text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
ସମ୍ବଲପୁର : ଆଜିଠାରୁ ନିୟମରେ ପରିବର୍ତ୍ତନ କଲେ ଜିଲ୍ଲାପାଳ ଓ କଟକଣା କଡା କରିଛନ୍ତି । ସକାଳ 6ଟା ରୁ ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ଓ ଅପରାହ୍ନରେ ଆଉ ଦୋକାନ ଖୋଲିବାକୁ ଅନୁମତି ନାହିଁ। ମାର୍କେଟ ଯିବା ପାଇଁ ବାଇକ ନେଲେ ଗାଡି ଜବତ ହେବ। ଚାଲିକରି କିମ୍ବା ସାଇକେଲ ରେ ଯିବେ। ସାମାଜିକ ଦୂରତା ରକ୍ଷାକରି ଜିନିଷ କିଣିବେ। ଆଜିଠାରୁ ଏହି ନିୟମ ଅତି କଡ଼ାକଡ଼ି ଭାବରେ ପାଳନ କରାଯାଉଛି । ଏହା ଦ୍ବାରା ଗୋଲବଜାର ଖାଲି ହୈଇଯାଇଛି ।
2022-12-01T10:33:23Z
https://hiranchallive.in/state/ddd-5/
OSCAR-2301
ଚାନ୍ଦବାଲି : ଘରୋଇ କଳିରୁ ସ୍ୱାମୀର ଗୁପ୍ତାଙ୍ଗ କାଟିଦେଲା ପତ୍ନୀ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ଜଣାପଡିଛି। ସମ୍ବନ୍ଧିତ ଖବର ମାହାଙ୍ଗା ହତ୍ୟାକାଣ୍ଡ : ନୂଆ ଚାର୍ଜସିଟ୍ ଦାଖଲ ନିର୍ଦ୍ଦେଶ November 26, 2021 ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା November 26, 2021 ନିଶାଦେଇ ମାଲିକାଣୀଙ୍କୁ ଦୁଷ୍କର୍ମ କଲେ ଭଡ଼ାଟିଆ November 26, 2021 ଦୁଇଟି ଦେଶରେ ବିକ୍ରି ହୁଏନି କୋକାକୋଲା November 24, 2021 ଖବର ଅନୁଯାୟୀ ଚାନ୍ଦବାଲି ଅଞ୍ଚଳର ବାଘନଟା ଗାଁର ଜଣେ ବ୍ୟକ୍ତିଙ୍କର ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା ହେଉଥିଲା। ସୋମବାର ରାତିରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିବାରୁ ବିଳମ୍ୱିତ ରାତିରେ ସ୍ୱାମୀ ଠେଙ୍ଗାରେ ପତ୍ନୀକୁ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୁଣ୍ଡ ଫାଟିବା ସହ ଦାନ୍ତ ଭାଙ୍ଗିଥିଲା। ଏହା ପରେ ପତ୍ନୀ ରାଗରେ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ। ଫଳରେ ଉଭୟ ପତି-ପତ୍ନୀ ଆହତ ହୋଇଥିଲେ। ପଡୋଶୀ ଏ ସମ୍ପର୍କରେ ଜାଣିବା ପରେ ଆମ୍ୱୁଲାନ୍ସ ଡାକି ଦୁହିଁଙ୍କୁ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପତ୍ନୀଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ପୋଲିସ ଖବର ପାଇ ନିଜ ଆଡ଼ୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା କୁହାଯାଉଛି।
2022-11-29T10:34:32Z
https://janatakhabar.in/patni-katidela-swaminka-guptanga/
OSCAR-2301
ପ୍ରଚଳିତ ସମାଜ କଲ୍ୟାଣ ଯୋଜନା ଗୁଡ଼ିକରେ ବିଘଟନ କରି ଏକ ଦୁର୍ବ ଳ ସାର୍ବଜନୀନ ମୌଳିକ ଆୟର ପରିକଳ୍ପନା ସାଂଘାତିକ ପ୍ରମାଣିତ ହୋଇପାରେ । ଏମିତି ଏକ ଦୁନିଆର କଳ୍ପନା କରନ୍ତୁ ଯେଉଁଠି ରାଷ୍ଟ୍ର କୌଣସି ସର୍ତ ନରଖି ପ୍ରତ୍ୟେକଟି ବ୍ୟକ୍ତିକୁ ସର୍ବନିମ୍ନ ଜୀବନଧାରଣ ପାଇଁ ଆୟଟିଏ ପ୍ରଦାନ କରିବ । ଏଥିସହିତ ଯଦି ସାଧାରଣ ସେବାଗୁଡ଼ିକ ମିଶାଇ ଦିଆଯାଏ, ତେବେ ଜେନ ଡ଼୍ରେଜ୍ କହିବାଭଳି ସମ୍ମାନର ସହ ବଂଚିବାର ଅଧିକାରଟିକୁ ସୁନିଶ୍ଚିତ କରାଯାଇପାରିବ । ୨୦୧୬-୧୭ ମସିହାର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟର ଏକ ଅଧ୍ୟୟନରେ ଯାହାର ଶିରୋନାମା ରଖାଯାଇଛି, ‘ସାର୍ବଜନୀନ ମୌଳିକ ଆୟ(ୟୁ.ବି.ଆଇ): ମହାତ୍ମାଙ୍କ ସହ ଓ ମଧ୍ୟରେ ଏକ କଥୋପକଥନ’ ଏଭଳି ଏକ ବୁଝାମଣାକୁ ନେଇ ଆରମ୍ଭ ହୋଇଛି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ଆର୍ଥିକ ସତର୍କତା ଦିଗରେ ନିଜ ଉପରେ ପ୍ରତିବନ୍ଧକଟିଏ ଆଣି ପ୍ରସ୍ତାବିତ ୟୂବିଆଇଟି ନାଁ ‘ସାର୍ବଜନୀନ’ ହୋଇପାରିଛି ନାଁ ହୋଇଛି ‘ମୌଳିକ’, ବରଂ ଏହି ଯୋଜନାଟି ଯେଉଁ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକର ପୂର୍ଣ୍ଣଚ୍ଛେଦ ଟାଣିବାର ପରିକଳ୍ପନା କରିଛି ସେ ଭିତରେ ଅଛି ସାଧାରଣ ବଂଟନ ବ୍ୟବସ୍ଥା, ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଯୁକ୍ତି ପ୍ରତିଶୃତି ଯୋଜନା ଏବଂ ମଧ୍ୟାହ୍ନଭୋଜନ ଯୋଜନା । ନୂତନଭାବେ ପରିକଳ୍ପନା କରାଯାଇଥିବା ୟୂବିଆଇ ଯୋଜନାରେ ଜନସମୁଦାୟର ଗୋଟିଏ ଭାଗକୁ କ୍ଷତିପୂରଣ ମୂଳକ ଅର୍ଥ ବ୍ୟାଙ୍କ ହିସାବ ଖାତାକୁ ପଠାଇବାର ବ୍ୟବସ୍ଥା ହୋଇଛି ମାତ୍ର । ସେହି ଅର୍ଥରେ ମଧ୍ୟ କାଟଛାଟ କରାଯାଇପାରିବ ବା ଅର୍ଥର ବିକଳ୍ପ ହିସାବରେ ଖାଦ୍ୟ, ସର୍ବନିମ୍ନ ଦିବସର ମଜୁରୀଭିତିକ ନିଯୁକ୍ତି ଏବଂ ଅନ୍ୟାନ୍ୟ ସାମାଜିକ ନିରାପତାମୂଳକ କାମ ଯୋଗାଇ ଦିଆଯାଇପାରିବ । ଯଦିଓ ଏହି ଯୋଜନାର ପରିକଳ୍ପନା ଅତ୍ୟନ୍ତ ଅଯୌକ୍ତିକ; ତଥାପି ବଜେଟ ନିରପେକ୍ଷତା ପ୍ରତି ପ୍ରତିବଦ୍ଧ ରହିବାର ଇଚ୍ଛାପ୍ରକାଶ କରାଯାଇଛି । ମହାମାରୀ ଭଳି ଯେପରି ଏକ ଭୟଙ୍କର ଆର୍ଥିକ ବିଷମତା ସମଗ୍ର ଦେଶକୁ ଗ୍ରାସ କରିଛି; ବହୁତ ଭଲ ହୁଅନ୍ତା ଯଦି ଏଭଳି ଏକ ଯୋଜନା ପାଣ୍ଠି, ଧନୀଲୋକମାନଙ୍କ ଆୟରୁ ତଥା ସମ୍ପତି ଉପରେ ଟିକସ ଆଦାୟକରି ଯୋଗାଡ଼ କରାଯାଇପାରନ୍ତା । ସମାଜପାଇଁ କମ୍ ବାଞ୍ଛନୀୟ ଅର୍ଥନୈତିକ କାର୍ଯ୍ୟକ୍ରମଗୁଡ଼ିକରୁ ମଧ୍ୟ ଏଥିପାଇଁ ପରୋକ୍ଷ ଟିକସ ପକାଇ ଆଦାୟ କରାଯାଇପାରନ୍ତା । ବିଶ୍ୱର ଦେଶମାନଙ୍କ ଭିତରେ ଭାରତର ଜାତୀୟ ସାମଗ୍ରିକ ଉତ୍ପାଦନ କ୍ଷେତ୍ରରେ ଟିକସର ଯୋଗଦାନ ହାରଟି ନିମ୍ନତମ ସ୍ତରର ଏବଂ ସମ୍ପତି ଟିକସ ଓ କର୍ପୋରେଟ ଟିକସ କ୍ଷେତ୍ରରେ ଏହା ଅଧିକ ପ୍ରଯୁଜ୍ୟ । ସେଥିପାଇଁ ଏକଥା ଭାବି ହେଉନାହିଁ ଯେ ଆମ ନୀତି ନିର୍ଦ୍ଧାରକମାନେ ଅର୍ଥନୀତିକୁ ବ୍ୟାପକ କରାଇବାପାଇଁ କାହିଁକି ପ୍ରତକ୍ଷ୍ୟ କର ଉପରେ ଗୁରୁତ୍ୱ୍ୱ ଦେଉନାହାଁନ୍ତି ଯଦ୍ୱାରା କି ୟୂବିଆଇ ଭଳି ଯୋଜନାପାଇଁ ସେମାନେ ପାଣ୍ଠି ଯୋଗାଡ଼ କରିପାରନ୍ତେ । ଏହା ବଦଳରେ ଅର୍ଥନୈତିକ ସର୍ବେକ୍ଷଣରେ ଯେମିତି ଦେଖାଇ ଦିଆଯାଇଛି ଖର୍ଚ୍ଚକାଟ ଏବଂ ସାମାଜିକ କଲ୍ୟାଣକାରୀ ଯୋଜନା ତଥା ପ୍ରଶାସନିକ କଳର ଖର୍ଚ୍ଚଗୁଡ଼ିକୁ କାଟଛାଟ କରି ସାର୍ବଜନୀନ ମୌଳିକ ଆୟ ଯୋଜନା ପ୍ରସ୍ତୁତି କରାଯାଇଛି । ସେହି ଆଧାରରେ ଯୁକ୍ତି କରାଯାଇଛି ଯେ ଭାରତରେ ପ୍ରଚଳିତ ସାମାଜିକ ନିରାପତା ବ୍ୟବସ୍ଥାଟି ଅତି ପେଟୁଆ, ଦକ୍ଷତାବିହୀନ ଏବଂ ସମ୍ବଳର କୁବଂଟନ ଉପରେ ଆଧାରିତ । ସେଥିପାଇଁ ଏହି ବାସ୍ତବତାଗୁଡ଼ିକ ଆମକୁ ବାଧ୍ୟକରୁଛି ଯେମିତି ରାଷ୍ଟ୍ରର ଅର୍ଥ ଉଚିତଭାବେ ସାମାଜିକ କଲ୍ୟାଣ କ୍ଷେତ୍ରରେ ଖର୍ଚ୍ଚ କରାଯାଇପାରିବ ତାକୁ ଆମେ ଗୁରୁତ୍ୱର ସହ ଚିନ୍ତା କରିବା । ଏଥିରେ ୬ଟି କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସମ୍ବଳର ବ୍ୟାପକ କୁବଂଟନ ଉପରେ ଗୁରୁତ୍ୱ ଦିଆଯାଇଛି । ଦୁଇଟି ସରଳ ମାନଚିତ୍ର ମାଧ୍ୟମରେ ଚିତ୍ରିତ କରାଯାଇଛି ଯେ ଗରିବ ଲୋକମାନଙ୍କର ଅଧିକ ଉପସ୍ଥିତି ସତ୍ୱେ ଦେଶର ଗରିବ ଜିଲ୍ଲାମାନଙ୍କରେ ଖର୍ଚ୍ଚ କମ୍ ହୋଇଛି । ଅର୍ଥନୈତିକ ସର୍ବେକ୍ଷଣର ଲେଖକମାନେ ସାର୍ବକାଳୀନ ମୌଳିକ ଆୟ ଯୋଜନାକୁ ନେଇ ଦାବୀ କରନ୍ତି ଯେ ଏପ୍ରକାର ଅସନ୍ତୁଳନକୁ ଏହି ଯୋଜନାଟି ଦୂର କରିବ । କିନ୍ତୁ ଏଭଳି ଏକ ସୁଧାର ପ୍ରକ୍ରିୟା କେବଳ ଲକ୍ଷ୍ୟଭୁକ୍ତ ଉପଭୋକ୍ତାଙ୍କୁ ନଗଦ ଟଙ୍କା ଯୋଗାଇ ଦେବ କିନ୍ତୁ ସାର୍ବଜନୀନ ମୌଳିକ ଆୟ ଦେଇପାରିବ ନାହିଁ । ପୁନଶ୍ଚ ଏହି କଥାଟିକୁ ଅଣଦେଖା କରାଯାଇପାରିବ ନାହିଁ ଯେ ଏହିସବୁ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଗୁଡ଼ିକରେ ବଜାରର ଅନିଶ୍ଚିତତାକୁ ହିସାବରେ ରଖି ସୁରକ୍ଷା ପ୍ରବନ୍ଧ ଅନ୍ତର୍ଭୁକ୍ତ କରାଯାଇଥାଏ । ସାଧାରଣ ବଂଟନ ବ୍ୟବସ୍ଥା ଯୋଗୁଁ କୃଷିଜାତ ଦ୍ରବ୍ୟ ବଜାରରେ ରାଷ୍ଟ୍ରର ହସ୍ତକ୍ଷେପ ହେବା ଫଳରେ ଅନେକ ଦିନ ଧରି ମୂଲ୍ୟରେ ଅଧିକ ସ୍ଥିରତା ରହିଆସିଛି ଏବଂ କୃଷକମାନଙ୍କର ଆୟର ସୁରକ୍ଷା କମରେ ହେଲେବି ନିଶ୍ଚିତ ହୋଇପାରୁଛି । ସାଧାରଣ ଖାଦ୍ୟଶସ୍ୟ ସଂଗ୍ରହ ବ୍ୟବସ୍ଥା, ସର୍ବନିମ୍ନ ସହଯୋଗ ଦର ଭଳି ରାଜନୈତିକ ଗୁରୁତ୍ୱ ବହନ କରୁଥିବା ପଦକ୍ଷେପଗୁଡ଼ିକ ରାଷ୍ଟ୍ରୀୟ ହସ୍ତକ୍ଷେପର ଗୋଟିଏ ଗୋଟିଏ ପ୍ରତିଫଳନ । ମଧ୍ୟାହ୍ନଭୋଜନ ଯୋଜନା ଯୋଗୁଁ ମଧ୍ୟାହ୍ନ ସମୟରେ ପିଲାମାନଙ୍କୁ ଯେଉଁ ଖାଦ୍ୟ ଯୋଗାଇ ଦିଆଯାଏ ସେଥିରେ ସେମାନଙ୍କର ଆବଶ୍ୟକ ହେଉଥିବା ପୃଷ୍ଟି ମିଳିବା ସାଙ୍ଗକୁ ବିଦ୍ୟାଳୟରେ ମଧ୍ୟ ଉପସ୍ଥାନ ବଢ଼ୁଛି ବୋଲି ଜଣାପଡ଼ୁଛି । ଏମ୍.ଜି.ଏନ୍.ଆର.ଜି.ଏ ଭଳି ଯୋଜନାରେ ଯେ କେବଳ ସର୍ବନିମ୍ନ ନିଯୁକ୍ତି ଦିବସର ପ୍ରତିଶୃତି ଦିଆଯାଇପାରୁଛି ତାହାନୁହେଁ ଏହାଦ୍ୱାରା ସ୍ଥାନୀୟସ୍ତରରେ ଯୋଜନା କରାଯାଇଥିବା ସର୍ବସାଧାରଣ ଭିତିଭୂମିର ପରିଚାଳନା ଦିଗରେ ସହଯୋଗ ତଥା ଶ୍ରମର ସାମୟିକ ନିଯୁକ୍ତି ଦିଗରେ ସୁରକ୍ଷା ଦିଆଯାଇପାରୁଛି । ଏଥିସହିତ ସ୍ଥାନୀୟ ଶ୍ରମ ବଜାରରେ ମଜୁରୀ ଦର ନିର୍ଦ୍ଧାରଣ ଦିଗରେ ମଧ୍ୟ ଶ୍ରମିକମାନଙ୍କୁ କିଛି ମୂଲଚାଲ କରିବାର କ୍ଷମତା ମିଳିପାରୁଛି । ଅବଶ୍ୟ ଅର୍ଥନୈତିକ ସର୍ବେକ୍ଷଣ ସତଟିଏ କହିପକାଇଛି ଯେ, ‘ସାଧାରଣ ବଂଟନ ବ୍ୟବସ୍ଥାକୁ ପ୍ରତ୍ୟାହାର କଲେ ଗରିବମାନେ ନିର୍ଭର କରୁଥିବା ଖାଦ୍ୟଶସ୍ୟର ବଜାର ଦର ବୃଦ୍ଧି ଘଟିବ । ସେହିଭଳି ଏମ୍ ଜି.ଏନ୍.ଆର୍.ଜି.ଏ ପର୍ଯ୍ୟାୟକ୍ରମେ ପ୍ରତ୍ୟାହୃତ ହେଲେ ଗ୍ରାମାଂଚଳର ସାମୟିକ ଶ୍ରମିକମାନଙ୍କ ମଜୁରୀ ମୂଲ୍ୟରେ ହ୍ରାସ ଘଟିବ’ । ଏତିକି କହିବା ସତ୍ୱେ ଏହିସବୁ ଯୋଜନା ବିରୁଦ୍ଧରେ ଅର୍ଥନୈତିକ ସର୍ବେକ୍ଷଣଟି ମତପ୍ରସ୍ତୁତ କରିପାରୁଛି । ୨୦୦୪-୦୫ ଓ ୨୦୧୧-୧୨ ଭିତରେ ଭାରତୀୟ ଖାଦ୍ୟ ନିଗମରେ ମହଜୁଦ ଥିବା ଖାଦ୍ୟ ଉଠାଣ କ୍ଷେତ୍ରରେ ଶତକଡ଼ା ୭୧ଭାଗ ବୃଦ୍ଧି ଘଟିଥିଲା ଏବଂ ସାଧାରଣ ବଂଟନ ବ୍ୟବସ୍ଥାରେ ଘରପିଛା କ୍ରୟ ମଧ୍ୟ ଶତକଡ଼ା ୧୧୭ଭାଗ ବୃଦ୍ଧି ଘଟିଥିଲା । ଏହା ସୂଚାଇ ଦେଉଛି ଯେ ସାଧାରଣ ବଂଟନ ବ୍ୟବସ୍ଥାର ପହଂଚରେ ବୃଦ୍ଧିଘଟିଛି, ଯୋଗାଣରେ ଦକ୍ଷତା ବି ବଢ଼ିଛି ଏବଂ ସାଧାରଣ ବଂଟନ ବ୍ୟବସ୍ଥାରେ ବରବାଦ ହେଉଥିବା ପରିମାଣ ବି ଶତକଡ଼ା ୫୪ପ୍ରତିଶତରୁ ଖସିଆସି ଶତକଡ଼ା ୩୫ଭାଗରେ ପହଂଚିଛି । ଅର୍ଥନୈତିକ ସର୍ବେକ୍ଷଣ ୨୦୧୬ଯାଏ ମିଳିଥିବା ତଥ୍ୟକୁ ହିସାବକୁ ନେଇ ସୂଚାଇ ଦେଉଛି ଯେ ଏହି ବରବାଦର ପରିମାଣ ଶତକଡ଼ା ୨୦.୫ଭାଗରେ ଆସି ପହଂଚିଛି । ଏଥିରେ ଗତ ୫ବର୍ଷ ଭିତରେ ପ୍ରଯୁକ୍ତି ବିଦ୍ୟାର ଖାଦ୍ୟ ବିତରଣରେ ପ୍ରୟୋଗ ତଥା କାର୍ଯ୍ୟକ୍ରମର ପହଂଚକୁ ପରିବର୍ଦ୍ଧିତ କରାଯାଇଥିବା କଥାଟିକୁ ହିସାବକୁ ନନେଇ କୁହାଯାଇଛି । ଗ୍ରାମୀଣ ଶ୍ରମ ମଜୁରୀରେ ମୂଲ୍ୟବୃଦ୍ଧି ଘଟିଛି ଯାହା ଏମ୍.ଜି.ଏନ୍.ଆର.ଜି.ଏ ଯୋଗୁଁ ସମ୍ଭବ ହୋଇପାରିଛି । ଏକଥାକୁ ମଧ୍ୟ ଅସ୍ୱୀକାର କରାଯାଇ ପାରିବନାହିଁ ଯେ ନିକଟ ଅତୀତରେ ଏହି କାର୍ଯ୍ୟକ୍ରମ ଯୋଗୁଁ ବ୍ୟାପକ କୃଷି ସମ୍ବଳ ସୃଷ୍ଟି କରାଯାଇ ପାରିଛି । ଦକ୍ଷିଣଭାରତର ରାଜ୍ୟମାନଙ୍କ ଭଳି ଉତର ଭାରତର ରାଜ୍ୟମାନଙ୍କରେ ମଧ୍ୟ ସାମାଜିକ ନିରାପତାଜନିତ ସେବା ଓ ଜିନିଷଗୁଡ଼ିକ ରାଜନୈତିକ ପ୍ରାଧାନ୍ୟତା ପାଉଥିବା ଯୋଗୁଁ ଆଜି ଏହିସବୁ କାର୍ଯ୍ୟକ୍ରମଗୁଡ଼ିକର ଗୁରୁତ୍ୱ ବଢ଼ିଯାଇଛି । ପ୍ରକୃତପକ୍ଷେ ସ୍ୱଳ୍ପ କେତୋଟି ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥାରେ ଓ ଏମ୍.ଜି.ଏନ୍.ଆର.ଜି.ଏ କାର୍ଯ୍ୟକ୍ରମରେ ଦୁର୍ନୀତି ଓ ବରବାଦି କମିଯାଇଛି ଯଦିଚ ଲକ୍ଷ୍ୟଭୁକ୍ତ ଜନସମୁଦାୟରେ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ପହଂଚିପାରିଛି । ଅନ୍ୟ ରାଜ୍ୟମାନଙ୍କରେ ଏହି ଉଦାହରଣଗୁଡ଼ିକର ଅନୁକରଣ ଦରକାର । ଯଦି ଆମେ କହିବା ଯେ, ‘ଗୋଟିଏ ସାର୍ବଜନୀନ ମୌଳିକ ଆୟକୁ ନେଇ ଗଭୀର ଆଲୋଚନା ପାଇଁ ଠିକଣା ସମୟ ପହଂଚିଯାଇଛି’ ଯାହାକି କଷ୍ଟଲବ୍ଧ ସାମାଜିକ କଲ୍ୟାଣ ପଦକ୍ଷେପଗୁଡ଼ିକୁ ବନ୍ଦ କରିଦେବ ତେବେ ଆମେ ଅତୀତର ଉପଲବ୍ଧି ବା ଅନୁଭୂତିରୁ ଶିଖିବାପାଇଁ ଚାହାଁନ୍ତି ନାହିଁ ଏହି କଥାଟିକୁ ଇଙ୍ଗିତ କରାଇବ । ଗତ ଦଶନ୍ଧିରେ ଦେଖାଯାଇଛି ଯେ ହିତାଧିକାରୀଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଦ୍ୱାରା, କାର୍ଯ୍ୟକ୍ରମ ଗୁଡ଼ିକରେ ଅଧିକ ସ୍ୱଚ୍ଛତା ଓ ଉତରଦାୟିତ୍ୱ୍ୱ ଆଣିବା ଦ୍ୱାରା, ଉପଯୋଗୀ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କୁ ସାମିଲ କରିବାଦ୍ୱାରା, କିଛିଟା ରାଜନୈତିକ ଇଚ୍ଛାଶକ୍ତି ସୃଷ୍ଟି କରିବାଯୋଗୁଁ ଓ ପ୍ରଶାସନକୁ ଆରମ୍ଭରୁ ହିଁ ସକ୍ରିୟ କରାଇବା ଦ୍ୱାରା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକର ରୂପାୟନରେ ଉନ୍ନତି ଅଣାଯାଇପାରୁଛି । FEBRUARY 11,2017 VOL L11 NO 7 EPW -2 ( The ‘ Universal Basic Income’ proposal) ଓଡିଶା ଡଟ କମ Filed Under: ସମଦୃଷ୍ଟି Tagged With: କଲ୍ୟାଣମୂଳକ କାର୍ଯ୍ୟ'', ମୌଳିକ ଆୟ, ସାର୍ବଜନୀନ ଅର୍ଥନୀତିର ସ୍ଥିତି February 7, 2017 by ଓଡିଶା ଡଟ କମ 2 Comments ଭୟ ବା ଅନୁଗ୍ରହ ବିନା ଯଦି ସତ୍ୟର ଉପସ୍ଥାପନ କରାଯାଇଥାଏ, ଅର୍ଥନୈତିକ ସର୍ବେକ୍ଷଣ ୨୦୧୬-୧୭ ତା’ର ଏକ ବ୍ୟତିକ୍ରମ । ଆମ ବୁଝାମଣାରେ ଜଣେ ଉଦାରବାଦୀ ବୁଦ୍ଧିଜୀବୀ ଭୟ ବା ଅନୁଗ୍ରହ ବିନା ସତ୍ୟ କହିବା କଥା । ତାଙ୍କର ଅନେକ ଅନ୍ୟ ଭଲ ଗୁଣ ବି ଥାଇପାରେ ଯେମିତି କି ନିଜ ଚାରିପଟର ଦୁନିଆକୁ ପ୍ରଶ୍ନ କରିବା ବା ପରଖିବା ମାନସିକତା ନେଇ ଦେଖିବା । ୨୦୧୭-୧୮ର କେନ୍ଦ୍ର ବଜେଟ ଉପସ୍ଥାପନର ଦିନଟିଏ ପୂର୍ବରୁ ଅର୍ଥାତ ଜାନୁଆରୀ ୩୧, ୨୦୧୭ଦିନ ସରକାରଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କରାଗଲା, ତାହା ଆମ ଅର୍ଥନୀତିଜ୍ଞ ଓ ଅର୍ଥନୈତିକ ଅମଲାତନ୍ତ୍ରର ଉଦାରବାଦୀ ମାନସିକତାକୁ ନେଇ ଗଭୀର ସନ୍ଦେହ ସୃଷ୍ଟି କରିଛି । ସେମାନଙ୍କ ପ୍ରତି ନ୍ୟାୟପୂର୍ଣ୍ଣ ହେବାକୁ ହେଲେ ଏକଥାଟିକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଏବେ ଦେଶରେ ରାଜନୈତିକ ଚିତ୍ରପଟଟି ଦକ୍ଷିଣ ପଟକୁ ଗୁରୁତର ଭାବେ ଢଳିଛି ଏବଂ ଦୁଇଟି ପ୍ରମୁଖ ଜାତୀୟ ରାଜନୈତିକ ଦଳ ବି.ଜେ.ପି. ଓ କଂଗ୍ରେସ ଉଦାର ପଥଠାରୁ ଅନେକ ଦୂରରେ । ସୁତରାଂ, ଅଧିକାଂଶ ସମୟରେ ଅମଲାତନ୍ତ୍ର ଉଦାର କହିଲେ କ’ଣ ବୁଝାଏ ନିଜେ ଭୁଲିଯାଆନ୍ତି । ଏ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ହେଉ ବା ବିଗତ ବର୍ଷମାନଙ୍କରେ ଆମେ ପଢ଼ିଥିବା ସର୍ବେକ୍ଷଣ ରିପୋର୍ଟ, ଏହାର ଲେଖକମାନେ ଅର୍ଥନୀତିର ସ୍ଥିତିକୁ ଦେଖିବା ବେଳେ ଧ୍ୟାନରେ ରଖିବା କଥା ଯେ ଗତବର୍ଷ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କ’ଣ ସବୁ ପ୍ରତିଶ୍ରୁତି ଦେଇଥିଲେ । ଗତବଷ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦାବୀ କରିଥିଲେ ଯେ, ତାଙ୍କର ବଜେଟଟି ‘କୃଷକମାନଙ୍କ ହିତରେ’ ଏବଂ ‘ଗରିବମାନଙ୍କ ହିତରେ’ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମିତି ବି କହିଥିଲେ ଯେ, ୫ବର୍ଷ ଭିତରେ କୃଷକମାନଙ୍କର ଆୟକୁ ‘ଦ୍ୱିଗୁଣିତ’ କରିବା ତାଙ୍କର ଲକ୍ଷ୍ୟ (ଯେଉଁ କୃଷକମାନେ ତାଙ୍କୁ ସତରେ ବିଶ୍ୱାସକୁ ନେଇଥିବେ, ସେମାନେ ଭାବିଥିବେ ଯେ ସେ ମୁଦ୍ରାସ୍ଫୀତିକୁ ସଜାଡ଼ିବାଭଳି ବାସ୍ତବରେ କିଛି କରିବେ) । ସରକାରରେ ଥିବା ଉଦାରପନ୍ଥୀମାନେ ନିଶ୍ଚିତ ଭାବେ ଚିନ୍ତା କରିବା କଥା: କେନ୍ଦ୍ର ବଜେଟକୁ ନେଇ ଯେଭଳି ବଜାର ଦ୍ରବ୍ୟର ବିକ୍ରି କଲାଭଳି ପ୍ରସାର କରାଯାଉଛି ତାକୁ ପତ୍ୟେକ ଲୋକ ନାପସନ୍ଦ କରୁଛନ୍ତି । ଅର୍ଥନୀତିର ସ୍ଥିତିକୁ ନେଇ ସମୀକ୍ଷା କଲାବେଳେ ଜନଗଣଙ୍କୁ ଏହା କହିବା ଉଚିତ ହେଇନଥାନ୍ତା କି ଯେ ସରକାର ନିଜ ପାଇଁ ଯେଉଁ ପ୍ରାଥମିକତା ନିର୍ଦ୍ଧାରଣ କରିଥିଲେ ସେଥିରେ ସେ କେତେ ସଫଳ ବା କେତେ ବିଫଳ ହୋଇଛନ୍ତି? ନାଁ ଜେଟଲି ଓ ମୋଦୀ ଆମ କୃଷକମାନଙ୍କ ମଜା ଉଡ଼ାଇବାରେ ମାତିଛନ୍ତି? ସେମାନେ ଭାବିଦେଇଥିଲେ ଯେ, ଫଳ ଓ ପନିପରିବା ଭଳି ଖାଦ୍ୟ ଦ୍ରବ୍ୟର ବଜାରଟି ବହୁରାଷ୍ଟ୍ରୀୟ ବ୍ୟବସାୟୀମାନଙ୍କ ପାଇଁ ଉନ୍ମୁକ୍ତ କରିଦେଇ ଛୋଟ ଛୋଟ ଫଳ ଓ ପନିପରିବା ଚାଷୀମାନଙ୍କ ପାଇଁ ଅପୂର୍ବ ଲାଭ ନେଇ ଆସିବେ । ସେମାନେ ଏକଥା ଭାବିପାରିଲେ ନାହିଁ ଯେ ଆମ ଜାତୀୟ ଉତ୍ପାଦନର କୃଷିକ୍ଷେତ୍ରରେ ଖର୍ଚ୍ଚ ଯେଭଳି ହ୍ରାସ ହେଇଚାଲିଛି ତାକୁ ବଦଳାଇ ଦେଇପାରିଲେ, ନିଜ ସରକାର ଦ୍ୱାରା କୃଷକମାନଙ୍କ ନିର୍ଦ୍ଧାରଣ କରାଯାଇଥିବା ଲକ୍ଷ୍ୟଗୁଡ଼ିକୁ ସେମାନେ ନିଜେ ହାସଲ କରିପାରିଥାନ୍ତେ । ସ୍ପଷ୍ଟଭାବେ କହିବାକୁ ଗଲେ ଏଥରର ଅର୍ଥନୈତିକ ସର୍ବେକ୍ଷଣ ଜଣେ ଉଦାର ଅର୍ଥନୀତିଜ୍ଞ ପାଇଁ କୌଣସି ସୁଯୋଗ ରଖିନାହିଁ ଯେମିତି କି ସେ ସାଧାରଣ ଅର୍ଥନୈତିକ ତଥ୍ୟଭିତିରେ ଅର୍ଥନୀତିର ସ୍ଥିତିକୁ ପରଖିବେ ଯାହା ସାଧାରଣତଃ ଏହି ଅର୍ଥନୈତିକ ସର୍ବେକ୍ଷଣରେ ଉପସ୍ଥାପନ କରାଯାଇଥାଏ । ଏହି ତଥ୍ୟଗୁଡ଼ିକ ବର୍ଷର ପଛଆଡ଼କୁ ଉପଲବ୍ôଧ ହେବ ବୋଲି ସରକାରଙ୍କର ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମନିୟଅନ୍ ନିଜ ମୁଖବନ୍ଧରେ ପାଠକମାନଙ୍କୁ ସୂଚନା ଦେଇଛନ୍ତି । କିନ୍ତୁ ଏପଟେ ଏହି ସର୍ବେକ୍ଷଣ ଏକ ‘ଜବରଦସ୍ତ ସାଧାରଣ ଅର୍ଥନୀତିକ ସ୍ଥିରତା’ ଏବର୍ଷ ଆଣିବ ବୋଲି ଦାବି କରାଯାଉଛି । ୨୦୧୬-୧୭ର ଆର୍ଥିକ ଅଭିବୃଦ୍ଧିର ଧାରା ୨୦୧୭-୧୮ରେ ଫେରିବ! ‘ବିମୁଦ୍ରୀକରଣ’ର ‘ଦୀର୍ଘମିଆଦି ଲାଭ’ଗୁଡ଼ିକ ପାଖାପାଖି ଦେଖାଗଲାଣି! କେବଳ ଟିକସ ପ୍ରଶାସକମାନେ ହିଁ ‘ମାତ୍ରାଧିକ ଉତ୍ସାହୀ’ ନହେଲେ ହେଲା । ବିତୀୟ ନିଅଂଟିଆ ଲକ୍ଷ୍ୟଟିକୁ ‘ଏବର୍ଷ ଜାତୀୟ ଉତ୍ପାଦନର ଶତକଡ଼ା ୩.୫ ଭାଗରେ’ ସୀମିତ ରଖିବାପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଅର୍ଥନୈତିକ ସର୍ବେକ୍ଷଣରେ ପ୍ରଶଂସା କରାଯାଇଛି, ଯଦିଓ ‘ଅଭିବୃଦ୍ଧିର ଦୀର୍ଘସ୍ଥାୟୀ ଆଧାରଗୁଡ଼ିକ ପାଇଁ ଘରୋଇ ପୁଞ୍ଜି ବିନିଯୋଗ ଓ ରପ୍ତାନୀ ବୃଦ୍ଧି’ ଉପରେ ଏହି ସର୍ବେକ୍ଷଣରେ, ଆବେଗ ପ୍ରକାଶ କରାଯାଇଛି । ‘ବିମୁଦ୍ରୀକରଣ’ ଦ୍ୱାରା ‘ଅସଲ ଜାତୀୟ ଉତ୍ପାଦନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ କ୍ଷେତ୍ରରେ ଯଦିଚ ପ୍ରଚଣ୍ଡ କ୍ଷତି ପହଂଚିଛି, ଏହା କେବଳ ସାମୟିକ ବୋଲି କୁହାଯାଉଛି ।’ ଶତକଡ଼ା ୭ଭାଗ ଜାତୀୟ ସାମଗ୍ରିକ ଉତ୍ପାଦନର ମୂଳ ଆକଳନ ତୁଳନାରେ ମାତ୍ର ୦.୨୫ରୁ ୦.୫ଶତକଡ଼ା ପଏଂଟରେ ହ୍ରାସଟିକୁ ସାମୟିକ ଓ ସାମାନ୍ୟ ବୋଲି କୁହାଯାଇଛି । ଅନ୍ତଃରାଷ୍ଟ୍ରୀୟ ମୁଦ୍ରାପାଣ୍ଠିର ଜାନୁଆରୀ ୨୦୧୭ରେ କରାଯାଇଥିବା ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ପୂର୍ବାନୁମାନ ଯାହା ଶତକଡ଼ା ୩.୪ରେ ସ୍ଥିର କରାଯାଇଛି, ତାହା ୨୦୧୬ ମସିହାର ଶତକଡ଼ା ୩.୧ରେ ସୀମିତ ଥିଲା । ଏହି କଥାଟିକୁ ଆଧାର କରି ୨୦୧୭-୧୮ ସର୍ବେକ୍ଷଣରେ ଅଭିବୃଦ୍ଧିର ପୂର୍ବାନୁମାନ କରାଯାଇଛି । ଏହା କୁହାଯାଇଛି ଯେ, ‘ବିଶ୍ୱ ସାମଗ୍ରିକ ଉତ୍ପାଦନକୁ ଭାରତୀୟ ରପ୍ତାନୀର ଅସଲ ଅଭିବୃଦ୍ଧିକୁ ନେଇ ଥିବା ନମନୀୟତାକୁ ଦେଖିଲେ ଆଗାମୀବର୍ଷ ରପ୍ତାନୀରେ ବଡ଼ ଧରଣର ତଥା ଶତକଡ଼ା ୧ପଏଂଟର ଉଚ୍ଚ ଅଭିବୃଦ୍ଧି ଆଶା କରାଯାଇପାରେ । ଘରୋଇ କ୍ଷେତ୍ରରେ ଖାଉଟି ଚାହିଦାଟି ବଢ଼ିପାରେ, ବିଶେଷ କରି ଗୃହ ଓ ଖାଉଟି ଦ୍ରବ୍ୟ କ୍ଷେତ୍ରରେ । ଘରୋଇ ପୁଞ୍ଜି ବିନିଯୋଗକୁ ନେଇ କୁହାଯାଇଛି ଯେ, ସନ୍ତୁଳିତ ଦ୍ୱୈତ ହିସାବ ଖାତା ସମସ୍ୟା (ଅର୍ଥଲଗାଣ ସଂସ୍ଥା ଓ ଉଧାର ନେଉଥିବା ବ୍ୟବସାୟୀମାନଙ୍କୁ ନେଇ) ଯୋଗୁଁ ୨୦୧୬-୧୭ରେ ଘରୋଇ ପୁଞ୍ଜି ବିନିଯୋଗ ଯେଉଁ ସ୍ତରରେ ଥିଲା, ସେଥିରୁ ଉଦ୍ଧାର ପାଇବାର ଆଶା କ୍ଷୀଣ । ତଥାପି ଅର୍ଥନୈତିକ ସର୍ବେକ୍ଷଣରେ ଆଶା କରାଯାଇଛି ଯେ, ‘୨୦୧୭-୧୮ରେ ଜାତୀୟ ସାମଗ୍ରିକ ଉତ୍ପାଦନର ଅସଲ ଅଭିବୃଦ୍ଧି ଶତକଡ଼ା ୬.୭୫ରୁ ୭.୫ଭିତରେ ରହିବ । ଜି.ଡ଼ି.ପି. ତୁଳନାରେ କମ୍ ଆୟ ଉପଲବ୍ôଧ ଏବଂ ଅଧିକ ଅର୍ଥ ଡିପୋଜିଟ୍ ହେବାର ଅନୁମାନ କରି କୁହାଯାଇଛି ସେ ୨୦୧୬-୧୭ ତୁଳନାରେ ୨୦୧୭-୧୮ରେ ଋଣ ଉପରେ ଓ ବ୍ୟାଙ୍କରେ ରଖିଥିବା ଅର୍ଥ ଉପରେ ସୁଧର ହାର କମ୍ ରହିବ । ଅତୀତରେ ଆମେ ଏହି ସ୍ତମ୍ଭଗୁଡ଼ିକରେ ଗୋଥେଙ୍କ ଉକ୍ତିଗୁଡ଼ିକୁ ପାଳନ କରିବା ପାଇଁ ଚେଷ୍ଟା କରିଛୁ । ‘ସମୟ ସମୟରେ ଜଣେ ପୁନରାବୃତି କରିବା ଦରକାର ସେ କେଉଁ କଥାଟିକୁ ବିଶ୍ୱାସ କରୁଛି । ସ୍ୱୀକାର କରିବା ଦରକାର କେଉଁ କଥାଟିରେ ସହମତ ଅଛି ଏବଂ କେଉଁ କଥାଟିକୁ ସେ ନାପସନ୍ଦ କରୁଛି ।’ ଦୁନିଆସାରା ମୁଖ୍ୟସ୍ରୋତର ଅର୍ଥନୀତି, ସେ’ଙ୍କ ନିୟମକୁ ପରିବର୍ତ୍ତନ କରି ପଛୁଆ ଗତିରେ ଚାଲିଛି, ଯେମିତିକି ଯୋଗାଣ ତା’ର ନିଜର ଚାହିଦା ସୃଷ୍ଟି କରେ ଏବଂ ଏତିକି କହି ପ୍ରାୟ ଏକ ଆଦର୍ଶବାଦ ଜନିତ କାମଟିଏ ସମାପାନ କରିଥାଏ । ଯେହେତୁ ଆମେ ଏହି ସ୍ତରରେ ଏଭଳି ଏକ ସାଧାରଣ ଅର୍ଥନୀତିକୁ ଅନେକ ବର୍ଷ ଧରି ସମାଲୋଚନା କରିଆସିଛୁ, ଆମେ ଆମ ନିଜ ସଙ୍ଗୀତକୁ ବାରମ୍ବାର ଗାନ କରିବା ପାଇଁ କ୍ଲାନ୍ତ ମନେ କରୁଛୁ । ବଡ଼ ଗଣମାଧ୍ୟମର ଦ୍ୱାରପାଳମାନେ ଏବଂ ଯେଉଁମାନେ ଉଚ୍ଚଶିକ୍ଷାରେ ଅଛନ୍ତି ଏକଥା ନିଶ୍ଚିତ କରିଥାନ୍ତି ଯେ କେବଳ ନବଉଦାରବାଦୀ ଅର୍ଥନୀତିଜ୍ଞମାନଙ୍କ ସ୍ୱରଟିକୁ ଶୁଣାଯାଉ । ଫଳତଃ ଏହି ନବଉଦାରବାଦୀମାନେ ବାଗ୍ମିତାର ସହ କହିଥାନ୍ତି ଯେ କେମିତି ସବୁ ଘଟିଚାଲିଛି, ଯଥା : ବୈଦେଶିକ ଋଣର ବୋଝରେ ବୃଦ୍ଧି, ଦେଶର ଋଣ ମାଗିବା ଯୋଗ୍ୟତାରେ ହ୍ରାସ, ନେଣଦେଣ ପାଇଁ ଉଦ୍ଦିଷ୍ଟ ଆର୍ଥିକ ସ୍ଥିତିରେ ଅସନ୍ତୁଳନ, ସୁଧ ହାରରେ ବୃଦ୍ଧି, ଘରୋଇ ପୁଞ୍ଜି ବିନିଯୋଗରେ ଶିଥିଳତା, ବିତୀୟ ନିଅଂଟିଆ ପରିସ୍ଥିତି ଏବଂ ସବୁ ପରିସ୍ଥିତିରେ ଋଣ ଛାଡ଼ ପାଇଁ ରାଷ୍ଟ୍ର ଅର୍ଥ ଯୋଗାଣ କରିବା ହେତୁ ମୁଦ୍ରାସ୍ଫୀତିଜନିତ ଚାପ ବୃଦ୍ଧି ଇତ୍ୟାଦି । ଏମିତିକି ଅର୍ଥନୀତିଜ୍ଞ କେନସ୍ଙ୍ ଙ୍କ କିଛି ଉପଯୋଗୀ ବିଚାରକୁ ମଧ୍ୟ ପରିତ୍ୟାଗ କରାଯାଇଛି । ଉଦାହରଣ ସ୍ୱରୂପ, ଯେତେବେଳେ ଲାଭର ହାରକୁ ନେଇ ଆଗକୁ କ’ଣ ଆଶା କରାଯାଇପାରିବ ଆଶଙ୍କା ଭିତରେ ଅଛି, ସେହି କ୍ଷେତ୍ରରେ ଉଭୟେ ଋଣ ଦେବା ଓ ଋଣ ନେବା ଲୋକେ ପ୍ରମାଦ ଗଣନ୍ତି ଯେ, ଋଣ ପରିଶୋଧ କରାଯାଇନପାରିଲେ ସରକାର ଋଣ ଅର୍ଥକୁ ଉଦ୍ଧାର କରିବାପାଇଁ ଅର୍ଥ ଯୋଗାଇ ଦେବେ କି ନାହିଁ । ସର୍ବେକ୍ଷଣରେ ଏଇ କଥାଟିକୁ ଗୁରୁତ୍ୱ ଦିଆଯାଇ ନାହିଁ । ପୁନଶ୍ଚ ଯେତେବେଳେ ଦୀର୍ଘସ୍ଥାୟୀ ମୂଳ ସମ୍ପତିଗତ ସଂଶାଧନଗୁଡ଼ିକ ସହଜରେ ବିକ୍ରି ଉପଯୋଗୀ କରାଇ ଦିଆଯାଉଛି ପୁଞ୍ଜି ବିନିଯୋଗକାରୀ ମାନେ ବିଶେଷ ଭାବରେ କମ୍ ସମୟରେ ମିଳୁଥିବା ଲାଭ-କ୍ଷତିର ହିସାବକୁ ପ୍ରାଧାନ୍ୟ ଦେଉଛନ୍ତି । ଫଟ୍କା ବଜାରରେ ଟଙ୍କା ଲଗାଉଥିବା ଲୋକେ, ସାଧାରଣ ଜନତା କୌଣସି ଟେର ପାଇବା ପୂର୍ବରୁ ଚିରାଚରିତ ଢାଂଚାରେ ମୂଲ୍ୟାୟନ କରି ପୂର୍ବାନୁମାନ କରିଦିଅନ୍ତି ଓ ପ୍ରଚୁର ପରିମାଣର ଲାଭ ଅତି କମ୍ ସମୟ ଭିତରେ ପାଇଯାଆନ୍ତି । ଏଭଳି ବିପୁଳ ଲାଭର ସମ୍ଭାବନା ଆର୍ଥିକ ଲାଭ ପାଇବା କଥାଟିକୁ ଅସଲ ଅର୍ଥନୀତିର ବହୁ ଊଦ୍ଧ୍ୱର୍ରେ ରଖିଦିଏ । ବାସ୍ତବରେ ୧୯୯୦ ପରବର୍ତୀ କାଳରୁ ଇଂଲଣ୍ଡ-ଆମେରିକା ଢାଂଚାରେ ଆର୍ଥିକ କ୍ଷେତ୍ରରେ ଉଦାରୀକରଣ କରି, ଆର୍ଥିକ ଏବଂ କୋଠାବାଡ଼ି କ୍ଷେତ୍ରରେ ସମ୍ପତିର ବିଶେଷ ବୃଦ୍ଧିର ପୂର୍ବାନୁମାନକୁ ପ୍ରୋତ୍ସାହିତ କରି, ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ସମ୍ପତିଗତ ବିଷମତା ଥିବା ଦେଶମାନଙ୍କ ଭିତରେ ଆଗଧାଡ଼ିରେ ଅଛି, ଯେଉଁଠି ଜନସଂଖ୍ୟାର ଊଦ୍ଧ୍ୱର୍ରେ ଥିବା ମାତ୍ର କିଛି ଲୋକ ସମଗ୍ର ଘରୋଇ ସମ୍ପତିର ଶତକଡ଼ା ୭୦ଭାଗ ନିଜ ପାଖରେ ରଖିଛନ୍ତି । ଭାରତୀୟ ଅର୍ଥନୀତିର ସ୍ଥିତିକୁ ସରକାରୀ ଭାବେ ସମୀକ୍ଷା କଲାବେଳେ ଏହି କଥାଟିକୁ ଉଲ୍ଲେଖ କରିବାର ଆବଶ୍ୟକତାକୁ ଅର୍ଥନୈତିକ ସର୍ବେକ୍ଷଣ ଅନୁଭବ କରିନାହିଁ । ଏଠି ଆଉ ଏକ କଥାର ପ୍ରତିଫଳନ ଦେଖିବାକୁ ମିଳୁଛି ଯେ, ଭାରତର ଧନୀକ ଶ୍ରେଣୀ ଏ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଜୀବନରେ ନିଜର ପ୍ରଭୁତ୍ୱ ଜାହିର କରି ଗଣତନ୍ତ୍ରକୁ ଏକ ମୃତ ଲିପିରେ ରୂପାନ୍ତରିତ କରିଦେଇଛନ୍ତି । ହୁଏତ ଏଇଥିପାଇଁ ଉଦାରବାଦୀ ଅରବିନ୍ଦ ସୁବ୍ରମନିୟନ୍ଙ୍କୁ ଅର୍ଥନୈତିକ ସର୍ବେକ୍ଷଣର ୯ମ ଅଧ୍ୟାୟ ଲେଖିବା ପାଇଁ ଅଣାଯାଇଛି । ଅଧ୍ୟାୟର ନାମକରଣ ବି ସେପରି ବଳିଷ୍ଠ ଭାବନା ସୃଷ୍ଟି କଲାଭଳି ଭାଷାରେ ରଖାଯାଇଛି । ‘ସାର୍ବଜନୀନ ମୌଳିକ ଆୟ (ୟୁ.ବି.ଆଇ)- ‘ମହାତ୍ମାଙ୍କ ସହ ଓ ମଧ୍ୟରେ ଏକ କଥୋପକଥନ’ । ପ୍ରାରମ୍ଭରେ ସେ ଏକ ସତ ଏବଂ ସର୍ତବିହୀନ ସାର୍ବଜନୀନ ମୌଳିକ ଆୟ କଥା କହିଛନ୍ତି କିନ୍ତୁ ଶେଷରେ ଯାଇ ପହଂଚିଛନ୍ତି ବହୁତ କମ୍ ସାର୍ବଜନୀନ ତଥା ସର୍ତମୂଳକ ଆଂଶିକ ଆୟକୁ ସୁପାରିଶ କରି ଯାହାକି ପ୍ରଚଳିତ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକର ପାଣ୍ଠିଗୁଡ଼ିକୁ କାଟଛାଂଟ କରି ଯୋଗାଡ଼ କରାଯିବ । ଏକଥାଟି ୧୯୭୮ ପରବର୍ତୀ ଅବସ୍ଥାଟିକୁ ଆମକୁ ମନେ ପକାଇଦେଉଛି । ଯେତେବେଳେ ଚୀନ୍ ବିରାଟ ପାଦପକାଇ ପୁଞ୍ଜିବାଦ ଆଡ଼କୁ ଫେରିବା ଆରମ୍ଭକଲା, ସେତେବେଳେ କୃଷକମାନଙ୍କର ଆର୍ଥିକ ଆୟ ବିପୁଳ ପରିମାଣରେ ବଢ଼ିଗଲା । କିନ୍ତୁ ଏଠି ଆମେ ଆଉ ଗୋଟିଏ କଥାକୁ ଅଣଦେଖ କରିପାରିବା ନାହିଁ ଯେ, ଏହି କୃଷକମାନେ ସେମାନଙ୍କୁ ମିଳୁଥିବା ସାମୂହିକ ଖାଦ୍ୟ ଓ ସ୍ୱାସ୍ଥ୍ୟସେବାକୁ ହରାଇ ବସିଥିଲେ । ସେମିତି, ଶ୍ରୀ ସୁବ୍ରମନିୟଅନ୍୍ ପରାମର୍ଶ ଦେଉଥିବା ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ସିଧାସଳଖ ଯିବା କଥାଟିର ସେଭଳି କିଛି ମୂଲ୍ୟ ରହିବ ନାହିଁ । ଯେଉଁ ଟଙ୍କାଟି ଉପଭୋକ୍ତାଙ୍କ ଖାତାକୁ ଆସିବ, ସେତିକିରେ ଜୀବନ ଧାରଣର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରାଯାଇ ପାରିବନି । ଅନ୍ୟପଟେ ଧନୀକ ଶ୍ରେଣୀର ସେମାନଙ୍କ ପ୍ରତି ସମବେଦନା ମଧ୍ୟ ରହିବ ନାହିଁ । ଏସବୁ ଫଳରେ ଏହି ପୈଠ କରାଯାଉଥିବା ଅର୍ଥର କ୍ରୟଶକ୍ତି କାଳକ୍ରମେ ହ୍ରାସ ପାଇବ । ଆମେ ସୁବ୍ରମନିୟଅନଙ୍କୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ ନକଲେ ବି ଯେଭଳି ଏମ୍.ଜି.ଏନ୍.ଆର୍.ଜି.ଏ. ଓ ସାଧାରଣ ବଂଟନ ବ୍ୟବସ୍ଥା ଭଳି ଜନହିତକର କାର୍ଯ୍ୟକ୍ରମରେ ଅର୍ଥ କାଟ୍ କରାଯାଉଛି, ତାକୁ ହିସାବକୁ ନେଲେ ଆଶାବାଦୀ ବି ହୋଇପାରୁ ନାହୁଁ ଯେ ସୁବ୍ରମନିୟଅଙ୍କର ‘ପ୍ରତ୍ୟେକଟି ଆଖିରୁ ପ୍ରତିଟି ଲୁହ ଲିଭାଇ ଦେବା’ ପ୍ରସ୍ତାବଟି ସଫଳ ହେବ । ନିଶ୍ଚିତ ଭାବେ ପୁଞ୍ଜିବାଦୀ ଶ୍ରେଣୀ ଓ ସେମାନଙ୍କ ଚିନ୍ତକମାନେ ଚିକ୍ରାର କରିବା ଆରମ୍ଭ କରିଦେବେ ଯେ, ‘ସରକାର ବହୁତ ଖର୍ଚ୍ଚ କଲେ ଓ ପୁନଃ ବିତରଣ କରିଚାଲିଲେ’ । ଜନ୍ ଡ୍ରେଜ୍ ଯେଉଁ ମତ ଦେଇଛନ୍ତି ଯେ, ସାର୍ବଜନୀନ ମୌଳିକ ଆୟ ଲାଗୁ କରିବା ପାଇଁ ଯଦି ଓ ଯେବେ ସହମତ ହେବ, ତାକୁ ଏକ ବିକଳ୍ପ ହିସାବରେ ନଦେଖି ପ୍ରଚଳିତ ଢାଂଚାର ଏକ ସମ୍ପ୍ରସାରଣ ବା ସଂଶୋଧନ ହିସାବରେ ଦେଖିବା ପାଇଁ ନିଶ୍ଚିତ କରାଇବା ଉଚିତ ହେବ । FEBRUARY 4,2017 VOL L11 NO 5 EPW EDITORIAL-2 ଓଡିଶା ଡଟ କମ Filed Under: ସମଦୃଷ୍ଟି Tagged With: ଅର୍ଥ ନୀତି, ଭାରତ ଦମ୍ ଅପେକ୍ଷା ପ୍ରଚାର ଅଧିକ, ବିମୁଦ୍ରୀକରଣର ଦୀର୍ଘ ଛାଇଟି ବଜେଟରେ ଦୃଶ୍ୟମାନ February 7, 2017 by ଓଡିଶା ଡଟ କମ Leave a Comment ଏ ଭିତରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୪ର୍ଥ ଥର ପାଇଁ ୨୦୧୭-୧୮ ମସିହାରେ ବାର୍ଷିକ ବଜେଟ୍ଟି ଉପସ୍ଥାପନ କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫ବର୍ଷ କାର୍ଯ୍ୟକାଳ ସରିବା ପୂର୍ବରୁ ଆଉ ମାତ୍ର ଥରୁଟିଏ ଏଭଳି ବଜେଟ ଉପସ୍ଥାପନ ଦେଖିବାକୁ ପଡ଼ିବ । ଏଥରର ବଜେଟ୍ଟିକୁ ନେଇ ଯେମିତି ଗଣମାଧ୍ୟମ ଆଶାନୁରୂପକ ପ୍ରଶଂସାମୁଖର ହେଇଯାଇଛି । ସେମାନଙ୍କ ଭାଷାରେ ‘ମାତ୍ରାଧିକ ଲୋକପ୍ରିୟତା’ଠୁ ଦୂରରେ ରହି ‘ଆର୍ଥିକ ସତର୍କତା’କୁ ଏଥର ବଜେଟ୍ ରେ ପ୍ରାଧାନ୍ୟ ଦିଆଯାଇଛି । ଆହୁରି କୁହାଯାଇଛି ଯେ ବଜେଟ୍ଟି ମୋଦୀ ଶାସନର ଲୋକାଭିମୁଖୀ ଚରିତ୍ରକୁ ପୁନଃ ପ୍ରତିଷ୍ଠିତ କରିଛି । କୃଷକମାନଙ୍କୁ ସୁବିଧା ଦେବା ସହ କଳାଧନର ଠୁଳୀକରଣକୁ ହ୍ରାସ କରିବା ଏବଂ ଟିକସର ଢାଂଚାଟିକୁ ଅଧିକ ‘ପ୍ରଗତିଶୀଳ’ କରିପାରିଛି ବୋଲି ମଧ୍ୟ କୁହାଯାଉଛି । ସମସ୍ତ ବଜେଟ୍ ଦସ୍ତାବିଜଗୁଡ଼ିକୁ ଯଦି ଭଲକରି ଦେଖାଯାଏ ତେବେ ଉପରୋକ୍ତ ଯେକୌଣସି ଦାବୀର ସତ୍ୟାସତ୍ୟ ନେଇ ଆଶଙ୍କା ଉପୁଜିବ ନିଶ୍ଚୟ । ବଜେଟ୍ଟିରେ ଦମ୍ କମ୍, ପ୍ରଚାର ଅଧିକ ଅଛି । ନଭେମ୍ବର ୮, ୨୦୧୬ଦିନ ଦେଶରେ ପ୍ରଚଳିତ ଥିବା ଶତକଡ଼ା ୮୬ଭାଗ ମୁଦ୍ରାକୁ ଅକସ୍ମାତ ଓ ଅପ୍ରତ୍ୟାଶିତ ଭାବେ ଅକାମୀ କରିଦେବାର ନିଷ୍ପତିଟିଏ ନେଇ ଯେଉଁ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି କରାଗଲା, ତାହା ସାଧାରଣ ଭାରତୀୟ ବିଶେଷ କରି ଗରିବ ଲୋକମାନଙ୍କୁ ଗଭୀର କଷ୍ଟ ଓ ଯନ୍ତ୍ରଣା ଦେଇଥିଲା । ଏଥରର ବଜେଟ୍ଟି ସେହି ଯନ୍ତ୍ରଣାକୁ ଉପଶମ କରିବା ପାଇଁ ଉପକ୍ରମଟିଏ କରିଛି । ଭାରତରେ ବଜେଟ୍ଟି ସରକାରଙ୍କର ହିସାବ ଖାତା ଉପରେ ଏକ ବୈଶିଷ୍ଟ୍ୟବିହୀନ ବକ୍ତବ୍ୟ ନୁହେଁ । ବଜେଟ ଗୁଡ଼ିକ ପ୍ରାୟତଃ ରାଜନୈତିକ ଘୋଷଣାନାମା ହୋଇଥାଏ । ନିର୍ବାଚନ ଦୃଷ୍ଟିକୋଣରୁ ଏହି ବଜେଟ୍ ଭାରତୀୟ ଜନତା ପାର୍ଟିକୁ ଆଗାମୀ ବିଧାନସଭା ନିର୍ବାଚନ ଗୁଡ଼ିକରେ, ମୁଖ୍ୟତଃ ସବୁଠାରୁ ଜନବହୁଳ ରାଜ୍ୟ ଉତରପ୍ରଦେଶ ନିର୍ବାଚନରେ କ୍ଷମତାଶୀନ ହେବା ପାଇଁ ସକ୍ଷମ କରାଇବ କି ନାହିଁ ତାହା ଆସନ୍ତା ମାର୍ଚ୍ଚ ୧୧ଦିନ ଜଣାପଡ଼ିବ । କିନ୍ତୁ ଅସୁବିଧାରେ ଥିବା ଲୋକଙ୍କର ଅବସ୍ଥାରେ ପରିବର୍ତନ ଆଣିବା, ବିଷମତା ହ୍ରାସ କରିବା, ନିଯୁକ୍ତି ସୃଷ୍ଟି କରିବା, ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଯେଉଁ ଆଦାୟ ହୋଇପାରୁନଥିବା ଋଣ ଦେଇଚାଲିଛନ୍ତି ତାକୁ ହ୍ରାସ କରିବା ଏବଂ ସାମାଜିକ କଲ୍ୟାଣ ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ ଉଲ୍ଲେଖନୀୟ ଉନ୍ନତି ଆଣିବା ଇତ୍ୟାଦି କ୍ଷେତ୍ରରେ ବଜେଟ୍ ସଫଳ ହେବାର ସମ୍ଭାବନା ଅତି କ୍ଷୀଣ ଦେଖାଯାଉଛି । ଯଦିଓ ‘ଜାତିର ପିତା’ଙ୍କର ନାମ ଜେଟଲିଙ୍କ ବଜେଟ୍ ଭାଷଣରେ ତୁହାକୁ ତୁହା ନିଆଯାଉଥିଲା, ତାଙ୍କ ନାମରେ ନାମିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଯୁକ୍ତି ଯୋଜନା ଆଇନ (ଏମ୍ନରେଗା) କ୍ଷେତ୍ରରେ ମାତ୍ର ଶତକଡ଼ା ୧ଭାଗ ଅର୍ଥ ଅଟକଳ ବୃଦ୍ଧି କରାଯାଇଛି – ତାକୁ ବି ‘ଏଯାବତ୍ ସବୁଠାରୁ ଅଧିକ’ ବୋଲି ଚିତ୍ରିତ କରାଯାଇଛି । ଯେମିତି ଜେଟଲି ନିଜେ ବକ୍ତବ୍ୟ ଉପସ୍ଥାପନ କ୍ରମରେ ଉଲ୍ଲେଖ କରିଥିଲେ, ଯଦି ଜଣେ ଚଳିତ ଆର୍ଥିକବର୍ଷରେ ଏମ୍.ଜି.ଏନ୍.ଆରଇ.ଜି.ଏ. ପାଇଁ କରାଯାଇଥିବା ସଂଶୋଧିତ ଅଟକଳ ସହ ୨୦୧୭-୧୮ରେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟୟ ଅଟକଳଟିକୁ ତୁଳନା କରେ ଏଇ କଥାଟି ସ୍ପଷ୍ଟ ହେବ ଯେ ମାତ୍ର ୫୦୦କୋଟି ଟଙ୍କାର ବୃଦ୍ଧି ଘଟିଛି । ଯାହା ୪୭,୫୦୦କୋଟି ଥିଲା ତାହା ଏବେ ୪୮,୦୦୦ କୋଟି ରଖାଯାଇଛି । ପୁଣି ଏହି କାର୍ଯ୍ୟକ୍ରମରେ ଅଧିକ ଦୀର୍ଘସ୍ଥାୟୀ ସମ୍ପତି ସୃଷ୍ଟି କରିବା ପାଇଁ ଅର୍ଥମନ୍ତ୍ରୀ ନିଜେ ବାରମ୍ବାର ଗୁରୁତ୍ୱ ଦେଇ ଆସିଥିବାବେଳେ ୧୦ଲକ୍ଷ ପୋଖରୀ ନିର୍ମାଣର ଯେଉଁ ପ୍ରାବଧାନ ରଖାଯାଇଛି ତାହା କେତେ ଦୀର୍ଘସ୍ଥାୟୀ ହେବ! ସେମିତି ୧୦ଲକ୍ଷ ‘ଖତ ପାଇଁ ଗାତ’ ତିଆରି କରିବା (ଦେଶର ପ୍ରତିଟି ଗାଁ ପିଛା ଗୋଟିଏ) କିଭଳି ଦୀର୍ଘସ୍ଥାୟୀ ସମ୍ପତି ସୃଷ୍ଟି କରିବ! ଏହି କାର୍ଯ୍ୟକ୍ରମଗୁଡ଼ିକୁ ହିଁ ଏକଦା ମୋଦୀ ନିଜେ କଂଗ୍ରେସର ବିଫଳତାର ଜୀବନ୍ତ ସ୍ମାରକୀ ବୋଲି ବର୍ଣ୍ଣନା କରିଥିଲେ । ଏବେ ତାଙ୍କ ସରକାର ସେହି କାମଗୁଡ଼ିକର ପ୍ରଶଂସାରେ ବ୍ୟସ୍ତ । ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଲା ଯେ, ବିମୁଦ୍ରୀକରଣ ଯୋଗୁଁ ନିକଟରେ ସହରାଂଚଳରେ ରୋଜଗାର ହରାଇଥିବା ଲୋକମାନେ ଗ୍ରାମାଭିମୁଖୀ ହେବା ଯୋଗୁଁ ଗ୍ରାମାଂଚଳରେ ଏମଜିଏନ୍ଆର୍ଜିଏ କାମ ପାଇଁ ଚାହିଦାର ବୃଦ୍ଧି ଘଟିଛି । ଏକଦା ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା ଗ୍ରାମାଂଚଳରୁ ସହରାଭିମୁଖୀ ହେଉଥିବା ଦାଦନକୁ ରୋକିବା ପାଇଁ । ଏବେ ଠିକ୍ ତା’ର ବିପରୀତ ଘଟିଚାଲିଛି । ରାଜନୈତିକ ଦଳମାନଙ୍କର ଅନୁଦାନ ଗ୍ରହଣ ପ୍ରକ୍ରିୟା ଅଧିକ ସ୍ୱଚ୍ଛ କରିବା କଥାକୁ ନେଇ ଅନେକ ଆଲୋଚନା ହୋଇଆସିଛି । ଅର୍ଥମନ୍ତ୍ରୀ ଯାହା ପ୍ରସ୍ତାବ ରଖିଛନ୍ତି ତାହା ନିର୍ବାଚନ କମିଶନଙ୍କ ସୁପାରିଶ ଉପରେ ଆଧାରିତ । କୌଣସି ବେନାମୀ ବ୍ୟକ୍ତିଙ୍କଠାରୁ ପାଣ୍ଠି ଗ୍ରହଣ ପରିମାଣକୁ ସର୍ବାଧିକ ୨୦,୦୦୦ଟଙ୍କାରୁ ୨୦୦୦ ଟଙ୍କାକୁ କମେଇ ଦିଆଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମକୁ ସଂଶୋଧନ କରି ନିର୍ବାଚନୀ ବଣ୍ଡ୍ ଜାରି କରିବା ଓ ରାଜନୈତିକ ଦଳମାନେ ନିର୍ଦ୍ଧାରିତ ସମୟ ଭିତରେ ଆୟର ହିସାବ ଦାଖଲ କରିବା ଇତ୍ୟାଦି ପରିବର୍ତନ ଆଣିବା ପାଇଁ ପ୍ରସ୍ତାବ ରଖାଯାଇଛି । ଏଇଥିପାଇଁ ଏହିସବୁ ପଦକ୍ଷେପଗୁଡ଼ିକ ଉପର ଠାଉରିଆ ଭଳି ଲାଗୁଛି ଏବଂ ନିର୍ବାଚନରେ କଳାଧନର ବ୍ୟବହାର ଉପରେ ଏହାର କୌଣସି ବଡ଼ ଧରଣର ପ୍ରଭାବ ପଡ଼ିବ ନାହିଁ । ପ୍ରଥମ ଓ ସର୍ବୋପରି କଥାଟି ହେଲା ଯେ, ରାଜନୈତିକ ଦଳମାନେ ଯେଉଁ ଆୟଟିକୁ ବିଧିବଦ୍ଧ ଭାବେ ଘୋଷଣା କରିଥାନ୍ତି ତାହା ସେମାନଙ୍କ ସାମଗ୍ରିକ ଆୟର ଗୋଟିଏ କ୍ଷୁଦ୍ର ଅଂଶ ମାତ୍ର । ହିସାବ ନଥିବା ବିପୁଳ ଆୟରୁ ହିଁ ସେମାନେ ନିର୍ବାଚନ ଖର୍ଚ୍ଚ କରିଥାନ୍ତି । ଦ୍ୱିତୀୟରେ, ଆସୋସିଏସନ୍ ଅଫ୍ ଡେମୋକ୍ରେଟିକ୍ ରାଇଟ୍ସ୍ ଯେମିତି ଟିପ୍ପଣୀ ଦେଇଛନ୍ତି, ରାଜନୈତିକ ଦଳମାନଙ୍କର ଆୟ-ବ୍ୟୟର ହିସାବ ଦେଖିବା ପାଇଁ କୌଣସି ସ୍ୱାଧୀନ ଭାବେ ନିଯୁକ୍ତ ଅଡ଼ିଟରର ପ୍ରସ୍ତାବ ନାହିଁ । ଅବମାନନା କଲେ ଦଣ୍ଡବିଧାନର ବି କିଛି ବ୍ୟବସ୍ଥା ନାହିଁ । ତୃତୀୟରେ, ଠିକଣା ସମୟରେ ଆୟର ହିସାବ ଦାଖଲ କରିବାକଥାକୁ ନେଇ ଏହି ଆସୋସିଏସନ୍ କହିଛି ଯେ, ୨୦୧୦-୧୧ ଓ ୨୦୧୪-୧୫ ଭିତରେ ହିସାବ ଦାଖଲରେ ଯେଉଁ ବିଳମ୍ବ ହେଇଥିଲା ତାହା ବି.ଜେ.ପି. କ୍ଷେତ୍ରରେ ୧୮୨ଦିନ ଥିଲାବେଳେ, କଂଗ୍ରେସ ଦଳ ୧୬୬ଦିନ ବିଳମ୍ବରେ ହିସାବ ଦାଖଲ କରିଥିଲେ । ଶେଷରେ, ବଜେଟ ଉପସ୍ଥାପନର ପରବର୍ତୀ ସମୟରେ ଗଣମାଧ୍ୟମ ସହ କଥାବାର୍ତା ବେଳେ ଅର୍ଥମନ୍ତ୍ରୀ ଜେଟଲି ଯେଉଁସବୁ କଥା କହିଛନ୍ତି, ଯେମିତି ନିର୍ବାଚନୀ ବଣ୍ଡ୍ କିଣୁଥିବା ଲୋକମାନଙ୍କର ନାମ ଗୋପନୀୟ ରଖିବାର ପ୍ରତିଶ୍ରୁତି, ଏସବୁ ଏଭଳି ଆଶା ସୃଷ୍ଟି କରିପାରୁ ନାହିଁ ଯେ ଭାରତରେ ରାଜନୈତିକ ଦଳମାନଙ୍କ ପାଣ୍ଠି ସଂଗ୍ରହ ପ୍ରକ୍ରିୟାଟି ତରବରିଆ ଭାବେ ସ୍ୱଚ୍ଛ କରାଯାଇପାରିବ । ରାଜସ୍ୱ ସଂଗ୍ରହ ବିଶେଷକରି ପରୋକ୍ଷ ଟିକସ ସଂଗ୍ରହ ଉପରେ ଯେଉଁ ଆକଳନ କରାଯାଇଛି ତାହା କେତେ ବାସ୍ତବବାଦୀ ଓ କେତେ ସଠିକ୍, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବଜେଟ୍ ଉପସ୍ଥାପନାକୁ ଗୋଟିଏ ମାସ ଆଗକୁ ନେଇ ଆସିଥିବା ଅର୍ଥମନ୍ତ୍ରୀ ‘ସଂଶୋଧିତ ଆକଳନ’ ଓ ‘ବଜେଟ୍ ଆକଳନ’କୁ ନେଇ ଯେଉଁ ଅନୁମାନଭିତିକ ପରିସଂଖ୍ୟାନ ଉପସ୍ଥାପନ କରିଛନ୍ତି, ତାହା ଯଥେଷ୍ଟ ନୁହେଁ; ବିଶେଷକରି ଯଦି ଅତୀତରେ ଯାହା ଘଟିଛି ତାକୁ ହିସାବକୁ ନିଆଯାଏ । ଯଦିଓ ଏଥର ବଜେଟଟି ବିମୁଦ୍ରୀକରଣର କୁପ୍ରଭାବକୁ ନ୍ୟୁନ କରାଇଦେଇ ବି.ଜେ.ପି.ର ରାଜନୈତିକ ଉଦ୍ଦେଶ୍ୟ ସାଧନରେ ସହାୟକ ହୋଇପାରେ, ତେବେ ଏଠି ଆଉ ଗୋଟିଏ ଅସୁବିଧା ରହିଯାଇଛି । ସରକାର ଦାବୀ କରୁଛନ୍ତି ଯେ ଆଗାମୀ ଆର୍ଥିକ ବର୍ଷରେ ସମଗ୍ର ଦେଶଟି ‘ଦ୍ରବ୍ୟ ଓ ସେବା ଟିକସ’ ବ୍ୟବସ୍ଥା (ଜିଏସ୍ଟି) ଆଡ଼କୁ ଗତି କରିବ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କର ଅବକାରୀ ଶୁଳ୍କ ଓ ସେବା ସଂଗ୍ରହ କ୍ଷେତ୍ରରେ ଏହି ନୂଆ ଏବଂ ସମ୍ପୂର୍ଣ୍ଣ ଭିନ୍ନ ପରୋକ୍ଷ ଟିକସ ସଂଗ୍ରହ ବ୍ୟବସ୍ଥା ଆଡ଼କୁ ରୂପାନ୍ତରିତ ହେବା ପ୍ରକ୍ରିୟାଟି କିଭଳି ପ୍ରଭାବ ପକାଇବ ତାହାର ସ୍ପଷ୍ଟ ଚିତ୍ର କିଛି ଜଣାପଡ଼ୁନାହିଁ । ଅନିଶ୍ଚିତତାର ଅନ୍ୟ ଏକ ଉପାଦାନ ହେଉଛି ବିଶ୍ୱ ତୈଳଦରରେ ଆଶା କରାଯାଉଥିବା ବୃଦ୍ଧି ଯାହାକି ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବ । ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମନିୟନ୍ ସାବଧାନ କରିଦେଇଛନ୍ତି ଯେ, ୨୦୧୫-୧୬ରେ ତୈଳବୀଜର ଦରବୃଦ୍ଧି ଘଟିଲା ଭଳି, ଏବେ ମଧ୍ୟ କ୍ଷୀର, ଚିନି, ଆଳୁ ଏବଂ ପିଆଜର ଦର ବୃଦ୍ଧି ଘଟିପାରେ । ଅନ୍ୟ ପ୍ରକାରେ କହିବାକୁ ଗଲେ ଯାହା କୁହାଯାଉଛି ଯେ, ଖାଉଟି ମୂଲ୍ୟ ସୂଚକାଙ୍କ ୨୦୧୭-୧୮ର ଯେଉଁଭଳି ୪.୨୫%ରୁ ୫% ଭିତରେ ସୀମିତ ରହିବ ବୋଲି ଯେଉଁ ଆକଳନ କରାଯାଇଛି, ତାହା ଅବାସ୍ତବ – ଯଦିଓ ଉଚ୍ଚତର ମୁଦ୍ରାସ୍ଫୀତି ହାରଟି ଗରିବ ଲୋକମାନଙ୍କୁ ବ୍ୟାପକ ଭାବେ ପ୍ରଭାବିତ କଲେ ବି ସରକାରଙ୍କ ବିତୀୟ ନିଅଂଟିଆ ଲକ୍ଷ୍ୟଟିକୁ ହାସଲ କରିବାରେ ସହାୟକ ହେବ । ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଏବଂ ପଶ୍ଚିମ ଦେଶମାନଙ୍କର ନିଜ ବାଣିଜ୍ୟକୁ ସୁରକ୍ଷା ଦେବାର ପ୍ରବଣତା ଭାରତ ପାଇଁ ଭଲ ପରିସ୍ଥିତି ସୃଷ୍ଟି କରିବ ନାହିଁ । ସୁବ୍ରମନିୟନ୍୍ ଆହୁରି ମଧ୍ୟ କହିଛନ୍ତି ଯେ, ପୁଞ୍ଜି ବିନିଯୋଗ ଏବଂ ରାଷ୍ଟ୍ରାୟତ ସଂସ୍ଥାମାନଙ୍କର କୌଶଳଭିତିକ ବିକ୍ରି ପାଇଁ (ଘରୋଇକରଣର ଅନ୍ୟ ନାମ) ରାଜନୈତିକ ସହମତି ହାସଲ କରିବା ସହଜ ହେବ ନାହିଁ । ତଥାପି, ବର୍ଷ ପରେ ବର୍ଷ ପୁଞ୍ଜି ବିନିଯୋଗ ଏବଂ ଘରୋଇକରଣ ଯୋଗୁଁ ମିଳିବାକୁ ଥିବା ଆୟର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବା ସତ୍ୱେ, ସରକାର ଏଭଳି ଏକ ପ୍ରକ୍ରିୟାରୁ ଏକାବେଳକେ ଅଧିକ ଆୟ ବୃଦ୍ଧିର ଆଶା ରଖିଛନ୍ତି; ୨୦୧୬-୧୭ର ସଂଶୋଧିତ ଅଟକଳ ଠାରୁ ୬୦ ପ୍ରତିଶତ ବୃଦ୍ଧି ୨୦୧୭-୧୮ବଜେଟ୍ ଅଟକଳରେ ରଖାଯାଇଛି । ବ୍ୟକ୍ତିଗତ ଟିକସ ସଂଗ୍ରହ ଉଲ୍ଲେଖନୀୟ ରହିଥିବା ସତ୍ୱେ ସରକାର ପୁଣି ଶତକଡ଼ା ୨୫ଭାଗ ବୃଦ୍ଧି ବ୍ୟକ୍ତିଗତ ଆୟ କରରେ ଆଶା ରଖି ରାଜସ୍ୱ ବୃଦ୍ଧିରେ ଆଶା ରଖିଛନ୍ତି । ଆମଦେଶରେ ଆୟ କରଦାତାମାନେ, ଜେଟଲିଙ୍କ ନିଜ ଶବ୍ଦରେ, ‘ଟିକସ ପୈଠ ନକରିବା ପ୍ରବଣତା ଥିବା ଏକ ସମାଜ’ର ଆଖ୍ୟା ପାଇଥିବା ବେଳେ ଅଚାନକ, ‘ଭଲପିଲା ପାଲଟି’ ଯିବେ ନାଁ ‘ଇନ୍ସପେକ୍ଟର ରାଜ୍’ ଓ ‘ଟିକସ ଆତଙ୍କବାଦ’ (ବି.ଜେ.ପି, କ୍ଷମତାରେ ନଥିବାବେଳେ ଏହି ଶବ୍ଦ ପଂକ୍ତିର ବ୍ୟାପକ ବ୍ୟବହାର କରୁଥିଲା) ଫେରିଆସିବ, ତାହା ବର୍ତମାନ ପରିସ୍ଥିତିରେ ସ୍ପଷ୍ଟ ହେଉନାହିଁ । ତଥାପି, ଅର୍ଥମନ୍ତ୍ରୀ ଠିକ୍ କହୁଛନ୍ତି ଯେତେବେଳେ ସେ କହୁଛନ୍ତି ଯେ ବ୍ୟାପକ ଟିକସ ଫାଙ୍କିଯୋଗୁଁ ସାଧୁଲୋକମାନଙ୍କ ଉପରେ ଟିକସର ବୋଝ ଅଣଆନୁପାତିକ ଭାବେ ଅଧିକ ପଡ଼ିଯାଉଛି । ବଜେଟ ରେ ଅନେକ ବିଭ୍ରାଟିଆ ଦିଗ ରହିଛି । ସେଂଟର ଫର୍ ବଜେଟ୍ ଆଣ୍ଡ୍ ଗଭର୍ଣ୍ଣନ୍ାସ୍ ଆକାଉଂଟିବିଲିଟି ନିଜ ବିଶ୍ଲେଷଣରେ ଦେଖାଇ ଦେଇଛନ୍ତି ଯେ, କେନ୍ଦ୍ରୀୟ କିଟସର ଆବଂଟନ ଭଣ୍ଡାରରୁ ରାଜ୍ୟମାନଙ୍କୁ ସେମାନଙ୍କ ଭାଗ ଅଧିକ ହେଲେ ବି ରାଜ୍ୟମାନଙ୍କୁ ଦିଆଯାଉଥିବା ସାମଗ୍ରିକ ସମ୍ବଳ କ୍ଷେତ୍ରରେ କିଛି ବୃଦ୍ଧି ହେଉନାହିଁ । ଏହା ଏକ ଚିନ୍ତାର କାରଣ, ଯେହେତୁ ରାଜ୍ୟମାନେ ସାମାଜିକ କଲ୍ୟାଣ ଯୋଜନାର ରୂପାୟନ କରିବା ପାଇଁ ଆଶା କରାଯାଏ । ଯେମିତିକି କେନ୍ଦ୍ର ଯେତେବେଳେ ସ୍ୱଚ୍ଛ ଭାରତ ସେସ୍ ଓ କୃଷି କଲ୍ୟାଣ ସେସ୍ ନାଁ’ରେ ଅଧିକ ଟିକସ ବା ଶୁଳ୍କ ସଂଗ୍ରହ କରେ ତାହା ରାଜ୍ୟମାନଙ୍କୁ ଦିଆଯାଇଥିବା କେନ୍ଦ୍ରୀୟ ଆବଂଟନ ଭଣ୍ଡାରକୁ ଆସେ ନାହିଁ । ଯେମିତି ଅନୁସୂଚିତ ଜନଜାତି, ଜାତି ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଅର୍ଥ ଉପଲବ୍ôଧରେ କୌଣସି ବୃଦ୍ଧି ହେଉନାହିଁ, ସେଭଳି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କିଛି ହେଉନାହିଁ । ଯେଉଁଠି ପୁଞ୍ଜି ବିନିଯୋଗ କଥା ପଡ଼ିଛି, ସରକାର ହୁଏତ ଏକଥା ଧରିନେଇଛନ୍ତି ଯେ ଯେହେତୁ ସଙ୍ଗଠିତ କ୍ଷେତ୍ରରୁ ଘରୋଇ ପୁଞ୍ଜି ଆସିବ ନାହିଁ, ରାଜ୍ୟମାନଙ୍କୁ ଏହି ଅଭାବଟିକୁ ପୂରଣ କରିବାକୁ ପଡ଼ିବ । ବଜେଟ୍ ରେ କୌଣସି ସ୍ଥାନରେ ଏକଥାଟିକୁ ସ୍ପଷ୍ଟ କୁହାଯାଇ ନାହିଁ ଯେ, ଅର୍ଥନୀତିରେ ଅଭିବୃଦ୍ଧିର ହାର କମି କମି ଚାଲିଛି ଏବଂ ଏହା ନିଶ୍ଚିତଭାବେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସୁଯୋଗଗୁଡ଼ିକୁ ବ୍ୟାପକଭାବେ ପ୍ରଭାବିତ କରିବ । ସାରାଂଶରେ କହିବାକୁ ଗଲେ, ବଜେଟ୍କୁ ‘ଗରିବ ପ୍ରିୟ-ଧନୀ ବିରୋଧୀ’ ଆଖ୍ୟା ଦେଇ (ଯାହା ପ୍ରତିଥର ପ୍ରତିଟି ଅର୍ଥମନ୍ତ୍ରୀ ଅତୀତରେ କହି ଆସିଛନ୍ତି) ପ୍ରଚାର କଲେ ଓ ପ୍ରଭାବଶାଳୀ ଭାଷାର ପ୍ରୟୋଗ କଲେ ବି, ସେଥିରେ ଗୁରୁତ୍ୱ ଦେଲାଭଳି କଥା କିଛି ନାହିଁ । ବଜେଟି ବିଷମତା ଦୂର କରିବାର ସମ୍ଭାବନା କିଛି ନାହିଁ । ଦେଶର ଅବହେଳିତ ବର୍ଗର ଲୋକମାନଙ୍କର ଜୀବନରେ ଏହି ବଜେଟ କୌଣସି ବଡ଼ ଧରଣର ଭିନ୍ନତା ଆଣିପାରିବ ନାହିଁ । FEBRUARY 4,2017 VOL L 11 NO 5 EPW EDITORIAL-1 ଓଡିଶା ଡଟ କମ Filed Under: ସମଦୃଷ୍ଟି Tagged With: ଅର୍ଥନୀତି, ଭାରତ ସରକାର « Go to Previous Page Go to page 1 Interim pages omitted … Go to page 3 Go to page 4 Go to page 5 Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-11-29T10:15:35Z
https://www.odisha.com/category/%E0%AC%B8%E0%AC%AE%E0%AC%A6%E0%AD%83%E0%AC%B7%E0%AD%8D%E0%AC%9F%E0%AC%BF/page/5/
OSCAR-2301
Jyotish Shastra- ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ ଆପଣଙ୍କ ପାଇଁ ବଡ ଖୁସିଖବର - Online 80 Media Skip to content November 27, 2022 Online 80 Media Odisha's No.1 News Portal ନ୍ଯୁଜ ବିଶେଷ ମନୋରଞ୍ଜନ ସ୍ୱାସ୍ଥ୍ୟ ଜୀବନଶୈଳୀ ନୀତିଶିକ୍ଷା ବାସ୍ତୁ ଟିପ୍ସ ଜ୍ୟୋତିଷ ରାଶିଫଳ Main Menu ବିଶେଷ Jyotish Shastra- ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ ଆପଣଙ୍କ ପାଇଁ ବଡ ଖୁସିଖବର August 7, 2021 - by Odia News - Leave a Comment ବନ୍ଧୁଗଣ ସାଧାରଣତଃ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ଜୀବନରେ ଯାହା ସବୁ ଘଟି ଚାଲିଛି ତାହା ସେମାନଙ୍କର ଗ୍ରହର ଚଳନ ପାଇଁ ହେଉଛି । ଆଜିର ସମୟରେ ଆମ ମାନଙ୍କୁ କେତେକ ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଛି । ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ ଏହା ଗ୍ରହ ନକ୍ଷତ୍ରଙ୍କ ପରିବର୍ତ୍ତନ ପାଇଁ ହୋଇଥାଏ । ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷଙ୍କ ନାମ ତାର ଜନ୍ମକାଳର ଗଣନା ଓ ଗ୍ରହର ସ୍ଥିତିର ଆକାରରେ ରଖାଯାଇଥାଏ । ଆପଣ ମାନେ ଏହି କଥା ତ ଜାଣିଥି ବେ ପ୍ରତ୍ୟକ ଅକ୍ଷରରେ ଏକ ଅଲଗା ମହତ୍ଵ ରହିଥାଏ । କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅକ୍ଷରର ଲୋକ ମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ସମସ୍ତଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଲୋକ ମାନଙ୍କ ବିଷୟରେ । S ନାମର ଲୋକମାନେ- ବନ୍ଧୁଗଣ ଯେଉଁ ଲୋକ ମାନଙ୍କର ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ଲୋକ ମାନେ ନିଜ ସୁନ୍ଦରତା ଦ୍ଵାରା ସାମ୍ନା ବାଲାକୁ ବହୁତ ସହଜରେ ଆକର୍ଷିତ କରିଥାନ୍ତି । ଲଭ ମାମଲାରେ ଏମାନେ ଅଳ୍ପ ଲାଜୁଆ ସ୍ଵଭାବର ହୋଇଥାନ୍ତି । ଏହି ଲୋକମାନଙ୍କ ମନ ବହୁତ ସଫା ହୋଇଥାଏ । ତେଣୁ ଏମାନେ ଲୋକ ମାନଙ୍କର ସାମ୍ନାରେ ସବୁ କଥା କହିଦିଅନ୍ତି ସେଥିପାଇଁ ଲୋକମାନଙ୍କ ଆଗରେ ଏମାନେ ଖରାପ ମଧ୍ୟ ହୋଇଥାନ୍ତି । R ନାମର ଲୋକାମାନେ- ବନ୍ଧୁଗଣ ଯେଉଁ ଲୋକ ମାନଙ୍କ ନାମର ପ୍ରଥମ ଅକ୍ଷର Rରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ଲୋକମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଥାନ୍ତି । ଏହି ଲୋକ ମାନଙ୍କର ସାଙ୍ଗ ବହୁତ ରହିଥାନ୍ତି । ଏମାନଙ୍କର ସ୍ଵଭାବରେ ଅନ୍ୟ ମାନେ ଆକର୍ଷିତ ହୋଇଥାନ୍ତି । ଏହି ଲୋକମାନେ ବହୁତ ସୁନ୍ଦର ଓ ଆକର୍ଷିତ ହୋଇଥାନ୍ତି । ଏହା ସହିତ ଏମାନେ ନିଜ ଜୀବନରେ ନିଜ ପରିବାରକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । P ନାମର ଲୋକମାନେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି P ନାମର ଲୋକାମାନେ । ଯେଉଁ ଲୋକ ମାନଙ୍କର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନରେ ବହୁତ ଉନ୍ନତି କରିଥାନ୍ତି । ଏହି ଲୋକ ମାନେ ନିଜ ଜୀବନ ସହ ଜଡିତ ରହସ୍ୟ ଗୁଡିକ କାହା ଆଗରେ ସେୟାର କରିନଥାନ୍ତି । ଏହି ଲୋକ ମାନଙ୍କୁ କେବଳ ନିଜ ଲକ୍ଷକୁ ହାସଲ କରିବା ପାଇଁ ଇଛା ରହିଥାଏ । ଏହା ସହିତ ଏମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି ଓ ଏମାନେ ସମସ୍ତଙ୍କୁ ସାହାର୍ଯ୍ୟ କରିଥାନ୍ତି । M ନାମର ଲୋକମାନେ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି M ନାମର ଲୋକମାନେ । ଯେଉଁ ଲୋକ ମାନଙ୍କର ନାମର ଆରମ୍ଭ M ରୁ ହୋଇଥାଏ ସେମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏହି ଲୋକମାନେ କେବେକେବେ ନିଜ ବିଚାର ଅନ୍ୟ କାହାକୁ କହିବା ଦ୍ଵାରା ବହୁତ ଥର ଫସି ମଧ୍ୟ ଯାନ୍ତି । ଏହି ଲୋକମାନେ ନିଜକୁ ସବୁଠାରୁ ଅଧିକ ପ୍ରେମ କରିଥାନ୍ତି । ଏମାନେ ସବୁବେଳେ ନିଜ ବିଷୟରେ ଚିନ୍ତା କରିଥାନ୍ତି । ହେଲେ ଏମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ କାରଣ ଏମାନେ କେବେହେଲେ କାହାର ଅମଙ୍ଗଳ ଚିନ୍ତା କରିନଥାନ୍ତି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ । Related Posts 5 ମିନିଟରେ ମଶା, ମାଛି, ମୂଷା ଓ ଅସରପା ଘରୁ ପଳାଇବେ… ବାସ କରନ୍ତୁ ଏହି ଉପାୟ November 25, 2022 ସ୍ଵପ୍ନରେ ବାହାଘର ଦେଖିବାର ଅର୍ଥ ? ଦେଖନ୍ତୁ କଣ ଅଟେ Swapna Shastra ଅନୁସାରେ ଏହାର ଅର୍ଥ November 21, 2022 ଦାନ୍ତ ମଝିରେ ଥିବା ଗେପ୍ ଆପଣଙ୍କ ବିଷୟରେ କଣ କହିଥାଏ ? ନିଶ୍ଚୟ ଦେଖନ୍ତୁ November 20, 2022 Post navigation Previous Article ଏହି ୪ ଟି ରାଶିର ପୁଅଙ୍କୁ ମିଳିଥାଏ ଦୁନିଆର ସବୁଠୁ ସୁନ୍ଦରୀ ସ୍ତ୍ରୀ- Jyotish Shastra Next Article ବାଛନ୍ତୁ ନିଜର ଜନ୍ମ ମାସ ଓ ଜାଣନ୍ତୁ ନିଜର ଭବିଷ୍ୟତ- Personality Test About Odia News View all posts by Odia News → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. recent post ବାଛନ୍ତୁ ଗୋଟିଏ ସ୍ଵସ୍ତିକ ଚିହ୍ନ ଓ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ- Personality Test November 26, 2022 କେଉଁ ଚେରର ତାବିଜ ପିନ୍ଧିଲେ ଧନର ଆଗମନ ହୋଇଥାଏ, ଶୀଘ୍ର ଦେଖନ୍ତୁ- Vasstu Tips November 26, 2022 ଭୁଲରେ ବି ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ! Ajira Anuchinta November 26, 2022 ବହୁତ ଭାଗ୍ୟଶାଳୀ ଅଟନ୍ତି ଏହି 5ରାଶି, ଦୁନିଆରେ ଶୀଘ୍ର ହୁଅନ୍ତି କୋଟିପତି November 26, 2022 ଆସନ୍ତା କାଲିଠାରୁ 1 ମାସ ପର୍ଯ୍ୟନ୍ତ 3ଟି ରାଶିରେ ଲାଗିବ ଲଟେରୀ, ଡେକହନ୍ତୁ ଆପଣଙ୍କ ରାଶି ନୁହେଁ ତ ! November 26, 2022
2022-11-26T20:12:14Z
https://online80media.com/ehi-akhya-rare-thile-nama/
OSCAR-2301
Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in Home ଦେଶ- ବିଦେଶ ରାଜ୍ୟ କରୋନା Sambad EnglishNews In English ଜିଲ୍ଲା ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡ଼ା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ଜଗତସିଂହପୁର ଝାରସୁଗୁଡ଼ା ଢେଙ୍କାନାଳ ଦେବଗଡ଼ ନବରଙ୍ଗପୁର ନୟାଗଡ଼ ନୂଆପଡ଼ା ପୁରୀ ବରଗଡ଼ ବଲାଙ୍ଗୀର ବାଲେଶ୍ଵର ବୌଦ୍ଧ ଭଦ୍ରକ ମୟୂରଭଞ୍ଜ ମାଲକାନଗିରି ଯାଜପୁର ରାୟଗଡ଼ା ସମ୍ବଲପୁର ସୁନ୍ଦରଗଡ଼ ସୁବର୍ଣ୍ଣପୁର ମହାନଗର ଖେଳ ବାଣିଜ୍ୟ ରାଜନୀତି ମନୋରଞ୍ଜନ ବିଶେଷ ଅପରାଧ ଜୀବନଚର୍ଯ୍ୟା ରାଶିଫଳ ଫୁଲଝରି ସମ୍ପାଦକୀୟ ରୟାଲ୍‌ ଏନ୍‌ଫିଲ୍ଡକୁ ଟକ୍କର ଦେଇପାରିବ କି ଭାରତରେ ପ୍ରବେଶ କରିଥିବା ଚୀନର ଏହି ୪ ବାଇକ୍‌? Latestବାଣିଜ୍ୟ By Sambad Digital Last updated Nov 18, 2022 www.aajtak.in ସେୟାର ନୂଆଦିଲ୍ଳୀ: ଆନୁଷ୍ଠାନିକ ଭାବେ ଭାରତରେ ପ୍ରବେଶ କରିସାରିଛି ଚୀନୀ ବାଇକ୍‌ ନିର୍ମାତା କମ୍ପାନି କ୍ବୁଜେ ମୋଟର୍‌। କମ୍ପାନି ଭାରତୀୟ ବଜାରରେ ୨୫୦ ସିସିରୁ ନେଇ ୫୦୦ ସିସି ପର୍ଯ୍ୟନ୍ତ ଏକାସାଥୀରେ ୪ଟି ବାଇକ୍‌ ଲଞ୍ଚ୍‌ କରିଛି। ଇଞ୍ଜନ କ୍ଷମତା ଓ ଅନ୍ୟ ସମସ୍ତ ଦୃଷ୍ଟିରୁ ଏହି ବାଇକ୍‌ଗୁଡ଼ିକ ରୟାଲ୍‌ ଏନ୍‌ଫିଲ୍ଡକୁ ଟକ୍କର ଦେବ। ଏହି ସବୁ ବାଇକ୍‌ର ବିକ୍ରି ଦାୟିତ୍ବ ବହନ କରିବ ଆଦିଶ୍ବର ଅଟୋ ର‌ାଇଡ୍‌ ଇଣ୍ଡିଆ(ଏଏଆର୍‌ଆଇ)। ଏହି ୪ଟି ବାଇକ୍‌ ହେଉଛି ଏସ୍‌ଆର୍‌ସି ୨୫୦, ଏସ୍‌ଆର୍‌ସି ୫୦୦, ଏସ୍‌ଆର୍‌ଭି ୩୦୦ ଓ ଏସ୍‌ଆର୍‌କେ ୪୦୦। ‌ ଏସ୍‌ଆର୍‌ସି ୨୫୦: କମ୍ପାନି ଏହି ବାଇକ୍‌ରେ ୨୪୯ସିସି କ୍ଷମତାର ଦୁଇଟି ଇଞ୍ଜିନ୍‌ ବ୍ୟବହାର କରିଛି। ଏହି ଇଞ୍ଜିନ ୧୭.୧ବିଏଚ୍‌ପି ପାୱାର୍‌ର। ଏଥିରେ ସ୍ପୋର୍ଟସ ସ୍କୋପ୍‌ ଚକା ସହ ଗୋଲିଆ ହେଡ୍‌ ଲାଇଟ୍‌ ଦିଆଯାଇଛି। ଏହା ହେଉଛି ଭାରତୀୟ ବଜାରରେ କମ୍ପାନିର ସବୁଠାରୁ ଶସ୍ତା ଗାଡ଼ି। ଏସ୍‌ଆର୍‌ସି ୫୦୦: ଏହା ହେଉଛି ଏସ୍‌ଆର୍‌ସି ରେଞ୍ଜ୍‌ର ଏକ ବଡ଼ ବାଇକ୍‌। ଏଥିରେ ପୂର୍ବ ମଡେଲ୍‌ ଅପେକ୍ଷା ବଡ଼ ଇଞ୍ଜିନ ବ୍ୟବହାର କରାଯାଇଛି। ମାତ୍ର ଅନ୍ୟ ସବୁ ଦୃଷ୍ଟିରୁ ୨ଟି ବାଇକ୍ ପ୍ରାୟ ସମାନ। ଏହି ବାଇକ୍‌ରେ କମ୍ପାନି ୪୮୦ ସିସି କ୍ଷମତାର ଏକ ସିଙ୍ଗଲ୍ ସିଲିଣ୍ଡର୍‌ ଇଞ୍ଜିନ୍‌ ବ୍ୟବହାର ହୋଇଛି। ଯାହାକି ୨୫.୧ବିଏଚପି ପାୱାର୍‌ର। ଏସ୍‌ଆର୍‌ଭି ୩୦୦: ଏହି ବାଇକ୍‌ରେ କମ୍ପାନି ୨୯୬ ସିସି କ୍ଷମତାର ଇଞ୍ଜିନ୍‌ ବ୍ୟବହାର କରିଛି। ଯାହାକି ୨୯.୮ବିଏଚ୍‌ପି ପାୱାର୍‌ର ଅଟେ। ଏସ୍‌ଆର୍‌କେ ୪୦୦: ଏହି ବାଇକ୍‌ରେ ୪୦୦ସିସି କ୍ଷମତାର ୨ଟି ଇଞ୍ଜିନ୍‌ ବ୍ୟବହାର କରାଯାଇଛି। ଯାହାକି ୪୦.୩ବିଏଚ୍‌ପି ପାୱାର୍‌ର।
2022-12-06T07:04:20Z
https://sambad.in/business/qj-motor-launches-4-motorcycles-in-india-rival-of-royal-enfield-bikes-prices-start-at-908715/
OSCAR-2301
ନୂଆଦିଲ୍ଲୀ : ଏହି ଦୀପାବଳି ଭାରତର ଅନେକ ସହର ପାଇଁ ଭିନ୍ନ ଥିଲା । ଦୀପାବଳି ସାଧାରଣତଃ ଆମର ଚାରି ପାଖରେ ଶୁଣା ଯାଉଥିବା ବାଣର ଶବ୍ଦ ପରିବର୍ତେ ‘ହମେ ଗର୍ବ ହେ’ ସଂଗୀତ ଏବଂ ହରା ଗିଲା ଶୁଖା ନୀଲା ଉଚ୍ଚାରଣ ସହିତ ସଡ଼କରେ ଏବଂ ସହରର ଗଳିରେ ଠେଲାଗାଡ଼ି ଓ ଭ୍ରାମ୍ୟମାଣ ଭ୍ୟାନ୍ ଦୁଆରକୁ ଦୁଆର ଯାଇ ଅଲଗା କରି ରଖା ଯାଇଥିବା ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲା । ଭାରତର ପ୍ରାୟ ୪୫,୦୦୦ ବିଦ୍ୟାଳୟର ୭୫ ଲକ୍ଷରୁ ଅଧିକ ବିଦ୍ୟାର୍ଥୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ (ଏମ୍ଓଏଚୟୁଏ) ଦ୍ୱାରା ଆରମ୍ଭ ହୋଇଥିବା ଉତ୍ସରେ ଓଦା ଏବଂ ଶୁଖିଲା ବର୍ଜ୍ୟ ବସ୍ତୁକୁ ପୃଥକ କରିବା ଉପରେ ଏହା ଏକ ବ୍ୟାପକ ସଚେତନତା ଅଭିଯାନ । ଏହା ଅଳିଆ – ମୁକ୍ତ ସହରର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ପଦକ୍ଷେପ ଥିଲା । ଏଥି ସହିତ, ନାଗରିକ, ସମ୍ପ୍ରଦାୟ ଗୋଷ୍ଠୀ, ଏବଂ ସଂଗଠନ ଗୁଡିକ ଉତ୍ସାହର ସହିତ ସେମାନଙ୍କ ସହରର ସହରୀ ସ୍ଥାନୀୟ ସଂସ୍ଥା, ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ । “ସ୍ୱଚ୍ଛତା କେ ଦୋ ରଙ୍ଗ’ (ସ୍ୱଚ୍ଛତାର ଦୁଇଟି ରଙ୍ଗ)ର ଶୀର୍ଷକରେ ଏହି ଅଭିଯାନରେ “ହରା ଗିଲା ଶୁଖା ନୀଲା’ (ଓଦା ବର୍ଜ୍ୟ ବସ୍ତୁ ପାଇଁ ସବୁଜ ବିନ୍ ଏବଂ ଶୁଷ୍କ ବର୍ଜ୍ୟ ବସ୍ତୁ ପାଇଁ ନୀଳ ବିନ୍) ସହିତ ସର୍ବନିମ୍ନ ଦୁଇ- ବିନ୍ ବିଭାଜନ ଉପରେ ଗୁରୁତ୍ୱ ଦିଆ ଯାଇଥିଲା । ଉତ୍ସରେ ସ୍ୱଚ୍ଛ ଭାରତ ମିଶନ୍ ଦ୍ୱାରା ୩୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଗୁଡିକର ୩୫୦୦ ରୁ ଅଧିକ ସହରାଂଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ବିଦ୍ୟାଳୟ, ସମ୍ପ୍ରଦାୟ ନିକଟରେ ପହଂଚି ଘରକୁ ଘର ଯାଇ ଉତ୍ସର ପୃଥକତା ଉପରେ କ୍ଷେତ୍ର ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସହିତ ପରିବାର ଗୁଡିକୁ ଅନୁପ୍ରେରିତ କରିଥିଲେ । ବିଭିନ୍ନ ବୟସ ବର୍ଗର ଛାତ୍ରମାନେ ଉତ୍ସାହର ସହିତ ଚିତ୍ରାଙ୍କନ, ଆର୍ଟ ଏବଂ କ୍ରାଫ୍ଟ ଭଳି ସବୁଜ ଲେବଲ୍ (ଓଦା ବର୍ଜ୍ୟ ବସ୍ତୁ ପାଇଁ) ଏବଂ ନୀଳ ଲେବଲ୍ (ଶୁଖିଲା ବର୍ଜ୍ୟ ବସ୍ତୁ ପାଇଁ), ବର୍ଜ୍ୟ ବସ୍ତୁ ଏବଂ ଖେଳନା ନିର୍ମାଣ, ପଥପ୍ରାନ୍ତ ନାଟକ, ଏବଂ ଘରକୁ ସ୍ୱଚ୍ଛତା କା ଉପହାର ବାର୍ତା ପ୍ରଦାନ କରିଥିଲେ । ଆସାମର ଖୋୱାଇର ସ୍କୁଲ ଛାତ୍ରମାନେ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ଦୃଷ୍ଟିକୋଣ ଉପରେ ଆଧାରିତ ଏକ ନୃତ୍ୟ ନାଟକ ପରିବେଷଣ କରିଥିବା ବେଳେ ପାଟନା ନଗର ନିଗମ ବିଦ୍ୟାଳୟ ଗୁଡ଼ିକ “ଆଶ୍ଚର୍ଯ୍ୟଜନକ ବର୍ଜ୍ୟ ବସ୍ତୁ’ ଥିମ୍ ଅଧୀନରେ ବର୍ଜ୍ୟ ବସ୍ତୁରୁ ମଡେଲ ତିଆରି କରିଥିଲେ । ଛୋଟା ଭୀମ ପରି ପିଲାଙ୍କ ପ୍ରିୟ ଚରିତ୍ରମାନେ ସଚେତନତା ବିସ୍ତାର କରିବା ପାଇଁ ଏହି ମଡେଲ ଗୁଡିକର ଏକ ଅଂଶ ଥିଲେ । ଏମସିଡି ଅଧୀନରେ ଥିବା କେତେକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଓଦା ଏବଂ ଶୁଖିଲା ବର୍ଜ୍ୟ ବସ୍ତୁ ପୃଥକ କରିବାର ମହତ୍ୱ ପ୍ରଦର୍ଶନ କରିବାକୁ ଜିଗସ୍ ପଜଲ୍ସ ଅନନ୍ୟ ଖେଳ ସୃଷ୍ଟି କରିଥିଲେ । ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାରର, ଇନ୍ଦୋର, ଛଅ ଥର ବିଜେତା ଭାରତର ସ୍ୱଚ୍ଛ ସହରର ପୁରସ୍କାର ଲାଭ କରି ସାରିଛି ଏବଂ ୭ -ଷ୍ଟାର୍ ଅଳିଆ ମୁକ୍ତ ସହର ଅଟେ । ଇନ୍ଦୋର ଦୀପାବଳି ଉତ୍ସବ ପରେ ପୁଣି ଥରେ ସହରରେ ପରିଷ୍କାର ପରିଚ୍ଛନ୍ନତା ପ୍ରଦର୍ଶନ ପାଇଁ ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି । କିଛି ବିଶେଷ ପଦକ୍ଷେପ ମଧ୍ୟ ଦେଖିବାକୁ ମିଳିଥିଲା । ସଚେତନତା ଅଭିଯାନର ଏକ ଅଂଶ ଭାବରେ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏନଡିଏମସି) ସ୍ୱଚ୍ଛତା ମାସ୍କଟ ନେଇ ରାସ୍ତାରେ ଯାଇଥିଲା । ଏହା ଲୋକମାନଙ୍କୁ ଶୁଖିଲା ଏବଂ ଓଦା ବର୍ଜ୍ୟ ବସ୍ତୁ ଅଲଗା ରଖିବା ପାଇଁ ଲୋଦୀ ଗାର୍ଡେନରେ ସକାଳ ଭ୍ରମଣରେ ଆସିଥିବା ଲୋକମାନଙ୍କୁ ବାର୍ତା ଦେଇଥିଲା । ଆସାମର ତେଜପୁର ମ୍ୟୁନିସିପାଲିଟି ବୋର୍ଡ ଏଭଳି ସ୍ଥାନ ଗୁଡିକରେ ବ୍ୟାନର ଏବଂ କିଓସ୍କ ଲଗାଇଥିଲେ, ଯେଉଁଠାରେ ବହୁତ ପରିମାଣରେ ଆତଯାତ କରିଥାନ୍ତି । ଜଙ୍ଗଲ ଘାଟରେ ସ୍ୱୟଂ ସ୍ଥାୟୀ ସ୍ଥାନ ଉଦ୍ଦେଶ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ (ଏସ୍ଏଚ୍ଜି) ଏବଂ ସ୍ଥାନୀୟ ବାସିନ୍ଦା ମାନଙ୍କ ପାଇଁ ଡେମୋ ସହିତ ଭର୍ମି- କମ୍ପୋଷ୍ଟିଂ ଏବଂ ପିଟ୍- କମ୍ପୋଷ୍ଟିଂ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରଖା ଯାଇଥିଲା । କେରଳର ମାଲାପୁରମ୍ ପୌରପାଳିକା ପୃଥକକରଣ ଅଭିଯାନ ଅଧୀନରେ ଆନ୍ତଃ ରାଜ୍ୟ ଶ୍ରମିକ ମାନଙ୍କ ପାଇଁ ତାଲିମ ଅଧିବେଶନ କରିଥିଲେ, ଯେଉଁଥିରେ ବର୍ଜ୍ୟ ବସ୍ତୁକୁ ପୃଥକ୍ କରିବା ପାଇଁ ଅଭିଯାନ ସମ୍ପର୍କରେ ସଚେତନ କରା ଯାଇଥିଲା । ଏପରିକି ସିଆରପିଏଫ୍ ସୈନ୍ୟମାନେ କାଶ୍ମୀରର ଓପିଏସ୍ ସେକ୍ଟରରୁ ଏହି ଅଭିଯାନରେ ଯୋଗ ଦେଇଥିଲେ । ସିଆରପିଏଫ୍ ଶିବିରର ରାସ୍ତା, ବଗିଚା ଏବଂ ପରିସର ସଫା କରିବା ପାଇଁ ସେମାନେ ବରଫ ଉଠାଇଲେ । ତ୍ରିଚି ପୌରପାଳିକା ସିନେମା ହଲ୍ରେ ଏଭଳି କିୟୋସ୍କ ଲଗାଇଥିଲେ, ଯେଉଁଠାରେ ବର୍ଜ୍ୟ ବସ୍ତୁକୁ ପୃଥକ କରିବା ପାଇଁ କ୍ୱିଜ୍ ଏବଂ ଆଲୋଚନାମୂଳକ ସତେଚନତା କରା ଯାଇଥିଲା । ଭାରତୀୟ ଡାକର ଅଧିକାରୀ ମାନେ ଏବଂ କର୍ମଚାରୀ ମାନେ ସାରା ଦେଶରେ ସ୍ୱଦ୍ଛତା ସହିତ ଯୋଡି ହୋଇ ରହିଥିବା କାର୍ଯ୍ୟକଳାପରେ ନିଜକୁ ସାମିଲ୍ କରି ସକ୍ରିୟ ଭାଗୀଦାରିତା ନିର୍ବାହ କରିଥିଲେ । କାଶ୍ମୀରର ଓପିଏସ୍ ସେକ୍ଟରରେ ସିଆରପିଏଫ୍ର ଜବାନ ମାନେ ସିଆର୍ପିଏଫ୍ କ୍ୟାମ୍ପର ସଡକ, ବଗିଚା ଏବଂ ପରିସରକୁ ଝାଡୁରେ ସଫା କରିଥିଲେ । ଉତ୍ସରେ ବର୍ଜ୍ୟ ବସ୍ତୁ ପୃଥକକରଣର ଏହି ଦେଶବ୍ୟାପୀ ଅଭିଯାନ ପରିମଳ, ବର୍ଜ୍ୟ ବସ୍ତୁ ପରିଚାଳନା ଏବଂ ପୁରୁଣା ଡମ୍ପ୍ ସାଇଟ୍କୁ ଯାଉଥିବା ବର୍ଜ୍ୟ ବସ୍ତୁ ପରିମାଣ ହ୍ରାସ ପାଇଁ ଭୂତଳ କାର୍ଯ୍ୟ ମାଧ୍ୟମରେ ଧ୍ୟାନ ଆକର୍ଷଣ କରି ଆରମ୍ଭ କରିଥିଲେ । ବିଶାଳ ଜନ ଆନ୍ଦୋଳନ ଦେଖିଲେ ଯେ ବିଭିନ୍ନ ବର୍ଗର ନାଗରିକମାନେ ଉତ୍ସରେ ବର୍ଜ୍ୟ ବସ୍ତୁକୁ ପୃଥକ କରିବା ଉପରେ ସଚେତନତା ସୃଷ୍ଟି କରିଛନ୍ତି ଏବଂ ଏହି ଅଭିଯାନକୁ ଏକ ବଡ଼ ସଫଳତା ଦେଇଛନ୍ତି । ଏହାର ପ୍ରଭାବ ତୃଣମୂଳ ସ୍ତରରେ ପୂର୍ବରୁ ଦୃଶ୍ୟମାନ ହୋଇ ସାରିଛି ଯେହେତୁ ସହର ଗୁଡିକ ଅଳିଆ ଆବର୍ଜନା ମୁକ୍ତ କରିବା ଦିଗରେ ରାଜ୍ୟମାନେ ସେମାନଙ୍କର ବଳ ଖଟେଇବା କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି । Facebook Twitter Telegram WhatsApp Email Print Previous articleFarewell For Foursome Next articleଚାଷୀଙ୍କୁ ମିଳିବ ୭୫୦୦ କୋଟିର ରବି ଋଣ Tathya Correspondent RELATED ARTICLESMORE FROM AUTHOR Environment ମହେନ୍ଦ୍ରଗିରିକୁ ଦ୍ୱିତୀୟ ଜୈବ ବିବିଧତା ମାନ୍ୟତା Environment ଗଙ୍ଗୁଆ ଓ ଦୟା ପାଣି ଚିଲିକାକୁ ବିପଦ Environment ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀର ସୁରକ୍ଷା କର Environment ଜଳାଶୟ ପୁନରୁଦ୍ଧାର ପାଇଁ ୧.୮୫ କୋଟି Environment ଭୁଲି ଗଲେଣି ପ୍ଲାଷ୍ଟିକ କଟକଣା Disclaimer Privacy Advertisement Contact Us Website byCITSPL MORE STORIES Environment ୨୪ ପରେ ତାପମାତ୍ରା ବଢିବ Tathya Correspondent - April 21, 2022 0 ଭୁବେନେଶ୍ୱର : ଏପ୍ରିଲ୍ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ରୌଦ୍ର ତାପ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍‌ସିୟସ୍...
2022-11-26T10:00:00Z
https://tathya.in/%E0%AC%B8%E0%AD%8D%E0%AD%B1%E0%AC%9A%E0%AD%8D%E0%AC%9B%E0%AC%A4%E0%AC%BE-%E0%AC%85%E0%AC%AD%E0%AC%BF%E0%AC%AF%E0%AC%BE%E0%AC%A8%E0%AC%B0%E0%AD%87-%E0%AD%AD%E0%AD%AB-%E0%AC%B2%E0%AC%95%E0%AD%8D/
OSCAR-2301
ଅନୁକରଣ ପଥର ଗ୍ଲାସରେ ପ୍ରାକୃତିକ ପଥରର ସୁନ୍ଦର ରେଖା ଏବଂ ଏକ ସମୟରେ ଗ୍ଲାସର ସ୍ୱଚ୍ଛତା ଅଛି |ଏହିପରି କାର୍ଯ୍ୟଦକ୍ଷତା ପ୍ରଭାବ ଗ୍ଲାସକୁ ଜାଡେ ପରି ସୁନ୍ଦର କରିଥାଏ |ଗ୍ଲାସ୍ ଭୂପୃଷ୍ଠ s ାଞ୍ଚାଗୁଡ଼ିକୁ ହୃଦୟଙ୍ଗମ କରିବା ପାଇଁ ବିଭିନ୍ନ ପ୍ରକ୍ରିୟା ଅଛି |କେବଳ ସେରାମିକ୍ ଡିଜିଟାଲ୍ ପ୍ରିଣ୍ଟିଙ୍ଗ୍ ପ୍ରକ୍ରିୟାରେ ସର୍ବାଧିକ en ର୍ଷା ଅଛି ... ଅଧିକ ପଢ ଜିଞ୍ଜିଙ୍ଗ ଶକ୍ତି ଦକ୍ଷ ଗ୍ଲାସ କାର୍ବନ ନିରପେକ୍ଷତା ପାଇଁ ସହାୟକ ହୋଇଥାଏ | 21-03-04 ରେ admin ଦ୍ୱାରା “14 ତମ ପାଞ୍ଚ ବର୍ଷର ଯୋଜନା” ଆରମ୍ଭ କରିବା, 2021 ଦୁଇଟି ଅଧିବେଶନ ଉପରେ ଧ୍ୟାନ ଦେବା ଏବଂ ଏକ ନୂତନ ଯାତ୍ରା ଆଡକୁ ଅଗ୍ରସର ହେବା |13 ତମ ଜାତୀୟ ଜନତା କଂଗ୍ରେସର ଚତୁର୍ଥ ଅଧିବେଶନରେ ଯୋଗଦେବା ପାଇଁ ଜିଞ୍ଜଙ୍ଗ ଗ୍ରୁପର ଚେୟାରମ୍ୟାନ୍ ଶ୍ରୀ ୱାଙ୍ଗ ଗ୍ୟାଙ୍ଗ ମାର୍ଚ୍ଚ 3 ତାରିଖ ଅପରାହ୍ନରେ ବେଜିଂ ଅଭିମୁଖେ ଯାତ୍ରା କରିଥିଲେ।ଏକ ...
2022-11-30T06:51:00Z
http://or.jinjing-glass.com/news_catalog/industry-news/
OSCAR-2301
ଆଜିର ରାଶିଫଳ, 28 ଅକ୍ଟୋବର 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି Skip to content Disclaimer Privacy Policy Disclaimer Menu ନ୍ୟୁଜ୍ ମନୋରଞ୍ଜନ ବିଶେଷ ଖେଳ ସ୍ୱାସ୍ଥ୍ୟ ଜୀବନ ଶୈଳୀ ଭାଇରାଲ ଜ୍ୟୋତିଷ ଆଜିର ରାଶିଫଳ, 28 ଅକ୍ଟୋବର 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି by Ishani Sahoo ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ । ମେଷ ରାଶି : ଆଜି ନୂଆ ଚାକିରି ବା ବିଜନେସ ଆରମ୍ଭ ହୋଇପାରେ । ସଫଳତା କୁ ନିଜ ଲୋକଙ୍କ ସହ ସେୟାର କରନ୍ତୁ । ବେହତର ହେବ ଆପଣ ନିଜର ପ୍ରତେକ ଟି ପଦକ୍ଷେପ ବୁଝି ବିଚାରୀ ଉଠାନ୍ତୁ । ଯଦି ଆପଣ ଚାକିରି କରୁଛନ୍ତି ବା ସେଥିରେ କୌଣସି ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି ତେବେ ସମୟ ଠିକ ନାହି । ସେହିପରି ବ୍ୟାପାର ସହ ଜଡିତ ଲୋକ ମାନଙ୍କୁ ଆଜି ଭଲ ଅବସର ପ୍ରାପ୍ତ ହେବ । ପ୍ରେମ ପ୍ରସଙ୍ଗ ପାଇଁ ଦିନ ଅନୁକଳ ହେବ । ପରିବାର ଲୋକଙ୍କୁ ନେଇ ଭାବୁକ ହେବେ । ବୃଷ ରାଶି : ଆଜି ଆପଣ ତୀବ୍ର ଗତିରେ ନିଜର ଅଲଗା ପରିଚୟ ବନାଇ ସଫଳତାର ରାସ୍ତାରେ ଆଗକୁ ବଢିବେ । ଚାକିରି କରିଥିବା ଜାତକଙ୍କୁ ଆଜି କାମ ଉପରେ ଅଧିକ ଫୋକସ କରିବାର ଜରୁରତ ଅଛି । ଖାସ କରି ଯଦି ମାଲିକ ଆପଣଙ୍କୁ କୌଣସି ଜରୁରୀ କାମ ଦେଇଛନ୍ତି ସେଥିରେ ଅବହେଳା କରନ୍ତୁ ନାହି । ପାର୍ଟି ବା ପିକନିକ ର ଆନନ୍ଦ ପ୍ରାପ୍ତି ହେବ । ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ସଙ୍ଗୀତ ଇତ୍ୟାଦି ରେ ରୁଚି ଜାଗୃତ ହେବ । ବ୍ୟାପାରୀଙ୍କ ପାଇଁ ଦିନ ସାମାନ୍ଯ ରହିବ । ମିଥୁନ ରାଶି : ବାଣୀ ଉପରେ ସଂଯମ ରଖିଲେ ସମ୍ପର୍କ ମଜବୁତ ହେବ । ବାହନ ସାବଧାନ ପୂର୍ବକ ଚଲାନ୍ତୁ । ବାହନ ଭୂମି କ୍ରୟ କରିବାର ଯୋଗ ଅଛି । ଛୋଟ ଭାଇ ଭଉଣୀ ଙ୍କ ସହଯୋଗ ମିଳିବ । ପିତାଙ୍କ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଦିନ ସାରା କାମ ଅଧିକ କାରଣରୁ ଥକାପଣ ଅନୁଭବ ହୋଇପାରେ । କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ ମଜବୁତ ହେବ । ସାଂସାରିକ ସୁଖ ଭୋଗ ବା ଘର ଗୃହସ୍ଥି ର ଉପୋଯୋଗୀ ପ୍ରିୟା ବସ୍ତୁ କ୍ରୟ କରିବେ । କର୍କଟ ରାଶି : ଆଜି ଆପଣଙ୍କର ସମ୍ମାନ ବଢିବ । ଆପଣ ସହଜରେ ଅନ୍ୟ ମାନଙ୍କର ହୃଦୟ ଜିଣି ପାରିବେ । ଆଜି ଦିନ ରେ ସନ୍ତାନ ଙ୍କ ସହ ଜଡିତ କୌଣସି ମାମଲାର ସମାଧାନ କରିବାରେ ବ୍ଯତୀତ ହେବ । ଛାତ୍ର ଙ୍କୁ କୌଣସି ପ୍ରତିଯୋଗିତାରେ ଯିବାକୁ ପଡିପାରେ । ଆପଣ ନିଜର ପିତାଙ୍କ ସ୍ୱାସ୍ଥ୍ୟ କୁ ନେଇ ଅଧିକ ଚିନ୍ତା ରହିବ । ବ୍ୟାପାର ବ୍ୟବସାୟ ଠିକ ଚାଲିବ । କାର୍ଯ୍ୟ କ୍ଷେତ୍ର ରେ କାମ କରୁଥିବା ସହକର୍ମୀ ଙ୍କ ସହଯୋଗ ମିଳିବ । ସିଂହ ରାଶି : ଆଜି କୌଣସି ପ୍ରକାରର ଲମ୍ବା ଟର୍ମ ନିବେଶ କରନ୍ତୁ ନାହି । ଆପଣଙ୍କର ପୁରା ଧ୍ୟାନ କ୍ଯାରିୟରକୁ ଆଗକୁ ନେବାରେ ରହିବ । ଆଜି ଆପଣ କିଛି ନୂଆ କରିବାକୁ ଚିନ୍ତା କରିବେ । ଆଜି ଆପଣ ନିଜର କୌଣସି ପରିଜନ ଙ୍କ ଉପରେ ବିଶ୍ଵାସ କରିବା ଆଗରୁ ଚିନ୍ତା କରିବେ କାରଣ ସେ ଆପଣଙ୍କ ବିଶ୍ଵାସ ଭାଙ୍ଗି ପାରନ୍ତି । ଭଲ ଆଚାର ବିଚାର ଦ୍ଵାରା ଲୋକଙ୍କ ସହ ସମ୍ପର୍କ ବଣାଇବେ । ଆପଣଙ୍କ ଜୀବନ ସାଥି ଆପଣଙ୍କୁ ବିନା ସର୍ତ୍ତ ରେ ସମର୍ଥନ କରିବେ । କନ୍ୟା ରାଶି : ଆଜି ଆପଣ ମିଠା ବଚନ କହି ନିଜର କାମ ପୁରା କରିବେ । ଏମିତି କିଛି ଘଟଣା ହୋଇପାରେ ଯାହା ପାଇଁ ପାରିବାରିକ ପ୍ରତିଷ୍ଠା ବଢିବ । ଆଜି ସାମାଜିକ ସମ୍ମାନ ମିଳିବାରୁ ଆପଣଙ୍କ ମନୋବଳ ବଢିବ । ଆଜି ଆପଣଙ୍କର ବନ୍ଧୁ ମାନଙ୍କର ସଂଖ୍ୟା ଅଧିକ ହେବ । ଆଜି ଆପଣଙ୍କ ଆଗରେ ଯେତେ ବି ଖର୍ଚ୍ଚ ଆସିଲେ ଆପଣ ତାହା ଉପରେ ରୋକ ଲଗାଇବାରେ ସଫଳ ହେବେ । ଆପଣ ମିଶାଳିଆ ଲୋକ ହୋଇ ଥିବାରୁ ଲୋକେ ଆପଣଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ତୁଳା ରାଶି : ଆଜି ଆପଣ ସମୟର ମ୍ୟାନେଜ ମେଣ୍ଟ ଠିକ ଭାବେ କରିବେ । ଏଥିପାଇଁ ଆପଣଙ୍କର କିଛି ଖାସ କାମ ହୋଇପାରେ । ବ୍ୟାପାରୀ ଙ୍କୁ ଗ୍ରାହକ ମାନଙ୍କ ସହ ବିନମ୍ର ଭାବେ କଥା ହେବାର ଦାରାର । ବର୍ତ୍ତମାନ ସମୟରେ ଆପଣଙ୍କୁ ଅର୍ଥ ତୁଳନାରେ ଯଶ ର ଜରୁରତ ଅଛି । ବିଦ୍ୟାର୍ଥୀ ଙ୍କ ମନ ପଢା ରେ ନ ଲାଗୁଥିଲେ ଶାରୀରିକ ଆକ୍ଟିଭୀଟି ଉପରେ ଧ୍ୟାନ ଦେବାର ଅଛି । ବେରୋଜଗାର ଦୂର କରିବାର ପ୍ରୟାସ ସଫଳ ରହିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ ହୋଇପାରେ । ବିଛା ରାଶି : ଆଜି ଆପଣଙ୍କୁ ସହକର୍ମୀ ଙ୍କ ସହଯୋଗ ମିଳିବ ନାହି । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ । ବ୍ୟାପାରୀ ଙ୍କ ଅଟକି ରହିଥିବା ଧନ ପ୍ରାପ୍ତି ହେବାର ସମ୍ଭାବନା ନଜର ଆସୁଛି । ସ୍ୱାସ୍ଥ୍ୟ ରେ ଶାରୀରିକ ସମସ୍ଯା ହୋଇପାରେ । ତେଣୁ ଯୋଗ, ବ୍ୟାୟମ ବା ପ୍ରାଣାୟମ କରିବାକୁ ଚେଷ୍ଟା କରନ୍ତୁ । ପାରିବାରିକ ମାହୋଲ ସୁଖଦ ରହିବ । ଆପଣ ନିଜ ମୋବାଇଲ ର ବ୍ୟବହାର କରିବାରୁ ବଞ୍ଚିତ ରୁହନ୍ତୁ । ନଚେତ ଆପଣଙ୍କ କାମ ରେ ବାଧା ଆସିପାରେ । ଧନୁ ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଖୁସି ଓ ଉଶ୍ଚାହ ଅନୁଭବ କରିବେ । ଆଜି ଆପଣ ଧର୍ଯ୍ୟ ସହକାରେ କାମ କରିବେ । ଯଦି ଆପଣ ନୂଆ କାମ କରିବାକୁ ଭାବୁଛନ୍ତି ତେବେ ଅନ୍ୟ କାମ ଆସିପାରେ । ନବ ଯୁବକ ଙ୍କୁ ସ୍କୁଲ ପ୍ରୋଜେକ୍ଟ ରେ କିଛି ରାଏ ନେବାର ଜରୁରତ ଅଛି । ପ୍ରେମ କ୍ଷେତ୍ରରେ ଦିନ ବହୁତ ଭଲ ରହିବାର ଅଛି । ବନ୍ଧୁ ଓ ପରିଜନ ମାନଙ୍କ ସହ ସମୟ ବହୁତ ଭଲରେ ବ୍ଯତୀତ ହେବ । ଆଜି ଦିନ ସାରା ପଇସା ବିଷୟରେ ଚିନ୍ତା କରିବେ । ମକର ରାଶି : ସମ୍ପତି ଅମମଳରେ କିଛି କଥା ହୋଇପାରେ । ଆଜି ଆପଣଙ୍କୁ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା କରିବାର ନାହି । ଆବାସିକ କାଗଜ ପତ୍ର ଦାୟିତ୍ଵ ରେ ରଖନ୍ତୁ । ଆପଣଙ୍କୁ କିଛି ବେହତର ଅବସର ମିଳିବ । ଯାହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣଙ୍କ ପରିବାରର କୌଣସି ସଦସ୍ୟ ବା ବନ୍ଧୁ ଆପଣଙ୍କୁ ସହଯୋଗ କରିବେ । ଯାହା ପାଇଁ ଆପଣଙ୍କ ଜୀବନର କିଛି ସମସ୍ଯା ଦୂର ହେବ । ପୁରୁଣା ବନ୍ଧୁ ବା ପରିବାର ସହ ବାହାରକୁ ଯିବାର ଆନନ୍ଦ ଉଠାନ୍ତୁ । କୁମ୍ଭ ରାଶି : ନୂଆ ଆୟୋଜନ ଆରମ୍ଭ କରିବା ପାଇଁ ଦିନ ଅନୁକୁଳ ଅଟେ । ଆଜି ନିଷେଧାତ୍ମକ ଓ ନେଗ୍ତିଭ ଅକାର୍ଯ୍ୟ ରୁ ଦୂରେଇ ରୁହନ୍ତୁ । କ୍ରୋଧ ଓ ବାଣୀ ଉପରେ ସଂଯମ ରଖନ୍ତୁ । କାହା ସହ ବିବାଦ କରନ୍ତୁ ନାହି । ପ୍ରେମୀ ବା ଜୀବନ ସାଥିଙ୍କ ସହ ବୁଲିବାକୁ ଯିବାର ପ୍ଳାନ କରିବେ । ଆପଣଙ୍କର ପୁରୁଣା କାମ କାର୍ଯ୍ୟ ରେ ବେହତର ରେଜଳତ ଆସିବ । କିଛି ଯୋଜନା ସମୟ ଅନୁଯାୟୀ ପୁରା ହେବ । ପାରିବାରିକ ବାତାବରଣ ଭଲ ରହିବ । ମୀନ ରାଶି : ଆଜି ଆପଣଙ୍କ ସାହସ ଓ ନିଶ୍ଚୟ କ୍ଷମତା ରେ ବୃଦ୍ଧି ହେବ । ଦୈନିକ କାମରୁ ବାହାରି ଆଜି ବୁଲିବା ଓ ମନୋରଞ୍ଜନ ପଛରେ ସମୟ ବ୍ଯତୀତ କରିବେ । ସ୍ଵଜନ ବା ବନ୍ଧୁ ମାନଙ୍କ ସହ ପିକନିକ କୁ ଯାଇ ପରନ୍ତ । ସନ୍ତାନ ଙ୍କ ଉନ୍ନତି ରେ ଆପଣ ଖୁସି ହେବେ । ଯଦି କାହାକୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ତେବେ ଏମିତି କରିବା ପାଇଁ ଆଜି ଏକ ଆଦର୍ଶ ଦିନ ଅଟେ । ଗୃହ ଉପୋଯୋଗୀ ବସ୍ତୁ ରେ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । Categories ଜ୍ୟୋତିଷ Post navigation କାହିଁକି ସ୍ତ୍ରୀ ପୂର୍ବରୁ ସ୍ଵାମୀ ମୃତ୍ୟୁବରଣ କରେ ? ଗୀତାରେ ସ୍ପଷ୍ଟ ଭାବେ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ, ଲୋମ ଟାଙ୍କୁରି ଉଠିବ ! (Geeta Gyan) Chandra Grahan 2022: ଲାଗିବାକୁ ଯାଉଛି ଭୟଙ୍କର ଚନ୍ଦ୍ରଗ୍ରହଣ, ଗର୍ଭବତୀ ମହିଳା ଓ ଏହି ରାଶି ହୋଇଯାନ୍ତୁ ସାବଧାନ, ଜାଣନ୍ତୁ ଗ୍ରହଣ ତିଥି ଓ ହାଣ୍ଡିଛାଡ ସମୟ Jennifer Winget ଙ୍କ ଇନକମ, ଘର, ପରିବାର, ଲାଇଫ ଷ୍ଟାଇଲ ଦେଖନ୍ତୁ Video: Puri Beach ରେ ହିରୋଇନ Archita ଙ୍କର ଫୁଲ ମସ୍ତି, ଭିଡିଓ ହେଲା ଭାଇରାଲ ବୁମରାଙ୍କ ଜୀବନରେ ଏହି ଆକ୍ଟ୍ରେସଙ୍କ ଏଣ୍ଟ୍ରି , ଲକଡାଉନ ପରେ ମିଳିବ ଖୁସି ଖବର ଏହି Actress ଙ୍କୁ ବିବାହ କରିବା ପାଇଁ ସ୍ବାମୀଙ୍କୁ ଖର୍ଚ୍ଚ କରିବାକୁ ପଡିଥିଲା 135 କୋଟି ଟଙ୍କା, 4-5 କୋଟି ତ ରିସେପ୍ସନରେ ହିଁ ଖର୍ଚ୍ଚ କରି ଦେଇଥିଲେ
2022-12-02T12:01:39Z
https://headlines9.com/%E0%AC%86%E0%AC%9C%E0%AC%BF%E0%AC%B0-%E0%AC%B0%E0%AC%BE%E0%AC%B6%E0%AC%BF%E0%AC%AB%E0%AC%B3-28-%E0%AC%85%E0%AC%95%E0%AD%8D%E0%AC%9F%E0%AD%8B%E0%AC%AC%E0%AC%B0-2022-%E0%AC%B6%E0%AD%81%E0%AC%95/
OSCAR-2301
ନିବେଦନର ଅଭିପ୍ରାୟ ଏହିକି ଯେ ମୁଁ ଚିନ୍ମୟ କୁମାର ପଟେଲ ୯ମ ( କ ) , ରୋଲ୍ ୧୦ ଏକ ଗରିବ ଛାତ୍ର ଅଟେ । ଆମ୍ବ ପରିବାରରେ ବାପାଙ୍କ ବ୍ୟତୀତ ଆଉ କେହି ଉପାର୍ଜନ କରୁ ନାହାନ୍ତି । ତାଙ୍କ ଆୟ ବହୁତ କମ୍ । ମୋ ପାଖରେ ପଢ଼ା ବହି ନ ଥିବାରୁ ମୁଁ ଠିକ୍ ଭାବରେ ପାଠ ପଢ଼ିପାରୁ ନାହିଁ ଏବଂ ଗୃହକର୍ମଗୁଡ଼ିକ ଲେଖି ଜମା ଦେଇପାରୁ ନାହିଁ । ଆମ୍ବ ବିଦ୍ୟାଳୟରେ ଥିବା ପୁସ୍ତକାଗାରରୁ କିଛି ପାଠ୍ୟ ପୁସ୍ତକ ମୋତେ ପ୍ରଦାନ କଲେ ମୁଁ ଆଦର୍ଶ ଛାତ୍ର ଭାବରେ ବିଦ୍ୟାଳୟର ସୁନାମ ରକ୍ଷାରେ ସହାୟକ ହେବି ବୋଲି ଆଶା କରେ । ଏଣୁ ବିନୀତ ପ୍ରାର୍ଥନା କରେକି ଆପଣ ଦୟାପରବଶ ହୋଇ ମୋତେ ପାଠ୍ୟ ପୁସ୍ତକ ଯୋଗାଇ ଦେବାର ବ୍ୟବସ୍ଥା କଲେ ଚିରୋପକୃତ ହେବି I ॥ ଇତି ॥ ଆପଣଙ୍କ ଆଜ୍ଞାଧୀନ ଛାତ୍ର ଚିନ୍ମୟ କୁମାର ପଟେଲ ୯ମ ( କ ) ରୋ. ନଂ. – ୧୦ by admin on September 2, 2022 0 Post navigation Previous: Previous post: ତୁମେ ପିତାମାତାଙ୍କ ସହିତ ଜଣେ ଦୂର ସମ୍ପର୍କୀୟଙ୍କ ଏକ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଇଚ୍ଛୁକ । ଏଥୁ ନିମିତ୍ତ ବିଦ୍ୟାଳୟରୁ ୫ଦିନ ଅନୁପସ୍ଥିତ ରହିବାର ଅନୁମତି ଭିକ୍ଷାକରି ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖ । 
2022-12-08T04:00:52Z
http://www.odishaguru.com/%E0%AC%A6%E0%AC%B0%E0%AC%96%E0%AC%BE%E0%AC%B8%E0%AD%8D%E0%AC%A4/%E0%AC%AC%E0%AC%BF%E0%AC%A6%E0%AD%8D%E0%AD%9F%E0%AC%BE%E0%AC%B3%E0%AD%9F%E0%AC%B0-%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95%E0%AC%BE%E0%AC%97%E0%AC%BE%E0%AC%B0%E0%AC%B0%E0%AD%81/
OSCAR-2301
ଭୋଗରାଇ ୧୮/୧୧,(ଆ.ପ୍ର): ଭୋଗରାଇ ବ୍ଲକର ବାଟଗ୍ରାମ-ମାନକୁଣ୍ଡା ବନ୍ୟା ପ୍ରତିରୋଧକ ଭୁଆବନ୍ଧର ସାତଗୁହାଳିଆ ଠାରେ ଏକ ୧୦ ଫୁଟ ଲମ୍ବର ଅଜଗର ସାପକୁ ଗାଁ ଯୁବକମାନେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଗତ ବନ୍ୟାରେ ବହୁ ସଂଖ୍ୟକ ଅଜଗର ଭାସିଆସି ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ରହିଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଏପର୍ଯ୍ୟନ୍ତ ଭୋଗରାଇର ବିଭିନ୍ନ ଅଞ୍ଚଳରୁ ୧୮ ଟି ଅଜଗର ସାପ ଉଦ୍ଧାର କରାଯାଇ ବନବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ସମସ୍ତ ଅଜଗର ସାପ ୮ ଫୁଟରୁ ୧୨ ଫୁଟ ଲମ୍ବର ହୋଇଛି। ଶୁକ୍ରବାର ମଧ୍ୟାହ୍ନରେ ଜନୈକ ବ୍ୟକ୍ତି ସେହି ମୁଖବନ୍ଧରେ ଯାଉଥିବା ସମୟରେ ଏହି ଅଜଗର ସାପଟିକୁ ଦେଖି ଗାଁରେ ଖବର ଦେଇଥିଲେ। ସାତଗୁହାଳିଆ ଗ୍ରାମର ରାଜେନ୍ଦ୍ର ଜେନା (ନୀଲୁ), ସୈାଭାଗ୍ୟ ଜେନା, ଶିବପ୍ରସାଦ ଜେନା,ରାଜୁ ଜେନା,ମିଟୁ ଜେନା ପ୍ରମୁଖ ଯୁବକ ମାନେ ସେଠାରେ ପହଞ୍ଚି ବହୁ ପ୍ରଚେଷ୍ଟା ପରେ ଅଜଗର ସାପଟିକୁ ଫାସ ଦେଇ ଧରିଥିଲେ। ସାପଟିର ଓଜନ ୨୦ କିଲୋଗ୍ରାମ ରୁ ଅଧିକ ହୋଇଥିଲା ବେଳେ ଜାଲରେ ଗୁଡ଼ାଇ ସାଙ୍ଗିରେ ଭାର କରି ତାକୁ ଗାଁକୁ ଆଣିଥିଲେ। ବନବିଭାଗକୁ ଖବର ଦେବା ପରେ ଉଦୟପୁର ବନପାଳ ପରମାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ବନରକ୍ଷୀ ସଞ୍ଜୟ କୁମାର ମହାନ୍ତି ଅନ୍ୟ ସହଯୋଗୀଙ୍କ ସହିତ ଗାଁରେ ପହଞ୍ଚି ଅଜଗରଟିକୁ ସୁରକ୍ଷିତ ଭାବେ ନେଇ ବିଚିତ୍ରପୁର ବନି ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି। ଏହି ପ୍ରଜାତିର ଏବଂ ଏଭଳି ବିଶାଳକାୟ ସାପ ଏହି ଅଞ୍ଚଳରେ ଆଗରୁ କେବେ ଦେଖିବାକୁ ମିଳିନଥିଲା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଗହଳି ଲାଗିଥିଲା।
2022-12-07T04:13:53Z
https://www.prameya.com/10-feet-python-rescued/
OSCAR-2301
ହଜାର ହଜାର ବର୍ଷ ଧରି ରଙ୍ଗ ଆମ ଜୀବନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ଆସିଛି। ବିନା ରଙ୍ଗରେ ତ ଆମ ଜୀବନ ନିରସ। ତେବେ ପ୍ରଥମେ ପ୍ରାକୃତିକ ରଙ୍ଗର ବ୍ୟବହାର ହେଉଥିଲା। ମହେଞ୍ଜୋଦାରୋ ଓ ହରପ୍ପାର ଖନନ ସମୟରେ ଏମିତି କିଛି ପାତ୍ର ଓ ମୂର୍ତ୍ତି ଉଦ୍ଧାର ହୋଇଥିଲା; ଯେଉଁଥିରେ ରଙ୍ଗର ବ୍ୟବହାର କରାଯାଇଥିଲା। ସେହି ସାମଗ୍ରୀ ସହ ଏକ ଲାଲ ରଙ୍ଗର ଛୋଟ କପଡା ବି ମିଳିଥିଲା। ବିଶେଷଜ୍ଞଙ୍କ ଅନୁସାରେ ସେଥିରେ ମଜିଷ୍ଠା ଚେରରେ ପ୍ରସ୍ତୁତ ରଙ୍ଗର ବ୍ୟବହାର ହୋଇଥିଲା। ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଏହି ଚେରକୁ ଲାଲ ରଙ୍ଗ ପାଇଁ ବ୍ୟବହାର କରାଯାଉଥିଲା। ହଳଦିଆ ରଙ୍ଗ ଓ ସିନ୍ଦୂର ହଳଦୀରୁ ପ୍ରସ୍ତୁତ ହେଉଥିଲା। ବାଇଗଣୀ ରଙ୍ଗ: ପ୍ରାୟ ୧୦୦ ବର୍ଷ ତଳେ ପଶ୍ଚିମରେ ହୋଇଥିବା ଔଦ୍ୟୋଗିକ କ୍ରାନ୍ତିର ଫଳସ୍ବରୂପ କପଡା ଉଦ୍ୟୋଗର ବିକାଶ ଦ୍ରୁତଗତିରେ ହେଲା। ତେଣୁ ରଙ୍ଗର ଚାହିଦା ବଢିଲା। ଅନ୍ୟପକ୍ଷେ ପ୍ରାକୃତିକ ରଙ୍ଗ ସୀମିତ ଥିଲା। ଏହି ବଢୁଥିବା ଚାହିଦାକୁ ପୂରଣ କରିବା ପ୍ରାକୃତିକ ରଙ୍ଗ ପକ୍ଷେ ସମ୍ଭବ ନ ଥିଲା। ଫଳରେ କୃତ୍ରିମ ରଙ୍ଗର ଆବଶ୍ୟକତା ପଡିଲା। ଏତିକିବେଳେ(୧୮୫୬ମସିହା) ରୟାଲ କଲେଜ ଅଫ୍‌ କେମେଷ୍ଟ୍ରି, ଲଣ୍ଡନରେ ଓ୍ବିଲିୟମ ହେନରୀ ପାର୍କିନ ମ୍ୟାଲେରିଆର ଔଷଧ କୁଇନାଇନ୍‌ ତିଆରି କରିବାରେ ବ୍ୟସ୍ତ ଥିଲେ। ଅନେକ ପ୍ରଚେଷ୍ଟା ସତ୍ତ୍ୱେ କରିପାରିଲେ ନାହିଁ। କିନ୍ତୁ ସେ ପ୍ରଥମ ସିନ୍ଥେଟିକ୍‌ ଏନିଲିନ ଡାଏ ତଥା ବାଇଗଣୀ ରଙ୍ଗ ତିଆରି କରିଦେଲେ। ଏହାକୁ ସେତେବେଳେ ମୌଭ କୁହାଯାଉଥିଲା। କୃତ୍ରିମ ରଙ୍ଗ ବା ମୌଭ: ୧୮୫୬ରେ ସଂଯୋଗ ବଶତଃ ତିଆରି ହୋଇଯାଇଥିବା କୃତ୍ରିମ ବାଇଗଣୀ ରଙ୍ଗକୁ ସେତେବେଳେ ମୌଭ କୁହାଯାଉଥିଲା। ଏହାପରେ ୧୮୫୯ରେ ଫ୍ରେଞ୍ଚ କେମିଷ୍ଟ ଫ୍ରାଙ୍କୋଇସ୍‌ ଇମାନୁଏଲ ଭରଗୁଇନ ମାଜେଣ୍ଟା ରଙ୍ଗ ତିଆରି କରିଥିଲେ। ଆଉ ତା’ପରେ ୧୮୬୨ରେ ଏନିଲିନ ବ୍ଲୁ ଓ ଏନିଲିନ ବ୍ଲାକ୍‌, ୧୮୬୫ରେ ବିସ୍ମାଇ ବ୍ରାଉନ୍‌, ୧୮୮୦ରେ କଟନ୍‌ ବ୍ଲାକ୍‌ ଆଦି କୃତ୍ରିମ ରଙ୍ଗ ପ୍ରସ୍ତୁତ ହେଲା। ପ୍ରଥମେ ଏହିସବୁ ରଙ୍ଗ ତାରକୋଲରୁ ତିଆରି କରାଯାଉଥିଲା। ପରେ ଏସବୁର ତିଆରି ଅନ୍ୟ ରାସାୟନିକ ପଦାର୍ଥରୁ ବି ହେଲା। ନୀଳ ରଙ୍ଗ ତିଆରି ପାଇଁ ମିଳିଲା ନୋବେଲ ପୁରସ୍କାର: ଜର୍ମାନୀର ରସାୟନବିଜ୍ଞାନୀ ଏଡଲ୍ଫ ଭନ୍‌ ବଇୟର ୧୮୬୫ରେ କୃତ୍ରିମ ନୀଳ ରଙ୍ଗ ତିଆରିର କାମ ଆରମ୍ଭ କରିଥିଲେ। ଅନେକ ଅସଫଳତା ଓ ଲମ୍ବା ପ୍ରୟାସ ପରେ ୧୮୮୨ରେ ସେ ନୀଳ ରଙ୍ଗର ସଂରଚନା ନିର୍ଦ୍ଧାରିତ କରିପାରିଲେ। ଏହାର ପର ବର୍ଷ ରାସାୟନିକ ନୀଳ ରଙ୍ଗ ପ୍ରସ୍ତୁତ କରିଲେ। ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବଇୟର ୧୯୦୫ରେ ନୋବେଲ ପୁରସ୍କାର ପାଇଥିଲେ। ବଣ୍ଟା ଯାଇଥିଲା ମାଗଣା ରଙ୍ଗ: ମୁମ୍ବାଇରେ ରଙ୍ଗ ବ୍ୟବସାୟ କରୁଥିବା କାମରାଜଜୀ ନାମକ ଫାର୍ମ ସର୍ବପ୍ରଥମେ ୧୮୬୭ରେ ମଜେଣ୍ଟା ରଙ୍ଗ ଆମଦାନୀ କରିଥିଲେ। ୧୮୭୨ରେ ଜର୍ମାନୀର ରଙ୍ଗ ବିକ୍ରେତାଙ୍କର ଏକ ଦଳ ଏଲିଜିରିନ ନାମକ ଏକ ରଙ୍ଗ ନେଇ ଏଠାକୁ ଆସିଥିଲେ। ଏମାନେ ଭାରତୀୟ ରଙ୍ଗ ବ୍ୟବସାୟୀଙ୍କ ଭିତରେ ନିଜ ରଙ୍ଗର ଚାହିଦାକୁ ବଢାଇବା ଲାଗି ଅନେକ ପ୍ରୟାସ କଲେ। ଆରମ୍ଭରେ ତ ସେମାନେ ନମୁନାଭାବେ ନିଜ ରଙ୍ଗକୁ ମାଗଣା ବାଣ୍ଟିଲେ। ସ୍ବଳ୍ପ ଟଙ୍କାରେ ଉଧାରିରେ ବିକ୍ରି କଲେ। ପରେ ଯଦିଓ ଭଲ ସୁଧ ବି ନେଲେ। ପ୍ରାକୃତିକ ରଙ୍ଗ ଅପେକ୍ଷା କୃତ୍ରିମ ରଙ୍ଗ ବହୁତ ଶସ୍ତା ଥିଲା। ତା’ସହ ଏଥିରେ ଚମକ ଭଲ ଥିଲା ଓ ସହଜରେ ଉପଲବ୍ଧ ବି ହେଉଥିଲା। ତେଣୁ କୃତ୍ରିମ ରଙ୍ଗ ପ୍ରାକୃତିକ ରଙ୍ଗର ଚାହିଦାକୁ କମାଇ ପ୍ରସାର ହେବାକୁ ଲାଗିଲା। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଫୁରସତ View All ପୋଷା କୁକୁର କାମୁଡ଼ିବାରୁ ମାଲିକାଣୀ ଗିରଫ ମୋହାଲି, ୨୭।୮: ପଞ୍ଜାବର ମୋହାଲିରେ ପୋଲିସ ଜଣେ କୁକୁର ମାଲିକାଣୀଙ୍କୁ ଗିରଫ କରିଛି। ଗତ ଅଗଷ୍ଟ ୧୫ରେ ଭିଆଇପି ରୋଡ୍‌ରେ ଯୋଗୀନ୍ଦର ସିଂ ନାମକ ଜଣେ... ବ୍ୟକ୍ତିତ୍ୱ: ପଦ୍ମଶ୍ରୀ କବିତା କ୍ରିଷ୍ଣମୂର୍ତ୍ତି ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର ଭାବରେ କବିତା ଚାରିଥର ଫିଲ୍ମଫେୟାର ଆଓ୍ବାର୍ଡ ହାସଲ କରିଛନ୍ତି। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ... ପେପରମ୍ୟାନ ଶଶାଙ୍କଶେଖର ଦାଶ ସମାଜର ପ୍ରତିଛବି ଭାବେ ଗଣମାଧ୍ୟମର ଏକ ବଳିଷ୍ଠ କ୍ଷେତ୍ର ଖବରକାଗଜ। ଏହାକୁ ସମାଜର ଦର୍ପଣ କୁହାଯାଏ । ତେବେ ଅନେକ ବ୍ୟକ୍ତି ଅଛନ୍ତି; ଯେଉଁମାନେ କି... କାଖରେ କୁନି ଝିଅକୁ ଧରି ର଼୍ୟାମ୍ପ ଓ୍ବାକ୍‌, ଚର୍ଚ୍ଚାରେ ଏହି ମଡେଲ… କଥାରେ ଅଛି ମା’ ସର୍ବସଂହା। ନିଜର ପିଲା ପାଇଁ ସେ କିଛି ବି କରିପାରେ। କେବେ ତାକୁ କାଖରେ ଧରି ସେ ମଜୁରିଆ ଭାବେ କାମ... ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୧୦୦ ବେଳକୁ ନ ଥିବ ପ୍ରବାଳ ପ୍ରାଚୀର କାନବେରା,୨୩।୨: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ଜୈବ ବିବିଧତା ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ... ପୃଥିବୀରେ ମଙ୍ଗଳ ଜଳବାୟୁ ଓ୍ବାଶିଂଟନ୍‌, ୯ା୮: ମଙ୍ଗଳରେ ଜନବସତି ସ୍ଥାପନ ସ୍ବପ୍ନ ପୂରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୈଜ୍ଞାନିକ। ସେଠାକାର ଜଳବାୟୁ ଜୀବନଧାରଣ ନିମନ୍ତେ ଅନୁକୂଳ ହୋଇ ନ... ବସ୍‌ଷ୍ଟାଣ୍ଡରେ ସିଂହପଲ: ଭାଇରାଲ ହେଉଛି ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ବାଘ ଶିକାର ପାଇଁ ପାହାଡ ଉପରୁ ଲମ୍ଫ ପ୍ରଦାନ କରୁଛି ତ ଆଉ କେତେବେଳେ... ରାମଚନ୍ଦ୍ରଙ୍କ ସ୍ନେହ ମମତାରେ ବନ୍ଧା କୁମ୍ଭୀର ମହାରାଷ୍ଟ୍ରର ୩୮ବର୍ଷୀୟ ରାମଚନ୍ଦ୍ର ଚରତ୍‌କାର। ଯିଏ କି ନିଜର ଏକ ଖାସ୍‌ ବ୍ୟକ୍ତିତ୍ୱ ପାଇଁ ସାରା ରାଜ୍ୟରେ ନିଆରା ପରିଚୟ ହାସଲ କରିଛନ୍ତି। ଗାଁରେ ବୋହିଯାଉଥିବା... Archives Archives Select Month November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017
2022-11-30T23:59:54Z
https://www.dharitri.com/color-history/
OSCAR-2301
ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତକେ ଲୋକ ସମାନଙ୍କେ ପାଖକୁ ଆସିଲେ। ସମାନେେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସନୋପତି ଓ କେତକେ ସାଦ୍ଦୂକୀ ଥିଲେ। 2 ସମାନେେ ରାଗିଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଉପଦେଶ ଦେଉଥିଲେ ଓ ଯୀଶୁଙ୍କ ପୁନରୁତ୍ଥାନ ପରି ସବୁ ମୃତ ବ୍ଯକ୍ତିମାନଙ୍କର ଯେ ଉତ୍ଥାନ ହବେ, ଏହି କଥା ଘୋଷଣା କରୁଥିଲେ। 3 ତେଣୁ ସମାନେେ କାରାଗାର ରେ ବନ୍ଦୀ କରି ଦେଲେ। ସନ୍ଧ୍ଯା ହାଇଯୋଇ ଥିବାରୁ ସମାନଙ୍କେୁ ପରଦିନ ପର୍ୟ୍ଯନ୍ତ ବନ୍ଦୀ କରି ରଖିଲେ। 4 କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ଯରୁ ଅନକେ ଲୋକ ସମାନଙ୍କେ ବାର୍ତ୍ତା ବିଶ୍ବାସ କଲେ। ତେଣୁ ବର୍ତ୍ତମାନ ସଠାେରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ବାସୀ ଥିଲେ। 5 ତହିଁ ଆରଦିନ ସମାନଙ୍କେର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ୟିରୂଶାଲମ ରେ ଏକାଠି ହେଲେ। 6 ସଠାେରେ ହାନାନ ମହାୟାଜକ, କଯାଫା, ଯୋହନ, ଆଲେକ୍ଜାଣ୍ଡର ଓ ମହାୟାଜକୀୟ ପରିବାରର ସମସ୍ତେ ମଧ୍ଯ ଉପସ୍ଥିତ ଥିଲେ। 7 ସମାନେେ ପ୍ ରରେିତମାନଙ୍କୁ ସାମନା ରେ ଠିଆ କରି ପଚାରିଲେ, "ତୁମ୍ଭମାନେେ କେଉଁ କ୍ଷମତା କିମ୍ବା କେଉଁ ଅଧିକାର ରେ ଏହି କାର୍ୟ୍ଯ କଲ? ତୁମ୍ଭମାନେେ ଏ େଛାଟ ଲୋକଟିକୁ କିପରି ସୁସ୍ଥ କରି ପାରିଲ?" 8 ତା'ପରେ ପିତର ପବିତ୍ର ଆତ୍ମା ଦ୍ବାରା ପରିପୂର୍ଣ୍ଣ ହାଇେ ସମାନଙ୍କେୁ କହିଲେ, " ହେ ଲୋକମାନଙ୍କର ନେତାମାନେ ଓ ପ୍ରାଚ଼ୀନ ଲୋକମାନେ! 9 ଏହି େଛାଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମ ରେ କ'ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ'ଣ ପଚ଼ାରୁଛନ୍ତି ଯେ କେଉଁ ବିଷୟ ଦ୍ବାରା ସେ ସୁସ୍ଥ ହାଇପୋରିଲା? 10 ତବେେ, ତୁମ୍ଭମାନେେ ସମସ୍ତେ ଓ ସମସ୍ତ ଇଶ୍ରାୟେଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ ଯେ, ଏହା ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଏହି ଲୋକଟି ସୁସ୍ଥ ହାଇେଛି। ତୁମ୍ଭମାନେେ ସହେି ଯୀଶୁଙ୍କୁ କୃଶ ରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ବର ତାହାଙ୍କୁ ମୃତ୍ଯୁରୁ ଉଠାଇଛନ୍ତି। ତାହାଙ୍କ ଦ୍ବାରା ଏହି େଛାଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହାଇେଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖ ରେ ଠିଆ ହାଇେଛି। 11 ଯୀଶୁ ହେଉଛନ୍ତି 12 ତାହାଙ୍କ ବ୍ଯତୀତ ଅନ୍ୟ କାହା ପାଖ ରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହା ଦ୍ବାରା କି ଆମ୍ଭେ ଉଦ୍ଧାର ପାଇପାରିବା।" 13 ସମାନେେ ଯେତବେେଳେ ପିତର ଓ ଯୋହନଙ୍କର ଏପରି ସାହାସ ଦେଖିଲେ ଓ ଜାଣି ପାରିଲେ ଯେ ସମାନେେ ଅଶିକ୍ଷିତ ଓ ସାଧାରଣ ଲୋକ, ସମାନେେ ବହୁତ ଆଶ୍ଚର୍ୟ୍ଯ ହେଲେ। ସମାନେେ ଏହା ମଧ୍ଯ ବୁଝିପାରିଲେ ଯେ, ସମାନେେ ଯୀଶୁଙ୍କ ସାଙ୍ଗ ରେ ଥିଲେ। 14 ସମାନେେ ଦେଖିଲେ, ସହେି େଛାଟ ଲୋକଟି ସୁସ୍ଥ ହାଇେ ପ୍ ରରେିତମାନଙ୍କ ବିରୁଦ୍ଧ ରେ କିଛି କହିପାରିଲେ ନାହିଁ। 15 ସମାନଙ୍କେୁ ସଭାରୁ ଚାଲିୟିବା ପାଇଁ ଆଦେଶ ଦେଲେ। ତା'ପରେ ନେତାମାନେ କ'ଣ କରିବେ, ସେ ବିଷୟ ରେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ। 16 ସମାନେେ କହିଲେ, "ଏ ଲୋକମାନଙ୍କ ପ୍ରତି ଆମ୍ଭେ କ'ଣ କରିବା? ୟିରୁଶାଲମର ପ୍ରେତ୍ୟକକ ଲୋକ ଜାଣିଛନ୍ତି ଯେ, ସମାନେେ ଗୋଟିଏ ଅସାଧାରଣ କାର୍ୟ୍ଯ କରିଛନ୍ତି। ଆମ୍ଭେ ଏହା ଅସ୍ବୀକାର କରିପାରିବା ନାହିଁ। 17 ଆମ୍ଭେ ସମାନଙ୍କେୁ ଯୀଶୁଙ୍କ ବିଷୟ ରେ କିଛି ନକହିବା ପାଇଁ ଭୟ ଦଖାଇବୋ। ଫଳ ରେ, ଲୋକମାନଙ୍କ ମଧିଅରେ ଏକଥା ଅଧିକ ବ୍ଯାପି ପାରିବ ନାହିଁ।" 18 ତେଣୁ ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଡାକିଲେ ଓ ଯୀଶୁଙ୍କ ନାମ ରେ କୌଣସି କଥା ବା ଉପଦେଶ ନ ଦବୋପାଇଁ ଆଦେଶ ଦେଲେ। 19 କିନ୍ତୁ ଯୋହନ ଓ ପିତର ସମାନଙ୍କେୁ ଉତ୍ତର ଦେଲେ, "ପରମେଶ୍ବରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ କି ନାହିଁ, ତାହା ତୁମ୍ଭମାନେେ ବିଚାର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନକହି ରହିପାରିବୁ ନାହିଁ।" 20 ସମାନେେ ପ୍ ରରେିତମାନଙ୍କୁ ଦଣ୍ଡ ଦବୋପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ବରଙ୍କର ଗୁଣଗାନ କରୁଥିଲେ। ତେଣୁ ସେ ସମାନଙ୍କେୁ ଆଉ ଥରେ ଭୟ ଦଖାଇେଲେ ଏବଂ ସମାନଙ୍କେୁ ମୁକ୍ତ କଲେ। 21 22 ଏହି ଅସାଧାରଣ କାର୍ୟ୍ଯ ପରମେଶ୍ବରଙ୍କର ଗୋଟିଏ ପ୍ରମାଣ ଥିଲା। ସୁସ୍ଥ ହାଇେଥିବା ଲୋକଟିର ବୟସ ଚ଼ଳିଶ ବର୍ଷରୁ ଅଧିକ ଥିଲା। 23 ପିତର ଓ ଯୋହନ ଯିହୂଦୀ ନେତାମାନଙ୍କ ସଭା ଛାଡ଼ି ନିଜ ନିଜ ବନ୍ଧୁମାନଙ୍କୁ ପାଖକୁ ଆସିଲେ। ମୁଖ୍ଯ ଯାଜକମାନେ ଏବଂ ପ୍ରାଚୀନ ନେତାମାନେ ସମାନଙ୍କେୁ ଯାହା ସବୁ କହିଥିଲେ, ସେସବୁ କଥା ନିଜ ଦଳର ଲୋକଙ୍କୁ କହିଲେ। 24 ଯେତବେେଳେ ବିଶ୍ବାସୀମାନେ ସମସ୍ତେ ଏହା ଶୁଣିଲେ, ସମାନେେ ଏକ ମନ ରେ ମିଳିତ ଭାବେ ପ୍ରାର୍ଥନା କଲେ, " ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥି ରେ ଥିବା ସବୁ କିଛି ସୃଷ୍ଟି କରିଛ। 25 ଆମ୍ଭମାନଙ୍କର ପୂର୍ବପୁରୁଷ ଦାଉଦ ତୁମ୍ଭର ସବେକ ଥିଲେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ଚ଼ାଳିତ ହାଇେ ଏହି କଥା ଲେଖିଛନ୍ତି, 26 ପୃଥିବୀର ରାଜାମାନେ ୟୁଦ୍ଧ ପାଇଁ ପ୍ରସ୍ତୁତି ଚ଼ଳାଇଲେ ଓ ଶାସକମାନେ ପ୍ରଭୁ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ ଠିଆ ହେଲେ।' 27 ଯେତବେେଳେ ହରେୋଦ, ପନ୍ତିୟ ପୀଲାତ, ଇଶ୍ରାୟେଲ ଅନ୍ୟ ଦେଶୀୟମାନେ ମିଳିତ ହାଇେ ଏହି ସହର ରେ ଜମା ହାଇେ ତୁମ୍ଭର ପବିତ୍ର ସବେକ ଯୀଶୁଙ୍କ ବିରୁଦ୍ଧ ରେ ଠିଆ ହେଲେ ସେତବେେଳେ ଏହା ପ୍ରକୃତ ରେ ସଫଳ ହେଲା। ସହେି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ। 28 ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧ ରେ ଏକତ୍ର ମନ୍ତ୍ରଣା କଲେ ସମାନେେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା। 29 ହେ ପ୍ରଭୁ, ବର୍ତ୍ତମାନ ସମାନେେ କ'ଣ କହୁଅଛନ୍ତି, ତାହା ଶୁଣ। ସମାନେେ ଆମ୍ଭମାନଙ୍କୁ ଭୟ ଦଖାେଉଛନ୍ତି। ପ୍ରଭୁ, ଆମ୍ଭମାନେେ ତୁମ୍ଭର ସବେକ ଅଟୁ, ତେଣୁ ତୁମ୍ଭେ ଯାହା ଚାହଁ, ତାହା ନିର୍ଭୟ ରେ କହିବା ପାଇଁ ଆମ୍ଭକୁ ସାହାୟ୍ଯ କର। 30 ତୁମ୍ଭର ଶକ୍ତି ଆମ୍ଭକୁ ଦଖାେଅ, ୟଦ୍ଦ୍ବାରା ଆମ୍ଭେ ସାହାସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମ ରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦଖାଇବୋ ଓ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରିପାରିବା ା" 31 ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘ ରେ, ସମସ୍ତେ ଏକାଠି ହାଇେଥିଲେ, ସହେି ଘର କମ୍ପି ଉଠିଲା। ସମାନେେ ସମସ୍ତେ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇଗେଲେ ଓ ପରମେଶ୍ବରଙ୍କର ବାର୍ତ୍ତା ସାହସର ସହିତ କରିବାକୁ ଲାଗିଲେ। 32 ବିଶ୍ବାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସମାନଙ୍କେ ମଧ୍ଯରୁ କହେି କୌଣସି ଜିନିଷକୁ ନିଜର ବୋଲି କହୁ ନଥିଲେ। ସମାନଙ୍କେ ପାଖ ରେ ଯାହା ଥିଲା, ସେଥି ରେ ସମସ୍ତେ ଭାଗୀଦାର ଥିଲେ। 33 ପ୍ରଭୁ ଯୀଶୁ ଯେ ପ୍ରକୃତ ରେ ମୃତମାନଙ୍କ ମଧ୍ଯରୁ ଉଠିଛଅନ୍ତି, ଏହା ପ୍ ରରେିତମାନେ ମହାଶକ୍ତିର ସହିତ ସାକ୍ଷ୍ଯ ଦେଲେ। ପରମେଶ୍ବହର ସମସ୍ତ ବିଶ୍ବାସୀଙ୍କୁ ବହୁତ ଆଶୀର୍ବାଦ କଲେ। 34 ସମାନଙ୍କେ ମଧିଅରେ କାହାର କିଛି ଅଭାବ ନଥିଲା। ଯାହାର ଘର ବା ଜମି ଥିଲା, ସେ ତାହାକୁ ବିକ୍ରୀ କରି ଦେଉଥିଲା। 35 ସମାନେେ ସହେି ଧନ ପ୍ ରରେିତମାନଙ୍କ ପାଦତଳେ ରଖି ଦେଉଥିଲେ। ପ୍ରେତ୍ୟକକଙ୍କ ନିଜ ଆବଶ୍ଯକତା ଅନୁସାରେ ଟଙ୍କା ବଣ୍ଟାଗଲା। 36 ଯୋଷଫେ ନାମ ରେ ଜଣେ ବିଶ୍ବାସୀ ଥିଲେ। ପ୍ ରରେିତମାନେ ତାହାଙ୍କୁ "ବର୍ଣ୍ଣବ୍ବା" ନାମ ରେ ଡ଼ାକୁ ଥିଲେ। ଏହି ନାମର ଅର୍ଥ, "ସାହାୟ୍ଯକାରୀ" ସେ କୁପ୍ରୀୟ ଜାତିର ଜଣେ ଲବେୀୟ ଥିଲେ। 37 ୟୋ ସଫଙ୍କେର ଖଣ୍ଡିଏ କ୍ଷତେ ଥିଲା। ସେ ତାହାକୁ ବିକ୍ରୀ କରି ଦେଲେ ଓ ବିକ୍ରୀଲବ୍ଧ ସମସ୍ତ ଟଙ୍କା ଆଣି ପ୍ ରରେିତମାନଙ୍କୁ ଦଇେ ଦେଲେ। Wordproject® is a registered name of the International Biblical Association, a non-profit organization registered in Macau, China.
2022-12-01T09:21:35Z
https://wordproject.org/bibles/or/44/4.htm
OSCAR-2301
ଆମ ଦେଶରେ ଧାନ, ମିଲେଟ, ମକା, ତୁ, ଗ୍ରାମ, ଭୂମି ବାଦାମ, ସୋୟାବିନ୍, କପା ଇତ୍ୟାଦି ଫସଲ ଖରିଫ ଫସଲରେ ବହୁ ପରିମାଣରେ ଚାଷ କରାଯାଏ | ଏହି ଫସଲ ଚାଷ ପାଇଁ ସାର, ବିହନ ଇତ୍ୟାଦି କ୍ରୟ ପାଇଁ କୃଷକମାନଙ୍କୁ ଶୂନ ସୁଧ ହାରରେ ସୁବିଧା ଦିଆଯାଉଛି | ଏହି loans ଣ ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ପାଇଁ ଉପଲବ୍ଧ | ଛତିଶଗଡ ଏବଂ ରାଜସ୍ଥାନ ସରକାର ମଧ୍ୟ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି। ଖରିଫ season ତୁ ଫସଲ ପାଇଁ ଛତିଶଗଡ ସରକାର 5,300 କୋଟି ଟଙ୍କାର ସ୍ୱଳ୍ପକାଳୀନ ଫସଲ loan ଣ ଯୋଗାଇବା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ 95 ହଜାରରୁ ଅଧିକ କୃଷକ 344 କୋଟି ଟଙ୍କାର ଫସଲ loan ଣ ପାଇଛନ୍ତି। 2020 ବର୍ଷ ବିଷୟରେ କହିବାକୁ ଗଲେ, ଗତ ବର୍ଷ 12 ଲକ୍ଷରୁ ଅଧିକ ଚାଷୀଙ୍କୁ ଫସଲ loans ଣ ପ୍ରଦାନ କରାଯାଇଥିଲା। ରାଜ୍ୟର କୃଷକମାନେ ମଧ୍ୟ ରାଜସ୍ଥାନର ସମବାୟ ବ୍ୟାଙ୍କରୁ ଫସଲ loan ଣ ପାଇପାରିବେ। ଏପ୍ରିଲ୍ 1, 2021 ଠାରୁ ପ୍ରାୟ 3.17 ଲକ୍ଷ ଚାଷୀଙ୍କୁ 971.88 କୋଟି ଟଙ୍କା ଫସଲ loans ଣ ପ୍ରଦାନ କରାଯାଇଛି। ରାଜସ୍ଥାନର କୃଷକମାନେ ଖରିଫ season ତୁ ଫସଲ ଚାଷ ପାଇଁ 31 ଅଗଷ୍ଟ 2021 ପର୍ଯ୍ୟନ୍ତ ଫସଲ loan ଣ ପାଇପାରିବେ | ଚଳିତ ବର୍ଷ ସମବାୟ ବିଭାଗ ସହିତ ଜଡିତ 3 ଲକ୍ଷ ନୂତନ କୃଷକଙ୍କୁ ଶୂନ ପ୍ରତିଶତ ସୁଧରେ ଫସଲ loans ଣ ମଧ୍ୟ ପ୍ରଦାନ କରାଯିବ। ଆହୁରି ପ Read ଼ନ୍ତୁ: କୃଷ୍ଣ ମେସିନାରୀ ଗ୍ରାଣ୍ଟ 2021 ଅଧୀନରେ କୃଷି ଯନ୍ତ୍ରପାତି ଉପରେ ସବସିଡି ପାଆନ୍ତୁ | ଏଠାରେ ଅଧିକ ସୂଚନା ପାଆନ୍ତୁ | ଆମେ ଆଶା କରୁଛୁ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ | ଯଦି ଆପଣ ଏହି ପୋଷ୍ଟରେ ଦିଆଯାଇଥିବା ସୂଚନାକୁ ପସନ୍ଦ କରନ୍ତି, ତେବେ ଏହି ପୋଷ୍ଟକୁ ପସନ୍ଦ କରନ୍ତୁ ଏବଂ ଅନ୍ୟ କୃଷକ ସାଙ୍ଗମାନଙ୍କ ସହିତ ମଧ୍ୟ ସେୟାର କରନ୍ତୁ | ଯାହାଦ୍ୱାରା ଅଧିକରୁ ଅଧିକ କୃଷକ ବନ୍ଧୁ ଏହି ସୂଚନାର ଲାଭ ଉଠାଇ କୃଷି ଯନ୍ତ୍ରପାତି କ୍ରୟ ଉପରେ ସବସିଡି ପାଇପାରିବେ | ମନ୍ତବ୍ୟ ମାଧ୍ୟମରେ ଏହି ସମ୍ବନ୍ଧୀୟ ଆପଣଙ୍କର ପ୍ରଶ୍ନ ଆମକୁ ପଚାର | ପଶୁପାଳନ ଏବଂ କୃଷି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଗ୍ରାମାଞ୍ଚଳ ସହିତ ସଂଯୁକ୍ତ ରୁହ |
2022-12-07T14:07:48Z
https://kisan-app.agrevolution.in/hi/dehaat/post/phsl-an-nn-shuun-sudh-haarre-loan-nnr-laabh
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଓଡ଼ିଶା ଅସ୍ତ୍ରୋପଚାର ପରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଅସ୍ତ୍ରୋପଚାର ପରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ By The Sakala SS On Oct 3, 2022 ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର ସହିତ ଆବଶ୍ୟକ ଚିକିତ୍ସା କରାଯାଇଥିଲେ ସୁଦ୍ଧା ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର କରିଛି ବନବିଭାଗ । ସୂଚନା ମୁତାବକ ଗୋଠଛଡା ବିଶାଳ ଦନ୍ତାହାତୀଟି ବେତନଟୀ ରେଞ୍ଜ ଅଧୀନ ଡୁମାପଦା, ଖଡିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ବିଚରଣ କରୁଥିଲା । ତେବେ ବିଭିନ୍ନ ଜଙ୍ଗଲ ଏବଂ ଗାଁ ଗଣ୍ଡା ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା । କ୍ରମଶଃ ଏହା ଗୋଡ଼ରେ ଚାପିହୋଇ ଯାଇଥିବା ବେଳେ ଗଭୀର କ୍ଷତ ସୃଷ୍ଟି କରିଥିଲା । ଧୀରେ ଧୀରେ କ୍ଷତ ବଢିବା ସହିତ ଯନ୍ତ୍ରଣା ପାଇଁ ହାତୀ ସ୍ୱଭାବିକ ଭାବେ ଚଳପ୍ରଚଳ କରିପାରୁନଥିଲା । କ୍ଷତରୁ ରକ୍ତଶ୍ରାବ ହେବାସହିତ ପଚା ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା । ହାତୀର ଗତିବିଧି ଉପରେ ନଜର ରଖୁଥିବା ବେତନଟୀ ବନବିଭାଗର ଟିମ ଏନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଧିକ ପଢନ୍ତୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ନବଜାତ ଶିଶୁପୁତ୍ର ଉଧାର Dec 7, 2022 ଏହାପରେ ୱାଇଲଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆରୁ ଡ଼. ବ୍ରଜରାଜ ଏବଂ ରୁଦ୍ରନାରାୟଣ ମହାପାତ୍ରଙ୍କ ସମେତ ଓୟୁଏଟିରୁ ପ୍ରଫେସର ଇନ୍ଦ୍ରମଣି ନାଥ, ଶିମିଳିପାଳ ଟାଇଗର ରିଜର୍ଭର ଡ଼. ପିୟୁଷ ସୋରେନ ପ୍ରମୁଖ ଡାକ୍ତରୀଟିମ ରବିବାର ସକାଳେ ହାତୀର ଚିକିତ୍ସା କରାଇଥିଲେ ସୁଦ୍ଧା ଚିକିତ୍ସାକୁ ୨୪ ଘଣ୍ଟା ନପୂରୁଣୁ ହାତୀର ମୃତ୍ୟୁ ଘଟିଛି । ସୋମବାର ହାତୀର ମୃଦେହକୁ ଜବତ କରାଯାଇଥିବା ବେଳେ ବେତନଟୀ ବ୍ଲକ ପଶୁଚିକିତ୍ସକ ଡ଼.ଭବନାଥ ପ୍ରସାଦ ବସ୍ତିଆ,ପଶୁଧନ ନିରୀକ୍ଷକ ସାଇକୃଷ୍ଣ ମହାନ୍ତ, ଅଜୟ କୁମାର ସୋରେନଙ୍କ ସମେତ ଡ଼ ପିୟୁଷ ସୋରେନ ପ୍ରମୁଖ ହାତୀଟିର ଶବ ବ୍ୟବଛେଦ କରିବା ସହିତ ଲାବୋରୋଟୋରି ପରୀକ୍ଷା ପାଇଁ ବିଭିନ୍ନ ନମୂନା ସଂଗ୍ରହ କରାଯାଇଛି । ତେବେ ହାତୀଟିର ବୟସ ୩୫ ରୁ ୪୦ବର୍ଷ ବୋଲି ଅନୁମାନ କରାଯାଉଥିବା ବେଳେ ଚିକିତ୍ସାରେ ବିଳମ୍ବ ପାଇଁ କ୍ଷତରୁ ପୁରା ଶରୀର ସଂକ୍ରମିତ ହୋଇ ସେଫଟି ସେମିଆ ପାଇଁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଡିଏଫଓ ସନ୍ତୋଷ ଯୋଶୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଡେପୁଟି ଡାଇରେକ୍ଟର ଡ଼. ସମ୍ରାଟ ଗୌଡ଼ା, ଏସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ଘନଶ୍ୟାମ ସିଂଙ୍କ ସମେତ ବନପାଳ, ବନରକ୍ଷୀ, ସବୁଜବାହିନୀ, ଗଜସାଥୀ ଏବଂ ପାରା ବନକର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଜଙ୍ଗଲୀଜନ୍ତୁ ଶିକାର ପାଇଁ ବସାଯାଉଥିବା ଫାଶରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ମାତ୍ର ଚିକିତ୍ସାରେ ବିଳମ୍ବ ପାଇଁ ଗୋଡ଼ରେ ସୃଷ୍ଟି ହୋଇଥିବା କ୍ଷତରୁ ପୁରା ଶରୀର ସଂକ୍ରମିତ ହୋଇ ସେଫଟି ସେମିଆରେ ହାତୀଟିର ମୃତ୍ୟୁ ହେବା ଘଟଣାକୁ ପରିବେଷବିତ ଏବଂ ପଶୁପ୍ରେମୀ ମାନେ କଡା ସମାଲୋଚନା କରିଛନ୍ତି ।
2022-12-07T12:38:09Z
https://thesakala.in/diseased-elephant-dies-after-surgery/
OSCAR-2301
ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ସେ ଏବେ ଭାରି ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାରିଫ କରିଛନ୍ତି ଟ୍ରମ୍ପ । ଜଣେ ଭଲ ବନ୍ଧୁ ବୋଲି ତାଙ୍କୁ ସମ୍ବୋଧନ କରିଛନ୍ତି । ଟ୍ରମ୍ପ କହିଛନ୍ତି, ଅହମ୍ମଦାବାଦ ମୋଟେରା ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ନେଇ ଖୁସି ଅଛନ୍ତି । ଭାରତ ଗସ୍ତ ସମ୍ପର୍କରେ ହ୍ୱାଇଟ୍ ହାଉସ ସୂଚନା ଦେବା ପରେ ଏକଥା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ କଥା ହୋଇଛନ୍ତି । ମୋଦି ତାଙ୍କୁ କହିଛନ୍ତି ଭବ୍ୟ ସ୍ୱାଗତ ପାଇଁ ଆମେ ପ୍ରସ୍ତୁତ । ଏୟାରପୋର୍ଟରୁ ଅହମ୍ମଦାବାଦ ମୋଟେରା ଷ୍ଟାଡିୟମ ଯାଏଁ ଲକ୍ଷ ଲକ୍ଷ ତାଙ୍କୁ ସ୍ୱାଗତ କରିବେ । ଆସନ୍ତା ୨୪ ଓ ୨୫ ତାରିଖ ଦୁଇ ଦିନ ଦିଲ୍ଲୀ ଓ ଅହମ୍ମଦାବାଦରେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ରହିଛି । ହଷ୍ଟନରେ ହାୱଡି ମୋଦି ଭଳି ଭାରତରେ ‘କେମଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ ହେବ । ଆମେରିକା ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ ।
2022-12-08T19:47:46Z
https://odishasambad.in/donald-trumph-praised-modi/
OSCAR-2301
ନୀଳାଦ୍ରି ବିହାର ୧୦ ଟି ବସ୍ତିରେ ଡ୍ରୋନ୍ ସର୍ଭେ ,ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାରଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତିମୃତ ମଣିଷ ଜୀବିତ ହେବେ: ବିଜ୍ଞାନପ୍ରସ୍ତାବିତ ଯୋଜନା ଅନୁସାରେ ଉପକୂଳ ଜାତୀୟ ରାଜପଥ ଯାଉ, ଉପକୂଳୀୟ ବିକାଶ ପରିଷଦ ନାଉଗାଁ ଗଠିତପଟ୍ଟାମୁଣ୍ଡାଇ ତଳ ରାସ୍ତାରେ ବସ୍ ଚଳାଚଳ ନେଇ ତେଜିଲା ଆନ୍ଦୋଳନ Home ରାଶିଫଳ ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ। ରାଶିଫଳ ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ। By Odia News On Sep 4, 2020 0 Share ମେଷ:-ଆଜି ପ୍ରତ୍ୟେକ ସ୍ତରରେ ଆପଣ ଫଳପ୍ରଦ ଆଲୋଚନା କରିପାରିବେ। ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରିଯିବ। ଆନୁଷଙ୍ଗିକ ସୁବିଧା ସୁଯୋଗ ଲାଭକରି କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବୃଷ:-ଆଜି କୌଣସି ଭଦ୍ରମହିଳାଙ୍କ ସାହାଯ୍ୟରୁ ଉପକୃତ ହେବେ। ପାଖ ପଡ଼ୋଶୀଙ୍କ କୌଣସି କଥାରେ ମୁଣ୍ଡ ପୂରାଇ ଅଯଥା ମନ ବିଷାକ୍ତ କରିବେ। ବିଭିନ୍ନ ପ୍ରକାର ଝମେଲା ଭିତର ଦେଇ ଯିବାକୁ ପଡୁଥିବାରୁ ସମ୍ପୂର୍ଣ୍ଣଭାବେ ଶାନ୍ତି ଓ ସନ୍ତୋଷ ଆସିବ ନାହିଁ। ମିଥୁନ:-ଆଜି ସରକାରୀ କିମ୍ବା ବେସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥ ପାଇବେ। ସଦାବେଳେ ଝଗଡ଼ା କରିବାକୁ ଚାହିଁବସିଥିବା ଲୋକଟିର ସାମ୍‌ନା କିମ୍ବା ସମାଧାନ କରିବାର ଚିନ୍ତା ଲାଗି ରହିବ। ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇପାରନ୍ତି। କର୍କଟ:-ଆଜି ଖାଲି କାମ କାମ ଭିତରେ ବୁଡିରହି ସ୍ବାସ୍ଥ୍ୟ ପ୍ରତି ନଜର ଦେଇପାରିବେ ନାହିଁ। କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ ନିଶ୍ଚିତ ସଫଳତା ପାଇବେ। ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସି˚ହ:-ଆଜି ସ୍ବାସ୍ଥ୍ୟ ଭଲ ରହିବା ସହ ବନ୍ଧୁଙ୍କ ସାହାଯ୍ୟରୁ ଅର୍ଥଲାଭ ଓ କାର୍ଯ୍ୟସିଦ୍ଧି ଘଟିବ। ପାରିବାରିକ କ୍ଷେତ୍ରରେ ରହିଆସିଥିବା ସମସ୍ୟା ଆଜି ଜଣେ ହିତୈଷୀଙ୍କ ସାହଚର୍ଯ୍ୟରେ ସମାଧାନ ହୋଇଯିବ। ପରିବହନ,ବାଣିଜ୍ୟ ଓ ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପ, ପରିବହନରୁ ଖୁସି ରହିବେ। କନ୍ୟା:-ଆଜି ପରିସ୍ଥିତି ଗମ୍ଭୀର ରହିଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନରେ ଅସୁବିଧା ରହିବ ନାହିଁ। ବିବାଦୀୟ ଟିକା,ଟିପ୍ପଣୀ କିୟତ୍‌ ସମୟରେ ଦୂରେଇଯିବ। ବନ୍ଧୁମାନେ ନିଜର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଯଥା ସମୟରେ ପ୍ରସଙ୍ଗ କ୍ରମେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ତୁଳା:-ଆଜି ଧନାଧିପ ସପ୍ତମ କେନ୍ଦ୍ରରୁ ଧନ ସ୍ଥାନକୁ ଦେଖୁଥିବାରୁ ଧନସମ୍ପତ୍ତି,ଜମିଜମା କାରବାର ପାଇଁ ଭଲ। କାର୍ଯ୍ୟାରମ୍ଭରେ କୌଣସି ଗୁରୁ ସ୍ଥାନୀୟ ବ୍ୟକ୍ତି ବିରୋଧାଭାସ ପ୍ରଦର୍ଶନ କରିପାରନ୍ତି। ସଭାସମିତିରେ ଆପଣ ଯୁକ୍ତିବଳରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇପାରିବେ। ବିଛା:-ଭାଗ୍ୟ ଅଧିପତିଙ୍କ ପ୍ରଭାବରେ କୌଣସି ବନ୍ଧୁଙ୍କ ଆର୍ଥିକ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ। ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ କରନ୍ତୁ, ନତୁବା କିଛିଟା ଅସୁବିଧାର ସମ୍ଭାବନା ରହିଛି। କୌଣସି ସଭାସମିତି କିମ୍ବା ଆଲୋଚନା ନତୁବା ଗଠନମୂଳକ କାର୍ଯ୍ୟରେ ଯୋଗଦେଇପାରନ୍ତି। ଧନୁ:-ଅନ୍ୟମାନଙ୍କ ପ୍ରେରଣା ଦ୍ୱାରା ପ୍ରଭାବିତ ହୋଇ ସମ୍ମାନିତ ହୋଇପାରନ୍ତି। ନୂତନ ସ୍ଥାନକୁ ଯାତ୍ରା କିମ୍ବା ଜମିଜମା କାରବାର କିମ୍ବା ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁ ଗହଣରେ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ଦୁଶ୍ଚିନ୍ତାଗ୍ରସ୍ତ ହେବେ। ଆଶା ପୂରଣ ହେବାରେ ଜଣେ ବନ୍ଧୁ ଆକସ୍ମିକ ସାହାଯ୍ୟ କରିବେ। ମକର:-ଗ୍ରହସ୍ଥିତି ଅନୁକୂଳ ଯୋଗୁ ଆପଣ ଯାହା ଓ ଯେମିତି ଚାହୁଁଛନ୍ତି ତାହା କରି ଚାଲନ୍ତୁ ଅବଶ୍ୟ କୃତକାର୍ଯ୍ୟ ହେବେ। ନିଜ ଲୋକମାନଙ୍କ ଖାପଛଡ଼ା ମନୋଭାବ ଓ ସମସ୍ୟା ପରେ ସମସ୍ୟା ଆସୁଥିବା ହେତୁ ବ୍ୟସ୍ତ ହେବେ। ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ହାତକୁ ନେଇଥିବା ଆଜିର କାମଗୁଡ଼ିକ ଡେରିରେ ସମ୍ପନ୍ନ ହେବ। କୁମ୍ଭ:-ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ ଦୃଢ଼ ମନୋବଳ ଆପଣଙ୍କୁ ସାହାଯ୍ୟ କରିବ। ଭଲ ସମ୍ପର୍କ ଥିବା ବନ୍ଧୁ ସାଧାରଣ କଥାରେ ବିଗିଡି ଯାଇପାରନ୍ତି। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ବ୍ୟବସାୟରେ ସଫଳତା ହାସଲ କରିବେ। ନୂତନ କର୍ମାରମ୍ଭ, ଲୋକସମ୍ପର୍କ ପାଇଁ ଦିନଟି ଭଲ। ମୀନ:-ବୁଧଙ୍କ ପ୍ରଭାବରେ ପାରିବାରିକ ସ୍ତରରେ ନିଜ ଲୋକମାନେ ସାହାଯ୍ୟ ସହଯୋଗ କରିବେ। କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମ୍‌ନା କରିବାକୁ ପଡ଼ିଲେ ମଧ୍ୟ ସଫଳତା ନିଶ୍ଚିତ ମିଳିବ। ବାଣିଜ୍ୟ, ବ୍ୟବସାୟ ତଥା ଆଲୋଚନା କ୍ଷେତ୍ରରେ ସଂଯମତା ଅବଲମ୍ବନ କରନ୍ତୁ।
2022-12-01T23:27:34Z
https://odianews.org/rashifala-180/
OSCAR-2301
କଟକ ଅଫିସ,୧୭ା୧: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡ଼ିଶାର ‘ଛପାକ୍‌’ ତଥା ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ। ଏସିଡ୍‌ ଆକ୍ରମଣର ଶିକାର ହେବା ପରେ ଦୀର୍ଘବର୍ଷ ଧରି ତାଙ୍କ ସୁଖଦୁଃଖର ସାଥୀ ଭାବେ ଛିଡ଼ା ହୋଇଥିବା କଟକର ସରୋଜ କୁମାର ସାହୁଙ୍କୁ ସେ ଜୀବନସାଥୀ ଭାବେ ବାଛିଛନ୍ତି। ୨୦୧୮ ଫେବୃୟାରୀ ୧୪ରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ଆସନ୍ତା ଏପ୍ରିଲ କିମ୍ବା ମେ’ ମାସରେ ସେମାନେ ବିବାହ କରିବା ପାଇଁ ସ୍ଥିର କରିଥିବାବେଳେ ଏନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହାନ୍ତି। ପ୍ରଥମଥର ନିମନ୍ତେ ରାଜ୍ୟର ଜଣେ ଏସିଡ୍‌ ପୀଡ଼ିତା ବିବାହ ବେଦୀରେ ବସିବାକୁ ଯାଉଛନ୍ତି। ନିକଟ ଅତୀତରେ ବଲିଉଡ୍‌ରେ ଏକ ଚଳଚ୍ଚିତ୍ର ‘ଛପାକ୍‌’ ମୁକ୍ତିଲାଭ କରିଛି। ଏସିଡ୍‌ ପୀଡ଼ିତାଙ୍କ ଜୀବନକୁ ନେଇ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଓଡ଼ିଶାରେ ମଧ୍ୟ ଏଭଳି ଜଣେ ଚରିତ୍ର ହେଉଛନ୍ତି ପ୍ରମୋଦିନୀ। ଯୁକ୍ତ ଦୁଇରେ ପାଠ ପଢୁଥିବାବେଳେ ଏକତରଫା ପ୍ରେମ ଆବେଦନକୁ ଅସ୍ବୀକାର କରି ସେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ। ୧୦ବର୍ଷର ସଂଘର୍ଷମୟ ଜୀବନକୁ ଅତିକ୍ରମ କରିବା ପରେଏବେ ବିବାହ କରିବାକୁ ଯାଉଛନ୍ତି ପ୍ରମୋଦିନୀ। ଜଗତ୍‌ସିଂହପୁରରେ ଜନ୍ମିତ ପ୍ରମୋଦିନୀ ପିଲାଟି ବେଳୁ ବେଶ୍‌ ଚୁଲ୍‌ବୁଲି ଥିଲେ। ଅଜା ବଂଶୀଧର ରାଉଳ ତାଙ୍କୁ ସ୍ନେହରେ ରାଣୀ ବୋଲି ଡାକନ୍ତି। ପ୍ରମୋଦିନୀଙ୍କ ଅନ୍ୟଏକ ନାଁ ହେଉଛି ରାଣୀ ଋତୁପର୍ଣ୍ଣା। ୨୦୦୯ରେ ପ୍ରମୋଦିନୀ ଯୁକ୍ତ ଦୁଇରେ ପାଠ ପଢୁଥିଲେ। ଆର୍ମିରେ ଚାକିରି କରିଥିବା ଜଣେ ବିବାହିତ ଯୁବକ ପ୍ରମୋଦିନୀଙ୍କୁ ଏକତରଫା ପ୍ରେମ କରିଥିଲେ। ଏପରି କି ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଏହି କଥା ଘର ପର୍ଯ୍ୟନ୍ତ ଯାଇଥିଲା। ଯୁବକ ଜଣଙ୍କ ଘରକୁ ଫୋନ୍‌ କରି ପ୍ରମୋଦିନୀଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ଘର ଲୋକ ମନା କରି ଦେବା ପରେ ଯୁବକଜଣଙ୍କ ପ୍ରମୋଦିନୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ଦିନେ ରାସ୍ତାରେ ହଇରାଣ କରୁଥିବାବେଳେ ପ୍ରମୋଦିନୀଙ୍କ ସାଙ୍ଗମାନଙ୍କ ଠାରୁ ମାଡ଼ ମଧ୍ୟ ଖାଇଥିଲେ ଉକ୍ତ ଯୁବକ। କ୍ରୋଧ ପରାୟଣ ହୋଇ ୨୦୦୯ ଏପ୍ରିଲ ୧୮ରେ ଯୁବକ ଜଣଙ୍କ ଏଭଳି ଏକ ନୃସଶଂ ଓ ନିନ୍ଦନୀୟ କାର୍ଯ୍ୟ କଲେ, ଯାହା ପ୍ରମୋଦିନୀଙ୍କ ଜୀବନକୁ ବଦଳାଇ ଦେଇଥିଲା। ନିଜ ସମ୍ପର୍କୀୟ ଭାଇଙ୍କ ସହ ସାଇକେଲରେ ବସି ଯାଉଥିବାବେଳେ ଏକ ବାଇକ୍‌ରେ ଆସି ଯୁବକଜଣଙ୍କ ପ୍ରମୋଦିନୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ଚିକିତ୍ସାଲାଗି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବାବେଳେ ସରୋଜଙ୍କ ସହ ଭେଟ ହୋଇଥିଲା ପ୍ରମୋଦିନୀଙ୍କର। ସରୋଜ ମେଡ଼ିକାଲ ରିପ୍ରେଜେଣ୍ଟେଟିଭ ଭାବେ କାମ କରୁଥିଲେ। ପ୍ରମୋଦିନୀଙ୍କୁ ଫିଜିଓଥେରାପୀ କରୁଥିବା ଜଣେ ନର୍ସ ହେଲେ ସରୋଜଙ୍କର ବନ୍ଧୁ। ଏସିଡ୍‌ ଆକ୍ରମଣ ପରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଚଲାବୁଲା କରିବାକୁ ଅତିକମରେ ୬ବର୍ଷ ଲାଗିବ ବୋଲି ଡାକ୍ତର କହିଥିଲେ। ହେଲେ ସରୋଜ ନିଜ ପ୍ରଚେଷ୍ଟାରେ ମାତ୍ର ୪ମାସରେ ତାଙ୍କୁ ଚାଲିବା ପାଇଁ ସକ୍ଷମ କରାଇଛନ୍ତି ବୋଲି ପ୍ରମୋଦିନୀ କୁହନ୍ତି। ସରୋଜଙ୍କ ସ୍ନେହ, ଆଦର ଆଉ ଭଲପାଇବା ପାଇଁ ଭଗବାନଙ୍କ ନିକଟରେ କୃତଜ୍ଞ। ସେ ଏବେ ବି ଛାଇ ଭଳି ମୋ ପାଖେ ପାଖେ ରୁହନ୍ତି ବୋଲି ପ୍ରମୋଦିନୀ କହିଥିଲେ। ସେମାନଙ୍କ ବିବାହ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ଏସିଡ୍‌୍‌ ପୀଡ଼ିତାଙ୍କୁ ବିଶେଷଭାବେ ନିମନ୍ତ୍ରଣ କରାଯିବ। ଏହାଛଡ଼ା ଅନେକ ନାମୀଦାମୀ ଲୋକ ଏହି ଉତ୍ସବରେ ଯୋଗଦେବେ ବୋଲି କୁହାଯାଉଛି। ଜୀବନରେ ଦୁଇଟି ପୁରୁଷଙ୍କୁ ଭେଟିଲି। ଜଣେ ମୋ ଜୀବନକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଆଉ ଜଣେ ମୋ ଉଜୁଡ଼ା ଜୀବନକୁ ସଜାଡ଼ିବା ପାଇଁ ନିଜର ଜୀବନକୁ ବାଜି ଲଗାଇ ଦେଲେ। ପୁରୁଷ ଜାତି ଖରାପ ନୁହେଁ, ହେଲେ ଏହା ଭିତରେ ଭିନ୍ନଭିନ୍ନ ମଣିଷଙ୍କ ସହ ଭେଟ ହେଲା ବୋଲି ପ୍ରମୋଦିନୀ କହିଛନ୍ତି। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଆମ ଜିଲା ଖବର, କଟକ, ଫୁରସତ View All ତହସିଲଦାରଙ୍କୁ ଜିଲାପାଳଙ୍କ କାରଣ ଦର୍ଶାଅ ନୋଟିସ ଗଞ୍ଜାମ,୧୭ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ହୁମା ପୁରୁଷୋତ୍ତମପୁର ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ଗତ ୧୪ ତାରିଖରେ ଜଣେ କର୍ମଚାରୀ ବିନା ମାସ୍କରେ ତେଲ ପକାଉଥିଲେ। ସେହି... ୨୦ ଘଣ୍ଟା ପାଣିରେ ବୁଡ଼ିଯିବା ପରେ ମଧ୍ୟ ଜୀବିତ ଅଛନ୍ତି ଯୁବକ, ଉଦ୍ଧାର କଲା କୋଷ୍ଟଗାର୍ଡ ମେକ୍ସିକୋ,୨୬ା୧୧: ମେକ୍ସିକୋର ସୀମାନ୍ତ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମେକ୍ସିକୋର ଜଣେ ବ୍ୟକ୍ତି ଦୀର୍ଘ ଘଣ୍ଟା ଧରି ପାଣିରେ ବୁଡ଼ିଯିବା ପରେ ଜୀବିତ... ଫୈଜାନ ହେଲେ ନଗର ଯୁବ କଂଗ୍ରେସ ସଭାପତି ଭଦ୍ରକ ଅଫିସ,୩।୧୦: ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ନଗର ଯୁବ କଂଗ୍ରେସ ସଭାପତି ଭାବେ ଫୈଜାନ ଅଲ୍ଲୀ ମନୋନୀତ ହୋଇଛନ୍ତି। ଭଦ୍ରକ ଜିଲା କଂଗ୍ରେସ ସଭାପତି... ବରୁଣେଇ ପୀଠରେ ମିଳୁନି ମୌଳିକ ସୁବିଧା: ପାଣି ଟ୍ୟାପ୍‌ ଅଚଳ, ମନ୍ଦିର ପାହାଚ ଫାଟି ଆଁ ଖୋର୍ଦ୍ଧା ଅଫିସ, ୨ା୧: ଖୋର୍ଦ୍ଧା ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ବରୁଣେଇ ପୀଠ। ଶୀତଋତୁ ଆସିଗଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ପର୍ଯ୍ୟଟକମାନେ ମା’... ଏସ୍‌ସିବି ଲାଗି ୧୦ ପରାମର୍ଶଦାତା ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ମେଡିକାଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୧୦ଜଣ ବିଶିଷ୍ଟ ଚିକିତ୍ସାବିତ୍‌ଙ୍କୁ... ଭୂସ୍ବର୍ଗରେ ମାହାପୁରୁ ଆମେ ଯେଉଁ ଲୋକରେ ବାସ କରୁଛେ, ସେହି ଲୋକର ସ୍ବର୍ଗ ହେଉଛି ଶ୍ରୀପୁରୁଷୋତ୍ତମ କ୍ଷେତ୍ର। ୟେ ମନଗଢ଼ା କଥା ନୁହେଁ। ମହର୍ଷିମାନଙ୍କର ଘୋଷଣା। ପ୍ରାଚୀନ ପୋଥିପତ୍ରରେ... ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା କୁଜଙ୍ଗ,୨୫।୫ (ଡି.ଏନ୍‌.ଏ.): ରାଜୀବଗାନ୍ଧୀ ସେବା କେନ୍ଦ୍ରର ଗୃହରେ ବସାଇ ଦିଆଯାଉ ନ ଥିବା ଅଭିଯୋଗ କରି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ ମହିଳା ମହାସଂଘ... ଆଜିଠୁ ଶ୍ରୀକ୍ଷେତ୍ରରେ ସାହିଯାତ ପୁରୀ ଅଫିସ,୧୦।୪: ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରର ସାତ ସାହିରେ ପାରମ୍ପରିକ ସମରକଳା ସାହିଯାତ ଅନୁଷ୍ଠିତ ହେବ।... Archives Archives Select Month December 2022 November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017
2022-12-05T15:40:49Z
https://www.dharitri.com/%E0%AC%AC%E0%AC%BF%E0%AC%AC%E0%AC%BE%E0%AC%B9-%E0%AC%95%E0%AC%B0%E0%AC%BF%E0%AC%AC%E0%AD%87-%E0%AC%93%E0%AC%A1%E0%AC%BC%E0%AC%BF%E0%AC%B6%E0%AC%BE%E0%AC%B0-%E0%AC%9B%E0%AC%AA%E0%AC%BE/
OSCAR-2301
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ କେଉଁଠି ଘରର କାନ୍ଥ ଭାଙ୍ଗି ଯାଇଛି ତ କେଉଁଠି ଘର ଉପରେ ଗଛ ପଡ଼ିଯାଇଛି। ସେହିଭଳି କେଉଁଠି ବର୍ଷା ଯୋଗୁ ନଦୀ ବଢ଼ି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗଜପତି ଜିଲ୍ଲାରେ ଦୁଇ ଦିନ ହେଲା ବର୍ଷା ହେଉଥିବା ବେଳେ ଭିନ୍ନ ଭିନ୍ନ ଗାଁରେ ୫ଟି ଘର ଭାଙ୍ଗି ଯାଇଛି। ଗୁମ୍ମା ବ୍ଲକର କୁଜାସିଂ ପଞ୍ଚାୟତର ଏହି ସବୁ ଗାଁ ଗୁଡ଼ିକ ରହିଛି। ଅଢ଼େଇ ଗାଁର ସୁକି କାର୍ଜୀ, ଜଗନ୍ନାଥପୁର ଗାଁର ଡମୁଣି କୁମ୍ଭ, ଗିରା ନୂଆସାହିର ସାନିଆ ଗମାଙ୍ଗ, କୁଣ୍ଡେଇସିଂ ଗାଁର ସଉରା ମାଲା ଏବଂ ଲାକିଆ ଶବରଙ୍କ ଘର ଭାଙ୍ଗି ଯାଇଛି। ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି। ସେହିପରି ଜିଲ୍ଲାର ନୂଆଗଡ଼ ଅଞ୍ଚଳରେ ଲଗାଣ ବର୍ଷାରେ ସମ୍ବଲପୁର ପଞ୍ଚାୟତ ଗୁରୁଡ଼ା ଗାଁ ନିକଟରେ ଥିବା ନଦୀରେ ବଢ଼ି ଆସିଯାଇଥିବା ଯୋଗୁଁ ଗୁରୁଡ଼ା ଓ ଗୋଠା ସମେତ ୧୦ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। । ଆର.ଉଦୟଗିରି ବ୍ଲକ ଛେଳିଗଡ଼ ଗାଁରେ ପାହାଡ଼ରୁ ପାଣି ଆସି ଗାଁର ସୀମା ସାହୁଙ୍କ ଘର ଭିତରେ ପଶି ଯାଇଛି। ଅଡ଼ବା ଥାନା ଆଲିଗଣ୍ଡା ନିକଟରେ ଗଛ ପଡ଼ି ଯିବାରୁ ଅଡ଼ବା ଠାରୁ ବ୍ରାହ୍ମଣୀଗାଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛନ୍ତି। ଆହୁରି ପଢ଼ନ୍ତୁ କୋରାପୁଟ ରୋଗୀଙ୍କୁ ଆନ୍ଧ୍ର ହସ୍ପିଟାଲ ଭରସା 26 mins ago ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ 2 hours ago କେନ୍ଦୁଝର ବାଂଶପାଳ ବ୍ଲକ ଡଙ୍ଗାପାଣି ଗାଁରେ ଉପୁଡ଼ି ପଡ଼ିଥିବା ବିରାଟ ଆମ୍ବଗଛ ଲଘୁଚାପ ଜନିତ ବର୍ଷାରେ କେନ୍ଦୁଝର ବାଂଶପାଳ ବ୍ଲକ ଡଙ୍ଗାପାଣି ଗାଁରେ ଗତକାଲି ସନ୍ଧ୍ୟାରେ ଏକ ବିରାଟ ଆମ୍ବ ଗଛ ଉପୁଡ଼ି ଏକ ଘର ଉପରେ ପଡ଼ିଯାଇଥିଲା। ଫଳରେ ଜଣେ ମହିଳା ଓ ତାଙ୍କର ୫ ବର୍ଷର ପୁଅ ଆହତ ହୋଇଛନ୍ତି। ତାଙ୍କର ଆଉ ଦୁଇ ସନ୍ତାନ ମଧ୍ୟ ଏହି ସମୟରେ ଘରେ ଥିଲେ। ତେବେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଆହତ ମା’ପୁଅଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟର ପୋଡ଼ାଡ଼ିହାରେ ସର୍ବାଧିକ ୧୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ସର୍ବନିମ୍ନ କେନ୍ଦୁମୁଣ୍ଡିରେ ୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅଭୟାରଣ୍ୟର ବୋରେହିପାଣିରେ ୨୯ ମିଲିମିଟର, କେନ୍ଦୁମୁଣ୍ଡିରେ ୧୫ମିମି, ଡୁକୁରାରେ ୯୩, ଭଞ୍ଜବସାରେ ୮୨,କୁଳିପାଳରେ ୭୮, ଚହଲାରେ ୨୮, ଜେନାବିଲରେ ୩୫ ଓ କବାଟଘାଇରେ ୧୮ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବଳ ବର୍ଷା ହବା ଯୋଗୁ ଏଠାରୁ ବାହାରି ଥିବା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଡ୍ୟାମ କର୍ତୃପକ୍ଷ ଗୋଟିଏ ଗେଟ ଖୋଲିଛନ୍ତି। ଏଠାରୁ ପ୍ରତି ସେକେଣ୍ଡରେ ୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବର୍ଷା ଜାରି ରହିଥିବା ବେଳେ ସ୍ଥିତି ଦେଖି ଆଉ ଗେଟ ଖୋଲାଯିବ ବୋଲି ଜଣାଯାଇଛି।
2022-11-30T10:27:41Z
https://www.odishareporter.in/odisha/house-collapsed-and-trees-uprooted-due-to-heavy-rain-765608
OSCAR-2301
ଯଦି କେଉଁ ମଣିଷକୁ ଖଜୁରିଆ ବିଛା କାମୁଡି ଦିଏ କିମ୍ବା କାନରେ ପଶିଯାଏ ତେବେ କଣ କରିବା ଉଚିତ୍ ? ଥରେ ଜାଣି ରଖନ୍ତୁ - ସମସ୍ତଙ୍କୁ ଜାଣିବା ଦରକାର ଏହି ବିଷୟରେ.. - OdiaExpress Skip to content Top Menu November 29, 2022 Privacy Policy Disclaimer OdiaExpress Entertenment SPECIAL Astrology Cricket News Hasa Katha Search for: Main Menu SPECIAL ଯଦି କେଉଁ ମଣିଷକୁ ଖଜୁରିଆ ବିଛା କାମୁଡି ଦିଏ କିମ୍ବା କାନରେ ପଶିଯାଏ ତେବେ କଣ କରିବା ଉଚିତ୍ ? ଥରେ ଜାଣି ରଖନ୍ତୁ – ସମସ୍ତଙ୍କୁ ଜାଣିବା ଦରକାର ଏହି ବିଷୟରେ.. June 8, 2019 - by Odia Express - Leave a Comment ଯେମିତି କି ଆମେ ସମସ୍ତେ ଜାଣିଛେ କି ଏବେ ଗରମ ଦିନ ଆରମ୍ଭ ହୋଇସାରିଛି, ଏହାପରେ ଜଲଦି ହିଁ ବର୍ଷା ଦିନ ଆସିଯିବ , ବର୍ଷା ଦିନରେ ସବୁଠାରୁ ଅଧିକ ଭୟ ପୋକ ଜୋକଙ୍କର ଥାଏ , ଆପଣଙ୍କୁ କହିଦେବୁ କି ଗରମ ଦିନରେ ଲୋକଙ୍କର୍ ଅଧିକା ଭୟ ତେନ୍ତୁଳି ବିଛା ଉପରେ ଥାଏ , ତେନ୍ତୁଳିବିଛା କାମୁଡିଲେ କଣ ହୋଇଥାଏ ଏହା ବିଷୟରେ ବହୁତ୍ ହିଁ କମ୍ ଲୋକ ଜାଣିଥାନ୍ତି , ଏହାଠାରୁ ବଞ୍ଚିବାକୁ ହେଲେ କିଛି ଉପାୟ କହିବାକୁ ଯାଉଛୁ , ଆସନ୍ତୁ ଜାଣିବା ସେହି ବିଷୟରେ ।ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ତେନ୍ତୁଳିବିଛା ଏମିତି ଏକ ସରିସୃପ ଅଟେ ଯାହା ସାପ କାମୁଡିବା ଠାରୁ ବି ଅଧିକା ବିଷାକ୍ତ ହୋଇଥାଏ , ତେନ୍ତୁଳିବିଛା ମଣିଷକୁ କାମୁଡିଲେ ଏହା ଶରୀରରେ ନିଜ ବିଷ ଛାଡିଦିଏ । ଏହା କାଟିବାପରେ ବହୁତଥର ଏପରି ଦେଖିଥିବେ କି ମଣିଷର ଶରିରରେ ବହୁତ ଅସହନୀୟ ପୀଡା ହୋଇଥାଏ , ଓ ନିଶ୍ୱାସ ନେବାରେ ଅସୁବିଧା ଦେଖାଦିଏ , ଏମିତି ବହୁତଥର ହୋଇଛି କି ତେନ୍ତୁଳି ବିଛା କାମୁଡିବା ସହ ବହୁତ ଲୋକଙ୍କ କାନରେ ଏହାପଶି ଯାଈଛି, ଓ ସେ କାନରେ ପଶିବା କ୍ଷଣି ବ୍ୟକ୍ତିର ଶୁଣିବା ଶକ୍ତି ଶେଷ ହୋଇଯାଏ , କାରଣ ସେ କାନରେ ଲାଗିକରି ରହିଯାଏ , ଓ ସହଜରୁ କାନରୁ ବାହାରେ ନାହିଁ , ବର୍ଷା ଦିନରେ ଅଧିକା ତେନ୍ତୁଳିବିଛା ବାହାରନ୍ତି , ଏଥିପାଇଁ ତାଙ୍କ ଠାରୁ ବଞ୍ଚିବାପାଇଂ କିଛି ଉପାୟ ଜାଣିବା ନିତାନ୍ତ ଜରୁରି । ଯଦି ଆପଣଙ୍କ ଶରୀରରେ ତେନ୍ତୁଳିବିଛା ଲାଗିଯାଈଛି କିମ୍ବା ଶରୀରରେ ଲାଗିଯାଈଛି କିମ୍ବା କାମୁଡିବାକୁ ଚେଷ୍ଟା କରୁଛି ତେବେ ତାହାଠାରୁ ବଞ୍ଚିବାର ଏକ ସହଜ ଉପାୟ ଅଛି , ଆପଣ ତା ମୁହଁରେ କିଛି ପରିମାଣର ଚିନି ପକାଇଦିଅନ୍ତୁ, ଓ ଏହା ଦ୍ୱାରା ସେ ତୁରନ୍ତ ଆପଣଙ୍କ ଶରୀରରୁ ଅଲଗା ହୋଇଯିବ , ଓ ତାହା ବିଷରୁ ବଞ୍ଚିପାରିଏବ୍ , ଏହା ଛଡା ଯଦି ତେନ୍ତୁଳିବିଛା ଆପଣଙ୍କ କାନରେ ପଶିଯାଈଛି , ତେବେ ତାହାକୁ ବାହାରକୁ ବାହାର କରିବାକୁ ହେଲେ ଏକ ଭଲ ତରିକା ଅଛି , କିଛି ପାଣି ନେଇ କିଛି ଲୁଣ ଦେଇ କାନରେ ପକାଇଲେ ସେ ତୁରନ୍ତ କାନରୁ ବାହାରିଯିବ , ଓ ମରିବି ଯାଏ , ଯଦି ଆପଣଙ୍କୁ କେଉଁ ତେନ୍ତୁଳିବିଛା କାମୁଡିନେଇଛି ତେବେ ସେହି ଜାଗାରେ ଗାଈର ଘିଅ ଓ କିଛି ଲୂଣ ନେଇ ସେହି କାମୁଡିଥିବା ସ୍ଥାନରେ ଲଗାନ୍ତୁ , ତୁରନ୍ତ ଉପଶମ ମିଳିବ , ଏହି ଉପାୟ ନିଶ୍ଚିତ କରନ୍ତୁ ଉପଶମ ମିଳିବ , ବର୍ଷା ଦିନରେ ବାହାର ପୋକ ଜୋକଙ୍କ ଠାରୁ ଦୁରେଇ ରୁହନ୍ତୁ , ଓ ନିଜ ଘରକୁ ସମୟ ସମୟରେ ଇନ୍ସେକ୍ଟିସାଇଡ୍ ବ୍ୟବହାର ନିଶ୍ଚିତ କରନ୍ତୁ । Related Posts Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି… November 1, 2022 ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଘରୋଇ Remedy,ଘରେ ବସି ବସି ଏହି ଉପାୟ କରନ୍ତୁ ଆଜି… October 27, 2022 କଳା କୁକୁର (Black Dog) ପାଳନ କଲେ ଘରେ କେଉଁ ସମସ୍ୟା ର ସମାଧାନ ମିଳେ,ଜାଣିରଖନ୍ତୁ ଏ ବିଷୟରେ ବାସ୍ତୁଶାସ୍ତ୍ର କଣ କହୁଛି… August 22, 2022 Post navigation Previous Article ଏହି ସୁନ୍ଦରୀ ହିରୋଇନ ଭାରତୀୟ କ୍ରିକେଟ ଖେଳାଳି ଯଶପ୍ରୀତ ବୁମରା ଙ୍କ ପ୍ରେମରେ ପାଗଳ ହେଲେ ..ନାମ ଜାଣିଲେ ଆପଣ ଚମକି ପଡିବେ ନିଶ୍ଚୟ – ଦେଖି ନିୟନ୍ତୁ ସେ କିଏ ? Next Article ୯୯ ପ୍ରତିଶତ ଲୋକେ ଜାଣିନାହାନ୍ତି କି ଜିଲାପିକୁ ଇଂରାଜୀରେ କଣ କୁହାଯାଏ , ଜବାବ୍ ଦେବାପାଇଁ ପ୍ରାୟ ସବୁ ଲୋକ ଫେଲ୍ ହୋଇସାରିଛନ୍ତି.. About Odia Express View all posts by Odia Express → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Search for: Recent Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି…
2022-12-05T21:04:15Z
https://www.odiaexpress.net/2019/06/08/kan-khajura-ke-katne-par-kare-ye/
OSCAR-2301
ଅଶୀ ଦଶକର ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର।ଧଡକ ଜରିଆରେ ବଲିଉଡରେ ନିଜର ଡେବ୍ୟୁ କରିଛନ୍ତି ।ଏହି ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପ୍ରଶଂସା କରିଥିଲେ।ତେବେ ଏହି ଫିଲ୍ମ ପରେ ଜାହ୍ନବୀ ଏବେ ଆଉ ଏକ ଫିଲ୍ମରେ ବ୍ୟସ୍ତ ଅଛନ୍ତି।ନିଜର ଅପକମିଂ ଫିଲ୍ମ ପାଇଁ ସେ ଏବେ ମନାଲି ଯାଇଥିବା ବେଳେ ସାଇଟ୍ରସ ହୋଟେଲରେ ରହୁଛନ୍ତି ।ଫିଲ୍ମର ମନାଲିର ବନ ବିହାର ସମ୍ପର୍କିତ କିଛି ଦୃଶ୍ୟ ରହିଛି।ତେବେ ଏହି ସୁଟିଂ ସମୟରେ ଜାହ୍ନବୀଙ୍କ ସହ ବହୁତ ଅଜବ ଘଟଣା ଘଟିଛି । ମନାଲିରେ ସୁଟିଂ ସମୟରେ ଜାହ୍ନବୀଙ୍କୁ ଧଳାରଙ୍ଗ ବସ୍ତ୍ର ପରିହିତା ଜଣେ ମହିଳା ଗୀତ ଗାଇ ଗାଇ ଯାଉଥିବାର ଦେଖିଥିଲେ।ଏହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ କି ସତରେ କଣ ଜାହ୍ନବୀ ଏପରି କିଛି ଦେଖିଥିଲେ। ତେବେ ଆମେ କହି ରଖୁଛୁ ଯେ ଏହି ଜାହ୍ନବୀଙ୍କ ଫିଲ୍ମର ଏକ ଦୃଶ୍ୟ ମାତ୍ର। ଫିଲ୍ମରେ ରାଜକୁମାର ରାଓ ମଧ୍ୟ ଅଛନ୍ତି।ହରର ରୋମାଣ୍ଟିକ ଥିମ ଉପର ନିର୍ମାଣ ହେଉଥିବା ଏହି ଫିଲ୍ମରେ ରାଜକୁମାର ରାଓ ଭୂତ ଭୂମିକା ନିଭାଉଛନ୍ତି। ବରୁଣ ଶର୍ମା ମଧ୍ୟ ଏଥିରେ ଅଭିନୟ କରୁଛନ୍ତି । ଫିଲ୍ମ କଥା ଛାଡନ୍ତୁ,ସୁଟିଂ ପାଇଁ ଏହି ଟିମ ଏବେ ସପ୍ତାହେ କାଳ ମନାଲିରେ ରହିବେ ।ତେଣୁ ମନାଲିରେ ପର୍ଯ୍ୟଟନ ଶିଳ୍ପ ଆହୁରି ବଢିବ ବୋଲି ଆଶା କରାଯାଉଛି ।
2022-12-08T23:48:08Z
http://www.bartamanodisha.com/sridevi-daughter-janavi-kapoor-encounter-a-ghost-in-manali/
OSCAR-2301
କଦଳୀ ଗଛରେ 3G କଟିଙ୍ଗ କରି ଉଦ୍ଭିଦଗୁଡିକରେ ଅଧିକ ଫଳ ଉତ୍ପନ୍ନ ହୁଏ | ଯଦି ଆପଣ ବ୍ରଞ୍ଜଲ୍ ପ୍ଲାଣ୍ଟରେ 3G କଟିଙ୍ଗ୍ କରିବାକୁ ଚାହୁଁଛନ୍ତି ତେବେ ଏହି ଭିଡିଓକୁ ଭଲଭାବେ ଦେଖନ୍ତୁ | ଯଦି ଆପଣ ଏହି ଭିଡିଓ ପସନ୍ଦ କରନ୍ତି ତେବେ ଆମର ପୋଷ୍ଟକୁ ପସନ୍ଦ କରନ୍ତୁ ଏବଂ ମନ୍ତବ୍ୟ ମାଧ୍ୟମରେ ଆମକୁ ଆପଣଙ୍କର ପ୍ରଶ୍ନ ପଚାରନ୍ତୁ |
2022-11-27T01:04:33Z
https://kisan-app.agrevolution.in/dehaat/post/annddaadaan-udbhidguddikre-3G-kttaa
OSCAR-2301
ଆଗ ଆଲୋକିତ ଅକ୍ଷର ଏବଂ ଲୋଗୋଗୁଡ଼ିକ ହେଉଛି ଆଲୋକିତ ଚିହ୍ନ ଅକ୍ଷର ଏବଂ ଲୋଗୋଗୁଡ଼ିକର ଏକ ସାଧାରଣ ଫର୍ମ ଯେପରିକି ଆକ୍ରୁମିକ୍ ଚେହେରା ସହିତ ଆଲୁମିନିୟମ୍ 3D ଚ୍ୟାନେଲ୍ ଅକ୍ଷର, ଷ୍ଟେନଲେସ୍ କିମ୍ବା ଗାଲଭାନାଇଜଡ୍ ଷ୍ଟିଲ୍ ଚ୍ୟାନେଲ ସହିତ ରିଟର୍ନ ଏଜ୍ ଏବଂ ଆକ୍ରିଲିକ୍ ଚେହେରା ଏବଂ ଇପୋକ୍ସି ରଜନୀ ଅକ୍ଷର | ଯଦି ଆପଣଙ୍କର ପୂର୍ବରୁ ଏକ୍ରିଲିକ୍ ଚେହେରା ପାଇଁ CNC ରାଉଟର କିମ୍ବା ଲେଜର କଟିଙ୍ଗ୍ ମେସିନ୍ ଅଛି, ତେବେ ଆପଣଙ୍କୁ କେବଳ ଏକ ଚ୍ୟାନେଲ୍ ଅକ୍ଷର ନମ୍ର ଯନ୍ତ୍ର ଆବଶ୍ୟକ |ମଡେଲ୍ DH-5150 ଆପଣଙ୍କର ମ basic ଳିକ ଆବଶ୍ୟକତା ଏବଂ ବିଭିନ୍ନ ଶ yles ଳୀରେ ଆଲୁମିନିୟମ୍ ଚ୍ୟାନେଲ୍ ଅକ୍ଷର ସୃଷ୍ଟି ପାଇଁ ଉପଯୁକ୍ତ ସ୍ୱଳ୍ପ ବଜେଟ୍ |ଅନ୍ୟ ପଟେ, DH-8150 ମଡେଲ୍ ଅଧିକ ଶକ୍ତିଶାଳୀ ଏବଂ ସମସ୍ତ ସାମଗ୍ରୀ ଉପରେ ଚମତ୍କାର ଭାବରେ କାର୍ଯ୍ୟ କରିବ ଯାହା ସମସ୍ତ ଚ୍ୟାନେଲ୍ ଅକ୍ଷର କାର୍ଯ୍ୟ କରିବା ପାଇଁ ସର୍ବୋତ୍ତମ ବିକଳ୍ପ | ବ୍ୟାକ୍-ଲାଇଟ୍ ଅକ୍ଷର ଏବଂ ଲୋଗୋ ସମାଧାନ |: କିପରିବ୍ୟାକ୍-ଲାଇଟ୍ ସାଇନ୍ ଅକ୍ଷରର ଚ୍ୟାନେଲ୍ ଅକ୍ଷର ତିଆରି କରିବାକୁ |? ଯଦି ଆପଣ ଆଲୋକିତ ସାଇନେଜ୍ ଅକ୍ଷର ଏବଂ ଲୋଗୋର ଅଧିକ ପଲିସ୍, ହାଇ-ଏଣ୍ଡ୍ ଲୁକ୍ ପାଇଁ ଯାଉଛନ୍ତି, ତେବେ ଏକ ବ୍ୟାକ୍ଲିଟ୍ ସାଇନ୍ କିମ୍ବା ରିଭର୍ସ ଚ୍ୟାନେଲ ସାଇନ୍ ଅକ୍ଷର କିମ୍ବା ଲୋଗୋ ହେଉଛି ସର୍ବୋତ୍ତମ ବିକଳ୍ପ | ପ୍ରଥମେ, ଧାତୁ ଚେହେରା ପାଇଁ ଆପଣଙ୍କୁ ଗୋଟିଏ ଫାଇବର ଲେଜର କଟିଙ୍ଗ ମେସିନ୍ ପାଇବାକୁ ପଡିବ | ଦ୍ୱିତୀୟତ if, ଯଦି ଆପଣ ମ basic ଳିକ ଏବଂ ସରଳ କାର୍ଯ୍ୟ ସହିତ କାର୍ଯ୍ୟ କରନ୍ତି, ତେବେ ଆମର ସ୍ୱୟଂଚାଳିତ ଅକ୍ଷର ବଣ୍ଡର୍ ମଡେଲ୍ DH-6120 ଅଧିକ ସୁଲଭ ଯନ୍ତ୍ର ଯାହା 1.2 ମିମି ମୋଟା ଏବଂ 120 ମିମି ଉଚ୍ଚତା ସହିତ ସାମଗ୍ରୀ ପରିଚାଳନା କରିପାରିବ |ବଡ ଚ୍ୟାନେଲ ଅକ୍ଷର ପାଇଁ, ଆପଣ DH-9200 ମଡେଲ ସହିତ ଯାଇପାରିବେ ଯାହା 1.5 ମିମି ଏବଂ 150 ମିମି ଉଚ୍ଚତା ବିଶିଷ୍ଟ ମୋଟା ସାମଗ୍ରୀ ସହିତ କାମ କରିପାରିବ | ଏକ ସାମଗ୍ରିକ ଉଚ୍ଚ-ଗୁଣାତ୍ମକ ଶେଷ ଉତ୍ପାଦ ଏବଂ ଉଚ୍ଚ-ଦକ୍ଷତା ଫଳାଫଳ ପାଇଁ, ଆପଣ ହୁଏତ ଏକ ଲେଜର ୱେଲଡିଂ ମେସିନ୍ ମଧ୍ୟ ଆବଶ୍ୟକ କରିପାରନ୍ତି DH-300w କିମ୍ବା DH-500W ମଡେଲ ଯାହା 500W ରୁ କମ୍ ଶକ୍ତିରେ କାର୍ଯ୍ୟ କରେ |ୱେଲଡିଂ ଚାକିରି ପାଇଁ ଯାହା ଷ୍ଟେନଲେସ୍ ଷ୍ଟିଲ୍, ଗାଲ୍ଭାନାଇଜଡ୍ ଲୁହା, ଷ୍ଟିଲ୍ ଇତ୍ୟାଦି ସହିତ ଜଡିତ .... ତୁମର ପ reading ିବା ପାଇଁ ଧନ୍ୟବାଦ! ପୋଷ୍ଟ ସମୟ: ଅଗଷ୍ଟ -09-2021 | ଆମ ସହିତ ଯୋଗାଯୋଗ କରନ୍ତୁ | ଚେନଜିଆ ଗ୍ରାମ ୱାଙ୍ଗଲିଉ ଜିଲ୍ଲା, ୱାଇଫାଙ୍ଗ, ଚାନ୍ଦୋଙ୍ଗ, ଚୀନ୍ | +8618853605806 [email protected] NEWLETTER ଆମର ଉତ୍ପାଦ କିମ୍ବା ମୂଲ୍ୟବୋଧ ବିଷୟରେ ଅନୁସନ୍ଧାନ ପାଇଁ, ଦୟାକରି ଆପଣଙ୍କର ଇମେଲ୍ ଆମକୁ ଛାଡିଦିଅ ଏବଂ ଆମେ 24 ଘଣ୍ଟା ମଧ୍ୟରେ ସମ୍ପର୍କରେ ରହିବୁ |
2022-12-01T23:02:28Z
http://or.hosengcnc.com/news/how-to-make-channel-letters-by-automatic-channel-letter-machines/
OSCAR-2301
ବିଜ୍ଞାପନ ସାଇନ୍ ଇଣ୍ଡଷ୍ଟ୍ରିରେ, ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଚ୍ୟାନେଲ୍ ଅକ୍ଷର ନମ୍ର ମେସିନ୍ ଦ daily ନନ୍ଦିନ ଉତ୍ପାଦନ ଏବଂ ପ୍ରକ୍ରିୟାକରଣରେ ଏକ ଅତ୍ୟାବଶ୍ୟକ ଉପକରଣ ହୋଇପାରିଛି | ଏହାର ଉଚ୍ଚ ଗତି, ଉଚ୍ଚ ସଠିକତା କାର୍ଯ୍ୟଦକ୍ଷତା ଏବଂ ଉତ୍କୃଷ୍ଟ ସେବା ଗୁଣ ସହିତ, ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଚ୍ୟାନେଲ୍ ଅକ୍ଷର ବଣ୍ଡର୍ ଦୃ ly ଭାବରେ ଅଗ୍ରଣୀ ରଖେ | ଶିଳ୍ପରେ ସ୍ଥିତି | ସମସ୍ତ ପ୍ରକାରର ଧାତୁ ଚିହ୍ନ ଅକ୍ଷର ତିଆରି କରିବାରେ ଏକ ସମ୍ପୂର୍ଣ୍ଣ-ସ୍ୱୟଂଚାଳିତ ଅକ୍ଷର ବଣ୍ଡର୍ ବିଶେଷଜ୍ଞ | ସିଷ୍ଟମ୍ ସାମଗ୍ରୀ ଏବଂ ଉପକରଣ ସୁଇଚ୍ କାର୍ଯ୍ୟଗୁଡ଼ିକର ଭଲ ବ୍ୟବହାର କରେ | ଆମର HS-8150 ମଲ୍ଟି-ଫଙ୍କସନାଲ ଅକ୍ଷର ନମ୍ର ଯନ୍ତ୍ରରେ ଦୁଇଟି ସ୍ independent ାଧୀନ ନିୟନ୍ତ୍ରଣ ବ୍ୟବସ୍ଥା, କଟର ଏବଂ ନମ୍ର ଉପକରଣ ଅଛି, ଅଟୋ ଆଡଜଷ୍ଟିଂ ଗଭୀରତା ଉପକରଣ ମଧ୍ୟ ବ୍ୟବହାର କରିଥାଏ (ଯେତେବେଳେ ବିଭିନ୍ନ ଘନତା କିମ୍ବା ମୋଟେଇ ସାମଗ୍ରୀ ପରିବର୍ତ୍ତନ ହୁଏ, ସଫ୍ଟୱେୟାର ସ୍ୱୟଂଚାଳିତ ଭାବରେ ଆଡଜଷ୍ଟ ହୋଇପାରେ, ହାତରେ କ adjust ଣସି ଆଡଜଷ୍ଟ କରିବାର ଆବଶ୍ୟକତା ନାହିଁ, ସଞ୍ଚୟ କରିପାରିବ | ଏହା ଅଧିକ ସମୟ) .ଏହା ଫ୍ଲାଟ ଆଲୁମିନିୟମ୍, ଫୋଲଡ୍ ଆଲୁମିନିୟମ୍, ଆଲୁମିନିୟମ୍ ପ୍ରୋଫାଇଲ୍, ଚ୍ୟାନେଲମ୍ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ତିଆରି କରିପାରିବ, ଗୋଟିଏ ମେସିନ୍ ତୁମର ସମସ୍ତ କାମ କରିପାରିବ, ଏହା ତୁମର ସର୍ବୋତ୍ତମ ପସନ୍ଦ ହେବ | ବର୍ଷ ବର୍ଷର ଶିଳ୍ପ ଅଭିଜ୍ଞତା ଏବଂ ଗ୍ରାହକଙ୍କ ମତାମତ ଉପରେ ଆଧାର କରି, ସଫ୍ଟୱେୟାର ନିଜେ କାର୍ଯ୍ୟକୁ ଉନ୍ନତ ଏବଂ ବୁଦ୍ଧିମାନ କରିବା ପାଇଁ କ୍ରମାଗତ ଭାବରେ ଉନ୍ନତ ହୋଇଥାଏ | ଆମର ସେବା: ସ୍ଥାପନ ଏବଂ ଟ୍ରେନିଂ | 1. ପ୍ରଶିକ୍ଷଣ ପାଇଁ ଆମ କାରଖାନାକୁ ଗ୍ରାହକମାନଙ୍କୁ ସ୍ୱାଗତ |ଆମର ବୃତ୍ତିଗତ ଟେକ୍ନିସିଆନମାନେ ପ୍ରତ୍ୟକ୍ଷ ଏବଂ ପ୍ରଭାବଶାଳୀ କରିବେ | ମୁହାଁମୁହିଁ ତାଲିମ | 2. ଆମର ଇଞ୍ଜିନିୟର ଗ୍ରାହକଙ୍କ କାରଖାନାରେ ଏକ ଅନ-ସାଇଟ୍ ଟ୍ରେନିଂ ସେବା କରିବେ | 3. ଆମେ ମେସିନ୍ ସଂସ୍ଥାପନ, ​​କମିଶନ, ସଫ୍ଟୱେର୍ ବ୍ୟବହାର ଏବଂ ଅପରେସନ୍ ମାନୁଆଲ୍ ପାଇଁ ବିସ୍ତୃତ ଭିଡିଓ ପ୍ରଦାନ କରୁ, ତା’ପରେ ଆମେ ହ୍ ats ାଟସ୍ ଆପ୍, ୱେଚ୍ କିମ୍ବା ଇମେଲ୍ ମାଧ୍ୟମରେ ତାଲିମ ଦେବୁ | ଗ୍ରାହକ କାରଖାନାରେ ଆମର ମେସିନ୍ ଭଲ ଚାଲୁଥିବାର ଆମେ ନିଶ୍ଚିତ କରିବୁ | ଗୁଣବତ୍ତା ଏବଂ ବିକ୍ରୟ ପରେ ସେବା ଗ୍ୟାରେଣ୍ଟି: ଗୁଣବତ୍ତାର ଗ୍ୟାରେଣ୍ଟି ଅବଧି 12 ମାସ ହେବ ଯେଉଁ ଦିନ ଦ୍ରବ୍ୟ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ସେହି ଦିନଠାରୁ ଗଣନା କରାଯିବ |କୃତ୍ରିମ କ୍ଷତି ଏବଂ ଅଂଶ ପିନ୍ଧିବା ବ୍ୟତୀତ, ଗ୍ୟାରେଣ୍ଟି ଅବଧି ମଧ୍ୟରେ ଫିଟିଙ୍ଗ୍ ମାଗଣାରେ ପ୍ରଦାନ କରିବା ପାଇଁ ଆମେ ଦାୟୀ |ଗୁଣାତ୍ମକ ଅବଧିର ଗ୍ୟାରେଣ୍ଟି ପରେ, ମରାମତି କିମ୍ବା ପରିବର୍ତ୍ତନ ପାଇଁ ଆବଶ୍ୟକ ଅଂଶଗୁଡିକ, ଯଦି ଥାଏ, ତାହା ପ୍ରଦାନ କରାଯିବ | ସଂଘର୍ଷ ବ୍ୟତୀତ 10 ବର୍ଷରୁ ଅଧିକ ବିକାଶ ମଧ୍ୟରେ, ହୋସେଙ୍ଗ ନିଜର ପରିଶ୍ରମ, ସାହସ ଏବଂ ଗ୍ରାହକଙ୍କ ସନ୍ତୁଷ୍ଟି ପାଇଁ ଏହାର ସୃଷ୍ଟିରେ ଉନ୍ନତି ଆଣିବା ଏବଂ ପ୍ରତିଷ୍ଠା ବଜାୟ ରଖିବା ପାଇଁ ଇଚ୍ଛା ହେତୁ ସମଗ୍ର ବିଶ୍ୱରେ ଏକ ଉଜ୍ଜ୍ୱଳ ବ୍ୟବସାୟ ସଫଳତା ବଜାୟ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି | ସର୍ବୋତ୍ତମ ଚାଇନିଜ୍ ଯନ୍ତ୍ର ନିର୍ମାତା | ପୋଷ୍ଟ ସମୟ: ଅଗଷ୍ଟ -09-2021 | ଆମ ସହିତ ଯୋଗାଯୋଗ କରନ୍ତୁ | ଚେନଜିଆ ଗ୍ରାମ ୱାଙ୍ଗଲିଉ ଜିଲ୍ଲା, ୱାଇଫାଙ୍ଗ, ଚାନ୍ଦୋଙ୍ଗ, ଚୀନ୍ | +8618853605806 [email protected] NEWLETTER ଆମର ଉତ୍ପାଦ କିମ୍ବା ମୂଲ୍ୟବୋଧ ବିଷୟରେ ଅନୁସନ୍ଧାନ ପାଇଁ, ଦୟାକରି ଆପଣଙ୍କର ଇମେଲ୍ ଆମକୁ ଛାଡିଦିଅ ଏବଂ ଆମେ 24 ଘଣ୍ଟା ମଧ୍ୟରେ ସମ୍ପର୍କରେ ରହିବୁ |
2022-12-02T00:35:36Z
http://or.hosengcnc.com/news/the-introduction-of-channel-letter-bending-machine/
OSCAR-2301
ମହାପୁରୁଷଙ୍କ ଜୟନ୍ତୀ ଓ ଶିବରାତ୍ରିରେ ବନ୍ଦ ରହିବ ମାଂସ ଦୋକାନ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ - TIMES OF ODISHA Skip to content Saturday, November 26, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career News ମହାପୁରୁଷଙ୍କ ଜୟନ୍ତୀ ଓ ଶିବରାତ୍ରିରେ ବନ୍ଦ ରହିବ ମାଂସ ଦୋକାନ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ November 25, 2021 November 25, 2021 admin 0 Comments ଲକ୍ଷ୍ନୋ: ମହାନ ବ୍ୟକ୍ତିଙ୍କ ଜନ୍ମ ବାର୍ଷିକୀ ଓ ଶିବରାତ୍ରୀ ଅବସରରେ ରାଜ୍ୟରେ ବଧ ଘର ଓ ମାଂସ ଦୋକାନ ବନ୍ଦ ରହିବ। ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏହି କ୍ରମରେ, ନଭେମ୍ବର ୨୫ରେ, ସିନ୍ଧି ସମାଜର ସେଣ୍ଟ ଟି.ଏଲ୍ ଭାସୱାନୀଙ୍କ ଜନ୍ମ ବାର୍ଷିକୀ ଅବସରରେ ସାରା ରାଜ୍ୟରେ ମାଂସ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରଜନୀଶ ଦୁବେ ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାର ଡିଭିଜନାଲ କମିଶନର ଏବଂ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାରି କରାଯାଇଥିବା ଆଦେଶରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ରଜନୀଶ ଦୁବେ କହିଛନ୍ତି ଯେ ଗୁରୁବାର ଟି.ଏଲ୍ ଭାସୱାନୀଙ୍କ ଜନ୍ମ ବାର୍ଷିକୀ। ସମସ୍ତ ସହରାଞ୍ଚଳରେ ଅବସ୍ଥିତ ବଧଘର ବ୍ୟତୀତ ମାଂସ ଦୋକାନଗୁଡିକ ବନ୍ଦ ରଖାଯିବ। ଏହି ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ସମସ୍ତ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶରେ କୁହାଯାଇଛି ଯେ ମହାବୀର ଜୟନ୍ତୀ, ବୁଦ୍ଧ ଜୟନ୍ତୀ, ଗାନ୍ଧୀ ଜୟନ୍ତୀ, ଶିବରାତ୍ରୀ ତଥା ସାଧୁ ଟି.ଏଲ୍ ଭାସୱାନୀଙ୍କ ଜନ୍ମ ବାର୍ଷିକୀ ଅବସରରେ ସହରାଞ୍ଚଳରେ ଅବସ୍ଥିତ ବଧଘର ବ୍ୟତୀତ ମାଂସ ଦୋକାନ ବନ୍ଦ ରହିବ। ଏହା ପଛର କାରଣ ହେଉଛି ଯେ ମହାନ ପୁରୁଷ ଏବଂ ପର୍ବପର୍ବାଣୀକୁ ଅହିଂସା ବାର୍ତ୍ତା ଦେଉଥିବାର ଦୃଷ୍ଟିରେ ରଖି ସେମାନଙ୍କ ଜନ୍ମ ବାର୍ଷିକୀକୁ ଅହିଂସା ଦିବସ ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ୨୦୧୭ରେ କ୍ଷମତାକୁ ଆସିବା ପରେ ଯୋଗୀ ସରକାର ବେଆଇନ ସ୍ଲୋଗେଟର ହାଉସ ଉପରେ କଡାକଡି କରିଥିଲେ। ଏହା ସହିତ ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ମଧ୍ୟ ବାରଣ କରାଯାଇଥିଲା। ← ୨୩୧ ଦିନ ପରେ ମୁମ୍ବାଇରେ ପହଞ୍ଚିଲେ ପୂର୍ବତନ ପୋଲିସ କମିଶନର ପରମବୀର ସିଂହ; କାନ୍ଦିଭାଲି ସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିଲେ; ତଦନ୍ତର ସମ୍ମୁଖୀନ ହେବାକୁ ମୁମ୍ବାଇ ଆସିଥିବା କହିଲେ ; ଗଣମାଧ୍ୟମକୁ କିଛି କହିଲେନି, ଯାହା କହିବି କୋର୍ଟରେ କହିବି କହିଲେ ପରମବୀର ପ୍ରତିଦିନ ଭୁବନେଶ୍ବର-ଦୁବାଇ ସିଧା ବିମାନ ସେବା ପାଇଁ ଅନୁରୋଧ କରି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | → You May Also Like ବଲିଉଡ୍ ଅଭିନେତା ପ୍ରବୀଣ କୁମାର ସୋବତିଙ୍କ ୭୪ ବର୍ଷ ବୟସରେ ହୃଦଘାତରେ ପରଲୋକ | ବି.ଆର୍ ଚୋପ୍ରାଙ୍କ ସିରିଏଲ୍ ମହାଭାରତରେ ଭୀମ ଚରିତ୍ରରେ ଅଭିନୟ କରିଥିଲେ | February 8, 2022 February 8, 2022 Jayaprada samantaray 0 କିଶୋର ଦ୍ୱିବେଦୀଙ୍କୁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା April 13, 2022 April 13, 2022 admin 0 ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଡିଭାଇଡରରେ ପିଟି ହେଲା ବାଇକ୍‌, ୨ ମୃତ August 25, 2022 August 25, 2022 Jayaprada samantaray 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ପୁଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିବା ୟୁଥ୍ ଫର୍ ଆକ୍ସନ କର୍ମୀଙ୍କ ଧସ୍ତାଧସ୍ତି, ବେକାରୀ ସମସ୍ୟା ପ୍ରତିବାଦରେ ୫ ମନ୍ତ୍ରୀଙ୍କ ଘର ଘେରାଉ କାର୍ଯ୍ୟକ୍ରମ, ପ୍ରଥମେ ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଘେରାଉ କରିଥିଲା ୟୁଥ୍ ଫର୍ ଆକ୍ସନ ଟିମ୍ November 16, 2022 ପାରାଦୀପରେ ମଝି ସମୁଦ୍ରରେ ୪ଟି ରାଜ୍ୟର ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ November 15, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ
2022-11-26T16:03:53Z
https://timesofodisha.com/meat-shops-to-remain-closed-on-mahapurushs-birth-anniversary-and-shivratri/
OSCAR-2301
ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ,ଚାରି ଚାରି ଥର ଲୋକସଭା ସାଂସଦ ତଥାଗତ ସତପଥି।ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତ, ଫ୍ୟାମିଲି ଛାପରୁ ବାହାରି ଆସିଲେଣି।ଓଡ଼ିଆ ଖବର କାଗଜ ଧରିତ୍ରୀର ସଂପାଦକ ତଥାଗତଙ୍କ ରହିଛି ସ୍ୱତନ୍ତ୍ର ଇମେଜ୍।ଉଚ୍ଚକୋଟୀର ତର୍କ ପାଇଁ ଲୋକସଭାରେ ବିଜେଡି ପକ୍ଷରୁ ସବୁବେଳେ ପକ୍ଷ ରଖିଥାନ୍ତି ସେ। ହେଲେ ଭୋଟ୍ ରାଜନୀତିକୁ ପ୍ରଭାବିତ କଲାଭଳି ଦକ୍ଷତା ଏବେ ବି ତଥାଗତଙ୍କ ପାଖରେ ଥିଲା ପରି ଲାଗୁନାହିଁ। ଶତପଥୀ ପରିବାରର ଅଭେଦ୍ୟ ଦୁର୍ଗ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରରେ ଜିତିବା ପାଇଁ ଆଜି ବି ତଥାଗତ ଏକାକୀ ସକ୍ଷମ ନୁହଁନ୍ତି। ଏଥିପାଇଁ ତାଙ୍କୁ ନିର୍ଭର କରିବାକୁ ପଡୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ଉପରେ।ଯେମିତି ୧୯୯୦ରେ ବିଜୁ ପଟ୍ଟନାୟକ,ତଥାଗତଙ୍କୁ ବିଧାନସଭାକୁ ଏଣ୍ଟ୍ରି ଦେଇଥିଲେ।ଠିକ୍ ସେମିତି୧୯୯୮ରେ ତଥାଗତଙ୍କୁ ଲୋକସଭାକୁ ଏଣ୍ଟ୍ରି ପାସ୍ ଦେଇଛନ୍ତି ନବୀନ।୧୯୯୦ରେ ନନ୍ଦିନୀ ଶତପଥୀ ପ୍ରଦେଶ କଂଗ୍ରେସ ସଭାପତି ଥିବା ସତ୍ତ୍ୱେ,ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ତଥାଗତ।ଆଉ ଏବେ ବି ନିର୍ବାଚନ ଜିଣିବା ପାଇଁ ନବୀନଙ୍କ ଉପରେ ସଂପୂର୍ଣ୍ଣ ଭରସା କରୁଛନ୍ତି ତଥାଗତ। ତଥାଗତ ସତପଥି ସମାନ ଅବସ୍ଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ କ୍ଷେତ୍ରରେ।କଟକ ଲୋକସଭା ଆସନରୁ ଲଗାତାର ୫ଥର ଜିଣିଥିବା ଭର୍ତ୍ତୃହରି ମହତାବ ବିଜେଡି ହାୱାରେ ହିଁ ବିଜୟୀ ହୁଅନ୍ତି।ଯଦିଓ ଲୋକସଭାରେ ଭର୍ତ୍ତୃହରିଙ୍କ ଡିବେଟରେ ଦଳମତ ନିର୍ବିଶେଷରେ ସାଂସଦମାନେ ଶୁଣିଥାନ୍ତି,କିନ୍ତୁ କଟକ ଭୋଟଙ୍କର ଆସ୍ଥାଭାଜନ ହେବା ପାଇଁ ଭର୍ତ୍ତୃହରି ନିର୍ଭର କରନ୍ତି ଶଙ୍ଖ ଚିହ୍ନ ଉପରେ। ଜୀବନରେ କେବେ ନିର୍ବାଚନ ଜିଣି ନଥିବା ଭର୍ତ୍ତୃହରିଙ୍କୁ ପଲିଟିକାଲ୍ ବ୍ରେକ୍ ଦେଇଥିଲେ ନବୀନ ପଟ୍ଟନାୟକ।୧୯୯୮ରୁ ଲଗାତାର୍ ୫ଥର କଟକ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି ସେ।ଓଡ଼ିଶା ନିର୍ମାଣର ବିନ୍ଧାଣୀ ହରେକୃଷ୍ଣ ମହତାବଙ୍କ ଅବଦାନ ଅପେକ୍ଷା,ନବୀନଙ୍କ ସମର୍ଥନ ହିଁ ଭର୍ତ୍ତୃହରିଙ୍କୁ କରାଉଛି ଲୋକସଭାର ସଦସ୍ୟ। ଭର୍ତ୍ତୃହରି ମହତାବ କେବଳ ଓଡ଼ିଶା ନୁହେଁ,ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ନାତୁଣୀ ଜ୍ୱାଇଁ ପିନାକୀ ମିଶ୍ରଙ୍କ କଥା ମଧ୍ୟ ସମାନ।ପୂର୍ବତନ ରାଜ୍ୟପାଳ ଲୋକନାଥ ମିଶ୍ରଙ୍କ ପୁଅ ପିନାକୀ ମଧ୍ୟ ନବୀନଙ୍କ ଶରଣରେ। ଏଥିପାଇଁ ୨୦୦୯ ନିର୍ବାଚନ ଆଗରୁ ନିଜ ରାଜନୈତିକ ଆଦର୍ଶକୁ ବଳି ପକାଇ ଦେଇଥିଲେ ପିନକୀ।ଏକଦା ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କ ଖାସ ଥିବା ପିନାକୀ,କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ।ଯଦିଓ କଂଗ୍ରେସ ଟିକେଟରେ ସେ ୧୯୯୬ରେ ଲୋକସଭାକୁ ଯାଇଥିଲେ,କିନ୍ତୁ ପରବର୍ତ୍ତୀ ସମୟରେ ପରାଜିତ ହେଲେ। ୨୦୦୯ରେ ପ୍ୟାରୀ ମହାପାତ୍ରଙ୍କ ଜରିଆରେ ଶଙ୍ଖନାଦ କରିଥିଲେ ପିନାକୀ। ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ପିନାକୀ ମିଶ୍ର,ପୁରୀ ଭୋଟରଙ୍କ ଆସ୍ଥାଭାଜନ ହେବା ପାଇଁ ନବୀନଙ୍କ ଗୁଣଗାନ କଲେ।ନବୀନଙ୍କ ବିନା ସମର୍ଥନରେ ଅଣ କଂଗ୍ରେସର ଗଡ଼ ପୁରୀରୁ ଜିତିବା ଅସମ୍ଭବ ବୋଲି ପିନାକୀ ଭଲ ଭାବେ ଜାଣନ୍ତି। ତେଣୁ ନିଜସ୍ୱ ଜନସମର୍ଥନ ଥାଉ କି ନଥାଉ,ନବୀନ ସାଥିରେ ଥିଲେ ପିନାକୀଙ୍କୁ ପୁରୀରୁ ଜିଣିବାରେ କିଛି ଅସୁବିଧା ନାହିଁ। ପିନାକୀ ମିଶ୍ର ଦକ୍ଷିଣ ଓଡ଼ିଶାର ହେଡକ୍ୱାଟର ବ୍ରହ୍ମପୁର ସାଂସଦଙ୍କ କଥା ମଧ୍ୟ ସମାନ। ପ୍ରଥମ ଥର ପାଇଁ କୌଣସି ଅଭିନେତାଙ୍କୁ ସାଂସଦ କରାଇବାର ରିସ୍କ ନେଇଥିଲା ବିଜୁ ଜନତା ଦଳ। ଓଡ଼ିଆ ସିନେମା ହିରୋ ସିଦ୍ଧାନ୍ତ ମହାପାତ୍ରଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ଲଢ଼ାଇଥିଲା ବିଜେଡି।ନବୀନଙ୍କ କ୍ୟାମ୍ପେନରେ୨୦୦୯ରେ ପରାଜିତ ହେଲେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ।ଥରେ ନୁହେଁ ଲଗାତର ଦୁଇ ଥର ମିଷ୍ଟଭାଷୀ ଚନ୍ଦ୍ରଶେଖର ସାହୁଙ୍କୁ ହରାଇଲେ ସିଦ୍ଧାନ୍ତ।ତେବେ ସିନେମା ପ୍ରିୟ ବ୍ରହ୍ମପୁର ଭୋଟରଙ୍କ ପୋଷ୍ଟର ବୟ ହେଉଛନ୍ତି ନବୀନ।ତେଣୁ ଆକ୍ସନ ହିରୋ ସିଦ୍ଧାନ୍ତଙ୍କ ଭାଲ୍ୟୁ ରିଲ୍ ଭିତରେ ଅଧିକ,ବ୍ରହ୍ମପୁର ଭୋଟରଙ୍କ ପାଖରେ ନୁହେଁ। ନବୀନଙ୍କ ବିନା ଏହି ୪ଜଣ ନାମୀ ବିଜେଡି ସାଂସଦ କାହିଁକି ସମ୍ପୂର୍ଣ୍ଣ ବିଜୁ ଜନତା ଦଳର ଅବସ୍ଥା ଯେ ବିଗ୍ ଜିରୋ,ଏକଥା ପଞ୍ଚାୟତ ନିର୍ବାଚନର ଫଳାଫଳ ସ୍ପଷ୍ଟ କରିଛି।୨୦୧୭ପଞ୍ଚାୟତ ନିର୍ବାଚନରେ ନବୀନ ପ୍ରଚାରରୁ ନିଜକୁ ଦୂରେଇ ରଖିବା ଫଳରେ ବିଜେଡିର ଅବସ୍ଥା କଣ ହୋଇଥିଲା,ତାହା ଅଛପା ନାହିଁ।ଅବଶ୍ୟ ଗତ ନିର୍ବାଚନରେ ଶଙ୍ଖ ଚିହ୍ନରେ ଲଢ଼ି ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଆର.ଏନ୍.ସିଂହଦେଓଙ୍କ ପୁଅ ଏ.ୟୁ.ସିଂହଦେଓ ବଲାଙ୍ଗିରରେ ପରାଜିତ ହୋଇଥିଲେ।ତଥାପି ଏତିକି କୁହାଯାଇ ପାରିବ ବିଜେଡି ହେଉଛି ୱାନ୍ ମ୍ୟାନ୍ ଆର୍ମି। No Comments Tagged: Bhartruhari Mahtab, Naveen Patnaik, Pinaki Mishra, Sidhanta Mohapatra, Tathagat Satapathy
2022-12-07T10:12:17Z
https://www.bartamanodisha.com/ex-cms-sons-also-cannt-win-election-without-naveen-patnaik-support/
OSCAR-2301
ଭୁବନେଶ୍ୱର ଏମ୍ସର ନାଁକୁ ନେଇ ବିବାଦ ଦେଖାଦେଇଛି। ଏହାର ନାଁ ପରିବର୍ତ୍ତନ କରାଯିବା ନେଇ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ଓ ସମାଲୋଚନା ଜାରୀ ରହିଛି। ଯଦି ବି ଏହାର ନାଁ ବଦଳେ ତେବେ ନୂଆ ନାଁ କ’ଣ ହେବ ସେ ନେଇ ବିଭିନ୍ନ ପ୍ରକାର ଜନମତ ପ୍ରକାଶ ପାଉଛି। ବିଭିନ୍ନ ବର୍ଗରୁ ଭିନ୍ନ ଭିନ୍ନ ପ୍ରସ୍ତାବ ମଧ୍ୟ ଆସୁଛି। ଭୁବନେଶ୍ୱର ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଏହାର ନାଁ ନେତାଜୀ ସୁଭାଷ ବୋଷଙ୍କ ନାମରେ ନାମିତ ହୋଇଥିଲା। ଅଟଳ ବିହାରୀ ବାଜପୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଥିଲା। ମେଡିକାଲର ନାଁ ରଖାଯାଇଥିଲା Netaji Subhash Bose All India Institue Of Medical Science। ତେବେ ବର୍ତ୍ତମାନ ସମୟରେ ଏହାର ନାଁକୁ ନେଇ ପରିବର୍ତ୍ତନର ନାରା ଉଠିବା ହେତୁ ଅନେକ ସମସ୍ୟା ସାମ୍ନାକୁ ଆସୁଛି। କଣ ହେବ ଏମ୍ସର ନୂଆ ନାଁ? ୨୦୦୩ ଜୁଲାଇ ୨୦୦୩ ୧୫ରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା। ଏହି ଅବସରରେ ବାଜପେୟୀଙ୍କ ସହିତ ତତ୍କାଳୀନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ୍ ସେଠୀ,କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ,ତତ୍କାଳୀନ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏମ୍ସ ଆକ୍ଟ ପ୍ରସ୍ତୁତ ବେଳକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁ ନ ରହି କେବଳ ଏମ୍ସ ଭୁବନେଶ୍ୱର ଭାବେ ପଞ୍ଜିକୃତ ହୋଇଥିଲା। ଏହା ସହ ସବୁଠି ସେହି ନାଁ ରହିଲା। ଏବେ ନାଁକୁ ନେଇ ଆରମ୍ଭ ହୋଇଛି ରାଜନୀତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡିଶାର ଜଣେ ପ୍ରମୁଖ ସଂଗ୍ରାମୀ ହୋଇଥିବା ହେତୁ ତାଙ୍କ ନାଁରେ ନାମିତ ହୋଇଥିବା ଚିକିତ୍ସାଳୟରୁ ନାଁ କୁ ବାଦ୍ ଦବା ସମୀଚିନ ହୋଇନାହିଁ। ଅନେକ ବୁଦ୍ଧିଜୀବି ଓଡିଶାର ବରପୁତ୍ର ମଧୁସୁଦନ ଦାସ,ଗୋପବନ୍ଧୁ ଦାସ ଆଦିଙ୍କ ନାମରେ ଚିକିତ୍ସାଳୟକୁ ନାମିତ କରିବାକୁ ଦାବୀ ମଧ୍ୟ କରୁଛନ୍ତି। ଯଦି ଏପରି ହୁଏ ତେବେ ଏମ୍ସର ନାଁ କାହା ନାମରେ ନାମିତ ହେବ ତାକୁ ନେଇ ବିଚାର ବିମର୍ଷ ଜାରୀ ରହିଛି। ଏମ୍ସ ଭୁବନେଶ୍ୱର ଶିଳାନ୍ୟାସ ବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁ ରହିଥିବାରୁ ସେହି ନାଁ ରହିବା ଉଚିତ୍ ବୋଲି ବିଭିନ୍ନ ମହଲରେ ମଧ୍ୟ ଦାବି ହେଉଛି। ତେବେ ଏମ୍ସ ନାଁରେ ପରିବର୍ତ୍ତନର ଛିଟା ବାଜୁଛି କି ତାହା ଅପରିବର୍ତ୍ତିତ ରହୁଛି ତାହା ଦେଖିବା ବାକି।
2022-12-07T09:20:06Z
https://www.bartamanodisha.com/what-ll-be-the-new-name-of-aiims-bhubaneswar/
OSCAR-2301
କିଭ୍‌,୨୪ା୧୧: ୟୁରୋପୀୟ ପାର୍ଲାମେଣ୍ଟ ବୁଧବାର ରୁଷିଆକୁ ‘ଆତଙ୍କବାଦର ପୃଷ୍ଠପୋଷକ ରାଷ୍ଟ୍ର’ ଘୋଷଣା କରିଛି। ୟୁକ୍ରେନ୍‌ରେ ମସ୍କୋ ଲଗାତର ବର୍ବର ଆକ୍ରମଣ କରିବା ସହ ମାନବ ଅଧିକାର ଓ ଅନ୍ତର୍ଜାତୀୟ ମାନବାଧିକାର ଆଇନଗୁଡ଼ିକର ଉଲ୍ଲଂଘନ କରୁଛି ବୋଲି ପାର୍ଲାମେଣ୍ଟ ଦର୍ଶାଇଛି। ୫୯୬ ସଦସ୍ୟ ବିଶିଷ୍ଟ ୟୁରୋପୀୟ ପାର୍ଲାମେଣ୍ଟରେ ଏହି ପ୍ରସ୍ତାବ ସପକ୍ଷରେ ୪୯୪ ଆଇନପ୍ରଣେତା ଭୋଟ ଦେଇଥିବାବେଳେ ୫୮ ଏହା ବିରୋଧରେ ମତ ଦେଇଥିଲେ। ୪୪ ସଦସ୍ୟ ମତଦାନରୁ ବିରତ ରହିଥିଲେ। ଉଲ୍ଲେଖ କରାଯାଇଛି ଯେ, ରୁଷୀୟ ସଂଘ ପକ୍ଷରୁ ୟୁକ୍ରେନୀୟ ନାଗରିକମାନଙ୍କ ଉପରେ ଲଗାତର ଆକ୍ରମଣ କରାଯାଉଛି। ସାଧାରଣ ଲୋକଙ୍କ ଧନଜୀବନକୁ ଟାର୍ଗେଟ କରାଯାଉଛି। ମାନବାଧିକାର ସମ୍ପର୍କିତ ଅନ୍ତର୍ଜାତୀୟ ଆଇନର ଏଭଳି ଉଲ୍ଲଂଘନ ଆତଙ୍କବାଦୀ କାର୍ଯ୍ୟ ସହ ସମାନ। ତେବେ ଏହି ସଂକଳ୍ପନାମା ସପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କ୍ଷମତା ୟୁରୋପୀୟ ପାର୍ଲାମେଣ୍ଟର ନ ଥିବାରୁ ଏହାକୁ ପ୍ରତୀକାମତ୍କ ପଦକ୍ଷେପ ବୋଲି କୁହାଯାଉଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍‌ସ୍କି ୟୁରୋପୀୟ ପାର୍ଲାମେଣ୍ଟର ଏହି ଘୋଷଣାକୁ ସ୍ବାଗତ କରିଛନ୍ତି। ଟୁଇଟରରେ ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍‌ ସମେତ ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାରର ନୀତି ଯାଗୁ ରୁଷିଆକୁ ସବୁ ସ୍ତରରେ ଏକଘରକିଆ କରି ଉତ୍ତରଦାୟୀ କରାଯିବା ଜରୁରୀ। ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଅନୁରୂପ ସଂକଳ୍ପନାମା ନିଜ ନିଜ ପାର୍ଲାମେଣ୍ଟରେ ଗୃହୀତ କରିବା ଉଚିତ। ପ୍ରକାଶ ଯେ, ୟୁରୋପୀୟ ସଂଘ (ଇୟୁ), ଆମେରିକା ଓ ବ୍ରିଟେନ ରୁଷିଆ ଉପରେ କଠୋର କଟକଣା ଜାରି କରିସାରିଛନ୍ତି। ଆମେରିକା କଂଗ୍ରେସର ଉଭୟ ଗୃହ ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ତାଲିକାରେ ରଖିବା ପାଇଁ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଅନୁରୋଧ କରିଥିଲେ ହେଁ ସେ ମନା କରିଦେଇଛନ୍ତି। ଆମେରିକା ମତରେ ବର୍ତ୍ତମାନ କ୍ୟୁବା, ଉତ୍ତର କୋରିଆ, ଇରାନ ଓ ସିରିଆ ହେଉଛନ୍ତି ଆତଙ୍କବାଦକୁ ପ୍ରୋତ୍ସାହନକାରୀ ରାଷ୍ଟ୍ର। ଇୟୁର ୪ ସଦସ୍ୟ ଲିଥୁଆନିଆ, ଲାଟ୍‌ଭିଆ, ଏଷ୍ଟୋନିଆ ଏବଂ ପୋଲାଣ୍ଡ ରୁଷିଆକୁ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ରାଷ୍ଟ୍ର ଘୋଷଣା କରିଥିବା ୟୁରୋପିଆନ୍‌ ପାର୍ଲାମେଣ୍ଟାରି ରିସର୍ଚ୍ଚ ସର୍ଭିସ୍‌ ସୂତ୍ରରୁ ଜଣାପଡ଼ିଛି। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଅନ୍ତର୍ଜାତୀୟ View All ଦୁଇ ଦିବସୀୟ ଯାତ୍ରାରେ ସୌଦି ପହଞ୍ଚିଲେ ମୋଦି ରିୟାଦ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିବସୀୟ ସୌଦି ଆରବ ଯାତ୍ରାରେ ସୋମବାର ବିଳମ୍ବିତ ରାତିରେ ସୌଦି ପ୍ୟାଲେସ ପହଞ୍ଚିଛନ୍ତି। ଏୟାର ଇଣ୍ଡିଆର ଏକ ବିଶେଷ... ୨୦ ଜଣଙ୍କୁ ଗୁଳିକଲେ ସୈନ୍ୟ ବ୍ୟାଙ୍କ୍‌କ,୯ା୨: ଥାଇଲାଣ୍ଡର ଜଣେ ସୈନ୍ୟ ଶନିବାର ମେଶିନ୍‌ ଗନ୍‌ରେ ନିରୀହ ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଫଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ... ଆଗାମୀ ୯୬ ଘଣ୍ଟା ମଧ୍ୟରେ କ୍ୱିଭ୍‌କୁ କବଜା କରିପାରେ ରୁଷିଆ, ଏକ ସପ୍ତାହ ମଧ୍ୟରେ ଭାଙ୍ଗିପାରେ ୟୁକ୍ରେନ୍ ସରକାର! ମସ୍କୋ/କ୍ୱିଭ/ୱାଶିଂଟନ,୨୫ ।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭିଷିକା ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ରୁଷିଆ ସେନା ଦ୍ୱାରା ୟୁକ୍ରେନର ବହୁ ଅଞ୍ଚଳ କବଜା କରାଯିବା... ଚାଇନାରେ ଓମିକ୍ରନ୍‌ ଅଣାୟତ୍ତ, ଆର୍ଥିକ ସ୍ଥିତି ସଙ୍କଟରେ… ବେଜିଂ,୨୧।୩ : ଚାଇନାରେ ଓମିକ୍ରନ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପରି ପରିସ୍ଥିତି ସୃଷ୍ଟି ହେବାକୁ... ବଢ଼ୁଛି ଯୁଦ୍ଧ ଆଶଙ୍କା କ୍ୱିଭ୍‌, ୧୫ା୨:ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ରେ ସାମିଲ ହେବା ପାଇଁ ୟୁକ୍ରେନର ଉଦ୍ୟମ ଯୋଗୁ ରୁଷିଆ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନ... ଇମ୍ରାନଙ୍କ ଉପରେ ଆକ୍ରମଣ ପରେ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି, ସେନାକୁ ଦିଆଯାଇପାରେ କ୍ଷମତା ଇସଲାମାବାଦ,୪ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଏକ ରାଲି... ନର୍‌ଓ୍ବେ ନାଇଟ୍‌ କ୍ଲବରେ ଗୁଳିମାଡ଼: ୨ମୃତ, ୧୦ ଆହତ ଓସଲୋ,୨୫।୬: ନରୱେ ରାଜଧାନୀ ଓସଲୋରେ ଏକ ଗେ’ ବାରରେ ଶନିବାର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଉର୍ଦ୍ଧ୍ୱ ଲୋକ... ଡୋନେଟସ୍କ-ଲୁହାନସ୍କ ହେବ ରୁଷିଆରେ ସାମିଲ, ପୁଟିନ କରାଇବେ ଭୋଟିଂ… ମସ୍କୋ, ୨୦।୯ : ୟୁକ୍ରେନର ଦୁଇଟି ସହର – ଡୋନେଟସ୍କ ଏବଂ ଲୁହାନସ୍କ ରୁଷିଆରେ ସାମିଲ ହେବ। ଏଥିପାଇଁ ଭୋଟିଂ ଶୁକ୍ରବାର ଠାରୁ ଅନୁଷ୍ଠିତ ହେବ।... Archives Archives Select Month December 2022 November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017 Model This Week Akash Dasnayak, Actor supports a Plastic Free Odisha. Do you? Enter your email to get our daily news in your inbox. Leave this field empty if you're human: Post navigation Previous Post Previous post: ମହାକାଶରେ ହେବ ସୋଲାର ଫାର୍ମ Next Post Next post: ଚଳିତ ବର୍ଷ ପ୍ରତିଦିନ ୨୫୦୦ କୋଟି କ୍ଷତି ସହୁଛନ୍ତି ଏଲନ ମସ୍କ, ଟୁଇଟରରେ ପୂର୍ଣ୍ଣ ନିୟନ୍ତ୍ରଣର ସଂଘର୍ଷ ବଢାଉଛି ସମସ୍ୟା
2022-12-10T02:05:27Z
https://www.dharitri.com/russia-is-a-sponsor-of-terrorism/
OSCAR-2301
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆଜି ଦିନ ସାଢେ ୧ଟାରେ ଉତ୍ତରପ୍ରଦେଶର ପୂବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଏକ୍ସପ୍ରେସ ୱେର ନିର୍ମିତ ୩.୨କିଲୋମିଟର ଦୀର୍ଘ ଏୟାରଷ୍ଟ୍ରୀପରେ ଭାରତୀୟ ବାୟୁସେନା ଦ୍ୱାରା ଆୟୋଜିତ ଏୟାର ସୋ ମଧ୍ୟ ନିରୀକ୍ଷଣ କରିବେ । । କୌଣସି ଆପତକାଳୀନ ଆବଶ୍ୟକତାକୁ ନେଇ ସୁଲତାନପୁର ଜିଲ୍ଲାର ଏହି ଏକ୍ସପ୍ରେସ ୱେରେ ବାୟୁସେନା ଲଢ଼ୁଆ ବିମାନ ଅବତରଣ ପାଇଁ ବ୍ୟବସ୍ଥା ହୋଇଛି । ୩୪୧ କିଲୋମିଟର ଦୀର୍ଘ ଏହି ପୂର୍ବାଂଚଳ ଏକ୍ସପ୍ରେସ ୱେ ଲକ୍ଷ୍ନୌ ଜିଲ୍ଲାର ଲକ୍ଷ୍ନୌ ନିକଟବର୍ତୀ ଚଉଦସରାଇଠାରୁ ଆରମ୍ଭ ହୋଇ ଏନଏଚ-୭୩୧ ଲକ୍ଷ୍ନୌ-ସୁଲତାନପୁର ରୋଡ ଭାବେ ୟୁପି-ବିହାର ସୀମାର ୧୮ କିଲୋମିଟର ଦୂର ଜାତୀୟ ରାଜପଥ ୩୧ ହାଇଦରିଆଠାରେ ଶେଷ ହୋଇଛି । ଛଅ ଲେନ ପ୍ରସ୍ଥ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ଭବିଷ୍ୟତରେ ଆବଶ୍ୟକତା ଦୃଷ୍ଟିରୁ ଆଠ ଲେନ ବିଶିଷ୍ଟ ମଧ୍ୟ ହୋଇପାରିବ । ୨୨୫୦୦ କୋଟି ଟଙ୍କାରେ ନିର୍ମିତ ଏହି ପୂର୍ବାଂଚଳ ଏକ୍ସପ୍ରେସ ୱେ ଉତର ପ୍ରଦେଶର ପୂର୍ବଭାଗର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ । ଭାରତୀୟ ବାୟୁସେନାର ମିରାଜ ୨୦୦୦ ଓ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନ ସେଠାରେ ଉଡ଼ାଣ ଓ ଅବତରଣ କରିପାରିବ ବୋଲି ମଧ୍ୟ ଜଣାପଡ଼ିଛି।
2022-11-28T01:24:11Z
https://liveodishatv.com/inter-national/the-eastern-express-will-inaugurate-the-prime-ministers-visit-to-uttar-pradesh-today/
OSCAR-2301
ଅନୁଗୋଳ(ହଟ କିଶୋର ଷଡଙ୍ଗୀ /ଲାଇଭ ଓଡିଶା ନ୍ୟୁଜ) : ଦେଶ ସେବା ପ୍ରତ୍ୟେକ ଭାରତୀୟଙ୍କ ପ୍ରଥମ କର୍ତ୍ତବ୍ୟ” । ଗୁରୁବାର ପୋଲିସ ଶହୀଦ ସପ୍ତାହ ପାଳନ ଅବସରରେ ଏହା କହିଛନ୍ତି ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା । କୋଶଳା ଉଚ୍ଚ ବିଦ୍ୟାଳୟ ପରିସରରେ ୬୨ତମ ଶହିଦ୍ ସପ୍ତାହ ପାଳନ କରାଯାଇଛି । ଛେଣ୍ଡିପଦା ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ କୁମାର ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ କୋଶଳାର ସୁଯୋଗ୍ୟ ସନ୍ତାନ ତଥା ସିଆର୍‌ପିଏଫ୍‌୧୧୨ ବାଟାଲିୟନ୍‌ରେ କାର୍ଯ୍ୟରତ ଭାବେ ଶହିଦ୍ ହୋଇଥିବା ଅରୁଣ କୁମାର ଗଡନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କୋଶଳା ଦର୍ପଣୀବନ୍ଧ ଠାରୁ ଷଣ୍ଢପାଳ ଯାଇଥିବା ରାସ୍ତାକୁ ଶହିଦ ଅରୁଣ ମାର୍ଗ ରୁପେ ଘୋଷଣା କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଏକ ସୃତି ସଭା ଆୟୋଜିତ ହୋଇଥିଲା । ପ୍ରଥମେ ଶହିଦଙ୍କ ଅମରଆତ୍ମାର ସଦଗତି ନିମନ୍ତେ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶହିଦ୍ ଅରୁଣଙ୍କ ସୃତିଚାରଣ କରିବା ସହିତ ଦେଶ ସେବା କରିବା ସମସ୍ତ ଭାରତୀୟଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ବିଧାୟକ କହିଥିଲେ । ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ୍ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସଭାରେ ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାଲେଟିଂନା ଦାସ, ସହକାରୀ ଶିକ୍ଷକ ଗିରିଶ ଚନ୍ଦ୍ର ସାହୁ ପ୍ରମୂଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଶହିଦ ଅରୁଣଙ୍କ ବଡଭାଇ ଭାବଗ୍ରାହୀ ଗଡନାୟକଙ୍କୁ ସମ୍ମାନୀତ କରିଥିଲେ । କୋଶଳା ଶିମିଳିସାହି ଠାରେ ଶହିଦ ଅରୁଣ୍ ୫ ଜୁନ୍ ୧୦୭୨ରେ ଜନ୍ମ ଗ୍ରହଣ କରିଥିଲେ । ସେ ସିଆରପିଏପ୍‌୧୧୨ ବାଟାଲିୟନରେ ସୈନିକ ଭାବେ ଯୋଗ ଦେଇଥିଲେ । ୧୮ ଜୁଲାଇ ୨୦୦୦ ମସିହାରେ ମଣିପୁରର ଇମ୍ଫାଲ ଠାରେ କାର୍ଯ୍ୟରତ ଥିବା ବେଳେ ଉଗ୍ରବାଦୀଙ୍କ ଗୁଳିମାଡରେ ଶହିଦ୍ ହୋଇଥିଲେ ।
2022-11-28T02:10:09Z
https://liveodishatv.com/state/police-martyrs-day-in-chhendipada-anugul-odisha/
OSCAR-2301
Pregnancy Tips – ଗର୍ଭାବସ୍ଥାରେ ସମ୍ପର୍କ ରଖିବା ଠିକ ନା ଭୁଲ ? ନିଶ୍ଚୟ ଜାଣି ରଖନ୍ତୁ ନଚେତ ପସ୍ତେଇବେ – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home ଜୀବନଚର୍ଯ୍ୟା Pregnancy Tips – ଗର୍ଭାବସ୍ଥାରେ ସମ୍ପର୍କ ରଖିବା ଠିକ ନା ଭୁଲ ? ନିଶ୍ଚୟ ଜାଣି ରଖନ୍ତୁ ନଚେତ ପସ୍ତେଇବେ Pregnancy Tips – ଗର୍ଭାବସ୍ଥାରେ ସମ୍ପର୍କ ରଖିବା ଠିକ ନା ଭୁଲ ? ନିଶ୍ଚୟ ଜାଣି ରଖନ୍ତୁ ନଚେତ ପସ୍ତେଇବେ ଜୀବନଚର୍ଯ୍ୟା By Apurva Das 0 Share ଆଜି ଆମେ ଏକ ବିଶେଷ କଥା ଉପରେ ଆଲୋଚନା କରିବା ପାଇଁ ଯାଉଛୁ। ଯାହା ଜାଣିବା ଅନେକଙ୍କ ପାଇଁ ନିହାତି ଆବଶ୍ୟକ ଅଟେ।ଏହା ବିବାହିତ ଦମ୍ପତ୍ତି ମାନଙ୍କ ପାଇଁ। ଅନେକ ଦମ୍ପତ୍ତି ନିଜର ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା କୁ ଠିକ୍ ଭାବରେ ରଖିବା ପାଇଁ ଚାହିଁଥାନ୍ତି ସତ କିନ୍ତୁ ସେଥିପାଇଁ କଣ କରିବାକୁ ପଡ଼ିଥାଏ ସେ ବିଷୟରେ ଜାଣି ନଥାନ୍ତି। କେଉଁ ସମୟରେ ଗର୍ଭ ଧାରଣ କରିବା ଦ୍ଵାରା ଏହା ମାଆ ଏବଂ ଛୁଆ ପାଇଁ ଭଲ ହୋଇଥାଏ କିମ୍ବା ଏମିତି କଣ କରିବା ଦ୍ୱାରା ଗର୍ଭ ଧାରଣ କରିବାରେ କୌଣସି ଅସୁବିଧା ହୋଇ ନଥାଏ। ଏହାଛଡ଼ା ଗର୍ଭ ଧାରଣ ସମୟରେ ଆମକୁ କେଉଁ ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ଅଟେ ତାହା ମଧ୍ଯ ଅନେକଙ୍କୁ ଜଣା ନଥାଏ। ତେବେ ଆଜିର ଏହି ଲେଖା ମାଧ୍ୟମରେ ଆମେ ଜାଣିବା ଯେ ଜଣେ ମହିଳା ଗର୍ଭବତୀ ଥିବା ସମୟରେ କେଉଁ ସବୁ କଥା ବିଶେଷ ଧ୍ୟାନ ଦେବା ଆବଶ୍ୟକ ଅଟେ। ଏହାଛଡ଼ା ଆମେ ଜାଣିବା ଯେ କେଉଁ ଅସୁବିଧା କିମ୍ବା ସମସ୍ୟା ଥିଲେ ଶାରିରୀକ ସଂପର୍କ ସ୍ଥାପନ କରିବା ଉଚିତ୍ ହୋଇ ନଥାଏ। ଏସବୁ ନଜାଣି ନିଜ ହିସାବରେ ଶାରିରୀକ ସମ୍ବନ୍ଧ ରଖିଲେ ଆପଣ ଭବିଷ୍ୟତରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଏମିତି କଲେ ଆପଣଙ୍କୁ ଗର୍ଭପାତ ମଧ୍ଯ କରିବାକୁ ପଡିପାରେ। ଆପଣଙ୍କୁ ଜାଣିବାକୁ ପଡ଼ିବ ଯେ କେଉଁ ସମୟରେ ଶାରିରୀକ ସମ୍ପର୍କ ରଖିବା ଅନୁଚିତ୍ ଅଟେ। ଆପଣଙ୍କୁ କହି ରଖୁଛୁ ଯେ ଯଦି ଆପଣଙ୍କର ଏକାଧିକ ଥର ଗର୍ଭପାତ ହୋଇଛି ବା ସଠିକ୍ ସମୟ ପୁର୍ବରୁ ଡେଲିଭାରି ହୋଇଛି କିମ୍ବା ୟୁଟରାସ ର ମୁହଁ ଛୋଟ ହୋଇଛି କି ଷ୍ଟିଚ ପଡିଛି କିମ୍ବା ପ୍ଲାସେଣ୍ଟା ତଳ ଆଡକୁ ରହିଛି ତାହେଲେ ଏଭଳି ପରିସ୍ଥିତି ରେ ଆପଣଙ୍କୁ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ହୋଇ ନଥାଏ।ଆଉ ଯଦି ଏଭଳି ସମସ୍ୟା ଥାଇ ଆପଣ ସମ୍ବନ୍ଧ ରଖୁଛନ୍ତି ତେବେ ମହିଳାଙ୍କର ପ୍ରଥମ ୩ ମାସରେ ଗର୍ଭପାତ ହେବାର ସମ୍ଭାବନା ରହିଛି। ଏଥିରେ ରକ୍ତସ୍ରାବ ମଧ୍ଯ ହୋଇପାରେ। ଯଦି ଆପଣଙ୍କ ଶିଶୁର ବୃଦ୍ଧି ଆଉ ବିକାଶ ଠିକ୍ ଭାବରେ ହୋଇନଥାଏ ତେବେ ମଧ୍ଯ ଏହା ଶିଶୁ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ ଏଥିପାଇଁ ଯଥା ସମ୍ଭବ ସଚେତନ ରୁହନ୍ତୁ। ଏହାଛଡ଼ା ଯଦି ଆପଣ ମହିଳାଙ୍କ ସହ ସଂପର୍କ ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ସେମାନଙ୍କ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଅଟେ। କାରଣ ଏହାଦ୍ବାରା ଇନ୍ଫେକ୍ସନ ହେବାର ସମ୍ଭାବନା ରହିଥାଏ। ଆପଣ ଚାହିଁଲେ ୯ ମାସର ଶେଷ ବେଳକୁ ତାଙ୍କ ସହ ସଂପର୍କ ରଖି ପାରିବେ। କାରଣ ସେତେବେଳେ ଆପଣଙ୍କ ଶିଶୁ ର ବୃଦ୍ଧି ବିକାଶ ଠିକ୍ ଭାବରେ ହୋଇ ସାରିଥାଏ। ତେବେ ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ଅଟେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ଦେଖନ୍ତୁ ଭିଡ଼ିଓ : ପୁଣି ସାମ୍ନାକୁ ଆସିଲା ACF ସ୍ତ୍ରୀଙ୍କ ନୂଆ ତଥ୍ୟ, ବିବାହ ପୂର୍ବରୁ ପ୍ରେମିକ ସହ ଥିଲା ସମ୍ପର୍କ ! Next Post ଦେଖନ୍ତୁ ଛାତିଥରା ଭିଡିଓ : ନାବାଳକ ଯୁବକ କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ Video ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ….
2022-12-07T14:42:43Z
https://news22media.com/garvabasta-re-samparkaa-raakhibaa-thik-naa-bhul/
OSCAR-2301
Dr. Ananya – ପିରିୟଡ଼ର ଏତିକି ଦିନ ଭିତରେ ସମ୍ପର୍କ ରଖିଲେ ଗର୍ଭରେ ପୁଅ ଅଛି କି ଝିଅ ଅଛି ଜାଣିବା ସହଜ ଉପାୟ… – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home ଜୀବନଚର୍ଯ୍ୟା Dr. Ananya – ପିରିୟଡ଼ର ଏତିକି ଦିନ ଭିତରେ ସମ୍ପର୍କ ରଖିଲେ ଗର୍ଭରେ ପୁଅ ଅଛି କି ଝିଅ ଅଛି ଜାଣିବା ସହଜ ଉପାୟ… Dr. Ananya – ପିରିୟଡ଼ର ଏତିକି ଦିନ ଭିତରେ ସମ୍ପର୍କ ରଖିଲେ ଗର୍ଭରେ ପୁଅ ଅଛି କି ଝିଅ ଅଛି ଜାଣିବା ସହଜ ଉପାୟ… ଜୀବନଚର୍ଯ୍ୟା By Apurva Das 0 Share ଉଭୟ ଯୁବକ ଯୁବତୀ ଯେତେବେଳେ ବିବାହ କରନ୍ତି ସେତେବେଳେ ସେମାନଙ୍କ ପାଇଁ ଏହା ଏକ ବଡ଼ ପ୍ରଶ୍ନ ହୋଇଥାଏ ଯେ ସେମାନେ କେବେ ଏକ ସନ୍ତାନ କୁ ଜନ୍ମ ଦେବେ।ଏହା ବାପା ମାଆ ଙ୍କ ପାଇଁ ଏକ ସୌଭାଗ୍ୟ ସଦୃଶ ହୋଇଥାଏ। ହୁଏତ କିଛି ଦମ୍ପତ୍ତି ବିଳମ୍ବରେ ପିଲା ଚାହୁଁଥିବା ବେଳେ ଆଉ କିଛି ଦମ୍ପତ୍ତି ବିବାହ ପରେ ଅଳ୍ପ ସମୟ ବ୍ୟବଧାନରେ ସନ୍ତାନ ସନ୍ତତି ଚାହିଁଥାନ୍ତି। ତେବେ ଏଥିପାଇଁ ଜଣେ ମହିଳାଙ୍କୁ ତାଙ୍କର ଗର୍ଭ ଧାରଣ ନିମନ୍ତେ ଅନେକ କଥା ଜାଣିବାକୁ ପଡ଼ିଥାଏ। କେତେବେଳେ ଆଉ କେଉଁ ସମୟରେ ଶାରିରୀକ ସମ୍ପର୍କ ସ୍ଥାପନ କରିବା ରଖିବା ଦ୍ବାରା ଜଣେ ନାରୀ ଗର୍ଭବତୀ ହୋଇଥାଏ। ଏହାଛଡା ଜଣେ ମହିଳା ଙ୍କ ପେଟରେ ବଢୁଥିବା ସନ୍ତାନ ପୁଅ କି ଝିଅ ତାହା ଜାଣିବା ପାଇଁ ମଧ୍ୟ ଅନେକ ଦମ୍ପତ୍ତି ଙ୍କ ମନରେ ଏକ ଆଗ୍ରହ ନିଶ୍ଚିତ ରହିଥାଏ।ଆଜିର ସମୟରେ କିଛି କ୍ଷେତ୍ରରେ ଦେଖିବାକୁ ପାଉଥିବେ ଯେ ଆମ ସମାଜରେ ଗୋଟିଏ ପୁଅ ପିଲାକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି ସେହିପରି ଏକ ଝିଅ ପିଲାକୁ କରନ୍ତି ନାହିଁ।ତେବେ ଏଥିପାଇଁ ଲୋକେ ପିଲା ଗର୍ଭରେ ଥିବା ସମୟରେ ପିଲାର ଲିଙ୍ଗ ବିଷୟରେ ଜାଣିବାକୁ ଚାହିଁଥାନ୍ତି।ଏଥିପାଇଁ ଲୋକେ ଅଲଟ୍ରାସାଉଣ୍ଡ କରି ପୂର୍ବରୁ ଝିଅ ପିଲାକୁ ନଷ୍ଟ ମଧ୍ୟ କରି ଦେଇଥାନ୍ତି। ତେଣୁ ସରକାରଙ୍କ ତରଫରୁ ଏହାକୁ ବ୍ୟାନ୍ କରି ଦିଆ ଯାଇଛି। କାରଣ ଗର୍ଭସ୍ଥ ଶିଶୁ ର ଲିଙ୍ଗ ନିରୂପଣ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ। ତେବେ ଏଥିପାଇଁ ଏମିତି କିଛି ଲକ୍ଷଣ ଅଛି ଯାହା ଦ୍ଵାରା ଜାଣି ପାରିବେ ଆପଣଙ୍କ ଗର୍ଭସ୍ଥ ଶିଶୁଟି ହେଉଛି ପୁଅ। ତେବେ ଜାଣନ୍ତୁ ଯଦି ଆପଣ ଗର୍ଭବତୀ ଥିବା ସମୟରେ କାମ କରିବା ରେ କଷ୍ଟ ଅନୁଭବ ନକରିବେ କିମ୍ବା ଆପଣଙ୍କୁ ଅଳସୁଆ ନ ଲାଗିବ ତେବେ ପୁତ୍ର ସନ୍ତାନ ଲାଭ ହେବ।ଯଦି ଏହି ସମୟରେ ଛୋଟ ପେଟ ବାହାରିଥାଏ, ତେବେ ପୁଅ ହେବ।ଆପଣଙ୍କ ନାଭି ଯଦି ଓଲେଟେଇକି ବାହାରକୁ ବାହାରିଛି ତେବେ ପୁଅ ହେବ। ଯଦି ଗର୍ଭ ଧାରଣ ସମୟରେ ଆପଣଙ୍କର ନାକ ପୂ୍ର୍ବ ଅପେକ୍ଷା ଅଧିକ ମୋଟା ହୋଇ ଯାଇଛି ତାହେଲେ ପୁଅ ହେବ।ମନ ଫୁର୍ତ୍ତି ରହିବା ଏବଂ ଭଲ ଅନୁଭବ ହେବା ମଧ୍ୟ ପୁତ୍ର ସନ୍ତାନ ଲାଭ ର ସୂଚନା ଦିଏ।ଯଦି ମହିଳାଙ୍କ ପେଟ ଗୋଲ ଓ ଆଗକୁ ଫୁଲି ହୋଇ ରହି ଥାଏ ତେବେ ତାଙ୍କର ପୁତ୍ର ସନ୍ତାନ ହେବାର ସମ୍ଭାବନା ରହିଛି।ଯଦି ଜଣେ ଗର୍ଭବତୀ ମହିଳା ଖଟା କିମ୍ବା ଚଟପଟା ଜାତୀୟ ଖାଦ୍ୟ ଅଧିକ ଖାଇବାକୁ ଇଚ୍ଛା କରୁଛି ତେବେ ସେହି ମହିଲାର ପୁଅ ହେବାର ସମ୍ଭାବନା ରହିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ଦେଖନ୍ତୁ ଭିଡ଼ିଓ : ପ୍ରିୟଙ୍କା ଚୋପ୍ରା ଭୁଲିଗଲେ ନିଜ ସବୁ ଲାଜ ସରମ – ବିନା କିଛି ପୋଷାକ ପିନ୍ଧି ନିଜ ସ୍ୱାମୀ ସହ ଏମିତି ଅବସ୍ଥାରେ … Next Post କ୍ରାଇମବ୍ରାଞ୍ଚ ଟିମ କୁ ଦେଖି ହାତ ଯୋଡି ନ୍ୟାୟ ମାଗି କାନ୍ଦି ପକେଇଲା ACF ସୌମ୍ୟରଞ୍ଜନଙ୍କ ମାଆ, ଆଉ କହିଲେ…ଦେଖନ୍ତୁ ଭିଡ଼ିଓ
2022-12-07T12:18:09Z
https://news22media.com/piriod-ra-etiki-dina-bhita-re-2/
OSCAR-2301
ଏହା ଏକ ସମନ୍ୱିତ ଉଚ୍ଚ-ବ tech ଷୟିକ ଉଦ୍ୟୋଗ ଅଟେ ଯାହାକି R&D, ଉତ୍ପାଦନ, ଉତ୍ତାପ ମିଶ୍ରଣ ପାଇଁ ବିକ୍ରୟ, ଉଚ୍ଚ ତାପମାତ୍ରା ମିଶ୍ରଣ, କ୍ଷୟ ପ୍ରତିରୋଧକ ମିଶ୍ରଣ, ସଠିକ୍ ଆଲୁଅ ଇତ୍ୟାଦି ସହିତ ଏକୀକୃତ | ଏଥିରେ ତରଳିବା, ଥଣ୍ଡା ପ୍ରକ୍ରିୟାକରଣ, ଉତ୍ତାପ ଚିକିତ୍ସା ଠାରୁ ଆରମ୍ଭ କରି ପ୍ରସ୍ତୁତ ଦ୍ରବ୍ୟର ଯନ୍ତ୍ରପାତି ପର୍ଯ୍ୟନ୍ତ ଉତ୍ପାଦନ ଲାଇନଗୁଡ଼ିକର ସମ୍ପୂର୍ଣ୍ଣ ସେଟ୍ ଅଛି | କାରଖାନାର ଉନ୍ନତ ଉତ୍ପାଦନ ଉପକରଣ ଯଥା ଭ୍ୟାକ୍ୟୁମ୍ ଫର୍ଣ୍ଣେସ୍, ମଧ୍ୟବର୍ତ୍ତୀ ଫ୍ରିକ୍ୱେନ୍ସି ଇନଡକ୍ସନ୍ ଫର୍ଣ୍ଣେସ୍, ମଧ୍ୟମ ଏବଂ ଉଚ୍ଚ ତାପମାତ୍ରା ଉତ୍ତାପ ଚିକିତ୍ସା ବ electric ଦ୍ୟୁତିକ ଚୁଲା, ଇଲେକ୍ଟ୍ରୋସ୍ଲାଗ୍ ରିମେଲିଂ ଫର୍ଣ୍ଣେସ୍, ସଠିକ୍ ଷ୍ଟିଲ୍ ଷ୍ଟ୍ରିପ୍ କୋଲ୍ଡ ରୋଲିଂ ୟୁନିଟ୍, ତାର କୋଲ୍ଡ ଡ୍ରଇଂ ୟୁନିଟ୍, ଆନ୍ନାଲିଙ୍ଗ୍ ଫର୍ଣ୍ଣେସ୍, ରାଉଣ୍ଡ ବାର୍ ହଟ ରୋଲ୍ ଏବଂ ଥଣ୍ଡା | ଚିତ୍ରାଙ୍କନ ଏକକ | ପରୀକ୍ଷଣ ସୁବିଧାଗୁଡ଼ିକରେ ଫୋଟୋମିଟର, ରାସାୟନିକ ବିଶ୍ଳେଷଣ ଲାବୋରେଟୋରୀ, ଯାନ୍ତ୍ରିକ କାର୍ଯ୍ୟଦକ୍ଷତା ଲାବୋରେଟୋରୀ, ମେଟାଲୋଗ୍ରାଫିକ୍ ଲାବୋରେଟୋରୀ, ଅଲଟ୍ରାସୋନିକ୍ ଅଣ-ବିନାଶକାରୀ ପରୀକ୍ଷଣ ଏବଂ ଅନ୍ୟାନ୍ୟ ପ୍ରକାରର ପରୀକ୍ଷଣ ଉପକରଣ ଅନ୍ତର୍ଭୁକ୍ତ, ଯାହା ହାର୍ଡୱେର ସୁବିଧାଗୁଡ଼ିକରୁ ଉତ୍ପାଦର ଗୁଣକୁ ଦ୍ୱିଗୁଣିତ କରେ | କମ୍ପାନୀରେ ନିକେଲ୍ ଆଧାରିତ ଆଲୋଇସ୍, ଉଚ୍ଚ-ତାପମାତ୍ରା ଆଲୋଇସ୍ ଏବଂ ଆନୁଷଙ୍ଗିକ ସହାୟକ ହେଉଥିବା ଆମଦାନୀ ହୋଇଥିବା ୱେଲଡିଂ ତାର ଏବଂ ଇଲେକ୍ଟ୍ରୋଡ୍ସର ଏକ ବଡ଼ ଷ୍ଟକ୍ ଅଛି, ଯାହା ଗ୍ରାହକଙ୍କ ଜରୁରୀ ଆବଶ୍ୟକତାକୁ ସମାଧାନ କରିପାରିବ | ବିକ୍ରୟ ପରେ ସେବା କ୍ଷେତ୍ରରେ, କମ୍ପାନୀ ଉତ୍ପାଦ ପ୍ୟାକେଜିଂ ସେବା ପ୍ରତି ଗୁରୁତ୍ୱ ଦେଇଥାଏ ଏବଂ ଶିଳ୍ପରେ ଏକ ଉତ୍ତମ ଆଦର୍ଶ ଭୂମିକା ଗ୍ରହଣ କରିଛି | ବିଭିନ୍ନ ପ୍ରକାରର ମିଶ୍ରିତ ଦ୍ରବ୍ୟର ବ characteristics ଶିଷ୍ଟ୍ୟ ଅନୁଯାୟୀ, କମ୍ପାନୀ ବିଭିନ୍ନ ପ୍ୟାକେଜିଂ ଏବଂ ପରିବହନ ଧାରଣାକୁ ଆଗକୁ ବ and ାଇଥାଏ ଏବଂ ପରିବହନ ଏବଂ ସ୍ଥାନାନ୍ତର ଷ୍ଟେସନରେ ଗ୍ରାହକଙ୍କ ଉତ୍ପାଦଗୁଡିକ ଅକ୍ଷୁର୍ଣ୍ଣ ରହିବା ପାଇଁ ବିଭିନ୍ନ ପ୍ୟାକେଜିଂ ପ୍ରକ୍ରିୟା ପ୍ରସ୍ତୁତ କରିଥାଏ | ଚେଙ୍ଗ୍ ୟୁଆନ୍ ଭଲ ଉତ୍ପାଦ ଏବଂ ଉଚ୍ଚ-ଗୁଣାତ୍ମକ ସେବା ପ୍ରଦାନ ଉପରେ ଧ୍ୟାନ ଦେଇଥାଏ ଏବଂ ଗ୍ରାହକଙ୍କ ସର୍ବସମ୍ମତ ପ୍ରଶଂସା ଲାଭ କରିଛି | ଆମେ ନୂତନ ଉତ୍ପାଦ ଏବଂ ନୂତନ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ନିଜକୁ ଉଦ୍ଭାବନ ଏବଂ ଉତ୍ସର୍ଗୀକୃତ କରିବା ଜାରି ରଖିଛୁ, ଯାହା ଦ୍ customers ାରା ଗ୍ରାହକଙ୍କୁ ଉନ୍ନତ ଉତ୍ପାଦ, ବ technical ଷୟିକ ସହାୟତା ଏବଂ ବିକ୍ରୟ ପରେ ଅଧିକ ବିସ୍ତୃତ ସେବା ଯୋଗାଇଦେବା | ମୁଖ୍ୟ ଉତ୍ପାଦଗୁଡିକ | ଉତ୍ପାଦ ଫର୍ମରେ ତାର, ଫ୍ଲାଟ ତାର, ଷ୍ଟ୍ରିପ୍, ପ୍ଲେଟ୍, ବାର୍, ଫଏଲ୍, ସିମ୍ଲେସ୍ ଟ୍ୟୁବ୍, ତାର ଜାଲ, ପାଉଡର ଇତ୍ୟାଦି ଅନ୍ତର୍ଭୁକ୍ତ, ବିଭିନ୍ନ ଗ୍ରାହକଙ୍କ ପ୍ରୟୋଗ ଆବଶ୍ୟକତା ପୂରଣ କରିପାରିବ |
2022-12-03T12:54:22Z
http://or.chymetal.com/factory-tour/
OSCAR-2301
କଟକ(କେନ୍ଯୁଜ୍): SCBରେ ପିଜି ଡାକ୍ତରଙ୍କ ଆନ୍ଦୋଳନ ନେଇ ଅଚଳାବସ୍ଥା । SCB ପିଜି ଡାକ୍ତରମାନେ ୭ ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ । ଫଳରେ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି ।… ରାଜ୍ୟ ରୋଗୀ ମୃତ୍ୟୁ ନେଇ ବାରିପଦା ଓ ସମ୍ବଲପୁର ମେଡିକାଲରେ ଉତ୍ତେଜନା, ରୋଗୀ ସେବାରେ ଉପୁଜିଛି ବାଧା KNews Bureau Jun 29, 2019 0 ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଉତ୍ତେଜନା। ଜଣେ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂପର୍କୀୟଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି ଡାକ୍ତର ଓ ନର୍ସ। ପ୍ରତିବାଦରେ ଡାକ୍ତର ଓ ନର୍ସ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର ଚିକିତ୍ସାରେ ଅବହେଳା… ଦେଶ ବିଦେଶ କୋଲକାତାରେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ, ପଶ୍ଚିମବଙ୍ଗ ସମେତ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁରୁରେ… KNews Bureau Jun 14, 2019 0 କୋଲକାତା(କେନ୍ୟୁଜ୍) : କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦ। ପଶ୍ଚିମବଙ୍ଗ ସମେତ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ, ହାଇଦ୍ରାବାଦ, ବିହାରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଦିନିକିଆ ଧର୍ମଘଟ ଚଳାଇଛନ୍ତି। ସମର୍ଥନ କରିଛି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌। ସେହିପରି ଦିଲ୍ଲୀ…
2022-12-03T11:42:27Z
https://knewsodisha.com/tag/doctor-strike
OSCAR-2301
ଅମାବାସ୍ୟା ଅନ୍ଧାରରେ ସାରା ସହର ହଠାତ୍ ଆଲୋକିତ ହୋଇଉଠେ । ଶହ ଶହ ହନୁମାନ ଲାଂଜରେ ନିଆଁ ଲଗେଇ ବାହାରି ପଡନ୍ତି ଶୋଭାଯାତ୍ରାରେ। ସେମାନେ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ତିଆରି ହୋଇଥିବା ଟେରାକୋଟା ର ପ୍ରତିମା। ହନୁମାନ ମୂର୍ତ୍ତି ସବୁ ଦେଖିବାକୁ ଅଦ୍ଭୁତ। ମୁଣ୍ଡରେ ମୁକୁଟ, ଦାନ୍ତ ଦେଖା ହସ, ଚାରି ଗୋଡରେ ଭରା ଦେଇ ସେ ଠିଆ ହୋଇଥାନ୍ତି ଓ ଲାଂଜଟି ମୋଡି ହୋଇ ମୁଣ୍ଡ ଉପରେ ଠିଆ ହୋଇଥାଏ । ଲାଂଜ ଅଗରେ ମଶାଲ୍ ଲଗେଇ ଅବା ଶୁଖିଲା ଗୋବର ଭର୍ତି ମାଟି ସରେଇ ରେ ନିଆଁ ଧରେ ଦିଆଯାଏ।ହନୁମାନ ଦେହସାରା ରଂଗ ବେରଂଗ ଚିତ୍ର, ବେକରେ ମନ୍ଦାର ଫୁଲର ମାଳା, ଚାରି ପାଖେ ଡାଳ ପତ୍ରର ମଣ୍ଡଣୀ ଓ ପାଦରେ ବାଉଁଶ ଗଳେଇ ଲଗା ଯାଇଥାଏ ଚାରୋଟି ଚକ । ଚକ ରେ ଗଡି ଗଡି ହନୁମାନ ଲଂକାପୋଡି ଶୋଭାଯାତ୍ରାରେ ବାହାରନ୍ତି।ପ୍ରାଚୀନ ସୋନପୁର ବା ସୁବର୍ଣପୁର ସହରରେ ଭାଦ୍ରବ ଅମାବାସ୍ୟା ରାତିରେ ଏମିତି ଏକ ଅନନ୍ୟ ଶୋଭାଯାତ୍ରା ଦେଖିବାକୁ ମିଳିଥାଏ। ଜନ ଜୀବନରେ ଏହା ଲଂକାପୋଡି ଯାତ୍ରା, ପୁରା ଉଆଂସ, ହନୁମାନ ପୋଡି ଇତ୍ୟାଦି ନାମରେ ପରିଚିତ । ଏହି ନିଆରା ଯାତ୍ରାକୁ ନେଇ କେତୋଟି ବିଶେଷ କଥା- ୧. ସପ୍ତପୁରୀ ଅମାବାସ୍ୟା ପଶ୍ଚିମ ଓଡିଶାରେ ପୁରା ଉଆଁସ ନାଁ ରେ ପାଳିତ ହୁଏ । ତେବେ ଅନ୍ୟାନ୍ୟ ସ୍ଥାନ ତୁଳନା ରେ ସୋନପୁର ସହରରେ ଏହାର ପରିପାଳନ ଟିକେ ନିଆରା। ସକାଳୁ ରାତି ଯାଏଁ ବିଭିନ୍ନ ପର୍ୟାୟ ରେ ଏହି ଯାତ୍ରା ଭିନ୍ନ ଭିନ୍ନ ଶୈଳୀ ରେ ପାଳନ କରାଯାଏ । ୨. ସୋନପୁର ର ଦୁଇଟି କାରିଗର ଗୋଷ୍ଠୀ କୁମ୍ଭାର ଓ ଚିତ୍ରକର, ଏହି ଯାତ୍ରାର ମୁଖ୍ୟ ଯୋଗାଣିଆଁ । ଚିତ୍ରକର ମାନେ କାଠରେ ତିଆରି ହାତୀ, ଘୋଡା, ବଳଦ ଇତ୍ୟାଦିରେ ରଂଗ ଦେଇ , କାଠ ଚକ ଖଂଜି ବଜାରରେ ବିକ୍ରୀ କରନ୍ତି। ପ୍ରତ୍ୟେକ ଘରେ ସକାଳୁ ଏହି ଘୋଡା ହାତୀଙ୍କୁ ବନ୍ଦାପନା କରି ପିଲା ମାନଂକୁ ଖେଳିବାକୁ ଦିଆଯାଏ । ୩. ସକାଳ ପୂଜାରେ କାଠ ର ରଂଗୀନ ଘୋଡା ହାତୀ ଓ ମାଟିର ହନୁମାନ ପୂଜା ହୁଅନ୍ତି । ମାଟି ର କୁନି କୁନି ସରେଇ ରେ ଖଇ, ଛତୁ, ହୁଡୁମ, ମୁଢୀ ଇତ୍ୟାଦି ଖାଦ୍ୟକୁ ଗୁଡରେ ପାଗ କରି ବଢା ଯାଇଥାଏ । ଘର ଓ ପାଖ ପଡିଶାର ପିଲା ମାନଂକୁ ସ୍ତ୍ରୀଲୋକ ମାନେ ବନ୍ଦାଇ ଏହି ସବୁ ସରେଇ (ସ୍ଥାନୀୟ ଭାଷାରେ କୁଣ୍ଡି କାଂଚୀ ) ର ଖାଦ୍ୟକୁ ପିଲାଂକୁ ଉପହାର ଭାବରେ ଦିଅନ୍ତି । ୪. ଝିଅ ମାନେ ମାଟିରେ ତିଆରି ଏହି ସବୁ କୁନି କୁନି ଘର କରଣା କୁ କୁଲେଇ ରେ ନେଇ ଦିପହର ସାରା ଖେଳରେ ବ୍ୟସ୍ତ ରୁହନ୍ତି । ଖଇ, ହୁଡୁମ,ମୁଢି କୁ ଭାତ ତିଅଣର ବିକଳ୍ପ ଭାବେ ନିଆଯାଏ। ମାଟିର ଛୋଟିଆ ଚୁଲିରେ ମିଛି ମିଛିକା ରୋଷେଇ ହୁଏ। ସେଠି କଣ୍ଢେଇ ବାହାଘର ବି ହୁଏ । ଯେମିତି କି ସେ ଏକ ଘରକରଣା ତାଲିମ । ୫. ସୋନପୁର ର କୁମ୍ଭାର ମାନେ ଏହି ସମୟରେ ହଜାର ହଜାର ସରେଇ ଓ ମାଟିର ହନୁମାନ ତିଆରି କରି ବଜାରରେ ବିକ୍ରୀ କରିଥାନ୍ତି । ୬. ବାସ୍ତୁକଳା ଓ ଶିଳ୍ପ ଚାତୁରୀ ଅନୁସାରେ ସୋନପୁର ହନୁମାନର ଗଢଣ ଶୈଳୀ ସ୍ବତନ୍ତ୍ର। ପୃଥିବୀ ର ବହୁ ବିଖ୍ୟାତ ସଂଗ୍ରହାଳୟରେ ଏହା ସଂଗୃହିତ ହୋଇ ରହିଛି । କଂଚା ମାଟିରେ କୁମ୍ଭାର ଶାଳରେ ଏହାକୁ ନିର୍ମାଣ କରିବାର ଏକ ପାରମ୍ପରିକ କଳା କୌଶଳ ରହିଛି । ଏହି କଳା ରେ ପାରଦର୍ଶିତା ପ୍ରଦର୍ଶନ କରି ସୋନପୁର ର ଲୋକନାଥ ରଣା ବହୁ ଦେଶ ଓ ବିଦେଶ ରେ ସମ୍ମାନ ଲାଭ କରିଛନ୍ତି । ୭. ସନ୍ଧ୍ୟାରେ ସହର ର ସବୁ ଘରୁ ନିଆଁ ଲଗେଇ ହନୁମାନ ବାହାରନ୍ତି । ଶୋଭାଯାତ୍ରା ଶେଷରେ ସମଲେଇ ବା ସମଲେଶ୍ବରୀ ମଂଦିର ଟିକିରା ରେ ହନୁମାନ ମୁର୍ତୀ ସବୁ କଚାଡି ଭଂଗୀ ଦିଆଯାଏ । ଏହାକୁ କେହି କେହି ଏକ ତାନ୍ତ୍ରିକ ଉପଚାର ର ପ୍ରତୀକ ବୋଲି କହିଥାନ୍ତି । ୮. ଏହା ଏମିତି ଏକ ପର୍ବ ଯେଉଁଠି କଳା, କାରିଗରୀ ଓ କୃଷି ସଭ୍ୟତା ର ମିଳନ ଦେଖିବାକୁ ମିଳେ । ସେହିପରି ଝିଅମାନେ ଏହି ପର୍ବରେ ବେଶ୍ ସମ୍ମାନ ପାଇଥାନ୍ତି। ନେପାଳର କୁମାରୀ ପୂଜା ଓ ପୁରା ଉଆଂସ ର କୁମାରୀ ପୁଜାର ଏକ ପରୋକ୍ଷ ଯୋଗସୂତ୍ର ରହିଛି । ୯. ଏହା ହନୁମାନ ପୁଜା ନା ଲଂକାରେ ହନୁମାନ ସୃଷ୍ଟି କରିଥିବା ଉତ୍ପାତ ର ସ୍ମୃତି ଚାରଣ, ତାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି । ଇତିହାସ ରେ ଓ ଲୋକ କଥା ରେ ସୁବର୍ଣପୁରକୁ ଲଂକା ଅବା ପଶ୍ଚିମ ଲଂକା ବୋଲି କୁହା ଯାଇଛି । ସେହି ଦୃଷ୍ଟିରୁ ଏହି ପର୍ବକୁ ଏକ ଐତିହାସିକ ପୃଷ୍ଠଭୂମି ରେ ମଧ୍ୟ ଦେଖା ଯାଇ ପାରେ। ୧୦. ଗୋଟିଏ ପର୍ବରେ ବହୁ ସାଂସ୍କୃତିକ ବିବିଧତା ର ସମନ୍ବୟ ଘଟାଇ ଲଂକାପୋଡି ଯାତ୍ରା ଏକ ନିଆରା ପରମ୍ପରା ସୃଷ୍ଟି କରିଛି। ସମୟ ସହିତ ପର୍ବ ପାଳନର ଧାରା ମଧ୍ୟ ବଦଳୁଛି । ତେବେ ମୌଳିକ ଶିଳ୍ପ କଳା ଭାବରେ ହନୁମାନ ନିର୍ମାଣର କଳା କୌଶଳ ସହ କୌଣସି ସାଲିସ କରିବା ଉଚିତ ହେବ ନାହିଁ । ଏହି କଳା ର ସୁରକ୍ଷା ଲାଗି ସୋନପୁରରେ ଏକ ଟେରାକୋଟା ସଂଗ୍ରହାଳୟର ଆବଶ୍ୟକତା ରହିଛି । ଓଡିଶା ଡଟ କମ ଓଡିଶା ଡଟ କମ Filed Under: ମନୋରଞ୍ଜନ Tagged With: ଉତ୍ସବ, ଟେରାକୋଟା, ନିଆଁ, ପରମ୍ପରା, ଲଂକାପୋଡି, ସୁବର୍ଣପୁର, ହନୁମାନ Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-12-02T22:37:22Z
https://www.odisha.com/tag/%E0%AC%A8%E0%AC%BF%E0%AC%86%E0%AC%81/
OSCAR-2301
ମୀରଟ: ସେନା ବାହିନୀରେ ହୋଇଥିବା ନିଯୁକ୍ତିରେ ମଧ୍ୟ ଦୁର୍ନୀତି। ଦେଶର ସୁରକ୍ଷା କାମରେ ନିୟୋଜିତ ଯବାନଙ୍କ ସହ ସାଂଘାତିକ ଖେଳ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଜଣେ ଯୁବକ ଦୀର୍ଘ ୪ ମାସ ହେଲା ସେନା ବାହିନୀରେ କାମ କରୁଥିଲେ। ତାଙ୍କ ନିଯୁକ୍ତି ୧୦୮ ଇନ୍ଫାଟ୍ରୀ ବାଟାଲିୟନ ଟିଏ(ଟେରିଟୋରିଆଲ ଆର୍ମି)ର ପଠାନକୋଟର ୨୭୨ ଟ୍ରାଞ୍ଜିଟ କ୍ୟାମ ମାହାରରେ ହୋଇଥିବା ସେ ଜାଣିଥିଲେ। ତାଙ୍କୁ ଏଥିପାଇଁ ପରିଚୟପତ୍ର ଓ ୟୁନିଫର୍ମ ମଧ୍ୟ ମିଳିଥିଲା। ତେବେ ୪ ମାସ କାମ କରିବା ପରେ ସେ ଜାଣିବାକୁ ପାଇଛନ୍ତି ଯେ ତାଙ୍କ ନିଯୁକ୍ତି କେବେ ହେଲେ ହୋଇନାହିଁ। ବିନା ନିଯୁକ୍ତିରେ ସେନା କ୍ୟାମ୍ପରେ କାମ କରିବା ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଏନେଇ ଯୁବକ ଜଣଙ୍କ ଏଫଆଇଆର ମଧ୍ୟ କରିଛନ୍ତି। ଆର୍ମି ସୂତ୍ର ଅନୁସାରେ, ମନୋଜ କୁମାର ନାମକ ଜଣେ ଯୁବକ ୪ ମାସ କାମ କରିବା ସହ ମାସିକ ୧୨,୫୦୦ ଟଙ୍କା ଲେଖାଏ ମଧ୍ୟ ଦରମା ନେଇଛନ୍ତି। ଜୁଲାଇ ମାସରେ ତାଙ୍କର ନିଯୁକ୍ତି ହୋଇଥିବା ମଧ୍ୟ କୁହାଯାଉଛି। କିନ୍ତୁ ବାସ୍ତବ କଥା ହେଉଛି ଯେ ଗାଜିଆବାଦରେ ରହୁଥିବା ୨୦ ବର୍ଷୀୟ ମନୋଜ କୁମାର କୌଣସି ପ୍ରକାରର ସେନା ବାହିନୀ ପକ୍ଷରୁ କାମ କରୁ ନଥିଲେ। ରାହୁଲ ସିଂହ ନାମକ ଭାରତୀୟ ସେନାରେ କାମ କରୁଥିବା ଜଣେ ସିପାହୀ ତାଙ୍କୁ ୧୬ ଲକ୍ଷ ଟଙ୍କା ବଳରେ ଏପରି ନିଯୁକ୍ତି ଦେଇଥିଲେ। ରାହୁଲଙ୍କ ଘର ମୀରଟର ଦଉରାଲା ରିଜନରେ। ମଙ୍ଗଳବାର ନିଯୁକ୍ତି ସ୍କାମରେ ତାଙ୍କୁ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି। ମିଲିଟାରୀ ଇଣ୍ଟେଲଜେନ୍ସେର ତଥ୍ୟ ଆଧାରରେ ମୀରଟ ପୁଲିସ୍‌ ରାହୁଲ ସିଂହ ଓ ବିଟୁ ସିଂହଙ୍କୁ ଗିରଫ କରିଛି। ତାଙ୍କର ଆଉ ଜଣେ ସହଯୋଗୀ ରାଜା ସିଂହ ବର୍ତ୍ତମାନ ସୁଦ୍ଧାର ଫେରାର ରହିଛନ୍ତି। ସେମାନଙ୍କ ନାଁରେ ୪୨୦, ୪୬୭, ୪୭୧, ୪୦୬, ୩୨୩, ୫୦୬ ଓ ୧୨୦ ବି ଅନୁଯାୟୀ ମାମଲା କରାଯାଇଛି। ୨୦୧୯ରେ ସେନାରେ ସାମିଲ ହୋଇଥିବା ରାହୁଲ ସିଂହ ଅକ୍ଟୋବର ୨୨ରେ ସ୍ୱାସ୍ଥ୍ୟଗତ କାରଣରୁ ଅବସର ନେଇଥିଲେ। ତେବେ ସେ ସେନା ବାହିନୀରେ କାର୍ଯ୍ୟ କରିବା ସମୟରେ ନିଜକୁ ଅତ୍ୟନ୍ତ ଉଚ୍ଚ ପାହ୍ୟାର ଅଧିକାରୀ ଭାବେ ସମସ୍ତଙ୍କୁ ପରିଚୟ ଦେଉଥିଲେ। ଏଥିସହ ଯୁବକମାନଙ୍କୁ ସେନା ବାହିନୀରେ ନିଯୁକ୍ତି ପାଇଁ ସହଯୋଗ କରୁଥିଲେ ବୋଲି ସମସ୍ତଙ୍କୁ କହୁଥିଲେ। ଆହୁରି ପଢ଼ନ୍ତୁ ଆସୁଛି ବାତ୍ୟା! ୧୩ ଜିଲ୍ଲା ପାଇଁ ଜାରି ହେଲା ରେଡ ଆଲର୍ଟ 10 hours ago ୩ ମହିଳା, ୩ ଜଣ ପୁରୁଷ ପଥରରେ ଛେଚି ଜଣଙ୍କୁ ମାରିଦେଲେ 12 hours ago ଏକଥାକୁ ତାଙ୍କର ଦୁଇ ସହଯୋଗୀ ପ୍ରଚାର କରିବା ସହ ଆଶାୟୀମାନଙ୍କୁ ରାହୁଲ ସିଂହଙ୍କ ପାଖକୁ ଆଣୁଥିଲେ। ଏମାନଙ୍କ ମଧ୍ୟରୁ ମନୋଜ କୁମାର ଅନ୍ୟତମ। ମନୋଜ କୁମାରଙ୍କ ଠାରୁ ଟଙ୍କା ନେବା ପରେ ରାହୁଲ ସିଂହ ତାଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ। ଯୋଜନା ମୁତାବକ ସେନା ପୋଷାକରେ ଥିବା ବେଳେ ରାହୁଲ ସିଂହ ତାଙ୍କୁ ଡାକିବା ସହ ରାଇଫଲ ଧରାଇ ଡ୍ୟୁଟି କରିବାକୁ କହିଥିଲେ। ମନୋଜ କୁମାର କହିଛନ୍ତି, “ମୋତେ ୨୭୨ ଟ୍ରାଞ୍ଜିଟ କ୍ୟାମ୍ପକୁ ଡକା ଯାଇଥିଲା। ବରିଷ୍ଠ ରାଙ୍କର ଅଫିସର ଭଳି ଦେଖାଯାଉଥିବା ଜଣେ ଲୋକ ମୋତେ କ୍ୟାମ୍ପ ଭିତରକୁ ନେଇଥିଲେ। ସେଠାରେ ମୋର କୁଲିନାରୀ ଦକ୍ଷତାର ଟେଷ୍ଟ କରାଯାଇଥିଲା। ମୁଁ ଫିଜିକାଲ ମଧ୍ୟ ଦେଇଥିଲି। ଏହାପରେ ରାହୁଲ ସିଂହ ମୋତେ ନିଯୁକ୍ତି ମିଳିଥିବା କଥା କହିଥିଲେ। କିନ୍ତୁ ପ୍ରାଥମିକ ଅବସ୍ଥାରେ ମୋତେ ଏକାଧିକ କାମ କରିବାକୁ ପଡ଼ିବ ବୋଲି ସେ ସର୍ତ୍ତ ରଖିଥିଲେ। ମୋତେ ଇନସାସ ରାଇଫଲ ଦିଆଯାଇଥିଲା ଓ କ୍ୟାମ୍ପରେ ନିଯୁକ୍ତି ମିଳିଥିଲା। ଏମିତି କିଛି ଦିନ ଚାଲିବା ପରେ ମୁଁ ସେଠାରେ ଥିବା କିଛି ଯବାନଙ୍କ ସହ କଥା ହୋଇଥିଲି। ସେମାନେ ମୋ ନିଯୁକ୍ତିପତ୍ର ଓ ଆଇଡି ଦେଖି ଏହା ନକଲି ବୋଲି କହିଥିଲେ। ଏ ସମ୍ପର୍କରେ ମୁଁ ରାହୁଲ ସିଂହଙ୍କ ସହ କଥା ହୋଇଥିଲେ ମଧ୍ୟ ସେ ଏହାକୁ ଧ୍ୟାନ ଦେଇ ନଥିଲେ। ଶେଷରେ ଅକ୍ଟୋବର ଶେଷ ସପ୍ତାହରେ ମୋତେ କାନପୁରରେ ଥିବା ଏକାଡେମୀକୁ ଫିଜିକାଲ ଟ୍ରେନିଂ ପାଇଁ ସେ ପଠାଇ ଦେଇଥିଲେ। ସେଠାରୁ ମୋତେ ଘରକୁ ପଠାଇ ଦିଆଯାଇଥିଲା। ନିକଟରେ ମୁଁ ତାଙ୍କୁ ଏକଥା କହିବାରୁ ସେ ମୋତେ ଧମକ ଦେବା ଆରମ୍ଭ କରିଥିଲେ।” କୁମାର କ୍ୟାମ୍ପରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବନ୍ଧୁମାନେ ସନ୍ଦେହ କରିଥିବାରୁ ସେନା ବାହିନୀ ପକ୍ଷରୁ ପୂରା ଘଟଣାର ତଦନ୍ତ ହୋଇଥିଲା। ତଦନ୍ତ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି।
2022-12-07T00:52:53Z
https://odishareporter.in/nation-world/india/after-serving-in-army-for-4-months-man-realises-he-was-never-recruited-783742
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ସ୍ଵାସ୍ଥ୍ୟ ସ୍ଵାସ୍ଥ୍ୟ ଶରୀରକୁ ସୁସ୍ଥ ରଖିବା ସହ ସ୍ମୃତିଶକ୍ତି ବଢାଇବା ପାଇଁ ଡାଏଟ୍ ରେ ଖାଆନ୍ତୁ ଏହି ଡ୍ରାଏଫୁଡ… The Sakala Bureau Nov 25, 2022 0 ସ୍ଵାସ୍ଥ୍ୟ ଚାହା ପିଇବା ପରେ କେବେ ବି ପିଅନ୍ତୁ ନାହିଁ ପାଣି, ସ୍ବାସ୍ଥ୍ୟ ପାଇଁ ହୋଇଥାଏ… ସ୍ଵାସ୍ଥ୍ୟ ଶୀତଦିନରେ ଖାଆନ୍ତୁ ମହୁ ଓ ଡାଲ୍‌ଚିନି: କମିବ ଚର୍ବି, ବୃଦ୍ଧି ହେବ ରୋଗପ୍ରତିରୋଧକ… ସ୍ଵାସ୍ଥ୍ୟ ଜାଣନ୍ତୁ କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ…. ସ୍ଵାସ୍ଥ୍ୟ ଶୀତଋତୁରେ ଆପଣଙ୍କର ଟନ୍‌ସିଲ୍‌ ସମସ୍ୟା ଦେଖାଦେଉଛି କି, ଜାଣନ୍ତୁ ଏହାର ଘରୋଇ… Browsing Category ସ୍ଵାସ୍ଥ୍ୟ ଅଟୋମୋବାଇଲ ଅପରାଧ ଆତ୍ମଜୀବନୀ ଆମ ରୋଷେଇ ଓଡ଼ିଶା କାହାଣୀ ଖେଳ ଖବର ସ୍ଵାସ୍ଥ୍ୟ ପ୍ରଦୂଷଣଜନିତ ସ୍ବାସ୍ଥ୍ୟ ସମସ୍ୟା ଦୂର… ପରିବେଶ ପ୍ରଦୂଷଣ ଯୋଗୁଁ ଏବେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତେବେ ଏସବୁ ସମସ୍ୟାର ନିରାକରଣ ପାଇଁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ କିଛି ଖାଦ୍ୟକୁ ସାମିଲ୍‌ କରନ୍ତୁ। - ପ୍ରତିଦିନ କିଛି ପରିମାଣରେ ଗୁଡ଼ ଖାଆନ୍ତୁ। -ଜାଇଫଳ ତେଲରେ ଭିଟାମିନ୍‌-ଇ ରହିଛି, ଯାହାକି ପ୍ରଦୂଷଣଜନିତ… ସ୍ଵାସ୍ଥ୍ୟ ସ୍ବର ମାଧ୍ୟମରେ ଚିହ୍ନଟ ହେବ ରୋଗ କୌଣସି ରୋଗ ଚିହ୍ନଟ କରିବାପାଇଁ ରକ୍ତ ପରୀକ୍ଷା, ସିଟିସ୍କାନ୍‌, ଇସିଜି ଓ ଅଲ୍‌ଟ୍ରାସାଉଣ୍ଡ୍‌ ଭଳି ଅତ୍ୟାଧୁନିକ ମେସିନ୍‌ର ବ୍ୟବହାର ହେଉଛି। କିନ୍ତୁ ଆଗାମୀ ଦିନରେ ସ୍ବର ମାଧ୍ୟମରେ ରୋଗ ଚିହ୍ନଟ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ଆମେରିକାର ଫ୍ଲୋରିଡା ବିଶ୍ବବିଦ୍ୟାଳୟର… ସ୍ଵାସ୍ଥ୍ୟ ଯକ୍ଷ୍ମା ନିରାକରଣରେ ‘ଆର୍ଟିଫିସିଆଲ୍‍… ଭୁବନେଶ୍ୱର: ସହଜ ହେବ ଯକ୍ଷ୍ମା ଚିହ୍ନଟ ପ୍ରକ୍ରିୟା। ତୃଣମୂଳ ସ୍ତରରେ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଏଣିକି ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ବ୍ୟବହୃତ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଅତି ସହଜ ପ୍ରକ୍ରିୟାରେ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ। କେବଳ ଛାତି ଏକ୍ସ-ରେ ରିପୋର୍ଟକୁ ଆଧାର କରି ତାହା… ସ୍ଵାସ୍ଥ୍ୟ ଜାଣନ୍ତୁ ବ୍ରେନ୍‌ ଷ୍ଟ୍ରୋକର କାରଣ ଓ… ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବାରୁ ବ୍ରେନ୍‌କୁ ଶରୀରର କଣ୍ଟ୍ରୋଲ୍‌ ରୁମ୍‌ ବୋଲି କୁହାଯାଏ। ବ୍ରେନ୍‌ରେ ଥିବା ନ୍ୟୁରୋ କୋଷିକାଗୁଡ଼ିକ ଅହରହ ଅମ୍ଳଜାନ, ଗ୍ଲୁକୋଜ୍ ଓ ଅନ୍ୟ ପୋଷକତତ୍ତ୍ବ ଉପରେ ନିର୍ଭର କରେ। ଯେତେବେଳେ ବ୍ରେନ୍‌ କାର୍ଯ୍ୟକ୍ଷମ ପାଇଁ ଅର୍ଟି ବା ଧମନୀ… ସ୍ଵାସ୍ଥ୍ୟ ସ୍ବାସ୍ଥ୍ୟ ବିଜ୍ଞାନୀମାନଙ୍କୁ ଆଉ ଏକ… ବିଜ୍ଞାନର ବିକାଶ ଯୋଗୁଁ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ବଡ଼ ପରିବର୍ତ୍ତନ ଆସିଛି, ଯାହାଦ୍ବାରା ରୋଗୀ ମୃତ୍ୟୁହାର ଦିନକୁ ଦିନ କମ୍ ହେବାରେ ଲାଗିଛି। ଏବେ ଏହି ଧାରାରେ ସ୍ବାସ୍ଥ୍ୟ ବିଜ୍ଞାନୀମାନଙ୍କୁ ଆଉ ଏକ ସଫଳତା ମିଳିଛି। ଲିଭର୍‌ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହା ପ୍ରଯୁଜ୍ୟ ହୋଇପାରିବ। ଜଟିଳ… ସ୍ଵାସ୍ଥ୍ୟ ମାନସିକ ଚାପ ଓ ଅବସାଦ ଦୂର ପାଇଁ… ଏକୁଟିଆ ଖାଦ୍ୟ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ୁଥିବାବେଳେ ମିଳିମିଶି ଖାଦ୍ୟ ଖାଇବା ଦ୍ବାରା ମାନସିକ ଚାପ ଓ ଅବସାଦ ଦୂର ହୋଇଥାଏ ବୋଲି ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି। ଆମେରିକୀୟ ସଂସ୍ଥା ‘ଆମେରିକାନ୍‌ ହାର୍ଟ ଆସୋସିଏସନ୍’ ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ଏଥିରେ ୧୦୦୦ ଲୋକଙ୍କୁ… ସ୍ଵାସ୍ଥ୍ୟ ଜଟିଳ ରୂପ ନେଉଛି ହୃଦ୍‌ଘାତ ଜନିତ… ଏବେ ବହୁତ କମ୍‌ ବୟସରେ ହୃଦ୍‌ରୋଗ ସମସ୍ୟା ଦେଖାଯାଉଛି। ଏକ ଦଶନ୍ଧି ପୂର୍ବରୁ ପରିଣତ ବୟସରେ ଏଭଳି ସମସ୍ୟା ଦେଖାଯାଉଥିଲା। ଏବେ ୪୦-୫୦ ବର୍ଷ ବୟସରେ ଲୋକେ ଅଧିକ ହୃଦ୍‌ଘାତର ଶିକାର ହେଉଛନ୍ତି। ଦିନକୁ ଦିନ ହୃଦ୍‌ଘାତ ସମସ୍ୟା ଜଟିଳ ରୂପ ନେଉଥିବାରୁ କମ୍‌ ବୟସରୁ ମଧ୍ୟ ସମସ୍ତେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ… ସ୍ଵାସ୍ଥ୍ୟ ଫିଟ୍‌ ରହିବା ପାଇଁ ଆପଣାନ୍ତୁ ଏହି ୧୦ଟି… ଫିଟ୍‌ ରହିବା ଏବେ ସାଧାରଣ ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଦେଖାଗଲାଣି। କାରଣ ଏବେ କମ୍ ବୟସରେ ମଧ୍ୟ ଉଚ୍ଚ ରକ୍ତଚାପ, ମେଦବହୁଳତା, ମଧୁମେହ ଭଳି ରୋଗ ଦେଖାଯାଉଛି। ଦଶଟି ସହଜ ସୂତ୍ର ଆପଣାଇ ଜଣେ ଯେକୌଣସି ବୟସରେ ନିଜକୁ ଫିଟ୍‌ ରଖିହେବ। ନିୟମିତ ସକାଳେ ଓ ସଂଧ୍ୟାବେଳେ ଅନ୍ତତଃ ଅଧଘଣ୍ଟା ଲେଖାଏଁ… ସ୍ଵାସ୍ଥ୍ୟ ଜାଣନ୍ତୁ ଡେଙ୍ଗୁ ଜ୍ୱରର ଲକ୍ଷଣ ଓ ଏହାର… ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ ଅଟେ। ଏହି ଭୂତାଣୁ ମଶାମାନଙ୍କ ଦ୍ୱାରା ବ୍ୟାପେ। ଜଣେ ପୀଡ଼ିତ ବ୍ୟକ୍ତିକୁ ଯଦି ଡେଙ୍ଗୁ ଭୂତାଣୁ ବାହକ ମଶା କାମୁଡ଼େ, ତେବେ ସେହି ସଂକ୍ରାମକ ମଶା ଯାହାକୁ ବି କାମୁଡ଼େ ସେ ଡେଙ୍ଗୁ ଭୂତାଣୁ ଦ୍ୱାରା ସଂକ୍ରମଣ ହେବା ନିଶ୍ଚିତ ଅଟେ। ତେଣୁ ଏହା ଏକ ସଂକ୍ରାମକ ରୋଗ ଅଟେ। ଏହା… ସ୍ଵାସ୍ଥ୍ୟ ଜାଣନ୍ତୁ ୫ଟି ଫୁଲର ଔଷଧୀୟ ଗୁଣ…. ପୂଜାର୍ଚ୍ଚନା କିମ୍ବା ସାଜସଜ୍ଜା କାମରେ ଫୁଲର ବ୍ୟବହାର ଅଧିକ ହୋଇଥାଏ। ଏହା ସହିତ ଆୟୁର୍ବେଦରେ ଫୁଲକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ବିଭିନ୍ନ ପ୍ରକାର ଫୁଲରେ ଥିବା ଔଷଧୀୟଗୁଣ ବିଭିନ୍ନ ରୋଗ ଦୂର କରିଥାଏ। ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ କ୍ରମେ ଫୁଲକୁ ଔଷଧ ଭାବେ ଖାଇପାରିବେ। ନଚେତ୍‌ ଏସବୁର…
2022-11-28T01:12:58Z
https://thesakala.in/health-news/
OSCAR-2301
[[File:Batteries for recycling.JPG|thumb|ପୁନଃପ୍ରକ୍ରିୟାକରଣ (Recycling) ପାଇଁ ରଖାଯାଇଥିବା ବିଭିନ୍ନ ପ୍ରକାରର ବ୍ୟାଟେରୀ]] ଆଲେସାନ୍ଦ୍ରୋ ଭୋଲ୍ଟା, ୧୮୦୦ ମସିହାରେ ପ୍ରଥମ ବିଦ୍ୟୁତ୍-ରସାୟନିକ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ, ଯାହାର ନାମ ଥିଲା ଭୋଲ୍ଟାଇକ ପାଇଲ୍ । ଏହା ତମ୍ବା ଓ ଦସ୍ତା ଫଳକ ଗୁଡ଼ିକୁ ଗଦାଇ ତିଆରି ହୋ‍ଇଥିଲା । ଫଳକ ଗୁଡିକ ଲୁଣିପାଣିରେ ଭିଜିଥିବା କାଗଜପଟା ଦ୍ୱାରା ପୃଥକ୍ ହୋ‍ଇ ରହିଥିଲା ।ଏଥିରୁ ସ୍ଥିର ଭାବେ ଅଳ୍ପ କରେଣ୍ଟ ଦୀର୍ଘ ସମୟ ଧରି ଉତ୍ପନ୍ନ ହେ‍ଉଥିଲା । ଭୋଲ୍ଟା ଜାଣିପାରି ନଥିଲେ ଯେ କରେଣ୍ଟ, ରାସାୟନିକ ପ୍ରକ୍ରିୟା ଯୋଗୁଁ ଉତ୍ପନ୍ନ ହେଉଛି । ସେ ଧରିନେଇଥିଲେ ଯେ ତାଙ୍କ ସେଲ୍ ବିଦ୍ୟୁତ୍ ରବିଦ୍ୟୁତ୍ର ଅକ୍ଷୟ ଭଣ୍ଡାର । ରାସାୟନିକ ପ୍ରକ୍ରିୟାରେ ଇଲେକ୍ଟ୍ରୋଡ ଗୁଡ଼ିକର ଅବକ୍ଷୟ ଯେ ସେଲ୍ ରସେଲ୍ର କାର୍ଯ୍ୟପ୍ରଣାଳୀର ଅଂଶ ଓ କୌଣସି ପାର୍ଶ୍ୱ ପ୍ରଭାବ ନୁହଁ ତାହା ସେ ହୃଦୟଙ୍ଗମ କରିପାରିନଥିଲେ, ଯାହାକି ପରେ ୧୮୩୪ ରେ ମାଇକେଲ ଫାରାଡ଼େ ପଦର୍ଶିତ କରିଥିଲେ ।
2022-11-29T15:49:11Z
https://or.m.wikipedia.org/wiki/%E0%AC%AC%E0%AC%BF%E0%AC%B6%E0%AD%87%E0%AC%B7:MobileDiff/278706
OSCAR-2301
ଭୁବନେଶ୍ୱର: ଦିନକୁ ଦିନ ଅନେକ ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ବଢ଼ିବାରେ ଲାଗିଛି। ଯାହାପାଇଁ ଅଧିକ ଲୋକ ବିଭିନ୍ନ ପ୍ରକାର ଔଷଧ ସେବନ କରୁଛନ୍ତି। କିନ୍ତୁ ଏହି ଔଷଧ ଆପଣଙ୍କ ଶରୀର ପାଇଁ ବିଷ ସଦୃଶ ହୋଇପାରେ। ଆଜିକାଲି ଅଧିକ ଗ୍ୟାସ ଜନିତ ପେଟ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ପେଟ ସମସ୍ୟା ଖାସ କରି ଗ୍ୟାସ୍ ପାଇଁ ହିଁ ହେଉଛି, ଯାହାପାଇଁ ପେଟ ଫୁଲୁଛି। ବେଳେ ବେଳେ ମାସିକ ଋତୁସ୍ରାବ ପାଇଁ ମଧ୍ୟ ପେଟ ଫୁଲିଥାଏ କିନ୍ତୁ ଆପଣ ଏହାକୁ ଘରୋଇ ଉପଚାର କରି ପାରିବେ। ତେବେ ପେଟରେ ଗ୍ୟାସ୍ ହେବାର ଅନେକ କାରଣ ରହିଥାଏ, ଯାହାକି ଆପଣଙ୍କୁ ଅସୁବିଧାରେ ପକାଇପାରେ। ଯଦି ଏହାର ଠିକ୍ ସମୟରେ ଉପଚାର ହୋଇନପାରେ ଏହା ବଡ଼ ରୋଗର କାରଣ ହୋଇପାରେ। ତେବେ ପେଟ ଫୁଲିବାର ମଧ୍ୟ ଅନେକ କାରଣ ଥାଇପାରେ। ଗ୍ୟାସ୍, ଖାଦ୍ୟପେୟରେ ଅସୁବିଧା ଇତ୍ୟାଦି। ଏଥିପାଇଁ ଆପଣ କିଛି ହୋମ ରେମେଡିଜ୍ ଟ୍ରାଏ କରନ୍ତୁ। ଲେମ୍ବୁ ପାଣି: ପେଟର ଯେକୌଣସି ଅସୁବିଧା ପାଇଁ ଆପଣ ଲେମ୍ବୁ ପାଣି ପିଇ ପାରିବେ। କାରଣ ଏଥିରେ ସାଇଟ୍ରିକ ଏସିଡ୍ ରହିଥାଏ, ଯାହା ପେଟ ଯନ୍ତ୍ରଣା ପାଇଁ ଲାଭ ଦାୟକ। ପାଣିରେ ଲେମ୍ବୁ ରସ ଓ ଲୁଣ ମିଶାଇ ପିଇଲେ ଏହା ପେଟ ଯନ୍ତ୍ରଣାରୁ ମୁକ୍ତି ଦେବ। ଏଲୋବେରା: ଘି କୁଆଁରୀ ବା ଏଲୋବେରାରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଛି। ଏହାକୁ ପାଣିରେ ମିଶାଇ ପିଇ ପାରିବେ। ପଇଡ଼ ପାଣି: ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ପଇଡ଼ ପାଣି ମଧ୍ୟ ପିଇ ପାରିବେ। ଏଥିରେ ଆଣ୍ଟିଇନ୍ଫ୍ଲେମେଟୋରି ଓ ବିଭିନ୍ନ ଭିଟାମିନ ତତ୍ତ୍ଵ ରହିଛି। ତେଣୁ ଆପଣ ପଇଡ଼ ପାଣି ମଧ୍ୟ ପିଇ ପାରିବେ। ଜିଞ୍ଜର ଟି: ପେଟ ଜନିତ କୌଣସି ସମସ୍ୟା ଥିଲେ ଆପଣ ଘରେ ଅଦା ଚା’ ବା ଜିଞ୍ଜର ଟି’ ତିଆରି କରି ମଧ୍ୟ ପିଇ ପାରିବେ। କାରଣ ଏଥିରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଗୋଡ଼ ହାତ ବିନ୍ଧୁଥିଲେ ମଧ୍ୟ ଆପଣ ଜିଞ୍ଜର ଟି’ ତିଆରି କରି ପିଇ ପାରିବେ। ଜୁଆଣି ଓ ପାନମଧୁରୀ: ଅଧିକ ଗ୍ୟାସ୍ ଥିଲେ ଓ ପେଟ ଫୁଲିଥିଲେ ଆପଣ ଜୁଆଣି ପାଣି ମଧ୍ୟ ପିଇ ପାରିବେ। ଆପଣ ପାନମଧୁରୀ ଚା’ କରି ମଧ୍ୟ ତାହାକୁ ପିଇ ପାରିବେ। ଗୁଡ଼: ଏଥିରେ ଅଧିକ ମାତ୍ରାରେ ପୋଟାସିୟମ ଓ ଲୋ ସୋଡ଼ିୟମ ରହିଛି। ଏହା ଏସିଡକୁ ବାଲାନ୍ସ କରେ। ଶରୀରରେ ଥିବା କୋଷକୁ ମଜବୁତ୍ କରେ। କଦଳୀ: କଦଳୀରେ ଭିଟାମିନ ବି୬ ଭରପୁର ପରିମାଣରେ ରହିବା ସହିତ ପୋଟାସିୟମ ମଧ୍ୟ ରହିଛି। ପେଟ ଓ କିଡନୀ ଜନିତ ସମସ୍ୟା ହେଲେ କଦଳୀ ଖାଇବା ଉଚିତ୍।
2022-11-29T13:58:31Z
https://www.odiaspotnews.in/news-details/health-tips-1665116170
OSCAR-2301
ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ କଲେ ରାଜ୍ୟ ସରକାର, ତୃଣମୂଳ ସ୍ତରରେ ପରିବର୍ତ୍ତନ ପାଇଁ କାମ କରିବାକୁ ଦେଲେ ପରାମର୍ଶ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ କଲେ ରାଜ୍ୟ ସରକାର, ତୃଣମୂଳ ସ୍ତରରେ ପରିବର୍ତ୍ତନ ପାଇଁ କାମ କରିବାକୁ ଦେଲେ ପରାମର୍ଶ ରାଜ୍ୟ By KNews Bureau On Sep 21, 2022 କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ ତୃଣମୂଳ ସ୍ତରରେ ଅଭିବୃଦ୍ଧିର ଏକ ଇଞ୍ଜିନ ବୋଲି ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଏକସଙ୍ଗେ ଭୁବନେଶ୍ବରର ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ଜୟଦେବ ଭବନ ଠାରେ ଆୟୋଜିତ ହୋଇଥିଲା। ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ମୋଟ ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନୂତନ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଓ ଏହାର ଗ୍ରାମାଞ୍ଚଳରେ ୭୦ ପ୍ରତିଶତରୁ ଅଧିକ ଲୋକ ବିଭିନ୍ନ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ମାଧ୍ୟମରେ ନିଜର ଆୟ ବୃଦ୍ଧି କରିପାରୁଛନ୍ତି। ରାଜ୍ୟ ସରକାର ଏହି କୃଷକଙ୍କ ଜୀବନକୁ ଅଧିକ ଆରାମଦାୟକ କରିବା, ରୋଜଗାର ବଢାଇବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରକୁ କୃଷକ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଅଭିବୃଦ୍ଧିର ଏକ ଇଞ୍ଜିନ ଭାବରେ ଚିହ୍ନଟ କରାଯାଇଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରାମାଞ୍ଚଳରେ ଲୋକଙ୍କ ପ୍ରୋଟିନ କ୍ୟାଲୋରୀ ଆବଶ୍ୟକତା ପୂରଣ କରିବା, ପୁଷ୍ଟିସାଧନ ଓ ସର୍ବୋପରି ଖାଦ୍ୟ ସୁରକ୍ଷା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରର ସ୍ବତନ୍ତ୍ର ଭୂମିକା ରହିଛି । ତେଣୁ ଏହି ବିଭାଗର ଅଧିକାରୀମାନେ ସେମାନଙ୍କ ଦାୟିତ୍ବ କେତେ ଗୁରୁତ୍ବପୂର୍ଣ୍ଣ ତାହା ଅନୁଭବ କରିବା ଉଚିତ ବୋଲି ସେ ମତ ଦେଇଥିଲେ । ୫-ଟି ଉପକ୍ରମ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା, ଟିମ୍ ସ୍ପିରିଟ୍‌ରେ କାମ କରିବା ଓ ବୈଷୟିକ ଜ୍ଞାନର ପ୍ରୟୋଗ ଦ୍ବାରା ତୃଣମୂଳ ସ୍ତରରେ ପ୍ରକୃତ ପରିବର୍ତ୍ତନକୁ ସୁନିଶ୍ଚିତ କରିହେବ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ପାଇଁ ରାସ୍ତା ତିଆରି ହୋଇପାରିବ। ନବନିଯୁକ୍ତ କର୍ମଚାରୀମାନେ ସ୍ୱଚ୍ଛତା ବଜାୟ ରଖିବା ସହ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ସେ ଆଶା ପ୍ରକଟ କରିଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଆଜି ରାଜ୍ୟରେ ପ୍ରାଣୀଜ ଉତ୍ପାଦନ ବୃଦ୍ଧି ପାଇଛି। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ଦୁଗ୍‌ଧ ଉତ୍ପାଦନ ୩ ଗୁଣ, ମାଂସ ଉତ୍ପାଦନ ୬ ଗୁଣ, ଅଣ୍ଡା ୩ ଗୁଣ ଓ ମାଛ ଉତ୍ପାଦନ ୪ ଗୁଣ ବୃଦ୍ଧି ପାଇଛି ବୋଲି ସେ କହିଥିଲେ। ଏହି ନୂତନ ନିଯୁକ୍ତି ରାଜ୍ୟରେ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ନିୟୋଜିତ ଚାଷୀଙ୍କ ଜୀବନରେ ଖୁସି ଏବଂ ପରିବର୍ତ୍ତନ ଆଣିପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟରେ ନିଯୁକ୍ତି କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । ରାଜ୍ୟରେ ବିଭିନ୍ନ କମିଶନ ଓ ବିଭାଗ ଦ୍ବାରା ପ୍ରତି ମାସରେ ହଜାର ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ସେ କହିଥିଲେ। ଆନୁସାଙ୍ଗିକ କ୍ଷେତ୍ରରେ ବିକାଶ ଯୋଗୁ ଗ୍ରାମାଞ୍ଚଳରେ ଅଧିକ ଆର୍ଥିକ ଅଭିବୃଦ୍ଧି ଘଟୁଛି ବୋଲି ସେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ନବନିଯୁକ୍ତ କର୍ମଚାରୀ ଓ ଅଧିକାରୀ – ସହକାରୀ ପ୍ରାଣୀ ଚିକିତ୍ସକ ଡଃ ରିଷି ନନ୍ଦ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଶୁଭଶ୍ରୀ ସୌଭାଗ୍ୟଲକ୍ଷ୍ମୀ ବାରିକ ଓ ପ୍ରାଣୀଧନ ନିରୀକ୍ଷକ ସନ୍ତୋଷ କୁମାର ସାହୁ ପ୍ରମୁଖ ନିଯୁକ୍ତି ପ୍ରକ୍ରିୟାରେ ନିଜର ଅଭିଜ୍ଞତା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଯୁବସମାଜକୁ ଭରସା ଦେଇଛି ବୋଲି ପ୍ରକାଶ କରିଥିଲେ। ରାଜ୍ୟର ରୂପାନ୍ତରର ଯୁଗକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ସେମାନେ ସ୍ବଚ୍ଛତାର ସହ ଉତ୍ସର୍ଗୀକୃତ ଭାବରେ କାମ କରିବେ ବୋଲି କହିଥିଲେ । ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ମତ ବିନିମୟ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରାମର୍ଶ ଦେଇ କହିଲେ ଯେ ସେମାନେ ଯେଭଳି ଏକ ସ୍ବଚ୍ଛ ପ୍ରକ୍ରିୟାରେ ନିଯୁକ୍ତି ପାଇ ନିଜର ଦକ୍ଷତାର ପରିଚୟ ଦେଇପାରିଛନ୍ତି, ସେହିଭଳି ଚାକିରୀ କ୍ଷେତ୍ରରେ ମଧ୍ୟ ସ୍ବଚ୍ଛତା ବଜାୟ ରଖି ରାଜ୍ୟବାସୀଙ୍କ ସେବା କରିବା ଜରୁରୀ। ରାଜ୍ୟରେ ପ୍ରାଣୀଜ ସଂପଦ ବୃଦ୍ଧି କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହୋଇଛି ଏବଂ ଚାଷୀମାନଙ୍କ ରୋଜଗାର ଦୁଇ ଗୁଣ ବୃଦ୍ଧି ପାଇଁ ପ୍ରାଣୀସଂପଦର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପ୍ରାଣୀ ଚିକିତ୍ସକ ପଦବୀକୁ ଗ୍ରୁପ-ବି ରୁ ଗ୍ରୁପ-ଏ କରିଛନ୍ତି। ଏକ୍ଷେତ୍ର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଚାଷୀମାନଙ୍କ ରୋଜଗାର ୩ ଗୁଣ କରିବା ପାଇଁ ବିଭାଗର ସମସ୍ତ କର୍ମଚାରୀ ୫-ଟି ଉପକ୍ରମ ଅନୁସରଣ କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରା ଉପସ୍ଥିତ ଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଶାସନ ସଚିବ ଏସ.କେ ବଶିଷ୍ଟ ସ୍ବାଗତ ଭାଷଣ ଦେଇଥିଲେ ଓ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ଗ୍ରାମୀଣ ପରିବାରକୁ ଜୀବିକା, ରୋଜଗାର, ପ୍ରୋଟିନ୍ ସପ୍ଲିମେଣ୍ଟେସନ୍ ଏବଂ ଖାଦ୍ୟ ନିରାପତ୍ତା ଯୋଗାଉଥିବାରୁ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ ଏବଂ ମତ୍ସ୍ୟ ବିଶେଷଜ୍ଞଙ୍କ ଭୂମିକା ଅପରିହାର୍ଯ୍ୟ ହୋଇପଡିଛି। ପ୍ରାଣୀ ସ୍ବାସ୍ଥ୍ୟସେବା ପରିଚାଳନା, ଗ୍ରାମାଞ୍ଚଳ ଲୋକମାନଙ୍କ ଜୀବିକା, ବିଶେଷକରି ମହିଳା ଏବଂ ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁରକ୍ଷିତ କରିବା ପାଇଁ ପ୍ରାଣୀ ଚିକିତ୍ସକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କନିଷ୍ଠ ଯନ୍ତ୍ରୀ ମାନେ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ଭିତ୍ତିଭୂମି ନିର୍ମାଣରେ ସହଯୋଗ କରନ୍ତି। ପ୍ରାଣୀଧନ ନିରୀକ୍ଷକ ଓ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ମାନେ ତୃଣମୂଳ ସ୍ତରର ପ୍ରମୁଖ କର୍ମଚାରୀ ଯେଉଁମାନେ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥାନ୍ତି। ସରକାରଙ୍କ ବିଭିନ୍ନ କାର୍ଯକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ସେମାନେ କାର୍ଯ କରିଥାନ୍ତି। cm naveen pattanaikfishries dept Share FacebookTwitterWhatsAppEmail Prev Post ଘର ଯୋଗାଇଦେବା ନାଁରେ ଲୋକଙ୍କୁ ମୋଟା ଅଙ୍କର ଚୂନ ମାରିଛି ଧୂର୍ତ୍ତ ଉମାକାନ୍ତ ମହାନ୍ତି, ଗୋଟେ ଯୋଡ଼େ ନୁହେଁ କୋଟି କୋଟି ଟଙ୍କା ଠକିଛି
2022-11-29T10:39:01Z
https://knewsodisha.com/state/state-govt-another-804-employee-appointed-in-fishries-and-animal-welfare-dept-in-odisha-484367
OSCAR-2301
ନୋବେଲ ଆଠଗୁଣ ପଥ: ପାନ୍ନା ପ୍ରାପ୍ତ ଜ୍ଞାନ, ବ intellectual ଦ୍ଧିକ ଜ୍ଞାନ, ଅଭିଜ୍ଞତା ଜ୍ଞାନ - କାଲାପା - ଚାରୋଟି ଉପାଦାନ - ତିନୋଟି ଗୁଣ: ଅପାରଗତା, ଅହଂକାରର ଭ୍ରମାତ୍ମକ ପ୍ରକୃତି, ଯନ୍ତ୍ରଣା - ସ୍ପଷ୍ଟ ବାସ୍ତବତା ଦେଇ ପ୍ରବେଶ କରେ < / i> ତୃତୀୟ ଦିନ ଶେଷ ହୋଇଛି | ଆସନ୍ତାକାଲି ଅପରାହ୍ନରେ ଆପଣ ନୋବଲ୍ ଆଠଗୁଣ ପଥର ତୃତୀୟ ବିଭାଗ ପାନ୍ନା i> କ୍ଷେତ୍ରକୁ ପ୍ରବେଶ କରିବେ | ଜ୍ଞାନ ବିନା, ରାସ୍ତା ଅସମ୍ପୂର୍ଣ୍ଣ ରହିଥାଏ | ଜଣେ ସିଲା ଅଭ୍ୟାସ କରି ପଥ ଆରମ୍ଭ କରେ, ଅର୍ଥାତ୍ ଅନ୍ୟର କ୍ଷତି ନକରିବା ଦ୍ୱାରା; କିନ୍ତୁ ଯଦିଓ ଜଣେ ଅନ୍ୟର କ୍ଷତି କରିପାରେ ନାହିଁ, ତଥାପି ଜଣେ ମନରେ ଅପବିତ୍ରତା ସୃଷ୍ଟି କରି ନିଜକୁ କ୍ଷତି ପହଞ୍ଚାଏ | ତେଣୁ ଜଣେ ସମାଦୀ i> ର ପ୍ରଶିକ୍ଷଣ ନେଇଥାଏ, ମନକୁ ନିୟନ୍ତ୍ରଣ କରିବାକୁ ଶିଖେ | ସୃଷ୍ଟି ହୋଇଥିବା ଅପବିତ୍ରତାକୁ ଦମନ କର | ଅବଶ୍ୟ, ଅପବିତ୍ରତାକୁ ଦମନ କରିବା ଦ୍ୱାରା ତାହା ଦୂର ହୁଏ ନାହିଁ | ସେମାନେ ଚେତାଶୂନ୍ୟ ଅବସ୍ଥାରେ ରୁହନ୍ତି ଏବଂ ସେଠାରେ ବହୁଗୁଣିତ ହୁଅନ୍ତି, ନିଜ ପାଇଁ କ୍ଷତି ଘଟାଇବା ଜାରି ରଖନ୍ତି | ତେଣୁ ଧାମର ତୃତୀୟ ସୋପାନ, ପାନ୍ନା i>: ଅପବିତ୍ରତାକୁ ମାଗଣା ଲାଇସେନ୍ସ ପ୍ରଦାନ କରୁନାହିଁ କିମ୍ବା ଦମନ କରୁନାହିଁ, ବରଂ ସେମାନଙ୍କୁ ଉଠିବାକୁ ଏବଂ ବିଲୋପ କରିବାକୁ ଅନୁମତି ଦେଇଛି | ଯେତେବେଳେ ଅପବିତ୍ରତା ଦୂର ହୁଏ, ମନ ଅପରିଷ୍କାରରୁ ମୁକ୍ତ ହୁଏ | ଏବଂ ଯେତେବେଳେ ମନ ଶୁଦ୍ଧ ହୋଇଯାଏ, ତା’ହେଲେ କ effort ଣସି ପ୍ରୟାସ ବିନା କାର୍ଯ୍ୟରୁ ଦୂରେଇ ଯାଏ ଯାହା ଅନ୍ୟକୁ କ୍ଷତି ପହଞ୍ଚାଏ କାରଣ ପ୍ରକୃତି ଦ୍ୱାରା ଏକ ଶୁଦ୍ଧ ମନ ଅନ୍ୟମାନଙ୍କ ପାଇଁ ଶୁଭେଚ୍ଛା ଏବଂ କରୁଣାରେ ପରିପୂର୍ଣ୍ଣ | ସେହିଭଳି, କ effort ଣସି ପ୍ରୟାସ ବିନା ଜଣେ ନିଜକୁ କ୍ଷତି କରୁଥିବା କାର୍ଯ୍ୟରୁ ଦୂରେଇ ଯାଏ | ଜଣେ ସୁଖୀ, ସୁସ୍ଥ ଜୀବନ ବିତାଇଥାଏ | ଏହିପରି ପଥର ପ୍ରତ୍ୟେକ ପଦକ୍ଷେପରେ ପରବର୍ତ୍ତୀ ଆଡକୁ ଯିବା ଜରୁରୀ | ସିଲା i> ସମାଦୀ i> ର ବିକାଶକୁ ନେଇଥାଏ, ଡାହାଣ ଏକାଗ୍ରତା; ସମାଦୀ i> ପାନ୍ନା i> ର ବିକାଶକୁ ନେଇଥାଏ, ଜ୍ଞାନ ଯାହା ମନକୁ ଶୁଦ୍ଧ କରିଥାଏ; ପାନ୍ନା i> ନିବାନା i>, ସମସ୍ତ ଅଶୁଦ୍ଧତାରୁ ମୁକ୍ତି, ପୂର୍ଣ୍ଣ ଜ୍ଞାନବୋଧକୁ ନେଇଥାଏ | ପାନ୍ନା i> ର ବିଭାଜନ ମଧ୍ୟରେ ନୋବେଲ ଆଠଗୁଣ ପଥର ଆଉ ଦୁଇଟି ଅଂଶ ପଡ଼େ: (7) ସାମମା-ସାନକାପ୍ପା I> - ଠିକ୍ ଚିନ୍ତାଧାରା | ଜ୍ଞାନର ବିକାଶ ଆରମ୍ଭ କରିବା ପୂର୍ବରୁ ସମଗ୍ର ଚିନ୍ତା ପ୍ରକ୍ରିୟା ବନ୍ଦ ହେବା ଆବଶ୍ୟକ ନୁହେଁ | ଚିନ୍ତାଧାରା ରହିଥାଏ, କିନ୍ତୁ ଚିନ୍ତାଧାରାର pattern ାଞ୍ଚା ବଦଳିଯାଏ | ଶ୍ iration ାସକ୍ରିୟା ବିଷୟରେ ସଚେତନତା ଅଭ୍ୟାସ ହେତୁ ମନର ପୃଷ୍ଠ ସ୍ତରରେ ଥିବା ଅପବିତ୍ରତା ଦୂର ହେବାକୁ ଲାଗିଲା | ଲୋଭ, ଘୃଣା, ଏବଂ ଭ୍ରାନ୍ତି ଚିନ୍ତାଧାରା ପରିବର୍ତ୍ତେ, ଜଣେ ସୁସ୍ଥ ଚିନ୍ତାଧାରା, ଧାମ ବିଷୟରେ ଚିନ୍ତା କରିବା ଆରମ୍ଭ କରେ, ନିଜକୁ ମୁକ୍ତ କରିବାର ଉପାୟ | (8) ସମ୍ମା-ଦିଥୀ i> - ସଠିକ୍ ବୁ understanding ାମଣା | ଏହା ପ୍ରକୃତ ପାନ୍ନା i>, ବାସ୍ତବତାକୁ ଯେପରି ବୁ understanding ିବା, ତାହା ଯେପରି ଦେଖାଯାଉଛି ତାହା ନୁହେଁ | ଜ୍ଞାନର ପାନ୍ନା i> ର ବିକାଶରେ ତିନୋଟି ପର୍ଯ୍ୟାୟ ଅଛି | ପ୍ରଥମଟି ହେଉଛି ସୁଟା-ମାୟା ପାନ୍ନା i>, ଅନ୍ୟର ଶବ୍ଦ ଶୁଣିବା କିମ୍ବା ପ reading ଼ିବା ଦ୍ୱାରା ପ୍ରାପ୍ତ ଜ୍ଞାନ | ସଠିକ୍ ଦିଗରେ ସେଟ୍ କରିବା ପାଇଁ ଏହି ପ୍ରାପ୍ତ ଜ୍ଞାନ ବହୁତ ସାହାଯ୍ୟକାରୀ | ତଥାପି, ନିଜେ ଏହା ମୁକ୍ତ କରିପାରିବ ନାହିଁ, କାରଣ ବାସ୍ତବରେ ଏହା କେବଳ ed ଣ ପ୍ରାପ୍ତ ଜ୍ଞାନ | ଅବିଶ୍ୱାସ ଜଣକୁ ନର୍କକୁ ନେଇଯିବେ, କିମ୍ବା ବୋଧହୁଏ ଲୋଭରୁ, ଏହା ବିଶ୍ true ାସ ଜଣଙ୍କୁ ସ୍ୱର୍ଗକୁ ନେଇଯିବା ଭୟରେ ଜଣେ ଏହାକୁ ସତ୍ୟ ବୋଲି ଗ୍ରହଣ କରେ | କିନ୍ତୁ ଯେକଣସି ପରିସ୍ଥିତିରେ, ଏହା ନିଜ ଜ୍ଞାନ ନୁହେଁ | ପ୍ରାପ୍ତ ଜ୍ଞାନର କାର୍ଯ୍ୟ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ଉଚିତ: ସିଣ୍ଟା-ମାୟା ପାନ୍ନା i>, ବ intellectual ଦ୍ଧିକ ବୁ understanding ାମଣା | ଯୁକ୍ତିଯୁକ୍ତ, ବ୍ୟବହାରିକ, ଲାଭଦାୟକ କି ନୁହେଁ ଦେଖିବା ପାଇଁ ଯୁକ୍ତିଯୁକ୍ତ ଭାବରେ ଜଣେ ଯାହା ଶୁଣିଛି କିମ୍ବା ପ read ିଛି ତାହା ପରୀକ୍ଷା କରେ; ଯଦି ଅଛି, ତେବେ ଜଣେ ଏହାକୁ ଗ୍ରହଣ କରେ | ଏହି ଯୁକ୍ତିଯୁକ୍ତ ବୁ understanding ାମଣା ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଯଦି ଏହା ନିଜେ ଶେଷ ବୋଲି ଧରାଯାଏ ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ | କେହି କେହି ତାଙ୍କର ବ intellectual ଦ୍ଧିକ ଜ୍ଞାନର ବିକାଶ କରନ୍ତି, ଏବଂ ନିଷ୍ପତ୍ତି ନିଅନ୍ତି ଯେ ସେ ଜଣେ ଅତି ଜ୍ଞାନୀ ବ୍ୟକ୍ତି | ସେ ଯାହା ଶିଖନ୍ତି ତାହା କେବଳ ତାଙ୍କର ଇଗୋକୁ ବ ate ାଇବା ପାଇଁ ସେବା କରେ | ସେ ମୁକ୍ତିଠାରୁ ବହୁତ ଦୂରରେ। ବ intellectual ଦ୍ଧିକ ବୁ understanding ାମଣାର ଉପଯୁକ୍ତ କାର୍ଯ୍ୟ ହେଉଛି ପରବର୍ତ୍ତୀ ପର୍ଯ୍ୟାୟକୁ ନେବା; ଭବନା-ମାୟା ପାନ୍ନା i>, ଜ୍ଞାନ ସ୍ତରରେ ଯାହା ନିଜ ଭିତରେ ବିକଶିତ ହୁଏ, ଅଭିଜ୍ଞତା ସ୍ତରରେ | ଏହା ହେଉଛି ପ୍ରକୃତ ଜ୍ଞାନ | ପ୍ରାପ୍ତ ଜ୍ଞାନ ଏବଂ ବ intellectual ଦ୍ଧିକ ବୁ understanding ାମଣା ଅତ୍ୟନ୍ତ ଉପଯୋଗୀ ଯଦି ସେମାନେ ପରବର୍ତ୍ତୀ ପଦକ୍ଷେପ ନେବାକୁ ଗୋଟିଏ ପ୍ରେରଣା ଏବଂ ମାର୍ଗଦର୍ଶନ ଦିଅନ୍ତି | ତଥାପି, ଏହା କେବଳ ଅଭିଜ୍ wisdom ଜ୍ wisdom ାନ ଯାହା ମୁକ୍ତି ଦେଇପାରେ, କାରଣ ଏହା ନିଜ ନିଜର ଅଭିଜ୍ on ତା ଉପରେ ଆଧାରିତ, ଏହା ହେଉଛି ନିଜର ଜ୍ wisdom ାନ | ତିନି ପ୍ରକାରର ଜ୍ଞାନର ଏକ ଉଦାହରଣ: ଜଣେ ରୋଗୀ ଅସୁସ୍ଥ ବ୍ୟକ୍ତିଙ୍କୁ medicine ଷଧ ପାଇଁ ଏକ ପ୍ରେସକ୍ରିପସନ୍ ଦିଅନ୍ତି | ସେହି ବ୍ୟକ୍ତି ଘରକୁ ଯାଆନ୍ତି, ଏବଂ ତାଙ୍କ ଡାକ୍ତରଙ୍କ ଉପରେ ଅତ୍ୟଧିକ ବିଶ୍ faith ାସ ହେତୁ ସେ ପ୍ରତିଦିନ ପ୍ରେସକ୍ରିପସନ୍ ପ rec ନ୍ତି; ଏହା ହେଉଛି ସୁଟା-ମାୟା ପାନ୍ନା i> | ସେଥିରେ ସନ୍ତୁଷ୍ଟ ନୁହଁନ୍ତି, ବ୍ୟକ୍ତି ଡାକ୍ତରଙ୍କ ନିକଟକୁ ଫେରି ଆସନ୍ତି ଏବଂ ପ୍ରେସକ୍ରିପସନ୍, ଏହା କାହିଁକି ଆବଶ୍ୟକ ଏବଂ ଏହା କିପରି କାର୍ଯ୍ୟ କରିବ ସେ ସମ୍ବନ୍ଧରେ ଏକ ବ୍ୟାଖ୍ୟା ଆବଶ୍ୟକ କରେ ଏବଂ ଗ୍ରହଣ କରେ; ଏହା ହେଉଛି ସିଣ୍ଟା-ମାୟା ପାନ୍ନା i> | ଶେଷରେ ସେହି ବ୍ୟକ୍ତି medicine ଷଧ ନିଏ; କେବଳ ସେତେବେଳେ ତାଙ୍କର ରୋଗ ଦୂର ହୋଇଯାଏ | ଲାଭ କେବଳ ତୃତୀୟ ସୋପାନରୁ ଆସିଥାଏ, ଭବାନା-ମାୟା ପାନ୍ନା i> | ତୁମେ medicine ଷଧ ସେବନ କରିବାକୁ, ନିଜର ଜ୍ଞାନର ବିକାଶ ପାଇଁ ଏହି ପାଠ୍ୟକ୍ରମକୁ ଆସିଛ | ଏହା କରିବା ପାଇଁ, ଆପଣ ନିଶ୍ଚିତ ଭାବରେ ଅଭିଜ୍ଞତା ସ୍ତରରେ ସତ୍ୟ ବୁ understand ିବା ଆବଶ୍ୟକ | ଏତେ ଦ୍ୱନ୍ଦ୍ୱ ବିଦ୍ୟମାନ ଅଛି କାରଣ ଜିନିଷଗୁଡିକ ଦେଖାଯାଉଥିବା ପଦ୍ଧତି ସେମାନଙ୍କର ପ୍ରକୃତ ପ୍ରକୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ | ଏହି ଦ୍ୱନ୍ଦ୍ୱକୁ ହଟାଇବା ପାଇଁ, ଆପଣଙ୍କୁ ଅଭିଜ୍ଞ ଜ୍ଞାନର ବିକାଶ କରିବାକୁ ପଡିବ | ଏବଂ ଶରୀରର framework ାଞ୍ଚା ବାହାରେ, ସତ୍ୟ ଅନୁଭବ ହୋଇପାରିବ ନାହିଁ; ଏହା କେବଳ ବ intellectual ଦ୍ଧିକ ହୋଇପାରିବ | ତେଣୁ ସମସ୍ତ ଭ୍ରାନ୍ତିରୁ, ସମସ୍ତ ବନ୍ଧନରୁ ବାହାରିବା ପାଇଁ, ତୁମ ଭିତରେ ସତ୍ୟର ଅନୁଭବ କରିବାର କ୍ଷମତା ବିକାଶ କରିବାକୁ ପଡିବ | ସମସ୍ତେ ଜାଣନ୍ତି ଯେ ସମଗ୍ର ବ୍ରହ୍ମାଣ୍ଡ କ୍ରମାଗତ ଭାବରେ ପରିବର୍ତ୍ତନ ହେଉଛି, କିନ୍ତୁ ଏହି ବାସ୍ତବତାର କେବଳ ବ intellectual ଦ୍ଧିକ ବୁ understanding ାମଣା ସାହାଯ୍ୟ କରିବ ନାହିଁ; ଜଣେ ନିଜ ଭିତରେ ଏହାକୁ ଅନୁଭବ କରିବା ଜରୁରୀ | ବୋଧହୁଏ ଏକ ଦୁ umat ଖଦ ଘଟଣା, ଯେପରିକି ନିକଟସ୍ଥ କିମ୍ବା ପ୍ରିୟଙ୍କ ମୃତ୍ୟୁ, ଜଣକୁ ଅପାରଗତାର କଠିନ ସତ୍ୟର ସାମ୍ନା କରିବାକୁ ବାଧ୍ୟ କରେ, ଏବଂ ଜଣେ ଜ୍ଞାନ ବିକାଶ କରିବାକୁ ଲାଗେ, ସାଂସାରିକ ସାମଗ୍ରୀ ପଛରେ ଚେଷ୍ଟା କରିବା ଏବଂ ଅନ୍ୟମାନଙ୍କ ସହ rel ଗଡା କରିବାର ବୃଥା ଦେଖିବା | କିନ୍ତୁ ଶୀଘ୍ର ଅହଂକାରର ପୁରୁଣା ଅଭ୍ୟାସ ନିଜକୁ ପୁନ ass ସ୍ଥିର କରେ, ଏବଂ ଜ୍ଞାନ କ୍ଷୀଣ ହୁଏ, କାରଣ ଏହା ପ୍ରତ୍ୟକ୍ଷ, ବ୍ୟକ୍ତିଗତ ଅଭିଜ୍ଞତା ଉପରେ ଆଧାରିତ ନୁହେଁ | ଜଣେ ନିଜ ଭିତରେ ଅପାରଗତାର ବାସ୍ତବତା ଅନୁଭବ କରି ନାହିଁ | ସବୁକିଛି ଏଫେମେରାଲ୍ ଅଟେ, ପ୍ରତି ମୁହୂର୍ତ୍ତରେ ଉଠିଥାଏ ଏବଂ ଚାଲିଯାଏ - anicca ; କିନ୍ତୁ ପ୍ରକ୍ରିୟାର ଦ୍ରୁତତା ଏବଂ ନିରନ୍ତରତା ସ୍ଥାୟୀତାର ଭ୍ରମ ସୃଷ୍ଟି କରେ | ଏକ ମହମବତୀ ଏବଂ ବ electric ଦ୍ୟୁତିକ ଦୀପର ଆଲୋକ ଉଭୟ | କ୍ରମାଗତ ପରିବର୍ତ୍ତନ ହେଉଛି ଯଦି କାହାର ଇନ୍ଦ୍ରିୟ ଦ୍ୱାରା ପରିବର୍ତ୍ତନ ପ୍ରକ୍ରିୟା ଚିହ୍ନଟ ହୋଇପାରିବ, ଯେପରି ମହମବତୀ ଅଗ୍ନିରେ ସମ୍ଭବ, ତେବେ ଭ୍ରମରୁ ବାହାରି ପାରିବେ | କିନ୍ତୁ ଯେତେବେଳେ, ବ electric ଦ୍ୟୁତିକ ଆଲୋକ ପରି, ପରିବର୍ତ୍ତନ ସେପରି ହୁଏ | ଦ୍ରୁତ ଏବଂ ନିରନ୍ତର | ଯେ ଜଣେ ଇନ୍ଦ୍ରିୟ ଏହାକୁ ଚିହ୍ନଟ କରିପାରିବ ନାହିଁ, ତେବେ ଭ୍ରମ ଭାଙ୍ଗିବା ଅଧିକ କଷ୍ଟକର | ଜଣେ ପ୍ରବାହିତ ନଦୀର କ୍ରମାଗତ ପରିବର୍ତ୍ତନକୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରେ, କିନ୍ତୁ କିପରି ବୁ to ିବାକୁ ହେବ ଯେ ସେହି ନଦୀରେ ଗାଧୋଇଥିବା ବ୍ୟକ୍ତି ମଧ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନ କରୁଛନ୍ତି? ଭ୍ରମକୁ ଭାଙ୍ଗିବାର ଏକମାତ୍ର ଉପାୟ ହେଉଛି ନିଜ ଭିତରେ ଅନୁସନ୍ଧାନ କରିବା, ଏବଂ ନିଜର ଶାରୀରିକ ଏବଂ ମାନସିକ ଗଠନର ବାସ୍ତବତାକୁ ଅନୁଭବ କରିବା | ସିଦ୍ଧାର୍ଥ ଗୋଟାମା ବୁଦ୍ଧ ହେବା ପାଇଁ ଏହା କରିଥିଲେ | ସମସ୍ତ ପୂର୍ବ ଧାରଣାକୁ ଛାଡି ସେ ଶାରୀରିକ ଏବଂ ମାନସିକ ଗଠନର ପ୍ରକୃତ ପ୍ରକୃତି ଆବିଷ୍କାର କରିବାକୁ ନିଜକୁ ପରୀକ୍ଷା କଲେ | ଅତ୍ୟାଧୁନିକ, ସ୍ପଷ୍ଟ ବାସ୍ତବତା ସ୍ତରରୁ ଆରମ୍ଭ କରି ସେ ସୂକ୍ଷ୍ମ ସ୍ତରକୁ ପ୍ରବେଶ କଲେ ଏବଂ ସେ ଦେଖିଲେ ଯେ ସମଗ୍ର ଭ physical ତିକ ଗଠନ, ସମଗ୍ର ବସ୍ତୁ ଜଗତ, ସାବାଟୋମିକ୍ କଣିକା ଦ୍ୱାରା ଗଠିତ, ଯାହାକୁ ପାଲି ଆଥା କାଲାପା i> କୁହାଯାଏ | ଏବଂ ସେ ଆବିଷ୍କାର କଲେ ଯେ ଏହିପରି ପ୍ରତ୍ୟେକ କଣିକା ଚାରୋଟି ଉପାଦାନ - ପୃଥିବୀ, ଜଳ, ଅଗ୍ନି, ବାୟୁ - ଏବଂ ସେମାନଙ୍କର ସହାୟକ ବ characteristics ଶିଷ୍ଟ୍ୟକୁ ନେଇ ଗଠିତ | ସେ ପାଇଲେ ଯେ ଏହି କଣିକାଗୁଡ଼ିକ ହେଉଛି ପଦାର୍ଥର ମ building ଳିକ ନିର୍ମାଣକାରୀ ବ୍ଲକଗୁଡିକ, ଏବଂ ସେମାନେ ନିଜେ କ୍ରମାଗତ ଭାବରେ ଉଠିଯାଆନ୍ତି ଏବଂ ଅତି ଦ୍ରୁତ ଗତିରେ - ଏକ ସେକେଣ୍ଡ ମଧ୍ୟରେ ଟ୍ରିଲିୟନ୍ ଥର | ବାସ୍ତବରେ ବସ୍ତୁ ଜଗତରେ କ solid ଣସି ଦୃ ity ତା ନାହିଁ; ଏହା ଜାଳିବା ଏବଂ କମ୍ପନ ବ୍ୟତୀତ ଆଉ କିଛି ନୁହେଁ | ଆଧୁନିକ ବ scientists ଜ୍ଞାନିକମାନେ ବୁଦ୍ଧଙ୍କ ଅନୁସନ୍ଧାନକୁ ନିଶ୍ଚିତ କରିଛନ୍ତି ଏବଂ ପରୀକ୍ଷଣ ଦ୍ proved ାରା ପ୍ରମାଣ କରିଛନ୍ତି ଯେ ସମଗ୍ର ବସ୍ତୁ ବ୍ରହ୍ମାଣ୍ଡ ସାବାଟୋମିକ୍ କଣିକା ଦ୍ୱାରା ଗଠିତ ଯାହା ଶୀଘ୍ର ଉତ୍ପନ୍ନ ହୁଏ ଏବଂ ଚାଲିଯାଏ | ତଥାପି, ଏହି ବ scientists ଜ୍ଞାନିକମାନେ ସମସ୍ତ ଦୁ y ଖରୁ ମୁକ୍ତି ପାଇ ନାହାଁନ୍ତି, କାରଣ ସେମାନଙ୍କର ଜ୍ଞାନ କେବଳ ବ intellectual ଦ୍ଧିକ ଅଟେ | ବୁଦ୍ଧଙ୍କ ପରି, ସେମାନେ ନିଜ ଭିତରେ ସିଧାସଳଖ ସତ୍ୟ ଅନୁଭବ କରିନାହାଁନ୍ତି | ଯେତେବେଳେ ଜଣେ ବ୍ୟକ୍ତିଗତ ଭାବରେ ନିଜର ଅପାରଗତାର ବାସ୍ତବତାକୁ ଅନୁଭବ କରେ, ସେତେବେଳେ ହିଁ ଜଣେ ଦୁ y ଖରୁ ବାହାରିବା ଆରମ୍ଭ କରେ | ଯେହେତୁ anicca ର ବୁ understanding ାମଣା ନିଜ ଭିତରେ ବିକଶିତ ହୁଏ, ଜ୍ଞାନର ଅନ୍ୟ ଏକ ଦିଗ ସୃଷ୍ଟି ହୁଏ: ଆନାଟା i>, ନା "ମୁଁ", ନା "ମୋର" | ଶାରୀରିକ ଏବଂ ମାନସିକ ଗଠନ ମଧ୍ୟରେ, ଏପରି କିଛି ନାହିଁ ଯାହାକି ଏକ କ୍ଷଣରୁ ଅଧିକ ସମୟ ଧରି ରହିଥାଏ, କିଛି ନୁହେଁ ଯାହାକୁ ଜଣେ ପରିବର୍ତ୍ତନଶୀଳ ଆତ୍ମ ବା ଆତ୍ମା ଭାବରେ ଚିହ୍ନିପାରେ | ଯଦି କ really ଣସି ଜିନିଷ ପ୍ରକୃତରେ “ମୋର” ଅଟେ, ତେବେ ଜଣେ ଏହାକୁ ଅଧିକାର କରିବାକୁ, ଏହାକୁ ନିୟନ୍ତ୍ରଣ କରିବାକୁ ସମର୍ଥ ହେବା ଆବଶ୍ୟକ, କିନ୍ତୁ ବାସ୍ତବରେ ଜଣଙ୍କର ଶରୀର ଉପରେ ମଧ୍ୟ କ tery ଣସି ଦକ୍ଷତା ନାହିଁ: ଏହା ନିଜ ଇଚ୍ଛାକୁ ଖାତିର ନକରି ବଦଳିବାରେ ଲାଗିଛି | ତା’ପରେ ଜ୍ଞାନର ତୃତୀୟ ଦିଗ ବିକଶିତ ହୁଏ: ଦୁଖ i>, ଯନ୍ତ୍ରଣା। ଯଦି ଜଣେ ନିଜ ନିୟନ୍ତ୍ରଣ ବାହାରେ ବଦଳୁଥିବା କିଛି ଜିନିଷକୁ ଧରି ରଖିବାକୁ ଚେଷ୍ଟା କରେ, ତେବେ ଜଣେ ନିଜ ପାଇଁ ଦୁ y ଖ ସୃଷ୍ଟି କରିବାକୁ ବାଧ୍ୟ। ସାଧାରଣତ ,, ଗୋଟିଏ ଅପ୍ରୀତିକର ସମ୍ବେଦନଶୀଳ ଅନୁଭୂତି ସହିତ ଯନ୍ତ୍ରଣାକୁ ଚିହ୍ନଟ କରେ, କିନ୍ତୁ ସୁଖଦ ବ୍ୟକ୍ତିମାନେ ସମାନ ଭାବରେ ଦୁ y ଖର କାରଣ ହୋଇପାରନ୍ତି, ଯଦି ସେମାନଙ୍କ ସହିତ ସଂଲଗ୍ନକ ବିକାଶ ହୁଏ, କାରଣ ସେଗୁଡ଼ିକ ସମାନ ଭାବରେ ସ୍ଥାୟୀ ଅଟନ୍ତି | ଏଫେମେରାଲ୍ ଯାହା ସହିତ ସଂଲଗ୍ନ ହେବ ତାହା ନିଶ୍ଚିତ ଅଟେ | ଯନ୍ତ୍ରଣା ଭୋଗୁଛି। ଯେତେବେଳେ anicca , anatta , ଏବଂ dukha ର ବୁ understanding ାମଣା ଶକ୍ତିଶାଳୀ ହୁଏ, ଏହି ଜ୍ଞାନ ଜଣଙ୍କର ଦ daily ନନ୍ଦିନ ଜୀବନରେ ପ୍ରକାଶ ପାଇବ | ଯେପରି ଜଣେ ଶିଖିଛି | ଭିତରେ ଥିବା ସ୍ପଷ୍ଟ ବାସ୍ତବତା ଭିତରକୁ ପଶିଯାଅ, ତେଣୁ ବାହ୍ୟ ପରିସ୍ଥିତିରେ ଜଣେ ସ୍ପଷ୍ଟ ସତ୍ୟ, ଏବଂ ଚରମ ସତ୍ୟ ମଧ୍ୟ ଦେଖିବାକୁ ସମର୍ଥ ହେବ | ଜଣେ ଭ୍ରମରୁ ବାହାରି ଖୁସିରେ ବଞ୍ଚେ, ସୁସ୍ଥ ଜୀବନ। ଅନେକ ଭ୍ରମ ସ୍ପଷ୍ଟ, ଏକତ୍ରିତ, ଏକୀକୃତ ବାସ୍ତବତା ଦ୍ୱାରା ସୃଷ୍ଟି ହୋଇଥାଏ - ଉଦାହରଣ ସ୍ୱରୂପ, ଶାରୀରିକ ସ beauty ନ୍ଦର୍ଯ୍ୟର ଭ୍ରମ | ଶରୀର ଏକୀଭୂତ ହେଲେ ହିଁ ସୁନ୍ଦର ଦେଖାଯାଏ | ଏହାର ଯେକ Any ଣସି ଅଂଶ, ପୃଥକ ଭାବରେ ଦେଖାଯାଏ, ଆକର୍ଷଣ ବିନା, ସ beauty ନ୍ଦର୍ଯ୍ୟ ବିନା- ଅସୁଭା i> | ଶାରୀରିକ ସ beauty ନ୍ଦର୍ଯ୍ୟ ଅତ୍ୟଧିକ, ସ୍ପଷ୍ଟ ବାସ୍ତବତା, ଚରମ ସତ୍ୟ ନୁହେଁ | ତଥାପି, ଶାରୀରିକ ସ beauty ନ୍ଦର୍ଯ୍ୟର ଭ୍ରମାତ୍ମକ ପ୍ରକୃତି ବୁ understanding ିବା ଦ୍ୱାରା ଅନ୍ୟମାନଙ୍କର ଘୃଣା ହେବ ନାହିଁ | ଯେହେତୁ ଜ୍ଞାନ ଉତ୍ପନ୍ନ ହୁଏ, ସ୍ natural ାଭାବିକ ଭାବରେ ମନ ସନ୍ତୁଳିତ, ବିଚ୍ଛିନ୍ନ, ଶୁଦ୍ଧ, ସମସ୍ତଙ୍କ ପ୍ରତି ଉତ୍ତମ ଇଚ୍ଛାରେ ପରିପୂର୍ଣ୍ଣ ହୁଏ | ନିଜ ଭିତରେ ବାସ୍ତବତା ଅନୁଭବ କରି, ଭ୍ରମ, ଲୋଭ, ଏବଂ ଘୃଣାରୁ ବାହାରି ଆସି ଶାନ୍ତିରେ ଏବଂ ଖୁସିରେ ବଞ୍ଚିପାରେ | ଆସନ୍ତାକାଲି ଅପରାହ୍ନରେ, ଯେତେବେଳେ ଆପଣ ଭିପାସାନା ଅଭ୍ୟାସ କରିବା ଆରମ୍ଭ କରିବେ ସେତେବେଳେ ଆପଣ ପାନ୍ନା i> କ୍ଷେତ୍ରରେ ଆପଣଙ୍କର ପ୍ରଥମ ପଦକ୍ଷେପ ଗ୍ରହଣ କରିବେ | ଆଶା କର ନାହିଁ ଯେ ତୁମେ ଆରମ୍ଭ କରିବା ମାତ୍ରେ ତୁମେ ସମସ୍ତ ସବାଟୋମିକ୍ କଣିକା ଉତ୍ପନ୍ନ ହୋଇ ଶରୀରରେ ଚାଲିଯିବାର ଦେଖିବ | ନା, ଜଣେ ମୋଟ, ସ୍ପଷ୍ଟ ସତ୍ୟରୁ ଆରମ୍ଭ ହୁଏ, ଏବଂ ସମାନ ଭାବରେ ରହି, ଧୀରେ ଧୀରେ ଜଣେ ସୂକ୍ଷ୍ମ ସତ୍ୟ, ମନର ଚରମ ସତ୍ୟ, ବସ୍ତୁ, ମାନସିକ କାରଣ ଏବଂ ଶେଷରେ ଚରମ ସତ୍ୟକୁ ପ୍ରବେଶ କରେ ଯାହା ମନ ଏବଂ ବିଷୟ ବାହାରେ | ଏହି ଲକ୍ଷ୍ୟ ହାସଲ କରିବାକୁ, ତୁମେ ନିଜେ କାମ କରିବା ଜରୁରୀ | ତେଣୁ ତୁମର ସିଲା i> କୁ ଦୃ strong ଼ ରଖ, କାରଣ ଏହା ତୁମର ସାଧନାର ଆଧାର ଅଟେ, ଏବଂ 3 ଟା ପର୍ଯ୍ୟନ୍ତ ଅନାପାନା ଅଭ୍ୟାସ ଜାରି ରଖ | ଆସନ୍ତାକାଲି; ନାକ ଭିତରେ ଥିବା ବାସ୍ତବତା ଉପରେ ନଜର ରଖ | ତୁମର ମନକୁ ତୀକ୍ଷ୍ଣ ରଖ, ଯାହାଫଳରେ ଆସନ୍ତାକାଲି ଯେତେବେଳେ ଆପଣ ଭିପାସାନା ଆରମ୍ଭ କରିବେ, ସେତେବେଳେ ଆପଣ ଗଭୀର ସ୍ତରକୁ ଯାଇ ସେଠାରେ ଲୁଚି ରହିଥିବା ଅପରିଷ୍କାରତାକୁ ଦୂର କରିପାରିବେ | ନିଜ ମଙ୍ଗଳ ପାଇଁ, ନିଜ ମୁକ୍ତି ପାଇଁ ଧ ently ର୍ଯ୍ୟର ସହିତ, କ୍ରମାଗତ ଭାବରେ, କ୍ରମାଗତ ଭାବରେ କାର୍ଯ୍ୟ କରନ୍ତୁ |
2022-12-06T01:00:58Z
http://test.dhamma.org/or/os/10-day/summaries/day3
OSCAR-2301
ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ନୀତି ର୍ନିଘଣ୍ଟ ଅନୁସାରେ ସକାଳ ୫ଟା ୧୮ମିନିଟରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ବିଧି ମୁତାବକ ଅନ୍ୟ ନୀତି ପାଳନ କରାଯାଉଛି। ମହାପ୍ରଭୁ ଆଜି ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଅବକାଶ ନୀତି ସରିବା ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶକୁ ଭକ୍ତ ଭିତରକାଠ ନିକଟରୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଆହୁରି ପଢ଼ନ୍ତୁ ଦୁଇ କେନ୍ଦ୍ରମନ୍ତ୍ରୀ ଖାଇବା ବେଳେ ଫଟୋ ଉଠାଇଲା ସିଆଇଡି, ଥାନାରେ… 3 hours ago ବରଗଡ଼କୁ ବାଦ୍‌ ଦେଇ ୧୨ ଜିଲ୍ଲାର କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ… 4 hours ago ଆଜିଠାରୁ କାର୍ତ୍ତିକ ପୁର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବାଳଭୋଗ ଲାଗି ହେବାର ପରମ୍ପରା ରହିଛି। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରୁଛନ୍ତି। ଆଜି ଶ୍ରୀକ୍ଷେତ୍ରରେ ଅନନ୍ୟ ପରମ୍ପରା ଗୋଷାଣୀ ଯାତ୍ରା ରହିଛି। ଗତ ଦୁଇବର୍ଷ ହେବ କରୋନା ଯୋଗୁ ଗୋଷାଣୀ ଯାତ୍ରା ଫିକା ପଡିଥିବା ବେଳେ ଏଥର ବେଶ ଜାକଜମକରେ ପାଳିତ ହେବ। ବଡଦାଣ୍ଡର ଆକର୍ଷଣୀୟ ଆଲୋକ ମାଳା ସହ ଗୋଷାଣୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯା‌ଇଛି ।
2022-11-27T19:41:02Z
https://odishareporter.in/odisha/kartika-niti-starts-from-today-in-puri-2-2-771765
OSCAR-2301
ନୂଆଦିଲ୍ଲୀ: ଟ୍ରଫି ଜିତିବା ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳିବାକୁ ଯାଇଥିବା ଟିମ ଇଣ୍ଡିଆର ସ୍ୱପ୍ନ ଅଧାରୁ ଭାଙ୍ଗି ଯାଇଛି। ଦଳ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦା ହୋଇଛି। କିନ୍ତୁ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲେ ମଧ୍ୟ ଭାରତୀୟ ଟିମ୍‌ ସଂପୂର୍ଣ୍ଣ ଭାବେ ଖାଲି ହାତରେ ଅଷ୍ଟ୍ରେଲିଆରୁ ଫେରିନାହିଁ। ଭାରତୀୟ ଟିମ ସେମି ଫାଇନାଲରେ ପ୍ରବେଶ କରିଥିବାରୁ ଆଇସିସି ତରଫରୁ ମୋଟା ଅଙ୍କର ଆର୍ଥିକ ପୁରସ୍କାର ମିଳିଛି। ଆଇସିସି ପୂର୍ବରୁ ଘୋଷଣା କରିଥିଲା ଯେ ବିଶ୍ୱକପ ବିଜେତା ଦଳକୁ ୧.୬ ମିଲିୟନ ଡଲାର ଓ ଉପ ବିଜେତାଙ୍କୁ ୦.୮ ମିଲିୟନ ଡଲାର ମିଳିବ। ସେହିପରି ସେମି ଫାଇନାଲରେ ହାରୁଥିବା ଦୁଇ ଦଳଙ୍କୁ ୪୦୦,୦୦୦ ଡଲାର ଲେଖାଏ ପୁରସ୍କାର ମିଳିବ। ଭାରତ ସେମିରେ ହାରିଥିବାରୁ ଆଇସିସି ୪୦୦,୦୦୦ ଡଲାରର ଆର୍ଥିକ ପୁରସ୍କାର ଦେଇଛି। ପାକିସ୍ତାନ ଠାରୁ ହାରିଥିବା ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ସମାନ ପରିମାଣର ଆର୍ଥିକ ରାଶି ଦିଆଯାଇଛି। ଆହୁରି ପଢ଼ନ୍ତୁ ଭାରତ ନ ଆସିଲେ, ଆମେ ବି ଯିବୁନୁ: ପୁଣି ଧମକାଇଲେ ପିସିବି ମୁଖ୍ୟ… 1 day ago ଟମ୍‌ ଲାଥମଙ୍କ ଅପରାଜିତ ୧୪୫, ପ୍ରଥମ ଦିନିକିଆ ହାରିଲା ଭାରତ 2 days ago ଏହାବାଦ ସୁପର ୧୨ରୁ ବିଦାୟ ନେଇଥିବା ସମସ୍ତ ୮ ଦଳକୁ ୭୦,୦୦ ଡଲାର ଲେଖାଏ ମିଳିଛି। ଏହି ୮ ଦଳ ହେଲେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ତ, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ୍ସ, ବାଂଲାଦେଶ ଓ ଜିମ୍ବାୱେ।
2022-11-27T18:33:14Z
https://odishareporter.in/sports/cricket/how-much-prize-money-did-team-india-earn-in-t20-world-cup-780838
OSCAR-2301
ଭୁବନେଶ୍ୱର: ଗଣ୍ଡା ଗଣ୍ଡା ଠକେଇ ଅଭିଯୋଗରେ ସଂପୃକ୍ତ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଶେଷରେ ଜେଲ୍ ଯାଇଛନ୍ତି । ଭୁବନେଶ୍ୱରରୁ ଅନ୍ତର୍ଦ୍ଧାନ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ଟିମ୍ ଗତ ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁରୁ ଗିରଫ କରିଥିଲା । ଆଜି ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ୍ ଆବେଦନ ଅଗ୍ରାହ୍ୟ ହେବାରୁ ତାଙ୍କୁ ଜୁଲାଇ ୧୩ ତାରିଖ ଯାଏ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଗିରଫ ପରେ ଗଣମାଧ୍ୟମ କ୍ୟାମେରା ଆଗରେ ନିଜ ପତିଆରା ଦେଖାଇବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ ଅର୍ଦ୍ଧେନ୍ଦୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିବାରୁ ରାଜ୍ୟ ସରକାରଙ୍କ ଆକ୍ରୋଶର ଶିକାର ହୋଇଥିବା କହିଥିଲେ । ଚାପ ଆଗରେ ନଇଁବି ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଧମକ ଦେଇଥିଲେ । କ୍ୟାପିଟାଲ୍ ହସ୍ପିଟାଲ୍ କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲା ବେଳେ ପୁଲିସ ହେପାଜତରୁ ଅର୍ଦ୍ଧେନ୍ଦୁ ନିଜର ରାଗ ଝାଡ଼ିଥିଲେ । ଗଣମାଧ୍ୟମର ସମର୍ଥନ ଓ ସହାନୁଭୂତି ପାଇବାକୁ ଉଦ୍ୟମ କରିଥିଲେ । ତେବେ ଠକେଇ ମାମଲାରେ ଗିରଫ ଅର୍ଦ୍ଧେନ୍ଦୁଙ୍କୁ ସମର୍ଥନରେ କୌଣସି ଗଣମାଧ୍ୟମ ସଂଗଠନ ବାହାରିନାହାନ୍ତି । ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିବା ଢ଼ଙ୍ଗକୁ ସମର୍ଥକମାନେ କିନ୍ତୁ ନାପସନ୍ଦ କରିଛନ୍ତି । ଏହାକୁ ନେଇ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଅର୍ଦ୍ଧେନ୍ଦୁଙ୍କ ଅତୀତ କାର୍ଯ୍ୟକଳାପକୁ ନେଇ କିଛି ଲୋକ କଡ଼ା ଟିପ୍ପଣୀ ରଖିଛନ୍ତି । ସୂଚନାଥାଉକି, ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ଖୋଜୁଥିବା ବେଳେ ସେ ମାମଲାରୁ ବର୍ତ୍ତିବା ପାଇଁ ତାଙ୍କର ଖାସ୍ ସହଯୋଗୀଙ୍କୁ ବିଜେଡ଼ିର ଶରଣ ପାଇଁ ପଠାଇଥିଲେ । ମାତ୍ର ଏହା ବ୍ୟକ୍ତିଗତ ମାମଲା କହି ବିଜେଡି ତାଙ୍କୁ ସାହାଯ୍ୟ କରିବାକୁ ମନା କରିଦେଇଥିଲା ବୋଲି ଦଳର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି ।
2022-12-07T07:33:27Z
https://middayodisha.com/ardhendu-das-sent-to-jharapada-jail/
OSCAR-2301
ଆଜି ହେଉଛି ଆଧୁନିକ ଓଡିଶାର ବିଶ୍ୱକର୍ମା ତଥା ପ୍ରଗତିଶୀଳ ଓଡିଶାର ଭିତ୍ତି ନିର୍ମାତାଙ୍କ ଜନ୍ମ ଜୟନ୍ତୀ। ସେ ଏକାଧାରରେ ରାଜନୈତୀକ ଭାଗ୍ୟ ନିୟନ୍ତା,ଜାତୀୟତା ମନ୍ତ୍ରର ଉଦ୍‌ଗାତା,ଦୁଃସାହସିକ ବୈମାନୀକ,ଲୋକପ୍ରିୟ ଜନନାୟକ,ଶାସନର ସୁତ୍ରଧର ଓ ଗର୍ବ ଉତ୍କଳର। ରାଜ୍ୟର ରାଜରାସ୍ତା ଡେଇଁ,ଦେଶର ସୀମା ଅତିକ୍ରମ କରି ବିଦେଶରୁ ମଧ୍ୟ ଶୁଭେ ତାଙ୍କ ବୀରତ୍ତ୍ୱର ଲୋମଟାଙ୍କୁରା କାହାଣୀ। ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୟାନନ୍ଦ ପଟ୍ଟନାୟକ ନିଜେ ଏକ କ୍ୱୀମ୍ପଦନ୍ତୀ। ତାଙ୍କ ଜୀବନରେ ଏମିତି ଅନେକ କିଛଇ ଘଟଣା ଘଟିଛି ଯାହା ତାଙ୍କୁ ସ୍ମରଣୀୟ କରିବାରେ ବିଶେଷ ଭୁମିକା ବହନ କରିଛି। ଓଡିଶାର ସୀମା ସରହଦ୍ ଡେଇଁ ଇଣ୍ଡୋନୋସିଆରେ ମଧ୍ୟ ବେଶ୍ ପ୍ରସିଦ୍ଧ ବିଜୁବାବୁ। ଆସନ୍ତୁ ଜାଣିବା କେମିତି ଉତ୍କଳର ବରପୁତ୍ରରୁ ଭୁମିପୁତ୍ର ସାଜିଥିଲେ ଓଡିଶାର ମହାନାୟକ ବିଜୁ ପଟ୍ଟନାୟକ। ବିଜୁବାବୁଙ୍କ ଟର୍ଣ୍ଣିଂ ପଏଣ୍ଟ ୧୯୪୭ ମସିହା ଜୁଲାଇ ୨୧ତାରିଖ, ଯାହା ଥିଲା ବିଜୁବାବୁଙ୍କ ଜୀବନରେ ଏକ ଟର୍ଣ୍ଣିଂ ପଏଣ୍ଟ। ଦୁଃସାହସିକ ପଦକ୍ଷେପ ପାଇଁ ଚର୍ଚ୍ଚିତ ବିଜୟାନନ୍ଦ ସେଦିନ ରଚିଥିଲେ ଏକ ଅଭୁଲା ଇତିହାସ। ସେ ସମୟରେ ଇଣ୍ଡୋନୋସିଆକୁ କବଜାକୁ ନେବାକୁ ବଡ଼ ଧରଣର ଯୋଜନା କରିଥିଲା ନେଦରଲ୍ୟାଣ୍ଡ। ଇଣ୍ଡୋନୋସିଆର ରାଷ୍ଟ୍ରପତି ଡ. ସୁକର୍ଣ୍ଣ ଡଚଙ୍କ କବଳରୁ ମୁକ୍ତି ପାଇଁ ସାଜିଥିବା ଆନ୍ଦୋଳନର ନେତୃତ୍ୱ ନେଉଥାଆନ୍ତି ଓ ଇଣ୍ଡୋନୋସିଆର ସ୍ୱାଧିନତା ସଂଗ୍ରାମକୁ ଭାରତ ସମର୍ଥନ ଦେଉଥାଏ ।ସୁକର୍ଣ୍ଣଙ୍କ ପରାମର୍ଶ କ୍ରମେ ପ୍ରଧାନମନ୍ତ୍ରୀ ଡ. ସାହାରିଆ ଓ ଉପରାଷ୍ଟ୍ରପତି ମହମ୍ମଦ୍ ହଟ୍ଟା ଜବାହରଙ୍କୁ ସାହାଯ୍ୟ ମାଗିଥିଲେ। ମାତ୍ର ୨୧ ବର୍ଷ ବୟସରେ ଦକ୍ଷ ପାଇଲଟ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ ବିଜୁବାବୁ।ଜବାହର ସେତେବେଳେ ବିଜୁଙ୍କୁ ସ୍ମରଣ ମାତ୍ରକେ ଏକ ନୁଆ ମୋଡ ନେଇଥିଲା ‘ଡାକୋଟା’।ସାଥିରେ ପତ୍ନୀଙ୍କୁ ଧରି ଜାକର୍ତ୍ତା ଅଭିମୁଖେ ବାହାରିଥିଲେ ବିଜୁବାବୁ।ସେତେବେଳେ ଇଣ୍ଡୋନୋସିଆର ଜଳ,ସ୍ଥଳ ବାହିନି ଡଚ୍ ଅଧୀନରେ ଥାଏ।ପ୍ରତି ପାଦରେ ଭରିରହିଥିଲା ବିପଦ। ଏପରିକି ବିମାନର ଇନ୍ଧନ ମଧ୍ୟ ସରିଯାଇଥିଲା, ତଥାପି ନା ଅଟକିଥିଲେ ବିଜୁ ନା ଅଟକିଥିଲା‘ଡାକୋଟା’। ଇଣ୍ଡୋନୋସିଆର ଏକ ଅସ୍ଥାୟୀ ଏରୋଡ୍ରମରେ ଓହ୍ଲାଇ ଇନ୍ଧନ ସଂଗ୍ରହ କରି ଆଗେଇଥିଲେ ବିଜୁ। ବିଦେଶ ମାଟିରେ ବିଜୁ ଦେଇଥିଲେ ମହାନତାର ପରିଚୟ ବିଜୁଙ୍କ ଡିକ୍ସିନାରୀରେ ଡର ଶବ୍ଦର ସ୍ଥାନ ନଥିଲା ।ବିଚକ୍ଷଣ ବୁଦ୍ଧି, ଅମାପ ସାହସ ଓ ଅସମ୍ଭବ ବିମାନ ଚାଳନା ଦ୍ୱାରା ସେମାନଙ୍କୁ ରକ୍ଷା କରି ଦୀଲ୍ଲି ଇଡାଇ ଆଣିଥିଲେ ବିଜୁବାବୁ । ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ଇଣ୍ଡୋନୋସିଆ ବାସୀ ।ଉପହାରରେ ତୈଳକମ୍ପାନୀ ପାଇଁ ରିହାତି,ଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ ସହ ୫୦୦୦ ବର୍ଗମାଇଲ୍ ପରିମିତ ସହ କୋଟିକୋଟି ଟଙ୍କାର ଉପହାର ବି ମିଳିଥିଲା।ମାତ୍ର ବିଜୁ ଦମ୍ପତ୍ତି ଇଣ୍ଡୋନୋସିଆର ସ୍ୱାର୍ଥପାଇଁ ଏହାକୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ସମର୍ପିତ କରିଥିଲେ। ବିଜୁବାବୁଙ୍କୁ ତାଙ୍କ ସାହସୀକତା ପାଇଁ ଭୂମିପୁତ୍ର ଉପାଧି ମିଳିବା ସହ ଇଣ୍ଡୋନୋସୀଆରେ ଏକ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ କରିବାରେ ସେ ସମର୍ଥ ହୋଇଛନ୍ତି। ଇଣ୍ଡୋନୋସିଆ ଦୂତାବାସରେ ବିଜୁରୁମ୍ ସେଦିନର ସେ ସାହସୀକତା ମହିମାମୟ ବ୍ୟକ୍ତିଙ୍କ ମହାଅଧ୍ୟାୟରେ ରଚିଥିଲା ଆଉ ଏକ ମହାନ ଅଧ୍ୟାୟର ଫର୍ଦ୍ଦ ,ଗୁନ୍ଥିଦେଇଥିଲା ଗାରିମାମୟ ଅଧ୍ୟାୟର ଗୁଞ୍ଜରଣ, ମାନସପୁତ୍ର ସାଜି ତାଙ୍କୁ ସଜେଇ ଦେଇଥିଲା ଇଣ୍ଡୋନୋସିଆର ଭୁମିପୁତ୍ର, ଯାହାକୁ କେବେ ଭୁଲିନାହାନ୍ତି ଇଣ୍ଡୋନୋସିଆ ବାସୀ। କେବଳ ଓଡ଼ିଶା ନୁହେଁ ତ ବରଂ ସମଗ୍ର ଭାର ତ ଇତିହାସରେ ଯୋଡିହୋଇଯାଇଛି ଗୌରବମୟ ବ୍ୟକ୍ତିତ୍ୱର ଆଉ ଏକ ଗାରୀମାମୟ ଅଧ୍ୟାୟ।ଇଣ୍ଡୋନୋସିଆ ମାଟିରେ ସେ ମହାନାୟକର ମୁକୁଟ ପିନ୍ଧି ସାଜିଛନ୍ତି ଉତ୍କଳର ବରପୁତ୍ରରୁ ଇଣ୍ଡୋନୋସିଆର ଭୂମିପୁତ୍ର ।ଇଣ୍ଡୋନୋସିଆର ସ୍ୱାଧିନତା ସଂଗ୍ରାମରେ ବିଜୁଙ୍କ ଅବଦାନ ପାଇଁ ଗତବର୍ଷ ଇଣ୍ଡୋନୋସିଆ ଦୂତାବାସରେ ବିଜୁରୁମ୍ ନାମରେ ଏକ କୋଠରୀ ସଂରକ୍ଷଣ ହୋଇ ରହିଛି ।ଏହି ରୁମରେ ବିଜୁଙ୍କ ଫଟୋଗ୍ରାଫି ସହ ତାଙ୍କ ସାହସୀକତାର କାହାଣୀ ଉଲ୍ଲେଖ ହୋଇ ରହିଛି।
2022-12-07T05:40:05Z
https://www.bartamanodisha.com/how-biju-patnaik-rescued-indonecia-pm-and-became-bhoomiputra/
OSCAR-2301
ଦୁନିଆରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ କୋଟି କୋଟି ଟଙ୍କାର ବଙ୍ଗଳା ସାଙ୍ଗକୁ ଲଗଜୁଏରୀ ଗାଡି ରହିଛି । ଗତ କିଛିଦିନ ତଳେ ଆମେ ଆପଣଙ୍କୁ ଭାରତୀୟ କ୍ରିକେଟର ପାଣ୍ଡିଆ ବ୍ରଦର୍ଷଙ୍କ କଥା କହିଥିଲୁ । ଦୁଇ ଭାଇ କିଭଳି ପିଲାଦିନୁ ସଂଘର୍ଷ କରି ଆଜି ଏକ ଲଗଜୁଏରୀ ଲାଇଫଷ୍ଟାଇଲ ବଞ୍ଚୁଛନ୍ତି । ଠିକ୍ ପାଣ୍ଡିଆ ବ୍ରଦର୍ଷଙ୍କ ଭଳି ଆଜି ଆସନ୍ତୁ ଜାଣିବା ଆଉ ଜଣଙ୍କ କାହାଣୀ । ଯାହାଙ୍କ ପାଖରେ ୫୦୦କୋଟି ଟଙ୍କାର ବଙ୍ଗଳା, ଦାମୀ ଗାଡି ସାଙ୍ଗକୁ ରହିଛି ଅନେକ୍ କିଛି । ଏଠି ଆମେ କୌଣସି କ୍ରିକେଟରଙ୍କ କଥା କହୁନୁ, ଆଜି ଯାହାଙ୍କ କଥା କହିବାକୁ ଯାଉଛୁ ବୋଧ ହୁଏ ଆପଣବି ତାଙ୍କର ଫ୍ୟାନ ହୋଇଥିବେ । ଫୁଟୁବଲ ଦୁନିଆର ନାମୀ ଖେଳାଳୀ ଲୀଓନେଲ୍ ମେସି । ମେସିଙ୍କୁ କିଏ ବା ନଚିହ୍ନିଛି… ଫୁଟବଲ ଖେଳରେ ଅନେକ ନାଁ କରିଥିବା ଏହି ଖେଳାଳି ଏବେ ବିଶ୍ୱପ୍ରସିଦ୍ଧ । ଫୁଟବଲ ଲେଜେଣ୍ଡ କୁହାଯାଉଥିବା ମେସି ଫୁଟବଲ ମୈଦାନରେ ଯେମିତି ପ୍ରସିଦ୍ଧ । ଇନକମ୍ ମାମଲାରେ ବି ସେତିକି ଉପରେ । ମେସିଙ୍କ ବାର୍ଷିକ ଇନକମ୍ ୬୦୦ ମିଲିୟନ୍ ଡଲାର୍ ଅର୍ଥାତ୍ ପାଖାପାଖି ୪,୮୩୦ କୋଟିରୁ ଅଧିକ । ତାଙ୍କ ବାର୍ଷିକ ରୋଜଗାର ହିସାବରେ ସବୁ ଆଥଲେଟଙ୍କ ମଧ୍ୟରୁ ମେସି ହେଉଛନ୍ତି ସବୁଠୁ ଅଧିକ ରୋଜଗାର କରୁଥିବା ଆଥେଲେଟ୍ । ମେସି କେବଳ ଖେଳରୁ ରୋଜଗାର କରନ୍ତି ତା’ ନୁହେଁ । ଖେଳକୁ ଛାଡିଦେଲେ ଦୁନିଆର ଅନେକ ନାମୀଦାମୀ କମ୍ପାନୀଙ୍କର ବ୍ରାଣ୍ଡ ଆମ୍ବାସଡର ଭାବରେ ମୋଟା ଅଙ୍କର ରୋଜଗାର କରୁଛନ୍ତି । ବାର୍ଷିଲୋନାରେ ଲିୟୋନେଲ ମେସିଙ୍କର ଏକ ଆଲିସାନ୍ ବଙ୍ଗଳା ରହିଛି । ଯାହାର ମୂଲ୍ୟ ୫୧୯କୋଟି ଟଙ୍କା । ମେସିଙ୍କ ଏହି ବଙ୍ଗଳା ନୋ ଫ୍ଲାଇଂ ଜୋନ୍ ମଧ୍ୟରେ ଆସିଥାଏ । ଅର୍ଥାତ୍ ଏହି ବଙ୍ଗଳା ଉପରେ କୌଣସି ଉଡାଯାହାଜ ଯାତାୟତ କରିପାରିବେ ନାହିଁ । ମେସିଙ୍କ ପାଖରେ କେବଳ ଆଲିସାନ୍ ବଙ୍ଗଳା ନାହିଁ, ମେସିଙ୍କ ପାଖରେ ଏକ ଲଗଯୋରୀ ହୋଟେଲ ମଧ୍ୟ ରହିଛି । ମିମ୍ ସିଜେସ୍’ ନାମକ ଏହି ହୋଟେଲରେ ୭୭ଟି ବେଡରୁମ୍ ରହିଛି । ଯେଉଁ ହୋଟେଲରେ ଗୋଟେ ରାତି ବିତାଇବା ପାଇଁ ୧୦୫ ପାଉଣ୍ଡ ଦେବାକୁ ପଡିଥାଏ । ମେସିଙ୍କ ପାଖରେ ମିମ୍ ସିଜେସ୍’କୁ ଛାଡିଦେଲେ ଅନ୍ୟ ହୋଟେଲ ମଧ୍ୟ ରହିଛି କିନ୍ତୁ ସବୁ ହୋଟେଲ ଠାରୁ ମିମ୍ ସିଜେସ୍’ ଭିନ୍ନ । ଏହି ହୋଟେଲର ଟପ୍ ଫ୍ଲୋରରେ ଏକ ବାର ରହିଛି । ଯାହାର ଛାତ ଉପରୁ ପୂରା ସହର ନଜର ଆସିଥାଏ । ମେସିଙ୍କ ଘରେ ଉପଲବ୍ଧ ଥିବା ସୁବିଧା କଥା ଯଦି କହିବା, ତେବେ ଫୁଟବନ୍ ଗ୍ରାଉଣ୍ଡକୁ ଛାଡିଦେଲେ ସ୍ୱିମିଂ ପୁଲ୍, ଇନଡୋର ଜିମ୍, ପିଲାଙ୍କ ପାଇଁ ପ୍ଲେଗ୍ରାଉଣ୍ଡ ରହିଛି । କେବଳ ଘର କି ହୋଟେଲ ନୁହେଁ ମେସିଙ୍କ ପାଖରେ ଲଗଜୋରୀ ପ୍ରାଇଭେଟ୍ ଜେଟ୍ ରହିଛି । ମିଡିଆ ରିପୋର୍ଟ ଅନୁସାରେ, ଏହି ପ୍ରାଇଭେଟ୍ ଜେଟର ମୂଲ୍ୟ ପ୍ରାୟ ୧୦୦କୋଟି ହେବ । ଏହି ଜେଟରେ ଦୁଇଟି ବାଥରୁମ୍, ଗୋଟିଏ କିଚେନ୍ ଏବଂ ୧୬ଜଣ ଲୋକ ବସିପାରିଲା ଭଳି ବ୍ୟବସ୍ଥା ରହିଛି । ଏହି ପ୍ରାଇଭେଟ୍ ଜେଟକୁ ଆର୍ଜେଣ୍ଟିନାର ଏକ କମ୍ପାନୀ ବନାଇଛି । ପ୍ରାଇଭେଟ୍ ଜେଟକୁ ଛାଡିଦେଲେ ମେସିଙ୍କ ପାଖରେ ସାନ୍ଦାର କାର କଲେକସନ୍ ରହିଛି । ପାଗାନି ଜୋଣ୍ଡା ଟ୍ରାଇକୋଲୋର, ଫରାରୀ F430 ସ୍ପାଇଡର୍, ଡୋଜ୍ ଚାର୍ଜର SRT8 ସମେତ ଅଡି-ରେଞ୍ଜ ରୋଭର ଭଳି ଅନେକ କାର ରହିଛି ।
2022-12-04T05:48:02Z
https://kanaknews.com/messis-luxury-lifestyle/
OSCAR-2301
Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in Home ଦେଶ- ବିଦେଶ ରାଜ୍ୟ କରୋନା Sambad EnglishNews In English ଜିଲ୍ଲା ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡ଼ା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ଜଗତସିଂହପୁର ଝାରସୁଗୁଡ଼ା ଢେଙ୍କାନାଳ ଦେବଗଡ଼ ନବରଙ୍ଗପୁର ନୟାଗଡ଼ ନୂଆପଡ଼ା ପୁରୀ ବରଗଡ଼ ବଲାଙ୍ଗୀର ବାଲେଶ୍ଵର ବୌଦ୍ଧ ଭଦ୍ରକ ମୟୂରଭଞ୍ଜ ମାଲକାନଗିରି ଯାଜପୁର ରାୟଗଡ଼ା ସମ୍ବଲପୁର ସୁନ୍ଦରଗଡ଼ ସୁବର୍ଣ୍ଣପୁର ମହାନଗର ଖେଳ ବାଣିଜ୍ୟ ରାଜନୀତି ମନୋରଞ୍ଜନ ବିଶେଷ ଅପରାଧ ଜୀବନଚର୍ଯ୍ୟା ରାଶିଫଳ ଫୁଲଝରି ସମ୍ପାଦକୀୟ ଅକ୍ଷୟ ପରିଜାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍‌ ୩ କୋଟି ପାଇଁ ବ୍ଲାକ୍‌ମେଲ୍‌ Latestଅପରାଧମହାନଗର By Sambad Digital On Oct 1, 2022 The Kashmir Monitor ସେୟାର ଭୁବନେଶ୍ବର: କାଷ୍ଟିଂ କାଉଚ୍‌ ମାମଲାରେ ବିଶିଷ୍ଟ ଓଲିଉଡ୍‌ ପ୍ରଯୋଜକ ଅକ୍ଷୟ କୁମାର ପରିଜା ଛନ୍ଦି ହୋଇଛନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ଜଣେ ଦଳିତ ଯୁବତୀଙ୍କୁ ସେ ଦୀର୍ଘ ଦିନ ଧରି ଯୌନ ଶୋଷଣ କରି ଆସୁଥିଲେ ବୋଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ଅପରପକ୍ଷେ ଗତକାଲିଠାରୁ ବିଭିନ୍ନ ସୋସିଆଲ ମିଡିଆରେ ଏକ ନଗ୍ନ ଭିଡିଓ ଭାଇରାଲ ହେଉଛି। ତାହା ଅକ୍ଷୟଙ୍କର ବୋଲି କୁହାଯାଉଛି। ଏହି ଘଟଣା ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଥିବା ବେଳେ ଏନେଇ ଅକ୍ଷୟ ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଭିଡିଓରେ ଥିବା ଯୁବତୀ ଓ ଜଣେ ମହିଳା ଆଇନଜୀବୀଙ୍କ ବିରୋଧରେ ସେ ଏତଲା ଦେଇଛନ୍ତି। ଏତଲା କପିରେ ଦର୍ଶାଯାଇଛି ଯେ ଜଣେ ଯୁବତୀ କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି। ତାଙ୍କୁ ଅଭି‌ନେତ୍ରୀ କରାଇବାର ସ୍ବପ୍ନ ଦେଖାଇ ପ୍ରଯୋଜକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ବିଭିନ୍ନ ସମୟରେ ତାରକା ହୋଟେଲକୁ ଡାକି ଆପ୍ୟାୟିତ କରିବା ସହ ସମ୍ପର୍କ ରଖିଥିଲେ। ଫିଲ୍ମରେ ଅଭିନୟ କରିବା ଆଳରେ ଏଭଳି ସେ ବାରମ୍ବାର କରି ଚାଲିଥିଲେ। ଏପରିକି ଅକ୍ଷୟ ତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତର ଭିଡିଓକୁ ଉତ୍ତୋଳନ କରି ଯୁବତୀଙ୍କୁ ବ୍ଲାକମେଲ୍‌ କରୁଥିଲେ। ଯୁବତୀଙ୍କ ବାହାଘର ସ୍ଥିର ହୋଇଯିବା ପରେ ଅକ୍ଷୟ ଉକ୍ତ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବେ ବୋଲି ଧମକ ଦେଇଥିଲେ। କିନ୍ତୁ ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଓମ୍ ପ୍ରକାଶ ମହାନ୍ତି କହିଛନ୍ତି, ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଏଭଳି ଚର୍ଚାର କିଛି ଘଣ୍ଟା ପରେ ତଥା ବିଳମ୍ବିତ ରାତିରେ ନିଜେ ଅକ୍ଷୟ ନୂଆପଲ୍ଲୀ ଥାନାକୁ ଯାଇ ଜଣେ ଯୁବତୀ ଓ ଜଣେ ମହିଳା ଆଇନଜୀବୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଶ୍ରୀ ପରିଜାଙ୍କ ଏତଲା ମୁତାବକ, ଯୁବତୀଜଣକ ପ୍ରାୟ ଦେଢ଼ବର୍ଷ ପୂର୍ବେ ତାଙ୍କ ସହ ସାମାଜିକ ଗଣମାଧ୍ୟମରେ ପରିଚିତ ହୋଇଥିଲେ। ସେ ଟେଲି ଧାରାବାହିକରେ ନିୟମିତ ଅଭିନୟ କରନ୍ତି। ମାତ୍ର ତାଙ୍କର ଏବେ ଆଉ ଧାରାବାହିକରେ ଅଭିନୟ କରିବାକୁ ଇଚ୍ଛା ନାହିଁ ଏବଂ ସେ ଚଳଚ୍ଚିତ୍ର ନଚେତ୍ ବ୍ୟବସାୟ କରିବାକୁ ଚାହାନ୍ତି ବୋଲି ଶ୍ରୀ ପରିଜାଙ୍କୁ କହିଥିଲେ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାକୁ ନେଇ ସେ ଏଭଳି ନିଷ୍ପତ୍ତି ନେଉଥିବା ଜଣାଇଥିଲେ। ତାଙ୍କ ସମସ୍ୟା ବାବଦରେ ଅବଗତ ହେବା ପରେ ଶ୍ରୀ ପରିଜା ତାଙ୍କୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କ୍ରମରେ ସଂପୃକ୍ତ ଯୁବତୀ ଶ୍ରୀ ପରିଜାଙ୍କର ଖୁବ୍ ନିକଟତର ହୋଇଥିଲେ। ଶ୍ରୀ ପରିଜାଙ୍କଠାରୁ ସହଯୋଗ ପାଇବା ପରେ ଯୁବତୀଜଣକ ବିୟୁଟି ପାର୍ଲର୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ ଏଥିପାଇଁ ସେ ତାଙ୍କୁ ୫ଲକ୍ଷ ଟଙ୍କା ମାଗିଥିଲେ। ମାତ୍ର ସେ ସମୟରେ ପ୍ରଯୋଜକ ଶ୍ରୀ ପରିଜାଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଏବେ ଟଙ୍କା ଦେଇପାରିବେ ନାହିଁ ବୋଲି ମନା କରିବା ସହ ତାଙ୍କ ସମ୍ବଳ ଅନୁଯାୟୀ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ହଠାତ୍ ସେପ୍ଟେମ୍ବର ୭ତାରିଖରେ ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ମହିଳା ନିଜକୁ ଆଇନଜୀବୀ ବୋଲି ଦର୍ଶାଇ ଯୁବତୀଙ୍କ ବାବଦରେ କଥା ହେବାକୁ କହିଥିଲେ। ସେ କହିଥିଲେ, ଯୁବତୀଙ୍କ ସହିତ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ ତାଙ୍କ ପାଖରେ ଅଛି। ଯଦି ସେ ତାଙ୍କୁ ଦାବି ମୁତାବକ ଟଙ୍କା ନ ଦିଅନ୍ତି, ତେବେ ଥାନାରେ ମାମଲା ରୁଜୁ କରାଇ ତାଙ୍କର ସମ୍ମାନ ଓ ପ୍ରତିପତ୍ତି ଧ୍ବଂସ କରିଦେବେ। ପରେ ଯୁବତୀ ଓ ମହିଳା ଆଇନଜୀବୀ ୩ କୋଟି ଟଙ୍କା ଦେବାକୁ ପ୍ରଯୋଜକ ଅକ୍ଷୟଙ୍କୁ କହିଥିଲେ। ଅକ୍ଷୟ ରାଜି ନ ହେବାରୁ ତାଙ୍କର ଅନ୍ତରଙ୍ଗ ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିଲା। ଏହା ପଛରେ ଉକ୍ତ ଯୁବତୀ ଓ ଆଇନଜୀବୀଙ୍କ ହାତ ଥିବା ଅକ୍ଷୟ ଅଭିଯୋଗ କରିଛନ୍ତି।
2022-12-03T11:37:11Z
https://sambad.in/metro/akshay-parizhas-obscene-video-goes-viral-884709/
OSCAR-2301
ଆଜି ଆମ ଅଞ୍ଚଳରେ ଏକ ନୂତନ ଇଣ୍ଟରନ୍ୟାଶନାଲ ସ୍କୁଲର ଶୁଭ ଉଦ୍‌ଘାଟନ ହେଲା। ଏହାକୁ ମିଶେଇ ଏବେ ଆମ ଏଇ ସହର ତଳି ଛୋଟ ଅଞ୍ଚଳରେ ତିନୋଟି ଇଣ୍ଟରନ୍ୟାଶନାଲ ସ୍କୁଲ। ଏହା ନିଶ୍ଚିତଭାବେ ଆମ ଅଞ୍ଚଳ ପାଇଁ ଗୌରବର ବିଷୟ। ଆମ ଗାଁର ପିଲାମାନେ ଏବେ ଅନ୍ତର୍ଜାତୀୟ ସ୍କୁଲରେ ପାଠ ପଢ଼ିବେ, ସେଇଟା କିଛି କମ୍‌ କଥା ନୁହେଁ। ଆଜି ସକାଳେ ମୋତେ ହୃଦ୍‌ବୋଧ ହେଲା ଯେ ଅନ୍ତର୍ଜାତୀୟ ସ୍କୁଲ ସ୍ଥାନୀୟ ଅଞ୍ଚଳ ଉପରେ କି ପ୍ରକାର ପ୍ରଭାବ ପକେଇ ପାରେ। ସକାଳେ ପାଖ ଦୋକାନରୁ କିଛି ସଉଦା କିଣିବା ପରେ ଯେତେବେଳେ କେତେହେଲା ପଚାରିଲି ଦୋକାନୀ ଉତ୍ତର ଦେଲା, ଥାର୍ଟି ଥ୍ରୀ । ମୁଁ ପଚାରିଲି, ତେତିଶ ତ? ମୋତେ ବିରକ୍ତିଆ ଭାବଟେ ରଖି ଅନେଇ ଦୁଇ ତିନି ସେକେଣ୍ଡ ଚୁପ୍‌ ରହିବା ପରେ ମୁଣ୍ଡ ଟୁଙ୍ଗାରି ‘ହଁ’ କଲା। ପାଖରେ ଛିଡ଼ା ହେଇ ସାବୁନ୍‌ କିଣୁଥିବା ରମା ବୋଉ ମାଉସୀ ଦୋକାନୀକୁ ପଚାରିଲେ, ପୁଅ ଏ ସାବୁନୁ କେତେ ? ଦୋକାନୀ କହିବା ପୂର୍ବରୁ ମୁଁ ତାଙ୍କ ହାତରୁ ସାବୁନ୍‌ ନେଇ ଦାମ ଦେଖିଲା ପରେ କହିଲି, ଫାଇଭ ରୁପିସ୍‌ ଓନ୍‌ଲି। — ଏଁ … କେତେ କହିଲ ପୁଅ ? ମୁଁ ପୁଣି ଦୋହରେଇଲି, ମାଉସୀ ଫାଇଭ୍‌ ରୁପିସ୍‌ ଓନ୍‌ଲି। ଫାଇଭ୍‌….ବୁଝିଲ ? ମାଉସୀ ମୋ ହାତରୁ ସାବୁନ ନେଇ ଦୋକାନୀ ହାତକୁ ବଢ଼େଇ ଦେଇ କହିଲେ, ଥାଉ ପୁଅ ଏତେ ଦାମିକା ସାବୁନୁ ଦରକାର ନାହିଁ। ତମ ପାଖରେ ସେ ପାଞ୍ଚ ଟଙ୍କିଆ ଗାଧେଇବା ସାବୁନୁ ନାହିଁ? କଥାଟା ଯାହା ହେଉନା କାହିଁକି ଏହା ନିଶ୍ଚିତ ଯେ କୌଣସି ବସ୍ତୁର ମୂଲ୍ୟ ଯଦି ଓଡ଼ିଆ ବଦଳରେ ଇଂଲିଶରେ କୁହାଯାଏ ତେବେ ତା’ର ମର୍ଯ୍ୟାଦା ବଢ଼େ ଏହା ମୋ ଭଳି ଅନେକଙ୍କ ବଦ୍ଧମୂଳ ଧାରଣା ଆଜି ବି ଅଛି। ଏପଟେ ସ୍କୁଲ ଖୋଲିବା ଦ୍ୱାରା ସ୍କୁଲ ପାଖରେ କାହାର କେବିନ୍‌ କେଉଁଠି ପଡ଼ିବ ସେ ନେଇ ଚାପା ଉତ୍ତେଜନା ଗାଁ ଯୁବକଙ୍କ ଭିତରେ ଉଠିଲାଣି। କିଏ ଖାତା ପେନ୍‌ ଦୋକାନ ତ କିଏ ଚା ଜଳଖିଆ ଦୋକାନ କରିବ। ଗାଁର ଆଉ କିଛି ଆଶାୟୀ ଯୁବକ ସ୍କୁଲରେ ପିଅନ, ବସ୍‌ ଡ୍ରାଇଭର ଚାକିରି ପାଇଁ ମଧ୍ୟ ଭିତିରିଆ ଯୋଗାଯୋଗ କଲେଣି। ଗାଁର କିଛି ପ୍ରଭାବୀ ମୁରବୀସ୍ଥାନୀୟ ଲୋକ ଏବେ ନିଜର ଝିଅ ବୋହୂଙ୍କୁ ସେଠି ଥଇଥାନ କରିବା ଯୋଜନାରେ ଅଛନ୍ତି। ବିଶେଷକରି ନିଜର ଅବିବାହିତା ଝିଅମାନେ ଯେମିତି ସେଠି ଚାକିରି ଖଣ୍ଡେ ପାଇବେ ସେଇଟା ସେମାନେ ଆଗୁଆ ସ୍କୁଲ ପ୍ରତିଷ୍ଠାତାଙ୍କ ସହ ସେଟିଂ କରିବା ଦୌଡ଼ରେ ଅଛନ୍ତି। ଚାକିରିଆ ଝିଅ ଦେଖିଲେ ଭାବୀଜୋଇଁର ଘରବାଲା ଝିଅର କିଛି ଆବୁରୁଜାବୁରିଆ ଖୁଣକୁ ଅଣଦେଖା କରିଦିଅନ୍ତି ବୋଲି ଶୁଣାଯାଏ। ଝିଅ ଯେତେବେଳେ ଅନ୍ତର୍ଜାତୀୟ ସ୍କୁଲ ଟିଚର ସେତେବେଳେ ବିବାହର ପଥ ସୁଗମ ହୋଇଯାଏ। ହେଉ ପଛେ ଆଠଶହ ଟଙ୍କା ଦରମା ନେଇ ଆଠ ହଜାର ପାଇଛନ୍ତି ବୋଲି ଦସ୍ତଖତ କରନ୍ତୁ। ଆମ ଘରେ କାମ କରୁଥିବା ଉମା ଚାରିଦିନ ଆଗରୁ କହିଦେଇଛି ଏ ମାସ ଦରମା ସହ ତାକୁ ଆଉ ଦୁଇ ମାସ ଦରମା ଆଗୁଆ ଦରକାର। ତା’ ପୁଅ ଟାଏ ବେଲ୍ଟ ଜୋତା ପିନ୍ଧି କାନ୍ଧରେ ଝୁଲା ବ୍ୟାଗ୍‌ ପକେଇ ଏବେ ତାକୁ ଟାଆ ଟାଆ କରି ସ୍କୁଲ ଯିବ। ବାବୁ ଘର ପିଲାଙ୍କୁ ସ୍କୁଲ ଯିବାର ଦୂରରୁ ଦେଖି ଦୀର୍ଘନିଃଶ୍ୱାସ ଛାଡୁଥିବା ଉମାର ସପନ ଆଜି ପୂରା ହୋଇଛି। ତା’ ପୁଅ ବି ଆଜି ଇଂଲିଶ ଇସ୍କୁଲ ଯିବ କହିଲା ବେଳେ ତା ଆଖିର ଝଲକ ଦେଖି ବୁଝି ହେଉଥିଲା କେତେ ଉଲ୍ଲସିତ ସେ ! ଯାହା ବଡ଼ ବଡ଼ ସାମ୍ୟବାଦୀମାନେ ମୁଣ୍ଡ ଖଟେଇ, ବହି ପଢ଼ି, ଭାଷଣ ମାରି କରିପାରି ନ ଥିଲେ ତାହା ଆଜି ପ୍ରତି ଗାଁରେ ଛତୁ ଭଳି ଫୁଟୁଥିବା ଇଣ୍ଟରନ୍ୟାଶନାଲ ସ୍କୁଲ ସବୁ କରିଦେଲେ। ଯୁଗ ଯୁଗ ଧରି ଅ’ରେ ଅରଟ ପଢ଼ୁଥିବା ଉମା ଭଳି ଗରିବଗୁରୁବା ଲୋକଙ୍କ ପିଲାମାନେ ଏବେ ଧନୀ ଗରିବ ନିର୍ବିଶେଷରେ ବଡ଼ ଲୋକଙ୍କ ପିଲାମାନଙ୍କ ଭଳି ଏ’ ଫର ଆପଲ ପଢ଼ିବେ। ୟାକୁ ହିଁ କୁହନ୍ତି ସାମ୍ୟବାଦ। ଗୋଟିଏ ଦେଶ ଗୋଟିଏ ଶିକ୍ଷା। ଗୋଟିଏ ଅଞ୍ଚଳରେ ଅନେକ ସ୍କୁଲ ହୋଇଗଲେ ଯେ ସେ ଅଞ୍ଚଳର ସମସ୍ତେ ଶିକ୍ଷିତ ହୋଇଯିବେ ସେ ଧାରଣା ଭ୍ରମ। କେବଳ ଶିକ୍ଷା ପ୍ରାପ୍ତ ଦ୍ୱାରା ଜଣେ ଶିକ୍ଷିତ ହେବ ତାହା ବି ନୁହେଁ। ଜଣେ ଶିକ୍ଷିତଙ୍କ ଦ୍ୱାରା ଶିକ୍ଷାଦାନ ହିଁ ଆଉ ଜଣଙ୍କୁ ଶିକ୍ଷିତ କରିପାରିବ। ଥଇଥାନ ସ୍କିମ୍‌ରେ ନିଯୁକ୍ତି ପାଇଥିବା ତଥାକଥିତ ଶିକ୍ଷିତମାନେ ଯେ କେତେ ଦୂର ପିଲାଙ୍କୁ ଶିକ୍ଷିତ କରିପାରିବେ ତାହା ଅବଶ୍ୟ ଚିନ୍ତାର ବିଷୟ। ଆଞ୍ଚଳିକ ସ୍କୁଲଗୁଡ଼ିକରେ ଏଲ୍‌ପି, ୟୁପି,ଏମ୍‌ଇ, ହାଇସ୍କୁଲର ଉଚ୍ଚ ସହ ଉଚ୍ଚାଙ୍ଗ ଶିକ୍ଷା ପଦ୍ଧତିରେ ଶିକ୍ଷିତ ହୋଇଥିବା ଆମ ଗାଁର ଅଧିକାଂଶ ପିଲା ପ୍ରାୟ ବାସ୍ତବବାଦୀ। ପିଲାମାନଙ୍କୁ ପଚାରିଲେ ସେମାନେ ବାସ୍ତବବାଦୀ ଉତ୍ତର ରଖନ୍ତି। କିଏ ବଡ଼ ହେଲେ ଭଲ ଜଳଖିଆ ଦୋକାନ କି ବଡ଼ ତେଜରାତି ଦୋକାନ କରିବ ତ ଆଉ କିଏ ପାଠ ପଢି ବଡ଼ ହେଲେ ବଡ଼ କେବିନଟିଏ କରି ପାନ ଦୋକାନ ସହ ଷ୍ଟେସନାରି ଜିନିଷ ରଖିବ। ବଡ଼ ହେଲେ ଡାକ୍ତର ଇଞ୍ଜିନିୟର କିମ୍ବା ଆଇଏଏସ୍‌ ହେବାର ସ୍ବପ୍ନ ଦେଖୁଥିବା ଅଧିକାଂଶ ତଥାକଥିତ ଶିକ୍ଷିତ ଲୋକଙ୍କ ପିଲାମାନେ ଯେତେବେଳେ ଦିନଯାକ ହାତରେ ସାର୍ଟିଫିକେଟ ଧରି ଏ ଅଫିସରୁ ସେ ଅଫିସ ବୁଲୁଥାନ୍ତି ସେତେବେଳେ ଗାଁ ମୁଣ୍ଡରେ ପାନ ଦୋକାନଟିଏ କରିଥିବା ତା’ର ସହପାଠୀ ନିଜର ନିୟମିତ ସ୍ଥାୟୀ ରୋଜଗାରରେ ପରିବାରର ଭରଣ ପୋଷଣ କରୁଥାଏ। ତେଣୁ ଏମିତି ବଡ଼ଲୋକିଆ ଶିକ୍ଷା ଯେ ପିଲାଙ୍କୁ ଅବାସ୍ତବ ତଥା ଉଦ୍ଭଟ ସ୍ବପ୍ନ ଦେଖାଏ ଓ ସ୍ବଳ୍ପ ଶିକ୍ଷା ପିଲାଙ୍କୁ ବାସ୍ତବଧର୍ମୀ କରାଏ ତାହାର ଜ୍ୱଳନ୍ତ ପ୍ରମାଣ ଏହି ଲେଖକ ପାଇସାରିଛି। କଟକରେ ଅତି ଉଚ୍ଚାଙ୍ଗ ଶିକ୍ଷାଦାନ କରୁଥିବା ଏକ ସ୍କୁଲ ଅଧ୍ୟକ୍ଷ ଥରେ ମନ ଦୁଃଖରେ କହିଲେ ଭୁବନେଶ୍ୱରରେ ଥିବା ଏକ ସ୍କୁଲ ପ୍ରତିଦିନ ଛଅଟା ବଡ଼ ବସ୍‌ ପଠେଇ ତାଙ୍କ ଏରିୟାରୁ ଅଧା ପିଲାଙ୍କୁ ନେଇ ଯାଉଛି। ଏହା ସତ୍ୟ ନିଜ ଗାଁ ଗରାଖ ଯଦି ଅନ୍ୟ ଗାଁ ଦୋକାନକୁ ଯାଆନ୍ତି ତେବେ ମନ ଦୁଃଖ ହେବା ସ୍ବାଭାବିକ। ମୁଁ ବି ତାଙ୍କୁ ସମବେଦନା ଜଣେଇ କହିଲି, ଆଉ କ’ଣ କରିପାରିବା ଆଜ୍ଞା ଗରାଖ ଈଶ୍ୱର । ଗରାଖଙ୍କ ଯେଉଁଠି ପସନ୍ଦ ସେ ସେଇ ଦୋକାନକୁ ଯିବେ ଏଥିରେ କିଏ କ’ଣ କରିପାରିବ ! ବରଂ ଆପଣ ଦୂର ଦୂରାନ୍ତରେ ରହୁଥିବା ଛାତ୍ରରୂପୀ ଈଶ୍ୱରମାନଙ୍କୁ ଆପଣଙ୍କ ମନ୍ଦିର ଆଡ଼େ ଟାଣିବା ପାଇଁ ପୂଜା ଅଫର ଭଳି କିଛି ସ୍କିମ୍‌ ଆରମ୍ଭ କରନ୍ତୁ। କୋଡ଼ିଏ ଜଣ ପିଲାଙ୍କୁ ଘଉଡ଼େଇ ଆପଣଙ୍କ ଗୁହାଳକୁ ଆଣିପାରୁଥିବା ଲୋକକୁ ସହକାରୀ ଶିକ୍ଷକ ପଦ, ତିରିଶ ଜଣ ପିଲାଙ୍କୁ ଆଣିଲେ ଶିକ୍ଷକ ପଦ ମିଳିବ। ତା’ ସହ ରିହାତି ଦରରେ ଟିଉସନ ସାର୍‌ ଯୋଗାଇ ଦେବାର ପ୍ରତିଶ୍ରୁତି। କିଛି ପିଲାଙ୍କୁ ଭଡ଼ାରେ ଆଣି ସେମାନଙ୍କୁ ସ୍କୁଲ ଡ୍ରେସ୍‌ ପିନ୍ଧେଇ ତାଙ୍କ ଫଟୋ ସ୍କୁଲ ଗେଟ୍‌ ପାଖରେ ମାରନ୍ତୁ। ତଳେ ଲେଖନ୍ତୁ ଏତକ ପିଲା ୯୫ ପ୍ରତିଶତ ନମ୍ବର ରଖିଛନ୍ତି। କାହାକୁ ସମୟ ଅଣ୍ଟୁଛି ଯେ ସେ ଆସି ସତ୍ୟତା ପରୀକ୍ଷା କରିବ। କିନ୍ତୁ ମାନେକ୍ବିନକୁ ଦେଖି ଗରାଖ ଦୋକାନ ପ୍ରତି ଆକୃଷ୍ଟ ହେଲାଭଳି ଏସବୁ ପୋଷ୍ଟର ଦେଖି ଅଭିଭାବକ ଆପଣଙ୍କ ସ୍କୁଲ ପ୍ରତି ଆକୃଷ୍ଟ ହେବେ। ସତକଥା ହେଲା ଏଠି ମନ୍ଦିର ମାଳ ମାଳକୁ ଠାକୁର କମ୍‌। ଠାକୁର ନିଜେ କନ୍‌ଫ୍ୟୁଜ କେଉଁ ମନ୍ଦିରରେ ରହିବେ। ତେଣୁ ଠାକୁରଙ୍କୁ ନିଜ ମନ୍ଦିର ଆଡ଼କୁ ଆକର୍ଷିତ କରିବାକୁ ହେଲେ ଭୋଗରାଗ ସହ ମନ୍ଦିର ତୋରଣକୁ ଆକର୍ଷଣୀୟ କରିବାକୁ ହେବ। ପାଠ ନ ପଢ଼େଇଲେ ପଛେ ଚଳିବ କିନ୍ତୁ ସ୍କୁଲର ନାଁ ଠୁ ନେଇ ୟୁନିଫର୍ମ ପର୍ଯ୍ୟନ୍ତ ସବୁଠି ଇଂଲିଶ ଇଂଲିଶ ବାସିବା ଦରକାର। ଦୂରରୁ କୌଣସି ଏକ ଫିଲ୍ମ ଗୀତ ଭାସିଆସୁଥିଲା ଆକାଶ ମେଁ ପଂଖି ଗାଇଂଗ, ବଗୀୟନ ମେଁ ଗାଇଂଗ… – ବନମାଳୀ ଭବନ, ଖାନନଗର,କଟକ ମୋ: ୯୪୩୭୦୧୦୭୫୮ Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଫୁରସତ View All ପ୍ରଥମଥର ମୋବାଇଲ କିଣି ବାଜା ବାଣ ଫୁଟାଇ ଘରକୁ ଆଣିଲେ ଏହି ବ୍ୟକ୍ତି; କାରଣ ଜାଣିଲେ… ମଧ୍ୟପ୍ରଦେଶର ଶିବପୁରୀ ସହରର ଜଣେ ଚା’ ବିକାଳି ତାଙ୍କ ଝିଅର ଇଚ୍ଛା ପୂରଣ ପାଇଁ ଭିନ୍ନ ଢଙ୍ଗରେ ଘରକୁ ଆସିଛନ୍ତି। ଏହି ଦିନଟିକୁ ସ୍ମରଣୀୟ କରିବା... କରୋନା ସମୟରେ ଚାଲିଗଲା ଚାକିରି, ଭିଡିଓ କରି ଏବେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ ଜରିଆରେ ଅନେକେ ଜିରୋରୁ ହିରୋ ହୋଇ ଚର୍ଚ୍ଚାକୁ ଆସିଥିବା ନଜିର ରହିଛି। ସେମିତି ଜଣେ ଯୁବକ ହେଉଛନ୍ତି ଖବାନେ ଲେମ୍‌।... ଏହି ମନ୍ଦିରରେ ରହିଛି ୯୯ ଲକ୍ଷ ୯୯ ହଜାର ୯୯୯ଟି ମୂର୍ତ୍ତି, ଜାଣନ୍ତୁ ଏହା ପଛରେ ଥିବା କାରଣ ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି। ଯାହା ଉପରୁ ଆଜି ବି ପରଦା ଉଠିପାରିନାହିଁ। ଏମିତି ଏକ ମନ୍ଦିର, ଯେଉଁଠି ପ୍ରାୟ ୯୯ ଲକ୍ଷ ୯୯... କରୋନା ସଂକ୍ରମଣର ବିରଳ ଘଟଣା: ଜନ୍ମ ହେବାର ଠିକ୍‌ ପରେ କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଏହି ଶିଶୁ.. ଜନ୍ମ ନେବାର ଠିକ୍‌ ପରେ ଜଣେ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆମେରିକାର ଟେକ୍ସାସରେ କରୋନା ସଂକ୍ରମଣର ଏଭଳି ଘଟଣା ସାମ୍ନାକୁ ଆସିଛି। ଗର୍ଭରେ... ସାଇକେଲ ପଛରେ ପିତାଙ୍କୁ ବସାଇ ୧୨ଶହ କିଲୋମିଟର ଯାତ୍ରା କରିଥିବା ବିହାର ଯୁବତୀଙ୍କୁ ପ୍ରଶଂସା କଲେ ଇଭାଙ୍କା ଦରଭଙ୍ଗା,୨୩।୫: ଲକ୍‌ଡାଉନ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଏବେ ଘରମୁହାଁ ହୋଇଛନ୍ତି। ଏହି କ୍ରମରେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିହାରର... ଭାଇ ଚାହୁଁଥିଲେ ୫ମ ସନ୍ତାନ, ଏହି ଇଚ୍ଛାକୁ ସ୍ତ୍ରୀ ନୁହନ୍ତି; ଏମିତି ପୂରଣ କଲେ ଭଉଣୀ ଓ୍ବାଶିଂଟନ,୨୬।୪: ସମାଜରେ ଭାଇ-ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ମାତ୍ର ଯେତେବେଳେ ଶୁଣିବାକୁ ମିଳେ ଯେ, ଭାଇଙ୍କ ପିଲାକୁ ଭଉଣୀ ଜନ୍ମ ଦେଇଛନ୍ତି... ମଡର୍ନ ଆପ୍ଲିକ ଚାନ୍ଦୁଆ ହସ୍ତଶିଳ୍ପ ପାଇଁ ପିପିଲିର ନାଁ ବେଶ୍‌ ଜଣାଶୁଣା। ସେହିପରି କପଡ଼ାରେ ତିଆରି ବିଭିନ୍ନ କଳାକୃତିକୁ କଟାଯାଇ ଭିନ୍ନ ଭିନ୍ନ ପୋଷାକପତ୍ରରେ ତାହାକୁ ସିଲେଇ କରାଯାଉଥିବା... ୫ ବର୍ଷ ଗର୍ଭଧାରଣ ପରେ ଛୁଆ ଦେଇଥାଏ ଏହି ମାଛ ଦୁନିଆରେ ଅନେକ ରହସ୍ୟମୟ ଜୀବ ଅଛନ୍ତି। ଏଥିମଧ୍ୟରୁ ଏକ ମାଛ ରହିଛି, ଯାହାକୁ ଜୀବନ୍ତ ଜୀବାଶ୍ମ ମଧ୍ୟ କୁହାଯାଏ। ଏହି ମାଛର ନାମ ହେଉଛି ‘କୋଏଲାକାନ୍ଥ୍‌’।... Archives Archives Select Month November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017
2022-11-28T19:31:22Z
https://www.dharitri.com/international-education-campaign/
OSCAR-2301
ଆଜି ହେଉଛି ‘ଜାତୀୟ ଡାକ୍ତର ଦିବସ’। ସମାଜରେ ଡାକ୍ତରମାନଙ୍କୁ ଦ୍ଵିତୀୟ ଭଗବାନଙ୍କର ଆଖ୍ୟା ଦିଆଯାଇଛି। ଭଗବାନଙ୍କ ବାସ୍ତବ ରୂପକୁ କେହି ଦେଖିନାହାନ୍ତି ସତ କିନ୍ତୁ ଡାକ୍ତରଟିଏ ରୋଗୀର ଜୀବନ ରକ୍ଷା କରି ଭଗବାନଙ୍କ ଚଳନ୍ତି ପ୍ରତିମା ଭାବେ ଉଭା ହୋଇଥାଏ। ତେଣୁ ଡାକ୍ତରମାନଙ୍କ ତ୍ୟାଗ ଓ ଉତ୍ସର୍ଗପୂର୍ଣ୍ଣ ଭାବନାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ ୧ରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଇଥାଏ। କେବେଠାରୁ ଓ କାହିଁକି ପାଳନ ହେଉଛି? ଦେଶରେ ପ୍ରଥମେ ୧୯୯୧ ମସିହା ଜୁଲାଇ ୧ରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଇଥିଲା। ମହାନ୍ ଚିକିତ୍ସକ ତଥା ପଶ୍ଚିମବଙ୍ଗର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଓ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ପ୍ରତିବର୍ଷ ଆଜିର ଦିନରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥାଏ। ଡାକ୍ତର ରାୟ ୧୮୮୨ ମସିହା ଜୁଲାଇ ୧ରେ ପାଟଣାରେ ଜନ୍ମ ହୋଇଥିଲେ। ସେ ଏକାଧାରାରେ ଜଣେ ଡାକ୍ତର, ଫିଲାନଟ୍ରୋପିଷ୍ଟ ଓ ଶିକ୍ଷାବିତ୍ ଥିଲେ। ୧୯୬୧ ମସିହାରେ ଅର୍ଥାତ୍ ତାଙ୍କ ମୃତ୍ୟୁର ୧ବର୍ଷ ପୂର୍ବରୁ ସେ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଇଣ୍ଡିଆନ ମେଡିକାଲ ଆସୋସିଏସନ ଏବଂ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଗଠନ ଦିଗରେ ତାଙ୍କର ଅବଦାନ ଅତୂଳନୀୟ। ଡାକ୍ତର ଦିବସର ମହତ୍ତ୍ଵ ଆଜିର ଦିନରେ ଡାକ୍ତରମାନଙ୍କର ଯେତେ ବି ପ୍ରଶଂସା କଲେ, ତାହା କମ୍ ହେବ। ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ସଙ୍କଟ ସମୟରେ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରି ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ଯେତେବେଳେ କରୋନା ଭୂତାଣୁ ଡରରେ ନିଜ ସମ୍ପର୍କୀୟ ପାଖ ମାଡ଼ୁନାହାନ୍ତି, ସେହି ସମୟରେ ଜଣେ ଡାକ୍ତର ରୋଗୀର ସଂସ୍ପର୍ଶରେ ଆସି ତାକୁ ସେବା ଯୋଗାଇବା ସହ, ତା’ ମନବଳକୁ ସୁଦୃଢ଼ କରିଥାଏ। ଫଳରେ ଏ ଅଦୃଶ ଭୂତାଣୁକୁ ଶୀଘ୍ର ହରେଇବା ପାଇଁ ରୋଗୀ ସକ୍ଷମ ହୋଇପାରୁଛି। ପ୍ରଥମ ଲହର କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ନୂଆ ଥିଲା। ସେହି ସମୟରେ କୌଣସି ପ୍ରତିଷେଧକ ମଧ୍ୟ ବାହାରି ନଥିଲା। କହିବାକୁ ଗଲେ, ସ୍ଵାସ୍ଥ୍ୟ ବିଶେଷଜ୍ଞମାନଙ୍କ ପାଇଁ ବି ଏହି ଭୂତାଣୁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତଥାପି ଡାକ୍ତରମାନେ ହାରି ନଥିଲେ କି ପଛଘୁଞ୍ଚା ଦେଇନଥିଲେ। ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସେମାନେ ଶହ ଶହ କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ। Facebook Twitter Pinterest WhatsApp Abhipsa Baral RELATED ARTICLESMORE FROM AUTHOR Health ବିଶ୍ଵ ଗଣ୍ଠିବାତ ଦିବସ: ସଚେତନ ହେବା ସୁସ୍ଥ ରହିବା Health କେମିତି ଦୂର ହେବ ପାଟି ଦୁର୍ଗନ୍ଧ? Health କାଶୀପୁରରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ, ସ୍ଥିତି ଅନୁଧ୍ୟାନ କରିବାକୁ ପହଞ୍ଚିଲେ ଡାକ୍ତରୀ ଟିମ୍ Health ଠିକ୍ ସମୟରେ ଚିକିତ୍ସା କରାଇଲେ ସ୍ପଣ୍ଡିଲାଇଟିସ୍‌ ସମସ୍ୟାରୁ ଉପଶମ ମିଳିପାରିବ Health ମାତ୍ର ୧୫ ଜଣ ଡାକ୍ତରରେ ଚାଲିଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରୋଗୀ ହେଉଛନ୍ତି ହନ୍ତସନ୍ତ Health ନୟାଗଡ଼ ସିଡିଏମ୍ଓଙ୍କ କଡ଼ା ନିର୍ଦ୍ଦେଶ: ସରକାରୀ ବାସଭବନରେ ରୋଗୀଙ୍କଠାରୁ ଟଙ୍କା ନେଇ ଚିକିତ୍ସା କରିବେ ନାହିଁ ଡାକ୍ତର Bhubaneswar ଆଣ୍ଠୁଗଣ୍ଠି ବାତ ଓ ରୋଗ ପ୍ରତିରୋଧକ ଶକ୍ତି ଜନିତ ସମସ୍ୟା ଶିଶୁଙ୍କ କ୍ଷେତ୍ରରେ ଅଧିକ: ପ୍ରଫେସର ସିଂ Health ମେଦ ବହୁଳତା: କେମିତି କମିବ ଓଜନ? Odisha ଝିଅଙ୍କ ବିବାହ ବୟସ ବୃଦ୍ଧି: କ୍ୟାରିୟର ସ୍ୱପ୍ନ ପୂରା କରିବାକୁ ଦେବ ସୁଯୋଗ National ଡାକ୍ତରାଣୀରୁ ହେଲେ ଭାରତୀୟ ସେନା ଅଧିକାରୀ – ସିକ୍କିମ ଝିଅ ଦୀପଶିଖା ଛେତ୍ରୀ Comment Cancel reply Independent. Responsible. Connected. Explore stories that matter and make sense of the news, elegantly presented bilingually.
2022-12-09T04:58:43Z
https://odisha.live/2021/07/01/today-is-national-doctors-day-odisha-news-odia-news/
OSCAR-2301
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଫୋନପେ ୟୁଜରର୍ସଙ୍କୁ ଲାଗିଲା ବଡ ଝଟକା । ଫୋନପେ ବ୍ୟବହାରକାରୀଙ୍କ ପାଇଁ ଆସିଲା ନୂଆ ନିୟମ । ଯଦି ଆପଣ ଫୋନପେ ୟୁଜର ତାହାଲେ ହୋଇଯାଆନ୍ତୁ ସତର୍କ । ଆପଣମାନଙ୍କ ପାଇଁ କମ୍ପାନୀ ନେଇଆସିଛି ଏକ ବଡ ଖବର । ଫୋନପେ ବ୍ୟବହାର କରିଲେ ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା । ତେବେ ଆସନ୍ତୁ ନଜର ପକାଇବା ଫୋନପେ ଅନଲାଇନ ପେମେଣ୍ଟ ସଂସ୍ଥାର ନୂଆ ନିୟମ ବିଷୟରେ । ଏବେ ଆସନ୍ତୁ ଜାଣିବା ଫୋନପେ ଆପ୍ଲିକେଶନରେ କଣ କଲେ ଆପଣମାନଙ୍କୁ ଅଧିକ ଦେୟ ଦେବାକୁ ପଡିବ । ଦେଶରେ ଅନଲାଇନ ପେମେଣ୍ଟର ଚାହିଦା ବଢିଥିବା ବେଳେ ଫୋନପେ ଏବେ ଶୀର୍ଷରେ ଅଛି । ଭାରତରେ ଅନ୍ୟ ପେମେଂଟ ଆପ ଠାରୁ ଫୋନ୍‌ପେରେ ତୃତୀୟପକ୍ଷ କାରବାର ସବୁଠାରୁ ଅଧିକ ରହିଛି । କେବଳ ସେତିକି ନୁହେଁ ଗତ ମାସରେ ଫୋନପେ ମାଧ୍ୟମରେ ୧୬୫କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବାର ସୂଚନା ମିଳିଛି । ଫୋନପେ କଂପାନୀ ପକ୍ଷରୁ ଗ୍ରାହକ ମାନଙ୍କୁ କୁହାଯାଇଛି ଯେ, ୫୦ଟଙ୍କାରୁ କମ ରିଚାର୍ଜ ଉପରେ ଆପଣମାନଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ହେଲେ ୫୦ ରୁ ଅଧିକ ଟଙ୍କାର ରିଚାର୍ଜ କଲେ ୧ଟଙ୍କା ଓ ୧୦୦ଟଙ୍କାରୁ ଅଧିକ ରିଚାର୍ଜ କଲେ ଆପଣମାନଙ୍କୁ ୨ଟଙ୍କା ଦେୟ ଦେବାକୁ ପଡିବ । ଯାହା ଫୋନପେ ଡିଜିଟାଲ ପେମେଣ୍ଟ ଆପରେ ନୂଆ ନିୟମ ଭାବେ କାର୍ଯ୍ୟ କରିବ । ଏଭଳି ସ୍ତରରେ ଅନ୍ୟ ରିଚାର୍ଜ ବା ଡିଜିଟାଲ କାରବାର ପାଇଁ ଅନ୍ୟ ଅନଲାଇନ ପେମେଣ୍ଟ ସଂସ୍ଥା କିଛି ଦେୟ ନେଉନଥିବା ବେଳେ ଗ୍ରାହକ ମାନଙ୍କୁ ଫ୍ରି ସେବା ପ୍ରଦାନ କରୁଛନ୍ତି । ଏହାସହିତ ଆପଣ ଯଦି କ୍ରେଡିଟ କାର୍ଡ ମାଧ୍ୟମରେ ରିଚାର୍ଜ କରୁଛନ୍ତି ତେବେ କଂପାନୀ ସେବା କର ମଧ୍ୟ ନେଉଛି । ହେଲେ ଅନ୍ୟ କାରବାରରେ ଫୋନପେ ସେବା କର ନେଉ ନାହିଁ । ଏବଂ ଆଗକୁ ନେବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏକ ସର୍ଭେ ଅନୁସାରେ ଡିଜିଟାଲ ପେମେଂଟ ଆପରେ ପ୍ରାୟ ୩୦୦ମିଲିୟନ ୟୁଜର ରେଜିଷ୍ଟର ଅଛନ୍ତି ଓ ଫୋନପେର ବ୍ୟବହାର ଦେଶର ମୋଟ ଅନଲାଇନ କାରବାରର ୪୦ ପ୍ରତିଶତ ବୋଲି କୁହାଯାଇଛି । ଏମିତିକି ଲୋକମାନେ ନିଜର ସମସ୍ତ ନେଣଦେଣ ଅନଲାଇନ ମାଧ୍ୟମରେ କାରବାର କରୁଛନ୍ତି । ଛୋଟମୋଟ କାରବାରଠାରୁ ଆରମ୍ଭ କରି ବଡବଡ କାରବାର ପର୍ଯ୍ୟନ୍ତ ଟଙ୍କାର ବ୍ୟବହାର ନକରି ଅନଲାଇନ ପେମେଂଟ କରୁଛନ୍ତି । ଯୁଗ ବଦଳୁଛି ଦେଶ ବଦଳୁଛି ପ୍ରତିଦିନ ସରକାର ଡିଜିଟାଲ ହେବା ପାଇଁ ଲୋକମାନଙ୍କୁ ପ୍ରେରିତ କରୁଛନ୍ତି କିନ୍ତୁ ଏଭଳି ସ୍ଥିତିରେ ଫୋନପେର ଏଭଳି ନିୟମ ଅନଲାଇନ ପେମେଂଟ ବ୍ୟବସ୍ଥାକୁ ମନ୍ଥର କରିଦେବ ତାହା କହିହେଉନି । ତେବେ ଦେଖିବାକୁ ବାକି ରହିଲା ଫୋନପେ ୟୁଜରର୍ସ ଏହି ନୂଆ ନିୟମକୁ କିଭଳି ଭାବରେ ଗ୍ରହଣ କରୁଛନ୍ତି ।
2022-12-03T03:29:27Z
https://liveodishatv.com/lifestyle-2/phonpe-users-were-shocked-new-rules-have-come-up-for-phonepad-users/
OSCAR-2301
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦୀୟ ପରମ୍ପରାକୁ ଅସମ୍ମାନ କରୁଛନ୍ତି। ଏପରି ଅଭିଯୋଗ ଆଣିଛି କଂଗ୍ରେସ । ଶନିବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କଂଗ୍ରେସ ଏକ ଚିଠି ଲେଖିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ଏହାକୁ ଚାରି ପ୍ରମୁଖ ବିଭାଗର ସଂସଦୀୟ ସମ୍ମିତିର ଅଧ୍ୟକ୍ଷ ପଦରୁ କୌଣସି ଗୋଟିକରୁ ଅଧ୍ୟକ୍ଷ ଦିଆଯାଉ। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବାଚସ୍ପତି ବିର୍ଲାଙ୍କୁ ଚିଠି ଲେଖି କହିଛନ୍ତି ଯେ ସରକାର ପ୍ୟାନେଲକୁ ନେଇ ଏକ ତରଫା ନିଷ୍ପତ୍ତି ନେଇଛନ୍ତି ଏବଂ ପ୍ରମୁଖ ବିରୋଧୀ ଦଳକୁ ଅପମାନିତ କରିଛନ୍ତି। ଆଇଟି ବିଭାଗର ସଂସଦୀୟ କମିଟିର ଅଧ୍ୟକ୍ଷ ପଦରୁ କଂଗ୍ରେସକୁ ହଟାଯାଇଥିବା ଅଭିଯୋଗ କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ । ସେପ୍ଟେମ୍ବର ୨୧ରେ ଓମ୍ ବିର୍ଲାଙ୍କୁ ସେ ଚିଠି ଲେଖିକହିଛନ୍ତି, ମୁଁ ପୂର୍ବ ଚିଠିର ଉତ୍ତରକୁ ଅପେକ୍ଷା କରିଛି, କିନ୍ତୁ ମୋତେ ମୌଖିକ ଭାବେ କୁହାଯାଇଥିଲା ଯେ, ସୂଚନା ପ୍ରୟୁକ୍ତି ସମ୍ପର୍କିତ କମିଟିରେ ସରକାରଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅଧୀର ଚୌଧୁରୀ ଦାବି କରିଛନ୍ତି ଯେ ଯଦି ଆଇଟି କମିଟିର ମୁଖ୍ୟ (ଶଶୀ ଥରୁର) ସ୍ୱାଧୀନ ଭାବେ କାମ କରୁଛନ୍ତି ଏବଂ କମିଟି ସ୍ୱାଧୀନ ସ୍ୱର ପ୍ରକାଶ କରୁଛି ଏବଂ ସରକାର ଏହାକୁ ଗ୍ରହଣ କରିବାକୁ ସକ୍ଷମ ହେଉନାହାନ୍ତି, ଏହାର ଅର୍ଥ ସଂସଦୀୟ କମିଟିଗୁଡ଼ିକୁ ସେ ଏକ ପରିହାସ କରୁଛନ୍ତି । ଯଦି ସରକାର ଆମକୁ ଏକ ପ୍ରମୁଖ ବିରୋଧୀ ଦଳ ଭାବେ ସୂଚନା ପ୍ରୟୁକ୍ତି କମିଟିର ଅଧ୍ୟକ୍ଷ ନଦେବାକୁ ଜିଦ୍ ଧରନ୍ତି, ତାହେଲେ ଆମେ ଅର୍ଥ, ଗୃହ, ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ସଙ୍କ୍ରାନ୍ତ ସଂସଦୀୟ କମିଟି ମଧ୍ୟରୁ ଅନ୍ତତଃ ଗୋଟିଏର ଅଧ୍ୟକ୍ଷ ଚାହୁଁଛୁ।
2022-12-02T05:32:25Z
https://odishasambad.in/congress-demands-of-chairmanship-of-anyone-parliamentary-committee/
OSCAR-2301
କଲ୍ୟାଣସିଂହପୁର(ମାଉଡି ବାରିକ): ତିନି ଦିନରେ ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନେକ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏପରି ଅଭିଯୋଗ ରାୟଗଡ଼ା ସଦର ବ୍ଲକ ଅଞ୍ଚଳରୁ। ଏନେଇ ଖବର ପ୍ରକାଶ ପାଇବା ପରେ ଗାଁରେ ପହଞ୍ଚିଛି ମେଡ଼ିକାଲ୍‌ ଟିମ୍‌। ପିତାମହଲ ପଞ୍ଚାୟତ କନ୍ଧଖିଲମ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୩ ଦିନରେ ଝାଡ଼ାବାନ୍ତିରେ ଏହି ଗାଁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଗଜ ମେଲାକା ଓ ଆଦାମା ଉଲାକା। ଏହାଛଡ଼ା ଅନେକ ଆକ୍ରାନ୍ତ ହୋଇଛି। ସେମାନଙ୍କ ଭିତରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିନ୍ତୁ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଦୂଷିତ ପାଣି ଯୋଗୁ ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଆହୁରି ପଢ଼ନ୍ତୁ ପୁଲିସ ବିଭାଗରେ ଖାଲି ପଡ଼ିଛି ୪୮୧୩ କନେଷ୍ଟବଳ ସମେତ ୧୩୨୩୫ଟି ପଦବୀ 4 hours ago କରୋନା ନେଇଛି ୨୨୪ ସରକାରୀ କର୍ମଚାରୀଙ୍କ ଜୀବନ, ୪୭ଜଣଙ୍କୁ ମିଳିନି… 5 hours ago ଗତ ୩ ଦିନରେ ୨ ଜଣଙ୍କ ମୃତ୍ୟୁ ନେଇ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ ଓ ଏକ ସ୍ୱତନ୍ତ୍ରର ଡ଼ାକ୍ତରୀ ଦଳ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମେଡ଼ିକାଲ୍‌ ଟିମ୍‌ ଘରକୁ ଘର ବୁଲି ଲୋକଙ୍କୁ ଓଆରଏସ୍‌ ଓ ହାଲୋଜିନ ବଟିକା ବାଣ୍ଟୁଛି। ଏଥିସହ ପାଣି ଫୁଟାଇ ପିଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ସୂଚନାରୁ ପ୍ରକାଶ, ଗାଁକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏକ ପାନୀୟ ଜଳ ପ୍ରକଳ୍ପ ରହିଥିଲା। ହେଲେ ବିଲ୍‌ ବାକି ଥିବାରୁ ବିଦ୍ୟୁତ ବିଭାଗ ପ୍ରକଳ୍ପର ବିଜୁଳି କାଟି ଦେଇଥିଲା। ତେଣୁ ୮ ଦିନ ହେଲା ଗାଁ ଲୋକେ ନଈର ଦୂଷିତ ପାଣି ସେବନ କରୁଛନ୍ତି। ଯେଉଁଥିପାଇଁ ଝାଡ଼ାବାନ୍ତି ବ୍ୟାପୁଥିବା ଅନୁମାନ କରାଯାଉଛି।
2022-11-28T21:25:49Z
https://odishareporter.in/odisha/two-die-in-diarrhea-780478
OSCAR-2301
ଇରାନ : ଇରାନରେ ସେନାର ପରେଡ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସେନାର ୨୪ ଯବାନ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫୩ ରୁ ଅଧିକ ଜଣ ଆହତ ହୋଇଥିବା ନେଇ ଜଣାପଡିଛି । ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଇରାନର ଏକ ସହରରେ ସେନା ପରେଡ ଚାଲିଥିବାବେଳେ ଆତଙ୍କବାଦୀମାନେ ହଠାତ ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ସମସ୍ତ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଅନ୍ୟପକ୍ଷରେ ଏହି ଆକ୍ରମଣରେ ଯବାନ ମାନଙ୍କ ସହ ସାଧାରଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ପୋଲିସର ସୂଚନା ଅନୁଯାୟୀ ଏହି ଆକ୍ରମଣ କିଏ ଘଟାଇଛି ସେ ନେଇ ଜଣାପଡିନାହିଁ ।
2022-11-28T22:27:03Z
https://odishasambad.in/24-killed-iran-military-parade-attack/
OSCAR-2301
ବ୍ରହ୍ମପୁର: କଟକରେ ହାଇକୋର୍ଟ ଓକିଲଙ୍କୁ ପୋଲିସ ଆକ୍ରମଣ ଘଟଣା ସମଗ୍ର ଓଡ଼ିଶାରେ ଏବେ ଚର୍ଚ୍ଚାରେ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ମଧ୍ୟରେ ଜଣେ ଆଇନଜୀବୀଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା ମଧ୍ୟରେ ପୋଲିସ ହର ପ୍ରସାଦ ଦାଶ ନାମକ ଜଣେ ଓକିଲଙ୍କୁ ଆକ୍ରମଣ କରି ଶରୀରର ବିଭିନ୍ନ ସ୍ଥାନରେ ଲହୁଲୁହାଣ କରିଛନ୍ତି । ସେ ଆହତ ହୋଇ ଏବେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାସ ଅଭିଯୋଗ କରି କହିଛନ୍ତି, ତାଙ୍କ ଘର ପାଖରେ ଏକ ରାସ୍ତାକୁ ବୁଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବନ୍ଦ କରିଦେଇଥିଲେ । “ମୁଁ ଏସମ୍ପର୍କରେ ଥାନାକୁ ପଚାରିବାକୁ ଯାଇଥିଲି । ଯେହେତୁ ଏହି ରାସ୍ତା ପ୍ରସଙ୍ଗରେ ଏକ ମାମଲା ଅଦାଲତରେ ବିଚାରାଧିନ ଅବସ୍ଥାରେ ଅଛି । ଏହି କାରଣରୁ ଥାନା ଅଧିକାରୀ ରାମଚନ୍ଦ୍ର ମିଶ୍ର ଅନ୍ୟ ଜଣେ ପୋଲିସ ଅଧିକାରୀ ଜଗନ୍ନାଥ ସ୍ୱାଇଁଙ୍କ ସହିତ ମିଶି ମୋତେ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ”ବୋଲି ସେ କହିଛନ୍ତି । ବୁଗୁଡ଼ା ବାର ଆସୋସିଏସନ ସଭାପତି, ବନବାସୀ ନାୟକଙ୍କୁ ପଚାରିବାରୁ ସେ କହିଲେ, “ଏହି ଘଟଣା ନେଇ ବାର ଆସୋସିଏସନରେ ଏକ ବୈଠକ ହୋଇ ଏକ ପ୍ରସ୍ତାବ ଗୃହିତ ହେବ । ବୈଠକର ନିଷ୍ପତ୍ତି ଅନୁଯାୟୀ ହାଇକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ତଥା ଜିଲ୍ଲା ବାର ଏବଂ ରାଜ୍ୟ ବାର୍ ଆସୋସିଏସନକୁ ଅବଗତ କରାଯିବ,”ବୋଲି ସେ କହିଛନ୍ତି । ଏହି ଘଟଣା ସମ୍ପର୍କରେ ବୁଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରେ ସେ ଏହାକୁ ଏକ ମିଥ୍ୟା ଅଭିଯୋଗ ବୋଲି ଦର୍ଶାଇଛନ୍ତି ।
2022-11-28T21:32:50Z
https://odishasambad.in/lawyer-assaulted-by-police-inside-police-station-in-odishas-ganjam/
OSCAR-2301
ଦ୍ରାକ୍ଷାଲତା ଫସଲରେ କାଣ୍ଟୋଲା ଅନ୍ତର୍ଭୁକ୍ତ | ଏହାକୁ ଖାଇବା ଦ୍ୱାରା ଅନେକ ସୁସ୍ଥ ଉପକାର ଅଛି | ଏହାର ଚାଷ ବିଷୟରେ କହିବାକୁ ଗଲେ ଏହା ମଞ୍ଜି ମାଧ୍ୟମରେ ଚାଷ କରାଯାଏ | ଯଦି ଆପଣ କାଣ୍ଟୋଲା ଚାଷ କରିବାକୁ ଚାହୁଁଛନ୍ତି ତେବେ ଏହି ଭିଡିଓକୁ ଭଲଭାବେ ଦେଖନ୍ତୁ | ଏଠାରୁ ଆପଣ ପୁରୁଷ ଏବଂ ମହିଳା ଉଦ୍ଭିଦଗୁଡିକର ଚିହ୍ନଟ, ବିହନ ଚିକିତ୍ସା ପ୍ରଣାଳୀ, ବିହନ ପ୍ରଣାଳୀ ଇତ୍ୟାଦି ବିଷୟରେ ସୂଚନା ପାଇପାରିବେ | ଯଦି ଆପଣ ଏହି ଭିଡିଓରେ ଦିଆଯାଇଥିବା ସୂଚନାକୁ ପସନ୍ଦ କରନ୍ତି, ତେବେ ଆମର ପୋଷ୍ଟକୁ ପସନ୍ଦ କରନ୍ତୁ ଏବଂ ମନ୍ତବ୍ୟ ମାଧ୍ୟମରେ ଏହା ସହିତ ଆପଣଙ୍କର ପ୍ରଶ୍ନଗୁଡିକ ପଚାରନ୍ତୁ | କୃଷି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଗ୍ରାମାଞ୍ଚଳ ସହିତ ସଂଯୁକ୍ତ ରୁହ |
2022-12-01T22:29:35Z
https://kisan-app.agrevolution.in/hi/dehaat/post/kaannttolaa-caass-bissyyre-smpuurnnnn-suucnaa
OSCAR-2301
ମେଷ : ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଯେଉଁମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ। ବୃଷ : ଆଜି ଅଜାଣତରେ ଆପଣଙ୍କ ଦ୍ଵାରା କୌଣସି ଭୁଲ ହୋଇପାରେ, ଯାହାଦ୍ୱାରା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି। ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି। ମିଥୁନ : ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ବ୍ୟବସାୟ ପାଇଁ ହଠାତ କରାଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି। କର୍କଟ : ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସକାରାତ୍ମକ ବ୍ୟବହାରରେ ଲୋକମାନଙ୍କୁ ପ୍ରଭାବିତ କରିବେ। ସିଂହ: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଆପଣଙ୍କୁ ଶୀଘ୍ର ନୂଆ ଦାୟିତ୍ବ ମିଳିପାରେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। କନ୍ୟା : ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ। ତୁଳା : କୌଣସି କଥାକୁ ନେଇ ଚିନ୍ତିତ ରହିବେ। ନିଜକୁ ଶକ୍ତିମାନ ଅନୁଭବ କରିବେ। ସକାରାତ୍ମକ ବ୍ୟବହାରରେ ଲୋକମାନଙ୍କୁ ପ୍ରଭାବିତ କରିବେ। ଅଧୁରା କାମ ସମ୍ପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖଦ ରହିବ। ବିଛା : ଆଜି କର୍ମକ୍ଷେତ୍ରରେ ଅସୁବିଧା ଯୋଗୁ ଟେନ୍‌ସନ ମଧ୍ୟରେ ରହିବାକୁ ପଡ଼ିପାରେ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ବ୍ୟସ୍ତତା ବଢ଼ିପାରେ। ଟଙ୍କା ପଇସା, ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରହିବା ଭଲ ହେବ। ଧନୁ : ଆଜି ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣଜନିତ ମନସ୍ତାପର କାରଣ ହୋଇପାରେ। ନିଜ ଲୋକମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତିତ ରହିବାର ସୂଚନା ରହିଛି। ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇବେ। ଜମିଜମା ସମ୍ପର୍କିତ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ମକର : ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ଅଭାବ ଅସୁବିଧା ନ ଥିଲେ ମଧ୍ୟ ବନ୍ଧୁ, ପରିଜନଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ବ୍ୟବସାୟରେ ଝଗଡ଼ା ଓ ଯାତ୍ରାରେ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ। କୁମ୍ଭ : ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ମୀନ : ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ। horoscope today Share FacebookTwitterWhatsAppEmail Prev Post ୟୁକ୍ରେନ୍ ଅଧିକୃତ ୪ ଅଞ୍ଚଳ ମିଶ୍ରଣକୁ ରୁଷ୍ ସଂସଦ ନିମ୍ନ ସଦନର ଅନୁମୋଦନ Next Post ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ କରନ୍ତୁ ପୂଜା, ନବମୀ ତିଥିରେ ୨ରୁ ୯ ବର୍ଷର କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ ଶୁଭଫଳ ମିଳିବ
2022-12-07T20:53:07Z
https://knewsodisha.com/horoscope/horoscope-today-04-10-2022-487997
OSCAR-2301
ନୀଳାଦ୍ରି ବିହାର ୧୦ ଟି ବସ୍ତିରେ ଡ୍ରୋନ୍ ସର୍ଭେ ,ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାରଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତିମୃତ ମଣିଷ ଜୀବିତ ହେବେ: ବିଜ୍ଞାନପ୍ରସ୍ତାବିତ ଯୋଜନା ଅନୁସାରେ ଉପକୂଳ ଜାତୀୟ ରାଜପଥ ଯାଉ, ଉପକୂଳୀୟ ବିକାଶ ପରିଷଦ ନାଉଗାଁ ଗଠିତପଟ୍ଟାମୁଣ୍ଡାଇ ତଳ ରାସ୍ତାରେ ବସ୍ ଚଳାଚଳ ନେଇ ତେଜିଲା ଆନ୍ଦୋଳନ Home ରାଜ୍ୟ ରାଜ୍ୟ ଅମ୍ଫନ ପାଇଁ ରାଜ୍ୟପାଳଙ୍କ ୧୧ ଲକ୍ଷ ଟଙ୍କାର ସହାୟତା By Odia News Last updated May 28, 2020 0 Share ଭୁବନେଶ୍ୱର, ୨୮ା୫(ଓଡ଼ିଆ ନ୍ୟୁଜ): ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ସମବେଦନା ଜଣାଇବା ସହ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ସିଏମ ରିଲିଫ ପାଣ୍ଠିକୁ ୧୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ପୂର୍ବରୁ କରୋନା ମୁକାବିଲା କରିବା ପାଇଁ ମଧ୍ୟ ୨୧ଲକ୍ଷ ଟଙ୍କା ସେ ପ୍ରଦାନ କରିଥିଲେ । ଏହାସହ ସେ ସମସ୍ତଙ୍କୁ ଏଥିପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି ।
2022-12-01T23:12:45Z
https://odianews.org/odisha-23/
OSCAR-2301
ନୂଆଦିଲ୍ଲୀ: ଟ୍ୱିଟର ପରେ ଫେସବୁକ୍‌। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର ତାର ଅନେକ କର୍ମଚାରୀଙ୍କୁ ଛଟେଇ କରିବା ପରେ ଏବେ ସେଇ ରାସ୍ତାକୁ ଆପଣାଇଛି ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ (ମେଟା) । ଏହି କମ୍ପାନୀରେ କାମ କରୁଥିବା କର୍ମଚାରି ଏବେ ଚାକିରି ହରାଇବେ। ପ୍ରାଥମିକ ପର୍ଯ୍ୟାୟରେ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କାରାଯିବ ବୋଲି ଫେସ୍‌ବୁକ୍‌ ଅଫିସିଆଲ ଭାବେ ଘୋଷଣା କରିଛି। ଏହି ଛଟେଇ ଫେସ୍‌ବୁକ୍‌ରେ କାମ କରୁଥିବା କର୍ମଚାରିଙ୍କର ୧୩ ପ୍ରତିଶତ ହେବ। ବୁଧବାର କମ୍ପାନୀ ପକ୍ଷରୁ ଏକ ବିବୃତିରେ ଏହି ତଥ୍ୟ ଜାରି କରାଯାଇଛି। ଏହି ନିଷ୍ପତ୍ତି ଲାଗି ମୁଁ ଉତ୍ତରଦାୟିତ୍ୱ ନେବାକୁ ଚାହୁଁଛି। ମୁଁ ଜାଣେ ଏହି ନିଷ୍ପତ୍ତି ସମସ୍ତଙ୍କ ପାଇଁ ଦୁଃଖଦାୟକ। ବିଶେଷ କରି ଯେଉଁମାନେ ଏହି ନିର୍ଣ୍ଣୟ ଲାଗି ପ୍ରଭାବିତ ମୁଁ ସେମାନଙ୍କ ପାଇଁ ଭାରି ଦୁଃଖିତ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି। ଆହୁରି ପଢ଼ନ୍ତୁ ଶିକ୍ଷୟିତ୍ରୀଙ୍କୁ ‘ଆଇ ଲଭ ୟୁ’ କହି ଭିଡିଓ ଶୁଟିଂ କଲେ, ପରେ… 19 mins ago ଖାଇବାକୁ ଟଙ୍କା ନାହିଁ ବୋଲି ୨ ବର୍ଷର ଝିଅକୁ ହତ୍ୟା କଲା ବାପା 1 hour ago କମ୍ପାନୀ କହିଛି ଯେ କର୍ମଚାରି ହ୍ରାସ ମଧ୍ୟ ଏହାର ନିଯୁକ୍ତି ଆନୁପାତିକ ପ୍ରକ୍ରିୟା ‌ଉପରେ ପ୍ରଭାବ ପକାଇବ। ବ୍ୟବସାୟ ପ୍ରଭାବିତ ହେବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ମେଟା ମଧ୍ୟ ଏହାର ରିଅଲ୍ ଇଷ୍ଟେଟ୍ ବିଭାଗର କର୍ମଚାରୀଙ୍କୁ ଛଟେଇ କରିବ। ଚଳିତ ବର୍ଷ ମେଟାର ଷ୍ଟକ୍ ୭୧% ହ୍ରାସ ପାଇଛି। ତେଣୁ ନିରାଶଜନକ ବ୍ୟବସାୟ କମ୍ପାନୀ ଉପରେ ଗୁରୁତର ପ୍ରଭାବ ପକାଇଥିଲା। ବର୍ତ୍ତମାନ ପରିସ୍ଥିତିରେ କମ୍ପାନୀକୁ ଚାକିରି ଏବଂ ପୁଞ୍ଜିଗତ ବ୍ୟୟ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି ଫେସ୍‌ବୁକ୍‌/ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ କମ୍ପାନୀର ଅଂଶଧାରୀମାନଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଗତ କିଛି ମାସ ହେବ ସାରା ବିଶ୍ୱରେ ଉଭୟ ରାଜନୈତିକ ଓ ଭୌଗୋଳିକ ସମସ୍ୟା ଲାଗି ରହିଛି। ଫଳରେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ସେହି ପରିମାଣରେ ଜାରି ରହିଛି। ଏଭଳି ସ୍ଥିତିରେ କମ୍ପାନୀ କର୍ମଚାରୀ ଛଟେଇ କରିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି। ଏପରିକି ମାନ୍ଦାବସ୍ଥା ଯୋଗୁ ସାରା ଦୁନିଆରେ ଭିନ୍ନ ଭିନ୍ନ ସେକ୍ଟର ବଡ଼ କମ୍ପାନୀଗୁଡିକ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି।
2022-11-28T07:46:27Z
https://odishareporter.in/nation-world/india/mark-zuckerbergs-sorry-for-11000-layoffs-thats-13-of-metas-team-780223
OSCAR-2301
ନୂଆଦିଲ୍ଲୀ: ପୁଣି ଉଠିଛି ଏ ପ୍ରସଙ୍ଗ । ବାଜପେୟୀଙ୍କ ବିୟୋଗ ପରେ ଅଗଷ୍ଟ ୨୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡ଼ିଓ କାର୍ଯ୍ୟକ୍ରମ- ମନକୀ ବାତ୍ ରେ ଏକାଥରେ ନିର୍ବାଚନ ପ୍ରସଙ୍ଗ ଉଠାଇ ଥିଲେ । ମୋଦୀ କହିଥିଲେ- ଏକାଥରେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକର ନିର୍ବାଚନ କରାଇ ନେବା ବାଜପେୟୀଙ୍କ ପରି ରାଷ୍ଟ୍ରପୁରୁଷଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ । ଅଚାନକ ପ୍ରଧାନମନ୍ତ୍ରୀ ପୁଣି ଥରେ କ’ଣ ପାଇଁ ଏକାଥରେ ନିର୍ବାଚନ କଥା ଉଠେଇଲେ ତାକୁ ନେଇ ଆରମ୍ଭ ହୋଇଗଲା ଚର୍ଚ୍ଚା । ଯଦିଓ କିଛି ଦଳ ଏକାକୁ ସମର୍ଥନ କରୁଛନ୍ତି, ଅନେକ ଏହାକୁ ବିରୋଧ ବି କରୁଛନ୍ତି । ଅକାଳୀ ଦଳ, ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍), ଏଆଇଏଡିଏମ୍କେ ଆଦି ଏହାକୁ ସମର୍ଥନ କରୁଛନ୍ତି । କିନ୍ତୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଜେଡ଼ିଏସ୍, ବାମ ଦଳ ଗୁଡ଼ିକ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ପୂର୍ବରୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ.ପି ରାୱତ୍ ମଧ୍ୟ ଏହା ସମ୍ଭବ ନୁହେଁ ବୋଲି କହିଥିଲେ । ଏକାଥରେ ନିର୍ବାଚନ ପାଇଁ ‘କୋଇ ଚାନ୍ସ ନେହିଁ’ (ଯୋଜନା ହିଁ ନାହିଁ) ବୋଲି ରାୱତ୍ ପ୍ରକାଶ କରିଥିଲେ । ଯଦି ୨୦୧୯ହରେ ଲୋକସଭା ସହିତ ବିଧାନସଭା ଗୁଡ଼ିକର ନିର୍ବାଚନ ହୁଏ, ତେବେ ୨୧ ଲକ୍ଷ ଅଧିକ ଇଭିଏମ୍ର ଆବଶ୍ୟକତା ରହିଛି । ଏହାଛଡ଼ା ସେହି ଅନୁସାରେ ଭିଭିପାଟ୍ ମେସିନ୍ ମଧ୍ୟ କିଣାଯିବ । ଏଥିପାଇଁ ୪୫୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ପୁଣି ଏ ସଂପର୍କିତ ଆଇନ ବି ବଦଳାଯିବା ଦରକାର । ସେଥିପାଇଁ ବର୍ଷେ ସମୟ ଦରକାର ବୋଲି କମିଶନ କହିଥିଲେ । ତେବେ କମିଶନ କହିଲା ପରେ ମଧ୍ୟ ପ୍ରଧାନମନ୍ତ୍ରୀ କଣ ପାଇଁ ଏକାଥରେ ନିର୍ବାଚନ କଥା କହୁଛନ୍ତି ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କଲା । ବିଶେଷ କରି ବାଜପେୟୀଙ୍କ ବିୟୋଗ ପରେ କାହିଁକି ଏକଥା ଉଠିଲା, ତାକୁ ନେଇ ଛିଡ଼ା ହୋଇଛି ବିରାଟ ପ୍ରଶ୍ନବାଚୀ । ଆସନ୍ତା ବର୍ଷରେ ଓଡ଼ିଶା ସମେତ ଅନେକ ରାଜ୍ୟରେ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶା ସମେତ ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ହରିଆଣା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ନିର୍ବାଚନ ୨୦୧୯ରେ ଅନୁଷ୍ଠିତ ହେବ । ତେଣୁ ସେଇସବୁ ରାଜ୍ୟ ସହ ଏକାଥରେ ନିର୍ବାଚନ କରେଇ ନେବା ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶରେ ରାଜ୍ୟ ସରକାର ବିରୋଧରେ ଜନ ଅସନ୍ତୋଷ ଦେଖା ଦେଇଛି । ସେଠାରେ ବିଜେପି ସରକାର ରହିଛି । ତେଣୁ ବାଜପେୟୀଙ୍କ ସହାନୁଭୂତିକୁ ଆଧାର କରି ଦେଖାଇ ବିଜେପି ସେଠାରେ ନିଜର ଶାସନ ଜାରି ରଖିବାକୁ ଚାହୁଁଛି । ସାରା ଦେଶରେ ସେଇ ଧାରା ଅନୁସାରେ ବିଜେପି ନିଜର କ୍ଷମତା ବଳବତ୍ତର ରଖିବାକୁ ଚାହୁଁଛି । ଏହାଛଡ଼ା ବିରୋଧୀ ଦଳ ଗୁଡ଼ିକ ମିଶି ମେଣ୍ଟ କରିବାକୁ ଯୋଜନା କରୁଛନ୍ତି । ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ କାରଣରୁ ବିଜେପି ସେଠାରେ ଉପ-ନିର୍ବାଚନ ହାରିଲା । ବିହାରରେ ବି ଲାଲୁ ଯାଦବ ଓ ଅନ୍ୟାନ୍ୟ ଦଳଙ୍କ ମେଣ୍ଟ କାରଣରୁ ବିଜେପି ହାରିଲା । ସେଆଡ଼େ ମମତା ବାନାର୍ଜୀ, କୁମାରସ୍ୱାମୀ, ଅରବିନ୍ଦ କେଜ୍ରିୱାଲ, ଚନ୍ଦ୍ରଶେଖର ରାଓ, ଚନ୍ଦ୍ରବାବୁ ନାଇଡ଼ୁ ହାତ ମିଳେଇବାକୁ ଆରମ୍ଭ କଲେଣି । ତେଣୁ ବିରୋଧୀଙ୍କୁ ମହାମେଣ୍ଟ କରିବା ପାଇଁ ସୁଯୋଗ ନ ଦେବା ନିମନ୍ତେ ବିଜେପି ଏପରି କରୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ବିରୋଧୀ ଏକାଠି ହେବା ପାଇଁ ସମୟ ଲାଗିବ ନିଶ୍ଚିତ । କାରଣ- ସେମାନଙ୍କ ମଧ୍ୟରେ ମତାନ୍ତର ଅନେକ ଓ ସମସ୍ତେ ଆଗ କ୍ଷମତା ଚାହାଁନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ଲୋକେ ବିଜେପିକୁ ବିପୁଳ ମତ ଦେଇଥିଲେ । ୫୪୩ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨୮୨ଟି ଆସନ ଏକା ଜିତିଥିଲା । ୨୦୧୪ ନିର୍ବାଚନ ପରେ ଦେଶର ୨୯ଟି ରାଜ୍ୟ ମଧ୍ୟରୁ ୧୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଲୋକସଭା ଓ ବିଧାନସଭା ଆସନ ସବୁଦିନେ ଆନୁପାତିକ । ଉଦାହାରଣ ପାଇଁ- ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ । ୧୪୭ଟି ବିଧାନସଭା ଆସନ । ଫଳରେ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଗୋଟିଏ ଲୋକସଭା ଆସନ ଗଠିତ ହୋଇଛି । ଉତ୍ତର ପ୍ରଦେଶରେ ଏହି ସଂଖ୍ୟା ୫ଟି ବିଧାନସଭା ଆସନରେ ଗୋଟିଏ ଲୋକସଭା ଆସନ । ତେବେ ଯେଉଁସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି, ସେବୁ ରାଜ୍ୟକୁ ଲକ୍ଷ୍ୟ କଲେ ନୂଆ ଏକ ସମୀକରଣ ସାମ୍ନାକୁ ଆସୁଛି । ଏହିସବୁ ରାଜ୍ୟରେ ବିଜେପି ୧୯୧ଟି ଲୋକସଭା ଆସନ ଜିତିଥିଲା । କିନ୍ତୁ ବିଧାନସଭା ଫଳାଫଳ ଅନୁସାରେ ଯଦି ଲୋକସଭାର ଗଣତି କରିବା ତେବେ ବିଜେପି ଆସନ ସଂଖ୍ୟା ୧୪୬କୁ ଖସି ଆସୁଛି । ଅର୍ଥାତ୍ ୪୫ଟି ଲୋକସଭା ଆସନ ବିଜେପି ହାତରୁ ଚାଲି ଯାଉଛି । ଫଳରେ ବିଜେପି ଆସନ ସଂଖ୍ୟା ୨୩୭କୁ କମୁଛି । ଏହା ଆହୁରି ବି କମିପାରେ । ତେଣୁ ତାକୁ ରୋକିବା ନିମନ୍ତେ ଓ ୨୨୫-୨୩୫ ମଧ୍ୟରେ ଆସନ ପାଇବାକୁ ହେଲେ ବିଜେପିକୁ ସଅଳ ଓ ଏକାଥରେ ନିର୍ବାଚନକୁ ଯିବାକୁ ହିଁ ପଡ଼ିବ । ଆଉ ଗୋଟେ ପରିସଂଖ୍ୟାନକୁ ଯିବା । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଏହି ୧୫ଟି ରାଜ୍ୟରେ ୧୧୭୧ଟି ବିଧାନସଭା ଆସନରେ ଆଗୁଆ ରହିଥିଲା । କିନ୍ତୁ ସେହିସବୁ ରାଜ୍ୟରେ ବିଧାନସଭା ଫଳ ଆସିବା ପରେ ବିଜେପି ୮୫୪ଟି ଆସନ ଜିତିଛି । ଯାହା ଏକ ତୃତୀୟାଂଶ । ପୁଣି ଏହିସବୁ ରାଜ୍ୟରେ ବିଜେପିର ଭୋଟହାର ୩୯ ପ୍ରତିଶତରୁ ୨୯ ପ୍ରତିଶତକୁ କମି ଆସିଛି । କିଛି ଦିନ ପରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଏହି ରାଜ୍ୟରେ ଏବେ ବିଜେପି ଶାସନ ଅଛି । କିନ୍ତୁ ସରକାରୀ ଦଳର ସ୍ଥିତି ଭଲ ନାହିଁ । ଏକ ସର୍ଭେ ଅନୁସାରେ, ଯଦି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଥରେ ଅନୁଷ୍ଠିତ ହୁଏ, ତେବେ ୭୭ ପ୍ରତିଶତ ଲୋକ ଗୋଟିଏ ଦଳକୁ ହିଁ ଭୋଟ ଦିଅନ୍ତି । ଯାହାର ଫାଇଦା ନେବାକୁ ବିଜେପି ନିଶ୍ଚୟ ଚେଷ୍ଟା କରିବ ।
2022-11-28T08:09:35Z
https://odishasambad.in/prasanga-ekathare-nirbachan/
OSCAR-2301
ଭଞ୍ଜନଗର, ୧୮/୧୧ : ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ୍। ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୋକୋଳବା ଗ୍ରାମ ନିକଟରେ ଗୁରୁବାର ମଧ୍ୟରାତ୍ରିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ମହାରାଷ୍ଟ୍ରରୁ ଏକ ପରିବା ବୋଝେଇ ଟ୍ରକ୍ ତାରାସିଂ କୋକୋଳବା ଗ୍ରାମ ଦେଇ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳକୁ ପରିବା ନେଇ ଆସୁଥିଲା। ଏହି ସମୟରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ରାସ୍ତା କଡ଼ରେ ଥିବା ଏକ ବଡ ଗଛରେ ପିଟି ହୋଇ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ଗାଡିରେ ଥିବା ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଖବର ପାଇ ତାରାସିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି । ତେବେ ଏଯାଏଁ ୨ ମୃତକଙ୍କ ପରିଚୟ ମିଳି ପାରିନହିଁ। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।
2022-11-28T08:43:32Z
https://www.prameya.com/bhanjanagar-re-durghatana-2/
OSCAR-2301
କେନ୍ୟୁଜ୍(ବ୍ୟୁରୋ): ଏଣିକି ବୃତ୍ତିଗତ କର ରାଜ୍ୟ ସରକାର ଆଦାୟ ନ କରି ପୌର ସଂସ୍ଥାଗୁଡ଼ିକୁ କ୍ଷମତା ହସ୍ତାନ୍ତର ହୋଇପାରେ। ଅର୍ବାନ ଲୋକାଲ ବଡ଼ିକୁ ଅଧିକ ଆର୍ଥିକ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା… ରାଜ୍ୟ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନୀତି ଆୟୋଗର ପ୍ରଶଂସା, ପାରଦର୍ଶିତା ରିପୋର୍ଟରେ ପାଇଲା ସ୍ଥାନ WCW 11 Oct 2, 2021 0 ପାରଳାଖେମୁଣ୍ଡି (କେନ୍ୟୁଜ୍‌): ନୀତି ଆୟୋଗର ଜିଲ୍ଲା ଚିକିତ୍ସା କେନ୍ଦ୍ରର ପାରଦର୍ଶିତା ରିପୋର୍ଟରେ ଓଡ଼ିଶାର ତିନୋଟି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ରହିଥିବା ବେଳେ ଗଜପତି ଜିଲ୍ଲା ଚିକିତ୍ସା କେନ୍ଦ୍ର ମଧ୍ୟ ଏଥିରେ ସ୍ଥାନ ପାଇଛି। ରିପୋର୍ଟରେ ନୀତି ଆୟୋଗ ଓଡ଼ିଶାକୁ ବେସ ଅକୁପେନ୍ସିରେ… ରାଜ୍ୟ ନୀତି ଆୟୋଗର ଜିଲ୍ଲା ହସ୍ପିଟାଲର ପାରଦର୍ଶିତା ସମ୍ପର୍କିତ ରିପୋର୍ଟ:ଦ୍ୱାଦଶ ସ୍ଥାନରେ ଅଛି ଓଡ଼ିଶା KNews Bureau Sep 30, 2021 0 କେନ୍ୟୁଜ୍(ବ୍ୟୁରୋ): ଆସିଲା ନୀତି ଆୟୋଗର ଜିଲ୍ଲା ହସ୍ପିଟାଲର ପାରଦର୍ଶିତା ସମ୍ପର୍କିତ ରିପୋର୍ଟ । ଯେଉଁଥିରେ ସରକାରୀ ଜିଲ୍ଲା ହସ୍ପିଟାଲ୍‌ ବେଡରେ କେତେ ରୋଗୀ ଚିକିତ୍ସିତ ହେଉଛନ୍ତି ଉଲ୍ଲେଖ ରହିଛି । ତାଲିକାରେ ଆଗରେ ଅଛି ଚଣ୍ଡୀଗଡ଼ ।ସେଠାରେ ୯୦ ପ୍ରତିଶତ ବେଡ୍‌ ଭର୍ତ୍ତି ଅଛି । ଓଡ଼ିଶାର… ଦେଶ ବିଦେଶ ଆଜି ବସୁଛି ନୀତି ଆୟୋଗର ଷଷ୍ଠ ଗଭର୍ଣ୍ଣିଂ କାଉନସିଲ ବୈଠକ, ଭାଗନେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ WCW 4 Feb 20, 2021 0 ନୂଆଦିଲ୍ଲୀ: ଆଜି ବସୁଛି ନୀତି ଆୟୋଗର ଷଷ୍ଠ ଗଭର୍ଣ୍ଣିଂ କାଉନସିଲ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଭାଗନେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏଥର ଭିଡିଓ କନଫରେନ୍‌ସିଂ ଜରିଆରେ ବୈଠକ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବୈଠକରେ ଯୋଗଦେବେ ।… ଦେଶ ବିଦେଶ ରାଜ୍ୟ ସରକାରଙ୍କ 5Tକୁ ନୀତି ଆୟୋଗଙ୍କ ପ୍ରଶଂସା, 5T କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ଆସିଛି ପରିବର୍ତ୍ତନ KNews Bureau Nov 24, 2019 0 କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାରଙ୍କ 5Tକୁ ନୀତି ଆୟୋଗଙ୍କ ପ୍ରଶଂସା। ପ୍ରଶାସନରେ ସ୍ୱଚ୍ଛତା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଟ୍ରାନ୍‌ସଫର୍ମେସନ, ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନ୍‌ସପରେନ୍‌ସି ଓ ଟାଇମଲାଇନକୁ ଦେଶର ସର୍ବୋଚ୍ଚ ଯୋଜନା ପ୍ରସ୍ତୁତକାରୀ ସଂସ୍ଥା ନୀତି ଆୟୋଗ ପ୍ରଶଂସା… ଦେଶ ବିଦେଶ ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଛି ୨୦୧୯ର ଇନୋଭେସନ୍‌ ଇଣ୍ଡେକ୍ସ, ଓଡ଼ିଶା ରହିଛି ୧୨ନମ୍ବର ସ୍ଥାନରେ KNews Bureau Oct 17, 2019 0 ଭୁବନେଶ୍ବର(କେନ୍ୟୁଜ୍): ପ୍ରକାଶ ପାଇଛି ୨୦୧୯ର ଇନୋଭେସନ୍‌ ଇଣ୍ଡେକ୍ସ। ନୀତି ଆୟୋଗ ପକ୍ଷରୁ ଜାରି ଏହି ଇଣ୍ଡେକ୍ସରେ ଓଡ଼ିଶା ୧୨ନମ୍ବର ସ୍ଥାନରେ ରହିଛି । ତାଲିକାର ସବା ଆଗରେ କର୍ଣ୍ଣାଟକ। ସେହିପରି ଦୁଇ ନମ୍ବର ସ୍ଥାନରେ ତାମିଲନାଡ଼ୁ, ତିନି ନମ୍ବରରେ ରହିଛି ମହରାଷ୍ଟ୍ର । ଏହା ପଛକୁ ଅଛନ୍ତି… ରାଜ୍ୟ ନୀତି ଆୟୋଗର ଶିକ୍ଷା ଇଣ୍ଡେକ୍ସର ୭ମ ତାଲିକାରେ ଓଡ଼ିଶା, ପ୍ରଚେଷ୍ଠା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ… KNews Bureau Sep 30, 2019 0 ଭୁବନେଶ୍ବର(କେନ୍ୟୁଜ୍): ନୀତି ଆୟୋଗର ଶିକ୍ଷା ଇଣ୍ଡେକ୍ସର ୭ମ ତାଲିକାରେ ରହିବା ପରେ ପ୍ରଚେଷ୍ଠା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରେଷ୍ଠ ୩ଟି ସ୍ଥାନରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ସଫଳତା ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ…
2022-11-29T11:11:45Z
https://knewsodisha.com/tag/niti-ayoga
OSCAR-2301
Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in Home ଦେଶ- ବିଦେଶ ରାଜ୍ୟ କରୋନା Sambad EnglishNews In English ଜିଲ୍ଲା ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡ଼ା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ଜଗତସିଂହପୁର ଝାରସୁଗୁଡ଼ା ଢେଙ୍କାନାଳ ଦେବଗଡ଼ ନବରଙ୍ଗପୁର ନୟାଗଡ଼ ନୂଆପଡ଼ା ପୁରୀ ବରଗଡ଼ ବଲାଙ୍ଗୀର ବାଲେଶ୍ଵର ବୌଦ୍ଧ ଭଦ୍ରକ ମୟୂରଭଞ୍ଜ ମାଲକାନଗିରି ଯାଜପୁର ରାୟଗଡ଼ା ସମ୍ବଲପୁର ସୁନ୍ଦରଗଡ଼ ସୁବର୍ଣ୍ଣପୁର ମହାନଗର ଖେଳ ବାଣିଜ୍ୟ ରାଜନୀତି ମନୋରଞ୍ଜନ ବିଶେଷ ଅପରାଧ ଜୀବନଚର୍ଯ୍ୟା ରାଶିଫଳ ଫୁଲଝରି ସମ୍ପାଦକୀୟ ନକ୍‌ଆଉଟ୍‌ ଦୌଡ଼: ନଜରରେ ମେସି, ନେମାର, ରୋନାଲ୍ଡୋ Latestଖେଳ By Sambad Digital Last updated Nov 20, 2022 Daily Express ସେୟାର ନୂଆଦିଲ୍ଲୀ: ଚଳିତ ବର୍ଷ ଫିଫା ବିଶ୍ବକପ୍‌ରେ ୩୨ ଦଳ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କୁ ୮ ଗ୍ରୁପ୍‌ରେ ବାଣ୍ଟି ଦିଆଯାଇଛି। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ପରସ୍ପର ସହିତ ତିନିଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ମ୍ୟାଚ୍‌ ଜିତିଲେ ୩ ଓ ଅମୀମାଂସିତ ମ୍ୟାଚ୍‌ରୁ ୧ ପଏଣ୍ଟ ମିଳିବ। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ପ୍ରି-କ୍ବାର୍ଟରଫାଇନାଲ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବେ। ନକ୍‌ଆଉଟ୍‌ ପର୍ଯ୍ୟାୟରେ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳାଫଳ ନବାହାରେ ତାହେଲେ ଅତିରିକ୍ତ ସମୟରେ ମ୍ୟାଚ୍‌ ଖେଳାଯିବ। ଏଥିରୁ ଯଦି କେହି ବିଜୟୀ ନହୁଅନ୍ତି ତାହେଲେ ପେନାଲ୍ଟିରେ ଜରିଆରେ ବିଜେତା ବଛାଯିବ। ଗ୍ରୁପ୍‌-ଏ: କାତାର, ଇକ୍ବେଡ଼ର, ସେନେଗଲ, ନେଦରଲାଣ୍ଡ୍ସ ଏହି ଗ୍ରୁପ୍‌ରୁ ନେଦରଲାଣ୍ଡ୍ସ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଯିବା ପାଇଁ ପ୍ରଥମ ପସନ୍ଦିତା ଦଳ ରହିବ। ଶେଷ ଥର ପାଇଁ ୨୦୧୦ରେ ଏହି ଦଳ ଫାଇନାଲ୍‌ ଖେଳିଥିଲା। ହେଲେ ଗତ ଋଷିଆ ସଂସ୍କରଣରେ ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିଲା। ତେଣୁ ଏଥର ଦଳ ମ୍ୟାଚ୍‌ ଜିତିବା ପାଇଁ ଭୋକିଲା ଅଛି। ତଥାପି ଗ୍ରୁପ୍‌ ପର୍ଯ୍ୟାୟରେ ସେନେଗଲ୍‌ ସହିତ ଏହି ଦଳର କଡ଼ା ମୁକାବିଲା ହେବା ସମ୍ଭାବନା ରହିଛି। କିନ୍ତୁ ଆଫ୍ରିକା କପ୍‌ ଅଫ୍‌ ନେସନ୍ସର ବିଜେତା ‌ସେନେଗଲ୍‌ ଆହତ ସମସ୍ୟା ମଧ୍ୟରେ ଗତି କରୁଛି। ଗ୍ରୁପ୍‌-ବି: ଇଂଲଣ୍ଡ, ଇରାନ୍‌, ଆମେରିକା, ୱେଲ୍ସ ୨୦୧୮ ସଂସ୍କରଣର ସେମିଫାଇନାଲିଷ୍ଟ ଓ ଗତବର୍ଷ ୟୁରୋପିଆନ୍‌ ଚାମ୍ପିଅନ୍‌ସିପ୍‌ର ଉପ ବିଜେତା ଇଂଲଣ୍ଡ ଏଥର ବିଶ୍ବକପ୍‌ରେ ଗ୍ରୁପ୍‌ ପର୍ଯ୍ୟାୟରୁ ଭଲ ଖେଳି ନକ୍‌ଆଉଟ୍‌ ଆସିବା ଲକ୍ଷ୍ୟରେ ରହିଛି। କିନ୍ତୁ ନିକଟରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡକୁ କଠିନ ପଥ ଦେଇ ଗତି କରିବାକୁ ପଡ଼ିପାରେ। ବିଶେଷ କରି ୱେଲ୍ସ ଓ ଆମେରିକା ବିପକ୍ଷରେ ଦଳକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ହେବ। ଗ୍ରୁପ୍‌-ସି: ଆର୍ଜେଣ୍ଟିନା, ସାଉଦି ଆରବ, ମେକ୍ସିକୋ, ପୋଲାଣ୍ଡ କୋପା ଆମେରିକାରେ ଟ୍ରଫି ହାସଲ କରିଥିବା ଆର୍ଜେଣ୍ଟିନା କାତାରରେ ‌ସମାନ ପ୍ରଦର୍ଶନ ଦୋହରାଇବାକୁ ଚାହିଁବ। ତେବେ ସମସ୍ତଙ୍କ ନଜର ୩୫ ବର୍ଷିୟ ଲିଓନେଲ୍‌ ମେସିଙ୍କ ଉପରେ ରହିବ। କାରଣ ବିଶ୍ବକପ୍‌ରେ ତାଙ୍କ ଦଳକୁ ବିଜେତା କରାଇବାକୁ ଏହା ତାଙ୍କର ଶେଷ ସୁଯୋଗ ବୋଲି କୁହାଯାଉଛି। ସେହିପରି ରବର୍ଟ ଲେୱା‌ଣ୍ଡୋସ୍କିଙ୍କଠୁ ଅଧିକ ଗୋଲ୍‌ ଆଶା କରି ପୋଲାଣ୍ଡ ନକ୍‌ଆଉଟ୍‌ ଟିକେଟ ହାତେଇବାକୁ ଚାହିଁବ। ମେକ୍ସିକୋ ମଧ୍ୟ ଗ୍ରୁପ୍‌ର ଦ୍ବିତୀୟ ଦଳ ହୋଇ ଚୂଡ଼ାନ୍ତ ୧୬ ଦଳ ମଧ୍ୟରେ ସ୍ଥାନ ପାଇବା ଆଶ‌ାରେ ରହିଛି। ଗ୍ରୁପ୍‌-ଡି: ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ, ଟ୍ୟୁନିସିଆ ବିଶ୍ବକପ୍‌କୁ ଆସିବା ପୂର୍ବରୁ ଫ୍ରାନ୍ସର ଏକାଧିକ ଖେଳାଳି ଆହତ ହୋଇଛନ୍ତି। ଏପରିକି ଏହି ସମସ୍ୟା ଯୋଗୁଁ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା ଓ ଏନ୍‌ଗୋଲୋ କାଣ୍ଟେ ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିଥିଲେ। ତେଣୁ ଦଳ ପାଇଁ ଗ୍ରୁପ୍‌ ପର୍ଯ୍ୟାୟ ସହଜ ହୋଇନପାରେ। ଅନ୍ୟପକ୍ଷରେ ମିଡ୍‌ଫିଲ୍ଡର କ୍ରିଷ୍ଟିଆନ୍‌ ଏରିକସନ୍‌ ଆହତ ସମସ୍ୟାରୁ ମୁକୁଳି ବିଶ୍ବକପ୍‌ ଦଳକୁ ଫେରିଥିବାରୁ ଡେନମାର୍କ ଦଳର ମନୋବଳ ବୃଦ୍ଧି ପାଇଛି। ୟୁରୋକପ୍‌ ୨୦୨୦ରେ ଖେଳୁଥିଲା ବେଳେ ଏରିକସନ୍‌ଙ୍କୁ ହୃଦ୍‌ଘାତ ହୋଇଥିଲା। ସେହିପରି ଅଷ୍ଟ୍ରେଲିଆକୁ ଭାଗ୍ୟ ସହଯୋଗ କଲେ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପହଞ୍ଚିବା ସମ୍ଭବ ହୋଇପାରିବ। ଗ୍ରୁପ୍‌-ଇ: ସ୍ପେନ୍‌, କୋଷ୍ଟାରିକା, ଜର୍ମାନି, ଜାପାନ ୪ ଥରର ବିଜେତା ଜର୍ମାନି ଗତ ୨୦୧୮ ବିଶ୍ବକପ୍‌ରେ ପ୍ରଥମ ରାଉଣ୍ଡରୁ ବିଦା ହୋଇଥିଲା। ତେବେ ଏହି କଷ୍ଟସାଧ୍ୟ ଗ୍ରୁପ୍‌ରେ ୨୦୧୦ ସଂସ୍କରଣର ବିଜେତା ସ୍ପେନ୍‌ ଏହା ସମ୍ମୁଖରେ ବଡ଼ ପ୍ରତିଦ୍ବନ୍ଦ୍ବୀ ସାବ୍ୟସ୍ତ ହେବ। ‌ପ୍ରଥମ ଥର ବିଶ୍ବକପ୍‌ ଟ୍ରଫି ହାତେଇବା ପରେ ଗତ ଦୁଇଟି ସଂସ୍କରଣରେ ସ୍ପେନ୍‌ ମଧ୍ୟ ସଂଘର୍ଷ କରୁଛି। ତେଣୁ ଚଳିତ ଥର ସ୍ପେନ୍‌ର ଯୁବ ଦଳ କିଛି ନୂଆ କରିବା ଲକ୍ଷ୍ୟରେ ରହିବ। ଗ୍ରୁପ୍‌-ଏଫ୍‌: ବେଲଜିୟମ୍‌, କାନାଡା, ମରୋକ୍କୋ, କ୍ରୋଏସିଆ ନକ୍‌ଆଉଟ୍‌ ପର୍ଯ୍ୟନ୍ତ ଯିବା ପାଇଁ ବେଲଜିୟମ୍‌ ପାଖରେ ଭଲ ସୁଯୋଗ ରହିଛି। କିନ୍ତୁ ଆହତ ଯୋଗୁଁ ଷ୍ଟ୍ରାଇକର ରୋମେଲୁ ଲୁକାକୁ ଓ ଏଡେନ୍‌ ହାଜାର୍ଡ ନିୟମିତ ଭାବେ ରିଅଲ୍‌ ମାଦ୍ରିଦ୍‌ ପାଇଁ ଖେଳିପାରିନାହାନ୍ତି। ତେଣୁ କାତାରରେ ସେମାନେ କେତେ ଶୀଘ୍ର ନିଜ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେ‌ବେ ତାହା ଦେଖିବାର କଥା। ସେହିପରି ଭଲ ପ୍ରଦର୍ଶନ କରିଆସୁଥିବା କ୍ରୋଏସିଆ ମଧ୍ୟ ନକ୍‌ଆଉଟ୍‌ ଯୋଗ୍ୟତା ପାଇଁ ଏହି ଗ୍ରୁପ୍‌ର ଅନ୍ୟତମ ଦଳ ଭାବେ ରହିଛି। କାରଣ ଦଳର ଅଗ୍ରଣୀ ସ୍କୋରର ଲୁକା ମୋଦ୍ରିକ୍‌ ଏବେ ବି ଅନ୍ୟ ଦଳଙ୍କ ପାଇଁ ବିପଦ ସାଜିପାରନ୍ତି। ଗତ ସଂସ୍କରଣରେ ‌ଲୁକାଙ୍କ ସହଯୋଗରେ କ୍ରୋଏସିଆ ଫାଇନାଲ୍‌ ଖେଳିପାରିଥିଲା। ଗ୍ରୁପ୍‌-ଜି: ବ୍ରାଜିଲ୍‌, ସର୍ବିଆ, ସ୍ବିଜରଲାଣ୍ଡ, କାମେରୁନ୍‌ ଏହି ଗ୍ରୁପ୍‌ରେ ବ୍ରାଜିଲ୍‌ ଯେ ସବୁବେଳେ ପସନ୍ଦିତା ଦଳ ଏଥିରେ ସନ୍ଦେହ ନାହିଁ। ୫ ଥରର ବିଜେତା ବ୍ରାଜିଲ୍‌ର ନେତୃତ୍ବ ନେଉଥିବା ନେମାର ଜୁନିଅରଙ୍କ ଅଧିନରେ ଯୁବ ଖେଳାଳିମାନେ ଆରମ୍ଭରୁ ପ୍ରଭାବ ବିସ୍ତାର କରିବାକୁ ଚାହିଁବେ। ସେହିପରି ସ୍ବିଜରଲାଣ୍ଡକୁ ଦୁର୍ବଳ ଭାବିବା ମଧ୍ୟ ଅନୁଚିତ୍‌ ହେବ। କାରଣ ଅତୀତରେ ଏହି ଦଳ ପ୍ରତିପକ୍ଷଙ୍କ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲା ବେଳେ ଏଥର ନକ୍‌ଆଉଟ୍‌ ଯିବା ପାଇଁ ଦକ୍ଷତା ରଖିଛି। ଗ୍ରୁପ୍‌-ଏଚ୍‌: ପର୍ତ୍ତୁଗାଲ୍‌, ଘାନା, ଉରୁଗୁଏ, ଦକ୍ଷିଣ କୋରିଆ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ ତାଙ୍କର ଶ୍ରେଷ୍ଠ ସମୟ ଦେଇ ଗତି କରୁଥିବାରୁ ପର୍ତ୍ତୁଗାଲ୍‌କୁ ଟ୍ରଫି ଜିତାଇବାକୁ ସବୁପ୍ରକାରର ଚେଷ୍ଟା କରିବେ। ଉରୁଗୁଏ ଦ୍ବିତୀୟ ଦଳ ଭାବେ ଏହି ଗ୍ରୁପ୍‌ରୁ ନକ୍‌ଆଉଟ୍‌ ଯାଇପାରେ। ତଥାପି ଘାନା ଓ ଦକ୍ଷିଣ କୋରିଆ ଲିଗ୍‌ ପର୍ଯ୍ୟାୟରେ ବିପର୍ଯ୍ୟୟ ଘଟାଇପାରନ୍ତି।
2022-12-06T07:24:27Z
https://sambad.in/sports/knockout-race-messi-neymar-ronaldo-in-focus-909551/
OSCAR-2301
ଭୁବନେଶ୍ୱର : ରାଜଧାନୀରେ ବିଚ୍‍ ରାସ୍ତାରେ ହଣାକଟା ପରେ ଏବେ ସହରରେ ପ୍ରାୟ ୫ଶହ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ସହିତ ତିନି ହଜାରୁ ଅଧିକ ବାହାର ରାଜ୍ୟର ଅପରାଧି ଶ୍ରେଣୀୟ ବ୍ୟକ୍ତି ବସବାସ କରୁଥିବା ଜଣାଯାଇଛି । ଦିନକୁ ଦିନ ଏମାନଙ୍କ ସଂଖ୍ୟା ବଢୁଥିବାବେଳେ ଏମାନେ ମୁଖ୍ୟତଃ ନିଶାଦ୍ରବ୍ୟ କାରବାର ଓ ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି ଏବଂ ସମୟ ସୁବିଧା ଦେଖି ବିଭିନ୍ନ ଅପରାଧରେ ଲିପ୍ତ ହେଉଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ଶିଶୁପାଳଗଡ, ଲକ୍ଷ୍ମୀସାଗର, ଝାରପଡା, ବରମୁଣ୍ଡା ଓ ତିନି ନମ୍ବରର ମାଳିସାହି ଅଞ୍ଚଳରେ ବଙ୍ଗଳାଦେଶୀ ବହୁ ସଂଖ୍ୟାରେ ଶରଣାର୍ଥୀ ବସବାସ କରୁଛନ୍ତି । ଏମାନେ ମୁଖ୍ୟତଃ ପଶ୍ଚିମବଙ୍ଗରୁ ଏଠାକୁ ଆସିଛନ୍ତି । ଏମାନେ ପଶ୍ଚିମବଙ୍ଗଳ ମୂଳ ବାସିନ୍ଦା ହୋଇନଥିବାବେଳେ ଓ ସେଠାରେ ଅତ୍ୟନ୍ତ ଦୁର୍ଗମ ଇଲାକାରେ ରହୁଥିବାରୁ ଏଠାରେ ଅପରାଧ ଘଟାଇ ଫେରାର ହେଲେ ସେମାନଙ୍କୁ ଧରିବା ବି କାଠିକର ପାଠ ବୋଲି କୁହାଯାଉଛି । ଏପରିକି ଏହି ଶରଣାର୍ଥୀଙ୍କୁ ଧରିବାକୁ ହେଲେ ପଶ୍ଚିମବଙ୍ଗରେ ୩/୪ଟି ନଈ ପାରିହୋଇ ଯିବାକୁ ପଡିବ ବୋଲି କିଛି ପୁଲିସ୍‍ କର୍ମଚାରୀ ସୂଚନା ଦେଇଛନ୍ତି । ତେବେ ଏହି ଶରଣାର୍ଥୀମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ନିଶାଦ୍ରବ୍ୟ ବ୍ୟବସାୟ ସହିତ ଦିନବେଳା କୋଠାବାଡି ନିର୍ମାଣରେ ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି । ଏମାନେ ମୁଖ୍ୟତଃ ୪/୫ ଜଣିଆ ଦଳରେ ବିଭକ୍ତ ହୋଇ କାର୍ଯ୍ୟ କରୁଥିବାବେଳେ ବିଭିନ୍ନ ସ୍ଥାନରେ କିନ୍ତୁ ଦଳ ଦଳ ହୋଇ ରହିଥାନ୍ତି । ଦିନରେ ମିସ୍ତ୍ରୀକାମ କରିବାପରେ ରାତିରେ ଏମାନଙ୍କ ମଧ୍ୟରୁ କେତେକ ଅପରାଧ ଘଟାଇଥାନ୍ତି । ବର୍ତ୍ତମାନ କିଛି ଶରଣାର୍ଥୀ ରାଜଧାନୀର ବିଭିନ୍ନ ସ୍ଥାନରେ ଉଠାଦୋକାନ କରିଥିବାବେଳେ ସ୍ଥାନୀୟ ଯୁବକମାନେ ଏମାନଙ୍କୁ ସହାୟତା କରୁଛନ୍ତି । ଶରଣାର୍ଥୀଙ୍କ ବ୍ୟତିତ ଅନ୍ୟ ରାଜ୍ୟରୁ ଅପରାଧ ଘଟାଇଥିବା କିମ୍ବା ଅପରାଧ ପ୍ରବୃତ୍ତିର ବହୁ ଯୁବକ ରାଜଧାନୀର ବିଭିନ୍ନ ବସ୍ତି ଓ ଆଖପାଖ ଅଞ୍ଚଳରେ ଡେରା ପକାଇଛନ୍ତି । ଏମାନେ ସହର ଉପକଣ୍ଠ ବାଲିଅନ୍ତା, ପାହାଳ, ପାତ୍ରପଡା, ଉତ୍ତରା ଆଦି ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ନିର୍ମାଣ ହେଉଥିବା ବଡ ବଡ ଅଟ୍ଟାଳିକାରେ ଏମାନେ ସହରଠାରୁ ଦୂରରେ ରହୁଥିବାରୁ ପୁଲିସ୍‍ ଏମାନଙ୍କ ଟେର୍‍ ପାଉନାହିଁ । ସହରରେ ବିଭିନ୍ନ ଅପରାଧ ବିଶେଷକରି ରାଜଧାନୀ ମୋବାଇଲ ଚୋରିରେ ଏମାନଙ୍କର ବଡ ଅବଦାନ ରହୁଥିବା କୁହାଯାଉଛି । ରାଜଧାନୀରେ ବଙ୍ଗଳାଦେଶୀ ଶରଣାର୍ଥୀ ଓ ଅନ୍ୟ ରାଜ୍ୟର ଅପରାଧିମାନେ ଆସି ରହୁଥିବାବେଳେ ଏମାନଙ୍କ ସଂକ୍ରାନ୍ତରେ କୌଣସି ସର୍ଭେ ହେଉନାହିଁ । ଏପରିକି ସ୍ଥାନୀୟ ଥାନାରେ ବି ଏମାନଙ୍କ ସଂକ୍ରାନ୍ତରେ ବିଶେଷ କିଛି ସୂଚନା ନାହିଁ । ବସ୍ତି ଅଞ୍ଚଳରେ ରହୁଥିବା ଏହି ଶରଣାର୍ଥୀ ଓ ଅନ୍ୟ ରାଜ୍ୟର ଯୁବକମାନେ କେତେ ମାତ୍ରାରେ ଅପରାଧ ପ୍ରବଣ ତାହା ମାଷ୍ଟରକ୍ୟାଣ୍ଟିନ ଛକରେ ଦିନ ଦ୍ୱିପ୍ରହରେ ଘଟିଥିବା ହଣାକଟାରୁ ଜଳ ଜଳ ହୋଇ ଦିଶୁଛି । ତେଣୁ କମିଶନରେଟ ପୁଲିସ୍‍ ପକ୍ଷରୁ ଏମାନଙ୍କ ସଂକ୍ରାନ୍ତରେ ସବିଶେଷ ସୂଚନା ସହିତ ସହରତଳି ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅନ୍ୟ ରାଜ୍ୟର ଯୁବକମାନଙ୍କ ତଥ୍ୟ ସଂଗ୍ରହ ପାଇଁ ମତପ୍ରକାଶ ପାଉଛି । ଏହା ନହେଲେ ଆଗାମୀ ଦିନରେ ରାଜଧାନୀରେ ଏମାନଙ୍କ ସଂଖ୍ୟା ବଢିବା ସହିତ ଅପରାଧର ମାତ୍ରା ବି ବୃଦ୍ଧି ପାଇବ । (ତଥ୍ୟ) Facebook Twitter Telegram WhatsApp Email Print Previous articleସମବାୟ ସମିତିରେ କେନ୍ଦ୍ର ହସ୍ତକ୍ଷେପ କରିପାରିବନି Next articlePrisons On Education Mode Tathya Correspondent RELATED ARTICLESMORE FROM AUTHOR General ଖର୍ଚ୍ଚହୋଇ ପାରୁନି ଆଇସିପିଏସ୍‍ ପାଣ୍ଠି News in Odia ନୂଆ ପର୍ଯ୍ୟଟନ ନୀତିରେ ବ୍ୟାପକ ସବସିଡି Agriculture ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ Culture ଶେଷ ଦିନରେ ମନ ମୋହିଲା କୁଚିପୁଡ଼ି General ତାଲିମରେ ୪୧କୋଟିରୁ ଅଧିକ ବ୍ୟୟ Disclaimer Privacy Advertisement Contact Us Website byCITSPL MORE STORIES General ମୁଣ୍ଡପିଛା ଏନଏସଡିପି ୧,୦୯,୭୩୦ ଟଙ୍କା Tathya Correspondent - February 18, 2022 0 ଭୁବନେଶ୍ୱର : ଓଡ଼ିଶାରେ ଲୋକଙ୍କ ମୁଣ୍ଡପିଛା ଘରୋଇ ଉତ୍ପାଦନ ବା ନେଟ୍‍ ଷ୍ଟେଟ୍‍ ଡୋମେଷ୍ଟିକ୍‍ ପ୍ରଡକ୍ଟର ପରିମାଣ ୧,୦୯,୭୩୦ ଟଙ୍କା ଥିବାବେଳେ ବିହାର, ଉତ୍ତର ପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ,...
2022-12-06T07:35:05Z
https://tathya.in/%E0%AC%B0%E0%AC%BE%E0%AC%9C%E0%AC%A7%E0%AC%BE%E0%AC%A8%E0%AD%80%E0%AC%B0%E0%AD%87-%E0%AC%AC%E0%AC%A2%E0%AD%81%E0%AC%9B%E0%AC%A8%E0%AD%8D%E0%AC%A4%E0%AC%BF-%E0%AC%AC%E0%AC%99%E0%AD%8D%E0%AC%97%E0%AC%B3/
OSCAR-2301
ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ଆପଣଙ୍କ ନଜର ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହି ପୋଷ୍ଟର ଉପରେ ନିଶ୍ଚିତ ଭାବେ ପଡିଥିବ ଯେଉଁଥିରେ ଉଜ୍ୱଳା ଗ୍ୟାସ କେମିତି ମା’ମାନଙ୍କ ଆଖିରୁ ଲୁହ ପୋଛିଛି ସେ କଥା କୁହାଯାଇଛି । ଗୋଟିଏ ସମୟରେ ଉଜ୍ୱଳା ସ୍କିମକୁ ମୋଦି ସରକାରଙ୍କ ସବୁଠାରୁ ମହତ୍ୱାକାଂକ୍ଷୀ…
2022-12-02T03:51:58Z
http://risingodisha.in/tag/gas-price-sky-high/
OSCAR-2301
ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ଲେଗ୍ ସ୍ପିନର ୟୁଜେବେନ୍ଦ୍ର ଚହଲ ଖୁବଶୀଘ୍ର ତାଙ୍କର ପ୍ରଶଂସକମାନଙ୍କୁ ଏକ ସରପ୍ରାଇଜ୍ ଦେବାକୁ ଯୋଜନା କରିଛନ୍ତି । ତେବେ ଏହା ଖେଳ ସଂପର୍କରେ ନୁହେଁ, ବ୍ୟକ୍ତିଗତ ସଂପର୍କରେ । ସେ ହଠାତ୍ ଯେକୌଣସି ଏକ ଦିନ ତାଙ୍କର ବିବାହ ଯୋଜନା ଘୋଷଣା କରିପାରନ୍ତି । ତାରିଖ ମଧ୍ୟ ନିଜେ ସ୍ଥିର କରିଛନ୍ତି । କିନ୍ତୁ କାହାକୁ ଆଗୁଆ ଜଣାଇବା ପାଇଁ ଚାହୁଁନାହାନ୍ତି । କାରଣ ଅଚାନକ ବିବାହ କରି ସେ ସମସ୍ତଙ୍କୁ ସରପ୍ରାଇଜ୍ ଦେବାକୁ ଚାହୁଁଛନ୍ତି । ଅଭିନେତ୍ରୀ ଜାରା ଜସ୍ମିନଙ୍କ ସହ ସେ ଇନଷ୍ଟ୍ରାଗ୍ରାମରେ ଲାଇଭ୍ ଚାଟିଂ କରୁଥିବା ବେଳେ ଏହା କହିଥିଲେ । ତାଙ୍କ ବିବାହ ଯୋଜନା ସଂପର୍କରେ ଜସ୍ମିନ ପ୍ରଶ୍ନ କରିବାରୁ ଚହଲ କହିଥିଲେ ଯେ, ବିବାହ ନେଇ ସେ ସମସ୍ତଙ୍କୁ ସରପ୍ରାଇଜ୍ ଦେବାକୁ ଚାହାଁନ୍ତି । ତେଣୁ କେବେ ଓ କାହା ସହିତ ବାହାଘର ହେବ ତାହା ସେ ପ୍ରକାଶ ନକରି ସମସ୍ତଙ୍କୁ ଅନ୍ଦାଜ ଭିତରେ ରଖିଛନ୍ତି । ତାଙ୍କ ଏଭଳି ସୋସିଆଲ ମିଡିଆ ସୂଚନା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି ।
2022-12-02T02:33:36Z
https://hiranchallive.in/sports/dd-25/
OSCAR-2301
ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା ।ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ। ସ୍ନାନ ପୂର୍ଣିମା ପରେ ମହାପ୍ରଭୁଂକ ଶ୍ରୀଅଂଗ ରେ ବାଧା ହୁଏ।ଲୋକାଚାର ରେ ଏହି ସମୟରେ ମହାପ୍ରଭୁନ୍କୁ ଜ୍ବର ହୁଏ। ଓଡିଶାର ଜନଜୀବନରେ ଏହା ଅଣସର ସମୟ।ଗ୍ରୀଷ୍ମ ପରେ ବର୍ଷା ଆସୁଥିବାରୁ ପ୍ରଚଣ୍ଡ ଗୁଳୁଗୁଳି ସମୟ ।ସ୍ନାନ ମଣ୍ଡପରୁ ମହାସ୍ନାନ ସାରି ହାତୀ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧା ମୂର୍ତୀ ଆଉ ରତ୍ନ ସିଂହାସନକୁ ନ ଫେରି ଅଣସର ଘର କୁ ବିଜେ କରନ୍ତି । ଅଣସର ବିଧି ପ୍ରାୟ ଗୋପନ। ଶ୍ରୀମନ୍ଦିରର ମୂଳ ସେବକ ଦଇତା ଓ ପତି ସେବକ ମାନେ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଂକ ଶ୍ରୀଅଂଗ ଫିଟା ଓ ନବ ଯୌବନ ଲାଗି କରାଇଥାନ୍ତି । ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟି ଦିଅ ଓ ଦଶାବତାର ଠାକୁର ପୂଜା ପାଆନ୍ତି।ମନ୍ଦିର ବେଢା ଭିତରେ ଚାଲିଥିବା ଏହି ରହସ୍ୟମୟ ନୀତି ସମ୍ପର୍କରେ ଶ୍ରୀମନ୍ଦିର ସ୍ବତ୍ବଲିପି ଯେଉଁ ବର୍ନନା କରିଛି, ତହିଁରୁ କେତୋଟି ପ୍ରମୁଖ କଥା- ୧. ଜେଷ୍ଠ ପୂର୍ଣିମା ରାତିରୁ ଆଷାଢ଼ ଅମାବାସ୍ୟା ରାତି ଯାଏ ଅଣସର ବିଧାନ ଚାଲେ।ସ୍ନାନ ମଣ୍ଡପରୁ ଠାକୁରମାନେ ଅଣସର ଘରକୁ ଆସିଲେ ପରେ ଶ୍ରୀଜଗନ୍ନାଥଂକ ହୀରା ଚିତା, ଶ୍ରୀବଳଭଦ୍ରଂକ ନୀଳା ଚିତା ଓ ମା ସୁଭଦ୍ରାଂକ ମାଣିକ୍ୟ ଚିତାକୁ ଓହ୍ଲାଇ ଦିଆଯାଏ। କୋଠ ସୁଆଁସିଆ ମାନେ ଗୋଟେ ଦୁଆର ଅଳ୍ପ ଖୋଲା ରଖି ଅଣସର ପିଢ ଚାରିପଟେ ବାଉଁଶ ତାଟି ବେଢେଇ ଦିଅନ୍ତି । ସେଠି ପତି ଓ ଦଇତା ସେବକ ମାନେ ପନ୍ଦରଦିନ ବ୍ୟାପୀ ଅଣସର ଉପଚାର କରନ୍ତି । ୨. ଏପଟେ ଖାଲି ଥିବା ରତ୍ନ ସିଂହାସନକୁ ଚିତ୍ରକର ସେବାୟତଂକ ଘରୁ ପଟି ରେ ଅଂକା ଚିତ୍ରପଟ ଠାକୁରଂକୁ ବିଜେ କରାଯାଏ । ବଳଭଦ୍ରଂକ ପୀଠରେ ବାସୁଦେବ, ସୁଭଦ୍ରାଂକ ପୀଠରେ ଭୁବନେଶ୍ବରୀ ଓ ଜଗନ୍ନାଥନ୍କ ପୀଠରେ ନାରାୟଣ ଚିତ୍ରପଟ ରୂପେ ବିରାଜମାନ ହୁଅନ୍ତି। ତାଂକ ସହ ରତ୍ନ ସିଂହାସନରେ ଦଶାବତାର ଠାକୁର ରୂପେ ଦୋଳଗୋବିନ୍ଦ, ରାମ, ନୃସିଂହ, ଲକ୍ଷ୍ମୀ,ସରସ୍ବତୀ, କୃଷ୍ଣ ଓ ମଦନ ମୋହନ ପୂଜିତ ହୁଅନ୍ତି । ୩. ଅଣସର ଘରକୁ ଦଇତା ଓ ପତି ସେବକଂକ ବ୍ୟତୀତ ଅନ୍ୟ କେହି ପ୍ରବେଶ କରି ପାରିବେ ନାହିଁ । ଏହି ସମୟରେ ପଣା ଓ ଚକଟା ଭୋଗ କରାଯାଏ । କେବଳ ଧଳା ଫୁଲ ଛଡା ଅନ୍ୟକିଛି ଲାଗି କରାଯାଏ ନାହିଁ ।ଚକଟା ଭୋଗରେ ଧୁଆ ମୁଗ ଓ ପଣସ ଲାଗି ହୁଏ । ୪. କୃଷ୍ଣ ପଂଚମୀ ତିଥିରେ ଫୁଲରୀ ଲାଗି ହୁଏ । ୧୫ ସେର ରାଶି ତେଲରେ ଚୁଆ, କର୍ପୁର ଗୋଳେଇ ଔଷଧି ରୂପେ ଫୁଲରୀ ଲାଗି ହୁଏ।ଓଡିଆ ମଠ ଓ ମନ୍ଦିର ପ୍ରଶାସନ ତେଲ ଯୋଗାଉଥିବା ବେଳେ ଭଣ୍ଡାର ମେକାପ ଚୁଆ କର୍ପୂର ଇତ୍ୟାଦି ଦିଅନ୍ତି। ୫. ଦଶମୀ ତିଥିରେ ଅଣସର ଚକା ଉପରେ ଠାକୁର ମାନେ ବିଜେ କରନ୍ତି। ତିନୋଟି କାଠ ଚକା ଦଇତା ମାନେ ଅଣସର ପିଠ କୁ ଆଣି ଟା ଉପରେ ମୂର୍ତୀମାନଂକୁ ବସାଯାଏ । ଏହା ଚକା ଦଶମୀ ବା ଅଣସର ଚକା ବିଜେ ନାମରେ ବିଖ୍ୟାତ । ୬. ଏକାଦଶୀ ଦିନ ୧୫ ସେର ଚନ୍ଦନ କାଠ ଘୋରା ହୋଇ ଘଟୁଆରୀମାନେ ପ୍ରସ୍ତୁତ କରନ୍ତି ।ଏହି ଚନ୍ଦନ କାଠ ରାଘବଦାସ ମଠ ଓ ମନ୍ଦିର ପ୍ରଶାସନ ଯୋଗାନ୍ତି ।ଚାରି ଦିନ ଧରି ଘତୁଆରୀ ମାନେ ଚନ୍ଦନ ଘୋରୀ ରଖିଥାନ୍ତି। ଏକାଦଶୀ ଦିନ ଏହା ମନ୍ଦିରକୁ ଆସେ।ଚନ୍ଦନରେ କର୍ପୂର ଓ କେଶର ବଟା ହୋଇ ଗୋଳା ଯାଏ । ଶ୍ରୀଅଂଗରେ ଏହି ଚନ୍ଦନ ଲାଗି ପରେ ରାଘବଦାସ ମଠ ଖଇ,କୋରା,କଦଳୀ,ପଣସ ଓ ଆମ୍ବ ଭୋଗ ଲାଗି କରାନ୍ତି । ୭. ଅଣସର ଦ୍ବାଦଶୀ ରେ ରାଜଭୋଗ ହୁଏ। ଗଜପତିଂକ କୁଟୁମ୍ବରେ ଯେତିକି ଲୋକ ସେତିକିଟି ରୂପା ଥାଳି ମନ୍ଦିରକୁ ଆସେ।ସେଥିରେ ମହାପ୍ରଭୁଂକ ଚନ୍ଦନ ଓ ପାଟ ଡୋର ନେଇ ଦଇତା ସେବକ ମାନେ ଗଜପତିଂକ ପ୍ରାସାଦକୁ ଯାନ୍ତି। ଏହାକୁ ରାଜଭୋଗ ଦ୍ବାଦଶୀ କୁହାଯାଏ। ୮. ଅଣସର ତ୍ରୟୋଦଶୀ ଦିନ ଖଡୀ ଓ ଖଳି ଲାଗି ହୁଏ। ବର୍ଷେ ବ୍ୟବଧାନରେ ଏହା ଜଗନ୍ନାଥ ଓ ବଳଭଦ୍ର ଲାଗି ହୁଅନ୍ତି। ତେବେ ଦେବୀ ସୁଭଦ୍ରାଂକ ଅଂଗରେ ଏହା ପ୍ରତି ବର୍ଷ ଲାଗି ହୁଏ । ଏହାକୁ ଶ୍ରୀ ପୟର ପୂଜା ବୋଲି ମଧ୍ୟ କୁହନ୍ତି।ଦୁଇ ମହଣ ଗହମ ଚୁରା ହୋଇ ଖଲି ପ୍ରସାଦ ତିଆରି ହୁଏ । ୯. ଚତୁର୍ଦଶୀ ରାତ୍ରରେ ଚତୁର୍ଦ୍ଧା ମୂର୍ତୀ ନବ ଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି । ଗତ ପନ୍ଦର ଦିନ ଧରି ରତ୍ନ ସିଂହାସନରେ ପୂଜା ପାଉଥିବା ପଟି ଦିଅ ଓ ଦଶାବତାର ଠାକୁର ମାନେ ନିଜ ନିଜ ସ୍ଥାନ କୁ ଫେରି ଆସନ୍ତି। ରଥଯାତ୍ରା ପୂର୍ବ ରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ । ୧୦. ପ୍ରତିବର୍ଷ ଅଣସର ୧୫ ଦିନ ଲାଗି ହେଉଥିବା ବେଳେ ନବ କଳେବର ବିଧାନ ସମୟରେ ଏହା ୪୫ ଦିନ ବ୍ୟାପୀ ହୋଇଥାଏ । ଏହି ଅବସରରେ ନୁଆ ଦାରୁବିଗ୍ରହ ଅଣସର ଘରେ ନିର୍ମିତ ହୁଅନ୍ତି ଓ ପୁରୁଣା ବିଗ୍ରହ୍ଂକୁ ପାତାଳୀ କରାଯାଏ । ଏହା ପ୍ରତି ୧୪ ବା ୧୯ ବର୍ଷରେ ଥରେ ଅନୁଷ୍ଠିତ ହୁଏ। ଓଡିଶା ଡଟ କମ Filed Under: ଜଣା ଅଜଣା, ମୁଖ୍ୟ ଖବର Tagged With: ଅଣସର, ଦଶାବତାର, ନବ ଯୌବନ, ପଟି ଦିଅ, ମହାପ୍ରଭୁ, ରତ୍ନ ସିଂହାସନ, ଶ୍ରୀଅଂଗ ଫିଟା, ଶ୍ରୀଜଗନ୍ନାଥ Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-12-03T16:11:23Z
https://www.odisha.com/tag/%E0%AC%85%E0%AC%A3%E0%AC%B8%E0%AC%B0/
OSCAR-2301
Exclusive Video – ସମାଜ ଉପରେ କୁପ୍ରଭାବ ପକାଉଛି ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଏବେ ହେବ ଶେଷ,ଥାନାକୁ ଯିବେ ଟୁଁଗୁରୁ ବର୍ଷା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ… – sudarsankhabar.com Publisher - Odisha Samachar , Latest Trending News Home ଭାଇରାଲ ନ୍ୟୁଜ ଅଜଣା କଥା ଘରୋଇ ଉପଚାର ଅଦ୍ଭୁତ ଭିଡିଓ ଓଡିଶା Home ଭାଇରାଲ ଭିଡିଓ Exclusive Video – ସମାଜ ଉପରେ କୁପ୍ରଭାବ ପକାଉଛି ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଏବେ ହେବ ଶେଷ,ଥାନାକୁ ଯିବେ ଟୁଁଗୁରୁ ବର୍ଷା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ… Exclusive Video – ସମାଜ ଉପରେ କୁପ୍ରଭାବ ପକାଉଛି ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଏବେ ହେବ ଶେଷ,ଥାନାକୁ ଯିବେ ଟୁଁଗୁରୁ ବର୍ଷା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ… ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଏବେ କେବଳ ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷାଙ୍କୁ ନେଇ ଚର୍ଚ୍ଚା। ଏମାନଙ୍କର ପ୍ରତି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏମାନଙ୍କ ପ୍ରେମ କାହାଣୀ ମିଡିଆ ସାମ୍ନାକୁ ଆସିବା ପରେ ଏମାନେ ଷ୍ଟାର ମଧ୍ୟ ପାଲଟି ଯାଇଛନ୍ତି। ତେବେ ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷାଙ୍କ ପ୍ରେମ କାହାଣୀ ସାମଜ ଉପରେ କୁ ପ୍ରଭାବ ପକାଉଛି। ଏ ନେଇ ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏବେ ସୋସିଆଲ ମିଡିଆରେ ହିରୋ ହିରୋଇନ ପାଲଟି ଯାଇଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଓ ବର୍ଷାଙ୍କ ବିରୋଧରେ ଥାନାକୁ ଗଲେ ଲୋକେ । ଏସବୁ ନାଟକ ଓ ପ୍ରହସନକୁ ବନ୍ଦ କରିବା ପାଇଁ ଏକ ସାମାଜିକ ସଂଗଠନ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ‘ବିଶ୍ବାସ’ ନାମକ ଏକ ସାମାଜିକ ସଂଗଠନର ସଦସ୍ୟମାନେ ମଙ୍ଗଳବାର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ଏ ନେଇ ଏକ ଲିଖିତ ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଖବରକୁ ଯେଭଳି ଭାବେ ଦର୍ଶାଯାଉଛି ତାହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଏହି ଏତଲାରେ ଦର୍ଶାଯାଇଛି। ଏହାଛଡ଼ା ଏହି ଘଟଣା ପରଠାରୁ ବିଶେଷ କରି ଗ୍ରାମାଞ୍ଚଳରେ ଝିଅ, ବୋହୂମାନେ କେହି ଅଟୋରେ ଯିବା ଆସିବା କରିବା ପାଇଁ ସୁରକ୍ଷିତ ମନେ କରୁ ନାହାନ୍ତି। ଏହି ଘଟଣାକୁ ନେଇ ବାଟରେ ଘାଟରେ ଝିଅ, ବୋହୂମାନଙ୍କୁ କମେଣ୍ଟ କରା ଯାଉଥିବାର ଅଭିଯୋଗ କରିଛନ୍ତି ସାମାଜିକ ସଂଗଠନ। ସୂଚନା ମୁତାବକ ଗତ ୨୦ ତାରିଖରେ ବର୍ଷା ନାମକ ଜଣେ ବିବାହିତା ମହିଳା ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୁଲିସ୍‌କୁ କହିଥିଲେ ଏବଂ ସେ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍‌ କରି ହାତରେ ଶଙ୍ଖା ସିନ୍ଦୁର ଓ ଫୁଲମାଳ ଓ ଗୋଲାପ ଫୁଲ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଥିଲେ। ଆଉ କହିଥିଲେ ମୁଁ ତା ବିନା ରହି ପାରିବିନି।ଟୁଙ୍ଗୁରୁ ଭୋଳ ମୋର ଆଲୋକ ଭୋଳ ମୋର। ମୁଁ ତାକୁ ଭଲ ପାଏ ଆଉ ସେ ମତେ। ଆଉ କହିଥିଲେ ଟୁଙ୍ଗୁରୁ ମତେ ଯେଉଁଠି ଦେଖେ ସେଇଠି ଗୋଲାପ ଫୁଲ ଆଣି ଦିଏ ଆଉ ଦିନକୁ ହଜାରେ ଥରେ ଆଇ ଲଭ୍ ୟୁ ବର୍ଷା ବୋଲି କୁହେ ଆଉ ଟୁଙ୍ଗୁରୁ ବର୍ଷା ବିନା ବଞ୍ଚି ପାରିବନି ବୋଲି କୁହେ। ତେଣୁ ତା ପ୍ରେମରେ ମୁଁ ପାଗଳ ହୋଇ ଯାଇଛି ତାକୁ ମୁଁ ଭୁଲି ପାରିବିନି। ଏଭଳି କିଛି କହି ଟୁଙ୍ଗୁରୁଙ୍କୁ ବିବାହ କରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ବର୍ଷା। ଯାହା ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। ତେବେ ଆଗକୁ ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 109 Share FacebookTwitterGoogle+ReddItWhatsAppPinterestEmail Prev Post ଓଃ..କି….ଡ୍ୟାନ୍ସ ! ଟୁଙ୍ଗୁରୁ ସହ କଥା ହୋଇ ଖୁସିରେ ଡେଇଁ ଡେଇଁ ପାର୍କରେ ନାଚିଲେ ବର୍ଷା, ମାତ୍ର 2 ଘଣ୍ଟାରେ 39 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ… Next Post Exclusive Video : ବର୍ଷା ତୋ ପାଇଁ ମୁଁ ଷ୍ଟାର ହେଇଛି ବୋଲି ଟୁଙ୍ଗୁର କହନ୍ତି,ସେତିକି ଭଲ ପାଉଛନ୍ତିବୋଲି ସେ ମୋପାଖରେ ଅଛନ୍ତି,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
2022-12-07T16:20:31Z
https://sudarsankhabar.com/dmnfvgszjefdchgzekjdfhsj-h/
OSCAR-2301
HOME/ STATE/ JHARSUGUDA/TREATMENT OF SERIOUSLY INJURED PERSONS OF JHARSUGUDA ACCIDENT CONTINUED IN BURLA MEDICAL Koo_Logo Versions . ଝାରସୁଗୁଡ଼ା ସଡ଼କ ଦୁର୍ଘଟଣା: ଆହତଙ୍କ ମଧ୍ୟରେ ଏକାଧିକ ଗୁରୁତର, ବୁର୍ଲା ମେଡିକାଲରେ ଚିକିତ୍ସା ଜାରି Published on: Sep 17, 2022, 6:46 PM IST Koo_Logo Versions ଝାରସୁଗୁଡ଼ା ସଡ଼କ ଦୁର୍ଘଟଣା: ଆହତଙ୍କ ମଧ୍ୟରେ ଏକାଧିକ ଗୁରୁତର, ବୁର୍ଲା ମେଡିକାଲରେ ଚିକିତ୍ସା ଜାରି Published on: Sep 17, 2022, 6:46 PM IST ଝାରସୁଗୁଡ଼ା ଆକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା । ଅବସ୍ଥା ସଙ୍କଟାପନ୍ନ ଥିବା ଆହତଙ୍କ ଚିକିତ୍ସା ବୁର୍ଲା ମେଡିକାଲରେ କରାଯାଉଛି । ଅଧିକ ପଢନ୍ତୁ ଝାରସୁଗୁଡ଼ା: ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା (Jharsuguda Road accident) ଆକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ଗତକାଲି (ଶୁକ୍ରବାର) ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ୨୭ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ କିଛିଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କ ଚିକିତ୍ସା ବୁର୍ଲା ମେଡିକାଲରେ ଜାରି ରହିଛି । ବସ୍‌କୁ ଟ୍ରଲର ପିଟିବା ଦ୍ବାରା ଘଟିଥିଲା ଏହି ଦୁର୍ଘଟଣା । ନିଖିଳ ଢ଼ାବା ନିକଟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଆହତଙ୍କ ବୁର୍ଲା ମେଡିକାଲରେ ଚିକିତ୍ସା ଜାରି ମୃତକମାନେ ହେ‌ଲେ ରାଜେନ୍ଦ୍ର ତିୱାରୀ, ଶେର୍‌ ବାହାଦୁର, ବ୍ରିକ୍‌ପାଲ ସିଂ, ପଙ୍କଜ ଝା, ଧନକୁମାର ରାୟ, ରାଜେଶ କୁମାର ସିଂ ଓ ସୂରଜ ଠାକୁର । ସେମାନେ ସମସ୍ତେ ରାଜ୍ୟ ବାହାରର ବାସିନ୍ଦା ହୋଇଥିବାବେଳେ ଝାରସୁଗୁଡ଼ା‌ରେ ଘରଭଡ଼ା ନେଇ ରହୁଥିଲେ ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ୨୭ ଜଣରୁ ଗୁରୁତର ଆହତ ହୋଇଥିଲେ । ଏମାନଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଠେଲ୍‌କୁଲି ସ୍ଥିତ ଜେଏସ୍‌ଡବ୍ଲ୍ୟୁ (JSW) ବିପିଏସ୍‌ଏଲ୍ କାରଖାନାର ଟ୍ୟୁବ୍ ମିଲ୍‌ରେ କାର୍ଯ୍ୟରତ ପ୍ରାୟ ୪୦ ଜଣ କର୍ମଚାରୀ ଜେନେରାଲ୍‌ ସିଫ୍ଟ ଡ୍ୟୁଟି ସାରି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୨୦ରେ କାରଖାନାର ବସ୍‌ (OD ୨୩ M ୮୧୩୧)ରେ ଝାରସୁଗଡ଼ା ଅଭିମୁଖେ ବାହାରିଥିଲେ । ଝାରସୁଗଡ଼ାର ଆକ୍ସନ ଇସ୍ପାତ ଛକ ପାଖରେ ବିପରୀତ ଦିଗରୁ ଏକ କୋଇଲା ବୋଝେଇ ହାଇୱା (OR୧୬G୦୯୫୦) ଦ୍ରୁତ ଗତିରେ ଆସି ରାସ୍ତା ଉପରେ ଥିବା ଏକ ଗାଈକୁ ଧକ୍କା ଦେଇଥିଲା । ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ ଏହା ବି ପଢନ୍ତୁ- ଝାରସୁଗୁଡାରେ ବସକୁ ଟ୍ରଲର ପିଟିବା ଘଟଣା: ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ଗାଈକୁ ଧକ୍କା ଦେବାପରେ ହାଇୱାଟି ଭୁଲ ରାସ୍ତାରେ ଯାଇ କର୍ମଚାରୀମାନଙ୍କୁ ନେଇ ଆସୁଥିବା ଏହି ବସ୍‌ ସହ ଜୋରରେ ଘଷି ହୋଇଯାଇଥିଲା । ଫଳରେ ବସର ଛାତ ଓ ଗୋଟିଏ ପାଖ ଟିଣ କଭର ଚିରି ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ବର୍ତ୍ତମାନ କିଛି ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ କିଛି ଜଣ ଝାରସୁଗୁଡା ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ ଅନ୍ୟକିଛି ଜଣ ବୁର୍ଲାରେ ଚିକିତ୍ସିତ ହେଉଥିବା ଝାରସୁଗୁଡା CDMO କହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଯେଉଁ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନାରେ ଝାରସୁଗୁଡ଼ା ଜିଲ୍ଲାପାଳ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏନେଇ ପ୍ରତିକ୍ରିୟାରେ ଆହତ ମାନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସାମଲ ।
2022-12-07T16:47:47Z
https://www.etvbharat.com/oriya/odisha/state/jharsuguda/treatment-of-seriously-injured-persons-of-jharsuguda-accident-continued-in-burla-medical/or20220917184608484484379
OSCAR-2301
Combined Application form for Project Evaluation including Allotment of Land for investment proposals up to Rs. 50.00 Crore under IT/ITES/ESDM Sector Administration of Incentive under ICT policy 2014 Policy on Adoption of Open Source Software for GOI and Framework for adoption of Open Source Software (OSS) in e-Governance Application Important Links View all Clean E-Bhubaneswar Invest Odisha State Portal National Portal Ministry of Electronics & IT, GoI ବିୱାଇଏସ୍‌ୱାଇ/ଲାପ୍‌ଟପ୍ ‘ବିଜୁ ଯୁବ ସଶକ୍ତିକରଣ ଯୋଜନା’ ଅଧୀନରେ ୧୫୦୦୦ ସଂଖ୍ୟକ ଲାପ୍‌ଟପ୍‌ କ୍ରୟ • ୨୦୧୩-୧୪ ବର୍ଷଠାରୁ ଉଚ୍ଚ ଶିକ୍ଷା ବିଭାଗ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରାଜ୍ୟ ଯୁବ ନୀତିର ‘ବିଜୁ ଯୁବ ସଶକ୍ତିକରଣ ଯୋଜନା’ ଅଧୀନରେ ୧୫୦୦୦ ସଂଖ୍ୟକ ଲାପ୍‌ପଟପ୍‌ କ୍ରୟ କାରବାର ସହିତ ଓକାକ୍ ସଂସ୍ଥାକୁ ସଂପୃକ୍ତ କରାଯାଇଛି । • ଜିଲ୍ଲା ସ୍ତରରେ ଉଚ୍ଚ ଶିକ୍ଷା ବିଭାଗର ୩୦ ଗୋଟି ନୋଡାଲ୍ କଲେଜରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସେହିସବୁ ଲାପ୍‌ଟପ୍‌ଗୁଡ଼ିକୁ ବିତରଣ କରାଯାଏ । ମେଧାବୀ ଛାତ୍ରଛାତ୍ରୀମାନଙ୍କ ତାଲିକା ମଧ୍ୟ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ହିଁ ପ୍ରସ୍ତୁତ କରାଯାଏ । • ୨୦୧୩-୧୪, ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷ ସକାଶେ ୧୫୦୦୦ଟି ଲେଖାଏଁ ଲାପ୍‌ଟପ୍‌, ଲାପ୍‌ଯପ୍‌ ବିକ୍ରେତା ‘ଓରିଜିନାଲ୍ ଇକ୍ୟୁପ୍‌ମେଣ୍ଟ ମେନୁଫେକ୍‌ଚର୍‌’ (OEM)ଠାରୁ ନିଲାମ ଡକାଯାଇ ଖୋଲା ଏବଂ ସ୍ୱଚ୍ଛ ଟେଣ୍ଡର୍ ଜରିଆରେ କ୍ରୟ କରାଯାଇଛି । • ଓକାକ୍‌ ଠାରେ ଶତକଡ଼ା ଶହେ ଭାଗ ଯାଂଚ୍ କଲାପରେ ଯାଇ ଲାପ୍‌ଟପ୍‌ଗୁଡ଼ିକୁ ଜିଲ୍ଲା ସ୍ତରରେ ଉଚ୍ଚ ଶିକ୍ଷା ବିଭାଗର ନୋଡାଲ୍ କଲେଜମାନଙ୍କରେ ଉପଯୁକ୍ତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଏ । • ଉପରୋକ୍ତ ସମସ୍ତ ବର୍ଷ ଗୁଡ଼ିକରେ ଓକାକ୍ ଦ୍ୱାରା ନିର୍ଦ୍ଧାରିତ ସମୟ ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗର ଜିଲ୍ଲା ସ୍ତରୀୟ ନୋଡାଲ୍ କଲେଜମାନଙ୍କୁ ଲାପ୍‌ଟପ୍‌ ଯୋଗାଇ ଦିଆଯାଇଛି । • କ୍ୟାରି-ଇନ୍ ୱାରେଂଟି ଅନୁଯାୟୀ ଏକ ବର୍ଷ ପାଇଁ ଲାପ୍‌ଟପ୍‌ ଯୋଗାଣକାରୀ ସଂସ୍ଥା ଓଇଏମ୍ (OEM)ର ଜିଲ୍ଲା ସ୍ତରୀୟ ସେବା କେନ୍ଦ୍ରଗୁଡ଼ିକ ଦ୍ୱାରା ମାଗଣାରେ ମରାମତି ସହାୟତା ।
2022-12-07T16:23:15Z
https://www.ocac.in/cms/e-governance/e-gov-projects/state-initiatives/services-3/laptop
OSCAR-2301
ପୁରୁଷମାନଙ୍କ ଫିଟନେସ୍ ପାଇଁ ଡମ୍ବୁଲ୍ ସ୍କ୍ୱାଟ୍କୁ ପ୍ରଥମ ପସନ୍ଦ ଭାବରେ ବିବେଚନା କରାଯାଉଥିଲା |ଡମ୍ବୁଲ୍ ସ୍କ୍ୱାଟିଂ ଅଭ୍ୟାସ କରିବାବେଳେ ଏହା ଆଣ୍ଡ୍ରୋଜେନ୍ ର ସ୍ରୋତକୁ ପ୍ରୋତ୍ସାହନ ଦେଇପାରେ ଏବଂ ପୁରୁଷ ଯ sexual ନ କାର୍ଯ୍ୟକୁ ବ ancing ାଇବାରେ ବହୁତ ପ୍ରଭାବଶାଳୀ | 2. ଓଜନ ହ୍ରାସ ଉପରେ ଡମ୍ବୁଲ୍ ବ୍ୟାୟାମର କ’ଣ ପ୍ରଭାବ ରହିଛି? ଯଦି ଡମ୍ବୁଲ୍ ଅଭ୍ୟାସ କରିବାର ଉଦ୍ଦେଶ୍ୟ ହେଉଛି ଚର୍ବି ହ୍ରାସ କରିବା, ତେବେ ପ୍ରତ୍ୟେକ ଗୋଷ୍ଠୀ ଏହାକୁ 15-25 ଗୁଣରୁ ଅଧିକ କରିବା ପାଇଁ ପରାମର୍ଶ ଦିଆଯାଇଛି |ପ୍ରତ୍ୟେକ ଗୋଷ୍ଠୀର ବ୍ୟବଧାନ 1-2 ମିନିଟ୍ ମଧ୍ୟରେ ନିୟନ୍ତ୍ରିତ ହେବ |ଡମ୍ବୁଲ୍ ଚୟନ କରିବାବେଳେ, ତୁମେ ଅଧିକ ମାଂସପେଶୀକୁ ପ୍ରଶିକ୍ଷଣ ଦେବା ଏବଂ ଅତ୍ୟଧିକ ବିକଶିତ ନହେବା ପାଇଁ ହାଲୁକା ବାଛିବା ଉଚିତ | 3. ମାଂସପେଶୀକୁ ମଜବୁତ କରିବା ଉପରେ ଡମ୍ବୁଲ୍ର କି ପ୍ରଭାବ ପଡିଥାଏ | ଡମ୍ବୁଲ୍ ବ୍ୟାୟାମର ଦୀର୍ଘକାଳୀନ ଅନୁକରଣ ମାଂସପେଶୀ ରେଖାଗୁଡ଼ିକୁ ପରିବର୍ତ୍ତନ କରିପାରିବ ଏବଂ ମାଂସପେଶୀର ଧ urance ର୍ଯ୍ୟ ବ increase ାଇପାରେ |ଭାରୀ ଡମ୍ବୁଲ୍ସ ସହିତ ନିୟମିତ ବ୍ୟାୟାମ ମାଂସପେଶୀକୁ ଶକ୍ତିଶାଳୀ କରିପାରେ, ମାଂସପେଶୀ ତନ୍ତୁକୁ ମଜବୁତ କରିପାରେ ଏବଂ ମାଂସପେଶୀର ଶକ୍ତି ବ increase ାଇଥାଏ |ଉପର ଅଙ୍ଗ ମାଂସପେଶୀ, ଅଣ୍ଟା ଏବଂ ପେଟ ମାଂସପେଶୀ ବ୍ୟାୟାମ କରିପାରନ୍ତି |ଉଦାହରଣ ସ୍ୱରୂପ, ସିଟ୍ ଅପ୍ କରିବାବେଳେ, ଦୁଇ ହାତରେ ବେକ ପଛରେ ଡମ୍ବୁଲ୍ ଧରିବା ଦ୍ୱାରା ପେଟର ମାଂସପେଶୀ ବ୍ୟାୟାମର ଭାର ବ increase ିପାରେ |ପାର୍ଶ୍ୱ ବଙ୍କା କିମ୍ବା ଟର୍ନିଂ ବ୍ୟାୟାମ ପାଇଁ ଡମ୍ବୁଲ୍ ଧରି ରଖିବା ଆଭ୍ୟନ୍ତରୀଣ ଏବଂ ବାହ୍ୟ ଓଲିକ୍ ମାଂସପେଶୀକୁ ବ୍ୟାୟାମ କରିପାରିବ |ଡମ୍ବୁଲ୍ ଧରି, ତୁମର ବାହୁକୁ ସିଧା କରି ଆଗକୁ ଏବଂ ପାର୍ଶ୍ୱକୁ ଉଠାଇବା କାନ୍ଧ ଏବଂ ଛାତି ମାଂସପେଶୀକୁ ବ୍ୟାୟାମ କରିପାରିବ |ନିମ୍ନ ଅଙ୍ଗର ମାଂସପେଶୀ ବ୍ୟାୟାମ କରିପାରନ୍ତି |ଉଦାହରଣ ସ୍ୱରୂପ, ଡମ୍ବୁଲ୍ ଧରି, ଗୋଟିଏ ପାଦରେ ଛଟପଟ ହେବା, ଉଭୟ ପାଦରେ ଛଟପଟ ହେବା ଏବଂ ଡେଇଁବା | 4. ଅସନ୍ତୁଳନ ସମାଧାନ ଉପରେ ଡମ୍ବୁଲ୍ ତାଲିମର ପ୍ରଭାବ କ’ଣ? ସାଧାରଣ ଲୋକଙ୍କ ପାଖରେ “ପ୍ରାଧାନ୍ୟ ହାତ” ରହିବା ଉଚିତ, ଯାହା ଭାରୀ ଓଜନ ପ୍ରଶିକ୍ଷଣରେ ଅଧିକ ସ୍ପଷ୍ଟ |ପ୍ରାଧାନ୍ୟ ହସ୍ତ ପ୍ରଶିକ୍ଷଣର ଦୀର୍ଘକାଳୀନ ବ୍ୟବହାର ହେତୁ କିଛି ଲୋକଙ୍କର ବାମ ଏବଂ ଡାହାଣ ମାଂସପେଶୀ ଶକ୍ତି (କିମ୍ବା ମାଂସପେଶୀ ଆକାର) ର ଅସନ୍ତୁଳନ ରହିବ |ଏହାକୁ କିପରି ସମାଧାନ କରାଯିବ?ଡମ୍ବୁଲ୍ସ ଏକ ଅତ୍ୟନ୍ତ ଉପଯୋଗୀ ସଂଶୋଧନ ଉପକରଣ | କାରଣ ଡମ୍ବୁଲ୍ ଓଜନ ଇଚ୍ଛାଧୀନ ଅଟେ |ଆପଣ ଦୁର୍ବଳ ପାର୍ଶ୍ୱକୁ ମଜବୁତ କରିପାରିବେ;କିମ୍ବା ଓଜନ ସହିତ ତାଲିମ ଦିଅନ୍ତୁ ଯାହା ଦୁର୍ବଳ ପାର୍ଶ୍ୱ ଉଭୟ ହାତ ପ୍ରାୟ ସଜାଡିବା ପର୍ଯ୍ୟନ୍ତ ବହନ କରିପାରିବ |ତଥାପି, ପ୍ରାଧାନ୍ୟ ନଥିବା ହାତର ସଂଶୋଧନ ସୀମିତ ଅଟେ |ସର୍ବଶେଷରେ, ଲୋକମାନଙ୍କର ତଥାପି ସୁବିଧା ଅଛି, ଏବଂ ସେମାନେ ସମାନ ସିଦ୍ଧତା ହାସଲ କରିବାକୁ ସମର୍ଥ ହୋଇନପାରନ୍ତି | ଘରେ ଡମ୍ବୁଲ୍ ବ୍ୟାୟାମ କ’ଣ | 1. ପ୍ରତ୍ୟେକ ହାତରେ ଗୋଟିଏ ଡମ୍ବୁଲ୍ ଏବଂ ପାପୁଲି ପରସ୍ପର ଆଡକୁ ସିଧା ଠିଆ ହୁଅନ୍ତୁ |ଆପଣଙ୍କର ବାହୁକୁ ସାମାନ୍ୟ ବଙ୍କା ରଖନ୍ତୁ ଏବଂ ଡମ୍ବୁଲ୍କୁ କାନ୍ଧରେ ଟିକିଏ ଉଚ୍ଚତାକୁ ଉଠାନ୍ତୁ |କିଛି ସମୟ ପାଇଁ ଅଟକି ଯାଅ, ତାପରେ ଧୀରେ ଧୀରେ ତଳକୁ ସୁସ୍ଥ ହୁଅ | 2. ରୋମାନିଆର ହାର୍ଡ ଟାଣ: ସିଧା ଠିଆ ହୁଅ, ତୁମର ପାପୁଲି ସହିତ ଏକ ଡମ୍ବୁଲ୍ ତଳକୁ ଠେଲି ଦିଅ ଏବଂ ତୁମ ସାମ୍ନାରେ ଟାଙ୍ଗ |ବାଣ୍ଡକୁ ବ By ାଇ ଶରୀରର ଓଜନକୁ ହିଲକୁ ଫେରିବାକୁ ଦିଅନ୍ତୁ, ଆଣ୍ଠୁକୁ ଟିକେ ବଙ୍କା କରନ୍ତୁ ଏବଂ ଡମ୍ବୁବେଲକୁ ଜଙ୍ଘରେ ଟିବିଆର ମଧ୍ୟଭାଗକୁ ସ୍ଲାଇଡ୍ କରନ୍ତୁ |ପ୍ରାରମ୍ଭ ସ୍ଥିତିକୁ ଫେରନ୍ତୁ ଏବଂ ପୁନରାବୃତ୍ତି କରନ୍ତୁ | 3. ଡମ୍ବୁଲ୍ ପକ୍ଷୀ: ଭୂମିରେ ଦୁଇ ପାଦ ଥିବା ଏକ ସମତଳ ବେଞ୍ଚ ଉପରେ ଶୋଇବା |ଡମ୍ବୁଲ୍ର ଏକ ଯୋଡାକୁ ଛାତି ଆଡକୁ ଠେଲିଦିଅ, ପାପୁଲି ପରସ୍ପର ଆଡକୁ |ତୁମର ବାହୁକୁ ସାମାନ୍ୟ ବଙ୍କା ହୋଇ ରଖ ଏବଂ ତୁମର ଉପର ବାହୁ ଭୂମି ସହିତ ଫ୍ଲାଶ୍ ନହେବା ପର୍ଯ୍ୟନ୍ତ ଧିରେ ଧିରେ ଡମ୍ବୁଲ୍କୁ ତଳକୁ ଖସ |କିଛି ସମୟ ପାଇଁ ବିରାମ ଦିଅ, ତାପରେ ସମାନ ଆର୍କ ସହିତ ଡମ୍ବୁଲକୁ ଆରମ୍ଭ ସ୍ଥିତିକୁ ପୁନ restore ସ୍ଥାପନ କର ଏବଂ ଉପରୋକ୍ତ କାର୍ଯ୍ୟକୁ ପୁନରାବୃତ୍ତି କର | 4. ଭର୍ଟିକାଲ୍ ଷ୍ଟ୍ରିଡ୍: ଏକ ଯୁଗଳ ଡମ୍ବୁଲ୍ ଧରି ତୁମ ପାର୍ଶ୍ୱରେ ଟାଙ୍ଗ |ବେଞ୍ଚ ଆଡକୁ ମୁହାଁନ୍ତୁ, ବର୍ଗ ଗୋଡରେ ପାଦ ଦିଅନ୍ତୁ ଏବଂ ଡାହାଣ ପାଦକୁ ବେଞ୍ଚ ଉପରେ ରଖନ୍ତୁ |ତୁମର ଡାହାଣ ଗୋଡକୁ ତଳକୁ ଠେଲିଦିଅ ଏବଂ ବେଞ୍ଚ ଉପରେ ତୁମର ପାଦ ସମତଳ ନହେବା ପର୍ଯ୍ୟନ୍ତ ତୁମ ଶରୀରକୁ ବେଞ୍ଚ ଉପରେ ରଖ |ତା’ପରେ ତୁମର ବାମ ଗୋଡ ତଳେ ପାଦ ଦିଅ ଏବଂ ଶରୀରକୁ ଆରମ୍ଭ ସ୍ଥିତିକୁ ଫେରାଇ ଦିଅ |ତା’ପରେ ବାମ ଗୋଡରେ ପାଦ ଦିଅ, ପୁନରାବୃତ୍ତି କର, ବିକଳ୍ପ ଡବଲ୍ ପଛକୁ | 5. ଡବଲ୍ ଡମ୍ବୁଲ୍ ରୋଇଂ: ପାପୁଲି ତଳକୁ ଏକ ଡମ୍ବୁଲ୍ ଧରି ରଖନ୍ତୁ |ଆଣ୍ଠୁକୁ ସାମାନ୍ୟ ବଙ୍କା, ପିଠିକୁ ସିଧା, ଏବଂ ଅଣ୍ଟା 90 ଡିଗ୍ରୀ ତଳକୁ ନଇଁ ରଖ |ଡମ୍ବୁଲକୁ ତୁମ ପେଟକୁ ଟାଣ ଏବଂ ପାପୁଲି ସହିତ ପେଟର ମାଂସପେଶୀକୁ ସ୍ପର୍ଶ କର |ଧୀରେ ଧୀରେ ପୁନରୁଦ୍ଧାର ଏବଂ ପୁନରାବୃତ୍ତି କରନ୍ତୁ | ଡମ୍ବୁଲ୍ ଫିଟନେସ୍ ସତର୍କତା | 1. ଘରୋଇ ଚାହିଦାକୁ ଉତ୍ସାହିତ କରିବାର ପ୍ରଭାବ ହାସଲ କରିବାକୁ ମନୋନୀତ ଡମ୍ବୁଲ୍ ଅତ୍ୟଧିକ ହାଲୁକା ଏବଂ ଶରୀରର ଗତିଶୀଳ ସନ୍ତୁଳନକୁ ଭାଙ୍ଗି ପାରିବ ନାହିଁ |ଡମ୍ବୁଲ୍ର ଓଜନ ଅତ୍ୟଧିକ ଭାରୀ, ଏବଂ ଶରୀରର ଗତିଶୀଳ ଭାରସାମ୍ୟ ଗୁରୁତର ଭାବରେ ନଷ୍ଟ ହୋଇଯାଏ, ଯାହା ପୁନରୁଦ୍ଧାର ହେବା କଷ୍ଟକର, ଏବଂ ଏହାର ପ୍ରଭାବ ପ୍ରାୟତ ideal ଆଦର୍ଶ ନୁହେଁ ଯଦି ବ୍ୟାୟାମର ଉଦ୍ଦେଶ୍ୟ ମାଂସପେଶୀ ବୃଦ୍ଧି କରିବା, ତେବେ ଆପଣ ଏକ ଓଜନ ସହିତ ଡମ୍ବୁଲ୍ ବାଛିପାରିବେ | 65% - 85%ଯଦି ବ୍ୟାୟାମର ଉଦ୍ଦେଶ୍ୟ ହେଉଛି ଚର୍ବି ହ୍ରାସ କରିବା: ଆପଣ ହାଲୁକା ଓଜନ ସହିତ ଡମ୍ବୁଲ୍ ଚୟନ କରିପାରିବେ, ଯେପରିକି ପ୍ରାୟ 3 ~ 5 କିଲୋଗ୍ରାମ | 2. ଅଧିକ ଓଜନ କରନ୍ତୁ ନାହିଁ |ଅଧିକ ଓଜନିଆ ଡମ୍ବୁଲ ମାଂସପେଶୀକୁ ଟାଣିବା ସହଜ ଏବଂ ଏହାର କ training ଣସି ତାଲିମ ପ୍ରଭାବ ନାହିଁ |ସାଧାରଣତ speaking କହିବାକୁ ଗଲେ, girls ିଅମାନେ ଓଜନ ହ୍ରାସ କରିବା ଏବଂ ଶରୀରକୁ ଆକୃଷ୍ଟ କରିବା ପାଇଁ ଡମ୍ବୁଲ୍ ଅଭ୍ୟାସ କରନ୍ତି |ମହିଳାମାନେ ପୁଅମାନଙ୍କ ପରି ଭାରୀ ବଦଳରେ ଡମ୍ବୁଲ୍ ବାଛନ୍ତି |Girls ିଅମାନେ ହାଲୁକା ଏବଂ ମଧ୍ୟମ ହେବା ଉଚିତ ଏବଂ ଡମ୍ବୁଲ୍ର ଓଜନ ପ୍ରାୟ 1 କିଲୋଗ୍ରାମରେ ନିୟନ୍ତ୍ରିତ ହେବା ଉଚିତ | 3. ଧୀରେ ଧୀରେ ଉଠାନ୍ତୁ ଏବଂ ମୁକ୍ତ କରନ୍ତୁ, ଯାହା ମାଂସପେଶୀକୁ ଅଧିକ ଗଭୀର ଭାବରେ ଉତ୍ସାହିତ କରିବ |ବିଶେଷକରି ଡମ୍ବୁଲ୍ ରଖିବାବେଳେ, ତୁମର ଗତିକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ତୁମର ମାଂସପେଶୀକୁ ସଂପୂର୍ଣ୍ଣ ଉତ୍ସାହିତ କରିବା ପାଇଁ କିଛି ରିହାତି ବ୍ୟାୟାମ କରିବା ଆବଶ୍ୟକ |ଅନେକ ଲୋକ ରିହାତି ଅଭ୍ୟାସକୁ ଅଣଦେଖା କରନ୍ତି |କାର୍ଯ୍ୟ ସମାପ୍ତ କରିବା ପାଇଁ ଯଦି ତୁମେ ଡମ୍ବୁଲ୍ ଉଠାଇ ଶୀଘ୍ର ଏହାକୁ ତଳେ ରଖ, ତୁମେ ତୁମର ମାଂସପେଶୀକୁ ଦୃ strengthen କରିବା ପାଇଁ ଏକ ବଡ଼ ସୁଯୋଗ ନଷ୍ଟ କର |ଏକ କ୍ରିୟା ସାଧାରଣତ 1 1 ରୁ 2 ସେକେଣ୍ଡ ନେଇଥାଏ | ପୋଷ୍ଟ ସମୟ: ଫେବୃଆରୀ -10-2022 | ସୂଚନା ହଟ୍ ଟ୍ୟାଗ୍ | Sitemap.xml ଆମକୁ ଯୋଗାଯୋଗ କରନ୍ତୁ | ଚାଙ୍ଗାନ୍ ରୋଡ୍, ଡିଙ୍ଗଜୋ ସିଟି, ହେବାଇ ପ୍ରଦେଶ | ବର୍ତ୍ତମାନ ଆମକୁ କଲ୍ କରନ୍ତୁ: 15831221660 | [email protected] ଆମକୁ ଅନୁସରଣ କରନ୍ତୁ | ଆମର ଉତ୍ପାଦ କିମ୍ବା ମୂଲ୍ୟବୋଧ ବିଷୟରେ ଅନୁସନ୍ଧାନ ପାଇଁ, ଦୟାକରି ଆପଣଙ୍କର ଇମେଲ୍ ଆମକୁ ଛାଡିଦିଅନ୍ତୁ ଏବଂ ଆମେ 24 ଘଣ୍ଟା ମଧ୍ୟରେ ସମ୍ପର୍କରେ ରହିବୁ |
2022-11-30T14:55:20Z
http://or.fsyphysicalfitness.com/news/what-effect-does-exercise-dumbbell-have-on-enhancing-sexual-function/
OSCAR-2301
ନୂଆଦିଲ୍ଲୀ: ପାଣି ଭିତରେ ପ୍ଲେନ୍‌ କ୍ରାଶ। ମୱାନଜାରୁ ବୁକୋବା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ତାଞ୍ଜାନିଆର ଲେକ ଭିକ୍ଟୋରିଆ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି। ବିମାନରେ ୪୯ ଜଣ ଯାତ୍ରୀ ଥିଲେ। ବୁଡ଼ିଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର ପାଈଁ ଅପରେଶନ ଜାରି ରହିଛି। ବିମାନ ଦୁର୍ଘଟଣାର ଭିଡିଓ ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟ ସୋଶାଲ ମିଡିଆରେ ଭାରାଲ ହୋଇଛି । ଆଫ୍ରିକାର ସର୍ବବୃହତ୍ତ ହ୍ରଦ ଲେକ ଭିକ୍ଟୋରିଆରେ ବିମାନଟି ଅଧା ବୁଡ଼ି ରହିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। କ୍ରାସ କରିଥିବା ବିମାନ ତାଞ୍ଜାନିଆର ସର୍ବବୃହତ ଘରୋଇ ମାଲିକାନା ଆହୁରି ପଢ଼ନ୍ତୁ ଡିସେମ୍ବର ୫ରେ ହେବ ଲାଲୁଙ୍କ କିଡନୀ ପ୍ରତିରୋପଣ 10 mins ago କାଲି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ, ବ୍ୟାପକ ପ୍ରସ୍ତୁତି 2 hours ago https://twitter.com/BNONews/status/1589169110600110080?s=20&t=RoPou2UGMyib14i49IJ9FQ ଏୟାରଲାଇନ୍ସ ପ୍ରେସିକନ୍‌ ଏୟାର ବିମାନ PW 494 ବୋଲି ଜଣାପଡ଼ିଛି। ଏହା ବୁକୋବା ବିମାନବନ୍ଦର ନିକଟରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।
2022-11-30T14:34:21Z
https://odishareporter.in/nation-world/india/passenger-plane-crashes-into-lake-victoria-in-tanzania-23-rescued-779432
OSCAR-2301
କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା… || ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର || ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ || ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା || ଓଡ଼ିଶାରୁ ସାପଚାଲାଣ ଗୁମର ଫିଟୁଛି, କୁଆଡ଼େ ଗଲା ମହାରାଷ୍ଟ୍ରରୁ ଜବତ ଅହିରାଜ ? 9/02/2019 at 7:50 AM source:http://www.natgeotv.com ଭୁବନେଶ୍ୱର,୮ ।୨(ବ୍ୟୁରୋ): ନିକଟରେ ମୁମ୍ବାଇରେ ଓଡ଼ିଶା ଜଙ୍ଗଲର ଅହିରାଜ ସାପ ଚୋରାଚାଲାଣ ବେଳେ ଜବତ ହୋଇଥିଲା । କିନ୍ତୁ ଏବେ ଏହାର ସନ୍ଧାନ ମିଳୁନି । ମହାରାଷ୍ଟ୍ର ଜଙ୍ଗଲ ବିଭାଗ କର୍ମଚାରୀ ସାପକୁ ଜାନୁଆରୀ ୩୧ରେ ବିମାନରେ ଓଡ଼ିଶାକୁ ପଠାଇଥିବା ସୂଚନା ଦେଇଛନ୍ତି । କିନ୍ତୁ ଏଠାରେ ବିଭାଗୀୟ ଅଧିକାରୀ ସେଭଳି କିଛି ସାପ ଓଡ଼ିଶାରେ ପହଞ୍ଚିନାହିଁ । ଆଗକୁ ଆସିପାରେ ବୋଲି କହୁଛନ୍ତି । କେହି ଅଧିକାରୀ ସାପ ଆସିଥିଲା ଏବଂ ତାକୁ ଭିତରକନିକା ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି ବୋଲି ସୂଚନା ଦେଉଛନ୍ତି । ଏଭଳି ପରିସ୍ଥିତିରେ ଉକ୍ତ ବିରଳ ସାପ କୁଆଡ଼େ ଗଲା ତାହା ଏ ଯାଏ ସ୍ପଷ୍ଟ ହୋଇ ପାରିନାହିଁ । ଜାନୁଆରୀ ୧୩ରେ ଓଡ଼ିଶା ବରଗଡ଼ର ଚନ୍ଦ୍ରଭାନୁ ନାୟକ ନାମକ ଜଣେ ସାପଧରାଳି ବିଭିନ୍ନ ପ୍ରଜାତିର ବିରଳ ସାପ ଚୋରାଚାଲାଣ କରୁଥିବା ବେଳେ ମହାରାଷ୍ଟ୍ର ଅହମଦନଗର ରେଳଷ୍ଟେସନରୁ ହୋଇଥିଲେ । ଚନ୍ଦ୍ରଭାନୁଙ୍କ ଠାରୁ ଜବତ ଲାପ୍‌ଟପ୍‌ ଓ କ୍ୟାମେରାରୁ ଓଡ଼ିଶାରୁ ବିଭିନ୍ନ ବିରଳ ସାପ ଚୋରାଚାଲାଣ ଉପରେ ଠୋସ୍‌ ପ୍ରମାଣ ମିଳିଥିଲା । ଉକ୍ତ ତଥ୍ୟକୁ ଆଧାର କରି ମହାରାଷ୍ଟ୍ର ବନ ବିଭାଗ ଅଧିକାରୀ ଓ ପୁଲିସ ବିଭିନ୍ନ ଆଡ଼େ ଚଢ଼ଉ କରିଥିଲେ । ଜାନୁଆରୀ ୧୪ରେ ମହାରାଷ୍ଟ୍ରର ସଙ୍ଗମନର ଅଞ୍ଚଳର ସାପଧରାଳି ଅବିନାଶ ସାହ ଓ ସୋପାନ ଥୋରାଟ, ବାର୍ସି ଅଞ୍ଚଳର ଅକ୍ଷୟ ଘୋଡ଼କେ, ଚନ୍ଦ୍ରପୁର ଅଞ୍ଚଳର ଜଗଦୀଶ ରେୱାକରଙ୍କୁ ସାପ ଚୋରାଚାଲାଣ ଅଭିଯୋଗରେ ଗିରଫ କରା ଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ପୁନେ ଅଞ୍ଚଳର ଅମର ଗୋଦାମ୍ବେ ଓ ଅଲତାଫ ସେଖ୍‌ ଫେରାର ହୋଇ ଯାଇଥିଲେ । ଗିରଫ ଅଭିଯୁକ୍ତଙ୍କୁ ଜେରା ବେଳେ ସେମାନେ ଚନ୍ଦ୍ରଭାନୁଙ୍କୁ ମହାରାଷ୍ଟ୍ରର ଏକ ମାଲବାର ପିଟ୍‌ ଭାଇପର ସାପ ଦେଇ ଏହାର ବଦଳରେ ତାଙ୍କ ଠାରୁ ୧୦.୬ଫୁଟ ଲମ୍ବର ଏକ ଅହିରାଜ ସାପ ନେଇଥିବା ସୂଚନା ଦେଇଥିଲେ । ଉକ୍ତ ଅହିରାଜ ସାପକୁ ମୁଖ୍ୟ ଅଭିଯୁକ୍ତ ଅମର ମୁମ୍ବାଇରେ ବିକ୍ରି କରିବା ଲାଗି ତନ୍ମୟ କୋଲତେ ନାମକ ଜଣେ ସାପ ଧରାଳିଙ୍କୁ ଦାୟିତ୍ୱ ଦେଇଥିଲେ । ତେବେ ତନ୍ମୟ ଉକ୍ତ ସାପଟି ଦେଶୀୟ ହୋଇଥିବାରୁ ଅଡ଼ୁଆରୁ ବର୍ତ୍ତିବା ଲାଗି ମୁମ୍ବାଇର ୱାଇଲ୍ଡ ଲାଇଫ୍‌ ସୋସାଇଟିକୁ ଜଣାଇଥିଲେ । ମହାରାଷ୍ଟ୍ର ବନବିଭାଗ ଅଧିକାରୀ ସାପଟିକୁ ଜବତ କରିଥିଲେ । ତେବେ ବହୁ ଦିନ ଧରି ଅଖିଆ ଅପିଆ ରହି ଅହିରାଜଟି ମୃତପ୍ରାୟ ହୋଇଯାଇଥିଲା । ସାଢ଼େ ୧୦ ଫୁଟ ସାପର ଓଜନ ମାତ୍ର ୬ କେଜି ହୋଇ ଯାଇଥିଲା । ତେଣୁ ସର୍ପ ବିଶେଷଜ୍ଞ ଓ ବାୟୋଲୋଜିଷ୍ଟ ଥାନେ ପ୍ରାଣୀ ଚିକିତ୍ସାଳୟରେ ସାପକୁ ବଞ୍ଚାଇବା ଲାଗି ଆପ୍ରାଣ ଉଦ୍ୟମ କରିଥିଲେ । ୧୦ ଦିନ ପରେ ସାପଟି ନୂଆ ଜୀବନ ପାଇଥିଲା । ମହାରାଷ୍ଟ୍ର ପ୍ରାକୃତିକ ପରିବେଶ ସହିତ ଓଡ଼ିଶାର ଉକ୍ତ ଅହିରାଜଟି ଖାପ ଖୁଆଇ ଚଳି ପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ତେଣୁ ତାକୁ ଓଡ଼ିଶାକୁ ପଠାଇବା ଲାଗି ନିଷ୍ପତ୍ତି ହୋଇଥିଲା । ଓଡ଼ିଶା ଜଙ୍ଗଲ ବିଭାଗ ସହିତ ମତ ବିନିମୟ ପରେ ଜାନୁଆରୀ ୩୧ ତାରିଖରେ ଉକ୍ତ ସାପକୁ ବିମାନରେ ଭୁବନେଶ୍ୱର ପଠା ଯାଇଥିଲା । ବିମାନରେ ମହାରାଷ୍ଟ୍ର ଏସିଏଫ୍‌ ରମେଶ ଦେବଖିଲେ ମଧ୍ୟ ଭୁବନେଶ୍ୱର ଆସିଥିଲେ । ଏଠାରେ ବନ୍ୟଜନ୍ତୁ ଅଧିକାରୀଙ୍କୁ ଅହିରାଜ ସାପଟିକୁ ହସ୍ତାନ୍ତର କରି ଫେରି ଯାଇଥିବା ସୂଚନା ମିଳିଛି । ତେବେ ଅହିରାଜ ସାପଟି ଏବେ କେଉଁଠି ବୋଲି ପିସିସିଏଫ୍‌ଙ୍କୁ ପଚରାଯିବାରେ ସେ ଏହି ଘଟଣାରେ ଅଜ୍ଞତା ପ୍ରକାଶ କରିଥିଲେ । କିନ୍ତୁ ଜଣେ ବରିଷ୍ଠ ବନବିଭାଗ ଅଧିକାରୀ ନିଜ ନାମ ଗୋପନ ରଖି ସାପ ଏଠାରେ ପହଞ୍ଚିଥିବା ସ୍ୱୀକାର କରିଛନ୍ତି । ଉକ୍ତ ସାପକୁ ଭିତରକନିକା ହେନ୍ତାଳବନ ଛଡ଼ା ଯାଇଥିବା ସୂଚନା ଦେଇଛନ୍ତି । ତେବେ ଓଡ଼ିଶାରୁ ବିରଳ ପ୍ରଜାତି ସାପ ଚୋରାଚାଲାଣ ଓ ଜବତ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଭାଗୀୟ ଅଧିକାରୀଙ୍କ ହାଲକା ମନୋଭାବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ବନ୍ଧିତ ଖବର ଆଜି ମହାପ୍ରଭୁଙ୍କ ବନକଲାଗି; ଅପରାହ୍ନ ୫ଟାରୁ ରାତି ୯ ଦର୍ଶନ ମନା 30/11/2022 at 10:54 AM ଟୁଇନ୍‌ ସିଟିରେ ଧରପଗଡ଼; କଟକଠୁ ରାଜଧାନୀରେ ଅଧିକ ମଦୁଆ 30/11/2022 at 10:03 AM 1 min read ରାଜମହଲରୁ ଏଜି ନୋ ପାର୍କିଂ ଜୋନ୍‌, ଗାଡ଼ି ରଖିଲେ ମୋଟୋ ଜରିମାନା 30/11/2022 at 9:45 AM ୧୫ ଡିଗ୍ରୀ ତଳେ ୨୦ ସହର, ୪ରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ 30/11/2022 at 9:10 AM ଆଜିଠୁ ନିବେଶକ ମହାକୁମ୍ଭ : ମେକ୍ ଇନ୍ ଓଡ଼ିଶା ୩.୦ ; ୬ ଲକ୍ଷ କୋଟିର ନିବେଶ ଆଶା 30/11/2022 at 9:02 AM 1 min read ରାଉରକେଲାରୁ ଟେନ୍‌ସା ମନିଅର୍ଡର ପହଞ୍ଚିବାକୁ ଲାଗିଲା ସାଢେ ୪ ବର୍ଷ 29/11/2022 at 9:47 PM ରାଜ୍ୟ ସାହିତ୍ୟ ପତ୍ରିକା ଅମୃତାୟନର ସମ୍ପାଦିକା ଗୀତା ହୋତାଙ୍କ ପରଲୋକ ଆଜି ମହାପ୍ରଭୁଙ୍କ ବନକଲାଗି; ଅପରାହ୍ନ ୫ଟାରୁ ରାତି ୯ ଦର୍ଶନ ମନା ଟୁଇନ୍‌ ସିଟିରେ ଧରପଗଡ଼; କଟକଠୁ ରାଜଧାନୀରେ ଅଧିକ ମଦୁଆ ଅପରାଧ ଭାରତ ସୀମାରେ ୨ ଡ୍ରୋନ୍‌କୁ ଗୁଳିକରି ଖସାଇଲେ BSF ଯବାନ, ପାକିସ୍ତାନରୁ ପଞ୍ଜାବ ଚାଲାଣ ହେଉଥିଲା ନାର୍କୋଟିକ୍ସ ଦୁଷ୍କର୍ମ ସମୟରେ ପୀଡିତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ନିଜେ ଦେହର ଭୋକ ମେଣ୍ଟାଇଲେ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ… ବେଙ୍ଗାଲୁରୁରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ବାଇକ୍ ଟ୍ୟାକ୍ସିର ଚାଳକ ଭିଆଇଥିଲା କାଣ୍ଡ ଦେଶ- ବିଦେଶ ଖଡ୍‌ଗେଙ୍କୁ ରାବଣ କହିବା ପ୍ରସଙ୍ଗରେ ବର୍ଷିଲେ ରେଣୁକା; କହିଲେ ମତେ ସୁର୍ପଣଖା କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଟୟୋଟା ଇଣ୍ଡିଆର ଉପାଧ୍ୟକ୍ଷଙ୍କ ପରଲୋକ; ଭାରତକୁ ଜାପାନ ଫର୍ମ ଆଣିବାରେ ‌ଥିଲା ଅତୁଳନୀୟ ଅବଦାନ କୁକୁଡା ରାବ ଯୋଗୁଁ ଶୋଇପାରିଲେନି ଡାକ୍ତର, ଥାନାରେ ଦେଲେ ଅଭିଯୋଗ ଜୀବନଚର୍ଯ୍ୟା ଭୁଲରେ ବି ଘରେ ବ୍ୟବହାର କରନ୍ତୁନି ଏହି କାଠ, ନଚେତ୍ ହୋଇପାରେ ଅନେକ କ୍ଷତି ଘରେ ରଖିଥିବା ଝାଡୁ ବଦଳାଇ ଦେବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହି ନିୟମ ପ୍ରତିଦିନ ଖାଆନ୍ତୁ ଫଳ, ମନକୁ ଖୁସି ରଖିବା ସହ କମାଇଥାଏ ଚାପ ମନୋରଞ୍ଜନ ଆକ୍ସନ୍‌-ଥ୍ରିଲର୍‌ ଫିଲ୍ମରେ ସାରା ଅଲି ଖାନ୍‌, ଟାଇଗରଙ୍କ ଲେଡି ଲଭ୍ ହେବେ ଅଭିନେତ୍ରୀ ତାଙ୍କୁ ଜୋତା ମାଡ଼ର ଅଭ୍ୟାସ ଅଛି …’ ଦ କାଶ୍ମୀର ଫାଇଲ୍ସ ଉପରେ ବୟାନ ଦେଇଥିବା ଜୁରି ସଦସ୍ୟଙ୍କ ଉପରେ ବର୍ଷିଲେ ଅନୁପମ ଖେର କାଶ୍ମୀର ଫାଇଲ୍ସକୁ ନେଇ ଇସ୍ରାଏଲ ଫିଲ୍ମ ନିର୍ମାତାଙ୍କ ବିବାଦୀୟ ବୟାନ ପରେ କ୍ଷମା ମାଗିଲେ ରାଷ୍ଟ୍ରଦୂତ: ‘ତାଙ୍କୁ ଲଜ୍ଜା ଲାଗିବା କଥା’
2022-11-30T05:30:56Z
https://www.prameya.com/where-the-king-cobra-goes-which-was-from-maharashtra/
OSCAR-2301
Viral ହେଲା ଭୟଙ୍କର ଭିଡିଓ ! ରାସ୍ତା ଉପରେ ଗୋଟିଏ ପୁରୁଷ ପାଇଁ ଦୁଇ ମହିଳା ହେଲେ ମୁହାଁମୁହିଁ,ଆଉ ତାପରେ ଯାହା ହେଲା… – ଦୈନିକ ଖବର ସବୁ ସମୟ ଖବର ସାଥିରେ Publisher - ସବୁ ସମୟ ଖବର ସାଥିରେ Home ଭାଇରାଲ ନ୍ୟୁଜ ଘରୋଇ ଉପଚାର ଦେଶବିଦେଶ ଓଡିଶା Home Viral News Viral ହେଲା ଭୟଙ୍କର ଭିଡିଓ ! ରାସ୍ତା ଉପରେ ଗୋଟିଏ ପୁରୁଷ ପାଇଁ ଦୁଇ ମହିଳା ହେଲେ ମୁହାଁମୁହିଁ,ଆଉ ତାପରେ ଯାହା ହେଲା… Viral News Viral ହେଲା ଭୟଙ୍କର ଭିଡିଓ ! ରାସ୍ତା ଉପରେ ଗୋଟିଏ ପୁରୁଷ ପାଇଁ ଦୁଇ ମହିଳା ହେଲେ ମୁହାଁମୁହିଁ,ଆଉ ତାପରେ ଯାହା ହେଲା… 0 7 Share ଆଜିର ସମାଜରେ କେତେବେଳେ ଯେ କଣ ଘଟି ଯାଉଛି ତାହା ଶବ୍ଦରେ ପ୍ରକାଶ କରି ହେବ ନାହିଁ | ଆଜି କାଲି ସମାଜରେ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି | କେତେବେଳେ କୋଉଠି ହତ୍ୟା, ଗଣ ଦୁଷ୍କର୍ମ ଓ ଚୋରି ଡକାୟତି ତ କେତେବେଳେ ପରକିଆ ପ୍ରୀତିକୁ ନେଇ ହେଇ ଯାଉଛି ହତ୍ୟା | ଏବଂ କେତେକ ସ୍ଥାନରେ ଦେଖିବାକୁ ମିଳୁଛି କି କମେଣ୍ଟ ଓ ରାଗିଂ ନେଇ ବିଭିନ୍ନ ସ୍ଥାନରେ ମାଡ଼ ଗୋଳ ଲାଗି ରହୁଛି | ସୋସିଆଲ ମିଡ଼ିଆରେ ଏମିତି ବହୁତ କିଛି ଦେଖିବାକୁ ମିଳୁଛି | କୋଉଁଠି ପୁଅ ମାନେ ନିର୍ଯାତିତ ହେଉଛନ୍ତି ତ କୋଉଁଠି ଝିଅ ମାନେ ନିର୍ଯାତିତ ହେଉଛନ୍ତି |ଯାହାକି ଆମ ସମାଜକୁ କଳୁଷିତ କରି ସାରିଲାଣି | ଆମ ହିନ୍ଦୁ ରୀତି ଅନୁଯାୟୀ ସ୍ୱାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ ହୋଇଥାଏ କିନ୍ତୁ ଏବେ ଏହି ସମ୍ପର୍କ ସାତ ଦିନ ବି ରହୁନାହିଁ | ଏହା ଦ୍ୱାରା ବହୁତ ଖରାପ ପ୍ରଭାବ ପଡୁଛି ଆମର ପରବର୍ତ୍ତୀ ପିଢ଼ି ଉପରେ | ଆଜି ଆମେ ଏମିତି ଏକ ଖବର ଆପଣଙ୍କୁ କହି ବାକୁ ଯାଉଛୁ | ଯୋଉଁଥି ପରକିଆ ପ୍ରୀତିକୁ ନେଇ ରାସ୍ତା ଉପରେ ମାରପିଟ ଓ ଗଣ୍ଡଗୋଳ ଚାଲିଥିବାର ଦେଖିବାକୁ ମିଳିଛି | ଆସନ୍ତୁ ଜାଣିବା ସେ ବିଷୟରେ | ଏହି ଭିଡିଓରେ ଦେଖିବାକୁ ମିଳିଛି କି ଦୁଇ ଜଣ ମହିଳା ପରସ୍ପର ମଧ୍ୟରେ ଚପଲରେ ମାରିବା ପାଇଁ ଧମକ ଦେଉ ଥିବା ବେଳେ ଜଣେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରବଳ ମାରପିଟ ଚାଲିଛି | ବିଶେଷ ସୂତ୍ରରୁ ଜଣା ପଡିଛି ଯେ ଏହି ମହିଳା ଜଣଙ୍କ ପୁରୁଷଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ କରିଛନ୍ତି କିନ୍ତୁ ପୁରୁଷ ଜଣକ ଏହାକୁ ସ୍ପଷ୍ଟ ଭାବରେ ମନା କରୁଛନ୍ତି | ଏହି ବ୍ୟକ୍ତିଙ୍କ ନାମ ହେଉଛି ଅକ୍ଷୟ ରଞ୍ଜନ ଦାସ | ସେ ପେଶାରେ ଜଣେ ସାମ୍ବାଦିକ |ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ଘର ପାଖରେ ରୁହନ୍ତି | ମହିଳା ଜଣକ ବିବାହିତ ହୋଇଥିବା ବେଳେ ସେ ଗୋଟିଏ ନର୍ସିଂ ହୋମରେ କାମ କରୁ ଥିଲେ | କିନ୍ତୁ ଅକ୍ଷୟ ରଞ୍ଜନ ଦାସ ତାଙ୍କୁ ସାମ୍ବାଦିକ କରିବାର ସ୍ବପ୍ନ ଦେଖାଇ ତାଙ୍କୁ ଜବ ଦେବେ ବୋଲି କହି ଥିଲେ | କିନ୍ତୁ ଦୁଇ ହଜାର କୋଡିଏ ମସିହାରୁ ତାଙ୍କ ସହିତ ସମ୍ପର୍କ ରଖି ଆସୁଛନ୍ତି | ଏବଂ କିଛି ଅନ୍ତରଙ୍ଗ ମୁହୁର୍ତରେ ଫୋଟ ଦେଖାଇ ତାଙ୍କୁ ବ୍ଲାକମେଲ କରୁଛନ୍ତି ଯେ ଯଦି ସେ ତାଙ୍କୁ ଛାଡି ଦେବେ ତାହେଲେ ସେ ସବୁ ଫୋଟୋ ତାଙ୍କ ସ୍ୱାମୀଙ୍କୁ ଦେଖାଇ ଦେବେ | ଏ ନେଇ ସେ ମହିଳାଙ୍କ ବାପା ମାଆଙ୍କୁ ମଧ୍ୟ ଧମକ ଦେଇ ଥିବାର କଥା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି | ତାଙ୍କର ଗାଡି ଭଙ୍ଗାରୁଜା କରିଛନ୍ତି | ମହିଳା ଜଣଙ୍କ ବିଭିନ୍ନ ହୋଟେଲରେ ତାଙ୍କ ସହ ରହିଥିବାର ଏବଂ ଗର୍ଭପାତ କରିଥିବାର କହିଛନ୍ତି | ତାଙ୍କ ଠାରୁ ଏକ ଲକ୍ଷ ତାଙ୍କ ନେଇଛନ୍ତି ଏବଂ ଏହା ମହିଳା ଜଣକ ନିଜର ଗହଣା ପତ୍ର ମାଥୁର ଫାଇନାନ୍ସରୁ ଆଣି ଦେଇ ଥିବାର କହିଛନ୍ତି | ଅକ୍ଷୟ ଦାସ ନିଜର ଘର କରିବା ପାଇଁ ତାଙ୍କ ଠାରୁ କରଜ ନେଇ ଫେରେଇ ଦେବାର ପ୍ରତିଶୃତି ଦେଇ ଥିଲେ କିନ୍ତୁ ଏତେ ପର୍ଯ୍ୟନ୍ତ ଦେଇ ନ ଥିବା ବେଳେ ତାଙ୍କୁ ବ୍ଲାକମେଲ କରୁଥିବାର ଅଭିଯୋଗ କରିଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-12-01T21:11:02Z
https://dainikhabar.com/index.php/bh-qwkjbnhlkinh/
OSCAR-2301
Beauty Tips – ଶୀତଦିନେ ମୁହଁର ସୁନ୍ଦରତାକୁ( winter skin care ) ଠିକ ରଖିବା ପାଇଁ କରନ୍ତୁ ଏହି ଛୁଟିଆ ଘରୋଇ ଉପଚାର | – ଦୈନିକ ଖବର ସବୁ ସମୟ ଖବର ସାଥିରେ Publisher - ସବୁ ସମୟ ଖବର ସାଥିରେ Home ଭାଇରାଲ ନ୍ୟୁଜ ଘରୋଇ ଉପଚାର ଦେଶବିଦେଶ ଓଡିଶା Home ସ୍ବାସ୍ଥ୍ୟ Beauty Tips – ଶୀତଦିନେ ମୁହଁର ସୁନ୍ଦରତାକୁ( winter skin care ) ଠିକ ରଖିବା ପାଇଁ କରନ୍ତୁ ଏହି ଛୁଟିଆ ଘରୋଇ ଉପଚାର | ସ୍ବାସ୍ଥ୍ୟ Beauty Tips – ଶୀତଦିନେ ମୁହଁର ସୁନ୍ଦରତାକୁ( winter skin care ) ଠିକ ରଖିବା ପାଇଁ କରନ୍ତୁ ଏହି ଛୁଟିଆ ଘରୋଇ ଉପଚାର | 0 8 Share ସାଧାରଣତଃ ଆମ ତ୍ୱଚା ଶୀତଦିନେ ଅଧିକ ଖରାପ ଦେଖା ଯାଇଥାଏ।ଶୀତଦିନେ ତ୍ଵଚା ଶୁଷ୍କ ହୋଇଯାଏ ତ୍ଵଚାରେ ଚମକ କମି ଯାଇଥାଏ। ଶୀତ ଦିନେ ଚର୍ମ ଫାଟିବା ଚର୍ମ କୁଣ୍ଡେଇ ହେବା ଓଠ ଫାଟିବା ଭଳି ବହୁ ସମସ୍ୟା ଦେଖିବାକୁ ମିଳିଥାଏ। ତେବେ ସମସ୍ତେ ଜାଣିବା ପାଇଁ ଚାହିଁଥାନ୍ତି କି କିପରି ଶୀତଦିନ ତ୍ୱଚାର ଯତ୍ନ ନିଆ ଯାଇପାରିବ। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ ତ୍ଵଚାର ଯତ୍ନ ଖୁବ୍ ଭଲ ଭାବରେ ନେଇ ପାରିବ। ୧.ଶୀତଦିନେ ତ୍ଵଚାରେ ଚମକ ଆଣିବା ପାଇଁ ପ୍ରଥମେ ସ୍କିନ୍‌କୁ ମଇଶ୍ଚରାଇଜ୍ କରନ୍ତୁ। ଏଥିପାଇଁ ଆପଣ ନଡ଼ିଆ ତେଲକୁ ବ୍ୟବହାର କରି ପାରିବେ। ଅଳ୍ପ ଟିକିଏ ଏଲୋବେରା ଜେଲ୍ରେ ଦୁଇ ତିନି ଡ୍ରପ ନଡ଼ିଆ ତେଲ ମିଶାଇ ତ୍ଵଚାରେ ଲଗାଇ ପାରିବେ। ଏହାଛଡା ଆପଣ ଆଲମଣ୍ଡ ଅଏଲ, ଭିଟାମିନ ଇ ଅଏଲ୍ ଆଦି ଲଗେଇ ପାରିବେ। ତେବେ ଏହି ସବୁ ଆପଣ ଗାଧୋଇବା ପରେ କରନ୍ତୁ। ୨. ଶୀତ ଦିନେ ଆମେ ଅଧିକ ଥଣ୍ଡା କାରଣରୁ କମ୍ ପାଣି ପାଇଥାଉ। ଏମିତି ଜଣେ ଜଣେ ଲୋକ ରହିଛନ୍ତି କି ଆଦୌ ପାଣି ପିଅନ୍ତି ନାହିଁ ଯେଉଁଥି ପାଇଁ ତ୍ଵଚା ଶୁଷ୍କ ମଧ୍ୟ ହୋଇଯାଏ। ତେବେ ଆପଣ ଶୀତ ଦିନେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଅତି କମ୍ ରେ ଦିନକୁ ୧୦-୧୫ ଗ୍ଲାସ୍ ପାଣି ନିହାତି ପିଅନ୍ତୁ। ୩. ଆପଣ ଆପଣଙ୍କ ଖାଦ୍ୟରେ ସବୁଜ ପନିପରିବା, ଫଳ, ସାଲାଡ଼ ଆଦି ନିଶ୍ଚିତ ଏଡ୍ କରାନ୍ତୁ। ଫାଷ୍ଟ ଫୁଡ୍ ଜଙ୍କ ଫୁଡ୍ ଆଦି ଖାଦ୍ୟକୁ ଅଭୋଏଡ୍ କରନ୍ତୁ। କାରଣ ଏସବୁ ଖାଦ୍ୟ ସହଜରେ ହଜମ ହୋଇ ନଥାଏ ଆଉ ଫଳରେ ପେଟ ଗରମ ହୋଇଥାଏ ଆଉ ଯେହେତୁ ଆମେ ଶୀତ ଦିନେ ପାଣି କମ୍ ପିଥାଉ ପେଟ ଅଧିକ ଗରମ ହୋଇ ଏହାର ପ୍ରଭାବ ଆମ ସ୍କିନ୍ ଉପରେ ପଡ଼ିଥାଏ। ୪. ଶୀତ ଦିନେ ଆପଣ ସାବୁନର ବ୍ୟବହାର ନ କରି ଫେସ୍ ୱାସର ବ୍ୟବହାର କରନ୍ତୁ ଏହା ଆପଣଙ୍କ ତ୍ଵଚା ପାଇଁ ଅଧିକ ଭଲ। ସାବୁନ ମେ ବ୍ୟବହାର କରିବା ଦ୍ଵାରା ତ୍ଵଚା ରୁକ୍ଷ ଦେଖା ଯାଇଥାଏ ଯାହା ଆଦୌ ସୁନ୍ଦର୍ ଦେଖା ଯାଇ ନଥାଏ। ତେବେ ଯଦି ଆପଣ ସାବୁନ୍ ଲଗାଉଛନ୍ତି ତେବେ ଗାଧୋଇ ଆସିଲା ପରେ ବଡି ଲୋସନ୍ ଲଗାଇବା ପାଇଁ ଅଦୌ ଭୁଲନ୍ତୁ ନାହିଁ। ୫. ତେବେ ଶୀତ ଦିନେ ଆପଣ ଦେଖିଥିବେ କି କେହି କେହି ଯାଇ ଖରାରେ ବସନ୍ତି ନହେଲେ ନିଆଁ ଲଗାଇ ତା ପାଖରେ ବସନ୍ତି କିନ୍ତୁ ଏହା ମଧ୍ୟ ସ୍କିନ ଉପରେ ପ୍ରଭାବ ପକାଇ ଥାଏ। ତେଣୁ ଆପଣ ଯେତେବେଳେ ବାହାରକୁ ବାହାରୁ ଛନ୍ତି ସନସ୍ କ୍ରିମ ନିହାତି ବ୍ୟବହାର କରନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
2022-12-01T20:55:40Z
https://dainikhabar.com/index.php/sita-dine-muhr-sunartaku-thike/
OSCAR-2301
ଭୁବନେଶ୍ୱର: ଗୋଟିଏ ପଟେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗର ବିଜନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରକୁ ମାରାଥନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)। ହନିଟ୍ରାପ, ବ୍ଲାକମେଲ ଓ ଅର୍ଥ କାରବାରରେ ତା’ର ଭୂମିକା କ’ଣ ରହିଛି? ଏଥିରେ ମୁଖ୍ୟ ଷଡଯନ୍ତ୍ରକାରୀ କିଏ? ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଗଡଫାଦର କିଏ? ତାହା ଜାଣିବା ପାଇଁ ଇଡି ଖଗେଶ୍ୱରକୁ ଘାଣ୍ଟୁଛି। ଏଥିସହ ଅର୍ଚ୍ଚନା ନାଗଫାସରେ କିଏ କିଏ ଫଶିଥିଲେ? କିଏ, କେତେ ଟଙ୍କା ଦେଇଛନ୍ତି? ବିଏମଡବ୍ଲୁ ଭଳି ଏକାଧିକ ନାମୀଦାମୀ ଗାଡି ଓ ଆଲିସାନ ବଙ୍ଗଳା କେଉଁଠୁ ଆସିଲା? ଏଭଳି ଅନେକ ପ୍ରଶ୍ନ ଇଡି ଖଗେଶ୍ୱରକୁ ପଚାରିଥିବା ଆଲୋଚନା ହେଉଛି। ଅନ୍ୟପଟେଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗଙ୍କ ବାପା ଇଡି ଅଫିସରେ ହାଜର ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିବା ବେଳେ ଆଜି ସେ ଇଡି କାର୍ୟ୍ୟାଳୟରେ ହାଜର ହୋଇଥିବା ଜଣାପଡ଼ିଛି । ଅର୍ଚ୍ଚନାଙ୍କ ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଇଡି ତାଙ୍କୁ ପଚରାଉଚରା କରୁଛି । ଏତେ ସମ୍ପତ୍ତିର ମାଲିକାଣୀ କିପରି ହେଲେ ଅର୍ଚ୍ଚନା, ସେନେଇ ପଚରାଉଚରା କରୁଛି ଇଡି । ୫ ବର୍ଷ ମଧ୍ୟରେ କେମିତି ଠୁଳ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି ସେ ନେଇ ମଧ୍ୟ ଇଡି ଖୋଳତାଡ କରୁଥିବା ଜଣାପଡ଼ିଛି । ସେପଟେ ଧୀରେ ଧୀରେ ଖୋଲୁଛି ନାଗପେଡ଼ି । ଫିଟୁଛି ଅର୍ଚ୍ଚନାଙ୍କ ଗୁମର । ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗିପଡ଼ିଛି ଇଡି । ପ୍ରବର୍ତ୍ତନ ନିର୍ଦେଶାଳୟ ସାଇବର ଫରେନସିକ୍‌ ଏକ୍ସପର୍ଟର ସହାୟତା ନେଇଥିବା ଜଣାପଡ଼ିଛି । ଖଗେଶ୍ୱରଙ୍କ ମୋବାଇଲରୁ ବହୁ ଗୁମର ଖୋଲିବାକୁ ଏହି ସହାୟତା ନିଆଯାଇଥିବା କୁହାଯାଉଛି । ଅର୍ଚ୍ଚନାଙ୍କ ଗିରଫ ପରେ ଫୋନରୁ ବହୁ ତଥ୍ୟ ଡିଲିଟ୍‌ କରାଯାଇଥିବା ଆଶଙ୍କା କରୁଛି ଇଡି ।
2022-12-01T19:08:45Z
https://www.odiaspotnews.in/news-details/67513
OSCAR-2301
ଆଜି ର ବ୍ୟସ୍ତ ବହୁଳ ଜୀବନ ଶୈଳୀ, ଅସ୍ଵାସ୍ଥ୍ୟକର ଖାଦ୍ୟପେୟ ଓ ନିଦ୍ରା ରେ ଅନିୟମିତତା ଯୋଗୁଁ ଅନେକ ପ୍ରକାରା ରୋଗ ସହ ତ୍ଵଚା ଜନିତ ସମସ୍ଯା ମଧ୍ୟ ଦେଖିବାକୁ ମିଳୁଛି । ଖାସ କରି ଯୁବ ପିଢି ତ୍ଵଚା ସମସ୍ଯା କୁ ନେଇ ଖୁବ ଚିନ୍ତିତ ରହୁଛନ୍ତି । ସନ୍ତୁଳିତ ଓ ନିୟମିତ ଜୀବନ ଶୈଳୀ ସହ ସଠିକ ଖାଦ୍ୟପେୟ ଅଭ୍ୟାସ ମଧ୍ୟ ଆପଣ ଙ୍କ ତ୍ଵଚା ପାଇଁ ଖୁବ ଗୁରୁତ୍ୱ ପୂର୍ଣ୍ଣ ଅଟେ । ତେବେ ଚାଳନ୍ତୁ ଜାଣିବା ଡାଏଟିସିଆନ ନିହାରିକା ଦାଶଙ୍କ ଠାରୁ, ତ୍ଵଚା କୁ ସୁସ୍ଥ ଓ ଚମକଦାର ରଖିବା ପାଇଁ କେଉଁ ଭଳି ଡାଏଟ ନେବା ଉଚିତ । ଆପଣ ଙ୍କ ତ୍ଵଚା କୁ ସୁସ୍ଥ ଏବଂ ଉଜ୍ଵଳ ରଖିବା କୁ ସଠିକ ଖାଦ୍ଯ ଖାଇବା ନିହାତି ଜରୁରୀ ଅଟେ । ଖାସ ଝିଅ ଏବଂ ପୁଅ ଙ୍କ ର ବୟସ ବଢିବା ସହ ଯୁବାବସ୍ଥା ରେ ପାଦ ଦେବା ବେଳ କୁ ମୁହଁ ରେ ବ୍ରଣ ହେବା ର ଦେଖା ଯାଇଥାଏ । ଅସନ୍ତୁଳିତ ହରମୋନ ଯୋଗୁଁ ବିଶେଷ କରି ଝିଅ ମାନଙ୍କ ର ଅଧିକ ବ୍ରଣ ହେବା ର ଦେଖାଯାଏ । ଆଜି କାଲି ଏହା ଏକ ସାଧାରଣ ସମସ୍ଯା ହୋଇ ଗଲାଣି । ସେଥି ପାଇଁ ତ୍ଵଚା କୁ ନେଇ ଅନେକ ଯୁବା ଯୁବତୀ ଖୁବ ଚିନ୍ତିତ ରୁହନ୍ତି । ତ୍ଵଚା କୁ ପରିଷ୍କାର ଏବଂ ଚମକଦାର କରିବା କୁ ଅନେକ ପ୍ରକାର ପ୍ରୟାସ କରନ୍ତି । ତେବେ ଡାଇଟିସିଆନ ନିହାରିକା ଦାଶ ଙ୍କ ଅନୁଯାୟୀ, ତ୍ଵଚ କୁ ସୁସ୍ଥ, ସୁନ୍ଦର ଓ କୋମଳ ରଖିବା କୁ ହେଲେ ଆପଣ ଙ୍କୁ ଉଚିତ ଖାଦ୍ଯାଭ୍ଯାସ କରିବା କୁ ପଡିବ । କେବଳ ଏତିକି ନୁହେଁ ଏଥିପାଇଁ ଏକ୍ସରସାଇଜ ଓ ଖାସ କରି ଷ୍ଟ୍ରେସ ଫ୍ରି ମଧ୍ୟ ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏହାସହ ଉଚିତ ସମୟ ରେ ନିଦ୍ରା ଯିବା କୁ ହେବ ଓ ବିଶେଷ କରି ଆପଣ ଙ୍କ ଶରୀର କୁ ହାଇଡ୍ରେଟେଡ ରଖିବା କୁ ପଡିବ । ଏଥିପାଇଁ ପ୍ରଚୁର ମାତ୍ରାରେ ପାଣି ପିଇବା ମଧ୍ୟ ନିହାତି ଆବଶ୍ୟକ ଅଟେ । ଏହାସହ ସାଇଟ୍ରିକ ଖାଦ୍ୟ ଯଥା ଭିଟାମିନ-ସି ଏବଂ ଭିଟାମିନ-ଇ ଜାତୀୟ ଖାଦ୍ଯ ଆପଣଙ୍କ ଡାଏଟରେ ସଠିକ ପରିମାଣରେ ସାମିଲ କଲେ ଏବଂ କେମିକାଲ ରୁ ନିଜ ତ୍ଵଚାକୁ ଦୂରେଇ ରଖିପାରିଲେ ଆପଣଙ୍କ ତ୍ଵଚା ନିଶ୍ଚୟ ଚମକିବାକୁ ଲାଗିବ । ପ୍ରତ୍ଯେକ ଦିନ ପ୍ରଚୁର ମାତ୍ରାରେ ପାଣି ପିଇବା ସହ ସକାଳୁ ଶୀଘ୍ର ଉଠି ବ୍ୟାୟାମ ନିଶ୍ଚୟ କରନ୍ତୁ । ରାତିରେ ଶୀଘ୍ର ନିଦ୍ରା ଯାଆନ୍ତୁ ଓ ପ୍ରତ୍ଯେକ ଦିନ ୬ ରୁ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ଏହାସହ ବାହାରର ଜଙ୍କ ଫୁଡ, ପ୍ରୋସେସ ଫୁଡ ଓ ସୁଗାର ଜାତୀୟ ଖାଦ୍ଯ ଯେତେ ସମ୍ଭବ କମ ଖାଆନ୍ତୁ । ସେହିପରି ଲୁଣ ଏବଂ ଲୁଣ ଜାତୀୟ ଖାଦ୍ୟ ମଧ୍ୟ ବହୁତ କମ ପରିମାଣରେ ଖାଇଲେ ମଧ୍ୟ ଆପଣଙ୍କ ତ୍ଵଚା ଆପେ ଚମକିବ । ସେମିତି କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ନାହିଁ ଯାହା ଖାଇଲେ ଆପଣଙ୍କ ତ୍ଵଚା ଗ୍ଲୋ କରିବାକୁ ଲାଗିବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 45 Share FacebookTwitterGoogle+ReddItWhatsAppPinterestEmail Prev Post Exclusive : ବାପା ଥାଇ ମଧ୍ୟ ବୋଉ ତା ପ୍ରେମିକ ସହ ପାପ ସମ୍ପର୍କ ରେ ରହୁଥିଲା ଆଉ ତା ପରେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…. Next Post Exclusive : ମାଳି ସାହିରେ ବିକ୍ରି ହେଲେ ରାଣୀପଣ୍ଡା, ଏହି ବ୍ୟକ୍ତି ବିକିଥିଲେ ରାଣୀପଣ୍ଡାଙ୍କୁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
2022-11-29T21:47:26Z
https://sudarsankhabar.com/twachara-chamaka-pai-kan-khaibe/
OSCAR-2301
ନିଉୟର୍କ ନଭେମ୍ବର ୭ (ଓଡିଶା ଡଟ କମ) ଗାଡି ଦ୍ଵାରା ହେଉଥିବା ପ୍ରଦୂଷଣ କମାଇବା ଓ ଟାୟାର ଆୟୁଷ ବୃଦ୍ଧି ସମ୍ପର୍କିତ ଏକ ନୂଆ ବୈଷୟିକ କୌଶଳ ଉଦ୍ଭାବନ କରି ଓଡିଶାର ଚାରି ଜଣ ବୈଜ୍ଞାନିକ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଦ୍ଵାରା ପୁରସ୍କୃତ ହୋଇଛନ୍ତି। ନାସା ଦ୍ଵାରା ଆୟୋଜିତ କ୍ରିଏଟ ଦି ଫିଉଚର ଡିଜାଇନ ପ୍ରତିଯୋଗୀତା ୨୦୧୫ ରେ ପୁରସ୍କାର ପାଇଁ ଚୟନ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି , ବୁର୍ଲା ବୈଜ୍ଞାନିକ ସମିର ପଣ୍ଡା ଓ ତାଙ୍କ ସହଯୋଗୀ ଉଦିତ ବୋନ୍ଦିଆ, ଡକ୍ଟର କ୍ଷମାନିଧି ପଣ୍ଡା ଓ ସ୍ମିତିପର୍ଣ୍ଣା ଶତପଥୀଙ୍କ ଏହି ଅଟୋ ମୋବାଇଲ ପ୍ରଡ଼କ୍ଟ ବିକଶିତ କରିଥିବା ‘ଟାଇଚି ଜୁନୋ ବା ଟିଜେ ‘କୁ ଶୁକ୍ରବାର ନିଉୟର୍କ ଠାରେ ନାସାର ଟେକ ବ୍ରିଫ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି । ଏହି ପ୍ରତିଯୋଗିତା ରେ ବିଶ୍ୱର ଷାଠିଏ ଟି ଦେଶର ବୈଜ୍ଞାନିକ ମାନେ ଭାଗ ନେଇଥିବାବେଳେ ଆଠୋଟି ବୈଜ୍ଞାନିକଙ୍କ ଟିମ ପୁରସ୍କାର ଜିତିଥିବା ବେଳେ ୩୨ ଟି ଉଦ୍ଭାବନ ଏହି ଅବସରରେ ନାସା ପ୍ରକାଶିତ କରିଥିବା ସ୍ଵତନ୍ତ୍ର ମ୍ୟାଗାଜିନ ରେ ସ୍ଥାନ ପାଇଛି । ଓଡିଶା ବୈଜ୍ଞାନିକଙ୍କ ଏହି ପଙ୍କଚର ହେଉନଥିବା ଟାୟାର ପ୍ରକଳ୍ପ ସବୁଠାରୁ ଉଛ ପ୍ରଶଂସିତ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି ରେ ପିଏଚଡି କରୁଥିବା ତଥା ପୁରସ୍କାର ଜିତିଥିବା ଟିମ ସଦସ୍ୟ ସମୀର ପଣ୍ଡା ଓଡିଶା ଡଟ କମକୁ କହିଛନ୍ତି। ଗାଡି ଚଳାଇବା ସମୟରେ ଟାୟାର ଫାଟିଗଲେ ଡ୍ରାଇଭର ଏହାର ସଙ୍ଗେସଙ୍ଗେ କି ପ୍ରତିକାର କରିବ ତାହା ଭାବି ପାରିନଥାଏ । ଏହା ଦ୍ଵାରା ବେଳେ ବେଳେ ଧନ ଜୀବନ ହାନି ହୋଇଥାଏ। ଟିଜେ ଦ୍ଵାରା ଉଦ୍ଭାବିତ ବୈଷୟିକ କୌଶଳ ଦ୍ଵାରା ଟାୟାର ଫାଟିବା ଅଥବା ପଙ୍କଚର ହେବା ନା କେବଳ କମାଇ ଦିଆ ଯାଇପାରିବ , ଗାଡି ଚକ ଓ ଅନ୍ୟ ଯନ୍ତ୍ରାଦିର ଆୟୁଷ ମଧ୍ୟ ବଢା ଯାଇପାରିବ । ଏହି ବୈଷୟିକ କୌଶଳର ପ୍ରୟୋଗ ଉଭୟ ଟ୍ୟୁବ ଥିବା ଓ ଟ୍ୟୁବ ନ ଥିବା ଟାୟାରରେ ପ୍ରୟୋଗ କରାଯାଇପାରିବ । ଏହି ବୈଷୟିକ ବିଦ୍ୟା ବ୍ୟବହାରରେ ଗାଡି ଦୁର୍ଘଟଣା ରୋକା ଯାଇପାରିବ ବୋଲି ସେ କହିଛନ୍ତି । ଏହି ପ୍ରକଳ୍ପ ଓ ପୁରସ୍କାର ସମ୍ପର୍କିତ ତଥ୍ୟ ପାଇଁ କ୍ଲିକ କରନ୍ତୁ ଓଡିଶା ଡଟ କମ ନିଉଜ ଡେସ୍କ Filed Under: ଶିକ୍ଷା, ସୂଚନା ପ୍ରଯୁକ୍ତି Tagged With: ଓଡିଆ, ପୁରସ୍କାର, ବୈଷୟିକ କୌଶଳ, ଯୁକ୍ତରାଷ୍ଟ୍ର ଆମେରିକା Reader Interactions Comments bij says November 24, 2015 at 2:31 am ବହୁତ ଖୁସି ଲାଗିଲା ଏ କଥା ଦେଖି , ଅଭିନନ୍ଦନ ସେ ଟିମ ଆଊ ଆପଣଙ୍କୁ ନିଉଜ ଟା ପ୍ରସାର କରିଥିବାରୁ Reply Leave a Reply Cancel reply Your email address will not be published. Required fields are marked * Comment * Name * Email * Website Δ This site uses Akismet to reduce spam. Learn how your comment data is processed. Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-11-29T10:13:08Z
https://www.odisha.com/2015/11/07/%E0%AC%A8%E0%AD%82%E0%AC%86-%E0%AC%89%E0%AC%A6%E0%AD%8D%E0%AC%AD%E0%AC%BE%E0%AC%AC%E0%AC%A8-%E0%AC%AA%E0%AC%BE%E0%AC%87%E0%AC%81-%E0%AC%93%E0%AC%A1%E0%AC%BF%E0%AC%B6%E0%AC%BE-%E0%AC%AC%E0%AD%88/?noamp=mobile
OSCAR-2301
ଏକାନ୍ତରେ ମୌନ ରହ ସାଧନାରେ ବ୍ରତୀ ହେବା ସହିତ ସଦ୍ଧିପ୍ରାପ୍ତ ହେବେ। ପୁତ୍ରକୁ ଶୃଙ୍ଖଳିତ କରିବା ପାଇଁ ପ୍ରଚୁର ଧନ ବ୍ୟୟ କରିବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଏକାଗ୍ରତାର ଚେଷ୍ଟା ଫଳପ୍ରଦ ହେବ। ସାମାନ୍ୟ ପରିଶ୍ରମରେ ବ୍ୟବସାୟ ଲାଭପ୍ରଦ ହେବ। ସୁଗୁଣ ସମ୍ପନ୍ନ ହେବେ। ନୀତନିଷ୍ଠ ଓ ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ଚତୁର ଓ ଧନଯକ୍ତୁ ହେବେ। କର୍ମଚଞ୍ଚଳ ରହିବେ। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। ସତ୍ ଉପାୟରେ ଧନ ଅର୍ଜନ କରିବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ନୃତ୍ୟ, ସଙ୍ଗୀତ ପ୍ରିୟ ହେବେ। ସନ୍ମାର୍ଗୀ ହେବେ। ସେବା ପୂଜାରେ ବିଲୀନ ହେବେ। ମଧ୍ୟମ ଧରଣର ଶୁଭଫଳ ମିଳିବ। ରୋଗାସକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବ ସମ୍ପନ୍ନ ହେବେ। ନିତ୍ୟାନନ୍ଦ ଭୋଗ କରିବେ। ଗୁଣଜ୍ଞ ଓ ବହୁବିଦ୍ୟା ପାରଙ୍ଗମ ହେବେ। ବୁଦ୍ଧି, ବିଦ୍ୟା ସହିତ ଶ୍ରେଷ୍ଠ କର୍ମଯୁକ୍ତ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ବହୁ ଧନସମ୍ପଦଯୁକ୍ତ ହେବେ। କଥାକାର ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ସରକାରୀ ଧନରେ ଧନଶାଳୀ ହେବେ। ବୁଦ୍ଧିମାନ୍ ହେବେ। ପରୋପକାରୀ ହେବେ। ଧନ ପ୍ରାପ୍ତି ସହ ଯାନବାହନ ସୁଖ ମିଳିବ। ପୁତ୍ର ସୁଖରେ ସୁଖୀ ହେବେ। ପତ୍ନୀ, ପୁତ୍ର ସମେତ ନିଜେ ସୁଖ ଭୋଗ କରିବେ। ଋଣ ଭାର ଲାଘବ ହେବ। ବହୁ ଧନ ସହିତ ପୁତ୍ର ଲାଭର ସୂଚନା ମିଳୁଛି। ଉତ୍ତମ ବଂଶରୁ କନ୍ୟା ରତ୍ନ ଆଣିପାରନ୍ତି। ନିରୋଗ ଶରୀରଯୁକ୍ତ ଓ ସୁଖୀ ହେବେ। ଧର୍ମାସକ୍ତ ହେବେ। ମତିମାନ ହୋଇପାରନ୍ତି। ପୁତ୍ର, ମିତ୍ର ସହ ସୁଖଭୋଗୀ ହେବେ। ସୁଗୁଣ ସମ୍ପନ୍ନ ହେବେ। ମିଥ୍ୟାବାଦୀଙ୍କଠାରୁ ଦୂରେଇ ରହିବେ। ଶତ୍ରୁବଂଶୀୟ କନ୍ୟାର ପାଣିଗ୍ରହଣ କରିପାରନ୍ତି। ସୁବର୍ଣ୍ଣ ସମ୍ପଦ ପ୍ରାପ୍ତି ସୂଚନା ମିଳୁଛି। ଶତ୍ରୁ ବିନାଶକାରୀ ହେବା ଆଶା କରାଯାଏ। ଶତ୍ରୁ ବିଜୟୀ ହେବେ। ଗୁଣବାନ୍ , ଧନୀ ଓ ମାନୀ ହୋଇପାରନ୍ତି। ଶ୍ରେଷ୍ଠାସନ ଲାଭ କରିପାରନ୍ତି। ଯାନବାହନଯୁକ୍ତ ହେବେ। ଗ୍ରାମର ଅଧିପତି ହୋଇପାରନ୍ତି। ପରାକ୍ରମଶାଳୀ ଓ ବହୁପୋଷକ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ। ଚାକିରି କ୍ଷେତ୍ରରେ ଢେର ଉନ୍ନତ ଆଶା କରାଯାଏ। ବହୁ ମିତ୍ର; ବହୁ ଧନ ଭୋଗୀ ହୋଇପାରନ୍ତି। ସଂଗ୍ରାମୀ ଜୀବନ ବିତାଇ ପାରନ୍ତି। ସର୍ବଦା ପାପପରାଙମୁଖ ହେବେ। ପ୍ରତ୍ୟେକ କାର୍ଯ୍ୟ ପାଇଁ ଚେଷ୍ଟା ନୂତନ ଶୈଳୀର ହେବ। ଶାସ୍ତ୍ର ପ୍ରତି ବିଶେଷ ଅନୁରକ୍ତି ରହିବ। ବିଦ୍ୟା ଅଧ୍ୟୟନ ପ୍ରତି ଆଗ୍ରହୀ ହୋଇପାରନ୍ତି। ରାଜତୁଲ୍ୟ ହେବେ। ସାହସୀ ଓ କୁଶଳୀ ହୋଇପାରନ୍ତି। ବାଞ୍ଛିତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ମହତ ହେବ। For daily odia rashiphala visit our website daily in the morning. This is compiled from a trusted source.
2022-12-07T14:10:50Z
https://www.odiaweb.in/odia-rashiphala-tuesday-22th-jun-2022/
OSCAR-2301
ପ୍ରେମିକାର ସର୍ତ୍ତରେ ୧୫ ମହଲା ଉପରୁ ଫିଙ୍ଗି ନିଜ ୨ ସନ୍ତାନକୁ ହତ୍ୟା କରିଥିଲା ଚୀନର ଏହି ବ୍ୟକ୍ତି, ପ୍ରେମୀଯୁଗଳ ମିଳିଲା ମୃତ୍ୟୁ ଦଣ୍ଡ ଆମେରିକାର ମିସିସିପିରେ ନୂଆବର୍ଷ ଭୋଜିରେ ଗୁଳିମାଡ଼; ୩ ମୃତ ୪ ଆହତ ଓମିକ୍ରନ୍‌ ପାଇଁ କଟକଣା ଜାରି କଲା ୟୁଏଇ, ଟିକା ନେଇ ନଥିଲେ ବିମାନରେ ଯାତ୍ରା ମନା ବିଶ୍ବବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ କୋଟି ଟପିଲା, ଦିନକରେ ୮.୧୭ ଲକ୍ଷ ପଜିଟିଭ୍‌ ୨୪ ଘଣ୍ଟାରେ କରୋନା: ଆମେରିକାରେ ୧.୮୫ ଲକ୍ଷ, ବ୍ରିଟେନ୍‌ରେ ଲକ୍ଷାଧିକ ସଂକ୍ରମିତ ଆମେରିକା ଓ ବ୍ରଟେନ୍‌ବାସୀଙ୍କୁ କରୋନା ସଂକ୍ରମଣର ଅଧିକ ଭୟ ହୋଇଛି। ଏହି ୨ ରାଷ୍ଟ୍ରରେ ଅନେକ ଦିନ ହେଲା ସଂକ୍ରମଣ କାୟା ବସ୍ତାର କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ... ଖବର ଓଡ଼ିଶା 03/01/2022 ଦକ୍ଷିଣ ଆଫ୍ରିକା: ବର୍ଣ୍ଣବୈଷମ୍ୟ ପାଇଁ ଲଢ଼େଇର ହିରୋ ଡେସମଣ୍ଡ ଟୁଟୁଙ୍କ ଇକୋ-ଫ୍ରେଣ୍ଡଲି ଶୈଳୀରେ ହେଲା ଅନ୍ତିମ ସଂସ୍କାର ଦକ୍ଷିଣ ଆଫ୍ରିକାରେ ବର୍ଷ ବର୍ଷ ଧରି ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ଲଢ଼େଇ କରିଥିବା ଡେସମଣ୍ଡ ଟୁଟୁଙ୍କ ରବିବାର ଅନ୍ତିମ ସଂସ୍କାର କରାଯାଇଛି। ଟୁଟୁଙ୍କ ପରିବାର ଓ ଚାହୁଁଥିବା ଲୋକ ଅଶ୍ରୁଳ ଆଖିରେ... ଖବର ଓଡ଼ିଶା 03/01/2022 ୩୦୦୦ ଲିଟର ମଦ ଜବତ କରି ଏହାକୁ କାବୁଲର କେନାଲରେ ଭସାଇଲା ତାଲିବାନ ଦେଶରେ ମଦ ବିକ୍ରି ଉପରେ ରୋକ ଲଗାଇବା ପରେ ବିଭିନ୍ନ ଜାଗାରେ ଚଢାଉ କରିବା ଆରମ୍ଭ କରିଛି ତାଲିବାନ । ରବିବାର ଚଢାଉ କରି ଆଫଗାନିସ୍ତାନ ଗୁଇନ୍ଦା ସଂସ୍ଥା ୩୦୦୦ ଲିଟର ମଦ ଜବତ କରିଛି । ଏହା ସହିତ ସେହି ମଦ ଗୁଡିକୁ ଏକ ନାଳରେ ଭସାଇ ଦେଉଥିବାର ଭିଡିଓ ମଧ୍ୟ ଜାରି କରି ତାଲିବାନ ସୂଚନା ଦେଇଛି ଯେ ମଦ ବିରୋଧି ଚଢାଉ ଦେଶରେ ଜୋରଦାର ହେବ ଏବଂ ମଦ ବ୍ୟବସାୟୀ ମାନେ ସତର୍କ ହୋଇଯାଆନ୍ତୁ । ଖବର ଓଡ଼ିଶା 03/01/2022 ବିଶ୍ବବ୍ୟାପୀ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯.୨୪ କୋଟି, ୫୪.୬୫ ଲକ୍ଷ ଲୋକଙ୍କ ମୃତ୍ୟୁ ଦିନକ ପରେ କରୋନା ଭାଇରସ ମହାମାରୀ ପୁଣି ଥରେ ଉପରମୁହାଁ ହୋଇଛି। ଗତକାଲି ବିଶ୍ବବ୍ୟାପୀ ୮ ଲକ୍ଷ ୧୭ ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ... ଖବର ଓଡ଼ିଶା 04/01/2022 ଆମେରିକାରେ ୨୪ ଘଣ୍ଟାରେ ୨.୯୭ ଲକ୍ଷ ସଂକ୍ରମିତ, ବ୍ରିଟେନରେ ଦେଢ଼ ଲକ୍ଷ ନୂଆ ପଜିଟିଭ୍‌ ଉଭୟ ଆମରେିକା ଓ ବ୍ରିଟେନ୍‌ରେ ଦିନକ ପରେ ପୁଣି ଥରେ କରୋନା ଭାଇରସ୍‌ ମହାମାରୀରେ ଆକ୍ରନ୍ତଙ୍କ ସଂଖ୍ୟା ବଢ଼ିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨ଲକ୍ଷ ୯୭ ହଜାର ୮୯୦ ଜଣ ନୂଆ କରୋନା... ଖବର ଓଡ଼ିଶା 04/01/2022 ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପତ୍ନୀଙ୍କୁ ଆକ୍ରମଣ, ଗୁଳିମାଡ଼ କଲେ ଦୁର୍ବୃତ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପୂର୍ବତନ ପତ୍ନୀ ରେହମ୍‌ ଖାନ୍‌ଙ୍କ ଉପରେ ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଛନ୍ତି। ଏକ ବିବାହ କାର୍ଯ୍ୟକ୍ରମରୁ ଘରକୁ... ଖବର ଓଡ଼ିଶା 04/01/2022 ଚାଇନାକୁ ତା’ନିଜ ଭାଷାରେ ଉତ୍ତର ଦେଲା ଭାରତୀୟ ସେନା ମିଥ୍ୟା ପ୍ରଚାର ଚଲାଇଥିବା ଚୀନ୍‌କୁ ତାରି ଭାଷାରେ ଜବାବ ଦେଇଛି ଭାରତୀୟ ସେନା । ନୂଆ ବର୍ଷ ଅବସରରେ ଗଲୱାନ୍ ଉପତ୍ୟକାରେ ଭାରତୀୟ ସେନା ତ୍ରିରଙ୍ଗା ଉତ୍ତୋଳନ କରିଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଆଜି ଦୁଇଟି ଫଟୋ ପ୍ରକାଶ କରିଛି । ଯୋଉଁଥିରେ ଦେଖିବାକୁ ମିଳିଛି ଯେ ୩୦ ଭାରତୀୟ ସୈନିକ ନିଜ ଅସ୍ତ୍ରଶସ୍ତ୍ର ସହିତ ତ୍ରିରଙ୍ଗା ଉଡାଉଛନ୍ତି । ଖବର ଓଡ଼ିଶା 04/01/2022 ବିଶ୍ବବ୍ୟାପୀ କରୋନା: ଦିନକରେ ୨୦.୫୬ ଲକ୍ଷ ପଜିଟିଭ୍‌, ୬୦୪୭ ଲୋକଙ୍କ ମୃତ୍ୟୁ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍‌ ମହାମାରୀ ବିସ୍ଫୋରକ ରୂପ ନେଇଛି। ଦିନକ ମଧ୍ୟରେ ବିଶ୍ବରେ ୨୦ ଲକ୍ଷ ୫୬ ହଜାର ୮୫୮ ଜଣ କରୋନା ପଜିଟିଭ ଚିହ୍ନଟ...
2022-12-06T17:18:29Z
https://khabarodisha.com/International
OSCAR-2301
ଚନ୍ଦକା,୮/୧(ଏସଏସନିଉଜ)ଆରମ୍ଭ ହେଲା କଳସ ଯାତ୍ରା ।ଏଥିରେ ସାମିଲ ହୋଇଛନ୍ତି ଚନ୍ଦକା ,ଶିମିଳିପାଟଣା ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ସମର୍ସ୍ତଙ୍କ ଦେହରେ ଗୋଟିଏ ରଙ୍ଗର ପୋଷାକ ।ଉପବାସ ରହି ତୁଣ୍ଡରେ ଅଜାଣେଶ୍ୱରଙ୍କ ଜୟଗାନ କରି ଆଗେଇ ଚାଲିଛନ୍ତି ।ଏହିଭଳି ଏକ ଆଧ୍ୟାମ୍ତିକ ପରିବେଶ ସୃଷ୍ଟିହେବା ଭଳି ଦୃଶ୍ୟ ବୁଧବାରଦିନ ଚନ୍ଦକା ଅଂଚଳରେ ଦେଖିବାକୁ ମିଳିଛି ।ବାବା ସୁରେନ୍ଦ୍ରବାୟାଙ୍କର ୮୨ତମ ଜନ୍ମବାର୍ଷିକରେ ଅଜାଣେଶ୍ୱର ଅଶ୍ରମରେ ଲାଗିଚି ଗହଳି ।ମହାପ୍ରଭୂ ଅଜାଣେଶ୍ୱରଙ୍କର ପୀଠରେ ଆରମ୍ଭ ହେବାକୁ ଯାଉଛି ୫୯ତମ ବିଶ୍ୱଶାନ୍ତି ମହାଯଜ୍ଞ ।ବୁଧବାରଥିଲା କଳସଯାତ୍ରା । ଗୁରୁବାରଦିନ ଷୋଡଶ ଉପଚାର ପୁଜା ଓ ଚଣ୍ଡୀପାଠ.ଶୁକ୍ରବାରଦିନ ଭଗବତଗୀତାପାଠ ସହ ରାତ୍ର୭.୧୫ମିନଟରେ ଶ୍ରୀଶ୍ରୀ ଅଭିରାମସରସ୍ୱତୀଙ୍କ ଦ୍ୱାରାପୁର୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବାକୁ ଯାଉଛି ।କଳିକଳୁଷିତ ଜୀବଜଗତର ସନ୍ତାପହରଣ ତଥା ସମଗ୍ର ବିଶ୍ୱରେ ଅଖଣ୍ଡ ଶାନ୍ତି ପ୍ରତିଷ୍ଠାର୍ଥେ ଶିମୁଳିପାଟଣା,ଚନ୍ଦକା ସବୃକ୍ଷରାଜ ମହାଦୃମ ଶ୍ରୀଶ୍ରୀ ଅଜାଣେଶ୍ୱର ମହାପ୍ରଭୂଙ୍କ ପୀଠରେ ଆରମ୍ଭ ହୋଇଯାଇଛି ସବୁବର୍ଷ ଭଳି ବୁଧବାରଠାରୁ ଜନଗହଳି ।ଗତବର୍ଷ ତୁଳନାରେ ଚଳିତବର୍ଷ ଭକ୍ତମାନଙ୍କର ସଂଖ୍ୟା ବୃଦ୍ଧିପାଇବ ବୋଲି ଆଶ୍ରମ ପକ୍ଷରୁ କୁହାଯାଇଛି ।
2022-12-02T13:31:48Z
https://www.satyasandhana.in/arambha-hela-kalas-yatra/
OSCAR-2301
ପ୍ରାଥମିକ ଆକଳନରୁ ଜଣାପଡିଛି ଯେ 2026 ସୁଦ୍ଧା ବିଶ୍ active ର ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଉପାଦାନ (API) ବଜାର 265.3 ବିଲିୟନ ଡ଼ଲାରରେ ପହଞ୍ଚିବ। 2021 ମସିହାରେ ଆମେରିକାର ବଜାର 71.5 ବିଲିୟନ ଡ଼ଲାର ହୋଇଥିବାବେଳେ ବିଶ୍ second ର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଚୀନ୍ ବଜାର ଆକାର 35.4 ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ବିଶ୍ଳେଷଣ ସମୟ ମଧ୍ୟରେ 7.6% CAGR ସହିତ 2026 ସୁଦ୍ଧା ବିଲିୟନ |ଚାଇନା ସର୍ବଦା API ର ମୁଖ୍ୟ ଉତ୍ପାଦକ ଏବଂ ରପ୍ତାନିକାରୀ ଅଟେ, ବିଶ୍ API ର API ଉତ୍ପାଦନର ପ୍ରାୟ 20% ହିସାବ କରେ, ଯାହା ଜାତୀୟ ନୀତିର ସମର୍ଥନ ଏବଂ ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ କର୍ମଚାରୀଙ୍କ ଉନ୍ନତିରୁ ପୃଥକ ହୋଇପାରିବ ନାହିଁ |ଆପିସ୍ ଜ o ବ ସକ୍ରିୟ ପଦାର୍ଥ ଏବଂ ଡ୍ରଗ୍ ଉତ୍ପାଦନର ମୁଖ୍ୟ ଉପାଦାନ | କଷ୍ଟୋମାଇଜେସନ୍ ଏବଂ ସ୍ୱଳ୍ପ ମୂଲ୍ୟର ଉତ୍ପାଦନ ଉପରେ ଆଧାର କରି ଉତ୍ପାଦନକୁ ମାପ କରିବାର କ୍ଷମତା ହେତୁ ଗ୍ଲୋବାଲ୍ API ଉତ୍ପାଦନ ମୁଖ୍ୟତ developing ବିକାଶଶୀଳ ଦେଶମାନଙ୍କରେ ଏକାଗ୍ର ହୋଇଛି |ବର୍ତ୍ତମାନର ବଜାର ପରିସ୍ଥିତିରୁ, ସାମଗ୍ରିକ ପରିବେଶର ପରିବର୍ତ୍ତନ ଏବଂ କ୍ରନିକ୍ ରୋଗ ଏବଂ ଟ୍ୟୁମର ଜନସଂଖ୍ୟା ବୃଦ୍ଧି ହେତୁ ଘରୋଇ ବଜାର ମୂଳ drug ଷଧର ଶୁଭାରମ୍ଭକୁ ଅପେକ୍ଷା କରିପାରିବ ନାହିଁ |ଅନେକ କ୍ଷେତ୍ରରେ, କର୍କଟ ଏବଂ ହୃଦ୍‌ରୋଗରେ, ଯୋଗାଣ ଅପେକ୍ଷା ଚାହିଦା ଅଧିକ |ଜେନେରିକ୍ ଏବଂ "ବ୍ଲକ୍ବଷ୍ଟର୍" drugs ଷଧଗୁଡିକର ଏକ ଲମ୍ବା ଧାଡି ସହିତ API ଉପରେ ନିର୍ଭର କରୁଥିବା ଅନୁମୋଦନକୁ ଅପେକ୍ଷା କରି, API ବଜାର କେବଳ ଦ୍ରୁତ ଗତିରେ ବ grow ିବାକୁ ଯାଉଛି |
2022-12-09T16:16:19Z
http://or.gskhf-china.com/news/development-of-the-global-api-market/
OSCAR-2301
ଭୁବନେଶ୍ଵର : ୨୦୨୦ ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ କୋଭିଡ୍‌ରେ ମରିଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ଵ, ଫାଇଲିନ୍ ବାତ୍ୟାରେ ହୋଇଛି ସର୍ବାଧିକ କ୍ଷତି || ଭୁବନେଶ୍ଵର : ରାଜ୍ୟରେ ୫୫୧୫ଟି ଅଛି ପଡ଼ା ଗାଁ, ୬୬୫ ଗାଁକୁ ମିଳିଛି ରାଜସ୍ଵ ମାନ୍ୟତା || ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ଓଡ଼ିଶାକୁ ଦିଅ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା 19/01/2019 at 5:47 AM ଭୁବନେଶ୍ୱର,୧୮ ।୧(ବ୍ୟୁରୋ): ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦାବି ଦୋହରାଇଛନ୍ତି । ଏ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟର ସାମଗ୍ରୀକ ବିକାଶ ସହ ଯୁବକମାନଙ୍କ ହାତକୁ କର୍ମସଂସ୍ଥାନ ପାଇଁ ଦୀର୍ଘବର୍ଷର ଏ ପୁରୁଣା ଦାବିକୁ ତୁରନ୍ତ ପୂରଣ କରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ନବୀନ ଦାବି କରିଛନ୍ତି । ନବୀନ ଚିଠିରେ ଦର୍ଶାଇଛନ୍ତି, ନିକଟରେ ସାମୁଦ୍ରିକ ଝଡ଼ ତିତଲିରେ ରାଜ୍ୟ ବହୁଳ ଭାବେ ପ୍ରଭାବିତ ହୋଇଥିଲା । ଏହା ପ୍ରଭାବରେ ବହୁ ସଂଖ୍ୟାରେ ରାସ୍ତାଘାଟ ଧ୍ୱସ୍ତବିଧ୍ୱସ୍ତ ହେବା ସହ ଭିତ୍ତିଭୂମି ନଷ୍ଟ ହୋଇଥିଲା । ହଜାର ହଜାର ହେକ୍ଟର ଜମିର ଫସଲ ମଧ୍ୟ ନଷ୍ଟ ହୋଇଥିଲା । ରାଜ୍ୟ ସରକାର ତୁରନ୍ତ ରିଲିଫ ଯୋଗାଣ ସହ ଭିତ୍ତିଭୂମି ସଜାଡ଼ିବାକୁ ସବୁପ୍ରକାର ପଦକ୍ଷେପ ନେଇଥିଲେ । କ୍ଷତିଗ୍ରସ୍ତ ଅଞ୍ଚଳର ଲୋକଙ୍କୁ ବିଜୁଳି ସେବା, ବିଶୁଦ୍ଧ ପାନୀୟ ଜଳ ସହ ରାସ୍ତାଘାଟ ସଂଯୋଗ ପାଇଁ ରାଜ୍ୟ ସରକାରଙ୍କୁ ବହୁ ପାଣ୍ଠି ଖର୍ଚ୍ଚ କରିବାକୁ ପଡ଼ୁଛି । ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଅଧିକାଂଶ ସମୟରେ ଏଭଳି ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଆସୁଛି । ୧୯୦୦ ମସିହାରୁ ୨୦୧୮ ମଧ୍ୟରେ ରାଜ୍ୟ ସବୁବେଳେ ବନ୍ୟା, ବାତ୍ୟା, ସାମୁଦ୍ରିକ ଝଡ଼, ମରୁଡ଼ି ଆଦି ଦୁର୍ବିପାକର ସମ୍ମୁଖୀନ ହେଉଛି । ରାଜ୍ୟର ୮୦ ପ୍ରତିଶତ ଭୌଗୋଳିକ ଅଞ୍ଚଳ ଏବଂ ୯୦ ପ୍ରତିଶତ ଲୋକ କୌଣସି ନା କୌଣସି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ବନ୍ୟା ଓ ବାତ୍ୟା ହେଉଛି ଓଡ଼ିଶାର ଚିର ସହଚର । ଦେଶର ପୂର୍ବ ଉପକୂଳରେ ଥିବାରୁ ଓଡ଼ିଶା ୩୫ ପ୍ରତିଶତ ବାତ୍ୟା ଓ ମହାବାତ୍ୟାର ସମ୍ମୁଖୀନ ହୋଇ କ୍ଷତି ସହୁଛି । ରାଜ୍ୟରେ ମରୁଡ଼ି ମଧ୍ୟ ଚାଷୀକୂଳର ମେରୁଦଣ୍ଡ ଭାଙ୍ଗି ଦେଉଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କାହିଁକି ରାଜ୍ୟର ହକ୍‌, ତା’ର ଯୁକ୍ତି ଦର୍ଶାଇ ନବୀନ ଚିଠିରେ ଲେଖିଛନ୍ତି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସଡିଆରଏଫ୍‌) ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନଡିଆରଏଫ୍‌)କୁ ଅର୍ଥ ବରାଦ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ସୁପାରିଶରେ ହେଉଛି । ମାତ୍ର ବିପର୍ଯ୍ୟୟରେ ଯେତିକି ପରିମାଣର କ୍ଷତି ହେଉଛି ତାକୁ ପୁନରୁଦ୍ଧାର କରିବା ସହ ସାଧାରଣ ଲୋକଙ୍କ ଜୀବନ ଜୀବିକା ପାଇଁ କାର୍ଯ୍ୟକ୍ରମ ଚଳାଇ ରଖିବା କଷ୍ଟକର ହେଉଛି । ମାତ୍ର ରାଜ୍ୟ ସରକାର ସୀମିତ ସମ୍ବଳରେ ଏହା କରିବାକୁ ବାଧ୍ୟ ହେଉଛନ୍ତି । ଏହାଛଡ଼ା ରାଜ୍ୟ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ବେଶ୍‌ ଆଗକୁ ଯାଇଛି ବୋଲି ଦର୍ଶାଇ ନବୀନ ଉଲ୍ଲେଖ କରିଛନ୍ତି, ରାଜ୍ୟର ମୋଟ ଘରୋଇ ଉôପାଦରେ ଗତ ୬ ବର୍ଷରେ ୫୦ଧ ଅଭିବୃଦ୍ଧି ହୋଇଛି । ରାଜ୍ୟର ଦାରିଦ୍ର‌୍ୟ ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ୨୪.୬୧ଧ ଖସିଛି, ଯାହାକି ସମଗ୍ର ଦେଶରେ ସର୍ବାଧିକ । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଖାଦ୍ୟ ସୁରକ୍ଷା ଯୋଜନା ଓ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଡାକ୍ତରଖାନା ପ୍ରସବରେ ରାଜ୍ୟ ଉଲ୍ଳେଖନୀୟ ଅଗ୍ରଗତି ହାସଲ କରିଥିଲା ବେଳେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ବହୁ ପରିମାଣରେ ତଳକୁ ହ୍ରାସ ପାଇଛି । ମ୍ୟାଲେରିଆ ନିରାକରଣ, ଟିକାକରଣ, ସହ ଦମନ କାର୍ଯ୍ୟକ୍ରମକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ମମତା ଯୋଜନାରେ ୩୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ସହାୟତା ମିଳିଛି । ମହିଳା ସଶକ୍ତିକରଣରେ ରାଜ୍ୟ ଉଦାହରଣ ସୃଷ୍ଟି କରିଛି । ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳା ସାମିଲ୍‌ ହୋଇଛନ୍ତି । ଦକ୍ଷତା ବିକାଶରେ ରାଜ୍ୟ କ୍ରମାଗତ ଦୁଇଥର ପୁରସ୍କୃତ ହୋଇଛି । ରାଜ୍ୟ ସଫଳତାର ଚିତ୍ର ରଖି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରାଜ୍ୟରେ ଗୃହ ନିର୍ମାଣ ବେଶ୍‌ ଆଗେଇଛି । ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ୨୦ ଲକ୍ଷ ଗୃହ ନିର୍ମାଣ ହୋଇପାରିଛି । ଏହା ସମଗ୍ର ଦେଶରେ ସର୍ବାଧିକ । ପ୍ରଧାନମନ୍ତ୍ରୀ ଆବସ ଯୋଜନା (ଗ୍ରାମୀଣ)ରେ ରାଜ୍ୟର ୬ ଜିଲ୍ଲା ପୁରସ୍କୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାଜ୍ୟ ୩ଟି ପୁରସ୍କାର ପାଇଥିଲା ବେଳେ ବିଜୁଳି ଗ୍ରାହକଙ୍କ ସଂଖ୍ୟା ୧୬ ଲକ୍ଷରୁ ୭୨ ଲକ୍ଷ ଛୁଇଁଛି । ଅଧିକ ୮ ଲକ୍ଷ ହେକ୍ଟର ଜମିକୁ ସେଚ ସୁବିଧା ଗତ ୪ ବର୍ଷରେ ମିଳିଛି । ରାଜ୍ୟ ସରକାର ୫ ଥର କୃଷିକର୍ମଣ ପୁରସ୍କାର ମଧ୍ୟ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ଓଡ଼ିଶାର ବିକାଶ ବେଶ ଉଲ୍ଳେଖନୀୟ । ଓଡ଼ିଶାର ପ୍ରାକୃତିକ ସମ୍ପଦରୁ ସମଗ୍ର ଦେଶ ବେଶ ଲାଭ ଉଠାଉଛି । ରାଷ୍ଟ୍ର ନିର୍ମାଣରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କୋଇଲା ଯୋଗାଇ ରାଜ୍ୟ ଶକ୍ତି କ୍ଷେତ୍ରରେ ସହଯୋଗ କରୁଛି । ଏଥିରୁ ରେଳବାଇ ଅଧିକ ଲାଭ ଉଠାଉଛି । ସେ ଅଭିଯୋଗ କରିଛନ୍ତି, ଓଡ଼ିଶାକୁ କ୍ରମାଗତ ଭାବେ କେନ୍ଦ୍ର ଅବହେଳା କରିଚାଲିଛି । ଟେଲିଫୋନ ସାନ୍ଧ୍ରତା, ରେଳ ନେଟୱର୍କ, ବ୍ୟାଙ୍କି ନେଟୱାର୍କ, ଜାତୀୟ ରାଜପଥ ଓ ବିମାନ ସେବାରେ ଓଡ଼ିଶା ବହୁ ପଛରେ ଅଛି । ଏପରିକି ଏ ସେବାରେ ଓଡ଼ିଶାକୁ କେନ୍ଦ୍ର ସବୁଠୁ ତଳେ ରଖିଛି । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ନଦେଇ କେନ୍ଦ୍ର ଐତିହାସିକ ଅବହେଳା କରିଛି । ଓଡ଼ିଶାର ବିକାଶ ହାର ଦେଶର ବିକାଶ ହାରଠାରୁ ଆଗରେ ଅଛି । ତେଣୁ ତୁରନ୍ତ ସାମଗ୍ରୀକ ବିକାଶ ପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଓଡିଶା ଦୀର୍ଘବର୍ଷ ହେବ ଦାବି କରି ଆସୁଥିଲା ବେଳେ କେନ୍ଦ୍ର ଅଣଦେଖା କରିଆସୁଛି । ଏ ପ୍ରସଙ୍ଗରେ ଗତ କିଛି ମାସ ହେବ ନବୀନ କେନ୍ଦ୍ର ପ୍ରତି ବେଶ କଠୋର ଆଭିମୁଖ୍ୟ ପୋଷଣ କରୁଛନ୍ତି । ସମ୍ବନ୍ଧିତ ଖବର 1 min read ନିଲମ୍ବିତ ଆଇଏଏସ୍ ପୂଜା ସିଙ୍ଘଲଙ୍କ ୮୨ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ସଲଗ୍ନ କଲା ED, ମନରେଗା ଦୁର୍ନୀତି ମାମଲାରେ ଅଛନ୍ତି ସମ୍ପୃକ୍ତ… 1/12/2022 at 7:00 PM 1 min read ବିସିସିଆଇ ସିଲେକ୍ସନ କମିଟି: ସିଲେକ୍ଟର ରେସ୍‌ରେ ସବୁଠୁ ଆଗରେ ଭେଙ୍କଟେସ ପ୍ରସାଦ 1/12/2022 at 6:34 PM 1 min read କୋର୍ଟ ପରିସରରେ ଅର୍ଦ୍ଦଳିଙ୍କ ଅଣ୍ଟାରେ Paytm QR କୋଡ୍ ସ୍କାନର, ଅନ୍‌ଲାଇନ୍‌ରେ ଓକିଲଙ୍କ ଠାରୁ ନେଉଥିଲେ ଟିପ୍‌ସ… 1/12/2022 at 5:45 PM ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ମୁଣ୍ଡରେ ୨ କୋଟି ଟଙ୍କାର ପୁରସ୍କାର ରଖିବା ଦାବି,ମୁସେୱାଲାଙ୍କ ବାପା କହିଲେ-ଜମି ବିକ୍ରି କରି ଟଙ୍କା ଦେବି 1/12/2022 at 5:30 PM 1 min read ସୁନାପୁର ଇକୋ ରିଟ୍ରିଟ ଉଦଘାଟିତ 1/12/2022 at 5:28 PM ଶିକ୍ଷାନୁଷ୍ଠାନରେ ପହଞ୍ଚିଲା କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦର ପ୍ରଭାବ, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ… 1/12/2022 at 4:51 PM ରାଜ୍ୟ ସୁନାପୁର ଇକୋ ରିଟ୍ରିଟ ଉଦଘାଟିତ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ ମାନେଶ୍ୱର ଛକ ନିକଟରେ ପୃଥକ୍ ଦୁର୍ଘଟଣା : ଜଣେ ମୃତ, ୩ ଗୁରୁତର ଅପରାଧ ଲାଇଭ ଷ୍ଟ୍ରିମିଂ ବେଳେ ରାସ୍ତାରେ ବିଦେଶୀ ମହିଳା ୟୁଟ୍ୟୁବ୍‌ରଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ ପରେ ୨ ଗିରଫ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଟ୍ବିଟର୍‌ ଆକାଉଣ୍ଟ ହ୍ୟାକ୍ ସମୁଦ୍ରକୁ ଡେଇଁ ରାଧିକାଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ହୋଟେଲ୍‌ରେ ଚୁଟି ଟାଣି ଅତି ନିର୍ମମ ମାଡ଼ ମାରିଥିଲେ ବାପା ଦେଶ- ବିଦେଶ ନିଲମ୍ବିତ ଆଇଏଏସ୍ ପୂଜା ସିଙ୍ଘଲଙ୍କ ୮୨ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ସଲଗ୍ନ କଲା ED, ମନରେଗା ଦୁର୍ନୀତି ମାମଲାରେ ଅଛନ୍ତି ସମ୍ପୃକ୍ତ…
2022-12-01T13:34:47Z
https://www.prameya.com/cm-naveen-writes-to-modi-demanding-special-status-category-for-odisha/
OSCAR-2301
ଭୁବନେଶ୍ୱର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ଭାରତ ସମେତ ବିଶ୍ୱରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସଂପର୍କିତ ବହୁ ଅନୁଷ୍ଠାନ ପରିଦର୍ଶନରେ ଯାଇଥିଲେ ମଧ୍ୟ କିସ୍ ଭଳି ଅନୁଷ୍ଠାନ କେଉଁଠି ଦେଖିନାହାନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଗୁଲାମନବୀ ଆଜା କହିଛନ୍ତି । ଶନିବାର ଆଜାଙ୍କ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ସ୍ଥିତ କିଟ୍, କିମ୍ସ ଓ କିସ୍ ଦୁଇ ଘଣ୍ଟା ପରିଦର୍ଶନ କରିବା ସହ ସମସ୍ତ କ୍ୟାମ୍ପସ୍ ବୁଲିଥିଲେ । ସମଗ୍ର ବିଶ୍ୱରେ କିସ୍ ଏକ ବିରଳ ଅନୁଷ୍ଠାନ । ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଭଳି ବ୍ୟକ୍ତିତ୍ୱ ମଧ୍ୟ ବିରଳ । କିସ୍ ରେ ୧୬,୫୦୦ ଆଦିବାସୀ ଛାତ୍ରଛାତ୍ରୀଙ୍କ ସେ ଦୀର୍ଘ ସମୟ ଅତିବାହିତ କରିବା ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ କହିଥିଲେ । ଯେଉଁ ବୟସରେ ଜଣେ ସୁଖ ସମୃଦ୍ଧି ମଧ୍ୟରେ ବୁଡ଼ି ରହି ନିଜ ସ୍ୱାର୍ଥକୁ ଦୃଷ୍ଟି ଦେବା କଥା ସେ ବୟସରେ ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ସାମନ୍ତ କିସ୍ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରିପାରିଥିବା ଦର୍ଶାଇ ତାଙ୍କୁ ଧନ୍ୟବାଦ ଦେଇଥିଲେ । କିସ୍ ରେ ସମସ୍ତ ଛାତ୍ରଛାତ୍ରୀ ସାମନ୍ତଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରି ଜଣେ ଜଣେ ଅଚ୍ୟୁତ ସାମନ୍ତ ହେବା ପାଇଁ ଚେଷ୍ଟା କରିବା ଉଚିତ ବୋଲି ସେ କହିଥିଲେ । ଏହି ଅବସରରେ ଗାନ୍ଧି ଗ୍ଲୋବାଲ୍ ଫ୍ୟାମିଲି ପକ୍ଷରୁ କିସ୍ ପରିସରରେ ସ୍ଥାପନା କରାଯାଇଥିବା ଗାନ୍ଧୀଙ୍କ ଏକ ପ୍ରତିମୂର୍ତୀକୁ ଆଜା ଉନ୍ମୋଚନ କରିଥିଲେ । ଏହି ଅବସରରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଗଦୀଶ ଟାଇଟଲର, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ଡ଼ଟ୍ କମ୍ admin Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କିଟ୍, କିମ୍ସ, କିସ୍, ଗୁଲାମନବୀ Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ
2022-11-30T07:37:16Z
https://www.odisha.com/2012/05/06/%E0%AC%95%E0%AC%BF%E0%AC%B8%E0%AD%8D-%E0%AC%AD%E0%AC%B3%E0%AC%BF-%E0%AC%85%E0%AC%A8%E0%AD%81%E0%AC%B7%E0%AD%8D%E0%AC%A0%E0%AC%BE%E0%AC%A8-%E0%AC%AC%E0%AC%BF%E0%AC%B6%E0%AD%8D%E0%AD%B1%E0%AC%B0/
OSCAR-2301
ଚଣ୍ଡୀଖୋଲ ୦୧/୦୭ : ଯାଜପୁର ଜିଲ୍ଲାର ଧର୍ମଶାଳାରେ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ମୁନସୀ ମିଳନ କମିଟି ଓ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି ମିଳିତ ଆନୁକୂଲ୍ୟରେ ଚଳିତବର୍ଷ ଏହି ରଥଯାତ୍ରା ଆଠ ବର୍ଷରେ ପହଞ୍ଚିଛି। କୋଭିଡ କଟକଣା ପାଇଁ ଗତ ଦୁଇ ବର୍ଷ ହେବ ଏହି ରଥଯାତ୍ରା ଉତ୍ସବ ବନ୍ଦ ଥିଲା। ତେବେ ଚଳିତ ବର୍ଷ ଏହି ରଥଯାତ୍ରା ବଡ଼ ଧୁମଧାମରେ ପାଳିତ ହୋଇଛି। ଏହି ଅବସରରେ ଆଜି ସକାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଯଥାରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ପହଣ୍ଡି କରାଯାଇ ରଥାରୂଢ କରା ଯାଇଥିଲା।ଧର୍ମଶାଳା ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ରଥରେ ଛେରା ପହଁରା କରିଥିଲେ। ପରେ ଯଥାବିଧି ପୂଜାର୍ଚ୍ଚନା କରାଯିବା ପରେ ରଥ ଟଣା ହୋଇଥିଲା। ପରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଅତିଥି ଭାବେ ଯୋଗ ଦେଇ ରଥ ଟଣା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ଧର୍ମଶାଳା ଅଞ୍ଚଳର ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏନେଇ ପ୍ରଶାନର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା।
2022-11-26T11:33:43Z
https://www.prameyanews7.com/ratha-yatra-celebrated-at-dharmasala-jajpur/
OSCAR-2301
ସରିଛି କୁମାର ପୂର୍ଣ୍ଣିମା। ଆଉ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ହିନ୍ଦୁ ଧର୍ମାନୁଯାୟୀ କାର୍ତ୍ତିକ ମାସ ହେଉଛି ଧର୍ମର ମାସ। ତେବେ ଏହି ଧର୍ମର ମାସଟି କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ଖୁବ୍ ଶୁଭ ରହିବ। ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ରହିବ।ଏହି ରାଶିର ବ୍ୟକ୍ତି ମାନେ କମ୍ ପରିଶ୍ରମ କରି ମଧ୍ୟ ଆଶା ଠାରୁ ଅଧିକ ଲାଭ ପାଇ ପାରିବେ କାରଣ ଗ୍ରହ ନକ୍ଷତ୍ରର ପରିବର୍ତ୍ତନ କାରଣରୁ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବ। ଏମାନଙ୍କ ଜୀବନରେ ବହୁତ୍ କିଛି ପରିବର୍ତ୍ତନ ଦେଖିବା ପାଇଁ ମିଳିବ।ଏହି ସବୁ ରାଶିମାନଙ୍କ ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯିବ। ଜୀବନରେ ଖୁସି ଲାଗି ରହିବ। ପରିବାରରେ ସମସ୍ତେ ହସ ଖୁସିରେ ସମୟ ଅତିବାହିତ କରିବେ। ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚ ଗୋଟି ଭାଗ୍ୟଶାଳୀ ରାଶି ଗୁଡ଼ିକ ବାବଦରେ ଏବଂ ଏହି କାର୍ତ୍ତିକ ମାସରେ ଏମାନଙ୍କ ଜୀବନରେ କଣ ସବୁ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ ସେ ବାବଦରେ ମଧ୍ୟ ଜାଣିବା। ୧.ବୃଷ ରାଶି:-ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ କାର୍ତ୍ତିକ ମାସଟି ଖୁବ୍ ଶୁଭ ରହିବ। ଏମାନଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ। ଜୀବନସାଥୀଙ୍କ ସହିତ ସୁଖରେ ସମୟ ଅତିବାହିତ କରିବେ। ଶିକ୍ଷାର୍ଥୀ ମାନେ ମଧ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।୨.କନ୍ୟା ରଶି:-କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଯାଉଛି। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ ଧନଧାନ୍ୟରେ ପରିପୂର୍ଣ୍ଣ ହେବା ପାଇଁ ଯାଉଛି। ୩.ତୁଲା ରାଶି:-ଏମାନଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନ ସୁଖ ପାଇ ପରାନ୍ତି। ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ଲାଭ ହେବାର ସମ୍ଭାବନା ରହିଛି। ଚାକିରୀ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ମଧ୍ୟ ଏହି ଭଲ ସୁଯୋଗ ରହିଛି। ଯେଉଁମାନେ ଚାକିରୀ କ୍ଷେତ୍ରରେ ରହିଛନ୍ତି ସେମାନଙ୍କର ପଦୋନ୍ନତୀ ହେବାର ସମ୍ଭାବନା ରହିଛି। ୪.ମକର ରାଶି:-ମା ଲଷ୍ମୀଙ୍କ କୃପାରୁ ଆପଣଙ୍କର ଧନ ଜନିତ କୌଣସି ସମସ୍ୟା ରହିବ ନାହିଁ ମାଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ। ଯଦି ଆପଣ କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ସମୟ ଖୁବ୍ ଶୁଭ ଆପଣଙ୍କ ପାଇଁ। ୫.କୁମ୍ଭ ରାଶି:-ଏମାନଙ୍କ ଉପରେ ମଧ୍ୟ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ପ୍ରାପ୍ତ ହେବ ଏବଂ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ କେବେ ଧନର ଅଭାବ ହେବ ନାହିଁ। ପାରିବାର ରେ ସୁଖ ଶାନ୍ତି ଲାଗି ରହିବ। ସମସ୍ତେ ମିଳିମିଶି ରହିବେ। ସମସ୍ତଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂରେଇ ଯିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
2022-11-29T15:51:25Z
https://dainikhabar.com/index.php/ytehtjk-hjk-jjkljiugjj-jjuhn/
OSCAR-2301
ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜଙ୍କ ବିଜୟ ସହ ନିଜ ନାଁରେ ନୂଆ ନିର୍ବାଚନୀ ରେକର୍ଡ କରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ୨୦୦୯ ମସିହାରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ପୁର୍ନଗଠନ ହେବା ପରଠୁ କୌଣସି ପ୍ରାର୍ଥୀ ଏତେ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇନଥିଲେ । ବିଜେପିର ସୂର୍ୟ୍ୟବଂଶୀ ସୂରଜ ୯୮୮୧ ଭୋଟ୍ ବ୍ୟବଧାନରେ ଚଳିତ ଉପନିର୍ବାଚନରେ ବିଜୟୀ ହୋଇଥିବାବେଳେ ୨୦୦୯ରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ୪୯୪୪ଖଣ୍ଡ ଭୋଟରେ ସୂର୍ୟ୍ୟଙ୍କ ପିତା ବିଷ୍ଣୁ ସେଠୀଙ୍କୁ ପରାଜିତ କରିଥିଲେ । ସେହିପରି ୨୦୧୪ ବିଧାନସଭାରେ ବିଜେଡିର ମୁକ୍ତିକାନ୍ତ ମଣ୍ଡଳ ୯୧୯୨ଖଣ୍ଡ ଭୋଟ୍ ବ୍ୟବଧାନରେ ବିଷ୍ଣୁ ସେଠୀଙ୍କୁ ପରାଜିତ କରିଥିବାବେଳେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିର ରାଜେନ୍ଦ୍ର ଦାସଙ୍କୁ ବିଷ୍ଣୁ ସେଠୀ ୪୬୨୫ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଥିଲେ । ବିଜେଡିର ଅବନ୍ତୀ ଦାସଙ୍କୁ ପୋଷ୍ଟାଲ ଭୋଟ୍ ଓ ପ୍ରଥମରୁ ଶେଷ ୧୮ଟି ରାଉଣ୍ଡରେ ପଛରେ ପକାଇ ମୋଟ ୯୮୮୧ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୨୦୦୯ରୁ ଧାମନଗର ବିଧାନସଭା ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହେବା ପରଠୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାରେ ସୂରଜ ପ୍ରଥମ । ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବିଜେପିର ସୂରଜଙ୍କୁ ମୋଟ ୮୦୩୫୧ଟି (୪୯.୦୯%) ଭୋଟ୍ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅବନ୍ତୀ ଦାସଙ୍କୁୁ ୭୦୪୭୦ଖଣ୍ଡ (୪୩.୦୫%)ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ଖଣ୍ଡ(୨.୧୮%) ଭୋଟ୍ ମିଳିଛି । ତେବେ ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୮୧୫୩ଖଣ୍ଡ (୪.୯୮%) ଭୋଟ୍ ଓ ଅନ୍ୟଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ଖଣ୍ଡ ଭୋଟ୍ ମିଳିଛି । ସେହିପରି ନୋଟାରେ ୬୫୦ ଖଣ୍ଡ ଭୋଟ୍ ପଡ଼ିଛି । ଧାମନଗର ଉପନିର୍ବାଚନ ପାଇଁ ମୋଟ ୧ଲକ୍ଷ ୬୩ହଜାର ୧୬୪ଟି ଭୋଟ୍ ଇଭିଏମ୍ ମାଧ୍ୟମରେ ମିଳିଥିଲା । ସେହିପରି ୭୮୩ ଖଣ୍ଡ ଭୋଟ୍ ନାକାଚ୍ ହୋଇଛି । ୫୧୮ଟି ଭୋଟ୍ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମିଳିଥିବା ମତଦାନ ମଧ୍ୟରୁ ସର୍ବାଧିକ ବିଜେପି ପ୍ରାର୍ଥୀ ସୂରଜଙ୍କ ସପକ୍ଷରେ ୨୬୧ଟି ପଡ଼ିଥିବାବେଳେ ବିଜେଡିର ଅବନ୍ତୀଙ୍କୁ ୧୮୨ଟି, କଂଗ୍ରେସର ବାବା ହରେକୃଷ୍ଣଙ୍କୁ ୨୮ଟି, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କୁୁ ୩୧ଟି, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନଙ୍କୁ ୧୫ଟି ଓ ନୋଟାରେ ୧ଟି ପଡ଼ିଛି ।
2022-11-29T15:44:31Z
https://www.odiaspotnews.in/news-details/dhamnagar-election-results-1667795679
OSCAR-2301
ପ୍ରାୟ ସମସ୍ତ ଭାରତୀୟ ପରିବାରରେ ରାତ୍ରି ଭୋଜନ ରେ ରୁଟି ପ୍ରସ୍ତୁତ ହୋଇଥାଏ, ଯାହାକି ସକାଳୁ ଖଣ୍ଡିଏ ହେଉ କିମ୍ବା ୨ଖଣ୍ଡ ରୁଟି ବଳି ପଡେ l ଏହାକୁ ପ୍ରାୟ ଅଧିକାଂଶ ଲୋକ ନଖାଇ ଫିଙ୍ଗି ଦେଇ ଥାଆନ୍ତି l କିନ୍ତୁ ଏହାର ଲାଭ ବିଷୟରେ ଯଦି ଆପଣ ଜାଣିବେ ତେବେ ଆଉ ଫିଙ୍ଗିବେ ନାହିଁ l ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ l ଦୀର୍ଘ ସମୟଧରି ରହୁଥିବା କାରଣରୁ ଏଥିରେ ଥିବା ବ୍ୟାକ୍ଟେରିଆ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ l ବାସି ରୁଟି ରେ ଗୁଲକୋଜ ମାତ୍ରା କମ ରହିଥାଏ l – ଯଦି ଆପଣ ଉଚରକ୍ତଚାପ ଓ ମଧୁମେହ ରେ ପୀଡିତ ଅଛନ୍ତି ତେବେ ସକାଳ ସମୟରେ ବାସି ରୁଟି କୁ ଚା କିମ୍ବା ଦୁଗ୍ଧ ସହିତ ସେବନ କରନ୍ତୁ l ଏହାଦ୍ୱାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରିତ ହେବା ସହିତ ମଧୁମେହ ଦ୍ୱାରା ଶରୀର ମଧ୍ୟ ଅଧିକ ପ୍ରଭାବିତ ହୋଇ ନଥାଏ ଏବଂ ଇନ୍ସୁଲିନ ସ୍ତର ମଧ୍ୟ ରକ୍ତରେ ନିୟନ୍ତ୍ରିତ ରହିଥାଏ l – ବାସି ରୁଟି ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ଯେପରିକି ଏସିଡ଼ିଟି ଓ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ l ଏଥିରେ ଥିବା ଗୁଡ଼ ବ୍ୟାକ୍ଟେରିଆ ପାଚନ ସମସ୍ୟାକୁ ଦୂର କରିଥାଏ l – ବାସି ରୁଟି ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ l ତା ସହିତ ଶରୀରକୁ ସତେଜ ଓ ଫୁର୍ତି ରଖିଥାଏ l ତେଣୁ ନିୟମିତ ସକାଳୁ ନିଜକୁ ସୁସ୍ଥ ରଖିବା ପାଇଁ ବାସି ରୁଟି ସେବନ କରିବା ଆବଶ୍ୟକ l – ଯଦି ଆପଣ ନିୟମିତ ବ୍ୟାୟାମ କରୁଛନ୍ତି କିମ୍ବା ଜିମ ଯାଉଛନ୍ତି ତେବେ ବସି ରୁଟି ନିହାତି ସେବନ କରିବା ଆବଶ୍ୟକ l ଏହା ଆପଣଙ୍କ ମସଲସ କୁ ମଜବୁତ କରିବା ସହିତ ଥକାପଣ ଦୂର କରିଥାଏ l – ବାସି ରୁଟିରେ ଥିବା ପୌଷ୍ଟିକ ଅଂଶ ହାର୍ଟକୁ ସୁସ୍ଥ ରଖିଥାଏ l ଯେପରିକି ରକ୍ତ ସଂଚାଳନ ଠିକ ଭାବରେ କରାଇ ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ହାର୍ଟ ରୋଗୀ ମାନେ ମଧ୍ୟ ନିୟମିତ ବାଷିରୁଟି ସେବନ କରିବା ଉଚିତ l
2022-11-26T15:36:04Z
https://www.sakalakhabar.com/rooti-4/
OSCAR-2301
4:41 pmଭଦ୍ରକ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଆଗରେ କାଉନସିଲର ମାନଙ୍କ ଧାରଣା 4:39 pmପୁଣି ବିଧାନସଭାରେ ଶିକ୍ଷକ ଆନ୍ଦୋଳନ ତାତି : ଗୃହକାର୍ଯ୍ୟ ଅଚଳ ହେବାରୁ ଅପରାହ୍ଣ ୪ଟା ଯାଏ ମୁଲତବୀ 4:38 pmଇଡିରେ ହାଜ‌ର ହେଲେ ଖଗେଶ୍ୱରଙ୍କ ବ୍ୟବସାୟିକ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ 4:37 pmଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ 4:36 pmହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍‌ ମାମଲା; ଡିସେମ୍ବର ୩୧ ତାରିଖ ଯାଏ ସମୟସୀମା ବୃଦ୍ଧି POLITICAL ବୁଧବାର ଅନୁଗୁଳ ବନ୍ଦ :-ଅନୁଗୁଳ ନଗର କଂଗ୍ରେସ Posted on July 20, 2020 at 10:12 pm by Aei Odisha 474 0 ଅନୁଗୁଳ:(ମହେଶ ଭୋମରାଜ) ଆସନ୍ତା ୨୨ ତାରିଖ ବୁଧବାର ଦିନ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଗୁଳ ସହର ବନ୍ଦ ଡାକରା ଦେଇଛି ଅନୁଗୁଳ ନଗର କଂଗ୍ରେସ । ନଗର କଂଗ୍ରେସ କମିଟିର କହିବା ଅନୁଯାୟୀ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି । ଆଉ ଜିଲ୍ଲାରେ କରୋନା ବ୍ୟାପିବାରେ ଜିଲ୍ଲାର ଶିଳ୍ପସଂସ୍ଥା ଗୁଡିକ ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏଣୁ କରୋନା ବ୍ୟାପିବାରେ ପ୍ରତିବନ୍ଧକ ଲଗାଇବା ପାଇଁ ଜିଲ୍ଲାର ଶିଳ୍ପସଂସ୍ଥା ଗୁଡିକ ଉପରେ କଟକଣା ଲଗାଇବା ସହ ଶିଳ୍ପସଂସ୍ଥାର ଗାଡି ଏବଂ କର୍ମଚାରୀ ମାନଙ୍କ ସହର ଏବଂ ଆଖପାଖ ଅଞ୍ଚଳ ଗୁଡିକୁ ଯିବା ଆସିବାରେ ରୋକ ଲଗାଇବା ପାଇଁ କଂଗ୍ରେସ ପକ୍ଷରୁ ଅନେକ ଥର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଥିଲେ । ଯେଉଁଥିରେ ମୁଖ୍ୟ ଦାବି ଥିଲା ଅନୁଗୁଳ ସହରରେ ଶିଳ୍ପ ସଂସ୍ଥା ମାନଙ୍କ ବସ ଚଳାଚଳ ବନ୍ଦ, ଶିଳ୍ପ ସଂସ୍ଥା ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା, ଶିଳ୍ପ ସଂସ୍ଥା ପକ୍ଷରୁ ଅନୁଗୁଳ ସହର ସାନିଟାଇଜ କରିବା ଏବଂ ଶନିବାର ରବିବାର ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିବା ଆଦି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଚେତାବନୀ ପତ୍ର ମଧ୍ୟ ଦିଆଯିବା ସହ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ମଧ୍ୟ ଦିଆଯାଇଥିଲା କିନ୍ତୁ କୌଣସି ସୁଫଳ ନ ମିଳିବାରୁ କଂଗ୍ରେସ ପକ୍ଷରୁ ବୁଧବାର ଦିନ ଅନୁଗୁଳ ସହର ବନ୍ଦ ଡାକରା ଦିଆଯାଇଛି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତିରେ ନଗର କଂଗ୍ରେସ ସଭାପତି ସୁଦୀପ୍ତ ମିଶ୍ର ସୂଚନା ଦେଇଛନ୍ତି । ଏହି ବନ୍ଦ ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, ପନିପରିବା, ଫଳ, କ୍ଷୀର ଓ ରାସନ ଦୋକାନ ଆଦି ଜରୁରୀ ସେବା ଚାଲୁ ରହିବ Aei Odisha Previous Post Next Post Related Post ନବୀନ ପଟ୍ଟନାୟକ ଙ୍କ ସମ୍ପତି ବିଷୟ ରେ ଜାଣନ୍ତୁ Posted by Aei Odisha - March 21, 2019 553 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦେଇଛନ୍ତି।… ବିଜୁ ଛାତ୍ର ଜନତା ଦଳର ମାଥିଲି ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ Posted by Aei Odisha - August 9, 2021 0 ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ମାଥିଲି ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ ଅପରାହ୍ନ ତିନିଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ୱର୍ଗତ… ନବମ ଦିନ ୯ ନମ୍ବର ଜୋନ ରେ ଜନ ଜାଗରଣ ଅଭିଯାନରେ ବୌଦ୍ଧ ଜିଲ୍ଲା କଂଗ୍ରେସ Posted by Aei Odisha - November 30, 2021 0 ବୌଦ୍ଧ : (ସମରେଶ ମିଶ୍ର) ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନ ଜୀବି ଶ୍ରୀ ନବ କୁମାର ମିଶ୍ର ଙ୍କ ନେତୃତ୍ୱରେ ସହସ୍ରାଧିକ କର୍ମକର୍ତ୍ତା ଙ୍କ… ବିଜେପି ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ପ୍ରଥମ କାର୍ଯ୍ୟ କାରିଣୀ ବୈଠକ Posted by Aei Odisha - July 26, 2022 0 ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ଧର୍ମଗଡ଼ ସ୍ଥିତ ହୋଟେଲ ରାଜ ପରିସରରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ… ବଡ଼ବୋରସିଂ ପଞ୍ଚାୟତର ୭୧ ପରିବାର ବିଜେଡିରେ ସାମିଲ Posted by Aei Odisha - November 9, 2021 0 ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଲକ, ବଡ଼ବୋରସିଂ ବଡଦାଣ୍ଡରେ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକ ଙ୍କ ଅଧକ୍ଷତାରେ ବିଜେଡିରର ଏକ ମିଶ୍ରଣ… Leave a comment Your email address will not be published. Required fields are marked * Search ବଡ ଖବର ଭଦ୍ରକ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଆଗରେ କାଉନସିଲର ମାନଙ୍କ ଧାରଣା ପୁଣି ବିଧାନସଭାରେ ଶିକ୍ଷକ ଆନ୍ଦୋଳନ ତାତି : ଗୃହକାର୍ଯ୍ୟ ଅଚଳ ହେବାରୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଇଡିରେ ହାଜ‌ର ହେଲେ ଖଗେଶ୍ୱରଙ୍କ ବ୍ୟବସାୟିକ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍‌ ମାମଲା; ଡିସେମ୍ବର ୩୧ ତାରିଖ ଯାଏ ସମୟସୀମା ବୃଦ୍ଧି ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ପୁଣି ସଜା। ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ। ବିନୋଦଙ୍କ ସମେତ ୬ ଜଣଙ୍କୁ ମିଳିଲା ଦଣ୍ଡ ସ୍କ୍ରାପିଂ ନୀତିକୁ ମଞ୍ଜୁରୀ: ୧୫ ବର୍ଷ ପୁରୁଣା ଗାଡ଼ି ସ୍କ୍ରାପିଂ ହେବ, ନୂଆ ଗାଡି କିଣିବାକୁ ମିଳିବ ପ୍ରୋତ୍ସାହନ ରାଶି ଆସନ୍ତା ୨ ତାରିଖ ପଦ୍ମପୁର ଯିବେ ନବୀନ ପଟ୍ଟନାୟକ ସଚିବାଳୟ ସହକାରୀ ବିଭାଗୀୟ ଅଧିକାରୀମାନଙ୍କ ବୌଦ୍ଧଜିଲା କ୍ଷେତ୍ର ପରିଦର୍ଶନ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ର ଭାରତ ବନ୍ଦ:ଧର୍ମଗଡ ରେ ଆଂଶିକ ପ୍ରଭାବ Newsletter LN Entertainment TV Network is a complete video News Agency and a Media production house “LN ENTERTAINMENT TV NETWORK” stated from Bhubaneswar. Recently it has been inarguably one of leading production house in Bhubaneswar, Odisha It is equipped with ... Read More
2022-11-30T11:29:26Z
https://www.aeiodisha.com/19149/
OSCAR-2301
ବାସ୍ତୁ ଶାସ୍ତ୍ର ମୁତାବକ, ଘରେ କିମ୍ବା ଅଫିସ୍‌ରେ ଛୋଟ ଗଛ ଲଗାଇବା ଶୁଭ ହୋଇଥାଏ। ବାସ୍ତବରେ, ଗଛଲତାରୁ ବାହାରୁଥିବା ସକାରାତ୍ମକ ଶକ୍ତି ଆପଣ ରହୁଥିବା ପରିବେଶରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ। ବାସ୍ତୁରେ ବାଉଁଶ ଗଛକୁ ଚମତ୍କାରୀ ବୋଲି କୁହାଯାଏ। ଆସନ୍ତୁ ଜାଣିବା ବାଉଁଶ ଗଛ ସହ ଜଡ଼ିତ…
2022-11-27T03:00:55Z
https://knewsodisha.com/tag/bamboo-plant
OSCAR-2301
Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in Home ଦେଶ- ବିଦେଶ ରାଜ୍ୟ କରୋନା Sambad EnglishNews In English ଜିଲ୍ଲା ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡ଼ା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ଜଗତସିଂହପୁର ଝାରସୁଗୁଡ଼ା ଢେଙ୍କାନାଳ ଦେବଗଡ଼ ନବରଙ୍ଗପୁର ନୟାଗଡ଼ ନୂଆପଡ଼ା ପୁରୀ ବରଗଡ଼ ବଲାଙ୍ଗୀର ବାଲେଶ୍ଵର ବୌଦ୍ଧ ଭଦ୍ରକ ମୟୂରଭଞ୍ଜ ମାଲକାନଗିରି ଯାଜପୁର ରାୟଗଡ଼ା ସମ୍ବଲପୁର ସୁନ୍ଦରଗଡ଼ ସୁବର୍ଣ୍ଣପୁର ମହାନଗର ଖେଳ ବାଣିଜ୍ୟ ରାଜନୀତି ମନୋରଞ୍ଜନ ବିଶେଷ ଅପରାଧ ଜୀବନଚର୍ଯ୍ୟା ରାଶିଫଳ ଫୁଲଝରି ସମ୍ପାଦକୀୟ ଅନଙ୍ଗ ତ୍ରୟୋଦଶୀ ଜୀବନଚର୍ଯ୍ୟା By Sambad Digital Last updated Apr 23, 2021 ସେୟାର ଚୈତ୍ର ଶୁକ୍ଳ ତ୍ରୟୋଦଶୀ ‘ଅନଙ୍ଗ ତ୍ରୟୋଦଶୀ’ ରୂପେ ଶ୍ରୀମନ୍ଦିରରେ ପାଳିତ ହୁଏ। ଏହାର ଅନ୍ୟନାମ ‘କାମ ତ୍ରୟୋଦଶୀ’। କାମଦେବଙ୍କର ଅନ୍ୟ ନାମ ‘ଅନଙ୍ଗ’। ସେ ପ୍ରେମର ଓ କାମନାର ଦେବତା। ‘ଅନଙ୍ଗ’ ଶବ୍ଦର ଅର୍ଥ- ଯାହାଙ୍କର ଅଙ୍ଗ ବା ଶରୀର ନାହିଁ। କାମଦେବ କିପରି ଅନଙ୍ଗ ହେଲେ, ସେ ସଂପର୍କରେ ରହିଛି ରୋଚକ ପୌରାଣିକ ଉପାଖ୍ୟାନ। ତାହା ଅନୁସାରେ, ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ସତୀ ଆତ୍ମାହୁତି ଦେବା ପରେ, ଶିବ ଗଭୀର ତପସ୍ୟାରେ ପ୍ରବୃତ୍ତ ହେଲେ। ସେତେବେଳେ ତାରକାସୁର ଅନେକ ଉତ୍ପାତ କଲା। ତାକୁ ନିହତ କରିବାପାଇଁ ଶିବଙ୍କର ଏକ ପୁତ୍ର ସନ୍ତାନ ହେବାର ବହୁତ ପ୍ରୟୋଜନ ଥିଲା। ତେଣୁ ଦେବରାଜ ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କର ନିର୍ଦ୍ଦେଶରେ କାମଦେବ ଫୁଲଶର ମାରି ଶିବଙ୍କର ତପସ୍ୟା ଭଙ୍ଗ କଲେ। ତାହା ଫଳରେ ଶିବ କ୍ରୁଦ୍ଧ ହେବାରୁ ତାଙ୍କର ତୃତୀୟ ନୟନର ଅଗ୍ନିରେ କାମଦେବ ପୋଡ଼ି ପାଉଁଶ ହୋଇଗଲେ। ସେହି ଘଟଣାରେ କାମଦେବଙ୍କ ପତ୍ନୀ ରତି ରୋଦନ କରି, ତାଙ୍କୁ ଫେରାଇ ଦେବାପାଇଁ ପ୍ରାର୍ଥନା କରିବାରୁ, ଶିବ କହିଲେ- ସେ ଆଉ ନିଜର ଶରୀର ଫେରି ପାଇବେ ନାହିଁ। କିନ୍ତୁ ଶରୀର ନଥିଲେ ମଧ୍ୟ, ମନୁଷ୍ୟ ଓ ଅନ୍ୟ ପ୍ରାଣୀଙ୍କ ଉପରେ ତାଙ୍କର ଆଧିପତ୍ୟ ରହିବ। ତେଣୁ କାମଦେବ ଶରୀରୀ ନହେଲେ ବି ପ୍ରାଣୀଙ୍କ ମନରେ କାମନା ବାସନା ଜାଗ୍ରତ କରାଇବାରେ ସମର୍ଥ। ତେଣୁ ମନର ମନ୍ଥନକାରୀ ଭାବରେ ତାଙ୍କର ଗୋଟିଏ ନାମ ମନ୍ମଥ। ବସନ୍ତ ହେଉଛି ‘କୁସୁମାକର’ ବା ଫୁଲର ଋତୁ। ଏ ଋତୁର ପାଞ୍ଚଟି ଫୁଲ କାମଦେବଙ୍କ ଫୁଲଧନୁର ପାଞ୍ଚଟି ଶର। ସେହି ପଞ୍ଚଶର ହେଉଛନ୍ତି- ଅଶୋକ, ଅରବିନ୍ଦ, ଚୂତ, ନବମଲ୍ଲିକା ଓ ନୀଳୋତ୍ପଳ। ଏ ଫୁଲଗୁଡ଼ିକ କାମଦେବଙ୍କର ପଞ୍ଚବାଣ ରୂପେ ମନରେ ସମ୍ମୋହନ, ଉନ୍ମାଦନ, ଶୋଷଣ, ତାପନ ଓ ସ୍ତମ୍ଭନ ଜାତ କରିଥାଆନ୍ତି। ଶ୍ରୀମନ୍ଦିରର ‘ଦୟଣାଚୋରି’ ନୀତି ସହିତ କାମଦେବ ବା କନ୍ଦର୍ପ ସଂପୃକ୍ତ। ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ଏହି ନୀତି ଅନୁଷ୍ଠିତ ହୁଏ। ଏଥିପାଇଁ ଦ୍ୱାଦଶୀ ଦିନ ‘କନ୍ଦର୍ପ ପଟି’ (କାମଦେବଙ୍କ ଚିତ୍ରପଟ)ଙ୍କର ଅଧିବାସ ହୁଏ। ଦୟଣାଚୋରି ନୀତିପାଇଁ ଶ୍ରୀରାମ ଓ ଶ୍ରୀକୃଷ୍ଣ ଜଗନ୍ନାଥ ବଲ୍ଲଭକୁ ଯିବାବେଳେ ଏହି କନ୍ଦର୍ପପଟି ଆଗେ ଆଗେ ଯାଆନ୍ତି। ସେଠାରେ ତାଙ୍କର ପୂଜା ହେବା ପରେ ଶ୍ରୀରାମ ଓ ଶ୍ରୀକୃଷ୍ଣ ଦୟଣା ଚୋରି କରନ୍ତି। ତାହା ପରେ ସେଠାରେ କନ୍ଦର୍ପ ପଟିଙ୍କୁ ବିସର୍ଜନ କରି ଦିଆଯାଏ। ଶ୍ରୀରାମ ଓ ଶ୍ରୀକୃଷ୍ଣ ଚୋରି କରି ଆଣିଥିବା ଏହି ଦୟଣା ପ୍ରଥମେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କୁ ପ୍ରଦାନ କରାଯାଏ ଏବଂ ପରେ ତାହା ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଏ। ‘ଦୟଣା ଚୋରି’ ଯାତ୍ରା ପ୍ରକୃତରେ ‘ଦମନକ ଭଞ୍ଜିକା’ ଯାତ୍ରା। ଦମନକ ଥିଲା ଏକ ଦୁରାଚାରୀ ଅସୁର। ମତ୍ସ୍ୟ ଅବତାରରେ ଭଗବାନ ବିଷ୍ଣୁ ତାକୁ ସଂହାର କରିବା ପରେ ସେ ଦୟଣା ନାମକ ସୁବାସିତ ତୃଣରେ ପରିଣତ ହୋଇଥିଲା। ଏହା ତାମସିକତା ସାତ୍ତ୍ୱିକତାରେ ପରିବର୍ତ୍ତିତ ହେବାର ପ୍ରତୀକ। ବସନ୍ତ ଋତୁରେ କାମନା ବାସନା ବଢ଼େ। ଦୟଣାର ସୁବାସ ପରି ତାହା ପ୍ରସରି ଯାଏ। ଏଣୁ କାମଦେବଙ୍କୁ ପୂଜା କରି ତାହାକୁ ନିୟନ୍ତ୍ରଣକୁ ଅଣାଯାଏ ଏବଂ ପରିଶେଷରେ ସବୁ କାମନା ବାସନାକୁ ଭକ୍ତିରେ ପରିବର୍ତ୍ତିତ କରି ନୈବେଦ୍ୟ ରୂପେ ପ୍ରଭୁଙ୍କୁ ସମର୍ପଣ କରାଯାଏ। ଏହାର ପ୍ରତୀକ ‘ଅନଙ୍ଗ ତ୍ରୟୋଦଶୀ’ର ଦୟଣା ଚୋରି।
2022-11-27T01:44:19Z
https://sambad.in/lifestyle/anang-trayodashi-657029/
OSCAR-2301
ପୁରୀ ଅଫିସ, ୩୦/୬(ଡ଼ିଏଚବି) : ରଥଯାତ୍ରାକୁ ଆଉ ମାତ୍ର ୪ଦିନ ବାକି ଥିବାବେଳେ ଅଶାନ୍ତ ହୋଇପଡ଼ିିଛି ପୁରୀ ସହର। ଗୋଟିଏ ପଟେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପୋଲିସ ଗୁରୁତ୍ୱ ଦେଉଥିବା କହୁଛି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିିବାରେ ଲାଗିଛି। ଧୀରେ ଧୀରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଶନିବାର ସମୁଦ୍ରକୂଳ ଥାନା ଅଧୀନ ସ୍ବର୍ଗଦ୍ୱାର ଗୌଡ଼ବାଡ଼ ସାହିସ୍ଥିତ ମାଛ ମାର୍କେଟରେ ଗୁଳି ଫୁଟିଛି। ୨ଜଣ ଯୁବକ ଏକ ବାଇକ୍‌ରେ ଆସି ଜଣେ ତେଜରାତି ଦୋକାନୀଙ୍କୁ ଗୁଳିମାଡ଼ କରିଛନ୍ତି। ଗୁଳି ତାଙ୍କ ବାମ ଛାତିରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ମେଡିକାଲ (ଏସ୍‌ସିବି)କୁ ସ୍ଥାନାନ୍ତରିତ କରାଯାଇଛି। ଆହତ ବ୍ୟବସାୟୀ ଜଣକ ହେଲେ ସୁକାନ୍ତ ସାହୁ (୪୦)। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଗୌଡ଼ବାଡ଼ ସାହିସ୍ଥିତ ମାଛ ମାର୍କେଟରେ ସୁକାନ୍ତଙ୍କର ତେଜରାତି ଦୋକାନ ରହିଛି। ଶନିବାର ରାତି ପ୍ରାୟ ୮ଟାରେ ସେ ଦୋକାନରେ ବସି ଟିଭି ଦେଖୁଥିଲେ। ଏହି ସମୟରେ ୨ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସି ପହଞ୍ଚିଥିଲେ । ସଙ୍ଗେସଙ୍ଗେ ସେଠାରୁ ଚାଲିଗଲେ, ଏହାର ୧୫ମିନିଟ୍‌ ପରେ ପୁଣି ସେମାନେ ଆସିଲେ। ସୁକାନ୍ତଙ୍କୁ କିଛି ପଚାରିଲେ। ବାଇକ୍‌ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ହଠାତ୍‌ ପିସ୍ତଲରୁ ଗୁଳିମାଡ଼ କରିବା ପରେ ଦୁହେଁ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଗୁଳି ଫୁଟା ଶବ୍ଦ ଓ ସୁକାନ୍ତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କ ପାଖକୁ ଯିବାରୁ ସେ ରକ୍ତାକ୍ତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ପହଁଚି ତାଙ୍କୁ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା। ପୋଲିସ କହିବାନୁଯାୟୀ, ପୂର୍ବରୁ ଏକ ଗୋଷ୍ଠୀ ସହ ସୁକାନ୍ତଙ୍କର ଶତ୍ରୁତା ରହିଥିଲା। ପରବର୍ତ୍ତୀ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସମାଧାନ ହୋଇଯାଇଥିଲା। ଗୁଳିକାଣ୍ଡର ତଦନ୍ତ ଜାରି ରହିଛି। ଏହି ଘଟଣାରେ ବିପକ୍ଷ ଗୋଷ୍ଠୀର ହାତ ଥିବା ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ତାରିଖରେ ବାସେଳିସାହି ଥାନା ଅଧୀନ ପଣାପ୍ରିୟା ଲେନ୍‌ରେ ଶିବରାମ ପାତ୍ର ନାମକ ଯୁବକଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ପୂର୍ବରୁ ଟାଉନ ଥାନା ଅଧୀନ ମିଶ୍ରସାହିରେ ଜଣେ ଯୁବକଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଥିଲା। ସେହିପରି ସହରରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିବାବେଳେ ଲୁଟତରାଜ, ରାହାଜାନି ଆଦି ବଢିଚାଲିଛି। ଆଗକୁ ରଥଯାତ୍ରା ଆସୁଥିବାରୁ ଏହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। Advertisement Share Facebook Twitter Google+ Pinterest WhatsApp Dunia Halchal Related NewsMore From DuniaHalchal କନ୍ଧମାଳ ରାଜ୍ୟରେ ଶୀତ ଲହରୀ ସହ କିଛି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଆସିଛି । ଆଞ୍ଚଳିକ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା,ବାଇକ୍ ଚାଳକଙ୍କ ମୃତ୍ୟୁ । ଆଞ୍ଚଳିକ ରାଜ୍ୟରେ ପାରଦ କ୍ରମଶଃ ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । - Advertisement - LATEST NEWS ମୁଖ୍ୟ ଖବର ଆନ୍ଧ୍ରପ୍ରଦେଶର ନନ୍ଦୀୟାଲ ଜିଲ୍ଲାର ଭେଲୁଗୋଡୁ ଜଳଭଣ୍ଡାରରେ ଭାସିଗଲେ ୫୦୦ ଗାଈ । ମୁଖ୍ୟ ଖବର ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ଏକ ଟ୍ରକ୍ ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ୮ ମୃତ୍ୟୁ... ଆଞ୍ଚଳିକ ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ସ୍ଥିତ ଦ୍ୱାରସୁଣୀ ଘାଟିରେ ଟ୍ରକକୁ ପଛରୁ ପିଟିଲା ବସ,ଜଣେ ମୃତ... ଜାତୀୟ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମୋଡ଼ରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର... ଜାତୀୟ ତାମିଲନାଡୁର ତଞ୍ଜାଭୁରଜିଲ୍ଲାରେ ମନ୍ଦିରର ରଥଉତ୍ସବ ଶୋଭାଯାତ୍ରା ବେଳେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି... ଜାତୀୟ ଉତ୍ତର ଆଫାଗାନିସ୍ତାନର କୁନ୍ଦଜର ମସଦିଜରେ ନମାଜ ବେଳେ ବିସ୍ଫୋରଣ । Dunia Halchal aims to bring social awareness in our society and encourage peoples to come forward and raise their voice against corruption and any other social issues.
2022-12-01T04:01:50Z
https://duniahalchal.in/2079/
OSCAR-2301
ନୂଆଦିଲ୍ଳୀ ୦୬।୦୬ : ଫ୍ୟାଶନ୍ ହେଉ ବା ଅଭିନୟ କି ଡ୍ୟାନ୍ସ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଅନନ୍ୟା ପାଣ୍ଡେ। ତାଙ୍କ ଷ୍ଟାଇଲ୍‌ , ଲୁକ୍‌ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ନିକଟରେ ସେ ଆଇଫା ଆୱର୍ଡରେ ଟ୍ରାଡିସନାଲ ଲୁକ୍‌ରେ ଜଲୱା ଦେଖାଇଥିଲେ। ନଜର ଆସିଥିଲେ । ଆୱାର୍ଡର ରେଡ୍‌ କାର୍ପେଟ୍‌ରେ ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ ଏବଂ ସାରା ଅଲି ଖାନଙ୍କ ଘନିଷ୍ଠ ବନ୍ଧୁତା ଦେଖିବାକୁ ମିଳିଥିଲା । କେବଳ ଏତିକି ହିଁ ନୁହେଁ ଦୁହିଁଙ୍କର ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି । View this post on Instagram A post shared by Bollywood Buzz (@cricbollybuzz) କହିବାକୁ ଗଲେ ଉଭୟ ପ୍ରାୟତଃ ସମୟ ଏକାଠି ବୁଲୁଥିବାର ଦେଖିବାକୁ ମିଳେ । ହେଲେ ଆଇଫା ଆୱର୍ଡ ସରିବା ପରେ ଅନନ୍ୟା ପୁଷ୍ପା ଫିଲ୍ମର ସାମି ସାମି ଗୀତରେ ନାଚୁଥିବାର ଦେଖିବାକୁ ମିଳିଥିଲେ। ଯାହାର ଭିଡିଓ ଅଭିନେତ୍ରୀ ସାରା ଅଲି ଖାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଦୁହିଁଙ୍କ କେମେଷ୍ଟ୍ରି ଦେଖି ଫ୍ୟାନ୍ସମାନେ ଖୁବ୍‌ ପ୍ରଶଂସା କରୁଛନ୍ତି । କହିବାକୁ ଗଲେ IIFA ଆୱର୍ଡ ୨୦୨୨ରେ ସର୍ଦ୍ଦାର ଉଦାମଙ୍କ ପାଇଁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ବିକି କୌଶଲଙ୍କୁ ମିଳିଥିବା ବେଳେ କ୍ରିତି ସାନନଙ୍କୁ ମିମି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ମିଳିଛି।
2022-11-29T04:57:36Z
https://www.prameyanews7.com/ananya-panday-dances-to-pushpa-song-saami-saami-in-hotel-room/
OSCAR-2301
୧୯ ଜୁଲାଇ ୨୦୧୯ ଶୁକ୍ରବାର,ଆଜିର ରାଶିଫଳ - କେମିତି କଟିବ ଆଜି ଆପଣଙ୍କ ଦିନ - ମହାଦେବ ଙ୍କ କୃପା ରହିବ ଏହି ୪ଟି ରାଶି ଉପରେ - OdiaExpress Skip to content Top Menu November 21, 2022 Privacy Policy Disclaimer OdiaExpress Entertenment SPECIAL Astrology Cricket News Hasa Katha Search for: Main Menu Astrology ୧୯ ଜୁଲାଇ ୨୦୧୯ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଦେବ ଙ୍କ କୃପା ରହିବ ଏହି ୪ଟି ରାଶି ଉପରେ July 18, 2019 - by Odia Express - Leave a Comment ମେଷ – ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ।ଶାରୀରିକ ଏବଂ ମାନସିକ ରୂପରେ ଆପଣ ବ୍ୟଗ୍ରତା ଅନୁଭବ କରିପାରନ୍ତି। ଅନିଦ୍ରା କାରଣରୁ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ବୌଦ୍ଧିକ ଚର୍ଚ୍ଚାରେ ଆନନ୍ଦ ପ୍ରାପ୍ତ ହୋଇପାରେ, ପରନ୍ତୁ ଏପରି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହବା ପାଇଁ ଉପଦେଶ |ପଢ଼ିବା -ଲେଖିବାରେ ବିଦ୍ୟାର୍ଥିମାନଙ୍କ ମନ ଲାଗିବ ନାହିଁ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ ,ପ୍ରତିକାର:- ପିତାମାତାଙ୍କର ସେବାକରିବା ଆବଶ୍ୟକ ବୃଷ – ଯଦି ଆପଣଙ୍କୁ ଏମିତି ଲାଗେ ଯେ ପରିବାରରେ ଯେ କୌଣସି ସମସ୍ୟା ଲାଗୁଛି ତାହାଲେ ଆପଣ ତାହାକୁ ନଷ୍ଟ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି । ବୋଧହୁଏ ଏହି ବୟସ ସାଙ୍ଗରେ ଚ଼ାଲିବାର ସମୟ ଅଟେ । ସାଙ୍ଗମାନେ ଆସନ୍ତି ଚ଼ାଲିଯାଆନ୍ତି କିନ୍ତୁ ଏହି ସାଙ୍ଗ ଆପଣଙ୍କ ସବୁ ଦୁଃଖ ସୁଖର ସାଥି ହେବ ।ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। ଚିକିତ୍ସାରେ ଖର୍ଚ୍ଚ ହେବାର ଆଶଂକା ଅଛି। ବ୍ୟାପାରରେ ଭାଗିଦାରୀମାନଙ୍କ ସହିତ ଆନ୍ତରିକ ମତଭେଦ ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ,ପ୍ରତିକାର : ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ । ମିଥୁନ – ଆଜି ଆପଣ ଅନୁଭବ କରିବେ ଛୋଟ ଛୋଟ କଥାରେ ଆପଣଙ୍କ ଘରେ କଳି ହେଉଛି । ପରିବାରର ଲୋକଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି । ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କର ମନ ମଧ୍ୟ ଖରାପ ହୋଇ ପାରେ । ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଏବଂ ଅଟଳ ମନୋବଳର ସହିତ କରନ୍ତୁ, ନିଶ୍ଚିତ ସଫଳତା ମିଳିବ। ପିତା କିମ୍ବା ପୈତୃକ ସଂପତ୍ତିରେ ଲାଭ ହେବ। ସରକାରଙ୍କଠାରୁ ଆର୍ଥିକ ଲାଭ ହେବ। ବିଦ୍ୟାର୍ଥୀମାନେ ନିଜର ପଢ଼ାରେ ଭଲ ପ୍ରଦର୍ଶନ କରିବେ,ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ । କର୍କଟ – ଆଜି କାଲି ନିଜ ଲୋକଙ୍କ ସାଂଗରେ ଆପଣଙ୍କର ସମ୍ପର୍କ ଭଲ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ସନେ ରଖନ୍ତୁ କେବଳ ଥଣ୍ଡା ମିଜାସରେ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ । ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି । ମଉଜ-ମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ବିଶେଷ ରୁଚି ରହିବ। ପିତା ତଥା ବରିଷ୍ଠ ନାଗରୀକମାନଙ୍କ ସହଯୋଗ ପ୍ରାପ୍ତ କରିବେ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ,ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ। ସିଂହ – ଆଜି ଆପଣଙ୍କ ନିଜ ବନ୍ଧୁମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖୁସି ଆଣିଦେବ ।କୌଣସି ଭୁଲ ବୁଝାମଣା ଠିକ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ସଫଳତା ହାସଲ କରିବେ । ଏହି ସମୟ ପୁରୁଣା ସ୍ମୃତିକୁ ମନେପକେଇବାର ସମୟ ଅଟେ । ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ । ପାରିବାରିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଶଙ୍କା ଦୂର କରନ୍ତୁ। ବନ୍ଧୁମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ବନିପାରେ | ଧାର୍ମିକ ଯାତ୍ରା ହେବାର ସଂଭାବନା ଅଛି। ଧନ ଲାଭର ମଧ୍ୟ ସଂଭାବନା ଅଛି। ବ୍ୟବସାୟରେ ପ୍ରମୋସନର ଯୋଗ ଅଛି.ପ୍ରତିକାର : କାହାରିଠାରୁ ମାଗଣା କୌଣସି ଦ୍ରବ୍ୟ ଗ୍ରହଣ କରିବେ ନାହିଁ କନ୍ୟା – କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇପାରୁ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ।ଶରୀରରେ ଆଳସ୍ୟ, ଏବଂ ଅଣନିଶ୍ୱାସୀ ହୋଇପାରେ। ସ୍ଵାସ୍ଥ୍ୟ ନରମ-ଗରମ ରହିବ। କୌଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପରିଶ୍ରମରେ ଶେଷରେ ସବୁ ଠିକ ହୋଇଯିବ। ସନ୍ତାନମାନଙ୍କ ବିଷୟରେ ଟିକେ ଚିନ୍ତା ହୋଇପାରେ।ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ। ତୁଳା – ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ। ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ। ଭାଇ-ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ। ଭାଗ୍ୟବୃଦ୍ଧି ହେବ ,ପ୍ରତିକାର : ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ ।ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ବିଛା – ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ,ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ । ଯଦି ଆପଣ କୌଣସି ଅସୁବିଧାରେ ପଡୁଛନ୍ତି , ତେବେ ଆପଣ ନିଜର ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ । ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ କଟିବ। ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ଅଛି,ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ । ଧନୁ – ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ । ବହୁତ ଭାବି ଚ଼ିନ୍ତି କାହାକୁ କୌଣସି ପରାମର୍ଶ ଦିଅନ୍ତୁ ।ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷର ଅନୁଭବ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ସମାଜରେ ମାନ-ସମ୍ମାନ ମିଳିବ। ଉଚ୍ଚ ପଦାଧିକାରି ଏବଂ ବରିଷ୍ଠ ନାଗରୀକମାନଙ୍କ କୃପା ଆପଣ ଉପରେ ରହିବ,ପ୍ରତିକାର-ଅସହାୟଙ୍କୁ ନିରାଶ କରିବେ ନାହିଁ। ମକର – ଆଜି ଆପଣ ପରିବାରର କୌଣସି ସମସ୍ୟା ସମାଧାନ କରିବାକୁ ଚ଼େଷ୍ଟା କରିବେ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ । ସମସ୍ତେ ଆପଣଙ୍କ ଉପରେ ନିର୍ଭର କରିବାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ ।ପ୍ରଣୟ, ରୋମାନ୍ସ, ଯାତ୍ରା, ପର୍ଯ୍ୟଟନ ଏବଂ ମନୋରଞ୍ଜନରେ ଆପଣଙ୍କ ଆଜିର ଦିନ କଟିବ। ମିତ୍ରମାନଙ୍କ ସହିତ ଭୋଜନ କରିବାର ଅବସର ଆସିବ। ବସ୍ତ୍ରାଭୂଷଣ ଏବଂ ବାହନ ପ୍ରାପ୍ତିର ଯୋଗ ଅଛି। ଭାଗିଦାରୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ,ପ୍ରତିକାର : କଳା କୁକୁରର ସେବା କରନ୍ତୁ କୁମ୍ଭ – ଆପଣଙ୍କ ମଧ୍ୟରୁ ଯେଉଁମାନେ ପରିବାର ଠାରୁ ଦୂରରେ ଅଛନ୍ତି ସେମାନେ ନିଜ ପରିବାର ସହିତ ଭଲ ସମୟ କଟାଇପାରିବେ । ଆପଣ ଏହି ସମୟର ଉପଯୋଗ ପୁରୁଣା ସ୍ମୃତିକୁ ମନେ ପକାଇବାରେ ବ୍ୟବହାର କରିପାରିବେ । ଗୋଟେ ପରେ ଗୋଟେ ସମସ୍ୟାର କାରଣରୁ ଆପଣଙ୍କର ମାନସିକ ଶାନ୍ତି ଭଙ୍ଗ ହୋଇପାରେ । ଏହାର ଉପାୟ ଏହି କି ଆପଣ ଗୋଟେ ଗୋଟେ କରି ସମସ୍ୟା ଗୁଡ଼ିକୁ ସମାଧାନ କରନ୍ତୁ ।ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବା ପାଇଁ ବହୁତ ଭଲ ଯୋଗ ଅଛି। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ବାଦ-ବିବାଦରେ ପଡ଼ନ୍ତୁ ନାହିଁ,ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ମୀନ – ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ,ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ ।ଭୁଲ ବୁଝାବଣା ଏବଂ ନକାରାତ୍ମକ ବ୍ୟବହାର ଆପଣଙ୍କ ଚିତ୍ତରେ ଗ୍ଲାନିର ଭାବ ସୃଷ୍ଟି କରିବ। ସ୍ଵାସ୍ଥ୍ୟରେ ବିଶେଷରୂପରେ ଆଖିରେ ଅସୁବିଧା ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବ। କାମରେ ସନ୍ତୋଷର ଭାବନା ଆସିବ Related Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… November 3, 2022 ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… November 2, 2022 ୨୮ Octover ୨୦୨୨ ଶନିବାର,ଆଜିର ରାଶିଫଳ,କିପରି ରହିବ ଆଜି ଆପଣଙ୍କ ଦିନ,ଏମାନେ ପାଇବେ ଖୁସି ଖବର… October 28, 2022 Post navigation Previous Article ବାପା କୋଟିପତି କିନ୍ତୁ ପୁଅ ହେଲା ଯୋଗୀ, ୧୨ବର୍ଷ ବୟସରେ କୋଟି କୋଟି ଟଙ୍କାର ଗାଡି ଛାଡି ଦୀକ୍ଷା ନେଲା – କାରଣ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ.. Next Article ଭାରତୀୟ ସେନା ପାଇଁ ମହିନ୍ଦ୍ରା ଅଟୋମୋବାଇଲ୍ସ ବନାଇଲେ ବୁଲେଟ୍ ପ୍ରୁଫ୍ ଜିପ୍ , ଏହା ଉପରେ ବମ ପକେଇଲେ ମଧ୍ୟ କିଛି କ୍ଷତି ହେବନାହିଁ ଯବାନ ମାନକର.. About Odia Express View all posts by Odia Express → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Search for: Recent Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି…
2022-11-26T12:27:59Z
https://www.odiaexpress.net/2019/07/18/19-july-rasiphala/
OSCAR-2301
ସାବତ ମାଆ ତା’ର ସାବତ ପୁଅ ସହିତ ପ୍ରତିଦିନ କରୁଥିଲା ଏମିତି କାମ, ଯାହାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ…. – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home सूचना प्रविधि ସାବତ ମାଆ ତା’ର ସାବତ ପୁଅ ସହିତ ପ୍ରତିଦିନ କରୁଥିଲା ଏମିତି କାମ, ଯାହାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ…. ସାବତ ମାଆ ତା’ର ସାବତ ପୁଅ ସହିତ ପ୍ରତିଦିନ କରୁଥିଲା ଏମିତି କାମ, ଯାହାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ…. सूचना प्रविधि Share ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେବାରେ ଲାଗିଛି । ଆଜି ଆଉ ସ୍ବାମୀ ସ୍ତ୍ରୀ, ବାପା ପୁଅ , ଦିଅର ଭାଉଜ ଭାଇ ଭାଇ କିମ୍ବା ଗୁରୁ ଶିଷ୍ୟ ଏମିତିକି ମାଁ ପୁଅ କୁହନ୍ତୁ କେଉଁଠି ବି ଉତ୍ତମ ସଂପର୍କ ନାହିଁ । ବର୍ତ୍ତମାନର ଯୁବପିଢି ଏତେ ଖରାପ ଗତିରେ ଆଗୁଛନ୍ତି ଯେ ମାଁ ପୁଅ ସମ୍ପର୍କ ପରି ଏକ ପବିତ୍ର ସମ୍ପର୍କର ମୁଲ୍ୟ କୁ ମଧ୍ୟ ଏମାନେ ପାଦରେ ଆଡେଇ ଦେଇ ନିଜର ପାପ ପ୍ରେମ ସହ ବ୍ୟସ୍ତ ରହୁଛନ୍ତି । ଆଉ ଯାହାର ସମସ୍ତ କୁପ୍ରଭାବ ଆଗାମୀ ଯୁବପିଢିଙ୍କ ଉପରେ ପଡୁଛି । ତେବେ ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଲଜ୍ୟା ଜନକ ଅଟେ । ଏହି ନିନ୍ଦନୀୟ ଘଟଣାଟି ଘଟିଛି ହଲଦ୍ୱାନି ରେ । ତେବେ ଏଠାରେ ଯେଉଁ ଘଟଣା ଘଟିଛି ତାହା କହିବା ପାଇଁ ମଧ୍ୟ ଯୋଗ୍ୟ ନୁହଁ । ଯାହା ସମାଜରେ ଆଦୌ ଗ୍ରହଣୀୟ ନୁହଁ କିମ୍ବା ଉପସ୍ଥାପନର ଯୋଗ୍ୟ ମଧ୍ୟ ନୁହଁ । ଘଟଣାଟି ହେଉଛି ଜଣେ ମାଆ ତାର ସାବତ ପୁଅ ସହିତ ଯୋୖନ ସମ୍ପର୍କ ରଖିବା ସାମ୍ନାକୁ ଆସିଛି । ମାମଲାଟି ସେହି ଅଞ୍ଚଳର ଭୋଟିଆ ପଡାଓ କ୍ଷେତ୍ରର । ଆଉ ଏହି ଘଟଣାରେ ନିଜ ସ୍ୱାମୀକୁ ଯେତେବେଳେ ସ୍ତ୍ରୀ ର ଏହି ଅନୈତିକ କାର୍ଯ୍ୟ ଏବଂ କଳା କାରନାମା ବିଷୟରେ ଜଣା ପଡିଥିଲା । ସେତେବେଳେ ସେ ପତ୍ନୀ ଙ୍କ ବିରୋଧରେ କୋତବଲି ଥାନାରେ ଯାଇ ଅଭିଯୋଗ ମଧ୍ୟ କରିଥିଲେ। ଏହାପରେ ପୋଲିସ୍ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଘଟଣା ସମ୍ପର୍କରେ ଯାଞ୍ଚ କରୁଛନ୍ତି । ପୋଲିସ୍ ର କହିବା ଅନୁସାରେ ଉକ୍ତ ବ୍ୟକ୍ତି ଜଣଙ୍କ ଭୋଟିଆ ପଡାଓର ବାସିନ୍ଦା ଏବଂ ତାଙ୍କର ପ୍ରଥମ ସ୍ତ୍ରୀ ମୃତ୍ୟୁ ବରଣ କରି ସାରିଛନ୍ତି । ତାଙ୍କର ଏକ 14 ବର୍ଷର ପୁଅଟେ ରହିଛି । Related Posts Teeth Tips – ମାତ୍ର 2 ମିନିଟରେ 2ଟି ପେଡା ପତ୍ର କଳା ଦାନ୍ତ (… Dec 6, 2022 ଦେଖନ୍ତୁ viral ଭିଡ଼ିଓ-“ସେକ୍ସି ବିଲ୍ଲି ଗୀତ ମୋ ଜୀବନର ମୋଡ଼… Nov 29, 2022 ମାଣବସା ଗୁରୁବାରରେ ଦେଖିବାକୁ ମିଳିଲା ଆଶ୍ଚର୍ଯ୍ୟ ଦୃଶ୍ୟ,ଭକ୍ତଙ୍କ… Nov 26, 2022 ହଠାତ୍ ପତି ପତ୍ନୀଙ୍କ ଭିତରେ ଦିନେ କୌଣସି କଥାକୁ ନେଇ ଝଗଡ଼ା ହେବା ପରେ ପତ୍ନୀ ସ୍ଵାମୀଙ୍କ ନାମରେ ଉତ୍ପୀଡନ ର କେଶ୍ ଲଗାଇ ତାଙ୍କ ନାମରେ ମହିଳା ହେଲ୍ପ ଲାଇନରେ ଅଭିଯୋଗ କରି ନିଜ ବାପ ଘରକୁ ଚାଲିଗଲେ । ଆଉ ଏହାପରେ ସେ ଦେଖିବାକୁ ପାଇଲେ ଯେ ତାଙ୍କ 14 ବର୍ଷର ପୁଅ ବହୁତ ଚିନ୍ତାରେ ରହୁଛି। ଆଉ ଏହା ଦେଖି ବାପା ପୁଅକୁ ଏହାର କାରଣ ପଚାରିବାରୁ ପୁଅଟି କହିଥିଲା ଯେ ଘରୁ ଯିବା ପରେ ତାର ସାବତ ମାଆ ତାସହିତ ଯୌନ ସମ୍ପର୍କ ରଖିବା ପାଇଁ ତାକୁ ବାଧ୍ୟ କରୁଥିଲା ଏବଂ ଅନେକ ଥର ସେ ଏଭଳି ଲଜ୍ୟାଜନକ କାର୍ଯ୍ୟ ମଧ୍ୟ ତା ସହିତ ଘଟାଇଛନ୍ତି । ଯେଉଁ କାରଣରୁ ସେ ଏଭଳି ଗଭୀର ଭାବରେ ମାନସିକ ସ୍ତରରେ ଆଘାତ ପାଇଛନ୍ତି । ବାପା ସବୁକଥା ଜାଣିବା ପରେ ପତ୍ନୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ଏବଂ ମାମଲା ରୁଜୁ ହୋଇଥିଲା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ଝିଅ ତିଆରି କଲେ ଏହି ଜିନିଷ ଯାହା ଦ୍ୱାରା ରୋକି ପାରିବ ଦୁଷ୍କର୍ମ , ଏହି ଝିଅର ସାହାସିକତା ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ……
2022-12-08T13:30:09Z
https://live43today.com/sab-at-ma-sha-me-tar-sa-b/
OSCAR-2301
ନୂଆଦିଲ୍ଲୀ: ଏଲୋପାଥିକୁ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବାବା ରାମଦେବ ବର୍ତ୍ତମାନ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରରେ ଯାଚିକା ଦାୟର କରି ନିଜ ବିରୋଧରେ ରୁଜୁ ସମସ୍ତ ଏଫଆଇଆରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ରାମଦେବ ଆବେଦନରେ ଆଇଏମଏ ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ଏଫଆଇଆରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ରାମଦେବଙ୍କ ବିରୋଧରେ ଆଇଏମଏ ପାଟନା ଓ ରାୟପୁର ୟୁନିଟ୍ ପକ୍ଷରୁ କେସ ରୁଜୁ ହୋଇଛି। ରାମଦେବ ଏହି ଦୁଇଟି ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ମଧ୍ୟ ଦାବି କରିଛନ୍ତି। ଜୟପୁର ପୋଲିସ ଗତ ସପ୍ତାହ ବାବା ରାମଦେବଙ୍କ ବିରୋଧରେ ଏଲୋପାଥି ଚିକିତ୍ସା ପଦ୍ଧତି ଓ ଔଷଧକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଏଫଆଇଆର ରୁଜୁ କରିଥିଲା। ସେହି ପରି ଇଣ୍ଡିଆନ ମେଡିକାଲ ଆସୋସିଏସନ, ଛତିଶଗଡ ୟୁନିଟ୍ ପକ୍ଷରୁ ମଧ୍ୟ ବାବାଙ୍କ ବିରୋଧରେ କେସ୍ ଦିଆଯାଇଥିଲା। ଯୋଗ ଗୁରୁଙ୍କ ବିରୋଧରେ ମହାମାରୀକୁ ନେଇ ବେପରୁଆ ବୟାନ ଦେବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା।
2022-12-08T12:13:30Z
https://www.odishalink.com/2021/06/23/ramdev-moves-sc-seeking-stay-on-multiple-firs-against-him-for-remarks-over-allopathy/
OSCAR-2301
ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ୭ଟି ଦାମୀ କାର୍ ଜବତ। ଅମିତାଭ ବଚ୍ଚନଙ୍କ ନାଁରେ ଥିବା ଏକ ଦାମୀ ରୋଲ୍ସ-ରୟସ ଫାଣ୍ଟମ କାର୍ ସମେତ ୭ଟି ଲକଜରି କାର ଜବତ କରିଛି କର୍ଣ୍ଣାଟକ ପରିବହନ ବିଭାଗ। ଫିଲ୍ମ ଏକଲବ୍ୟର ରିଲିଜ ପରେ ୨୦୦୭ରେ ଏହି କାରକୁ ଅମିତାଭ ବଚ୍ଚନଙ୍କୁ ଗିଫ୍ଟ ଦେଇଥିଲେ ନିର୍ମାତା ବିଧୁ ବିନୋଦ ଚୋପ୍ରା। ଯଦିଓ ଏହି କାରକୁ ବିଗ୍ ବି ୨୦୧୯ରେ ଉମରା ଡେଭଲପର୍ସର ମାଲିକ ୟୁସୁଫ ସରିଫ ଓରଫ ଡି.ବାବୁଙ୍କୁ ବିକ୍ରି କରିଥିଲେ ତଥାପି ଏହାକୁ ଆଜିଯାଏଁ ବ୍ୟବହାର କରୁଥିଲେ। ଉପଯୁକ୍ତ କର ଦାଖଲ ନ କରିବା, କାଗଜପତ୍ର ଅପଡେଟ ନ କରିବା ଆଦିକ କାରଣରୁ ଏହି କାର୍ ଜବତ ଯାଇଛି। ଏହି ୭ କାର୍ ମଧ୍ୟରୁ ୫ଟି କାର୍ ପୁଡୁଚେରୀରେ ପଞ୍ଜିକୃତ ହୋଇଥିବାବେଳେ ସ୍ଥାନୀୟ ୟୁବି ସିଟିରେ ପାର୍କିଂ ହୋଇ ରହିଥିଲା। ସେହିପରି ରୋଡ ଟାକ୍ସ ଉପଯୁକ୍ତ ପରିମାଣର ବନ୍ଧା ଯାଇ ନଥିବାବେଳେ ବୀମା ଅବଧି ବି ସରିଯାଇଥିଲା। ୟୁସୁଫ କହିଛନ୍ତି, ଗତ ୨୦୧୯ରେ ସେ ଏହି କାରକୁ ଅମିତାଭଙ୍କଠାରୁ ୬ କୋଟି ଟଙ୍କା ଦେଇ କ୍ରୟ କରିଥିଲେ। ତେବେ କାରର ଆବଶ୍ୟକ କାଗଜପତ୍ର ତାଙ୍କ ନିକଟରେ ନାହିଁ।
2022-12-08T13:08:49Z
https://www.odishalink.com/2021/08/24/police-seized-amitabh-bachchans-luxury-cars/
OSCAR-2301
ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍‌। ସେମି ଫାଇନାଲରେ ପ୍ରବେଶ କରିଛି ଦଳ। ଆଜି ଖେଳା ଯାଇଥିବା ଏକ କ୍ୱାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି। ଦଳ ତରଫରୁ ଏହି ଏକମାତ୍ର ଗୋଲ୍ ଦେଇଥିଲେ ଗୁରଜୀତ କୌର। ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍‌। ସେମି ଫାଇନାଲ୍‌ରେ ଦଳ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ। ଭାରତୀୟ ମହିଳା ହକି ଦଳକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। Glory awaits! Congratulate Indian Women’s #Hockey Team on registering a thumping victory in the quarter-final against Australia at #Tokyo2020. May the team continue its winning streak & bring glory to the country. Wish the team all the best.#Cheer4India @thehockeyindia — Naveen Patnaik (@Naveen_Odisha) August 2, 2021 ସେପଟେ, ଭାରତୀୟ ପୁରୁଷ ହକି ଦଳ କ୍ୱାର୍ଟର ଫାଇନାଲରେ ଭାରତ ଚମକପ୍ରଦ ପ୍ରଦର୍ଶନ କରିଛି । ସେମିଫାଇନାଲ ଓ ଫାଇନାଲରେ ମଧ୍ୟ ଟିମ ଏହି ଧାରା ବଜାୟ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଜାତୀୟ କ୍ରୀଡା ହକିର ବିକାଶରେ ଓଡ଼ିଶାର ବହୁ ଅବଦାନ ରହିଛି । ଓଡ଼ିଶା ସରକାର ୨୦୧୮ ମସିହାରୁ ୫ ବର୍ଷ ଯାଏ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଟିମର ପ୍ରାୟୋଜକ ଅଛନ୍ତି।
2022-12-04T12:03:30Z
https://www.odishalink.com/2021/08/02/tokyo-olympics-india-womens-hockey-team-in-semifinals/
OSCAR-2301
ଢାକା: ଭାରତୀୟ ମହିଳା ଦଳକୁ ଟି-୨୦ ଏସିଆ କପରେ ହରାଇ ରେକର୍ଡ କରିଛି ପାକିସ୍ତାନ। ୨୦୧୬ ପରଠାରୁ ଭାରତ ବିପକ୍ଷରେ ଗୋଟିଏ ହେଲେ ବି ଟି-୨୦ ମ୍ୟାଚ୍‌ ଜିତି ନଥିବା ପାକିସ୍ତାନ ମହିଳା ଦଳ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ବାଂଲାଦେଶରେ ଚାଲିଥିବା ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ମ୍ୟାଚ୍‌ରେ ପାକିସ୍ତାନ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତକୁ ରୋମାଞ୍ଚକ ଭାବେ ୧୩ ରନରେ ହରାଇ ଦେଇଛି। ଏଥିସହ ଏସିଆ କପରେ ଭାରତୀୟ ମହିଳା ଦଳ ଜାରି ରଖିଥିବା ବିଜୟ ରଥରେ ମଧ୍ୟ ବ୍ରେକ ଲାଗିଛି। ଦିନକ ତଳେ ପାକିସ୍ତାନ ମହିଳା ଟିମ୍‌ ଅତ୍ୟନ୍ତ ଦୁର୍ବଳ ଥାଇଲ୍ୟାଣ୍ଡ ଠାରୁ ହାରି ଯାଇଥିଲା। ହେଲେ ଆଜି ଦଳ ଦମଦାର କମବ୍ୟାକ କରି ଶକ୍ତିଶାଳୀ ଭାରତକୁ ହରାଇ ଦେଇଛି। ପାକିସ୍ତାନ ୨୦୧୬ରୁ କ୍ରମାଗତ ୫ଟି ଟି-୨୦ ମ୍ୟାଚରେ ଭାରତକୁ ଭେଟିଥିଲା ବେଳେ ସବୁଥିରେ ହାରିଥିଲା। ଶେଷଥର ପାଇଁ ୨୦୧୬ ମସିହା ମାର୍ଚ୍ଚ ୧୯ରେ ପାକିସ୍ତାନ ମହିଳା ଦଳ ଦିଲ୍ଲୀରେ ଆୟୋଜିତ ମହିଳା ଟି-୨୦ ବିଶ୍ୱକପରେ ଭାରତକୁ ହରାଇଥିଲେ। ଏବେ ୨୦୨୨ରେ ଏହାର ପୁନରାବୃତ୍ତି ହୋଇଛି। ତଥାପି ମୋଟ ଉପରେ ଦେଖିବାକୁ ଗଲେ ଉଭୟ ଦେଶ ୧୩ଟି ଟି-୨୦ରେ ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୦ଟିରେ ଜିତିଛି। ଆହୁରି ପଢ଼ନ୍ତୁ ବିମାନଯାତ୍ରା ବେଳେ ହଜିଗଲା ଲଗେଜ୍, ମିଳିଲାନି ଖାଦ୍ୟ; ରାଗିଗଲେ… 2 hours ago କାଲିଠୁ ବାଂଲାଦେଶ ବିପକ୍ଷ ସିରିଜ୍‌: ଶାମି ଆଉଟ, ଉମ୍ରାନ ଇନ୍‌ 13 hours ago ଆଜିର ମ୍ୟାଚ୍‌ରେ ପାକିସ୍ତାନ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୩୭ ରନ କରିଥିଲା। ପାକିସ୍ତାନ ମହିଳା ଦଳ ପାଇଁ ନିଦା ଦର ଅପରାଜି ୩୭ ବଲରେ ୫୬ ରନର ଇନିଂସ ଖେଳିଥିବା ବେଳେ ଅଧିନାୟକ ବିସମା ମାରୁଫ ୩୨ ରନ କରିଥିଲେ। ଏହି ଦୁଇ ବଡ଼ ଇନିଂସ ବଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୩୭ ରନ କରିଥିଲା। ଏହାର ଜବାବରେ ଭାରତୀୟ ମହିଳା ଦଳ ୧୯.୪ ଓଭରରେ ୧୨୪ ରନ କରି ଅଲଆଉଟ ହୋଇଯାଇଛି। ଭାରତ ପାଇଁ ଶେଷ ଭାଗରେ ରିଚା ଘୋଷ ୧୩ ବଲରେ ୨୬ ରନ କରିଥିଲେ ମଧ୍ୟ ଏହା ମ୍ୟାଚ୍‌ ଜିତିବା ପାଇଁ ଯଥଷ୍ଟ ନଥିଲା। ସେ ୧୯ତମ ଓଭରରେ ଆଉଟ ହେବା ପରେ ଭାରତର ବିଜୟ ଆଶା ମଧ୍ୟ ମଉଳି ଯାଇଥିଲା। ଭାରତ ପକ୍ଷରୁ ଓପନର ଏସ୍‌ ମେଘନା ୧୬, ସ୍ମୃତି ମନ୍ଧାନା ୧୭, ମଧ୍ୟକ୍ରମରେ ଡାୟାଲନ ହେମଲତା ୨୦ ରନ, ଦୀପ୍ତି ଶର୍ମା ୧୬ ଓ ଅଧିନାୟକ ହରମନପ୍ରୀତ କୌର ୧୨ ରନ କରିବାକୁ ସକ୍ଷମ ହୋଇଛନ୍ତି। ସବୁବେଳେ ୪ କିମ୍ବା ୫ନଂରେ ବ୍ୟାଟିଂ କରୁଥିବା କୌର ଆଜି ୭ନଂରେ କ୍ରିଜ୍‌କୁ ଆସିଥିଲେ। ହଠାତ୍‌ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ ପାଇଁ ଭାରତକୁ ମ୍ୟାଚ୍ ହରାଇବା ପାଇଁ ପଡ଼ିଲା ବୋଲି ଅନେକ ମତ ରଖିଛନ୍ତି। ଏସିକିଆ କପରେ ଉଭୟ ଭାରତ ଓ ପାକିସ୍ତାନ ସମାନ ୪ଟି ଲେଖାଏ ମ୍ୟାଚ୍‌ ଖେଳି ୬ ପଏଣ୍ଟ ହାତେଇଛନ୍ତି। ଏବେ ଉଭୟ ଦଳ ପାଖରେ ଦୁଇଟି ଲେଖାଏ ମ୍ୟାଚ୍‌ ବାକି ରହିଛି। ଭାରତୀୟ ମହିଳା ଦଳ ଗ୍ରୁପ ପର୍ଯ୍ୟାୟର ଶେଷ ଦୁଇ ମ୍ୟାଚ୍‌ରେ ବାଂଲାଦେଶ ଓ ଥାଇଲ୍ୟାଣ୍ଡକୁ ଭେଟିବ। ସେହିପରି ପାକିସ୍ତାନ ତା’ର ଶେଷ ଦୁଇ ମ୍ୟାଚ୍‌ ୟୁଏଇ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଗ୍ରୁପ ପର୍ଯ୍ୟାୟର ଟପ୍‌ ୪ ଟିମ ସେମି ଫାଇନାଲକୁ ଯିବେ। ଏହାପରେ ଅକ୍ଟୋବର ୧୫ରେ ଏସିଆ କପ ଫାଇନାଲ ଖେଳାଯିବ।
2022-12-03T18:28:49Z
https://odishareporter.in/sports/cricket/india-loses-to-pakistan-in-wt20is-for-the-first-time-in-six-years-772104
OSCAR-2301
BRICS Summit: ଜୁନ ୨୪ରେ ହେବ ବ୍ରିକ୍ସ ସମ୍ମିଳନୀ; ପୁଟିନଙ୍କ ଉପରେ ରହିବ ସମସ୍ତଙ୍କ ନଜର Narendra Modi Xi Jinping Vladimir Putin come together at brics summit 2022– News18 odia ଟ୍ରେଣ୍ଡିଙ୍ଗ CHANGE LANGUAGE ଓଡ଼ିଆ ENGLISHहिन्दी मराठीગુજરાતીঅসমীয়া ಕನ್ನಡ বাংলা മലയാളം తెలుగు ਪੰਜਾਬੀ اردو ଓଡ଼ିଆ WATCH LIVE TV DOWNLOAD APP FOLLOW US ON Trending Topics :#Odisha#CoronaVirus ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ നിങ്ങളുടെ നഗരം തിരഞ്ഞെടുക്കുക തിരുവനന്തപുരം കൊച്ചി കോഴിക്കോട് മലപ്പുറം കണ്ണൂർ കാസർഗോഡ് ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ » BRICS Summit: ଜୁନ ୨୪ରେ ହେବ ବ୍ରିକ୍ସ ସମ୍ମିଳନୀ; ପୁଟିନଙ୍କ ଉପରେ ରହିବ ସମସ୍ତଙ୍କ ନଜର BRICS Summit: ଜୁନ ୨୪ରେ ହେବ ବ୍ରିକ୍ସ ସମ୍ମିଳନୀ; ପୁଟିନଙ୍କ ଉପରେ ରହିବ ସମସ୍ତଙ୍କ ନଜର BRICS Summit: ବ୍ରିକ୍ସ ହେଉଛି ବିଶ୍ବର ପାଞ୍ଚଟି ଅଗ୍ରଣୀ ତଥା ଉଦୀୟମାନ ଅର୍ଥନୀତିର ଏକ ଗୋଷ୍ଠୀ। ଏହି ଗୋଷ୍ଠୀରେ ବ୍ରାଜିଲ, ଋଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକା ଅନ୍ତର୍ଭୁକ୍ତ। ଜୁନ ୨୪ରେ ହେବ ବ୍ରିକ୍ସ ସମ୍ମିଳନୀ News18 Odia Last Updated : May 28, 2022, 11:22 IST Share this: News18 Odia News18 Odia Digital BRICS Summit: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଚୀନର ରାଜଧାନୀ ବେଜିଂରେ ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୨ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ତିନୋଟି ମହାଶକ୍ତି ଭାରତ, ଋଷ ଓ ଚୀନ ଏକାଠି ନଜର ଆସିବେ। ଯଦିଓ, ଏହି ସଭା ଭର୍ଚୁଆଲ୍ ହେବାକୁ ଯାଉଛି କିନ୍ତୁ ଏହି ସମୟରେ ସମସ୍ତ ପ୍ରୋଟୋକଲ୍ ଅନୁସରଣ କରାଯିବ। ୟୁକ୍ରେନ ସଙ୍କଟ ମଧ୍ୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଥମ ଥର ପାଇଁ ଏକ ପ୍ରମୁଖ ସଭାରେ ଯୋଗଦେବାକୁ ଯାଉଥିବାରୁ ଏହି ସଭାରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ପୁଟିନଙ୍କ ବିବୃତ୍ତିରେ ସମଗ୍ର ବିଶ୍ୱର ଆଖି ରହିବ। ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ମେ ୧୯ରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କର ଏକ ବୈଠକରେ ସମ୍ବୋଧିତ କରିଥିଲେ। ଏଥିରେ ପରସ୍ପରର ମୌଳିକ ସ୍ୱାର୍ଥ ଓ ପ୍ରମୁଖ ଚିନ୍ତାଧାରାକୁ ଦୃଷ୍ଟିରେ ରଖି ପରସ୍ପରର ସାର୍ବଭୌମତ୍ୱ, ସୁରକ୍ଷା ତଥା ବିକାଶର ସ୍ୱାର୍ଥ ବିଷୟରେ ଆଲୋଚନା କରିଥିଲେ। ସର୍ବୋଚ୍ଚତା ଓ ଶକ୍ତି ରାଜନୀତିକୁ ସମ୍ମାନ ଓ ବିରୋଧ କରିବାକୁ କୁହାଯାଇଛି। ଏହି ବୈଠକରେ ଋଷ-ୟୁକ୍ରେନ ଯୁଦ୍ଧ ଆଲୋଚନା ହେବାର ସମ୍ଭାବନା ନାହିଁ ଏହି ବୈଠକରେ ଚୀନ ଏହାର ନୂଆ ବିଶ୍ୱ ସୁରକ୍ଷା ପଦକ୍ଷେପ ପାଇଁ ସମର୍ଥନ ପାଇବାକୁ ଚେଷ୍ଟା କରିବ। ତେବେ ଏହି ସଭାରେ ଋଷ-ୟୁକ୍ରେନ ଯୁଦ୍ଧ ବିଷୟରେ ଆଲୋଚନା ହେବାର ସମ୍ଭାବନା କମ୍, କାରଣ ଏହା ପୂର୍ବରୁ ମଧ୍ୟ ଭାରତ ଓ ଚୀନ ଋଷ ବିରୁଦ୍ଧରେ ଖୋଲାଖୋଲି ଭାବେ କହିବାକୁ ବାରଣ କରିଥିଲେ। ବ୍ରିକ୍ସ ବୈଠକରେ ସମସ୍ତ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଅର୍ଥନୈତିକ ଓ ବାଣିଜ୍ୟିକ ସହଯୋଗ, ବ୍ରିକ୍ସ ବ୍ୟବସାୟ ପରିଷଦ, ନବସୃଜନ ସହଯୋଗ, କଷ୍ଟମ୍ସ ସହଯୋଗ, କଣ୍ଟିଜେନ୍ସି ରିଜର୍ଭ ଚୁକ୍ତି ଓ ନୂଆ ବିକାଶ ବ୍ୟାଙ୍କ ମଧ୍ୟରେ ରଣନୈତିକ ସହଯୋଗ ଉପରେ ଆଲୋଚନା ହେବ। ମୋଦି ଚୀନ ଉପରେ ଆକ୍ରମଣ କରିପାରନ୍ତି ବ୍ରିକ୍ସ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଚୀନକୁ ପଛରେ ପକାଇ ପାରିବେ। ପୂର୍ବାଞ୍ଚଳ ଲଦାଖ ପ୍ରସଙ୍ଗ ଓ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଚୀନକୁ ଟାର୍ଗେଟ କରିପାରନ୍ତି। ଏହା ବ୍ୟତୀତ ଚୀନ ଦ୍ୱାରା ଚାଲିଥିବା ବେଆଇନ ନିର୍ମାଣ ଉପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କହିପାରନ୍ତି। ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ ଏହାପୂର୍ବରୁ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଡ. ଜୟଶଙ୍କର କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଶକ୍ତି ଓ ଖାଦ୍ୟ ମୂଲ୍ୟର ଚାହିଦା ବଢ଼ାଇ ଦେଇଛି ଯାହା ବିଶ୍ବର ଉନ୍ନତି ପାଇଁ ନିୟନ୍ତ୍ରିତ ହେବା ଆବଶ୍ୟକ। ସେ କହିଛନ୍ତି ଯେ ବ୍ରିକ୍ସ ସାର୍ବଭୌମତ୍ୱ ସମାନତା, ଆଞ୍ଚଳିକ ଅଖଣ୍ଡତା, ଆନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ ବାରମ୍ବାର ପ୍ରମାଣିତ କରିଛି। ବ୍ରିକ୍ସ ଆତଙ୍କବାଦ, ବିଶେଷକରି ସୀମା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଦେଖାଇବା ଉଚିତ୍। ମିଳିତ ଭାବେ ଜଳବାୟୁ କାର୍ଯ୍ୟ ଓ ଜଳବାୟୁ ନ୍ୟାୟ ପାଇଁ ବିକଶିତ ଦେଶମାନଙ୍କ ଦ୍ୱାରା ସମ୍ବଳର ବିଶ୍ୱସନୀୟ ପ୍ରତିବଦ୍ଧତା ପାଇଁ ଆମେ ଏକାଠି ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏକ ବିଶ୍ୱସ୍ତରୀୟ ଓ ଡିଜିଟାଲ ଦୁନିଆ ବିଶ୍ୱାସ ଓ ସ୍ୱଚ୍ଛତାକୁ ଉପଯୁକ୍ତ ସମ୍ମାନ ଦେବ। ସ୍ଥାୟୀ ବିକାଶ ଲକ୍ଷ୍ୟଗୁଡିକ ବିସ୍ତୃତ ଭାବରେ ହାସଲ ହେବା ଆବଶ୍ୟକ। ଗତ ସପ୍ତାହରେ ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବ୍ରିକ୍ସ ଦେଶମାନେ ବଡ଼ ଧରଣର ମହାମାରୀ ପାଇଁ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ପ୍ରଣୟନ କରିବାକୁ ରାଜି ହୋଇଥିଲେ। ବ୍ରିକ୍ସ କଣ? ବ୍ରିକ୍ସ ହେଉଛି ବିଶ୍ବର ଅଗ୍ରଣୀ ଉଦୀୟମାନ ଅର୍ଥନୀତି ଯେଉଁଥିରେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାର ଗୋଷ୍ଠୀକରଣ ପାଇଁ ଏକ ସଂକ୍ଷିପ୍ତ ଶବ୍ଦ। ବ୍ରିକ୍ସ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରର ସର୍ବୋଚ୍ଚ ନେତା ପ୍ରତିବର୍ଷ ଅଧ୍ୟକ୍ଷତା କରନ୍ତି। ଏଥର ଚୀନ ହୋଷ୍ଟିଂ ଦାୟିତ୍ବ ପାଇଛି। Published by:Lipina Das First published: May 28, 2022, 11:22 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Brics summit 2022Narendra ModiVladimir putinXi Jinping ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର RBIର ବଡ଼ ଘୋଷଣା; ଡିସେମ୍ବର ୧ରେ ଆସିବ ଡିଜିଟାଲ ଟଙ୍କା ହକି ବିଶ୍ଵକପ୍ ପୂର୍ବରୁ ବିଏମସିର ପ୍ରସ୍ତୁତି; ସହରକୁ ସରସ ସୁନ୍ଦର କରିବାକୁ ପ୍ରୟାସ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ଯୁକ୍ରେନ ଯୁଦ୍ଧ ପରେ ଦେଶକୁ ଫେରିଥିବା ଛାତ୍ର; ଜାଣନ୍ତୁ କାହିଁକି ଆସନ୍ତା କାଲି ଠାରୁ ଆରମ୍ଭ ହେବ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ମା' ହେବାକୁ ଯାଉଛନ୍ତି Rubina dilaik? କ୍ଲିନିକ୍ ବାହାରେ ସ୍ପଟ୍ ହେଲେ ଅଭିନେତ୍ରୀ ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
2022-11-29T19:08:57Z
https://odia.news18.com/news/trending/narendra-modi-xi-jinping-vladimir-putin-come-together-at-brics-summit-2022-2lpd-280522-lpd-107337.html
OSCAR-2301
ପ୍ରସନ୍ନ ହେଲେ ରାମଭକ୍ତ ହନୁମାନ, ଆସନ୍ତା କାଲି ଠାରୁ ଏହି ରାଶିର ବ୍ୟକ୍ତି ହେବେ କୋଟିପତି ! ଏଥିରେ ଆପଣଙ୍କ ରାଶି ଅଛି କି ? – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home ଜୀବନଚର୍ଯ୍ୟା ପ୍ରସନ୍ନ ହେଲେ ରାମଭକ୍ତ ହନୁମାନ, ଆସନ୍ତା କାଲି ଠାରୁ ଏହି ରାଶିର ବ୍ୟକ୍ତି ହେବେ କୋଟିପତି ! ଏଥିରେ ଆପଣଙ୍କ ରାଶି ଅଛି କି ? ପ୍ରସନ୍ନ ହେଲେ ରାମଭକ୍ତ ହନୁମାନ, ଆସନ୍ତା କାଲି ଠାରୁ ଏହି ରାଶିର ବ୍ୟକ୍ତି ହେବେ କୋଟିପତି ! ଏଥିରେ ଆପଣଙ୍କ ରାଶି ଅଛି କି ? ଜୀବନଚର୍ଯ୍ୟା Share ମଣିଷ ଯାହା ବି କରିଥାଏ ବା ଭୋଗ କରିଥାଏ ସେସବୁ ସେ ଜନ୍ମ ହେବା ସମୟରେ ତାର ଜନ୍ମ କୁଣ୍ଡଳୀ ତିଆରି କରାଯାଇଥାଏ ଏବଂ ସେ ସବୁ ସେହିଥିରେ ଲେଖା ଯାଇଥାଏ । ଆଜି ରାତି ଠାରୁ ଗ୍ରହ ମାନଙ୍କର ପରିବର୍ତ୍ତନ ହେବାକୁ ଯାଉଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ 5ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି , ଯାହାକି ଭଗବାନ ବଜରଙ୍ଗବଲିଙ୍କ କୃପାରୁ ହେବାକୁ ଯାଉଛି । ଏହି ରାଶି ମାନଙ୍କର ଜୀବନରେ ଧନ ବର୍ଷା ହେବାକୁ ଯାଉଛି । ଏହି ରାଶି ମାନଙ୍କରେ ଯେଉଁ ଲୋକମାନେ ରହିଛନ୍ତି ସେମାନେ କିଛି ପୂ୍ର୍ବରୁ କାର୍ଯ୍ୟ କରିଥିନ୍ତି ତାହାର ଶୁଭ ଫଳ ଏମାନଙ୍କୁ ଏବେ ମିଳିବାକୁ ଯାଉଛି । 1.ସିଂହ ରାଶି ଏହି ରାଶିର ଭାଗ୍ୟ ଏବେ ଅଚାନକ ଭାବେ ଚମକିବାକୁ ଯାଉଛି । ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିପାରେ ଏବଂ ଏମାନେ ବର୍ତ୍ତମାନ ସଫଳ ଜୀବନ ଅତିବାହିତ କରିବେ । ଏମାନଙ୍କ ଜୀବନରେ ଏବେ ଖରାପ ସମୟ ଶେଷ ହୋଇ ସାରିଛି ଏବଂ ଧନର ଆଗମନ ହେବେ । ଯାହା ଫଳରେ ଏହି ରାଶିକୁ ଏବେ କେବଳ ଲାଭ ହିଁ ଲାଭ ଦେଖିବାକୁ ମିଳିବ । ଏମାନଙ୍କ ଜୀବନରୁ ଏବେ ସବୁ ସମସ୍ୟା ପ୍ରଭୁ ହନୁମାନଙ୍କ କୃପାରୁ ସମାପ୍ତ ହୋଇଯିବ । 2.କନ୍ୟା ରାଶି – ଏମାନଙ୍କ ଜୀବନରୁ ଏବେ ଖରାପ ସମୟ ସମାପ୍ତ ହୋଇ ଯାଉଛି । ପ୍ରଭୁ ହନୁମାନଙ୍କ କୃପା କାରଣରୁ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । ଏ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହୁଥିଲା ତାହାର ଏବେ ଅନ୍ତ ହେବାକୁ ଯାଉଛୁ ।ବଜରଙ୍ଗବାଲୀ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡିବା କାରଣରୁ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଏହାସହିତ ଆପଣଙ୍କର ଧନଧାନ୍ୟର ବୃଦ୍ଧି ହେବାକୁ ଯାଉଛି । 3.ବୃଷ ରାଶି – Related Posts jitu das amrutabani – ତୁଳସୀ ପୂଜା ଭୁଲରେ ବି କରିବେ ନାହିଁ… Nov 10, 2022 ଯାଦୁ, କାଛୁ, କୁଣ୍ଡିଆ ( Fungal Infection ) ସବୁଦିନ ପାଇଁ ଭଲ… Aug 30, 2022 ପାଦ ଯନ୍ତ୍ରଣା ( Heel Pain ) ହେଲେ କ’ଣ କରିବେ ? | Dr. Prabha SP Aug 25, 2022 ଆପଣଙ୍କ ଜୀବନରେ ଯାହା ବି ଆର୍ଥିକ ସମସ୍ୟା ଚାଲୁଥିଲା, ତାହା ଏବେ ଅନ୍ତ ହେବାର ଅଛି । ବ୍ୟାପାରି ମାନେ ଅଧିକ ଧନ ଲାଭ ହେବାର ଦେଖିପାରିବେ । ଚାକିରି ପାଇଁ ଅପେକ୍ଷାରେ ଥିଲେ ସେମାନଙ୍କୁ ଅଳ୍ପ ଦିନରେ ଭଲ ଚାକିରିଟିଏ ମିଳିପାରେ । ଆପଣଙ୍କର ଭଲ ସମୟ ଆସି ଯାଇଛି । 4. କୁମ୍ଭ ରାଶି – ଆପଣଙ୍କର ଅଧୁରା ଇଚ୍ଛା ସବୁ ଏହି ସମୟରେ ପୂରଣ ହେବାକୁ ଲାଗିବ । ପ୍ରଭୁ ହନୁମାନ ବିଶେଷ କରି ଆପଣଙ୍କ ଉପରେ ଆଶିର୍ବାଦ ପ୍ରଦାନ କରିବେ । ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତ ହେବ ଏବଂ ଆର୍ଥିକ ସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ । ଅଚାନକ ଧନ ପ୍ରାପ୍ତି ହେବ । 5. ବିଛା ରାଶି ଏହି ରାଶି ଥିବା ବ୍ୟକ୍ତିଙ୍କ ଜୀବନରେ କିଛି ଶୁଭ ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ପରିବର୍ତ୍ତନରେ ଏମାନଙ୍କର ଜୀବନ ସଂମ୍ପୂର୍ଣ୍ଣ ବଦଳିଯିବ । ସମସ୍ତ ନକରାତ୍ମକତା ପ୍ରଭୁ ହନୁମାନଙ୍କ କୃପାରୁ ଦୂର ହୋଇଯିବ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସକରାତ୍ମକତା ବୃଦ୍ଧି ପାଇବ । ସବୁଥିରେ ସଫଳତା ପ୍ରାପ୍ତି ମିଳିବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ଗର୍ଭବତୀ ସମୟରେ ଜଣେ ଗର୍ଭବତୀ ମହିଳା ଙ୍କୁ ଏହି ସବୁ ଦିଗ ଉପରେ ନିଶ୍ଚିତ ଧ୍ୟାନ୍ନ ଦେବା ଦରକାର ?ଜାଣନ୍ତୁ କଣ କରିବା ମନା…. Next Post ହେ ଭଗବାନ ! ପୁଣି ଆସିଛି ଲଜ୍ୟାଜନକ ଘଟଣା , ଦଶମ ଶ୍ରେଣୀର ଛାତ୍ରୀ ହେଲେ ହାତରେ ଅଛି 6 ମାସର ଛୁଆ ! ପିଲାର ଅସଲି ପିତା କିଏ ଜାଣିଲେ ଆଶ୍ଚର୍ଯ୍ୟ ହେବେ…….
2022-12-08T13:49:15Z
https://live43today.com/pra-sh-na-ra-ma-bh-k-ta-asn-ta/
OSCAR-2301
ଭବାନୀପାଟଣା (ରାଜ କୁମାର ସିଂହଦେଓ): ପ୍ରାତଃ ଭ୍ରମଣ ସାରି ଘରକୁ ଫେରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅନ୍ତର୍ଗତ ଅଧମୁଣ୍ଡା ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ଅଧମୁଣ୍ଡା ଗାଁର ଲକ୍ଷ୍ମଣ ଗୌଡ଼। ଆଜି ସକାଳେ ଲକ୍ଷ୍ମଣ ପ୍ରାତଃ ଭ୍ରମଣ ସାରି ଘରକୁ ଫେରୁଥିଲେ। ଘର ନିକଟରେ ଥିବା ମୁକୁଳା ଟ୍ରାନ୍ସଫର୍ମରରୁ ତାର ଗୁଡ଼ିକ ବାହାରି ପଡ଼ିଥିଲା। ଲକ୍ଷ୍ମଣ ସେହି ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆହୁରି ପଢ଼ନ୍ତୁ ପୁଲିସ ବିଭାଗରେ ଖାଲି ପଡ଼ିଛି ୪୮୧୩ କନେଷ୍ଟବଳ ସମେତ ୧୩୨୩୫ଟି ପଦବୀ 4 hours ago କରୋନା ନେଇଛି ୨୨୪ ସରକାରୀ କର୍ମଚାରୀଙ୍କ ଜୀବନ, ୪୭ଜଣଙ୍କୁ ମିଳିନି… 4 hours ago ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି। ବିଦ୍ୟୁତ ବିଭାଗ ଲକ୍ଷ୍ମଣଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଦେଉ ବୋଲି ସ୍ଥାନୀୟ ଲୋକେ ଅଡ଼ି ବସିଛନ୍ତି। ଏହାସହ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି। ଫଳରେ ଗାଡ଼ିଚଳାଚଳ ବନ୍ଦ ରହିଛି। ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। ଦୀର୍ଘଦିନ ହେବ ଗାଁରେ ବସିଥିବା ମୁକୁଳା ଟ୍ରାନ୍ସଫର୍ମକୁ ଅନ୍ୟତ୍ର ଉଠାଇଦେବାକୁ ଗ୍ରାମବାସୀ ବିଦ୍ୟୁତ ବିଭାଗ ନିକଟରେ ଦାବି କରି ଆସୁଥିଲେ। ହେଲେ ବିଦ୍ୟୁତ ବିଭାଗ ଟ୍ରାନ୍ସଫର୍ମକୁ ଅନ୍ୟତ୍ର ଉଠାଇ ନଥିଲା। ଏହି ମୁକୁଳା ଟ୍ରାନ୍ସଫର୍ମ ଯୋଗୁ ଲକ୍ଷ୍ମଣଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
2022-11-28T21:13:51Z
https://odishareporter.in/odisha/people-stage-protest-demanding-ex-gratia-776450
OSCAR-2301