text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
ସାଧାରଣତଃ ଲୋକେ ମା’ କୁ ପ୍ରଶନ୍ନ କରାଇବା ପାଇଁ ବିଶେଷ ପୂଜା ଅର୍ଚ୍ଚନା (ବଳି) କିମ୍ବା ପିତଳ ଘଣ୍ଟିଟିଏ ବାନ୍ଧିବାକୁ ମାନସିକ କରିଥାନ୍ତି । ଚୈତ୍ର ମାସଟି ମା’ର ପର୍ବ ମାସ । ମା' ଘଣ୍ଟେଶ୍ୱରୀ, ଚିପିଲିମା, ସମ୍ବଲପୁର Share Share Tweet Share Share Email Comments ଓଡ଼ିଶାର କୋଣ ଅନୂକୋଣରେ ଯେତେ ସବୁ ଶକ୍ତି ପୀଠ ଅଛି ତନ୍ମଧ୍ୟରୁ ମା’ ଘଣ୍ଟେଶ୍ୱରୀ ପୀଠ ଅନ୍ୟତମ । ସମ୍ବଲପୁରର ଅଇଁଠାପଲ୍ଲି ଛକରୁ ଜାତୀୟ ୪ଥାକିଆ ରାଜରାସ୍ତା ନଂ-୬ ଦେଇ ବରଗଡ଼ ଆଡ଼କୁ ଠିକ୍ ୧୬କି.ମି. ଗଲେ ପଡ଼େ ଗୋଶାଳା ଛକ । ସେଠାରୁ ଦାହାଣ ହାତି ୨ଥାକିଆ ମୂଖ୍ୟ ଜିଲ୍ଲା ରାସ୍ତାରେ ୧୨କି.ମି. ଅତିକ୍ରମ କଲେ ମିଳିବ ଚିପିଲିମା ଗାଁ । ଚିପିଲିମା ଗାଁ ଦୁଇଟି କଥା ଲାଗି ପ୍ରସିବ୍ଦ । ଗୋଟିଏ ହିରାକୂଦ ଶକ୍ତି କେନାଲ ଏବଂ ଅନ୍ୟଟି ମା ଘଣ୍ଟେଶ୍ୱରୀ ପୀଠ । ଚିପିଲିମା ଗାଁରୁ ୧କି.ମି. ଦୂରତାରେ ଆସିବ ମା ଘଣ୍ଟେଶ୍ୱରୀ ଛକ । ସେଠାରୁ ଅଣଓସାରିଆ କଂକ୍ରିଟର ରାସ୍ତା ଦେଇ ଉପରକୁ ଉଠିଗଲେ ମିଳେ ହିରାକୂଦ ଶକ୍ତିକେନାଲର ବନ୍ଧ । କିଛିଦୂର ପରେ କେନାଲଉପରେ ଥିବା ଟିଣରାସ୍ତା ଦେଇ ଗଲେ ଦେଖିବା ମା ଘଣ୍ଟେଶ୍ୱରୀଙ୍କ ଭବ୍ୟ ପୀଠ । ଧର୍ମଶାଳା ଟିଏ ବି ଅଛି ଆଉ ୨ଘଣ୍ଟା ଆଗରୁ ଅଗ୍ରିମ ବରାଦ କଲେ ଅନ୍ନପ୍ରସାଦର ବି ବନ୍ଦୋବସ୍ଥ ହୋଇଯାଇଥାଏ । ବଗବେରା, ତେଗିପାଲି, ବରମପୂରା ଆଉ ସେନାମାଲ୍ଲି ଇତ୍ୟାଦି ଅନେକ ବଡ଼ ବଡ଼ ବନବାସି ଗାଁର ଡ଼ାକ୍ତର ହେଲା ମା ଘଣ୍ଟେଶ୍ୱରୀ । ଯେତେ ବଡ଼ ଅସାଧ୍ୟ ରୋଗ ହେଲେ ମଧ୍ୟ ମା’ ଘଣ୍ଟେଶ୍ୱରୀର ବିଶେଷ ପୂଜା ଅର୍ଚ୍ଚନା (ବଳି) ମାନସିକ କରି, ଅତୁଟ ବିଶ୍ୱାସର ସହ ଆରୋଗ୍ୟ କାମନାକୁ ଆଶା କରି ଅପେକ୍ଷା କରାଯାଏ । ସାଧାରଣତଃ ଲୋକେ ମା’ କୁ ପ୍ରଶନ୍ନ କରାଇବା ପାଇଁ ବିଶେଷ ପୂଜା ଅର୍ଚ୍ଚନା (ବଳି) କିମ୍ବା ପିତଳ ଘଣ୍ଟିଟିଏ ବାନ୍ଧିବାକୁ ମାନସିକ କରିଥାନ୍ତି । ଚୈତ୍ର ମାସଟି ମା’ର ପର୍ବ ମାସ । ଶହ ଶହ ସଂଖ୍ୟାରେ ଛେଳି, ବୋଦା, କୁକୁଡ଼ା ବିଶେଷ ପୂଜା ଅର୍ଚ୍ଚନା (ବଳି) ଆଣି ପ୍ରତ୍ୟେକ ଦିନ ଭକ୍ତମାନେ ପହଞ୍ଚନ୍ତି । ପ୍ରତି ବର୍ଷ ଚୈତ୍ର ପୂର୍ଣ୍ଣିମା ଦିନ ବିଶେଷ ପୂଜା ଅର୍ଚ୍ଚନା (ବଳି) ପାଇଁ ଆସୁଥିବା ଭକ୍ତମାନଙ୍କ ସଂଖ୍ୟା ବହୁତ ବଢ଼ି ଯାଇଥାଏ । ମୂଖ୍ୟ ପୂଜକ ଦୁର୍ଯୋଧନ ନାୟକ କୁହନ୍ତି ପ୍ରାୟ ୪୫୦ବର୍ଷ ତଳେ ମହାରାଷ୍ଟ୍ରର ନାଗପୁରରାଜା ସମ୍ବଲପୁର ରାଜାଙ୍କ ସହ ମିଶି ମୃଗୟାକୁ ଏହି ଜଙ୍ଗଲକୁ ଆସିଥିଲେ । ହଠାତ୍ ସେହିଜାଗାରେ ଗୋଟିଏ ବାଳକ ଏବଂ ବାଳିକା କେଉଁଆଡ଼ୁ ଉଭା ହୋଇ ଦୁଇ ରାଜାଙ୍କ ପଥରୋଧ କଲେ । ଆଗକୁ ବିପଦ ଅଛି ବୋଲି କହି, ରାଜ ଉଆସକୁ ପଛକୁ ଫେରି ଯିବାକୁ ଅନୁରୋଧ କହିଲେ । ଶେଷରେ ଦୁଇ କୋମଳମତି ଶିଶୁଙ୍କର କଥା ମାନି ଦୁଇରାଜା ଫେରିବା ବେଳକୁ ସେମାନଙ୍କର ପରିଚୟ ପଚାରିଲେ । ସେ ଦୁହେଁ -କାଲି ସକାଳେ ଏ’ ଜାଗାକୁ ଆସ ସବୁ ଜାଣି ପାରିବ ବୋଲି କହି ଘନ ଜଙ୍ଗଲରେ ଭିତରକୁ ଦୌଡ଼ି ପଳାଇଲେ । ଛୁଆ ଦୁଇଟି ଏତେ ଛୋଟ, ଏକା ଏକା ବଗବେରା ଗାଁ ରୁ ପ୍ରାୟ ମାଇଲିଏ ଦୂରରେ ଜଙ୍ଗଲକୁ କେମିତି ଆସିଲେ? ଏମିତି ଦ୍ୱନ୍ଦ ଭିତରେ ରାଜା ଉଆସକୁ ଫେରିଲେ । ରାତ୍ରିର ଶେଷ ପ୍ରହରରେ ସ୍ନପ୍ନ ହେଲା । ଅବିକଳ ସେଇ ରୁପରେ ଦୁଇ ବାଳକ ବାଳିକା ସ୍ନପ୍ନରେ ଆସି କହିଲେ- “ଆମେ ଦୁହେଁ ହର ପାର୍ବତି, ଆଉ ସକାଳ ହେଲେ ନିଶ୍ଚିତ ଆସିବ । ଆମେ ସେଇଠାରେ ଅପେକ୍ଷା କରିଥିବୁ । ଆମକୁ ନେଇ ତୁ ବଗବେରା ଗାଁ ର ନାୟକ ଏବଂ ପାତ୍ର ବଂଶକୁ ଦେଲେ ସିଏ ଆମର ଲାଳନ ପାଳନ କଥା ଆଗକୁ ବୁଝିବେ” । ରାଜାଙ୍କ ଆଖିରୁ ନିଦ ହଜିଗଲା । ସକାଳକୁ ଅପେକ୍ଷା ଥାଏ । ବ୍ରାହ୍ମ ମୁହୁର୍ତରେ ରାଜା କିଛି ସନ୍ୟଙ୍କୁ ନେଇ ସେଇ ଜାଗାରେ ପହଞ୍ଚିଲେ । ସେଠାରେ ଦୁଇ ଜୀବନ୍ତ ବାଳକ ବାଳିକା ବଦଳରେ ତାଙ୍କର ନିର୍ଜିବ ପଥର ମୂର୍ତିକୁ ଦେଖିଲେ । ଆଶ୍ଚର୍ଯ୍ୟ ଚକିତ ହୋଇ ରାଜା ଶେଷରେ ଦୁଇ (ନାୟକ ଓ ପାତ୍ର) ବଂଶର ଲୋକଙ୍କୁ ଡ଼ାକି ସବୁକଥା କହିଲେ । ସେ’ ଦିନ ଠାରୁ ସେଇ ମହାନଦି କୂଳ ଏବଂ ପାହାଡ଼ର ପାଦଦେଶରେ ବାବା ଏବଂ ମା’ ଙ୍କର ପୂଜା ଅର୍ଚ୍ଚନା ବନବାସି ପବ୍ଦତିରେ ଚାଲିଆସୁଛି । କିଏ କହେ ମାଆ ରାଜାଙ୍କୁ ସତର୍କ ଘଣ୍ଟି ଦେଇଥିବାରୁ ରାଜା ଏଭଳି ମାଆଙ୍କର ନାମ ରଖିଥିଲେ । ଆଉକିଏ କୁହନ୍ତି ମାଆ ସଦାସର୍ବଦା ତା’ର ଭକ୍ତମାନଙ୍କୁ ଘଣ୍ଟଘୋଡ଼ାଇ ରକ୍ଷା କରୁଥିବାରୁ ନାଁ ହେଲା ମା’ ଘଣ୍ଟେଶ୍ୱରୀ । ମା’ ଘଣ୍ଟେଶ୍ୱରୀ ପ୍ରାଙ୍ଗଣରେ ପ୍ରାୟ ୫ କି ୬ ଗାଡ଼ି ପିତଳ ଘଣ୍ଟି ଖୋଲାଯାଇ ନିଲାମ କରିବାକୁ ରଖାଯାଇଛି । ପ୍ରତିଦିନ ପ୍ରାୟ ଯେତେ ଭକ୍ତ ଆସନ୍ତି ତନ୍ମଧ୍ୟରୁ ଅଧାଅଧି ପ୍ରାଙ୍ଗଣରେ ଥିବା ବୃକ୍ଷ ଡ଼ାଳରେ ପିତଳ ଘଣ୍ଟି , ନାଲି କାଚ ଓ ଶଙ୍ଖାଚୁଡ଼ି ବାନ୍ଧି ମା’କୁ ମନକଥା ଜଣାନ୍ତି । ବିଶେଷ ପୂଜା ଅର୍ଚ୍ଚନା (ବଳି) ବିଷୟରେ ଅଧିକ ଜାଣିବା ପାଇଁ ପୂଜାପରେ ଭେଟିଲୁ ପୂଜକ କିଶୋର ପାତ୍ରଙ୍କୁ । ରାଧେଶ୍ୟାମ ମାଝି ଆଉ ଉଜାଗର ନାୟକ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟଜଣେ ପୂଜକ ଗୋପିନାଥ ନାୟକ କହିଲେ ବିଶେଷ ପୂଜା ଅର୍ଚ୍ଚନା (ବଳି) ପାଇଁ କୋଟ କଚେରି ନିୟମ ସବୁ ମା’ ଘଣ୍ଟେଶ୍ୱରୀ ପୀଠରେ ଲାଗୁ ହୋଇ ପାରିବ ନାହିଁ । ଗୋଟିଏ ଛେଳି କି କୁକୁଡ଼ା ମା’କୁ ଦେଇଦେଲେ କ’ଣ ଭକ୍ତର ସରିଯାଉଛି ? ମା’ର ଉପକାର ତୁମେ ଜାଣି ନାଇଁ ପାରୁଛ ବୋଲି ଏମିତି ଅନାବ ସନାବ ନିୟମ କାନୂନ୍ କଥା କହୁଛ । ସରୋଜ ପାତ୍ର କହିଲେ ମା’ର ଆଶୀର୍ବାଦ ଯୋଗୁ ଆମର ଚାରି ପାଞ୍ଚ ଖଣ୍ଡ ଗାଁ ରେ ଆଜିଯାଏ କେବେ ଡ଼ାକ୍ତର ପଶିନି । ତମ ସହର ବଜାରରେ ତମେ କେତେ ବଇଦ ଡ଼ାକ୍ତର ଖର୍ଚ୍ଚ କରୁଛ ତମକୁ ଜଣା । ତା’ ଠାରୁ କ’ଣ ବର୍ଷେ ଦିବର୍ଷରେ ଥରେ ମା’ ପାଇଁ ଗୋଟାଏ ବଳି (ଛେଳି କି କୁକୁଡ଼ା) ଯାଚିଦେଲେ ବେଶି ଖର୍ଚ୍ଚ ହୋଇ ଯାଉଛି? ଆଜିକାଲି ଏ’ ସବୁ କ୍ଷେତ୍ରରେ ସଚେତନତା ପାଇଁ ଆମ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବୃକ୍ଷ ମୂଳକୁ ଭୁଲିଯାଇ ଡ଼ାଳପତ୍ରକୁ କେବଳ ପାଣିରେ ବୁଡ଼ାଇ ଦେଲେ କ’ଣ ଆମେ ବୃକ୍ଷଟିକୁ ସବୁଜ ସୁନ୍ଦର କରି ପାରିବା ? ଆମର ବନବାସି ଭାଇ ଭଉଣୀ ମାନଙ୍କ ମନରେ ଯେ ପର୍ଯ୍ୟନ୍ତ ଏଭଳି ଦୃଢ଼ ବିଶ୍ୱାସ ବିଶେଷ ପୂଜା ଅର୍ଚ୍ଚନା (ବଳି) ପ୍ରତି ଥିବ, ସେ ପର୍ଯ୍ୟନ୍ତ ଆମେ ଗୁଣିଆ ସନ୍ଦେହରେ ହତ୍ୟା, ଶିଶୁ ଚେଙ୍କରେ ଶିଶୁ ମୃତ୍ୟୁ, ଗୁଣି ଗାରେଡ଼ି ଚିକିତ୍ସାରୁ ଶୋଚନିୟ ଅବସ୍ଥା ଇତ୍ୟାଦିର ଘଟଣାକୁ ଆୟତାଧିନ କରି ଆମ ସମାଜକୁ ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ ମୁକ୍ତ ବୋଲି କହି ପାରିବା? ଏ’ ସବୁର ନିରାକରଣ ସହ ଉଚିତ୍ ମାର୍ଗ ଦର୍ଶନ ପାଇଁ ଆମର ସଦ୍ବୁଦ୍ଧି ଆସୁ ଏବଂ ସମାଜର ସବୁ ବର୍ଗର ଲୋକଙ୍କ ସହ ବନବାସି ଅଞ୍ଚଳର ମଙ୍ଗଳ ଓ ଉନ୍ନତି ହେଉ – ଏହାହିଁ ମାଆ ଘଣ୍ଟେଶ୍ୱରୀଙ୍କ ନିକଟରେ ବିନମ୍ର ନେବେଦନ । ଜୟ ମା ଘଣ୍ଟେଶ୍ୱରୀ । Related Items:ପର୍ଯ୍ୟଟନ, ବିଦ୍ୟାଧର ପଣ୍ଡା Share Tweet Share Share Email Recommended for you ଶୁଭ ନବବର୍ଷ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ତଲାସ Post navigation ବିକାଶ ରଥ ରାଣ୍ଡିପୁଅ ଅନନ୍ତା ଲୋକପ୍ରିୟ ଲେଖା 1.1K କବିତା ମା ଆଗମନେ ହସିଲା ଧରା ପୁଷ୍ପାଞ୍ଜଳୀ ପଟେଲ 761 କବିତା ପରିଚୟ ମିନତୀ ପ୍ରଧାନ 476 ପ୍ରବନ୍ଧ ସବୁ ଅଘଟଣ ମହାପ୍ରଭୁଙ୍କ ଇଚ୍ଛାରେ ଡ଼ଃ ମୌସୁମୀ ପରିଡ଼ା 411 ଗଳ୍ପ ଷ୍ଟାଚ୍ୟୁ ମିନତୀ ପ୍ରଧାନ ସୁଧୀ ଓଡ଼ିଆବୃନ୍ଦ, ଆପଣମାନଙ୍କର ଅନେକ ଦିନରୁ ଥିବା ସୁପ୍ତ ଆଶା ଓ ଆକାଂକ୍ଷାକୁ ଚରିତାର୍ଥ କରି ରୂପ ନେଇଛି "ଆମେ ଓଡ଼ିଆ" । ଆଜି ଆମେ ଆପଣମାନଙ୍କ ଘର ଅଗଣାରେ ପରିପୃଷ୍ଟ ହେବା ପାଇଁ ଛାଡ଼ି ଦେଇଛୁ "ଆମେ ଓଡ଼ିଆ" କୁ । ବର୍ତ୍ତମାନ ଏହାର ଲାଳନ ପାଳନର ଦାୟିତ୍ୱ ଆପଣମାନଙ୍କର ଆୟୁଷ ପ୍ରଦାନ କରନ୍ତୁ, ସମୃଦ୍ଧ କରନ୍ତୁ । ଆପଣମାନଙ୍କର ଉପାଦେୟ ଲେଖା, ମତାମତ ଓ ଦିଗ୍ଦର୍ଶନ ଅପେକ୍ଷାରେ "ଆମେ ଓଡ଼ିଆ" । ଶବ୍ଦାଂଶ ଓଡ଼ିଆ କବିତା ଓଡ଼ିଆ ଗଳ୍ପ ଓଡ଼ିଆ ଗପ କବିତା ଓଡ଼ିଆ ପ୍ରବନ୍ଧ ଓଡ଼ିଆ ଅଣୁଗଳ୍ପ ଶିଶୁ ଗଳ୍ପ ଓଡ଼ିଆ ଅନୁଭୂତି ମାତୃଦତ୍ତ ମହାନ୍ତି ପ୍ରବନ୍ଧ ପ୍ରଶାନ୍ତ କୁମାର ବେହେରା ଡ଼ଃ ମୌସୁମୀ ପରିଡ଼ା କନିଷ୍ଠ କିଶୋର ସାହୁ ସୁରେନ୍ଦ୍ର କୁମାର ବେହେରା ଶିଶୁ କବିତା ଓଡ଼ିଆ ଶିଶୁ କବିତା ବିଭୁ ପ୍ରସାଦ ପରିଡ଼ା ଅଶୋକ ବିଶ୍ୱାଳ ଦିବାକର ସାହୁ ଉପନ୍ୟାସ ଦିଲୀପ କୁମାର ସ୍ୱାଇଁ ଶ୍ରୀବତ୍ସ ପ୍ରସାଦ ନାଥ ଶ୍ରୀ ବଳରାମ ମହାନ୍ତି ରମାକାନ୍ତ ମିଶ୍ର ଲୋକପ୍ରିୟ ଲେଖା 27.2K 3 ପିଲାଦିନ ବାଲିଧୂଳି ଖେଳ ସାଙ୍ଗସାଥୀ ମେଳ ପୋଖରୀ ଗାଧୁଆ ଡିଆଁ, ଖଜୁରୀର କୋଳି ଆଉ ଆମ୍ବ ଚୋରି କିଆ ବୁଦାର... 27.2K 4 ରେବତୀ ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡି ଗଲା, ବଳଦ ବିକା ଗଲା, ଜମିଦାର... 21.8K 4 ରାଧା ଗୋ ତମେ କେବେ ଆସିବ କଦମ୍ବ ତ ନିତି ନିତି ମୋତେ ପଚାରୁଚି ଜମୁନା ବି ତମକୁ ଖୋଜୁଚି ତମେ ନାହଁ ବୋଲି ବୋଲି... 21.6K ହୃଦୟର ଭାଷା ଦିଗ ହଜା ନୀଳ ଆକାଶ ବୁକୁରେ ଭସା ବାଦଲଟିଏ ହୋଇ, ଭାସି ବୁଲୁଥିଲି ସାହାରା ଆଶାରେ ସାଦରେ ନେଲ... 18.1K 2 ତମ ଗାଁ ତମ ଗାଁ ନଇ ପଠା କାଶତଣ୍ଡି ଫୁଲ ଶରତର ତୋଫା ଜହ୍ନ ଭାରି ମନେ ପଡେ । 16.7K ବୃତ୍ତିରୁ ବ୍ୟବସାୟ କେବଳ ଖାଦ୍ୟକୁ ବୋଧହୁଏ ଛାଡ଼ିଦେଲେ, ଶିକ୍ଷା, ବୈଷୟିକ ଯୋଗ୍ୟତା, ନିଯୁକ୍ତି ପ୍ରାପ୍ତିର ଯୋଗ୍ୟତା ଏବଂ ଜୀବନଧାରଣ ପାଇଁ ଆବଶ୍ୟକୀୟ...
2022-12-07T00:55:56Z
https://www.ameodia.com/travel/odia-travel-article-maa-ghanteswari-bidyadhar-panda/
OSCAR-2301
HOME/ BHARAT/DELHI POLICE SEEKS PERMISSION FROM SAKET COURT FOR POLYGRAPH TEST ON AFTAB IN SHRADDHA MURDER CASE Koo_Logo Versions . Shraddha Murder Case: ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟଙ୍କ ଅନୁମତି ମାଗିଲା ଦିଲ୍ଲୀ ପୋଲିସ Published on: Nov 21, 2022, 10:37 PM IST Koo_Logo Versions Shraddha Murder Case: ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟଙ୍କ ଅନୁମତି ମାଗିଲା ଦିଲ୍ଲୀ ପୋଲିସ Published on: Nov 21, 2022, 10:37 PM IST ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବର ପଲିଗ୍ରାଫ୍ ପରୀକ୍ଷା କରିବ ଦିଲ୍ଲୀ ପୋଲିସ । ସାକେତ କୋର୍ଟରେ କଲା ଆବେଦନ (Shraddha Murder Case)। ପୂର୍ବରୁ ମିଳି ସାରିଛି ନାର୍କୋ ଟେଷ୍ଟ ପାଇଁ ଅନୁମତି । ଅଧିକ ପଢନ୍ତୁ ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବର ହେବ ପଲିଗ୍ରାଫ୍ ଟେଷ୍ଟ । ଏଥିପାଇଁ ଦିଲ୍ଲୀ ପୋଲିସ ସାକେତ କୋର୍ଟରେ ଆବେଦନ କରିଛି (Shraddha Murder Case)। ଏହି ଆବେଦନ ସାକେତ ସ୍ଥିତ ମହାନଗର ନିଗମ ମାଜିଷ୍ଟ୍ରେଟ ଅବିରଲ ଶୁକ୍ଲାଙ୍କ କୋର୍ଟରେ କରାଯାଇଥିଲା । ପରେ ଏହି ମାମଲାକୁ ମାଜିଷ୍ଟ୍ରେଟ ଶୁକ୍ଳା ମହାନଗର ନିଗମ ମାଜିଷ୍ଟ୍ରେଟ ବିଜୟଶ୍ରୀ ରାଠୋରଙ୍କ ନିକଟକୁ ହସ୍ତାନ୍ତର କରିଛନ୍ତି । ତେବେ ପୂର୍ବରୁ ବିଜୟଶ୍ରୀ ରାଠୋରଙ୍କ କୋର୍ଟ ଅଫତାବର ନାର୍କୋ ଟେଷ୍ଟ କରିବା ପାଇଁ ପୋଲିସକୁ ଅନୁମତି ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏହା କେବଳ ଏକ ଆବେଦନରେ ସୀମିତ ହୋଇଥିବା ବେଳେ ମାମଲାର ଗମ୍ଭୀରତାକୁ ଦେଖି ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ କୋର୍ଟ ଅନୁମତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୋଲିସ ସୂତ୍ର ଅନୁସାରେ, ରିମାଣ୍ଡରେ ଅଭିଯୁକ୍ତକୁ ମାରାଥନ ଜେରା କରି ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ସାମ୍ନାକୁ ଆଣିବା ପାଇଁ ପ୍ରୟାସ କରାଯାଉଛି । ଅଭିଯୁକ୍ତ କିନ୍ତୁ ବାରମ୍ବାର ବୟାନ ବଦଳାଇବାରେ ଲାଗିଛି । ଯାହା ତଦନ୍ତକୁ ଜଟିଳ କରିବାରେ ଲାଗିଛି । ଅଭିଯୁକ୍ତର ବୟାନରେ ତାଳମେଳ ରହୁ ନଥିବାରୁ ତାର ସତ୍ୟତା ସମ୍ପର୍କରେ ଜାଣିବା ପାଇଁ ପୋଲିସ ପଲିଗ୍ରାଫ ଟେଷ୍ଟ କରିବାକୁ ଅନୁମତି ମାଗିଛି । ତେବେ ଉଭୟ ନାର୍କୋ ଟେଷ୍ଟ ଏବଂ ପଲିଗ୍ରାଫ୍ ଟେଷ୍ଟ ସତ୍ୟ ଯାଞ୍ଚ କରିବା ପାଇଁ ହୋଇଥିବା ବେଳେ ବୈଜ୍ଞାନିକ ଭାବେ ଉଭୟ ପରୀକ୍ଷାର ପ୍ରକ୍ରିୟା ପରସ୍ପରଠାରୁ ଭିନ୍ନ । ଏହାର ଫଳାଫଳରେ ମଧ୍ୟ ସାମାନ୍ୟ ଅନ୍ତର ରହିଛି । କ’ଣ ଏହି ନାର୍କୋ ଟେଷ୍ଟ:- ଏହି ଟେଷ୍ଟରେ ପ୍ରକ୍ରିୟାରେ, ଅଭିଯୁକ୍ତକୁ ଇଞ୍ଜେକ୍ସନ୍ ମାଧ୍ୟମରେ ଅର୍ଦ୍ଧ୍ବ ଚେତାଶୂନ୍ୟ କରାଯାଏ । ଏହି ଅବସ୍ଥାରେ ଅଭିଯୁକ୍ତ ନିଜ ଉପରେ ନିୟନ୍ତ୍ରଣ ହରାଇଥାଏ । ଏହି ସମୟରେ କିଛି ତଥ୍ୟ ହାସଲ କରିବାକୁ ପୋଲିସ ପ୍ରୟାସ କରିଥାଏ । ନାର୍କୋ ହେଉଛି ଏକ ଗ୍ରୀକ୍ ଶବ୍ଦ, ଯାହାର ଅର୍ଥ ମୂଳ ଅର୍ଥ ହେଉଛି ଆନାସ୍ଥେସିଆ । ଏହି ନାର୍କୋ ଟେଷ୍ଟ ପୋଲିସ ଡାକ୍ତର ଓ ବିଶେଷଜ୍ଞଙ୍କ ସହୟତାରେ କରିଥାଏ । ସେହିପରି କିଛି ନିର୍ଦ୍ଦିଷ୍ଟ ତଥା ଜଘନ୍ୟ ଅପରାଧରେ ଅଭିଯୁକ୍ତ ଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ ଏହି ପ୍ରଣାଳୀ ବ୍ୟବହାର କରାଯାଉଥିବା ବେଳେ, ଏଥିପାଇଁ କୋର୍ଟଙ୍କ ଠାରୁ ଉପଯୁକ୍ତ କାରଣ ଦର୍ଶାଇ ଅନୁମତି ମଧ୍ୟ ଆଣିବାକୁ ପଡେ । କିପରି ହୁଏ ପଲିଗ୍ରାଫ ଟେଷ୍ଟ :- ସେହିପରି ପଲିଗ୍ରାଫ୍ ପରୀକ୍ଷା ଦ୍ୱାରା ବ୍ୟକ୍ତି କମ୍ବା ଅଭିଯୁକ୍ତର ବୟାନକୁ ସତ୍ୟ କିମ୍ବା ମିଥ୍ୟା ବୋଲି ଜାଣିବା ସମ୍ଭବପର ହୋଇଥାଏ । ଏହାକୁ ଲାଏ-ଡିଟେକସନ ଟେଷ୍ଟ ମଧ୍ୟ କୁହାଯାଏ । ଏଥିପାଇଁ ବିଶେଷ ଧରଣର ଯନ୍ତ୍ରାଂଶ ବ୍ୟବହାର ହୋଇଥାଏ । ଅଭିଯୁକ୍ତର ନାଡିର ରକ୍ତ ପ୍ରବାହର ଗତିର ହାର, ହୃଦସ୍ପନ୍ଦନ ଗତି, ରକ୍ତଚାପ ଆଦିର ମାପ ଅନୁସାରେ ବ୍ୟକ୍ତି କିମ୍ବା ଅଭିଯୁକ୍ତ ସତ୍ୟ କିମ୍ବା ମିଥ୍ୟା କହୁଛି ତାହା ଜଣା ପଡିପାରେ । କୌଣସି ଅଭିଯୁକ୍ତଙ୍କ କ୍ଷେତ୍ରରେ ଏହି ପରୀକ୍ଷା କରାଇବା ମଧ୍ୟ କୋର୍ଟଙ୍କ ଅନୁମତି ନେବାର ଆବଶ୍ୟକତା ଥାଏ ।
2022-12-08T16:13:05Z
https://www.etvbharat.com/oriya/odisha/bharat/delhi-police-seeks-permission-from-saket-court-for-polygraph-test-on-aftab-in-shraddha-murder-case/or20221121223751861861660
OSCAR-2301
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଗୁରୁକୃପା ଲାଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରିଶ୍ରମ କଠିନ ହେଲେ ବି ତାର ମୂଲ୍ୟମିଳିବ। ଚତୁର ଓ ଧନଯୁକ୍ତ ହେବେ। ନୂତନ ଆଶା ଫଳବତୀ ହେବ। କୀର୍ତ୍ତୀମାନ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁଲାଭବାନ୍ ହେବେ। ସକୁର୍ମା ଓ ଧନଶାଳୀ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ। ସରକାରୀ ମାନ୍ୟତା ସହ ଧନ ପ୍ରାପ୍ତ ହେବେ। ଆୟ ଆଶାନୁରୂପ ହେବ। ବନ୍ଧୁ ଅଥବା ସରକାରୀ ସ୍ତରରୁ ଧନ ପ୍ରାପ୍ତ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସଖପ୍ରଦ ହେବ। ସୁସ୍ଥ ରହିବେ। ଚନ୍ତାଧାରା ଉନ୍ନତମାନର ହେବ। ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ। ନୂଆବନ୍ଧୁଙ୍କଠାରୁ ସହାୟତା ମିଳିବ। ପାପ ଗ୍ରହ କେତୁଙ୍କ ସହାୟତାରୁ ଶତ୍ରୁନାଶ କରିପାରନ୍ତି। ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟପୂର୍ଣ୍ଣାଙ୍ଗ ହେବ; ମାତ୍ର ବିଳମ୍ବରେ ଅଯଥା ବ୍ୟୟ ହୋଇପାରେ। ଭାଷା ଓ ବ୍ୟବହାରର ମଧୁରତା ଆପଣଙ୍କୁ ମହାନ୍ କରିପାରେ। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ। ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧିର ସଚୂନା ମିଳୁଛି । ସାଂସାରିକ ସୁଖ ମିଳିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସତ୍କର୍ମରେ ନିୟୋଜିତ ହେବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ମନରେ ଓ ସ୍ନେହ, ପ୍ରୀତିପୂର୍ଣ୍ଣ କାର୍ଯ୍ୟରୁ ପ୍ରଶଂସା ମିଳିବ। ଜନସାଧାରଣଙ୍କଠାରୁସ୍ନେହ, ଶ୍ରଦ୍ଧା ଲାଭ କରିପାରନ୍ତି। ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ। ନୂତନ କାର୍ଯ୍ୟର ଅଭିଳାଷୀ ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍ ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟରେ ବିଘ୍ନ ଉପଜୁାଇବାକୁ କେହି ଅପଚେଷ୍ଟା କରିପାରନ୍ତି। ପରିସ୍ଥିତି ଉପରେ କଡ଼ା ନଜର ରଖି ତା’ର ମକୁାବିଲା କରିବେ। ଭାଷା ଓ ବ୍ୟବହାର ମଧୁର ହେବ। ମିତ୍ର ବନ୍ଧୁଙ୍କ ହିତକାରୀ ହେବେ। ଧୈର୍ଯ୍ୟବାନ୍ ହେବେ। କ୍ଷମାଶୀଳ ହୋଇପାରନ୍ତି। ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ହେବେ। ବହୁ ସୁଖକର ଘଟଣା ମାନ ଘଟିବ। କର୍ମକ୍ଷେତ୍ର ସୁଫଳ ଦାୟକ ହେବ। ସୁଖ ମିଳିବ। ସତସଙ୍ଗୀ ହେବେ। ମିତ୍ରତା ଦୃଢ଼ତର ହେବ। ଶତ୍ରୁ ବିଜୟୀ ହେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟିହେବ। ଶୁଭକାର୍ଯ୍ୟ କରଣୀୟ ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ଉଦ୍ୟମ ସଫଳ ହେବ। For daily odia rashiphala visit our website daily in the morning. This is compiled from a trusted source.
2022-12-01T10:15:27Z
https://www.odiaweb.in/odia-rasiphala-tuesday-12th-april-2022/
OSCAR-2301
ଟାଟା ନାଁରେ ଫେକ୍‌ ନିଯୁକ୍ତି ନେଇ ଠକେଇ ମାମଲାରେ ଝାରପଡ଼ା ଜେଲ୍‌ରେ ଆକାଶ ପାଠକଙ୍କୁ ଜେରା କରିବ ଇଡି, ବେଆଇନ ଅର୍ଥ କାରବାର ନେଇ ଆଜି ଇଡିର ୩ ଜଣିଆ ଟିମ୍‌ କରିବ ପଚରାଉଚରା - TIMES OF ODISHA Skip to content Monday, November 28, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career Fast News ଟାଟା ନାଁରେ ଫେକ୍‌ ନିଯୁକ୍ତି ନେଇ ଠକେଇ ମାମଲାରେ ଝାରପଡ଼ା ଜେଲ୍‌ରେ ଆକାଶ ପାଠକଙ୍କୁ ଜେରା କରିବ ଇଡି, ବେଆଇନ ଅର୍ଥ କାରବାର ନେଇ ଆଜି ଇଡିର ୩ ଜଣିଆ ଟିମ୍‌ କରିବ ପଚରାଉଚରା November 11, 2021 November 11, 2021 S pani 0 Comments ← ଦେଶର ଏକ ଶ୍ରେଷ୍ଠ ଥାନାର ସୁନାମ ଅର୍ଜନ କଲା ଗଞ୍ଜାମ ଗାଙ୍ଗପୁର ଥାନା ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରୁ ମିଳିବ ପୁରସ୍କାର, କେନ୍ଦ୍ରୀୟ ଟିମର ଅନୁଧ୍ୟାନ ପରେ ଗୃହ ବିଭାଗର ନିଷ୍ପତ୍ତି ଆସନ୍ତା ୧୯ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ରଫି ପ୍ରଦାନ କରିବେ, କଟକ ପୋଲିସ ମୁଖ୍ୟାଳୟରୁ ପତ୍ର ପ୍ରକାଶ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୪ ତାରିଖରେ ଆରମ୍ଭ ହେବ ଜୁନିଅର ହକି ବିଶ୍ବକପ → You May Also Like ରନ୍ଧନ ଗ୍ୟାସ୍ ଦର ବୃଦ୍ଧିର ପ୍ରତିବାଦ, ଆଜି ବ୍ରହ୍ମପୁର ଆର୍‌ଡିସି ଅଫିସ ଘେରିବ ବିଜେଡି, ରାସ୍ତାକୁ ଓହ୍ଲାଇବେ ବିଜୁ ଛାତ୍ର, ଯୁବ ଓ ମହିଳା ବିଜେଡି କର୍ମୀ November 24, 2021 November 24, 2021 S pani 0 ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ; କହିଲେ- ପିସିସି ସଭାପତି ପଦ ବିଜେଡି ଭଳି ଚିରସ୍ଥାୟୀ ନୁହେଁ, ବହୁ ଦିନ ହେବ ସଭାପତି ରହିଲିଣି, ପରିବର୍ତ୍ତନ ହୋଇପାରେ, AICC ନିଷ୍ପତ୍ତି ନନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି October 7, 2021 October 7, 2021 S pani 0 ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ଇଟାଲୀ ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର | May 6, 2022 May 6, 2022 Jayaprada samantaray 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ପୁଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିବା ୟୁଥ୍ ଫର୍ ଆକ୍ସନ କର୍ମୀଙ୍କ ଧସ୍ତାଧସ୍ତି, ବେକାରୀ ସମସ୍ୟା ପ୍ରତିବାଦରେ ୫ ମନ୍ତ୍ରୀଙ୍କ ଘର ଘେରାଉ କାର୍ଯ୍ୟକ୍ରମ, ପ୍ରଥମେ ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଘେରାଉ କରିଥିଲା ୟୁଥ୍ ଫର୍ ଆକ୍ସନ ଟିମ୍ November 16, 2022 ପାରାଦୀପରେ ମଝି ସମୁଦ୍ରରେ ୪ଟି ରାଜ୍ୟର ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ November 15, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ
2022-11-28T12:36:20Z
https://timesofodisha.com/eddie-to-interrogate-akash-readers-in-jharkhand-jail-in-connection-with-fraud-case-involving-fake-tata-recruitment/
OSCAR-2301
ଦୁବାଇ: ଆଜି ଏସିଆ କପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ରେ ଟସ୍ ଜିତିଲା ଭାରତ। ପ୍ରଥମେ ଫିଲ୍ଡିଂ କରିବାକୁ ଭାରତର ନିଷ୍ପତ୍ତି। ଖେଳିବେନି ଋଷଭ ପନ୍ତ, ଚୂଡାନ୍ତ ଦଳରେ ଦିନେଶ କାର୍ତ୍ତିକ ସାମିଲ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଉଛି। ଆହୁରି ପଢ଼ନ୍ତୁ ଲଢ଼ିଲେ ୱାଶିଂଟନ ସୁନ୍ଦର, କିନ୍ତୁ ଭାରତ ୨୧୯ରେ ଅଲଆଉଟ୍‌ 5 hours ago ପୁଣି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟସ୍‌ ହାରିଲା ଟିମ ଇଣ୍ଡିଆ 9 hours ago ଚୂଡାନ୍ତ ଦଳରେ ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଜାଡ଼େଜା, ଚହଲ, ଭୁବନେଶ୍ୱର କୁମାର, ଆଭେଶ ଖାନ୍, ଅର୍ଶଦୀପ। ଆଜି ଏସିଆ କପ୍ ଖେଳିି ଇତିହାସ ରଚିବେ ବିରାଟ କୋହଲି। ଦେଶ ପାଇଁ ଶହେତମ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବେ ବିରାଟ କୋହଲି। ସବୁ ଫର୍ମାଟରେ ଶହେ ଲେଖାଏଁ ମ୍ୟାଚ୍ ଖେଳିବାରେ ସେ ହେବେ ପ୍ରଥମ ଭାରତୀୟ। କୋହଲି ୧୦୨ ଟେଷ୍ଟ, ୨୬୨ ଦିନିକିଆ, ୯୯ ଟି-ଟ୍ୱେଣ୍ଟି ଖେଳିଛନ୍ତି।
2022-11-30T10:39:52Z
https://www.odishareporter.in/sports/cricket/ind-v-pak-asia-cup-2022-761748
OSCAR-2301
ଭୁବନେଶ୍ୱର : ଆଇନ୍‍ ଅଦାଲତର ମଧ୍ୟବର୍ତ୍ତୀକାଳୀନ ରହିତାଦେଶକୁ ଉପେକ୍ଷା କରି ରାଜଭବନ ସଚିବାଳୟରେ ଜଣେ କର୍ମଚାରୀଙ୍କ ପ୍ରତି କରାଯାଇଥିବା ଦଣ୍ଡବିଧାନ ହାଇକୋର୍ଟରେ ନାକଚ ହୋଇଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ରାଜଭବନରେ ଜଣେ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ଅଭିଯୋଗ ଆଧାରରେ କର୍ତ୍ତୃପକ୍ଷ ଚାକିରିରୁ ନିଲମ୍ବନ କରିବା ସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ମଧ୍ୟ ସମାନ ଅଭିଯୋଗରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଚାଲିଛି ଏବଂ ତାହାରି ଆଧାରରେ ତାଙ୍କୁ ବି କିଛିଦିନ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିଥିଲା । ଫୌଜଦାରୀ ମାମଲା ବିଚାରାଧିନ ଥିବାବେଳେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ତଦନ୍ତକାରୀ ଅଧିକାରୀ ନିଯୁକ୍ତ କରାଯାଇଥିଲା । ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ ଥିବାରୁ ତାଙ୍କୁ ବଦଳାଇବାପାଇଁ ଅଭିଯୁକ୍ତ କର୍ମଚାରୀଙ୍କ ଆବେଦନକୁ ଉପେକ୍ଷା କରାଯାଇଥିଲା ଏବଂ ତାଙ୍କର ତଦନ୍ତ ରିପୋର୍ଟ ଆଧାରରେ ଦଣ୍ଡବିଧାନ ଲାଗି ସମ୍ପୃକ୍ତ କର୍ମଚାରୀଙ୍କୁ ଦ୍ୱିତୀୟ କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଥିଲା । ଏଭଳି ଅବସ୍ଥାରେ ଚାକିରି ଚାଲିଯିବାର ଆଶଙ୍କା କରି ସମ୍ପୃକ୍ତ କର୍ମଚାରୀ ଜଣଙ୍କ ସ୍ୟାଟ୍‍ରେ ୨୦୧୭ ମସିହାରେ ଏକ ମାମଲା ରୁଜୁ କରି ନିଲମ୍ବନ ଆଦେଶ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଅଭିଯୋଗଫର୍ଦ୍ଦ ଆଦିକୁ ନାକଚ କରିବାପାଇଁ ପ୍ରାର୍ଥନା କରିଥିଲେ । ମାମଲାଟି ବିଚାର ପାଇଁ ଗ୍ରହଣ କରି ସ୍ୟାଟ୍‍ କର୍ତ୍ତୃପକ୍ଷଙ୍କୁ ନୋଟିସ୍‍ ପଠାଇବା ସହିତ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଦେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚୂଡାନ୍ତ ଆଦେଶ ସ୍ୟାଟ୍‍ଙ୍କ ବିନାନୁମତିରେ ପ୍ରକାଶ ପାଇପାରିବ ନାହିଁ ବୋଲି କହିଥିଲେ । ତେବେ ୨୦୧୯ ମସିହାରେ ସରକାର ସ୍ୟାଟ୍‍ ଉଚ୍ଛେଦ କରିବା ପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶକୁ ଉପେକ୍ଷା କରି ରାଜଭବନ ସଚିବାଳୟ ଅଭିଯୁକ୍ତ କର୍ମଚାରୀ କୈଳାଶଚନ୍ଦ୍ର ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ଏହି ଆଦେଶନାମାକୁ ବିରୋଧକରି ସମ୍ପୃକ୍ତ କର୍ମଚାରୀ ରାଜ୍ୟପାଳଙ୍କ ନିକଟରେ ଗୁହାରି କରି ତାଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରାଇବା ଲାଗି ନିବେଦନ କରିଥିଲେ ବି ତାହା ଅଗ୍ରାହ୍ୟ ହୋଇଯାଇଥିଲା । ସ୍ୟାଟ୍‍ ଉଚ୍ଛେଦ ପରେ ଏହି ମାମଲାଟି ଅନ୍ୟ ମାମଲାଗୁଡିକ ସହ ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଛି । ହାଇକୋର୍ଟର ଅନ୍ୟତମ ବିଚାରପତି ବିରାଜା ପ୍ରସନ୍ନ ଶତପଥୀଙ୍କ ଇଜିଲାସରେ ଇତି ମଧ୍ୟରେ ତାହାର ଚୂଡାନ୍ତ ବିଚାର କରାଯାଇଛି । ଆବେଦନକାରୀଙ୍କ ଓକିଲ ଅମୀୟ କୁମାର ଛାଟୋଇ ବିଚାର ବିଭାଗୀୟ ଆଦେଶ ଥିବାବେଳେ ତାହାର ଖୋଲା ଉଲ୍ଲଙ୍ଘନ କରି ରାଜଭବନ ସଚିବାଳୟ ସମ୍ପୃକ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ବେଆଇନ୍‍ ଓ ଅଦାଲତ ନିର୍ଦ୍ଦେଶନାମାର ଖୋଲା ଉଲ୍ଲଙ୍ଘନ ବୋଲି ଯୁକ୍ତି ବାଢିଥିବାବେଳେ ସରକାରଙ୍କ ପକ୍ଷରୁ ସହକାରୀ ଓକିଲ ଆର.ଏନ.ମିଶ୍ର ଆବେଦନକାରୀଙ୍କ ଯୁକ୍ତିକୁ ଦୃଢ ବିରୋଧ ସହ ଅଭିଯୋଗର ଗମ୍ଭୀରତା ଦୃଷ୍ଟିରୁ ରାଜଭବନ ସଚିବାଳୟ ଓ ମାନ୍ୟବର ରାଜ୍ୟପାଳ ନେଇଥିବା ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦର୍ଶାଇଥିଲେ । ତେବେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମାରେ ଅଦାଲତଙ୍କ ବିନାନୁମତିରେ ଉକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିବନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ଥିବାବେଳେ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରତି କରାଯାଇଥିବା ଦଣ୍ଡବିଧାନ ଓ ତାଙ୍କୁ ଚାକିରିରେ ରଖିବାପାଇଁ କରାଯାଇଥିବା ଆବେଦନର ନାକଚ ଆଦେଶକୁ ହାଇକୋର୍ଟ ଖାରଜ କରିଦେବା ସହ ଆଇନାନୁମୋଦିତ ପନ୍ଥାରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରୋସିଡିଂ ଚୂଡାନ୍ତ କରିବାକୁ କହିଛନ୍ତି । (ତଥ୍ୟ) Facebook Twitter Telegram WhatsApp Email Print Previous articleଅଗଷ୍ଟରେ ୧.୨୪ ଲକ୍ଷ ହେକ୍ଟରରେ ଫସଲ କ୍ଷତି Next article“I Support Ayurveda” Tathya Correspondent RELATED ARTICLESMORE FROM AUTHOR Infrastructure ରେଳଲାଇନ୍‍ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ Agriculture ଫସଲ ବୀମା ରାଜ୍ୟ ପାଇଁ ସ୍ୱେଚ୍ଛାକୃତ Health ଚର୍ମବିଣ୍ଡି ରୋଗ ପାଇଁ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍‌ General ହସ୍ତଶିଳ୍ପ ତାଲିକାରେ ଜନଜାତି ଚିତ୍ରକଳା News in Odia ଲାଇଟ୍ ହାଉସ୍ ପର୍ଯ୍ୟଟନ ପ୍ରକଳ୍ପରେ ଓଡିଶାରୁ ପାଞ୍ଚ Disclaimer Privacy Advertisement Contact Us Website byCITSPL MORE STORIES Judiciary ସାଇବର ମାମଲାରେ ଦଣ୍ଡ ବିଧାନ ଶୂନ Tathya Correspondent - September 4, 2022 0 ଭୁବନେଶ୍ୱର : ଓଡିଶାରେ ବର୍ଷକୁ ବର୍ଷ ସାଇବର ଅପରାଧ ବଢି ଚାଲୁଥିବାବେଳେ ଏହାର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନୂଆ ନୂଆ ସାଇବର ଥାନାମାନ ଖୋଲୁଛନ୍ତି । ଅଥଚ ସାଇବର...
2022-12-10T03:09:04Z
https://tathya.in/%E0%AC%B0%E0%AC%BE%E0%AC%9C%E0%AC%AD%E0%AC%AC%E0%AC%A8-%E0%AC%86%E0%AC%A6%E0%AD%87%E0%AC%B6-%E0%AC%B9%E0%AC%BE%E0%AC%87%E0%AC%95%E0%AD%8B%E0%AC%B0%E0%AD%8D%E0%AC%9F%E0%AC%B0%E0%AD%87-%E0%AC%A8/
OSCAR-2301
On this ଉଇକିପିଡ଼ିଆ the language links are at the top of the page across from the article title. Go to top. Contents move to sidebar hide Beginning ୧ନାମକରଣ ୨ଦେବଦେବୀ ୩ଇତିହାସ ୪ଉପାସନା ୫କିମ୍ବଦନ୍ତୀ ୬ମନ୍ଦିର ୭ପୂଜା ପଦ୍ଧତି ଓ ପର୍ବପର୍ବାଣି ୮ଆଧାର ୯ଦ୍ରଷ୍ଟବ୍ୟ Toggle the table of contents ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର ୧୦ languages Башҡортса বাংলা Deutsch English Français हिन्दी සිංහල தமிழ் తెలుగు Татарча/tatarça ଲିଙ୍କଗୁଡ଼ିକୁ ବଦଳାଇବେ ପୃଷ୍ଠା ଆଲୋଚନା ଓଡ଼ିଆ ପଢ଼ନ୍ତୁ ସମ୍ପାଦନା (Edit) ଇତିହାସ ଅଧିକ ପଢ଼ନ୍ତୁ ସମ୍ପାଦନା (Edit) ଇତିହାସ ଉଇକିପିଡ଼ିଆ‌ରୁ (ଚଉଷଠି ଯୋଗିନୀ ମନ୍ଦିରରୁ ଲେଉଟି ଆସିଛି) ଏହି ଲେଖାଟି ଚଉଷଠି ଯୋଗିନୀ ମନ୍ଦିର ବାବଦରେ । ବାକିସବୁ ପାଇଁ, ଚଉଷଠି ଯୋଗିନୀ ପ୍ରସଙ୍ଗଟି ଦେଖନ୍ତୁ । ଚଉଷଠି ଯୋଗିନୀ ମନ୍ଦିର Religion ସମ୍ବନ୍ଧତା Hinduism District ଖୋର୍ଦ୍ଧା Location ଅବସ୍ଥିତି ହୀରାପୁର, ଭୁବନେଶ୍ୱର ଦେଶ ଭାରତ Architecture ନିର୍ମାତା ରାଣୀ ହୀରାଦେବୀ, ବ୍ରହ୍ମ ରାଜବଂଶ ଚଉଷଠି ଯୋଗିନୀ ମନ୍ଦିର ଓଡ଼ିଶାର ଭୁବନେଶ୍ୱରସ୍ଥିତ ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ (ତନ୍ତ୍ରପୀଠ) । ସ୍ଥାନୀୟ ଅଞ୍ଚଳରେ ଏହା ମହାମାୟା ମନ୍ଦିର ନାମରେ ମଧ୍ୟ ଜଣା । ତନ୍ତ୍ର ସଂସ୍କୃତିରେ ଯୋଗିନୀମାନଙ୍କ ସମ୍ପର୍କରେ ବିଶେଷ ଭୂମିକା ଅନ୍ତର୍ନିହିତ ଅଛି । ତେଣୁ ହୀରାପୁରର ଚଉଷଠୀ ଯୋଗିନୀ ପୀଠକୁ ତନ୍ତ୍ରପୀଠ କୁହାଯାଏ । ଏହି ମନ୍ଦିର ୧୯୫୩ ମସିହାରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ମୁଖ୍ୟ ଓ ପ୍ରତ୍ନତତ୍ୱବିଦ କେଦାରନାଥ ମହାପାତ୍ରଙ୍କଦ୍ୱାରା ଲୋକଲୋଚନକୁ ଆସିଥିଲା । ଏହି ଦେଉଳର ଉପରିଭାଗ ଖୋଲା । ମନ୍ଦିରର କେନ୍ଦ୍ରସ୍ଥଳରେ ଅଷ୍ଟକୋଣୀ ବିଶାଳ ଲିଙ୍ଗ ରହିଛି । ଦେଉଳ ମଧ୍ୟଭାଗରେ ପରବର୍ତ୍ତୀ ସମୟରେ ଏକ ଚଣ୍ଡୀମଣ୍ଡପ ସ୍ଥାପିତ । ଏଥିରେ ଚାରୋଟି ଶିବ ଓ ଯୋଗିନୀଙ୍କ ପ୍ରତିମା ସ୍ଥାପିତ । [୧] ଦେବୀ ମହାମାୟା ଏହି ପୀଠ ଓ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜିତା । ଏହି ପୀଠଟି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୦ କି.ମି ଦୂରରେ ବାଲିଅନ୍ତା ଥାନା ଓ ପଞ୍ଚାୟତ ସମିତି ଅନ୍ତର୍ଗତ ବାଳକାଟିଠାରୁ ୨/୩ କି.ମି ଦୂରରେ ପୁଣ୍ୟତୋୟା ଭାର୍ଗବୀ ନଦୀ ତଟ ଦେଶରେ ହୀରାପୁର ଗ୍ରାମର ଦକ୍ଷିଣ ଓ ପୂର୍ବ ଦିଗରେ ରହିଛି । ଏହି ପୀଠର ସମ୍ମୁଖରେ ଗୋଟିଏ ପୁଷ୍କରିଣୀ ଅବସ୍ଥିତ । ପୁଷ୍କରିଣୀର ମଧ୍ୟଭାଗରେ ଏକ ଦୀପଦାଣ୍ଡି ରହିଛି । ଜୈନ, ବୌଦ୍ଧ ଓ ହିନ୍ଦୁ ଧର୍ମ ପରେ ପଞ୍ଚୋପାସନା ପଦ୍ଧତି ପ୍ରସାର ଲାଭ କରିଥିଲା । ଏହି ପଞ୍ଚୋପାସନା ପଦ୍ଧତି ହେଲା ଶୈବ, ବୈଷ୍ଣବ, ଶାକ୍ତ, ସୌର ଓ ଗାଣପତ୍ୟ । ଶଙ୍କରାଚାର୍ଯ୍ୟଙ୍କ ସମୟରୁ ଶୈବ ଓ ବୈଷ୍ଣବ ଧର୍ମର ମତବାଦରୁ ବହୁଳ ଭାବରେ ଶାକ୍ତ ଉପାସନା ପଦ୍ଧତି ସୃଷ୍ଟି ହୋଇଥିଲା । ସେହି ଶୈବ ମତବାଦର ଏକ ମୁଖ୍ୟ ଶାଖା ରୂପେ ଶାକ୍ତ ଉପାସନା ପ୍ରଭାବିତ ହୋଇ କ୍ରମବିକାଶ ଲାଭ କରିଥିଲା । ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ତନ୍ତ୍ର ଓ ଯୋଗମାର୍ଗକୁ ପାଥେୟ କରି ଶକ୍ତି ଉପାସନାର ମାତୃକା, ବିଦ୍ୟା ଓ ମହାବିଦ୍ୟାର ମିଶ୍ରଣରେ ଚତୁଃଷଷ୍ଠୀ ଯୋଗିନୀଙ୍କ ଆରମ୍ଭ ହୋଇଥିଲା । କାଳିକା ପୁରାଣକୁ ଆଲୋଚନା କଲେ ଜଣାଯାଏ ଭାରତରେ ସର୍ବପ୍ରଥମ ତନ୍ତ୍ରପୀଠ ରୂପେ ହୀରାପୁରର ଚଉଷଠି ଯୋଗିନୀ ପୀଠ ରହିଛି । ନାମକରଣ[ସମ୍ପାଦନା] ହୀରପୁର ଶବ୍ଦକୁ ବାଖ୍ୟା କଲେ ଜଣାଯାଏ ହୀରାରେ ପୂର୍ଣ୍ଣ ତଥା ହୀରାପୁର । ଦେବଦେବୀ[ସମ୍ପାଦନା] ଚଉଷଠି ଯୋଗିନୀ ପୀଠରେ ଦଶଭୁଜା ମହାମାୟାଙ୍କ ପ୍ରତିମା ଇଷ୍ଟଦେବୀ ଭାବେ ପୂଜିତ । ପୀଠର ବୃତ୍ତାକାର ଶକ୍ତିକେନ୍ଦ୍ରରେ ଅଷ୍ଟଭୁଜା ମହାମାୟାଙ୍କ ପ୍ରତିମା ପୂଜା ପାଉଥିବା ବେଳେ ତାଙ୍କ ସହିତ ୬୪ଯୋଗିନୀ ମୂର୍ତ୍ତି ଲାଗି ରହିଛନ୍ତି। ଏହି ଯୋଗିନୀଗଣ ଦେଉଳ କାନ୍ଥରେ ଥିବା ୬୪ଠାଣିରେ ସେମାନଙ୍କ ବାହନ ଉପରେ ବିରାଜମାନ । ସେମାନେ ସୁନ୍ଦର ବେଶଭୂଷା ସହିତ ନାନାଦି ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି । ୬୪ ଯୋଗିନୀଙ୍କ କେଶ ବିନ୍ୟାସ ଭିନ୍ନ ଭିନ୍ନ । ଏଠାରେ ପୂଜିତ ୬୪ ଯୋଗିନୀ ମୂର୍ତ୍ତିମାନଙ୍କର ଉଚ୍ଚତା ୨ଫୁଟରୁ ୨.୫ଫୁଟ ଏବଂ ଏଗୁଡ଼ିକ କଳା ମୁଗୁନି ପଥରରେ ନିର୍ମିତ । ଦେଉଳ ପରିସରରେ ସଙ୍କଟେଶ୍ୱର ଶିବ ମନ୍ଦିର ରହିଛି । ଏଠାରେ ପୂଜିତ ହେଉଥିବା ଶିବଲିଙ୍ଗଟି ପାତାଳଫୁଟ । [୧] ଇତିହାସ[ସମ୍ପାଦନା] ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଭୌମ୍ୟ ବଂଶୀୟ ଶାନ୍ତା ନାମକ ଜଣେ ରାଜା ଏଠାରେ ରାଜୁତି କରୁଥିଲେ । ତାଙ୍କର ହୀରାବତୀ ନାମକ ଜଣେ ପାଟରାଣୀ ଥିଲେ । ରାଣୀଙ୍କ ନାମାନୁସାରେ ଏହି ଗ୍ରାମର ନାମ ହୀରାପୁର ହୋଇଛି ବୋଲି କିମ୍ବଦନ୍ତୀ କୁହେ । ରାଣୀ ହୀରାବତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଉଷଠି ଯୋଗିନୀ ପୀଠ ହୋଇଥିଲା । ସ୍ଥାପତ୍ୟ ଓ ଭାସ୍କର୍ଯ୍ୟଶୈଳୀରୁ ମଧ୍ୟ ଚଉଷଠି ଯୋଗିନୀ ମନ୍ଦିରଟି ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଅନୁମିତ । ଏହା ଭୌମ ଓ ସୋମ ରାଜବଂଶୀଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ । ଏହା ଏକ ଶକ୍ତିପୀଠ ହୋଇଥିବାରୁ ତନ୍ତ୍ର ସାଧନା ପାଇଁ ଏଠାକୁ ବହୁ ତନ୍ତ୍ର ସାଧକଙ୍କ ଆଗମନ ହେଉଥିଲା ।[୧] ମଧ୍ୟ ପ୍ରଦେଶର ଖଜୁରାହୋ ଓ ଜବଲପୁର ଏବଂ ଓଡ଼ିଶାର ହୀରାପୁର ଓ ରାଣୀପୁର- ଝରିଆଲର ୬୪ଯୋଗିନୀ ମନ୍ଦିର ଢାଞ୍ଚାରେ ଭାରତୀୟ ସଂସଦ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ସଂସଦ ଭବନର ଗୋଲାକାର ନକ୍ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ କରାଯାଇଛି ବୋଲି ବିଶେଷଜ୍ଞ ମତ ଦିଅନ୍ତି ।[ଆଧାର ଲୋଡ଼ା] ନିଜ ରାଜତ୍ୱ କାଳରେ କଳାପାହାଡ଼ ଏହି ମନ୍ଦିର ଭାଙ୍ଗିଛି ଓ ବର୍ତ୍ତମାନ ତାହାର ଭଗ୍ନାବଶେଷ ପ୍ରତୀୟମାନ ବୋଲି ଗ୍ରାମବାସୀ କହନ୍ତି । ଦୀର୍ଘବର୍ଷ ପରେ ମନ୍ଦିରଟି ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରାଯାଇଥିଲା ବୋଲି ସେମାନେ କୁହନ୍ତି । [୧] ଉପାସନା[ସମ୍ପାଦନା] ଚଉଷଠି ଯୋଗିନୀ ମନ୍ଦିର ଏକ ବଜ୍ରଯାନ ବା ତନ୍ତ୍ରପୂଜାର ଦେଉଳ। ଏଠାରେ ଭୂମଣ୍ଡଳର ୫ଟି ଉପାଦାନ (ନିଆଁ, ଜଳ, ବସୁଧା, ଆକାଶ ଓ ପବନ)କୁ ପୂଜା କରାଯାଇଥାଏ । ଯୋଗିନୀମାନଙ୍କ ମୂର୍ତ୍ତି ସାଧାରଣତଃ ଏକ ଉଲଙ୍ଗ ନାରୀ ମୂର୍ତ୍ତୀ ଯାହା ପଶୁ, ମଣିଷ କିମ୍ବା ଅସୁର ଉପରେ ବିଜେ କରିଥିବାର ଦେଖିବାକୁ ମିଳିଥାଏ ଓ ନାରୀ ଶକ୍ତିକୁ ସୂଚାଇଥାଏ । ମୂର୍ତ୍ତିସବୁ ରାଗ, ଅନୁରାଗ, ସୁଖ, ଦୁଃଖକୁ ପ୍ରକାଶ କରିଥାନ୍ତି । କିମ୍ବଦନ୍ତୀ[ସମ୍ପାଦନା] ଲୋକକଥା ଅନୁସାରେ ଏହି ଦୀପଦଣ୍ଡିରେ ୨୧/୨ ଦଣ୍ଡ ସୁବର୍ଣ୍ଣ ବୃଷ୍ଟି ହୋଇଥିଲା । ଚଣ୍ଡୀ ପୁରାଣ ଓ ଦେବୀ ପୁରାଣରେ ଚଉଷଠି ଯୋଗିନୀମାନଙ୍କର ଆବିର୍ଭାବ ସମ୍ପର୍କରେ ଉଲ୍ଲେଖ ଅଛି । ମହିଷାସୁରର ଅତ୍ୟାଚାରରେ ତ୍ରିଭୁବନ ପ୍ରକମ୍ପିତ ହେବା ସଙ୍ଗେ ସଙ୍ଗେ ଦେବତାମାନଙ୍କର ଆସନ ଟଳମଳ ହୋଇଥିଲା । ସର୍ବଦେବଙ୍କର ଶକ୍ତି ବଳରେ ଦୁର୍ଗା ଆବିର୍ଭୂତା ହୋଇଥିଲେ । ଦୁର୍ଗା ଦେବୀ ମହିଁଷାସୁର ଅସୁର ସହିତ ଯୁଦ୍ଧ କରିବା ଅବସରରେ ରକ୍ତବୀର୍ଯ୍ୟ ନାମକ ଏକ ପ୍ରତାପୀ ଦାନବର ରକ୍ତବିନ୍ଦୁମାନ ତଳେ (ମାଟିରେ) ପଡ଼ି ସେଥିରୁ ସହସ୍ର ସହସ୍ର ଦାନବ ସୃଷ୍ଟି ହୋଇ ଦୁର୍ଗାଙ୍କ ସହିତ ଯୁଦ୍ଧ କରିଥିଲେ । ଏହିସବୁ ଦାନବଙ୍କୁ ନିହତ କରିବା ପାଇଁ ଦୁର୍ଗା ତାଙ୍କ ପ୍ରଖର ବିଶ୍ୱାସରୁ ଯୋଗିନୀମାନ ସୃଷ୍ଟି କରିଥିଲେ । ସେହି ଯୋଗିନୀମାନେ ରକ୍ତବୀର୍ଯ୍ୟ ଅସୁରର ଶରୀରରୁ ନିର୍ଗତ ହେଉଥିବା ରକ୍ତବିନ୍ଦୁକୁ ତଳେ ପକାଇ ନଦେଇ ପିଇଦେଲେ । ଫଳରେ ଆଉ ଦାନବଗଣ ସୃଷ୍ଟି ହେଲେନାହିଁ । ତେଣୁ ଦୁର୍ଗା ରକ୍ତବୀର୍ଯ୍ୟ ସହିତ ସମସ୍ତ ଅସୁରଙ୍କୁ ନିହତ କରିଥିଲେ । ଏହା ଫଳରେ ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା । କାଳକ୍ରମେ ସେହି ଯୋଗିନୀମାନେ ବିଭିନ୍ନ ପୀଠରେ ପୂଜା ପାଉଛନ୍ତି । ସେହି ଯୋଗିନୀମାନଙ୍କ ମଧ୍ୟରୁ ହୀରାପୁରଠାରେ ଚଉଷଠି ଯୋଗିନୀ ରୂପେ ପୂଜା ପାଉଛନ୍ତି, ଯାହାକି ଆଜି ସେହି ଯୋଗିନୀ ପୀଠ ହୀରାପୁର ରୂପେ ବିଦ୍ୟମାନ । ହିନ୍ଦୁ ତନ୍ତ୍ରରେ ଚଉଷଠି ଯୋଗିନୀମାନଙ୍କର ଉତ୍ପତ୍ତି ସମ୍ପର୍କରେ ସ୍କନ୍ଧ ପୁରାଣ ଓ କାଳିକା ପୁରାଣରେ ଉଲ୍ଲେଖ ଅଛି । ସେହି ଆଠଟି ଆଦିଶକ୍ତି ହେଲେ - ଉଗ୍ରଚଣ୍ଡୀ, ଭଦ୍ରକାଳୀ, ଦୁର୍ଗା, ଉଗ୍ରତାରା, କୌଶିକା, କାଳୀ, ଶିବଦୂତୀ ଓ ଚଣ୍ଡିକା । ହୀରାପୁର ଚଉଷଠି ଯୋଗିନୀ ପୀଠର ଅନତି ଦୂରରେ ପୁରାତନ ଉତ୍କଳର ରାଜଧାନୀ ଶିଶୁପାଳଗଡ଼ ଅବସ୍ଥିତ । ସେହିପରି ମହା ଭାଗବତ ପୁରାଣରେ ଉଲ୍ଲେଖ ଅଛି ଯେ, କାଳୀ ରହୁଥିବା ଏକ ପ୍ରଶସ୍ତ ସ୍ଥାନକୁ ବେଳେବେଳେ ଶିବ ବୁଲି ଆସୁଥିଲେ । ସେହି ପ୍ରଶସ୍ତସ୍ଥଳୀର ୪ଦିଗରେ ୪ଟି ଦ୍ୱାର ଥିଲା ଓ ଏହାକୁ ୬୪ ଯୋଗିନୀ ଓ ଭୈରବୀମାନେ ଜଗୁଥିଲେ । କିମ୍ବଦନ୍ତୀ ଅନୁସାରେ ଦୁର୍ଗା ଦାନବ ସଂହାର ନିମନ୍ତେ ୬୪ଟି ରୂପ ନେଇଥାନ୍ତି । ଯୁଦ୍ଧ ପରେ ଯୋଗିନୀ ମାନେ ଦୁର୍ଗାଙ୍କୁ ଏହି ମନ୍ଦିର ତିଆରି କରିବା ପାଇଁ ଅନୁରୋଧ କରିଥିଲେ ।[୧] ମନ୍ଦିର[ସମ୍ପାଦନା] ମନ୍ଦିରଟିର ଗଠନଶୈଳୀ ବୈଚିତ୍ର୍ୟମୟ, ଯାହାକି ନଦେଖିଲେ ବର୍ଣ୍ଣନା କରିବା ଅସମ୍ଭବ । ଅଧିଷ୍ଠାତ୍ରୀ ଦେବୀ ମହାମାୟା ଓ ଯୋଗିନୀମାନେ ଏକ ପୁରାତନ ପଥରରେ ନିର୍ମିତ ମନ୍ଦିରରେ ପୂଜା ପାଉଛନ୍ତି । ମନ୍ଦିରର ଆକାର ଗୋଲାକାର କିନ୍ତୁ ଛାତ ଶୂନ୍ୟ । ମନ୍ଦିରର ପ୍ରବେଶ ପଥର ଦ୍ୱାରଦେଶଟି ଏକ ତୋରଣ ପରି ପଥରରେ ନିର୍ମିତ । ଏହାର ଦୁଇ ପାଶ୍ୱର୍ରେ ଦୁଇଟି ଭୈରବ ମୂର୍ତ୍ତି ବିଦ୍ୟମାନ । ସେହି ଦୁଇଟି ମୂର୍ତ୍ତିର ନାମ କାଳ ଓ ବିକାଳ । ଏହି ତୋରଣର ଉପର ଅଂଶରେ ଦୁଇଟି ଦ୍ୱାରପାଳ ମୂର୍ତ୍ତି ବିଦ୍ୟମାନ । ମନ୍ଦିରର ବାହାର କାନ୍ଥରେ ନଅଟି କାତାୟନୀ ମୂର୍ତ୍ତି ବିଦ୍ୟମାନ । ସେମାନେ ହସ୍ତରେ ପାନପତ୍ର ଆୟୁଧ ଧରି ଦଣ୍ଡାୟମାନ । ପୀଠର ମଧ୍ୟଭାଗରେ ଚତୁଃଷ୍କୋଣ ବିଶିଷ୍ଟ କୃତି । ଚାରି କୋଣରେ ଚାରୋଟି ପ୍ରତିମା ଦଣ୍ଡାୟମାନ । ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ମୂର୍ତ୍ତି ଶୂନ୍ୟ । ବର୍ତ୍ତମାନ ତିନୋଟି ପ୍ରତିମାର ମଧ୍ୟଭାଗରେ ଅଦୈକ ପାଦ ଭୈରବ । କ୍ରୋଟର ଚକ୍ଷୁ, ନୃମୁଣ୍ଡମାଳୀ ଓ ଖଡ଼୍ଗଧାରୀ ଅଟନ୍ତି । ଅଧିଷ୍ଠାତ୍ରୀ ମହାମାୟାଙ୍କ ଦୁଇ ପାଶ୍ୱର୍ରେ ଅନ୍ୟ ସମସ୍ତ ମା' ଯୋଗିନୀ ଦେବୀ ସେମାନଙ୍କର ବାହନମାନଙ୍କ ଉପରେ ଆସ୍ଥାନ ବିମଣ୍ଡିତ । ଏହି ପ୍ରତିମାଗୁଡିକ କଳା ମୁଗୁନି ପଥରରେ ନିର୍ମିତ । ଏହି ଗୋଲାକାର ମନ୍ଦିରର ପରିଧି ୨୭.୪ମିଟର ଓ ଉଚ୍ଚତା ୨.୪ମିଟର । ଏହିମନ୍ଦିର ସମ୍ମୁଖଭାଗ ଉଦ୍‌ଗତଯୁକ୍ତ, ଯାହାକି ଏକ ଗୌରୀପଟ୍ଟ ସଦୃଶ ପ୍ରତୀୟମାନ । ମନ୍ଦିରର କାନ୍ଥସବୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବାଲି ପଥରରେ ତିଆରି । ଚଉଷଠି ଯୋଗିନୀ ପୀଠର ଚାରିପଟେ ସାଧକଙ୍କ ସୁରକ୍ଷା ନିମନ୍ତେ ୯ଟି ଯକ୍ଷିଣୀ ଥିବାବେଳେ ଦୁଇଟି କ୍ଷେତ୍ରୀୟ ଓ ଯକ୍ଷ ଦ୍ୱାରପାଳ ରହିଛନ୍ତି । ଏହାବ୍ୟତୀତ ପୀଠ ଭିତରକୁ ଯିବା ପାଇଁ ଥିବା ପ୍ରବେଶପଥ ପାର୍ଶ୍ୱରେ ଦୁଇଟି ବେତାଳ ରହିଛନ୍ତି । ପ୍ରତିମାଗୁଡିକ କଳାମୁଗୁନି ପଥରରେ ଖୋଦିତ ଓ ବାଲୁକା ପ୍ରସ୍ତରରେ ନିର୍ମିତ । ନବକାତ୍ୟାୟିନୀଙ୍କ ପ୍ରତିମାମାନ ଦେଉଳ ବାହାରେରେ ମଣ୍ଡିତ । [୧] ଦେଉଳ କାନ୍ଥର ଭିତର ଭାଗରେ ଯୋଗିନୀମାନଙ୍କ କଳାମୁଗୁନି ପଥରରେ ତିଆରି ୫୬ ଗୋଟି ମୂର୍ତ୍ତି ରହିଛି । ମନ୍ଦିର ମଝି ଭାଗରେ ଏକ ଛୋଟ ଘରେ ୮ଗୋଟି ମୂର୍ତ୍ତି ଚାରି ଦିଗକୁ ମୁହଁ କରିଛନ୍ତି । ଏଠାରେ ଥିବା ସଙ୍କଟେଶ୍ୱର ଶିବ ମନ୍ଦିରରେ ପୂଜିତ ଶିବଲିଙ୍ଗର ଉଚ୍ଚତା ବୃଦ୍ଧିପାଉଥିବା ଗ୍ରାମବାସୀ ମତ ଦିଅନ୍ତି । ୨୦୧୩ ମସିହାରେ ପୂଜକ ସନ୍ତୋଷ ତ୍ରିପାଠୀ ଲିଙ୍ଗର ଉଚ୍ଚତା ୧.୫ ଫୁଟ ବଢ଼ିବା ଉଲ୍ଲେଖ କରିଥିଲେ । [୧] ପୂଜା ପଦ୍ଧତି ଓ ପର୍ବପର୍ବାଣି[ସମ୍ପାଦନା] ମନ୍ଦିରର ଦୈନନ୍ଦିନ ପୂଜା ପଦ୍ଧତି ପାଇଁ ଗ୍ରାମର ଦୁଇଟି ବ୍ରାହ୍ମଣପରିବାର ବହୁ କାଳରୁ ସେବାୟତ ରୂପେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ମାଳି, ବାରିକ ଇତ୍ୟାଦି ଗ୍ରାମର ସେବାୟତମାନେ ସେମାନଙ୍କର କାର୍ଯ୍ୟ ଯଥା ସମୟରେ କରିବାର ସୁବନ୍ଦୋବସ୍ତ ହୋଇଛି । କିନ୍ତୁ ବଡ଼ ବଡ଼ ମେଳା ମହୋତ୍ସବ, ହୋମ ଯଜ୍ଞ ଇତ୍ୟାଦି ସମୟରେ ଅନ୍ୟ ପୂଜକଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ ହୋଇଥାଏ । ଅତୀତରେ ପୁଷ୍କରିଣୀର ଜଳ ଠାକୁରାଣୀଙ୍କର ନୀତି କାର୍ଯ୍ୟରେ ବ୍ୟବହାର ହେଉଥିଲା । କିନ୍ତୁ ଜଳ ଦୁଷିତ ହୋଇଯିବାରୁ କୂଅ ଓ ନଳକୂଅର ଜଳ ବ୍ୟବହାର ହେଉଅଛି । ବଡ଼ ବଡ଼ ହୋମ ଓ ମେଳା ମହୋତ୍ସବରେ ଏଠାରେ ରନ୍ଧନ ବ୍ୟବସ୍ଥାମାନ ମଧ୍ୟ ଅଛି । ଏହି ପୀଠରେ ବିବାହ, ବ୍ରତ ଇତ୍ୟାଦି ପବିତ୍ର କାର୍ଯ୍ୟମାନ ମଧ୍ୟ ହୋଇଥାଏ । ମନ୍ଦିରର ପ୍ରାଙ୍ଗଣରେ ଥିବା ଫୁଲ ଠାକୁରାଣୀଙ୍କ ନିକଟରେ ଲାଗି ହୋଇଥାଏ । ବଡ଼ ବଡ଼ ପର୍ବପର୍ବାଣି ତଥା ଦଶହରା, କାର୍ତ୍ତିକ ପୂର୍ଣ୍ଣିମା ଇତ୍ୟାଦି କାର୍ଯ୍ୟଗୁଡିକ ଗ୍ରାମବାସୀମାନଙ୍କ ତତ୍ତ୍ୱାବଧାନରେ ସୁରୁଖୁରୁରେ ସମ୍ପାଦନା ହୋଇଥାଏ । ପ୍ରତିଦିନ ଦେବୀମାନଙ୍କୁ ସ୍ନାନ କରାଯାଇ ଧୂପ, ଦୀପ ସହିତ ନୈବେଦ୍ୟ ଅର୍ପଣ ହୋଇଥାଏ । ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ଓ ସନ୍ଧ୍ୟା ସମୟରେ ଆଳତୀ ସହ ଶୁଖିଲା ଭୋଗ ଲାଗି ହୋଇ ପହୁଡ଼ ପଡିଥାଏ । ଏଠାରେ ବର୍ଷକ ବାର ମାସ ଗ୍ରାମବାସୀଙ୍କର ଶୁଭକାର୍ଯ୍ୟଗୁଡିକର ଅନୁକୂଳ ହୋଇଥାଏ । ସନ୍ଧ୍ୟା ସମୟରେ ଏଠାରେ ଭାଗବତ, ଗୀତା, ପୁରାଣ ଇତ୍ୟାଦି ପାଠ ହୋଇଥାଏ । ନିତ୍ୟ ପୂଜା ବ୍ୟତୀତ ଏହି ପୀଠରେ ବଡ଼ ବଡ଼ ପର୍ବ ପର୍ବାଣିରେ ଦେବୀମାନଙ୍କ ଗହଣା, ହାର, ମାଳ, ମୁକୁଟ ସମେତ ନୂତନ ବସ୍ତ୍ର ବା ପାଟ ଇତ୍ୟାଦି ପରିଧାନ କରାଯାଇଥାଏ । ଦଶହରା ପର୍ବରେ ଦୀର୍ଘ ଷୋହଳ ଦିନ ଗ୍ରାମବାସୀଙ୍କ ତରଫରୁ ମାର୍ଜନା ହୋଇଥାଏ । ଦେବୀଙ୍କୁ ବିଭିନ୍ନ ବେଶରେ ଭୂଷିତ କରାଯାଇ ହୋମ, ଯଜ୍ଞ ସହିତ ଚଣ୍ଡୀପାଠ କରାଯାଇଥାଏ । ଦୋଳ ପୂର୍ଣ୍ଣିମାରେ ଦୋଳ ଯାତ୍ରା ହେଲା ଦେବୀଙ୍କର ପ୍ରଧାନ ପର୍ବ । ଶ୍ରୀପଞ୍ଚମୀ ସମୟରେ ଦୀର୍ଘ ୩ଦିନ ଧରି ଏଠାରେ ମହାଯଜ୍ଞ ହୋଇଥାଏ । ଚୈତ୍ରପର୍ବ ଅବସରରେ ଦେବୀଙ୍କ ପାଖରେ ଘୃତ ଅନ୍ନ ସହ ଗୋଟା ମାଛ ପୋଡ଼ା ହୋଇ ଭୋଗ ହେବାର ବ୍ୟବସ୍ଥା ଅଛି । ଏହାକୁ ଅମୁହାଁ ଭୋଗ କୁହାଯାଇଥାଏ । ଏହି ଭୋଗ ତା'ପରଦିନ ଗ୍ରାମର ପ୍ରତ୍ୟେକ ଘରେ ବିତରଣ ହୋଇଥାଏ । ଏହିସବୁ ପ୍ରଧାନ ବାର୍ଷିକ ପର୍ବଗୁଡିକରେ ଗ୍ରାମ ଓ ପଡୋଶୀ ଗ୍ରାମର ଶହ ଶହ ଭକ୍ତ ସମବେତ ହୋଇ ଯେ ଯାହାର କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଶୁଦ୍ଧପୂତ ମନରେ ଦେବୀଙ୍କୁ ଆଶୀର୍ବାଦ ଭିକ୍ଷା ମାଗିଥାନ୍ତି । ଏହିସବୁ ପ୍ରଧାନ ପର୍ବ ବ୍ୟତୀତ ଅନ୍ୟସବୁ ପର୍ବମାନ ମଧ୍ୟ ପାଳନ ହୋଇଥାଏ । ସେଗୁଡିକ ହେଲା ରଜ ପର୍ବ, ସାବିତ୍ରୀ ଅମାବାସ୍ୟା, ଚିତାଲାଗି ଅମାବାସ୍ୟା, ରାକ୍ଷୀ ପୂର୍ଣ୍ଣିମା, ରାଧାଷ୍ଟମୀ, ଜନ୍ମାଷ୍ଟମୀ, ଦୀପାବଳୀ, ଅକ୍ଷୟ ତୃତୀୟା, ମାନସା ପଞ୍ଚମୀ, ସୁଦଶା ବ୍ରତ ଇତ୍ୟାଦି । ଆଉ ମଧ୍ୟ ମା' ଯୋଗିନୀଙ୍କ ମଙ୍ଗଳା, କାଳିକା ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉେଦ୍ଦେଶ୍ୟରେ ବହୁ ପ୍ରକାର ଓଷା, ପର୍ବପର୍ବାଣି ପାଳିତ ହୋଇଥାଏ । ଅତୀତରେ ଏହି ପୀଠର ପରିବେଶ ଭଲ ନଥିଲା । କାରଣ ଗମନାଗମନ, ଯୋଗାଯୋଗ, ପ୍ରସାର ଓ ପ୍ରଚାରର ଓ ପରିଚାଳନା ବ୍ୟବସ୍ଥା ଇତ୍ୟାଦି ଅତ୍ୟନ୍ତ ଅବହେଳିତ ହୋଇଥିଲା । ସର୍ବୋପରି ଅସ୍ୱାସ୍ଥ୍ୟକର ତଥା ଅପରିଷ୍କାର ପରିବେଶ ଘେରି ରହିଥିବାରୁ ଏହା ଶ୍ରୀହୀନ ଦେଖାଯାଉଥିଲା । ଦେଶ ସ୍ୱାଧୀନତା ପ୍ରାପ୍ତ ପରେ କ୍ରମଶଃ ଏହି ପୀଠର ଅବସ୍ଥା ଉନ୍ନତି ସାଧନ ହୋଇପାରିଛି । ବର୍ତ୍ତମାନ ଏହି ପୀଠକୁ ଭାରତ ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସରକାରୀ ସ୍ତରରେ ଏହି ପୀଠକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି । ଏହି ପୀଠଟି ପୁରୀ, କୋଣାର୍କ ଓ ଭୁବନେଶ୍ୱର ସ୍ୱର୍ଣ୍ଣ ତ୍ରିଭୁଜ ଶକ୍ତି ମଣ୍ଡଳ ମଧ୍ୟରେ ଅବସ୍ଥିତ । ଏହି ସ୍ୱର୍ଣ୍ଣ ତ୍ରିଭୂଜ ମଣ୍ଡଳୀ ପୀଠକୁ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ବାର୍ଷିକ ହଜାର ହଜାର ପର୍ଯ୍ୟଟକ ଓ ଭକ୍ତମାନେ ଭ୍ରମଣରେ ଆସିଥାନ୍ତି । ଏହି ପୀଠରେ ଲୁକ୍କାୟିତ ହୋଇ ରହିଥିବା ସୌନ୍ଦର୍ଯ୍ୟ ମାଧୁରୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ଇତ୍ୟାଦିକୁ ଆଧୁନିକ ପ୍ରଣାଳୀର ରୂପ ଦେଲେ ନିଶ୍ଚୟ ଏହି ପୀଠ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହେବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏହି ପୀଠର ସର୍ବାଙ୍ଗୀନ ଉନ୍ନତି କରିବା ଓ ଏହି ପୀଠର ନାମକୁ ସୁବିସ୍ତୃତ କରିବା ପାଇଁ ୨୦୦୭ ମସିହାରୁ ନୃତ୍ୟ ପ୍ରତିଭା ନାମକ ଭୁବନେଶ୍ୱରର ଏକ ଅନୁଷ୍ଠାନ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ, ଜିଲ୍ଲାସ୍ତରୀୟ ବାଲିଅନ୍ତା ପଞ୍ଚାୟତ ସମିତି ଓ ସ୍ଥାନୀୟ ଯୁବକମାନଙ୍କ ଉଦ୍ୟମରେ ଚଉଷଠି ଯୋଗିନୀ ମହୋତ୍ସବ ପାଳିତ ହୋଇ ଆସୁଅଛି । ସେହି ବର୍ଷଠାରୁ ପ୍ରତିବର୍ଷ ଡିସେମ୍ବର ମାସରେ ଏହି ମହୋତ୍ସବ ପାଳନ ହୋଇ ଆଜି ସପ୍ତମ ମହୋତ୍ସବରେ ଉପନୀତ ହୋଇ ପାରିଛି । ଏହି ଉତ୍ସବ ମା' ଯୋଗିନୀଙ୍କ ପୀଠରେ ଦୀର୍ଘ ତିନି ଦିନ ଧରି ମହାସମାରୋହରେ ଓ ଆଲୋକ ସଜାସଜି ହୋଇ ନୃତ୍ୟ ଓ ନାଚ ପରିବେଷଣ ହୋଇଥାଏ । ଓଡ଼ିଶାର ସୁନାମଧନ୍ୟ ନୃତ୍ୟଶିଳ୍ପୀମାନଙ୍କର ନିପୁଣ ନୃତ୍ୟ କଳା ପରିବେଷଣ ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯାଇଥାଏ । ପ୍ରତିଦିନ ଓଡ଼ିଶାର ମନ୍ତ୍ରୀ, ବିଧାୟକ ଓ ଶିକ୍ଷାବିତ୍ ଓ କଳାଶିଳ୍ପୀରେ ନିପୁଣତା ଥିବା ଭଦ୍ରବ୍ୟକ୍ତିମାନେ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥାନ୍ତି । ଆଉ ମଧ୍ୟ ପ୍ରତିବର୍ଷ ଏକ ସ୍ମରଣିକା ଉନ୍ମୋଚନ ହୋଇଥାଏ । ଏହାଫଳରେ ଦୈନିକ ପତ୍ର ପତ୍ରିକା ଓ ଗଣମାଧ୍ୟମ ମାଧ୍ୟମରେ ଏହି ପୀଠର ପ୍ରସାର ଓ ପ୍ରଚାର ହୋଇ ପାରୁଛି । ସର୍ବୋପରି ଏହି ଉତ୍ସବର ଶେଷ ଦିବସରେ ନିପୁଣ ପାରଦର୍ଶିତା ଲାଭ କରିଥିବା ନୃତ୍ୟଶିଳ୍ପୀମାନଙ୍କୁ ଚଉଷଠି ଯୋଗିନୀ ନୃତ୍ୟକଳା ମହୋତ୍ସବ ଉପାଧିରେ ସମ୍ମାନିତ କରାଯାଇଥାଏ । ପ୍ରତ୍ନତତ୍ତ୍ୱ ବିଭାଗ ଏହାକୁ ନବୀକରଣ କରାଇବା ପାଇଁ ଗମନାଗମନଠାରୁ ନୂତନ ଗୃହ ନିର୍ମାଣ କାମ ଜାରି ରଖିଛନ୍ତି । ଏହି ପୀଠର ପବିତ୍ରତା ଅତୀବ ମହାନ ଓ ଗରିୟସୀ । କାରଣ ଏହି ପୀଠ ସର୍ବଧର୍ମର ଯୋଗ, ତନ୍ତ୍ର ଓ ସଂସ୍କୃତିର କେନ୍ଦ୍ରସ୍ଥଳୀ ରୂପେ ଶାସ୍ତ୍ରାନୁମୋଦିତ । ତେଣୁ ଏହି ପୀଠଶ୍ରୀଜଗନ୍ନାଥଙ୍କ ସଂସ୍କୃତିର କର୍ମଶାଳା ଅର୍ଥାତ୍ ମୂଳ ସାଧନା ପୀଠ । ଆଧାର[ସମ୍ପାଦନା] ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯ ଦ୍ରଷ୍ଟବ୍ୟ[ସମ୍ପାଦନା] Hirapur,the abode of yogini form of mother goddess hamunda worship around Odisha v t e ଓଡ଼ିଶାର ଦେବୀ ମନ୍ଦିର ଅଷ୍ଟଚଣ୍ଡୀ ଚର୍ଚ୍ଚିକା ବିମଳା ବିରଜା ଭଗବତୀ ମଙ୍ଗଳା ସମଲେଶ୍ଵରୀ ସାରଳା ହିଙ୍ଗୁଳା ଦେବୀ ମନ୍ଦିର କଟକ ଚଣ୍ଡୀ କାଳିଜାଈ କୀଚକେଶ୍ଵରୀ ଗଙ୍ଗେଶ୍ୱରୀ (ବୟାଳିଶବାଟି) ଗୁଣ୍ଡିଚା ମନ୍ଦିର ଘଣ୍ଟେଶ୍ଵରୀ ଚଉଷଠି ଯୋଗିନୀ ରାଣୀପୁର-ଝରିଆଲ ହୀରାପୁର ତାରାତାରିଣୀ ତାରିଣୀ ଧାମରେଈ ବୁଢ଼ୀଠାକୁରାଣୀ ବରାହୀ (ଚଉରାଶି) ବଇତାଳ ଦେଉଳ ଭଟ୍ଟାରିକା ଭଦ୍ରକାଳୀ ଦକ୍ଷିଣକାଳୀ ମନ୍ଦିର ପୁରୀ ମଝିଘରିଆଣୀ ମାହେଶ୍ଵରୀ ବରୁଣେଇ ମାର୍କମା ମାଉସୀ ମା ମାରିଚି ମାଣିକେଶ୍ଵରୀ ରାମଚଣ୍ଡୀ ସିଦ୍ଧ ଭୈରବୀ ସୁରେଶ୍ଵରୀ ଓଡ଼ିଶାର ହିନ୍ଦୁ ମନ୍ଦିର ଓଡ଼ିଶାର ଶିବ ମନ୍ଦିର "https://or.wikipedia.org/w/index.php?title=ଚଉଷଠି_ଯୋଗିନୀ_ମନ୍ଦିର,_ହୀରାପୁର&oldid=460508"ରୁ ଅଣାଯାଇଅଛି ଶ୍ରେଣୀସମୂହ: Pages using infobox Hindu temple with unknown parameters Pages containing citation needed template with deprecated parameters ଓଡ଼ିଶାର ଦେବୀ ମନ୍ଦିର ଖୋର୍ଦ୍ଧା ଜିଲ୍ଲାର ହିନ୍ଦୁ ମନ୍ଦିର ଲୁଚିଥିବା ଶ୍ରେଣୀ: All articles with unsourced statements Articles with unsourced statements ଏ ପୃଷ୍ଠାଟି ୨ ମଇ ୨୦୨୨ ଦିନ ୧୧:୦୬ ବେଳେ ବଦଳାଯାଇଥିଲା । ଏହି ଲେଖା କ୍ରିଏଟିଭ କମନ୍ସ ଆଟ୍ରିବୁସନ/ସେଆର ଏଲାଇକ ଲାଇସେନ୍ସରେ ରଖାଯାଇଛି; ଆହୁରି କିଛି ନୀତି ମଧ୍ୟ ଥାଇପାରେ । ଅଧିକ ଜାଣିବା ପାଇଁ ବ୍ୟବହାର କରିବାର ନିୟମ ସବୁ ଦେଖନ୍ତୁ ।
2022-12-04T01:35:51Z
https://or.wikipedia.org/wiki/%E0%AC%9A%E0%AC%89%E0%AC%B7%E0%AC%A0%E0%AC%BF_%E0%AC%AF%E0%AD%8B%E0%AC%97%E0%AC%BF%E0%AC%A8%E0%AD%80_%E0%AC%AE%E0%AC%A8%E0%AD%8D%E0%AC%A6%E0%AC%BF%E0%AC%B0
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଓଡ଼ିଶା ନନ୍ଦନକାନନ ରାସ୍ତାରେ କମିବ ଭିଡ଼ : ଉଦଘାଟିତ ହେଲା ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ ନନ୍ଦନକାନନ ରାସ୍ତାରେ କମିବ ଭିଡ଼ : ଉଦଘାଟିତ ହେଲା ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ By The Sakala SS On May 27, 2022 ଭୁବନେଶ୍ବର : ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଗାଡି ପାର୍କିଂ କରିବାକୁ ଆଉ ଚିନ୍ତାରେ ରହିବେନି। କାରଣ ଆଜି ନନ୍ଦନକାନନ ପରିସରରେ ଉଦଘାଟିତ ହୋଇଛି ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ୩୫କୋଟିରୁ ଅଧିକ ବଜେଟରେ ନିର୍ମିତ କରାଯାଇଛି ଏହି ମଲ୍ଟି ପାର୍କିଂ ସ୍ଥଳ । ୪ମହଲା ବିଶିଷ୍ଟ ପାର୍କିଂ ସ୍ଥଳରେ ୫୮୩ଟି ଚାରିଚକିଆ ଯାନ ଓ ୨ହଜାର ଦୁଇଚକିଆ ଯାନ ରହିବାର ସୁବିଧା କରାଯାଇଛି । ପ୍ରତିଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ରାଜ୍ୟ, ଦେଶ ତଥା ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସନ୍ତି। ତେବେ ନନ୍ଦନକାନନ ପରିସରରେ ଗାଡି ପାର୍କିଂ କରିବା ପାଇଁ ସ୍ଥାନ ନଥିବା କାରଣରୁ ରାସ୍ତା ପାଖରେ ଗାଡି ରଖି ବୁଲିବାକୁ ଯାଆନ୍ତି। ରାସ୍ତା କଡରେ ଗାଡି ରହିବା କାରଣରୁ ପର୍ଯ୍ୟଟକମାନଙ୍କ ମନରେ ଗାଡି ଚୋରୀ ହେବା ନେଇ ଆଶଂକା ଦେଖା ଦେବା ସହ ରସ୍ତାରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ। ତେବେ ଏଣିକି ଆଉ ଏହି ସମସ୍ୟା ରହିବନି।ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପର୍ଯ୍ୟଟକମାନେ ଏହି ପାର୍କିଂ ସ୍ଥଳରେ ଗାଡ଼ି ରଖିବାର ସୁବିଧା ପାଇବେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ କରି ନିର୍ମାଣ ହୋଇଥିବା ବହୁତଳ ପାର୍କିଂକୁ ମୁଖ୍ୟମନ୍ତ୍ରୀ ଆଜି ଉଦଘାଟନ କରିଛନ୍ତି। ଅଧିକ ପଢନ୍ତୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଓ… Nov 18, 2022 ଏଥିସହିତ ପଢ଼ନ୍ତୁ ସୋନପୁରର ‘ମେଙ୍ଗୋ ଆଇସକ୍ରିମ’କୁ ରାଜଧାନୀରେ ଆଦୃତି,… Dec 3, 2022 ସୂଚନାଯୋଗ୍ୟ, ୫ ଏକର ଜମିରେ ୩୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ୨୦୧୮ ନଭେମ୍ବର ମାସରେ ଭୁବନେଶ୍ୱର ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ପକ୍ଷରୁ ନିର୍ମିତ ଏହି ବହୁତଳ ପାର୍କିଂ ସ୍ଥଳ ୨୦୨୦ ଡିସେମ୍ବରରେ ଶେଷ ହୋଇଥିଲା। ଏଠାରେ ଏକ ସମୟରେ ପ୍ରାୟ ୫୮୩ ଚାରି ଚକିଆ ଏବଂ ୬୦୦ ଦୁଇ ଚକିଆ ଯାନ ରହିବାର କ୍ଷମତା ରହିଛି। ଫୁଡ୍‍ କୋର୍ଟ ସମେତ ଅନ୍ୟାନ୍ୟ ଦୋକାନ ଖୋଲା ଯିବାର ବ୍ୟବସ୍ଥା ରହିଛି। ବିଦ୍ୟୁତ୍‍, ପାଣି ଏବଂ ଲିଫ୍ଟର ବ୍ୟବସ୍ଥା ମଧ୍ୟ ରହିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ଡ୍ରାଇଭରଙ୍କ ପାଇଁ ବିଶ୍ରାମ କକ୍ଷ ରହିଛି। ପ୍ରତ୍ୟେକ ପାର୍କିଂ ମହଲା ୫ହଜାର ୬୦୦ ବର୍ଗ ମିଟରରେ ନିର୍ମିତ ହୋଇଛି । ସାଇକେଲ ୫ଟଙ୍କା, ବାଇକ ୨୦ଟଙ୍କା, କାର ୫୦ଟଙ୍କା, ବସ ୭୦ଟଙ୍କା ଟିକେଟ ମୂଲ୍ୟ ସ୍ଥିର କରାଯାଇଛି । ଏହି ଦର ୬ଘଣ୍ଟା ସମୟ ସୀମା ପର୍ଯ୍ୟନ୍ତ ଲାଗୁ ହେବ । ସିସିଟିଭି ଫୁଟେଜ ନିରୀକ୍ଷଣ ରହିବ ପାର୍କିଂ ସ୍ଥଳ । ଅଚାନକ ଅଗ୍ନିକାଣ୍ଡ ହେଲେ ସ୍ଥିତିକୁ ଆୟତ୍ତ କରିବା ପାଇଁ ସମସ୍ତ ମହଲାରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ନନ୍ଦନକାନନର ମୁଖ୍ୟ ରାସ୍ତାର ଯାନବାହାନ ଭିଡ଼ କମାଇବା ପାଇଁ ଓ ଟ୍ରାଫିକ ନିୟନ୍ତ୍ରଣ ଏହି ପ୍ରକଳ୍ପର ଲକ୍ଷ୍ୟ । ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି ପାର୍କିଂରେ ସମୁଦାୟ ୫୮୩ଟି ଚାରିଚକିଆ ଯାନ ରହିପାରିବ । ପାର୍କିଂ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି । ତଳେ ୨୦୦୦ ଦୁଇଚକିଆ ଯାନ ରହିବା ଭଳି ମଧ୍ୟ ସୁବିଧା କରାଯାଇଛି । ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତରର ବିଧାୟକ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ପ୍ରମୁଖ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । Chief minister naveen pattanikCMO OdishaNandanKananNandankanan multi-level parking lotNandankanan parking lot
2022-12-04T02:59:46Z
https://thesakala.in/states-first-multi-level-parking-lot-has-been-inaugurated-in-nandankanan/
OSCAR-2301
ନୂଆଦିଲ୍ଲୀ: ଆଲୋକ ବର୍ମାଙ୍କୁ ପୁନଃ ଥଇଥାନ କରି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ଼ ଝଟକା। କିନ୍ତୁ ବର୍ମାଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ସଙ୍କୁଚିତ କରିଦେଲେ କୋର୍ଟ। ତେବେ ଆଲୋକ ବର୍ମାଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ଦିଲ୍ଲୀ ପୋଲିସ ଏଷ୍ଟାବେଲସମେଣ୍ଟ ଆକ୍ଟରେ ଗଠିତ କମିଟି ହିଁ ନେଇ ପାରିବ ବୋଲି ସୁପ୍ରିମକୋର୍ଟ… ନ୍ୟୁଜ୍ ୧୫ବର୍ଷ ପରେ ସିବିଆଇରେ ଓଡ଼ିଶାର ଦବଦବା, ନାଗେଶ୍ୱରଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ October 24, 2018 କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇରେ ଚାଲିଥିବା ବିବାଦରେ ଲାଭାନ୍ୱିତ ହୋଇଛନ୍ତି ଓଡ଼ିଶା କ୍ୟାଡର୍ ଆଇପିଏସ୍. ଏମ୍. ନାଗେଶ୍ୱର ରାଓ । ୧୯୮୬ ବ୍ୟାଚ୍ ଆଇପିଏସ୍ ଏମ୍. ନାଗେଶ୍ୱର ରାଓଙ୍କୁ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ସେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି ।…
2022-12-08T22:39:19Z
http://www.bartamanodisha.com/tag/alok-verma/
OSCAR-2301
ବାଲିଗୁଡ଼ା , କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ବାଲିଗୁଡ଼ାରେ ପହଂଚିଛନ୍ତି ଉଠାଜଳ ସେଚନ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ପତ୍ରୀ । ବାଲିଗୁଡ଼ା ବିଜେଡି କାର୍ଯ୍ୟାଳୟ ପରିସରରେ ଦଳପକ୍ଷରୁ ବ୍ଲକ ସଭାପତି ଟୁନାଦାସ ନିଗମ ଅଧ୍ୟକ୍ଷ ତଥା ରାଜ୍ୟ ବିଜୁ ଜନତା ଯୁବସଭାପତି ଅମରେଶ ପତ୍ରୀଙ୍କୁ ପୁଷ୍ପମାଲ୍ୟଦେଇ ସ୍ୱାଗତ କରିଥିଲେ । ବାଲିଗୁଡ଼ା ଉଠାଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଯାଇ ଅଧିକାରୀ ମାନଙ୍କ ସହିତ ସମିକ୍ଷା କରିଥିଲେ । ପରେ ଦାରିଙ୍ଗବାଡ଼ି ଗସ୍ତରେ ଯାଇଥିଲେ ।
2022-11-26T15:18:13Z
https://www.sakalakhabar.com/baliguda-36/
OSCAR-2301
ଏଣ୍ଟ୍ରି ହେଉ ବା ପୋଲିସର ରେଡ୍‌, OYO Room ସହିତ ଜଡିତ ସତ୍ୟତାର ଖୁଲାସା…ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ – SwastikTv.com Swastik Tv News Odisha Publisher - Swastik Tv News Odisha ଓଡିଶା ଆଜିର ଅନୁଚିନ୍ତା ଜୀବନଚର୍ଯ୍ୟା ବ୍ୟବସାୟ ମନୋରଞ୍ଜନ ରାଶି ଓ ବାସ୍ତୁ ମାଳିକା ବାଣୀ ଶିକ୍ଷା ଓ ନିଯୁକ୍ତି Home ଭାଇରାଲ ଭିଡିଓ ଏଣ୍ଟ୍ରି ହେଉ ବା ପୋଲିସର ରେଡ୍‌, OYO Room ସହିତ ଜଡିତ ସତ୍ୟତାର ଖୁଲାସା…ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ ଏଣ୍ଟ୍ରି ହେଉ ବା ପୋଲିସର ରେଡ୍‌, OYO Room ସହିତ ଜଡିତ ସତ୍ୟତାର ଖୁଲାସା…ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ By Chinmay Pradhan Last updated Sep 26, 2021 0 Share ଓୟୋ ଏମିତି ଏକ ଆବା ହୋଟେଲ , ଯାହା ମାର୍କେଟ ରେ ଆସୁ ଆସୁ ହିଟ ହୋଇଯାଇଥିଲା । ତେବେ ଏହି ହୋଟେଲ କେବଳ କୋପଲ ନୁହନ୍ତି ସାଧାରଣ ଲୋକାମନେ ମଧ୍ୟ ରହି ପାରିବେ । କିନ୍ତୁ 21 ବର୍ଷରୁ ଉର୍ଦ୍ଧ୍ୱ ଲଭରସ୍ ମାନେ ଏହି ହୋଟେଲ ରେ ବାସ କରି ପାରିବେ , ତେବେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ଯେ ଏହି ହୋଟେଲ ରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ ବା ଏହି ହୋଟେଲ ରେ ଅନେକ ଥର ପେଲିସଙ୍କର ରେଟ୍ ପଡିଥାଏ । ତେବେ କଣ ରହିଛି ଏହା ପଛର ସତ୍ୟତା ଆସନ୍ତୁ ଜାଣିବା । ଓୟୋ ସମସ୍ତ ଲୋକମାନଙ୍କ ପାଇଁ ଉପଲବ୍ଧ ଅଟେ , ଏଠାରେ କପଲ ମାନେ ଅର୍ଥାତ୍ ସାଧାରଣ ଲୋକମାନେ ମଧ୍ୟ ରହିବାର ବ୍ୟବସ୍ଥା ରହିଛି । ବଜେଟ ଅନୁସାରେ ବିଭିନ୍ନ ପ୍ରକାର ରୁମ ଗୁଡିକ ରହିଛି , ଏହାଛଡା ଅନମେରେଡ କପୁଲ ମାନେ ମଧ୍ୟ ଏଠାରେ ରହି ପାରିବେ । ସେଥିପାଇଁ ସେମାନଙ୍କୁ କୌଣସି ପ୍ରକାର କଟକମା କରାଯାଏ ନାହିଁ , କିନ୍ତୁ ଉଭୟ କପୁଲଙ୍କର ବୟସ 21 ବର୍ଷ ହୋଇଥିବା ଆବଶ୍ୟକ । ହୋଟେଲ ବୁକ କରିବା ପୂର୍ବରୁ ସର୍ବପ୍ରଥମେ କଷ୍ଟମର ମାନଙ୍କର ଆଧାର କାର୍ଡ ଏବଂ ରେଜିଷ୍ଟର ବୁକ ରେ ଫୋନ୍ ନମ୍ୱର , ତା ସହ ପରପସ ଭିଜିଟ ରଖାଯାଏ । ସେମାନେ ଏଠାକୁ କଣ ପାଇଁ ଆସିଛନ୍ତି ଏମିତି କିଛି ଲୋକମାନେ ରହିଛନ୍ତି , ଯେଉଁମାନେ ସେମାନଙ୍କର ଚିନ୍ତାଧାରା ପାଇଁ ଓୟୋ ଆଜି ବଦନାମ ହେଉଛି । କାରଣ ଏମିତି କିଛି ଓୟୋର ୱନରମାନେ ରହିଛନ୍ତି , ଯେଉଁ ମାନେ ଅଲ୍ପ ଦିନରେ ନିଜର ଟଙ୍କା ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି । ସେଥିପାଇଁ ସେମାନେ ହୋଟେଲ ମଧ୍ୟରେ ଅନେକ ପ୍ରକାର ଖରାପ କାର୍ଯ୍ୟ କରିଥାନ୍ତି , ଯେଉଁଥିପାଇଁ ଓୟୋ ହୋଟେଲ ଗୁଡିକ ବଦନାମ ହୋଇଥାଏ । ଏମିତି କିଛି କପଲ ରହିଥାନ୍ତି ଯେଉଁମାନେ ନିଜର ଅଶ୍ଳୀଳ ଭିଡିଓ କରି ସେସିଆଲ ମିଡିଆରେ ଭାଇରାଲ କରିବାର ଧମକ୍ ଦେଇ ବ୍ଲାକମେଲ କରିଥାନ୍ତି । ପରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଅୟୋ ହୋଟେଲ ରେ ରୁମ ପ୍ରାଇସ ବହୁତ କମ ଥାଏ , କାରଣ କଷ୍ଟମର ମାନଙ୍କର ମନମୁତାବକ ସମସ୍ତ ଜିନିଷ ଉପଲବ୍ଧ ଥାଏ । ରୁମ ଗୁଡିକ ନିଟ ଏଣ୍ଡ କ୍ଲିନ ମଧ୍ୟ ଥାଏ , ଯାହାଫଳରେ କଷ୍ଟମର ମାନେ ପୁଣିଥରେ ଆସିବା ପାଇଁ ଆଗ୍ରହୀ ହେବେ । ଅୟୋ କୁ ଫ୍ୟାମିଲି ମେମ୍ୱର ବା କୌଣସି ବ୍ୟାଙ୍କର ଷ୍ଟାପ ମାନେ ମଧ୍ୟ ନିଜର ମିଟିଙ୍ଗ ପାଇଁ ରୁମ ବୁକ କରିଥାନ୍ତି । ଏଠାରେ ସେମିତି କିଛି ଲାଗୁ କରାଯାଇ ନାହିଁ , ଯେ ଏଠାକୁ କେବଳ କପଲ ମାନେ ହିଁ ଆସି ପାରିବେ । ଏଟାକୁ ସମସ୍ତ ସାଧାରଣ ଲୋକମାନେ ମଧ୍ୟ ଆସିବାର ବ୍ୟବସ୍ଥା ରହିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-12-10T01:34:21Z
https://swastiktv.com/%E0%AC%8F%E0%AC%A3%E0%AD%8D%E0%AC%9F%E0%AD%8D%E0%AC%B0%E0%AC%BF-%E0%AC%B9%E0%AD%87%E0%AC%89-%E0%AC%AC%E0%AC%BE-%E0%AC%AA%E0%AD%8B%E0%AC%B2%E0%AC%BF%E0%AC%B8%E0%AC%B0-%E0%AC%B0%E0%AD%87%E0%AC%A1/
OSCAR-2301
ନର୍ଲା ବ୍ଲକ ର ୪ଟି ପଞ୍ଚାୟତ ର ଧାନ ଫସଲ ରେ ମାଟିଆ ଗୁଣ୍ଡିପୋକ ର ପ୍ରାଦୁର୍ଭାବ, ଶୀଘ୍ର ପ୍ରତିକାର ଦାବି - Aei Odisha 06:56: AM Saturday December 10, 2022 HOME ଜାତୀୟ ଖବର ଆଞ୍ଚଳିକ ଖବର ଅପରାଧ ମନୋରଞ୍ଜନ ଖେଳ ଏଇ ଓଡିଶା ବିଶେଷ ରାଜନୈତିକ ସ୍ୱାସ୍ଥ୍ୟ ତେରେଛା ନଜର LIVE TV HOME ଜାତୀୟ ଖବର ଆଞ୍ଚଳିକ ଖବର ଅପରାଧ ମନୋରଞ୍ଜନ ଖେଳ ଏଇ ଓଡିଶା ବିଶେଷ ରାଜନୈତିକ ସ୍ୱାସ୍ଥ୍ୟ ତେରେଛା ନଜର LIVE TV Breaking News 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ 9:20 amସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାରେ ବର୍ଷା 9:19 amଅର୍ଚ୍ଚନା ନାଗ ସହ ମୁହାଁମୁହିଁ ୮ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଆରକେଟେକ୍ର ରଂଜିତ ବେ‌ହେରା 9:17 amସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡ୍‌ସ୍‌’ ତୀବ୍ର ଅବପାତରେ ପରିଣତ ହେଲା ; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ TOP NEWS ନର୍ଲା ବ୍ଲକ ର ୪ଟି ପଞ୍ଚାୟତ ର ଧାନ ଫସଲ ରେ ମାଟିଆ ଗୁଣ୍ଡିପୋକ ର ପ୍ରାଦୁର୍ଭାବ, ଶୀଘ୍ର ପ୍ରତିକାର ଦାବି Posted on November 1, 2022 at 10:29 pm by Aei Odisha 58 0 ନର୍ଲା:(ଅମିୟ କୁମାର ଦାସ)ଚଳିତ ବର୍ଷ ଉତ୍ତମ ବର୍ଷା ହୋଇଥିବା ଯୋଗୁଁ ଧାନ ଚାଷ ଖୁବ ଭଲ ହୋଇଛି |ଧାନ ବିକ୍ରି କୁ ନେଇ ଚାଷୀ ଅନେକ ଆଶା ବାନ୍ଧି ବସିଚି, ଏବେ ଧନ ଅମଳ ସମୟ ହେବା ବେଳକୁ ଦାଉ ସାଧୁଛି ମାଟିଆ ଗୁଣ୍ଡି ପୋକ (ବିପିଏଚ)| ବିଶେଷ କରି ନର୍ଲା ବ୍ଲକ ର ସରିଆଁ,ରାକ୍ସସି, ଭୀମକେଲା ଓ କର୍ମେ ଗାଁ ରେ ବ୍ୟାପକ ପରିମାଣ ର ବିପିଏଚ ଲାଗିଥିବା ର ଜଣାପଡିଛି | ଗତ ୨୦୧୮ ଏହି ବିପିଏଚ ଯୋଗୁଁ ନର୍ଲା ଅଞ୍ଚଳ ର ଚାଷୀ ସର୍ବଶୁଅନ୍ତ ହୋଇ ଯାଇଥିଲେ, ଏ ବର୍ଷ ମଧ୍ୟ ବ୍ଲକ ର ଅନେକ ଗ୍ରାମ ପଞ୍ଚାୟତ ର ଅଞ୍ଚଳ ରେ ଅଳ୍ପ ଅଳ୍ପ ଏହି ରୋଗ ଲାଗିବ ଆରମ୍ଭ ହୋଇ ଯାଇଥିବା ବେଳେ ଉପରୋକ୍ତ ଚାରିଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳ ରେ ଏହି ରୋଗ ପୋକ ବ୍ୟାପକ ପରିମାଣ ରେ ଲାଗି ପାଚିଲା ଧାନ ସୁଖି ପାଳ ଭଳି ହୋଇଗଲାଣି |ସୁନା ପରି ଧାନକେଣ୍ଡା ବିପିଏଚ ପୋକ ଯୋଗୁଁ ମିଳନ ପଡିଯାଇଛି ଯାହାକୁ ଦେଖି ଚାଷୀ ଆଖିର ନିଦ ହଜିଯାଇଛି,ଯେତେ ପ୍ରକାର କୀଟନାସକ ପୟୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି ଚାଷୀ କୁଳ | କେତେକ ଅଳ୍ପ ସମୟ ଅବଧି ର ଧାନ ପଚି ସାରିଥିବା ବେଳେ ଦୀର୍ଘ ସମୟ ଧାନ ଏବେ କେଣ୍ଡା ଧରୁଛି | ଏଣୁ ସମୟ ପୂର୍ଵ ରୁ ଯଦି ବିପିଏଚ ରୋଗ ଆୟତ୍ତ କୁ ନ ଆସେ ଚଳିତ ବର୍ଷ ମଧ୍ୟ ଚାଷୀ ସର୍ବସ୍ବନ୍ତ ହେବା ଶତପ୍ରତିଶତ ନିଶ୍ଚିତ | ଏଣୁ ଏଥିପ୍ରତି କୃଷି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀ ମହଲ ରେ ଦାବି ହୋଇଛି | Aei Odisha Previous Post Next Post Related Post ରାଜ୍ୟରେ ଆଜି ଚିହ୍ନଟ ହେଲେ ୨୬୪ ଆକ୍ରାନ୍ତ ,ରାଜ୍ୟରେ ମୋଟ ୬୬୧୪ ଆକ୍ରାନ୍ତ Posted by Aei Odisha - June 28, 2020 376 ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୬୪ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା… ବସ୍ ଷ୍ଟାଣ୍ଡ ରେ ନିଆଁ ଲାଗି ଜଳିଗଲା ଦୁଇ ବସ୍ Posted by Aei Odisha - December 2, 2019 0 ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ବସ୍ ଷ୍ଟାଣ୍ଡ ରେ ନିଆଁ ଲାଗି ଜଳିଗଲା ଦୁଇ ବସ୍ | ଏକ ବଡ଼ ଧରଣର ଦୁର୍ଘଟଣାରୁ ବଂଚିଗଲେ ଲୋକେ। ଯାଜପୁର ଜିଲ୍ଲା… ଉପାନ୍ତ ଅଞ୍ଚଳର ବିକାଶର ଧୁଆଁବାଣ, ଚିକିତ୍ସା ପାଇଁ ଖଟରେ ୧୦ କିଲୋମିଟର ଯାତ୍ରା Posted by Aei Odisha - March 6, 2022 0 କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଚକ୍ରବ୍ୟୁହ ରେ ଛନ୍ଦି ହେଉଥିବା କଳାହାଣ୍ଡି ଜନତା ସ୍ଵାଧୀନତା ର ଦୀର୍ଘ ଦଶନ୍ଧି… ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ସଂଧ୍ୟା ୫.୪୫ରେ ଲାଗିଥିଲା ତାଳଧ୍ବଜ, ୬.୪୦ରେ ପହଞ୍ଚିଲା ନନ୍ଦିଘୋଷ Posted by Aei Odisha - July 4, 2019 382 ଭୁବନେଶ୍ୱର, ୪।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ବଳଦେବଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ… ବିଦେଶୀ ଶିଳ୍ପୀଙ୍କ ହାତର ସ୍ପର୍ଷରେ ପ୍ରତିଷ୍ଠା ହେବ ଯାଜପୁରରେ ଅନେକ କଳାକୃତି Posted by Aei Odisha - November 27, 2022 0 ଯାଜପୁର:ବିଦେଶୀ ଶିଳ୍ପୀଙ୍କ ହାତର ସ୍ପର୍ଷରେ ପ୍ରତିଷ୍ଠା ହେବ ଯାଜପୁରରେ ଅନେକ କଳାକୃତି ଭାରତର ବାହାରୁ ୧୦ରୁ ଉର୍ଦ୍ଧ ଶିଳ୍ପୀ ଆଜି ଯାଜପୁରରେ ପହଂଚି ଜିଲାପାଳ ଚକ୍ରୱର୍ତି ସିଂ ରାଠୋର ଙ୍କ ସହିତ ଆଲୋଚନା କରିଛନ୍ତି । ମେକ୍ସିକୋ,ଉଗାଣ୍ଡା,ସାଉଥ ଆମେରିକା ସମେତ ବିଭିନ୍ନ ଦେଶରୁ ଏହି ଶିଳ୍ପୀ ମାନେ ଜିଲାର ବିଭିନ୍ନ ସ୍ଥାନରେ ବିଭିନ୍ନ କଳାକୃତି ନିର୍ମାଣ କରିବେ ।ଏଥିସହିତ ସ୍ଥାନୀୟ ଅଂଚଳ ର ଶିଳ୍ପୀ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରିବା ସହିତ ତାଲିମ ମଧ୍ୟ ପ୍ରଦାନ କରାଯିବ । ଯାଜପୁରରେ ରହିଥିବା କଳାକୃତି ସଂପର୍କରେ ଅଧିକ ଜ୍ଞାନ ଆହରଣ କରିବା ସହିତ ଏହି ବିଦେଶୀ ଶିଳ୍ପୀ ମାନେ ବିଦେଶରେ ମଧ୍ୟ ଯାଜପୁରର କଳାକୃତୀ ପ୍ରଦର୍ଶିତ କରିପାରିବେ ବୋଲି ଆଶା କରାଯାଉଛି । ଚକ୍ରୱର୍ତି ସିଂ ରାଠୋର,ଯାଜପୁର ଜିଲାପାଳ Search ବଡ ଖବର ପଲଶାଗୋରା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ତୋରଣ ଉଦଘାଟିତ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ାଉତ୍ସବ ଉଦଯାପିତ ବନବିଭାଗ ଦ୍ଵାରା ଉଦ୍ଧାର ବିରଳ ଅଜଗର ସାପର ମୃତ୍ୟୁ ଟୋକେନ ସମସ୍ୟା ନେଇ ମଣ୍ଡି ଅଚଳ କଲେ ଚାଷୀ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ ଭୀମଭୋଇ କୌପୀନିଧାରି ସେବା ସଂଘ ପକ୍ଷରୁ ଜିଲ୍ଲାପାଳକୁଂ ପାଞ୍ଚ ଦଫା ଦାବିପତ୍ର ଧର୍ମଗଡ଼ ବସ୍ତିପଡା ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ରାହାସ ସୋନପୁର ଓମସାର କାର୍ଯ୍ୟକର୍ତ୍ତା ନିର୍ବାଚନ ଦମାଇପାଲି ନଦୀ ପଠାରୁ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ ଖପ୍ରାଖୋଲ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ କଳା ବ୍ୟାଚ ପିନ୍ଧି ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତିବାଦ Newsletter LN Entertainment TV Network is a complete video News Agency and a Media production house “LN ENTERTAINMENT TV NETWORK” stated from Bhubaneswar. Recently it has been inarguably one of leading production house in Bhubaneswar, Odisha It is equipped with ... Read More
2022-12-10T01:27:00Z
https://www.aeiodisha.com/71065/
OSCAR-2301
Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ଖେଳ ରେକର୍ଡ କଲେ ରୋହିତ୍ ଖେଳ ରେକର୍ଡ କଲେ ରୋହିତ୍ By Odisha News Today On Jul 3, 2019 0 Share ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କ୍ରିକେଟ୍ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କଲେ ରୋହିତ୍। ବିଶ୍ୱରେକର୍ଡ ରଚିଲେ ରୋହିତ ଶର୍ମା । ବର୍ମିଂହାମରେ ଖେଳାଯାଉଥିବା ବିଶ୍ୱକପର ୪୦ତମ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା । ଚଳିତ ବିଶ୍ୱକପରେ ମୋଟ୍ ୪ଟି ଶତକ ହାସଲ କରିଛନ୍ତି ରୋହିତ । ପୂର୍ବରୁ ୨୦୧୫ ବିଶ୍ୱକପରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ୪ଟି ଶତକ ହାସଲ କରିଥିଲେ । ତେବେ ଏହି ରେକର୍ଡ ହାସଲ କରିବାରେ ରୋହିତ ପ୍ରଥମ ଭାରତୀୟ ହୋଇଥିବା ବେଳେ ଦ୍ୱିତୀୟ ଆନ୍ତର୍ଜାତୀୟ ଖେଳାଳୀ ଭାବେ ସେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ।
2022-12-03T16:21:08Z
https://odishanewstoday.com/rohit-sharma/
OSCAR-2301
Breaking News– 21 ବର୍ଷ ପୂର୍ବରୁ ଧୂମପାନ ମନା, ନିୟମ ଭାଙ୍ଗିବ ତ 7 ବର୍ଷ ଜେଲ ଯିବ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟା ଅଙ୍କର ଜୋରିମନା ! ସେୟାର କରି ନିଜ ପିଲାମାନଙ୍କୁ ସତର୍କ କରାନ୍ତୁ….. – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home ଭାଇରାଲ ଖବର Breaking News– 21 ବର୍ଷ ପୂର୍ବରୁ ଧୂମପାନ ମନା, ନିୟମ ଭାଙ୍ଗିବ ତ 7 ବର୍ଷ ଜେଲ ଯିବ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟା ଅଙ୍କର ଜୋରିମନା ! ସେୟାର କରି ନିଜ ପିଲାମାନଙ୍କୁ ସତର୍କ କରାନ୍ତୁ….. Breaking News– 21 ବର୍ଷ ପୂର୍ବରୁ ଧୂମପାନ ମନା, ନିୟମ ଭାଙ୍ଗିବ ତ 7 ବର୍ଷ ଜେଲ ଯିବ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟା ଅଙ୍କର ଜୋରିମନା ! ସେୟାର କରି ନିଜ ପିଲାମାନଙ୍କୁ ସତର୍କ କରାନ୍ତୁ….. ଭାଇରାଲ ଖବର Share ବର୍ତ୍ତମାନର ସବୁଠୁ ବହୁତ ବଡ ଖବର । ଧୂମପାନ କରିବାର ବୟସ ନିର୍ଦ୍ଧାରଣ କରିବେ ସରକାର । ପୂର୍ବରୁ ଧୂମପାନ ଅନୁମତି ଥିବା ବୟସକୁ ବଢାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । 21 ବର୍ଷ ହୋଇନଥିଲେ ଧୂମପାନ ମନା । ଆଉ ନିୟମ ଉଲଙ୍ଘନ କଲେ 7 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟାଅଙ୍କର ଜୋରିମନା । କାରଣ ଧୂମପାନ ବିରୋଧରେ କଡା ଆଇନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଣିକି ଖୋଲାରେ ସିଗାରେଟ୍ ବିକ୍ରି ବନ୍ଦ ହେବ । ବିମାନବନ୍ଦର କିମ୍ବା ରେଷ୍ଟୁରାଣ୍ ଗୁଡିକରେ ସ୍ମୋକିଂ ହଲ ହଟିବ । ସର୍ବସାଧାରଣ ସ୍ଥାନରେ ନିୟମ ଭାଙ୍ଗିଲେ ମୋଟା ଅଙ୍କର ଜୋରିମାନା ଗଣିବାକୁବି ପଡିବ । ସରକାରଙ୍କ ନୂଆ ଚିଠା ନୀତିରେ ଏଭଳି ଅନେକ ପ୍ରସ୍ତାବ ଅଣାଯାଇଛି । ବର୍ତ୍ତମାନ ସମୟରେ ଧୂମପାନ ପାଇଁ ସର୍ବନିମ୍ନ ବୟସ 18 ବର୍ଷ ରହିଛି । ଧାରା-6 ଅନ୍ତର୍ଗତ ପ୍ରମୁଖ ସଂଶୋଧନ ଅନୁସାରେ ଏହାକୁ 21କୁ ବଢାଯିବ । 3 ବର୍ଷ ଧରି ମାରାଥନ ବିଚାର ବିମର୍ଶ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ସଂଶୋଧିତ ବିଲ-2020ର ଚିଠାନୀତି ପ୍ରସ୍ତୁତ କରିଥିବା ନେଇ ସୂଚନା ମିଳିଛି। ଆସୁଛି ନୂଆ ଧୂମପାନ ଆଇନ ଖୋଲାରେ ମିଳିବ ନାହିଁ ସିଗାରେଟ୍ 21 ବର୍ଷ ହୋଇନଥିଲେ କିଣିପାରିବେ ନାହିଁ ତମାଖୁ ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ 2 ହଜାର ଜୋରିମାନା 21 ବର୍ଷରୁ କମ ବୟସ୍କଙ୍କୁ କୌଣସି ବ୍ୟକ୍ତି ବି ସିଗାରେଟ୍ ତଥା ଅନ୍ୟାନ୍ୟ ତମାଖୁ ଉତ୍ପାଦ ବିକ୍ରି କରିପାରିବେ ନାହିଁ କି ବିକ୍ରି ପାଇଁ ଦେଇପାରିବେ ନାହିଁ ଏବଂ ବିକ୍ରି ଅନୁମତି ବି ଦେବେ ନାହିଁ। ସମ୍ପ୍ରତି ସର୍ବସାଧାରଣ ସ୍ଥାନରେ ଧୂମପାନ ପାଇଁ 200 ଟଙ୍କା ଜୋରିମାନା ରହିଥିବା ବେଳେ ଏହାକୁ 2000 ଟଙ୍କାକୁ ବୃଦ୍ଧି କରିବା ପାଇଁ ବି ପ୍ରସ୍ତାବ ରହିଛି। 21 ବର୍ଷରୁ କମ ବୟସ୍କଙ୍କୁ ତମାଖୁ ଉତ୍ପାଦ ବିକ୍ରି କଲେ ଜେଲଦଣ୍ଡକୁ 2-7 ବର୍ଷକୁ ବଢାଇବାର ପ୍ରସ୍ତାବ ରହିଛି । ଏଥିପାଇଁ ଜୋରିମାନା ରାଶି ବର୍ତ୍ତମାନ 1000 ଟଙ୍କା ଥିବା ବେଳେ ଆଗାମୀ ଦିନରେ ଏହାକୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇବା ପାଇଁ ଚିଠାନୀତିରେ ଉଲ୍ଲେଖ ରହିଛି। Related Posts ଦେଖନ୍ତୁ Viral ଭିଡ଼ିଓ – ଦିବ୍ୟାଙ୍ଗ ହେଇ ବି ମୋର ବି ଜଣେ… Dec 2, 2022 Viral VIDEO – ରାନୀ ପଣ୍ଡା live ଆସି କହିଲେ ସତ ! କାର… Nov 30, 2022 Exclusive:ପୁଣି ଚର୍ଚ୍ଚାରେ ଦୀପିକା , ଶାଶୁଘର ଲୋକ ତାଙ୍କ ଟେଣ୍ଟ… Nov 29, 2022 ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି , ଖୋଲା ବା ଲୁଜରେ ସିଗାରେଟ୍ ବିକ୍ରି ହେଉଥିବା କାରଣରୁ ଲୋକେ ବିଶେଷ କରି ଛାତ୍ରଛାତ୍ରୀମାନେ ସହଜରେ ଏହାକୁ କିଣିପାରୁଛନ୍ତି । ଖୋଲା ସିଗାରେଟ୍ ଉପରେ କଟକଣା ଲାଗିଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏପରି କରାଗଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧୂମପାନ ଅଭ୍ୟାସକୁ କମାଯାଇପାରିବ । ଧାରା-7ରେ ଏକ ପ୍ରସ୍ତାବ ଅଣାଯାଇଛି ଯେ, ସିଗାରେଟ୍ ତଥା ଅନ୍ୟାନ୍ୟ ତମାଖୁ ଉତ୍ପାଦର କାରବାର ବନ୍ଦ ପ୍ୟାକେଟରେ ହିଁ ହେବ । ପ୍ରସ୍ତାବ ଚିଠାନୀତିରେ ଉଲ୍ଲେଖ କରାଯାଇଛି , ବିମାନ ବନ୍ଦର, ରେଷ୍ଟୁରାଣ୍ଟ ଓ ହୋଟେଲଗୁଡିକରୁ ଧୂମପାନ କକ୍ଷ ହଟାଯିବ । 2003ର ନିୟମରେ ସର୍ବସାଧାରଣ ସ୍ଥାନରେ ଧୂମପାନକୁ ବ୍ୟାନ କରାଯାଇଥିଲା କିନ୍ତୁ ନିର୍ଦ୍ଦିଷ୍ଟ ଧୂମପାନ କକ୍ଷରେ ଅନୁମତି ଥିଲା । 30 କକ୍ଷ ବିଶିଷ୍ଟ ହୋଟେଲ କିମ୍ବା 30ରୁ ଅଧିକ ଲୋକଙ୍କ ବସିବା ପାଇଁ ସୁବିଧା ଥିବା ରେଷ୍ଟୁରାଣ୍ଟ ଏବଂ ବିମାନବନ୍ଦରରେ ସ୍ମୋକିଂ ଜୋନ ପାଇଁ ଅନୁମତି ରହିଥିଲା । ନୂଆ ଚିଠିନୀତିରେ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ଭାରତରେ ସର୍ବସାଧାରଣ ସ୍ଥାନରେ ଧୂମପାନକୁ ସମ୍ପୂର୍ଣ୍ଣ ବ୍ୟାନ କରାଯିବା ଲାଗି ପ୍ରସ୍ତାବ ରହିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ନିଆରା ବାହାଘର ! ଦୁଇ କନ୍ୟା କୁ ଜଣେ ବର , ଏକା ସାଙ୍ଗରେ ତିନି ଜଣଙ୍କର ପଡିଲା ହାତ ଗଣ୍ଠି , ପୁରା ଭିଡିଓ ଦେଖିବା ପରେ ଆପଣ ମଧ୍ୟ ଏ ବିବାହ କୁ ଗ୍ରହଣ କରିବାକୁ ବାଧ୍ୟ ହେବେ ?
2022-12-10T01:47:17Z
https://live43today.com/21-ru-don-t-smo-ki-ng-7-yeras-jaill/
OSCAR-2301
ପ୍ରତିଟି ପିଲାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ଉଦ୍ୟମ ନୂଆ ଓ ରୂପାନ୍ତରିତ ଓଡ଼ିଶା ଗଠନରେ ଏକ ବଳିଷ୍ଠ ପଦକ୍ଷେପ: ମୁଖ୍ୟମନ୍ତ୍ରୀ – Odisha24 Saturday, December 10, 2022 Latest: ଟିପିଏସ୍ଓଡିଏଲ୍ ର“ସମ୍ପର୍କ କେନ୍ଦ୍ର” ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବ ବିବାହ ଉତ୍ସବରେ ସିଲିଣ୍ଡର ବିସ୍ଫୋରଣ, ୪ ଜୀବନ୍ତ ଦଗ୍ଧ ହିନ୍ଦୁଜା ଗ୍ରୁପ୍ ସମର୍ଥିତ ୟୁନିକର୍ଣ୍ଣ ସଂସ୍ଥା ମାଇଣ୍ଡ୍‌ମେଜ୍ ପକ୍ଷରୁ ଭାଇବ୍ରା ହେଲ୍‌ଥକେୟାର ସହିତ ସହାଯାଗିତା ସ୍ଥାପନ ହିମାଚଳରେ ​​ପରାଜୟ ସ୍ବୀକାର କଲା ବିଜେପି ପଦ୍ମପୁର ଉପନିର୍ବାଚନ: ୨୨ ରାଉଣ୍ଡ ସୁଦ୍ଧା ୪୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନ ରଖିଛି ବିଜେଡି Odisha24 Odisha news About Us ରାଜ୍ୟ ରାଜନୀତି ଜାତୀୟ ମନୋରଞ୍ଜନ କ୍ରୀଡା ଟେକ୍ନୋଲୋଜି ଫେଶନ VIDEO ସ୍ବାଧୀନତା ଦିବସ ଫେଷ୍ଟିଭାଲ ରାଶିଫଳ Latest ରାଜ୍ୟ ପ୍ରତିଟି ପିଲାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ଉଦ୍ୟମ ନୂଆ ଓ ରୂପାନ୍ତରିତ ଓଡ଼ିଶା ଗଠନରେ ଏକ ବଳିଷ୍ଠ ପଦକ୍ଷେପ: ମୁଖ୍ୟମନ୍ତ୍ରୀ September 5, 2021 September 5, 2021 admin 0 Comments Cmo odisha, odisha adarsha bidyalaya ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନର କନ୍ଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ …ଚାରି ଶହ…ତେୟାଳଶୀ. ଶିକ୍ଷକ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଓଡିଶା ଆଦର୍ଶ ବିଦ୍ୟାଳୟ ଜରିଆରେ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଂଚଳର ମେଧାବୀ ଛାତ୍ରଛାତ୍ରୀମାନେ ଏହାଦ୍ବାରା ଉପକୃତ ହେଉଛନ୍ତି । ଗୁଣାତ୍ମକ ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସାରା ଦେଶରେ ଆଦର୍ଶ ବିଦ୍ୟାଳୟ ଗୁଡିକ ଏକ ରୋଲ ମଡେଲ ହେଉ ବୋଲି ସେ ଚାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଦେଶର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ସ୍ତରର ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ ଏହି ବିଦ୍ୟାଳୟ ଗୁଡିକୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ପିଲାମାନଙ୍କ ମନରେ ଯେପରି ଆଶା ଓ ଆତ୍ମବିଶ୍ବାସ ବୃଦ୍ଧି ହେବ ଏବଂ ସେମାନେ ଏହି ପ୍ରତିଯୋଗୀତାମୂଳକ ଦୁନିଆରେ ସବୁପ୍ରକାର ବାଧାବିଘ୍ନକୁ ଅତିକ୍ରାନ୍ତ କରି ସଫଳତାର ପାହାଚ ଚଢିପାରିବେ ତାହା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ପିଲାମାନଙ୍କୁ ଭବିଷ୍ୟତର ସଫଳତା ପାଇଁ ଠିକ୍‌ ଭାବରେ ଗାଇଡ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତି ଛାତ୍ରଛାତ୍ରୀଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ଆମର ଉଦ୍ୟମ ହେବ ନୂଆ ଓ ରୂପାନ୍ତରିତ ଓଡଶା ଗଠନରେ ବଳିଷ୍ଠ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏବଂ ଏଦିଗରେ ଶିକ୍ଷକ ମାନେ ସେମାନଙ୍କ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆଗେଇ ଆସିବାକୁ ଆହ୍ଵାନ ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଗୁଡିକ ପାଇଁ ଏକ ଦଶ ସୂତ୍ରୀ ଲକ୍ଷ୍ୟ ଘୋଷଣା କରିଥିଲେ ।ଏଥିରେ ପିଲାମାନଙ୍କୁ ରକ୍ତଦାନ, ପରିବେଶ ସୁରକ୍ଷା ,ସହିତ ସାକ୍ଷରତା ଅଭିଯାନରେ ସାମିଲ କରିବା ଯୋଗ ,କ୍ରୀଡା ଓ ସୁସ୍ଥ ଜୀବନଶୈଳୀ ଆଦି ପାଇଁ ଉତ୍ସାହିତ କରିବା ଜାତୀୟ ଅନ୍ତଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ,ସ୍କୁଲ ସମୟରୁ ଦକ୍ଷତା ର ବିକାଶ ପ୍ରତି ଯତ୍ନବାନ ହେବା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।ଏତଦବ୍ୟତୀତ ପ୍ରତି ଆଦର୍ଶ ବିଦ୍ୟାଳୟ କୁ ଏକ ଦଶ ବର୍ଷିଆ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ୨୦୨୧ର ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେମାନେ ହେଲେ – ଭଦ୍ରକ ଜିଲ୍ଲା ସ୍କୁଲର ସହକାରୀ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଓ ଛତ୍ରପୁର ୟୁ.ପି ସ୍କୁଲର ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠୀ । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ସମୀର ଦାଶ ,ଓଡ଼ିଶା ଆଦର୍ଶ ଵିଦ୍ୟା ଳୟ ସଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇ ଆଦର୍ଶ ବିଦ୍ୟାଳୟ ପିଲାଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ନବନିଯୁକ୍ତ ଅଧ୍ୟକ୍ଷ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରି ଶ୍ରୀ ପାଣ୍ଡିଆନ୍ ସେମାନଙ୍କୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥବାରୂ ଏ ଲକ୍ଷ୍ୟ ପୂରଣ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ,ଉନ୍ନୟନ କମିଶନର ପି କେ ଜେନା ,ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୂ ସ୍ବାଗତ ଭାଷଣ ଦେଇ ଥିଲେ । ସୂଚନାଯୋଗ୍ୟ ଯେ ଆଦର୍ଶ ବିଦ୍ୟାଳୟ ପାଇଁ ୪୪୩ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ସୋମାନଙ୍କ ମଧ୍ୟରେ ୧୫୬ ଜଣ ଶିକ୍ଷୟତ୍ରୀ ଅଛନ୍ତି । Share ← ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ଆଜି ରାଜ୍ୟରେ ୬୦୯ କରୋନା ପଜିଟିଭ୍ ଚିହ୍ନଟ → You May Also Like ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା ; ବିଜେପି ପକ୍ଷରୁ ୧୨ ଘଣ୍ଟା କଳାହାଣ୍ଡି ବନ୍ଦ ପାଳନ October 20, 2021 admin 0 ବରଗଡ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ February 26, 2019 admin 0 ଗଞ୍ଜେଇ ଚାଲାଣ ଅଭିଯୋଗରେ ବନ୍ଧାହେଲେ ଦୁଇ କିନ୍ନର June 29, 2021 admin 0 Leave a Reply Cancel reply Your email address will not be published. Required fields are marked * Comment Name * Email * Website Save my name, email, and website in this browser for the next time I comment. Please enter an answer in digits: one × three = News Latest ଜାତୀୟ ବିବାହ ଉତ୍ସବରେ ସିଲିଣ୍ଡର ବିସ୍ଫୋରଣ, ୪ ଜୀବନ୍ତ ଦଗ୍ଧ December 9, 2022 admin 0 ରାଜସ୍ଥାନର ଯୋଧପୁରର ବିବାହ ଉତ୍ସବରେ ସିଲିଣ୍ଡର ଫାଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୫୫ ଜଣ ଆହତ ହୋଇଛନ୍ତି । Share Latest ରାଜନୀତି ହିମାଚଳରେ ​​ପରାଜୟ ସ୍ବୀକାର କଲା ବିଜେପି December 8, 2022 admin 0 Latest ରାଜ୍ୟ ପଦ୍ମପୁର ଉପନିର୍ବାଚନ: ୨୨ ରାଉଣ୍ଡ ସୁଦ୍ଧା ୪୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନ ରଖିଛି ବିଜେଡି December 8, 2022 admin 0 Latest ଜାତୀୟ ଦିଲ୍ଲୀ ନଗର ନିଗମ ନିର୍ବାଚନ: ୧୩୪ ସିଟ୍‌ରେ ଜିତିଲା ଆପ୍ December 7, 2022 admin 0 Latest ରାଜ୍ୟ ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ଚଢ଼ାଉ December 6, 2022 admin 0 Latest ରାଜନୀତି ପଦ୍ମପୁରରେ ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫୦ ପ୍ରତିଶତ ଭୋଟଦାନ December 5, 2022 admin 0 Health Business Health ରାଜ୍ୟ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ November 28, 2022 admin 0 ବୁର୍ଲା: ପଶ୍ଚିମ ଓଡ଼ିଶାର ବିଦ୍ୟୁତ ବଂଟନ ୟୁଟିଲିଟି ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍‌) ପକ୍ଷରୁ ସାମାଜିକ ଦାୟିତ୍ୱବୋଧର ଅଂଶସ୍ୱରୂପ ଏହାର ସମ୍ବଲପୁର ସର୍କଲ ବୁର୍ଲା Share Health Latest ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଓଡିଶା ରଚିଲା ଇତିହାସ December 15, 2021 admin 0 Health Latest ରାଜ୍ୟ ରାଜ୍ୟ ୭୭ ପ୍ରତିଶତ ଲୋକଙ୍କ ଚିକିତ୍ସା ବୋଝ ଦୂର ହେବ November 26, 2021 admin 0 Health Latest ରାଜ୍ୟ ସମରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର November 16, 2021 admin 0 About Us www.odisha24.com is a digital form of news and information dissemination. We want to give our viewers detailed analysis and perspectives on the world around us. It is a product of our commitment to make changes in the mindset of the people and the administration on every front of the society that affects us. We believe strongly that we can and must do things differently. Our aim is to bring viewers news, perspectives and knowledge to prepare our society to change the world. We believe information is a powerful driver for a bright tomorrow.
2022-12-09T19:05:55Z
http://www.odisha24.com/state/odisha-adarsha-bidyalaya-news/
OSCAR-2301
ରାଜ୍ୟରେ ଆଉ ୬ ଜୀବନ ନେଲା ମହାମାରୀ କୋରୋନା, ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୨୭୪କୁ ବୃଦ୍ଧି, ଭୁବନେଶ୍ବରରେ ୨ ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩ ମୃତ, କଟକ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଜଣେ ଲେଖାଏଁ ମୃତ - TIMES OF ODISHA Skip to content Friday, December 9, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career Fast News ରାଜ୍ୟରେ ଆଉ ୬ ଜୀବନ ନେଲା ମହାମାରୀ କୋରୋନା, ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୨୭୪କୁ ବୃଦ୍ଧି, ଭୁବନେଶ୍ବରରେ ୨ ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩ ମୃତ, କଟକ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଜଣେ ଲେଖାଏଁ ମୃତ October 14, 2021 October 14, 2021 S pani 0 Comments ← ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡେଜ ଓ ନୋରା ଫତେହିଙ୍କୁ ED ସମନ ବାଂଲାଦେଶରେ ଦୁର୍ଗା ପୂଜା ଅବସରରେ ଉଗ୍ରବାଦୀମାନେ ଅନେକ ପୂଜାପାଠ ଉପରେ ଆକ୍ରମଣ କରି ପ୍ରତିମା ଭଙ୍ଗାରୁଜା କରିଛନ୍ତି, ବାଂଲାଦେଶ ହିନ୍ଦୁ ଏକତା ପରିଷଦ ଟୁଇଟ୍ କରି ଏହି ସୂଚନା ଦେଇଛି → You May Also Like ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ବ । କୋଇଲା ଓ ଖଣି ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କିମିଟିର ସଦସ୍ୟ ଭାବେ ସସ୍ମିତଙ୍କୁ ନିଯୁକ୍ତି । ପୂର୍ବରୁ ଆଇନ ମନ୍ତ୍ରାଳୟର ପରାମର୍ଶଦାତା କିମିଟିରେ ଥିଲେ ସସ୍ମିତ | August 9, 2022 August 9, 2022 Jayaprada samantaray 0 ନିଆଳି ବଗିଚାସାହି ବସ୍ତି ଛକରେ ଥିବା ଗ୍ୟାରେଜ ଭିତରେ ଝୁଲୁଛି ଗ୍ୟାରେଜ ମାଲିକଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ October 12, 2021 October 12, 2021 S pani 0 ରାୟଗଡ଼ା କାଶୀପୁର ବ୍ଲକ୍‌ ଶଙ୍କରଡ଼ା ପଞ୍ଚାଲି ଗାଁରେ ଅଘଟଣ, ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକ ମୃତ, ଅଗ୍ନିଶମ ବିଭାଗ ଦ୍ବାରା ୩ ଜଣଙ୍କ ମୃତଦେହ ଉଦ୍ଧାର October 18, 2021 October 18, 2021 admin 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ତେଲକୋଇ: ୪୯ନଂ ଜାତୀୟ ରାଜପଥରେ ଓଲଟିଲା ବସ୍ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଗାଁ ନିକଟରେ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା । ବସରେ ଥିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ସମ୍ମୁଖରୁ ହଠାତ୍ ଏକ ସାଇକେଲ ଆରୋହୀ ମାଡ଼ି ଆସିବାରୁ ଚାଳକ ଷ୍ଟିୟରିଙ୍ଗ ମୋଡି ଦେବାରୁ ରାସ୍ତାକଡ଼ରେ ବସଟି ଓଲଟିପଡ଼ିଥିଲା । ଘଟଣାସ୍ଥଳରେ କାଞ୍ଜିପାଣି ପୁଲିସର ତଦନ୍ତ ଜାରି। December 5, 2022 ବଙ୍ଗୋପସାଗରରେ ଭୂକମ୍ପ ଝଟକା, ଆଜି ସକାଳ ୮ଟା ୩୨ରେ ଭୂକମ୍ପ ଅନୁଭୂତ ସୂଚନା, ୫.୧ ତୀବ୍ରତାର ଝଟକା ହୋଇଥିବା ନେଇ NCSର ସୂଚନା December 5, 2022 ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ
2022-12-09T19:13:32Z
https://timesofodisha.com/corona-death-case-of-state-odisha/
OSCAR-2301
କେବେ ସ୍ତ୍ରୀ ମାନଙ୍କ ସହ ଶାରିରୀକ ସଂପର୍କ ରଖିବା ପାପ ହୋଇଥାଏ ! ପ୍ରତ୍ୟେକ ପୁରୁଷ ଙ୍କୁ ଏକଥା ଜାଣିବା ନିତ୍ୟାନ୍ତ ଆବଶ୍ୟକ…. – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home ଜୀବନଚର୍ଯ୍ୟା କେବେ ସ୍ତ୍ରୀ ମାନଙ୍କ ସହ ଶାରିରୀକ ସଂପର୍କ ରଖିବା ପାପ ହୋଇଥାଏ ! ପ୍ରତ୍ୟେକ ପୁରୁଷ ଙ୍କୁ ଏକଥା ଜାଣିବା ନିତ୍ୟାନ୍ତ ଆବଶ୍ୟକ…. କେବେ ସ୍ତ୍ରୀ ମାନଙ୍କ ସହ ଶାରିରୀକ ସଂପର୍କ ରଖିବା ପାପ ହୋଇଥାଏ ! ପ୍ରତ୍ୟେକ ପୁରୁଷ ଙ୍କୁ ଏକଥା ଜାଣିବା ନିତ୍ୟାନ୍ତ ଆବଶ୍ୟକ…. ଜୀବନଚର୍ଯ୍ୟା Share ଆଜି ଆମେ ଆପଣ ମାନଙ୍କୁ କହିବୁ କି ରାତିରେ କେବେ ବା କେଉଁ ଦିନ ଏବଂ କେଉଁ କେଉଁ ସମୟରେ ଆପଣ ମାନେ ଶାରିରୀକ ସଂପର୍କ ରଖିବା ଉଚିତ ହୋଇନଥାଏ । ଏହା ସହିତ କେଉଁ ସମୟଟି ଆପଣ ମାନଙ୍କ ପାଇଁ ଶାରିରୀକ ସମୟ ରଖିଲେ ଉପଯୁକ୍ତ ହୋଇଥାଏ ଆଜି ସେ ବିଷୟରେ ଆପଣ ମାନଙ୍କୁ ଆମେ କହିବୁ । କରାଣ ଏହି କଥା ଜାଣିରଖିବା ଆପଣ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ଅଟେ । ଏହା ଦ୍ୱାରା ଆପଣ ମାନଙ୍କୁ ବହୁତ ଅସୁବିଧା ବା ସମସ୍ୟାରୁ ସମାଧାନ ହୋଇପାରିବେ । ସମସ୍ତ ସ୍ୱାମୀ ସ୍ତ୍ରୀ ମାନଙ୍କୁ ଏହି କଥା ଜଣାଥିବା ଦରକାର । ଆଜି ପର୍ଯ୍ୟନ୍ତ ଆପଣ ମାନେ ଶାସ୍ତ୍ର ବିଷୟରେ ଅନେକ କଥା ଶୁଣିଥିବେ । ଜଣେ ବ୍ୟକ୍ତିର ଜୀବନ ଶୈଳୀରର ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଯଦି କେହି ବ୍ୟକ୍ତି ଏହି ଜ୍ୟୋତିଷ ଶାସ୍ତ୍ର ସମସ୍ତ କଥାକୁ ମାନି କରି ତାର ସମସ୍ତ କାର୍ଯ୍ୟ କରେ ତେବେ ସେହି ବ୍ୟକ୍ତି କେବେବି କୌଣସି ପ୍ରକାର ଅସୁବିଧାରେ ପଡିନଥାଏ । ଜ୍ୟୋତିଷ ଶାସ୍ତ୍ର ଏମିତି ଏକ ଶାସ୍ତ୍ର ଅଟେ ଯେଉଁଥିରେ ସମସ୍ତ କଥାର କିଛି ନା କିଛି ଉପାୟ ରହିଥାଏ । ଜଣେ ମନୁଷ୍ୟ ତାର ଜୀବନରେ କଣ କରିବା ଉଚିତ କରିବା ଉଚିତ ନୁହେଁ ସେ ସମସ୍ତ କଥା ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ବର୍ଣିତ ହୋଇ ରହିଥାଏ । ଯଦି ଆପଣ ମାନେ ଜ୍ୟୋତିଷ ଶାସ୍ତ୍ରର ସେହି ସମସ୍ତ କଥା ମାନି ଚଳନ୍ତି ତେବେ ଆପଣଙ୍କର ସମସ୍ତ କାମ ସଠିକ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି କଥା ବିଷୟରେ କହିବା ଯାହା ଆପଣ ମାନେ ନିତାନ୍ତ ଜାଣିବା ଆବସ୍ୟକ ଅଟେ । କାରଣ ଏହା ଆପଣଙ୍କର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ତେବେ ଆମେ କହିବା କି ଆପଣ ମାନେ କେଉଁ କେଉଁ ଦିନ ବା ବାରରେ ଶାରିରୀକ ସଂପର୍କ ରଖିବା ଠିକ ହୋଇନଥାଏ । ଏହା ସହ କେଉଁ ଦିନରେ ସମସ୍ତ ମାନେ କଣ କରିବା ଉଚିତ ନୁହେଁ । Related Posts jitu das amrutabani – ତୁଳସୀ ପୂଜା ଭୁଲରେ ବି କରିବେ ନାହିଁ… Nov 10, 2022 ଯାଦୁ, କାଛୁ, କୁଣ୍ଡିଆ ( Fungal Infection ) ସବୁଦିନ ପାଇଁ ଭଲ… Aug 30, 2022 ପାଦ ଯନ୍ତ୍ରଣା ( Heel Pain ) ହେଲେ କ’ଣ କରିବେ ? | Dr. Prabha SP Aug 25, 2022 ଶାସ୍ତ୍ରରେ ବର୍ଣିତ ହୋଇଛି କି ବା ପୂର୍ବ କାଳରେ ଲୋକମାନଙ୍କର ବିଶ୍ୱାସ ବା ଧାରଣ ରହିଛି କି ସ୍ତ୍ରୀ ମାନେ ଅଷ୍ଟମୀ , ଚତୁଃଦୁର୍ଶୀ , ପୂର୍ଣ୍ଣିମା , ଅମାବଶ୍ୟା ଓ ସଂକ୍ରାନ୍ତିରେ ସ୍ତ୍ରୀ ମାନେ ତୈଳ ମର୍ଦନ କରିବା ଉଚିତ ନୁହେଁ । ଏହା ସହ ଅଷ୍ଟମୀ , ଚତୁଃଦୁର୍ଶୀ , ପୂର୍ଣ୍ଣିମା , ଅମାବଶ୍ୟା ଏବଂ ସଂକ୍ରାନ୍ତିରେ ସ୍ତ୍ରୀ ମାନେ ମତ୍ସ୍ୟ ଏବଂ ମାଂସାଦି ଖାଇବା ଉଚିତ ନୁହେଁ । ଏହା ସହିତ ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନେ ଅଷ୍ଟମୀ , ଚତୁଃଦୁର୍ଶୀ , ପୂର୍ଣ୍ଣିମା , ଅମାବଶ୍ୟା ଏବଂ ସଂକ୍ରାନ୍ତିରେ ସ୍ତ୍ରୀ ସହ ସମ୍ଭୋଗ ରଖିବା ମହାପାପ ହୋଇଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-12-08T13:24:14Z
https://live43today.com/ke-be-wi-fe-sha-sarika-sm-p-r-ka/
OSCAR-2301
ଅଖିଳେଶଙ୍କୁ ସେତେବେଳେ ୯ ବର୍ଷ ହୋଇଥିଲା । ନା ସେ ରାଜନୀତିକୁ ବୁଝୁଥିଲେ ନା ପ୍ରେମ ଅଢେଇ ଅକ୍ଷର ବୋଲି ଜାଣିଥିଲେ । ସେତେବେଳେ ସେ ଜାଣିନଥିଲେ ଯେ, ତାଙ୍କ ଘରେ ଏବେ ଯାହା କିଛି ଘଟୁଛି ତାହା ଆଗକୁ ତାଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବ । ଜାନୁଆରୀ ୧୯ ୨୦୨୨ରେ ଅଖିଳେଶ…
2022-11-29T07:04:05Z
http://risingodisha.in/tag/%E0%AC%AE%E0%AD%81%E0%AC%B2%E0%AC%BE%E0%AD%9F%E0%AC%AE-%E0%AC%B8%E0%AC%BF%E0%AC%82-%E0%AC%AF%E0%AC%BE%E0%AC%A6%E0%AC%AC/
OSCAR-2301
This opinion piece in Odia on Facebook's Free Basics App was published in Odisha.com. The post highlights several user security and privacy that Free Basics is violating apart from violating net neutrality. It also brings the parallel of Airtel Zero and Free Basics with the Grameenphone project by Mozilla in Bangladesh and the worldwide Wikipedia Zero projects. Read the original article published in Odisha.com here. ଗତ ଦୁଇ ସପ୍ତାହ ସାରା ଇଣ୍ଟରନେଟରେ ନିଆଁ ଲାଗିଛି । ସାରା ଦେଶରୁ ଲୋକେ ନିଆଁରେ ପତଙ୍ଗ ଝାସ ଦେଲା ଭଳି ଫେସବୁକର ନୂଆ ପ୍ରକଳ୍ପ ଫ୍ରି ବେସିକ (Free Basics) ବିରୋଧରେ ଭିନ୍ନ ଭିନ୍ନ ଧରଣର ମତ ଦେଇଚାଲିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କାଳରେ ସେଠାରେ ଜୁକରବର୍ଗଙ୍କ ସାଙ୍ଗେ ଭେଟି ଫେସବୁକର ମିଳିତ ସହଯୋଗରେ ଭାରତରେ ସାଧାରଣ ଲୋକଙ୍କ ପାଇଁ ଜ୍ଞାନ ବିତରଣ ଓ ସୂଚନା ପହଞ୍ଚାଇବା ବାବଦରେ ଆଲୋଚନ କରିଥିଲେ। ଫେସବୁକ ଏହାକୁ ଭାରତରେ ନିଜର ଚେର ମୋଟା କରିବାର ଏକ ସୁଯୋଗ ଭାବେ ବ୍ୟବହାର କରିବାକୁ ଉଦ୍ୟମ କଲା । ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହି ଫ୍ରି ବେସିକ୍ସ ସମ୍ପର୍କରେ ଘୋଷଣା କରିବାର ଦୁଇ ସପ୍ତାହ ନ ପୁରୁଣୁ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ପାଖରେ ସାଢ଼େ ଚାରି ଲକ୍ଷ ପାଖାପାଖି ଇମେଲ ଏହାକୁ ରୋକିବା ଲାଗି ପହଞ୍ଚି ସାରିଲାଣି । ଜନନେତା ଓ ଇନଫୋସିସର ସହ ପ୍ରତିଷ୍ଠାତା ନନ୍ଦନ ନୀଳକେଣିଙ୍କ ଠାରୁ ଆରମ୍ଭ କରି ମିଡ଼ିଆନାମାର ପ୍ରତିଷ୍ଠାତା ନିଖିଳ ପାଉଆ, ଭେଞ୍ଚର କ୍ୟାପିଟାଲିଷ୍ଟ ମହେଶ ମୂର୍ତ୍ତି, ଇଣ୍ଟରନେଟ ଆକ୍ଟିଭିଷ୍ଟ ସୁନୀଳ ଆବ୍ରାହାମ, ପ୍ରଣେଶ ପ୍ରକାଶଙ୍କ ଯାଏ ସଭିଏଁ ଏହା ପଛରେ ଫେସବୁକ ଲାଭକାରୀ ମନୋଭାବ ନିହିତ ଅଛି ବୋଲି ଦର୍ଶାଇ ଏହି ଉଦ୍ୟମକୁ କଡ଼ା ନିନ୍ଦା କରିଛନ୍ତି। ତେବେ କଣ ଏ ଫ୍ରି ବେସିକ୍ସ? କାହିଁକି ଏତେ ବିବାଦ ? ଫେସବୁକ ବ୍ୟବହାର କରୁଥିବା ଉଣାଅଧିକେ ସଭିଏଁ ଜାଣୁଥିବେ ସେ କେଡ଼େ ଅଠାକାଠି! ଫେସବୁକର ପ୍ରାୟ ବ୍ୟବହାକାରୀ ହେଲେ ଯୁବବର୍ଗର । ତେବେ ଅନ୍ୟ ବଯସର ଲୋକେ ମଧ୍ୟ ଫେସବୁକ ବ୍ୟବହାର କରିଥାନ୍ତି । ଖୁବ କମ ସମୟରେ ଅଧିକ ଲୋକଙ୍କ ସଙ୍ଗେ ମିଶିବା, ଗପିବା ଆଦି ସୁବିଧା ପାଇବା ଯୋଗୁଁ ଅନେକେ ଫେସବୁକ ପ୍ରେମରେ ପଡ଼ିଯାଆନ୍ତି । ସରଳ ଭାଷାରେ କହିଲେ ଫେସବୁକ ଇଣ୍ଟରନେଟରେ ଉପଲବ୍ଧ ଏକ ହାଟ ବଜାର । ଲୋକେ ସେଠି କିଛି ସମୟ କାଟିବା ପାଇଁ, ଚିହ୍ନା-ଅଚିହ୍ନା ଲୋକଙ୍କ ସହ ମିଶିବା ପାଇଁ, ଆଳାପ-ଆଲୋଚନା ପାଇଁ ଏକାଠି ହୁଅନ୍ତି । ଅଧିକାଂଶ ଆଲୋଚନା କେବଳ ମଜା ମଉଜ ପାଇଁ ହେଲା ବେଳେ କିଛି ଉପଯୋଗୀ ଆଲୋଚନା ମଧ୍ୟ ହୋଇଥାଏ । ଫେସବୁକ ଏକ ବିଶାଳ ଲାଭକାରୀ କମ୍ପାନି । ଏହାର ଆଉ ଏକ ସହ ପ୍ରକଳ୍ପ ହେଲା ହୁଆଟ୍ସ ଅପ । ଏହା ଅନଲାଇନ ଚାଟିଂ ପାଇଁ ବ୍ୟବହାର କରାଯାଏ । ଫଟୋ ଭିଡ଼ିଓରୁ ଆରମ୍ଭ କରି ସାଧାରଣ ଚାଟିଂ ନିମନ୍ତେ ଏହା ଖୁବ ଜଣା । ନିକଟରେ ଫେସବୁକ internet.org ନାମକ ଏକ ସହ-ସଙ୍ଗଠନ ଆରମ୍ଭ କରିଛି । ଫ୍ରି ବେସିକ୍ସ ହେଲା ଏ ଇଣ୍ଟରନେଟ ଡଟ ଅର୍ଗ ଅଧୀନରେ ଏକ ଯୋଜନା । ତେବେ ଫେସବୁକ ଓ ଫେସବୁକର ସହ-ପ୍ରକଳ୍ପସବୁକୁ ଅଭାବୀ ଦେଶମାନଙ୍କରେ ଅଧିକ ଲୋକପ୍ରିୟ କରିବା ଲାଗି ସେସବୁକୁ ବିନାମୂଲ୍ୟରେ ପହଞ୍ଚାଇବା ପାଇଁ ଏ ଫ୍ରି ବେସିକ୍ସ । ଭାରତ ସମେତ ଜଗତର ୩୦ଟି ଦେଶରେ ଫ୍ରି ବେସିକ୍ସ ଜରିଆରେ ମାଗଣା ସୀମିତ ଫେସବୁକ ସୁବିଧା ଦେବା ଏହାର ଉଦ୍ଦେଶ୍ୟ । ଫ୍ରି ବେସିକ୍ସ ଜରିଆରେ ଆଉ କିଛି ମାଗଣା ୱେବସାଇଟ ମଧ୍ୟ ଉପଲବ୍ଧ ହେବ । ତେବେ ଏଠାରେ ଅନେକ ପ୍ରଶ୍ନ ମନରେ ଉଙ୍କିମାରେ? ଏ ମାଗଣା ୱେବସାଇଟସବୁ ବ୍ୟବହାର ପାଇଁ ଲୋଡ଼ା କି ନାଁ ତା’ର ସିଦ୍ଧାନ୍ତ କିଏ ନେବ, ଫେସବୁକ ନାଁ ବ୍ୟବହାରକାରୀ ? ଫ୍ରି ବେସିକ୍ସ ଅଧୁନା କିଛି ଦେଶରେ ଉପଲବ୍ଧ ହୋଇଥିବା ବେଳେ ଫିଲିପାଇନ୍ସରେ ରହୁଥିବା ଜଣେ ଭାରତୀୟ ଜିତେଶ ଗୋସ୍ୱାମୀ ନିକଟରେ ନିଜେ ନିଜ ମୋବାଇଲରେ ସେଠାର ଫ୍ରି ବେସିକ୍ସ ଇନଷ୍ଟଲ କରି ଯାହା ମତ ଦେଇଛନ୍ତି ତା’ ଭାରୀ ଚିନ୍ତାର ବିଷୟ । ସାଧାରଣ ଫେସବୁକର ଅଧାରୁ ଅଧିକ ସୁବିଧା ଫ୍ରି ବେସିକ୍ସରେ ନାହିଁ । ଏଥିରେ ଫେସବୁକ ବାହାରେ ଥିବା ଭିଡ଼ିଓ ମାଗଣାରେ ଦେଖିହେବନି କି ଖବର ଆଦି ସମ୍ପୂର୍ଣ୍ଣ ପଢ଼ିହେବନି । ପୁଣି ମାଗଣାରେ ମିଳିବାକୁ ଥିବା ବାକି ୱେବସାଇଟସବୁ ବାଛିବାରେ ଫେସବୁକର ଏକଚାଟିଆ ଅଧିକାର ରହିବ । ବ୍ୟବହାରକାରୀ କଣ ଚାହାନ୍ତି ନ ଚାହାନ୍ତି ତାହା ଫେସବୁକ ନିର୍ଣ୍ଣୟ କରିବ । ଆଉ ଗରୀବ ମାଇପ ସବୁରି ଶାଳୀ ନ୍ୟାୟରେ ଗରୀବଙ୍କୁ ମାଗଣା ତିଅଣର ସୁଆଦ ଚଖାଇ ଫେସବୁକ ସେମାନଙ୍କୁ ଇଣ୍ଟରନେଟ ଯୋଗାଇବା ଆଳରେ କେବଳ ଫେସବୁକର ପରିଧି ଭିତରେ ବାନ୍ଧି ରଖିବ । ଫେସବୁକ ଉଇକିପିଡ଼ିଆ Mozilla ଭଳି ଖୋଲା ସଫ୍ଟଓଏର ବ୍ୟବହାର କରେନାହିଁ କି ଲୋକଙ୍କ ଉଦ୍ୟମରେ ତିଆରି ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଲାଭକାରୀ କମ୍ପାନି । ତେଣୁ ଫେସବୁକର ସବୁ କାମ ଲୋକଙ୍କ ସ୍ୱାର୍ଥ ନୁହେଁ ବରଂ ନିଜ ସ୍ୱାର୍ଥ ହାସଲ ପାଇଁ । ଅଭାବୀ ଦେଶର ଲୋକଙ୍କ ମନ ଜିଣିବା ପାଇଁ ଓ ନିଜର ବ୍ୟବହାର କାରୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ଏହା ଫେସବୁକର ଏକ ମସୁଧା ବୋଲି ଅନେକ ଚିନ୍ତାଶୀଳ ଲୋକେ ମତ ଦେଇଛନ୍ତି । ଫେସବୁକର ଏହି ଏକ ଚାଟିଆ କାମ ନେଟ ନିଉଟ୍ରାଲିଟି ବା ନେଟ ସମାନତାର ପକ୍ଷପାତୀ । ପକ୍ଷପାତ ନ କରି ସବୁ ୱେବସାଇଟକୁ ସମାନ ଭାବେ ଗଣିବା ନେଟ ସମାନତା ନାମରେ ଜଣା । ଫ୍ରି ବେସିକ୍ସରେ ଥିବା ନାନାଦି ଭୁଲ ବିଷୟକୁ ଭଲ ଭାବେ ତନଖି କରିବା ପାଇଁ ନିକଟରେ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ଫ୍ରି ବେସିକ୍ସକୁ କିଛି ସମୟ ପାଇଁ ବାସନ୍ଦ କରିଛି । ଚତୁର ଫେସବୁକ କେବେ ଚାଷୀମାନଙ୍କୁ ପାଣିପାଗ ଜାଣିବାରେ ଫ୍ରି ବେସିକ୍ସ ସାହାଯ୍ୟ କରିବ ତ କେବେ ଅଭାବୀ ଭାରତୀୟଙ୍କୁ ପରସ୍ପର ସହ ଯୋଡ଼ିବାରେ ସାହାଯ୍ୟ କରିବ ବୋଲି ଦେଶସାରା ସହର ବଜାର ସବୁଠି ଜୋରଦାର ପ୍ରଚାର ଚଳାଇଥିଲା । ସବୁ ଖବରକାଗଜରେ ପୂରା ଫର୍ଦ ବିଜ୍ଞାପନ ଆଉ ସବୁ ବସ ରହିବା ସ୍ଥାନରେ ବଡ଼ ବଡ଼ ହୋର୍ଡ଼ିଂ । ଆଉ ଏଥିରେ ସଭିଙ୍କୁ ଅନୁରୋଧ ଥିଲା ଏକ ନମ୍ବରକୁ ମିସ କଲ ଦେଇ ଫ୍ରି ବେସିକ୍ସକୁ ସମର୍ଥନ କରିବା ପାଇଁ । ଏ ପ୍ରଚାର ପ୍ରସାରରେ ୧୦୦ କୋଟିରୁ ଅଧିକ ବୋଧେ ଖର୍ଚ୍ଚ ହୋଇଥିବ! କେଉଁଠୁ ଆଦାୟ ହେବ ଏ ପଇସା? ଫ୍ରି ବେସିକ୍ସର ମାଗଣା ଫେସବୁକ ଓ ବାକି ୱେବସାଇଟକୁ ସୁବିଧା ଦେବାର ଏ ଆଳ ବିରୋଧରେ ଝଡ଼ ଉଠିଛି । Savetheinternet.in ନାମରେ ଏକ ୱେବସାଇଟ ତିଆରି କରି ଇଣ୍ଟରନେଟରେ ସମାନତା ପାଇଁ ଲଢ଼ୁଥିବା କର୍ମୀଏ ଏକରକମ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଫେସବୁକର ମିସ କଲ ଅଭିଯାନର କଡ଼ା ଜବାବ ଦେବାପାଇଁ Savetheinternet.in ଓ fsmi.in ନାମକ ଦୁଇଟି ୱେବସାଇଟ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇ ଟ୍ରାଇ ପାଖକୁ ଇମେଲ ପଠାଇବା ଅନୁରୋଧ କରାଯାଇଥିଲା । ଫେସବୁକର କୋଟି କୋଟି ଟଙ୍କା ଖର୍ଚର ମିସ କଲ ଅଭିଯାନରୁ ୧୦ ଲକ୍ଷ ସମର୍ଥନ ମିଳିଥିବା ବେଳେ ବିନା ପଇସାରେ ସାଢ଼େ ଚାରି ଲକ୍ଷରୁ ଅଧିକ ଲୋକ ଇମେଲ ଜରିଆରେ ଫ୍ରି ବେସିକ୍ସକୁ ବିରୋଧ କରି ଟ୍ରାଇକୁ ଇମେଲ କରିଛନ୍ତି । ତେବେ ଫେସବୁକର ଏହି ସମର୍ଥନ ସଂଗ୍ରହକୁ ଟ୍ରାଇର ସଭାପତି ଆରଏସ ଶର୍ମା ଘୋର ନିନ୍ଦା କରି କହିଛନ୍ତି ଏଯାବତ ଫେସବୁକ ଯେଉଁ ୧୪ ଲକ୍ଷ ଲୋକଙ୍କୁ ପ୍ରଭାବିତ କରି ସେମାନଙ୍କୁ ମିସ କଲ ଜରିଆରେ ସମର୍ଥନ ଆଣିଛି ତା’ ମୂଲ୍ୟହୀନ । ୧୦୦ କୋଟି ଟଙ୍କାର କି ଅପଚୟ! ସେତିକି ପଇସାରେ ଶହେ ହଜାର ଲୋକଙ୍କ ମାଗଣାରେ କିଛି ଉପଯୋଗୀ ସାଇଟ ଦେଖିବା ସୁଯୋଗ ଦେଇଥିଲେ ଆହୁରି ଭଲ ହୋଇଥାନ୍ତା । ଫ୍ରି ବେସିକ୍ସରେ ଲୁଚି ରହିଥିବା ସବୁଠୁ ବଡ଼ ବିପଦଟି ହେଲା ଫେସବୁକର ତଥ୍ୟ ସଂଗ୍ରହ କାରସାଦି । ବ୍ୟବହାର୍ରକାରୀ କି କି ସାଇଟ ଦେଖିଲେ, କାହା ସଙ୍ଗେ ଗପିଲେ ସେସବୁ ଏହା ତାଙ୍କ ଅଗୋଚରେ ଟିକିନିଖି କରି ହିସାବ ରଖିଥାଏ । ସଳଖେ କହିଲେ ଫେସବୁକରେ ବ୍ୟବହାର କାରୀ ବାପୁଡ଼ାର ବ୍ୟକ୍ତିଗତ ବୋଲି କିଛି ରହିବ ନାହିଁ । ଫେସବୁକ ଆରମ୍ଭରୁ ଶବ୍ଦସମ୍ଭାରରେ ଭରା ଏକ ଲମ୍ବା ବିବରଣୀରେ ତଥ୍ୟ ସଂଗ୍ରହରେ ବ୍ୟବହାରକାରୀଙ୍କ କୌଣସି ଅଭିଯୋଗ ନାହିଁ ବୋଲି ଖୁବ ଚତୁର ଭାବେ ତାଙ୍କଠୁ ଅନୁମତି ନେଇଯାଏ । ଅନଭିଜ୍ଞ ବ୍ୟବହାରକାରୀ ପାଠ ଘର ଯାହା ସେଥିରେ ସେ ଏ ଫିକର ବୁଝିବ ବା କିପରି? ଇଣ୍ଟରନେଟ ଓକିଲ ଇବେନ ମଗଲେନ ଓ ମିସି ଚୌଧୁରୀ ଏକ ଲେଖାରେ ଦୁହେଁ ତନ୍ନ ତନ୍ନ କରି ବିଶ୍ଳେଷଣ କରିଛନ୍ତି ଏ କଥା । ପ୍ରଶ୍ନ ଉଠେ ଯେ ଫେସବୁକ ଧନୀ ଦେଶରେ ଏଭଳି ବେପରୁଆ ଅପସାହସ କରିବକି? ଏହି ଭଳି ଆଉ ଏକ କୁଟିଳ ବିଷୟ ଥିଲା ଏଆରଟେଲ ଜିରୋ । ଏଆରଟେଲ ଜିରୋ ଆଉ ଫ୍ରି ବେସିକ ଭିତରେ ବଡ଼ ସମାନତା ହେଉଛି ଉଭୟ କମ୍ପାନି କିଛି ୱେବସାଇଟଙ୍କଠାରୁ ବିପୁଳ ପରିମାଣରେ ପଇସା ନେଇ ସେ ୱେବସାଇଟସବୁକୁ ବ୍ୟବହାର କାରୀଙ୍କ ପାଇଁ ମାଗଣାରେ ଯୋଗାଇଥାନ୍ତି । ଏଥିରେ ସେବା ଯୋଗାଣକାରୀ ଓ ମାଗଣାରେ ବ୍ୟବହାର କାରୀଙ୍କ ପାଖେ ପହଞ୍ଚୁଥିବା ୱେବସାଇଟସବୁଙ୍କ ସିଧାସଳଖ ସ୍ୱାର୍ଥ ନିହିତ ଥାଏ । ପାଠକଙ୍କୁ ଜ୍ଞାନ ବିତରଣ କରିବାର ତୁଚ୍ଛା ବିଜ୍ଞାପନ ତଳେ ଯେ ଏତେ ଫନ୍ଦି ରହିଛି ତାହା ପାଠକ ବାପୁଡ଼ା ବା ଜାଣିବ କେମନ୍ତେ? ଆଉ ଧନୀ ଦେଶରେ ଏଭଳି ଫିକର ସହଜେ ଧରାପଡ଼ିବ ବୋଲି ଫେସବୁକ ଭଳି କମ୍ପାନି ୩୦ଟି ଅଭାବୀ ଦେଶକୁ ଥୋପ କରିଛି । ତେବେ ମାଗଣାରେ କିଛି ୱେବସାଇଟ ଉପଲବ୍ଧ କରାଇବା କିଛି ନୂଆ ନୁହେଁ । ଅତୀତରେ ବଙ୍ଗଳାଦେଶରେ Mozilla (ଫାୟାରଫକ୍ସ ଭଳି ନାନାଦି ଖୋଲା ସଫ୍ଟଓଏର ପରିଚାଳନା କରୁଥିବା ସଙ୍ଗଠନ) ଗ୍ରାମୀଣଫୋନ ନାମକ ଯୋଜନା ଜରିଆରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଦିନକୁ ୨୦ MBର ଡାଟା ଦେବା ସାରା ଜଗତରେ ଆଲୋଚନା ବିଷୟ ହୋଇଥିଲା । ମୋଜିଲା ଓ ମୋବାଇଲ ସେବା ଯୋଗାଣକାରୀ ଟେଲିନର ଏଥି ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ । ଅନେକ ଦେଶରେ ସାଧାରଣ ଲୋକେ ବିଭିନ୍ନ ବିଷୟରେ ଜାଣିବାକୁ ପାଉନଥିବାରୁ ଏସଏସମେସ ଓ ଇଣ୍ଟରନେଟ ଯୋଗେ ସାଧାରଣ ଲୋକଙ୍କ ଦ୍ୱାରା ସମ୍ପାଦିତ ଅନଲାଇନ ଜ୍ଞାନକୋଷ ଉଇକିପିଡ଼ିଆ, ଉଇକିପିଡ଼ିଆ ଜିରୋ ପ୍ରକଳ୍ପ ଜରିଆରେ ମାଗଣାରେ ଯୋଗାଇଦିଆଯାଉଛି । ଭାରତରେ ମଧ୍ୟ ପରୀକ୍ଷାମୂଳକ ଭାବେ କିଛି ସ୍ଥାନରେ ଏହି ସୁବିଧା ଦିଆଯାଇଛି । ତେବେ ଜ୍ଞାନ ବିତରଣ ପାଇଁ ଏହି ଭଳି ଉଦ୍ୟମ ସବୁରି ଆଦର ପାଆନ୍ତି । କିନ୍ତୁ ନିଜ ସ୍ୱାର୍ଥ ହାସଲ ନିମନ୍ତେ ଜଗତର ହିତ ନାମରେ ଗରୀବଙ୍କ ଗରିବୀକୁ ଥୋପ କରି ଫେସବୁକର ଫ୍ରି ବେସିକ୍ସ କେବଳ ନିନ୍ଦା ପାଇଛି । ଲୋକଙ୍କ ସମର୍ଥନ ପାଇବାକୁ ହେଲେ କିଛି ପରିମାଣରେ ସଚ୍ଚା ହେବାକୁ ଯେ ପଡ଼ିବ ଏ କଥାଟି ଫେସବୁକ ଏବେଠୁ ହେଜିଲେ ଆଗକୁ ମଙ୍ଗଳ ହେବ । ଲେଖକ ପରିଚୟ: ଶୁଭାଶିଷ ପାଣିଗ୍ରାହୀ ବେଙ୍ଗାଳୁରର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ତଥା ସ୍ୱେଚ୍ଛାସେବୀ ସମୂହର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି କାମ କରୁଛନ୍ତି । ଆଗରୁ ଇଂରାଜୀ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାରେ ଉଇକିପିଡ଼ିଆର ବିକାଶ ପାଇଁ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ ସକ୍ରିୟ ଥିଲେ । ଉଇକିମାନିଆ ହଂକଂ, ଲଣ୍ଡନ ଓ ମେକ୍ସିକୋ ସିଟି, ଓପନ ନଲେଜ ଡେ ବର୍ଲିନ, ଗ୍ଲୋବାଲ ଭଏସେସ ସମିଟ ଫିଲିପାଇନ୍ସ ଆଦି ଦେଶବିଦେଶରେ ଭାଷାର କମ୍ପ୍ୟୁଟରୀକରଣ ଓ ଭାଷା ପାଇଁ ଟେକନୋଲୋଜି ବିକାଶ ସମ୍ବନ୍ଧରେ ସେ ବିଭିନ୍ନ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ଓଡ଼ିଆ ଉଇକିପିଡ଼ିଆ ସହିତ ମୋଜିଲା, ଓପନ ଗ୍ଲାମ, ଗ୍ଲୋବାଲ ଭଏସେସ, ଓପନସୋର୍ସ ଡଟ କମ ଆଦି ବିଶ୍ୱସ୍ତରୀୟ ପ୍ରକଳ୍ପ ସହ ସକ୍ରିୟ ଭାବେ ଜଡ଼ିତ । ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଖବରକାଗଜ, ବ୍ଲଗ ଆଦିରେ ଓ ନିଜ ବ୍ଲଗ http://psubhashish.comରେ ନିଜର ନିବନ୍ଧ ଲେଖନ୍ତି ।ଟୁଇଟରରେ ଶୁଭାଶିଷଙ୍କ ସହ @subhapa ରେ ଯୋଗାଯୋଗ କରିହେବ । ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି, ବେଙ୍ଗାଳୁର [email protected] Filed under: CIS-A2K, Odia Wikipedia, Access to Knowledge The views and opinions expressed on this page are those of their individual authors. Unless the opposite is explicitly stated, or unless the opposite may be reasonably inferred, CIS does not subscribe to these views and opinions which belong to their individual authors. CIS does not accept any responsibility, legal or otherwise, for the views and opinions of these individual authors. For an official statement from CIS on a particular issue, please contact us directly. Meta 27 January, 2016 CIS-A2K, Odia Wikipedia, Access to Knowledge Author Subhashish Panigrahi Programme Officer, Accesss to Knowlege (CIS-A2K), Centre for Internet and Socity Events Wikimedia Education SAARC conference Apr 25, 2019 Train-the-Trainer 2019 at Vishakhapatnam May 24, 2019 Wikimedia Summit India 2019 Mar 03, 2019 Van Bodh Workshop for content development on Forest Resources at Gadchiroli Nov 06, 2018 Train the Trainer 2018 Jan 01, 2018 Gender Equality in the Workplace Nov 14, 2017 Odia Wikipedia and Orientation Training Programme Jan 23, 2017 Seminar on Rethinking Copyright and Licensing for Digital Publishing Today (Delhi, January 23) Jan 20, 2017 Wikipedia WikiMeetup at Bangalore Aug 11, 2016 Tools orientation session for Telugu Wikimedians of Hyderabad Aug 17, 2016 Site Map Accessibility Contact Funded by Offices Bengaluru: Ground Floor, No 173, 9th Cross, 1st Stage, Indiranagar, Bangalore 560038. Support Us Please help us defend citizen and user rights on the Internet! You may donate online via Instamojo. Or, write a cheque in favour of ‘The Centre for Internet and Society’ and mail it to us at Ground Floor, No 173, 9th Cross, 2nd Stage, Indiranagar, Bangalore 560038. These charitable contributions will be towards the Institutional Corpus Fund of the Centre for Internet and Society. Follow our Works Newsletter: Subscribe [email protected] blog: medium.com/rawblog Twitter (CIS): @cis_india Twitter (CIS-A2K): @cisa2k Instagram: @cis.india Youtube: Centre for Internet and Society Request for Collaboration We invite researchers, practitioners, artists, and theoreticians, both organisationally and as individuals, to engage with us on topics related internet and society, and improve our collective understanding of this field. To discuss such possibilities, please write to us at communications[at]cis-india[dot]org with an indication of the form and the content of the collaboration you might be interested in. In general, we offer financial support for collaborative/invited works only through public calls. About Us The Centre for Internet and Society (CIS) is a non-profit organisation that undertakes interdisciplinary research on internet and digital technologies from policy and academic perspectives. The areas of focus include digital accessibility for persons with disabilities, access to knowledge, intellectual property rights, openness (including open data, free and open source software, open standards, open access, open educational resources, and open video), internet governance, telecommunication reform, digital privacy, and cyber-security. The research at CIS seeks to understand the reconfiguration of social processes and structures through the internet and digital media technologies, and vice versa. Through its diverse initiatives, CIS explores, intervenes in, and advances contemporary discourse and regulatory practices around internet, technology, and society in India, and elsewhere.
2022-11-29T08:41:46Z
https://cis-india.org/a2k/blogs/b15b47b24b47-b2eb3eb17b23b3e-b2bb47b38b2cb41b15b30-b2bb4db30b3f-b2cb47b38b3fb15b4db38
OSCAR-2301
ଶ୍ରୀନଗର: ଷ୍ଟେଜ୍‌ ଉପରେ ନାଚୁ ନାଚୁ ହଠାତ୍‌ ଟଳି ପଡିଲେ। କେହି କିଛି ବୁଝିବା ଆଗରୁ ଘଟିଲା ମୃତ୍ୟୁ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଜମ୍ମୁରୁ। ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ମଞ୍ଚ ଉପରେ ନୃତ୍ୟ ପରିବେଷଣ କରିବା ସମୟରେ ସ୍ୱାସ୍ଥ୍ୟ ବିଗିଡିବା ଘଟଣା ଦିନକୁ ଦିବ ବଢ଼ିବାରେ ଲାଗିଛି। ପ୍ରଥମେ ଉତ୍ତର ପ୍ରଦେଶର ବରେଲିରେ ଜନ୍ମ ଦିନ ଉତ୍ସବରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାର କିଛି ଦିନ ପରେ ମୌନପୁରୀରେ ହନୁମାନ ବେଶରେ ନାଚୁଥିବା ବେଳେ ଜଣେ ବ୍ୟକ୍ତି ଟଳି ପଡିଥିଲେ। ଆଉ ଏବେ ଜମ୍ମୁରେ ଜଣେ ଜଣେ ଯୁବକ ମଞ୍ଚ ଉପରେ ଡ୍ୟାନ୍ସ କରିବା ବେଳେ ଟଳି ପଡିଥିବା ଘଟଣା ସାମ୍ନାକୁ ଆସିଛି। जम्मू में मां पार्वती का रोल निभा रहे योगेश गुप्ता जी को अचानक से कार्डियाक अरेस्ट हुआ और फिर कुछ ही पल में उनकी मौत हो गई। pic.twitter.com/CvexEFvm9b — Shubhankar Mishra (@shubhankrmishra) September 8, 2022 ଆହୁରି ପଢ଼ନ୍ତୁ ବିିବାହ ଭାଙ୍ଗି ଦେଲା ଲେହେଙ୍ଗା 1 week ago ରାସ୍ତା ମଝିରେ ଟ୍ରାଫିକ ପୁଲିସଙ୍କ ନିଆରା ଡାନ୍ସିଂ ଷ୍ଟାଇଲ୍ 2 weeks ago ମଙ୍ଗଳବାର ଜମ୍ମୁର ବିଶ୍ନେହ ତହସିଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ୟୋଗେଶ ଗୁପ୍ତା ନାମକ ଜଣେ ଯୁବକ ମା’ ପାର୍ବତୀଙ୍କ ଭୂମିକାରେ ନାଚୁଥିଲେ। ଦୀର୍ଘ ସମୟ ଧରି ନାଚିବା ପରେ ଯୁବକ ଜଣକ ହଠାତ୍ ତଳେ ପଡ଼ିଯାଇଥିଲେ। ଏହା ପରେ ସେ ଆଉ ଉଠି ନଥିଲେ। ତା’ପରେ ଆଉ ଜଣେ ବ୍ୟକ୍ତି ଭଗବାନ ଶିବଙ୍କ ଅବତାରରେ ମଞ୍ଚ ଉପରକୁ ପ୍ରବେଶ କରିଥିଲେ। ସେ ଆସି ୟୋଗେଶଙ୍କୁ ଉଠାଇଥିଳେ ମଧ୍ୟ ସେ ଉଠିନଥିଲେ। ଏହାପରେ ସେ ସହାୟତା ମାଗିଥିଲେ। କିନ୍ତୁ ସାମ୍ନାରେ ବସିଥିବା ଦର୍ଶକ ଏହା ନାଟକର ଏକ ଅଂଶ ବୋଲି ଭାବିଥିଲେ। କିଛି ସମୟ ପରେ ଅଘଟଣ ଘଟିଥିବା ଜାଣିପାରି ଲୋକେ ଦୌଡି ଆସି ୟୋଗେଶଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ଏହି ସମସ୍ତ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଜାମ୍ମୁ ଜିଲ୍ଲାର ବିଶ୍ନେହ ତହସିଲରେ କୋଠେ ସାଇନିଆ ଗାଁରେ ଗଣେଶ ପୂଜା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ କଳାକାରମାନେ ଦେବାଦେବୀଙ୍କ ଚରିତ୍ରରେ ଅଭିନୟ କରୁଥିଲେ। ଜାଗରଣରେ ଶିବ ପାର୍ବତୀଙ୍କ ଲୀଳା ମଞ୍ଚରେ ମଞ୍ଚସ୍ଥ ହୋଇଥିଲା, ଯେଉଁଥିରେ ଜାମ୍ମୁର ସତୱାରୀ ନିବାସୀ ୨୦ ବର୍ଷିୟ କଳାକାର ୟୋଗେଶ ଗୁପ୍ତା ମାତା ପାର୍ବତୀ ଭୂମିକାରେ ଶିବ ସ୍ତୁତିରେ ନାଚୁଥିଲେ।
2022-11-29T08:23:29Z
https://www.odishareporter.in/social-media/viral/on-camera-artiste-collapses-on-stage-during-performance-in-jammu-764892
OSCAR-2301
ଢେଙ୍କାନାଳ ଅଫିସ/କାମାକ୍ଷାନଗର,୨୪ା୨: ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ବିରିବୋଲେଇ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଜିଲାର ମୋଟ୍‌ ୧୫ଟି ପରୀକ୍ଷା କେନ୍ଦ୍ରରେ ସୋମବାରଠାରୁ ମାଟ୍ରିକ ପରୀକ୍ଷା ଶେଷହେବା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। କପି ରୋକିବା ପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ କ୍ରମେ କାମାକ୍ଷାନଗର, ଢେଙ୍କାନାଳ ଓ ହିନ୍ଦୋଳ ଉପଜିଲାପାଳଙ୍କ ପକ୍ଷରୁ ଏହି ଧାରା ଜାରି କରାଯାଇଛି। ଫଳରେ ପରୀକ୍ଷା କେନ୍ଦ୍ରଗୁଡିକରେ ନାଲି ପତାକା ଲଗାଯିବା ସହିତ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଏହି ପରୀକ୍ଷା କେନ୍ଦ୍ରଗୁଡିକ ହେଲା ହିନ୍ଦୋଳ ବ୍ଲକର ଦୁଦୁରକୋଟ ଓ ରାସୋଳ, ଢେଙ୍କାନାଳ ଉପଖଣ୍ଡର ରାଧାଦେଇପୁର ଓ ନୂଆଗଡ ବୋଲି ହିନ୍ଦୋଳ ଉପଜିଲାପାଳ ଉଦୟନାଥ ମହାପାତ୍ର ଓ ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଜଣାଇଛନ୍ତି। ସେହିପରି କାମାକ୍ଷାନଗର ଉପଖଣ୍ଡର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି ବୋଲି ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। କାମାକ୍ଷାନଗର ଉପଖଣ୍ଡର ଏହି କେନ୍ଦ୍ରଗୁଡିକ ହେଲା ସିଦ୍ଧେଶ୍ୱରୀ ବିଦ୍ୟାପୀଠ, କୁସୁମଯୋଡି ହାଇସ୍କୁଲ, ନିଗମାନନ୍ଦ ହାଇସ୍କୁଲ, ମୂଷା ମଲିକ ହାଇସ୍କୁଲ, ଜନପ୍ରଭା ହାଇସ୍କୁଲ, ମଠକରଗୋଳା ହାଇସ୍କୁଲ, ନୂଆ ଭୁବନ ହାଇସ୍କୁଲ, କଙ୍କଡାହାସୋଡା ହାଇସ୍କୁଲ, ରୋଡ ହାଇସ୍କୁଲ ଓ ରଘୁନାଥଜୀଉ ହାଇସ୍କୁଲ ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି କୁହନ୍ତି ଯେ, କଙ୍କଡାହାଡ ବ୍ଲକ ବିରିବୋଲେଇ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ସୋମବାରଠାରୁ ୧୪୪ ଧାରା ଲାଗୁ ହେବ। କାମାକ୍ଷାନଗର ଉପଖଣ୍ଡରେ ୧୧ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଲାଗୁ ପାଇଁ ଉପଜିଲାପାଳଙ୍କୁ ଜଣାଯାଇଛି। ଏ ସମ୍ପର୍କରେ କାମାକ୍ଷାନଗର ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କୁହନ୍ତି, କପିଳାସ ଜାଗରଯାତ୍ରା ପାଇଁ ପୋଲିସ ଫୋର୍ସ ସେଠାରେ ନିୟୋଜିତ ଥିବାରୁ ୧୪୪ଧାରା ଲାଗୁ କରିବା ପାଇଁ ଘୋଷଣା ହୋଇପାରି ନ ଥିଲା ା ବର୍ତ୍ତମାନ କାମାକ୍ଷାନଗର ଏସ୍‌ଡିପିଓଙ୍କୁ ଏ ସମ୍ପର୍କରେ ଘୋଷଣା କରିବା ପାଇଁ ଜଣାଇ ଦିଆଯାଇଛି ା Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଆମ ଜିଲା ଖବର, ଢେଙ୍କାନାଳ View All ଲୋକଙ୍କୁ ସଚେତନତା କରାଉଛନ୍ତି ଓଡ଼ିଆ ମହିଳା: ସୁରାଟରେ ବିବାଦ ପରେ ସହାୟତା ଭଞ୍ଜନଗର,୧୩।୪(ଡି.ଏନ.ଏ)- ସୁରାଟ ଡ଼ାଇମଣ୍ଡନଗର ଅଞ୍ଚଳରେ ବସବାସ କରୁଥିବା ପ୍ରବାସୀ ଶ୍ରମିକମାନେ ଗତ ୧୦ ତାରିଖ ରାତିରେ ବକେୟା ଦରମା ସମେତ ବିଭିନ୍ନ ଦାବିନେଇ ରାଜରାସ୍ତାକୁ ଓହ୍ଲାଇଥିଲେ।... ମୁଣ୍ଡରେ ଉକୁଣୀ ମରା ଔଷଧ ଲଗାଇ ୫ ଅସୁସ୍ଥ ଆରଡ଼ି,୧୦ା୬(ଡି.ଏନ୍‌.ଏ.): ମୁଣ୍ଡରେ ଉକୁଣୀ ମରା ଔଷଧ ଲଗାଇ ଗୋଟିଏ ପରିବାରର ୫ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ଆରଡି ଫାଣ୍ଡି ଅନ୍ତର୍ଗତ... ପଥ ଓଗାଳିଛି ଆର୍‌ଇଟି ସର୍ଭେ ଯାଜପୁର ଅଫିସ,୧୨।୧: ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ରେଳଲାଇନ ପ୍ରକଳ୍ପକୁ ଆରଇଟି(ରିକନାନ୍ସ ଇଞ୍ଜିନିୟରିଂ-କମ୍‌-ଟ୍ରାଫିକ) ସର୍ଭେ ରିପୋର୍ଟରେ ସ୍ଥଗିତ ରଖାଯାଇଛି।... ଭିଡ଼ ବଢ଼ାଇଲା ସଂକ୍ରମଣ ଆଶଙ୍କା କାମାକ୍ଷାନଗର, ୭।୮(ଡି.ଏନ.ଏ.) – ଶଟ୍‌ଡାଉନ ଉଠିବା ପରେ ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ ଗୁରୁବାର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଅମାନିଆଙ୍କ ପ୍ରତି କୋହଳ ମନୋଭାବ... ବଳରାମ ଖଣି ବନ୍ଦକୁ ନେଇ ବଢ଼ୁଛି ବିବାଦ: ଖଣି କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲା ଡଅଁରା ଗ୍ରାମ କମିଟି ତାଳଚେର,୨୬ା୧୦(ନି.ପ୍ର.) – କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ଡଅଁରା ଓ ସୋଲଡା ଗ୍ରାମ ମଧ୍ୟରେ ଥିବା ବିବାଦ ଯୋଗୁ ତାଳଚେରସ୍ଥିତ ବଳରାମ କୋଇଲା ଖଣି... ଧୋଇଗଲା ରାସ୍ତା: ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ ଦାରିଙ୍ଗବାଡ଼ି,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ରାଇକିଆ ପୂର୍ତ୍ତ ବିଭାଗର ଗଦଡ଼ିପୋଲ ଧୋଇ ହୋଇଯିବାରୁ ଗର୍ତ୍ତ ସୃଷ୍ଟିହୋଇଛି। ଏ ନେଇ ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ... ଅନୁଗୋଳରେ ସୁସ୍ଥ ହେଲେ ୧୫ କରୋନା ଆକ୍ରାନ୍ତ ଅନୁଗୋଳ ଅଫିସ,୨୨।୫-ଅନୁଗୋଳ ଜିଲାରେ ଗତକାଲି ସୁଦ୍ଧା ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶୁକ୍ରବାର ୧୫ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।... ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ ପାରାଦୀପ,୧୩ା୯(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରବିବାର ପଶ୍ଚିମବଙ୍ଗ ହୁଗୁଳି ନଦୀ ସୀମା ସମୁଦ୍ରର ସାଗରଦୀପ ଅଞ୍ଚଳରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଏହାପରେ ସେମାନଙ୍କୁ ପଶ୍ଚିମବଙ୍ଗସ୍ଥିତ... Archives Archives Select Month December 2022 November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017
2022-12-04T05:56:35Z
https://www.dharitri.com/%E0%AD%A7%E0%AD%AB-%E0%AC%AA%E0%AC%B0%E0%AD%80%E0%AC%95%E0%AD%8D%E0%AC%B7%E0%AC%BE-%E0%AC%95%E0%AD%87%E0%AC%A8%E0%AD%8D%E0%AC%A6%E0%AD%8D%E0%AC%B0%E0%AC%B0%E0%AD%87-%E0%AD%A7%E0%AD%AA%E0%AD%AA/
OSCAR-2301
ସାମ୍ବାଦିକତାର ବିବିଧ ଦାୟିତ୍ଵ ଭିତରୁ ଦୁଇଟି ପ୍ରମୁଖ ଦାୟିତ୍ଵ ହେଉଛି, ସତ୍ୟ ର ଅନୁସନ୍ଧାନ ଓ ମିଥ୍ୟା ବିରୋଧରେ ଜନମତର ନିର୍ମାଣ । ଏହି ଦାୟିତ୍ଵ ତୁଲାଇବାରେ ଆମ ସମୟର ବହୁ ସାମ୍ବାଦିକ ବିଫଳ। ତେବେ ସତ୍ୟ ପ୍ରତି ନିରନ୍ତର ଅନୁରକ୍ତ ରହି ନିଜର ଏକ ସ୍ପଷ୍ଟ ବିଚାର ନିର୍ମାଣ କରିବାରେ ଯେଉଁ କେତେ ଜଣ ସାମ୍ବାଦିକ ଓଡିଶାରେ ସଫଳ, ସେମାନଂକ ମଧ୍ୟରୁ ବରେନ୍ଦ୍ର କୃଷ୍ଣ ଧଳ ଅନ୍ୟତମ । ବରେନ୍ଦ୍ର ବାବୁ ଥିଲେ ମୂଳତଃ ବିଚାର ଓ ବିବେଚନା ର ସାମ୍ବାଦିକ। ସେ ହୁଏତ ରିପୋର୍ଟର୍ ନଥିଲେ, କିନ୍ତୁ ତାଂକର ମତ ଓ ବିଚାରରେ ଅନୁସନ୍ଧାନ ତଥା ଅନ୍ଵେଷଣ ର ତୀବ୍ର ପ୍ରଭାବ ରହିଥିଲା । ସାମ୍ବାଦିକତା ଓ ସାହିତ୍ୟର ସମନ୍ଵୟ ଘଟାଇବାର ଯେଉଁ ପରମ୍ପରା ଓଡିଶାରେ ସତ୍ୟବାଦୀ ବନ ବିଦ୍ୟାଳୟ ରୁ ସୃଷ୍ଟି ହୋଇଥିଲା, ବରେନ୍ଦ୍ର ବାବୁ ଥିଲେ ସେହି ପରମ୍ପରାର ଅନ୍ୟତମ ସାର୍ଥକ ଦାୟାଦ। ସେ ଥିଲେ ସାମ୍ବାଦିକ ଓ ସାହିତ୍ୟିକ। ତାଂକ ସମ୍ବାଦ ଓ ମତ ରଚନା ରେ ସୃଜନଶୀଳତା ର ପ୍ରଭାବ ରହିଥିବା ବେଳେ ତାଂକ ଗଳ୍ପ ରଚନା ରେ ସାମାଜିକ ବାସ୍ତବତା ର ନିଛକ ପ୍ରତିଫଳନ ଘଟୁଥିଲା। ତାଂକ ବ୍ୟକ୍ତିତ୍ଵ ନିର୍ମାଣରେ ସାହିତ୍ୟ ଓ ସାମ୍ବାଦିକତାର ଅବଦାନ ସମାନ। ୯, ଅଗଷ୍ଟ ସକାଳେ ଅକଷ୍ମାତ ମୃତ୍ୟୁ ବରଣ କରିଥିବା ଏହି ବିଶିଷ୍ଟ ସାମ୍ବାଦିକ ଓ ଲେଖକଂକ ସମ୍ପର୍କରେ କିଛି କଥା- ୧. କଟକ ଜିଲ୍ଲାର ବାଂକୀରେ ୧୬ ମାର୍ଚ୍ଚ ୧୯୩୯ରେ ଭୂମିଷ୍ଠ ହୋଇଥିବା ସ୍ୱର୍ଗତ ଧଳ ବାଇଶି ବର୍ଷ ବୟସରେ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପ୍ରଜାତନ୍ତ୍ର, ମାତୃଭୂମି ଓ ସ୍ଵରାଜ୍ୟ ସମ୍ବାଦ ପତ୍ର ସହ ତାଂକର ସମ୍ପୃକ୍ତି ରହିଥିଲା । ପ୍ରଥମେ ଲେଖକ ଓ ପରେ ସାମ୍ବାଦିକ ଭାବରେ ସେ ପ୍ରଜାତନ୍ତ୍ର ରେ ଯୋଗଦାନ କରିଥିଲେ। ଷାଠିଏ ଦଶକରେ ପ୍ରଜାତନ୍ତ୍ର ଥିଲା ଓଡିଶାର ସାହିତ୍ୟ ଓ ସାମ୍ବାଦିକତା ପାଇଁ ମିଳନ ମଂଚ। ୨. ଓଡିଆ, ବଂଗଳା ଓ ଇଂରାଜୀ, ତିନୋଟି ଯାକ ଭାଷାରେ ସେ ସାମ୍ବାଦିକତା କରିଛନ୍ତି । ଦୀର୍ଘ ବର୍ଷ ଧରି “ନ୍ୟାସନାଲ ହେରାଲଡ୍” ସମ୍ବାଦ ପତ୍ରର ସେ ଥିଲେ ଓଡିଶା ପ୍ରତିନିଧି । ସେହିପରି ବଂଗଳା “ଆଜକଲ୍” ପାଇଁ ମଧ୍ୟ ସେ ଖବର ଯୋଗାଉ ଥିଲେ। ୩. ସାମ୍ବାଦିକତାର ପ୍ରାଥମିକ ଜୀବନରେ ଓଡିଆ ସିନେମା, ନାଟକ ଓ ନୃତ୍ୟ ସଂଗୀତ କୁ ନେଇ ଅନେକ ଚମତ୍କାର ଫିଚର ସେ ଲେଖିଥିଲେ । ଏହା ସହିତ ଅନେକ ସାଂସ୍କୃତିକ ଓ କ୍ରୀଡା ଅନୁଷ୍ଠାନ ସହ ମଧ୍ୟ ସେ ଜଡିତ ଥିଲେ । ୪. ରିପୋର୍ଟର୍ ଓ ସମ୍ପାଦକ ଭାବରେ ତାଂକର ଦୀର୍ଘ ଦିନର ଅଭିଜ୍ଞତା ପରବର୍ତ୍ତୀ ଜୀବନରେ ତାଂକୁ ଜଣେ ସଫଳ ସ୍ତମ୍ଭକାର ଭାବରେ ପ୍ରତିଷ୍ଠା ଦେଇଥିଲା । ଗତ ତିରିଶ ବର୍ଷ ଧରି ଓଡିଶାର ପ୍ରମୁଖ ଖବର କାଗଜ ଗୁଡିକରେ “ମୁକ୍ତ ବିଚାର” ତଥା “ଖୋଲା ବିଚାର” ଶୀର୍ଷକରେ ତାଂକର ସ୍ତମ୍ଭ ରଚନା ଅବ୍ୟାହତ ରହିଥିଲା। ୫. ସ୍ତମ୍ଭ ରଚନାରେ ତାଂକ ଭାଷା ର ବ୍ୟବହାର ଅତ୍ୟନ୍ତ ସ୍ପଷ୍ଟ, ସରଳ ଓ ଶାଣିତ। ଅନେକ ସମୟରେ ତାଂକ ଭାଷାରେ ତୀର୍ୟକ ବ୍ୟଂଗ ମଧ୍ୟ ରହିଥାଏ । ନିଜ ସ୍ତମ୍ଭ ରଚନାରେ ସେ ଆମ ସମୟ ଓ ସମାଜର ଗଭୀର ଅନୁଶୀଳନ କରିଛନ୍ତି । ଓଡିଶାର ରାଜନୀତି ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ତାଂକର ସତର୍କ ଦୃଷ୍ଟି ସବୁବେଳେ ରହିଥିଲା । ତେଣୁ ତାଂକର ଅଭିମତ ସବୁବେଳେ ତଥ୍ୟ ଭିତ୍ତିକ ଓ ଅକାଟ୍ୟ ଯୁକ୍ତିରେ ଭରପୂର। ତାଂକର ୧୯ ଟି ପ୍ରକାଶିତ ବହି ମଧ୍ୟରୁ ମୁକ୍ତ ବିଚାର ଓ ଖୋଲା ବିଚାର ର ଐତିହାସିକ ମୂଲ୍ୟ ସର୍ବାଧିକ। ୬. ସାମ୍ବାଦିକ ଓ ଲେଖକ ସଂଗଠନ କ୍ଷେତ୍ରରେ ସେ ଥିଲେ ଓଡିଶାର ସବୁଠୁ ଅଗ୍ରଣୀ ବ୍ୟକ୍ତିତ୍ଵ। ନବେ ଦଶକରେ ଜାତୀୟ ସାମ୍ବାଦିକ ସଂଘ ର ସଭାପତି ଭାବରେ ଦାୟିତ୍ଵ ନିର୍ବାହ କରିବାରେ ସେ ଥିଲେ ଏକ ମାତ୍ର ଓଡିଆ। ଓଡିଶା ସାମ୍ବାଦିକ ସଂଘ, ଓଡିଶା ଲେଖକ ସାମ୍ମୁଖ୍ୟ, ଓଡିଶା ଲେଖକ ସମବାୟ ସମିତି ଇତ୍ୟାଦି ପ୍ରତିଷ୍ଠା କରିବାରେ ତାଂକର ପ୍ରମୁଖ ଭୂମିକା ରହିଥିଲା । ୭. ଜଣେ ସର୍ଜନଶୀଳ ଲେଖକ ଭାବରେ ସେ ୬ ଟି ଉପନ୍ୟାସ, ଅନେକ ଗଳ୍ପ, ଦୁଇଟି ଶିଶୁ ସାହିତ୍ୟ ଓ କେତୋଟି ଅନୁବାଦ ପୁସ୍ତକର ସେ ରଚୟିତା । ସମରେଶ୍ ବସୁଂକ ପ୍ରସିଦ୍ଧ ଉପନ୍ୟାସ “ଶାମ୍ବ” ର ଅନୁବାଦ ଲାଗି ତାଂକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ଓଡିଆ ଗଳ୍ପରେ କ୍ରୀଡା ଓ କ୍ରୀଡାବିତ୍ ନ୍କୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ସେ କରିଥିଲେ । କ୍ରୀଡା ଭିତ୍ତିକ ଗଳ୍ପ ରଚନା ରେ ସେ ଥିଲେ ଏକମାତ୍ର ସାର୍ଥକ ଓଡିଆ ଗାଳ୍ପିକ। ୮. ଓଡିଶାରେ ସେ ଥିଲେ ବହି ମେଳା ର ଆଦି ପୁରୁଷ । ପଠନ ଅଭ୍ୟାସ କୁ ଏକ ଉତ୍ସବ ଭାବରେ ପାଳନ କରିବାକୁ ଅଶୀ ଦଶକରେ ସେ ଆରମ୍ଭ କରିଥିଲେ “ଭୁବନେଶ୍ବର ପୁସ୍ତକ ମେଳା” । ଓଡିଶାରେ ବହିର ଉତ୍ସବ ଆଜି ଯଦି ବ୍ୟାପକ ହୋଇଛି ତାର ସବୁ ଶ୍ରେୟ ବରେନ୍ଦ୍ର ବାବୁଂକର । ଭୁବନେଶର ପୁସ୍ତକ ମେଳା ଲେଖକ ମାନଂକ ଦ୍ବାରା ଆୟୋଜିତ ଏକମାତ୍ର ବଡ ଉତ୍ସବ ଭାବରେ ଆଜି ପର୍ଯନ୍ତ କାମ କରି ଆସିଛି ଓ ମୃତ୍ୟୁ ପର୍ଯନ୍ତ ବରେନ୍ଦ୍ର ବାବୁ ଥିଲେ ଏହାର ମହା ନାୟକ। ୯. ସୃଜନ ହେଉ ବା ସଂଗଠନ, ସମ୍ବାଦିକତା ହେଉ ବା ସମ୍ପାଦନା, ସବୁ କ୍ଷେତ୍ରରେ ଏକ ଅପୂର୍ବ ଦାମ୍ଭିକତାର ସହ ସେ କାମ କରୁଥିଲେ। ଗୋଟେ ସମୟରେ କର୍କଟ ରୋଗ ସହ ଲଢି ସେ ବଂଚିବାର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ। ନିଜ ରଚନାରେ ବହୁ ଲୋକଂକୁ ତୀବ୍ର ସମାଲୋଚନା କରିଥିବା ବରେନ୍ଦ୍ର ସବୁବେଳେ ନିର୍ଭୀକ ଓ ନିଜ ମତରେ ଅଟଳ। ୧୦. ହୁଏତ ବରେନ୍ଦ୍ର ଧଳ ଲେଖିଥିବା ଅଭିମତ ସହ କେହି ଦ୍ଵିମତ ହୋଇପାରେ, ହେଲେ ତାଂକ ଲେଖାକୁ ଅନଦେଖା କରିବା କଦାପି ସମ୍ଭବ ନୁହଁ। ତିରିଶ ବର୍ଷ ଧରି ପ୍ରତ୍ୟେକ ସପ୍ତାହ ରେ ସେ କୌଣସି ନା କୌଣସି ପ୍ରସଂଗରେ ନିଜର ମତ ରଖିଛନ୍ତି। ତାଂକ କଲମର ପ୍ରହାରରେ ଅନେକ କ୍ଷମତାଶାଳୀ ଲୋକ ଆହତ କିମ୍ବା କ୍ଷୁବ୍ଧ ହୋଇଛନ୍ତି । ହେଲେ ବରେନ୍ଦ୍ର ବାବୁଂକ କଲମ କେବେବି ଚୁପ୍ ହୋଇ ବସି ରହିନାହିଁ । ଏହି ଚିରଂଜୀବୀ ସାମ୍ବାଦିକ ଓ ଗାଳ୍ପିକଙ୍କୁ ଆମର ବିନମ୍ର ଶ୍ରଦ୍ଧା ତର୍ପଣ । ଓଡିଶା ଡଟ କମ ଓଡିଶା ଡଟ କମ Filed Under: ସାହିତ୍ୟ Tagged With: ଅନୁସନ୍ଧାନ, ଜନମତ, ବରେନ୍ଦ୍ରକୃଷ୍ଣ ଧଳ; ସାମ୍ବାଦିକ, ମିଥ୍ୟା, ମୁକ୍ତ ବିଚାର, ସତ୍ୟ, ସାମ୍ବାଦିକତା, ସାହିତ୍ୟ ମାଓବାଦୀ ନାଁରେ ଟଙ୍କା ଆଦାୟ ଅଭିଯୋଗରେ ଦୁଇ ଗିରଫ December 22, 2011 by ଓଡିଶା ଡଟ କମ ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ ବରଗଡ଼, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାର ରାଜ ବୋତାସମ୍ବର ମାଓବାଦୀପ୍ରବଣ ଇଲାକାରେ ଗୁରୁବାର ପୋଲିସ ମାଓବାଦୀ ପରିଚୟ ଦେଇ ଟଙ୍କା ଅସୁଲି କରୁଥିବା ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ପୋଲିସ ଅଧିକାରୀଙ୍କ ଅନୁସାରେ ଝାରବନ୍ଧ ଥାନା ଅନ୍ତର୍ଗତ ସାପଳହର ଗ୍ରାମର ଶୁଶିଳ ସାହୁ, ପାଇକମାଳ ଥାନାର ଚେରେଙ୍ଗଝଂଜି ଗ୍ରାମର ଶତପଥି ପ୍ରଧାନ । ଉଭୟ ଯୁବକ ଯୁକ୍ତୁଇପର୍ଯ୍ୟନ୍ତ ପାଠ ପଢିଥିବା ଏବଂ ପ୍ମପୁର ର ଏକ ଲଜ୍ ରୁ ଧରାପଡ଼ିଛନ୍ତି ପୋଲିସ କହିଛି । ଗତ ତିନିମାସ ହେଲାଦୁଇବଂଧୁ ମାଓବାଦୀ ନାମରେ ଫୋନ ଯୋଗେ ଧମକ ଟଙ୍କା ଅସୁଲି କରୁଥିଲେ । ପୋଲିସ ଫୋନ ଟ୍ରାକିଙ୍ଗ ଜରିଆରେ ଏମାନଙ୍କୁ ଗିରଫ କରି ଅଧିକ ଅନୁସନ୍ଧାନ କରୁଛି । ଌଦ୍ଭଭଗ୍ଦକ୍ଟ୍ର; ଓଡ଼ିଶା ଡ଼ଟ୍ କମ୍ ଓଡିଶା ଡଟ କମ Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅନୁସନ୍ଧାନ, ପୋଲିସ Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-12-03T15:34:01Z
https://www.odisha.com/tag/%E0%AC%85%E0%AC%A8%E0%AD%81%E0%AC%B8%E0%AC%A8%E0%AD%8D%E0%AC%A7%E0%AC%BE%E0%AC%A8/
OSCAR-2301
ପିପିଲି (କେନ୍ୟୁଜ): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କୋଇଲା ବୋଝେଇ ଟ୍ରକ ପଛରେ ପିଟି ହୋଇ ଚାଲିଗଲା ୨ ଜଣଙ୍କ ଜୀବନ। ଶବ ଦାହ ସାରି ଫେରୁଥିବା ବେଳେ ବାଟରେ ନିଜେ ଶବ ହୋଇଗଲେ। ସାକ୍ଷୀଗୋପାଳ ଥାନା ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଏକ କୋଇଲା ବୋଝେଇ…
2022-12-04T04:41:08Z
https://knewsodisha.com/tag/2-dead
OSCAR-2301
ଭୁବନେଶ୍ୱର: ପରଲୋକରେ ଟେଲିଭିଜନ ସାମ୍ବାଦିକ। ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା। ଗତକାଲି ମନୋଜ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ମନୋଜଙ୍କ ପରଲୋକ ଘଟିଛି। କେବଳ ରାୟଗଡ଼ା ନୁହେଁ ଓଡ଼ିଶାର ଜଣେ ଜଣାଶୁଣା ସାମ୍ବାଦିକ ଥିଲେ ମନୋଜ। ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛଛି।
2022-12-04T05:37:48Z
https://www.odishalink.com/2021/12/14/tv-journalist-manoj-patra-death/
OSCAR-2301
To view this video please enable JavaScript, and consider upgrading to a web browser thatsupports HTML5 video ଡୁଙ୍ଗୁରା ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ଶୁଭ ଶିଳାନ୍ୟାସ । BHAGBAN BARIK Subscribe 22,548,145 26 views 1Watch Time: 0 sec ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ଡୁଙ୍ଗୁର ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ସଂସ୍କୃତି ମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶୁଭ ଶିଳାନ୍ୟାସ ଓ ଉଦଘାଟନ କରିବା ଅବସରରେ ଅନ୍ୟଦଳର କର୍ମୀ ବିଜେଡି ରେ ସାମିଲ ହୋଇଥିଲେ । About: Video Location : Bhagia Duration : 01:33 mins Date Time : August 19th 2021, 6:39:05 pm Show Less Related Watch Similar Videos 01:00 ବାଲେଶ୍ବର:ଟାଉନ ହଲ ପରିସରରେ ୟା ଅଲ୍ଲୀ ଜିମ୍ନାଷ୍ଟିକ କ୍ଲବର ଗୋଲଡେନ ଯୁବଲି ଅବସରରେ ବଡି ବିଲ୍ଡିଂ ପ୍ରତିଯୋଗିତା ଉଦଯାପିତ। 3 views 01:05 ବାଲେଶ୍ବର:ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର ବନ୍ୟାଜଳ ପ୍ରଭାବରେ ନିଜାମପୁର,ଗଣ୍ଡରଦା, କଲ୍ୟାଣପୁର,ବଡପାଳ,ଗୁଡୁଦା ଅଞ୍ଚଳରେ ସୁରକ୍ଷାବନ୍ଧ ନିର୍ମାଣପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। 3 views 01:33 ବାବା ଆଖଣ୍ଡଳମଣୀ ମନ୍ଦିରରେ ଉନ୍ମକ୍ତ କାଣ୍ଡ। ଜଣେ ସେବାୟତଙ୍କ ଛୁରାମାଡରେ ଅନ୍ୟଜଣେ ସେବାୟତ ଗୁରୁତର 2 views 01:33 ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ଅଭିଯୋଗ. ମୃତକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଖଣ୍ଡତଡା ପଂଚାୟତ ମଉଦା ମହାଦେବ ପୁରର ନରେନ୍ଦ୍ର ସାହୁ. 2 views 01:33 ବାଲେଶ୍ଵର ଜିଲ୍ଲା ସିମୁଳିଆ ତହସିଲ ପକ୍ଷରୁ ଚଡାଉ କରାଯାଇ ଦୁଇଟି ଗାଡ଼ିରୁ ୫୦ହଜାର ଟଙ୍କା ଜୋରିମାନା ଆଦାୟ । 3 views 00:45 ବାଲେଶ୍ୱର:ବସଷ୍ଟାଣ୍ଡରୁ ଫୁଲାଡି ଭାୟା ନୁଣିଆଯୋଡ଼ି ଜଳ ନିଷ୍କାସନ ବ୍ୟବସ୍ଥା ସହ ଚାରିଟିକିଆ ରାସ୍ତାକୁ ରେମୁଣା ବିଧାୟକଙ୍କ ପ୍ରସ୍ତାବ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। 6 views 00:50 ଫକୀର ମୋହନ ୟୁନିଭରସିଟି ପକ୍ଷରୁ ଅନୁଷ୍ଠିତ କଳା, ସାହିତ୍ୟ ଓ ସଂସ୍କୃତି ର ଅନ୍ତର୍ଜାତୀୟ ଉତ୍ସବ 'ଉନୁରୁମ' ର ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ 5 views 00:58 ବାଲେଶ୍ବର:ବାଲେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। 5 views Up Next Autoplay 01:33 ଖଇରା ବ୍ଳକ ଜଳଦା ଓ ଡଗରପଡା ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଦ୍ୱାରା ଶୁଭ ଶିଳାନ୍ୟାସ । 13 views 01:33 ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀ ର ଡଗରପଡା ପଂଚାୟତ ବିଜେପି ପକ୍ଷରୁ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। 14 views 01:33 ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀ ର ପଳସା ପଂଚାୟତ ର ବିଭିନ୍ନ ପ୍ରକଳ୍ପକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଦ୍ୱାରା ଶୁଭ ଶିଳାନ୍ୟାସ । 23 views Popular Near You Autoplay 00:42 ଇନର ହ୍ବିଲ୍ କ୍ଲବ ବାଲେଶ୍ୱର ଶାଖାର ଅଧ୍ୟକ୍ଷା ଶ୍ରୀମତୀ ଟି. ଚିରଞ୍ଜିବୀଙ୍କୁ ସମ୍ବର୍ଦ୍ଧନା,ନୂଆସାହି କପିଳମୁନୀ ବୃଦ୍ଧାଶ୍ରମ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଓ ଖାଦ୍ୟ ବିତରଣ। 4 views 00:58 ବାଲେଶ୍ୱର:ପରଖି ପଞ୍ଚାୟତର ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ,ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। 5 views 00:34 ବାଲେଶ୍ବର:ଜିଲ୍ଲା ବୈଧମାପ ବିଭାଗ ପକ୍ଷରୁ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ, ମାପ ଓ ଓଜନ ଯାଞ୍ଚ। 4 views 00:51 ବାଲେଶ୍ବର:ରେମୁଣା ନିର୍ବାଚନ ମଣ୍ଡଳୀ କରଞ୍ଜିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତୁଆ ଟୁଲଙ୍ଗ ସାହିରେ ବିଜେଡି ପକ୍ଷରୁ ବୈଠକ,ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଧାୟକ।
2022-11-29T15:27:20Z
https://khabriya.in/video/lLxVMEByoC
OSCAR-2301
ଭୁବନେଶ୍ୱର,୧୨ ଫେବୃୟାରୀ: ଓଡ଼ିଶା ଓ ଅନ୍ଧ୍ର ପ୍ରଦେଶର ଦାବି ସମାନ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ଦାବି । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବା ଦାବିରେ ସେଠାକାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନୂଆଦିଲ୍ଲୀ ସ୍ଥିତ ଆନ୍ଧ୍ର ପ୍ରଦେଶ ଭବନ ଠାରେ ସୋମବାର ଦିନିକିଆ ଅନଶନରେ ବସି ଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେହି ଏକା ଦାବି ନେଇ କେନ୍ଦ୍ରକୁ ଚିଠି ଲେଖିବା ଓ ସଭା ସମିତି, ସାମ୍ବାଦିକ ସମ୍ମିଳନୀରେ ସୀମିତ ଅଛନ୍ତି । ବିଜେଡ଼ି ଏହି ଦାବିକୁ ନେଇ ନିକଟରେ ସଂସଦରେ ସ୍ୱର ଉଠାଇ ଥିଲା ସତ, କିନ୍ତୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ନିର୍ଣ୍ଣାୟକ ପଦକ୍ଷେପ ନେବାରେ ପଛୁଆ ରହିଛି । ଚନ୍ଦ୍ରବାବୁ ଏହି ଦାବି ସପକ୍ଷରେ ଏନଡ଼ିଓରୁ ଓହରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପଛାଇ ନ ଥିଲେ । ତେବେ, ସେତେବେଳେ ବିଜେଡ଼ିର ଭୂମିକା ଥିଲା ଭିନ୍ନ । ଦଳ ଭୋଟ ଦାନରୁ ବିରତ ରହି ପରୋକ୍ଷରେ ମୋଦୀ ସରକାରଙ୍କୁ ସମର୍ଥନ ଦେଇଥିଲା । ତାହାକୁ ରାଜନୈତିକ ସୁବିଧାବାଦ କୁହା ଯାଇ ପାରେ । ଏବେ, ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବିକୁ ନେଇ ସ୍ୱର ଶାଣିତ କରିଛନ୍ତି । କିନ୍ତୁ, କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରତି ବିଜେଡ଼ିର ଆଚରଣ ଅସ୍ପଷ୍ଟ ରହି ଆସି ଥିବାରୁ ନବୀନଙ୍କ ଏହି ରଣନୀତି ସାମୟିକ ନା ଦୀର୍ଘସ୍ଥାୟୀ, ସେ ନେଇ ରାଜ୍ୟବାସୀଙ୍କ ମନରେ ସନ୍ଦେହ ରହିଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ଦିନ ଠାରୁ କେନ୍ଦ୍ର ପ୍ରତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡ଼ିର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା କହୁ ଥିବା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଗତ ଚାରି ବର୍ଷ ମଧ୍ୟରେ ବିମୁଦ୍ରାକରଣ, ଜିଏସ୍ଟି ଭଳି ଅର୍ଥନୈତିକ ନିଷ୍ପତ୍ତି ଏବଂ ଦେଶର ରାଷ୍ଟ୍ରପତି, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଭଳି ରାଜନୈତିକ ନିଷ୍ପତ୍ତି କ୍ଷେତ୍ରରେ ବିଜେପିକୁ ସମର୍ଥନ ଦେଇ ସମାଲୋଚିତ ହୋଇ ଆସିଛନ୍ତି । କେବଳ, ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି ବିରୋଧୀଙ୍କୁ ସମର୍ଥନ ଦେଇଥିଲା । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ ଥିଲେ ଯେ ବିଜେପି ପ୍ରାର୍ଥୀ ଏମ. ଭେଙ୍କାୟା ନାଇଡୁଙ୍କର ହିଁ ବିଜୟ ହେବ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୦୧୪ରୁ ଚାରି ବର୍ଷ ହେଲା କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ସମର୍ଥନ ଦେବାରେ ରାଜ୍ୟବାସୀଙ୍କ କୌଣସି ଆପତ୍ତି ନ ଥିଲା । କାରଣ, ରାଜ୍ୟବାସୀ ଆଶା କରି ଥିଲେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସୁସଂପର୍କ ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିଭିନ୍ନ ଦାବି ପ୍ରତି ଗୁରୁତ୍ୱ ଦେବେ । ରାଜ୍ୟର ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ । ପୂର୍ବ କଂଗ୍ରେସ ସରକାର ପ୍ରତି ଜନସାଧାରଣରେ ଥିବା ଅବିଶ୍ୱାସ ଭାବ ମୁଖ୍ୟମନ୍ତ୍ରୀଙ୍କ ବିଜେପି-ପ୍ରୀତିକୁ ଅଣଦେଖା କରି ଆସିଛି । ତେବେ, ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରୁଛନ୍ତି ପୂର୍ବ କଂଗ୍ରେସ ସରକାର ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ମଧ୍ୟ ଓଡ଼ିଶା ପ୍ରତି ଅବହେଳା କରି ଆସିଛି । କେବଳ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେବା କ୍ଷେତ୍ରରେ ନୁହେଁ, ରାଜ୍ୟକୁ ମିଳୁ ଥିବା ବିଭିନ୍ନ କେନ୍ଦ୍ରୀୟ ଅନୁଦାନକୁ କାଟଛାଂଟ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଗତିରୋଧ କରିଛି । ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ମିଳୁ ଥିବା କେନ୍ଦ୍ରୀୟ ଅନୁଦାନ କମିଛି ଏବଂ କେନ୍ଦ୍ର ସରକାର ନିଜ ଆଡୁ ଆରମ୍ଭ କରି ଥିବା ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ଉପରେ ଲଦି ଦେବାକୁ ଉଦ୍ୟମ କରିଛନ୍ତି । ଫଳରେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜ୍ୟ ପାଂଠିରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ବାଧ୍ୟ ହୋଇଛନ୍ତି । ଏସବୁ କାର୍ଯ୍ୟକ୍ରମକୁ ନେଇ ଉଭୟ ବିଜେଡ଼ି ଓ ବିଜେପି ସରକାର ମଧ୍ୟରେ ଟଣାଓଟରା ଓ କାଦୁଅଫିଙ୍ଗା ଲାଗି ରହିଛି । ବିଳମ୍ବରେ ହେଲେ ବି ରାଜ୍ୟ ବିଜେଡ଼ି ସରକାରଙ୍କ ଅଭିଯୋଗ ହେଉଛି, ୨୦୧୪ ସାଧାରଣ ନିର୍ବାଚନ ସମୟରେ ବିଜେପିର ପ୍ରତିଶ୍ରୁତି ଥିଲା କେନ୍ଦ୍ରରେ କ୍ଷମତାକୁ ଆସିଲେ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବ । ଏହାଛଡା, ଦେଶରେ ପ୍ରତି ବର୍ଷ ୨ କୋଟି କର୍ମ ନିଯୁକ୍ତି ସୃଷ୍ଟି, ବିଦେଶରେ ଥିବା କଳାଧନ ଦେଶକୁ ଫେରାଇ ଆଣି ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବା, ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍.ଏସ୍.ପି ଦେବା ବିଜେପିର ପ୍ରତିଶ୍ରୁତି ରହି ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ମୁତାବକ ବର୍ଷକୁ ୨ କୋଟି କର୍ମ ନିଯୁକ୍ତି ସୃଷ୍ଟି କରିଥିଲେ ଓଡ଼ିଶାର ୩୬ ଲକ୍ଷ ବେକାର ନିଯୁକ୍ତି ପାଇଥା’ନ୍ତେ । ଏହି ପ୍ରତିଶ୍ରୁତି ରକ୍ଷା କରାଯାଇ ନାହିଁ । ଅପରପକ୍ଷରେ, ଓଡ଼ିଶାର ଗରୀବ ଲୋକଙ୍କ ସ୍ୱାର୍ଥ ସହ ଜଡିତ ୩୩ଟି ସ୍କିମ୍ କୁ କେନ୍ଦ୍ରୀୟ ଅନୁଦାନ ପରିମାଣ ହ୍ରାସ ପାଇବା ସହ ୮ଟି ସ୍କିମ୍ ବନ୍ଦ କରି ଦିଆଯାଇଛିି । ନିର୍ବାଚନକୁ ଆଖିରେ ରଖି ବିଜେପିର ଓଡ଼ିଶା ସରକାରଙ୍କ ପ୍ରତି ତାହାର ଆକ୍ରମଣ ଶାଣିତ କରିଥିବା ବେଳେ ବିଜେଡ଼ିର ପ୍ରମୁଖ ନେତାମାନେ ମଧ୍ୟ କେନ୍ଦ୍ର ସରକାରଙ୍କୁ ‘ପ୍ରତିଶ୍ରୁତି ଭଙ୍ଗକାରୀ’ ଦର୍ଶାଇ ଚାରି ବର୍ଷ ହେଲା କେନ୍ଦ୍ର ସରକାରଙ୍କ ପ୍ରତି ଦେଖାଇ ଥିବା ଅନୁଗ୍ରହକୁ ରାଜ୍ୟବାସୀଙ୍କ ମନରୁ ପୋଛି ଦେବାର ପ୍ରୟାସ କରୁଛନ୍ତି । ଏବେ ଫେରିବା ଚନ୍ଦ୍ରବାବୁଙ୍କ ନିକଟକୁ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନାଇଡୁ ୨୦୧୪ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଦ୍ୱାରା ପୀଡ଼ିତ । କାରଣ, ୟୁପିଏ ସରକାର କ୍ଷମତାଚ୍ୟୁତ ହେବା ପୂର୍ବରୁ ରାଜ୍ୟ ପୁନର୍ଗଠନ ଆଇନ ବଳରେ ଆନ୍ଧ୍ରକୁ ଦୁଇ ଭାଗ କରି ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ କରିଥିଲେ । ଆନ୍ଧ୍ର ପ୍ରଦେଶ ଜନସାଧାରଣ ସେତେବେଳେ ବିରୋଧ କରିବାରୁ ଆନ୍ଧ୍ରବାସୀଙ୍କୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ସେତେବେଳେ ନିର୍ବାଚନର ସାମନା କରୁଥିବା ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭୋଟ ପ୍ରଚାର ବେଳେ ବିଜେପି କ୍ଷମତାକୁ ଆସିଲେ ଖଣ୍ଡିତ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ । ବିପୁଳ ଜନମତରେ ବିଜେପି ବିଜୟୀ ହୋଇ କେନ୍ଦ୍ରରେ କ୍ଷମତାସୀନ ହେବା ମୋଦୀଙ୍କ ନେତୃତ୍ୱରେ ଯେଉଁ ଏନଡ଼ିଏ ସରକାର ପ୍ରତିଷ୍ଠା ହେଲା ସେଥିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ସମର୍ତନ ରହି ଥିଲା । ନାଇଡୁ ପାଖାପାଖି ତିନି ବର୍ଷ ଏନଡ଼ିଏ ସହ ରହିଲେ ମଧ୍ୟ ମୋଦୀଜୀ ଆନ୍ଧ୍ରବାସୀଙ୍କୁ ଦେଇ ଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ସେ (ଚନ୍ଦ୍ରବାବୁ ନାଇଡୁ) ପ୍ରଥମେ ଚେତାବନୀ ଓ ପରେ ଏନଡ଼ିଏ ପରିତ୍ୟାଗ କରି ତାଙ୍କ ଅସନ୍ତୋଷ ଜାହିର କରି ଥିଲେ । ତଥାପି କେନ୍ଦ୍ର ସରକାର ପ୍ରତିଶ୍ରୁତି ପାଳନ କରୁ ନ ଥିବା ଏବଂ ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ (ଟିଡ଼ିପି)ର ଦୃଢ ବିରୋଧୀ ୱାଆରଏସ କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କ ସହ ଭିତିରି ବୁଝାମଣା ଚଳାଇ ଥିବା ଜାଣିବା ପରେ ଚନ୍ଦ୍ରବାବୁ ମୋଦୀ ସରକାରଙ୍କ ବିରୋଧରେ ଅଂଟା ଭିଡିଛନ୍ତି ଓ ତୃତୀୟ ସାମ୍ମୁଖ୍ୟ ଗଠନରେ ବଡ ଭାଗିଦାର ସାଜିଛନ୍ତି । ଟିଡ଼ିପି ପକ୍ଷରୁ ମୋଦୀ ସରକାରଙ୍କ ବିରୋଧରେ ସଂସଦରେ ଅଣା ଯାଇଥିବା ଅନାସ୍ଥା ପ୍ରସ୍ତାବ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ରାଜଶେଖର ରେଡିଙ୍କ ସମର୍ଥନ ନ ପାଇ କାଟ୍ ଖାଇ ଯିବା ପରେ ବିଜେପି ନାଇଡୁଙ୍କ ପର କାଟିବାର କୌଣସି ସୁଯୋଗ ହାତଛଡା କରୁ ନାହିଁ । ଏବେ, ନିର୍ବାଚନକୁ ଦେଖି ନାଇଡୁଙ୍କ ବ୍ୟକ୍ତିଗତ ଚରିତ୍ର ସଂହାର ଆରମ୍ଭ ହୋଇଯାଇଛି । ନାଇଡୁ କ୍ଷମତାକୁ ଆସିବା ପାଇଁ ନିଜ ଶ୍ୱଶୁର ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଏନ.ଟି. ରାମାରାଓଙ୍କ ସହ ବିଶ୍ୱାସଘାତ କରିଥିବା ଏବଂ ଆନ୍ଧ୍ରବାସୀଙ୍କ ସ୍ୱାର୍ଥକୁ ଜଳାଂଜଳୀ ଦେଇ ନିଜ ପୁତ୍ର ଲୋକେଶଙ୍କ ସ୍ୱାର୍ଥକୁ ପ୍ରଧାନ୍ୟ ଦେଉ ଥିବା ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଏକ ସାଧାରଣ ସଭାରେ ଅଭିଯୋଗ କରିବା ପରେ ଚନ୍ଦ୍ରବାବୁ ମଧ୍ୟ ବ୍ୟକ୍ତିଗତ ସ୍ତରକୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ସେ କଂଗ୍ରେସ ସମେତ ୨୩ଟି ବିରୋଧୀ ରାଜନୈତିକ ଦଳର ମେଂଟରେ ସାମିଲ ହୋଇଛନ୍ତି । ସେମାବାର ଦିନ ନୂଆଦିଲ୍ଲୀର ଆନ୍ଧ୍ର ପ୍ରଦେଶ ଭବନ ଠାରେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ସେ ଦିନିକିଆ ଅନଶନ ବସି ଥିବା ବେଳେ ଏଆଇସିସି ସଭପତି ରାହୁଲ ଗାନ୍ଧୀ, ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି) ନେତା ଫାରୁକ ଅବଦୁଲ୍ଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ବହୁ ତୁଙ୍ଗ ଜାତୀୟସ୍ତର ନେତା ତାଙ୍କୁ ସମର୍ଥନ ଦେଇଛନ୍ତି । କେନ୍ଦ୍ରରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେଠାରେ ଘୋଷଣା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିକୁ ‘ମିଥ୍ୟାବାଦୀ’ କହି ସମାଲୋଚନ କରିଥିଲେ । ରାଫେଲ ଯୁଦ୍ଧ ବିମାନ କ୍ରୟ ପ୍ରସଙ୍ଗରେ ପିଏମଓର ଭୂମିକା ମଧ୍ୟ ଏହି ସଭାରେ ସମାଲୋଚିତ ହୋଇଥିଲା । ଏହା ନାଇଡୁଙ୍କ ବିଜେପି ବିରୋଧୀ ଅଭିଯାନକୁ ଅଧିକ ସଶକ୍ତ କରିଛି । ଦିଲ୍ଲୀରେ ଏକାଠି ହୋଇଥିବା ଟିଡ଼ିପିର ମନ୍ତ୍ରୀ, ବିଧାୟକ, ଏମପି ଓ ବହୁ ସଂଖ୍ୟକ ପ୍ରତିନିଧି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ନେତୃତ୍ୱରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସେମାନଙ୍କ ଦାବି ସପକ୍ଷରେ ଏକ ସ୍ମାରକପତ୍ର ଦେବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯିବା ଦାବିରେ ଦେଶର ପ୍ରମୁଖ ବିରୋଧୀ ଦଳଙ୍କ ସହାୟତାରେ ଏକ ନିର୍ଣ୍ଣାୟକ ଲଢେଇ ଲଢୁ ଥିବା ବେଳେ ଓଡ଼ିଶାରେ ବିଜେଡ଼ି ସମଦୂରତା କଥା କହି ବିରୋଧୀ ମେଂଟ ଠାରୁ ଦୂରେଇ ରହିବା ରହସ୍ୟମୟ । ଓଡ଼ିଶାରେ ଯେମିତି ଉଭୟ କଂଗ୍ରେସ ଓ ବିଜେପି ଶାସକ ବିଜେଡ଼ିର ପ୍ରତିଦ୍ୱନ୍ଦ୍ୱୀ ଆନ୍ଧ୍ରରେ ମଧ୍ୟ କଂଗ୍ରେସ, ୱାଇଏସଆର କଂଗ୍ରେସ ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି)ର ପ୍ରମୁଖ ପ୍ରତିଦ୍ୱନ୍ଦୀ । ତଥାପି, ଚନ୍ଦ୍ରବାବୁ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାଙ୍କୁ ନେଇ ଆନ୍ଧ୍ର ପ୍ରଦେଶର ସ୍ୱାର୍ଥ ପାଇଁ ଲଢୁଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କାହାରିକୁ ସାଙ୍ଗରେ ନ ନେଇ ଏକାକୀ ଲଢିବାର ଯେଉଁ ରଣନୀତି ପ୍ରସ୍ତୁତ କରିଛନ୍ତି ତାହା ଭୋଟ ପରେ ପୁଣି ବିଜେପି ସହ ସଂପର୍କ ଯୋଡିବା ଉଦେ୍ଦଶ୍ୟରେ ନୁହେଁ ତ (?), ସାଧାରଣ ଜନତା ମନକୁ ଏହି ପ୍ରଶ୍ନ ଆସୁଛି । ଏହାର ଉତ୍ତର କେବେଳ ବିଜେଡ଼ି ସୁପ୍ରିମୋ ବା ତାଙ୍କ ପରାମର୍ଶଦାତାମାନେ ହିଁ ଦେଇ ପାରିବେ । Share this: Previous Article Mining and mineral potential in Odisha Next Article ଟୁଇଟରରେ ପ୍ରିୟଙ୍କା Chief Editor 2 comments Prasant Kumar panda 12 February, 2019 at 19:11 Reply The way of writing and presentation is Excellent. Chief Editor 20 March, 2019 at 00:09 Reply Thank u Somuch.. Leave a reply Cancel reply Recaptcha Change Image Video Channel Oops, something went wrong. LATEST REVIEWS TOP REVIEWS Timeline December 6, 2022 ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ December 4, 2022 ସୋମବାର ଗୁଜରାଟରେ ଶେଷ ପର୍ଯ୍ୟାୟ ଭୋଟ, ସହରାଂଚଳ ଭୋଟର ମତଦାନ ପ୍ରତି ବିମୁଖ ! December 4, 2022 ଦିଲ୍ଲୀ ଏମସିଡ଼ି ନିର୍ବାଚନ ସରିଲା, ଫଳାଫଳ ୭ରେ December 3, 2022 ପଦ୍ମପୁର ଅଗ୍ନି ପରୀକ୍ଷା ନବୀନ ବନାମ ବିଜେପି ! December 2, 2022 ନିର୍ବାଚନ ରାଜନୀତିରେ ‘ଅପଶବ୍ଦ’ର ଖେଳ.. Latest Comments Chief Editor on March 20, 2019 Thank u Somuch.. Prasant Kumar panda on February 12, 2019 The way of writing and presentation is Excellent. Chief Editor on September 6, 2018 Thanks Gopibhusan. Happy to know that you are always supportive to Moanubhav.com LETTER FROM THE EDITOR: A SPECIAL THANKS TO OUR READERS Gopi Bhushan on September 4, 2018 Dear Sir, Congrats and Best wishes for your future endeavors. Excellent articles desh aur duniya ki. State and Berhampur ... LETTER FROM THE EDITOR: A SPECIAL THANKS TO OUR READERS Chief Editor on August 17, 2018 thanks ଅଗଷ୍ଟର ଦୁଃଖ : ୧୬ ଦିନରେ ଟଳିଲେ ତିନି ତୁଙ୍ଗ ନେତା – କରୁଣାନିଧୀ, ସୋମନାଥଙ୍କ ପରେ ଅଟଳ ବିହାରୀ ବାଜପେୟୀ Find us on Facebook MOANUBHAV offers coast to coast a host of news and information – from breaking news in their community to deep engaging content that puts complex issues in perspective.
2022-12-07T07:59:08Z
https://moanubhav.com/?p=6248
OSCAR-2301
ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଲେଡି ବ୍ଲାକମେଲର ଏବେ ଇଡି ଜାଲରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ନେଇ ତଦନ୍ତ ଆରମ୍ଭ କରିଛି। ଅର୍ଚ୍ଚନା ନାଗଙ୍କ ପୈତୃକ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବାସଭବନରେ ଇଡି ଚଢାଉ କରିଛି। ଏହା ସହିତ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଜଳେଶ୍ବର ଅଞ୍ଚଳରେ ଥିବା ପୈତୃକ ଘର ଓ ଭୁବନେଶ୍ୱରର ସତ୍ୟବିହାରସ୍ଥିତ ବାସଭବନ, ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ଘରେ ମଧ୍ୟ ଏକକାଳୀନ ଚଢ଼ାଇ ହୋଇଛି। ଇଡି ଚଡ଼ାଉ ପରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହେବା ନେଇ ଆଶା କରାଯାଉଛି। କମିଶନରେଟ ପୁଲିସ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଏତଲାର କପି ଇଡିକୁ ହସ୍ତାନ୍ତର କରିବା ପରେ ଛାନଭିନ୍ ଚାଲିଛି। ଖୋଲିବ କି ନେତାଙ୍କ ବ୍ଲାକ୍ ଫାଇଲ୍ ଅର୍ଚ୍ଚନା ନାଗ ସହିତ ରାଜ୍ୟର ବହୁ ବରିଷ୍ଠ ନେତା ତଥା ପ୍ରଶାସକଙ୍କ ଲିଙ୍କ ରହିଥିବା ଚର୍ଚ୍ଚାହେଉଛି। ଆର୍ଥିକ ଅନଗ୍ରସର ପରିବାରରୁ ଆସି ମାତ୍ର ୨୬ ବର୍ଷ ବୟସରେ ଅପର୍ଯ୍ୟାପ୍ତ ସମ୍ପତ୍ତିର ମାଲିକ ହେବା ତାଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି। ଏହା ସହିତ ବ୍ଲାକମେଲିଂ ଓ ମନି ଲଣ୍ଡରିଂର ଅଭିଯୋଗ ମଧ୍ୟ ହୋଇଛି। ସିନେ ପ୍ରଯୋଜକକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ଡ଼ିମାଣ୍ଡ କରିଥିଲେ ଅର୍ଚ୍ଚନା। ଏ ସବୁ ଅଭିଯୋଗକୁ ଭିତ୍ତି କରି ଅକ୍ଟୋବର ୬ରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା। ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା। ରାଜନୀତିଜ୍ଞ, ବ୍ୟବସାୟୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି ଅର୍ଚ୍ଚନା। ଭୁବନେଶ୍ୱରରେ ପାଲଟିଆ ଘର, ବିଳାସପୂର୍ଣ୍ଣ କାର ଏବଂ କୋଟି ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ତାଙ୍କର କଳା ସମ୍ରାଜ୍ୟର ଶାକ୍ଷୀ ସାଜିଛି।୨୦୧୮ ରୁ ୨୦୨୨ ମଧ୍ୟରେ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ପ୍ରାୟ ୩୦ କୋଟି ଟଙ୍କା ସମ୍ପତ୍ତି ଜମା କରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଉପର ମହଲାର ଟପ୍ ଲିଡ଼ରଙ୍କ ଫଟୋମଧ୍ୟ ଭାଇରାଲ ହୋଇଛି। ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର,ଜଗନ୍ନାଥ ସାରକା,ଦିବ୍ୟ ଶଙ୍କର ମିଶ୍ର ଓ ଜୁଏଲ ଓରାମଙ୍କ ସମେତ ଅର୍ଚ୍ଚନାଙ୍କ ଫଟୋ ଦେଖିବାକୁ ମିଳୁଛି। ଅର୍ଚ୍ଚନାଙ୍କ ଏ କଳା ସମ୍ରାଜ୍ୟ ପ୍ରତିଷ୍ଠାରେ ଇଡିର ଖୋଳତାଡ ଉପର ମହଲାର ଲୋକଙ୍କ ବ୍ଲାକ୍ ଫାଇଲ ଖୋଲିପାରେ ବୋଲି ଅନୁମାନ କରାଯାଉଛି। ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା No Comments Tagged: # Surya Narayan Patra, Archana Nag, Captain Dibyasankar Mishra, ED, Jharapada Jail, Juel Oram
2022-12-07T06:24:32Z
https://www.bartamanodisha.com/ed-conducts-raid-at-archana-nag-house/
OSCAR-2301
HSRP ଲଗାଇବା ସମୟସୀମା ବୃଦ୍ଧି କରିବେ ରାଜ୍ୟ ସରକାର! ଆସନ୍ତାକାଲି ଠାରୁ ଆରମ୍ଭ ଯାଞ୍ଚ, ଜାଣନ୍ତୁ କ’ଣ କହିଲେ ପରିବହନ କମିସନର Manas Pradhan Sep 30, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର…
2022-12-03T10:00:52Z
https://odishabhaskar.com/tag/deadline-extend/
OSCAR-2301
କୋଣାର୍କ : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଆନୁକୁଲ୍ୟରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଦ୍ବାରା ଆୟୋଜିତ "ଆଜାଦି କା ଅମୃତ ମହୋତ୍ସବ" ରବିବାର ସଂଧ୍ୟାରେ ଦିଲ୍ଲୀର ପୁରାନା କିଲ୍ଲା ଠାରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏହି ସାଂସ୍କୃତିକ ସଂଧ୍ୟାରେ ଅତିଥି ଭାବେ ଭାରତ… ରାଜନୀତି ପୌର ନିର୍ବାଚନ : କୋଣାର୍କ ଏନଏସିରେ ନିର୍ବାଚନୀ ଉଷ୍ମତା Ruparekha News Feb 28, 2022 0 କୋଣାର୍କ: ପଞ୍ଚାୟତ ନିର୍ବାଚନ ସରିବା ପରେ ବାଜିଛି ପୌର ନିର୍ବାଚନ ବିଗୁଲ୍ । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ । ମାର୍ଚ୍ଚ ୨୬ ରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ । ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ କମିସନଙ୍କ ପକ୍ଷରୁ ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ… ଜିଲ୍ଲା ଖବର ଭୋଜଦେଇପୁର ରେ ଗାଁ ପାଇଁ ଦିନଟିଏ ଅଭିଯାନ Ruparekha News Feb 28, 2022 0 ଢେଙ୍କାନାଳ: ଭୋଜଦେଇପୁର ଅଞ୍ଚଳର ଆରାଧ୍ଯ୍ୟ ପ୍ରଭୁ ଭୋଳେଶ୍ବର ମହାଦେବଙ୍କ ମନ୍ଦିର ପରିସର ଢେଙ୍କାନାଳ ଜିଲ୍ଲାର ଉତ୍ସାହି ବ୍ୟକ୍ତି ତଥା ଗାଁ କୁ ଭଲପାଉ ଥିବା ବ୍ୟକ୍ତିମାନଙ୍କୁ ନେଇ ଆରମ୍ଭ ହୋଇଥିବା ଗାଁ ପାଇଁ ଦିନଟିଏ ଅଭିଯାନ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା… କର୍ପୋପେଟ୍ ଆଫାୟାର୍ସ ଇକୋ ରିଟ୍ରିଟରେ ମାଇଁ ସିଟି ଲିଙ୍କ କର୍ପୋରେଟର ଆଇକନ ଆୱାର୍ଡ : ୧୦ ସମ୍ବର୍ଦ୍ଧିତ Ruparekha News Feb 27, 2022 0 କୋଣାର୍କ: ଶନିବାର କୋଣାର୍କ ଇକୋ ରିଟ୍ରିଟରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ "ମାଇଁ ସିଟି ଲିଙ୍କ କରପୋରେର୍ଟେ ଆଇକନ ଆୱାର୍ଡ" ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କର୍ପୋରେଟ୍‌ ଏବଂ ଫ୍ଯାସନ୍‌ ଜଗତର ଚିନ୍ତକ, ଉଦ୍ଭାବକ ଏବଂ… ଜିଲ୍ଲା ଖବର ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ,୩୪ୟୁନିଟ ରକ୍ତ ସଂଗ୍ରହ Ruparekha News Feb 27, 2022 0 କୋଣାର୍କ :କୋଣାର୍କର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ‘ସେବା ସଙ୍ଗଠନ କୋଣାର୍କ’ ପକ୍ଷରୁ ଆଜି ୨୭.୦୨.୨୦୨୧ରିଖ (ରବିବାର) ପୂର୍ବାହ୍ନ ୧୦ଘଟିକା ସମୟରେ କୋଣାର୍କ ସ୍ଥିତ କୋଣାର୍କ ଶୋଭନୀୟ ଶୀକ୍ଷା ଶ୍ରମ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ… ଦେଶ ବିଦେଶ ରୁଷ ଏବଂ ୟୁକ୍ରେନ ସଙ୍କଟ ବିଷୟରେ ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ବିଶ୍ଵ ପ୍ରମୁଖଙ୍କର ସତର୍କବାର୍ତା Ruparekha News Feb 26, 2022 0 ଢେଙ୍କାନାଳ (ଅନସାର୍ ଅଲୀ ଖାଁ) -ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମ୍ପ୍ରଦାୟର ବିଶ୍ଵ ପ୍ରମୁଖ ହଜରତ ମିର୍ଜା ମସରୁର ଅହମଦ ଏକ ପ୍ରେସ ବିବୃତିରେ କହିଛନ୍ତି, “ବହୁ ବର୍ଷ ଧରି ମୁଁ ଦୁନିଆର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ସୂଚିତ କରାଇ ଆସୁଛି ଯେ ସେମାନେ ବିଂଶ ଶତାବ୍ଦୀରେ ଘଟିଥିବା… ରାଜନୀତି ଭୁବନ ରେ ଭୋଟ ଗଣତି ଆଜି : ଅଧ୍ୟକ୍ଷା ଆସନ କୁ ନେଇ ଚର୍ଚ୍ଚା Ruparekha News Feb 26, 2022 0 ଭୁବନ : ଭୁବନ ବ୍ଲକରେ ଗତ ୨୨ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଶେଷ ହୋଇଛି । ଚଳିତ ଥର ୭୯.୮୯ ପ୍ରତିଶତ ମତଦାନ ହୋଇଛି । ବାଲାଟ ବକ୍ସ ଗୁଡିକୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ର (ଷ୍ଟ୍ରଙ୍ଗରୁମ)ଠାରେ କଡା ସୁରକ୍ଷାରେ ରଖାଯାଇଛି । ଆଜି ପ୍ରଥମେ ୧… ଜିଲ୍ଲା ଖବର ରାଜୀବ ଲୋଚନ ବେହେରା ଭୁବନ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଲେ Ruparekha News Feb 25, 2022 0 ଭୁବନ : ଭୁବନ ତହସିଲ କାର୍ଯ୍ୟାଳୟରେ ରାଜୀବ ଲୋଚନ ବେହେରା ନୂତନ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତହସିଲ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଶ୍ରୀ ବେହେରା ୨୦୦୬ ମସିହାରେ କଟକ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ… ଦେଶ ବିଦେଶ ୟୁକ୍ରେନ ରେ ଫସି ରହିଛନ୍ତି ଢେଙ୍କାନାଳ ର ଡାକ୍ତରୀ ଛାତ୍ର Ruparekha News Feb 24, 2022 0 ଢେଙ୍କାନାଳ: ୟୁକ୍ରେନ ଓ ରୁଷିଆ ଭିତରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏପଟେ ଢେଙ୍କାନାଳ ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରିତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଅଛନ୍ତି।ତିନିମାସ ତଳେ ଏମବିବିଏସ ପାଠ ପଢିବା ପାଇଁ ଢେଙ୍କାନାଳରୁ ଯାଇଥିଲେ। ୨୦ବର୍ଷୀୟ ସୁପ୍ରୀତ ସ୍ୱାଇଁ… ରାଜ୍ୟ ଖବର କାଳବୈଶାଖୀ: ୧୦ ଜିଲ୍ଲାକୁ ଜାରି ହେଲା ୟେଲୋଓ୍ଵାର୍ଣ୍ଣିଂ Ruparekha News Feb 24, 2022 0 ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୫ ତାରିଖ (ଶୁକ୍ରବାର) ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ବା କାଳବୈଶାଖୀ ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି… Older Posts Trending Now ଦେଶ ବିଦେଶ ସହାନୁଭୂତିର ଶିକ୍ଷା ଦେଇଥାଏ ରମଜାନ ର ରୋଜା Ruparekha News Apr 3, 2022 0 ଅହମ୍ମଦିଆ ମୁସଲିମ ଜମାତ କାଦିଆନ ଠାରେ ୧୨୬ ତମ ଆଧ୍ୟାତ୍ମିକ ବାର୍ଷିକ ସମ୍ମିଳନୀର… Dec 26, 2021 ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ ଜମାଅତର ବାର୍ଷିକ ସମ୍ମିଳନୀ ପାରସ୍ପରିକ… Dec 27, 2021 ବୋହୁଙ୍କୁ ହତ୍ୟା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଓ ଏସପିଙ୍କ… Jan 25, 2022 - Advertisement - February 2022 M T W T F S S 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 « Jan Mar » ରୂପରେଖ ନ୍ୟଜ. ଏହା ଏକ ମାସିକ ଖବର କାଗଜ ଭାବରେ ପ୍ରକାଶିତ ହୁଏ । ପାଠକଙ୍କର ବଢୁଥିବା ଆଗ୍ରହ ଏବଂ ଗ୍ରହଣୀୟତାକୁ ଆଖି ଆଗରେ ରଖି ରୂପରେଖର ସମ୍ପାଦନ ମଣ୍ଡଳୀ ଏହାକୁ ଅନ୍ ଲାଇନ୍ ନ୍ୟୁଜ ପୋର୍ଟାଲରେ ପରିଣତ କରିଛନ୍ତି। ପଲ୍ଲୀରୁ ଦିଲ୍ଲୀ ସମସ୍ତ ଖବର ସଠିକ ଏବଂ ନିରପେକ୍ଷ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବ । ତେଣୁ ଏହି ମାସିକ ଖବର କାଗଜର ଅନ୍ ଲାଇନ ଏଡିସନର ସ୍ଲୋଗାନ ରହିଛି, ରୂପରେଖ ନ୍ୟୁଜ, ଲୋକଙ୍କ ନ୍ୟୁଜ୍।
2022-11-28T12:09:28Z
https://www.ruparekha.in/2022/02/
OSCAR-2301
ଆଜିକାଲି ଦୁନିଆରେ ସ୍ମାର୍ଟଫୋନ ଲୋକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି । ଏହି ଡିଭାଇସର ଆମ ଜୀବନଶୈଳୀ ଉପରେ ଏତେ ମାତ୍ରାରେ ପ୍ରଭାବ ପଡିଛି ଯେ ସକାଳୁ ଉଠିବା ପରଠୁ ରାତିରେ ଶୋଇବା ପର୍ଯ୍ୟନ୍ତ ଏହାକୁ ଛାଡି ଆମେ ରହିପାରୁନାହୁଁ । ବର୍ତ୍ତମାନ କମ୍ପ୍ୟୁଟର ଠୁ ନେଇ ଲାପଟପ… ଟେକ୍ ସ୍ମାର୍ଟଫୋନ ୟୁଜର୍ସ ସାବଧାନ, ନଚେତ୍‌ Blue light କରିଦେବ ଆପଣଙ୍କୁ ଅନ୍ଧ WCW 1 Sep 14, 2022 0 ସ୍ମାର୍ଟ ଫୋନ୍‌ ଆମ ଜୀବନର ଏକ ଅଂଶ ବିଶେଷ ହୋଇ ଗଲାଣି । କାରଣ ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଏହି ଜିନିଷଟି ଆମ ପାଖେ ପାଖେି ଥାଏ । ବାରମ୍ବାର ଫୋନକୁ ଦେଖିବା ଆମର ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇଗଲାଣି । ତେବେ ଏମତିରେ ସ୍ମାର୍ଟ ଫୋନ୍‌ ଓ ଅନ୍ୟ ଡିଭାଇସର… ସ୍ପେଶାଲ ଆପଣଙ୍କ ଜାତକରେ ଏହି ୩ଟି ଗ୍ରହ ଖରାପ ସ୍ଥାନରେ ନାହାଁନ୍ତି ତ, ସତର୍କ ରୁହନ୍ତୁ ନଚେତ୍‌ ବଢ଼ିଯିବ ଋଣ ଭାର ଭୋଗିବେ ଅନେକ… WCW 1 Sep 14, 2022 0 ଭାରତରେ ଅନେକ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରନ୍ତି। ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଅନେକ ମାତ୍ରାରେ ମଣିଶଙ୍କ ଜୀବନକୁ ପ୍ରଭାବିତ ମଧ୍ୟ କରିଥାଏ। ବ୍ୟକ୍ତିର ଚାଲି ଚଲଣ ଓଚ କଥାବାର୍ତ୍ତା ଉଭୟ ଗ୍ରହଙ୍କ ସ୍ଥିତି କାରଣରୁ ମଧ୍ୟ ହୋଇଥାଏ। ଯଦି ଗ୍ରହ ମାନେ ଆପଣ ଙ୍କ କୁଣ୍ଡଳୀରେ ଭଲ ସ୍ଥିତିରେ… ଲାଇଫ୍ ଷ୍ଟାଇଲ୍ ବର୍ଷା ଦିନରେ ଏହିସବୁ ଖାଦ୍ୟକୁ ଆଦୌ ଖାଆନ୍ତୁ ନାହିଁ, ନଚେତ୍‌ ଭୋଗିବେ ବଡ଼ ସମସ୍ୟା WCW 1 Jul 15, 2022 0 ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଗଳା ବସିବା, ଥଣ୍ଡା, କାଶ, ଜ୍ବର ହେବା ଆଦି ସମସ୍ୟା ବୃଦ୍ଧି ପାଇଥାଏ । ତେବେ ଏହା କାହିଁକି ହେଉଛି ତାହା ବହୁତ ଲୋକଙ୍କୁ ବୁଝା ପଡେ ନାହିଁ । ପ୍ରକୃତରେ ଏହାର କାରଣ ବର୍ଷାପାଗ ନୁହେଁ ବରଂ ଆପଣଙ୍କର ଖାଦ୍ୟ । ଆୟୁର୍ବେଦ ଅନୁଯାୟୀ ଋତୁ ବଦଳିରେ ଆମେ ଆମର ଭୋଜନ… ଲାଇଫ୍ ଷ୍ଟାଇଲ୍ ରାତିରେ ଭାତ ଖାଇଲେ ହୋଇଥାଏ ଏହି ସବୁ ସମସ୍ୟା, ଜାଣନ୍ତୁ ଓ ସାବଧାନ ରୁହନ୍ତୁ WCW 1 May 18, 2022 0 ଭାରତରେ ଅନେକ ଲୋକ ଭାତ ଖାଇବାକୁ ବେଶି ପସନ୍ଦ କରନ୍ତି। ଭାତ ତିଆରି କରିବା ମଧ୍ୟ ଖୁବ ସହଜ । ଅଧିକାଂଶ ଲୋକେ ଭାତକୁ ପସନ୍ଦ ମଧ୍ୟ କରନ୍ତି। ଲୋକେ ବିଭିନ୍ନ ଉପାୟରେ ଭାତ ଖାଇଥାନ୍ତି। କେହି ଫ୍ରାଇଡ ରାଇସ୍‌ ଆଉ କେହି କେହି ଡାଲି ଭାତ ଖାଇବା ପସନ୍ଦ କରନ୍ତି। ତେବେ ଭାତ ଶରୀର ପାଇଁ ଭଲ…
2022-12-05T15:17:17Z
https://knewsodisha.com/tag/bad-effect
OSCAR-2301
ପୁରୀ,୧୬ ଜୁଲାଇ (ଓଡିଶା ଡଟ୍ କମ୍): ନବକଳେବର ରଥଯାତ୍ରା ସମୟରେ ପୁରୀରେ ପଚାଶ ଲକ୍ଷରୁ ଊର୍ଦ୍ଧ୍ଵ ଜନ ସମାଗାମ ହେବାର ସମ୍ଭାବନା ଥିବାରୁ ପୁରୀ ସହର ଓ ବଡଦାଣ୍ଡରେ ବୁଲାବୁଲି କରୁଥିବା ଗାଈ-ଗୋରୁଙ୍କୁ ପଶୁ ସମ୍ପଦ ବିଭାଗ ସ୍ଥାନୀୟ ପ୍ରଶାସନ ସହଯୋଗରେ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି । ପୁରୀ ସହରରେ ପ୍ରାୟ ଦୁଇହଜାର ଗାଈଗୋରୁ ରହିଥିବା ବେଳେ ପ୍ରତିଦିନ ପଞ୍ଚାଶହରୁ ଊର୍ଦ୍ଧ୍ଵ ବଡଦାଣ୍ଡରେ ବୁଲାବୁଲି କରୁଥିବା ଦେଖା ଯାଇଥାଏ । ଏହା ଫଳରେ ଯାତ୍ରୀ ଓ ପର୍ଯ୍ୟଟକ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୁଲିସକୁ ଟ୍ରାଫିକ ନିୟନ୍ତ୍ରଣ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ପୁରୀ ନଗରପାଳିକା ସହଯୋଗରେ ରାଜ୍ୟର ପଶୁ ସମ୍ପଦ ବିଭାଗ ଗାଈଗୋରୁଙ୍କୁ ସହର ଉପକଣ୍ଠରେ ଥିବା ଗୋଟିଏ କାନଜି ହାଉସ ଓ ଗୋଟିଏ ଗୋଶାଳାକୁ ସ୍ଥାନାନ୍ତର କରିଛନ୍ତି । ଛାଇତନା ଠାରେ ୨୮ ଏକର ବିଶିଷ୍ଠ ଜାଗାରେ ପ୍ରାୟ ପାଞ୍ଚ ଶହ ଗାଈ ଗୋରୁମାନଙ୍କୁ ରଖିବାର ବ୍ୟବସ୍ଥା କରାଯାଇଥିବା ବେଳେ ହରିହରାନନ୍ଦ ଆଶ୍ରମର ଗୋଶାଳାରେ ମଧ୍ୟ ବହୁସଂଖ୍ୟାରେ ବୁଲା ଗାଈ ଗୋରୁଙ୍କୁ ରଖିବା ବ୍ୟବସ୍ଥା କରାଯାଇଛି । ”ଠେଙ୍ଗା ବାହିନୀ” ନାମକ ଏକ ସ୍ଵଚ୍ଛାସେବି ସଂଗଠନର ସହାୟତାରେ ଗାଈଗୋରୁଙ୍କୁ ଉକ୍ତ ସ୍ଥାନ ମାନଙ୍କୁ ନିଆଯାଉଥିବା ପଶୁ ସମ୍ପଦ ବିଭାଗ କହିଛି । ଶୁକ୍ରବାର ସୁଦ୍ଧା କାନଜି ହାଉସରେ ୩୧୯ ବୁଲ ଗାଈଗୋରୁଙ୍କୁ ଥଇଥାନ କରାଯାଇଥିବା ବେଳେ ଗୋଶାଳାରେ ୫୨୧ଟି ଷଣ୍ଢଙ୍କୁ ରଖାଯାଇଛି । ବିଭାଗର ନିର୍ଦ୍ଦେଶକ ଶ୍ରୀ ଦେବୀ ପ୍ରସାଦ ପଣ୍ଡା ନିଜେ ପୁରୀରେ ରହି ଏହାର ପ୍ରତ୍ୟକ୍ଷ ତତ୍ଵାବଧାନ କରୁଛନ୍ତି । ସେହିଭଳି ନିର୍ଦ୍ଦେଶାଳୟର ସଂୟଯୁକ୍ତ ନିର୍ଦ୍ଦେଶକ ଡା.ମାନସ ରଞ୍ଜନ ମହାପାତ୍ର ମଧ୍ୟ ପୁରୀଠାରେ ରହି ଏହାର ତଦାରଖ କରୁଛନ୍ତି । ପଶୁ ଚିକିତ୍ସା ବିଭାଗ ପକ୍ଷରୁ ଗୌଶାଳାରେ ରହୁଥିବା ସ୍ଥାନାନ୍ତରିତ ଗାଈଗୋରୁ ମାନଙ୍କର ସ୍ୱାସ୍ଥ୍ୟ-ସେବା ଓ ଖାଦ୍ୟପେୟ ତଦାରଖ କରାଯାଉଥିବା କାର୍ଯ୍ୟ କୁ କୃଷି, ମତ୍ସ୍ୟ ଓ ପଶୁ ବିକାଶ ସମ୍ପଦ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭାଗୀୟ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମଧ୍ୟ ଜୁଲାଇ ୧୫ ରେ ଏହି ସ୍ଥାନ ବୁଲି କାର୍ଯ୍ୟ ତଦାରଖ କରିଛନ୍ତି । ଏହି ଗାଈଗୋରୁ ମାନଙ୍କ ପାଇଁ ସ୍ଥାନୀୟ ବଜାରରୁ ୧୦ ମେଟ୍ରିକ ଟନ ଏବଂ ଓମ୍ଫେଡରୁ ୩୦ ମେଟ୍ରିକ ଟନ ଗୋ-ଖାଦ୍ୟ ଯୋଗାଇ ଦିଆଯାଉଥିବା ପୁରୀ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ସେହିଭଳି ଗାଈ-ଗୋରୁଙ୍କ ସ୍ୱାସ୍ଥ୍ୟର ତଦାରଖ କରିବା ପାଇଁ ଗୋଶାଳାରେ ତିନୋଟି ସିଫ୍ଟରେ କାର୍ଯ୍ୟ କରିବା ପାଇଁ ଜଣେ ପଶୁ ଚିକିତ୍ସା ଡାକ୍ତର, ଜଣେ ପଶୁ ସମ୍ପଦ ନିରିକ୍ଷକଏବଂ ଜଣେ ସହାୟକ କର୍ମଚାରୀଙ୍କୁ ଦାୟିତ୍ଵ ଦିଆଯାଇଛି । ଓଡିଶା ଡଟ୍ କମ୍ ନିଉଜ ଡେସ୍କ Filed Under: ପରିବେଶ Tagged With: ନବକଳେବର, ପୁରୀ, ବୁଲା ଗାଈ-ଗୋରୁ Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-12-05T14:52:43Z
https://www.odisha.com/tag/%E0%AC%AC%E0%AD%81%E0%AC%B2%E0%AC%BE-%E0%AC%97%E0%AC%BE%E0%AC%88-%E0%AC%97%E0%AD%8B%E0%AC%B0%E0%AD%81/
OSCAR-2301
ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତକାଲି ଦିନଟି ଓଡ଼ିଆ ସିନେମା ଓ ମଞ୍ଚ ଜଗତ ପାଇଁ ଏକ ଦୁଃଖଦ ଦିବସ ଥିଲା । ପରପାରିକୁ ଚାଲିଗଲେ ନାଟ୍ୟକାର, ଚଳଚ୍ଚିତ୍ର କାହାଣୀକାର, ନିର୍ଦ୍ଦେଶକ ବିଜୟ ମିଶ୍ର । ଅନେକ ଗଳ୍ପ, ନାଟକ ଏବଂ ଚଳଚ୍ଚିତ୍ର କାହାଣୀ ରଚନା କରିଥିବା ଏହି ପ୍ରଖ୍ୟାତ ନାଟ୍ୟକାରଙ୍କ ଶେଷ…
2022-12-06T14:27:39Z
https://knewsodisha.com/tag/dramatist
OSCAR-2301
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ଭେଟିଛନ୍ତି ପଦ୍ମପୁର ବିଂଝାଲ ସମାଜର ସଦସ୍ୟ। ସେମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପଦ୍ମପୁର ଉପନିର୍ବାଚନ ସଂପର୍କରେ ଆଲୋଚନା କରିଛନ୍ତି। ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମାଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ସେମାନେ ଦାବି କରିଛନ୍ତି। ତିଳୋତ୍ତମା ବା ତାଙ୍କ ପରିବାରର ଅନ୍ୟ କାହାକୁ ମଧ୍ୟ ଟିକେଟ୍ ଦେଲେ ଚଳିବ ବୋଲି ସେମାନେ ଦାବି କରିଛନ୍ତି। ଭଟଲି ବିଧାୟକ ସୁଶାନ୍ତ ସିଂ କହିଛନ୍ତି, ଦିନେ ଦୁଇ ଦିନ ମଧ୍ୟରେ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିବେ। ବିଜେଡି ପ୍ରାର୍ଥୀ ଆସନ୍ତା ୧୬ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ। ସୂଚନାଯୋଗ୍ୟ, ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପତ୍ନୀ ତିଳୋତ୍ତମାଙ୍କୁ ପ୍ରାର୍ଥୀ କରିବାକୁ ସୁଶାନ୍ତ ସିଂ ଚାହୁଁଥିବା ଜଣାପଡ଼ିଛି। ତେବେ ଏନେଇ ଦଳରେ ଦ୍ୱିମତ ରହିଛି। ଆହୁରି ପଢ଼ନ୍ତୁ ପଦ୍ମପୁରବାସୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବା ଉଚିତ୍: ବିଧାୟକ… 15 hours ago ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ରେଳ ମନ୍ତ୍ରୀ 19 hours ago ଅନ୍ୟପକ୍ଷରେ ଏହି ଉପନିର୍ବାଚନ ସମୟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଆନ୍ଦୋଳନ ଆହୁରି ଜୋର ଧରିଛି। ଆଜି ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆନ୍ଦୋଳନକାରୀଙ୍କୁ ଭେଟିଥିଲେ। ତାଙ୍କ ପରାମର୍ଶ କ୍ରମେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ରାଜି ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିଲେ ପ୍ରତିନିଧି ଦଳ ପଠାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛନ୍ତି। ବିଜେପି ପୁଣି ଥରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପକ୍ଷରୁ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପତ୍ନୀ ତିଳୋତ୍ତମା ସିଂହ ପ୍ରାର୍ଥୀ ହେବାକୁ ପୂର୍ବରୁ ତାଙ୍କ ଇଚ୍ଛା ଜାହିର କରିଥିଲେ। ସେହିପରି ସ୍ୱର୍ଗତ ବରିହାଙ୍କ ଝିଅ ବର୍ଷା ଓ ପୁତୁରା ବୋହୂ ମାଧବୀ ସିଂ ବରିହା ବି ରେସ୍‌ରେ ଅଛନ୍ତି।
2022-11-28T04:02:37Z
https://odishareporter.in/politics/happenings/binjhal-samaj-met-cm-781109
OSCAR-2301
ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫି ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି । ଫିଜ୍‌ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ । ବୋର୍ଡ କତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ । ଅଧିକ ପଢନ୍ତୁ ବ୍ରହ୍ମପୁର: ସମେଟିଭ ପରୀକ୍ଷା ଫି ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି । ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫି ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଅଲ ଇଣ୍ଡିଆ ଡି.ଏସ୍.ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବୋର୍ଡ କତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବ୍ରହ୍ମପର ସହର ସ୍ଥିତ ଆମ୍ୱପୁଆ ମାଧ୍ୟମିକ ଶିକ୍ଷା ପରିଷଦର ଜୋନାଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ଯରେ ଅନେକ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବେଳେ କୋଭିଡ ମହାମାରୀ ସମୟରେ ଅନେକଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ସମେଟିଭ ପରୀକ୍ଷା ନାମରେ ଫର୍ମ ପୂରଣ କରିବା ପାଇଁ 420 ଟଙ୍କା ଫିଜ୍ ଆଦାୟ କରିବାକୁ ନିଆଯାଇଥିବା ନିଷ୍ପତ୍ତି ହୋଇଛି । ସମେଟିଭ ପରୀକ୍ଷା ଫି ପ୍ରତ୍ୟାହାର ଦାବି ଯେଉଁ କାରଣରୁ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଥିବା ପରିବାରର ଛାତ୍ର/ଛାତ୍ରୀ ଫର୍ମ ପୂରଣ କରିନପାରି ପରୀକ୍ଷା ଦେବାରୁ ବଞ୍ଚିତ ହେବେ । କେବଳ ଦଶମ ଶ୍ରେଣୀ ନୁହେଁ ନବମ ଶ୍ରେଣୀରେ ମଧ୍ୟ ସମେଟିଭ ପରୀକ୍ଷା ଆଳରେ ଫିଜ୍ ଆଦାୟ କରାଯିବ । ତେଣୁ ଦଶମ ଶ୍ରେଣୀ ଓ ନବମ ଶ୍ରେଣୀ ସମେଟିଭ ପରୀକ୍ଷାକୁ ମିଶାଇ ଚାରିଥର ଫିଜ୍ ଦେବା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭବ ନୁହେଁ । ଏଭଳି ଫିଜ୍ ଆଦାୟ କରିବା ନିୟମ ଆଗରୁ ନଥିଲା । ଚଳିତ ବର୍ଷରୁ ରାଜ୍ୟ ସରକାରଙ୍କ ତରଫରୁ ଏଭଳି ନିୟମ ଲାଗୁ କରାଯାଇଛି । ଚଳିତବର୍ଷରୁ ଏହି ଭଳି ଫିଜ୍ ଆଦାୟ କରିବାକୁ ରହିଥିବାରୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ଏହି ବିକ୍ଷୋଭରେ ଅଲ ଇଣ୍ଡିଆ ଡି.ଏସ୍.ଓ ର ରାଜ୍ୟ ସଭାପତି ସୋମନାଥ ବେହେରା , ଜିଲ୍ଲା ସଂପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟମ ସାହୁ, କିଶାନ୍ ସାହୁ, ଶୁଭସ୍ମିତା ପାଣିଗ୍ରାହ , ଆଲିଭା ଦାଶ ପ୍ରମୁଖ ଉପସ୍ଥିତ ରହି ଏହି ଅବସରରେ ବୋର୍ଡ କତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏନେଇ ଅଲ ଇଣ୍ଡିଆ ଡି.ଏସ୍.ଓ ରାଜ୍ୟ ସଭାପତି ସୋମନାଥ ବେହେରା କହିଛନ୍ତି "ପୂର୍ବରୁ ପିଲାମାନେ ବାର୍ଷିକ ପରୀକ୍ଷା ଦେଉଥିଲେ । ୨୦୦ ଟଙ୍କା ଭିତରେ ସେମାନେ ତାଙ୍କର ଫର୍ମ ଆବେଦନ କରୁଥିଲେ । ଏହି ଫିଜ୍ ସହଜ ଭାବରେ ପିଲାମାନେ ଦେଇପାରୁଥିଲେ । ବର୍ତ୍ତମାନ ସେମିଷ୍ଟାର ସିଷ୍ଟମ ଲାଗୁ ହୋଇଛି ବର୍ଷକୁ ଦୁଇଟି ପରୀକ୍ଷା କରାଯିବ । ପ୍ରଥମ ସମେଟିଭ ମିଶାଇ ଯଦି ୪୨୦ ଟଙ୍କା ଦେବେ ତାହେଲେ ଅନ୍ୟାନ୍ୟ ଫିଜ୍ ମିଶାଇଲେ ତାହା ୫୦୦ ଟଙ୍କା ଉପରେ ରହିବ । ବର୍ଷକୁ ଦୁଇଥର ଦେଲେ ତାହା ୧୦୦୦ ଟଙ୍କାରୁ ଅଧିକ ରହିବ । କରୋନା କାଳରେ ଲୋକେ କାମଧନ୍ଦା ହରାଇଛନ୍ତି । ସମସ୍ତଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଏଭଳି ପରିସ୍ଥିତିରେ ପାଞ୍ଚଗୁଣା ଫିଜ୍ ବୃଦ୍ଧି ଆଦୌ ଗ୍ରହଣୀୟ ନୁହେଁ । ଏହାକୁ ଆମେ ଦୃଢ ବିରୋଧ କରୁଛୁ ।"
2022-11-28T05:50:18Z
https://www.etvbharat.com/oriya/odisha/state/ganjam/protest-demanding-withdrawal-of-summative-examination-fee/or20220914210456844844934
OSCAR-2301
ମୁମ୍ବାଇ: ବନ୍ଧା ହେଲେ ବିବାଦୀୟ ଫିଲ୍ମ ପ୍ରଡ୍ୟୁସର୍ କମଲ କିଶୋର ମିଶ୍ରା। ପତ୍ନୀଙ୍କ ଉପରେ କର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିଛି। ଶୁକ୍ରବାର କମଲ କିଶୋର ମିଶ୍ରାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା ପୁଲିସ। ଆହୁରି ପଢ଼ନ୍ତୁ ଲେଡି ସିଙ୍ଘମ ସାଜିବେ ଦୀପିକା 16 hours ago ପୁଣି ପ୍ରେମରେ ପଡ଼ିଲେ ରିଆ, ମିଷ୍ଟ୍ରି ମ୍ୟାନ୍‌ଙ୍କୁ କରୁଛନ୍ତି… 19 hours ago ମୁମ୍ବାଇର ଅମ୍ବୋଲି ପୁଲିସ ଷ୍ଟେସନରେ ଫିଲ୍ମ ପ୍ରଡ୍ୟୁସର କମଲ୍ କିଶୋର ମିଶ୍ରାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅକ୍ଟୋବର ୧୯ ତାରିଖରେ ଅନ୍ଧେରୀ ୱେଷ୍ଟ ସ୍ଥିତ ରେସିଡେନ୍‌ସିଆଲ୍ ଆପାର୍ଟମେଣ୍ଟର ପାର୍କିଂ ଏରିଆରେ କମଲ୍ କିଶୋର ମିଶ୍ରା ତାଙ୍କ ପତ୍ନୀଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ। ଏଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ଼ ଫ୍ୟାକ୍‌ଚର ହେବା ସହ ତାଙ୍କ ମୁଣ୍ଡରେ ଆଘାତ ମଧ୍ୟ ଲାଗିଛି। କାର୍ ଭିତରେ ନିଜ ପ୍ରେମିକା ସହ କମଲ କିଶୋର ମିଶ୍ରା ରୋମାନ୍ସ କରୁଥିବା ବେଳେ ତାଙ୍କ ପତ୍ନୀ ତାଙ୍କୁ ଧରିଥିଲେ। ଏହାପରେ କାର୍‌ର କାଚ ବାଡ଼େଇ ଡୋର୍ ଖୋଲିବାକୁ କହିଥିଲେ। କିନ୍ତୁ କମଲ କାର୍ କବାଟ ଖୋଲିବା ବଦଳରେ ପତ୍ନୀଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ। ଏଥିସହ ଘଟଣାସ୍ଥଳରୁ ଫେରାର ମଧ୍ୟ ହୋଇଯାଇଥିଲେ।
2022-12-09T05:13:50Z
https://odishareporter.in/entertainment/bollywood/film-producer-kamal-kishore-mishra-arrested-for-hitting-wife-with-a-car-777537
OSCAR-2301
Five big changes related to your money from 1st june 2022 know what affect your pocket Rule Change: ଜୁନ ୧ରୁ ବଦଳିବ ଏହି ୫ଟି ବଡ଼ ନିୟମ; ଜାଣନ୍ତୁ– News18 odia ଟ୍ରେଣ୍ଡିଙ୍ଗ CHANGE LANGUAGE ଓଡ଼ିଆ ENGLISHहिन्दी मराठीગુજરાતીঅসমীয়া ಕನ್ನಡ বাংলা മലയാളം తెలుగు ਪੰਜਾਬੀ اردو ଓଡ଼ିଆ WATCH LIVE TV DOWNLOAD APP FOLLOW US ON Trending Topics :#Odisha#CoronaVirus ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ നിങ്ങളുടെ നഗരം തിരഞ്ഞെടുക്കുക തിരുവനന്തപുരം കൊച്ചി കോഴിക്കോട് മലപ്പുറം കണ്ണൂർ കാസർഗോഡ് ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ » Rule Change: ଜୁନ ୧ରୁ ବଦଳିବ ଏହି ୫ଟି ବଡ଼ ନିୟମ; ଜାଣନ୍ତୁ Rule Change: ଜୁନ ୧ରୁ ବଦଳିବ ଏହି ୫ଟି ବଡ଼ ନିୟମ; ଜାଣନ୍ତୁ ଜୁନ୍ ଆରମ୍ଭରେ ଘଟୁଥିବା ପରିବର୍ତ୍ତନଗୁଡ଼ିକ ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବାକୁ ଯାଉଛନ୍ତି। ଏଥି ମଧ୍ୟରେ ବ୍ୟାଙ୍କିଙ୍ଗ ନିୟମଠାରୁ ଆରମ୍ଭ କରି ସୁନା କିଣିବା ପର୍ଯ୍ୟନ୍ତ ଅନେକ ନିୟମ ବଦଳିଯିବ। ଜୁନ ୧ ରୁ ବଦଳିବ ଏହି ନିୟମ (ପ୍ରତୀକାତ୍ମକ ଛବି) News18 Odia Last Updated : May 29, 2022, 17:18 IST Share this: News18 Odia News18 Odia Digital ମେ ମାସ ଶେଷ ହେବାକୁ ଯାଉଛି। ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ନୂଆ ମାସ ଆରମ୍ଭ ହେବା ମାତ୍ରେ କିଛି ଛୋଟ ପରିବର୍ତ୍ତନ ଦେଖାଯାଏ। ତେଣୁ ଏଥର ମଧ୍ୟ ଜୁନ୍ ଆରମ୍ଭରେ ଘଟୁଥିବା ପରିବର୍ତ୍ତନଗୁଡ଼ିକ ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବାକୁ ଯାଉଛନ୍ତି। ଏଥି ମଧ୍ୟରେ ବ୍ୟାଙ୍କିଙ୍ଗ ନିୟମଠାରୁ ଆରମ୍ଭ କରି ସୁନା କିଣିବା ପର୍ଯ୍ୟନ୍ତ ଅନେକ ନିୟମ ବଦଳିଯିବ। ଯାନଗୁଡ଼ିକର ତୃତୀୟ ପକ୍ଷ ବୀମା ଜୁନ୍ ୧, ୨୦୨୨ ରୁ ମହଙ୍ଗା ହେବାକୁ ଯାଉଛି। ତାହା ହେଉଛି, ଆପଣଙ୍କୁ ଅଧିକ ବୀମା ପ୍ରିମିୟମ ଦେବାକୁ ପଡିବ। ଏହି ନୂତନ ହାର କେବଳ ଚାରି ଚକିଆ ଯାନ ନୁହେଁ ଦୁଇ ଚକିଆ ମାଲିକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ବୁଧବାର କେନ୍ଦ୍ର ସରକାର ତୃତୀୟ ପକ୍ଷ ମୋଟର ଯାନ ବୀମାର ପ୍ରିମିୟମ ହାର ବୃଦ୍ଧି କରିଛନ୍ତି। ଇଞ୍ଜିନ୍ କ୍ଷମତା ଅନୁଯାୟୀ ପ୍ରିମିୟମ୍ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ କାରର ଇଞ୍ଜିନ ଅନୁଯାୟୀ ବୀମା ପାଇବାକୁ ଅଧିକ ଅର୍ଥ ଦେବାକୁ ପଡିବ। ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ୨୦୧୯-୨୦ ବର୍ଷ ପାଇଁ ମୋଟର ବୀମା ପାଇଁ ପ୍ରିମିୟମ ବୃଦ୍ଧି କରାଯାଇଥିଲା। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ୧୦୦୦ ସିସିରୁ କମ୍ ଇଞ୍ଜିନ କ୍ଷମତା ବିଶିଷ୍ଟ ଯାନଗୁଡିକ ତୃତୀୟ ପକ୍ଷ ବୀମା ପାଇଁ ୨,୦୯୪ ଟଙ୍କା ପ୍ରିମିୟମ ଦେବାକୁ ପଡ଼ିବ, ଯାହା ୨୦୧୯-୨୦ରେ ୨,୦୭୨ ଟଙ୍କା ଥିଲା। ଏହା ବ୍ୟତୀତ କାରଗୁଡିକ ପାଇଁ ତୃତୀୟ ପକ୍ଷ ବୀମା ପ୍ରିମିୟମ ୧୦୦୦ ସିସିରୁ ୧,୫୦୦ ସିସି ପର୍ଯ୍ୟନ୍ତ ୩,୨୨୧ ରୁ ୩,୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି। ତୃତୀୟ ପକ୍ଷ ବୀମା ପ୍ରିମିୟମରେ ୧,୫୦୦ ସିସିରୁ ଅଧିକ ଯାନବାହନ ପାଇଁ ୭,୮୯୭ ରୁ ୭,୮୭୯ ଟଙ୍କା ପର୍ଯ୍ୟନ୍ତ ମାର୍ଜିତ ବୃଦ୍ଧି ଘଟିଛି। ଦୁଇ ଚକିଆ ଯାନ ପାଇଁ ସରକାର ତୃତୀୟ ପକ୍ଷ ବୀମା ପ୍ରିମିୟମର ହାର ମଧ୍ୟ ପରିବର୍ତ୍ତନ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ୨୦୨୨ ମସିହା ଜୁନ୍ ୧ ରୁ ୧୫୦ ସିସିରୁ ୩୫୦ ସିସି ପର୍ଯ୍ୟନ୍ତ ବାଇକ୍ ପାଇଁ ପ୍ରିମିୟମ ୧,୩୬୬ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଇଞ୍ଜିନ କ୍ଷମତା ୩୫୦ ସିସିରୁ ଅଧିକ ଥିବା ଦୁଇ ଚକିଆ ଯାନ ପାଇଁ ବୀମା ପ୍ରିମିୟମ ୨,୮୦୪ ଟଙ୍କା ଧାର୍ଯ୍ୟ କରାଯାଇଛି। ଗୋଲ୍ଡ ହଲମାର୍କିଂର ପରବର୍ତ୍ତୀ ପର୍ଯ୍ୟାୟ ସୁନା ହଲମାର୍କିଂର ଦ୍ୱିତୀୟ ପର୍ଯ୍ୟାୟ ୨୦୨୨ ମସିହାରେ ଜୁନ୍ ୧,୨୦୨୨ ରୁ ଆରମ୍ଭ ହେବ। ଅତୀତରେ ଏହି ସୂଚନା ବାଣ୍ଟିବାବେଳେ ସରକାର କହିଥିଲେ ଯେ ଜୁନ୍ ଆରମ୍ଭରୁ ଦ୍ୱିତୀୟ ପର୍ଯ୍ୟାୟ ସୁନା ହଲମାର୍କିଂ ଆରମ୍ଭ ହେବ, ଯାହା ଅଧୀନରେ ସୁନାର ଶୁଦ୍ଧତା ପ୍ରମାଣ କରିବା ଆବଶ୍ୟକ ହେବ। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ବାଧ୍ୟତାମୂଳକ ହଲମାର୍କିଂର ଦ୍ୱିତୀୟ ପର୍ଯ୍ୟାୟରେ ତିନୋଟି ନୂତନ ୨୦, ୨୩ ଏବଂ ୧୪ କ୍ୟାରେଟ୍ ସୁନା ଅଳଙ୍କାର ୩୨ ଟି ନୂତନ ଜିଲ୍ଲା ଅଧୀନରେ ଆସିବ। ଯେଉଁଠାରେ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକାରିତା ପରେ, ଏକ ଆସେ ଏବଂ ହଲମାର୍କ ସେଣ୍ଟର (AHC) ପ୍ରତିଷ୍ଠା ହେବ। ନୋଡାଲ୍ ଏଜେନ୍ସି ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ଦ୍ୱାରା ୨୩ ଜୁନ୍ ୨୦୨୧ରୁ ଦେଶର ୨୫୬ ଟି ଜିଲ୍ଲାରେ ବାଧ୍ୟତାମୂଳକ ସୁନା ହଲମାର୍କିଂ କାର୍ଯ୍ୟକାରୀ କରି ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ହୋମ ଲୋନ ଅଧିକ ହେବ ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକ ଅଟନ୍ତି କିମ୍ବା ଆପଣ ଏସବିଆଇରୁ ଘର ଋଣ ନେବାକୁ ଯୋଜନା କରୁଛନ୍ତି, ତେବେ ନୂଆ ମାସର ଆରମ୍ଭ ମଧ୍ୟ ଆପଣଙ୍କ ପାଇଁ ଖର୍ଚ୍ଚ ବଢାଇବ। ବାସ୍ତବରେ, ଆପଣଙ୍କୁ କହିବାକୁ ଗଲେ SBI ଏହାର ହୋମ ଋଣ ବାହ୍ୟ ବେଞ୍ଚମାର୍କ ଋଣ ହାର (EBLR) କୁ ୪୦ ଆଧାର ପଏଣ୍ଟକୁ ୭.୦୯ ପ୍ରତିଶତକୁ ବୃଦ୍ଧି କରିଥିବାବେଳେ ଆରଏଲଆର ୬.୦୫ ପ୍ରତିଶତ ଏବଂ CRP ହେବ। SBI ର ୱେବସାଇଟ୍ ରେ ଅଂଶୀଦାର ହୋଇଥିବା ସୂଚନା ଅନୁଯାୟୀ, ଏହି ବୃଦ୍ଧି ହୋଇଥିବା ସୁଧ ହାର ଜୁନ୍ ୧, ୨୦୨୨ ଠାରୁ କାର୍ଯ୍ୟକାରୀ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ, EBLR ୬.୬୫ ପ୍ରତିଶତ ଥିବାବେଳେ ରେପୋ-ଲିଙ୍କ୍ ହୋଇଥିବା ଋଣ ହାର (ଆରଏଲଆରଏଲ୍) ୬.୨୫ ପ୍ରତିଶତରେ ସ୍ଥିର କରାଯାଇଥିଲା। ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଚାର୍ଜ ପ୍ରଯୁଜ୍ୟ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) କହିଛି ଯେ ଆଧାର ସକ୍ଷମ ପେମେଣ୍ଟ ସିଷ୍ଟମ (AEPS) ପାଇଁ ପ୍ରଦାନକାରୀ ଫି ଲାଗୁ କରାଯାଇଛି। ଏହି ଫି ୧୫ ଜୁନ୍ ୨୦୨୨ ରେ ଲାଗୁ ହେବ। ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ହେଉଛି ଇଣ୍ଡିଆ ପୋଷ୍ଟର ଏକ ସହାୟକ କମ୍ପାନୀ, ଯାହା ପୋଷ୍ଟ ବିଭାଗ ଦ୍ୱାରା ପରିଚାଳିତ ନିୟମ ଅନୁଯାୟୀ, ପ୍ରତି ମାସରେ ପ୍ରଥମ ତିନୋଟି AEPS କାରବାର ମାଗଣା ହେବ, ଯେଉଁଥିରେ AEPS ନଗଦ ପ୍ରତ୍ୟାହାର, AEPS ନଗଦ ଜମା ଏବଂ AEPS ମିନି ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ। ମାଗଣା କାରବାର ପରେ, ପ୍ରତ୍ୟେକ ନଗଦ ପ୍ରତ୍ୟାହାର କିମ୍ବା ନଗଦ ଜମା ୨୦ ଟଙ୍କା ଜିଏସ୍ଟି ଆକୃଷ୍ଟ କରୁଥିବାବେଳେ ଏକ ମିନି ଷ୍ଟେଟମେଣ୍ଟ କାରବାର ୫ ଟଙ୍କା ଜିଏସ୍ଟି ଆକୃଷ୍ଟ କରିବ। Published by:Soumya Das First published: May 29, 2022, 17:12 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Home LoanInsuranceinvestmentMayNew Rule ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ଟଲିଉଡ଼ରେ ଏଣ୍ଟ୍ରି କରିବେ ବାବୁସାନ! ଦମନକୁ ପ୍ରଶଂସା କଲେ ଅଲ୍ଲୁ ଅର୍ଜୁନ ଅଭିନବ ଉପାୟରେ ବିଶ୍ଵ ଏଡସ ଦିବସ ପାଳନ କଲେ ବିଦ୍ୟାର୍ଥୀ ଏଠାରେ ମୃତ ପରେ ପୋତାଯାଏନି ଶରୀର; ବର୍ଷ ବର୍ଷ ଧରି ସାଇତି ରଖନ୍ତି ପରିବାର ଲୋକ ରାହୁଲ ଗାନ୍ଧି ଗ୍ଲାମରସ..କିନ୍ତୁ ସଦ୍ଦାମ ହୁସେନଙ୍କ ପରି ଦେଖାଯାଉଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ ଡାଉନ ହେଲା ମୁମ୍ୱାଇ ବିମାନ ବନ୍ଦର ସର୍ଭର, ଜାଣନ୍ତୁ ପୁରା ଖବର ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
2022-12-01T19:17:37Z
https://odia.news18.com/news/trending/five-big-changes-related-to-your-money-from-1st-june-2022-know-what-affect-your-pocket-3ssd-29052022-ssd-107429.html
OSCAR-2301
ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ର ଅଡିଓ ରିଲିଜ୍ନୂଆ ଓଡ଼ିଆ ଚଳଚ୍ଚିତ୍ର “T” ର ମୋସନ ପୋଷ୍ଟରଡିସେମ୍ବର ୧୬ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର “ପ୍ରସ୍ଥାନମ୍”କଞ୍ଚା ଲଙ୍କାର ନୂଆ ୱେବ୍ ସିରିଜ “ଅନେଶତ ରାଣୀ ରାଜାଜିଆଇ ଟ୍ୟାଗ୍ ପାଇଁ ୯ଟି ସାମଗ୍ରୀର ହେଲା ମୂଲ୍ୟାୟନ Home ରାଜ୍ୟ ଆଜିଠୁ ଗାନ୍ଧୀମାର୍ଗରେ ଦିବାରାତ୍ର ଗଣଧାରଣା ଦେବେ ଏକ ଲକ୍ଷ ଶିକ୍ଷକ-ଅଧ୍ୟାପକ ରାଜ୍ୟ ଆଜିଠୁ ଗାନ୍ଧୀମାର୍ଗରେ ଦିବାରାତ୍ର ଗଣଧାରଣା ଦେବେ ଏକ ଲକ୍ଷ ଶିକ୍ଷକ-ଅଧ୍ୟାପକ By Odisha News Today On Aug 16, 2018 0 Share ଭୁବନେଶ୍ୱର: ଆଜିଠୁ ସ୍ଥାନୀୟ ଗାନ୍ଧୀମାର୍ଗ ପାଲଟିବ ଜନସମୁଦ୍ର । ଲକ୍ଷାଧିକ ଶିକ୍ଷକ ଓ ଅଧ୍ୟାପକମାନେ ସେମାନଙ୍କ ଦାବି ପୂରଣ ନେଇ ଦିନରାତି ଧାରଣା ଦେବେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଆହ୍ଵାନରେ ଏହି ବିଶାଳ ଗଣଧାରଣା ହେବାକୁ ଯାଉଛି। ସମଗ୍ର ରାଜ୍ୟକୁ ୪ ଭାଗରେ ବିଭକ୍ତ କରି ଆଲୋଚନା ହୋଇଛି। ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନକୁ ପ୍ରତ୍ୟାହାର କରିବା ସହିତ ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣଅନୁଦାନ ଆଇନ ଲାଗୁକରି ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ନ ଦେଲେ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ଶପଥ ନେଇଛନ୍ତି।ସେମାନେ ଦାବି ପୂରଣ ନହେବା ଯାଏ ଦିନରାତି ଧାରଣା ଦେବେ ବୋଲି ମିଳିତମଞ୍ଚର ଆହାବକ ମଣ୍ଡଳୀ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମାହାଲା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
2022-12-09T16:35:31Z
https://odishanewstoday.com/teachers-strike/
OSCAR-2301
କନକ ବ୍ୟୁରୋ: ପୂର୍ବ ଶତ୍ରୁତାରୁ ଯୁବକକୁ ନୃଶଂସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ସଦରଥାନା ଅନ୍ତର୍ଗତ ହୁଣ୍ଡୁଳା ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ହୁଣ୍ଡୁଳା ଗାଁର ପ୍ରଣବ ମହାନ୍ତ । ପରିବାର ଲୋକେ ପ୍ରଣବଙ୍କୁ ଭୁବନ ଦାସ ଓ ତାଙ୍କ ପରିବାର ସଦସ୍ୟ… ନ୍ୟୁଜ୍ ବୁଲେଟିନ୍ ପ୍ରାଇମ ଟାଇମ ବୁଲେଟିନ: ୦୩/୧୦/୨୦୨୨ Dharmendra Pradhan Oct 3, 2022 ଦେଶ ବିଦେଶ ଟିମ ଇଣ୍ଡିଆର ଆଶାରେ ପଶିଲା ପାଣି: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ବୁମରା Rajesh Sethy Oct 3, 2022 କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସେ ଦଳକୁ ଫେରିଥିଲେ । ପରେ ଦକ୍ଷିଣ ଆଫ୍ରିକା… ଦେଶ ବିଦେଶ ବିବେକ ଲାଲ ଆମେରିକାରେ ସମ୍ବର୍ଦ୍ଧିତ। ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କଲେ ଜୋ ବାଇଡେନ। Dharmendra Pradhan Oct 3, 2022 କନକ ବ୍ୟୁରୋ: ଆମେରିକାରେ ସମ୍ମାନିତ ହେଲେ ଭାରତୀୟ ବଂଶୋଦ୍ଧବ ବିବେକ ଲାଲ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିବେକ ଲାଲଙ୍କୁ ଲାଇଫ ଟାଇମ ଆକଚିଭମେଣ୍ଟ ଆୱାର୍ଡ ପ୍ରଦାନ କରିଛନ୍ତି । ବିବେକ ଲାଲ ବିଚିଟା ୟୁନିଭର୍ସିଟିର ଏରୋସ୍ପଶ ଇଂଜିନିୟର ପିଏଚଡି କରିବା ଜଣେ ବିଜନେସ ଲିଡର । ଏଥିସହ… ଦେଶ ବିଦେଶ ଦୁଇ ବର୍ଷ ପରେ ସାରା ଦେଶରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା। ବାଂଲାଦେଶ, ନେପାଳ, ୟୁକେ ସହ ବିଭିନ୍ନ ସ୍ଥାନରେ… Dharmendra Pradhan Oct 3, 2022 କନକ ବ୍ୟୁରୋ: ସାରା ଦେଶରେ ଧୂମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ସବୁଠି ଚାଲିଛି ମା ଦୁର୍ଗାଙ୍କ ପୂଜା । କରୋନା କଟକଣା ଯୋଗୁଁ ଦୁଇବର୍ଷ ପୂଜା ପେଣ୍ଡାଲରେ ମାଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଇଥିଲେ ବି ଶ୍ରଦ୍ଧାଳୁଙ୍କ ପାଇଁ ଲାଗିଥିଲା କଟକଣା ।… ନ୍ୟୁଜ୍ ମନମୋହୁଛି ଭିନ୍ନ ଭିନ୍ନ ଶୈଳୀର ସୁଉଚ୍ଚ ତୋରଣ: କେଉଁଠି ଗଙ୍ଗା ଘାଟ, କେଉଁଠି ଅଯୋଧ୍ୟାର ଶ୍ରୀରାମ ମନ୍ଦିର Rajesh Sethy Oct 3, 2022 କନକ ବ୍ୟୁରୋ: ଚାରିଆଡେ ଦଶହରାର ଧୁମ ।ଶାରଦୀୟ ଦୁର୍ଗାପୂଜାକୁ ନେଇ ଉଠୁଛିପଡୁଛି ପୁରପଲ୍ଲୀଠୁ ସହରାଂଚଳ । କରୋନା ଯୋଗୁଁ ଗତ ୨ ବର୍ଷ ମାଆଙ୍କ ପୂଜା ଫିକା ପଡିଥିଲା । ଚଳିତ ବର୍ଷ କରୋନା ପ୍ରକୋପ କମିଥିବାରୁ ଧୁମଧାମରେ ସବୁଠି ଦୁର୍ଗାପୂଜା କରାଯାଉଛି । ପୀଠରେ ମହାମାୟୀଙ୍କ ମହାନବମୀ ପୂଜା ଓ…
2022-11-26T12:44:47Z
https://kanaknews.com/2022/10/03/
OSCAR-2301
କନକ ବ୍ୟୁରୋ : ଲକ୍ଷ୍ମୀପୁର ଖେରୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି ନଭେମ୍ବର ୨୯ ତାରିଖ ସୁଦ୍ଧା ଅଭିଯୋଗ ସ୍ପଷ୍ଟ କରିବା ଉପରେ ଟ୍ରାଏଲ କୋର୍ଟ ନିଷ୍ପତ୍ତି ଜଣାଇବା ପରେ ଡିସେମ୍ବର ୧୨ ତାରିଖରେ ଏହି ମାମଲାର ଶୁଣାଣି କରାଯିବ । ଆଶିଷ ମିଶ୍ରାଙ୍କ ଓକିଲ ଜାମିନ ଆବେଦନରେ କହିଛନ୍ତି କି ଗତ ୧୧ ମାସ ଧରି ଆଶିଷ ମିଶ୍ରା ଜେଲରେ ବନ୍ଦି ହୋଇ ରହିଛନ୍ତି । ଏହାସହ ଘଟଣା ଦିନ କୌଣସି ଗୁଳି ଚଳାଯାଇଥିବା କଥାର ପ୍ରମାଣ ନଥିବା କଥା ଆଶିଷଙ୍କ ଓକିଲ କୋର୍ଟରେ ସଫେଇ ଦେଇଛନ୍ତି । ଆଗକୁ ପଢନ୍ତୁ ମାଓବାଦୀଙ୍କ ନଜରରେ ପଦ୍ମପୁର ଉପନିର୍ବାଚନ: ସାମ୍ନାକୁ ଆସିଲା ଧମକ… Nov 26, 2022 ଅଳସୀ ଫୁଲର ହଳଦିଆ କ୍ଷେତ । କ୍ଷେତ ଧାରେ ଧାରେ ଶୀତ ଗାଏ ଗୀତ ।… Nov 26, 2022 ସେପଟେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତରଫରୁ ବରିଷ୍ଠ ଓକିଲ ଦୁଷ୍ୟନ୍ତ ଦବେ କହିଛନ୍ତି କି ଏହା ଦୁର୍ଘଟଣା ନୁହେଁ ବରଂ ସୁନିୟୋଜିତ ଘଟଣା । ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଡିସେମ୍ବର ୨୬ ତାରିଖରେ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ କରିଥିଲେ । ସୂଚନା ଥାଉକି, ଏହି ମାମଲାରେ ଆଶିଷ ମିଶ୍ରାଙ୍କୁ ଉତ୍ତର ପ୍ରଦେଶ ହାଇକୋର୍ଟ ପ୍ରଥମେ ଜାମିନ ପ୍ରଦାନ କରିଥିଲେ । ହେଲେ ଏନେଇ ସୁପ୍ରିିମକୋର୍ଟରେ ଆବେଦନ ହେବା ପରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିଲେ ।
2022-11-26T12:22:43Z
https://kanaknews.com/lakhimpur-kheri-violence-setback-to-central-ministers-son-ashish-mishra-sc-denies-bail/
OSCAR-2301
ନିର୍ବାଚନ ବେଳେ କେଉଁ ନେତା କେଉଁ ଦେବାଦେବୀଙ୍କର ଶରଣ ପଶିଥିଲେ ଜାଣନ୍ତୁ, କାଲି ଭୋଟ୍‌ ଗଣତି ପରେ ଜଣାପଡିବ କାହା କଥା ଶୁଣିଲେ ଠାକୁର - Prameya News7 Skip to content Home Live Tv ରାଜ୍ୟ ଦେଶ- ବିଦେଶ ରାଜନୀତି ଶିକ୍ଷା ଓ ନିଯୁକ୍ତି ଖେଳ ବାଣିଜ୍ୟ ମନୋରଞ୍ଜନ ଅପରାଧ ଧର୍ମ ସ୍ପେଶାଲ୍ ରିପୋର୍ଟ ଭିଡିଓ ଅଧିକ ପାଣିପାଗ ରାଶିଫଳ ଜୀବନଚର୍ଯ୍ୟା ସାକ୍ଷାତକାର କରୋନା ଅଲିମ୍ପିକ୍ସ ChampionMaganna_WebBanner_728X90 ChampionMaganna_WebBanner_728X90 Prameya News7 Prameya News7, News7 Odia, Odisha Latest News, Odisha Current Headlines, Odisha News Online ପ୍ରମୁଖ ଖବର ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର || ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା || IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ || ନିର୍ବାଚନ ବେଳେ କେଉଁ ନେତା କେଉଁ ଦେବାଦେବୀଙ୍କର ଶରଣ ପଶିଥିଲେ ଜାଣନ୍ତୁ, କାଲି ଭୋଟ୍‌ ଗଣତି ପରେ ଜଣାପଡିବ କାହା କଥା ଶୁଣିଲେ ଠାକୁର 22/05/2019 at 4:57 PM ନୂଆଦିଲ୍ଲୀ ୨୨|୫: ଦିଅଙ୍କ ଶରଣରେ ନେତା । ନିର୍ବାଚନୀ ବୈତରଣୀ ପାର କରିଦେବାକୁ ଦେବଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ ରାଜନେତା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ପର୍ଯ୍ୟନ୍ତ ସବୁ ହାଇପ୍ରୋଫାଇଲ ନେତା ବିଭିନ୍ନ ଦେବଦେବୀ ପୀଠକୁ ଯାଇ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ଏଇ ନେତାମାନଙ୍କ ଆରାଧନାରେ ଠାକୁର କେତେ ସନ୍ତୁଷ୍ଟ ତାହା ତ ଆସନ୍ତା କାଲି ଜଣା ପଡ଼ିବ, ହେଲେ ଏହି ନେତାଏ କେମିତି ପୂଜାର୍ଚ୍ଚନା କରିଥିଲେ ଥରେ ମନେ ପକାନ୍ତୁ । ନିର୍ବାଚନୀ ବୈତରଣୀ ପାର ହେବାକୁ ଭଗବାନଙ୍କ ଭରସାରେ ନେତା । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବଂ ପୂର୍ବରୁ ପ୍ରାୟ ସବୁ ପ୍ରମୁଖ ଦଳର ନେତା ଓ ପ୍ରାର୍ଥୀ ବିଭିନ୍ନ ଦେବଦେବୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ମାଆ ଗଙ୍ଗାଙ୍କ ଶରଣରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇ ଉତ୍ତରପ୍ରଦେଶ ଦାୟିତ୍ବ ନେବା ପରେ ମାଆ ଗଙ୍ଗାଙ୍କ ଶରଣ ପଶିଥିଲେ ପ୍ରିୟଙ୍କା । ମାର୍ଚ୍ଚ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରିୟଙ୍କା ଗଙ୍ଗା ଯାତ୍ରା କରିଥିଲେ । ଏହି ୫ ଦିନର ଗଙ୍ଗା ଯାତ୍ରାରେ ସେ ପ୍ରାୟ ୧୪୦ କିଲୋମିଟର ଅତିକ୍ରମ କରିଥିଲେ । ଷ୍ଟିମର ବୋଟ୍‌ରେ ପ୍ରୟାଗରାଜର ଛଟନାଗପୁରରୁ ଆରମ୍ଭ ହୋଇଥିଲା ପ୍ରିୟଙ୍କାଙ୍କ ଯାତ୍ରା । ଯାହା ଶେଷ ହୋଇଥିଲା ବାରାଣସୀର ଅଶୀ ଘାଟରେ । ଏହି ଯାତ୍ରା ସମୟରେ ଗଙ୍ଗାକୂଳରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିରରେ ଆରାଧନା କରୁଥିଲେ ପ୍ରିୟଙ୍କା । ବାରାଣସୀରେ ପହଞ୍ଚିବା ପରେ ପ୍ରିୟଙ୍କା ଶ୍ରୀରାମ ଜାନକୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପୂରା ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁସାରେ ପୂଜା କରିଥିଲେ ପ୍ରିୟଙ୍କା । ବେଦମନ୍ତ୍ର ପାଠ ସହ ପ୍ରିୟଙ୍କା ଭକ୍ତିଭାବରେ ବଡ଼େ ହନୁମାନଙ୍କ ଆରାଧନା କରିଥିଲେ ।ସେହିପରି ସୀତାମଢ଼ି ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିରରେ ଆରତୀ କରିଥିଲେ। ଏହି ଅବସରରେ ଗଙ୍ଗାଙ୍କ ଆରାଧନା କରିବାକୁ ଭୁଲିନଥିଲେ ପ୍ରିୟଙ୍କା । ମାର୍ଚ୍ଚ ୨୦ ତାରିଖରେ ପ୍ରିୟଙ୍କା କାଶୀ ବିଶ୍ବନାଥଙ୍କ ପୂଜା କରିବା ସହ ନିର୍ବାଚନରେ କଂଗ୍ରେସ ଭଲ କରିବା ନେଇ ମହାଦେବଙ୍କୁ ପ୍ରାର୍ଥନା କରିଥିଲେ । କାଶୀ ବିଶ୍ବନାଥଙ୍କ ପୂଜା ପରେ ସଙ୍କଟମୋଚନ ହନୁମାନ ଓ କାଳ ଭୈରବଙ୍କ ଆରାଧନା କରିଥିଲେ ପ୍ରିୟଙ୍କା । ନିର୍ବାଚନୀ ପ୍ରଚାର ମଧ୍ୟରେ ଯେତେବେଳେ ବି ସୁଯୋଗ ମିଳୁଥିଲା ପ୍ରିୟଙ୍କା ମନ୍ଦିର ଯାଇ ପୂଜା କରୁଥିଲେ। ମେ ୧୩ ତାରିଖରେ ମଧ୍ୟପ୍ରଦେଶ ଗସ୍ତ ବେଳେ ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ବରଙ୍କ ଦର୍ଶନ କରିଥିଲେ ପ୍ରିୟଙ୍କା । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ମନ୍ଦିରରେ ବେଶ୍ କିଛି ସମୟ ଧ୍ୟାନରେ ବସିଥିଲେ ।ରାୟବରେଲିରେ ନିର୍ବାଚନୀ ପ୍ରଚାର ବେଳେ ବ୍ରହ୍ମପୁରର ପ୍ରସିଦ୍ଧ ଶିବମନ୍ଦିରକୁ ଯାଇ ପୂଜା କରିଥିଲେ ପ୍ରିୟଙ୍କା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଦିଅଁ ଦେବତାଙ୍କ ଶରଣ ଯିବାର ଦେଖିବାକୁ ମିଳିଥିଲା । ଗତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ଉଜ୍ଜୟିନୀରେ ମହାକାଳେଶ୍ବରଙ୍କ ପୂଜାର୍ଚ୍ଚନା କରି ରାହୁଲ ଭଲ ରେଜଲ୍ଟ କରିଥିଲେ ।… ତେଣୁ ଏଥର ସାଧାରଣ ନିର୍ବାଚନ ବେଳେ ମଧ୍ୟ ସେ ବିଭିନ୍ନ ମନ୍ଦିରକୁ ଯାଇ ତାଙ୍କ ଧାର୍ମିକ ଆସ୍ଥା ଓ ବିଶ୍ବାସର ପ୍ରମାଣ ଦେଇଥିଲେ । ତିରୁପତିରେ ଭେଙ୍କଟେଶ୍ବରଙ୍କ ଦର୍ଶନ କରିବା ପରେ ରାହୁଲ ୧୦ କିଲୋମିଟରର ରୋଡ୍ ଶୋ କରିଥିଲେ । ସେହିପରି ଏପ୍ରିଲ ମାସ ୧୭ ତାରିଖରେ କେରଳର ବ୍ରହ୍ମଗିରି ପର୍ବତରେ ପୂଜାର୍ଚ୍ଚନା କରିଥିଲେ । ଏଥର ଉତ୍ତରପ୍ରଦେଶର ଆମେଥି ସହ କେରଳର ୱାୟାନାଡ଼ାରେ ମଧ୍ୟ ନିର୍ବାଚନ ଲଢୁଛନ୍ତି ରାହୁଲ । ତେଣୁ କେରଳର ଏହି ପ୍ରସିଦ୍ଧ ପୀଠକୁ ଖାଲି ପାଦରେ ଧୋତି ପିନ୍ଧି ପୂରା ହିନ୍ଦୁ ବେଶରେ ପହଞ୍ଚି ରୀତିନୀତି ଅନୁସାରେ ଭଗବାନ ବିଷ୍ଣୁଙ୍କ ପୂଜା କରିଥିଲେ ।ସେହିପରି ପଞ୍ଜାବର ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିରକୁ ଯାଇ ରାହୁଲ ପ୍ରାର୍ଥନା କରିଥିଲେ । ରାହୁଲଙ୍କ ଏହି ଗସ୍ତ ସମୟରେ ତାଙ୍କ ସାଥିରେ ଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେବଦେବୀ ଆରାଧନା ତ ସବୁବେଳେ ନିଆରା । ଯେଉଁ ଦେବଦେବୀ ପୀଠକୁ ଯାଆନ୍ତି ସେଠାକାର ପାରମ୍ପରିକ ପୋଷାକ ପିନ୍ଧି ପୂଜାର୍ଚ୍ଚନା କରିବାକୁ ଭୁଲିନଥାନ୍ତି ମୋଦି । କେରଳ ତ୍ରିଭେନ୍ଦ୍ରମରେ ପଦ୍ମନାଭ ସ୍ବାମୀଙ୍କ ପୂଜାର୍ଚ୍ଚନା ହେଉ କି ପ୍ରୟାଗରାଜରେ ବୁଡ଼ ଆଉ ଗଙ୍ଗା ଆରତୀ ସବୁଠି ମୋଦିଙ୍କ ଆରାଧନା ସ୍ବତନ୍ତ୍ର । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କୁମ୍ଭମେଳା ସମୟରେ ପ୍ରୟାଗରାଜରେ ବୁଡ଼ ପକାଇଥିଲେ ମୋଦି । ଗଙ୍ଗା ଦେବୀଙ୍କ କରୁଣା ଲାଭ କରିବା ପାଇଁ କରିଥିଲେ ଆରତୀ । ମାର୍ଚ୍ଚ ୮ ତାରିଖରେ ବାରାଣସୀର କାଶୀବିଶ୍ବନାଥ ମନ୍ଦିର କରିଡ଼ରର ଶୀଳାନ୍ୟାସ କରିବା ସମୟରେ ମୋଦିଙ୍କୁ ଦେଖିବାକୁ ମିଳିଥିଲା ଏମିତି ବେଶରେ । ସେହିପରି ବାରାଣସୀ ଆସନରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ କାଶୀ ବିଶ୍ବନାଥଙ୍କ ଦର୍ଶନ କରିଥିଲେ ମୋଦି। ଏହାସହ ଗଙ୍ଗା ଆଳତୀ ମଧ୍ୟ କରିଥିଲେ ।ଦେବୀ ଗଙ୍ଗାଙ୍କ ଡାକରାରେ ସେ କାଶୀକ୍ଷେତ୍ରକୁ ଆସିଥିବାର ବାରମ୍ବାର କରିଆସିଛନ୍ତି ମୋଦି । ଏଥରର ଗଙ୍ଗା ଆଳତୀ ବେଳେ ମୋଦିଙ୍କ ସାଥିରେ ଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେହିପରି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ଏଥର ନିର୍ବାଚନ ବେଳେ ତାଙ୍କ ଭକ୍ତିଭାବ ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କଠାରୁ ତ ଦିଗବିଜୟ ଅଧିକ ଦୁଇ ପାଦ ଆଗେଇ ଯାଇଥିଲେ । ଧୁ ଧୁ ଖରାରେ କରିଥିଲେ ହୋମ ଯଜ୍ଞ । ଭୋପାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଦିଗବିଜୟ ସିଂହଙ୍କ ପାଇଁ ହଠ ଯଜ୍ଞ କରିଥିଲେ ଚର୍ଚ୍ଚିତ କମ୍ପ୍ୟୁଟର ବାବା । ଏହି ଅଖଣ୍ଡ ଯଜ୍ଞରେ ରାଜ୍ୟର କୋଣ ଅନୁକୋଣରୁ ବହୁ ସାଧୁସନ୍ଥ ଯୋଗଦେଇ ଦିଗବିଜୟଙ୍କ ବିଜୟ କାମନା କରିଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପୂଜାର୍ଚ୍ଚନା । ନିର୍ବାଚନୀ ମାହୋଲ ମଧ୍ୟରେ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ କାମନା କରିବାକୁ ଭୁଲିନଥିଲେ ଶାହା । ଏପ୍ରିଲ ୧୩ ତାରିଖରେ ବାରାଣସୀର ପ୍ରସିଦ୍ଧ କାଳ ଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
2022-11-27T08:57:08Z
https://www.prameyanews7.com/political-leader-thrones-blessing-of-lord-before-declaration-of-election-result/
OSCAR-2301
ବ୍ୟୁରୋ : ଓଜନ ବଢିବାର ଗୋଟିଏ କାରଣ ହେଉଛି ଚିନି । ତେଣୁ ଅଧିକାଂଶ ଲୋକ ଖାଦ୍ୟରୁ ଚିନିକୁ ବାଦ୍ ଦେଇଥା’ନ୍ତି । କିନ୍ତୁ କେଶ ପାଇଁ ଚିନି ଖୁବ୍ ଉପକାରୀ ଅଟେ । ଶାମ୍ପୂ କରିବା ସମୟରେ ସେଥିରେ ଗୋଟିଏ •ମଚ ଚିନି ମିଶାଇ ଲଗାଇଲେ କେଶ ସାଇନ୍ କରିବା ସହିତ ଝଡ଼ିବା ବନ୍ଦ ହୋଇଥାଏ । ଚିନି କେଶରେ ଏକ କଣ୍ଡିସନର୍ ପରି କାମ କରିଥାଏ । ତେବେ ଆସନ୍ତୁ ଜାଣିବା ଶାମ୍ପୂରେ ଚିନି ମିଶାଇ କିପରି କେଶ ମୂଳରେ ଲଗାଇବେ ଏବଂ ଏପରି କରିବା ଦ୍ୱାରା ଅନ୍ୟ କେଉଁସବୁ ଲାଭ ମିଳିଥାଏ । ପ୍ରଥମେ କେଶକୁ ଓଦା କରିନିଅନ୍ତୁ । ଏହାପରେ ଆବଶ୍ୟକ ଅନୁସାରେ ଶାମ୍ପୂ ଏବଂ ଏଥିରେ ଗୋଟିଏ ଚାମଚ ଚିନିକୁ ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇ ଧୀରେ ଧୀରେ କେଶ ମୂଳକୁ ମାଲିସ କରନ୍ତୁ । ଏହାପରେ କେଶକୁ ଧୋଇ ଦିଅନ୍ତୁ । ଯଦି ଆପଣ କେଶଝଡ଼ିବାକୁ ନେଇ ଚିନ୍ତାରେ ରହିଛନ୍ତି, ତେବେ ସପ୍ତାହକୁ ଦୁଇଥର ଚିନି ଓ ଶାମ୍ପୂର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ । ପୁରୁଷମାନେ ମଧ୍ୟ ଏହି ଉପାୟକୁ ଆପଣାଇ ପାରିବେ । ସେହିପରି କେଶ ଅଧିକ ରୁକ୍ଷ ଥିଲେ ଶାମ୍ପୂ ଓ ଚିନିର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ । ଏହାଦ୍ୱାରା କେଶରେ ପ୍ରାକୃତିକ ଭାବରେ କୋମଳ ହୋଇଥାଏ । ସୁଫଳ ପାଇବା ପାଇଁ ଗୋଟିଏ ମାସ ଧରି କେଶରେ ଏହି ମିଶ୍ରଣକୁ ଲଗାନ୍ତୁ । ଶୀତଦିନେ କେଶରେ ରୁପି ସମସ୍ୟା ରହିଥାଏ । ଏହାକୁ ଭଲ କରିବା ପାଇଁ ମଧ୍ୟ ନିୟମିତ ଭାବରେ ଶାମ୍ପୂରେ ଚିନି ମିଶାଇ ଲଗାନ୍ତୁ । ରୁପି ସମସ୍ୟା ଦୂର କରିବା ପାଇଁ ସପ୍ତାହକୁ ଦୁଇଥର ଏହି ମିଶ୍ରଣ ବ୍ୟବହାର କରନ୍ତ ।
2022-12-01T13:19:52Z
https://odianews.reporterstoday.com/sugar-stops-hair-fall/
OSCAR-2301
ଭୁବନେଶ୍ଵର : ୨୦୨୦ ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ କୋଭିଡ୍‌ରେ ମରିଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ଵ, ଫାଇଲିନ୍ ବାତ୍ୟାରେ ହୋଇଛି ସର୍ବାଧିକ କ୍ଷତି || ଭୁବନେଶ୍ଵର : ରାଜ୍ୟରେ ୫୫୧୫ଟି ଅଛି ପଡ଼ା ଗାଁ, ୬୬୫ ଗାଁକୁ ମିଳିଛି ରାଜସ୍ଵ ମାନ୍ୟତା || ଛାତ୍ରୀ ମୃତ୍ୟୁରୁ ସେବାଶ୍ରମ ସ୍କୁଲରେ ଉତ୍ତେଜନା 13/02/2019 at 5:53 AM source:www.istockphoto.com ଭୋଗରାଇ,୧୨ା୨(ଆପ୍ର): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ରାମଚନ୍ଦ୍ରପୁର ସେବାଶ୍ରମ ସ୍କୁଲର ଅନ୍ତେବାସୀ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ମୁତ୍ୟୁ ଓ ଅନ୍ୟ ଜଣେ ଛାତ୍ରୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ୍‌ କମର୍ଦ୍ଦା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଶହେ ଶଯ୍ୟା ବିଶିଷ୍ଟ ସେବାଶ୍ରମ ଛାତ୍ରୀ ନିବାସ ରହିଛି । ଏହି ସେବାଶ୍ରମ ସ୍କୁଲରେ ସମୁଦାୟ ୧୪୦ ଛାତ୍ରୀ ପଢ଼ୁଥିଲା ବେଳେ ସେଥିରୁ ୧୧୦ ଜଣ ଛାତ୍ରୀ ସେବାଶ୍ରମରେ ରହନ୍ତି । ସୋମବାର ଅପରାହ୍ନରେ ୫ମ ଶ୍ରେଣୀରେ ପଢ଼ୁଥିବା ରାଇବଣିଆ ଥାନା ଅନ୍ତର୍ଗତ କାଣ୍ଡରଡିହା ଗ୍ରାମର ମେଘାଇ ହାଁସଦା ଓ ସୀତା ହାଁସଦାଙ୍କ ଝିଅ ଝୁମୁରି (୧୧) ହଠାତ୍‌ ଦୁଇ ଥର ବାନ୍ତି କରି ଅସୁସ୍ଥ ହୋଇପଡ଼ିଥିଲେ । ପ୍ରଧାନ ଶିକ୍ଷକ ତଥା ସେବାଶ୍ରମ ଅଧୀକ୍ଷକ କାଳିଚରଣ ମାରାଣ୍ଡି ଝୁମୁରିକୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ସାଲାଇନ ଦେଇଥିଲେ । ମାତ୍ର ସାଲାଇନ ସରିବା ପରେ ଡାକ୍ତରଙ୍କୁ ନ ଜଣାଇ ଶ୍ରୀ ମାରାଣ୍ଡି ଝୁମୁରିକୁ ସ୍କୁଲକୁ ନେଇ ଚାଲିଆସିଥିଲେ । ସନ୍ଧ୍ୟା ୬ଟାରେ ଝୁମୁରି ଗୁରୁତର ହେବାରୁ ପୁଣି ତାକୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ଥିବା ଦେଖି ଡାକ୍ତର ତାକୁ ବାଲେଶ୍ୱର ମେଡିକାଲ କଲେଜ ହସ୍‌ପିଟାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ରାତି ୯ଟା ୪୫ରେ ଝୁମୁରିର ମୃତ୍ୟୁ ହୋଇଥିଲା । ଏହି ଘଟଣା ଆଜି ସକାଳେ ଜଣାପଡ଼ିଥିଲା । ସେହିପରି ଅନ୍ୟ ଜଣେ ୫ମ ଶ୍ରେଣୀ ଛାତ୍ରୀ ପୁନ୍ତା ମାର୍ଣ୍ଡି (୧୧) ଆଜି ସକାଳେ ବାନ୍ତି କରି ଅସୁସ୍ଥ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହି ଖବର ପ୍ରଚାର ମାତ୍ରେ ରାମଚନ୍ଦ୍ରପୁର ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ସେବାଶ୍ରମକୁ ଘେରାଉ କରିଥିଲେ । ଏହା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ସେବାଶ୍ରମରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରାଜୀବ କୁମାର ସାହୁ ସେବାଶ୍ରମରେ ପହଞ୍ଚିବା ମାତ୍ରେ ଉତ୍ତ୍ୟକ୍ତ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ । ସେବାଶ୍ରମର ରୋଷେଇ ଘରକୁ ପରିଚ୍ଛନ୍ନ ରଖିବା ସହ ଉନ୍ନତ ମାନର ଖାଦ୍ୟପେୟ ଏବଂ ପାଚେରୀ ନିର୍ମାଣ, ଗ୍ରାମ୍ୟ କମିଟି ଗଠନ କରି ସେବାଶ୍ରମର କାର୍ଯ୍ୟକଳାପ ତଦାରଖର ପ୍ରତିଶ୍ରୁତି ଦେବା ପରେ ଡିଡବ୍ଲ୍ୟୁଓ ମୁକୁଳିଥିଲେ । ଦାୟିତ୍ୱରେ ଅବହେଳା କରିଥିବା ସେବାଶ୍ରମ ଅଧୀକ୍ଷକ କାଳିଚରଣ ମାରାଣ୍ଡି, ଦୁଇ ରୋଷେୟା ବନ୍ଦନା ସିଂ, ପାର୍ବତୀ ସିଂ ଏବଂ ମେଟ୍ରନ୍‌ ସୁଷମା ସାହୁଙ୍କୁ ଡିଡବ୍ଲୁଓ ନିଲମ୍ବିତ କରିଛନ୍ତି । ଜଣେ ମହିଳା ଅଧୀକ୍ଷକ ସହ ମାଟ୍ରନ୍‌ ନିଯୁକ୍ତ ହେବେ ବୋଲି ଡିଡବ୍ଲୁଓ ପ୍ରତିଶ୍ରୁତି ଦେଇଛନ୍ତି । ସମ୍ବନ୍ଧିତ ଖବର 1 min read ବିଭିନ୍ନ ଦାବୀ ନେଇ ବିଜେପି ପକ୍ଷରୁ ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ 1/12/2022 at 5:55 PM 1 min read ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଜଳେଶ୍ବରକୁ ସବଡିଭିଜନ ଘୋଷଣା ଦାବି 1/12/2022 at 4:16 PM ମାଲବୁହା ଗାଡ଼ିରେ ଯାଉଛନ୍ତି ପାସେଞ୍ଜର, ଗାଡି ଜବତ 30/11/2022 at 8:39 PM 1 min read ଡିଜେଲ ପିଇ ଦେଢ଼ ବର୍ଷର ଶିଶୁପୁତ୍ରର‌ ମୃତ୍ୟୁ 30/11/2022 at 8:16 PM ଅବ୍ୟବସ୍ଥାରେ ସେରଗଡ଼ ବିଟ ହାଉସ, କର୍ମଚାରୀ ନିଯୁକ୍ତ କରିବାକୁ ଦାବି 30/11/2022 at 7:08 PM ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀଙ୍କୁ କିରୋସିନ ଢାଳି ଜଳିଦେଲା ମଦୁଆ ସ୍ୱାମୀ 30/11/2022 at 2:05 PM ରାଜ୍ୟ ସୁନାପୁର ଇକୋ ରିଟ୍ରିଟ ଉଦଘାଟିତ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ ମାନେଶ୍ୱର ଛକ ନିକଟରେ ପୃଥକ୍ ଦୁର୍ଘଟଣା : ଜଣେ ମୃତ, ୩ ଗୁରୁତର ଅପରାଧ ଲାଇଭ ଷ୍ଟ୍ରିମିଂ ବେଳେ ରାସ୍ତାରେ ବିଦେଶୀ ମହିଳା ୟୁଟ୍ୟୁବ୍‌ରଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ ପରେ ୨ ଗିରଫ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଟ୍ବିଟର୍‌ ଆକାଉଣ୍ଟ ହ୍ୟାକ୍ ସମୁଦ୍ରକୁ ଡେଇଁ ରାଧିକାଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ହୋଟେଲ୍‌ରେ ଚୁଟି ଟାଣି ଅତି ନିର୍ମମ ମାଡ଼ ମାରିଥିଲେ ବାପା ଦେଶ- ବିଦେଶ କୁହୁଡି ଯୋଗୁଁ ପାକିସ୍ତାନରେ ପହଞ୍ଚିଗଲେ ବିଏସଫ୍‌ ଯବାନ,ବୈଠକ ପରେ ପାକ୍ ରେଞ୍ଜର୍ସ ନେଲେ ଏଭଳି ପଦକ୍ଷେପ କୋର୍ଟ ପରିସରରେ ଅର୍ଦ୍ଦଳିଙ୍କ ଅଣ୍ଟାରେ Paytm QR କୋଡ୍ ସ୍କାନର, ଅନ୍‌ଲାଇନ୍‌ରେ ଓକିଲଙ୍କ ଠାରୁ ନେଉଥିଲେ ଟିପ୍‌ସ… ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ମୁଣ୍ଡରେ ୨ କୋଟି ଟଙ୍କାର ପୁରସ୍କାର ରଖିବା ଦାବି,ମୁସେୱାଲାଙ୍କ ବାପା କହିଲେ-ଜମି ବିକ୍ରି କରି ଟଙ୍କା ଦେବି
2022-12-01T12:54:00Z
https://www.prameya.com/student-protest-dur-to-death-of-a-student/
OSCAR-2301
(୦୨/୧୨) ସମସ୍ତେ ଜାଣନ୍ତି ଯେ ରାଜସ୍ୱ ବିଭାଗଦ୍ୱାରା ପ୍ରଦାନ କରାଯାଉଥିବା କୌଣସି ବି ପ୍ରମାଣପତ୍ର ପାଇବାକୁ ହେଲେ ଅନ୍ତତଃପକ୍ଷେ ସାତ ଦିନ ଅପେକ୍ଷା କରିବାକୁ ପଡ଼ିଥାଏ । ଆଉ ସରକାରଙ୍କ ନିୟମ ଅନୁସାରେ ବେଳେବେଳେ ଏହା ଗୋଟିଏ ମାସ ବି ଲାଗି ଯାଇଥାଏ । ତେବେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ତହସିଲଦାର ଡକ୍ଟର ଇପସିତା ପ୍ରିୟଦର୍ଶିନୀ ମିଶ୍ର ଜଣେ ପ୍ରତିଭାବାନ୍ ଛାତ୍ରଙ୍କ ଭବିଷ୍ୟତ ପ୍ରତି ଚିନ୍ତିତ ହୋଇ ଛୁଟି ଦିନରେ ମାତ୍ର ୩ ଘଣ୍ଟା ଭିତରେ ଅନ୍ୟ ପଛୁଆ ବର୍ଗ ପ୍ରମାଣପତ୍ର ପ୍ରଦାନ କରି ଲୋକଙ୍କଠୁ ଏଥିପାଇଁ ଖୁବ୍ ପ୍ରଶଂସା ପାଇଛନ୍ତି । ଜଣେ ଆଲୁମିନିୟମ ବାସନକୁସନ ବେପାରୀଙ୍କ ପୁଅ ବିଧୁ ଭୂଷଣ ନାୟକ ଜାତୀୟ ପ୍ରବେଶ(ନେଷ୍ଟ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଏହା ପରେ ସେ ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଏନଆଇଏସଇଆର) ରୁ ନଭେମ୍ବର ୨୯ ତାରିଖ ରବିବାର ଦିନ ୨ ଟା ସୁଦ୍ଧା ସଦ୍ୟ ଜାରି କରାଯାଇଥିବା ନିଜ ଓବିସି ପ୍ରମାଣପତ୍ର ଦାଖଲ କରି ନାମ ଲେଖାଇବାକୁ ତହିଁ ପୂର୍ବ ଦିନ ଅର୍ଥାତ ୨୮ ତାରିଖ ଦିନ ସେଆମନ୍ତ୍ରଣପତ୍ର ପାଇଥିଲେ ଓ ଯଦି ସେ ଏହା ନ କରନ୍ତି ତେବେ ତାଙ୍କର ନାମ ଲେଖା ବାତିଲ ହୋଇଯିବ ବୋଲି ପତ୍ରରେ ଲେଖାଥିଲା । ତେବେ ସେ ଆଶା ନ ହରାଇ ସ୍ଥାନୀୟ ତହସିଲଦାର ଡକ୍ଟର ଇପସିତା ମିଶ୍ରଙ୍କୁ ରବିବାର ଦିନ ସକାଳ ୯ ଟାରେ ଦେଖା କରିଥିଲେ । ତହସିଲଦାର ଜଣକ ଏହି ଛାତ୍ରଙ୍କ ଗୁହାରି କେବଳ ଶୁଣିଲେ ତାହା ନୁହେଁ, ବରଂ ରବିବାର ଛୁଟି ଦିନ ଥିଲେ ବି ସେ ଦିନ ୧୨ ଟାରେ ଉକ୍ତ ଛାତ୍ରଙ୍କୁ ଓବିସି ପ୍ରମାଣପତ୍ର ପ୍ରଦାନ କରିଥିଲେ, ଯାହାକି ଅନ୍ୟ ତହସିଲଦାରଙ୍କ ନିମନ୍ତେ ଏକ ଉଦାହରଣ ହୋଇଗଲା । ତେବେ ଛାତ୍ରଙ୍କ କହିବାନୁଯାୟୀ ଜନସେବା କେନ୍ଦ୍ରରେ ସେ ବୁଝାବୁଝି କରିବାରୁ ଜାଣିବାକୁ ପାଇଲେ ଯେ, ଏହି ପ୍ରମାଣପତ୍ର ପାଇବାକୁ ଅନ୍ତତଃପକ୍ଷେ ୧୪ ଦିନ ଅପେକ୍ଷା କରିବାକୁ ପଡ଼ିବ, କିନ୍ତୁ ମାତ୍ର ୩ ଘଣ୍ଟା ଭିତରେ ସେ ପାଇଥିବାରୁ ସେ ଓ ତାଙ୍କ ପରିବାର ତହସିଲଦାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ତହସିଲଦାରଙ୍କ କହିବାନୁଯାୟୀ, ଜଣେ ଛାତ୍ରର ଭବିଷ୍ୟତ ପାଇଁ ପ୍ରମାଣପତ୍ରଟିଏ ବହୁ ଗୁରୁତ୍ୱପୂ୍‌ର୍ଣ୍ଣ ଓ ସରକାରୀ ଚାକିରୀରେ ଛୁଟିଦିନ ବୋଲି କିଛି ନାହିଁ । ତେବେ ସେ ଏହା ପୂର୍ବରୁ ମଧ୍ୟ ଅନେକ ଛାତ୍ରଙ୍କୁ ଅତି କମ ସମୟ ମଧ୍ୟରେ ଏସବୁ ପ୍ରମାଣପତ୍ର ଦେଇଥିବା ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ତେବେ ରାଜ୍ୟରେ ଥିବା ଅନ୍ୟ ତହସିଲଦାରମାନେ ବି ତହସିଲଦାର ଇପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପରି ହେଲେ, ଅଯଥାରେ ବିଭିନ୍ନ କାର୍ଯ୍ୟ ପାଇଁ ହଇରାଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ଟିକିଏ ତ୍ରାହି ମିଳି ଯାଆନ୍ତା । Advertisement WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : [email protected]
2022-11-26T22:18:27Z
https://nabodaya.in/ganjam-tahasildar-set-an-exemplary-issueing-caste-certificate-to-a-student-within-3-hours-on-holidy/
OSCAR-2301
ଆମର ଶାସ୍ତ୍ରରେ ଅନେକ ପ୍ରକାର କଥା ବିଷୟରେ କୁହାଯାଉଛି । ଯାହାକୁ ନେଇ କରି ଆମେ ମାନେ ଆମର ଜୀବନ ବିତାଇଥାଉ । ଅର୍ଥାତ ଶାସ୍ତ୍ର ଅନୁସାରେ ଆମେ ମାନେ ଅନେକ ପ୍ରକାର କାମ କରିଥାଉ । ଯେତେବେଳେ କୌଣସି ପିଲା ଜନ୍ମ ହୋଇଥାଏ ତେବେ ତାହାର ନାମକରଣ କରାଯାଏ । ଏପରି ନାମକରଣ କରିବା ପାଇଁ ଆମେ ମାନେ କୌଣସି ଜ୍ୟୋତିଷ ବା ପଣ୍ଡିତ ମାନଙ୍କ ପାଖକୁ ଯାଇଥାଉ । ତେବେ ପିଲାର ନାମର ପ୍ରଥମ ଅକ୍ଷର ତାର ପାଇଁ ବହୁତ ମାନେ ରଖିଥାଏ । ଏଥିପାଇଁ ପ୍ରତ୍ୟେକ ପିତା ମାତା ପିଲାର ନାମ ଭାବିଚିନ୍ତି କରି ଦେଇଥାନ୍ତି । କାରଣ ନାମର ପ୍ରଥମ ଅକ୍ଷର ପିଲା ମାନଙ୍କ ପାଇଁ ବହୁତ ହିଁ ମହତ୍ତ୍ୱ ରଖିଥାଏ । ଜଣେ ପିଲାର ନାମର ପ୍ରଥମ ଅକ୍ଷରରୁ ବା ନାମରୁ ଆମେ ମାନେ ଜାଣିପାରିଥାଉ କି ତାହାର ସ୍ୱଭାବ , ଚରିତ୍ର କିପରି ହୋଇଥିବ । ସେ ଗୁରୁଜନ ମାନଙ୍କୁ କିପରି ସମ୍ମାନ ପ୍ରଦାନ କରୁଥିବ । ଏହା ସହିତ ମଧ୍ୟ ନାମର ପ୍ରଥମ ଅକ୍ଷରରୁ ଜାଣିହେବ କି ତାହାର କୋତେଟି ପିଲା ହେବ ବୋଲି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି ଏକ କଥା ବିଷୟରେ କହିବୁ କି ନାମର ପ୍ରଥମ ଅକ୍ଷର କଣ ଥିଲେ ତାହାର କେତୋଟି ପିଲା ହେବ । ଏହା ସହିତ ତାର ସ୍ୱଭାବ କିପରି ହେବ ବୋଲି ।ଜ୍ୟୋତିଷ ଶାସ୍ତ୍ରରୁ ଆମେ ମାନେ ଅନେକ କଥା ଆମ ବିଷୟରେ ଜାଣିବାକୁ ଚାହୁଁ । ଏହା ବ୍ୟତୀତ ଆମେ ମାନେ ଆମର ହାତ କୌଣସି ଜ୍ୟୋତିଷ ବା ପଣ୍ଡିତ ମାନଙ୍କୁ ଦେକାଉ କି ଆମର ଆଗାମୀ ଭବିଷ୍ୟତରେ କମ ହେବ । ତେବେ ତାହା ଦ୍ୱାରା ସଠିକ ଭାବରେ ଜାଣିପାରୁନି ମାତ୍ର ଟିକେ ଟିକେ ତାହା ବିଷୟରେ ଜାଣୁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । 1–A , S , M , D ଏହି ନାମର ବ୍ୟକ୍ତି ମାନେ ସ୍ୱଭାବ ଭଲ ହୋଇଥାଏ ମାତ୍ର ଏହି ନାମର ବ୍ୟକ୍ତି ଜିଦଖୋର ପ୍ରକୃତିର ହୋଇଥାନ୍ତି । କେତେଲୋକ ଏମାନଙ୍କୁ ବୁଝିପାରନ୍ତି ନାହିଁ ପରିବାରକୁ ବୁଝିବାରେ ସବୁଠାରୁ ଭଲ ଯୋଗ୍ୟତା ଏମାନଙ୍କର ଥାଏ ଏମାନେ ସବୁବେଳେ ନିଜର ରହଂନ ଶୀଳକୁ ଭଲ ବନେଇବା ପାଇଁ ଚେଷ୍ଟ କରିଥାନ୍ତି ଏମାନଙ୍କର ଜାତକରେ ଦୁଇଟି ଛୁଆ ହେବାର ଯୋଗ ଥାଏ । 2–I , J , G , K Related Posts jitu das amrutabani – ତୁଳସୀ ପୂଜା ଭୁଲରେ ବି କରିବେ ନାହିଁ… Nov 10, 2022 ଯାଦୁ, କାଛୁ, କୁଣ୍ଡିଆ ( Fungal Infection ) ସବୁଦିନ ପାଇଁ ଭଲ… Aug 30, 2022 ପାଦ ଯନ୍ତ୍ରଣା ( Heel Pain ) ହେଲେ କ’ଣ କରିବେ ? | Dr. Prabha SP Aug 25, 2022 ଏହି ନାମର ବ୍ୟକ୍ତି ମାନେ ବହୁତ ମଜାଳିଆ ସ୍ୱଭାବର ହୋଇଥାନ୍ତି । ଏଏମାନେ ନିଜ ପାଠ ପ୍ରତି ବହୁତ ଧ୍ୟାନ ଦେଇଥାନ୍ତି । ଏମାନଙ୍କୁ ସମସ୍ତେ ବହୁତ ଭଲ ପାଇବା ମଧ୍ୟ ଦେଇଥାନ୍ତି । ଏମାନଙ୍କର ଲକ୍ଷ୍ୟ ବହୁତ ବଡ଼ ହୋଇଥାଏ । ଏହି ଅକ୍ଷରର ଲୋକମାନଙ୍କର ଜାତକରେ ତିନୋଟି ଛୁଆ ହେବାର ଯୋଗ ଥାଏ । 3–P , B , N , C ଏହି ନାମର ବ୍ୟକ୍ତି ମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ମାତ୍ର ଯେତେବେଳେ ରାଗନ୍ତି ସେତେବେଳେ କାହାର କଥା ମାନ୍ତି ନାହିଁ । ଏମାନେ ସର୍ବଦା ନ୍ୟାୟରେ ରହିତାନ୍ତି । ଦେଖିବାକୁ ବହୁତ ଆକର୍ଷିତ ଆଉ ସୁନ୍ଦର ହୋଇଥାନ୍ତି । ସମସ୍ତଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତଥାନ୍ତି ଏମାନେ ବହୁତ ଯତ୍ନବାନ ହୋଇଥାନ୍ତି । ଏମାନଙ୍କର ଜାତକରେ ଦୁଇଟି ଛୁଆ ହେବ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ଜାଣନ୍ତୁ ନୂଆବର୍ଷ 2021 ରେ ମିଥୁନ ରାଶି ପାଇଁ କଣ ରହିବ ଶୁଭ ଏବଂ ଅଶୁଭ ! ମିଥୁନ ରାଶିର ବ୍ୟକ୍ତିବିଶେଷ ନିଶ୍ଚିତ ଜାଣନ୍ତୁ….
2022-11-30T23:02:51Z
https://live43today.com/e-hi-name-ra-bu-y-ka-ti-man-ka/
OSCAR-2301
ମାତ୍ରା ଏକ ଥର ବିନିଯୋଗ କରନ୍ତୁ ଏତିକି ଟଙ୍କା ,ମାସ କୁ ମିଳିବ ୩୬ ହଜାର ଟଙ୍କା।ତେବେ ବିଶ୍ୱାସ ହେଉ ନଥିଲେ ବି ଏହା ସତ୍ୟ ଅଟେ।ଗ୍ରାହକ ଙ୍କ ସୁରକ୍ଷା ପାଇଁ ଭାରତୀୟ ଜୀବନ ବୀମା ନିଗମ ସବୁବେଳେ କିଛି ନା କିଛି ନୂଆ ତଥା ଆକର୍ଷଣୀୟ ଇନ୍ସୁରାନ୍ସ ପ୍ଲାନ ଆଣି ଥାଏ।ନିକଟରେ ଏଲାଇସି ଏକ ସ୍ୱତନ୍ତ୍ର ପ୍ଲାନ ଲଞ୍ଚ କରିଛି। ଯେଉଁ ଥିରେ ଥରେ ମାତ୍ର ଟଙ୍କା ଲଗାଇ ସାରା ଜୀବନ ଟଙ୍କା ଆୟ କରିବାର ଯୋଜନା ରଖା ଯାଇଛି। ତେବେ ଏଲାଇସି ର ଏହି ବିଶେଷ ପ୍ଲାନ ର ନାଁ ରହିଛି ‘ଜୀବନ ଅକ୍ଷୟ’।କିଛି ଦିନ ପାଇଁ LIC ଏହାକୁ ବନ୍ଦ କରି ଦେଇ ଥିବା ବେଳେ ଏବେ ପୁଣି ଆରମ୍ଭ କରିଛି। ଯଦି ଆପଣ ବୃଦ୍ଧାବସ୍ତା ରେ ପେନସନ ର ଆଶା ରଖୁଛନ୍ତି ତେବେ ଆପଣ ଚାହିଁଲେ ଏଲାଇସି ର ଏହି ପ୍ଲାନ ର ସୁବିଧା ଉଠାଇ ପାରିବେ।ଆପଣ ଚାହିଁଲେ ଏହି ଯୋଜନା କୁ ଉଭୟ ଅନଲାଇନ ଓ ଅଫଲାଇନ ରେ କିଣି ପାରିବେ।ଏବେ ଆସନ୍ତୁ ଜାଣିବା ଏଲାଇସି ର ଏହି ନୂତନ ପ୍ଲାନ ବିଷୟରେ। ଏଲାଇସି ର ଏହି ନୂତନ ପ୍ଲାନ ର ନାଁ ରହିଛି ‘ଜୀବନ ଅକ୍ଷୟ ସାଥ ପ୍ଲାନ ନମ୍ବର ୭୭୮’।ଏହି ସିଙ୍ଗେଲ ପ୍ରିମୀୟମ ବିଶିଷ୍ଟ ଅଣ ଲିଙ୍କ ଅଂଶଗ୍ରହଣକାରୀ ଏବଂ ବ୍ୟକ୍ତିଗତ ବାର୍ଷିକ ଯୋଜନା।ତେବେ ଭାରତୀୟ ଜୀବନ ବୀମା ନିଗମ ର ଏହି ପଲିସି ଚଳିତ ବର୍ଷ ଅଗଷ୍ଟ ୨୫ ତାରିଖ ରୁ ଆରମ୍ଭ ହୋଇଛି। ଏଲାଇସି ର ଏହି ପ୍ଲାନ ଟି ୩୦ ରୁ ୮୫ ବର୍ଷର ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ।ସେହିପରି ଏଲାଇସି ର ଏହି ପଲିସି ରେ ଆପଣ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ନିବେଶ କରି ପାରିବେ ଏବଂ ସର୍ବାଧିକ ନିବେଶ ର କୌଣସି ସୀମା କମ୍ପାନୀ ତରଫରୁ ଧାର୍ଯ୍ୟ କରା ଯାଇ ନାହିଁ। Related Posts ସ୍ଵାମୀଙ୍କୁ ଅପମାନ କଲେ କେଉଁ ପାପ ହୁଏ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II… ଦେଖନ୍ତୁ viral ଭିଡ଼ିଓ- ଭେଣ୍ଡିଆ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ପୁରା… ଦେଖନ୍ତୁ ଆଧୁନିକ ସଂକୀର୍ତ୍ତନ…ପ୍ରଥମ ଗୀତରୁ ହେଲା ଝିଅ ଉପରକୁ ନୋଟ୍… ତେବେ ଏଲାଇସି ର ଏହି ପ୍ଲାନ କୁ ଆପଣ ମାସିକିଆ,ତିନି ମାସିଆ ,ଛଅ ମାସିଆ ଏବଂ ବର୍ଷକ ପାଇଁ ବାର୍ଷିକ ମୋଡ଼ ରେ କିଣି ପାରିବେ।ଏଥିରେ ଗ୍ରାହକ ଙ୍କୁ ବାର୍ଷିକ ସର୍ବନିମ୍ନ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ।ଏହି ପଲିସି ରେ ଯଦି ଜଣେ ୪୫ ବର୍ଷ ର ବ୍ୟକ୍ତି ୭୦ ଲକ୍ଷ ଟଙ୍କା ସୁନିଶ୍ଚିତ ବିକଳ୍ପ ଚୟନ କରନ୍ତି ତାହେଲେ ତାଙ୍କୁ ୭୧ ଲକ୍ଷ ୨୬୦୦୦ ଟଙ୍କା ପ୍ରିମୀୟମ ଦେବାକୁ ପଡ଼ିବ।ଏହି ନିବେଷ ପରେ ତାଙ୍କୁ ମାସିକ ୩୬ ହଜାର ୪୨୯ ଟଙ୍କା ପେନସନ ମିଳିବ। ସେହିଭଳି ଏହି ପଲିସି ରେ ଗୋଟିଏ ହିଁ ପରିବାର ରୁ ଦୁଇ ଜଣ ସଦସ୍ୟ ସ୍ୱାମୀ ସ୍ତ୍ରୀ କିମ୍ବା ଭାଇ ଭଉଣି ମଧ୍ୟରେ ଯଏଣ୍ଟ ଲାଇଫ ରେ କିଣି ପାରିବେ।ତେବେ କୌଣସି ବି ବାର୍ଷିକ ଯୋଜନା ରେ ନିବେଶ କରା ଯାଇ ଥିବା ଅର୍ଥ ରାଶି ଉପରେ ସୁଧ ଲଗାଇ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଆୟ ମିଳି ଥାଏ।ଏହି ଯୋଜନା ରେ ପ୍ରତି ମାସ ଆପଣ ରୋଜଗାର ମଧ୍ୟ କରି ପାରିବେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 601 Share FacebookTwitterGoogle+ReddItWhatsAppPinterestEmail Prev Post ଝିଅ ମାନଙ୍କ ଶୋଇବା ଶୈଳୀ ରୁ ଜାଣନ୍ତୁ ସେମାନଙ୍କୁ କିପରି ପୁଅ ପସନ୍ଦ ଅଟନ୍ତି ଏବଂ ସେମାନଙ୍କ personality କିପରି Next Post ଶୁଣନ୍ତୁ ଭାଇରାଲ ଅଡିଓ Recording ! ଦେଖନ୍ତୁ ହାରିଯିବା ପରେ ବେଣୁ ମଉସା ଙ୍କ ଏହି ଅଡିଓ Recording ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…..
2022-11-28T08:51:13Z
https://news40daily.com/index.php/lic-ra-diwali-offer-matra/
OSCAR-2301
ଭୁବନେଶ୍ବର () ଓଡ଼ିଶାରେ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ବ୍ୟାପକ କରିବା ପାଇଁ ଅଧିକ ସଂଖ୍ୟକ ବ୍ୟାଙ୍କ, ବିଶେଷ କରି ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌ ଖୋଲିବା ଆବଶ୍ୟକ । ଏହା ଋଣ ପ୍ରଦାନରେ ସହାୟକ ହେବା ସହ ଗ୍ରାମାଞ୍ଚଳର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଶାଖା ଖୋଲିବା ପାଇଁ ଆବଶ୍ୟକୀୟ ସ୍ଥାନ, ଗୃହ, ଭିସାଟ୍‌ ଯୋଗଯୋଗ, ବିଦ୍ୟୁତ ସଂଯୋଗ ଆଦି ଯୋଗାଇଦେବେ ବୋଲି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ଆଜି ଅପରାହ୍ନରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ୧୫୧ତମ ବୈଠକରେ ଯୋଗଦେଇ ସେ କହିଲେ ଯେ ୧୪୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ନିଷ୍ପତ୍ତି କ୍ରମେ ୧୪୭୪ଟି ଗ୍ରାମପଞ୍ଚାୟତର ୫ କିମି ବ୍ୟାସାର୍ଦ୍ଧ ମଧ୍ୟରେ କୌଣସି ପ୍ରକାର ସୁବିଧା ନଥିବା ପଞ୍ଚାୟତ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦୫୮ଟି ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌ ଖୋଲାଯାଇଛି । ଅବଶିଷ୍ଟ ୪୧୬ଟି ଗ୍ରାମପଞ୍ଚାୟତରେ ୨୦୧୯ ମାର୍ଚ୍ଚ ପୂର୍ବରୁ ବାଙ୍କ ସୁବିଧା ଯୋଗାଇବା ପାଇଁ ସେ କହିଥିଲେ । ଏହି ଅବସରରେ ସେ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌ର ଅତିରିକ୍ତ ସଚିବ(ଫାଇନାନ୍ସ ଇନ୍‌କ୍ଲୁଜନ୍‌) ଦେବାଶିଷ ପଣ୍ଡାଙ୍କ ଓଡ଼ିଶାରେ ବ୍ୟାଙ୍କିଙ୍ଗ ନେଟ୍‌ୱାର୍କରେ ଥିବା ଅସନ୍ତୁଳନକୁ ଦୂର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ କୃଷି ଋଣ ଉପଲବ୍ଧ କରାଇବା ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ପାଇଁ ଥିବା କ୍ରେଡିଟ୍‌ ଗ୍ୟାରେଣ୍ଟି ବ୍ୟବସ୍ଥା ଅନୁରୂପ କୃଷକମାନଙ୍କ ନିମନ୍ତେ ଋଣ ପ୍ରଦାନ ବ୍ୟବସ୍ଥା କରିବା କରାଗଲେ କୃଷକମାନଙ୍କୁ ମଧ୍ୟ ସହଜରେ ଋଣ ମିଳିପାରିବ । ଏହାଦ୍ବାର କୃଷି କ୍ଷେତ୍ରରେ ନିବେଶ ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ । ଅର୍ଥ ମନ୍ତ୍ରୀ କହିଲେ ଯେ, ଜିଲ୍ଲା ଓ ଉପଖଣ୍ଡରେ କାର୍ଯ୍ୟ କରୁଥିବା ସ୍ବଳ୍ପ ସଂଚୟ ଅଧିକାରୀଙ୍କୁ ସେମାନଙ୍କ ସ୍ତରରେ ଆର୍ଥିକ ଅନ୍ତର୍ଭୁକ୍ତି ଓ ଡିଜିଟାଲ ପେମେଣ୍ଟକୁ ବ୍ୟାପକ କରିବା ଦିଗରେ କାର୍ଯ୍ୟ କରିବା ପାଇଁ କୁହାଯାଇଛି । ସେମାନେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାଙ୍କ ଓ ବୀମା ସୁବିଧାର ଉପଯୋଗ ଆଦି ବିଷୟ ଉପରେ ଆର୍ଥିକ ସଚେତନତା ସୃଷ୍ଟି କରିବେ । ଏହି ଅଧିକାରୀମାନଙ୍କୁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଗଲେ ତାହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଗତ ୨୦୧୭-୧୮ ବର୍ଷରେ ବ୍ୟାଙ୍କମାନଙ୍କ ଦ୍ବାରା ବାର୍ଷିକ ଋଣ ଯୋଜନାରେ ୬୦ ହଜାର କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଥିବାବେଳେ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ ୭୧ ହଜାର ୪୨୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କର୍ସ ଏବଂ ସଂପୃକ୍ତ ସରକାରୀ ବିଭାଗଗୁଡ଼ିକ ଆର୍ଥିକ ବର୍ଷ ଆରମ୍ଭରୁ ମିଳିତ ପ୍ରୟାସ କରିବା ପାଇଁ ଅର୍ଥ ମନ୍ତ୍ରୀ କହିଥିଲେ । ଅଗ୍ରାଧିକାର କ୍ଷେତ୍ରରେ ଋଣ ପରିମାଣ ମୋଟ ଋଣର ୨.୯୭ ପ୍ରତିଶତ ହ୍ରାସ ପାଇଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ । ୭ଟି ଜିଲ୍ଲାରେ ଋଣ ଜମା ଅନୁପାତ ୪୦ ପ୍ରତିଶତରୁ କମଥିବା ଚିନ୍ତାଜନକ ବୋଲି ସେ କହିଥିଲେ । ସରକାରୀ ଓ ବେସରକାରୀ ବ୍ୟାଙ୍କମାନଙ୍କ ପକ୍ଷରୁ କୃଷି କ୍ଷେତ୍ରରେ ଋଣ ଏବଂ ମୁଦ୍ରା ଋଣ ଯୋଗାଣ ଉତ୍ସାହପ୍ରଦ ନୁହେଁ ବୋଲି ମଧ୍ୟ ସେ କହିଥିଲେ । ଏହି ବୈଠକରେ ଅତିରିକ୍ତ ସଚିବ(ଫାଇନାନ୍ସ ଇନ୍‌କ୍ଲୁଜନ୍‌) ଶ୍ରୀ ପଣ୍ଡା କହିଲେ ଯେ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କ ଋଣର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାବେଳେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ପ୍ରଦାନ କରି କୃଷକମାନଙ୍କର ଆୟ ବୃଦ୍ଧି କରାଯାଇପାରିବ । ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ କୃଷି ଓ ଆନୁଷଙ୍ଗିକ ତଥା ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ବୃଦ୍ଧି କରିବା ପାଇଁ କହିଥିଲେ । ସେ ଶସ୍ୟବୀମା ଯୋଜନା ରାଶି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ କୃଷି ଉକ୍ସଊାଦନ କମିଶନର ଗଗନ ଧଳ, ଏମ୍‌ଏମ୍‌ଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା, ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଏମ୍‌.କେ. ମଲ, ନାବାର୍ଡର ସିଜିଏମ୍‌ କେ.ସି. ପାଣିଗ୍ରାହୀ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ରଜିର୍ଭ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଏବଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । Share ← ଆସନ୍ତାକାଲି ଭାରତ-ଇଂଲଣ୍ଡ ଦ୍ବିତୀୟ ଟି-20 ଶ୍ରୀମନ୍ଦିର ବ୍ୟବସ୍ଥାରେ ହେବ ପରିବର୍ତ୍ତନ! → You May Also Like ମହଙ୍ଗା ଭତ୍ତା ପରେ କମିଲା ଜିପିଏଫର ସୁଧ ହାର May 6, 2020 admin 0 ମାନବାଧିକାର କମିଶନ ପାଇଁ ନାମ ସୁପାରିସ December 19, 2018 admin 0 ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା August 18, 2018 admin 0 Leave a Reply Cancel reply Your email address will not be published. Required fields are marked * Comment Name * Email * Website Save my name, email, and website in this browser for the next time I comment. Please enter an answer in digits: five × two = News Latest ରାଜ୍ୟ ସୁକିନ୍ଦାରେ ୧୦କୋଟି ବ୍ୟୟ ଅଟଳରେ ଦୁଇଟି ମେଘା ପ୍ରକଳ୍ପ ଶିଳାନ୍ୟାସ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ November 28, 2022 admin 0 ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଦୁଇଟି ମେଘା ପ୍ରକଳ୍ପ ର ଶିଳାନ୍ୟାସ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେ଼ଇ ।ସୁକିନ୍ଦା Share Latest ରାଜ୍ୟ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ପ୍ରସ୍ତୁତି ଆରମ୍ଭ November 27, 2022 admin 0 Latest ରାଜ୍ୟ କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ November 27, 2022 admin 0 Latest ଜାତୀୟ ଅଧିକ ଲୁଣ ଖାଇବା ହୋଇପାରେ ମାରାତ୍ମକ ରୋଗର କାରଣ:ଜାଣନ୍ତୁ November 27, 2022 admin 0 Latest ରାଜ୍ୟ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ, ଅନୁଧ୍ୟାନ ପାଇଁଁ ପୁରୀରେ ଏଏସଆଇ ବୈଷୟିକ ଟିମ୍ November 27, 2022 admin 0 Latest ରାଜ୍ୟ ସୋଆର ଷ୍ଟାନ୍‌ଫୋର୍ଡ ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା November 25, 2022 admin 0 Health Business Health ରାଜ୍ୟ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ November 28, 2022 admin 0 ବୁର୍ଲା: ପଶ୍ଚିମ ଓଡ଼ିଶାର ବିଦ୍ୟୁତ ବଂଟନ ୟୁଟିଲିଟି ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍‌) ପକ୍ଷରୁ ସାମାଜିକ ଦାୟିତ୍ୱବୋଧର ଅଂଶସ୍ୱରୂପ ଏହାର ସମ୍ବଲପୁର ସର୍କଲ ବୁର୍ଲା Share Health Latest ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଓଡିଶା ରଚିଲା ଇତିହାସ December 15, 2021 admin 0 Health Latest ରାଜ୍ୟ ରାଜ୍ୟ ୭୭ ପ୍ରତିଶତ ଲୋକଙ୍କ ଚିକିତ୍ସା ବୋଝ ଦୂର ହେବ November 26, 2021 admin 0 Health Latest ରାଜ୍ୟ ସମରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର November 16, 2021 admin 0 About Us www.odisha24.com is a digital form of news and information dissemination. We want to give our viewers detailed analysis and perspectives on the world around us. It is a product of our commitment to make changes in the mindset of the people and the administration on every front of the society that affects us. We believe strongly that we can and must do things differently. Our aim is to bring viewers news, perspectives and knowledge to prepare our society to change the world. We believe information is a powerful driver for a bright tomorrow.
2022-11-28T09:12:11Z
https://www.odisha24.com/state/odisha-stressed-on-more-bank-branches-in-rural-areas/
OSCAR-2301
() କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରୋଚକ ହେବାରେ ଲାଗିଛି। ସାଂସଦ ଶଶୀ ଥରୁର ଏହି ନିର୍ବାଚନ ପାଇଁ ନାମାଙ୍କନର ପ୍ରଥମ ଦିନରେ ହିଁ ଫର୍ମ ସଂଗ୍ରହ କରି ସାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଜଣା ପଡୁଛି, ସାଂସଦ ଥରୁର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ହେବାକୁ ଯାଉଛି ଜବରଦସ୍ତ ଲଢେଇ। ଥରୁର ଲଢେଇ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଥିବା ପରି ମନେ ହେଉଛି। କିନ୍ତୁ ଥରୁରଙ୍କ ପାଇଁ ନିର୍ବାଚନ ଜିତିବା ଏତେ ସହଜ ପରି ମନେ ହେଉନାହିଁ। ଗେହଲଟଙ୍କୁ ଏହି ପଦରେ ବସାଇବାକୁ ସୋନିଆ ତଥା ଗାନ୍ଧୀ ପରିବାର ପକ୍ଷରୁ ପରୋକ୍ଷରେ ସବୁଜ ସଂକେତ ଦିଆଯାଇଛି। ତେବେ ଏହି ନିର୍ବାଚନ ଦୌଡରେ ଅନେକଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ। ନାମାଙ୍କନ ଦାଖଲର ଆଜି ଦ୍ବିତୀୟ ଦିନ। ପ୍ରଥମ ଦିନରେ ସାଂସଦ ଶଶୀ ଥରୁର ନାମାଙ୍କନ ଫର୍ମ ସଂଗ୍ରହ କରିସାରିଛନ୍ତି। କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏହି ଦୌଡରେ ସର୍ବାଗ୍ରରେ ରହିଛନ୍ତି। କାରଣ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତଥା ଗାନ୍ଧୀ ପରିବାରର ଅତି ନିକଟତର ଓ ବିଶ୍ବସ୍ଥ ହେଉଛନ୍ତି ଗେହଲଟ। ଏହି ପଦରେ ଗେହଲଟ ବସିଲେ ଗୋଟିଏ ତୀରରେ ଅନେକ ଶିକାର କରିବ ଗାନ୍ଧୀ ପରିବାର। ନିଜ ପ୍ରତିଶ୍ରୁତି ଅନୁଯାୟୀ ଜଣେ ଅଣଗାନ୍ଧୀ ଏହି ସର୍ବପୁରାତନ ଦଳର ଭାର ବହନ କରିବେ, ଦଳରେ ଏବେ ମଧ୍ୟ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ବଳବତ୍ତର ଥିବା ଦର୍ଶାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କି, ଏହି ପରିବାର ନିଜ ଅକ୍ତିଆରରେ ରଖିବ ଦଳକୁ। ଗାନ୍ଧୀ ପରିବାର ନିୟନ୍ତ୍ରଣରେ ରହିବ ପଦ ଓ ରହିବେ ପଦାଧିକାରୀ। ଯେମିତି ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ମଧ୍ୟ ଦେଶ ଶାସନ କଳର ସମସ୍ତ ନୀତି ନିଷ୍ପତ୍ତି ଗାନ୍ଧୀ ପରିବାର ନିକଟରେ ରହିଥିଲା। ସେମିତି ଗେହଲଟ ଅଧ୍ୟକ୍ଷ ହେବେ ସିନା କିନ୍ତୁ ଦଳର କମାଣ ରହିବ ଗାନ୍ଧୀ ପରିବାର ନିକଟରେ। ସେପଟେ ଗାନ୍ଧୀ ପରିବାର ପ୍ରତି ନିଜ ବିଶ୍ବସନୀୟତା ପ୍ରତିପାଦନ କରିବାକୁ ବହୁ କଂଗ୍ରେସ ନେତା ଆଖି ବୁଜି ଗେହଲଟଙ୍କୁ ଭୋଟ ଦେବେ। କେରଳର କଂଗ୍ରେସ ସାଂସଦ କନ୍ନୋଥ ମୁରଲିଧରନ ମଧ୍ୟ ସେହି ଦିଗରେ ସଙ୍କେତ କରିଛନ୍ତି। ମୁରଲିଧରନ କହିଲେ, ଦଳର ସର୍ବୋଚ୍ଚ ପଦ ନିର୍ବାଚନରେ କେହି ବି ଭାଗ ନେଇପାରିବେ। କିନ୍ତୁ ଗେହଲଟଙ୍କ ବିଜୟ ସମ୍ଭାବନା ଆଡକୁ ସଙ୍କେତ କରି କହିଛନ୍ତି କି, ଗେହଲଟ ଖୋଲାଖୋଲି କହିଛନ୍ତି ଯେ, ନେହରୁ- ଗାନ୍ଧୀ ପରିବାରର ସମର୍ଥନ ତାଙ୍କୁ ରହିଛି। ଏପରି ସ୍ଥଳେ ଯଦି ସେ ନାମାଙ୍କନ ଦାଖଲ କରନ୍ତି ତେବେ ଆମର ଭୋଟ ଗେହଲଟଙ୍କୁ ହିଁ ଯିବ। ସେ ଜଣେ ବରିଷ୍ଠ ବ୍ୟକ୍ତି, ତାଙ୍କ ନିକଟରେ ବହୁ ଅଭିଜ୍ଞତା ରହିଛି ଏହି ପଦକୁ ସମ୍ଭାଳିବାକୁ। ତେବେ ମୁରଲିଧରନ ଆଗକୁ ଆହୁରି କହିଦେଲେ କି, ରାହୁଲ ଗାନ୍ଧୀ ହିଁ ଦଳର ନେତୃତ୍ବ ନେବେ, କିନ୍ତୁ କୌଣସି ପଦରେ ରହିବେ ନାହିଁ। ଗାନ୍ଧୀ ପରିବାରର ନିକଟତର ତଥା ବିଶ୍ବସ୍ଥ ଥିବା ନେତାମାନେ ଥରୁରଙ୍କୁ ସେମାନଙ୍କ ମତ ଦେବେ ନାହିଁ। ଏହି ଶ୍ରେଣୀରେ ଅନେକ ରହିଛନ୍ତି। ଏହା ବ୍ୟତୀତ ଥରୁର ହେଉଛନ୍ତି କଂଗ୍ରେସର ବାଗି କୁହାଯାଉଥିବା ଜି-୨୩ ଶ୍ରେଣୀର। ଏମାନଙ୍କ ବିରୋଧରେ ଦଳ ଭିତରେ ଏକ ଅସହିଷ୍ଣୁତା ସୃଷ୍ଟି ହୋଇଛି। ଏସବୁ ସତ୍ତ୍ବେ କିନ୍ତୁ ନାମାଙ୍କନର ପ୍ରଥମ ଦିନରେ ଥରୁର ନାମାଙ୍କନର ୫ଟି ସେଟ ସଂଗ୍ରହ କରିଛନ୍ତି। ଶନିବାର ଦିନ ଥରୁରଙ୍କ ପ୍ରତିନିଧି ଦିଲ୍ଲୀରେ ପହଞ୍ଚିଥିଲେ। ସେ କଂଗ୍ରେସ ନିର୍ବାଚନ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କୁ ଭେଟି ଥରୁର ଦେଇଥିବା ଚିଠି ଦେଇଥିଲେ, ଯେଉଁଥିରେ ଥରୁର ୫ଟି ସେଟ ଫର୍ମ ମଗାଇଥିଲେ। ବର୍ତ୍ତମାନର ଚିତ୍ରପଟ୍ଟରୁ ଜଣାପଡୁଛି ଅଧ୍ୟକ୍ଷ ପଦ ପାଇଁ ଥରୁର ଓ ଗେହଲଟଙ୍କ ମଧ୍ୟରେ ଲଢେଇ ହେବାକୁ ଯାଉଛି। କାରଣ ଗେହଲଟ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପରେ ସ୍ପଷ୍ଟ କରିଦେଇଥିଲେ କି, ସେ ଏହି ନିର୍ବାଚନ ଲଢିବେ। ତାଙ୍କ ଅନୁଯାୟୀ, ନେହରୁ ଗାନ୍ଧୀ ପରିବାରରୁ କେହି ପ୍ରାର୍ଥୀ ହେବେ ନାହିଁ ଅଧ୍ୟକ୍ଷ ନିର୍ବାଚନରେ। ତେବେ ଆଉ କିଛି ନାଁ ମଧ୍ୟ ଏହି ଦୌଡରେ ରହିଛି। ଚର୍ଚ୍ଚା ହେଉଛି କି, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଅଛନ୍ତି। ଏହା ବ୍ୟତୀତ, ମୁକୁଲ ବାସନିକ ଓ ପୃଥିରାଜ ଚୌହାନଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଆହୁରି ମଧ୍ୟ ଶୁଣାବାକୁ ମିଳୁଛି କି, କଂଗ୍ରେସ ସାଂସଦ ମନୀଷ ତିୱାରୀ ମଧ୍ୟ ନାମାଙ୍କନ ଭରି ପାରନ୍ତି। ପୂର୍ବରୁ ଦିଗବିଜ ସିଂହ ଏହି ପଦ ପାଇଁ ଆଶାୟୀ ଥିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ସିଂହ। ସେ କହିଛନ୍ତି, ମୁଁ ଆଗରୁ ମଧ୍ୟ ସ୍ପଷ୍ଟ କରିସାରିଛି କି, ଏହି ପଦ ପାଇଁ ମୋର କୌଣସି ଆନ୍ତରିକତା ନାହିଁ। ବିଭିନ୍ନ ନାମକୁ ନେଇ ଚାଲିଥିବା ଚର୍ଚ୍ଚା ପରେ ଏହା ସ୍ପଷ୍ଟ ହୋଇଛି କି, ଚଳିତ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଜୋରଦାର ହେବାକୁ ଯାଉଛି। ଯଦି ଏହା ହୁଏ ତବେ ସ୍ବାଧୀନତା ପରେ ଏହା ଚତୁର୍ଥ ଥର ହେବ, ଯେତେବେଳେ କଂଗ୍ରେସର ଏହି ସର୍ବୋଚ୍ଚ ପଦ ପାଇଁ ନିର୍ବାଚନ ହେବ। ୨୪ ବର୍ଷ ପରେ ଗାନ୍ଧୀ ପରିବାରର କେହି ଅଧ୍ୟକ୍ଷ ପଦରେ ଆସିନ୍ନ ହେବେ ନାହିଁ। ଶେଷ ଧର ପାଇଁ ସୀତାରାମ କେସରୀ ଦଳର ଗୁରୁ ଦାୟିତ୍ବ ନେଇଥିଲେ। ୧୩୭ ବର୍ଷର କଂଗ୍ରେସ ଇତିହାସରେ ୪ ଥର ନିର୍ବାଚନ ହୋଇଛି। ୧୯୩୯ରେ ପ୍ରଥମ ଥର ସୁବାଷ ଚନ୍ଦ୍ର ବୋଷ ହୋଇଥିଲେ ଦଳର ଅଧ୍ୟକ୍ଷ। ସ୍ବାଧୀନତା ପରେ ୧୯୫୦ରେ ପୁରୁଷୋତ୍ତମ ଦାସ ଟଣ୍ଡନ ଏକ ବର୍ଷ ପାଇଁ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ଏହା ପରେ ୧୯୫୫ରେ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ ୟୁଏନ ଧେବର। ଏହା ପରେ ୧୯୯୭ରେ ସୀତାରାମ କେସରୀ ହୋଇଥିଲେ ଅଧ୍ୟକ୍ଷ। ୨୪ ବର୍ଷ ପରେ କିଏ ହେବେ କଂଗ୍ରେସର ଅଧ୍ୟକ୍ଷ ସେଥିପାଇଁ ଅକ୍ଟୋବର ୧୯ ଯାଏଁ ଅପେକ୍ଷା କରିବାକୁ ହେବ। ଶିଳାସ୍ମିତା ରାୟ Shila Ray Send an email 25/09/2022Last Updated: 25/09/2022 0 29 2 minutes read Facebook Twitter LinkedIn Tumblr Pinterest Reddit WhatsApp Telegram Share via Email Print Share Facebook Twitter LinkedIn Pinterest Messenger Messenger WhatsApp Telegram Share via Email Print Shila Ray Read Next ରାଜନୀତି 2 mins ago ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଅବିଭାଗିକୃତ 10 mins ago ବାଘ ଆତଙ୍କ ଅବିଭାଗିକୃତ 17 mins ago ଯବାନ ଏବଂ ନକ୍ସଲ ଗୁଳି ବିନିମୟ ଅବିଭାଗିକୃତ 20 mins ago ପୁରୀରେ ଏଏସଆଇ ଟିମ୍‌ ଅପରାଧ 18 hours ago ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ଦେଇଥିବା ପ୍ରଫେସର ଗିରଫ ବିଶ୍ୱ 18 hours ago ମିଳିମିଳାକୁ ନେଇ ଚେତାଇଲା ଡବ୍ଲୁଏଚଓ ଓଡ଼ିଶା 18 hours ago ପୁରୀ ବେଳାଭୂମିରେ ଅର୍ଦ୍ଧନଗ୍ନ ଯୁବତୀଙ୍କ ମୃତଦେହ କାହାର? ଓଡ଼ିଶା 19 hours ago ବିଧାନସଭାରେ କା’ 2 mins ago ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ 10 mins ago ବାଘ ଆତଙ୍କ 17 mins ago ଯବାନ ଏବଂ ନକ୍ସଲ ଗୁଳି ବିନିମୟ 20 mins ago ପୁରୀରେ ଏଏସଆଇ ଟିମ୍‌ 18 hours ago ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ଦେଇଥିବା ପ୍ରଫେସର ଗିରଫ 18 hours ago ମିଳିମିଳାକୁ ନେଇ ଚେତାଇଲା ଡବ୍ଲୁଏଚଓ 18 hours ago ପୁରୀ ବେଳାଭୂମିରେ ଅର୍ଦ୍ଧନଗ୍ନ ଯୁବତୀଙ୍କ ମୃତଦେହ କାହାର? 19 hours ago ବିଧାନସଭାରେ କା’ ପାଇଲଟଙ୍କୁ ଲଲିପପ୍! ଆସିଲା ଧର୍ମେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ Related Articles ପଶ୍ଚିମବଙ୍ଗର ରାଜ୍ୟପାଳ ହେଲେ ସିବି ଆନନ୍ଦ ବୋଷ 4 days ago ମାଲିସ୍ ଭିଡିଓ ଭାଇରାଲ: ରାଜନୀତିକ ହଟଚମଟ 5 days ago ପୁଣି ଅଡୁଆରେ ଗେହଲଟ 5 days ago ମସାଜ ରାଜନୀତି: ମୁହାଁମୁହିଁ ଆପ-ବିଜେପି 5 days ago Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Check Also Close ଅଶୋକ ପଣ୍ଡାଙ୍କ ପାଇଁ ଭୁରି ଭୁରି ପ୍ରଶଂସା 19 hours ago ବିଧାନସଭାରେ ମନ୍ତ୍ରୀ ମରୁଡ଼ି 19 hours ago ପଦ୍ମପୁର ହାତେଇବାକୁ କସରତ 19 hours ago ୧୦ ଦିନ ଧରି ସ୍କୁଲରେ ଝୁଲୁଛି ତାଲା 19 hours ago କାମରେ ଆସୁନି ନୂତନ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ 20 hours ago ଅବହେଳିତ ଅବସ୍ଥାରେ ସହୀଦ ବାଜିରାଉତଙ୍କ ଗାଁ 20 hours ago ଆବାସ ଯୋଜନାରେ ମଗାଯାଉଛି ଲାଞ୍ଚ 20 hours ago ମହିଳାଙ୍କ ପୋଷାକକୁ ନେଇ ମନ୍ତବ୍ୟ ପରେ ବିବାଦରେ ରାମଦେବ 20 hours ago Most Viewed Posts 04/08/2022 ଓଟିଏମ୍ ର ଅନ୍ତିମ ସଂସ୍କାର! 30/04/2022 ଇଲେକ୍ଟ୍ରି ସ୍କୁଟରରେ ଲାଗୁଛି ନିଆଁ, ଇ ବାଇକ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର 05/10/2022 ସଡକ ଦୁର୍ଘଟଣାରେ ଆଇନଜୀବୀ ମୃତ Last Modified Posts Categories Balangir Balasore Bhadrak Boudh Dhenkanal Ganjam Kalahandi Kendujhar Koraput Malkangiri Nabarangpur Rayagada ଅପରାଧ ଅବିଭାଗିକୃତ ଅର୍ଥନୀତି ଓଡ଼ିଶା କଟକ କଳା ଓ ସଂସ୍କୃତି କୋଭିଡ୍- 19 କୋର୍ଟ କ୍ରିକେଟ କ୍ରୀଡ଼ା ଖୋର୍ଧା ଘଟଣା ଜାତୀୟ ଦୁର୍ଘଟଣା ଦୁର୍ନୀତି ଓ କାଣ୍ଡ ଧର୍ମ ପାଣିପାଗ ଓ ପରିବେଶ ପୁରୀ ପ୍ରତିରକ୍ଷା ବାଣିଜ୍ୟ/ବ୍ୟବସାୟ ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ୱ ବ୍ୟବସାୟ ଭାଇରାଲ୍ ଭାଇରାଲ୍ ଭିଡିଓ ଭୁବନେଶ୍ୱର ମନୋରଞ୍ଜନ ଯାଜପୁର ରାଜନୀତି ରାଜ୍ୟ ଶିକ୍ଷା/ଗବେଷଣା ସୂଚନା ପ୍ରଯୁକ୍ତି ଓ ଦୂରସଞ୍ଚାର ସ୍ୱାସ୍ଥ୍ୟ Subscribe to our channel Naxatra News, a NK Media Venture is the first 24x7 Odia Current affairs and News channel of Odisha. Set up in 2009 and headquartered at Bhubaneswar, it believes in its motto "POWER OF TRUTH". Known for raising social issues through its hard hitting stories and shows, Naxatra News is Odisha's only Unbiased News Channel which is driven towards the welfare of the people. Facebook Twitter YouTube WordPress Instagram WhatsApp Enter your Email address © Copyright 2022, All Rights Reserved | NK Media Venture Pvt Ltd | Proudly Hosted by NK Media Venture Pvt Ltd
2022-11-27T11:17:43Z
https://naxatranews.com/politics-2/cong-president-election-race/
OSCAR-2301
ଓଡ଼ଗାଁ, କୁରାଳ–୨-୭-/ଗତ ୩୦-୬-୨୦୨୧ରିଖ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା-୨୫୪୨୯/ଅନୁଯାୟୀ ଓଡ଼ଗାଁ ବ୍ଲକ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ନୂତନ ସଭାପତି ଭାବେ ଡ଼ଃ ଗୋପୀନାଥ ସାହୁ ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି ।ସେ ଲାଗି କଲେଜ ତରଫରୁ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇ ଶ୍ରୀ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।ଅଧ୍ୟକ୍ଷ ଭାବଗ୍ରାହୀ କର ସରକାରଙ୍କ ଏଭଳି ଉଦ୍ୟମକୁ ସ୍ୱାଗତ କରିଥିବା ବେଳେ ନବ ନିର୍ବାଚିତ ସଭାପତି ମହାବିଦ୍ୟାଳୟର ଉନ୍ନତି ପାଇଁ ଏକମନ ଓ ପ୍ରାଣରେ ଅଗ୍ରଗାମୀ ହେବାପାଇଁ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।ସଭାପତି ଭାବେ ଶ୍ରୀ ସାହୁ ମନୋନୀତ ହେବାପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ଆଜିର କାର୍ଯ୍ୟକ୍ରମକୁ ଅଧ୍ୟପାକ କୃଷ୍ଣଚନ୍ଦ୍ର ସାହୁ ଓ ଅବନିକାନ୍ତ ପାତ୍ର ପରିଚାଳନା କରିଥିବା ଖବର ମିଳିଛି ।
2022-12-07T03:32:38Z
http://thebigbreaking.in/2021/07/02/dr-gopinath-kural-college-governing-body-president/
OSCAR-2301
ସରକାର ଙ୍କର ଚରମ ନିଷ୍ପତ୍ତି ! ତିନି ମାସ ଯାଏଁ ରାସନ ନନେଲେ ରାସନ କାର୍ଡ ହେବ ବନ୍ଦ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…. – news40daily.com Publisher - Just another WordPress site ଆଶ୍କର୍ଯ୍ୟ ଘଟଣା କରୋନା ଜୀବନଚର୍ଯ୍ୟା ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଲାଇଫ୍ ଷ୍ଟାଇଲ୍ special ସରକାର ଙ୍କର ଚରମ ନିଷ୍ପତ୍ତି ! ତିନି ମାସ ଯାଏଁ ରାସନ ନନେଲେ ରାସନ କାର୍ଡ ହେବ ବନ୍ଦ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…. Share ରାସନ କାର୍ଡ଼ କୁ ନେଇ ସରକାରଙ୍କ ଚରମ ନିଷ୍ପତ୍ତି।ଏଣିକି ରାସନ ବନ୍ଦ ହେଲେ ରଦ୍ଦ ହେବ କାର୍ଡ଼।ଗରିବ ସୀମା ରେଖା ତଳେ ଜୀବନ ବିତାଉ ଥିବା ଅସହାୟ ପରିବାର ଲୋକଙ୍କୁ ଦୁଇ ଓଳି ଦୁଇ ମୁଠା ଆହାର ଦେବା ପାଇଁ ସରକାର ସର୍ବଦା ଚେଷ୍ଟିତ।ଏପରିକି କରୋନା ମହାମାରୀ ପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟ ଲୋକଙ୍କୁ ମାଗଣା ଡାଲି ଚାଉଳ ଯୋଗାଇବା ସହିତ ରାସନ କାର୍ଡ଼ କୁ ନେଇ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ଏହି କ୍ରମରେ ପୁନର୍ବାର କେନ୍ଦ୍ର ର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ମାନଙ୍କୁ ଏକ ନୂଆ ଗାଇଡ଼ ଲାଇନ ଜାରି କରା ଯାଇଛି।ଯେଉଁଥିରେ ଯଦି କୌଣସି ହିତାଧିକାରୀ ତିନି ମାସ ଧରି ରାସନ ନେଇ ନଥିବେ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ରାସନ କାର୍ଡ଼ କୁ ରଦ୍ଦ କରି ଦିଆ ଯିବ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ବିହାର ପରି ରାଜ୍ୟ ମାନଙ୍କରେ ଏହା ଆରମ୍ଭ ହୋଇ ଥିବା ବେଳେ ଉତ୍ତର ପ୍ରଦେଶ ର କିଛି ଜିଲ୍ଲାରେ ବନ୍ଦ ପଡ଼ି ଥିବା ରାସନ କାର୍ଡ଼ ଗୁଡ଼ିକୁ ରଦ୍ଦ କରି ଦିଆଯାଇଛି। ତିନି ମାସ ଯାଏଁ ରାସନ ନନେଲେ କାର୍ଯ୍ୟାନୁଷ୍ଠାନ! ଉତ୍ତର ପ୍ରଦେଶ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏବେ ଏଭଳି ଲୋକଙ୍କ ତାଲିକା ସଂଗ୍ରହ କରା ଯାଉଛି, ଯେଉଁ ମାନେ କି ଲଗାତାର ତିନି ମାସ ହେଲା ରାସନ ସାମଗ୍ରୀ କୁ ରାସନ ବିତରଣ କେନ୍ଦ୍ର ରୁ ନେଉ ନାହାନ୍ତି।ତେଣୁ ବିଭାଗୀୟ କର୍ମଚାରୀ ଙ୍କ କହିବା ଅନୁଯାୟୀ ପୂର୍ବରୁ ପ୍ରବାସୀ କିମ୍ବା ଶ୍ରମିକ ମାନେ ବାହାରକୁ ଚାଲି ଯିବା କାରଣରୁ ରାସନ ପାଇବାରେ ଅସମର୍ଥ ହେଉ ଥିଲେ। Related Posts Jyotish ଶାସ୍ତ୍ର- ମହାଦେବ ଙ୍କ କୃପାରୁ ଆଜିଠୁ ବଦଳିବାକୁ ଜାଉଛି ଏହି ୫ଟି ରାଶିଙ୍କ… ମହିଳା ଙ୍କ ଠାରେ ପିରିଅଡ୍ ମିସ୍ ହେବାର ବିଶେଷ କାରଣ ଜାଣନ୍ତୁ …..ଆପଣ ଙ୍କୁ… ଲାଳ ଝାଡା ହେଉଛି କି ? ମାତ୍ର ଗୋଟିଏ ମିନିଟରେ ଠିକ କରିବାର ସଠିକ ଉପାୟ ଜାଣନ୍ତୁ… ମାତ୍ର ଏବେ ଦେଶରେ “ୱାନ୍ ନେସନ ୱାନ୍ ରାସନ କାର୍ଡ଼” ଯୋଜନା ଲାଗୁ ହେବା ଦ୍ୱାରା ସେମାନେ ଦେଶର ଯେକୌଣସି ବି ସ୍ଥାନରେ ରାସନ କାର୍ଡ଼ ଯୋଗେ ରାସନ ନେଇ ପାରିବେ।ଏଭଳି ପରିସ୍ଥିତିରେ ଯଦି କୌଣସି ହିତାଧିକାରୀ ରାସନ ନେଉ ନାହାଁନ୍ତି,ତାହେଲେ ସେମାନେ ତାଙ୍କ ପେଟ ପୋଷିବା ରେ ପୁରାପୁରି ସକ୍ଷମ।ତେଣୁ ଯଦି ଏଭଳି ରାସନ କାର୍ଡ଼ କୁ ରଦ୍ଦ କରି ଅନ୍ୟ କୌଣସି ଅଭାବୀ ବ୍ୟକ୍ତି ଙ୍କୁ ଦାନ କରା ଯାଏ,ତେବେ ସେମାନେ ମାଗଣା ରାସନ ର ସୁବିଧା ପାଇ ପାରିବେ। ତେବେ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ପ୍ରାୟ ୮୧ କୋଟିରୁ ଅଧିକ ହିତାଧିକାରୀ ରାସନ କାର୍ଡ଼ ମାଧ୍ୟମରେ ଉପକୃତ ହେବେ।କେନ୍ଦ୍ର ସରକାର ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ଯେ ମାର୍ଚ୍ଚ ୩୧ ତାରିଖ ୨୦୨୧ ସୁଦ୍ଧା ଦେଶର ସମସ୍ତ ରାଜ୍ୟ ମାନଙ୍କୁ “ୱାନ୍ ନେସନ ୱାନ୍ ରାସନ କାର୍ଡ଼ ଯୋଜନା” ରେ ଅନ୍ତର୍ଭୁକ୍ତ କରିବା ପାଇଁ।ଫଳରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଆସୁ ଥିବା ସମସ୍ତ ୮୧ କୋଟି ହିତାଧିକାରୀ ଏହାର ସୁବିଧା ପୁନର୍ବାର ପାଇ ପାରିବେ। ତେବେ ଏଯାବତ ଦେଶରେ ମୋଟ ୨୮ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ କେନ୍ଦ୍ରୀୟ ପୋର୍ଟାବିଲିଟି ର ସୁବିଧା ଆରମ୍ଭ ହୋଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 325 Share FacebookTwitterGoogle+ReddItWhatsAppPinterestEmail Prev Post ବିବାହ ବନ୍ଧନରେ ବାନ୍ଧିହେଲେ ଆଉ ଜଣେ ଓଡ଼ିଆ ଅଭିନେତ୍ରୀ ତମନ୍ନା, କଣ ସତରେ…. Next Post ଆଶ୍ଚର୍ଯ୍ୟ ! ହେ ପ୍ରଭୁ ୪୦ ହଜାର ଟଙ୍କା ଚିରି ଫୋପାଡ଼ି ଦେଲେ ମହିଳା, କହିଲେ ମୋ ଟଙ୍କା ମୁଁ ଚିରିବି..ଫିଙ୍ଗିବି..ଆଉ ତା’ ପରେ….
2022-12-07T03:40:33Z
https://news40daily.com/index.php/tini-masa-jaei-rasan-nane-le/
OSCAR-2301
ଇସଲାମାବାଦ : ଇସଲାମାବାଦ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଶୁକ୍ରବାର କହିଛନ୍ତି କି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ହତ୍ୟାର ଆଉ ଏକ ପ୍ରୟାସ କରାଯାଉ ଥିବାର ସମ୍ଭାବନା ରହିଛି। କୋର୍ଟ ଜୋର ଦୋଇ କହିଛନ୍ତି , ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଥିବା ବିପଦକୁ ଗୁରୁତର ଭାବେ ନେବା ସରକାରଙ୍କର ଦାୟିତ୍ୱ। ମୁଖ୍ୟ ବିଚାରପତି ଆମିର ଫାରୁକଙ୍କର ଏହି ଟିପ୍ପଣୀ , ଖାନଙ୍କର ପାର୍ଟି ପାକିସ୍ତାନ ତହରିକ-ଏ ଇନସାଫ୍‌ ଦ୍ୱାରା ଆୟୋଜିତ ପ୍ରଦର୍ଶନ କାରଣରୁ, ମାର୍ଗକୁ ଅବରୋଧ କରାଯିବା ନେଇ ବ୍ୟବସାୟୀଙ୍କ ଦ୍ୱାରା ଦାଏର ଏକ ପିଟିସନକୁ ନଜରରେ ରଖି ଆସିଛି। ଡନ୍‌ ଖବରକାଗଜର ଖବର ଅନୁସାରେ, ବିଚାରପତି କୋର୍ଟରେ ପ୍ରଦାନ କରାଯାଇ ଥିବା ଏକ ଗୁଇନ୍ଦା ରିପୋର୍ଟ ଅନୁସାରେ ଏହା କହିଛନ୍ତି କି, ଖାନ୍‌ଙ୍କ ଉପରେ ଆଉ ଏକ ପ୍ରାଣଘାତୀ ଆକ୍ରମଣ ହେବାର ସମ୍ଭାବନା ଅଛି। ସେ କହିଛନ୍ତି , ଏହା ସରକାରଙ୍କର ଦାୟିତ୍ୱ ଏବଂ ସରକାରଙ୍କୁ ଏ ବିଷୟରେ ବିଚାର କରିବାର ଅଛି। ବିଚାରପତି ଫାରୁକ କହିଛନ୍ତି କି , ଖାନ୍‌ଙ୍କର ପାର୍ଟିକୁ ଇସଲାମାବାଦ ପ୍ରଶାସନଙ୍କୁ ଏକ ନୂଆ ଆବେଦନ କରି ନିଜର ଯାତ୍ରା ପାଇଁ ଅନୁମତି ମାଗିବା ଉଚିତ। ସେ କହିଛନ୍ତି , ଯଦି ମାମଲାର ସମାଧାନ ନହୁଏ ତ ଏକ ନୂଆ ପିଟିସନ ଦାଏର କରାଯାଇ ପାରେ। ସେ କହିଛନ୍ତି କି, ଧାରଣା ପାଇଁ ସ୍ଥାନ ଆବଣ୍ଟନ କରିବା କୋର୍ଟର ଦାୟିତ୍ୱ ନୁହେଁ। ସେ କହିଛନ୍ତି , ଏହା ପ୍ରଶାସନର ବିବେକାଧିକାର କି ସେ ଡି-ଚୌକ ବା ଏଫ୍‌-୯ ପାର୍କ ଆବଣ୍ଟିତ କରିବା ଉଚିତ୍‌। ବିଚାରପତି କହିଛନ୍ତି, ହାଇକୋର୍ଟ ମଧ୍ୟ ଏହା କହିଥିଲେ। ପାକିସ୍ତାନ ହାଇକୋର୍ଟ ଖାନ୍‌ଙ୍କ ବିରୋଧ ଯାତ୍ରାକୁ ରୋକିବାକୁ ଅନୁରୋଧ କରିଥିବା ଏକ ପିଟିସନ ଖାରଜ କରି ଗୁରୁବାର କହିଥିଲେ , ଏହା ଏକ ରାଜନୈତିକ ମାମଲା ଏବଂ ଏହାର ରାଜନୀତିକ ରୂପରେ ସମାଧାନ ହେବା ଉଚିତ। ମୁଖ୍ୟ ବିଚାରପତି ଫାରୁକ କହିଛନ୍ତି ପ୍ରଦର୍ଶନ କରିବା ପ୍ରତି ରାଜନୈତିକ ଓ ଅଣ-ରାଜନୈତିକ ଦଳର ଗଣତାନ୍ତ୍ରିକ ଅଧିକାର, କିନ୍ତୁ ସାଧାରଣ ନାଗରକିଙ୍କୁ ଏହାକୁ ଜାରି ରଖିବା ବି ଜରୁରୀ। ସେ କହିଛନ୍ତି , ଏମିତି କି ବ୍ରିଟେନରେ ଲୋକେ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଏକାଠି ହୋଇଥାନ୍ତି। ସେମାନେ ପ୍ରଦର୍ଶନ କରିଥାନ୍ତି, କିନ୍ତୁ ସଡ଼କ ଅବରୋଧ କରିନଥାନ୍ତି । ସମ୍ବନ୍ଧିତ ଖବର 1 min read ସମ୍ଭାବ୍ୟ ବାତ୍ୟା ନେଇ କେନ୍ଦ୍ର ସରକାରଙ୍କ ସମୀକ୍ଷା 7/12/2022 at 9:39 AM 1 min read ସଂସଦ ଶୀତକାଳୀନ ଅଧିବେଶନ ୨୦୨୨: ପର୍ଯ୍ୟଟକ ଓ ଅତିଥିଙ୍କ ପାଇଁ କୋହଳ ହେବ ନିୟମାବଳୀ 7/12/2022 at 9:33 AM 1 min read ଦେଶରେ ଖୋଲିବ ଲକ୍ଷେ ସିନେମା ହଲ୍‌ 7/12/2022 at 9:33 AM ଆଜିଠୁ ସଂସଦର ଶୀତ ଅଧିବେଶନ 7/12/2022 at 9:21 AM ଫ୍ଲାଇଓଭର ଓ ମେଟ୍ରୋର ନିଆରା ସାମଞ୍ଜସ୍ୟ , ଗିନିଜ୍‌ ବୁକ୍‌ରେ ସ୍ଥାନିତ ନାଗପୁର ସହର 6/12/2022 at 10:22 PM 1 min read କେହି ଜଣେ ବି ଭୋକିଲା ପେଟରେ ନ ଶୁଅନ୍ତୁ, ସମାଜର ଶେଷ ବ୍ୟକ୍ତି ନିକଟରେ ଖାଦ୍ୟ ପହଞ୍ଚାଇବା ସରକାରଙ୍କ କର୍ତ୍ତବ୍ୟ: ସୁପ୍ରିମକୋର୍ଟ
2022-12-07T04:29:55Z
https://www.prameya.com/there-may-be-another-akramana-on-imran-khan-intelligence-report/
OSCAR-2301
ଭବାନୀପାଟଣା, ଜାନୁଆରୀ ୧୩(ଓଡିଶା ଡଟ୍ କମ୍)-କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ଆଜି ୨୦୦କୋଟି ଟଙ୍କାର ଇନ୍ଦିରା ଆବାସ ପ୍ୟାକେଜ ଘୋଷଣା କରିଛନ୍ତି । ଯାହାଫଳରେ ୨୧୦୦ଟି ଆଦିବାସୀ ପରିବାରର ୭୫ ହଜାର ଲେଖାଏଁ ପାଇବେ । ଦୁଇଦିନର ଓଡିଶା ଗସ୍ତ ଅବସରରେ ଲାଞ୍ଜିଗଡଠାରେ ଆୟୋଜିତ ରବିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରମେଶ ଏହି ଘୋଷଣା କରିଛନ୍ତି । ରମେଶ ଆଜି କଳାହାଣ୍ଡି ଗସ୍ତରେ ଆସି ଲାଞ୍ଜିଗଡ ଗସ୍ତ କରିଥିଲେ । ସେ ବିଶ୍ୱନାଥପୁର ନିକଟସ୍ଥ ଧଅଁରାଭଟ୍ଟାଠାରେ ଥିବା ନବନିର୍ମିତ ମଡେଲ ସ୍କୁଲ କୋଠା ଉଦ୍ଘାଟନକରି ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝି ଓ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା ସସ୍ମିତା ମାଝୀଙ୍କୁ ଭେଟି ଆଲୋଚନା କରିଥିଲେ । ପରେ ଲାଞ୍ଜିଗଡ ଗ୍ରାମ ନିକଟସ୍ଥ ସ୍କୁଲ ପଡିଆଠାରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଆଦିବାସୀଙ୍କ ସୁରକ୍ଷା ସହିତ ସେମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ବଦ୍ଧପରିକର । ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅନୁଦାନ ପଠା ଯାଉଛି । ରାଜସ୍ୱ ପାଇଁ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଖେଳା ଯିବନାହିଁ ବୋଲି ଭାଷଣ ଅବସରରେ ଶ୍ରୀ ରମେଶ ପ୍ରକାଶ କରିଥିଲେ । ଏଥିସହ ସେ ଆଦିବାସୀ ଡଙ୍ଗରିଆ ଓ ଝରଣିଆ କନ୍ଧଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ, କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିନିଲ କ୍ରୀଷ୍ଣା ମଧ୍ୟ ଯୋଗଦେଇଥିଲେ । ପରେ ମନ୍ତ୍ରୀ ଭବାନୀପାଟଣା ଆସି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ । ଓଡିଶା ଡଟ୍ କମ୍ ଓଡିଶା ଡଟ କମ Filed Under: ଓଡିଶା ଖବର, ରାଜନୀତି Tagged With: ଆଦିବାସୀ, ଇନ୍ଦିରା ଆବାସ, ଭିନିଲ କ୍ରୀଷ୍ଣା, ଲାଞ୍ଜିଗଡ, ସାମ୍ବାଦିକ ସମ୍ମିଳନୀ ବିଜେଡି ଓ ମାଓବାଦୀଙ୍କର ରହିଛି ଭିତିରି ସଂପର୍କ-ପ୍ୟାରୀ December 14, 2012 by ଓଡିଶା ଡଟ କମ Leave a Comment ଓଡିଶା ଡଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ଆସନ୍ତା ନିର୍ବାଚନରେ ବିଜେପି ସହ ବିଜେଡି ମେଣ୍ଟ କରିପାରେ । ସେହି ଆଶାନେଇ ବିଜେଡି ଏଫ୍ଡିଆ ବିରୋଧରେ ଭୋଟ ଦେଇଛି ବୋଲି ଓଡିଶା ଜନମୋର୍ଚ୍ଚାର ମୁଖ୍ୟ ପ୍ୟାରୀମୋହନ ମହାପାତ୍ର କହିଛନ୍ତି । ସେ କହିଛନ୍ତି ରାଜ୍ୟ ସଭାରେ ସ୍ୱାଧୀନ ସଭ୍ୟଭାବେ ରହିପାରିବେ ବୋଲି ସୁପ୍ରୀମକୋର୍ଟ ଯେଉଁ ରାୟ ଦେଇଛନ୍ତି ରାଜ୍ୟରେ ଗଣତନ୍ତ୍ର ପ୍ରତିଷ୍ଠାରେ ତାହା ପ୍ରଥମ ସୋପାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଘର ପ୍ରଥମ ପତନ । ଏହାପରେ ଯଦି ନବୀନଙ୍କର ସାମାନ୍ୟ ଆତ୍ମସମ୍ନାନ ଥାଏ ତାହାହେଲେ ସେ ଇସ୍ତପା ଦେଇ ଦିଅନ୍ତୁ ବୋଲି ପ୍ୟାରୀ କହିଛନ୍ତି । ପ୍ୟାରୀ କହିଛନ୍ତି ମାଓବାଦୀଙ୍କ ସହ ସରକାରଙ୍କ ଭିତିରି ସଂପର୍କ ରହିଛି । ଆଇଏଏସ୍ ଭିନିଲ କ୍ରୀଷ୍ଣା ଓ ବିଧାୟକ ଝିନ୍ନ ହିକାକାଙ୍କ ମୁକ୍ତିପାଇଁ ସରକାର ମାଓବାଦୀଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି । ସେ କହିଛନ୍ତି ବର୍ତମାନର ଡିଜିପି ମୁଖ୍ୟମନ୍ତ୍ରୀଙ୍କ ହାତବାରିସି ସାଜିଛନ୍ତି । ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମକୁ ଗିରଫ କରାଯିବା ପଛରେ ଜନମୋର୍ଚ୍ଚାରେ ଯୋଗଦେବାଏକମାତ୍ର କାରଣ । ଯଦି ସରକାର ଭାବୁଛନ୍ତି ତାଙ୍କର ନକସଲଙ୍କ ସହିତ ସଂପର୍କ ଅଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ କହିଛନ୍ତି ପ୍ୟାରୀ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏସବୁ କହୁଛନ୍ତି । ଡିଜିପି କାହାର ହାତବାରିସ ହୋଇ କାମ କରୁନାହାଁନ୍ତି । ପ୍ୟାରୀଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଏହା ଏକ ଜଙ୍ଗଲି ଅଭିଯୋଗ । ଓଡିଶା ଡଟ୍ କମ୍ ଓଡିଶା ଡଟ କମ Filed Under: ଓଡିଶା ଖବର, ରାଜନୀତି Tagged With: ଝିନ୍ନ ହିକାକା, ନବୀନ, ବିଜେଡ଼ି, ଭିନିଲ କ୍ରୀଷ୍ଣା, ମାଓବାଦୀ Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-12-03T14:44:36Z
https://www.odisha.com/tag/%E0%AC%AD%E0%AC%BF%E0%AC%A8%E0%AC%BF%E0%AC%B2-%E0%AC%95%E0%AD%8D%E0%AC%B0%E0%AD%80%E0%AC%B7%E0%AD%8D%E0%AC%A3%E0%AC%BE/
OSCAR-2301
Maoists kill 2 youths in Kandhamal ରାଜ୍ୟରେ ପୁଣି ରକ୍ତମୁଖା ହେଲେ ମାଓବାଦୀ; ୨ ଜଣଙ୍କୁ ବେକରେ ରଶି ଲଗାଇ ଗୁଳି କରି ହତ୍ୟା କଲେ– News18 odia ଓଡ଼ିଶା CHANGE LANGUAGE ଓଡ଼ିଆ ENGLISHहिन्दी मराठीગુજરાતીঅসমীয়া ಕನ್ನಡ বাংলা മലയാളം తెలుగు ਪੰਜਾਬੀ اردو ଓଡ଼ିଆ WATCH LIVE TV DOWNLOAD APP FOLLOW US ON Trending Topics :#Odisha#CoronaVirus ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ നിങ്ങളുടെ നഗരം തിരഞ്ഞെടുക്കുക തിരുവനന്തപുരം കൊച്ചി കോഴിക്കോട് മലപ്പുറം കണ്ണൂർ കാസർഗോഡ് ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ରାଜ୍ୟରେ ପୁଣି ରକ୍ତମୁଖା ହେଲେ ମାଓବାଦୀ; ୨ ଜଣଙ୍କୁ ବେକରେ ରଶି ଲଗାଇ ଗୁଳି କରି ହତ୍ୟା କଲେ ରାଜ୍ୟରେ ପୁଣି ରକ୍ତମୁଖା ହେଲେ ମାଓବାଦୀ; ୨ ଜଣଙ୍କୁ ବେକରେ ରଶି ଲଗାଇ ଗୁଳି କରି ହତ୍ୟା କଲେ ମାଓବାଦୀମାନେ ପୋଷ୍ଟରରେ ଚେତାବନୀ ଦେଇ ଲେଖିଛନ୍ତି: ‘‘ପୋଲିସ ଇନଫର୍ମର ଭାବେ କାମ କରୁଥିବା ପ୍ରାୟ ସମସ୍ତ ବ୍ୟକ୍ତିଙ୍କୁ ଆମେ ଜାଣିଛୁ । ଯଦି ୧୫ ଦିନ ମଧ୍ୟରେ ସେମାନେ ଜନ ଆଦାଲତରେ ଆତ୍ମସମର୍ପଣ ନ କରନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ।’’ ଜଣେ ମୃତକର ଶବ; (ଡାହାଣ) ଭବାନୀ ଶଙ୍କରଙ୍କ ଭଉଣୀ ଓ ଜଣେ ସମ୍ପର୍କୀୟ କାନ୍ଦୁଛନ୍ତି । News18 Odia Last Updated : January 30, 2021, 22:44 IST Share this: News18 Odia News18 Odia Digital ଫୁଲବାଣୀ: ରାଜ୍ୟରେ ମାଓବାଦୀ ହିଂସା ଓ ମାଓବାଦୀ ଗତିବିଧି କମ୍‌ ହେଉଥିବା ଖବର ଲଗାତର ମିଳିଆସୁଥିବା ବେଳେ ବାମପନ୍ଥୀ ଚରମପନ୍ଥୀମାନେ କନ୍ଧମାଳ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଦୁଇଟି ହତ୍ୟାକାଣ୍ଡ ସଙ୍ଗଠିତ କରି ପୁଣି ଥରେ ଭୟର ପରିବେଶ ସୃଷ୍ଟି କରିଛନ୍ତି । ସଶସ୍ତ୍ର ମାଓବାଦୀମାନେ କନ୍ଧମାଳ ଜିଲା ତୁମୁଡି଼ବନ୍ଧ ବ୍ଲକ୍‌ ଅନ୍ତର୍ଗତ ଭଣ୍ଡରଙ୍ଗୀ ପଞ୍ଚାୟତରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ନିର୍ମମଭାବେ ହତ୍ୟା କରିଛନ୍ତି । ମୃତକ ଦୁଇ ଜଣ ହେଉଛନ୍ତି ହେମନ୍ତ ପାତ୍ର ଓ ଭବାନୀ ଶଙ୍କର ପାତ୍ର । ସ୍ଥାନୀୟ ଭଣ୍ଡରଙ୍ଗୀ ସରପଞ୍ଚ ଦଉପତି ପାତ୍ରଙ୍କ ଏକ ମାତ୍ର ପୁଅ ଥିଲେ ଭବାନୀ ଶଙ୍କର ପାତ୍ର । ଉଭୟ ସେ ଓ ହେମନ୍ତ ପାତ୍ର ମେଳାପୀ ସ୍ୱଭାବର ଯୁବକ ଥିଲେ । ସେମାନଙ୍କୁ ଝୁରିହେଉଛନ୍ତି ଶୋକାର୍ତ୍ତ ଗ୍ରାମବାସୀମାନେ । ଏହା ବି ପଢ଼ନ୍ତୁ | BJP ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ମୁଁ ନିଜ ଗଳା କାଟିବାକୁ ପସନ୍ଦ କରିବି: ମମତା ବାନାର୍ଜୀ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ । ଗ୍ରାମବାସୀ ଓ ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ପାଖାପାଖି ୨୦ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ ଭଣ୍ଡାରଙ୍ଗୀରେ ପହଞ୍ଚି ଭବାନୀଙ୍କ ପଞ୍ଚାୟତ ଘରକୁ ଘେରିଯାଇଥିଲେ । ସେହି ଘରକୁ ଏକ ଶକ୍ତ ଧକ୍କା ଦେଇ ଭବାନୀ ଓ ତାଙ୍କର ତିନି ଜଣ ସାଙ୍ଗଙ୍କୁ ଗ୍ରାମ ଭିତରକୁ ନେଇ ଯାଇଥିଲେ । ସେମାନଙ୍କୁ ପଚରା ଉଚୁରା କରିବା ପରେ ଭବାନୀଙ୍କ ତିନି ଜଣ ସାଙ୍ଗଙ୍କୁ ଛାଡି଼ ଦେଇଥିଲେ । ମାଓବାଦୀମାନେ ଛାଡ଼ିଯାଇଥିବା କେତେକ ପାମ୍ଫଲେଟ୍ ତା’ ପରେ ମାଓବାଦୀମାନେ ଭବାନୀଙ୍କୁ ପଞ୍ଚାୟତ ଘର ପଛ ପଟେ ହତ୍ୟା କରିଥିଲେ । ଭବାନୀଙ୍କ ବେକରେ ଏକ ରଶି ଲଗାଇ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ସେମାନେ । ତା’ ପରେ ମାଓବାଦୀମାନେ ଭଣ୍ଡରଙ୍ଗୀରେ ହେମନ୍ତଙ୍କ ଘରକୁ ଚାରି ପଟୁ ଘେରିଯାଇଥିଲେ । ହେମନ୍ତଙ୍କୁ ଗାଁ ଦାଣ୍ଡକୁ ନେଇ ଏକ ଶିଆଳି ଦଉଡି଼ରେ ତାଙ୍କ ଗୋଡ଼ ଓ ହାତକୁ ବାନ୍ଧି ଦେଇଥିଲେ । ପରେ ଅତି ନିକଟରୁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ବୋଲି ପୋଲିସ ଓ ଗ୍ରାମବାସୀମାନେ କହିଛନ୍ତି । ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମାନସିକ ଅବସାଦ ଅଭିନେତ୍ରୀ ଜୟଶ୍ରୀଙ୍କ ପାଇଁ କାଳ ହେଲା; ପଙ୍ଖାରୁ ଝୁଲୁଥିବା ଅବସ୍ଥାରେ ମିଳିଲା ଶବ ‘‘ମୁଁ ରାତି ଅଧରେ ମାଓବାଦୀମାନଙ୍କ ଆସିବା ସୂଚନା ପାଇ ଲୁଚି ରହିଥିଲି । ସେମାନେ ଏମିତି ଜଘନ୍ୟ କାଣ୍ଡ କରି ଚାଲିଗଲେ । ମୋ’ର ଗୋଟିଏ ବୋଲି ପୁ୍ଅ ଥିଲା । ତା’ରି ମୁହଁକୁ ଚାହିଁ ଆମେ ଜୀବନ ବିତାଉଥିଲୁ । ହେଲେ ସେମାନେ ଏମିତି କାର୍ଯ୍ୟ କଲେ,’’ ବଡ଼ କଷ୍ଟରେ ନିଜ ଆଖିରେ ଲୁହ ଅଟକାଇ କହିଛନ୍ତି ମୃତକ ଭବାନୀ ଶଙ୍କରଙ୍କ ପିତା ଦଉପତି ପାତ୍ର । ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Big Boss14: ବିବାହ ଆଗରୁ ରାଖୀ ସାୱନ୍ତଙ୍କୁ ଧମକ ମିଳୁଥିଲା, ତେଣୁ ସେ ଅର୍ଜେଣ୍ଟରେ ବିବାହ କଲେ ଦୁଇ ଦୁଇଟି ହତ୍ୟା କରିବା ପରେ ମାଓବାଦୀମାନେ ନିକଟସ୍ଥ ଗୋଛଗଡ଼ା ଜଙ୍ଗଲକୁ ଚାଲିଯାଇଥିବା ଜଣା ପଡ଼ିଛି । ସେମାନେ ଘଟଣା ସ୍ଥଳରେ ତିନୋଟି ପୋଷ୍ଟର ଛାଡିଯାଇଥିଲେ । ପୋଷ୍ଟରରେ ପୋଲିସ ଇନଫର୍ମର ନ ହେବାକୁ ଗଣ୍ଡ ସମାଜକୁ ନିବେଦନ କରାଯାଇଛି । ସେଥିରେ ମୁଣ୍ଡିଗଡ଼ର ସରପଞ୍ଚ ଓ କିଛି ଆଦିବାସୀ ମିଶି ମାଓବାଦୀମାନଙ୍କ ବିରୋଧରେ ଯାଉଥିବାରୁ ସେମାନଙ୍କୁ ତାହା ନ କରିବାକୁ ବି ଅନୁରୋଧ କରାଯାଇଛି । ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଜୋ ଓ ଜିଲ୍‌ ବାଇଡେନଙ୍କ Love Story: ଜୋ ୫ ଥର ପ୍ରପୋଜ୍ କଲା ପରେ ବିବାହ ପାଇଁ ରାଜି ହୋଇଥିଲେ ଜିଲ୍ ‘‘ପୋଲିସ ଇନଫର୍ମର ଭାବେ କାମ କରୁଥିବା ପ୍ରାୟ ସମସ୍ତ ବ୍ୟକ୍ତିଙ୍କୁ ଆମେ ଜାଣିଛୁ । ଯଦି ୧୫ ଦିନ ମଧ୍ୟରେ ସେମାନେ ଜନ ଆଦାଲତରେ ଆତ୍ମସମର୍ପଣ ନ କରନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ,’’ ମାଓବାଦୀମାନେ ଗୋଟିଏ ପୋଷ୍ଟରରେ ଚେତାବନୀ ଦେଇ ଲେଖିଛନ୍ତି । ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୫ ମାସ, ୨ ଦେଶ, ୮ ସହର ପରେ ଘରକୁ ଫେରି ନିଜ କୁନି ଝିଅ ସହ ଖେଳୁଛନ୍ତି ଅଜିଙ୍କ୍ୟ ରହାଣେ ଭଣ୍ଡାରଙ୍ଗୀ ସରପଞ୍ଚ ତଥା ମୃତକ ଭବାନୀ ଶଙ୍କର ପାତ୍ରଙ୍କ ପିତା ଦଉପତି ପାତ୍ର ବିଜେଡି ଦଳର ଜଣେ ସକ୍ରିୟ ସଦସ୍ୟ । ଏକ ମାତ୍ର ପୁଅର ହତ୍ୟାରେ ସେ ଓ ତାଙ୍କ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡି଼ଛନ୍ତି । ଭବାନୀଙ୍କ ପରିବାର ତରଫରୁ ବେଲଘର ଥାନାରେ ଏହି ହତ୍ୟା ବିଷୟରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଦୁଇ ଦୁଇଟି ହତ୍ୟା ପରେ ଗ୍ରାମରେ ଭୟର ବାତାବରଣ ବ୍ୟାପିଯାଇଛି । ସୁରକ୍ଷା ପାଇଁ ପୋଲିସକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି । Published by:Anand ST Das First published: January 30, 2021, 22:44 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । BoudhKandhamalMaoistsOdishaPhulbanipolice ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ଶୀତରୁ ରକ୍ଷା କରିବ ହିଟିଙ୍ଗ ଜ୍ୟାକେଟ; ବଟନ ଦବାଇଲେ ଥଣ୍ଡା ବଦଳରେ ପାଇବେ ଉଷୁମ ଅଡୁଆରେ ଏଲୋନ ମସ୍କ; ଛଟେଇରେ ମହିଳାଙ୍କୁ ଟାର୍ଗେଟ କରିବା ନେଇ ଅଭିଯୋଗ କଟକ ବଡ଼ ମେଡିକାଲରେ ସାପ ଭୟ; ରୋଗୀ ଛାନିଆ ଶୀତ ଓ ମୁଦ୍ରାସ୍ଫୀତିର ଭୟ ଯୋଗୁଁ ଡିସେମ୍ବର ଛୁଟିକୁ ନଷ୍ଟ କରନ୍ତୁନି; ବୁଲିବାକୁ ଯାଆନ୍ତୁ ଏହି ସ୍ଥାନ ବିଜ୍ଞାପନ ହୋଡିଂରେ ରାଷ୍ଟ୍ରପତି; ସୋରିଷ ତେଲ କମ୍ପାନି ନାମରେ ଏଫଆଇଆର ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
2022-12-09T09:30:03Z
https://odia.news18.com/news/odisha/maoists-kill-2-youths-in-kandhamal-1ad-300121-ad-44987.html
OSCAR-2301
ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ହୁଏତ ଆଜିକା ସମୟରେ ୩୦ ଟଙ୍କାର ମୂଲ୍ୟ କିଛି ନାହିଁ। ହେଲେ ୩୦ ଟଙ୍କା ଚୋରି କରି ଜଣେ ବ୍ୟକ୍ତିଙ୍କୁ ଜେଲ୍ ଯିବାକୁ ପଡ଼ିଛି। ତାହା ପୁଣି ୩୧ ବର୍ଷ ପରେ। ଚୋରି କରି ଖସି ଯାଇଥିଲେ ମଧ୍ୟ ୩୧ ବର୍ଷ ପରେ ଗିରଫ ହୋଇ କୋର୍ଟରେ ହାଜର ହୋଇଛି। ୧୯୯୦ ମସିହାରେ ଅଭିଯୁକ୍ତ ଜଣେ ଚାଷୀଙ୍କ ପକେଟରୁ ୩୦ ଟଙ୍କା ଚୋରି କରିଥିଲା। ଏବେ ୩୧ ବର୍ଷ ପରେ କୌଥଲ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି। ତେବେ ସେହି ଅପରାଧରେ ଅଭିଯୁକ୍ତକୁ ୧୯୯୦ ମସିହାରେ ପୋଲିସ ଗିରଫ କରିଥିଲା ​​ଏବଂ ତାଙ୍କଠାରୁ ଚୋରି ହୋଇଥିବା ଟଙ୍କା ମଧ୍ୟ ଉଦ୍ଧାର କରିଥିଲା। ​​କିନ୍ତୁ ଡିସେମ୍ବର ୧୯୯୦ ରେ କୋର୍ଟ ତାଙ୍କୁ ଜାମିନରେ ଛାଡି ଦେଇଥିଲେ। ବ୍ୟକ୍ତି ଜଣକ ଜିନ୍ଦ ଜିଲ୍ଲା ଧୋଣ୍ଡି ଗ୍ରାମର ବୋଲି ଜଣା ପଡ଼ିଛି। ତେବେ ଏହାପରେ ସେ କୋର୍ଟରେ ହାଜର ନହେବାରୁ ୧୯୯୬ ମସିହା ସେପ୍ଟେମ୍ବର ମାସରେ ସ୍ଥାନୀୟ କୋର୍ଟରେ ପଳାତକ ଘୋଷିତ ହୋଇଥିଲେ। କିନ୍ତୁ ଏବେ ଯେତେବେଳେ ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲେ ସେତେବେଳେ ଜଜ୍ କହିଥିଲେ ଯେ ସେ ପୂର୍ବରୁ ଜେଲ୍ ଦଣ୍ଡ କାଟି ସାରିଥିବାରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଉଛି। ଘଟଣାରୁ ପ୍ରକାଶ ଯେ, ଜସୱନ୍ତୀ ଗାଁର ବାସିନ୍ଦା କରିମ ସିଂ ଡିସେମ୍ବର ୩, ୧୯୯୦ ରେ କୌଥଲ ସହରର ସଦର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ସେ କିଓରାକ ଗ୍ରାମ ନିକଟରେ ଥିବା ଏକ ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ନିକଟକୁ ଆସି ଠିଆ ହେବା ସହ ପକେଟରୁ ୩୦ ଟଙ୍କା ଚୋରି କରିଥିଲା। ତାଙ୍କ ଅଭିଯୋଗ ପରେ ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା ୩୭୯ ଅନୁଯାୟୀ ଏକ ମାମଲା ରୁଜୁ କରି କୌଥଲ ପୋଲିସ ଘଟଣାର ଗୋଟିଏ ଦିନ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ​​ଏବଂ ଚୋରି ହୋଇଥିବା ଟଙ୍କା ମଧ୍ୟ ତାଙ୍କ ନିକଟରୁ ଉଦ୍ଧାର କରିଥିଲା। ତେବେ ଗିରଫ ହେବାର ଗୋଟିଏ ଦିନ ପରେ ଅର୍ଥାତ୍ ଡିସେମ୍ବର ୪, ୧୯୯୦ ରେ ଅଭିଯୁକ୍ତ ଜାମିନରେ ମୁକ୍ତ ହୋଇଥିଲା ବୋଲି ଏହି ମାମଲା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ଏହା ପରେ ସେ ଆଉ ଫେରି ନଥିଲେ ଏବଂ ବହୁ ବର୍ଷର ଅପେକ୍ଷା ପରେ ୧୬ ସେପ୍ଟେମ୍ବର ୧୯୯୬ ରେ ତତ୍କାଳୀନ କୌଥଲ ଜୁଡିସିଆଲ ମାଜିଷ୍ଟ୍ରେଟ ବେସର ବର୍ମା ତାଙ୍କୁ ପଳାତକ ଘୋଷିତ କରିଥିଲେ।
2022-12-09T10:06:49Z
https://prismnews.in/accused-arrest-after-31-years/
OSCAR-2301
ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ହିମାଚଳ ପ୍ରଦେଶରେ ମୋଟ ୬୮ ଆସନରୁ ପ୍ରାୟ ସର୍ବାଧିକ ତଥା ୬୨ଟି ଆସନ ଲାଗି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନାଁ ରହିଛି। ଜୟରାମ ଠାକୁର ନିଜ ବିଧାନସଭା ମଣ୍ଡଳୀ ସେରାଜରୁ ଲଢ଼ିବେ। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖ ରାମଙ୍କ ପୁଅ ଅନିଲ ଶର୍ମା ମଣ୍ଡି ଆନରୁ ପ୍ରତିଦ୍ୱନ୍ଦିତା କରିବେ। ଏହି ତାଲିକାରେ ୫ ଜଣ ମହିଳାଙ୍କ ନାମ ରହିଛି। ସୋମବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ। ବୈଠକରେ ବହୁ ବିଚାର ବିମର୍ଷ ପରେ଼ ପ୍ରାର୍ଥୀ ତାଲିକା ଉପରେ ମୋହର ବାଜିଥିଲା। ଆହୁରି ପଢ଼ନ୍ତୁ ରେଲୱେ ଫୁଟ୍‌ ଓଭରବ୍ରିଜ୍ ଭୁଶୁଡ଼ି ୨୦ ଆହତ 4 hours ago ବିଏମଡବ୍ଲୁ କାର ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ 5 hours ago କିଛି ଦିନ ପୂର୍ବରୁ ନିର୍ବାଚନ କମିସନ (ଇସି) ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆ‌ସନ୍ତା ନଭେମ୍ବର ୧୨ ତାରିଖ‌ରେ ହିମାଚଳ ପ୍ରଦେଶ ବିଧାନସଭାର ୬୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଡିସେମ୍ବର ୮ରେ ଭୋଟ୍‌ ଗଣତି ହେବ। ଚଳିତ ଥର ହିମାଚଳ ବିଧାନସଭା ନିର୍ବାଚନ ପାଇଁ ୫୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୧.୮୬ ଲକ୍ଷ ପ୍ରଥମ ଥର ‌ପାଇଁ ଭୋଟ୍‌ ଦେବେ। ରାଜ୍ୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ୧.୨୨ ଲକ୍ଷ ଭୋଟର ଅଛନ୍ତି ଏବଂ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ୧୧୦୦ ଭୋଟର ଅଛନ୍ତି। ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ କରୋନା ଆକ୍ରାନ୍ତଙ୍କ ପାଇଁ ଘରେ ହିଁ ଭୋଟ୍‌ଦାନର ବ୍ୟବସ୍ଥା ହେବ। ନିର୍ବାଚନ କମିସନଙ୍କ ସ୍ୱେଚ୍ଛାସେବୀମାନେ ବ୍ୟକ୍ତିଗତ ଭାବେ ଏଭଳି ଭୋଟର୍‌ଙ୍କ ଘରକୁ ଯାଇ ବ୍ୟାଲଟ୍‌ ସଂଗ୍ରହ କରିବେ ଏବଂ ଏହି ବ୍ୟବସ୍ଥାର ଭିଡିଓଗ୍ରାଫି ହେବ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୨୫ ଏବଂ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୯ ରହିଛି ।
2022-11-27T19:30:48Z
https://odishareporter.in/nation-world/india/bjp-names-candidates-for-62-seats-in-first-list-for-himachal-polls-774833
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ବଡ ଖବର ରାଷ୍ଟ୍ରୀୟ ରାଜନୀତିରେ କେସିଆରଙ୍କ ପ୍ରବେଶ; ଘୋଷଣା କଲେ ନିଜର ଜାତୀୟ ଦଳ ରାଷ୍ଟ୍ରୀୟ ରାଜନୀତିରେ କେସିଆରଙ୍କ ପ୍ରବେଶ; ଘୋଷଣା କଲେ ନିଜର ଜାତୀୟ ଦଳ By The Sakala SS On Oct 5, 2022 ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନକୁ ପାଖାପାଖି ଦେଢ଼ ବର୍ଷ ସମୟ ବାକି ରହିଛି। ତେବେ ଏନେଇ ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତି କରିବା ଆରମ୍ଭ କରିଦେଲେଣି । ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ନିଜେ ଜାତୀୟ ରାଜନୀତିରେ ପ୍ରବେଶ କରିବା ସହିତ ବିଜେପି ବିରୋଧୀ ନେତାଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ମିଶନ ୨୦୨୪ ଆରମ୍ଭ କରିଛନ୍ତି। ଏହି କ୍ରମରେ ସେ ଆଜି ନିଜର ରାଷ୍ଟ୍ରୀୟ ଦଳ ବାବଦରେ ଘୋଷଣା କରିଛନ୍ତି । କେସିଆର ତାଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ( ଟିଆରଏସ )ର ନାମ ବଦଳାଇ ‘ଭାରତ ରାଷ୍ଟ୍ର ସମିତି’ ଭାବେ ଏକ ନୂଆ ରାଷ୍ଟ୍ରୀୟ ଦଳ ଘୋଷଣା କରିଛନ୍ତି । ଆଜି ତେଲେଙ୍ଗାନା ଭବନରେ ଆୟୋଜିତ ଦଳର ସାଧାରଣ ବୈଠକରେ ସର୍ବସମ୍ମତି କ୍ରମେ ଏହି ନୂଆ ରାଷ୍ଟ୍ରୀୟ ଦଳର ସଂକଳ୍ପ ପାରିତ ହୋଇଛି। ଅଧିକ ପଢନ୍ତୁ ସତ୍ୟକୁ ବିକୃତ କରି ଲୋକଙ୍କ ସାମ୍ନାରେ ଉପସ୍ଥାପନ କରୁଛନ୍ତି… Nov 30, 2022 ଏଥିସହିତ ପଢ଼ନ୍ତୁ ଓଡ଼ିଶାରେ ଶିଳ୍ପ ମହାରଥୀଙ୍କ ମହାମିଳନ : ମେକ୍ ଇନ୍ ଓଡ଼ିଶା କନକ୍ଲେଭର… Nov 30, 2022 ସୂଚନାଯୋଗ୍ୟ ଯେ, କେସିଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଜେଡିଏସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ମଧ୍ୟ ଯୋଗ ଦେଇଥିଲେ । ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କେସିଆର ତାଙ୍କ କ୍ୟାବିନେଟ ସହକର୍ମୀ ତଥା ଦଳର ସମସ୍ତ ୩୩ ଜିଲ୍ଲା ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ। ଆଉ ସେମାନଙ୍କ ସହ ଜାତୀୟ ଦଳର ଶୁଭାରମ୍ଭ ପାଇଁ ରୋଡମ୍ୟାପ ବିଷୟରେ କେସିଆର ଆଲୋଚନା କରିଥିବା କୁହାଯାଉଛି। ତେବେ ଏହାକୁ ନେଇ ତେଲେଙ୍ଗାନା ବିଜେପିର ମୁଖପାତ୍ର ଏନ.ଭି ସୁଭାଷ କହିଛନ୍ତି ଯେ, ଜାତୀୟ ରାଜନୀତିରେ ପ୍ରବେଶ କରି ତାଙ୍କ ସରକାରଙ୍କ ବିଫଳତାକୁ ଦୂର କରିବା ପାଇଁ କେସିଆର ରଣନୀତି କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ନୂତନ ଦଳ ପାଇଁ ୧୦୦ କୋଟି ଟଙ୍କାରେ ୧୨ ସିଟ୍ ବିଶିଷ୍ଟ ବିମାନ କିଣାଯାଇଛି। ସାଧାରଣ ଲୋକଙ୍କ ଟଙ୍କା କିପରି ଚୋରି ହୋଇଛି ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ଏହାକୁ ବିଜେପି କେବେ ବରଦାସ୍ତ କରିବ ନାହିଁ। ଦଳ ତରଫରୁ ଏହାର ଦୃଢ଼ ଜବାବ୍ ଦିଆଯିବ ବୋଲି ସେ କହିଛନ୍ତି। Share The Sakala SS Prev Post ବିଦ୍ଯୁତ ଆଘାତରେ ଗୋଟିଏ ପରିବାରର ୩ ମୃତ Next Post ଆଜି ଭୁବନେଶ୍ୱରର ୪ଟି ସ୍ଥାନରେ ହେବ ରାବଣ ପୋଡି, ଆସିଲା ୨୮ଟି ଗାଇଡ୍‌ଲାଇନ୍‌, ମୁତୟନ ହେବେ ପାଞ୍ଚ ପ୍ଲାଟୁନ୍‌ ପୁଲିସ ଫୋର୍ସ
2022-12-01T04:38:25Z
https://thesakala.in/telanganas-kcr-moves-to-national-stage-with-bharat-rashtra-samithi/
OSCAR-2301
ନୂଆଦିଲ୍ଲୀ: କଂଗ୍ରେସରେ ହେଲା ବଡଧରଣର ପରିବର୍ତ୍ତନ ।ମଲ୍ଲିକାଜୁନ ଖଡଗେ CWC କମିଟି ବଦଳରେ ଅନ୍ୟ ଏକ ନୂଆ ଦଳ ଗଠନ କରିଛନ୍ତି । ଖଡଗେଙ୍କ ଦ୍ୱାରା ଗଠନ କରାଯାଇଥିବା କମିଟିରେ ୪୭ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି ।ଏହି ସଦସ୍ୟ ମାନଙ୍କ ମଧ୍ୟରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମନମୋହନ ସିଂ, ଏକେ ଆଣ୍ଟେନି ପ୍ରମୁଖ ରହିଛନ୍ତି । ସୂଚନାମୁତାବକ, କଂଗ୍ରେସର ସମସ୍ତ ନିଷ୍ପତ୍ତି CWC କମିଟି ଦ୍ୱାରା ହିଁ ନିଆଯାଉଥିଲା । ସେହି କମିଟିରେ ୨୩ ଜଣ ସଦସ୍ୟ ଥିଲେ । କିନ୍ତୁ କଂଗ୍ରେସର ନୂଆ ସଭାପତିଙ୍କ ଖଡଗେ CWC ବଦଳରେ ଅନ୍ୟ ଏକ ନୂଆ କିମିଟି କରିଛନ୍ତି । CWC ରେ ମାତ୍ର ୨୩ ଜଣଙ୍କୁ ସ୍ଥାନ ଦିଅ।ଯାଇଥିଲା ହେଲେ ନୂଆ କରି ଗଢ ।ଯାଇ ଥିବା କମିଟିରେ ୪୩ ସଦସ୍ୟଙ୍କୁ ସ୍ଥାନ ଦିଅ।ଯାଇଛି । ଏହା ଦ୍ୱାରା ଏକ ବଡ ପରିବର୍ତ୍ତନର ଆଶଙ୍କା କରାଯାଉଛି । ଖେଡଗେଙ୍କ ଦ୍ୱାରା କରାଯାଇଥିବା ଏହି କମିଟି କଂଗ୍ରେସର ସମ୍ବିଧାନକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ତେବେ କଂଗ୍ରେସ ଦ୍ୱାରା କରାଯଇଥିବା ପ୍ରେସ ରିଲିଜରେ ଏହି ସମସ୍ତ ସୂଚନା ଦିଆଯାଇଛି । CWC ବଦଳରେ ବର୍ତ୍ତମାନ ଖଡଗେଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନୂଆ କମିଟି ହିଁ ସମସ୍ତ କାର୍ଯ୍ୟ କରାଯିବ |
2022-11-27T19:09:17Z
https://odianews.reporterstoday.com/congress-president-mallikarjun-kharge/
OSCAR-2301
ନୂଆଦିଲ୍ଲୀ,୮ା୨(ଏଜେନ୍ସି): ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଛି ଅର୍ଥ ଠକେଇ ଓ ଟିକସ ଫାଙ୍କିବା ଭଳି ସଙ୍ଗିନ୍‌ ଅଭିଯୋଗ । ବାହାମସ୍‌ର ୩ଟି ସେଲ୍‌ ବା ଭୂତ କମ୍ପାନି ମାଧ୍ୟମରେ ବୈଜୟନ୍ତ ବିଦେଶରୁ ୧୭.୭୨ କୋଟି ଟଙ୍କା ଆଣିଥିଲେ । ଏ ବାବଦରେ ସେ କୌଣସି ଟିକସ ପ୍ରଦାନ ନକରି ସିଧାସଳଖ ଭାବେ ଲାଭବାନ ହୋଇଥିଲେ । ଆଗକୁ ନିର୍ବାଚନ ଥିବାବେଳେ ଜାତୀୟ ଗଣମାଧ୍ୟମରେ ଏଭଳି ରିପୋର୍ଟ ବୈଜୟନ୍ତଙ୍କ ଅଡୁଆ ବଢ଼ାଇ ଦେଇଛି । ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଆୟକର ବିଭାଗ ନିକଟରେ ବୈଜୟନ୍ତ ଓ ତାଙ୍କ ପରିବାର ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି । କିନ୍ତୁ ଅଭିଯୋଗକାରୀଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଅଭିଯୋଗ ମୁତାବକ ଏହି ଆର୍ଥିକ ହେରଫେର ଘଟଣାରେ ବୈଜୟନ୍ତଙ୍କ ସମେତ ତାଙ୍କ ପତ୍ନୀ ଜାଗୀ ମଙ୍ଗତ୍‌ ପଣ୍ଡା ଏବଂ ସହଯୋଗୀ ମଞ୍ଜୁଳା ଦେବୀ ଶ୍ରଫ୍‌ ସମ୍ପୃକ୍ତ ଅଛନ୍ତି । ମଞ୍ଜୁଳା ଦେବୀଙ୍କ ବିଭିନ୍ନ କମ୍ପାନି ଏବଂ ବାହାମସ୍‌ର ୩ଟି ଭୂତ କମ୍ପାନି ମଧ୍ୟରେ ଏଭଳି କାରବାର କରାଯାଇଛି ଓ ଶେଷରେ ଏହାର ଫାଇଦା ବୈଜୟନ୍ତ ନେଇଛନ୍ତି । ରିପୋର୍ଟ ଅନୁସାରେ, ବୈଜୟନ୍ତ ଓ ପରିବାର ବାହାମସ୍‌ର ୩ଟି ଭୂତ କମ୍ପାନି ଯଥା ଫିନ୍‌ଲେ, ମେସିନା ଏବଂ ପିକିକା ଜରିଆରେ ଆର୍ଥିକ ଠକେଇ କରିଛନ୍ତି । ବାହାମସ୍‌ ରେଜିଷ୍ଟ୍ରାର୍‌ ଅଫ୍‌ କମ୍ପାନିଜ୍‌ରେ ଉପଲବ୍ଧ ତଥ୍ୟ ମୁତାବକ ଫିନ୍‌ଲେ, ମେସିନା ଓ ପିକିକା ଯଥାକ୍ରମେ ୧୯୯୩ ଜୁନ୍‌, ୧୯୯୫ ଜାନୁଆରୀ ଏବଂ ୨୦୦୩ ମାର୍ଚ୍ଚରେ ସ୍ଥାପନ କରାଯାଇଥିଲା । ଏହି କମ୍ପାନିଗୁଡ଼ିକର ପାୱାର ଅଫ୍‌ ଆଟର୍ଣ୍ଣି ମଞ୍ଜୁଳା ଦେବୀଙ୍କ ନିକଟରେ ଥିଲା । ଏହାଛଡ଼ା ଗୁଜରାଟରେ ବିଦ୍ୟାଳୟ ପରିଚାଳନା କରୁଥିବା କାଲୋରେକ୍ସ ଗ୍ରୁପ୍‌ର ସିଇଓ ଥିବା ମଞ୍ଜୁଳା ଦେବୀ କିଶନଗଡ଼ ଏନ୍‌ଭର୍ଣ୍ଣମେଣ୍ଟାଲ୍‌ ଡେଭଲପ୍‌ମେଣ୍ଟ ଆକ୍ସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଓଡ଼ିଶା ଟେଲିଭିଜନ୍‌ ଲିମିଟେଡ୍‌ର ନିର୍ଦ୍ଦେଶିକା ମଧ୍ୟ ରହିଥିଲେ । ୧୯୯୫ରୁ ୨୦୦୭ ମଧ୍ୟରେ ବାହାମସ୍‌ର ଉକ୍ତ ୩ଟି ଭୂତ କମ୍ପାନି ଯଥା ଫିନ୍‌ଲେ, ମେସିନା ଏବଂ ପିକିକା ସିଧାସଳଖ ଭାବେ ନିଜ ଭାରତୀୟ ସହଯୋଗୀ କମ୍ପାନି ଏମ୍‌ଏସ୍‌ ଟେଲିକମ୍‌ ଲିମିଟେଡ୍‌ ଓ କାଲୋରେକ୍ସ ହୋଲ୍‌ଡିଂସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ୧୭.୭୨ କୋଟି ଟଙ୍କା ନିବେଶ କରିଥିଲେ । ଉଭୟ ଏମ୍‌ଏସ୍‌ ଟେଲିକମ୍‌ ଓ କାଲୋରେକ୍ସରେ ନିର୍ଦ୍ଦେଶକ ରହିଛନ୍ତି ମଞ୍ଜୁଳା ଦେବୀ । ବାହାମସ୍‌ର ଉକ୍ତ ୩ଟି କମ୍ପାନି ସେମାନଙ୍କ ଭାରତୀୟ ସହଯୋଗୀଙ୍କ ଜରିଆରେ ଓର୍‌ଟେଲ୍‌ କମ୍ୟୁନିକେସନ୍‌ରୁ ୯.୪୬ କୋଟି ଟଙ୍କାର ଇକ୍ୱିଟି ସେୟାର ହାସଲ କରିଥିଲେ । କିନ୍ତୁ ପଣ୍ଡା ପରିବାର ନିଜର ପଣ୍ଡା ଇନ୍‌ଭେଷ୍ଟମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ମେଟ୍ରୋ ସ୍କାଇନେଟ୍‌ ଲିମିଟେଡ୍‌ ଜରିଆରେ ସେହି ଇକ୍ୱିଟି ସେୟାରକୁ ୧.୬୮ କୋଟି ଟଙ୍କା ଦେଇ ହାସଲ କରିଥିଲେ । ଏହାଛଡ଼ା ଫିନ୍‌ଲେ ଦ୍ୱାରା ହାସଲ କରାଯାଇଥିବା ସମସ୍ତ ସେୟାରକୁ ୨୦୧୦ ଡିସେମ୍ବରରେ ଓଡ଼ିଶା ଟେଲିଭିଜନ୍‌ ଲିମିଟେଡ୍‌ (ଓଟିଭି)କୁ ଆବଣ୍ଟନ ହୋଇଥିଲା । ଓଟିଭିରେ ମଞ୍ଜୁଳା ଦେବୀ ଏବଂ ଜାଗୀ ମଙ୍ଗତ୍‌ ପଣ୍ଡା ନିର୍ଦ୍ଦେଶକ ରହିଛନ୍ତି । ଏଭଳି ବେଆଇନ କାରବାର ପରେ ବାହାମସ୍‌ର ଉକ୍ତ ୩ଟି ଭୂତ କମ୍ପାନି ବନ୍ଦ ହୋଇଯାଇଥିଲା । ୨୦୧୧ ଜୁଲାଇରେ ପିକିକା, ୨୦୧୩ରେ ମେସିନା ଏବଂ ୨୦୧୮ ମାର୍ଚ୍ଚରେ ଫିନ୍‌ଲେ ବନ୍ଦ ହୋଇଯାଇଥିଲା । ଫିନ୍‌ଲେର ୯୬.୧୩% ଅଂଶଧନ ଏବଂ ୨.୦୩ କୋଟି ଟଙ୍କାର ଋଣ ଏମ୍‌ଏସ୍‌ ଟେଲିକମ୍‌ର ୨୦୧୭-୧୮ର ବାର୍ଷିକ ରିଟର୍ଣ୍ଣରେ ଦେଖିବାକୁ ମିଳିଥିଲା । ଓର୍‌ଟେଲ୍‌ କମ୍ୟୁନିକେସନ୍ସ ଲିମିଟେଡ୍‌ ୧୯୯୫ରେ କେବଲ୍‌ ଟିଭି ବ୍ୟବସାୟରେ ପ୍ରବେଶ କରିଥିଲା । ଘରୋଇ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ଭାବେ ଏହା ୧୯୯୮ରେ ଆଇଏସ୍‌ପି ଲାଇସେନ୍ସ ହାସଲ କରିଥିଲା । ୨୦୧୫ରେ କମ୍ପାନିର ଆଇପିଓ ବିଫଳ ହୋଇଥିଲା ଏବଂ ସୋନି ପିକ୍‌ଚର୍ସ ନେଟ୍‌ୱର୍କ ଇଣ୍ଡିଆର ଅଭିଯୋଗକ୍ରମେ ୨୦୧୮ ନଭେମ୍ବରରେ ଓର୍‌ଟେଲ୍‌ ବିରୋଧରେ ଦେବାଳିଆ ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବାକୁ ନ୍ୟାସ୍‌ନାଲ୍‌ କମ୍ପାନି ଲ’ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଥିଲେ । ଓର୍‌ଟେଲ୍‌ କମ୍ୟୁନିକେସନ୍ସ ପକ୍ଷରୁ ବଜାର ନିୟାମକ ସେବି ନିକଟରେ ହୋଇଥିବା ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ ମୁତାବକ ବାହାମାସ୍‌ର ଭୂତ କମ୍ପାନି ଫିନ୍‌ଲେ ୧୯୯୫ରୁ ୨୦୦୭ ମଧ୍ୟରେ ଓର୍‌ଟେଲ୍‌ କମ୍ୟୁନିକେସନ୍ସରେ ୮ଟି କିସ୍ତିରେ ୯.୬୮ କୋଟି ଟଙ୍କା ନିବେଶ କରିଥିଲା । ଏହାଛଡ଼ା ୧୯୯୫ରୁ ମଞ୍ଜୁଳା ଦେବୀ ଶ୍ରଫ୍‌ ନିର୍ଦ୍ଦେଶକ ଥିବା କାଲୋରେକ୍ସ ହୋଲ୍‌ଡିଂସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ମଧ୍ୟ ୪.୩୩ କୋଟି ଟଙ୍କା ନିବେଶ କରିଥିଲା । ପ୍ରତିବଦଳରେ କାଲୋରେକ୍ସ ଓର୍‌ଟେଲ୍‌ରେ ୨.୮୨ କୋଟି ଟଙ୍କା ନିବେଶ କରିଥିଲା । ଏହାପରେ ମଞ୍ଜୁଳା ଦେବୀ ଉଭୟ ନିର୍ଦ୍ଦେଶକ ଓ ଅଂଶୀଦାର ଥିବା ଏମ୍‌ଏସ୍‌ ଟେଲିକମ୍‌ ଇନ୍‌ଭେଷ୍ଟମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଫିନ୍‌ଲେ ୫୫ ଲକ୍ଷ ଟଙ୍କା ନିବେଶ କରିଥିଲା ଏବଂ ୨.୦୩ କୋଟି ଟଙ୍କା ଋଣ ଦେଇଥିଲା । ବଦଳରେ ଏମ୍‌ଏସ୍‌ ଟେଲିକମ୍‌ ଓର୍‌ଟେଲ୍‌ରେ ୫୫ ଲକ୍ଷ ଟଙ୍କା ନିବେଶ କରିଥିଲା । ସେହିଭଳି ୩୯.୪୫ ଲକ୍ଷ ଟଙ୍କାରେ ଓର୍‌ଟେଲ୍‌ ସେୟାର ହାସଲ କରିଥିବା କାଲୋରେକ୍ସରେ ବାହାମସ୍‌ କମ୍ପାନି ମେସିନା ୫୦ ଲକ୍ଷ ଟଙ୍କା ନିବେଶ କରିଥିଲା । ପିକିକା ସିଧାସଳଖ ଭାବେ ଓର୍‌ଟେଲ୍‌ରେ ୬୨.୫ ଲକ୍ଷ ଟଙ୍କା ମୂଲ୍ୟର ସେୟାର କିଣିଥିଲା । ଏହିଭଳି ଭାବେ ବାହାମାସ୍‌ର ୩ଟି ଭୂତ କମ୍ପାନି ପଣ୍ଡା ପରିବାର ଓ ମଞ୍ଜୁଳା ଦେବୀ ଶ୍ରଫ୍‌ଙ୍କ କମ୍ପାନିଗୁଡ଼ିକରେ ମୋଟ ୧୭.୭୨ କୋଟି ଟଙ୍କା ଟେକିଦେଇଥିଲେ । ଫଳରେ ଏହି ଅର୍ଥ କାରବାର ବାବଦରେ ବୈଜୟନ୍ତ ପଣ୍ଡା କୌଣସି ଟିକସ ପ୍ରଦାନ କରିନଥିଲେ । ଓର୍‌ଟେଲ୍‌ର ୨୦୧୧ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ ଅନୁଯାୟୀ ୧୯୯୯ ସେପ୍ଟେମ୍ବରରେ ପଣ୍ଡା ଇନ୍‌ଭେଣ୍ଟମେଣ୍ଟ୍‌ସ କାଲୋରେକ୍ସର ସମସ୍ତ ୨୮,୧୮,୦୦୦ ଓର୍‌ଟେଲ୍‌ ସେୟାରକୁ (ସେୟାର ପିଛା ୨.୫୫ ଟଙ୍କା ମୂଲ୍ୟରେ) ପଣ୍ଡା ହାସଲ କରିନେଇଥିଲା । ସେହିଭଳି ୨୦୧୦ ମେ ମାସରେ ଏମ୍‌ଏସ୍‌ ଟେଲିକମ୍‌, କାଲୋରେକ୍ସ, ଫିନ୍‌ଲେ ଏବଂ ପିକିକାର ୪୮,୫୯,୫୧୨ ଓର୍‌ଟେଲ୍‌ ସେୟାରକୁ ମେଟ୍ରୋ ସ୍କାଇନେଟ୍‌ ସେୟାର ପିଛା ମାତ୍ର ୧.୯୫ ଟଙ୍କା ମୂଲ୍ୟରେ କିଣିନେଇଥିଲା । କିନ୍ତୁ ୨୦୧୦ ଏପ୍ରିଲ୍‌ରେ ପଣ୍ଡା ଏବଂ ତାଙ୍କ ଅଧୀନରେ ଥିବା କମ୍ପାନିଗୁଡ଼ିକ ତୃତୀୟ ପକ୍ଷଙ୍କ ଠାରୁ ସେୟାର ପିଛା ୭୯ ଟଙ୍କା ମୂଲ୍ୟରେ ଓର୍‌ଟେଲ୍‌ ସେୟାର ହାସଲ କରିଥିଲେ । ଏଠାରେ ଉଲ୍ଲେଖଥାଉ କି ୨୦୧୬ରେ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଏବଂ ଆଇସିଆଇଜେ (ଇଣ୍ଟରନ୍ୟାସ୍‌ନାଲ୍‌ କନ୍‌ସୋର୍ଟିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ଣ୍ଣାଲିଷ୍ଟସ) ଦ୍ୱାରା ୨୦୧୬ରେ ‘ବାହାମସ୍‌ ଲିକ୍ସ’ ନାମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ରିପୋର୍ଟରେ ଫିନ୍‌ଲେ କର୍ପୋରେସନ୍‌ ଲିମିଟେଡ୍‌, ମେସିନା କର୍ପୋରେସନ୍‌ ଲିମିଟେଡ୍‌ ଏବଂ ପିକିକା ଲିମିଟେଡ୍‌ ସ୍ଥାନ ପାଇଥିଲେ । ଏହି କମ୍ପାନିଗୁଡ଼ିକ ଅର୍ଥ ଠକେଇ ଓ ଟିକସଫାଙ୍କି ଭଳି ଘଟଣାରେ ଜଡ଼ିତ ଥିବା ଦର୍ଶାଯାଇଥିଲା । ନିର୍ବାଚନ ଆସିଲେ ଏମିତି ହୁଏ: ବୈଜୟନ୍ତ ମୋ ବିରୋଧରେ ଏବଂ ମୋ ପରିବାର ବିରୋଧରେ ଆସିଥିବା ଏଭଳି ଅଭିଯୋଗ ଭିତ୍ତିହୀନ । ଆଗକୁ ନିର୍ବାଚନ ଥିବାରୁ ମୋତେ ବଦନାମ କରିବା ପାଇଁ ଚିରାଚରିତ ଭାବେ ଏଭଳି ପ୍ରୟାସ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଚକ୍ରାନ୍ତ କରାଯାଇଛି । କେଉଁ ବ୍ୟକ୍ତି ବା ସଂସ୍ଥା ଏହି ଅଭିଯୋଗ ଆଣିଛନ୍ତି, ସେ ନେଇ ମଧ୍ୟ କୌଣସି ସୂଚନା ନାହିଁ । ତେବେ ବର୍ଷ ବର୍ଷ ଧରି ମୁଁ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛି । ତା’ସତ୍ତେ୍ୱ ନିର୍ବାଚନ ପାଖେଇ ଆସୁଥିବାରୁ ପୁଣି ଏଭଳି ଅଭିଯୋଗ କରାଯାଉଛି । ପୂର୍ବ ଅଭିଯୋଗଗୁଡ଼ିକ ଭଳି ସଦ୍ୟ ଅଭିଯୋଗକୁ ମଧ୍ୟ ମୁଁ ଦୃଢ଼ତାର ସହ ଖଣ୍ଡନ କରୁଛି । ୬୦ ବର୍ଷର ଉତ୍ତମ ଟ୍ରାକ୍‌ ରେକର୍ଡ ରଖିଥିବା ରାଜ୍ୟର ଏକ ବ୍ୟବସାୟିକ ପରିବାରରୁ ମୁଁ ଆସିଛି । ଆମ କମ୍ପାନିଗୁଡ଼ିକ ଭାରତରେ ହଜାର ହଜାର ଲୋକଙ୍କୁ ଚାକିରି ଦେଇଥିବା ବେଳେ ଆଇନର କ୍ଷେତ୍ରାଧିକାରରେ ରହି ଆର୍ଥିକ କାରବାର କରିଛନ୍ତି । ସେହି କମ୍ପାନିଗୁଡ଼ିକ ମଧ୍ୟରୁ ଓର୍‌ଟେଲ୍‌ ଅନ୍ୟତମ । ୧୯୯୦ ଦଶକରେ ରାଜ୍ୟର ପ୍ରଥମ ଘରୋଇ କମ୍ପାନି ଭାବେ ଏହା ଆଇଏସ୍‌ପି ଲାଇସେନ୍ସ ହାସଲ କରିଥିଲା । ଇ-ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କୁ ଜବାବ ଦେଇ ବୈଜୟନ୍ତ ଆହୁରି କହିଛନ୍ତି ଯେ ଏହି ସଦ୍ୟତମ ଅଭିଯୋଗରେ ଯେଉଁ କାରବାର ବିଷୟରେ ଉଲ୍ଲେଖ କରାଯାଇଛି, ତାହା ଦୁଇ ଦଶନ୍ଧି ପୁରୁଣା । ଉକ୍ତ କାରବାରଗୁଡ଼ିକ ସମସ୍ତ ନିୟାମକ ମଞ୍ଜୁରି ହାସଲ କରିଥିଲା । ତା’ଛଡ଼ା ସେୟାର ମୂଲ୍ୟ ବାବଦରେ ଯେଉଁ ଅଭିଯୋଗ ଅଣାଯାଇଛି, ତାହା ଯୁକ୍ତିଯୁକ୍ତ ନୁହେଁ । କାରଣ ବଜାରରେ ଅସ୍ଥିରତା ଲାଗିରହିଥାଏ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏମିତି ଗୋଟିଏ ବର୍ଷରେ ମଧ୍ୟ କମ୍ପାନିର ସେୟାର ମୂଲ୍ୟରେ ବଡ଼ଧରଣର ଅସ୍ଥିରତା ଦେଖିବାକୁ ମିଳିଥିଲା । ସମ୍ବନ୍ଧିତ ଖବର ଫେସବୁକରୁ ପ୍ରେମ ପରେ ଯୁବତୀଙ୍କୁ ବ୍ଲାକମେଲ, ରାୟଗଡାରୁ ଅଭିଯୁକ୍ତ ଯୁବକକୁ ଗରିଫ କଲା ପୁଲିସ 27/11/2022 at 10:54 PM ତିଗିରିଆ ବ୍ଳକରେ ଡେଙ୍ଗୁ ଆତଙ୍କ, ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା 27/11/2022 at 9:58 PM 1 min read କରୋନା : ଚୀନର ଜିନପିଙ୍ଗ୍ ସରକାର ବିରୋଧରେ ‘ବ୍ଲାଙ୍କ୍‌ ପେପର’ ଅସ୍ତ୍ର , ଲକଡାଉନ୍‌ ବିରୁଦ୍ଧରେ ସଡ଼କକୁ ଓହ୍ଲାଇଲେ ଛାତ୍ରଛାତ୍ରୀ 27/11/2022 at 9:35 PM ‘କଂଗ୍ରେସ ଶାସନ ବେଳେ ଚରମ ସୀମାରେ ଥିଲା ଆତଙ୍କବାଦ; କିନ୍ତୁ ସେମାନେ ମୋତେ ଟାର୍ଗେଟ କରୁଥିଲେ’: ପ୍ରଧାନମନ୍ତ୍ରୀ ମୋଦୀ 27/11/2022 at 9:32 PM ଭୋକ ଜ୍ୱାଳାରେ ଡହଳବିକଳ ଆଫଗାନିସ୍ତାନବାସୀ: ଖାଦ୍ୟାଭାବରୁ ପିଲାକୁ ନିଦ ମେଡିସିନ ଖୁଆଉଛି ମା’, ପେଟ ପାଇଁ ବିକୁଛନ୍ତି ଦେହର ଅଙ୍ଗ 27/11/2022 at 9:32 PM ବେଳାଭୂମି ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆଦ୍ୟ ତାଳସାରି ବିକାଶ ମଞ୍ଚ ଗଠିତ 27/11/2022 at 9:13 PM ରାଜ୍ୟ ଫେସବୁକରୁ ପ୍ରେମ ପରେ ଯୁବତୀଙ୍କୁ ବ୍ଲାକମେଲ, ରାୟଗଡାରୁ ଅଭିଯୁକ୍ତ ଯୁବକକୁ ଗରିଫ କଲା ପୁଲିସ ତିଗିରିଆ ବ୍ଳକରେ ଡେଙ୍ଗୁ ଆତଙ୍କ, ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା ବେଳାଭୂମି ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆଦ୍ୟ ତାଳସାରି ବିକାଶ ମଞ୍ଚ ଗଠିତ ଅପରାଧ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୧୬ କିଲୋଗ୍ରାମ ସୁନା ଓ ସାଢେ ୩ ଲକ୍ଷ ଟଙ୍କା ଡକାୟତି, ଗଲାବେଳେ ନେଇଗଲେ ମ୍ୟାନେଜରଙ୍କ କାର୍… ପାରସ୍ପରିକ ବିବାଦ ପାଇଁ ଘରେ ପଶି ୩ ଭାଇଙ୍କୁ ଗୁଳିମାରି ହତ୍ୟା କଲେ ଦୁର୍ବୃତ୍ତ, ଗୁରୁତର ୩ ମହିଳା ହସ୍ପିଟାଲରେ ଭର୍ତ୍ତି… ବିଶ୍ବର ୫୦ କୋଟି ହ୍ବାଟସଆପ୍‌ ଆକାଉଣ୍ଟ ଡାଟା ହ୍ୟାକ୍, ଭାରତୀୟ ୟୁଜର ବି ହ୍ୟାକର୍‌ଙ୍କ କବ୍‌ଜାରେ! ଦେଶ- ବିଦେଶ କରୋନା : ଚୀନର ଜିନପିଙ୍ଗ୍ ସରକାର ବିରୋଧରେ ‘ବ୍ଲାଙ୍କ୍‌ ପେପର’ ଅସ୍ତ୍ର , ଲକଡାଉନ୍‌ ବିରୁଦ୍ଧରେ ସଡ଼କକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ‘କଂଗ୍ରେସ ଶାସନ ବେଳେ ଚରମ ସୀମାରେ ଥିଲା ଆତଙ୍କବାଦ; କିନ୍ତୁ ସେମାନେ ମୋତେ ଟାର୍ଗେଟ କରୁଥିଲେ’: ପ୍ରଧାନମନ୍ତ୍ରୀ ମୋଦୀ ଭୋକ ଜ୍ୱାଳାରେ ଡହଳବିକଳ ଆଫଗାନିସ୍ତାନବାସୀ: ଖାଦ୍ୟାଭାବରୁ ପିଲାକୁ ନିଦ ମେଡିସିନ ଖୁଆଉଛି ମା’, ପେଟ ପାଇଁ ବିକୁଛନ୍ତି ଦେହର ଅଙ୍ଗ
2022-11-27T18:40:37Z
https://www.prameya.com/baijayanta-on-income-tax-matter/
OSCAR-2301
ଗାଡିଚାଳକ ହୋଇଯାନ୍ତୁ ସାବଧାନ ! ରାସ୍ତାରେ ଯିବା ବେଳେ କାହାକୁ ଲିଫ ଦେଉଛନ୍ତି କି ? ଯାଇପାରନ୍ତି ଜେଲ୍, ଜାଣନ୍ତୁ ନିୟମ Skip to content Disclaimer Privacy Policy Disclaimer Menu ନ୍ୟୁଜ୍ ମନୋରଞ୍ଜନ ବିଶେଷ ଖେଳ ସ୍ୱାସ୍ଥ୍ୟ ଜୀବନ ଶୈଳୀ ଭାଇରାଲ ଜ୍ୟୋତିଷ ଗାଡିଚାଳକ ହୋଇଯାନ୍ତୁ ସାବଧାନ ! ରାସ୍ତାରେ ଯିବା ବେଳେ କାହାକୁ ଲିଫ ଦେଉଛନ୍ତି କି ? ଯାଇପାରନ୍ତି ଜେଲ୍, ଜାଣନ୍ତୁ ନିୟମ by Odia News4 ରାସ୍ତାରେ ଯାଉଥିବା ବେଳେ କାହାକୁ ଲିଫ୍ଟ ଦେଉଥିଲେ ହୋଇଯାନ୍ତୁ ସାବଧାନ । ନଚେତ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ । ଗାଡିଚାଳକ ମାନଙ୍କ ପାଇଁ ଆମେ ନେଇ ଆସିଛୁ ଏକ ନୂଆ ଖବର । ରାସ୍ତାରେ ଯିବା ସମୟରେ ଆପଣ ଯଦି କାହାକୁ ଲିଫ୍ଟ ଦେଉଛନ୍ତି ତେବେ ସିଧା ଜେଲ୍ ଯିବେ । ଏକଥା କହୁଛି ଆମେ କହୁନୁ ବରଂ ମୋଟର ଭାଇକେଲ ଆପ୍ ଏହା କହୁଛି । ମୋଟର ଭାଇକେଲ ଆକ୍ଟ ୬୬/୯୨ ଅନୁସାରେ ଆପଣ ଯଦି ନିଜ ଗାଡିରେ କୌଣସି ଅଜଣା ଲୋକଙ୍କୁ ବସାଉଛନ୍ତି ତେବେ ଏହା ସଂପୂର୍ଣ୍ଣ ଭାବେ ବେଆଇନ ଅଟେ । ରାସ୍ତାରେ ଯିବା ସମୟରେ ଅଜଣା ଲୋକ ଲିଫ୍ଟ ମାଗୁଥିବାର ଆପଣ ଅନେକ ଥର ଦେଖିଥିବେ । ଏମିତି ସମୟରେ ମାନବିକତା ଦୃଷ୍ଟିରୁ ଲୋକେ ସାହାଯ୍ୟ କରିବାକୁ ଯାଇ ସେହି ଅଜଣା ବ୍ୟକ୍ତିଙ୍କୁ ଗାଡିରେ ବସାଇ ଦେଇଥାନ୍ତି । କିନ୍ତୁ ଏପରି କରିବା ଠିକ ନୁହେଁ । ଆପଣ ବି ଏହି ଲୋକମାନଙ୍କ ମଧ୍ୟରୁ ଜଣେ ହୋଇଥିଲେ ଏହି ଅଭ୍ଯାସକୁ ବଦଳାଇ ଦିଅନ୍ତୁ । ନଚେତ ଆପଣଙ୍କୁ ମଧ୍ୟ ଜୋରିମାନା ଗଣିବା ସହ ଯିବାକୁ ପଡିପାରେ ଜେଲ୍ । ଏଭଳି ଏକ ଘଟଣା ମୁମ୍ବାଇରୁ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ବି କାହାକୁ ଲିଫ୍ଟ ଦେବାକୁ ଭୟ କରିବେ । ମୁମ୍ବାଇରେ ଜଣେ ବ୍ୟକ୍ତି ରାସ୍ତାରେ ଯିବାବେଳେ ଜଣେ ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେଇଥିଲେ । ଆଉ ଏକ ଚେକିଂ ପୋଷ୍ଟରେ ତାଙ୍କ ଗାଡି ଚେକିଂ ପାଇଁ ଅଟକା ଯାଇଥିଲା । ଯାହାପରେ ସେ ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେଇଥିବା ଜଣା ପଡିଥିଲା । ଯାହାପରେ ତାଙ୍କ ଉପରେ ଲାଗୁ ହୋଇଥିଲା ମୋଟର ଭାଇକେଲ ଧାରା ୬୬-୯୨ । ଯାହାଫଳରେ ତାଙ୍କୁ ୨ ହଜାର ଟଙ୍କା ଫାଇଁ ଗଣିବାକୁ ପଡିଛି । ମୋଟର ଭାଇକେଲ ଆକ୍ଟ ଅନୁସାରେ କେବଳ କମର୍ଶିଆଲ ଗାଡି ଗୁଡିକୁ ହିଁ ଏହି ଅନୁମତି ରହିଛି । କମର୍ଶିଆଲ ପର୍ପୋଜରେ ସେମାନେ ଅନ୍ୟମାନଙ୍କୁ ଲିଫ୍ଟ ଦେଇପାରିବେ । କିନ୍ତୁ ପ୍ରାଇଭେଟ ଗାଡି ଚାଳକ ମାନେ ଅଜଣା ଲୋକଙ୍କୁ ଲିଫ୍ଟ ଦେବା ବେଆଇନ ଅଟେ । ତେଣୁ ଆପଣ ଯଦି ରାସ୍ତାରେ ଯିବା ବେଳେ ନିଜ ଗାଡିରେ କାହାକୁ ଲିଫ୍ଟ ଦେଉଛନ୍ତି ତେବେ ବର୍ତ୍ତମାନ ଠାରୁ ସାବଧାନ ହୋଇଯାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । Categories ନ୍ୟୁଜ୍ Post navigation ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି 5 ଟି କାମ, ନ ହେଲେ ହେବ ସର୍ବନାଶ ମାଲିକକୁ ଚକମା ଦେଇ 12 ଲକ୍ଷ ମାଛ ସହ ଟ୍ରକ ଆକ୍ସିଡେଣ୍ଟ କଲା ଡ୍ରାଇଭର, ଘଟଣା ଉପରୁ ପୋଲିସ ପରଦା ଉଠାଇବା ପରେ ସାମ୍ନାକୁ ଆସିଲା ଭୟଙ୍କର ସତ ଯେଉଁ ଝିଅକୁ ସମସ୍ତେ କହୁଥିଲେ ଅଶୁଭ, ଆଜି ସେ ବଲୀଉଡର ଟପ ଅଭିନେତ୍ରୀ, ଦେଖନ୍ତୁ କିଏ ଓଲିଉଡ ର ଫେମସ କମେଡିଆନ Suman Moharana ଙ୍କ ପରିବାର ଓ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ କରିଶ୍ମା କପୁର କହିଲେ କି ଯଦି ଜୀବିତ ଥାନ୍ତେ ଏହି ଅଭିନେତା ତାହେଲେ କେବେ ଫିଲ୍ମକୁ ଆସିପାରି ନଥାନ୍ତେ କରିନା ଟପ୍ ୧୦ ଧନୀ ଓଡ଼ିଆ ଫିଲ୍ମ ହିରୋ, ଜାଣନ୍ତୁ କାହାର କେତେ ସମ୍ପତ୍ତି, ନମ୍ବର 1 କିଏ ? TV ସିରିଏଲ “ରାମାୟଣ” ର ରାମଙ୍କ ରିଅଲ ଲାଇଫ ସ୍ତ୍ରୀ ଓ ଝିଅ ଲାଗନ୍ତି ବହୁତ ସୁନ୍ଦର, ବିଶ୍ଵାସ ହେଉନଥିଲେ ନିଜେ ଦେଖି ନିଅନ୍ତୁ
2022-11-28T10:58:25Z
https://headlines9.com/gadi-chalaka-sabadhan-lift-deuchanti-ki/
OSCAR-2301
ଲବଙ୍ଗ କରିବ ଆପଣ ମାନଙ୍କୁ ରାତାରାତି ମାଲାମାଲ, କେବଳ ରାତିରେ ଏହି ଖାସ୍ ଉପାୟ କରିବା ପରେ ଆପଣ ଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ….. – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home सूचना प्रविधि ଲବଙ୍ଗ କରିବ ଆପଣ ମାନଙ୍କୁ ରାତାରାତି ମାଲାମାଲ, କେବଳ ରାତିରେ ଏହି ଖାସ୍ ଉପାୟ କରିବା ପରେ ଆପଣ ଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ….. ଲବଙ୍ଗ କରିବ ଆପଣ ମାନଙ୍କୁ ରାତାରାତି ମାଲାମାଲ, କେବଳ ରାତିରେ ଏହି ଖାସ୍ ଉପାୟ କରିବା ପରେ ଆପଣ ଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ….. सूचना प्रविधि Share ଜୀବନରେ ଏମିତି ଏକ ମୋଡ ଆସି ପହଞ୍ଚିଥାଏ କି ଯେଉଁଥିରେ ଆମ ମାନଙ୍କୁ ଲାଗେ ଆମକୁ ନିଜର ପରିଶ୍ରମ ଅନୁସାରେ ଫଳ ମିଳୁନାହିଁ । ଆଜି ଆମେ ଆପଣ ମାନଙ୍କୁ ଲବଙ୍ଗର ଏକ ଉପାୟ ବିଷୟରେ କହିବୁ ଯେଉଁ ଉପାୟକୁ କରିବା ଦ୍ୱାରା ଆପଣ ମାନଙ୍କର ଘରେ ଧନର ବର୍ଷା ନିଶ୍ଚିତ ରୂପେ ହେବ । ଆପଣ ମାନଙ୍କୁ ପରିଶ୍ରମ କରିବା ପାଇଁ ପଡିବ ଏହା ସହିତ ପରିଶ୍ରମର ସଂପୂର୍ଣ୍ଣ ଫଳ ଆପଣ ମାନଙ୍କୁ ପ୍ରାପ୍ତ ହେବ । ଯଦି ଆପଣ ମାନେ ନିଜ ପାଇଁ କିଛି ଉଲ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଆପଣ ମାନଙ୍କର କୌଣସି କାମ ଓଲଟା ବା ଭୁଲ ହୋଇଯାଉଛି ଯାହା ଦ୍ୱାରା ଇନକମତ ଆପଣ ମାନେ କରୁଛନ୍ତି ହେଲେ ପଇସା ଆପଣ ମାନଙ୍କ ପାଖରେ ରହୁନାହିଁ । ଯାହା ଫଳରେ କି ପର୍ସ ଖାଲି ଏବଂ ମୁଣ୍ଡରେ ବହୁତ ହିଁ ଟେନସନ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏକ ଲବଙ୍ଗର ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣ ମାନଙ୍କୁ ଆପଣଙ୍କର କଷ୍ଟରୁ ମୁକ୍ତି ନିଶ୍ଚିତ ରୂପରେ ପ୍ରାପ୍ତ ହେବ । ଏହା ସହିତ ଯଦି ଘରେ ଘନର ଅଭାବ ଦେଖା ଦେଉଛି ତେବେ ତାହା ମଧ୍ୟ ଦୂର ହେବାରେ ଲାଗିବ । ଘରେ ପଇସା ଅଟକି ରହିବା ମଧ୍ୟ ଆରମ୍ଭ ହୋଇଯିବ । ଆପଣ ମାନେ ଜାଣିଛନ୍ତି କି ଲବବଙ୍ଗ ଆମର ଭାରତୀୟ ମାନଙ୍କର ଖାଦ୍ୟରେ ବ୍ୟବହାର କରାଯାଏ । ଏହାର ଉପଯୋଗରେ ଖାଦ୍ୟ ଭିନ୍ନ ହେବା ସହିତ କିଛି ଗୁଣ ମଧ୍ୟ ଯୋଡି ହୋଇଯାଏ । ଏହି ଲବଙ୍ଗ ମଧ୍ୟ ଅନେତ ପ୍ରକାର ଅସୁବିଧାକୁ ଦୂର କରି ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ । ଆପଣ ମାନଙ୍କୁ ଏହି ଉପାୟ କରିବା ପାଇଁ ପ୍ରଥମେ ଦୁଇଟି ଲବଙ୍ଗ ଏବଂ ଗୋଟିଏ କପୂର ଆଣନ୍ତୁ । ଘରେ ପୂଜା କରିବା ସମୟରେ ଏହି ଲବଙ୍ଗ ଏବଂ କପୂରକୁ ଗୋଟିଏ ପାତ୍ରରେ ରଖି ଏକାଠି ଜଳାଇ ଦିଅନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କର ସମସ୍ତ ଅଧା ରହିଥିବା କାର୍ଯ୍ୟ ହେଉନଥିବା କାର୍ଯ୍ୟ ସବୁ କଷ୍ଟ , ସବୁ ସମସ୍ୟା ଏବଂ ସବୁ ଅସୁବିଧା ମଧ୍ୟ ଦୂର ହୋଇଥାଏ । ଏହା ସହିତ ଯଦି ଘରେ ଧନରର ଅଭାବ ଲାଗିଛି ଏବଂ ଆପଣ ମାନେ ଏହା ପାଇଁ ବହୁତ ଚିନ୍ତାରେ ରହିଛନ୍ତି କିମ୍ବା କରଜରେ ବୁଡି ରହିଛନ୍ତି ତେଣୁ କରଜ ପାଇଁ ଏକ ବିଶେ। ଉପାୟ ମଧ୍ୟ ରହିଛି । ଏହାକୁ କରିବା ଦ୍ୱାରା ଆପଣ ମାନଙ୍କର କରଜ ବାର ମଧ୍ୟ କମିବା ପାଇଁ ଲାଗିବ । Related Posts Teeth Tips – ମାତ୍ର 2 ମିନିଟରେ 2ଟି ପେଡା ପତ୍ର କଳା ଦାନ୍ତ (… Dec 6, 2022 ଦେଖନ୍ତୁ viral ଭିଡ଼ିଓ-“ସେକ୍ସି ବିଲ୍ଲି ଗୀତ ମୋ ଜୀବନର ମୋଡ଼… Nov 29, 2022 ମାଣବସା ଗୁରୁବାରରେ ଦେଖିବାକୁ ମିଳିଲା ଆଶ୍ଚର୍ଯ୍ୟ ଦୃଶ୍ୟ,ଭକ୍ତଙ୍କ… Nov 26, 2022 ଆପଣ ମାନେ ଶନିବାର ଦିନ ପାଞ୍ଚଟି ଲବଙ୍ଗ ଆଣନ୍ତୁ ଏବେ ଏହାକୁ ନିଜର ଛାତ କିମ୍ବା ଅଗଣାରେ ଚାରି ଦିଗକୁ ଚାରିଟି ଲବଙ୍ଗ ପିଙ୍ଗି ଦିଅନ୍ତୁ ଏବଂ ଶେଷଟି ନିଜର ମୁଣ୍ଡ ଉପରକୁ ଫୋପାଡି ଦିଅନ୍ତୁ ଏବଂ ଫେରି ଆସନ୍ତୁ । ତେବେ ଏହି ଉପାୟ ବିଷୟରେ ଆପଣ ମାନେ କେବେବି କାହାକୁ କୁହନ୍ତୁ ନାହିଁ । ଏହାକୁ 25 ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା କରଜ କିମ୍ବା ଧନ ସମ୍ବଦ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ । ଯଦି ଲବଙ୍ଗର ଏହି ଉପାୟକୁ ଆପଣ ମାନେ ନିଜ ଜୀବନରେ ବରସାର ସହିତ କରିବେ ତେବେ ଆପଣ ମାନଙ୍କର କଷ୍ଟ ମୟ ଜୀବନ ସୁଖରେ ପରିଣତ ହେବାକୁ ଲାଗିବ । ଏହା ସହିତ ଯଦି ସମ୍ଭବ ହେଉଛି ସତେବେ ଏହି ଉପାୟ କରିବା ସମୟରେ ପ୍ରଭୁ ବିଷ୍ନୁଙ୍କର ନାମ 21 ଥର ଜପ କରନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ବଲିଉଡର ସୁପରଷ୍ଟାର ଅମିର ଖାନ ଙ୍କ ଝିଅ ଇରା ଖାନ୍ ସୁନ୍ଦରତାରେ କୌଣସି ବଲିଉଡ୍ ଅଭିନେତ୍ରୀଙ୍କ ଠାରୁ କମ୍ ନୁହଁନ୍ତି ! ସୋସିଆଲ ମିଡିଆରେ ସେୟାର କଲେ ତାଙ୍କର ହଟ୍ ଫୋଟୋ…
2022-12-10T02:52:04Z
https://live43today.com/labang-kari-be-apa-na-ra-ta-i/
OSCAR-2301
ଭୁବନେଶ୍ବର: ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ। ପାର୍ବଣ ପାଇଁ ସରକାର କେଉଁ କଟକଣା କୋହଳ କରିବେ ଓ ଲାଗୁ କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛି। କରୋନା କଟକଣା ଯୋଗୁଁ ଜୀବିକା ପ୍ରଭାବିତ ହେଇଥିବାରୁ ସପ୍ତାହନ୍ତ ଲକଡାଉନ, ନାଇଟ୍ କର୍ପ୍ୟୁ ହଟାଇବାକୁ ଦାବି ହେଉଛି। ଏପଟେ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟଗୁଡିକୁ ସତର୍କ କରିଦେଇଛନ୍ତି କେନ୍ଦ୍ର ସରକାର। ଭିଡ଼ ନିୟନ୍ତ୍ରଣରେ ନରହିଲେ ଏହା ତୃତୀୟ ଲହରକୁ ସାଙ୍ଗରେ ଆଣିପାରେ ବୋଲି ଚେତାଇ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଓନମ ପରେ କେରଳରେ ହଠାତ୍ ଦୈନିକ ସଂକ୍ରମଣରୁ ଅଧିକ ହୋଇଯାଇଛି, ତେଣୁ ସତର୍କ ରହିବାକୁ କହିଛି କେନ୍ଦ୍ର। କେନ୍ଦ୍ରର ଗାଇଡଲାଇନ୍ ପରେ ଓଡ଼ିଶାରେ କେଉଁ କଟକଣା କେଉଁ କଟକଣା କୋହଳ ହେବ କେଉଁ କଟକଣା ରହିବ। ରାଜ୍ୟ ସରକାର ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଡଡଲାଇନରେ କେଉଁ ପରିବର୍ତ୍ତନ ଆଣିପାରନ୍ତି ସେଉପରେ ସମସ୍ତଙ୍କ ନଜର ରହିଛି। ଗୋଟିଏ ପଟେ କରୋନା କଟକଣା ଯୋଗୁଁ ରାଜ୍ୟରେ ଅନେକ ଲୋକ ସେମାନଙ୍କର ରୋଜଗାର ହରାଇଛନ୍ତି। ଅନ୍ୟପଟେ କେରଳରେ ଓନମ ପର୍ବ ପରେ ପରେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ ରହୁଛି। ଏହା ମଧ୍ୟରେ ରାଜ୍ୟ ସରକାର ସବୁକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଇଡଲାଇନ୍ ଆଣିବାକୁ ଯାଉଛନ୍ତି।
2022-12-10T02:51:54Z
https://www.odishalink.com/2021/08/31/guidelines-for-september/
OSCAR-2301
ଭଦ୍ରକ(ପାର୍ଥସାରଥୀ ନାୟକ): ପିସିଆର୍‌ ଭ୍ୟାନ୍‌ରେ ବୁଲୁଛି ମାଙ୍କଡ଼। ଖାଲି ବୁଲୁନାହିଁ, ପୂଜା ମଣ୍ଡପକୁ ଯାଇ ମାଆ ଦୁର୍ଗାଙ୍କୁ ଦର୍ଶନ କରୁଛି। ଏପରି ଚିତ୍ର ଆସିଛି ଭଦ୍ରକ ଟାଉନ୍‌ରୁ। ମାଙ୍କଡ଼ଟି ପ୍ରଥମେ ରିକ୍ସାରେ ବସି ବଲୁଥିଲା। ହେଲେ ମଙ୍ଗଳବାରଠାରୁ ସିପିଆର୍‌ ଭ୍ୟାନ୍‌ରେ ବସି ବୁଲୁଛି। ଆହୁରି ପଢ଼ନ୍ତୁ ସରିଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ମିଳିଲା ୧୦.୪୯ ଲକ୍ଷ କୋଟିର… 2 hours ago ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ବୁଥ୍‌ ମୁହାଁ ପୋଲିଂ… 3 hours ago ମଙ୍ଗଳବାର ଥିଲା ମାଆ ଦୁର୍ଗାଙ୍କ ନବମୀ ପୂଜା। ସେଥିପାଇଁ ଚଳଚଞ୍ଚଳ ଥିଲା ଭଦ୍ରକ ଟାଉନ୍‌। ମାଆଙ୍କ ଏହି ପୂଜାରେ ସାମିଲ ହୋଇଥିଲା ମାଙ୍କଡ଼! ମାଙ୍କଡ଼ଟି ରିକ୍ସାରେ ବସି ମେଢ଼ ବୁଲୁଥିଲା। ମାଆଙ୍କୁ ଦର୍ଶନ କରୁଥିଲା। ତେବେ ସନ୍ଧ୍ୟା ବେଳେ ବନ୍ତ ବଜାରରେ ମାଙ୍କଡ଼ଟି ରିକ୍ସାରେ ବୁଲୁଥିବା ବେଳେ ପିସିଆର୍‌ ଭ୍ୟାନ୍‌କୁ ଦେଖି ପଳାଇ ଆସିଥିଲା। ଟାଉନ୍‌ ଥାନା ପିସିଆର୍‌ ଭ୍ୟାନ୍‌ ଛାତ ଉପରେ ବସି ଯାଇଥିଲା। ତା’ପରଠାରୁ ପିସିଆର୍‌ରେ ବୁଲୁଛି। ପୁଲିସ୍‌ଙ୍କ ସାଙ୍ଗରେ ପ୍ୟାଣ୍ଡାଲ୍‌ରୁ ପ୍ୟାଣ୍ଡେଲ୍‌କୁ ଯାଉଛି। ମଙ୍ଗଳବାର ରାତିସାରା ମଙ୍କଡ଼ଟି ପୁଲିସ୍‌ ସାଙ୍ଗରେ ବୁଲିଥିଲା। ଯିଏ ଯାହା ଦେଇଥିଲା, ତାକୁ ଖାଉଥିଲା। ଆଜି ମଧ୍ୟ ପୁଲିସ୍‌ ସାଙ୍ଗରେ ମାଙ୍କଡ଼ଟି ବୁଲିଥିଲା। ପିସିଆର୍‌ ଭ୍ୟାନ୍‌ ଥାନାକୁ ଆସିଲେ, ମାଙ୍କଡ଼ ଆସୁଥିଲା। କର୍ମଚାରୀମାନେ ଥାନା ଭିତରକୁ ଯାଉଥିଲା ବେଳେ ମାଙ୍କଡ଼ଟି କେତେବେଳେ ପିସିଆର୍‌ ଭ୍ୟାନ୍‌ ଛାତ ତ କେତେବେଳେ ବୋନେଟ୍‌ ଉପରେ ବସୁଥିଲା। ଆଉ କେତେବେଳେ ଥାନା ପିଣ୍ଡାରେ ବସୁଥିଲା। ମାଙ୍କଡ଼କୁ ଦେଖି କିଏ କଦଳୀ ଖାଇବାକୁ ଦେଉଥିଲା ତ ଆଉ କିଏ ଫଳମୂଳ ଦେଉଥିଲା। ପୁଲିସ ମାଙ୍କଡ଼କୁ ଗୋଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଯାଉନଥିବା ଦେଖିବାକୁ ମିଳିଛି। ପୁଲିସ୍‌ ସହିତ ମାଙ୍କଡ଼ର ବନ୍ଧୁତା ଖବର ଭଦ୍ରକ ଟାଉନ୍‌ରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
2022-12-03T18:36:57Z
https://odishareporter.in/odisha/monkey-travel-with-pcr-van-771660
OSCAR-2301
ନୂଆଦିଲ୍ଲୀ,୯/୭: କୁହାଯାଏ ଦୃଢ ଇଚ୍ଛା ଶକ୍ତି ଏବଂ ଉଦ୍ୟମ ବଳରେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । ଏପରି କିଛି କରି ଦେଖାଇଛନ୍ତି ଜଣେ ମହିଳା । ୭୨ ବର୍ଷିୟ ଜଣେ ବୃଦ୍ଧା ନିଜ ଦୃଢ ଇଚ୍ଛା ଶକ୍ତି ବଳରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଯେଉଁ ବୟସରେ ଠିକରେ ଚାଲିବା ଅନ୍ୟମାନଙ୍କ ପାଇଁ କଷ୍ଠକର ହୋଇଥାଏ, ସେଠି ଏହି ବୃଦ୍ଧା ଜଣଙ୍କ ସାଇକେଲରେ ସମ୍ପୂର୍ଣ୍ଣ ଆମେରିକାର ଯାତ୍ରା କରିଛନ୍ତି । ୪୩ ଦିନରେ ବୃଦ୍ଧା ୨,୦୮୩ ମାଇଲ ଯାତ୍ରା କରି ଗିନିଜ ୱାର୍ଲଡ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହାସହ ଏପରି କରିବାରେ ଦୁନିଆର ସବୁଠୁ ବୟସ୍କା ମହିଳା ହୋଇଛନ୍ତି । ଗିନିଜ୍ ୱାର୍ଲଡ ରେକର୍ଡ ଅନୁସାରେ ଲିନିୟା ସାଲଭୋ ୭୨ ବର୍ଷ ୨୭ ଦିନରେ ଏହି ଯାତ୍ରା ଆରମ୍ଭ କରିଥିଲେ । ନିଜ ଯାତ୍ରା ଆରମ୍ଭ କରିବାର ୪୩ ଦିନ ପରେ ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛନ୍ତି । ଏବେ ତାଙ୍କ ବୟସ ୭୨ ବର୍ଷ ୭୦ ଦିନ ହୋଇଛି । ଏହି ଉପଲବ୍ଧି ସହ ଇତିହାସରେ ସବୁ ଦିନ ପାଇଁ ନିଜ ସ୍ଥାନିତ କରିଛନ୍ତି। ଲିନିୟା ନିଜର ଏବି ବିଶ୍ୱ ରେକର୍ଡକୁ ନିଜର ଦିବଙ୍ଗତ ଭାଇଙ୍କୁ ସମର୍ପିଛନ୍ତି। ଏକ ବିମାନ ଦୁର୍ଘଟଣାରେ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କୁ ୨୮ ବର୍ଷ ହୋଇଥିଲା। ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଲିନିୟା ଏପରି ରେକର୍ଡ କରିଛନ୍ତି । ୨୦୧୬ ମସିହାରେ ମଧ୍ୟ ସେ ଏହିପରି ଏକ ରେକର୍ଡ କରିଥିଲେ । ସେହି ସମୟରେ ତାଙ୍କ ବୟସ ୬୭ ବର୍ଷ ଥିଲା। ସେତେବେଳେ ସେ କାର୍ଲିଫନିଆରୁ ବେଥାନୀ ବିଚ୍, ଡେଲ ପର୍ଯ୍ୟନ୍ତ ସାଇକେଲରେ ଆମେରିକାକୁ ପାର କରିବା ରେକର୍ଡ କରିଥିଲେ । ଏହାସହ ଏହି ସଫଳତା ହାସଲ କରିବାରେ ସେ ସବୁଠୁ ବୟସ୍କା ହୋଇଥିଲେ। ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ | SUPPORT US Share this: Twitter Facebook Like this: Like Loading... Spread the love Post navigation ଧାତୁ ବିଜ୍ଞାନୀ ସୋମନାଥ ମିଶ୍ରଙ୍କ ଦେହାନ୍ତ ଭିଜିଲାନ୍ସ ଜ|ଲରେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ADVT https://youtu.be/INbzrD51Wzg ଚର୍ଚ୍ଚିତ ଖବର ରାଜ୍ୟ ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିବସ November 28, 2022 Odian Media Network1 କେନ୍ଦ୍ରାପଡ଼ା ହରିଦାସପୁର-ପାରାଦ୍ୱୀପ ରେଳପଥରେ କେନ୍ଦ୍ରାପଡ଼ା ଦେଇ ଯାତ୍ରୀବାହୀ ରେଳ ଚଳାଚଳ ଦାବି November 28, 2022 Odian Media Network1 BREAKING NEWS କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା: ଇଟାଭାଟି ମାଲିକଙ୍କୁ ବିଭତ୍ସ୍ୟ ହତ୍ୟା November 28, 2022 Odian Media Network1 ଦେଶ-ବିଦେଶ ଚୀନ୍‌ରେ ପ୍ରତିବାଦ ରିପୋର୍ଟ କରୁଥିବା ‘ବିବିସି’ ସାମ୍ବାଦିକଙ୍କୁ ମାଡ଼ ମାରି ଗିରଫ November 28, 2022 Odian Media Network1 କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣକ ମୃତ୍ୟୁ November 28, 2022 Odian Media Network1 ଦେଶ-ବିଦେଶ ଦେଶ-ବିଦେଶ ଚୀନ୍‌ରେ ପ୍ରତିବାଦ ରିପୋର୍ଟ କରୁଥିବା ‘ବିବିସି’ ସାମ୍ବାଦିକଙ୍କୁ ମାଡ଼ ମାରି ଗିରଫ November 28, 2022 Odian Media Network1 ଦେଶ-ବିଦେଶ ମହାରାଷ୍ଟ୍ରରେ ଭୁଶୁଡ଼ିଲା ଫୁଟ୍ ଓଭର ବ୍ରିଜ୍ November 27, 2022 Odian Media Network1 ଦେଶ-ବିଦେଶ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ November 27, 2022 Odian Media Network1 ଦେଶ-ବିଦେଶ ରାସ୍ତାକଡ଼ରେ ଶ୍ରାଦ୍ଧଭୋଜି ଖାଉଥିବା ଲୋକଙ୍କ ଉପରେ ମାଡିଗଲା କାର୍; ୧୮ ଜଣ ଗୁରୁତ November 27, 2022 Odian Media Network1 ଆମ ସମ୍ପର୍କରେ ଓଡ଼ିଆନ୍‍ ନ୍ୟୁଜ୍‍ : ଇ-ପୋର୍ଟାଲ୍ ବିଗତ ତିନି ବର୍ଷ ଧରି ଓଡ଼ିଶାର ଏକ ପ୍ରମୁଖ ଡିଜିଟାଲ ମିଡିଆ ଅନୁଷ୍ଠାନ ଭାବେ ସ୍ଵତନ୍ତ୍ର ପରିଚୟ ପାଇଛି । ଆଜି ଚାରି ବର୍ଷରେ ପାଦ ଥାପିଛି । ସାମ୍ପ୍ରତିକ ‘ଓଡ଼ିଆନ୍‍ ମିଡିଆ ନେଟୱର୍କ ’ ହେଉଛି କିଛି ଅଭିଜ୍ଞ ସାମ୍ବାଦିକ, ସ୍ତମ୍ଭକାର, କଳାକାର, କ୍ୟାମେରାମ୍ୟାନ୍, ଭିଜୁଆଲ୍ ଏଡିଟର୍ ଏବଂ ସହଯୋଗୀ ମାନଙ୍କର ଏକ ନିଆରା ପରିବାର, ଯେଉଁଠି ସମସ୍ତେ ମିଡିଆକୁ ବିକାଶର ଏକ ମାଧ୍ୟମ ଭାବେ ଉପଯୋଗ କରିବାକୁ ସଦା ଚେଷ୍ଟିତ । ଏଥିରେ ମୁଖ୍ୟ ଖବର ବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟ, ବୃତ୍ତି, ପର୍ଯ୍ୟଟନ, କ୍ରୀଡା, କଳା ସଂସ୍କୃତି, ମନୋରଞ୍ଜନ ,ଭିନ୍ନ ମଣିଷ, ପ୍ରେରଣା, ଜୀବନ ଜୀବିକା, ଗ୍ରାମୀଣ ବିକାଶ, ଆମ ଗାଁ ଖବର ପରିବେଷଣ କରି ଗଠନ ମୂଳକ ସାମ୍ବାଦିକତାକୁ ଗୁରୁତ୍ୱ ଦେଇଆସିଛି । ଓଡ଼ିଶାର ସବୁ ଜିଲା ଖବର ହେଉ କି ଦେଶରର ଅବା ପୃଥିବୀର କୋଣ ଅନୁକୋଣର ଭଲ ଏବ ସତ୍ୟ ଖବରକୁ ପ୍ରାଧାନ୍ୟ ଦେଇଆସୁଛି । ସମସ୍ତଙ୍କୁ ନିଜ ହାତ ପାହାନ୍ତାରେ ସବୁ ବେଳେ ସବୁ ସମୟରେ ସତ୍ୟ ଆଧାରିତ ଘଟଣା ଉପଲବ୍ଧ କରାଇବା ପାଇଁ ପ୍ରୟାସ ଜାରି ରଖିଛୁ। ସମସ୍ତଙ୍କର ସହଯୋଗ ଓ ସମ୍ପୃକ୍ତି କାମନା କରୁଛୁ। [email protected] ଯୋଗାଯୋଗ ଓଡିଆନ ମିଡିଆ ନେଟୱର୍କ ପ୍ରାଇଭେଟ ଲିମିଟେଡ ପ୍ଲଟ – ୧୨୦୯, ଗଡସାହି ନୟାପଲ୍ଲୀ , ଭୁବନେଶ୍ଵର ଖୋର୍ଦ୍ଧା, ଓଡିଶା , ୭୫୧୦୧୨ [email protected] ବିଜ୍ଞାପନ ଆମ ଇ-ପୋର୍ଟାଲରେ ଆପଣଙ୍କ ବିଜ୍ଞାପନ ଦେବାକୁ ଚାହୁଁଛନ୍ତି କି? ତେବେ ଆମ ସହିତ ଯୋଗାଯୋଗ କରନ୍ତୁ । ଆପଣଙ୍କ ଅନୁଷ୍ଠାନର ପ୍ରଚାର ପ୍ରସାର କରିବାରେ ଆମେ ସହଯୋଗ କରିବୁ । ଆମ ମୋବାଇଲ୍ ନମ୍ବର- ୮୮୯୫୭୬୬୮୨୪ , ଇମେଲରେ ଯୋଗାଯୋଗ କରନ୍ତୁ । [email protected] ବିଜ୍ଞାପନ ଆପଣଙ୍କ ଖବର ଓଡ଼ିଆନ୍ ନ୍ୟୁଜ୍‌ରେ ଆପଣଙ୍କ ଅଂଚଳର ଖବର, ଘଟଣା, ଦୁର୍ଘଟଣା କିମ୍ବା ମତାମତ ଏବଂ ଲେଖା ଫଟୋ ସହିତ ଦେବାକୁ ଚାହୁଁଚନ୍ତି କି ? ତେବେ ଆମ ଇମେଲ ଆଉ ହ୍ୱାଟ୍‌ସପ୍ ନମ୍ବରରେ ଫଟୋ ସହିତ ଖବର ପଠାଇ ପାରିବେ ।
2022-11-28T11:13:59Z
https://odiannews.com/%E0%AC%B8%E0%AC%BE%E0%AC%87%E0%AC%95%E0%AD%87%E0%AC%B2-%E0%AC%9A%E0%AC%B2%E0%AC%BE%E0%AC%87-%E0%AC%87%E0%AC%A4%E0%AC%BF%E0%AC%B9%E0%AC%BE%E0%AC%B8-%E0%AC%B0%E0%AC%9A%E0%AC%BF%E0%AC%B2%E0%AD%87/
OSCAR-2301
The website only showing small part of our designs, we have over thousands designs avilibe, please contact us at [email protected] for more designs. Please note , we are not making finished cloth, we are only making the fabric. ଆମକୁ ଇମେଲ୍ ପଠାନ୍ତୁ | ଉତ୍ପାଦ ବିବରଣୀ ଉତ୍ପାଦ ଟ୍ୟାଗ୍ସ | ଆମର ସୁବିଧା କମ୍ ଚାର୍ଜ, ଗତିଶୀଳ ଆୟ ଦଳ, ବିଶେଷଜ୍ଞ QC, ଦୃ urdy କାରଖାନା, ଆମର କମ୍ପାନୀର ସଭାପତି, ସମ୍ପୁର୍ଣ୍ଣ କର୍ମଚାରୀଙ୍କ ସହିତ, ସମସ୍ତ କ୍ରେତାଙ୍କୁ ଆମ କମ୍ପାନୀ ପରିଦର୍ଶନ ଏବଂ ଯାଞ୍ଚ କରିବାକୁ ସ୍ୱାଗତ କରେ |ଏକ ଭଲ ଭବିଷ୍ୟତ ଗଠନ କରିବା ପାଇଁ ହାତରେ ସହଯୋଗ କରିବା | ହଟ୍ ବିକ୍ରୟ କାରଖାନା ଚାଇନା ଡିଜିଟାଲ୍ ପ୍ରିଣ୍ଟିଙ୍ଗ୍, ଫ୍ରେମ୍ ହୋଇଥିବା କାନଭାସ୍, ଅଗ୍ରଗତି ଜାରି ରଖିବା ପାଇଁ କଠିନ ପରିଶ୍ରମ, ଶିଳ୍ପରେ ନୂତନତ୍ୱ, ପ୍ରଥମ ଶ୍ରେଣୀ ଉଦ୍ୟୋଗ ପାଇଁ ସମସ୍ତ ପ୍ରୟାସ |ବ create ଜ୍ଞାନିକ ପରିଚାଳନା ମଡେଲ ନିର୍ମାଣ କରିବାକୁ, ପ୍ରଚୁର ବୃତ୍ତିଗତ ଜ୍ଞାନ ଶିଖିବାକୁ, ଉନ୍ନତ ଉତ୍ପାଦନ ଉପକରଣ ଏବଂ ଉତ୍ପାଦନ ପ୍ରକ୍ରିୟାକୁ ବିକଶିତ କରିବାକୁ, ପ୍ରଥମ କଲ୍ ଗୁଣାତ୍ମକ ବାଣିଜ୍ୟ, ଯୁକ୍ତିଯୁକ୍ତ ମୂଲ୍ୟ, ସେବା ଗୁଣବତ୍ତା, ଶୀଘ୍ର ବିତରଣ, ତୁମକୁ ସୃଷ୍ଟି କରିବାକୁ ଉପସ୍ଥାପନ କରିବାକୁ ଆମେ ଯଥାସମ୍ଭବ ଚେଷ୍ଟା କରୁ | ନୂତନ ମୂଲ୍ୟ
2022-12-02T09:22:10Z
http://or.scarfandties.com/satin-polyester-printing-fabic-product/
OSCAR-2301
ବନ୍ଧୁଗଣ, ସୂଚନା ଅନୁଯାୟୀ ସୋସିଆଲ ମିଡିଆ ରେ କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଯେ ଜଣେ ଯୁବକ କୁକୁର ଭଳି ଭୋକିବା ସହିତ କୁକୁର ଭଳି ବ୍ୟବହାର ମଧ୍ୟ କରୁଥିଲେ । ଏହି ବାବଦକୁ ବର୍ତ୍ତମାନ ଯୁବକଙ୍କ ବାପା କହିଛନ୍ତି ଯେ ସେ ଦିନେ ମଦ୍ୟପାନ କରିଥିଲେ, ସି-ଗା-ରେ-ଟ ମଧ୍ୟ ଟାଣିଥିଲେ, ଏହାପରେ ସେ ଏହିଭଳି ହେବାରୁ ତାଙ୍କ ମାତା ପିତା ତାଙ୍କୁ ନେଇ ହସ୍ପିଟାଲ ନେଇ ଗଲେ, ମାତ୍ର ସେଠାରେ ସେ ଆହୁରୀ ଅଧିକ ଏହିଭଳି ହେବାକୁ ଲାଗିଲେ । ସେ ମୋବାଇଲ ଫୋନ ମାଗିଲେ ଯୁବକଙ୍କୁ ଫୋନ ନ ଦେବାରୁ ସେ ଏହିଭଳି ମାନସିକ ଚିନ୍ତା ମୁଣ୍ଡରେ ପୁରାଇ କୁକୁର ଭଳି ହେବାକୁ ଲାଗିଲା । ମେଡିକାଲ ରେ ରହି ସେଠାରେ ଚିକିତ୍ସ୍ୟା ହେବା ପରେ ବର୍ତ୍ତମାନ ସେ ଘରକୁ ଯାଇ ସୁସ୍ଥ ଅଛନ୍ତି ବୋଲି ଯୁବକଙ୍କ ବାପା କହିଛନ୍ତି । ସେ କୁକୁର ଭଳି ପାଣି ପିଇବାକୁ ଲାଗିଲା କିନ୍ତୁ ଏଭଳି କରୁନଥିଲା । ଆଗରୁ କେବେ ଏହିଭଳି କାଣ୍ଡ କରି ନଥିଲା ଏହା ପ୍ରଥମ ଥର ପାଇଁ ଥିଲା । ଯୁବକ ଙ୍କୁ ଫୋନ ନ ଦେବାରୁ ସେ ଏହିଭଳି ହେଉଥିଲା । ଏହା ପରେ ସେ ଏହା ମଧ୍ୟ କହିଥିଲେ ନିଜ ବାପା ଙ୍କୁ ଯେ ଯଦି ମୋତେ ମୋବାଇଲ ଦେଇ ଦେଇଥାନ୍ତ ତେବେ ମୁଁ ଏହିଭଳି କରି ନଥାନ୍ତି । ଭା-ଙ୍ଗ ସହିତ ସେ ଡ୍ର-ଗ୍ସ ମଧ୍ୟ ସେବନ କରିଥିବାର ତାଙ୍କ ବାପା କହିଛନ୍ତି । ଏହାପରେ ସେ ଅଧିକ ବିଚଳିତ ହୋଇ ଏହିଭଳି ହୋଇଛନ୍ତି । ହସ୍ପିଟାଲ ରେ ସବୁ ପରୀକ୍ଷା ହେବା ପରେ କିଛି ବାହାରିଲା ନାହିଁ ଏବଂ ଭଲ ଭାବରେ ଚିକିତ୍ସ୍ୟା ମଧ୍ୟ କରିଛନ୍ତି । ପୁଅ କୁକୁର ଭଳି ଅଧିକ ବ୍ୟବହାର କରିବାର ବାପା ଜଣଙ୍କ ରାଗି ବାଡେଇ ଦେଇଥିଲେ । ବାପା ଜଣକ ଦୁଃଖ ରେ କହିଛନ୍ତି ଯେ ତାଙ୍କ ମୁଣ୍ଡରେ କିଛି ପଶିଲା ନାହିଁ ସେ କ’ଣ କରିବେ କ’ଣ ନାହିଁ କିଛି ବୁଝି ପାରିଲେ ନାହିଁ । କିନ୍ତୁ ଡାକ୍ତର ମାନେ ଚିକିତ୍ସ୍ୟା କରି 3 ଦିନ ହେବ ବର୍ତ୍ତମାନ ସେ ଭଲ ଅଛନ୍ତି ଏବଂ ଯୁବକ ଜଣକ କହୁଛନ୍ତି ଯେ ଘରକୁ ଯିବେ ଆଉ ତାଙ୍କୁ ହସ୍ପିଟାଲ ରେ ଭଲ ଲାଗୁ ନାହିଁ । ଭାତ ରୋଟି ଭଲରେ ଖାଇବା ସହିତ ପାଣି ଭଲରେ ସେବନ କରୁଥିବାର ତାଙ୍କ ବାପା କହିଛନ୍ତି । ଏବଂ ବାପା ଜଣକ କହିଛନ୍ତି ଯେ ସେ ନିଶା ଖାଇ ଏହିଭଳି ହେଉଛନ୍ତି ବୋଲି ସେ ଜାଣିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । Related Posts ‘ମୋ ରିଅଲ ଲାଇଫରେ ବି ନନ୍ଦିନୀ ଥିଲେ, ସେ ବାହା ହେଇଗଲେ ହେଲେ ମୁଁ…’ ଏମିତି କଣ କହିଦେଲେ ବୁଦ୍ଧାଦିତ୍ୟ December 3, 2022 ବିବାହ କଲେ Dutee Chand ? ଫଟୋ ଭାଇରାଲ ହେବା ପରେ ଲୋକ କହିଲେ ଏମିତି… December 3, 2022 ନିଜ ଭୋକ ମେଣ୍ଟେଇବା ପାଇଁ ନିଜ ପେଟର ଛୁଆକୁ ବିକିଦେଲା ମା…ପୁରା ଘଟଣା ଶୁଣିଲେ ଆପଣ ବି କାନ୍ଦି ପକେଇବେ December 3, 2022 Post navigation Previous Article ‘ମୋ ସହିତ ସମ୍ପର୍କ ରଖ ନହେଲେ ତୋ ଚାକିରୀ ଖାଇଯିବି ଏମିତି କହି ସେ ମୋର …’ ଯୁବତୀ ଯାହା କହିଲେ ନା ଶୁଣିଲେ ଆପଣଙ୍କ ହୋସ ଉଡିଯିବ Next Article ଦିନେ ମୁଢି ମୁଠେ ଖାଇବାକୁ ପାଉନଥିଲେ ହେଲେ ଆଜି 30 କୋଠିର ମହଲ ଦାନ କରିଦେଲେ ! ଶେଷ କିଶାନଙ୍କ ଜୀବନ କାହାଣୀ ଶୁଣିଲେ ଆପଣ ବି ସଲାମ କରିବେ ! Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Latest Posts View All ମନୋରଞ୍ଜନ ‘ରିୟା ବହୁତ ଅଭିମାନ କରି କହିଲେ, ସେଥି ପାଇଁ ମୁଁ ଆସିଲି, ତାଙ୍କ ହଜବ୍ୟାଣ୍ଡ ବି …’ Riya ଙ୍କୁ ନେଇ କଣ କହିଲେ Buddhaditya Mohanty by Payal Pattanaik ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ରିୟା ଦେ ଙ୍କର ବିବାହ ବୈଦିକ ରୀତିନୀତି ଅନୁଯାୟୀ ସମାପ୍ତ ହୋଇଯାଇଛି । ରିୟା ନିଜର ପ୍ରେମୀ ଶିଳ୍ପପତି ସୁନୀଲ ଙ୍କୁ ବିବାହ କରିଛନ୍ତି । ସେନିଜ ବିବାହ ରେ ବହୁତ ଖୁସି ନିଜର ଆସୁଥିଲେ … Riya ଙ୍କ reception ପାର୍ଟିରେ Aparajita-Prakruti ମୁହାଁମୁହିଁ ! ଆଉ ତା’ ପରେ କଣ ହେଲା ଦେଖନ୍ତୁ… December 3, 2022 ରିସେପ୍ସନରେ ଅଭିନେତ୍ରୀ Riya ଙ୍କ ପାଇଁ ଏମିତି ଗୀତା ଗାଇଲେ ଓଡିଆ ସିଙ୍ଗର Humane Sagar, ଦେଖନ୍ତୁ ଭିଡିଓ December 3, 2022 Latest Posts View All ଜୀବନଶୈଳୀ ପେଟ କମାଇବା ପାଇଁ କଣ ଖାଇବେ ? Dietician Niharika Dash by Seema Sharma ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ ମୋଟାପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ମୋଟାପଣର ଶିକାର ହେଉଛନ୍ତି । ତେବେ ବନ୍ଧୁଗଣ ଶରୀରରେ ଅଧିକ ଚର୍ବି ଜମା ହେବା ଦ୍ଵାରା …
2022-12-04T20:52:04Z
https://news86media.com/kahinki-kukura-bhali-bhuku-thile/
OSCAR-2301
ନୂଆଦିଲ୍ଲୀ ୧୫।୦୩ : କରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ । ଦେଶରେ ଶହେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରୁ ପଡୋଶୀ ଦେଶକୁ ଯାତାୟତ ବନ୍ଦ କରାଯାଇଛି । କରୋନା ପାଇଁ ସ୍ଥଳପଥରେ ପଡୋଶୀ ଦେଶକୁ ଯାତାୟତ ସିଲ୍ କରାଯାଇଛି । ବାଂଲାଦେଶ, ନେପାଳ, ଭୁଟାନ, ମିଆଁମାର ସୀମା ଆଜିଠୁ ସିଲ୍ ହୋଇଛି । ଭାରତରୁ ପାକିସ୍ତାନ ଯିବା ପ୍ରବେଶ ପଥ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ କରାଯାଇଛି । ଏ ନେଇ ସୀମା ସଂଲଗ୍ନ ରାଜ୍ୟ ସରକାର ଓ ଅଧିକାରୀଙ୍କୁ ଅବଗତ କରାଯାଇଛି । ଏସବୁ ଅଞ୍ଚଳରେ କରୋନା ପ୍ରତିହତ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏ ନେଇ ବିଧିବଦ୍ଧ ଭାବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରିଛି । ଭାରତରେ ମଧ୍ୟ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଭାରତରେ କରୋନାରେ ଆକ୍ରାନ୍ତ ଥିବା ବେଳେ ୨ଜଣ କରୋନାରେ ମୃତ୍ୟୁବରଣ କରିସାରିଲେଣି । କରୋନା ଭାଇରସରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲ୍‍ରୁ ସେମାନଙ୍କର ଘରକୁ ଫେରଛନ୍ତି । ୪ ହଜାରରୁ ଅଧିକ ଲୋକଙ୍କୁ ଅବଜରବେସନରେ ରଖାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ସଞ୍ଜୀବ କୁମାର ସୂଚନା ଦେଇଛନ୍ତି । ଏହାରି ମଧ୍ୟରେ କରୋନାକୁ ବିଜ୍ଞାପିତ ବିପର୍ଯ୍ୟୟ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ଏହାସହ କରୋନା ସଂକ୍ରମଣର ପରୀକ୍ଷା ପାଇଁ ଦେଶରେ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ୫୨କୁ ବୃଦ୍ଧି କରାଯାଇଛି । ଭାରତ ସରକାର ମଧ୍ୟ କରୋନା ଭୁତାଣୁକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । କରୋନା ଭୟାବହତାକୁ ଦେଖି ଭାରତରେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଜୁନ୍ ୩୦ ତାରିଖ ଯାଏଁ ଏହି ଦୁଇଟି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗଣାଯିବ । ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ମହଜୁଦ ରଖିବା କିମ୍ୱା କଳାବଜାରୀ କଲେ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାରଙ୍କ ତରଫରୁ ଏକ ହେଲପଲାଇନ ନମ୍ବର ଏବଂ ୱେବ ପୋର୍ଟାଲ ମଧ୍ୟ ଲଂଚ କରାଯାଇଛି । ତେବେ ସରକାରଙ୍କ କଡା ରାଇଡଲାଇ ସତ୍ତ୍ବେ ମହାରାଷ୍ଟ୍ର ପୁନେରେ ନିମ୍ନମାନର ମାକ୍ସ ତିଆରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଚୀନ, ଇଟାଲି, ଇରାନ, ଦକ୍ଷିଣ କୋରିଆ, ଭାରତ, ଆମେରିକା ଭଳି ୧୧୫ରୁ ଅଧିକ ଦେଶରେ ଏହି ଭାଇରସ କାୟାବିସ୍ତାର କରିବାରେ ଲାଗିଛି । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । Related Posts ଆମେରିକାରେ ପ୍ଲେନ୍ କ୍ରାସ୍; ବିଦ୍ୟୁତ୍ ତାର ଲାଗି ଦୁର୍ଘଟଣାଗ୍ରସ୍ତ ବିମାନ 28 November 2022 ବିହାରରେ ମାତିଛନ୍ତି ସ୍ମାର୍ଟ ଚୋର, ଦିନ ଦ୍ବିପ୍ରହରେ ଖୋଲି ନେଇଗଲେ ମୋବାଇଲ ଟାଓ୍ବାର, କମ୍ପାନୀ ଜଳକା 28 November 2022 ଦିଲ୍ଲୀ ମ୍ୟୁନିସିପାଲଟି ନିର୍ବାଚନ: ୧୫ ପ୍ରାର୍ଥୀଙ୍କର ନାମାନଙ୍କନ ଭରିଲା ଅସଦୁଦ୍ଦିନ ଓୱେସୀଙ୍କ ଦଳ AIMIM 27 November 2022 ଭାରତ ଜୋଡ଼ୋ ଯାତ୍ରାରେ ସାମିଲ୍ ହେଲେ ଦିବ୍ୟାଙ୍ଗ, ହ୍ବିଲ ଚେୟାରକୁ ଗଡ଼ାଇଲେ ରାହୁଲ ଗାନ୍ଧୀ… 27 November 2022 ରାଜ୍ୟ ବଡ଼ଚଣା ପୋଲିସର ସଫେଇ କାର୍ଯ୍ୟକ୍ରମ, ମହାବିନାୟକ ପୀଠ ପରିସର କଲେ ସଫା ବୌଦ୍ଧରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ସେହି ରାସ୍ତାରେ ଯାଉଥିଲେ ୫୦ରୁ ଅଧିକ ବନକର୍ମଚାରୀ… ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଚିଠି : ପରପୁରୁଷ ପ୍ରେମରେ ପଡିଛି ମାଆ, ତାଙ୍କ ଦରମାରୁ କାଟି ମୋ ପଢା ଖର୍ଚ୍ଚ ବହନ କରନ୍ତୁ… ରାଜ୍ୟରେ ଅସମ୍ଭାଳ ଶୀତ, ୧୦ ଡିଗ୍ରୀ ତଳେ ରାତି ତାପମାତ୍ରା କେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣା, ଆଖିବୁଜିଲେ ଆଉ ଜଣେ ରାଜନୀତି ପଦ୍ମପୁରରୁ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କଲେ ଅଶ୍ଵିନୀ ବୈଷ୍ଣବ, ଆଜି ଜାଗା ଦିଅନ୍ତୁ କାଲିଠୁ କାମ ଆରମ୍ଭ ହେବ ଆଇନ ବିହୀନ ଆଇନର ହୋଇସାରିଛି ଆରମ୍ଭ, ବିଜେପିକୁ ଟାର୍ଗେଟ କେଲ କଂଗ୍ରେସ ଅଧ୍ୟକ୍ଷ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ଅନୁରୋଧ କେବଳ ଦାଢି ବଢାଇଲେ ନରେନ୍ଦ୍ର ମୋଦୀ ହୋଇଯିବେ ନାହିଁ, ରାହୁଲଙ୍କୁ କଟାକ୍ଷ କଲେ ସିଏମ ଧାମି ସଚିନ ପାଇଲଟ୍‌ଙ୍କ ସହ ଅଛନ୍ତି ୮୦% ବିଧାୟକ, ରାଜସ୍ଥାନ ମନ୍ତ୍ରୀ କହିଲେ- ମୋ ଦାବି ଭୁଲ୍ ପ୍ରମାଣିତ ହେଲେ… ଅପରାଧ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଚିଠି : ପରପୁରୁଷ ପ୍ରେମରେ ପଡିଛି ମାଆ, ତାଙ୍କ ଦରମାରୁ କାଟି ମୋ ପଢା ଖର୍ଚ୍ଚ ବହନ କରନ୍ତୁ…
2022-11-28T04:35:54Z
https://www.prameyanews7.com/100-crosses-coronavirus-case-in-india/
OSCAR-2301
Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in Home ଦେଶ- ବିଦେଶ ରାଜ୍ୟ କରୋନା Sambad EnglishNews In English ଜିଲ୍ଲା ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡ଼ା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ଜଗତସିଂହପୁର ଝାରସୁଗୁଡ଼ା ଢେଙ୍କାନାଳ ଦେବଗଡ଼ ନବରଙ୍ଗପୁର ନୟାଗଡ଼ ନୂଆପଡ଼ା ପୁରୀ ବରଗଡ଼ ବଲାଙ୍ଗୀର ବାଲେଶ୍ଵର ବୌଦ୍ଧ ଭଦ୍ରକ ମୟୂରଭଞ୍ଜ ମାଲକାନଗିରି ଯାଜପୁର ରାୟଗଡ଼ା ସମ୍ବଲପୁର ସୁନ୍ଦରଗଡ଼ ସୁବର୍ଣ୍ଣପୁର ମହାନଗର ଖେଳ ବାଣିଜ୍ୟ ରାଜନୀତି ମନୋରଞ୍ଜନ ବିଶେଷ ଅପରାଧ ଜୀବନଚର୍ଯ୍ୟା ରାଶିଫଳ ଫୁଲଝରି ସମ୍ପାଦକୀୟ ପ୍ରଥମ ଥର ପାଇଁ ୟୁକ୍ରେନ୍‌ର କିବ୍‌ ଅଞ୍ଚଳରେ ଆକ୍ରମଣ କଲା ଇରାନୀୟ ଡ୍ରୋନ୍‌ ‘କାମିକାଜି’: ରିପୋର୍ଟ LatestLeadingଦେଶ- ବିଦେଶ By Sambad Digital Last updated Oct 6, 2022 Image Courtesy of NDTV ସେୟାର କିବ୍‌: ବୁଧବାର ଦିନ ୟୁକ୍ରେନ୍‌ର ରାଜଧାନୀ କିବ୍‌ ନିକଟବର୍ତ୍ତୀ ଏକ ନଗରୀରେ ଯେଉଁ ଅଗ୍ନିକାଣ୍ଡ ଘଟିଲା ତାହା ଇରାନ୍‌ରେ ନିର୍ମିତ ସ୍ବୟଂଚାଳିତ ଡ୍ରୋନ୍‌ ‘କାମିକାଜି’ (ଆତ୍ମଘାତୀ ଡ୍ରୋନ୍‌) ବୋଲି ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି। କିବ୍‌ ଅଞ୍ଚଳର ଗଭର୍ଣ୍ଣର୍‌ ଓଲେକ୍ସିୟା କୁଲେବା କହିଛନ୍ତି, ଗତରାତିରେ ରାଜଧାନୀଠାରୁ ଦକ୍ଷିଣକୁ ପ୍ରାୟ ୭୫ କିଲୋମିଟର୍‌ ଦୂରବର୍ତ୍ତୀ ବିଲା ସେର୍କଭାରେ ଗୋଟିଏ ଅଟ୍ଟାଳିକା ଉପରେ ୬ଟି ଡ୍ରୋନ୍‌ ଆକ୍ରମଣ କରିଥିଲେ। ଗତ ତିନି ସପ୍ତାହ ହେବ ଇରାନ୍‌ରେ ନିର୍ମିତ ‘ଶାହେଦ୍‌-୧୩୬’ ଡ୍ରୋନ୍‌ଦ୍ବାରା ରୁଷ୍‌ ବିଭିନ୍ନ ପ୍ରାନ୍ତରେ ଆକ୍ରମଣ କରୁଥିବା କଥା ୟୁକ୍ରେନ୍‌ ରିପୋର୍ଟ କରିଥିଲା। କିନ୍ତୁ, ଗତରାତିରେ ବିଲା ସେର୍କଭା ହୋଇଥିବା ଆକ୍ରମଣ ହେଉଛି କିବ୍‌ର ସବୁଠୁ ନିକଟତମ ଅଞ୍ଚଳ। Image Courtesy of Forbes ରୁଷ୍‌କୁ ଡ୍ରୋନ୍‌ ଯୋଗାଇବା କଥାକୁ ଇରାନ୍‌ ଅଗ୍ରାହ୍ୟ କରୁଥିବା ବ‌େଳେ କ୍ରେମ୍‌ଲିନ୍‌ ଏ ବିଷୟରେ କୌଣସି ମନ୍ତବ୍ୟ ଦେଇନାହିଁ। ବୁଧବାର ଦିନ ଟେଲିଭିଜନ୍‌ରେ ୟୁକ୍ରେନୀୟ ବାୟୁସେନାର ମୁଖପାତ୍ର ୟୁରି ଇହ୍‌ନାତ୍‌ କହିଛନ୍ତି, ଦକ୍ଷିଣ ୟୁକ୍ରେନ୍‌ ଅନ୍ତର୍ଗତ ଅଧିକୃତ ଅଞ୍ଚଳରୁ ଉକ୍ତ ଡ୍ରୋନ୍‌ଗୁଡ଼ିକୁ ଛଡ଼ାଯାଇଥିଲା। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଆଗରୁ ଆହୁରି ଛଅଟି ଡ୍ରୋନ୍‌ ଗୁଳି ମାରି ଖସାଇ ଦିଆଯାଇଥିଲା। ୟୁକ୍ରେନ୍‌ର ସମସ୍ତ ପ୍ରତିରକ୍ଷା ବଳ ପାଇଁ ଏହା ହେଉଛି ନୂଆ ବିପଦ। ଏହାର ମୁକାବିଲା ନିମନ୍ତେ ଆମ ନିକଟରେ ଥିବା ସମସ୍ତ ପାଥେୟ ଉପଯୋଗ କରିବା ଆବଶ୍ୟକ ବୋଲି କମାଣରୁ ନିକ୍ଷେପ କରାଯାଉଥିବା ଗୋଳାର ଆକାର ସହ ‘କାମିକାଜି ଡ୍ରୋନ୍‌’ର କ୍ଷୁଦ୍ର ଆକାରକୁ ତୁଳନା କରି ଇହ୍‌ନାତ୍‌ କହିଛନ୍ତି।
2022-11-29T11:21:31Z
https://sambad.in/india-and-beyond/iranian-drones-hit-ukraines-kyiv-region-for-first-time-report-886635/
OSCAR-2301
ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଦେଖିବାକୁ ମିଳିଛୁ ଭିନ୍ନ ଭିନ୍ନ ରୂପ। କେତେବେଳେ ସେ ନାଚୁଛନ୍ତି ତ ଆଉ କେତେବେଳେ ପିଲାଙ୍କ ସହ ମିଶି ଲଗାଉଛନ୍ତି ଦୌଡ। ରବିବାର ପଦଯାତ୍ରା ବେଳେ ରାହୁଲ ଅଚାନକ ସ୍କୁଲ ପିଲାଙ୍କ ସହ ମିଶି ରେସ୍ ଲଗାଇଛନ୍ତି। ରାହୁଲଙ୍କ ହଠାତ ଦୌଡିବା କାରଣରୁ ତାଙ୍କ ସୁରକ୍ଷାକର୍ମୀ ଓ ତେଲେଙ୍ଗାନା ପ୍ରଦେଶ ସମିତି ଅଧ୍ୟକ୍ଷ ରେବନ୍ତ ରେଡ୍ଡୀ ଓ ଅନ୍ୟ ଲୋକମାନେ ମଧ୍ୟ ତାଙ୍କ ସହ ମିଶି ଦୌଡିଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୫୨ ବର୍ଷ ପାର୍ କରିସାରିଥିବା ରାହୁଲଙ୍କ ଫିଟ୍‌ନେସ୍‌କୁ ଦେଖି ଅନେକ ପ୍ରଶଂସା ମଧ୍ୟ କରିଛନ୍ତି। जब रेस लगाई राहुल गांधी ने…#BharatJodoYatra pic.twitter.com/iJtd3fOcYW — Congress (@INCIndia) October 30, 2022 ଆହୁରି ପଢ଼ନ୍ତୁ କିଏ ହେବେ ମୁଖ୍ୟମନ୍ତ୍ରୀ? ବିଧାୟକ ନେଇ ପାରିଲେନି, ହାଇକମାଣ୍ଡ… 2 hours ago ବିବାହ ବିଚ୍ଛେଦ ପାଇଁ ଥିବା ବଡ଼ ନିୟମକୁ ଉଚ୍ଛେଦ କଲେ କୋର୍ଟ 3 hours ago ଋବିବାର ରାହୁଲ ଗାନ୍ଧି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ତେଲେଙ୍ଗାନାର ଜଡଚର୍ଲାରୁ ପଦଯାତ୍ରା ଆରମ୍ଭ କରିଥିଲେ। ଆଜି ସେ ୨୨ କିଲୋମିଟର ପଦଯାତ୍ରା କରିବା ନେଇ ଦଳୀୟ ସୂତ୍ରରୁ ଜଣାପଡିଛି। ତେଲେଙ୍ଗାନାରେ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାର ଏହା ପଞ୍ଚମ ଦିନ। ନିକଟରେ ରାହୁଲ ଗାନ୍ଧି ଓ ଜୟରାମ ରମେଶ ଏବଂ କିଛି ଲୋକଙ୍କ ସହ ମିଶି ସାମୂହିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆଦିବାସୀ ନୃତ୍ୟ ପ୍ରଦର୍ଶନର ଦିନକ ପରେ ରାହୁଲଙ୍କ ଏହି ଭିଡିଓ ସାମ୍ନାକୁ ଆସିଥିଲା। ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ପରେ ଏବେ ତେଲେଙ୍ଗାନାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଛି । ଆସନ୍ତା ୭ ନଭେମ୍ବରରେ ଏହି ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କରିବ। ସେଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏନ୍‌ସିବି ନେତା ଶରଦ ପୱାରା ଏହି ଯାତ୍ରାର ଆୟୋଜନ କରିବେ।
2022-12-09T18:24:07Z
https://odishareporter.in/nation-world/india/rahul-ran-with-school-students-children-participated-in-bharat-jodo-yatra-777796
OSCAR-2301
ଦଳଉଦ୍ୟୋଗର ଏକ ସମ୍ବନ୍ଧୀୟ କାର୍ଯ୍ୟ ହେତୁ ସମସ୍ତ ସଦସ୍ୟଙ୍କ ମିଶ୍ରଣ ଦ୍ୱାରା ଗଠିତ |ଆଚରଣରେ ଏହାର ପାରସ୍ପରିକ ପ୍ରଭାବର ପାରସ୍ପରିକ କ୍ରିୟା ଅଛି, ଅନ୍ୟ ସଦସ୍ୟଙ୍କ ଅସ୍ତିତ୍ୱ ବିଷୟରେ ମାନସିକ ସ୍ତରରେ ସଚେତନ, ଏବଂ ପାରସ୍ପରିକ ସମ୍ବନ୍ଧ ଏବଂ କାର୍ଯ୍ୟ କରିବାର ଆତ୍ମା ​​ଅଛି |ଉଦ୍ଦେଶ୍ୟ ହେଉଛି ଉଦ୍ୟୋଗର ସାମଗ୍ରିକ ସଫଳତା ପାଇବା | ପରିଚାଳକଗଣ |କର୍ପୋରେଟ୍ ସଂସ୍କୃତିର ପ୍ରସାରଣକାରୀ, ସିଷ୍ଟମର କାର୍ଯ୍ୟନିର୍ବାହୀ, ଯୋଜନାକାରୀ ଏବଂ ଦଳ କାର୍ଯ୍ୟ ନିର୍ଣ୍ଣୟକାରୀ, ଦଳ ଦାୟିତ୍ be ବହନକାରୀ, ଦଳ ଏବଂ ଉଦ୍ୟୋଗର ଶୀର୍ଷ ପରିଚାଳନା ମଧ୍ୟରେ ଯୋଗାଯୋଗକାରୀ ଏବଂ ବ୍ରିଜ୍ ଏବଂ ଦଳ ସ୍ୱାସ୍ଥ୍ୟ ବାତାବରଣର ପ୍ରୋତ୍ସାହକ ଏବଂ ସଂଯୋଜକ | ଯୋଗାଯୋଗ |ବିଭିନ୍ନ ରୂପ ନେଇପାରେ |ଏକକ ବ meetings ଠକ କିମ୍ବା ବ୍ୟକ୍ତିଗତ ବିନିମୟ ମାଧ୍ୟମରେ ପରିଚାଳକମାନେ ଆଭ୍ୟନ୍ତରୀଣ ଅନୁଷ୍ଠାନଗୁଡ଼ିକର ସମନ୍ୱୟକୁ ଠିକ୍ ସମୟରେ ହାସଲ କରିପାରିବେ |ଯୋଗାଯୋଗ କେବଳ ଆଭ୍ୟନ୍ତରୀଣ ଭାବରେ କରାଯିବା ଉଚିତ ନୁହେଁ, ବାହ୍ୟ ଅନୁଷ୍ଠାନ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ବାହ୍ୟ ପ୍ରତ୍ୟକ୍ଷ ସମ୍ବନ୍ଧୀୟ ଦଳ ସହିତ ଭୂସମାନ୍ତର ଭାବରେ ଯୋଗାଯୋଗ କରିବା ଉଚିତ |ଉତ୍ତମ ଯୋଗାଯୋଗ ଦଳ ସଦସ୍ୟଙ୍କୁ ଅଧିକ ଘନିଷ୍ଠ କରିପାରେ ଏବଂ ଦଳ ଗଠନ ସମନ୍ୱୟର ମୂଳଦୁଆ ଅଟେ | ଏକ ଦଳ |ଏକ ମାଛଧରା ଜାଲ ପରି |ପ୍ରତ୍ୟେକ ଗ୍ରୀଡ୍ ନିଜ ସ୍ଥିତିରେ ଏକ ଭିନ୍ନ ଭୂମିକା ଗ୍ରହଣ କରିଥାଏ |ଅଧିକ ଜାଲର ଅସ୍ତିତ୍ୱକୁ ଅଣଦେଖା କରାଯାଇପାରିବ ନାହିଁ କାରଣ ଗୋଟିଏ ଜାଲ ମାଛ ଧରିପାରେ |ଦଳର ସଦସ୍ୟମାନେ ଗୋଟିଏ ପରେ ଗୋଟିଏ ଗ୍ରୀଡ୍ କରନ୍ତି, ଏବଂ ପ୍ରତ୍ୟେକ ସଦସ୍ୟଙ୍କର ନିଜସ୍ୱ ସ୍ଥିତି ଥାଏ | ଦଳର ସଦସ୍ୟମାନେ ଗୋଟିଏ ପରେ ଗୋଟିଏ ଗ୍ରୀଡ୍ କରନ୍ତି, ଏବଂ ପ୍ରତ୍ୟେକ ସଦସ୍ୟଙ୍କର ନିଜସ୍ୱ ସ୍ଥିତି ଥାଏ |ସଦସ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣ ସମନ୍ୱୟ, ପାରସ୍ପରିକ ବିଶ୍ୱାସ ଏବଂ ସହଯୋଗ ସହିତ ଏକ ଉଚ୍ଚ-ପ୍ରଦର୍ଶନ ଦଳ ଏକ ସମ୍ପୂର୍ଣ୍ଣ ହେବା ଉଚିତ୍ |ଦଳର ବୁଦ୍ଧି ଏବଂ ବୁଦ୍ଧିମତାକୁ ଉନ୍ନତ ଖେଳ ଦେବା ଏବଂ ଦଳର କାର୍ଯ୍ୟକାରିତା ହାସଲ କରିବା ପାଇଁ |ଅନ୍ୟ ଏକ ମିଳନ ଉଦାହରଣ , ତୁମେ ପାଇବ ଯେ ତୁମେ ସହଜରେ ଏକ ଚପ୍ଷ୍ଟିକ୍ ଭାଙ୍ଗି ପାରିବ |କିନ୍ତୁ ଯଦି ଦଶ ଯୋଡା ଚପଷ୍ଟିକ୍ ଏକାଠି ରଖାଯାଏ, ସେଗୁଡିକ ଭାଙ୍ଗି ପାରିବ ନାହିଁ |ଏହିପରି ମିଳନ ସହିତ, ଦଳ ଏକ ଅବିସ୍ମରଣୀୟ ଦଳ ହେବ, ଏହା ଯେକ any ଣସି ଅସୁବିଧାକୁ ଦୂର କରିପାରିବ | ଗ୍ରାହକମାନଙ୍କ ସହିତ ସମ୍ପର୍କ | ସମ୍ପର୍କଗ୍ରାହକ ଏବଂ କମ୍ପାନୀ ମଧ୍ୟରେ ପାରସ୍ପରିକ ପ୍ରୋତ୍ସାହନ, ପାରସ୍ପରିକ ଲାଭ ଏବଂ ବିଜୟ-ଫଳାଫଳର ଏକ ସହଯୋଗୀ ସମ୍ପର୍କ |ବିଶେଷ ଭାବରେ, ଉଚ୍ଚ-ଗୁଣାତ୍ମକ ପ୍ରମୁଖ ଗ୍ରାହକଙ୍କ ସହ ସହଯୋଗ କେବଳ ଆମର ସେବା ସଚେତନତାକୁ ଉନ୍ନତ କରିପାରିବ ନାହିଁ, ଆମର ପରିଚାଳନା ସ୍ତରରେ ଉନ୍ନତି ଆଣିବ ନାହିଁ, ଆମର ସେବା ବ୍ୟବସ୍ଥାରେ ଉନ୍ନତି ଆଣିବ ନାହିଁ, ବରଂ ଆମକୁ ସମୃଦ୍ଧ ଲାଭ ମଧ୍ୟ ଆଣିପାରେ | ରହିବାଯଥେଷ୍ଟ ନିର୍ବୋଧ |ଗ୍ରାହକଙ୍କ ବଞ୍ଚିବା ଏବଂ ଉଦ୍ୟୋଗଗୁଡ଼ିକର ବିକାଶ ପାଇଁ ଆଧାର ହେଉଛି |ତେଣୁ, ଗ୍ରାହକଙ୍କ କ୍ଷତି ହ୍ରାସ କରିବାକୁ କ୍ରମାଗତ ଭାବରେ ସମ୍ଭାବ୍ୟ ଗ୍ରାହକଙ୍କୁ ଟ୍ୟାପ୍ କରିବା ଏବଂ ନୂତନ ଗ୍ରାହକଙ୍କୁ ଜିତିବା ଆବଶ୍ୟକ |ଏଥିସହ, ପୁରୁଣା ଗ୍ରାହକଙ୍କୁ ବଜାୟ ରଖିବା ପାଇଁ ପ୍ରୟାସ କରାଯିବା ଉଚିତ୍ |ଯେହେତୁ ଏକ ନୂତନ ଗ୍ରାହକଙ୍କ ବିକାଶର ମୂଲ୍ୟ ପୁରୁଣା ଗ୍ରାହକଙ୍କ ରକ୍ଷଣାବେକ୍ଷଣର ପାଞ୍ଚ ଗୁଣ ଅଟେ, ପୁରୁଣା ଗ୍ରାହକଙ୍କୁ ବଜାୟ ରଖିବା ନୂତନ ଗ୍ରାହକ ପାଇବା ପାଇଁ ଖର୍ଚ୍ଚ ସଞ୍ଚୟ କରିପାରିବ |ଏଥିସହ, ପୁରୁଣା ଗ୍ରାହକମାନେ ମୂଲ୍ୟ ପରି ସନ୍ତୁଷ୍ଟିକୁ ପ୍ରଭାବିତ କରୁଥିବା ପ୍ରମୁଖ କାରଣଗୁଡିକ ପ୍ରତି କମ୍ ସମ୍ବେଦନଶୀଳ ଅଟନ୍ତି, ଉଦ୍ୟୋଗ ଏବଂ ସେମାନଙ୍କର ଉତ୍ପାଦଗୁଡିକର କିଛି ତ୍ରୁଟି ପ୍ରତି ଅଧିକ ସହନଶୀଳ ହୁଅନ୍ତୁ |ତେଣୁ, ପୁରୁଣା ଗ୍ରାହକଙ୍କୁ ବଜାୟ ରଖିବା ଉଦ୍ୟୋଗଗୁଡିକ ପାଇଁ ବିଭିନ୍ନ ସୁବିଧା ଆଣିପାରେ |ଏହିପରି ଆମେ ହଜିଯାଇଥିବା ଗ୍ରାହକଙ୍କ ପାଇଁ ଚେଷ୍ଟା କରିବା ଉଚିତ୍ |ଗୋଟିଏ ପଟେ ଗ୍ରାହକଙ୍କ କ୍ଷତି ହ୍ରାସ କରନ୍ତୁ, ଅନ୍ୟ ପଟେ ହଜିଯାଇଥିବା ଗ୍ରାହକମାନଙ୍କୁ ପୁନର୍ବାର ଉଦ୍ୟୋଗର ଗ୍ରାହକ ହେବାକୁ ଦିଅନ୍ତୁ | ବ olong ାଇବା ପାଇଁ | ଗ୍ରାହକଙ୍କ ସମ୍ପର୍କ, ଆମେ ଗ୍ରାହକଙ୍କ ବିଶ୍ୱସ୍ତତା ବୃଦ୍ଧି, ମୂଲ୍ୟବାନ ଗ୍ରାହକଙ୍କୁ ବଜାୟ ରଖିବା, ଗ୍ରାହକଙ୍କ କ୍ଷତି ହ୍ରାସ କରିବା ଏବଂ କ potential ଣସି ସମ୍ଭାବ୍ୟ ମୂଲ୍ୟ ସହିତ ସମ୍ପର୍କ ହଟାଇବା, ଗ୍ରାହକଙ୍କ ସହିତ ଦୀର୍ଘମିଆଦୀ ସମ୍ପର୍କ ବିକାଶ ଏବଂ ପୁରୁଣା ଗ୍ରାହକଙ୍କୁ ସବୁଦିନ ପାଇଁ ବଜାୟ ରଖିବା ଦ୍ୱାରା ଗ୍ରାହକଙ୍କ ସମ୍ପର୍କ ଜୀବନଚକ୍ରର ହାରାହାରି ଦ length ର୍ଘ୍ୟକୁ ଉନ୍ନତ କରିପାରିବା | ଯଦି ଉଦ୍ୟୋଗଗୁଡିକଦୀର୍ଘକାଳୀନ ପ୍ରତିଯୋଗିତାମୂଳକ ସୁବିଧା ପାଇବାକୁ ଚାହୁଁଛନ୍ତି, ସେମାନେ ନିଶ୍ଚିତ ଭାବରେ ଭଲ ଗ୍ରାହକ ସମ୍ପର୍କ ବଜାୟ ରଖିବେ |ଗ୍ରାହକଙ୍କ ସହିତ ଏହି ନିରନ୍ତର ଭଲ ସମ୍ପର୍କ ଧୀରେ ଧୀରେ ଉଦ୍ୟୋଗଗୁଡ଼ିକର ମୂଳ ପ୍ରତିଦ୍ୱନ୍ଦ୍ୱିତା ହୋଇପାରିଛି |ଗ୍ରାହକଙ୍କ ସମ୍ପର୍କକୁ ମଜବୁତ କରିବାବେଳେ, ଉଦ୍ୟୋଗଗୁଡ଼ିକ କେବଳ ସମ୍ପର୍କର ବସ୍ତୁଗତ କାରଣ ପ୍ରତି ଧ୍ୟାନ ଦେବା ଉଚିତ୍ ନୁହେଁ, ବରଂ ସମ୍ପର୍କର ଅନ୍ୟ ଏକ ଗୁଣକୁ ମଧ୍ୟ ବିଚାର କରିବା ଉଚିତ୍ |ତାହା ହେଉଛି, ଗ୍ରାହକଙ୍କ ଭାବନା ଏବଂ ଅନ୍ୟାନ୍ୟ ଅଣ-ବସ୍ତୁଗତ ଭାବପ୍ରବଣତା |ନୂତନ ଗ୍ରାହକ ସୃଷ୍ଟି କରିବାକୁ, ପୁରୁଣା ଗ୍ରାହକଙ୍କୁ ବଜାୟ ରଖିବାକୁ, ଗ୍ରାହକଙ୍କ ସନ୍ତୁଷ୍ଟି ଏବଂ ବିଶ୍ୱସ୍ତତାକୁ ଉନ୍ନତ କରିବାକୁ, ଯାହା ଦ୍ customer ାରା ଗ୍ରାହକଙ୍କ ମୂଲ୍ୟ ଏବଂ ଲାଭରେ ଉନ୍ନତି ହୁଏ | ଆମର ଉତ୍ପାଦ କିମ୍ବା ମୂଲ୍ୟବୋଧ ବିଷୟରେ ଅନୁସନ୍ଧାନ ପାଇଁ, ଦୟାକରି ଆପଣଙ୍କର ଇମେଲ୍ ଆମକୁ ଛାଡିଦିଅନ୍ତୁ ଏବଂ ଆମେ 24 ଘଣ୍ଟା ମଧ୍ୟରେ ସମ୍ପର୍କରେ ରହିବୁ | ଗରମ ଦ୍ରବ୍ୟ |, ସାଇଟମ୍ୟାପ୍ ଜିମ୍ ମାଷ୍ଟର ସ୍ପିନ୍ ବାଇକ୍ |, ବାଇକ୍ ଫ୍ଲାଏୱେଲ୍ ଓଜନ ବ୍ୟାୟାମ କରନ୍ତୁ |, ଅଫିସ୍ ଚାଲିବା ଟ୍ରାଡମିଲ୍ |, ରିଅର୍ ଡ୍ରାଇଭ୍ ଏଲିପଟିକାଲ୍ ମେସିନ୍ |, ସ୍ପ୍ରିଣ୍ଟର୍ ବାଇକ୍ |, ପୁନରୁଦ୍ଧାର ଚାଲିବା ଟ୍ରାଡମିଲ୍ |,
2022-12-09T19:39:40Z
https://or.mydosports.com/team-and-customer/
OSCAR-2301
ଭୁବନେଶ୍ୱର : ପରୀକ୍ଷାର୍ଥୀଙ୍କ ପାଇଁ ଏବେ ଘଣ୍ଟା କଟକଣା ସମସ୍ୟା ହୋଇଛି । ଗୋଟିଏ ପଟେ ପରୀକ୍ଷା ହଲ୍‍କୁ କର୍ତ୍ତୃପକ୍ଷ ଘଣ୍ଟା ନେଇ ଯିବାକୁ ବାରଣ କରୁଥିବାବେଳେ ଅନ୍ୟ ପଟେ ପରୀକ୍ଷାହଲ୍‍ରେ କାନ୍ଥଘଣ୍ଟା ନଥିବାରୁ ଛାତ୍ରଛାତ୍ରୀମାନେ ସମସ୍ୟାରେ ପଡୁଛନ୍ତି । ରାଜ୍ୟରେ ଦଶମ ଓ ଏକାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପିଲାଏ ପ୍ରାୟ ଦୁଇବର୍ଷ ପରେ ଅଫଲାଇନ୍‍ରେ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ରରେ କପି ଜଗିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ ହୋଇଥିବାବେଳେ ପିଲାଙ୍କୁ ଘଣ୍ଟାପିନ୍ଧି ଯିବାକୁ ଅନୁମତି ମିଳୁନି । ତେବେ ଶିକ୍ଷାନୁଷ୍ଠାନ କୋଠରୀରେ କର୍ତ୍ତୃପକ୍ଷ କାନ୍ଥଘଣ୍ଟା ବ୍ୟବସ୍ଥା କରିନଥିବାରୁ ପରୀକ୍ଷାର୍ଥୀମାନେ ସମୟକୁ ନେଇ ହୀନସ୍ତା ହେଉଛନ୍ତି । ଗତକାଲି ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ରାଜଧାନୀ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ । ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ପିଲାମାନଙ୍କୁ ସାଙ୍ଗରେ ଆଣିଥିବା ମୋବାଇଲ୍‍, ବ୍ୟାଗ୍‍, ଖାତାପତ୍ର ସହିତ ହାତଘଣ୍ଟାକୁ ବି ପରୀକ୍ଷାହଲ୍‍ ବାହାରେ ରଖିବାକୁ ପଡିଥିଲା । ତେବେ ପିଲାମାନେ ପରୀକ୍ଷା ହଲ୍‍ରେ ପ୍ରବେଶ କରିବାପରେ ସେଠାରେ ଘଣ୍ଟାନଥିବା ଦେଖି ସମସ୍ୟାରେ ପଡିଥିଲେ । ସମୟ ଅନୁସାରେ ପରୀକ୍ଷା ଖାତାରେ ଉତ୍ତର ଲେଖି ଦାଖଲ କରିବାକୁ ଥିବାରୁ ସେମାନେ ବାରମ୍ବାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମୟ ପଚାରୁଥିଲେ । ଏଥିଯୋଗୁଁ ଅନ୍ୟ ପିଲାମାନେ ବି ଅସୁବିଧାରେ ପଡୁଥିଲେ । ଯୁକ୍ତ ଦୁଇ ପରୀକ୍ଷାପାଇଁ ସରକାର ଯେଭଳି ସିସିଟିଭି ଓ ଫ୍ୟାନ୍‍ ଉପରେ ଗୁରୁତ୍ୱ ଦେଉଛନ୍ତି ସେହି ଅନୁଯାୟୀ ପ୍ରତ୍ୟେକ ପରୀକ୍ଷା କୋଠାରୀରେ ଅତି କମ୍‍ରେ ଗୋଟିଏ କରି କାନ୍ଥଘଣ୍ଟା ଲଗାଇବାକୁ ଦାବି ହେଉଛି । କାରଣ ନିଜ ନିଜ ହାତଘଣ୍ଟାକୁ ବାହାରେ ରଖିଦେଇ ଆସୁଥିବା ଛାତ୍ରଛାତ୍ରୀମାନେ ସମୟ ଜାଣିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ଧୂଆ ମୂଳା ଅଧୂଆ ମୂଳା ନ୍ୟାୟରେ କର୍ତ୍ତୃପକ୍ଷ ଡିଜିଟାଲ ଘଣ୍ଟା ସହିତ ସମସ୍ତ ପ୍ରକାର ଘଣ୍ଟା ଏପରିକି ପୁରୁଣାକାଳିଆ ଘଣ୍ଟାକୁ ବି ପରୀକ୍ଷା ହଲ୍‍କୁ ଛାଡୁ ନାହାନ୍ତି । ଏହା ଏବେ ଛାତ୍ରଛାତ୍ରୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି । ଏହା କେବଳ ଏହି ଗୋଟିଏ ପରୀକ୍ଷା କେନ୍ଦ୍ରର ସମସ୍ୟା ନୁହେଁ । ରାଜ୍ୟର ବିଭିନ୍ନ ସ୍ଥାନରେ ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛି । ଦୁଇ ବର୍ଷ ପରେ ପିଲାମାନେ ଅଫ୍‍ଲାଇନ୍‍ ପରୀକ୍ଷାରେ ବସୁଥିବାରୁ ଧାର୍ଯ୍ୟ ସମୟ ଭିତରେ ସମସ୍ତ ଉତ୍ତର ଲେଖିବାକୁ ଚେଷ୍ଟା କରୁଛନ୍ତି । ଯେହେତୁ ସେମାନଙ୍କ ପାଇଁ ସମୟ ଜାଣିବାର ଅବକାଶ ରହୁନାହିଁ ତେଣୁ ବହୁ ଛାତ୍ରଛାତ୍ରୀ ଉତ୍ତର ଜାଣିଥିଲେ ବି ବହୁ ପ୍ରଶ୍ନର ଉତ୍ତର ଦେଇପାରୁ ନାହାନ୍ତି । ତେଣୁ ଅବଶିଷ୍ଟ ବିଷୟର ପରୀକ୍ଷା ସରିବା ପୂର୍ବରୁ କର୍ତ୍ତୃପକ୍ଷ ପରୀକ୍ଷା ହଲ୍‍ରେ ଘଣ୍ଟା ଲଗାଇବାକୁ ଅଭିଭାବକମାନେ ମତ ଦେଉଛନ୍ତି । (ତଥ୍ୟ) Facebook Twitter Telegram WhatsApp Email Print Previous article୩୯୩ ଡାକ୍ତରଖାନାରେ ଗରିବଙ୍କୁ ଚିକିତ୍ସା ସୁବିଧା Next articleସଫେଇ କର୍ମଚାରୀ ପାଇବେ କ୍ଷତିପୂରଣ Tathya Correspondent RELATED ARTICLESMORE FROM AUTHOR General ଓଡିଶା ଚାଷୀଙ୍କୁ ୬୯୫୬ କୋଟି General ମଶା ନିୟନ୍ତ୍ରଣରେ ୧୦୦ ଗ୍ରାମ ତେଲ General ଦମନ୍ ଅଭିନେତାଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା General ଶିଶୁ ଅପପୁଷ୍ଟି ଦୂର ପାଇଁ କ୍ଷେତ୍ର ପ୍ରସ୍ତୁତ News in Odia ପୋଲିସ ହକିରେ ଓଡିଶାକୁ ବ୍ରୋଞ୍ଜ Disclaimer Privacy Advertisement Contact Us Website byCITSPL MORE STORIES Education କାର୍ଯ୍ୟକାରୀ ହେବ ବିଜୟ ସାହୁଙ୍କ ଅଭିଳଷିତ ପ୍ରକଳ୍ପ Tathya Correspondent - June 10, 2021 0 ଭୁବନେଶ୍ୱର : ଅନ୍ଧାରୁଆଠାରେ ନିର୍ମାଣାଧୀନ ମଡେଲ ଆଦର୍ଶ ବିଦ୍ୟାଳୟର ସଂଗଠନର ଉପଦେଷ୍ଟା ସ୍ୱର୍ଗତ ବିଜୟ କୁମାର ସାହୁଙ୍କର ଏକ ଅଭିଳଷିତ ପ୍ରକଳ୍ପ ଥିଲା । ଆଗାମୀ ଶିକ୍ଷାବର୍ଷରୁ ଏଠାରେ ଶିକ୍ଷାରମ୍ଭ...
2022-12-07T05:45:09Z
https://tathya.in/%E0%AC%98%E0%AC%A3%E0%AD%8D%E0%AC%9F%E0%AC%BE-%E0%AC%95%E0%AC%9F%E0%AC%95%E0%AC%A3%E0%AC%BE-%E0%AC%9B%E0%AC%BE%E0%AC%A4%E0%AD%8D%E0%AC%B0%E0%AC%9B%E0%AC%BE%E0%AC%A4%E0%AD%8D%E0%AC%B0%E0%AD%80%E0%AC%99/
OSCAR-2301
ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାରି ମଧ୍ୟରେ ଏକ ବଡ଼ ଖବର ସାମନାକୁ ଆସିଛି। ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀ ସାମିଲ ହେବା ଓ କିଛି ମନ୍ତ୍ରୀ ବାଦ ପଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ନୂଆ ମନ୍ତ୍ରିମଣ୍ଡଳ ଗଠନ ପୂର୍ବରୁ ବହୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇଥିବା ଜଣାଯାଇଛି। ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଇସ୍ତଫାନେଇ ପିଟିଆଇ ସୂତ୍ରରୁ ଜଣାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଇସ୍ତଫା ଦେଇଛନ୍ତି। ଏହାସହ ମନ୍ତ୍ରୀ ସଦାନନ୍ଦ ଗୌଡ ମଧ୍ୟ କ୍ୟାବିନେଟରୁ ହଟି ପାରନ୍ତି। ଶିଶୁ, ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ଇସ୍ତଫା ଦେଇଛନ୍ତି। ପଶ୍ଚିମବଙ୍ଗରୁ ଏଥର କ୍ୟାବିନେଟରେ ନୂଆ ଚେହେରାଙ୍କୁ ସ୍ଥାନ ମିଳିପାରେ। ଆହୁରି ଅନେକ ନୂଆ ଚେହେରାଙ୍କୁ ନେଇ ଚର୍ଚ୍ଚା ଜୋର ଧରୁଛି। ଅନ୍ୟପକ୍ଷରେ ମୋଦୀଙ୍କ ଟିମରେ ୨୩ ଜଣ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି। ରାଷ୍ଟ୍ରପତି ଭବନକୁ ୨୩ ଜଣଙ୍କ ନାମ ଯାଇଥିବା ସୂଚନା ମିଳିଛି। ତନ୍ମଧ୍ୟରୁ ଜ୍ୟୋତିରାନ୍ଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ମିନାକ୍ଷୀ ଲେଖି ଓ ଅଶ୍ୱିନ ବୈଷ୍ଣବଙ୍କ ନାମ ସାମିଲ ଥିବା ଜଣାଯାଇଛି। ସେହିପରି ରାଷ୍ଟ୍ରମନ୍ତ୍ରୀ ଥିବା ୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ନେଇ ମଧ୍ୟ ସୂଚନା ମିଳିଛି । ଏମାନଙ୍କ ନାମ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଇଥିବା ଜଣାଯାଇଛି।
2022-12-07T06:00:05Z
https://www.odishalink.com/2021/07/07/ministers-resign-before-cabinet-reshuffle/
OSCAR-2301
ଖୋର୍ଦ୍ଧା ୨୫/୧୧: ନିଜର ଆଗ୍ରହ ଇଚ୍ଛାଶକ୍ତି ବଳରେ ମଣିଷ ସବୁକିଛି କରିପାରେ। ପିଲାଟି ଦିନରୁ ସାବୁନରେ କଳାକୃତି କରିବା ନିଶା ପରିଣତ ବୟସରେ ପେସାରେ ପରିଣତ ହେଲା। ଖୋର୍ଦ୍ଧ। ଜିଲ୍ଲା ବେଗୁନିଆ ବ୍ଲକ୍ ବାଘମାରୀର ସତ୍ୟବ୍ରତ ସେଠୀ ସାବୁନରେ ସୁନ୍ଦର ସୁନ୍ଦର ମୂର୍ତ୍ତି କରିବାରେ ମାହିର। ତାଙ୍କ ଦ୍ବାରା ପ୍ରସ୍ତୁତ ସାବୁନ ମୂର୍ତ୍ତି ଦେଖିବାକୁ ଭାରି ସୁନ୍ଦର। ବେଗୁନିଆ ବ୍ଲକ୍ ବାଘମାରୀର ତଳସାହିରେ ରୁହନ୍ତି ସତ୍ୟବ୍ରତ। ପିଲାଟି ଦିନରୁ ସାବୁନରେ ହସ୍ତଶିଳ୍ପ ତିଆରି କରିବା ତାଙ୍କର ନିଶା ଥିଲା। ବଜାରରେ ବିକ୍ରି ହେଉଥିବା ସାବୁନକୁ ଆଣି ସେ ସେଥିରେ ବୁଦ୍ଧ, ଗଣେଶ, ସରସ୍ବତୀ, ଲକ୍ଷ୍ମୀ ଆଦି ବିଭିନ୍ନ ପ୍ରକାରର ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି। ତାଙ୍କ ଦ୍ବାରା ପ୍ରସ୍ତୁତ ମୁର୍ତ୍ତି ଗୁଡିକ ଅତି ସୁନ୍ଦର ଓ ମନଲୋଭା ହୋଇଥିବାରୁ ଗ୍ରାହକଙ୍କ ଚାହିଦା ବଢିଥାଏ। ଗୋଟିଏ ସାବୁନ ମୂର୍ତ୍ତି କରିବା ପାଇଁ ସତ୍ୟବ୍ରତଙ୍କୁ ଗୋଟିଏ ଦିନ ଲାଗିଥାଏ। ଗୋଟିଏ ମୂର୍ତ୍ତିକୁ ସେ ୧୦୦ରୁ ୨୦୦ଟଙ୍କା ରେ ବିକ୍ରି କରିଥାନ୍ତି। ତେଣୁ ତାଙ୍କର ଏହି ମୂର୍ତ୍ତି ବିକ୍ରିକରି ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇଥାଏ। ସରକାରୀ କିମ୍ବା ବେସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ସେ ତାଙ୍କର କଳାକୃତିରେ ନିପୁଣ ହୋଇପାରନ୍ତେ ବୋଲି ସେ କହିଛନ୍ତି। ସେପଟେ ସତ୍ୟବ୍ରତଙ୍କ କଳାକୃତିକୁ ନେଇ ତାଙ୍କ ବାପା ବେସ୍ ଖୁସି ଥିବା କହିଛନ୍ତି। ସତ୍ୟବ୍ରତଙ୍କ ଦ୍ବାରା ସାବୁନ କାରୁକାର୍ଯ୍ୟ ଦେଖିବା ପାଇଁ ପ୍ରତିଦିନ ତାଙ୍କ ଘରେ ସ୍ଥାନୀୟ ବାସିନ୍ଦାଙ୍କ ଭିଡ ଜମେ। ସାବୁନରେ ସୁନ୍ଦର ସୁନ୍ଦର ମୂର୍ତ୍ତି ଗୁଡିକୁ ଦେଖି ଦର୍ଶକ ବେସ୍ ଖୁସି ହୁଅନ୍ତି। ଘରେ ସଜେଇ ରଖିବା ପାଇଁ ସତ୍ୟବ୍ରତଙ୍କଠାରୁ ମୁର୍ତ୍ତି କିଣି ଆଣିଥାନ୍ତି ଲୋକେ। ସତ୍ୟବ୍ରତ ବାଘମାରୀ ଅଂଚଳର ଗର୍ବ ଏବଂ ଗୌରବ ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା। ମାତ୍ର ପରିଶ୍ରମ ଅନୁଯାୟୀ ସତ୍ୟବ୍ରତଙ୍କୁ କମ୍ ପାରିଶ୍ରମିକ ମିଳୁଥିବାରୁ ତାଙ୍କ କଳାକୁ ବଂଚାଇବା ପାଇଁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।
2022-12-09T23:50:44Z
https://www.prameyanews7.com/know-about-khordhas-soap-artist-satyabrat/
OSCAR-2301
ପୁରୀ ୨୫।୦୮: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁ ଆଜି କୃଷ୍ଣ ବଳରାମ ବେଶରେ ସୁସଜ୍ଜିତ ହେବେ। ଏହି ବେଶରେ ଉଭୟ କୃଷ୍ଣ ଅର୍ଥାତ ମହାପ୍ରଭୁ ଜଗନ୍ନାଥ ଏବଂ ବଳରାମ ଅର୍ଥାତ ପ୍ରଭୁ ବଳଭଦ୍ର କାଠ ତିଆରି ୨ଟି ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି। ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଥାଏ। ସେହିପରି ବଳରାମଙ୍କ ଡାହାଣ ହାତରେ ଶିଘାଂ ଓ ବାମ ହସ୍ତରେ ପଦ୍ମ ଫୁଲ ଥାଏ। କିରୀଟ ଉପରେ ସପ୍ତଫେଣିଆ ସର୍ପ ମଧ୍ୟ ବିରାଜମାନ କରିଥାନ୍ତି । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥିବା ବେଳେ ଏହି ପାଗଦ୍ୱୟ କିରୀଟଯୁକ୍ତ ହୋଇଥାଏ। ରତ୍ନ ସିଂହାସନ ଉପରେ ଖଞ୍ଜା ଯାଇଥିବା ଏକ କ୍ଷୁଦ୍ର କାଠ ନିର୍ମିତ ତଥା ଜରି ଜମ୍ୱୁରାରେ ଆଛାଦିତ ସିଂହାସନରେ ଚକାମୁଣ୍ତି ପକାଇ ପ୍ରଭୁ ପଦ୍ମାସନରେ ଉପନିବଶ କରନ୍ତି। ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ୱ ଫୁଲ ଶୋଭାପାଇଥାଏ।
2022-12-09T23:58:22Z
https://www.prameyanews7.com/puri-news-today-14/
OSCAR-2301
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହୋଇ ରବିବାର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ୨୧ ଓ ୨୨ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨୧ ତାରିଖରେ ଅର୍ଥାତ୍ ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ହୋଇପାରେ। ସେହିପରି ୨୨ ତାରିଖରେ ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ଦୁଇ ଦିନ ଅନ୍ୟ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ। ଆହୁରି ପଢ଼ନ୍ତୁ ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ ଘଟଣା: ଥାନାରେ ଏତଲା, କ୍ଷମା… 4 mins ago ପୁତୁରାର ଗୁଳିମାଡ଼ରେ ଖୁଡ଼ି ଗୁରୁତର 1 hour ago ୨୩ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହା ସହିତ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ୨/୩ ଡିଗ୍ରୀ କମ୍ ରହିବ ବୋଲି ଆକଳନ କରାଯାଇଛି। ସୂଚନାଯୋଗ୍ୟ, ଏବେ ରାଜ୍ୟର ଶୀତ ଅନୁଭୂତ ହେଉଛି। ଗତକାଲି ରାତିରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଓ କୋରାପୁଟର ସେମିଳିଗୁଡ଼ାରେ ରାତିର ସର୍ବନିମ୍ନ ତାପାମତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି କିରେଇ (ସୁନ୍ଦରଗଡ଼)ରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୯.୬, ଦାରିଙ୍ଗବାଡ଼ିରେ ୧୦, କୋରାପୁଟରେ ୧୦, କେନ୍ଦୁଝରରେ ୧୦, ଭବାନୀପାଟଣାରେ ୧୦.୬, ଝାରସୁଗୁଡାରେ ୧୦.୮, ଚିପିଲିମାରେ ୧୦.୮, ସୁନ୍ଦରଗଡରେ ୧୨.୫ ଓ ଦେବଗଡରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି।
2022-12-04T09:04:07Z
https://odishareporter.in/odisha/south-odisha-to-witness-rain-from-tomorrow-782894
OSCAR-2301
ନିଜ ଭାବନା ଅନୁସାରେ ସଫଳତାର ସହ ଉପରକୁ ଉଠିଯାଉଥିବା ବ୍ୟକ୍ତି ମାନଙ୍କର ପସନ୍ଦିତ ଚୟନ ହିସାବରେ, ନିୟୂତ ନିୟୂତ ଉଦ୍ୟୋଗୀଙ୍କ ସ୍ୱପ୍ନକୁ ସଶକ୍ତ କରିବା ପାଇଁ ଟାଟା ଏସ ରେଞ୍ଜକୁ ପ୍ରସ୍ତୁତ କରାଯାଇଅଛି । ଏହିଭଳି ଉଚ୍ଚାଭିଳାଷୀ ବ୍ୟକ୍ତିମାନଙ୍କୁ ସ୍ୱାଧୀନତା ଏବଂ ସମୃଦ୍ଧତା ହାସଲ କରିବାର ପରମ୍ପରାକୁ ଚାଲୁ ରଖି ଟାଟା ମୋଟର୍‌ସ୍‌ ଅଲ୍‌ ନ୍ୟୁ ଏସ HT+ ର ଶୁଭାରମ୍ଭ କରିଅଛି । ବାସ୍ତବରେ ଏହା ଏକ ନୂତନ ଯୁଗର ଯାନ, ଏହା ଏକ ମିନି ଟ୍ରକ୍ ଏବଂ ପିକ୍ ଅପ୍ ଟ୍ରକ୍ ର ବେଷ୍ଟ୍‌ ଅଫ୍‌ ଅଫର୍‌ କରିବାକୁ ଡିଜାଇନ୍ କରାଯାଇଛି । ନ୍ୟୁ ଏସ HT + ଏକ ମିନି ଟ୍ରକ୍ ମୂଲ୍ୟରେ ଏକ ପିକ୍ଅପ୍‌ ଟ୍ରକର ବୈଶିଷ୍ଟ୍ୟ ସହିତ ଆସିଥାଏ ଏବଂ ବିଗତ 16 ବର୍ଷ ଧରି ଏସ ବ୍ରାଣ୍ଡର ବିଶ୍ୱାସ ନେଇ ତିଆରି କରାଯାଇଛି ଯାହା 23 ଲକ୍ଷରୁ ଅଧିକ ଉଦ୍ୟୋଗୀଙ୍କୁ ସଶକ୍ତ କରିଛି । ଏକ ମିନି ଟ୍ରକ୍ ମୂଲ୍ୟରେ ଦ୍ରୁତ ଗତିରେ ଯାତ୍ରା ପାଇଁ ଅଧିକା ପାୱାର ସହ, ଉଚ୍ଚ ଟର୍କ୍‌ ଲିଡିଙ୍ଗ୍‌ ଦୃତ ବୁଲାଣ ପାଇଁ ଅଧିକା ପିକ୍‌ଅପ୍, ଅଧିକ ପେଡ୍ ଲୋଡ୍, ବଡ଼ ଟାୟାର ଏବଂ ଉନ୍ନତ ବହନ କ୍ଷମତା ପାଇଁ ପାଇଁ ଅଧିକ ଲୋଡ୍ ବଡି ଏବଂ ଥକ୍କା ମୁକ୍ତ ଡ୍ରାଇଭିଂ ପାଇଁ ଉଚ୍ଚ ଶୈଳୀ ଏବଂ ଆରାମ ପରିମାପ ପାଇଁ, ଅଧିକ ରୋଜଗାର ଅଫର ପାଇଁ ଏସ HT + ଡିଜାଇନ୍ କରାଯାଇଛି । USPs: ପାୱାର ପ୍ୟାକ୍ ହୋଇଥିବା 2 ସିଲିଣ୍ଡର 800 CC ସାଧାରଣ ରେଳ ଇଞ୍ଜିନ୍ ଅଧିକ ବେଗ ପାଇଁ 26 kW (35 HP) ଶକ୍ତି ପ୍ରଦାନ କରିଥାଏ । ଦ୍ରୁତ ବୁଲାଣ ଏବଂ ଅଧିକ ସଂଖ୍ୟକ ଯାତ୍ରା ପାଇଁ 85 Nm ଉଚ୍ଚ ପିକଅପ୍ । ଅଧିକ ବହନ ଦକ୍ଷତା ପାଇଁ ବଡ 13 ଇଞ୍ଚ୍ ବ୍ୟାସାର୍ଦ୍ଧ ବିଶିଷ୍ଟ ଟ୍ୟୁବଲେସ୍ ଟାଇରସ୍ । ଅଧିକ ବହନ ଦକ୍ଷତା ପାଇଁ ଏବଂ ଅଧିକ ଆୟ ପାଇଁ 900 କେଜିର ଅଧିକା ରେଟେଡ୍ ପେଲୋଡ୍ । ଅଧିକ ଲୋଡ୍ ବହନ କରିବା ଏବଂ ଅଧିକ ଆୟ ପାଇବା ପାଇଁ 8.2 ଫୁଟ ଲମ୍ବର ବେଷ୍ଟ୍‌ ଇନ୍‌ କ୍ଲାସ୍‌ ଲୋଡ୍‌ ବଡି । ନୂତନ ଷ୍ଟାଇଲ୍ ଏବଂ ଆରାମ ସହିତ ସତେଜ ଲୁକ୍‌ ଥାଏ । ବଡ ଲକେବୁଲ୍‌ ଗ୍ଲୋଭ୍‌ ବକ୍ସ୍‌ ସହ ସ୍ୱିଚ୍‌ ଡାସ୍‌ବୋର୍ଡ୍‌ ଡିଜାଇନ୍‌ ଥାଇ କ୍ୟାବିନ୍‌ ଫିଚର, ପ୍ରଚେଷ୍ଟା ବିହୀନ ପେଣ୍ଡେଣ୍ଟ୍‌ ପ୍ରକାରର ଆସିଲିରେଟର୍‌, ବ୍ରେକ୍‌ ଏବଂ କ୍ଲଚ୍‌ ପେଡେଲ୍‌ ହେଡ୍‌ରେଷ୍ଟ ଏବଂ ଆମ୍ପଲ୍‌ ଲେଗ୍‌ରୁମ୍‌ ସହ ସିଟ୍‌, ଷ୍ଟାଇଲିଶ୍‌ ଏବଂ ଆରାମଯୁକ୍ତ ଷ୍ଟିଅରିଂ ହ୍ୱିଲ୍‌, ଇର୍ଗୋନୋମିକ୍ସ୍‌ ଗିଅର୍‌ ଶିଫ୍ଟ୍‌ ଲିଭର୍‌ ଏବଂ ନୋବ୍‌, କ୍ଲିଅର୍‌ ଭ୍ୟୁ ଇନ୍‌ଷ୍ଟୃମେଣ୍ଟ୍‌ କ୍ଲଷ୍ଟର୍‌ । ପ୍ରୟୋଗ: ଫଳ ଏବଂ ପନିପରିବା ବଣ୍ଟନ, ଇ-କମର୍ସ, ବିଲଡିଙ୍ଗ୍‌ ଉପକରଣ ଏବଂ ସିମେଣ୍ଟ୍‌, କୋରିଅର୍, ଗ୍ୟାସ୍ ସିଲିଣ୍ଡର ପରିବହନ, FMCG, କୃଷି ଉତ୍ପାଦନ, ଗ୍ରୋସେରୀ, ଶିଳ୍ପ ସାମଗ୍ରୀ, ବର୍ଜ୍ୟବସ୍ତୁ ପରିଚାଳନା, ବଜାର ଲୋଡ୍, ଟେଣ୍ଟ ହାଉସ୍ ମିନେରାଲ୍‌ ଜଳ ପରିବହନ କରିବାର ପ୍ରୟୋଗରେ ଆସିଥାଏ । ହାଇଲାଇଟ୍ସ ଶକ୍ତି ପ୍ୟାକ୍ 2 ସିଲିଣ୍ଡର 800 ସିସିଡ୍ ରିଲ୍ ଇଞ୍ଜିନ୍ 1 KW (35 HP) ଶକ୍ତି ବିତରଣ କରେ | ଦ୍ରୁତ ପରିବର୍ତ୍ତନ ଏବଂ ଅଧିକ ସଂଖ୍ୟକ ଯାତ୍ରା ପାଇଁ 85 NM ଅଧିକ ପିକଅପ୍ | ଅଧିକ ଲୋଡିହନ ପାଇଁ ବଡ 13 ଇଞ୍ଚ ରେଡିଓ ରେୟୋଲେସ୍ ଟେର୍ଲେସ୍ ଟାୟାର | ଅଧିକ ଭାର ବହନ କରିବାକୁ ଏବଂ ଅଧିକ ଭାର ବହନ କରିବାକୁ କ୍ଲାସ୍ ଲୋଡ୍ ଲୋଡ୍ ଲୋଡ୍ ଲମ୍ବରେ ସର୍ବୋତ୍ତମ | ଉଚ୍ଚ ଲୋଡକେବିଲିଟି ଏବଂ ଉଚ୍ଚାରଣ ପାଇଁ 900 କିଲୋଗ୍ରାମର ଉଚ୍ଚ ରେଟେଡ୍ ପେଲୋଡ୍ | ନୂତନ ଷ୍ଟାଇଲିଂ ଏବଂ ଆରାମ ସହିତ ସତେଜ ଦେଖାଯାଏ | କ୍ୟାବିନ ବଗିଜ୍ ବଡ଼ ଲକେବର ଗ୍ଲୋଭ୍ ବକ୍ସ, ଅଗଲିଶ ଏବଂ କ୍ଲଚ୍ ପେଡଲ୍ସ, ବ୍ରେକ୍ ଏବଂ କ୍ଲଚ୍ ପେଡାଲ୍, ଏର୍ଗୋଲେମ୍ ଇନ୍ଦ୍ରିୟିଂ ଲିଭର ଏବଂ ଏଗୋଲିମ୍ ପେଡରିଫ୍ଟ ଲଭଭର ଏବଂ ଗଣ୍ଠି ଏବଂ ଏକ ସ୍ୱଚ୍ଛ ଦୃଶ୍ୟ ଯନ୍ତ୍ର କ୍ଲଷ୍ଟର ସହିତ ସିଟ୍ | ଟାଟା ମୋଟର୍ସ ସହିତ ଯୋଗାଯୋଗ କରନ୍ତୁ | ଟାଟା ଏସ ମଡେଲ ତୁଳନା କରନ୍ତୁ ଟାଟା ଏସ ଇମେଜ୍‌ ଗ୍ୟାଲେରୀ ଟାଟା ଏସ ଟାଟା ଏସ ଗୋଲ୍ଡ୍‌ ପେଟ୍ରୋଲ୍‌ CX ଟାଟା ଏସ ଗୋଲ୍ଡ୍‌ ପେଟ୍ରୋଲ୍‌ ଟାଟା ଏସ ଗୋଲ୍ଡ୍‌ ସିଏନ୍‌ଜି ଟାଟା ଏସ ଗୋଲ୍ଡ୍‌ ସିଏନ୍‌ଜି+ ଟାଟା ଏସ ଗୋଲ୍ଡ ଡିଜେଲ୍‌ ଟାଟା ଏସ ଗୋଲ୍ଡ ଡିଜେଲ୍‌ ପ୍ଲସ୍‌ ଟାଟା ଏସ ଗୋଲ୍ଡ HT+ ସମ୍ପୂର୍ଣ୍ଣ ସେବା EMI କାଲ୍‌କୁଲେଟର ଆମକୁ ଅନୁସରଣ କରନ୍ତୁ ଗୋପନୀୟତା ପଲିସି ସାଇଟ୍‌ମ୍ୟାପ୍‌ *ନିୟମ ଏବଂ ସର୍ତ୍ତାବଳୀ ଲାଗୁ © କପିରାଇଟ୍‌ 2022 ଟାଟା ଏସ. * 1 ଏପ୍ରିଲ୍‌ 2020 ଠାରୁ ଟାଟା ମୋଟର୍‌ସ୍‌ କେବଳ BS VI କପ୍ଲିଆଣ୍ଟ୍‌ ଭେହିକିଲ୍‌ ନିର୍ମାଣ କରୁଛି ଏବଂ ବିକ୍ରୟ କରୁଛି । ଟାଟା ମୋଟର୍‌ସ୍‌ ଲିମିଟେଡ୍‌, 4ର୍ଥ ମହଲା, CVBU, ଅହୁରାଚେଣ୍ଟର 82, ମହାକାଳୀ କେଭ ରୋଡ୍‌, ଶାନ୍ତି ନଗର, MIDC, ଅନ୍ଧେରୀ (ପୂର୍ବ), ମୁମ୍ବାଇ, ମହାରାଷ୍ଟ୍ର, ଭାରତ-400093, ଟେଲି : (022) 62407101, ସହ ସମ୍ପର୍କ : 19.118721 N 72.864023 E
2022-12-08T13:40:51Z
https://ace.tatamotors.com/or/mini-truck/tata-ace-gold/tata-ace-gold-ht-plus.aspx
OSCAR-2301
9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ 9:20 amସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାରେ ବର୍ଷା 9:19 amଅର୍ଚ୍ଚନା ନାଗ ସହ ମୁହାଁମୁହିଁ ୮ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଆରକେଟେକ୍ର ରଂଜିତ ବେ‌ହେରା 9:17 amସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡ୍‌ସ୍‌’ ତୀବ୍ର ଅବପାତରେ ପରିଣତ ହେଲା ; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ 9:15 amପଦ୍ମପୁରରେ ଭୋଟ ଗଣତି ପୂର୍ବରୁ ବଡ଼ ଧରଣର ଇଭିଏମ ଅଦଳ ବଦଳ ଅଭିଯୋଗ। TOP NEWS ବାପା ମଲେ,ମା ଆଉ ଜଣ ସାଙ୍ଗେ ପଳେଇଲେ ,ଏବେ କଂଅଳ କାନ୍ଧରେ ପରିବାର ବୋଝ Posted on June 16, 2021 at June 16, 2021 by Aei Odisha 627 0 ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ବାପା ଙ୍କ ଦୁଇ ବର୍ଷ ପୂର୍ବେ ଦେହାନ୍ତ ହେଇ ଯାଇଛି ମା, ଆଉ ଜଣଙ୍କ ହାତ ଧରି ପଳାଇଲେ l ଏହା ପରେ ୫ କୁନିକୁନି ସନ୍ତାନଙ୍କ ଉପରେ ମାଡିବସିଲା ଦୁଃଖ ର ପାହାଡ଼ l ଏମାନ ଭିତରୁ ସବା ବଡ଼ ଥିଲେ ଦଶମନ୍ତ । ସେ କିନ୍ତୁ ହାର ମାନି ନଥିଲେ l ଅନ୍ୟ ୪ ଜଣ ଭାଇ ଭଉଣୀ କୁ ମଣିଷ କରିବା ପାଇଁ ମୂଲ ଲାଗିବା ପାଇଁ ଅଣ୍ଟା ଭିଡି ଆଗେଇ ଆସିଲେ l ଯେଉଁ ବୟସ ରେ ନାଚିକୁଦି ଜୀବନ ବିତାଇବା କଥା ସେହି ବୟସ ରେ ସାନ ଭାଇଭଉଣୀଙ୍କ ମୁହଁ ରେ ଗଣ୍ଡେ ଆହାର ଓ ଭଲ ପୋଷାକ ଦେବା ପାଇଁ ମୁଲିଆ ସାଜିଲେ ଦଶମନ୍ତ l https://www.aeiodisha.com/wp-content/uploads/2021/06/WhatsApp-Video-2021-06-16-at-13.11.55-1.mp4 ଏହିଭଳି ଚିତ୍ର ଦେଖିବା କୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଡୁଡୁଙ୍ଗଯୋର ଗ୍ରାମ ରେ l ଗ୍ରାମର ୧୮ ବର୍ଷୀୟ ଆଦିବାସୀ ଯୁବକ ଦଶମନ୍ତ ଜାନୀ ଙ୍କ ଅବସ୍ଥା ଦେଖିଲେ ସରକାରଙ୍କ ଯୋଜନାର ବାସ୍ତବ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ରାଜ୍ୟ ଏବଂ କେନ୍ଦ୍ର ସରକାର ଆଦିବାସୀ ଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଥିବା ବେଳେ ଏଠାରେ ବାସ୍ତବ ଚିତ୍ର କିନ୍ତୁ ଓଲଟା ରହିଛି l ଆଦିବାସୀ କଲ୍ୟାଣ ବିଭାଗ ଦ୍ଵାରା ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ ପଢାଇ ବା ସହ ବିଭିନ୍ନ ଖର୍ଚ୍ଚ ବହନ କରାଯାଉଛି l କିନ୍ତୁ ଏହି ଯୋଜନା ସବୁର ସଠିକ ରୂପାୟନ ହୋଇପାରୁନି l ଫଳରେ ଆଦିବାସୀ ପିଲାଙ୍କ ଜୀବନ ଅନ୍ଧାର ରେ ଠେଲି ହେଇ ଯାଉଛି l ଡୁଡୁଙ୍ଗଯୋର ଗ୍ରାମର ଧର୍ମୁ ଜାନୀ ଓ ଦେମତୀ ଜାନୀ ଙ୍କ ୫ ସନ୍ତାନ ମଧ୍ୟରେ ଦଶମନ୍ତ ବଡ଼ ପୁଅ l https://www.aeiodisha.com/wp-content/uploads/2021/06/WhatsApp-Video-2021-06-16-at-13.11.57.mp4 ଧର୍ମୁ ମଜୁରି ଲାଗି ପରିବାର ପୋଷଣ କରିବା ସହ ପିଲାମାଙ୍କୁ ପାଠ ପଢାଇ ଭଲ ମଣିଷ କରିବାକୁ ସ୍ଵପ୍ନ ଦେଖିଥିଲା l ବଡ଼ପୁଅ ଦଶମନ୍ତ କଳାହାଣ୍ଡି ଜିଲ୍ଲା ଏକ ହଷ୍ଟେଲ ରେ ରଖି ପାଠ ପଢାଉ ଥିଲେ l ସେ ଠାରେ ରହି ଦଶମନ୍ତ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଥିଲେ l କିନ୍ତୁ ଆର୍ଥିକ ଅନଟନ କାରଣ ରୁ ଦଶମନ୍ତ ଆଗକୁ ପାଠ ନପଡି ବାପା, ମା’ ଙ୍କୁ କଷ୍ଟ ଦୂର କରିବା ପାଇଁ ମୁଲ ଲାଗି ଥିଲେ l ତେବେ ୨ ବର୍ଷ ତଳେ କୌଣସି ରୋଗରେ ବାପା ଧର୍ମୁ ଙ୍କ ମୃତ୍ୟୁ ହୋଇଗଲା l ପରେ ମା ଦେମତୀ ମଧ୍ୟ୍ୟ ନିଜର ୫ଟି ସନ୍ତାନ କୁ ଛାଡି ଅନ୍ୟ ଜଣକୁ ବିବାହ କରି ଚାଲିଯାଇଥିଲେ l ବର୍ତମାନ ୪ ଭାଇଭଉଣୀଙ୍କ ବୋଝ ଦଶମନ୍ତ କାନ୍ଦରେ । ଜମି ବାଡ଼ି କିଛି ନଥିବା ରୁ ମୁଲ ଲାଗି ଭାଇ ଭଉଣୀଙ୍କା ପେଟ ପୋଷୁଛନ୍ତି ଦଶମନ୍ତ l ଭାଇଭଉଣୀ ଙ୍କୁ ପାଠ ପଢ଼େଇ ବା ଇଚ୍ଛା ଥିଲେ ମଧ୍ୟ୍ୟ ଆର୍ଥିକ ସ୍ଥିତି ଠିକ ନଥିବାରୁ ତାହା ସମ୍ଭବ ହେଇ ହୋଇ ପାରୁନି l ସରକାରୀ ସାହାଯ୍ୟ ଭାବେ କେବଳ ୨୫ କେଜି ଚାଉଳ ମିଳୁଛି l ବାପା ଧର୍ମୁ ଜୀବିତ ଥିବା ସମୟରେ ତାଙ୍କୁ ସରକାର ଙ୍କ ତରଫରୁ ପକ୍କାଘର ଖଣ୍ଡେ ମିଳିଥିଲା l ବର୍ତମାନ ତାହା ଭଗ୍ନ ଅବସ୍ଥା ରେ ରହିଛି l ସେହି ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥା ରେ ଭାଇଭଉଣୀ ଙ୍କ ସହ ଦଶମନ୍ତ ମୁଣ୍ତ ଗୁଞ୍ଜୁଛନ୍ତି l ଏହି ଅସହାୟ ଭାଇଭଉଣୀ ଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି, ଶେଷରେ ଚକଲାପଦର୍ ସରପଞ୍ଚ ଙ୍କୁ ଆମ ପ୍ରତିନିଧି ଯୋଗା ଯୋଗ କରିଥିବା ବେଳେ ସରପଞ୍ଚ ଉକ୍ତ ପରିବାର କୁ ଅତିଶିଘ୍ର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି Aei Odisha Previous Post Next Post Related Post ମଦ୍ୟପ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ Posted by Aei Odisha - December 6, 2019 0 ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ମଦ୍ୟପ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ। ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେଲେ ଶିକ୍ଷକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା… ଚୋରି ହୋଇଥିବା ୧୫ ଦୁଇ ଚକିଆ ଯାନ ଏବଂ ଏକ ବୋଲେରୋ ଓ କାର୍ ଜବଦ୍ Posted by Aei Odisha - November 17, 2020 0 ବାଲେଶ୍ବର:(ସୌମ୍ୟା ସାଇ ବାରିକ୍)ରେମୁଣା ବ୍ଲକ ଅନ୍ତର୍ଗତ ଶିଳ୍ପାଞ୍ଚଳ ଥାନା ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଗତ ଏକ ମାସ ଧରି ଶିଳ୍ପାଞ୍ଚଳ ଥାନା ଅନ୍ତରଗତ… ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ : ରବିବାର ଦିନ ଶପଥ ନେବେ ନୁଆ ମନ୍ତ୍ରୀମଣ୍ଡଳ Posted by Aei Odisha - June 4, 2022 0 ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନବିନ ସରକାରଙ୍କ ପଞ୍ଛମ ପାଳିର ତିନି ବର୍ଷ ପୂର୍ତ୍ତି ପରେ ପରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳର ସମସ୍ତ… ଆଉ କେତେ ବର୍ଷ ପରେ ଅତାବିରା କୁଷ୍ଠାଶ୍ରମ ପଡାବାସୀ ଙ୍କ ନିକଟକୁ ପହଞ୍ଚିବ ବିକାଶର ଧାରା Posted by Aei Odisha - January 22, 2022 0 ବରଗଡ/ଅତାବିରା: ସ୍ୱାଧୀନତା ର ବହୁ ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡିଶାର ବିଭିନ୍ନ ପ୍ରାନ୍ତରେ ଆଜି ମଧ୍ୟ ବିକାଶ ର ଛବି ପରିଲକ୍ଷିତ ହୁଏ ନାହିଁ ।ଅବହେଲିତ ଅବସ୍ଥାରେ… ଓଡ଼ିଶାରେ ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ, ୬ଷ୍ଠ ଆକ୍ରାନ୍ତ ଚିହ୍ନଟ, Posted by Aei Odisha - April 3, 2020 0 ଭୁବନେଶ୍ୱର:କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୨ୟ ବ୍ୟକ୍ତି ଦୁଇଦିନ ତଳେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିବାବେଳେ ପ୍ରଥମ ଆକ୍ରାନ୍ତଙ୍କୁ ଡିସ୍‌ଚାର୍ଜ କରାଯାଇଛି।ଆଜି ଆଉ ଜଣେ କରୋନା ଆକ୍ରାନ୍ତ… Search ବଡ ଖବର କଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଅର୍ଚ୍ଚନା ନାଗ ସହ ମୁହାଁମୁହିଁ ୮ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଆରକେଟେକ୍ର ରଂଜିତ ବେ‌ହେରା ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡ୍‌ସ୍‌’ ତୀବ୍ର ଅବପାତରେ ପରିଣତ ହେଲା ; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ପଦ୍ମପୁରରେ ଭୋଟ ଗଣତି ପୂର୍ବରୁ ବଡ଼ ଧରଣର ଇଭିଏମ ଅଦଳ ବଦଳ ଅଭିଯୋଗ। ଖୁବ୍‌ଶୀଘ୍ର କନ୍ଧମାଳକୁ ମାଓମୁକ୍ତ କରାଯିବ: ପୁଲିସ ଆଇଜି (ଅପରେସନ୍‌) ଅମିତାଭ ଠାକୁର ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି ଶ୍ରୀ ଶ୍ରୀ ଗୀରିବାର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଦମ୍ବରୁଗଡ ମହୋତ୍ସବର ପଞ୍ଚମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ରେ ମହିଳା ହିଂସା ନିରାକରଣ ପକ୍ଷ ପାଳନ ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ କାୟାକଳ୍ପ (୨୦୨୧-୨୦୨୨)ସମ୍ବର୍ଦ୍ଧନା ଉତ୍ସବ ପାଳିତ Newsletter LN Entertainment TV Network is a complete video News Agency and a Media production house “LN ENTERTAINMENT TV NETWORK” stated from Bhubaneswar. Recently it has been inarguably one of leading production house in Bhubaneswar, Odisha It is equipped with ... Read More
2022-12-08T13:28:34Z
https://www.aeiodisha.com/27547/
OSCAR-2301
Smallest saint at Haridwar Kumbh ହରିଦ୍ୱାର କୁମ୍ଭରେ ବିଶ୍ୱର ସବୁଠୁ ଛୋଟ ନାଗା ସାଧୁ: ଉଚ୍ଚତା ୧୮ ଇଞ୍ଚ୍, ଓଜନ ମାତ୍ର ୧୮ କିଲୋଗ୍ରାମ୍– News18 odia ଟ୍ରେଣ୍ଡିଙ୍ଗ CHANGE LANGUAGE ଓଡ଼ିଆ ENGLISHहिन्दी मराठीગુજરાતીঅসমীয়া ಕನ್ನಡ বাংলা മലയാളം తెలుగు ਪੰਜਾਬੀ اردو ଓଡ଼ିଆ WATCH LIVE TV DOWNLOAD APP FOLLOW US ON Trending Topics :#Odisha#CoronaVirus ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ നിങ്ങളുടെ നഗരം തിരഞ്ഞെടുക്കുക തിരുവനന്തപുരം കൊച്ചി കോഴിക്കോട് മലപ്പുറം കണ്ണൂർ കാസർഗോഡ് ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ » ହରିଦ୍ୱାର କୁମ୍ଭରେ ବିଶ୍ୱର ସବୁଠୁ ଛୋଟ ନାଗା ସାଧୁ: ଉଚ୍ଚତା ୧୮ ଇଞ୍ଚ୍, ଓଜନ ମାତ୍ର ୧୮ କିଲୋଗ୍ରାମ୍ ହରିଦ୍ୱାର କୁମ୍ଭରେ ବିଶ୍ୱର ସବୁଠୁ ଛୋଟ ନାଗା ସାଧୁ: ଉଚ୍ଚତା ୧୮ ଇଞ୍ଚ୍, ଓଜନ ମାତ୍ର ୧୮ କିଲୋଗ୍ରାମ୍ ସର୍ବଦା ଭଗବାନ ଶିବଙ୍କ ଆରାଧନାରେ ଲୀନ ରହୁଥିବା ୫୫ ବର୍ଷୀୟ ନାଗା ସାଧୁ ବାବା ନାରାୟଣ ନନ୍ଦ ସ୍ୱାମୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠାଇ ନେବା ଓ ବସାଇବା ଆଦି ସବୁ କାମ ତାଙ୍କ ଶିଷ୍ୟ ଉମେଶ କୁମାର କରନ୍ତି । ନାଗା ସାଧୁ ବାବା ନାରାୟଣ ନନ୍ଦ ସ୍ୱାମୀ News18 Odia Last Updated : March 24, 2021, 23:59 IST Share this: News18 Odia News18 Odia Digital ହରିଦ୍ୱାର: ମହାକୁମ୍ଭ ମେଳା ପାଇଁ ବହୁ ସଂଖ୍ୟାରେ ସାଧୁ-ସନ୍ତ ବିଶ୍ୱାସର ମହା ମିଳନ ସ୍ଥଳ ହରିଦ୍ୱାରରେ ଆସି ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ କେହି ନିଜ ଅନନ୍ୟ ଆଧ୍ୟାତ୍ମିକ ଅଭ୍ୟାସର ଶୈଳୀ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ତ ଆଉ କେହି ନିଜ ଶରୀରର ଅନନ୍ୟ ଉଚ୍ଚତା ଯୋଗୁଁ ସମସ୍ତଙ୍କ ଧ୍ୟାନର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଏପରି ଅନନ୍ୟ ଉଚ୍ଚତା ବିଶିଷ୍ଟ ଜଣେ ବିଶେଷ ନାଗା ବାବା ହେଉଛି ନାରାୟଣ ନନ୍ଦ ସ୍ୱାମୀ । ନାରାୟଣ ନନ୍ଦ ନାମକ ଏହି ସାଧୁ ଜୁନା ଆଖଡ଼ାର ନାଗା ସନ୍ନ୍ୟାସୀ । ତାଙ୍କ ଉଚ୍ଚତା ମାତ୍ର ୧୮ ଇଞ୍ଚ । ଆଉ ତାଙ୍କ ଓଜନ ମାତ୍ର ୧୮ କିଲୋଗ୍ରାମ୍‌ । ବାବା ନାରାୟଣ ନନ୍ଦ ସର୍ବଦା ଭଗବାନ ଶିବଙ୍କ ଆରାଧନାରେ ଲୀନ ରହନ୍ତି । ହେଲେ ସେ ଠିକ୍ ଭାବରେ ଶୁଣିବାରେ ଅସମର୍ଥ । ହରିଦ୍ୱାରର ଶ୍ରୀ ପଞ୍ଚ ଦସନାମା ଜୁନା ଆଖଡ଼ା ନିକଟରେ ଥିବା ବିର୍ଲା ଘାଟ୍‌ ବ୍ରିଜ୍‌ ନିକଟରେ ନାରାୟଣ ନନ୍ଦ ସ୍ୱାମୀ ନିଜ ଆସ୍ଥାନ ଜମାଇଛନ୍ତି । ଯିଏ ବି ସେହି ପଥ ଦେଇ ଯାଉଛି ସେ ନିଶ୍ଚିତ ଭାବରେ ନାରାୟଣ ନନ୍ଦ ଗିରି ମହାରାଜଙ୍କୁ ଦେଖିବା ପାଇଁ କିଛି ସମୟ ଅଟକି ଯାଉଛି । ଏହା ବି ପଢ଼ନ୍ତୁ | କରୋନାର ପ୍ରକୋପ ବଢ଼ିଲା; ଓଡ଼ିଶାକୁ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ; ମାଲକାନଗିରିରେ ଲାଗୁ ହେଲା ୫୫ ବର୍ଷ ବୟସ୍କ ନାରାୟଣ ନନ୍ଦ ଗିରି କହିଛନ୍ତି ଯେ ସେ ମଧ୍ୟ ପ୍ରଦେଶର ଝାନସିର ମୂଳ ବାସିନ୍ଦା । ୨୦୧୦ ହରିଦ୍ୱାର ମହାକୁମ୍ଭ ମେଳାରେ ସେ ଜୁନା ଆଖଡ଼ାରେ ଯୋଗ ଦେଇଥିଲେ ଓ ନାଗା ସନ୍ନ୍ୟାସୀ ଦୀକ୍ଷା ନେଇଥିଲେ । ଏହା ପୂର୍ବରୁ ତାଙ୍କ ନାମ ଥିଲା ସତ୍ୟନାରାୟଣ ପାଠକ । ସନ୍ନ୍ୟାସୀ ଦୀକ୍ଷା ନେବା ପରେ ଓ ଧ୍ୟାନ ଏବଂ ତ୍ୟାଗ ଆରମ୍ଭ କରିବା ପରେ ତାଙ୍କୁ ନାରାୟଣ ନନ୍ଦ ଗିରି ମହାରାଜ ନାମ ଦିଆଯାଇଥିଲା । ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ ‘‘ମୋ’ ଜୀବନ ନାନା ଅସୁବିଧାରେ ପରିପୂର୍ଣ୍ଣ ରହିଆସିଛି । ଯେପର୍ଯ୍ୟନ୍ତ ମୋ’ ପିତାମାତା ଜୀବିତ ଥିଲେ, ମୁଁ କାହା ଉପରେ ନିର୍ଭରଶୀଳ ନ ଥିଲି । ମୋ’ ପିତାମାତା ଥିବା ପର୍ଯ୍ୟନ୍ତ ମୁଁ ଘରୁ ବାହାରକୁ ଯାଇ ନ ଥିଲି । ମୋ’ ପିତାମାତା ହିଁ ମୋତେ ଖୁଆଇବା, ଉଠାଇ ବସାଇବା ଆଦି ସବୁ କାମ କରୁଥିଲେ । କିନ୍ତୁ ପିତାମାତାଙ୍କ ଦେହାନ୍ତ ପରେ ମୋ’ ସମସ୍ୟା ବଢ଼ିଯାଇଥିଲା । ତା’ପରେ ମୁଁ ସନ୍ନ୍ୟାସ ଆଡ଼କୁ ଗତି କରିଥିଲି ଓ ଜୁନା ଆଖଡ଼ାର ଭିକ୍ଷୁ ହୋଇଥିଲି,’’ କହିଛନ୍ତି ନାରାୟଣ ନନ୍ଦ ଗିରି ମହାରାଜ । ଏହା ବି ପଢ଼ନ୍ତୁ | ଓଡ଼ିଶାରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ଓ ୱାର୍ଡ଼ ମେମ୍ବର୍‌ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ ବାବାଙ୍କ ସହିତ ସର୍ବଦା ଉମେଶ କୁମାର ନାମକ ଜଣେ ଶିଷ୍ୟ ଥାଆନ୍ତି । ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠାଇ ନେବା ଠାରୁ ଆରମ୍ଭ କରି ବସାଇବା ପର୍ଯ୍ୟନ୍ତ ସବୁ କାମ ଶିଷ୍ୟ ଉମେଶ କୁମାର କରନ୍ତି । ଉମେଶ କୁମାର କହିଛନ୍ତି ଯେ ନାରାୟଣ ନନ୍ଦ ଗିରି ମହାରାଜ ୨୦୧୦ର କୁମ୍ଭମେଳାରେ ହରିଦ୍ୱାରକୁ ଆସିଥିଲେ । ଏହା ପୂର୍ବରୁ ସେ ପ୍ରୟାଗର କୁମ୍ଭମେଳାରେ ମଧ୍ୟ ଭାଗ ନେଇଛନ୍ତି । ‘‘ସେ ଯେଉଁଆଡେ ଯାଆନ୍ତି, ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି । ନାରାୟଣ ନନ୍ଦା ଗିରି ମହାରାଜ ସବୁ ବେଳେ ଭଗବାନଙ୍କ ପ୍ରତି ଭକ୍ତିଭାବରେ ପୂର୍ଣ୍ଣ ଥାଆନ୍ତି ଓ ଧ୍ୟାନରେ ଲୀନ ଥାଆନ୍ତି । ସେ ଦିନର ଅଦିକାଂଶ ସମୟ ପୂଜାପାଠରେ ଲଗାନ୍ତି,’’ କହିଛନ୍ତି ଉମେଶ କୁମାର । Published by:Anand S.T. Das First published: March 24, 2021, 23:59 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । HaridwarHinduismKumbh MelaNaga saintreligion ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ୧୪ ବର୍ଷର ଝିଅ ପେଟରେ ୩କେଜି ଚୁଟି; ୨ଘଣ୍ଟା ଚାଲିଲା ଅପରେସନ ମୁଁ ଯେଉଁଠି ଜନ୍ମ ହୋଇଛି ସେଠାରେ ୩ ଜଣଙ୍କୁ ଭଗବାନ ମାନନ୍ତି ଲୋକ: ଦ୍ରୌପଦୀ ମୁର୍ମୁ Baby With Tail: ୬ ସେମିର ଲମ୍ବା ଲାଞ୍ଜ ସହ ଜନ୍ମ ନେଲା ଶିଶୁ କନ୍ଯା ଦାମ ରାଉତଙ୍କ ଦାବି: ପାରାଦ୍ୱୀପ ବନ୍ଦର ସହରକୁ ବିଜୁ ନଗର ନାମରେ କରାଯାଉ ନାମିତ ପଶ୍ଚିମବଙ୍ଗରେ ଲାଗୁ ହେବ CAA; ସାହସ ଅଛି ତ ଅଟକାଇ ଦେଖାଅ: ଶୁଭେନ୍ଦୁ ଅଧିକାରୀ ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
2022-11-27T05:20:46Z
https://odia.news18.com/news/trending/smallest-saint-at-haridwar-kumbh-1ad-240321-ad-54585.html
OSCAR-2301
କରୋନାଭାଇରସ୍ ପାଇଁ ପଜିଟିଭ୍ ରିପୋର୍ଟ ଆସିବା ପରେ ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିନେତାମାନେ ସେମାନଙ୍କର ନିରାକରଣ ଖବରକୁ ଟ୍ୱିଟରରେ ନିଶ୍ଚିତ କରିଛନ୍ତି ଏବଂ ଅଭିଷେକ ସୂଚନା ଦେଇଛନ୍ତି ଯେ ସେମାନଙ୍କର ‘ସାମାନ୍ୟ ଲକ୍ଷଣ’ ଅଛି । ଶନିବାର ସନ୍ଧ୍ୟାରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାର ସଂକ୍ରମଣ ହୋଇଛନ୍ତି । ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । “ଏହାପୂର୍ବରୁ ଆଜି ମୋ ବାପା ଏବଂ ମୁଁ COVID 19 ପାଇଁ ପଜିଟିଭ୍ ପରୀକ୍ଷା କରିଥିଲୁ । ଆମ ଦୁହିଁଙ୍କର ସାମାନ୍ୟ ଲକ୍ଷଣ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆମେ ସମସ୍ତ ଆବଶ୍ୟକ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛୁ ଏବଂ ଆମର ପରିବାର ଏବଂ କର୍ମଚାରୀମାନେ ସମସ୍ତେ ପରୀକ୍ଷା କରୁଛନ୍ତି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଶାନ୍ତ ରୁହନ୍ତୁ ଏବଂ ଭୟଭୀତ ହୁଅନ୍ତୁ ନାହିଁ । ଧନ୍ୟବାଦ, ”ଅଭିଷେକ ଲେଖିଛନ୍ତି । Earlier today both my father and I tested positive for COVID 19. Both of us having mild symptoms have been admitted to hospital. We have informed all the required authorities and our family and staff are all being tested. I request all to stay calm and not panic. Thank you. 🙏🏽 — Abhishek Bachchan (@juniorbachchan) July 11, 2020 ଏହି ଖବର ବାଣ୍ଟିବା ପାଇଁ ଅମିତାଭ ଟ୍ୱିଟରକୁ ଯାଇଥିଲେ । ସେ ଟ୍ୱିଟ୍ କରି କହିଛନ୍ତି, “ମୋର ରିପୋର୍ଟ CoviD ପଜିଟିଭ୍ ଆସିଛି ଏବଂ ମୁ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛି .. ଡାକ୍ତରଖାନାକୁ ସୂଚନା ଦେଉଛି .. ପରିବାର ଏବଂ କର୍ମଚାରୀମାନେ ପରୀକ୍ଷା ଦେଇଛନ୍ତି, ଫଳାଫଳକୁ ଅପେକ୍ଷା କରାଯାଇଛି .. ଗତ ୧୦ ଦିନ ମଧ୍ୟରେ ମୋ ନିକଟତର ଥିବା ସମସ୍ତଙ୍କୁ ଦୟାକରି ଅନୁରୋଧ କରୁଛି ସେମାନେ ନିଜେ ପରୀକ୍ଷା କରିନିଅନ୍ତୁ । ” T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited .. All that have been in close proximity to me in the last 10 days are requested to please get themselves tested ! — Amitabh Bachchan (@SrBachchan) July 11, 2020 ହସ୍ପିଟାଲର ଜଣେ ଅଧିକାରୀ ମିଡ଼ିଆକୁ କହିଛନ୍ତି ଯେ ଅମିତାଭ ବଚ୍ଚନ ଠିକ ଅଛନ୍ତି । ବିଗ୍ ବି ଶୀଘ୍ର ଆରୋଗ୍ୟ କାମନା କରିବାକୁ ସାରା ଭାରତରେ ସେଲିବ୍ରିଟିମାନେ ସୋସିଆଲ୍ ମିଡିଆରେ କାମନା କରିଛନ୍ତି । ବୋମାନ ଇରାନୀ ଟ୍ୱିଟରରେ ଲେଖିଛନ୍ତି, “ତୁମେ ଜଣେ ଯୋଦ୍ଧା ସାର୍ । ଶୀଘ୍ର ଭଲ ହୁଅ ।” ଅମିତାଭ ବଚ୍ଚନଙ୍କୁ ଆୟୁଷ୍ମାନ ଖୁରାନାଙ୍କ ସହ ଶୋଜିତ ସିର୍କରଙ୍କ କମେଡି-ଡ୍ରାମା ଗୁଲାବୋ ସାଇଟାବୋରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ପ୍ରଥମେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିଲା, କିନ୍ତୁ କରୋନା ମହାମାରୀ ହେତୁ ଏହା ଆମାଜନ ପ୍ରାଇମ ଭିଡିଓରେ ପ୍ରିମିୟର ହୋଇଥିଲା । ଅଭିନେତା ଏବଂ ବଲିଉଡର ଅନ୍ୟ ସହକର୍ମୀମାନେ ଅମିତାଭ ଏବଂ ଅଭିଷେକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସେମାନଙ୍କର ଟ୍ୱିଟ୍ କରିଛନ୍ତି । ତାପସୀ ପନ୍ନୁ ଲେଖିଛନ୍ତି, “ଏବଂ ତୁମେ ଶୀଘ୍ର ସୁସ୍ଥ ହୋଇ ଖୁସିରେ ଫେରି ଆସିବ! ଚାମ୍ପି!” ସୋନୁ ସୁଦ ଲେଖିଛନ୍ତି, “ଶୀଘ୍ର ସୁସ୍ଥ ହୁଅ ସାର୍।” ନେହା ଧୁପିଆ ଲେଖିଛନ୍ତି, “ତୁମକୁ ଟନ୍ ଟନ୍ ପ୍ରେମ ଏବଂ ଶୁଭେଚ୍ଛା ପଠାଉଛି … ଦୟାକରି ଯତ୍ନ ନିଅ … ତୁମେ ଶୀଘ୍ର ଠିକ୍ ହୋଇଯିବ!” ବିଗ୍ ବି ମଧ୍ୟ କନ ବାନେଗା କ୍ରୋରେପାଟୀର ଦ୍ୱାଦଶ ସିଜନ ଆୟୋଜନ କରିବାକୁ ଫେରିବେ । ଶୋ’ର ଅଡିସନ ବର୍ତ୍ତମାନ ଚାଲିଛି । ଅମିତାଭଙ୍କୁ ଶେଷ ଥର ପାଇଁ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିବା ଶୋଜିତ ସାର୍କଙ୍କ ଗୁଲାବୋ ସାଇଟାବୋରେ ଦେଖିବାକୁ ମିଳିଥିଲା । ତାଙ୍କର ଦୁଇଟି ଚଳଚ୍ଚିତ୍ର ଜୁଣ୍ଡ ଏବଂ ଚେହେର୍ ରିଲିଜ୍ ପାଇଁ ପ୍ରସ୍ତୁତ ଅଛନ୍ତି । ସେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ଆୟାନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ରରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଅମିତାଭ ବଚ୍ଚନଙ୍କ ଆଗାମୀ ଚଳଚ୍ଚିତ୍ରରେ ଚେହେର, ବ୍ରହ୍ମାସ୍ତ୍ର, ବାଟର୍ଫ୍ଲାଏ, ଝୁଣ୍ଡ ଏବଂ ଉର୍ଦ୍ଧନ ମନୀଥାନ ଅନ୍ତର୍ଭୁକ୍ତ । ଅଭିଷେକଙ୍କ ଶେଷ ରିଲିଜ୍ ଥିଲା ଆମାଜନ ପ୍ରାଇମ୍ର ବ୍ରହ୍ମ: ଇନ୍ ଦି ଶ୍ୟାଡୋ । ଏହା ଶୁକ୍ରବାର ଦିନ ବାହାରିଲା । ତାଙ୍କର ପରବର୍ତ୍ତୀ ରିଲିଜ୍ ହେବ ବିଗ୍ ବୁଲ୍, ଯାହା ଡିସ୍ନି + ହଟଷ୍ଟାରରେ ପ୍ରସାରିତ ହେବ । ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ । TaggedAbhishek BachchanAmitabh BachchanBollywoodBreaking NewsCoronacorona updatescoronaviruscovid-19Nanavati HospitalnitidinaStay Home Stay Safe Related Posts ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ପାଇଁ ଋଷି ସୁନକଙ୍କ ନାମ ହେଲା ଘୋଷଣା! ଭାରତୀୟ ମୂଳର ଜଣେ ବ୍ରିଟେନର ବନିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ October 24, 2022 ୟେ ହିଁ ଅଟେ ଭାରତ ଓ ଋଷ ର ଦୋସ୍ତି! POK କୁ ଭାରତର ମାନିଲା ଋଷ, ପଢନ୍ତୁ ପୁରା ଖବର October 21, 2022 ବଡ଼ ବଡ଼ ମଞ୍ଚରେ ପାକିସ୍ତାନକୁ ମିଳିଲା ଜୋରଦାର ଜବାବ! ହୋଇଗଲା ପାକିସ୍ତାନର ମୁଁହ ବନ୍ଦ, ପଢନ୍ତୁ ପୁରା ଖବର October 15, 2022 Post navigation Previous Article ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ଯାଞ୍ଚ ହେବ । Next Article ଇଣ୍ଡିଆନ୍ ପ୍ରିମିୟର ଲିଗ୍ କୁ ସମାଲୋଚନା କରୁଥିବା ଲୋକଙ୍କୁ ସୌରଭ ଗାଙ୍ଗୁଲି ଦେଲେ କଡା ଜବାବ । About admin Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life. View all posts by admin → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Δ Search for: Live Cricket Score Health & Lifestyles Health & Lifestyles Recent Posts କମାଲ କଲେ ୠତୁ! ଗୋଟିଏ ଓଭରରେ ୭ଟି ଛକା ଲଗାଇଲେ କଲେ ରେକର୍ଡ! ଦେଖନ୍ତୁ ଭିଡିଓ ନ୍ୟୁଜିଲାଣ୍ଡ ଟୁର ପରେ ବଦଳିବ ଟିମ ଇଣ୍ଡିଆ! ଏହି ୮ ଖେଳାଳି ନାହାନ୍ତି ସାମିଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଭାରତୀୟ କ୍ରିକେଟ ପାଇଁ ଖୁସିର ଖବର! ଫିଟ ହେଲେ ଯଶପ୍ରୀତ ବୁମରା, ଜାଣନ୍ତୁ ସମ୍ପୂର୍ଣ୍ଣ ଶୁଭମନ ଗିଲ କଲେ କମାଲ! ସେହ୍ୱାଗ-ସଚିନ ପଛରେ ରହିଲେ, ଜାଣନ୍ତୁ ସମ୍ପୂର୍ଣ୍ଣ IND vs NZ: ଦ୍ୱିତୀୟ ODI ରେ ବି ମିଳିଲାନି ସଂଜୁଙ୍କୁ ମୌକା! ଜୋର ଧରିଲା ଖବର Recent Comments Rahul Chandra Nayak on ହାଇଦ୍ରାବାଦ ଉପରେ ପଡ଼ିଲା ଡବଲ ମାଡ଼,ପ୍ରଥମେ ମ୍ୟାଚ ହାରିଲା ଓ ପରେ ଅଧିନାୟକ ୱିଲିୟମସନଙ୍କ ଲାଗିଲା… Milan Nayak on ସନ୍ଦୀପ ଶର୍ମା ଦେବେ ଯଶପ୍ରୀତ ବୁମରାଙ୍କୁ କଡା ଟକ୍କର , ଉଭୟଙ୍କ ରେକର୍ଡ ଏମିତି… November 2022 M T W T F S S 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 « Oct Sponsor Pages About Us Contact Us Disclaimer Privacy Policy Sitemap Categories ଆମ ରୋଷେଇ ଖବର ଖେଳ ଖବର ଗଳ୍ପ ଜୀବନଚର୍ଯ୍ୟା ଦେଶ ବିଦେଶ ନିଯୁକ୍ତି ମନୋରଞ୍ଜନ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ Recent Comments Rahul Chandra Nayak on ହାଇଦ୍ରାବାଦ ଉପରେ ପଡ଼ିଲା ଡବଲ ମାଡ଼,ପ୍ରଥମେ ମ୍ୟାଚ ହାରିଲା ଓ ପରେ ଅଧିନାୟକ ୱିଲିୟମସନଙ୍କ ଲାଗିଲା…
2022-11-29T04:46:27Z
https://www.nitidina.com/amitabh-bachchan-son-abhishek-tested-corona-positive-and-admitted-nanavati-hospital/
OSCAR-2301
1. ଆଙ୍ଗୁଲାର୍ କଣ୍ଟାକ୍ଟ ବଲ୍ ବିୟରିଂଗୁଡିକ ଉଭୟ ଦିଗରେ ଅକ୍ଷୀୟ ଏବଂ ରେଡିଆଲ୍ ଫୋର୍ସ ବହନ କରିପାରନ୍ତି |କଣ୍ଟାକ୍ଟ ଆଙ୍ଗଲ୍ ହେଉଛି ବଲ୍ର କଣ୍ଟାକ୍ଟ ପଏଣ୍ଟ ଏବଂ ରେଡିଆଲ୍ ପ୍ଲେନରେ ଥିବା ରେସୱେ ଏବଂ ଭାରୀ ଅକ୍ଷାର ଭୂଲମ୍ବ ରେଖା ମଧ୍ୟରେ ଥିବା କୋଣ |ଉଚ୍ଚ ସଠିକତା ଏବଂ ଉଚ୍ଚ ଗତିର ବିୟରିଂ ସାଧାରଣତ 15 15 ଡିଗ୍ରୀ କଣ୍ଟାକ୍ଟ ଆଙ୍ଗେଲରେ ଥାଏ |ଅକ୍ଷୀୟ ଶକ୍ତି ଅଧୀନରେ, ଯୋଗାଯୋଗ ଆଙ୍ଗଲ୍ ବୃଦ୍ଧି ପାଇବ | 2. ବିୟରିଂର ଲକିଂ ପୋର୍ଟ ବାହ୍ୟ ରିଙ୍ଗରେ ଅଛି, ଏବଂ ଭିତର ଏବଂ ବାହ୍ୟ ରିଙ୍ଗକୁ ଅଲଗା କରାଯାଇପାରିବ ନାହିଁ |ଏହା ମିଳିତ ରେଡିଆଲ୍ ଏବଂ ଅକ୍ଷୀୟ ଲୋଡ୍ ଏବଂ ଗୋଟିଏ ଦିଗରେ ଅକ୍ଷୀୟ ଭାର ଧାରଣ କରିପାରିବ |ଅକ୍ଷୀୟ ଭାର ଧାରଣ କରିବାର କ୍ଷମତା କଣ୍ଟାକ୍ଟ ଆଙ୍ଗଲ୍ ଦ୍ୱାରା ନିର୍ଣ୍ଣୟ କରାଯାଏ |କଣ୍ଟାକ୍ଟ ଆଙ୍ଗଲ୍ ଯେତେ ବଡ, ଅକ୍ଷୀୟ ଭାର ଧାରଣ କରିବାର କ୍ଷମତା ସେତେ ଅଧିକ | ଭାରୀକରଣ ଶାଫ୍ଟ କିମ୍ବା ହାଉସିଂର ଅକ୍ଷୀୟ ବିସ୍ଥାପନକୁ ଗୋଟିଏ ଦିଗରେ ସୀମିତ କରିପାରେ | 3. କଣ୍ଟାକ୍ଟ କୋଣ ବ as ଼ିବା ସହିତ କୋଣାର୍କ କଣ୍ଟାକ୍ଟ ବଲ୍ ବିୟରିଂର ଅକ୍ଷୀୟ ଭାର ଧାରଣ କ୍ଷମତା ବ increases େ |କଣ୍ଟାକ୍ଟ କୋଣକୁ ବଲ୍ର ଯୋଗାଯୋଗ ବିନ୍ଦୁରେ ଯୋଗ କରୁଥିବା ରେଖା ଏବଂ ରେଡିଆଲ୍ ପ୍ଲେନରେ ଥିବା ରେସୱେ ମଧ୍ୟରେ ଥିବା କୋଣ ଭାବରେ ବ୍ୟାଖ୍ୟା କରାଯାଇଛି, ଯାହା ସହିତ ମିଳିତ ଭାର ଗୋଟିଏ ରେସୱେରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଏ ଏବଂ ବିରିଙ୍ଗ ଅକ୍ଷରେ p ର୍ଦ୍ଧ୍ୱରେଖା | ଆବେଦନ ●ଏକକ ଧାଡି କୋଣାର୍କ କଣ୍ଟାକ୍ଟ ବଲ୍ ବିୟରିଂ |: ମେସିନ୍ ସ୍ପିଣ୍ଡଲ୍, ହାଇ ଫ୍ରିକ୍ୱେନ୍ସି ମୋଟର, ଗ୍ୟାସ୍ ଟର୍ବାଇନ, ସେଣ୍ଟ୍ରିଫୁଗୁଲ୍ ବିଚ୍ଛିନ୍ନକର୍ତ୍ତା, ଛୋଟ କାର୍ ସାମ୍ନା ଚକ, ଡିଫେରିଏଲ୍ ପିନିଅନ୍ ଶାଫ୍ଟ, ବୁଷ୍ଟର୍ ପମ୍ପ, ଡ୍ରିଲିଂ ପ୍ଲାଟଫର୍ମ, ଖାଦ୍ୟ ଯନ୍ତ୍ର, ବିଭାଜନ ହେଡ୍, ୱେଲଡିଂ ମେସିନ୍, କମ୍ ଶବ୍ଦ ପ୍ରକାର କୁଲିଂ ଟାୱାର, ଯାନ୍ତ୍ରିକ ଏବଂ ବ electrical ଦ୍ୟୁତିକ ଉପକରଣ, ଚିତ୍ର ଯନ୍ତ୍ରପାତି, ମେସିନ୍ ଗ୍ରୀଭ୍ ପ୍ଲେଟ୍, ଆର୍କ ୱେଲଡିଂ ମେସିନ୍ | ●ଡବଲ୍ ଧାଡି କୋଣାର୍କ କଣ୍ଟାକ୍ଟ ବଲ୍ ବିୟରିଂ |: ତେଲ ପମ୍ପ, ଏୟାର ସଙ୍କୋଚକ, ସମସ୍ତ ପ୍ରକାରର ଟ୍ରାନ୍ସମିସନ, ଇନ୍ଧନ ଇଞ୍ଜେକ୍ସନ ପମ୍ପ, ପ୍ରିଣ୍ଟିଂ ଯନ୍ତ୍ର, ଗ୍ରହ ଗ୍ରହ ରିଡ୍ୟୁଟର, ନିଷ୍କାସନ ଉପକରଣ, ସାଇକ୍ଲୋଏଡାଲ୍ ରିଡ୍ୟୁଟର, ଖାଦ୍ୟ ପ୍ୟାକେଜିଂ ଯନ୍ତ୍ର, ଇଲେକ୍ଟ୍ରିକ୍ ୱେଲଡିଂ ମେସିନ୍, ଇଲେକ୍ଟ୍ରିକ୍ ସୋଲଡିଂ ଲୁହା, ବର୍ଗ ବାକ୍ସ, ମାଧ୍ୟାକର୍ଷଣ ସ୍ପ୍ରେ ବନ୍ଧୁକ, ତାର ଷ୍ଟ୍ରିପର୍, ଅଧା ଶାଫ୍ଟ, ଯାଞ୍ଚ ଏବଂ ବିଶ୍ଳେଷଣ ଉପକରଣ, ସୂକ୍ଷ୍ମ ରାସାୟନିକ ଯନ୍ତ୍ର |
2022-12-04T04:22:43Z
http://or.xrlbearing.com/angular-contact-ball-bearings-product/
OSCAR-2301
ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଟ୍ରେନ ଯାତ୍ରୀ ଓ ରେଲ୍‌ଓ୍ବେ ସମ୍ପତ୍ତିର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ୫ ବଡ଼ ଷ୍ଟେଶନକୁ ଅତି ସମ୍ବେଦନଶୀଳ ଭାବେ ନିଆଯାଇଛି। ଏହି ଷ୍ଟେଶନଗୁଡିକ କଡ଼ା ସୁରକ୍ଷା ବଳୟରେ ରହିବ। ରେଲ୍‌ଓ୍ବେ ସୁରକ୍ଷା କମିଟି ବୈଠକରେ ଯୋଗଦେବା ଅବସରରେ ପୋଲସ ଡିଜି ବି.କେ. ଶର୍ମା ଏହା କହିଛନ୍ତି। ବୈଠକ ପରେ ସେ କହିଥିଲେ, ଷ୍ଟେଶନରେ ଯାତ୍ରୀଙ୍କଠାରୁ ହେଉଥିବା ଚୋରି ଓ ଲୁଟ୍‌ ବନ୍ଦ ପାଇଁ ଆଲୋଚନା କରାଯାଇଛି। ବଡ଼ ଷ୍ଟେଶନଗୁଡ଼ିକରେ ଶତପ୍ରତିଶତ ସିସି ଟିଭି ଓ ସ୍କାନର ଲଗାଯିବ। ଯେଉଁଠି ଲାଗିନାହିଁ ସେଠାରେ ତୁରନ୍ତ ଏସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଲଗେଜରେ ବିସ୍ଫୋରକ କିମ୍ବା ଅନ୍ୟ ସାମଗ୍ରୀ ଚାଲାଣ ଧରିବାକୁ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯାଉଛି। ତେଣୁ ଅଧିକ ବ୍ୟାଗେଜ୍‌ ସ୍କାନର ଲଗାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନେକ ଷ୍ଟେଶନ ଖୋଲାମେଲା ଥିବାରୁ ଅପରାଧୀମାନେ ଆଡ୍ଡା ଜମାଉଛନ୍ତି। ତେଣୁ ସବୁ ରେଲଓ୍ବେ ଷ୍ଟେଶନ ଉଭୟ ପଟେ ପାଚେରି କରିବାକୁ କୁହାଯାଇଛି। ପ୍ଲାଟଫର୍ମରେ କାର୍ଯ୍ୟରତ ଭେଣ୍ଡର ଓ ହକରଙ୍କ ମଧ୍ୟରୁ ପଞ୍ଜୀକୃତ ଏବଂ ଅଣପଞ୍ଜୀକୃତ ଚିହ୍ନଟ କରାଯାଇ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯିବ। ୨୦୧୭ରେ ମାଓବାଦୀମାନେ ବିସ୍ଫୋରଣ କରି ରେଳ ଟ୍ରାକ୍‌କୁ ଉଡ଼ାଇ ଦେଇଥିଲେ। ତେଣୁ ମାଓବାଦୀପ୍ରବଣ ଅଞ୍ଚଳରେ ରେଲ୍‌ଓ୍ବେ ଟ୍ରାକ୍‌ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଷ୍ଟେଶନ, ପ୍ଲାଟଫର୍ମ, ଟ୍ରାକ୍‌ ପରି ରେଲଓ୍ବେ କଲୋନୀ ଉପରେ ନଜର ରଖାଯିବ। ସବୁ ଷ୍ଟେଶନ ପାଇଁ ଅଗ୍ନିନିରାପତ୍ତା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯିବ। ଅଗ୍ନିଶମ ବିଭାଗ ଷ୍ଟେଶନ ଯାଇ ଅଡିଟ୍‌ କରି ପ୍ରମାଣପତ୍ର ଦେବେ ବୋଲି ପୋଲିସ ଡିଜି ଶର୍ମା କହିଛନ୍ତି। ରେଲ୍‌ଓ୍ବେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି, ଜିଆର୍‌ପି, ଆର୍‌ପିଏଫ୍‌ ଏବଂ ରେଲ୍‌ଓ୍ବେ ଅଧିକାରୀଙ୍କ ସମନ୍ବୟରେ କିଭଳି ସୁରକ୍ଷା କାର୍ଯ୍ୟ ସୁରୁଖୁରୁରେ କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ରାଉରକେଲା ଏବଂ କଟକ ଜିଆର୍‌ପି ରେଲ୍‌ଓ୍ବେରେ ଗତ ୩ବର୍ଷ ମଧ୍ୟରେ ଅପରାଧ ଘଟାଇଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଫଟୋ ସହ ତାଲିକା ସିସିଟିଏନ୍‌ଏସ୍‌ରେ ଅପ୍‌ଲୋଡ୍‌ କରିବା ସହ ଆରପିଏଫ୍‌କୁ ଦେଇଛନ୍ତି। ଏହି ଅପରାଧୀଙ୍କ ସମ୍ପର୍କରେ ଆଗୁଆ ସୂଚନା ମିଳିଲେ ତୁରନ୍ତ ପଦେକ୍ଷପ ଗ୍ରହଣ କରାଯିବ। ଏହାସହ ନିଶାଦିଆ ଲୁଟେରା ବିଭିନ୍ନ ସମୟରେ ଯାତ୍ରୀଙ୍କୁ ଟାର୍ଗେଟ କରି ଲୁଟପାଟ କରୁଛନ୍ତି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଯାତ୍ରୀଙ୍କୁ ସଚେତନ କରାଯିବ। ଜିଆର୍‌ପି ହ୍ବାଟ୍ସଆପ୍‌ ଗ୍ରୁପ କରି ଆର୍‌ପିଏଫ୍‌କୁ ଏଥିରେ ଆଡମିନ୍‌ କରି ଗୋଇନ୍ଦା ଖବର ଆଦାନ ପ୍ରଦାନ କରିବାକୁ କୁହାଯାଇଛି। ଅଯଥାରେ ରେଳରୋକୋ କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ବୈଠକରେ ଗୋଇନ୍ଦା ଏଡିଜି ଆର୍‌.କେ. ଶର୍ମା, ଏସ୍‌ଆଇପିର ଯୁଗ୍ମ ନିର୍ଦ୍ଦେଶକ ଭି. ଶର୍ମା, ଆର୍‌ପିଏଫ୍‌ ଆଇଜି ଏସ୍‌.ସି. ପାରହୀ(କଲିକତା), ଆର୍‌ପିଏଫ୍‌ ଆଇଜି ରାଜା ରାମ (ଭୁବନେଶ୍ୱର), ଆର୍‌ପିଏଫ୍‌ ଆଇଜି (ବିଳାସପୁର) ଆର.ଏସ୍‌. ଚୌହାନ, ସିଟିଇ(ଭୁବନେଶ୍ୱର) ଜେ. ପରିଡା, ଡିଇଏନ୍‌ ସି.ଭି. ନାୟକ, ଏସ୍‌ଆର୍‌ପି ରାଉରକେଲା ଟି. ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inମେଟ୍ରୋ, ରାଜ୍ୟ View All ‘ପଞ୍ଚାୟତିରାଜ୍‌ ନୁହେଁ, ଅଫିସର ରାଜ୍‌’ ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜେଡି ଶାସିତ ସରକାର ଏକ ପ୍ରକାର କ୍ଷମତାହୀନ ଓ ସ୍ଥାଣୁ କରିଦେଇଛି। ୧୯୯୨ ମସିହାରେ ୭୩ତମ ଓ ୭୪ତମ ସମ୍ବିଧାନ... ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ସିରପ ବରଗଡ଼ ଅଫିସ,୨୭।୮: ବରଗଡ଼ ସହରର ଗଳିକନ୍ଦିରେ ଚାଳିଛି ନିଶା କାରବାର। ଏଥିରୁ ସ୍ଥାନୀୟ ଉପ କାରାଗାର(ସବ୍‌ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଶୁକ୍ରବାର ବରଗଡ଼... କରୋନା କଟକଣା ଉଲଘଂନ: ୨୪୫ ମାମଲା ରୁଜୁ କଟକ ଅଫିସ,୪।୪- କରୋନା ଭୁତାଣୁକୁ ନେଇ ରାଜ୍ୟ ସରକାର ସାରା ରାଜ୍ୟରେ କେତେକ ସ୍ୱତନ୍ତ୍ର କଟକଣା ଜାରି କରିଛନ୍ତି। କଟକଣା ଉଲଘଂନ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ... CORONAVIRUS UPDATE: ରାଜ୍ୟରେ ପୁଣି ୧୩୮୫ କରୋନା ପଜିଟିଭ୍‌ ଚିହ୍ନଟ ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ପ୍ରକୋପ ଜାରି ରହିଛି। ଗୁରୁବାର ରାଜ୍ୟରେ ପୁଣି ୧୩୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ... କେନ୍ଦ୍ରାପଡ଼ା: ଭୋଟରେ ପ୍ରତିଫଳିତ ହେବ ଆଞ୍ଚଳିକ ସମସ୍ୟା କେନ୍ଦ୍ରାପଡ଼ା ଅଫିସ,୨୩ା୧: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲାରେ ମୋଟ ୧୦,୫୮୭ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି । ଜିଲାର ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟରେ... ସଙ୍କଟରେ ଶହେ ବର୍ଷର କୌଳିକ ବୃତ୍ତି କେନ୍ଦୁଝର, ୪।୯(ସ୍ବ.ପ୍ର.) – କେନ୍ଦୁଝର ସହରର ଆଟୋପୁର ସାହିର ପିଟା ବାସନ ଜିଲା ଓ ଜିଲା ବାହାରେ ପ୍ରସିଦ୍ଧି ଲାଭ କରିଛି। ପ୍ରୋତ୍ସାହନ ଅଭାବରୁ ଏହି... ପ୍ରକୃତିର ଉପାସନା ଚୁରାଖାଇ ଯାତ୍‌ରା ଗୁଡ଼ଭେଲିପଦର, ୩।୧୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍‌ରା... ମୁମ୍ବାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ପାତ୍ରପୁର,୯ା୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଭୀମପୁର ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ଘଟିଛି। ସେ ହେଲେ ଲୋକନାଥ ସାହୁ (୫୫)। ଲୋକନାଥ... Archives Archives Select Month December 2022 November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017
2022-12-04T05:43:11Z
https://www.dharitri.com/%E0%AC%B0%E0%AD%87%E0%AC%B2%E0%AD%8D%E2%80%8C%E0%AC%93%E0%AD%8D%E0%AC%AC%E0%AD%87-%E0%AC%B8%E0%AD%81%E0%AC%B0%E0%AC%95%E0%AD%8D%E0%AC%B7%E0%AC%BE-%E0%AC%95%E0%AC%AE%E0%AC%BF%E0%AC%9F%E0%AC%BF/
OSCAR-2301
ଭୁବନେଶ୍ୱର: ଦକ୍ଷତା ବିକାଶ ଅନୁଷ୍ଠାନ (ଏସ୍‍ଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ୍‍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି, ଭୁବନେଶ୍ୱର ସାଂସଦ ଶ୍ରମତୀ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେନ୍ଦ୍ର କୁମାର ରାଉତରାୟ ଏବଂ ଇଣ୍ଡିଆନ ଅଏଲ୍‍ର ଚେୟାରମ୍ୟାନ୍‍ଙ୍କ ଉପସ୍ଥିତିରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଇଣ୍ଡିଆନ ଅଏଲ୍‍ର ଚେୟାରମ୍ୟାନ୍‍ ଶ୍ରୀ ଏସ୍‍.ଏମ୍‍. ବୈଦ ଏବଂ ଏସ୍‍ଡିଆଇର ଚେୟାରମ୍ୟାନ୍‍ ତଥା ଇଣ୍ଡିଆନ ଅଏଲ୍‍ର ନିର୍ଦେଶକ (ମାନବ ସମ୍ବଳ) ଶ୍ରୀ ରଞ୍ଜନ କୁମାର ମହାପାତ୍ର ଏହି ଅବସରରେ ଉପସ୍ଥିତ ଥିଲେ। କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ ଅଏଲ୍‍ ଏସ୍‍ଡିଆଇ ଭୁବନେଶ୍ୱରକୁ ଏକ ଗ୍ରୀନଫିଲ୍ଡ ମେଗା ମଡେଲ ମଲ୍ଟି ସ୍କିଲିଂ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିଛି ଏବଂ ଏଥିପାଇଁ ୨୫୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛି। ଏଥିସହ ଅତିରିକ୍ତ ୮୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଇଣ୍ଡିଆନ ଅଏଲ୍‍ ଯୋଜନା ରଖିଛି। ଓଡ଼ିଶାର ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଜଟଣି ତହସିଲରେ ଏହାର ସ୍ଥାୟୀ କ୍ୟାମ୍ପସ୍‍ ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୬ ଏକର ପରିମିତ ଜାଗାରେ କରାଯାଇଛି। ଏହାର ଭିତ୍ତିପ୍ରସ୍ତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଦ୍ୱାରା ୨୦୧୮ ମାର୍ଚ୍ଚ ୧୮ ତାରିଖରେ ସ୍ଥାପନ କରାଯାଇଥିଲା। ଏହି ପ୍ରତିଷ୍ଠାନ ମାଧ୍ୟମରେ ଶିଳ୍ପ-ଉପଯୋଗୀ ପ୍ରତିଭା ସୃଷ୍ଟି ଉଦ୍ଦେଶ୍ୟରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭିତ୍ତିଭୂମି ତଥା ପ୍ରଯୁକ୍ତିବିଦ୍ୟା ଆଧାରରେ ବିଶ୍ୱସ୍ତରୀୟ ଶିଳ୍ପ ଆଧାରିତ ଦକ୍ଷତା ତାଲିମ ପ୍ରଦାନ କରାଯାଉଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଏସ୍‍ଡିଆଇବି ଏହାର ନୂଆ କ୍ୟାମ୍ପସ୍‍ ମାଧ୍ୟମରେ ଭାରତ ସରକାରଙ୍କ ‘ସ୍କିଲ୍‍ ଇଣ୍ଡିଆ’ ଏବଂ ‘ପୂର୍ବୋଦୟ ମିସନ’କୁ ସଶକ୍ତ କରିବାକୁ ବିବିଧ ପାଠ୍ୟକ୍ରମରେ ୫୦,୦୦୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନର ଲକ୍ଷ୍ୟ ରଖିଛି। ଏସ୍‍ଡିଆଇ-ଭୁବନେଶ୍ୱରର ପାଇଲଟ୍‍ କ୍ୟାମ୍ପସ୍‍ ବିବିଧ ଟ୍ରେଡ୍‍ରେ ୧,୨୦୦ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କ ମଧ୍ୟରୁ ମୋଟ ୯୦%ଙ୍କୁ ନିଯୁକ୍ତି ସୁଯୋଗ ଦେଇଛି। ବିବିଧ ଶିଳ୍ପ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସ୍‍ଡିଆଇ-ଭୁବନେଶ୍ୱର ଏହାର ନୂଆ କ୍ୟାମ୍ପସ୍‍ରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ସହ ଏକାଧିକ ନୂଆ ପାଠ୍ୟକ୍ରମ ଆରମ୍ଭ କରିବାର ଯୋଜନା ରଖିଛି। ଏହି ଅବସରରେ ରାସାୟନିକ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇସିଟି)-ଆଇଓସି (ଇଣ୍ଡିଆନ ଅଏଲ) ଭୁବନେଶ୍ୱରର ଭୂମି ପୂଜା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଦେଶର ବୈଷୟିକ ଶିକ୍ଷାକୁ ସମୃଦ୍ଧ କରିବାକୁ ଏହି ପ୍ରତିଷ୍ଠାନ ଆରମ୍ଭ କରାଯାଇଥିବା ବେଳେ ଏହା ଏବେ ଭୁବନେଶ୍ୱରର ସାମନ୍ତପୁରୀରେ କାର୍ଯ୍ୟ କରୁଛି। ଏମ୍‍ଟେକ୍‍, ଏକ୍‍ଜିକ୍ୟୁଟିଭ୍‍ ଏମ୍‍ଟେକ୍‍, ଇଣ୍ଟିଗ୍ରେଟେଡ୍‍ ଏମ୍‍ଟେକ୍‍ ଏବଂ ପିଏଚ୍‍ଡି ଆଦି ବିବିଧ ପାଠ୍ୟକ୍ରମ ଉପଲବ୍ଧ କରାଉଥିବା ଏହି ଅନୁଷ୍ଠାନ ପାଇଁ ଇଣ୍ଡିଆନ ଅଏଲ୍‍ ୯୫ କୋଟି ଟଙ୍କା ଯୋଗାଇ ଦେଇଛି। ଓଡ଼ିଶା ସରକାର ଏଥିପାଇଁ ଡେଲାଙ୍ଗ ତହସିଲର ଗୋଡ଼ିପୁଟ ମାଟିଆପଡ଼ାଠାରେ ୧୧୧.୭୯ ଏକର ଜମି ଯୋଗାଇ ଦେବାର ବ୍ୟବସ୍ଥା କରିବା ସହ ପ୍ରଥମ ପର୍ଯ୍ୟାୟରେ ୭୩.୮୬ ଏକର ଜମି ଦେଇ ସାରିଛନ୍ତି। ଦକ୍ଷତା ବୃଦ୍ଧି, ନିଯୁକ୍ତି ସୁଯୋଗ ଏବଂ ଗ୍ରାମୀଣ ବିକାଶ ମାଧ୍ୟମରେ ଆଇସିଟି-ଆଇଓସି ସମାଜର ଉତ୍ଥାନ ପାଇଁ ଲକ୍ଷ୍ୟ ରଖିଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ‘ଭୁବନେଶ୍ୱରରେ ନୂତନ ସ୍ଥାୟୀ କ୍ୟାମ୍ପସ୍‍ରେ ଏସ୍‍ଡିଆଇ କାର୍ଯ୍ୟ ଆରମ୍ଭ କରୁଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି। ଏହି ଅନୁଷ୍ଠାନ ଓଡ଼ିଶାର ଯୁବପିଢ଼ିଙ୍କୁ ତାଲିମ ଓ ନିଯୁକ୍ତି କ୍ଷେତ୍ରରେ ଉତ୍କର୍ଷ ହାସଲ କରିବ ବୋଲି ମୁଁ ଆଶା କରୁଛି । ଓଡ଼ିଶା ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଜାଗାରେ ଆଇସିଟି-ଆଇଓସିର ନୂଆ କ୍ୟାମ୍ପସ୍‍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ମୁଁ ବେଶ ଆନନ୍ଦିତ। ଏହି ଅନୁଷ୍ଠାନ ଏହାର ଉଜ୍ଜ୍ୱଳ ଶୈକ୍ଷିକ ପ୍ରଦର୍ଶନ ପାଇଁ ପରିଚିତ ଥିବା ବେଳେ ଏହା ରାସାୟନିକ ପ୍ରଯୁକ୍ତିବିଦ୍ୟା ଏବଂ ଅନୁଗାମୀ କ୍ଷେତ୍ରରେ ଉଚ୍ଚ ମାନର ବୈଷୟିକ ଶିକ୍ଷା ପ୍ରଦାନ କରିବା ଆଶା କରାଯାଏ । ବିଗତ ବର୍ଷ ମାନଙ୍କରେ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରହିଛି।’ ଏହି ଦୁଇ ଅନୁଷ୍ଠାନର ମହତ୍ତ୍ୱ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ, ଏକ ପ୍ରଗତିଶୀଳ ଏବଂ ଚଳନକ୍ଷମ ବ୍ୟାବସାୟିକ ବାତାବରଣ ତଥା ଦୂରଦୃଷ୍ଟି ସମ୍ପନ୍ନ ପ୍ରଶାସନ ରାଜ୍ୟରେ ପୁଞ୍ଜି ବିନିଯୋଗ ପାଇଁ ସୁଯୋଗ ତଥା ଆକର୍ଷଣ ସୃଷ୍ଟିରେ ସହାୟକ ହୋଇଛି । ବିଶ୍ୱସ୍ତରୀୟ ଶିଳ୍ପ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରି ଆସିଛି। ଆମର ପିଲାଙ୍କୁ ବିଶ୍ୱସ୍ତରରେ ଚାକିରି କରିବାକୁ ଦକ୍ଷ କରାଇବା ଖୁବ ଶୀଘ୍ର ଏକ ବାସ୍ତବତାରେ ପରିଣତ ହେବ। ଓଡ଼ିଶାରେ ଶିଳ୍ପ ପରିସଂସ୍ଥାକୁ ମୂଲ୍ୟଯୁକ୍ତ କରିବାରେ ଏସ୍‍ଡିଆଇ ଏବଂ ଆଇସିଟି-ଆଇଓସି ସହାୟକ ହେବା ବୋଲି ମୁଁ ଆଶା କରୁଛି।’ ଦକ୍ଷତା ବିକାଶ ଏବଂ ଭାରତୀୟ ଯୁବପିଢ଼ିଙ୍କୁ ନେଇ ଭାରତ ସରକାରଙ୍କ ଗୁରୁତ୍ୱ ସମ୍ପର୍କରେ ବ୍ୟାଖ୍ୟା କରି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ନୂତନ ପିଢ଼ିର ଦକ୍ଷତା ବୃଦ୍ଧି ଏକ ଜାତୀୟ ଆବଶ୍ୟକତା ତଥା ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ର ମୂଳ ଭିତ୍ତି। ଆମେ ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଯୁବ ପିଢ଼ିଙ୍କୁ ସମୃଦ୍ଧ କରାଇବାକୁ ଦକ୍ଷତା, ସ୍ତର ଓ ସୁଯୋଗ ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୫ ଜୁଲାଇ ୧୫ ତାରିଖରେ ଆରମ୍ଭ କରାଯାଇଥିବା ‘ସ୍କିଲ୍‍ ଇଣ୍ଡିଆ ମିସନ’ ବର୍ତ୍ତମାନ ସମୟର ଆବ୍ୟାକତା ଅନୁଯାୟୀ ପ୍ରତି ବର୍ଷ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ଦେବା ସହ ସହାୟକ ହୋଇ ଆସିଛି। ‘ସବ୍‍କା ବିକାଶ: ସବ୍‍କା ବିଶ୍ୱାସ, ସବ୍‍କା ପ୍ରୟାଶ’ ବାସ୍ତବରେ ଦକ୍ଷତା ବିକାଶ ପାଇଁ ପ୍ରତିଷ୍ଠିତ ଏହି ଅନୁଷ୍ଠାନକୁ ଶିଖରରେପହଞ୍ଚାଇବ। ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ତଥା ନାସାର ‘ହ୍ୟୁମାନ୍‍ ଏକ୍ସପ୍ଲୋରେସନ ରୋଭର୍‍ ଚ୍ୟାଲେଞ୍ଜ’ ବିଜ୍ଞାନ ଫୋରମ୍‍ରେ ତୃତୀୟ ସ୍ଥାନ ହାସଲ କରିଥିବା ଶ୍ରୀ ଅନିଲ ପ୍ରଧାନଙ୍କୁ ସେ ପ୍ରଶଂସା କରିଛନ୍ତି। ଦକ୍ଷତା ବିକାଶ ଅନୁଷ୍ଠାନ ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏପରି ଏକ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଯାହାଦ୍ୱାରା ତୈଳ ଓ ଗ୍ୟାସ୍‍ କ୍ଷେତ୍ରରେ ଆଇଓସିଲ୍‍, ଓଏନ୍‍ଜିସି, ଗେଲ୍‍, ଏଚ୍‍ପିସିଏଲ୍‍, ବିପିସିଏଲ୍‍, ଓ ଆଇଏଲ୍‍, ଇଆଇଏଲ୍‍ ଏବଂ ହାଇଡ୍ରୋକାର୍ବନ ସ୍କିଲ୍‍ କାଉନ୍‍ସିଲ ଅଧୀନ ବାଲ୍‍ମର୍‍ ଲାୱିରେ ଭୁବନେଶ୍ୱର, ଭାଇଜାଗ୍‍, କୋଚି, ରାଏ ବରେଲି, ଅହମ୍ମଦାବାଦ ଏବଂ ଗୌହାଟୀରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୬ଟି ଦକ୍ଷତା ବିକାଶ କେନ୍ଦ୍ର (ଏସ୍‍ଡିଆଇ) ପ୍ରତିଷ୍ଠା ପାଇଁ ହାତ ମିଳାଇଛନ୍ତି। ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ପାଇଁ ୬୦ ଏକର ଜମି ଯୋଗାଇ ଦେଇଥିବାରୁ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଭୁବନେଶ୍ୱରରେ ଦକ୍ଷତାବିକାଶ କେନ୍ଦ୍ର ପୂର୍ଣ୍ଣ ରୂପରେ ତଥା ବ୍ୟବସ୍ଥାରେ ପ୍ରସ୍ତୁତ ହୋଇ ଯୁବପିଢ଼ିଙ୍କ ପାଇଁ ଦେଶଉଦ୍ଦେଶ୍ୟରେ ସମର୍ପିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ତଥା ସନ୍ତୁଷ୍ଟ। ସୌର ଶକ୍ତି ଓ ଜୈବ-ଗ୍ୟାସ ଆଦି୍‍ର ଉପଯୋଗରେ ସବୁଜ ତଥା ଦୀର୍ଘସ୍ଥାୟୀ କ୍ୟାମ୍ପସ୍‍ ପାଇଁ ଡିଜିଟାଲ୍‍ ମୋବିଲିଟି, କ୍ୟାମ୍ପସ୍‍ ଏବଂ ଡିଜିଟାଲ୍‍ ଶିକ୍ଷା ପରିଚାଳନା (ଡିଜିଟାଲ୍‍ ଏଜୁକେଶନ ମ୍ୟାନେଜମେଣ୍ଟ) ସହିତ ଅନ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହା ଏକ ସ୍ମାର୍ଟ କ୍ୟାମ୍ପସ୍‍। ଏହି ଅନୁଷ୍ଠାନର ଭିତ୍ତିଭୂମି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ଏହା ୧୦୦୦ ବିଦ୍ୟାର୍ଥୀ (୭୦୦ ବାଳକ ଓ ୩୦ ବାଳିକା) ଏବଂ ୨୦୦ ଶିକ୍ଷକ ଓ କର୍ମଚାରୀ ରହବା ବ୍ୟବସ୍ଥା, ସ୍ମାର୍ଟ କ୍ଲାସ୍‍ରୁମ୍‍, ପ୍ରତ୍ୟକ୍ଷ ତାଲିମ ପାଇଁ କର୍ମଶାଳା ପାଇଁ ଏହାର ବିନ୍ୟାସ (ଡିଜାଇନିଂ) କରାଯାଇଛି।’ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ କହିଲେ, ‘ସାମର୍ଥ୍ୟ ବୃଦ୍ଧି ଲାଗି ଆମର ଯୁବପିଢ଼ି ସଦ୍ୟତମ ପ୍ରଯୁକ୍ତିବିଦ୍ୟାର ସୁଯୋଗ ପାଇବା ସହ ସୃଜନଶୀଳତା ପାଇଁ ପରିବେଶ ଉପଲବ୍ଧ କରିବାର ଆବଶ୍ୟକତା ରହିଛି। ଆମେ ମଧ୍ୟ ସେମାନଙ୍କର ପ୍ରତିଭା, ଆଗ୍ରହ ଓ କଠିନ ପରିଶ୍ରମକୁ ସ୍ୱୀକୃତି ଦେଇ ନୂତନତ୍ୱ ସୃଷ୍ଟି କରିବାକୁ ନିଶ୍ଚିତ ସୁଯୋଗ ଦେବା ଦରକାର। ଏସ୍‍ଡିଆଇ ଭୁବନେଶ୍ୱର ଯୁବପିଢ଼ିଙ୍କ ପାଇଁ ସଫଳତାର ସହ ଏଭଳି ସୁଯୋଗ ଓ ଭିତ୍ତିଭୂମି ଯୋଗାଇ ଦେଇଛି, ଅନେକ ବିଦ୍ୟାର୍ଥୀ ଏହି ସୁଯୋଗରୁ ଲାଭବାନ ହୋଇ ସାରିଲେଣି । ତୈଳ ଓ ବାଷ୍ପ (ଗ୍ୟାସ୍‍) କ୍ଷେତ୍ର ଦେଶର ବିକାଶରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି, ଏବଂ ମୁଁ ବିଶ୍ୱାସ କରୁଛି ଯେ ଏସ୍‍ଡିଆଇ ସ୍ଥାପନ ଭଳି ଦକ୍ଷତା ବିକାଶ ପାଇଁ ଉଦ୍ଦିଷ୍ଟ ଉପକ୍ରମ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ତୈଳ ଉଦ୍ୟୋଗର ଅବଦାନ ଦ୍ୱାରା ଦେଶ ନୂତନ ବିକାଶ ଓ ସମୃଦ୍ଧି ପଥରେ ଅଗ୍ରସର ହୋଇପାରିବ। ଦେଶରେ ଏବେ କାର୍ଯ୍ୟ କରୁଥିବା ମେଗା ଦକ୍ଷତା ବିକାଶ ଅନୁଷ୍ଠାନମାନଙ୍କ ମଧ୍ୟରେ ଏସ୍‍ଡିଆଇ ଶୀର୍ଷ ସ୍ଥାନ ବଜାୟ ରଖିବ ବୋଲି ମୁଁ ଆଶା କରୁଛି।’ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି କହିଲେ, ‘ଏହି ଭଳି ଦକ୍ଷତା ବିକାଶ ଅନୁଷ୍ଠାନ ସ୍ଥାପନ କରି ଉଦ୍ୟୋଗ ସ୍ଥାପନ ଏବଂ ଆତ୍ମନିଯୁକ୍ତି ସୁଯୋଗ ଦେବା ତଥା ଚାକରି ସୁଯୋଗ ସୃଷ୍ଟିପାଇଁ ତୈଳ ଓ ବାଷ୍ପ କ୍ଷେତ୍ରର ଉଦ୍ୟମକୁ ମୁଁ ସାଧୁବାଦ ଜଣାଉଛି। ଏହି ଅନୁଷ୍ଠାନ ପେସାଦାର ଢ଼ଙ୍ଗରେ ବିଶ୍ୱସ୍ତରୀୟ ମାନ ରକ୍ଷା କରି ଚାଲିବା ସହ ବିବିଧ ଦକ୍ଷତା ବିକାଶ ତାଲିମରେ ଅଗ୍ରଣୀ ହେବ ବୋଲି ଆଶା କରାଯାଉଛି। ଦକ୍ଷତା ଏବଂ ସୃଜନ କ୍ଷେତ୍ରରେ ସାମଗ୍ରିକ ଭବେ ଏହି ଅନୁଷ୍ଠାନ ଏକ ଉପାସନାସ୍ଥଳୀ ହେବ ବୋଲି ମୁଁ ଆଶା କରୁଛି।’ ଏହି ଅବସରରେ ଇଣ୍ଡିଆନ ଅଏଲ୍‍ର ଚେୟାରମ୍ୟାନ୍‍ ଶ୍ରୀ ଶ୍ରୀକାନ୍ତ ମାଧବ ବୈଦ୍ୟ କହିଲେ, ‘ସ୍କିଲ ଇଣ୍ଡିଆ ମିସନ’ଦେଶର ବିଭିନ୍ନ ପ୍ରାନ୍ତରେ ସମୃଦ୍ଧ ମାନସମ୍ବଳ ପାଇଁ ଲାଭଦାୟକ ହୋଇଛି। ଏହି ଲକ୍ଷ୍ୟ ପଥରେ ଅଗ୍ରସର ହୋଇ ପେଟ୍ରୋଲିୟମ ମନ୍ତ୍ରଣାଳୟର ମାର୍ଗଦର୍ଶନରେ ଭାରତରେ ରାଷ୍ଟ୍ରାୟତ୍ତ ଶକ୍ତି କ୍ଷେତ୍ର (ଏନର୍ଜି ପିଏସ୍‍ୟୁ) ଦେଶରେ ଦକ୍ଷତା ବୃଦ୍ଧି ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛି। ଆନ୍ତର୍ଜାତିକ ମାନର ଏହି ମେଗା ମଡ଼େଲ ଦକ୍ଷତା ବିକାଶ ଅନୁଷ୍ଠାନ ସ୍ଥାପନର ସୁଯୋଗ ପାଇଥିବାରୁ ଇଣ୍ଡିଆନ ଅଏଲ୍‍ ଗର୍ବିତ।
2022-12-04T06:24:25Z
https://www.odishalink.com/2021/08/20/foundation-stone-laying-of-ict-ioc-bhubaneswar/
OSCAR-2301
ଆସନ୍ତାକାଲି ଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। Rajalaxmi Sahoo Odisha Published: Monday, 09 May 2022 Last updated: 09 May 2022, 12:43 PM IST Credit: @mcbbsr କାଲିଠୁ ବାତ୍ୟାର ପ୍ରଭାବ ଭୀଷଣ ବାତ୍ୟା ‘ଅସାନି’ ପ୍ରଭାବରେ ଆସନ୍ତାକାଲି ଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ବାତ୍ୟା ‘ଅସାନି’ ପୁରୀ ଠାରୁ ୬୮୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହି ଭୀଷଣ ବାତ୍ୟା ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ବାତ୍ୟା ସୂଚନା : ଲ୍ୟାଣ୍ଡଫଲ୍ କରିବନି ବାତ୍ୟା ବାତ୍ୟା ‘ଅସାନି’କୁ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି, ‘୧୦ ତାରିଖ ଯାଏ ବାତ୍ୟା ‘ଅସାନି’ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ତତ୍‌ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଛୁଇଁବା ବେଳକୁ କ୍ରମଶଃ ଏହାର ଗତିର ଦିଗ ପରିବର୍ତ୍ତନ ହେବ। ଏହାପରେ ଏହା ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବ। ଏହାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ୧୨ ତାରିଖରେ ବାତ୍ୟା ‘ଅସାନି’ ପାରାଦୀପଠୁ ପାଖାପାଖି ୧୧୦ କି.ମି. ଦୂରରେ ଗତି କରିପାରେ। ଏହି ସମୟରେ ଏହା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ସାରିଥିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। #AsaniCyclone moved WNW with a speed of #25kmph during past #6Hrs & lay over WC adjoining SE BoB at 0530 hours IST & move NWwards till 10th May & reach WC & adjoining NW BoB off North AP & Odisha coasts. Likely to weaken gradually into a #CyclonicStorm during next #48hrs. pic.twitter.com/qQGVmx3AJO — Meteorological Centre, Bhubaneswar (@mcbbsr) May 9, 2022 Cyclone Asani Cyclone Warning Cyclone Alert Cyclone Heavy Rainfall Other Stories International ୟୁକ୍ରେନକୁ ଛାରଖାର କରୁଥିବା ଋଷ ପାଳୁଛି ବିଜୟ ଦିବସ ଆମେରିକୀୟଙ୍କ ହୃଦୟ ୟୁକ୍ରେନବାସୀଙ୍କ ସହିତ ଅଛି। ୟୁକ୍ରେନ ସହିତ ଅଛି ଆମେରିକା। National ଇଣ୍ଡିଗୋ ଏୟାରଲାଇନ୍ସର ଅମାନବିକତା, ଦିବ୍ୟାଙ୍ଗ ନାବାଳକକୁ ବିମାନରେ ଯାତ୍ରା ପାଇଁ ମିଳିଲାନି ଅନୁମତି ଦିବ୍ୟାଙ୍ଗ ବୋଲି ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ଅନୁମତି ଦେଲାନି ଇଣ୍ଡିଗୋ ଏୟାରଲାଇନ୍ସ। Sports ଦିଲ୍ଲୀକୁ ଧୂଳି ଚଟାଇଦେଲା ଚେନ୍ନାଇ ଦିଲ୍ଲୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। Crime ସହିପାରିଲେନି ଶ୍ୱଶୂର ଘରର ନିର୍ଯାତନା; ଟାୱାର ଉପରକୁ ଚଢ଼ିଲେ, ପ୍ରାଣ ହାରିଲେ ଏକ ଭିଡ଼ିଓ ଜାରି କରିବା ପରେ ପରେ ରହସ୍ୟଜନକ ଭାବେ ପ୍ରାଣ ହରାଇଛନ୍ତି ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ୍ । ଜାମ୍‌ସେଦପୁର ବିଷ୍ଣପୁର ସ୍ଥିତ ଏକ ଟାୱାର ତଳକୁ ଖସି ପଡ଼ିବା ପରେ...
2022-11-28T10:54:42Z
https://otvkhabar.in/news/weather/coastal-districts-of-odisha-are-likely-to-experience-rain-from-tomorrow/89736
OSCAR-2301
ଭୁବନେଶ୍ୱର: ଆଧୁନିକ ଜୀବନଶୈଳୀ ଆପଣେଇବା କ୍ଷେତ୍ରରେ ଲୋକେ ଭୁଲିଗଲେଣି ବଞ୍ଚିବା । ନିଜ ପରିବାର ପିଲାଛୁଆଙ୍କ ସହ ସମୟ ବିତାଇବା । ଯେଉଁଥିପାଇଁ ଲୋକେ ବିଭିନ୍ନ ପ୍ରକାରର ଚାପ ନେବା ସହିତ ଏହା ରୋଗର ମଧ୍ୟ ମୁଖ୍ୟ କାରଣ ସାଜିଛି । ଚାପ ସରିବା ପରେ ଶରୀର ପୁଣି ସାଧାରଣ ସ୍ଥିତିକୁ ଚାଲି ଆସିଥାଏ । ଯଦି ଆପଣଙ୍କୁ ସର୍ବଦା ଚାପରେ ରହିବାକୁ ପଡୁଛି, ଏହାକୁ କ୍ରନିକ ଚାପ ବୋଲି କୁହାଯାଇଥାଏ । ଯାହା ଏକ ପ୍ରକାର ରୋଗ ଭାବେ ଉଭାହୋଇଥାଏ । ତେବେ ଏହି କ୍ରନିକ ଚାପରୁ ମୁକୁଳିବା ପାଇଁ ଆମେ କିଛି ଏମିତି ଟିପ୍ସ ବିଷୟରେ କହିବୁ, ଯାହା ଆପଣଙ୍କୁ ବହୁତ ଲାଭ ଦେବ । ଆସନ୍ତୁ ଜାଣିବା ଚାପ କିପରି ଦୂର କରିବେ । ଚାପ ଦୂର କରିବେ କିପରି ୧. ସର୍ବ ପ୍ରଥମେ ଚାପର କାରଣ ଚିହ୍ନନ୍ତୁ । କିଛି ଲୋକଙ୍କୁ ଚାପ ଆସିଲେ ମୁଣ୍ଡ ବିନ୍ଧା ହୋଇଥାଏ । କିଛି ଲୋକ ଚାପରେ ଦୁଃଖ ବା ଅବସାଦ ଅନୁଭବ କରିଥାନ୍ତି । ଯଦି ଏପରି ବାରମ୍ବାର ହେଉଛି ତେବେ ଆପଣ ଏହାକୁ ନଜର ଅନ୍ଦାଜ କରନ୍ତୁ । ୨. ଅନ୍ୟ ଭଲ ଉପାୟ ହେଉଛି ଯଦି ଆପଣଙ୍କୁ ଲାଗିଲା କି ଚାପ ବଢ଼ିବାକୁ ଯାଉଛି,ତୁରନ୍ତ ଚୁପ ହୋଇ ଯାଆନ୍ତୁ । ଅର୍ଥାତ ଚାପ ଅଧିକ ହେବା ପୂର୍ବରୁ ଆପଣ ଏହାଠାରୁ ଦୂରେଇ ଯିବେ । ୩. ଚିନ୍ତାରୁ ବାହାରିବାର ଅନ୍ୟ ଏକ ଭଲ ଉପାୟ ହେଉଛି ନିଶ୍ୱାସ ନେବା ପ୍ରକ୍ରିୟା ବା ବ୍ରିଦିଂ ଏକ୍ସରସାଇଜ । ଅଧିକ ଟେନସନ ଆସିଲେ ଜୋର ଜୋର ପ୍ରଶ୍ୱାସ ନିଅନ୍ତୁ । ୪. ସର୍ବଦା ଯୋଜନା ସହ କାମ କରନ୍ତୁ । ଜୀବନରେ ଅଧେ ଚିନ୍ତା ହେଉଛି ଜଣେ ଅନ୍ୟ ଜଣଙ୍କ ଉପରେ କ୍ରୋଧ ପ୍ରକାଶ କରିବା । କାମ ପ୍ରେସର ମଧ୍ୟ ଆଉ ଏକ ଚିନ୍ତାର କାରଣ । ତେଣୁ ଯୋଜନା ବନାଇ କାମ କରନ୍ତୁ । ୫. ଚିନ୍ତାରୁ ଦୂରରେ ରହିବା ପାଇଁ ଆପଣ ସର୍ବଦା ପଜିଟିଭ କଥା ଭାବନ୍ତୁ । ୬. ଚିନ୍ତାରୁ ବଂଚିବା ପାଇଁ ମେଣ୍ଟାଲ ହେଲ୍‌ଥ ଉପରେ ଧ୍ୟାନ ଦିଅନ୍ତୁ । ଭଲ ଖାଦ୍ୟ ଓ ନିଦ୍ରା ଯାଆନ୍ତୁ । ବ୍ୟାୟାମ ଉପରେ ଧ୍ୟାନ ଦିଅନ୍ତୁ । ଏହି ନିୟମ ସବୁ ପ୍ରକାର ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ ।
2022-11-29T14:39:01Z
https://www.odiaspotnews.in/news-details/mental-pressure-1665117199
OSCAR-2301
ହସ୍ତରେଖାରେ ଥିବା ବିଭିନ୍ନ ଚିହ୍ନ ବି ବିବାହକୁ ନେଇ ବ୍ୟକ୍ତିଙ୍କ ଜୀବନକୁ ପ୍ରଭାବିତ କରିଥାଏ। ବିବାହ ରେଖା ଆଗକୁ ବଢିଲେ ବ୍ୟକ୍ତିଙ୍କ ଜୀବନରେ ବୈବାହିକ ଜୀବନ ବିଷୟରେ କହିଥାଏ। କୁହାଯାଇଥାଏ କି ଯଦି ମନୁଷ୍ୟ ହାତ ର ଶୁକ୍ର ପର୍ବତ ଏବଂ ଗୁରୁ ପର୍ବତ ବଢ଼ିଥାଏ ତେବେ ବିବାହ ଯୋଗ ହୋଇଥାଏ। ଜ୍ଞାନୀ ଗୁଣୀ ବ୍ୟକ୍ତି ମାନେ ଏହାକୁ ନେଇ ବିଭିନ୍ନ ମତ ରଖିଛନ୍ତି। ତେବେ ଆଜି ଆମେ ହାତ ରେଖାକୁ ଅନୁଧ୍ୟାନ କରି ବିଭିନ୍ନ ବିବାହ ଯୋଗ ବିଷୟରେ କହିବୁ। ୧. ସୁଖିନ ବିବାହ ଯୋଗ:- ଯଦି ପାପୁଲି ର ଭାଗ୍ୟ ରେଖା ଉତ୍ତମ ପର୍ବତ ରେଖା ଠାରୁ ବାହାରି ହୃଦୟ ରେଖା ଠାରେ ଶେଷ ହୋଇଥାଏ ଅଥବା ଗୁରୁ ପର୍ବତ ଠାରେ କ୍ରସ ଚିନ୍ହ ହୋଇଥାଏ ଏବଂ ଯଦି ଶୁକ୍ର ପର୍ବତ ଅଧିକ ବଢ଼ି ନଥାଏ କିମ୍ବା ନାଲି ରଙ୍ଗର ତାରା ଚିହ୍ନ ରହିଥାଏ। ତେବେ ଏହା ସୁଖୀନ ବିବାହ ର ଯୋଗ ହୋଇଥାଏ ।ଏହି ବ୍ୟକ୍ତି ମାନଙ୍କ ବିବାହ ପ୍ରେମ ବିବାହ ହେବା ସହିତ ହଠାତ ହୋଇ ଯାଇଥାଏ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିଥାଏ ଏବଂ ଏମାନଙ୍କର ୨ ରୁ ଅଧିକ ସନ୍ତାନ ହେବାର ଆଶଙ୍କା ରହିଥାଏ। ୨.ଅନମେଳ ବିବାହ ଯୋଗ:- ଯଦି ସୂର୍ଯ୍ୟ ରେଖା ଏବଂ ବିବାହ ରେଖା ପରସ୍ପର ସହିତ ଯୋଡ଼ି ହୋଇ ରହିଥାନ୍ତି ଏବଂ ସୂର୍ଯ୍ୟ ପର୍ବତ ଅଧିକ ଛୋଟ ହୋଇଥାଏ ତେବେ ଏହା ଅନମେଳ ବିବାହ ଯୋଗ ହୋଇଥାଏ ।ଏହି ବ୍ୟକ୍ତି ମାନଙ୍କ ବିବାହ ସମସ୍ତ ପରିବାର ସଦସ୍ୟ ସମତିରେ ବିବାହ କରିଥାନ୍ତି।ଏମାନଙ୍କ ଗୋଟିଏ ରୁ ଦୁଇଟି ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଥାଏ । ୩. ବ୍ୟାପାରିକ ବିବାହ ଯୋଗ:- ଯଦି ମଣି ପର୍ବତ ର ରେଖା ବୁଧ ରେଖା ପର୍ଯ୍ୟନ୍ତ ଯାଇଥାଏ ଏବଂ ସୂର୍ଯ୍ୟ ରେଖା ଓ ଶୁକ୍ର ରେଖା ପରସ୍ପର ଯୋଡ଼ି ହୋଇ ଥାଆନ୍ତି । ତେବେ ଏଭଳି ରେଖା ଥିବା ଝିଅ ମାନେ ଶୀଘ୍ର ବିବାହ କରି ପାରନ୍ତି ନାହିଁ ଏବଂ ଜଣେ ବ୍ୟବସାୟୀ ଙ୍କୁ ବିବାହ କରିଥାନ୍ତି ।ଏମାନଙ୍କ ସ୍ୱାମୀ ଅଳ୍ପ କଞ୍ଜୁସ ସ୍ଵଭାବ ଥାନ୍ତି । ୪. ବୁଧ ବିବାହ ଯୋଗ:- ଯଦି କୌଣସି ବ୍ୟକ୍ତି ଙ୍କ ହାତ ଅଧିକ ସଂକୀର୍ଣ୍ଣ ହୋଇଥାଏ କିମ୍ବା ଚନ୍ଦ୍ର ପର୍ବତ ପାଖରେ ଅନେକ ଛୋଟ ରେଖା ଖଣ୍ଡ ବିଖଣ୍ଡ ହୋଇ ରହିଥାଏ ତେବେ ଏଭଳି ବ୍ୟକ୍ତି ଉଚିତ୍ ସମୟରେ ବ୍ୟକ୍ତି ଙ୍କ ସହିତ ବିବାହ କରିଥାନ୍ତି। ଏମାନଙ୍କ ମଧ୍ୟରେ ବୁଝାମଣା ଉତ୍ତମ ରହିଥାଏ। କିନ୍ତୁ ସନ୍ତାନ ପ୍ରାପ୍ତିରେ ବାଧା ଆସିଥାଏ। ୫. ଛାଡ଼ପତ୍ର ବିବାହ ଯୋଗ:- ଯଦି ଶୁକ୍ର ପର୍ବତ ର ରେଖା ହୃଦୟ ରେଖା ପର୍ଯ୍ୟନ୍ତ ସିଧା ଯାଇଥାଏ କିମ୍ବା ବିବାହ ରେଖା ର ଶେଷରେ ଅନେକ ରେଖା ହୋଇଥାଏ ତେବେ ଏହା ଛାଡ଼ପତ୍ର ବିବାହ ଯୋଗ ହୋଇଥାଏ। ଏମାନଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିଥାଏ। ତେଣୁ ଏମାନଙ୍କ ମଧ୍ୟରେ ଛାଡ଼ପତ୍ର ହେବାର ସମ୍ଭାବନା ରହିଥାଏ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-12-06T17:35:15Z
https://dainikhabar.com/index.php/cxtndxgsdytezd-ye5rtyryjtygujk/
OSCAR-2301
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ, ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକ, ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରା ଅଟକ, ହୋଟେଲ ସାଉଥ ସିଟିକୁ ଲିଜ୍‌ରେ ନେଇ ଚଲାଉଥିଲେ ପ୍ରସନ୍ନ ବେହେରା, ବିନା ଲାଇସେନ୍ସରେରେ ଚାଲିଥିଲା ବାର୍‌ - TIMES OF ODISHA Skip to content Monday, November 28, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career Fast News ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ, ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକ, ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରା ଅଟକ, ହୋଟେଲ ସାଉଥ ସିଟିକୁ ଲିଜ୍‌ରେ ନେଇ ଚଲାଉଥିଲେ ପ୍ରସନ୍ନ ବେହେରା, ବିନା ଲାଇସେନ୍ସରେରେ ଚାଲିଥିଲା ବାର୍‌ October 22, 2021 October 22, 2021 S pani 0 Comments ← ବାରିପଦା: ହେଲିପ୍ୟାଡ୍‌ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଉଦ୍ୟମ ବେଳେ ଜଣେ ବିଜେପି ଓ ଜଣେ ଜେଏମ୍ଏମ୍ କର୍ମୀଙ୍କୁ ନିସ୍ତୁକ ମାଡ଼, ଦୁଇ ଯୁବକଙ୍କୁ କିଛି ବିଜେଡି ସମର୍ଥକ ନିସ୍ତୁକ ପିଟିଥିବା ସୂଚନା, ମାଡ଼ରେ ଉଭୟଙ୍କ ମୁହଁ ଫାଟିଲା ଗଞ୍ଜାମର ଜଣେ ନିଶା ବେପାରୀଙ୍କ ଘରୁ ପୁଲିସ ୮ କେଜି ୫୯୮ ଗ୍ରାମ ସୁନା, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କେଜି ଗଞ୍ଜେଇ ଓ ୧୦ କେଜି ଅଫ ଜବତ କରିଛି → You May Also Like ଡ୍ରଗ୍ସ ଓ ହତ୍ୟା ଘଟଣାରେ ୧୧ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗୋଟିଏ ଦିନରେ ଦିଆଗଲା ଫାଶୀ June 10, 2022 June 10, 2022 Jayaprada samantaray 0 ଏଣିକି ପ୍ରାକୃତିକ ସଂପଦ ଓ ଲୋକାଲ୍ ବଡିର ଅଡିଟ୍ କରିବ ସିଏଜି, ଭୁନେଶ୍ୱରରେ ସୂଚନା ଦେଲେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କହିଲେ-ଖଣିରେ କେତେ ମୂଲ୍ୟର ପ୍ରାକୃତିକ ସଂପଦ ରହିଛି ଅଡିଟ୍ କରାଯିବ, ଉତ୍ତୋଳନ ଲାଗି ଖର୍ଚ୍ଚ କେତେ, ଲାଭ ଦେଉଛି ନା ନାହିଁ ଅଡିଟ୍ ହେବ, ଲୋକାଲ୍ ବଡିର ଅଡିଟ୍ କରୁଥିବା ରାଜ୍ୟକୁ ସିଏଜି ସାହାଯ୍ୟ କରିବ November 22, 2021 November 22, 2021 S pani 0 ଆଜି T-20 ବିଶ୍ବକପରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌; ଉଭୟ ଟିମ୍‌ ନିଜର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ହାରିଛନ୍ତି, ଉଭୟ ଟିମ୍‌ ଆଜି ହାରିଲେ ସେମି ପାଇଁ ରାସ୍ତା କଠିନ ହେବ, ଭାରତୀୟ ଟିମ୍‌ରେ ଆଜି ହୋଇପାରେ ପରିବର୍ତ୍ତନ, ଆଜି ଆଉ ଏକ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ ନାମିବ୍ୟା October 31, 2021 October 31, 2021 S pani 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ପୁଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିବା ୟୁଥ୍ ଫର୍ ଆକ୍ସନ କର୍ମୀଙ୍କ ଧସ୍ତାଧସ୍ତି, ବେକାରୀ ସମସ୍ୟା ପ୍ରତିବାଦରେ ୫ ମନ୍ତ୍ରୀଙ୍କ ଘର ଘେରାଉ କାର୍ଯ୍ୟକ୍ରମ, ପ୍ରଥମେ ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଘେରାଉ କରିଥିଲା ୟୁଥ୍ ଫର୍ ଆକ୍ସନ ଟିମ୍ November 16, 2022 ପାରାଦୀପରେ ମଝି ସମୁଦ୍ରରେ ୪ଟି ରାଜ୍ୟର ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ November 15, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ
2022-11-28T11:01:19Z
https://timesofodisha.com/action-on-the-death-of-manish-das-son-of-senior-journalist-naveen-das/
OSCAR-2301
ମିଳିଥିବା ସୂଚନାରୁ ପ୍ରକାଶ, ମହିଳା ଜଣଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୨ କିମି ଦୂର ଏକ ମାର୍କେଟ କମ୍ଲେକ୍ସର କୋଠରୀ ମଧ୍ୟରେ ରଖାଯାଇ ଜବରଦସ୍ତି ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିଲା । କୌଶଳକ୍ରମେ ମହିଳା ଜଣକ ସେହି ଘରର ଛାତ ଉପରକୁ ଆସି ଉଦ୍ଧାର କରିବାକୁ ଚିତ୍କାର କରିବାରୁ ଏହି ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା । ମହିଳା ଜଣଙ୍କ ସ୍ଥାନୀୟ ବାସିନ୍ଦା ତଥା ପୋଲିସ ସାହାଯ୍ୟରେ ଉଦ୍ଧାର ହୋଇଥିଲେ । ତେବେ ଦମକଳ ବାହିନୀର ସାହାଯ୍ୟରେ ଘରର କବାଟ ଭାଙ୍ଗି ମହିଳାଙ୍କୁ ମୂମୃଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ ଉଦ୍ଧାର କରାଯିବା ସମୟରେ ମହିଳାଙ୍କ ଯୌନାଙ୍ଗରୁ ରକ୍ତ କ୍ଷରଣ ହେବା ସହିତ ସେ ଯନ୍ତ୍ରଣାରେ ଅସହ୍ୟ କଷ୍ଟ ଅନୁଭବ କରୁଥିବା ସୂଚନା ମିଳିଛି । ତାଙ୍କୁ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା ଏବଂ ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରୀତ କରାଯାଇଛି । ସୂଚନାନୁଯାୟୀ, କଲିକତା ହାଓଡ଼ା ଅଞ୍ଚଳର ଏହି ମହିଳାଙ୍କ ଜଣେ ସମ୍ପର୍କୀୟ ତାଙ୍କୁ ଏଠାରେ ଚାକିରି ଦେବା ବାହାନାରେ ଆଣି ଗୋଟିଏ କୋଠରୀରେ ରଖିଥିଲେ । ଇତିମଧ୍ୟରେ, ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଆସାମୀକୁ ଚିହ୍ନଟ କରିଛନ୍ତି ପୋଲିସ ଏବଂ ମହିଳାଙ୍କ କହିବାନୁଯାୟୀ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ଛାନଭିନ ଆରମ୍ଭ କରିଦେଇଛି । ସଂପୃକ୍ତ ଘରମାଲିକ ଓ ଯେଉଁ ମହିଳା ତାଙ୍କୁ ଓଡ଼ିଶାକୁ ଚାକିରି ଦେବାକୁ ଆଣିଥିଲେ ସେମାନେ ଏହି ଘଟଣା ପରେ ଫେରାର ହୋଇଯାଇଛନ୍ତି । Share ଓଡ଼ିଶା ସମ୍ବାଦ ବ୍ୟୁରୋ Prev Post ବର୍ଷା ଓ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, ୨୨୦୦ କୋଟି ଟଙ୍କା କ୍ଷୟକ୍ଷତିର ପ୍ରାଥମିକ ଆକଳନ
2022-11-28T08:01:00Z
https://odishasambad.in/kolkata-woman-held-captive-gang-raped-in-odishas-konark-for-over-10-days/
OSCAR-2301
ପୁରୀ, ୧୮/୧୧ : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହେବ। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଏହି ନିଯୁକ୍ତି ମେଳା ୨୩ ତାରିଖରେ ପୁରୀ ସରକାରୀ ଆଇଟିଆଇ ପରିସରରେ ଓ ୨୪ରେ ପିପିଲି କଲେଜଠାରେ ପୂର୍ବାହ୍ନ ୯ଟା ସମୟରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୁବାସଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରତିଷ୍ଠିତ ୨୨ଟି ବେସରକାରୀ ସଂସ୍ଥାର ନିଯୁକ୍ତି ଦାତାମାନେ ଯୋଗଦେଇ ଆଶାୟୀ କୁଶଳୀ ଓ ଅଣକୁଶଳୀ ପ୍ରାର୍ଥୀମାନଙ୍କୁ ଚୟନ କରିବେ । ଏତଦ୍ ବ୍ୟତୀତ ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥାମାନେ ମଧ୍ୟ ଯୋଗଦେବେ । ଏହି ସଂସ୍ଥାମାନେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବେ । ମେଳାରେ ନିଯୁକ୍ତି ଆଶାୟୀ ପଞ୍ଚମ ଶ୍ରେଣୀ ପାସଠାରୁ ସ୍ନାତକ ପାସ ପର୍ଯ୍ୟନ୍ତ ଏବଂ ଆଇଟିଆଇ, ଡିପ୍ଲୋମା ପାସ ଆଶାୟୀ ପ୍ରାର୍ଥୀ, ପ୍ରାର୍ଥୀନିମାନେ ଯେଉଁମାନଙ୍କ ବୟସ ୧୮ ବର୍ଷରୁ ୩୫ବର୍ଷ ମଧ୍ୟରେ ସେମାନେ ଯୋଗଦେଇ ଏହାର ସୁଯୋଗ ନେବା ପାଇଁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, କନିଷ୍ଠ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତିଆ ଓ ଜିଲ୍ଲା ନିୟୋଜନ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ।
2022-11-28T08:51:05Z
https://www.prameya.com/a-small-job-fair-will-be-held-on-the-23rd-and-24th/
OSCAR-2301
ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ଭିନ୍ନ ଧରଣର ହୋଇଥାଏ। ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି। ତେବେ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ।ଏମିତି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ। ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ଆମେ ସେମାନଙ୍କ କାର୍ଯ୍ୟ କଲାପରେ ବହୁତ୍ ଖୁସି ହୋଇଥାଉ। କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। ଯାହାବି ହେଉ ପିଲା ମାନଙ୍କ କଥା ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ। ଏହା ମଧ୍ଯ ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି। ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି। ସେହିପରି ଏଠାରେ ଏହି ଘଟଣାରେ ଛୋଟ ଝିଅ ଟିଏ ଶାଢ଼ୀ ପିନ୍ଧି ଯେମିତି ଅଭିନୟ ଦେଖାଉଛି ତାକୁ ଦେଖିଲେ ଆପଣ ହସି ହସି ଗଡି ଯିବେ। ଘରର ସମସ୍ତ ସଦସ୍ୟ ଙ୍କ ବିଷୟରେ ମାଉସୀ ଚରିତ୍ରରେ ଅଭିନୟ କରୁଥିବା ଏହି ଝିଅଟି ଯାହା କହୁଛି ତାକୁ ଶୁଣିଲେ ଆପଣ ବି ଅବାକ୍ ହୋଇଯିବେ। ତାଙ୍କୁ ଜଣେ ମହିଳା କଣ ପଚାରୁଛନ୍ତି ଏବଂ ସେ କଣ ଉତ୍ତର ଦେଉଛନ୍ତି ତାହା ଶୁଣନ୍ତୁ। ଯେମିତି ତାଙ୍କର ପରିବାର, ଘର ସଂସାର କୁ ନେଇକି ବହୁତ୍ ଅନୁଭୂତି ରହିବା ଭଳି ପିଲାଟିର କଥାରୁ ଲାଗୁଛି। ଏହାକୁ ଦେଖି ଲୋକେ ବହୁତ୍ ଉପଭୋଗ କରୁଛନ୍ତି।ପୁଅ ଓ ବୋହୂ କଥା ଓ ଝିଅ ଓ ଜୁଆଇ କଥା ମଧ୍ୟ କହି ବହୁତ୍ ଭଲ ଅଭିନୟ କରିଛନ୍ତି କୁନି ମାଉସୀ । 0 20 Share FacebookTwitterGoogle+ReddItWhatsAppPinterestEmail Prev Post Diabetes Treatment – ମାତ୍ର ୭ ଦିନରେ( ଡାଇବେଟିସ୍ ) ସୁଗାର ୩୮୦ ହେଉ ବା ୪୮୦, ବହୁବର୍ଷ ପୁରୁଣା ହେଲେବି ଶେଷ ହେବ |କରନ୍ତୁ ଏହି ଉପଚାର….. Next Post ଦେଖନ୍ତୁ ଟ୍ରେନ୍‌ ଦୁର୍ଘଟଣାର Live ଭିଡ଼ିଓ -ଉଦ୍ଧାର ବେଳର ଲୋମଟାଙ୍କୁରା ଦୃଶ୍ୟ ଭିଡିଓ ଦେଖିଲେ ଆପଣ ବି କାନ୍ଦିପକାଇବେ….Train Mishap
2022-12-03T18:47:48Z
https://sudarsankhabar.com/mau-sin-kataha-suna-lapa-re/
OSCAR-2301
(୧) ସନ୍ଧାନର ଶେଷ ପ୍ରୟାସ ଅନେକ ବରଷର ଅବସୋସ : ପୃଥିବୀ ପ୍ରସିଦ୍ଧ ବାଲିଯାତ୍ରା କଟକର ଗଡ଼ଗଡ଼ିଆ ଘାଟ-ମହାନଦୀର ତଟଦେଶରେ ପ୍ରତିବର୍ଷ ଅନୁଷ୍ଠିତ ହୁଏ । ଷୋଡଶ ଶତାବ୍ଦୀରୁ ଏଯାବତ୍ ଏହା କାର୍ତ୍ତିକ ... ସମ୍ପୂର୍ଣ୍ଣ ପଢନ୍ତୁ ଗଳ୍ପ-କବିତା କ’ଣ ଭାବୁଛ ହୋ ଭୋଳାନାଥ… ଆଉ କି ଫେରିବ ଗଲାଦିନ… ସ୍ରଷ୍ଟା: କିଶୋର ଆକାଶ December 3, 2019 ଜୀବନ ଜ୍ୟାମିତି : ଯାହାକୁ ଯେମିତି ରାଜଧାନୀ ଭୁବନେଶ୍ୱରରେ ଫାଷ୍ଟପୋଷ୍ଟିଂ ଅର୍ଡର ପାଇ ଗୌତମ ହୋଇ ଉଠିବ ଆନନ୍ଦରେ ଆତ୍ମହରା । ଯା’ ହେଲେ ବି ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଠାଣି-ବାଣୀ-ଚାହାଣୀ ଅଲ୍ଗା/ନିଆରା ...
2022-12-05T23:53:05Z
https://sobhana.in/author/kishorakash/
OSCAR-2301
ନୂଆଦିଲ୍ଲୀ: ଦେଶ ଆଜି 73 ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଉପଲକ୍ଷେ ରାଜଧାନୀ ଦିଲ୍ଲୀର ରାଜପଥରେ ଜାତୀୟ ସ୍ତରର ପତାକା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ଭାବରେ ଦେଶ ସ୍ୱାଧୀନତାର 75 ତମ ବର୍ଷ ପାଳନ କରୁଥିବାରୁ ଏହି ବର୍ଷ ଗଣତନ୍ତ୍ର ଦିବସ ଉତ୍ସବର ବିଶେଷ ମହତ୍ତ୍ବ ରହିଛି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିବା ସହିତ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ରାଜପଥରେ ପରେଡ ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ନୂତନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ସମାଜର ଯେଉଁମାନେ ସାଧାରଣତଃ ପ୍ୟାରେଡ୍ ଦେଖନ୍ତି ନାହିଁ ସେହିମାନଙ୍କୁ ଏଥର ସୁଯୋଗ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରେ ଅଟୋ ରିକ୍ସା ଡ୍ରାଇଭର, ଶ୍ରମିକ, ପରିମଳ କର୍ମଚାରୀ ଏବଂ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମୀଙ୍କୁ ପରେଡ ଦେଖିବା ପାଇଁ ବିଶେଷ ନିମନ୍ତ୍ରଣ କରାଯାଇଛି। ଆଜାଦୀର ଅମୃତ ମହୋତ୍ସବର ଅଂଶ ଭାବରେ ଚଳିତ ବର୍ଷ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ଭାରତର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା ଚିତ୍ରିତ ହୋଇଥିଲା। ଏହି ବର୍ଷ ପ୍ୟାରେଡ୍ ସକାଳ 10 ଟା ପରିବର୍ତ୍ତେ 10.30 ରେ ଆରମ୍ଭ ହୋଇଥିଲା। ପ୍ୟାରେଡ ରାଇସିନା ହିଲ୍ସରୁ ଆରମ୍ଭ ହୋଇ ରାଜପଥ, ଇଣ୍ଡିଆ ଗେଟ୍ ଦେଇ ଜାତୀୟ ଷ୍ଟାଡିୟମକୁ ଯିବାବେଳେ ରାଜ୍ୟ, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ତୋରଣ ଲାଲକିଲ୍ଲାକୁ ଯାଇଥିଲା। 1950 ମସିହାରୁ ଆଜି ପର୍ଯ୍ୟନ୍ତ ସୈନିକମାନେ ପିନ୍ଧିଥିବା ବିଭିନ୍ନ ପୋଷାକରେ ପ୍ୟାରେଡରେ ସେନା କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା। ପ୍ୟାରେଡରେ ମୋଟ 16 ଟି ସ୍କ୍ୱାର୍ଡ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ସେନା ପକ୍ଷରୁ ଛଅ ଜଣ, ନୌସେନା ଏବଂ ବାୟୁସେନା ମଧ୍ୟରୁ ପ୍ରତ୍ୟେକ, ଚାରିଜଣ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଗୋଟିଏ ଦିଲ୍ଲୀ ପୋଲିସ, ଦୁଇଜଣ ଏନସିସି ଏବଂ ଗୋଟିଏ ଏନଏସଏସ ଟ୍ରୁପ ଅନ୍ତର୍ଭୁକ୍ତ। ରାଜ୍ୟ ତଥା ୟୁନିଅନ ଅଞ୍ଚଳରୁ 12 ଟି ଟେବୁଲ୍ୟୁ ଏବଂ ମନ୍ତ୍ରଣାଳୟ ଏବଂ ବିଭାଗର ନଅଟି ଟେବଲ୍ୟୁ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିଛନ୍ତି। ଏଥିମଧ୍ୟରେ ମହାରାଷ୍ଟ୍ରର ଜୈବ ବିବିଧତା, ଗୋଆର ଐତିହ୍ୟ, କର୍ଣ୍ଣାଟକର ପାରମ୍ପାରିକ ହସ୍ତତନ୍ତ, କାଶୀ ବିଶ୍ୱନାଥ ଧାମ, ଗୁଜୁରାଟର ଆଦିବାସୀ ବିପ୍ଳବୀ, ଜଳ ଜୀବନ ମିଶନ, ଉଦୟ, ଶ୍ରୀ ଅରୋବିନ୍ଦୋଙ୍କ 150 ବର୍ଷ, ନେତାଜୀ ସୁଭାଷ ବୋଷଙ୍କର 125 ବର୍ଷ, ଜାତୀୟ ଶିକ୍ଷା ନୀତି ଅନ୍ତର୍ଭୁକ୍ତ। ବନ୍ଦେ ମାତରମ୍ ନୃତ୍ୟ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ 480 କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଉଚ୍ଚ ପ୍ରଶିକ୍ଷିତ ଫ୍ଲାଇପ୍ୟାଷ୍ଟରେ ବାୟୁସେନାର 75 ବିମାନ ଏବଂ ହେଲିକପ୍ଟର ସାମିଲ ହୋଇଥିଲା। ରାଫାଲେ, ସୁଖୋଇ, ଜାଗୱାର, ମି -17, ସାରଙ୍ଗ, ଆପାଚେ, ଡାକୋଟା ଭଳି ବିମାନ ଏବଂ ହେଲିକପ୍ଟରଗୁଡ଼ିକ ତ୍ରିଶୂଲ, ତିରଙ୍ଗା, ବିଜୟ, ଏକ୍ଲାଭିଆ, ରାହତ ଏବଂ ଅମୃତ ପରି ବିଭିନ୍ନ ସଂରଚନା ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଜାତୀୟ ସଂଗୀତ ଏବଂ ତ୍ରିକୋଣୀୟ ବେଲୁନ୍ ଉଡ଼ିବା ସହିତ ସମାପ୍ତ ହୋଇଥିଲା। ରାଜପଥ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଚେହେରା ଚିହ୍ନଟ ପ୍ରଣାଳୀ ସହିତ 300 ସିସିଟିଭି କ୍ୟାମେରା ଲଗାଯାଇଛି। Tags ଗଣତନ୍ତ୍ର ଦିବସ, ଜାତୀୟ ସ୍ତରର ପତାକା ଉତ୍ତୋଳନ Categories ଆଜିର ଖବର ରାଜ୍ୟ ଖବର ଭୁବନେଶ୍ବରରେ ରାଜ୍ୟପାଳ କଲେ ପତାକା ଉତ୍ତୋଳନ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Post author By Samikhsya Bureau Post date January 26, 2022 ଭୁବନେଶ୍ବରରେ ରାଜ୍ୟପାଳ କଲେ ପତାକା ଉତ୍ତୋଳନ, ମୁଖ୍ୟମନ୍ତ୍ରୀ ହେଲେ ମୁଖ୍ୟ ଅତିଥୀ ଭୁବନେଶ୍ବର: ଆଜି 73 ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ବରର ଗାନ୍ଧୀମାର୍ଗରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା କଟକଣା ଯୋଗୁଁ ଏଥର ପରେଡ ଉତ୍ସବକୁ କାଣ୍ଟଛାଟ କରାଯାଇଛି। ଏଥର ପରେଡରେ ମୋଟ 10ଟି କଣ୍ଟିଜେଣ୍ଟ ଭାଗ ନେଇଥିଲେ। ଏଥିରେ ସିଆରପିଏଫ, ଏସଓଜି, ଅଗ୍ନିଶମ ଏବଂ ଓଡ୍ରାଫ ଟିମକୁ ଭାଗ ନେବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ ବାରଣ କରାଯାଇଥିଲା। Tags ଗଣତନ୍ତ୍ର ଦିବସ, ଜାନୁୟାରୀ ୨୬ ତାରିଖ, ସାଧାରଣତନ୍ତ୍ର ଦିବସ Categories ଆଜିର ଖବର ରାଜ୍ୟ ଖବର ୭୩ ତମ ଗଣତନ୍ତ୍ର ଦିବସ: ଭୁବନେଶ୍ଵରରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ Post author By Samikhsya Bureau Post date January 26, 2022 ଭୁବନେଶ୍ବର: ଦେଶ ଆଜି ୭୩ ତମ ଗଣତନ୍ତ୍ର ଦିବସ ପାଳନ କରୁଛି, ଏହି ଅବସରରେ ଯେଉଁମାନେ ଦେଶ ପାଇଁ ଜୀବନ ଦେଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ଦେଶର ରାଜନୈତିକ ଦଳର ମୁଖ୍ୟମାନେ ନିଜ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରି ଜାତୀୟ ପତାକାକୁ ଅଭିବାଦନ ଜଣାଇଛନ୍ତି। ଗଣତନ୍ତ୍ର ଦିବସରେ ଭୁବନେଶ୍ୱରରେ ଓଡିଶା ରାଜ୍ୟପାଳ ଗଣେଶ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଜଣାଇଛନ୍ତି। ମହାରାଷ୍ଟ୍ରର ନାଗପୁରର ଆରଏସଏସ ମୁଖ୍ୟାଳୟରେ ମହାନଗର ସଂଗଠକ ରାଜେଶ ଲୋୟା ଜାତୀୟ ପତାକା ଉତ୍ତୋଳନ କରିଥିଲେ। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମଧ୍ୟ ତିରୁବନନ୍ତପୁରମରେ ଜାତୀୟ ପତାକା ଉତ୍ତୋଳନ କରି ତ୍ରିରଙ୍ଗାକୁ ଅଭିବାଦନ ଜଣାଇଛନ୍ତି। ଏଥି ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଆଜି ପାଟନାରେ ଥିବା ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ତ ନାଗରିକ ଓ ଅନୁଷ୍ଠାନଗୁଡ଼ିକ ପୂର୍ଣ୍ଣ ଉତ୍ସାହ ସହିତ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ହିମବୀର ଯବାନମାନେ -୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ୧୫ ହଜାର ଫୁଟ ଉଚ୍ଚତାରେ ଲଦାଖରେ ଭାରତର ୭୩ ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ଅନ୍ୟ ପଟେ, ଉତ୍ତରାଖଣ୍ଡର କୁମାଓଁ ଅଞ୍ଚଳରେ, ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ଯବାନମାନେ ୧୨ ହଜାର ଫୁଟ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କରିଥିଲେ ଏବଂ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। Tags ଉତ୍ତୋଳନ କଲେ, ଗଣତନ୍ତ୍ର ଦିବସ, ଜାତୀୟ ପତାକା, ଭୁବନେଶ୍ଵର, ରାଜ୍ୟପାଳ ଗଣେଶୀ ଲାଲ Categories ବିଶେଷ ଖବର ୭୩ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାର୍ତ୍ତା Post author By Samikhsya Bureau Post date January 25, 2022 ନୂଆଦିଲ୍ଲୀ: ୭୩ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦେଶବାସୀଙ୍କୁ ଦେଇଥିବା ବାର୍ତ୍ତା ବିଷୟରେ ଉଲ୍ଲେଖ କରାଯାଇଛି। ତେସ୍ତରୀ ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶ ବିଦେଶରେ ରହୁଥିବା ଆପଣମାନଙ୍କୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହି ଦିବସ ଆମ ସମସ୍ତଙ୍କ ପାଇଁ ସମାନ ଏବଂ ଏହା ଆମର ଭାରତୀୟତାର ପ୍ରତୀକ ହୋଇଥିବାରୁ ଏହାକୁ ପାଳନ କରିବାର ଆବଶ୍ୟକତା ଅପରିହାର‌୍ୟ୍ୟ। ୧୯୫୦ର ଏହି ଦିବସରେ ଆମ ରାଷ୍ଟ୍ରୀୟତାର ପବିତ୍ର ସାରାଂଶ ଏକ ଆନୁଷ୍ଠାନିକ ରୂପ ନେଇଥିଲା। ସେହିଦିନ ଭାରତ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ପ୍ରତିଷ୍ଠିତ ହୋଇ, “ଆମେ ଭାରତବାସୀ” ଏହାର ସମ୍ବିଧାନକୁ ପ୍ରବର୍ତ୍ତନ କରିଥିଲୁ। ଆମ ଗଣତନ୍ତ୍ରର ବିବିଧତା ଓ ସ୍ପନ୍ଦନ ସାରା ବିଶ୍ୱ ଦ୍ୱାରା ସ୍ୱୀକୃତ। ଏକ ରାଷ୍ଟ୍ର ହିସାବରେ ଏକତାର ଚେତନାରେ ଆମେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଉତ୍ସବ ପାଳନ କରି ଆସୁଛୁ। ମହାମାରୀର ପ୍ରଭାବ ଯୋଗୁଁ ଚଳିତ ବର୍ଷର ଗଣତନ୍ତ୍ର ଦିବସ ଉତ୍ସବ ପ୍ରଭାବିତ ହୋଇଥିଲେ ମଧ୍ୟ ଏହାର ଉତ୍ସାହ ପୂର୍ବଭଳି ରହିଛି। ୨) ଏହି ଅବସରରେ ଆସନ୍ତୁ ଆମର ସେହି ମହାନ୍ ମୁକ୍ତି ସଂଗ୍ରାମୀମାନଙ୍କୁ ସ୍ମରଣ କରିବା। ସେମାନେ ସ୍ୱରାଜ ପ୍ରତିଷ୍ଠା ଲକ୍ଷ୍ୟରେ ଅତୁଳନୀୟ ସାହସ ପ୍ରଦର୍ଶନ କରି ଲୋକଙ୍କ ମନରେ ସଂଗ୍ରାମର ବହ୍ନି ସୃଷ୍ଟି କରିଥିଲେ। ଦୁଇଦିନ ତଳେ ଜାନୁୟାରୀ ୨୩ତାରିଖରେ, ଆମେ ସମସ୍ତେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କରିଛୁ। ସେ ଥିଲେ ‘ଜୟହିନ୍ଦ’ ସମ୍ବୋଧନର ସ୍ରଷ୍ଟା ଏବଂ ଏହାକୁ ସେ ବିଧିବଦ୍ଧଭାବେ କାର‌୍ୟ୍ୟରେ ରୂପାୟିତ କରିଥିଲେ। ସ୍ୱାଧୀନତା ପାଇଁ ତାଙ୍କ ଅନ୍ୱେଷଣ ଓ ଭାରତକୁ ଗର୍ବିତ କରିବାର ଅଭିଳାଷ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରେ। ୩) ଆମ ସମ୍ବିଧାନ ପ୍ରଣୟନ ସଭା ଯେଉଁ ନଥି ପ୍ରସ୍ତୁତ କରିଛି ତାହାର ପ୍ରସ୍ତୁତିରେ ସେହି ସମୟର ଶ୍ରେଷ୍ଠତମ ମସ୍ତିଷ୍କମାନ ନିୟୋଜିତ ହୋଇଥିଲା। ସେଥିପାଇଁ ଆମେ ବିଶେଷ ଭାଗ୍ୟବାନ। ସେମାନେ ଆମ ମୁକ୍ତି ସଂଗ୍ରାମର ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ଦୀର୍ଘ ବର୍ଷ ପରେ ଭାରତର ଆତ୍ମାର ପୁନଃ ଜାଗରଣ ହୋଇଥିଲା ଏବଂ ସେହି ଅନନ୍ୟ ପୁରୁଷ ଓ ମହିଳାମାନେ ଏକ ନୂଆ ପ୍ରଭାତର ଅଗ୍ରଦୂତ ଥିଲେ। ସେମାନେ ସମ୍ବିଧାନର ପ୍ରତ୍ୟେକ ଧାରା ଉପଧାରାକୁ ତନ୍ନତନ୍ନ କରି ଆଲୋଚନା କରିବା ସହିତ ସବୁ ବାକ୍ୟାଂଶ, ଶବ୍ଦକୁ ଜନସାଧାରଣଙ୍କ ପକ୍ଷରୁ ପରଖି ଦେଖିଥିଲେ। ସମ୍ବିଧାନର ଚିଠା ପ୍ରସ୍ତାବ ଉପରେ ପ୍ରାୟ ଦୀର୍ଘ ୩ବର୍ଷ କଳା ବିଚାର ଆଲୋଚନା ଓ ମନ୍ଥନ କରାଯାଇଥିଲା। ଅବଶେଷରେ ଡକ୍ଟର ବାବାସାହେବ ଆମ୍ବେଦକର ସମ୍ବିଧାନ ଲେଖନ କମିଟିର ଅଧ୍ୟକ୍ଷଭାବେ ଏହାର ଚୂଡାନ୍ତ ଚିଠା ପ୍ରସ୍ତୁତ କରିଥିଲେ। ତାହାହିଁ ଶେଷରେ ସମ୍ବିଧାନର ମୂଳ ନଥି ପାଲଟିଥିଲା। ୪) ସମ୍ବିଧାନରେ ରାଷ୍ଟ୍ରର କାର‌୍ୟ୍ୟ ସମ୍ପର୍କରେ ଯେଉଁ ସବିଶେଷ ଉଲ୍ଲେଖ ରହିଛିି ତାହା ବେଶ୍ ଦୀର୍ଘ। ସମ୍ବିଧାନର ମୁଖ୍ୟବନ୍ଧରେ ରାଷ୍ଟ୍ର ଶାସନର ନିର୍ଦ୍ଦେଶାବଳୀ ସଂକ୍ଷେପରେ ଉଲ୍ଲେଖ କରାଯାଇଛି। ସେଥିରେ ଗଣତନ୍ତ୍ର, ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱ ନୀତି ଗୁରୁତ୍ୱ ପାଇଛି। ଏହି ସବୁ ନୀତିକୁ ଆଧାର କରି ଆମ ସାଧାରଣତନ୍ତ୍ର ଦଣ୍ଡାୟମାନ ହୋଇଛି। ଏହିସବୁ ମୂଲ୍ୟବୋଧର ଆମେ ସାମୂହିକ ଉତ୍ତରାଧିକାରୀ। ୫) ନାଗରିକଙ୍କ ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ଆଧାରରେ ଏସବୁ ମୂଲ୍ୟବୋଧ ଆମ ସମ୍ବିଧାନରେ ଅଗ୍ରାଧିକାର ପାଇଛି। ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଉଭୟପାର୍ଶ୍ଵ। ସମ୍ବିଧାନରେ ଉଲ୍ଲେଖିତ ମୌଳିକ କର୍ତ୍ତବ୍ୟର ପରିପାଳନ ମାଧ୍ୟମରେ ମୌଳିକ ଅଧିକାର ଉପଯୋଗ କରିବାର ଉପଯୁକ୍ତ ବାତାବରଣ ସୃଷ୍ଟି ହୋଇଥାଏ। ରାଷ୍ଟ୍ରୀୟ ସେବା ପାଇଁ ପ୍ରଦତ୍ତ ଆହ୍ୱାନରେ ଅନୁପ୍ରାଣିତ ହୋଇ କୋଟି କୋଟି ଦେଶବାସୀ ଜାତୀୟ ମୌଳିକ କର୍ତବ୍ୟ ସମ୍ପାଦନ ମାଧ୍ୟମରେ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିଛନ୍ତି। ସେମାନଙ୍କ ଉଦ୍ୟମରେ କୋଭିଡ ଟିକାକରଣ ଅଭିଯାନ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଛି। ଏହିସବୁ ଅଭିଯାନର ସଫଳତାର ଶ୍ରେୟ ଅନେକାଂଶରେ ଆମ ଦାୟିତ୍ୱସମ୍ପନ୍ନ ନାଗରିକଙ୍କର। ମୁଁ ନିଶ୍ଚିତ ଯେ ଆମ ଜନତା ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ସବୁ ଅଭିଯାନକୁ ଆଗକୁ ନିରନ୍ତର ସୁଦୃଢ ଓ ବ୍ୟାପକ କରିବେ ଏବଂ ଏଥିରେ ସମାନ ଉତ୍ସର୍ଗୀକୃତ ମନୋଭାବ ନେଇ ସକ୍ରିୟତାର ସହ ସାମିଲ ହେବେ। ୬) ୧୯୪୯ ନଭେମ୍ବର ୨୬ତାରିଖରେ ଭାରତର ସମ୍ବିଧାନ ଗୃହୀତ ଓ ବୈଧିକୃତ ହୋଇଥିଲା। ସେହି ଦିବସଟିକୁ ଏବେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି। ତେବେ ଏହାର ପ୍ରବର୍ତ୍ତନ ଦୁଇମାସ ପରେ ହୋଇଥିଲା। ଏହା କରିବା ପଛରେ ଉଦ୍ଦେଶ୍ୟ ଥିଲା ୧୯୩୦ର ସେହି ଦିନର ସଂକଳ୍ପକୁ ମନେ ରଖିବା। ୧୯୩୦ରୁ ୧୯୪୭ଯାଏ ପ୍ରତିବର୍ଷ ଜାନୁୟାରୀ ୨୬କୁ ପୂର୍ଣ୍ଣ ସ୍ୱରାଜ ଦିବସଭାବେ ପାଳନ କରାଯାଉଥିଲା। ସେହି ଦିନଟିକୁ ବାଛି ସମ୍ବିଧାନକୁ ପ୍ରବର୍ତ୍ତନ କରିବାର ନିଷ୍ପତ୍ତି ହୋଇଥିଲା। ୭) ପୂର୍ଣ୍ଣ ସ୍ୱରାଜ କିପରି ପାଳନ କରାଯିବା ଉଚିତ ସେ ବିଷୟରେ ମହାତ୍ମା ଗାନ୍ଧୀ ୧୯୩୦ରେ ଲେଖିଥିଲେ। ତାଙ୍କ ଲେଖାକୁ ମୁଁ ଉଦ୍ଧାର କରୁଛି। ସେ ଲେଖିଥିଲେ, “ ମନେରଖ, ଆମେ ଯେହେତୁ ଆମର ଲକ୍ଷ୍ୟ ଅହିଂସା ଓ ସତ୍ୟ ମାର୍ଗରେ ହାସଲ କରିବାକୁ ଆଗ୍ରହୀ ଥିଲୁ , ସେଥିପାଇଁ ଆମକୁ ଆତ୍ମଶୁଦ୍ଧି ମାଧ୍ୟମରେ କାର‌୍ୟ୍ୟ କରିବାକୁ ପଡିବ। ଅତଏବ ଆମେ ଏହି ଦିବସଟିକୁ ସେଭଳି କିଛି ଗଠନମୂଳକ କାମରେ ଆମ କ୍ଷମତା ମୁତାବକ ବିନିଯୋଗ କରିବା ଆବଶ୍ୟକ।” ୮) କହିବା ଅନାବଶ୍ୟକ ଯେ ଗାନ୍ଧିଜୀଙ୍କ ପରାମର୍ଶ ଶାଶ୍ୱତ। ଆଜି ମଧ୍ୟ ସେ ଆମକୁ ସେହିଭଳି ଗଣତନ୍ତ୍ର ଦିବସ ପାଳନ କରିବାକୁ କହିଥାନ୍ତେ। ଅନ୍ତର୍ଦୃଷ୍ଟି ଓ ଆତ୍ମସମୀକ୍ଷା ମାଧ୍ୟମରେ ଉତ୍ତମ ମଣିଷ ହୋଇ ତା’ପରେ ବାହାରକୁ ଦେଖିବାକୁ, ଅନ୍ୟ ସହିତ ହାତ ମିଳାଇବାକୁ ଏବଂ ଉତ୍ତମ ଭାରତ, ଉତ୍ତମ ପୃଥିବୀ ନିର୍ମାଣରେ ଅବଦାନ ରଖିବାକୁ ସେ ଆମକୁ କହିଥିଲେ। ପ୍ରିୟ ଦେଶବାସୀ ୯) ଏବେ ସମଗ୍ର ବିଶ୍ୱ ଯେପରି ସହାୟତା ଲୋଡୁଛି ଆଗରୁ ସେମିତି କେବେ ହୋଇ ନ ଥିଲା। ଦୁଇବର୍ଷରୁ ଅଧିକ ସମୟ ଧରି ସମଗ୍ର ମାନବଜାତି କରୋନା ଭୂତାଣୁ ସହିତ ଲଢେଇ କରୁଛି। ଏଥିରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଇଛି। ବିଶ୍ୱ ଅର୍ଥନୀତି ଉପରେ ଏହାର ଗୁରୁତର କୁପ୍ରଭାବ ପଡିଛି। ସାରା ପୃଥିବୀ ଅଭୂତପୂର୍ବ ଦୁଃଖ ଓ ଦୁର୍ଦ୍ଦଶା ଭୋଗୁଛି। ତୁହାକୁ ତୁହା ନୂଆ ପ୍ରଜାତିର କରୋନା ଭୂତାଣୁ ନୂଆ ନୂଆ ସଙ୍କଟ ସୃଷ୍ଟି କରୁଛି। ଏହା ସମଗ୍ର ମାନବଜାତି ପାଇଁ ଏକ ଅସାଧାରଣ ଆହ୍ୱାନ। ୧୦) ଭାରତରେ ମହାମାରୀ ପରିଚାଳନା ବିଶେଷ ଜଟିଳ ହେବା ପ୍ରାୟ ନିଶ୍ଚିତ ଥିଲା। ଆମର ବିପୁଳ ଜନସଂଖ୍ୟା ଓ ଉଚ୍ଚ ବିକାଶଶୀଳ ଅର୍ଥନୀତି ଦୃଷ୍ଟିରୁ ଏହି ଅଦୃଶ୍ୟ ଶତ୍ରୁର ମୁକାବିଲା ପାଇଁ ଆମ ପାଖରେ ଆବଶ୍ୟକ ସମ୍ବଳ ଓ ଭିତ୍ତିଭୂମିର ଅଭାବ ରହିଥିଲା। ମାତ୍ର ଏଭଳି ଏକ ଜଟିଳ ସମୟରେ ହିଁ ଆମ ରାଷ୍ଟ୍ରର ସହନଶୀଳତା ଓ ସାମର୍ଥ୍ୟ ଉକୁଟି ଉଠିଲା। କରୋନା ଭୂତାଣୁ ବିରୋଧରେ ଆମେ ଅତୁଳନୀୟ ସଂକଳ୍ପ ପ୍ରଦର୍ଶନ କରି ଏହାର ମୁକାବିଲା କରିଛୁ ବୋଲି ମୁଁ ଗର୍ବର ସହ କହୁଛି। ପ୍ରଥମବର୍ଷରେ ହିଁ ଆମେ ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ବଢାଇବା ସହିତ ଦ୍ୱିତୀୟ ବର୍ଷରେ ନିଜ ଦେଶରେ ଟିକା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଥିଲୁ। ଏହା ସହିତ ବିଶ୍ୱ ଇତିହାସର ସର୍ବବୃହତ୍ ଟିକାଦାନ ଅଭିଯାନ ଆରମ୍ଭ କରିଥିଲୁ। ଆମ ଦେଶରେ ଏବେ କରୋନା ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି। ମହାମାରୀ ସମୟରେ ଆମେ ବିଭିନ୍ନ ଦେଶକୁ ଟିକା, ଔଷଧପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବାରେ ସକ୍ଷମ ହୋଇଛୁ। ଭାରତର ଏହି କାର‌୍ୟ୍ୟକୁ ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ପ୍ରଶଂସା କରିଛନ୍ତି। ୧୧) କରୋନା ଭୂତାଣୁ ନୂଆ ନୂଆ ରୂପରେ ଆସୁଥିବାରୁ ଆମକୁ ବିପତିର ସମ୍ମୁଖୀନ ହେବାକୁ ଅବଶ୍ୟ ପଡିଛି। ଅଗଣିତ ପରିବାର ଏଇ ବିପତ୍ତିକାଳରେ ଅତ୍ୟନ୍ତ କଷ୍ଟକର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଆମର ଏହି ସାମୁହିକ ଆଘାତ ଓ କ୍ଷତିକୁ ବର୍ଣ୍ଣନା କରିବାକୁ ଭାଷା ନାହିଁ। ସବୁଠୁ ବଡ ଆଶ୍ୱାସନାହେଲା ଏହି ସାମୁହିକ ବିପର‌୍ୟ୍ୟୟ ମଧ୍ୟରେ ଅନେକ ଜୀବନ ରକ୍ଷା କରାଯାଇପାରିଛି। ଏବେ ମଧ୍ୟ ମହାମାରୀ ବ୍ୟାପି ରହିଥିବାରୁ ଆମକୁ ସତର୍କ କରିବାକୁ ପଡିବ ଏବଂ ଏଥିରେ କୌଣସି ଢିଲା ଦେବାର ଅକକାଶ ନାହିଁ। ଆମେ ଏଯାଏ ଯେଉଁସବୁ ସତର୍କତା ଅବଲମ୍ବନ କରିଆସିଛୁ ତାହାକୁ ବଜାୟ ରଖିବାକୁ ପଡିବ। ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ରକ୍ଷା କୋଭିଡ ନୀତି ନିୟମପାଳନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଆମ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏହି ମହାମାରୀ ସମୟରେ ଆମକୁ ଯେଉଁସବୁ ସତର୍କତା ପାଳନ କରିବାକୁ ପରାମର୍ଶ ଦେଉଛନ୍ତି ତାହାକୁ ପାଳନ କରିବା ପ୍ରତ୍ୟେକ ନାଗରିକଙ୍କ ଏକ ଜାତୀୟ କିର୍ତ୍ତବ୍ୟ। ଏହି ସଂକଟର ଅବସାନ ହେବାଯାଏ ଆମକୁ ଏହି କର୍ତ୍ତବ୍ୟ ପାଳନ କରିବାକୁ ହେବ। ୧୨) ଏକ ସଙ୍କଟ ସମୟରେ ଆମେ ସବୁ ଭାରତୀୟ ଗୋଟିଏ ପରିବାର ଭଳି ପରସ୍ପର ସହିତ ଯେପରି ଯୋଡି ହୋଇପାରିଛୁ ତାହା ମଧ୍ୟ ପ୍ରଶଂସାଯୋଗ୍ୟ। ସାମାଜିକ ଦୂରତା ରକ୍ଷାର ସମୟ ଆମକୁ ପରସ୍ପର ମଧ୍ୟରେ ଅଧିକ ନିକଟତର ଓ ନିବିଡ କରିଛି। ପରସ୍ପର ଉପରେ ନିର୍ଭର କରିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ଅନୁଭବ କରିଛୁ। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀମାନେ ମହାମାରୀ ଆହ୍ୱାନର ମୁକାବିଲା କରିବାରେ ଯଥାର୍ଥ ଅବଦାନ ରଖିଛନ୍ତି। ସେମାନେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ନିଜ ଜୀବନକୁ ବିପନ୍ନ କରି ଦୀର୍ଘ ସମୟ ଯାଏ ରୋଗୀସେବା କରିଛନ୍ତି। ଅନ୍ୟମାନେ ମଧ୍ୟ ଦେଶକୁ ଗତିଶୀଳ ଅବସ୍ଥାରେ ରଖିବାକୁ ସମର୍ଥ ହୋଇଛନ୍ତି। ଯୋଗାଣ ଶୃଙ୍ଖଳ ଓ ସେବାକୁ ପାରୁ ପର‌୍ୟ୍ୟନ୍ତ ଅବ୍ୟାହତ ରଖିବାରେ ସମ୍ପୃକ୍ତ କର୍ମଚାରୀ ସଫଳତା ଲାଭ କରିଛନ୍ତି। ଦେଶର ନେତୃମଣ୍ଡଳୀ, ନୀତି ନିର୍ମାତା, ପ୍ରଶାସକ ଓ ଅନ୍ୟମାନେ କେନ୍ଦ୍ରୀୟ ତଥା ପ୍ରାଦେଶିକସ୍ତରରେ ଏଥିରେ ସମୟୋଚିତ ସହଯୋଗ ରଖିଛନ୍ତି। ୧୩) ଏସବୁ ହସ୍ତକ୍ଷେପ ଓ ସହଯୋଗ ଯୋଗୁଁ ଗତବର୍ଷ ମନ୍ଥର ହୋଇଥିବା ଦେଶର ଅର୍ଥନୀତି ପୁନର୍ବାର ଗତିଶୀଳ ହୋଇଛି। ସକଳ ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଭାରତର ଅର୍ଥନୀତି ଚଳିତ ଆଥିକ ବର୍ଷରେ ଏକ ଆକର୍ଷଣୀୟ ହାରରେ ବୃଦ୍ଧି ପାଇବାକୁ ଯାଉଥିବା ଆମ ସାମୁହିକ ଚେତନା ଓ ଭାରତୀୟ ମିଳିତ ପ୍ରୟାସର ଏକ ବଳିଷ୍ଠ ପ୍ରମାଣ। ପୂର୍ବବର୍ଷ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାକୁ ଏହା ପ୍ରମାଣିତ କରୁଛି। ଦେଶର ଅର୍ଥନୀତିର ସବୁ କ୍ଷେତ୍ରରେ ସଂସ୍କାର ଆଣିବାକୁ ସରକାର ଅଦମ୍ୟ ପ୍ରୟାସ ଜାରି ରଖିଛନ୍ତିି। ଯେଉଁଠି ଆବଶ୍ୟକ ପଡୁଛି ସେଠାରେ ସରକାର ସହଯୋଗର ହାତ ବଢାଉଛନ୍ତି। କୃଷି ଓ ମାନୁଫ୍ୟାକଚରିଙ୍ଗ କ୍ଷେତ୍ରରେ ଉନ୍ନତି ଯୋଗୁଁ ଦେଶର ଅର୍ଥନୀତିରେ ଏହି ଆକର୍ଷଣୀୟ ପ୍ରଦର୍ଶନ ସମ୍ଭବ ହୋଇଛି। ଆମର ଚାଷୀ, ବିଶେଷକରି ଯୁବ କୃଷିଜୀବୀମାନେ ନିଜର ସ୍ୱଳ୍ପ ଜମିରେ ଆଗ୍ରହର ସହ ପ୍ରାକୃତିକ ଚାଷବାସ ଅଧିକରୁ ଅଧିକ କରୁଥିବା ଜାଣି ମୁଁ ଆନନ୍ଦିତ। ୧୪) ଲୋକଙ୍କୁ ରୋଜଗାର ଯୋଗାଣ ଓ ଅର୍ଥନୀତିକୁ ଗତିଶୀଳ କରିବାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଆମର ନବସୃଜନକାରୀ ଯୁବ ଉଦ୍ୟୋଗୀ ଷ୍ଟାର୍ଟଅପ ପରିବେଶର ଉପଯୋଗ କରି ସଫଳତାର ନୂଆ ବେଞ୍ଚମାର୍କ ସୃଷ୍ଟି କରିଛନ୍ତି। ଦେଶର ବିରାଟ ଓ ସୁଦୃଢ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ତାହାର ଏକ ବଳିଷ୍ଠ ଉଦାହରଣ। ଏହା ମାଧ୍ୟମରେ ପ୍ରତିମାସରେ ନିୟୁତ ନିୟୁତ ଡିଜିଟାଲ କାରବାର ହେଉଛି। ୧୫) ବଡ ଜନସଂଖ୍ୟାର ଲାଭ ଉଠାଇବା ପାଇଁ ସରକାର ନୂଆ ଜାତୀୟ ଶିକ୍ଷା ନୀତିରେ ଉପଯୁକ୍ତ ବାତାବରଣ ସୃଷ୍ଟି କରିଛନ୍ତି। ସେଥିରେ ପାରମ୍ପରିକ ମୂଲ୍ୟବୋଧ ଓ ଆଧୁନିକ କୌଶଳର ଯଥାର୍ଥ ସମ୍ମିଶ୍ରଣ ଘଟିଛି। ଆନନ୍ଦର କଥା ଯେ ଭାରତ ବିଶ୍ୱର ୫୦ ଅଗ୍ରଣୀ ଅର୍ଥନୀତି ମଧ୍ୟରେ ସ୍ଥାନିତ ହୋଇଛି। ଆହୁରି ସନ୍ତୋଷଜନକ ବିଷୟ ହେଲା ଆମେ ସାମଗ୍ରୀକ ସମାବେଶୀ ନୀତି କାର‌୍ୟ୍ୟକାରୀ କରୁଥିବାବେଳେ ମେଧା ଓ ପ୍ରତିଭାକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ। ଦେବୀ ଓ ସଜ୍ଜନ ୧୬) ଗତବର୍ଷ ଆମ କ୍ରୀଡାବିତ୍ମାନେ ଅଲିମ୍ପିକ୍ସରେ ସେମାନଙ୍କ ପ୍ରଦର୍ଶନ ଜରିଆରେ ଆମ ପାଇଁ ଗୌରବ ଓ ଆନନ୍ଦଆଣିଛନ୍ତି। ଏହି ଯୁବ ଚାମ୍ପିୟନମାନଙ୍କ ଆତ୍ମବିଶ୍ୱାସ କୋଟି କୋଟି ଲୋକଙ୍କୁ ଆଜି ଅନୁପ୍ରାଣିତ କରୁଛି। ୧୭) ବିଭିନ୍ନ କ୍ଷେତ୍ରରେ ଆମର ଲୋକମାନଙ୍କ ନିଜର ଅଙ୍ଗୀକାର ଓ ଶ୍ରମ ଦ୍ୱାରା ସମାଜ ଓ ଦେଶକୁ କିପରି ସୁଦୃଢ କରିଛନ୍ତି ତାହାର ଉଦାହରଣମାନ ମୁଁ ଗତ କେଇମାସ ମଧ୍ୟରେ ଲକ୍ଷ୍ୟ କରିଛି। ସେଥିମଧ୍ୟରୁ ମୁଁ ମାତ୍ର ଦୁଇଟି ଉଦାହରଣ ଦେବି। ଭାରତୀୟ ନୌବାହିନୀର ଏକ ଉତ୍ସର୍ଗୀକୃତ ଦଳ ଏବଂ କୋଚିନ ସିପିୟାର୍ଡ ଲିମିଟେଡ ଇତିମଧ୍ୟରେ ସ୍ୱଦେଶୀ ଜ୍ଞାନକୌଶଳରେ ବିମାନବାହୀ ଯୁଦ୍ଧ ଜାହାଜ ଆଇଏନଏସ୍ ବିକ୍ରାନ୍ତର ନିର୍ମାଣ କାର‌୍ୟ୍ୟ ଶେଷ କରିଛନ୍ତି। ତାହା ଖୁବ୍ ଶୀଘ୍ର ନୌସେନାରେ ସାମିଲ ହେବ। ଏହି ଆଧୁନିକ ସାମରିକ ଦକ୍ଷତା ଯୋଗୁଁ ଭାରତ ଏବେ ବିଶ୍ୱର ପ୍ରମୁଖ ନୌଶକ୍ତି ମଧ୍ୟରେ ସ୍ଥାନିତ ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଏହା ଏକ ଆକର୍ଷଣୀୟ ସଫଳତା। ଏହା ବ୍ୟତୀତ ମୋର ଆଉ ଏକ ସ୍ୱତନ୍ତ୍ର ଅନୁଭୂତି ରହିଛି ଯାହା ବେଶ୍ ମାର୍ମିକ। ଏହି ଅନୁଭୂତି ମୁଁ ହରିୟାଣାର ଭିୱାନୀ ଜିଲ୍ଲାର ଏକ ଛୋଟ ଗାଁ ‘ସୁଇ’ରୁ ଆସିଛି। ‘ସ୍ୱପ୍ରେରିତ ଗ୍ରାମ ଯୋଜନା’ରେ ଏହି ଗ୍ରାମର ଲୋକମାନେ ନିଜ ଗାଁର ସ୍ଥିତି ବଦଳାଇବାରେ ସମର୍ଥ ହୋଇଛନ୍ତି। ଏହା ପଛରେ ରହିଛି ସେମାନଙ୍କର ସମ୍ବେଦନଶୀଳତା ଓ ଅଭିନିବେଶ। ଏଥିରେ ଗ୍ରାମପ୍ରତି ଥିବା ଆକର୍ଷଣ ଓ ମମତ୍ୱବୋଧର ନିରୋଳା ଭାବ ଦେଖିବାକୁ ମିଳେ। ସବୁ ଗାଁରେ ଏଭଳି ପରିବର୍ତ୍ତନ ଆସିବା ଉଚିତ। ସେହି ଗାଁର କୃତଜ୍ଞ ଲୋକଙ୍କ ହୃଦୟରେ ଜନ୍ମମାଟି ପ୍ରତି ଜୀବନବ୍ୟାପୀ ପ୍ରେମ ଓ ସମ୍ମାନର ଝଲକ ଦେଖିବାକୁ ମିଳେ। ଏହି ଉଦାହରଣ ମୋ ବିଶ୍ୱାସକୁ ଆହୁରି ଦୃଢତର କଲା ଯେ ନୂଆ ଭାରତ ଆତ୍ମପ୍ରକାଶ କରୁଛି – ଏକ ସଶକ୍ତ ଭାରତ, ସମ୍ବେଦନଶୀଳ ଭାରତର ଆତ୍ମପ୍ରକାଶ ହେଉଛି। ମୁଁ ନିଶ୍ଚିତ ଯେ ଏହି ଉଦାହରଣରୁ ପ୍ରେରଣା ନେଇ ଅନ୍ୟ ସମ୍ବଳବାନ୍ ଲୋକ ନିଜ ନିଜର ଗ୍ରାମ ଓ ସହରର ବିକାଶ ପାଇଁ ଅବଦାନ ରଖିବେ। ୧୮) ଏହି ପ୍ରସଙ୍ଗରେ ମୁଁ ମୋର ଏକ ବ୍ୟକ୍ତିଗତ ଅନୁଭୂତି ଆପଣଙ୍କ ସହ ବାଂଟିବାକୁ ଚାହୁଁଛି। ଗତବର୍ଷ ଜୁନ ମାସରେ ମୋର ନିଜ ଜନ୍ମମାଟି ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲା ଅନ୍ତର୍ଗତ ପରୌଖଁକୁ ଯିବାର ସୁଯୋଗ ମିଳିଥିଲା। ସେଠାରେ ପହଞ୍ଚିବା ପରେ ସ୍ୱାଭାବିକଭାବେ ଏହି ପବିତ୍ର ମାଟିକୁ ସମ୍ମାନ ଜଣାଇବାର ଭାବନା ମୋ ଭିତରେ ଉଦ୍ରେକ ହେଲା। ମୁଁ ମୋ ଗାଁ ମାଟିରୁ ଟିପେ ଆଣି ମୁଣ୍ଡରେ ଲଗାଇଲି। ମୋର ବିଶ୍ୱାସ ଯେ ଗାଁର ଆଶୀର୍ବାଦ ଯୋଗୁଁ ମୁଁ ରାଷ୍ଟ୍ରପତିଭବନରେ ପହଞ୍ଚିବାକୁ ସମର୍ଥ ହେଲି। ପୃଥିବୀର ଯେଉଁଠି ଥାଏ ନା କାହିଁକି ମୋ ଗାଁ ମୋ ଦେଶ ସର୍ବଦା ମୋର ହୃଦୟରେ ଥାଏ। ନିଜର ପ୍ରତିଭା ଓ କଠୋର ଶ୍ରମ ଦ୍ୱାରା ହିଁ ଜୀବନର ସଫଳ ହୋଇଥିବା ଭାରତୀୟମାନଙ୍କୁ ମୋ ଅନୁରୋଧ, ସେମାନେ ସର୍ବଦା ନିଜର ଜଡପିଣ୍ଡ, ନିଜର ଗାଁ, ସହର ଓ ନଗରକୁ ମନେ ରଖନ୍ତୁ। ଆହୁରିମଧ୍ୟ ଆପଣମାନେ ଯେକୌଣସି ବାଟରେ ଯଥାସମ୍ଭବ ନିଜର ଜନ୍ମସ୍ଥାନ ଓ ଦେଶର ସେବା କରିବାକୁ ଚେଷ୍ଟା କରନ୍ତୁ। ଯଦି ଦେଶର ସବୁ ସଫଳ ଲୋକ ନିଜର ଜନ୍ମ ମାଟିର ଉନ୍ନତି ପାଇଁ ନିଷ୍ଠାର ସହ କାର‌୍ୟ୍ୟ କରିବେ ତେବେ ସମଗ୍ର ଦେଶ ଏଭଳି ସ୍ଥାନୀୟ ବିକାଶର ଲାଭ ପାଇପାରିବ। ୧୯) ଆଜି ଆମର ସୈନିକ ଓ ସୁରକ୍ଷା କର୍ମଚାରୀମାନେ ଜାତୀୟ ଗର୍ବର ଉତରାଧିକାର ବହନ କରୁଛନ୍ତି। ହିମାଳୟର ଅସହ୍ୟ ଥଣ୍ଡା ଓ ମରୁଭୂମିର ନାହିଁ ନ ଥିବା ତାତି ମଧ୍ୟରେ ସେମାନେ ନିଜ ପରିବାରଠାରୁ ବହୁ ଦୂରରେ ରହି ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ସଶନ୍ତ୍ର ବାହିନୀର ନିରନ୍ତର ସତର୍କତା ଯୋଗୁଁ ଆମ ସୀମାରେଖା ସୁରକ୍ଷିତ ରହିଛି ଏବଂ ପୁଲିସ କର୍ମଚାରୀମାନେ ଦେଶର ଆଭ୍ୟନ୍ତରୀଣ ନିରାପତାକୁ ବଜାୟ ରଖିଥିବାରୁ ଦେଶବାସୀ ଶାନ୍ତିପୂର୍ଣ୍ଣ ଜୀବନ ବିତାଉଛନ୍ତି। ଯେତେବେଳେ ଜଣେ ବୀର ଯବାନ ସହିଦ ହୁଅନ୍ତି ସେତେବେଳେ ସମଗ୍ର ଦେଶ ଦୁଃଖ ଅନୁଭବ କରେ। ଗତମାସରେ ଏକ ଦୁର୍ଭାଗ୍ୟଜନକ ଘଟଣାରେ ଆମେ ଦେଶର ଜଣେ ଅତି ସାହସୀ କମାଣ୍ଡର ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନେକ ବୀର ସୈନିକଙ୍କୁ ହରାଇଥିଲୁ। ଏହି ବିୟୋଗାନ୍ତକ ଘଟଣାରେ ସମଗ୍ର ଦେଶ ଗଭୀର ଭାବେ ଦୁଃଖାଭିଭୂତ ହୋଇଥିଲା। ୨୦) ଦେଶପ୍ରେମ ନାଗରିକଙ୍କ ମଧ୍ୟରେ ଦାୟିତ୍ୱବୋଧକୁ ସୁଦୃୃଢ କରେ। ଆପଣ ଜଣେ ଡାକ୍ତର ହୁଅନ୍ତୁ ଅବା ଆଇନଜୀବୀ କିମ୍ବା ଦୋକାନୀ ବା ଅଫିସ କର୍ମଚାରୀ, ସଫେଇ କର୍ମଚାରୀ ବା ଜଣେ ଶ୍ରମିକ ସେଥିରେ କିଛି ଯାଏ ଆସେ ନାହିଁ। ନିଜର କର୍ତ୍ତବ୍ୟ ଉପଯୁକ୍ତଭାବେ ଦକ୍ଷତାର ସହ ନିର୍ବାହ କରିବା ଦ୍ୱାରା ଆପଣ ଦେଶକୁ ପ୍ରଥମ ଓ ସର୍ବୋତମ ଅବଦାନ ଯୋଗାଉଛନ୍ତି। ୨୧) ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ କମାଣ୍ଡର ହିସାବରେ ମୁଁ ଆନନ୍ଦର ସହ ଉଲ୍ଲେଖ କରୁଛିି ଯେ ଆମ ପ୍ରତିରକ୍ଷା ବ୍ୟବସ୍ଥାରେ ମହିଳା ସଶକ୍ତିକରଣ ପାଇଁ ଏ ବର୍ଷଟି ଏକ ଐତିହାସିକ ବର୍ଷ ପାଲଟିଛି। ଆମ ଝିଅମାନେ ସବୁ ପ୍ରତିବନ୍ଧକକୁ ହଟାଇ ସଫଳତାର ଉଚ୍ଚସ୍ତରକୁ ଛୁଇଁଛନ୍ତି। ପ୍ରତିରକ୍ଷା ବାହିନୀର ନୂଆ ନୂଆ କ୍ଷେତ୍ରରେ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ବା ପରମାନେଣ୍ଟ କମିଶନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଆହୁରି ମଧ୍ୟ ଆମ ସେନାର ପ୍ରତିଭା ଯୋଗାଣ ବ୍ୟବସ୍ଥା ଏହା ଦ୍ୱାରା ବଢିବ। ସୈନିକ ସ୍କୁଲ ଓ ସମ୍ମାନଜନକ ଜାତୀୟ ପ୍ରତିରକ୍ଷା ଏକାଡେମୀରୁ ଝିଅମାନେ ଶିକ୍ଷା ଲାଭ କରି ଆସି ପ୍ରତିରକ୍ଷା ବାହିନୀରେ ଏଣିକି ସାମିଲ ହେବେ। ଏହାଫଳରେ ଆମ ସଶସ୍ତ୍ରବାହୀନୀରେ ଥିବା ଲିଙ୍ଗଗତ ଭାରସାମ୍ୟ ଅଧିକ ଭଲ ହେବ। ୨୨) ଭବିଷ୍ୟତ ଆହ୍ୱାନର ମୁକାବିଲା କରିବାକୁ ଭାରତ ଏବେ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛି ଏବଂ ସେ ନେଇ ମୁଁ ଆଶ୍ୱସ୍ତ। ଏକବିଂଶ ଶତାବ୍ଦୀ ଜଳବାୟୁ ପରିବର୍ତ୍ତନର ଯୁଗ ହେବାକୁ ଯାଉଛି। ଏ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ତାହାର ନେତୃତ୍ୱ ଭୂମିକା ଗ୍ରହଣ କରି ନୂଆ ମାର୍ଗ ଦେଖାଉଛି । ନିଜର ସୁଦୃଢ ଓ ମହତାକାଂକ୍ଷୀ ଅକ୍ଷୟ ଊର୍ଜା କାର‌୍ୟ୍ୟକ୍ରମ ମାଧ୍ୟମରେ ଭାରତ ଏ କ୍ଷେତ୍ରରେ ବିଶ୍ୱକୁ ଦିଗ୍ଦର୍ଶନ ଦେଉଛି। ବ୍ୟକ୍ତିଗତ ସ୍ତରରେ ଆମେ ପ୍ରତ୍ୟେକ ଗାନ୍ଧିଜୀଙ୍କ ପରାମର୍ଶକୁ ମନେ ପକାଇ ଆମ ଚତୁଃପାଶ୍ୱର୍ର ଦୁନିଆକୁ ବଦଳାଇ ପାରିବା ଓ ଏହାର ସ୍ଥିତିରେ ଉନ୍ନତି ଆଣିପାରିବା। ଭାରତ ସର୍ବଦା ସମଗ୍ର ବିଶ୍ୱକୁ ଗୋଟିଏ କୁଟୁମ୍ବ ଭାବେ ବିଚାର କରିଆସିଛି। ମୁଁ ନିଶ୍ଚିତ ଯେ ଏହି ବିଶ୍ୱ ଭ୍ରାତୃଭାବର ଚେତନାରେ ଅନୁପ୍ରାଣିତ ହୋଇ ଆମ ଦେଶ ଓ ସମଗ୍ର ବିଶ୍ୱ ସମୁଦାୟ ଏକ ଅଧିକ କ୍ଷମତାଭିତ୍ତିକ ଓ ସମୃଦ୍ଧ ଭବିଷ୍ୟତ ଆଡକୁ ଅଗ୍ରସର ହେବ। ୨୩) ଚଳିତବର୍ଷ ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରି ଏକ ମାଇଲଖୁଣ୍ଟ ଅତିକ୍ରମ କରିବ। ଏଥିପାଇଁ ଆମେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଛୁ। ଆନନ୍ଦର କଥା ଯେ ଆମ ଲୋକେ, ବିଶେଷକରି ଯୁବବର୍ଗ ଏହି ମହୋତ୍ସବ ପାଳନ ଅବସରରେ ଆୟୋଜିତ ବିଭିନ୍ନ କାର‌୍ୟ୍ୟକ୍ରମରେତ୍ତଉତ୍ସାହର ସହିତ ବହୁସଂଖ୍ୟାରେ ଯୋଗ ଦେଉଛନ୍ତି। ଉତରପିଢି ପାଇଁ ଏହା କେବଳ ଏକ ମହାର୍ଘ୍ୟ ସୁଯୋଗ ନୁହେଁ, ଏହା ମଧ୍ୟ ଅତୀତ ସହିତ ପୁନଃ ସଂଯୋଜିତ ହେବାକୁ ଆମ ନିମନ୍ତେ ଅବକାଶ ଆଣିଛି। ଆମର ଚମତ୍କାର ଗୌରବ ମୟ କାହାଣୀରେ ଆମ ମୁକ୍ତି ସଂଗ୍ରାମ ଏକ ପ୍ରେରଣାଦାୟୀ ଅଧ୍ୟାୟ। ସ୍ୱାଧୀନତାର ଏହି ୭୫ବର୍ଷ ମଧ୍ୟରେ ଯେଉଁ ମୂଲ୍ୟବୋଧ ଗୌରାବାତ୍ମକ ଜାତୀୟ ଆନ୍ଦୋଳନକୁ ଜୀବନ୍ତ କଲା ଆସନ୍ତୁ ତାହାକୁ ପୁନଃ ଆବିଷ୍କାର କରିବା। ଆମ ସ୍ୱାଧୀନତା ପାଇଁ ଅନେକ ନରନାରୀ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ଆମ ମୁକ୍ତିସଂଗ୍ରାମୀମାନେ ଅଚିନ୍ତନୀୟ, ଦୁଃଖ, ଯନ୍ତ୍ରଣା ଓ ନିର‌୍ୟାତନା ଭୋଗ କରି ଆମ ପାଇଁ ଅସୀମ ତ୍ୟାଗ କରିଥିଲେ। ସେହି ତ୍ୟାଗର ପ୍ରତିଦାନରେ ସେମାନେ ଆମ ପାଇଁ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଉତ୍ସବ ଉପଭୋଗ କରିବାର ସୁଯୋଗ ସୃଷ୍ଟି କରିପାରିଛନ୍ତି । ଆସନ୍ତୁ ଗଣତନ୍ତ୍ର ଦିବସ ପାଳନ ଅବସରରେ ସେମାନଙ୍କ ଅବିନାଶୀ ତ୍ୟାଗକୁ ପରମ ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରିବା । ୨୪) ଭାରତ ଏକ ପ୍ରାଚୀନ ସଭ୍ୟତା ; କିନ୍ତୁ ଏକ ଯୁବ ରାଷ୍ଟ୍ର। ଆମ ପାଇଁ ରାଷ୍ଟ୍ରନିର୍ମାଣ ଏକ ନିରନ୍ତର ପ୍ରୟାସ। ଏକ ପରିବାର ଭଳି, ଦେଶରେ ମଧ୍ୟ ପରବର୍ତ୍ତୀ ପିଢିର ସୁଖସମୃଦ୍ଧି ପାଇଁ ଗୋଟିଏ ପିଢିକୁ କଠୋର ପରିଶ୍ରମ କରିବାକୁ ପଡିଥାଏ। ଆମେ ଯେତେବେଳେ ସ୍ୱାଧୀନତା ଲାଭ କଲୁ ସେତେବେଳକୁ ଉପନିବେଶବାଦୀ ଶାସନର ଶୋଷଣ ଯୋଗୁ ଆମେ ଉତ୍କଟ ଦାରିଦ୍ର‌୍ୟ ମଧ୍ୟରେ ରହିଥିଲୁ। ଏବେ କିନ୍ତୁ ବିଗତ ୭୫ବର୍ଷ ମଧ୍ୟରେ ଆମେ ବେଶ ପ୍ରଭାବଶାଳୀ ପ୍ରଗତି ହାସଲ କରିପାରିଛୁ। ଉତର ପିଢି ପାଇଁ ଅନେକ ନୂଆ ସୁଯୋଗ ସୁବିଧା ଅପେକ୍ଷା କରିଛି। ଆମର ଯୁବ ସମାଜ ଏହାର ସୁଯୋଗ ନେଇ ସଫଳତାର ନୂଆମାନଙ୍କ ସ୍ଥାପନ କରିସାରିଲେଣି। ଏହି ଶକ୍ତି, ବିଶ୍ୱାସ, ଉଦ୍ୟମିତାର ସହିତ ଆମ ଦେଶ ପ୍ରଗତି ପଥରେ ଆଗେଇ ଚାଲିବ ଓ ବୈଶ୍ୱିକସ୍ତରରେ ନିଜର ସାମର୍ଥ୍ୟ ଅନୁରୂପ ଯଥାର୍ଥ ସ୍ଥାନ ସୁନିଶ୍ଚିତ କରି ପାରିବ ବୋଲି ମୋର ଦୃଢ ବିଶ୍ୱାସ। ୨୫) ପୁନର୍ବାର ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଉଛି। ଧନ୍ୟବାଦ ଜୟହିନ୍ଦ୍ Tags ଗଣତନ୍ତ୍ର ଦିବସ, ରାଷ୍ଟ୍ରପତି ରାମନାଥ କୋବିନ୍ଦ Categories ଫଟୋ ଖବର କଳାହାଣ୍ଡିରେ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପତାକା ଉତ୍ତୋଳନ କରୁଛନ୍ତି Post author By Samikhsya Bureau Post date January 26, 2021 କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ, ଭବାନୀପାଟଣାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଲି। ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ, ଭବାନୀପାଟଣାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଲି। ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । Tags ଗଣତନ୍ତ୍ର ଦିବସ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ Categories ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ଆଜି 72 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ବାଲୁକା ଅଭିନନ୍ଦନ ଜଣାଲେ ସୁଦର୍ଶନ ପଟ୍ଟନାୟକ Post author By Samikhsya Bureau Post date January 26, 2021 ଆଜି 72 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ବାଲୁକା ଅଭିନନ୍ଦନ ଜଣାଲେ ସୁଦର୍ଶନ ପଟ୍ଟନାୟକ ପୁରୀ, ଆଜି 72 ତମ ଗଣତନ୍ତ୍ର ଦିବସ। ଏହ ଦିବସ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଶୋଭା ପାଉଛି ଏକ ଆକର୍ଷଣୀୟ ବାଲୁକା କଳା। ଯାହାକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ରଂଗୀନ ବାଲିରେ ସେ ଏହି ସ୍ଥାପତ୍ୟ କରିଛନ୍ତି। ଏଥିରେ ସେ 72 ତମକୁ ଜାତୀୟ ପତାକା ମଧ୍ୟରେ ସ୍ଥାପିତ କରିଛନ୍ତି। ସେହିପରି ନିମ୍ନ ଭାଗରେ ବାପି ରିପବ୍ଲିକ ଡେ ବୋଲି ସେ ଉଲ୍ଲେଖ କରିଛନ୍ତି। Tags ଗଣତନ୍ତ୍ର ଦିବସ, ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ସୁଦର୍ଶନ ପଟ୍ଟନାୟକ Copyright © SM Network 2018 - 2022 Email: [email protected] Designed, Developed & Maintained By Ratna Technology
2022-11-27T00:08:47Z
https://thesamikhsya.com/odia/tag/%E0%AC%97%E0%AC%A3%E0%AC%A4%E0%AC%A8%E0%AD%8D%E0%AC%A4%E0%AD%8D%E0%AC%B0-%E0%AC%A6%E0%AC%BF%E0%AC%AC%E0%AC%B8/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଓଡ଼ିଶା ଆମର ସ୍ବାଧୀନ ମୂଲ୍ୟବୋଧ ହିଁ ସମସ୍ତ ବିବିଧତା ସତ୍ତ୍ବେ ଭାରତକୁ ମଜବୁତ କରି ରଖିଛି : ମୁଖ୍ୟମନ୍ତ୍ରୀ ଆମର ସ୍ବାଧୀନ ମୂଲ୍ୟବୋଧ ହିଁ ସମସ୍ତ ବିବିଧତା ସତ୍ତ୍ବେ ଭାରତକୁ ମଜବୁତ କରି ରଖିଛି : ମୁଖ୍ୟମନ୍ତ୍ରୀ By The Sakala SS Last updated Jan 26, 2022 ଭୁବନେଶ୍ବର : ଆଜି ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମହାନ ରାଷ୍ଟ୍ର ପାଇଁ ପ୍ରାଣବଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀାନଙ୍କୁ ମନେ ପକାଇବା ସହ ସମ୍ବିଧାନରେ ସ୍ଥାନ ପାଇଥିବା ସେମାନଙ୍କ ନୀତି ଓ ଆଦର୍ଶ ଅନୁସରଣ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଧିକ ପଢନ୍ତୁ ମିଶନ ଶକ୍ତି ମା’ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, … Nov 29, 2022 ଏଥିସହିତ ପଢ଼ନ୍ତୁ ଆରବିଆଇର ବଡ଼ ଘୋଷଣା: ଡିସେମ୍ବର ପହିଲାରେ ଲଞ୍ଚ ହେବ ଡିଜିଟାଲ ଟଙ୍କା Nov 29, 2022 ମୁଖ୍ୟମନ୍ତ୍ରୀ ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କୋଭିଡ ମହାମାରୀରେ ସହିଦ୍ ହୋଇଥିବା ଆମର କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମଧ୍ୟ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ ଚଳିତ ବର୍ଷ ସାରା ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ମଧ୍ୟ ଚଳିତ ବର୍ଷର ଏକ ଗୁରୁତ୍ବପୂର୍ଣ୍ଣ ଘଟଣା । ଆମର ସ୍ବାଧୀନତା ସଂଗ୍ରାମ କେବଳ ଏକ ରାଜନୈତିକ ସଂଗ୍ରାମ ନ ଥିଲା । ଏହା ଥିଲା ସମତା ଓ ନ୍ୟାୟ ପାଇଁ ସଂଗ୍ରାମ । ହିଂସା ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ । ଆମର ସଂଗ୍ରାମ କେବଳ ଆମ ପାଇଁ ସ୍ବାଧୀନତା ଆଣି ନଥିଲା । ଏହା ଥିଲା ସାରା ବିଶ୍ବ ପାଇଁ ମାନବତାର ସବୁଠାରୁ ବଡ ବିଜୟ। ଆମର ସ୍ବାଧୀନ ମୂଲ୍ୟବୋଧ ହିଁ ସମସ୍ତ ବିବିଧତା ସତ୍ତ୍ବେ ଭାରତକୁ ମଜବୁତ କରି ରଖିଛି । ବିବିଧତା ହିଁ ଆମର ଶକ୍ତି । ଆମ ଜୀବନଧାରାର ଗୁରୁତ୍ବପୂର୍ଣ୍ଣ ଦିଗ । ଏହାକୁ ଆମେ କେବେ ବି ନଷ୍ଟ ହେବାକୁ ଦେବା ନାହିଁ । ସେହିପରି ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ । ଆମ ଗଣତନ୍ତ୍ରର ଆତ୍ମା । ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ । ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଆସିଛି । ଆମ କଥା ଓ କାର୍ଯ୍ୟରେ ସମ୍ବିଧାନର ମୂଲ୍ୟବୋଧ ପ୍ରତିଫଳିତ ହୋଇପାରିଲେ, ଭାରତ ବିଶ୍ବର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇପାରିବ । କରୋନାର ତୃତୀୟ ଲହରୀ ଏବେ ସାରା ବିଶ୍ବରେ ବ୍ୟାପିଛି। ଆମେ ମଧ୍ୟ ଏହାର ମୁକାବିଲା କରୁଛୁ । ମୋର ଅନୁରୋଧ ଆମେ ଭୟଭୀତ ହେବା ନାହିଁ । କରୋନାର ସବୁ ଗାଇଡ ଲାଇନ୍‌ସକୁ ଠିକ୍‌ ଭାବରେ ପାଳନ କରିବା ଏବଂ କରୋନାକୁ ହରାଇବା । ମୋର ବିଶ୍ବାସ, ସମସ୍ତଙ୍କ ସହଯୋଗରେ କରୋନା ଶୀଘ୍ର ଦୂର ହେବ ଏବଂ ଜୀବନ ଜୀବିକା ଆଗଭଳ ପୁଣି ସ୍ବାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2022-11-29T19:08:15Z
https://thesakala.in/message-from-chief-minister-naveen-patnaik-on-the-occasion-of-republic-day/
OSCAR-2301
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଳାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପିତା ନବଜାତ ଶିଶୁର ଶବ ନେବାକୁ ଆମ୍ବୁଲାନ୍ସ ପାଇନଥିଲେ, ତେଣୁ ସେ ଶିଶୁର ମୃତଦେହକୁ ମୋଟରସାଇକେଲର ଡିକିରେ ରଖି କଲେକ୍ଟର ଅଫିସରେ ପହଞ୍ଚି ପରେ ନିଜ ଗାଁକୁ ନେଇ ଯାଇଥିଲେ। ଯାହାର…
2022-12-03T15:44:55Z
https://knewsodisha.com/tag/bike-trunk
OSCAR-2301
ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରତିବାଦରେ ପୁରୀରେ ହୋଇଥିବା ହିଂସାକାଣ୍ଡ ପଛରେ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ହାତ ରହିଛି। ପୁରୀ ବିଧାୟକ ମହେଶ୍ୱରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। “ଶାନ୍ତି କମିଟିକୁ ଡାକି ଲୋକଙ୍କୁ ଗିରଫ କରୁଛନ୍ତି । ଆମର ସନ୍ଦେହ… ନ୍ୟୁଜ୍ ପୁରୀ ବନ୍ଦ : ଜଗନ୍ନାଥଙ୍କୁ ଧାଡ଼ିରେ ଦର୍ଶନ ବ୍ୟବସ୍ଥାକୁ ବିରୋଧ, ମନ୍ତ୍ରୀ ମହେଶ୍ୱରଙ୍କ ଘରେ ଭଙ୍ଗାରୁଜା October 3, 2018 ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପ୍ରତିବାଦ କରି ଆଜି(ବୁଧବାର) ପୁରୀ ବନ୍ଦ ହୋଇଛି । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଡକା ଯାଇଥିବା ବନ୍ଦକୁ ନେଇ ପୁରୀ ସହରର ଆଇନ ଶୃଙ୍କଳା ପରିସ୍ଥିତିକୁ ଅଣାୟତ ହୋଇ ପଡିଛି। ସିଂହଦ୍ୱାରା ସମ୍ମୁଖରେ ଥିବା ବ୍ୟାରିକେଡ୍‌କୁ ସେବାୟତ ଓ ଶ୍ରୀଜଗନ୍ନାଥ ସେନା ଭାଙ୍ଗି ଦେଇଛନ୍ତି।…
2022-12-04T17:36:34Z
http://www.bartamanodisha.com/tag/puri-bandh/
OSCAR-2301
5 more lives claimed by COVID in Odisha ରାଜ୍ୟରେ କରୋନା ପୁଣି ନେଲା ୫ ଜୀବନ; ମୃତକ ସଂଖ୍ଯା ୯୧ ହେଲା; ୭୩୬ଟି ନୂଆ ମାମଲା ଚିହ୍ନଟ– News18 odia coronavirus-latest-news CHANGE LANGUAGE ଓଡ଼ିଆ ENGLISHहिन्दी मराठीગુજરાતીঅসমীয়া ಕನ್ನಡ বাংলা മലയാളം తెలుగు ਪੰਜਾਬੀ اردو ଓଡ଼ିଆ WATCH LIVE TV DOWNLOAD APP FOLLOW US ON Trending Topics :#Odisha#CoronaVirus ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ നിങ്ങളുടെ നഗരം തിരഞ്ഞെടുക്കുക തിരുവനന്തപുരം കൊച്ചി കോഴിക്കോട് മലപ്പുറം കണ്ണൂർ കാസർഗോഡ് ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ରାଜ୍ୟରେ କରୋନା ପୁଣି ନେଲା ୫ ଜୀବନ; ମୃତକ ସଂଖ୍ଯା ୯୧ ହେଲା; ୭୩୬ଟି ନୂଆ ମାମଲା ଚିହ୍ନଟ ରାଜ୍ୟରେ କରୋନା ପୁଣି ନେଲା ୫ ଜୀବନ; ମୃତକ ସଂଖ୍ଯା ୯୧ ହେଲା; ୭୩୬ଟି ନୂଆ ମାମଲା ଚିହ୍ନଟ ନୂଆ ୭୩୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୭ ଜଣ ଓ ଖୋର୍ଦ୍ଧା ଜିଲାରୁ ୧୦୭ ଜଣ ଅଛନ୍ତି । ୨୫୫ ଜଣ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା କାରଣରୁ ସର୍ବାଧିକ ୫୫ ଜଣଙ୍କ ମୃତ୍ୟୁ ହେଲାଣି । (ପ୍ରତୀକାତ୍ମକ ଛବି) News18 Odia Last Updated : July 19, 2020, 14:00 IST Share this: News18 Odia News18 Odia Digital ଭୁବନେଶ୍ବର: ରାଜ୍ୟରେ ପୁଣି ପାଞ୍ଚ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍‌ ମହାମାରୀ । ସେମାନଙ୍କ ମଧ୍ୟରୁ ତିନି ଜଣ ଗଞ୍ଜାମ ଜିଲ୍ଲାର ଏବଂ ଅନ୍ୟ ଦୁଇ ଜଣ ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା ଥିଲେ । ଏହି ୫ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୧ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୫ଟି ଜିଲ୍ଲାରୁ ଆଉ ୭୩୬ ଜଣ ନୂଆ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ତିନି ଜଣ ମୃତକଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଥିଲେ ଓ ସେମାନଙ୍କ ବୟସ ଯଥା କ୍ରମେ ୪୪,୩୯ ଓ ୭୦ ବର୍ଷ ଥିଲା । ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଗତସିଂହପୁରରେ ଜଣେ ୬୭ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡ଼ରେ ଜଣେ ୬୫ ବର୍ଷୀୟ ପୁରୁଷ ଅଛନ୍ତି । ଗଞ୍ଜାମ ଜିଲ୍ଲାର ତିନି ଜଣ ଜଣ ମୃତକଙ୍କ ମଧ୍ୟରୁ ୩୯ ବର୍ଷୀୟ ପୁରୁଷ ମଧୁମେୟ ରୋଗରେ ପୀଡ଼ିତ ଥିଲେ। ଜଗତସିଂହପୁରର ୬୭ ବର୍ଷୀୟ ପୁରୁଷ ମଧୁମେୟ ଏବଂ ସୁନ୍ଦରଗଡ଼ର ୬୫ ବର୍ଷୀୟ ପୁରୁଷ ମଧୁମେୟ ଓ ଆଜ୍ମା ରୋଗରେ ପୀଡ଼ିତ ଥିଲେ । ଏ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କରୋନା କାରଣରୁ ସର୍ବାଧିକ ୫୫ ଜଣଙ୍କ ମୃତ୍ୟୁ ହେଲାଣି । ନୂଆ ଚିହ୍ନଟ ହୋଇଥିବା ୭୩୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ଅଛନ୍ତି ୪୮୧ଜଣ । ବାକି ୨୫୫ ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୭୩୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ ରେ ପହଞ୍ଚିଛି। ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍ ଏହି ନୂଆ ୭୩୬ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୭ ଜଣ ଅଛନ୍ତି ଓ ଖୋର୍ଦ୍ଧା ଜିଲାରୁ ୧୦୭ ଜଣ ଅଛନ୍ତି। ଅନୁଗୁଳରୁ ୨୨ ଜଣ, ବାଲେଶ୍ୱରରୁ ୩୩, ବରଗଡରୁ ୩, ଭଦ୍ରକ ରୁ ୫ , ବଲାଙ୍ଗୀରରୁ ୪, ବୌଦ୍ଧରୁ ୮, କଟକରୁ ୨୭, ଢେଙ୍କାନାଳରୁ ୧,ଗଜପତିରୁ ୩୯, ଜଗତସିଂହପୁରରୁ ୪୦, ଯାଜପୁର ରୁ ୪୦,କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୭, କେନ୍ଦୁଝରରୁ ୧, କୋରାପୁଟରୁ ୪୫, ମାଲକାନଗିରିରୁ ୧୮, ମୟୁରଭଞ୍ଜରୁ ୧୨, ନବରଙ୍ଗପୁରରୁ ୧ , ନୟାଗଡରୁ ୧୦, ପୁରୀରୁ ୧୪ , ରାୟଗଡ଼ାରୁ ୮, ସମ୍ବଲପୁରରୁ ୨୫ ଓ ସୁନ୍ଦରଗଡରୁ ୧୭ ଜଣ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩,୮୬,୧୦୨ ଟି ନମୂନା ପରୀକ୍ଷଣ କରାଯାଇଛି। ସେଥି ମଧ୍ୟରୁ ୧୭,୪୩୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୯୩୭ ସୁସ୍ଥ ହୋଇ ଫେରିଥିବା ବେଳେ ୯୧ ଜଣଙ୍କର ଜୀବନ ଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୩୮୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ ଏହା ବି ପଢ଼ନ୍ତୁ: ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି ରାଜ୍ୟରେ ଚଳିତ ମାସ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । Published by:Anand Shankar Thankur Das First published: July 19, 2020, 14:00 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । BalangirBhadrakBhubaneswarCoronavirusCOVID-19CuttackGanjamJagatsinghpurKendrapadaKhordaKoraputOdishaPurishutdownUnlock 2 ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର କଲମ୍ବିଆରେ ଭୟଙ୍କର ଭୂସ୍ଖଳନ; ୩୩ ମୃତ Union Budget 2023: ନୂଆବର୍ଷରେ ବଢ଼ିବ ପେନସନ ଓ ମାତୃତ୍ୱ ସୁବିଧା! ଚୀନ୍ କୁ ନେଇ ଜର୍ମାନୀ ବୈଦେଶିକ ମନ୍ତ୍ରୀଙ୍କ ବଡ ବୟାନ; ଜାଣନ୍ତୁ ପୁରା ଖବର 'ଶ୍ରୀ ଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ'ରେ ସମ୍ମାନିତା ହେବେ ତୁଳସୀ ମୁଣ୍ଡା ତାରିଖରୁ ଜାଣନ୍ତୁ କେମିତି ରହିବ ଆଜି ଆପଣଙ୍କ ଦିନ; ପଢ଼ନ୍ତୁ ଆଜିର ଶୁଭ ଦିନ ଓ ଶୁଭ ସଂଖ୍ୟା ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
2022-12-06T04:28:46Z
https://odia.news18.com/news/coronavirus-latest-news/coronavirus-claims-5-more-lives-in-odisha-death-toll-rises-to-91-new-cases-736-1ad-1907-ad-15393.html
OSCAR-2301
ଶ୍ରୀନଗର: ଗିରଫ ହେଲା ଜମ୍ମୁ କଶ୍ମୀର ପୁଲିସ ଜେଲ୍‌ ମହାନିର୍ଦ୍ଦେଶକ ହେମନ୍ତ ଲୋହିଆଙ୍କ ହତ୍ୟା ଅଭିଯୁକ୍ତ ୟାସିର ଅହମ୍ମଦ। ତାକୁ ଜମ୍ମୁର କାନାଚାକ ଅଞ୍ଚଳରୁ ପୁଲିସ ଗିରଫ କରିଛି। ସେ ଏକ ଚାଷ ଜମି ଭିତରେ ଲୁଚି ରହିଥିଲା ବୋଲି ପୁଲିସ କହିଛି। ଜେଲ୍‌ ଡିଜି ହେମନ୍ତ ଲୋହିଆଙ୍କୁ ମୃତଦେହ ଉଦୟବାଲା ସ୍ଥିତ ତାଙ୍କର ଜଣେ ବନ୍ଧୁଙ୍କ ଘରୁ ଆଜି ସକାଳୁ ମିଳିଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କ ଗଳା କାଟି ହତ୍ୟା କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ରହିଛି। ତାଙ୍କ ଶବ ଜଳାଇ ଦେବାକୁ ଅଭିଯୁକ୍ତ ଚେଷ୍ଟା ମଧ୍ୟ କରିଛି। ପୁଲିସ ମୁତାବକ, ଚାକର ୟାସିର ଜେଲ୍‌ ଡିଜିଙ୍କୁ ହତ୍ୟା କରିବା ପରେ ଫେରାର ଥିଲା। ପୁଲିସ ତାକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ରାତିରୁ ଅଭିଯୁକ୍ତଙ୍କ ସନ୍ଧାନରେ ଏହି ସର୍ଚ୍ଚ ଅପରେସନ ଜାରି ରହିଥିଲା ବୋଲି ଏଡିଜିପି ମୁକେଶ ସିଂହ କହିଛନ୍ତି। ଶେଷରେ କାନାଚାକ୍ ଅଞ୍ଚଳରୁ ତାକୁ ଗିରଫ କରାଯାଇଛି। ପୁଲିସ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି। ଜମ୍ମୁ ଏଡିଜିପି ମୁକେଶ ସିଂହଙ୍କ ମୁତାବକ, ଘଟଣାର ତୁରନ୍ତ ପରଠାରୁ ଚାକର ଫେରାର ଥିଲା। ତେଣୁ ଡିଜିଙ୍କୁ ଅନ୍ୟ କେହି ନୁହେଁ ବରଂ ଚାକର ହିଁ ଗଳାକାଟି ଅତି ଦୟନୀୟ ଭାବେ ହତ୍ୟା କରିଥିବା ସନ୍ଦେହ ଘନୀଭୂତ ହୋଇଥିଲା। ତେଣୁ ଚାକରର ଫଟୋ ଗଣମାଧ୍ୟମ ଜରିଆରେ ସର୍ବସାଧାରଣ ତଥା ସବୁ ରାଜ୍ୟର ପୁଲିସକୁ ଜାରି କରିଦିଆଯାଇଥିଲା। ୟାସିର ଡିଜିଙ୍କ ଘରେ ୬ ମାସ ଧରି କାମ କରିଆସୁଥିଲା । ଆହୁରି ପଢ଼ନ୍ତୁ କଶ୍ମୀର ଫାଇଲ୍ସ ସିନେମା ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇଥିବା… 32 mins ago ବନ୍ଧୁକ ଦେଖାଇ ନାଚିଲେ ଆପ୍ ଆଶାୟୀ ପ୍ରାର୍ଥୀ, ମାମଲା ରୁଜୁ 53 mins ago ସେ ତା’ ଆଚରଣରେ ଅତ୍ୟନ୍ତ ଆକ୍ରମଣାତ୍ମକ ଥିଲା ଏବଂ ସୂତ୍ର ଅନୁସାରେ ସେ ଡିପ୍ରେସନରେ ଶିକାର ମଧ୍ୟ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରେ କୌଣସି ଆତଙ୍କବାଦୀ ଲିଙ୍କ ସାମ୍ନାକୁ ଆସିନାହିଁ। ତେବେ ଆତଙ୍କବାଦୀ ଲିଙ୍କ୍ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସେଥିପାଇଁ ପୁଲିସ ମଧ୍ୟ ଏହି ଦିଗରୁ ତଦନ୍ତ କରୁଛି ବୋଲି ଏଡିଜିପି ମୁକେଶ ସିଂହ କହିଛନ୍ତି। ଡିଜିଙ୍କ ହତ୍ୟାରେ ବ୍ୟବହୃତ ହତିଆରକୁ ମଧ୍ୟ ପୁଲିସ ଜବତ କରିଛି। କିଛି ଏଭଳି ଦସ୍ତାବିଜ ହାତରେ ଲାଗିଛି, ଯେଉଁଥିରୁ ୟାସିରର ମାନସିକ ସ୍ଥିତି ଠିକ୍‌ ନଥିବା ପ୍ରମାଣ ମିଳିଛି। ପୁଲିସ ଆଖପାଖରୁ କିଛି ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଛି। ଏଥିରେ ଅଭିଯୁକ୍ତ ଘଟଣା ଘଟାଇବା ପରେ ଫେରାର ହୋଇଯାଉଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଜେଲ ଡିଜି ହେମନ୍ତ ଲୋହିଆ ସୋମବାର ରାତ୍ରି ଭୋଜନ ସାରିବା ପରେ ତାଙ୍କ ଗୋଡରେ ଏକ କ୍ଷତ ହୋଇଥିବାରୁ ସେଥିରେ ମଲମ ଲଗାଇଦେବାକୁ ଚାକର ୟାସିରକୁ କହିଥିଲେ । ୟାସିର ମଲମ ଲଗାଇବା ପରେ ତାଙ୍କୁ ଅଚାନକ ଆକ୍ରମଣ କରିଥିଲା। ଏକ ସସ୍ ବୋତଲ କାଚରେ ତାଙ୍କ ଗଳାକାଟିବା ସହ ତକିଆରେ ନିଆଁ ଲଗାଇ ତାଙ୍କୁ ପୋଡି ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିଲା। ରୁମରୁ ଧୁଆଁ ବାହାରୁଥିବା ଦେଖି ବାହାରେ ଥିବା ଗାର୍ଡ କବାଟ ବାଡେଇଥିଲେ । ହେଲେ କବାଟ ଭିତରପଟୁ ବନ୍ଦ ଥିବାରୁ ସହଜରେ ଖୋଲିନଥିଲା। କବାଟ ଭାଙ୍ଗି ରୁମରେ ପଶିବା ବେଳକୁ ଅତ୍ୟଧିକ ରକ୍ତସ୍ରାବ ସହ ନିଆଁରେ ପୋଡି ଜେଲ୍‌ ଡିଜିଙ୍କ ମୃତ୍ୟୁ ହୋଇସାରିଥିଲା।
2022-11-30T11:07:37Z
https://odishareporter.in/nation-world/india/jammu-kashmir-dg-prision-hemant-lohia-murder-case-domestic-help-yasir-arrested-771330
OSCAR-2301
ଭୁବନେଶ୍ୱର : ଶୀତକାଳୀନ ଅଧିବେଶନରେ ରାଜ୍ୟର ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଏବଂ ସାଂପ୍ରତିକ ପରିସ୍ଥିତିକୁ ନେଇ ବିଜେପି ବିଧାନସଭାରେ ଆଲୋଚନା କରିବ । ବିଶେଷ ଭାବେ ରାଜ୍ୟରେ କୃଷି ଏବଂ କୃଷକ ଯନ୍ତ୍ରଣା; ଅର୍ଚ୍ଚନା ନାଗ ଓ ଆର୍ଥୀକ ଅପରାଧ; ଦାଦନ ଶ୍ରମିକ ସମସ୍ୟା; ଠିକା ନିଯୁକ୍ତି କର୍ମଚାରୀଙ୍କ ଦୁଃଖ; ମନରେଗା ଦୁର୍ନୀତି; ଅସୁରକ୍ଷିତ ମହିଳା ଓ ଶିଶୁ; ବ୍ୟାପକ ପିସି କାରବାର କାରଣରୁ ବିକାଶ ବାଧାପ୍ରାପ୍ତ; ବିଫଳ ଯୁବନୀତି; ଲଘୁ ଖଣିଜରେ ମହାଦୁର୍ନୀତି; ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା; ପୋଲିସ ପ୍ରଶାସନ ଉପରେ ଜନସାଧାରଣଙ୍କ ଅନାସ୍ଥା; କ୍ରମବର୍ଦ୍ଦିଷ୍ଣୁ ଶିଶୁ ଚୋରୀ; କେବଳ ଘୋଷଣା ସୀମିତ ଜଳସେଚନ ବ୍ୟବସ୍ଥା; ମଦ ଓ ନିଶାର ବହୁଳ ପ୍ରସାର ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବାର ନିଷ୍ପତି ନିଆଯାଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ଆଜି ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ସର୍ବପ୍ରଥମେ ନୂତନ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ପିଏସି କମିଟି ଅଧ୍ୟକ୍ଷ ଶ୍ରୀ ମୋହନ ମାଝୀ ଏବଂ ନବନିର୍ବାଚିତ ଧାମନଗର ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ପରେ ଆଗାମୀ ବିଧାନସଭା ଅଧିବେସନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସରକାରଙ୍କୁ ଘେରିବା ଉପରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ସମସ୍ତ ବିଧାୟକମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ବୋଲି ଶ୍ରୀ ମାଝୀ କହିଛନ୍ତି । ବିଜୁ ଜନତା ଦଳ ସରକାର ଘୋଷଣା ସର୍ବସ୍ୱ ରାଜନୀତି କରୁଛି । ସାରା ଓଡ଼ିଶାରେ ଚାଷୀ ଜଳସେଚନରୁ ବଂଚିତ ହେଉଛନ୍ତି କିନ୍ତୁ ଶାସକ ଦଳ ଏନେଇ କୌଣସି ପଦକ୍ଷେପ ନନେଇ ଚୁପ୍ ବସିଛି । ଏବେ ପଦ୍ମପୁର ଉପନିର୍ବାଚନ ଥିବାରୁ ପଶ୍ଚିମ ଓଡ଼ିଶାରେ ରାଜନୀତି ସରଗରମ ହେବା ସହ ଚାଷୀ ଆନ୍ଦୋଳନ ଜୋର ଧରିଛି । ପଶ୍ଚିମ ଓଡ଼ିଶାରେ ଗତବର୍ଷ ବର୍ଷା ଅଭାବରୁ ଚାଷୀମାନେ ମରୁଡି ସମସ୍ୟା ଭୋଗିଛନ୍ତି । ଚାଷୀଙ୍କୁ ନ୍ୟାୟ ଦେବା ଲାଗି ମଧ୍ୟ ଭାରତୀୟ ଜନତା ପାର୍ଟିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସେହିପରି ରାଜ୍ୟ ସରକାର ଓ ପୋଲିସ ବିଭାଗ ନିସ୍କ୍ରିୟତା କାରଣରୁ ରାଜ୍ୟରେ ଅରାଜକତା ବଢ଼ିବାରେ ଲାଗିଛି । ଅର୍ଚ୍ଚନା ନାଗ ମାମଲାରେ ବଡବଡିଆ ନେତା, ଆଇଏଏସ୍‌, ଆଇପିଏସ୍ ଓ ପୋଲିସ ଇତ୍ୟାଦି ପ୍ରସଙ୍ଗ ଉପରେ ପ୍ରଶ୍ନ କରିବ ବିଜେପି । ସବୁଠୁ ବଡ ପ୍ରସଙ୍ଗ ହେଲା ରାଜ୍ୟରେ ଠିକା ନିଯୁକ୍ତି ପ୍ରସଙ୍ଗ । ରାଜ୍ୟ ସରକାର ଠିକା ନିଯୁକ୍ତି ଉଠାଇଦେଇଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ବାସ୍ତବରେ ଆଜିବି ବିଭିନ୍ନ ବିଭାଗରେ ଠିକା ନିଯୁକ୍ତି ପ୍ରଚଳିତ ହେଉଛି । ରାଜ୍ୟ ସରକାର ଚଳିତ ବର୍ଷ ୨ଲକ୍ଷ କୋଟି ଟଙ୍କାର ବଜେଟ୍ କରିଥିଲେ ବି ଏଯର୍ଯ୍ୟନ୍ତ ୪୫% ଟଙ୍କା ଖର୍ଚ୍ଚ ହୋଇନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି । କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଓଡ଼ିଶାକୁ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ତାହା ଖର୍ଚ୍ଚ କରିବାରେ ଅସମର୍ଥ । ଓଡିଶାବାସୀଙ୍କ ମୈାଳିକ ସମସ୍ୟାର ସମାଧାନକୁ ଆଧାର କରି ଚଳିତ ବିଧାନସଭା ଅଧିବେସନରେ ବିଜେପି ତରଫରୁ ରାଜ୍ୟ ସରକାରଙ୍କଠାରୁ ଜବାବ୍ ମଗାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ବୈଠକରେ ବିଧାୟକ ଭାସ୍କର ମଢେଇ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, କେ.ନାରାୟଣ ରାଓ, କୁସୁମ ଟେଟେ, ସନାତନ ବିଜୁଳି, ଜୟନ୍ତ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ । Facebook Twitter Telegram WhatsApp Email Print Previous articleଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ସଂଯୋଜକଙ୍କ ପାରିତୋଷିକ ବୃଦ୍ଧି Next articleପୌର ପ୍ରତିନିଧିଙ୍କୁ ପ୍ରଶିକ୍ଷଣ Tathya Correspondent RELATED ARTICLESMORE FROM AUTHOR General ମେୟରଙ୍କ ପାରିଶ୍ରମିକ ୮୦୦୦ ଟଙ୍କା General ଧରା ପଡିଲେଣି ୩୮୭ ବେଆଇନ୍‍ କରତକଳ General ଆହାର ଖାଦ୍ୟ ପାଇଁ ଟେଣ୍ଡର ବ୍ୟବସ୍ଥା ନାହିଁ Industry କନକ୍ଲେଭ ପାଇଁ ୧୧,୬୦୦ ରୁ ଅଧିକ ପଞ୍ଜିକରଣ General ମିଶନ ଶକ୍ତି ଋଣ ୫ ଲକ୍ଷ ହେଲା Disclaimer Privacy Advertisement Contact Us Website byCITSPL MORE STORIES News in Odia ପୌର ନିର୍ବାଚନ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା Tathya Correspondent - March 2, 2022 0 ଭୁବନେଶ୍ୱର : ବିଧାନସଭାର ବଜେଟ୍‍ ଅଧିବେଶନ ଏବଂ ପଞ୍ଚାୟତ ଓ ପୌର ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ କିଛି ଅଦଳବଦଳ ହୋଇପାରେ ବୋଲି ଦଳୀୟ ନେତାଙ୍କ ମଧ୍ୟରେ...
2022-11-30T11:08:45Z
https://tathya.in/%E0%AC%AC%E0%AC%BF%E0%AC%9C%E0%AD%87%E0%AC%AA%E0%AC%BF-%E0%AC%89%E0%AC%A0%E0%AC%BE%E0%AC%87%E0%AC%AC-%E0%AC%AE%E0%AD%8C%E0%AC%B3%E0%AC%BF%E0%AC%95-%E0%AC%B8%E0%AC%AE%E0%AC%B8%E0%AD%8D%E0%AD%9F/
OSCAR-2301
ଭୁବନେଶ୍ୱର: ଝାରପଡ଼ା ଜେଲ ପରିସରରେ ଗତମାସରେ ଜଣେ ବିଚାରଧୀନ କଏଦୀ ଜିତେନ୍ଦ୍ର ବିଶ୍ୱାଳ ଆତ୍ମହତ୍ୟା କରିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ (ଓଏଚଆରସି) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୬ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ କମିଶନ ଜେଲ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ ମାଜିଷ୍ଟ୍ରେଟଙ୍କ ରିପୋର୍ଟ ମଧ୍ୟ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ଘଟିବା ପରେ ମାନବାଧିକାର କର୍ମୀ ତଥା ଆଇନଜୀବୀ ପ୍ରବୀର ଦାସ ଏନେଇ ଓଏଚଆରସିରେ ଏକ ପିଟିସନ ଦାଖଲ କରିଥିଲେ । ଏହା ଉପରେ ଶୁଣାଣି କରି କମିଶନ ତାଙ୍କ ରାୟ ରଖିଛନ୍ତି । ସୂଚନା ମୁତାବକ, ଚଳିତ ମାସ ମେ’ ୧୨ ତାରିଖରେ ବିଚାରଧିନ କଏଦୀ କେନ୍ଦ୍ରାପଡ଼ା ଜିଲ୍ଲାର ଜିତେନ୍ଦ୍ର ବିଶ୍ୱାଳ ଲକ୍ଷ୍ମୀସାଗର ସ୍ଥିତ ଝାରପଡ଼ା ଜେଲ ଭିତରେ ଥିବା ସେଲରେ ଆତ୍ମହତ୍ୟା କରିଥିଲେ । ପୁଲିସ ତାଙ୍କ ଝୁଲନ୍ତା ଶବକୁ ଜବତ କରିଥିଲା । ସେହି ସମୟରେ ମ୍ୟାଜିଷ୍ଟ୍ରେଟ ଓ ଜେଲ ଆଇଜି ତଦନ୍ତ କରିଥିଲେ ଏବଂ ସମସ୍ତ ଘଟଣାକୁ ଭିଡିଓ ରେକଡିଂ କରିଥିଲେ । ଏହାଛଡ଼ା ଘଟଣା ଘଟିବାର କିଛି ମାସ ପୂର୍ବେ ଜିତେନ୍ଦ୍ର ଖୁସି ନଥିବା ଜଣାପଡିଥିଲା । ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଜିତେନ୍ଦ୍ର ଏଭଳି ପଦକ୍ଷପ ନେଇଥିବା ଅନୁମାନ କରାଯାଇଥିଲା । ଖାଲି ଏତିକି ନୁହେଁ ସେ କିଛି ମାସ ତଳେ ଏହି କାରଣ ଯୋଗୁ କୋର୍ଟ ପରିସରରେ କିଛି ଆଇନଜୀବୀଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ୨୦୧୩ ଜୁଲାଇ ମାସରେ ହୋଇଥିବା ଏକ ଗଣବଳାତ୍କାର ମାମଲାରେ କମିଶନରେଟ ପୁଲିସ ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେବେଠାରୁ ସେ ବିଚାରଧୀନ କଏଦୀ ଭାବେ ଝାରପଡ଼ା ଜେଲରେ ରହିଥିଲେ । ସେୟାର କରନ୍ତୁ Post navigation ଜୁନ ୯ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ବିଷ ଖାଇ ଜୀବନ ହାରିଲେ ଆପାର୍ଟମେଣ୍ଟ କେୟାର ଟେକର Related Posts ଆଜି ରାଜ୍ୟରେ ସୁସ୍ଥ ହେଲେ 37 କରୋନା ଆକ୍ରାନ୍ତ April 3, 2022 April 3, 2022 Truthink ରାଜଧାନୀରେ ସେକ୍ସ ରାକେଟ ଠାବ December 1, 2019 December 1, 2019 Truthink ରାଜ୍ୟରେ ଚିହ୍ନଟ ହେଲେ 228 ନୂଆ କରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 1049108 November 30, 2021 November 30, 2021 Truthink ପପୁଲାର ମୁକ୍ତାପସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ‘MCC ଚ୍ୟାଲେଞ୍ଜ ଟ୍ରଫି’ ଉଦଘାଟିତ ‘MCC ଚ୍ୟାଲେଞ୍ଜ ଟ୍ରଫି’: ମୁକ୍ତାପସିକୁ ହରାଇ ବାରିହାପୁର ଚମ୍ପିୟାନ ପରଜଙ୍ଗ: ବରିହାପୁର ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଧର୍ମ ସମ୍ମିଳନୀ, ଇଂ ଦେବାଶିଷ ହୋତା ଉଠାଇଲେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଏବଂ ଦାରାସିଂ ଜେଲ ପ୍ରସଙ୍ଗ
2022-11-30T14:14:18Z
https://truthink.in/2018/06/06/ohrc-directs-jail-ig-to-submit-action-taken-report/
OSCAR-2301
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି। ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ, ତାକୁ ଦୃଷ୍ଡିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷଜ୍ଞମାନଙ୍କର ମତକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ। ସ୍ବାସ୍ଥ୍ୟସେବା ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ ସହିତ ମାନବସମ୍ବଳ ବିନିଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ବାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ବ ରହିଛି। ପ୍ରତି ଜୀବନ ମୂଲ୍ୟବାନ। ଏହା ହେଉଛି ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଜିଲ୍ଲା ହସ୍‌ପିଟାଲ ଠାରୁ ଆରମ୍ଭ କରି CHC level ପର୍ଯ୍ୟନ୍ତ ଯେଭଳି ସ୍ବାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଥାନା IICଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍‌.ଡି.ପି.ଓ, ସବ୍‌କଲେକ୍ଟର, ଏସ୍‌.ପି ଓ ଜିଲ୍ଲାପାଳ ସମସ୍ତେ ଏହାକୁ ସେମାନଙ୍କର ମୂଳ ଦାୟିତ୍ବର ଅଂଶଭାବରେ ଜ୍ଞାନ କରି ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କୋଭିଡର ଦ୍ବିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, MGNREGS ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି ଷ୍ଟ୍ରିଟ୍‌ ଭେଣ୍ଡର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କର ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି। ଏପର୍ଯ୍ୟନ୍ତ ଉପରୋକ୍ତ ବର୍ଗର ଲୋକମାନଙ୍କୁ ୨୦୦୪ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି। ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶିକ୍ଷକ ତଥା ସ୍କୁଲର କର୍ମଚାରୀମାନଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ବୈଠକରେ ଅବଗତ କରିଥିଲେ । ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା କାର୍ଯ୍ୟକାରୀତା ସଂପର୍କରେ ଉପସ୍ଥାପନା ରଖିଥିଲେ । ବୈଠକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ। ଏହି ବୈଠକରେ ପୁଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଜିଲ୍ଲାପାଳ, ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ ।
2022-12-05T14:18:31Z
https://www.odishalink.com/2021/07/23/odisha-cm-naveen-patnaik-says-dont-be-complacent-in-fight-against-covid-19/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଓଡ଼ିଶା ଖୁବଶୀଘ୍ର ଭୁବନେଶ୍ୱର ଏମ୍ସରେ ସ୍ଥାପନ ହେବ ଦୁଇଟି ECMO ମେସିନ ଖୁବଶୀଘ୍ର ଭୁବନେଶ୍ୱର ଏମ୍ସରେ ସ୍ଥାପନ ହେବ ଦୁଇଟି ECMO ମେସିନ By The Sakala Bureau On Jun 10, 2021 ଆଉ ECMO ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡିବନି । ଓଡ଼ିଶା ଆସିବ ଏକମୋ ମେସିନ । କୋଭିଡ ସ୍ଥିତିରେ ଅନେକ ରୋଗୀ ଗୁରୁତର ହୋଇ ବାହାର ରାଜ୍ୟକୁ ଯାଉଥିବାବେଳେ ଭୁବନେଶ୍ୱର ଏମ୍ସକୁ ଆସିବ ଇକମୋ ମେସିନ୍ । ଭୁବନେଶ୍ୱର AIIMS ପକ୍ଷରୁ ECMO ମେସିନ ପରଚେଜ ଅର୍ଡର ଦିଆଯାଇଛି । ତେଣୁ ଆସନ୍ତା ଦିନରେ ଏହି ମେସିନ ଭୁବନେଶ୍ୱର ଏମସରେ ଉବଲବ୍ଧ ହୋଇପାରିବ ବୋଲି ସୂଚନା ମିଳିଛି । ପ୍ରଥମ ଇକ୍‌ମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ। ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନଟି କାର୍ଯ୍ୟକ୍ଷମ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ଅଧିକ ପଢନ୍ତୁ ସ୍କୁଟି ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଶିକ୍ଷୟିତ୍ରୀ ଓ… Nov 26, 2022 ଏମ୍ସ ଭୁବନେଶ୍ବରରେ ବର୍ତ୍ତମାନ କିଛି ଅଧ୍ୟାପକ ECMO ମେସିନ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ଅଛନ୍ତି ଏବଂ ସମାନ କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନ ଅଧିକ ଟେକ୍‌ସିଆନ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଛି । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ ରହୁଛି ଏହି ମେସିନ । ଯଦ୍ୱାରା ରୋଗୀ ଲାଇଫ୍ ସପୋର୍ଟରେ ରହିବା ଆବଶ୍ୟକ ପଡୁଛି । ଏପରି ସ୍ଥିତିକୁ ନଜରରେ ରଖି ଭୁବନେଶ୍ୱର ଏମସ ପକ୍ଷରୁ କିଣାଯିବ ECMO ମେସିନ । ଅନ୍ୟ ICUରୋଗୀଙ୍କ ପାଇଁ ବ୍ୟବହାର ହେବ ECMO ମେସିନ । ଏଥିସହିତ ପଢ଼ନ୍ତୁ ବାବା ରାମଦେବଙ୍କ ‘ମହିଳା କିଛି ନ ପିନ୍ଧିଲେ ବି ଅଧିକ ସୁନ୍ଦର… Nov 26, 2022 AIIMSBHUBANESWARECMOECMO Machineodisha Share The Sakala Bureau Prev Post ଭିତରକନିକାରେ ହରିଣ ଶିକାର: ୩୦ କେଜି ମାଂସ ଜବତ, ୨ଶିକାରୀ ଗିରଫ Next Post ଅନ୍ୟ ପାଇଁ ଉଦାହରଣ: ସ୍ବାମୀଙ୍କ ବିୟୋଗ ପରେ ଝିଅକୁ ମଣିଷ କରିବା ପାଇଁ ମା’ର ସଙ୍ଘର୍ଷ, ଅଢେଇ ଏକର ଜମିରେ ପରିବା ଚାଷ କରି ପୋଷୁଛନ୍ତି କୁଟୁମ୍ବ
2022-11-26T15:01:25Z
https://thesakala.in/two-ecmo-machine-will-be-install-in-bhubaneswar-aiims-soon/
OSCAR-2301
ଭୁବନେଶ୍ୱର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ଟ୍ୟୁରିଜିମ୍ ର ଦଶମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ – Odisha News Today Sunday, November 27, 2022 About Us Advertisement Contact Us Odisha News Today - | Breaking News | Latest News | Odisha News | Online News Portal Home ରାଜ୍ୟ ଦେଶ ବିଦେଶ ରାଜନୀତି ଖେଳ ମନୋରଞ୍ଜନ ବାଣିଜ୍ୟ ସାହିତ୍ୟ ଓ ସଂସ୍କୃତି ଅପରାଧ ଜୀବନ ଚର୍ଯ୍ୟା ରାଶିଫଳ Breaking Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ରାଜ୍ୟ ଭୁବନେଶ୍ୱର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ଟ୍ୟୁରିଜିମ୍ ର ଦଶମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ରାଜ୍ୟ ଭୁବନେଶ୍ୱର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ଟ୍ୟୁରିଜିମ୍ ର ଦଶମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ By Odisha News Today Last updated Feb 8, 2019 0 Share ଭୁବନେଶ୍ୱର : ପାହାଳ ସ୍ଥିତ ଭୁବନେଶ୍ୱର ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ଟ୍ୟୁରିଜିମ୍ର ଦଶମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ତା.୦୫.୦୨.୨୦୧୯ରିଖ ଅନୁଷ୍ଠିତ ହୋଇଥିଲା ଯାହାକୁ କି ଅନୁଷ୍ଠାନର ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ଉଦ୍ଘାଟନ କରିଥିଲେ ଏବଂ ତା.୦୭.୦୨.୨୦୧୯ରିଖ ଅନଷ୍ଠାନ ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା । ଏହାକୁ ମୁଖ୍ୟ ଅତିଥି ଶ୍ରୀମତୀ ନମ୍ରତା ଚଢ଼ା ଓ ମୁଖ୍ୟ ବକ୍ତା ପ୍ରଶାନ୍ତ କୁମାର ମହାନ୍ତି ଶୁଭାରମ୍ଭ କରିଥିଲେ । ପରିଶେଷରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମତୀ ଚଢ଼ା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ କିପରି ଭଲ ମଣିଷ ହୋଇପାରିବେ ଓ ସମାଜ ସେବାରେ ବ୍ରତି ହେବାପାଇଁ ବୁଝାଇଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ସାହିତ୍ୟ ଓ ସମାଜ ଉପରେ ବୁଝାଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ସ୍ମୃତିରଞ୍ଜନ ମହାନ୍ତି ନିଜର ବକ୍ତବ୍ୟରେ ଅନୁଷ୍ଠାନର ଦୀର୍ଘ ୧୦ବର୍ଷର ଯାତ୍ରା ବିଷୟରେ ଅବଗତ କରିଥିଲେ ଏବଂ ସହ ନିର୍ଦ୍ଦେଶକ ସ୍ୱାକ୍ଷର ରଞ୍ଜନ ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ନୂତନ ଦିଗ୍ଦର୍ଶନର ବାର୍ତ୍ତା ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଦୀଲ୍ଲିପ କୁମାର ବାରିକ ବାର୍ଷିକ ବିବରଣୀ ପାଠ କରିବା ସହିତ ବୃକ୍ଷରୋପଣର ଉପକାରିତା ବିଷୟରେ ଆଲୋଚନା କରିଥିଲେ । ପରିଶେଷରେ ନହରକଣ୍ଟା ଗ୍ରାମର ଶ୍ରୀଯୁକ୍ତ ବିଚିତ୍ରାନନନ୍ଦ ମହାପାତ୍ରଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଅନ୍ତିମ ଯାତ୍ରୀଙ୍କ ସାଥି ସମ୍ମାନ ଓ ଅବଦୁଲ୍ବାରିକଙ୍କୁ ବି.ଏସ୍.ଏଚ୍.ଏମ୍.ଟି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ତତ୍ସହିତ ବିିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସର୍ବଶେଷରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଅରୁଣ କୁମାର ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ବରାଳ ପରିଚାଳନା କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କର ସହଯୋଗ ପାଇଁ ନିର୍ଦ୍ଦେଶକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସର୍ବଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଏହାକୁ ଅତିଥି, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ମନଭରି ଉପଭୋଗ କରିଥିଲେ ।
2022-11-27T06:36:00Z
https://odishanewstoday.com/foundation-day-of-bhubaneswar-school-of-hotel-management/
OSCAR-2301
ଅତର ପାଇଁ ଏବେ ଅଡୁଆରେ ବ୍ୟବସାୟୀ।କନ୍ନୌଜସ୍ଥିତ ଅତର ବ୍ୟବସାୟୀ ପୁଷ୍ପରାଜ ଜୈନଙ୍କ ବାସଭବନ ଏବଂ କାରଖାନା ଉପରେ ଚଢାଉ କରାଯାଇଛି।ପୁଷ୍ପରାଜ ଜୈନ ସମାଜପାଦି ପାର୍ଟି ବିଧାନ ପରିଷଦ ସଦସ୍ୟ ଅଟନ୍ତି।ସେ ଅଖିଳେଶ ଯାଦବଙ୍କ ନିକଟତର ଅଟନ୍ତି ଏବଂ ନିକଟରେ ସମାଜବାଦି ଅତର ଲଞ୍ଚ କରିଛନ୍ତି।ଲକ୍ଷ୍ନୌ, କାନପୁର, କନ୍ନୌଜଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ସର୍ଚ୍ଚ ଅପରେସନ କରାଯାଉଥିବା ଅଧିକାରୀ କହିଛନ୍ତି।ସୂତ୍ରରୁ ପ୍ରକାଶ ଯେ ପୁଷ୍ପରାଜଙ୍କ ବ୍ୟବସାୟ ସହ ଜଡିତ କେତେକ ସଂସ୍ଥାର ଏକାଧିକ ସ୍ଥାନ ବିଭାଗ ଖୋଜୁଛି।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହେଲାପରେ ତାଙ୍କଠାରୁ ବିପୁଳ ଧନସମ୍ପତ୍ତି ଜବତ୍ କରାଯାଇଛି। ପୁଷ୍ପରାଜ ଜୈନ ଭାରି ପଡିଲା କି ସମାଜବାଦୀ ଅତର! ନିକଟରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ (ସିବିଆଇସି) ଅଧୀନରେ ଥିବା ଏକ ଅନୁସନ୍ଧାନକାରୀ ସଂସ୍ଥା ଜିଏସ୍‌ଟି ଇଣ୍ଟେଲିଜେନ୍ସ (ଡିଜିଜିଏ) ଜେନେରାଲ ନିକଟରେ କାନପୁର ଏବଂ କନ୍ନୌଜରେ ବଡ଼ ଧରଣର ଚଢାଉ କରି ଅତର ବ୍ୟବସାୟୀ ପିୟୁଷ ଜୈନଙ୍କୁ ଗିରଫ କରି ୨୬ କିଲୋଗ୍ରାମ ସୁନା ଏବଂ ବିପୁଳ ପରିମାଣର ଚନ୍ଦନ ତେଲ ବ୍ୟତୀତ ନଗଦ ୧୯୭ କୋଟିରୁ ଅଧିକ ଟଙ୍କା ଜବତ କରିଛି।ସମାଜବାଦୀ ପାର୍ଟି ପାଇଁ ଅତର ବ୍ୟବସାୟ କରି ଏହି ବ୍ୟବସାୟୀ ଲୋକଲୋଚନକୁ ଆସିବା ସହ ଆୟକର ବିଭାଗର ନଜରକୁ ବସିଥିବା ଚର୍ଚ୍ଚା ହେଉଛି।
2022-12-04T18:45:30Z
http://www.bartamanodisha.com/now-samajwadi-perfume-maker-raided-in-its-the-other-guy-saga/
OSCAR-2301