ୍ରଧାନମନ୍ତ୍ରୀ ମୋଦୀ ଭୋକ ଜ୍ୱାଳାରେ ଡହଳବିକଳ ଆଫଗାନିସ୍ତାନବାସୀ: ଖାଦ୍ୟାଭାବରୁ ପିଲାକୁ ନିଦ ମେଡିସିନ ଖୁଆଉଛି ମା’, ପେଟ ପାଇଁ ବିକୁଛନ୍ତି ଦେହର ଅଙ୍ଗ
2022-11-27T19:06:22Z
https://www.prameya.com/paper-document-not-necessary-now/
OSCAR-2301