text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
କାଠଫାଳିଆ ମାଡ଼ରେ ବଡ଼ଭାଇ ମୃତ; ପତ୍ନୀ ଓ ପୁଅ ଗୁରୁତର
ଯୁବକଙ୍କୁ ପିଟି ପିଟି ମାରିଦେଲେ
ଆନନ୍ଦପୁର/ଠାକୁରମୁଣ୍ଡା : ସାନଭାଇର କାଠ ଫାଳିଆ ମାଡ଼ରେ ବଡ଼ଭାଇଙ୍କ ମୃତ୍ୟୁ ହୋଇଛି। ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଆନନ୍ଦପୁର ଥାନା ଗୟଳମୁଣ୍ତା ପଞ୍ଚାୟତର ମାରାଣ୍ତି ଗ୍ରାମରେ ଘଟିଛି ଏହି ଅଘଟଣ। ମୃତ ବଡ଼ଭାଇଙ୍କ ନାମ ଜିତେନ୍ ହୋ(୪୦)। ଆକ୍ରମଣରେ ଜିତେନ୍ଙ୍କ ପତ୍ନୀ ହଜୁରୀ ହୋ(୨୮), ପୁଅ ମକରା ହୋ(୯) ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସାଢ଼େ ୭ଟାରେ ଜିତେନ୍ଙ୍କ ସହିତ ସାନଭାଇ ସମରାଙ୍କର ପାଟିତୁଣ୍ତ ହୋଇଥିଲା। ସମରା ହଠାତ୍ ଏକ କାଠଫାଳିଆରେ ଜିତେନ୍ଙ୍କୁ ମାଡ଼ ମାରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ରକ୍ଷା କରିବାକୁ ଯାଇ ପତ୍ନୀ ଓ ପୁଅ ଆହତ ହୋଇଥିଲେ। ଖବରପାଇ ପୁଲିସ୍ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରିଛି। ମୃତଦେହକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି। ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ଯୁବକଙ୍କୁ ପିଟି ପିଟି ମାରିଦେଲେ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତ ବାବୁପାଲି ଗାଁରେ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ବାବୁପାଲି ଗାଁର ମକାରୁ ଓରଫ ସୁଦାମ ଥାପ୍ପା (୨୭) ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ସେହି ଗାଁର କିଛି େଲାକ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ଘଟଣାରେ ପୁଲିସ ସେହି ଗାଁର ଭାଗ ସାହୁ, ଋଷଭ ସାହୁ(୫୦) ଓ ତାଙ୍କ ପୁଅ ଭରତ ସାହୁ(୧୮)ଙ୍କୁ ଅଟକ ରଖି ତଦନ୍ତ କରୁଛି। ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ପୁଲିସ ମକାରୁର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୀରମହାରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ହେଲେ ସେଠାରେ ଶବ ବ୍ୟବଚ୍ଛେଦ ହୋଇ ପାରି ନଥିବା ସୂଚନା ମିଳିଛି।
|
<urn:uuid:0be836f2-22af-4ba0-8a2d-72b9f5a42862>
|
CC-MAIN-2020-45
|
https://sambad.in/state/younger-brother-kills-his-elder-brother-360295/
|
2020-10-20T20:44:56Z
|
s3://commoncrawl/crawl-data/CC-MAIN-2020-45/segments/1603107874135.2/warc/CC-MAIN-20201020192039-20201020222039-00054.warc.gz
|
ory
| 0.999905 |
Orya
| 1 |
{"ory_Orya_score": 0.9999045133590698}
|
ଭାରତୀୟ ବାୟୁ ସେନାକୁ କ୍ଷମା ମାଗିଲେ ବଲିଉଡ ଅଭିନେତା ଅନିଲ କାପୁର
ନୂଆଦିଲ୍ଲୀ: ନେଟ୍ଫ୍ଲିକ୍ସରେ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି "AK vs AK"। ଟ୍ୱିଟରରେ ଏହାର ଟିଜର ଶେୟାର କରିଛନ୍ତି ବଲିଉଡ ଆକ୍ଟର ଅନିଲ କାପୁର। ଏହି ଟିଜରକୁ ନେଇ ଇଣ୍ଡିଆନ ଏୟାର ଫୋର୍ସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଫିଲ୍ମର କିଛି ଅଂଶକୁ ବାଦ ଦେବାକୁ ଏୟାର ଫୋର୍ସ ବୁଧବାର ଦାବି କରିଛି।
ଆଇଏଏଫ (IAF) ପକ୍ଷରୁ ଏକ ଟ୍ୱିଟ୍ରେ କୁହାଯାଇଛି, ରିଲିଜ ହୋଇଥିବା ଏହି ଭିଡିଓରେ ଆଇଏଏଫର ୟୁନିଫର୍ମ ଏବଂ ଭାଷାକୁ ଠିକ୍ ଭାବେ ବ୍ୟବହାର କରାଯାଇ ନାହିଁ। ପୋଷ୍ଟରେ ଆହୁରି କୁହାଯାଇଛି, ଭାରତୀୟ ଏୟାର ଫୋର୍ସର ବ୍ୟାବହାରିକ ଶୈଳୀ ମଧ୍ୟ ଠିକ ଭାବେ ଉପସ୍ଥାପନ କରାଯାଇ ନାହିଁ। ଏସବୁ ଦୃଶ୍ୟକୁ ଫିଲ୍ମରୁ ହଟାଇବା ପାଇଁ ଏଆଇଏଫ ପକ୍ଷରୁ ଦାବି କରାଯାଯାଇଛି। ଟ୍ୱିଟ ପରେ IAF ଏହାକୁ ନେଟଫ୍ଲିକ୍ସ ଇଣ୍ଡିଆ, ଅନୁରାଗକାଶ୍ୟପଙ୍କୁ ଟ୍ୟାଗ କରାଯାଇଛି।
— Anil Kapoor (@AnilKapoor) December 9, 2020
ଆଇଏଏଫର ପ୍ରତିକ୍ରିୟା ଦେଖିବା ପରେ ଅନିଲ କାପୁର ଟ୍ୱିଟରରେ କ୍ଷମା ମାଗିଛନ୍ତି। ଏକ ଭିଡିଓ ମେସେଜ୍ରେ ସେ କହିଛନ୍ତି, ' ମୋ ନୂଆ ଫିଲ୍ମ "AK vs AK"ର ଟ୍ରେଲର କିଛି ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଜାଣିବାକୁ ପାଇଲି। କିଛି ଅଣ ସଂସଦୀୟ ଭାଷା କହିବା ସମୟରେ ମୁଁ ଇଣ୍ଡିଆନ ଏୟାର ଫୋର୍ସର ୟୁନିଫର୍ମ ପିନ୍ଧିଥିଲି। ଅଜାଣତରେ କାହା ଭାବନାକୁ ଆଘାତ ଦେଇଥିବାରୁ ମୁଁ କ୍ଷମା ମାଗୁଛି।'
— Anil Kapoor (@AnilKapoor) December 9, 2020
|
<urn:uuid:a6c798a3-7488-4e85-a56b-988bd14fabb5>
|
CC-MAIN-2021-04
|
https://khabar.odishatv.in/entertainment/air-force-objects-to-uniform-language-in-netflixs-anil-kapoor-starrer-ak-vs-ak/231229/
|
2021-01-26T02:27:07Z
|
s3://commoncrawl/crawl-data/CC-MAIN-2021-04/segments/1610704795033.65/warc/CC-MAIN-20210126011645-20210126041645-00286.warc.gz
|
ory
| 0.999975 |
Orya
| 1 |
{"ory_Orya_score": 0.9999749660491943}
|
ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା, ୫୬ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା
ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ୪ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ୫୬ରେ ପହଞ୍ଚିଛି ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ମୃତ୍ୟୁ ବରଣ କରିଥିବା ୪ ଜଣ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା । ଆଜି ୪ ଜଣଙ୍କ ମୃତ୍ୟୁ ସହ ଗଞ୍ଜାମ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି।
4. Male of 32 years of Ganjam district, also suffering from Diabetes.
— H & FW Dept Odisha (@HFWOdisha) July 10, 2020
ଗଞ୍ଜାମ ଜିଲାରୁ ମୃତ୍ୟୁ ବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ୪୧ ବର୍ଷୀୟ ବ୍ୟକ୍ତି ଏବଂ ଅନ୍ୟ ଜଣେ ୫୮ବର୍ଷୀୟ ବ୍ୟକ୍ତି ରହିଛନ୍ତି। ଉଭୟ ମୃତକ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ସହ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସେହିପରି କରୋନାରେ ଜଣେ ୪୮ ଓ ୩୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେମାନେ ମଧୁମେହ ରୋଗ ସହ କରୋନାରେ ଆକ୍ରାନ୍ତ ଥିଲେ।
Regret to report the death of two Covid positive cases due to other causes.
1. Male of 57 years of Sundargarh district due to Lung Cancer.
2. Male of 70 years of Bhadrak district due to Cancer of the Bladder with metastasis.
— H & FW Dept Odisha (@HFWOdisha) July 10, 2020
ଅନ୍ୟପଟେ ରାଜ୍ୟରେ ଆଜି ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ ଜିଲାର ଏବଂ ଅନ୍ୟଜଣେ ଭଦ୍ରକ ଜିଲାର ହୋଇଥିବା ସୂଚନା। ଏହି ଦୁଇ ଜଣ କରୋନା ଆକ୍ରାନ୍ତଙ୍କ କ୍ୟାନସର ରୋଗରେ ମୃତ୍ୟୁରେ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
|
<urn:uuid:f38daa98-14a7-41eb-9f23-b1a0375cf28c>
|
CC-MAIN-2021-10
|
https://www.samajalive.in/4-death-in-odisha-due-to-corona/189050.html
|
2021-02-24T20:41:48Z
|
s3://commoncrawl/crawl-data/CC-MAIN-2021-10/segments/1614178347321.0/warc/CC-MAIN-20210224194337-20210224224337-00255.warc.gz
|
ory
| 0.999935 |
Orya
| 1 |
{"ory_Orya_score": 0.9999345541000366}
|
ଯମୁନା ନଦୀ ଭିତରେ ବ୍ୟାରିକେଡ୍
ନୂଆଦିଲ୍ଲୀ: ବିଷ ପାଲଟିଛି ଯମୁନା ନଦୀ ପାଣି। ବଢ଼ି ଚାଲିଛି ପ୍ରଦୂଷଣ। ଏହାକୁ ଦୃଷ୍ଟିରେ ରଖି ଏବେ ଆକ୍ସ ମୁଡ୍କୁ ଆସିଛନ୍ତି ଦିଲ୍ଲୀ ସରକାର। ନଦୀ ବନ୍ଧା ଯାଇଛି ବ୍ୟାରିକେଡ୍। ନଦୀରେ ଭାସିଥିବା ବିଷାକ୍ତ ଫୋମ୍କୁ ଅଟକାଇବା ପାଇଁ ଏହି ବ୍ୟାରିକେଡ୍ ବନ୍ଧା ଯାଇଛି। ରାଜଧାନୀର କାଳିନ୍ଦୀ କୁଞ୍ଜ ଘାଟରେ ବ୍ୟାରିକେଡ୍ ଲଗାଯାଇଛି।
ଅନ୍ୟପଟେ ଆଜି ଯମୁନା ନଦୀ କୂଳରେ ଦିଲ୍ଲୀ ଜଳ ବୋର୍ଡର କର୍ମଚାରୀ ପହଞ୍ଚି ପାଣି ସିଞ୍ଚନ କରିଛନ୍ତି। କୂଳକୁ ଯେପରି ଫେଣ ନଆସିବ ସେ ନେଇ ଚେଷ୍ଟା କରିଛନ୍ତି। ନଦୀ କୂଳରେ ବହୁ ଲୋକ ଆସି ଛଟ ପୂଜା କରୁଛନ୍ତି। ବିଷାକ୍ତ ଫେଣ ଯୋଗୁଁ ସମସ୍ୟା ଉପୁଜୁଥିବାରୁ ଏପରି କରାଯାଉଛି। ଆଜି ଦିନସାରା ଏପରି ସ୍ପ୍ରେ କରାଯିବ। ଏହାପୂର୍ବରୁ ମଙ୍ଗଳବାର ଦିନ ଦଉଡି ସାହାଯ୍ୟରେ ନଦୀରୁ ବିଷାକ୍ତ ଫେଣ ବାହାର କରିବା ପାଇଁ ୧୫ଟି ଡଙ୍ଗା ନିୟୋଜିତ କରାଯାଇଥିଲା।
ସେପଟେ ଏହାକୁ ନେଇ ଲୋକେ ଦିଲ୍ଲୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରତିବର୍ଷ ଏଭଳି ସମସ୍ୟା ଉପୁଜୁଛି। ସରକାର ସ୍ଥାୟୀ ସମାଧାନ ନକରି ଏଭଳି ପାଣି ସିଞ୍ଚନ କରିବାକୁ ଲୋକେ ନାପସନ୍ଦ କରିଛନ୍ତି। ସୋଶାଲ ମିଡିଆାରେ ଦିଲ୍ଲୀ ସରକାରଙ୍କୁ ଜୋରଦାର ଟ୍ରୋଲ କରାଯାଇଛି।
ଏବେ ଦିଲ୍ଲୀ ଯମୁନା ନଦୀ କୂଳରେ ବହୁ ସଂଖ୍ୟାରେ ମହିଳା ଛଟ ପୂଜା କରୁଛନ୍ତି। ତେବେ ନଦୀ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ ଏହାମଧ୍ୟକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି ଲୋକେ।
ଅନ୍ୟପଟେ ଯମୁନା ନଦୀ ପ୍ରଦୂଷିତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ମଙ୍ଗଳବାର ଦିଲ୍ଲୀ ଜଳ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ୭୫ ବର୍ଷା ହେଲା ଯମୁନାକୁ ରକ୍ଷା କରିବା ପାଇଁ କିଛି କରାଯାଇନଥିବା ନେଇ କଂଗ୍ରେସ ଏବଂ ବିଜେପି ଉପରେ ଅଭିଯୋଗ ଲଗାଇଛନ୍ତି। ୨୦୨୪ ଶେଷ ସୁଦ୍ଧା ଆମ ଆଦମୀ ପାର୍ଟି ଯମନା ନଦୀକୁ ସଫା କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ ବୋଲି ସେ କହିଛନ୍ତି।
— ANI (@ANI) November 10, 2021
— ANI (@ANI) November 10, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
<urn:uuid:db28db2c-bfe3-4ec6-b091-5d0e28377f02>
|
CC-MAIN-2021-49
|
https://odishareporter.in/nation-world/india/to-stop-toxic-foam-barricades-placed-in-yamuna-690724
|
2021-12-04T07:56:01Z
|
s3://commoncrawl/crawl-data/CC-MAIN-2021-49/segments/1637964362952.24/warc/CC-MAIN-20211204063651-20211204093651-00590.warc.gz
|
ory
| 0.999938 |
Orya
| 1 |
{"ory_Orya_score": 0.9999384880065918}
|
ହାଜତ ମୃତ୍ୟୁ ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁରେଶ ପୂଜାରୀ
ହାଜତ ମୃତ୍ୟୁ ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁରେଶ ପୂଜାରୀ
ଭୁବନେଶ୍ବର: ବରଗଡ ହାଜତ ମୃତ୍ୟୁ ମାମଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ ସାଂସଦ ସୁରେଶ ପୂଜାରୀ । ପୋଲିସ ହାଜତରେ ମୃତ୍ୟୁ ହୋଇଥିବା ପରିବାରକୁ ନ୍ୟାୟ ପ୍ରଦାନ ଦାବି କରିଛନ୍ତି ।
-
ବରଗଡ଼ରେ ପୋଲିସ ହାଜତରେ ତୋରା ଗ୍ରାମରେ ଗୋବିନ୍ଦ କୁମ୍ଭାର ଙ୍କ ମୃତ୍ୟୁ ଘଟଣା ର ନିରପେକ୍ଷ ତଦନ୍ତ, ଅଭିଯୁକ୍ତ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତ ଗୋବିନ୍ଦ ଙ୍କ ପରିବାର ର ଭରଣପୋଷଣ ର ଦାୟିତ୍ବ ଗ୍ରହଣ ଓ ପଯ୍ୟାପ୍ତ କ୍ଷତିପୁରଣ ଦାବିକରି ମୁଖ୍ଯମନ୍ତୀ ଶ୍ରୀ @Naveen_Odisha ଙ୍କୁ ମୋର ପତ୍ର. pic.twitter.com/A65Tjz4z9E— Suresh Pujari (@sureshkpujari) September 27, 2021
ବରଗଡ ସାଂସଦ ସୁରେଶ ପୂଜାରୀ ହାଜତ ମୃତ୍ୟୁ ମାମଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ବରଗଡ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ତୋରା ଗ୍ରାମରେ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସୁରେଶ ପୂଜାରୀ । ଏହା ସହ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ମୃତ ଗୋବିନ୍ଦଙ୍କ ପରିବାରର ଭରଣପୋଷଣ ଦାୟିତ୍ବ ଗ୍ରହଣ ସହ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ।
ସୂଚନାଥାଉକି ଗତ ୨୪ ତାରିଖ ଦିନ ବରଗଡ ଟାଉନ ପୋଲିସ ତୋରା ଗ୍ରାମର 25 ବର୍ଷୀୟ ଯୁବକ ଗୋବିନ୍ଦ କୁମ୍ଭାରଙ୍କୁ କୌଣସି କାରଣରୁ ରାତି 2ଟାରେ ଘରୁ ଉଠାଇ ନେଇଥିଲା । ସକାଳେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଟାଉନ ପୋଲିସ ଖବର ଦେଇଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ପରେ ମୁଖ୍ୟ ଚିକିତ୍ସାଳୟରେ, ମୃତକଙ୍କ ସମ୍ପର୍କୀୟ ଏବଂ ତୋରା ଗ୍ରାମବାସୀ ପହଞ୍ଚି ଭଙ୍ଗାରୁଜା କରିବା ସହ ପୋଲିସକୁ ଟେକା ପଥର ଫିଙ୍ଗିଥିଲେ । ଏହାକୁ ନେଇ ପୋଲିସ ଓ ତୋରା ଗ୍ରାମବାସୀଙ୍କ ମଧ୍ୟରେ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
|
<urn:uuid:958fb269-4a7b-4e34-a1c6-3946a55e62cc>
|
CC-MAIN-2021-49
|
https://www.etvbharat.com/oriya/odisha/state/bargarh/mp-suresh-pujari-letter-to-cm-naveen-patnaik-on-bargarh-custodial-death-case/or20210927165546585
|
2021-12-06T12:12:01Z
|
s3://commoncrawl/crawl-data/CC-MAIN-2021-49/segments/1637964363292.82/warc/CC-MAIN-20211206103243-20211206133243-00414.warc.gz
|
ory
| 1.000001 |
Orya
| 1 |
{"ory_Orya_score": 1.0000008344650269}
|
ଠିଆ ହେଇ ଖାଇଲେ ବୋଧେ ନଈ ବାଲି ସରେନି – ରଶ୍ମି ମିଶ୍ର
ଠିଆ ହେଇ ଖାଇଲେ ବୋଧେ ନଈ ବାଲି ସରେନି – ରଶ୍ମି ମିଶ୍ର
ଠିଆ ହେଇ ଖାଇଲେ ବୋଧେ ନଈ ବାଲି ସରେନି।ସେଥିପାଇଁ ଆଜିକାଲି ଭୋଜିରେ ଠିଆ ହେଇ ଖାଇବା ହଉଚି।ବଫେ (buffet system),ହାତ ରେ ଖାଇବା ଥାଳି ଧରି ମାଗି ମାଗି ବୁଲି ବୁଲି ଖାଇବା।ଏଥିରେ ପରଶିବା ହଇରାଣ ନାହିଁ, ଅଳପ ଯାଗା ରେ ବହୁତ ଲୋକ ଖାଇବେ।ଆଜିକାଲି ର ଭୋଜି ବି କାହିଁ ରେ କଣ।ସୁପ୍,ସାଲାଡ୍,ଷ୍ଟାଟର,ମେନ କୋର୍ସ,ଡେଜର୍ଟ ,କୋଲ୍ଡ ଡ୍ରିଙ୍କସ୍,ନିଆଁ ଲଗା ପାନ ଆହୁରି କେତେ କଣ।କଣ ଖାଇବ,କେତେ ଖାଇବ ଖାଉଥା।ଆଇଁଷ ରେ ଦଶ ପ୍ରକାର ,ନିରାମିଷ ରେ ପନ୍ଦର ପ୍ରକାର ।କେତେ ଖାଇବ।
ଏସବୁ ହୁଏତ ବର୍ତ୍ତମାନ ସମୟ ର ଆବଶ୍ୟକତା।
ଆଉ କାହାକୁ କଣ ଲାଗେ ମୁଁ ଜାଣିନି।ହେଲେ ଏସବୁ ଭୋଜିର ଖାଦ୍ୟ ମୁଁ ପସନ୍ଦ କରି ପାରେନି।ମେଞ୍ଚା ମେଞ୍ଚା ତେଲ,ମସଲା ଆଉ ଛଣା ଛଣି ର ବ୍ୟଞ୍ଜନ।କିଛି ଖାଇବା ପରେ ଛାତି ଜଳା ଆଉ ଆମ୍ବିଳା ଏଉଡି ଆସେ।ଆଉ ଭୋଜି ପର ଦିନ ମନ ହୁଏ ପାଣିପୁରା ପଖାଳ ଆଉ ଆଳୁ ବାଇଗଣ,ଟମାଟୋ ,ବଡି ଲୁଣପାଣି,।ନହେଲେ ଭାତ ଆଉ ଡାଲମା ଟିକେ।ଆଃ କି ଶାନ୍ତି।
ମୋ ପିଲାଦିନ ସମୟ ର ଭୋଜି କଥା ଭାରି ମନେ ପଡୁଚି ।ତଳେ ବସି ଶାଳ ପତ୍ର ଖଲି ରେ ଭୋଜି ଖାଇବା କି ଆନନ୍ଦ।ଶାଳପତ୍ର ର ଗୋଟିଏ ସ୍ୱତନ୍ତ୍ର ବାସ୍ନା ଥାଏ।ସେଥିରେ ଭାତ,ବହଳିଆ ମୁଗ ଡାଲି, ତରକାରୀ, ଖଟା ଆଉ ଖିରୀ।କି ବାସ୍ନା କି ସୁଆଦ।ଶୀତ ଦିନିଆ ଭୋଜି ହେଲେ ପତ୍ରକୋବି ତରକାରୀ ଆଉ ଟମାଟୋ ଖଟା ନିଶ୍ଚୟ ହେଇଥିବ।କେହି କେହି ପତ୍ରକୋବି ରେ ସରୁ ଚିଙ୍ଗୁଡି ପକେଇ ତରକାରୀ କରିଥାନ୍ତି।ସେ ସମୟ ର ସେ କୋବି ର ବାସ୍ନା ଆଉ ସ୍ବାଦ ଆଜି କାଲି ର କୋବିରେ ଆଉ ନାହିଁ।ଏବେ ତ ସବୁ କେମିକାଲ ସାର ପିଡିଆ ଦିଆ ପରିବା।ସେଥିରୁ ଅସଲି ମହକ ଆସିବ କୋଉଠୁ। ଏବେ ତ ସବୁ ଋତୁ ରେ ସବୁ ପରିବା ବି ମିଳୁଚି।ବର୍ଷ ସାରା କୋବି,ଟମାଟୋ, ଧନିଆପତ୍ର ମିଳୁଚି।ହେଲେ ମୋ ପିଲା ଦିନ ସମୟ ରେ କେବଳ ଶୀତ ଦିନରେ ଏସବୁ ମିଳେ।ଶୀତ ଦିନ ବାଦ୍ ଅନ୍ୟ ସମୟ ରେ ହୁଏ ଘାଣ୍ଟ ତରକାରୀ।ଆହା କି ସୁଆଦ।ଆଳୁ,ଖମ୍ବଆଳୁ,ସାରୁ,କଖାରୁ ବାଇଗଣ, କଞ୍ଚା କଦଳୀ ଆଉ ବୁଟ ପଡି ସେ ତରକାରୀ ହୁଏ।ପାତୁଆ ମାଛ ଟିକିଏ ପଡିଲେ ତ ତାର ସ୍ବାଦ କାହିଁ କେତେ ବଢିଯାଏ।ଆଜି କାଲି ର ଏସବୁ ଚିଲି ଚିକେନ,ମଟନ ରୋଗନ,ବାଲିପ୍ରନ,ପନୀର,ମଶରୁମ ସେ ସମୟ ମୁଢିଘାଣ୍ଟ ର ସ୍ବାଦ ଆଗରେ କିଛି ନୁହେଁ।।ସେ ସ୍ବାଦ ମନେ ପଡିଲେ ଏବେ ବି ପାଟି କୁ ପାଣି ଆସି ଯାଉଚି।ଭୋଜିରେ ଅଧିକ ପ୍ରକାର ହୁଏନି।ଯେତିକି ହୁଏ ସମସ୍ତେ ପେଟ ପୁରେଇ ମନ ଶାନ୍ତିରେ ଖାଆନ୍ତି।ସମସ୍ତେ ତଳେ ନହେଲେ ବେଞ୍ଚ ରେ ବସି ଖାନ୍ତି।ପରଷିବା ପାଇଁ ଲୋକ ଥାଆନ୍ତି।ମନ ଜାଣି ଖାଦ୍ୟ ପରଷି ଦିଅନ୍ତି।କେହି ବି ଖାଦ୍ୟ ନଷ୍ଟ କରନ୍ତିନି।ଆଜିକାଲି ଯେତିକି ଖାଦ୍ୟ ନଷ୍ଟ ହଉଚି ଦେଖିଲେ ଖରାପ ଲାଗୁଚି।
ସବୁ କିଛି ତ ସମୟ ସହ ତାଳ ଦେଇ ବଦଳି ଚାଲିଚି।ସେମିତି ଖାଦ୍ୟ ପାନୀୟ ବି ସମୟ ରୁଚି ଅନୁସାରେ ବଦଳି ଚାଲିଚି।
More About Writer – Rashmi Mishra , She is a Poet, short story writer, narrator about our culture and festivals.
|
<urn:uuid:6094c4b1-338e-4dc6-bd03-7ed23415af4e>
|
CC-MAIN-2022-21
|
https://eodisha.org/odiasahitya/thia-hoi-khaile/
|
2022-05-19T01:31:58Z
|
s3://commoncrawl/crawl-data/CC-MAIN-2022-21/segments/1652662522741.25/warc/CC-MAIN-20220519010618-20220519040618-00480.warc.gz
|
ory
| 0.999535 |
Orya
| 1 |
{"ory_Orya_score": 0.9995352029800415}
|
ନିୟମ ମାନିବା, କମ୍ ସମୟ ବାଣ ଫୁଟାଇବା
November 02, 2021,
ଓଡ଼ିଶା
,
,
Anupambharat News Bureau
Anupambharat News Bureau
November 02, 2021
ଭୁବନେଶ୍ୱର, ୨ା୧୧(ଅନୁପମ ମିଡ଼ିଆ): ଗ୍ରୀନ୍ କ୍ରାକରରେ ପ୍ରଦୂଷଣର ମାତ୍ରା କମ୍ । ସରକାରଙ୍କ ନିୟମ ମାନି ଆମେ କମ୍ ସମୟ ବାଣ ଫୁଟାଇବା । ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇଲେ ପ୍ରଦୂଷଣର ମାତ୍ରା ବଢିବ । ଏହାଯୋଗୁଁ କେବଳ କୋଭିଡ୍ ରୋଗୀଙ୍କ ସମସ୍ୟା ବଢିବ ନାହିଁ ବରଂ ଅନ୍ୟାନ୍ୟ ରୋଗ ମଧ୍ୟ ଦେଖାଯିବ । ଆଜମା ଓ ବିଭିନ୍ନ ପ୍ରକାର ଆଲର୍ଜି ମଧ୍ୟ ହୋଇପାରେ । ସେହିପରି ପାର୍ବଣ ବୋଲି ଅଧିକ ସଂଖ୍ୟାରେ ଲୋକ ଏକାଠି ହେବା ମଧ୍ୟ ଅନୁଚିତ୍ । କାରଣ କୋଭିଡ୍ ଏବେ ବି ସମ୍ପୂର୍ଣ୍ଣ ଯାଇନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଦୀପାବଳୀରେ ବାଣ ଫୁଟା ସମ୍ପର୍କିତ ମାମଲାର ବିଚାର କରି ଗତକାଲି ଓଡିଶା ହାଇକୋର୍ଟ କେବଳ ସବୁଜ ବାଣର ବିକ୍ରି ଓ ଫୁଟାଇବାକୁ ଅନୁମତି ଦେଇଥିଲେ । ଏହାପରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ବାଣ ଫୁଟାଇବା ନେଇ ଗାଇଡ ଲାଇନ୍ ଜାରି କରାଯାଇଥିଲା । ଅନ୍ୟପକ୍ଷେ ରାଜ୍ୟରେ ଗତ ୨୪ ଘଣ୍ଟ ମଧ୍ୟରେ ୩୨୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୨୧୦୦ କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରେ୧୮ ବର୍ଷରୁ କମ୍ ୪୪ ଜଣ କରୋନା ସଂକ୍ରମିତ ରହିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦେଇଛି । ଆଜି ଚିହ୍ନଟ ହୋଇଥିବା ୩୨୭ ଜଣଙ୍କ ମଧ୍ୟରୁ ୧୯୧ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୩୬ ଜଣ ସ୍ଥାନୀୟ ଲୋକ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୧୭୭ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଭଦ୍ରକରୁ ଆଠ ,ବଲାଙ୍ଗୀରରୁ ପାଞ୍ଚ, ବୌଦ୍ଧ ଜିଲ୍ଲାରୁ ଜଣେ , କଟକରୁ ୨୯ ସଂକ୍ରମିତ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଞ୍ଜାମ ଜିଲ୍ଲାରୁ ଚାରି, ଜଗତସିଂହପୁର ଜିଲ୍ଲାରୁ ସାତ , ଯାଜପୁରରୁ ନ' ଜଣ ସଂକ୍ରମିତ ହୋଇଥିବା ବେଳେ , ଝାରସୁଗୁଡ଼ା ଜିଲ୍ଲାରୁ ଦୁଇ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ଜଣେ , କୋରାପୁଟରୁ ତିନି ,ମୟୂରଭଞ୍ଜରୁ ୧୩ , ନୟାଗଡରୁ ତିନି , ନୂଆପଡାରୁ ଦୁଇ,,ପୁରୀରୁ ଛ', ସମ୍ବଲପୁରରୁ ୧୦, ସୁନ୍ଦରଗଡ଼ରୁ ଚାରି ଓ ଷ୍ଟେଟ୍ ପୁଲରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Back to Previous Page
<< ପୂର୍ବ ଖବର
ପରବର୍ତ୍ତୀ ଖବର >>
କେଦାରନାଥରେ ମହାରୁଦ୍ରାଭିଷେକ କଲେ ମୋଦିRead More...
୧୯୬ କୋଟିର ଶ୍ରୀମନ୍ଦିର ବଜେଟ ଅନୁମୋଦିତRead More...
|
<urn:uuid:80608827-b556-44ba-a06b-8ee8fa864e31>
|
CC-MAIN-2022-21
|
http://www.anupambharatonline.com/post.php?read=2600
|
2022-05-18T06:42:42Z
|
s3://commoncrawl/crawl-data/CC-MAIN-2022-21/segments/1652662521152.22/warc/CC-MAIN-20220518052503-20220518082503-00025.warc.gz
|
ory
| 0.999997 |
Orya
| 2 |
{"ory_Orya_score": 0.9999974966049194}
|
ସଂସ୍କୃତି
ଇତିହାସରୁ
କବିତା
କଥା
ଦୃଷ୍ଟିକୋଣ
ଓଡ଼ିଆସାହିତ୍ଯ
Login
Don't Have Account?
Get Started
.
Batoi Home
CloudSpace
Hub
ManagedWorks
About Batoi
Start your journey with Batoi today.
Platform for your business management and growth.
Create an account.
Welcome to Batoi:)
Your Space To Be Social!
To keep connected with us please login with your personal information by email address and password.
Login now.
Forgot Password?
Products
Solutions With CloudSpace
Web &
E-commerce
Supply Chain Management
Project Management
Sales Management
Event Management
Office Operations
View All Solutions
Platform Features
Apps Included
Pricing and Get Started
Security and Privacy
Integrations
Professional Services
More Batoi Products and Solutions
OpenStudio
ManagedWorks
Hub
HostMart
Support
Get Support
Help Articles
Product News
Case Studies
White Papers
Blog
Webmaster Tools
Training & Events
About
About Batoi
Contact Information
Newsroom
Media Gallery
Careers
Partner Programme
Social Initiatives
ଓଡ଼ିଆସାହିତ୍ଯ
ଓଡିଆ ସୃଜନଶୀଳତାର ଦର୍ପଣ । ଓଡିଆ କବିତା ଓ କଥାର ସମ୍ଭ୍ରାନ୍ତ ସମାହାର । ଆଲୋଚନା ଓ ବିମର୍ଶର ବୌଦ୍ଧିକ କ୍ଷେତ୍ର । ଓଡିଆ ବିଚାର, ଦର୍ଶନ ଓ ସର୍ଜନର ଶୀର୍ଷସ୍ଥାନୀୟ ଡିଜିଟାଲ ପତ୍ରିକା ।
ସଂସ୍କୃତି
ଇତିହାସରୁ
କବିତା
କଥା
ଦୃଷ୍ଟିକୋଣ
ଗୋଟେ ନିରୁଦ୍ଦିଷ୍ଟ ଠିକଣା
ଜୀବନ ହାରିବି ନାହିଁ। ଏଇ ଜୀବନ ମୋ ବୋଉଠୁ ପାଇଛି । ବାପାଙ୍କ କଷ୍ଟ ମୁଁ ଦେଖିଛି । ବାପାଙ୍କ ସ୍ବପ୍ନକୁ ମୁଁ ଧୂଳିସାତ କରିଛି । ଆଜି ଯାଉଛି ତୋ ଜୀବନରୁ । କୁଆଡେ କେମିତି କେଉଁ ଦିଗକୁ ଯାଉଛି ଜାଣେନାହିଁ । ହେଲେ ତୋ ଜୀବନରେ ମୁଁ ନାହିଁ ।
ଚିନ୍ମୟୀ ପଣ୍ଡା
Jul 5, 2022
କୁଆଡେ ଯିବି
ଅକ୍ଷୟ ବେହେରା
Jul 5, 2022
ଅନେକ ପ୍ରଶ୍ନଚିହ୍ନର ଏ କବିତା । ପ୍ରେମକୁ ନେଇ ଗତିଶୀଳ ଏ କବିତାର ...
ଜଲ୍ଲିକଟ୍ଟୁ: ଏକ ପୁରାତନ ଧାରଣା ସହିତ ଲଢେଇ
Ashwini Kumar Rath
Jul 5, 2022
ପରମ୍ପରା ଏବଂ କ୍ରୀଡାର ଭାବନାକୁ ସମ୍ମାନ କରିବା ଉଚିତ । ଏହା ଜୀବନରେ ...
ଜଣେ ଅଦୃଶ୍ୟକାମୀ ଲେଖକ
ଜ୍ୟୋତି ନନ୍ଦ
Jul 4, 2022
ଫ୍ରାଞ୍ଜ କାଫକା ୩ ଜୁଲାଇ, ୧୮୮୩ ରେ ଅଷ୍ଟ୍ରିଆ - ହଙ୍ଗେରୀର ଦ୍ୱୈତ ...
ହତ୍ୟାକାରୀ
ମମତା ଦାଶ
Jul 4, 2022
ଅନ୍ୟପୁରୁଷ
ସୂର୍ୟ ମିଶ୍ର
Jul 3, 2022
ପ୍ରେମରେ ସହର ଆଉ ସହରରେ ପ୍ରେମ
ଶୈଳେନ ରାଉତରାୟ
Jul 3, 2022
ଧୋକା ନୁହେଁ ଧକ୍କା
ବାଦଲ ମହାନ୍ତି
Jul 3, 2022
ସମକାଳର ଫ୍ୟାସନ ଓ ଆଦିବାସୀ ଅଳଙ୍କାର
ସୁମିତ୍ରା ପାଢ଼ୀ
Jul 2, 2022
ସମାଜ ଓ ରଙ୍ଗମଞ୍ଚ
ଦେବଦତ୍ତ ପତି
Jul 2, 2022
ଦ୍ରୋହ ଓ ପ୍ରେମର ପ୍ରାର୍ଥନା
କେଦାର ମିଶ୍ର
Jul 1, 2022
ଜଣେ ପାପୀର ଜଗନ୍ନାଥ
ଭାସ୍ଵତୀ ବସୁ
Jul 1, 2022
Load More
|
<urn:uuid:daa36a2a-7cc7-4ba8-86bb-27442fd3eec3>
|
CC-MAIN-2022-27
|
https://hub.batoi.com/odiasahitya
|
2022-07-05T12:04:18Z
|
s3://commoncrawl/crawl-data/CC-MAIN-2022-27/segments/1656104576719.83/warc/CC-MAIN-20220705113756-20220705143756-00138.warc.gz
|
ory
| 0.994819 |
Orya
| 1 |
{"ory_Orya_score": 0.994818925857544}
|
ସ୍ୱପ୍ନକୁ ସତ କରିବା – ସରୀତା ମହାନ୍ତି
ସପନ ଦେଖେଇ ହୃଦକୁ ଜିଣିଲ
ହୃଦୟରେ ଘର କଲ,
ଭଲପାଅ କେତେ ଜଣାଇଲ ମୋତେ
ନିଜର ବି କରି ନେଲ ।
ପ୍ରିତୀର ପରସ ପାଇଗଲାପରେ
ଖୁସିରେ ନାଚିଉଠିଲି,
ସତ୍ୟ କିମ୍ବା ସ୍ୱପ୍ନ ଭାବିବସି ମୁହିଁ
ମନକୁ ପ୍ରଶ୍ନ କରିଲି ।
ତୁମ ଆମ ପ୍ରେମ ସତ ଯେ ହୋଇବ
ଦୁନିଆକୁ ଜଣାଇବା,
ଦୁଇଟି ମନକୁ ଏକତ୍ର କରିଣ
ଦିନେ ଏକ ହୋଇଯିବା ।
ଘରପରିବାର ,ବନ୍ଧୁପରିଜନେ
ସମସ୍ତଙ୍କୁ ଜଣାଇବା,
ଦୁଇ ମନଯେବେ ଏକହୋଇଗଲା
ଆମେ ବା କଣକରିବା ।
ଭଲପାଇବାର ଦୃଷ୍ଟାନ୍ତ ଯେ ଦେବା
ଦୁନିଆକୁ ଜଣାଇବା,
ପାଇବାର କିଛି ଆଶା ରଖିବାନି
ନିଃ ସ୍ୱାର୍ଥପର ହୋଇବା ।
ତ୍ୟାଗ ମନୋଭାଭାବ ଦୁହେଁ ଯେରଖିବା
ବିଶ୍ୱାସ ବି ଦୃଢ ଥିବ,
ଯେତେ ଝଡଝଞାଜା ଆସିଲେ ଜୀବନେ
ହୃଦ କେବେ ନ ଭାଙ୍ଗିବା ।
ସପନ ଦେଖିବା ପୂରଣ କରିବା
ଆଗକୁ ଆଗେଇ ଯିବା,
ଯୋଡା ସହ ପରା ଘୋଡା ନୁହେଁ ସରି
ସଫଳ ନିଶ୍ଚେ ହୋଇବା ।
ସରୀତା ମହାନ୍ତି, ଶିକ୍ଷୟିତ୍ରୀ
ବାଲିଆପାଳ, ବାଲେଶ୍ୱର
|
<urn:uuid:54fae7d2-a462-4c5d-a19a-f04642b72fc3>
|
CC-MAIN-2022-33
|
https://banamalli.org/archives/10617/
|
2022-08-14T16:36:29Z
|
s3://commoncrawl/crawl-data/CC-MAIN-2022-33/segments/1659882572043.2/warc/CC-MAIN-20220814143522-20220814173522-00202.warc.gz
|
ory
| 1.000004 |
Orya
| 1 |
{"ory_Orya_score": 1.0000040531158447}
|
ସୁତୁରା ରହିଲେ ମିଳଇ ସୁଖ
ସୁତୁରା ରହିଲେ ମିଳଇ ସୁଖ1 min 427 1 min 427
ସୁତୁରା ରହିଲେ ମିଳଇ ସୁଖ
ରୋଗ ବେମାରୀଙ୍କ ନଥାଏ ଦକ ।
ଏଠିସେଠି ଯିଏ କରେ ଅସନା
ଭୋଗୁଥାଏ ସିଏ ରୋଗ ଯାତନା ।
ଅସନା ଯାଗାରେ ରୁହନ୍ତି ମଶା
ମାଛିମାନେ ସେଠି କରନ୍ତି ବସା ।
ମଶା ମାଛି ମିଶି ଦିଅନ୍ତି ଦୁଃଖ
ଲୁଟି ନିଅନ୍ତି ସେ ଆମରି ସୁଖ ।
ଜନମନ୍ତି ସେଠି ରୋଗ ଜୀବଣୁ
ରୋଗ ଭୋଗୁ ଆମେ ସଭିଏଁ ତେଣୁ ।
ଚଉପାସ ଆମ ସଫା ରଖିବା
ଜୀବାଣୁଙ୍କ ଘର ଉଜାଡି ଦେବା ।
ଖାଲିପାଦେ ଜମା ଯିବାନି କାହିଁ
ଏଠିସେଠି କିଛି ଖାଇବା ନାହିଁ ।
ବାହାରକୁ ଗଲେ ମାକ୍ସ ପିନ୍ଧିବା
ନାକ ପାଟି କୁ ତ ଘୋଡାଇ ଦେବା ।
ବାହାରୁ ଆସିଲେ କରି ଯତନ
ହାତକୁ ଧୋଇବା ଘଷି ସାବୁନ ।
ଖାଇବା ଆଗରୁ ଧୋଇବା ହାତ
ଦିନକୁ ଦିବେଳା ଘଷିବା ଦାନ୍ତ ।
ବଢାଇ ଦେବାନି ହାତରେ ନଖ
ନଖ ମୂଳେ ଜମେ ମଇଳା ଦେଖ ।
ସୁସ୍ଥ ରହିବାର ଉପାୟ ଏହି
ଅବହେଳା ଜମା କରିବା ନାହିଁ ।
|
<urn:uuid:6bc1cee9-e11d-4635-aff3-00d8e83a8e65>
|
CC-MAIN-2022-33
|
https://storymirror.com/read/oriya/poem/suturaa-rhile-milli-sukh/uazbfg5k
|
2022-08-12T00:43:11Z
|
s3://commoncrawl/crawl-data/CC-MAIN-2022-33/segments/1659882571536.89/warc/CC-MAIN-20220811224716-20220812014716-00502.warc.gz
|
ory
| 0.999988 |
Orya
| 1 |
{"ory_Orya_score": 0.9999876022338867}
|
2016ରେ ଚୋରି ହୋଇଥିବା ପୁସ୍ତକ ଜୌହର ବିଶ୍ବବିଦ୍ୟାଳୟରୁ ଜବତ
2016ରେ ଚୋରି ହୋଇଥିବା ପୁସ୍ତକ ଜୌହର ବିଶ୍ବବିଦ୍ୟାଳୟରୁ ଜବତ
ଲକ୍ଷ୍ନୌ: ମଦ୍ରାସା ଆଲିଆ କଲେଜରୁ ବିପୁଳ ମାତ୍ରାରେ ପୁସ୍ତକ ଚୋରି । ଚୋରି ହୋଇଥିବା ପୁସ୍ତକ ଜୌହର ବିଶ୍ବବିଦ୍ୟାଳୟ ପରିସରରୁ ଜବତ ହୋଇଛି । 2016 ମସିହାରେ ଏହି ପୁସ୍ତକ ଗୁଡ଼ିକ ଚୋରି ହୋଇଥିଲା । 2019ରେ ପୁସ୍ତକ ଚୋରି ହେବା ନେଇ ମାମାଲା ରୁଜୁ ହୋଇଥିଲା । ଏହାର କିଛି ଦିନପରେ 2500 ପୁସ୍ତକ ଜବତ କରାଯାଇଥିଲା । ଏହି ମାମଲାରେ ସପା ନେତା ଅଜାମ ଖାନଙ୍କ ପୁଅ ଅବଦୁଲ୍ଲା ଅଜାମଙ୍କ ବନ୍ଧୁ ଗିରଫ ହେବାପରେ ଘଟଣାଟି ସାମ୍ନାକୁ ଆସିଛି ।
ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଚୋରି ହୋଇଥିବା ପୁସ୍ତକ ଗୁଡ଼ିକ ଜୌହର ବିଶ୍ବବିଦ୍ୟାଳୟ ପରିସରରୁ ଜବତ କରାଯାଇଛି । ବିଶ୍ବବିଦ୍ୟାଳୟ ପରିସରରେ ନିର୍ମାଣଧିନ ଲିଫ୍ଟର ଏକ କୋଠରୀ ଭିତରେ ପୁସ୍ତକ ଗୁଡ଼ିକୁ ଲୁଚାଇ ରଖା ଯିବାପରେ କୋଠରୀର ପ୍ରବେଶ ଦ୍ବାରରେ କାନ୍ଥା ଉଠାଇ ତାକୁ ବନ୍ଦ କରାଯାଇଥିଲା । ଫଳରେ କେହି ଏନେଇ ଟେର ପାଇନଥିଲେ । ତେବେ କୋଠରୀର କାନ୍ଥ ଭାଙ୍ଗି ସେଠାରୁ ଅନେକ ବସ୍ତାରେ ଭର୍ତ୍ତି ହୋଇଥିବା ବହିକୁ ଜବତ କରି ଥାନାକୁ ଆଣଯାଇଛି । ଜବତ ପରେ ବହି ଗୁଡିକର ଗଣନା କରାଯାଉଛି ।
ସୂଚନା ଅନୁଯାୟୀ, ଗତ ସପ୍ତାହରେ ସମାଜବାଦୀ ପାର୍ଟି ନେତା ଅଜାମ ଖାନଙ୍କ ପୁଅ ଅବଦୁଲ୍ଲା ଅଜାମଙ୍କ ଘନିଷ୍ଠ ବନ୍ଧୁ ଅନୱାର ଏବଂ ସଲିମ ଜୁଆ ଖେଳୁଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏହି ମାମଲାରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରା ଉଚରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ସାମ୍ନାକୁ ଆସିଥିଲା । ଏହି ତଥ୍ୟ ଆଧାରରେ ଜୌହର ବିଶ୍ବବିଦ୍ୟାଳୟରୁ ଜେସିବି ସାହାଜ୍ୟରେ ମାଟି ତଳୁ ମୂଲ୍ୟବାନ ସଫେଇ ମେସିନ ଜବତ କରାଯାଇଥିଲା । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାବେଳେ ଲିଫ୍ଟ କମ୍ପାର୍ଟମେଣ୍ଟରେ ଥିବା ବ୍ୟାପକ ପରିମାଣର ପୁସ୍ତକ ରଖାଯାଇଥିବା ଜାଣିବାକୁ ପାଇଥିଲା ପୋଲିସ । ଏନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ମଦ୍ରାସା ଆଲିଆ କଲେଜ ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, ଉଦ୍ଧାର ହୋଇଥିବା ପୁସ୍ତକ ଗୁଡ଼ିକ ସେମାନଙ୍କର ଅଟେ । 1774 ମସିହାରେ ରାମପୁରର ନବାବଙ୍କ ଦ୍ବାରା ଏଠାରେ ମଦ୍ରାସା କଲେଜ ପ୍ରତିଷ୍ଠା ହୋଇଥିଲା । ଏହା ସରକାରୀ ଓରିଏଣ୍ଟାଲ କଲେଜ ଭାବେ ବେଶ ଜଣାଶୁଣା । 2016ରେ ଲାଇବ୍ରେରୀରୁ ପୁସ୍ତକଗୁଡ଼ିକ ଚୋରି ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବତନ ମନ୍ତ୍ରୀ ଅଜାମ ଖାନ ଏହି କଲେଜକୁ ଦଖଲ କରି ନିଜ ଟ୍ରଷ୍ଟ ନାମରେ କରି ଦେଇଥିଲେ । ଏହାପରେ ମଦ୍ରାସା କଲେଜରୁ ଅନ୍ଯୁନ 10,000 ପୁସ୍ତକ ଗାୟବ ହୋଇଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
|
<urn:uuid:0feffb3c-1eb3-4849-95bd-3a81c91a2d39>
|
CC-MAIN-2022-40
|
https://www.etvbharat.com/oriya/odisha/bharat/stolen-books-recovered-from-jauhar-university-campus-in-rampur/or20220921183145416416077
|
2022-09-25T18:33:38Z
|
s3://commoncrawl/crawl-data/CC-MAIN-2022-40/segments/1664030334591.19/warc/CC-MAIN-20220925162915-20220925192915-00313.warc.gz
|
ory
| 0.999995 |
Orya
| 1 |
{"ory_Orya_score": 0.999995231628418}
|
ଏ ପୁଣି କେମିତି କଥା
ଏ ପୁଣି କେମିତି କଥା
ହୃଦୟରେ ଦିଏ କଠୋର ଆଘାତ
ପୁଣି ଦିଏ କେତେ ବ୍ୟଥା,
ନୁହେଁ ଅସ୍ତ୍ର କିବା ଶସ୍ତ୍ରଟିଏ ସେ ତ
ମୋ ପ୍ରିୟର ପଦେ କଥା।
ନିଶା ଲେପି ଦିଏ ବିନିଦ୍ର ରଜନୀ
ଭିଜି ଯାଏ ଆଖି ପତା,
ଅନିଚ୍ଛା ଇଚ୍ଛାର ଶବ୍ଦ ଗୁଚ୍ଛ ଆଣେ
ମନ ଗହନରେ ଚିନ୍ତା।
ଅବ୍ୟକ୍ତ ବ୍ୟକ୍ତ ସେ କହିବା ବାହୁଲ୍ୟ
ସେମିତିକା ପ୍ରୀତି ଗାଥା,
ହୃଦ ପ୍ରଫୁଲ୍ଲିତ ମନ ଆନ୍ଦୋଳିତ
ମୋ ପ୍ରିୟର ଶବ୍ଦ ଗୁନ୍ଥା।
ଦିଏ ଯିଏ ବାଧା ସିଏ ହିଁ ସୁବିଧା
ଏକା ସେ ହିଁ ମନ ଜିତା,
ଆଜନ୍ମ ବନ୍ଧନ କବଳିତ ମନ
ବିଧାତା ଗଢିଛି ପ୍ରଥା।
ପ୍ରିୟ ପୁଣି ସେହି ସଂସାରେ ସାର
ଆଉ ସବୁ ଯେତେ ପିତା,
ଅଧୁରା ଜୀବନ ଜଣେ ଆନ ବିନା
ଏ ପୁଣି କେମିତି କଥା।
|
<urn:uuid:ebdc391c-29b0-4807-b9dd-5b272dafcb08>
|
CC-MAIN-2022-49
|
https://storymirror.com/read/oriya/poem/e-punni-kemiti-kthaa/lgy5uhbj
|
2022-11-30T16:27:44Z
|
s3://commoncrawl/crawl-data/CC-MAIN-2022-49/segments/1669446710765.76/warc/CC-MAIN-20221130160457-20221130190457-00733.warc.gz
|
ory
| 0.999924 |
Orya
| 1 |
{"ory_Orya_score": 0.9999237060546875}
|
ନାହିଁନାହିଁରେ ଚାଲିଛି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ
ନାହିଁନାହିଁରେ ଚାଲିଛି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ
କୋରାପୁଟ: ନାହିଁନାହିଁରେ ଚାଲିଛି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ । ଏହି ମେଡିକାଲ କଲେଜରେ ପିଲାଙ୍କୁ ପଢ଼ାଇବା ପାଇଁ ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ (ଫେକଲଟି) ନା ଅଛି ପିଲାଙ୍କ ପାଇଁ ହଷ୍ଟେଲ । ତେବେ ଏହି ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି ଆଶ୍ବସନା ଦେଇଛି ଓମଟା । ମେଡିକାଲ କଲେଜରେ ଲାଗି ରହିଥିବା ସମସ୍ୟାର ଖୁବଶୀଘ୍ର ହେବ ସମାଧାନ ହେବ ବୋଲି କହିଛି ଓମଟା । ଏସବୁ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ ଓମଟା ।
କୋରାପୁଟରେ ପ୍ରତିଷ୍ଠା କରାଯାଇଥିବା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଆବଶ୍ୟକ ସଂଖ୍ୟାକ ହଷ୍ଟେଲ ନାହିଁ । ଫଳରେ ଏଠାକୁ ଆସୁଥିବା ପିଲା ରହିବା ପାଇଁ ବହୁ ଅସୁବିଧା ଭୋଗିଥାନ୍ତି । ଦୂରଦୂରାନ୍ତରୁ ଆସିଥିବା ପିଲାଙ୍କୁ ରହିବାର ସୁବିଧା ମିଳୁ ନାହିଁ । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ଏବେ ଏହା ଉପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସେହିପରି ପିଲାଙ୍କୁ ପଢ଼ାଇବା ପାଇଁ କଲେଜକୁ କେହି ଅଧ୍ୟାପକ (ଫେକଲଟି) ଆସୁନାହାଁନ୍ତି । ଫଳରେ ଶିକ୍ଷାଦାନରେ ମଧ୍ୟ ଘୋର ଅସୁବିଧା ଉପୁଜୁଛି ।
ହେଲେ ଆସନ୍ତା ଦିନରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହେବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ପ୍ରମୁଖ ଗବେଷଣା କେନ୍ଦ୍ର ହୋଇ ଉଠିବ । ଏଭଳି ପ୍ରତିଶୃତି ଦେଇଛନ୍ତି କୋରାପୁଟରେ ଆୟୋଜିତ ଓଡ଼ିଶା ମେଡିକାଲ କଲେଜ୍ ଟିଚର୍ସ ଆସୋସିଏସନ । ଓମଟାର ଜିଲ୍ଲାସ୍ତରୀୟର ସାଧାରଣ ବୈଠକରେ ଯୋଗଦେଇ ଏହି ସଂଘର ରାଜ୍ୟ ସଭାପତି ପ୍ରଫେସର ଜୟନ୍ତ ପଣ୍ଡା ଏଭଳି ଆଶାବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି, ''ଏହି ମେଡିକାଲ କଲେଜ ମାନଙ୍କରେ କିଭଳି ସମସ୍ତ ସୁବିଧା ମିଳିବ। ରୋଗୀ ମାନଙ୍କର କିଭଳି ଠିକ ଭାବେ ଚିକିତ୍ସା ହୋଇପାରିବ (Saheed laxman nayak medical collage and hospital)।
ଏହାସହ ନିକଟରେ ଯେଉଁ କେତୋଟି ମେଡିକାଲ କଲେଜ ଖୋଲାଯାଇଛି ତାହା ଭଲ ଭାବରେ ଚାଲିବା ଦରକାର । ସମସ୍ତ ସୁବିଧା ମିଳିବା ଦରକାର । ଏହାସହ ପ୍ରତିଟି ବିଦ୍ୟାର୍ଥୀ ଭଲ ଶିକ୍ଷା ପାଇବା ଦରକାର । ତେଣୁ ଏଥିରେ ସରକାରଙ୍କୁ ସହଯୋଗ କରିବା ପାଇଁ ଓମଟା ପ୍ରତିଶୃତି ବଦ୍ଧ । ଏହି କଲେଜରେ କିପରି ଉପଯୁକ୍ତ ଚିକିତ୍ସା ଓ ଗବେଷଣା ହୋଇପାରିବ ସେ ସଂକ୍ରାନ୍ତରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ ତଥା ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ସଂଘ ପକ୍ଷରୁ ଆଲୋଚନା କରାଯିବ ।''
ଇଟିଭି ଭାରତ, କୋରାପୁଟ
|
<urn:uuid:70a5c038-957c-4ee9-b9ac-e1ee640975e4>
|
CC-MAIN-2022-49
|
https://www.etvbharat.com/oriya/odisha/state/koraput/omta-will-discuss-with-state-govt-over-saheed-laxman-nayak-medical-college-problem-issue/or20221123152605973973010
|
2022-12-09T07:05:56Z
|
s3://commoncrawl/crawl-data/CC-MAIN-2022-49/segments/1669446711390.55/warc/CC-MAIN-20221209043931-20221209073931-00304.warc.gz
|
ory
| 0.999997 |
Orya
| 1 |
{"ory_Orya_score": 0.9999969005584717}
|
ମହିଳାଙ୍କୁ ପ୍ରତାରଣା କରି ଗିରଫ ହେଲେ ଆଦିବାସୀ ନେତା !
ମହିଳାଙ୍କୁ ପ୍ରତାରଣା କରି ଗିରଫ ହେଲେ ଆଦିବାସୀ ନେତା !
ବଲାଙ୍ଗୀର: ମହିଳାଙ୍କୁ ପ୍ରେମ ପ୍ରତାରଣା କରି ବନ୍ଧା ହେଲେ ବିଶିଷ୍ଟ ଆଦିବାସୀ ନେତା ଗିରିରାଜ ଭୋଇ । ବଲାଙ୍ଗୀର ପାଟଣାଗଡ ଥାନାରେ ପୀଡିତା ମହିଳା ଅଭିଯୋଗ କରିବା ପରେ ପାଟଣାଗଡ଼ ପୋଲିସ ଆଦିବାସୀ ନେତା ଗିରିରାଜ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ ଅନୁସାରେ ପାଟଣାଗଡ ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କୁ ଗିରଫ ଆଦିବାସୀ ନେତା ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ହେବ ସମ୍ପର୍କ ରଖିଥିଲେ । ଏପରିକି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ବାରମ୍ବାର ରଖିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ବିବାହ କରିବାକୁ କହିବାରୁ ସେ ତାଙ୍କୁ ବିବାହ ପାଇଁ ମନା କରି ଥିଲେ। ପରେ ମହିଳା ଜଣକ ପାଟଣାଗଡ଼ ଥାନାରେ ଏହାର ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ଭିତ୍ତି କରି ପାଟଣାଗଡ଼ ପୋଲିସ କେଶ ନମ୍ୱର 14/2023 ରେ ମାମଲା ରୁଜୁ କରି ଆଇପିସି ଦଫା 493, 417 ଓ 506 ରେ ଗୀରିରାଜ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ କାରିଣୀ ମହିଳା ଏତଲାରେ ଦର୍ଶାଇଛନ୍ତି, ''ତାଙ୍କୁ ନ୍ୟାୟ ଦିଆଯାଉ । ଗିରଫ ଗିରିରାଜ ଭୋଇ ତାଙ୍କ ସହ ଦୁଇ ବର୍ଷରୁ ସମ୍ପର୍କ ରଖି ଆସିଥିଲେ। ତେବେ କିଛି ମାସ ପୂର୍ବରୁ ବେଳପଡ଼ାର ଗିରି ଗୋବର୍ଦ୍ଧନ ମନ୍ଦିରରେ ତାଙ୍କୁ ସିନ୍ଦୂର ଦେଇ ବାହା ମଧ୍ୟ ହୋଇଥିବା କହିଛନ୍ତି। ସେହି ଦିନ ଠାରୁ ସେ ମହିଳାଙ୍କ ସହ ସମ୍ପର୍କ ରଖି ଆସିଥିଲେ । ତେବେ ତାଙ୍କୁ ବୈଦିକ ରୀତି ନୀତିରେ ବାହା ହୋଇ ସାଙ୍ଗରେ ରଖିବାକୁ କହିବା ପରେ ସେ ଦିନ ଗଡ଼ାଇ ଚାଲିଥିଲେ। ଗତ କିଛି ଦିନରୁ ସେ ମହିଳାଙ୍କ ମୋବାଇଲ ନମ୍ୱର୍ କୁ ବ୍ଲକ କରିବା ସହ ମହିଳାଙ୍କୁ ବାହା ହେବି ନାହିଁ ବୋଲି କହିଥିଲେ। ଯାହା ପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବାର କହିଛନ୍ତି ।''
ସେପଟେ ସଂପୃକ୍ତ ଆଦିବାସୀ ନେତା ଗୀରିରାଜ ଭୋଇ ଓଲଟା ମହିଳାଙ୍କ ଉପରେ ଦୋଷାରୋପ କରିଛନ୍ତି। ମହିଳା ଜଣକ ଟଙ୍କା ଦେଇ ତାଙ୍କ ସହ ସମ୍ପର୍କ ରଖିବାକୁ କହିଥିଲେ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ସେହିପରି ତାଙ୍କୁ ବଦନାମ କରିବା ପାଇଁ ଏବେ ସେ ଚକ୍ରାନ୍ତ କରିଥିବା କହିଛନ୍ତି। ଗିରିରାଜ ଭୋଇ ବଲାଙ୍ଗୀର ଜିଲ୍ଲା ଆଦିବାସୀ ସଂଘ ତଥା ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘର ଜଣେ ଆଗ ଧାଡିରେ ନେତା ଅଟନ୍ତି। ବର୍ତ୍ତମାନର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସହ ତାଙ୍କର ଘନିଷ୍ଠତା ରହିଛି ।
ଇଟିଭି ଭାରତ, ବଲାଙ୍ଗୀର
|
<urn:uuid:1a28b752-1521-4c93-b7d3-94eaa464b438>
|
CC-MAIN-2023-06
|
https://www.etvbharat.com/oriya/odisha/state/balangir/tribal-leader-giriraj-bhoi-arrested-by-patnagarh-police/or20230125213047042042893
|
2023-02-09T06:49:36Z
|
s3://commoncrawl/crawl-data/CC-MAIN-2023-06/segments/1674764501407.6/warc/CC-MAIN-20230209045525-20230209075525-00594.warc.gz
|
ory
| 0.999981 |
Orya
| 1 |
{"ory_Orya_score": 0.9999806880950928}
|
Hockey World Cup 2023 :କ୍ବାର୍ଟରରେ ସ୍ପେନ୍, ପେନାଲ୍ଟି ସୁଟ୍ ଆଉଟରେ ମାଲେସିଆ ପରାସ୍ତ
Hockey World Cup 2023 :କ୍ବାର୍ଟରରେ ସ୍ପେନ୍, ପେନାଲ୍ଟି ସୁଟ୍ ଆଉଟରେ ମାଲେସିଆ ପରାସ୍ତ
ଭୁବନେଶ୍ବର : କ୍ବାର୍ଟର ଫାଇନାଲ ଟିକଟ ହାତେଇଲା ସ୍ପେନ୍ । ଆଜି ( ରବିବାର ) ଖେଳାଯାଇଥିବା ପ୍ରଥମ କ୍ରସ ଓଭର ମ୍ୟାଚରେ ସ୍ପେନ ପେନାଲ୍ଟି ସୁଟ ଆଉଟରେ ମାଲେସିଆକୁ ମାତ୍ ଦେଇଛି । ୪-୩ ଗୋଲରେ ସ୍ପେନ୍ ମାଲେସିଆକୁ ପରାସ୍ତ କରି କ୍ବାର୍ଟର ଫାଇନାଲ ଟିକଟ ହାତେଇଛି । ହକି ବିଶ୍ବକପ ୨୦୨୩ ପ୍ରଥମ କ୍ରସ ଓଭର ମ୍ୟାଚରେ ମାଲେସିଆକୁ ଭେଟିଥିଲା ସ୍ପେନ୍ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସ୍ପେନ୍ ପେନାଲ୍ଟି ସୁଟ ଆଉଟରେ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରିଛି । କ୍ବାର୍ଟର ଫାଇନାଲରେ ଅଷ୍ଟ୍ରିଲିଆକୁ ଭେଟିବ ସ୍ପେନ୍ ।
ହକି ବିଶ୍ବକପ ୨୦୨୩ରେ ଶେଷ ହୋଇଛି ସମସ୍ତ ଲିଗ୍ ମ୍ୟାଚ । ଆଜିଠୁ ଆରମ୍ଭ ହୋଇଛି କ୍ରସ ଓଭର ମ୍ୟାଚ । ପ୍ରଥମ କ୍ରସ ଓଭର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମାଲେସିଆ ବନାମ ସ୍ପେନ୍ । ଆରମ୍ଭରୁ ଉଭୟ ଦଳ ମଧ୍ୟରେ ହାଇଭୋଲଟେଜ ମୁକାବିଲା ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଦଳର ଗୋଲ ସଂଖ୍ୟା ୨-୨ରେ ବରାବର ରହିଥିଲା । ଏହା ପରେ ପେନାଲ୍ଟି ସୁଟ ଆଉଟ ମ୍ୟାଚରେ ସ୍ପେନ୍ ୪-୩ ଗୋଲରେ ମାଲେସିଆକୁ ମାତ୍ ଦେବାରେ ସଫଳ ହୋଇଥିଲା ।
କ୍ବାର୍ଟର ଫାଇନାଲ ଟିକଟ ହାତେଇବା ଲକ୍ଷ୍ୟରେ ଉଭୟ ଦଳ ମଇଦାନକୁ ଓହ୍ଲାଇଥିଲେ । ଖେଳ ଆରମ୍ଭରୁ ଗୋଲ ପାଇଁ ଜୋରଦାର ଲଢେଇ ହୋଇଥିଲା । ଗୋଲ ପାଇଁ ଦେଖିବାକୁ ମିଳିଥିଲା ଉଭୟ ଦଳ ମଧ୍ୟରେ ଜୋରଦାର ଫାଇଟ୍ । ହେଲେ ପ୍ରଥମାର୍ଦ୍ଧରେ କୌଣସି ଗୋଲ କରିପାରିନ ଥିଲେ ଉଭୟ ଦଳ । ଏହା ପରେ ଦ୍ବିତୀୟାର୍ଦ୍ଧରେ ମଧ୍ୟ ଗୋଲ ପାଇଁ ଉଭୟ ଦଳ ସଂଘର୍ଷ ଜାରି ରଖିଥିଲେ । ପରେ ମ୍ୟାଚର ୩୫ ମିନିଟରେ ମାଲେସିଆ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଦେଇଥିଲେ ଫୈଜଲ ସାରି ।
ଏହାପରେ ମ୍ୟାଚର ୪୧ ମିନିଟରେ ସ୍ପେନ୍ ନିଜର ପ୍ରଥମ ଗୋଲ୍ ଦେଇ ଖାତା ଖୋଲିଥିଲା । ମାର୍କ ମିରଲେସ ଏହି ଗୋଲ ଦେଇ ଦଳର ସ୍ଥିତି ମଜଭୁତ କରିଥିଲେ । ପୁଣି ୪୨ ମିନିଟରେ ସ୍ପେନ୍ ଲଗାତାର ଆଉ ଗୋଟିଏ ଗୋଲ ଦେଇଥିଲା । ଯାହା ଦଳର କ୍ବାର୍ଟର ଫାଇନାଲ ପାଇଁ ଆଶା ଉଜ୍ଜୀବିତ ହୋଇଥିଲା । ସେପଟେ ଗୋଲ ପାଇଁ ହାର ମାନି ନଥିବା ମାଲେସିଆ ମ୍ୟାଚର ୪୯ ମିନିଟରେ ଆଉ ଗୋଟିଏ ଗୋଲ ଦେଇଥିଲା । ଯାହା ଖେଳର ସ୍ଥିତିକୁ ୨-୨ ଗୋଲରେ ବରାବର ରଖିଥିଲା । ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳର ଗୋଲ ସଂଖ୍ୟା ୨-୨ ରହିଥିଲା । ଏହାପରେ ଆରମ୍ଭ ହୋଇଥିଲା ପେନାଲ୍ଟି ସୁଟ ଆଉଟ ମ୍ୟାଚ । ସେଥିରେ ମଧ୍ୟ ଦୁଇ ଦଳ ମଧ୍ୟରେ ଜୋରଦାର ଫାଇଟ ହୋଇଥିଲା । ଶେଷରେ ସ୍ପେନ ୪ଟି ଗୋଲ ଦେଇଥିବା ବେଳେ ମାଲେସିଆ ୩ ଟି ଗୋଲଦେଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର
|
<urn:uuid:3857802e-9ff7-4f3f-b5fa-1587cd036592>
|
CC-MAIN-2023-06
|
https://www.etvbharat.com/oriya/odisha/sports/other-sports/hockey-world-cup-2023-1st-crossover-match-spain-beat-malaysia/or20230122214748665665270
|
2023-02-04T06:39:18Z
|
s3://commoncrawl/crawl-data/CC-MAIN-2023-06/segments/1674764500094.26/warc/CC-MAIN-20230204044030-20230204074030-00404.warc.gz
|
ory
| 1.000004 |
Orya
| 1 |
{"ory_Orya_score": 1.0000041723251343}
|
74th Republic Day: କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି, ଜଗିବେ ୧୨ପ୍ଲାଟୁନ ପୋଲିସ ଫୋର୍ସ
74th Republic Day: କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି, ଜଗିବେ ୧୨ପ୍ଲାଟୁନ ପୋଲିସ ଫୋର୍ସ
କଟକ: ରାତିପାହିଲେ ୭୪ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଚଳଚଞ୍ଚଳ ରହିଛି ଦିଲ୍ଲୀରୁ ପଲ୍ଲୀ । ସବୁଠି ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକରାଯାଇଛି । ସୁରକ୍ଷା ଦାୟିତ୍ବରେ ୪ ଅତିରିକ୍ତ ଡିସିପି, ୧୨ ଜଣ ଏସିପିପି, ୫୦ ଜଣ ଅଧିକାରୀଙ୍କ ସମେତ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହିତ ଷ୍ଟାଡିୟମ ଭିତରକୁ ବିସ୍ପୋରକ ସାମଗ୍ରୀ, ଗାଡି, ବ୍ୟାଗ ଏବଂ ଫିଙ୍ଗି ହେଉଥିବା ଭଳି ସାମଗ୍ରୀ ଉପରେ କଟକଣା ଲଗାଯାଇଛି । ପରେଡ଼ ଦେଖିବାକୁ ଆସୁଥିବା ଲୋକେ ଏହି ସାମଗ୍ରୀକୁ ଷ୍ଟାଡିୟମ ଭିତରକୁ ନେଇ ପାରିବେନି ।
ଚଳିତ ବର୍ଷ କୋରୋନା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳନ ହେବ । ଏହି ଉପଲକ୍ଷେ ଆଜି(ବୁଧବାର) ବାରବାଟୀ ଷ୍ଟାଡିୟମରେ ପରେଡ଼ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ଼ରେ ମୋଟ ୪୨ ଟ୍ରୁପ ଯୋଗ ଦେବେ । ଏଥିମଧ୍ୟରୁ ପୋଲିସ ବ୍ୟାଣ୍ଡ ମିଶାଇ ୪ଟି ଟ୍ରୁପ ପୋଲିସ ପକ୍ଷରୁ ସେମାନଙ୍କ ପରେଡ଼ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ସେହିପରି ଶ୍ରୀ ଭାରତୀ ସ୍କୁଲ ପକ୍ଷରୁ ଏକ ପିରାମିଡ ଅନୁଷ୍ଠିତ ହେବ । ତେବେ କୋଭିଡର ଦୁଇ ବର୍ଷର ବ୍ୟବଧାନ ପରେ ସମ୍ପୂର୍ଣ୍ଣ ଦର୍ଶକଙ୍କ ମଧ୍ୟରେ ଏହି ଦିବସ ପାଳନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଗ୍ୟାଲେରୀରେ ଖଚାଖଚ୍ ଦର୍ଶକଙ୍କ ଭିଡ ଲାଗିବା ନେଇ ଅନୁମାନ କରାଯାଉଛି ।
ଏଥିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତକା ଉତ୍ତୋଳନ କରିବେ । ଏହି ଅବସରରେ କୋଭିଡ ଯୋଦ୍ଧା, ମେଧାବୀ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର କରାଯିବ ବୋଲି ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଦେଶବ୍ୟାପୀ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ରାତି ପାହିଲେ ଚାରିଆଡେ ଫର୍ଫର୍ ଉଡିବ ତ୍ରିରଙ୍ଗା । କୋରୋନାର ପାଦୁର୍ଭାବ ପରେ ଚଳିତ ବର୍ଷ ସାରା ରାଜ୍ୟରେ କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ ।
ଇଟିଭି ଭାରତ, କଟକ
|
<urn:uuid:966e0e68-f0cc-4d6c-bd57-dd34516d9a6e>
|
CC-MAIN-2023-06
|
https://www.etvbharat.com/oriya/odisha/state/cuttack/12-platoon-police-force-to-be-deployed-in-cuttack-for-74th-republic-day-celebration/or20230125202007113113446
|
2023-02-09T06:06:10Z
|
s3://commoncrawl/crawl-data/CC-MAIN-2023-06/segments/1674764501407.6/warc/CC-MAIN-20230209045525-20230209075525-00094.warc.gz
|
ory
| 1.000003 |
Orya
| 1 |
{"ory_Orya_score": 1.0000025033950806}
|
ସରିଲା ବଲାଙ୍ଗୀର ଲୋକ ମହୋତ୍ସବ, କମ୍ପିଲା ମଞ୍ଚ ଝୁମିଲେ ଦର୍ଶକ
ସରିଲା ବଲାଙ୍ଗୀର ଲୋକ ମହୋତ୍ସବ, କମ୍ପିଲା ମଞ୍ଚ ଝୁମିଲେ ଦର୍ଶକ
ବଲାଙ୍ଗୀର: ଜିଲ୍ଲା ଲୋକ ଉତ୍ସବ ଉଦଯାପିତ ହୋଇଛି । ଏକବିଂଶତମ ବଲାଙ୍ଗୀର ଲୋକ ଉତ୍ସବ ୨୨-୨୩ର ଚତୁର୍ଥ ଦିବସରେ ଭକ୍ତି ସଙ୍ଗୀତ, ଲୋକଗୀତ ଓ ଲୋକ ନୃତ୍ୟ ସହିତ ସାଂସ୍କୃତିକ ବିଚିତ୍ରାରେ ଜମିଥିଲା କଳାର ଆସର । ଭକ୍ତି ସଙ୍ଗୀତ, ଲୋକନାଟକ ସହିତ ସାଂସ୍କୃତିକ ବିଚିତ୍ରାରେ କମ୍ପିଥିଲା ମଞ୍ଚ ଆଉ ଝୁମିଥିଲେ ଦର୍ଶକ । ଗତ 20 ତାରିଖରୁ ଚାଲିଥିବା ଜିଲ୍ଲାସ୍ତରୀୟ 21ତମ ଲୋକ ଉତ୍ସବ ଉଦଯାପିତ ହୋଇଯାଇଛି । ସ୍ଥାନୀୟ କୋଶଳ କଳାମଣ୍ଡଳ ସଂସ୍କୃତିକ ପଡ଼ିଆରେ ଏହି ଲୋକ ଉତ୍ସବ ତିନି ଦିନ ଧରି ଚାଲିଥିଲା ଯେଉଁଥିରେ ଜିଲ୍ଲା ଓ ଜିଲ୍ଲା ବାହାର ତଥା ରାଜ୍ୟ ବାହାରର ବିଭିନ୍ନ ଲୋକନୃତ୍ୟ ଗୀତର ମହାସଙ୍ଗମ ଘଟିଥିଲା ।
ଆସାମର ବିହୁ ନୃତ୍ୟ, ପଞ୍ଜାବର ଭାଙ୍ଗଡା, ମଧ୍ୟପ୍ରଦେଶର ବିଦାଇ, ହରିୟାଣାର ଘୁମର୍ ନୃତ୍ୟର ତାଳେତାଳେ ଝୁମିଥିଲେ ଦର୍ଶକ । ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ ଓ ଗୀତର ମଧ୍ୟ ମଜା ନେଇଥିଲେ ଦର୍ଶକ । ତେବେ ଏହାର ଶେଷ ରାତିରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, 189 ସିଆରପିଏଫ ବାଟାଲିୟନ କମାନଡେଣ୍ଟ ପବନ ତିୱାରୀ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଲୋକ ଉତ୍ସବ ପାଇଁ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ଏଥିରେ ସମସ୍ତେ ସମ୍ମାନିତ କରିଥିଲେ । ସେପଟେ ଏହି ପରିପେକ୍ଷୀରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଆମ କୋଷଳି ଭାଷାର ସରକାରୀ ମାନ୍ୟତା ଦାବି କରିଛନ୍ତି । ତେବେ ଅଞ୍ଚଳ କଳା ସଂସ୍କୃତିର ବିକାଶ ଓ ତାକୁ ବଞ୍ଚାଇବାକୁ ହେଲେ ଆମ ଭାଷାର ମାନ୍ୟତା ଆବଶ୍ୟକ ବୋଲି ସେ କହିଛନ୍ତି । ଯାହା ପାଇଁ ସମ୍ବିଧାନରେ ସଂଶୋଧନ ଆଣି ଆମ ଭାଷାକୁ ମାନ୍ୟତା ଦିଆଯାଉ ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର ।
ସେହିପରି ନିକଟରେ ସରକାର ସାନ୍ତାଳୀ ଭାଷାକୁ ଏହିପରି ମାନ୍ୟତା ଦେଇଛନ୍ତି ଏବଂ ସାନ୍ତାଳୀ ଭାଷା କହୁଥିବା ଲୋକଙ୍କ ଅପେକ୍ଷା ଆମ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ଅଧିକ । ଯେଉଁଥିରେ ସାରା ପଶ୍ଚିମ ଓଡିଶା ଏହି ଭାଷା କହିଥାଏ। ତେଣୁ ଆମ ଭାଷା ର ମାନ୍ୟତା ଜରୁରୀ ବୋଲି ସେ କହିଛନ୍ତି । ଆମ ଭାଷାରେ ତିଆରି ସିନେମା ଭୁଖା, ଆଦିମ ବିଚାର ଓ ସଲାବୁଢ଼ା ସାରା ପୃଥିବୀ ପ୍ରସିଦ୍ଧ । ତେବେ ଆମ ଭାଷା ଉଚ୍ଚକୋଟିର ହୋଇଥିବା ସହ ଆମ ସଂସ୍କୃତି ମଧ୍ୟ ଉଚ୍ଚ କୋଟିର ବୋଲି କହିଛନ୍ତି ବିଧାୟକ ନିରସିଂହ ମିଶ୍ର । ଏହା ଆମକୁ ଏକ ଡୋରୀରେ ବାନ୍ଧି ରଖିବା ସହ ଆମର ବିକାଶ ମଧ୍ୟ ସମ୍ଭବ ବୋଲି କହିଛନ୍ତି ।
ଉତ୍ସବର ଚାରି ଦିନରେ କୋଣ ଅନୁକୋଣରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଯେଉଁଥିରେ ପଲ୍ଲୀଶ୍ରୀ ମେଳା ଓ ହସ୍ତଶିଳ୍ପ ମେଳା ସହିତ ଜିଲ୍ଲା ଓ ଜିଲ୍ଲା ବାହାର ଲୋକ ନୃତ୍ୟଗୀତ ପ୍ରଦର୍ଶିତ ହୋଇଥିଲା । ବାହାର ରାଜ୍ୟର 6ଟି ବଡ଼ କଳା ସଂଗଠନ ସହିତ ଓଡ଼ିଶାର ବିଭିନ୍ନ 7ଟି ଜିଲ୍ଲାର କଳାକାରମାନେ ଏଠି ଲୋକନୃତ୍ୟ ପ୍ରଦର୍ଶିତ କରି ଉପସ୍ଥିତ ଲୋକଙ୍କ ମନ ଜିଣିଥିବା କହିଛନ୍ତି ଜିଲ୍ଲାପାଳ । ଆଗାମୀ ଦିନରେ ଏହାକୁ ଆହୁରି ଧୁମଧାମରେ ପାଳନ କରାଯିବ ଓ ବଲାଙ୍ଗୀର କୋଶଳ କଳାମଣ୍ଡଳକୁ ଏକ ବଡ଼ ସାଂସ୍କୃତିକ ହବ୍ ଭାବରେ ଗଢି ତୋଳାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା ।
ବଲାଙ୍ଗୀର ଲୋକ ମହୋତ୍ସବ ଉଦଯାପିଦ ହୋଇଥିଲେ ବି ଜିଲ୍ଲାବାସୀଙ୍କୁ ଆଉ ଟିକେ ମନୋରଞ୍ଜନ କରାଯିବା କାର୍ଯ୍ୟକ୍ରମ ରହିଛି । ଆଜି(ମଙ୍ଗଳବାର) ଷ୍ଟାର୍ ନାଇଟ୍ କାର୍ଯ୍ୟକ୍ରମ ହେବ । କଣ୍ଠଶିଳ୍ପୀ ଅସିମା ପଣ୍ଡା ଓ ପଙ୍କଜ ଜାଲଙ୍କ ସଙ୍ଗୀତରେ ଝୁମିବେ ଜିଲ୍ଲାବାସୀ । ରାତି 7ଟାରୁ ଆରମ୍ଭରେ ସଂଙ୍ଗୀତ କାର୍ଯ୍ୟକ୍ରମ ।
ଇଟିଭି ଭାରତ, ବଲାଙ୍ଗୀର
|
<urn:uuid:8a7500e1-d5ad-4109-9166-3931c72da2ce>
|
CC-MAIN-2023-06
|
https://www.etvbharat.com/oriya/odisha/state/balangir/balangir-loka-mahotsav-concluded/or20230124125359817817569
|
2023-02-03T13:23:50Z
|
s3://commoncrawl/crawl-data/CC-MAIN-2023-06/segments/1674764500056.55/warc/CC-MAIN-20230203122526-20230203152526-00304.warc.gz
|
ory
| 0.999988 |
Orya
| 1 |
{"ory_Orya_score": 0.9999878406524658}
|
ସମୟ ଦେବନି କ୍ଷମା
ସମୟ ଦେବନି କ୍ଷମା
କବି ବନ୍ଧୁ କୁହ ଲେଖିବ କେତେ ପ୍ରେମ କବିତା
ବୁଡି ଯାଉ ଅଛି କି ଅବା କରୁଣାର ସବିତା ।
ପ୍ରେମ ପ୍ରଣୟର କାହାଣୀ କେତେ ଲେଖିବ ଆଉ
ମଣିଷ ମରଇ ଅସହ୍ୟ ହୁଏ ପ୍ରକୃତି ଦାଉ ।।
କିଏ ପତ୍ର ଲେଖେ ପ୍ରିୟାକୁ ବିଚ୍ଛେଦର କାହାଣୀ
ଶୁଣାନ୍ତି କିଏ ସେ ନିଜର ପ୍ରିୟା ବିରହ ବାଣୀ ।
ମାଓ ଆତଙ୍କିତ ବାରତା ଦୁଃଖୀ ପେଟର ଦାଉ
ଧରମ ଦାଣ୍ଡରେ ଦୁଃଷ୍କର୍ମ କେତେ ଦେଖିବା ଆଉ ।।
ଦେହଜ ପ୍ରେମରେ ପ୍ରେମିକା ପାସେ ଅଳି ଅର୍ଦ୍ଦଳି
କବିତା ପଂକ୍ତିରେ ଫୁଟଇ ଫୁଲ ଫୁଟିଲା ଭଳି ।
ଲିଭି ଲିଭି ଆସେ ଜୀବନ ଦୀପ ଦେଖ ହେ ବନ୍ଧୁ
ମାଡ଼ି ମାଡ଼ି ଆସେ ଅନ୍ଧାର ସତେ କରାଳ ସିନ୍ଧୁ ।।
ପ୍ରେମ ରଙ୍ଗ ରଙ୍ଗେ ରଙ୍ଗେଇ କେତେ ଚାଟୁ ଶବଦ
କବିତାରେ ଲେଖେ ମିଳନ ଅବା ବିରହ ଛନ୍ଦ ।
ମା,ମାଟି ପାଣି ପବନ ପ୍ରଦୂଷଣ ପ୍ରବଣ
ସୀମାନ୍ତେ ବଇରୀ ଦେଖାଏ ଦେଖ ତା ଟାଣ ପଣ ।।
ପଢି ଏହି ପ୍ରେମ କବିତା କେତେ ଭଅଁର କିଟ
କାଟି ଦଳି ମହୁ ସହିତ ଫୁଲ କରନ୍ତି ନଷ୍ଟ ।
କାହିଁ ଗତି କାହିଁ ମୁକତି କାହିଁ କବି ଭାବନା
ସମୟ କେବେ ହେଁ ଦେଇନି କେବେ କାହାକୁ କ୍ଷମା ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
|
<urn:uuid:35b5e0e7-3308-46d9-9e44-0e60a1b8d2e8>
|
CC-MAIN-2023-50
|
https://storymirror.com/read/oriya/poem/smyy-debni-kssmaa/bynhdajh
|
2023-12-04T07:58:40Z
|
s3://commoncrawl/crawl-data/CC-MAIN-2023-50/segments/1700679100525.55/warc/CC-MAIN-20231204052342-20231204082342-00863.warc.gz
|
ory
| 0.999941 |
Orya
| 1 |
{"ory_Orya_score": 0.9999411106109619}
|
ଅକୁହା କଥା
ଅକୁହା କଥା
ଜୀବନରେ କେତେ ଅକୁହା କଥାକୁ
କହି ହୁଏ ନାହିଁ କା' ଆଗେ ଖୋଲି
ହୃଦୟର କଥା ହୃଦୟରେ ଚାପି
ବଞ୍ଚିବାକୁ ହୁଏ ଯେ ଜଳି ଜଳି ।
ନୀରବେ ସହିବା ଭାଗ୍ୟର ଲିଖନ
ନୁହଁଇ ସହଜ ମଣିଷ ପାଇଁ
ନିରୋଳା ବେଳାରେ ବ୍ୟଥା ଯେତେ ସବୁ
ବୋହିଯାଉଥାଏ ଲୋତକ ହୋଇ ।
କିଏ ବା ବୁଝିବ ଅନ୍ତର ବେଦନା
ଅକୁହା କଥାର ମଉନ ଭାଷା
ଆଖି କହୁଥାଏ ଓଠ ତୁନି ରହେ
କାହାକୁ କରିବ କୁହ ଭରସା ।
ମିଛ ହସ ହସି ବଞ୍ଚିବାକୁ ହୁଏ
ମନର ମରମ ନିତି ଲୁଚାଇ
ଲୋକ ଦେଖାଣିଆ ଖୁସିରେ କି ଶାନ୍ତି
ଖୋଜୁଥାଏ ମୁକ୍ତି କ୍ଷଣିଏ ପାଇଁ ।
|
<urn:uuid:7794bbfa-f27d-4890-82c6-531060a0a1c6>
|
CC-MAIN-2023-50
|
https://storymirror.com/read/oriya/poem/akuhaa-kthaa/htusxiz8
|
2023-12-11T04:16:32Z
|
s3://commoncrawl/crawl-data/CC-MAIN-2023-50/segments/1700679103464.86/warc/CC-MAIN-20231211013452-20231211043452-00363.warc.gz
|
ory
| 0.99997 |
Orya
| 1 |
{"ory_Orya_score": 0.9999696016311646}
|
ଆଲୋକ ସନ୍ଧାନେ
ଆଲୋକ ସନ୍ଧାନେ
ଆଉ କେଉଁ ଫଗୁଣକୁ ଅପେକ୍ଷା କରିଛ
ଏବେ ତ ସବୁ ଋତୁରେ ବିଷ ଫୁଲ ଫୁଟେ ,
ମାଟିରୁ ଅକାଶ ଯାଏ ..
ହଳା ହଳର ପରାଗ ରେଣୁ
କୁନି କୁନି ସ୍ବପ୍ନ ମନେ ଧିରେ ଧିରେ ବାଟବଣା ହେଲେଣି
ସଞ୍ଜ ନଇଁବା ଆଗରୁ ସଜାଡି ନିଅ ନିଜ ଭିତରେ
ମିଞ୍ଜି ମିଞ୍ଜି ଜଳୁ ଥିବା ଚେତନାର ଦୀପ
ଏବେ ତ ହାତ ପାପୁଲିକୁ ମୁଠା କରିବାର ବେଳ,
ଏକାଠି କରି ନିଜ ବଳକା ବିଶ୍ବାସକୁ
ପାଦ ଥାପି ବାର ବେଳା କଣ୍ଟକିତ ପଥେ..
"ଅଲୋକ ସନ୍ଧାନେ"
ଆମ ପ୍ରତିଟି ଲହୁ ଓ ଲୁହର ବୁନ୍ଦା ,
ସୋରିଷ ଫୁଲର ରୂପ ନେଉ..
ଉଦ୍ ଜୀବିତ କରୁ ସହ ସହ ନିରୁଧିଷ୍ଟ ସ୍ବପ୍ନ ମାନଙ୍କୁ,
ବାଟ କଢେଇ ନେଉ ଅନ୍ଧକାର କଣ୍ଟକିତ ପଥେ,
ଅଗାମୀ ସୁର୍ଯୋଦୟ ଯାଏ..।
|
<urn:uuid:b5529344-a66c-45f0-8622-dbd95c568894>
|
CC-MAIN-2024-10
|
https://storymirror.com/read/oriya/poem/aalok-sndhaane/mr6myrz6
|
2024-03-03T11:48:22Z
|
s3://commoncrawl/crawl-data/CC-MAIN-2024-10/segments/1707947476374.40/warc/CC-MAIN-20240303111005-20240303141005-00799.warc.gz
|
ory
| 0.99978 |
Orya
| 1 |
{"ory_Orya_score": 0.9997801184654236}
|
- ଗଣମାଧ୍ୟମ ଲାଇବ୍ରେରୀ
- ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
- ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
- ରିପୋର୍ଟ୍ସ
- ଇ-ପୁସ୍ତକ
- କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
- ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
The Prime Minister, Shri Narendra Modi, has condoled the loss of lives due to train accident in Amritsar.
...ଓଡିଆ ସଂସ୍କରଣ ଖୁବଶୀଘ୍ର
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର 15 ଅଗଷ୍ଟ ପାର୍କସ୍ଥିତ ଲାଲକିଲ୍ଲା ମୈଦାନରେ ଆଜି ଅନୁଷ୍ଠିତ ଦଶହରା ସମାରୋହରେ ...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଦ୍ରୁକ ନ୍ୟାମରୂପ ଶୋଗପା ରାଷ୍ଟ୍ରପତି ଡ.ଲୋଟେ ସେରିଙ୍ଗଙ୍କ ସହିତ ଟେଲିଫୋନ ...
हम सभी का ये प्रयास रहता है। कि हर वर्ष पर्व को अपनों के साथ मनाएं। मेरी भी ये कोशिश रहती है कि हर त्यौहार देशवासियों के बीच जाकर के मनाऊं। इसी भावना के साथ आज आप सभी के बीच उपस्थित होने का मुझे सौभाग्य मिला है।
...ଓଡିଆ ସଂସ୍କରଣ ଖୁବଶୀଘ୍ର
'ପୁଅ ଝିଅ, ଏକା ସମାନ' ଆମର ମନ୍ତ୍ର ହେବା ଉଚିତ୍ ଆସନ୍ତୁ ଝିଅ ଜନ୍ମ ହେଲେ ଉତ୍ସବ ପାଳନ କରିବା । ଆମେ ଆମ ଝିଅମାନଙ୍କୁ ନେଇ ସମାନଭାବେ ଗର୍ବ କରିବା । ମୋର ଆପଣମାନଙ୍କୁ ଅନୁରୋଧ ଘରେ ଝିଅଟିଏ ଜନ୍ମ ହେଲେ ପାଂଚଟି ଗଛ ଲଗାଇ ଉତ୍ସବ ପାଳନ କରନ୍ତୁ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ପୋଷ୍ୟ ଗ୍ରାମ ଜୟପୁରବାସୀଙ୍କୁ ଏହି ଆହ୍ୱାନ ଦେଇଥିଲେ । ବେଟି ବଂଚାଅ, ବେଟି ପଢାଅ (ବିବିବିପି) ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ହରିଆନାର ପାନିପଥରେ ଗତ ବର୍ଷ ୨୨ ଜାନୁଆରୀରେ କରିଥିଲେ । ଏହା ଶିଶୁ ଲିଙ୍ଗ ଅନୁପାତ (ସିଏସଆର)ରେ ହ୍ରାସ ଏବଂ ମହିଳାମାନଙ୍କ ନିରବଚ୍ଛିନ୍ନ ଜୀବନଚକ୍ର ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ସମସ୍ୟାଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଏହି ଅଭିଯାନ ମହିଳା ଏବଂ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପ୍ରଚେଷ୍ଟାରେ ଆରମ୍ଭ କରାଯାଇଛି ...ଅଧିକ ଦେଖନ୍ତୁ
୨୦୧୪ ମସିହା ମେ ୨୬ ତାରିଖ ଦିନ ଶ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ । ଦେଶ ସ୍ୱାଧୀନତା ଲାଭ ପରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଭାବେ ଏହି ପଦ ଅଳଙ୍କୃତ କରିବାରେ ସେ ପ୍ରଥମ । ଶହେ କୋଟିରୁ ଉର୍ଦ୍ଧ୍ଵ ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା ଦିଗରେ ସକ୍ରିୟ, ସମର୍ପିତ ତଥା ସଂକଳ୍ପବଦ୍ଧ ଭାବେ ଶ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟରତ । ୨୦୧୪ ମେ ମାସରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶର ସାମଗ୍ରିକ ଏବଂ ସମନ୍ୱିତ ବିକାଶ ଯାତ୍ରା ଆରମ୍ଭ କରିଛନ୍ତି, ଯଦ୍ୱାରା ପ୍ରତ୍ୟେକ ଭାରତୀୟ ଯେଭଳି ସେମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିପାରିବେ ଅନ୍ତ୍ୟୋଦୟ ନୀତିରେ ଗଭୀର ଭାବେ ପ୍ରଭାବିତ ଶ୍ରୀ ମୋଦୀ ଉନ୍ନତି ଅପେକ୍ଷାର ଧାଡ଼ିରେ ଥିବା ଶେଷ ବ୍ୟକ୍ତିଙ୍କୁ ସେବା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ । ଅଭିନବ ଚିନ୍ତାଧାରା ଓ ଉଦ୍ୟମ ମାଧ୍ୟମରେ ସରକାର ...ଅଧିକ ଦେଖନ୍ତୁ
|
<urn:uuid:25abf9fb-28ac-48bf-b12e-3eb1853312d9>
|
CC-MAIN-2018-43
|
http://www.pmindia.gov.in/ory/
|
2018-10-20T06:03:26Z
|
s3://commoncrawl/crawl-data/CC-MAIN-2018-43/segments/1539583512592.60/warc/CC-MAIN-20181020055317-20181020080817-00263.warc.gz
|
ory
| 1 |
Orya
| 1 |
{"ory_Orya_score": 0.9999998807907104}
|
ସପ୍ତଦଶ ରାଜଧାନୀ ପୁସ୍ତକମେଳା ଉଦ୍ୟାପିତ
ଭୁବନେଶ୍ୱର, (ବୁ୍ୟରୋ) : ରବିବାର ଥିଲା ରାଜଧାନୀ ପୁସ୍ତକ ମେଳାର ଉଦ୍ୟାପନୀ ଦିବସ । ଏନେଇ ମେଳାର ସଭାପତି ଡ. ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କବି ଲେଖକ ମାନଙ୍କର ଲେଖା ରାଷ୍ଟ୍ର ମଧ୍ୟରେ ବିପ୍ଳବର ବହ୍ନୀ ସୃଷ୍ଟି କରାଏ । ଯେତେବେଳେ ମଣିଷ ଜୀବନରେ ଚାରିଆଡ଼ୁ ବିତୃଷ୍ଣା ଭାବ ଆସିଯାଏ ସେତେବେଳେ ଲେଖକଙ୍କର ଗୋଟିଏ ଗଳ୍ପ ମଣିଷର ମାନସିକତାକୁ ସୁଦୃଢ କରିଥାଏ । ଯଦି ଦେଶ ଧ୍ୱଂସ ହୋଇଯାଏ ତେବେ ଖଣ୍ଡେ ପୁସ୍ତକରୁ ହିଁ ଜାତିର ଇତିହାସ, ଦେଶର ପୂର୍ବ ସ୍ମୃତି ଏବଂ ସ୍ଥିତି ଚିର ଜାଗ୍ରତ ହୋଇ ରହିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ । କାର୍ଯ୍ୟକ୍ରମରେ ସମାଜର ପ୍ରକାଶକ ନିରଞ୍ଜନ ରଥ ଯୋଗଦେଇ ପୁସ୍ତକର ସଂଜ୍ଞା ଉପରେ ଆଲୋକପାତ କରିବା ସହ କହିଥିଲେ ଯେ,ଲେଖକମାନେ ପୁସ୍ତକ ମାଧ୍ୟମରେ ସମାଜର ଦିଗ୍ଦର୍ଶନ ଦେଇଥାନ୍ତି । ଶବ୍ଦ ହେଉଛି ବ୍ରହ୍ମ ସଦୃଶ । ହଜାର ବକ୍ତୃତା ଓ ଭାଷଣ ଅପେକ୍ଷା ଗୋଟିଏ ବହି ଅସ୍ତ୍ର ସଦୃଶ କାର୍ଯ୍ୟ କରିଥାଏ । ନୈତିକ ଆନେ୍ଦାଳନର ମୂଳ ହେଉଛି ବହି ବୋଲି ସେ କହିଥିଲେ ।
ଏହି ଅବସରରେ ଚଳିତ ବର୍ଷ ଓଡ଼ିଆ ସାହିତି୍ୟର ୧୧ଟି ବିଭାଗରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରବନ୍ଧ ପୁସ୍ତକ 'କାଳ: କାଳାନ୍ତର' ପାଇଁ ଭାଗ୍ୟଲିପି ମଲ୍ଲ , ଉପନ୍ୟାସ ପୁସ୍ତକ 'ଅଧାକାନ୍ଥି ଘର' ପାଇଁ କମଳା ଶତପଥୀ, କ୍ଷୁଦ୍ରଗଳ୍ପ ପୁସ୍ତକ 'ସ୍ୱୀକାରୋକ୍ତି' ପାଇଁ ଡ.ମୌସୁମୀ ପରିଡ଼ା, କବିତା ପୁସ୍ତକ 'ସେଇମାନଙ୍କୁ ପଚାର' ପାଇଁ ମହେନ୍ଦ୍ର କୁମାର ମଲ୍ଲିକ, 'ପ୍ରତିଶ୍ରୁତି' ପାଇଁ ବିଜନ କୁମାର ବେହେରା, ଅନୁବାଦ ପୁସ୍ତକ 'ଏ ଝିଅ' ପାଇଁ ରତ୍ନମାଳା ସ୍ୱାଇଁ, ନାଟକ ପୁସ୍ତକ 'ନିଶିଦ୍ଧ ନଗରୀ' ପାଇଁ ପୂର୍ଣ୍ଣଚନ୍ଦ୍ର ଦାଶ, ଭ୍ରମଣକାହାଣୀ ପୁସ୍ତକ 'ଆମେ ଓ ଆମେରିକା' ପାଇଁ ଡ. ପୁରୁଷୋତ୍ତମ ବିଶ୍ୱାଳ, ଶିଶୁ ସାହିତ୍ୟ ପୁସ୍ତକ 'ଆସ ଶୁଣିବ ଗପ' ପାଇଁ ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଧର୍ମ ପୁସ୍ତକ ' ବିଶ୍ୱାସେ ମିଳନ୍ତି ହରି' ପାଇଁ ଡ. ପ୍ରତିଭା ମହାରଥୀ, ଜୀବନୀ ସାହିତ୍ୟ 'ଆଲୋକ ପଥର ଯାତ୍ରୀ' ପାଇଁ ଇଂ ନରେନ୍ ଚନ୍ଦ୍ର ଦାଶ, 'ମନ ମୂର୍ଚ୍ଛନା' ପୁସ୍ତକ ପାଇଁ ସୁଚିତ୍ରା ପାଣିଗ୍ରାହୀଙ୍କୁ କବି ସୁଧାଂଶୁ ରାଉତରାୟ ସ୍ମୃତି ପୁରସ୍କାର ପ୍ରଦାନ କରାଇଥିଲା । ଏହାସହ ଓଡ଼ିଆ ପୁସ୍ତକ ପ୍ରକାଶନୀ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀଙ୍କୁ ଚଳିତ ବର୍ଷର ରଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ବିବରଣୀ ପାଠ କରରିଥିଲେ । ଶେଷରେ ସଂଯୋଜକ କାଳୀପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିବା ସହ ବୀରକିଶୋର ପ୍ରଧାନ, ଆକୂଳଚନ୍ଦ୍ର ନାଥ, କମଳିନୀ ମଲ୍ଲିକ ଓ ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
ନୈତିକ ଆନେ୍ଦାଳନର ମୂଳ ହେଉଛି ବହି
Jan 15, 2017, 19:03 pm60
ସପ୍ତଦଶ ରାଜଧାନୀ ପୁସ୍ତକମେଳା ଉଦ୍ୟାପିତ
|
<urn:uuid:dbef8322-e311-452c-a265-565b65c3624f>
|
CC-MAIN-2019-09
|
http://sarbasadharana.com/%E0%AC%A8%E0%AD%88%E0%AC%A4%E0%AC%BF%E0%AC%95-%E0%AC%86%E0%AC%A8%E0%AD%87%E0%AD%8D%E0%AC%A6%E0%AC%BE%E0%AC%B3%E0%AC%A8%E0%AC%B0-%E0%AC%AE%E0%AD%82%E0%AC%B3-%E0%AC%B9%E0%AD%87%E0%AC%89%E0%AC%9B/
|
2019-02-23T18:42:39Z
|
s3://commoncrawl/crawl-data/CC-MAIN-2019-09/segments/1550249530087.75/warc/CC-MAIN-20190223183059-20190223205059-00153.warc.gz
|
ory
| 1.000006 |
Orya
| 1 |
{"ory_Orya_score": 1.000006079673767}
|
ସିନେମା ଘରେ ଧୁମ୍ ମଚାଉଛି ସାହିଦ୍ କପୁରଙ୍କ ଫିଲ୍ମ କବୀର ସିଂହ । ଫିଲ୍ମଟି ସାହିଦଙ୍କ କ୍ୟାରିୟର୍ ପାଇଁ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହୋଇପାରେ । ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ୨୦ କୋଟି ଆୟ କରିଛି କବୀର୍ ସିଂହ । ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି ସାହିଦ୍ ଏବଂ କିଆରାଙ୍କ ଯୋଡି । କିନ୍ତୁ ସୋନା ମହାପାତ୍ରଙ୍କୁ ପସନ୍ଦ ଆସିଲାନି କବୀର ସିଂହ । ଫିଲ୍ମକୁ ନେଇ ଆପତ୍ତି ଜତାଇଛନ୍ତି ସୋନା । କବୀର୍ ସିଂହଙ୍କୁ ନେଇ ସୋନା ନ୍ୟାସନାଲ୍ ୱିମେନ୍ କମିଶନର ଚେୟାରପର୍ସନ୍ ରେଖା ଶର୍ମାଙ୍କୁ ଟ୍ୟାଗ୍ କରି ଏକ ଟୁଇଟ୍ କରିଛନ୍ତି ।
ସୋନା କହିଛନ୍ତି କେହି ଏହି ମହିଳା ବିରୋଧୀ କାହାଣୀକୁ ନୋଟିସ୍ କରିନାହାଁନ୍ତି । କେବଳ ଅଭିନୟ ଦେଖୁଛନ୍ତି । ଯାହା ବହୁତ ଚିନ୍ତାଜନକ । ଆପଣ ତ ନ୍ୟାସନାଲ୍ କମିଶନର ଚେୟାରପର୍ସନ, ମୁଁ ଚିନ୍ତିତ ଯେ ଯେତେବେଳେ ଭାରତରେ ମହିଳାଙ୍କ ସ୍ଥିତି ବିଷୟରେ କଥା ଆସୁଛି ତେବେ କଣ ଆଶା ରଖିବା ଉଚିତ୍ । ଅଭିନେତା ନକୁଲ୍ ମେହତାଙ୍କ ଟୁଇଟର ରିପ୍ଲାୟ ଦେଇ କହିଛନ୍ତି, କଣ ଜଣେ ଅଭିନେତା ରୋଲ୍ ଚୟନ କରିବା ପୂର୍ବରୁ ନିଜ ଦାୟିତ୍ବ ବୁଝିବା ଉଚିତ୍ ନୁହେଁ ?
ତେବେ ବଲିଉଡ ସେଲିବ୍ରିଟିଜଙ୍କ ବିରୋଧରେ କିଛି ନା କିଛି କହି ସର୍ବଦା ଚର୍ଚ୍ଚାରେ ଥାନ୍ତି ସୋନା । ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଟାର୍ଗେଟ୍ କରିସାରିଛନ୍ତି ସୋନା ।
Didn't notice the deeply misogynistic & patriarchal narrative? Just intense acting? That is truly deeply disturbing. That you are the the chairperson of the @NCWIndia , makes me wonder about what we can hope for when it comes to women's place in #India . 🔴 https://t.co/zxcLWVFuiO
— SONA (@sonamohapatra) June 21, 2019
& how can we keep such deeply disturbing , dark & dangerous politics 'aside'? Does the actor have no responsibility for choosing to play a part in a narrative that can set us back as a society? Is that all we have become? Creatures of ambition? #LetsTalk #India #KabirSingh https://t.co/UxUbWdOpAF
— SONA (@sonamohapatra) June 21, 2019
|
<urn:uuid:8ca9fc41-5f50-4464-99a8-93903dfab8db>
|
CC-MAIN-2020-40
|
https://knewsodisha.com/sona-mahapatra-slam-to-shahid-kapoor-film-kabir-singh/
|
2020-09-23T23:35:13Z
|
s3://commoncrawl/crawl-data/CC-MAIN-2020-40/segments/1600400212959.12/warc/CC-MAIN-20200923211300-20200924001300-00670.warc.gz
|
ory
| 0.999781 |
Orya
| 1 |
{"ory_Orya_score": 0.9997813105583191}
|
ପାଇଖାନାରୁ ବାହାରିଲା ବିରାଟକାୟ କିଙ୍ଗ କୋବ୍ରା, ଦେଖନ୍ତୁ ଭିଡି଼ଓ
Published on: Oct 14, 2021, 3:48 PM IST |
Updated on: Oct 14, 2021, 3:58 PM IST
Updated on: Oct 14, 2021, 3:58 PM IST
ଅମରାବତୀ: ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ଜିଲ୍ଲାରେ ମାରେପଲ୍ଲୀ ଗ୍ରାମରେ ଭୟାନକ ଘଟଣା । ପାଇଖାନାରୁ ବାହାରିଲା ବିରାଟକାୟ କିଙ୍ଗ କୋବ୍ରା । ଯାହାର ଲମ୍ବା ପ୍ରାୟ ୧୩ ଫୁଟ ହେବ ବୋଲି ଜଣାପଡ଼ିଛି । ଖବରଟି ଜଣାପଡ଼ିବା ପରେ ଏହି ବିରଳ, ବିଷଧର ସାପର ଝଲକ ନେବା ପାଇଁ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କର ଜମିଥିଲା ଭିଡ଼ । ସାପଟିକୁ ଉଦ୍ଧାର କରିବା ପାଇଁ ଆନ୍ଧ୍ରପ୍ରଦେଶ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିଲା । ପ୍ରାୟ ୨ ଘଣ୍ଟା ପରେ ଏହି ବିରାଟକାୟ ସାପଟିକୁ କାବୁ କରିବାରେ ସକ୍ଷମ ହୋଇଥିଲା ଉଦ୍ଧାରକାରୀ ଟିମ । ୱାଇଲ୍ଡଲାଇଫ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ପ୍ରଜାତିର ସାପ ଏସିଆର ପୂର୍ବ ଓ ଦକ୍ଷିଣାଞ୍ଚଳରେ ଦେଖାଯାଇଥାଏ । ଏହି କିଙ୍ଗ କୋବ୍ରା ଖାଦ୍ୟ ଭାବେ କେବଳ ଅନ୍ୟ ଛୋଟ ସାପଗୁଡ଼ିକୁ ଖାଇଥାଏ । ବର୍ଷକୁ ପ୍ରାୟ ୩୫୦ ସାପକୁ ଖାଇଥାଏ ଏହି ବିରାଟକାୟ ସାପ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Loading...
|
<urn:uuid:35993279-4c00-4e74-b2ed-2ed4c9bebb5d>
|
CC-MAIN-2021-43
|
https://www.etvbharat.com/oriya/odisha/videos/bharat/watch-13-ft-long-king-cobra-spotted-in-vizags-marepalle/or20211014154817891
|
2021-10-16T23:40:42Z
|
s3://commoncrawl/crawl-data/CC-MAIN-2021-43/segments/1634323585045.2/warc/CC-MAIN-20211016231019-20211017021019-00146.warc.gz
|
ory
| 0.999992 |
Orya
| 1 |
{"ory_Orya_score": 0.9999924898147583}
|
ଭାରତ ହେଉଛି ବିବିଧତାର ଦେଶ। ଏଠାରେ ଆପଣ ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ପ୍ରକାରର ବିଶ୍ୱାସ, ରୀତିନୀତି ପାଇବେ, ଯାହାକୁ ଲୋକମାନେ ଶତାବ୍ଦୀ ଧରି ଅନୁସରଣ କରିଆସୁଛନ୍ତି। ଆଜିର ସମୟରେ ଲୋକମାନେ ଅନେକ ଆଧୁନିକ ହୋଇଯାଉଛନ୍ତି ଏବଂ ଆମର ପରମ୍ପରା ମାର୍ଗ ଭୁଲିଯାଆନ୍ତି, ସେତେବେଳେ ସେମାନେ ହୁଏତ ଏହି ରୀତିନୀତିକୁ ଅଦ୍ଭୁତ ମନେ କରିପାରନ୍ତି, କିନ୍ତୁ ଯେଉଁମାନେ ଏହି ରୀତିନୀତିକୁ ବିଶ୍ୱାସ କରନ୍ତି ତଥାପି ସେମାନେ ହୃଦୟରୁ ଅନୁସରଣ କରନ୍ତି। ଏପରି ଏକ ପ୍ରଥା କର୍ଣ୍ଣାଟକରେ ଘଟିଥାଏ ଯେଉଁଠାରେ ମୃତ ପରେ ବି ବିବାହ କରାଯାଇଛି।
ଅଜବ ଲାଗୁଥିଲେ ବି କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ । ଏହା କୌଣସି ସାଧାରଣ ବିବାହ ନୁହେଁ ବରଂ ଏଥିରେ ଦୁଇ ମୃତ୍ୟ ବ୍ୟକ୍ତିଙ୍କ ବାହାଘର କରାଯାଇଛି । ବିବାହର ଭିଡ଼ିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ନେଇ ସୋସିଆଲ୍ ମିଡିଆ ୟୁଜର୍ସ ଚକିତ ହୋଇଛନ୍ତି । ରିପୋର୍ଟ ଅନୁସାରେ ଜୁଲାଇ ୨୮ ରେ ଶୋଭା ଏବଂ ଚାନ୍ଦପା ନାମକ ଏକ ଦମ୍ପତିଙ୍କର କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାରେ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏହି ବିବାହ ସାଧାରଣ ବିବାହ ପରି ଥିଲା, ସମସ୍ତ ରୀତିନୀତି ଅନୁସରଣ କରିବା ପରେ, କେବଳ ପାର୍ଥକ୍ୟ ହେଲା ଗତ ୩୦ ବର୍ଷ ପୂର୍ବେ ଉଭୟଙ୍କର ମୃତ୍ୟୁ ହୋଇଥିଲା ।
ଘଟଣାକୁ ନେଇ ୟୁଟୁବର ଆନି ଅରୁଣ (YouTuber Anny Arun) ଏହି ଅଜବ ତଥା ନିଆରା ବିବାହର ପ୍ରତିଟି ମୂହୁର୍ତ୍ତର ଭିଡ଼ିଓ ଶେୟାର କରିଛନ୍ତି । ଟ୍ୱିଟ୍ରେ ସେ ଲେଖିଛନ୍ତି ଯେ, 'ମୁଁ ଆଜି ଏକ ବିବାହ ଉତ୍ସବରେ ଯୋଗ ଦେଉଛି। ଆପଣ ପଚାରିପାରିବେ କି କାହିଁକିଁ ଏହି ଭିଡ଼ିଓ ଟ୍ୱିଟ୍ କରାଯାଇଛି । ଗତ ୩୦ ବର୍ଷ ପୂର୍ବେ ବର ଓ କନ୍ୟାର ମୃତ୍ୟୁ ହୋଇଥିବାବେଳେ ଆଜି ସେମାନଙ୍କ ବିବାହ କରାଯାଉଛି ।' ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, 'ସାଧାରଣ ବିବାହ ପରି ଏହି ବିବାହ ମଧ୍ୟ ଅନୁଷ୍ଠିତ ହୋଇଥିଲା । କେବଳ ପାର୍ଥକ୍ୟ ଥିଲା ବାସ୍ତବ ବର ଏବଂ କନ୍ୟା ବଦଳରେ କଣ୍ଢେଇ ରଖାଯାଇଥିଲା ।
..its a serious tradition here. For those who died in child birth, they are usually married off to another child who is deceased during the child birth. All the customs happen just like any marriage. Two families will go to each other's house for the engagement(contd)
— AnnyArun (@anny_arun) July 28, 2022
ଏହି ବିଶ୍ୱାସ କର୍ଣ୍ଣାଟକ ଏବଂ କେରଳର ଅନେକ ଅଂଚଳରେ ବିଶ୍ୱାସ କରାଯାଏ। ଏହି ବିଶ୍ୱାସ ଅନୁଯାୟୀ, ଯେଉଁମାନେ ଜନ୍ମ ସମୟରେ ମୃତ୍ୟୁବରଣ କରିଥିଲେ କିମ୍ବା ମୃତ ଶିଶୁ ଜନ୍ମ ହୋଇଥିଲେ ସେମାନଙ୍କ ପାଇଁ ବିବାହ କରାଯାଇଥାଏ। ଏହିପରି, ଏଠାରେ ଥିବା ଲୋକମାନେ ମୃତମାନଙ୍କ ଆତ୍ମାକୁ ସମ୍ମାନ ଦେବା ପାଇଁ ଏହା କରନ୍ତି। ଏହାକୁ ପ୍ରେତ କଲ୍ୟାଣମ୍ (Pretha Kalyanam) ନାମକ ଏକ ପରମ୍ପରା ବୋଲି କୁହାଯାଏ ।
ଦକ୍ଷିଣ କର୍ଣ୍ଣାଟକରେ ପାଳନ କରାଯାଉଥିବା ପରମ୍ପରାକୁ ବର୍ଣ୍ଣନା କରି ମଧ୍ୟ ସେ ଏକ ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, 'ଏହା ଏକ ଗମ୍ଭୀର ପରମ୍ପରା। ଯେଉଁମାନେ ଜନ୍ମ ସମୟରେ ମୃତ୍ୟୁବରଣ କରିଥାନ୍ତି, ମୃତ୍ୟୁ ପରେ ସେମାନଙ୍କ ବିବାହ କରାଯାଇଥାଏ । ସାଧାରଣ ବିବାହ ଉତ୍ସବ ପରି ରୀତିନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ । ଫଳରେ ଦୁଇ ପରିବାର ପରସ୍ପରର ବିବାହ ବନ୍ଧନରେ ଆବଦ୍ଧ ହେବେ ।'
ଏହି କାର୍ଯ୍ୟକ୍ରମରେ ବରଯାତ୍ରୀ ସାମିଲ ହେବା ସହ ସାତଫେରା ଭଳି ରୀତିନିତୀ ମଧ୍ୟ ପାଳନ କରାଯାଇଥାଏ । ଯାହା ଏହି ଭିଡ଼ିଓରେ ବର୍ଣ୍ଣନା କରାଯାଇଛି :-
While bride getting ready groom is already waiting. Isn't that always a thing? 😁 pic.twitter.com/7QvFCiI3Re
— AnnyArun (@anny_arun) July 28, 2022
|
<urn:uuid:43e874a5-b0a8-415d-af10-3b42a2f7ba8b>
|
CC-MAIN-2022-33
|
https://ec2-13-232-192-31.ap-south-1.compute.amazonaws.com/special/unique-wedding-ceremony-30-years-after-the-death-of-the-couples-outing-join-the-family-watch-the-video-469604
|
2022-08-11T17:04:22Z
|
s3://commoncrawl/crawl-data/CC-MAIN-2022-33/segments/1659882571483.70/warc/CC-MAIN-20220811164257-20220811194257-00353.warc.gz
|
ory
| 0.999976 |
Orya
| 1 |
{"ory_Orya_score": 0.9999762773513794}
|
ବାପାର ଅପମୃତ୍ୟୁ
ବାପାର ଅପମୃତ୍ୟୁ5 mins 135 5 mins 135
ପୁସ୍ତକଠାରୁ ଆରମ୍ଭ କରି ଭାଷଣରେ ସବୁଠି ଲିଖିତ ମାଆର ଗାଥା, ଦଶ ମାସଦଶ ଦିନର ଗର୍ଭ କଷ୍ଟ ଇତ୍ୟାଦି।
କିନ୍ତୁ ବାପା ::
କେଉଁଠି ଢେଙ୍କାନାଳର ସ୍ୱର୍ଗତ ଜୟନ୍ତ ମିଶ୍ରଙ୍କ ସ୍ମୃତିରେ ପୁଅ ତାଙ୍କ ଇଚ୍ଛା ପୂରଣ ପାଇଁ ନିଜେ ନଅ ଲକ୍ଷ ଖର୍ଚ୍ଚ କରି ନିର୍ମାଣ କରିଦିଏ ପାର୍କ ଆଉ କେଉଁଠି ଆଜି ପରି ପିତୃଦିବସରେ ମୁଁ ରହୁଥିବା ପାରଳାଖେମୁଣ୍ଡି ଭଡ଼ାଘର ସାମ୍ନାରେ ବାପାକୁ ହତ୍ୟା କରି ପୁଅ ଯାଏ ଜେଲ ଆଉ କେଉଁଠି ମୋ ପରି ପୁଅ ବାପଙ୍କ ମହନୀୟତା ମନେ ପକେଇ ଚୁପ୍ ଚାପ୍ ମନଭଲ ନାହିଁ କହି ଶୋଇଯାଏ।
କହିବାର ତାତ୍ପର୍ଯ୍ୟ ପୁଅ ତିନିପ୍ରକାରର।
ଉତ୍ତମ, ମଧ୍ୟମ ଆଉ ଅଧମ। ମୃତ୍ୟୁ ପରେ ତ ପରଲୋକ ବି କାନ୍ଦନ୍ତି। ଶବ ମୁହଁରୁ କପଡ଼ା ଉଠେଇ ପୁଷ୍ପ ଦିଅନ୍ତି । ଶାସ୍ତ୍ର କହେ ବଞ୍ଚିଥିବା ସମୟରେ ସମ୍ମାନ ଦେବା ଶିଖ।
ଆଜି ପିତାଙ୍କ ସମ୍ମାନାର୍ଥେ କିଛି ଲେଖିବି ଭାବିଲି। ରବିବାର। ପିତୃ ଦିବସ। ଲେଖିବି ଭାବୁ ଭାବୁ ମନେ ମନେ କେଉଁଠୁ ଆରମ୍ଭ କରିବି ଭାବିଲି।
ଆମକୁ ମଣିଷ କରିବା ସହ ନିଜ ଭବିଷ୍ୟତ ସୁରକ୍ଷିତ କରିଥିବା ତା ବି ସଚ୍ଚୋଟତାର ସହ ସେଇ ଜୀବନ୍ତ ଭଗବାନ ବିଷୟରେ ମୁଁ ଲେଖିବା ସାମର୍ଥ୍ୟ ବୋଧେ ନାହିଁ। ଭାବି ଭାବି ଶୋଇଗଲି। ସେପରି ପୁତ୍ର ମଧ୍ୟମ ପୁତ୍ର। ଢେଙ୍କାନାଳର ମିଶ୍ର ଘର ପୁଅ ଉତ୍ତମ ପୁତ୍ର।
ଆଉ ଅଧମ !
ଆଜ୍ଞା କହୁଛି।
ମୋ ଭଡ଼ାଘର ସାମ୍ନାର କଥା। ଟିକେ ଆଗରୁ ଲେଖିଛି ମୁଁ ବାପାଙ୍କ କଥା ଭାବି ଭାବି ଶୋଇଗଲି। ଏକୁଟିଆ ଲୋକ। ରୋଷେଇସାରି ମୋ ଘରେ କାମ କରୁଥିବା ବୁଢ଼ୀ ଖାଇବା ରଖି କେତେବେଳଠାରୁ ଚାଲିଗଲାଣି।
ପ୍ରତିଲିପିରୁ ପରିଚିତ କିଛି ଫ୍ୟାନ, ପ୍ରେମିକା ବା କିଛି ବି କହିପାରନ୍ତି, ହଠାତ ଫୋନ କଲେ। ନିଦ ଭାଙ୍ଗିଗଲା ଓ ଘର ବାହାରେ ପାଟି ଶୁଣାଯାଉଥିଲା। ଆଖିମଳି ଉଠି କହିଲି, ନା ଆଜି ମନଭଲ ନାହିଁ।
କିଛି ଲେଖିବାକୁ ମନହେଉଛି, କିନ୍ତୁ ବାହାରେ ପ୍ରବଳ ପାଟି ଗୋଳ। ସେ କହିଲେ ତା ଉପରେ ଲେଖି ଦିଅନ୍ତୁ।
ଚଳ ଚଞ୍ଚଳ ହେଲା ଲେଖା ଓ ଲେଖନୀ।
ଆଜିର ଦିନରେ ଅଧମ, ମଧ୍ୟମ, ଉତ୍ତମ ସମସ୍ତ ଶ୍ରେଣୀର ପୁତ୍ର, କନ୍ୟା ବାପାଙ୍କ ଉଦ୍ଦେଶ୍ୟରେ ଷ୍ଟାଟସ୍ ଭରି ଦିଅନ୍ତି।
ପ୍ରକୃତରେ ଏହି ଦିବସର ନାମକରଣ ଆମେରିକାରୁ ଆରମ୍ଭ। ଆମେରିକାର ୱିଲିଅମ ଜାକ୍ସନ ସ୍ମାର୍ଟଙ୍କ ଝିଅ ସୋନାରା ଯାହାଙ୍କ ଛଅ ଭାଇ ଭଉଣୀଙ୍କୁ ଜନ୍ମ ଦେଇ ମାଆ ଚାଲିଗଲେ। ବାପା ଓ ସୋନାରା ସେମାନଙ୍କୁ ମଣିଷ କରିଥିଲେ।୧୯୧୦ ମସିହା ଜୁନ ୧୯ କୁ ପିତୃଦିବସ ରୂପେ ପାଳନ କରାଯାଏ।
ଆଜି ଅଧମ ପୁଅ ଓ ଅପରିପକ୍ୱ ପିତୃତ୍ୱ ଉପରେ ଆଧାରିତ ଏହି ଘଟଣା।
ଆଜିକାଲି କୋଠାବାଡି, ଘୋଡ଼ା ଗାଡ଼ି ଗାଆଁ ଗାଆଁରେ ଉପଲବ୍ଧ। ଗାଡ଼ି ଚଲେଇବା ନଜାଣି ବି ସୁରଟ ଫେରନ୍ତା ବାଇକ୍ ଦାବି କରେ। ସେମିତି ମୋ ଭଡ଼ାଘର ସାମ୍ନାରେ ସୁନ୍ଦର ଘର କରି ଆସିଲେ ସୁରଟ ଫେରନ୍ତା ସୁରେନ୍ଦ୍ର ପରିବାର।
ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଓ ଏକମାତ୍ର ପୁତ୍ର ଆନନ୍ଦ। ନୂଆଁ ଗଢ଼ି ଉଠିଥିବା ସାହିରେ ଆଉ ଗୋଟିଏ ପରିବାର। ଭଲ ଲାଗିଲା। ଦିନେ ସନ୍ଧ୍ୟାରେ ପାଟିତୁଣ୍ଡ ଶୁଣି ବାହାରିଗଲି ମୁଁ। ଦେଖିଲି, ଆନନ୍ଦ ତା ବାପାକୁ ହାତ ଉଠେଇ ଦେଇଛି ଓ ବାପା ସୁରେନ୍ଦ୍ର ପାଟି କରୁଛନ୍ତି।
ସାହିର ଦୁଇ ତିନିଜଣ ବାର୍ତ୍ତାଳାପ କରୁଥିଲୁ ସୁରେନ୍ଦ୍ର ସହ। ଘରସାରା ଦୁର୍ଗନ୍ଧ। ପୁଅ ମଦ୍ୟପ ତା ସାଙ୍ଗକୁ ଘରେ ପରିସ୍ରା କରେ। ବାପା ସବୁ ସମ୍ପତ୍ତି ସାରି ଘର କଲେ କିନ୍ତୁ ପୁଅର ଅର୍ଥରେ ଘର ଚାଲେ ।
ବୁଝାବୁଝି କରି ଘରକୁ ଫେରିଲୁ। କିଛିଦିନ ପରେ ପୁଣି ସେଇ ଘଟଣା। ମୁଁ ଲକ୍ଷ୍ୟ କଲି ସୁରେନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ସମ୍ପର୍କ ଭଲ ନଥିଲା। ସ୍ତ୍ରୀ, ପୁଅ ମିଶି ମାରଧର କରୁଥିଲେ ସୁରେନ୍ଦ୍ରକୁ।
ପାଟିତୁଣ୍ଡ ମାତ୍ରା ବଢୁଥିଲା ଓ ମୋର ଅଭ୍ୟାସରେ ପଡ଼ିଯାଇଥିଲା। ଅଶ୍ଳିଳ, ଅଶ୍ରାବ୍ୟ ଭାଷା। ମୋ ସାହିତ୍ୟ ଲେଖାର ବାଧକ ଥିଲା। କିଛିଦିନ ପରେ ମାଆ ପୁଅ ଘର ଛାଡ଼ି ଚାଲିଗଲେ। ସୁରେନ୍ଦ୍ର ଘରେ ଏକା। ସବୁବେଳେ ଘରେ ତାଲା ମାରି ସକାଳୁ ଯାଇ ରାତିରେ ଫେରେ। ମୁଁ ଭାବେ ବଞ୍ଚିବା ପାଇଁ ସଙ୍ଘର୍ଷ।
କିନ୍ତୁ......
ଦିନେ ଦେଖିଲି ମନ୍ଦିର, ମସଜିଦ ବୁଲି ମାଗଣା ଖାଇ ଶୋଇଯାଏ ସେ। ଆଶ୍ଚର୍ଯ୍ୟ ହୋଇଗଲି ମୁଁ। ଦିନେ ପଚାରିଲି, ଏତେବଡ ଘର ଅଥଚ ନା ଅଛି ଆସବାବପତ୍ର ନା ଅଛି ଖାଦ୍ୟ। ଏମିତି କାହିଁକି ? ସୁରେନ୍ଦ୍ର କହିଲା, ଆଜ୍ଞା, ମୋ ସ୍ତ୍ରୀ ଠିକ୍ ନୁହଁ। ସବୁବେଳେ ପରିଶ୍ରମ କରି ଅର୍ଥ ଯୋଗାଡ଼ରେ ଲାଗିଲି, ସ୍ତ୍ରୀ ପରପୁରୁଷ ସହ ସମ୍ପର୍କରେ। ପୁଅ ନଷ୍ଟ ହୋଇଗଲା। ବଳ ବୟସ ଗଲା ଆଉ କ'ଣ କରିବି ? ଘରଟା ବିକ୍ରି କଲେ ପୁଅ, ସ୍ତ୍ରୀ ନେଇଯିବେ ଆଉ ରହିବି କେଉଁଠି ? ସେମାନେ ସେୟା ଚାହାଁନ୍ତି।
ସମାଧାନ ନଥିଲା କିଛି। ମୋତେ ଲାଗିଲା ମୁଁ ଖାଲି ପୁତ୍ର କନ୍ୟା ତିନିପ୍ରକାରର ଭାବିଥିଲି କିନ୍ତୁ ଏହି ସୁରେନ୍ଦ୍ର ବି ଅଧମ ପିତା।
ଏକୋ ଦେବଃ କେଶବ,
ବା ଶିବୋ ବା,
ଏକା ନାରୀ ସୁନ୍ଦରୀ ବା ଦରୀ ବା,
ଏକଂ ମିତ୍ରମ ଭୂପତିର୍ବା ଯତି ବା,
ଏକୋ ବାସ: ପତ୍ତନେ ବା ବନେ ବା ।।
ବିଷ୍ଣୁ ହୁଅନ୍ତୁ ବା ଶିବ ହୁଅନ୍ତୁ, ଏକମାତ୍ର ଦେବତାଙ୍କୁ ଆରାଧନା କରିବ।ସୁନ୍ଦରୀ ହେଉ ବା ଅସୁନ୍ଦରୀ ହେଉ ଏକମାତ୍ର ସ୍ତ୍ରୀ ଗ୍ରହଣ କରିବ।ସେହିପରି ରାଜା ହୁଅନ୍ତୁ କି ତପସ୍ୱୀ ହୁଅନ୍ତୁ ଏକମାତ୍ର ମିତ୍ର ସ୍ଵିକାର କରିବ। ଗ୍ରାମ ହେଉ କି ବଣ ହେଉ ଏକମାତ୍ର ସ୍ଥାନରେ ବାସ କରିବ।
ବାପା ମାଆ !!
କଥାରେ ପରା ଅଛି;
ମାଆ ତୁମକୁ ଦୁନିଆଁ ଦେଖାଏ,
ବାପା ଦୁନିଆକୁ ତୁମକୁ ଚିହ୍ନାଏ।
ମାଆ ତୁମକୁ ଜୀବନ ଦିଏ,
ବାପା ତୁମକୁ ଜିଇବା ଶିଖାଏ ।
କିନ୍ତୁ ସବୁ ଘରେ ଶାନ୍ତି, ସବୁ ବାପା ମହାନ୍, ସବୁ ପ୍ରେମ ସଫଳ, ସବୁ କାହାଣୀ ସୁଖଦ ହୋଇନପାରେ। ମଝିରେ ମଝିରେ ଆନନ୍ଦ ଓ ତା ମାଆ ଆସନ୍ତି, ଘରଟି ସେମାନଙ୍କ ନାଆଁରେ କରିବାକୁ ଦାବି କରିବା ସହ ସୁରେନ୍ଦ୍ରକୁ ମାରପିଟ କରନ୍ତି।
ସେଇ ଦୁଇ ତିନିଦିନ ଲାଗେ ସତେ ଯେମିତି ସାହିରେ ଯାତ୍ରା ଚାଲିଛି। ତାପରେ ଖବର ପାଇଲି ସୁରେନ୍ଦ୍ରର ସ୍ତ୍ରୀ କେଉଁଆଡେ ଚାଲିଗଲା। ପ୍ରତ୍ୟହ ନୂତନ ନାଟକ ଆରମ୍ଭହେଲା । ସୁରେନ୍ଦ୍ର ପ୍ରତ୍ୟହ ରାତି ଫେରିଲା ପରେ ରାତିଅଧ ଯାଏଁ ବହୁତ ଜୋରରେ ପାଟି କରୁଥିଲା। ସାହିର କେହି ଆପତ୍ତି କଲେ ଅଭଦ୍ରାମି କରୁଥିଲା।
ସମୟ ଗଡ଼ି ଚାଲିଲା। ଆଜି ! ପ୍ରଚୁର ମଦ୍ୟପାନ କରି ଆସିଲା ସୁରେନ୍ଦ୍ରର ପୁଅ । କିଛି ଖଳ ପ୍ରକୃତିର ଲୋକ ବି ଚାହୁଁଥିଲେ ସେମାନଙ୍କ ଗଣ୍ଡଗୋଳରୁ ଘରଟି ନେଇଯିବାକୁ। ସାହିରେ ଆରମ୍ଭ ହେଲା ତାଣ୍ଡବ। ମଦ୍ୟପ ପୁଅ କଟୁରୀ ଧରି ଗଣ୍ଡଗୋଳ କରୁକରୁ କଟୁରୀରେ ଚୋଟ ଦେଲା ସୁରେନ୍ଦ୍ରକୁ। ଟଳି ପଡ଼ିଲା ସୁରେନ୍ଦ୍ର। ନିଶା ଛାଡିଗଲା ଆନନ୍ଦର । ପୋଲିସ୍ ନେଇଯାଇଥିଲେ ଆନନ୍ଦକୁ । ସରିଗଲା ପିତ୍ରୁଦିବସ ।
ମୁଁ ସାଧୁ, ସନ୍ଥ କି ସମ୍ପୂର୍ଣ୍ଣ ଭଲ ମଣିଷ ନୁହେଁ। କିନ୍ତୁ ବେଳେବେଳେ ମନ ଭାରାକ୍ରାନ୍ତ ହେଲେ ଲାଗେ ଆଜି ନିଜସହ ଅଥବା ଆଖପାଖରେ ଅଘଟଣ ଘଟିବ। ସେୟା ହିଁ ହୁଏ।
ଆଜିର ଘଟଣା ମୋ ମନରେ ଗଭୀର ରେଖାପାତ କଲା। ମଦ ନିଶାରେ ବାପାକୁ ହତ୍ୟା କଲା ପରେ ପୁଅର ଆଖିରେ ଅନୁତାପ ଲକ୍ଷ୍ୟ କଲି ମୁଁ। ଏଇୟା ବି ଜାଣେ ଆମେ ସମସ୍ତ କଥା ସମାପ୍ତ ପରେ ଚିନ୍ତନ କରୁ। କିନ୍ତୁ ଏସବୁ ଉପରେ ସଚେତନ ହେବା ଆବଶ୍ୟକ। ଆମେ ବି ବାପା, ମାଆ ହେଇଛେ ଅଥବା ହେବା। କିନ୍ତୁ ପୁଅକୁ ଦାମୀ ପୋଷାକ, ଦାମୀ ସ୍କୁଲ ଦେବାସହ ନିଜ ଭବିଷ୍ୟତ ବି ସୁରକ୍ଷିତ ରଖିବା ଆବଶ୍ୟକ।
କାରଣ ଆଜିକାଲି କାହା ଉପରେ ନିର୍ଭରଶୀଳ ହେବା ବୋକମୀ ବ୍ୟତିରେକ କିଛି ନୁହଁ।
ଯମୁନା ନଦୀରେ ତରୀ ଚାଲିଛି
ତରୀ ଭିତରେ ଆମର ରଥ।
ନଦୀ ସେପାରି ମଥୁରା ମାର୍ଗ, ହଁ କଂସର ମଥୁରା!!!
ମଥୁରାର ବନ୍ଦୀ ଶାଳାରେ ନାହାନ୍ତି ମୋର ଜନ୍ମଦାତା ପିତା ବସୁଦେବ ଓ ପୁତ୍ରବସ୍ଛଳା ଜନନୀ ଦେବକୀ।ଆଉ ପଛରେ ରହିଗଲା ମୋର ସ୍ମୃତି ବିଜଡ଼ିତ ଗୋପପୁର........!
ଯମୁନା କୂଳର ପଥର ଘାଟରେ ସଜଳ ନେତ୍ରରେ ବିଦାୟ ଜଣାଉ ନାହାନ୍ତି ମୋର ପ୍ରିୟ ନନ୍ଦବାବା, ମାଆ ଯଶୋଦା, ସାନମାଆ....., ସାଙ୍ଗମାନେ, ଆଉ ପ୍ରାଣପ୍ରିୟା ରାଧା...... ରାଧାରାଣୀ।।
କହିବାର ତାତ୍ପର୍ଯ୍ୟ ଏହା ଅତ୍ୟାଧୁନିକ କଳିଯୁଗ।ଏଠି ରାଧାରାଣୀ ଅପେକ୍ଷା କରେ କଳା କନ୍ହାଇର ଟଙ୍କାକୁ।କଥାରେ ଅଛି"ବିଭା ହେବା ଆଗୁ ଘଣ୍ଟା ଘଣ୍ଟା ଧରି ଚାହୁଁଥିଲା ଯିଏ ପଥ,ପାଖରୁ ତଡିବା ପାଇଁ ସିଏ ଏବେ କରେ ନିତି ଉତୁପାତ।।" ଏଠି ବସୁଦେବ ଓ ନନ୍ଦ ଅପେକ୍ଷା କରନ୍ତି ନିଜ ସୁଖ, ସ୍ୱ।ଚ୍ଛନ୍ଦ୍ୟକୁ ।
ଏଇଟା କଳିକାଳ। ଆଜିକାଲି ସାରଦିଆ ପରିବାକୁ ସାରଦିଆ ମସ୍ତିସ୍କ। ତେଣୁ ଖାଲି ପିତ୍ରୁ ଦିବସ ଉପରେ ଲେଖିଦେଲେ ବା ଆଜି ଦିନଟି ମନେ ପକେଇ ପ୍ରଚାର ପ୍ରସାର କରିଦେଲେ ଆମ କାମ ଶେଷ ଭାବିଲେ ହେବ ନାହିଁ। ଆମକୁ ବି ଚିନ୍ତନ କରିବାକୁ ହେବ । କାଲିର ପୁତ୍ର ଆଜିର ପିତା। ଚବିଶଘଣ୍ଟାର ବ୍ୟସ୍ତବହୁଳ ଜୀବନରୁ ଦଶମିନିଟ ଏସବୁ ଚିନ୍ତନ କଲେ ଆମେ ନିଶ୍ଚୟ କିଛି କରିପାରିବା।
ଆମ ସାମର୍ଥ୍ୟ ଅନୁସାରେ ବାପାଙ୍କ ପାଇଁ କିଛି କରିପାରିଲେ ହୁଏତ ଯୁବପିଢ଼ି କିଛିଟା ନିଶ୍ଚୟ ଶିଖିବେ। ଉଚ୍ଚାରଣ ଆଉ ଆଚରଣରେ ଶୁଦ୍ଧତା ନିତାନ୍ତ ଜରୁରୀ। ଆଜି ମୋ ଘର ସାମ୍ନାର ଘଟଣା ମୋ ଆଖି ସାମ୍ନାରେ ମୋ ଅନ୍ତରାତ୍ମାକୁ ଦୋହଲାଇ ଦେଲା।
ଭୁଲ ଠିକର ହିସାବ କରିବାର ସମୟ ଅଥବା ଅବକାଶ ନାହିଁ। ଦୁଃଖ ଲାଗେ ନିଜକୁ ମଣିଷ କହିବାକୁ। ଆଜିର ଘଟଣା ଦେଖି ଆଉ ଅଧିକ କିଛି ଲେଖିବାକୁ ମନ ବଳୁନାହିଁ।
କଥାରେ ପରା ଅଛି;
ମାଆ ତୁମକୁ ଦୁନିଆଁ ଦେଖାଏ,
ବାପା ଦୁନିଆକୁ ତୁମକୁ ଚିହ୍ନାଏ।
ମାଆ ତୁମକୁ ଜୀବନ ଦିଏ,
ବାପା ତୁମକୁ ଜୀଇଁବା ଶିଖାଏ ।
|
<urn:uuid:500961d4-b58b-4280-b369-45d647e0bb00>
|
CC-MAIN-2022-33
|
https://storymirror.com/read/oriya/story/baapaar-apmrtyyu/mlxxnn07
|
2022-08-19T23:06:55Z
|
s3://commoncrawl/crawl-data/CC-MAIN-2022-33/segments/1659882573849.97/warc/CC-MAIN-20220819222115-20220820012115-00603.warc.gz
|
ory
| 0.999873 |
Orya
| 1 |
{"ory_Orya_score": 0.9998733997344971}
|
ଲକ୍ଷ୍ନୌ: ରାସ୍ତା ପାର ହେଉଥିବା ବେଳେ ୨ଶିଶୁଙ୍କ ଉପରେ ଚଢ଼ିଗଲା ପୁଲିସ ଗାଡ଼ି। ଉତ୍ତରପ୍ରଦେଶ ପୁଲିସର ଏକ ଗାଡି ଏହି ଘଟଣା ଘଟାଇଛି। ଆଜି ବାଗପଟର ଏକ ବ୍ୟସ୍ତବହୁଳ ରାସ୍ତାରେ ଦୁଇ ଜଣ ପିଲା ରାସ୍ତା ପାର ହେଉଥିବା ବେଳେ ଉତ୍ତରପ୍ରଦେଶ ପୁଲିସର ଏକ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ପରେ ତୁରନ୍ତ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।
— Baghpat Police (@baghpatpolice) November 13, 2022
ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ କ୍ଲିପ୍ ଭାଇରାଲ ହୋଇଛି। ଏଥିରେ ଦେଖାଯାଇଛି ଯେ, ଏକ କଳା ରଙ୍ଗର ପୁଲିସ୍ ରେସପନ୍ସ ଭେଇକିଲ୍ (ପିଆରଭି) ରାସ୍ତାରେ ଯାଉଥିବାବେଳେ ଦୁଇ ପିଲାଙ୍କୁ ଧକ୍କା ଦେଉଛି। ପିଲାମାନଙ୍କୁ ଧକ୍କା ଦେବା ପରେ ଗାଡିଟି ଅଟକି ଯାଉଛି। ଏହା ପରେ ରାସ୍ତାରେ ଥିବା ଲୋକମାନେ ପିଲାମାନଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସୁଛନ୍ତି।
#baghpatpolice
सोशल मीडिया पर वायरल हो रही थाना बागपत क्षेत्रान्तर्गत पीआरवी द्वारा बच्चों से टक्कर की वीडियो के संबंध में श्रीमान पुलिस अधीक्षक महोदय द्वारा दी गयी बाइट।@Uppolice https://t.co/3FIaKmkCzz pic.twitter.com/z6vegb9oUq
— Baghpat Police (@baghpatpolice) November 13, 2022
ଘଟଣା ପରେ ପୁଲିସର ଏକ ବିବୃତି ଜାରି କରି କହିଛି ଯେ, ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ପିଲାମାନେ କେବଳ ସାମାନ୍ୟ ଆହତ ହୋଇଛନ୍ତି ଏବଂ ତୁରନ୍ତ ଜନସାଧାରଣଙ୍କ ଦ୍ୱାରା ସେମାନଙ୍କୁ ଡାକ୍ତରଖାନା ନିଆଯିବା ପରେ ସେମାନେ ବିପଦ ମୁକ୍ତ ହୋଇଛନ୍ତି। ଏବେ ଉଭୟଙ୍କୁ ଡିସଚାର୍ଜ କରାଯାଇଛି।
|
<urn:uuid:0476fc7d-5aba-4324-a3a1-9d8696c39d3e>
|
CC-MAIN-2022-49
|
https://sambad.in/india-and-beyond/on-camera-police-suv-rams-2-children-while-crossing-road-in-up-906229/
|
2022-11-30T08:16:11Z
|
s3://commoncrawl/crawl-data/CC-MAIN-2022-49/segments/1669446710733.87/warc/CC-MAIN-20221130060525-20221130090525-00374.warc.gz
|
ory
| 0.999475 |
Orya
| 1 |
{"ory_Orya_score": 0.9994750618934631}
|
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ର-ଗ୍ସ କୋଣ ଯାଞ୍ଚ କରୁଛି। ଏଥିରେ ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର ଏବଂ ରିୟା ଚକ୍ରବର୍ତ୍ତୀଙ୍କ ପରେ ରକୁଲ ପ୍ରୀତ ସିଂଙ୍କ ଭଳି ବଲିଉଡ ଅଭିନେତ୍ରୀମାନେ ସାମିଲ ଅଛନ୍ତି। ଆଜି ଏନସିବି ଦୀପିକା ପାଦୁକୋନ, ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ପଚରାଉଚରା ପାଇଁ ଡାକିଥିଲେ। ଏଥିରେ ଦୀପିକା ପାଦୁକୋନଙ୍କୁ 6 ଘଣ୍ଟା ଧରି ଏନସିବି ପଚରାଉଚରା କରିଥିଲା।
ମୋର ଡ୍ର-ଗ୍ସ ସହିତ ଚାଟ୍ ହୋଇଛି, କିନ୍ତୁ ମୁଁ ଡ୍ର-ଗ୍ସ ନେଇନାହିଁ – ଦୀପିକା
ଏହି ପଚରାଉଚରା ବେଳେ ଦୀପିକା ତାଙ୍କ ଏବଂ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ମଧ୍ୟରେ ଡ୍ରଗ୍ ଚାଟ କୁ ସ୍ୱୀକାର କରିଥିଲେ। ତେବେ ସେ ନିଜେ ସ୍ପଷ୍ଟ କରିଛନ୍ତି ଯେ ସେ ନିଜେ କୌଣସି ଡ୍ର-ଗ୍ସ ସେବନ କରିନାହାଁନ୍ତି। ଏହି ଅନୁସନ୍ଧାନ ପରେ ଦୀପିକା ଘରକୁ ଚାଲିଗଲେ। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ସେ ନିଜ ପାଇଁ 12 ଓକିଲଙ୍କ ଏକ ଟିମ୍ ଗଠନ କରିଛନ୍ତି | ଏହା ମଧ୍ୟ କୁହାଯାଉଛି ଯେ ଦୀପିକା ଲିଖିତ ଭାବେ କୌଣସି ବିବୃତ୍ତି ଦେଇନାହାଁନ୍ତି। ଏନସିବି କାର୍ଯ୍ୟାଳୟରୁ ବାହାରକୁ ଯାଉଥିବା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
— ANI (@ANI) September 26, 2020
ଧର୍ମା ପ୍ରଡକ୍ସନର ପ୍ରଡ୍ୟୁସର ଗିରଫ
ଏହା ବ୍ୟତୀତ ଧର୍ମା ପ୍ରଡକ୍ସନର କାର୍ଯ୍ୟନିର୍ବାହୀ ଉତ୍ପାଦକ ଶ୍ରୀଜୀ ରବି ପ୍ରସାଦଙ୍କୁ ଏନସିବି ଗିରଫ କରିଛି। ଖବର ଅନୁଯାୟୀ, ଏନସିବି ତାଙ୍କ ଘରେ ଗଞ୍ଜେଇ ପାଇଥିଲା ।
Dharma Productions executive producer Kshitij Ravi Prasad to be arrested by Narcotics Control Bureau soon, in connection with a drug probe. Formalities are being completed.
— ANI (@ANI) September 26, 2020
ଶ୍ରଦ୍ଧା କପୁର କ'ଣ କହିଥିଲେ?
ଶ୍ରଦ୍ଧା କପୁରଙ୍କ ବିଷୟରେ ସେ ସୁଶାନ୍ତଙ୍କ ପାର୍ଟିରେ ଯୋଗଦେବା କଥା ସ୍ୱୀକାର କରିଛନ୍ତି କିନ୍ତୁ ପାର୍ଟିରେ ସେ କୌଣସି ପ୍ରକାରର ଡ୍ର-ଗ୍ସ ଖାଇ ନାହାଁନ୍ତି ବୋଲି କହିଛନ୍ତି। ଡ୍ର-ଗ୍ସ ଚାଟ୍ ବିଷୟରେ ସେ ରିୟାଙ୍କୁ କହିଥିଲେ ଯେ ରିୟା ତାଙ୍କ ଘରେ ଡ୍ରଗ୍ ଛାଡିଛନ୍ତି ଏବଂ ତା'କୁ ନେଇ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ଶୁକ୍ରବାର ଦିନ ଏନସିବି ପକ୍ଷରୁ ଚାରି ଘଣ୍ଟା ପଚରାଉଚରା କରାଯାଇଥିଲା।
|
<urn:uuid:f48d99dd-346c-48e1-b5d8-99f15eceac0a>
|
CC-MAIN-2023-06
|
http://odiatoday.in/pachara-uchara-samayre-narbhas-hele/
|
2023-02-03T14:29:40Z
|
s3://commoncrawl/crawl-data/CC-MAIN-2023-06/segments/1674764500056.55/warc/CC-MAIN-20230203122526-20230203152526-00555.warc.gz
|
ory
| 0.99996 |
Orya
| 1 |
{"ory_Orya_score": 0.9999599456787109}
|
New Parliament Inauguration: ପୁରୁଣା ସଂସଦଠୁ କେତେ ଭିନ୍ନ ନୂଆ ସଂସଦ ? ଜାଣନ୍ତୁ ପାର୍ଥକ୍ୟ
Published: May 25, 2023, 9:48 PM
New Parliament Inauguration: ପୁରୁଣା ସଂସଦଠୁ କେତେ ଭିନ୍ନ ନୂଆ ସଂସଦ ? ଜାଣନ୍ତୁ ପାର୍ଥକ୍ୟ
Published: May 25, 2023, 9:48 PM
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନର ଉଦଘାଟନ କରିବାକୁ ଯାଉଛନ୍ତି । ଉଦଘାଟନୀ ଉତ୍ସବ ଲାଗି ସମସ୍ତ ବିରୋଧୀ ଦଳକୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାସରିଛି । ଦେଶର ନୂତନ ସଂସଦ ଭବନରେ ମୋଟ ୧୨୭୨ଟି ସିଟ ରହିଛି । ଲୋକସଭାରେ ୮୮୮ଟି ସିଟ ଥିବାବେଳେ ରାଜ୍ୟସଭାରେ ୩୮୪ଟି ସିଟ ରହିଛି । ତେବେ ଆପଣ ଜାଣନ୍ତି କି ନୂତନ ଓ ପୁରାତନ ସଂସଦ ମଧ୍ୟରେ କଣ ରହିଛି ପାର୍ଥକ୍ୟ ? ଏହା ପରସ୍ପରଠାରୁ କିପରି ଭିନ୍ନ ? ନୂତନ ସଂସଦରେ କଣ ସୁବିଧା ରହିଛି ? ଆସନ୍ତୁ ଜାଣିବା ଉଭୟ ସଂସଦ ମଧ୍ୟରେ କଣ ସବୁ ପାର୍ଥକ୍ୟ ରହିଛି ।
ପୁରୁଣା ସଂସଦ ଭବନର ଶିଳାନ୍ୟାସ ୧୯୨୧ଫେବୃଆରୀ ୧୨ ତାରିଖରେ ହୋଇଥିବା ବେଳେ ସେହି ବର୍ଷ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ୬ ବର୍ଷ ପରେ ଅର୍ଥାତ ୧୯୨୭ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ସେହି ସମୟରେ ତତ୍କାଳୀନ ଭାଇସରାୟ ଲର୍ଡ ଇରୱିନ ସଂସଦର ଉଦଘାଟନ କରିଥିଲେ । ନୂଆ ସଂସଦ ଭବନର ଶିଳାନ୍ୟାସ ୨୦୨୦ ମସିହା ଡିସେମ୍ବର ୧୦ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା । ଏହାପରେ ଏପ୍ରିଲ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଚଳିତ ମାସ ୨୮ ତାରିଖରେ ଏହାର ଉଦଘାଟନ ହେବାକୁ ଯାଉଛି ।
କେତେ ହୋଇଛି ଖର୍ଚ୍ଚ ?
ପୁରାତନ ଓ ନୂତନ ସଂସଦ ଭବନର ନିର୍ମାଣ ଖର୍ଚ୍ଚ ସମ୍ପର୍କରେ ଆଲୋଚନା କଲେ ପୁରୁଣା ସଂସଦର ନିର୍ମାଣରେ ସେହି ସମୟରେ ୮୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏପରେ ନୂତନ ସଂସଦ ଭବନର ନିର୍ମାଣ ଖର୍ଚ୍ଚର ରିପୋର୍ଟ ଦେଖିଲେ ପ୍ରାୟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ନୂଆ ସଂସଦ ଭବନରେ ପବିତ୍ର ସେଙ୍ଗୋଲର ସ୍ଥାପନ ହେବାକୁ ଯାଉଛି । ଭାରତରେ ଯେତେବେଳେ ବ୍ରିଟିଶ ଶାସନର ଅବସାନ ଘଟିଥିଲା, ସେତେବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ବ୍ରିଟିଶମାନେ ଏହି ପବିତ୍ର ସେଙ୍ଗୋଲ ହସ୍ତାନ୍ତର କରିଥିଲେ । ଏହି ଐତିହାସିକ ସେଙ୍ଗୋଲକୁ ନୂତନ ସଂସଦରେ ମଧ୍ୟ ପ୍ରତିଷ୍ଠା କରାଯିବ ।
ଉଭୟ ସଂସଦ ଭବନର ଡିଜାଇନ କିପରି ଭିନ୍ନ ?
ପ୍ରତ୍ନତତ୍ତ୍ବବିତ ଏଡୱିନ ଲୁଟିୟଂସ ଓ ହର୍ବର୍ଟ ବେକର ପୁରୁଣା ସଂସଦ ଭବନର ଡିଜାଇନ ପ୍ରସ୍ତୁତ କରିଥିଲେ । ତେବେ ନୂଆ ସଂସଦ ଭବନର ଡିଜାଇନକୁ ଗୁଜୁରାଟର ଏକ କମ୍ପାନୀ ଏଚସିପି ଦ୍ବାରା କରାଯାଇଛି । ପୁରୁଣା ସଂସଦ ଭବନର ଆକାର ଗୋଲାକାର ରହିଥିବା ବେଳେ ଏହାର ବାହାର ପାର୍ଶ୍ବରେ ଥିଲା ୧୪୪ଟି ସ୍ତମ୍ଭ । ତେବେ ନୂଆ ସଂସଦ ଭବନର ଆକାର ତ୍ରିକୋଣୀୟ ରହିଥିବା ବେଳେ ୬୦ ହଜାର ଶ୍ରମିକ ଏହାର ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଥିଲେ ।
ରହିବନି ସେଣ୍ଟ୍ରାଲ ହଲ୍:-
ସଂସଦର ପୁରୁଣା ଭବନରେ ୫୬୬ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ନିର୍ମାଣ କରାଯାଇଥିଲା । ଏହାର କ୍ଷେତ୍ରଫଳ ୬୪,୫୦୦ ବର୍ଗମିଟର ରହିଥିଲା । ପୁରୁଣା ଭବନର ନିମ୍ନ ସଦନ ଲୋକସଭାରେ ୫୫୦ ସିଟ ରହିଥିବା ବେଳେ ଉଚ୍ଚ ସଦନ ରାଜ୍ୟସଭାରେ ୨୫୦ ବିଶିଷ୍ଟ ସିଟର ବ୍ୟବସ୍ଥା ହୋଇଥିଲା । ମାତ୍ର ନୂତନ ସଂସଦର ଲୋକସଭାରେ ୮୮୮ଟି ସିଟ୍ ରହିଥିବା ବେଳେ ରାଜ୍ୟସଭାରେ ୩୮୪ଜଣ ସଦସ୍ୟ ବସିବା ଲାଗି ସିଟର ବ୍ୟବସ୍ଥା କରାଯାଇଛି । ନୂଆ ସଂସଦ ଭବନରେ ସେଣ୍ଟ୍ରାଲ ହଲ୍ ରଖାଯାଇନାହିଁ । ସଂସଦର ଯୁଗ୍ମ ଅଧିବେଶନ ବେଳେ ଉଭୟ ସଦନର ଯେକୌଣସି ସ୍ଥାନରେ ଯୁଗ୍ମ ଅଧିବେଶନ ଆୟୋଜିତ ହୋଇପାରିବ ।
ସୂଚନା ଥାଉ କି ଆସନ୍ତା ୨୮ ତାରିଖରେ ଦେଶର ଗଣତନ୍ତ୍ରକ ମନ୍ଦିର ନବନିର୍ମିତ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବାକୁ ଯାଉଛନ୍ତି । ହେଲେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି ବିରୋଧୀ ଦଳ । ନୂଆ ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ବିଟ ପରେ ଦେଶର ୧୯ଟି ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନକୁ ବିରୋଧ କରିଛନ୍ତି । କଂଗ୍ରେସ, ଆପ, ତୃଣମୂଳ କଂଗ୍ରେସ, ଆରଜେଡି, ଜନତା ଦଳ (ୟୁ ), ସିପିଆଇ ଭଳି ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ସମାରୋହକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ନୂତନ ସଂସଦ ଭବନର ଉଦଘାଟନ ପାଇଁ ଦାବି କରିଛନ୍ତି ।
|
<urn:uuid:2b7cbfa7-2455-4cc3-85ff-0fbb8d9f9e72>
|
CC-MAIN-2023-23
|
https://www.etvbharat.com/oriya/odisha/bharat/know-the-key-differences-between-old-and-new-parliament-of-india/or20230525214810878878662
|
2023-05-29T07:49:55Z
|
s3://commoncrawl/crawl-data/CC-MAIN-2023-23/segments/1685224644817.32/warc/CC-MAIN-20230529074001-20230529104001-00404.warc.gz
|
ory
| 1.000002 |
Orya
| 1 |
{"ory_Orya_score": 1.0000019073486328}
|
ଜାତି, ଧର୍ମ, ବର୍ଣ୍ଣ, ବୟସ, କ୍ଷମତା, ଯୋଗ୍ୟତା ବା ଅବସ୍ଥାକୁ ନ ଦେଖିପାରୁଥିବା ଭାବନାଟି ହିଁ ପ୍ରେମ। ଏପରିକି ସାମ୍ନାରେ ଯିଏ ଅଛି ସିଏ ଜୀବନ୍ତ ନା କୌଣସି ସାମଗ୍ରୀ ତାହା ବି ଦେଖେନା ଭଲପାଇବା। ସେପରି ଏକ ଉଦାହରଣ ହେଉଛନ୍ତି ଆମାନ୍ଦ ଲିବର୍ଟି। ଏହି ମହିଳାଙ୍କ ବୟସ ୩୪ ବର୍ଷ। ଆମାନ୍ଦ ହେଉଛନ୍ତି ଇଂଲଣ୍ଡର ବାସିନ୍ଦା। ତାଙ୍କ କ୍ଷେତ୍ରରେ ଯାହା ଘଟିଛି ତାହା ସଂପୂର୍ଣ୍ଣ ନିଆରା। ଏବେ ଚର୍ଚ୍ଚା ପାଲଟିଛି ଆମାନ୍ଦଙ୍କ ପ୍ରେମ କାହାଣୀ। ମଜା କଥା ହେଉଛି, ସେ ନିକଟରେ କୌଣସି ବ୍ୟକ୍ତି ନୁହଁନ୍ତି ବରଂ ଜର୍ମାନର ଏକ ୯୧ ବର୍ଷର ଝୁମର ସହ ସଂପର୍କରେ ଥିବା ଘୋଷଣା କରିଛୁନ୍ତି। ଉକ୍ତ ଝୁମରଟିର ନାମ ସେ ଦେଇଛନ୍ତି ଲୁମିୟାର୍।
View this post on Instagram
ଇବେରୁ କିଣିଥିବା ଉକ୍ତ ଝୁମର ପ୍ରତି ନିଜର ପ୍ରେମ ପ୍ରମାଣ କରିବା ପାଇଁ ଆମାନ୍ଦ ନିଜ ହାତରେ ସେହି ଝୁମରର ଏକ ଟାଟୁ ବି କରିଛନ୍ତି। ସେ ତାଙ୍କ ଝୁମର୍ର ଟାଟୁକୁ ଇନ୍ଷ୍ଟାଗ୍ରାମରେ ସେୟାର୍ କରି ଟାଟୁ କରାଳିକୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି
ସେ ନିକଟରେ ଝୁମର ସହ ସଂପର୍କରେ ରହିଥିବା ଘୋଷଣା କରିବା ପରେ ଆଗାମୀ ଭବିଷ୍ୟତରେ ଏକ ପ୍ରତିବନ୍ଧତା ଉତ୍ସବ କରିବେ ବୋଲି ଆମାନ୍ଦ ଜଣାଇଛନ୍ତି। ବସ୍ତୁ-ପଦାର୍ଥ ପ୍ରତି ତାଙ୍କର ଅହେତୁକ ଆକର୍ଷଣ ହି ତାଙ୍କୁ ଏପରି କରିବାକୁ ବାଧ୍ୟ କରୁଛି ବୋଲି ଗବେଷଣାରୁ ଜାଣିବାକୁ ମିଳିୁଛି।
View this post on Instagram
ନିକଟରେ ଏକ ସାକ୍ଷାତ୍କାରରେ ଆମାନ୍ଦ କହିଛନ୍ତି କି ତାଙ୍କ ଘରେ ୩୦ ରୁ ଊର୍ଧ୍ୱ ଝୁମର୍ ରହିଛି। କେହି ବି ଝୁମର ଅନ୍ୟ ଝୁମରଙ୍କୁ ଈର୍ଷା କରନ୍ତି ନାହିଁ। କାହିିଁକି ନା, ସମସ୍ତେ ଜାଣନ୍ତି କି ସମସ୍ତଙ୍କୁ ଆମାନ୍ଦ ଭିନ୍ନ କାରଣ ହେତୁ ପ୍ରେମ କରନ୍ତି ବୋଲି ସେ ଜଣାଇଛନ୍ତି।
|
<urn:uuid:44507ba7-6167-4d8f-b78c-c1d0d64a5299>
|
CC-MAIN-2023-40
|
https://sambad.in/special/34-year-old-woman-gets-engaged-to-91-year-old-chandelier-253789/
|
2023-09-22T08:05:44Z
|
s3://commoncrawl/crawl-data/CC-MAIN-2023-40/segments/1695233506339.10/warc/CC-MAIN-20230922070214-20230922100214-00309.warc.gz
|
ory
| 0.999957 |
Orya
| 1 |
{"ory_Orya_score": 0.9999566078186035}
|
ଆଇନ୍ର ଉର୍ଦ୍ଧ୍ୱରେ ନୁହନ୍ତି ଗଣମାଧ୍ୟମ ସଂସ୍ଥା
ଜାତୀୟ ସ୍ତରର ଗଣମାଧ୍ୟମ ବି ଆୟକର ଓ ଜିଏସ୍ଟି ଚଢଉକୁ ସାମ୍ନା କରୁଛନ୍ତି
କିଛି ଦିନ ତଳେ ନନ୍ଦିଘୋଷ ଉପରେ ହୋଇଥିଲା ସେଌକ୍ଷଗ୍ଧ;୍ରାଲ ଜିଏସ୍ଟି ଚଢଉ
ସମ୍ବାଦର ତିନି ଶହ କର୍ମଚାରୀଙ୍କ ନାଁରେ ୧୦୦ କୋଟିର ଜାଲିଆତି
ଜାଲିଆ ସଂସ୍ଥା ସପକ୍ଷରେ ବାହାରିଛନ୍ତି କିଛି ସୁବିଧାବାଦି
ଭୁବନେଶ୍ୱର, : କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରିଥିବା ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ କ'ଣ ସେ ଆଇନର ଉର୍ଦ୍ଧ୍ୱରେ ବୋଲି ଗଣା ଯିବେ କି? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ।
ଡକ୍ଟର ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ କିଛି ମାସ ତଳେ ଦୈନିକ ଭାସ୍କର, ଏନଡିଟିଭି ସମେତ ଜାତୀୟ ସ୍ତରର ଅନ୍ୟ କେତେକ ଗଣମାଧ୍ୟମ ସଂସ୍ଥା ଉପରେ ଆୟକର ଏବଂ ଜିଏସଟି ପକ୍ଷରୁ ଚଢ଼ଉ ହୋଇଥିଲା । ସେମାନେ ଆଇନ ଅନୁଯାୟୀ ଏହାକୁ ସାମ୍ନା କରିଥିଲେ । ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥା ହେଲେ ବି ସେତେବେଳେ ତ କାହିଁ ସେମାନେ କେହି ଏହାକୁ ଆକ୍ରୋଶମୂଳକ ବୋଲି କହି ଏଭଳି ହୋହଲ୍ଲା କରିନଥିଲେ ।
ଚାରି ପାଞ୍ଚ ଦିନ ତଳେ ନନ୍ଦିଘୋଷ ଟିଭିର କାର୍ଯ୍ୟାଳୟରେ ମଧ୍ୟ ସେଌକ୍ଷଗ୍ଧ;୍ରାଲ ଜିଏସଟି ପକ୍ଷରୁ ଅଚାନକ ଚଢଉ କରାଯାଇଥିଲା । ଏହା ଅପ୍ରତ୍ୟାଶିତ ଥିଲେ ମଧ୍ୟ ଏହି ଚଉଢକୁ ସେମାନେ ଆକ୍ରୋଶମୂଳକ କହି ବିରୋଧ କରିନଥିଲେ କି ନିଜ ଚ୍ୟାନେଲରେ ଏହାକୁ ବିରୋଧ କରି ଖବର ପ୍ରସାରଣ କରି ନଥିଲେ । ବରଂ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସେଌକ୍ଷଗ୍ଧ;୍ରାଲ ଜିଏସଟି ଅଫିସରମାନେ କାଗଜପତ୍ର ଯାଞ୍ଚ କରି ଫେରି ଯାଇଥିଲେ । ତେଣୁ ନନ୍ଦିଘୋଷ ହେଉ କି ସମ୍ବାଦ, କୌଣସି ଗଣମାଧ୍ୟମ ସଂସ୍ଥା ଆଇନର ଉର୍ଦ୍ଧ୍ୱରେ ନୁହନ୍ତି ।
ସମ୍ବାଦ ଉପରେ ତାଙ୍କ ନିଜ ସଂସ୍ଥାର କର୍ମଚାରୀମାନେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତିର ଅଭିଯୋଗ ଆଣିଛନ୍ତି । ଠକାମିର ଶିକାର ହୋଇଥିବା ଏଭଳି କର୍ମଚାରୀଙ୍କ ସଂଖ୍ୟା ୩୦୦ ବୋଲି କୁହାଯାଉଛି ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ଅଛନ୍ତି । ତେଣୁ ପ୍ରାୟ ୧୦୦ କୋଟି ଟଙ୍କାର ଏହି ଜାଲିଆତିର ଉପଯୁକ୍ତ ତଦନ୍ତ ହେବାରେ ଅସୁବିଧା କେଉଁଠି? ଯଦି ସେମାନେ କିଛି ଜାଲିଆତି କରିନାହାନ୍ତି ତେବେ ତଦନ୍ତକୁ ସାମ୍ନା କରିବାକୁ ଡରୁଛନ୍ତି କାହିଁକି?
ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଆସିଥିବା ଏହି ବଡ଼ ଧରଣର ବ୍ୟାଙ୍କ ଋଣ ଜାଲିଆତି ଅଭିଯୋଗର ତଦନ୍ତ ଆରମ୍ଭ ହେବା ପରେ ଯେଉଁମାନେ ତାଙ୍କ ପକ୍ଷ ନେଇ ଓକିଲାତି କରିବାକୁ ବାହାରିଛନ୍ତି, କିଛି ଜାଲିଆତି ହୋଇନାହିଁ ବୋଲି ସେମାନେ ଜାଣିଲେ କେମିତି? ଏନେଇ ସେମାନେ କେଉଁ ଆଧାରରେ ତାଙ୍କୁ କ୍ଲିନ୍ ଚିଟ୍ ଦେଇ ପକାଉଛନ୍ତି ବୋଲି ଡକ୍ଟର ମହାନ୍ତି ପ୍ରଶ୍ନ କରିଛନ୍ତି ।
ତଦନ୍ତକୁ ସାମ୍ନା କରିବାକୁ ଏତେ ଡର କାହିଁକି ?: ବିଜେଡି
ଆଇନ୍ର ଉର୍ଦ୍ଧ୍ୱରେ ନୁହନ୍ତି ଗଣମାଧ୍ୟମ ସଂସ୍ଥା
|
<urn:uuid:d151af1a-5cd0-40b6-b924-e6ab486809aa>
|
CC-MAIN-2023-40
|
https://onakhabar.com/bjd-targeted-soumya-ranjan-pattanaik/
|
2023-09-24T21:43:24Z
|
s3://commoncrawl/crawl-data/CC-MAIN-2023-40/segments/1695233506669.30/warc/CC-MAIN-20230924191454-20230924221454-00359.warc.gz
|
ory
| 0.999983 |
Orya
| 1 |
{"ory_Orya_score": 0.9999829530715942}
|
ଜରି ଗୋଟାଳି
ଜରି ଗୋଟାଳି
ଅଶିକ୍ଷିତ ପରିବାର ନାହିଁ କିଛି ରୋଜଗାର
ବୟସ ହୋଇନି ଅଠର,
କୁନି କୁନି ଦୁଇ କର ଟେକୁଥାଏ ବୋଝଭାର
ଭୋକରେ ଜଳୁଛି ଉଦର ।।
ଚାଲୁ ଥାଏ ଜୋତା ବିନା ଚିର ଫଟା ପିନ୍ଧା କନା
ଦୁର୍ଗନ୍ଧ ବି ଦେହ ବାସନା,
କଷ୍ଟ ପାଇ କରିନିନା ଅଳିଆ ତା ପାଇଁ ସୁନା
ନର୍ଦ୍ଦମାରେ ହୁଏ ଅସନା ।।
ପାହାନ୍ତାରୁ ଛାଡ଼େ ଘର ହୋଇଥାଏ ବାର ଦ୍ୱାର
ଜରି ଉପରେ ତା ନଜର,
ହୋଇଗଲେ ଅନ୍ଧକାର ଫେରି ଆସେ ତର ତର
ଜରି ଗୋଟାଳି ନାମ ତାର ।।
|
<urn:uuid:02ab2b90-6f6b-45ef-b242-0242611055e7>
|
CC-MAIN-2024-10
|
https://storymirror.com/read/oriya/poem/jri-gottaalli/9jl8i56n
|
2024-02-24T12:16:25Z
|
s3://commoncrawl/crawl-data/CC-MAIN-2024-10/segments/1707947474533.12/warc/CC-MAIN-20240224112548-20240224142548-00501.warc.gz
|
ory
| 0.999792 |
Orya
| 1 |
{"ory_Orya_score": 0.9997923970222473}
|
भारतीय हूं, मदद करें: PAK में उज्मा का यही कहना काफी था; पढ़ें पूरी कहानी
For more latest updates, download http://goo.gl/vcCDBL
भारतीय हूं, मदद करें: PAK में उज्मा का यही कहना काफी था; पढ़ें पूरी कहानी
For more latest updates, download http://goo.gl/vcCDBL
घर की छत पर सोलर पैनल लगाने पर मिलेगी 50% सब्सिडी, जितनी बिजली बनेगी उतना बिल माफ http://tz.ucweb.com/5_1FPeU
ପୁରୀ : ବିଭିନ୍ନ ଅଧିକାର ଦାବୀ ନେଇ ଗୁରୁବାର ପୁରୀ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ଦେବକୀ କିନ୍ନରଙ୍କ ନେତୃତ୍ୱରେ ଶତାଧିକ କିନ୍ନର ଏହି ବିକ୍ଷୋଭରେ ସାମିଲ ହୋଇ ସ୍ଲୋଗାନ ଦେବାସହ ପ୍ରତିବାଦ କରିଥିଲେ। ବିଭିନ୍ନ ଦାବୀନେଇ ଏହି କିନ୍ନର ମାନେ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧରଣା ଦେଇଥିଲେ। ବିଶେଷକରି ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତୃତୀୟ ଲିଙ୍ଗର ମାନ୍ୟତା ପାଇଥିବା କିନ୍ନର ମାନଙ୍କୁ ବିଭିନ୍ନ ଜିଲ୍ଲାରେ ହେଉଥିବା ରାଜ୍ୟରେ ଅନେକ ସୁବିଧା ସୁଯୋଗ ମିଳୁଛି। ହେଲେ ପୁରୀ ଭଳି ପର୍ଯ୍ୟଟନ ସ୍ଥଳୀରେ କିନ୍ନର ମାନଙ୍କୁ ନିର୍ଯ୍ୟାତନା ସହ ଭୋଟ ପରିଚୟ ପତ୍ର କି ଆଧାରକାର୍ଡ ଏଯାବତ୍ କରାଯାଇନାହିଁ। ତେଣୁ ପୁରୀ ଜିଲ୍ଳାରେ ୭ ଶହ କିନ୍ନର ମାନେ ଏହି ସମସ୍ୟାରରେ ଥିବାରୁ ତୁରନ୍ତ ସମାଧାନ କରିବାକୁ ଉପଜିଲ୍ଳାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଯଦି ଦାବୀ ପୁରଣ ନହୁଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବ ବୋଲି କହିଛନ୍ତି ସଂଘ।
ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲରେ ଆଇସିୟୁରେ ଜଣେ ବିଚାରଧୀନ କଏଦୀର ମୃତଦେହ ଗତକାଲିଠାରୁ ପଡ଼ିରହିଛି। ଗତକାଲି ଭୋର ୩ଟା ୫ମିନିଟରେ ସୁବାସ ପଟେଲ ନାମକ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିଲା। ସୁବାସଙ୍କ ମୃତ୍ୟୁପରେ ଆଇନତଃ ଔପଚାରିକତା ସମ୍ପୂର୍ଣ୍ଣ କରିବାରେ ବିଳମ୍ବ ଓ ମୃତକଙ୍କ ପରିବାର ଲୋକଙ୍କ ବିରୋଧ ଯୋଗୁଁ ଗତକାଲି ଠାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ। ଆଇସିୟୁର ବେଡରେ ମୃତଦେହ ପଡିରହିଛି।
ଏକ ଡାକାୟତି ଘଟଣାରେ ଅଭିଯୁକ୍ତ ସୁବାଷ ଗତ ୨୦୧୬ ଅକ୍ଟୋବର ମାସରୁ ସମ୍ବଲପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଆସୁଥିଲେ। ଜେଲରଙ୍କ କହିବା ଅନୁସାରେ ଗତ ୧୧ ତରିଖ ଦିନ ସୁବାସଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ସମ୍ବଲପୁର ସଦର ହସପିଟାଲ ଏବଂ ପରେ ୧୨ ତାରିଖରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରଯାଇଥିଲା। ବୁର୍ଲା ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ଘଟିଥିଲା। ଆଇସିୟୁରେ ଅନ୍ୟ ଗୁରୁତର ରୋଗୀମାନେ ଚିକିତ୍ସାଧୀନ ଥିବାରୁ ପାଖରେ ମୃତଦେହ ପଡ଼ିରହିବା ଘଟଣାକୁ ରୋଗୀଙ୍କ ସଂପର୍କୀୟମାନେ ନିନ୍ଦା କରିଛନ୍ତି।
New Delhi: After breaking the Box Office records with 'Baahubali 2: The Conclusion', Indian filmmaker SS Rajamouli has now stepped forward to support a noble cause. The 43-year-old director has reportedly donated Rs 6 lakh to promote cleanliness.
According to a TOI report, a cheque worth Rs 6 Lakhs was given to the deputy commissioner by Rajamouli for Ballari. The amount has been handed over in order to strengthen cleanliness activities there. Well, it is good to see celebrities contributing towards nation building in their own capacity.
ବ୍ରହ୍ମପୁର: ଓଡ଼ିଶାରେ ରାନସମୱେର ଭାଇରସ୍ ଅଟାକ୍ ହୋଇଛି। ବ୍ରହ୍ମପୁର ସିଟି ହସପିଟାଲ୍ ଇନଫରମେସନ୍ ମ୍ୟାନେଜମେଣ୍ଟ ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଏତଲା ଦେବା ପରେ ମାମଲା ରୁଜୁ ତଦନ୍ତ ଅାରମ୍ଭ କରିଛି ଟାଉନ୍ ଥାନା ପୋଲିସ୍। ସେପଟେ ଘଟଣାର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ଏକ ବିଶେଷଜ୍ଞ ଟିମ୍ ବ୍ରହ୍ମପୁର ଅଭିମୁଖେ ଆସୁଛି।
ସିଟି ହସ୍ପିଟାଲ୍ ଇନ୍ଫରମେସନ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇ ହ୍ୟାକର ୩୦୦ ଡଲାର ଦାବି କରିଥିବା କୁହାଯାଉଛି। ଡାକ୍ତରଖାନାର ମେଲ୍ ଅାଇଡିରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ମଧ୍ୟ ହ୍ୟାକ୍ କରାଯାଇଥିବା ଆଶଙ୍କା କରାଯାଉଛି। ଓଡ଼ିଶାରେ ରାନସମୱେର ଭାଇରସରୁ ରକ୍ଷା ପାଇବା ପାଇଁ ଗତକାଲି କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ୱାନାକ୍ରାଏ ରାନସମୱେର ଭାଇରସରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଆଡଭାଇଜରି କରିଛି। କିଭଳି କମ୍ପ୍ୟୁଟରକୁ ରକ୍ଷା କରାଯାଇ ପାରିବ ସେନେଇ ସମସ୍ତ ବିଭାଗକୁ ପରାମର୍ଶ ଜାରି କରାଯାଇଛି। ନିଜ ସିଷ୍ଟମକୁ ସବୁବେଳେ ଅପଡେଟ୍ ରଖିବା ସହ ଆଣ୍ଟି ଭାଇରସ୍ ସଫ୍ଟୱେରକୁ ଅପଡେଟ୍ କରିବାକୁ କୁହାଯାଇଛି। କମ୍ପ୍ୟୁଟରରେ ଥିବା ଡାଟାକୁ ନିୟମିତ ବ୍ୟାକ୍ଅପ୍ ରଖିବାକୁ ମଧ୍ୟ କୁହାଯାଇଛି। ସମସ୍ତ ଡାଟାର ବ୍ୟାକ୍ଅପ୍ ଅଫଲାଇନରେ ରଖିବାକୁ କୁହାଯାଇଛି। ସରକାରଙ୍କ ଡାଟା ସିଷ୍ଟମକୁ ରକ୍ଷା କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
|
<urn:uuid:730f0b36-4ea9-4c38-85d1-d240cad2e41b>
|
CC-MAIN-2017-22
|
https://odishanews24.wordpress.com/
|
2017-05-25T20:21:19Z
|
s3://commoncrawl/crawl-data/CC-MAIN-2017-22/segments/1495463608416.96/warc/CC-MAIN-20170525195400-20170525215400-00497.warc.gz
|
ory
| 0.999524 |
Orya
| 1 |
{"ory_Orya_score": 0.9995242357254028}
|
About
Contact
Dec 18, 2018
Home
ପ୍ରକୃତି
ଅର୍ଥନୀତି
ରାଜନୀତି
ଶାସନ
ଶିଳ୍ପ
ବାଣିଜ୍ୟ
ବିକାଶ
ସମାଜ
ଖବର
ବିଜ୍ଞାନ
କୃଷି
ଶିକ୍ଷା
ସ୍ବାସ୍ଥ୍ୟ
ବୃତ୍ତି
ଧର୍ମ
ଅନ୍ୟାନ୍ୟ
ଦର୍ଶନ
ପୁରାଣ
ସଂସ୍କୃତି
ଜନଜୀବନ
ଫିଚର
ମନୋରଞ୍ଜନ
କ୍ରୀଡା
ପାଞ୍ଜି
ମହତବାଣୀ
ହସକଥା
ଜନସାହିତ୍ୟ
କବିତା
କାହାଣୀ
Breaking News
୫୦ ହଜାର ଉପରେ ଘର ଭାଙ୍ଗିଲା ବୋଲି ବିଜେଡି ସରକାରର ଦାବି।
କ୍ଷୟକ୍ଷତି ପରିମାଣ ୨୭୦୦ କୋଟି ଟଙ୍କା ବୋଲି ପ୍ରଶାସନର ରିପୋର୍ଟ।
ଆହୁରି ୧୦ ଜଣ ନିଖୋଜ।
ତିତଲିରେ ଓଡ଼ିଶାରେ ହେଲା ୫୭ ଜଣଙ୍କ ପ୍ରାଣହାନୀ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିଲେ ମୃତ୍ୟୁଶୂନ୍ୟ ତିତଲି ପାଇଁ ସରକାର ପ୍ରସ୍ତୁତ।
ତିତଲି ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ନବୀନ ସରକାର ଦାବି କରୁଥିଲେ।
ବିଜେଡିର ଜବାବ, ମୋଦି ବି ତାଙ୍କ ଘରୁ ଆଣି ଦେଉନାହାନ୍ତି।
ବିଜପିର ଅଭିଯୋଗ, ନବୀନ ତାଙ୍କ ଘରୁ ଆଣି ଦେଉନାହାନ୍ତି।
ତିତଲି କ୍ଷୟକ୍ଷତି ନେଇ ରାଜନୀତିକ ବୟାନବାଜି ଜୋରଦାର।
ମୁଁ ମିଛ କହୁଥିଲେ କ୍ଷମା ମାଗିବି । ସତ କହୁଥିଲେ ରାଜ୍ୟ ସରକାର କ୍ଷମା ମାଗିବେ କି? ପ୍ରଶ୍ନ କଲେ ଧର୍ମେନ୍ଦ୍ର ।
ଶିଳ୍ପ
ଶିଳ୍ପ
ସବୁ ଖଣି ଲିଜ ବାତିଲ କର
200 views
Read more
ଥୁତୁକୁଡି ନରସଂହାରରୁ ଚେତିବା
307 views
Read more
ବରଗଡ ଇଥାନଲ ଜୈବ-ବିିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପିତ
257 views
Read more
କୋଡ଼ିଙ୍ଗାମାଳିରୁ ବକ୍ସାଇଟ ପାଇଲା ବେଦାନ୍ତ
275 views
Read more
ଓଡ଼ିଶା ସରକାରଙ୍କ ଉପରେ ରାଗିଲେଣି ଶିଳ୍ପପତି!
451 views
Read more
ବିଜୁଳି ଆଘାତରେ କାହିଁକି ମରୁଛନ୍ତି ଏତେ ଲୋକଁ
374 views
Read more
ବିଜୁଳି କ୍ଷତି ରୋକିବାରେ ଓଡ଼ିଶା ତଳେ
347 views
Read more
କଟକରେ ଖୋଲିଲା ସିଏନଜି ଫିଲିଂ ଷ୍ଟେସନ
365 views
Read more
ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଲେ ଧର୍ମେନ୍ଦ୍ର ପ୍ରଧାନ
345 views
Read more
ଅଧିକ ଶିଳ୍ପ, ଅଧିକ ବେକାର!
499 views
Read more
Page 1 of 6
«
1
2
3
4
5
6
»
|
<urn:uuid:92310743-a13f-421f-b744-a1fbe76fb546>
|
CC-MAIN-2018-51
|
https://samanyakathan.com/webpage/viewnews/10/0
|
2018-12-18T23:17:05Z
|
s3://commoncrawl/crawl-data/CC-MAIN-2018-51/segments/1544376829997.74/warc/CC-MAIN-20181218225003-20181219011003-00394.warc.gz
|
ory
| 0.999637 |
Orya
| 1 |
{"ory_Orya_score": 0.9996373653411865}
|
ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଡ୍ରଗ୍ସ ନେବାକୁ ଅସ୍ୱୀକାର କରିଛନ୍ତି। ସେ ସିଗାରେଟ୍ ନେଇଥିବା ସ୍ୱୀକାର କରୁଥିବା ବେଳେ ଡ୍ରଗ୍ସ ନେବାକୁ ଅସ୍ୱୀକାର କରିଥିବା ନାରକୋଟିକ୍ସ କଣ୍ଟ୍ରୋଲନ୍ ବ୍ୟୁରୋ (NCB)ର ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନ୍ସିବିର ପଚରାଉଚରା ବେଳେ ସାରା ସିଗାରେଟ୍ ନେଉଥିବା କଥା ସ୍ୱୀକାର କରିଥିଲେ। ତା ସହିତ କେଦାର ନାଥ ଫିଲ୍ମ ଶୁଟିଂ ବେଳେ ସେ ସୁଶାନ୍ତ ସିଂହଙ୍କ ନିକଟତର ହୋଇଥିବା କଥା ମଧ୍ୟ କହିଥିଲେ।
କେବଳ ସେତିକି ନୁହେଁ, ସୁଶାନ୍ତଙ୍କ ସହିତ ପାର୍ଟି କରିବା ଓ ତାଙ୍କ ଫାର୍ମହାଉସ୍କୁ ମଧ୍ୟ ଯାଇଥିବା ସାରା ସ୍ୱୀକାର କରିଥିବା ସୂଚନା ମିଳିଛି। ତେବେ ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗରେ ସେ କୌଣସି ଉତ୍ତର ଦେଇ ନଥିବା ସୂଚନା ମିଳିଛି। ସେହିଭଳି ଅଭିନେତ୍ରୀ ଶ୍ରଦ୍ଧା କାପୁର ମଧ୍ୟ ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କରିଛନ୍ତି।
ଏପଟେ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଧରି ଜେରା ହେବା ପରେ ଏନ୍ସିବି ଅଫିସ୍ ଛାଡ଼ିଛନ୍ତି ଦୀପିକା ପାଦୁକୋନ। ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ ମଧ୍ୟ ଜେରା ପରେ ଏନ୍ସିବି ଅଫିସ୍ରୁ ଫେରିଛନ୍ତି। ଡ୍ରଗ୍ସ କାରବାର ମାମଲାରେ ଦୀପିକାଙ୍କୁ ନୋଟିସ୍ କରାଯାଇଥିଲା। ଏନେଇ ସେ ଆଜି ସକାଳ ୯: ୪୫ ସମୟରେ ଏନ୍ସିବି ଅଫିସ୍ରେ ପହଞ୍ଚିଥିଲେ। ତେବେ ପଚରାଉଚରା ବେଳେ ମ୍ୟାନେଜର୍ କରିସ୍ମାଙ୍କ ସହିତ ଡ୍ରଗ୍ସ ସମ୍ପର୍କରେ ଆଲୋଚନା କରିଥିବା ସ୍ୱୀକାର କରିଛନ୍ତି ଦୀପିକା।
— ANI (@ANI) September 26, 2020
ଅନ୍ୟପଟେ ଡ୍ରଗ୍ସ କାରବାର ମାମଲାରେ କ୍ଷୀତିଜ୍ ପ୍ରସାଦଙ୍କୁ ଗିରଫ କରିଛି ଏନ୍ସିବି। କରନ ଜୋହରଙ୍କ ଧର୍ମାଟିକ୍ସ ଏଣ୍ଟର୍ଟେନ୍ମେଣ୍ଟରେ ଏକ୍ସକ୍ୟୁଟିଭ ପ୍ରଡ୍ୟୁସର ଭାବେ କାର୍ଯ୍ୟ କରୁଥିଲେ କ୍ଷୀତିଜ୍। ଏନେଇ ଗୁରୁବାର କ୍ଷୀତିଜ୍ଙ୍କୁ ନୋଟିସ କରିଥିଲା ଏନ୍ସିବି। ସେ ଶୁକ୍ରବାର ହାଜର ହେବା ସହିତ ଡ୍ରଗ୍ସ କାରବାରକୁ ଅସ୍ୱୀକାର କରୁଥିଲେ। ତେବେ କ୍ଷୀତିଜ୍ଙ୍କ ଘରୁ ଅଳ୍ପ ପରିମାଣରେ ଡ୍ରଗ୍ସ ଜବତ କରିଛି ଏନ୍ସିବି।
Actor Sara Ali Khan leaves from Narcotics Control Bureau zonal office in Mumbai, after over four hours
— ANI (@ANI) September 26, 2020
|
<urn:uuid:933a7305-3b9a-46de-b43a-9a2e0e8cc35f>
|
CC-MAIN-2020-45
|
https://khabar.odishatv.in/nation-and-world/sara-ali-khan-and-sradhha-kapoor-denies-consuming-drugs-say-sources-12/213295/
|
2020-10-31T01:24:23Z
|
s3://commoncrawl/crawl-data/CC-MAIN-2020-45/segments/1603107912593.62/warc/CC-MAIN-20201031002758-20201031032758-00486.warc.gz
|
ory
| 0.999926 |
Orya
| 1 |
{"ory_Orya_score": 0.9999258518218994}
|
ରାଜଧାନୀର କୋଭିଡ୍ ହସ୍ପିଟାଲରେ ସବୁ ଆଇସିୟୁ ଭର୍ତ୍ତି, ନୂଆ ରୋଗୀଙ୍କୁ ଆଇସିୟୁ ଶଯ୍ୟା ମିଳିବା ନେଇ ଅନିଶ୍ଚିତତା
ବଢ଼ିବ ଆଉ ୧୪୪୧ କୋଭିଡ୍ ଶଯ୍ୟା
ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ପ୍ରାୟ ୧୫୦ କରୋନା ରୋଗୀ ଆଇସିୟୁରେ ଭର୍ତି ହୋଇଛନ୍ତି। ତେଣୁ ଏବେ ଅନ୍ୟ କୌଣସି କରୋନା ରୋଗୀ ଗୁରୁତର ହୋଇ ପଡ଼ିଲେ, ତାଙ୍କ ପାଇଁ ଆଇସିୟୁ ଶଯ୍ୟା ମିଳିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ତେବେ କେତେ ଜଣ କରୋନା ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ।
ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ଗୁରୁତର ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ପରିସ୍ଥିତି ଏପରି ହୋଇଛି ଯେ ରାଜଧାନୀରେ ଥିବା ୨ଟି କୋଭିଡ୍ ହସ୍ପିଟାଲରେ ସମସ୍ତ ଆଇସିୟୁ ଶଯ୍ୟା ଭର୍ତି ହୋଇଯାଇଛି। ସେହିପରି କଟକରେ ଥିବା କୋଭିଡ୍ ହସ୍ପିଟାଲର ମଧ୍ୟ ପ୍ରାୟ ଆଇସିୟୁ ଶଯ୍ୟା ଭର୍ତି ହେବା ଉପରେ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କଟକ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବାରୁ ଅନେକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ୁଛି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏବେ ୩୫ଟି କୋଭିଡ୍ ହସ୍ପିଟାଲ ଥିବା ବେଳେ ୫୫୭୭ ଶଯ୍ୟା ରହିଛି। ଏଥିରେ ସମୁଦାୟ ୩୧୨ଟି ଆଇସିୟୁ ଶଯ୍ୟା ରହିଛି। ରୋଗୀଙ୍କ ସଂଖ୍ୟାରେ ହେଉଥିବା ବୃଦ୍ଧିକୁ ନଜରରେ ରଖି ଅଧିକ ୧୪୪୧ ଶଯ୍ୟା ବଢ଼ାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି।
ବଢ଼ିବ ଆଉ ୧୪୪୧ କୋଭିଡ୍ ଶଯ୍ୟା
ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ତେଣୁ ଆଗାମୀ ଦିନରେ ରୋଗୀଙ୍କ ପାଇଁ ଶଯ୍ୟାର ଅଭାବ ଦେଖା ଦେବାର ଆଶଙ୍କା କରି ରାଜ୍ୟ ସରକାର ଆଜି ଅତିରିକ୍ତ ୧୪୪୧ ଶଯ୍ୟା ପ୍ରସ୍ତୁତ ପାଇଁ ଅନୁମତି ଦେଇଛନ୍ତି। ହାଇଟେକ୍ ହସ୍ପିଟାଲରେ ଅତିରିକ୍ତ ୫ଶହ କୋଭିଡ୍ କେୟାର ସେଣ୍ଟର (ସିସିସି), ସମ୍ ହସ୍ପିଟାଲ ଓ ମେଡିକାଲ ପାଇଁ ୫ଶହ ଶଯ୍ୟା ଏବଂ ଜଟଣୀ ଓ ଜାମୁଝରୀରେ ୩ଶହ ଶଯ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ଏହାବାଦ୍ ନୀଳାଚଳ ଡିଏଚ୍ସି ପାଇଁ ୧୨୬ ଶଯ୍ୟା ସହିତ ୧୫ ଆଇସିୟୁ ପାଇଁ ଅନମୁତି ଦିଆଯାଇଛି।
ରାଜ୍ୟରେ ଏବେ ୩୫ଟି କୋଭିଡ୍ ହସ୍ପିଟାଲ ଥିବା ବେଳେ ଏଥିରେ ୫୫୭୭ ଶଯ୍ୟା ରହିଛି। ତେବେ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬କୁ ବୃଦ୍ଧି ପାଇଥିବା ବେଳେ ୪୦୮୭ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ଯଦି ଏହିଭଳି ଭାବେ ସଂଖ୍ୟା ବଢ଼ି ଚାଲିବ ତା'ହାଲେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟାର ଅଭାବ ଦେଖାଦେବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଅତିରିକ୍ତ ଶଯ୍ୟାକୁ ଅନୁମତି ଦିଆଯାଇଛି।
|
<urn:uuid:acf36994-5823-4a60-a657-354c96261f80>
|
CC-MAIN-2020-45
|
https://sambad.in/state/no-icu-vacancy-in-covid-hospitals-539257/
|
2020-10-19T22:45:05Z
|
s3://commoncrawl/crawl-data/CC-MAIN-2020-45/segments/1603107866404.1/warc/CC-MAIN-20201019203523-20201019233523-00066.warc.gz
|
ory
| 0.999977 |
Orya
| 1 |
{"ory_Orya_score": 0.9999771118164062}
|
ସଲିମ-ସୁଲେମାନଙ୍କ ଦ୍ୱାରା ପ୍ରେରଣାଦାୟକ BYJU ର ୟଙ୍ଗ ଜିନିୟସ୍ ସଙ୍ଗୀତ ସହିତ ଭାରତର ଉଜ୍ଜ୍ୱଳ ସୀତାରାଙ୍କ ଜନ୍ମ!
ପ୍ରତିଭା ଯାହା ଆପଣଙ୍କ ମନକୁ ଚକିତ କରିବ, ଏବଂ ସମାନ ଭାବରେ ସେଲିବ୍ରିଟିମାନଙ୍କୁ ଚକିତ କରିବ! ତାହା ହେଉଛି BYJU'S ର ୟଙ୍ଗ ଜିନିୟସ୍- A News18 ଇନିସିଏଟିଭ୍ ଶୀଘ୍ର କରିବାକୁ ଯାଉଛି।
ପ୍ରତିଭା ଯାହା ଆପଣଙ୍କ ମନକୁ ଚକିତ କରିବ, ଏବଂ ସମାନ ଭାବରେ ସେଲିବ୍ରିଟିମାନଙ୍କୁ ଚକିତ କରିବ! ତାହା ହେଉଛି BYJU'S ର ୟଙ୍ଗ ଜିନିୟସ୍- A News18 ଇନିସିଏଟିଭ୍ ଶୀଘ୍ର କରିବାକୁ ଯାଉଛି।
- News18 Odia
- Last Updated: January 12, 2021, 7:55 PM IST
ଭାରତ ଯୁବ ଉଦ୍ଭାବକ, ଇକୋ-ଯୋଦ୍ଧା, ଡାଟା ବୈଜ୍ଞାନିକ, ଜିମ୍ନାଷ୍ଟ, ନୃତ୍ୟଶିଳ୍ପୀ, ସାର୍ପସୁଟର୍ସ, ସଙ୍ଗୀତଜ୍ଞ, ପଶୁ ଉଦ୍ଧାରକାରୀ ଏବଂ ଅନ୍ୟାନ୍ୟରେ ପରିପୂର୍ଣ୍ଣ ଅଟେ। ସେମାନଙ୍କ ମଧ୍ୟରୁ ଅନେକ ଅଳ୍ପ ବୟସରେ କିଛି ଭିନ୍ନ କରିଥାନ୍ତି। BYJU'S ୟଙ୍ଗ ଜିନିୟସ୍ - A News18 ପଦକ୍ଷେପ। ଏଠାରେ ଏକ ଶୋ 'ଅଛି ଯାହା ଭାରତର କେତେକ କନିଷ୍ଠ ଏବଂ ଉଜ୍ଜ୍ୱଳ ସୀତାର ଉପରେ ଆଲୋକିତ କରିବ ଏବଂ ସେମାନଙ୍କ ପ୍ରତିଭାକୁ ଭାରତର କେତେକ ବୃହତ ଏବଂ ସ୍ୱୀକୃତିପ୍ରାପ୍ତ ନାମ ଦ୍ୱାରା 18 ଚ୍ୟାନେଲରେ ଯେପରିକି News18 India, CNN News18, History TV18, History TV18 ଏବଂ ସମସ୍ତେ ଉତ୍ସାହିତ କରିବେ ନେଟୱାର୍କର ଆଞ୍ଚଳିକ ଚ୍ୟାନେଲଗୁଡିକ।
ଟିଭିରେ 70 କୋଟି ଏବଂ ଡିଜିଟାଲରେ 20 କୋଟି ପହଞ୍ଚିବା ସହିତ ଦେଶର ସର୍ବବୃହତ ସମ୍ବାଦ ନେଟୱାର୍କ୍ ଭାବରେ ଆମେ BYJU'S ୟଙ୍ଗ ଜିନିୟସ୍ ଏକ ଅନନ୍ୟ ଆନ୍ଦୋଳନ ଭାବରେ ଉଭା ହେବାକୁ ଅପେକ୍ଷା କରିଛୁ ଯାହା ଭାରତର ଭବିଷ୍ୟତକୁ ପାଳନ କରିଥାଏ ଏବଂ ପିଲାମାନଙ୍କୁ ଅନୁସରଣ କରିବାକୁ ପ୍ରେରଣା ଯୋଗାଇଥାଏ। ସେମାନଙ୍କର ଉତ୍ସାହ ଏବଂ ଉତ୍କର୍ଷତା ପାଇଁ ଚେଷ୍ଟା କର "ମୟଙ୍କ୍ ଜେନ୍, ସିଇଓ - Hindi News, News18 Network କୁହନ୍ତି।
ଏହି ଅନନ୍ୟ ପଦକ୍ଷେପ ଯୁବ ପ୍ରବୃତ୍ତିର ସକରାତ୍ମକ ଏବଂ ଉଜ୍ଜ୍ୱଳ କାହାଣୀକୁ ହାଇଲାଇଟ୍ କରିବାକୁ ଚେଷ୍ଟା କରେ ଯାହା ଭାରତର ଅନ୍ୟତମ ବିଶ୍ୱସ୍ତ ନ୍ୟୁଜ୍ ନେଟୱାର୍କରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରସାରିତ ହେବ। ଏହି ଆଶ୍ଚର୍ଯ୍ୟଜନକ ପିଲାମାନଙ୍କୁ ସହର ଏବଂ ଭାଷାଗୁଡିକରେ ସଠିକ୍ ପ୍ରକାରର କେନ୍ଦ୍ର ପର୍ଯ୍ୟାୟ ଧ୍ୟାନ ଆଣିବା ପାଇଁ Network18 ହେଉଛି ଉପଯୁକ୍ତ ପଥ।
BYJU'S 'ୟଙ୍ଗ ଜିନିୟସ୍' କିକ୍ ଶିଶୁ ଦିବସରେ 'କଲ୍ ଫର୍ ଏଣ୍ଟ୍ରି' ପ୍ରମୋସନାଲ୍ ଅଭିଯାନ ସହିତ ଆରମ୍ଭ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଏଣ୍ଟ୍ରି ମିଳିଥିଲା। ଲଟ ମଧ୍ୟରୁ, ଅନ୍ତିମ ମନୋନୀତ ଯୁବ ପ୍ରତିଭାମାନେ 11 ଭାଗ ସାପ୍ତାହିକ ଶୋ'ରେ ପ୍ରଦର୍ଶିତ ହେବେ ଯାହା 16 ଶନିବାର 2021 ରୁ ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ News18 ନେଟୱାର୍କର 18 ଟି ଚ୍ୟାନେଲରେ ପ୍ରସାରିତ ହେବ ଏବଂ ରବିବାର ସକାଳ / ଅପରାହ୍ନରେ ପୁନରାବୃତ୍ତି ହେବ। ପ୍ରତ୍ୟେକ ଏପିସୋଡ୍ ବିଭିନ୍ନ କ୍ଷେତ୍ରରୁ ଏକାଡେମିକ୍, ପ୍ରଦର୍ଶନ କଳା, ପ୍ରଯୁକ୍ତିବିଦ୍ୟା, ଏବଂ କ୍ରୀଡା ପରି ଶିଶୁ ପ୍ରବୃତ୍ତି ପ୍ରଦର୍ଶନ କରିବ ଏବଂ ଦର୍ଶକଙ୍କୁ ସେମାନଙ୍କର ଯାତ୍ରା ଏବଂ କାହାଣୀ ମାଧ୍ୟମରେ ସେମାନଙ୍କ ଅନନ୍ୟ ପ୍ରତିଭା ପ୍ରଦର୍ଶନ କରିବ।
ଏଠାରେ ପ୍ରୋମୋ ଦେଖନ୍ତୁ:
ୟଙ୍ଗ ଜିନିୟସ୍ ସହିତ ହାତ ମିଳାଇବା ହେଉଛି ବିଶିଷ୍ଟ ସଙ୍ଗୀତ ରଚନା ସଲିମ୍ ଏବଂ ସୁଲେମାନ୍ ମର୍ଚାଣ୍ଟ ଯେଉଁମାନେ କୁହନ୍ତି, "ୟଙ୍ଗ ଜିନିୟସ୍ ପାଇଁ ସଙ୍ଗୀତ ରଚନା କରିବାର ସୁଯୋଗ ପାଇ ଆମେ ବହୁତ ଭାଗ୍ୟବାନ - ଏକ ଅବିଶ୍ୱସନୀୟ ଶୋ ଯାହା ଏକ ଅଦ୍ଭୁତ ପ୍ରତିଭା ଥିବା ପିଲାମାନଙ୍କୁ ଆବିଷ୍କାର ଏବଂ ପୋଷଣ କରିବାକୁ ଶକ୍ତି ପ୍ରଦାନ କରେ | ଅଳ୍ପ ବୟସ ମୁଁ ଖୁସି ଯେ News18 ଏବଂ BYJU'S କିଛି ଉତ୍ସାହିତ କରୁଛି ଯାହା ଆମ ଦେଶ ତଥା ସମାଜ ପାଇଁ ଏକ ଅନନ୍ୟ ଉପାୟରେ ସହାୟକ ହେବ। "
ସେମାନଙ୍କ ଅବିଶ୍ୱାସୀ ସଙ୍ଗୀତ 'ୟୁ ଆର୍ ଦି ବ୍ରାଇଟର୍ ସୀତାରା' ଅନେକ ଅବିଶ୍ୱାସନୀୟ କାହାଣୀ ପାଇଁ ପୃଷ୍ଠଭୂମି ସୃଷ୍ଟି କରେ। ସଲିମ-ସୁଲେମାନଙ୍କ ଦ୍ୱାରା ରଚନା ଏବଂ ଗାଇଥିବା ଏବଂ ଶ୍ରଦ୍ଧା ପଣ୍ଡିତଙ୍କ ଦ୍ୱାରା ଲିଖିତ ଏହି ସଙ୍ଗୀତ ଶୋ'ର ଶୁଭାରମ୍ଭ ଘୋଷଣା କରିଛି, ଯେଉଁଥିରେ ପିଲାମାନେ ନିଜ ମନରେ ରଖିଥିବା କିଛି ହାସଲ କରିପାରିବେ ଏବଂ ଉତ୍କର୍ଷତା ହାସଲ କରିପାରିବେ। ଏହି ଗୀତଟି ସମଗ୍ର ଭାରତର ଦର୍ଶକମାନଙ୍କୁ ଏହି ଯୋଗ୍ୟ ୟଙ୍ଗ ଜିନିୟସରେ ଯୋଗଦେବା ଏବଂ ଉତ୍ସବ ପାଳନ କରିବାକୁ ଆହ୍ୱାନ କରେ, କିନ୍ତୁ ଏହି ଶୋ ସହିତ ଜଡିତ ସମସ୍ତେ ନିଜ ଭିତରେ ପରିବର୍ତ୍ତନ ଦେଖି ସାରିଛନ୍ତି "ଉଭୟ ସୁଲେମାନ ଏବଂ ମୁଁ ଏଥିରେ ସହଯୋଗ କରିବାକୁ ସୌଭାଗ୍ୟବାନ ମନେ କରୁଛି। ଏହା ମଧ୍ୟ ଆମ ପାଇଁ ଏକ ଶିକ୍ଷଣ ଅଭିଜ୍ଞତା ବୋଲି ସଲିମ ମର୍ଚାଣ୍ଟ ଯୋଗ ଦେଇଛନ୍ତି।
ସଙ୍ଗୀତ ଉନ୍ମୋଚନ, ଭିପି - ମାର୍କେଟିଂ, BYJU'S ଅଟିତ ମେହେତା ମଧ୍ୟ କହିଛନ୍ତି, "ପ୍ରତ୍ୟେକ ପିଲା ଅତୁଳନୀୟ ଏବଂ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ଉପାୟ ଅଛି। ଆମେ ଆଶା କରୁଛୁ ଅଧିକ ଲୁକ୍କାୟିତ ପ୍ରତିଭାକୁ ଆମ ଦେଶ ପ୍ରଦାନ କରିବାକୁ ପଡିବ ଏବଂ ସେମାନଙ୍କୁ ନିଜ ଚାର୍ଟ କରିବାକୁ ଉତ୍ସାହିତ କରିବେ ଅଭିବୃଦ୍ଧି ଯାତ୍ରା। "
ଏହାକୁ ଏଠାରେ ଶୁଣନ୍ତୁ.
ଅନ୍ତିମ ପର୍ଯ୍ୟାୟରେ ଏହାକୁ ପ୍ରସ୍ତୁତ କରିଥିବା ପ୍ରତ୍ୟେକ ପିଲା ବିଭିନ୍ନ ବ୍ୟାଗଗ୍ରାଉଣ୍ତ ଏବଂ ଆଗ୍ରହରୁ ଆସିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ସାଧାରଣ ଲିଙ୍କ୍ ହେଉଛି ଯେ ସେମାନେ ସମସ୍ତେ ଅଦ୍ଭୁତପୂର୍ବ ଦକ୍ଷ। ଅମିତାଭ କାଣ୍ଟ, ସିଇଓ, ନୀତି ଆୟୋଗ, ପଦ୍ମ ଭୂଷଣ ଡକ୍ଟର ମଲ୍ଲିକା ସରାବାଇ, ସର୍ଦ୍ଦାର ସିଂ, ପୂର୍ବତନ ଭାରତୀୟ ହକି କ୍ୟାପଟେନ ଏବଂ ପରିଚାଳନା ସମ୍ପାଦକ ଶେରେନ ଭାନ, CNBC-TV18 ନେତୃତ୍ୱରେ ଏକ ଚୟନ ପ୍ୟାନେଲ୍ ସହିତ ଚୟନ ପ୍ରକ୍ରିୟା ଅବିଶ୍ୱସନୀୟ ଭାବରେ କଠୋର ହୋଇଥିଲା। ଏହି ପ୍ରୟାସ ଫଳପ୍ରଦ ହେବ କାରଣ 21ଟି ଶିଶୁ ପ୍ରୋଡିଜ୍ 11ଟି ଏପିସୋଡରେ ପ୍ରଦର୍ଶିତ ହୋଇଛି ଯାହା Network18 ଚ୍ୟାନେଲ୍ ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରସାରିତ ହେବ।
ଏହି ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଲେଣ୍ଡର ପେସ୍, ଦୁତି ଚାନ୍ଦ, ଶଙ୍କର ମହାଦେବନ୍, ରାଜକୁମାର ରାଓ, ପିଭି ସିନ୍ଧୁ, ସୋନୁ ସୁଦ, ସୋହା ଅଲି ଖାନ୍ ଏବଂ ବିରେନ୍ଦର ସେହୱାଗ୍ ଭଳି ବିଭିନ୍ନ କ୍ଷେତ୍ରର ସେଲିବ୍ରିଟି ଅଛନ୍ତି। ସେମାନେ ସେମାନଙ୍କ ଅଦ୍ଭୁତ ସେଲିବ୍ରିଟି ଶକ୍ତିକୁ ଏହି ଏକ-ଶୋ'ରେ ଆଣିବେ ଏବଂ ଭାରତକୁ ଏହି ଅବିଶ୍ୱସନୀୟ ପ୍ରତିଭାମାନଙ୍କୁ ପାଳନ କରିବାରେ ସହାୟତା କରିବେ, ଯାହା ଦର୍ଶକମାନଙ୍କୁ ଉତ୍ସାହିତ କରିବା ପାଇଁ ଉତ୍ସାହିତ କରିବ ଯେଉଁମାନେ ସେଠାରେ ଅଛନ୍ତି ଏବଂ ସେମାନଙ୍କ କାହାଣୀକୁ ନିଅନ୍ତି ଅପେକ୍ଷାର ଜଗତ।
ୟଙ୍ଗ ଜିନିୟସମାନଙ୍କ ସମୟ ବର୍ତ୍ତମାନ। ସେମାନଙ୍କୁ ସ୍ପଟଲାଇଟ୍ ଧରିବାରେ ସହାୟତା କରନ୍ତୁ!
#BYJUSYoungGenius ଅନୁସରଣ କରି କିମ୍ବା https://www.news18.com/younggenius/ ପରିଦର୍ଶନ କରି ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା କିଛି ସମ୍ମାନଜନକ କାହାଣୀକୁ ଟ୍ୟୁନ୍ କରନ୍ତୁ
ଏହା ଏକ ସହଭାଗୀ ପୋଷ୍ଟ।
|
<urn:uuid:7349fbef-ddad-46dd-a17d-f939a1221032>
|
CC-MAIN-2021-04
|
https://odia.news18.com/news/odisha/inspired-by-salim-suleman-byju-s-young-genius-music-with-the-birth-of-india-s-bright-sitar-2jdb-1201-jdb-21-37181.html
|
2021-01-20T06:15:42Z
|
s3://commoncrawl/crawl-data/CC-MAIN-2021-04/segments/1610703519923.26/warc/CC-MAIN-20210120054203-20210120084203-00488.warc.gz
|
ory
| 0.999997 |
Orya
| 1 |
{"ory_Orya_score": 0.9999966621398926}
|
ସାବଧାନ ! ଅନ୍ଲାଇନ୍ ପେମେଣ୍ଟରେ ଏମିତି ବି ଠକେଇ ହୁଏ
- ଛୁରୀ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
- ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା
- ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା
- ରାଜ୍ୟରେ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି
- କ୍ୟାମ୍ପସ ଖୋଲୁ ଖୋଲୁ ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ
- ଖରିଫ ଧାନ ସଂଗ୍ରହରେ ଅଚଳାବସ୍ଥା
- ସାବଧାନ ! ଅନ୍ଲାଇନ୍ ପେମେଣ୍ଟରେ ଏମିତି ବି ଠକେଇ ହୁଏ
ଛୁରୀ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ବାଲେଶ୍ୱର: ପୁଣି ଲଜ୍ଜା। ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ନିକଟ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକା ଜଣକ ଜଣେ ସମ୍ପର୍କୀୟ ଭାଇ ସହ ବଡ଼ଭଉଣୀ ଘରକୁ ଯାଉଥିଲା। ତେବେ ୨ ଅଚିହ୍ନା ଯୁବକ ଆସି ସଂପୃକ୍ତ ନାବାଳିକାଙ୍କୁ ଉଠାଇନେବା ସହ ପଞ୍ଚଲିଙ୍ଗେଶ୍ୱର ନିକଟରେ ଛୁରି ଦେଖାଇ ଗଣଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି।
ଏପରିକି ସଂପର୍କୀୟ ଭାଇକୁ ମାରପିଟ୍ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ୨ ଯୁବକଙ୍କ ବିରୋଧରେ ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।
ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା। ସ୍ପାଇସ୍ ଜେଟ୍ ଏୟାରଲାଇନ୍ସର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଭୁବନେଶ୍ୱରକୁ କୋଭିସିଲ୍ଡ ଟିକା ଆସିବ । ଏହି କନ୍ସାଇନ୍ମେଣ୍ଟରେ ୧୦ ଡୋଜ୍ ବିଶିଷ୍ଟ ୩୩ ହଜାର ୪୫୦ ଭାଏଲ୍ ଆସିବାର ଅଛି।
ସୂଚନା ଅନୁସାରେ ଏହି ଟିକା ଧରି ଆସୁଥିବା ବିମାନ ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ। ସେପଟେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି। ଏହାର ତୃତୀୟ ଦିନରେ ଆଜି ୧୯୨ଟି ସେସନ ହେବାର ବ୍ୟବସ୍ଥା ହୋଇଛି।
ସେହିପରି ଆସନ୍ତାକାଲି ୯୨ ଟି ସେସନ, ୨୧ ତାରିଖରେ ୪୩୬ଟି ସେସନ,୨୨ରେ ୧୪୧ସେସନ୍, ୨୩ରେ ୧୭୮ ଏବଂ ୨୫ ତାରିଖରେ ୨୭୯ ଟି ସେସନ ହେବ ଟିକାକରଣ ହେବ। ଏହିପରି ଭାବରେ ୨୫ ତାରିଖ ଭିତରେ ୧୬ ଶହ ୯୮ଟି ସେସନ୍ରେ ମୋଟ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ରାଜ୍ୟରେ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଶେଷ ବୁଲେଟିନ ଅନୁସାରେ ଗତକାଲି ୨୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଣ୍ଟିଗ୍ରେଡ୍ରୁ କମ୍ ଥିଲା। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦ ଦଶମିକ ୪ ଡିଗ୍ରୀ ସେଣ୍ଟିଗ୍ରେଡ୍ ରେକର୍ଡ ହୋଇଥିଲା। ସେପଟେ ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡ଼ି ଦେଖା ଯାଇପାରେ ବୋଲି ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ମୟୂରଭଂଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ ବୋଲି କୁହାଯାଇଛି। ଘନ କୁହୁଡ଼ି ଯୋଗୁଁ ହୁଏତ ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟମାନ ହୋଇନପାରେ। ତେଣୁ ଦୁର୍ଘଟଣାର ଆଶଙ୍କା ଅଛି। ଏଥିପାଇଁ ସତର୍କ ରହିବାକୁ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ତରଫରୁ ପରାମର୍ଶ ଦିଆଯାଇଛି। ଦୁଇ ଦିନ ତାପମାତ୍ରା କିଛି ବଢ଼ିବା ପରେ ପୁଣି ଜୋର୍ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।
ଅନ୍ୟପଟେ ଟିଟିଲାଗଡ଼ରେ ହାଡ଼ଭଙ୍ଗା ଶୀତ ସକାଳୁ ଘନ କୁହୁଡ଼ିରେ ଆଛାଦିତ ହୋଇଛି ସହର। ଏତେ କୁହୁଡ଼ି ଯେ, ରାସ୍ତାଘାଟ ମଧ୍ୟ ଠିକ ଭାବରେ ଦିଶୁ ନାହିଁ। ଶୀତରୁ ରକ୍ଷା ପାଇବା ପାଇଁ କିଏ ଗରମ ପୋଷାକ ପିନ୍ଧୁଛି ତ କିଏ ନିଆଁ ଜାଳି ଶୀତ ଦାଉରୁ ନିଜକୁ ରକ୍ଷା କରୁଛି। ଘନ କୁହୁଡ଼ି ଓ ପ୍ରବଳ ଶୀତ ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।
କ୍ୟାମ୍ପସ ଖୋଲୁ ଖୋଲୁ ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ
ଭୁବନେଶ୍ୱର: କ୍ୟାମ୍ପସ ଖୋଲୁ ଖୋଲୁ ବାଣୀବିହାରରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମୁହାଁମୁହିଁହୋଇଥିବା ସୂଚନା ମିଳିଛି। କ୍ୟାଣ୍ଟିନ୍ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ପରେ ଗୋପବନ୍ଧୁ ଛାତ୍ରାବାସର ଦୁଇ ଛାତ୍ରୀ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।
ଗୋଟିଏ ଗୋଷ୍ଠୀ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଥିବାବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରି ସେମାନଙ୍କ ଉପରେ ପାଲଟା ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଛାତ୍ର ଗୋଷ୍ଠୀ। ଏହାପରେ ଗୋଟିଏ ଗୋଷ୍ଠୀ ଗୋପବନ୍ଧୁ ହଷ୍ଟେଲ୍ ସାମ୍ନାରେ ଧାରଣାରେ ବି ବସିଥିଲେ। ଘଟଣା ପରେ ପିଜି କାଉନ୍ସିଲ୍ ଚେୟାରମ୍ୟାନ୍ ହଷ୍ଟେଲ୍ ସାମ୍ନାକୁ ଆସି ଧାରଣାରତ ଅନ୍ତେବାସୀଙ୍କୁ ବୁଝାସୁଝା କରିଥିଲେ। ଛାତ୍ର ଅଶାନ୍ତି ପରେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। କୋଭିଡ୍ କଟକଣା ପରେ ବନ୍ଦ ଥିବା ବିଶ୍ୱବିଦ୍ୟାଳୟ ଗତ ୧୧ ତାରିଖରେ ଖୋଲିଥିଲା।
ଖରିଫ ଧାନ ସଂଗ୍ରହରେ ଅଚଳାବସ୍ଥା
ବରଗଡ଼: ବରଗଡ଼ ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଚଳାବସ୍ଥା ଦେଖାଦେଇଛି। ଏହି ଧାନ ସଂଗ୍ରହକୁ ୨ ମାସ ବିତିଯାଇଥିଲେ ମଧ୍ୟ ଏବେ ଜିଲ୍ଲାର ବିଭିନ୍ନ ମାର୍କେଟ ୟାର୍ଡରେ ହଜାର ହଜାର ବସ୍ତା ଧାନ ବିକ୍ରି ହୋଇନପାରି ଖୋଲା ଆକାଶ ତଳେ ପଡ଼ି ରହିଛି। ଦିନ ଦିନ ଧରି ଶୀତ କାକରରେ ଚାଷୀମାନେ ଧାନକୁ ଜଗି ରହିଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି, ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନ ସରକଣ୍ଡା ମାର୍କେଟ ୟାର୍ଡ।
ଏଠାରେ ୨୭ ହଜାରରୁ ଅଧିକ ଧାନ ବସ୍ତା ପଡ଼ି ରହିଛି। ବହୁ ଚାଷୀଙ୍କର ଟୋକନ୍ ସମୟ ସୀମା ସରିଯାଇଥିବା ବେଳେ ଅନେକଙ୍କର ଟୋକନ୍ ଥିଲେ ମଧ୍ୟ ୟାର୍ଡର ଟାର୍ଗେଟ ସରିଯାଇଥିବାରୁ ଧାନ ଉଠାଯାଉନାହିଁ।
ସାବଧାନ ! ଅନ୍ଲାଇନ୍ ପେମେଣ୍ଟରେ ଏମିତି ବି ଠକେଇ ହୁଏ
ରାଉରକେଲା: ରାଉରକେଲାରେ ଏକ ଲାଇଭ ଠକେଇର ଭିଡିଓ ସିସିଟିଭିରେ କଏଦ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ ଶାଢ଼ୀ ଦୋକାନରୁ ଜିନିଷ କିଣି ଅନଲାଇନ୍ ପେମେଣ୍ଟର ଜାଲ ମେସେଜ୍ ଦେଖାଇ ଫେରାର ହୋଇଯାଇଛନ୍ତି। ରାଉରକେଲାର ଏଭଳି ଅଭିନବ ଠକେଇ ଘଟଣା ସାମ୍ନାକୁ ଆସିଛି।
ଖବର ଅନୁସାରେ, ଏହି ଦୁଇ ଅସାଧୁ ଯୁବକ ସ୍ଥାନୀୟ ଏକ ଶାଢ଼ି ଦୋକାନରୁ ୧୧ ହଜାର ୧୮୦ ଟଙ୍କାର ଜିନିଷ କିଣିଥିଲେ। ଏହାପରେ ସେମାନେ ଦୋକାନୀକୁ ୨ଶହ ଟଙ୍କା କ୍ୟାସ୍ ଦେଇ ବାକି ୧୧ହଜାର ଟଙ୍କା ଅନଲାଇନ୍ରେ ପ୍ରଦାନ କରିଥିବା ନେଇ ଜାଲ ମେସେଜ୍ ଦେଖାଇଥିଲେ। ଏହାପରେ ସେଠାରୁ ଫେରାର ହୋଇଯାଇଥିଲେ।
ଠକାମିର ଭିଡିଓ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ମୁହଁରେ ମାସ୍କ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ଠକାମର ଶିକାର ହେବା ଜାଣି ଥାନାରେ ଏତଲା ଦେଇଛନ୍ତି ଦୋକାନୀ।
|
<urn:uuid:98e6d00f-7f0b-47bf-b542-64e21f244dc5>
|
CC-MAIN-2021-10
|
https://khabar.odishatv.in/odisha/6-top-news-of-otv-should-not-miss/239062/
|
2021-03-04T21:00:11Z
|
s3://commoncrawl/crawl-data/CC-MAIN-2021-10/segments/1614178369523.73/warc/CC-MAIN-20210304205238-20210304235238-00547.warc.gz
|
ory
| 0.999972 |
Orya
| 1 |
{"ory_Orya_score": 0.9999719858169556}
|
କେନ୍ଦ୍ର ୫୦% ଟିକା ରାଜ୍ୟ ପାଇଁ କିଣିବ: ଆଉ ୫୦% ଟିକା ରାଜ୍ୟ ଓ ଘରୋଇ ସଂସ୍ଥା କିଣିବେ
କଟକଣା କୋହଳ ହେଲେ ବି ସଂକ୍ରମଣ ତଳମୁହାଁ ରହିବ: ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ଉତ୍ପାଦନ ହେଉଥିବା ୫୦ ପ୍ରତିଶତ କୋଭିଡ୍ ଟିକା କ୍ରୟ କରିବେ ଯାହାକି ରାଜ୍ୟମାନଙ୍କୁ ମାଗଣାରେ ଦିଆଯିବ ଏବଂ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ତାହା ବ୍ୟବହାର ହେବ। ଅନ୍ୟ ୫୦ ପ୍ରତିଶତ ଟିକା ରାଜ୍ୟ ସରକାର ଏବଂ ଘରୋଇ ସଂସ୍ଥା କ୍ରୟ କରିବେ। ଏହା ସହିତ ଆଗାମୀ ଦିନରେ ଭାରତରେ ଆଉ ୪ଟି ନୂଆ ଟିକା ଉପଲବ୍ଧ ହେବ ବୋଲି ନିତି ଆୟୋଗ ସଦସ୍ୟ ଡା. ଭି.କେ ପଲ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆଗକୁ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଦିନକୁ କୋଭିଡ୍ ଟିକାର ୧ କୋଟି ମାତ୍ରା ପ୍ରଦାନ କରାଯିବା ଲକ୍ଷ୍ୟରେ ପ୍ରୟାସ ଜାରି ରହିଛି ଏବଂ କିଛି ସପ୍ତାହ ମଧ୍ୟରେ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।
କଟକଣା କୋହଳ ହେଲେ ବି ସଂକ୍ରମଣ ତଳମୁହାଁ ରହିବ: ସରକାର
ଦ୍ବିତୀୟ ଡୋଜ୍ରେ ଭିନ୍ନ ଟିକା ନେଲେ ବଡ଼ ସଙ୍କଟ ହେବ ନାହିଁ
ଜୁନ୍ ଦ୍ବିତୀୟ ସପ୍ତାହରୁ ଆପୋଲୋ ହସ୍ପିଟାଲ୍ ମାଧ୍ୟମରେ ସ୍ପୁଟନିକ୍-ଭି ଉପଲବ୍ଧ
'ଆମର ପ୍ରୋଟୋକଲ ଅନୁଯାୟୀ ଉଭୟ ମାତ୍ରା ଗୋଟିଏ ଟିକାର ହେବା ଉଚିତ ଏବଂ ଏହା ସବୁଠି କଡ଼ାକଡ଼ି ଭାବେ ଲାଗୁ ହୋଇଛି। ତେବେ କୌଣସି କାରଣରୁ ଯଦି ଭୁଲ୍ରେ କେହିଁ ଭିନ୍ନ ଟିକା ନେଇଯାଏ ତା'ହେଲେ କୌଣସି ସାଂଘାତିକ ପ୍ରତିକ୍ରିୟା ହେବ ନାହିଁ ଏବଂ ଏଥିପାଇଁ ଚିନ୍ତିତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି। ଉତ୍ତର ପ୍ରଦେଶରେ କେତେକ ବ୍ୟକ୍ତିଙ୍କୁ ଭୁଲ୍ରେ ଦ୍ବିତୀୟ ଡୋଜ୍ ଦେବା ସମୟରେ ଭିନ୍ନ ଟିକା ଲାଗିବା ସଂପର୍କରେ ପଚରାଯିବାରୁ ଡା. ପଲ କହିଥିଲେ ଯେ ଏଭଳି ଘଟଣା ପାଇଁ ବିବ୍ରତ ହେବା ଅନାବଶ୍ୟକ। ଦେଶରେ ଏବେ ବିପୁଳ ମାତ୍ରାରେ ସ୍ପୁଟ୍ନିକ ଭି ଟିକା ପହଞ୍ଚି ସାରିଥିବାରୁ ଟିକାକରଣରେ ଏହାକୁ ସାମିଲ କରିବା ପାଇଁ ରଣନୀତି କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଜୁନ୍ ଦ୍ବିତୀୟ ସପ୍ତାହରୁ ଆପୋଲ ହସ୍ପିଟାଲ ମାଧ୍ୟମରେ ଦେଶବ୍ୟାପୀ ଏହି ଟିକା ଉପଲବ୍ଧ ହେବ ବୋଲି ଆପୋଲୋ ହସ୍ପିଟାଲର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶୋଭନା କାମିନେନି ଆଜି ସୂଚନା ଦେଇଛନ୍ତି।
ସ୍ପୁଟ୍ନିକ ଭି ଟିକାକୁ ପ୍ରଥମ ପର୍ଯ୍ୟାୟରେ ଘରୋଇ ସଂସ୍ଥାକୁ ଦିଆଯାଇଛି। ଅନ୍ୟପକ୍ଷରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତରେ କୋଭିଡ ସଂକ୍ରମଣର ଦ୍ବିତୀୟ ଲହର ଏବେ ତଳମୁହାଁ ହୋଇଛି। ଏଭଳି ସ୍ଥିତିରେ ଯଦି କଟକଣା କୋହଳ ହୁଏ ତାହା ସତ୍ତ୍ବେ ମଧ୍ୟ ତଳମୁହାଁ ସ୍ଥିତି ଜାରି ରହିବ । ବିଗତ ୨୦ ଦିନ ଧରି ସଂକ୍ରମଣ କମିବାର ଯେଉଁ ଧାରା ଜାରି ରହିଛି ତାହା ଦ୍ବିତୀୟ ଲହର ଥମିବାର ସଙ୍କେତ ଦେଉଛି। ୨୪ଟି ରାଜ୍ୟରେ ସକ୍ରିୟ ମାମଲା ସପ୍ତାହେ ହେଲା ଲଗାତାର କମିଚାଲିଛି। ଅନ୍ୟପକ୍ଷରେ କୋଭିଡ୍ ଟେଷ୍ଟିଂରେ ଯଥେଷ୍ଟ ବୃଦ୍ଧି ସତ୍ତ୍ବେ ସଂକ୍ରମଣ ହ୍ରାସ ହେଉଥିବା ଆଶ୍ବସ୍ତି ଆଣିଛି ବୋଲି ଅଗ୍ରୱାଲ କହିଛି।
|
<urn:uuid:7564439a-d40b-439b-b940-83815c6cf116>
|
CC-MAIN-2021-25
|
https://sambad.in/india-and-beyond/the-center-will-buy-50-of-the-vaccine-for-the-state-670337/
|
2021-06-19T18:56:50Z
|
s3://commoncrawl/crawl-data/CC-MAIN-2021-25/segments/1623487649688.44/warc/CC-MAIN-20210619172612-20210619202612-00363.warc.gz
|
ory
| 0.999997 |
Orya
| 1 |
{"ory_Orya_score": 0.9999969005584717}
|
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେଉଁ ପରି ଆପଣ ମାନେ ଜାଣି ଛନ୍ତି ଆମ ଦେଶ ର ସବୁଠୁ ବଡ ସିନେମା ଜଗତ କହିଲେ ବଲିଉଡ କୁ ହିଁ ବୁଝେଇ ଥାଏ । ସେହି ପରି ବେଳେ ଏଠାରେ ହଜାର ହଜାର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଦେଖିବା ପାଇଁ ମିଳେ । ତେବେ ଆଜି ଆମେ ଆପଣ ମାନଙ୍କ ସହିତ ସେହି ବଡ ମଞ୍ଚ ମାନେ ବଲିଉଡ ର କିଛି ଅଭିନେତ୍ରୀ ମାନଙ୍କ ବିଷ ରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଆସିଛୁ । ଏମିତି ରେ ବଲିଉଡ ରେ କାର୍ଯ୍ୟ କରୁ ଥିବା ସବୁ ଅଭିନେତ୍ରୀ ମାନେ ଦେଖିବା ପାଇଁ ବହୁତ ଗୋରା ହୋଇ ଥାନ୍ତି । ତେବେ ସେମାନଙ୍କ ମଧ୍ୟ ରୁ ଏମିତି ବି କିଛି ଅଭିନେତ୍ରୀ ମାନେ ଅଟନ୍ତି ଯେଉଁ ମାନେ ଅତ୍ୟନ୍ତ ଗୋରା ଅଟନ୍ତି । ତେବେ ଆସନ୍ତୁ ଜାଣିନେବା କେଉଁ ମାନେ ସେହି ଅଭିନେତ୍ରୀ ମାନେ ।
କରିନା କୋପୁର ।
ଏହି ଲିଷ୍ଟ ରେ ସର୍ବ ପ୍ରଥମେ ରହି ଥିବା ଅଭିନେତ୍ରୀ ହେଲେ କରିନା ଏବଂ ଆପଣଙ୍କୁ କହି ରଖୁଛୁ କି ବଲିଉଡ ରେ ବର୍ତମାନ ସମୟ ରେ ସବୁଠୁ ଗୋରା ଅଭିନେତ୍ରୀ ମାନଙ୍କ ମଧ୍ୟ ରୁ ଜଣେ ଅଟନ୍ତି । ତାଙ୍କର ଜଣ ଗୋଟିଏ କାଗଜ ପରି ଅଟେ ଏବଂ ଫେନ୍ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି ।
View this post on Instagram
ଅନୁଷ୍କା ଶର୍ମା ।
ଆପଣଙ୍କୁ ସୂଚନା ଦେବୁ କି ବର୍ତମାନ ସମୟ ରେ ଅନୁଷ୍କା ଶର୍ମା ବଲିଉଡ ର ଜଣେ ଟପ୍ ଅଭିନେତ୍ରୀ ବନି ସାରିଛନ୍ତି । ଏବଂ ସେ ବିରାଟ କୋଇଲି ଙ୍କୁ ବିବାହ କରିଛନ୍ତି । ଅନୁଷ୍କା ଶର୍ମା ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି । ଏବଂ ସେ ପୂରା ଦୁଧ ପରି ଗୋରା ଅଟନ୍ତି ।
View this post on Instagram
ତମନ୍ନା ଭାଟିଆ ।
ସେମିତି ରେ ମୁମ୍ବାଇ ରେ ଜନ୍ମ ନେଇ ଥିବା ତମନ୍ନା ବି କିଛି କମ୍ ନୁହନ୍ତି । ଆଜିର ସମୟ ରେ ଜଣେ ବଡ ସେଲିବ୍ରେଟି ଭାବେ ଜଣା ଜାଇ ଥିବା ବେଳେ ଦେଖିବା ପାଇଁ ସଂମ୍ପର୍ଣ୍ଣ କାଗଜ ପରି ଧଳା ଅଟନ୍ତି ।
ଜାକଲିନ୍ ଫରନାଣ୍ଡିଜ୍ ।
ଯଦି ଆମେ ଏଠାରେ ଆଉ ଜଣେ ଫେମସ୍ ଅଭିନେତ୍ରୀ ଙ୍କ ବିଷୟ ରେ କହିବା ତେବେ ନିଶ୍ଚିଚ ଭାବେ ସେ ହେଲେ ଜାକଲିନ୍ ଫରନାଣ୍ଡିଜ୍ ଏବଂ ସେ ମଧ୍ୟ ଦେଖିବା ପାଇଁ ସଂମ୍ପର୍ଣ୍ଣ ଭାବେ ସୁନ୍ଦର ଅଟନ୍ତି । ତାଙ୍କର ରଙ୍ଗ ସଂମ୍ପର୍ଣ୍ଣ ଧଳା ରଙ୍ଗ ପରି ।
View this post on Instagram
|
<urn:uuid:a89bc8e8-b2bd-4132-95d1-a25fcaa81262>
|
CC-MAIN-2021-39
|
https://enews23.com/2019/11/bollywood-actress-photo-see/
|
2021-09-26T15:46:23Z
|
s3://commoncrawl/crawl-data/CC-MAIN-2021-39/segments/1631780057882.56/warc/CC-MAIN-20210926144658-20210926174658-00540.warc.gz
|
ory
| 0.999994 |
Orya
| 1 |
{"ory_Orya_score": 0.9999942779541016}
|
ଆସିଲା ଅକ୍ଟୋବର ମାସର ଗାଇଡଲାଇନ୍ । ପୌରାଞ୍ଚଳରେ ପୂର୍ବଭଳି ଜାରି ରହିବ ନାଇଟ୍ କର୍ଫ୍ୟୁ । ରାତି ୧୦ଟାରୁ ସହରରେ ବନ୍ଦ ହେବ ଦୋକାନ ।
କନକ ବ୍ୟୁରୋ: ଅକ୍ଟୋବର ମାସ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର । ସଂକ୍ରମଣକୁ ଆଖି ଆଗରେ ରଖି ଗୁରୁବାର ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ନୂଆ ଗାଇଡଲାଇନ୍ ବାବଦରେ ସୂଚନା ଦେଇଛନ୍ତି । ଆଗକୁ ପାର୍ବଣ ଋତୁ ଥିବାରୁ ଏଥିପ୍ରତି ସତର୍କ ରହିବା ସହିତ କଡାକଡି କୋଭିଡ୍ ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅକ୍ଟୋବର ମାସର ଗାଇଡଲାଇନରେ ପୂର୍ବଭଳି ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।
ଅକ୍ଟୋବର ମାସର ଗାଇଡଲାଇନ୍ ନେଇ ଏସଆରସିଙ୍କ ପ୍ରେସମିଟ୍
ପୂଜା ପାର୍ବଣ ସମୟରେ ହେବନି ବଡ ଧରଣର ସମାବେଶ
ରାଜ୍ୟରେ କଡାକଡି ପାଳନ ହେବ କୋଭିଡ୍ ନିୟମ
ଅକ୍ଟୋବର ୧ରୁ ନଭେମ୍ବର ୧ ସକାଳ ୫ଟା ଯାଏଁ ନୂଆ ଗାଇଡଲାଇନ୍ ବଳବତ୍ତର
ପୌରାଞ୍ଚଳରେ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ#Unlock #Odisha #OctoberGuideline #KanakNews pic.twitter.com/gGdY98cVpd
— Kanak News (@kanak_news) September 30, 2021
ତାଙ୍କ କହିବା ମୁତାବକ, ଆମ ରାଜ୍ୟରେ ସଂକ୍ରମଣ କମିଛି । ହେଲେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହି ସମୟରେ ସତର୍କ ରହିବା ନିହାତି ଆବଶ୍ୟକ । ତେଣୁ ଅକ୍ଟୋବର ମାସର ଗାଇଡଲାଇନରେ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁକୁ ପୂର୍ବଭଳି ବଳବତ୍ତର ରଖିଛନ୍ତି । ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।
ଦୂର୍ଗାପୂଜା ସମୟରେ ଭୁବନେଶ୍ୱର ଓ କଟକରେ ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ
ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଟୁଇନ ସିଟିରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ
୧୦ ଦିନ ପାଇଁ ସ୍ୱତନ୍ତ୍ର ନିୟମ ଜାରି କଲେ ରାଜ୍ୟ ସରକାର
ସେପ୍ଟେମ୍ବର ମାସର ଗାଇଡଲାଇନ୍ ଅକ୍ଟୋବର ମାସରେ ବଳବତ୍ତର ରହିବ#Unlock #Odisha #KanakNews pic.twitter.com/oV1Ox1OPno
— Kanak News (@kanak_news) September 30, 2021
ତେବେ ଦୂର୍ଗାପୂଜା ପାଇଁ ସରକାର ଏହି ଗାଇଡଲାଇନରେ କିଛି ପରିବର୍ତ୍ତନ କରିଛନ୍ତି । ଅକ୍ଟୋବର ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଟୁଇନସିଟିରେ ନାଇଟ୍ କର୍ଫ୍ୟୁ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏହି ୧୦ ଦିନ ଦୂର୍ଗାପୂଜା ଥିବାରୁ ଭୁବନେଶ୍ୱର ଓ କଟକରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହି ନାଇଟ୍ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଦୂର୍ଗାପୂଜାକୁ ଆଖି ଆଗରେ ରଖି ସରକାର ଏହି ନୂଆ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି ବୋଲି ଏସଆରସି କହିଛନ୍ତି ।
|
<urn:uuid:b66d258c-8639-4fa3-b611-0443f7afa7d0>
|
CC-MAIN-2021-43
|
https://kanaknews.com/night-curfew-will-continue-in-city-area-as-before/
|
2021-10-18T14:00:23Z
|
s3://commoncrawl/crawl-data/CC-MAIN-2021-43/segments/1634323585203.61/warc/CC-MAIN-20211018124412-20211018154412-00007.warc.gz
|
ory
| 0.99992 |
Orya
| 1 |
{"ory_Orya_score": 0.9999195337295532}
|
ବିଜନତା
ବିଜନତା1 min 390 1 min 390
ସେଦିନର ଶୀତ ରାତି ତାରା ଭରା ଆକାଶ
ଅଦୂରେ "ଗାଇଲା କିଏ ଗୀତ" "ଭରା ପ୍ରେମ ରସ"
ବିଜନ ଲଗ୍ନେ ରାତି ଅନ୍ଧାରେ ଶୂନ୍ୟତାକୁ ଚିରି
ଉଲ୍ଲାସେ ସଙ୍ଗୀତ ଗାଉଛି ୟେ କେଉଁ ସୁନ୍ଦରୀ
ଦେବୀ, ମାନବୀ, ଅପ୍ସରୀ ସପନେ କେ ରଚେରାସ
ସେଦିନର ଶୀତରାତି ତାରା ଭରା ଆକାଶ ।।
ପରାଚି ଆକାଶେ ସୂର୍ଯ୍ୟ ସୁ-ପ୍ରଭାତୀ ବନ୍ଦନା
ଭାସିଆସେ ହୀଲ୍ଲୋଳରେ ଗାଏ ସେ କେଉଁ ଲଳନା
ଗୀତ ଛନ୍ଦେ ପଞ୍ଚମ ତାନରେ ମଧୂର ମୂର୍ଛନା
ସଙ୍ଗୀତ ଗାନ ରବମୟେ ଭାଙ୍ଗେ ବିଜନତା
ହୃଦୟ କମଳେ ସତେ ଢାଳି ଦେଉଛି ପୀୟୂଷ
ସେ ଦିନର ଶୀତ ରାତି ତାରା ଭରା ଆକାଶ ।।
ଚଉରା ମୂଳେ କିଏ ସଞ୍ଜେ ସଞ୍ଜବତୀ ଜାଳି
କାହା ପାଇଁ ପୂଜା ଫୁଲ ଧୂପ ଦୀପ ଭୋଗ ଥାଳି
ହୁଳହୁଳି ଦେଇ କରେ ବନ୍ଦାପନା କେଉଁ ଆଳି
ୟେ ବିଜନ ବେଳାରେ ସଞ୍ଜେ ଜଳାଇ ଦୀପାଳି
ବିଜନ ସଞ୍ଜରେ କରେ ଅନ୍ଧାରକୁ ଆଲୋକିତ
ସେଦିନର ଶୀତ ରାତି ତାରା ଭରା ଆକାଶ ।।
ବିଜନାତା ଭରା ରଜନୀ ଏକାକି ସଦନେ
ବିଷ କି ପୀୟୂଷ ଝରେ ୟେ ଅମୀୟ ଆମନ୍ତ୍ରଣେ
ପ୍ରତିତ ହୁଅଇ କିଏ ବା ଲୁଚିଛି କି ବିଜନେ
ପରୀ ରାଇଜ କୁଆଁରୀ ଆସିଛି କି ସପନେ
ମନରେ ଅନେକ ଭାବ କେତେ କେତେ ଅଭିଳାଷ
ସେଦିନର ଶୀତ ରାତି ତାରା ଭରା ଆକାଶ ।।
|
<urn:uuid:37a6e06c-ae2c-424f-9029-37861a465542>
|
CC-MAIN-2021-43
|
https://storymirror.com/read/oriya/poem/bijntaa/bgdrcnhy
|
2021-10-18T04:09:00Z
|
s3://commoncrawl/crawl-data/CC-MAIN-2021-43/segments/1634323585196.73/warc/CC-MAIN-20211018031901-20211018061901-00667.warc.gz
|
ory
| 0.986978 |
Orya
| 1 |
{"ory_Orya_score": 0.9869775176048279, "jun_Orya_score": 0.01304166205227375}
|
ତୁମେ ବିଜୟିନୀ ବୀର
ତୁମେ ବିଜୟିନୀ ବୀର1 min 386 1 min 386
ହାତଧରି ଯେବେ ଘରକୁ ଆଣିଲି
ଶଙ୍କା ଜାଗୁଥିଲା ମନ
ଅଜଣା-ଅଚିହ୍ନା ମଣିଷଟା ସହ
କେମିତି କାଟିବି ଦିନ ।
ନୂଆ-ନୂଆ ଥିଲା ମୌନଅବତୀ ଯେ
ଲାଜ ଲାଜ ତୁମ ଭାବ
ବାଦଲରେ ଯେଣେ ଜହ୍ନ ଲୁଚିଯାଏ
ସତେକି ଦୁରେଇ ଯିବ।
ପାଠୁଆ ବୋହୁ ମୋ ଚାକିରୀ କରୁଛି
କେମିତି ଚଳିବ ଘର
ଶାଶୁ- ନଣନ୍ଦଙ୍କ ଚିନ୍ତାର ବାହାରେ
ସବୁବେଳେ ଥିଲା ଡର ।
ସାଇ-ପଡିସା ଯେ ଘିଅ ଢାଳୁଥିଲେ
ନିରତ "ମା" କାନରେ
ପୁରୁଣା କାଳିଆ ମରହଟି ମଣିଷ
ନାଚୁଥିଲା ସେ ଗୀତରେ ।
ଝିମିଟି ଖେଳରୁ ମହାଭାରତର
ଆଦିପର୍ବ ଦିଶୁଥିଲା
ଶାଶୁ-ବୋହୁ ଡ୍ରାମା ବେହାଲ କରିବ
ଜାଣିଲି ସବୁ ସରିଲା ।
ବନ୍ଧୁ-ବାନ୍ଧବଙ୍କ ଭିଡ଼ ସବୁବେଳେ
ବିରତି ନାହିଁ ସେଥିରେ
ଝିଅ-ଝିଆଣିଆ ଯୌଥ ପରିବାର
ଖର୍ଚ୍ଚ ବଢେ 'ଫି-ମାସରେ' ।
ସବୁ ଡର-ଭୟ ଦୂର କରିଦେଲ
ସମ୍ଭାଳି ନେଲ ସେ ଘର
ଭଣଜା-ଭାଣିଜୀ, ଝିଆରୀ- ପୁତୁରା
ସଭିଙ୍କୁ କଲ ନିଜର ।
କେଉଁ ପଦ୍ମତୋଳା ଗାଇଲ କେଜାଣି
ମା ମୋ ତୁମ କଥାରେ
ବାନ୍ଧି ହେଇଗଲା ଛବି ନେନ୍ଥା ହୋଇ
ଗାଇଲା ତୁମରି ସୁରେ ।
ଯାହାକୁ ଯେମିତି ଲୋଡ଼ା ସନମାନ
ଦେଇ କରିଲ ନିଜର
ଅର୍ଧଙ୍ଗିନୀ ଆହେ ମୋ ପ୍ରାଣ-ପ୍ରତିମା
ତୁମେ ବିଜୟିନୀ ବୀର
ତୁମେ ବିଜୟିନୀ ବୀର ।
|
<urn:uuid:af47487c-a771-480e-b636-489c4d654f7c>
|
CC-MAIN-2021-49
|
https://storymirror.com/read/oriya/poem/tume-bijyyinii-biir/xsxy67za
|
2021-12-07T06:03:19Z
|
s3://commoncrawl/crawl-data/CC-MAIN-2021-49/segments/1637964363336.93/warc/CC-MAIN-20211207045002-20211207075002-00624.warc.gz
|
ory
| 0.99996 |
Orya
| 1 |
{"ory_Orya_score": 0.9999600648880005}
|
Goa Election: 38 ଆସନରେ ଲଢିବ ଶାସକ BJP
Goa Election: 38 ଆସନରେ ଲଢିବ ଶାସକ BJP
ପାଣାଜୀ: ଗୋଆ ବିଧାନସଭା ନିର୍ବାଚନ (Goa Assembly Election) ରେ ଶାସକ ଭାରତୀୟ ଜନତା ପାର୍ଟି (BJP) ମୋଟ 40 ଟି ଆସନରୁ 38 ଟି ଆସନରେ ନିର୍ବାଚନ ଲଢିବ । ଆସନ୍ତା ମାସ 14 ତାରିଖରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ (Goa Election) ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି । ଏନେଇ ଆଜି ଗୋଆ ଦାୟିତ୍ବରେ ଥିବା ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି ।
ରାଜ୍ୟର ମୋଟ 40 ଟି ବିଧାନସଭା ଆସନ ମଧ୍ୟରୁ 2 ଟି ଆସନ ବେନାଉଲିମ (Benaulim) ଓ ନୁଭେମ (Nuvem) ବିଧାନସଭା ଆସନରେ ଦଳ କୌଣସି ପ୍ରାର୍ଥୀ ଦେବ ନାହିଁ । ଉଭୟ ଆସନ ଇସାଇ ମତଦାତାଙ୍କ ପ୍ରଭାବ ଥିବା ବେଳେ ଏହା ବିଜେପି ବିରୋଧରେ ଯାଇଥାଏ । ଫଳରେ ଦଳ ବର୍ତ୍ତମାନର ସ୍ଥିତିକୁ ଦେଖି କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ।
ବର୍ତ୍ତମାନ ବେନାଉଲିମ ବିଧାନସଭା ଆସନରୁ ଚର୍ଚ୍ଚିଲ ଅଲେମାଔ (Churchill Alemao) ବିଧାୟକ ଅଛନ୍ତି । ଯିଏ ରାଷ୍ଟ୍ରବାଦୀ କଂଗ୍ରେସ(NCP ) ରୁ ନିର୍ବାଚନ ଲଢିଥିଲେ । କିନ୍ତୁ ଗତ କିଛି ଦିନ ତଳେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହାବାଦ ନୁଭେମ ବିଧାନସଭା ଆସନରୁ ୱିଲଫ୍ରିଡ ଡିସା (Wilfred D'sa) ବିଧାୟକ ଥିବା ବେଳେ ସେ କଂଗ୍ରେସ ଟିକେଟରୁ ନିର୍ବାଚିତ ହୋଇଥିଲେ । ହେଲେ ସେ ମଧ୍ୟ ବିଜେପିରେ ସାମିଲ ହୋଇସାରିଛନ୍ତି ।
ନିର୍ବାଚନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟସ୍ତରରୁ ସମସ୍ତ 38 ଆସନ ପାଇଁ ଟିକେଟ ତାଳିକା କେନ୍ଦ୍ରୀୟ ନେତୃତ୍ବ ନିକଟକୁ ପଠାଇ ଦିଆଯାଇଛି । ଆସନ୍ତା 16 ତାରିଖ ପରେ ବିଜେପି ସଂସଦୀୟ ବୋର୍ଡ ଏହି ତାଳିକା ଉପରେ ମୋହର ମାରିବାର ସମ୍ଭାବନା ଥିବା କହିଛନ୍ତି ଗୋଆ ବିଜେପିର ବରିଷ୍ଠ ନେତା । ଏହାସହ ନିର୍ବାଚନ ପରିଚାଳନା, ପ୍ରଚାର ଟିକେଟ ବଣ୍ଟନ ଓ ପ୍ରାର୍ଥୀଙ୍କୁ ଆବଶ୍ୟକୀୟ ସମର୍ଥନ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ବରେ ଜାରି ରହିଛି । ଏହାସହ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ବିଜେପି ରାଜ୍ୟ ସଭାପତି ସଦାନନ୍ଦ ତାନାୱଡେ ମଧ୍ୟ ଦେବେନ୍ଦ୍ର ଫଡନାଭିସଙ୍କ ସହ ପର୍ଯ୍ୟାୟକ୍ରମେ ବୈଠକ କରୁଛନ୍ତି ।
ଅନ୍ୟପଟେ ଆସନ୍ତାକାଲି (ଶନିବାର) ଗୋଆ ବିଜେପିର ପୁରା ଟିମ ସହ ବୈଠକ କରିବେ ବିଜେପି କେନ୍ଦ୍ରୀୟ ନେତୃତ୍ବ । ପରଦିନ ଅର୍ଥାତ ରବିବାର ସଂସଦୀୟ ବୋର୍ଡ ବସିବାର ସମ୍ଭାବନା ରହିଛି । ଯେଉଁଥିରେ ଚୂଡାନ୍ତ ଟିକେଟ ଉପରେ ମୋହର ବାଜିବ । ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ବିଜେପି, କଂଗ୍ରେସ, ଟିଏମସି, ଆପ ଓ ଏନସିପି ମଧ୍ୟରେ ଲଢେଇ ହେବ ।
@IANS
|
<urn:uuid:589d0698-58a9-49bf-9f12-59ecb36b7cff>
|
CC-MAIN-2022-05
|
https://www.etvbharat.com/oriya/odisha/bharat/goa-assembly-elections-bjp-contest-38-seat-out-of-40-in-state/or20220114192533914
|
2022-01-29T01:00:14Z
|
s3://commoncrawl/crawl-data/CC-MAIN-2022-05/segments/1642320299894.32/warc/CC-MAIN-20220129002459-20220129032459-00099.warc.gz
|
ory
| 0.999954 |
Orya
| 1 |
{"ory_Orya_score": 0.9999544620513916}
|
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଶୁମାନଙ୍କ ଶରୀରରେ ଲାଗି ରହୁଥିବା ଏକ ପୋକ
ଉଦାହରଣ :
ଟିଙ୍କ ପଶୁମାନଙ୍କ ଦେହରେ ଲାଗିରହି ରକ୍ତ ପିଏ
पशुओं के शरीर से चिपटा रहने वाला एक कीड़ा।
Any of two families of small parasitic arachnids with barbed proboscis. Feed on blood of warm-blooded animals.
ଅର୍ଥ : ଏକ ପ୍ରକରାର ଟିଙ୍କ
ଉଦାହରଣ :
ଟିଙ୍କ ଗୋରୁଙ୍କ ଦେହରେ ଲାଗି ରହିଥାନ୍ତି
एक प्रकार की किलनी।
ସଂସ୍ଥାପନ କରନ୍ତୁ
|
<urn:uuid:1971bc28-5140-4e54-94c1-74aea1a49cae>
|
CC-MAIN-2022-05
|
https://xn--7gc2eds0ge.xn--3hcrj9c/%E0%AC%93%E0%AC%A1%E0%AC%BC%E0%AC%BF%E0%AC%86/%E0%AC%B6%E0%AC%AC%E0%AD%8D%E0%AC%A6/%E0%AC%9F%E0%AC%BF%E0%AC%99%E0%AD%8D%E0%AC%95/
|
2022-01-23T14:42:14Z
|
s3://commoncrawl/crawl-data/CC-MAIN-2022-05/segments/1642320304287.0/warc/CC-MAIN-20220123141754-20220123171754-00526.warc.gz
|
ory
| 0.998692 |
Orya
| 1 |
{"ory_Orya_score": 0.9986920952796936}
|
ତାରିଖରୁ ଜାଣନ୍ତୁ କେମିତି ରହିବ ଆଜି ଆପଣଙ୍କ ଦିନ
News18 Odia Digital
Puja Jainn
ସଂଖ୍ୟା ୧: ଏହା ଏକ ଆତ୍ମନିର୍ଭରଶୀଳ ଦିନ, ତେଣୁ ତୁମେ ତୁମର କ୍ଷେତ୍ରକୁ ଠିକ କର ଓ ତୁମର ପରିଶ୍ରମର ଫଳାଫଳ ପାଇବ। ଆଜି ଏକ ଆନ୍ଦୋଳନ ଅଛି ଯାହା ଆପଣଙ୍କ ବିପକ୍ଷରେ ହେବ, ତେଣୁ ଏହାକୁ ଅଣଦେଖା କରନ୍ତୁ। ସମ୍ପତ୍ତି କିଣିବା ଜଟିଳତାର ସମ୍ମୁଖୀନ ହୁଏ। ତୈଳ, କୃଷି ଉପକରଣ, ମେସିନ୍, ଟ୍ରାଭେଲ୍ ଏଜେନ୍ସି, ଆସବାବପତ୍ର, ପୁସ୍ତକ, ଔଷଧ, ଗ୍ଲାମର ଓ ବସ୍ତ୍ରର ବ୍ୟବସାୟ ଅନୁକୂଳ ରିଟର୍ଣ୍ଣ ଦେଖିବ। କ୍ୟାରିୟରର ନୂଆ ଉପାୟ ଅନୁସନ୍ଧାନ କରିବେ ରାଜନେତା ଓ କ୍ରୀଡ଼ାବିତ୍। ପିଲାମାନେ ଶିକ୍ଷକ କିମ୍ବା ପ୍ରଶିକ୍ଷକଙ୍କ ପ୍ରଶଂସା ଦେଖିବେ।
ଶୁଭ ରଙ୍ଗ: ସବୁଜ।
ଶୁଭ ଦିନ: ରବିବାର।
ଶୁଭ ସଂଖ୍ୟା: ୧।
ଦାନ: ଅନାଥ ଆଶ୍ରମରେ କ୍ଷୀର ଦାନ କରନ୍ତୁ।
ସଂଖ୍ୟା ୨: ଶାନ୍ତି ସହିତ ଦିନକୁ ଧରି ରଖିବା ପାଇଁ ଆଜି ହେଉଛି ଭଲ ଦିନ। ମହିଳାମାନେ ଅନ୍ୟ ନାରୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ ଓ ଘରୋଇ ରାଜନୀତିରୁ ଦୂରେଇ ରୁହନ୍ତୁ। ଲୋକ ଆପଣଙ୍କର ଭାବନା ଓ ଅଭିଳାଷକୁ ଦମନ କରିବାକୁ ଚେଷ୍ଟା କରିବେ। ଆଇନଗତ ପ୍ରତିଶ୍ରୁତି ପୂରଣ ହେବ କିନ୍ତୁ ଆପଣଙ୍କ ଭାବମୂର୍ତ୍ତିର ମୂଲ୍ୟରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ।
ଶୁଭ ରଙ୍ଗ: ସ୍କାଏ ବ୍ଲୁ।
ଶୁଭ ଦିନ: ସୋମବାର।
ଶୁଭ ସଂଖ୍ୟା: ୬।
ଦାନ: ମନ୍ଦିରରେ ଦୁଇଟି ନଡ଼ିଆ ଦାନ କରନ୍ତୁ।
ସଂଖ୍ୟା ୩: ଆପଣ ଦିନଟି ଉପଭୋଗ କରିବେ ଓ ଚାପକୁ ମୁକ୍ତ କରିବାକୁ ବାହାରକୁ ଯିବା ଉଚିତ୍। ତୁମର ପ୍ରତିଭାକୁ ଏକକ ଦିଗରେ ଚ୍ୟାନେଲ କରନ୍ତୁ ଓ ସଫଳତାକୁ ପାଳନ କରନ୍ତୁ। ଆପଣଙ୍କର ଅଭିନୟ ପ୍ରତିଭା ପ୍ରଦର୍ଶନ କରିବାର ସର୍ବୋତ୍ତମ ଦିନ। କର୍ମକ୍ଷେତ୍ରରେ ନିଯୁକ୍ତି ଆପଣଙ୍କୁ ସ୍ୱାଗତ କରିବ। ଗୃହିଣୀ ଓ ଶିକ୍ଷକମାନେ ପ୍ରଭାବିତ କରିବାକୁ ସମର୍ଥ ହେବେ। ଆଜି ନିଆଯାଇଥିବା ସମସ୍ତ ନିଷ୍ପତ୍ତି ବିଶେଷ ଭାବରେ ଯେଉଁମାନେ ନିର୍ଦ୍ଦେଶକ, ସମ୍ପତ୍ତି ଦଲାଲ, ଆଇନଜୀବୀ, ସଙ୍ଗୀତଜ୍ଞ କିମ୍ବା ଲେଖକ ସେମାନଙ୍କ ସପକ୍ଷରେ ଯିବ।
ଶୁଭ ରଙ୍ଗ: ବ୍ରାଉନ।
ଶୁଭ ଦିନ: ଗୁରୁବାର।
ଶୁଭ ସଂଖ୍ୟା: ୩ ଓ ୧।
ଦାନ: ଗରିବ ଲୋକଙ୍କୁ ଚାଉଳ ଦାନ କରନ୍ତୁ।
ସଂଖ୍ୟା ୪: ତୁମେ ତୁମର ନିଷ୍ପତ୍ତି ପ୍ରତି ସ୍ଥିର ହେବା ଉଚିତ୍ କାରଣ ଏହା ଭବିଷ୍ୟତରେ ସର୍ବୋତ୍ତମ ପରିବର୍ତ୍ତନ ଆଣିବ। ଆପଣ ବାରମ୍ବାର ମତ ବଦଳାଇବା ଠାରୁ ଦୂରେଇ ରହିବା ଉଚିତ୍। ଉତ୍ପାଦକ ଓ କୃଷକମାନେ ଯଦି ସମ୍ପତ୍ତି କ୍ରୟ କରନ୍ତି ତେବେ ଏହି ନିଷ୍ପତ୍ତି ଗ୍ରହଣ କରିବେ। ବିଶେଷକରି ରାଜନୀତି ଓ ମନୋରଞ୍ଜନ ଶିଳ୍ପରେ ଯାତ୍ରା କରିବା ପାଇଁ ଏହା ଏକ ଅନୁକୂଳ ଦିନ। ମେଡିକାଲ୍, ସଫ୍ଟୱେର୍, ହସ୍ତତନ୍ତ, ଧାତୁ, ବୈଜ୍ଞାନିକ, ବିଜ୍ଞାପନ କ୍ଷେତ୍ର ସଫଳ ପରିବର୍ତ୍ତନ ଦେଖିବ।
ଶୁଭ ରଙ୍ଗ: ବ୍ଲୁ।
ଶୁଭ ଦିନ: ଶନିବାର।
ଶୁଭ ସଂଖ୍ୟା: ୯।
ଦାନ: ଗରିବ ଲୋକଙ୍କୁ ଫଳ ଦାନ କରନ୍ତୁ।
ସଂଖ୍ୟା ୫: ଆରମ୍ଭରେ ଦିନ ଧୀର ମନେହୁଏ କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଶୀଘ୍ର ତ୍ୱରାନ୍ୱିତ ହେବ। ଗ୍ଲାମର ଓ ମିଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଆଜି ଏକ ଅସୀମ ଅଭିବୃଦ୍ଧି ଆଶା କରାଯାଏ। ବ୍ୟକ୍ତିଗତ ଜୀବନ ରୋମାନ୍ସ ଓ ପ୍ରତିବଦ୍ଧତା ସହିତ ବଢୁଛି। ଅତୀତର କାର୍ଯ୍ୟଦକ୍ଷତାର ସ୍ୱୀକୃତି ଓ ଲାଭ ପାଇବାକୁ ଗୋଟିଏ ଦିନ। ସାହାଯ୍ୟ ପାଇଁ ଜଣେ ସିନିୟର ଶୀଘ୍ର ପ୍ରବେଶ କରିବେ ଓ ଆପଣ ତାଙ୍କ ସମର୍ଥନ ଗ୍ରହଣ କରିବା ଆବଶ୍ୟକ।
ଶୁଭ ରଙ୍ଗ: ସି ଗ୍ରୀନ।
ଶୁଭ ଦିନ: ବୁଧବାର।
ଶୁଭ ସଂଖ୍ୟା: ୫।
ଦାନ: ଅନାଥ ପିଲାଙ୍କୁ କ୍ଷୀର ଦାନ କରନ୍ତୁ।
ସଂଖ୍ୟା ୬: ଯେଉଁମାନେ ଭ୍ରମଣ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ କଠିନ ଦିନ ହେବ, ଆପଣ ପାରିବାରିକ ସ୍ନେହରେ ବିଚଳିତ ହୋଇ ବିଳାସ ଉପଭୋଗ କରିବେ। ପିଲାମାନଙ୍କ ସହିତ ସମୟ ବିତାଇବା ପାଇଁ ଏକ ଭଲ ଦିନ। ଯଦି ଭିସାକୁ ଅପେକ୍ଷା କରିଛ, ତେବେ ଅପେକ୍ଷା ଜାରି ରହିବ। ଯେଉଁମାନେ ନୂଆ ଘର କିମ୍ବା ନୂଆ ଚାକିରି ଖୋଜୁଛନ୍ତି, ସେମାନେ କିଛି ବିକଳ୍ପକୁ ସର୍ଟଲିଷ୍ଟ କରିବାକୁ ସକ୍ଷମ ହେବେ କିନ୍ତୁ ଶେଷରେ ନିଷ୍ପତ୍ତି ସ୍ଥିର ରହିବ।
ଶୁଭ ରଙ୍ଗ: ନୀଳ ଓ ଗୋଲାପୀ।
ଶୁଭ ଦିନ: ଶୁକ୍ରବାର।
ଶୁଭ ସଂଖ୍ୟା: ୨।
ଦାନ: ଗରିବ ପିଲାଙ୍କୁ କ୍ଷୀର ମିଠା ଦାନ କରନ୍ତୁ।
ସଂଖ୍ୟା ୭. ମନେରଖନ୍ତୁ ସମୟ ନଷ୍ଟ କରନ୍ତୁ ନାହିଁ ଓ ଆପଣଙ୍କର ଆରାମ ସ୍ଥାନରୁ ବାହାରକୁ ଯାଆନ୍ତୁ ନାହିଁ କାରଣ ଆପଣଙ୍କ ଆଗମନକୁ ଅପେକ୍ଷା ନୂଆ ଅଫର୍ ଆସିବ। କ୍ୟାରିୟରରେ ଏକ ଲମ୍ଫ ନେବାକୁ ଆଇନଜୀବୀ ଓ ସିଏମାନେ କ୍ରୀଡା ଓ ଏକାଡେମିକ୍ କ୍ଷେତ୍ରରେ ଆପଣଙ୍କର ବିଜୟକୁ ସମର୍ଥନ କରିବା ପାଇଁ ଆପଣଙ୍କର ପରିବାରର ସଦସ୍ୟଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ। ସମ୍ପର୍କ ବଢ଼ିବ ଓ ବିପରୀତ ଲିଙ୍ଗ ଆଜି ଆପଣଙ୍କ ପାଇଁ ଭାଗ୍ୟକୁ ତ୍ୱରାନ୍ୱିତ କରିବ।
ଶୁଭ ରଙ୍ଗ: କମଳା।
ଶୁଭ ଦିନ: ସୋମବାର।
ଶୁଭ ସଂଖ୍ୟା: ୨।
ଦାନ: ଅନାଥ ଆଶ୍ରମରେ ଷ୍ଟେସନାରୀ ଜିନିଷ ଦାନ କରନ୍ତୁ।
ସଂଖ୍ୟା ୮: ମନକୁ ଥଣ୍ଡା ଓ ନମନୀୟ ରଖନ୍ତୁ, ଦିନ ପାଇଁ ଫିଟ୍ ରହିବାକୁ ଆରାମ କରନ୍ତୁ ଓ ବ୍ୟାୟାମ କରନ୍ତୁ କାରଣ ଏହା ଏକ ଅସ୍ପଷ୍ଟ କାର୍ଯ୍ୟସୂଚୀ ଆବଶ୍ୟକ କରେ। କଠିନ ପରିଶ୍ରମ ଆଜି ଆପଣଙ୍କୁ ଟଙ୍କା ସୁବିଧା ସହିତ ପରିଶୋଧ କରିବ। ପ୍ରମୁଖ ନିଷ୍ପତ୍ତି ନେବାବେଳେ ନମନୀୟ ହୁଅନ୍ତୁ। ଶୁଭେଚ୍ଛା ଓ ବ୍ୟାପକ ସାମାଜିକ ନେଟୱାର୍କର ସାହାଯ୍ୟରେ, ଆପଣ ଦିନ ଶେଷ ସୁଦ୍ଧା ସଫଳତା ସହିତ ପୁରସ୍କୃତ ହେବେ। ଉଚ୍ଚ ସ୍ତରର ଜ୍ଞାନ ଆହରଣ କରିବାରେ ଆପଣ ଅଧିକ ସମୟ ଅତିବାହିତ କରିବେ।
ଶୁଭ ରଙ୍ଗ: ସି ବ୍ଲୁ।
ଶୁଭ ଦିନ: ଶୁକ୍ରବାର।
ଶୁଭ ସଂଖ୍ୟା: ୬।
ଦାନ: ଘରୋଇ ସହାୟକଙ୍କୁ ତୁଳସୀ ଗଛ ଦାନ କରନ୍ତୁ।
ସଂଖ୍ୟା ୯: କ୍ୟାରିୟରରେ ପରିଚୟ ଓ ସ୍ବାଧୀନତା ପ୍ରତିଷ୍ଠା କରିବା ଏକ କଷ୍ଟକର ଦିନ। ଆଜି ଆପଣ ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ ଓ ପୁରୁଣା ମଜା ଓ ବିଶ୍ୱସ୍ତତାକୁ ମନେ ପକାଇ ପାରିବେ। ସମ୍ପତ୍ତି ଡିଲର ଓ ଡାକ୍ତରମାନେ ସ୍ୱତନ୍ତ୍ର ସ୍ୱୀକୃତି କିମ୍ବା ମୂଲ୍ୟାଙ୍କନ ପାଇବେ। ପ୍ରେମରେ ଥିବା ଲୋକ ମଧ୍ୟସ୍ଥତା ଓ ସେମାନଙ୍କର ଉଦ୍ଦେଶ୍ୟ ପ୍ରତି ସାବଧାନ ରୁହନ୍ତୁ। ସେମାନେ ଦିନଟି ପ୍ରଶଂସା ଓ ଅଭିବୃଦ୍ଧିରେ ପରିପୂର୍ଣ୍ଣ। ହଠାତ୍ ଟଙ୍କା ଆଶା କରାଯିବ। ପଦୋନ୍ନତି, ସାକ୍ଷାତକାର କିମ୍ବା ଅଡିସନ୍ ଦେବା ଓ ସରକାରୀ ଆଦେଶ ଦାଖଲ ପାଇଁ ଏକ ସୁନ୍ଦର ଦିନ।
ଶୁଭ ରଙ୍ଗ: ଲାଲ ଓ କମଳା।
ଶୁଭ ଦିନ: ମଙ୍ଗଳବାର।
ଶୁଭ ସଂଖ୍ୟା: ୩ ଓ ୯।
ଦାନ: ଘରୋଇ ସାହାର୍ଯ୍ୟକାରୀ କିମ୍ବା ଭିକାରୀମାନଙ୍କୁ ଡାଳିମ୍ବ ଦାନ କରନ୍ତୁ।
ଜୁଲାଇ ୩୧ରେ ଜନ୍ମ ହୋଇଥିବା ସେଲିବ୍ରିଟିମାନେ ହେଲେ କିଆରା ଆଡଭାନୀ, ମୁନ୍ସି ପ୍ରେମଚାନ୍ଦ, ପି ସି ସୋକାର ଜେଆର, ଅରତା ଇଜୁମି, ମୁମତାଜ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
|
<urn:uuid:b0e00d31-69e9-45e3-b7ca-bfff2bc6294d>
|
CC-MAIN-2022-33
|
https://odia.news18.com/news/trending/numerology-suggestions-astrological-advice-2lpd-310722-lpd-pjn-116285.html
|
2022-08-17T16:01:16Z
|
s3://commoncrawl/crawl-data/CC-MAIN-2022-33/segments/1659882573029.81/warc/CC-MAIN-20220817153027-20220817183027-00004.warc.gz
|
ory
| 0.999971 |
Orya
| 1 |
{"ory_Orya_score": 0.9999712705612183}
|
Odisha Assembly Winter Session : ଚାଷୀ ପ୍ରସଙ୍ଗରେ ସରଗରମ ବିଧାନସଭା
Odisha Assembly Winter Session : ଚାଷୀ ପ୍ରସଙ୍ଗରେ ସରଗରମ ବିଧାନସଭା
ଭୁବନେଶ୍ବର: ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ । ଗୃହ ଆରମ୍ଭରୁ ଚାଷୀଙ୍କ ପ୍ରସଙ୍ଗ ଉଠାଇ ବିକ୍ଷୋଭ କରିଛନ୍ତି ୩ ରାଜନୈତିକ ଦଳ । ଚାଷୀ ପ୍ରସଙ୍ଗରେ ବାଚସ୍ପତିଙ୍କ ମୋସନ ଦାବି କରିଛି ବିଜେପି । ସେପଟେ ଓଡିଶାର ଚାଷୀଙ୍କ ପ୍ରତି ଅବହେଳା ଅଭିଯୋଗ କରି ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛି ବିଜେଡି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଅବହେଳା କରୁଥିବା କହି ବିଜେଡି ଓ ବିଜେପିକୁ ଘେରିଛି କଂଗ୍ରେସ ।
ଚାଷୀ ପ୍ରସଙ୍ଗରେ ଅଚଳ ହେଲା ଗୃହ
ଜାରି ରହିଛି ବିଧାନସଭା ଶୀତକାଳିନ ଅଧିବେଶନ । ଆଜି ଚାଷୀ ପ୍ରସଙ୍ଗକୁ ନେଇ ଧୋଇଗଲା ବିଧାନସଭାର ଶୂନ୍ୟକାଳ । ଶୂନ୍ୟକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ମଧ୍ୟକୁ ପ୍ରବେଶ କରିଥିଲେ ୩ ରାଜନୈତିକ ଦଳ । ଓଡିଶା ଚାଷୀଙ୍କ ପ୍ରତି କେନ୍ଦ୍ର ଅବହେଳା ପ୍ରସଙ୍ଗ କରି ବିକ୍ଷୋଭ କରିଥିଲା ବିଜେଡି । ବାଚସ୍ପତି ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିବା ପରେ ପୋଷ୍ଟର ଓ ବ୍ୟାନର ଧରି ଶାସକ ଦଳର ବିଧାୟକ ଗୃହ ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ । ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ପ୍ରଶ୍ନ କାଳରେ । ବାଧ୍ୟ ହୋଇ ପୁଣିଥରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ରାଜ୍ୟପାଳଙ୍କୁ ଭେଟିଲା ବିଜେଡି
ବିଧାନ ସଭା ବାହେରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପଦଯାତ୍ରା କରି ରାଜଭବନ ଯାଇଥିଲେ ବିଜେଡିର ବିଧାୟକମାନେ । ରାଜ୍ୟପାଳଙ୍କୁ ଭେଟି ଚାଷୀ ପ୍ରସଙ୍ଗରେ ଦାବିପତ୍ର ଦେଇଛି ବିଜେଡି । ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ଦର ୨୯୩୦ ଟଙ୍କା କରିବାକୁ ଓଡିଶା ବିଧାନସଭାରେ ଆସିଥିବା ସଙ୍କଳ୍ପକୁ କେନ୍ଦ୍ର ଗ୍ରହଣ କରିବାକୁ ଦାବି କରିଛି । ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, "ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ସାର ଓଡିଶାର ଚାଷୀଙ୍କୁ ଦେଉନି କେନ୍ଦ୍ର । ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ବ । କିନ୍ତୁ ସେମାନେ ବଳକା ଚାଉଳ ଉଠାଉ ନାହାନ୍ତି । ଯାହାକି ଓଡିଶାର ଚାଷୀଙ୍କୁ ପ୍ରଭାବିତ କରୁଛି । ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଦେଲେ ନାହିଁ ।" ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି, ନିୟମିତ ଯୋଗାଯୋଗ ଏବଂ ଚାଷୀଙ୍କ କ୍ରୋଧକୁ ଦେଖି କେନ୍ଦ୍ର ସରକାର ଫସଲ ବୀମା ଅର୍ଥ ଦେବାକୁ ରାଜି ହେଲେ ବୋଲି ବିଜେଡି ଅଭିଯୋଗ କରିଛି ।
'ସର୍ବଦଳୀୟ ବୈଠକ ଡକାଯାଉ'
ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ବିଭିନ୍ନ ଦଳ ମଧ୍ୟରେ ଚାଷୀଙ୍କ ପାଇଁ ହଟ୍ଟଗୋଳ ହୋଇଥିଲା । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, "ବିଧାନସଭାରେ ଆଜି ଇତିହାସ ସୃଷ୍ଟି ହୋଇଛି । ଚାଷୀଙ୍କୁ ନେଇ ସମସ୍ତଙ୍କର ହୃଦୟ କାନ୍ଦୁଛି । ପରସ୍ପରକୁ ସମସ୍ତେ ଗାଳି ନଦେଇ ସର୍ବଦଳୀୟ ବୈଠକ ଡକାଯାଉ । ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ ନରହି ସବୁ ଦଳକୁ ଡାକି ଆଲୋଚନା କରନ୍ତୁ । ଚାଷୀଙ୍କ ବିକାଶ ନେଇ ଆଇନ ତିଆରି କରାଯାଉ । ଏଥିରେ ଆଇନ ଅମାନ୍ୟ କଲେ ସଶ୍ରମ କାରାଦଣ୍ଡ ଓ ଫାଇନ ବ୍ୟବସ୍ଥା କରାଯାଉ । ଦରକାର ପଡିଲେ ଅଇନ ବିଭାଗକୁ ଡାକି ବୈଠକରେ ସାମିଲ କରାଯିବ ।" ଯିଏ ଆଇନ ନମାନିବ ସେ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଜଣାପଡିବ ବୋଲି କହିଛନ୍ତି ନରସିଂହ ମିଶ୍ର ।
ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି
ବିଜେଡିର ଆନ୍ଦୋଳନ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ସରକାର ଚାଷୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ଚାଷୀ ପ୍ରିମିୟମ ଭରିଲେ ମଧ୍ୟ ବୀମା ରାଶି ମିଳୁନାହିଁ । ରାଜ୍ୟରେ ମଣ୍ଡି ଖୋଲିନାହିଁ । ଫଳରେ ଚାଷୀ କମ ଦାମରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ଟ୍ରେଜେରି ବେଞ୍ଚ ଗୃହ ମଧ୍ୟକୁ ଆସି ବିକ୍ଷୋଭ କରିବା ଦୁର୍ଭାଗ୍ୟଜନକ ।" ଅର୍ଚ୍ଚନା ମାମଲାକୁ ଡାଇଭର୍ଟ କରିବାକୁ ବିଜେଡି ଆଜି ନାଟକ କରୁଛି ବୋଲି କହିଛନ୍ତି ମୋହନ ମାଝୀ ।
ଚାଷୀ ପ୍ରସଙ୍ଗକୁ ନେଇ ଗୃହ ଭିତର ଓ ବାହାର ଗରମ ରହିଥିବା ବେଳେ ଶାସକ ଓ ବିରୋଧି ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଦେଇଛନ୍ତି । ଶାସକ ଦଳ ବିରୋଧିଙ୍କୁ ଘେରିଥିବା ବେଳେ ବିରୋଧି ମଧ୍ୟ ଶାସକ ଦଳକୁ ଘେରିବା ଆରମ୍ଭ କରିଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର
|
<urn:uuid:8c537e98-0e91-4df0-bc95-436ddfb27b87>
|
CC-MAIN-2022-49
|
https://www.etvbharat.com/oriya/odisha/state/khurda/odisha-assembly-winter-session-political-parties-protest-raising-farmers-issue/or20221125170735239239300
|
2022-12-06T17:40:29Z
|
s3://commoncrawl/crawl-data/CC-MAIN-2022-49/segments/1669446711111.35/warc/CC-MAIN-20221206161009-20221206191009-00395.warc.gz
|
ory
| 0.999997 |
Orya
| 1 |
{"ory_Orya_score": 0.9999973773956299}
|
ନଦୀରେ ଭାସୁଛି ଯୁବକଙ୍କ ମୃତଦେହ
ନଦୀରେ ଭାସୁଛି ଯୁବକଙ୍କ ମୃତଦେହ
ନବରଙ୍ଗପୁର: ନଦୀରେ ଭାସୁଛି ଯୁବକଙ୍କ ମୃତଦେହ । ନବରଙ୍ଗପୁର ଜିଲ୍ଲା ବାଘଶିଉନି ଗାଁ ଘଣ୍ଟାୟତ ନଦୀ ହରିଜନ ସାହି ଘାଟରେ ଭାସୁଛି ଯୁବକଙ୍କର ମୃତଦେହ । ମୃତ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ତେଲିଗୁଡାର ସମନ ଯାନି । ତେବେ ଆଜି ସକାଳୁ ଘଣ୍ଟାୟତ ନଦୀରେ ମୃତଦେହ ଭାସୁଥିବା ଦେଖି ଗାଁ ଲୋକେ ଚିହ୍ନି ପାରିନଥିଲେ । ଏନେଇ ଚାରିଆଡେ ଖବର ପ୍ରଚାରିତ ହେଇଥିଲା ।
ମୃତଦେହର କେବଳ ମୁହଁ ଭାଗଟି ପାଣି ଉପରେ ଭାସମାନ ଅବସ୍ଥାରେ ଦେଖାଯାଉଥିଲା । ଏହି ମୃତଦେହଟିଜୁ ଦେଖି ଗାଁରେ ଅନେକ ଆଲୋଚନା ଆରମ୍ଭ ହୋଇଥିଲା । କିଛି ସମୟ ପରେ ମୃତଦେହଟି ତେଲିଗୁଡାର ସମନଙ୍କର ହୋଇଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ବର୍ଷା ନଥିବାରୁ ନଦୀରେ ବିଶେଷ ପାଣି ମଧ୍ୟ ନାହିଁ । ତାହେଲେ ଏ ମୃତଦେହ କେଉଁଠୁ ଆସିଲା ? ଏହାକୁ ନେଇ କେହି ହତ୍ୟା କରି ମୃତଦେହ ଫିଙ୍ଗିଥିବା ମଧ୍ୟ ସନ୍ଦେହ କରାଯାଉଛି ।
ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିଲେ ମଧ୍ୟ ପୋଲିସ ତଦନ୍ତ ପରେ ଏହାସ୍ପଷ୍ଟ ହେବ ବୋଲି କୁହାଯାଉଛି । ଯଦି ସମନ ଯାନି ଆତ୍ମହତ୍ୟା କରିଛନ୍ତି ତେବେ କେଉଁ କାରଣ ପାଇଁ ଏଭଳି କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ଯଦି ଏହା ହତ୍ୟା ତେବେ କିଏ ଓ କାହିଁକି ଏଭଳି ହତ୍ୟା କଲା ତାହାର କାରଣ ଏଯାଏଁ ଜଣାପଡ଼ିନି । ତେଣୁ ଏହାର ତଦନ୍ତ ପରେ କାରଣ ଜଣାପଡ଼ିବ ।
ଇଟିଭି ଭାରତ, ନବରଙ୍ଗପରୁ
|
<urn:uuid:737f5e39-8f9a-4d5a-a916-ca6402613358>
|
CC-MAIN-2023-06
|
https://www.etvbharat.com/oriya/odisha/state/nabarangpur/man-dead-body-found-from-river-in-nabarangpur/or20221114112046352352275
|
2023-02-03T20:16:49Z
|
s3://commoncrawl/crawl-data/CC-MAIN-2023-06/segments/1674764500074.73/warc/CC-MAIN-20230203185547-20230203215547-00046.warc.gz
|
ory
| 1.000003 |
Orya
| 1 |
{"ory_Orya_score": 1.0000030994415283}
|
ଶ୍ରମିକ ମାନଙ୍କ ସହିତ ହୋଇଥିବା ଅସଦାଚରଣ ମାମଲା ଏବେ ଉତେଜିତ ହେବାରେ ଲାଗିଛି। କଂଗ୍ରେସ ସିଏମ ନିତେସ କୁମାର ଙ୍କ ଠୁ ବିଧାୟକଙ୍କ ବିରୁଦ୍ଧରେ ନ୍ୟାୟ ମାଗିଛି।
ନୂଆଦିଲ୍ଲୀ: ଯେବେଠୁ କରୋନା ସଙ୍କଟ ଆସିଛି ଦେଶରେ ଲକଡାଉନ ଜାରି ଅଛି। ଦେଶ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦେଖୁଛି। ଏହି ସମୟ ଆବଶ୍ୟକ ଶ୍ରମିକଙ୍କ ସହାୟତାର କିନ୍ତୁ ବିହାରରେ ଯେବେ ଏକ ଶ୍ରମିକ ବିଧାୟକଙ୍କୁ ସହାୟତା ମାଗିଲା ବିଧାୟକ ରାଗିଗଲେ।
ଯେଡିୟୁ ଦଳର ବିଧାୟକ ରଣଧୀର କୁମାର ସୋନିଙ୍କ ଗାଳି ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ରଣଧୀର କୁମାର ସୋନିଙ୍କ ନିଜ ଅଞ୍ଚଳ ଶେଖପୁର ଜିଲ୍ଲାର ଅରିୟରୀ ପ୍ରଖଣ୍ଡର ଚାନ୍ଦି ଗାଁର କୁଆରେଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଖବର ଜାଣିବାକୁ ପହଞ୍ଚିଥିଲେ। ବିଧାୟକଙ୍କୁ ସାମ୍ନାରେ ଦେଖି ଶ୍ରମିକ କହିଥିଲା କି ତାଙ୍କ ପାଇଁ ରୋଜଗାରର କିଛି ବ୍ୟବସ୍ଥା କରିବାକୁ। ଏହା ଶୁଣି ବିଧାୟକ ରାଗିଯାଇ କହିଥିଲେ ଯେଉଁ ବାପା ତମକୁ ଜନ୍ମ ଦେଇଛି ତାଙ୍କୁ କହୁନ ରୋଜଗାର ଦେବାପାଇଁ।
जेडीयू के शेखपुरा विधायक रणधीर सोनी ग़रीबों को धमका रहे है ।
जब यह लोग विधायक के पास मदद माँगने गए तो जनाब का जवाब था "जो बाप तुमको पैदा किया, उसने रोजगार दिया क्या "।@NitishKumar जी ,अपने विधायक पर कारवाई करने का हिम्मत दिखाए।
— INCBihar (@INCBihar) May 23, 2020
ବିଧାୟକଙ୍କ ଏହି କଥାରେ ରାଗିଯାଇ ଶ୍ରମିକ ବି କହିଥିଲା ଆମ ଭୋଟରେ ଜିତି ଆପଣ ବିଧାୟକ ହୋଇଛନ୍ତି ଆପଣ ଆଉ ରୋଜଗାର ବାପାଙ୍କୁ ମାଗିବୁ। ଏହି ମାମଲାରେ ବିହାରର କଂଗ୍ରେସ ଟ୍ୱିଟ କରି କହିଛି , ନିତେସ କୁମାର ନିଜ ବିଧାୟକଙ୍କ ଉପରେ ମାମଲା କରିବାର ସାହସ ଦେଖାନ୍ତୁ।ବାସ ଯେପରି ସୁନୀଲ ମୋଦି ବିଜେପି ବିଧାୟକଙ୍କୁ ନୋଟିସ ଦେଇଥିଲେ ଓ ଗରିବ ଡ୍ରାଇଭର ହେଲା ଏପରି କରିବେନି।
बस जैसे @SushilModi ने भाजपा विधायक को नोटिस और सस्पेंड बेचारे गरीब ड्राइवर कर दिया गया ,ऐसा ना कीजिएगा । pic.twitter.com/O8DQvLyJbY
— INCBihar (@INCBihar) May 23, 2020
ଶ୍ରମିକ ଓ ବିଧାୟକଙ୍କ ଭିତରେ ଗାଳି ଏହି ଭିଡ଼ିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଠାରେ ପ୍ରଶ୍ନ ଏହାବି କୁହାଯାଉଛି କି ଯେଉଁଠି କୁଆରେଣ୍ଟାଇନ ସେଣ୍ଟରରେ ଭାଇରସକୁ ଅଟକାଇବାକୁ ଏତେ ପଦକ୍ଷେପ ନିଆ ଯାଉଛି ସେଠି ବିଧାୟକ କିପରି ଲୋକଙ୍କୁ ନେଇ ଯାଇଥିଲେ।
|
<urn:uuid:892052aa-5bca-4d43-80c7-bdbe01534606>
|
CC-MAIN-2023-14
|
https://live66media.com/2020/05/24/%E0%AC%AA%E0%AD%8D%E0%AC%B0%E0%AC%AC%E0%AC%BE%E0%AC%B8%E0%AD%80%E0%AC%99%E0%AD%8D%E0%AC%95-%E0%AC%89%E0%AC%AA%E0%AC%B0%E0%AD%87-%E0%AC%9A%E0%AC%BF%E0%AC%A1%E0%AC%BF%E0%AC%B2%E0%AD%87-%E0%AC%9C/
|
2023-03-30T12:27:10Z
|
s3://commoncrawl/crawl-data/CC-MAIN-2023-14/segments/1679296949181.44/warc/CC-MAIN-20230330101355-20230330131355-00199.warc.gz
|
ory
| 0.999706 |
Orya
| 1 |
{"ory_Orya_score": 0.9997063875198364}
|
ବଲିଉଡ ଅଭିନେତା ସଞ୍ଜୟ ଦତ୍ତ କିଛିଦିନ ହେବ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ନିଜେ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ବାସ୍ତବରେ ସଂଜୟ ଦତ୍ତ ନିକଟରେ ତାଙ୍କ ପରିବାର ସହିତ ଦୁବାଇରୁ ଫେରିଛନ୍ତି ଏବଂ ଏହା ପରେ ସେ ହଷ୍ଟେଲ ପରିଦର୍ଶନ କରିଛନ୍ତି ।
ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି ଯେ ସେ ଡାକ୍ତରଖାନା ଯିବାବେଳେ ସଞ୍ଜୟ ଦତ୍ତଙ୍କ ଏହା ହେଉଛି ସର୍ବଶେଷ ଚିତ୍ର। ଏହି ଚିତ୍ର ଏତେ ଭିନ୍ନ ଯେ ବାବାଙ୍କ ପ୍ରଶଂସକମାନେ ଇଣ୍ଟରନେଟରେ ଆସିବା ପରେ ତାଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଥିଲେ ।
ବାସ୍ତବରେ ଏହି ଭାଇରାଲ୍ ଫଟୋରେ ସଂଜୟ ଦତ୍ତ ହସ୍ପିଟାଲରେ ଜଣେ ପ୍ରଶଂସକଙ୍କ ସହିତ ଫଟୋ କ୍ଲିକ୍ କରୁଛନ୍ତି । ଚିତ୍ରରେ ଦେଖାଯାଉଛି ଯେ ସଞ୍ଜୟ ଦତ୍ତ ବହୁତ ଦୁର୍ବଳ ହୋଇଯାଇଛନ୍ତି ଏବଂ ଏକ ସଫା କେଶ ସହିତ ବହୁତ ପରିବର୍ତ୍ତନ ହୋଇଥିବା ଜଣାପଡିଛି ।
View this post on Instagram
Rukk jaana nahin tu kahin haarke….kaanto pe chalke milenge saaye Bahar ke ?❤️!! We have to fight through some bad days to earn the best days of our lives!! Never quit!! #inspiration #courage #strength #love #grace #positivity #dutts #challenging Yet #beautifullife #thankyougod ?
ଏହି ଫଟୋ ଆସିବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇ ସୋସିଆଲ ମିଡିଆରେ ନିଜର ଉଦ୍ବେଗ ପ୍ରକାଶ କରୁଛନ୍ତି। ସମସ୍ତ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ବର୍ତ୍ତମାନ, ଅଭିନେତା ନିଜ କାର୍ଯ୍ୟସୂଚୀରୁ ବିରତି ନେଇ ଚିକିତ୍ସା କରୁଛନ୍ତି ।
ତାଙ୍କର ଚିକିତ୍ସାର ଏକ ପର୍ଯ୍ୟାୟ ସମାପ୍ତ କରିବା ପରେ ସଞ୍ଜୁ ତାଙ୍କ ପତ୍ନୀ ମାନିତା ଦତ୍ତଙ୍କ ସହ ଦୁବାଇ ଯାଇ ସେମାନଙ୍କ ପିଲାମାନଙ୍କୁ ଦେଖା କରିବାକୁ ଯାଇଥିଲେ। ସଞ୍ଜୟ ଦତ୍ତଙ୍କ ଚିତ୍ର ଦୁବାଇରୁ ମଧ୍ୟ ପ୍ରକାଶ ପାଇଥିଲା ଯେଉଁଥିରେ ସଞ୍ଜୁ ବାବା ପରିବାର ସହିତ କିଛିଦିନ ସମୟ ବିତାଇଥିଲେ ।
View this post on Instagram
There is no feeling in the world like knowing you have someone by your side to face whatever life throws at you ❤️ thank you @duttsanjay for being that someone in my life for years and forever to come #happyanniversary #besthalf #love #grace #positivity #dutts #togetherness #beautifullife #thankyougod?
ସଞ୍ଜୟ ଦତ୍ତ ସେଠାରେ କିଛି ଦିନ ରହି ମୁମ୍ବାଇ ଆସିଥିଲେ ଏବଂ ବର୍ତ୍ତମାନ ଅଧିକ ଚିକିତ୍ସା କରୁଛନ୍ତି। ଏହାପୂର୍ବରୁ ଯେତେବେଳେ ସଞ୍ଜୟ ଦତ୍ତ ଅସୁସ୍ଥ ଥିବା ଜଣାପଡିଥିଲା, ସେତେବେଳେ କୁହାଯାଇଥିଲା ଯେ ସଞ୍ଜୟ ଦତ୍ତ ଚିକିତ୍ସା ପାଇଁ ଆମେରିକା ଯାଇପାରନ୍ତି ।
ତେବେ ସଞ୍ଜୟ ବର୍ତ୍ତମାନ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି ଏବଂ କିଛି ଦିନ ମଧ୍ୟରେ ଡାକ୍ତରଖାନା ଯାଉଥିବା ସଞ୍ଜୟ ଦତ୍ତଙ୍କ ଚିତ୍ର ପ୍ରକାଶ ପାଇବାରେ ଲାଗିଛି। ତେବେ ଏହି ଫଟୋକୁ ନେଇ ତାଙ୍କ ପ୍ରଶଂସକମାନେ ବହୁତ ଚିନ୍ତିତ ଅଛନ୍ତି ଏବଂ ସଞ୍ଜୟ ଦତ୍ତଙ୍କ ପୁନରୁଦ୍ଧାର ପାଇଁ କାମନା କରୁଛନ୍ତି।
|
<urn:uuid:a98ed90a-f52f-4151-b016-50f537970094>
|
CC-MAIN-2023-23
|
https://ommcomnews.com/odia/sanjay-dutt-latest-photo-went-viral-on-social-media
|
2023-06-09T17:27:39Z
|
s3://commoncrawl/crawl-data/CC-MAIN-2023-23/segments/1685224656788.77/warc/CC-MAIN-20230609164851-20230609194851-00555.warc.gz
|
ory
| 0.999972 |
Orya
| 1 |
{"ory_Orya_score": 0.9999719858169556}
|
ଫିଲ୍ମ ପାଇଁ ୯୨ କେଜି ଓଜନ ବଢ଼ାଇଥିବା ଭୂମି ପେଡ଼ନେକର ନୂଆବର୍ଷ ଆରମ୍ଭରୁ ସମୁଦ୍ରକୂଳରେ ଗାଧୋଇବା ବେଳର ନିଜ ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଏ ଅବସରରେ ଭୂମି ନିଜ ଜୀବନର କିଛି ଅନୁଭତି ବି ବଖାଣିଛନ୍ତି। 'ଦମ୍ ଲଗାକେ ହଇଶା'ରେ ଶାଢ଼ି ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସିଥିବା ଭୂମିଙ୍କୁ ପ୍ରଥମ ଥର ପାଇଁ ହଟ୍ ବିକିନୀରେ ସମୁଦ୍ରକୂଳରେ ଗାଧୋଇଥିବା ଦେଖିବାକୁ ମିଳିଛି।
View this post on Instagram
Cause life is all about beautiful moments and the last decade gave me so many. It gave me life experiences that have made me stronger. It took away a lot of people I love and that vacuum can never be filled 🙂 But it also gave me an opportunity to chase my dream and it gave me all of you,my family that keeps showering me with such love. It gave me people that have been nothing less than angels in my life and I can't thank you enough for supporting and loving me like your own. Am living my dream in every way possible. Am full of gratitude and feel blessed to have my loved ones happy and healthy. The next decade is only going to be better. To a better world and a happier you 😘 #2019 #2020 #gratitude #happynewyear #happy2020 #BPTravels
ସମୁଦ୍ରକୂଳରେ ଗାଧୋଇବା ବେଳର ଭିଡିଓ ସେୟାର କରି ଭୂମି ଲେଖିଛନ୍ତି 'ଗତ ଦଶନ୍ଧିରେ ମୁଁ ଅନେକଗୁଡ଼ିଏ ଖୁସି ପାଇଛି। ପ୍ରକୃତରେ ଏହା ହିଁ ଜୀବନ। ଏହି ଗୋଟିଏ ଦଶନ୍ଧି ମତେ ସାରା ଜୀବନ ପାଇଁ ପାଠ ପଢ଼ାଇଛି। ଏହି ଦଶନ୍ଧି ମତେ ମଜଭୁତ୍ ମଧ୍ୟ କରିଛି। ଏହି ଦଶନ୍ଧିରେ ମୁଁ ବହୁ ନିଜରଙ୍କୁ ହରାଇଛି, ଯାହାଙ୍କ ସ୍ଥାନ କେହି ନେଇପାରିବେ ନାହିଁ। କିନ୍ତୁ ଏହି ଦଶକ ମତେ ମୋ ସ୍ୱପ୍ନ ପୂରଣ କରିବାକୁ ଅବସର ଦେଇଛି। ଏହି ସମୟରେ ମୋ ପରିବାର ଓ ସାଙ୍ଗସାଥୀ ସବୁବେଳେ ମୋ ସହ ଅଛନ୍ତି' ବୋଲି କହିଛନ୍ତି ଭୂମି।
View this post on Instagram
My Mood for the next decade 🏖 💃🏻🧚🏻♀️😊 #HappyGirl #HappyNewYear #2020 #mood #BPTravels 📸 @samikshapednekar
ଏଥିସହ ଭୂମି କହିଛନ୍ତି ଆଶା କରୁଛି ଆସନ୍ତା ଦଶକ ଆହୁରି ଭଲ ହେବ। ଆପଣ ସମସ୍ତଙ୍କୁ ଆସନ୍ତାବର୍ଷ ପାଇଁ ଶୁଭେଚ୍ଛା ଓ ଶୁଭକାମନା।
ସୂଚନାଯୋଗ୍ୟ ଯେ, ଆଗକୁ ଭୂମିଙ୍କୁ ଭୂତ ପାର୍ଟ ଓ୍ଵାନ୍, ଦ ହଣ୍ଟେଡ ସିପ୍ ଓ ଡଲି କିଟ୍ଟୀ ଔର ଓ୍ଵ ଚମକତେ ସିତାରେରେ ଦେଖିବାକୁ ମିଳିବେ। ପୂର୍ବରୁ ସେ ପତି ପତ୍ନୀ ଔର ଓ୍ଵ, ବାଲା, ଷାଣ୍ଢ କି ଆଖଁରେ ନଜର ଆସିଥିଲେ ଓ ସମସ୍ତ ଫିଲ୍ମ ହିଟ୍ ମଧ୍ୟ ହୋଇଥିଲା।
|
<urn:uuid:ca4849f5-a8bf-41d3-854c-8d9c4cd5dc89>
|
CC-MAIN-2023-23
|
https://knewsodisha.com/entertainment/bhumi-pednekar-shares-vacation-video-and-photos-169189
|
2023-06-02T04:11:50Z
|
s3://commoncrawl/crawl-data/CC-MAIN-2023-23/segments/1685224648322.84/warc/CC-MAIN-20230602040003-20230602070003-00755.warc.gz
|
ory
| 0.995858 |
Orya
| 1 |
{"ory_Orya_score": 0.9958579540252686}
|
ଘୋଷଯାତ୍ରା (୨)
ଘୋଷଯାତ୍ରା (୨)
ଶ୍ରୀଜଗନ୍ନାଥ ଲକ୍ଷ୍ମୀଙ୍କୁ କହୁଛନ୍ତି
ନଅଦିନ ପାଇଁ ଲକ୍ଷ୍ମୀ ମହାଦେଈ ବସ୍ତ୍ର ସାଇତ ପେଡିରେ ,
ତେଲ,ଦାନ୍ତକାଠି,ଶିଙ୍ଗି ପାନିଆଟି ରଖିବ ତାତପର୍ଯ୍ୟରେ ଗୋ, ସେବାୟତକୁ ଦେଇ,
ପେଡି ରଥେ ଦିଅ ପହୁଞ୍ଚାଇ ଗୋ।
ଶୁଣି ଏହି ଗିର ମୁହଁକୁ ଅଥାର ହାଣ୍ଡି କରି ଜଗତ୍ ମାତା
ସବୁ ସଜାଡିଲେ ହେଲେ ପଦେ ହେଲେ ହସି ନ'କହିଲେ କଥା ସବୁ ଜାଣି ଗୋବିନ୍ଦ'
ଧୀରେ ହସୁଥିଲେ ମନ୍ଦ ମନ୍ଦ ହେ।
ଗମ୍ଭୀରି ଭିତରେ ପ୍ରଭୁଙ୍କ ପାଖରେ ସିନ୍ଧୁ ରାଜ ଜେମା ରହି
"ଡେରି ନକରିବ,ଚଞ୍ଚଳ ଫେରିବ"କହି ଦିଅନ୍ତି ସଜାଇ ହେ,
କେତେମତେ ଶ୍ରୀଙ୍ଗାର !
ଚକାଡୋଳା ଦିଶନ୍ତି ସୁନ୍ଦର ହେ।
"ବାହାରକୁ ଗଲେ ଲକ୍ଷ୍ମୀ ସପନରେ ଥରେ ବି ପଡେନି ମନେ,
ଜଗତର କାମ ବୁଝୁ ବୁଝୁ ତୁମ ଘରଣୀ ନରହେ ଧ୍ୟାନେ ହେ,
ଏକା ଘରେ ଜୀବନ,
କଟେ କିପରି ତୁମେ କି ଜାଣ ହେ ?"
ବୋଲନ୍ତେ ଏମନ୍ତ ଜଗତର ମାତ କହନ୍ତି ଚକାନୟନ,
"ଆଉ ସେ ପ୍ରକାର ଅପରାଧ ମୋର ହେବନାହିଁ ପ୍ରାଣଧନ ଗୋ, ଏବେ ବିଦାୟ ଦେଇ,
ରହ ମନ୍ଦିରେ ସିନ୍ଧୁ ତନୟୀ ଗୋ।"
ଆଜ୍ଞାମାଳ ନେଇ,ସେବାୟତେ ଧାଇଁ ଆସିଲେ ଉଚ୍ଛନ୍ନ ହୋଇ,
ପହୁଣ୍ଡି ବିଜୟ ପାଇଁ ଦେବରାୟ ଲକ୍ଷ୍ମୀଙ୍କର ଆଜ୍ଞା ନେଇ ହେ,
ହେଲେ ଯିବାକୁ ସଜ,
କି ସୁନ୍ଦର ବେଶ ଦେବରାଜ ହେ !
ରସିକ ପ୍ରବର କାନେ ଖୋସି ଫୁଲ ପୁଣି ଦୁବ ବରକୋଳି,
ଦର୍ପଣରେ ଦେଖି ମୁଖ ଚକାଆଖି ମୁଚୁକୁନ୍ଦ ହସ ଢାଳି,
ଲକ୍ଷ୍ମୀଙ୍କୁ ଦେଲେ ଚାହିଁ,
ଆଡ ନେତ୍ରରେ ଜଗତସାଇଁ ହେ।
ପଗଡି ଉପର ମୁକୁଟ ସୁନ୍ଦର,ନାଚେ ତାପରେ ଟାହିଆ,
ଅପୂର୍ବ ଦିଶନ୍ତି ହୋଇ କଳାହାତୀ ପହୁଣ୍ଡିରେ ଟେକାଥୁଆ ହେ
ବଡ ରସିକବର,
କନ୍ଦର୍ପରୁ ବଳି କଳେବର ହେ !
ଡାଆଁଣି,ଡାଆଁଣି ଘଣ୍ଟ ବାଜେ ପୁଣି ଝାଞ୍ଜ,ଢୋଲ,କରତାଳ,
ଝୁଲି,ଝୁଲି ହାତୀ ରଥକୁ ଯାଆନ୍ତି ଛାଡିଣ ନୀଳଶଇଳ ହେ,
ପ୍ରଭୁ ଦର୍ଶନ ପାଇଁ,
ସାରା ସଂସାର ରହିଛି ଚାହିଁ ହେ ।
|
<urn:uuid:1a02cade-7098-42ab-a07b-893c6f9e641a>
|
CC-MAIN-2023-50
|
https://storymirror.com/read/oriya/poem/ghossyaatraa-2/wjapialb
|
2023-12-06T00:37:26Z
|
s3://commoncrawl/crawl-data/CC-MAIN-2023-50/segments/1700679100575.30/warc/CC-MAIN-20231206000253-20231206030253-00415.warc.gz
|
ory
| 0.999926 |
Orya
| 1 |
{"ory_Orya_score": 0.9999257326126099}
|
ଲଣ୍ଠନ
ଲଣ୍ଠନ
ମୁଁ ଏମିତି ଜଳୁଥାଏ,
ଦହନର ଜ୍ୱଳାରେ ଛଟପଟ ହୁଏ
ମୋ ଉପରେ ଲାଗିଥିବା କାଚଟି ଧୂସରିତ
ସଂସାର ଝାପସା ଝାପସା ଲାଗେ ।
ତଥାପି ମୁଁ ଜଳେ ,
ଆଲୋକିତ କରିବା ପାଇଁ ।
ସବୁବେଳେ ଜଳୁଥାଏ ,
ତେଲୁଣର ମାପଚୁପ ଭିତରେ
ବୁଢାବାପର ଖୁଁ ଖୁଁ କାସରେ
ବୁଢୀମା ର ଚିିିରା ପଣତରେ
ପୁଅ ଝିିିଅର ଖୁସିରେ ।
ଆଉ ତୁମ ପ୍ରେମର କୋମଳ ସ୍ପର୍ଶରେ।
ମୁଁ ଏଠି ନିତି ଜଳେ
ଜଳି ଜଳି ମୋର ଅଧା ଆୟୁଷ ସାରିଦିଏ।
କେତେବେଳେ ଅପମାନର ଝଡରେ ,
ଧପ୍ ଧପ୍ ହୁଏ ତ ,
କେତେବେଳେ ପ୍ରଶଂସାର ତୈଳରେ
ତେଜିୟାନ ହୋଇଉଠେ ।
ତଥାପି ମୁଁ ଜଳେ ,
କିଏ ବୁୁୁଝୁ ନବୁଝୁ ,କିଏ ଜାଣୁ ନଜାଣୁୁ ।
ଏମିତି ଜଳୁଥିବି
ତୁମ ଆଉ ମୋ ଭିତରେ
ସବୁ ଅନ୍ଧାର ଦୂରକରି
ଆୟୁଷର ପରିସମାପ୍ତି ଯାଏଁ।
|
<urn:uuid:652990bf-7f06-4ab1-8089-1b52b6f73603>
|
CC-MAIN-2024-10
|
https://storymirror.com/read/oriya/poem/lnntthn/5wj3rj5g
|
2024-03-05T15:27:55Z
|
s3://commoncrawl/crawl-data/CC-MAIN-2024-10/segments/1707948235171.95/warc/CC-MAIN-20240305124045-20240305154045-00052.warc.gz
|
ory
| 0.999556 |
Orya
| 1 |
{"ory_Orya_score": 0.9995562434196472}
|
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୫ ମଇ ୨୦୨୩
ଦୁଃଖର କାରଣ କାମନା
ଏହା ଥିଲା ତୁମ ଭାବନା
କାମନା ବିନାଶ କରିବା ପାଇଁକି
ତୁମେ ଦେଲ ନରେ ଚେତନା.
ବ୍ୟାଧି ଜରା ମୃତ୍ୟୁ ଦେଖିଲ
ଜୀବନ ଅସାର ବୁଝିଲ
ରାଜକୀୟ ଭୋଗ ବିଳାଶ ଛାଡ଼ିଣ
ସାଧନା ରେ ବ୍ରତୀ ହୋଇଲ.
ନିରଞ୍ଜନା ନଦୀ ତଟରେ
ଅଶ୍ୱସ୍ତ ବୃକ୍ଷର ମୂଳରେ
ବାର ବରଷ ର ସାଧନାର ପରେ
ଜ୍ଞାନ ପ୍ରାପ୍ତି ହେଲ ହୃଦରେ.
ଭିକ୍ଷୁକ ଜୀବନ ଆଦରି
ପ୍ରାପ୍ତ ଜ୍ଞାନ ଦେଲ ବିତରି
ଦୁଃଖୀ ଲୋକ ତୁମ ଶରଣରେ ଗଲେ
ଦୁଃଖ ନ ରହିଲା ତାହାରି.
————————————–
ବୈଶାଖ ପୂର୍ଣ୍ଣିମା ତିଥିରେ
ରାଜା ସୁଧୋଦନ କୋଳରେ
ଜନମ ଲଭିଲ ଆହେ ତଥାଗତ
ଖେଳିଗଲା ଖୁସି ରାଜ୍ୟରେ.
ପତ୍ନୀ ପୁତ୍ର ମୋହ ଛାଡ଼ିଲ
ସନ୍ୟାସ ବ୍ରତ ଆଚରିଲ
ବୈଶାଖ ପୂର୍ଣ୍ଣିମା ପବିତ୍ର ଲଗ୍ନରେ
ସଦଜ୍ଞାନ ପ୍ରାପ୍ତ ହୋଇଲ.
ବୈଶାଖ ପୂର୍ଣ୍ଣିମା ଦିନରେ
ଶିଷ୍ୟ ସାଧୁ ସନ୍ଥ ମେଳରେ
ଇହଲୀଳା ତୁମେ କରି ସମାପନ
ବିଶ୍ରମିଲ ବିଭୁ ପାଦରେ.
————————————–
ଜନ୍ମ ତୁମ ଯେଉଁ ତିଥିରେ
ବୁଦ୍ଧ ହେଲ ସେହି ତିଥିରେ
ଚୀର ନିଦ୍ରା ଗଲ ଆହେ ତଥାଗତ
ସେହି ସେ ପୂର୍ଣ୍ଣିମା ଲଗ୍ନରେ.
ସେ ପାଇଁ ବୈଶାଖ ପୂର୍ଣ୍ଣିମା
ହୋଇଅଛି ବୁଦ୍ଧ ପୂର୍ଣ୍ଣିମା
ସାରା ବିଶ୍ୱ ଆଜି ଡାକୁଛି ଭକ୍ତିରେ
ଶରଣ କୁ ନିଅ ମଣିମା.
————————————–
ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ
ଗୌତମ ବୁଦ୍ଧ ଙ୍କୁ ଶତ କୋଟି ପ୍ରଣତି ଅଧୀନ
|
<urn:uuid:ca2b8710-be89-45a8-a694-dc494a282805>
|
CC-MAIN-2024-18
|
https://www.thenirvik.com/literature/dukhara-karana-kamana/
|
2024-04-20T16:53:06Z
|
s3://commoncrawl/crawl-data/CC-MAIN-2024-18/segments/1712296817670.11/warc/CC-MAIN-20240420153103-20240420183103-00381.warc.gz
|
ory
| 0.999983 |
Orya
| 1 |
{"ory_Orya_score": 0.9999834299087524}
|
ପଞ୍ଚାୟତ ଗୃହ ନିର୍ମାଣରେ ଟାଳଟୁଳ ନୀତି
ଜଳେଶ୍ୱର,୧୫ା୧(ଆପ୍ର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନବଗଠିତ ସମ୍ପତ୍ତିଆ ଗ୍ରାମ ପଞ୍ଚାୟତ ଗଠନ ହେବାର ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପଞ୍ଚାୟତ ଗୃହ ନିର୍ମାଣ ହୋଇ ନପାରିବା ହେତୁ ଆଜି ଦିନ ସାଢ଼େ ୧୦ଟାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଶତାଧିକ ପଞ୍ଚାୟତବାସୀ ଜଳେଶ୍ୱର ତହସିଲ ପରିସରରେ ଅହୋରାତ୍ର ଗଣଧାରଣା ଦେଇଛନ୍ତି ।
ସମ୍ପୃକ୍ତ ନବଗଠିତ ପଞ୍ଚାୟତରେ ପଂଚାୟତ ଗୃହ ନିର୍ମାଣ ସକାଶେ ୩୫ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଆସି ପଡ଼ିରହିଛି । ସ୍ଥାନୀୟ ବିଧାୟକ ଓ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତ କ୍ରମେ ଉକ୍ତ ପଞ୍ଚାୟତ ଗୃହ ନିର୍ମାଣ ହୋଇପାରୁନାହିଁ ବୋଲି ଗଣଧାରଣାକାରୀ ଅଭିଯୋଗ ଆଣିଛନ୍ତି । ସେମାନେ କହିଛନ୍ତି ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସମ୍ପତ୍ତିଆ ପଞ୍ଚାୟତ ନାମ୍ପୋ ପଞ୍ଚାୟତ ଠାରୁ ଅଲଗା କରାଯାଇଥିଲା । ପଂଚାୟତ ନିର୍ବାଚନ ପରେ ପଂଚାୟତ ଗୃହ ନିର୍ମାଣ ପାଇଁ ଗତବର୍ଷ ଜୁନ ମାସ ୪ ତାରିଖ ଦିନ ଚିଠି ନଂ.୧୩୫୧ ମୂଳେ ସମ୍ପତ୍ତିଆ ଗ୍ରାମର ରକ୍ଷିତ ଖାତା ୨୮୯ ଅଧୀନରେ ଥିବା ପ୍ଲଟ୍ ନଂ.୨୯୨ କିସମ ବସ୍ତି ଯୋଗ୍ୟ ଏରିଆ ୩୮ ଡିସିମିଲ ମଧ୍ୟରୁ ୧୫ ଡିସିମିଲ ଜମିକୁ ଜଳେଶ୍ୱର ତହସିଲଦାର ମାପଚୁପ କରି ଜଳେଶ୍ୱର ବିଡିଓ ଙ୍କୁ ହସ୍ତାନ୍ତର କରିଥିଲେ । ତେବେ ତତ୍କାଳୀନ ବିଡିଓ ନେତ୍ରାନନ୍ଦ ମଲ୍ଲିକ ସ୍ଥାନୀୟ ବିଧାୟକଙ୍କ ହାତବାରିସୀ ସାଜି ଏହି ଉନ୍ନୟନମୂଳକ କାର୍ଯ୍ୟକୁ ବିନା କାରଣରେ ପକାଇ ରଖିଥିଲେ । କେବଳ ପଂଚାୟତ ଗୃହ ନୁହେଁ ଉକ୍ତ ପଂଚାୟତରେ ବିଗତ ଅଢ଼େଇ ବର୍ଷ ମଧ୍ୟରେ କୈାଣସି ଗୋଟିଏ ବି ବିକାଶ ତଥା ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିଥିଲେ । ଯେହେତୁ ଉକ୍ତ ପଂଚାୟତର ସରପଂଚ କୁଆଡ଼େ ବିଧାୟକଙ୍କ ବୋଲ ମାନୁ ନାହାନ୍ତି ବୋଲି ଏହିଭଳି ଦୁର୍ଦ୍ଦଶାର ଶିକାର ହୋଇଛି ସମ୍ପୃକ୍ତ ପଂଚାୟତ ବୋଲି ଗଣଧାରଣାରେ ସାମିଲ ହୋଇଥିବା ଦିପ୍ତୀମାନ ଆଚ୍ଚାର୍ଯ୍ୟ,ସିତାଂଶୁ ସେନାପତି ଦିଲୀପ ପରିଡ଼ା, ଦିଲୀପ ଗିରି, ଦିଲୀପ ଶତପଥି,ଶିବଶଙ୍କର ହୁଇ,ଗୀତାରାଣି ଆଚ୍ଚାର୍ଯ୍ୟ ପ୍ରମୁଖ ନେତୃବୃନ୍ଦ ଓ ଶତାଧିକ ଗ୍ରାମବାସୀ ପ୍ରକାଶ କରିଛନ୍ତି । ପଂଚାୟତ ଗୃହ ନିର୍ମାଣ ଯଥାଶୀଘ୍ର ନ ହେଲେ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇ ଆଇନ୍ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ।
ପଞ୍ଚାୟତବାସୀଙ୍କ ଅହୋରାତ୍ର ଗଣଧାରଣା
Jan 16, 2019, 00:38 am25
ପଞ୍ଚାୟତ ଗୃହ ନିର୍ମାଣରେ ଟାଳଟୁଳ ନୀତି
|
<urn:uuid:ef610c9e-b4d1-4abb-9704-128ce0a6d57a>
|
CC-MAIN-2019-09
|
http://sarbasadharana.com/%E0%AC%AA%E0%AC%9E%E0%AD%8D%E0%AC%9A%E0%AC%BE%E0%AD%9F%E0%AC%A4%E0%AC%AC%E0%AC%BE%E0%AC%B8%E0%AD%80%E0%AC%99%E0%AD%8D%E0%AC%95-%E0%AC%85%E0%AC%B9%E0%AD%8B%E0%AC%B0%E0%AC%BE%E0%AC%A4%E0%AD%8D%E0%AC%B0/
|
2019-02-23T20:04:40Z
|
s3://commoncrawl/crawl-data/CC-MAIN-2019-09/segments/1550249530087.75/warc/CC-MAIN-20190223183059-20190223205059-00155.warc.gz
|
ory
| 0.99998 |
Orya
| 1 |
{"ory_Orya_score": 0.9999799728393555}
|
ଭୁବନେଶ୍ୱର, ୧୫ା୫(ଓଡ଼ିଶା ଭାସ୍କର): ସାମୁଦ୍ରିକ ଝଡ଼ ଫୋନିର ତାଣ୍ଡବରେ ଚାରିଆଡ଼େ ବିଦ୍ୟୁତ ସେବାରେ ବ୍ୟାହତ ହୋଇଥିଲା । କିନ୍ତୁ ଆଜି ୧୨ ଦିନ ପରେ ଅନ୍ଧାକର ହଟାଇ ପୁରୀ ଶ୍ରୀମନ୍ଦିରରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇଛି ।
With Product You Purchase
Subscribe to our mailing list to get the new updates!
Lorem ipsum dolor sit amet, consectetur.
Related Articles
9 hours ago
232
9 hours ago
29
10 hours ago
80
|
<urn:uuid:e6d4a5c1-62de-4a31-98e6-557b3c1c58ed>
|
CC-MAIN-2019-22
|
http://odishabhaskar.com/?p=23547
|
2019-05-23T00:57:50Z
|
s3://commoncrawl/crawl-data/CC-MAIN-2019-22/segments/1558232256997.79/warc/CC-MAIN-20190523003453-20190523025453-00156.warc.gz
|
ory
| 0.998175 |
Orya
| 1 |
{"ory_Orya_score": 0.9981747269630432}
|
ଗତକାଲି କ୍ରିକେଟ ବିଶ୍ବ କପ୍ ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ପାକିସ୍ତାନକୁ ପରାଜୟ ସ୍ବାଦ ଚଖେଇଛି । ସାରା ବିଶ୍ବର ନଜର ଥିବା ଏହି ମ୍ୟାଚ୍ ଜିତିବା ପରେ ଭାରତ ବିଶ୍ବକପର ୪ ମୁକାବିଲାରୁ ୭ ପଏଣ୍ଟ ପାଇ ତାଲିକାର ତୃତୀୟକୁ ଉଠିଛି।
ଭାରତ-ପାକିସ୍ତାନର ଏହି ମ୍ୟାଚ୍କୁ ସାରା ବିଶ୍ୱ ଅପେକ୍ଷା କରି ରହିଥିବା ବେଳେ ବଲିଉଡ୍ ଅଭିନେତା ରଣବୀର ସିଂହ ଲଣ୍ଡନ ମୈଦାନରେ ଚାରଚାନ୍ଦ ଲଗାଇଥିଲେ। ଏହି ହାଇଭୋଲ୍ଟେଜ ମ୍ୟାଚକୁ ଦେଖିବା ପାଇଁ ରଣବୀର ଇଂଲଣ୍ଡର ମଞ୍ଚେଷ୍ଟର୍ ଠାରେ ପହଞ୍ଚିଥିଲେ । ନିଜେ ମଜା କରୁଥିବା ବେଳେ ଦର୍ଶକଙ୍କୁ ମଧ୍ୟ ତାଙ୍କ ଅନ୍ଦାଜରେ ମନୋରଞ୍ଜନର ଖୁରାକ୍ ଯୋଗାଇଥିଲେ । ତେବେ ଏହି ଅବସରରେ ମଇଦାନ ଉପରେ ମଜା କରୁଥିବାର ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଆପଣ ବି ଦେଖନ୍ତୁ ଏହି ଭିଡିଓ :
Selfie time 📸📸
Look who's in the house 🙌 pic.twitter.com/Aw55hFImqM
— BCCI (@BCCI) June 16, 2019
କେବଳ ସେତିକି ନୁହେଁ ରଣବୀର ସେଠାରେ ପହଞ୍ଚି ଆଙ୍କରିଂ ମଧ୍ୟ କରିଥିବାର ନଜର ଆସିଥିଲେ। ଆଙ୍କରିଂ ମାଧ୍ୟମରେ ସେ ଭାରତ-ପାକିସ୍ତାନ ମ୍ୟାଚଠାରୁ ବଡ଼ ମ୍ୟାଚ ଆଉ କିଛି ହୋଇନପାରେ ବୋଲି କହିବା ସହିତ ପାଣିପାଗ ସମ୍ବନ୍ଧରେ ସୂଚନା ଦେଉଥିଲେ।
Look who gave a low down of the BIG CLASH between India & Pakistan LIVE from Old Trafford before the start of the game – @RanveerOfficial himself #TeamIndia #INDvPAK #CWC19 🇮🇳💙😎👌 pic.twitter.com/NaNKOY5YEw
— BCCI (@BCCI) June 16, 2019
— Harbhajan Turbanator (@harbhajan_singh) June 16, 2019
|
<urn:uuid:a3a5b1d1-f67f-410a-9f9e-ac242cf80e2f>
|
CC-MAIN-2019-30
|
https://knewsodisha.com/ranveer-singh-charms-the-audience-by-his-commentary-during-india-vs-pakistan-match/
|
2019-07-22T18:18:08Z
|
s3://commoncrawl/crawl-data/CC-MAIN-2019-30/segments/1563195528208.76/warc/CC-MAIN-20190722180254-20190722202254-00417.warc.gz
|
ory
| 0.999767 |
Orya
| 1 |
{"ory_Orya_score": 0.9997674822807312}
|
ଉତ୍ତର ପ୍ରଦେଶର ଉନ୍ନାଓରେ ଲୋମଟାଙ୍କୁରା ବର୍ବରତା : ପୀଡ଼ିତାଙ୍କୁ ଜିଅନ୍ତା ଜାଳିଦେଲେ
ଅବସ୍ଥା ସଙ୍କଟାପନ୍ନ, ୫ ଅଭିଯୁକ୍ତ ଗିରଫ
ଅବସ୍ଥା ସଙ୍କଟାପନ୍ନ, ୫ ଅଭିଯୁକ୍ତ ଗିରଫ
ଲକ୍ଷ୍ନୌରୁ ଦିଲ୍ଲୀ ସ୍ଥାନାନ୍ତର ହେଲେ ପୀଡ଼ିତା
ପଶ୍ଚିମବଙ୍ଗର ମାଲ୍ଦାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ମାରିଦେଲେ
ଉନ୍ନାଓ : ହାଇଦ୍ରାବାଦରେ ଜଣେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ କରି ଜିଅନ୍ତା ଜାଳିଦେବା ଭଳି ବୀଭତ୍ସ କାଣ୍ଡକୁ ନେଇ ଦେଶବ୍ୟାପୀ କ୍ରୋଧର ବାତାବରଣ ଲାଗି ରହିଥିବା ବେଳେ ଆଜି ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ମଧ୍ୟ ଏଭଳି ଲୋମଟାଙ୍କୁରା ବର୍ବରତାର ଖବର ମିଳିଛି। ବର୍ଷେକ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତର ପ୍ରଦେଶରେ ଉନ୍ନାଓ ଅଂଚଳର ଜଣେ ଯୁବତୀଙ୍କୁ ୫ ଜଣ ଦୁର୍ବୃତ୍ତ ଜିଅନ୍ତା ଜାଳି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ଜଳି ଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଲକ୍ଷ୍ନୌ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଅତି ଉଦ୍ବେଗଜନକ ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଲକ୍ଷ୍ନୌରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଏହି ଅମାନବୀୟ କାଣ୍ଡ ଘଟାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାକୁ ନେଇ ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇ ଦୁଷ୍କର୍ମକାରୀ ରହିଥିବା ଜଣାପଡ଼ିଛି। େସମାନେ ନିକଟରେ ଜାମିନରେ ବାହାରକୁ ଆସିଥିଲେ।
ଉନ୍ନାଓ ଏସ୍ପି କହିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ ଏହି ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ତାଙ୍କ ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଦୁଇ ଅଭିଯୁକ୍ତ ଆଜି ପେଟ୍ରୋଲ ଢାଳି ଜିଆନ୍ତା ପୋଡ଼ିବା ଘଟଣାରେ ମଧ୍ୟ ସାମିଲ ଥିଲେ।
ସେମାନଙ୍କୁ ପୁଲିସ ଗିରଫ କରିଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ନିକଟରେ ଜେଲ୍ରୁ ଜାମିନରେ ଆସିବା ପରେ ଅଭିଯୁକ୍ତମାନେ ସେମାନଙ୍କୁ ଧମକ ଦେଉଥିଲେ। ତେବେ ସେମାନେ ଏଭଳି ବର୍ବର କାଣ୍ଡ ଘଟାଇବେ ବୋଲି କେହି ଚିନ୍ତା କରିନଥିଲେ। ଆଜି ଭୋର୍ ୪ଟା ବେଳେ ପୀଡ଼ିତା ରାୟବରେଲି କୋର୍ଟ ଯିବା ପାଇଁ ଟ୍ରେନ୍ ଧରିବା ନିମେନ୍ତ ବୈସବାରା ବିହାର ରେଳ ଷ୍ଟେସନ ଯାଉଥିଲେ। ରାସ୍ତାରେ ଗୌରା ଛକ ନିକଟରେ ଗ୍ରାମର ହରିଶଙ୍କର ତ୍ରିବେଦୀ, କିଶୋର, ଶୁଭମ, ଶିବ ଏବଂ ଉମେଶ ତାଙ୍କୁ ଘେରିଯାଇ ଛଡ଼ ଏବଂ ଛୁରିରେ ଆକ୍ରମଣ କରିଥିଲେ। ପୀଡ଼ିତା ତଳେ ପଡ଼ିଯିବା ପରେ ସେମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୀଡ଼ିତା ଯନ୍ତ୍ରଣାରେ ଚିତ୍କାର କରୁଥିବାେବଳେ ସ୍ଥାନୀୟ ଲୋକେ ଦୌଡ଼ି ଆସି ପୀଡ଼ିତାଙ୍କ ଶରୀରରେ ଲାଗିଥିବା ନିଆଁକୁ ଲିଭାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଥିଲା।
ପୀଡ଼ିତା ଏସ୍ଡିଏମ୍ଙ୍କୁ ଦେଇଥିବା ବୟାନ ଅନୁଯାୟୀ ଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ରାୟବରେଲି ଯିବା ନିମନ୍ତେ ସେ ଭୋର୍ ୪ଟାରୁ ଘରୁ ବାହାରିଥିଲେ। ଏ ସଂପର୍କରେ ଅଭିଯୁକ୍ତମାନେ ଆଗୁଆ ଜାଣିପାରି ଗ୍ରାମ ନିକଟରେ ଛକି ରହିଥିଲେ। ଗୌରା ଛକ ନିକଟରେ ତାଙ୍କୁ ଅଚାନକ ୫ ଜଣ ଛଡ଼ ଓ ଛୁରିରେ ବାରମ୍ବାର ଆଘାତ କରିଥିଲେ। ଛୁରି ମାଡ଼ରେ ସେ ଆହତ ହୋଇ ତଳେ ପଡ଼ିଯିବା ପରେ ଜେଲ୍ ଫେରନ୍ତା ଦୁଇ ଅଭିଯୁକ୍ତ ଏକ ବ୍ୟାରେଲ୍ରେ ଆଣିଥିବା ପେଟ୍ରୋଲ ତାଙ୍କ ଉପରେ ଢ଼ାଳି ନିଆଁ ଲଗାଇ ଦେଇଥିଲେ।
ଏହି ଘଟଣାକୁ ନେଇ ଆଜି ବିରୋଧୀ ଦଳମାନେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ବିଜେପି ସରକାର ଏହି ଘଟଣା ପାଇଁ ନୈତିକ ଦାୟିତ୍ବ ନେଇ ଇସ୍ତଫା ଦେବା ଉଚିତ ବୋଲି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି।
ସେହିଭଳି ଆଜି ପଶ୍ଚିମବଙ୍ଗର ମାଲ୍ଦାରୁ ଜଣେ ମହିଳାଙ୍କ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ମୃତଦେହ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଦୁର୍ବୃତ୍ତମାନେ ସମ୍ପୃକ୍ତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଜାଳି ଦେଇଥିବା ପୁଲିସ ସନ୍ଦେହ କରୁଛି। ଉଭୟ ଘଟଣାକୁ ନେଇ ଦେଶ ବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି।
|
<urn:uuid:f08ca15d-d68f-4ee4-93b3-527c13b307b6>
|
CC-MAIN-2021-04
|
https://sambad.in/india-and-beyond/rape-survivor-set-on-fire-on-way-to-court-in-ups-unnao-456570/
|
2021-01-17T12:31:27Z
|
s3://commoncrawl/crawl-data/CC-MAIN-2021-04/segments/1610703512342.19/warc/CC-MAIN-20210117112618-20210117142618-00539.warc.gz
|
ory
| 0.999968 |
Orya
| 1 |
{"ory_Orya_score": 0.9999681711196899}
|
ସୁଏଜ କେନାଲ୍ରେ ଦୂର ହେଲା ଅଚଳାବସ୍ଥା, ଆଗକୁ ବଢ଼ିବ 'ଏମଭି ଏଭର୍ ଗିଭେନ୍'
ୱାଶିଂଟନ: ଦୀର୍ଘ ୬ ଦିନ ଧରି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥ 'ସୁଏଜ୍ କେନାଲ୍'ରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଶେଷ ହେବାରେ ସମ୍ଭାବନା ସୃଷ୍ଟି ହୋଇଛି। ଏହି କେନାଲରେ ଫସି ରହିଥିବା ବିଶାଳ ପଣ୍ୟବାହୀ ଜାହାଜ 'ଏମଭି ଏଭର୍ ଗିଭେନ୍'କୁ ଉଦ୍ଧାରକାରୀ ଦଳ ସଫଳତାର ସହ ଭାସମାନ ଅବସ୍ଥାକୁ ଆଣିବାରେ ସକ୍ଷମ ହୋଇଛନ୍ତି। ତେଣୁ ଏହା ଖୁବଶୀଘ୍ର ଆଗକୁ ବଢ଼ିବ ବୋଲି ସମସ୍ତେ ଆଶା ରଖିଛନ୍ତି।
'ଏମଭି ଏଭର୍ ଗିଭେନ୍' ଜାହାଜଟି କେନାଲ ଭିତରେ ୩୦ ଡିଗ୍ରୀ ଆଙ୍ଗେଲରେ ଲାଖି ଯାଇଥିଲା। ତେଣୁ ଏହା ଆଗକୁ କିମ୍ବା ପଛକୁ ଯାଇ ପାରି ନଥିଲା। କେନାଲର ବାଟ ବନ୍ଦ ହୋଇଯିବାରୁ ଏହି ବାଣିଜ୍ୟ ପଥରେ ଯିବା ଆସିବା କରୁଥିବା ପ୍ରାୟ ୪୫୦ରୁ ଅଧିକ ଜାହାଜ ଅଟକି ରହିଥିଲା। ହେଲେ ୬ ଦିନ ଧରି ଚାଲିଥିବା ଅକ୍ଳାନ୍ତ ପରିଶ୍ରମ ଯୋଗୁ ଆଜି ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।
— Mhmdzaki (@mhmdzaki69) March 29, 2021
ବିଶାଳ 'ଏମଭି ଏଭର୍ ଗିଭେନ୍' ଜାହା ତା'ର ଦିଗ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଛି। ତେଣୁ ଏହା ଖୁବଶୀଘ୍ର ଭାସମାନ ଅବସ୍ଥାକୁ ଫେରିବ। ଆଜି ସକାଳୁ ଏମଭି ଏଭର୍ ଗିଭେନ୍'କୁ ୧୧ଟି ଜାହାଜ କେନାଲ ଭିତରୁ ବାହାର କରିବା ପାଇଁ ଭିଡ଼ିବା ଆରମ୍ଭ କରିଥିଲେ। ଶେଷରେ ଡାହାଣ ଦିଗରେ ଏହା ୮୦% ବୁଲିବାକୁ ସକ୍ଷମ ହୋଇଛି। ତେଣୁ ଖୁବଶୀଘ୍ର ଏହି କେନାଲ ଯିବା ଆସିବା ପାଇଁ ଖୋଲିବ ବୋଲି ଇଜିପ୍ଟର ସୁଏଜ କେନାଲ କର୍ତ୍ତୃପକ୍ଷ ଆଶା ପୋଷଣ କରିଛନ୍ତି।
କର୍ତ୍ତୃପକ୍ଷ କହିଛନ୍ତି, ଜାହାଜର ଅଧିକାଂଶ ଭାଗ ଉପକୂଳରୁ ୩୩୫ ଫୁଟ ଘୁଞ୍ଚି ଯାଇଛି। ପୂର୍ବରୁ ଏହା ମାତ୍ର ୪ ମିଟିର ବୁଲିଥିଲା। କେନାଲ କୂଳର ୧୮ ମିଟର ଗଭୀରକୁ ଯାଇ ଉଦ୍ଧାରକାରୀ ଦଳ ପ୍ରାୟ ୨୭୦୦୦ ଘନ ମିଟର ବାଲି କାଢ଼ିବା ପରେ 'ଏଭର୍ ଗିଭେନ୍' ତା'ର ସ୍ଥାନ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଛି।
ଏହାର ସମ୍ମୁଖ ଭାଗ ନଷ୍ଟ ହୋଇ ଯାଇଥିଲେ ବି ବାକି ସବୁ ଠିକ୍ଠାକ୍ ରହିଛି। ଏହି କେନାଲ୍ ଦେଇ ବିଶ୍ୱର ୧୨% ବାଣିଜ୍ୟିକ କାରବାର ଚାଲିଥାଏ। କେତେକ ଜାହାଜ 'ସୁଏଜ୍ କେନାଲ୍'ରେ ଯିବା ଲାଗି ଅପେକ୍ଷା କରିବା ପରିବର୍ତ୍ତେ ଆଫ୍ରିକାର ଦକ୍ଷିଣ ସୀମାନ୍ତ ଦେଇ ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି। କେନାଲରେ ଅଚଳାବସ୍ଥା ଯୋଗୁ ଇଜିପ୍ଟ ପ୍ରତିଦିନ ୧୪ ମିଲିୟନ ଡଲାରର ରାଜସ୍ୱ ହରାଇ ଚାଲିଛି।
— Mhmdzaki (@mhmdzaki69) March 29, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
<urn:uuid:5383f8db-35ee-4ed6-8de4-56f4b79fed99>
|
CC-MAIN-2021-17
|
https://odishareporter.in/nation-world/world/giant-ship-turns-after-blocking-suez-canal-631190
|
2021-04-19T21:28:40Z
|
s3://commoncrawl/crawl-data/CC-MAIN-2021-17/segments/1618038917413.71/warc/CC-MAIN-20210419204416-20210419234416-00154.warc.gz
|
ory
| 0.999954 |
Orya
| 1 |
{"ory_Orya_score": 0.9999544620513916}
|
ଆମେରିକାର ଆକାଶରେ ଉଡୁଛି ମାଛ; ଏଲିୟନ ଉଡ଼ାଇଛନ୍ତି କହିଲେ ଏକ୍ସପର୍ଟ୍ସ
ଫ୍ଲୋରିଡାଠାରେ ହଠାତ୍ ଲୋକେ ଆକାଶରେ ଉଡ଼ୁଥିବା ଏକ ଫ୍ଲାଇଙ୍ଗ୍ ଫିସ୍ ଦେଖି ହଠାତ୍ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଦୃଶ୍ୟ ଦେଖିବା ପରେ ଲୋକେ ଏହାକୁ ଏଲିୟନଙ୍କ ଗତିବିଧି ସହିତ ଯୋଡ଼ିବା ଆରମ୍ଭ କରିଦେଇଛନ୍ତି ।
ଆମେରିକାର ଆକାଶରେ ଉଡୁଛି ମାଛ
- News18 Odia
- Last Updated: November 13, 2021, 10:55 AM IST
ୱାଶିଂଟନ୍: ଦୁନିଆରେ, ଏଲିୟନଙ୍କ ସହ ଜଡ଼ିତ ଅନେକ ଖବର ଦେଖାଯାଉଛି ଓ ଶୁଣାଯାଉଛି । ଏଲିୟନ୍ସ ଅର୍ଥାତ୍ ଅନ୍ୟ ଗ୍ରହର ଜୀବ । ଏଲିୟନଙ୍କ ସହ ଜଡ଼ିତ ଖବର ଲକଡାଉନରେ ବହୁତ ବୃଦ୍ଧି ପାଇଥିଲା । ବିଶେଷ କରି ଆମେରିକା ଏଲିୟନ୍ସଙ୍କ ବିଷୟରେ ବିବାଦ ଭିତରକୁ ଆସିଛି । ଆମେରିକାର ଅନେକ ଅବସରପ୍ରାପ୍ତ ବରିଷ୍ଠ ସୈନିକ ଦାବି କରିଛନ୍ତି ଯେ ଏହି ଦେଶ ଏଲିୟନ୍ସଙ୍କ ସହ ଜଡ଼ିତ ଅନେକ ଜିନିଷ ଲୁଚାଉଛି।
ସେମାନେ କହିଛନ୍ତି ଯେ ଆମେରିକା ଏଲିୟନଙ୍କ ସହ ଯୋଗାଯୋଗରେ ଅଛି। କିନ୍ତୁ ସେ ଏହାକୁ ଜଗତରୁ ଲୁଚାଉଛନ୍ତି। ତେବେ ଆମେରିକା ଏହାକୁ ଅସ୍ୱୀକାର କରିଛି। ବର୍ତ୍ତମାନ ଯେତେବେଳେ ଫ୍ଲୋରିଡାର ଲୋକେ ଆକାଶରେ ଥିବା ପକ୍ଷୀ ବଦଳରେ ମାଛ ଉଡୁଥିବାର ଦେଖିଲେ (ଫ୍ଲାଇଙ୍ଗ୍ ଫିସ୍ ସ୍ପଟଡ୍), ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।
ଆମେରିକାର ଆକାଶରେ ଉଡୁଛି ମାଛ
ଏହି ମାମଲା ଏହି ସପ୍ତାହର ବୋଲି କୁହାଯାଉଛି। ଏଠାରେ ଏକ ମାଛ ପରି ଜିନିଷ ଆକାଶରେ ଉଡୁଥିବାର ଦେଖିବାକୁ ମିଳିଥିଲା । ସେବେଠାରୁ ଏଲିୟନ୍ ହଣ୍ଟର୍ସରେ ଉତ୍ତେଜନା ଦେଖାଦେଇଥିଲା। ଏହାର ନାମ ଫ୍ଲାଇଙ୍ଗ୍ ଫିସ୍ ରଖାଯାଇଛି । କିଛି ଲୋକ ଏହା କହିଛନ୍ତି ଯେ ଏହା ଏଲିୟନଙ୍କର ଏକ ମହାକାଶଯାନ ହୋଇଥିବାବେଳେ କିଛି ଲୋକ କହିଛନ୍ତି ଯେ ଏଲିୟନ୍ସ ଏହି ମାଛ ଉଡ଼ାଇଛନ୍ତି। ଏହି ଉଡ଼ୁଥିବା ମାଛର ଫଟୋ UFOsightingdaily.comରେ ଶେୟାର କରାଯାଇଥିଲା ।
ଏଲିୟନ୍ସ ବିଶେଷଜ୍ଞ ସ୍କଟ ୱାରିଙ୍ଗଙ୍କ ଅନୁଯାୟୀ, ନିକଟ ସେ ନୋଟିସ୍ କରିଥିଲେ ଯେ ଯେଉଁଠାରେ ଏଲିୟନ୍ସ ଓ UFO ଦୃଶ୍ୟମାନ ହୁଏ, ସେମାନଙ୍କର ଆକାର ପୃଥିବୀର ଜିନିଷ ସହିତ ସମାନ । କିନ୍ତୁ ସେ ପ୍ରଥମ ଥର ପାଇଁ ଏପରି UFO କିମ୍ବା ଏଲିୟନ୍ସଙ୍କୁ ଦେଖିଛନ୍ତି ଯାହା ମାଛ ପରି ଦେଖାଯାଉଛି । ଭାଇରାଲ୍ ହେଉଥିବା ଏହି ଏଲିୟନ୍ସ ମାଛରେ, ଦୁଇଟି ଆଖି ଆଗରେ ଦେଖାଯାଇଥିଲା ଓ ଏହାର ପଛ ଭାଗ ଏକ ମାଛର ଫିନ ପରି ନଜର ଆସିଥିଲା ।
ବିଶେଷଜ୍ଞମାନେ ଏହାକୁ ଜଳ ତଳେ ଥିବା ଗୁପ୍ତ ଏଲିୟନ୍ ବେସ୍ ସହିତ ମଧ୍ୟ ସଂଯୋଗ କରିଥିଲେ । ଏଲିଏନ୍ ବିଶେଷଜ୍ଞ ସ୍କଟ୍ ୱାରିଙ୍ଗ କହିଛନ୍ତି ଯେ ସମୁଦ୍ର ତଳେ ବିଶ୍ୱରେ ଏଲିୟନ୍ସ ବେସ୍ ମଧ୍ୟ ଉପସ୍ଥିତ। ଦୈନିକ ଷ୍ଟାରରେ ମୁଦ୍ରିତ ବିଦେଶୀ ମାଛର ଏହି ଫଟୋ ଅନେକ ବିବାଦ ଆରମ୍ଭ କରିଛି । ତେବେ ଏ ପର୍ଯ୍ୟନ୍ତ ଏ ବାବଦରେ କିଛି ସ୍ପଷ୍ଟ କରାଯାଇ ନାହିଁ। ଫ୍ଲୋରିଡାଠାରେ ବିଦେଶୀମାନଙ୍କୁ ଦେଖିବା ଏକ ନୂଆ କଥା ନୁହେଁ । UFO ଓ ଏଲିୟନ ଏଠାରେ ଦେଖାଯାଉଛନ୍ତି । ବର୍ତ୍ତମାନ ଏହି ଉଡ଼ୁଥିବା ମାଛର ଅନୁସନ୍ଧାନ କରାଯାଉଛି।
|
<urn:uuid:6763c043-55ca-4030-86c7-f892894abcef>
|
CC-MAIN-2021-49
|
https://odia.news18.com/news/trending/flying-fish-spotted-in-sky-of-florida-sparks-aliens-controversy-2lpd-131121-lpd-84485.html
|
2021-12-04T13:59:38Z
|
s3://commoncrawl/crawl-data/CC-MAIN-2021-49/segments/1637964362992.98/warc/CC-MAIN-20211204124328-20211204154328-00543.warc.gz
|
ory
| 0.99995 |
Orya
| 1 |
{"ory_Orya_score": 0.9999502897262573}
|
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
1. 15 to 18 Age Group Vaccination: ୧୧ ଦିନରେ ନେଲେ ୩ କୋଟି ଟିକା
2. କୋରୋନା ଲଢେଇରେ ସାମିଲ ୨ ନୂଆ ଅସ୍ତ୍ର, WHO କଲା ମଞ୍ଜୁର
ପାଳି କରି ତାଣ୍ଡବ ରଚିଛି ମହାମାରୀ । ଏହା ବିରୋଧରେ ଲଢେଇ ପାଇଁ ଚାଲିଛି ଅସ୍ତ୍ର ତିଆରି । ଟୀକାକରଣ ହିଁ ମହାମାରୀ ଲୋପ କରିବାର ମାଧ୍ୟମ । ଏହି ମୁକାବିଲାରେ ସାମିଲ ହୋଇଛି ଆଉ ଦୁଇ ନୂଆ ଚିକିତ୍ସା । ହୁ (World Health Organization) ୨ଟି ନୂଆ ପ୍ରକାର ଟ୍ରିଟମେଣ୍ଟକୁ ଅନୁମତି ଦେଇଛି ।
3.ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ହେବ ରତନ ଟାଟାଙ୍କ ଜୀବନୀ
ଟାଟା କମ୍ପାନୀର ମାଲିକ ରତନ ଟାଟା ଭାରତର ଜଣେ ସଫଳ ଉଦ୍ୟୋଗପତି । ୮୪ ବର୍ଷୀୟ କିମ୍ବଦନ୍ତୀ ବ୍ୟବସାୟୀ ରତନ ଟାଟାଙ୍କ ଜୀବନ ଉପରେ ଆଧାରିତ ଅଥୋରାଇଜଡ ବାୟୋଗ୍ରାଫିକୁ ହାଇପରକଲିନ୍ସ ପକ୍ଷରୁ ପ୍ରକାଶିତ କରିବାକୁ ଅଧିକାର ହାସଲ କରିଥିବା ଜଣାପଡିଛି
4. ଆଜି ୧୦୦ଟି ଅତ୍ୟାଧୁନିକ AC CNG ବସର ଶୁଭାରମ୍ଭ କରିବେ କେଜ୍ରିୱାଲ
5. ଅନଲାଇନ ଗେମ୍ ଉପରେ ଲଗାମ କଷିବ ମଧ୍ୟପ୍ରଦେଶ
6. UP Assembly Poll: ଭାଜପା ସାପ, ମୁଁ ବିନାଶକାରୀ ନେଉଳ
ନିର୍ବାଚନ ତାରିଖ ଘୋଷଣା ପରେ ସତେ ଯେମିତି ୟୁପିରେ ଭାଜପାକୁ କାହା ନଜର ଲାଗିଯାଇଛି । ନିର୍ବାଚନ ଯେତେ ପାଖଉଛି ଇସ୍ତଫା ମନ୍ତ୍ରୀଙ୍କ ତାଲିକା ବଢିବାରେ ଲାଗିଛି । ଯୋଗୀ ସରକାରଙ୍କୁ ଝଟକା ପରେ ଝଟକା ଲାଗିଛି । ଏହାରି ଭିତରେ ପ୍ରଥମେ ଇସ୍ତଫା ଦେଇଥିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ । ଏହା ପରେ ସେ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି ।
7. ଭିତରକନିକାରେ ଶେଷ ହେଲା ପକ୍ଷୀ ଗଣନା, ଏ ବର୍ଷ ବଢିଛି ପ୍ରଜାତି ଓ ସଂଖ୍ୟା
8. ପରଲୋକରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ
9.ରେଳ ପ୍ରକଳ୍ପ ସମୀକ୍ଷା ବୈଠକ: ଜମି ଅଧଗ୍ରହଣ ଓ କାର୍ଯ୍ୟ ତ୍ବରାନ୍ବିତ ଲାଗି ନିର୍ଦ୍ଦେଶ
ରାଜ୍ୟରେ ଜାରି ରହିଛି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ । ସମସ୍ତ ରେଳ ପ୍ରକଳ୍ପ ପାଇଁ ଥିବା ଜମି ଅଧଗ୍ରହଣ ଓ ଏ କ୍ଷେତ୍ରରେ ଥିବା ସମସ୍ତ ଅସୁବିଧା ଦୂର କରିବା ଦିଗରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି (railway project Review Meeting) ।
10. INDIA CORONA: 3 ଲକ୍ଷ ମୁହାଁ ଦୈନିକ ସଂକ୍ରମଣ, ଦିନକରେ 264202 ପଜିଟିଭ
|
<urn:uuid:033b2d33-b973-4387-9bef-b96b226838d1>
|
CC-MAIN-2022-05
|
https://www.etvbharat.com/oriya/odisha/bharat/top-news-at-1pm/or20220114130215624
|
2022-01-25T05:41:31Z
|
s3://commoncrawl/crawl-data/CC-MAIN-2022-05/segments/1642320304760.30/warc/CC-MAIN-20220125035839-20220125065839-00385.warc.gz
|
ory
| 0.999993 |
Orya
| 1 |
{"ory_Orya_score": 0.9999933242797852}
|
ବର୍ମିଂହାମରେ ବୁମ୍ରାଙ୍କ ନେତୃତ୍ବ ଟେଷ୍ଟ: ଉଭୟ ଦଳର ନୂଆ ଅଧିନାୟକ, ପ୍ରଶିକ୍ଷକ
ଅଧିନାୟକ ପଦ ମୋ ଜୀବନର ସବୁଠୁ ବଡ଼ ସଫଳତା: ବୁମ୍ରା
ବର୍ମିଂହାମ: କୋଭିଡ୍ ଆତଙ୍କ ପାଇଁ ଗତବର୍ଷ ଶେଷ ହୋଇପାରି ନଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ପାଞ୍ଚ ଟିକିଆ ଶୃଙ୍ଖଳାର ପ୍ରଥମ ଚାରିଟି ମ୍ୟାଚ୍ ଖେଳା ଯାଇସାରିଥିଲା ବେଳେ ପଞ୍ଚମ ତଥା ଶେଷ ଟେଷ୍ଟ୍ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିଲାଗି ଭାରତୀୟ ଦଳ ଗତ କିଛି ଦିନ ହେବ ଲିସେଷ୍ଟରରେ ରହି ଅଭ୍ୟାସ କରୁଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ଭ୍ରମଣକାରୀ ତଥା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ବିଜେତା ନ୍ୟୁଜିଲାଣ୍ଡକୁ ଘରୋଇ ପରିବେଶରେ ୩-୦ରେ ପରାସ୍ତ କରି ଆତ୍ମବିଶ୍ବାସର ସହ ଏହି ମ୍ୟାଚ୍ ଖେଳିବାକୁ ଯିବ। ଗତବର୍ଷ ଏହି ଶୃଙ୍ଖଳାର ପ୍ରଥମ ଚାରି ମ୍ୟାଚ୍ ପରେ ଭାରତ ୨-୧ରେ ଆଗୁଆ ଥିଲା। ଏଣୁ ଦୀର୍ଘ ବ୍ୟବଧାନ ପରେ ଖେଳାଯାଉଥିବା ଅନ୍ତିମ ମୁକାବିଲାରେ ଇଂଲଣ୍ଡ ପାଖରେ ଶୃଙ୍ଖଳା ବଞ୍ଚାଇବାର ସୁଯୋଗ ରହିବ। ଅନ୍ୟପକ୍ଷରେ ଭାରତ ଯଦି ଏହି ମ୍ୟାଚ୍କୁ ଅମୀମାଂସିତ ରଖେ କିମ୍ବା ବିଜୟୀ ହୁଏ, ତାହେଲେ ୨୦୦୭ ମସିହା ପରେ ଇଂଲଣ୍ଡ ମାଟିରେ ଟେଷ୍ଟ୍ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିବ।
ଶେଷ ଥର ପାଇଁ ୨୦୦୭ ମସିହାରେ ଭାରତ ଏବେକାର ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। ଏଣୁ ଭାରତୀୟ ପ୍ରଶଂସକଙ୍କ ଦେଢ଼ ଦଶନ୍ଧିର ଅପେକ୍ଷା କିଭଳି ଭାବେ ଶେଷ ହେଉଛି, ତା' ଉପରେ ପ୍ରତ୍ୟେକ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ। ପୂର୍ବରୁ ଏହି ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯିବାର ଥିଲା। ଏବେ ଏହା ବର୍ମିଂହାମରେ ଆୟୋଜିତ ହେବ।
ଉଭୟ ଦଳର ନୂଆ ଅଧିନାୟକ, ପ୍ରଶିକ୍ଷକ ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ୍ ୨୦୨୧ ସେପ୍ଟେମ୍ବର ୨ରୁ ୬ ତାରିଖ ମଧ୍ୟରେ ଖେଳାଯାଇଥିଲା। ସେବେଠାରୁ ଅନେକ କିଛି ବଦଳି ଯାଇଛି। କେବଳ ଭାରତ ନୁହେଁ ଇଂଲଣ୍ଡର ଅଧିନାୟକ ଏବଂ ପ୍ରଶିକ୍ଷକ ମଧ୍ୟ ବଦଳି ଯାଇଛନ୍ତି। ସେତେବେଳେ ବିରାଟ କୋହଲି ଭାରତର ଅଧିନାୟକ ଥିଲା ବେଳେ ଜୋ ରୁଟ୍ ଇଂଲଣ୍ଡର ମଙ୍ଗ ଧରିଥିଲେ। ରବି ଶାସ୍ତ୍ରୀ ଭାରତର ପ୍ରଶିକ୍ଷକ ଥିଲେ। ଅନ୍ୟପକ୍ଷରେ କ୍ରିସ୍ ସିଲଭରଉଡ୍ ଘରୋଇ ଇଂଲଣ୍ଡର ମୁଖ୍ୟ ପ୍ରଶିକ୍ଷକ ପଦରେ ଥିଲେ। ଶେଷ ଟେଷ୍ଟ୍ ଲାଗି ସଂପ୍ରତି ଯଶପ୍ରୀତ ବୁମ୍ରା ଭ୍ରମଣକାରୀ ଭାରତର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେହିଭଳି ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ୧୯୮୭ ମସିହାରେ କପିଳ ଦେବ ଅଧିନାୟକ ପଦ ଛାଡ଼ିବା ପରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ବ ନେବାରେ ବୁମ୍ରା ପ୍ରଥମ ଦ୍ରୁତ ବୋଲର ହେବେ। ସେପଟେ ବେନ୍ ଷ୍ଟୋକ୍ସ ଓ ବ୍ରେଣ୍ଡନ୍ ମ୍ୟାକଲମ୍ ଯଥାକ୍ରମେ ଇଂଲଣ୍ଡର ଅଧିନାୟକ ଓ ପ୍ରଶିକ୍ଷକ ରହିଛନ୍ତି। ମ୍ୟାକଲମ୍ ଓ ଷ୍ଟୋକ୍ସ ଦାୟିତ୍ବ ନେବା ପରେ ଇଂଲଣ୍ଡ ଅଧିକ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବା ଆରମ୍ଭ କରିଛି। ସେପଟେ ବୁମ୍ରା ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ପ୍ରଥମ ଥର ତୁଲାଇବେ। ଏଣୁ ତାଙ୍କ ପାଇଁ ଏହି ମ୍ୟାଚ୍ କଠିନ ଆହ୍ବାନ ନେଇ ଆସିବ।
ରୋହିତ ବାଦ୍ ପଡ଼ିବା ଭାରତ ପାଇଁ ବଡ଼ ଝଟ୍କା
କାରୋନା ସଂକ୍ରମିତ ହୋଇ ନିୟମିତ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ମହତ୍ବପୂର୍ଣ୍ଣ ପଞ୍ଚମ ଟେଷ୍ଟ୍ରୁ ବାଦ ପଡ଼ିଛନ୍ତି। ବୁଧବାର ଏହି ଆଶଙ୍କା ପ୍ରକାଶ ପାଇଥିଲେ ମଧ୍ୟ ଗୁରୁବାର ଜାତୀୟ ଚୟନସମିତି ଏହି ଖବରରେ ମୋହର ଲଗାଇଛି। ରୋହିତ ବାଦ୍ ପଡ଼ିବା ପରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ୱିକେଟ୍ରକ୍ଷକ ଋଷଭ ପନ୍ତଙ୍କୁ ଉପଅଧିନାୟକ ପଦ ମିଳିଛି। ଉଭୟଙ୍କ ନିଯୁକ୍ତିକୁ ବିସିସିଆଇ ମଧ୍ୟ ପ୍ରେସ୍ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି। ଲିସେଷ୍ଟରସାୟାର ବିପକ୍ଷ ଅଭ୍ୟାସ ମ୍ୟାଚ୍ ଅବସରରେ ରୋହିତ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
ସମ୍ଭାବ୍ୟ ଭାରତ: ଯଶପ୍ରୀତ ବୁମ୍ରା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, ହନୁମା ବିହାରି, ଚେତେଶ୍ବର ପୂଜାରା/ମୟଙ୍କ ଅଗ୍ରୱାଲ୍, ଋଷଭ ପନ୍ତ (ଉପଅଧିନାୟକ), କେଏସ୍ ଭରତ, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍ ଅଶ୍ବିନ/ଶାର୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ।
ଇଂଲଣ୍ଡ ଏକାଦଶ: ବେନ୍ ଷ୍ଟୋକ୍ସ (ଅଧିନାୟକ), ଜେମ୍ସ ଆଣ୍ଡରସନ୍, ଜୋନାଥନ୍ ବେୟାରଷ୍ଟୋ, ସାମ ବିଲିଙ୍ଗ୍ସ, ଷ୍ଟୁଆର୍ଟ ବ୍ରଡ୍, ଜ୍ୟାକ୍ କ୍ରଲି, ଜ୍ୟାକ୍ ଲିଚ୍, ଆଲେକ୍ସ ଲିସ୍, ମାଥ୍ୟୁ ପଟ୍ସ, ଓଲି ପୋପ୍, ଜୋ ରୁଟ୍।
ଅଧିନାୟକ ପଦ ମୋ ଜୀବନର ସବୁଠୁ ବଡ଼ ସଫଳତା: ବୁମ୍ରା
ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ନିଯୁକ୍ତ ହେବା ପରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଏହାକୁ ନିଜ ଜୀବନର ସବୁଠାରୁ ବଡ଼ ସଫଳତା ଭାବେ ବର୍ଣ୍ଣନା କରିଛନ୍ତି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଏହା ଏକ ବିରାଟ ସଫଳତା, ବଡ଼ ସମ୍ମାନ, ଟେଷ୍ଟ୍ କ୍ରିକେଟ୍ ଖେଳିବା ମୋ ସ୍ବପ୍ନ ଥିଲା। ଭାରତ ଟେଷ୍ଟ୍ ଦଳର ଅଧିନାୟକ ହେବା ମୋ ପାଇଁ ବହୁତ ବଡ଼ କଥା। ଏହି ଖବର ମୋତେ ଅସୀମ ଆନନ୍ଦ ଦେଇଛି। ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ମହାନ ଖେଳାଳିଙ୍କ କ୍ଲବ୍ରେ ସାମିଲ ହୋଇଥିବାରୁ ବହୁତ ଖୁସି ଲାଗୁଛି।
|
<urn:uuid:e6a706aa-b67f-4540-b69f-a1c69a1edb17>
|
CC-MAIN-2022-33
|
https://sambad.in/sports/bumrah-captain-in-indian-team-841165/
|
2022-08-15T16:07:06Z
|
s3://commoncrawl/crawl-data/CC-MAIN-2022-33/segments/1659882572192.79/warc/CC-MAIN-20220815145459-20220815175459-00555.warc.gz
|
ory
| 0.999948 |
Orya
| 1 |
{"ory_Orya_score": 0.9999476671218872}
|
ପଢ଼ନ୍ତୁ ଆଜିର ଶୁଭ ଦିନ
Nesws18 Odia Digital
Puja Jainn
ନମ୍ବର ୧: କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତୁ ଏବଂ ଦିନର ଲକ୍ଷ୍ୟ ହାସଲ କରିବା ପାଇଁ ମରିବା ହେଉଛି ସର୍ବୋତ୍ତମ ଉପାୟ ବୋଲି କୁହନ୍ତୁ ନାହିଁ । ରାଜନେତା ଓ ଦଳର ନେତା ଭାଗିଦାରୀକୁ ଅଣଦେଖା କରିବା ଉଚିତ କାରଣ ଏହା ଏକ କଷ୍ଟସାଧ୍ୟ କାରବାର ପରି ମନେହୁଏ । ବିଜୟ ଆଣିବାକୁ ଆଜି ବିଳମ୍ବିତ ରାତିରେ କାମ କରିବାକୁ ମନେରଖ । ମେଡିକାଲ ଯୁବକ, କ୍ରୀଡା ଅଧିନାୟକ, ସୋଲାର ବ୍ୟବସାୟ, ଇଞ୍ଜିନିୟର ଏବଂ ସରକାରୀ ଅଧିକାରୀଙ୍କ ନିକଟରେ ଏକ ନୂତନ ଅଫର ରହିଛି। କୃଷି ଏବଂ ଶିକ୍ଷା ଶିଳ୍ପ ଲାଭରେ ଦେଖାଯିବ ।
ଶୁଭ ରଙ୍ଗ: ନୀଳ ଏବଂ ହଳଦିଆ
ଶୁଭ ଦିନ: ରବିବାର
ଶୁଭ ନଂ: 9
ଦାନ: ଆଶ୍ରମରେ ଗହମ ଦାନ କରନ୍ତୁ ।
ନମ୍ବର ୨: ଚନ୍ଦ୍ର ଚକ୍ର ଅନୁସରଣ କରନ୍ତୁ ଏବଂ କାର୍ଯ୍ୟ କରନ୍ତୁ । ଦିନ ଆରମ୍ଭ କରିବା ପାଇଁ ଭଗବାନ ଶିବଙ୍କ ଅଭିଷେକ ଦିନ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସଚ୍ଚୋଟତା ଏବଂ ନମନୀୟତା ଆବଶ୍ୟକ । ଜ୍ଞାନକୁ ଉଚ୍ଚ ରଖିବାକୁ ମନେରଖ, ଯେହେତୁ ଲୋକମାନେ ତୁମର ନିର୍ଦ୍ଦୋଷର ଅପବ୍ୟବହାର କରିବାକୁ ଚେଷ୍ଟା କରିବେ । ମିଲ୍ ଏବଂ ତେଲ ବ୍ୟବସାୟ, ରପ୍ତାନି ଆମଦାନୀ, ଡାକ୍ତର, ଇଞ୍ଜିନିୟର୍, ଦଲାଲ୍, ଟ୍ରାଭେଲ୍ ଏଜେନ୍ସି, ଷ୍ଟକ୍ ମାର୍କେଟ ଏବଂ ଭାଗିଦାରୀ ସଂସ୍ଥା ସଫଳତାକୁ ପାଳନ କରିବେ । ସାଥୀ କିମ୍ବା ସାଥୀମାନଙ୍କ ଦ୍ୱାରା ଭାବପ୍ରବଣ ହୋଇପଡିବେ କିମ୍ବା ଆଘାତ ପାଇବେ |
ଶୁଭ ରଙ୍ଗ: ନୀଳ
ଶୁଭ ଦିନ: ସୋମବାର
ଶୁଭ ନଂ: ୨
ଦାନ: ବିଲେଇମାନଙ୍କୁ ଜଳ ଦାନ କରନ୍ତୁ ।
ନମ୍ବର ୩ :: ପ୍ରତିଭାର ଅସୀମ ସମ୍ଭାବନା ଆପଣଙ୍କୁ କ୍ୟାରିୟରର ଶୀର୍ଷରେ ରଖେ | ସକାଳେ ତୁମର ଗୁରୁ ସମସ୍ତ ରୀତିନୀତି ପାଳନ କର | ସୃଜନଶୀଳ ଚିନ୍ତାଧାରା ଏବଂ ଯାଦୁକରୀ ବକ୍ତବ୍ୟ ଆପଣଙ୍କ ମାଲିକଙ୍କୁ କାର୍ଯ୍ୟରେ ଏବଂ ଘରେ ପରିବାରକୁ ଆକର୍ଷିତ କରିବ | ସମସ୍ତ ପରିସ୍ଥିତିରେ କାର୍ଯ୍ୟ କରିବାକୁ ତୁମେ ଯଥେଷ୍ଟ ନମନୀୟ ହେବ, ସଫଳତା ଦୂର ନୁହେଁ |
ଆଜି ଆପଣ ଟଙ୍କା ଏବଂ ଜିନିଷ ପରିଚାଳନା କରିବାରେ ସାବଧାନ ରୁହନ୍ତୁ | ଖ୍ୟାତି ଅର୍ଜନ କରିବାକୁ ସୃଜନଶୀଳ ବ୍ୟକ୍ତି ଏବଂ ଜନପ୍ରତିନିଧିମାନେ ବିଜୟ ଏବଂ ଅର୍ଥ ପୁରସ୍କାର ପାଇବା ପାଇଁ ପ୍ରଶିକ୍ଷକମାନଙ୍କୁ ସମର୍ଥନ କରନ୍ତି | ନିର୍ମାଣ ଏବଂ କୃଷିରେ ବିନିଯୋଗ ପାଇଁ ସୁନ୍ଦର ସମୟ | ସକାଳେ କପାଳରେ ଚନ୍ଦନ ପିନ୍ଧନ୍ତୁ |
ଶୁଭ ରଙ୍ଗ: କମଳା ଏବଂ ନୀଳ
ଶୁଭ ଦିନ: ଗୁରୁବାର
ଶୁଭ ନଂ: ୩ ଏବଂ ୯
ଦାନ: ଗରିବ ଲୋକଙ୍କୁ ସୂର୍ଯ୍ୟମୁଖୀ ତେଲ ଦାନ କରନ୍ତୁ |
ନମ୍ବର ୪ : ପୁରୁଣା ପ୍ରତିବଦ୍ଧତା ସମାପ୍ତ କରିବାରେ ଏବଂ ସମ୍ପତ୍ତିରେ ବିନିଯୋଗ କରିବାରେ ଏହାର ଦିନ | ଉଚ୍ଚ ସ୍ଥିତିରେ ଥିବା ଲୋକମାନେ ଉଚ୍ଚକୁ ଉଥିବେ ଓ ଆହୁରି ଉଚ୍ଚକୁ | ଭବିଷ୍ୟତର ଯୋଜନାଗୁଡିକ ଲୁକାୟତ ରଖିବାକୁ ମନେରଖ | ଫିଟ୍ ଏବଂ ଭଲ ହେବା ପାଇଁ ଭୋଜନରେ ସାଇଟ୍ରସ୍ ଅନ୍ତର୍ଭୂକ୍ତ କରନ୍ତୁ | ଛାତ୍ରଛାତ୍ରୀମାନେ ସରକାରୀ ଚାକିରି ପାଇଁ ଆବେଦନ କରିବା ଆବଶ୍ୟକ ଯେପରି ଅନୁକୂଳ ହେବ | ସବୁଜ ପତ୍ରର ପନିପରିବା ଦାନ ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ | କ୍ରୀଡ଼ାବିତ୍ ଏବଂ ସର୍ଜନମାନଙ୍କର ଆର୍ଥିକ ଲାଭ ଅଧିକ ଏବଂ ଆପଣ ପ୍ରଦର୍ଶନ ପାଇଁ ମଧ୍ୟ ପ୍ରଶଂସିତ ହେବେ | ପରିବାର ଏବଂ ବନ୍ଧୁଙ୍କ ସହ ସମୟ ବିତାଇବା ପାଇଁ ତୁମେ ଅତ୍ୟଧିକ ଅସ୍ପଷ୍ଟ ହେବ, ତେଣୁ ଚୁପଚାପ୍ ସେମାନଙ୍କ ଅଭିଯୋଗ ଶୁଣ | ଚାରିଟି ଆଜି ନିଶ୍ଚୟ |
ଶୁଭ ରଙ୍ଗ: ନୀଳ
ଶୁଭ ଦିନ: ମଙ୍ଗଳବାର
ଶୁଭ ନଂ: 9
ଦାନ: ଭିକାରୀମାନଙ୍କୁ ଚପଲ ଦାନ କରନ୍ତୁ
ନମ୍ବର ୫: ଆପଣ ଦଳର ନେତାଙ୍କ ପଦବୀ ଗ୍ରହଣ କରିବେ ଏବଂ ଫଳାଫଳକୁ ଉପଭୋଗ କରିବେ | ପାର୍ଟନର ପାଇଁ ଆପଣଙ୍କର ଭାବନାକୁ ପ୍ରସ୍ତାବ ଦେବା ପାଇଁ ଏକ ଆଦର୍ଶ ଦିନ | ଏକତ୍ରିତ ହେବା, ଯନ୍ତ୍ରପାତି କିଣିବା, ସମ୍ପତ୍ତି ବିକ୍ରୟ କରିବା, ସରକାରୀ ଦସ୍ତାବିଜରେ ଦସ୍ତଖତ କରିବା ସହିତ ଯାତ୍ରା ପାଇଁ ବାହାରକୁ ଯିବା ପାଇଁ ଏକ ଭଲ ଦିନ ଜମିରେ ବିନିଯୋଗ କରନ୍ତୁ | ନ୍ୟୁଜ୍ ଆଙ୍କର୍, ଅଭିନେତା, ହ୍ୟାଣ୍ଡିକ୍ରାଫ୍ କଳାକାର, ଇଞ୍ଜିନିୟର୍ମାନେ ସ୍ଥାନର ସମସ୍ତ କୋଣ ଅନୁକୋଣରେ ପ୍ରଶଂସା କରନ୍ତି | ମନେରଖ ଯେ, ଶତ୍ରୁମାନଙ୍କ ଦ୍ୱାରା ତୁମକୁ ଫାନ୍ଦରେ ପକାଇବା କୌଶଳ ହୋଇପାରନ୍ତି |
ଶୁଭ ରଙ୍ଗ: କୁମ୍ଭ
ଶୁଭ ଦିନ: ବୁଧବାର
ଦାନ: ଛୋଟ ପିଲା କିମ୍ବା ଅନାଥ ପିଲାଙ୍କୁ ସବୁଜ ଫଳ ଦାନ କରନ୍ତୁ ।
ନମ୍ବର ୬ : ଆଜି, ତୁମେ ଯେତେ ସମ୍ଭବ ସାମାଜିକୀକରଣ କରିବା ଉଚିତ୍ ଯେ ତୁମେ ବ୍ୟବସାୟ ସଂଯୋଗର ନେଟୱାର୍କ ନିର୍ମାଣ କରିପାରିବ | ସମସ୍ତ ବ୍ୟବସାୟ ସଂଯୋଗ ଉଚ୍ଚ ବେଗରେ ତୁମର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ | ଯଦି ତୁମର ଲକ୍ଷ୍ୟକୁ କଠିନ ପରିଶ୍ରମ କର, ଦିନଟି ଖୁସିର ଫଳାଫଳ ଆଣିବ | ତୁମର ପୂରଣ କରିବାକୁ ପ୍ରସ୍ତୁତ ରୁହ | ଆଜି ତୁମର କାର୍ଯ୍ୟକୁ ସମର୍ଥନ କରୁଥିବାରୁ ଆଜି ସ୍ୱପ୍ନ ଦେଖେ | ଏହି ଦିନ ଆପଣ ସମସ୍ତ ପ୍ରକାରର ବିଳାସ ଉପଭୋଗ କରିବେ | ପାରିବାରିକ ସ୍ନେହ ଏବଂ ସମର୍ଥନ ସମୃଦ୍ଧତା ଆଣିବ | ଦାୟିତ୍ୱଗୁଡିକ ପୂରଣ କରିବାରେ ଦିନଟି ଅତିବାହିତ ହେବ | ଖୁଚୁରା ବ୍ୟବସାୟୀ, ଶିକ୍ଷକ, ଜୁଏଲର୍ସ, କସମେଟିକ୍ସ ବ୍ୟବସାୟ, ଡିଜାଇନର୍, ଓକିଲ, ଟେକ୍ନି, ରାଜନେତା ଏବଂ ଅଭିନେତାମାନେ ବିଶେଷ ମୂଲ୍ୟାଙ୍କନ ଏବଂ ସ୍ଥିରତା ଉପଭୋଗ କରିବେ |
ଶୁଭ ରଙ୍ଗ: ଆକାଶ ପରି ନୀଳ
ଶୁଭ ଦିନ: ଶୁକ୍ରବାର
ଶୁଭ ନଂ: 6 ଏବଂ 9
ଦାନ: ଗରିବ ଲୋକଙ୍କୁ ଦହି ଦାନ କରନ୍ତୁ ।
ନମ୍ବର ୭ : ଆପଣଙ୍କର ଶକ୍ତି ଏବଂ ଉତ୍ସାହ ଆଜି ଅସୀମିତ ଯାହା ସଫଳତାକୁ ଦୂରରେ ରଖେ ନାହିଁ | ଖୁବ୍ ଶୀଘ୍ର ସମ୍ପର୍କ, କାର୍ଯ୍ୟଦକ୍ଷତା ଏବଂ ଜୀବନର ସମସ୍ତ ପଦଯାତ୍ରା ଉପଭୋଗ କରିବାର ସମୟ ଆସେ | ବ୍ୟବସାୟରେ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କଠାରୁ ସାବଧାନ ରୁହନ୍ତୁ ଆଜି ଅଧିକ ବିବାଦକୁ ଏଡ଼ାଇବା ପାଇଁ ପ୍ରତିଯୋଗୀମାନଙ୍କଠାରୁ ଦୂରରେ ରୁହନ୍ତୁ | ବିପରୀତ ଲିଙ୍ଗ ଭାଗ୍ୟ ବୃଦ୍ଧିରେ ସାହାଯ୍ୟ କରିବ | ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ଭଗବାନ ଶିବ ରୀତିନୀତି କରିବା ଜରୁରୀ |
ଶୁଭ ରଙ୍ଗ: ସବୁଜ
ଶୁଭ ଦିନ: ସୋମବାର
ଶୁଭ ନଂ: 3
ଦାନ: ହଳଦିଆ ରନ୍ଧା ଚାଉଳ କିମ୍ବା ଡାଲି ଦାନ କରନ୍ତୁ |
ନମ୍ବର ୮ :: ଏହା ଏକ ଅସ୍ପଷ୍ଟ ଦିନ, ଯେଉଁଥିରେ ଅନେକ ଘଟଣା ଏକାଠି ଘଟୁଛି | ନେତୃତ୍ୱକୁ ଉପଭୋଗ କରିବାର ସମୟ, ଯେହେତୁ ଆଖପାଖର ସମସ୍ତ ଲୋକ ତୁମର ଅନୁଗତ ଅନୁସରଣକାରୀ | ସ୍ବାସ୍ଥ୍ୟ ଯତ୍ନ ନେବା ଏବଂ ସବୁଜ ସ୍ଥାନ ସହିତ ସମୟ ବିତାଇବା ଆବଶ୍ୟକ | ପରୋପକାର ଯାଦୁକରୀ ଭୂମିକା ଗ୍ରହଣ କରିବ | ଧ୍ୟାନରେ ମଧ୍ୟ କିଛି ସମୟ ବିତାଇଥାଏ | ସମ୍ପତ୍ତି ଏବଂ ବୃତ୍ତି ସହିତ ଜଡିତ ତୁମର ନିଷ୍ପତ୍ତି ଭବିଷ୍ୟତ ପାଇଁ ଉପଯୁକ୍ତ ହେବ, କେବଳ ତୁମର ପରାମର୍ଶଦାତାଙ୍କ ମାର୍ଗଦର୍ଶନ ନିଅ ଏବଂ ତା'ପରେ ଅନୁସରଣ କର |
ଶୁଭ ରଙ୍ଗ: ବାଇଗଣୀ
ଶୁଭ ଦିନ: ଶୁକ୍ରବାର
ଶୁଭ ନଂ: ୨
ଦାନ: ଗରିବ ଲୋକଙ୍କୁ ଛତା ଦାନ କରନ୍ତୁ |
ନମ୍ବର ୯: ଆଜି ଭାଗ୍ୟ ବଦଲାଇବା ପାଇଁ ଲାଲ୍ ପିନ୍ଧନ୍ତୁ ଏବଂ ଉତ୍ସାହ ତୁମର ଉଦ୍ଦେଶ୍ୟ ଆଡକୁ ଗୋଟିଏ ଦିଗରେ ଚ୍ୟାନେଲାଇଜ୍ କରିବାକୁ ଏହାକୁ ବ୍ୟବହାର କର | ଆର୍ଥିକ ଲାଭ ଏବଂ ସମ୍ପତ୍ତି ପଞ୍ଜିକରଣ ଆଜି ସୁରୁଖୁରୁରେ ହେବାର ସମ୍ଭାବନା ଅଛି | ପାରସ୍ପରିକ ବିଶ୍ୱାସ ହେତୁ ସମ୍ପର୍କ ଅଧିକ ଶକ୍ତିଶାଳୀ ହୁଏ ଏବଂ ସମୃଦ୍ଧ ହୁଏ |
ଶୁଭ ରଙ୍ଗ: ଲାଲ୍
ଶୁଭ ଦିନ: ମଙ୍ଗଳବାର
ଶୁଭ ନଂ: 9
ଦାନ: ଗରିବ ଲୋକଙ୍କୁ ଏକ ଲାଲ୍ ମସୁର ଡାଲି ଦାନ କରନ୍ତୁ |
ଜୁଲାଇ 8 ରେ ଜନ୍ମ ହୋଇଥିବା ପ୍ରସିଦ୍ଧ ବ୍ୟକ୍ତିତ୍ୱ: ସୌରଭ ଗାଙ୍ଗୁଲି, ରେଭାଥୀ, ରାଜସେଖର ରେଡ୍ଡୀ, ନୀତୁ ସିଂ, ଜ୍ୟୋତି ବସୁ, ମହମ୍ମଦ ଆଜାମ ଶାହା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
|
<urn:uuid:d5fa358b-f0a1-4cc6-8e54-e1e518d60c9e>
|
CC-MAIN-2022-33
|
https://odia.news18.com/news/trending/numerology-advice-for-people-born-on-these-dates-3ssd-08072022-ssd-112263.html
|
2022-08-08T00:30:06Z
|
s3://commoncrawl/crawl-data/CC-MAIN-2022-33/segments/1659882570741.21/warc/CC-MAIN-20220808001418-20220808031418-00305.warc.gz
|
ory
| 1.000002 |
Orya
| 1 |
{"ory_Orya_score": 1.000002384185791}
|
5T ସଚିବଙ୍କ ବିକାଶ ମନ୍ତ୍ର: ଚାଷୀଙ୍କ ରୋଜଗାର ୩ ଗୁଣ ପାଇଁ 5T ଆଧାରରେ କାର୍ଯ୍ୟ କର
5T ସଚିବଙ୍କ ବିକାଶ ମନ୍ତ୍ର: ଚାଷୀଙ୍କ ରୋଜଗାର ୩ ଗୁଣ ପାଇଁ 5T ଆଧାରରେ କାର୍ଯ୍ୟ କର
ଭୁବନେଶ୍ବର: ରାଜ୍ୟରେ ପ୍ରାଣୀଜ ସଂପଦ ବୃଦ୍ଧି କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହୋଇଛି । ଚାଷୀମାନଙ୍କ ରୋଜଗାର ଦୁଇ ଗୁଣ ବୃଦ୍ଧି ପାଇଁ ପ୍ରାଣୀସଂପଦର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏବେ ସମୟ ଆସିଛି ଚାଷୀଙ୍କ ରୋଜଗାର ୩ ଗୁଣ କରିବା । ସମସ୍ତ କର୍ମଚାରୀ ୫T ଉପକ୍ରମ ଅନୁସରଣ କରି କାର୍ଯ୍ୟ କଲେ ଏହା ସମ୍ଭବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ।
5T ସଚିବ ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ମତ ବିନିମୟ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରାଣୀ ଚିକିତ୍ସକ ପଦବୀକୁ ଗ୍ରୁପ-ବି ରୁ ଗ୍ରୁପ-ଏ କରିଛନ୍ତି । ଏ କ୍ଷେତ୍ର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଚାଷୀମାନଙ୍କ ରୋଜଗାର ୩ ଗୁଣ କରିବା ପାଇଁ ବିଭାଗର ସମସ୍ତ କର୍ମଚାରୀ 5T ଉପକ୍ରମ ଅନୁସରଣ କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ଯେଭଳି ଏକ ସ୍ବଚ୍ଛ ପ୍ରକ୍ରିୟାରେ ନିଯୁକ୍ତି ପାଇ ନିଜର ଦକ୍ଷତାର ପରିଚୟ ଦେଇପାରିଛନ୍ତି, ସେହିଭଳି ଚାକିରି କ୍ଷେତ୍ରରେ ମଧ୍ୟ ସ୍ବଚ୍ଛତା ବଜାୟ ରଖି ରାଜ୍ୟବାସୀଙ୍କ ସେବା କରିବା ଜରୁରୀ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ଗ୍ରାମୀଣ ପରିବାରକୁ ଜୀବିକା, ରୋଜଗାର, ପ୍ରୋଟିନ୍ ସପ୍ଲିମେଣ୍ଟେସନ୍ ଏବଂ ଖାଦ୍ୟ ନିରାପତ୍ତା ଯୋଗାଉଥିବାରୁ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ ଏବଂ ମତ୍ସ୍ୟ ବିଶେଷଜ୍ଞଙ୍କ ଭୂମିକା ଅପରିହାର୍ଯ୍ୟ ହୋଇପଡିଛି । ପ୍ରାଣୀ ସ୍ବାସ୍ଥ୍ୟସେବା ପରିଚାଳନା, ଗ୍ରାମାଞ୍ଚଳ ଲୋକଙ୍କ ଜୀବିକା, ବିଶେଷକରି ମହିଳା ଏବଂ ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁରକ୍ଷିତ କରିବା ପାଇଁ ପ୍ରାଣୀ ଚିକିତ୍ସକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କନିଷ୍ଠ ଯନ୍ତ୍ରୀମାନେ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ଭିତ୍ତିଭୂମି ନିର୍ମାଣରେ ସହଯୋଗ କରନ୍ତି ।
ପ୍ରାଣୀଧନ ନିରୀକ୍ଷକ ଓ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ମାନେ ତୃଣମୂଳ ସ୍ତରର ପ୍ରମୁଖ କର୍ମଚାରୀ ଯେଉଁମାନେ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥାନ୍ତି । ସରକାରଙ୍କ ବିଭିନ୍ନ କାର୍ଯକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ସେମାନେ କାର୍ଯ୍ୟ କରିଥାନ୍ତି । ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ବୁଧବାର ୮୦୪ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପତ୍ର ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର
|
<urn:uuid:f7073238-417d-4aca-b7d1-d45ed83b9e54>
|
CC-MAIN-2022-40
|
https://www.etvbharat.com/oriya/odisha/city/bhubaneswar/5t-secretary-advice-to-officials-for-better-income-of-farmers/or20220922090743977977618
|
2022-09-29T21:39:29Z
|
s3://commoncrawl/crawl-data/CC-MAIN-2022-40/segments/1664030335365.63/warc/CC-MAIN-20220929194230-20220929224230-00266.warc.gz
|
ory
| 1.000008 |
Orya
| 1 |
{"ory_Orya_score": 1.000008463859558}
|
କାମ ନକରି ଖାଇଗଲେ ଲକ୍ଷାଧିକ ଟଙ୍କା ! ତଦନ୍ତ ଦାବିରେ ସପ୍ତାହେ ହେବ ଆନ୍ଦୋଳନରେ ଛାତ୍ରଛାତ୍ରୀ, କୁମ୍ଭକର୍ଣ୍ଣ ନିଦ୍ରାରେ ଶିକ୍ଷା ବିଭାଗ
କାମ ନକରି ଖାଇଗଲେ ଲକ୍ଷାଧିକ ଟଙ୍କା ! ତଦନ୍ତ ଦାବିରେ ସପ୍ତାହେ ହେବ ଆନ୍ଦୋଳନରେ ଛାତ୍ରଛାତ୍ରୀ, କୁମ୍ଭକର୍ଣ୍ଣ ନିଦ୍ରାରେ ଶିକ୍ଷା ବିଭାଗ
କେନ୍ଦ୍ରାପଡ଼ା: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ରାଜ୍ୟ ସରକାର ଭଳିକି ଭଳି ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ତୃଣମୂଳସ୍ଥରରେ ଏହି ସବୁ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଲାଭ ମିଳିପାରୁନି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ସୁଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟର ଅବସ୍ଥା ଦେଖିଲେ ସରକାର ଯୋଜନା ଉପରେ ପ୍ରଶ୍ନ ଉଠାଇବାକୁ ଯେକେହି ବି ବାଧ୍ୟ ହେବେ । ଏହି ସ୍କୁଲ୍ରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି (lack of basic facilities in Sushridevi High School) । ଏହାକୁ ନେଇ ଛାତ୍ରଛାତ୍ରୀ ପାଠପଢ଼ା ବନ୍ଦ କରି ୬ ଦିନ ହେଲା ଧାରଣାରେ ବସିଛନ୍ତି ।
ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ
ଅସ୍ବାସ୍ଥ୍ୟକର ପରିବେଶରେ ଏଠାରେ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି । ବିଦ୍ୟାଳୟ କ୍ୟାମ୍ପସରେ ଥିବା ଜରିସାହି ନୋଡାଲ ୟୁପି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପରିତ୍ୟକ୍ତ ଘରେ ରୋଷେଇ କରାଯାଉଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ 177 ଜଣ ଛାତ୍ରଛାତ୍ରୀ ଏଠାରେ ପଢ଼ୁଥିବା ବେଳେ ଅଷ୍ଟମ ଶ୍ରେଣୀରେ ୨୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ।
ଡାଇନିଂ ହଲ୍ ନାମରେ ଦୁର୍ନୀତି
ଏହି ବିଦ୍ୟାଳୟରେ 204 ଛାତ୍ରଛାତ୍ରୀଙ୍କ ପାଇଁ ବସି ଖାଇବାର ସୁବିଧା ନାହିଁ । ଦ୍ୟାଳୟ ବାରଣ୍ଡା ସେମାନଙ୍କ ପାଇଁ ଡାଇନିଂ ହଲ ପାଲଟିଛି । ଡାଇନିଂ ହଲ୍ ନିର୍ମାଣ ନାଁରେ ଦୁଇ ଦୁଇଥର ଭିନ୍ନ ଆଇଡିରେ ମଷ୍ଟରରୋଲ ପ୍ରସ୍ତୁତ କରାଯାଇଛି ବେଳେ ବାସ୍ତବିକତା ସମ୍ପୂର୍ଣ୍ଣ ଭିନ୍ନ । ନ୍ନଭିନ୍ନ ମଷ୍ଟର୍ ରୋଲ୍ରେ କାମ ଦର୍ଶାଯାଇଥିବା ବେଳେ ବିଦ୍ୟାଳୟର ସମସ୍ୟା ସମସ୍ୟାରେ ହିଁ ରହିଯାଇଛି ।
ସମସ୍ୟାରେ ପରିପୂର୍ଣ୍ଣ ସ୍କୁଲ୍
ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶୌଚାଳୟର ବ୍ୟବସ୍ଥା ନାହିଁ । ଫଳରେ ଛାତ୍ରଛାତ୍ରୀ ବାହାରେ ଶୌଚ ହେବା ସହ ରୋଗାକ୍ରାନ୍ତ ହେଉଛନ୍ତି । ମୋଟାମୋଟି ଭାବରେ କହିବାକୁ ଗଲେ ପିଲାଏ ପାଠ ପଢ଼ିବା ପାଇଁ ଏଠାରେ ଉଚିତ ପରିବେଶ ପାଉନାହାନ୍ତି ।
ସ୍କୁଲ୍ କାମରେ ଦୁର୍ନୀତି
ୱେବସାଇଟ ତଥ୍ୟ ଅନୁଯାୟୀ,ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଡାଇନିଂ ହଲ କରାଯାଇଛି । ହେଲେ ସ୍କୁଲ୍ରେ କୌଣସି ଡାଇନିଂ ନାହିଁ । ବିଦ୍ୟାଳୟ ପରିସରରେ ଟାଇଲ ପକାଇବା ବାବଦକୁ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଶୌଚାଳୟ ନିର୍ମାଣ ନାଁରେ ମଧ୍ୟ ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ଅଭିଭାବକ । ସେପଟେ ବିଦ୍ୟାଳୟରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ ହେବାପରେ ସମ୍ମେଟିଭ୍ ପରୀକ୍ଷାରେ ନମ୍ବର କାଟି ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ଧମକ ଦେଇଛନ୍ତି ।
ଏହାକୁ ନେଇ ଅଭିଭାବକ କହିଛନ୍ତି, "ସ୍କୁଲ୍ରେ ଶିକ୍ଷକ ଅଭାବରୁ ପିଲାଙ୍କ ପାଠଢ଼ା ବ୍ୟାଘାତ ଘଟୁଛି । ଶୌଚାଳୟ ନଥିବାରୁ ଝିଅମାନେ ବାହାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି । ମୋ ଏଥିପାଇଁ ମୋ ଝିଅର ଦେହ ଖରାପ ହୋଇଥିଲା । ସ୍କୁଲ୍ ଭିତରେ ପାଣି ଜମି ରହୁଛି । ପାଣି ନିଷ୍କାସନ ବ୍ୟବସ୍ଥା ହେଉନି । ବର୍ଷା ଦିନେ ଓଦା ହୋଇ ଛାତ୍ରଛାତ୍ରୀଙ୍କ ଦେହ ଖରାପ ହେଉଛି । ଅତି ଅସ୍ବାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରାଯାଉଛି । ଯେଉଁ ଦୁର୍ନୀତି ହୋଇଛି ତାହାର ତଦନ୍ତ କରାଯାଉ ।"
ମୁହଁ ଖୋଲି ଆକ୍ରୋଶର ଶିକାର ହେଲେ ଶିକ୍ଷକ
ସୁଶ୍ରୀଦେବୀ ବିଦ୍ୟାଳୟ ପରିସରରେ ହୋଇଥିବା କାମରେ ଦୁର୍ନୀତି ହୋଇଛି । ଏ ସମ୍ପର୍କରେ ମୁହଁ ଖୋଲି ଜିଲ୍ଲାପାଳଙ୍କୁ ସମସ୍ତ କାଗଜପତ୍ର ପ୍ରଦାନ କରିବାରୁ ଜଣେ ପୂର୍ବତନ ଶିକ୍ଷକଙ୍କୁ ଜିଲ୍ଲାପାଳଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ତା ସହିତ ତାଙ୍କୁ ଦୁଇ ଘଣ୍ଟା ଧରି ଥାନାରେ ଅଟକ ରହିବାକୁ ପଡ଼ିଥିଲା ।
ଏହାକୁ ନେଇ ଶିକ୍ଷକ ବିକ୍ରମ କେଶରୀ ପରିଡ଼ା କହିଛନ୍ତି, "ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରିବି ଓ ଯେଉଁମାନେ ଏହି ଦୁର୍ନୀତିରେ ସମ୍ପୃକ୍ତ ସେମାନଙ୍କୁ କୋର୍ଟର ପରିସୀମାକୁ ଟାଣିବି । ଜିଲ୍ଲାପାଳ ସ୍କୁଲ୍ରେ ହୋଇଥିବା କାମ ଦେଖିବାକୁ ଆସିଥିଲେ । ସ୍କୁଲ୍ରେ ହୋଇଥିବା ଦୁର୍ନୀତିକୁ ନେଇ ମୁଁ ଜିଲ୍ଲାପାଳଙ୍କୁ ଜଣାଇଥିଲି । ଜିଲ୍ଲାପାଳ ଯାହା ଜାଣିବାକୁ ଚାହୁଁଥିଲେ ମୁଁ ସେହି ତଥ୍ୟ ଦେଲି । ଘର ନକରି ଘର ବିଲ୍ ହୋଇଛି । କାଗଜପତ୍ରରେ ଏମ୍ଡିଏମ୍ ହଲ୍ ହୋଇଛି । ଏହା ନିର୍ମାଣ ହୋଇଥିବା ନେଇ ଦର୍ଶାଯାଇଛି ।"
ସମସ୍ୟାର ହେବ ସମାଧାନ ?
ସୁଶ୍ରୀଦେବୀ ସ୍କୁଲ୍ରେ ଥିବା ସମସ୍ୟାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ କହିଛନ୍ତି, "ଏବେ କେତେକ ଶିକ୍ଷକ ପଦୋନ୍ନତି ପାଇଛନ୍ତି । ପଦୋନ୍ନତି ପାଇଥିବା ଶିକ୍ଷକ ନୂଆ ବିଦ୍ୟାଳୟରେ ଯୋଗ ଦେଇ ସାରିଲେଣି । ଅନଲାଇନ ଟ୍ରାନ୍ସଫର୍ ପୋର୍ଟାଲ ଖୋଲିବା ପରେ ଜିଲ୍ଲାରେ ଶିକ୍ଷକ ଅଭାବ ଦୂର ହେବ । ସ୍କୁଲ୍ରେ ଦୁର୍ନୀତି ହୋଇଥିପବା ଅଭିଯୋଗ ଭିତ୍ତିହୀନ ଓ ଅମୂଳକ । ଧାରଣାରେ ବସିଲେ କୌଣସି ସମସ୍ୟାର ସମାଧାନ ହେବନି ।"
ବିଦ୍ୟାଳୟ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଆଉ ଅନ୍ୟପଟେ ଦୁର୍ନୀତି । ଛାତ୍ରଛାତ୍ରୀଙ୍କ ଧାରଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥାଇ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଉନାହିଁ । କେବେ ଏହି ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ।
|
<urn:uuid:803ac3f6-b7e7-4086-9622-de15ab7f05f4>
|
CC-MAIN-2022-40
|
https://www.etvbharat.com/oriya/odisha/state/kendrapara/lack-of-basic-facilities-in-sushridevi-high-school-of-kendrapara-due-to-allegedly-corruption/or20220922213337141141650
|
2022-09-27T19:59:14Z
|
s3://commoncrawl/crawl-data/CC-MAIN-2022-40/segments/1664030335058.80/warc/CC-MAIN-20220927194248-20220927224248-00517.warc.gz
|
ory
| 1.000009 |
Orya
| 1 |
{"ory_Orya_score": 1.0000087022781372}
|
ସତର୍କ କରାଇଲେ SRC, ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି
ସତର୍କ କରାଇଲେ SRC, ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି
ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ(heavy spells of rain likely to affect Odisha) । ଏହାର ପ୍ରଭାବ ଉତ୍ତର ଓଡ଼ିଶା ଓ ପଶ୍ଚିମ ବଙ୍ଗଳା ଉପକୂଳ ଅଞ୍ଚଳରେ ବିଶେଷ ଦେଖିବାକୁ ମିଳିବ । ସମୁଦ୍ର ପତ୍ତନରୁ ୫.୮ କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଛି । ଏଥିପାଇଁ ରାଜ୍ୟର ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
୧୫ଟି ଜିଲ୍ଲାରେ ପ୍ରବଳ ବର୍ଷାହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ସୋନପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଓ ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତା ସହିତ ଭୁବନେଶ୍ବରରେ ମଧ୍ୟ ଲଘୁଚାପର ପ୍ରଭାବ ଦେଖାଯିବ ।
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ଭଳି ପରିସ୍ଥିତି ସୃଷ୍ଟି ହେବ । ସହରାଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ଦେଖାଯାଇପାରେ । ଅତ୍ୟଧିକ କୋହଳା ପାଗ ଯୋଗୁଁ ଗାଡ଼ି ଚାଳକଙ୍କ ପାଇଁ ଦେଖିବାରେ ସମସ୍ୟା ଦେଖା ଦେଇପାରେ । ବର୍ଷା ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ଲୋକଙ୍କ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏହାକୁ ନେଇ ସେ ଟ୍ବିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ସେପଟେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଧ୍ୟ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି । ଫଳରେ କୋରାପୁଟ, କନ୍ଧମାଳ, ଗଞ୍ଜାମ ଓ ନବରଙ୍ଗପୁର ଆଦି ୪ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଓଡିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଥିଲା । ସେପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ(Heavy Rain in Odisha) ବୋଲି ସୂଚନା ଦେଇଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୦ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର
|
<urn:uuid:1c61c5eb-31cf-41c3-9da6-3662a07e7f15>
|
CC-MAIN-2022-40
|
https://www.etvbharat.com/oriya/odisha/city/bhubaneswar/heavy-spells-of-rain-likely-to-affect-many-parts-of-state-as-yellow-alert-given-by-weather-department/or20220920161616025025362
|
2022-10-01T14:22:31Z
|
s3://commoncrawl/crawl-data/CC-MAIN-2022-40/segments/1664030336674.94/warc/CC-MAIN-20221001132802-20221001162802-00367.warc.gz
|
ory
| 0.999996 |
Orya
| 1 |
{"ory_Orya_score": 0.9999961853027344}
|
କିଡ୍ନି ପ୍ରତିରୋପଣ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଆଲୋଚନା: ବୈଠକ ପାଇଁ ଆମର ଜାଲ୍ ଦସ୍ତଖତ
'ନିରାମୟ'ରେ ଆଗୁଆ ଔଷଧ ମିଳୁଛି, ପାର୍ଶ୍ବ ପ୍ରତିକ୍ରିୟା ନାହିଁ : ରୋଗୀ
ଭୁବନେଶ୍ବର: କିଡ୍ନି ପ୍ରତିରୋପଣ କରିଥିବା ରୋଗୀମାନେ ଆଜି ଏସ୍ସିବି ମେଡିକାଲ କଲେଜର ବରିଷ୍ଠ ଡାକ୍ତରମାନଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି। ରାଜ୍ୟ ଔଷଧ ନିଗମ ପରିସରରେ ଆୟୋଜିତ ଏହି ବୈଠକରେ ୯୦ଜଣ ରୋଗୀ ଓ ତାଙ୍କ ଯତ୍ନ ନେଉଥିବା ସଂପର୍କୀୟମାନେ ଯୋଗ ଦେଇଥିଲେ। ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ଲୁସି ଦାସ, ୟୁରୋଲୋଜି ବିଭାଗର ପ୍ରଫେସର ସମୀର ସ୍ୱାଇଁ, ନେଫ୍ରେଲୋଜି ବିଭାଗ ପ୍ରଫେସର ଅରୁଣା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ।
ବୈଠକରେ ମୁଖ୍ୟତଃ ହସ୍ପିଟାଲରେ ଅସ୍ତ୍ରୋପଚାର ପୂର୍ବବର୍ତୀ ପରାମର୍ଶ ଓ ସାହାଯ୍ୟ, ମାଗଣା ଅସ୍ତ୍ରୋପଚାର, ମାଗଣା ଓୗଷଧ, ଓୗଷଧର ଗୁଣବତ୍ତା, ହସ୍ପିଟାଲରେ ମିଳୁଥିବା ଅପରେସନ୍ ପରବର୍ତୀ ଚିକିତ୍ସା ଓ ଯତ୍ନ ଆଦି ବିଷୟରେ ରୋଗୀମାନେ ନିଜ ନିଜର ମତ ରଖିଥିଲେ। ରୋଗୀମାନେ କହିଥିଲେ ଯେ ପ୍ରାୟ ୧୦୦ଜଣ ରୋଗୀ ନିୟମିତ 'ନିରାମୟ' ଓୗଷଧ ଖାଉଛନ୍ତି। ଥରକେ ସେମାନଙ୍କୁ ମାସକ ପାଇଁ ଆଗୁଆ ଓୗଷଧ ମିଳୁଛି। ଓୗଷଧ ବେଶ ଫଳପ୍ରଦ ହେଉଛି। ତାଙ୍କ ମଧ୍ୟରୁ କେତେଜଣ ନିଜ ନିଜ କାମରେ ଯୋଗ ଦେଇଥିବା ରୋଗୀମାନେ ସୂଚନା ଦେଇଥିଲେ। ନିଗମର ଅଧ୍ୟକ୍ଷ ପୋମା ଟୁଡ଼ୁ ନିରାମୟ ଓୗଷଧର ଉପଲବ୍ଧତା, ଗୁଣବତ୍ତା ଓ ପାର୍ଶ୍ୱ ପ୍ରତିକ୍ରିୟା ବାବଦରେ ରୋଗୀମାନଙ୍କୁ ପଚାରି ବୁଝିଥିଲେ। ରୋଗୀ ଓ ତାଙ୍କର ସଂପର୍କୀୟମାନେ ସେମାନଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇ ନ ଥିବା କହିଥିଲେ। ଏସ୍ସିବିର ଅଧ୍ୟକ୍ଷ ଡା.ଲୁସି ଦାସ କହିଥିଲେ, ଏସ୍ସିବିରେ ଉନ୍ନତମାନର ଚିକିତ୍ସା ଓ ଓୗଷଧ ଯୋଗାଣ ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ ଓ ସୁବିଧା କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ବୈଠକରେ ଢେଙ୍କାନାଳ, ଯାଜପୁର, କଟକ, ସମ୍ବଲପୁର, ପୁରୀ, କନ୍ଧମାଳ, ବାଲେଶ୍ୱର, ଝାରସୁଗୁଡ଼ା, ଜଗତସିଂପୁର ଆଦି ଜିଲ୍ଲାରୁ ଆସିଥିବା ରୋଗୀ ଓ ତାଙ୍କ ସଂପର୍କୀୟମାନେ ନିଜର ମତାମତ ରଖିଥିଲେ।
'ନିରାମୟ'ରେ ଆଗୁଆ ଔଷଧ ମିଳୁଛି, ପାର୍ଶ୍ବ ପ୍ରତିକ୍ରିୟା ନାହିଁ : ରୋଗୀ
ବୈଠକ ପାଇଁ ଆମର ଜାଲ୍ ଦସ୍ତଖତ ନିଆଯାଇଛି : ଆନ୍ଦୋଳନରତ କିଡ୍ନି ରୋଗୀ
ଅପରପକ୍ଷରେ ଆନ୍ଦୋଳନରତ କିଡ୍ନି ରୋଗୀ ଜୟଶ୍ରୀ ବେହେରା କହିଛନ୍ତି ଯେ ଏହି ବୈଠକ ପାଇଁ ତାଙ୍କୁ ଡକାଯାଇ ନଥିଲା। ଗଣମାଧ୍ୟମରୁ ସୂଚନା ପାଇ ଆମେ ନିଗମରେ ପହଞ୍ଚିଥିଲୁ। ହେଲେ ସେଠାରେ କିଛି ଲୋକ ଆମକୁ ଅଟକାଇଥିଲେ। ମାତ୍ର ବୈଠକରେ ଯୋଗଦେବା ପାଇଁ ଜିଦ୍ କରିବାରୁ ସେମାନଙ୍କୁ ଗୋଟିଏ ରୁମ୍ରେ ଲକ୍ କରି ଦିଆଯାଇଥିଲା। ଏପରିକି ତାଙ୍କର ଜାଲି ଦସ୍ତଖତ ମଧ୍ୟ ନିଆଯାଇଥିଲା। ବୈଠକରେ ମାତ୍ର ୬ଜଣ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ମିଶାଇ ୨୫ଜଣ ଯୋଗ ଦେଇଥିଲେ। ତହିଁରୁ ଅଧିକାଂଶ ରୋଗୀ ବିଭିନ୍ନ ଘରୋଇ ହସ୍ପିଟାଲରେ ନିଜର ଅସ୍ତ୍ରୋପଚାର କରିଛନ୍ତି। ସେମାନଙ୍କୁ ଯେଉଁ ଔଷଧ ମିଳୁଛି ଏଥିରେ ସେମାନଙ୍କର କୌଣସି ସମସ୍ୟା ହୋଇ ନ ଥାଇପାରେ। ମାତ୍ର ଯେଉଁମାନଙ୍କର ସମସ୍ୟା ହେଉଛି ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଖେଳ ଭିତରେ ରୋଗୀମାନେ ଫସି ଯାଇଛନ୍ତି। ମାତ୍ର କିଡ୍ନି ରୋଗୀଙ୍କ ଆନ୍ଦୋଳନ ଜାରି ରହିବ। ଆସନ୍ତାକାଲି ପରବର୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମତୀ ବେହେରା 'ସମ୍ବାଦ'କୁ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ ଉନ୍ନତମାନର ଔଷଧ ଯୋଗାଇ ଦେବା ଲାଗି କିଡ୍ନି ପ୍ରତିରୋପଣ ରୋଗୀମାନେ ଗତ ୧ମାସ ହେବ ଆନ୍ଦୋଳନ କରୁଛନ୍ତି।
|
<urn:uuid:2798d452-efef-47a6-bda2-f3870fa52c5f>
|
CC-MAIN-2022-49
|
https://sambad.in/state/discussion-between-kidney-transplant-patients-and-physicians-911143/
|
2022-11-30T10:41:51Z
|
s3://commoncrawl/crawl-data/CC-MAIN-2022-49/segments/1669446710734.75/warc/CC-MAIN-20221130092453-20221130122453-00246.warc.gz
|
ory
| 0.999972 |
Orya
| 1 |
{"ory_Orya_score": 0.9999717473983765}
|
ଫ୍ଲାଏଓଭର ଉପରୁ ନୋଟ ବିଡା ଉଡାଇଲେ ଯୁବକ, ଯିଏ ଯେତେ ପାରିଲା ସେତେ ନେଲା
ଫ୍ଲାଏଓଭର ଉପରୁ ନୋଟ ବିଡା ଉଡାଇଲେ ଯୁବକ, ଯିଏ ଯେତେ ପାରିଲା ସେତେ ନେଲା
ହାଇଦ୍ରାବାଦ: ଆକାଶରୁ ଖସିଲା ନୋଟ । ଧରିବା ପାଇଁ ଦୌଡାଦୌଡି ହେଲେ ଲୋକେ । ଟ୍ରାଫିକ ଜାମ ହେଲା, ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଲା । ବେଶ କିଛି ସମୟ ଏପରି ଅପ୍ରିତିକର ସ୍ଥିତି ଲାଗି ରହିଲା । ଏପରି ଏକ ବିରଳ ଘଟଣା ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି । ଜଣେ ଯୁବକ ହାତରେ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଫ୍ଲାଏଓଭର ଉପରୁ ଟଙ୍କା ଉଡାଇ କିଛି ସମୟ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ ବେଙ୍ଗାଲୁରୁ ସହରର କେ.ଆର ମାର୍କେଟ ଏରିଆରେ ଏହି ଘଟଣା ଘଟିଛି । କଳା କୋଟ ପିନ୍ଧିଥିବା ଜଣେ ଯୁବକ ହାତରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଫ୍ଲାଇଓଭର ଉପରୁ ଉଡାଇବାକୁ ଲାଗିଥିଲେ । ଯୁବକଙ୍କ ପଛରେ ଲୋକେ ଦୌଡୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଫ୍ଲାଇଓଭରର ଉଭୟ ପାର୍ଶ୍ବକୁ ଯାଇ ତଳକୁ ଟଙ୍କା ଫିଙ୍ଗିବାରେ ଲାଗିଥିଲେ ସମ୍ପୃକ୍ତ ଯୁବକ । ପବନରେ ଟଙ୍କା ନୋଟଗୁଡିକ ବହୁଦୂର ପର୍ଯ୍ୟନ୍ତ ଉଡୁଥିବା ବେଳେ ତଳେ ଥିବା ଲୋକେ ଏହାକୁ ଧରିବା ପାଇଁ ଏଣେତେଣେ ଧାଉଁଥିବା ଦେଖିବାକୁ ମିଳିଥିଲା । ବେଶ କିଛି ସମୟ ପାଇଁ ସମଗ୍ର କେ.ଆର ମାର୍କେଟ ଏରିଆରେ ଟ୍ରାଫିକ ଜାମ ହେବା ସହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା । ଆଇନ ଶୃଙ୍ଖଳା ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ଏପରି କରିଥିବା ବ୍ୟକ୍ତିଜଣଙ୍କ କିଛି ସମୟ ମଧ୍ୟରେ ସ୍ଥାନ ଛାଡି ପଳାଇଥିଲେ । ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସମ୍ପୃକ୍ତ ବ୍ୟକ୍ତି କିଏ ଓ ସେ ଏପରି କାହିଁକି କଲେ ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଯୁବକଜଣଙ୍କ 10 ଟଙ୍କିଆ ନୋଟ ଉଡାଇଥିବା ସ୍ପଷ୍ଟ ହୋଇଛି ।
ଯୁବକଙ୍କୁ ଚିହ୍ନଟ କରି ଠାବ କରିବା ପାଇଁ ପୋଲିସ ପ୍ରୟାସ ଆରମ୍ଭ କରିଛି । ସର୍ବସାଧାରଣ ସ୍ଥାନରେ ଅସ୍ବାଭାବିକ କାର୍ଯ୍ୟକଳାପ କରିବା ଓ ଆଇନ ଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଯୁବକଙ୍କ ଏପରି କାଣ୍ଡ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
|
<urn:uuid:e8a8ac8d-af22-4d4e-9fe5-249b4065c017>
|
CC-MAIN-2023-06
|
https://www.etvbharat.com/oriya/odisha/bharat/man-throws-notes-in-air-in-bengaluru/or20230124172544599599426
|
2023-01-30T21:34:09Z
|
s3://commoncrawl/crawl-data/CC-MAIN-2023-06/segments/1674764499829.29/warc/CC-MAIN-20230130201044-20230130231044-00567.warc.gz
|
ory
| 1.000005 |
Orya
| 1 |
{"ory_Orya_score": 1.0000051259994507}
|
"ତୁମରି ପାଖରୁ ପାଇଛି ମା'ଗୋ
ଏଇ ଜୀବନଟି ମୋର
ପ୍ରଥମେ ଯେବେ ମୁଁ କହିଲି କଥା
ତୁମରି ତୁଣ୍ଡରେ କହିଲି
ତୁମରି ସ୍ନେହର ହାତ ଧରି ମା'
ପ୍ରଥମ ଥର ମୁଁ ଚାଲିଲି
ତୁମରି ହାତ ଧରି ଗୋ ମା'
ଚାଲିବା ମୁଁ ଶିଖିଲି
ତୁମରି ହାତଟି ଧରି ଧରି ମା'
ଲେଖିବା ଶିଖି ମୁଁ ଲେଖିଲି"
ଏହି କବିତାଟି ସଜା ହୋଇଛି କୋଲକାତାର ଗଡ଼ିଆହାଟ ବଜାରରେ ମୋହନ ଦାସଙ୍କର ଛୋଟ ବହି ଦୋକାନରେ। ଏହାର ରଚୟିତା ସେ ନିଜେ। ଏହା ସହିତ ଆହୁରି ଅନେକ କବିତା ଲେଖିଛନ୍ତି କବି ମୋହନ ଦାସ।
ଏହି ୫୨ ବର୍ଷୀୟ କବି କହନ୍ତି, " ନିଜେର କାଜ୍କେ ଭାଲୋବାସା ଖୁବ୍ଇ ଜରୁରି ଆର୍ ଆମାର ଜନ୍ୟେ ଆମାର ପ୍ରଥୋମ ଭାଲୋବାସା ହଚ୍ଛେ ଆମାର ବୋଇ " (ନିଜ କାମକୁ ନିଜେ ଭଲ ପାଇବା ନିହାତି ଗୁରୁତ୍ୱପୂର୍ଣ୍ଣ କଥା ଏବଂ ମୋ ବହିଗୁଡ଼ିକ ହିଁ ମୋର ପ୍ରଥମ ପ୍ରେମ)।" ମନି ମୋହନ ଦାସ ଛଦ୍ମନାମରେ ସେ କବିତା ଲେଖନ୍ତି।
ହେରମ୍ବ ଚନ୍ଦ୍ର କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ହେଁ କୌଣସି ନିତିଦିନିଆ ଚାକିରି ତାଙ୍କୁ ମିଳି ନଥିଲା। ଫଳରେ, ପ୍ରାୟ ତିନି ଦଶନ୍ଧି ତଳେ ଗଡ଼ିଆହାଟର ଫୁଟ୍ପାଥ ଉପରେ ବହି ଓ ପତ୍ରିକା ବିକ୍ରି ଆରମ୍ଭ କରିବାକୁ ସେ ବାଧ୍ୟ ହୋଇଥିୁଲେ।
ଆକସ୍ମିକ ଭାବେ ଏହି ପେସାକୁ ଆପଣେଇ ନେଇଥିଲେ ମଧ୍ୟ ଏଥିରୁ ଓହରି ଯିବା କଥା ସେ କେବେ ବି ଚିନ୍ତା କରିନାହାନ୍ତି। ସେ କହନ୍ତି, "ଏଇଟା (ବହି ବିକିବା) କେବଳ ପଇସା ରୋଜଗାର କରିବାର ବାଟ ନୁହେଁ। ଏଥିରେ ଆହୁରି ଅନେକ କିଛି ରହିଛି। ମୋ ପାଇଁ ବହିର ମାନେ ଏକ ଆବେଗ।"
ଦକ୍ଷିଣ କୋଲକାତାର ବ୍ୟସ୍ତବହୁଳ ଗୋଲ୍ପାର୍କ ଅଞ୍ଚଳ ନିକଟ ଏକ ଛକରେ ମୋହନ ଦାସଙ୍କ ବହି ଦୋକାନ ଭଳି ଗଡ଼ିଆହାଟ ବଜାରରେ ପ୍ରାୟ ୩୦୦ ଛୋଟ ଛୋଟ ଦୋକାନ ରହିଛି। ଏହି ସବୁ ଦୋକାନରେ ଜଳଖିଆ, ଫଳ ଏବଂ ପନିପରିବା, ମାଛ, ଲୁଗାପଟା, ବହି ଏବଂ ଖେଳଣା ଭଳି ଅନେକ ସାମଗ୍ରୀ ବିକ୍ରି ହୁଏ। ବଜାରରେ ରହିଛି ଉଭୟ ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ଘର।
ମୋହନ କହନ୍ତି ଯେ, ତାଙ୍କ ଭଳି ଅସ୍ଥାୟୀ ଦୋକାନ ଘରେ ବିକାକିଣା କରୁଥିବା ବ୍ୟକ୍ତିମାନେ ଏବଂ ଦୋକାନ ଘର ମାଲିକମାନେ, ଏ ବଜାରରେ ସମସ୍ତେ ଗୋଟିଏ ପରିବାର ଭଳି ରହନ୍ତି। "ଲୋକଙ୍କର ଏକ ଭୁଲ ଧାରଣା ରହିଛି ଯେ ଏଠାକାର ସ୍ଥାୟୀ ଦୋକାନ ମାଲିକମାନେ ଆମମାନଙ୍କୁ (ଅସ୍ଥାୟୀ ବିକାଳିମାନଙ୍କୁ) ପସନ୍ଦ କରନ୍ତି ନାହିଁ। କିନ୍ତୁ ତାହା ସବୁ କ୍ଷେତ୍ରରେ ସତ ନୁହେଁ," ବୋଲି ସେ କହନ୍ତି। ସେମାନେ ଭାଗ ବାଣ୍ଟି ଖିଆପିଆ କରନ୍ତି ଏବଂ ବନ୍ଧୁତାର ଏହି ସଂପର୍କ ଅବ୍ୟାହତ ରହିଛି।
ମୋହନଙ୍କ ଦିନଗୁଡ଼ିକ ସତେ ଯେମିତି ସରେ ନାହିଁ। ସକାଳ ୧୦ଟାରେ ସେ ଦୋକାନ ଖୋଲନ୍ତି ଏବଂ ରାତି ୯ଟାରେ ବନ୍ଦ କରନ୍ତି। ଅର୍ଥାତ୍ ସପ୍ତାହର ସାତ ଦିନ ଯାକ ଦିନକୁ ୧୧ ଘଣ୍ଟା ହିସାବରେ ପରିଶ୍ରମ। ତାଙ୍କ କାମକୁ ସେ ଉପଭୋଗ କରନ୍ତି ସତ, ହେଲେ ଉପାର୍ଜନ ଖୁବ୍ କମ୍ ହୁଏ ଏବଂ ଏଥିରେ ପରିବାର ଚଳାଇବା କଷ୍ଟକର ହେଉଥିବାରୁ ସେ ଅସୁଖୀ। ମୋହନ କହନ୍ତି," କୋଖନୋ ଟାକା ପାଇ, କୋଖନୋ ଆବାର ଏକ୍ ବେଲା ଖାବାରେର ମୋତନ ଟାକା ପାଇନା " (କେବେ କେମିତି ରୋଜଗାର ହୁଏ ଆଉ କେବେ ବେଳାଏ ଖାଇବାକୁ ବି ପଇସା ମିଳେନା)।" ତାଙ୍କ କାନ୍ଧରେ ପାଞ୍ଚ ଜଣିଆ ପରିବାର ଚଳାଇବାର ବୋଝ।
କୋଲକାତା ବିଶ୍ଵବିଦ୍ୟାଳୟର ସ୍ନାତକ ଶ୍ରେଣୀରେ ରାଜନୀତି ବିଜ୍ଞାନ ଛାତ୍ରୀ ତାଙ୍କ ଝିଅ ପୌଲମୀର ସୁନେଲି ଭବିଷ୍ୟତକୁ ନେଇ ଅନେକ ସ୍ଵପ୍ନ ଦେଖନ୍ତି ଏହି ବହି ବିକାଳି କବି ଜଣକ। ସେ କହନ୍ତି ଯେ, ତାଙ୍କର ଦୁଇ ସାନ ଭଉଣୀ, ପ୍ରତିମା ଓ ପୁଷ୍ପାଙ୍କ ବିବାହ ଲାଗି ଯୋଗାଡ଼ ସହିତ ତାଙ୍କୁ ହିଁ ସବୁ ଖର୍ଚ୍ଚ ବହନ କରିବାକୁ ପଡ଼ିବ।
ସଂପୂର୍ଣ୍ଣ ଅନିଶ୍ଚିତତା ଘେରରେ ତାଙ୍କ ଜୀବିକା ଥିବା ସତ୍ତ୍ୱେ ସେ ହତାଶ ହୋଇପଡ଼ିନାହାନ୍ତି। କହନ୍ତି, "ଏଠାରୁ ଆମକୁ କେହି ଉଠାଇ ଦେବାର ଆଶଙ୍କା ନାହିଁ। ଆମ (ବୁଲାବିକାଳିମାନେ) ସଂଖ୍ୟା ବହୁତ ଅଧିକ ଏବଂ ଏହି ରାସ୍ତାକଡ଼ରୁ ହିଁ ଆମେ ଆମ ଜୀବିକା ଅର୍ଜନ କରୁ। ଏଠାରୁ ଆମକୁ ହଟାଇ ଦେବା ଏତେ ସହଜ ନୁହଁ।" ହେଲେ ଏ ଦିଗରେ ଅନେକ ଥର ଉଦ୍ୟମ ହୋଇସାରିଲାଣି।
ସହରର କେତେକ ଭାଗରୁ ଫୁଟ୍ପାଥ୍ରୁ ବୁଲାବିକାଳିମାନଙ୍କୁ ହଟାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଓ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ୧୯୯୬ ମସିହାରେ ଆରମ୍ଭ ହୋଇଥିବା 'ଅପରେସନ୍ ସନ୍ସାଇନ୍' କଥା ମନେ ପକାଇ ମୋହନ କହନ୍ତି, "ସେତେବଳେ କ'ଣ କରିବି ବୋଲି ମୁଁ ଚିନ୍ତା କରି ନଥିଲି।"
ସେହି ସମୟରେ ମୋହନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ)ର ସଦସ୍ୟ ଥିଲେ ଏବଂ ତାହା ବାମ ସାମ୍ମୁଖ୍ୟର ସଦସ୍ୟ ଦଳ ଭାବରେ ପଶ୍ଚିମ ବଙ୍ଗରେ ଶାସନ କ୍ଷମତାରେ ଥିଲା। ସେ ସମୟର କଥା ମନେ ପକାଇ ସେ କହନ୍ତି ଯେ ସେତେବେଳେ ସେ ପାର୍ଟି ଅଫିସ୍କୁ ଯାଇ ଏଭଳି ଯୋଜନାରୁ ବିରତ ରହିବା ପାଇଁ ଦଳର କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରିଥିଲେ। ହେଲେ, ସରକାର ଓ ପୌର କର୍ତ୍ତୃପକ୍ଷ ବୁଝାମଣା କରିବାକୁ ରାଜି ହୋଇ ନଥିଲେ। ସରକାର ଓ ପୌର କର୍ତ୍ତୃପକ୍ଷ ସେହି ଅଞ୍ଚଳରେ ଅଧିକାଂଶ ଅସ୍ଥାୟୀ ଦୋକାନ ଉଚ୍ଛେଦ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେ ଓ ତାଙ୍କ ଭଳି ଅନ୍ୟ କେତେକ ଦୋକାନୀ ସେମାନଙ୍କ ଦୋକାନର ସବୁ ଜିନିଷପତ୍ର ଆଗରୁ ବାହାର କରିନେଇଥିଲେ।
ସେ କହନ୍ତି, "ସରକାର ଅପ୍ରତ୍ୟାଶିତ ଭାବରେ ଏହି ନିଷ୍ପତ୍ତି ନେଇଥିଲେ। ସେମାନେ ଏକଥା ବୁଝିଲେ ନାହିଁ ଯେ ସେଇ ଗୋଟିଏ ରାତିରେ ଅନେକ ଲୋକ ସବୁ କିଛି ହରାଇ ବସିଲେ।" ମାସ ମାସ ଧରି ପ୍ରତିବାଦ କରିବା ସହିତ କଲିକତା ହାଇକୋର୍ଟରେ ଆବେଦନ କରିବା ପରେ ହିଁ ମୋହନ ଓ ଅନ୍ୟ କେତେକ ଦୋକାନୀ ପୁଣି ନିଜ ନିଜର ଦୋକାନ ଖୋଲିବାରେ ସମର୍ଥ ହେଲେ। ସେତେବେଳେ ମୋହନ ହକର ସଂଗ୍ରାମ କମିଟିର ସଦସ୍ୟ ଥିଲେ ଏବଂ ଏହାର ଅଂଶୀଦାର ସଂଘ ଦକ୍ଷିଣ କୋଲକାତା ହକର ସଂଘ ପକ୍ଷରୁ ୧୯୯୬ମସିହା ଡିସେମ୍ବର ୩ ତାରିଖ ଦିନ ଏହି ଆବେଦନ କରାଯାଇଥିଲା। ସେ ଆହୁରି କହନ୍ତି ଯେ, ସେହି ଘଟଣା ପରଠାରୁ ସେ ଦଳ ଛାଡ଼ି ଦେଲେ ଏବଂ ତା'ପରଠାରୁ ଆଉ କୌଣସି ରାଜନୈତିକ କାର୍ଯ୍ୟକଳାପରେ ସଂପୃକ୍ତ ହୋଇନାହାନ୍ତି।
*****
" ଆଜ୍କଲ୍ ଆର କେଉ ବଇ ପଡ଼େନା (ଆଜିକାଲି ଆଉ କେହି ବହି ପଢୁନାହାନ୍ତି)।" ମୋହନଙ୍କ କହିବା ଅନୁସାରେ ଗୁଗ୍ଲ ପାଇଁ ସେ ବହୁସଂଖ୍ୟକ ଗ୍ରାହକ ହରାଇଛନ୍ତି। "ଏବେ ଆମ ପାଖରେ ଏଇ ଗୁଗ୍ଲ ନାମକ ଜିନିଷଟି ଅଛି। ଲୋକେ ଏଥିରୁ ସେମାନେ ଦରକାର କରୁଥିବା ନିର୍ଦ୍ଦିଷ୍ଟ ତଥ୍ୟ ଖୋଜନ୍ତି ଏବଂ ପାଇଯାଆନ୍ତି ବି।" ବିଶ୍ଵ ମହାମାରୀ କୋଭିଡ୍-୧୯ ସମୟରେ ସ୍ଥିତି ଆହୁରି ଖରାପ ହୋଇଗଲା।
"ଏହା ପୂର୍ବରୁ ମୁଁ ନିଜ ଇଚ୍ଛାରେ କେବେହେଲେ ଦୋକାନ ବନ୍ଦ କରି ନଥିଲି। କିନ୍ତୁ କୋଭିଡ୍ ସମୟରେ କେବଳ ଘରେ ବସି ରହିବା ଛଡ଼ା ମୋ ପାଖରେ ଆଉ କିଛି ଉପାୟ ନଥିଲା।" ଏହି ବିଶ୍ଵ ମହାମାରୀ ସମୟରେ ମୋହନ ତାଙ୍କର ସବୁ ସଞ୍ଚିତ ଅର୍ଥ ଖର୍ଚ୍ଚ କରିଦେଲେ। ୨୦୨୩ ଜାନୁଆରୀରେ PARI ସହ କଥାବାର୍ତ୍ତା ସମୟରେ ସେ କହିଲେ,"ଏବେ ବେପାର ପୂରା ମାନ୍ଦା ଅବସ୍ଥାରେ ରହିଛି।"
ବିକ୍ରିବଟା ପାଇଁ ସରକାରୀ ଲାଇସେନ୍ସଟିଏ ମିଳିଲେ ତାଙ୍କ ବ୍ୟବସାୟରେ ଲାଗି ରହିଥିବା ଅନିଶ୍ଚିତତା କିଛିଟା ହ୍ରାସ ପାଇବ ବୋଲି ମୋହନ ବିଶ୍ୱାସ କରନ୍ତି। ହେଲେ ପାଞ୍ଚ ବର୍ଷ ତଳେ ସେ ଯେଉଁ ଲାଇସେନ୍ସ ପାଇଁ ଆବେଦନ କରିଥିଲେ, ତାହା ଏ ପର୍ଯ୍ୟନ୍ତ ମିଳିନାହିଁ। ଏଭଳି ସ୍ଥିତିରେ କେବଳ ଯାହା ହକର ସଂଘର ସଦସ୍ୟତା ହିଁ ତାଙ୍କୁ ସୁରକ୍ଷିତ ରଖିଛି ବୋଲି ମୋହନ ଅନୁଭବ କରନ୍ତି। ଏଥିପାଇଁ ସେ ପ୍ରତି ସପ୍ତାହରେ ୫୦ ଟଙ୍କା ଦିଅନ୍ତି। ଏଥିରୁ ବଜାରରେ ଦୋକାନ ଖୋଲିବାକୁ ତାଙ୍କୁ ଜାଗାଟିଏ ମଧ୍ୟ ମିଳିଯାଇଛି।
ମୋହନ କହିଲେ ଯେ, ୨୦୨୨ମସିହା ଶେଷ ଭାଗରେ ପଶ୍ଚିମ ବଙ୍ଗ ସହରାଞ୍ଚଳ ଫେରିବାଲା (ଜୀବିକା ସୁରକ୍ଷା ଏବଂ ରାସ୍ତାଘାଟରେ ବିକ୍ରି ନିୟନ୍ତ୍ରଣ) ଆଇନ, ୨୦୧୮ ଲାଗୁ କରିବାକୁ କୋଲକାତା ପୌର ନିଗମ ସ୍ଥିର କଲେ। ସେମାନଙ୍କ ଦୋକାନ ଉପରୁ ପ୍ଲାଷ୍ଟିକ୍ ଚାଦର ହଟାଇ ନେବା ପାଇଁ ସବୁ ଅସ୍ଥାୟୀ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ମୋହନ କହନ୍ତି, "ଏବେ (ଶୀତଦିନରେ) ଏହା ଠିକ୍ ଅଛି। କିନ୍ତୁ ବର୍ଷା ଆସିଲେ ଆମେ କ'ଣ କରିବୁ?"
মা আমার মা
সবচে কাছের তুমিই মাগো
আমার যে আপন
তোমার তরেই পেয়েছি মা
আমার এ জীবন
প্রথম কথা বলি যখন
তোমার বোলেই বলি
তোমার স্নেহের হাত ধরে মা
প্রথম আমি চলি
হাতটি তোমার ধরেই মাগো
চলতে আমার শেখা
হাতটি তোমার ধরেই আমার
লিখতে শেখা লেখা
করতে মানুষ রাত জেগেছ
স্তন করেছ দান
ঘুম পাড়াতে গেয়েছে মা
ঘুম পাড়ানি গান
রাত জেগেছ কত শত
চুম দিয়েছ তত
করবে আমায় মানুষ, তোমার
এই ছিল যে ব্রত
তুমি যে মা সেই ব্রততী
যার ধৈয্য অসীম বল
সত্যি করে বলো না মা কী
হল তার ফল
আমার ব্রতের ফসল যেরে
সোনার খুকু তুই
তুই যে আমার চোখের মনি
সদ্য ফোটা জুঁই ।
ମା ' ମୋର ମା '
ତୁମ ଭଳି ଆଉ କେହି ନୁହେଁ ମାଆ
ତୁମେ ହିଁ ମୋ ନିଜର
ତୁମରି ପାଖରୁ ପାଇଛି ମା'ଗୋ
ଏଇ ଜୀବନଟି ମୋର।
ପ୍ରଥମେ ଯେବେ ମୁଁ କହିଲି କଥା
ତୁମରି ତୁଣ୍ଡରେ କହିଲି।
ତୁମରି ସ୍ନେହର ହାତ ଧରି ମା'
ପ୍ରଥମ ଥର ମୁଁ ଚାଲିଲି।
ତୁମରି ହାତ ଧରି ଗୋ ମା'
ଚାଲିବା ମୁଁ ଶିଖିଲି।
ତୁମରି ହାତଟି ଧରି ଧରି ମା'
ଲେଖିବା ଶିଖି ମୁଁ ଲେଖିଲି।
ମୋ ଲାଗି କାଟିଛ ତୁମେ କେତେ ବିନିଦ୍ର ରଜନୀ
ସ୍ତନ୍ୟପାନ ମୋତେ କରାଇଛ।
ଶୁଆଇବା ଦେବାକୁ ମୋତେ ଗୋ ମାଆ
କେତେ ନାନାବାୟା ଗୀତ ଶୁଣାଇଛ।
ଅନିଦ୍ରାରେ କାଟିଛ ଅଗଣିତ ରାତି
ଆଉ ଦେଇଛ ଅସୀମିତ ଚୁମ୍ବନ।
ମଣିଷ କରି ମୋତେ ଗଢ଼ିବା ଲାଗି
ସତେ କି ଶପଥ ନେଇଛ।
ତୁମେ ତ ସେହି ମାଆ, ଯିଏ ବ୍ରତ କରିଥିଲା
ଧୈର୍ଯ୍ୟ ଧରିବାକୁ ଚିରକାଳ।
ମାଆ ଗୋ,ଏବେ ମୋତେ ସତ କହ
ଏଥିରୁ ବା କ'ଣ ପାଇଲ ?
ତୁ ମୋର ସେହି ବ୍ରତର ସୁଫଳ
ଆଲୋ ସୁନା ଝିଅ ମୋର
ତୁ ମୋ ଆଖିର ଆଲୋକ
ସଜଫୁଟା ମଲ୍ଲୀଫୁଲ।
ଅନୁବାଦ: ଓଡ଼ିଶାଲାଇଭ୍
|
<urn:uuid:13b1993a-b63e-4537-b9a8-71d1fc9ec39a>
|
CC-MAIN-2023-40
|
https://ruralindiaonline.org/en/articles/the-poet-and-bookseller-of-gariahat-or/
|
2023-10-02T08:52:58Z
|
s3://commoncrawl/crawl-data/CC-MAIN-2023-40/segments/1695233510983.45/warc/CC-MAIN-20231002064957-20231002094957-00511.warc.gz
|
ory
| 0.999859 |
Orya
| 1 |
{"ory_Orya_score": 0.9998589754104614}
|
ବାଙ୍କୀ ର କରୋନା ଯୋଦ୍ଧା- ଡଃ ଅଶ୍ୱିନୀ ପ୍ରତାପ
ବାଙ୍କୀ ର କରୋନା ଯୋଦ୍ଧା- ଡଃ ଅଶ୍ୱିନୀ ପ୍ରତାପ
ଶେଷ ପ୍ରଶ୍ନ ... ତୁମକୁ
ତୁମେ ଥିଲ ସମସ୍ତଙ୍କ ଠୁ ଭିନ୍ନ ସ୍ଥିତଧୀ, ଦରଦୀ ମଣିଷଟିଏ
ଯିଏ ମାନବତାର ମୂଲ୍ୟ ବୁଝିଥିଲା ଶୈଶବରେ ଧୂଳି ଖେଳ ବେଳେ କାହା ଦେହରେ କ୍ଷତ ଟିଏ ହେଲେ
ତୁମ ଆଖି ରେ ଲୁହ ଆସୁଥିଲା,
ଗାଆଁ ରେ ଖୁବ୍ ନିକଟରୁ ଦେଖିଥିଲ ଦାରିଦ୍ର୍ଯ ର ଯନ୍ତ୍ରଣା ଆଉ ଅସହାୟତା କୁ,
ଗୌତମ ବୁଦ୍ଧ ଙ୍କ ଭଳି ବ୍ୟସ୍ତ ,ବ୍ୟଥିତ ହୋଇ କହୁଥିଲ,
ଏମାନଙ୍କୁ ଏମିତି ମରିବାକୁ ଦେବିନି ମୁଁ ।
ଏଇଠୁ ତିଆରିବି ସ୍ୱର୍ଗ ସେମାନଙ୍କ ପାଇଁ,
ହସିବ ମୋ ଗାଆଁ, ମୋ ମାଆ, ମୋ' ମାଆ ମାଟି ଆଉ ମୋ' ମାଆ ମାଟିର ସନ୍ତାନ ମାନେ।।
ମାନବ ସେବା ଥିଲା ତୁମ ଜୀବନ ର ବ୍ରତ ,
ବାଲ୍ୟ କାଳରୁ ତୁମର ଲକ୍ଷ୍ୟ ଥିଲା ଡାକ୍ତର ହେବି, ଜନ ସେବା କରିବି।।
ଉତ୍କଟ ଦାରିଦ୍ର୍ଯ କି ମଫସଲ ଗାଆଁ ର ଅସୁବିଧା ମଧ୍ୟ
ତୁମକୁ ତିଳେ ହେଲେ ବି ବିଚ୍ୟୁତ କରି ପାରିନଥିଲା ତୁମ ଲକ୍ଷ୍ୟ ପଥରୁ,
କଟକର ନିପଟ ମଫସଲିଆ ଗାଆଁ ରୁ ତୁମେ ଉଡାଣ ଆରମ୍ଭ କରି,
ଡାକ୍ତର ହୋଇ ଅକ୍ଳେଶ ରେ ପହଞ୍ଚି ଥିଲ ବ୍ରହ୍ମପୁର ର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ ରେ ।। ପାହାଚ ପରେ ପାହାଚ ଅତିକ୍ରମ କରି ସଫଳତାର ଶୀର୍ଷକୁ ଯାଇ ଗତବର୍ଷ ତୁମେ ଆମକୁ ନେଇ ପହଞ୍ଚିଥିଲ ଦିଲ୍ଲୀ ବଡ ଡାକ୍ତର ହୋଇ ଦିଲ୍ଲୀ ହସ୍ପିଟାଲରେ ।।
ଭୀମଭୋଇଙ୍କ ଭଳି ଜଗତ ଉଦ୍ଧାର କରୁକରୁ ତୁମ ଉପରେ କେମିତି କେଜାଣି ସେଦିନ ଅଦୃଶ୍ୟ ରୁ ଖସି ପଡିଲା ଶତ୍ରୁ ର ତୀକ୍ଷ୍ଣ ଖଡଗ ,
ତୁମେ କରୋନା ଆକ୍ରାନ୍ତ ହୋଇ ଶଯ୍ୟା ଶାୟୀ ହେଲ,
ଦିଲ୍ଲୀ ର ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ , ଆଉ ମୁଁ, ତୁମରି ପ୍ରାଣପ୍ରିୟା ପତ୍ନୀ , ବାଧ୍ୟ ହେଲି ଆମ ପ୍ରେମ ର ଏକମାତ୍ର ସନ୍ତକ ଆମ ଝିଅକୁ ଧରି ଓଡିଶା କୁ ଫେରି ଆସିବା ପାଇଁ ।। କାଇଁ ଥରେ ହେଲେ କହିଲ ନାହିଁ ତ , ପ୍ରିୟେ ! ଏଇ ଆମର ଶେଷ ଦେଖା ବୋଲି,
ଏଠି ମୁଁ କିମ୍ସ କୋଭିଡ୍ ହସପିଟାଲ୍ ରେ ବନ୍ଦୀ, ଜାଣେନା ଆମ ଝିଅ ଏଇଠି କୋଉ ଶଯ୍ୟା ରେ ବନ୍ଦୀ,
ହେଲେ, ତମେ ? ମୁହୁର୍ତ୍ତଟିଏ ମତେ ପାଖରୁ ଛାଡୁନଥିବା ମୋର ପତିପରମେଶ୍ଵର ! କେମିତି ଆମକୁ ଅଥଳ ସାଗର ମଝିରେ ଏକା ଛାଡି ଚାଲିଗଲ କେଉଁ ଅଫେରା ରାଜ୍ୟ କୁ?
କେଉଁ ଅଭିମାନରେ ଶେଷ ଦେଖା ବି ଦେଲ ନାହିଁ? ସେଇ ପରଦେଶରେ ହଜିଗଲ,
ଲୀନ ହୋଇଗଲ ପଞ୍ଚଭୂତରେ?
କେମିତି ବଞ୍ଚିବି ମୁଁ, କେମିତି ବଞ୍ଚିବ ଆମ ଝିଅ ? କେମିତି ? କେମିତି?? କେମିତି ?? ?
ଥରେ ହେଲେ ତ କୁହ ........କୁହ ନା' ...
( ଆମ ବାଙ୍କୀ ମାଟି ର ଗର୍ବ ଆଉ ଗୌରବ କରୋନା ଯୋଦ୍ଧା ସ୍ୱର୍ଗତ ଡାକ୍ତର ଶ୍ରୀ ଅଶ୍ୱିନୀ କୁମାର ପ୍ରତାପ ଙ୍କ ସ୍ମୃତିରେ ଦିବଂଗତ ଆତ୍ମା ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି )
|
<urn:uuid:4e8956da-0cf4-4f8d-8636-91453ff23233>
|
CC-MAIN-2023-50
|
https://storymirror.com/read/oriya/poem/baangkii-r-kronaa-yoddhaa-ddh-ash-inii-prtaap/agywoty9
|
2023-12-09T19:02:27Z
|
s3://commoncrawl/crawl-data/CC-MAIN-2023-50/segments/1700679100942.92/warc/CC-MAIN-20231209170619-20231209200619-00866.warc.gz
|
ory
| 0.999996 |
Orya
| 1 |
{"ory_Orya_score": 0.9999958276748657}
|
ଗତ 6 ସପ୍ତାହ ଧରି ୠଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁ-ଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ଏହି ଯୁଦ୍ଧ ୟୁକ୍ରେନର ନାଗରିକମାନଙ୍କ ପାଇଁ ସବୁକିଛି ନ-ଷ୍ଟ କରିଦେଇଛି। ବର୍ତ୍ତମାନ ଦାବି ହେଉଛି ଯେ ଋଷର ସୈନିକମାନେ ନି-ରୀ-ହ ବାଳିକା ଏବଂ କମ ବୟସର ଝିଅମାନଙ୍କ ସହିତ ଅତ୍ୟା-ଚାର କରିଛନ୍ତି। ୟୁକ୍ରେନର ସାଂସଦ ଲେସିଆ ଭାସିଲେଙ୍କ ଦାବି କରିଛନ୍ତି ଯେ ୠଷର ସୈନିକମାନେ 10 ବର୍ଷର ବାଳିକାଙ୍କୁ ବଳା-ତ୍କାର କରିଥିଲେ ଏବଂ ସେମାନଙ୍କ ଶରୀରରେ ସ୍ୱସ୍ତିକ ଭଳି ଚିହ୍ନ ରଖିଥିଲେ। ଏହି ଅପ-ରାଧକୁ ନିଶ୍ଚିତ କରିବା ପାଇଁ ସେ ଅନେକ ଚିତ୍ର ଟୁଇଟ୍ କରିଛନ୍ତି।
'ୠଷୀୟ ସୈନିକମାନେ ୟୁକ୍ରେନ ଝିଅମାନଙ୍କ ସହ କରୁଛନ୍ତି ଖରାପ କାମ।
ରୁଷୀୟ ସୈନିକମାନଙ୍କ ଦ୍ୱାରା ଶି-କା-ର ହୋଇଥିବା ଝିଅମାନଙ୍କ ଶରୀରରେ ସ୍ୱସ୍ତିକ ଆକୃତିର ଚିହ୍ନ ଦେଖିବାକୁ ମିଳିଛି ବୋଲି ଲେସିଆ ଭାସିଲେ ଦାବି କରିଛନ୍ତି। ସେ ଟ୍ୱିଟର ହ୍ୟାଣ୍ଡେଲରେ #StopGenocide #StopPutinNOW ଲେଖି ୠଷ ସୈନିକମାନଙ୍କ ଅତ୍ୟା-ଚାରର ଚିତ୍ର ସେୟାର କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ୠଷର ସୈନିକମାନେ ଲୁ-ଟ, ବଳା-ତ୍କାର ଓ ହ-ତ୍ୟା କରୁଛନ୍ତି।
Russian soldiers loot, rape and kill. 10 y.o. girls with vaginal and rectal tears. Women with swastika shaped burns. Russia. Russian Men did this. And Russian mothers raised them. A nation of immoral criminals
— Lesia Vasylenko (@lesiavasylenko) April 3, 2022
ୠଷକୁ ସବୁଆଡେ ସମାଲୋଚନା କରାଯାଉଛି।
ୟୁକ୍ରେନରେ ସାଧାରଣ ନାଗରିକଙ୍କ ଉଦ୍ଦେଶ୍ୟମୂଳକ ହ-ତ୍ୟାକା-ଣ୍ଡର ପ୍ରମାଣ ଆସିବା ପରେ ୠଷ ସୋମବାର ଦିନ ସମାଲୋଚନାର ସମ୍ମୁଖୀନ ହେଇଛି। ଏହି ସମୟରେ କିଛି ପଶ୍ଚିମି ନେତାମାନେ ଋଷ ବି-ରୋ-ଧରେ ଅଧିକ କ-ଟକ-ଣା ଜାରି କରିବାକୁ କହିଛନ୍ତି। ୠଷର ଗ୍ୟାସ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ୟୁଏଇ ଆଲୋଚନା କରିବାକୁ ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ୟୁକ୍ରେନୀୟମାନଙ୍କୁ ଅତି ନି-ର୍ମ-ମ ଭାବରେ ହ-ତ୍ୟା କରାଯାଇଛି।
ୟୁକ୍ରେନ ଅଧିକାରୀ କହିଛନ୍ତି ଯେ ରାଜଧାନୀ କିବିରେ ଥିବା ସହରଗୁଡ଼ିକରେ 410 ସାଧାରଣ ନାଗରିକଙ୍କ ମୃ-ତଦେହ ମିଳିଥିଲା, ଯାହାକି ଗତ କିଛି ଦିନ ମଧ୍ୟରେ ୠଷର ସୈନ୍ୟବାହିନୀ ଦ୍ୱାରା ପୁନର୍ବାର ଜ-ବ-ତ କରାଯାଇଥିଲା। ଆସୋସିଏଟେଡ୍ ପ୍ରେସ ସାମ୍ବାଦିକମାନେ ରାଜଧାନୀର ଉତ୍ତର-ପଶ୍ଚିମ ବୁଚା ଠାରେ 21 ଟି ଶବ ଦେଖିଥିଲେ। ନଅ ଜଣଙ୍କ ମୃ-ତଦେ-ହ ଏକାଠି ଦେଖାଯାଇଥିଲା। ଜଣାପଡୁଥିଲା ଯେ ତାଙ୍କୁ ଅତି ନିକଟରୁ ଗୁ-ଳି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ପିଠି ପଛରେ ହାତ ବନ୍ଧା ହୋଇଥିଲା। କିବି ପଶ୍ଚିମ ମୋତିଯିନରେ ନ୍ୟୁଜ୍ ଏଜେନ୍ସି ଏପିର ସାମ୍ବାଦିକମାନେ ଚାରିଟି ଶ-ବକୁ ନିକଟରୁ ଗୁ-ଳି କରି ଏକ ଗର୍ତ୍ତରେ ଫିଙ୍ଗିଥିବାର ଦେଖିଲେ। ଏହି ଶ-ବ ଗୁଡ଼ିକରେ ମେୟର, ତାଙ୍କ ପୁଅ ଏବଂ ସ୍ୱାମୀଙ୍କ ଶ-ବ ଅନ୍ତର୍ଭୁକ୍ତ ଥିଲା। ଶ-ବ ଗୁଡ଼ିକ ବନ୍ଧା ଯାଇଥିଲା ଏବଂ ସେମାନଙ୍କର ଆଖି ରେ ମଧ୍ୟ ପଟି ବନ୍ଧାହୋଇଥିଲା।
— Lesia Vasylenko (@lesiavasylenko) April 4, 2022
ଋଷ ଉପରେ ନର ସଂ-ହା-ରର ଆ-ରୋ-ପ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ କିଛି ପଶ୍ଚିମି ନେତା ୠଷକୁ ନର ସଂହାରର ଅଭି-ଯୋଗ କରିଛନ୍ତି। ସଂଗୀତକାର ତଥା ଅନ୍ୟ କଳାକାରମାନଙ୍କ ପାଇଁ ଲାସ୍ ଭେଗାସ୍ ଠାରେ ଗ୍ରାମି ପୁରସ୍କାର ସମୟରେ ପ୍ରଦର୍ଶିତ ହୋଇଥିବା ଏକ ଭିଡିଓରେ ଜେଲେନସ୍କି ସେମାନଙ୍କୁ ନିଜ ଦେଶକୁ ସମର୍ଥନ କରିବାକୁ ଏବଂ "ସେମାନଙ୍କ ସଙ୍ଗୀତରେ ନୀରବତା ର-କ୍ଷା କରିବାକୁ" କହିଥିଲେ।
'ଯୁ-ଦ୍ଧ ଅପ-ରାଧର ସ୍ପଷ୍ଟ ପ୍ରମାଣ'।
ୟୁରୋପୀୟ ୟୁନିଅନର ବୈଦେଶିକ ନୀତି ମୁଖ୍ୟ ଜୋସେପ ବୋରେଲ କହିଛନ୍ତି ଯେ ଏହି ଅ-ତ୍ୟାଚା-ର ପାଇଁ ୠଷର ଅଧିକାରୀମାନେ ଦାୟୀ। ସେ କହିଛନ୍ତି ଯେ ଯୁ-ଦ୍ଧ ଅପ-ରାଧ ତଥା ଅନ୍ୟାନ୍ୟ ଗୁରୁ-ତର ଉଲ୍ଲଂ-ଘନକାରୀ ତଥା ଦାୟିତ୍ୱ ପ୍ରାପ୍ତ ସରକାରୀ କର୍ମଚାରୀ ତଥା ସାମରିକ ନେତାମାନେ ଦାୟୀ ରହିବେ। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋ ସୋମବାର ଦିନ କହିଛନ୍ତି ଯେ ବୁଚାରେ ଯୁ-ଦ୍ଧ ଅପ-ରାଧର ସ୍ପଷ୍ଟ ପ୍ରମାଣ ଅଛି ଯାହା ନୂତନ ପଦକ୍ଷେପ ନେବାକୁ ଆହ୍ୱାନ କରିଛି। ସେ କହିଛନ୍ତି, 'ମୁଁ ପ୍ରତିବନ୍ଧକର ଏକ ନୂତନ ଯୁଗର ସପକ୍ଷରେ ଅଛି ଏବଂ ବିଶେଷ କରି କୋଇଲା ଏବଂ ପେଟ୍ରୋଲ ଉପରେ ଆମକୁ ପଦକ୍ଷେପ ନେବା ଆବଶ୍ୟକ।
— Lesia Vasylenko (@lesiavasylenko) April 3, 2022
ଋଷ ଅଧିନାୟକବାଦୀ-ଫାସିବାଦୀ ରାଷ୍ଟ୍ର।
ପୋଲାଡ଼ର ପ୍ରଧାନମନ୍ତ୍ରୀ ମାଟୁସଜ ମୋରାବିକି ୠଷକୁ ଏକ 'ଅଧିନାୟକବାଦୀ-ଫାସିବାଦୀ ରାଷ୍ଟ୍ର' ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ୠଷର ସୈନିକମାନଙ୍କୁ ହ-ତ୍ୟାକ-ରୀ ନରସଂହାର ଭାବେ ଡାକିବା ଯୋଗ୍ୟ। ଏହି ସମୟରେ ଆମେରିକା ଏବଂ ଏହାର ସହଯୋଗୀମାନେ ବ୍ୟାପକ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇ ଋଷକୁ ଦ-ଣ୍ଡ ଦେବାକୁ ଚେଷ୍ଟା କରିଛନ୍ତି।
|
<urn:uuid:718a9f93-5989-466c-bcf4-eaa6b1dbc514>
|
CC-MAIN-2023-50
|
https://odiasamachara.com/2022/04/05/swastika-shaped-burns-russian-soldiers-raped-and-branded-girls-shows-gory-image/
|
2023-11-30T14:45:54Z
|
s3://commoncrawl/crawl-data/CC-MAIN-2023-50/segments/1700679100227.61/warc/CC-MAIN-20231130130218-20231130160218-00416.warc.gz
|
ory
| 0.999948 |
Orya
| 1 |
{"ory_Orya_score": 0.9999479055404663}
|
About
Contact
Dec 18, 2018
Home
ପ୍ରକୃତି
ଅର୍ଥନୀତି
ରାଜନୀତି
ଶାସନ
ଶିଳ୍ପ
ବାଣିଜ୍ୟ
ବିକାଶ
ସମାଜ
ଖବର
ବିଜ୍ଞାନ
କୃଷି
ଶିକ୍ଷା
ସ୍ବାସ୍ଥ୍ୟ
ବୃତ୍ତି
ଧର୍ମ
ଅନ୍ୟାନ୍ୟ
ଦର୍ଶନ
ପୁରାଣ
ସଂସ୍କୃତି
ଜନଜୀବନ
ଫିଚର
ମନୋରଞ୍ଜନ
କ୍ରୀଡା
ପାଞ୍ଜି
ମହତବାଣୀ
ହସକଥା
ଜନସାହିତ୍ୟ
କବିତା
କାହାଣୀ
Breaking News
୫୦ ହଜାର ଉପରେ ଘର ଭାଙ୍ଗିଲା ବୋଲି ବିଜେଡି ସରକାରର ଦାବି।
କ୍ଷୟକ୍ଷତି ପରିମାଣ ୨୭୦୦ କୋଟି ଟଙ୍କା ବୋଲି ପ୍ରଶାସନର ରିପୋର୍ଟ।
ଆହୁରି ୧୦ ଜଣ ନିଖୋଜ।
ତିତଲିରେ ଓଡ଼ିଶାରେ ହେଲା ୫୭ ଜଣଙ୍କ ପ୍ରାଣହାନୀ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିଲେ ମୃତ୍ୟୁଶୂନ୍ୟ ତିତଲି ପାଇଁ ସରକାର ପ୍ରସ୍ତୁତ।
ତିତଲି ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ନବୀନ ସରକାର ଦାବି କରୁଥିଲେ।
ବିଜେଡିର ଜବାବ, ମୋଦି ବି ତାଙ୍କ ଘରୁ ଆଣି ଦେଉନାହାନ୍ତି।
ବିଜପିର ଅଭିଯୋଗ, ନବୀନ ତାଙ୍କ ଘରୁ ଆଣି ଦେଉନାହାନ୍ତି।
ତିତଲି କ୍ଷୟକ୍ଷତି ନେଇ ରାଜନୀତିକ ବୟାନବାଜି ଜୋରଦାର।
ମୁଁ ମିଛ କହୁଥିଲେ କ୍ଷମା ମାଗିବି । ସତ କହୁଥିଲେ ରାଜ୍ୟ ସରକାର କ୍ଷମା ମାଗିବେ କି? ପ୍ରଶ୍ନ କଲେ ଧର୍ମେନ୍ଦ୍ର ।
ଶିକ୍ଷା
ଶିକ୍ଷା
ବ୍ରହ୍ମପୁର ଆଇଜର ସ୍ଥାୟୀ କ୍ୟାମ୍ପସ ପ୍ରସ୍ତାବ ମଞ୍ଜୁର
253 views
Read more
ଖରାପ କାହିଁକି ସରକାରୀ ସ୍କୁଲର ପରୀକ୍ଷାଫଳ
334 views
Read more
ଭୁବନେଶ୍ୱର ଏସଡିଆଇରେ ଏଲପିଜି ମେକାନିକ ପାଠ୍ୟକ୍ରମ ଆରମ୍ଭ
283 views
Read more
ଉତ୍କଳ କ୍ଷେତ୍ର ନା ଉତ୍କଟ କ୍ଷେତ୍ର?
340 views
Read more
ଉତ୍କଳରୁ ଓଡ଼ିଶା ଯାଏଁ
390 views
Read more
ପାଇକ-ରାଜନୀତିର ତଥ୍ୟ ଓ ସତ୍ୟ
363 views
Read more
ମ୍ୟାଟ୍ରିକ ପାସ୍ ହାର ୧୦% କମିଲା
310 views
Read more
ବିଶ୍ୱର ଶ୍ରେଷ୍ଠ ଏନ୍ଜିଓ ତାଲିକାରେ କିସ୍
285 views
Read more
ଭାଷା ତଦାରଖ କରନ୍ତୁ
287 views
Read more
ସ୍କୁଲ ସ୍ୱାଧୀନତା ଜରୁରୀ
295 views
Read more
Page 1 of 6
«
1
2
3
4
5
6
»
|
<urn:uuid:e36ff01a-7b97-44d4-b590-529ebd3dd39b>
|
CC-MAIN-2018-51
|
https://samanyakathan.com/webpage/viewnews/12/0
|
2018-12-18T23:38:29Z
|
s3://commoncrawl/crawl-data/CC-MAIN-2018-51/segments/1544376829997.74/warc/CC-MAIN-20181218225003-20181219011003-00396.warc.gz
|
ory
| 0.999899 |
Orya
| 1 |
{"ory_Orya_score": 0.9998992681503296}
|
ମୁମ୍ବାଇ,୧୧ ।୬: ବଲିଉଡ ଜଗତର ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ସେମାବାର ସନ୍ଧ୍ୟାରେ ହ୍ୟାକ୍ ହୋଇଥିଲା । ଅମିତାଭଙ୍କ ଟ୍ୱିଟର ହ୍ୟାକ କରି ପ୍ରୋଫାଇଲ ଫଟୋରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଫଟୋ ଲଗାଇଥିଲା ହ୍ୟାକର । କିନ୍ତୁ ୨୪ ଘଣ୍ଟା ମଧ୍ୟରେ ଅମିତାଭଙ୍କ ଟ୍ୱିଟର ଆକାଉଣ୍ଟ ରିକଭର କରାଯାଇଛି । ରିକଭର ପରେ ଆକାଉଣ୍ଟରେ ହ୍ୟାକର ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟକୁ ହଟାଯାଇଛି । ଏନେଇ ଘଟଣାର ଛାନଭିନ୍ ଆରମ୍ଭ କରିଦେଇଛି ମୁମ୍ବାଇ ପୋଲିସ । ଏହା ସହ ମୁମ୍ବାଇ ସାଇବରକୁ ମଧ୍ୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ ମଧ୍ୟ ଅମିତାଭଙ୍କ ଟ୍ୱିଟର ଆକାଉଣ୍ଟକୁ ପାକିସ୍ତାନର ସମର୍ଥକ ତୁର୍କୀ ସାଇବର ଆର୍ମୀ 'ଅୟୀଲ୍ଦିଜ୍ ଟିମ୍' ହ୍ୟାକ କରିଥିଲେ । ଏହା ସହ ବହୁ ସେଲବ୍ରିଟ୍ ଓ ରାଜନେତାଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇସାରିଛି ।
ତେବେ ନିଜର ଟ୍ୱିଟର ଆକାଉଣ୍ଟ ରିକଭର ପରେ ଅମିତାଭ ନିଜର ପ୍ରଥମ ଟ୍ୱିଟରେ କଣ କହିଛନ୍ତି ଦେଖନ୍ତୁ..
T 3191 –
सिर्फ शब्दों से न करना,
किसी के वजूद की पहचान
हर कोई , उतना कह नही पाता
जितना समझता और महसूस करता है… ~ Ef sp
"express not just in words the existence of one ; not everyone has the capability to say what they understand and feel " ~ ab pic.twitter.com/WfAgosafqd
— Amitabh Bachchan (@SrBachchan) June 11, 2019
जी जीवन का यही सत्य है ; स्वीकार करो
अशुधता से परे उसका बहिष्कार करो https://t.co/3EkLA0HlA6
— Amitabh Bachchan (@SrBachchan) June 11, 2019
|
<urn:uuid:962ded62-0a16-434a-866d-f88ba8ab3ad4>
|
CC-MAIN-2019-26
|
http://odishabhaskar.com/?p=27719
|
2019-06-25T02:28:31Z
|
s3://commoncrawl/crawl-data/CC-MAIN-2019-26/segments/1560627999783.49/warc/CC-MAIN-20190625011649-20190625033649-00191.warc.gz
|
ory
| 0.999885 |
Orya
| 1 |
{"ory_Orya_score": 0.9998852014541626}
|
ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ପୁଣେ: ମହାରାଷ୍ଟ୍ର କ୍ରିକେଟ ଷ୍ଟାଡ଼ିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଟସ୍ ପଡ଼ିଛି। ଭାରତ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ବିଶାଖପାଟଣାରେ ପ୍ରଥମ ଟେଷ୍ଟ ମ୍ୟାଚ ଭାରତ ଜିତିଥିବାରୁ ଏହି ମ୍ୟାଚରେ ମଧ୍ୟ ଜିତିବ ବୋଲି ଆଶା ରଖିଛି।
ପ୍ରଥମ ଟେଷ୍ଟକୁ ୨୦୩ ରନ୍ରେ ଜିତି ୩ ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ଥିବା ବିରାଟ୍ ବାହିନୀ ଦ୍ୱିତୀୟ ମ୍ୟାଚ୍ରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛି। ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି। ଏହି ପିଚ୍ ମୁଖ୍ୟତଃ ସ୍ପିନରଙ୍କୁ ସୁହାଇଥାଏ।
— BCCI (@BCCI) October 10, 2019
ଆଜିର ମ୍ୟାଚରେ ଭାରତ ୧୧ ଜଣିଆ ଖେଳାଳି ତାଲିକାରେ ଜଣଙ୍କୁ ପରିବର୍ତ୍ତନ କରିଛି। ପୂର୍ବ ମ୍ୟାଚରେ ଖେଳୁଥିବା ହନୁମାନୀ ବିହାରୀଙ୍କୁ ସ୍ଥାନରେ ଉମେଶ ଯାଦବଙ୍କୁ ଚଳିତ ମ୍ୟାଚରେ ସୁଯୋଗ ଦେଇଛି ଭାରତ।
— BCCI (@BCCI) October 10, 2019
ସୂଚନାଯୋଗ୍ୟ, ୨୦୦୩ରେ ଏହି ପିଚରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳା ଯାଇଥିଲା। ଏଯାଏ ୨୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଏହି ପିଚରେ ଖେଳାଯାଇଛି। ଯେଉଁଥିରୁ ୧୦ ଜଣ ଖେଳାଳି ୧୫୦ରୁ ଅଧିକ ବ୍ୟକ୍ତିଗତ ସ୍କୋର କରିବାରେ ସଫଳ ହୋଇଛନ୍ତି। ୨୬ଟି ମ୍ୟାଚରୁ ଏଯାଏ ୧୩ଟି ମ୍ୟାଚ ଡ୍ର ରହିଛି। ବର୍ଷା ସମ୍ଭାବନା ଅଧିକ ରହିଥିବାରୁ ମ୍ୟାଚ ବେଳେ ସମସ୍ୟା ଉପୁଜିପାରେ।
|
<urn:uuid:fbe86836-4fd7-4c1f-94b0-f62cd24b758c>
|
CC-MAIN-2019-43
|
https://odishareporter.in/sports/india-south-africa-2nd-test-india-won-the-toss-445252
|
2019-10-15T14:35:41Z
|
s3://commoncrawl/crawl-data/CC-MAIN-2019-43/segments/1570986659097.10/warc/CC-MAIN-20191015131723-20191015155223-00383.warc.gz
|
ory
| 0.999999 |
Orya
| 1 |
{"ory_Orya_score": 0.9999985694885254}
|
ସୁସ୍ଥ ହେଲେ ୯୫ ପୁୁଲିସ୍ କର୍ମୀ: ଏହି ଯୋଦ୍ଧାମାନଙ୍କ ପ୍ରଶଂସା କରି ଟୁଇଟ୍ କଲେ ପୁଲିସ୍ ମହାନିର୍ଦେଶକ
ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍ର ଶିକାର ହୋଇଥିବା ୯୫ ପୁଲିସ୍ କର୍ମଚାରୀ ସୁସ୍ଥ ହୋଇଛନ୍ତି। ଏହି ଯୋଦ୍ଧାମାନେ କରୋନାକୁ ହରାଇ ସୁସ୍ଥ ହେବା ପରେ ସର୍ବସାଧାରଣଙ୍କ ସେବା ସକାଶେ ଏବେ କାର୍ଯ୍ୟରେ ଯୋଗ ଦେବେ ବୋଲି ଓଡ଼ିଶାର ପୁଲିସ୍ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି।
95 Odisha Police Personnel have rededicated themselves to frontline enforcement duty after recovering from Covid 19.They were infected ,but defeated Covid 19.And now back to frontline to save others. 1/2 #OdishaFightsCorona
— DGP, Odisha (@DGPOdisha) July 20, 2020
ପୁଲିସ୍ ମହାନିର୍ଦେଶକ ଅଭୟ ତାଙ୍କ ଟୁଇଟର୍ ଆକାଉଣ୍ଟ୍ରେ ଟୁଇଟ୍ କରି ଏ ବିଷୟରେ ଜଣାଇଛନ୍ତି। ସେ ଲେଖିଛନ୍ତି କି '୯୫ ଜଣ ଓଡ଼ିଆ ପୁଲିସ୍ କରୋନାକୁ ହରାଇ ସୁସ୍ଥ ହେବା ପରେ ଏବେ ନିିଜକୁ ଆଗ ଧାଡ଼ିର ସେବାରେ ନିଜକୁ ସାମିଲ୍ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସେମାନେ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିଲେ। ମାତ୍ର ସେମାନେ କରୋନାକୁ ହରାଇ ସାରିଛନ୍ତି। ଏବେ ଅନ୍ୟମାନଙ୍କୁ ସୁରକ୍ଷା ଦେବାକୁ ସେମାନେ ଆଗଧାଡ଼ିକୁ ଫେରୁଛନ୍ତି।'
In recognition of their dedication and commitment to public service , and as a mark of respect, we are conferring " Special Appreciation " from DGP to such real life heroes .We rededicate to fight Corona ,with other frontline warriors n Odisha residents .#OdishaFightsCorona
— DGP, Odisha (@DGPOdisha) July 20, 2020
ସେ ଅନ୍ୟ ଏକ ଟୁଇଟ୍ କରି ଲେଖିଛନ୍ତି କି, 'ସେମାନଙ୍କର ସର୍ବସାଧାରଣ ସେବା ସକାଶେ ଉତ୍ସର୍ଗୀକୃତ ମନୋଭାବ ଓ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ପାଇଁ ସେମାନଙ୍କୁ ସମ୍ମାନ ଜଣାଉଛି। ବାସ୍ତବ ଜୀବନର ଏହି ନାୟକମାନଙ୍କୁ ଜିଡିିପିଙ୍କ ପକ୍ଷରୁ ସ୍ବତନ୍ତ୍ରତା ଗ୍ରହଣୀୟତା ଜଣାଯାଉଛି। '
|
<urn:uuid:3a9a3663-b835-48b6-a5f7-f67866aca7b4>
|
CC-MAIN-2020-45
|
https://sambad.in/state/dgp-tweet-about-95-cured-police-542194/
|
2020-10-27T12:24:24Z
|
s3://commoncrawl/crawl-data/CC-MAIN-2020-45/segments/1603107894175.55/warc/CC-MAIN-20201027111346-20201027141346-00618.warc.gz
|
ory
| 0.999535 |
Orya
| 1 |
{"ory_Orya_score": 0.9995346069335938}
|
ସ୍ମାର୍ଟ ସିଟି ପ୍ରକଳ୍ପ : କେବେ ସରିବ କହିହେବନି, ପ୍ରବାସୀ ଶ୍ରମିକଙ୍କ ଉପରେ ପ୍ରକଳ୍ପ ଭାଗ୍ୟ, କୁଶଳୀ ଶ୍ରମିକ ଆସୁନାହାନ୍ତି
୧୦ ଶ୍ରମିକ କରୋନା ଆକ୍ରାନ୍ତ, ସ୍ମାର୍ଟ ଜନପଥ କାମ ବନ୍ଦ
ଭୁବନେଶ୍ୱର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ୍)ର ପ୍ରାୟ ୭ଟି ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। କରୋନା କଟକଣା ଯୋଗୁଁ ଏହି ସବୁ ପ୍ରକଳ୍ପ କେବେ ସରିବ ତାହା କାହାକୁ ଜଣାନାହିଁ। ବିଏସ୍ସିଏଲ୍ର ସମସ୍ତ ଅଧପନ୍ତରା ପ୍ରକଳ୍ପକୁ ଯେକୌଣସି ମତେ ମାର୍ଚ୍ଚ ୨୦୨୧ ସୁଦ୍ଧା ଶେଷ କରିବାକୁ ବିଏସ୍ସିଏଲ୍ କର୍ତ୍ତୃପକ୍ଷ ଯୋଜନା କରିଥିଲେ ହେଁ ପ୍ରବାସୀ ଶ୍ରମିକଙ୍କ ଅଭାବ ଯୋଗୁଁ ଏହା ଧାର୍ଯ୍ୟ ସମୟରେ ଶେଷ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।
ବିଭିନ୍ନ ପ୍ରକାରର ସମସ୍ୟା ଯୋଗୁଁ ରାଜଧାନୀରେ ସ୍ମାର୍ଟ ସିଟି ପ୍ରକଳ୍ପଗୁଡ଼ିକ ଧିମେଇ ଯାଇଥିଲା। ଏହାପରେ କରୋନା ଜନିତ ଲକ୍ଡାଉନ୍ ପାଇଁ କାମ ବନ୍ଦ ହେବାରୁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରି ଯାଇଛନ୍ତି। ଏବେ ଶ୍ରମିକ ଆସୁନାହାନ୍ତି କି ସେମାନଙ୍କୁ ଅଣାଯାଇପାରୁନି।
ବିଏସ୍ସିଏଲ୍ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୧୯ରେ ବାତ୍ୟା ଫନି, ସାଧାରଣ ନିର୍ବାଚନ, ଠିକାଦାରଙ୍କ ମାସିକିଆ ବିକ୍ଷୋଭ ପରେ ଚଳିତବର୍ଷ ମାର୍ଚ୍ଚ ମାସରୁ କରୋନା ଜନିତ ଲକ୍ଡାଉନ୍ ଯୋଗୁଁ ୫୯ଦିନ କାମ ବନ୍ଦ ରହିଲା। ସବୁ କାମ ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ଚାଲିଥିଲା। ତେଣୁ ଗତ ଜୁନ୍ ୨୫ ତାରିଖରେ ବସିଥିବା ବିଏସ୍ସିଏଲ୍ର ବୋର୍ଡ ବୈଠକରେ ନିଷ୍ପତ୍ତି ହେଲା ଯେ, ସବୁ ପ୍ରକଳ୍ପ ଅବଧି ତିନି ମାସ ଲେଖାଏ ବଢ଼ାଯିବ। ଯେଉଁ ପ୍ରକଳ୍ପ ଯେବେ ଶେଷ ହେବ ବୋଲି ଧାର୍ଯ୍ୟ ହୋଇଥିଲା ତା'ଠାରୁ ଅଧିକ ତିନି ମାସ ପରେ ଏହାକୁ ସାରିବାକୁ ନିଷ୍ପତ୍ତି ହୋଇଥିଲା। ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଶେଷ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଡେଡ୍ଲାଇନ୍ ଯଥାକ୍ରମେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ଏହାସହ ସମସ୍ତ ନିର୍ମାଣାଧୀନ ପ୍ରକଳ୍ପକୁ ଚଳିତ ଆର୍ଥିକ ବର୍ଷରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏବେବି ଶ୍ରମିକ ଆସିପାରୁନାହାନ୍ତି, ଠିକାଦାର ଶ୍ରମିକଙ୍କୁ ଆସିବାକୁ କହିଲେ ସେମାନେ ମୋଟା ଅଙ୍କର ଅଗ୍ରୀମ ମାଗୁଛନ୍ତି। କେବଳ ଏତିକି ନୁହେଁ ବିଭିନ୍ନ ରାଜ୍ୟରେ ଲୋକଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଉଥିବାରୁ ସେମାନେ କହୁଛନ୍ତି ଯେ, ଆମେ କାମ କରିବାକୁ ପଳାଇଲେ ଆମ ପରିବାର ଲୋକ ସରକାରୀ ସୁବିଧା ସୁଯୋଗ ପାଇପାରିବେନି। ତେଣୁ କରୋନା ପ୍ରଭାବ କମିଲେ ଆମେ ଯିବୁ।
ଏହାବାଦ୍ ଏବେ ଭୁବନେଶ୍ବର କରୋନା ହଟସ୍ପଟ୍ ପାଲଟିଯାଇଥିବାରୁ ବାହାର ଜିଲ୍ଲାରୁ ବି ଶ୍ରମିକ ଆସିବାକୁ ଡରୁଛନ୍ତି। ଏପରିକି ରାଜ୍ୟ ବାହାରୁ ଏବଂ ଗଞ୍ଜାମ, ଗଜପତି, କଟକ, ବାଲେଶ୍ବର, ଯାଜପୁର ଜିଲ୍ଲାରୁ ଆସୁଥିବା ଶ୍ରମିକଙ୍କ ପାଇଁ ରାଜଧାନୀରେ ୧୪ଦିନିଆ ସଙ୍ଗରୋଧ ରହିବା ବାଧ୍ୟତାମୂଳକ କରାଯାଇଛି। ତେଣୁ ଶ୍ରମିକ ଆସିଲେ ବିନା ମଜୁରିରେ ୧୪ଦିନ ସଙ୍ଗରୋଧ ରହିବାକୁ ଚାହୁଁନାହାନ୍ତି କି ଠିକାସଂସ୍ଥା ୧୪ଦିନ ମାଗଣାରେ ରଖି ଖାଇବା, ପିଇବାକୁ ଦେବା ସମ୍ଭବ ନୁହେଁ ବୋଲି କହୁଛନ୍ତି। ବର୍ତ୍ତମାନର ସ୍ଥିତି ଯାହା ବୋର୍ଡ ବୈଠକରେ ଯେଉଁ ଡେଡଲାଇନ୍ ଧାର୍ଯ୍ୟ ହୋଇଛି ସେଥିରେ କାମ ସରିବା ସମ୍ଭବ ନୁହେଁ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍ମାର୍ଟ ସିଟି ପ୍ରକଳ୍ପରେ କୁଶଳୀ ଶ୍ରମିକ ଅଭାବ ଦେଖାଦେଇଛି। ମୁଖ୍ୟତଃ ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରୁ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନେ ଆସି କାମ କରୁଥିବାବେଳେ ସେମାନେ ପଳାଇଥିବାରୁ କାମ କରିବା କଷ୍ଟକର ହୋଇପଡ଼ିଛି। ଅଣକୁଶଳୀ ଶ୍ରମିକ ଯେଉଁଠୁ ଯୋଗାଡ଼ କରିହେବ ହେଲେ କୁଶଳୀ ଶ୍ରମିକ ନଥିବାରୁ କାମ ଆଗଉନି। ସବୁଠୁ ଅଧିକ ଶ୍ରମିକ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ହୋଇଥିବାବେଳେ ଏହି ତିନି ରାଜ୍ୟରୁ ଲୋକ ଆସିବା ଉପରେ ଏକରକମ ରୋକ୍ ଲାଗିଯାଇଛି। ତେଣୁ କାମ ହୋଇପାରୁନି।
୧୦ ଶ୍ରମିକ କରୋନା ଆକ୍ରାନ୍ତ, ସ୍ମାର୍ଟ ଜନପଥ କାମ ବନ୍ଦ
ଭୁବନେଶ୍ବର : ସ୍ମାର୍ଟ ଜନପଥ କାମକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏହି ପ୍ରକଳ୍ପ କାମ କରୁଥିବା ଆର୍କେଡିର ୧୦ଜଣ ଶ୍ରମିକଙ୍କର କରୋନା ପଜିଟିଭ୍ ବାହାରିବା ପରେ ବିଏମ୍ସି ପକ୍ଷରୁ ସ୍ମାର୍ଟ ଜନପଥ କାମ ବନ୍ଦ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ମାର୍ଟ ଜନପଥ କାମ କରୁଥିବା ଶ୍ରମିକମାନେ ରାଜମହଲ ଓଭରବ୍ରିଜ୍ ନିକଟରେ ରହୁଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କର ଦୁଇ ଦିନ ତଳେ କରୋନା ପଜିଟିଭ୍ ବାହାରିଥିଲା। ଏହାପରେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇ ସ୍ବାବ୍ ସଂଗ୍ରହ କରାଯାଇଥିଲା। ଆଜି ୯ଜଣ ଶ୍ରମିକଙ୍କର କରୋନା ପିଜିଟିଭ୍ ରିପୋର୍ଟ ଆସିଛି। ଏହାପରେ ସମସ୍ତ ଶ୍ରମିକଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଏହି ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଶ୍ରମିକ। ଏବେ କରୋନା କଟକଣା ଯୋଗୁଁ ପ୍ରବାସୀ ଶ୍ରମିକ ଆସୁନଥିବାବେଳେ ସ୍ଥାନୀୟ ଶ୍ରମିକଙ୍କୁ ନେଇ କାମ ହେଉଥିଲା। କିନ୍ତୁ ସେମାନେ କରୋନା ଆକ୍ରାନ୍ତ ହେବା ପରେ କାମ ପୂରା ଠପ୍ ହୋଇଯାଇଛି।
|
<urn:uuid:d08d52f5-e5e0-4f90-994a-cde5eb2f2c62>
|
CC-MAIN-2020-50
|
https://sambad.in/metro/smart-city-bhubaneswar-543232/
|
2020-12-01T21:47:54Z
|
s3://commoncrawl/crawl-data/CC-MAIN-2020-50/segments/1606141681524.75/warc/CC-MAIN-20201201200611-20201201230611-00297.warc.gz
|
ory
| 0.999973 |
Orya
| 1 |
{"ory_Orya_score": 0.9999734163284302}
|
'ସରକାରଙ୍କର ଏସଆଇଟି ତଦନ୍ତର ଉଦ୍ଦେଶ୍ୟ କଣ ଥିଲା ତାହା ଧୀରେ ଧୀରେ ସାମନାକୁ ଆସୁଛି'
ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧି ଦଳର ନେତା ପ୍ରଦିପ୍ତ କୁମାର ନାୟକ । ପରୀ ହତ୍ୟାକାଣ୍ଡ ମାମଲାରେ ସରକାର ହାଇକୋର୍ଟଙ୍କର ନାଁ କୁ ବ୍ୟବହାର କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଛନ୍ତି ବୋଲି କହିଲେ ପ୍ରଦୀପ୍ତ ନାୟକ । ସେ ତାଙ୍କ ଟୁଇଟର ପେଜ୍ରେ ଉଲ୍ଲେଖ କରିଛନ୍ତି ଯେ, ଆମେ ପ୍ରଥମରୁ ପରୀ ହତ୍ୟାକାଣ୍ଡରେ ସରକାରଙ୍କର ମନ୍
ବିଶ୍ୱକୁ କରୋନା ଟିକା ପ୍ରଦାନରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଆଜି ଦେଶବାସୀଙ୍କ ପାଇଁ ଖୁସିର ଦିନ ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆହୁରି ମଧ୍ୟ କହିଛନ୍ତି ବିଶ୍ୱର ସବୁଠାରୁ ବଡ ଟୀକା କରଣ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆରମ୍
ବିଜେପିରେ ମିଶିଲେ ଜୀବନ ପ୍ରଦୀପ ଦାସ
ଭୁବନେଶ୍ଵର: ବିଜେପିରେ ମିଶିଲେ ଜୀବନ ପ୍ରଦୀପ ଦାସ। ବିଜେଡିର ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବରିଷ୍
ଦୁର୍ନୀତି ବିରୁଦ୍ଧରେ ମୁହଁ ଖୋଲିଲେ ପଡୁଛି ମହଙ୍ଗା: ବିଜେପି
ଅର୍ଗସ ବ୍ୟୁରୋ: ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ ହତ୍ୟା । ମାହାଙ୍ଗାରେ ଆବାସ ଦୁର୍ନୀତି ବିରୋଧରେ ମୁହଁ ଖୋଲିଥିବାରୁ ଦୁଇ ବିଜେପି ନେତାଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ଟିମ । ରାଜଭବ
ମୁଖ୍ୟମନ୍ତ୍ରୀଙ୍କ ମେଗା କାର୍ଯ୍ୟକ୍ରମକୁ ଗଲେନି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କହିଲେ..
ଅର୍ଗସ ବ୍ୟୁରୋ: କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଲେନି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ମୁଖ୍ୟମନ୍ତ୍ରୀଙ୍କ ବସିବା ପାଇଁ ଅଲଗା ମଞ୍ଚ ବ୍ୟବସ୍ଥା କରାଯାଇଥିବା ବେଳେ ବିରୋଧୀ ଦଳ ନେତାଙ୍କ ବସିବା ପାଇଁ ଭିନ୍
ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପୁରୋହିତ
ସମ୍ବଲପୁର: ଚାଷୀ ସମସ୍ୟା ନେଇ ବର୍ଷିଲା ବିଜେପି । ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସମ୍ବଲପୁରରେ ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଜିଲ୍ଲାରେ ଚାଷୀଙ୍କ ସମସ୍ୟା ବଢୁଛି । ସେହିପର
ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ : ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ସକାଳ 9.30ମିନିଟରେ ଧର୍ମେନ୍ଦ୍ର ପ୍ରଧାନଙ୍କର ନାଲମ ନୃସିଂହ ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ନ ସାଢ଼େ 12 ଟାରେ ସେ ମା'
ଏକ ଦିବସୀୟ ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଅର୍ଗସ ବ୍ୟୁରୋ : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମ ବଙ୍ଗ ଗସ୍ତରେ ପହଞ୍ଚିଛନ୍ତି। ସେ ଆଜି ପଶ୍ଚିମବଙ୍ଗରେ ଏକ ମୁଠା ଚାଉଳର ଶୁଭାରମ୍ଭ କରିବେ। ଏହି ଅଭିଯାନ ଆଧାରରେ ବିଜେପି ପ୍ରାୟ 73 ଲକ୍ଷ କୃଷକଙ୍କ ସହ ଦ୍ଵାର ରୁ ଦ୍ଵା
କଟକ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପି ପ୍ରତିବାଦ
କଟକ: କଟକରେ ମାହାଙ୍ଗାରେ ତାତି । କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ରଣହୁଙ୍କାର । ମାହାଙ୍ଗା ଡବଲ ମର୍ଡରକୁ ନେଇ ବର୍ଷିଲା ବିଜେପି । ଆଜି ମାତା ମଠ ଠାରୁ ବିଜେପିର ଏକ ପ୍ରତିନିଧି ଦଳ ଶୋଭାଯାତ୍ରାରେ ବାହାରି ଡିଜିପିଙ୍କ କାର୍ଯ୍ୟାଳ
ଓଡ଼ିଶା ପୋଲିସ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ଲେଖାଶ୍ରୀ
ଭୁବନେଶ୍ୱର: ଲୋକଙ୍କୁ ଭୂଆଁ ବୁଲାଇବାକୁ ଅଭୟଙ୍କ ଧୂଆଁବାଣ । ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । 5 ବର୍ଷ ହେଲା ଯାହା କଲେନି ତାହା ଲୋକଙ୍କ ଚାପରେ 7ଦିନ ମଧ୍ୟରେ କରୁଛନ୍ତି ଡିଜିପି । ଏଭଳ
Argus News App
Get the app for latest videos, live
videos & exclusive programs.
videos & exclusive programs.
OPEN APP
|
<urn:uuid:badf4825-e4f3-4e3e-8040-75b87f8e6ff1>
|
CC-MAIN-2021-04
|
https://argusnews.in/or/topics/politics/
|
2021-01-17T13:29:28Z
|
s3://commoncrawl/crawl-data/CC-MAIN-2021-04/segments/1610703512342.19/warc/CC-MAIN-20210117112618-20210117142618-00540.warc.gz
|
ory
| 0.999983 |
Orya
| 1 |
{"ory_Orya_score": 0.9999828338623047}
|
ଗୁଲାମ ନବି ଆଜାଦଙ୍କୁ ବିଦାୟ ଦେଇ ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ବିଦାୟ ଦେଇ ମଙ୍ଗଳବାର ରାଜ୍ୟସଭାରେ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ତାଙ୍କୁ ବିଦାୟ ଦେବା ସହ ରାଜନୀତିରେ ତାଙ୍କ ସ୍ଥାନ ନେବା ପାଇଁ ଆଉ ଜଣେ ତାଙ୍କ ପରି ନେତାଙ୍କୁ ବାଛିବା କଷ୍ଟ ବୋଲି କହିଛନ୍ତି।
ବିରୋଧୀ ଦଳର ନେତା ଭାବରେ ଦଳ ରାଜନୀତିରେ ଜଡ଼ିତ ରହିବା ସହ ଗୁଲାମ ନବି ଆଜାଦଜୀ ଦେଶର ସମୃଦ୍ଧତାକୁ ସର୍ବଦା ପ୍ରାଧାନ୍ୟ ଦେଉଥିଲେ। କରୋନା ମହାମାରୀର ମୁକାବିଲା କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବା ପ୍ରସ୍ତାବ ତାଙ୍କର ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
— ANI (@ANI) February 9, 2021
ରାଜ୍ୟସଭା ସାଂସଦ ଭାବରେ ତାଙ୍କର ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, 'ଗୁଲାମ ନବିଜୀ (ବିରୋଧୀଦଳର ନେତା ଭାବରେ)ଙ୍କ ସ୍ଥାନରେ ତାଙ୍କ ପରି ଜଣେ ମିଳିବା କଷ୍ଟ। କାରଣ ସେ କେବଳ ତାଙ୍କ ଦଳ ପାଇଁ ନୁହେଁ ବରଂ ଦେଶ ପାଇଁ ଚିନ୍ତା କରୁଥିଲେ।'
The person who will replace Ghulam Nabi ji (as Leader of Opposition) will have difficulty matching his work because he was not only concerned about his party but also about the country and the House: PM Modi during farewell to retiring members in Rajya Sabha pic.twitter.com/bVE3Cnddl2
— ANI (@ANI) February 9, 2021
ନିଜର ଭାବପ୍ରବଣ ଭାଷଣ ଶେଷ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ ଅନେକ କାର୍ଯ୍ୟ କରିଥିବାରୁ ଗୁଲାମ ନବି ଆଜାଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ତାଙ୍କୁ ବନ୍ଧୁ ଭାବରେ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଦ୍ୱାର ସବୁବେଳେ ଗୁଲାମ ନବି ଆଜାଦଙ୍କ ପାଇଁ ଖୋଲା ରହିବ ଏବଂ ସେ ରାଜନୈତିକ ପ୍ରସଙ୍ଗରେ ତାଙ୍କର ପରାମର୍ଶକୁ ସର୍ବଦା ଗୁରୁତ୍ୱ ଦେବେ।
|
<urn:uuid:e9065b95-e657-4dbd-9040-6f3b0b6fb754>
|
CC-MAIN-2021-10
|
https://sambad.in/india-and-beyond/pm-narendra-modi-gets-emotional-as-rajya-sabha-bids-farewell-to-congress-veteran-ghulam-nabi-azad-624512/
|
2021-03-04T13:26:26Z
|
s3://commoncrawl/crawl-data/CC-MAIN-2021-10/segments/1614178369054.89/warc/CC-MAIN-20210304113205-20210304143205-00469.warc.gz
|
ory
| 0.999959 |
Orya
| 1 |
{"ory_Orya_score": 0.9999587535858154}
|
ପାକିସ୍ତାନ ସାମ୍ବାଦିକଙ୍କୁ ମୁହଁତୋଡ଼ ଜବାବ ଦେଲେ ଭେଙ୍କଟେଶ ପ୍ରସାଦ
ନୂଆଦିଲ୍ଲୀ: ୧୯୯୬ ବିଶ୍ୱକପ୍ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏଥିରେ ଭାରତ ୩୯ ରନରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ମ୍ୟାଚରେ ଭେଙ୍କଟେଶ ପ୍ରସାଦଙ୍କ ରିଭେଞ୍ଜ ବା ପ୍ରତିଶୋଧ ଆଜି ବି ଲୋକଙ୍କ ମନରେ ତାଜା ଅଛି। ପ୍ରସାଦ ଏହି ଏହି ମ୍ୟାଚରେ ତିନୋଟି ୱିକେଟ୍ ନେଇଥିଲେ। ପ୍ରସାଦଙ୍କ ଏହି ୱିକେଟ୍ ତାଲିକାରେ ପାକିସ୍ତାନ ଓପ୍ନର ଆମୀର ସୋହେଲଙ୍କ ନାଁ ସାମିଲ୍ ଥିଲା, ଯିଏ ମ୍ୟାଚରେ ୫୫ ରନର ଜବରଦସ୍ତ ଇନିଂସ୍ ଖେଳିଥିଲେ।
— Venkatesh Prasad (@venkateshprasad) April 11, 2021
ଏହି ସ୍ମରଣୀୟ ସଫଳତାକୁ ମନେ ପକାଇ ପ୍ରସାଦ ଆଜି ଦୁଇଟି ଫଟୋ ଟ୍ୱିଟ୍ କରିଛନ୍ତି, ଯାହା ଖୁବ୍ ଭାଇରାଲ୍ ହୋଇଛି। ପ୍ରଥମ ଫଟୋରେ ଆମୀର ଭେଙ୍କଟେଶ ପ୍ରସାଦଙ୍କ ଆଡ଼କୁ ବ୍ୟାଟ୍ ଦେଖାଇ କିଛି ଇସାରା କରୁଛନ୍ତି। ଦ୍ୱିତୀୟ ଫଟୋରେ ଆମୀର ପ୍ରସାଦଙ୍କ ବଲରେ ବୋଲ୍ଡ ହେଉଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ ପ୍ରସାଦ କ୍ୟାପସନରେ ଲେଖିଛନ୍ତି, ମୁଁ ଆମୀର ସୋହେଲଙ୍କୁ ବେଙ୍ଗାଲୁରୁରେ ୧୪.୫ ଓଭରରେ କହିଥିଲି ଯେ 'ମୁଁ ଇନ୍ଦିରା ନଗରର ଗୁଣ୍ଡା' । ପ୍ରସାଦଙ୍କର ଏହି ଟ୍ୱିଟ୍ ଖୁବ୍ ଭାଇରାଲ ହେଉଛି।
Nahi Najeeb Bhai. Had reserved some achievements for later. In the very next World cup in Eng in 1999 , took 5/27 at Manchester against Pakistan and they were unable to chase 228. God bless you.
— Venkatesh Prasad (@venkateshprasad) April 11, 2021
ତେବେ ପ୍ରସାଦଙ୍କର ଏହି ଟ୍ୱିଟରେ ଜଣେ ପାକିସ୍ତାନ ସାମ୍ବାଦିକ କମେଣ୍ଟ କରି ଲେଖିଛନ୍ତି, ପ୍ରସାଦଙ୍କ କ୍ୟାରିୟରର ଏହା ଏକମାତ୍ର ଉପଲବ୍ଧି। ଏହାର ଜବାବରେ ପ୍ରସାଦ ଲେଖିଛନ୍ତି, 'ନା ନଜୀବ ଭାଇ' କିଛି ଉପଲବ୍ଧି ଆଗାମୀ ଦିନ ପାଇଁ ରଖିଥିଲି। ଇଂଲଣ୍ଡରେ ହୋଇଥିବା ୧୯୯୯ ବିଶ୍ୱକପରେ ମାଞ୍ଚେଷ୍ଟରରେ ପାକିସ୍ତାନ ବିପକ୍ଷରେ ୨୭ ରନ୍ ଦେଇ ୫ ୱିକେଟ୍ ନେଇଥିଲି ଏବଂ ଆପଣଙ୍କ ଟିମ୍ ସେହି ମ୍ୟାଚରେ ୨୨୮ ରନର ଲକ୍ଷ୍ୟର ପିଛା କରିପାରିନଥିଲା। 'ଗଡ୍ ବ୍ଲେସ୍ ୟୁ'।
— Amardeep (@sing_amardeep) April 11, 2021
୧୯୯୬ ବିଶ୍ୱକପ କ୍ୱାର୍ଟରଫାଇନାଲରେ ଆମୀରଙ୍କ ସହ ପ୍ରସାଦଙ୍କ ଲଢ଼େଇ ଖୁବ୍ ଚର୍ଚ୍ଚାକୁ ଆସିଥିଲା। ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୨୮୭ ରନ୍ କରିଥିଲା। ଭାରତ ପକ୍ଷରୁ ନବଜୋତ୍ ସିଂହ ସିଦ୍ଧୁ ୯୩ ଓ ଅଜୟ ଜାଡେଜା ୪୫ ରନର ଇନିଂସ୍ ଖେଳିଥିଲେ। ୱାସିମ୍ ଆକ୍ରାମ ଆହତ କାରଣରୁ ଖେଳିପାରିନଥିଲେ, ଯେଉଁ କାରଣରୁ ଆମୀର ଟିମର ନେତୃତ୍ୱ ନେଇଥିଲେ। ୨୮୮ ରନର ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ଜବରଦସ୍ତ ଆରମ୍ଭ କରିଥିଲା। ସୋହେଲ ଓ ସଇଦ ଅନୱର ପ୍ରଥମ ୱିକେଟ ପାଇଁ ୧୧ ଓଭରରେ ୮୪ ରନ୍ ଯୋଡ଼ିଥିଲ। ଅନୱରଙ୍କ ଆଉଟ୍ ହେବା ପରେ ସୋହେଲ ଲଗାତର ଭାରତୀୟ ବୋଲରଙ୍କୁ ଆଟାକ୍ କରୁଥିଲେ।
ପାକିସ୍ତାନ ଇନିଂସର ୧୫ତମ ଓଭରରେ ପ୍ରସାଦଙ୍କ ବଲରଆ ଆମୀର ସୋହେଲେ ଜୋରଦାର ଚୌକା ମାରିଥିଲେ। ଏହା ପରେ ଆମୀର ପ୍ରସାଦଙ୍କୁ ସ୍ଲେଜିଂ କରିଥିଲେ। ଆମୀର ଇସାରାରେ ପ୍ରସାଦଙ୍କୁ କହିଥିଲେ ଯେ ପରବର୍ତ୍ତୀ ବଲରେ ମଧ୍ୟ ଏମିତି ମାରିବି। ହେଲେ ପରବର୍ତ୍ତୀ ବଲରେ ପ୍ରସାଦ ଆମୀର ସୋହେଲଙ୍କ ଅଫ୍ ଷ୍ଟମ୍ପ ଉଡ଼ାଇ ଦେଇଥିଲେ। ଏହା ପରେ ପ୍ରସାଦ ଯେଉଁ ଷ୍ଟାଇଲରେ ସୋହେଲଙ୍କୁ ମଇଦାନରୁ ବିଦା କଲେ, ତାହା ଆଜି ବି ଲୋକଙ୍କ ମନରେ ତାଜା ଅଛି। ଏହି ମ୍ୟାଚରେ ଭାରତ ୩୭ ରନରେ ବିଜୟୀ ହୋଇଥିଲା। ୧୯୯୯ ବିଶ୍ୱକପରେ ମଧ୍ୟ ଭାରତ ପାକିସ୍ତାନକୁ ୪୭ ରନରେ ହରାଇଥିଲା। ଏହି ମ୍ୟାଚରେ ଭାରତ ୨୨୭ ରନ୍ କରିଥିଲା। ଜବାବରେ ପାକିସ୍ତାନ ଟିମ୍ ମାତ୍ର ୧୮୦ ରନରେ ଅଲଆଉଟ୍ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
<urn:uuid:ca789f78-6f66-4aa3-8bca-a203213d519e>
|
CC-MAIN-2021-21
|
https://odishareporter.in/sports/cricket/venkatesh-prasad-responds-to-journalist-on-only-achievement-in-his-career-634736
|
2021-05-14T09:59:53Z
|
s3://commoncrawl/crawl-data/CC-MAIN-2021-21/segments/1620243990449.41/warc/CC-MAIN-20210514091252-20210514121252-00156.warc.gz
|
ory
| 0.99999 |
Orya
| 1 |
{"ory_Orya_score": 0.9999896287918091}
|
ସ୍ୱର୍ଣ୍ଣ ପରେ ବ୍ରୋଞ୍ଜ ପଦକ ଜିତିଲେ ଅବନୀ
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର୍ ଅବନୀ ଲଖେରା। ଅବନୀ ପାରାଲିମ୍ପିକ୍ସରେ ତାଙ୍କର ଦ୍ୱିତୀୟ ପଦକ ଜିତିଛନ୍ତି। ଶୁକ୍ରବାର ଅବନୀ ମହିଳାଙ୍କ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ପଦକ ସହ ଚଳିତ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୨ରେ ପହଞ୍ଚି ଯାଇଛି।
ଚଳିତ ଗେମ୍ସରେ ଅବନୀଙ୍କର ଏହା ଦ୍ୱିତୀୟ ପଦକ। ଏହା ପୂର୍ବରୁ ଅବନୀ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଏବେ ବ୍ରୋଞ୍ଜ ପଦକ ଜିତି ଅବନୀ ଆଉଏକ ଇତିହାସ ରଚିଛନ୍ତି। ଅବନୀ ଭାରତର ପ୍ରଥମ ଆଥଲେଟ୍ ଭାବେ କୌଣସି ପାରାଲିମ୍ପିକ୍ସରେ ଡବଲ୍ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।
— #Tokyo2020 for India (@Tokyo2020hi) September 3, 2021
ଆଜି ଇଭେଣ୍ଟରେ ୧୯ ବର୍ଷୀୟା ଅବନୀ ୪୪୫.୯ ସ୍କୋର ସହ ତୃତୀୟ ସ୍ଥାନରେ ରହି ଏହି ପଦକ ନିଜ ନାଁରେ କରିଛନ୍ତି। ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କୁଇପିଙ୍ଗ ଝାଙ୍ଗ। ସେ ଫାଇନାଲରେ ୪୫୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜର୍ମାନୀର ନତାଶା ହିଲଟ୍ରପ୍ ୪୫୭.୧ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି।
ମ୍ୟାଚରେ ଅବନୀ ଚତୁର୍ଥ ସ୍ଥାନରେ ଥିଲେ। କିନ୍ତୁ ଏହା ପରେ ସେ ଚମତ୍କାର ପ୍ରଦର୍ଶନ କରି ୧୦.୫ ଶଟ୍ ଲଗାଇଥିଲେ, ଯାହାଦ୍ୱାରା ତାଙ୍କର ସ୍କୋର ୪୪୫.୯ ହୋଇଥିଲା। ଏହି ମାର୍କ ତାଙ୍କୁ ବ୍ରୋଞ୍ଜ ପଦକ ଜିତାଇବାରେ ସହାୟକ ହୋଇଥିଲା। ତାଙ୍କ ପଛରେ ଥିଲେ ୟୁକ୍ରେନର ଇରିନା ଶେତନିକ୍, ଯିଏ ୪୩୫.୩ ସ୍କୋର ସହ ଚତୁର୍ଥରେ ରହିଛନ୍ତି।
— #Tokyo2020 for India (@Tokyo2020hi) September 3, 2021
ଚଳିଗ ଗେମ୍ସରେ ଭାରତୀୟ ଶୁଟର୍ ଅବନୀ ଲଖେରା ଓ ଜାଭେଲିନ୍ ଥ୍ରୋୟର୍ ସୁମିତ୍ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ପ୍ରବୀଣ କୁମାର, ପ୍ୟାଡଲର୍ ଭାବିନା ପଟେଲ, ଜାଭେଲିନ୍ ଥ୍ରୋୟର୍ ଦେବେନ୍ଦ୍ର ଝାଝାରିଆ, ଡିସକସ୍ ଥ୍ରୋୟର୍, ଯୋଗେଶ କଥୁନିଆ ଓ ହାଇଜମ୍ପର ଥଙ୍ଗାଭେଲୁ ଓ ନିଶାଦ ରୌପ୍ୟ ପଦକ ଜିତିଛନ୍ତି। ଜାଭେଲିନ୍ ଥ୍ରୋୟର୍ ସୁନ୍ଦର ସିଂହ ଗୁର୍ଜର, ହାଇ ଜମ୍ପର ଶରଦ କୁମାର, ଶୁଟର୍ ସିଂହରାଜ ଓ ଅବନୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
<urn:uuid:fe0b7a20-4fed-4ab3-af2f-497fb9e616b9>
|
CC-MAIN-2021-39
|
https://odishareporter.in/sports/others/shooter-avani-lekhara-wins-50m-3p-bronze-672519
|
2021-09-22T03:01:28Z
|
s3://commoncrawl/crawl-data/CC-MAIN-2021-39/segments/1631780057303.94/warc/CC-MAIN-20210922011746-20210922041746-00213.warc.gz
|
ory
| 0.999913 |
Orya
| 1 |
{"ory_Orya_score": 0.9999128580093384}
|
World Peace Day 2022: ଶାନ୍ତି ଦିଏ ଶକ୍ତି
World Peace Day 2022: ଶାନ୍ତି ଦିଏ ଶକ୍ତି
ହାଇଦ୍ରାବାଦ: ଆଜି ବିଶ୍ବ ଶାନ୍ତି ଦିବସ (World Peace Day) । ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ ତାରିଖକୁ ବିଶ୍ବ ଶାନ୍ତି ଦିବସ ରୂପେ ପାଳନ କରାଯାଏ(international peace day) । ସାରା ବିଶ୍ବରେ ଶାନ୍ତି, ସୌହାର୍ଦ୍ଧ୍ୟ ଓ ଅହିଂସାର ପ୍ରସାର ପାଇଁ ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି । ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମଭାବ ପ୍ରଦର୍ଶନ କରୁଥିବା ଏକ ବିଶ୍ବ ନିର୍ମାଣ କରିବା ଜାତିସଂଘର ଉଦ୍ଦେଶ୍ୟ ଅଟେ ।
ସେହିପରି ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଶାନ୍ତିର ସଜ୍ଞା ମଧ୍ୟ ଭିନ୍ନ । ମନୁଷ୍ୟ ପାଖେ ସବୁକିଛି ଥାଇ ଯଦି ଶାନ୍ତି ନଥାଇ ତେବେ ସେହି ପରିସ୍ଥିତିରେ କିଛି ନଥିବା ସହ ସମାନ ହୋଇଯାଏ । କିନ୍ତୁ ସାଧୁ ସନ୍ୟାସୀଙ୍କ ମତରେ ଆତ୍ମ ଶାନ୍ତି ହିଁ ପ୍ରକୃତ ଶାନ୍ତି । ଏକ ଶାନ୍ତ ମନ ନିଶ୍ଚିତ ରୂପେ ଏକ ଶାନ୍ତ ପରିବେଶ ସୃଷ୍ଟି କରିପାରିବ । ୧୯୮୧ ମସିହାରେ ଜାତିସଂଘ ବିଶ୍ବ ଶାନ୍ତି ଦିବସ ପାଳନ ନେଇ ଘୋଷଣା କରିଥିଲା । ୧୯୮୨ ମସିହାରେ ପ୍ରଥମ ଥର ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ କରାଗଲା । ଏହାପରେ ୧୯୮୨ରୁ ୨୦୦୧ ପର୍ଯ୍ୟନ୍ତ ସେପ୍ଟେମ୍ବର ମାସର ୩ୟ ମଙ୍ଗଳବାରକୁ ଆନ୍ତର୍ଜାତିକ ଶାନ୍ତି ଦିବସ ଭାବେ ପାଳନ କରାଯାଉଥିଲା । ପରବର୍ତ୍ତୀ ସମୟରେ ୨୦୦୨ ମସିହାରୁ ସେପ୍ଟେମ୍ବର ୨୧ ତାରିଖକୁ ବିଶ୍ବ ଶାନ୍ତି ଦିବସ ରୂପେ ପାଳନ କରାଯାଉଛି ।
ଚଳିତ ବର୍ଷ ବିଶ୍ବ ଶାନ୍ତି ଦିବସ ଥିମ ହେଉଛି "ଜାତିଭେଦ ସମାପ୍ତ କର, ଶାନ୍ତି ପ୍ରତିଷ୍ଠା କର " । ଜାତିସଂଘ ଅନୁସାରେ, କେବଳ ହିଂସାର ଅନୁପସ୍ଥିତିରେ ବାସ୍ତବ ଶାନ୍ତି ନୁହେଁ, ବରଂ ଏଭଳି ଏକ ସମାଜ ପ୍ରତିଷ୍ଠା କରିବା ଯେଉଁଠାରେ ପ୍ରତ୍ୟକ ବ୍ୟକ୍ତି ଅନୁଭବ କରିବେ ଯେ ସେମାନେ ବିକଶିତ ହୋଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସମଗ୍ର ବିଶ୍ବରେ ଅଶାନ୍ତ ଓ ଅରାଜଗତାର ବାତାବରଣ ଦେଖାଯିବା ସହ ସାମ୍ପ୍ରଦାୟକ ହିଂସା ଭଳି ଘଟଣା ଦେଖାଯାଉଥିବାରୁ ଏହି ଦିବସର ପାଳନ ଗୁରୁତ୍ବ ବଢିଯାଉଛି । ଆଜିର ଦିନରେ ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ଶାନ୍ତିର ଘଣ୍ଟା ବଜାଯାଏ ।
ଭାରତ ଏକ ଶାନ୍ତି ପ୍ରିୟ ଦେଶ । ଭାରତର ପୂର୍ବତନ ରାଷ୍ଟ୍ରପତି ଜବାହାର ନେହେରୁ ବିଶ୍ବରେ ଶାନ୍ତି ପାଇଁ ୫ଟି ମୌଳିକ ମନ୍ତ୍ର ଦେଇଥିଲେ । ସେହି ସମୟରେ ଏହି ମନ୍ତ୍ର ବିଶ୍ବ ଶାନ୍ତି ପ୍ରତିଷ୍ଠାର ଅଗ୍ରଦୂତ ଭାବେ ବିବେଚିତ ହୋଇଥିଲା । ଧଳା ପାରାକୁ ଶାନ୍ତି ଦୂତ ଭାବରେ ବିବେଚନା କରାଯାଏ । ତେଣୁ ଏହି ଦିନ ଭାରତର ବିଭିନ୍ନ ସ୍ଥାନରେ ଧଳା ପାରା ଉଡ଼ାଯାଏ
।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
|
<urn:uuid:57775279-7bd8-4e87-b4f8-550aa4e18b2f>
|
CC-MAIN-2022-40
|
https://www.etvbharat.com/oriya/odisha/bharat/international-peace-day-2022/or20220921115029654654692
|
2022-09-25T17:49:13Z
|
s3://commoncrawl/crawl-data/CC-MAIN-2022-40/segments/1664030334591.19/warc/CC-MAIN-20220925162915-20220925192915-00067.warc.gz
|
ory
| 1.000005 |
Orya
| 1 |
{"ory_Orya_score": 1.0000053644180298}
|
ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ
Updated on: Sep 20, 2022, 11:04 AM IST
ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ
Updated on: Sep 20, 2022, 11:04 AM IST
ଭଦ୍ରକ: ପଞ୍ଚଭୂତରେ ବିଲୀନ ହେଲେ ବିଜେପି ନେତା ବିଷ୍ଣୁ ସେଠୀ । ପୁଅ ସୂର୍ଯ୍ୟବଂଶୀ ସୂରଜ ଦେଲେ ମୁଖାଗ୍ନି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅଧିନ ତାଙ୍କ ପୈତୃକ ଗ୍ରାମ ମଙ୍ଗରାଜପୁରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବିଷ୍ଣୁଙ୍କ ପାର୍ଥିବ ଶରୀର ଭୁବନେଶ୍ଵରରୁ ଆସି ତାଙ୍କ ନିର୍ବାଚନ ମଣ୍ଡଳୀ ଧାମନଗର ପହଞ୍ଚି ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯାଇ ଭଦ୍ରକ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଥିଲା । ଏହାପରେ ଭଦ୍ରକ ସ୍ଥିତ ବାସଭବନ ହୋଇ ମଙ୍ଗରାଜପୁର ଯାଇଥିଲା ।
ସେଠାରେ ଗ୍ରାମବାସୀ, ବହୁ ବିଜେପି ନେତା, କର୍ମୀ ଏବଂ ଭିଟାମାଟିର ଅନେକ ଲୋକ ତାଙ୍କୁ ଶେଷ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଷ୍ଣୁ ସେଠୀ ଆମର ରହେ ଧ୍ୱନୀରେ କମ୍ପିଥିଲା ପୁରା ପରିବେଶ । ବିଳମ୍ବିତ ରାତିରେ ବିଷ୍ଣୁ ସେଠୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ପୁଅ ସୂର୍ଯ୍ୟବଂଶୀ ସୂରଜ ମୁଖାଗ୍ନି ଦେଇଥିଲେ । 61 ବର୍ଷ ବୟସରେ ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ହେହାନ୍ତ ହୋଇଛି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଧାମନଗର ବିଧାୟକ ।
ତାଙ୍କ ମୃତ୍ୟୁ ପରେ ବିଷ୍ଣୁ ସେଠୀଙ୍କ ପାର୍ଥୀବ ଶରୀରକୁ ବିଧାନ ସଭାକୁ ଆଣାଯାଇଥିଲା। ସେଠାର ଗାର୍ଡ ଅଫ ଅନର ଦିଆଯାଇ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆଣାଯାଇଥିଲା। ସେଠାରେ ବହୁ ଦଳୀୟ କର୍ମୀମାନେ ବିଷ୍ଣୁଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହାପରେ ଭୁବନେଶ୍ବରରୁ ଏକ ଶୋଭାଯାତ୍ରାରେ ବିଷ୍ଣୁଙ୍କ ପାର୍ଥୀବ ଶରୀରକୁ ଯାଜପୁର ଜିଲ୍ଲା ପାଣି କୋଇଲି ନିଆଯାଇଥିଲା । ସେଠାରେ ବିଧାୟକଙ୍କୁ ଶତାଧିକ ବିଜେପି କର୍ମୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ (Tribute to Late MLA Bishnu Sethi) ।
ବିଧାୟକଙ୍କ ପାର୍ଥୀବ ଶରୀରର ଶେଷ ଦର୍ଶନ କରିବା ପରେ ବିଜେପି କର୍ମୀମାନେ ମାଲ୍ୟାର୍ପଣ ପ୍ରଦାନ କରିଥିଲେ । ଏହାପରେ ତାଙ୍କ ପାର୍ଥିବ ଶରୀର ଭଦ୍ରକ ଜିଲ୍ଲା ନିର୍ବାଚନ ମଣ୍ଡଳୀ ଧାମନଗରରେ ପହଞ୍ଚିଥିଲା । ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରାବେଳେ ବହୁକର୍ମୀ, ରାଜନେତା ଓ ସମର୍ଥକ ତାଙ୍କ ଶେଷ ଦର୍ଶନ କରିଥିଲେ। ବିଳମ୍ବିତ ରାତିରେ ତାଙ୍କ ଶେଷ କୃତ୍ୟ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ପରଲୋକରେ ବିଜେପିର ଟାଣୁଆ ନେତା ବିଷ୍ଣୁ ସେଠୀ
ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅଧିନ ମଙ୍ଗରାଜପୁର ଗାଁର ଗୟାଧର ସେଠୀଙ୍କ ସୁଯୋଗ୍ୟ ସନ୍ତାନ ଥିଲେ ବିଷ୍ଣୁ ଚରଣ ସେଠୀ । ପତ୍ନୀ ଉର୍ମିଳାରାଣୀ ପୁତ୍ର ସୁରଜ ସୂର୍ଯ୍ୟବଂଶୀଙ୍କ ସହ ସେ ବେଶ ଖୁସିରେ ଥିଲେ । 2ଥର ବିଧାୟକ ଥିବା ବିଷ୍ଣୁ ସେଠୀ ଜଣେ ସାହିତ୍ୟିକ, ଲେଖକ ଓ କବି ଭାବେ ବେଶ ଜଣାଶୁଣା ଥିଲେ । ବିଷ୍ଣୁ ସେଠୀଙ୍କ ପରଲୋକରେ ତାଙ୍କ ପରିବାର ଉପରେ ଚଡ଼କ ପଡ଼ିଛି ।
କେବଳ ତାଙ୍କ ପରିବାର କାହିଁକି ରାଜ୍ୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ନିଆରା ଢଙ୍ଗରେ ଟାର୍ଗେଟ କରି ଆସୁଥିଲେ । ଜଣେ ସାମ୍ବାଦିକ, କବି, ଲେଖକ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଉପସ୍ଥାପନା ଶୈଳୀ ଯୋଗୁଁ ସେ ପ୍ରତ୍ୟେକ ନେତାଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ଭଦ୍ରକ ମାଟି ପାଇଁ ଏହାଏକ ଅପୂରଣୀୟ କ୍ଷତି ।
ଇଟିଭି ଭାରତ, ଭଦ୍ରକ
|
<urn:uuid:23c6b329-109d-4224-9912-45832a734223>
|
CC-MAIN-2022-40
|
https://www.etvbharat.com/oriya/odisha/state/bhadrak/bjp-leader-bishnu-charan-sethi-cremated-in-his-village-mangarajpur-bhadrak/or20220920094539526526620
|
2022-10-06T16:29:06Z
|
s3://commoncrawl/crawl-data/CC-MAIN-2022-40/segments/1664030337853.66/warc/CC-MAIN-20221006155805-20221006185805-00718.warc.gz
|
ory
| 0.999991 |
Orya
| 1 |
{"ory_Orya_score": 0.9999911785125732}
|
ଚଳିତ ବର୍ଷ ୩୩ ତମ ଶିଶୁ ମେଳା ନଭେମ୍ବର ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ସନ୍ଧ୍ୟା ରେ ଭୁବନେଶ୍ବର ଏକାମ୍ର ହାଟ ର ମୁକ୍ତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ।
Main Content
ଆଜି ପ୍ରଦର୍ଶନ କରାଯାଇଥିବା ଅନ୍ୟ ସିନେମାଗୁଡ଼ିକ ହେଉଛି ସୌରଭ ଷଡ଼ଙ୍ଗୀଙ୍କ କରବାଲା ମେମୋୟର୍ସ ଓ ବିଶାଲ ସ୍ୱାର୍ଗିଆରିରଙ୍କ ଗୋସାଇଁ ।
ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ବ ଛାତ୍ର ଦିବସ ଉପଲକ୍ଷେ ଦକ୍ଷତା, କ୍ଷମତା ଓ କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା।
ଅକ୍ଟୋବର ୧୦ ତାରିଖ ଦିନ ବାଲିସ୍ଥିତ ସୁଗ୍ରିୱା ବିଶ୍ୱବିଦ୍ୟାଳୟ ପରିସରରେ ଏହି ସ୍ୱାକ୍ଷର ସମାରୋହ ଅନୁଷ୍ଠିତ ହୋଇଥିଲା |
ପୂର୍ବବର୍ଷ କିଟ୍ ୮୦୧+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ର୍ୟାଙ୍କ ଉନ୍ନୀତ ହୋଇ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୬୦୧+ ସ୍ଥାନ ପାଇଛି ।
ସେ "ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି" ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବେ । ଏହା ଓଡ଼ିଶା ଡ଼ଟ କମରେ ପ୍ରକାଶିତ ହେବ । ଫେଲୋସିପ ଅର୍ଥ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ବହନ କରିବେ ।
ଦୃଶ୍ୟକୁ ଆସୁନଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପିଲାମାନେ କିଛି ଅଧିକ ସୁବିଧା ସୁଯୋଗ ପାଇବା ଦରକାର । ଏଭଳି ବିଦ୍ୟାଳୟଗୁଡ଼ିକରେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷା ଲାଭ କରିଛନ୍ତି ।
କେବଳ ସେତିକି ନୁହେଁ ,ଅନ୍ୟ ଏକ ଦିନ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଜଳ ରାଜ୍ୟମାନଙ୍କ ପାଇଁ ୨୪ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କଲେ । କିନ୍ତୁ ଓଡ଼ିଶା ପାଇଁ କହିଲେ ,ପଇସା କଣ ଗଛରେ ଫଳୁଛି ।
ମୁଁ ଯେଉଁଠି ରୁହେଁ ସେ ଗାଁର ନାଁ ହେଲା କେରଦା ପାଲି । ସେଠାରୁ ସ୍କୁଲର ଦୂରତା ହେଲା ୧୨କିଲୋମିଟର । ପ୍ରତିଦିନ ସାଇକେଲ ଯୋଗେ ଆବଡ଼ା ଖାବଡ଼ା ରାସ୍ତା ଦେଇ ମୁଁ ସ୍କୁଲକୁ ଯାଇଥାଏ ।ଉକ୍ତ ସ୍କୁଲରେ ଡ଼େରାପଥର ସହ ଆଖପାଖ ତିନୋଟି ଗ୍ରାମର ପ୍ରାୟ ଚାଳିଶ ଜଣ ପିଲା ପଢନ୍ତି ବୋଲି, ଧଳ କହନ୍ତି ।
"ମୁଁ ଏକ କୃଷକ ପରିବାର ରୁ ଆସିଛି । ମୋର ପରିବାରର ଲୋକ ମାନଙ୍କର କୃଷି ପ୍ରତି ସମର୍ପଣ ମତେ ଏକ ବହୁତ ବଡ଼ କୃଷକ ଭାବେ ନିଜକୁ ଗଢି ତୋଳିବାର ସ୍ୱପ୍ନ ପ୍ରଦାନ କରିଛି''
- KISS Foundation adopts Kandhamal Dist under Mission TB-Free
- ଅର୍ଚ୍ଚନାଙ୍କୁ ୧୫ ଦିନିଆ ରିମାଣ୍ଡ ନେଇ ଇଡିର ଆବେଦନ ଉପରେ ଶୁଣାଣି ଶେଷ
- ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କିତ ମାମଲା: କେନ୍ଦ୍ରାପଡ଼ା ପାଇଁ ୧ଟି ଓ ପୁରୀ ପାଇଁ ୨ଟି ଡ୍ରୋନ୍ ଆବଶ୍ୟକ
- ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କିତ ମାମଲା: କେନ୍ଦ୍ରାପଡ଼ା ପାଇଁ ୧ଟି ଓ ପୁରୀ ପାଇଁ ୨ଟି ଡ୍ରୋନ୍ ଆବଶ୍ୟକ
- ପ୍ରେମିକା ଘରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- ବଡ଼ଖମାର ସ୍କୁଲରେ ଅମ୍ଳାନ କାର୍ଯ୍ୟକ୍ରମ
- ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ ଉତ୍ସବ ପାଳିତ
- ମୋ ମୁହଁ ବନ୍ଦ କରି ମୋତେ କୋର୍ଟ ଫରୱାର୍ଡ କରାଯାଉଛି : ଅର୍ଚ୍ଚନା
- ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା
- ନିରାକାରପୁର ରାମ ଦୟା ପରିଷଦ ପକ୍ଷରୁ ଗୀତା ଜୟନ୍ତୀ ପାଳିତ
ଓଡିଶାରେ ଦୁର୍ଗାପୂଜାକୁ ଧୂମଧାମରେ ପାଳନ କରାଯାଉଥିବା ବେଳେ ଗୁଜରାଟରେ ନବରାତ୍ରୀ ପୂଜାକୁ ବଡ ଧୂମଧାମ ରେ ପାଳନ କରାଯାଏ।
ହେଲ୍ପ ଏଜ୍ ଇଣ୍ଡିଆର ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ଏବଂ ମନୋବିଜ୍ଞାନ ବିଭାଗ ଦ୍ୱାରା ଆୟୋଜିତ ହୋଇଥିବା 'ବୟସ୍କ ମହିଳାଙ୍କ ସ୍ଥିରତା ଏବଂ ଅବଦାନ' ଉପରେ କର୍ମଶାଳାରେ ଯୋଗ ଦେଇ ବିଶେଷଜ୍ଞମାନେ କହିଛନ୍ତି ଯେ ବୟସ ଏବଂ ଲିଙ୍ଗ ଉପରେ ଆଧାରିତ ଭେଦଭାବ ଏକ ଅସମାନତା ଓ ନକାରାତ୍ମକ ସମାଜ ତିଆରି କରୁଛି |
ପୂଜ୍ୟ ପୂଜା ପରମ୍ପରା ର ପୂଜାରୀ ସାରସ୍ୱତ ସାଧକ,ସମାଜସେବୀ କର୍ମଯୋଗୀ ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ ଥିଲେ ବୋଲି ବରଗଡ଼ ସାମ୍ବାଦିକ ସଂଘ ଓ ଭାଗବତ ନନ୍ଦ ସ୍ମୃତି କମିଟି ଆନୁକୂଲ୍ୟ ରେ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜିତ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ରେ ବିଶିଷ୍ଟ ବକ୍ତାଗଣ ମତ ପ୍ରକାଶ ପାଇଛି ।
ମିଳିତ ଜାତିସଂଘର ସାଧାରଣ ସଭା ଏବଂ ନ୍ୟୁୟର୍କ ସହର ସହିତ ମିଳିତ ଭାବରେ ଜଳବାୟୁ ସପ୍ତାହ ଏନୱାଇସି ବ୍ୟବସାୟ, ସରକାର ଏବଂ ଜଳବାୟୁ ସମୁଦାୟର ବହୁ ପ୍ରଭାବଶାଳୀ ନେତାଙ୍କୁ ଏକତ୍ରିତ କରି ନିର୍ଣ୍ଣାୟକ ଜଳବାୟୁ କାର୍ଯ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ସୃଷ୍ଟି କରିବ।
ସଙ୍ଗଠନର ମୁଖ୍ୟ ପୃଷ୍ଠପୋଷକ ଡକ୍ଟର ତ୍ରିବିକ୍ରମ ପ୍ରଧାନ ଏବଂ ଉପଦେଷ୍ଟା ଜଗଦୀଶ ପ୍ରଧାନ, ମାଧବ ଚନ୍ଦ୍ର ପ୍ରଧାନ ଏବଂ ଶିକ୍ଷାବିତ୍ ଅର୍ଜୁନ ସାହୁ କୁଲତା ଜାତିର ଇତିହାସ ଏବଂ ସଙ୍ଗଠନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ।
|
<urn:uuid:88d11aab-d889-4f7c-9519-289d33d3a979>
|
CC-MAIN-2022-49
|
https://www.odisha.com/
|
2022-12-06T23:08:18Z
|
s3://commoncrawl/crawl-data/CC-MAIN-2022-49/segments/1669446711121.31/warc/CC-MAIN-20221206225143-20221207015143-00637.warc.gz
|
ory
| 0.999997 |
Orya
| 1 |
{"ory_Orya_score": 0.9999974966049194}
|
Tag: science
ବିଜ୍ଞାନ ଓ ପ୍ରଯୁକ୍ତି
ଜଳବାୟୁ ପରିବର୍ତ୍ତନ ପାଇଁ କମୁଛି ପୃଥିବୀର ଚମକତା …
ଆମ ଘର ଆମ ପୃଥିବୀ । କିନ୍ତୁ ଏହି ଘର ଧିରେ ଧିରେ ବିପଦ ମୁହାଁ ହେବାକୁ ବସିଲାଣି । ଆମେ ନିଜକୁ ବାସସ୍ଥାନକୁ ଇଟା ମାଟି ସିମେଣ୍ଟରେ ତିଆରି ଘରକୁ ସିନା ସଜେଇ ... Read More
ବିଜ୍ଞାନ ଓ ପ୍ରଯୁକ୍ତି
ସବୁଠାରୁ ବଡ଼ ଗ୍ରହ କେମିତି ହେଲା ବୃହସ୍ପତି ?
ସୌର ମଣ୍ଡଳରେ ସବୁଠାରୁ ବଡ଼ ଗ୍ରହ ବୃହସ୍ପତି। ପୃଥିବୀ ଠାରୁ ୩୦୦ ଗୁଣ ବଡ଼। ହେଲେ ଏହି ଗ୍ରହ ଏତେ ବଡ଼ କେମିତି ହେଲା ? କଣ ରହିଛି ଏହା ପଛର କାରଣ ? ... Read More
|
<urn:uuid:d14020fa-85b1-432b-ae2e-d04bfde3dbda>
|
CC-MAIN-2023-14
|
https://odiadaily.in/tag/science/
|
2023-03-21T06:54:05Z
|
s3://commoncrawl/crawl-data/CC-MAIN-2023-14/segments/1679296943637.3/warc/CC-MAIN-20230321064400-20230321094400-00152.warc.gz
|
ory
| 0.999994 |
Orya
| 1 |
{"ory_Orya_score": 0.9999938011169434}
|
ପାକିସ୍ତାନ ଭଳି ସ୍ଥିତି: ମାନ୍ଦାବସ୍ଥା କବଳରେ ଜର୍ମାନୀ, ଉଭୟ ଦେଶର ଅଭିବୃଦ୍ଧି ୦.୩%
ଭାରତ ଅନ୍ୟମାନଙ୍କୁ ପଛରେ ପକାଇବ: ନାଗେଶ୍ବରନ
ନୂଆଦିଲ୍ଲୀ: ବିଶ୍ବର ତୃତୀୟ ବଡ଼ ଅର୍ଥନୈତିକ ମହାଶକ୍ତି ଭାବେ ପରିଗଣିତ ଜର୍ମାନୀର ଅବସ୍ଥା ପାକିସ୍ତାନ ଭଳି ଖରାପ ହୋଇଯାଇଛି। ଆର୍ଥିକ ସଙ୍କଟର ମୁକାବିଲା କରିବାରେ ବିଫଳ ହୋଇଥିବା ଏହି ଦୁଇ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି ହାର ୦.୩%କୁ ହ୍ରାସ ପାଇଛି। ୟୁରୋପର ପ୍ରଥମ ଦେଶ ଭାବେ ଜର୍ମାନୀ ମାନ୍ଦାବସ୍ଥା କବଳରେ ପଡ଼ିଛି। ସେହିପରି, ପାକିସ୍ତାନ ଇତିହାସର ଅନ୍ୟତମ ସବୁଠୁ ଖରାପ ସମୟ ଦେଇ ଗତି କରୁଛି।
ୟୁରୋପର ସବୁଠୁ ବିତ୍ତଶାଳୀ ଦେଶ ଜର୍ମାନୀର ଅର୍ଥନୈତିକ ଅଭିବୃଦ୍ଧି ଗତ କିଛି ମାସ ହେଲାଣି ହ୍ରାସ ପାଉଥିଲା। ଚଳିତ ବର୍ଷ ଜାନୁଆରି-ମାର୍ଚ୍ଚ ତ୍ରୈମାସିକରେ ଜର୍ମାନୀର ଅଭିବୃଦ୍ଧି ୦.୩% ହେବା ପରେ ଏହା ମାନ୍ଦାବସ୍ଥା ଦେଇ ଗତି କରୁଥିବା ନିଶ୍ଚିତ ହୋଇଛି। ୨୦୨୨ ଅକ୍ଟୋବର-ଡିସେମ୍ବରରେ ବି ଏହି ଦେଶର ଅର୍ଥନୀତି ମାତ୍ର ୦.୫% ହାରରେ ଆଗକୁ ବଢ଼ିଥିଲା। ଜର୍ମାନୀରେ ଦୁଇଟି ତ୍ରୈମାସିକରେ ଅଭିବୃଦ୍ଧି କମ୍ ରହିଲେ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଥିବା ବିଚାର କରାଯାଏ। ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ୟୁରୋପରେ ଶକ୍ତି ସଙ୍କଟ ଦେଖାଦେଇଛି। ଏହା ରୁଷ୍ଠାରୁ ତୈଳ ଓ ଗ୍ୟାସ୍ ମଗାଇପାରୁନଥିବାରୁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିଛି। ରୁଷ୍ର ବିକଳ୍ପ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏହି ସଙ୍କଟ ପ୍ରଭାବରେ ବିଭିନ୍ନ ସାମଗ୍ରୀର ଦାମ୍ ଉଚ୍ଚ ସ୍ତରରେ ରହିଛି। ଶେଷ ଥର ଲାଗି କୋଭିଡ୍ ମହାମାରୀ ସମୟରେ ଜର୍ମାନୀରେ ମାନ୍ଦାବସ୍ଥା ଦେଖାଦେଇଥିଲା।
ଅନ୍ୟ ପକ୍ଷରେ ଗମ୍ଭୀର ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଅର୍ଥନୀତିର ଅବସ୍ଥା ଆହୁରି ଖରାପ ହୋଇଛି। ପାକିସ୍ତାନର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୧୦ ପ୍ରତିଶତରୁ ହ୍ରାସ ପାଇ ମାତ୍ର ୦.୨୯% ହୋଇଛି। ଏହି ଦେଶ ଏହାର ଇତିହାସରେ ପୂର୍ବରୁ ଏଭଳି ସ୍ଥିତିକୁ କେବେ ଦେଖିନଥିଲା। ଅଭିବୃଦ୍ଧି ହାର ୫% ରହିବ ବୋଲି ପାକିସ୍ତାନ ସରକାର ପୂର୍ବରୁ ଆକଳନ କରିଥିଲେ। ମାତ୍ର ଗତବର୍ଷ ସେଠାରେ ଦେଖାଦେଇଥିବା ପ୍ରଳୟଙ୍କରୀ ବାତ୍ୟାରେ ବ୍ୟାପକ ଧନ ଜୀବନ ନଷ୍ଟ ହେବା ପରେ ଅଭିବୃଦ୍ଧି ୨.୩ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ବାସ୍ତବ ସ୍ଥିତି ଆହୁରି ସାଂଘାତିକ ହୋଇଛି। ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ ତଥ୍ୟ ଅନୁସାରେ ୧୯୫୨ ପରେ ପଞ୍ଚମ ଥର ଲାଗି ପାକିସ୍ତାନର ଅଭିବୃଦ୍ଧି ହାର ୧ ପ୍ରତିଶତରୁ କମ୍ ରହିଛି। ଶେଷ ଥର ପାଇଁ କୋଭିଡ୍ ମହାମାରୀ ବେଳେ ପାକିସ୍ତାନ ଏଭଳି ଖରାପ ସମୟ ସାମ୍ନା କରିଥିଲା। ଘୋର ଆର୍ଥିକ ସଙ୍କଟରୁ ମୁକୁଳିବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ଠାରୁ ପାଣ୍ଠି ହାସଲ କରିବାରେ ଶାହବାଜ ସରିଫ୍ଙ୍କ ସରକାର ବିଫଳ ହୋଇଛି। ଆମଦାନି କରିବା ଲାଗି ବିଦେଶୀ ପାଣ୍ଠିର ଅଭାବ ଥିବାରୁ ବିଭିନ୍ନ କଳକାରଖାନାରେ ଉତ୍ପାଦନ ବନ୍ଦ ରହିଛି। ଗତବର୍ଷର ବନ୍ୟା ପାଇଁ କୃଷି ଉତ୍ପାଦନ ମଧ୍ୟ କମିଛି। ଇତି ମଧ୍ୟରେ ବିଶ୍ବବ୍ୟାଙ୍କ, ଏସିଆନ ଡେଭେଲପ୍ମେଣ୍ଟ୍ ବ୍ୟାଙ୍କ ପାକିସ୍ତାନ ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କରିଛନ୍ତି।
ଭାରତ ଅନ୍ୟମାନଙ୍କୁ ପଛରେ ପକାଇବ: ନାଗେଶ୍ବରନ
ନୂଆଦିଲ୍ଲୀ: ବିଶ୍ବର ଅନେକ ଦେଶ ଆର୍ଥିକ ସଙ୍କଟ ଓ ବେଲଗାମ ଦରଦାମ୍ ଭଳି ସମସ୍ୟା ଦେଇ ଗତି କରୁଥିବା ବେଳେ ଭାରତ ଏଭଳି ଏକ ରାଷ୍ଟ୍ର ଭାବେ ଉଭା ହୋଇଛି ଯାହା ଅଭିବୃଦ୍ଧିରେ ବିଶ୍ବର ଅନ୍ୟ ସବୁ ଦେଶକୁ ପଛରେ ପକାଇବ। ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନଙ୍କ ମତରେ ମୌସୁମୀ ବର୍ଷା ଓ ଭୂ-ରାଜନୈତିକ ସମସ୍ୟାକୁ ବାଦ ଦେଲେ ଭାରତୀୟ ଅର୍ଥନୀତି ପାଇଁ ଆଉ କିଛି ବଡ଼ ବିପଦ ନାହିଁ। ଅର୍ଥନୀତି ଏବେ ଅଟୋ-ପାଇଲଟ୍ ମୋଡ୍ରେ ଆଗକୁ ବଢ଼ିଛି। ବିଭିନ୍ନ କ୍ଷେତ୍ରରେ ସବୁ କିଛି ଠିକ୍ ଚାଲିଥିବା ମନେ ହେଉଛି। ଭାରତୀୟ ଅର୍ଥନୀତି ଏବେ ପ୍ରାୟ ସନ୍ତୁଳିତ ରହିଛି। ତେଣୁ ବିଶ୍ବର ଯେକୌଣସି ଦେଶଠାରୁ ଭାରତ ଆଗରେ ରହିପାରେ ବୋଲି ସେ କହିଛନ୍ତି। ସେ ପ୍ରସ୍ତୁତ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ୨୦୨୨-୨୩ରେ ଭାରତର ଅଭିବୃଦ୍ଧି ୬.୫% ହେବ ବୋଲି ଆକଳନ କରାଯାଇଛି। ପୂର୍ବରୁ ଏହି ସଂଖ୍ୟା ପ୍ରତି ରୁଷ୍-ୟୁକ୍ରେନ ଯୁଦ୍ଧ ଓ ଦରଦାମ୍ ସ୍ଥିତି ବଡ଼ ବିପଦ ଥିଲା। ଏବେ କିନ୍ତୁ ଏହି ସଂଖ୍ୟା ସୁରକ୍ଷିତ ରହିଛି ଓ ତାହା ବଢ଼ିପାରେ ବୋଲି ସେ କହିଛନ୍ତି।
|
<urn:uuid:5c831333-2594-4044-ba0d-311fa8447c85>
|
CC-MAIN-2023-23
|
https://sambad.in/business/similar-to-pakistan-germany-in-recession-both-countries-grow-at-0-3-1011930/
|
2023-06-06T13:50:45Z
|
s3://commoncrawl/crawl-data/CC-MAIN-2023-23/segments/1685224652569.73/warc/CC-MAIN-20230606114156-20230606144156-00457.warc.gz
|
ory
| 0.999987 |
Orya
| 1 |
{"ory_Orya_score": 0.9999865293502808}
|
କାହାଣୀ ଭିନ୍ନ ସ୍ୱାଦର
କାହାଣୀ ଭିନ୍ନ ସ୍ୱାଦର
ଦୁଇ ଜଣ ସମବୟସ୍କ ଯୁବକ ଘରଭଡା ଦିଆ ଯିବ, ଫଳକଟିକୁ ଦେଖି କବାଟରେ ଆଘାତ ଦେଲେ l ଘର ଭିତରୁ ବୟସ୍କା ମହିଳାଜଣଙ୍କ ତାଙ୍କର ଚିରାଚରିତ ଗମ୍ଭୀର ଗଳାରେ ପ୍ରଶ୍ନ କଲେ, ଉପର ମହଲା ଝରକାରୁ l
: କ'ଣ ହେଲା ?
: ଆଜ୍ଞା ଘର ଦେଖିଥାନ୍ତୁ l
: ଆଉଟ୍ ହାଉସ୍ l ଛୋଟ ଘର ଚଳିବ ତ ?
: ଆଜ୍ଞା.... ଆଜ୍ଞା....
କିଛି ସମୟ ପରେ ମହିଳା ଜଣଙ୍କ ତଳକୁ ଓହ୍ଲେଇ ଆସିଲେ l ଘର ସାମ୍ନାରେ ଲାଗିଥିବା ନାମ ଫଳକରୁ ଯୁବକ ଦ୍ୱୟ ଜାଣିପାରିଲେ, ଏହା କେହି ଜଣେ ପ୍ରଫେସର୍ ମଲ୍ଲିକଙ୍କ ଘର l ବୋଧହୁଏ ଏହି ମହାଶୟା ଜଣଙ୍କ ଶ୍ରୀମତି ମଲ୍ଲିକ l
: ଆଜ୍ଞା ! ନମସ୍କାର l
: ଆପଣମାନେ କ'ଣ କରନ୍ତି ?
: ମୁଁ ବସନ୍ତ ପଟ୍ଟନାୟକ l ଏ ହେଲେ ମୋ ସାଙ୍ଗ ଅସୀତ ମହାନ୍ତି l ସ୍କୁଲରେ ଟିଚର୍ ଅଛି l ତା'ର ଘର ଦରକାର l ଛୋଟ ଘର ହେଲେ ବି ଚଳିବ l
: ଆଉ ଆପଣ ?
: ଆଜ୍ଞା ! ମୁଁ ସେକ୍ରେଟାରିଏଟରେ ଚାକିରି କରେ l ସରକାରୀ କ୍ୱାର୍ଟର୍ସରେ ରହୁଛି l
ଇତ୍ୟବସରରେ ଭଦ୍ରମହିଳା ଘର ଖୋଲିଲେ l ଛୋଟ ଘରଟିଏ l କିନ୍ତୁ ସୁନ୍ଦର ଘରଟିଏ l ସବୁ ପ୍ରକାର ବନ୍ଦୋବସ୍ତ ଅଛି l ଖଟଟିଏ ପଡିଛି l ପାଖକୁ ଲାଗି ରୋଷେଇ ଘର l ଲ୍ୟାଟିନଟି ବି ପରିଷ୍କାର l ମନକୁ ପାଇଲା ଭଳିଆ ଲାଗିଲା l ମାଲିକାଣି ତାଙ୍କର ସର୍ତ୍ତଗୁଡିକ କହି ଚାଲିଲେ, ଏଗ୍ରିମେଣ୍ଟ୍ ହେବ l ତା' ପୂର୍ବରୁ ଭୋଟର୍ ଆଇ କାର୍ଡ୍ କିମ୍ବା ଆଧାର କାର୍ଡ୍ ନେଇ ଆସିବେ l ଏ ଘରେ କେବଳ ଜଣେ ରହିବେ l ଗେଷ୍ଟ୍ ଆସିଲେ ଆଗରୁ ଜଣେଇବେ l କାନ୍ଥରେ କଣ୍ଟା ମାରିବେ ନାହିଁ l ପାଣି ବେଶି ଖର୍ଚ୍ଚ କରିବେ ନାହିଁ l ଆଉ ତିନି ମାସର ଭଡା ଅଗ୍ରୀମ ଦେବେ l
ଆଜ୍ଞା ଆଜ୍ଞା କହି ଅସୀତ୍ ମୁଣ୍ଡ ଟୁଙ୍ଗାରୁଥାନ୍ତି l ବସନ୍ତ ପଚାରିଲେ ଭଡା କେତେ ? ନିର୍ବିକାରରେ ଶ୍ରୀମତି ମଲ୍ଲିକ କହିଲେ, ସାଢେ ତିନି ହଜାର, ଇଲେକ୍ଟ୍ରି ଅଲଗା l ଦୁହେଁ ଆଖି ତରାଟି ଦେଲେ l ସହର ଠାରୁ ଏତେ ଦୂରରେ ଘର ଭଡା ନେବାକୁ ଚାହିଁ ଥିଲେ କେବଳ କମ୍ ଭଡା ହୋଇଥିବ ବୋଲି l
: ଆରେ ହଁ ଚୁଲି, କୋଇଲା କିମ୍ବା କିରୋସିନି ଷ୍ଟୋଭରେ ରୋଷେଇ କରିବେ ନାହିଁ l କାନ୍ଥ ଯେମିତି କଳା ନ ହୁଏ l ତାଙ୍କ ଭିତରୁ ଜଣେ କହିଲା, କଳା ହେବାର ପ୍ରଶ୍ନ ଉଠୁନି l ଏତିକି କହି ଦୁହେଁ ବାହାରି ଯିବାକୁ ବାହାରିଲେ l ପାଟି କରି ମାଲିକାଣି ପଚାରିଲେ, ମାନେ ?
: ସବୁ ଦରମା ତ ଘର ଭଡାରେ ଯିବ l ବଞ୍ଚିଲେ ସିନା ଚୁଲି ଜଳିବ ?
ମୁହଁଟାକୁ ବିକୃତ କରି ଧଡ କରି ଗେଟ୍ ବନ୍ଦ କରିଦେଲେ, ଆଉ କହିଲେ ମାହାଳିଆରେ ଦେଇଥାନ୍ତି ...
|
<urn:uuid:0b2246c8-860c-411a-80c6-37af7c061c0f>
|
CC-MAIN-2023-23
|
https://storymirror.com/read/oriya/story/kaahaannii-bhinn-s-aadr/7o6d1sv8
|
2023-06-08T08:41:35Z
|
s3://commoncrawl/crawl-data/CC-MAIN-2023-23/segments/1685224654606.93/warc/CC-MAIN-20230608071820-20230608101820-00307.warc.gz
|
ory
| 0.999984 |
Orya
| 2 |
{"ory_Orya_score": 0.999983549118042}
|
ସତ୍ୟେନ୍ଦ୍ର ଜୈନ ଗୁରୁତର, DDU ହସ୍ପିଟାଲରେ ଭର୍ତ୍ତି
Published: May 25, 2023, 10:50 AM
ସତ୍ୟେନ୍ଦ୍ର ଜୈନ ଗୁରୁତର, DDU ହସ୍ପିଟାଲରେ ଭର୍ତ୍ତି
Published: May 25, 2023, 10:50 AM
ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନ ପୁଣିଥରେ ଅସୁସ୍ଥ ହୋଇପଡିଛନ୍ତି । ଆଜି(ଗୁରୁବାର) ସକାଳେ ଜେଲର ବାଥରୁମରେ ସେ ହଠାତ୍ ଅଚେତ ହୋଇଯାଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ପ୍ରଥମେ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲ ଅଣାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ପରେ ଏଲଏନଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସତ୍ୟେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ସ୍ବାସ୍ଥ୍ୟଗତ ଜଟିଳତା ପାଇଁ ସତ୍ୟେନ୍ଦ୍ର ଜୈନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ତିହାର ଜେଲ୍ ଡିଜିଙ୍କ ସୂଚନା ଅନୁଯାୟୀ, ସତ୍ୟେନ୍ଦ୍ର ଜୈନ ଜେଲର ୭ ନଂ ସେଲରେ କଏଦୀ ଅଛନ୍ତି । ଆଜି ସକାଳ ପ୍ରାୟ ୬ଟା ସମୟରେ ବାଥରୁମ ଯାଇଥିବା ବେଳେ ସେ ହଠାତ୍ ଅଚେତ୍ ହୋଇ ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଡିଡିୟୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର କିଛି ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଆଗକୁ ଆପ୍ ନେତାଙ୍କ ମେରୁଦଣ୍ଡ ଅସ୍ତ୍ରୋପଚାର କରାଯିବାର ଅଛି । ତିହାର ଜେଲର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ଅବଜରଭେସନରେ ରଖାଯାଇଥିଲା । ତାଙ୍କର ବାମ ଗୋଡ, ପିଠି ଓ କାନ୍ଧରେ ଯନ୍ତ୍ରଣା ହେଉଥିବା ସେ କହିଥିଲେ ।
ଏହାମଧ୍ୟ ପଢନ୍ତୁ : ଆଜିଠୁ ଦେବଭୂମିରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରକାଶଥାଉ କି, ଗତ ସୋମବାର ଦିନ ମଧ୍ୟ ଆପ୍ ନେତା ସତ୍ୟେନ୍ଦ୍ରଙ୍କ ସ୍ବାସ୍ଥ୍ୟ ହଠାତ୍ ବିଗିଡି ଯାଇଥିଲା । ମେରୁଦଣ୍ଡ ସମସ୍ୟା ନେଇ ତାଙ୍କୁ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଶନିବାର ତାଙ୍କୁ ଦୀନ ଦୟାଲ ହସ୍ପିଟାଲ ନିଆଯାଇଥିଲା । ଏଠାରେ ତାଙ୍କର ସିଟି ସ୍କାନ, ଏମାରଆଇ ଏବଂ ଅନ୍ୟ କିଛି ଟେଷ୍ଟ କରାଯାଇଥିଲା । ଚିକିତ୍ସିତ ହୋଇ ଫେରିବା ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିଲା । ହେଲେ ଆଜି ପୁଣିଥରେ ସେ ଅସୁସ୍ଥ ହୋଇପଡିଛନ୍ତି । ଜେଲ ବାଥରୁମରେ ସେ ବେହୋସ୍ ହୋଇଯାଇଥିବା ସୂଚନା ମିଳିଛି ।
ମନି ଲଣ୍ଡରିଂ ମାମଲାରେ ଗତବର୍ଷ ମେ' ୩୦ରେ ସତ୍ୟେନ୍ଦ୍ର ଗିରଫ ହୋଇଥିଲେ । କିଛି ଦିନ ତଳେ ଆପ୍ କହିଥିଲା ଯେ, ଜେଲରେ ରହିବା ଦିନଠୁ ସତ୍ୟେନ୍ଦ୍ର ଜୈନଙ୍କୁ ୩୫ କେଜି ଓଜନ ହ୍ରାସ ହୋଇଛି । ସେ ମାନସିକ ବିଷାଦରେ ରହିଛନ୍ତି ।
ଏହାମଧ୍ୟ ପଢନ୍ତୁ: ସଂସଦ ଭବନ ଉଦଘାଟନୀରେ ସାମିଲ ହେବେ ଅକାଳୀ ଦଳ, YSR କଂଗ୍ରେସ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
|
<urn:uuid:8ecb8ca5-4aed-4fa6-904e-d24144d28c5a>
|
CC-MAIN-2023-23
|
https://www.etvbharat.com/oriya/odisha/bharat/aap-leader-satyendar-jain-fainted-inside-tihar-washroom-admitted-to-ddu-hospital/or20230525105051493493863
|
2023-06-03T08:02:29Z
|
s3://commoncrawl/crawl-data/CC-MAIN-2023-23/segments/1685224649177.24/warc/CC-MAIN-20230603064842-20230603094842-00357.warc.gz
|
ory
| 1.000003 |
Orya
| 1 |
{"ory_Orya_score": 1.000003457069397}
|
ଆଧୁନିକତା
ଆଧୁନିକତା
ଆଧୁନିକତା ର ସ୍ପର୍ଶ ରେ
ଦୁନିଆ ଆଗେଇ ଚାଲିଛି ,
ଆଗେଇ ଚାଲିଛି ଚିନ୍ତାଧାରା ।
ହେଲେ ମୁଁ ଆଜି ବି
ସେଇ ପୁରାତନ ରେ
ପୁରୁଣା ସମୟ ରେ
ପୁରୁଣା ଭାବନା ରେ ।
ଆଜି ବି ମନ ଟା
କୋରି ହେଇଯାଏ
ଯେତେବେଳେ ମନେ ପଡେ
ସେଇ ପୁରୁଣା କଥା ।
ନା ଇଚ୍ଛା ଅଛି
ଆଧୁନିକ ହେବାକୁ
ନା ଦୁଃଖ ଅଛି
ଆଧୁନିକ ରେ ପାଦ ନା ପଡ଼ିବାରୁ ।
ଖାଲି ଦୁଃଖ ତୋ ପାଇଁ
ଦୁଃଖ ସେ ପୁରୁଣା ସ୍ମୃତି ପାଇଁ ,
ତଥାପି ସବୁ ଦୁଃଖ ରେ ବି
ସବୁବେଳେ ଖୁସି
ଆଧୁନିକ ଠୁ ଦୂର ରେ ଥିବାରୁ ,
ଆଉ ପୁରୁଣା କୁ ଜାବୁଡି
ଧରିଥିବାରୁ ।
|
<urn:uuid:fe4bd0cd-bd4a-420c-bbf5-26cdffa92c74>
|
CC-MAIN-2024-10
|
https://storymirror.com/read/oriya/poem/aadhuniktaa/u6cslrk9
|
2024-02-26T23:33:14Z
|
s3://commoncrawl/crawl-data/CC-MAIN-2024-10/segments/1707947474669.36/warc/CC-MAIN-20240226225941-20240227015941-00553.warc.gz
|
ory
| 0.999852 |
Orya
| 1 |
{"ory_Orya_score": 0.9998519420623779}
|
କୁକୁରକୁ ଟୁଇଟରର ସିଇଓ କଲେ ଏଲୋନ ମସ୍କ: କହିଲେ ଅନ୍ୟମାନଙ୍କ ଠାରୁ ସର୍ବୋତମ
ଶେଷରେ ଏଲୋନ୍ ମସ୍କ ଟ୍ୱିଟର ପାଇଁ ସିଇଓ ପାଇଯାଇଛନ୍ତି। କୌତୁହଳର ବିଷୟ, ଟ୍ୱିଟରର ନୂତନ ସିଇଓ ମଣିଷ ନୁହଁନ୍ତି ବରଂ କୁକୁର। ସେ ହେଉଛନ୍ତି ମସ୍କଙ୍କର ପୋଷା କୁକୁର, ଫ୍ଲୋକି, ଯିଏକି ଅନ୍ୟ ନାମରେ ଶିବା ଇନୁ ଭାବରେ ଜଣାଶୁଣା | ଏଲୋନ୍ ମସ୍କ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ତାଙ୍କ କୁକୁର ଫ୍ଲୋକି "ଅନ୍ୟ ପୁରୁଷ" ଅପେକ୍ଷା ଭଲ, ଯଦିଓ ସେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ରଖି ନାହାଁନ୍ତି। ପ୍ରକାଶ ଥାଉ ଯେ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବା ପରେ ଏବଂ ସିଇଓ ହେବା ପରେ ସେ ପରାଗ ଅଗ୍ରୱାଲଙ୍କ ସମେତ ଅନେକ ଲୋକଙ୍କୁ ପଦମୁକ୍ତ କରିଥିଲେ।
The new CEO of Twitter is amazing pic.twitter.com/yBqWFUDIQH
— Elon Musk (@elonmusk) February 15, 2023
ସିଇଓ ହେବା ପରେ ଏଲୋନ୍ ମସ୍କ ତାଙ୍କ କୁକୁରକୁ ପ୍ରଶଂସା କରି କହିଛନ୍ତି ଯେ ଏହା ସଂଖ୍ୟା ସହିତ ବହୁତ ଭଲ ଏବଂ ଏହାର ଷ୍ଟାଇଲ୍ ମଧ୍ୟ ଅଛି | ଏପର୍ଯ୍ୟନ୍ତ, ପ୍ରାୟ ୨୦ ହଜାର ଲୋକ ଏଲୋନ୍ ମସ୍କଙ୍କ ଏହି ଟୁଇଟ୍ ପସନ୍ଦ କରିଛନ୍ତି ଏବଂ ୧୦.୬ ମିଲିୟନ୍ ଭ୍ୟୁ ଅଛି | ଅନ୍ୟ ଏକ ଟ୍ୱିଟରେ କୁହାଯାଇଛି ଯେ ଟ୍ୱିଟରର ବୋର୍ଡ ନିର୍ଦ୍ଦେଶକ ହେଉଛନ୍ତି ଏଲୋନ୍ ମସ୍କ, ଯଦିଓ ଲୋକମାନେ ଏଲୋନ୍ ମସ୍କଙ୍କର ଏହି ସମସ୍ତ ଟ୍ୱିଟ୍କୁ ଥଟ୍ଟା ଭାବରେ ଦେଖୁଛନ୍ତି।
He's great with numbers! pic.twitter.com/auv5M1stUS
— Elon Musk (@elonmusk) February 15, 2023
And has 🔥🔥 style pic.twitter.com/9rcEtu9w1Z
— Elon Musk (@elonmusk) February 15, 2023
ମାଗଣା ବ୍ଳୁ ଟିକ ହଟାଯିବ
ନିକଟରେ, ଏଲୋନ୍ ମସ୍କ ଟ୍ୱିଟରର ବ୍ଲୁ ଟିକ୍ ବିଷୟରେ କହିଛନ୍ତି ଯେ ମାଗଣା ବ୍ଳୁ ଟିକ୍ ହଟାଯିବ। ଯେଉଁ ଉପଭୋକ୍ତାମାନେ ବ୍ଲୁ ଟିକ୍ ସହିତ ଟ୍ୱିଟର ବ୍ଲୁକୁ ସବସ୍କ୍ରାଇବ କରିଛନ୍ତି ସେମାନଙ୍କ ସହିତ ଏଲୋନ୍ ମସ୍କଙ୍କର କୌଣସି ଅସୁବିଧା ନାହିଁ | ଏଲୋନ୍ ମସ୍କ କହିଛନ୍ତି ଯେ କେବଳ ମାଗଣା ବ୍ଳୁ ଟିକ୍ (ଲିଗେସି ବ୍ଳୁ ଚେକ) ଥିବା ବ୍ୟକ୍ତିମାନେ ପ୍ରକୃତରେ ଭ୍ରଷ୍ଟ ଅଟନ୍ତି। ମାଗଣା ବ୍ୟବହାରକାରୀଙ୍କଠାରୁ ବ୍ଲୁ ଟିକ୍ ଶୀଘ୍ର ପ୍ରତ୍ୟାହାର କରାଯିବ | ଟୁଇଟ୍ କରି ଏଲୋନ୍ ମସ୍କ ଏହି ସୂଚନା ଦେଇଛନ୍ତି।
|
<urn:uuid:19faf0bc-4798-45c6-899c-49452cbc09af>
|
CC-MAIN-2024-18
|
https://www.yuvasamay.com/elon-musk-made-dog-the-ceo-of-twitter-said-better-than-others/
|
2024-04-15T03:35:11Z
|
s3://commoncrawl/crawl-data/CC-MAIN-2024-18/segments/1712296816939.51/warc/CC-MAIN-20240415014252-20240415044252-00433.warc.gz
|
ory
| 0.999932 |
Orya
| 1 |
{"ory_Orya_score": 0.9999315738677979}
|
About
Contact
Dec 18, 2018
Home
ପ୍ରକୃତି
ଅର୍ଥନୀତି
ରାଜନୀତି
ଶାସନ
ଶିଳ୍ପ
ବାଣିଜ୍ୟ
ବିକାଶ
ସମାଜ
ଖବର
ବିଜ୍ଞାନ
କୃଷି
ଶିକ୍ଷା
ସ୍ବାସ୍ଥ୍ୟ
ବୃତ୍ତି
ଧର୍ମ
ଅନ୍ୟାନ୍ୟ
ଦର୍ଶନ
ପୁରାଣ
ସଂସ୍କୃତି
ଜନଜୀବନ
ଫିଚର
ମନୋରଞ୍ଜନ
କ୍ରୀଡା
ପାଞ୍ଜି
ମହତବାଣୀ
ହସକଥା
ଜନସାହିତ୍ୟ
କବିତା
କାହାଣୀ
Breaking News
୫୦ ହଜାର ଉପରେ ଘର ଭାଙ୍ଗିଲା ବୋଲି ବିଜେଡି ସରକାରର ଦାବି।
କ୍ଷୟକ୍ଷତି ପରିମାଣ ୨୭୦୦ କୋଟି ଟଙ୍କା ବୋଲି ପ୍ରଶାସନର ରିପୋର୍ଟ।
ଆହୁରି ୧୦ ଜଣ ନିଖୋଜ।
ତିତଲିରେ ଓଡ଼ିଶାରେ ହେଲା ୫୭ ଜଣଙ୍କ ପ୍ରାଣହାନୀ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିଲେ ମୃତ୍ୟୁଶୂନ୍ୟ ତିତଲି ପାଇଁ ସରକାର ପ୍ରସ୍ତୁତ।
ତିତଲି ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ନବୀନ ସରକାର ଦାବି କରୁଥିଲେ।
ବିଜେଡିର ଜବାବ, ମୋଦି ବି ତାଙ୍କ ଘରୁ ଆଣି ଦେଉନାହାନ୍ତି।
ବିଜପିର ଅଭିଯୋଗ, ନବୀନ ତାଙ୍କ ଘରୁ ଆଣି ଦେଉନାହାନ୍ତି।
ତିତଲି କ୍ଷୟକ୍ଷତି ନେଇ ରାଜନୀତିକ ବୟାନବାଜି ଜୋରଦାର।
ମୁଁ ମିଛ କହୁଥିଲେ କ୍ଷମା ମାଗିବି । ସତ କହୁଥିଲେ ରାଜ୍ୟ ସରକାର କ୍ଷମା ମାଗିବେ କି? ପ୍ରଶ୍ନ କଲେ ଧର୍ମେନ୍ଦ୍ର ।
ସଂସ୍କୃତି
ସଂସ୍କୃତି
ନୂଆ ସତ୍ୟବାନ ଖୁସି, ପୁରୁଣା ଦୁଃଖୀ!
398 views
Read more
ପାଟରା ଜାତି-ବୌଦ୍ଧ ଓ ସାଧବ ସଂସ୍କୃତି
319 views
Read more
ହଜି ଯାଉଛି ଲୋକକଳା
347 views
Read more
ଖାଇ ଖାଇ ଓଡ଼ିଆ!
304 views
Read more
ବହିତ୍ର ଲାଗିଲା ଯାଇ ସିଂହଳ ଦ୍ୱୀପରେ
323 views
Read more
କିଏ ଜୁଆଡ଼ି? ଲକ୍ଷ୍ମୀ ନା ଜଗନ୍ନାଥ??
322 views
Read more
ଦୁର୍ଗା ମଣ୍ଡପରେ ରହୁ ଢାଲତଲୁଆର!
296 views
Read more
କୋଣାର୍କ ବନ୍ଦର ଦେବୀ ଚିତ୍ରେଶ୍ୱରୀ
303 views
Read more
ରାମଚଣ୍ଡୀ ପୀଠରେ ଷୋଳପୂଜା ଆରମ୍ଭ
317 views
Read more
ଭୈରବ ଦେବଙ୍କ ଝାମୁଯାତ୍ରା
305 views
Read more
Page 1 of 3
«
1
2
3
»
|
<urn:uuid:47fee3c5-5371-4f98-9c90-d2fb9987db6c>
|
CC-MAIN-2018-51
|
https://samanyakathan.com/webpage/viewnews/6/0
|
2018-12-18T23:30:48Z
|
s3://commoncrawl/crawl-data/CC-MAIN-2018-51/segments/1544376829997.74/warc/CC-MAIN-20181218225003-20181219011003-00397.warc.gz
|
ory
| 0.999761 |
Orya
| 1 |
{"ory_Orya_score": 0.9997605681419373}
|
୬୧ଦିନରେ ମେଡିକାଲ କଲେଜ ଦାବିରେ ଧାରଣା
ପାଣିକୋଇଲି(ଆପ୍ର): ପାଣିକୋଇଲିରେ ମେଡିକାଲ କଲେଜ ଦାବିରେ ଶାନ୍ତିପୂର୍ଣ୍ଣ ଗଣଧାରଣା ୬୧ ଦିନରେ ପହଞ୍ଚିଛି । ୨ମାସ ଗଣଧାରଣା ବିତି ଯାଇଥିଲେ ମଧ୍ୟ ଧାରଣାକାରୀଙ୍କ ନିକଟରେ ଅବଧି ପ୍ରଶାସନ ପହଞ୍ଚି ନାହିଁ । ମେଡିକାଲ କଲେଜ ସମ୍ବନ୍ଧୀୟ ସୂଚନା ଅଧିକାର ଆଇନ ବଳରେ ସୂଚନା ଜିଲ୍ଲା ପ୍ରଶାସନକୁ ମଗାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ତାହା ପ୍ରଦାନ କରାଯାଇନି । ଏପରିକି ସୂଚନା ପ୍ରଦାନ କରିବାର ଅବଧି ପୂରି ଯାଇଥିଲେ ମଧ୍ୟ ଅବହେଳା କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ, ଆରଡିସିଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ସମସ୍ତେ ଜାଣି ଅଜଣା ହେବା ଫଳରେ ଅସନ୍ତୋଷ ବୃଦ୍ଧି ପାଇ ଜନଆନେ୍ଦାଳନ କୁହୁଳିବାରେ ଲାଗିଛି । ଯଦି ବୈଷୟିକ କମିଟି ଦ୍ୱାରା ତଦନ୍ତ କରାନଯାଏ ବା ମେଡ଼ିକାଲ କଲେଜକୁ ପାଣିକୋଇଲି ଠାରେ ନିର୍ମାଣ କରିବା ଲାଗି ଜନ ସତ୍ୟାଗ୍ରହ ଓ ଆମରଣ ଅନଶନ ସହିତ ଜନସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଛି ।
କ୍ରିୟାନୁଷ୍ଠାନ କମିଟିର ଆବାହକ ଧରଣୀଧର ଘଡ଼ାଇ, ଯୁଗ୍ମ ଆବାହକ ସୁବାସ ଧଳ, ସିପିଏମ ନେତା ପ୍ରଫୁଲ୍ଲ ନାୟକ, ସୁରେଶ ସାହୁ, କୃଷକ ନେତା ବଳରାମ ସାହୁ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ନୃସିଂହ ଦଳାଇ, ସମ୍ପାଦକ ସୁରେନ୍ଦ୍ର ରାୟ, ବୈଷ୍ଣବ ଚରଣ ସାହୁ, ଚନ୍ଦ୍ରମଣୀ ସ୍ୱାଇଁ, ପୂର୍ଣ୍ଣାନନ୍ଦ ପରିଡା, ନିରଂଜନ ରାଉତ, ରାମଚନ୍ଦ୍ର ମଲ୍ଲିକ, ସୁଦର୍ଶନ ସାମଲ, ରନôାକର ପଣ୍ଡା, ଗୋକୁଳାନନ୍ଦ ମହାରଣା, ଡା.ନିର୍ମଳ ରଥ, ବିପିନ ଧଳ, ସେକ ଜହର ଅଲ୍ଲୀ, ଉପେନ୍ଦ୍ର ପାତ୍ର, ବସନ୍ତ ବେହେରା, ନାରାୟଣ ସାହୁ, ପ୍ରଭାକର ପଣ୍ଡା, ପଞ୍ଚାନନ ବେହେରା, ତାରିଣୀ କୁମାର ପଟ୍ଟନାୟକ. ମଧୁ ରାୟ, ଶଶିକାନ୍ତ ମଲିକ, ଅରୁପାନନ୍ଦ ମଳ୍ଲ୍ିକ, ରବିନ୍ଦ୍ର ଘଡ଼ାଇ, ଶିବରାମ ପାତ୍ର, ବେଣୁଧର ସାମଲ, ବୈଷ୍ଣବ ପଣ୍ଡା, ପ୍ରତାପ ମଲ୍ଲିକ, ସାଜିଦ ଖାଁ, ସେକ ଜାହାଙ୍ଗିର, ମଧୁସୂଦନ ରାଉତ, ପିତାମ୍ବର ନନ୍ଦ, ଅନାମ ମହାପାତ୍ରଙ୍କ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।
ସୂଚନା ଅଧିକାର ଆଇନ୍କୁ ମାନୁନି ଜିଲ୍ଲା ପ୍ରଶାସନ
Jan 12, 2019, 01:25 am33
୬୧ଦିନରେ ମେଡିକାଲ କଲେଜ ଦାବିରେ ଧାରଣା
|
<urn:uuid:d281a6f3-7f5b-42ae-9abb-eb0b2d38edce>
|
CC-MAIN-2019-13
|
http://sarbasadharana.com/%E0%AC%B8%E0%AD%82%E0%AC%9A%E0%AC%A8%E0%AC%BE-%E0%AC%85%E0%AC%A7%E0%AC%BF%E0%AC%95%E0%AC%BE%E0%AC%B0-%E0%AC%86%E0%AC%87%E0%AC%A8%E0%AD%8D%E0%AC%95%E0%AD%81-%E0%AC%AE%E0%AC%BE%E0%AC%A8%E0%AD%81/
|
2019-03-23T15:13:22Z
|
s3://commoncrawl/crawl-data/CC-MAIN-2019-13/segments/1552912202872.8/warc/CC-MAIN-20190323141433-20190323163433-00409.warc.gz
|
ory
| 0.999924 |
Orya
| 2 |
{"ory_Orya_score": 0.9999241828918457}
|
ଅକ୍ଟୋବର ୨୪ରେ ବିବାହ କରିବେ କି ନେହା ? ସୋସିଆଲ୍ ମିଡିଆରେ ଶେଆର କଲେ ହୃଦୟର କଥା
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ତାଙ୍କର ଦୀର୍ଘ ଦିନର ବନ୍ଧୁ ରୋହନପ୍ରୀତ୍ ସିଂଙ୍କୁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଏପରିକି ରୋହନଙ୍କ ପ୍ରତି ଥିବା ଭଲପାଇବାକୁ ନେହା ସୋସିଆଲ୍ ମିଡିଆରେ ମଧ୍ୟ ଶେଆର୍ କରିଛନ୍ତି।
ଇନ୍ଷ୍ଟାଗ୍ରାମରେ ରୋହନପ୍ରୀତଙ୍କ ସହ ଏକ ଫଟୋ ଶେଆର କରିବା ସହ ରୋହନପ୍ରୀତଙ୍କୁ ଟ୍ୟାଗ କରି ନେହା କକ୍କର ଲେଖିଛନ୍ତି, 'You're Mine'। ଯାହାର ଉତ୍ତରରେ ରୋହନ କହିଥିଲେ, Babuuuuuuuu 😍😍😍😍😍 i love youuuuu soooo much mera putt meri jaaaaan❤️❤️❤️❤️🙈🙈🙈🙈🙈YES I AM ONLY YOURS 😇😇😇😇😇❤️❤️❤️❤️❤️❤️❤️ MERI ZINDAGI❤️❤️😇😇👰🏻👰🏻😍😍🥰🥰❤️❤️😘😘🤩🤩❤️❤️
View this post on Instagram
ଖାଲି ନେହା ନୁହେଁ ରୋହନପ୍ରୀତ ମଧ୍ୟ ନେହା କକ୍କରଙ୍କ ପ୍ରତି ଥିବା ଭଲ ପାଇବାକୁ ସୋସିଆଲ୍ ମିଡିଆରେ ଶେଆର କରିଛନ୍ତି। ଇନ୍ଷ୍ଟାଗ୍ରାମରେ ନେହା କକ୍କରଙ୍କୁ ଟ୍ୟାଗ୍ କରି ରୋହନପ୍ରୀତ ଲେଖିଛନ୍ତି,'"Meet My Zindagi!
View this post on Instagram
Hindustan Timesର ଏକ ରିପୋର୍ଟ ଅନୁସାରେ, ଉଭୟ(ନେହା କକ୍କର-ରୋହନପ୍ରୀତ୍) ଚଳିତ ବର୍ଷ ଅକ୍ଟୋବର ୨୪ରେ ବିବାହ କରିପାରନ୍ତି।
ଉଭୟଙ୍କର ରୋକା ସେରିମୋନି ମଧ୍ୟ ସରିଥିବା ନେଇ ଗୁଜବ ଖବର ଶୁଣିବାକୁ ମିଳୁଛି।
ମ୍ୟୁଜିକ୍ ରିଅଲଟି ଶୋ' 'India's Rising Star' ଦ୍ୱିତୀୟ ସିଜନ୍ର ଫାଷ୍ଟ୍ ରନର୍ ଅପ୍ ହୋଇଥିଲେ ରୋହନପ୍ରୀତ୍। ସେ ୱେଡିଂ ରିଅଲିଟି ଶୋ''Mujhse Shaadi Karoge' ରେ ମଧ୍ୟ ନଜର ଆସିଥିଲେ।
|
<urn:uuid:fd78c1d8-be1b-4e1c-a683-805310d1b6f3>
|
CC-MAIN-2020-45
|
https://khabar.odishatv.in/entertainment/neha-kakkar-and-rohanpreet-singh-make-their-romance-instagram-official-to-marry-on-24-october/216613/
|
2020-10-26T22:34:11Z
|
s3://commoncrawl/crawl-data/CC-MAIN-2020-45/segments/1603107892062.70/warc/CC-MAIN-20201026204531-20201026234531-00219.warc.gz
|
ory
| 0.999932 |
Orya
| 1 |
{"ory_Orya_score": 0.9999322891235352}
|
ଗରିବ ବିହାରୀ ମାଗଣା ଟିକା ପାଇଁ ଭୋଟ୍ ଦେଇଛନ୍ତି: କଂଗ୍ରେସ ନେତ୍ରୀ
ପାଟଣା: ବିହାରରେ ଭୁଲ୍ ପ୍ରମାଣିତ ହୋଇଛି ଏକଜିଟ୍ ପୋଲ୍। ଫଳାଫଳ ଦେଖି ଏବେ ସ୍ୱର ବଦଳାଇଛି ମହାମେଣ୍ଟର ଅଂଶୀଦାର ଦଳ କଂଗ୍ରେସ। ଏକଜିଟ୍ ପୋଲ ଦେଖି ଉତ୍ସାହିତ ହୋଇଥିବା ମହାମେଣ୍ଟ ଏବେ ନିରାଶ ହେବା ପରେ ଇଭିଏମକୁ ଦାୟୀ କରିଛି। ଏଥିସହିତ ବିହାରବାସୀଙ୍କୁ ଲୋଭୀ ବୋଲି ମଧ୍ୟ କହିବାକୁ ପଛାଇନି କଂଗ୍ରେସ।
"लगता है गरीब बिहारी मुफ्त वैक्सीन के लालच के चक्कर में आ गए है"
— Archana Dalmia (@ArchanaDalmia) November 10, 2020
କଂଗ୍ରେସର ମହିଳା ନେତ୍ରୀ ଅର୍ଚ୍ଚନା ଡାଲମିଆ ବିହାର ଭୋଟରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସ ଅଭିଯୋଗ ସେଲର ସଭାପତି ଅର୍ଚ୍ଚନା ଡାଲମିଆ ଟ୍ୱିଟ୍ କରି କହିଛନ୍ତି ଯେ ଗରିବ ବିହାରୀ ମାଗଣା ଟିକା ଲୋଭରେ ଏନଡିଏକୁ ଭୋଟ୍ ଦେଇଛନ୍ତି।
ଏହାପରେ ଆଉ ଏକ ଟ୍ୱିଟରେ ନିଜ ମନ୍ତବ୍ୟକୁ ବାଲାନ୍ସ କରିବାକୁ ଯାଇ ସେ କହିଛନ୍ତି ଯେ 'ଆପଣମାନେ ପୁଣିଥରେ ମିଛ ପ୍ରତିଶ୍ରୁତିର ଶିକାର ହୋଇଛନ୍ତି। 15 ଲକ୍ଷ ମିଳିଲାନି ଏବେ ମାଗଣାରେ କୋଭିଡ ଟିକା ମାଗନ୍ତୁ ଯଦି ମିଳିବ ତେବେ ମୁଁ ବି ବିହାର ଆସି ଟିକା ନେବି'।
बिहारियों तुम फिर झूमलों के चक्कर में आ गए … अगर 15 lakh नहीं तो कोविड वैक्सीन मुफ़्त तो माँगो … और मिल जाए तो हम भी बिहार आकर लगवा लेंगे!!#freeVaccineforvotes
— Archana Dalmia (@ArchanaDalmia) November 10, 2020
ତେବେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ବିଧାୟକ ନରେଶ ବାଲାନ ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ମାଟିରେ ମିଶିଗଲାଣି ତଥାପି ତାଙ୍କର ଭାଷାର ପ୍ରୟୋଗକୁ ଦେଖିବାକୁ ହେବ। ସେହିପରି ବିଜେପିର ବରିଷ୍ଠ ନେତା ରାମ ମାଧବ କହିଛନ୍ତି ଯେ ଏଭଳି ମନ୍ତବ୍ୟ ବିହାର ଲୋକଙ୍କ ପ୍ରତି ଅସମ୍ମାନ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
<urn:uuid:20cda4ed-f863-4b78-a9b7-413ce2ec586b>
|
CC-MAIN-2020-50
|
https://odishareporter.in/nation-world/after-defeat-congress-leader-made-controversial-statement-589764
|
2020-12-04T05:45:15Z
|
s3://commoncrawl/crawl-data/CC-MAIN-2020-50/segments/1606141733122.72/warc/CC-MAIN-20201204040803-20201204070803-00339.warc.gz
|
ory
| 0.999621 |
Orya
| 1 |
{"ory_Orya_score": 0.9996214509010315}
|
ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ
ବ୍ରହ୍ମପୁର: କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟୁଇଟକୁ ନେଇ ମୁହାଁମୁହିଁ। ପ୍ରଥମେ ସୋନୁଙ୍କ ସାହାଯ୍ୟ ଦାବିକୁ ଅଗ୍ରାହ୍ୟ ଏବଂ ପରେ ସୋନୁ ପ୍ରମାଣ ଦେବା ପରେ ଆଭିମୁଖ୍ୟରେ ପରିବର୍ତ୍ତନ କଲେ ଜିଲ୍ଲାପାଳ। ପ୍ରଦୀପ ବେହେରା ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ପାଇଁ ଏକ ବେଡ୍ ବ୍ୟବସ୍ଥା କରିବାକୁ ଏକ ଟୁଇଟ କରିଥିଲେ। ଏଥିପାଇଁ ବହୁ ଚେଷ୍ଟା କରି ବିଫଳ ହେବାପରେ ସାହାଯ୍ୟ କରିବାକୁ ସୋନୁଙ୍କୁ ଟୁଇଟ୍ କରି ଅନୁରୋଧ କରିଥିଲେ ପ୍ରଦୀପ।
Sir, We never claimed that we approached you, it's the needy who approached us & we arranged the bed for him, attatched are the chats for your reference.Ur office is doing a great job & u can double check that we had helped him too.Have DM you his contact details. Jai hind , 🇮🇳 https://t.co/9atQhI3r4b pic.twitter.com/YUam9AsjNQ
— sonu sood (@SonuSood) May 17, 2021
Thank you so much for your kind words.Our team is always there 24/7 for our country.
Doesn't really matter who calls me when and where I will try my best to reach out to the needy.
Jai Hind 🇮🇳 https://t.co/gCLNJZMXyZ
— sonu sood (@SonuSood) May 17, 2021
ଏହାର ଜବାବରେ ସୋନୁ ଟୁଇଟ୍ କରି ଅଶ୍ୱାସନା ଦେଇଥିଲେ ଯେ ଯେ ବ୍ୟସ୍ତ ହେବା ଦରକାର ନାହିଁ, ଗଞ୍ଜାମ ସିଟି ହସ୍ପିଟାଲରେ ବେଡ ବ୍ୟବସ୍ଥା ହୋଇଯାଇଛି। ହେଲେ ଏହା ପରେ ଗଞ୍ଜାମ ଜିଲ୍ଲାପାଳ ଏକ ଟୁଇଟ କରି ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଥିଲେ ଯେ ସୋନୁ ସୁଦଙ୍କ ଠାରୁ କୌଣସି ଯୋଗାଯୋଗ ତାଙ୍କ ନିକଟକୁ ହୋଇନାହିଁ।
Our intention was not to criticise your system. We have our own TEAM GANJAM to ensure bed availability for patient which work 24*7. Still it's our duty to investigate if any issues about bed availability. That's why we cleared the facts. You and your Organization doing great job. https://t.co/nBvIvZR7lM
— Collector & District Magistrate, Ganjam (@Ganjam_Admin) May 17, 2021
ଏଥି ସହିତ କୌଣସି ବେଡ୍ ଇସ୍ୟୁ ନାହିଁ ବୋଲି ଟୁଇଟ କରିବା ସହ ରୋଗୀ ଜଣକ ହୋମ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ମଧ୍ୟ ଉଲ୍ଲେଖ କରିଥିଲେ। ତେବେ ପରେ ପୁଣି ସୋନୁ ସୁଦ ଟୁଇଟ କରି କହିଥିଲେ ସମ୍ପୃକ୍ତ ରୋଗୀ ଜଣଙ୍କ ତାଙ୍କୁ ଅନୁରୋଧ କରିଥିବାରୁ ଆମେ ତାଙ୍କୁ ସାହାଯ୍ୟ କରିଥିଲୁ। ରେଫରେନ୍ସ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଚାଟକୁ ମଧ୍ୟ ତାଙ୍କ ଟୁଇଟରେ ପ୍ରମାଣ ଆକାରରେ ଦର୍ଶାଇଥିଲେ ସୋନୁ।
ଏହା ପରେ କାହା କଥା ଠିକ୍, ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ୟୁ ଟର୍ଣ୍ଣ କରି ଗଞ୍ଜାମ ଜିଲ୍ଲାପାଳ ପୁଣି ଏକ ଟୁଇଟ କରିଥିଲେ ସୋନୁ ସୁଦଙ୍କ ଉଦ୍ଦେଶ୍ୟରେ। ଲେଖିଥିଲେ ତାଙ୍କୁ ସମାଲୋଚନା କରିବା ଉଦ୍ଦେଶ୍ୟ ନଥିଲା। ଏଥି ସହିତ ସୋନୁଙ୍କୁ ପ୍ରସଂଶା ମଧ୍ୟ କରିଥିଲେ। ତେବେ ପ୍ରଥମେ ସୋନୁଙ୍କ ଦାବିକୁ ଅଗ୍ରାହ୍ୟ କରିବା ଏବଂ ପରେ କାହିଁକି ଆଭିମୁଖ୍ୟରେ ପରିବର୍ତ୍ତନ କଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
|
<urn:uuid:661a02c2-4e8d-48b9-af62-ad0fd20d492e>
|
CC-MAIN-2021-25
|
https://khabar.odishatv.in/odisha/twitter-war-between-bollywood-actor-sonu-sood-and-ganjam-collecor/268288/
|
2021-06-20T01:02:59Z
|
s3://commoncrawl/crawl-data/CC-MAIN-2021-25/segments/1623487653461.74/warc/CC-MAIN-20210619233720-20210620023720-00336.warc.gz
|
ory
| 0.999863 |
Orya
| 1 |
{"ory_Orya_score": 0.9998629093170166}
|
ଆରମ୍ଭ ହେଲା ଆୟୁଷ୍ମାନ ଡିଜିଟାଲ ମିଶନ, ଏବେ ସମସ୍ତଙ୍କୁ ମିଳିବ ସ୍ୱାସ୍ଥ୍ୟ ପରିଚୟ ପତ୍ର
ପ୍ରତି ଭାରତୀୟଙ୍କୁ ମିଳିବ ସ୍ୱାସ୍ଥ୍ୟ ପରିଚୟ ପତ୍ର। ଆରମ୍ଭ ହେଲା ଆୟୁଷ୍ମାନ ଡିଜିଟାଲ ମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି।
Speaking at the launch of Ayushman Bharat Digital Mission. https://t.co/OjfHVbQdT7
— Narendra Modi (@narendramodi) September 27, 2021
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତ ୭ ବର୍ଷ ଧରି ଦେଶରେ ସ୍ୱାସ୍ଥ୍ୟ ସୁବିଧାକୁ ମଜଭୁତ କରିବାକୁ ଅଭିଯାନ ଆରମ୍ଭ ହୋଇଛି। ଆଜି ଏହି ଅଭିଯାନ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମିଶନ ଭାରତ ସ୍ୱାସ୍ଥ୍ୟ ସୁବିଧା କ୍ଷେତ୍ରରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। ମୋଦି କହିଛନ୍ତି, ଏହି ଯୋଜନା ଅନ୍ତର୍ଗତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ହେଲଥ୍ କାର୍ଡ ମିଳିବ। ଗୋଟିଏ କାର୍ଡରେ ସମସ୍ତ ସ୍ୱାସ୍ଥ୍ୟ ବିବରଣୀ ରହିବ। ଡାକ୍ତରଖାନାରେ ଏହି କାର୍ଡ ଦେଖାଇ ସମସ୍ତ ଦେଶବାସୀ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସେ କହିଛନ୍ତି।
बीते सात वर्षों में, देश की स्वास्थ्य सुविधाओं को मजबूत करने का जो अभियान चल रहा है, वो आज से एक नए चरण में प्रवेश कर रहा है।
आज एक ऐसे मिशन की शुरुआत हो रही है, जिसमें भारत की स्वास्थ्य सुविधाओं में क्रांतिकारी परिवर्तन लाने की ताकत है: PM @narendramodi
— PMO India (@PMOIndia) September 27, 2021
130 करोड़ आधार नंबर, 118 करोड़ mobile subscribers, लगभग 80 करोड़ internet user, करीब 43 करोड़ जनधन बैंक खाते इतना बड़ा connected infrastructure दुनिया में कहीं नही है।
ये digital infrastructure राशन से लेकर प्रशासन तक को तेज, पारदर्शी तरीके से सामान्य भारतीय तक पहुंचा रहा है: PM
— PMO India (@PMOIndia) September 27, 2021
आयुष्मान भारत- PM JAY ने गरीब के जीवन की बहुत बड़ी चिंता दूर की है।
अभी तक 2 करोड़ से अधिक देशवासियों ने इस योजना के तहत मुफ्त इलाज की सुविधा का लाभ उठाया है।
इसमें भी आधी लाभार्थी, हमारी माताएं, बहनें, बेटियां हैं: PM @narendramodi
— PMO India (@PMOIndia) September 27, 2021
ସୂଚନାଯୋଗ୍ୟ ଯେ ୨୦୨୦ ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ଉତ୍ସବ ଅଭିଭାଷଣରେ ନରେନ୍ଦ୍ର ମୋଦି ଏହି ସ୍ୱାସ୍ଥ୍ୟ ମିଶନର ପାଇଲଟ୍ ପ୍ରକଳ୍ପ ଘୋଷଣା କରିଥିଲେ। ଆଜି ଏହା ଲାଗୁ ହୋଇଛି।
|
<urn:uuid:8bbb95ef-8f6b-4224-ab28-ffccf64f9718>
|
CC-MAIN-2021-43
|
https://knewsodisha.com/nation-and-world/pm-modi-launches-ayushman-bharat-digital-mission-378034
|
2021-10-25T13:13:23Z
|
s3://commoncrawl/crawl-data/CC-MAIN-2021-43/segments/1634323587711.69/warc/CC-MAIN-20211025123123-20211025153123-00100.warc.gz
|
ory
| 0.949641 |
Orya
| 1 |
{"ory_Orya_score": 0.9496408700942993, "anp_Deva_score": 0.04885503649711609}
|
ଜଙ୍ଗଲ ଜମି ଆଇନର ତର୍ଜମା ନେଇ ଜିଲ୍ଲାପାଳଙ୍କ ବୈଠକ
ଜଙ୍ଗଲ ଜମି ଆଇନର ତର୍ଜମା ନେଇ ଜିଲ୍ଲାପାଳଙ୍କ ବୈଠକ
ରାୟଗଡା: ଜଙ୍ଗଲ ଆଇନକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଛି ଏକ ସମୀକ୍ଷା ବୈଠକ । ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ପାଇଁ ବୈଷୟକ ଜ୍ଞାନ ପ୍ରୟୋଗ କରି ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଜିଲ୍ଲାରେ ବସବାସ କରୁଥିବା ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଜୀବନ ଜୀବିକାରେ କିପରି ଉନ୍ନତି ହୋଇପାରିବ, ସେନେଇ ଆଲୋଚନା କରାଯାଇଛି ।
ପିଏ, ଆଇଟିଡିଏ (ITDA) ଟୁକୁ ବାରିକ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଛନ୍ତି । ଜଙ୍ଗଲରେ ବସବାସ କରୁଥିବା ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଜୀବନ ଜୀବିକାର ମାନ ବୃଦ୍ଧି କରିବା ପାଇଁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ପାଇଁ ମତବ୍ୟକ୍ତ କରିଛନ୍ତି ।
ଏନେଇ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଛଅ ଗୋଟି ବ୍ଲକ ମଧ୍ୟରେ ରାୟଗଡା, କୋଲନରା, ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର ଓ କଲ୍ୟାଣସିଂହପୁର ବ୍ଲକର ୪୪୦ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗ ଓ ପ୍ରଦାନ ସ୍ବେଚ୍ଛାସେବୀ ସଂସ୍ଥାର ବୁଝାମଣା ଅନୁଯାୟୀ ଜଙ୍ଗଲ ଜମି ଅଧିକାର ଜନିତ ଦାବି ଗୁଡିକ ସମାଧାନ ଓ ଜୀବନଜୀବିକା ପ୍ରଦାନ ନିମନ୍ତେ ରାୟଗଡା ଜିଲ୍ଲା ପ୍ରଶାସନ ଓ ପ୍ରଦାନ ସଂସ୍ଥା କାର୍ଯ୍ୟକାରୀ କରିବେ ।
ସେପଟେ ଜିପିଏସ ମାଧ୍ୟମରେ ଜମିର ମାପଚୁପ କରାଯିବ । ବ୍ଲକ ସ୍ତରୀୟ ସମନ୍ବୟ କମିଟି ଗଠନ କରି ମାସକୁ ଥରେ ବୈଠକ କରି ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ
|
<urn:uuid:db91a58b-616c-4f7e-b378-adf46922058c>
|
CC-MAIN-2021-43
|
https://www.etvbharat.com/oriya/odisha/state/rayagada/the-meeting-is-being-chaired-by-the-district-collector-on-the-interpretation-of-the-forest-land-act/or20210906180851040
|
2021-10-18T19:54:21Z
|
s3://commoncrawl/crawl-data/CC-MAIN-2021-43/segments/1634323585209.43/warc/CC-MAIN-20211018190451-20211018220451-00070.warc.gz
|
ory
| 0.999968 |
Orya
| 1 |
{"ory_Orya_score": 0.9999680519104004}
|
ଏନ୍ସିବିର ବିଜେପି ପ୍ରୀତି! ଗୁମର ଖୋଲିଲେ ଏନ୍ସିପି ନେତା
ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ନୋର୍କଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଟାର୍ଗେଟ କରିଛନ୍ତି ଏନ୍ସିପି ନେତା ନୱାବ ମଲ୍ଲିକ। ଏନ୍ସିବି ନାଁରେ ଆଣିଛନ୍ତି ବଡ ଅଭିଯୋଗ। ଏନ୍ସିବିର ତଦନ୍ତ ଉପରେ ସେ ଉଠାଇଛନ୍ତି ପ୍ରଶ୍ନ। ଏନ୍ସିବିର ରହିଥିବା ବିଜେପି ପ୍ରୀତି ବିଷୟରେ ସେ ଗୁମର ମଧ୍ୟ ଖୋଲିଛନ୍ତି।
ମୁମ୍ବାଇ ହାଇପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟିରେ ରେଡ୍ ବେଳେ ଏନ୍ସିବି କୁଆଡେ ଜଣେ ବିଜେପି ନେତାଙ୍କ ଶାଳକଙ୍କୁ ଧରିଥିଲା। ଏହାପରେ ତାଙ୍କୁ ଛାଡି ଦେଇଥିବା ନେଇ ଏନ୍ସିପି ନେତା ନୱାବ ମଲ୍ଲିକ ଅଭିଯୋଗ କରିଛନ୍ତି।
ନୱାବ ମଲିକ ଦାବି କରିଛନ୍ତି ଯେ, ଏନସିବି ଟିମ୍ ବିଜେପି ନେତା ମୋହିତ କାମ୍ବୋଜଙ୍କ ଶାଳକ ରିଷଭ ସଚ୍ଚଦେବଙ୍କୁ ଅଟକ ରଖିଥିଲା, କିନ୍ତୁ ଡ୍ରଗ୍ସ ମାମଲା ଧରାପଡିବା ପରେ ତାଙ୍କୁ ତୁରନ୍ତ ଛାଡି ଦେଇଥିଲା। ମୋହିତ କାମ୍ବୋଜ ହେଉଛନ୍ତି ମୁମ୍ବାଇ ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ସଭାପତି।
ମହାରାଷ୍ଟ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଡ୍ରଗ୍ସ ବିରୋଧୀ ଏଜେନ୍ସି ରିଷଭ ସଚ୍ଚଦେବଙ୍କ ସମେତ ତିନି ଜଣଙ୍କୁ ଛାଡି ଦେଇଛି। ମୁକ୍ତ କରାଯାଇଥିବା ଅନ୍ୟ ଦୁଇଜଣ ହେଲେ ପ୍ରତୀକ ଗାବା ଏବଂ ଆମୀର ଫର୍ନିଚରୱାଲା।
କ୍ରୁଜ ଉପରେ ଚଢ଼ାଉ ପରେ ଏନ୍ସିବି ଅଧିକାରୀ ସମୀର ୱାଙ୍ଖଡେ ୮ରୁ ୧୦ଜଣଙ୍କୁ ଅଟକ ରଖଯାଇଥିବା ନେଇ କହିଥିଲେ। ସମଗ୍ର ଅପରେସନ୍ ସହ ଜଡିତ ଜଣେ ଅଧିକାରୀ କିପରି ଅନିଶ୍ଚିତତାରେ ପରିପୂର୍ଣ୍ଣ ଉତ୍ତର ଦେଇପାରିବେ? ଯଦି ୧୧ ଜଣ ଧରାପଡିଥିଲେ ତେବେ କାହିଁକି ୩ ଜଣଙ୍କୁ ମୁକ୍ତ କରାଯାଇଥିଲା ବୋଲି ମନ୍ତ୍ରୀ ନୱାବ ମଲ୍ଲିକ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଛନ୍ତି।
କେବଳ ସେତିକି ନୁହେଁ ନୱାବ ମଲ୍ଲିକ ଭିଡିଓ ପ୍ରମାଣ ମଧ୍ୟ ଦେଖାଇଛନ୍ତି। ଏଥିରେ ରିଷଭ ସଚ୍ଚଦେବ, ପ୍ରତୀକ ଗାବା ଏବଂ ଆମୀର ଫର୍ନିଚରୱାଲାଙ୍କୁ ମୁମ୍ବାଇର ଏନସିବି କାର୍ଯ୍ୟାଳୟ ଭିତରକୁ ନିଆଯାଇଥିଲା ଏବଂ ପରେ ସେମାନଙ୍କୁ ଛାଡି ଦିଆଯାଇଥିବା ଦେଖିବାକୁ ମିଳିଛି। ଏନସିପି ନେତା ମୋହିତ କାମ୍ବୋଜ ଏବଂ ତାଙ୍କ ପରିବାର ସହିତ ରିଷଭ ସଚ୍ଚଦେବଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି।
ଦିଲ୍ଲୀରୁ ବିଜେପି ନେତାଙ୍କୁ ଫୋନ୍ ଆସିବା ପରେ ଏହି ତିନି ଜଣଙ୍କୁ ଏନ୍ସିବି ଜୋନାଲ ନିର୍ଦ୍ଦେଶକ ୱାଙ୍ଖଡେ ଛାଡି ଥିବାନେଇ ସେ ଅଭିଯୋଗ ଉଠାଇଛନ୍ତି। ଏନ୍ସିବି ଅଫିସର କାହିଁକି ସେମାନଙ୍କୁ ଏଭଳି ଛାଡିଦେଲେ ଏନେଇ ସେ ନିଶ୍ଚିତ ଉତ୍ତର ଦିଅନ୍ତୁ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ମଧ୍ୟ ବୁଧବାର ଦିନ ନୱାବ ମଲ୍ଲିକ ଏନ୍ସିବି ଉପରେ ପ୍ରଶ୍ନ ଉଠାଇଥିଲେ। କ୍ରୁଜର ରେଭ୍ ପାର୍ଟିରେ ଏନ୍ସିବିର ଚଢ଼ାଉକୁ `ଫେକ୍' ବୋଲି କହିଥିଲେ। ଏଥିସହ ଏହି ଚଢ଼ାଉ ସମୟରେ ଏନ୍ସିବିକୁ କୌଣସି ଡ୍ରଗ୍ସ କିମ୍ବା ମାଦକ ପଦାର୍ଥ ମିଳିନଥିବା ସେ ଦାବି କରିଥିଲେ।
ସୂଚନା ମୁତାବକ, ଡ୍ରଗ୍ସ ପାର୍ଟି ମାମଲାରେ ଏନ୍ସିବି ବର୍ତ୍ତମାନ ଯାଏଁ ଶାହାରୁଖ ଖାନ୍ଙ୍କ ପୁଅ ସମେତ ୧୮ ଜଣଙ୍କୁ ଗିରଫ କରିସାରିଲାଣି।
Out of 11 people detained on cruise Rishab sachdev, Pratik Gaba and Amir Furniturewala were released within hours.
The NCB must answer on whose instructions were these 3 released?
— Office of Nawab Malik (@OfficeofNM) October 9, 2021
— Office of Nawab Malik (@OfficeofNM) October 9, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
<urn:uuid:b6e8ab66-6b5c-42ce-974d-9c56e23c7159>
|
CC-MAIN-2021-43
|
https://odishareporter.in/nation-world/india/ncb-let-off-bjp-leaders-brother-in-law-in-mumbai-cruise-drugs-bust-nawab-malik-682785
|
2021-10-28T19:55:55Z
|
s3://commoncrawl/crawl-data/CC-MAIN-2021-43/segments/1634323588526.57/warc/CC-MAIN-20211028193601-20211028223601-00350.warc.gz
|
ory
| 0.999831 |
Orya
| 1 |
{"ory_Orya_score": 0.9998305439949036}
|
୦୧.ବ୍ୟକ୍ତି ସଦା ସଫଳତା ପଛରେ ଦୌଡ଼ିଥାନ୍ତି,କିନ୍ତୁ ସଫଳତା ସଦା ପରିଶ୍ରମ କରୁଥିବା ବ୍ୟକ୍ତି ପଛରେ ଦୌଡ଼ି ଥାଏ।
୦୨.ସଫଳତା ଜଳ ସଦୃଶ୍ୟ ଅଟେ,ଜଳ କୁ ଧରିବା ପାଇଁ ହାତ ମୁଠା ନୁହଁ ବରଂ ହାତ ଆଞ୍ଜୁଳା ର ଆବଶ୍ୟକ ହୁଏ।
୦୩. ବ୍ୟକ୍ତି ଅଂହାଙ୍କର ରେ ଆସି ସଫଳତାକୁ ନିଜ ହାତ ମୁଠାରେ ରଖିବାକୁ ଚାହେଁ,କିନ୍ତୁ ବିବେକୀ ବ୍ୟକ୍ତି, ନିଜ ବିବେକପଣ କାରଣରୁ ସଦା ସମର୍ପଣ ଭାବ ରଖି କର୍ମ କରିଚାଲେ।
୦୪.ଅଳ୍ପ ବୁଦ୍ଧି ରେ ମଧ୍ୟ ଅଧିକ ସଫଳତା ପ୍ରାପ୍ତ କରିହୁଏ।ଏଣୁ ସଫଳତା ପଛରେ ନପଡ଼ି, ନିଜକୁ ସଫଳତା ର ଯୋଗ୍ୟ ବନାନ୍ତୁ,ଦେଖିବେ ସଫଳତା ଆପଣଙ୍କୁ ଦିନେ ନିଶ୍ଚିତ ମିଳିବ।
୦୫.ଯେଉଁ ବ୍ୟକ୍ତି ଜୀବନରେ ସଦା ନିଜକୁ ପରଖି ନିଜ ଭୁଲକୁ ସୁଧାରେ ସେ ଜୀବନର ମାର୍ଗରେ ସଦା ସଫଳ ଓ ସମ୍ନାନ ପ୍ରାପ୍ତି କରିଥାଏ।
୦୬. ଯେଉଁ ବ୍ୟକ୍ତି ସଦା ପର ଦୋଷ ଓ ପର ଅବଗୁଣ ପଛରେ ପଡିଥାଏ, ସେ ସଦା ଅସଫଳ ଓ ଦୁଶ୍ଚିନ୍ତା ରେ ପଡି ,ଦୁଖଃ ଭୋଗ କରିଥାଏ।
➡️ଜଣେ ବୀଜ୍ଞ ପିତା ନିଜ ପିଲାର ପ୍ରତେକ ଗତିବିଧିକୁ ଠିକ ଭାବେ ଠଉରାଇ ପାରିଥାଏ। ଅବଶ୍ୟ ଅନେକ ସମୟରେ କିଛି ନ ଜାଣିବାର ଛଳନା ମଧ୍ୟ କରିଥାନ୍ତି।
➡️ଧନ, ଯୌବନ ଓ ଜୀବନ କେବେ ସ୍ଥାୟୀ ନ ଥାଏ, ତଥାପି ଧନ ଥିଲେ ଲୋକ ଗର୍ବି ହୁଏ, ଯୌବନ ରେ ସ୍ୱାର୍ଥ ପର ହୁଏ, ଜୀବନ ଥିବା ଯାଏ ଲୋଭ କରେ….।
➡️ଏମିତି କିଛି କଷ୍ଟ ଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି word ନଥାଏ, ନିରବତା ହିଁ ଯଥେଷ୍ଟ ହୋଇଥାଏ ।
ଆଜିର ନୀତିବାଣୀ
➡️"ଜୀବନ ଯାତ୍ରାରେ ପ୍ରଥମେ ନିଜକୁ ଚିହ୍ନ , ତାପରେ ଦୁନିଆରେ କାହାକୁ ଜାଣିବାକୁ ଆବଶ୍ୟକ ପଡିବ ନାହିଁ !!
➡️"ଆଶା ଏବଂ ଆଶାର ଧାରଣା କେବଳ ସେହିମାନଙ୍କ ପାଇଁ ସୃଷ୍ଟି ହୋଇଛି ଯେଉଁମାନେ ନିରାଶ ହୋଇଛନ୍ତି !!
➡️"ବିଶ୍ବାସ, ଆତ୍ମବିଶ୍ବାସ , ଈଶ୍ବରବିଶ୍ବାସ ଯେତେବେଳେ ମରିଯାଏ, ସେତେବେଳେ " ଅନ୍ଧବିଶ୍ବାସ " ଜନ୍ମ ନିଏ !!
➡️"ଭଲ ଖାଇଲେ, ଭଲ ପିନ୍ଧିଲେ, ଭଲ ଘରେ ରହିଲେ ଜଣେ ବଡ ହୋଇଯାଏ ନାହିଁ । ଭଲ ଗୁଣ ଓ ଜ୍ଞାନ ଥିଲେ ଜଣେ ବଡ ହୁଏ !!
➡️"ଜୀବନରେ କାହାକୁ କନ୍ଦେଇ ଦାନ ଧର୍ମ କଲେ କିଛିବି ଲାଭ ନାହିଁ ! ଯଦି ଦୁଃଖୀ ମଣିଷଟିଏ ମୁଁହରେ ହସ ଫୁଟେଇ ପାରିଲ ତେବେ ତୁମକୁ ମନ୍ଦିର ଯିବାକୁ ପଡ଼ିବନି !!
ଆଜିର ସୁବିଚାର
➡️"ଯିଏ ତୁମର ଆବଶ୍ୟକ କରେ ନାହିଁ, ତଥାପି ଯିଏ ତୁମ ସହିତ ସମ୍ପର୍କ ବଜାୟ ରଖେ, କେବଳ ଭାଗ୍ୟଶାଳୀ ବ୍ୟକ୍ତି ହିଁ ଏପରି ସମ୍ପର୍କ ପାଇଥାଏ !!"
➡️"ଲକ୍ଷ୍ୟସ୍ଥଳକୁ ଅଧା ବାଟ ଯିବା ପରେ କେବେ ଫେରି ଆସନ୍ତୁ ନାହିଁ … କାରଣ ଯେତେବେଳେ ତୁମେ ଫେରିଆସିବ ତୁମକୁ ପୁଣି ଅଧା ରାସ୍ତା ଅତିକ୍ରମ କରିବାକୁ ପଡିବ ..!!
➡️"ଯେତେବେଳେ ଜ୍ଞାନୀମାନେ ନୀରବ ରୁହନ୍ତି ଏବଂ ଜ୍ଞାନହୀନମାନେ କହିବା ଆରମ୍ଭ କରନ୍ତି ସେତେବେଳେ ଉଭୟ ପରିବାର ଏବଂ ସମାଜ ନଷ୍ଟ ହେବାକୁ ଲାଗିଥାଏ !!
➡️"ଶିକ୍ଷାର ସର୍ବାଧିକ ଶକ୍ତି ଅଛି, ଯାହା ସମଗ୍ର ବିଶ୍ୱକୁ ବଦଳାଇପାରେ !!"
➡️"ଏହି ଦେଶର ସର୍ବୋତ୍ତମ ବୁଦ୍ଧି …… ଶ୍ରେଣୀର ଶେଷ ବେଞ୍ଚରେ ମିଳିପାରିବ !!
➡️"ଜଣେ ଛାତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଉଛି ଯେ ସେ ସର୍ବଦା ନିଜ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବା !!
ଆଜିର ଅନୁଚିନ୍ତା
➡️"ଈଶ୍ବରଙ୍କ ଅନୁଗ୍ରହ ଲାଭ କରିବାକୁ ହେଲେ , ଆମକୁ ହୃଦୟଙ୍ଗମ କରିବାକୁ ହେବ ଈଶ୍ବର ହେଉଛନ୍ତି ସର୍ବଘଟବାସୀ ଏବଂ ଆମକୁ ସେହିଅନୁସାରେ କାମ କରିବାକୁ ହେବ !!
➡️"ଧନୀ ଅର୍ଥ ନୁହେଁ ଯେ ଆପଣଙ୍କର ପ୍ରଚୁର ଅର୍ଥ ଅଛି , ଏହାର ଅର୍ଥ ଆପଣଙ୍କ ପାଖରେ ଏପରି କିଛି ରହିବା ଉଚିତ ଯାହା ଟଙ୍କା କିଣି ପାରିବ ନାହିଁ , ଯେଉଁଟା ହେଉଛି ମାନବୀୟ ମୁଲ୍ୟବୋଧ ଯଥା ସତ୍ୟ , ଧର୍ମ , ଶାନ୍ତି , ପ୍ରେମ ଏବଂ ଅହିଂସା !!
➡️"ଜଣେ ନଦୀ କିମ୍ବା ସମୁଦ୍ର ପାର ହେବା ସମୟରେ ଯେପରି ନାବିକଙ୍କ ଉପରେ ସଂପୂର୍ଣ୍ଣ ବିଶ୍ବାସ ରଖେ , ସେହିପରି ଜୀବନ ସମୁଦ୍ର ପାର ହେବାପାଇଁ ଭଗବାନଙ୍କ ଉପରେ ସମାନ ପ୍ରକାରର ବିଶ୍ବାସ ରଖିବା ଉଚିତ୍ !!
➡️"ଜଣେ ବ୍ୟକ୍ତି ନିଜ ଚେହେରା ଦ୍ବାରା ନୁହେଁ ବରଂ ତାଙ୍କର ଦୟା , ପ୍ରେମ , ସମ୍ମାନ , ସଚ୍ଚୋଟତା ଏବଂ ବିଶ୍ବସ୍ତତା ଦ୍ବାରା ଅଧ୍ବକ ଆକର୍ଷଣୀୟ ହୋଇଥାଏ !!
➡️"ମହତ୍ ମଣିଷ ହିଁ ଅନ୍ୟର ମହତ୍ତ୍ବ କୁ ଅଭିନନ୍ଦନ ଜଣାଏ ଏବଂ ଅନ୍ୟର ମହତ୍ତ୍ବକୁ ଆଦର କରିବା ଫଳରେ ଆମ ନିଜ ଭିତରେ ମହତ୍ୱର ବିକଶିତ ହୁଏ !!
🙏ଜୟ ଶ୍ରୀ ରାମ🙏ଓଁ ଶନି ଦେବାୟ ନମଃ🙏 ଶୁଭ ସକାଳ, ଆଜି ଶନିବାର ପାପାଙ୍କୁଶା ଏକାଦଶୀ ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏 ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ
୦୧.ବ୍ୟକ୍ତି ସଦା ସଫଳତା ପଛରେ ଦୌଡ଼ିଥାନ୍ତି,କିନ୍ତୁ ସଫଳତା ସଦା ପରିଶ୍ରମ କରୁଥିବା ବ୍ୟକ୍ତି ପଛରେ ଦୌଡ଼ି ଥାଏ।
|
<urn:uuid:751274bb-6d50-4e65-ad1a-b5bb13c29444>
|
CC-MAIN-2021-49
|
https://www.satyasandhana.in/ajira-anuchinta-227/
|
2021-12-03T16:30:46Z
|
s3://commoncrawl/crawl-data/CC-MAIN-2021-49/segments/1637964362891.54/warc/CC-MAIN-20211203151849-20211203181849-00439.warc.gz
|
ory
| 0.99999 |
Orya
| 1 |
{"ory_Orya_score": 0.9999901056289673}
|
ଆଧୁନିକତାର ଛାପରେ ହଜିନି ଜହ୍ନିଓଷା, 1 ମାସ ଜହ୍ନି ଛୁଇଁବା ମନା
ଆଧୁନିକତାର ଛାପରେ ହଜିନି ଜହ୍ନିଓଷା, 1 ମାସ ଜହ୍ନି ଛୁଇଁବା ମନା
ଗଜପତି: କୁଆଁରୀଙ୍କ ବହିପଢା ଓ ହୁଳହୁଳି ଶବ୍ଦରେ ଫାଟି ପଡୁଛି ଗାଁଦାଣ୍ଡ । କୁଆଁରୀମାନେ ମେଳ ହୋଇ ମା' ବୃନ୍ଦାବତୀଙ୍କୁ ପୂଜା କରିବା ସହିତ ବୋଲୁଛନ୍ତି ଗୀତ । ତେବେ ଭଲ ବର ପାଇବା ସହିତ ପରିବାରରେ ସୁଖ, ବାପା ଭାଇଙ୍କ ଅଭିବୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରି ବିଶେଷ କରି ଦକ୍ଷିଣ ଓଡ଼ିଶାରେ କୁଆଁରୀ ପାଳିଥାନ୍ତି ଏହି ଓଷା । ଯାହାକୁ କୁହାଯାଏ 'ଜହ୍ନି ଓଷା' । ଦକ୍ଷିଣ ଓଡ଼ିଶାରେ ବିଶେଷ କରି ଗଜପତି ଜିଲ୍ଲାରେ ପୁରଠୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି କୁଆଁରୀମାନେ ଏହି ପୂଜା କରୁଥିବାର ଦେଖିବାକୁ ମିଳୁଛି । ଭାଦ୍ରବ ମାସଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କୁଆଁରୀମାନେ ପାଳନ କରିବେ ଏହି ପୂଜା । ଆଉ ପୁରା ଗୋଟିଏ ମାସ ପର୍ଯ୍ୟନ୍ତ ଛୁଇଁ ପାରିବେନି ଜହ୍ନି ।
କେବଳ ଗାଁର ଝିଅମାନେ ନୁହଁନ୍ତି, ବରଂ ବାହାରକୁ ଯାଇ ପାଠ ପଢୁଥିବା ଝିଅମାନେ ବି ଏହି ଓଷା ପାଳନ କରିଥାନ୍ତି । ଆଧୁନିକତାର ଛାପରେ ଅନେକ ସଂସ୍କୃତି ଓ ପରମ୍ପରା ହଜିଯାଉଥିବା ବେଳେ ଏହି ବିଶ୍ବାସ ଆଜି ବି ବଞ୍ଚି ରହିଛି । ଭାଦ୍ରବ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଏହି ପୂଜା କୁମାର ପୂର୍ଣ୍ଣିମାରେ ଶେଷ ହୋଇଥାଏ । ଏହି ଏକ ମାସ ଧରି ପାଳନ କରାଯାଉଥିବା ଓଷାରେ ବ୍ରତଧାରୀ କୁଆଁରୀମାନେ ମା' ବୃନ୍ଦାବତୀଙ୍କ ନିକଟରେ ପୂଜା କରିବା ସହ ଗୋଟିଏ ଓଳି ସାତ୍ତ୍ବିକ ଭୋଜନ କରିଥାନ୍ତି । ଏହି ବ୍ରତ ସମୟରେ ଜହ୍ନି ଖାଇବା କିମ୍ବା ଗଛରୁ ଜହ୍ନି ଫୁଲ କିମ୍ବା ଫଳ ତୋଳିବା ମନା ହୋଇଥାଏ ।
ଯଦିଓ ମା'ଙ୍କୁ ଜହ୍ନି ଫୁଲ ଦେଇ ପୂଜା କରାଯାଇଥାଏ ତଥାପି ଅନ୍ୟ କେହି ଏହାକୁ ତୋଳି ଆଣିଥାନ୍ତି । ପ୍ରତିଦିନ ସକାଳେ ଉଠି ନିତ୍ୟକର୍ମ ସାରି ବୃନ୍ଦାବତୀଙ୍କ ନିକଟରେ ଜଳ ପ୍ରଦାନ କରିବା ପରେ ହିଁ ଅନ୍ୟ କିଛି କାର୍ଯ୍ୟ କରିଥାନ୍ତି ବ୍ରତଧାରୀ କୁଆଁରୀମାନେ । ତେବେ ଦଶହରା ଠାରୁ ନୂଆ ଚାଙ୍ଗୁଡିରେ ନଦୀବାଲି ରଖି 7ପ୍ରକାର ଡାଲି ଜାତୀୟ ପଦାର୍ଥ ବୁଣିଥାନ୍ତି । ଶେଷରେ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ପୂଜା ସହ ଓଷା ଉଦଯାପିତ ହୁଏ । ଏହାକୁ ନିୟମ ସହ ପାଳନ କଲେ ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ଝିଅମାନେ ବିଶ୍ବାସ ରଖିଥିବା କହିଛନ୍ତି ।
ପୁରାଣ ଯୁଗରେ ମଧ୍ୟ ଶିବଙ୍କୁ ପାଇବା ପାଇଁ ମାତା ପାର୍ବତୀ ଏହି ପୂଜା କରିଥିଲେ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି । ଏହି ଓଷା କାହିଁ କେଉଁ କାଳରୁ କରାଯାଉଥିଲେ ମଧ୍ୟ ଓଡ଼ିଶାର ଅନ୍ୟ ପ୍ରାନ୍ତରେ ଏହା ଏତେ କରାଯାଏ ନାହିଁ । ଦକ୍ଷିଣ ଓଡି଼ଶାରେ ବିଶେଷ କରି ଗଜପତି ଜିଲ୍ଲାର କୁଆଁରୀମାନେ ଏହାକୁ ପାଳନ କରିଥାନ୍ତି । ପାଠ ପଢିବା ପାଇଁ ବାହାରେ ରହୁଥିଲେ ମଧ୍ୟ ପୂଜାର ସମସ୍ତ ନିୟମ ମାନିଥାନ୍ତି କୁଆଁରୀ । ଗାଁରେ ସନ୍ଧ୍ୟା ବେଳେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ହୋଇ ମା' ବୃନ୍ଦାବତୀଙ୍କ ଆଗରେ ଏହି ପୂଜା କରିଥାନ୍ତି ।
ତେବେ ବିଭିନ୍ନ ସଂସ୍କୃତି ଏବଂ ପରମ୍ପରାକୁ ନେଇ ଆମ ରାଜ୍ୟ ବେଶ ପରିଚିତ । ସେଥିମଧ୍ୟରୁ କିଛି ହଜି ଯାଉଥିବା ବେଳେ ଆଉ କିଛି ଏବେ ବି ବଞ୍ଚି ରହିଛି । ତେବେ ଦକ୍ଷିଣ ଓଡି଼ଶାର ଜହ୍ନି ଓଷା ପରମ୍ପରା ଓ ସଂସ୍କୃତି ଆଜି ବି କୁଆଁରୀମାନଙ୍କ ଦ୍ବାରା ପାଳିତ ହୋଇଆସୁଥିବା ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ
|
<urn:uuid:1556d314-3e89-45f7-a719-4a719fe896a0>
|
CC-MAIN-2022-05
|
https://www.etvbharat.com/oriya/odisha/state/gajapati/jahni-osha-celebrated-by-girls-for-getting-good-husband-in-gajapati/or20211019203824471
|
2022-01-26T21:55:12Z
|
s3://commoncrawl/crawl-data/CC-MAIN-2022-05/segments/1642320304961.89/warc/CC-MAIN-20220126192506-20220126222506-00274.warc.gz
|
ory
| 0.999995 |
Orya
| 1 |
{"ory_Orya_score": 0.9999951124191284}
|
ଗୁରୁ ୟୁଜି କୃଷ୍ଣମୂର୍ତ୍ତି ଥରେ ଏହି କଥାଟି କହିଥିେଲ।
ଗୌତମ ବୁଦ୍ଧତ୍ବ ଲାଭ କରିବାର କିଛି ଦିନ ପରର କଥା। ବୁଦ୍ଧ ତାଙ୍କର ଦୁଇ ବା ତିନି ଜଣ ଆଦ୍ୟ ଶିଷ୍ୟମାନଙ୍କ ସହିତ ଯାଉ ଥାଆନ୍ତି। ହଠାତ୍ ଗୋଟିଏ ମାଛି ତାଙ୍କ ନାକ ଉପରେ ବସିଗଲା। ବୁଦ୍ଧ ଯନ୍ତ୍ରବତ୍ ହାତରେ ମାଛିକୁ ଉଡ଼ାଇ ଦେଲେ। କିନ୍ତୁ ତା' ପରେ କ୍ଷଣିଏ ଅଟକି ଗଲେ।
ସେ ପୁଣି ଥରେ ତାଙ୍କ ହାତର ଚାଳନା କଲେ ଏବଂ ନାକ ପାଖକୁ ଆଣି ମାଛିକୁ ଘଉଡ଼ାଇବା ଭଳି କଲେ। କିନ୍ତୁ ସେେତବେଳକୁ ତ ମାଛି ନ ଥିଲା!
ତାହା ଦେଖି ତାଙ୍କ ଶିଷ୍ୟମାନେ ବିସ୍ମିତ ହେଲେ। ଜଣେ ବୁଦ୍ଧଙ୍କୁ କହିଲେ- ଦୁଇ ଥର ମାଛି ଘଉଡ଼ାଇବାର ଆବଶ୍ୟକତା ଥିଲା କି? କାରଣ, ପ୍ରଥମ ଥରରେ ତ ମାଛି ଉଡ଼ି ଯାଇଥିଲା। ପୁଣି ଆପଣ ଆଉ ଥରେ ମାଛି ଘଉଡ଼ାଇଲେ କାହିଁକି?
ବୁଦ୍ଧ କହିଲେ- ଦୁଇ ଥର ଯାକ ମୋ କାମ ତୁମମାନଙ୍କୁ ସମାନ ଲାଗି ଥାଇପାରେ। କିନ୍ତୁ ତା' ଭିତରେ ପ୍ରଭେଦ ଅଛି। ଦ୍ବିତୀୟ ଥର ମୁଁ ଯେମିତି ମାଛି ଘଉଡ଼ାଇଲି, ସେମିତି ପ୍ରଥମ ଥର ଘଉଡ଼ାଇବା ଉଚିତ ଥିଲା। ପ୍ରଥମ ଥର ମୁଁ ଅଚେତନ ଅବସ୍ଥାରେ ଯନ୍ତ୍ରବତ୍ ମାଛି ଉଡ଼ାଇଥିଲି। ଦ୍ବିତୀୟ ଥର ଯାହା କଲି ହୋସ୍ ପୂର୍ବକ କଲି, ଯେମିତି ପ୍ରଥମ ଥର କରିଥିଲେ ଆଉ ଥରେ କରିବାକୁ ପଡ଼ି ନ ଥାଆନ୍ତା। ପ୍ରଶ୍ନ ମାଛି ଥିବା ବା ନ ଥିବା ନେଇ ନୁହେଁ। ପ୍ରକୃତ କଥା ହେଲା, ମୋର ପ୍ରତିଟି କାର୍ଯ୍ୟ ଜାଗ୍ରତ ଭାବେ ଅଥବା ହୋସ୍ ପୂର୍ବକ ହେବା ଆବଶ୍ୟକ।
ଗୁରୁ ୟୁଜି କୃଷ୍ଣମୂର୍ତ୍ତି ଥରେ ଏହି କଥାଟି କହିଥିେଲ।
|
<urn:uuid:7af0a1ad-b3c1-4ec0-b6e4-681bc2f241a3>
|
CC-MAIN-2022-21
|
https://sambad.in/editorial/kathatiye-jajabara-2022545d4g5d4g5dg4gd-781529/
|
2022-05-16T18:37:36Z
|
s3://commoncrawl/crawl-data/CC-MAIN-2022-21/segments/1652662512229.26/warc/CC-MAIN-20220516172745-20220516202745-00082.warc.gz
|
ory
| 1.000001 |
Orya
| 1 |
{"ory_Orya_score": 1.000001072883606}
|
Subsets and Splits
No community queries yet
The top public SQL queries from the community will appear here once available.