text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ସ୍ୱତନ୍ତ୍ର ଜିଲ୍ଲା ଦାବି ଭିତରେ ପଦ୍ମପୁର ଉପନିର୍ବାଚନରେ ଧସେଇ ପଶିଛି ରେଳ ପ୍ରକଳ୍ପ ରାଜନୀତି। ଆଉ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ରେଳପଥ ନିର୍ମାଣ କାମ ନ ହୋଇପାରିବାର ଦୋଷ ସେ ଓଡ଼ିଶା ସରକାରଙ୍କ ମୁଣ୍ଡ ଉପରେ ଥୋଇ ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପଠାଇଥିବା ଚିଠିର ପ୍ରତିଉତ୍ତର ରଖି ସେ ପ୍ରକଳ୍ପ ନ ହୋଇପାରିବାର କାରଣ ରାଜ୍ୟ ସରକାରଙ୍କ ଅସହଯୋଗ ବୋଲି ଉଲ୍ଲେଖ କରିଛନ୍ତି। ଫଳରେ କେନ୍ଦ୍ର ସରକାରଙ୍କ ଦୋଷ ଦେଖାଇବାକୁ ଚେଷ୍ଟା କରିଥିବା ରାଜ୍ୟ ସରକାର ଓ ମନ୍ତ୍ରୀ ଟୁକୁନି ସାହୁଙ୍କ ଉଦ୍ୟମ ଫୁସୁକି ଯାଇଛି। ରେଳମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରକଳ୍ପ ନିମେନ୍ତ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। କାରଣ ଏହି ପ୍ରକଳ୍ପର ବିକାଶ ଦାୟିତ୍ୱ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲି.କୁ ଦିଆଯାଇଛି। ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲି. ଓଡ଼ିଶା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ। ଭାରତ ସରକାର ଗତବର୍ଷ ଡିସେମ୍ବରରେ ଉକ୍ତ ପ୍ରକଳ୍ପର ଆଇପିଏ ପଠାଇଛନ୍ତି। ପ୍ରକଳ୍ପକୁ ଆଗକୁ ନେବାକୁ ଓଡ଼ିଶା ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। ସର୍ଭେ, ଯୋଜନା ଓ ଜମି ଅଧିଗ୍ରହଣ ପାଇଁ ରାଜ୍ୟକୁ ପଦକ୍ଷେପ ନେବାକୁ ପଡ଼ିବ। ଏହି ପ୍ରକଳ୍ପ ସମ୍ପର୍କରେ ୨୦ ନଭେମ୍ବର ୨୦୨୧ର ଚିଠିକୁ ରାଜ୍ୟ ସରକାର ଦୃଷ୍ଟିପାତ କରନ୍ତୁ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ସର୍ଭେ ଓ ଜମି ଅଧିଗ୍ରହଣ ସହ ଜଡ଼ିତ ସମସ୍ତ କାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ରେଳ ମନ୍ତ୍ରଣାଳୟ ଅନୁରୋଧ କରୁଛି। ପ୍ରଧାନମନ୍ତ୍ରୀ ଓଡ଼ିଶାର ରେଳ ବିକାଶ ପାଇଁ ୯୭୩୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୩୮ଟି ରେଳ ଷ୍ଟେସନର ପୁନଃ ନିର୍ମାଣ କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସମର୍ଥନ କରନ୍ତୁ ବୋଲି ମନ୍ତ୍ରୀ ଟୁକୁନି ସାହୁଙ୍କୁ ରେଳମନ୍ତ୍ରୀ ଚିଠିରେ ଜବାବ ଦେଇଛନ୍ତି। ଆହୁରି ପଢ଼ନ୍ତୁ ପୁଲିସ ବିଭାଗରେ ଖାଲି ପଡ଼ିଛି ୪୮୧୩ କନେଷ୍ଟବଳ ସମେତ ୧୩୨୩୫ଟି ପଦବୀ 6 hours ago କରୋନା ନେଇଛି ୨୨୪ ସରକାରୀ କର୍ମଚାରୀଙ୍କ ଜୀବନ, ୪୭ଜଣଙ୍କୁ ମିଳିନି… 6 hours ago ସୂଚନା ଥାଉକି, ପଦ୍ମପୁର ଦେଇ ବରଗଡ଼ରୁ ନୂଆପଡ଼ାକୁ ନୂଆ ରେଳ ଲାଇନ କରିବା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଗତକାଲି ଚିଠି ଲେଖିଥିଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ପ୍ରକଳ୍ପ ମଂଜୁରୀ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ କହିଥିବା ଚିଠି ସମ୍ପର୍କରେ ଏଥିରେ ଉଲ୍ଲେଖ କରିଥିଲେ। ପ୍ରୋଜେକ୍ଟ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୋଧ କରିଥିବା ଦର୍ଶାଇଥିଲେ। ଏଥିସହ ୨୦୧୯ରେ ପ୍ରସ୍ତାବିତ ପ୍ରକଳ୍ପ ମଞ୍ଜୁର ପାଇଁ ରେଲେୱେ କ’ଣ କହିଥିଲା ଲେଖି ଥିଲେ। ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଓ ୩୦୦ କୋଟି ମଞ୍ଜୁର କରିଥିବାରୁ ପ୍ରକଳ୍ପ ମଞ୍ଜୁର ନେଇ ମନ୍ତ୍ରଣାଳୟ ପୁନଃବିଚାର କରୁ ବୋଲି ଟୁକୁନି ସାହୁ ଦର୍ଶାଇଥିଲେ। ଯାହାର ଜବାବ ଆଜି ରେଳମନ୍ତ୍ରୀ ରଖିବା ପରେ ରାଜନୀତି ତେଜିଛି। ଏହି ପ୍ରସଙ୍ଗରେ ଆଜି ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସ୍ ମିଟ୍ କରି ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶାରେ ପ୍ରମୁଖ ସମସ୍ୟା ହେଲା ଜମି ଅଧିଗ୍ରହଣ ଓ ରେଳୱେ ବୋର୍ଡକୁ ଜମି ହସ୍ତାନ୍ତର। ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଗୋଟିଏ ଇଞ୍ଚ ବି ଜମି ରେଳ ବିଭାଗକୁ ଦେଇନାହାନ୍ତି। ହେଲେ ବିଜେଡି କହୁଛି କାହିଁକି ଗୋଟାଏ ଇଟା ପଡ଼ିଲାନି ? ସେମାନେ ବୁଝିପାରୁନାହାନ୍ତି ଜମି ଅଧିଗ୍ରହଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ଏହାର କାରଣ ହୋଇଛି। ଏହି ପ୍ରକଳ୍ପ ନେଇ ସେ ପଦ୍ମପୁର ଛକରେ ବିଜେଡିର ସାଂସଦ ସସ୍ମିତ ପାତ୍ର, ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଯେତେବେଳେ ଏହି ପ୍ରକଳ୍ପ କରିବା ପାଇଁ କେନ୍ଦ୍ର ସରକାର ନା ତାଙ୍କ ପିଙ୍କ ବୁକ୍‌ରେ କିମ୍ବା ପ୍ରକଳ୍ପ ଅଲୋକେସନରେ ରହିଛି। ତେଣୁ କେଉଁ ଦୃଷ୍ଟିକୋଣରୁ ବରଗଡ଼ର ସାଂସଦ କହୁଛନ୍ତି ଯେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁ ନ ଥିବାରୁ ପ୍ରକଳ୍ପ ହୋଇପାରୁନି। କେନ୍ଦ୍ର ସରକାର ବଜେଟ୍‌ରେ ପ୍ରକଳ୍ପ ନିମନ୍ତେ ଅର୍ଥ ଆଲୋକେସନ କରିବା ଲ୍ୟାଣ୍ଡ ଆଲୋକେସନ ଆରମ୍ଭ ହୁଏ। ତେଣୁ କାହିଁକି ବିଜେପି ପଦ୍ମପୁରବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି।
2022-11-28T22:52:48Z
https://odishareporter.in/odisha/tukuni-sahu-letter-turns-farce-as-railways-minister-reaffirms-project-approval-783190
OSCAR-2301
ଡିସେମ୍ବର ୦୫ ତାରିଖ ୨୦୨୦ ମସିହା(ଶନିବାର),ମାର୍ଗଶୀର-କୃଷ୍ଣପକ୍ଷ,ତିଥି-ପଞ୍ଚମୀ,ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବେଲ ,ନିମ୍ବ ଭକ୍ଷଣ ନିଷେଧ,ଆଜିର ରାଶିଫଳ। ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ :- ଆଜି ନିଜ ଲୋକମାନଙ୍କ ସହିତ ମିଶିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ସତର୍କ ରୁହନ୍ତୁ। ମିଥୁନ :-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ। କର୍କଟ :-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ । ସିଂହ :-ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ । କନ୍ୟା :-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ । ତୁଳା :-ଯଦି ଆପଣ କୌଣସି ଆଇନଗତ କେସ୍ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ବିଛା :-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ। ଧନୁ :-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ । ମକର :- ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି । କୁମ୍ଭ :-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ। ମୀନ :-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।
2022-11-28T21:46:10Z
https://www.satyasandhana.in/ajira-rasifala-69/
OSCAR-2301
ଫୁଲବାଣୀ(ତ୍ରିନାଥ ସାହୁ): ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଆସନ୍ନ ପ୍ରସବାଙ୍କୁ ନିଜ ଗାଁରୁ ପ୍ରଥମେ ଚାଲି ଚାଲି ଓ ପରେ ଅଟୋରେ ଯିବାକୁ ପଡ଼ିଥିଲା। ତାପରେ ଯାଇ ପହଞ୍ଚିଥିଲା ଭ୍ରାମ୍ୟମାଣ ପ୍ରସୂତି ଯାନ। ଏଭଳି ଅଭାବନୀୟ ଦୃଶ୍ୟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଦାପଦର ଗାଁରୁ ସାମ୍ନାକୁ ଆସିଛି। ଆହୁରି ପଢ଼ନ୍ତୁ ଦୋକନ ଘର ନିକଟରୁ ମିଳିଲା ୫ ବୋମା 28 mins ago ପଦ୍ମପୁରରେ ଇଭିଏମ୍ ହେରଫେର ! 1 hour ago ସୂଚନା ଅନୁଯାୟୀ, ଗାଁର ଚନ୍ଦ୍ରିକା କହଁରଙ୍କ ପ୍ରସବଜନିତ ଯନ୍ତ୍ରଣା ହେବା ପରେ ଆଶାକର୍ମୀଙ୍କ ଜରିଆରେ ଆମ୍ବୁଲାନ୍ସକୁ କଲ୍ କରାଯାଇଥିଲା। କିନ୍ତୁ ଭୃଙ୍ଗିଯୋଡ଼ି ମୁଖ୍ୟ ରାସ୍ତାରୁ ମାଦାପଦରକୁ ୬ କିଲୋମିଟର ଯାଏଁ ରାସ୍ତା ନଥିବାରୁ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ। ଏପରିକି ଅଟୋଟିଏ ବି ପହଞ୍ଚିବା ସମ୍ଭବ ହୋଇନଥିଲା। ଶେଷରେ ପରିବାର ଲୋକେ ଚନ୍ଦ୍ରିକାଙ୍କୁ ୫ କିଲୋମିଟର ଯାଏଁ ଚଲାଇ ଚଲାଇ ନେଇଥିଲେ। ପରେ ଅଟୋରେ ନେଇଥିଲେ ଭୃଙ୍ଗିଯୋଡ଼ି ଗାଁକୁ। ସେଠାରେ ଏକ ଭ୍ରାମ୍ୟମାଣ ପ୍ରସୂତି ଯାନରେ ତାଙ୍କୁ ନିଆଯାଇଥିଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଚନ୍ଦ୍ରିକା ମେଡ଼ିକାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ବି ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ମା’ ସହ ନବଜାତକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
2022-12-07T16:58:12Z
https://odishareporter.in/odisha/a-pregnant-woman-walked-5-kilometers-for-ambulance-769039
OSCAR-2301
ପୁରୀ: ଯାହା ଅନୁମାନ କରାଯାଉଥିଲା ସେଇଆ ହେଲା, ଓଡ଼ିଶା ଆସି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ଅମିତ ଶାହ। ଗତ ଶନିବାର ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଓଡ଼ିଶାରେ ଭ୍ରଷ୍ଟ୍ରଚାରୀ ପିସି ସରକାର ଚାଲିଛି । ଆଉ ସୋମବାର ନବୀନ ପଟ୍ଟନାୟକଙ୍କ ବିରୋଧରେ ପୁରୀରେ ସେହି ଆଟାକକୁ ଆହୁରି ଶାଣିତ… ନ୍ୟୁଜ୍, ପଲିଟିକ୍ସ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ମୋଦିଙ୍କ ରେଡ୍ ସିଗନାଲ୍ September 22, 2018 ଝାରସୁଗୁଡା/ତାଳଚେର : ବିଜେଡି-ବିଜେପି ମେଣ୍ଟ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେଡି ସହ ବିଜେପିର ମେଣ୍ଟ ହେବ ବୋଲି ଯେଉଁ ଆଲୋଚନା ହେଉଥିଲା ତାହା କେବଳ ଉଡା ଖବର ବୋଲି ଓଡ଼ିଶା ଗସ୍ତରେ ଆସି ମୋଦି ସ୍ପଷ୍ଟ କରିଦେଇଛନ୍ତି ।…
2022-12-04T17:32:10Z
http://www.bartamanodisha.com/tag/chief-minister-odisha/
OSCAR-2301
Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home Kinner kajal nayak Browsing Tag Kinner kajal nayak ରାଜନୀତି ହାତୀ ଚିହ୍ନରେ ନିର୍ବାଚନ ଲଢ଼ିବେ କିନ୍ନର କାଜଲ ନାୟକ Odisha News Today Mar 17, 2019 0 ଯାଜପୁର: କିନ୍ନର କାଜଲ ନାୟକ ହେବେ ବିଏସପିର କୋରେଇ ବିଧାୟକ ପ୍ରାର୍ଥୀ । ଗତକାଲି ଦଳ ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି । ଯାଜପୁର ଟ୍ରାନ୍ସଜେଣ୍ଡର ଆସୋସିଏସନର ସଭାପତି ଥିବା କାଜଲ ଟିକେଟ୍ ପାଇଁ ଲବି କରୁଥିବା ବେଳେ ବିଏସପି ତାଙ୍କ ଉପରେ ଭରସା କରିଛି । ବି.ଏସ.ପି ର ରାଜ୍ୟ ସମ୍ପାଦକ…
2022-12-06T04:50:38Z
https://odishanewstoday.com/tag/kinner-kajal-nayak/
OSCAR-2301
ନୂଆଦିଲ୍ଲୀ, ୨୯।୭: ବହୁଚର୍ଚ୍ଚିତ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲରେ ଜଡ଼ିତ ହୋଇ ୭ ବର୍ଷ କାଳ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ଭାରତୀୟ ଦଳର ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କ ବାସନ୍ଦାଦେଶ ଇତିମଧ୍ୟରେ ସମାପ୍ତ ହୋଇଛି। ଏବେ ସେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଜୋର୍‌ଦାର ଅଭ୍ୟାସ ଜାରି ରଖିଛନ୍ତି। ୨୦୧୩ରେ ହୋଇଥିବା ଏହି ସ୍ପଟ୍‌ ଫିକ୍ସିଂ ମାମଲାରେ ଶ୍ରୀସନ୍ଥଙ୍କୁ କିଛିଦିନ ପାଇଁ ଜେଲ୍‌ ଯିବାକୁ ପଡ଼ିଥିଲା। ଯେଉଁ ସମୟରେ ତାଙ୍କ ସ୍ତ୍ରୀ ଭୁବନେଶ୍ୱରୀ କୁମାରୀ ତାଙ୍କୁ ବହୁତ ସହାୟତା କରିଥିଲେ। ଡିସେମ୍ବରରେ ଭୁବନେଶ୍ୱରୀଙ୍କୁ ବିବାହ କରିଥିବା ଶ୍ରୀସନ୍ଥଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍‌ ନିଆରା ଥିଲା। ଶ୍ରୀସନ୍ଥ ଯେଉଁ ସମୟରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ ସେହି ସମୟରେ ଭୁବନେଶ୍ୱରୀ ସ୍କୁଲରେ ପଢ଼ୁଥିଲେ। ଉଭୟ ପରସ୍ପରକୁ ସେହି ସ୍କୁଲରେ ହିଁ ପ୍ରଥମଥର ଦେଖିଥିଲେ, ଯେଉଁଠିକୁ ଶ୍ରୀସନ୍ଥ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବା ଲାଗି ଯାଇଥିଲେ। ଏହି ସାକ୍ଷାତ୍‌କାରକୁ ମନେ ପକାଇ ଭୁବନେଶ୍ୱରୀ କହିଛନ୍ତି, ‘ଯେତେବେଳେ ଶ୍ରୀସନ୍ଥ ମ୍ୟାଚ୍‌ ଖେଳିବାକୁ ଆସିଥିଲେ ସେତେବେଳେ ସ୍କୁଲର ସମସ୍ତ ଝିଅ ତାଙ୍କ ପାଇଁ ପାଗଳ ହୋଇଯାଇଥିଲେ। ତାଙ୍କୁ ଭେଟିବା ଲାଗି ସମସ୍ତେ ଉତ୍ସାହିତ ଥିଲେ। କିନ୍ତୁ ମୋତେ ଏସବୁ ଠିକ୍‌ ଲାଗୁ ନ ଥିଲା। ଏହା ପରଦିନ ଶ୍ରୀସନ୍ଥଙ୍କ ନଜର ମୋ ଉପରେ ପଡ଼ିଥିଲା ଏବଂ ସେ ମୋତେ ଦେଖା କରିବାକୁ ଚାହୁଁଥିଲେ। ପ୍ରଥମ ସାକ୍ଷାତ୍‌କାର ପରେ ଆମେ ଉଭୟ ଏକ ଡିନର୍‌ରେ ଏକାଠି ହୋଇଥିଲୁ। ଏହି ସମୟରେ ଶ୍ରୀସନ୍ଥ ମୋତେ ଫୋନ ନମ୍ବର ମାଗିଥିଲେ। କିନ୍ତୁ ମୁଁ ମନା କରିଦେଇଥିଲି। ତେବେ ସେ ଏକ ଟିସୁ ପେପର ଉପରେ ନିଜ ନମ୍ବର ଲେଖି କହିଥିଲେ, ଯେତେବେଳେ ମ୍ୟାଚ୍‌ରେ ଭଲ ଖେଳିବି ସେତେବେଳେ ଫୋନ କରି ବଧାଇ ଜଣାଇବାକୁ କହିଥିଲେ’ ବୋଲି ରାଜସ୍ଥାନ ଦିଓ୍ବାନପୁର ରାଜପରିବାରର ରାଜକୁମାରୀ ଭୁବନେଶ୍ୱରୀ କହିଛନ୍ତି। ଏହାପରେ ଶ୍ରୀସନ୍ଥ ଓ ତାଙ୍କ ମଧ୍ୟରେ ଧିରେ ଧିରେ କଥା ବାର୍ତ୍ତା ଆରମ୍ଭ ହୋଇଥିଲା। ଯାହାକି ପରେ ପ୍ରେମରେ ରୂପାନ୍ତରିତ ହୋଇଯାଇଥିଲା। ୨୦୦୯ରେ ଭୁବନେଶ୍ୱରୀଙ୍କୁ ଶ୍ରୀସନ୍ଥ କହିଥିଲେ, ଯଦି ୨୦୧୧ ବିଶ୍ୱକପ୍‌ରେ ଭାରତ ଚାମ୍ପିୟନ ହୁଏ ତେବେ ସେ ବାହାଘର ପ୍ରସ୍ତାବ ନେଇ ତାଙ୍କ ଘରକୁ ଯିବେ। ସତକୁ ସତ ଭାରତ ୨୦୧୧ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇଥିଲା ଏବଂ ଶ୍ରୀସନ୍ଥ ମଧ୍ୟ ତାଙ୍କ କଥା ରକ୍ଷା କରି ଭୁବନେଶ୍ୱରୀଙ୍କ ଘରକୁ ଯାଇଥିଲେ। ଶେଷରେ ୨୦୧୩ ଡିସେମ୍ବର ୧୨ ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଖେଳ View All ନ୍ୟୁଜିଲାଣ୍ଡକୁ ସର୍ବନିମ୍ନ ସ୍କୋରରେ ରୋକିଲା ଭାରତ ମୁମ୍ବାଇ,୪।୧୨: ଚଳିତ ମୁମ୍ବାଇ ଟେଷ୍ଟରେ ବାମହାତୀ ସ୍ପିନର ଏଜାଜ ପଟେଲ ପ୍ରଥମ ଇନିଂସରେ ୧୦ ଉଇକେଟ ନେଇ ଭାରତକୁ ୩୨୫ ରନ୍‌ରେ ଅଲଆଉଟ୍‌ କରି ଦେଇଥିଲେ।... ଇତିହାସ ରଚିଲେ ସୁନା ପୁଅ ନୂଆଦିଲ୍ଲୀ,୯।୯: ଜୁରିଚରେ ଡାଏମଣ୍ଡ ଲିଗ୍‌ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଡାଏମଣ୍ଡ ଟ୍ରଫି ଜିତିବାରେ ନୀରଜ ଚୋପ୍ରା... ୬ ବର୍ଷର ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍‌ ଦୁବାଇ,୭।୧୧: ପାକିସ୍ତାନ କ୍ରିକେଟ ଦଳର ତାରକା ଓପନର୍‌ ତଥା ଉଇକେଟ କିପର ମହମ୍ମଦ ରିଜୱାନ ଏକ ବଡ଼ ରେକର୍ଡ କରିଛନ୍ତି। ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଏକ... ଆଇପିଏଲ-୧୩ ସ୍ଥଗିତ ମୁମ୍ବାଇ,୧୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ନାହିଁ। ବିଶ୍ୱର ସବୁଠୁ ବିତ୍ତଶାଳୀ ଲିଗ୍‌ ଏପ୍ରିଲ ୧୫... ଜାମ୍ପାଙ୍କୁ ଭର୍ତ୍ସନା ନଟିଂହାମ,୭।୬(ପିଟି)- ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଆଡାମ୍‌ ଜାମ୍ପାଙ୍କୁ ଆଇସିସି ପକ୍ଷରୁ ଭର୍ତ୍ସନା କରାଯାଇଛି। ଏଥିସହ ଖେଳାଳିଙ୍କ ଲାଗି ଉଦ୍ଦିଷ୍ଟ ନିୟମ ଭଙ୍ଗ କରିବା ପାଇଁ ତାଙ୍କୁ... ୨୦୧୧ ବିଶ୍ୱକପ୍‌ ଫାଇନାଲ ବିକ୍ରି ହୋଇଥିବା ଅଭିଯୋଗ କଲମ୍ବୋ, ୧୮ା୬ (ପି.ଟି.)- ବିଶ୍ୱକପ୍‌ ୨୦୧୧ ଫାଇନାଲ ତାଙ୍କ ଦେଶ ଭାରତକୁ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଅଲୁଥ୍‌ଗାମେଜ।... ପାକିସ୍ତାନ ନାଗରିକତା ପାଇଁ ଆବେଦନ କଲେ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ କରାଚୀ,୨୧।୨- ପାକିସ୍ତାନ ସୁପର ଲିଗ୍‌ (ପିସିବି)ର ୫ମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଡିଫେଣ୍ଡିଂ ଚାମ୍ପିୟନ କୁଏଟା ଗ୍ଲାଡିଏଟର୍ସ ୩ ଉଇକେଟରେ ଉଦ୍‌ଘାଟନୀ ମ୍ୟାଚ୍‌କୁ ଜିତି... ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଜେଡେନ ସିଲ୍ସ ଗ୍ରସ୍‌ ଆଇଲେଟ୍‌ (ସେଣ୍ଟ ଲୁସିଆ), ୬ା୬(ପି.ଟି.)-ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ୧୭ ଜଣିଆ... Archives Archives Select Month December 2022 November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017
2022-12-03T00:13:16Z
https://www.dharitri.com/this-indian-cricketer-is-married-to-a-princess/
OSCAR-2301
ଆହାବ୍ ଏଲିଯଙ୍କର ସମସ୍ତ କୃତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗ ରେ ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ହତ୍ଯା କରିଥିଲେ, ସେ ସମସ୍ତ ଈଷବଲକେୁ ଜଣାଇଲେ। 2 ତେଣୁ ଈଷବଲେ ଏଲିଯଙ୍କ ନିକଟକୁ ଦୁତ ପଠାଇଲେ, "ମୁଁ ପ୍ରତିଜ୍ଞା କରୁଛି, ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭଙ୍କୁ ହତ୍ଯା କରିବି, ଠିକ୍ ତୁମ୍ଭେ ସହେି ଭବିଷ୍ଯଦ୍ବକ୍ତାଙ୍କୁ ହତ୍ଯା କଲାପରି। ଯଦି ମୁଁ ତୁମ୍ଭକୁ ହତ୍ଯା ନ କରେ, ତବେେ ଦବେତାଗଣ ମାେତେ ଅଧିକ ଦଣ୍ତ ଦଇପୋରନ୍ତି।" 3 ଯେତବେେଳେ ଏଲିଯ ଏ ସମ୍ବାଦ ଶୁଣିଲେ, ସେ ଭୟଭୀତ ହେଲେ। ତେଣୁ ସେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜର ସବେକ ସହିତ ଯିହୁଦାର ବରେଶବୋକୁ ଗ୍ଭଲିଗଲେ ଓ ତାକୁ ସେ ସଠାେରେ ଛାଡିଲେ। 4 ଏଲିଯ ପ୍ରାନ୍ତର ଭିତ ରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳ ରେ ବସି ପଡିଲେ ଓ ନିଜର ମୃତ୍ଯୁ ପାଇଁ ପ୍ରାର୍ଥନା କରି କହିଲେ, "ଏହା ୟଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମାରେ ପ୍ରାଣ ନିଅ, କାରଣ ମୁଁ ମାରେ ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।" 5 ତା'ପରେ ଏଲିଯ ସେ ରୋତମ ଗଛମୂଳ ରେ ନିଦ୍ରା ଗଲେ। ଏହାପରେ ଜଣେ ସ୍ବର୍ଗଦୂତ ଆସିଲେ ଓ ତାକୁ ସ୍ପର୍ଶ କରି କହିଲେ, "ଉଠ! ଭୋଜନ କର।" 6 ଅନନ୍ତର ଏଲିଯ ଦେଖିଲେ ତାଙ୍କର ମୁଣ୍ତ ପାଖ ରେ ଅଙ୍ଗାର ରେ ପକ୍ବ ଏକ ପିଠା ଓ ଏକ ଜଳପାତ୍ର ଅଛି। ସେ ଭୋଜନ ଓ ପାନକରି ପୁନର୍ବାର ଶଯନ କଲେ। 7 ଏହାପରେ ସଦାପ୍ରଭୁଙ୍କ ଦୃତ ପୁନର୍ବାର ଦ୍ବିତୀୟଥର ଆସି ସ୍ପର୍ଶ କଲେ ଓ କହିଲେ, "ଉଠ! ଭୋଜନ କର। କାରଣ ତୁମ୍ଭେ ଦୀର୍ଘ ୟାତ୍ରା ପାଇଁ ଶକ୍ତିଶାଳୀ ହବୋ ଦରକାର।" 8 ତେଣୁ ଏଲିଯ ଉଠି ଭୋଜନ ପାନ କଲେ। ସେ ଖାଦ୍ୟ ରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି ପରମେଶ୍ବରଙ୍କ ପର୍ବତ ହାରେବେ ପହଞ୍ଚିଲା ପର୍ୟ୍ଯନ୍ତ ଗ୍ଭଲି ଗ୍ଭଲି ଗଲେ। 9 ସଠାେରେ ଏଲିଯ ଏକ ଗହ୍ବର ରେ ରାତ୍ରି ୟାପନ କଲେ। 10 ଏଲିଯ ଉତ୍ତର କଲେ, "ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ସାମର୍ଥ୍ଯ ଦଇେ ତୁମ୍ଭର ସବୋ କଲି। ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭର ନିଯମ ଭଂଗ କଲେ ଓ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କବଳେ ଅବଶିଷ୍ଟ ରହିଲି। ସମାନେେ ମାେ ପ୍ରାଣ ନବୋକୁ ମଧ୍ଯ ଅନ୍ବଷେଣ କରୁଛନ୍ତି।" 11 ତା'ପରେ ସଦାପ୍ରଭୁ ଏଲିଯକୁ କହିଲେ, "ୟାଅ, ପର୍ବତ ଉପରେ ମାେ ସମ୍ମୁଖ ରେ ଛିଡା ହୁଅ। ମୁଁ ତୁମ୍ଭ ପାଖ ଦଇେ ଅତିକ୍ରମ କରିବି।" ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାଯୁ ସଦାପ୍ରଭୁଙ୍କ ସମ୍ମୁଖ ରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସହେି ବାଯୁ ରେ ନଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସହେି ଭୂମିକମ୍ପରେ ନଥିଲେ। 12 ଭୂମିକମ୍ପ ପରେ ସଠାେରେ ଅଗ୍ନି ବ୍ଯାପିଲା, ମାତ୍ର ସଦାପ୍ରଭୁ ସହେି ଅଗ୍ନି ରେ ନ ଥିଲେ। ଅଗ୍ନି ପରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା। 13 ଯେତବେେଳେ ଏଲିଯ ସହେି ରବ ଶୁଣିଲେ, ସେ ନିଜ ବସ୍ତ୍ର ରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ବରର ପ୍ରବେଶ ପଥ ନିକଟରେ ୟାଇ ଛିଡା ହେଲେ। ସହେିସ୍ବର କହିଲା, " ହେ ଏଲିଯ, ତୁମ୍ଭେ ଏଠା ରେ କ'ଣ କରୁଛ?" 14 ଏଲିଯ କହିଲେ, "ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ଦଇେ ତୁମ୍ଭକୁ ସବୋ କଲି ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିଯମ ଥିଲା ତାକୁ ଭଙ୍ଗ କଲେ। ସମାନେେ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ସମାନେେ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ଯଦ୍ବକ୍ତା ୟିଏ କି ଏ ପର୍ୟ୍ଯନ୍ତ ବଞ୍ଚିଛି। ବର୍ତ୍ତମାନ ସମାନେେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛନ୍ତି।" 15 ତହୁଁ ସଦାପ୍ରଭୁ କହିଲେ, "ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ୟାଇଥିବା ପଥରେ ଫରେିୟାଅ। ଦମ୍ମେଶକକୁ ୟାଅ ଓ ସଠାେରେ ହସାଯଲକେୁ ଅରାମର ସିଂହାସନ ରେ ଅଭିଷିକ୍ତ କର। 16 ଆଉ ନିମ୍ଶିର ପୁତ୍ର ଯହେୂକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କର। ଆଉ ଆବଲହେୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନ ରେ ଭବିଷ୍ଯଦ୍ବକ୍ତା ରୂପେ ଅଭିଷକେ କର। 17 ତହିଁରେ ଯେଉଁ ଲୋକ ହସାଯଲରେ ଖଡ୍ଗରୁ ବଞ୍ଚିବ ଯହେୂ ତାକୁ ବଧ କରିବ ଓ ଯେ ଯହେୂର ଖଡ୍ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ। 18 ମୁଁ ଇଶ୍ରାୟେଲ ରେ 7,000 ଜଣଙ୍କୁ ଛାଡି ଦବେି, ଯେଉଁମାନେ କବେେ ବାଲ୍ ଦବେତାଙ୍କୁ ପ୍ରଣାମ କରି ନାହାନ୍ତି। ଏପରିକି ସମାନେେ କବେେ ବାଲ୍ ପ୍ରତିମାକୁ ଚୁମ୍ବନ କରି ନାହାନ୍ତି।" 19 ସଠାରୁେ ଏଲିଯ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖାଜେିବାକୁ ଗଲେ। ଇଲିଶାଯ ବାରହଳ ବଳଦ ଆଗ ରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ବାଦଶ ହଳ ରେ ଥିଲେ। ଏଲିଯ ତାଙ୍କ ନିକଟକୁ ଗଲେ ଓ ଆପଣା କୋଟ୍କୁ ତା' ଉପରେ ପକାଇଲେ। 20 ତହିଁରେ ଇଲୀଶାୟ ବଳଦ ଛାଡି ଏଲିଯଙ୍କ ପେଛ ପେଛ ଦୌଡି କହିଲେ, "ମୁଁ ତୁମ୍ଭକୁ ବିନଯ କରୁଛି, ମାେ ପିତା ମାତାଙ୍କୁ ଚୁମ୍ବନ କରିବାକୁ ମାେତେ ଅନୁମତି ଦିଅନ୍ତୁ। ତା'ପରେ ମୁଁ ବିଦାଯ ନଇେ ତୁମ୍ଭ ପେଛ ପେଛ ୟିବି।" 21 ତା'ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନଇେ ବଧ କଲେ ଓ ୟୁଆଳି କାଠ ରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା'ପରେ ସେ ଏଲିଯଙ୍କ ପଶ୍ଚାଦ୍ଗମନ କରି ତାଙ୍କର ସାହାୟ୍ଯ କାରୀ ହେଲେ। Wordproject® is a registered name of the International Biblical Association, a non-profit organization registered in Macau, China.
2022-11-27T05:12:14Z
https://wordproject.org/bibles/or/11/19.htm
OSCAR-2301
ଯାଜପୁର, ୦୩/୧୧ (ସନ୍ତୋଷ ରଥଙ୍କ ଠାରୁ): ରାଜ୍ୟ ସରକାର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲାପ୍ରଶାସନକୁ ଦାୟିତ୍ବ ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବାକୁ କୁହାଯାଇଛି । ଏହାପରେ ଯାଜପୁର ଜିଲ୍ଲାରେ ରହିଥିବା ମନ୍ଦିର ଓ ମସଜିଦ୍ ଖୋଲିବା ନେଇ ଆଶା କରିଛନ୍ତି କେତେକ ଭକ୍ତ । କୋଭିଡ କଟକଣା ଯୋଗୁଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଛି । ଭକ୍ତ ନିଜର ପ୍ରିୟ ଭଗବାନଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେଉଥିବା ବେଳେ ଭକ୍ତଙ୍କୁ ସେବା ଯୋଗାଇ ଦି ପଇସା ରୋଜଗାର କରୁଥିବା ଅଧିକାଂଶ ସେବାୟତ ଏବେ ଦୁଃଖ ଦୁର୍ଦ୍ଧଶାରେ ଦିନ କାଟୁଛନ୍ତି । ସେଥିପାଇଁ କଟକଣା ସହିତ ମନ୍ଦିର, ମସଜିଦ ଖୋଲିବା ପାଇଁ ଦାବୀ କରିଛନ୍ତି ବହୁ ଭକ୍ତ ଓ ସେବାୟତ । ଏ ନେଇ ଖୁବ ଶୀଘ୍ର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରର ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ପରିଷଦର ସଭାପତି ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ସୂଚନା ଦେଇଛନ୍ତି ।
2022-11-27T15:26:05Z
http://udayabataenews.com/3497/
OSCAR-2301
ଆବଶ୍ୟକ ସାମଗ୍ରୀ: ମଟନ, ବୁଟଡାଲି, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ଧନିଆପତ୍ର, ଲୁଣ, ହଳଦି, ସୋରିଷ ତେଲ, ରିଫାଇନ ତେଲ, ଦହି, ଡାଲଚିନ୍‌ ପାଉଡର, ଗୋଲମରିଚ, ତେଜପତ୍ର । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମଟନ, ସୋରିଷ ତେଲ, ଅଦାରସୁଣ ପେଷ୍ଟ, ପିଆଜ କଟା, ଲୁଣ, ଦହି ଆଦି ପକାଇ ମ୍ୟାରିନେଟ କରି ରଖନ୍ତୁ। ବୁଟ ଡାଲିକୁ ଭିଜାଇ ଅଧ ଘଣ୍ଟା ରଖି ଦିଅନ୍ତୁ। ଆହୁରି ପଢ଼ନ୍ତୁ ବଟର ଫ୍ଲାଏ ଚିକେନ 2 days ago ବ୍ରେଡ୍‌ ମସାଲା ଟୋଷ୍ଟ 6 days ago ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ସେଥିରେ ରିଫାଇନ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ପିଆଜ କଟା ପକାନ୍ତୁ। ପିଆଜ ଫ୍ରାଏ ହେବା ପରେ ସେଥିରେ ଅଦା ରସୁଣ ପେଷ୍ଟ ପକାନ୍ତୁ। ତାହା କଷି ହେବା ପରେ ସେଥିରେ ମଟନ ପକାନ୍ତୁ। ଏହାପରେ ସେଥିରେ ଲୁଣ, ହଳଦି, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ, ତେଜପତ୍ର ଆଦି ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ସେଥିରେ ବୁଟ ଡାଲି ପକାଇ ଗୋଳାନ୍ତୁ। ଏହାପରେ ସେଥିରେ ପାଣି ପକାନ୍ତୁ। ଏହାପରେ ଏହାକୁ ସିଝିବାକୁ ଛାଡ଼ିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଡାଲ୍‌ ମିଟ୍‌’ ରେସିପି। ସେଥିରେ ଡାଲଚିନି ପାଉଡର ଓ ଧନିଆପତ୍ର ପକାଇ ଗରମାଗରମ ପ୍ଲେଟକୁ ସର୍ଭ କରନ୍ତୁ। ଭାତ କିମ୍ବା ରୁଟି ସହ ଏହାର ମଜା ଉଠାନ୍ତୁ।
2022-11-27T15:25:52Z
https://odishareporter.in/life-style/spicy-dal-gosht-recipe-775347
OSCAR-2301
ପରେ ଭାଇନା ଅବଶ୍ୟ ଆଉ ଲେଖାଲେଖି କରି ନ ଥିଲେ କିନ୍ତୁ ତାଙ୍କ ଠାରୁ ସଂକ୍ରମିତ ହୋଇ ଲେଖା ଲେଖି କରିବା ମୋର ପିଲାଦିନରୁ ଗୋଟିଏ ଅଭ୍ୟାସରେ ପରିଣତ ହୋଇ ଯାଇ ଥିଲା ଯାହା ଏବେବି ଅଛି ପିଲା ଦିନର କଥା Share Share Tweet Share Share Email Comments ଅତି ପିଲା ଦିନର କଥା ଏବେ ଯାହା ମୋର ଝାପ୍ସା ଭାବରେ ମନେ ଅଛି, ତାହା ବୋଧହୁଏ ଆଈଙ୍କର ମରିଯାଇଥିବା କଥା । ମୋ ବୋଉ ଭିଙ୍ଗାରପୁର ଚୌଧୁରୀ ବଂଶର ଝିଅ । ମୋ ଅଜାଙ୍କ ନାମ ଥିଲା ଶ୍ରୀ ଗୋପୀନାଥ ଦଶ ଚୌଧୁରୀ । ଅଜା ଜମିଦାର ଥିଲେ ଆଉ ଭିଙ୍ଗାରପୁରରେ ତାଙ୍କର ଜମିଦାରୀ ଥିଲା । ଆମର ୪ ଭାଇ ଆଉ ପାଞ୍ଚ ଭଉଣୀ ଭିତରୁ ଆଗର ଦୁଇ ଭାଇ ଆଉ ଦୁଇ ଭଉଣୀ ଭିଙ୍ଗାରପୁରରେ ଜନ୍ମ ହୋଇଥିଲେ । ଏଇଟା ମୋ ବୋଉ ମୁହଁରୁ ଶୁଣିବା କଥା । ମୋ ଭାଇନା ଶ୍ରୀ ଶ୍ରୀକାନ୍ତ ମିଶ୍ର ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ ଅଜାଙ୍କ ଘରେ ମଣିଷ ହୋଇଥିଲେ । ମୁଁ ଭାଇନାଙ୍କ ଠାରୁ ପ୍ରାୟ ୪ ବର୍ଷ ସାନ ଥିଲି । ଆଈ ମରିଗଲା ବେଳକୁ ଭାଇନାଙ୍କୁ ୮ ବର୍ଷ ଖଣ୍ଡେ ହୋଇଥିଲା । ଯେହେତୁ ଭାଇନା ଆଈଙ୍କ ଘରେ ପିଲା ଦିନରୁ ଥିଲା ତେଣୁ ଆଇ ମଲା ପରେ ଭାଇନା ବହୁତ କାନ୍ଦୁ ଥିଲା । ମୋର ସେ ସମୟରେ ଭାଇନାଙ୍କର ଜମିଦାର କୋଠର ଗୋଟିଏ ଖୁମ୍ବକୁ ଧରି ବଡ଼ ବିକଳ ହୋଇ କାନ୍ଦିବାର କଥା ଏବେବି ଝାପ୍ସା ଭାବରେ ମନରେ ଅଛି । ଆମେ ସବୁ ବୋଧହୁଏ ଆଈ ମରାର ଖବର ଶୁଣି ସେଠାରେ ଯାଇ ପହଂଚି ଥିଲେ । ପହଂଚିବା ପରେ ପୁଣି ଥରେ ଘରେ କାନ୍ଦ ବୋବାଳି ଆରମ୍ଭ ହୋଇ ଥିଲା । ଘରର ସବୁ ଲୋକ ଭାଇନାକୁ ବୁଝାଉ ଥିଲେ ଆଉ କହୁଥିଲେ -“ଆଉ ତତେ କିଏ ଗେଲ କରିବରେ ! ତୋର ସବୁ ସରାଗ ଗଲା !!” ମତେ ସେତେବେଳକୁ ୪ ବର୍ଷ ହୋଇଥିବ । ଏବେ ସେ କଥା ଅତି ହାଲୁକା ଭାବରେ ମନେ ଅଛି । ଆମ ଅଜା ଥିଲେ ଘରର ବଡ଼ ପୁଅ । ସେମାନେ ଥିଲେ ୭ ଭାଇ । ସେମାନଙ୍କର ବହୁତ ବଡ଼ ପରିବାର ଥିଲା । ସେମାନେ ୭ ଭାଇ ମିଶି ଭିଙ୍ଗାରପୁରରେ ଗୋଟିଏ ଅଲଗା ଖଂଜା ରେ ୭ ଟି ଘର କରି ଏକା ସାଙ୍ଗରେ ରହୁଥିଲେ । ମୁଁ ହାଇୟର ସେକଣ୍ଡାରୀ ପରୀକ୍ଷା ପରେ ଥରେ ଯାଇଥିଲି ବଡ଼ ମାମୁଙ୍କ ଦେଖା କରିବାକୁ, ହଂସପାଳ ଦେଇ ଭିଂଗାରପରକୁ ଯାଇ ଥିଲି । ସେତେବେଳେ ବଡ଼ ମାମୁଁ ଶ୍ରୀ ନୃସିଂହ ଚରଣ ଦାଶ ଚୌଧୁରୀ ଅଣ୍ଡର ସେକ୍ରେଟାରୀ ଭାବରେ ସଚିବାଳୟରୁ ରିଟାୟାର କରି ତାଙ୍କର ଟାଇପ (ଭି) ଘର ଛାଡି ଗାଁକୁ ଯାଇଥାନ୍ତି ଆଉ ସେଠାରେ ରହୁଥାନ୍ତି । ସେତେବେଳେ ସେହି ମରାମତି ବିହୀନ ଜର୍ଜର କୋଠା କୁ ଦେଖି ପିଲାବେଳର କଥା କିଛି କିଛି ମନେ ପଡିଥିଲା । ଅତି ପିଲା ଦିନର ଆଉ ଗୋଟାଏ ଝାପ୍ସା କରି ମନେ ରହିଥିବା କଥାଟି ହେଲା ଦିନେ କେବେ ନନା ମତେ କାନ୍ଧରେ ବସାଇ ନେଉଥାନ୍ତି, କାରଣ ମୁଁ ସେମାନଙ୍କ ସହିତ ତାଳ ଦେଇ ଚାଲି ପାରୁ ନ ଥାଏ, ସାଙ୍ଗରେ ଥାନ୍ତି ଭାଇନା ଆଉ ଆଶା ନାନୀ । ଭାଇନା ମୋ ଠାରୁ ୪ ବର୍ଷ ବଡ଼ ଆଉ ଆଶା ନାନୀ ୨ବର୍ଷ ବଡ଼ ଥିଲେ । ଆମେ ଗାଁର ଗୋଟାଏ ନୂଆ କରି ତିଆରି ହୋଇଥିବା ମାଟି କାନ୍ଥର ଘରକୁ ଯାଇ ଥିଲୁ । ପରେ ମୁଁ ଜାଣିଥିଲି ଆମେ ଯେଉଁ ଗାଁ କୁ ଯାଇ ଥିଲୁ ତାହାର ନାମ ହେଲା ଶ୍ରୀ ରାମଚନ୍ଦ୍ର ପୁର ଶାସନ । ଆଉ ନନା ସେ ଦିନ ଯେଉଁ ଘରକୁ ନେଇ ଯାଇଥିଲେ ସେଇଟାକୁ ନନା ତିଆରି କରାଇଥିଲେ ଠିକ ଦୁଇ ଖଣ୍ଡି ଗାଁର ମଝି ଦଣ୍ଡାମୁଣ୍ଡରେ । ଗାଁ ମୁଣ୍ଡରୁ ପୁରା ରତ୍ନଚିରା ନଈ ପର୍ଯ୍ୟନ୍ତ ଜାଗା ଥିଲା । ସାମ୍ନା ଦୁଇ ବଖରା ମଝିରେ ଖାଲି ଜାଗା ଆଉ ତା ପଛକୁ ଦୁଇ ବଖରା ଆଉ ପଛ ପଟରୁ ପୁରା ନଈ ପର୍ଯ୍ୟନ୍ତ ଜାଗା ପଡିରହିଥିଲା । ମୁଁ ଏବେ ଭାବୁଛି ନନା କେତେ ଖୁସିରେ ଚାକିରିର ଆରମ୍ଭ କାଳରେ ଗାଁରେ ଘର କରିଥିଲେ ଯେମିତି ସେଠାରେ ପରେ ଯାଇଁ ରହି ପାରିବେ, କିନ୍ତୁ ପରେ କେବେବି ଆମେ ସବୁ ଯାଇ ସେ ଘରେ ରହି ନ ଥିଲୁ । ମଝିରେ କେବେ ଗାଁକୁ ଗଲେ, ଆମେ ଅନ୍ୟ କାହାରି ଘରେ ରହୁଥିଲୁ । କାରଣ ସେ ଘରେ ଲୋକ ନ ରହିବ ଫଳରେ ଆଉ ବାର୍ଷିକ ଠିକ ଭାବରେ ମରାମତି ନ ହେବା ଫଳରେ, ସେ ଘର ଆଉ ମଣିଷ ରହିବା ଯୋଗ୍ୟ ହୋଇ ରହୁ ନ ଥିଲା । ପରେ ସେ ଘର ମଧ୍ୟ ଭାଙ୍ଗି ଯାଇ ଥିଲା । ନାନା ବି ପରେ କେବେବି ସେ ଘରେ ରହି ପାରି ନ ଥିଲେ । ବାହାରେ ଟାଟା ଭଳି ଜାଗାରେ ଚାକିରୀ କରିଥିବାରୁ ଆଉ ଧୀରେ ଧୀରେ ପରିବାର ବଡ଼ ହୋଇ ଯାଇ ଥିବାରୁ ମଣିଷ କେମିତି ଅଣ ନିଶ୍ୱାସୀ ହୋଇଯାଏ ସେ କଥା ମୁଁ ପରେ ନନାଙ୍କୁ ଦେଖି ଜାଣିଥିଲି । ପିଲା ବେଳରେ ଯେଉଁଠାରୁ ମୋର କଥା ଗୁଡାକ ପୂରା ମନେ ଅଛି, ସେ ଗୁଡିକ ହେଲା …. କାଲି ଭଳିଆ ମନେ ଅଛି, ଆମେ ସବୁ ସେତେବେଳେ ଜାମସେଦପୁର ର କଦମା ଏରିଆରେ ଏନ.୧ ଟାଇପ କ୍ୱାଟର ରେ ରହୁଥିଲୁ । ଘରଟି ବେଶ ବଡ଼ ନ ଥିଲା, ସେ ପୁଣି ସବା କଣ ଘର । ବାଡ଼ି କିନ୍ତୁ ପ୍ରଚୁର ବଡ଼ । ସେତେବେଳେ ଘରର ବାଡ଼ିରେ ନନା ଅନେକ ପନ ପରିବା ଚାଷ କରୁ ଥିଲେ । ଘରର ଚାରିପଟ ବାଉଣ୍ଡ୍ରିରେ ଯେଉଁ କଣ୍ଟା ତାର ବାଡ଼ ଦିଅ ଯାଇ ଥିଲା, ସେଥିରେ ଚାରିପଟେ ସିଜୁ ଗଛ ଲଗା ହୋଇ ଥାଏ । ଘର ସାମ୍ନାରେ ରାସ୍ତା ଆଉ ସାଇଡ଼କୁ ମଧ୍ୟ ରାସ୍ତା । ଠିକ ଦୁଇ ରାସ୍ତାର କଣିଆ ଜାଗାରେ ଗୋଟିଏ ବସିବା ପାଇଁ ପୋଲ ତିଆରି ହୋଇଥିଲା । ସେଥିରେ ଆମେ ସବୁ ବସୁ ଥିଲୁ । ବାହାରେ ଯିବା ଆସିବା କରୁଥିବା ଲୋକମାନେ ମଧ୍ୟ ବସୁଥିଲେ । ଯେବେକାର କଥା ଲେଖୁଛି ସେ ଦିନ ମୁଁ ପୋଲ ଉପରେ ବସିଥିଲି । ସେତେବେଳେ ମତେ ୫-୬ ବର୍ଷ ହୋଇଥିବ । ମୁଁ ସେତେବେଳ ପର୍ଯ୍ୟନ୍ତ ପଢା ଆରମ୍ଭ କରି ନ ଥିଲି । ଆମେ ସବୁ ପିଲାଦିନେ ୫ ବର୍ଷ ପୁରିବା ପରେ ଯାଇଁ ପଢା ଆରମ୍ଭ କରୁ ଥିଲୁ । ମୁଁ ପୋଲ ଉପରେ ବସି ଥିଲି । ସନ୍ଧ୍ୟା ବେଳ ଥିଲା । ଆମ ଘରକୁ ଆସିଥିଲେ ‘ମିଶ୍ର ସାର’ । ମୁଁ କେବଳ ତାଙ୍କର ଏତିକି ପରିଚୟ ଜାଣି ଥିଲି । ସେ କଦମା ଲୋୟର ପ୍ରାଇମେରୀ ସ୍କୁଲର ଶିକ୍ଷକ ଥିଲେ । ମିଶ୍ର ସାର ପ୍ରାୟ ଆମ ଘରକୁ ଯିବା ଆସିବା କରୁଥିଲେ । ସେ ସ୍କୁଲ ହତା ଭିତରେ ଗୋଟାଏ ଘରେ ରହୁଥିଲେ । ତାଙ୍କର ଦୁଇ ଝିଅ ଥିଲେ । ସାନ ଝିଅଟିର ନାମ ଥିଲା ଚୁଇଁ, ତାକୁ ଆମେ ଛୁଇଁ ବୋଲି ଚିଡ଼ାଇଲେ ସେ ଚିଡିଯାଉଥିଲା ଏବଂ ଆମେ ସବୁ ପିଲାମାନେ ମଜା ନେଉ ଥିଲୁ । ମିଶ୍ର ସାର ବେଳେ ବେଳେ ଆମ ଘରେ ନିମନ୍ତ୍ରିତ ହୋଇ ଆସି ଖିଆ ପିଆ ମଧ୍ୟ କରୁଥିଲେ । ଯେଉଁ ଦିନର କଥା ଲେଖୁଛି ସେ ଦିନ ମିଶ୍ର ସାର ଆସି ନନାଙ୍କ ସାଙ୍ଗରେ କଣ ସବୁ କଥା ହୋଇଥିଲେ ଆଉ ନନା ମତେ ଦେଖାଇ କହି ଥିଲେ – “ହଉ ଏ ବର୍ଷ ତାକୁ ସ୍କୁଲ୍ ରେ ଭର୍ତ୍ତି କରିଦେବା ।” ଆଉ ତା ପରଦିନ ନନା ମତେ ସାଙ୍ଗରେ ନେଇ କଦମା ପ୍ରାଇମେରୀ ସ୍କୁଲରେ କ୍ଲାସ -୧ ରେ ଆଡ଼ମିସନ କରି ଦେଇ ଥିଲେ । ଆଉ ମିଶ୍ର ସାର ମୋର ସ୍କୁଲ ରେଜିଷ୍ଟରରେ ଡେଟ ଅଫ ବର୍ଥ (ଜନ୍ମ ଦିନ) ସ୍ଥାନରେ ଲେଖିଥିଲେ ୧୪ ଜାନୁଆରୀ ୧୯୪୭ । ମୁଁ ଯେଉଁ ସ୍କୁଲରେ ପଢା ଆରମ୍ଭ କରିଥିଲି ତାର ନାମ ମୁଁ ଲେଖି ସାରିଛି – “କଦମା ପ୍ରାଇମେରୀ ସ୍କୁଲ” । ସେହି ସ୍କୁଲରେ ସେ ସମୟରେ ତିନୋଟି ଭାଷାରେ ଶିକ୍ଷା ଦାନ ହେଉଥିଲା ଯଥା ଓଡ଼ିଆ, ହିନ୍ଦୀ, ଏବଂ ବଙ୍ଗଳା । ସ୍କୁଲଟି ଟାଟାଙ୍କ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା । ସ୍କୁଲ ଶିକ୍ଷକ ମାନେ ଟାଟା କମ୍ପାନୀର କର୍ମଚାରୀ ଥିଲେ । ସ୍କୁଲ ଏବଂ ତାର ସମସ୍ତ ତତ୍ୱାବଧାରଣ କମ୍ପାନୀ ଖର୍ଚ୍ଚରେ ହେଉଥିଲା । ଏପରିକି ପ୍ରତି ପିଲାଙ୍କର ସ୍ୱାସ୍ଥ୍ୟବସ୍ଥା ମଧ୍ୟ କମ୍ପାନୀର ଦାୟିତ୍ୱ ଭାବରେ ପରିଗଣିତ ହେଉଥିଲା । ପ୍ରତିଦିନ ପିଲାମାନଙ୍କୁ ଗଜା ଚଣା ଏବଂ ଫଳ ଦିଆ ଯାଉଥିଲା ଆହୁରି ମଧ୍ୟ ମାଛ ତେଲ ଏକ ଚାମଚ କରି ପିଇବାକୁ ଦିଆ ଯାଉଥିଲା । ପ୍ରତି ମାସରେ ସ୍କୁଲକୁ କମ୍ପାନିର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସହଯୋଗୀ ମାନେ ଆସି ପ୍ରତି ପିଲାଙ୍କର ଓଜନ ନେଉଥିଲେ, ଆଖି, ନାକ, କାନ, ଗଳା ଏବଂ ସମ୍ପୂର୍ଣ୍ଣ ଶରୀରର ଯାଞ୍ଚ କରାଯାଇ ରିପୋର୍ଟ ରଖା ଯାଉଥିଲା ଏବଂ ଦରକାର ପଡିଲେ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା କର ଯାଉଥିଲା । ସେତେବେଳେ ଟାଟା କମ୍ପାନୀର ସ୍କୁଲ ଶିକ୍ଷା ନୀତିରେ ଏ ସମସ୍ତ ଅନ୍ତର୍ଭୁକ୍ତ ଥିଲା । ଏ ସବୁ ମୁଁ ନିଜେ ଗ୍ରହଣ କରିଥିବାରୁ ଏବେକାର ଟାଟା କମ୍ପାନୀ ଆଉ ଏ ପ୍ରକାରର ସେବା ଦେଉ ନାହିଁ ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରିପାରେ । ସେତେବେଳେ ଜାମସେଦପୁରରେ ଟାଟା କମ୍ପାନୀ ପରିଚାଳିତ ବିଦ୍ୟାଳୟ ନଚେତ ସରକାରୀ ପରିଚାଳିତ ବିଦ୍ୟାଳୟମାନ ଥିଲା । ଆଜିଭଳି ପୁଳା ପୁଳା ବେସରକାରୀ ବିଦ୍ୟାଳୟ ମାନ ନ ଥିଲା । ସେତେବେଳେ ଇଂରାଜୀ ମିଡିୟମ କଥା କେହି ଚିନ୍ତା କରୁ ନ ଥିଲେ । ସବୁ ପିଲା ମାତୃଭାଷାରେହିଁ ଶିକ୍ଷା ଆରମ୍ଭ କରୁଥିଲେ । ମୋର ମନେ ଅଛି ସେତେବେଳେ ବି ଜାମସେଦପୁରରେ “ଲୟଲା ସ୍କୁଲ” ଥିଲା ଯେଉଁ ଠାରେ କେବଳ ପୁଅ ମାନଙ୍କୁ ଇଂଲିଶ ମାଧ୍ୟମରେ ଶିକ୍ଷା ଦିଆ ଯାଉ ଥିଲା ଆଉ ଝିଅ ମାନଙ୍କ ପାଇଁ ‘ସକ୍ରେଡ଼ ହାର୍ଟ କନଭେନ୍ଟ’ ସ୍କୁଲ ଥିଲା ଇଂରାଜୀ ମାଧ୍ୟମରେ ଶିକ୍ଷା ଦାନ କରିବା ପାଇଁ । ଏ ସବୁ ଇଂରାଜୀ ସ୍କୁଲରେ ଟାଟା କମ୍ପାନୀର ଉଚ୍ଚ ପାହ୍ୟା ଅଫିସର ମାନଙ୍କ ପିଲାମାନେ ପଢୁ ଥିଲେ । ତେବେ ସବୁ ଉଚ୍ଚ ପଦାଧିକାରୀଙ୍କ ପିଲା ମାନେ ନୁହେଁ କାରଣ ମୋ ସାଙ୍ଗରେ ଅନେକ ଉଚ୍ଚ ପଦାଧିକାରୀ ଇଂଜିନିୟର ଓ ଡାକ୍ତରଂକ ପିଲା ମାନେ ପଢୁଥିଲେ ଯେଉଁମାନଙ୍କ ସହିତ ଏବେବି ମୋର ବନ୍ଧୁତା ରହିଛି । ଆଉ ତା ଛଡା ଇଂଲିଶ ମିଡ଼ିୟମରେ ପଢିବା ଓ ପଢ଼ାଇବା ପାଇଁ ଆଜିକାର ଅଭିଭାବକ ମାନଙ୍କ ଭିତରେ ଯେପରି ଗୋଟାଏ ପ୍ରବଳ ଆଗ୍ରହ ଅଛି ସେପରି ଜମାରୁ ନ ଥିଲା । ବରଂ କମ୍ପାନୀ ପରିଚାଳିତ ସ୍କୁଲ ର ପିଲାମାନେ ହିଁ ଅନ୍ୟ ମାନଙ୍କ ଠାରୁ ଯଥେଷ୍ଟ ଭଲ କରୁ ଥିଲେ । ମୁଁ ଓଡ଼ିଆ ବିଭାଗର ପ୍ରଥମ ଶ୍ରେଣୀରେ ଭର୍ତ୍ତି ହୋଇ ଥିଲି । ଆମ ଓଡ଼ିଆ ବିଭାଗରେ ସେତେବେଳେ ତିନି ଜଣ ଶିକ୍ଷକ ଥିଲେ – ‘ମିଶ୍ର ସାର’, ‘ନନ୍ଦ ସାର’ ଓ ଜଣେ ମହିଳା ଶିକ୍ଷିକା ଥିଲେ ଯାହାଙ୍କୁ ଆମେ ସବୁ ‘ମାଷ୍ଟ୍ରାଣୀ ସାର’ ବୋଲି ଡାକୁଥିଲୁ । ପ୍ରାଇମେରୀ ସ୍କୁଲ ରେ ୧ମ ରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଥିଲା । ଆମର କ୍ଲାସ ସବୁଦିନ ୧୧ଟା ରୁ ଆରମ୍ଭ ହୋଇ ଦିନ ୪ ଟା ପର୍ଯ୍ୟନ୍ତ ଚାଲୁ ଥିଲା । ଆମ ଘରେ ସେତେବେଳେ ଘଡି ନ ଥିଲା କିନ୍ତୁ ଆମେ ସୂର୍ଯ୍ୟଙ୍କୁ ଦେଖି ସେ ସମୟରେ ସମୟର ପ୍ରାୟତଃ ଠିକ ଅନୁମାନ କରି ପାରୁ ଥିଲୁ ଏ କଥା ମୋର ଆଜିବି ଭଲ ଭାବରେ ମନେ ଅଛି । ଏହି କାରଣରୁ ସ୍କୁଲରେ ପହଂଚିବାରେ ମୋର କେବେବି ବିଳମ୍ବ ହେଉ ନଥିଲା । ମୁଁ ସ୍କୁଲରେ ସାରବର୍ଷ ଉପସ୍ଥିତ ରହି ‘ପୂର୍ଣ୍ଣ ଉପସ୍ଥାନ’ ର ପୁରସ୍କାର ପ୍ରାପ୍ତ ହେଉଥିଲି । ଆମେ ସ୍କୁଲରେ ପଢ଼ିବାର ଅନେକ ଦିନ ପରେ ନନା ଦିନେ ଗୋଟିଏ ସୁନ୍ଦର ଟେବୁଲ ଘଣ୍ଟାଟିଏ କିଣି ଆଣି ଥିଲେ ଯାହାର ନାମ ଥିଲା ଜାଜ ଘଣ୍ଟା ଯାହା ଜର୍ମାନୀରେ ତିଆରି ହୋଇଥିଲା । ସେଥିରେ ପ୍ରତିଦିନ ରାତିରେ ନନା ଚାବି ଦେଉ ଥିଲେ । ସେଥିରେ ଯେତେବେଳେ ନୂଆ କରି ଆଲାର୍ମ ବାଜିଲା ଆମେ ଭାଇ ଭଉଣୀ ଶୁଣି ଅତ୍ୟନ୍ତ ଆନନ୍ଦିତ ହୋଇଥିଲୁ । ମୁଁ ପ୍ରଥମ ଶ୍ରେଣୀରେ ପଢିଲା ବେଳକୁ ମୋ ବଡ଼ ନାନୀ ଆଶାଲତା ମିଶ୍ର ୩ୟ ଶ୍ରେଣୀରେ ଆଉ ବଡ଼ ଭାଇନା ଶ୍ରୀକାନ୍ତ ମିଶ୍ର ୫ମ ରେ ପଢୁ ଥିଲେ । ମାନେ ମୁଁ ପ୍ରଥମରେ ପଢିଲା ବେଳକୁ ଭାଇନା ମାଇନର ସ୍କୁଲ୍ କୁ ଚାଲି ଯାଇଥିଲେ । ୪ ର୍ଥ ଶ୍ରେଣୀ ଠାରୁ ମିଡଲ ସ୍କୁଲ କୁ ଯିବାକୁ ହେଉ ଥିଲା । ୪ ର୍ଥ ଠାରୁ ୭ ମ ମାଇନର ଆଉ ତା ପରେ ୭ ମ ଠାରୁ ଏକାଦଶ ପର୍ଯ୍ୟନ୍ତ ଥିଲା ହାଇସ୍କୁଲ । ମୁଁ ୧ ମ ଶ୍ରେଣୀରେ ପଢିଲା ବେଳକୁ ଆଶା ନାନୀ ସାଙ୍ଗରେ ଗୋଟାଏ ବର୍ଷ ପର୍ଯ୍ୟନ୍ତ ସ୍କୁଲ୍ କୁ ଯାଇଥିଲି । ତା ପରେ ଆଶା ନାନୀ ୪ ର୍ଥ ଶ୍ରେଣୀ ଠାରୁ କଦମା ଗାର୍ଲସ ମିଡଲ ସ୍କୁଲ୍ କୁ ପଢିବାକୁ ଚାଲି ଯାଇଥିଲା । ପିଲାବେଳରୁ ମୋର ଅଭ୍ୟାସ ଯେ ମୁଁ କେବେବି ସ୍କୁଲରୁ କୌଣସିଦିନ ବି ଅନୁପସ୍ଥିତ ରହୁ ନ ଥିଲି କି ସ୍କୁଲ କୁ ବିଳମ୍ବରେ ପହଂଚୁ ନ ଥିଲି । ମୋ ପାଖରେ ଯଦିଓ ସ୍କୁଲରେ ପିନ୍ଧିବା ପାଇଁ ଦୁଇ ତିନୋଟି ଜାମା ପେଣ୍ଟ ହଳ ଥିଲା କିନ୍ତୁ ସେ ଗୁଡିକ ସର୍ବଦା ସଫା ରହୁଥିଲା । ମତେ ସଫା ରହିବା ପାଇଁ, ଭଲ ସ୍ଵଛ ପୋଷାକ ପିନ୍ଧିବା ପାଇଁ ଆଉ ସବୁବେଳେ ଉପସ୍ଥିତ ରହିବ ପାଇଁ ପିଲା ଦିନରୁ ପୁରସ୍କାର ମାନ ମିଳୁଥିଲା । ସେ ସମୟରେ ଆଜିକା ପରି ୟୁନିଫର୍ମ ପିନ୍ଧିବାର ନିୟମ ନ ଥିଲା । ସମସ୍ତେ ନିଜେ ନିଜର ଇଚ୍ଛା ଆଉ ସାମର୍ଥ୍ୟ ଅନୁସାରେ ପୋଷାକ ପିନ୍ଧୁ ଥିଲେ । ପଢ଼ାରେ ଯଦିଓ ମୁଁ ବହୁତ ଭଲ ନ ଥିଲି, କିନ୍ତୁ ଭଲପିଲା ଭାବରେ ମୋର ଗଣନା ହେଉ ଥିଲା । ମୋ ଭାଇନା ଶ୍ରୀକାନ୍ତ ମିଶ୍ର କିନ୍ତୁ ପଢ଼ାରେ ଅତି ବିଚକ୍ଷଣ ଥିଲେ । ସେ ପ୍ରତି ଶ୍ରେଣୀରେ ପ୍ରଥମ ହେଉ ଥିଲେ ଆଉ ଅନେକ ପୁରସ୍କାର ପାଉ ଥିଲେ । ସେ ସମୟରେ ପିଲାଙ୍କୁ ପୁରସ୍କାର ହିସାବରେ ବହିମାନ ଦିଅ ଯାଉ ଥିଲା । ଭାଇନା, ନାନୀ ଆଉ ମୁଁ ଭିଭିନ୍ନ ପୁରସ୍କାର ପାଇ ଘରେ ଅନେକ ବହି ରଖିଥିଲୁ, ଯେଉଁଥିରୁ ଅନେକ ବହି ଏବେବି ମୋ ପାଖରେ ଅଛି । ମୁଁ ଗୋଟିଏ ପୁସ୍ତକ ପ୍ରେମୀ ହୋଇଥିବାରୁ ବହି ସବୁକୁ ଭଲରେ ସାଇତି ରଖି ଥାଏ । ଭାଇନା ଭଲ ଲେଖା ଲେଖି ମଧ୍ୟ କରୁଥିଲେ । ପ୍ରତିବର୍ଷ ବାର୍ଷିକ ସ୍ମରଣିକାରେ ତାଙ୍କର ଅନେକ ଲେଖା ଛପୁ ଥିଲା ଏବଂ ଆଦୃତ ହେଉଥିଲା । ପରେ ଭାଇନା ଅବଶ୍ୟ ଆଉ ଲେଖାଲେଖି କରି ନ ଥିଲେ କିନ୍ତୁ ତାଙ୍କ ଠାରୁ ସଂକ୍ରମିତ ହୋଇ ଲେଖା ଲେଖି କରିବା ମୋର ପିଲାଦିନରୁ ଗୋଟିଏ ଅଭ୍ୟାସରେ ପରିଣତ ହୋଇ ଯାଇ ଥିଲା ଯାହା ଏବେବି ଅଛି । ଭାଇନା କେବଳ ଲେଖା ଲେଖି କରୁ ନ ଥିଲେ ତା ସହିତ ଭଲ ବକ୍ତୃତା ଦେଇ ପାରୁଥିଲେ, ଭଲ ଆବୃତ୍ତି କରି ପାରୁ ଥିଲେ ଏବଂ ସେ ସବୁରେ ମଧ୍ୟ ପ୍ରଥମ ହେଉ ଥିଲେ ଓ ପୁରସ୍କାର ପାଉ ଥିଲେ । ମୁଁ ତାଙ୍କ ଠାରୁ ଶିଖି ଭଲ ବକ୍ତୃତା ଦେବା ଆଉ ଆବୃତ୍ତି କରି ପାରୁ ଥିଲି । ମୋ ଆଶା ନାନୀ ମଧ୍ୟ ବହୁତ ଭଲ ପଢୁଥିଲା ଆଉ ସେ ମଧ୍ୟ ପ୍ରତି ଶ୍ରେଣୀରେ ପ୍ରଥମ ହେଉ ଥିଲା । ଅଙ୍କରେ ସେ ଅତି ବିଚକ୍ଷଣ ଥିଲା, ୧୦୦ ରୁ ୧୦୦ ପାଉ ଥିଲା । ମୁଁ କିନ୍ତୁ ପଢ଼ାରେ ସେମାନଙ୍କ ପରି ବିଚକ୍ଷଣ ନ ଥିଲି, ତେବେବି ଭଲ ପିଲାରେ ମୋର ଗଣା ହେଉଥିଲା । ପ୍ରାଥମିକ ବିଦ୍ୟାଳୟରେ ସେତେବେଳେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢା ହେଉ ଥିଲା । ସେତେବେଳର ଯେଉଁ ସବୁ କଥା ମୋର ମନେ ଅଛି ସେ ଗୁଡିକ ନିମ୍ନରେ ଉଲ୍ଲେଖ କରୁଛି । ସେତେବେଳେ ଆମେ ରହୁଥିଲୁ କଦମା ଏନ – ୧ ଟାଇପ ଘରେ । ସେ ଘର ପାଖରେ ଗୋଟାଏ ବଡ଼ ପଡିଆ ଥିଲା ଆଉ ସେଥିରେ ଆମ ଘରକୁ ପଛ କରି ଗୋଟାଏ ବଡ଼ ଧଳା କାଂଥ ତିଆରି କରା ଯାଇ ଥିଲା ଟିସ୍କୋର କମ୍ୟୁନିଟି ଡେଭେଲପମେଣ୍ଟ ଡିପାର୍ଟମେଣ୍ଟ ତରଫରୁ । ତାକୁ ସାଧାରଣରେ ‘ଫୋକଟିଆ ସିନେମା ଦିବାଲ’ ବୋଲି କୁହା ଯାଉଥିଲା । ସେ କାନ୍ଥରେ ସପ୍ତାହକୁ ଥରେ ବା ଦୁଇଥର ମାଗଣାରେ ହିନ୍ଦୀ ସିନେମା ଦେଖା ଯାଉଥିଲା । ତା ଛଡା ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ନିର୍ଦିଷ୍ଟ ସମୟରେ ହିନ୍ଦୀ ରେ ଖବର ପଢିବା ଏବଂ ଭଲ ଭଲ ହିନ୍ଦୀର ପୁରୁଣା ଗୀତ ସବୁ ବଜା ଯାଉ ଥିଲା ଲୋକଙ୍କର ମନୋରଞ୍ଜନ ଉଦ୍ଦେଶ୍ୟରେ । ସେ କାନ୍ଥର ସାମ୍ନାରେ ଚାରିପଟେ ଲୁହା ଏବଂ କାଠର ବେଞ୍ଚ ମାନ କରାଯାଇଥିଲା ଯେଉଁଥିରେ ବସି ଲୋକମାନେ ଖବର, ଗୀତ ଏବଂ ସିନେମା ଆଦି ଦେଖି ପାରୁଥିଲେ । ସପ୍ତାହକୁ ଥରେ ମୁଖ୍ୟତଃ ଶନିବାର ସନ୍ଧ୍ୟାରେ ସେଠାରେ ମାଗଣାରେ ଭଲ ଭଲ ପୁରୁଣା ସିନେମା ହେଉଥିବାରୁ ଯଥେଷ୍ଟ ଭିଡ଼ ହେଉଥିଲା । ସେତେବେଳେ ଜାମସେଦପୁରର ବିଭିନ୍ନ ସ୍ଥାନ ମାନଙ୍କରେ ଏ ପ୍ରକାର ବନ୍ଦୋବସ୍ତ ହୋଇଥିଲା ସାଧାରଣ ଲୋକଙ୍କର ମନୋରଞ୍ଜନ ଉଦ୍ଦେଶ୍ୟରେ । ସେତେବେଳେ ମୁଁ ଅନେକ କଳା ଧଳା ସିନେମା ଦେଖିଥିଲି ଯାହା ଏବେବି ମୋର ମନେ ଅଛି । ଆମ ନନା ଭାରି କଡା ଲୋକ ଥିଲେ । ସେ ଆମ ମାନଙ୍କୁ ସିନେମା ଦେଖିବାକୁ ଛାଡୁ ନ ଥିଲେ । ଆମେ ସବୁ ମାନେ ମୁଁ ବିଶେଷ କରି ଲୁଚିକରି ଯାଉଥିଲି, କାରଣ ପିଲାଦିନରୁ ହିନ୍ଦୀ ଗୀତ ଏବଂ ସିନେମା ପ୍ରତି ମୋର ଗୋଟାଏ ଦୁର୍ବଳତା ଥିଲା । – ତା’ପରେ – Related Items:ଓଡ଼ିଆ ଅନୁଭୂତି, ରମାକାନ୍ତ ମିଶ୍ର Share Tweet Share Share Email Recommended for you ଟାର୍ଗେଟ୍ ଫୁଲଫିଲଡ୍ ସ୍ୱାର୍ଥପର ଏ ଦୁନିଆଁ ଏସବୁ କେବଳ ଗୋଟିଏ ଗୋଟିଏ ମୁହୂର୍ତ୍ତର କଥା Post navigation ତୁମ ବିନା ସବୁ ଠିକ୍ ହୋଇଯିବ ସୁଧୀ ଓଡ଼ିଆବୃନ୍ଦ, ଆପଣମାନଙ୍କର ଅନେକ ଦିନରୁ ଥିବା ସୁପ୍ତ ଆଶା ଓ ଆକାଂକ୍ଷାକୁ ଚରିତାର୍ଥ କରି ରୂପ ନେଇଛି "ଆମେ ଓଡ଼ିଆ" । ଆଜି ଆମେ ଆପଣମାନଙ୍କ ଘର ଅଗଣାରେ ପରିପୃଷ୍ଟ ହେବା ପାଇଁ ଛାଡ଼ି ଦେଇଛୁ "ଆମେ ଓଡ଼ିଆ" କୁ । ବର୍ତ୍ତମାନ ଏହାର ଲାଳନ ପାଳନର ଦାୟିତ୍ୱ ଆପଣମାନଙ୍କର ଆୟୁଷ ପ୍ରଦାନ କରନ୍ତୁ, ସମୃଦ୍ଧ କରନ୍ତୁ । ଆପଣମାନଙ୍କର ଉପାଦେୟ ଲେଖା, ମତାମତ ଓ ଦିଗ୍ଦର୍ଶନ ଅପେକ୍ଷାରେ "ଆମେ ଓଡ଼ିଆ" । ଶବ୍ଦାଂଶ ଓଡ଼ିଆ କବିତା ଓଡ଼ିଆ ଗଳ୍ପ ଓଡ଼ିଆ ଗପ କବିତା ଓଡ଼ିଆ ପ୍ରବନ୍ଧ ଓଡ଼ିଆ ଅଣୁଗଳ୍ପ ଶିଶୁ ଗଳ୍ପ ଓଡ଼ିଆ ଅନୁଭୂତି ମାତୃଦତ୍ତ ମହାନ୍ତି ପ୍ରବନ୍ଧ ପ୍ରଶାନ୍ତ କୁମାର ବେହେରା ଡ଼ଃ ମୌସୁମୀ ପରିଡ଼ା କନିଷ୍ଠ କିଶୋର ସାହୁ ସୁରେନ୍ଦ୍ର କୁମାର ବେହେରା ଶିଶୁ କବିତା ଓଡ଼ିଆ ଶିଶୁ କବିତା ବିଭୁ ପ୍ରସାଦ ପରିଡ଼ା ଅଶୋକ ବିଶ୍ୱାଳ ଦିବାକର ସାହୁ ଉପନ୍ୟାସ ଦିଲୀପ କୁମାର ସ୍ୱାଇଁ ଶ୍ରୀବତ୍ସ ପ୍ରସାଦ ନାଥ ଶ୍ରୀ ବଳରାମ ମହାନ୍ତି ରମାକାନ୍ତ ମିଶ୍ର ଲୋକପ୍ରିୟ ଲେଖା 27.2K 3 ପିଲାଦିନ ବାଲିଧୂଳି ଖେଳ ସାଙ୍ଗସାଥୀ ମେଳ ପୋଖରୀ ଗାଧୁଆ ଡିଆଁ, ଖଜୁରୀର କୋଳି ଆଉ ଆମ୍ବ ଚୋରି କିଆ ବୁଦାର... 27.1K 4 ରେବତୀ ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡି ଗଲା, ବଳଦ ବିକା ଗଲା, ଜମିଦାର... 21.8K 4 ରାଧା ଗୋ ତମେ କେବେ ଆସିବ କଦମ୍ବ ତ ନିତି ନିତି ମୋତେ ପଚାରୁଚି ଜମୁନା ବି ତମକୁ ଖୋଜୁଚି ତମେ ନାହଁ ବୋଲି ବୋଲି... 21.5K ହୃଦୟର ଭାଷା ଦିଗ ହଜା ନୀଳ ଆକାଶ ବୁକୁରେ ଭସା ବାଦଲଟିଏ ହୋଇ, ଭାସି ବୁଲୁଥିଲି ସାହାରା ଆଶାରେ ସାଦରେ ନେଲ... 18.1K 2 ତମ ଗାଁ ତମ ଗାଁ ନଇ ପଠା କାଶତଣ୍ଡି ଫୁଲ ଶରତର ତୋଫା ଜହ୍ନ ଭାରି ମନେ ପଡେ । 16.7K ବୃତ୍ତିରୁ ବ୍ୟବସାୟ କେବଳ ଖାଦ୍ୟକୁ ବୋଧହୁଏ ଛାଡ଼ିଦେଲେ, ଶିକ୍ଷା, ବୈଷୟିକ ଯୋଗ୍ୟତା, ନିଯୁକ୍ତି ପ୍ରାପ୍ତିର ଯୋଗ୍ୟତା ଏବଂ ଜୀବନଧାରଣ ପାଇଁ ଆବଶ୍ୟକୀୟ...
2022-11-27T16:03:25Z
https://www.ameodia.com/odia-cognition/odia-cognition-pila-dinara-kathaa-1-ramakanta-mishra/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଖେଳ ଖବର ପ୍ରଥମ ଟି-୨୦ରେ ଭାରତ ବିଜୟୀ ପ୍ରଥମ ଟି-୨୦ରେ ଭାରତ ବିଜୟୀ By The Sakala NS On Jul 26, 2021 କଲମ୍ବୋ : ଭୁବନେଶ୍ୱର କୁମାର (୪/୨୨)ଙ୍କ ଘାତକ ବୋଲିଂ ଫଳରେ ଏଠାରେ ରବିବାର ଅନୁଷ୍ଠିତ ପ୍ରଥମ ଟି-୨୦ରେ ଭାରତ ୩୮ ରନ୍‍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ଫଳରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ରେ ଭାରତ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚ୍‍ରେ ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ୫ ୱିକେଟ ହରାଇ ୧୬୪ ରନ୍‍ କରିଥିଲା। ଜବାବରେ ଶ୍ରୀଲଙ୍କା ୧୮.୩ ଓଭରରେ ୧୨୬ ରନ୍‍ କରି ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ଚାରିଥ ଆଶାଲଙ୍କା ମାତ୍ର ୨୬ ବଲ୍‍ରେ ୩ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ସର୍ବାଧିକ ୪୪ ରନ୍‍ କରିଥିଲେ। ଓପନର ଅଭିଷ୍କା ଫର୍ଣ୍ଣାଣ୍ଡୋ ୨୬, ଅଧିନାୟକ ଦାସୁନ ସାନକା ୧୬ ଓ ମିନୋଦ ଭାନୁକା ୧୦ ରନ୍‍ କରି ଦୁଇ ଅଙ୍କରେ ପହଞ୍ଚିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୪ଟି ଓ ଦୀପକ ଚହର ୨ଟି ୱିକେଟ ଅକ୍ତିଆର କରିଥିଲେ। ଅଧିକ ପଢନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତର ସ୍ୱର୍ଣ୍ଣିମ ବିଦାୟ; ୨୨ ସ୍ୱର୍ଣ୍ଣ ସହ… Aug 9, 2022 ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଏହିଠାରେ ମଙ୍ଗଳବାର ଖେଳାଯିବ। ଟସ୍‍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିବାପରେ ଭାରତ ପ୍ରଥମ ବଲ୍‍ରେ ୱିକେଟ ହରାଇଥିଲା। ଏଠାରେ ଟି-୨୦ ଡେବ୍ୟୁ କରିଥିବା ପୃଥ୍ୱୀ ଶ’ ପ୍ରଥମ ବଲ୍‍ରେ ଆଉଟ ହେବା ପରେ ଶିଖର ଧାୱନ (୩୬ବଲ୍‍ରେ ୪୬), ସଞ୍ଜୁ ସାମସନ (୨୦ବଲ୍‍ରେ ୨୭) ଓ ସୂର୍ଯ୍ୟକୁମାର ଯାଦବ (୩୪ ବଲ୍‍ରେ ୫୦, ୫ ଚୌକା, ୨ଛକା)ଙ୍କ ବ୍ୟାଟିଂ ଯୋଗୁ ଦଳ ଭଲ ସ୍କୋର ଆଡକୁ ଯାଇଥିଲା। କିନ୍ତୁ ଏମାନଙ୍କ ଆଉଟ ପରେ ପାଣ୍ଡ୍ୟା ବ୍ରଦର୍ସ କିମ୍ବା ଇଶାନ କିସାନ ବଡ଼ ସ୍କୋର କରିବାକୁ ସମର୍ଥ ହୋଇ ନଥିଲେ। ଡେଥ୍‍ ଓଭରରେ ଶ୍ରୀଲଙ୍କା ଫାଷ୍ଟ ବୋଲରମାନେ ସଟ ମାରିବାକୁ ସୁଯୋଗ ଦେଇ ନଥିଲେ। ସମସ୍ତ ପ୍ରକାର ଚେଷ୍ଟା କରି ବିଫଳ ହୋଇଥିବା କିସାନ ୧୪ ବଲ୍‍ରେ ୨୦ ରନ୍‍ କରି ଅପରାଜିତ ରହିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁଷ୍ମନ୍ତ ଚାମୀରା ଓ ୱାନିନ୍ଦୁ ହାସରଙ୍ଗା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ସଂକ୍ଷିପ୍ତ ସ୍କୋର ଭାରତ: ୧୬୪/୫, ୨୦ ଓଭର (ସୂର୍ଯ୍ୟ କୁମାର-୫୦, ଧାୱନ-୪୬, ଚାମୀରା-୨/୨୪, ହାସରଙ୍ଗା-୨/୨୮)। ଶ୍ରୀଲଙ୍କା: ୧୨୬/୧୦, ୧୮.୩ ଓଭର (ଆଶାଲଙ୍କା-୪୪, ଅଭିଷ୍କା-୨୬, ସାନକା-୧୬, ଭୁବନେଶ୍ୱର କୁମାର-୪/୨୨, ଦୀପକ ଚହର-୨/୨୪)।
2022-12-05T18:34:00Z
https://thesakala.in/india-won-the-first-t20/
OSCAR-2301
ଯୋଡ଼ା ଥାନା, କୋହ୍ଲ ହୁଣ୍ଡୁଳାରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ବୋହୂକୁ ହତ୍ୟା କଲା ସମ୍ପର୍କୀୟ ଦେଢଶୁର । ମୃତକ ହେଉଛନ୍ତି ବିଶିକେଶନ ମୁଣ୍ଡାଙ୍କ ପତ୍ନୀ ଶ୍ରୀଦେବୀ ମୁଣ୍ଡା । ଘଟଣା ପରେ ଅଭିଯୁକ୍ତ ସମ୍ପର୍କୀୟ ଦେଢଶୁର ରଞ୍ଜିତ ମୁଣ୍ଡାକୁ ଯୋଡ଼ା ପୋଲିସ୍ ଗିରଫ୍ କରି ଅଧିକ ପଚରାଉଚରା… Latest ଯୈାତୁକ ଦାବିରେ ବଧୁ ହତ୍ୟା ଅଭିଯୋଗ Swadhikar News Feb 4, 2022 0 ତିର୍ତ୍ତୋଲ ଥାନା ଅର୍ନ୍ତଗତ ଅଲଣା ଗ୍ରାମର ଗଙ୍ଗାଧର ଦାସଙ୍କ ସାନଝିଅ ସରସ୍ୱତୀ ଦାସକୁ ଯୌତୁକ ଦାବିରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଚାରିବର୍ଷ ତଳେ କୁଜଙ୍ଗ ଥାନା ଅନ୍ତର୍ଗତ ସନ୍ତରା ଗ୍ରାମର ବିଶ୍ୱଜିତ ସାମଲଙ୍କୁ ପ୍ରେମ ବିବାହ କରିଥିଲେ ସରସ୍ୱତୀ । ବିବାହର ମାତ୍ର… Latest ଅନଲାଇନ ଗେମ୍ ରେ ପ୍ରଭାବିତ ହୋଇ ମାଆ ସମେତ ୪ ଜଣଙ୍କୁ ହତ୍ୟା କଲା ପୁଅ Swadhikar News Jan 29, 2022 0 ଲାହୋର: ଅନ୍ ଲାଇନ୍ ଗେମ୍ ହେଲା କାଳ । ପବ୍ଜି ଗେମ୍ରେ ପ୍ରଭାବିତ ହୋଇ ଜଣେ ୧୪ ବର୍ଷୀୟ ବାଳକ କରିଛି ହତ୍ୟା । ନିଜ ପରିବାରର ୪ ଜଣଙ୍କୁ ଗୁଳି ମାରି ହତ୍ୟା କରିଛି । ମୃତକଙ୍କ ମଧ୍ୟରେ ହତ୍ୟାକାରୀର ମାଆ, ୩ ଭାଇଭଉଣୀ ରହିଥିବା ଜଣାପଡ଼ିଛି । ଘଟଣାରେ ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି… FEATURED ମାଆ ହତ୍ୟା କଲା ଶିଶୁ ପୁତ୍ର କୁ Swadhikar News Jan 3, 2022 0 କେନ୍ଦ୍ରାପଡା: ଘରୋଇ କଳିରୁ ଘଟିଛି ଏକ ଅଭାବନୀୟ ଘଟଣା । ମାଆ ସାଜିଲା ରାକ୍ଷାସୀ । ମାତ୍ର ଦେଢ ମାସର ଶିଶୁ ପୁତ୍ରକୁ ହତ୍ୟା କଲା ମାଆ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଶିଶୁ ପୁତ୍ରକୁ କୂଅରେ ପକାଇ ଦେଇଥିଲା… Latest ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ Swadhikar News Jan 1, 2022 0 ନୂଆବର୍ଷରେ ରାଜଧାନୀରେ ନିର୍ମମ ହତ୍ୟା । ଯୁବକଙ୍କୁ ପିଟିପିଟି ହତ୍ୟାକଲେ ଦୁର୍ବୃତ୍ତ । ସୁନ୍ଦରପଦା ନୂଆସାହିରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ସେହି ଅଞ୍ଚଳର ଦିପୁ ରାଉତ । ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନୂଆସାହି ଅଞ୍ଚଳର କିଛି ଯୁବକ ନୂଆବର୍ଷ ପାଇଁ ଭୋଜି କରୁଥିଲେ ।… Latest ସ୍ତ୍ରୀ କୁ ପିଟି ପିଟି ହତ୍ୟା କଲା ସ୍ୱାମୀ Swadhikar News Dec 28, 2021 0 କେନ୍ଦୁଝର:ସ୍ତ୍ରୀକୁ ହତ୍ୟା କରି ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ । ପୋଲିସ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି । ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଞ୍ଚଳର ଠାକୁରପାଟଣା ମୁଣ୍ଡାସାହିରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ହଠାତ୍ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା ।… FEATURED ଭଡା ପାଇଁ ହତ୍ୟା କଲେ ପ୍ରେମୀଯୁଗଳ Swadhikar News Dec 17, 2021 0 ଦୀର୍ଘଦିନ ଧରି ବକେୟା ଭଡା ଟଙ୍କା ମାଗିବାରୁ ଘର ମାଲିକାଣୀଙ୍କୁ ହତ୍ୟା କଲେ ପ୍ରେମୀଯୁଗଳ | ହରିୟାଣାର କର୍ଣ୍ଣଲରେ ଏଭଳି ଏକ ଅମାନବୀୟ ହତ୍ୟାକାଣ୍ଡ ଘଟିଛି | ମିଳିଥିବା ସୂଚନା ମୁତାବକ କର୍ଣ୍ଣଲରେ ପ୍ରେମିକ ହାର୍ଦ୍ଦିକ ଓ ପ୍ରେମିକା ପ୍ରୀତକା କର୍ଣ୍ଣଲର ଆନନ୍ଦ ବିହାରରେ ରହିଆସୁଥିଲେ |… FEATURED ଡକାୟତି ଯୋଜନା ପଣ୍ଡ ତିନି ଡ଼କାୟତ ଗିରଫ Swadhikar News Nov 30, 2021 0 ଚନ୍ଦନପୁର ପୋଲିସ ର ଚଡାଉ ଡକାୟତି ଯୋଜନା ପଣ୍ଡ ତିନି ଡ଼କାୟତ ଗିରଫ ଦୁଇ ଫେରାର।ପିଷ୍ଟଲ, କଟୁରି ବମ ତିଆରି ସାମଗ୍ରୀ ଓ ବ୍ୟବହୃତ ନିଶା ଜିନିଷ ଜବତ।ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଟେଣ୍ଟପୁରା ଛକ ନିକଟରେ ଏକ ଘର ଭିତରେ ହାଇୱେ ଉପରେ ଡକାୟତି ଯୋଜନା କରୁଥିବା ବେଳେ ଚନ୍ଦନପୁର… FEATURED ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ Swadhikar News Nov 24, 2021 0 ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ। ‘ଆଇଏସ୍‌ଆଇଏସ୍‌ କଶ୍ମୀର’ ତାଙ୍କୁ ମାରି ଦେବାକୁ ଧମକ ଦେଇଛି। ଏନେଇ ସେ ବୁଧବାର ଦିଲ୍ଲୀ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗମ୍ଭୀରଙ୍କୁ… Latest ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ Swadhikar News Nov 20, 2021 0 ମୟୂରଭଞ୍ଜ: ସାତ ଜନ୍ମ ଲାଗି ସାଥୀ ହୋଇ ରହିବା ଲାଗି ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲା । ସୁଖ ଦୁଃଖର ସାଥୀ ହେବା ସହ ଜୀବନ ସାରା ସୁରକ୍ଷା ଦେବା ଲାଗି କହିଥିଲା । କିନ୍ତୁ ନିଜେ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ବେତନଟୀ…
2022-12-06T16:24:38Z
http://www.swadhikar.in/tag/murder/
OSCAR-2301
ଏହି ଲେଖାଟି ବଟ୍ ବ୍ୟବହାର କରି ତିଆରି କରାଯାଇଛି ଏବଂ ଏହା ପର୍ଯ୍ୟାୟ କ୍ରମେ ଉନ୍ନତି ହେଉଅଛି । ଏଣୁ ଏହି ଛାଞ୍ଚ ନଉଠିବା ପର୍ଯ୍ୟନ୍ତ କୌଣସି ବଦଳ କରନ୍ତୁ ନାହିଁ । ଯଦି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ତ୍ରୁଟି ଆପଣଙ୍କ ଦୃଷ୍ଟିଗୋଚର ହେଉଅଛି ତେବେ ପୃଷ୍ଠା ଆଲୋଚନା‌ରେ ସୂଚିତ କରନ୍ତୁ ।
2022-11-29T23:43:12Z
https://or.m.wikipedia.org/wiki/%E0%AD%A7%E0%AD%AE%E0%AD%AE%E0%AD%AA
OSCAR-2301
ଆଜିକା ବ୍ୟସ୍ତ ସମୟରେ ଦୁନିଆରେ ଡାଇବେଟିଜ ଏବଂ ହାର୍ଟ ଜଡିତ ସମସ୍ୟା ପ୍ରତି ମଣିଷକୁ ଅଛି, ଏହା ପଛ ସବୁ ଠାରୁ ବଡ କାରଣ ଲୋକଙ୍କ ଖରାପ ଖାଦ୍ୟ ପ୍ରଣାଲୀ ଅଟେ । ଆଜିକା ସମୟରେ ଖାଦ୍ୟ ଏତେ ମସଲା ତେଲ ଯୁକ୍ତ ରହୁଛି ଯାହା ଫଳରେ ରୋଗ ନହଉଥିବା ଲୋକକୁ ମଧ୍ୟ ରୋଗ ହୋଇ ଥାଏ । ଆଜି ଆମେ ଆପଣଙ୍କୁ ଏହି ଦୁଇଟି ଭୟଙ୍କର ରୋଗ ଠାରୁ ବଞ୍ଚି ରହିବା ପାଇଁ ଗୋଟେ ଏମିତିକା ଫଳ ବିଷୟରେ କହିବାକୁ ଯାଉଛୁ । ଯାହାର ପ୍ରତି ଦିନ ସେବନ ଦ୍ଵାରା ଆପଣ ସବୁବେଳେ ଡାଇବେଟିଜ ଓ ହାର୍ଟ ରୋଗରୁ ଦୂରେଇ ରହି ଥାନ୍ତି । ପ୍ରତି ବର୍ଷ ମିନିମମ ସାତ ଲକ୍ଷ ଠାରୁ ଅଧିକ ଲୋକ ହାର୍ଟ ଅଟେକ ଶିକାର ହଉଛନ୍ତି : ଲେଟେଷ୍ଟ ମେଡିକଲ ରିସର୍ଚ ଅନୁଯାଇ ସାତ ଲକ୍ଷ ୯୫ ହଜାର ଲୋକ ହାର୍ଟ ଅଟେକ ଶିକାର ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ୬୦ହଜାର ଲୋକ ହାର୍ଟ ସହ କ୍ଳୋଷ୍ଟ୍ରୋଲ ଏବଂ ବ୍ଲୋଡ ପ୍ରେଶର ରୋଗୀ ହୋଇ ଥାନ୍ତି । ଏହି ସବୁ କାରଣ ପାଇଁ ବହୁତ ଲୋକଙ୍କୁ ବ୍ରେନ ଷ୍ଟ୍ରୋକ ସମସ୍ୟା ଆସି ଥାଏ, କଣ ଆପଣ ଜାଣିଛନ୍ତି ଯେ ବ୍ରେନକୁ ହାର୍ଟ ଦ୍ଵାରା ରକ୍ତ ପ୍ରବାହ ହୋଇ ଥାଏ ଯାହା କୌଣସି ପ୍ରକାର ପାଇଁ ଅଟକି ଗଲେ ବ୍ରେନ ଷ୍ଟ୍ରୋକ ଭଳି ଭୟଙ୍କର ରୋଗ ହୋଇ ଥାଏ ଏହା ଦ୍ଵାରା ମଣିଷ ଜୀବନ ମଧ୍ୟ ଯାଇ ପାରେ । ଆଜିକାଲି ଲୋକ ଟଙ୍କା ପଛରେ ଦଉଡି ଏହା ଭୁଲି ଯାଉଛନ୍ତି ଯେ ଟଙ୍କା କଣ ହବ ଯଦି ସ୍ୱାସ୍ଥ୍ୟ ନଥିବ ଆଜିକା ସମୟରେ ସମସ୍ତଙ୍କ ପାଇଁ ଟଙ୍କା ସବୁ କିଛି ଲୋକ ଟଙ୍କା ରୋଜଗାର ପାଇଁ ଯାହା ପାଉଛନ୍ତି ଖାଇ ବଞ୍ଚି ଜାଉଚନ୍ତି କିନ୍ତୁ ଏହା ଭୁଲି ଜାଉଚନ୍ତି ଯେ ଟଙ୍କା ତାଙ୍କ ଜୀବନ ଠାରୁ ବଡ ନୁହ । ସେଥିପାଇଁ ଆଗ ସ୍ୱାସ୍ଥ୍ୟ ତାପରେ ଅନ୍ୟଜିନିଷ ଆସିଥାଏ । ସେଥିପାଇଁ ନିଜ ଖାଦ୍ୟକୁ ହେଲଦି ବନେଇବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆମେ ଆପଣଙ୍କୁ ଯେଉଁ ଫଳ ବିଷୟରେ ତାହା ଆଉ କିଛି ନୁହ ଖଜୁରୀ ଯାହା ଆପଣ ଦେଖି ଥିବେ ଏବଂ ଖାଇ ଥିବେ କିନ୍ତୁ ଏହାର ପ୍ରତି ଦିନ ସାକାଳେ ଖାଲି ପେଟ ସେବନ କଲେ ଆପଣ ବହୁତ ବଡ ବଡ ଭୟଙ୍କର ରୋଗ ଠାରୁ ମୁକ୍ତି ପାଇ ପାରିବେ ଯେମିତିକି ହାର୍ଟ ବା ଦଇବେଟିଜ ଭଳି ସମସ୍ୟା । ଏହା ଦ୍ଵାରା ହାଡ ମଜବୁତ ହୋଇ ଥାଏ ଓ ରକ୍ତ ସଫା କରି ଥାଏ ଯାହା ଫଳରେ ରକ୍ତ ପ୍ରବାହ କେଉଁଠି ଅଟକି ନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ବିଦ୍ର:- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯଦି ଆପଣଙ୍କର କୌଣସି ରୋଗ ଅଛି ତେବେ କିଛିବି ଖାଦ୍ଯ ସେବନ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । Related Posts ବାଛନ୍ତୁ ଗୋଟିଏ ଶ୍ରୀଗଣେଶ ଓ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ November 25, 2022 ମାଣବସା ଗୁରୁବାର ଦିନ କରନ୍ତୁ ନାହିଁ ଏହି 10ଟି ଭୁଲ, ନଚେତ ଘରକୁ ଆସିବ ମହା ବିପଦ November 17, 2022 କର୍କଟ ରାଶି ଥିବା ବ୍ୟକ୍ତିଙ୍କ କଟୁ ସତ୍ୟ, ଆପଣଙ୍କ ପାଖରେ କର୍କଟ ରାଶି ବ୍ୟକ୍ତି ଅଛନ୍ତି ତ ନିଶ୍ଚୟ ଦେଖନ୍ତୁ… November 13, 2022 Post navigation Previous Article ସ୍ତ୍ରୀମାନଙ୍କର ଏହି ଛୋଟ ଭୁଲ ସ୍ଵାମୀ ଉପରେ ଆଣି ଦିଏ ଧାର କରଜର ବୋଝ- ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ Next Article IAS ଇଣ୍ଟରଭିୟୁ ପ୍ରଶ୍ନ : ତାହା କେଉଁ ଜିନିଷ ଅଟେ ଯାହା ପାଣିରେ ଓଦା ହୋଇ ନ ଥାଏ , ୯୯ % ଲୋକମାନେ ଦେଲେ ଭୁଲ ଜବାବ ?? About Priyanka Patel View all posts by Priyanka Patel → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. recent post ମୃତ୍ୟୁ ପରେ 47 ଦିନ ପର୍ଯ୍ୟନ୍ତ ଆତ୍ମା ସହ କଣ ହୋଇଥାଏ- Garuda Purana November 28, 2022 ଘରେ ଏହି ସମୟରେ ଝାଡୁ ଲଗାଇଲେ ହୋଇଥାଏ ଧନର ବର୍ଷା, ମା’ ଲକ୍ଷ୍ମୀ କରନ୍ତି କୃପା November 28, 2022 ଏହି 5ଟି ରାଶିର ଲୋକ ପାଗଳ ପରି ଭଲ ପାଇଥାନ୍ତି, ନିଜ ଜୀବନସାଥିକୁ ଛାଡି ଗୋଟେ ମୂହୁର୍ତ୍ତ ବି ରହିପାରନ୍ତି ନାହିଁ November 28, 2022 ବାଛନ୍ତୁ ଗୋଟିଏ ରଙ୍ଗର କଳସ ଓ ଜାଣନ୍ତୁ ନିଜର ଭବିଷ୍ୟତ- Personality Test November 28, 2022 ଆସୁଛି ନୂଆବର୍ଷ 2023, ଏହି 4ଟି ରାଶିରେ ହେବ ଖାଲି ଧନର ବର୍ଷା… ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ ! November 28, 2022
2022-11-28T14:13:20Z
https://online80media.com/pratidin-khali-petare/
OSCAR-2301
ପୁରୀ: ପୁରୀ ସମୁଦ୍ରକୂଳରେ ଗାଧୋଇବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବଙ୍ଗୀୟ ଦମ୍ପତି ଦ୍ୱୟ । ଗୁରୁବାର ସକାଳେ ସମୁଦ୍ରରେ ଭାସିଯାଉଥିବାବେଳେ ବେଳାଭୂମିରେ ନିଯୁକ୍ତ ଥିବା ଲାଇଫଗାର୍ଡ ସେମାନଙ୍କ ଜୀବନ ବଂଚାଇଛନ୍ତି । ସୂଚନା ମୁତାବକ, ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ ଚୈତନ୍ୟ ଛକ ସୁମଦ୍ରକୂଳ ଅଂଚଳରେ ସ୍ନାନ କରୁଥିବାବେଳେ ଗଭୀର ସ୍ରୋତରେ ଭାସିଯାଇଥିଲେ । ଏହାପରେ ସାଙ୍ଗେ ସାଙ୍ଗେ ଜଣେ ଲାଇଫଗାର୍ଡ ସମୁଦ୍ର ଭିତରକୁ ଡେଇଁ ସେମାନଙ୍କୁ ଟ୍ୟୁବ ସାହାଯ୍ୟରେ ସମୁଦ୍ରକୂଳକୁ ଆଣିଥିଲେ । ଦମ୍ପତି ଦ୍ୱୟ ହେଉଛନ୍ତି- ଗୋବିନ୍ଦ ଧାରା, ତନୁଶ୍ରୀ ଧାରା, ବାବୁଲା ମଲାକାର ଓ ଝୁମା ମଲାକାର । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
2022-11-29T00:44:47Z
https://odishasambad.in/lifeguard-saves-life-of-two-couple-at-puri-beach-fdg/
OSCAR-2301
ନିଜ ଜ୍ଞାନ ଗରିମା ପ୍ରୟୋଗ କରି କାର୍ଯ୍ୟ କରି ଚାଲିବେ । କର୍ମତତ୍ପର ରହିବେ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସେବା ପୂଜାରେ ମନୋନିବେଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ସୁଖୀ ହେବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ପ୍ରବଳ ଉଦ୍ୟୋଗୀ ହେବେ । ସୁଖ ମିଳିବା କଷ୍ଟକର ବ୍ୟପାର । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ । ପ୍ରତିଶୋଧ ପରାୟଣ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ଖର୍ଚ୍ଚାନ୍ତ ପାଇଁ ବିଚଳିତ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧାଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଶାରୀରିକ ଶକ୍ତି ସମ୍ପନ୍ନ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ଲଟେରି ଭାଗ୍ୟଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ । ସୁସ୍ଥ ରହିବେ । ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷିକର୍ମକାରୀ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ଉନ୍ନତ ଧରଣର କାର୍ଯ୍ୟ ପ୍ରାପ୍ତି ପାଇଁ ଆଶାବାଦୀ ହେବେ । ମନ ପ୍ରସନ୍ନ ରହିବ । ଈଶ୍ୱର ବିଶ୍ୱାସୀ ହେବେ । ମଧୁରଭାଷୀ ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କଠାରୁ ଆଦର ମିଳିବ । ଅସାଧୁ କର୍ମଚାରୀଙ୍କ ପ୍ରତି ଘୃଣାଭାବ ଆଣି ପାରନ୍ତି । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମଧୁରଭାଷୀ ହେବେ । ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ବିଦ୍ୟାପ୍ରେମୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅସଂପୂର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ସଫଳ ହେବେ । ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବାର ସୁଯୋଗ ଅଛି । ସମ୍ପତ୍ତିବାନ୍ ହେବେ । ଆତ୍ମସଂଯମୀ ହୋଇ କାର୍ଯ୍ୟ କରିବେ । ପଥରୋଧକାରୀ ମାନେ ବିଫଳ ହେବେ । କର୍ମଚଞ୍ଚଳ ରହିବେ । ନିରୋଳାରେ ସମୟ ବିତାଇବାକୁ ଇଚ୍ଛା କରିବେ । ମଧୁର ସମ୍ଭାଷଣରେ ଅଧସ୍ଥନକୁ ଆପଣାର କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ହେବ । ବିଷମ ସମସ୍ୟାକୁ ପାରି ହୋଇ ଶତ୍ରୁପକ୍ଷକୁ ଉଚିତ୍ ଯବାବ୍ ଦେବେ । ସୁସ୍ଥ ରହିବେ । କର୍ମଚଞ୍ଚଳ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଯଶସ୍ୱୀ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତ ହେବେ । For daily odia rashiphala visit our website daily in the morning. This is compiled from a trusted source.
2022-12-02T02:55:07Z
https://www.odiaweb.in/odia-rasiphala-thursday-17th-dec-2020/
OSCAR-2301
ୱିଲିୟମ୍: ଆଜି ସକାଳେ ମୋର ଏକ ଭିଜନ୍ ଥିଲା, ଯାହା ଗତକାଲି ପବିତ୍ର ଗୁରୁବାରରେ ଥିବା ଦର୍ଶନର ଏକ ଅଂଶ ପୂରଣ କରିଥିଲା ​​| ମୁଁ ଯୀଶୁଙ୍କଠାରୁ ବାର୍ତ୍ତା ଆଶା କରିଥିଲି, ଯାହା ମୋତେ କିଛି ଦିନ ପୂର୍ବରୁ କୁହାଯାଇଥିଲା, କିନ୍ତୁ ମୁଁ ଭୁଲି ଯାଇଥିଲି | ଗତକାଲି ରାତିରେ ମୁଁ ସେର, କ୍ରିଷ୍ଟିନା ଗାଲାଗେର୍ଙ୍କ ସହିତ ଏକ ସଭାରେ ଆୟର୍ଲାଣ୍ଡରେ ଥିଲି | ସଭା ସମାପ୍ତ ହେବା ପରେ ସେ ଭିଡ଼ଠାରୁ ଅଲଗା ଯାଉଥିଲେ | ସେ ଅଟକି ଗଲେ ଏବଂ ମୋତେ ସମସ୍ତଙ୍କଠାରୁ ଅଲଗା ଡାକିଲେ | ମୁଁ ମୋ ପତ୍ନୀ ଏବଂ ବିଶପ୍ ବ୍ରସର୍ଡଙ୍କ ସହିତ ଥିଲି | ଏହା ଏକ ଅସାଧାରଣ ସଭା ଥିଲା | କ୍ରିଷ୍ଟିନା କହିଛନ୍ତି ମୁଁ ଖୁବ୍ କମ୍ ସମୟ ମଧ୍ୟରେ ଶେଷ ପୋପ୍ ହେବି | ସେ ମୋତେ ଅନେକ ବିଷୟ ବିଷୟରେ କହିଥିଲେ, ବହୁତ ଗଭୀର ସଭାର | ଏହା ବହୁତ ଭଲଥିଲା। ଯେତେବେଳେ ମୁଁ ତାଙ୍କ ସହିତ ସକାଳ 6.45 ରେ କଥା ହେଉଥିଲି, ଭିଜନ ସକାଳେ ଜାରି ରହିଲା | ଯୀଶୁ ମୋ ସହିତ କଥା ହେଲେ ଏବଂ କହିଥିଲେ ଯେ ମୁଁ ଆପେରିସନ୍ ପାଇବାକୁ ଭୁଲି ନାହିଁ, କାରଣ ଏହା ତାଙ୍କର ଇଚ୍ଛା | ଆଜି ଯୀଶୁ ମୋତେ ଜଗତ ପାଇଁ ଏକ ବାର୍ତ୍ତା ଦେବେ | ଏହା ସକାଳ 4.39 ଅଟେ | ସେଣ୍ଟ ମାଇକେଲ ପାଖେଇ ଆସୁଛନ୍ତି | ତାଙ୍କ ସହିତ ଦୁଇଜଣ ମହାନ ଦୂତ ଛିଡା ହୋଇଛନ୍ତି – ସେଣ୍ଟ ଗାବ୍ରିଏଲ୍ ଏବଂ ସେଣ୍ଟ୍ ରାଫେଲ୍ | ସେଣ୍ଟ ମାଇକେଲ ମୋତେ ଅଭିବାଦନ ଜଣାନ୍ତି ଏବଂ କୁହନ୍ତି: ସାଧୁ ମାଇକେଲ୍: “ଯୀଶୁ ଶୀଘ୍ର ଆସିବେ |” ୱିଲିୟମ୍: ସେଣ୍ଟ ମାଇକେଲ, ସେଣ୍ଟ ଗାବ୍ରିଏଲ ଏବଂ ସେଣ୍ଟ ରାଫେଲ କ୍ରସର ସଙ୍କେତ ତିଆରି କରନ୍ତି: ସାଧୁ ମାଇକେଲ୍, ଗାବ୍ରିଏଲ୍ ଏବଂ ରାଫେଲ୍: “ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ | ଆମେନ୍। ” ୱିଲିୟମ୍: ହ୍ୱାଇଟ୍ କ୍ରସ୍ ବହୁତ ଉଜ୍ଜ୍ୱଳ | ଯୀଶୁ ଏହା ଦେଇ ଆସନ୍ତି ଏବଂ ଦୂତମାନେ ଆଣ୍ଠୁମାଡି କରନ୍ତି | ଯୀଶୁ ଶୁଦ୍ଧ ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ | ମୁଁ ତାଙ୍କ ହାତ ଏବଂ ପାଦକୁ ଖୋଲା କ୍ଷତ ସହିତ, ତାଙ୍କର ପବିତ୍ର ହୃଦୟ ମଧ୍ୟ ଦେଖେ | ଯୀଶୁ ମୋତେ ଅଭିବାଦନ ଜଣାଇଲେ: ଆମର ପ୍ରଭୁ: “ମୋର ପବିତ୍ର ପୁତ୍ର, ଲେଖିବାକୁ ଅଗ୍ରସର ହୁଅ।” ୱିଲିୟମ୍: ଯୀଶୁ କ୍ରୁଶର ଚିହ୍ନ ତିଆରି କରନ୍ତି: ଆମର ପ୍ରଭୁ: “ପିତା, ପୁତ୍ର ଏବଂ ପବିତ୍ରଆତ୍ମାଙ୍କ ନାମରେ | ଆମେନ୍। ” ୱିଲିୟମ୍: ଯୀଶୁ ମୋ ଆଡକୁ ହସୁଛନ୍ତି ଏବଂ କୁହନ୍ତି: ଆମର ପ୍ରଭୁ: “ମୁଁ ତୁମକୁ ଆଶୀର୍ବାଦ କରେ: + ମୁଁ ତୁମର ଦୁ sad ଖୀ ହୃଦୟକୁ ବହୁତ ଦୁ orrow ଖରେ ଭରି ଦେଉଛି, କିନ୍ତୁ ଭଲଭାବେ ଜାଣ, ମୋର ପିଲା, ତୁମର ଦୁ orrow ଖ ଖୁବ୍ ଶୀଘ୍ର ଆନନ୍ଦରେ ପରିପୂର୍ଣ୍ଣ ହେବ, କାରଣ ତୁମର ମୁକ୍ତି ଏବଂ ପୁନରୁତ୍ଥାନ ଖୁବ ଶୀଘ୍ର ଆସିବ |” “ମୋର ପ୍ରିୟ ପୁତ୍ର, ଜଗତ ଆବେଗରେ ପ୍ରବେଶ କରୁଛି ଏବଂ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଉଛି, ଯେଉଁଠାରେ ମାନବିକତା ଶାନ୍ତି ପାଇଁ ଚେଷ୍ଟା କରିବେ, କାରଣ ସେମାନେ ଯୀଶୁଙ୍କ ସାହାଯ୍ୟ ଉପରେ ନିର୍ଭର ନକରି ପ୍ରକୃତ ଶାନ୍ତି ପାଇବାକୁ ବିଶ୍ belie ାସ କରି ଏହାକୁ ଗ୍ରହଣ କରି ନାହାଁନ୍ତି। ମୋର ପ୍ରିୟ ସନ୍ତାନଗଣ, ମୁଁ ମାନବିକତାକୁ ଶାନ୍ତି ଏବଂ ସୁଖର ଜୀବନ ପାଇବାକୁ ବାଟ ଦେଇ ନାହିଁ – ଜୀବନରେ ସେମାନେ ପାଇଥିବା ବିଭିନ୍ନ କ୍ରୁଶ ସତ୍ତ୍ୱେ – ine ଶ୍ୱରଙ୍କ ପବିତ୍ର ଇଚ୍ଛାରେ ପହ of ୍ଚିବା ପାଇଁ ପଥ ଅନୁସରଣ କରିବା | “ମୋର ପିଲାମାନେ, ମୋର ସନ୍ତାନଗଣ: ତୁମେ ଜଗତର ପଥ ଅନୁସରଣ କରିବାକୁ ବାଛିଛ, ଯାହାକି ମନୁଷ୍ୟକୁ God ଶ୍ବରଙ୍କଠାରୁ ଦୂରେଇ ଯାଏ – ମୋ ଠାରୁ, ତୁମର ine ଶ୍ୱର ତ୍ରାଣକର୍ତ୍ତା – କିନ୍ତୁ ପିଲାମାନେ, ତୁମେ ତୁମର ଜୀବନ ଉପରେ ପ୍ରତିଫଳିତ ହେବା ଆବଶ୍ୟକ, କାରଣ ତୁମେ ପହଞ୍ଚୁଛ | ମାନବଜାତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ | ” “ମୋର ପିଲାମାନେ, ମୁଁ ତୁମକୁ ଭଲ ପାଏ ଏବଂ ତୁମର ସୁଖ ଏବଂ ଆନନ୍ଦ ଏବଂ ଶାନ୍ତିରେ ପରିପୂର୍ଣ୍ଣ ଜୀବନ ଖୋଜେ | ସମୟ ବର୍ତ୍ତମାନ – ଆସନ୍ତାକାଲି ନୁହେଁ – ଦୟାକରି ବର୍ତ୍ତମାନ ପଚାରନ୍ତୁ, ଯେହେତୁ ମାନବଜାତି ପାଇଁ ସମୟ ସରିଯାଉଛି। ” “ମୁଁ ପୁନର୍ବାର ମୋର ପାସ୍ ବଞ୍ଚୁଛି, କାରଣ ସେମାନଙ୍କ ମଧ୍ୟରୁ ଅନେକ ମନ୍ଦ ଲୋକମାନଙ୍କ ଦ୍ୱାରା ମନୁଷ୍ୟକୁ ଦିଆଯାଇଥିବା ପ୍ରଲୋଭନରେ ନିଜକୁ ପରିତ୍ୟାଗ କରିଛନ୍ତି | ଦୟାକରି ପ୍ରିୟ ସନ୍ତାନଗଣ, ତୁମେ କେବଳ ପ୍ରାର୍ଥନା କରିବା ଏବଂ ମୋତେ ପଚାରିବା ଆବଶ୍ୟକ | ବିଶ୍ୱ ଖୁବ୍ ଶୀଘ୍ର ଏକ ବିଶ୍ୱଯୁଦ୍ଧକୁ ଯିବ , କାରଣ ଅନେକ ଦେଶ ଏଥିରେ ସାମିଲ ହେବେ – କେବଳ ରୁଷ ଦ୍ୱାରା ନୁହେଁ, ବରଂ ଅଧିକ ଦୁଷ୍ଟ ଆତ୍ମା ​​ଦ୍ୱାରା, ଯେଉଁମାନେ ବର୍ତ୍ତମାନ ଜଗତକୁ ନିୟନ୍ତ୍ରଣ କରୁଛନ୍ତି, ମନୁଷ୍ୟକୁ ଆଣ୍ଟି- ଖ୍ରୀଷ୍ଟଙ୍କ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ କରୁଛନ୍ତି । ” “ଏହା ଜାଣ, ମୋର ପିଲାମାନେ, ଯେତେବେଳେ ଜଗତ ଯୁଦ୍ଧରେ ଅଛି, ମୋର ପିଲାମାନେ ମୋ ପାଖକୁ ଫେରିଯିବେ, କିନ୍ତୁ ସେତେବେଳେ ମହାନ ଚେତାବନୀ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ | ପୋଲାଣ୍ଡ ଏବଂ ଉତ୍ତର ପ୍ରଦେଶର ସମସ୍ତ ଦେଶରେ ଫ୍ରାନ୍ସ ଯୁଦ୍ଧ ହେବ ଏବଂ ସ୍ପେନ ଉପରେ ଆକ୍ରମଣ ହେବ ଏବଂ ଜର୍ମାନୀ ମୁହାଁମୁହିଁ ହେବ। ” “ ଇଟାଲୀ ପାଇଁ ସାବଧାନ , କାରଣ କମ୍ୟୁନିଷ୍ଟ ଫୋର୍ସ ଏହାକୁ ଆଶ୍ଚର୍ଯ୍ୟଚକିତ କରିବ | ରୋମକୁ ପ୍ରବଳ ଆକ୍ରମଣ କରାଯିବ। ଭାଟିକାନ୍କୁ ନିଆଯିବ । ” “ ମଧ୍ୟ ପୂର୍ବ ଦେଶ ସ୍ପେନ୍ ଉପରେ ଆକ୍ରମଣ କରିବ , କିନ୍ତୁ ଖ୍ରୀଷ୍ଟିଆନମାନେ ସହିଦ ହେବେ। ଆଫ୍ରିକା , ଦକ୍ଷିଣ ଆମେରିକାରେ ଯୁଦ୍ଧ ଖୋଲାଯିବ ; ଏସିଆରେ ଯୁଦ୍ଧ ଆରମ୍ଭ ହେବ , ଯେଉଁଠାରେ ଚୀନ୍ Russia ଷ ଏବଂ ଅନେକ ଦେଶ ତଥା ଆପଣଙ୍କ ଦେଶ ଅଷ୍ଟ୍ରେଲିଆ ଉପରେ ଗତି କରିବ । ” “କିନ୍ତୁ ଜାଣନ୍ତୁ ଆମେରିକା ଏବଂ କାନାଡାର ଦେଶଗୁଡ଼ିକ ଥରେ ଆକ୍ରମଣ କଲେ ଆପଣ ଜାଣିବେ ଯେ ବିଶ୍ୱ ଗୁରୁତର ଅସୁବିଧାରେ ପଡ଼ିବ; ତୃତୀୟ ବିଶ୍ୱଯୁଦ୍ଧ ଅଳ୍ପ ସମୟ ପାଇଁ ଜାରି ରହିବ ଏବଂ ଏକ ଆଷ୍ଟ୍ରୋଏଡ ଦ୍ୱାରା ବିଶ୍ୱ storm ଡ଼ ସୃଷ୍ଟି କରିବ | ଏହାର କିଛି ସମୟ ପରେ ମହା ଚେତାବନୀ ପାଇଁ ସଙ୍କେତ ଦିଆଯିବ | ମହା ଚେତାବନୀ ମାନବିକତାକୁ ମୋ ଧର୍ମ ଗ୍ରହଣ କରିବାକୁ ଛଅ ସପ୍ତାହ ଦେବ, କିମ୍ବା ହଜିଯିବ। ” ଚେତାବନୀ ସମୟରୁ ଶୟତାନକୁ ହଟାଇ ଦିଆଯିବ ଏବଂ ସେ ଛଅ ​​ସପ୍ତାହ ପର୍ଯ୍ୟନ୍ତ ମାନବଜାତିଙ୍କୁ ପ୍ରଲୋଭିତ କରି ପାରିବେ ନାହିଁ । ” “ମାନବଜାତି ତା’ର ମାର୍ଗ ବଦଳାଇବା ଉଚିତ କିମ୍ବା ହଜିଯିବା ଉଚିତ୍। ଛଅ ସପ୍ତାହ ପରେ ଶୟତାନ ପୁନର୍ବାର ମୁକ୍ତ ହେବ ଏବଂ ଖ୍ରୀଷ୍ଟଧର୍ମ ଜଣେ ମହାନ ଏବଂ ଭଦ୍ର ନେତାଙ୍କ ରୂପ ନେବେ | ମାନବଜାତି ତାଙ୍କୁ ପରାସ୍ତ କରିବାକୁ ସମର୍ଥ ହେବେ। ” “ମନେରଖ, ମୋର ମଧୁର ପିଲାମାନେ, ତୁମର ଉତ୍ତରର ସମୟ ବର୍ତ୍ତମାନ | ସବୁଠାରୁ ଶକ୍ତିଶାଳୀ ନାରୀକୁ କେବେ ବି ଭୁଲିଯାଅ ନାହିଁ ଯିଏ ଆପଣଙ୍କୁ ସାହାଯ୍ୟ କରିପାରିବ ଏବଂ ତାହା ହେଉଛି ମୋର ପ୍ରିୟ ମାତା , ମରିୟମ ଏବଂ ସମସ୍ତ ହୃଦୟର ରାଣୀ | ମୁଁ ମୋର ପିଲାମାନଙ୍କୁ ଭଲ ଭାବରେ ଚିନ୍ତା କରିବାକୁ ଏବଂ ପ୍ରାର୍ଥନା କରିବାକୁ କହୁଛି। ” “ମୋର ପବିତ୍ର ପୁତ୍ର, ୱିଲିୟମ୍, ମୁଁ ତୁମକୁ ଗତ ରାତିରେ ଏବଂ ଆଜି ସକାଳେ ଏକ ଦର୍ଶନ ଦେଇଥିଲି, ଯେଉଁଠାରେ ତୁମେ ଦର୍ଶକଙ୍କୁ ଭେଟିଥିଲ, ( ଖ୍ରୀଷ୍ଟିନା ଗାଲାଗର୍ ) | ଏହି ଦର୍ଶନ ଆପଣଙ୍କୁ ଶକ୍ତିଶାଳୀ କରିବା, କାରଣ ସେ ଜଣେ ପ୍ରକୃତ ଦର୍ଶକ | ସେ ତୁମ ଉପରେ ଦୃ strongly ବିଶ୍ୱାସ କରେ | ତୁମର ମାମଲା ସମାପ୍ତ ହେବା ପରେ ତୁମେ ତାଙ୍କୁ ଭେଟିବ, ଯେହେତୁ ତୁମେ ଆୟର୍ଲାଣ୍ଡ ଏବଂ ୟୁରୋପର ଅନେକ ଦେଶ ଭ୍ରମଣ କରିବ , ସେମାନଙ୍କୁ ଆଗାମୀ ଘଟଣାଗୁଡ଼ିକ ପାଇଁ ପ୍ରସ୍ତୁତ କରିବ | ” “ହେ ମୋର ସନ୍ତାନଗଣ, ପ୍ରାର୍ଥନା କର, କାରଣ ତୁମେ ନିଶ୍ଚୟ ଖ୍ରୀଷ୍ଟିନାଙ୍କୁ ଦିଆଯାଇଥିବା ବାର୍ତ୍ତା ପ read ଼ିବା ଉଚିତ୍ ଏବଂ ମୁଁ ଏବଂ ମୋର ପବିତ୍ର ମାତା ତାଙ୍କୁ ଯାହା ଦେଇଛନ୍ତି ତାହା ଅନୁସରଣ କରିବା ଉଚିତ୍।” “ମୋର ପ୍ରିୟ ପିଲାମାନେ, ସମଗ୍ର ବିଶ୍ୱରେ ଆପଣଙ୍କୁ ଦିଆଯାଇଥିବା ବାର୍ତ୍ତାଗୁଡ଼ିକୁ ପୁନ read ପ and ନ୍ତୁ ଏବଂ ସାହସ କରନ୍ତୁ | ଯୁଦ୍ଧ ଦେଶ – ୟୁକ୍ରେନରେ ପୀଡିତ ଲୋକଙ୍କ ପାଇଁ ପ୍ରାର୍ଥନା କର ଏବଂ ସାହସ କର, କାରଣ ତୁମେ ଜାଣ ଯେ ଯୀଶୁ ଏବଂ ମରିୟମ ତୁମକୁ ଭଲ ପାଆନ୍ତି | “ଖୁବ୍ ଶୀଘ୍ର ଇଣ୍ଡୋନେସିଆ ଏବଂ ଚାଇନାରେ ଏକ ବଡ଼ ଭୂକମ୍ପ ଅନୁଭୂତ ହେବ । ମୋ ପିଲାମାନଙ୍କ ପାଇଁ ପ୍ରାର୍ଥନା କର ଯେପରି ସେମାନେ ଜାଗ୍ରତ ହେବେ। ” “ମୋର ପ୍ରିୟ ପୁତ୍ର, ମୁଁ ତୁମକୁ ବହୁତ ଭଲ ପାଏ | ଭୟ କର ନାହିଁ, କାରଣ ଆମେ ସ୍ୱର୍ଗର ତୁମକୁ ବହୁତ ଭଲପାଉ ଏବଂ ତୁମ ଉପରେ ଜଗି ରହିଥାଉ | ତୁମର ଖୁବ୍ ଶୀଘ୍ର ଏକ ଭଲ ଖବର ପାଇବ ଏବଂ ତୁମେ ମୁକ୍ତ ହୋଇ ଘରକୁ ପଠାଯିବ | ” “ମୁଁ ତୁମକୁ ଏବଂ ତୁମେ ଭଲ ପାଉଥିବା ସମସ୍ତଙ୍କୁ ଏବଂ ଯେଉଁମାନେ ତୁମକୁ ଭଲ ପାଆନ୍ତି ମୁଁ ଆଶୀର୍ବାଦ କରେ | + ମୋର ପବିତ୍ର ସନ୍ତାନ, ମୁଁ ତୁମକୁ ଆଶୀର୍ବାଦ କରେ – ମୁଁ ତୁମକୁ ଆଶୀର୍ବାଦ ପଠାଉଛି | + ମୋର ପବିତ୍ର ମାତା ତୁମକୁ ତାଙ୍କ ପ୍ରେମ ପଠାନ୍ତି | ଦୃ strong ଼ ରୁହ ଏବଂ ଶାନ୍ତିରେ ରୁହ: ପିତା, ପୁତ୍ର ଏବଂ ପବିତ୍ରଆତ୍ମାଙ୍କ ନାମରେ | ଆମେନ୍। ” “ମୁଁ ତୁମର ଯୀଶୁ, ତୁମର ହୃଦୟର ରାଜା। ଭୟ କର ନାହିଁ, କାରଣ ତୁମର ଏପରି ଅନେକ ଦର୍ଶନ ପାଇବ | ମୁଁ ତୁମକୁ ଭଲ ପାଏ, ମୋର ine ଶ୍ୱରୀୟ ପ୍ରେମର ଦୂତ | ” “ଖୁବ୍ ଶୀଘ୍ର ଅନେକ ଲୋକ ବୁ will ିବେ ଯେ ମୁଁ ତୁମକୁ ଏହି ଗୁରୁତ୍ୱପୂର୍ଣ୍ଣ ଆଖ୍ୟା କାହିଁକି କହୁଛି।” ୱିଲିୟମ୍: ଯୀଶୁ ମୋତେ ତିନିଥର ଆଶୀର୍ବାଦ କରନ୍ତି: ଆମର ପ୍ରଭୁ: “ପିତା, ପୁତ୍ର ଏବଂ ପବିତ୍ରଆତ୍ମାଙ୍କ ନାମରେ | ଆମେନ୍ (ତିନି ଥର)। ଆପଣଙ୍କ ସହିତ ଶାନ୍ତି ହେଉ + ମୁ ତୁମକୁ ବହୁତ ଭଲ ପାଏ।”
2022-12-02T00:29:51Z
https://meditationsoncatholicism.blog/2022/04/21/petrus-romanus-15-%E0%AC%8F%E0%AC%AA%E0%AD%8D%E0%AC%B0%E0%AC%BF%E0%AC%B2-2022/
OSCAR-2301
ଓଃ କି ଡ୍ୟାନ୍ସ ! Road ground ଉପରେ Saami Saami ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି… – SwastikTv.com Swastik Tv News Odisha Publisher - Swastik Tv News Odisha ଓଡିଶା ଆଜିର ଅନୁଚିନ୍ତା ଜୀବନଚର୍ଯ୍ୟା ବ୍ୟବସାୟ ମନୋରଞ୍ଜନ ରାଶି ଓ ବାସ୍ତୁ ମାଳିକା ବାଣୀ ଶିକ୍ଷା ଓ ନିଯୁକ୍ତି Home ଭାଇରାଲ ଭିଡିଓ ଓଃ କି ଡ୍ୟାନ୍ସ ! Road ground ଉପରେ Saami Saami ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି… ଓଃ କି ଡ୍ୟାନ୍ସ ! Road ground ଉପରେ Saami Saami ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି… By Chinmay Pradhan Last updated Jul 29, 2022 0 Share ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିବେ କି ନାଚ ଆଉ ଗୀତ ଗୋଟିଏ ଏମିତି ଜିନିଷ ଯାହା ସମସ୍ତଙ୍କର ମନକୁ ମୁଗ୍ଧ କରେଇଦିଏ |ତେବେ ଆପଣ ମାନେ ତୋ ପ୍ରତେକ ଦିନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଛୋଟ ଛୋଟ ପିଲା ମାନଙ୍କର ଡାନ୍ସ ଭିଡିଓ ତ ଦେଖିଥିବେ | କିନ୍ତୁ ବର୍ତ୍ତମାନ ଏପରି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ମନ ମଧ୍ୟ ଖୁସି ହେଇଯିବ |ତେବେ ସେହି ଭଳି ଏକ ଭିଡିଓ ଆସିଛି ଯାହା ଆପଣ ମାନଙ୍କ ମନକୁ ମଧ୍ୟ ମୁଗ୍ଧ କରେଇ ଦେଉଛି | ତାହେଲେ ଆସନ୍ତୁ ସେହି କୁନି ଝିଅ ଦୁଇଜଣ ସାମି ଗୀତରେ ଡାନ୍ସ କରୁଥିବାର ଭିଡିଓ ଭାଇରାଲ ହେଉଛି, ଆସନ୍ତୁ ସେ ବିଷୟରେ ଅଧିକ କିଛି ଆଲୋଚନା କରିବା | ତେବେ ମନକୁ ଖୁସି କରେଇ ଦେଇଥାଏ ଛୋଟ ଛୋଟ ଛୁଆ ମାନଙ୍କର ନାଚ | ସେ ନାଚ ହେଉ କି ଗୀତ ଯଦି ତାହା ଭଲ ଭାବରେ ହୋଇଥିବ ଆଉ ତାଳ ସହିତ ହେଉଥିବ ତାହେଲେ ପିଲା ଠାରୁ ଆରମ୍ଭ କରି ବୁଢ଼ା ବୁଢ଼ି ପର୍ଯ୍ୟନ୍ତ ସମସ୍ତେ ତାକୁ ପସନ୍ଦ କରିଥାନ୍ତି | ତେବେ ଯଦି ନାଚ ଟି ଭଲ ହୋଇଥାଏ ତାହେଲେ ସେହି ନାଚର ତାଳେ ତାଳେ ଦର୍ଶକ ମାନେ ମଧ୍ୟ ତାହା ଆଡକୁ ଆକର୍ଷିତ ହୋଇଥାନ୍ତି ଓ ସେହି ନାଚର ତାଳେ ତାଳେ ଠୁମକା ଲଗାଇଥାନ୍ତି ଓ ଗୀତ ଓ ନାଚକୁ ଆନନ୍ଦର ସହିତ ଉପଭୋଗ ମଧ୍ୟ କରିଥାନ୍ତି | ତେବେ ସେମିତି ଦୁଇ ଜଣ ଝିଅ ସାମି ଗୀତରେ ନାଚ ଏବେ ଭାଇରାଲ ହେଉଛି ଯାହାକୁ ଦେଖିକି ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି | ଆଉ ସେହି ଦୁଇ ଝିଅ ଷ୍ଟେଜ ଉପରେ ନାଚିଛନ୍ତି ଓ ଦୁଇଜଣ ସମାନ ଗେଟପ ନେଇଛନ୍ତି, ଆଉ ବହୁତ ଭଲ ଭାବରେ ଠୁମକା ମଧ୍ୟ ଲଗାଉଛନ୍ତି | ତେବେ ସାମି ଗୀତରେ ନାଚି ପ୍ରସଂଶା ସାଉଁଟିଛନ୍ତି ଝିଅ ଦୁଇଜଣ |ତେବେ ଆଜିର ସମାଜରେ ଛୋଟ ହେଉ କି ବଡ ନିଜର ପ୍ରଶଂସା ନିଜେ ସାଉଁଟି ବା ସୋସିଆଲ ମିଡ଼ିଆ ଏକ ବଡ ମାଧ୍ୟମ ପାଲଟିଛି | ଏବେ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଗୋଟିଏ ଡ୍ୟାନ୍ସ ଯେଉଁ ଡ୍ୟାନ୍ସ ରେ ଦୁଇଜଣ କୁନି ଝିଅ ସମାନ ଭାବରେ ଡ୍ରେସ ଓ ଗେଟପ ନେଇଛନ୍ତି ଓ ସୁନ୍ଦର ଗୀତ ରେ ନିଜର ପ୍ରତିଭା କୁ ଦର୍ଶକ ମାନଙ୍କୁ ଦେଖାଇଥିଲେ | ତେବେ ସାମି ଗୀତ ରେ ଦୁଇଜଣ ଝିଅ ସମାନ ଭାବରେ ଡ୍ରେସ ପିନ୍ଧି ନାଚୁଛନ୍ତି ଆଉ ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି | ତେବେ ନିଜର ପ୍ରତିଭା ମାଧ୍ୟମରେ ଲୋକ ମାନେ ସମସ୍ତଙ୍କ ଠାରେ ପ୍ରଶଂସା ର ପାତ୍ର ହେଉଛନ୍ତି |ଏହି ଭଳି ଛୋଟ ଠାରୁ ଆରମ୍ଭ କରିକି ବଡ଼ ପର୍ଯ୍ୟନ୍ତ ସମସ୍ତେ ନିଜର ପ୍ରତିଭାକୁ ଦେଖାଇ ଭାଇରାଲ କରାଉଛନ୍ତି ଓ ସେମାନେ ବହୁତ ପ୍ରସଂଶା ର ପାତ୍ର ମଧ୍ୟ ହେଇଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share FacebookTwitterGoogle+ReddItWhatsAppPinterestEmail Chinmay Pradhan Prev Post ” ଝୁଲ ରେ ନିତାଇ ଝୁଲ ” ଗୀତ ପରେ ପୁଣି ମାର୍କେଟରେ ଚହଳ ସୃଷ୍ଟି କଲା ” Jhul Re Kaudia Jhul ” ମାତ୍ର ୪ ଘଣ୍ଟାରେ Million Plus ଲୋକ ଦେଖି ସାରିଲେଣି…
2022-12-10T08:58:21Z
https://swastiktv.com/%E0%AC%93%E0%AC%83-%E0%AC%95%E0%AC%BF-%E0%AC%A1%E0%AD%8D%E0%AD%9F%E0%AC%BE%E0%AC%A8%E0%AD%8D%E0%AC%B8-road-ground-%E0%AC%89%E0%AC%AA%E0%AC%B0%E0%AD%87-saami-saami-%E0%AC%97%E0%AD%80%E0%AC%A4/
OSCAR-2301
ସୂଚନା ଅନୁଯାୟୀ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଡୋର ବନ୍ଦ କରୁଥିବାବେଳେ ଜଣେ ୫୩ ବର୍ଷୀୟ ମହିଳା ଏୟାର ହୋଷ୍ଟେସ ଅଚାନକ ତଳକୁ ଖସିପଡିଥିଲେ । ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ତାଙ୍କୁ ସ୍ଥାନୀୟ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ବିମାନଟି ଉଡାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଏଥିଯୋଗୁଁ ବିମାନଟିର ଉଡାଣକୁ କିଛି ସମୟ ପାଇଁ ସ୍ଥଗିତ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିମାନଟି ଉଡାଣ ଆରମ୍ଭ କରିଥିଲା ।
2022-11-28T05:56:38Z
https://odishasambad.in/air-hostess-falls-off-air-india-plane-at-mumbai-airport-serious-injuries/
OSCAR-2301
ଭୁବନେଶ୍ବର: ସମ୍ବଲପୁର ସମେତ ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ରୋଗୀ ସଂପର୍କୀୟଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ। ସରକାରୀ ଚିକିତ୍ସାଳୟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛି ବିଭାଗ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଶାଳିନୀ ପଣ୍ଡିତ ଶୁକ୍ରବାର ଏନେଇ ସମସ୍ତ ଏସ୍‌ପି, ଜିଲାପାଳ, ଭୁବନେଶ୍ବର କ୍ୟାପିଟେଲ୍‌ ହସ୍‌ପିଟାଲ୍‌ର ନିର୍ଦେଶକ ଏବଂ ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। ସଚିବ ପଣ୍ଡିତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତି ଆକ୍ରମଣକୁ ନେଇ ରାଜ୍ୟ ସରକାର ‘ଶୂନ ଶହନଶୀଳତା’ ଆଭିମୁଖ୍ୟ ରହିଛି । ତଥାପି ଗତ କିଛି ଦିନ ଭିତରେ ସେମାନଙ୍କ ଉପରେ ଆକ୍ରମଣ ନେଇ ଅନେକ ଘଟଣା ଘଟିଯାଇଛି। ଏଭଳି ଘଟଣା ରୋକିବା ଦିଗରେ କେତେକ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ଆବଶ୍ୟକ । ଇନ୍‌ଡୋର୍‌ର ପ୍ରତ୍ୟେକ ରୋଗୀଙ୍କୁ ମାତ୍ର ଦୁଇଟି ଭ୍ରମଣକାରୀ(ଭିଜିଟର୍ସ) ପାସ୍‌ ପ୍ରଦାନ କରାଯିବ। ଭ୍ରମଣକାରୀମାନେ କେବଳ ପରିଦର୍ଶନ ପାଇଁ ଉଦ୍ଧିଷ୍ଟ ସମୟରେ ହିଁ ଇନ୍‌ଡୋର୍‌ ଭିତରକୁ ଯାଇ ରୋଗୀଙ୍କୁ ସାକ୍ଷାତ କରିପାରିବେ। ଦାୟିତ୍ବରେ ଥିବା ସୁରକ୍ଷା କର୍ମଚାରୀମାନେ ଏହାର ତଦାରଖ କରିବେ। ସମସ୍ତ ନିୟମିତ ଏବଂ ଠିକା କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ସାଧାରଣ ଲୋକ ଏବଂ ଯାନବାହାନକୁ ଚିକିତ୍ସାଳୟ ଭିତରକୁ ପ୍ରବେଶ ପୂର୍ବରୁ କଡ଼ାକଡ଼ି ଯାଞ୍ଚ କରାଯିବ। ଚିକିତ୍ସାଳୟରେ ବିଶୃଙ୍ଖଳା କିମ୍ବା ଭଙ୍ଗାରୁଜା କରିଲେ କଣ ସବୁ ଦଣ୍ଡ ମିଳିବ, ସେନେଇ ରହିଥିବା ନିୟମ ସଂପର୍କରେ ଏକ ବୋର୍ଡ ଲଗାଯିବ। ଚିକିତ୍ସାଳୟ ପରିସରରେ ସୁରକ୍ଷା କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ କରିବା ସହ ଅଯଥାରେ ପାର୍କିଂ ହୋଇଥିବା ଯାନକୁ ବାହାର କରିବା ସହିତ ଉଠା ଦୋକାନକୁ ଉଚ୍ଛେଦ କରିବେ। ଅଭିଯୋଗ ଶୁଣାଣି ପାଇଁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ରହିବ। ଯେଉଁଥିରେ ଚିକିତ୍ସାଳୟର ମୁଖ୍ୟଙ୍କ ନିକଟରେ ସାଧାରଣ ଲୋକଟିଏ ସହଜରେ ନିଜର ଅଭିଯୋଗ ଦାଖଲ କରିପାରିବେ। ଯଦି ଅଭିଯୋଗ ଶୁଣାଣି ବ୍ୟବସ୍ଥା ଠିକ୍‌ ରହିବ, ତେବେ ଚିକିତ୍ସା ଅବହେଳା କିମ୍ବା ଅନ୍ୟାନ୍ୟ ବିଷୟ ନେଇ କେହି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ। ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ ଘଟଣାଗୁଡ଼ିକ ସ୍ଥାନୀୟ ଏସ୍‌ପି ଗୁରୁତର ଭାବେ ନେବା ସହିତ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି।
2022-11-28T05:37:43Z
https://odishasambad.in/health-secretary-writes-letter-to-collectors-sps-to-prevent-violance-in-government-hospitals/
OSCAR-2301
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବେଲଗାଁ ନିକଟ ରାସ୍ତା କଡ଼ରୁ ଶୁକ୍ରବାର ସକାଳେ ମୁର୍ମୂଷୁ ଅବସ୍ଥାରେ ଜଣେ ବିବାହିତା ମହିଳାଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଧିବାସୀ ଏହା ସକାଳେ ଦେଖିବାପରେ ସଙ୍ଗେସଙ୍ଗେ ତାଙ୍କୁ ଗୋନ୍ଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ମହିଳା ଜଣକଙ୍କର ଶାଶୁଘର ବେଲଗାଁ ଗ୍ରାମରେ । ତାଙ୍କ ଶାଶୁଘର ଲୋକେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ରାସ୍ତା କଡ଼ରେ ଫିଙ୍ଗିଦେଇ ଚାଲିଦେଥିବାର ମହିଳା ଜଣକ ଅଭିଯୋଗ କରି କହିଛନ୍ତି । ମିଳିଥିବା ସୂତ୍ରରୁ ଜଣାପଡ଼ିଛି, ମହିଳା ଜଣକ ୬ ବର୍ଷ ପୂର୍ବରୁ ବିବାହ କରିଥିଲେ । ତାଙ୍କୁ ଶାଶୁଘର ଲୋକେ ସବୁବେଳେ ଯୌତୁକ ନିର୍ଯ୍ୟାତନା ଦେଉଥିବାର ସେ ଅଭିଯୋଗ କରିଛନ୍ତି । ଏହି କଥାକୁ ନେଇ ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କର ଅଧିକାଂଶ ସମୟରେ ଝଗଡ଼ା ହୋଇଥାଏ ଏବଂ ସ୍ୱାମୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବାର ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ ମାଆଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗ ମିଳିବା ପରେ ପୋଲିସ ମହିଳାଙ୍କ ଶାଶୁଘର ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି ।
2022-11-28T06:12:08Z
https://odishasambad.in/married-woman-rescued-in-critical-condition-in-ganjam/
OSCAR-2301
ଚେନ୍ନଇ,୯/୧୨(ସତ୍ୟସନ୍ଧାନଡେସ୍କ)ଲୋକପ୍ରିୟ ତାମିଲ ଟିଭି ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଏକ ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ।ନିକଟରେ ଚେନ୍ନଇର ଜଣେ ବଡ ବ୍ୟବସାୟୀ ହେମନ୍ତ ରବିଙ୍କୁ ବିବାହ କରିଥିବା ବେଳେ ୨୮ ବର୍ଷ ବୟସ୍କା ଚିତ୍ରା ସ୍ବାମୀଙ୍କ ସହ ହୋଟେଲରେ ରହୁଥିଲେ।ସୁଟିଂ ସାରି ହୋଟେଲରେ ପହଞ୍ଚିବା ପରେ ଚିତ୍ରା ଗାଧୋଇବାକୁ ଯାଇଥିଲେ।ଅଧିକ ସମୟ ଗାଧୁଆ ଘରେ ରହିଯାଇଥିବାରୁ ହୋଟେଲ କର୍ମଚାରୀଙ୍କୁ ହେମନ୍ତ ଏନେଇ ଖବର ଦେବାପରେ ନକଲି ଚାବି ଦ୍ଵାରା କବାଟ ଖୋଲାଯାଇଥିଲା । କବାଟ ଖୋଲିବା ପରେ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା ବୋଲି ଚିତ୍ରାଙ୍କ ସ୍ବାମୀ ହେମନ୍ତ ପୁଲିସକୁ କହିଛନ୍ତି। ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
2022-11-28T05:06:30Z
https://www.satyasandhana.in/abhinetri-v-j-chitranka-mrutadeh-hotel-roomru-udhar-hela/
OSCAR-2301
ସମ୍ବଲପୁର- ଭାରତୀୟ ଜନତା ପାର୍ଟି ପକ୍ଷରୁ ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ରୂପେ ଦେବେନ୍ଦ୍ର ମହାପାତ୍ର ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଲୟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କଲେ । ଏହିସମୟରେ ଭାଜପା ଜିଲ୍ଳା ସଭାପତି ରାମଚନ୍ଦ୍ର ମେହେର ସମ୍ବଲପୁର ସାଂସଦ ପ୍ରାର୍ଥୀ ନିତେଶ ଗଙ୍ଗଦେବ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ଯ ସିମାଞ୍ଚଳ ଖଟେଇ,ପ୍ରମୋଦ ସାହୁ, ଦାମୋଦର କର, ନିମାଇଁ ବାବୁ, ରାଜେନ୍ଦ୍ର ବୈଠାରୁ ଓ ରାଜାରାମ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ତାଙ୍କର ଉତ୍ସାହ ବଢାଇ ଥିଲେ ।
2022-11-29T07:09:59Z
https://hiranchallive.in/politics/%E0%AC%B0%E0%AD%87%E0%AC%A2%E0%AC%BE%E0%AC%96%E0%AD%8B%E0%AC%B2%E0%AC%B0%E0%AD%87-%E0%AC%AD%E0%AC%BE%E0%AC%9C%E0%AC%AA%E0%AC%BE-%E0%AC%B0-%E0%AC%AA%E0%AD%8D%E0%AC%B0%E0%AC%BE%E0%AC%B0%E0%AD%8D/
OSCAR-2301
ମେଷ: ପ୍ରତ୍ୟେକ କାର୍ଯ୍ୟ ପାଇଁ ପରାମର୍ଶ ନେବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଉଦ୍ୟମ ଚଳାଇ‌େ‌ବ। ଭାଇମାନଙ୍କୁ ସ୍ନେହ ଶ୍ରଦ୍ଧାରେ ବାନ୍ଧି ରଖିପାରନ୍ତି। ସୁସ୍ଥ ରହିବେ। ଶତ୍ରୁଦମନ କରି ଆଶ୍ୱସ୍ତ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ। ବୃଷ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ; ମାତ୍ର ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଚଞ୍ଚଳ ଚେଷ୍ଟିତ ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧର୍ମପରାୟଣ ଓ ତେଜସ୍ୱୀ ହେବେ। ମିଥୁନ: ପାରିବାରିକ ସ୍ତରରେ ଉନ୍ନତି ଘଟିବ। କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ। ଉଦାର ସ୍ୱଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହେବେ। ବୁଦ୍ଧିମାନ୍‍ ହେବେ। କର୍କଟ: ଆକସ୍ମିକ ବିପଦରୁ ଉଧୁରି ଯିବେ। ମନ ପ୍ରସନ୍ନ ରହିବ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ, ବିଦ୍ୱାନ୍‍ ହେବେ। ସିଂହ: ଆର୍ଥିକ କ୍ଷେତ୍ରରେ ସମୃଦ୍ଧିର ସୂଚନା ମିଳୁଛି। ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିପାରେ। ଭିନ୍ନ ଭିନ୍ନ ଦିଗରୁ ଧନାଗମ ହେବ। ବ୍ୟବସାୟ ଲାଭଜନକ ହେବ। କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉପାର୍ଜନ ଅଧିକ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଐଶ୍ୱର୍ୟ୍ୟଯୁକ୍ତ ହୋଇପାରନ୍ତି। ମୋକଦ୍ଦମାରେ ବିଜୟୀ ହେବେ। ମୋକଦ୍ଦମା ଖର୍ଚ୍ଚ ମିଳିବ। ଲୋକପ୍ରିୟ ହୋଇପାରନ୍ତି। ତୁଳା: ପୂରାଦମ୍‍ରେ ଚାଲୁ ରହିଥିବା କାର୍ଯ୍ୟ ହଠାତ୍‍ ଅଟକି ଯାଇପାରେ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ମଧୁରଭାଷୀ ହେବେ। କାର୍ଯ୍ୟରେ ଆଗକୁ ବଢ଼ିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ବିଛା: ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ସ୍ୱଳ୍ପ ଆୟ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ସନ୍ତାନ ଗୁଣୀ ହୋଇପାରନ୍ତି। ଧନୁ: ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ଉଜ୍ଜ୍ୱଳ କରିବାକୁ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ଯଶସ୍ୱୀ ହେବେ। ପରିବାର ପ୍ରତି ସଦିଚ୍ଛା ରହିବ। ମକର: ବନ୍ଧୁ ମହଲରେ ରହି ଅପାର ଆନନ୍ଦ ପାଇବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତୀର୍ଥ ଯାତ୍ରା ସୁଯୋଗ ମିଳିବ। କୁମ୍ଭ: କାର୍ଯ୍ୟ ସିଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଶିଡ଼ି ଚଢ଼ିବା ମନା। ମୀନ: ଅଭାବ ଦୂରେଇ ଯିବ। ମିତ୍ର ଲାଭ ହେବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହେବେ। ମନରେ ଅହଂଭାବ ଆସିପାରେ। ପତ୍ନୀଙ୍କ ପରାମର୍ଶ ହିତକର ହେବ। aajiraodisha See author's posts Tags: aajira odisha Aajira Odisha News odia news Today Horoscope Continue Reading Previous ଆଜିର ରାଶିଫଳ Next ଆଜିର ରାଶିଫଳ More Stories 1 min read ରାଶିଫଳ ଆଜିର ରାଶିଫଳ 3 years ago aajiraodisha 1 min read ରାଶିଫଳ ଆଜିର ରାଶିଫଳ 3 years ago aajiraodisha 1 min read ରାଶିଫଳ ଆଜିର ରାଶିଫଳ 3 years ago aajiraodisha Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. ଆଜିର ମହାପୁରୁଷ ବାଣୀ ଭଗବାନ ଜୀବକୁ ଡ଼ାକୁଛନ୍ତି କିନ୍ତୁ ସେ ତାହା ଶୁଣୁନାହିଁ । ଏହି ତତ୍ତ୍ବଟି ବୁଝାଇବା ପାଇଁ ଶ୍ରୀକ୍ରୁଷ୍ଣ ଯୁଧିଷ୍ଠିରଙ୍କୁ ଦେଖାଇ ଦେଇଥିଲେ, ଗୋଟିଏ ଲୋକ ମହୁ ଲୋଭରେ ଗୋଟିଏ ମହୁଫେଣା ତଳକୁ ଆଁ କରି ଛିଡ଼ା ହୋଇଛି । ପଛରେ ଗୋଟିଏ କାଳସର୍ପ ଫଣା ଟେକି ରହିଛି, କିନ୍ତୁ ସେ ଦିଗକୁ ତାର ଦ୍ରୁଷ୍ଟିନାହିଁ । ଯୁଧିଷ୍ଠିର ତାକୁ ଚିତକାର କରି ଡ଼ାକି କହିଲେ , ଘୁଚିଂଯାଅ‐ ସାପ ସାପ ! ” ସେ କିନ୍ତୁ ସେହିପରି ଉର୍ଦ୍ଧ୍ବମୁଖରେ ଆଁ କରି ରହି ହାତର ଇସାରାରେ କହୁଛି, ” ଆଉ ଗୋଟିଏ ଟୋପା ” କିନ୍ତୁ ସେହି ଏକ ଟୋପାର ସଙ୍ଗେ ସଙ୍ଗେ ହିଁ କାଳସର୍ପର ଦଂଶନରେ ସେ ମ୍ରୁତ୍ୟ ମୁଖରେ ଢଳି ପଡ଼ିଲା —ଠାକୁର ନିଗମାନନ୍ଦ Advertise with Us Contact With Us Aajira Odisha News Center N-31/5, Rajpur Extension, Hargovind Enclave, Chhatarpur, New Delhi-110068, INDIA Contact: +91- 9266556600, 7827766099 E-Mail: [email protected] About Aajiraodisha Aajira Odisha is an active all sorts ground level social services in nationwide from last 3 years. Registered in Delhi but it’s wings spread all over the country with state wise full time volunteer. Aajira Odisha started publishing daily news in it’s website from all major category from Political to spiritual factors. Our new current website officially launched at Indian Institute of Mass Communication, New Delhi on 21st. April. 2018. Aajira Odisha has been associated with many organization and events as media partner in Delhi NCR.
2022-12-02T02:11:01Z
http://aajiraodisha.org/today-horoscope-259/
OSCAR-2301
ଭାରତୀୟଙ୍କୁ ଭିସା ପାଇଁ ୮୦୦ ଦିନର ଅପେକ୍ଷା, ରୁଷ ଠାରୁ ଏସ-୪୦୦ କିଣିବାର ପ୍ରତିଶୋଧ ନେଉଛି ଆମେରିକା ? ଜାଣନ୍ତୁ ସବୁକିଛି... - Prameya News7 Skip to content Home Live Tv ରାଜ୍ୟ ଦେଶ- ବିଦେଶ ରାଜନୀତି ଶିକ୍ଷା ଓ ନିଯୁକ୍ତି ଖେଳ ବାଣିଜ୍ୟ ମନୋରଞ୍ଜନ ଅପରାଧ ଧର୍ମ ସ୍ପେଶାଲ୍ ରିପୋର୍ଟ ଭିଡିଓ ଅଧିକ ପାଣିପାଗ ରାଶିଫଳ ଜୀବନଚର୍ଯ୍ୟା ସାକ୍ଷାତକାର କରୋନା ଅଲିମ୍ପିକ୍ସ ChampionMaganna_WebBanner_728X90 ChampionMaganna_WebBanner_728X90 Prameya News7 Prameya News7, News7 Odia, Odisha Latest News, Odisha Current Headlines, Odisha News Online ପ୍ରମୁଖ ଖବର ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର || ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା || ଭାରତୀୟଙ୍କୁ ଭିସା ପାଇଁ ୮୦୦ ଦିନର ଅପେକ୍ଷା, ରୁଷ ଠାରୁ ଏସ-୪୦୦ କିଣିବାର ପ୍ରତିଶୋଧ ନେଉଛି ଆମେରିକା ? ଜାଣନ୍ତୁ ସବୁକିଛି… 6/10/2022 at 6:02 PM ନୂଆଦିଲ୍ଲୀ: ଆମେରିକା ଯିବାର ସ୍ୱପ୍ନ ରଖିଥିବା ହଜାର ହଜାର ଭାରତୀୟ ଏବେ ଚିନ୍ତିତ । ଭାରତୀୟଙ୍କୁ ଭିସା ଇଣ୍ଟରଭ୍ୟୁ ପାଇଁ ଆମେରିକା ଦୂତାବାସ ୮୦୦ ଦିନ ଯାଏଁ ଅପେକ୍ଷା କରାଉଛି । ଫଳରେ ସେମାନଙ୍କ ଆମେରିକା ଯିବା ପ୍ରାୟତଃ ଅସମ୍ଭବ ହୋଇପଡୁଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ମାମଲାକୁ ଆମେରିକାର ବିଦେଶ ମନ୍ତ୍ରୀଙ୍କ ସାମନାରେ ଉଠାଇଛନ୍ତି । କିନ୍ତୁ ଏହାର ସନ୍ତୋଷଜନକ ସମାଧାନ ମିଳିପାରି ନାହିଁ । ବିଶେଷଜ୍ଞଙ୍କ ଅନୁସାରେ, ହଜାର ହଜାର ଭାରତୀୟଙ୍କ ଭିସା ଅଟକାଇ ରୁଷ ଠାରୁ ଏସ-୪୦୦ ମିଶାଇଲ ପ୍ରତିରକ୍ଷା ପ୍ରଣାଳୀ କିଣିବା ନେଇ ଭାରତ ଠାରୁ ପ୍ରତିଶୋଧ ନେଉଛି । ଏହା ଆମେରିକା ଦ୍ୱାରା ଭାରତ ଉପରେ ଗୁପ୍ତ ଭାବେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ବୋଲି ଦାବି କରାଯାଉଛି । ଆମେରିକାର ଉପବିଦେଶ ମନ୍ତ୍ରୀ ଭିକ୍ଟୋରିଆ ନୁଲ୍ୟାଣ୍ଡ ଏହା ପଛରେ ଥିବା ଅନୁମାନ କରାଯାଉଛି । ଅନ୍ତରାଷ୍ଟ୍ରୀୟ ମାମଲାର ବିଶେଷଜ୍ଞ ପ୍ରଫେସର ଏମଡି ନଲପତଙ୍କ ଦ ସଣ୍ଡେ ଗାର୍ଡିୟନରେ ପ୍ରକାଶିତ ଏକ ଆଲେଖ୍ୟ ଅନୁସାରେ, ଆମେରିକାର ଘୋର ବିରୋଧୀ ଚୀନରେ କୌଣସି ବ୍ୟକ୍ତିଙ୍କୁ ମାତ୍ର ଦୁଇ ଦିନରେ ଭିସା ସାକ୍ଷତକାର ପାଇଁ ସମୟ ଦିଆଯାଉଛି । କିନ୍ତୁ ଭାରତରେ ଦୁଇ ବର୍ଷରୁ ଅଧିକର ୱେଟିଂ ପିରିୟଡ୍ ଦିଆଯାଉଛି । ଆମେରିକା ଦାବି, କୋଭିଡ ସମୟରେ ଦୂତାବାସର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଇଥିଲା । ଏହି କାରଣରୁ ଭିସା ଇଣ୍ଟରଭ୍ୟୁ ଡେଟ୍ ମିଳିବାରେ ବିଳମ୍ୱ ହେଉଛି । ନଲପତ କହିଛନ୍ତି, ଭିସା ବିଳମ୍ୱ କରାଇବା ଷଡଯନ୍ତ୍ର ପଛରେ ଭିକ୍ଟୋରିଆ ନୁଲ୍ୟାଙ୍କ ହାତ ରହିଛି । ନଲପତ କହିଛନ୍ତି, ଭିକ୍ଟୋବର ନୁଲ୍ୟାଣ୍ଡ ଚଳିତ ବର୍ଷ ଆରମ୍ଭରେ ନୂଆଦିଲ୍ଲୀ ଯାତ୍ରା କରିଥିଲେ ଏବଂ ରୁଷ ଠାରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ ନକିଣିବାକୁ କହିଥିଲେ। ତେବେ ଆମେରିକାର ଉପବିଦେଶ ମନ୍ତ୍ରୀଙ୍କ ଏହି ଦାବିକୁ ନୂଆଦିଲ୍ଲୀ ଖଣ୍ଡନ କରିଥିଲା। ରିପୋର୍ଟ ଅନୁସାରେ ଭାରତର ଏହି ପଦକ୍ଷେପ ପରେ ରୁଷ ବିରୋଧୀ ଅଭିଯାନରେ ସକ୍ରିୟ ଥିବା ଭିକ୍ଟୋରିଆ ନୁଲ୍ୟାଣ୍ଡ ଅସନ୍ତୁଷ୍ଟ ଥିଲେ । ପ୍ରଫେସର ନଲପତ କହିଛନ୍ତି, ଯଦି ଆମେରିକା ବିଦେଶ ମନ୍ତ୍ରୀ ଭିସା ନ ଦିଆଯିବା ଉପରେ ଯାଞ୍ଚ କରନ୍ତି ତେବେ ଏହି ରାକେଟରେ ସାମିଲ ଲୋକଙ୍କ ଭୂମିକା ସାର୍ବଜନୀନ ହୋଇପାରିବ । ପ୍ରଫେସର ନଲପତ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ନାଗରିକଙ୍କ ଯାତ୍ରା ଏବେ ପ୍ରାୟତଃ ଅସମ୍ଭବ ହେବାରେ ଲାଗିଛି । ସେ କହିଛନ୍ତି, ଭାରତୀଙ୍କୁ ଭିସା ନଦେବା ନେଇ ଆମେରିକାର ଏହି ନୀତି, ନୂଆଦିଲ୍ଲୀକୁ ଏସ-୪୦୦ ଏବଂ ୟୁକ୍ରେନ ସ୍ଥିତି ଉପରେ ଆମେରିକାର ଆଭିମୁଖ୍ୟକୁ ନମାନିବାର ସାମୁହିକ ଦଣ୍ଡ । ଭାରତୀୟ ବିଶେଷଜ୍ଞ କହିଛନ୍ତି, ଏଣ୍ଟନି ବ୍ଲିଙ୍କେନଙ୍କ ମନ୍ତ୍ରଣାଳୟ ଅତି ଗୋପନୀୟ ଭାବେ ଜାଣିଶୁଣି ଏହି ଭିସା ବ୍ୟାନ ଲଗାଇଛି । ଆମେରିକାର ନିର୍ଦ୍ଦେଶରେ ଜାପାନ ଏବଂ ଦକ୍ଷିଣ କୋରିଆ ଚାଲୁଥିବାରୁ ସେମାନଙ୍କୁ କୌଣସି ଅସୁବିଧା ହେଉ ନାହିଁ, କିନ୍ତୁ ଭାରତୀୟ ପାଇଁ ଅସୁବିଧା ସୃଷ୍ଟି କରାଯାଉଛି । ଏହା ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଏବଂ ଜର୍ଜ ଡବ୍ଲୁ ବୁସ୍ ଇରାକ ବିରୋଧରେ ଏହି ପରି ଅମାନବୀୟ ପ୍ରତିବନ୍ଧକ ଲଗାଇଥିଲେ । Related Posts ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କୁ ଶରଦ ପାୱାରଙ୍କ ଅଲ୍ଟିମେଟମ, କହିଲେ- ୪୮ ଘଣ୍ଟାର ଆକ୍ରମଣ ନଥମିଲେ ନିଜେ ଆସିବେ ବେଲଗାଭୀ 6 December 2022 କମ୍ପାନୀରୁ ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ପେପ୍ସିକୋ: ରିପୋର୍ଟ 6 December 2022 କର୍ମକ୍ଷେତ୍ରରେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି କର୍ମଚାରୀ, ବିଶ୍ବରେ ଏହି ସଂଖ୍ୟା ୫୮.୩ କୋଟି… 6 December 2022 ‘ତେବେ ମହିଳାଙ୍କୁ ଏକାଧିକ ପତି ରଖିବାକୁ ଦିଆଯାଉ ହକ୍‌’ ମନ୍ତବ୍ୟ ଲାଗି ବିବାଦରେ ଜାଭେଦ ଅଖତର 6 December 2022 ରାଜ୍ୟ ମହୁମାଛି ଆକ୍ରମଣରେ ୫ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି ପଦ୍ମପୁର ଉପନିର୍ବାଚନ: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ, ବାହାରେ ଜଗି ରହିଛନ୍ତି ପ୍ରାର୍ଥୀଙ୍କ ଏଜେଣ୍ଟ, ଚାଲିଛି ଅଙ୍କ କଷା ୪୦ ବୋତଲ କଫ ସିରଫ ଜବତ କଲା ଅବକାରୀ ବିଭାଗ, ଜଣେ ମହିଳା ଗିରଫ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ମାଣ୍ଡୋସ, ଅବପାତରେ ପରିଣତ ହେଲା ଲଘୁଚାପ ରାଜଧାନୀରେ ନାବାଳିକାଙ୍କୁ ଅତ୍ୟାଚାର, ହାତ-ଗୋଡ଼ ବାନ୍ଧି ରାସ୍ତାରେ ଫିଙ୍ଗିଦେଲା ମାଲିକ ରାଜନୀତି ଦିନ ଆସିବ ‘ମୋଦୀ-ମୋଦୀ’ ନୁହେଁ ‘ଦରବୃଦ୍ଧି-ଦରବୃଦ୍ଧି’ ବୋଲି ଚିତ୍କାର କରିବେ: କହ୍ନେୟା କୁମାର କର୍ଣ୍ଣାଟକରେ ଏବେ ମହାରଷ୍ଟ୍ର ନମ୍ୱର ଥିବା ଟ୍ରକ ଉପରେ ପଥର ମାଡ, ଗସ୍ତ ବାତିଲ କଲେ ସିନ୍ଦେଙ୍କ ମନ୍ତ୍ରୀ; ଉଗ୍ର ହେଉଛି ବିବାଦ
2022-12-06T14:31:28Z
https://www.prameyanews7.com/us-india-visa-appointment-crisis-know-all-details/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଓଡ଼ିଶା କମିସନରେଟ୍ ପୁଲିସର ମଡର୍ଣ୍ଣ କଣ୍ଟ୍ରୋଲ୍‌ ରୁମ୍ : ମାସକରେ ଆସିଛି ୬୯ ହଯାର କଲ୍ କମିସନରେଟ୍ ପୁଲିସର ମଡର୍ଣ୍ଣ କଣ୍ଟ୍ରୋଲ୍‌ ରୁମ୍ : ମାସକରେ ଆସିଛି ୬୯ ହଯାର କଲ୍ By The Sakala NS Last updated Jun 8, 2021 Commissionerate Police Modern Control Room: 69 thousand calls a month ଭୁବନେଶ୍ବର : ସାର୍ ଭଦ୍ରକ ଯିବି। ବାପାଙ୍କ ଦେହ ଖରାପ। ଗୋଟିଏ ପାସ୍ ଦରକାର। କରୋନାର ଦ୍ୱିତୀୟ ଲହର ଆସିବା ପରେ କମିସନରେଟ ପୁଲିସର ମଡର୍ଣ୍ଣ କଣ୍ଟ୍ରୋଲ୍‌ ରୁମରେ ଥିବା ଡାଏଲ-୧୦୦କୁ ଏଭଳି ଅଧିକ କଲ୍ ଆସୁଛି। ବିଶେଷକରି ଭୁବନେଶ୍ବରରୁ ଅନ୍ୟ ଜିଲ୍ଲାକୁ ଯିବା ଲାଗି ବ୍ୟକ୍ତିମାନେ ଅଧିକ କଲ୍ କରୁଛନ୍ତି । କିଏ ଔଷଧ ଦରକାର ତ ଆଉ କିଏ ଶୁଦ୍ଧିକ୍ରିୟା ପାଇଁ ପୁରୀ ଯିବ ବୋଲି କହୁଛନ୍ତି। ଏଥୁସହିତ ଆଉ କିଏ ମୃତ ବ୍ୟକ୍ତିଙ୍କୁ ନିଜ ଜିଲ୍ଲାକୁ ନେବା ଲାଗି କଣ୍ଟ୍ରୋଲ୍‌ରୁମ୍ ନମ୍ବର ୧୦୦କୁ କଲ୍‌ କରି ପାସ୍ ମାଗୁଛନ୍ତି। ସେହିପରି ‘ମୋ ଭାଇ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କ ବିଷୟରେ ଆମେ କିଛି ଜାଣିପାରୁନି। ତାଙ୍କ ଦେହ ଅବସ୍ଥା କିଭଳି ଅଛି, ଟିକିଏ ବୁଝି ଜଣାନ୍ତୁ’ ବୋଲି କଲ୍ ଆସୁଛି। ସେହିପରି ଗାଁକୁ ଯିବାପାଇଁ, ଔଷଧ ଆବଶ୍ୟକ, ଗୁରୁଙ୍କୁ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଅନୁମତି ଦେବାକୁ ଅନେକ ଲୋକ କଲ୍ କରୁଛନ୍ତି। ଏଥସହିତ ଚୋରି, ଛିନ୍‌ତାଇ, ଦୁର୍ଘଟଣା ଜନିତ କଲ୍ ମଧ୍ୟ କଣ୍ଟ୍ରୋଲ୍‌ରୁମକୁ ଆସୁଛି | ଅଧିକ ପଢନ୍ତୁ ଦୁର୍ଗାପୂଜା ସମୟରେ ବ୍ୟାଣ୍ଡ-ଡିଜେ ଓ ମ୍ୟୁଜିକ ପାର୍ଟି ଉପରେ ପୁଲିସ… Sep 23, 2022 ଏଥିସହିତ ପଢ଼ନ୍ତୁ ମିଶନ ଶକ୍ତି ମା’ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, … Nov 29, 2022 ପୂର୍ବରୁ ଡାଏଲ ଏହି ନମ୍ବରକୁ ୧୦୦୦ରୁ ୧୨୦୦ କଲ୍ ଆସୁଥିଲା ଏଥୁରେ ଅଧିକ ଚୋରି, ଛିନ୍‌ତାଇ ଓ ପୁଲିସର ସହାୟତା ଆବଶ୍ୟକ ଭଳି କଲ୍ ଆସୁଥିଲା। କିନ୍ତୁ କରୋନାର ଦ୍ଵିତୀୟ ଲହର ଆସିବା ପରେ ଏହା ବଦଳିଯାଇଛି । ଲକ୍‌ଡାଉନର ଗୋଟିଏ ମାସ ଅର୍ଥାତ୍ ମେ’ ମାସରେ ଟୋଲ୍ ଫ୍ରି ନମ୍ବର (୧୦୦) କୁ ଆସିଛି ୬୯ ହଜାର ୨୦୦ଟି କଲ୍। ଏଭଳି ଭାବେ ପ୍ରତିଦିନ ୨ହଜାରରୁ ୨୨ଶହ ଲେଖାଏଁ କଲ୍ ଆସୁଛି | ସେଥ୍ ମଧ୍ୟରୁ କରୋନା ସମ୍ପର୍କିତ ଅଧିକ କଲ୍ ଆସୁଛି । ସେହିପରି କମିସନରେଟ୍ ପୁଲିସର ଇ-ଆସିଷ୍ଟାନ୍ସ ପାସ୍ ବ୍ୟବସ୍ଥା କରିଥିଲା । କିନ୍ତୁ ଲୋକେ ଅଯଥାରେ ଫୋନ୍ କରି ଏହାକୁ ବନ୍ଦ କରିଦିଆଯାଇଛି। ସେପଟେ ମଡର୍ଣ୍ଣ କଣ୍ଟ୍ରୋଲ ରୁମ ଆହୁରି ଗତିଶୀଳ କରିବା ଲାଗି ୨୪ ଟିକିଆ ଲାଇନ୍ ବ୍ୟବସ୍ଥା କରାଯାଇଥିଲା । ଏବେ ପ୍ରତି ସିଫ୍ଟରେ ୧୫ଜଣ ଲେଖାଏଁ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ଏଥ୍‌ସହିତ ୨୪ ଘଣ୍ଟିଆ ସେବା ଲାଗି ୩ଟି ସିଫ୍ଟରେ କର୍ମଚାରୀଙ୍କୁ ବିଭକ୍ତ କରାଯାଇଛି। ଏଭଳି ଭାବେ ୪୫ ଜଣ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ସାରା ରାଜ୍ୟରେ ଆପତ୍ତକାଳୀନ ସେବା ଲାଗି ୧୧୨କୁ କାର୍ଯ୍ୟକ୍ଷମ କରାଯାଇଛି। କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ‘୧୦୦’କୁ କଲ୍ ଆସୁଛି। ପ୍ରତିଦିନ ଭୁବନେଶ୍ଵର କିଛି ବ୍ୟକ୍ତି ମଧ୍ୟ ୧୧୨କୁ ଫୋନ୍ କରି କରୋନା ରୋଗୀଙ୍କ ସମ୍ପର୍କରେ ପଚାରୁଛନ୍ତି।
2022-11-29T23:38:06Z
https://thesakala.in/commissionerate-police-modern-control-room-69-thousand-calls-a-month/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଓଡ଼ିଶା କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା: ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା: ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର By The Sakala DPM On May 27, 2022 ଭୁବନେଶ୍ୱର: ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର। ଏଥିପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳା ଓ କିନ୍ନରଙ୍କୁ ଭାରି ଯାନ ଚଲାଇବା ନେଇ ତାଲିମ ଦିଆଯିବ। ଆଉ ଏହି ସୁଯୋଗ ଦେବ କ୍ରୁଟ୍। ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ। ଭାରିଯାନ ଡ୍ରାଇଭିଂ ଟ୍ରେନିଂ ପାଇଁ ୧ ଏପ୍ରିଲ ୨୦୨୧ ପୂର୍ବରୁ ବର୍ଷେ ବୈଧତା ଏଲଏମଭି ଲାଇସେନ୍ସ ଥିବା ଆବଶ୍ୟକ। ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ କିମ୍ବା ତାଠାରୁ ଅଧିକ ହେବ । ସେହପରି ବୟସ ୨୦ରୁ ୪୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅଧିକ ପଢନ୍ତୁ ‘କ୍ରିମିନାଲଙ୍କୁ ବ୍ୟବହାର କରି ଅପହରଣ ନାଟକ ରଚୁଛି… Nov 29, 2022 CRUT is facilitating Training for Heavy Motor Vehicle Driving at Chhatia exclusively for #Women & #Transgender. Interested candidates may apply. Refer to the image attached for details. ମହିଳା ଓ କିନ୍ନରମାନଙ୍କ ପାଇଁ ଭାରୀ ମୋଟରଯାନ ଚାଳନା ତାଲିମ ସୁଯୋଗ। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। pic.twitter.com/zI41yL7DDv
2022-11-30T01:37:09Z
https://thesakala.in/crut-is-facilitating-training-for-heavy-motor-vehicle-driving-at-chhatia-exclusively-for-women-transgender/
OSCAR-2301
Poonam ମତୁଆଲା Siging & Expression ରେ ଗାଇଲେ “ମୋ ହଳଦୀ ଗିନା ” ଗୀତକୁ ସୁପରହିଟ ଡ୍ୟାନ୍ସ… ମାତ୍ର ୪ ଘଣ୍ଟାରେ 96 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି… – SwastikTv.com Swastik Tv News Odisha Publisher - Swastik Tv News Odisha ଓଡିଶା ଆଜିର ଅନୁଚିନ୍ତା ଜୀବନଚର୍ଯ୍ୟା ବ୍ୟବସାୟ ମନୋରଞ୍ଜନ ରାଶି ଓ ବାସ୍ତୁ ମାଳିକା ବାଣୀ ଶିକ୍ଷା ଓ ନିଯୁକ୍ତି Home ଭାଇରାଲ ଭିଡିଓ Poonam ମତୁଆଲା Siging & Expression ରେ ଗାଇଲେ “ମୋ ହଳଦୀ ଗିନା ” ଗୀତକୁ ସୁପରହିଟ ଡ୍ୟାନ୍ସ… ମାତ୍ର ୪ ଘଣ୍ଟାରେ 96 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି… Poonam ମତୁଆଲା Siging & Expression ରେ ଗାଇଲେ “ମୋ ହଳଦୀ ଗିନା ” ଗୀତକୁ ସୁପରହିଟ ଡ୍ୟାନ୍ସ… ମାତ୍ର ୪ ଘଣ୍ଟାରେ 96 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି… By Chinmay Pradhan Last updated Apr 10, 2022 0 Share ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ,ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ର ନାମ ହେଉଛି ଓଡ଼ିଶାର ନୂଆ ସ୍ୱର ଜୁନିଅର୍। ଜୁନିଅର୍ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି।ଏହି ଶୋ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। ଛୋଟ ପିଲା ମାନଙ୍କ ପାଇଁ ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ଏହି ଶୋର ଫାଇନାଲ ରାଉଣ୍ଡ ଏହି ନିକଟରେ ସରିଛି। ଗ୍ରାଣ୍ଡ ଫାଇନାଲ ରେ ବିଜେତା ହୋଇଛନ୍ତି ସମସ୍ତଙ୍କର ପ୍ରିୟ ସୁଶିଲ କୁମାର ସାହୁ। ତେବେ ତାଙ୍କ ଛଡ଼ା ଏହି ଶୋରେ ଅନେକ ସୁନ୍ଦର୍ ସୁନ୍ଦର୍ କୁନି ପ୍ରତିଭା ସବୁ ରହିଥିଲେ। ସେମାନଙ୍କ ମଧ୍ୟରୁ ଝିଅ ପୁନମ୍ ଜଣେ ସୁନ୍ଦର୍ ଗାୟିକା ଅଟେ। ଏହି ମଞ୍ଚରେ ପୁନମ୍ ତାର ସ୍ଵରର ଯାଦୁରେ ସମସ୍ତଙ୍କୁ ଏପରି ଘାଇଲା କରିଛି, ତାହା ଆପଣ ପୁନମର ଗୀତ ଶୁଣିଲେ ଜାଣି ପାରିବେ। ଏବେ ତାଙ୍କୁ ନେଇ ଏକ ଗୀତ ରେକର୍ଡ କରା ଯାଇଛି ଷ୍ଟୁଡିଓରେ।ଏହା ଏବେ ବେଶ୍ ଚର୍ଚ୍ଚା ଏବଂ ଭାଇରାଲ ହେବାରେ ଲାଗିଛି।ସେ ତାଙ୍କର ସ୍ବରର ଯାଦୁରେ ଏହି ଗୀତ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରିଛନ୍ତି। ସମସ୍ତେ ତାଙ୍କ ଗୀତକୁ ଶୁଣି, ତାଙ୍କର ସ୍ୱରକୁ ଶୁଣି ଏତେ ଖୁସି ହୋଇଛନ୍ତି ଯେ ସମସ୍ତେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରୁଛନ୍ତି। ତାଙ୍କର ଏହି ସ୍ୱରକୁ ଶୁଣି ତାଙ୍କ ସ୍ୱରର ଫିଦା ହୋଇ ଯାଇଛନ୍ତି ଅଗଣିତ ଶ୍ରୋତା ମାନେ। ତେବେ ଏହି ଝିଅଟି ଗାଉଛି ସୁପରହିଟ ଆଇଟମ୍ ସଙ୍ଗୀତ ମୋ ହଳଦୀ ଗୀନା ଗୀତ।ଏହି ସୁନ୍ଦର୍ ଫିଲ୍ମ୍ ଗୀତଟି ବେଶ୍ ଲୋକପ୍ରିୟ ଅଟେ ଏବଂ ଏହାକୁ ଲୋକେ ବହୁତ୍ ପସନ୍ଦ କରନ୍ତି। ପିଲାଟି ସ୍ଵରରେ ଏହି ଗୀତକୁ ଶୁଣି ଏବେ ସମସ୍ତେ ବହୁତ୍ ଖୁସି।ଯାହାକୁ ନେଇ ସମସ୍ତେ ଅନେକ ପ୍ରଶଂସା ମଧ୍ଯ କରିଛନ୍ତି। ତେବେ ଆପଣ ତ ଜାଣିଛନ୍ତି ଯେତେବେଳେ ଜଣେ ପିଲାଟିଏ ଗୀତ ଗାଇଥାଏ,ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ସେହିପରି ଏଠାରେ ଏହି ଝିଅଟି ଏତେ ସୁନ୍ଦର ଗାଉଛି ଯେ ଏହା ସମସ୍ତଙ୍କ ହୃଦୟକୁ ଛୁଇଁଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share FacebookTwitterGoogle+ReddItWhatsAppPinterestEmail Chinmay Pradhan Prev Post ଯେତେ ରୋଜଗାର କଲେବି ଏହି ୫ ଜଣ ବ୍ୟକ୍ତି କେବେବି ଧନୀ ହୋଇପରିବେ ନାହି – Sadhu Bani Next Post ଓଃ କି ଡ୍ୟାନ୍ସ ! ଏହି famous ଯୋଡି Stage ଉପରେ କଲେ ଜବରଦସ୍ତ hot ଡ୍ୟାନ୍ସ… ସୋସିଆଲ ମିଡିଆରେ ଏବେ ସୁଦ୍ଧା 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…
2022-12-01T01:16:44Z
https://swastiktv.com/poonam-%E0%AC%AE%E0%AC%A4%E0%AD%81%E0%AC%86%E0%AC%B2%E0%AC%BE-siging-expression-%E0%AC%B0%E0%AD%87-%E0%AC%97%E0%AC%BE%E0%AC%87%E0%AC%B2%E0%AD%87-%E0%AC%AE%E0%AD%8B-%E0%AC%B9%E0%AC%B3%E0%AC%A6/
OSCAR-2301
ଆଜି ବିଜେଡିର ଜଣେ ପ୍ରଭାବଶାଳୀ ନେତା ଯେଉଁ ଦୁର୍ନୀତି ବିରୋଧୀ ମନ୍ତବ୍ୟ ଦେଇଛନ୍ତି ସେ କଥା ଆମେ ୧୦ ବର୍ଷ ଧରି କହି ଆସିଛୁ। କେବଳ ସେ ନୁହେଁ ସାରା ଓଡ଼ିଶାରେ ଏଭଳି ସ୍ଥିତି। ତାଙ୍କରି ଦଳର ନେତା ଏବେ ଦୁର୍ନୀତି ବିରୋଧରେ କହିବା ଆରମ୍ଭ କଲେଣି। ଆଗକୁ ଆହୁରି ତାଙ୍କ ଦଳର ଅନେକ ନେତା ଅନେକ କଥା ବାହାରକୁ ଆଣିବେ। ଯେତେବେଳେ ଶାସନ କ୍ଷମତାରେ ଥିଲେ ସେତେବେଳେ ଏକଥା ସଞ୍ଜୟ କହିଥିଲେ ଭଲ ହେଇଥାନ୍ତା। କିନ୍ତୁ ଆଗକୁ ବିଜେଡ଼ିରୁ ବହୁ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର।
2022-11-30T14:11:09Z
https://odishareporter.in/video/bjd-leaders-will-reveal-more-explosive-infos-on-their-govt-782206
OSCAR-2301
ଏଥର ନୂଆ ବର୍ଷକୁ ସ୍ୱାଗତ କରିବାକୁ ନା ହେବ ନାଚଗୀତ ଓ ନା ଜମିବ ଖାଦ୍ୟପେୟର ଆସର । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯିବା ପରେ ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ପ୍ରତିବର୍ଷ ବେଶ ଧୂମଧାମରେ ପାଳନ ହେଉଥିବା ନୂଆବର୍ଷ ଏଥର ଫିକା ପଡିବ । ଏଥର ରାଜଧାନୀରେ ହେବନି ଜିରୋ ଲାଇଟ ସେଲିବ୍ରେସନ News18 Odia Last Updated : December 16, 2020, 18:10 IST Share this: NIRUPAMA BEHERA News18 Odia News18 Odia Digital ଭୁବନେଶ୍ୱର: ଏଥର ରାଜଧାନୀରେ ପାଳନ ହେବନି ଜିରୋ ଲାଇଟ ସେଲିବ୍ରେସନ । ପ୍ରତ୍ୟେକ ବର୍ଷ ନୂଆ ବର୍ଷ ହେବାର ଠିକ ଏକ ମାସ ପୂର୍ବରୁ ଜିରୋ ଲାଇଟ ସେଲିବ୍ରେସନର ପ୍ରସ୍ତୁତିକୁ ନେଇ ଚଳଚଞ୍ଚଳ ହୋଇ ଉଠିଥାଏ ରାଜଧାନୀ ଭୁବନେଶ୍ୱର । କିନ୍ତୁ ଚଳିତ ବର୍ଷ ଏହା ସମ୍ପୂର୍ଣ୍ଣ ବିପରୀତ । ଏଥର ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ରାଜଧାନୀରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି ବିଏମସି କମିଶନର । ବିଏମସି କମିଶନର କଟକଣା ଯୋଗୁଁ ହୋଟେଲ ମାନଙ୍କରେ ଏଥପାଇଁ କୌଣସି ଆୟୋଜନ କରାଯାଇନାହିଁ । ସେଲିବ୍ରେସନର କଟକଣା ଲାଗିବା ପରେ ଦୋକାନ ବଜାରରେ ବ୍ୟବସାୟ ବି ମାନ୍ଦା ପଡିଛି । ଘରେ ରହି କଟକଣା ଭିତରେ ନୂଆ ବର୍ଷ ସେଲିବ୍ରେସନ କରିବେ ରାଜଧାନିବାସୀ । କିଛି ହୋଟେଲ କର୍ତ୍ତୃପକ୍ଷ କହିବା ଅନୁସାରେ ବ୍ୟବସାୟ ମାନ୍ଦା ହେବ ତଥାପି ଗାଇଡ଼ଲାଇନକୁ ମାନିବାକୁ ପଡିବ । ଏଥର ନୂଆବର୍ଷକୁ ସ୍ୱାଗତ କରିବାକୁ ନା ହେବ ନାଚଗୀତ ଓ ନା ଜମିବ ଖାଦ୍ୟପେୟର ଆସର । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯିବା ପରେ ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ବେଶ ଧୂମଧାମରେ ପ୍ରତିବର୍ଷ ପାଳନ ହେଉଥିବା ନୂଆବର୍ଷ ଏଥର ଫିକା ପଡିବ । ସରକାରଙ୍କ ଗାଇଡ଼ଲାଇନକୁ ମାନି କୌଣସି ଆୟୋଜନ କରିନାହାନ୍ତି ହୋଟେଲ କର୍ତ୍ତୃପକ୍ଷ । ଏପରିକି ରାତି ୧୨ଟା ସୁଦ୍ଧା ରେଷ୍ଟୁରାନ୍ତ ମଧ୍ୟ ବନ୍ଦ ହେବ ବୋଲି କୁହାଯାଇଛି । "ପ୍ରଥମରୁ ଆମେ ଭିଡ଼କୁ ଦୁରେଇବାକୁ ନୂଆବର୍ଷ ପାଇଁ କୌଣସି ଯୋଜନା କରିନଥିଲୁ । ଏପରିକି କେକ ମିକ୍ସିଂ ପର୍ବ ମଧ୍ୟ କରିନାହୁଁ । ତେଣୁ ସରକାର ଓ ବିଏମସିର ସବୁ ନିୟମ ମାନି ଆମେ ନୂଆବର୍ଷ କରିବୁ," କହିଛନ୍ତି ମେ ଫେୟାର ଡେପୁଟି ଜେନେରାଲ ମ୍ୟାନେଜର ଚିଦାନନ୍ଦ ମଲ୍ଲିକ । ନୂଆବର୍ଷ ସେଲିବ୍ରେସନ କଟକଣା ପରେ ମାନ୍ଦା ପଡିଛି ରାଜଧାନୀରେ ବେପାର । ଦୋକାନ ବଜାରରେ ଜିନିଷ ଥିଲେ ମଧ୍ୟ ଗ୍ରାହକଙ୍କ ଭିଡ଼ ଆଉ ଦେଖିବାକୁ ମିଳୁନାହିଁ ।କୋରୋନା ଯୋଗୁଁ ଲୋକ ଆସୁନଥିଲେ କିନ୍ତୁ ଏବେ ସେଲିବ୍ରେସନ ଉପରେ କଟକଣା ଲାଗିବ ପରେ ଲୋକେ ସାଜସଜ୍ଜା ସାମଗ୍ରୀ ଅଧିକ କିଣୁନଥିବା କିଛି ବ୍ୟବସାୟୀ କହିଛନ୍ତି । "ଏଥର ନୂଆ ନୂଆ ସାଜସଜ୍ଜା ଜିନିଷ ନେଇ ଆମେ ଦୋକାନ ଖୋଲିଛୁ । ହେଲେ ଏଥର ଲୋକଙ୍କ ଦେଖା ନାହିଁ । କୋରୋନା ବେପାର ମାନ୍ଦା କରିଛି । ଆଉ ଟ୍ଵିନସିଟିରେ ସେଲିବ୍ରେସନରେ କଟକଣା ଲାଗିବା ପରେ ଲୋକେ ସାଜସଜ୍ଜା ପ୍ରତି ମନ ଦେଉନାହାନ୍ତି," କହିଛନ୍ତି ୟୂନିଟି-୧ ଉଠା ଦୋକାନୀ ବ୍ୟବସାୟୀ ମାନସ କୁମାର ବିଶ୍ବାଳ । Published by:Jagdish Barik First published: December 16, 2020, 18:08 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । BhubaneswarBMCNew Year’s Day celebrationOdishazero night celebration ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ହକି ବିଶ୍ଵକପ୍ ପୂର୍ବରୁ ବିଏମସିର ପ୍ରସ୍ତୁତି; ସହରକୁ ସରସ ସୁନ୍ଦର କରିବାକୁ ପ୍ରୟାସ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ଯୁକ୍ରେନ ଯୁଦ୍ଧ ପରେ ଦେଶକୁ ଫେରିଥିବା ଛାତ୍ର; ଜାଣନ୍ତୁ କାହିଁକି ଆସନ୍ତା କାଲି ଠାରୁ ଆରମ୍ଭ ହେବ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ମା' ହେବାକୁ ଯାଉଛନ୍ତି Rubina dilaik? କ୍ଲିନିକ୍ ବାହାରେ ସ୍ପଟ୍ ହେଲେ ଅଭିନେତ୍ରୀ କାହିଁକି ଅଧିକ ଲୋକ କଳା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି; ଜାଣନ୍ତୁ ଏହାର ଶାସ୍ତ୍ର ଓ ସାଇକୋଲଜି କଥା ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
2022-11-29T17:24:07Z
https://odia.news18.com/news/odisha/bhubaneswar-no-zero-night-celebration-on-new-year-due-to-covid-pandemic-1612-jdb-nbb-tv-32391.html
OSCAR-2301
ମାନବ ପ୍ରଜାତି ସୃଷ୍ଟିର ଆରମ୍ଭ କାଳରୁ ଅନେକ ରୋଗ ଓ ମହାମାରୀ ସହିତ ଯୁଦ୍ଧ ଲଢି ଆସିଛି । ଯେମିତି ଗତ ଦୁଇ ବର୍ଷ ଧରି କରୋନା ବିଶ୍ୱ ପାଇଁ ଅଭିଷାପ ପାଲଟି ଯାଇଛି । କରୋନାର ରାମବାଣ ଭାବେ ଟିକାକୁ ଗ୍ରହଣ କରାଯାଉଛି । କିନ୍ତୁ ସତ ହେଉଛି ଟିକା ଏବେ ମଧ୍ୟ କରୋନାର ସବୁ ଭାରିଆଣ୍ଟ୍ ବିରୋଧରେ…
2022-11-27T11:11:20Z
http://risingodisha.in/tag/sma-disease/
OSCAR-2301
କଟକ (ଓଡ଼ିଶା ରିପୋର୍ଟର): କଟକରେ ତାଲିବାନୀ ଶାସନର ପୁନରାବୃତ୍ତି ହୋଇଛି। କିଛି ଦିନ ତଳେ ଭାଇଚାରାର ସହର କଟକରେ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଏକ ସ୍କୁଟର ପଛରେ ରଶିରେ ବାନ୍ଧି ଦୌଡ଼ାଇବା ଘଟଣା ସମଗ୍ର ରାଜ୍ୟରେ ଚହଲ ସୃଷ୍ଟି କରିଥିଲା। ଏହି ଘଟଣାର ଅଳ୍ପ ଦିନ ବ୍ୟବଧାନରେ ପୁଣି ଥରେ ଦେଖିବାକୁ ମିଳିଛି ସମାନ ବର୍ବରତା। ଏଥର ସାଇଡ୍ ମରାକୁ ନେଇ ଘଟିଛି ଏପରି କାଣ୍ଡ । ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଆଣ୍ଠେଇ ମାଡ଼ ମରାଯିବା ସହ ଘୋଷାଡ଼ି ଘୋଷାଡ଼ି ନିଆଯାଇଥିବା ଅଭିଯୋଗ ହୋଇଛି । ଏପରି ବର୍ବର କାଣ୍ଡରେ କଟକର ଜଣେ ଟାଣୁଆ ମନ୍ତ୍ରୀଙ୍କ ପୁତୁରା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। କଟକ ପ୍ରତାପନଗରୀ ଅଂଚଳର ଏ ଘଟଣା । ଆଜି ସକାଳେ କାର୍ ଓଭରଟେକିଂକୁ ନେଇ ଜଣେ ଯୁବକଙ୍କୁ ପ୍ରାୟ ୧୦, ୧୨ ଯୁବକ ଆଣ୍ଠେଇ ଦେଇଥିବା ଅଭିଯୋଗ ହୋଇଛି । ଏହାଦେଖି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପ୍ରତିବାଦ କରିଥିଲେ। ଫଳରେ ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ମାଡ଼ ମାରି ଆହତ କରିଥିବା ଅଭିଯୋଗ ହୋଇଛି। ଏହାପରେ ଆକ୍ରମଣକାରୀମାନେ ୨ଟି ଗାଡ଼ିରେ କଟକ ଅଭିମୁଖେ ପଳାଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି।ସୋଶାଲ ମିଡିଆରେ ଏ ଭିଡିଓଟି ଭାଇରାଲ ହେଉଛି । ଏହି ଘଟଣାକୁ ନେଇ କଟକ ସଦର ଥାନାରେ ଆହତ ହୋଇଥିବା କଟକ ପ୍ରତାପନଗରୀର ଜଣେ ଯୁବକ ୧୦ ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରେ ରାଜ୍ୟର ଜଣେ ଶାସକ ଦଳର ମନ୍ତ୍ରୀଙ୍କ ପୁତୁରା ରହିଥିବା ଜଣାପଡ଼ିଛି। ଆହୁରି ପଢ଼ନ୍ତୁ ଏ ବର୍ଷର ଶେଷ ଭୋଟ୍ କାଲି 2 mins ago ପତ୍ନୀ ବଞ୍ଚି ଥାଉଥାଉ ଶୁଦ୍ଧିକ୍ରିୟା 28 mins ago ସମ୍ପୃକ୍ତ ମନ୍ତ୍ରୀଙ୍କ ପୁତୁରା ବିଜେଡିର ଜଣେ ଯୁବ ନେତା ହୋଇଥିବା ବେଳେ ତାଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ । ଏହାବାଦ ପୂର୍ବରୁ ବିଭିନ୍ନ ହିଂସାକାଣ୍ଡରେ ସେ ସାମିଲ ଥିବା ଜଣାଯାଇଛି। ଏନେଇ ପୂର୍ବରୁ କଟକ ବାଦାମବାଡ଼ି ଥାନାରେ ତାଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏନେଇ ସଦର ଥାନା ଆଇଆଇସିଙ୍କୁ ପଚାରିବାରୁ ସମ୍ପୃକ୍ତ ଯୁବକମାନଙ୍କୁ ଚିହ୍ନଟ କରାଯାଇଛି, ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ , କିଛି ଦିନ ପୂର୍ବେ ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି ୨ ଯୁବକ ଏକ ସ୍କୁଟର ପଛ ପଟେ ରଶି ବାନ୍ଧି ଜଣେ ଯୁବକଙ୍କୁ ଦୌଡ଼ାଇ ଦୌଡ଼ାଇ ୩ଟି ଟ୍ରାଫିକ୍‌ ଛକ ଅତିକ୍ରମ କରିଥିଲେ। ଏପରିକି ସନ୍ଧ୍ୟା ସମୟରେ ଜନଗହଳିପୂର୍ଣ୍ଣ ସେଲଟର ଛକରୁ କନିକା ଛକ ଓ ସେଠାରୁ ଚଣ୍ଡି ମନ୍ଦିର ଛକରେ ପହଞ୍ଚିଥିଲେ ଯୁବକମାନେ। ହେଲେ କେଉଁଠି ବି ସେମାନଙ୍କୁ ପୁଲିସ୍‌ ଦେଖି ଅଟକାଇ ପାରିଲାନି। ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ର ଚେତା ପଶିଲା ଓ ୨ ଅଭିଯୁକ୍ତଙ୍କୁ ଗିରଫ କଲା। ଏବେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଭାଇଚାରାର ସହର କଟକରେ ଥରକୁ ଥର ଏପରି ଅମାନବୀୟ ଘଟଣାର ପୁନରାବୃତ୍ତି ହେଉଥିବା ବେଳେ ପୁଲିସ୍‌ ଜାଣିଶୁଣି ନୀରବ ବସି ରହୁଥିବା ଆଲୋଚନା ହେଉଛି।
2022-12-04T16:12:50Z
https://odishareporter.in/odisha/pic-viral-of-youth-torture-in-cuttack-street-777516
OSCAR-2301
ନୂଆଦିଲ୍ଲୀ ୨୮।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆକ୍ରମଣାତ୍ମକ ଢଙ୍ଗରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଗୋଟିଏ ପଟେ କପିଲ ମିଶ୍ରା ଏବଂ ଅନୁରାଗ ଠାକୁରଙ୍କ ବିବାଦୀୟ ବୟାନ ଉପରେ ରାଜନୀତି ଆରମ୍ଭ ହୋଇଯାଇଥିବା ବେଳେ ଅନ୍ୟପଟେ ଅନ୍ୟ ନେତାମାନେ ବିଧାନସଭା ନିର୍ବାଚନରେ ବିଜେପି ଜିତିବ ବୋଲି ଆଶା ବ୍ୟକ୍ତ କରୁଛନ୍ତି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ପ୍ରଚାର ବେଳେ କହିଛନ୍ତି ଯେ, ଦିଲ୍ଲୀରେ ବିଜେପି ବିଜୟୀ ହେବ ସୁନିଶ୍ଚିତ । ଦିଲ୍ଲୀବାସୀ ଶାନ୍ତି ଚାହୁଁଛନ୍ତି ଗୁଣ୍ଡାଗର୍ଦ୍ଦି ନୁହେଁ । ଯେଉଁମାନେ ଦିଲ୍ଲୀରେ ଶାହିନବାଗ୍ ଭଳି ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଦିଲ୍ଲୀବାସୀ ଉଚିତ୍ ଜବାବ ଦେବେ । ଧର୍ମେନ୍ଦ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେବେ ଚାହିଁବେ, ସେବେ ଶାହିନବାଗ୍ ଖୋଲିବ । ଏହା ପୂର୍ବରୁ ବିଜେପି ସାଂସଦ ପ୍ରବେଶ ବର୍ମା ଘୋଷଣ କରିଛନ୍ତି ଯେ, ଯଦି ଫେବୃଆରୀ ୧୧ ତାରିଖରେ ଭାରତୀୟ ଜନତା ପାର୍ଟି ସରକାର ଗଢୁଛି ତେବେ ସେ ଗୋଟିଏ ଘଣ୍ଟାରେ ଶାହିନବାଗ୍ କୁ ଖାଲି କରିଦେବେ । ପ୍ରବେଶ ବର୍ମା ଏହାକୁ ଏକ ରାଜନୈତିକ ଷଡଯନ୍ତ୍ରର ଅଂଶ ବୋଲି କହିଛନ୍ତି । ସେ ଆହୁରି କହିଥିଲେ ଯେ, ପୂର୍ବରୁ ଯେଉଁ ନିଆଁ କେରଳ ଏବଂ ପଶ୍ଚିମବଙ୍ଗରେ ଲାଗିଥିଲା ତାହା ଏବେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିସାରିଛି । ସେ କହିଥିଲେ ଯେ, ଧିରେ ଧିରେ ଏହି ଲୋକମାନେ ଆପଣଣାନଙ୍କ ଘରେ ପଶିବେ । ଲୋକମାନଙ୍କୁ ମାରିବେ । ମା’ ଭଉଣୀଙ୍କ ଉପରେ ଅତ୍ୟାଚାର କରିବେ । ସେତେବେଳେ ମୋଦି ଏବଂ ଅମିତ ଶାହ ବଞ୍ଚାଇବା ପାଇଁ ଆସିବେନାହିଁ । ତେଣୁ ଆଜି ହେଉଛି ଠିକ୍ ସମୟ । ଏହି ନିର୍ବାଚନ ଛୋଟ ମୋଟ ନିର୍ବାଚନ ନୁହେଁ । ଏହା ଦେଶରେ ସ୍ଥିରତା ଏବଂ ଏକତାର ନିର୍ବାଚନ ।
2022-11-26T19:07:30Z
https://www.prameyanews7.com/dharmendra-pradhan-claims-people-want-peace-in-delhi-not-anarchy-bjp-wins/
OSCAR-2301
ପଙ୍ଗପାଳ ଆକ୍ରମଣରେ ସମସ୍ତେ ଅସୁବିଧାରେ ପଡିଛନ୍ତି। ପଙ୍ଗପାଳ ଯୋଗୁଁ କୃଷକମାନେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ଯଦି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ପଙ୍ଗପାଳରୁ କିପରି ଫସଲ ସଞ୍ଚୟ କରିବେ ତେବେ ଏହି ଭିଡିଓକୁ ଭଲଭାବେ ଦେଖନ୍ତୁ | ଏହି ଭିଡିଓରେ ପଙ୍ଗପାଳରୁ ମୁକ୍ତି ପାଇବା ପାଇଁ କିଛି ସହଜ ଉପାୟ କୁହାଯାଇଛି | ଯଦି ଆପଣ ଏହି ଭିଡିଓ ପସନ୍ଦ କରନ୍ତି ତେବେ ଅନ୍ୟ କୃଷକ ଏବଂ ଆପଣଙ୍କର ସାଙ୍ଗମାନଙ୍କ ସହିତ ପସନ୍ଦ ଏବଂ ଅଂଶୀଦାର କରନ୍ତୁ |
2022-12-04T05:43:01Z
https://kisan-app.agrevolution.in/dehaat/post/pnggpaall-duur-kribaar-shj-upaayy
OSCAR-2301
କାବୁଲ: ତାଲିବାନ କାବୁଲକୁ ଅକ୍ତିଆର କରିଥିଲେ ମଧ୍ୟ ଆଫଗାନିସ୍ତାନର ଏକ ଏଭଳି ଅଂଚଳ ରହିଛି, ଯାହାକୁ ନିଜ ଅଧିନରେ ଆଣି ପାରି ନାହିଁ। ଏବେ ତାଲିବାନର ଯୋଦ୍ଧାମାନେ ପଞ୍ଜଶୀରର ଘାଟୀ ଆଡ଼କୁ ଅଗ୍ରସର ହେଇଥିବା ବେଳେ ସେଠାରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ ଘାଟିକୁ ତାଲିବାନ ହାତକୁ ନଦେବାକୁ ନିଷ୍ପତ୍ତି କରି ଜଗି ବସିଛନ୍ତି। ଫଳରେ ତାଲିବାନୀ ସହ ସେମାନଙ୍କ ମୁହାଁମୁହିଁ ସ୍ଥିତି ଉପୁଜିଛି। ତାଲିବାନ କରୀ ଫସୀହୁଦ ଦୀନହାଫିଜୁଲ୍ଲାହଙ୍କ ନେତୃତ୍ୱରେ ପଂଜଶୀର ଉପରେ ଆକ୍ରମଣ କରିବାକୁ ଶତାଧିକ ଲଢୁଆଙ୍କୁ ପଠାଇଥିଲା। କିନ୍ତୁ ବଗଲାନ ରାଜ୍ୟର ଅନ୍ଦରାବ ଘାଟୀରେ ଅଙ୍କୁଶ ଲଗାଇ ବସିଥିବା ପଂଜଶୀରର ବିଦ୍ରୋହୀମାନେ ଆକ୍ରମଣ କରିଦେଇଛନ୍ତି। ଏହି ଆକ୍ରମଣରେ ପ୍ରାୟ ୩୦୦ ତାଲିବାନୀଙ୍କ ମୃତ୍ୟୁ ହୋଇଛି। ଏହା ଦ୍ୱାରା ତାଲିବାନର ଯୋଗାଣ ମାର୍ଗ ମଧ୍ୟ ବ୍ଲକ ହୋଇଯାଇଛି। ଜେନେରାଲ ବିସ୍ମିଲ୍ଲାହ ମହମ୍ମଦଙ୍କ ଘୋଷଣା ତାଲିବାନ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି। ତାଲିବାନୀ ସେନା ଅଳ୍ପ ଦିନ ଭିତରେ ଆଫଗାନିସ୍ତାନର ପଂଜୀଶରକୁ ଛାଡ଼ି ଅନ୍ୟ ୩୩ଟି ରାଜ୍ୟକୁ ନିଜର ଅଧିନକୁ ନେଇଯାଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ପଞ୍ଜଶୀରରେ ପ୍ରବେଶ କରିପାରି ନାହାନ୍ତି କାରଣ ତାଲିବାନୀଙ୍କୁ ମୁକାବିଲା କରିବା ପାଇଁ ପଞ୍ଜଶୀରରେ ୧୦ ହଜାର ସୈନିକ ମୁତୟନ ଅଛନ୍ତି। ବଗଲାନ ଅଞ୍ଚଳରେ ୩ ଟି ଜିଲ୍ଲାକୁ ଦଖଲ ନକରିପାରି ଫେରିଥିବା ତାଲିବାନୀମାନେ ପୁଣିଥିରେ ସେହି ଅଞ୍ଚଳକୁ ଦଖଲ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ମାସୁଦଙ୍କୁ ସରେଣ୍ଡର ପାଇଁ ତାଲିବାନୀ ଚେତାବନୀ ଦେଇଛନ୍ତି କିନ୍ତୁ ସେ ବାପାଙ୍କ ପଦ ଅନୁସରଣ କରିବେ ଏବଂ ତାଲିବାନଙ୍କ ନିକଟରେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିବା ସହ ନିହତ ତାଲିବାନ-ବିରୋଧୀ ସଂଗ୍ରାମୀଙ୍କ ପୁତ୍ର ତଥା ‘ନ୍ୟାସନାଲ୍ ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍ ଅଫ୍ ଆଫଗାନିସ୍ତାନ’ର ନେତା ଅହମଦ୍ ମାସୁଦ୍। ସେ ଫ୍ରାନ୍ସ୍ , ୟୁରୋପ୍, ଆମେରିକା ଏବଂ ଆରବ ଦେଶମାନଙ୍କୁ ଏ ସଂଗ୍ରାମରେ ତାଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।
2022-12-04T04:52:01Z
https://www.odishalink.com/2021/08/23/300-taliban-killed-at-panjshir/
OSCAR-2301
ଯଦି ଆପଣ ଦରଦାମ ବୃଦ୍ଧିଦ୍ୱାରା କେବଳ ଭାରତ ପ୍ରଭାବିତ ହୋଇଛି ତେବେ ଆପଣଙ୍କ ଧାରଣା ଭୁଲ । ବିଶ୍ୱର ଏମିତି କିଛି ଦେଶ ଅଛନ୍ତି ଯେଉଁଠି ଦରଦାମ ଆକାଶ ଟପି ମହାକାଶ ଛୁଇଁଲାଣି । କେଉଁ ଦେଶରେ ଏକ କିଲୋ ଲଙ୍କା ପାଇଁ ୭ଶହ ଟଙ୍କା ଗଣିବାକୁ ପଡୁଛି ତ’ କେଉଁଠି ଗୋଟିଏ ଟମାଟୋର ଦାମ ୧୦ ଲକ୍ଷ ଟଙ୍କା…
2022-11-29T08:13:01Z
http://risingodisha.in/tag/%E0%AC%B6%E0%AD%8D%E0%AC%B0%E0%AD%80%E0%AC%B2%E0%AC%99%E0%AD%8D%E0%AC%95%E0%AC%BE-%E0%AC%B8%E0%AC%B0%E0%AC%95%E0%AC%BE%E0%AC%B0/
OSCAR-2301
ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଉପୁଜୁଥିବା ପରିସ୍ଥିତି ଅନୁଯାୟୀ କୂଟନୈତିକ ନିଷ୍ପତ୍ତି ନେବାର କ୍ଷମତା ବିରୋଧୀ ଦଳର କାହାରି ପାଖରେ ନ'ଥିଲା । ନିଜ ଲୋକଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ରୂପେ ନିର୍ବାଚିତ କରାଇବା ସକାଶେ... 0 0 0 s2sdefault twitter twitter facebook google plus whatsapp share 03 August 2018 Hits: 571 Rating: ( 1 Rating ) "ମୋ ବାପା ଜଣେ ରାଷ୍ଟ୍ରନୀତିଜ୍ଞ ଥିଲେ, ହେଲେ ମୁଁ ଜଣେ ରାଜନୈତିକ ମହିଳା " User Rating: 5 / 5 ଜରୁରୀକାଳୀନ ପରିସ୍ଥିତିର ୪୩ ବର୍ଷ :ଏକ ସମସାମୟିକ ଆହ୍ୱାନ ! ଜରୁରୀକାଳୀନ ପରିସ୍ଥିତି ଘୋଷଣାର ୪୩ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ସହଯୋଗୀମାନେ ଇନ୍ଦିରା ଗାନ୍ଧୀଙ୍କୁ ଯେପରି ଭାବରେ ଚିତ୍ରଣ କରି...
2022-11-30T04:53:26Z
https://shasakprashasak.com/index.php/editorial?start=50
OSCAR-2301
ହିମାଚଳ ପ୍ରଦେଶ ପାଲମପୁରର କ୍ୟାପଟେନ୍ ସୌରଭ କାଲିଆ । ଭାରତୀୟ ସେନାର ଏମିତି ଜଣେ ସାହସୀ ଅଫିସର ଥିଲେ ଯାହାଙ୍କ ବିନା ଅଧୁରା କାରଗିଲ୍ ଯୁଦ୍ଧର କାହାଣୀ । ଏହି ଯୁଦ୍ଧରେ ସେ ନିଜ ଅଦମ୍ୟ ସାହସ ଏବଂ ବୀରତାର ମିଶାଲ୍ କାଏମ କରିଛନ୍ତି । ୧୨ ଡିସେମ୍ବର ୧୯୯୮ ରେ ଭାରତୀୟ ସେନାରେ କମିଶନ ଅଧିକାରୀ…
2022-12-04T05:59:44Z
https://knewsodisha.com/tag/kargil-war-hero
OSCAR-2301
ମାର୍କେଟ ଘାଣ୍ଟିଲା ରୂପା ,ପିଣ୍ଟୁଙ୍କ ଏହି ନୂଆ ଆଲବମ ଭିଡ଼ିଓ ” Heigali Mun Tora “… ମାତ୍ର 4 ଘଣ୍ଟାରେ 167k ରୁ ଅଧିକ ଲୋକ ଦେଖି ସାରିଲେଣି… – ଦୈନିକ ଖବର ସବୁ ସମୟ ଖବର ସାଥିରେ Publisher - ସବୁ ସମୟ ଖବର ସାଥିରେ Home ଭାଇରାଲ ନ୍ୟୁଜ ଘରୋଇ ଉପଚାର ଦେଶବିଦେଶ ଓଡିଶା Home ମନୋରଞ୍ଜନ ମାର୍କେଟ ଘାଣ୍ଟିଲା ରୂପା ,ପିଣ୍ଟୁଙ୍କ ଏହି ନୂଆ ଆଲବମ ଭିଡ଼ିଓ ” Heigali Mun Tora “… ମାତ୍ର 4 ଘଣ୍ଟାରେ 167k ରୁ ଅଧିକ ଲୋକ ଦେଖି ସାରିଲେଣି… ମନୋରଞ୍ଜନ ମାର୍କେଟ ଘାଣ୍ଟିଲା ରୂପା ,ପିଣ୍ଟୁଙ୍କ ଏହି ନୂଆ ଆଲବମ ଭିଡ଼ିଓ ” Heigali Mun Tora “… ମାତ୍ର 4 ଘଣ୍ଟାରେ 167k ରୁ ଅଧିକ ଲୋକ ଦେଖି ସାରିଲେଣି… 0 30 Share ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହେଉଛି ୟୁଟ୍ୟୁବ।ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ବା ଆଲବମରେ ଆକ୍ଟିଂ କରି, ବା ଅନେକ ଭିଡିଓ ବନେଇ ଲୋକମାନଙ୍କ ଭଲ ପାଇବା ଜିତି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି।ତେବେ ଆମେ ଯଦି ଆମ ଓଡ଼ିଶା କଥା କହିବା ଆମ ଓଡ଼ିଶାର ବହୁତ ଲୋକ ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ସେଥିରେ ଭିଡିଓ ବନେଇ ଲୋକ ମାନଙ୍କ ଭଲ ପାଇବା ଜିତୁଛନ୍ତି। ତେବେ ଆପଣ ମାନେ ସମସ୍ତେ ୟୁଟ୍ୟୁବର ରୂପା ପିଣ୍ଟୁଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଏମାନେ ଓଡ଼ିଶାର ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ଯାହା ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲ ମାନଙ୍କ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ୟୁଟ୍ୟୁବ ଚ୍ୟାନେଲ। ଏମାନଙ୍କ ପ୍ରତି ଭିଡିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ଏମାନେ ତାଙ୍କର ଦୈନନ୍ଦିନ ଜୀବନ ଜୀବନଶୈଳୀକୁ ଭିଡିଓ ମାଧ୍ଯମରେ ଦର୍ଶକ ଆଗରେ ଏକ ନିଆରା ଢଙ୍ଗରେ ଦେଖାଇ ଥାନ୍ତି।ଯାହାକୁ ଆମେ ବ୍ଲଗ ବୋଲି କହିଥାଉ। ତେବେ ଆପଣ ଯଦି ସୋସିଆଲ ମିଡିଆ ବ୍ୟବହାର କରୁଥିବେ ତେବେ ନିଶ୍ଚି୍ତ ଭାବେ ରୂପା ଓ ପିଣ୍ଟୁ ଙ୍କ ଅନେକ ଭିଡିଓ ଦେଖିବାକୁ ପାଇଥିବେ। ଏମାନେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଅନେକ ଭିଡିଓ ପୋଷ୍ଟ କରି ଥାଆନ୍ତି , ଦର୍ଶକ ମାନେ ମଧ୍ୟ ଉଭୟ ଙ୍କୁ ବହୁତ୍ ସାରା ଭଲ ପାଇବା ଦେବା ସହ ସେମାନେ ଭିଡିଓ କୁ ମଧ୍ୟ ବେଶ୍ ପସନ୍ଦ କରି ଥାଆନ୍ତି। ଏମାନଙ୍କ ପ୍ରତି ଭିଡିଓକୁ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି ଏବଂ ଲାଇକ ମଧ୍ୟ କରିଥାନ୍ତି। ତେବେ ଏମାନେ କେବଳ ବ୍ଲଗ ନୁହେଁ ରୂପା ପିଣ୍ଟୁଙ୍କ ଅନେକ ଗୁଡ଼ିଏ ଆଲବମ୍ ମଧ୍ୟ ଦେଖିବାକୁ ମିଳୁଛି ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ରୂପା ପିଣ୍ଟୁଙ୍କ ଏକ ଆଲବମ୍ ସାମ୍ନାକୁ ଆସିଛି। ଏହି ଗୀତର ନାମ ରହିଛି ହେଇଗଲି ମୁଁ ତୋର। ଯେଉଁ ଗୀତକୁ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏବଂ ହ୍ୟୁମାନ ସାଗର। ଏହି ଭିଡିଓରେ ରୂପା ପିଣ୍ଟୁ ଙ୍କ ଚମତ୍କାର ଏକ୍ଟିଂ ଦେଖିବାକୁ ମିଳିଛି। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ କରା ଯାଇଛି ତେବେ ଏହି ଆଲବମ୍ ରିଲିଜ୍ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ୬ ଲକ୍ଷରୁ ଉର୍ଦ୍ଧ୍ଵ ଦର୍ଶକ ଦେଖି ସାରିଲେଣି। ଏହି ଭିଡିଓରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ମଧ୍ୟ ଏହି ସୁନ୍ଦର୍ ଗୀତକୁ ନିଶ୍ଚିତ ଭାବରେ ଦେଖନ୍ତୁ। ଆଶା କରୁଛୁ ଆପଣଙ୍କୁ ରୂପା ପିଣ୍ଟୁଙ୍କ ଏହି ଆଲବମ୍ ବେଶ୍ ଭଲ ଲାଗିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
2022-12-06T16:52:40Z
https://dainikhabar.com/index.php/asila-rupa-pintunkr-ahinua-albom/
OSCAR-2301
ନୂଆ ଜୋତା ବା ସାଣ୍ଡାଲ୍ ପିନ୍ଧିବା ପରେ ବେଳେବେଳେ ଏମିତି ହୋଇଥାଏ କି ପାଦ କଟି ଯାଇଥାଏ । ଜୋତା ଦ୍ୱାରା ପାଦ କାଟିବା ଦ୍ୱାରା ଚର୍ମ ଛାଡିଯାଏ । ଅନେକ ଥର ପାଦରୁ ଚର୍ମ ଛାଡି ଚିହ୍ନ ହୋଇଯାଏ ଏବଂ ଏଥିରେ ପାଦ ଖରାପ ହୋଇଯାଏ । ଏହା ଆପଣଙ୍କୁ ଖୁବ୍ ଅସୁବିଧାରେ ପକାଇଥାଏ । ଏହି ଅସୁବିଧାକୁ ଦୂର…
2022-12-06T13:12:02Z
https://knewsodisha.com/tag/foot-pain
OSCAR-2301
Puri district administration takes action against curfew violators in Rath Yatra ରଥ ଯାତ୍ରାରେ କର୍ଫ୍ୟୁ ଉଲ୍ଲଙ୍ଘନ: ଭିଡିଓ ଫୁଟେଜ୍‌ ଦେଖୁଛି ପୋଲିସ; ଦ୍ଵିତୀୟ ତାଲିକା ଶୀଘ୍ର ଆସିବ– News18 odia ଓଡ଼ିଶା CHANGE LANGUAGE ଓଡ଼ିଆ ENGLISHहिन्दी मराठीગુજરાતીঅসমীয়া ಕನ್ನಡ বাংলা മലയാളം తెలుగు ਪੰਜਾਬੀ اردو ଓଡ଼ିଆ WATCH LIVE TV DOWNLOAD APP FOLLOW US ON Trending Topics :#Odisha#CoronaVirus ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ നിങ്ങളുടെ നഗരം തിരഞ്ഞെടുക്കുക തിരുവനന്തപുരം കൊച്ചി കോഴിക്കോട് മലപ്പുറം കണ്ണൂർ കാസർഗോഡ് ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ରଥ ଯାତ୍ରାରେ କର୍ଫ୍ୟୁ ଉଲ୍ଲଙ୍ଘନ: ଭିଡିଓ ଫୁଟେଜ୍‌ ଦେଖୁଛି ପୋଲିସ; ଦ୍ଵିତୀୟ ତାଲିକା ଶୀଘ୍ର ଆସିବ ରଥ ଯାତ୍ରାରେ କର୍ଫ୍ୟୁ ଉଲ୍ଲଙ୍ଘନ: ଭିଡିଓ ଫୁଟେଜ୍‌ ଦେଖୁଛି ପୋଲିସ; ଦ୍ଵିତୀୟ ତାଲିକା ଶୀଘ୍ର ଆସିବ ରଥ ଯାତ୍ରା ଦିନ କର୍ଫ୍ୟୁ ଉଲ୍ଲଙ୍ଘନ କରି ହଟହଟା ହୋଇଛନ୍ତି ନଅ ଜଣ ଲୋକ। ଛାତ ଉପରୁ ରଥ ଯାତ୍ରା ଦେଖାଇବାରେ ସାହାଯ୍ୟ କରିଥିବାରୁ ବଡ଼ଦାଣ୍ଡରେ ଦୁଇଟି ଲଜ୍‌ ଓ ଗୋଟିଏ NGOର କୋଠାକୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସିଲ୍ କରାଯାଇଛି। ବାହୁଡ଼ା ଦିନ ଡ୍ରୋନ୍‌ ଜରିଆରେ ପାଟ୍ରୋଲିଂ କରିବ ପୋଲିସ । ରଥ ଯାତ୍ରା ସମୟରେ ବଡ଼ ଦାଣ୍ଡର ଏକ ଦୃଶ୍ୟ News18 Odia Last Updated : July 17, 2021, 14:13 IST Share this: News18 Odia News18 Odia Digital ପୁରୀ: ବିନା ଭକ୍ତରେ ରଥ ଯାତ୍ରା ହେଉଥିବା ବେଳେ ବଡ଼ଦାଣ୍ଡରେ ଥିବା ଲଜ ଓ ଘରୋଇ କୋଠାରେ ବାହାର ଭକ୍ତଙ୍କ ଉପସ୍ଥିତିକୁ ନେଇ କାର୍ଯ୍ଯାନୁଷ୍ଠାନ ନେଉଛି ପ୍ରଶାସନ। ଏ ପର୍ଯ୍ୟନ୍ତ ଦୁଇଟି ଲଜ ଓ ଗୋଟିଏ ଏନ୍.ଜି.ଓ.ର କୋଠାକୁ କର୍ଫ୍ୟୁ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍ କରାଯାଇଛି। ନଅ ଜଣ ଉଲ୍ଲଙ୍ଘନକାରୀଙ୍କ ଫଟୋ ସହ ତାଲିକା ଜାରି କରିଛି ପୁରୀ ପୋଲିସ। ରଥ ଯାତ୍ରାରେ ଅନେକ ଅନାଧିକୃତ ବ୍ଯକ୍ତି ଓ ବିନା ପାସ୍‌ ଧାରୀଙ୍କ ପ୍ରବେଶ ଉପରେ ମଧ୍ୟ ତଦନ୍ତ କରାଯାଉଛି। ଅଭିଯୋଗରେ ସତ୍ଯତା ଥିଲେ କାର୍ଯ୍ଯାନୁଷ୍ଠାନ ନିଆଯିବ। ପୁରୀବାସୀଙ୍କୁ ଟିକାର ଦୁଇଟି ଡୋଜ୍ ଓ କୋଭିଡ୍ ନେଗେଟିଭ୍‌ ପ୍ରମାଣ ପତ୍ର ସହ ପରିଚୟ ପତ୍ର ଆଧାରରେ ଆଡ଼ପ ମଣ୍ଡପ ଦର୍ଶନ ଓ ସୁନାବେଶ ଦର୍ଶନର ସୁଯୋଗ ଦେବାକୁ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେପି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ । ‘‘ପୁରୀ ପୋଲିସ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ନଅ ଜଣ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇ ଫଟୋ ସହ ସେମାନଙ୍କ ନାମକୁ ତାଲିକାଭୁକ୍ତ କରାଯାଇଛି। ସେମାନଙ୍କ ଉପରେ ଆପରାଧିକ ମାମଲା ସହ ଜିରୋ ଟଲରାନ୍ସ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରାଯିବ। ସେଥି ପାଇଁ ପୋଲିସ ପକ୍ଷରୁ ରଥ ଯାତ୍ରାର ଭିଡିଓ ଫୁଟେଜ୍ ଓ ଫଟୋକୁ ନେଇ ତଦନ୍ତ ଜାରି ରହଛି,” ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗଙ୍ଗା ଲଜ୍‌ର ଛାତ ଓ ବାଲକୋନୀରୁ ଅନେକ ଲୋକ ନିୟମ ଅମାନ୍ୟ କରି ରଥ ଯାତ୍ରା ଦେଖିଥିବା ଅଭିଯୋଗ ହୋଇଥିଲା । ‘‘କର୍ଫ୍ୟୁ ଉଲ୍ଲଙ୍ଘନ କରି ବଡ଼ଦାଣ୍ଡରେ ଥିବା ଛାତ ଉପରେ ରଥ ଯାତ୍ରା ଦେଖିବା ଘଟଣାକୁ ଆମେ ଗୁକୁତ୍ବର ସହ ନେଇଛୁ । ବଡ଼ଦାଣ୍ଡ ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜକୁ ସିଲ୍ କରାଯାଇଥିବା ବେଳେ ବଡ଼ଶଙ୍ଖରେ ଥିବା ସାଗର ଇନ ଲଜ ଓ ଅକ୍ଷୟପାତ୍ର ଫାଉଣ୍ଡେସନ କୋଠାକୁ କର୍ଫ୍ୟୁ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍ କରାଯାଇଛି । ଆଗକୁ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେ ନେଇ ପଦକ୍ଷେପ ନିଆଯାଉଛି,” କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ‘ଭଏସ୍ ଅଫ କମନ୍ ମ୍ୟାନ୍’ ସ୍ବେଚ୍ଛାସେବୀ ସଂସ୍ଥାର ଆବାହକ ହେକ୍ଟର ମିଶ୍ର କହିଛନ୍ତି, “ରଥ ଯାତ୍ରାରେ ପୁରୀ ସହରବାସୀ ଘରେ ରହି ଅକୁଣ୍ଠ ସମର୍ଥନ କରିଥିଲେ। ହେଲେ କେଉଁଠି ନା କେଉଁଠି ଫେଲ୍ ମାରିଥିଲା ପ୍ରଶାସନିକ କଟକଣା। ବାହାର ପର୍ଯ୍ଯଟକ, ଇସ୍କନ ଭକ୍ତ, ଠିକାଦାର ଏବଂ ଅନେକ ଯାତ୍ରୀ ରଥ ଟଣା ସହିତ ବଡ଼ଦାଣ୍ଡରେ ରହି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ହେଲେ ସେମାନେ କିଭଳି ପାସ୍ ପାଇଲେ ଓ କିପରି ଅନଧିକୃତ ବ୍ୟକ୍ତି ପ୍ରବେଶ କଲେ ସେ ନେଇ ଆମେ ଓ ଅଧିଭକ୍ତା ଓକିଲ ସଂଘ ଥାନାରେ ଏତାଲା ଦେଇଛୁ । ଏହି ମାମଲାରେ ତଦନ୍ତ ହେଉ ବୋଲି ଆମେ ଦାବି କରୁଛୁ ।’’ ଅକ୍ଷୟପତ୍ର ଏନ୍‌.ଜି.ଓ.ର କୋଠାକୁ ସିଲ୍‌ କରାଯାଇଛି । ରଥ ଯାତ୍ରା ଅବ୍ଯବସ୍ଥାକୁ ନେଇ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଜିଲ୍ଲାପାଳଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିବା ସହ କହିଛନ୍ତି, "କିଭଳି ଭୁବନେଶ୍ୱର ଓ ପୁରୀର ଅନେକ ରାଜନୈତିକ ବ୍ଯକ୍ତି ବିଶେଷ ରଥ ଯାତ୍ରା ଦିନ ଆସି ଦର୍ଶନ କଲେ ତାହା ତଦନ୍ତ କରାଯାଉ। ପୁରୀବାସୀଙ୍କୁ ପୂର୍ଣ୍ଣାଙ୍ଗ ଟିକାକରଣ ଓ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଆଧାରରେ ମହାପ୍ରଭୁଙ୍କ ଆଡ଼ପମଣ୍ଡପ ଦର୍ଶନ ଓ ସୁନାବେଶ ଦର୍ଶନ ପାଇଁ ଅନୁମତି ଦେବାକୁ ମୁଁ ଅନୁରୋଧ କରୁଛି।“ ସୋସିଆଲ ମିଡି଼ଆରେ ହେଉ ଅବା ଡିଜିଟାଲ୍ ମିଡି଼ଆ ଯେଉଁମାନେ ରଥ ଟାଣିବା ଓ ଛାତ ଉପରେ ଦେଖିବା ସମୟର ଫଟୋ ଅପଲୋଡ଼ କରିଥିଲେ ଓ ରଥ ଟାଣିଥିଲେ ସେମାନେ ଏବେ ପ୍ରଶାସନିକ କାର୍ଯ୍ଯାନୁଷ୍ଠାନ ଦେଖି ଛାନିଆ ହୋଇପଡି଼ଛନ୍ତି। Published by:Lipina Das First published: July 17, 2021, 14:03 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । curfewJayant Kumar SarangiOdishaPuriRath Yatra ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ଅଁଳା ଚାଷ କରି ବେଶ ଟଙ୍କା ଆୟ କରୁଛନ୍ତି ଗଞ୍ଜାମର ଜଣେ ମହିଳା; ଜାଣନ୍ତୁ ତାଙ୍କ ବିଷୟରେ Calendar 2023: ସନ୍ତାନଙ୍କ ଖୁସି ପାଇଁ ରଖାଯାଏ ଏହି ବ୍ରତ; ଜାଣନ୍ତୁ ୨୦୨୩ରେ କେବେ କରିବେ ପୂଜା ମଦ ପିଇ ସ୍କୁଲ ଭିତରେ ଶୋଇଲେ ପ୍ରଧାନ ଶିକ୍ଷକ; ଉପାସରେ ଛାତ୍ରଛାତ୍ରୀ ଗୋଟିଏ ମାସରେ ୨.୩ ମିଲୟନ ଆକାଉଣ୍ଟ ବନ୍ଦ କଲା WhatsApp; ଜାଣନ୍ତୁ ଏହାର କାରଣ Today Horoscope: କେମିତି କଟିବ ଆଜି ଆପଣଙ୍କ ଦିନ; ଜାଣନ୍ତୁ ଆଜିର ରାଶିଫଳ ଓ ଶୁଭ ସଙ୍କେତ ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
2022-12-01T04:25:38Z
https://odia.news18.com/news/odisha/puri-district-administration-took-action-against-curfew-violators-on-rath-yatra-tv-170721-lpd-amp-63467.html
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଖେଳ ଖବର ୩ୟ ଟି-୨୦: ଭାରତକୁ ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ, ଅକ୍ଷରଙ୍କୁ ୩ ୱିକେଟ୍‌ ୩ୟ ଟି-୨୦: ଭାରତକୁ ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ, ଅକ୍ଷରଙ୍କୁ ୩ ୱିକେଟ୍‌ By The Sakala SS Last updated Sep 25, 2022 ହାଇଦ୍ରାବାଦ୍‍ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ହାଇଦ୍ରାବାଦ୍‌ରେ ଖେଳାଯାଉଛି। ରାଜୀବ ଗାନ୍ଧି ଅନ୍ତର୍ଜାତୀୟୀୟ ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ କାମେରନ୍‌ ଗ୍ରିନ୍‌ (୫୨) ଓ ଟିମ୍‌ ଡେଭିଡ୍‌(୫୪)ଙ୍କ ଅର୍ଦ୍ଧଶତକ ବଳରେ କଂଗାରୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୮୬ ରନ୍‌ ସଂଗ୍ରହ କରିଛନ୍ତି। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳୁଥିବା ଭାରତକୁ ମ୍ୟାଚ ବିଜୟ ପାଇଁ ୧୮୭ ରନ୍‌ର ଲକ୍ଷ୍ୟ ମିଳିଛି। ଅଧିକ ପଢନ୍ତୁ ଓଡ଼ିଶାରେ ଶିଳ୍ପ ମହାରଥୀଙ୍କ ମହାମିଳନ : ମେକ୍ ଇନ୍ ଓଡ଼ିଶା କନକ୍ଲେଭର… Nov 30, 2022 ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିଲା। ବିଶେଷ କରି କ୍ୟାମେରୁନ ଗ୍ରୀନ ଧୂଆଁଧାର ବ୍ୟାଟିଂ କରି ଭାରତର ଚିନ୍ତା ବଢାଇଥିଲେ। ୩.୩ ଓଭରରେ ୪୪ ରନର ଦଳୀୟ ସ୍କୋରରେ ଅଧିନାୟକ ଆରୋନ ଫିଞ୍ଚ(୭)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟପଟେ ଗ୍ରୀନ ଧୂଆଁଧାର ବ୍ୟାଟିଂ କରି ମାତର୍ ୧୯ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଗ୍ରୀନଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଦଳକୁ ବହୁତ ବଡ ସଫଳତା ଦେଇଥିଲେ। ଗ୍ରୀନ ମାତ୍ର ୨୧ ବଲ୍‌ରୁ ୭ ଚୌକା ଏବଂ ୩ ଛକା ସହ ୫୨ ରନ କରିଥିଲେ। ଏହା ପରେ କଙ୍ଗାରୁ ଦଳ ସଅଳ ଓ୍ଵିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିଲା ଏବଂ ଭାରତୀୟ ବୋଲର ଅଷ୍ଟ୍ରେଲିଆର ରନ ଗତି ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲେ। ଏଥିସହିତ ପଢ଼ନ୍ତୁ ସବୁ ପରୀକ୍ଷାକେନ୍ଦ୍ରରେ ଲାଗିବ ସିସିଟିଭି : ଭିଜୁଆଲର ହେବ… Nov 30, 2022 ମ୍ୟାକ୍ସଓ୍ଵେଲ(୬) ରନ ଆଉଟ୍ ହୋଇଥିବା ବେଳେ ଷ୍ଟିଭ୍ ସ୍ମିଥ(୯) ଚହଲଙ୍କ ବଲ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଜୋସ୍ ଇଙ୍ଗ୍ଲିସ୍(୨୪) କରିଥିଲେ। ମାଥ୍ୟୁ ଓ୍ଵେଦ(୧)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଦଳକୁ ବଡ ସଫଳତା ଦେଇଥିଲେ।ଏହା ପରେ ଟିମ୍ ଡେଭିଡ୍ ଏବଂ ଡାନିଏଲ ସାମ୍ସ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆର ସ୍ଥିତି ମଜବୁତ କରିଥିଲେ। ଡେଭିଡ୍ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୭ ବଲ୍‌ରୁ ୨ ଚୌକା ଏବଂ ୪ ଛକା ସହ ୫୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ସାମ୍ସ ୨୮ ରନରେ ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୬ ରନ କରିଛି। ଭାରତ ପକ୍ଷରୁ ଅକ୍ଷର ପଟେଲ୍‌ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ସେହିପରି ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।
2022-12-01T04:01:22Z
https://thesakala.in/ind-vs-aus-3rd-t20-india-needs-187-to-win-series-against-australia/
OSCAR-2301
ମାତ୍ର 1 ସପ୍ତାହରେ ପେଟର ଚର୍ବି ମହମ ପରି ତରଳିଯିବ, କେବଳ ସକାଳୁ ପିଅନ୍ତୁ ଏହି ପାଣି- Baba Ramdev Health Tips - Online 80 Media Skip to content December 3, 2022 Online 80 Media Odisha's No.1 News Portal ନ୍ଯୁଜ ବିଶେଷ ମନୋରଞ୍ଜନ ସ୍ୱାସ୍ଥ୍ୟ ଜୀବନଶୈଳୀ ନୀତିଶିକ୍ଷା ବାସ୍ତୁ ଟିପ୍ସ ଜ୍ୟୋତିଷ ରାଶିଫଳ Main Menu ସ୍ୱାସ୍ଥ୍ୟ ମାତ୍ର 1 ସପ୍ତାହରେ ପେଟର ଚର୍ବି ମହମ ପରି ତରଳିଯିବ, କେବଳ ସକାଳୁ ପିଅନ୍ତୁ ଏହି ପାଣି- Baba Ramdev Health Tips July 6, 2021 - by Satya M - Leave a Comment ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକଙ୍କର ପେଟରେ ଚର୍ବି ବା ମୋଟାପଣ ଆଦି ସମସ୍ଯା ଦେଖାଯାଉଛି । ଲୋକମାନେ ନିଜ ମୋଟାପଣକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରୁଛନ୍ତି । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ଯବହର କରି ଆପଣ ନିଜ ମୋଟାପଣକୁ ଦୂର କରିବା ସହ ନିଜ ଓଜନକୁ କମାଇ ପାରିବେ । ବନ୍ଧୁଗଣ ଯଦି କୌଣସି ମହିଳାଙ୍କର ଗର୍ଭବତୀ ହେବା ପରେ ପେଟରେ ଚର୍ବି ବଢିଯାଇଥିବ ସେମାନେ ମଧ୍ୟ ଏହି ଉପାୟ ଦ୍ଵାରା ନିଜ ଚର୍ବିକୁ କମୟ ପାରିବେ । ଏହା ସହିତ ଯେଉଁ ମାନଙ୍କର ଥାଇରଏଡ ଆଦି ସମସ୍ଯା ରହିଛି ସେମାନେ ମଧ୍ୟ ଏହି ଉପାୟକୁ କରିପାରିବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ବନ୍ଧୁଗଣ ଆମର ଏହି ରେମେଡି ପାଇଁ ଆମକୁ ପ୍ରଥମ ସାମଗ୍ରୀ ଦରକାର ଜୀରା । ବନ୍ଧୁଗଣ ଜୀରା ଅମାର ପେଟ ଜନିତ ସମସ୍ଯାକୁ ଦୂର କରିବା ସହ ଆମ ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରାଇଥାଏ । ଆମର ଦୁତୀୟ ସାମଗ୍ରୀ ହେଉଛି ଅଦା । ଅଦା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆମଳୁ ତୃତୀୟ ସାମଗ୍ରୀ ଦରକାର ଲେମ୍ବୁ । ବନ୍ଧୁଗଣ ଲେମ୍ବୁରେ ବହୁତ ଅଧିକ ଭିଟାମିନ C ଥାଏ ଏହା ଶରୀରର ଟକସିନକୁ ବାହାର କରିଥାଏ ଓ ଚର୍ବିକୁ ତରଳାଇ ଥାଏ । ବନ୍ଧୁଗଣ ଆମର ଶେଷ ସାମଗ୍ରୀ ହେଉଛି ମହୁ । ମହୁ ଆମ ପେଟ ଜନିତ ସମସ୍ତ ସମସ୍ଯା ପାଇଁ ବହୁତ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆମର ଏହି ଉପାୟ ପାଇଁ ପ୍ରଥମେ ଆପଣ ଏକ ପାତ୍ର ଗ୍ଯାସ ଚୁଲାରେ ବସାଇ ଦିଅନ୍ତୁ ଓ ସେଥିରେ ଏକ ଗ୍ଳାସ ପାଣି ରଖନ୍ତୁ । ଏହାପରେ ଆପଣ ସେହି ପାଣିରେ ଏକ ଚାମଚ ଜୀରା ପକାନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଅଧ ଖଣ୍ଡ ଅଦା ପକାନ୍ତୁ । ହେଲେ ଅଦାକୁ ଆପଣ ଛୋଟ ଛୋଟ ପିସ କରି ପକାଇବେ । କମ ସେ କମ ଏହାକୁ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ ପାଣିରେ ଫୁଟାନ୍ତୁ । ବନ୍ଧୁଗଣ ଫୁଟାଇବା ପରେ ଆପଣ ଗ୍ଯାସକୁ ବନ୍ଦ କରିଦିଅନ୍ତୁ ଓ କିଛି ସମୟ ଏହାକୁ ଥଣ୍ଡା କରିବା ପାଇଁ ଛାଡି ଦିଅନ୍ତୁ । ପାଣି ଅଳ୍ପ ଉଷୁମ ହେବା ପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଏହାକୁ ଭଲ ଭାବରେ ଛାଣି ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏକ କପରେ ଏହି ମିଶ୍ରଣକୁ ରଖିଦିଅନ୍ତୁ ଓ ଏଥିରେ ଏକ ଚାମଚ ଲେମ୍ବୁ ରସ ଏବଂ ଏକ ଚାମଚ ମହୁ ମିଶାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଆପଣ ପ୍ରତିଦିନ ସକାଳ ସମୟରେ ଓ ସନ୍ଧ୍ୟା ସମୟରେ ଏହି ମିଶ୍ରଣର ସେବନ କରନ୍ତୁ ଦେଖିବେ ୧ ମାସ ମଧ୍ୟରେ ଆପଣଙ୍କ ପେଟରେ ଥିବା ଚର୍ବି କମିଯିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ Related Posts ଏହି ଗୋଟିଏ ପତ୍ର ଆପଣଙ୍କୁ 80 ବର୍ଷ ପର୍ଯ୍ୟନ୍ତ ରୋଗ ହେବାକୁ ଦେବ ନାହିଁ – Health Tips November 29, 2022 ମାତ୍ର 2 ମିନିଟରେ ଦାନ୍ତ ବିନ୍ଧା, ପୋକ ଦାନ୍ତ, ମାଢିରୁ ରକ୍ତ ପଡିବା ଭଲ ହୋଇଯିବ… ବାସ କରନ୍ତୁ ଏହି ଘରୋଇ ଉପଚାର November 24, 2022 ଅନିୟମିତ ଋତୁସରାବ ହେଉଥିଲେ ରାତିରେ ଶୋଇଲା ବେଳେ ଏହାକୁ ପିଅନ୍ତୁ, 1 ଦିନରେ ହେବ ଋତୁସ୍ରାବ November 22, 2022 Post navigation Previous Article ଯେତେ ରୋଜଗାର କଲେ ମଧ୍ୟ ଏହି ୫ ଜଣ ବ୍ୟକ୍ତି କେବେ ବି ହୋଇ ପାରନ୍ତି ନାହିଁ ଧନୀ- Chanakya Niti Next Article ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅ କିପରି ହୋଇଥାନ୍ତି? ନିଶ୍ଚୟ ଜାଣନ୍ତୁ ଏହି ଭୟଙ୍କର କଥା- Ajira Anuchinta About Satya M View all posts by Satya M → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. recent post ଦୁନିଆରେ ଏହି 4ଟି ରାଶି ହିଁ ହୋଇଥାନ୍ତି ସବୁଠାରୁ ମହା ଶକ୍ତିଶାଳୀ December 2, 2022 କାହାର ନାମ ଭାବି ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ମନର ଗୁପ୍ତ ରହସ୍ୟ December 2, 2022 ଚୁପ ଚାପ ଘରର ଏହି ଜାଗାରେ ରଖିଦିଅନ୍ତୁ ଝାଡୁ, ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେନି December 2, 2022 ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି 7ଟି ସଙ୍କେତ, ଆପଣଙ୍କୁ ବି ଯଦି ମିଳୁଛି ତେବେ ଆପଣଙ୍କ ଭଲ ସମୟ ଆସିଯାଇଛି December 2, 2022
2022-12-03T05:19:19Z
https://online80media.com/gote-sap-tah-are-peta-charbi/
OSCAR-2301
ନୂଆଦିଲ୍ଲୀ ୧୦/୦୮: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ କରୋନା । କୋଭିଡ ପଜିଟିଭ୍ ହୋଇଥିବା ନେଇ ସୂଚନା ମିଳିଛି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ପ୍ରିୟଙ୍କା କହିଛନ୍ତି ଯେ ସେ ପୁଣିଥରେ କରୋନା ପଜିଟିଭ୍ ହୋଇଛନ୍ତି । Tested positive for covid (again!) today. Will be isolating at home and following all protocols. — Priyanka Gandhi Vadra (@priyankagandhi) August 10, 2022 ସେ କହିଥିଲେ ଯେ ସେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି । ସମସ୍ତ ପ୍ରୋଟୋକଲ ପାଳନ କରୁଛନ୍ତି । ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ ଜୁନ୍ ୩ ରେ ସେ କରୋନା ପଜିଟିଭ୍ ହୋଇଥିଲେ । ତା’ପରେ ତାଙ୍କ ମା ଏବଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ହୋଇଥିଲା । ଏହା ପରେ ପ୍ରିୟଙ୍କା ଟ୍ୱିଟ୍ କରି କହିଥିଲେ ଯେ ସାମାନ୍ୟ ଲକ୍ଷଣ ପରେ କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଥିଲା ।
2022-12-09T22:55:00Z
https://www.prameyanews7.com/priyanka-gandhi-again-tested-positive/
OSCAR-2301
ରାଜସ୍ଥାନର ଜୟପୁର, ମାନବ ବନ୍ୟପ୍ରାଣୀ ଦ୍ୱନ୍ଦ୍ୱରେ ଏକ ବଡ଼ ସମସ୍ୟା ରହିଛି ଯେଉଁଠାରେ ବାର୍ଷିକ ହଜାର ହଜାର ଫସଲ ଚ iding ଼ାଉ ମାମଲା ସାମ୍ନାକୁ ଆସୁଛି। ପାରମ୍ପାରିକ ଅଭ୍ୟାସ ବ୍ୟତୀତ କୃଷକମାନେ ସେମାନଙ୍କ ଫସଲକୁ ବଣୁଆ ଜନ୍ତୁର ଅନୁପ୍ରବେଶରୁ ରକ୍ଷା କରିବା ପାଇଁ ବ୍ୟବହାର କରନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ବ technical ଷୟିକ ସମାଧାନ ଉପଲବ୍ଧ ନାହିଁ | ଇଲେକ୍ଟ୍ରିକ୍ ବାଡ ପରି ବିଦ୍ୟମାନ ପଦ୍ଧତିଗୁଡିକ ଏହିପରି ବିବାଦର ସମାଧାନ କରିବାରେ ଆଉ ଦକ୍ଷ ନୁହଁନ୍ତି ତେଣୁ ଏହାକୁ ANIDERS ନାମକ ଅଧିକ ଚତୁର, ନିରାପଦ ଏବଂ ପ୍ରଭାବଶାଳୀ ଉପକରଣ ଦ୍ୱାରା ବଦଳାଇବା ଉଚିତ | ଏହି ସ୍ମାର୍ଟ ସମାଧାନ ବନ୍ୟଜନ୍ତୁମାନଙ୍କ ପାଇଁ କ harm ଣସି କ୍ଷତି ନକରି ଫସଲକୁ ବଣୁଆ ଜନ୍ତୁରୁ ରକ୍ଷା କରିପାରିବ | ଏହା ପଶୁମାନଙ୍କଠାରୁ ଫସଲକୁ ରକ୍ଷା କରିପାରିବ: ହାତୀ, ନୀଳଗାଇ, ବନ୍ୟ ଘୁଷୁରୀ, ରାବଣ, ହରିଣ, ଇତ୍ୟାଦି | ଏହା ଜଙ୍ଗଲରେ ରହୁଥିବା ଲୋକଙ୍କୁ ବଣୁଆ ବିଲେଇଙ୍କଠାରୁ ମଧ୍ୟ ରକ୍ଷା କରିପାରିବ ଯେପରିକି ଟାଇଗର, ଚିତାବାଘ ଇତ୍ୟାଦି | ANIDERS କିପରି କାମ କରେ? ANIDERS ହେଉଛି ଗୋଟିଏ ମେସିନ୍ ଯାହା ଏକ ସ୍ୱୟଂଚାଳିତ ସ୍କାର୍କ୍ରୋ ପରି କାମ କରେ | ଫାର୍ମରେ ପ୍ରବେଶ କରୁଥିବା କ animal ଣସି ପ୍ରାଣୀକୁ ଚିହ୍ନଟ କରିବା ପାଇଁ ଏହା ଇନଫ୍ରାଡ୍ ସେନ୍ସର ବ୍ୟବହାର କରେ ଏବଂ ତା’ପରେ ଚିହ୍ନଟ ହୋଇଥିବା ପଶୁକୁ ଚାଷ ଜମିରୁ ଦୂରେଇ ରଖିବା ପାଇଁ ଏହା ଏକ ହାଲୁକା ଏବଂ ସାଉଣ୍ଡ ଆଲାର୍ମ ସିଷ୍ଟମ ବ୍ୟବହାର କରେ | ଡିଭାଇସ୍ ସ ar ର ଚାଳିତ, ତେଣୁ ଏହାର ବ୍ୟାଟେରୀ ଚାର୍ଜ କରିବା ପାଇଁ କ power ଣସି ବିଦ୍ୟୁତ୍ ଯୋଗାଣର ଆବଶ୍ୟକତା ନାହିଁ | ଏହା ଦିନରେ ନିଜକୁ ଚାର୍ଜ କରେ ଏବଂ ତା’ପରେ ରାତିସାରା କାମ କରେ | ANIDERS ଦୃ ust ଏବଂ ଯେକ any ଣସି ପ୍ରକାରର ପାଗରେ ବ୍ୟବହାର କରାଯାଇପାରେ | ANIDERS ବ୍ୟବହାର କରିବା ଅତ୍ୟନ୍ତ ସରଳ, କ electrical ଣସି ବ electrical ଦ୍ୟୁତିକ ସଂଯୋଗ ସ୍ଥାପନ କରିବାର କ is ଣସି ଆବଶ୍ୟକତା ନାହିଁ | ଏହା ଏକ ସ୍ independent ାଧୀନ ୟୁନିଟ୍ ଯାହା ସୂର୍ଯ୍ୟ କିରଣ ସହିତ ଚାଷ ଜମିରେ ଯେକ anywhere ଣସି ସ୍ଥାନରେ ସ୍ଥାପିତ ହୋଇପାରିବ | ଏହା ଶାରୀରିକ ବାଡ଼ ତିଆରି କରିବା ପରିବର୍ତ୍ତେ ଚାଷ ଜମିରେ ଏକ ଭର୍ଚୁଆଲ୍ ବାଡ଼ ନିର୍ମାଣ କରୁଥିବାରୁ ଏହା ବ electric ଦ୍ୟୁତିକ ବାଡ଼ର ଆବଶ୍ୟକତାକୁ ବଦଳାଇପାରେ | ଏହା କୃଷକ ଏବଂ ବନ୍ୟଜନ୍ତୁମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ | ଏଠାରେ ଉପକରଣ ବିଷୟରେ ଅଧିକ | ସମ୍ବାଦ ସହିତ ଲିଙ୍କ୍ | ANIDERS ଉପରେ ପ୍ରତିକ୍ରିୟା କରୁଥିବା ପଶୁମାନଙ୍କର ପ୍ରକୃତ ଫୁଟେଜ୍ | September 27, 2021 Shweta Maheshwari Regional Content No comments yet Kyari Innovations Pvt. Ltd. HELP FAQ Shipping and Warranty Information Exchange/ Return / Refund / Repair Privacy Policy Terms and Conditions All Legal Information Contact Us Let's Talk COMPANY About Us Career at Kyari Dealers and Distributors All rights reserved by Kyari Innovations © 2022 Terms and Conditions Product Shipping and Warranty Exchange, Refund, Repair and Return Policy Subscribe to the 'Kyari for Adventure Community' and get EXTRA 5% OFF | Order Now for January Delivery Dismiss
2022-12-03T20:27:52Z
https://kyari.in/tag/%E0%AC%AD%E0%AC%BE%E0%AC%B0%E0%AC%A4%E0%AC%B0%E0%AD%87-%E0%AC%AB%E0%AC%BE%E0%AC%B0%E0%AD%8D%E0%AC%AE-%E0%AC%AB%E0%AD%87%E0%AC%A8%E0%AC%B8%E0%AC%BF%E0%AC%82-%E0%AC%A7%E0%AC%BE%E0%AC%B0%E0%AC%A3/
OSCAR-2301
ସୁନ୍ଦରଗଡ଼ (ବିଜୟ ବରୁଆଁ): ସୁନ୍ଦରଗଡ ଜିଲ୍ଲା ସ୍ଥିତ ବ୍ରାହ୍ମଣୀ ରାସ୍ତାଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। କୋଇଲା ବୋଝେଇ ଏକ ଟ୍ରେଲରକୁ ପଛ ପଟୁ ଏକ ଡମ୍ଫର ପିଟି ଦେବା ଫଳରେ ଘଟଣାସ୍ଥଳରେ ଡମ୍ପର ଚାଳକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରି ଦେଇଥିବା ଜଣାଯାଇଛି। ଆହୁରି ପଢ଼ନ୍ତୁ ସରିଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ମିଳିଲା ୧୦.୪୯ ଲକ୍ଷ କୋଟିର… 3 hours ago ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ବୁଥ୍‌ ମୁହାଁ ପୋଲିଂ… 4 hours ago ମିଳିଥିବା ସୁଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ବେଳେ ହେମଗିରି ପଟରୁ କନିକା ରେଳ ସାଇଡକୁ ଏକ ଟ୍ରେଲର କୋଇଲା ନେଇ ଯାଉଥିଲା। ଏହି ସମୟରେ ପଛପଟୁ ଆସୁଥିବା ଏକ ୧୨ ଚକିଆ ଡମ୍ଫର ଟ୍ରେଲରଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଘଟଣାସ୍ଥଳରେ ଡମ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତ ଡ୍ରାଇଭର ଜଣକ ହେଲେ ଝାରଖଣ୍ଡର ଯୁଗଳ କିଶୋର ମହାତୋ। ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ଦାବିରେ ଅନ୍ୟ ଡ୍ରାଇଭରମାନେ ପ୍ରାୟ ୪ ଘଣ୍ଟା କାଳ ରାସ୍ତାରୋକ କରିଥିଲେ । ପୁଲିସ୍‌ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଫଳରେ ଏକ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ମାତ୍ର କ୍ଷତିପୂରଣ ପ୍ରଦାନ କରା ନ ଯିବା ପର୍ଯ୍ୟନ୍ତ କୋଇଲା ସାଇଡକୁ ମାଲ୍‌ ପରିବହନ କରିବେନି ବୋଲି ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଡ୍ରାଇଭରମାନେ। ଫଳରେ କୋଇଲା ପରିବହନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।
2022-12-03T19:30:34Z
https://odishareporter.in/odisha/dumpher-hits-a-trailer-1-dead-769491
OSCAR-2301
ଅନ୍ଧାରୀ ମୁଲକ ଖଣ୍ଡପଡାର ବଣ ଜଙ୍ଗଲରେ ଫୁଟିଥିବା ମଲ୍ଲୀଟିର ସୁବାସ ଧୀରେ ଧୀରେ ପ୍ରସାରିତ ହେବାକୁ ଲାଗିଲା।ଚନ୍ଦ୍ରଶେଖରଙ୍କ ପୁତୁରା, ରାଜା ନଟବର ସିଂହଙ୍କ ବିବାହ ଉତ୍ସବ ସମୟ।ବାହାଘର ପାରିକୁଦ ଗଡ଼ରେ ଅନୁଷ୍ଠିତ ହେଉଥାଏ। ଦାଦା ସାମନ୍ତ ଚନ୍ଦ୍ରଶେଖର ବରଯାତ୍ରୀ ମେଳରେ ଉପସ୍ଥିତ ଥିଲେ।ସେତେବେଳକୁ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ପ୍ରଣୟନ ହୋଇ ସାରିଥାଏ।ଜ୍ୟୋତିର୍ବିଜ୍ଞାନୀ ଚନ୍ଦ୍ରଶେଖରଙ୍କର ସୂକ୍ଷ୍ମସିଦ୍ଧାନ୍ତ ଏବଂ ଗଣିତ ଜ୍ୟୋତିଷ ସମ୍ବନ୍ଧରେ ଅଳ୍ପେ ବହୁତେ ଓଡିଶାର ଗଣ୍ୟମାନ୍ୟ ବ୍ୟକ୍ତି ସମୂହ ଅବଗତ ହୋଇସାରିଥିଲେ।ମାନଦଣ୍ଡ ସାହାଯ୍ୟରେ ସାମନ୍ତ କିପରି ନିର୍ଭୁଲ ଭାବରେ ପାହାଡ,ପର୍ବତ,ବୃକ୍ଷାଦିର ଉଚ୍ଚତା ଓ ଦୂରତ୍ବ ମାପି ପାରୁଥିଲେ ସେ କଥା ମଧ୍ୟ ଅଜଣା ନଥିଲା। ମଞ୍ଜୁଷା ଗଡର ରାଜାସାହେବ ଜଗନ୍ନାଥ ରାଜମଣିଦେବ ଉପରୋକ୍ତ ବିବାହ ଉତ୍ସବକୁ ଅତିଥି ଭାବେ ଆସିଥିଲେ।ସାମନ୍ତଙ୍କ ପାଣ୍ଡିତ୍ୟର ପରିଚୟ ପାଇ ସେ ସାମନ୍ତଙ୍କୁ ମଞ୍ଜୁଷା ଗଡକୁ ନିମନ୍ତ୍ରଣ କରି ନେଲେ।ସେଠାରେ ମହେନ୍ଦ୍ର ପର୍ବତର ଉଚ୍ଚତା ନିର୍ଣୟ କରିବାପାଇଁ ସାମନ୍ତଙ୍କୁ ଅନୁରୋଧ କରାଗଲା। ସାମନ୍ତ ନିଜର ମାନଯନ୍ତ୍ର ସାହାଯ୍ୟରେ ପର୍ବତର ଦୂରତା ଏବଂ ଉଚ୍ଚତା ମାପି ଜଣାଇ ଦେଲେ। ସାମନ୍ତଙ୍କ ନିର୍ଣ୍ଣୟ ,ଆଗରୁ ନିର୍ଣ୍ଣିତ ଉଚ୍ଚତା ସହିତ ଆଶ୍ଚର୍ଯ୍ୟ ଜନକ ଭାବେ ମେଳ ଖାଇଗଲା।ଗୁଣମୁଗ୍ଧ ମଞ୍ଜୁଷା ରାଜା ଏକଥା ମାଡ୍ରାସ ପ୍ରେସିଡେନସି କୁ ଜଣାଇ ଦେଇଥିଲେ।ମାଡ୍ରାସ୍ ପ୍ରେସିଡେନସୀ(ଯାହାକୁ କି ସେତେବେଳେ St.George Fort ବୋଲି କୁହାଯାଉଥିଲା)ଅଧୀନରେ ମାନ୍ଦ୍ରାଜ,ମାଲବାର୍ ,ଉତ୍ତର କେରଳ,ଲାକ୍ଷାଦ୍ବୀପ,ଉପକୂଳ ଆନ୍ଧ୍ର,ରାୟସୀମା,ବ୍ରହ୍ମପୁର, ଓଡିଶାର ଗଞ୍ଜାମ ଜିଲ୍ଲା,ବେଲାରି,ଦକ୍ଷିଣ କାନାଡା ଏବଂ ଉଡୁପି ଅଞ୍ଚଳ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା।ତେଣୁ ପ୍ରାୟ ସମଗ୍ର ଦକ୍ଷୀଣ ଭାରତରେ ସାମନ୍ତଙ୍କୁ ଲୋକମାନେ ଜଣେ ପ୍ରବୀଣ ଜ୍ୟୋତିଷ ଭାବେ ଜାଣିବାକୁ ପାଇଲେ। ସେହିବର୍ଷ ସୂର୍ଯ୍ୟପରାଗ ତିଥି ଗଣନାକରି ତାହା ବିଲାତରେ ଦୃଶ୍ୟମାନ ହେବ ବୋଲି ସାମନ୍ତ ଗଣନାକରି କହିବାରୁ ମଞ୍ଜୁଷା ରାଜା ପୁନର୍ବାର ମାଡ୍ରାସ୍ ପ୍ରେସିଡେନସୀକୁ ଜଣାଇ ଦେଇଥିଲେ।କିନ୍ତୁ ଦକ୍ଷିଣ ଭାରତର ଜଣେ ପ୍ରସିଦ୍ଧ ପଣ୍ଡିତ ରଘୁନାଥ ଆଚାର୍ଯ୍ୟ, ଚନ୍ଦ୍ରଗ୍ରହଣ ବିଲାତରେ ଦୃଶ୍ୟମାନ ହେବନାହିଁ ବୋଲି କହିଥିଲେ।ସାମନ୍ତଙ୍କଦ୍ବାରା ନିର୍ଦ୍ଧାରିତ ସମୟରେ ବିଲାତରେ ଚନ୍ଦ୍ରଗ୍ରହଣ ଘଟିବାରୁ, ସାମନ୍ତଙ୍କ ଯଶ ଦେଶ ବିଦେଶରେ ବ୍ୟାପିଯାଇଥିଲା। ଥରେ ସାମନ୍ତ ଗଣନା କରି ରଘୁନାଥ ଆଚାର୍ଯ୍ୟଙ୍କୁ ଜଣାଇଥିଲେ ଯେ ଅପରାହ୍ନରେ ଶୁକ୍ରଗ୍ରସ୍ତ ସୂର୍ଯ୍ୟପରାଗ ଘଟିବ ଏବଂ ତାହା ନିର୍ଧାରିତ ସମୟରେ ସଂଘଟିତ ହେଲା।ଗଣନାକରି ସାମନ୍ତ ଏକଦା ସୂଚନା ଦେଇଥିଲେଯେ ଆମେରିକାରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ଏବଂ ତାହାହିଁ ନିର୍ଦ୍ଦିଷ୍ଟ ସମୟରେ ଘଟିଥିଲା।ଏହାଦ୍ବାରା ସାମନ୍ତଙ୍କର ଖ୍ୟାତି ଦେଶ ବିଦେଶରେ ପ୍ରସାରିତ ହୋଇଥିଲା। ଭଗବତୀଚରଣ ସ୍ମୃତିତୀର୍ଥ ନାମକ କଲିକତାର ଜଣେ ପଣ୍ଡିତ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ପାଠକରି ସଂସ୍କୃତରେ ପାଞ୍ଚଟି ପ୍ରଶ୍ନ ସନ୍ଦେହ ମୋଚନ ପାଇଁ ପଚାରିଥିଲେ।ସାମନ୍ତ ସେ ପ୍ରଶ୍ନଗୁଡିକର ସଠିକ୍ ତଥା ସନ୍ତୋଷଜନକ ଉତ୍ତର ଦେଇଥିବାରୁ ସେ ସାମନ୍ତଙ୍କର ଭୂୟସୀ ପ୍ରଶଂସା କରିଥିଲେ।ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ପ୍ରକାଶିତ ହେବାପରେ କେତେକ ସ୍ବନାମଧନ୍ୟ ପଣ୍ଡିତ ଯଥା ପଣ୍ଡିତ ବାସୁଦେବ ଶାସ୍ତ୍ରୀ ଏବଂ ପଣ୍ଡିତ ସୁଧାକର ଦ୍ବିବେଦୀ ସନ୍ଦେହ ମୋଚନପାଇଁ ଅନେକ ଗୁଡିଏ ପ୍ରଶ୍ନ ପଚାରି ତାର ସଠିକ ଉତ୍ତର ପାଇ ପାରିଥିଲେ। ସାମନ୍ତଙ୍କର ଗଭୀରଜ୍ଞାନର ଆଭାସ ପାଇ ,କଲିକତା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ ଚନ୍ଦ୍ର ନ୍ୟାୟରତ୍ନ ୧୮୯୩ ମସିହାରେ ଓଡିଶା ଆସି,ସାମନ୍ତଙ୍କୁ କଟକକୁ ଡକାଇ ମାନଯନ୍ତ୍ର ଦେଖିବାପାଇଁ ଚାହିଁଥିଲେ।ସାମନ୍ତ ତାଳପତ୍ରରେ ସଙ୍ଗେ ସଙ୍ଗେ ମାନଯନ୍ତ୍ରଟିଏ ନିର୍ମାଣ କରି ତାଦ୍ବାରା ବୃକ୍ଷ ଆଦିର ଉଚ୍ଚତା ମାପି ଦେଖାଇଥିଲେ।ସାମନ୍ତଙ୍କ ପାଣ୍ଡିତ୍ୟରେ ପରମପ୍ରୀତ ନ୍ୟାୟରତ୍ନ ଗୋଟିଏ ପଣ୍ଡିତ ସଭା ଡକାଇ ସାମନ୍ତଙ୍କ ସହିତ ସଂସ୍କୃତରେ ଆଲୋଚନା ଚଳାଇଥିଲେ।ସାମନ୍ତଙ୍କର ଅନର୍ଗଳ ସଂସ୍କୃତ ଭାଷଣ ଓ ବିଶ୍ଲେଷଣ ଶୁଣି ନ୍ୟାୟରତ୍ନ ଚମତ୍କୃତ ହୋଇଥିଲେ। ଅନ୍ୟକେହି ନୁହେଁ;ସାମନ୍ତଙ୍କୁ ନ୍ୟାୟରତ୍ନଙ୍କ ଦୃଷ୍ଟିକୁ ଆଣିଥିଲେ ଗୁଣଗ୍ରାହୀ କବିବର ରାଧାନାଥ ରାୟ। କ୍ରମଶଃ……. Click to rate this post! [Total: 0 Average: 0] ← ସାମନ୍ତ ସ୍ମରଣେ (୧୨) ସାମନ୍ତ ଚନ୍ଦ୍ରଶେଖରଙ୍କ ମଧୁବାବୁଙ୍କ ସଙ୍ଗେ ମଧୁର ତର୍କ ସାମନ୍ତ ସ୍ମରଣେ (୧୪)….. (ସାମନ୍ତ ଚନ୍ଦ୍ରଶେଖରଙ୍କ ସମ୍ପର୍କରେ କିଛି ଭୁଲ ଧାରଣା) → You May Also Like ସାମନ୍ତ ସ୍ମରଣେ (୫) ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଉପରେ ଆଧାରିତ) February 23, 2020 Kulamani 0 ମୋ ଗାଁ ମୋ ଘର(୧୪) October 8, 2022 Kulamani 0 ସାମନ୍ତ ସ୍ମରଣେ (୧୪)….. (ସାମନ୍ତ ଚନ୍ଦ୍ରଶେଖରଙ୍କ ସମ୍ପର୍କରେ କିଛି ଭୁଲ ଧାରଣା) February 27, 2020 February 27, 2020 Kulamani 0 Leave a Reply Cancel reply Your email address will not be published. Required fields are marked * Comment Name * Email * Website Save my name, email, and website in this browser for the next time I comment. Recent Posts ମୋ ଗାଁ ମୋ ଘର (୧୬) October 12, 2022 ମୋ ଗାଁ ମୋ ଘର (୧୫) October 10, 2022 କୁଆଁର ପୁନେଇଁ ଜହ୍ନ ଗୋ October 9, 2022 ମୋ ଗାଁ ମୋ ଘର (୧୩) October 8, 2022 ମୋ ଗାଁ ମୋ ଘର (୧୨) October 8, 2022 Recent Comments Kulamani on ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମ ବୃତ୍ତାନ୍ତ Unknown on ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମ ବୃତ୍ତାନ୍ତ Unknown on ଖେଚୁଡ଼ି ୧୦ Unknown on Archives October 2022 September 2022 August 2022 March 2020 February 2020 January 2020 November 2018 October 2018 September 2018 August 2018 July 2018 Categories Devotional Poems Other Poems Palli Kabita Satire Stories Uncategorized Buy My Book – Samanta Smarane Developed & Maintained By My name is Kulamani Sarangi. I belong to the Indian State of Odisha. I retired from NABARD as Chief General Manager in 2010. I have always had a penchant for writing since childhood but never had the time during my hectic work life to dedicate to my passion of writing. Since my retirement, I have pursued my passion and tried to do justice to Odia literature. This website is dedicated to sharing my writings with people who are interested in reading my work. Hope you like what you read and encourage me to write more and better. Do leave a comment after reading a post.
2022-12-03T09:51:36Z
https://www.kulamanisarangi.in/%E0%AC%B8%E0%AC%BE%E0%AC%AE%E0%AC%A8%E0%AD%8D%E0%AC%A4-%E0%AC%B8%E0%AD%8D%E0%AC%AE%E0%AC%B0%E0%AC%A3%E0%AD%87-%E0%AD%A7%E0%AD%A9-%E0%AC%AC%E0%AC%A3-%E0%AC%AE%E0%AC%B2%E0%AD%8D%E0%AC%B2%E0%AD%80/
OSCAR-2301
ଆଜି ଠାରୁ ବଦଳିବା ପାଇଁ ଯାଉଛି ୧୦ ନିୟମ । କଣ ହେବ ଶସ୍ତା କଣ ହେବ ମହଙ୍ଗା । ଲୋକ ମାନଙ୍କ ପକେଟ ଉପରେ ପଡ଼ିବ କି ଏହାର ପ୍ରଭାବ । ଅପେକ୍ଷା ଆଉ କିଛି ସମୟ ର । ପାଖା ପାଖି ୧୧ ଟା ବେଳେ ଘୋଷଣା ହେବ ୨୦୨୧ – ୨୨ ମସିହା ର ବଜେଟ । ପ୍ରତ୍ୟେକ କ୍ଷେତ୍ର ରେ କେନ୍ଦ୍ର ସରକାର କରି ପାରନ୍ତି ବଡ଼ ପରିବର୍ତ୍ତନ । ନେଇ ପାରନ୍ତି ବଡ଼ ବଡ଼ ନିଷ୍ପତି ଆଣି ପାରନ୍ତି ନୂଆ ନୂଆ ନିୟମ । ତେବେ ଆସନ୍ତୁ ଜାଣିବା ଆଜି ଠାରୁ କେଉଁ କେଉଁ ନିୟମ ରେ ପରିବର୍ତ୍ତନ ହେବ ଓ ଲୋକ ଙ୍କ ପକେଟ ଉପରେ ଏହାର ପ୍ରଭାବ ପଡ଼ିବ କି ନାହିଁ । 1 – ମହଙ୍ଗା ହେବ ଏଲପିଜି । ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ୍ ର ମୂଲ୍ୟ ଲଗାତାର ଭାବେ ବଢ଼ି ଚାଲିଥିବା ବେଳେ ମହଙ୍ଗା ହେବା ପାଇଁ ଯାଉଛି ରୋଷେଇ ଗ୍ୟାସ । କରନା କାଳ ରେ ପନିପରିବା ଠାରୁ ଆରମ୍ଭ କରି ରାସନ୍ ସାମଗ୍ରୀ ସବୁ ମହଙ୍ଗା ହୋଇଛି ।ଆଉ ଏବେ ଏଲିପିଯି ର ମୂଲ୍ୟ ବଢିବା ଲୋକ ଙ୍କ ପକେଟ ଉପରେ ବଡ଼ ପ୍ରଭାବ ପକାଇ ପାରେ । 2 – ପଞ୍ଜାବ ନେସନାଲ ବ୍ୟାଙ୍କ୍ ରେ ଆକାଉଣ୍ଟ୍ ଥିବା ଲୋକ ମାନଙ୍କ ପାଇଁ ବଡ଼ ଖବର । ଆଜି ଠାରୁ ବଦଳିଲା ଟଙ୍କା ଉଠାଣ ନିୟମ । ଅନ୍ୟ ବ୍ୟାଙ୍କ୍ ର ଏଟିଏମ୍ ରୁ ଟଙ୍କା ଉଠାଇ ପାରିବେ ନାହିଁ PNB ହିତାଧିକାରୀ । ବ୍ୟାଙ୍କ୍ ରେ ଚାଲିଥିବା ଠକେଇ ପାଇଁ ଏପରି ଏକ ନିଷ୍ପତି ନିଆ ଯାଇଛି। 3 – ସହଜ ହେଲା ବାହାର ରାଜ୍ୟ କୁ ଗମନା ଗମନ । ଏଥର ବାହାର ରାଜ୍ୟ କୁ ଗମନା ଗମନ କରିବା ପାଇଁ ହେଲେ ଗାଡି ମାନଙ୍କୁ ଅନୁମତି ନେବାକୁ ପଡିବ ନାହିଁ । 4 – ଫେବୃଆରୀ ୧ ରୁ ହାଉସ ଫୁଲ ହେବ ସିନେମା ହଲ । ଫେବୃଆରି ପହିଲା ରୁ ଅର୍ଥାତ୍ ଆଜି ଠାରୁ ସତ ପ୍ରତିଶତ ଲୋକ ମାନେ ସିନେମା ହଲ ରେ ବସି ମଜା ନେଇ ପାରିବେ ହେଲେ କରନା କଟକଣା କୁ ଦୃଷ୍ଟି ରେ ରଖି । 5 – ରାସନ୍ କାର୍ଡ ରେ ବଡ଼ ପରିବର୍ତ୍ତନ । ରାସନ୍ କାର୍ଡ ହିତାଧିକାରୀ ଙ୍କ ସମେତ ଅନ୍ନପୂର୍ଣ୍ଣା ତଥା ଅନ୍ତରଦୟ ହିତାଧିକାରୀ ମାନଙ୍କୁ ପ୍ରତି ମାସ ମିଳୁ ଥିବା ରାସନ୍ ସାମଗ୍ରୀ ଏବେ ବାଓମେଟ୍ରିକ ପଦ୍ଧତି ଅନ୍ଥେତିକ ଜରିଆ ରେ ମିଳିବ । ଏଣିକି ରାସନ୍ ନେବା ପାଇଁ ଲୋକ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ ଛିଡ଼ା ହେବାକୁ ପଡିବ ନାହିଁ । 6 – ଫେବୃଆରୀ ୧ ରୁ ଫ୍ରାଙ୍କଲିନି ତେମ୍ପଲତନ୍ ମିୟୁଚଲ୍ ଫଣ୍ଡ ଯୋଜନା ରେ ପାଣ୍ଠି ବିତରଣ ସ୍ଥିର କରିବା ପାଇଁ ସୁପ୍ରିମ କୋର୍ଟ ନିଷ୍ପତି ନେବେ । ୨୩ ଏପ୍ରିଲ ରୁ ଫ୍ରାଙ୍କଲିନି ତେମ୍ପଲତନ୍ ମିୟୁଚଲ୍ ଫଣ୍ଡ ଇ ଭୋଟିଂ କୁ ବିରୋଧ କରିବା ପରେ ବନ୍ଦ ହୋଇ ଯାଇଥିଲା ଯାହା ଫଳରେ ତିନି ଲକ୍ଷ ନିବେଶକ ପ୍ରଭାବିତ ହୋଇଥିଲେ । 7 – ସ୍ପାଇସ ଜେଟ ୧ ଫେବୃଆରୀ ରୁ ୨୦ ଟି ନୂତନ ବିମାନ ଘୋଷଣା କରିଛି । ଦେହରଦୁନୁ , ଅମୃତସର , ଉଦୟପୁର ଓ ଦିଲ୍ଲୀ ସମେତ ଯୋଡ଼ି ହୋଇଥିବା ଅନ୍ୟ ୧୬ ଟି ସହର କୁ ବିମାନ ଉଡାଣ ଆରମ୍ଭ କରିବା ପାଇଁ ଘୋଷଣା କରିଛି । 8 – ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ୍ କୁ ପୁଣି ଥରେ ଛିଡ଼ା କରିବା ପାଇଁ ଫେବୃଆରୀ ୧ ସୁଦ୍ଧା ଏହାର ପ୍ରସ୍ତାବ ଦାଖଲ କରିବାର ସମୟ ସୀମା ସ୍ଥିର କରିଛନ୍ତି । 9 – ଫେବୃଆରୀ ୧ ରୁ ମହାରାଷ୍ଟ୍ର – ମୁମ୍ବାଇ ରୁ ସ୍ଥାନୀୟ ଟ୍ରେନ ଚଳାଚଳ ପାଇଁ ଅନୁମତି ମିଳିଛି। କରନା ସଂକ୍ରମଣ ଯୋଗୁଁ ଦୀର୍ଘ ଦିନରୁ ଏହି ସବୁ ସୁବିଧା ବନ୍ଦ ଥିଲା । 10 – ଏହା ସହିତ ଟ୍ରେନ ଚଳାଚଳ କୁ ମଧ୍ୟ ବୃଦ୍ଧି କରାଯିବ । ଯଦିଓ ରେଳବାଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ ତେବେ ଆଶା କରାଯାଉ ଅଛି ଯେ ଟ୍ରେନ ସଂଖ୍ୟା ବୃଦ୍ଧି କରାଯିବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ହେ ଭଗବାନ ! ଦିନରେ ଥରେ ଦର୍ଶନ ଦେଇ ଅଦୃଶ୍ୟ ହୋଇଯାଏ ଏହି ଶିବ ମନ୍ଦିର ଏହି ମନ୍ଦିର ବିଷୟରେ ସମସ୍ତ କଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…. Next Post ବାଃ ବାଃ ରେ ଝିଅ ! କଲେଜ୍ ପଢୁଆ ଝିଅ ବଞ୍ଚାଇ ଦେଲେ ତିନି ତିନି ଟି ଜୀବନ ।। ଏହି ଝିଅ ର ସାହସ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ ….
2022-12-07T14:18:42Z
https://news22media.com/aaji-thu-bada-lila-ehi/
OSCAR-2301
ନୂଆଦିଲ୍ଲୀ, ୨୪/୦୯/୨୦୨୨- ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଏନଆଇଏ ଏବଂ ଇଡି ପକ୍ଷରୁ ସାରା ଦେଶରେ ଜାରି ହେଇଥିବା ସମୂହ ରେଡ୍ ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି ମର୍ମରେ ଖୋଦ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟାର୍ଗେଟରେ ଥିବା କଥା ଜଣାପଡିବା ପରେ ତଦନ୍ତକାରୀ ଅଧିକାରୀଙ୍କୁ ଏହା ବିଚଳିତ କରିଛି । ନିକଟରେ ଗିରଫ ହୋଇଥିବା ପିଏଫଆଇ ସଂଗଠନର ଜଣେ ସଦସ୍ୟ ରଫିକ ପୈଠ ଜେରା ବେଳେ ଏକ ବଡ ଖୁଲାସା କରିଛି । ରଫିକ କହିଛି, ତାଙ୍କ ସଂଗଠନର ଟାର୍ଗେଟରେ ଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ପାଟନା ରାଲିରେ ମାହୋଲ ବିଗାଡିବାକୁ ଚାହୁଁଥିଲେ ପିଏଫଆଇର ମୁଖ୍ୟ । ଏନେଇ ବ୍ୟାନର ଓ ପୋଷ୍ଟର ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ଚଳିତବର୍ଷ ଜୁଲାଇ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଧାନୀ ପାଟନାରେ ଏକ ସଭା କରିଥିଲେ । ଏହି ରାଲି ପୂର୍ବରୁ ଏଠାରେ ହିଂସା କରିବାକୁ ପିଏଫଆଇ ତରଫରୁ କିଛି ଲୋକଙ୍କୁ ଟ୍ରେନିଂ ଦିଆଯାଇଥିଲା । କେବଳ ସେତିକି ନୁହେଁ ଯାଂଚ ବେଳେ ଜଣା ପଡିଛି ଯେ ଗୋଟିଏ ବର୍ଷ ମଧ୍ୟରେ ପିଏଫଆଇର ଆକାଉଣ୍ଟକୁ ୧୨୦ କୋଟି ଟଙ୍କା ଆସିଛି । ଏହାସହ ଏକାଉଣ୍ଟରେ ଯେତିକି ଟଙ୍କା ଅଛି ତା ଠାରୁ ଦୁଇଗୁଣା ଟଙ୍କା ନଗଦ ଆକାରରେ କାର୍ଯ୍ୟାଳୟଗୁଡିକରୁ ଜବତ ହୋଇଛି । ସେପଟେ ଏନଆଇଏର ଚଢାଉ ବେଳେ କେବଳ କେରଳରୁ ୨୨ ଜଣ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ମୋଟ ୧୦୬ ଜଣଙ୍କୁ ଗିରଫ କରାଯାଇଛି । ଏହାକୁ ବିରୋଧ କରି ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ଦିଆଯିବା ସହ ପ୍ରତିବାଦ କରାଯାଉଛି ।
2022-12-02T22:47:37Z
https://odia.mobilenews24x7.com/2022/09/24/prime-minister-narendra-modi-was-targeted-by-the-pfi-organization/
OSCAR-2301
4:41 pmଭଦ୍ରକ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଆଗରେ କାଉନସିଲର ମାନଙ୍କ ଧାରଣା 4:39 pmପୁଣି ବିଧାନସଭାରେ ଶିକ୍ଷକ ଆନ୍ଦୋଳନ ତାତି : ଗୃହକାର୍ଯ୍ୟ ଅଚଳ ହେବାରୁ ଅପରାହ୍ଣ ୪ଟା ଯାଏ ମୁଲତବୀ 4:38 pmଇଡିରେ ହାଜ‌ର ହେଲେ ଖଗେଶ୍ୱରଙ୍କ ବ୍ୟବସାୟିକ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ 4:37 pmଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ 4:36 pmହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍‌ ମାମଲା; ଡିସେମ୍ବର ୩୧ ତାରିଖ ଯାଏ ସମୟସୀମା ବୃଦ୍ଧି TOP NEWS ପୋଲିସର ପେଟ୍ରୋଲିଂ ବେଳେ ବୋଲେରୋ ଗାଡି ସହ ୫ ଶିଶୁ ସମେତ ୧୬ ଦାଦନ ଶ୍ରମିକ ଉଦ୍ଧାର Posted on October 12, 2022 at 12:20 am by Aei Odisha 169 0 ଖପ୍ରାଖୋଲ :୧୧/୧୦(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ହାଇସ୍କୁଲ ଛକ ଠାରେ ପେଟ୍ରୋଲିଂ ବେଳେ ପୋଲିସ ପାଞ୍ଚ ଶିଶୁ ସମେତ ପନ୍ଦର ଦାଦନ ଶ୍ରମିକ ମଙ୍ଗଳବାର ଅପରାହ୍ନ ରେ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଥାନା ଏସ ଆଇ ଗୋପୀନାଥ ମହାକୁଡ଼ ଙ୍କ ନେତୃତ୍ୱରେ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ବୋଲେରୋ ଗାଡି ଦ୍ରୁତ ଗତି ରେ ଯାଉଥିବାରୁ ତାକୁ ଅଟକାଇ ପଚରା ଉଚୁରା କଲା ବେଳେ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣି ପାରିଥିଲେ । ଏହାପରେ ବୋଲେରୋ ସହ ସମସ୍ତଙ୍କୁ ଖପ୍ରାଖୋଲ ଥାନା କୁ ଆଣିଥିଲେ । ପଚରା ଉଚୁରା ବେଳେ ଶ୍ରମିକମାନେ ଭାନପୁର ଗାଁ ର ଓ ବରଗଡ଼ ଜିଲ୍ଲା ପାଇକମାଲ ଥାନା ନିଲାଥର ଗାଁର ବୋଲି ଜଣାଯାଇଥିଲା । ମୋଟ ଚାରିଜଣ ପୁରୁଷ , ଛଅ ଜଣ ମହିଳା ଓ ପାଞ୍ଚ ଜଣ ଶିଶୁ କୁ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠେଇ ଦେଇଥିବା ଜଣା ଯାଇଛି । ଦାଦନ ଚାଲାଣ ଅଭିଯୋଗ ରେ ବେଲପଡ଼ା ଥାନା ଜାମଜୁରି ଗାଁର ବିଶ୍ୱନାଥ ତାଣ୍ଡି(୪୦) ଓ ଗାଡ଼ି ଡ୍ରାଇଭର ଧୁବୁଲେଶ୍ୱର ସାହୁ (୩୧) କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଦାଦନ ଚାଲାଣ ହେଉଥିବା ବୋଲେରୋ (ଓଆର ୦୫ ଟି ୪୧୫୦) କୁ ଜବତ କରିଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୧୬୩/୨୨ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଦିନେ ତଳେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ବେଆଇନ ଦାଦନ ଚାଲାଣ ଉପରେ କଡା କଡ଼ି ନଜର ରହିଥିବା କହିଥିବା ବେଳେ ଏବେ ଖପ୍ରାଖୋଲ ଥାନା ଦାଦନ ଶ୍ରମିକ ଉଦ୍ଧାର ଘଟଣା ବେଆଇନ ଦାଦନ ଚାଲାଣ ପାଇଁ ଅଞ୍ଚଳ ରେ ଦାଦନ ଦଲାଲ ସକ୍ରିୟ ଥିବା ଜଣା ପଡ଼ିଛି । Aei Odisha Previous Post Next Post Related Post ରାସ୍ତା କଡ ଘର ଉପରରେ ମାଡିଯାଇଥିବା ଟ୍ରକ ଘଟଣାର ସମାଧାନ Posted by Aei Odisha - February 5, 2021 0 ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଟାଉନ ଥାନା ରାମବାଗ ନିକଟସ୍ଥ ମଉରିଆଚୁଆ ଠାରେ ରାସ୍ତା କଡ ଘର ଉପରରେ ମାଡିଯାଇଥିବା ଟ୍ରକ ଘଟଣାର ସମାଧାନ ହେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି ।ଗାଁର ଗଣେଷ ଜେନାଙ୍କ ଘର ଉପରକୁ ହଠାତ୍ ୧୦ଚକିଆ ଟ୍ରକଟି ମାଡିଯାଇଥିଲା ।ପଂଳରେ ତାଙ୍କ ଘର ସଂପୁର୍ଣ୍ଣ ଭାଂଗି ରୁଜି ଯାଇଥିଲା ,ଅନ୍ୟପଟେ ଟ୍ରକ ଚାଳକ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ୨୦ନଂ ଜାତୀୟ ରାଜପଥ ଯାଜପୁର ମଂଗଳପୁର ରାସ୍ତାକୁ ଅବରୋଧ କରିଥିଲେ କ୍ଷତିପୁରଣ ସହିତ ବାରମ୍ବାର ଦୁର୍ଘଟଣାର ପ୍ରତିକାର ଦାବୀ କରି ଆନ୍ଦୋଳନ କରିଥିଲେ ,ଖବର ପାଇ ଯାଜପୁର ଟାଉନ ଥାନା ଅଧିକାରୀ, କଂଗେସ ଯୁବ ନେତା ପୁଲିନ ପୁହାଣ ଓ ଦଶରଥପୁର ତହସିଲ ପ୍ରଶାସନ ପହଂଚି ବୁଝାସୁଝା କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣ ମିିଳିବାର ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଓଡ଼ିଶାରେ ୫ମ କରୋନା ଆକ୍ରାନ୍ତ ଚିହ୍ନଟ, ଯାତ୍ରା ଇତିହାସ ଖୋଜା ଚାଲିଛି:- ଜନସ୍ୱାସ୍ଥ୍ୟ ବିଭାଗର ସର୍ଭେଲାନ୍ସ ଟିମ Posted by Aei Odisha - April 2, 2020 6 ଭୁବନେଶ୍ଵର ୦୧।୦୪: ସମଗ୍ର ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉନାହିଁ। ସଂକ୍ରମିତ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶାରେ ଆଉ ଜଣେ… ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ Posted by Aei Odisha - December 1, 2021 0 ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ)ରାଜ୍ୟର ଜନସ୍ୱାସ୍ଥ୍ୟ ବିଭାଗ ରେ କାମ କରୁଥିବା ସହ ସହ କର୍ମଚାରୀ ମାନଙ୍କ ନାର୍ଯ୍ଯଦାବି ପୁରଣ ପାଇଁ ଆନ୍ଦୋଳନ କରିବ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ… ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କ ଅନୁମତି,ଓଡ଼ିଶା ସରକାର ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ Posted by Aei Odisha - April 25, 2020 143 ଭୁବନେଶ୍ବର:ଶୁକ୍ରବାର ବିଳମ୍ବିତ ରାତ୍ରୀରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସସର୍ତ୍ତ କେତେକ ସ୍ଥାନୀୟ ଏବଂ ଛାଡ଼ି ଅଲଗା ହୋଇ ଥିବା ‌ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ… ମରଣ ଯନ୍ତା ପାଲଟିଛି ୩୨୬ ନମ୍ବର ରାଜରାସ୍ତା ,କୁତ୍ରିମ ପୋଖରିଭ୍ରମ ସୃଷ୍ଠି କରୁଛି , Posted by Aei Odisha - July 18, 2022 0 ରାୟଗଡ। :(ରମାକାନ୍ତ ପଡାଲ): ଠିକାଦାର ଙ୍କୁ କୋଟିପତି କରୁଛି ପୁର୍ତ୍ତବିଭାଗ, ନିମ୍ନ ମାନର କାମ କଲେ ବି ବିଲ୍ ପାସ୍ କରୁଛନ୍ତି | ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି… Search ବଡ ଖବର ଧର୍ମପରାୟଣ ବୃଦ୍ଧ ଙ୍କ ପରଲୋକ ଭଦ୍ରକ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଆଗରେ କାଉନସିଲର ମାନଙ୍କ ଧାରଣା ପୁଣି ବିଧାନସଭାରେ ଶିକ୍ଷକ ଆନ୍ଦୋଳନ ତାତି : ଗୃହକାର୍ଯ୍ୟ ଅଚଳ ହେବାରୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଇଡିରେ ହାଜ‌ର ହେଲେ ଖଗେଶ୍ୱରଙ୍କ ବ୍ୟବସାୟିକ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍‌ ମାମଲା; ଡିସେମ୍ବର ୩୧ ତାରିଖ ଯାଏ ସମୟସୀମା ବୃଦ୍ଧି ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ପୁଣି ସଜା। ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ। ବିନୋଦଙ୍କ ସମେତ ୬ ଜଣଙ୍କୁ ମିଳିଲା ଦଣ୍ଡ ସ୍କ୍ରାପିଂ ନୀତିକୁ ମଞ୍ଜୁରୀ: ୧୫ ବର୍ଷ ପୁରୁଣା ଗାଡ଼ି ସ୍କ୍ରାପିଂ ହେବ, ନୂଆ ଗାଡି କିଣିବାକୁ ମିଳିବ ପ୍ରୋତ୍ସାହନ ରାଶି ଆସନ୍ତା ୨ ତାରିଖ ପଦ୍ମପୁର ଯିବେ ନବୀନ ପଟ୍ଟନାୟକ ସଚିବାଳୟ ସହକାରୀ ବିଭାଗୀୟ ଅଧିକାରୀମାନଙ୍କ ବୌଦ୍ଧଜିଲା କ୍ଷେତ୍ର ପରିଦର୍ଶନ Newsletter LN Entertainment TV Network is a complete video News Agency and a Media production house “LN ENTERTAINMENT TV NETWORK” stated from Bhubaneswar. Recently it has been inarguably one of leading production house in Bhubaneswar, Odisha It is equipped with ... Read More
2022-12-01T00:03:37Z
https://www.aeiodisha.com/69763/
OSCAR-2301
ଭୋପାଳ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଗଞ୍ଜ ବସୋଡ଼ାରେ ଅଭାବନୀୟ ଘଟଣା। ଗୁରୁବାର କୂଅରେ ପଡ଼ି ଯାଇଥିବା ଜଣେ ବାଳକକୁ ଉଦ୍ଧାର କଲା ବେଳେ ଧସିଗଲା କୂଅ। ଯାହାରିଫଳରେ କୂଅରେ ପଡ଼ିଗଲେ ୩୨ ଜଣ ଲୋକ। ସେ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ସବୁଠୁ ବଡ଼କଥା ହେଲା ଏବେ ବି ଆହୁରି ୧୦ ଜଣ କୂଅ ଭିତରେ ଫସି ରହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର କୂଅରେ ପଡ଼ି ଯାଇଥିବା ଜଣେ ବାଳକକୁ ଉଦ୍ଧାର କଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବାଳକଟିକୁ ଉଦ୍ଧାର କଲା ବେଳେ କୂଅର ଚାନ୍ଦିନୀ ଭୁଶୁଡ଼ି ପଡ଼ିଥିଲା। ମାତ୍ରାଧିକ ଲୋକଙ୍କ ଓଜନ ସମ୍ଭାଳି ନପାରି କୂଅର ଚାନ୍ଦିନୀ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଅପରପକ୍ଷେ ଉଦ୍ଧାର ହୋଇଥିବା ୧୯ ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଆହୁରି ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି। ଅପରପକ୍ଷେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହା ସହିତ ଆହତ ଲୋକଙ୍କୁ ମାଗଣାରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
2022-11-26T10:15:35Z
https://www.odishalink.com/2021/07/16/many-people-fall-in-well-in-ganjbasoda-rescue-operation-continue/
OSCAR-2301
ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ସରିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ହେବ ନିର୍ବାଚନ । ୧୩୧ ଜିଲ୍ଲା ପରିଷଦ ଜୋନ୍ ରେ ୫୨୦ ପ୍ରାଥି ପ୍ରତିଦ୍ବନ୍ଦିତା କରୁଛନ୍ତି ।। ୧୩,୫୧୪ ବୁଥ ରୁ ୨୦୨୭ ଟି ବୁଥ ସମ୍ବେଦନଶୀଳ ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫ ଜିଲ୍ଲାରେ ନିର୍ବାଚନ ଶେଷ ହୋଇଥିବାରୁ ସେଠାରେ ନିୟୋଜିତ ହୋଇଥିବା ପୋଲିସ ବାହିନୀ କୁ ଏହି 25 ଜିଲ୍ଲାରେ ଅତିରିକ୍ତ ଭାବେ ନିୟୋଜିତ କରାଯାଇଛି । ଆସନ୍ତାକାଲି ନିର୍ବାଚନ ନିର୍ବାଚନ ଶେଷ ହେବା ପରେ ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ ହେବ। ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପାଇଁ ବ୍ଲକରେ ସେଣ୍ଟ୍ରାଲ କାଉଣ୍ଟିଂ ବ୍ୟବସ୍ଥା ହୋଇଛି। ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଜିଲ୍ଲା ପରିଷଦ ଜୋନ ଅନୁସାରେ ନନ୍‌ ଷ୍ଟପ ଗଣତି ହେବ। ଯେ ପର୍ଯ୍ୟନ୍ତ ଗୋଟିଏ ଜୋନର ଗଣତି ଶେଷ ନହେବ ଗଣତି ବନ୍ଦ ହେବ ନାହିଁ। ଗୋଟିଏ ଜୋନର ଗଣତି ସରିବା ପରେ ଆଉ ଗୋଟିଏ ଜୋନର ଭୋଟ ଗଣତି ଆରମ୍ଭ ହେବ। ୨୬ରୁ ୨୮ କେମିତି ଭୋଟ ଗଣତି ହେବ ସେ ନେଇ ଜାଣନ୍ତୁ। – ୩୧୪ ବ୍ଲକରେ ଭୋଟ ଗଣତି ହେବ। ସେଥିପାଇଁ ସବୁ ବ୍ଲକରେ ବଡ ହଲର ବ୍ୟବସ୍ଥା କରାଯାଇଛି। – ଭୋଟ ଗଣତି କେନ୍ଦ୍ରରେ ପ୍ରତି ଜୋନ୍ ରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ଗଣତି ପାଇଁ ସେତିକି ଟେବୁଲ ରହିବ। ଗୋଟଏ ହଲରେ ସର୍ବାଧିକ ୧୦ ଟି ଟେବୁଲ ରହିବ। – ଓଡ଼ିଆ ଆଲଫାବେଟ ଅନୁଯାୟୀ ଗ୍ରାମ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ । ଗୋଟିଏ ଟେବୁଲ ଭୋଟ ଗଣତି ପାଇଁ ୪ ଜଣ ଅଧିକାରୀ ରହିବେ। ଜଣେ କଉଣ୍ଟିଂ ସୁପର ଭାଇଜର, ଦୁଇ ଜଣ କଉଣ୍ଟିଂ ଆସିଷ୍ଟାଣ୍ଟ ଆଉ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିବେ । – କେଉଁ ଟିମ କେଉଁ ଟେବୁଲ ରେ ବିସିବେ ସେ ନେଇ ଗୁଳା ପଡି ନିଷ୍ପତ୍ତି ନିଆଯିବ। ଜଣେ ପ୍ରାର୍ଥୀଙ୍କ ପାଇଁ ଜଣେ ଏଜେଣ୍ଟ ରହିବେ। – ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଗଣନା କରାଯିବ। ଯେଉଁ ବ୍ଲକରେ ୫ ଟି ଜିଲ୍ଲାପରିଷଦ ଜୋନ ଥିବ ପ୍ରଥମ ଦିନ ଗୋଟିଏ, ଦ୍ବିତୀୟ ଦିନ ୨ଟି ତୃତୀୟ ଦିନ ୨ଟି ଜିଲ୍ଲାପରିଷଦ ଜୋନରେ ଗଣତି ହେବ। ଯେଉଁ ବ୍ଲକରେ ୬ଟି ଜିଲ୍ଲା ପରିଷଦ ଜୋନ ଥିବ ପ୍ରତିଦିନ ୨ଟି ଜୋନର ଭୋଟ ଗଣତି ହେବ। – ଯେତେ ଜଣ ପ୍ରାର୍ଥୀ ଥିବେ ସେତିକି ଟି ଟ୍ରେ ଟେବୁଲରେ ରହିବ। ଆଉ ଗୋଟିଏ ଟ୍ରେ ନାକଚ ବାଲଟ ପେପର ପାଇଁ ରହିବ। କାଉଣ୍ଟିଙ୍ଗ ପାଇଁ ଧାର୍ଯ୍ୟ ହୋଇଥିବା ସମୟର ୧୫ ମିନିଟ ପୂର୍ବରୁ ବାଲଟ ବକ୍ସ ଗଣତି ହଲକୁ ଅଣା ଯିବ। – ବାଲଟ ବକ୍ସର ସିଲ ଖୋଲାଯିବା ପରେ ଟେବୁଲ ଉପରେ ବାଲଟ ପେପରକୁ ଢ଼ଳାଯିବ। ତା ପରେ ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ରଖାଯିବ। ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଭୋଟ ଗଣନା ହେବ। ବ୍ଲକ କାର୍ଯ୍ୟାଳୟରେ ଫେଜ ୱାଇଜ ଫଳାଫଳ ଘୋଷଣା ହେବ ।
2022-11-26T09:01:09Z
https://www.odishalink.com/2022/02/23/odisha-panchayat-election-2022-voting-starts-on-february-26/
OSCAR-2301
ମଇ 7, 2022 ରେ, 2021 ପୁରସ୍କାର ସମାରୋହ |ଗ୍ଲୋବାଲ୍ ଲଜିଷ୍ଟିକ୍ସକୁ ଧ୍ୟାନ ଦିଅନ୍ତୁ |, ଯାହାକି ବିଳମ୍ବ ହୋଇଥିଲା |ମହାମାରୀ ହେତୁ, ଆନୁଷ୍ଠାନିକ ଭାବରେ ଚାଇନାର ଶେନଜେନ୍ ଠାରେ ଆରମ୍ଭ ହୋଇଥିଲା |ସମୟ ବିଳମ୍ବ ହୋଇଥିଲେ ମଧ୍ୟ ସମସ୍ତ ସହକର୍ମୀଙ୍କ ଅଂଶଗ୍ରହଣ ପାଇଁ ଉତ୍ସାହ କେବଳ ବୃଦ୍ଧି ପାଇଛି! ପୁରସ୍କାର ବିତରଣର ବିଷୟବସ୍ତୁ ଥିଲା “ନୂତନ ଅଧ୍ୟାୟ, ସମ୍ମାନ ସଂଗ୍ରହ” |ଫୋକସ୍ ଗ୍ଲୋବାଲ୍ ଲଜିଷ୍ଟିକ୍ସର ଜେନେରାଲ୍ ମ୍ୟାନେଜର ଗ୍ରେସ୍ ଲିୟୁ ଏବଂ ଶେନଜେନ୍ ଶାଖାର ଜେନେରାଲ୍ ମ୍ୟାନେଜର ଆଲେନ୍ଙ୍କ ପରି ନେତାମାନେ ଘଟଣାସ୍ଥଳକୁ ଆସିଥିଲେ।ଶେନଜେନ୍ ଏବଂ ହୁଇଜୋରୁ 100 ରୁ ଅଧିକ ସହକର୍ମୀ ଏକତ୍ରିତ ହୋଇଥିଲେ ଏବଂ |ଏକତ୍ର ପାଳନ କରନ୍ତୁ | ବର୍ତ୍ତମାନ ଉପରେ ଆଧାର କରି, ଗତ ବର୍ଷର ସଫଳତା ଏବଂ ଅଭିଜ୍ଞତାକୁ ସଂକ୍ଷିପ୍ତ କର, କିନ୍ତୁ ନୂତନ ବର୍ଷ ପାଇଁ ଏକ ଭଲ ଆରମ୍ଭ ଖୋଲିବାକୁ | ଆଲେନ୍।ଶେନଜେନ୍ ଶାଖାର ଜେନେରାଲ୍ ମ୍ୟାନେଜର ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଗତ ବର୍ଷ କମ୍ପାନୀ ପାଇଁ ଏକ ଅସାଧାରଣ ବର୍ଷ ହୋଇଛି।ଯଦିଓ ଆନ୍ତର୍ଜାତୀୟ ଲଜିଷ୍ଟିକ୍ ଶିଳ୍ପ ମହାମାରୀ ନିୟନ୍ତ୍ରଣ ଦ୍ୱାରା ପ୍ରଭାବିତ ହୋଇଛି, ତଥାପି ଟର୍ମିନାଲ୍ ସମସ୍ୟା ଏବଂ ଗୋଦାମର ଅଭାବ ଭଳି ସ୍ପଷ୍ଟ ସମସ୍ୟା ରହିଛି, କିନ୍ତୁ ନୂତନ ସମସ୍ୟା ମଧ୍ୟ ରହିଛି |ସୁଯୋଗଗୁଡିକ ଉତ୍ପନ୍ନ ହେଲା, କମ୍ପାନୀ ଏହି ଧାରାକୁ ଠାବ କଲା ଏବଂ ତଥାପି ଅପେକ୍ଷାକୃତ ଉଜ୍ଜ୍ୱଳ ଫଳାଫଳ ହାସଲ କଲା | ଆଲେନ୍। ୟୁଆନ୍ ଖୋଲାଖୋଲି ଭାବରେ କହିଛନ୍ତି ଯେ ସହକର୍ମୀଙ୍କ ଉତ୍ସର୍ଗୀକୃତ ହେତୁ କମ୍ପାନୀ ଏହିପରି ଫଳାଫଳ ହାସଲ କରିପାରିବ |କମ୍ପାନୀ କର୍ମଚାରୀଙ୍କ ତାଲିମ ଏବଂ ଅଭିବୃଦ୍ଧି ଉପରେ ସର୍ବଦା ଧ୍ୟାନ ଦେବ |ବିକାଶ ରଣନୀତି ଉପରେ ଧ୍ୟାନ ଦେବାବେଳେ, ଏହା ସହକର୍ମୀମାନଙ୍କ ପାଇଁ ଶିଳ୍ପର ପ୍ରତିଦ୍ୱନ୍ଦ୍ୱିତାକୁ ବ enhance ାଇବା ଏବଂ ଏକ ଭିନ୍ନ ପ୍ରତିଯୋଗିତାମୂଳକ ସୁବିଧା ସୃଷ୍ଟି କରିବା ପାଇଁ ସକ୍ରିୟ ଭାବରେ ଶିକ୍ଷଣ ସୁଯୋଗ ସୃଷ୍ଟି କରିବ |ସେ ଆଶା ପ୍ରକଟ କରିଛନ୍ତି ଯେ ସମସ୍ତ ସହକର୍ମୀ କମ୍ପାନୀର ବିକାଶର ଗତି ଅନୁସରଣ କରିପାରିବେ, ଏକତ୍ର ବ grow ିବେ, ଏକତ୍ର ଅଗ୍ରଗତି କରିପାରିବେ ଏବଂ ନିଜକୁ ହାସଲ କରିପାରିବେ! ଉଲ୍ଲେଖନୀୟ କର୍ମଚାରୀଙ୍କ ନିରନ୍ତର ଉଦ୍ୟମରୁ ଏକ ଉଦ୍ୟୋଗର ଦକ୍ଷ କାର୍ଯ୍ୟ ଅବିଚ୍ଛେଦ୍ୟ, ଏବଂ ଉଲ୍ଲେଖନୀୟ ପ୍ରଦର୍ଶନରେ ପ୍ରତ୍ୟେକ ସଫଳତା ବିଭିନ୍ନ ପଦବୀରେ ସହକର୍ମୀଙ୍କ ଶକ୍ତି ଦ୍ୱାରା ପରିଚାଳିତ ହୋଇଥାଏ | କ effort ଣସି ପ୍ରୟାସ, ଅମଳ ନାହିଁ, ବଳିଦାନ ନାହିଁ, ପୁରସ୍କାର ମିଳିବ |ଏହି ପୁରସ୍କାର ବିତରଣ ଉତ୍ସବରେ କମ୍ପାନୀ ପାଇକ ଚ imb ଼ିବା ପୁରସ୍କାର, ଶ୍ରେଷ୍ଠ ମେଣ୍ଟର ପୁରସ୍କାର, ମିଲିୟନ୍ ବିକ୍ରୟ ପୁରସ୍କାର, ସର୍ଭିସ୍ ଷ୍ଟାର୍, ରାଇଜିଂ ଷ୍ଟାର୍ ଏବଂ ଅତୀତରେ ଭଲ ପ୍ରଦର୍ଶନ କରିଥିବା ବ୍ୟକ୍ତି ଏବଂ ଦଳକୁ ବିକ୍ରୟ ଚାମ୍ପିଅନ୍ ଭଳି ଅନେକ ପୁରସ୍କାର ପ୍ରଦାନ କରିଥିଲା ​​| ବର୍ଷପ୍ରତ୍ୟେକ ପୁରସ୍କାରର ଘୋଷଣା ଗୋଟିଏ ପରେ ଗୋଟିଏ କ୍ଲାଇମାକ୍ସକୁ ପ୍ରଜ୍ୱଳିତ କଲା ଏବଂ ଉପସ୍ଥିତ ନେତା ଏବଂ ସହକର୍ମୀମାନେ ପୁରସ୍କାର ପ୍ରାପ୍ତ ସହକର୍ମୀଙ୍କୁ ଗରମ କରତାଳି ଦେଇଥିଲେ |ଆମ ସାମ୍ନାରେ ଉଲ୍ଲେଖନୀୟ ଉଦାହରଣ ସମସ୍ତଙ୍କ ହୃଦୟକୁ ପ୍ରେରଣା ଦିଏ ଏବଂ 2022 ମସିହାରେ ଆମେ ସାହସୀ ହୋଇ ଗ glory ରବ ହାସଲ କରିବୁ! ଆସନ୍ତୁ ଆମେ ପରସ୍ପରକୁ ସାହାଯ୍ୟ କରିବା, ଆଗକୁ ବ ge ିବା, ହାତରେ ହାତ ମିଳାଇବା ଏବଂ କୃତଜ୍ଞ ହେବା |ପୁରସ୍କାର ବିତରଣ ଉତ୍ସବରେ ଆମେ ବହୁ ବର୍ଷ ଧରି କମ୍ପାନୀ ସହିତ ରହିଆସିଥିବା ପୁରୁଣା କର୍ମଚାରୀମାନଙ୍କୁ ମଧ୍ୟ ଆମର ଆନ୍ତରିକ କୃତଜ୍ଞତା ଜଣାଇଥିଲୁ ଏବଂ ସ୍ମରଣୀୟ ପୁରସ୍କାର ପ୍ରଦାନ କରିଥିଲୁ |ଏହି ପୁରୁଣା ସହକର୍ମୀମାନେ 5, 10 କିମ୍ବା 15 ବର୍ଷରୁ ଅଧିକ ସମୟ ଧରି ନିଜ ପଦବୀରେ ରହିଆସିଛନ୍ତି, ଯେଉଁମାନେ ଉତ୍ସର୍ଗୀକୃତ, ଉଦ୍ୟୋଗୀ ଏବଂ ଅବିସ୍ମରଣୀୟ ଭାବରେ ଆଗକୁ ବ ge ଼ନ୍ତି, ଯାହା ଏକତ୍ରିତ ହୋଇ କମ୍ପାନୀର ନିରନ୍ତର ବିକାଶ ଏବଂ ଅଭିବୃଦ୍ଧିର ମୂଳଦୁଆ ପକାଇଥାଏ | ପରବର୍ତ୍ତୀ ନେତୃତ୍ୱ ଟୋଷ୍ଟ ଅଧିବେଶନରେ, ଫୋକସ୍ ଗ୍ଲୋବାଲ୍ ଲଜିଷ୍ଟିକ୍ସର ଜେନେରାଲ୍ ମ୍ୟାନେଜର ଗ୍ରେସ୍ ଲିୟୁ କମ୍ପାନୀକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ଆଗ ଧାଡ଼ିରେ ଲ fought ୁଥିବା ପ୍ରତ୍ୟେକ ସହକର୍ମୀଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଥିଲେ |Grace.Liu କହିଛନ୍ତି ଯେ ଚଳିତ ବର୍ଷ କମ୍ପାନୀ 2021 ମସିହାରେ ଶେନଜେନ୍ ଅଞ୍ଚଳର ବିଶିଷ୍ଟ ପ୍ରତିନିଧୀଙ୍କୁ ପୁରସ୍କାର ପ୍ରଦାନ କରିଛି। ଏଥିସହ ସେଠାରେ ଅନେକ ଉତ୍କୃଷ୍ଟ କର୍ମଚାରୀ ଅଛନ୍ତି ଯେଉଁମାନେ ସେମାନଙ୍କର ସାଧାରଣ ପଦବୀରେ ଅସାଧାରଣ ଅବଦାନ ରଖିଛନ୍ତି।ସମସ୍ତେ ନିଜ କାର୍ଯ୍ୟକୁ ନି less ସ୍ୱାର୍ଥପର ଭାବରେ ବ୍ୟବହାର କରନ୍ତି |ଉତ୍ସର୍ଗୀକୃତର ଆତ୍ମା ​​ଏବଂ ପରିଶ୍ରମର ମନୋଭାବ କମ୍ପାନୀର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ହାସଲ କରିପାରିବ! Grace.Liu ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ଯେ କମ୍ପାନୀ ଚଳିତ ବର୍ଷ ତାଲିମ ବୃଦ୍ଧି କରିବ, ସହକର୍ମୀଙ୍କ ବୃତ୍ତିଗତତାକୁ ଉନ୍ନତ କରିବାକୁ ଚେଷ୍ଟା କରିବ ଏବଂ କମ୍ପାନୀର ବ୍ୟବସାୟର ମାନକତା ଏବଂ ଉତ୍ପାଦନ ଦକ୍ଷତାକୁ ଉନ୍ନତ କରିବ |ଅନୁଗ୍ରହକହିଛନ୍ତି: “ଯଦିଓ କମ୍ପାନୀ ଅତୀତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି, ତଥାପି ଆମେ ସ୍ଥିତିରେ ସନ୍ତୁଷ୍ଟ ହୋଇପାରିବା ନାହିଁ।କେବଳ କଠିନ ପରିଶ୍ରମ, କଠିନ ପରିଶ୍ରମ, ସ୍ଥିରତା, ନିରନ୍ତର ଶିକ୍ଷା, ଶିଳ୍ପ ଜ୍ଞାନକୁ ବିସ୍ତାର କରିବା ଏବଂ ଆମର ବୃତ୍ତିଗତ ଏବଂ ପରିଚାଳନା ସ୍ତରର ଉନ୍ନତି ଦ୍ୱାରା ଆମେ ଭବିଷ୍ୟତରେ ଅଧିକ ସୁଯୋଗକୁ ସାମ୍ନା କରିପାରିବା |ଏବଂ ଚ୍ୟାଲେଞ୍ଜ! ” ସେହି ସମୟରେ, Grace.Liu |ତାଙ୍କ ସହକର୍ମୀ ଏବଂ ସେମାନଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ଜଣାଇଛନ୍ତି ଏବଂ ସେମାନଙ୍କୁ ସହାୟତା ଏବଂ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି |ମିସ୍ ଲିୟୁ |ସହକର୍ମୀମାନଙ୍କୁ ଆହୁରି ଉତ୍ସାହିତ କରି କହିଥିଲେ ଯେ କର୍ମଚାରୀଙ୍କ ଜୀବନକୁ ଉନ୍ନତ କରିବା ହେଉଛି ପରିଚାଳନା ଦଳ ଏବଂ କମ୍ପାନୀର ସବୁଠାରୁ ବଡ ଦାୟିତ୍। ଏବଂ ମିଶନ୍ |ମୁଁ ଆଶା କରେ ଏକ ଆଦର୍ଶ ଭବିଷ୍ୟତ ସୃଷ୍ଟି କରିବାକୁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବେ! ରୋମାଞ୍ଚକର ଟୋଷ୍ଟ ଅଧିବେଶନ ପରେ, ରୋମାଞ୍ଚକର ଜୀବନ୍ତ ଭାଗ୍ୟଶାଳୀ ଡ୍ର ଅଧିବେଶନ ନିଶ୍ଚିତ ଭାବରେ ପରିବେଶକୁ ଅନ୍ୟ ଏକ ଚରମ ସୀମାରେ ପହଞ୍ଚାଇବ |ଉଦାର ନଗଦ ଲାଲ୍ ଏନଭଲପ୍ସ ଏବଂ ଆଶ୍ଚର୍ଯ୍ୟଜନକ ପୁରସ୍କାର ସହକର୍ମୀଙ୍କୁ ଚିତ୍କାର ଏବଂ ଚିତ୍କାର କଲା, କେବଳ ଅନ୍ୟ ଏକ ବର୍ଷ ପାଇଁ ଲ fight ିବାକୁ ଚାହିଁଲା ଏବଂ ଶିଖରକୁ ଚ continue ିବାକୁ ଲାଗିଲା! ଅତୀତରେ ଯେତେ ଚମତ୍କାର ସଫଳତା ଥାଉନା କାହିଁକି, ଅସୀମ ସମ୍ଭାବନାରେ ପରିପୂର୍ଣ୍ଣ ଭବିଷ୍ୟତ ହେଉଛି ନିରନ୍ତର ସଂଗ୍ରାମର ଲକ୍ଷ୍ୟ |2022 ଗ୍ରୀଷ୍ମ ପ୍ରାରମ୍ଭରେ ଆରମ୍ଭ କରିଛି, କମ୍ପାନୀ ମଧ୍ୟ ସମ୍ପୂର୍ଣ୍ଣ ଉତ୍ସାହ ଏବଂ ସିଦ୍ଧ ରାଜ୍ୟ ସହିତ ଏକ ନୂତନ ରାଉଣ୍ଡ ଜୀବନ୍ତତାକୁ ଉତ୍ସାହିତ କରିବ, ଏକ ନୂତନ ରାଉଣ୍ଡ ଯାତ୍ରା ଆରମ୍ଭ କରିବ, ସାହସର ସହିତ ଶିଳ୍ପର ଅଗ୍ରଭାଗରେ ଠିଆ ହେବ ଏବଂ ନିଜର ଆତ୍ମବିଶ୍ୱାସ ଏବଂ ଶକ୍ତି ପ୍ରଦର୍ଶନ କରିବ | ! ପୋଷ୍ଟ ସମୟ: ମେ -09-2022 | © କପିରାଇଟ୍ 20102022: ସର୍ବସତ୍ତ୍ Res ସଂରକ୍ଷିତ | ଆମକୁ ଯୋଗାଯୋଗ କରନ୍ତୁ | 1420-1422 & 1428, ବିଲଡିଂ # 2, ବ୍ଲକ୍ ବି, ସ୍କାଏୱର୍ଥ ଇନୋଭେସନ୍ ଇଣ୍ଡଷ୍ଟ୍ରିଆଲ୍ ପାର୍କ, ନଂ 8, ଟାଙ୍ଗଟୋ ପ୍ରଥମ ରୋଡ୍, ଶିଆନ୍ ଷ୍ଟ୍ରିଟ୍, ବାଓନ୍ ଜିଲ୍ଲା, ଚାଇନାର ଶେନଜେନ୍ | 0755-29303225 [email protected] ଉତ୍ପାଦଗୁଡିକ ସମୁଦ୍ର ମାଲ ବିମାନ ସ୍ଥାନାନ୍ତରଣ ଭଡା ପ୍ରୋଜେକ୍ଟ ଲଜିଷ୍ଟିକ୍ସ - OOG | ପ୍ରୋଜେକ୍ଟ ଲଜିଷ୍ଟିକ୍ସ - ବ୍ରେକ୍ ବଲ୍କ | ପ୍ରୋଜେକ୍ଟ ଲଜିଷ୍ଟିକ୍ସ - RO-RO | ଭଣ୍ଡାର ଘର © କପିରାଇଟ୍ 2010-2022: ସର୍ବସତ୍ତ୍ Res ସଂରକ୍ଷିତ | ବ Feat ଶିଷ୍ଟ୍ୟଯୁକ୍ତ ଉତ୍ପାଦଗୁଡିକ |, ସାଇଟମ୍ୟାପ୍, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଏବଂ ଲଜିଷ୍ଟିକ୍ସ |, ଏୟାର ମାଲ ଚାର୍ଟର୍ |, ବାୟୁ ମାଲ ପରିବହନ, ବିମାନ ପରିବହନ, ଶୀତଳ ଶୃଙ୍ଖଳା ଲଜିଷ୍ଟିକ୍ସ |, ଏୟାର ମାଲ ପରିବହନ କାର୍ଗୋ |, ସମସ୍ତ ଉତ୍ପାଦ |
2022-11-28T04:54:22Z
http://or.focusglobal-logistics.com/news/the-2021-award-ceremony-of-focus-global-logistics-was-successfully-held/
OSCAR-2301
ଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଫଟୋ କାଙ୍ଗାଳ ହୋଇଯିବେ ! ହେଲେ ନିଶ୍ଚୟ ଲଗାନ୍ତୁ ଏହି ଫଟୋ କେବେବି ହେବନି ଅର୍ଥର ଅଭାବ, ଜ୍ୟୋତିର୍ବିଦ Jagadananda Acharya Skip to content Disclaimer Privacy Policy Disclaimer Menu ନ୍ୟୁଜ୍ ମନୋରଞ୍ଜନ ବିଶେଷ ଖେଳ ସ୍ୱାସ୍ଥ୍ୟ ଜୀବନ ଶୈଳୀ ଭାଇରାଲ ଜ୍ୟୋତିଷ ଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଫଟୋ କାଙ୍ଗାଳ ହୋଇଯିବେ ! ହେଲେ ନିଶ୍ଚୟ ଲଗାନ୍ତୁ ଏହି ଫଟୋ କେବେବି ହେବନି ଅର୍ଥର ଅଭାବ, ଜ୍ୟୋତିର୍ବିଦ Jagadananda Acharya by Ishani Sahoo ବନ୍ଧୁଗଣ କାମନା ସବୁବେଳେ ବ୍ୟାଧି ଭଳି ମଣିଷ କୁ ଯନ୍ତ୍ରଣା ଦେଇଥାଏ । କାମନା ରୁ ମଣିଷର ମୋହ ଜାତ ହୋଇଥାଏ । ମଣିଷ ମୋହର ବଶବର୍ତ୍ତୀ ହୋଇ ସେ ନିଜର ବିବେକ ଓ ବିଚାର ଶକ୍ତି ହରାଇ ଅକାରଣରେ କ୍ରୋଧ କରିଥାଏ । ବୁଝିବାକୁ ଗଲେ କାମନା ରୁ ମୋହ ର ସୃଷ୍ଟି ହୋଇଥାଏ । ମୋହ ରୁ ଅବିବେକିତା ଓ ଅବିବେକିତା ରୁ କ୍ରୋଧ ଜାତ ହୋଇଥାଏ । କ୍ରୋଧ ଠାରୁ ବଡ ଶତ୍ରୁ ମଣିଷର କେହି ଆଉ ନୁହନ୍ତି । ତେଣୁ ଏହି ସବୁଠାରୁ ଦୂରେଇ ରହିବା ଉଚିତ । ଆଜି ଆମେ ଆପଣଙ୍କୁ ଘରେ ଏମିତି କେଉଁ ଫୋଟୋ ରଖିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ । ଆମେ ଆମ ଘରେ ଯେଉଁ ସବୁ ଫୋଟୋ ଲଗାଇଥାଉ ତାର ନଜର ଆମ ଉପରେ ପଡିଥାଏ । ଯାହା ଦ୍ଵାରା ଆମ ଜୀବନ ଶୈଳୀ ଓ ଭାଗ୍ୟ ଉପରେ ବହୁ ମାତ୍ରାରେ ପ୍ରଭାବ ରହୁଛି । ବାସ୍ତୁ ଶାସ୍ତ୍ର ଓ ଧର୍ମ ଗ୍ରନ୍ଥ ପୁରାଣ ଅନୁଯାୟୀ ଘରେ କେବେ ବି ରାମାୟଣ ଓ ମହାଭାରତର ଯୁଦ୍ଧ ର ଫୋଟୋ ରଖନ୍ତୁ ନାହି । କୌଣସି ପୌରାଣିକ ଯୁଦ୍ଧ ହେଉଥିବା ଫୋଟ ଘରେ ରଖନ୍ତୁ ନାହି । ଏହା ଦ୍ଵାରା ଘରେ କଳହ ଲାଗି ରହିବ । କିନ୍ତୁ ପ୍ରଭୁ ରାମ ଙ୍କ ଦରବାର ଲାଗିଥିବା ଫୋଟୋ ଘରେ ରଖିଲେ ନିଶ୍ଚିନ୍ତ ଭାବେ ସୁଖ, ସମୃଦ୍ଧି, ଭଲ ପାଇବା ବୃଦ୍ଧି ପାଇଥାଏ । ଭଗବାନ କୃଷ୍ଣ ଗୋଟେ ଗୋଡ ରେ ଛିଡା ହୋଇଥିବେ ବଂଶୀ ଧରି ଆଉ ତାଙ୍କ ପଛ ପରେ ଗୋମତା ଛିଡା ହୋଇଥିବେ ଏଭଳି ଫୋଟୋ ଘରେ ରଖିଲେ ସୌଭାଗ୍ୟ ପ୍ରାପ୍ତି ସହ ଧନ ବୃଦ୍ଧିର ମାର୍ଗ ଖୋଲିଥାଏ । ଏହା ଛାଡ ଘୁଷୁରି, ଶିଆଳି, ସାପ, ଗଧ, ପେଚା ଓ କାଉ ଫୋଟୋ ଘରେ ରଖନ୍ତୁ ନାହି । ଏମିତି କରିଲେ କର୍ମ କ୍ଷେତ୍ରରେ ବା ରୋଜଗାର କ୍ଷେତ୍ରରେ ବାଧା ସୃଷ୍ଟି ହେବ । ଆପଣ ଯାହା ରୋଜଗାର କରୁଥିବେ ତାହା ଅଯଥାରେ ଖର୍ଚ୍ଚ ହେବ । ଧନ କେଉଁ ବାଟେ ଆସିବ ଆଉ କେଉଁ ବାଟେ ଯିବ ତାହା ଆପଣ ଜାଣିପାରିବେ ନାହି । ଆପଣ ନିଜ ଶୋଇବା ଘରେ ଲଭ ବାର୍ଡ ଫୋଟୋ ଲଗାଇ ପାରିବେ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସୁସମ୍ପର୍କ ଭଲ ରହିଥାଏ । ଘରର ମୁଖ୍ୟ ଦ୍ଵାରରେ ଗାୟତ୍ରୀ, ମୀନ, ସ୍ଵସ୍ତିକ, ଓମ, ଭଗବାନ ଗଣେଶ, ମଙ୍ଗଳ କଳସ ର ଫୋଟୋ ଲଗାଇ ପାରିବେ । ଯାହା ଦ୍ଵାରା ଘରେ ଥିବା ନେଗେଟିଭ ଶକ୍ତି ଦୂର ହୋଇପାରିବ । ଯେତେବେଳେ ହ୍ରଦ, ନଇ, ପୁଷ୍କରିଣୀ ର ରାଜହଂସ ପହଂରୁଥିବାର ଫୋଟୋ ଘରେ ଲଗାଇଲେ ଧନ ଆସିବାର ମାର୍ଗ ଦେଖାଇ ଥାଏ । ଏଭଳି ଫୋଟୋ ଆପଣଙ୍କ ନଜର ରେ ପଡିଲେ ନିଶ୍ଚୟ ଘରକୁ ଆଣନ୍ତୁ ଓ ଏହାର ବ୍ଯବହାର କରନ୍ତୁ । ଦେଖିବେ ଧନ ଏତେ ମାତ୍ରାରେ ଆସିବ କି ଆପଣ ଦେଖି ଆଶ୍ଚର୍ଯା ହୋଇଯିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । Categories ବିଶେଷ Post navigation ଆଜିର ରାଶିଫଳ, 27 ଅକ୍ଟୋବର 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ ଟି ରାଶି ଉପରେ, ହେବ ଧନବର୍ଷା ରସିକିଆ ସାର୍ ! ଜଣେ ଛାତ୍ରୀଙ୍କ ପାଇଁ ପାଗଳ ଦୁଇ ଶିକ୍ଷକ, ଏହି ଦୁଇ ଶିକ୍ଷକଙ୍କ କାରନାମା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video ଈଶା ଅମ୍ବାନୀଙ୍କର ବଙ୍ଗଳା ନୁହେଁ ସବୁଠୁ ମହଙ୍ଗା, ଏହି ବଲୀଉଡ ଷ୍ଟାରମାନଙ୍କର ଘରର ଦାମ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ବିବାହ ପରେ ନେହା ଓ ରୋହନପ୍ରୀତଙ୍କ ଲିପ ଲକ ଫଟୋ ହେଉଛି ଭାଇରାଲ, ଏବେ ଆଦିତ୍ୟ… ବର୍ତ୍ତମାନ ପର୍ଯ୍ୟନ୍ତ ବି ଶେଷ ହୋଇ ନାହିଁ ବଲୀଉଡର ଏହି ଷ୍ଟାରମାନଙ୍କ ପୁରୁଣା ଶତୃତା, ନମ୍ବର ୧ର ତ ୩୦ ବର୍ଷର ପୁରୁଣା ଶତ୍ରୁତା ! ଜନ୍ମଦିନରେ ଫ୍ୟାନ୍ସଙ୍କ ଭଲ ପାଇବାକୁ ଦେଖି ସଲମାନ ହେଲେ ଭାବୁକ, ଭିଡିଓ ଭାଇରାଲ ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି Mukesh Ambani ଙ୍କ ଶାଳି Mamata Dalal, ଦେଖା ଯାଆନ୍ତି Nita Ambani ଙ୍କ ଠାରୁ ବି ଅଧିକ ସୁନ୍ଦର
2022-11-28T04:30:10Z
https://headlines9.com/ghare-bhul-re-rakhantu-naahi-ehi-photo/
OSCAR-2301
ଓଡ଼ିଶାରେ ସରକାର ଅନେକ ବର୍ଷଧରି ମାତ୍ର ତିନୋଟି ସରକାରୀ ଭେଷଜ ମହାବିଦ୍ୟାଳୟ ନିର୍ମାଣ କରି ସ୍ବାସ୍ଥପାଇଁ ଯଥେଷ୍ଟ ବୋଲି ଧରି ନେଇଥିଲେ୤ ଜନସଂଖ୍ୟା ଦୃଷ୍ଟିରୁ ଏହି ସବୁ ହସପିଟାଲ୍ ଯଥେଷ୍ଟ ନଥିଲେ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କ ଦ୍ବାରା ଲୋକମାନେ ଉପକୃତ ହେଉଥିଲେ୤ ପରେ ପରେ ପ୍ରତ୍ୟେକ ଗାଁରେ ଉପକେନ୍ଦ୍ର, ଆଶା କର୍ମୀ, ଯଶୋଦା କର୍ମୀ, ଅଙ୍ଗନ୍‌ୱାଡ଼ି କର୍ମୀଙ୍କ ଦ୍ବାରା ସ୍ବାସ୍ଥ ସେବା ଯୋଗାଇ ଦିଆଯାଇଥିଲା୤ ତଥାପି ଏହା ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯଥେଷ୍ଟ ପ୍ରମାଣିତ ହୋଇନଥିଲା୤ ବିଶ୍ବ ସ୍ତରରେ ପ୍ରତି ହଜାର ଜନସଂଖ୍ୟାରେ ଯେତେ ସଂଖ୍ୟକ ଡାକ୍ତର ରହିବା କଥା, ଆମ ରାଜ୍ୟରେ ତା ଠାରୁ ଢେର୍ କମ ଡାକ୍ତର ଅଛନ୍ତି୤ ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର କେବଳ ସହରାଞ୍ଚଳରେ ହିଁ ରହି ରୋଗୀସେବା କରିବାକୁ ଇଚ୍ଛା କରୁଛନ୍ତି୤ ଏହାର ଅନେକ କାରଣ ହୋଇପାରେ୤ ତଥାପି ଗ୍ରାମାଞ୍ଚଳରେ ଏବଂ ସରକାରୀ ଡାକ୍ତରଖାନାକୁ ଆସିବା ପୂର୍ବରୁ ତଥା ସହରାଞ୍ଚଳରେ ଅନେକ ବେସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି୤ ଓଡ଼ିଶା ପାଇଁ ଆବଶ୍ୟକ ବାର ହଜାରରୁ ଅଧିକ ଡାକ୍ତର, କିନ୍ତୁ ସରକାରୀ ସ୍ତରରେ ଏହା ଚାରିହଜାରରୁ ବି କମ୍ ଅଛି, ଏବଂ ଡାକ୍ତରମାନଙ୍କ ସଂଗଠନ ଏହି ସଂଖ୍ୟାକୁ ଦୁଇ ହଜାରରୁ ମାତ୍ର କେତୋଟି ଅଧିକ ବୋଲି କହୁଛନ୍ତି୤ ଅର୍ଥାତ ଆବଶ୍ୟକତା ଠାରୁ ଛଅ ଭାଗରୁ ଭାଗେ ଡାକ୍ତର ରାଜ୍ୟରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି୤ ସରକାରୀ ସ୍ତରରେ ଏହି ପ୍ରକାରର ଉଦାସୀନତାର ଲାଭ ବେସରକାରୀ ସଂସ୍ଥାମାନେ ପାଉଛନ୍ତି୤ ବର୍ତ୍ତମାନ ଓଡ଼ିଶାର ରାଜଧାନୀ ଭୁବନେଶ୍ବରଠାରେ ଦଶରୁ ଅଧିକ ବଡ଼ ବଡ଼ ଡାକ୍ତରଖାନା ଖୋଲିଛି, ଯେଉଁଠି ରୋଗୀମାନଙ୍କୁ ଉଚିତ ସେବା ଯୋଗାଇ ଦିଆଯାଉଛି୤ ଅବଶ୍ୟ ଏଠାରେ ରୋଗୀମାନଙ୍କୁ ଶୋଷଣ କରାଯାଉଛି ବୋଲି କୁହାଯାଉଛି, କିନ୍ତୁ ଉଚିତ ସ୍ବାସ୍ଥ୍ୟ ସେବା ବଦଳରେ ଅଧିକ ଖର୍ଚ୍ଚାନ୍ତ ହେବା ଛଡ଼ା ଆମ ରାଜ୍ୟବାସୀଙ୍କ ପାଖରେ ଆଉ କୌଣସି ଉପାୟ ବି ନାହିଁ୤ ସରକାର ଚାହିଁଲେ ସୁଦ୍ଧା ସରକାରୀ ସ୍ତରରେ କୌଣସି ବଡ଼ ଡାକ୍ତରଖାନା ନିର୍ମାଣ କରୁନାହାନ୍ତି, ଆଉ ସରକାରୀ ଡାକ୍ତରଖାନାରେ ଚାକିରୀ କରୁଥିବା ଡାକ୍ତରମାନେ ମଧ୍ୟ ରୋଗୀର ଅବସ୍ଥାକୁ ଦେଖି ସେମାନଙ୍କୁ ବେସରକାରୀ ଡାକ୍ତରଖାନାକୁ ପଠାଇ ଦେବାକୁ ଉଚିତ ମଣୁଛନ୍ତି୤ ବେସରକାରୀ ସ୍ତରରେ କାମ କରୁଥିବା ସ୍ବାସ୍ଥ୍ୟସେବା ଅନୁଷ୍ଠାନ ମାନଙ୍କ ମଧ୍ୟରେ ଛୋଟ ନର୍ସିଂ ହୋମ୍ ଠାରୁ ଆରମ୍ଭ କରି ବହୁତଳ ଓ ବହୁଶଯ୍ୟା ବିଶିଷ୍ଟ ଡାକ୍ତରଖାନା ମାନ ଅଛନ୍ତି୤ ପ୍ରତିବର୍ଷ ଏହି ସବୁ ଅନୁଷ୍ଠାନକୁ ସରକାରୀ ସ୍ତରରେ ପଞ୍ଜିକୃତ କରାଯାଉଛି ଏବଂ ସେମାନେ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ବିନିମୟରେ ନିଜ ଅନୁଷ୍ଠାନକୁ ପରିଚାଳନା କରୁଛନ୍ତି୤ କିନ୍ତୁ ପ୍ରତିବର୍ଷ ସରକାର ନୂଆ ନୂଆ ନିୟମମାନ ପ୍ରଣୟନ କରିବା ଦ୍ବାରା ଏହି ଅନୁଷ୍ଠାନ ମାନେ ଅଯଥାରେ ହଇରାଣ ହେଉଛନ୍ତି୤ ଯେମିତି କି ୨୦୧୫ ପର୍ଯ୍ୟନ୍ତ କୌଣସି ସ୍ବାସ୍ଥ୍ୟ ସେବା ଅନୁଷ୍ଠାନକୁ ଅଗ୍ନିଶମନ ପାଇଁ କୌଣସି ନିୟନ ନଥିଲା, ହେଲେ ହଠାତ୍ ସରକାର ନିୟମ ଜାରୀ କରିଲେ ଏବଂ ଉଣାଅଧିକ ସମସ୍ତ ଅନୁଷ୍ଠାନ ଏହାକୁ ପାଳନ କରିବାକୁ ଆଗଭର ହେଲେ, କିନ୍ତୁ ଏତେ ସଂଖ୍ୟକ ବେସରକାରୀ ସଂସ୍ଥାକୁ ନିରୀକ୍ଷଣ କରିବା ଏବଂ ସେମାନଙ୍କୁ ଅନୁମୋଦନ ପତ୍ର ଦେବାକୁ ଅଧିକାରୀମାନେ ତତ୍ପରତା ଦେଖାଇଲେ ନାହିଁ, ସେଇଥିପାଇଁ ଅନେକ ନର୍ସିଂ ହୋମର ପଞ୍ଜିକରଣ ନ ହୋଇ ରହିଛି୤ ନିୟମ ମୁତାବକ ପ୍ରତ୍ୟେକ ନର୍ସିଂ ହୋମ ବାର୍ଷିକ ପଞ୍ଜିକରଣର ଅନ୍ୟୁନ ତିନିମାସ ପୂର୍ବରୁ ଆବେଦନ କରୁଥିଲେ ସୁଦ୍ଧା କିଛି ଅନୁଷ୍ଠାନର ପଞ୍ଜିକରଣ ବିଗତ ଅନେକ ବର୍ଷ ଧରି ଚାପି ରଖିଦିଆଯାଇ ସେମାନଙ୍କୁ ଅଯଥାରେ ହଇରାଣ କରାଯାଉଛି୤ ବର୍ତ୍ତମାନ ଭୁବନେଶ୍ବର ଠାରେ ସମ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ଘଟଣାକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡା ମନୋଜ ନାୟକଙ୍କୁ ଗିରଫ କରାଯାଇଛି୤ ଏହା ଏତେ ଶୀଘ୍ର କରାଯାଇଛି, ଯେ ଜଣାପଡୁଛି ଏହା ପଛରେ ରାଜନୈତିକ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟ ନିଶ୍ଚୟ ରହିଛି୤ କାରଣ ବିଗତ ବର୍ଷରେ କଟକ ବଡ଼ ମେଡ଼ିକାଲ, ଶିଶୁଭବନରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି ଏବଂ ସେତେବେଳେ ଏହାପାଇଁ କୌଣସି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଗିରଫ କରାଯାଇନାହିଁ, ତା ହେଲେ ବେସରକାରୀ ହସପିଟାଲରେ ଦୁର୍ଘଟଣା ଘଟିଲେ ସେଥିପାଇଁ ଅଧ୍ୟକ୍ଷଙ୍କୁ ଗିରଫ କରାଯିବା, କେତେଦୂର ଯୁକ୍ତିଯୁକ୍ତ? ରେଳ ଦୁର୍ଘଟଣା ହେଲେ ରେଳମନ୍ତ୍ରୀଙ୍କୁ ଗିରଫ କରାଯାଉଛି କି ? ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତର ଆଦେଶ ନ ଦିଆଯାଇ, ତରବରିଆ ଭାବରେ ହସପିଟାଲର ଅଧ୍ୟକ୍ଷଙ୍କୁ ଗିରଫ କରାଯିବା, ରାଜ୍ୟରେ ଥିବା ବେସରକାରୀ ସ୍ବାସ୍ଥ୍ୟସେବା ସଂସ୍ଥାର ଫୋରମ ଦ୍ବାରା ନିନ୍ଦା କରାଯାଇଛି୤ ଶୁଣା ଯାଉଛି, ଏହି ଦୁର୍ଘଟଣା ପରେ ଏହି ହସପିଟାଲକୁ ବନ୍ଦ କରିଦେବାପାଇଁ କିଛି ରାଜନୈତିକ ଚାପ ସୃଷ୍ଟି ହୋଇଛି, ସେପରି ଯଦି ଦୁଏ, ତେବେ ଏହା ଆମ ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଦୁର୍ବଳ କରିଦେବ୤ କୌଣସି ସଂସ୍ଥା ଓଡ଼ିଶାରେ ନିବେଶ କରିବାକୁ ଇଚ୍ଛା ପ୍ରକଟ କରିବେ ନାହିଁ୤ ପୂର୍ବପରି ଓଡ଼ିଶାରୁ ରୋଗୀମାନେ ପୁଣି ଥରେ ବିଶାଖାପାଟଣା ଏବଂ କଲିକତା କିମ୍ବା ରାଇପୁର ଭଳି ସହର ମାନଙ୍କୁ ଯିବାକୁ ବାଧ୍ୟ ହେବେ୤ ସରକାରୀ ହସପିଟାଲରେ ଅଗ୍ନିଶମନ ବ୍ୟବସ୍ଥା ନାହିଁ ବୋଲି ସମ୍ବାଦ ବିଗତ କେଇ ଦିନ ହେବ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି୤ ଏହାକୁ ଦେଖି, କେବଳ ବେସରକାରୀ ସଂସ୍ଥା ଉପରେ କଡ଼ା ପଦକ୍ଷେପ ନେବା ଏବଂ ସରକାରୀ ସଂସ୍ଥାକୁ ଛାଡ଼ ଦେଇଦେବା ଅନ୍ୟାୟ ପରି ମନେ ହେଉଛି୤ ଓଡ଼ିଶାର ତିନୋଟି ମେଡ଼ିକାଲ କଲେଜରେ ମଧ୍ୟ ଅଗ୍ନିଶମ ବ୍ୟବସ୍ଥା ନାହିଁ, ଭୁବନେଶ୍ବରରେ ଥିବା କ୍ୟାପିଟାଲ୍ ହସପିଟାଲରେ ମଧ୍ୟ ନାହିଁ, ବୋଲି ଶୁଣାଯାଉଛି୤ ତା ହେଲେ ସେହି ସବୁ ହସପିଟାଲକୁ ବନ୍ଦ କରାଯିବ ନାହିଁ କାହିଁକି ? ସେଠାରେ ଯଦି ଅଗ୍ନିକାଣ୍ଡ ଘଟେ ତା ହେଲେ ହୁଏତ ତାହା ବର୍ତ୍ତମାନର ଘଟଣାଠାରୁ ଅଧିକ ଭୟଙ୍କର ହୋଇପାରେ ବୋଲି ସମସ୍ତେ ମତ ଦେଉଛନ୍ତି୤ ଓଡ଼ିଶାର ସମସ୍ତ ସରକାରୀ ବଡ଼ ହସପିଟାଲ୍ ଦୁର୍ବଳ ଅବସ୍ଥାରେ ଅଛନ୍ତି୤ ସେହି ସବୁ ସ୍ଥାନରେ ଅଗ୍ନିକାଣ୍ଡ କିମ୍ବା ଅନ୍ୟକୌଣସି ଦୁର୍ଘଟଣା ହୁଏତ ବିସ୍ମୟାତୀତ ଭାବରେ ଘାତକ ହୋଇପାରେ, ସେ ସବୁ ବିଷୟରେ ସରକାର କଣ ପଦକ୍ଷେପ ନେଉଛନ୍ତି? ଆଶା କରୁଛୁ, ବର୍ତ୍ତମାନର ଘଟଣା ପରେ ସରକାରଙ୍କ ଚେତା ଫେରିବ ଆଉ ସେ ବିଭିନ୍ନ ବେସରକାରୀ ନର୍ସିଂ ହୋମ ଏବଂ ସ୍ବାସ୍ଥ୍ୟସେବା ଅନୁଷ୍ଠାନର ପଞ୍ଜିକରଣ ତୁରନ୍ତ କରାଇବାପାଇଁ ଚେଷ୍ଟା କରିବେ୤ ଅଗ୍ନିଶମ ପାଇଁ ନୂତନ ଗାଇଡ଼ଲାଇନ୍ ପ୍ରସ୍ତୁତ କରିବେ୤ ସ୍ବାସ୍ଥ୍ୟସେବାକୁ ସୁଚାରୂ ରୂପେ ଯୋଗାଇବା ପାଇଁ ବେସରକାରୀ ସଂସ୍ଥାମାନଙ୍କୁ ଯଥାସମ୍ଭବ ସହାୟତା କରିବେ୤ #Odisha#Health#Private Hospitals#Sum Hospital#Bhubaneswar ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି | Back to Previous Page Popular Articles >> Dr Jyoti Prasad Pattnaik ସତରେ କଣ ତେତିଶି କୋଟି ଦେବତା ଅଛନ୍ତି ? Dr Jyoti Prasad Pattnaik ସଫଳତାର ରହସ୍ୟ Swarup Kumar Mall ଇଣ୍ଟରନେଟରେ ସର୍ବାଧିକ ପସନ୍ଦ ହେଉଥିବା କିଛି ଭିଡ଼ିଓ Dr Jyoti Prasad Pattnaik ଗପ ହେଲେ ବି ସତ Dr Jyoti Prasad Pattnaik ଜୀବନଦର୍ଶନର ଗୁଢ଼ତତ୍ତ୍ବ : ଭଗବତ ଗୀତା ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
2022-11-29T00:03:36Z
http://www.odiaguru.com/post/39/%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD-%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD-%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD-%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD%EF%BF%BD
OSCAR-2301
ରାଉରକେଲା: ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କ ଉପରକୁ ଗୁରୁବାର ରାତିରେ କେହି ଦୁବୃର୍ତ୍ତ ବୋମା ମାଡ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ, ଘଟଣାଟି ଘଟିଛି ରାଉରକେଲାର ଉଦିତ ନଗର ସ୍ଥିତ ବାସନ୍ତି କଲୋନୀ ଅଞ୍ଚଳରେ । ଦୁଇ ଜଣ ଦୁବୃର୍ତ୍ତ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମା ଫୋପାଡିଥିଲେ । ଯେତେବେଳେକି ସେ ନିଜ କାର୍ଯ୍ୟାଳୟ ଅଭିମୁଖେ ଗାଡିରେ ବାହାରୁଥିଲେ । ପରେ ଶ୍ରୀ ମହାନ୍ତି ଗାଡିରୁ ପଡିଯିବା ପରେ ସମ୍ପୃକ୍ତ ଦୁବୃର୍ତ୍ତମାନେ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଜଣାପଡିଛି । ତେବେ ଏହି ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ୩ ଜଣଙ୍କୁ ହେପାଜତରେ ନେଇଥିବା ନେଇ ସୁତ୍ରରୁ ପ୍ରକାଶ । ଉଲ୍ଲେଖଯୋଗ୍ୟ, ଗତ ୭ ବର୍ଷ ପୂର୍ବେ ବ୍ୟବସାୟୀକ ଶତ୍ରୁତାକୁ ନେଇ ତାଙ୍କ ଉପରେ ମଧ୍ୟ ଦୁବୃର୍ତ୍ତମାନେ ଗୁଳି ଚାଳନା କରିଥିଲେ ।
2022-11-29T01:18:16Z
https://odishasambad.in/bomb-attack-on-ex-councillor-in-odishas-rourkela/
OSCAR-2301
Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in Home ଦେଶ- ବିଦେଶ ରାଜ୍ୟ କରୋନା Sambad EnglishNews In English ଜିଲ୍ଲା ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡ଼ା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ଜଗତସିଂହପୁର ଝାରସୁଗୁଡ଼ା ଢେଙ୍କାନାଳ ଦେବଗଡ଼ ନବରଙ୍ଗପୁର ନୟାଗଡ଼ ନୂଆପଡ଼ା ପୁରୀ ବରଗଡ଼ ବଲାଙ୍ଗୀର ବାଲେଶ୍ଵର ବୌଦ୍ଧ ଭଦ୍ରକ ମୟୂରଭଞ୍ଜ ମାଲକାନଗିରି ଯାଜପୁର ରାୟଗଡ଼ା ସମ୍ବଲପୁର ସୁନ୍ଦରଗଡ଼ ସୁବର୍ଣ୍ଣପୁର ମହାନଗର ଖେଳ ବାଣିଜ୍ୟ ରାଜନୀତି ମନୋରଞ୍ଜନ ବିଶେଷ ଅପରାଧ ଜୀବନଚର୍ଯ୍ୟା ରାଶିଫଳ ଫୁଲଝରି ସମ୍ପାଦକୀୟ ‘ବାସୁ’ର ଦେଶ ଅଭିମତସମ୍ପାଦକୀୟ By Sambad Digital Last updated Oct 26, 2022 ସେୟାର ଅଳ୍ପ ଦିନ ତଳେ ପ୍ରମୁଖ ଆନ୍ତର୍ଜାତିକ ମାନ୍ୟତା ପ୍ରଦାନକାରୀ ସଂସ୍ଥା (‌େରଟିଙ୍ଗ୍‌ ଏଜେନ୍‌ସି) ‘ଏସ୍‌ଆଣ୍ଡ୍‌ପି’ର ମୁଖ୍ୟ ପଲ୍‌ ଗ୍ରୁନ୍‌ୱାଲ୍‌ଡ ବର୍ତ୍ତମାନର ମନ୍ଥର ଆନ୍ତର୍ଜାତିକ ଅର୍ଥନୈତିକ ପରିବେଶରେ ଭାରତ ହେଉଛି ଏକ ‘‘ଉଜ୍ଜ୍ବଳ ତାରକା’’ ବୋଲି ମନ୍ତବ୍ୟ ପ୍ରଦାନ କରି ବିଶ୍ବ ସମୁଦାୟ ସମ୍ମୁଖରେ ଭାରତ ପାଇଁ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ସୃଷ୍ଟି କରିଥିଲେ। ଗ୍ରୁନ୍‌ୱାଲ୍‌ଡ କହିଥିଲେ ଯେ ବର୍ତ୍ତମାନ ପୃଥିବୀରେ ପ୍ରାୟ ପ୍ରତ୍ୟେକ ଦେଶ ଯେତେବେଳେ ଅର୍ଥନୈତିକ ଧିମା ଅବସ୍ଥା ଦେଇ ଗତି କରୁଛି, ସେତେବେଳେ ଭାରତ ଚଳିତ ବିତ୍ତ ବର୍ଷରେ ୭ ଶତାଂଶରୁ ଅଧିକ ହାରରେ ଅଭିବୃଦ୍ଧି ହାସଲ କରିବାକୁ ଯାଉଛି ଓ ଆସନ୍ତା ବର୍ଷରେ ୬.୫ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବା ଥୟ। ଏହା ଭାରତକୁ ପୃଥିବୀର ଦ୍ରୁତତମ ଅଭିବୃଦ୍ଧି ହାସଲକାରୀ ବୃହତ ଅର୍ଥନୀତିରେ ପରିଣତ କରିଛି ବୋଲି ସେ ଘୋଷଣା କରିଥିଲେ। ଭାରତ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିବା ପଛରେ ମୋଟାମୋଟି ଭାବରେ ଯେଉଁ କାରଣ ମାନ ନିହିତ ଅଛି ‌େବାଲି ଗ୍ରୁନ୍‌ୱାଲ୍‌ଡ ସୂଚାଇଥିଲେ, ସେଥିରେ ଅନ୍ତର୍ଭୁକ୍ତ ଅଛି ଭାରତ କାର୍ଯ୍ୟକାରୀ କରିଥିବା ଅର୍ଥନୈତିକ ସଂସ୍କାରମାନ, ନିବେଶକୁ ପ୍ରୋତ୍ସାହନ ପ୍ରଦାନ ପାଇଁ ସରକାର ନେଇଥିବା ପଦକ୍ଷେପମାନ ଓ ଏକ ବିଶାଳ ଘରୋଇ ବଜାର। ଗ୍ରୁନ୍‌ୱାଲ୍‌ଡଙ୍କର ଏହି ମନ୍ତବ୍ୟ ଯଦି ଭାରତୀୟ ଅର୍ଥନୀତିର ଏଭଳି ଅବିଶ୍ବସନୀୟ ସଫଳତା ସମ୍ବନ୍ଧରେ ପାଶ୍ଚାତ୍ୟ ପର୍ଯ୍ୟବେକ୍ଷକମାନଙ୍କର ଭାବନାର ପ୍ରତିନିଧିତ୍ବ କରୁଥାଏ, ଏହାର କେତେ ଦିନ ପରେ ଠିକ୍‌ ସେଇଭଳି ଚିନ୍ତାଧାରାକୁ ଅତି ସଂ‌େକ୍ଷପରେ ବହନ କରି ଏକ କାର୍ଟୁନ୍‌ ପ୍ରକାଶ ପାଇବା ଦେଖାଯାଇଥିଲା ସ୍ପେନ୍‌ର ଏକ ପ୍ରତିଷ୍ଠିତ ସମ୍ବାଦପତ୍ର, ‘ଲା ଭାନ୍‌ଗାର୍ଡିଆ’ରେ। ତେବେ ଗ୍ରୁନ୍‌ୱାଲ୍‌ଡଙ୍କ ମନ୍ତବ୍ୟକୁ ଭାରତୀୟମାନେ ବ୍ୟାପକ ଭାବରେ ସ୍ବାଗତ କରିଥିବା ବେଳେ, ‘ଲା ଭାନ୍‌ଗାର୍ଡିଆ’ ତା’ର ପ୍ରଥମ ପୃଷ୍ଠାରେ ଛାପିଥିବା ଏହି କାର୍ଟୁନ୍ ଏକ ତୀବ୍ର ବିବାଦରେ ଛନ୍ଦି ହୋଇଯାଇଛି। ବିବାଦର କାରଣ ହେଲା ସମ୍ପୃକ୍ତ କାର୍ଟୁନ୍‌ରେ ବ୍ୟବହାର କରାଯାଇଥିବା ପ୍ରତୀକ- ଏକ ସାପୁଆ କେଳା। ଯେଉଁମାନେ ଅର୍ଥନୈତିକ ଅଭିବୃଦ୍ଧିର ପ୍ରଦର୍ଶନ ନିମିତ୍ତ ବ୍ୟବହାର କରାଯାଉଥିବା ରେଖାଚିତ୍ର ବା ‘ଗ୍ରାଫ୍‌’ ସହିତ ପରିଚିତ, ସେମାନେ ଏହି କାର୍ଟୁନ୍‌ରେ ଯାହା ଦେଖିବାକୁ ପାଇବେ, ତାହା ହେଲା ଜଣେ ସାପୁଆ କେଳା ଗ୍ରାଫ୍‌ର ମୂଳ ସ୍ଥାନରେ ବସି ତା’ର ତୁମ୍ବି ବା ବିନ୍‌ ବାଦନ କରୁଛି ଓ ଅର୍ଥନୈତିକ ଅଭିବୃଦ୍ଧି ହାରର ପ୍ରତିନିଧିତ୍ବ କରୁଥିବା ରେଖା ବା ଗ୍ରାଫ୍‌ଟି ଶୂନ୍ୟରୁ ଉପରକୁ ଉଠି ଚାଲିଛି, ଯାହା ଅପ୍ରତିହତ ମନେ ହେଉଛି। ପୃଥିବୀ ବର୍ତ୍ତମାନ ସମ୍ମୁଖୀନ ହୋଇଥିବା ପ୍ରତିକୂଳ ଅର୍ଥନୈତିକ ପରିସ୍ଥିତି ପରିପ୍ରେକ୍ଷୀରେ ଏହି କାର୍ଟୁନ୍‌ର ପ୍ରାସଙ୍ଗିକତା ବୁଝିବା କଷ୍ଟକର ନୁହେଁ। ଚୀନା କରୋନା ଭୂତାଣୁ ଜନିତ ପାଣ୍ଡେମିକ୍‌ କୋଭିଡ୍‌-୧୯ରୁ ଆରମ୍ଭ କରି ଯୋଗାଣ ଶୃଙ୍ଖଳ ବିପର୍ଯ୍ୟୟ ଓ ମୁଦ୍ରାସ୍ଫୀତି ଆଦି ଭଳି ବିଷାକ୍ତ ଶକ୍ତିମାନ ଦ୍ବାରା ଜର୍ଜରିତ ଅର୍ଥନୈତିକ ଅଭିବୃଦ୍ଧି ହାରକୁ କାର୍ଟୁନ୍‌ରେ ଏକ ସାପ ସଦୃଶ ରେଖା ରୂପେ ପ୍ରଦର୍ଶିତ କରାଯାଇଛି। ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କର ଅର୍ଥନୈତିକ ପରିଚାଳକମାନେ ଏହି ବିଷାକ୍ତ ଶକ୍ତିମାନଙ୍କର ମୁକାବିଲା କରିବାର ଉପାୟ ଖୋଜି ପାଇପାରୁ ନ ଥିବା ବେଳେ ଯେଉଁ ଏକମାତ୍ର ଦେଶ ଏହି ବିଷଧର ସର୍ପକୁ ବଶ କରି ଅର୍ଥନୈତିକ ଅଭିବୃଦ୍ଧିର ପ୍ରତୀକ ସ୍ବରୂପ ତାକୁ ଊର୍ଦ୍ଧ୍ବମୁଖୀ କରିବାରେ ସଫଳ ହୋଇଛି, ସେ ଦେଶ ହେଉଛି ଭାରତ। କିନ୍ତୁ ଏହି କାର୍ଟୁନ୍‌କୁ ଭାରତ ସମ୍ବନ୍ଧରେ ଏକ ପ୍ରଶଂସା ସୂଚକ ଚିତ୍ର ରୂପେ ଗ୍ରହଣ ନ କରି କେତେକ ମହଲରେ ଏହାକୁ ଭାରତ ପ୍ରତି ଏକ ବ୍ୟଙ୍ଗ ରୂପେ ବିଚାର କରାଯାଉଛି। ଏହାର କାରଣ ହେଲା, ପାରମ୍ପରିକ ଭାବରେ ଅତୀତରେ ପାଶ୍ଚାତ୍ୟ ଜଗତ୍‌ରେ ଭାରତକୁ ଯେଉଁ ସାପୁଆ କେଳାମାନଙ୍କର ଦେଶ ରୂପେ ଉପହାସ କରା ହୋଇ ଆସୁଥିଲା, ‘ଲା ଭାନ୍‌ଗାର୍ଡିଆ’ର କାର୍ଟୁନ୍‌ ଭାରତ ପ୍ରତି ସେଇ ମାନସିକତା ବହନ କରିଥାଏ ବୋଲି ବିଚାର କରାଯାଉଛି। ଏହି କାର୍ଟୁନ୍‌ର ପରିକଳ୍ପନା କେଉଁ ଚିନ୍ତାଧାରା ବହନ କରିଥାଏ, ତାହା ଜଣା ନାହିଁ; କିନ୍ତୁ ପ୍ରଶଂସା ଛଳରେ ଯଦି ଭାରତ ପ୍ରତି ଉପହାସ ଏହାର ଉଦ୍ଦେଶ୍ୟ ହୋଇଥାଏ, ତେବେ ତାହାର ଫଳ ଯେ ବିପରୀତ ହୋଇଥାଏ, ଏଥିରେ ସନ୍ଦେହ ନାହିଁ। ଉଭୟ ପାଶ୍ଚାତ୍ୟ ଜଗତରେ ଓ ଭାରତରେ ସାପ ଏକ ଶକ୍ତିଶାଳୀ ପ୍ରତୀକ ରୂପେ ବ୍ୟବହୃତ ହୋଇ ଆସିଛି। କିନ୍ତୁ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ତଫାତ୍ ରହିଛି: ପାଶ୍ଚାତ୍ୟ ସଂସ୍କୃତିରେ ସାପକୁ ମନ୍ଦ ଶକ୍ତିର ପ୍ରତିନିଧି ରୂପେ ବିଚାର କରାଯାଉଥିବା ବେଳେ, ଭାରତୀୟ ସଂସ୍କୃତିରେ ସାପକୁ ସର୍ବଦା ସମ୍ମାନ ପ୍ରଦର୍ଶନ କରା ହୋଇ ଆସିଛି। ଆଡାମ୍‌ ଓ ଇଭ୍‌ ସ୍ବର୍ଗର ନନ୍ଦନକାନନ ବା ‘ଗାର୍ଡନ ଅଫ୍‌ ଇଡେନ୍‌’ରୁ ନିର୍ବାସିତ ହୋଇ ମର୍ତ୍ତ୍ୟରେ ନିପତିତ ହେବା ଓ ଏଠାରେ ମନୁଷ୍ୟକୁ ଅସରନ୍ତି ଦୁଃଖ ଯନ୍ତ୍ରଣା ମଧ୍ୟକୁ ଠେଲି ଦେବା ପଛରେ ରହିଥିବା ସାପର ମୁଖ୍ୟ ଭୂମିକା କାହାକୁ ଅଗୋଚର ନୁହେଁ। ଭାରତୀୟ ସଂସ୍କୃତିରେ କିନ୍ତୁ ଖୋଦ୍‌ ଦେବଦେବ ମହାଦେବ ସାପକୁ ଆଦରରେ ଭୂଷଣ ରୂପେ ଗଳାରେ ଝୁଲାଇ ‘ଫଣୀଭୂଷଣ’ ନାମ ବହନ କରିଥାନ୍ତି। ସଂସାରର ପାଳନକର୍ତ୍ତା ବିଷ୍ଣୁ ଶେଷ ନାଗ ଉପରେ ଅନନ୍ତ ଶୟନ କରିଥିବାର ଚିତ୍ର ସହିତ କିଏ ବା ପରିଚିତ ନୁହେଁ? ଏକ ପୌରାଣିକ ଆଖ୍ୟାନ ଅନୁସାରେ ସାପମା‌େନ ତ ହେଉଛନ୍ତି ଖୋଦ୍‌ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଦାୟାଦ: ବ୍ରହ୍ମାଙ୍କ ପୁତ୍ର କାଶ୍ୟପଙ୍କ ପତ୍ନୀ କଦ୍ରୁଙ୍କ ଔରସରୁ ହିଁ ସର୍ପମାନେ ଜନ୍ମ ଲାଭ କରିଥିଲେ। ଭାରତୀୟମାନେ ବିଶ୍ବାସ କରିଥାନ୍ତି ଯେ ବାସୁକୀ ନାମକ ସର୍ପ ହିଁ ତା’ର ମସ୍ତକରେ ଏ ପୃଥିବୀକୁ ବହନ କରି ସମ୍ଭାଳି ରଖିଛି; ଭାରସାମ୍ୟ ରକ୍ଷାକରି ପୃଥିବୀ ପୃଷ୍ଠରେ ଜୀବଜଗତ୍‌କୁ ସୁରକ୍ଷିତ ରଖିବା ପାଇଁ ସେ ସତତ ଚେଷ୍ଟା କରିଥାଏ (ସେ ସାମାନ୍ୟ ହଲଚଲ ହେଲେ ଭୂମିକମ୍ପ ହୋଇଥାଏ)। କୃତଜ୍ଞ ଭାରତୀୟମାନେ‌ ତେଣୁ ନାଗ ପଞ୍ଚମୀରେ ସାପକୁ ପୂଜା କରିଥାନ୍ତି। ସାପୁଆ କେଳା ହେଉଛି ଏହି ସଂସ୍କୃତିର ଏକ ଅଂଶ, ଯିଏ ସାପମାନଙ୍କୁ ‌େକବଳ ମିତ୍ର ନୁହେଁ, ନିଜ ପରିବାରର ସଦସ୍ୟ ରୂପେ ଦେଖିଥାଏ। (୨୦୨୦ର ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କରେ ଗାଳ୍ପିକ ତରୁଣକାନ୍ତି ମିଶ୍ରଙ୍କର ଏକ ଭିନ୍ନ ସ୍ବାଦର ମର୍ମସ୍ପଶୀ ଗଳ୍ପ ‘ବାସୁ’ର ଅର୍ଜୁନ, ସୁଲତାନ୍‌, ରାଜକପୁର, କପିଳେନ୍ଦ୍ର ଦେବ ଆଦି ନାମ ବହନ କରୁଥିବା ସାପୁଆ କେଳା ବାଳକ ‘ବାସୁ’ର ପରିବାରର ସାପମାନଙ୍କ ଭଳି)। ପିଟର୍‌ ସିଙ୍ଗର୍‌ଙ୍କ ପରି ଦାର୍ଶନିକମାନେ ଦାବି କରି ଆସୁଥିବା ଭଳି ଏ ପୃଥିବୀ ଯେ କେବଳ ମନୁଷ୍ୟର ନୁହେଁ, ସବୁ ଜୀବମାନଙ୍କର, ଏହି ଆଦର୍ଶକୁ ଯଦି କେଉଁ ଦେଶ ବାସ୍ତବତାରେ ପରିଣତ କରିଥାଏ, ସେ ଦେଶ ହେଉଛି ଯେ ଭାରତ, ‘ଲା ଭାନ୍‌ଗାର୍ଡିଆ’ର କାର୍ଟୁନ୍‌ ସେଇ ସନ୍ଦେଶ ବହନ କରିଥାଏ। କାର୍ଟୁନ୍‌ଟି ତେଣୁ ଭାରତ ହାସଲ କରିଥିବା ଅର୍ଥନୈତିକ ସଫଳତାର ପ୍ରତିନିଧିତ୍ବ କରିବା ସଙ୍ଗେ ସଙ୍ଗେ ଅଙ୍କନକାରୀଙ୍କ ଅଜାଣତରେ ଭାରତର ଏହି ସାଂସ୍କୃତିକ ଉତ୍କର୍ଷର ସ୍ବାକ୍ଷର ମଧ୍ୟ ଯେ ବହନ କରିଥାଏ, ତାହା କେହି ଅସ୍ବୀକାର କରିପାରିବେ ନାହିଁ।
2022-11-27T07:48:32Z
https://sambad.in/editorial/avimata-editorial-108-896412/
OSCAR-2301
ଟେଷ୍ଟ ଫର୍ମାଟରେ ଦୀର୍ଘ ଦଶନ୍ଧି ଧରି ଦବଦବା ରଖି ଆସିଥିଲା ଅଷ୍ଟ୍ରେଲିଆ। ବିଶ୍ୱ କ୍ରିକେଟକୁ ଆଦମ ଗିଲଖ୍ରୀଷ୍ଟ, ଡନ୍ ବ୍ରାଡମ୍ୟାନ୍, ରିକି ପଣ୍ଟିଂ, ସେନ୍ ଓ୍ୱାର୍ଣ୍ଣ, ଗ୍ଲେନ୍ ମ୍ୟାକଗ୍ରାଥ୍, ବ୍ରେଟ ଲିଙ୍କ ଭଳି ଦିଗଜ ଖେଳାଳିଙ୍କୁ ଦେଇଛି। ଅଷ୍ଟ୍ରେଲିଆକୁ ଶୀର୍ଷ ସ୍ଥାନରେ ପହଞ୍ଚାଇଥିଲେ। କିନ୍ତୁ ଗତ କିଛି ବର୍ଷ ହେବ ଦଳର…
2022-12-04T19:58:14Z
http://www.bartamanodisha.com/tag/graeme-smith/
OSCAR-2301
ଯେଉଁ ସ୍ତ୍ରୀ ନିଜର ଏହି 5ଟି ଜିନିଷ ଅନ୍ୟ ସ୍ତ୍ରୀଙ୍କୁ ଦେଇଥାଏ ତାଙ୍କ ସ୍ଵାମୀଙ୍କ ଜୀବନ ଉପରେ ମାଡି ଆସେ ବିପଦ - Online 80 Media Skip to content December 8, 2022 Online 80 Media Odisha's No.1 News Portal ନ୍ଯୁଜ ବିଶେଷ ମନୋରଞ୍ଜନ ସ୍ୱାସ୍ଥ୍ୟ ଜୀବନଶୈଳୀ ନୀତିଶିକ୍ଷା ବାସ୍ତୁ ଟିପ୍ସ ଜ୍ୟୋତିଷ ରାଶିଫଳ Main Menu ଜ୍ୟୋତିଷ ଯେଉଁ ସ୍ତ୍ରୀ ନିଜର ଏହି 5ଟି ଜିନିଷ ଅନ୍ୟ ସ୍ତ୍ରୀଙ୍କୁ ଦେଇଥାଏ ତାଙ୍କ ସ୍ଵାମୀଙ୍କ ଜୀବନ ଉପରେ ମାଡି ଆସେ ବିପଦ July 31, 2021 - by Seema Patel - Leave a Comment ସନାତନ ଧର୍ମରେ ନାରୀକୁ ସ୍ୱୟଂ ଦେବୀଙ୍କ ଅବତାର ମାନନ୍ତି । ଏହି କାରଣ ହେଉଛି ଯେ ଘରେ ସୁଖ ଓ ଶାନ୍ତି ବଜାୟ ରଖିବାକୁ ହେଲେ ଘରର ନାରୀକୁ ସଠିକ ସମ୍ମାନ ଦେବା ଓ ଖୁସି ରଖିବା ଉଚ୍ଚିତ । ଯେଉଁ ଘରେ ନାରୀର ସମ୍ମାନ କରାଯାଏ ମା ଲଷ୍ମୀ ସେହି ଘରେ ସର୍ବଦା ନିଜର କୃପା ଦୃଷ୍ଟି ରଖୁଥାନ୍ତି । ବିବାହ ପରେ ଜଣେ ନାରୀ ର ଜୀବନ ଓ ମହତ୍ତ୍ଵ ଆହୁରି ବୃଦ୍ଧି ପାଇ ଥାଏ । ବିବାହ ପରେ ପୂରୁଷଠାରୁ ଅଧିକ ଆଦର ପାଇବା ଦରକାର କୁହାଯାଏ ଯେଉଁ ଘରେ ସ୍ତ୍ରୀ ର ଆଦର କରାଯାଏ ନାହିଁ ସେହି ଘରେ ମା ଲଷ୍ମୀ ବାସ କରନ୍ତି ନାହିଁ । କିନ୍ତୁ ହିନ୍ଦୁ ଧର୍ମର ଅନୁସାରେ ନାରୀ ମାନେ ଏପରି କିଛି କାର୍ଯ୍ୟ କରିବା କଥା ନୁହେଁ ଯାହା କି ତାଙ୍କ ସମ୍ମାନ ତଳେ ପକାଇବ ଓ ଘରେ ଅଶାନ୍ତି ଆଣି ଥାଏ । ପୁରାତନ ସମୟରେ ନାରୀ ମାନଙ୍କ ୧୬ ଟି ଜିନିଷ ରେ ସଜାଇ ହୋଇ ରହିବାକୁ ପଡୁଥିଲା । ଏହା ସେମାନଙ୍କ ପୁଞ୍ଜି ଥିଲା । ଏବେବ ଆଧୁନିକ ଦୁନିୟାରେ ନାରୀମାନେ ନିଜ ପୁରାତନ କଥାକୁ ଭୁଲି ଯାଉଛନ୍ତି । ଯେଉଁ ଘରର ନାରୀର ଗଳା ରେ ସ୍ୱର୍ଣ୍ଣ କିମ୍ବା ଚାନ୍ଦି ର । କୌଣସି ଅଳଙ୍କାର ନଥାଏ ସେହି ଘରେ ସର୍ବଦା ଦାରିଦ୍ରତା ଦେଖା ଦେଇଥାଏ । ଶାସ୍ତ୍ରରେ ନାରୀମାନଙ୍କୁ ଏପରି କିଛି ନିୟମ ମାନିବାକୁ ପଡିବ ଯାହାକି ତାଙ୍କ ବୈବାହିକ ଓ ପାରିବାରିକ ଜୀବନରେ ସୁଖ ସମୃଦ୍ଧି ଆଣିବ । କୌଣସି ମହିଳା କେବେବି କାହାକୁ ଭେଟି ଆକାର ରେ ଏହି ୫ ଟି ସୁହାଗ ଜିନିଷ ଦେବା ଉଚିତ ନୁହେଁ । ଏହା ଦ୍ୱାରା ସ୍ବାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଆସି ଯାଏ । ସିନ୍ଦୁର କେବେବି କୌଣସି ମହିଳା ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ ଘରେ କ୍ଳେଶ ଓ ଅଶାନ୍ତି ଆସି ଥାଏ । ବିବାହିତ ନାରୀଙ୍କ ପାଇଁ ସିନ୍ଦୁର ବହୁତ ମହତ୍ୱ ପୂର୍ଣ୍ଣ ଅଟେ । ସିନ୍ଦୁର ଲଗାଇବା ସମୟରେ ସର୍ବଦା ମୁଣ୍ଡରେ କାନି ରଖିକି ସିନ୍ଦୁର ପରିଧାନ କରିବେ । ନିଜ ବିବାହ ବସ୍ତ୍ର ବହୁତ ଖାସ ଅଟେ । କିନ୍ତୁ ବିବାହ ସମୟରେ ପରିଧାନ କରିଥିବା ବସ୍ତ୍ର କେବେବି କୌଣସି ଅନ୍ୟ ନାରୀକୁ ଦେବେନାହିଁ ଏହା ଫଳରେ ଆପଣଙ୍କ ସୌଭାଗ୍ୟ ଆପଣଙ୍କ ଠାରୁ ଦୂରେଇ ଯାଇଥାଏ । କଜଳ ନିଜ କଜଳ କେବେବି କୌଣସି ଅନ୍ୟ ନାରୀଙ୍କୁ ଦେବେ ନାହିଁ ଏହା କରିବା ଦ୍ୱାରା ଏପରି କୁହାଯାଏ କି ସେହି ନାରୀଙ୍କ ର ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଥିବା ପ୍ରେମ କମି ଯାଇଥାଏ । ବୈଜ୍ଞାନିକ ମାନେ ମଧ୍ୟ କୁହନ୍ତି କି ଅନ୍ୟ କାହା କଜଳ ବ୍ୟବହାର କରିବା ଦ୍ୱାରା ଆଖି ଜନିତ ସମସ୍ୟା ଦେଖା ଦେଇଥାଏ । ଚୁଡି ନିଜ ଚୁଡି କେବେବି ଅନ୍ୟ ସଧବା ନାରୀଙ୍କୁ ଦେବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଅନ୍ୟ ନାରୀଙ୍କ ନିକଟକୁ ଚାଲି ଯାଇ ଥାଏ । ଆପଣ ନିଜ ଟିକିଲି ଅନ୍ୟ କେଉଁ ସ୍ତ୍ରୀ କୁ ଦେବେ ନାହିଁ ଏପରି କରିବା ଦ୍ୱାରା କୁହାଯାଏ କି ସ୍ୱାମୀ ର ଆୟୁ କମି ଯାଇଥାଏ । ଯଦି ଜରୁରୀ ରେ ଆପଣଙ୍କୁ ନିଜ ଟିକିଲି ଦେବାକୁ ପଡିବ ତେବେ ଆପଣ ଦେବା ଆଗରୁ ଟିକିଲି କୁ ପାଣି ବା କୌଣସି ଗଛର ପତ୍ର ରେ ଲଗାଇ କି ତା ପରେ ପତ୍ର ସହ ଦେଇ ଦେବେ । ଏପରି କରିବା ଦ୍ୱାରା ଆପଣ ଆଗାମୀ ସମସ୍ୟା ଠାରୁ ଦୂର ରେ ରହିବେ । Related Posts ଗୃହରେ ବୁଢିଆଣୀ ଜାଲର ଅର୍ଥ କଣ ? ଶୁଭ ନା ଅଶୁଭ December 7, 2022 ଧନୁ ରାଶିର ବ୍ୟକ୍ତି ଆପଣଙ୍କ ପାଖରେ ଅଛନ୍ତି ତ ଏହାକୁ ଥରେ ନିହାତି ଦେଖନ୍ତୁ- Jyotisha Shastra December 7, 2022 December 7, 2022 ଭଗବାନ ଶିବଙ୍କ ବାପା ଏବଂ ମା କିଏ ଅଟନ୍ତି ? Shiva Purana December 7, 2022 Post navigation Previous Article Jyotish Shastra- ବହୁତ କନ୍ଦେଇଲା ଭାଗ୍ୟ, କିନ୍ତୁ ଏବେ 33 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ଶନିଦେବ
2022-12-07T23:26:18Z
https://online80media.com/jeun-stri-nijar-ehi-pancha-ti-jinisa/
OSCAR-2301
କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। ମଡର୍ଣ୍ଣ କ୍ରିକେଟର ବାଦଶାହ ବିରାଟ କୋହଲି। ରନ୍ ଭୋକିଲା ବିରାଟ ଏହା ଭିତରେ ସଚିନଙ୍କୁ ପଛରେ ଅନେକ ରେକର୍ଡ ନିଜ ନାଁରେ ଯୋଡ଼ି ସାରିଲେଣି। ବିଶ୍ୱ କ୍ରିକେଟର ଯଦି କେହି ସଚିନଙ୍କ ରେକର୍ଡ ବରାବର ହେବାରେ ସକ୍ଷମ, ଆଗରେ ଆସୁଛି କୋହଲିଙ୍କ ନାଁ। ସଚିନ ଶତକରେ ସେଞ୍ଚୁରୀ ହାସଲ କରିଛନ୍ତି। ବିରାଟ ଯେଭଳି ଏଗ୍ରିସିଭ କ୍ରିକେଟ ଖେଳୁଛନ୍ତି ଓ ବର୍ତ୍ତମାନ ଫର୍ମ ବଜାୟ ରଖିଲେ ସଚିନଙ୍କ ସେଞ୍ଚୁରୀରେ ସେଞ୍ଚୁରୀ ରେକର୍ଡକୁ ପାର କରିବାରେ ବେଶୀ ସମୟ ତାଙ୍କୁ ଲାଗିବନି। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୬୪ଟି ଶତକ ଅଧିକାରୀ। ଖେଳିଛନ୍ତି ୭୭ଟି ଟେଷ୍ଟ ଓ ୨୨୨ ଦିନିକିଆ। ସଚିନଙ୍କ ଠାରୁ ମାତ୍ର ୩୭ଟି ଶତକ ପଛରେ ରହିଛନ୍ତି କୋହଲି। ଭାରତୀୟ କ୍ରିକେଟର ଦୁଇ ମହାନ ତାରକାଙ୍କୁ ନେଇ ଏବେ ବିତର୍କ। ସଚିନ ନା କୋହଲି, କିଏ ବେଷ୍ଟ? ବିଶ୍ୱର କ୍ରିକେଟ ହସ୍ତୀ ବି ଆକଳନ କରି ପାରୁନାହାନ୍ତି। କାହାକୁ ବେଶୀ କ୍ରେଡିଟ୍ ଯିବ? ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ୍ ଓ୍ୱାର୍ଣ୍ଣଙ୍କ ମତରେ, ଏମିତି ଆକଳନ କରିବା ମୁସ୍କିଲ। କାରଣ ଜଣେ ଖେଳୁଛନ୍ତି, ଅନ୍ୟଜଣେ କ୍ରିକେଟକୁ ବାଏ ବାଏ କହିଛନ୍ତି। ସେହିପରି ନିଜ ନିଜ ପିଢ଼ିରେ ସଚିନ ଓ କୋହଲି ଦମଦାର କ୍ରିକେଟ ଖେଳିଛନ୍ତି। ମ୍ୟାଚ୍ ଓ୍ୱିନର ଇନିଂସ ଖେଳିଛନ୍ତି। ଭାରତକୁ ଅନେକ ସିରିଜରେ ବିଜୟୀ କରାଇବାରେ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ସଚିନଙ୍କ ଜମାନା ଅପେକ୍ଷା ବର୍ତ୍ତମାନ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଲା ଭଳି ପରିବେଶ କରାଯାଉଛି। କ୍ରିକେଟ ଖେଳିବା ଶୈଳୀ ବଦଳିଛି। ଏକଥା ବି ସତ ଯେ, ବର୍ତ୍ତମାନର ଜଣେ କ୍ରିକେଟରଙ୍କ ପ୍ରଦର୍ଶନ ଆଧାରରେ ଭବିଷ୍ୟତକୁ ବିଚାର କରିବା କଷ୍ଟସାଧ୍ୟ। ସେହିପରି ଜଣେ କିମ୍ବଦନ୍ତୀଙ୍କ ସହ ତୁଳନା ବି କରିବା ଆହୁରି କାଠିକର ପାଠ। ନବେ ଦଶକର ମହାନ କ୍ରିକେଟର ସଚିନ ତେନ୍ଦୁଲକର। ସେନ୍ ଓ୍ୱାର୍ଣ୍ଣ କହିଛନ୍ତି, ସଚିନ ଖେଳିବା ବେଳେ ସମସାମୟିକ ବୋଲର ଥିଲେ ଓ୍ୱାସିମ୍ ଆକ୍ରମ, କର୍ଟଲି ଆମ୍ବ୍ରୋସ, କର୍ଟନି ଓ୍ୱାଲସ୍, ମ୍ୟାକଗ୍ରାଥ୍, ସାକଲିନ୍ ମୁସ୍ତାଫା, ଡାନିଏଲ୍ ଭେଟୋରି, ମୁଥେୟା ମୁରଲୀଧରନ୍, ଆଲାନ୍ ଡୋନାଲ୍ଡ, ଏମ୍, ଆସିଫ୍ ଓ ସେ ନିଜେ। ବିଭିନ୍ନ ଟିମର କିମ୍ବଦନ୍ତୀ ଓ ସ୍ପେଶାଲିଷ୍ଟ ବୋଲରଙ୍କୁ ସାମନା କରିଥିଲେ ସଚିନ। କିନ୍ତୁ ବର୍ତ୍ତମାନ ବୋଧେ ବିଶ୍ୱରେ ସେଭଳି ଫାଷ୍ଟ କି ସ୍ପିନ୍ ବୋଲର ନାହାନ୍ତି। କୋହଲିଙ୍କ ସମୟରେ ମାଇକେଲ୍ ଜନସନ୍, ମହମ୍ମଦ ଆମୀର, ଲାସିଥ ମାଲିଙ୍ଗା, ମିଚେଲ୍ ଷ୍ଟାର୍କ, ଜେମ୍ସ ଆଣ୍ଡରେସନ୍, ମନି ମର୍କେଲଙ୍କ ଭଳି କିଛି ବୋଲରଙ୍କ ପ୍ରଭାବ ରହିଛି। ନବେ ଦଶକ ଓ ଏବେକାର ବୋଲରଙ୍କ ମଧ୍ୟରେ ଅନେକ ଫରକ। ଇତିହାସ କହୁଛି, ୧୯୮୯-୨୦୦୭ ମଧ୍ୟରେ ଟିମ୍ ଇଣ୍ଡିଆ ଡୋମିନାଣ୍ଟ କ୍ରିକେଟ ଖେଳୁ ନଥିଲା। ସେତେବେଳେ ସଚିନଙ୍କ ଉପରେ ପ୍ରେସର ରହୁଥିଲା। ସେ ରନ୍ କଲେ ବି ଦଳ ଜିତି ନପାରିଲେ ବଦନାମ ହେଉଥିଲେ ସଚିନ। କିନ୍ତୁ ବର୍ତ୍ତମାନ ଇଣ୍ଡିଆ ବିପକ୍ଷରେ ଅନ୍ୟ ଟିମ୍ ପ୍ରେସରରେ ଖେଳୁଛନ୍ତି। ତେଣୁ କୋହଲିଙ୍କୁ ଭଲ ପ୍ଲାଟଫର୍ମ ମିଳୁଛି। ଖେଳି ପାରୁଛନ୍ତି ହାତଖୋଲା ସର୍ଟ। ବର୍ତ୍ତମାନ ସମୟରେ ବିଶ୍ୱ କ୍ରିକେଟର ପାଓ୍ୱାର ହାଉସ ହୋଇଛି ଟିମ୍ ଇଣ୍ଡିଆ। ଦୁର୍ବଳ ପଡ଼ି ଗଲେଣି ସଚିନଙ୍କ ଜମାନାରେ କ୍ରିକେଟକୁ ନିଜ ହାତମୁଠାରେ ରଖିଥିବା ଅଷ୍ଟ୍ରେଲିଆ, ଓ୍ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ପାକିସ୍ତାନ ଭଳି ଶକ୍ତିଶାଳୀ ଟିମ୍। କ୍ରିକେଟ ଖେଳିବା ଧାରାରେ ପରିବର୍ତ୍ତନ ଆସିଛି। ୨୦୦୪-୨୦୦୫ରେ ୧୫ ଓଭରରେ କେବଳ ଗୋଟିଏ ବାଧ୍ୟତାମୂଳକ ପାଓ୍ୱାର ପ୍ଲେ ଥିଲା। ତାପରେ କେବଳ ୩୦ ୟାର୍ଡ ସର୍କିଲ୍ ବାହାରେ ରହୁଥିଲେ ୫ ଜଣ ଫିଲଡର। ବାଉଣ୍ଡ୍ରି ଲାଇନ୍ ୭୦-୮୦ ମିଟର ହେଉ ନଥିଲା। ବର୍ତ୍ତମାନ କ୍ରିକେଟରେ ଗୋଟିଏ ବି ରିଭର୍ସ ସୁଇଂ ଦେଖିବାକୁ ମିଳୁନାହିଁ। ଡିଆରଏସ୍ ବ୍ୟବସ୍ଥା ୨୦୦୮ ପରେ ଲାଗୁ ହେଲା। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପିଚଗୁଡ଼ିକ ବ୍ୟାଟିଂ ଫ୍ରେଣ୍ଡଲିଂ ହୋଇଛି। ତେଣୁ ସଚିନ ଖେଳୁଥିବା ପିଚରେ ଅଧିକ ରନ୍ ହେଉନଥିଲା। ଏବେ କୋହଲି ବ୍ୟାଟିଂ ଫ୍ରେଣ୍ଡଲିଂ ପରିବେଶରେ ଖେଳୁଛନ୍ତି। ତେଣୁ ସେନ୍ ଓ୍ୱାର୍ଣ୍ଣଙ୍କ ମତରେ, ଜଣେ କ୍ରିକେଟରଙ୍କୁ କ୍ୟାରିଅର ଶେଷ ହେବା ପରେ ମପା ଯାଇପାରିବ। କୋହଲିଙ୍କ କ୍ଷେତ୍ରରେ ବି ସେହି ମାନଦଣ୍ଡ ରଖିଛନ୍ତି ସେନ୍ ଓ୍ୱାର୍ଣ୍ଣ। ବିରାଟ କୋହଲି ବର୍ତ୍ତମାନ କ୍ରିକେଟର ତିନିଟି ଯାକ ଫର୍ମଟାରେ ଟିମ ଇଣ୍ଡିଆର ଅଧିନାୟକ ଅଛନ୍ତି। ବର୍ଷ ୨୦୧୮ ପାଇଁ ସେ ହୋଇଛନ୍ତି ଆଇସିସି କ୍ରିକେଟର ଅଫ୍ ଦି ଇୟର। ଏହାସହ ଆଇସିସି ଦିନିକିଆ ଓ ଟେଷ୍ଟ ଟିମର କ୍ୟାପଟେନ୍ ହୋଇଛନ୍ତି ବିରାଟ। ୭୭ଟି ଟେଷ୍ଟରୁ ୬୬୧୩ରନ୍ ଓ ୨୨ ଦିନିକିଆରେ ସଂଗ୍ରହ କରିଛନ୍ତି ୧୦୫୩୩ ରନ୍। ଦ୍ରୁତତମ ୧୦ ହଜାର ରନ୍ କରିବାରେ ସେ ସଚିନଙ୍କ ରେକର୍ଡକୁ କାଟିଛନ୍ତି।
2022-12-01T07:53:21Z
https://www.bartamanodisha.com/who-is-best-cricketer-sachin-or-kohli/
OSCAR-2301
ବର୍ତ୍ତମାନ ସାମ୍ପୁ କୁ ନେଇ ଏକ ବଡ଼ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।ଆପଣମାନେ ସାମ୍ପୁ ବ୍ୟବହାର କରୁଛନ୍ତି କି?ଯଦି ଆପଣ ସାମ୍ପୁ ବ୍ୟବହାର କରୁଛନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ। କାରଣ ଯେଉଁ ମାନେ ସାମ୍ପୁ ବ୍ୟବହାର କରୁଛନ୍ତି ତାଙ୍କ ପାଇଁ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି।ସାମ୍ପୁ ବ୍ୟବହାର ଦ୍ଵାରା ହୋଇପାରେ କ୍ୟାନସର ରୋଗ।ଏହା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କଥା ଶୁଣିବା ପରେ ସମସ୍ତେ ଭୟଭୀତ ହୋଇ ପଡିଛନ୍ତି।କିନ୍ତୁ ଆଉ କିଛି ବ୍ୟକ୍ତି ଏହି ଖବର ଶୁଣିବା ପରେ ହସି କରି ଉଡାଇ ଦେଉଛନ୍ତି।ସାମ୍ପୁ ରେ ଥିବା ବେଞ୍ଜିନ୍ ଦ୍ଵାରା ମଣିଷ କୁ କ୍ୟାନସର ହୋଇପାରେ ବୋଲି ସୂଚନା ମିଳିଛି। ଏହି କଥା ଜଣାଶୁଣା କମ୍ପାନୀ ୟୁନିଲିଭର ଏକାଧିକ ସାମ୍ପୁ ରେ କ୍ୟାନସର ସୃଷ୍ଟି କରି କେମିକାଲ ଥିବା ଜଣାପଡିଛି।ଆମେରିକା ବଜାରରୁ ଉତ୍ପାଦ ଫେରାଇ ଆଣିଛନ୍ତିୟୁନିଲିଭର କମ୍ପାନୀ। ରିପୋର୍ଟ୍ ଅନୁସାରେ ଏଥିରେ ବେଞ୍ଜିନ୍ ଥିବା ଜଣାପଡିଛି।୨୦୨୧ ମସିହାରେ ଏହି ସାମ୍ପୁ ଗୁଡ଼ିକ ତିଆରି ହୋଇଥିଲା।ଏବଂ ସମଗ୍ର ଦେଶକୁ ବିକ୍ରୟ ପାଇଁ ଦିଆଯାଇଥିଲା। ବେଞ୍ଜିନ୍ ଦ୍ଵାରା ମଣିଷ ଙ୍କୁ କ୍ୟାନ୍ସର ହୋଇପାରେ।ବେଞ୍ଜିନ୍ ଅନେକ ଉପାୟରେ ମଣିଷ ଙ୍କ ଶରୀରରେ ପ୍ରବେଶ କରିପାରେ।ଏହା ଚର୍ମ, ନାକ ଓ ପାଟି ଦେଇ ଯାଇ ପାରିବ ବୋଲି କୁହାଯାଇଛି।ଏଥିରେ ବ୍ଲଡ଼ କ୍ୟାନ୍ସର ହୋଇପାରେ ବୋଲି ସମ୍ଭାବନା ରହିଛି। ଲୋକମାନେ ଏଭଳି ଉତ୍ପାଦ ବଜାରରେ ବନ୍ଦ କରିବା ଦରକାର। ଏବଂ ସମସ୍ତେ ନିଜ ଟଙ୍କା ଫେରସ୍ତ ପାଇବା ପାଇଁ ୟୁନିଲିଭର ୱେବ୍ ସାଇଟ୍ ର ସହାୟତା ନେଇ ପାରିବେ। କିନ୍ତୁ ଏନେଇ ୟୁନିଲିଭର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।ବର୍ତ୍ତମାନ ସମୟରେ ଏହି ଘଟଣାଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଦର୍ଶକ ମାନେ ଏହି ଖବର ଦେଖିବା ପରେ ଭୟଭୀତ ହୋଇ ପଡିଛନ୍ତି।ସତର୍କ ରହିବାକୁ କୁହାଯାଇଛି।
2022-12-01T05:52:20Z
https://www.online16media.com/world-news/Viral-news-about-sampo/cid9026497.htm
OSCAR-2301
ନୂଆଦିଲ୍ଲୀ: ଦେଶରେ ଏବେ ସଂକ୍ରମଣ ହାର ଓ ମୃତ୍ୟୁସଂଖ୍ୟା କମିଛି । ଧୀରେ ଧୀରେ ସ୍ଥିତି ସୁଧୁରିବାରେ ଲାଗିଛି । ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି କିନ୍ତୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୪୨ ଜଣ କରୋନା ଜନିତ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୨୯,୪୫,୧୬୦ ରେ ପହଞ୍ଚିଛି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୧୪,୩୮୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୪,୯୪୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ସୁସ୍ଥତା ସଂଖ୍ୟା ୪,୨୩,୫୩,୬୨୦ରେ ପହଂଚିଛି । ଅନ୍ୟପଟେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭୧୫୨୦। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ସୂଚନା ମିଳିଛି ।
2022-12-04T16:25:59Z
https://odianews.reporterstoday.com/today-corona-update-of-india-20/
OSCAR-2301
ହନୁମାନଜୀ ଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ତେବେ ମଙ୍ଗଳବାରକୁ ଓ ଶନିବାରକୁ ଭୁଲ୍ ରେ ବି କରନ୍ତୁ ନାହିଁ ଏହି ୭ ଟି କାମ - ସମସ୍ତେ ନିଶ୍ଚୟ ଜାଣିରଖନ୍ତୁ.. - OdiaExpress Skip to content Top Menu December 1, 2022 Privacy Policy Disclaimer OdiaExpress Entertenment SPECIAL Astrology Cricket News Hasa Katha Search for: Main Menu SPECIAL ହନୁମାନଜୀ ଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ତେବେ ମଙ୍ଗଳବାରକୁ ଓ ଶନିବାରକୁ ଭୁଲ୍ ରେ ବି କରନ୍ତୁ ନାହିଁ ଏହି ୭ ଟି କାମ – ସମସ୍ତେ ନିଶ୍ଚୟ ଜାଣିରଖନ୍ତୁ.. June 18, 2019 - by Odia Express - Leave a Comment ହିନ୍ଦୁ ଧର୍ମରେ ଏମିତି କୁହାଯାଇଛି କି ସବୁ ଦେବୀ ଦେବତାଙ୍କ ମଧ୍ୟରେ ହନୁମାନଜୀ ଏମିତି ଭଗବାନ ଅଟନ୍ତି ଯାହାଙ୍କ ପୁଜା କରିଲେ ସେ ଜଲଦି ଶୁଣିଥାନ୍ତି , ବଜରଙ୍ଗବାଲୀଙ୍କୁ ସଙ୍କଟମୋଚନ କୁହାଯାଇଥାଏ , କାରଣ ସେ ବିପଦ ହରି ନେଇଥାନ୍ତି , ଓ ତାଙ୍କର ଜପ କରିଲେ ବଡରୁ ବଡ ଅସୁବିଧା ଦୂର ହୋଇଯାଏ , ଶାସ୍ତ୍ରର ଓ ପୁରାଣରେ ହନୁମାନଙ୍କୁ ପ୍ରସନ୍ନ କରିବାକୁ ହେଲେ ବହୁତ ସାରା କଥା ଲେଖାଯାଇଛି ସେହି ମଧ୍ୟରୁ ଦୁଇଦିନ ମଙ୍ଗଳବାର କୁ ହନୁମାନଜୀଙ୍କୁ ପ୍ରସନ୍ନ କରିବାପାଇଁ ଭଲ ଦିନ ହୋଇଥାଏ , ଶନିବାର ଦିନ ଶନିଦେବଙ୍କ ପୁଜା କରିଲେ ବହୁତ ହିଁ ଶୁଭ ହୋଇଥାଏ , କାରଣ ଶନିଦେବ କେବଳ ହନୁମାନଜୀଙ୍କ ଠାରୁ ହାରି ପାରିବେ , ଏଥିପାଇଁ ଲୋକେ ହନୁମାନଜୀଙ୍କୁ ଆରଧନା ଶନିବାର ଦିନ କରନ୍ତି , ହନୁମାନଜୀଙ୍କୁ ପ୍ରସନ୍ନ କରିବାକୁ ହେଲେ ମଙ୍ଗଳବାର ଓ ଶନିବାର ଦିନ ଏହି ୭ ଟି କାମ କେବେ ବି କରିବା ଉଚିତ୍ ନୁହେଁ , ୧) ମଙ୍ଗଳବାର ଦିନ ଓ ଶନିବାର ଦିନ ହନୁମାନ ଭକ୍ତ ଭୁଲ୍ ରେ ବି କଳା ଓ ଧଳା କପଡାକୁ ପିନ୍ଧିକରି ହନୁମାନଙ୍କ ପୁଜା କରିବା ଉଚିତ୍ ନୁହେଁ । ହନୁମାନଜୀଙ୍କୁ ଲାଲ କିମ୍ବା କେଶରୀ ରଙ୍ଗ ହି ଭଲ ଲାଗିଥାଏ , ଏଥିପାଇଁ ତାଙ୍କର ଏହି ରଙ୍ଗ ସହ ପୁଜା କରିବା ଉଚିତ୍ । ୨) ହନୁମାନଜୀଙ୍କୁ ପ୍ରସନ୍ନ କରିବାକୁ ଯାଇ ବହୁତ ଲୋକ ଏହି ଦିନରେ ବ୍ରତ ରଖିଥାନ୍ତି , ଏମିତିରେ ଭକ୍ତମାନେ ଏହି ଦିନରେ ବ୍ରତ ଓ ଲୁଣ ସେବନ କରିବା ଉଚିତ୍ ନୁହେଁ । ୩) ଏମିତିରେ ମଙ୍ଗଳବାର ଓ ଶନିବାର ଦିନ ବ୍ରତ ରଖୁଥିଲେ ତେବେ ଘରର ଆଖପାଖରେ ମନ୍ଦିରକୁ ଯାଇକରି ତାଙ୍କୁ ଦର୍ଶନ କରିବା ଉଚିତ୍ ଅଟେ , ବିନା ଦର୍ଶନରେ ବ୍ରତ ପାରଣ କରିବା ବ୍ରତ ଅଧୁରା ମାନିବା ସହ ସମାନ ହୋଇଥାଏ । ୪) ହନୁମାନଜୀଙ୍କ ବ୍ରତ ରଖନ୍ତୁ କିମ୍ବା ନ ରଖନ୍ତୁ , କିନ୍ତୁ ଯଦି ଆପଣଙ୍କ ଆସ୍ଥା ବଜରଙ୍ଗବାଲୀଙ୍କ ସହ ଅଛି ତେବେ ସେହି ଦିନ ମାଂସ ମଦ ସେବନ କରିବେ ନାହିଁ , ଏମିତି କରିବା ଲୋକଙ୍କର ବିଲକୁଲ୍ ପସନ୍ଦ ଆସେ ନାହିଁ । ୫) ଯଦି ଆପଣଙ୍କ ମନ କେଉଁ କାରଣ ପାଇଁ ଠିକ୍ ନାହିଁ ତେବେ ଆପଣଙ୍କ ମନକୁ ଶାନ୍ତି ପାଇଂ ହନୁମାନଙ୍କ ପୁଜା କରିବା ଭଲ ହୋଇଥାଏ , ଶାନ୍ତ ମନ ଓ ଶ୍ରଦ୍ଧା ପୂର୍ବକ ପୁଜା ହନୁମାନଜୀଙ୍କ ପ୍ରସନ୍ନ କରିବ ଦ୍ୱାରା ଭଲ ସାଧନ ହୋଇଥାଏ , ଯେଉଁ ଭକ୍ତ ଜରୁର୍ ଏହାକୁ କରିବା ଉଚିତ୍ । ୬) ହନୁମାନଜୀଙ୍କ ପୁଜା ସମୟରେ ତାଙ୍କୁ ପ୍ରସାଦ ସ୍ୱରୁପ ଚରଣାମୃତ ଚଢାଇବା ଉଚିତ୍ , ତାଙ୍କୁ ବେସନ କିମ୍ବା ବୁନ୍ଦି ଲଡୁ ଚଢାଇଲେ ସେ ପ୍ରସନ୍ନ ହୋଇଥାନ୍ତି । ୭) ଶାସ୍ତ୍ରର ମୁତାବିକ ଭଙ୍ଗା ମୂର୍ତ୍ତି ପୁଜା କରିବା ବର୍ଜିତ ଅଛି । ଏହାପାଇଁ ଆପଣଙ୍କୁ ଭୁଲ୍ ରେ ଘରର ଏପରି ଜାଗାରେ ରଖିବା ଉଚିତ୍ ନୁହେଁ ଯେଉଁଠି ସେ ସ୍ଥାନିତ ହେବା ଉଚିତ୍ ନୁହେଁ , କିମ୍ବା ପୁଜା କରିବା ଅନୁଚିତ୍ , ଏହା ଦ୍ୱାରା ଫଳ ପ୍ରାପ୍ତି ହୁଏ ନାହିଁ । Related Posts Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି… November 1, 2022 ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଘରୋଇ Remedy,ଘରେ ବସି ବସି ଏହି ଉପାୟ କରନ୍ତୁ ଆଜି… October 27, 2022 କଳା କୁକୁର (Black Dog) ପାଳନ କଲେ ଘରେ କେଉଁ ସମସ୍ୟା ର ସମାଧାନ ମିଳେ,ଜାଣିରଖନ୍ତୁ ଏ ବିଷୟରେ ବାସ୍ତୁଶାସ୍ତ୍ର କଣ କହୁଛି… August 22, 2022 Post navigation Previous Article ଏଭଳି ଛୋଟ ଡ୍ରେସ ପିନ୍ଧି କାରରୁ ଓଲ୍ହାଇବାର ଦେଖା ଗଲେ ବଲିଉଡ ହିରୋଇନ ରକୁଲ ପ୍ରୀତ, ଲୋକ କହିଲେ – ପ୍ୟାଣ୍ଟ ପିନ୍ଧିବା ଭୁଲିଯାଇଛନ୍ତି ବୋଧେ.. Next Article ପୋଡି ହୋଇଯିବା କାରଣରୁ କାଟିବାକୁ ପଡିଲା କନ୍ୟାର ହାତ ଓ ଗୋଡ , ହେବାକୁ ଥିବା ସ୍ୱାମୀ କହିଲା ବିବାହ କରିବି ଓ ଜୀବନ ସାରା ଖୁସି ରେ ରଖିବି କାରଣ.. About Odia Express View all posts by Odia Express → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Search for: Recent Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି…
2022-12-06T01:17:17Z
https://www.odiaexpress.net/2019/06/18/right-way-worship-of-hanuman-ji/
OSCAR-2301
ପରିବର୍ତ୍ତନଶୀଳ ଟାୟାର ନିକଟ ଭବିଷ୍ୟତରେ, ବ electric ଦ୍ୟୁତିକ ପରିବହନ ବିକାଶର ଅଭିବୃଦ୍ଧି ଦ୍ୱାରରେ ଅଛି | ଏକ କାର୍ ପାର୍ଟ ନିର୍ମାତା ଭାବରେ, ମ୍ୟାକ୍ସକ୍ସିସ୍ ଚିନ୍ତା କରେ ଯେ ଏହା କିପରି ସମ୍ଭବ ସ୍ମାର୍ଟ ସିଷ୍ଟମ୍ ଡିଜାଇନ୍ କରିପାରିବ ଯାହା ଏହି ଧାରାରେ ଅଂଶଗ୍ରହଣ କରିପାରିବ ଏବଂ ଏହାକୁ ତ୍ୱରାନ୍ୱିତ କରିବାରେ ମଧ୍ୟ ସାହାଯ୍ୟ କରିବ | ଆବଶ୍ୟକତା ପାଇଁ ଟି ରଜର ଏକ ସ୍ମାର୍ଟ ଟାୟାର | ଏହାର ବିଲ୍ଟ-ଇନ୍ ସେନ୍ସରଗୁଡ଼ିକ ସକ୍ରିୟ ଭାବରେ ବିଭିନ୍ନ ଡ୍ରାଇଭିଂ ଅବସ୍ଥା ଚିହ୍ନଟ କରେ ଏବଂ ଟାୟାରକୁ ରୂପାନ୍ତର କରିବା ପାଇଁ ସକ୍ରିୟ ସଙ୍କେତ ପ୍ରଦାନ କରେ | ବର୍ଦ୍ଧିତ ଟ୍ରାଡଗୁଡିକ ସଂକେତର ପ୍ରତିକ୍ରିୟାରେ ଯୋଗାଯୋଗ କ୍ଷେତ୍ରକୁ ବିସ୍ତାର କରିଥାଏ ଏବଂ ପରିବର୍ତ୍ତନ କରିଥାଏ, ତେଣୁ ଟ୍ରାକ୍ସନ୍ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ | ପ reading ିବା ଜାରି ରଖ | ବିଳାସପୂର୍ଣ୍ଣ ହାଇବ୍ରିଡ୍ ପିଆନୋ Exxeo ଗୁରୁବାର 1 ଡିସେମ୍ବର 2022 ବିଳାସପୂର୍ଣ୍ଣ ହାଇବ୍ରିଡ୍ ପିଆନୋ EXXEO ସମସାମୟିକ ସ୍ଥାନ ପାଇଁ ଏକ ଏଲିଗାଣ୍ଟ ହାଇବ୍ରିଡ୍ ପିଆନୋ | ଏହା ଅନନ୍ୟ ଆକୃତି ଶବ୍ଦ ତରଙ୍ଗର ତିନୋଟି ଡାଇମେନ୍ସନାଲ୍ ଫ୍ୟୁଜନ୍ କୁ ଧାରଣ କରେ | ଗ୍ରାହକମାନେ ସେମାନଙ୍କର ପିଆନୋକୁ ଏକ ସଜବାଜ ଆର୍ଟ ଖଣ୍ଡ ଭାବରେ ଏହାର ଆଖପାଖ ସହିତ ସୁସମ୍ପର୍କ ରଖିବା ପାଇଁ ସଂପୂର୍ଣ୍ଣ କଷ୍ଟମାଇଜ୍ କରିପାରିବେ | ଏହି ଉଚ୍ଚ-ବ tech ଷୟିକ ପିଆନୋ କାର୍ବନ ଫାଇବର, ପ୍ରିମିୟମ୍ ଅଟୋମୋବାଇଲ୍ ଚମଡା ଏବଂ ଏରୋସ୍ପେସ୍ ଗ୍ରେଡ୍ ଆଲୁମିନିୟମ୍ ପରି ବିଦେଶୀ ସାମଗ୍ରୀରୁ ନିର୍ମିତ | ଉନ୍ନତ ସାଉଣ୍ଡବୋର୍ଡ ସ୍ପିକର ସିଷ୍ଟମ୍; 200 ୱାଟ, 9 ସ୍ପିକର ସାଉଣ୍ଡ ସିଷ୍ଟମ ମାଧ୍ୟମରେ ଗ୍ରାଣ୍ଡ ପିଆନୋର ବିସ୍ତୃତ ଗତିଶୀଳ ପରିସର ସୃଷ୍ଟି କରେ | ଏହା ଉତ୍ସର୍ଗୀକୃତ ବିଲ୍ଟ-ଇନ୍ ବ୍ୟାଟେରୀ ପିଆନୋକୁ ଗୋଟିଏ ଚାର୍ଜରେ 20 ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ | ପ reading ିବା ଜାରି ରଖ | ଆତିଥ୍ୟ କମ୍ପ୍ଲେକ୍ସ Serenity Suites ବୁଧବାର 30 ନଭେମ୍ବର 2022 ଆତିଥ୍ୟ କମ୍ପ୍ଲେକ୍ସ ଗ୍ରୀସର ଚଲକିଡିକିର ନିକୋତି, ସାଇଥୋନିଆ ବସ୍ତିରେ ସେରେନିଟି ସୁଇଟ୍ ଅଛି | କୋଡ଼ିଏଟି ସୁଇଟ୍ ଏବଂ ଏକ ସୁଇମିଂ ପୁଲ୍ ସହିତ ତିନୋଟି ୟୁନିଟ୍ ଗଠିତ | ବିଲଡିଂ ୟୁନିଟ୍ ଗୁଡିକ ସମୁଦ୍ର ଆଡକୁ ଉତ୍କୃଷ୍ଟ ଦୃଶ୍ୟ ପ୍ରଦାନ କରୁଥିବାବେଳେ ସ୍ଥାନିକ ରାଶିର ଏକ ଗଭୀର ଆକୃତି ଚିହ୍ନିତ କରେ | ରହିବା ଏବଂ ସର୍ବସାଧାରଣ ସୁବିଧା ମଧ୍ୟରେ ସୁଇମିଂ ପୁଲ୍ ହେଉଛି ମୂଳ | ଆତିଥ୍ୟ କମ୍ପ୍ଲେକ୍ସ ଏହି ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରେ, ଯେପରି ଆଭ୍ୟନ୍ତରୀଣ ଗୁଣ ସହିତ ଏକ ଅତିରିକ୍ତ ଶେଲ୍ | ପ reading ିବା ଜାରି ରଖ | Uv ଷ୍ଟେରିଲାଇଜର Sun Waves ମଙ୍ଗଳବାର 29 ନଭେମ୍ବର 2022 Uv ଷ୍ଟେରିଲାଇଜର ସନ୍ ୱେଭ୍ ହେଉଛି ଏକ ଷ୍ଟେରିଲାଇଜର୍ ଯାହାକି ମାତ୍ର 8 ସେକେଣ୍ଡରେ ଜୀବାଣୁ, ଛାଞ୍ଚ, ଜୀବାଣୁ ଏବଂ ଜୀବାଣୁ ଦୂର କରିବାରେ ସକ୍ଷମ | କଫି କପ୍ କିମ୍ବା ସସ୍ ଭଳି ପୃଷ୍ଠରେ ଥିବା ବ୍ୟାକ୍ଟେରିଆ ଭାରକୁ ଭାଙ୍ଗିବା ପାଇଁ ପରିକଳ୍ପନା କରାଯାଇଛି | ସୁରକ୍ଷିତ ଭାବରେ କାଫେରେ ଚା ପିଇବା ଭଳି ଅଙ୍ଗଭଙ୍ଗୀକୁ ଉପଭୋଗ କରିବା ପାଇଁ COVID-19 ବର୍ଷର ଦୁ ight ଖକୁ ଦୃଷ୍ଟିରେ ରଖି ସନ୍ ୱେଭ୍ ଉଦ୍ଭାବନ କରାଯାଇଥିଲା | ଏହା ଉଭୟ ବୃତ୍ତିଗତ ଏବଂ ଘର ପରିବେଶରେ ବ୍ୟବହୃତ ହୋଇପାରେ କାରଣ ଏକ ସରଳ ଅଙ୍ଗଭଙ୍ଗୀ ସହିତ ଏହା ଏକ UV-C ଆଲୋକ ମାଧ୍ୟମରେ ଖୁବ୍ କମ୍ ସମୟ ମଧ୍ୟରେ ନିର୍ଗତ ହୋଇଥାଏ ଯାହାର ଦୀର୍ଘ ଜୀବନ ଏବଂ ସର୍ବନିମ୍ନ ରକ୍ଷଣାବେକ୍ଷଣ ରହିଥାଏ, ଏହା ମଧ୍ୟ ବ୍ୟବହାର ଯୋଗ୍ୟ ପଦାର୍ଥକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ | ପ reading ିବା ଜାରି ରଖ | ଡିଜାଇନ୍ ଇଭେଣ୍ଟଗୁଡିକର ପ୍ରୋଗ୍ରାମ୍ Russian Design Pavilion ସୋମବାର 28 ନଭେମ୍ବର 2022 ଡିଜାଇନ୍ ଇଭେଣ୍ଟଗୁଡିକର ପ୍ରୋଗ୍ରାମ୍ ପ୍ରଦର୍ଶନୀ, ଡିଜାଇନ୍ ପ୍ରତିଯୋଗିତା, କର୍ମଶାଳା, ଶିକ୍ଷାଗତ ଡିଜାଇନ୍ ପରାମର୍ଶ ଏବଂ ପ୍ରକାଶନ ପ୍ରକଳ୍ପଗୁଡିକ Russian ଷର ଡିଜାଇନର୍ ଏବଂ ବ୍ରାଣ୍ଡଗୁଡ଼ିକୁ ବିଦେଶରେ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି | ଆମର କାର୍ଯ୍ୟକଳାପ Russian ଷୀୟ ଭାଷାଭାଷୀ ଡିଜାଇନର୍ମାନଙ୍କୁ ଆନ୍ତର୍ଜାତୀୟ ପ୍ରକଳ୍ପ ମାଧ୍ୟମରେ ସେମାନଙ୍କର ଜ୍ଞାନ ଏବଂ କ skills ଶଳକୁ ସିଦ୍ଧ କରିବାକୁ ଉତ୍ସାହିତ କରେ ଏବଂ ଡିଜାଇନ୍ ସମ୍ପ୍ରଦାୟରେ ସେମାନଙ୍କର ଭୂମିକା, ସେମାନଙ୍କର ଉତ୍ପାଦକୁ କିପରି ପ୍ରତିଯୋଗୀତା କରାଇବ ଏବଂ ପ୍ରକୃତ ଉଦ୍ଭାବନ ସୃଷ୍ଟି କରିବାକୁ ସେମାନଙ୍କୁ ବୁ understand ିବାରେ ସାହାଯ୍ୟ କରେ | ପ reading ିବା ଜାରି ରଖ | ଶିକ୍ଷାଗତ ଏବଂ ତାଲିମ ଉପକରଣ | Corporate Mandala ରବିବାର 27 ନଭେମ୍ବର 2022 ଶିକ୍ଷାଗତ ଏବଂ ତାଲିମ ଉପକରଣ | ଶିକ୍ଷାଗତ ଏବଂ ତାଲିମ ଉପକରଣ | ପ reading ିବା ଜାରି ରଖ | 1 2 3 4 5 6 7 ମୋ ବିସୟରେ ଆମେ ମୂଳ ଏବଂ ସୃଜନଶୀଳ ଡିଜାଇନ୍, କଳା, ସ୍ଥାପତ୍ୟ, ଫ୍ୟାଶନ୍, ଗ୍ରାଫିକ୍ସ ଡିଜାଇନ୍, ନବସୃଜନ ଏବଂ ଡିଜାଇନ୍ ରଣନୀତିକୁ ଭଲପାଏ | ପ୍ରତିଦିନ, ଆମେ ଦକ୍ଷ ଡିଜାଇନର୍, ସୃଜନଶୀଳ କଳାକାର, ଅଭିନବ ସ୍ଥପତି ଏବଂ ମହାନ ବ୍ରାଣ୍ଡ ଦ୍ୱାରା ଭଲ ଡିଜାଇନ୍ ଚୟନ ଏବଂ ପ୍ରକାଶ କରୁ | ଆମର ଉଦ୍ଦେଶ୍ୟ ହେଉଛି ଭଲ ଡିଜାଇନ୍ ପାଇଁ ଏକ ବିଶ୍ୱସ୍ତରୀୟ ପ୍ରଶଂସା ଏବଂ ସଚେତନତା ସୃଷ୍ଟି କରିବା | ଅଧିକ ପଢ ସଦସ୍ୟତା ଏବଂ ଅନୁସରଣ କରନ୍ତୁ | ବର୍ଗଗୁଡିକ ଡିଜାଇନ୍ | (543) ଅଭିନବତା | (19) ସ୍ଥାପତ୍ୟ (419) ଫ୍ୟାଶନ୍ (137) ଗ୍ରାଫିକ୍ସ (423) ରଣନୀତି (22) ସମ୍ବାଦ ହାଇଲାଇଟ୍ | Electra ଫ୍ୟାକେଟଗୁଡିକ ଶୁକ୍ରବାର 2 ଡିସେମ୍ବର Osoro ଖୋଲା ଟେବୁଲୱେୟାର ସିଷ୍ଟମ ଗୁରୁବାର 1 ଡିସେମ୍ବର Coca-Cola Tet 2014 ମୃଦୁ ପାନୀୟ ପ୍ୟାକେଜିଂ ବୁଧବାର 30 ନଭେମ୍ବର ତୁମର ଡିଜାଇନ୍ ପ୍ରକାଶ କର | ଆପଣ ଜଣେ ଡିଜାଇନର୍, କଳାକାର, ସ୍ଥପତି, ଉଦ୍ଭାବକ କିମ୍ବା ବ୍ରାଣ୍ଡ ମ୍ୟାନେଜର କି? ଅଂଶୀଦାର କରିବାକୁ ଆପଣଙ୍କର କ good ଣସି ଭଲ ଡିଜାଇନ୍ ଅଛି କି? ଡିଜାଇନର୍, କଳାକାର, ସ୍ଥପତି, ଉଦ୍ଭାବକ ଏବଂ ବ୍ରାଣ୍ଡରୁ ମୂଳ ଏବଂ ସୃଜନଶୀଳ ଡିଜାଇନ୍ ପ୍ରକାଶ କରିବାକୁ ଆମେ ବହୁତ ଆଗ୍ରହୀ | ଆଜି ତୁମର ଡିଜାଇନ୍ ପ୍ରକାଶିତ କର | ତୁମର ଡିଜାଇନ୍ କୁ ପ୍ରୋତ୍ସାହିତ କର | ଅଭିଲେଖାଗାର ଡିସେମ୍ବର 2022 (93) ନଭେମ୍ବର 2022 (90) ଅକ୍ଟୋବର 2022 (93) ସେପ୍ଟେମ୍ବର 2022 (90) ବ Feat ଶିଷ୍ଟ୍ୟ ସମ୍ବାଦ | ଦିନର ଡିଜାଇନ୍ ସାକ୍ଷାତକାର | ଶୁକ୍ରବାର 2 ଡିସେମ୍ବର ଦିନର ଡିଜାଇନ୍ କିମ୍ବଦନ୍ତୀ | ଗୁରୁବାର 1 ଡିସେମ୍ବର ଦିନର ଡିଜାଇନ୍ | ବୁଧବାର 30 ନଭେମ୍ବର ଦିନର ଡିଜାଇନର୍ | ମଙ୍ଗଳବାର 29 ନଭେମ୍ବର ଦିନର ଡିଜାଇନ୍ ଦଳ | ସୋମବାର 28 ନଭେମ୍ବର ଟ୍ୟାଗ୍ସ ପରିବର୍ତ୍ତନଶୀଳ ଟାୟାର ବିଳାସପୂର୍ଣ୍ଣ ହାଇବ୍ରିଡ୍ ପିଆନୋ ଆତିଥ୍ୟ କମ୍ପ୍ଲେକ୍ସ Uv ଷ୍ଟେରିଲାଇଜର ଡିଜାଇନ୍ ଇଭେଣ୍ଟଗୁଡିକର ପ୍ରୋଗ୍ରାମ୍ ଶିକ୍ଷାଗତ ଏବଂ ତାଲିମ ଉପକରଣ |
2022-12-02T12:40:24Z
https://dijainpatrika.com/?CAT=5
OSCAR-2301
ପରିବର୍ତ୍ତନଶୀଳ ବାଇକ୍ ପାର୍କିଂ ସ୍ମାର୍ଟଷ୍ଟ୍ରିଟ୍ସ-ସାଇକେଲପାର୍କ ହେଉଛି ଦୁଇଟି ସାଇକେଲ ପାଇଁ ଏକ ବହୁମୁଖୀ, ଶୃଙ୍ଖଳିତ ବାଇକ୍ ପାର୍କିଂ ସୁବିଧା ଯାହା ମିନିଟ୍ ଦୃଶ୍ୟରେ ସହରାଞ୍ଚଳଗୁଡିକରେ ବାଇକ୍ ପାର୍କିଂ ସୁବିଧାଗୁଡ଼ିକର ଦ୍ରୁତ ଉନ୍ନତିକୁ ସକ୍ଷମ କରିଥାଏ | ଯନ୍ତ୍ରପାତି ବାଇକ୍ ଚୋରୀକୁ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ବିଦ୍ୟମାନ ଭିତ୍ତିଭୂମିରୁ ନୂତନ ମୂଲ୍ୟ ମୁକ୍ତ କରି ଅତି ସଂକୀର୍ଣ୍ଣ ରାସ୍ତାରେ ମଧ୍ୟ ସ୍ଥାପନ କରାଯାଇପାରିବ | ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ଯନ୍ତ୍ରପାତିଗୁଡିକ ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ପ୍ରଯୋଜକମାନଙ୍କ ପାଇଁ RAL ରଙ୍ଗ ସହିତ ମେଳ ହୋଇ ବ୍ରାଣ୍ଡେଡ୍ ହୋଇପାରେ | ଏହା ଚକ୍ର ମାର୍ଗଗୁଡ଼ିକୁ ଚିହ୍ନିବାରେ ସାହାଯ୍ୟ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ | ଯେକ any ଣସି ଆକାର କିମ୍ବା ସ୍ତମ୍ଭର ଶ style ଳୀକୁ ଫିଟ୍ କରିବା ପାଇଁ ଏହାକୁ ପୁନ f ବିନ୍ୟାସ କରାଯାଇପାରିବ | ପ୍ରକଳ୍ପ ନାମ : Smartstreets-Cyclepark™, ଡିଜାଇନର୍ମାନଙ୍କର ନାମ | : SMARTSTREETS LTD, ଗ୍ରାହକଙ୍କ ନାମ : Cities, Councils and Municipalities. ଖେଳନା, ଖେଳ ଏବଂ ହବି ଉତ୍ପାଦ ଡିଜାଇନ୍ ପ୍ରତିଯୋଗିତାରେ ଏହି ଅସାଧାରଣ ଡିଜାଇନ୍ ପ୍ଲାଟିନମ୍ ଡିଜାଇନ୍ ପୁରସ୍କାରର ବିଜେତା | ଅନ୍ୟାନ୍ୟ ନୂତନ, ଅଭିନବ, ମୂଳ ଏବଂ ସୃଜନଶୀଳ ଖେଳନା, ଖେଳ ଏବଂ ହବି ଉତ୍ପାଦ ଡିଜାଇନ୍ କାର୍ଯ୍ୟ ଆବିଷ୍କାର କରିବାକୁ ଆପଣ ନିଶ୍ଚିତ ଭାବରେ ପଲିଥିନ୍ ପୁରସ୍କାର ପ୍ରାପ୍ତ ଡିଜାଇନର୍ମାନଙ୍କ ଡିଜାଇନ୍ ପୋର୍ଟଫୋଲିଓ ଦେଖିବା ଉଚିତ | ଏହି ଡିଜାଇନ୍ ବିଷୟରେ ଅଧିକ ଜାଣନ୍ତୁ | ଦିନର ଡିଜାଇନ୍ | ଆଶ୍ଚର୍ଯ୍ୟଜନକ ଡିଜାଇନ୍ | ଭଲ ଡିଜାଇନ୍ | ସର୍ବୋତ୍ତମ ଡିଜାଇନ୍ | ବୁଧବାର 30 ନଭେମ୍ବର 2022 ଭଲ ଡିଜାଇନ୍ ସମାଜ ପାଇଁ ମୂଲ୍ୟ ସୃଷ୍ଟି କରେ | ପ୍ରତିଦିନ ଆମେ ଏକ ସ୍ୱତନ୍ତ୍ର ଡିଜାଇନ୍ ପ୍ରୋଜେକ୍ଟ ବ feature ଶିଷ୍ଟ୍ୟ ଯାହା ଡିଜାଇନ୍ରେ ଉତ୍କର୍ଷତା ପ୍ରଦର୍ଶନ କରେ | ଆଜି, ଆମେ ଏକ ପୁରସ୍କାର ପ୍ରାପ୍ତ ଡିଜାଇନ୍ ପ୍ରଦର୍ଶନ କରିବାକୁ ଖୁସି, ଯାହା ଏକ ସକରାତ୍ମକ ପରିବର୍ତ୍ତନ ଆଣେ | ଆମେ ପ୍ରତିଦିନ ଅଧିକ ମହାନ ଏବଂ ପ୍ରେରଣାଦାୟକ ଡିଜାଇନ୍ ପ୍ରଦର୍ଶନ କରିବୁ | ବିଶ୍ worldwide ର ସର୍ବଶ୍ରେଷ୍ଠ ଡିଜାଇନର୍ମାନଙ୍କ ଠାରୁ ନୂତନ ଭଲ ଡିଜାଇନ୍ ଉତ୍ପାଦ ଏବଂ ପ୍ରୋଜେକ୍ଟଗୁଡିକ ଉପଭୋଗ କରିବାକୁ ଆମକୁ ପ୍ରତିଦିନ ପରିଦର୍ଶନ କରିବାକୁ ନିଶ୍ଚିତ କରନ୍ତୁ | ପ reading ିବା ଜାରି ରଖ | 1 2 3 4 5 6 7 ପ୍ରକଳ୍ପ ସୂଚନା ପ୍ରକଳ୍ପ ନାମ Smartstreets-Cyclepark™ ଡିଜାଇନ୍ ପ୍ରକାର | ପରିବର୍ତ୍ତନଶୀଳ ବାଇକ୍ ପାର୍କିଂ ଡିଜାଇନର୍ମାନଙ୍କର ନାମ | SMARTSTREETS LTD ଗ୍ରାହକଙ୍କ ନାମ Cities, Councils and Municipalities ଡିଜାଇନ୍ ବର୍ଗ | ଗଳି ଆସବାବପତ୍ର ଡିଜାଇନ୍ | ଏହି ଡିଜାଇନ୍ ବିଷୟରେ ଅଧିକ ଜାଣନ୍ତୁ | ସଦସ୍ୟତା ଏବଂ ଅନୁସରଣ କରନ୍ତୁ | ବର୍ଗଗୁଡିକ ଡିଜାଇନ୍ | (543) ଅଭିନବତା | (19) ସ୍ଥାପତ୍ୟ (419) ଫ୍ୟାଶନ୍ (137) ଗ୍ରାଫିକ୍ସ (423) ରଣନୀତି (22) ସମ୍ବାଦ ହାଇଲାଇଟ୍ | Electra ଫ୍ୟାକେଟଗୁଡିକ ଶୁକ୍ରବାର 2 ଡିସେମ୍ବର Osoro ଖୋଲା ଟେବୁଲୱେୟାର ସିଷ୍ଟମ ଗୁରୁବାର 1 ଡିସେମ୍ବର Coca-Cola Tet 2014 ମୃଦୁ ପାନୀୟ ପ୍ୟାକେଜିଂ ବୁଧବାର 30 ନଭେମ୍ବର ତୁମର ଡିଜାଇନ୍ ପ୍ରକାଶ କର | ଆପଣ ଜଣେ ଡିଜାଇନର୍, କଳାକାର, ସ୍ଥପତି, ଉଦ୍ଭାବକ କିମ୍ବା ବ୍ରାଣ୍ଡ ମ୍ୟାନେଜର କି? ଅଂଶୀଦାର କରିବାକୁ ଆପଣଙ୍କର କ good ଣସି ଭଲ ଡିଜାଇନ୍ ଅଛି କି? ଡିଜାଇନର୍, କଳାକାର, ସ୍ଥପତି, ଉଦ୍ଭାବକ ଏବଂ ବ୍ରାଣ୍ଡରୁ ମୂଳ ଏବଂ ସୃଜନଶୀଳ ଡିଜାଇନ୍ ପ୍ରକାଶ କରିବାକୁ ଆମେ ବହୁତ ଆଗ୍ରହୀ | ଆଜି ତୁମର ଡିଜାଇନ୍ ପ୍ରକାଶିତ କର |
2022-12-02T12:46:16Z
https://dijainpatrika.com/?D=31588
OSCAR-2301
ବରେଲି: ଉତ୍ତରପ୍ରଦେଶର ବରେଲିରେ ‘ପାକିସ୍ତାନ ଜିନ୍ଦାବାଦ’ ଗୀତ ଶୁଣୁଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି। ଗାଁର ଜଣେ ଯୁବକ ଉଭୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହା ପରେ ଗୁରୁବାର ଦିନ ପୋଲିସ ସେମାନଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଥିଲା ​​ଏବଂ ଶୁକ୍ରବାର ଦିନ ସେମାନଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ନାମ ନଇମ୍ ଏବଂ ମୁସ୍ତାକିମ ବୋଲି ପୋଲିସ କହିଛି, ସେମାନେ ବରେଲି ଜିଲ୍ଲାର ଭୁଟା ଅଞ୍ଚଳର ସିଙ୍ଗାଇ ମୁରବାଁ ଗାଁର ବାସିନ୍ଦା। ବରେଲି ଅତିରିକ୍ତ ପୋଲିସ ଅଧୀକ୍ଷକ (ଗ୍ରାମୀଣ) ରାଜକୁମାର ଅଗ୍ରୱାଲ କହିଛନ୍ତି ଯେ, ଅଭିଯୋଗ ଉପରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ପୋଲିସର ସୂଚନାନୁସାରେ ଆଶିଷ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଭିଯୁକ୍ତ ଆକ୍ରମଣ କରିଥିଲା। ସୂଚନାଯୋଗ୍ୟ ଯେ ଅଭିଯୋଗକାରୀ ଏହି ଭିଡିଓକୁ ଟ୍ୱିଟର ହ୍ୟାଣ୍ଡେଲରେ ଅପଲୋଡ୍ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଥିଲା। ପୋଲିସ୍ କହିଛି ଯେ, ଆଇପିସିର ଧାରା ୧୫୩ ଅନୁଯାୟୀ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି, ଯାହା ରାଷ୍ଟ୍ରୀୟ ଏକତାକୁ ବାଧା ସୃଷ୍ଟି କରୁଥିବା କାର୍ଯ୍ୟଗୁଡିକ ସହିତ ଜଡିତ। Tags ଉତ୍ତରପ୍ରଦେଶ, ଦୁଇ ଗିରଫ, ପାକିସ୍ତାନ ଜିନ୍ଦାବାଦ, ବରେଲି, ରାଷ୍ଟ୍ରୀୟ ଏକତା Copyright © SM Network 2018 - 2022 Email: [email protected] Designed, Developed & Maintained By Ratna Technology
2022-12-08T20:53:07Z
https://thesamikhsya.com/odia/tag/%E0%AC%AA%E0%AC%BE%E0%AC%95%E0%AC%BF%E0%AC%B8%E0%AD%8D%E0%AC%A4%E0%AC%BE%E0%AC%A8-%E0%AC%9C%E0%AC%BF%E0%AC%A8%E0%AD%8D%E0%AC%A6%E0%AC%BE%E0%AC%AC%E0%AC%BE%E0%AC%A6/
OSCAR-2301
ଢ଼ାକା : ବାଂଲାଦେଶରେ ଘଟି ଯାଇଛି ଏକ ମର୍ମନ୍ତୁଦ ଘଟଣା । ଏକ ଡଙ୍ଗା ଓଲଟି ପଡିବାରୁ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି । ଏହି ସମସ୍ତ ଯାତ୍ରୀ ବାଦେଶାରୀ ହିନ୍ଦୁ ମନ୍ଦିର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାର କାର୍ଯ୍ୟ ଜାରି…
2022-12-02T22:19:13Z
https://knewsodisha.com/tag/bangladesh-boat-tragedy
OSCAR-2301
ପ୍ରେମ ଅନ୍ଧ, ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ଏହାକୁ ପ୍ରମାଣିତ କରିଛନ୍ତି ବିବାହ ବେଦୀରେ ବସିଥିବା ଏହି ନବଦମ୍ପତି । ପ୍ରେମ ସମ୍ପର୍କର ଅନେକ ମାମଲା ସାମ୍ନାକୁ ଆସୁଛି, ଏଥର ଭାଗଲପୁର ଜିଲ୍ଲାରୁ ପ୍ରେମ ସମ୍ପର୍କର ଏକ ନିଆରା ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଝିଅ ପ୍ରେମକୁ ପାଇବା ପାଇଁ ନିଜର ଧର୍ମକୁ ପରିବର୍ତ୍ତନ କରି ବିବାହ କରିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ହେଡଲାଇନ ସୃଷ୍ଟି କରିଥିଲା। ସୋସିଆଲ ମିଡିଆରେ ରାମ କୁମାର ଏବଂ ମୁସ୍କାନ ଖାତୁନଙ୍କ ବିବାହ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ମୁସ୍କାନ ଇସଲାମ ଧର୍ମ ତ୍ୟାଗ କରି ସନାତନ ଧର୍ମ ଗ୍ରହଣ କରିବା ପରେ ତାଙ୍କ ପ୍ରେମିକଙ୍କୁ ବିବାହ କରିଛନ୍ତି। ଜଣେ ମୁସଲମାନ ଝିଅ ଏବଂ ଜଣେ ହିନ୍ଦୁ ପୁଅ ମଧ୍ୟରେ ପ୍ରେମ ସମ୍ପର୍କ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଝାରଖଣ୍ଡର ଗୋଡ୍ଡା ଅଧିବାସୀ ରାମ କୁମାର ମଣ୍ଡଳ ଏବଂ ମେହରମାର ମୁସ୍କାନ ଖାତୁନଙ୍କ ମଧ୍ୟରେ ବର୍ଷେ ପୂର୍ବରୁ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଗୋଡ୍ଡାରେ ମୁସ୍କାନଙ୍କ ମାମୁଁଘର । ଏଠାକୁ ଯିବା ଆସିବା ସମୟରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ଏବଂ ପରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟ ପରସ୍ପରକୁ ବିବାହ ପାଇଁ ପ୍ରତିଶ୍ରୁତି ଦେଲେ । ଧିରେ ଧିରେ ଉଭୟ ପରସ୍ପରର ନିକଟତର ହେବାରେ ଲାଗିଲେ । ପରେ ପୌରପୈନ୍ତି ସ୍ଥିତ ମିନାକ୍ଷୀ ମନ୍ଦିରରେ ପ୍ରେମୀ ଯୁଗଳ ଧୁମଧାମରେ ବିବାହ କଲେ । ଏହି ଘଟଣାରେ ଗ୍ରାମବାସୀ କହିଛନ୍ତି ଯେ ଗତ ଏକ ବର୍ଷ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିଲା। ଅକ୍ଟୋବର ୧୭ ରେ ବିବାହ କରିବା ଉଦ୍ଦେଶ୍ୟରେ ଉଭୟ ଗୋଡ୍ଡା କୋର୍ଟରେ ପହଞ୍ଚିଥିଲେ, କିନ୍ତୁ ଝିଅର ପରିବାର ସଦସ୍ୟ କୋର୍ଟରେ ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ, ମୁସ୍କାନ କୋର୍ଟରେ ଏକ ବିବୃତ୍ତି ଦେଇଛନ୍ତି ଯେ ସେ କାହାର ଚାପରେ ନୁହେଁ ନିଜ ଇଚ୍ଛାରେ ବିବାହ କରୁଛନ୍ତି। ଏହା ସହିତ ଜୀବନର ବିପଦକୁ ଦର୍ଶାଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଦାବି କରିଥିଲେ। କିନ୍ତୁ ଏହି ବିବାହରେ ପୁଅର ପରିବାର ସଦସ୍ୟ ବହୁତ ଖୁସି ଅଛନ୍ତି। ଏହା ପୂର୍ବରୁ ଉଭୟ ୨୧ ନଭେମ୍ବରରେ ଗୋଡ୍ଡା କୋର୍ଟରେ ପହଞ୍ଚିଥିଲେ । ଯୁବତୀଙ୍କ ଘରଲୋକେ ଏନେଇ ଜାଣିପାରିଥିଲେ । ଏହା ପରେ ସେମାନେ କୋର୍ଟରେ ପହଞ୍ଚି ଯୁବତୀଙ୍କୁ ମାରପିଟ୍ କରିଥିଲେ । ତେବେ କୌଣସି ପ୍ରକାରେ ସେଠୁ ରକ୍ଷା ପାଇ ଉଭୟ ପୀରପୈନ୍ତିର ମିନାକ୍ଷୀ ମନ୍ଦିରରେ ଏକାଠି ହେଲେ । ସେଠାରେ ମଥାରେ ସିନ୍ଦୂର ଦେବା ସହ ପରସ୍ପର ବେକରେ ମାଳା ପିନ୍ଧାଇ ବିବାହ କରିଥିଲେ ।
2022-11-27T02:17:59Z
https://knewsodisha.com/special/muskan-khatun-embraced-hinduism-married-ram-in-a-hindu-temple-now-receiving-death-threats-from-her-family-502139
OSCAR-2301
କେନ୍ଦୁଝର ୧୬|୬: କେନ୍ଦୁଝରରେ ଦନ୍ତା ହାତୀର ଆତଙ୍କ । ବିଳମ୍ବିତ ରାତିରେ ବିଜେପି ରେଞ୍ଜ ଶଂଖାରୀ ସାହିର ନିଳାମ୍ବର ପ୍ରଧାନଙ୍କ ଘର ଭାଙ୍ଗି ଦନ୍ତା ଖାଇଗଲା ଧାନ ଓ ଚାଉଳ । କିଛି ଦିନ ଧରି ଗୋଠଛଡା ହୋଇ ବୁଲୁଥିବା ଏକ ଦନ୍ତା ହଠାତ୍ ଗତକାଲି ରାତିରେ ଶଂଖାରୀ ସାହିରେ ପଶିଥିଲା । ଶଂଖାରୀ ସାହିର ନିଳାମ୍ବର ପ୍ରଧାନଙ୍କର ଘରର କାନ୍ଥ ଭାଙ୍ଗି ଘର ଭିତରେ ଥିବା ଧାନ ଓ ଚାଉଳ ଖାଇଯାଇଥିଲା । ଗ୍ରାମବାସୀ ହାତୀ ଉପରକୁ ଟେକା ପଥର ଫିଙ୍ଗିଥିଲେ ହେଲେ ହାତୀ ତାକୁ ମାନିନଥିଲା । ପେଟ ପୁରା ଖାଇ କିଛି ସମୟ ପରେ ସେହି ସ୍ଥାନ ଛାଡି ପଳାଇଥିଲା । ଏହି ଦନ୍ତାଟି ଦୁଇ ଦିନ ତଳେ ଶଂଖାରୀ ଗାଁର ଭାଗିରଥୀଙ୍କର ଘର ଭାଙ୍ଗି ଧାନ, ଚାଉଳ ଓ ମକ୍କା ସହ ଧାନ ବସ୍ତା ଭିତରେ ଥିବା ଟଙ୍କା ମଧ୍ୟ ଖାଇଯାଇଥିଲା । ହେଲେ ଏବେ ପାଖ ଜଙ୍ଗଲ ରେ ଦନ୍ତାଟି ଥିବାରୁ ଆଖପାଖ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି ।
2022-11-27T01:36:31Z
https://www.prameyanews7.com/elephant-destructed-house-and-crops-in-keonjhar/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଦେଶ- ବିଦେଶ ଭାରତୀୟ ପାସପୋର୍ଟରେ ସିଙ୍ଗଲ ନାଁ ଥିଲେ ‘ୟୁଏଇ’ ରେ ପ୍ରବେଶ କରିବା ମନା ଭାରତୀୟ ପାସପୋର୍ଟରେ ସିଙ୍ଗଲ ନାଁ ଥିଲେ ‘ୟୁଏଇ’ ରେ ପ୍ରବେଶ କରିବା ମନା By The Sakala Bureau On Nov 24, 2022 ନୂଆଦିଲ୍ଳୀ: ୟୁଏଇ ସରକାର ଭିସାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେଠାକାର ସରକାର ୟୁଏଇ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ନିୟମ କଡ଼ାକଡ଼ି କରିଛନ୍ତି । ଯେଉଁ ଯାତ୍ରୀଙ୍କ ଭାରତୀୟ ପାସପୋର୍ଟରେ ସିଙ୍ଗଲ ନାଁ ରହିଥିବ, ସେମାନଙ୍କୁ ୟୁଏଇକୁ କିମ୍ବା ୟୁଏଇରୁ ଉଡ଼ାଣ ପାଇଁ ଅନୁମତି ମିଳିବ ନାହିଁ। ପର୍ଯ୍ୟଟନ ଠାରୁ ଆରମ୍ଭ କରି ଯେକୌଣସି ଭିସା ଥିଲେ ମଧ୍ୟ ସିଙ୍ଗଲ ନାମଧାରୀମାନେ ୟୁଏଇରେ ପ୍ରବେଶ କରିପାରିବେ ନାହିଁ। ସୋମବାର ଠାରୁ ତତ୍କାଳ ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯାଉଥିବା ୟୁଏଇ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାର ଅର୍ଥ ଯାତ୍ରୀଙ୍କୁ ନିଜର ନାଁ ସହ ସରନେମ ସ୍ପଷ୍ଟ ଭାବେ ଘୋଷଣା କରିବାକୁ ପଡ଼ିବ। ୟୁଏଇର ସରକାରଙ୍କ ସୂଚନା ଅନୁସାରେ, ସବୁ ଯାତ୍ରୀଙ୍କ ପାସପୋର୍ଟରେ ପ୍ରଥମ ଓ ଶେଷ ଦୁଇଟି ନାଁ ସ୍ପଷ୍ଟ ହେବା ଦରକାର। ୨୧ ନଭେମ୍ବରରୁ ୟୁଏଇ ଏହି ନୂଆ ନିୟମ ଲାଗୁ ମଧ୍ୟ କରିଦେଇଛି। ୟୁଏଇ ପ୍ରଶାସନର ନିର୍ଦେଶ ଅନୁସାରେ, ଯେଉଁ ଯାତ୍ରୀଙ୍କ ପାସପୋର୍ଟରେ ସିଙ୍ଗିଲ ନାଁ ରହିଥିବ, ସେ ଟୁରିଷ୍ଟ ହୁଅନ୍ତୁ କିମ୍ବା ଅନ୍ୟ ଭିସାରେ ଆସିଥାନ୍ତୁ, ତାଙ୍କୁ ଯାତ୍ରା କରିବାର ଅନୁମତି ଦିଆଯିବ ନାହିଁ। ଅଧିକ ପଢନ୍ତୁ ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟେଦ ଅଲ ନାହ୍ୟାନଙ୍କ ଦେହାନ୍ତ,… May 13, 2022 ଏଥିସହିତ ପଢ଼ନ୍ତୁ ଏନଡିଟିଭିରୁ ଇସ୍ତଫା ଦେଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର Nov 30, 2022 ପାସ୍‌ପୋର୍ଟରେ ବ୍ୟକ୍ତିଙ୍କର ପ୍ରଥମ ନାଁ ଏବଂ ଶେଷ ନାଁ ରହିବା ଅନିବାର୍ଯ୍ୟ କରାଯାଇଛି । ଯଦି ଏହି ଦୁଇଟି ନାମ ନ ଥାଏ, କିମ୍ବା ଗୋଟିଏ ଥାଏ ତେବେ କୌଣସି ପରିସ୍ଥିତିରେ ସେ ଯାତ୍ରା କରି ପାରିବେ ନାହିଁ କିମ୍ବା ସେଠାରୁ ଭାରତକୁ ଆସି ପାରିବେ ନାହିଁ। ୟୁଏଇ ସରକାର ମଧ୍ୟ ଇଣ୍ଡିଗୋ ଏୟାରଲାଇନ୍‌ସକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍‌ସ ମଧ୍ୟ କହିଛି, ‘ଯେଉଁ ଯାତ୍ରୀମାନଙ୍କ ପାଖରେ ପାସ୍‌ପୋର୍ଟରେ ସିଙ୍ଗଲ ନେମ୍‌ ରହିଛି, ସେମାନଙ୍କୁ ଯାତ୍ରାର ଅନୁମତି ଦିଆଯିବ ନାହିଁ । ପର୍‌ମାନେଣ୍ଟ ଭିସା ଥିବା ଯାତ୍ରୀଙ୍କ ପାଇଁ ରହିଛି ସୁବିଧା: ଯଦି କାହା ପାଖରେ ୟୁଏଇର ସ୍ଥାୟୀ ଭିସା ରହିଛି, ତେବେ ତାଙ୍କୁ ଯାତ୍ରାର ସୁବିଧା ନିଶ୍ଚିତ ମିଳିବ। କିନ୍ତୁ ତାଙ୍କର ପ୍ରଥମ ଏବଂ ଶେଷ ନାମକୁ ଅପଡେଟ୍‌ କରିବା ନିହାତି ଦରକାର । ଇଣ୍ଡିଗୋ ଏୟାରଲାଇନ୍‌ସ କହିଛି, ଏ ବିଷୟରେ ଅଧିକ ସୂଚନା ପାଇଁ େଓ୍ଵବ୍‌ସାଇଟ୍‌ ଚେକ୍‌ କରନ୍ତୁ । ୟୁଏଇ ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ଅନେକ ଏୟାରଲାଇନ୍‌ସ କମ୍ପାନିଗୁଡ଼ିକ ପାସ୍‌ପୋର୍ଟରେ ତ୍ରୁଟି ଥିବା ବ୍ୟକ୍ତିଙ୍କୁ ବାହାର କରି ଦେଉଛି । ଏମିତିରେ ଅନେକ ଭାରତୀୟଙ୍କୁ ୟୁଏଇରୁ ଆସିବା ପାଇଁ ମଧ୍ୟ ଦିଆଯାଉ ନାହିଁ । ଭିସା ଆପ୍ଲାଇ କରୁଥିବା ଏଜେଣ୍ଟ ପରବର୍ତ୍ତୀ ଅପଡେଟ୍‌କୁ ଅପେକ୍ଷା କରିବା ପାଇଁ କହୁଛନ୍ତି ।
2022-12-01T04:23:28Z
https://thesakala.in/uae-bars-entry-of-travellers-with-single-name-on-indian-passport/
OSCAR-2301
ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ମହାମାରୀ କରୋନା ସଂକ୍ରମଣ। ବିଶେଷକରି ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ବଡ଼ ଘୋଷଣା କଲା ଭୁବନେଶ୍ବର ମହାନଗର ନିଗମ। ଗତବର୍ଷ ଭଳି ଏବର୍ଷ ମଧ୍ୟ ହେବନି ଖଣ୍ଡଗିରି ମେଳା। ଏଥର ବି ଖଣ୍ଡଗିରି ମେଳାକୁ ନା। ଜନ ସମାଗମ ଉପରେ ଲାଗିଲା ରୋକ୍। ଏପରିକି ସାଧୁସନ୍ଥଙ୍କୁ ମନା ଖଣ୍ଡଗିରି ମେଳା।।ବନ୍ଦ ହୋଇପାରେ ଅପେରା। ସରକାରଙ୍କ କଟକଣା ତଥା ଜନସମାଗମକୁ ଏଡ଼ାଇବା ପାଇଁ ବିଏମସି ପକ୍ଷରୁ ଏଥର ଖଣ୍ଡଗିରି ମାଘ ମେଳାକୁ ଅନୁମତି ଦିଆଯାଇନଥିବା ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି। ତେବେ ଆଗକୁ ଏନେଇ ଡିସିପିଙ୍କ ସହ ଆଲୋଚନା ହୋଇ ସବିଶେଷ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
2022-12-10T01:23:21Z
https://www.odishalink.com/2022/01/29/khandagiri-mela-will-not-be-held-this-year/
OSCAR-2301
ଦୈନିକ ହିନ୍ଦୀ ଖବରକାଗଜ ଦୈନିକ ଭାସ୍କର କାର୍ଯ୍ୟାଳରେ ରେଡ଼୍ : ଦେଶବ୍ୟାପୀ ରେଡ଼ କରିଛି ଆୟକର ବିଭାଗ, ମୁମ୍ବାଇ ଦିଲ୍ଲୀ ସମେତ ୩୨ ସ୍ଥାନରେ ଚଢାଉ ଦେଶ ବିଦେଶ By Rituparna Routray On Jul 23, 2021 - 8:37 AM 112 Share କନକ ବ୍ୟୁରୋ : ପ୍ରମୁଖ ହିନ୍ଦୀ ଦୈନିକ ଖବର କାଗଜ ଦୈନିକ ଭାସ୍କର ଗ୍ରୁପ ଉପରେ ଆୟକର ବିଭାଗ ଦେଶବ୍ୟାପୀ ରେଡ଼୍ କରିଛି । ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ସମେତ ଛତିଶଗଡ, ରାଜସ୍ଥାନରେ ଗ୍ରୁପର ପ୍ରାୟ ପ୍ରାୟ ୩୨ଟି ସ୍ଥାନରେ ଏହି ଚଢାଉ ହୋଇଛି । ଆୟକର ଆଇନ ଧାରା ୧୩୨ ଅନୁସାରେ ଏହି ଗ୍ରୁପର ବିଭି୍ନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନ ଉପରେ ଏହି ରେଡ୍ ହୋଇଛି । ଗ୍ରୁପର କିଛି ପ୍ରମୋଟର ଓ କର୍ମଚାରୀଙ୍କ ଘରେ ବି ଆୟକର ବିଭାଗ ଚଢାଉ କରିଛି ଦୈନକ ଭାସ୍କର ଉତର ଭାରତର ଏକ ପ୍ରମୁଖ ଖବର କାଗଜ । ଆଗକୁ ପଢନ୍ତୁ ଟିକେଟ ନକରି ରେଳ ଯାତ୍ରା କରିବା ପଡୁଛି ମହଙ୍ଗା, ଗତବର୍ଷ ତୁଳନାରେ… Dec 4, 2022 ଅତୁଲ ସହ ରିଙ୍କି ଏବଂ ପିଙ୍କି । ଯାଆଁଳା ଭଉଣୀଙ୍କୁ ବିବାହ କଲେ ଯୁବକ ।… Dec 4, 2022 ମିଡିଆ ଛଡା ଶକ୍ତି, ବୟନଶିଳ୍ପ ଓ ରିଅଲ ଇଷ୍ଟେଟରେ ହଜାର ହଜାର କୋଟି ଟଙ୍କାର ନିବେଶ କରିଛି ଏହି ଗ୍ରୁପ । ବର୍ଷକୁ ଏହି ଗ୍ରୁପର ଟର୍ଣ୍ଣଓଭର ହେଉଛି ୬ ହଜାର କୋଟି । ବିରୋଧୀ ଦଳ ଦୈନିକ ଭାସ୍କର ଉପରେ ଏହି ଚଢାଉକୁ ନିନ୍ଦା କରିଛନ୍ତି । କଂଗ୍ରେସ ଓ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଦୈନିକ ଭାସ୍କର ଉପରେ ଆୟକର ଚଢାଉକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହାଦ୍ୱାରା ମିଡିଆକୁ ଭୟ ପ୍ରଦର୍ଶନ କରାଯାଉଛି । ଗତକାଲି ଏହାକୁ ନେଇ ସଂସଦରେ ବି ହଙ୍ଗାମା ହୋଇଥିଲା । ଗୁରୁବାର ପ୍ରାୟ ସକାଳ ୪ଟାରୁ ସାଢେ ୪ଟା ମଧ୍ୟରେ ଆୟକର ବିଭାଗର ୧୦୦ ଜଣିଆ ଟିମ୍ ଭୋପାଳ, ଇନ୍ଦୋର, ଜୟପୁର, ଅହମ୍ମଦାବାଦ ଓ ନୋଏଡା ଅଫିସ ଓ ଅନ୍ୟ କିଛି ସ୍ଥାନରେ ରେଡ କରିଥିଲା । ସେମାନଙ୍କ ସହ ସିଆରପିଏଫ ଯବାନ ଥିଲେ । ସେପଟେ ଦୈନିକ ଭାସ୍କର ଗ୍ରୁପ ପକ୍ଷରୁ କୁହାଯାଇଛି, ଯାଂଚରେ ସବୁପ୍ରକାରର ସହୟତା କରାଯାଇଛି ଓ ଅଧିକାରୀମାନେ ଯେଉଁ ଦସ୍ତାବିଜ ମାଗିଥିଲେ ତାକୁ ଦିଆଯାଇଛି ।
2022-12-04T11:39:47Z
https://kanaknews.com/it-searches-dainik-bhaskar-opposition-calls-it-attack-on-press-freedom/
OSCAR-2301
VIRAL VIDEO – ଓଡିଶାର NO -1 ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) କିପରି ତାଙ୍କ ଶାଶୂଙ୍କର ସେବା କରୁଛନ୍ତି, ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ … – news40daily.com Publisher - Just another WordPress site ଆଶ୍କର୍ଯ୍ୟ ଘଟଣା କରୋନା ଜୀବନଚର୍ଯ୍ୟା ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଲାଇଫ୍ ଷ୍ଟାଇଲ୍ Viral video VIRAL VIDEO – ଓଡିଶାର NO -1 ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) କିପରି ତାଙ୍କ ଶାଶୂଙ୍କର ସେବା କରୁଛନ୍ତି, ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ … Share ଓଡ଼ିଶାର ଲୋକପ୍ରିୟ ଗାୟିକା ନମିତା ଅଗ୍ରୱାଲ ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ। ତାଙ୍କ କଣ୍ଠରୁ ଅନେକ ଗୁଡ଼ିଏ ସଙ୍ଗୀତ ତ ଆପଣ ଶୁଣିବାକୁ ପାଇଥିବେ। ତାଙ୍କ ସ୍ଵରରେ ସତେ ଯେମିତି ଏକ ଯାଦୁ ରହିଛି। ଯଦି ସଙ୍ଗୀତ ଶୁଣିବାକୁ ଆପଣ ଭଲ ପାଉଥିବେ ତେବେ ଏହା ଜାଣିଥିବେ ଯେ ଅନେକ ଏମିତି ଓଡ଼ିଆ ସଂଗୀତ ରହିଛି ଯାହାକୁ ଶୁଣିଲେ ମନ ଶାନ୍ତି ହୋଇଯାଏ। ନବେ ଦଶକର ଅନେକ ଏମିତି ସଙ୍ଗୀତ ରହିଛି ଯାହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ଅଟେ। ସେହିପରି ସେ ସୁନ୍ଦର୍ ଏବଂ ଭିନ୍ନ ସ୍ୱାଦର ଓଡ଼ିଆ ସଙ୍ଗୀତ ନମିତା ଅଗ୍ରୱାଲ ବହୁତ ଗାଇଛନ୍ତି ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ। ତେବେ ଆପଣ ମାନଙ୍କର ସମସ୍ତଙ୍କ ପ୍ରିୟ ଗାୟିକା ଓଡ଼ିଶାର ଲୋକପ୍ରିୟ ନମିତା ଅଗ୍ରୱାଲ ବିଭିନ୍ନ ପ୍ରକାରର ଗୀତ ଗାଇ ଏବେ ବହୁତ ଚର୍ଚ୍ଚା ରେ ଅଛନ୍ତି। ଏହାପରେ ତାଙ୍କ ଲୋକପ୍ରିୟତା ଅଧିକ ବଢ଼ି ଯାଇଥିଲା। ତେବେ ତାଙ୍କ କଣ୍ଠରୁ ଅନେକ ଗୀତ ତ ଆପଣ ଶୁଣିଥିବେ। ତାଙ୍କ ସ୍ୱରର ସବୁଗୀତ ବେଶ୍ ଆକର୍ଷଣୀୟ ହୋଇଥାଏ ଶୁଣିବାକୁ, ଯାହାକୁ ଦର୍ଶକ, ଶ୍ରୋତା ମାନେ ବହୁତ୍ ପସନ୍ଦ କରନ୍ତି।ତାଙ୍କର ଅନେକ ଗୀତ ଏବେ ବେଶ୍ ଲୋକପ୍ରିୟତା ର ସହିତ ଆଗେଇ ଚାଲିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ନମିତା ଅଗ୍ରୱାଲ । ଆଉ ଲୋକଙ୍କ ହୃଦୟକୁ ବେଶ୍ ଛୁଇଁଥାଏ ତାଙ୍କ ଗୀତ। ସେ ଭଜନ ଠାରୁ ଆରମ୍ଭ କରି ଫିଲ୍ମ ଗୀତରେ ମଧ୍ୟ ତାଙ୍କର ସୁନ୍ଦର କଣ୍ଠଦାନ କରିଛନ୍ତି। ତେବେ ଅଭିନେତା ହେଉ ବା ଅଭିନେତ୍ରୀ ବା ସିଙ୍ଗର ମାନଙ୍କ ଜୀବନରେ ଯାହା ବି କିଛି ଘଟିଥାଏ ତାହା ସେମାନେ ତାଙ୍କ ୟୁଟ୍ୟବ ଚ୍ୟାନେଲ, ଫେସବୁକ, ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରିଥାନ୍ତି। ଆଉ ୟୁଜର୍ସ ମାନେ ମଧ୍ୟ ସେମାନଙ୍କ ପୋଷ୍ଟ କୁ ଦେଖି ବହୁତ ଖୁସି ହୋଇଥାନ୍ତି। ତେବେ ସେଲିବ୍ରେଟି ମାନେ ତାଙ୍କ ଜୀବନର କାର୍ଯ୍ୟକଳାପ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ଆଉ ବେଳେବେଳେ ଲାଇଭ୍ ଆସି ସେମାନେ ଦର୍ଶକଙ୍କ ସହ ସମୟ ବିତେଇଥାନ୍ତି। ଆଉ ବର୍ତ୍ତମାନ ସୁପରଷ୍ଟାର ସିଙ୍ଗର ନମିତା ଅଗ୍ରୱାଲ ତାଙ୍କ ଶାଶୁ ଙ୍କ ସହିତ ବିତାଇଥିବା କିଛି ମୁହୂର୍ତ୍ତ କୁ ଭିଡିଓ ମାଧ୍ଯମରେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ତେବେ ଭିଡିଓ ରେ ଦେଖାଯାଇଛି କି ନମିତା ଅଗ୍ରୱାଲ ଙ୍କ ଶାଶୁ ଙ୍କ ବୟସ ପଖାପାଖି ୯୦ ବର୍ଷ ହେଇଯିବ। ତାଙ୍କର ବୟସ ଅନୁସାରେ ଦେହ ଅସୁସ୍ଥ ରହୁଥିବାରୁ ତାଙ୍କ ଶାଶୁ ବର୍ତ୍ତମାନ ଶଯ୍ୟାଶାୟୀ। ତେବେ ନମିତା ଅଗ୍ରୱାଲ ତାଙ୍କ ଶାଶୁ ପାଖକୁ ଆସି ବସି ତାଙ୍କ ସହିତ କିଛି ସମୟ ବିତାଇଥିଲେ। ଆଉ ସେହି ସମୟରେ ନମିତା ଅଗ୍ରୱାଲ ଙ୍କୁ ତାଙ୍କ ଶାଶୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦିଥିଲେ। ଯାହାକୁ ସିଏ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Related Posts ସାବଧାନ ! ରୂପ ବଦଳାଇ ଆସୁଛନ୍ତି IPS ମ୍ୟାଡାମ୍… Papu Pom Pom ଙ୍କ ନୂଆ କମେଡି ” ତୋର କୁଞ୍ଚୁ କୁଞ୍ଚିଆ ବାଳ ରେ ନନୀ… ଦେଖନ୍ତୁ VIRAL ଭିଡ଼ିଓ – ହଟାତ ଘରକୁ ଆସିଲେ ବୋଉଙ୍କ ମା, ଆଉ ରୂପା ”… 8,390 Share FacebookTwitterGoogle+ReddItWhatsAppPinterestEmail Prev Post ଦେଖନ୍ତୁ Socking ଭିଡ଼ିଓ – ସାବଧାନ..ଆଇଁଷ ଖାଇଲେ ସାପ ମାରିଦେବ , ଏଠି ଆଇଁଷ ଖାଇବା ତ ଦୂରର କଥା ଏଠି ଆଇଁଷ ପସେନି ! ଭିଡ଼ିଓ ଦେଖିଲେ ହୋସ ଉଡିଯିବ… Next Post Interesting Gk Questions – ମୁଁ ଗୋଟେ ଝିଅକୁ ପଚାରିଲି ତୁମର ନାମ କଣ ? ସେ କହିଲା 1717 ତାହାର ନାମ କଣ ଥିଲା…ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ
2022-11-28T11:08:59Z
https://news40daily.com/index.php/dekhontu-nam-hy-kk/
OSCAR-2301
ସମ୍ବଲପୁର: ସମ୍ବଲପୁର ସହରରେ ଗତକାଲି ଠାରୁ ଲଗାଣ ବର୍ଷାରେ ସାରା ସହର ଜଳାର୍ଣ୍ଣବ ହୋଇଛି । ସବୁଆଡ଼େ ପାଣିର ଲହଡ଼ି ଖେଳୁଛି । ରାସ୍ତାଘାଟର ପାଣି ଘରେ ଘରେ ପ୍ରବେଶ କରିବା ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବନ୍ୟା ଆଶ୍ରୟସ୍ଥଳୀ । ସମ୍ବଲପୁର ସହରରେ ୪୭୨ଏମଏମ ବର୍ଷା ରେକର୍ଡ଼ କରାଯାଇଛି । ଏବେବି ବର୍ଷା ଜାରି ରହିଥିବାରୁ ସହରର ହାଉସିଂବୋର୍ଡ଼ କଲୋନୀ, ବୁଢାରଜା, ଏସ ଆର ଆଇ ଟି, ମୁଦୀପଡ଼ା, ଦଲଦଳିପଡ଼ା, କ୍ଷେତରାଜପୁର, ପୁଟିବନ୍ଧ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ବଲପୁର ଜିଲ୍ଲାର କିଛି ଗ୍ରାମରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ନୂଆଁ ଟିକର ଗାଁରେ ରିଲିଫ କେନ୍ଦ୍ରକୁ ଯାଉଥିବା ବେଳେ ବନ୍ୟା ପାଣିରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
2022-11-28T11:55:08Z
https://odishasambad.in/flood-situation-in-sambalpur/
OSCAR-2301
ଖୋଲା କଥା ହେଉଛି ଏକ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ସହିତ ମନ ଖୋଲି କଥାବାର୍ତ୍ତା ହେବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଖୋଲା କଥା । ସମାଜର ପ୍ରତିଷ୍ଠିତ ତଥା ଚର୍ଚ୍ଚିତ ବ୍ୟକ୍ତି ହୋଇଥାନ୍ତି ଖୋଲା କଥାର ଅତିଥି । ସାଧାରଣ ଜନତାଙ୍କ ମନରେ ଉଙ୍କିମାରୁଥିବା ପ୍ରଶ୍ନର ସିଧାସଳଖ ଉତ୍ତର ଦେବାକୁ ପଡ଼ିଥାଏ ସେଲିବ୍ରିଟି, ରାଜନେତା, ସମାଜସେବୀ, କଳାକାର ତଥା ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଅତିଥିମାନଙ୍କ ଜୀବନ, ପ୍ରତିଭା ଓ ବିବାଦୀୟ ଘଟଣା ସଂପର୍କରେ ଖୋଲାଖୋଲି ଆଲୋଚନା ହୋଇଥାଏ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଖୋଲାକଥାର ଉପସ୍ଥାପକ ହେଉଛନ୍ତି ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ହେଡ୍ ମନୋରଞ୍ଜନ ଯୋଶୀ । ପ୍ରତି ଗୁରୁବାର ରାତି ୧୦ଟାରେ ଓଟିଭିରେ ପ୍ରସାରିତ ହୋଇଥାଏ ଲୋକପ୍ରିୟ ଟକ୍ ସୋ ଖୋଲା କଥା ।
2022-11-28T10:49:47Z
https://otvkhabar.in/otv-shows/khola-katha
OSCAR-2301
ଜୁନ ୦୪ ତାରିଖ ୨୦୨୦ମସିହା(ଗୁରୁବାର) ଜ୍ୟେଷ୍ଠ-ଶୁକ୍ଳପକ୍ଷତିଥି –ତ୍ରୟୋଦଶୀ, ତୁଳା ଓ କୁମ୍ଭ ରାଶିର ଘାତବାର ,ଅଦ୍ୟ ଚତୁର୍ଦ୍ଦଶୀର ,ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ବାଇଗଣ ଭକ୍ଷଣ ନିଷେଧ , ଆଜିର ରାଶିଫଳ ମେଷ– ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ବୃଷ– ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ– ଆଜି କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କର୍କଟ– ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ସି˚ହ– ମାଆ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ। କନ୍ୟା– ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ। ତୁଳା–ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ। ବିଛା– ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ। ଧନୁ– ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ମକର– ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। କୁମ୍ଭ– ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ମୀନ– ଆଧାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।
2022-12-08T20:54:33Z
https://www.satyasandhana.in/gurubar-apnnka-pai-kemiti-kib-janntu/
OSCAR-2301
ହେ ଭଗବାନ ! ଓ୍ଵାଟରଫଲ୍‌ ରେ ଏ ଛାତିଥରା ଦୃଶ୍ୟ ଥରେ ଦେଖି ନିଅନ୍ତୁ, ହାର୍ଟବିଟ୍‌ ବଢ଼ିଯିବ…ଦେଖନ୍ତୁ Viral ଭିଡ଼ିଓ – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home ଭାଇରାଲ ଭିଡିଓ ହେ ଭଗବାନ ! ଓ୍ଵାଟରଫଲ୍‌ ରେ ଏ ଛାତିଥରା ଦୃଶ୍ୟ ଥରେ ଦେଖି ନିଅନ୍ତୁ, ହାର୍ଟବିଟ୍‌ ବଢ଼ିଯିବ…ଦେଖନ୍ତୁ Viral ଭିଡ଼ିଓ ହେ ଭଗବାନ ! ଓ୍ଵାଟରଫଲ୍‌ ରେ ଏ ଛାତିଥରା ଦୃଶ୍ୟ ଥରେ ଦେଖି ନିଅନ୍ତୁ, ହାର୍ଟବିଟ୍‌ ବଢ଼ିଯିବ…ଦେଖନ୍ତୁ Viral ଭିଡ଼ିଓ ଭାଇରାଲ ଭିଡିଓ By Apurva Das 0 Share ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବାକୁ ମିଳୁଛି। ମଣିଷ ଜୀବନରେ ବିପଦ କେତେବେଳେ ବା କେଉଁ ମୁହୂର୍ତ୍ତରେ ଆସିବ କେହି ପାରିବେ ନାହିଁ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ ତାହା ଭାବିବା ବହୁତ କଷ୍ଟକର ହୋଇ ପଡିଥାଏ। କିନ୍ତୁ ବେଳେ ବେଳେ ଯେଉଁ ଲୋକ ମାନେ ହଠାତ ବିପଦର ସମୁଖୀନ ହୋଇ ଥାଆନ୍ତି। ସେମାନଙ୍କୁ ବଞ୍ଚାଇବା ପାଇଁ କେହି ନା କେହି ଆସି ଯାଇ ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ୱାଟରଫଳରେ ମା ଓ ଛୁଆ ଉଭୟ ଖସିଗଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ସେହି ବିଷୟରେ ଜାଣିବା; ଏଭଳି ଏକ ଭୟଙ୍କର ଦୃଶ୍ୟ ତାମିଲନାଡୁର ସାଲେନ ଜିଲ୍ଲାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେଠାରେ ଥିବା ୱାଟରଫଲର ମଜା ନେବାକୁ ଅନେକ ଲୋକ ମାନେ ଆସି ଥିଲେ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାଥ ୱାଟରଫଲର ଜଳସ୍ତର ବଢି ବାକୁ ଲାଗିଲା। ସେଠାକୁ ଜଣେ ମହିଳା ଓ ତାଙ୍କ ଛୁଆ ସେଠାରେ ଆସି ବୁଲା ବୁଲି କରୁଥିଲେ। ସେମାନେ ବୁଲୁ ଥିବା ସମୟରେ ପ୍ରବଳ ଜଳ ସ୍ରୋତ ପଥରରେ ଫଶୀ ରହି ଯାଇ ଥିଲେ। ଏହି ଦୃଶ୍ୟ ସେଠାରେ ଥିବା ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ଜଳ ପ୍ରପାତରେ ବହୁ ମାତ୍ରାରେ ପାଣି ମାଡ଼ି ଆସୁ ଥିଲା, ମହିଳା ଜଣଙ୍କ ନିଜକୁ ଓ ନିଜ ଛୁଆକୁ ବଞ୍ଚାଇବା ସମ୍ଭବ ହୋଇ ପାରି ନଥିଲା। ଠିକ ସେହି ସମୟରେ ସୁରକ୍ଷା କର୍ମୀ ଦଳ ମାନେ ନିଜର ସାହାସିକତାର ସହିତ ଓ ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ବଞ୍ଚାଇବା ପାଇଁ ଆସି ଯାଇ ଥିଲେ। ସୁରକ୍ଷା କର୍ମୀ ମାନେ ରଶି ସାହାଯ୍ୟରେ ମହିଳା ଓ ତାଙ୍କ ଛୁଆଙ୍କୁ ବହୁତ ସୁରକ୍ଷିତର ସହିତ ବଞ୍ଚାଇ ଦେଇଥିଲେ। କିନ୍ତୁ ଯେତେବେଳେ ସୁରକ୍ଷା କର୍ମୀ ନିଜେ ସେଥିରୁ ବଞ୍ଚିବା ପାଇଁ ଚେଷ୍ଟା କରୁ ଥିବା ବେଳେ, ଠିକ ସେହି ସମୟରେ ସେମାନେ ଧରି ଥିବା ରଶିଟି ଛିଡି ଯାଇ ଥିଲା ଓ ଛିଡି ଯିବା ଫଳରେ ସେଠାରେ ଥିବା ଖସରା ପଥରରେ ସେମାନଙ୍କ ଗୋଡ଼ ଖସି ଯାଇ, ସେମାନେ ପାଣି ଶୁଅରେ ଭାସି ଯାଇଥିଲେ। ଏହି ଦୃଶ୍ୟ ଦେଖି ସେଠାରେ ଥିବା ଲୋକ ମାନେ ବହୁତ ଭୟ ଭିତ ହୋଇ ଯାଇ ଥିଲେ। କିନ୍ତୁ ସୁରକ୍ଷା କର୍ମୀ ସୁରକ୍ଷିତ ଭାବରେ ପହଁରି ପହଁରି ଆସି କୂଳରେ ଲାଗି ଯାଇଥିଲେ।ସେଠାରେ ଥିବା ଲୋକ ମାନେ ଏହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖବୁ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ରାତି ୮ ଟାରେ ଖୋଲିବ ଦେଶଦ୍ରୋହୀଙ୍କ ଗୁମର, ଏମିତି ଖୋଲା ଚେଲେଞ୍ଜ ଦେଲେ NCB ଅଫିସର Sameer Wankhede ଦେଖନ୍ତୁ…. Next Post କନ୍ନଡ଼ ସିନେମାର ପାୱାର ଷ୍ଟାର Puneeth Rajkumar ଜିମ କରୁଥିବା ବେଳେ ହଠାତ ହୃଦଘାତରେ ପରଲୋକ, ସାରା ଦେଶରେ ଶୋକର ଛାୟା….
2022-12-05T01:53:35Z
https://news22media.com/water-fool-re-chhati-thaara-video/
OSCAR-2301
(୨୫/୯) କରୋନା ମାହାମାରୀର ଦୁର୍ଦ୍ଦିନ ସମୟରେ ଅନ୍ୟକ ନିରୀହ ଗରିବ ପରିବାର ନିଜ ରୋଜଗାର ମଧ୍ୟ ହରାଇଛନ୍ତି । ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏହି ସମୟରେ ସସ୍ମିତା ମହାନନ୍ଦ ନାମକ ଜଣେ ୩୦ ବର୍ଷ ବୟସ୍କ ମହିଳା ଅସହାୟ ଅବସ୍ଥା ଦେଇ ଗତି କରୁଥିବା ଜାଣିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଆଗଲପୁର ବ୍ଲକ ଡୁଙ୍ଗୁରିପାଲି ଗାଁର କବିରାଜ ମହାନନ୍ଦଙ୍କ ସ୍ତ୍ରୀ ସସ୍ମିତା ମହାନନ୍ଦ(୩୦) ପକ୍ଷାଘାତ ରୋଗରେ ଆକ୍ରାନ୍ତ । ଗରିବ ପରିବାର ତିନି ମାସ ହେଲା ଧାର କରଜ କରି ବୁର୍ଲା ନେଇ ଚିକିତ୍ସା କରୁଥିଲେ କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥା ଭଲ ହେଲା ନାହିଁ, ପଇସାପତ୍ର ମଧ୍ୟ ସରିଗଲା । ଡାକ୍ତର କହିଲେ, ବଡ ହସ୍ପିଟାଲ ଯାଇ ଉଚ୍ଚ ଚିକିତ୍ସା କରିବା ପାଇଁ, ହେଲେ ତାଙ୍କ ପାଖରେ ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ଅଭାବ । ଗରିବ ଲୋକ, କୁଆଡ଼ୁ ପାଇବେ ଏତେ ପଇସା ।ତେଣୁ ସେମାନେ ଅସହାୟଙ୍କ ପାଇଁ ହାତ ବଢାଉଥିବା ‘ରାଏମନ୍ ଫାଉଣ୍ଡେସନ’ ସଭାପତି ତଥା ପଶ୍ଚିମ ଓଡିଶାର ଟାଣୁଆ ନାରୀ ନେତ୍ରୀ ରଞ୍ଜୁ ରାଏମନ୍ ଙ୍କୁ ଯୋଗାଯୋଗ କରିଥିଲେ ଓ ତାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ। ଏହି ସମସ୍ୟା ଜାଣିବା ପରେ ନାରୀ ନେତ୍ରୀ ରଞ୍ଜୁ ରାଏମନ୍ ତୁରନ୍ତ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଆବଶ୍ୟକସ୍ଥଳେ ପରବର୍ତ୍ତୀ ଚିକିତ୍ସା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିବା ସଂଗଠନ ପକ୍ଷରୁ ଜଣାପଡ଼ିଛି । Advertisement WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : [email protected]
2022-12-09T02:33:15Z
https://nabodaya.in/raiman-foundation-helps-the-paralyzed/
OSCAR-2301
Pregnancy Tips | ଗର୍ଭାବସ୍ଥାରେ ସମ୍ପର୍କ ରଖିବା ଠିକ ନା ଭୁଲ |୧୮ ରୁ ୪୦ ବର୍ଷର ପୁଅ ଝିଅ ମାନେ ନିଶ୍ଚୟ ଦେଖନ୍ତୁ…. – sudarsankhabar.com Publisher - Odisha Samachar , Latest Trending News Home ଭାଇରାଲ ନ୍ୟୁଜ ଅଜଣା କଥା ଘରୋଇ ଉପଚାର ଅଦ୍ଭୁତ ଭିଡିଓ ଓଡିଶା Home ସ୍ବାସ୍ଥ୍ୟ Pregnancy Tips | ଗର୍ଭାବସ୍ଥାରେ ସମ୍ପର୍କ ରଖିବା ଠିକ ନା ଭୁଲ |୧୮ ରୁ ୪୦ ବର୍ଷର ପୁଅ ଝିଅ ମାନେ ନିଶ୍ଚୟ ଦେଖନ୍ତୁ…. Pregnancy Tips | ଗର୍ଭାବସ୍ଥାରେ ସମ୍ପର୍କ ରଖିବା ଠିକ ନା ଭୁଲ |୧୮ ରୁ ୪୦ ବର୍ଷର ପୁଅ ଝିଅ ମାନେ ନିଶ୍ଚୟ ଦେଖନ୍ତୁ…. ସ୍ବାସ୍ଥ୍ୟ ଆପଣଙ୍କ ମଧ୍ୟରୁ ସମସ୍ତେ ଜାଣିଥିବେ କି ଜଣେ ନାରୀ ପାଇଁ ମାତୃତ୍ୱ ଲାଭ କରିବା କେତେ ମହତ୍ତ୍ୱପୂର୍ଣ୍ଣ।ମାତୃତ୍ୱ ଲାଭ ରେ ନାରୀ ଜୀବନ ର ସାର୍ଥକତା ରହି ଥାଏ।ତେବେ ବିବାହ ପରେ ଉଭୟ ପତି ପତ୍ନୀ ଏକ ସନ୍ତାନ ଜନ୍ମ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।ତେବେ ଆଜିର ସମୟରେ ଆମ ସମ୍ବିଧାନ ୧୮ ବର୍ଷ ବୟସ ରୁ ଉର୍ଦ୍ଧ ଝିଅ ମାନଙ୍କ ବିବାହ କୁ ସ୍ୱୀକୃତି ପ୍ରଦାନ କରିଛି। ତେବେ ବିବାହ ପରେ ପ୍ରଥମ ଥର ପାଇଁ ଯେଉଁ ନାରୀ ମାତୃତ୍ବ ଲାଭ କରିବା ଆଗ୍ରହ କରେ ତା ମନରେ କିଛି ସନ୍ଦେହ ଜନକ ପ୍ରଶ୍ନ ଆସିଥାଏ । ପିଲା ଟିଏ ଗର୍ଭ ରେ ଧାରଣ କରିବା ପୁର୍ବରୁ ମାଆ ଟିଏ ନିଜ ସନ୍ତାନ କୁ ନେଇ ବହୁ ସ୍ବପ୍ନ ଦେଖିଥାଏ।ଏକ ସୁସ୍ଥ, ସବଳ, ସୁନ୍ଦର, ଓ ଅତି ପ୍ରଖର ବୁଦ୍ଧି ସମ୍ପନ୍ନ ପିଲା ଟିଏ ଜନ୍ମ ଦେବା ପାଇଁ ବହୁତ ଇଚ୍ଛା କରିଥାନ୍ତି। ତେବେ ମହିଳା ମାନଙ୍କର ମନରେ ପ୍ରଶ୍ନ ଆସିଥାଏ କି ଗର୍ଭାବସ୍ଥା ସମୟରେ କଣ ଶାରୀରିକ ସମ୍ପର୍କ ରଖି ହେବ ଗର୍ଭସ୍ଥ ଶିଶୁ ପାଇଁ କୌଣସି ବିପଦ ସୃଷ୍ଟି ହେବନି ତ ପିଲା ର କୌଣସି କ୍ଷତି ହେବନି ତ ପ୍ରେଗନେନ୍ସି ର କେଉଁ ସମୟ ଯାଏ ସମ୍ବନ୍ଧ ରଖିବା ଉଚିତ ହେବ । ତେବେ ଆସନ୍ତୁ ସେ ସବୁ ବିଷୟରେ ଆଲୋଚନା କରିବା ଓ ପ୍ରକୃତ କଥା ଜାଣିବା । ୧- ଶାରୀରିକ ସମ୍ପର୍କ ରଖିବା ଠିକ ନା ଭୁଲ – ଏହା ଜାଣି ନିଅନ୍ତୁ କି ଗର୍ଭାବସ୍ଥାରେ ଆପଣ ସମ୍ବନ୍ଧ ରଖି ପାରିବେ କିନ୍ତୁ ସାବଧାନତା ର ସହ ତତ୍ସହିତ କିଛି କେସ ର ଗର୍ଭବତୀ ମହିଳା ଙ୍କୁ ଛାଡି । ଅର୍ଥାତ ଯେଉଁ ମହିଳା ମାନଙ୍କର ପ୍ରେଗନେନ୍ସି ରେ କୌଣସି କମପ୍ଲିକେସନ ନ ଥିବ ସେମାନେ ଶାରୀରିକ ସମ୍ପର୍କ ରଖି ପାରିବେ । ୨- କେଉଁ ସମୟରେ ସମ୍ବନ୍ଧ ରଖିବା ଅନୁଚିତ – ଗର୍ଭ ଧାରଣ ର ପ୍ରଥମ ତିନି ମାସ ମହିଳା ମାନଙ୍କୁ ବାନ୍ତି ଲାଗିବା, ମୁଣ୍ଡ ବୁଲେଇବା, ଅଳସ ଲାଗିବା, ମନ ଭଲ ନ ଲାଗିବା ପରି କେତେକ ସମସ୍ୟା ଅନୁଭୁତ ହୋଇଥାଏ । ତେଣୁ ଏହି ୩ ମାସ ସମ୍ପର୍କ ରଖିବା ଅନୁଚିତ । ୩- ସମ୍ପର୍କ ରଖିଲେ ମିଶକରେଜ ହେବାର ସମ୍ଭାବନା ଥାଏ କି ? – ଅଧିକାଂଶ ଅନକମପ୍ଲିକେଟେଡ଼ ପ୍ରେଗନେନ୍ସି ରେ ଶାରୀରିକ ସମ୍ପର୍କ ସ୍ଥାପନ ସହିତ ମିଶକରେଜ ର କୌଣସି ସମ୍ପର୍କ ନ ଥାଏ। ୪- ସମ୍ପର୍କ ସ୍ଥାପନ କଲେ ଗର୍ଭସ୍ଥ ଶିଶୁ ଉପରେ କିଛି ପ୍ରଭାବ ପଡେ କି ? – ଗର୍ଭାଶୟ ମଧ୍ୟରେ ଶିଶୁଟି ପ୍ରଥମେ ଆମ୍ନଟିକ ହୋଇ ଓ ତାପରେ ୟୁଟେରା ସହ ମସଲ ଓ ତଳେ ୪ ସେମି ସର୍ଭିସ ଓ ନ୍ୟୁକ୍ଲିଅସ ପ୍ଲକ୍ସ ସାହାଯ୍ୟରେ ଚାରିପଟୁ ଘେରି ହୋଇ ସୁରକ୍ଷିତ ଭାବେ ରହିଥାଏ । ତେଣୁ ଶିଶୁ ଉପରେ କୌଣସି କ୍ଷତି କାରକ ପ୍ରଭାବ ପଡେ ନାହିଁ । ୫- କେଉଁ ଗର୍ଭବତୀ ମହିଳା ଶାରୀରିକ ସମ୍ପର୍କ ସ୍ଥାପନ କରି ପାରିବ ନାହିଁ ? ପୂର୍ବରୁ ଯେଉଁ ମହିଳାମାନଙ୍କର ବାରମ୍ବାର ମିଶକରେଜ ହୋଇଥିବ, ପ୍ରିଟାଇମ ରେ ଡେଲିଭରି ହୋଇଥିବ କିମ୍ବା ବହୁ ଚିକିତ୍ସା ପରେ ପ୍ରେଗନେନ୍ସି ଲାଭ ହୋଇଥିବ ତେବେ ଏହି ମହିଳା ମାନେ ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଅନୁଚିତ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 24 Share FacebookTwitterGoogle+ReddItWhatsAppPinterestEmail Prev Post OMG ! ଭୟଙ୍କର ବନ୍ୟା ପାଣିକୁ ଡେଇଁ ପଡିଲେ ୪ ଯୁବତୀ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର ୪ ଘଣ୍ଟାରେ ୬୦ milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ…. Next Post ଓଃ..କି…ଡାନ୍ସ ….ଅଙ୍ଗନୱାଡି ଦିଦିଙ୍କ ସମ୍ବଲପୁରୀ ନାଚ! ମାତ୍ର ୪ ଘଣ୍ଟାରେ ୬୦ milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
2022-12-09T02:56:50Z
https://sudarsankhabar.com/erszevrszevzesvfevtert/
OSCAR-2301
ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ର ଅଡିଓ ରିଲିଜ୍ନୂଆ ଓଡ଼ିଆ ଚଳଚ୍ଚିତ୍ର “T” ର ମୋସନ ପୋଷ୍ଟରଡିସେମ୍ବର ୧୬ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର “ପ୍ରସ୍ଥାନମ୍”କଞ୍ଚା ଲଙ୍କାର ନୂଆ ୱେବ୍ ସିରିଜ “ଅନେଶତ ରାଣୀ ରାଜାଜିଆଇ ଟ୍ୟାଗ୍ ପାଇଁ ୯ଟି ସାମଗ୍ରୀର ହେଲା ମୂଲ୍ୟାୟନ Home ରାଜ୍ୟ ପୁଣି ହେବ ଏ ଏସ୍ ଆଇ ପରୀକ୍ଷା : ରାଜ୍ୟ ସରକାର ଙ୍କ ନିଷ୍ପତ୍ତି ରାଜ୍ୟ ପୁଣି ହେବ ଏ ଏସ୍ ଆଇ ପରୀକ୍ଷା : ରାଜ୍ୟ ସରକାର ଙ୍କ ନିଷ୍ପତ୍ତି ୧୦୦ ନୁହେଁ ବରଂ ୨୦୦ ମାର୍କ ର ହେବ ପରୀକ୍ଷା ୭ ବର୍ଷ ରୁ ଅଧିକ କାର୍ଯ୍ୟ କରିଥିବା କନେଷ୍ଟବଳ ମାନେ ହେବେ ଯୋଗ୍ୟ By Odisha News Today Last updated Oct 19, 2020 0 Share ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଦୀର୍ଘ ୧୮ ବର୍ଷ ପରେ ପୁଣି ହେବ ବନ୍ଦ ରହିଥିବା ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟର (ଏଏସ୍‌ଆଇ) ପଦବି ଲାଗି ପରୀକ୍ଷା। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥର ୧୦୦ ବଦଳରେ ୨୦୦ ମାର୍କର ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଥିବା ବେଳେ ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ରଖି ପାସ୍‌ କଲେ ହିଁ ପ୍ରାର୍ଥୀ ପ୍ରଶିକ୍ଷଣ ନେଇ ଏଏସ୍‌ଆଇ ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ,୨୦୦୨ରେ ଶେଷ ଥରପାଇଁ ଏଏସ୍‌ଆଇ ପରୀକ୍ଷା ହୋଇଥିଲା। ପରେ କେବଳ ଏସି/ଏସ୍‌ଟି ବର୍ଗର କନଷ୍ଟେବଳମାନଙ୍କ ପାଇଁ ୨୦୧୧ ରେ ୧୦୦ ମାର୍କର ପରୀକ୍ଷା ହୋଇଥିଲା । ଏଥିରେ ୩୦ ପ୍ରତିଶତ ରଖି ପାସ୍‌ କରିଥିବା କନଷ୍ଟେବଳ ଓ ହାବିଲ୍‌ଦାର ମାନେ ପ୍ରଶିକ୍ଷଣ ନେବା ପରେ ଏଏସ୍‌ଆଇ ହୋଇଥିଲେ। ନିୟମ ଅନୁଯାୟୀ ୭ ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିଥିବା କନଷ୍ଟେବଳମାନେ ଏହି ପରୀକ୍ଷାରେ ପାସ୍‌ କଲା ପରେ ଏଏସ୍‌ଆଇ ହେବେ । ପାଖାପାଖି ୧୮ ବର୍ଷରୁ ଅଧିକ ଦିନ ପରୀକ୍ଷା ବନ୍ଦ ହେବା ଫଳରେ ଶତାଧିକ କନେଷ୍ଟବଳ ଓ ହାବିଲଦାର ପଦୋନ୍ନତିରୁ ବଞ୍ଚିତ ରହିଥିଲେ। ଇତି ମଧ୍ୟରେ ଅନେକ ପ୍ରାର୍ଥୀ ଅବସର ମଧ୍ୟ ନେଇସାରିଲେଣି। ସେଥିପାଇଁ ପୂର୍ବରୁ ଏହି ପରୀକ୍ଷାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । କିନ୍ତୁ ପରୀକ୍ଷା ହୋଇପାରି ନଥିବା ହେତୁ ଏଏସ୍‌ଆଇ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟରେ ହଜି ହୋଇଯାଇଥିଲା । ସେସବୁକୁ ନଜରରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଏସ୍‌ଆଇ ପରୀକ୍ଷା ବ୍ୟବସ୍ଥାରେ ରାଜ୍ୟ ସରକାର ଏଥର ଅନେକ ସୁଧାର ଆଣିଛନ୍ତି। ପୂର୍ବରୁ ଥିବା ୧୦୦ ମାର୍କ ପରୀକ୍ଷକୁ ୨୦୦ ମାର୍କକୁ ବୃଦ୍ଧି କରାଯାଇଛି । ଏହି ୨୦୦ ମାର୍କ ମଧ୍ୟରେ ସିଆରପିସି, ଆଇପିସି, ଆଇନ, ଓଡିଆରୁ ଇଂରାଜୀ ଓ ଇଂରାଜୀରୁ ଓଡିଆ ଅନୁବାଦ ସହ ସାଧାରଣ ଜ୍ଞାନ ବିଷୟ ରହିବ। ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ରଖି ପାସ୍‌ କରିଥିବା କନଷ୍ଟେବଳଙ୍କୁ ତାଲିମ ନେଲା ପରେ ଏଏସ୍‌ଆଇ ପଦବିରେ ନିଯୁକ୍ତି ମିଳିବ । ଯେଉଁ କନଷ୍ଟେବଳମାନେ ୭ ବର୍ଷରୁ ଅଧିକ ଚାକିରି କରିଥିବେ ସେମାନେ ହିଁ ପରୀକ୍ଷା ଦେଇ ପାରିବେ । ତେବେ ପରୀକ୍ଷାର ତାରିଖ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।
2022-12-09T09:12:00Z
https://odishanewstoday.com/asi-exam/
OSCAR-2301
(ସତ୍ୟପାଠ ବ୍ୟୁରୋ) ପୁଣି ପଦାରେ ପଡ଼ିଲା ଆବାସିକ ସ୍କୁଲରେ ଛାତ୍ରଙ୍କୁ ନିର୍ଯାତନାର ଚିତ୍ର । ପାଲଲହଡ଼ା ନାଇକାଣିପାଲି ଆଶ୍ରମ ସ୍କୁଲର ଦିତୀୟ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ମାଡ଼ ଅଭିଯୋଗ । ପାଳଲହଡାର ବିଭିନ୍ନ ସରକାରୀ ଆବାସିକ ବିଦ୍ୟାଳୟରେ ଶିଶୁ ନିର୍ଯ୍ୟାତନାର କରୁଣ କାହାଣୀ ଖୋଲିଦେଇଛି 5-ଟି କାର୍ଯ୍ୟକ୍ରମର ମୁଖା । ସୂଚନା ଅନୁସାରେ ପାଳଲହଡା ବ୍ଲକ ନାଇକାଣିପାଲି ସରକାରୀ ଆବାସିକ ବିଦ୍ୟାଳୟ ପରିସରରୁ ଗତକାଲି ଅପରାହ୍‌ଣରେ ସ୍କୁଲ ଛୁଟି ହେବା ପରେ ଦ୍ବିତୀୟ ଶ୍ରେଣୀ ଛାତ୍ର ଅଶୋକ ନାୟକକୁ ସାମାନ୍ୟ କଥାରେ ସ୍କୁଲ ପରିଚାଳକ ଦିଲୀପ ସାର ମାଡ଼ ମାରିଥିଲେ । ଏହା ପରେ ଭୟରେ ସ୍କୁଲରୁ ଫେରାର ହୋଇଯାଇଥିଲେ ଛାତ୍ର । ସଂଧ୍ୟା 6 ଟାରେ ସ୍କୁଲଠାରୁ 5 କିମି ଦୂର ଉଦିତନଗର ଛକରୁ କିଛି ସ୍ଥାନୀୟ ଯୁବକ ଛାତ୍ରକୁ ଉଦ୍ଧାର କରି ପାଳଲହଡା ଥାନାରେ ଜିମା ଦେଇଥିଲେ । ତେବେ ଛାତ୍ର ଅଶୋକ ସିଧାସଳଖ ଦିଲୀପ ସାର ବାଡେଇଥିବା ଅଭିଯୋଗ କରିଛି । ଅନ୍ୟପଟେ ଅଭିଯୋଗ ନେଇ ଶିକ୍ଷକ ଦିଲ୍ଲୀପ ସାର ଛାତ୍ରକୁ ବାଡେଇ ନଥିବା ସଫେଇ ଦେଇଛନ୍ତି । ଘଟଣାକୁ ଚାପି ଦେବାକୁ ସ୍କୁଲ କତୃପକ୍ଷଙ୍କ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଇଛି । ଆଦିବାସୀ ଛାତ୍ରଙ୍କୁ ଶିକ୍ଷକ କ’ଣ ପାଇଁ ମାଡ ମାରିଲେ ? ସ୍କୁଲରୁ ଅଶୋକ ଫେରାର ହେବାର 3 ଘଣ୍ଟା ପରେ ମଧ୍ୟ କାହିଁକି ଚୁପ ରହିଥିଲେ କର୍ତ୍ତୃପକ୍ଷ ? ଅଶୋକଙ୍କ ସହ ଯଦି କିଛି ଅଘଟଣ ହୋଇଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାଆନ୍ତା ? ରୋଗୀଙ୍କ ଅଭିଯୋଗରେ ଯଦି CDMO, ଏବଂ ଭାଇରାଲ ଫଟୋକୁ ଦେଖି ଯଦି BEOଙ୍କୁ ନିଲମ୍ବିତ କରାଯାଇପାରୁଛି । ତେବେ ଛାତ୍ରଟିର ମାଡ଼ ଅଭିଯୋଗ ପରେ 5-ଟି ସଚିବ ଏବଂ ଶିକ୍ଷା ବିଭାଗ ଚୁପ୍ କାହିଁକି ? Related Posts ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ୮ ଘଣ୍ଟିଆ ବନ୍ଦ ଡାକରା ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ ମୁଁ ରାଜନୀତିରେ ଯୋଗ ଦେଇଥିଲି, ସମସ୍ତ ଗଣମାଧ୍ୟମ ମୋ ପାଇଁ ‘ୱାହ, ୱାହ’ କରୁଥିଲେ, ଏବେ ସବୁକିଛି ବଦଳି ଯାଇଛି: ରାହୁଲ୍ ଗାନ୍ଧୀ
2022-12-04T18:19:47Z
https://www.satyapatha.com/student-beaten-by-teacher-in-palalahada/
OSCAR-2301
ଭିଡିଓର climax ଆଶ୍ଚର୍ଯ୍ୟକର ଅଟେ :- ଦେଖନ୍ତୁ video ନିଜ ପ୍ରେମିକ ଉପରେ ବିଶ୍ବାସ କରି ଗଛରୁ ତଳକୁ ଡିଆଁ ମାରୁଥିଲେ ମହିଳା ତା’ପରେ – ଦୈନିକ ଖବର ସବୁ ସମୟ ଖବର ସାଥିରେ Publisher - ସବୁ ସମୟ ଖବର ସାଥିରେ Home ଭାଇରାଲ ନ୍ୟୁଜ ଘରୋଇ ଉପଚାର ଦେଶବିଦେଶ ଓଡିଶା Home ଭାଇରାଲ ଭିଡିଓ ଭିଡିଓର climax ଆଶ୍ଚର୍ଯ୍ୟକର ଅଟେ :- ଦେଖନ୍ତୁ video ନିଜ ପ୍ରେମିକ ଉପରେ ବିଶ୍ବାସ କରି ଗଛରୁ ତଳକୁ ଡିଆଁ ମାରୁଥିଲେ ମହିଳା ତା’ପରେ ଭାଇରାଲ ଭିଡିଓ ଭିଡିଓର climax ଆଶ୍ଚର୍ଯ୍ୟକର ଅଟେ :- ଦେଖନ୍ତୁ video ନିଜ ପ୍ରେମିକ ଉପରେ ବିଶ୍ବାସ କରି ଗଛରୁ ତଳକୁ ଡିଆଁ ମାରୁଥିଲେ ମହିଳା ତା’ପରେ 0 37 Share ଆଜିର ସମୟରେ ଯୁବପିଡିଙ୍କ ଭିତରେ କିଛି ଥାଉ କି ନଥାଉ ସେମାନେ ଭଲପାଇବା ବାପ୍ରେମ ସମ୍ପର୍କରେ ନିଶ୍ଚିତ ରହି ଥାଆନ୍ତି ।ଆଉ ଆଜିର ଭଲପାଇବାରେ ବିନା ସ୍ୱାର୍ଥରେ କେହି କାହାର ନୁହେଁ ଆଉ ଯାହାର ପରିଣାମ ବି ନୀତିଦିନ ଘଟୁଥିବା ଘଟଣା ଗୁଡିକରୁ ଜାଣି ପାରୁଥିବେ ।ତେବେ ପ୍ରକୃତ ଭଲପାଇବାରେ କୌଣସି ସ୍ୱାର୍ଥ ରହି ନଥାଏ,ସେଥିରେ ରହିଥାଏ ତ୍ୟାଗ,ସମର୍ପଣ,ପରସ୍ପର ପ୍ରତି ସମ୍ମାନ ଓ ବିଶ୍ୱାସ । ଯାହା ଆଜିର ସମୟରେ ଦେଖିବାକୁ ପାଇବା ଅସମ୍ଭବ ଅଟେ କିନ୍ତୁ ଏବେ ଦେଖିବାକୁ ମିଳିଛି କି ଜଣେ ପ୍ରେମିକା ନିଜ ପ୍ରେମିକ ଓ ଭଲପାଇବା ପ୍ରତି କେତେ ବିଶ୍ୱାସ ରହିଛି ପ୍ରମାଣ କରିବାକୁ ଯାଇ ଗଛ ଉପରୁ ଡେଇଁ ପଡିଛି । ତେବେ ଗୋଟିଏ ସମ୍ପର୍କରେ ବିଶ୍ୱାସ ଗୋଟିଏ ଜିନିଷ ଯାହା ସେହି ସମ୍ପର୍କକୁ ମଜବୁତ ବି କରିପାରେ ଓ ଭାଙ୍ଗି ବି ଦେଇପାରେ ।ଆଉ ଜାଣିଛନ୍ତି ଯଦି ଆପଣ ଙ୍କ ଉପରେ କେହି ବିଶ୍ୱାସ କରୁଛନ୍ତି ତେବେ ତାହାର ବିଶ୍ୱାସ କେବେ ଭାଙ୍ଗନ୍ତୁ ନାହିଁ କାରଣ ଜଣଙ୍କ ର ବିଶ୍ୱାସ ଥରେ ଭାଙ୍ଗିଗଲେ ସେ ଜୀବନରେ ଆଉ କେବେ କାହା ଉପରେ ବିଶ୍ୱାସ କରିପାରେ ନାହିଁ । ତେବେ ଏବେକାର ଯୁବପିଡ଼ି ମାନଙ୍କ ଭିତରେ ଏହି ବିଶ୍ୱାସ ଦେଖିବାକୁ ମିଳୁନାହିଁ ଆଉ ଯଦି ଜଣେ ନିଜ ସାଥି ଉପରେ ଭରସା କରୁଛି ତେବେ ତାର କେତେବେଳେ ଧୂଳିସାତ କରି ଦିଆ ଯାଉଛି ସେ ନିଜେ ଯସନୀ ପାରୁ ନାହିଁ ।ତେବେ ଏହି ବିଶ୍ୱାସ ଓ ଭରଷା କୁ ପ୍ରମାଣ କରିବାକୁ ଯାଇ ଜଣେ ଯୁବତୀ ଯାହା କରୁଛନ୍ତି ତାହା ବୋଧେ ଆଗରୁ ଦେଖି ନଥିବେ । ତେବେ ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଥିଲେ ଆଉ ଗୋଟିଏ ଜାଗାରେ ବଡି କଥା ହେଉଥିଲେ ତେବେ କଣ ଭାବୁ କେଜାଣି ଯୁବକ୍ୟୀ ଯୁବତୀଙ୍କୁ କହିଥିଲେ ତୁମେ ମୋତେ ସତରେ ଭଲପାଅ ନା, ତ ଯୁବତୀ କହିଥିଲେ ହଁ ମୁଁ ସ୍ତ୍ରେ ତୁମକୁ ବହୁତ ଭଲପାଏ ।ତାପରେ ଯୁବକ କହିଥିଲେ ତୁମ ଭଲପାଇବା ଉପରେ କେତେ ବିଶ୍ୱାସ ରହିଛି ଆଉ ଏଥର ଯୁବତୀ କହିଥିଲେ ନିଜ ଠାରୁ ବି ଅଧିକ ଭରଷା ରହିଛି ମୋ ଭଲପାଇବା ଉପରେ ।ଆଉ ସେତେବେଳେ ଯୁବତୀ ଯୁବକ କହିଥିଲେ ତୁମର ଯଦି ଏତେ ବିଶ୍ୱାସ ମୋ ଉପରେ ରହିଛି ତେବେ ମୁଁ ଯାହା କହିବି ତାହା କରି ପାରିବ କି ? View this post on Instagram A post shared by 🇨🇦 Canada ale jatt 🇨🇦 (@end_gallbaat1) ଆଉ ସେତେବେଳେ ଯୁବତୀ କହିଥିଲେ ମୋର ପୁରା ଭରଷା ଅଛି ତୁମ ଉପରେ ତୁମେ ଯାହା କହିବ ତାହା କରିବି,ସେତେବେଳେ ଯୁବକ କହିଥିଲେ ଏଇ ପାଖରେ ଥିବାଗଛକୁ ଚଡ଼ି ଯାଇ ସେହି ଡାଲରୁ ପଛକୁ ହେଇ ତଳକୁ ଡେଇଁପଡ଼ ।ଆଉ ଯୁବତୀ ବି ଠିକ ସେଇଆ କଲେ ଆଉ ଏପଟେ ଯୁବକ ଜଣଙ୍କ ତଳେ ଯୁବତୀଙ୍କୁ ଧରିବା ପାଇଁ ରେଡି ହେଇ ଯାଇଥିଲେ ଆଉ ଯେତେବେଳେ ଯୁବତୀ ତଳକୁ ଡେଇଁଲେ ଯୁବକ ତାଙ୍କୁ ଧରି ନେଇଥିଲେ ଆଉ ଉଭୟ ସୁରକ୍ଷିତ ରହିଥିଲେ ।ତେବେ ଏହି ଘଟଣା ସୋସିଆଲ ମେଡିଆରେ ଭାଇରଲ ହେବା ପରେ ଲୋକମାନେ ବିଭିନ୍ନ କମେଣ୍ଟ ଦେଇଛନ୍ତି ଆଉ ଉଭୟଙ୍କ ଭଲପାଇବାକୁ ପ୍ରକୃ ଭଲପାଇବା ବୋଲି କହିଛନ୍ତି ।କିନ୍ତୁ ଆମେ କହିବୁ ଏପରି କରିବା ଉଚିତ ନୁହେଁ କାରଣ କେତେବେଳେ ଛୋଟ ଭୁଲଟେ ବି ହେଇଗଲେ ପୁରା ଜୀବନ ପସ୍ତେଇ ବାକୁ ପଡିବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-12-08T06:10:31Z
https://dainikhabar.com/index.php/vi-deo-cli-m-ex-avch-trk-ara-ate/
OSCAR-2301
ଦେଖନ୍ତୁ ଭିଡ଼ିଓ : କରୋନାରେ ଆକ୍ରାନ୍ତ ମାଆ କୁ ଦେଖା କରିବାପାଇଁ ହେଲେ ବାଥରୁମ ଯାଇ ଡ୍ରେସ ଖୋଲିବାପାଇଁ କହିଲେ ସ୍ୱାସ୍ଥ୍ୟ କର୍ମୀ… – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home ଭାଇରାଲ ଭିଡିଓ ଦେଖନ୍ତୁ ଭିଡ଼ିଓ : କରୋନାରେ ଆକ୍ରାନ୍ତ ମାଆ କୁ ଦେଖା କରିବାପାଇଁ ହେଲେ ବାଥରୁମ ଯାଇ ଡ୍ରେସ ଖୋଲିବାପାଇଁ କହିଲେ ସ୍ୱାସ୍ଥ୍ୟ କର୍ମୀ… ଦେଖନ୍ତୁ ଭିଡ଼ିଓ : କରୋନାରେ ଆକ୍ରାନ୍ତ ମାଆ କୁ ଦେଖା କରିବାପାଇଁ ହେଲେ ବାଥରୁମ ଯାଇ ଡ୍ରେସ ଖୋଲିବାପାଇଁ କହିଲେ ସ୍ୱାସ୍ଥ୍ୟ କର୍ମୀ… ଭାଇରାଲ ଭିଡିଓ Share ସମଗ୍ର ବିଶ୍ୱ ରେ ବର୍ତ୍ତମାନ କରନା ମହାମାରୀ ର ସଙ୍କଟ ଚାଲିଛି। ଆମ ଦେଶରେ ବର୍ତ୍ତମାନ ଦ୍ୱିତୀୟ ଲହର ଦେଇ ଗତି କରୁଛି। ତେବେ କରନାର ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହର ଅଧିକ ଘାତକ ସାବ୍ୟସ୍ତ ହୋଇଛି। କାରଣ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ କରନା ରେ ସଂକ୍ରମିତ ହେଉଛନ୍ତି, ହଜାର ହଜାର ଲୋକ କରନାରେ ମୃତ୍ୟୁ ହେଉଛନ୍ତି। ଏଭଳି କ୍ଷେତ୍ରରେ ସରକାର ଲାଗିଛି କିପରି ଭାବରେ କରନା ସଂକ୍ରମଣ ରୁ ଜନତାଙ୍କୁ ରକ୍ଷା କରିବେ, ସେଥିପାଇଁ ସରକାର ଲକଡାଉନ ସଟଡାଉନ ଭଳି ବ୍ୟବସ୍ଥା କରି ଲୋକଙ୍କୁ ଘରେ ରହିବା ପାଇଁ ପରାମଶ ଦେଉଛନ୍ତି। ବର୍ତ୍ତମାନର ଏଭଳି ସଂକଟମୟ ପରିସ୍ଥିତି ରେ ପୋଲିସ ଏବଂ ଡାକ୍ତର ଗୁରୁ ଦାୟିତ୍ୱ ବହନ କରିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଡାକ୍ତର ହେଉ ନର୍ସ ହେଉ କିମ୍ବା ଅନ୍ୟାନ୍ୟ କର୍ମଚାରି ହୁଅନ୍ତୁ ସମସ୍ତେ ନିଜର ଜୀବନକୁ ପାଣି ଛଡେଇ କାମ କରୁଛନ୍ତି। ସେଥିପାଇଁ ଲୋକେ ସେମାନଙ୍କୁ ଭଗବାନ ଭଳି ମାନୁଛନ୍ତି। କିନ୍ତୁ ବେଳେ ଏଭଳି ପରିସ୍ଥିତି ରେ ଏମାନେ ଏପରି କିଛି କାମ କରୁଛନ୍ତି , ନିଜର ନିଜର ମାନବିକତା ଭୁଲି ଯାଉଛନ୍ତି। ତେବେ ବର୍ତ୍ତମାନ ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି, ଯାହାକୁ ଶୁଣିଲା ପରେ ଲଜ୍ୟାରେ ମୁଣ୍ଡ ତଳକୁ ହୋଇ ଯିବ, ଯାହାକି ଜଣେ ସ୍ୱାସ୍ୟ କର୍ମୀ ଜଣେ ମହିଳାଙ୍କୁ ମାଆ କୁ ଦେଖା କରିବା କହି ତା ବଦଳରେ ବାଥରୁମ ଯାଇ ଡ୍ରେସ ଖୋଲିବା ପାଇଁ କହିଥିଲେ। ତେବେ ଆସନ୍ତୁ ଆସନ୍ତୁ ଜାଣିବା ପ୍ରକୃତ ଘଟଣା ସମ୍ପର୍କରେ; ତେବେ ସୂଚନା ଅନୁସାରେ ଜଣେ ମହିଳା ନିଜ ବାପା ଙ୍କ ସହିତ କୋଭିଡ ରେ ଆକ୍ରାନ୍ତ ମାଆ ଙ୍କୁ ଦେଖା କରିବା ପାଇଁ ହସ୍ପିଟାଲକୁ ଯାଇଥିଲେ। ହସ୍ପିଟାଲରେ ଏକ ମହିଳା ନର୍ସ ତାଙ୍କ ମାଆଙ୍କ ସହିତ ପରେ କଥା କରି ଦେବା କହି ତାଙ୍କ ଫୋନ ନମ୍ବର ନେଇଥିଲା ତାପରେ , ଯୁବତୀ ଏବଂ ତାଙ୍କ ବାପା ସେଠାରୁ ଚାଲି ଆସିଲେ। ତେବେ ତାଙ୍କ ସେ ମହିଳା ନର୍ସ ତାଙ୍କ ନମ୍ବର କୁ ଅନ୍ୟ ଜଣେ ପୁଅକୁ ଦେଇଥିଲା, ଯିଏ କି ହସିପିଟାଲ ରେ କାମ କରେ , ତେବେ ତାଙ୍କ ନାମ ହେଉଛି ମଳୟ କୁମାର ରଥ , ସେ ସେହି ମହିଳାଙ୍କ ପାଖକୁ ପୋନ କରି ତାଙ୍କ ସହ ଅଶୀଳ କଥା ବାର୍ତା କରିଥିଲା। Related Posts ଦମନ || Viral Video || ଓଡ଼ିଆ ନିୟୁ କମେଡି… ଭିଡ଼ିଓ ଦେଖିଲେ ହସି ହସି… Dec 9, 2022 ଧୂମ ଧାମରେ ଦୁଇ ଝିଅଙ୍କର ଅନ୍ନପ୍ରସନ ପାଳନ କେମିତି କରିଲେ olywod… Dec 9, 2022 ଓଡିଶାର ଲୋକପ୍ରିୟ ସିରିଏଲ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ (… Dec 8, 2022 ତା ପରେ ମହିଳାଙ୍କୁ କହିଥିଲା ଯଦି ତମେ ତମ ମାଆ ସହିତ ଦେଖା କରିବା ପାଇଁ ଚାହୁଁଚ ତାହାଲେ, ବାଥରୁମ ଯାଇ ତମ ଡ୍ରେସ ଖୋଲି ଦେଖାଅ ତା ପରେ ଯାଇ ତମ ମାଆ ସହିତ ଦେଖା କରିପାରିବ ନଚେତ ତମ ମାଆ ସହିତ ଦେଖା କରେଇ ଦେବୁନି। ମହିଳା ଜଣକ ତାଙ୍କ ସ୍ୱମୀ ଓ ବାପାଙ୍କୁ କହିଥିଲେ। ତେବେ ଆମର ପ୍ରଶାସନ କୁ ଅନୁ ରୋଧ ଏହି ଘଟଣା ସମ୍ପର୍କରେ ତଦନ୍ତ କରି ଏପରି ଲୋକଙ୍କୁ କଠୋର ଦଣ୍ଡ ଦିଆଯାଇ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
2022-12-10T02:01:55Z
https://live43today.com/covid-aakarnta-maa-ku-dekhi-baku/
OSCAR-2301
HOME/ STATE/ KANDHAMAL/PHULBANI POCSO COURT CONVICTS A MINOR RAPIST AND SENTENCED SEVEN YEARS OF JAIL Koo_Logo Versions . ୫ ବର୍ଷ ପରେ ପୀଡିତାକୁ ନ୍ୟାୟ, ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ Published on: Aug 29, 2022, 9:18 PM IST Koo_Logo Versions ୫ ବର୍ଷ ପରେ ପୀଡିତାକୁ ନ୍ୟାୟ, ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ Published on: Aug 29, 2022, 9:18 PM IST ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ Phulbani POCSO court convicts a minor rapist । ୫ ବର୍ଷ ପରେ ପୀଡ଼ିତାକୁ ମିଳିଲା ନ୍ୟାୟ । ଅଧିକ ପଢ଼ନ୍ତୁ ଫୁଲବାଣୀ: ୫ ବର୍ଷ ପରେ ପୀଡିତାକୁ ମିଳିଲା ନ୍ୟାୟ । ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଫୁଲବାଣୀର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ (Phulbani POCSO court convicts a minor rapist)। ଖାଲି ସେତିକି ନୁହେଁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲ୍‌ ଦଣ୍ଡ ଭୋଗିବ ଦୋଷୀ । ୫ ବର୍ଷ ପରେ ପୀଡିତାକୁ ନ୍ୟାୟ, ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ ୨୦୧୭ ମସିହାରେ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକା ଘରେ ଏକାକୀ ଥିବା ବେଳେ କୁଶ ପରିଚ୍ଛା ନାମକ ବ୍ୟକ୍ତି ତାକୁ ଅପହରଣ କରି ନେଇଥିଲା । ଏହାପରେ ପାଖ ଜଙ୍ଗଲରେ ତା ସହ ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କ ଚିତ୍କାର ଶୁଣି ଜଙ୍ଗଲରେ ପତ୍ର ଗୋଟାଉଥିବା ନାବାଳିକାଙ୍କ ବାପାମାଆ ଓ ସ୍ଥାନୀୟ ଲୋକ ଆସି ପହଞ୍ଚିଥିଲେ । ଏହାପରେ ପୀଡ଼ିତା ତା ସହ ଘଟିଥିବା ସମସ୍ତ ଘଟଣା ବାପାମାଆଙ୍କୁ ଜଣାଇଥିଲେ । ଏହାକୁ ନେଇ ପୀଡ଼ିତାଙ୍କ ବାପା ମାଆ ଦାରିଙ୍ଗବାଡି ଥାନାରେ ଏତଲା ଦେଇଥିଲେ । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା । ଏହାପରେ ଅଭଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଦୀର୍ଘ ୫ ବର୍ଷ ଶୁଣାଣି ପରେ ପୋକ୍‌ସୋ କୋର୍ଟ ଅଭିଯୁକ୍ତ କୁଶ ପରିଚ୍ଛାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ କରିବା ପାଇଁ ମୋଟ ୧୨ ଜଣ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଫୁଲବାଣୀର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ । ତା ସହିତ ଡାକ୍ତରଙ୍କ ରିପୋର୍ଟ ଆଧାରରେ କୁଶ ପରିଚ୍ଛାଙ୍କୁ ବିଚାରପତି ସଞ୍ଜିତ କୁମାର ବେହେରା ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଛନ୍ତି । ସୂଚନା ଥାଉକି, ପୂର୍ବରୁ ଗତ ଜୁଲାଇ ମାସ ୧୯ ତାରିଖରେ ଫୁଲବାଣୀ ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେଇଥିଲେ । ଏଥିସହ ତାଙ୍କୁ ୨୦ ହଜାର ଟଂକା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଦର୍ଶାଯାଇଥିଲା । ଅଭିଯୁକ୍ତ ଜଣକ ହେଲେ ଖଜୁରୀପଡା ଥାନା ବନ୍ଧସାହିର ସିପୁ ଦିଗାଲ । ସୂଚନା ଅନୁଯାୟୀ, ୨୦୧୫ ମେ ୧୯ରେ ନାବାଳିକା ଜଣକ ଘରେ ଏକୁଟିଆ ଥିଲେ । ଘରେ କେହି ନ ଥିବାର ସୁଯୋଗ ନେଇ ସିପୁ ସେଠାରେ ପହଂଚି ତାଙ୍କୁ ଅପହରଣ କରି ନେଇ ଆସିଥିଲେ । ଫୁଲବାଣୀର ଏକ ଘରେ ରଖି ନାବାଳିକାଙ୍କ ଇଚ୍ଛା ବିରୋଧରେ ବଳାତ୍କାର କରିଥିଲେ । ଘରେ ଝିଅକୁ ନ ପାଇ ପରିବାର ଲୋକେ ଖୋଜାଖୋଜା କରିଥିଲେ । କିନ୍ତୁ କେଉଁଠୁ କିଛି ଖବର ପାଇ ନ ଥିଲେ । ନାବାଳିକ ଜଣକ କୌଣସି ପ୍ରକାରେ ଫୋନ ଯୋଗେ ପରିବାର ଲୋକଙ୍କୁ ଘଟଣା ବିଷୟରେ ଖବର ଦେଇଥିଲେ । ଏ ନେଇ ୨୧ ତାରିଖରେ ନାବାଳିକାଙ୍କ ପରିବାର ପକ୍ଷରୁ ଖଜୁରୀପଡା ଥାନାରେ ଏତଲା ଦିଆ ଯାଇଥିଲା । ପୋଲିସ ୪୩/୧୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ୨୫ ତାରିଖ ଦିନ ଫୁଲବାଣୀରୁ ପୀଡିତା ନାବାଳିକାଙ୍କୁ ଉଦ୍ଧାର କରିବା ସହ ସିପୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଥିଲେ ।
2022-12-02T07:20:46Z
https://www.etvbharat.com/oriya/odisha/state/kandhamal/phulbani-pocso-court-convicts-a-minor-rapist-and-sentenced-seven-years-of-jail/or20220829211838868868172
OSCAR-2301
ଆଡିଲେଡ: ଆସନ୍ତାକାଲି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ପୂର୍ବ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଠାରୁ ହାରି ଯାଇଥିବା ଭାରତ ଆସନ୍ତାକାଲି ପୁଣି ୱିନିଂ ଟ୍ରାକକୁ ଫେରିବାକୁ ଉଦ୍ୟମ କରିବ। ସେମିଫାଇନାଲ ଦୃଷ୍ଟିରୁ ଭାରତ ପାଇଁ କାଲିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ। ଭାରତ ଏଯାଏ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ଗୋଟିଏରେ ହାରିଛି। ବାଂଲାଦେଶ ମଧ୍ୟ ୩ଟି ମ୍ୟାଚ୍‌ ଖେଳି ୨ଟିରେ ଜିତିଛି ଓ ଦକ୍ଷିଣ ଆଫ୍ରିକା ଠାରୁ ଗୋଟିଏ ମ୍ୟାଚ୍‌ରେ ହାରିଛି। ପଏଣ୍ଟ ଟେବୁଲରେ ଭାରତ ୨ନଂ ସ୍ଥାନରେ ରହିଛି। କାରଣ ବାଂଲାଦେଶ ତୁଳନାରେ ଟିମ ଇଣ୍ଡିଆର ରନ ରେଟ ଭଲ ରହିଛି। ଏବେ ଭାରତକୁ ସେମି ଫାଇନାଲ ଯିବାକୁ ହେଲେ ଶେଷ ଦୁଇ ମ୍ୟାଚ୍‌କୁ ଜିତିବାକୁ ପଡ଼ିବ। ଏପରି ସ୍ଥିତିରେ ଆସନ୍ତାକାଲି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବର୍ଷା କଣ୍ଟା ସାଜିବାର ଆଶଙ୍କା ପ୍ରକାଶ ପାଇଛି। ଆଡିଲେଡରେ ବର୍ଷା ଆଜି ଜାରି ରହିଛି। ଆସନ୍ତାକାଲି ମ୍ୟାଚ୍‌ ବେଳେ ବର୍ଷାର ଆଶାଙ୍କା ଥିବା ପାଣିପାଗ ବିଭାଗ ରିପୋର୍ଟ ଦେଇଛି। ଅଷ୍ଟ୍ରେଲିଆର ବ୍ୟୁରୋ ଅଫ ମେଟ୍ରୋଲୋଜିର ରିପୋର୍ଟ ଅନୁଯାୟୀ, ଆସନ୍ତାକାଲି ଭାରତ-ବାଂଲାଦେଶ ମ୍ୟାଚ୍‌ ଉପରେ ବର୍ଷାର ପ୍ରଭାବ ରହିପାରେ। ଆସନ୍ତାକାଲି ସନ୍ଧ୍ୟାରେ ଆକାଶ ମେଘାଚ୍ଛନ୍ନ ରହିବ। ବର୍ଷାର ପରିମାଣ ୬୦% ରହିଛି। ସେହିପରି ପବନର ବେଗ ଘଣ୍ଟା ପ୍ରତି ୨୦ରୁ ୩୦ କିମି ରହିପାରେ। ଆଡିଲେଡ ଓଭାଲରେ ଆସନ୍ତାକାଲି ମ୍ୟାଚ୍‌ ବେଳେ ତାପମାତ୍ରା ୧୦ରୁ ୧୭ ଡିଗ୍ରୀ ମଧ୍ୟରେ ରହିବ। ଏହାବାଦ ୨ ମିମି ଯାଏ ବର୍ଷା ହୋଇପାରେ ବୋଲି ମେଟ୍ରୋଲୋଜି ବିଭାଗ ଆକଳନ କରିଛି। ଆଜି ଆଡିଲେଡରେ ବର୍ଷା ହେବା ପୂର୍ବରୁ ଭାରତର ଅଭ୍ୟାସ ସେସନ୍ସ ଧାର୍ଯ୍ୟ ସମୟ ପୂର୍ବରୁ କରାଯାଇଥିଲା। ବିଶେଷ କରି ସନ୍ଧ୍ୟାରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ବି ସନ୍ଧ୍ୟାରେ ଅର୍ଥାତ ମ୍ୟାଚ୍‌ ବେଳେ ବର୍ଷା ହୋଇପାରେ। ଆହୁରି ପଢ଼ନ୍ତୁ ଭାରତ ନ ଆସିଲେ, ଆମେ ବି ଯିବୁନୁ: ପୁଣି ଧମକାଇଲେ ପିସିବି ମୁଖ୍ୟ… 1 day ago ଟମ୍‌ ଲାଥମଙ୍କ ଅପରାଜିତ ୧୪୫, ପ୍ରଥମ ଦିନିକିଆ ହାରିଲା ଭାରତ 2 days ago ଯଦି ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହୋଇଯାଏ, ତା’ହେଲେ ଦକ୍ଷିଣ ଆଫ୍ରିକା ପୂର୍ବ ଭଳି ପଏଣ୍ଟ ଟେବୁଲର ଶୀର୍ଷରେ ରହିବ। ଭାରତ ଓ ବାଂଲାଦେଶ ସମାନ ୫ ପଏଣ୍ଟ ଲେଖାଏ ପାଇ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିବେ। ଜିମ୍ବାୱେ ୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ଓ ପାକିସ୍ତାନ ୨ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି। ନେଦରଲ୍ୟାଣ୍ଡ୍ସ ଏଯାଏ କୌଣସି ପଏଣ୍ଟ ପାଇନି। ଯଦି ବର୍ଷା ହେବ, ତା’ହେଲେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ର ଗୁରୁତ୍ୱ ବଢ଼ିଯିବ। ପାକିସ୍ତାନ ଯଦି ଦକ୍ଷିଣ ଆଫ୍ରିକାକୁ ହରାଇ ଦେଉଛି, ତା’ହେଲେ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚି ଯିବ। ଶେଷ ମ୍ୟାଚ୍‌ରେ ଦଳ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍‌କୁ ଜିତି ପାରିଲେ ପାକିସ୍ତାନ ମଧ୍ୟ ସେମିରେ ପ୍ରବେଶ ପାଇଁ ସୁଯୋଗ ପାଇବ। ତେଣୁ ୪ଟି ଦଳ ଏଯାଏ ସେମି ଫାଇନାଲ ଖେଳିବା ଦୌଡ଼ରେ ରହିଛନ୍ତି। କାଲି ମ୍ୟାଚ ବାତିଲ ହେଲେ ଭାରତକୁ ଶେଷ ଲଢ଼େଇରେ ଜିମ୍ବାୱେକୁ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ। ନଚେତ ବାଂଲାଦେଶ ସହ ଶେଷ ସମୟରେ ରନ ରେଟ୍‌ କ୍ଷେତ୍ରରେ ଲଢ଼େଇ କରିବାକୁ ପଡ଼ିବ। ବର୍ତ୍ତମାନ ସୁଦ୍ଧା ୫ ପଏଣ୍ଟ ପାଇଥିବା ଦକ୍ଷିଣ ଆଫ୍ରିକା ଯଦି ପାକିସ୍ତାନ ଠାରୁ ହାରୁଛି, ତା’ହେଲେ ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ପାଇଁ ଶେଷ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସକୁ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ। ଯଦି ଦକ୍ଷିଣ ଆଫ୍ରିକା ଓ ଭାରତ ନିଜ ନିଜର ବାକି ମ୍ୟାଚ୍‌ ହାରି ଯାଉଛନ୍ତି, ତା’ହେଲେ ପାକିସ୍ତାନ ଓ ବାଂଲାଦେଶ ସେମିକୁ ଯାଇପାରିବେ।
2022-11-27T16:39:58Z
https://odishareporter.in/sports/cricket/will-rain-dent-indias-semi-finals-hopes-778366
OSCAR-2301
ଭୁବନେଶ୍ୱର : ଓଡ଼ିଶାର ସହରାଞ୍ଚଳର ରୂପାନ୍ତରଣ ତଥା ଜଳବାୟୁ ପରିବର୍ତ୍ତନ ଅନୁକୂଳ ନଗର ସମୂହର ସମ୍ପଦ ସୃଷ୍ଟି ଦିଗରେ ପ୍ରେରିତ ଆଭିମୁଖ୍ୟ ତ୍ଵରାନ୍ଵିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌର ସଂସ୍ଥାର ଯନ୍ତ୍ରୀ ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାକୁ ଉଦ୍‌ଘାଟନ କରି ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ବିଭାଗ ପକ୍ଷରୁ ପ୍ରବର୍ତ୍ତିତ ମୁକ୍ତା ,ଜାଗା ମିଶନ୍, ପାନୀୟ ଜଳ ଯୋଗାଣ ତଥା ପରିମଳ ଆଦି ଅଗ୍ରଣୀ କାର୍ଯ୍ୟକ୍ରମକୁ ତ୍ଵରିତ ରୂପେ ଅଗ୍ରସର କରାଇ ନେବା ପାଇଁ ଯନ୍ତ୍ରୀ ମାନଙ୍କୁ ଅନୁପ୍ରେରିତ କରିଥିଲେ। ସେ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ 5ଟି ସୁଶାସନ ମନ୍ତ୍ରରେ ଅନୁପ୍ରାଣିତ ‘ଟିମ୍ ଅର୍ବାନ୍’ ପକ୍ଷରୁ ଗ୍ରହଣ କରାଯାଇଥିବା ବିବିଧ ଅଭିନବ ଉପକ୍ରମ ମାନ ଏବେ ସମଗ୍ର ବିଶ୍ଵର ଦୃଷ୍ଟି ଆକର୍ଷଣ କରିଛି। ସ୍ୱଳ୍ପ ବ୍ୟୟ ସମ୍ପନ୍ନ ପରିବେଶ ଅନୁକୂଳ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରୁଥିବା ଓଡ଼ିଶା ସରକାରଙ୍କ ସହରାଞ୍ଚଳ ଉନ୍ନୟନ ପଦକ୍ଷେପ ସମୂହର ଜ୍ଞାନ କୌଶଳ ଆହରଣ ପାଇଁ ବିଶ୍ଵର ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ଵ ତଥା ଦେଶ ଭିତର ଓ ବାହାର ର ଉନ୍ନୟନ କର୍ମକର୍ତ୍ତା ମାନେ ବହୁବାର ଓଡ଼ିଶା ଆସୁଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଯୋଗ ନଗର ଉନ୍ନୟନର ଦୁଇ ଚକ୍ଷୁ ସଦୃଶ ହୋଇଥିବାରୁ ଏହାର ସୁରକ୍ଷା ପ୍ରତି ଯତ୍ନଶୀଳ ଦେବାକୁ ଶ୍ରୀ ମାଥିଭାଥାନନ୍ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଯନ୍ତ୍ରୀ ତଥା ଗୋଷ୍ଠୀ ସହଭାଗୀ ମାନଙ୍କୁ ସମ୍ପୂର୍ଣ୍ଣ ପାରଦର୍ଶିତା ଓ ସତର୍କତା ଅନୁପାଳନ ପୂର୍ବକ ସରକାରଙ୍କ 5ଟି ସୁଶାସନ ପଦ୍ଧତିର ପ୍ରମୁଖ ଦିଗ ସମୂହକୁ ଆନ୍ତରିକତାର ସହ ପାଳନ କରିବାକୁ ଆହ୍ଵାନ ଦେଇଥିଲେ। ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା)ର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ପାଇଁ ନିର୍ଦ୍ଧାରିତ ସମୟ ସୀମା ବିଷୟରେ ସୂଚନା ଦେଇଥିଲେ। ବିଭାଗର ଆର୍ଥିକ ପରାମର୍ଶଦାତା ତଥା ସ୍ଵତନ୍ତ୍ର ଶାସନ ସଚିବ ସଞ୍ଜୟ ପରମାଣିକ ଆର୍ଥିକ ସୁପରିଚାଳନା ପାଇଁ ଥିବା ମାର୍ଗଦର୍ଶିକା ସମ୍ପର୍କରେ ଉଲ୍ଲେଖ କରିଥିଲେ। କର୍ମଶାଳାର ବୈଷୟିକ ଅଧିବେଶନରେ ଅଂଶଗ୍ରହଣ କରି ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ତଥା ଅତିରିକ୍ତ ଶାସନ ସଚିବ ଡଃ ଭକ୍ତକବି ଦାସ, ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡ଼ ର ପ୍ରକଳ୍ପ ନିର୍ଦ୍ଦେଶକ ଆର୍ .ଏନ୍ ମଲ୍ଲିକ୍ , ସହରାଞ୍ଚଳ ଜଳ ପୁନଃ ବିନ୍ୟାସ ପ୍ରଭାଗର ପରାମର୍ଶଦାତା ଦେବସୁନ୍ଦର ମହାପାତ୍ର , ବେଙ୍ଗାଲୁରୁସ୍ଥିତ ଜନ ଅର୍ବାନ୍ ସ୍ପେସ୍ ଫାଉଣ୍ଡେସନ୍ ର ବରିଷ୍ଠ ପ୍ରବନ୍ଧକ ଦର୍ଶନ ଶାହ ପ୍ରମୁଖ ଯନ୍ତ୍ରୀ ମାନଙ୍କର ଦକ୍ଷତା ବିକାଶ ପାଇଁ ବିଭିନ୍ନ ମାନକ ଅନୁପାଳନୀୟ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଯୁଗ୍ମ ଶାସନ ସଚିବ ସନ୍ତୋଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। Facebook Twitter Telegram WhatsApp Email Print Previous articleରାଜଧାନୀ ମହାବିଦ୍ୟାଳୟରେ ପିଜିରେ ପୂଆ ପାଠ୍ୟକ୍ରମ Next articleମୋ ସାଇକେଲ ପ୍ରତି ଆଗ୍ରହ ନାହିଁ Tathya Correspondent RELATED ARTICLESMORE FROM AUTHOR News in Odia ପଦମପୁର ଆସନ ସୁରକ୍ଷିତ ରଖିଲା ବିଜେଡି General ଆବାସ ପୋର୍ଟାଲ ଖୋଲିବାକୁ କେନ୍ଦ୍ର ଅନାଗ୍ରହୀ General ବିଳମ୍ବ ହେବ ଉପକୂଳ ରାଜପଥ General ସୋଆ ରେଡିଓ ପକ୍ଷରୁ ଜଳବାୟୁ ପରିବର୍ତନ ନ୍ୟାରୋକାଷ୍ଟିଂ News in Odia ହକି ବିଶ୍ୱକପ୍‌ ପୂର୍ବରୁ ସ୍ୱତନ୍ତ୍ର ଖେଳକୁଦ ପ୍ରତିଯୋଗିତା Disclaimer Privacy Advertisement Contact Us Website byCITSPL MORE STORIES Administration ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ Tathya Correspondent - May 28, 2021 0 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା...
2022-12-08T12:12:53Z
https://tathya.in/%E0%AC%AA%E0%AD%8C%E0%AC%B0-%E0%AC%B8%E0%AC%82%E0%AC%B8%E0%AD%8D%E0%AC%A5%E0%AC%BE%E0%AC%B0-%E0%AC%AF%E0%AC%A8%E0%AD%8D%E0%AC%A4%E0%AD%8D%E0%AC%B0%E0%AD%80%E0%AC%99%E0%AD%8D%E0%AC%95%E0%AD%81/
OSCAR-2301
9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ 9:20 amସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାରେ ବର୍ଷା 9:19 amଅର୍ଚ୍ଚନା ନାଗ ସହ ମୁହାଁମୁହିଁ ୮ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଆରକେଟେକ୍ର ରଂଜିତ ବେ‌ହେରା 9:17 amସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡ୍‌ସ୍‌’ ତୀବ୍ର ଅବପାତରେ ପରିଣତ ହେଲା ; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ 9:15 amପଦ୍ମପୁରରେ ଭୋଟ ଗଣତି ପୂର୍ବରୁ ବଡ଼ ଧରଣର ଇଭିଏମ ଅଦଳ ବଦଳ ଅଭିଯୋଗ। BIG BREAKING TOP NEWS ବୈତରଣୀ ନଦୀର ଜଳସ୍ତର ବୃଦ୍ଧି,ତୁରୁମୁଙ୍ଗା ପୋଲ ଉପରେ ୬ ଫୁଟର ବନ୍ୟା ଜଳ Posted on May 27, 2021 at 2:06 pm by Aei Odisha 702 0 ଭଦ୍ରକ/କେଉଁଝର/ଯାଜପୁର:ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦିନ ୧୧ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀର ଜଳସ୍ତର ୧୬.୯୫ ଥିଲା ଏବେ ଏହା ୧୭.୯୨ ମିଟରକୁ ବୃଦ୍ଧି ପାଇଥିବା କୁହାଯାଉଛି। ଏଠାରେ ବିପଦ ସଂକେତ ୧୭.୮୩ ।ବୁଧବାର ବିଳମ୍ବିତ ରାତି ୩ଟାରୁ ବୈତରଣୀ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ମାତ୍ର ୧୨ ଘଣ୍ଟା ଅବିଶ୍ରାନ୍ତ ବର୍ଷାରେ ପାଟଣା ବ୍ଲକର ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ଗୁରୁବାର ସକାଳୁ ୬ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଅନ୍ୟୁନ ୩ ଦିନ ବର୍ଷା ହେଲେ ତୁରୁମୁଙ୍ଗା ବୈତରଣୀ ଉପରେ ପାଣି ଚାଲୁଥିବା ବେଳେ ଗୋଟିଏ ଦିନରେ ଏପରି ପରିସ୍ଥିତି ଉପୁଜିଛି। ଯାହାଫଳରେ ୪୯ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ହଜାରେରୁ ଅଧିକ ଯାନବାହାନ ଅଟକି ରହିଛି। ଏଠାରେ ନୂଆ ସେତୁ ନିର୍ମାଣ କାମ ଚାଲିଥିବା ବେଳେ ପୁରୁଣା ସେତୁ ଉପରେ ପାଣି ଚାଲିଛି। ଫଳରେ କେନ୍ଦୁଝରଠାରୁ ଯଶୀପୁର, ବାରିପଦା, କଲିକତାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଛି । #OdishaFightsYaas The level of River Baitarani at Akhuapada today i.e. Date. 27.05.2021 at 12.00 Noon is 17.92 mtr. ⬆️against Danger Level of 17.83 mtr. pic.twitter.com/XuA4HfJomF — District Administration,Bhadrak (@DM_Bhadrak) May 27, 2021 ଉପରମୁଣ୍ଡରୁ ଅଧିକ ଜଳ ପ୍ରବାହିତ ହୁଏ ତେବେ ଭଦ୍ରକ ଜିଲ୍ଲାର ଚାରିଟି ବ୍ଲକରେ ବନ୍ୟାର ଆଶଙ୍କା ଦେଖା ଦେଇଛି। ଏହି ବ୍ଲକଗୁଡ଼ିକ ହେଲା ଭଣ୍ଡାରୀପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡ଼ି। ଏହି ବ୍ଲକଗୁଡ଼ିକର ୧୪ଟି ପଞ୍ଚାୟତ ଏହାଦ୍ବାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି।ସେପଟେ ବିଶେଷକରି ବୈତରଣୀ ନଦୀରେ ଆସିଥିବା ଲୁଣା ଜୁଆର ପାଣି ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ପୁଷ୍କରିଣୀରେ ପ୍ରବେଶ କରିବାରୁ ମନ୍ଦିର ଦକ୍ଷିଣ ଦ୍ବାର ବାସୁଆବଳଦ ନିକଟରେ ଲହଡି ଭାଙ୍ଗିଥିଲା ଲୁଣା ଜୁଆର ପାଣି । ଏହାସହ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲୁଣା ଜୁଆର ପାଣି ଲହଡି ମାରୁଛି । Aei Odisha Previous Post Next Post Related Post ବାଚସ୍ପତିଙ୍କ କଡା ନିର୍ଦ୍ଦେଶ: ଏଣିକି ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ଅଧିକାରୀ Posted by Aei Odisha - February 15, 2020 0 ରାଜ୍ୟ କୋରୋନା ଅପଡେଟ ମଇ ୪ ତାରିଖ ୨୦୨୦ ସକାଳ ୭.୨୨ମିନିଟ Posted by Aei Odisha - May 4, 2020 442 ଭୁବନେଶ୍ବର :ଆଜିଠାରୁ ଆରମ୍ଭ ହେଲା ଲକ ଡାଉନ ୩.୦।ସରକାର ରାଜ୍ୟ କୁ ଜୋନ ରେ ବଣ୍ଟନ କରିଛନ୍ତି । ରେଡ୍‌ ଜୋନ୍‌ରେ ଓଡିଶାର ୩ଟି ଜିଲ୍ଲା ଓ… ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଆମ୍ବୁଲାନ୍ସ: ଅଳ୍ପକେ ବର୍ତିଲେ ଡ୍ରାଇଭର Posted by Aei Odisha - March 10, 2022 0 କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଆମ୍ବୁଲାନ୍ସ: ଅଳ୍ପକେ ବର୍ତିଲେ ଡ୍ରାଇଭର। ମାର୍ଚ୍ଚ ଦଶ ତାରିଖ ଅପରାହ୍ନରେ କଳାହାଣ୍ଡି ଜିଲ୍ଲା… ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସଫେଇ ଓ ରକ୍ତଦାନ ଶିବିର Posted by Aei Odisha - October 16, 2021 0 ସମ୍ବଲପୁର :(ରମାକାନ୍ତ ବିଶ୍ବାଳ )ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସରେ ତଥା ଏକ ମାସ ଧରି ସେବା ସପ୍ତାହ ପାଳନ ଅବସରରେ ସମ୍ବଲପୁର… ଦାଦନ ଚାଲାଣ ବେଳେ ୮ ଶ୍ରମିକ ୨ ଶିଶୁ ଉଦ୍ଧାର Posted by Aei Odisha - November 7, 2022 0 ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଲାଠୋର ଥାନା ନିକଟ ବସ ଷ୍ଟପ ରୁ ବେଆଇନ ଦାଦନ ଚାଲାଣ ବେଳେ ୩ ଜଣ… Search ବଡ ଖବର କଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଅର୍ଚ୍ଚନା ନାଗ ସହ ମୁହାଁମୁହିଁ ୮ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଆରକେଟେକ୍ର ରଂଜିତ ବେ‌ହେରା ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡ୍‌ସ୍‌’ ତୀବ୍ର ଅବପାତରେ ପରିଣତ ହେଲା ; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ପଦ୍ମପୁରରେ ଭୋଟ ଗଣତି ପୂର୍ବରୁ ବଡ଼ ଧରଣର ଇଭିଏମ ଅଦଳ ବଦଳ ଅଭିଯୋଗ। ଖୁବ୍‌ଶୀଘ୍ର କନ୍ଧମାଳକୁ ମାଓମୁକ୍ତ କରାଯିବ: ପୁଲିସ ଆଇଜି (ଅପରେସନ୍‌) ଅମିତାଭ ଠାକୁର ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି ଶ୍ରୀ ଶ୍ରୀ ଗୀରିବାର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଦମ୍ବରୁଗଡ ମହୋତ୍ସବର ପଞ୍ଚମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ରେ ମହିଳା ହିଂସା ନିରାକରଣ ପକ୍ଷ ପାଳନ ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ କାୟାକଳ୍ପ (୨୦୨୧-୨୦୨୨)ସମ୍ବର୍ଦ୍ଧନା ଉତ୍ସବ ପାଳିତ Newsletter LN Entertainment TV Network is a complete video News Agency and a Media production house “LN ENTERTAINMENT TV NETWORK” stated from Bhubaneswar. Recently it has been inarguably one of leading production house in Bhubaneswar, Odisha It is equipped with ... Read More
2022-12-08T12:20:24Z
https://www.aeiodisha.com/26286/
OSCAR-2301
ନିର୍ବାଚନ ପୂର୍ବରୁ ଗରିବଙ୍କ ପାଇଁ ଖୁସି ଖବର : କେନ୍ଦ୍ର ସରକାର ପ୍ରତି ମାସରେ ଦେବେ ୫୦୦୦ ଟଙ୍କା, ବର୍ଷକୁ ମିଳିବ ୬୦,୦୦୦ ଟଙ୍କା, ଜାଣନ୍ତୁ କିପରି ଏବଂ କଣ କରିବାକୁ ପଡିବ… – SwastikTv.com Swastik Tv News Odisha Publisher - Swastik Tv News Odisha ଓଡିଶା ଆଜିର ଅନୁଚିନ୍ତା ଜୀବନଚର୍ଯ୍ୟା ବ୍ୟବସାୟ ମନୋରଞ୍ଜନ ରାଶି ଓ ବାସ୍ତୁ ମାଳିକା ବାଣୀ ଶିକ୍ଷା ଓ ନିଯୁକ୍ତି Home Breaking News ନିର୍ବାଚନ ପୂର୍ବରୁ ଗରିବଙ୍କ ପାଇଁ ଖୁସି ଖବର : କେନ୍ଦ୍ର ସରକାର ପ୍ରତି ମାସରେ ଦେବେ ୫୦୦୦ ଟଙ୍କା, ବର୍ଷକୁ ମିଳିବ ୬୦,୦୦୦ ଟଙ୍କା, ଜାଣନ୍ତୁ କିପରି ଏବଂ କଣ କରିବାକୁ ପଡିବ… ନିର୍ବାଚନ ପୂର୍ବରୁ ଗରିବଙ୍କ ପାଇଁ ଖୁସି ଖବର : କେନ୍ଦ୍ର ସରକାର ପ୍ରତି ମାସରେ ଦେବେ ୫୦୦୦ ଟଙ୍କା, ବର୍ଷକୁ ମିଳିବ ୬୦,୦୦୦ ଟଙ୍କା, ଜାଣନ୍ତୁ କିପରି ଏବଂ କଣ କରିବାକୁ ପଡିବ… By Alaka Giri Last updated Apr 4, 2022 0 Share ଲୋକମାନେ ଆଜିକାଲି ସବୁ ବେଳେ ସହଜ ଉପାୟରେ କିଛି ପାଇବାକୁ ଚାହିଁ ଥାଆନ୍ତି। ଏହି ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତ କ୍ଷମତା ଲୋକଙ୍କ ପାଖରେ ତେଣୁ ଲୋକମାନେ ଯାହା କିଛି କରି ପାରିବେ। ରାଷ୍ଟ୍ରର ଶାସନ ଭାର ସରକାର ପାଖରେ ତେବେ ଲୋକ ମାନଙ୍କ ସବୁ ସୁବିଧା ଓ ଅସୁବିଧା ବୁଝିବା ଦାୟିତ୍ବ ତାଙ୍କ ପାଖରେ। ଆଉ ସରକାର ସର୍ବଦା ଲୋକଙ୍କ ପରିସ୍ଥିତି ଦେଖି ବିଭିନ୍ନ ଯୋଜନା ଆଉ ପଲିସ ମାଧ୍ୟମରେ ସହାୟତାର ହାତ ବଢ଼ାଇ ଥାଆନ୍ତି। ଏହି ସମୟରେ କେନ୍ଦ୍ର ସରକାରଙ୍କ ଅନେକ ସ୍ୱତନ୍ତ୍ର ଯୋଜନା ପରିଚାଳିତ ହୋଇଅଛି। କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଯୋଜନା ବିଷୟରେ କହିବୁ ଯେଉଁଥିରେ ଆପଣ ମାନଙ୍କୁ ପ୍ରତି ମାସରେ 5000 ଟଙ୍କା ଲେଖାଏଁ ସରକାର ଦେଇ ଥାଆନ୍ତି। ତେବେ ଆସନ୍ତୁ ଜାଣିବା ସେ ବିଷୟରେ । ଏହି ଟଙ୍କା ଆପଣ ମାନଙ୍କ ବୃଦ୍ଧା ଅବସ୍ଥାକୁ ସୁରକ୍ଷିତ କରିବା ସହିତ ବହୁତ କାମରେ ଆସିଥାଏ। ସେହିପରି ସରକାର ଅନେକ ଯୋଜନା ମାଧ୍ୟମରେ ଆପଣମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଥାଆନ୍ତି। ସୂଚନା ଅନୁସାରେ ଯୋଜନାର ନାମ ହେଉଛି ଅଟଳ ପେନସନ ଯୋଜନା। ଏହି ଯୋଜନାରେ ସରକାର ପ୍ରତି ମାସରେ ନିର୍ଦିଷ୍ଟ ରାଶି ପ୍ରଦାନ କରି ଥାଆନ୍ତି ଏବଂ ନାଗରିକ ମାନଙ୍କୁ ପ୍ରତି ମାସରେ 1000 ରୁ 5000 ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଦେଇ ଥାଆନ୍ତି। ଭାରତୀୟ ନାଗରିକ ମାନେ ବିଶେଷ କରି ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ଅର୍ଥାତ 18 ରୁ 44 ବର୍ଷ ବୟସର ମାନେ ଏହି ଯୋଜନାରେ ନିବେଶ କରିବା ସହିତ ଲାଭ ଉଠାଇ ପାରିବେ। ଏହାକୁ ପରିଚାଳିତ କରୁଅଛି ପେନସନ ପାଣ୍ଠି ଓ ବିକାଶ ପ୍ରାଧିକରଣ। ପେନସନ ଯୋଜନାରେ ନାଗରିକ ମାନଙ୍କୁ ପ୍ରତି ମାସରେ ପ୍ରିମୀୟମ ରାଶି ଦେବାକୁ ପଡିବ। ଯଦି ନାଗରିକ ମାନଙ୍କୁ 18 ବର୍ଷରୁ ବୟସରୁ ଅଧିକ ହୁଏ ତେବେ ତାଙ୍କୁ ପ୍ରତି ମାସରେ 210 ଟଙ୍କା ପ୍ରିମିୟମ ଦେବାକୁ ପଡି ଥାଏ। ଆଉ ତାଙ୍କୁ ଯଦି ପ୍ରତି ମାସରେ 1000 ଟଙ୍କା ପେନସନ ପାଇବାକୁ ହେବ ତେବେ ପ୍ରତି ମାସରେ 18 ବର୍ଷ ବୟସରେ 42 ଟଙ୍କା ଦେବାକୁ ପଡିବ। ଯଦି କୌଣସି କାରଣରୁ 60 ବର୍ଷ ବୟସରୁ କମ ବୟସରେ ମୃତ୍ୟୁ ହୋଇଯାଏ ତେବେ ଅଟଳ ପେନସନ ଯୋଜନାର ଅର୍ଥ ଲାଭର୍ଥୀଙ୍କ ମନୋନୀତ ସଦସ୍ୟଙ୍କୁ ଦିଆଯାଇଥାଏ। ଏହି ଯୋଜନାରେ ନିଜର ଆକାଉଣ୍ଟ ଖୋଲବା ପାଇ ଆପଣମାନଙ୍କୁ ସେହି ବ୍ୟାଙ୍କକୁ ଯିବାକୁ ପଡ଼ିବ ଯେଉଁଠାରେ ଆପଣଙ୍କ ସଂଚୟ ବ୍ୟାଙ୍କ ଆକାଉଣ୍ଟ ରହିଛି ଏବଂ APY ଫୋର୍ମ ପୂରଣ କରିବେ। ଆଉ ସେହି ଆକାଉଣ୍ଟ ସହିତ ମୋବାଇଲ ନମ୍ବର ଓ ଆଧାର କାର୍ଡର ସଂଯୋଗ କରିବାକୁ ପଡିବ। ଏହାପରେ କିସ୍ତି ଆକାରରେ ଆକାଉଣ୍ଟୁ ରୁ ପ୍ରତି ମାସରେ କଟା ଯିବ। ଆପଣ ମାନଙ୍କୁ 42 ବର୍ଷ ବୟସ ପର୍ଯ୍ୟନ୍ତ ନିବେଶ କରିବାକୁ ପଡିବ ଏବଂ ଏହାପରେ 42 ବର୍ଷ ରେ ମୋଟ 1.04 ଲକ୍ଷ ଟଙ୍କା ହେବ। ଆଉ 60 ବର୍ଷ ବୟସ ପରେ ମାସିକ 5000 ଟଙ୍କା ମିଳିବ। ଏହି ଯୋଜନାରେ ଜଣେ ସଦସ୍ୟଙ୍କ ପାଇଁ ଗୋଟିଏ ଖାତା ମାତ୍ର ଖୋଲା ଯାଇପାରିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share FacebookTwitterGoogle+ReddItWhatsAppPinterestEmail Alaka Giri Prev Post ” ସୋନାଲି ତୋତେ ଭଲ ପାଇ ଭୁଲ କଲି ” ଏହି ଗୀତ ସୋସିଆଲ ମିଡିଆରେ ନିଆଁ ଭଳି ହେଉଛି ଭାଇରାଲ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…
2022-12-07T05:40:07Z
https://swastiktv.com/%E0%AC%A8%E0%AC%BF%E0%AC%B0%E0%AD%8D%E0%AC%AC%E0%AC%BE%E0%AC%9A%E0%AC%A8-%E0%AC%AA%E0%AD%82%E0%AC%B0%E0%AD%8D%E0%AC%AC%E0%AC%B0%E0%AD%81-%E0%AC%97%E0%AC%B0%E0%AC%BF%E0%AC%AC%E0%AC%99%E0%AD%8D%E0%AC%95/
OSCAR-2301
6:58 pmଭୁବନେଶ୍ୱର:ପ୍ରବର୍ତ୍ତନ ନିର୍ଦେଶାଳୟରେ କଡ଼ା ସୁରକ୍ଷା ଭିତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ,ଆରମ୍ଭ ହେଲା ଜେରା 6:52 pmସୁବର୍ଣ୍ଣପୁର: ନକଲି ସୁନା ଦେଇ ବ୍ୟାଙ୍କରୁ ଋଣ ନେଇଥିଲେ ୫୨.୮୩ ଲକ୍ଷ ଟଙ୍କା। ଗିରଫ ହେଲେ ୭ ଜଣ 6:50 pmଏମ୍ସ ପରେ ଆଇସିଏମଆର : ଗୋଟିଏ ଦିନରେ ୬ ହଜାର ଥର ସାଇବର ଆକ୍ରମଣ ଉଦ୍ୟମ 6:47 pmଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ କମ୍ବିଂ ଅପରେସନ ସମୟରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀ ନିପାତ ସୂଚନା 2:04 pmପଦ୍ମପୁର ଉପନିର୍ବାଚନରେ ମୋଟ୍ ୮୧.୨୯ ପ୍ରତିଶତ ମତଦାନ REGIONAL ଥୁଆମୂଳ ରାମପୁର ଝାଡାବାନ୍ତି ପ୍ରଭାବିତ ଅଞ୍ଚଳ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ Posted on September 6, 2022 at September 6, 2022 by Aei Odisha 99 0 ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ରୋଗର ପ୍ରକୋପ ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିବାରେ ଲାଗିଛନ୍ତି। ଏକ ସପ୍ତାହ ମଧ୍ୟରେ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ସୂଚନା ପାଇଲା ପରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ସୋମବାର ଥୁଆମୂଳ ରାମପୁର ଗସ୍ତରେ ଆସି ପ୍ରଭାବିତ ଅଞ୍ଚଳ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।ପ୍ରଥମେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ବାସ୍ଥ୍ୟସେବା ପରିଚାଳନା ଏବଂ ସମ୍ପ୍ରତି ସ୍ଥିତିକୁ ନେଇ ସ୍ଥାନୀୟ ତହସିଲଦାର ଶ୍ରୀ ଈଶ୍ୱର ଚନ୍ଦ୍ର ଦାଶ,ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡକ୍ଟର ନିତିଶ ଝା,ବିପିଏମ୍ ଦୀପକ ମାଝୀ,ଫାର୍ମାସିଷ୍ଟ ସୁଧାଂଶୁ ପଣ୍ଡା,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜେ.ଜ୍ୟୋସ୍ନାରାଣୀ ପାତ୍ର ସ୍ଥାନୀୟ ସିଡିପିଓ ମିନତୀବାଳା ପଟ୍ଟନାୟକ,ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ମନ୍ମଥ ମୁର୍ମୁ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ବିଡ଼ିଓ ଭରତ କୁମାର ମେହେର, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ। ରୋଗୀସେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ ଶଯ୍ୟା ବ୍ୟବସ୍ଥା କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ବିଶୁଦ୍ଧ ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହିତ ସମସ୍ତ ରୋଗୀଙ୍କୁ ସଚେତନ କରିବା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ ଅଙ୍ଗନବାଡି,ଆଶାକର୍ମୀ ଏବଂ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଏନେଇ ତତ୍ପରତା ସହ ତଥ୍ୟ ଦେବା ସହିତ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି।ଏହାପରେ ବିଶେଷ ପ୍ରଭାବିତ ବିରିକୋଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେମେଲପଦରର କେନ୍ଦୁପଡା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।ପ୍ରାୟ ୪୦ ପରିବାର ବସବାସ କରୁଥିବା ଏହି ଗାଁରେ ବିଶୁଦ୍ଧ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ବେଳେ ଲୋକେ ନିକଟସ୍ଥ ଝରଣାର ଦୂଷିତ ପାଣି ବ୍ୟବହାର କରୁଥିବା ଅଭିଯୋଗ ଜାଣିଲା ପରେ ଯଥା ସମ୍ଭବ ପାନୀୟଜଳ ସମସ୍ୟା ର ସମାଧାନ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତଙ୍କୁ ଶୌଚାଳୟ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ମହୋଦୟା।ଏବଂ ସମସ୍ତେ ମଶାରୀ ବ୍ୟବହାର କରିବା ପାଇଁ ମଧ୍ୟ କହିଛନ୍ତି।ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସ୍ବତନ୍ତ୍ର ଅମ୍ବୁଲାନ୍ସ ବ୍ୟବସ୍ଥା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।ଜିଲ୍ଲାପାଳଙ୍କ ଗସ୍ତ ପରେ ଲୋକଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି ହେଲେ ସମସ୍ୟା ନିରାକରଣ କେମିତି ହେଉଛି ଦେଖିବାକୁ ବାକି ରହିଲା। Aei Odisha Previous Post Next Post Related Post ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ ୨୦୨୨ Posted by Aei Odisha - July 8, 2022 0 ବୌଦ୍ଧ :(ଚିତ୍ତ ରଂଜନ ସିଂ) ଓଡିଶା ସାହିତ୍ୟ ଏକାଡେମୀ ର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଯଥା – ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି… ଆଗାମୀ ପିଢିର ଦାୟିତ୍ଵ ହେଉ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା Posted by Aei Odisha - March 10, 2022 0 ଆମ୍ବାଦଳା:(ରମାକାନ୍ତ ପଡାଲ)ଅବୈତନିକ ଜିଲ୍ଲା ବନ୍ୟପ୍ରାଣୀ ତତ୍ୱା ବଧାରକ ଗୌରାଙ୍ଗ ଚରଣ ରାଉତଙ୍କ ନିଜସ୍ଵ ଉଦ୍ୟମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।… ଗୁଣ୍ଡିଚା ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ Posted by Aei Odisha - June 28, 2022 0 ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ର ପ୍ରସିଦ୍ଧ ରଥଯାତ୍ରାକୁ ଆଉମାତ୍ର ଦୁଇଦିନ ବାକିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତିର ସମୀକ୍ଷା ଚାଲିଛି । ଏହି ପରିପ୍ରେକ୍ଷିରେ… ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା କୁ ନେଇ ସଚେତନତା ବାର୍ତ୍ତା ଓ ଶପଥ ଗ୍ରହଣ Posted by Aei Odisha - March 11, 2022 0 ବୌଦ୍ଧ :(ଚିତ୍ତରଂଜନସିଂ)ଜଙ୍ଗଲ ବଞ୍ଚିଲେ ଅlମେବଞ୍ଚିବା!ଏହାକୁ ପାଥେୟ କରି ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପୋ ଙ୍କ ତତ୍ଵାବଧାନରେ ଜନସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଓ ଶପଥ ଗ୍ରହଣ… ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ଶୁଭାରମ୍ଭ Posted by Aei Odisha - July 23, 2021 0 ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି l ସୋନପୁର ମଝିପଡ଼ା ସରକାରୀ… Search ବଡ ଖବର ଓମ ଭ୍ୟାଲି ସ୍କୁଲ ବିଦ୍ୟାଳୟ ଟିଟିଲାଗଡରେ କ୍ଲଷ୍ଟର୍ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ ଖଇରାବାଦ ସେବା ସଂଗଠନ ଓ ମିଶନ ଶକ୍ତି ସହଯୋଗରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ବିଂଝାରପୁର ରେ ଗଣ୍ଡଗୋଳ ବିରଜାକ୍ଷେତ୍ର ରୁ ଶ୍ରୀକ୍ଷେତ୍ର କୁ ମୋ ବସ ସେବା ସଂଯୋଗ କରିବାକୁ ଦାବି କଲେ ବରିଷ୍ଠ ନାଗରିକ ସଂଘ କନେଷ୍ଟବଳ ଅଜିତ ସିଂ ବିରୋଧରେ ଯାଜପୁର ଏସଡିପିଓଙ୍କ ନିକଟରେ ଫେରାଦ ହେଲେ ସାଦିକ ଖାନ ଯାଜପୁର ରେ ଶୌର୍ଯ୍ୟ ଦିବସ ପାଳନ କରିବ ବଜରଙ୍ଗ ଏବଂ ବିଶ୍ୱ ହିନ୍ଦୁ ପରିଷଦ ନରହସିଂହ ଚୌଧୁରୀ ମହାବିଦ୍ୟାଳୟରେ ଜ଼ିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ନିମନ୍ତେ ଉଦିଷ୍ଟ ତାଲିମ ଥେରାପି ପରାମର୍ଶ କେନ୍ଦ୍ର ଉଦଘାଟନ ଭୁବନେଶ୍ୱର:ପ୍ରବର୍ତ୍ତନ ନିର୍ଦେଶାଳୟରେ କଡ଼ା ସୁରକ୍ଷା ଭିତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ,ଆରମ୍ଭ ହେଲା ଜେରା Newsletter LN Entertainment TV Network is a complete video News Agency and a Media production house “LN ENTERTAINMENT TV NETWORK” stated from Bhubaneswar. Recently it has been inarguably one of leading production house in Bhubaneswar, Odisha It is equipped with ... Read More
2022-12-07T05:48:24Z
https://www.aeiodisha.com/67501/
OSCAR-2301
ଓଡ଼ିଆ ଅଭିନେତା Sidhanta and Anu Choudhury ଙ୍କ ଷ୍ଟେଜ ଉପରେ ” hot ” ରୋମାଣ୍ଟିକ ସିନ… ଦେଖନ୍ତୁ ଭାଇରାଲ Video – sudarsankhabar.com Publisher - Odisha Samachar , Latest Trending News Home ଭାଇରାଲ ନ୍ୟୁଜ ଅଜଣା କଥା ଘରୋଇ ଉପଚାର ଅଦ୍ଭୁତ ଭିଡିଓ ଓଡିଶା Home news ଓଡ଼ିଆ ଅଭିନେତା Sidhanta and Anu Choudhury ଙ୍କ ଷ୍ଟେଜ ଉପରେ ” hot ” ରୋମାଣ୍ଟିକ ସିନ… ଦେଖନ୍ତୁ ଭାଇରାଲ Video ଓଡ଼ିଆ ଅଭିନେତା Sidhanta and Anu Choudhury ଙ୍କ ଷ୍ଟେଜ ଉପରେ ” hot ” ରୋମାଣ୍ଟିକ ସିନ… ଦେଖନ୍ତୁ ଭାଇରାଲ Video news ତେବେ ସମସ୍ତ ଙ୍କର ପ୍ରାୟ ନିଜର ପ୍ରିୟ କଳାକାର ରହି ଥାଆନ୍ତି ଆଉ ତାଙ୍କର ଫିଲ୍ମ କୁ ନେଇ ଆମେ ଚାତକ ଭଳି ଚାହିଁ ରହି ଥାଉ ଏବଂ ତାଙ୍କର କିଛି ଭିଡ଼ିଓ ହେଉ ଅବା ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ମନରେ ଏକ ଆଗ୍ରହ ପ୍ରକାଶ ହୋଇ ଥାଏ | ତେବେ ଏହି ସେଲିବ୍ରେଟି ଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣ ର ହୋଇ ଥାଏ ଅର୍ଥାତ ଷ୍ଟାଇଲିସ ହୋଇ ଥାଏ | ଏହି ସେଲିବ୍ରେଟି ମାନେ ଅନେକ ଷ୍ଟେଜ ପ୍ରଗ୍ରାମ କିମ୍ବା ରିୟାଲିଟି ସୋ ରେ ଅତିଥି ଭାବେ ଆସି ମଧ୍ୟ ନିଜର ଝଲକ ଦେଖାଇ ଥାଆନ୍ତି | ତେବେ ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ନାୟକ ଓ ନାୟିକା ଭାବେ ପରିଚିତ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ଙ୍କୁ କିଏ ବା ନ ଜାଣେ | ଯିଏ କି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଭଲ ଯୋଡ଼ି ଭାବରେ ବରଦାନ ଅଟନ୍ତି | ଏହି ଦୁହିଁ ଯୋଡ଼ି ତାଙ୍କ ଜମାନା ବେଳେ ଓଡ଼ିଆ ଚଳଚ୍ଚିତ୍ର ରେ ଅନେକ ସୁନ୍ଦର ସୁନ୍ଦର ହିଟ ଫିଲ୍ମ ଦେଇ ସାରିଛନ୍ତି | ଆଉ ଉଭୟ ଙ୍କର ଫିଲ୍ମ ଆଜି ପର୍ଯ୍ୟନ୍ତ ମଧ୍ୟ ଦର୍ଶକ ଦେଖିବା ପାଇଁ ପସନ୍ଦ କରି ଥାଆନ୍ତି | ତେବେ ବର୍ତ୍ତମାନ ସମୟରେ ଏହି ସୁନ୍ଦର ଯୋଡ଼ି ଙ୍କର ଏକ ଝଲକ ଦେଖିବା ପାଇଁ ମିଳିଛି | ତେବେ ସିନେ ଷ୍ଟାର ଖୋଜ ର ରିୟାଲିଟି ସୋ ର ଷ୍ଟେଜ ରେ ଉଭୟ ଙ୍କୁ ଦେଖିବା ପାଇଁ ମିଳିଛି | ଏହି ରିୟାଲିଟି ସୋ ରେ ଭାଗ ନେଇ ଥିବା ଅଡିସନ କେମିତି ଜୀବନ୍ତ ଅଭିନୟ କରି ଦେଖାଇବେ ତାହାକୁ ନେଇ ଅନୁ ଚୌଧୁରୀ ଓ ସିଦ୍ଧାନ୍ତ କିଛି ଉପସ୍ଥାପନ କରି ଥିଲେ | ତେବେ ଏହାପରେ ଉଭୟ ଙ୍କର କିଛି ରୋମାଣ୍ଟିକ ସିନ ମଧ୍ୟ ଦେଖିବା ପାଇଁ ମିଳି ଥିଲା ଆଉ ସେଠାରେ ବସି ଥିବା ଦର୍ଶକ ଅନୁ ଚୌଧୁରୀ ଓ ସିଦ୍ଧାନ୍ତ ଙ୍କର ରୋମାଣ୍ଟିକ ଅଭିନୟ ଦେଖି ଖୁବ ମତୁଆଲା ହୋଇ ଯାଇ ଥିଲେ | ତାଳି ରେ ମାହଲ ଟିକୁ କମ୍ପାଇ ଦେଇ ଥିଲେ ଯାହାକି ଏହାର ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ନାଁ କରିଛି ଅର୍ଥାତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି | ଏତେ ଦିନ ପରେ ଏହି ପୁରୁଣା ଯୋଡ଼ି ଙ୍କୁ ଏକା ସାଙ୍ଗରେ ଦେଖି ଦର୍ଶକ ମଧ୍ୟ ବେଶ ଖୁସି ଅନୁଭବ କରିଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 85 Share FacebookTwitterGoogle+ReddItWhatsAppPinterestEmail Prev Post Jyotisa Shatra – ଶନି ଚଳିଲେ ଓଲଟା ଗତି ଆଜି ରାତିଠାରୁ ଏହି ୫ ରାଶିରେ ପ୍ରବଳ ଧନଲାଭ….ଏଥିରେ ଆପଣ ଙ୍କ ରାଶି ଅଛି କି ?
2022-11-29T21:40:26Z
https://sudarsankhabar.com/sidhanta-and-anu-choudhury/
OSCAR-2301
ବିଭିନ୍ନ ଯନ୍ତ୍ରପାତି କର୍ମଶାଳାରେ ଦକ୍ଷତା, ଗୁଣବତ୍ତା, ସାମର୍ଥ୍ୟ ଏବଂ ସଠିକତା ବୃଦ୍ଧି ପାଇଁ କିଡୁ ଅନୁସନ୍ଧାନ ପ୍ରଣାଳୀ ଏକ ଅତ୍ୟାବଶ୍ୟକ ଅଭ୍ୟାସ | CN CNC ମେସିନିଂ ବ୍ୟବହାର କରି ସମସ୍ତ ପ୍ରୟୋଗଗୁଡ଼ିକ ପାଇଁ ମହତ୍ତ୍ cost ପୂର୍ଣ୍ଣ ସଞ୍ଚୟ ଏବଂ ଗୁଣବତ୍ତାରେ ଉନ୍ନତି ହାସଲ କରିବାକୁ | ବ୍ୟୟବହୁଳ ମେସିନ୍ ଡାଉନ୍ ଟାଇମ୍ ଏବଂ ମାନୁଆଲ୍ ସେଟିଂ ଏବଂ ଯାଞ୍ଚ ସହିତ ଜଡିତ ଉପାଦାନଗୁଡ଼ିକର ସ୍କ୍ରାପିଂକୁ ଦୂର କରିବା | ବିଦ୍ୟମାନ ମେସିନ୍ ଗୁଡିକରୁ ଆଉଟପୁଟ୍ ବୃଦ୍ଧି କରିବାକୁ | Autom ସ୍ୱୟଂଚାଳିତ ବୃଦ୍ଧି ଏବଂ ମାନବ ହସ୍ତକ୍ଷେପକୁ ହ୍ରାସ କରିବା | Re ପୁନ work କାର୍ଯ୍ୟ, ରିହାତି ଏବଂ ସ୍କ୍ରାପ୍ ହ୍ରାସ କରିବାକୁ | Your ଆପଣଙ୍କର ଦକ୍ଷତା ବୃଦ୍ଧି ଏବଂ ଅଧିକ କାର୍ଯ୍ୟ ଲୋଡ୍ କରିବାକୁ | ଉପକରଣ ସେଟର୍ସ କିଡୁ ଟୁଲ୍ ସେଟିଂ ହେଉଛି ଏକ କଟିଙ୍ଗ ଉପକରଣର ଜ୍ୟାମିତିକ ସୂଚନା-ଲମ୍ବ, ବ୍ୟାସାର୍ଦ୍ଧ ଏବଂ / କିମ୍ବା ବ୍ୟାସ-ନିର୍ଣ୍ଣୟ କରିବାର ପ୍ରକ୍ରିୟା, ଏବଂ ମେସିନ୍ ଉପକରଣଗୁଡ଼ିକର ମାନବ ବିହୀନ କାର୍ଯ୍ୟକୁ ସକ୍ଷମ କରିବା |ଟୁଲ୍ ସେଟିଂର ଲାଭ ହେଉଛି ସଠିକତାକୁ ଉନ୍ନତ କରିବା, ସ୍କ୍ରାପ୍ ହ୍ରାସ କରିବା, ଅପରେଟର ହସ୍ତକ୍ଷେପର ସ୍ତରକୁ କମ୍ କରିବା ଏବଂ ମୋଟ ମୂଲ୍ୟ ସଞ୍ଚୟ କରିବା |ନିୟୋଜିତ ଟେକ୍ନୋଲୋଜି ଉପରେ ନିର୍ଭର କରି ଟୁଲ୍ ସେଟିଂ ଉତ୍ପାଦଗୁଡିକ ଯୋଗାଯୋଗ କିମ୍ବା ଅଣ-ଯୋଗାଯୋଗ ବୋଲି କୁହାଯାଏ | √ କିଡୁ କଣ୍ଟାକ୍ଟ ଟୁଲ୍ ସେଟର୍ ଗୁଡିକ ଉଚ୍ଚ ନିର୍ଭରଯୋଗ୍ୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରନ୍ତି ଏବଂ 0.001 ମିମି ମଧ୍ୟରେ ଟ୍ରିଗର୍ କରିବା ପରେ ଯନ୍ତ୍ରର କ୍ଷମତାକୁ ସୁନିଶ୍ଚିତ କରିବା ପୁନରାବୃତ୍ତି ଏବଂ ଉତ୍ତମ ମେଟ୍ରୋଲୋଜି ପାଇଁ ମ fundamental ଳିକ ଅଟେ | √ କିଡୁ ଅଣ-ଯୋଗାଯୋଗ ଉପକରଣ ସେଟର୍ସ- DNC86- ଉଚ୍ଚ-ସଠିକତା, ଉଚ୍ଚ-ଗତି ଉପକରଣ ମାପ ଏବଂ ଭଙ୍ଗା ଉପକରଣ ଚିହ୍ନଟ ପ୍ରଦାନ କରିଥାଏ, ସମସ୍ତ ଆକାର ଏବଂ ପ୍ରକାର ଯନ୍ତ୍ର ଉପକରଣ ଉପରେ ପ୍ରକ୍ରିୟା ନିୟନ୍ତ୍ରଣକୁ ଅନୁମତି ଦେଇଥାଏ ଏବଂ ଉପଭୋକ୍ତାମାନଙ୍କୁ ସେମାନଙ୍କର ଉତ୍ପାଦନ ଏବଂ ଯନ୍ତ୍ରର ଉପଯୋଗକୁ ଏକକାଳୀନ ହ୍ରାସ କରିବାକୁ ଅନୁମତି ଦେଇଥାଏ | ସ୍କ୍ରାପ୍ ଏବଂ ପୁନ work କାର୍ଯ୍ୟ ଶ yl ଳୀ ସଫଳ ମାପିବା କାର୍ଯ୍ୟଦକ୍ଷତା ଏକ ବ feature ଶିଷ୍ଟ୍ୟକୁ ପ୍ରବେଶ କରିବା ଏବଂ ପରେ ଯୋଗାଯୋଗ ସ୍ଥଳରେ ସଠିକତା ବଜାୟ ରଖିବା ପାଇଁ ଅନୁସନ୍ଧାନର ଷ୍ଟାଇଲସର କ୍ଷମତା ଉପରେ ଅତ୍ୟଧିକ ନିର୍ଭରଶୀଳ |କିଡୁ ଆପଣଙ୍କୁ ସର୍ବ ବୃହତ ସମ୍ଭାବ୍ୟ ସଠିକତା ପ୍ରଦାନ କରିବାକୁ ଅନୁସନ୍ଧାନ ଏବଂ CMM ଷ୍ଟାଇଲିର ଏକ ବିସ୍ତୃତ ପରିସର ବିକାଶ କରେ | √ ସିଧା ଷ୍ଟାଇଲି ହେଉଛି ସରଳ ଏବଂ ବାରମ୍ବାର ବ୍ୟବହୃତ ଷ୍ଟାଇଲସ୍, ଏବଂ ସରଳ ବ features ଶିଷ୍ଟ୍ୟଗୁଡିକ ପାଇଁ ପ୍ରୟୋଗ କରନ୍ତୁ ଯାହା ସହିତ ସିଧାସଳଖ ଯୋଗାଯୋଗ କରାଯାଇପାରିବ | √ ଷ୍ଟାର୍ ଷ୍ଟାଇଲି ହେଉଛି ମଲ୍ଟି-ଟିପ୍ ଷ୍ଟାଇଲସ୍ ବିନ୍ୟାସ ଯାହାକି ଦୃ ly ଭାବରେ ସ୍ଥାପିତ ଷ୍ଟାଇଲି ସହିତ, ଏବଂ ପୃଷ୍ଠ ଏବଂ ଛିଦ୍ର ପାଇଁ ପ୍ରୟୋଗ କରନ୍ତୁ ଯାହା ସହିତ ସିଧାସଳଖ ଯୋଗାଯୋଗ କରାଯାଇପାରିବ |ଏହି ସଂରଚନା ନମନୀୟତା ପ୍ରଦାନ କରିଥାଏ, ଷ୍ଟାଇଲସ୍ ପରିବର୍ତ୍ତନ ନକରି ବିଭିନ୍ନ ବ features ଶିଷ୍ଟ୍ୟ ସହିତ ଯୋଗାଯୋଗ କରିବାକୁ ଟିପ୍ କୁ ସକ୍ଷମ କରିଥାଏ | √ ସିଲିଣ୍ଡର ଷ୍ଟାଇଲି ଟୁଙ୍ଗଷ୍ଟେନ୍ କାର୍ବାଇଡ୍, ରୁବି ଏବଂ ସେରାମିକରୁ ନିର୍ମିତ, ଏବଂ ସିଟ୍ ଧାତୁ, ଚାପିତ ଉପାଦାନ ଏବଂ ପତଳା କାର୍ଯ୍ୟକ୍ଷେତ୍ର ମାପିବା ପାଇଁ ପ୍ରୟୋଗ କରାଯାଏ ଯେତେବେଳେ ବଲ୍ ଷ୍ଟାଇଲ ସହିତ ସଠିକ୍ ଯୋଗାଯୋଗ ନିଶ୍ଚିତ ହୋଇପାରିବ ନାହିଁ |ଏହା ସହିତ, ବିଭିନ୍ନ ଥ୍ରେଡେଡ୍ ବ features ଶିଷ୍ଟ୍ୟଗୁଡିକ ଯାଞ୍ଚ କରାଯାଇପାରିବ ଏବଂ ଟ୍ୟାପ୍ ହୋଇଥିବା ଛିଦ୍ରଗୁଡିକର କେନ୍ଦ୍ରଗୁଡିକ ଅବସ୍ଥିତ | ନିର୍ଦ୍ଦିଷ୍ଟ ମାପ କାର୍ଯ୍ୟଗୁଡ଼ିକ ସହିତ ଅନୁସନ୍ଧାନ ଉପାଦାନଗୁଡ଼ିକୁ ଅଧିକ ସଠିକ୍ ଭାବରେ ଅନୁକୂଳ କରିବା ପାଇଁ ଆନୁଷଙ୍ଗିକ ଉପଯୋଗୀ |କିଡୁ ବିଭିନ୍ନ ପ୍ରକାରର ଆସେସୋରିଜ୍ ପ୍ରଦାନ କରେ, ଯାହା ଆମ ତାଲିକାରେ ସମ୍ପୁର୍ଣ୍ଣ ଭାବରେ ଆବୃତ | ଯୋଗାଯୋଗ | ବିଲଡିଂ 23 ବି, ନମ୍ବର 33, ଜିଆଙ୍ଗ ଫକ୍ସିଂ ରୋଡ୍, ଚାଙ୍ଗନ୍ ଟାଉନ୍, ଡୋଙ୍ଗଗୁଆନ୍ ସହର , ଗୁଆଙ୍ଗଡୋଙ୍ଗ୍ ପ୍ରଦେଶ , PRC Email:[email protected] ଟେଲିଫୋନ୍: +86 0769 85398820, +86 400 8608328 | ସେଲଫୋନ୍: +86 158 8966 5308, +86 134 2046 9204 | ସମ୍ବାଦ ଅନ୍-ମେସିନ୍ ମାପର ଲାଭ | CMM ର ଅପରେସନ୍ ଏବଂ ରକ୍ଷଣାବେକ୍ଷଣ | ଚାଇନା ମେସିନ୍ ଉପକରଣର ପ୍ରୟୋଗ ସ୍ଥିତି ... ଟୁଲ୍ ସେଟରର କାର୍ଯ୍ୟ ଉପକରଣ ସେଟରର ସ୍ଥାପନ ପଦ୍ଧତି | ସୂଚନା ଉପକରଣ ସେଟର୍ସ ଶ yl ଳୀ ଅନୁସନ୍ଧାନଗୁଡିକ ସ୍ପର୍ଶ କରନ୍ତୁ | ସମ୍ବାଦପତ୍ର ଆମର ଉତ୍ପାଦ କିମ୍ବା ମୂଲ୍ୟବୋଧ ବିଷୟରେ ଅନୁସନ୍ଧାନ ପାଇଁ, ଦୟାକରି ଆପଣଙ୍କର ଇମେଲ୍ ଆମକୁ ଛାଡି ଦିଅନ୍ତୁ ଏବଂ ଆମେ 24 ଘଣ୍ଟା ମଧ୍ୟରେ ସମ୍ପର୍କରେ ରହିବୁ | ମୂଲ୍ୟବୋଧ ପାଇଁ ଅନୁସନ୍ଧାନ | ବ Feat ଶିଷ୍ଟ୍ୟଯୁକ୍ତ ଉତ୍ପାଦଗୁଡିକ |, ସାଇଟମ୍ୟାପ୍ Cnc ଡିଜିଟାଇଜେସନ୍ ଟଚ୍ ପ୍ରୋବ |, ମେସିନ୍ ଟୁଲ୍ ଅନୁସନ୍ଧାନ |, କାଠପେକର୍ Cnc Z ଅନୁସନ୍ଧାନ |, Z Probe Cnc, Xyz ଟଚ୍ ଅନୁସନ୍ଧାନ |, ଉପକରଣ ସେଟର୍ |,
2022-12-05T10:50:15Z
http://or.qidumetrology.com/product/
OSCAR-2301
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚାଷୀଙ୍କ ସୁବିଧା ପାଇଁ ଅନେକ ଯୋଜନା ଆରମ୍ଭ କରୁଛନ୍ତି। ଏହି ଯୋଜନା ଅନୁଯାୟୀ କୃଷକମାନଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି କ୍ରୟ ପାଇଁ ସବସିଡି ଦିଆଯାଉଛି। ଏହି କ୍ରମରେ ଚାଷୀଙ୍କୁ ବର୍ତ୍ତମାନ 50 ପ୍ରତିଶତ ସବସିଡି ଦିଆଯାଉଛି ଯଥା ବ୍ୟାଟେରୀ ଚାଳିତ ସ୍ପ୍ରେ ପମ୍ପ କ୍ରୟ ଉପରେ 2500 ଟଙ୍କା ପର୍ଯ୍ୟନ୍ତ। ସୂଚନାଯୋଗ୍ୟ ଯେ ଏହି ସବସିଡିର ଲାଭ କେବଳ ହରିୟାଣା ରାଜ୍ୟର ଅନୁସୂଚିତ ଜାତି କୃଷକମାନେ ପାଇପାରିବେ। ଏହି ପୋଷ୍ଟ ମାଧ୍ୟମରେ ବ୍ୟାଟେରୀ ଚାଳିତ ସ୍ପ୍ରେ ପମ୍ପରେ ଉପଲବ୍ଧ ସବସିଡି ବିଷୟରେ ବିସ୍ତୃତ ସୂଚନା ପାଇବା | ସବସିଡି ପାଇଁ ଆବେଦନ କରିବାର ଶେଷ ତାରିଖ | ବ୍ୟାଟେରୀ ଅପରେଟେଡ୍ ସ୍ପ୍ରେ ପମ୍ପ କ୍ରୟ ଉପରେ ସବସିଡି ପାଇବା ପାଇଁ ଆବେଦନ କରିବାର ଶେଷ ତାରିଖ 30 ସେପ୍ଟେମ୍ବର, 2021 ଭାବରେ ସ୍ଥିର କରାଯାଇଛି। ବ୍ୟାଟେରୀ ଚାଳିତ ସ୍ପ୍ରେ ପମ୍ପ ଉପରେ ସବସିଡି ପାଇଁ ସର୍ତ୍ତ ଏବଂ ସର୍ତ୍ତ | ଏହି ଯୋଜନାର ଲାଭ କେବଳ 2021-22 ବର୍ଷରେ ଅନୁସୂଚିତ ଜାତି ତାଲିକାରେ ଅଛି | କୃଷକମାନଙ୍କ ପାଇଁ ଏକ ଅନୁସୂଚିତ ଜାତି ପ୍ରମାଣପତ୍ର ରହିବା ଆବଶ୍ୟକ | କୃଷକମାନେ ହରିୟାଣାର ମୂଳ ବାସିନ୍ଦା ହେବା ଆବଶ୍ୟକ | ହରିୟାଣାର ବାସିନ୍ଦା ହେବା ବ୍ୟତୀତ ସେ ସମ୍ପୃକ୍ତ ଜିଲ୍ଲାର ସ୍ଥାୟୀ ବାସିନ୍ଦା ମଧ୍ୟ ହେବା ଉଚିତ୍। ଏହି ଯୋଜନାର ଲାଭ କେବଳ ଏହିପରି କୃଷକମାନେ ପାଇପାରିବେ, ଯେଉଁମାନେ ଗତ 4 ବର୍ଷ ମଧ୍ୟରେ ବ୍ୟାଟେରୀ ଚାଳିତ ସ୍ପ୍ରେ ପମ୍ପ ଉପରେ ସବସିଡି ନେଇ ନାହାଁନ୍ତି। ଏହି ଯନ୍ତ୍ରପାତିଗୁଡିକ ଜିଏସ୍ଟି ଧାରକ ବିକ୍ରେତାଙ୍କଠାରୁ କ୍ରୟ କରାଯାଇପାରିବ | ସବସିଡି ପାଇବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକ | SC ସାର୍ଟିଫିକେଟ୍ ଆବେଦନକାରୀଙ୍କ ଆଧାର କାର୍ଡ | ବାସସ୍ଥାନ ସାର୍ଟିଫିକେଟ୍ ମୋବାଇଲ୍ ନମ୍ବର ବ୍ୟାଙ୍କ ଖାତା ସୂଚନା ସବସିଡି ପାଇଁ ଆବେଦନ କରିବାର ପ୍ରକ୍ରିୟା | ଆବେଦନ କରିବାକୁ, ସର୍ବପ୍ରଥମେ , 'କୃଷି ବିଭାଗ, ହରିୟାଣା'ର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ | ଯଦି ଆପଣ ଚାହାଁନ୍ତି, ଆପଣ ଏହି ପୋଷ୍ଟର ଶେଷରେ ଦିଆଯାଇଥିବା ଲିଙ୍କ୍ ମାଧ୍ୟମରେ ହରିୟାଣାର କୃଷି ବିଭାଗର ଅଫିସିଆଲ୍ ୱେବସାଇଟ୍ ମଧ୍ୟ ପରିଦର୍ଶନ କରିପାରିବେ | ମୂଳପୃଷ୍ଠାରେ, ଟ୍ୟୁରି ଅପରେଟେଡ୍ ସ୍ପ୍ରେ ପମ୍ପର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ | ବର୍ତ୍ତମାନ ଆପଣଙ୍କ ସାମ୍ନାରେ ଏକ ନୂଆ ପୃଷ୍ଠା ଖୋଲିବ | ଏଠାରେ 'ଅଗ୍ରଗତି କରିବାକୁ ପ୍ରୟୋଗ' ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏହା ପରେ ଆବେଦନ ଫର୍ମ ଆପଣଙ୍କ ସାମ୍ନାରେ ଖୋଲିବ | ଏଠାରେ ତୁମ ନାମ, ପିତାଙ୍କ ନାମ, ଜିଲ୍ଲା ଏବଂ ଅନ୍ୟାନ୍ୟ ସମସ୍ତ ତଥ୍ୟ ପୂରଣ କରି ଫର୍ମ ଦାଖଲ କରିବାକୁ ପଡିବ | ଆବେଦନ ପ୍ରକ୍ରିୟା ସମାପ୍ତ ହେବା ପରେ, ଫର୍ମ ଯାଞ୍ଚ କରାଯିବ ଏବଂ ଯଦି ସମସ୍ତ ବିବରଣୀ ସଠିକ୍ ହୁଏ, ସବସିଡି ରାଶି ଆପଣଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ | ଟିପନ୍ତୁ: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇଁ, ଆପଣ ଜିଲ୍ଲାର ସମ୍ପୃକ୍ତ କୃଷି ନିର୍ଦ୍ଦେଶକ କିମ୍ବା ସହକାରୀ କୃଷି ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ | ଏହା ସହିତ ଆପଣ ଟୋଲ୍ ଫ୍ରି ନମ୍ବର 18001802117 / 0172-2521900 ରେ ମଧ୍ୟ ଯୋଗାଯୋଗ କରିପାରିବେ | କୃଷି ବିଭାଗର ଅଫିସିଆଲ୍ ୱେବସାଇଟ୍, ହରିୟାଣା: www.agriharyanacrm.com ଆହୁରି ପ Read ଼ନ୍ତୁ: ପ୍ରଧାନ ମନ୍ତ୍ରୀ କୃଷ୍ଣ ସିଞ୍ଚାଇ ଯୋଜନାର ଲାଭ ଏବଂ ଏଠାରୁ ଆବେଦନ ପ୍ରକ୍ରିୟା ବିଷୟରେ ସୂଚନା ପାଆନ୍ତୁ | ଆମେ ଆଶା କରୁଛୁ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ | ଯଦି ଆପଣ ଏହି ପୋଷ୍ଟରେ ଦିଆଯାଇଥିବା ସୂଚନାକୁ ପସନ୍ଦ କରନ୍ତି, ତେବେ ଆମର ପୋଷ୍ଟକୁ ପସନ୍ଦ କରନ୍ତୁ ଏବଂ ଏହାକୁ ଅନ୍ୟ କୃଷକମାନଙ୍କ ସହିତ ମଧ୍ୟ ଅଂଶୀଦାର କରନ୍ତୁ | ଯାହା ଦ୍ this ାରା ଏହି ସୂଚନା ଅଧିକରୁ ଅଧିକ କୃଷକଙ୍କ ନିକଟରେ ପହଞ୍ଚିପାରିବ ଏବଂ ସମସ୍ତ ଆଗ୍ରହୀ କୃଷକମାନେ ବ୍ୟାଟେରୀ ଚାଳିତ ସ୍ପ୍ରେ ପମ୍ପ କ୍ରୟ ଉପରେ ସବସିଡି ପାଇପାରିବେ | ମନ୍ତବ୍ୟ ମାଧ୍ୟମରେ ଏହି ସମ୍ବନ୍ଧୀୟ ଆପଣଙ୍କର ପ୍ରଶ୍ନ ଆମକୁ ପଚାର |
2022-12-02T23:52:01Z
https://kisan-app.agrevolution.in/dehaat/post/byyaatterii-caallit-spre-pmpre-50-prtisht-heb
OSCAR-2301
ମଣିଷ ହୁଅନ୍ତୁ, ପଶୁ ହୁଅନ୍ତୁ କିମ୍ବା ଉଦ୍ଭିଦ ହୁଅନ୍ତୁ, ଜଳ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ | ପାଣି ବିନା ସମସ୍ତଙ୍କର ଜୀବନ ବିଚଳିତ ହୁଏ | ଜଳର ଅଭାବ ଫସଲର ବୃଦ୍ଧିରେ ମଧ୍ୟ ବାଧା ସୃଷ୍ଟି କରିଥାଏ | ବେଳେବେଳେ ଉଦ୍ଭିଦଗୁଡ଼ିକ ମଧ୍ୟ ଶୁଖିବା ଆରମ୍ଭ କରନ୍ତି | ଏପରି ପରିସ୍ଥିତିରେ ଉଦ୍ଭିଦକୁ ଜଳସେଚନ ମାଧ୍ୟମରେ ଜଳ ଯୋଗାଇ ଦିଆଯାଏ | ଜଳସେଚନ ଏବଂ ଏହାର ଭିନ୍ନ ପଦ୍ଧତି ବିଷୟରେ ଏଠାରୁ ଅଧିକ ସୂଚନା ପାଆନ୍ତୁ | ଜଳସେଚନ କିଏ? ଜଳସେଚନ ହେଉଛି ମରୁଡ଼ି ପରିସ୍ଥିତିରେ କିମ୍ବା ମାଟିରେ ପର୍ଯ୍ୟାପ୍ତ ପରିମାଣର ଆର୍ଦ୍ରତା ପୂରଣ ପାଇଁ ବର୍ଷା ଅଭାବରୁ କୃତ୍ରିମ ଭାବରେ ଜଳ ପ୍ରଦାନ କରିବାର ପ୍ରକ୍ରିୟା | ଜଳସେଚନର ଲାଭ | ଫସଲରେ ଜଳ ଅଭାବ ପୂରଣ ହୁଏ | ଗଛ ଏବଂ ଅନ୍ୟାନ୍ୟ ଫସଲ ଅତ୍ୟଧିକ ଶୀତରୁ ରକ୍ଷା କରାଯାଇଥାଏ | ମୃତ୍ତିକା ଶୁଖିଯାଏ ନାହିଁ ଏବଂ କଠିନ ହୁଏ ନାହିଁ | ତୃଣକ ବୃଦ୍ଧି ମଧ୍ୟ କିଛି ସମୟ ପାଇଁ ନିୟନ୍ତ୍ରିତ ହୋଇଥାଏ | ଜଳସେଚନର ବିଭିନ୍ନ ପଦ୍ଧତି | ଭୂପୃଷ୍ଠ ଜଳସେଚନ: ଏହି ପଦ୍ଧତି ଶତାବ୍ଦୀ ଧରି ବ୍ୟବହୃତ ହୋଇଆସୁଛି | ଆଜି ମଧ୍ୟ ଏହି ପଦ୍ଧତି କେତେକ ଜଳସେଚିତ ଅଞ୍ଚଳରେ 95 ପ୍ରତିଶତ ଜଳସେଚନ ପାଇଁ ବ୍ୟବହୃତ ହେଉଛି | ଏହି ପଦ୍ଧତିରେ ଶଯ୍ୟା ତିଆରି, ବଣ୍ଡ ତିଆରି, ଜଳ ଲଗାଇବା, କାଣ୍ଟୱା ପଦ୍ଧତି, ଥାଲା ପ୍ରଣାଳୀ ଇତ୍ୟାଦି ଫସଲରେ ଜଳସେଚନ କରାଯାଇଥାଏ | ସାୱାର ଜଳସେଚନ: ଏହି ପଦ୍ଧତିରେ ଫସଲ ଉପରେ ବର୍ଷା ଜଳ ଆକାରରେ ସ୍ପ୍ରେ କରାଯାଏ କିମ୍ବା ପାଇପଲାଇନ ମାଧ୍ୟମରେ ସ୍ପ୍ରେ କରାଯାଏ | ଏହି ପଦ୍ଧତି ଦ୍ Irr ାରା ଜଳସେଚନ ଭୂପୃଷ୍ଠ ଜଳସେଚନ ତୁଳନାରେ 25 ରୁ 30 ପ୍ରତିଶତ ଜଳ ସଞ୍ଚୟ କରେ | ଡ୍ରପ୍ ଜଳସେଚନ: ଏହି ପଦ୍ଧତିରେ, ଉଦ୍ଭିଦଗୁଡିକର ମୂଳକୁ ଡ୍ରପ୍ ଦ୍ୱାରା ଜଳ ପ୍ରୟୋଗ କରାଯାଏ | ଏହି ପଦ୍ଧତି ଦ୍ୱାରା ଜଳସେଚନ ଜଳ ସଞ୍ଚୟ କରେ | ଜଳସେଚନ ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ଅଭାବରୁ ଜଳସେଚନ ପାଇଁ ଏହା ହେଉଛି ସର୍ବୋତ୍ତମ ପଦ୍ଧତି | ଆହୁରି ପ Read ଼ନ୍ତୁ: ଏଠାରୁ ଅଧିକ ଜଳସେଚନ ହେତୁ ଗହମ ଫସଲର କ୍ଷତି ବିଷୟରେ ସୂଚନା ପାଆନ୍ତୁ | ଆମେ ଆଶା କରୁଛୁ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ | ଯଦି ଆପଣ ଏହି ସୂଚନା ପସନ୍ଦ କରନ୍ତି ତେବେ ଦୟାକରି ଏହି ପୋଷ୍ଟକୁ ପସନ୍ଦ କରନ୍ତୁ | ଏହାକୁ ଅନ୍ୟ କୃଷକମାନଙ୍କ ସହିତ ମଧ୍ୟ ଅଂଶୀଦାର କରନ୍ତୁ | ଯାହାଫଳରେ ଅନ୍ୟ କୃଷକ ବନ୍ଧୁମାନେ ମଧ୍ୟ ଏହି ସୂଚନା ପାଇପାରିବେ | ମନ୍ତବ୍ୟ ମାଧ୍ୟମରେ ଏହି ସମ୍ବନ୍ଧୀୟ ଆପଣଙ୍କର ପ୍ରଶ୍ନ ଆମକୁ ପଚାର |
2022-12-04T04:51:00Z
https://kisan-app.agrevolution.in/dehaat/post/jllsecnr-bibhinn-pddhti
OSCAR-2301
ମେଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ବ୍ୟବସାୟ ଓ ଚାକିରିରେ ଉନ୍ନତି କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଘରକୁ ଅତିଥି ଆସିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଚନ୍ଦନେଶ୍ବର। ବୃଷ: ବ୍ୟବସାୟରେ ଲାଭ ଓ ଉନ୍ନତି ହୋଇପାରେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ବାହାର ଖାଦ୍ୟ ପରିହାର କରନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ। Kanak Lifestyle ମିଥୁନ: ଆର୍ଥିକ ଲାଭ ଓ ଉନ୍ନତି ଯୋଗ ପ୍ରବଳ ରହିଛି। ନୂଆ ଅନୁବନ୍ଧ ପାଇଁ ଭଲ ସମୟ। ସରକାରୀ ଚାକିରିଆଙ୍କୁ ସୁଖବର ମିଳିବ। ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ। କର୍କଟ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ନୂଆ କାରବାରରେ ପୁଞି ନବେଶ କରିବେ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ଆପଣଙ୍କୁ କୌଣସି ମହତ୍ବପୂର୍ଣ୍ଣ ସୂଚନା ମିଳିପାରେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀଗଣେଶ। ସି˚ହ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ ସଫଳତା ପାଇବେ। ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା। କନ୍ୟା: ଲକ୍ଷକୁ ନେଇ ଯାତ୍ରା ପୂରା କରିବାରେ ସଫଳ ହେବେ। ବିଦେଶ କ˚ପାନିରେ ଚାକିରିର ମିଳିପାରେ। ବ୍ୟବସାୟରେ ସଫଳତା ମିଳିବା ଯୋଗ ରହିଛି। ନୂଆ ଘର କିଣିବା ପାଇଁ ଦିନଟି ଭଲ। ଘରକୁ ଅତିଥି ଆସିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା। ତୁଳା: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତୁଟ ରହିବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଯଥେଷ୍ଟ କାମ ମିଳିବ। ପ୍ରେମ ସମ୍ବନ୍ଧୀ ଓ ବୈବାହିକ ଜୀବନରେ ସୁଖୀ ରହିବେ। ଚାକିରିଆଙ୍କୁ ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ପାଟଣେଶ୍ବରୀ। ବିଛା: ଆଜି ଆପଣ ଯାହା ବି କାମ କରିବେ ଲାଭ ପାଇବେ। ଚାକିରି ସମ୍ବନ୍ଧିତ ଭଲ ଖବର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନ ସମ୍ମାନ ମିଳିବ। ପରିବାର ସଦସ୍ୟଙ୍କ ଠାରୁ ନୂଆ ବସ୍ତ୍ର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ। ଧନୁ: ଆଜି ଯୋଗ ଉପରେ ଧୢାନ ଦିଅନ୍ତୁ। କାରବାରରେ କିଛି ଏଭଳି କଥା ସାମନାକୁ ଆସିବ ଯାହା ଭବିଷ୍ୟତରେ ଲାଭଦାୟୀ ହେବ। ସନ୍ଧ୍ୟାରେ ପତ୍ନୀଙ୍କ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ। ମକର: ଅଫିସରେ ଆପଣଙ୍କୁ ଯୋଗ୍ୟ ବିବେଚିତ କରିବାରେ ସଫଳ ହେବେ। ଧନ ବୃଦ୍ଧିର ଶୁଭ ସ˚କେତ ପାଇବେ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କ ପ୍ରତି ୁଦୟାଶୀଳ ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ଭଗବାନ ବିଷ୍ଣୁ। କୁମ୍ଭ: ଦିନଟି ମହତ୍ବପୂର୍ଣ୍ଣ ରହିବ। ସବୁ ପ୍ରୟାସ ସଫଳ ହେବ। ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ମୂଲ୍ୟବାନ ଦ୍ରବ୍ୟ କିଣିବା ହେତୁ ଖୁସି ଅନୁଭବ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା। ମୀନ: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ। ଅଭାବୀଙ୍କୁ ସହାୟତା କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଚାକିରିରେ ଅଧିକ ଦାୟିତ୍ବ ଗ୍ରହଣ କରିବେ। ପ୍ରେମ ସମ୍ବନ୍ଧରେ ମନୋକାମନା ପୂରଣ ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ। 27 ଶେୟାର Prev Post ସହିଦଙ୍କ ପତ୍ନୀ ପିନ୍ଧିବେ ଇଣ୍ଡିଆନ ଆର୍ମି ପୋଷାକ, ସ୍ୱାମୀଙ୍କ ମୃତ୍ୟୁ ପରେ ଖାଇଥିଲେ କସମ, ଦେଖନ୍ତୁ ଭିଡିଓ ! Next Post ୮୩ର ପ୍ରସ୍ତୁତି ଆରମ୍ଭ କଲେ ରଣବୀର, କିନ୍ତୁ କପିଲ ଦେବଙ୍କ ଭଳି ନଜର ଆସିଲା ନାହିଁ ଲୁକ ! You might also like More from author Horoscope ଜାଣନ୍ତୁ ଆଜିର ରାଶିଫଳ Horoscope ଜାଣନ୍ତୁ ଆଜିର ରାଶିଫଳ Horoscope ଜାଣନ୍ତୁ ଆଜିର ରାଶିଫଳ Horoscope ଜାଣନ୍ତୁ ଆଜିର ରାଶିଫଳ Prev Next Comments Loading... Recent Posts ବିନା ମୂଲ୍ୟରେ ଭରପୂର ମନୋରଞ୍ଜନ: ଆଜିଠାରୁ ପୁଣି ଥରେ କାର୍ଯ୍ୟକ୍ରମଗୁଡିକର… Jun 23, 2020 ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର , ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ… Jun 20, 2020 ଜାତୀୟ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚାରେ ଓଡ଼ିଆ ହିରୋ ସବ୍ୟସାଚୀ Jun 11, 2020 ଆମାଜନ ପ୍ରାଇମ ଭିଡିଓରେ କିର୍ତ୍ତୀ ସୁରେଶଙ୍କ ଅଭିନୀତ ସାଇକୋଲଜିକଲ ଥ୍ରିଲର… Jun 11, 2020 Prev Next 1 of 3,631 Trending About Advertise With Us Contact Privacy Policy Kanak News © 2022 - Kanak Lifestyle. All Rights Reserved. Website Design: Team OllyBolly This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More
2022-11-26T22:55:42Z
https://lifestyle.kanaknews.com/know-todays-horoscope-43/
OSCAR-2301
କେନ୍ୟୁଜ୍(ବ୍ୟୁରୋ): ରୋଗୀ ପହଂଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ । ଇଣ୍ଡିଆ ମୋବାଇଲ୍‌ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏହି ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି । ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଂଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଡିଜିଟାଲ୍‌ ମାଧ୍ୟମରେ ହସ୍ପିଟାଲକୁ ପ୍ରଦାନ କରିବ । ଫଳରେ ରୋଗୀ ପହଂଚିବା ପୂର୍ବରୁ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍‌ ପ୍ରସ୍ତୁତି କରିପାରିବେ । ସେହିପରି ଅଲଟ୍ରାସାଉଣ୍ଡ୍‌ କରିବ ରୋବୋଟିକ ଆର୍ମ । ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ । ଯାହା ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍‌ କରିବାରେ ସିଦ୍ଧହସ୍ତ । ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ । ରୋବୋଟିକ୍‌ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗାଁରେ ଥିବା ରୋଗୀଙ୍କ ସହ ଯୋଡ଼ିପାରିବ । ଏହା ସହ ଘରେ ବସି ରିପୋର୍ଟ ହାସଲ କରିପାରିବେ । ସେହିପରି ଆସୁଛି ଜିଓର ୫ଜି ହେଲ୍ଥକେୟାର ଅଟୋମେସନ । ରିଲାଏନ୍ସ ଜିଓ ଏଭଳି ରୋବୋଟ୍‌ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି ଯାହା ଆଇସୋଲେସନ ୱାର୍ଡ ସହିତ ଅନ୍ୟ ରୋଗୀମାନଙ୍କ ପାଖରେ ଔଷଧ ଓ ଖାଦ୍ୟପାନୀୟ ପ୍ରଦାନ କରିବ ।
2022-12-07T19:58:01Z
https://knewsodisha.com/nation-and-world/5g-connected-ambulance-will-inform-the-hospital-before-reaching-the-patient-487785
OSCAR-2301
କରିଇରେ ତେଲ ଗରମ କରି ଅଳେଇଚ ଓ ତେଜପତ୍ର ପକାଇ ସିମେଇ ଦୁଇ ପ୍ରକାରର ପକାଇ ଭାଜି ରଖନ୍ତୁ | ସୁଜିକୁ ଅଲଗା ବାଦାମୀ କରି ଭାଜି ଏଥିରେ ମିଶାନ୍ତୁ |ଲୁଣ ଓ ପାଣି ଓ ପାଣି ଦେଇ ସିଝାନ୍ତୁ | ସିଝିଗଲେ ଓ ପାଣି ମରିଆସି ଅଳ୍ପ ଥିଲେ ଚିନି ଓ ବହଳିଆ କ୍ଷୀର ,ଭଜା କାଜୁ- କିସ୍‌ମିସ୍ ଆଦି ପକାଇ ଫୁଟାନ୍ତୁ | କ୍ଷୀର ପରି ବହଳିଆ ହୋଇଆସିଲେ ଥଣ୍ଡା ବା ଗରମ ସର୍ଭ କରନ୍ତୁ |
2022-12-09T09:11:50Z
https://www.odiaweb.in/%E0%AC%B8%E0%AD%81%E0%AC%9C%E0%AC%BF-%E0%AC%B8%E0%AC%BF%E0%AC%AE%E0%AD%87%E0%AC%87-%E0%AC%95%E0%AD%8D%E0%AC%B7%E0%AD%80%E0%AC%B0%E0%AD%8D/
OSCAR-2301
ବର୍ତ୍ତମାନ ପରିପ୍ରେକ୍ଷୀରେ ପାକିସ୍ତାନ ରାଜନୀତିରେ ବଡ ଧରଣର ପରିବର୍ତ୍ତନର ଆଭାସ ଦେଖିବାକୁ ମିଳିପାରେ। ପାକିସ୍ଥାନର ରାଜନୈତିକ ଅବସ୍ଥା କିଛି ଠିକ୍ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ରାଜନୈତୀକ କ୍ୟାରିୟରରେ ବଡ ଧରଣର ପରିବର୍ତ୍ତନ ଘଟିପାରେ। ତାଙ୍କୁ କ୍ଷମତାରୁ ବାହାର କରିବା ପାଇଁ ତାଙ୍କର ରାଜନୈତିକ ଦଳ‘ପାକିସ୍ତାନ ତହରିକ-ଏ-ଇନ୍‌ସାଫ୍‌’ର ଅନେକ ସାସଂଦ ବିରୋଧୀ ଦଳଙ୍କ ସହିତ କଥାବାର୍ତ୍ତା କରୁଥିବା ଆଲୋଚନା ହେଉଛି ଖୁବ ଶୀଘ୍ର ଇମ୍ରାନ୍ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରାଯାଉଛି। ପ୍ରସ୍ତାବ ପୂର୍ବରୁ ପିଟିଆଇର ଅନେକ ସାଂସଦ ଇମ୍ରାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଛନ୍ତି। ଇମ୍ରାନ ଖାନ୍‌ ଶାସକ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ (ପିଟିଆଇ) ର ଅତି କମରେ ୨୪ ଜଣ ସାଂସଦ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଭୋଟ୍ ଦେବାକୁ ଖୋଲାଖୋଲି ଘୋଷଣା କରିଛନ୍ତି। ମାର୍ଚ୍ଚ ୮ଅସନ୍ତୁଷ୍ଟ ପିଟିଆଇ ସାଂସଦମାନେ ସିନ୍ଧ ପ୍ରଦେଶରୁ ଇସଲାମାବାଦ ପରିଦର୍ଶନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ସିନ୍ଧ ହାଉସରେ ରହିଛନ୍ତି।ସିନ୍ଧ ହାଉସରେ ରହୁଥିବା ପିଟିଆଇର ଅନ୍ୟତମ ସାଂସଦ ରାଜା ରିଆଜ ଦାବି କରିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ସମସ୍ତ ବିଧାୟକଙ୍କୁ ଆଶ୍ୱାସନା ଦିଅନ୍ତି ଯେ ଯେଉଁମାନଙ୍କ ଉପରେ ଆତ୍ମବିଶ୍ୱାସର ଦିନେ ତାଙ୍କ ବିରୋଧରେ ଭୋଟ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। । ଅନେକ ପିଟିଆଇ ସାଂସଦ ଏବଂ ମନ୍ତ୍ରୀମାନେ ମଧ୍ୟ ଏଠାକୁ ଆସିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ବିରୋଧୀ ଦଳ ସେମାନଙ୍କୁ ସ୍ଥାନାନ୍ତର କରିବାରେ ଅସମର୍ଥ ବୋଲି ରିୟାଜ କହିଛନ୍ତି। ବିରୋଧୀଙ୍କ ବିଶ୍ୱାସ ରୋକିବା ଉଦ୍ଦେଶ୍ୟରେ ପିଏମ ଖାନଙ୍କ ନେତୃତ୍ୱରେ ଶାସକ ପିଟିଆଇର କମିଟି ସିନ୍ଧ ହାଉସକୁ ଘୋଡା ବ୍ୟବସାୟ କେନ୍ଦ୍ରରେ ପରିଣତ ନକରିବାକୁ ନିଷ୍ପତ୍ତି ନେଇଛି। ଆସ୍ଥା ହରାଉଛନ୍ତି ଇମ୍ରାନ ବିପଦରେ ଇମ୍ରାନ ଖାନଙ୍କ ରାଜନୈତିକ କ୍ୟାରିୟର। ଧିରେଧିରେ ସେ ନିଜ ପାର୍ଟିରେ ଅପ୍ରିୟ ହୋଇ ଚାଲିଛନ୍ତି। ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ଅନେକ ସାଂସଦ ସେମାନଙ୍କ ନାମ ନିଜର ସମର୍ଥନ ଫେରାଇ ନେଇଛନ୍ତି। ତେଣୁ ଏବେ ଇମରାନଙ୍କ କ୍ଷମତା ହରାଇବାର ସମ୍ଭାବନା ଅଧିକ।ଦିନକ ପୂର୍ବରୁ ଇମ୍ରାନଙ୍କ ପ୍ରମୁଖ ସହଯୋଗୀମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନିଜର ମେଣ୍ଟ ସହଯୋଗୀଙ୍କୁ ହରାଇ ପାରନ୍ତି। ସେମାନଙ୍କ ଅନୁମାନ ମଧ୍ୟ ସତରେ ପରିଣତ ହୋଇପାରେ। ଇମ୍ରାନଙ୍କ ଉପରେ ବିରୋଧୀମାନେ ଅଭିଯୋଗ ଆଣିଛନ୍ତି ଯେ, ଅର୍ଥବ୍ୟବସ୍ଥା ଓ ବିଦେଶୀ ନୀତି ଇମ୍ରାନଙ୍କ ପାଇଁ ଠିକ ଭାବରେ ପରିଚାଳିତ ହୋଇପାରୁ ନାହିଁ। ଇମ୍ରାନଙ୍କ ପାର୍ଟିର ଜଣେ ସାଂସଦ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସହିତ ମତଭେଦ ରହିଛି। ୨୦ରୁ ଊର୍ଦ୍ଧ୍ୱ ସାଂସଦ ଇମ୍ରାନଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଅନାସ୍ଥା ପ୍ରସ୍ତାବ ସମୟରେ ସେମାନଙ୍କ ଭୋଟ୍ ଇମ୍ରାନଙ୍କୁ ବିପଦରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।
2022-12-10T09:58:35Z
https://www.bartamanodisha.com/imran-khan-dumped-by-his-own-lawmakers-can-pakistan-pm-win-trust-vote/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଦେଶ- ବିଦେଶ ଚିନ୍ତା ବଢ଼ାଇଲା ‘ମାରବର୍ଗ’ ଭୂତାଣୁ: ଘାନାରେ ୨ ରୋଗୀ ମୃତ, ସଙ୍ଗରୋଧରେ ୯୮ ଅଛନ୍ତି ଚିନ୍ତା ବଢ଼ାଇଲା ‘ମାରବର୍ଗ’ ଭୂତାଣୁ: ଘାନାରେ ୨ ରୋଗୀ ମୃତ, ସଙ୍ଗରୋଧରେ ୯୮ ଅଛନ୍ତି By The Sakala DPM Last updated Jul 19, 2022 ଅକରା: କରୋନା, ମଙ୍କିପକ୍ସ ଏବଂ ଇବୋଲା ଭଳି ଭୂତାଣୁରୁ ବିଶ୍ବ ମୁକ୍ତ ହୋଇ ନ ଥିବା ବେଳେ ଆଉ ସଙ୍କଟ ସୃଷ୍ଟି ହୋଇଛି। ବିଶ୍ବରେ ପୁଣି ଏକ ନୂଆ ‘ମାରବର୍ଗ’ ଭୂତାଣୁ ପ୍ରବେଶ କରିଛି। ଆଫ୍ରିକୀୟ ଦେଶ ଘାନାରୁ ଏହି ଭୂତାଣୁର ୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଅତ୍ୟନ୍ତ ସଂକ୍ରାମକ ଏବଂ ବିପଜ୍ଜନକ ରୋଗ। ଇବୋଲା ଯୋଗୁଁ ଏହି ଭୂତାଣୁ ସୃଷ୍ଟି ହୋଇଥାଏ। ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଉଭୟ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏଥିରୁ ଭୂତାଣୁ କେତେ ଘାତକ ହୋଇପାରେ ତାହା ଜଣାପଡୁଛି। ଘାନା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଉଭୟ ରୋଗୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ପୁଣିଥରେ ସେହି ନମୁନାକୁ ସେନେଗଲରେ ଥିବା ପ୍ରୟୋଗଶାଳାକୁ ପଠାଯାଇଛି। ପରୀକ୍ଷଣରୁ ସେଥିରେ ମାରବର୍ଗ ଭୂତାଣୁ ଥିବା ଜଣାପଡିଥିଲା। ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ ୯୮ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି। ତେବେ ଏ ପର୍ଯ୍ୟନ୍ତ କେହି ସଂକ୍ରମିତ ହୋଇନାହାନ୍ତି। ସଂକ୍ରମଣ ଜଣାପଡିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ସତର୍କ ହୋଇଯାଇଛି। ଘାନା ସରକାରଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ‘ହୁ’ ପକ୍ଷରୁ କୁହାଯାଇଛି। ଘାନାର ପଦକ୍ଷେପକୁ ମଧ୍ୟ ପ୍ରଶଂସା କରାଯାଇଛି। କୌଣସି ପଦକ୍ଷେପ ଗ୍ରହଣ ନ କଲେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ‘ହୁ’ର ଆଫ୍ରିକୀୟ ନିର୍ଦ୍ଦେଶକ ଡ. ମୋତ୍ସିଦିଶୋ ମୋଏତି କହିଛନ୍ତି। ଏଥିସହିତ ପଢ଼ନ୍ତୁ ଶିଶୁଙ୍କ ନାମ ବନ୍ଧୁକ କିମ୍ବା ବୋମା ରଖିବାକୁ ଉତ୍ତର କୋରିଆର… Dec 5, 2022 ଏ ପର୍ଯ୍ୟନ୍ତ ମାରବର୍ଗ ଭୁତାଣୁର କୌଣସି ଚିକିତ୍ସା ବାହାରି ନାହିଁ। ଡାକ୍ତରଙ୍କ ଅନୁଯାୟୀ ଅଧିକ ପାଣି ପିଇଳେ ଏବଂ ସ୍ବତନ୍ତ୍ର ଲକ୍ଷଣ ଦେଖାଦେବା ସମୟରେ ଚିକିତ୍ସା କଲେ ରୋଗୀ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ରହିଛି। ବାଦୁଡିଙ୍କଠାରୁ ଏହି ଭୂତାଣୁ ବ୍ୟାପିଥାଏ। ଶରୀରର ଘାଆରୁ ବାହାରୁଥିବା ପାଣି ମାଧ୍ୟମରେ ଏହା ଅନ୍ୟକୁ ସଂକ୍ରମିତ କରିଥାଏ। ଏହି ଭୂତାଣୁରେ ସଂକ୍ରମିତ ହେଲେ ମୁଣ୍ଡବିନ୍ଧା, ଜ୍ବର, ମାଂସପେଶୀରେ ପୀଡା, ରକ୍ତ ବାନ୍ତି ଆଦି ହୋଇଥାଏ। ଖୁବଶୀଘ୍ର ଏହାର ଚିକିତ୍ସା ନ କଲେ ରୋଗୀଙ୍କ ମୃତ୍ୟୁ ହୋଇପାରେ। ସ୍ବାସ୍ଥ୍ୟ ଅଧିକାରୀମାନେ ଲୋକଙ୍କୁ ଗୁମ୍ଫା ଗୁଡିକରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ମାଂସ ଖାଇବା ପୂର୍ବରୁ ଭଲଭାବେ ସିଝାଇବାକୁ କୁହାଯାଇଛି।
2022-12-05T18:11:45Z
https://thesakala.in/marburg-virus-kill-two-people-in-ghana/
OSCAR-2301
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଓଡ଼ିଶା ବୋଲବମ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ବୋଲବମ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି By The Sakala DPM Last updated Jul 17, 2022 ଭୁବନେଶ୍ବର: ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ବୋଲ୍‍ବମ୍‍ ହର୍‍ହର୍‍ ବମ୍‍ …..ହର ହର ମହାଦେବର ଧ୍ୱନିରେ କମ୍ପବା ଆରମ୍ଭ ହେଲାଣି ଏକାମ୍ର କ୍ଷେତ୍ର। ଦୁଇବର୍ଷ କରୋନା କଟକଣା ଯୋଗୁଁ ନିରାଶ ହୋଇଥିବା ମାନସିକଧାରୀମାନେ ଦୂରଦୂରାନ୍ତରୁ ଆସି ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିବେ। ଲିଙ୍ଗରାଜ ମନ୍ଦିରରେ ପାଣି ଢାଳିବା ପାଇଁ ୪ ସପ୍ତାହ ଯାଏଁ ଭିଡ଼ ରହିବ । ବୋଲବମ ପାଇଁ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଭିଡକୁ ଲକ୍ଷ କରି କମିସନରେଟ ପୁଲିସର ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯଇଛି। ଅଧିକ ପଢନ୍ତୁ ପଦ୍ମପୁର ଉପନିର୍ବାଚନ: ଶାନ୍ତି ଶୃଙ୍ଖଳାର ସହ ସରିଲା ମତଦାନ, ଇଭିଏମରେ… Dec 5, 2022 ସହର ସାରା ରୁଟ ଲାଇନିଂ ବ୍ୟବସ୍ଥା ସହ ଟ୍ରାଫିକ ମେନେଜମେଣ୍ଟ କରାଯିବ । ମନ୍ଦିର ଭିତରେ ଓ ବାହାରେ ଓଡ୍ରଫ ସହ ଫାୟାର ଓ ମୋବାଇଲ ମେଡ଼ିକାଲ ୟୁନିଟ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଡିଏସିଙ୍କ ନେତୃତ୍ୱରେ ୫ଏସିପି , ୮ ଆଇଆଇସି, ୩୩ ଏସଆଇଙ୍କ ସହ ୬ ପ୍ଲାଟୁନ ପୁଲିସ ଫୋର୍ସ , ୫୦ ହୋମ ଗାର୍ଡଙ୍କୁ ନିୟୋଜିତ କରାଯିବ । ମହିଳା ଭକ୍ତଙ୍କ ପାଇଁ ମହିଳା ପୁଲିସ ଫୋର୍ସ ଓ ମହିଳା ପୁଲିସ ଅଫିସର ମଧ୍ୟ ନିଯୁକ୍ତି କରାଯିବ। ଏ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
2022-12-05T18:32:13Z
https://thesakala.in/special-preparations-by-the-commissionerate-of-police-for-the-bolbam/
OSCAR-2301
ବିବେକ କୌଣସି ବି ପରିସ୍ଥିତିରେ ଭୁବନେଶ୍ୱର ଆସିବାକୁ ଚାହୁଁ ନଥିଲା, କେବେ ବି ନୁହେଁ । କିନ୍ତୁ ସ୍ମୃତି ଖାସ୍‌ କରିକି ଯନ୍ତ୍ରଣା ଦେଉଥିବା ସ୍ମୃତି ଜଙ୍ଗଲି ଜନ୍ତୁ ପରି ପିଛା କରୁଥାନ୍ତି, ମଣିଷ କେତେ ବି ଚେଷ୍ଟା କରେ ତା ଠାରୁ ପିଛା ଛଡ଼େଇବା ପାଇଁ ତଥାପି ସେ କେମିତି ନା କେମିତି କୋଉ ରୂପରେ ସାମ୍ନାକୁ ଆସିଯାଏ । ସେମିତି ଏକ ସ୍ମୃତିକୁ ଭୁଲିବା ପାଇଁ ବିବେକ ନିଜ ସହର ଠାରୁ ଅନେକ ଦୂରରେ ଚାକିରୀ କରୁଥିଲା, କିନ୍ତୁ କେହି ଜଣେ ଅଛି ଯେ ସବୁ କିଛି ଦେଖୁଛି, ଉପରବାଲାର ସିସିଟିଭି ରେ ସବୁ ରେକଡେଡ଼୍‌ ହେଉଛି, ସେ ମଣିଷ ଭିତରର ଚିନ୍ତା, ଅନୁମାନ ଏବଂ ଅପରାଧର ବୋଝକୁ ବି ଦେଖିପାରୁଛି, ନଚେତ ସେ ଦିନ ବିବେକର ପରିସ୍ଥିତି ଏମିତି କାହିଁକି ହୋଇଥାନ୍ତା, ମ୍ୟାନେଜେର୍‌ ସାହେବ ବିବେକକୁ ତାଙ୍କ କ୍ୟାବିନ କୁ ଡାକି ଭୁବନେଶ୍ୱର ସେମିନାର ଆଟେଣ୍ଡ୍‌ କରିବା ପାଇଁ ଜିଦି ଧରି ଅର୍ଡର୍‌ କରି କହିଲେ, ଆରେ ତମକୁ କଣ ଭୁବନେଶ୍ୱର ଟ୍ରାନ୍ସଫର କରାଯାଉଛି ୩ ଦିନର ସେମିନାର୩ ତା ‘ଛଡା ତମେ ବ୍ୟାଚଲର୍‌ ପିଲା ବୁଲିବାଲି କରି ଆସିଯିବ, ଅସୁବିଧା କଣ ? ମୁ ଡିପାର୍ଟମେଣ୍ଟ୍‌ର ଗେଷ୍ଟ୍‌ ହାଉସ ତମ ପାଇଁ ଖାଲି କରି ଦଉଛି, ତମେ ତ ଜାଣିଛ ଅନୁପମ ପୁଅର ବୋର୍ଡ଼ ପରୀକ୍ଷା ଆଉ ପ୍ରଧାନ ଏବେ ଏବେ ଠିକ୍‌ ହୋଇ ହସ୍ପିଟାଲ୍‌ରୁ ଫେରିଛି ଏବେ ତମେ କୁହ ସେମିନାର ପାଇଁ କାହାକୁ ପଠାଇବା ? ବିବେକର ନଯିବାର ସବୁ କାରଣ ଉପରେ ଯେମିତି ପୁଣ୍ୟଛେଦ ପଡିଯାଇଥିଲା ତାହାର କିଛି ବି ବାହାନା କାମ କଲାନାହିଁ । ପ୍ରକୃତରେ ଭୁବନେଶ୍ୱର ନଯିବାର କାରଣ ଟ୍ରାଫିକ କିମ୍ବା ଲୋକ ଗହଳି ନଥିଲା, ବିବେକ ସେ ସହରରେ ଆଗରୁ ରହିଛି ଯଦି ମିଛ ନ କହିବାର ସର୍ତ୍ତ ରଖାଯାଏ ତେବେ ସେ ଭୁବନେଶ୍ୱର ସହରକୁ ବହୁତ ଭଲପାଏ । ମଣିଷର ସହର ସେ ନୁହେଁ ଯୋଉଠି ସେ ୯:୦୦ ରୁ ୬:୦୦ ତାର ସମୟ ବା ବୟସ ଖର୍ଚ୍ଚ କରିଥାଏ, ମଣିଷର ସହରର ତ ସେଇଠି ହୋଇଥାଏ ଯୋଉଠି ସେ ସ୍ୱପ୍ନ ଦେଖିଥାଏ । ହଁ ଏଇ ସେ ସହର ଯୋଉଠି ବିବେକ ସ୍ୱପ୍ନ ଦେଖିଥିଲା, ସେଇ ସ୍ୱପ୍ନ ଯାହା କେବେ ପୁରା ହୋଇପାରିନଥିଲା । ଭୁବନେଶ୍ୱର ଠାରୁ ଦୁରେଇ ଯାଇ ବିବେକ ତା ଅଧୁରା ସ୍ୱପ୍ନ କୁ ଭୁଲି ଯିବାକୁ ଚାହୁଁଥିଲା ଯାହା ତାକୁ ପ୍ରତିକ୍ଷଣ ତା ଅସଫଳତାର ସାମ୍ନା କରାଉଥିଲା । ଆଜି ୫ ବର୍ଷ ପରେ ସେ ଯେତେବେଳେ ଏଇ ସହରକୁ ଫେରି ଦେଖୁଛି, ଲାଗୁଛି ଯେମିତି ସବୁ କିଛି ବଦଳି ଯାଇଛି ସହରର ସୁନ୍ଦରତା, ଆତ୍ମୀୟତା କୋଉଠି ହଜିଯାଇଛି । ବିବେକ ତାର ଅତୀତକୁ ମନେ ପକାଇବାକୁ ଚାହୁଁ ନଥିଲା ହେଲେ ସେ ପୁରୁଣା ରାସ୍ତା, ପୁରୁଣା ଠିକଣାକୁ ଦେଖି ଅତୀତକୁ ବେଶି ସମୟ ବାନ୍ଧି ରଖି ପାରିଲା ନାହିଁ, ସହରର ଅନେକ ପରିବର୍ତ୍ତନ ତା ମନକୁ ଶକ୍ତ ଧକା ଦେଇଥିଲା ସତ କିନ୍ତୁ ପରେ ନିଜକୁ ବୁଝେଇନେଲା, ମଣିଷ ମାନଙ୍କ ଭିତରେ କିଏ ଏମିତି ଅଛି ଯେ ବଦଳି ନାହିଁ, ପରିବର୍ତ୍ତନ ତ ପ୍ରକୃତିର ନିୟମ । ଚାଲ ଠିକ୍‌ ଅଛି, ଯାହାବି ହୋଇଛି ଭଲ ହୋଇଛି- ନା ମନେ ପଡିବ ରାସ୍ତା କଡର ଗୁପ୍‌ଚୁପ୍‌, ନା ଏକାମ୍ର ହାଟ ରେ ବିତିଥିବା ଲଞ୍ଚ୍‌-ଟାଇମ୍‌ , ନା ଜାନୁଆରୀର ଥଣ୍ଡା, ନା ମନେ ପଡିବ…. ଶ୍ରାବଣୀ । ତୋ ଆଖି…ମୋ ଆଇନା ଏ ଗୀତ ଶୁଣି କିଏ କେତେ ଥର ଇମୋସନାଲ ହେଇପାରିବ, ବିବେକ କୁ ଲାଗୁଥିଲା ଯଦି ଅତୀତର କିଛି କଅଁଳ ଅନୁଭୂତିର ସାମଞସ୍ୟ ଏ ଗୀତ ସହିତ ବାନ୍ଧିହୋଇଥିବ ତେବେ ଅନେକ ଥର ହୋଇପାରିବ । ପ୍ରତିଥର ଏ ଗୀତର ସ୍ୱର ବିବେକକୁ ଏକ ସୁନ୍ଦର ଯାଗକୁ ନେଇଯାଏ ଯୋଉଠି ହଳଦୀ ରଙ୍ଗର ଡ୍ରେସରେ ଗୋଟେ ସୁନ୍ଦରୀ ଝିଅ ତା ସହିତ ଥାଏ । ଯାହାର ଚେହେରାକୁ ସେ ଠିକ ଭାବରେ ଚିହ୍ନି ପାରେନି, ତାର ବିଶ୍ୱାସ ସେ ଝିଅ ନିଶ୍ଚେ ଶ୍ରାବଣୀ ହୋଇଥିବ ଯିଏ କ୍ଲାସ କୁ ପ୍ରଥମ ଦିନ ହଳଦୀ ରଙ୍ଗର ଡ୍ରେସ ରେ ଆସିଥିଲା, ସେହି ଦିନ ଠାରୁ ବିବେକର ହଳଦୀ ରଙ୍ଗ ସହିତ ଗୋଟେ ଅକୁହା ସମ୍ପର୍କ ଯୋଡି ହୋଇ ଯାଇଛି । ଗ୍ରାଜୁଏସନ୍‌ ସରିବା ପରେ ବିବେକ ଗୋଟେ ହ୍ୟାଣ୍ଡବ୍ୟାଗ୍‌ରେ ତାର କିଛି ପ୍ୟାଣ୍ଟ-ଶାର୍ଟ, ବହି ଆଉ ଅନେକ ସ୍ୱପ୍ନକୁ ବ୍ୟାଗ୍‌ରେ ବନ୍ଦ କରି ଭୁବନେଶ୍ୱର ଆସିଥିଲା, ବହି-ଖାତାରେ ବୁଡି ସେ ସିଭିଲ-ସର୍ଭିସ୍‌ର ନଦୀ କୁ ପାରି ହେବାପାଇଁ ଚାହୁଁଥିଲା । ବିବେକ ପ୍ରଥମ ଦିନ କ୍ଲାସ ଆରମ୍ଭ ହେବାର ପନ୍ଦର ମିନିଟି ଆଗରୁ କ୍ଲାସ୍‌ରେ ପହଞ୍ଚି ଟିଚର୍‌ଙ୍କ ପାଖ ସିଟ କୁ କବ୍ଜା କରିନେଲା, କିଛି କ୍ଷଣ ପରେ ହଳଦୀ ରଙ୍ଗର ଡ୍ରେସରେ ଗୋଟେ ଝିଅ ତା ପାଖକୁ ଆସି, କହିଲା ଉଠ ଇଉଠୁ ଏଇଟା ମୋ ସିଟ୍‌, ବିବେକ ତା ଆଡକୁ ଚାହିଁଲା ଏବଂ ପଚାରିଲା ତମ ସିଟ୍‌ କେମିତି ? ମୁ ଏଇଠି ବସିଛି, ତ ମୋ ସିଟ୍‌ ନା !!! ସେ ଝିଅ ରାଗରେ ତମ ତମ ହୋଇ କହିଲା ଏଇଟା ମୋ ସିଟ୍‌, ଏଇ ଦେଖ ମୁ ଏଇଠି ସୂତା ବାନ୍ଧିଚି, ମୁ ସବୁବେଳେ ଏଇଠି ବସେ, ଆଜି ଚୁଟି ସୁଖିବାରେ ଟିକେ ଡେରିହେଇଗଲା ନଚେତ୍‌ ମୋତେ ଏମିତି ଏଠି ଓକିଲାତି କରିବାକୁ ପଡ଼ିନଥାନ୍ତା । ବିବେକ ଦ୍ଵନ୍ଦର ସହ ତା ଆଡକୁ ଚାହିଁଲା ସେ ଝିଅର ସରଳ ତର୍କର କିଛି ବି ଉତ୍ତର ବିବେକ ପାଖରେ ନଥିଲା ମନେ ମନେ ଭାବିଲା ଗୋଟେ ସୂତା ବାନ୍ଧି ଲୋକ ସିଟ ସଂରକ୍ଷଣ କରିଦେଇପାରନ୍ତି !!!- “ସେ ଝିଅ ଥିଲା ଶ୍ରାବଣୀ ” । ସୂତାର ମୂଲ୍ୟ ବିବେକକୁ ଏ ପର୍ଯ୍ୟନ୍ତ ବି ଜଣା ନଥିଲା କିନ୍ତୁ ଧୀରେ ଧୀରେ ତାକୁ ବିଶ୍ୱାସ ହେବାକୁ ଲାଗିଲା । ଶ୍ରାବଣୀ ଏମିତି ଏକ କୋଉ ସମ୍ପର୍କ ସୂତାରେ ବିବେକର ମନକୁ ବାନ୍ଧି ଦେଇଥଲା ଯାହା ସମୟ ସହିତ ସୂତାର ଗଣ୍ଠି ବି ମଜବୁତ ହୋଇ ଯାଇଥିଲା, ସତ କହିବାକୁ ଗଲେ ଏ ପର୍ଯ୍ୟନ୍ତ ବି ବିବେକ ସେ ସମ୍ପର୍କ ସୂତାର ଗଣ୍ଠିରେ ବାନ୍ଧି ହୋଇ ରହିଛି । ବିବେକର ଅତୀତରୁ ମୁକୁଳିବା ଯେମିତି ଅସମ୍ଭବ ପ୍ରାୟ ହୋଇ ଯାଇଛି । ଅସମ୍ଭବ ଏକ ଏମିତି ଅତୁଟ ଶବ୍ଦ ଯୋଉଠି ପ୍ରୟାସର କୌଣସି ବି ସ୍ଥାନ ନଥାଏ ତା ପୂର୍ବରୁ ପରିସ୍ଥିତି କଠିନ କିମ୍ବା ବହୁତ କଠିନ ହୋଇ ଥାଏ ହେଲେ ପ୍ରୟାସର ମୂଲ୍ୟ ଥାଏ । ଠିକ୍‌ ଏମିତି ଏକ ଅସମ୍ଭବର ସାମ୍ନା ବିବେକର ହୋଇଥିଲା ଯେତେବେଳେ ତା ସିଭିଲ-ସର୍ଭିସ୍‌ର ଅନ୍ତିମ ଚେଷ୍ଟାର ଫଳାଫଳ ଆସିଥିଲା, ଶ୍ରାବଣୀର ନାମ ରେଜେଲ୍ଟ ବହିରେ ଥିଲା କିନ୍ତୁ ଦୃଭାଗ୍ୟ ବଶତଃ ବିବେକର ଅନ୍ତିମ ଚେଷ୍ଟା ବି ବିଫଳ ହୋଇଥିଲା । ତାକୁ ବୁଝା ପଡୁନଥିଲା ସେ ଖୁସୀ ହେବ, ନା ଦୁଃଖୀ ? ନିଜ ଦୁଃଖକୁ ତ ଲୁଚାଇ ପାରିବ ହେଲେ ଶ୍ରାବଣୀ ପାଇଁ ସେ କେମିତି ଖୁସୀ ହେବ ? ଇଏତ ଅନ୍ତର ଥିଲା ଶ୍ରାବଣୀ ଆଉ ବିବେକ ଭିତରେ, ବିବେକ ଶ୍ରାବଣୀ ପାଇଁ ଖୁସୀ ହୋଇ ପାରିଲାନି, କିନ୍ତୁ ଶ୍ରାବଣୀ !!! ବିବେକ ପାଇଁ ଦୁଃଖୀ ହୋଇଗଲା । ସ୍ୱପ୍ନ ମଞ୍ଜି ସଦୃଶ ହୋଇଥାଏ, ଯାହାକୁ ହୃଦୟ କ୍ଷେତ ରେ ଥରେ ବୁଣି ଦେଲେ ମନ ରାଇଜରେ ବିସ୍ତାରିତ ହୋଇଯାଏ । ସିଭିଲ-ସର୍ଭିସ୍‌ରେ ପାସ ହେବା କେବଳ ବିବେକର ଲକ୍ଷ୍ୟ ନଥିଲା, ଶ୍ରାବଣୀ ସହିତ ବିବାହ ବି କରିବାର ଥିଲା । କିନ୍ତୁ ଶ୍ରାବଣୀ ପାଠ ପଢିବା ଆଢୁଆଳରେ ବିବେକ କୁ କେବେ ପ୍ରେମ କରିବାର ସୁଯୋଗ ଦେଉନଥିଲା, ନା ବିବେକ କୁ ଆଉ କିଏ ପସନ୍ଦ ଆସୁଥିଲା, ଏବେ ତ ପୁରା ନହେଇଥିବା ସ୍ୱପ୍ନର ଲମ୍ବା ଲିଷ୍ଟ୍‌ ବିବେକ ପାଖରେ ଅଛି । ସତ କହିବାକୁ ଗଲେ ରେଜେଲ୍ଟ ଦିନ ହିଁ, ଶ୍ରାବଣୀର ଭାଗ୍ୟ ଉପରେ ବିବେକର ପ୍ରବଳ ଈର୍ଷା ହୋଇଥିଲା ଭଲା ଏବେ ସେ କୋଉ ମୁହଁରେ ଶ୍ରାବଣୀର ହାତ ମାଗିବ ଆଉ ଦିନ କେଇଟା ପରେ ଶ୍ରାବଣୀ ଆଇ.ଏ.ଏସ୍‌ ଅଫିସର ହୋଇଯିବ, ସେ କିଛି ବି କଲେ ତାର ବରବାରି କରି ପାରିବ ନାହିଁ । ଭୁବନେଶ୍ୱର ଆସିଲା ବେଳକୁ ବିବେକ ବୋଧ ହୁଏ ତା ଲଗେଜ୍‌ ବ୍ୟାଗକୁ ଠିକ୍‌ ସେ ଦେଖିନଥିଲା, ବ୍ୟାଗ ଭିତରେ ସ୍ୱପ୍ନର ମଞ୍ଜି ସହିତ ଅହଂକାରର ମଞ୍ଜିକୁ ବି ସେ ଭରି ନେଇ ଆସିଥିଲା, ସ୍ୱପ୍ନର ଫସଲ ଆସିବା କ୍ଷଣି ତାକୁ ଅହଂକାରର ଘାସ କୁ ଉପାଡି ଦେବାର ଥିଲା । ବିବେକର ଅସୁବିଧାରେ ଶ୍ରାବଣୀ ତା ସାଥିରେ ତ ଥିଲା, କିନ୍ତୁ ବିବେକ ପାଇଁ ସୂତାବାନ୍ଧି ସିଟ ସଂରକ୍ଷଣ କରିଥିବା ଶ୍ରାବଣୀ କୋଉଠି ହଜିଯାଇଥିଲା ତାକୁ ଆଇ.ଏ.ଏସ୍‌. ଅଫିସର ଶ୍ରାବଣୀ ଦେଖାଯାଉଥିଲା, ଶ୍ରାବଣୀର ପ୍ରଶଂସା ଯେମିତି ବିବେକକୁ ଚିଡେଇ ଇଂଗିତ କରି ତା ଅସଫଳତା ଘା’ ରେ ବାରମ୍ବାର ଲୁଣ ଛିଞ୍ଚିବାର କାମ କରୁଥିଲା । ଭଲ ହେଲା ଭୁବନେଶ୍ୱର ସହରଟା ବଦଳି ଯାଇଛି ନଚେତ ବିବେକର ଅନେକ କଥା ମନେ ପଡିଥାନ୍ତା ଆଉ ଶ୍ରାବଣୀ ବି, ଏବେ ତ ଏ ସହର ଯେମିତି ତାକୁ ପଚାରୁଛି ତୁ କିଏ ? ୟା ଭିତରେ ୩ ଦିନର ସେମିନାର ବି ସରିଛି, ରିପୋର୍ଟ ଡିପାର୍ଟମେଣ୍ଟ୍‌ ହେଡ୍‌ଙ୍କୁ ହସ୍ତାନ୍ତର କରି ଫେରିଯିବାର ଥିଲା । ସେଠାକାର ପିଅନ ବିବେକ୍‌ର ଗଳାରେ ଝୁଲୁଥିବା ଆଇଡି କାର୍ଡକୁ ଦେଖି କହିଲା ଆପଣ ମାନଙ୍କ ଫାଇଲ କ୍ୟାବିନ ନଂ ୩ ରେ ସାଇନ୍‌ ହେବ ହେଲେ ଟିକେ ଅପେକ୍ଷା କରିବାକୁ ପଡିବ, ଅଫିସର ବହୁତ ବ୍ୟସ୍ତ ଅଛନ୍ତି । ପିଅନ୍‌ର ଏପରି କଥା ଶୁଣି ସେମିନାରର ସଦସ୍ୟ ମାନେ ଏଣେ ତେଣେ ଦେଖିବାକୁ ଲାଗିଲେ, ବିବେକ ବି ଶୀଘ୍ର ଫ୍ରି ହେଇଜିବାକୁ ଚାହୁଁଥିଲା । ଫାଇଲ ସାଇନ୍‌ କରିବା ପୂର୍ବରୁ ଗୁଡ଼-ମର୍ନିଙ୍ଗ କହିବା ପାଇଁ ଯେମିତି କ୍ୟାବିନ୍‌ ଡୋରକୁ ଖୋଲିଛି ବିବେକର ନଜର ଅଫିସରଙ୍କ ଉପରେ ଯାଇ ପଡିଲା, ଚେହେରା ଟି କେମିତି ତାକୁ ଚିହ୍ନା ଚିହ୍ନା ଲାଗୁଥିଲା, ତୁରନ୍ତ ସାମ୍ନା ଟେବୁଲ ଉପରେ ଥିବା ନେମ୍‌-ପ୍ଲେଟ୍‌ରେ ନଜର ପକାଇଲା ସେଥିରେ ଲେଖାଥିଲା ଆଇ.ଏ.ଏସ. ଶ୍ରାବଣୀ । ମଥାରେ ନାଲି ରଙ୍ଗର ସିନ୍ଦୁର ନାଇ ଶ୍ରାବଣୀ ଖୁବ ସୁନ୍ଦର ଦିଶୁଥିଲା, ଯେମିତି କୋଉ ଚିତ୍ରକର ତା ତୂଳୀର ରଙ୍ଗରେ ନିର୍ଜୀବ ଛବିକୁ ଜୀବିତ କରି ବସେଇ ଦେଇଛି, ନିଜ ପ୍ରେମିକାକୁ ଏତେ ପାଖରୁ ଦେଖି ଖୁସୀ ଲାଗୁଥିଲା ଦୁଃଖ ବି !!! ହଠାତ ନିଜକୁ ମନ କୁ ପଚାରିବାକୁ ଲାଗିଲା ସେ ନିଜେ କେମିତି ଦେଖାଯାଉଛି, ମନ ଭିତରୁ ଧୀରେ ସେ ଏକ ଧ୍ୱନି ଶୁଣାଗଲା, ” ତୁ ତୋ ନିଜକୁ ସମୟ ହାତରେ ଟେକିଦେଇ ଆଇନା ଦେଖିବା କେବେଠାରୁ ଭୁଲିଯାଇଛୁ, ପୁଣି ଆଜି କାହିଁକି ଏ ପ୍ରଶ୍ନ ? “। ବିବେକ ହୃଦୟ ସ୍ପନ୍ଦନର ବେଗ ପୂର୍ଣ୍ଣମୀର ଜହ୍ନ ପରି ବଢିବଢି ଯାଉଥିଲା ତାକୁ ବୁଝାପଡୁନଥିଲା ଫାଇଲ ସାଇନ୍‌ କରିବା ବିନା କ୍ୟାବିନ ବାହାରକୁ ଚାଲିଯିବ ନା ଅପେକ୍ଷା କରିବ । ଠିକ ଏହି ସମୟରେ ଶ୍ରାବଣୀ ନଜର ଉଠାଇ ବିବେକ ଆଡକୁ ଚାହିଁଲା ଅନ୍ୟ ମାନେ ରିପୋର୍ଟ ସାଇନ୍‌ କରି ବାହାରକୁ ଚାଲି ଯାଇଥିଲେ, ଶ୍ରାବଣୀ ଏମିତି ଭାବରେ ବିବେକ କୁ ଚାହିଁ ରହିଥିଲା ଯେମିତି ସେ କିଛି ମନେ ପକାଇବାକୁ ଚେଷ୍ଟା କରୁଥିଲା ଦୁହେଁ ପାଞ୍ଚ ବର୍ଷର ଦୂରତା କୁ ଯେମିତି ଗୋଟେ କ୍ଷଣ ମଧ୍ୟରେ ବାନ୍ଧି ଦେବାକୁ ଚାହୁଁଥିଲେ !!! ଏତେ ବର୍ଷ ବିତି ଗଲା ପରେ ଶ୍ରାବଣୀକୁ ହରାଇବାର ଯନ୍ତ୍ରଣା ଆଉ ବିବେକ ର ନଥିଲା ହେଲେ ମନ ଭିତରେ କୋଉଠି ଏକ ଅବଶୋଷର ଦୁଃଖ କୁହୁଳୁ ଥିଲା । ” ଯନ୍ତ୍ରଣା ଆଉ ଦୁଃଖ ଭିତରେ ଏଇତ ତଫାତ୍‌ – ଯନ୍ତ୍ରଣା ପଚାରେ କେମିତି ହେଲା କିନ୍ତୁ ଦୁଃଖ ପଚାରେ କାହିଁକି ହେଲା ? ଯନ୍ତ୍ରଣା ନିଜର ଉତର ପାଇଲା ପରେ ଧୀରେ ଧୀରେ ଫିକା ପଡ଼ିବାକୁ ଲାଗେ ହେଲେ ଦୁଃଖ ଜବାବ ପାଇଲା ପରେ ବି ଶହେ ପ୍ରଶ୍ନ ରଖିବାକୁ ପଛାଏ ନାହିଁ ” । ବିବେକ ପାଞ୍ଚବର୍ଷ ପଛକୁ ଫେରି ସବୁକିଛି ଠିକ କରିଦେବାକୁ ଚାହୁଁଥିଲା, ହେଲେ ସେଠି ଠିକ୍‌ କରିବାକୁ ଥିଲା ବା କ’ଣ ? ନା ତାର ବିଫଳତା ଠିକ ହୋଇ ପାରିଥାନ୍ତା, ନା ତା’ର ଇର୍ଷା । ଶ୍ରାବଣୀ ଇଶାରା କରି ବିବେକକୁ ବସିବା ପାଇଁ କହିଲା ସେତେବେଳକୁ ଶ୍ରାବଣୀକୁ ଆଦେଶ ଦେବାର ଅଭ୍ୟାସ ହୋଇ ଯାଇଥିଲା ଆଉ ବିବେକ କୁ ପାଳନ କରିବାର ସେ ବିବେକର ରିପୋର୍ଟ ଫାଇଲ୍‌କୁ ଖୋଲି କେବଳ ଏତିକି କହିଲା ଏ ରିପୋର୍ଟରେ ବହୁତ ଭୁଲଭାଲ ଅଛି, ୟାକୁ ଜିଏବି କରିଛି ତାକୁ ବୁଝେଇ ଦେବ ଏମିତି ଭୁଲ ପାଇଁ ଉପରେ ଏକ୍ସପ୍ଲାନେସନ୍‌ ଦେବାକୁ ପଡିଥାଏ, ମୁଁ ସାଇନ୍‌ କରିନି ପୁଣିଥରେ ଠିକ୍‌ କରି ନେଇଆସ – ବିବେକ ଏକାଗ୍ର ଭାବରେ ଶ୍ରାବଣୀ କୁ ଚାହିଁ ରହିଥଏ କିନ୍ତୁ ଶ୍ରାବଣୀର ନଜର ରିପୋର୍ଟ ଉପରେ, ଶ୍ରାବଣୀ କୁ ଜଣା ନଥିଲା ଏ ରିପୋର୍ଟ ବିବେକ ନିଜେ ପ୍ରସ୍ତୁତ କରିଥିଲା ଆଉ ଜାଣି ଶୁଣି ଭୁଲ-ଭାଲ କରିଥିଲା କାରଣ କେହି ଯେମିତି ତାକୁ ଆଗକୁ ସେମିନାର ପାଇଁ କେବେ ଭୁବନେଶ୍ୱର ପଠେଇବେ ନାହିଁ । କ୍ୟାବିନ ଭିତରୁ ବାହାରି ବିବେକ ବାହାରକୁ ଆସି ଅନେକ ଦିନ ପରେ ନିଜ ଚେହେରା କୁ ଆଇନା ରେ ଦେଖୁଥିଲା – ଦାଢ଼ି ଗୁଡାକ ଲମ୍ବା ହୋଇ ଯାଇଛି ମୁଣ୍ଡର ଚୁଟି ଗୁଡାକ ବି ମୁଖୁରା ହୋଇରହିଛି, ଶ୍ରାବଣୀ ତାକୁ ଦେଖି କିଛି ବି ପ୍ରତିକ୍ରିୟା ଦେଇନଥିଲା ବିବେକ ଚିନ୍ତା କଲା ବୋଧ ହୁଏ ଶ୍ରାବଣୀ ତାକୁ ଚିହ୍ନି ପାରିଲା ନାହିଁ । ବିବେକ ସହରର ଗଳିରେ ଯାହାକୁ ମନେ ମନେ ଖୋଜୁଥିଲା ସେ ଆଜି ତା ସାମ୍ନାରେ ଛିଡା ହୋଇଥିଲା ହେଲେ ସେ ଚଞ୍ଚଳ ଚେହେରାରେ ଏବେ କିଛି ବି ପାଗଳୀପଣ ନଥିଲା ଯେମିତି କୋଉ ପାହାଡି ନଈ ଖୋଲା ପଡିଆ କୁ ଆସି ଶାନ୍ତ ହୋଇଯାଇଛି । ଯଦି ସେମିନାର ରିପୋର୍ଟ ସାଇନ୍‌ କରିବାର ବାଧ୍ୟକତା ନଥାନ୍ତା ତେବେ ବିବେକ ବୋଧ ହୁଏ ପଳାଇଥାନ୍ତା । ରାତି ଅନିଦ୍ରା ହୋଇ ରିପୋର୍ଟକୁ ପୁଣି ଥରେ ଭଲ ଭାବେର ଅନୁକରଣ କରି ଦରକାରି ଅଂଶକୁ ଆବଶ୍ୟକତା ଅନୁସାରେ ଠିକ୍‌ କରିନେଲା । ତା’ ପରଦିନ ସକାଳୁ ସକାଳୁ ଉଠି ବିବେକ ଯେତେବେଳେ ଶ୍ରାବଣୀର ଅଫିସରେ ପହଁଚିଲା ଆଗ ଅପେକ୍ଷା ତା ଚେହେରା ଆଜି ଟିକେ ଖୁସି ଦେଖା ଯାଉଥିଲା ଯଦିଅବା ଅନେକ ଦିନ ପରେ ଆଇନା ଦେଖିଥିଲା ତଥାପି ତାର ବିଶ୍ୱାସ ଥିଲା ଶ୍ରାବଣୀ ତାକୁ ଚିହ୍ନି ପାରିବନି, ତା ଛଡ଼ା ଚାକର- ବାକର, ଗାଡି- ବଙ୍ଗଳା ଆସିଲା ପରେ ଜୀବନ ରେ କେତେ କଣ ପରିବର୍ତ୍ତନ ହୋଇଥିବ, ସମୟ ସ୍ରୋତରେ ବହି ଯାଇଥିବା ଅଧା ଲେଖା କାହାଣୀକୁ କିଏ ବା କାହଁକି ମନେ ରଖିବ ? ବିବେକ ଏମିତି ସବୁ ଆନମନା ଭାବନା ରେ ଶ୍ରାବଣୀ ସାମ୍ନାରେ ବସିଛି, ଚୁପ-ଚାପ ଶ୍ରାବଣୀ ଫାଇଲକୁ ସାଇନ୍‌ କରି ପଚାରିଲା ତମର ବାହାଘର ହେଲାଣି ? ଏମିତି ଏକ ଅପ୍ରତ୍ୟାଶିତ ପ୍ରଶ୍ନ ଶୁଣି ବିବେକ ଚମକି ପଡିଲା ମନେ ମନେ ଚିନ୍ତା କଲା ଶ୍ରାବଣୀ ନିଶ୍ଚେ ଘରକୁ ଯାଇ ତା ହୃଦୟର କୋଉ କୋଠରୀ ଭିତରେ ଲୁଚେଇ ରଖିଥିବା ସିନ୍ଦୁକରୁ ବିବେକର ସବୁ ସ୍ମୃତିକୁ କାଢିଥିବ, ତା ପରେ ତାକୁ ଖରା ରେ କିଛି ସମୟ ପାଇଁ ଶୁଖାଇଥିବ !!! ବିବେକ ବି ଉତର ଦେଲା ନା ହୋଇନି, ତମର ? ବିବେକ କୁ ବିଶ୍ୱାସ ଥିଲା ସିଏ ସେଇ ଶ୍ରାବଣୀ ସହିତ କଥା ହେଉଛି ଯିଏ ସୂତା ବାନ୍ଧି ଟିଚର୍‌ଙ୍କ ପାଖ ସିଟକୁ ନୁହେଁ ତାକୁ ବି ସମ୍ପର୍କ ସୂତାରେ ବାନ୍ଧି ଦେଇଥିଲା, ଶ୍ରାବଣୀ କିଛି ସମୟ ନିରବ ହୋଇ ବସିଲା, ଏବଂ ଧୀରେ ସେ କହିଲା…. ହଁ କରିନେଇଛି – ତା ପରେ ସାମ୍ନା ଥିବା ଟେବୁଲ ଉପରେ କ୍ୟାଲେଣ୍ଡର କୁ ଓଲଟାଇ ଦେଲା,ପଛରେ ଶ୍ରାବଣୀ ପରିବାର ଫୋଟ ଲାଗିଥିଲା । ଫଟୋରେ ଦୁଇଟି ଛୋଟ ଝିଅ ସାଥିରେ, ମୁହଁରେ ହାଲ୍କା ହସଥିବା ଲୋକ ଟିଏ ଆଉ ତା ପାଖରେ ଶ୍ରାବଣୀ ଛିଡା ହୋଇଥିଲା । ସେ ସମୟରେ ବିବେକକୁ ଅନୁଭବ ହେଲା ତାକୁ ତା ମା’ କଥା ମାନି ବିବାହ କରି ନେବାର ଥିଲା । ଶ୍ରାବଣୀ ପରିବାର ଫଟୋକୁ ଦେଖି ବିବେକକୁ ଖରାପ କାହିଁକି ଲାଗିଲା ? କଣ ଏବେବି ତା ମନରେ ଶ୍ରାବଣୀ ପାଇଁ ସେଇ ପ୍ରେମ ଭଲପାଇବା ଏବଂ ବିବାହ କରିବାର ଆକାଂକ୍ଷା ଜୀବିତ ଅଛି ? ସେଇଠି ବସି- ବସି ବିବେକ ନିଜ ହୃଦୟକୁ ଜେରା କରୁଥିଲା, ହୃଦୟର କାଠଗଢାରେ ଠିଆ ହୋଇ ମନ ସାକ୍ଷୀ ଦେଲା ହଁ ଏମିତି ଏକ ଆକାଂକ୍ଷା ତୋ ଭିତରେ ବଢ଼ୁଥିଲା ଯାହାର ଅନ୍ତ ଶ୍ରାବଣୀର ସେ ଫଟୋକୁ ଦେଖି ହୋଇଗଲା । ଶ୍ରାବଣୀ ପୁଣି ଥରେ ପଚାରିଲା ବାହା କାହିଁକି ହୋଇନ ? ଦୁହିଁଙ୍କ ମଧ୍ୟରେ ଗୋଟେ ଅଧୁରା କାହାଣୀ ସହିତ ବର୍ତ୍ତମାନ ବି ବଢ଼ୁଥିଲା, ବିବେକ ସେ ବର୍ତ୍ତମାନ କୁ ବୁଝିପାରୁଥିଲା ସେ ଶ୍ରାବଣୀ କୁ କହିଦେବାକୁ ଚାହୁଁଥିଲା ତା ପାଖରେ ବାହା ହେବାର କୌଣସି କାରଣ ନଥିଲା, କିଛି ମଣିଷ ପ୍ରେମ କରି ବାହା ହୁଅନ୍ତି କିମ୍ବା ନିଜ ଏକା ପଣ ଠାରୁ ହାରିଗଲା ପରେ ଆଉ କିଛି ପରିସ୍ଥିତିର ଦାସ ହୋଇ କିନ୍ତୁ ବିବେକ ପ୍ରେମ କରି ବାହା ହୋଇ ପାରିଲାନାହିଁ ନା ପ୍ରେମରେ ହାରି ବାହା ହେବାକୁ ଚାହୁଁ ଥିଲା । ମା’ ତ ଅନେକ ଥର ବାଧ୍ୟ କରିଛି ହେଲେ ଜବ ନହେବା ବାହାନାରେ ବିବେକ ସବୁ ଥର ବାହାଘର କଥାକୁ ଏଡେଇ ଦେଉଥିଲା ଯେବେ ଜବ ମିଳିଲା ତାର କିଛି ଦିନ ପରେ ମା’ ଚାଲିଗଲା ବାବାଙ୍କ ପାଖକୁ ମାନେ ଆରପାରିକୁ ତା’ପରେ ତାକୁ ବାଧ୍ୟ କରିବାକୁ କେହି ବି ନଥିଲେ ଆଉ ସେ ସମୟ ସ୍ରୋତରେ ବହିଚାଲିଲା । ଆଉ କିଛି ପଚାରିବା ପୂର୍ବରୁ ଶ୍ରାବଣୀ ଟେବୁଲ ଉପରେ ଥିବା ଫୋନ୍‌ ରିଙ୍ଗ୍‌ ହେବାକୁ ଲାଗିଲା ସେ ଫୋନ୍‌ ଉଠାଇ କିଛି ସମୟ ଶୁଣିଲା ଏବଂ କହିଲା କମିଶନର ମୀଟିଙ୍ଗ ପର୍ଯ୍ୟନ୍ତ ସବୁ ଆପଏଣ୍ଟମେଣ୍ଟ୍‌ କୁ ପୋଷ୍ଟପଣ୍ଡ୍‌ କରିଦିଅ । ଫୋନ୍‌ କାଟିଲା ପରେ କୋଠରୀରେ ନୀରବତା ଛାଇଗଲା ବିବେକ କିଛି କ୍ଷଣ ଚାହିଁ ରହିଲା ଶ୍ରାବଣୀ ଚେହେରାର ବଦଳୁଥିବା ରଙ୍ଗକୁ, ଅଚାନକ ନିରବତାକୁ ଭାଙ୍ଗି ଶ୍ରାବଣୀ ପଚାରିଲା ମୁ ୩ ମାସ ପର୍ଯ୍ୟନ୍ତ ଏଠି ସେଠି ତମକୁ ପାଗଳୀଙ୍କ ପରି ଖୋଜିଲି, ତମକୁ ଏମିତି ଚାଲିଯିବାର ନଥିଲା !!! ମନର ସବୁ କଥା ବିବେକର ଜିଭ ଉପରେ ଆସି ଅଟକି ଗଲା ଯେମିତି ତା ଗଳାକୁ କିଏ ଜାବୁଡି ଧରିଛି ସେ ଶ୍ୱାସ ରୁଦ୍ଧ କଣ୍ଠ ରେ କହିଲା…ଆଇ ଆମ ଶରୀ, ଶ୍ରାବଣୀ କିନ୍ତୁ ସବୁଥର ପରି ଏଥର ଇଟ୍ସ ଓକେ କହିନଥିଲା ବିକଜ୍‌ ଇଟ୍‌ ୱାଜ୍‌ ନଟ୍‌ ଓକେ ଫର୍‌ ବୋଥ୍‌ ଅଫ୍‌ ଦେମ୍‌ । ଶ୍ରାବଣୀ କଥାକୁ ବୁଲେଇ ବାକୁ ଯାଇ କହିଲା ଆଜି ସନ୍ଧ୍ୟାରେ ଘରକୁ ଆସ ଅଭିନାଶ ବହୁତ ଖୁସି ହେବେ ( ଅଭିନାଶ – ଶ୍ରାବଣୀ ର ସ୍ୱାମୀ ), ଏହି ସମୟ ରେ ଶ୍ରାବଣୀ ର ପି.ଏ ଧାଇଁ ଧାଇଁ ଆସି କହିଲା ମ୍ୟାଡ଼ାମ କନିଶନର ସାହେବ ଅସିଗଲେଣି ଆପଣଙ୍କୁ ଖୋଜୁଛନ୍ତି ଶ୍ରାବଣୀ ତର ତର ହୋଇ ସିଟରୁ ଉଠି ଯିବା ବେଳେ କହିଲା ବିବେକ ତମ ମୋବାଇଲ ନମ୍ବର ମୋ ପି. ଏ କୁ ଦେଇଯିବ, ଆଉ ଅଳ୍ପ କେଇ ପାଦ ଗଲା ପରେ ପଛକୁ ବୁଲି କହିଲା – ହଁ ମ୍ୟାରେଜ୍‌ କରିନେବ । Related Items:ଓଡ଼ିଆ ଅଣୁଗଳ୍ପ, ଓଡ଼ିଆ ଗପ, ଦୀପକ ବରାଳ Share Tweet Share Share Email Recommended for you ସନ୍ତାନ କାହାଣୀ ନୀଳ ଆକାଶ ଷ୍ଟାଚ୍ୟୁ Post navigation ଅନ୍ତର ଆତ୍ମା ପୁନରାବୃତ୍ତି ଲୋକପ୍ରିୟ ଲେଖା 1.1K କବିତା ମା ଆଗମନେ ହସିଲା ଧରା ପୁଷ୍ପାଞ୍ଜଳୀ ପଟେଲ 761 କବିତା ପରିଚୟ ମିନତୀ ପ୍ରଧାନ 474 ପ୍ରବନ୍ଧ ସବୁ ଅଘଟଣ ମହାପ୍ରଭୁଙ୍କ ଇଚ୍ଛାରେ ଡ଼ଃ ମୌସୁମୀ ପରିଡ଼ା 410 ଗଳ୍ପ ଷ୍ଟାଚ୍ୟୁ ମିନତୀ ପ୍ରଧାନ ସୁଧୀ ଓଡ଼ିଆବୃନ୍ଦ, ଆପଣମାନଙ୍କର ଅନେକ ଦିନରୁ ଥିବା ସୁପ୍ତ ଆଶା ଓ ଆକାଂକ୍ଷାକୁ ଚରିତାର୍ଥ କରି ରୂପ ନେଇଛି "ଆମେ ଓଡ଼ିଆ" । ଆଜି ଆମେ ଆପଣମାନଙ୍କ ଘର ଅଗଣାରେ ପରିପୃଷ୍ଟ ହେବା ପାଇଁ ଛାଡ଼ି ଦେଇଛୁ "ଆମେ ଓଡ଼ିଆ" କୁ । ବର୍ତ୍ତମାନ ଏହାର ଲାଳନ ପାଳନର ଦାୟିତ୍ୱ ଆପଣମାନଙ୍କର ଆୟୁଷ ପ୍ରଦାନ କରନ୍ତୁ, ସମୃଦ୍ଧ କରନ୍ତୁ । ଆପଣମାନଙ୍କର ଉପାଦେୟ ଲେଖା, ମତାମତ ଓ ଦିଗ୍ଦର୍ଶନ ଅପେକ୍ଷାରେ "ଆମେ ଓଡ଼ିଆ" । ଶବ୍ଦାଂଶ ଓଡ଼ିଆ କବିତା ଓଡ଼ିଆ ଗଳ୍ପ ଓଡ଼ିଆ ଗପ କବିତା ଓଡ଼ିଆ ପ୍ରବନ୍ଧ ଓଡ଼ିଆ ଅଣୁଗଳ୍ପ ଶିଶୁ ଗଳ୍ପ ଓଡ଼ିଆ ଅନୁଭୂତି ମାତୃଦତ୍ତ ମହାନ୍ତି ପ୍ରବନ୍ଧ ପ୍ରଶାନ୍ତ କୁମାର ବେହେରା ଡ଼ଃ ମୌସୁମୀ ପରିଡ଼ା କନିଷ୍ଠ କିଶୋର ସାହୁ ସୁରେନ୍ଦ୍ର କୁମାର ବେହେରା ଶିଶୁ କବିତା ଓଡ଼ିଆ ଶିଶୁ କବିତା ବିଭୁ ପ୍ରସାଦ ପରିଡ଼ା ଅଶୋକ ବିଶ୍ୱାଳ ଦିବାକର ସାହୁ ଉପନ୍ୟାସ ଦିଲୀପ କୁମାର ସ୍ୱାଇଁ ଶ୍ରୀବତ୍ସ ପ୍ରସାଦ ନାଥ ଶ୍ରୀ ବଳରାମ ମହାନ୍ତି ରମାକାନ୍ତ ମିଶ୍ର ଲୋକପ୍ରିୟ ଲେଖା 27.2K 3 ପିଲାଦିନ ବାଲିଧୂଳି ଖେଳ ସାଙ୍ଗସାଥୀ ମେଳ ପୋଖରୀ ଗାଧୁଆ ଡିଆଁ, ଖଜୁରୀର କୋଳି ଆଉ ଆମ୍ବ ଚୋରି କିଆ ବୁଦାର... 27.2K 4 ରେବତୀ ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡି ଗଲା, ବଳଦ ବିକା ଗଲା, ଜମିଦାର... 21.8K 4 ରାଧା ଗୋ ତମେ କେବେ ଆସିବ କଦମ୍ବ ତ ନିତି ନିତି ମୋତେ ପଚାରୁଚି ଜମୁନା ବି ତମକୁ ଖୋଜୁଚି ତମେ ନାହଁ ବୋଲି ବୋଲି... 21.6K ହୃଦୟର ଭାଷା ଦିଗ ହଜା ନୀଳ ଆକାଶ ବୁକୁରେ ଭସା ବାଦଲଟିଏ ହୋଇ, ଭାସି ବୁଲୁଥିଲି ସାହାରା ଆଶାରେ ସାଦରେ ନେଲ... 18.1K 2 ତମ ଗାଁ ତମ ଗାଁ ନଇ ପଠା କାଶତଣ୍ଡି ଫୁଲ ଶରତର ତୋଫା ଜହ୍ନ ଭାରି ମନେ ପଡେ । 16.7K ବୃତ୍ତିରୁ ବ୍ୟବସାୟ କେବଳ ଖାଦ୍ୟକୁ ବୋଧହୁଏ ଛାଡ଼ିଦେଲେ, ଶିକ୍ଷା, ବୈଷୟିକ ଯୋଗ୍ୟତା, ନିଯୁକ୍ତି ପ୍ରାପ୍ତିର ଯୋଗ୍ୟତା ଏବଂ ଜୀବନଧାରଣ ପାଇଁ ଆବଶ୍ୟକୀୟ...
2022-12-06T23:48:11Z
https://www.ameodia.com/odia-kathaa/odia-short-story/odia-short-story-adhaa-lekhaa-kaahaani-deepak-baral/
OSCAR-2301