text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
ଆଇଓଏ ଅଧ୍ୟକ୍ଷ ପଦରୁ ବାତ୍ରାଙ୍କ ଇସ୍ତଫା: ଗତ ମାସରେ ସିବିଆଇ ଜାଲରେ ଛନ୍ଦି ହୋଇଥିଲେ
ଏଫ୍ଆଇଏଚ୍ ସଭାପତି ପଦ ବି ହାତରୁ ଖସିବ
ନୂଆଦିଲ୍ଲୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ଅଧ୍ୟକ୍ଷ ପଦରୁ ବୁଧବାର ଶକ୍ତିଶାଳୀ କ୍ରୀଡ଼ା ସଂଗଠକ ତଥା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍)ର ସଭାପତି ନରିନ୍ଦର ବାତ୍ରା ଅଚାନକ ଇସ୍ତଫା ପ୍ରଦାନ କରିଛନ୍ତି। ହକି ଇଣ୍ଡିଆ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ଦୁରୁପଯୋଗ କରିଥିବା ମାମଲାରେ ଗତମାସରେ ସିବିଆଇ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏହା ପରେ ନୈତିକତା ଦୃଷ୍ଟିରୁ ସେ ଆଇଓଏ ଅଧ୍ୟକ୍ଷ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଅନ୍ୟ ସଦସ୍ୟମାନେ ଦାବି କରିଥିଲେ। ତା ଛଡ଼ା ଏକାଧିକ କ୍ରୀଡ଼ା ସଂଗଠନର ପଦ ପଦବିରେ ରହିବା ଏବଂ ଆର୍ଥିକ ଅନିୟମିତତାରେ ଜଡ଼ିତ ହେବା ନେଇ ତାଙ୍କ ନାଁରେ ଏକାଧିକ ମାମଲା ମଧ୍ୟ ଏବେ ବିଚାରାଧୀନ ରହିଛି। ଫଳରେ ଆଗାମୀ ସମୟରେ ସେ ଏଫ୍ଆଇଏଚ୍ ଅଧ୍ୟକ୍ଷ ପଦ ହରାଇବାର ବି ଯଥେଷ୍ଟ ଆଶଙ୍କା ରହିଛି। ତେବେ ବିଶ୍ବ ହକିର ବିକାଶ ଦିଗରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ଏବଂ ନୂଆ ଲୋକ ତଥା ନୂଆ ଯୋଜନାକୁ ସ୍ବାଗତ କରିବା ଲକ୍ଷ୍ୟ ନେଇ ଆଇଓଏ ଅଧ୍ୟକ୍ଷ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବାତ୍ରା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ଏଫ୍ଆଇଏଚ୍ ସଭାପତି ପଦ ବି ହାତରୁ ଖସିବ
ସେପଟେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଅଲିମ୍ପିଆନ୍ ଅସଲମ୍ ସେର ଖାନ୍ କରିଥିବା ମାମଲାର ରାୟ ମଧ୍ୟ ବାତ୍ରାଙ୍କ ବିରୋଧରେ ଯାଇଥିବା ଜଣାପଡ଼ିଛି। ଜାତୀୟ କ୍ରୀଡ଼ା ସଂହିତାର ଉଲ୍ଲଂଘନ କରି ସେ ଏକାଧିକ କ୍ରୀଡ଼ା ସଂଗଠନର ପଦ ପଦବିରେ ରହିଥିବାର ପ୍ରମାଣ ମଧ୍ୟ ମିଳିଛି। ଫଳରେ ବାତ୍ରାଙ୍କ ହାତରୁ ଏଫ୍ଆଇଏଚ୍ ସଭାପତି ପଦ, ହକି ଇଣ୍ଡିଆର ଆଜୀବନ ସଭାପତି ପଦ ଖସି ଯିବାର ଆଶଙ୍କା ସୃଷ୍ଟି ହୋଇଛି। ତା' ସହ ଗତ ୧୦ ବର୍ଷ ମଧ୍ୟରେ ହକି ଇଣ୍ଡିଆ ପାଣ୍ଠିରୁ ବ୍ୟକ୍ତିଗତ କାର୍ଯ୍ୟରେ ବିନିଯୋଗ କରିଥିବା ସମସ୍ତ ଅର୍ଥକୁ ମଧ୍ୟ ତାଙ୍କୁ ଫେରାଇବାକୁ ପଡ଼ିପାରେ। ପୂର୍ବରୁ ହକି ଇଣ୍ଡିଆର କୌଣସି ପଦପଦବିରେ ନଥିଲେ ମଧ୍ୟ ବାତ୍ରା ଏହାର ପରିଚାଳନାରେ ହସ୍ତକ୍ଷେପ କରି ବିବାଦୀୟ ହୋଇଥିଲେ। ୧୯୭୫ ବିଶ୍ବକପ୍ ବିଜେତା ସଦସ୍ୟ ତଥା ଅଲିମ୍ପିଆନ୍ ଅସଲମ୍ ସେର୍ ଖାନଙ୍କ ସମେତ ବହୁ ପୂର୍ବତନ ଅଲିମ୍ପିଆନ୍ ତାଙ୍କୁ ଏଥିଲାଗି ତୀବ୍ର ସମାଲୋଚନା କରିଥିଲେ। ଖାନ୍ ମଧ୍ୟ ଏଥିଲାଗି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।
ହକି ଇଣ୍ଡିଆ ପରିଚଳନା ଲାଗି ୩ଜଣିଆ କମିଟି
ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ହକି ଇଣ୍ଡିଆ ପରିଚାଳନା ଲାଗି ତିନି ଜଣିଆ ପ୍ରଶାସକ ସମିତି ଗଠନ କରିଛନ୍ତି। ଏହି ସମିତିରେ ଏସ୍ୱାଇ କୁରେସି, ଅଲିମ୍ପିଆନ୍ ଜାଫର ଇକବାଲ ଏବଂ ଅବସରପ୍ରାପ୍ତ ବିଚାରପତି ଅନିଲ ଦାଭେ ସଦସ୍ୟ ରହିଛନ୍ତି। ହକି ଇଣ୍ଡିଆରୁ ଆଜୀବନ ସଭାପତି, ଆଜୀବନ ସଦସ୍ୟ ଭଳି ପଦକୁ ମଧ୍ୟ ଉଚ୍ଛେଦ କରିଛନ୍ତି ମାନ୍ୟବର ନ୍ୟାୟାଳୟ। ସେହିଭଳି ଜାତୀୟ କ୍ରୀଡ଼ା ସଂହିତା ଅନୁସାରେ ହକି ଇଣ୍ଡିଆର ସମ୍ବିଧାନ ସଂଶୋଧନ କରିବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ୨୦ ସପ୍ତାହର ସମୟ ଦେଇଛନ୍ତି। ଫଳରେ ହକି ଇଣ୍ଡିଆରେ ଆମୂଳଚୂଳ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ସମ୍ପ୍ରତି ବିଭିନ୍ନ ପଦ ପଦବିରେ ଥିବା ହକି ସଂଗଠକ ନିଜ ପଦ ହରାଇବା ମଧ୍ୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। | <urn:uuid:1c5db4eb-a1c0-4933-8e37-c2274cdc771a> | CC-MAIN-2022-27 | https://sambad.in/sports/batra-resigns-as-ioa-chairman-823722/ | 2022-06-26T10:44:27Z | s3://commoncrawl/crawl-data/CC-MAIN-2022-27/segments/1656103205617.12/warc/CC-MAIN-20220626101442-20220626131442-00693.warc.gz | ory | 0.999958 | Orya | 1 | {"ory_Orya_score": 0.9999582767486572} |
PFIର ଠିକଣା ଉପରେ NIAର ଚଢାଉ, କାଲି ୧୨ ଘଣ୍ଟିଆ ବନ୍ଦ ଡାକରା
PFIର ଠିକଣା ଉପରେ NIAର ଚଢାଉ, କାଲି ୧୨ ଘଣ୍ଟିଆ ବନ୍ଦ ଡାକରା
ଥିରୁଅନନ୍ତପୁରମ: ଗୁରୁବାର ସାରା କେରଳରେ PFI(Popular Front of India) କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । NIA(National Investigation Agency) ନେତୃତ୍ବରେ PFIର କର୍ଯ୍ୟାଳୟ, କର୍ମକର୍ତ୍ତାଙ୍କ ଘର ଓ ଏହି ସଂଗଠନ ସହ ଜଡ଼ିତ ଅନ୍ୟ ସ୍ଥାନଗୁଡ଼ିକ ଉପରେ ଅନେକ କେନ୍ଦ୍ରୀୟ ଏଜେନ୍ସି ଚଢ଼ାଉ କରିଥିଲେ । ଦେଶରେ ଆତଙ୍କୀ କାର୍ଯ୍ୟକଳାପକୁ ଏହି ସଂଗଠନ ସମର୍ଥନ କରୁଥିବା ଲିଡ୍ ପାଇବା ପରେ ଏହି ଚଢ଼ାଉ କରାଯାଇଛି । ଏହାକୁ ବିରୋଧ କରି ସାରା କେରଳରେ PFI କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର କେରଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି (PFI activists called 12 hour Bandh) ।
କେନ୍ଦ୍ରୀୟ ଏଜେନ୍ସି ଚଢ଼ାଉକୁ ବିରୋଧ କରି PFIର କର୍ମକର୍ତ୍ତା ଅନେକ ସ୍ଥାନରେ ରାଲି ବାହାର କରିଥିଲେ । ବିଶେଷ କରି ଯେଉଁ ସବୁ ସ୍ଥାନରେ ଚଢ଼ାଉ କରାଯାଇଛି ସେ ସବୁ ସ୍ଥାନକୁ ରାଲି କରାଯାଇଥିଲା । ଏହି ରାଲିରେ କେନ୍ଦ୍ରୀୟ ଏଜେନ୍ସି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜୀ କରାଯାଇଥିଲା । ସେପଟେ ଲଗାତାର ଚଢ଼ାଉ ପରେ ସେହି ସବୁ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଛି ।
କେନ୍ଦ୍ରୀୟ ଏଜେନ୍ସି ଦେଶରେ RSS ଏଜେଣ୍ଡା ଚଳାଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରୀୟ ଏଜେନ୍ସି । ଏହାକୁ ନେଇ ଶୁକ୍ରବାର କେରଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କେରଳର ରାଜଧାନୀ ଥିରୁଅନନ୍ତପୁରମ ସହ କୋଲ୍ଲାମ, କୋଟ୍ଟାୟାମ୍, ଏର୍ଣ୍ଣାକୁଲମ ଓ ଥ୍ରୀସୁର୍ରେ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିଥିଲା । ଏହାଛଡ଼ା ରାଜ୍ୟର ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।
ସୂତ୍ର ମୁତାବକ ୧୪ଟି କାର୍ଯ୍ୟାଳୟ ମୁଖ୍ୟଙ୍କୁ ଉଠାଇ ନେଇଛି NIA । ଏଥିରେ ରାଜ୍ୟ ଜିଲ୍ଲାର ପ୍ରତିନିଧି ସାମିଲ ରହିଛନ୍ତି । ପ୍ରଥମେ ଏହାକୁ ED ପକ୍ଷରୁ ଚଢ଼ାଉ ବୋଲି ଭାବିଥିଲେ PFI ପ୍ରତିନିଧି । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଚଢ଼ାଉ NIA ପକ୍ଷରୁ କରାଯାଉଥିବା ସ୍ପଷ୍ଟ ହୋଇଛି । ରାଜ୍ୟ ସଭାପତି ସିପି ମହମ୍ମଦ ବାଶିର, ଜାତୀୟ ଅଧ୍ୟକ୍ଷ ଓଏମ୍ଏ ସଲାମ, ଜାତୀୟ ସଚିବ ନାସିରୁଦ୍ଦିନ ଏଲାମରମ ଓ ଅନ୍ୟମାନଙ୍କୁ ଉଠାଇ ନେଇଛି NIA । NIA ହେପାଜତରେ ଥିବା ସମସ୍ତ ନେତାଙ୍କୁ କୋଚିସ୍ଥିତ କାର୍ଯ୍ୟାଳୟକୁ ଅଣାଯିବ । ଚଢ଼ାଉ ବେଳେ କେତେକେ ଦସ୍ତାବିଜ୍ ଜବତ ହୋଇଛି । ଏହି ସବୁ ଦସ୍ତାବିଜ୍ PFIର ବିଭିନ୍ନ ଅଭିଯାନ ପାଇଁ ବ୍ୟବହାର କରାଯାଉଥିଲା । ଏଥିରେ କୌଣସି ସନ୍ଦେହଜନକ ଦସ୍ତାବିଜ୍ ନଥିବା କଥା କହିଛନ୍ତି ପ୍ରଦର୍ଶନକାରୀ । | <urn:uuid:91c7ad20-ac98-4533-8503-e45eeec93e94> | CC-MAIN-2022-40 | https://www.etvbharat.com/oriya/odisha/bharat/pfi-activists-called-12-hour-bandh-for-nia-raids-in-kerala/or20220922214425339339628 | 2022-10-02T22:18:06Z | s3://commoncrawl/crawl-data/CC-MAIN-2022-40/segments/1664030337360.41/warc/CC-MAIN-20221002212623-20221003002623-00369.warc.gz | ory | 0.999972 | Orya | 1 | {"ory_Orya_score": 0.9999724626541138} |
ACSଙ୍କ ନିର୍ଦ୍ଦେଶ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଧାର୍ଯ୍ୟ ଲକ୍ଷ୍ୟ ଶୀଘ୍ର ପୂରଣ କର
ACSଙ୍କ ନିର୍ଦ୍ଦେଶ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଧାର୍ଯ୍ୟ ଲକ୍ଷ୍ୟ ଶୀଘ୍ର ପୂରଣ କର
ଭୁବନେଶ୍ବର: କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ବିଭିନ୍ନ କାର୍ଯ୍ୟକୁ ନିଷ୍ଠାର ସହ ସଂପାଦନ କର । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଭିସି ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହିତ ଅନୁଷ୍ଠିତ ବୈଠକରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
କଳାକାରମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ହିତାଧିକାରୀଙ୍କ ନାମ ତୁରନ୍ତ ପଠାଅ । ଚଳିତ ମାସ ଶେଷ ସୁଦ୍ଧା ଶୀଘ୍ର ଚୟନ କରି ବିଭାଗକୁ ପ୍ରେରଣ କରିବାକୁ ACS ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ହେଉଥିବା ଜିଲ୍ଲା ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀମାନେ ସାମିଲ ହେବା, ସ୍ଥାନୀୟ ଲୋକ କଳାକାରମାନଙ୍କୁ ଜିଲ୍ଲା ପ୍ରଶାସନର ସହଯୋଗରେ ରାଜ୍ୟ ସରକାରଙ୍କ ସୂଚନା, ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ସାମିଲ କରିବା ସହିତ ବିଭାଗରେ କାର୍ଯ୍ୟକାରୀ କରାଯାଇଥିବା କମ୍ପ୍ୟୁଟରୀକୃତ ସାସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ସଂସ୍କୃତି ଅଧିକାରୀମାନେ ଦାୟିତ୍ୱ ଏବଂ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଯୋଗ୍ୟ ଅଥଚ କୌଣସି କାରଣରୁ ସିଟିଏମଏସରେ ନାମ ପଞ୍ଜୀକରଣ କରିପାରିନଥିବା ନୂଆ ସାଂସ୍କୃତିକ ଦଳମାନଙ୍କର ପଞ୍ଜୀକରଣ ମାର୍ଚ୍ଚ ୧ ରୁ ୩୧ ତାରିଖ ମଧ୍ୟରେ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ ନିର୍ମାଣାଧିନ ସଂସ୍କୃତି ଭବନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ୭ ଦିନରେ ଥରେ ସଂସ୍କୃତି ଅଧିକାରୀମାନେ ନିର୍ମାଣସ୍ଥଳ ପରିଦର୍ଶନ କରିବେ । ରାଜ୍ୟରେ ଥିବା ୨୧୭ ଟି ସୁରକ୍ଷିତ ଐତିହ୍ୟ କୀର୍ତ୍ତିରାଜି ଗୁଡିକୁ ପରିଦର୍ଶନ କରି ଏହାର ଅଧିକ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକତା ସଂପର୍କରେ ପ୍ରସ୍ତାବ ଦେବେ । ବିଭିନ୍ନ ପାଠାଗାରରେ ପୁସ୍ତକ ପହଁଚିଛି କି ନାହିଁ ଅନୁଧ୍ୟାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ନିଷ୍ପତ୍ତି ହୋଇସାରିଥିବା ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ମହାପୁରୁଷ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଶୀଘ୍ର ସ୍ଥାନ ନିରୂପଣ କରାଯିବା, ଜିଲ୍ଲା ଗୁଡିକରେ ଥିବା ବରପୁତ୍ରମାନଙ୍କର ଜୟନ୍ତୀ ବା ଶ୍ରାଦ୍ଧୋତ୍ସବରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା, ମନ୍ମଥ-ମନୋଜ (ବାଲେଶ୍ୱର ଜିଲ୍ଲା) ସ୍ମାରକୀ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ନିୟମିତ ବୈଠକ କରାଯିବ । ଐତିହ୍ୟ ଗ୍ରାମ ଭାବେ ବିକଶିତ କରାଯାଉଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରି ଏହାର ବିକାଶ କାର୍ଯ୍ୟକୁ ତଦାରଖ କରିବାକୁ ସଂପୃକ୍ତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟର ଜ୍ଞାନ ଆହରଣ ବୃଦ୍ଧିକୁ ଗୁରୁତ୍ୱ ଦୃଷ୍ଟିରୁ ଯୁକ୍ତ ୨ ଏବଂ ୯ ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାହିତ୍ୟ ଚର୍ଚ୍ଚା କାର୍ଯ୍ୟକ୍ରମ (ସାହିତ୍ୟ ସଂପାନ) ଅନୁଷ୍ଠିତ ହେବ । ଏନେଇ ବୈଠକରେ ଆଲୋଚନା ହୋଇଛି ।
ଆସନ୍ତା ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ପଦକ୍ଷେପ ନିଆଯାଉଛି । ଜିଲ୍ଲାରେ ପରିବେଷଣ କରାଯିବାକୁ ଥିବା ଚଳଚ୍ଚିତ୍ର "ଦମନ"କୁ ସରକାରୀ କାର୍ଯ୍ୟ ନିର୍ଘଣ୍ଟ ସମୟ ବ୍ୟତିରେକ ପ୍ରଦର୍ଶନ ବ୍ୟବସ୍ଥା କରାଯିବା ଆଦି ସଂପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନେବା ସଂପର୍କରେ ବୈଠକରେ ପରାମର୍ଶ ଦିଆଯାଇଛି । ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର | <urn:uuid:7bf60a9a-7c3a-4461-a8f3-af5355db040b> | CC-MAIN-2022-49 | https://www.etvbharat.com/oriya/odisha/state/khurda/targets-set-by-the-chief-minister-artists-pension-scheme-by-early/or20221123225502555555589 | 2022-12-06T23:34:18Z | s3://commoncrawl/crawl-data/CC-MAIN-2022-49/segments/1669446711121.31/warc/CC-MAIN-20221206225143-20221207015143-00638.warc.gz | ory | 1.000005 | Orya | 1 | {"ory_Orya_score": 1.0000054836273193} |
ରକ୍ତଚନ୍ଦନ କାଠ ତସ୍କରୀ: ଓଡିଶା ଆସିବ ଆନ୍ଧ୍ର ପୋଲିସ ! ବନ ବିଭାଗ କହିଲା ଚୋରି ହୋଇନି ଖଣ୍ଡେ କାଠ
ରକ୍ତଚନ୍ଦନ କାଠ ତସ୍କରୀ: ଓଡିଶା ଆସିବ ଆନ୍ଧ୍ର ପୋଲିସ ! ବନ ବିଭାଗ କହିଲା ଚୋରି ହୋଇନି ଖଣ୍ଡେ କାଠ
ଗଜପତି: ଆନ୍ଧ୍ର ପ୍ରଦେଶରେ ଫିଲ୍ମ ଷ୍ଟାଇଲରେ ରକ୍ତ ଚନ୍ଦନ ଚାଲାଣ ମାମଲା । ଦୁଇ କୋଟି ମୂଲ୍ୟର 4 ହଜାର କିଲୋ ରକ୍ତ ଚନ୍ଦନ କାଠ ଚାଲାଣ ହୋଇଥିବା ସୂଚନା । ଏନେଇ ଗଜପତି ଜିଲ୍ଲାରୁ ଦୁଇଜଣଙ୍କୁ ଗିରଫ କରାଯାଇଛି । ତେବେ ସୂଚନା ଅନୁଯାୟୀ, ଆଜି ଗଜପତି ଜିଲ୍ଲା ବନ ବିଭାଗ ପକ୍ଷରୁ ଏକ ଟିମ୍ ସୀମାନ୍ତ ଆନ୍ଧ୍ର ଓ ଓଡ଼ିଶା ରେ ଥିବା ଲାବଣ୍ୟଗଡ ଓ ଗଣ୍ଡାହାତି ଅଞ୍ଚଳର ଚନ୍ଦନ ବଣରେ ରକ୍ତ ଚନ୍ଦନ ଗଛ ଗୁଡ଼ିକର ଯାଞ୍ଚ କରିଥିଲା । ତେବେ ତିତିଲି ବାତ୍ୟା ବେଳେ ଟଳିପଡ଼ିଥିବା ସମସ୍ତ ଚନ୍ଦନ ଗଛ କାଠ ସୁରକ୍ଷିତ ରହିଥିବା ଜଣାପଡିଛି । ଏଥିସହ ପୂର୍ବ ରେକର୍ଡ ଅନୁସାରେ ଗୋଟେ ବି କାଠ ଚାଲାଣ ହୋଇନଥିବା କହିଛି ବନ ବିଭାଗ । କିନ୍ତୁ ଆନ୍ଧ୍ର ପୋଲିସ ଆସିଲେ ଏ ବିଷୟ ତଦନ୍ତରେ ଓଡ଼ିଶା ବନ ବିଭାଗ ତରଫରୁ ସସସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ଡିଏଫ୍ଓ ।
ତେବେ ସୂଚନାଥାଉ କି, ଗଜପତି ଜିଲ୍ଲାର ଗଣ୍ଡାହାତୀ ଅଞ୍ଚଳରୁ ଦୁଇକୋଟିରୁ ଅଧିକ ଟଙ୍କାର ଚନ୍ଦନ କାଠ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଆନ୍ଧ୍ରର ଶ୍ରୀକାକୁଲମ୍ ପୁଲିସ ହାତରେ ଧରା ପଡିଥିଲେ ଚନ୍ଦନକାଠ ତସ୍କରୀ । କିଛି ରକ୍ତଚନ୍ଦନ ଗଣ୍ଡିକୁ ଧରି ବିଶାଖପାଟଣା ଅଭିମୁଖେ ଯାଉଥିବା 4ହଜାର 2କିଲୋ ଓଜନର ରକ୍ତ ଚନ୍ଦନ କାଠ ବୋଝେଇ ଟ୍ରକକୁ ଆନ୍ଧ୍ରର ଟେକ୍କାଲି ନିକଟରେ ଶ୍ରୀକାକୁଲମ୍ ପୁଲିସ୍ ଜବତ କରିଥିଲା । ରକ୍ତଚନ୍ଦନ ଗଣ୍ଡି ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୧ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାରେ ଅନ୍ୟ ୪ଜଣ ଏବେ ବି ଫେରାର୍ ଅଛନ୍ତି । ହଜାର ହଜାର ଗଛ ମଧ୍ୟରୁ ବର୍ତ୍ତମାନ ହାତଗଣତି କିଛି ଗଛକୁ ବାଦଦେଲେ ବଳକା ସବୁ ଗଛ ଚାଲାଣ ହୋଇସାରିଥିବା ଲୋକେ ଅଭିଯୋଗ କରିବା ସହ ବନବିଭାଗର ଦାୟିତ୍ବ ହୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଗଜପତିରୁ ଚନ୍ଦନ ଗଛ କଟାଯାଉଛି ଏବଂ ଟ୍ରକରେ ଲୋଡ ହୋଇ ଯାଉଛି ଆଉ ତାର ଟେର ପାଉନି ବନବିଭାଗ ।
ଓଡିଶାରୁ ରକ୍ତ ଚନ୍ଦନ ଭଳି ଦୁର୍ଲଭ ଗଛ ଚୋରି ହେବା ଦ୍ବାରା ଓଡ଼ିଶା ବଦନାମ ହେବା ସହ କୋଟି କୋଟି ଟଙ୍କାର ରଜସ୍ବ ହାନୀ ମଧ୍ୟ ହେଉଛି । ଏହି କାଠ ଯଦି ଓଡ଼ିଶାରେ ଜବତ ହୋଇଥିଲେ ଓଡ଼ିଶାରେ ରହିଥାନ୍ତା, କିନ୍ତୁ ତାହା ବର୍ତ୍ତମାନ ଆନ୍ଧ୍ରରେ ରହିବ । ତେଣୁ ଏହା ଓଡ଼ିଶାର କ୍ଷତି ବୋଲି ବୁଦ୍ଧିଜୀବିମାନେ କହିଛନ୍ତି ।
ଇଟିଭି ଭାରତ, ଗଜପତି | <urn:uuid:b5b83c68-edf7-4b1e-822b-5c5bd1661566> | CC-MAIN-2022-49 | https://www.etvbharat.com/oriya/odisha/state/gajapati/red-sandalwood-smuggling-racket-busted-case-dfo-visits-spot-in-gajapati/or20220909204432593593901 | 2022-12-06T00:51:23Z | s3://commoncrawl/crawl-data/CC-MAIN-2022-49/segments/1669446711064.71/warc/CC-MAIN-20221205232822-20221206022822-00549.warc.gz | ory | 0.999949 | Orya | 1 | {"ory_Orya_score": 0.9999487400054932} |
Wrestlers vs WFI : WFI ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ, ମେରୀକମଙ୍କ ନେତୃତ୍ବାଧୀନ କମିଟି କରିବ ତଦନ୍ତ
Wrestlers vs WFI : WFI ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ, ମେରୀକମଙ୍କ ନେତୃତ୍ବାଧୀନ କମିଟି କରିବ ତଦନ୍ତ
ହାଇଦ୍ରାବାଦ : ଭାରତର କିମ୍ବଦନ୍ତୀ ବକ୍ସର ମେରୀକମଙ୍କ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନ୍ୟସ୍ତ କରିଛି କ୍ରୀଡ଼ା ମନ୍ତ୍ରଣାଳୟ । ଭାରତୀୟ କୁସ୍ତି ମହାସଂଘର (WFI) ଅଧ୍ୟକ୍ଷ ବ୍ରୁଜ ଭୂଷଣ ସିଂହଙ୍କ ବିରୋଧରେ ଆସିଥିବା ଯୌନ ଅଭିଯୋଗ ମାମଲାର ଯାଞ୍ଚ ପାଇଁ ଏକ କମିଟି ଗଠନ ହୋଇଛି । ଏହି କମିଟିର ଅଧ୍ୟକ୍ଷତା କରିବେ ମେରୀକମ । WFI ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଏହି ସଙ୍ଗୀନ ଅଭିଯୋଗ ମାମଲା ପାଇଁ ପାଞ୍ଚ ଜଣିଆ ମନିଟରିଙ୍ଗ କମିଟି ଗଠନ କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ । ଏହି କମିଟିର ଅଧ୍ୟକ୍ଷା ରହିଛନ୍ତି ବକ୍ସର ମେରୀକମ ।
-
Boxer MC Mary Kom to head Oversight Committee for Wrestling Federation of India.— ANI (@ANI) January 23, 2023
Olympic medallist Yogeshwar Dutt, Dhyanchand awardee Trupti Murgunde, SAI member Radhica Sreeman and ex-CEO TOPS Cdr Rajesh Rajagopalan (Retd) also part of the committee pic.twitter.com/Dj1fUXP7LZ
ଏହି ପ୍ୟାନେଲରେ ଥିବା ଅନ୍ୟ ସଦସ୍ୟ ହେଲେ, ଅଲମ୍ପିକା ପଦକ ବିଜେତା କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ଏବଂ ମିଶନ ଅଲମ୍ପିକ ସେଲର ସଦସ୍ୟ ତୃପ୍ତି ମୁରଗୁଣ୍ଡେ, ଟୋପ୍ସକେ ପୂର୍ବ ସିଇଓ ରାଜଗୋପାଳନ ଏବଂ ଭାରତୀୟ ଖେଳ ପ୍ରାଧିକରଣର (SAI) ପୂର୍ବ କାର୍ଯ୍ୟକାରୀ ନିର୍ଦ୍ଦେଶକ ରାଧୀକା ଶ୍ରୀମାନ ମଧ୍ୟ ଏଥିରେ ସାମିଲ ରହିଛନ୍ତି । ଏହି ଗୁରୁତ୍ବପୂର୍ଣ୍ଣ କମିଟି ବାବଦରେ ସୋମାବାର କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ଏହି ଘଟଣା ବାବଦରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି "ଯେମିତି ମୁଁ ପୂର୍ବରୁ ଘୋଷଣା କରିଥିଲି ନିରିକ୍ଷଣ ସମିତି କେବଳ WFIର ପ୍ରତିଦିନ କାର୍ଯ୍ୟକୁ ତଦାରଖ କରିବ ନାହିଁ । ଏହା ସହିତ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ବାରା ଅଭିଯୋଗ ହୋଇଥିବା ଘଟଣାର ମଧ୍ୟ ତଦନ୍ତ କରିବ । କ୍ରୀଡା ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବ ।"
ସ୍ବର୍ଣ୍ଣ ପଦକ ବିଜେତା ତଥା ଭାରତୀୟ ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଭାରତୀୟ କୁସ୍ତି ମହାସଂଘ ଏବଂ ଏହାର ଅଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । କୁସ୍ତି ମହାସଂଘ ସଭାପତି ବ୍ରୁଜ ମୋହନ ସିଂ ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ସାମ୍ନାକୁ ଆସିବା ପରେ ଦିଲ୍ଲୀର ଜନ୍ତରମନ୍ତରରେ ଏକାଧିକ କୁସ୍ତିଯୋଦ୍ଧା ସଭାପତିଙ୍କ ବିରୋଧରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହା ଶୁକ୍ରବାର ବିଳମ୍ବିତ ରାତିରେ ପ୍ରତ୍ୟାହୃତ ହୋଇଥିଲା । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଦ୍ବିତୀୟ ଥର ଆଲୋଚନା ପରେ ବିରୋଧ ପ୍ରଦର୍ଶନ ବନ୍ଦ ହୋଇଛି । ବ୍ରୁଜ ଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗ ନେଇ ଏକ ଟିମ ଗଠନ କରାଯାଇ ଯାଞ୍ଚ୍ କରାଯିବ ବୋଲି କହିଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ।
ସେପଟେ ଉତ୍ତରପ୍ରଦେଶ ଅଯୋଧ୍ୟରେ ହେବାକୁ ଥିବା ଭାରତୀୟ କୁସ୍ତି ଫେଡେରେସନ ବୈଠକକୁ ସ୍ଥଗିତ ରଖାଯାଇଛି । ବିଜେପି ସାଂସଦ ଏବଂ କୁସ୍ତି ଫେଡେରସନର ଅଧ୍ୟକ୍ଷ ବ୍ରୁଜ ଭୂଷଣ ସିଂହ ଜାନୁଆରୀ ୨୨ ତାରିଖରେ AGM ବୈଠକ ଡକାଇଥିଲେ । ଏବେ ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ ଏହି ବେଠକ ବସିବ ନାହିଁ । | <urn:uuid:73def105-cd12-4686-8f77-805b74261183> | CC-MAIN-2023-06 | https://www.etvbharat.com/oriya/odisha/sports/other-sports/wrestlers-vs-wfi-mc-mary-kom-to-head-monitoring-committee-to-probe-allegations-against-wfi-president/or20230124065835472472328 | 2023-01-26T21:27:34Z | s3://commoncrawl/crawl-data/CC-MAIN-2023-06/segments/1674764494826.88/warc/CC-MAIN-20230126210844-20230127000844-00839.warc.gz | ory | 0.999996 | Orya | 1 | {"ory_Orya_score": 0.9999960660934448} |
ବିଧାନସଭା ଆଗରେ ଧାରଣା ଦେବାକୁ ବିଜେଡିର ପରାମର୍ଶ
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ପାଇଁ କେନ୍ଦ୍ରକୁ କହୁ ବିଜେପି
କୁଆଡେ ଗଲା ଉତ୍ପାଦନ ମୂଲ୍ୟର ଦେଢ ଗୁଣ ଦର ବୃଦ୍ଧି ପ୍ରତିଶ୍ରୁତି
ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ ନେଇ ପ୍ରଶ୍ନ ଉଠାଇଲା ବିଜେଡି
ଭୁବନେଶ୍ୱର : ଚାଷୀଙ୍କ ପାଇଁ ବିଧାନସଭା ଆଗରେ ଧାରଣା ଦେବାକୁ ବିଜେପି ଆଜି ଯେଉଁ ଘୋଷଣା କରିଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ଓଡିଶା ବିଧାନସଭା ସମ୍ମୁଖରେ ଧାରଣା ଦେବା ପରିବର୍ତ୍ତେ ସେମାନେ ପାର୍ଲାମେଌକ୍ଷଗ୍ଧ; ସମ୍ମୁଖରେ ଧାରଣା ଦେବା ଉଚିତ୍ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ବିଜେପି ଆଚରଣରୁ ଜଣାପଡୁଛି ସେମାନେ ବୋଧେ ଭୁଲିଯାଇଛନ୍ତି ଯେ କେନ୍ଦ୍ରରେ ସେମାନଙ୍କ ଦଳର ସରକାର ଅଛି ଓ ତାହା ଚାଷୀଙ୍କ ସରକାର ।
ବିଜେଡି ସାଂସଦ ଡକ୍ଟର ପାତ୍ର ଆଜି ଏଠାରେ କହିଛନ୍ତି ଯେ ଧାନ ସଂଗ୍ରହ ଠାରୁ ଆରମ୍ଭକରି ଚାଉଳ ଉଠାଇବା, ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ଏବଂ ଫସଲ ବୀମା ସମ୍ବନ୍ଧୀୟ ବିଷୟଗୁଡ଼ିକ ହେଉଛି କେନ୍ଦ୍ରର ଦାୟିତ୍ୱ । ସବୁଠାରୁ ଭଲ ହେବ ଯଦି ବିଜେପି ପାର୍ଲାମେଌକ୍ଷଗ୍ଧ; ସମ୍ମୁଖରେ ଏହି ଧାରଣା ଦେବା ସହିତ ନିଜ ସରକାରଙ୍କୁ ଚାଷୀ ବିରୋଧୀ ମନୋଭାବ ଛାଡିବାକୁ କହିବ ।
ସେହି ସମାନ ବିଜେପି ଦଳ ଏବଂ ଏହାର ବିଧାୟକମାନେ ସର୍ବସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଓଡିଶା ବିଧାନସଭାରେ ୨୦୧୮ ମସିହାରେ ଆସିଥିବା ସଙ୍କଳ୍ପକୁ ବିଜେଡି ଏବଂ କଂଗ୍ରେସର ସମସ୍ତ ବିଧାୟକ ସହିତ ସମର୍ଥନ କରିଥିଲେ । ପାର୍ଲାମେଌକ୍ଷଗ୍ଧ; ଆଗରେ ଧାରଣା ଦେବା ସହିତ କେନ୍ଦ୍ରରେ ଥିବା ତାଙ୍କର ସରକାରଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବଢାଇବାକୁ ବିଜେପି ଚାପ ସୃଷ୍ଟିକରୁ ବୋଲି ଡକ୍ଟର ପାତ୍ର କହିଛନ୍ତି ।
ସେହି ସମାନ ବିଜେପି ଦାବି କରିଥିଲା ଯେ ସେମାନେ କୃଷକଙ୍କ ଏମଏସ୍ପିକୁ ଉତ୍ପାଦନ ମୂଲ୍ୟର ୧.୫ ଗୁଣ ବୃଦ୍ଧି କରିବେ । ସେମାନେ ତାହା କଲେ ନାହିଁ । ସେହିଭଳି ଏହା ସେହି ସମାନ ବିଜେପି ଥିଲା ଯେଉଁମାନେ ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବେ ବୋଲି କହିଥିଲେ । ସେମାନେ ତାହା କଲେ କି? ନାଁ କଲେ ନାହିଁ ।
ବିଜେପି କାହାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି? ସାର ଅଭାବ ଠାରୁ ଆରମ୍ଭ କରି ଓଡିଶା ଚାଷୀଙ୍କର ଫସଲ ବୀମାକୁ ଅଟକାଇବା ପର୍ଯ୍ୟନ୍ତ ବିଜେପି ଚାଷୀ ବିରୋଧୀ କାର୍ଯ୍ୟକଳାପରେ ପାରଦର୍ଶୀତା ହାସଲ କରିଛି । ଓଡିଶାର କୃଷକମାନେ ବିଜେପିର ଚାଷୀ ବିରୋଧୀ ମନୋଭାବକୁ ଦେଖୁଛନ୍ତି । ବିଜେପି ଆଉ କୌଣସି ପ୍ରକାରେ ଓଡିଶାର ଚାଷୀଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି ।
ବିଧାନସଭା ଆଗରେ ଧାରଣା ଦେବାକୁ ବିଜେଡିର ପରାମର୍ଶ | <urn:uuid:9000afe6-0f47-4f06-b784-c1bd6e1b7ca6> | CC-MAIN-2023-06 | https://www.swadhikar.in/latest/bjd-66/ | 2023-02-08T11:51:46Z | s3://commoncrawl/crawl-data/CC-MAIN-2023-06/segments/1674764500758.20/warc/CC-MAIN-20230208092053-20230208122053-00879.warc.gz | ory | 1.000001 | Orya | 1 | {"ory_Orya_score": 1.0000005960464478} |
ସ୍ତ୍ରୀର ପ୍ରେମିକକୁ ଖଣ୍ଡ ଖଣ୍ଡ କରି ଅଳିଆ ଗଦାରେ ଫିଙ୍ଗିଲା ସ୍ବାମୀ
ସ୍ତ୍ରୀର ପ୍ରେମିକକୁ ଖଣ୍ଡ ଖଣ୍ଡ କରି ଅଳିଆ ଗଦାରେ ଫିଙ୍ଗିଲା ସ୍ବାମୀ
ଲକ୍ଷ୍ନୌ: ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀର ପ୍ରେମିକକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେଲା ସ୍ବାମୀ । ଏହାପରେ ଶରୀରର ବିଭିନ୍ନ ଅଂଶବିଶେଷକୁ ବ୍ୟାଗରେ ଭର୍ତ୍ତି କରି ଅଳିଆ ଗଦାରେ ଫିଙ୍ଗିଦେଲା । ଉତ୍ତରପ୍ରଦେଶ ଗାଜିଆବାଦରୁ ଏଭଳି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଶନିବାର ଦିନ ପୋଲିସ ପ୍ରେମିକର ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ କରିବା ପରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି । ମୃତକ ୨୬ ବର୍ଷୀୟ ଅକ୍ଷୟ । ତାଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ସେ ଗାଜିଆବାଦରେ ଭଡାରେ ରହିଆସୁଥିବା ଜଣାପଡିଛି ।
ସୂଚନା ମୁତାବକ, ମୀଲାଲ ପ୍ରଜାପତି ନାମକ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଭିଆଇଛି । ମୀଲାଲା ନିଜ ପତ୍ନୀ ଓ ଝିଅ ସହ ଗାଜିଆବାଦରେ ରହୁଥିଲା । ଏହି ସମୟରେ ସେଠାରେ ରହୁଥିବା ଅକ୍ଷୟଙ୍କ ସହ ତାଙ୍କ ପତ୍ନୀଙ୍କ ଅନୈତିକ ସମ୍ପର୍କ ଥିବା ସେ ସନ୍ଦେହ କରିଥିଲା । ପର ପୁରୁଷ ସହ ନିଜ ସ୍ତ୍ରୀର ପ୍ରେମ ସମ୍ପର୍କକୁ ମୀଲାଲ ସହ୍ୟ କରିପାରିନଥିଲା । ତେଣୁ ସେ ଅକ୍ଷୟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ଦିନେ ମୀଲାଲଙ୍କ ଅନୁପସ୍ଥିତିରେ ଅକ୍ଷୟ ତାଙ୍କ ଘରକୁ ଆସିଥିଲେ ଓ ଚା' ପାଇଁ କହିଥିଲେ । ମୀଲାଲଙ୍କ ପତ୍ନୀ ଚା' ତିଆରି କରୁଥିବା ସମୟରେ କୌଣସିମତେ ଗରମ ଚା' ତାଙ୍କ କୁନି ଝିଅ ପାଦରେ ପଡି ଯାଇଥିଲା ।
ମୀଲାଲ ଘରକୁ ଫେରି ଝିଅକୁ ହସ୍ପିଟାଲକୁ ନେଇଥିଲା ଏବଂ ରାଗରେ ଜର୍ଜରିତ ହୋଇ ସେହି ଠାରୁ ଅକ୍ଷୟଙ୍କୁ ମାରିବାକୁ ଯୋଜନା ତିଆରି କରିଥିଲା । ଏହାପରେ ଘର କାମରେ ସାହାଯ୍ୟ କରିବା ଆଳରେ ସେ ଅକ୍ଷୟଙ୍କୁ ଘରକୁ ଡକାଇଥିଲା । ଯୁବକ ଘରକୁ ଆସିବା ପରେ ମୀଲାଲ ତାଙ୍କର ଗଳାକାଟି ହତ୍ୟା କରିଥିଲା ଏବଂ ପ୍ରମାଣ ଲୁଚାଇବାକୁ ଯାଇ ମୃତଦେହକୁ କାଟି ୬ରୁ ଅଧିକ ଖଣ୍ଡ କରିଦେଇଥିଲା । ଏହାପରେ ଶରୀରର ଅଂଶବିଶେଷ ଗୁଡିକ ଏକ ବ୍ୟାଗରେ ଭର୍ତ୍ତି କରି ପାଖ ଅଳିଆ ଗଦାରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ ।
ସେହି ବାଟ ଦେଇ ଯାଉଥିବା ବେଳେ କିଛି ଲୋକ ଅଳିଆ ଗଦାରେ ଏହି ଖଣ୍ଡ ବିଖଣ୍ଡିତ ମୃତଦେହକୁ ଦେଖିବାକୁ ପାଇଥିଲେ । ସେମାନଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମାମଲାର ଛାନଭିନରୁ ସ୍ତ୍ରୀର ଅନୈତିକ ସମ୍ପର୍କ ସନ୍ଦେହରେ ମୀଲାଲ ପ୍ରଜାପତି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଥିଲା । ଏହାପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିନେଇଛି । | <urn:uuid:c841be13-59e9-4dbc-b8f5-36f1e62fdc66> | CC-MAIN-2023-06 | https://www.etvbharat.com/oriya/odisha/bharat/up-man-kills-lover-of-wife-hides-chopped-up-body-at-garbage-dump/or20230122085414964964937 | 2023-02-03T06:02:54Z | s3://commoncrawl/crawl-data/CC-MAIN-2023-06/segments/1674764500044.16/warc/CC-MAIN-20230203055519-20230203085519-00319.warc.gz | ory | 1.000008 | Orya | 1 | {"ory_Orya_score": 1.0000078678131104} |
ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଣୁ ସରକାରଙ୍କ ତରଫରୁ ୨୧ ଦିନର ଲକଡାଉନ ଲାଗୁ କରାଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନିଜେ ରବିବାର ମନ୍ କି ବାତ କରିଥିଲେ। ଏଥିରେ ସେ କରୋନା ଭାଇରସକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସେ ଲୋକଙ୍କୁ ଘରେ ଯୋଗ କରିବାକୁ କହିବା ସହ ଏହାର ଭିଡିଓ ମଧ୍ୟ ସେୟାର କରିବାକୁ କହିଛନ୍ତି। ସୋମବାର ସକାଳେ ମୋଦି ଟ୍ୱିଟରେ କିଛି ଭିଡିଓ ଅପଲୋଡ କରିଛନ୍ତି। ଏଥିରେ ଭିନ୍ନ ଭିନ୍ନ ଯୋଗ ବିଷୟରେ କୁହାଯାଇଛି।
During yesterday's #MannKiBaat, someone asked me about my fitness routine during this time. Hence, thought of sharing these Yoga videos. I hope you also begin practising Yoga regularly. https://t.co/Ptzxb7R8dN
— Narendra Modi (@narendramodi) March 30, 2020
ଟ୍ୱିଟରେ ମୋଦି ଲେଖିଛନ୍ତି କାଲି ମନ୍ କି ବାତ ବେଳେ କେହି ଜଣେ ମତେ ମୋ ଫିଟନେସ ରୁଟିନ୍ ପଚାରିଥିଲେ। ଏଣୁ ଟ୍ୱିଟରରେ ଯୋଗ ଭିଡିଓ ସେୟାର କରିବାକୁ ମୋ ଇଚ୍ଛା ହେଲା। ଆଶା କରୁଛି ଆପଣ ମଧ୍ୟ ପ୍ରତିଦିନ ଯୋଗ କରିବେ।
I am neither a fitness expert nor a medical expert. Practising Yoga has been an integral part of my life for many years and I have found it beneficial. I am sure many of you also have other ways of remaining fit, which you also must share with others.
— Narendra Modi (@narendramodi) March 30, 2020
ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ମୁଁ ଫିଟନେସ ଏକ୍ସପର୍ଟ ନୁହେଁ କି ମେଡିକାଲ ଏକ୍ସପର୍ଟ ନୁହେଁ। କିନ୍ତୁ ଯୋଗ ତାଙ୍କ ଜୀବନରେ ବହୁ ପୂର୍ବରୁ ରହିଛି, ଯେଉଁଥିରୁ ସେ ଖୁବ ଲାଭ ପାଉଛନ୍ତି। ଏଣୁ ସମସ୍ତଙ୍କୁ ସେ ଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। | <urn:uuid:d4bc0634-d3ff-4170-ba96-9ec629891a27> | CC-MAIN-2023-14 | https://knewsodisha.com/nation-and-world/what-is-modi-doing-in-lockdown-pm-shared-3d-videos-of-yoga-202421 | 2023-03-23T14:51:31Z | s3://commoncrawl/crawl-data/CC-MAIN-2023-14/segments/1679296945168.36/warc/CC-MAIN-20230323132026-20230323162026-00302.warc.gz | ory | 0.998976 | Orya | 1 | {"ory_Orya_score": 0.9989757537841797} |
Odisha State Board CHSE Odisha Class 11 Invitation to English 4 Solutions Grammar Additional Questions Textbook Activity Questions and Answers.
CHSE Odisha 11th Class English Grammar Translation
Translate the following passages into English.
Passage – 1
ସୀତା: ତୁମେ ବଜାରରୁ କ'ଣ ସବୁ କିଣିଲ ?
ଗୀତା: ମୁଁ ଗୋଟିଏ ବୋତଲ କ୍ଷୀର, ଏକ ପୁଡ଼ିଆ ଲୁଗାସଫା ପାଉଡ଼ର ଓ ଗୋଟିଏ ଦାନ୍ତଘଷା ପେଷ୍ଟ କିଣିଲି ।
ସୀତା: ଆଉ ମୁଁ ଯେଉଁ ଚକୋଲେଟ କିଣିବାପାଇଁ କହିଥିଲି ?
ଗୀତା: ମୁଁ ଦୁଃଖ । ପୁରାପୁରି ଭୁଲିଗଲି ।
Answer:
Sita : What did you buy in the market?
Rama : I bought a bottle of milk, a packet of washing powde and a tooth paste.
Sita : What aboUt the bar of chocolate I asked you to buy?
Rama : I am sorry. I completely forgot.
Passage – 2
ମୋର ବନ୍ଧୁ ଗୋଟିଏ ଦୂର ଗାଁର ଶେଷ ମୁଣ୍ଡରେ ଏକ ଛୋଟ ଘରେ ବାସ କରନ୍ତି । ସେ ଘରର ପଛପଟେ ଗୋଟିଏ ସୁନ୍ଦର ବଗିଚା ଅଛି ।ସେ ବଗିଚାରେ ଅନେକ ଦୁର୍ଲଭ ଔଷଧ୍ୟ ଗଛ ଅଛି । ତାଙ୍କ ଘର ସାମନାରେ ଜଣେ ବୈଦ୍ୟ ରହନ୍ତି । ସେ ଏହି ଔଷଧ ଗଛରୁ ଔଷଧ ପ୍ରସ୍ତୁତ କରନ୍ତି ।
Answer:
My friend lives in a small house at the end of a distant village. There is a beautiful garden behind that house. There are many rare medicinal plants in that garden. There lives a doctor in front of his house. He prepares medicine from these medicinal plants.
Passage – 3
ଆଜି ସକାଳେ ମୋର ବନ୍ଧୁ ଏକ ଦୁର୍ଘଟଣା ଦେଖିଲେ । ଗୋଟିଏ ଆଲୋକ ସ୍ତମ୍ଭରେ ଗୋଟିଏ ଟ୍ରକ ବାଡ଼େଇ ହୋଇଗଲା । ଟ୍ରକ ଚାଳକ ଆହତ ହୋଇନଥିଲେ । କିନ୍ତୁ ଟ୍ରକଟି ବହୁତ କ୍ଷତିଗ୍ରସ୍ତ ହୋଇଥିଲା । ସେ ଜାଗାରେ ବହୁତ ଲୋକ ଜମା ହୋଇଥିଲେ । ପୋଲିସ ଆସିବା ଦେଖୁ ସମସ୍ତେ ପଳାଇଗଲେ ।
Answer:
Today morning my friend witnesses an accident. A truck crashed against a lamp post. The truck driver was not injured. But the truck was badly damaged. Many people had gathered on that spot. On seeing the police, they all fled away.
Passage – 4
ଶିକ୍ଷକ ଶ୍ରେଣୀଗୃହରେ ପ୍ରବେଶ କଲେ ଓ ତାଙ୍କ ଟେବୁଲ ପାଖକୁ ଗଲେ । ତାଙ୍କ ବାମ ହାତରେ ଗୋଟିଏ ଡଷ୍ଟର ଓ ଡାହାଣ ହାତରେ ଗୋଟିଏ ବହି ଥିଲା । ତା'ପରେ ସେ କଳାପଟାକୁ ସଫା କଲେ ଓ ସେ ବହିରୁ ଗୋଟିଏ ଅନୁଚ୍ଛେଦ ଲେଖିଲେ । ଆମକୁ ସେ ଅନୁଚ୍ଛେଦକୁ ଇଂରାଜୀରେ ଭାଷାନ୍ତର କରିବାକୁ କହିଲେ । ସେ ଅନୁଚ୍ଛେଦଟି ଭାଷାନ୍ତର କରିବା ସହଜ ନ ଥିଲା ।
Answer:
The teacher entered into the classroom and went to the table. He held a duster in his left hand and a book in his right hand. Then he cleaned the blackboard and started writing a passage from the book. He asked us to translate that passage in to English. It was not easy to translate the passage.
Passage – 5
ଚା ତିଆରି କରିବାପାଇଁ ଗୋଟିଏ ସସ୍ପ୍ୟାନ୍ରେ କିଛି ପାଣି, କିଛି କ୍ଷୀର ଓ ଅଳ୍ପକିଛି ଚା' ନେବା ଆବଶ୍ୟକ । ସେ ସବୁକୁ ଭଲରୂପେ ଫୁଟାଇବା ଦରକାର । ଗୋଟିଏ ଚା' ଛଣାଦ୍ଵାରା ଚା'କୁ ଛାଣିବା ଦରକାର । ସେଥିରେ ସ୍ଵାଦ ମୁତାବକ ଚିନି ମିଶାଇବା ଆବଶ୍ୟକ । ଗୋଟିଏ କପରେ କିଛି ଚା ଓ ଗୋଟିଏ ପିଆଲାରେ କିଛି ବିସ୍କୁଟ ନେଇ ଅତିଥିଙ୍କୁ ଦିଅନ୍ତି । ସେ ଖୁସି ହେବେ ।
Answer:
In order to prepare tea, it is necessary to put some water, some milk and a little tea in a saucepan. They need to be boiled well. Tea needs filtration with a strainer. It is necessary to mix sugar with that according to one's taste. Give your guest a cup of tea and a few biscuits on a plate. He will be glad.
Passage – 6
ଗୋଟିଏ ସୋଲଠିପି ଭିତରେ ଗୋଟିଏ ଲୁହାଛଡ଼ ଭର୍ତ୍ତି କର । ସେଇ ସୋଲଠିପିରେ ଦୁଇଟି ପିକଣ୍ଟା ମଧ୍ୟ ଭର୍ତ୍ତି କର । ଦୁଇଟି ଗିଲାସକୁ ଓଲଟାଇ ରଖ । ତା' ଉପରେ ଆଉ ଗୋଟିଏ ଲୁହାଛଡ଼ ରଖ । ସୋଲଠିପିକୁ ଦ୍ଵିତୀୟ ଛଡ଼ ଉପରେ ସତର୍କତାର ସହ ରଖ । ପ୍ରଥମ ଲୁହାଛଡ଼ଟି ଠିପିର ଉଭୟ ପାର୍ଶ୍ଵରେ ସମତୁଲ ରହିବା ଦରକାର । ଗୋଟିଏ ମହମବତୀ ଜାଳ । ତା' ଦ୍ଵାରା ପ୍ରଥମ ଲୁହାଛଡ଼ର ଗୋଟିଏ ପାର୍ଶ୍ଵକୁ ଗରମ କର । ମହମବତୀର ଉତ୍ତାପ ଯୋଗୁଁ ଲୁହାଛଡ଼ର ସମ୍ପ୍ରସାରଣ ହେବ । ସୋଲଠିପିଟି ଗୋଟିଏ ପାର୍ଶ୍ଵକୁ ଢଳିପଡ଼ିବ । ଏଥୁରୁ ଆମେ ଜାଣିପାରୁଛୁ ଯେ ଧାତବ ପଦାର୍ଥ ଉତ୍ତାପ ଯୋଗୁଁ ସମ୍ପ୍ରସାରିତ ହୁଏ ।
Answer:
Push an iron rod through a cork. Put two pins into that cork too. Put two glasses upside down. Keep another iron rod on it. Keep that cork carefully on the second rod. The first iron rod needs to be kept in balance on both sides of the cork. Bum a candle. Heat one side of the first iron rod with it. The iron rod will expand as a result of the candle's heat. That cork will lean towards one side. From this we know that heat makes a metal expand.
Passage – 7
ଆମେ ଶୁକ୍ରଗ୍ରହକୁ ସନ୍ଧ୍ୟାତାରା ବା କୁଆଁତାରା ରୂପେ ଜାଣୁ । କିନ୍ତୁ ଏହା ଏକ ତାରା ନୁହେଁ । ଏହା ସୌରମଣ୍ଡଳର ଏକ ଗ୍ରହ । ପୃଥିବୀ ଅପେକ୍ଷା ଶୁକ୍ରଗ୍ରହ ସୂର୍ଯ୍ୟର ନିକଟତର । କେତେକ ବୈଜ୍ଞାନିକ ବିଶ୍ଵାସ କରନ୍ତି ଯେ ଶୁକ୍ରଗ୍ରହ ଏକ ପ୍ରକାଣ୍ଡ ମରୁଭୂମି । କିନ୍ତୁ ଅନ୍ୟମାନେ ଭାବନ୍ତି ଯେ ଏହା ପାଣି ଓ ଜଳୀୟବାଷ୍ପରେ ପୂର୍ଣ୍ଣ ।
Answer:
We know the planet Venus as the evening star or the morning star. But this is not a star. This is a planet of the solar system. The planet Venus is nearer to the sun than the earth. Some scientists believe that the planet Venus is a vast desert. But others think that it is full of water and water vapor.
Passage – 8
ମୁଁ ସବୁଦିନ ସକାଳ ୫ଟାରେ ଶଯ୍ୟା ତ୍ୟାଗ କରେ । ସକାଳେ ତିନିଘଣ୍ଟା ପଢ଼େ । ୧୦ଟାବେଳେ କଲେଜକୁ ଯାଏ । କଲେଜରୁ ଫେରି ଜଳଖୁଆ ଖାଏ ଓ ଫୁଟବଲ୍ ଖେଳିବାକୁ ଯାଏ । ସନ୍ଧ୍ୟାବେଳେ ଚାରିଘଣ୍ଟା ପଢ଼େ । ଆଜିକାଲି ମୋର ସାଙ୍ଗ ମାନେ ଫୁଟବଲ୍ ଖେଳୁ ନାହାନ୍ତି । ତେଣୁ ମୁଁ କ୍ରିକେଟ୍ ଖେଳୁଛି । ଆପଣମାନେ ଜାରିଥିବେ, କ୍ରିକେଟ୍ ଭାରତର ସବୁଠାରୁ ଲୋକପ୍ରିୟ ଖେଳ ।
Answer:
I get up every day at 5 in the morning. I read for three hours in the morning. I go to college at 10. Returning from college, I take tiffin and go to play football. I read for four hours in the evening. Nowadays, my friends are not playing football. So I am playing cricket. You know cricket is the most popular game of India.
Passage – 9
ଏ ବର୍ଷ ମୁଁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଇଂରାଜୀ ପଢୁଛି । ଗୋଟିଏ ଘରୋଇ ଗ୍ରନ୍ଥାଗାରରେ ମୁଁ ସାମୟିକ ଭାବରେ କାମ କରୁଛି । ଭାଗ୍ୟବଶତଃ ମୁଁ ଏହି ଚାକିରୀଟି ପାଇଛି । ମୋତେ ସକାଳୁ ଉଠିବାକୁ ପଡ଼ୁଛି । ଗ୍ରନ୍ଥାଗାର ୧୦ଟାବେଳେ ଖୋଲେ ସ ୭ଟା ବେଳେ ବନ୍ଦ ହୁଏ । କିନ୍ତୁ ମୁଁ ୩ଟାରୁ ୭ଟା ପର୍ଯ୍ୟନ୍ତ କାମ କରେ । କାମଟି ଆମୋଦଦାୟକ, କାରଣ ଲୋକମାନେ ମୋ ପାଖକୁ ଆସନ୍ତି ଓ ମୋର ସାହାଯ୍ୟ ମାଗନ୍ତି । ତେଣୁ ମୁଁ ବିଭିନ୍ନ ବିଷୟରେ ବହୁତ କଥା ଶିଖୁଛି । ବହିରେ ଚିହ୍ନ ଦେବାପାଇଁ ଲୋକମାନେ ଅଦ୍ଭୁତ ଜିନିଷସବୁ ବ୍ୟବହାର କରନ୍ତି । ଥରେ ମୁଁ ଗୋଟିଏ ଫଟୋ ପାଇଥିଲି । ତା ପଛରେ ଲେଖାଥିଲା, 'ମୁଁ ତୁମକୁ ଭଲପାଏ ।''
Answer:
This year I am reading English at Delhi University. I am doing a part-time job in a private library. Fortunately, I have got this job. I have to get up in the morning. The library opens at 10 and closes at 7. But I work from 3 to 7. The work is interesting because people come to me and ask me to help. So I am learning a lot about different subjects. People use strange things as bookmarks. Once I found a photograph. On its back were the words, "I love you".
Passage – 10
ବହୁତ କାମ କରିବାକୁ ବାପା ମୋତେ କହିଥିଲେ । ମୁଁ ମୋର ଘରପାଠ୍ୟ ସାରିଦେଇଛି । ବଜାରରୁ ପରିବା କିଣି ଆଣିଛି । ଆଜିକାର ଖବରକାଗଜ ପଢ଼ିସାରିଛି । କିନ୍ତୁ ସ୍କୁଟରକୁ ଏ ପର୍ଯ୍ୟନ୍ତ ଧୋଇନାହିଁ । ଆଉ ବଗିଚାର ଗଛଗୁଡ଼ିକରେ ପାଣି ଦେଇନାହିଁ ।
Answer:
Father told me to do a lot of work. I have finished my homework. I have bought vegetables from the market. I have read today's newspaper. But I have not washed my scooter yet. I have also not watered the plants in the garden.
Passage – 11
ମଧୁ ମୋର ପୁରାତନ ବନ୍ଧୁ । କାଲି ରେଳଷ୍ଟେସନରେ ହଠାତ୍ ତା ସହ ଦେଖା ହେଲା । ଗତ ପାଞ୍ଚବର୍ଷ ଧରି ମୁଁ ତାକୁ ଦେଖୁ ନ ଥିଲି । ତା'ର ବହୁତ ପରିବର୍ତ୍ତନ ହୋଇଯାଇଛି । ସେ ବହୁତ ଡେଙ୍ଗା ହୋଇଯାଇଛି । ତା'ର ସ୍ଵର ଗମ୍ଭୀର ହୋଇଯାଇଛି । ସେ ଆଜିକାଲି ପ୍ରାଞ୍ଜଳ ଭାବରେ ଇଂରାଜୀ କହୁଛି । ତା'ର ବ୍ୟକ୍ତିତ୍ଵ ଉନ୍ନତ ହୋଇଯାଇଛି । ଏବେ ସେ ପାଖ ସହରରେ ପାଠ ପଢୁଛି ।
Answer:
Madhu is my old friend. I met him suddenly at the railway station yesterday. I had not seen him for the last five years. He has changed a lot. He has become very tall. His voice has become grave. Nowadays, he speaks English fluently. His personality. has developed. Now he is reading in a nearby town.
Passage – 12
ତୁମେ : ହଇରେ, ତୁମ କେବେ ଘୋଡ଼ା ଚଢ଼ିଛୁ ?
ମଧୁ : ହଁ ଚଢ଼ିଛି ।
ତୁମେ: ତୁ କେବେ ଚଢ଼ିଲୁ ?
ମଧୁ : ଗତ ଖରା ଛୁଟିରେ ।
ତୁମେ : କେମିତି ଲାଗିଲା ?
ମଧୁ : ଭୟଙ୍କର ଲାଗିଲା ।
ତୁମେ : କାହିଁକି ? କ'ଣ ହେଲା କି ?
ମଧୁ : ମୁଁ ଘୋଡ଼ା ଉପରୁ ଖସି ପଡ଼ିଲି ।
Answer:
You : Hello, have you ever ridden a horse?
Madhu : Yes, I have.
You : When did you ride?
Madhu : I rode one last summer.
You : What was it like?
Madhu : Oh, it was terrible.
You : Why? What happened?
Madhu : I fell off the horse.
Passage – 13
ଆମେ କାଲି ଅନୀଲର ଘରକୁ ଯାଇଥିଲୁ । ତା ଦ୍ୱାରରେ ଠକ୍ ଠକ୍ କଲୁ କିନ୍ତୁ କୌଣସି ଉତ୍ତର ପାଇଲୁ ନାହିଁ । କେହି ଦ୍ଵାର ଖୋଲିଲେ ନାହିଁ କି କାହାର ସ୍ଵର ଶୁଭୁ ନ ଥିଲା । ବୋଧହୁଏ ସେ ବାହାରକୁ ଯାଇଥିଲା କିମ୍ବା ଆମକୁ ସାକ୍ଷାତ କରିବାକୁ ଚାହୁଁ ନ ଥିଲା । ଆଗରୁ ସେ ବହୁତ ମେଳାପୀ ଥିଲା । ତା'ର କ'ଣ ହୋଇଛି କି ?
Answer:
We went to Anil's house yesterday. We knocked at his door but we didn't get any response. Nobody opened the door nor spoke anything. He either had gone out or did not want to meet us. He was very sociable before. What has happened to him?
Passage – 14
ଆମେ ଗାଁରେ ଅବୋଲକରା ନାମରେ ଗୋଟିଏ ଭିକାରୀ ଅଛି । ଗତକାଲି ସେ ଆମ ଦୁଆର ବାଡ଼େଇଲା । ବକତେ ଖାଇବାକୁ ମାଗିଲା । ତା' ବଦଳରେ ସେ ନାଚିଲା ଓ ଗୀତଟିଏ ଗାଇଲା । ମୁଁ ତାକୁ ବକତେ ଖାଇବାକୁ ଦେଲି । ଖାଇବା ଶେଷରେ ସେ ଗୋଟିଏ ରସଗୋଲା ମାଗିଲା । ସେ କହିଲା ଯେ ସେ ଦିନ ତା'ର ଜନ୍ମଦିନ । ସେ ମାସକୁ ଥରେ ପ୍ରତ୍ୟେକ ଘରକୁ ବୁଲି ଆସେ । ସବୁଦିନ ତା'ର ଜନ୍ମଦିନ ଥାଏ ।
Answer:
There is a beggar Abolkara by name in our village. He banged our door yesterday. He asked us for a meal. He danced and sang a song in return for this. I offered him a meal. He asked for a rasgola after the meal. He said that that day was his birthday. He calls at every house once a month. His birthday comes every day.
Passage – 15
ମା : ତୁମେ ଆର ମାସରେ ଷ୍ଟଡିଟୁର ଯାଉଛ କି ?
ସୁରଭି : ହଁ ମା, ଆମେ ଦାର୍ଜିଲିଂ ଯାଉଛୁ ।
ମା : ତୁମ ସାଥ୍ରେ ଆଉ କିଏ ଯାଉଛନ୍ତି ?
ସୁରଭି : ମୋ ସାଥ୍ରେ ସାଙ୍ଗମାନେ ଓ ଶିକ୍ଷକମାନେ ଯାଉଛନ୍ତି ।
ମା : ତୁମେ ଦାର୍ଜିଲିଂ କିପରି ଯିବ ?
ସୁରଭି : ଆମେ ବସ୍ରେ ଯିବୁ।
ମା : ତୁମେ ସେଠାରେ କେଉଁଠି ରହିବ ?
ସୁରଭି : ହୋଟେଲରେ ।
Answer:
Mother : Are you going on the studio next month ?
Surabhi : Yes mother, we are going to Darjling.
Mother : Who else are going with you ?
Surabhi : Friends and teachers are accompanying me.
Mother : How will you go to Darjleeng ?
Surabhi : We shall go by bus.
Mother : Where will you stay there ?
Surabhi : We shall stay at the hotel.
Passage – 16
ମନ୍ତ୍ରୀ : ଆଗାମୀ ସପ୍ତାହରେ ମୋ ଗସ୍ତର କାର୍ଯ୍ୟସୂଚୀ ଠିକ୍ କରିଛ ?
ବ୍ୟକ୍ତିଗତ ସଚିବ : ହଁ ଆଜ୍ଞା, ସୋମବାର ୭ଟାବେଳେ ଆପଣ ସମ୍ବଲପୁର ଯିବାପାଇଁ ବାହାରିବେ ।
ମନ୍ତ୍ରୀ : ସମ୍ବଲପୁରରେ କେତେବେଳେ ପହଞ୍ଚିବି ?
ବ୍ୟକ୍ତିଗତ ସଚିବ : ଆପଣ ୧୧ଟାବେଳେ ପହଞ୍ଚେ । ବାଟରେ ଅନୁଗୁଳଠାରେ କିଛି ସମୟପାଇଁ ଅଟକିବେ । ସମ୍ବଲପୁରରେ ମଧ୍ୟାହ୍ନ ଭୋଜନ ସରିଲାପରେ ଆପଣଙ୍କ ସହ କମିଶନର ଦେଖା କରିବେ ଓ କେତେକ ସମସ୍ୟା ବିଷୟରେ ଆଲୋଚନା କରିବେ ।
ମନ୍ତ୍ରୀ : ମୁଁ ସମ୍ବଲପୁରରେ କେଉଁଠି ରହିବି ?
ବ୍ୟକ୍ତିଗତ ସଚିବ : ହୀରାକୁଦ ବନ୍ଧ ପାଖରେ ଥିବା ଅତିଥ୍ଭବନ ଆପଣଙ୍କପାଇଁ ସଂରକ୍ଷିତ ହୋଇଛି । ତା' ପରଦିନ ସକାଳ ୮ଟାରେ ଆପଣ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିବେ । କମିଶନର ଆପଣଙ୍କ ସାଥ୍ରେ ଯିବେ ।
Answer:
Minister : Have you drawn up my tour programme for the next week ?
Personal Secretary : Yes, sir. You leave for Sambalpur at 7.00 a.m. on Monday morning.
Minister : When do I get there ?
Personal Secretary: You reach Sambalpur at 11 a.m. You halt at Angul for a few minutes on the way. Then, after lunch, you meet the commissioner for a discussion on some problems.
Minister: Where do I stay in Sambalpur?
Personal Secretary: The guest house at the Hirakud Dam has been reserved for you, Sir. The next morning at 8.00 you set out for Rourkela. The commissioner accompanies you.
Passage – 17
ମାତୃପକ୍ଷୀ : ତୁ କିଛି ଚାଉଳ ଆଣିପାରିବୁ କି ?
ଛୁଆ ଚଢ଼େଇ : ନାଁ, ମା, ମୁଁ ପାରିବି ନାହିଁ।
ମାତୃପକ୍ଷୀ : ଯେତିକି ଚାଉଳ ଅଛି ତା'କୁ କୁଟିପାରିବୁ କି ?
ଛୁଆ ଚଢ଼େଇ : ନାଁ, ମୋ ହାତ ଦରଜ ହୋଇଛି ।
ମା : ତୁ ବୁଲି ଲଗାଇ ପାରିବୁ କି ?
ଛୁଆ ଚଢ଼େଇ : ନାଁ, ମୋ ଆଖିରୁ ଲୁହ ଗଡ଼ିବ ?
ମା ତା' ହେଲେ ପିଠା କେମିତି ଖାଇବୁ ?
ଛୁଆ ଚଢ଼େଇ : ହଁ ତା'କୁ ମୁଁ ଖାଇପାରିବି ।
Answer:
Mother bird : Can you bring some rice?
Birdie : No mother, I can't.
Mother : Can you pound the rice that we have?
Birdie : No, my hand aches.
Mother : Can you light the hearth?
Birdie : No, tears will roll down my eyes.
Mother :. Then how will you eat cake?
Birdie : Yes, I can eat it.
Passage – 18
ସ୍କୁଲରେ ପଢ଼ିବାବେଳେ ଏ ଝିଅଟି ବହୁତ ପରିଶ୍ରମ କରୁଥିଲା । ସେ ସକାଳ ୫ଟାରେ ଉଠୁଥିଲା । ଘଣ୍ଟାଏ ଗୀତ ଶିଖୁଥିଲା । ଦୁଇ ଘଣ୍ଟା ପଢ଼ୁଥିଲା । ଦିନ ୧୦ଟାରେ ସ୍କୁଲ ଯାଉଥିଲା । ତା' ପରେ ଗୋଟିଏ ଦୋକାନରେ ଘଣ୍ଟାଏ କାମ କରୁଥିଲା । ସନ୍ଧ୍ୟାରେ ସାନଭାଇକୁ ପାଠ ପଢ଼ାଉଥିଲା । ତା' ପରେ ରୋଷେଇ କରୁଥିଲା। ଡେରିରେ ଶୋଇବାକୁ ଯାଉଥିଲା । ଏବେ ସେ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ।
Answer:
This girl would work hard when she was a school student. She would get up at 5 a.m. She would learn music for an hour. She would read for two hours. She would go to school at 10 a.m. Then she would work in a shop for an hour. She would teach her younger brother in the evening. After that she would cook. She would go to bed late. Now she is a famous scientist.
Passage – 19
ଆଲେକ୍ସଜାଣ୍ଡାର୍ : ମୁଁ ଆପଣଙ୍କ ସହ କିପରି ବ୍ୟବହାର କରିବା ଉଚିତ ?
ପୁର : ଯେପରି ଗୋଟିଏ ରାଜା ଅନ୍ୟ ଜଣେ ରାଜାଙ୍କ ସହ ବ୍ୟବହାର କରିବା କଥା ।
ଆଲେକ୍ସଜାଣ୍ଡାର୍ : ଆପଣ ଜଣେ ସାହସୀ ଲୋକ । ଆପଣ ମୋର ବନ୍ଧୁ ହେବେ କି ?
ପୁର : ଗୋଟିଏ ସର୍ଭରେ ।
ଆଲେକ୍ସଜାଣ୍ଡାର୍ : ଆପଣଙ୍କ ସର୍ଭ କ'ଣ ?
ପୁର : ମୋ ରାଜ୍ୟ ସ୍ଵାଧୀନ ରହିବା ଉଚିତ । ଆପଣ ମୋତେ ଜଣେ ସମାସ୍କନ୍ଧ ଭଳି ବ୍ୟବହାର କରିବା ଉଚିତ ।
Answer:
Alexander : How should I behave with (treat) you?
Puru : As a king should behave with (treat) another king?
Alexander : You are a brave man. Will you be my friend?
Puru : On one condition.
Alexander : What is your condition?
Puru : My kingdom should remain independent. You should treat me as an equal.
Passage – 20
ଅଶୋକ: ବାହାରେ ଏ ବହି ପ୍ୟାକେଟ୍ କିଏ ରଖିଛି ?
ଅଳକା : ଡାକବାଲା ନିଶ୍ଚୟ ଏଇଟାକୁ ଛାଡ଼ି ଯାଇଥବ ।
ଅଶୋକ : ସେ କାହିଁକି ଘଣ୍ଟି ବଜାଇଲା ନାହିଁ ?
ଅଳକା : ସେ ନିଶ୍ଚୟ ବଢାଇଥ । ବୋଧହୁଏ ମୁଁ ଶୁଣିପାରିଲି ନାହିଁ ।
ଅଶୋକ ତୁମେ ଅଧିକ ମନୋଯୋଗୀ ହେବା ଉଚିତ । ବହି ପୁଡ଼ିଆଟି ହଜିଯାଇଥା'ନ୍ତା ।
Answer:
Ashok : Who has kept this book packet outside?
Alka : The postman must have left it.
Ashok : Why didn't he ring thè calling bell?
Alka : He must have rung. I could not hear it.
Ashok : You should be more attentive. The book packet would have been lost.
Passage – 21
ମୁଁ ଭୁବନେଶ୍ଵର ଭୋର ୩ଟାବେଳେ ପହଞ୍ଚିବି । କିନ୍ତୁ କାର୍ଯ୍ୟାଳୟସବୁ ୧୦ଟା ବେଳକୁ କାମ ଆରମ୍ଭ କରନ୍ତି । ମୁଁ ରାତିସାରା ନିଶ୍ଚୟ ଅନିଦ୍ରା ହୋଇଥବି । ତେଣୁ କିଛି ଘଣ୍ଟା ବିଶ୍ରାମ ନେବା ଦରକାର । ଦିନକ ଭିତରେ କାମ ସରିବନି । ତେଣୁ ଦୁଇ ଦିନପାଇଁ ଗୋଟିଏ ହୋଟେଲରେ ରହିଯିବା ଉଚିତ ହେବ ।
Answer:
I shall reach Bhubaneswar at 3 a.m. But offices start functioning from 10 a.m. I shall have kept awake throughout the night. So I need to take rest for some hours. The work will not be finished in a day's time. So it will be better to stay at a hotel for two days.
Passage – 22
ଆମ ଗାଁ ପାଖରେ ଗୋଟିଏ ନଈ ବହିଯାଇଛି । ତା' କୂଳରେ ଅନେକ ବଡ଼ ବଡ଼ ଗଛ ଅଛି । ଆମେ ସେ ନଈ କୂଳରେ ଖେଳୁ । ଗଛମୂଳେ ବସି ଗପସପ କରୁ । ମୁଁ ସେଇ ନଈରେ ପହଁରା ଶିଖିଛି । ସେଇ ନଈ ପାରହୋଇ ମୁଁ ସ୍କୁଲ ଯାଉଥୁଲି । ଏବେ ସେଇ ନଈ ଉପରେ ଗୋଟିଏ ନୂଆ ପୋଲ ତିଆରି ହୋଇଛି । ମୋ ସାନଭାଇ ଏବେ ସାଇକେଲରେ ସ୍କୁଲକୁ ଯାଉଛି ।
Answer:
A river flows by our village. There are many big trees on its bank. We play on the river bank. We gossip at the foot of the tree. I have learnt swimming in that river. I was going to school crossing the river. A new bridge has been built on the river. My younger brother is now going to school on his bicycle.
Passage – 23
ମୁଁ ଆଗାମୀ ସପ୍ତାହରେ ଆପଣଙ୍କୁ ଦେଖା କରିବି । ଦୟାକରି ସେ ପର୍ଯ୍ୟନ୍ତ ମୋ କୁକୁରର ଯତ୍ନ ନେଉଥିବେ । ତା'କୁ ବାହାରକୁ ଛାଡ଼ିବେ ନାହିଁ । ଅନ୍ୟ କୁକୁରମାନେ ତା'କୁ ଦେଖିଲେ ଭୁକିବେ । ତା'କୁ କାମୁଡ଼ିଦେଇ ପାରନ୍ତି । ସେ ଏତେ ଭୟାଳୁ ଯେ ଭୟରେ ଅଣାୟତ୍ତ ହୋଇଯାଇପାରେ । ତା' ପରେ ତା'କୁ ସମ୍ଭାଳିବା କଷ୍ଟ ହୋଇପଡ଼ିବ ।
Answer:
I shall call on you next week. Please, look after my dog till that day. Don't allow him to go out. Other dogs will bark at him. They may bite him. He is so timid that he becomes uncontrollable out of fear. Then it will be difficult to control him.
Passage – 24
ଆଜିକାଲି ମୁଁ ଗୋଟିଏ ଘରୋଇ କାରଖାନାରେ କାମ କରୁଛି । ଗତ ଅଗଷ୍ଟ ମାସରେ ମୁଁ ସେ କାମପାଇଁ ଦରଖାସ୍ତ କରିଥିଲି ଓ ନଭେମ୍ବରରେ କାମ ଆରମ୍ଭ କଲି । ମୁଁ ବିଶେଷ ରୋଜଗାର କରେ ନାହିଁ; ଏପରିକି ମୋ ଅଫିସ ପୋଷାକ ମୁଁ ନିଜେ କିଣିଛି । ବୋଧହୁଏ ମୁଁ ଏବେ ଦରମା ବଢ଼ାଇବାପାଇଁ ଅନୁରୋଧ କରିବା ଉଚିତ୍ । କିନ୍ତୁ ପ୍ରକୃତରେ ମୁଁ ପଇସାପାଇଁ ଏତେ ବ୍ୟସ୍ତ ନୁହେଁ । କାମ ମୋପାଇଁ ଅଧିକ ଗୁରୁତ୍ଵପୂର୍ଣ୍ଣ । ଆଶା, ଆପଣ ମୋ ସହିତ ଏକମତ
ହେବେ ।
Answer:
At present, I am working in a private firm. I applied for that job last August and joined in November. I don't earn much; even I myself have bought my office uniform. Of course, I should ask for my pay hike. But, in reality, I am not so worried about money. Work is more important to me. Hope, you will agree with me.
Passage – 25
ଅପରିଚିତ : ଆଜ୍ଞା, ଟିକିଏ ଶୁଣିବେ ? ଲୁଇସ୍ ରୋଡ଼କୁ କିପରି ଯିବାକୁ ହୁଏ ମୋତେ ବତାଇପାରିବେ କି ?
ଯଦୁ : ହଁ ନିଶ୍ଚୟ । ଏଇ ରାସ୍ତାରେ ଆଗ ଛକ ପର୍ଯ୍ୟନ୍ତ ଯାଆନ୍ତୁ । ସେ ଛକଟି ଡେଇଁ ଯାଆନ୍ତୁ ଏବଂ ଆଗେଇ ଚାଲନ୍ତୁ । ତା' ପର ଛକ ପାଖରେ ଡାହାଣକୁ ବୁଲି ଯାଆନ୍ତୁ । ପ୍ରଥମ ବାମପଟ ରାସ୍ତା ନିଅନ୍ତୁ । ଅଳ୍ପ କିଛି ବାଟ ପରେ ଲୁଇସ୍ ରୋଡ଼ରେ ପହଞ୍ଚିଯିବେ । ବାଟ ଭୁଲିଗଳେ କାହାକୁ ପଚାରନ୍ତୁ । କିନ୍ତୁ ଏ ରାସ୍ତା ପାଇବା ଖୁବ୍ ସହଜ।
ଅପରିଚିତ : ଧନ୍ୟବାଦ ।
Answer:
Stranger: Excuse me. Could you tell me how to get to Lewis Road, please?
Jadu: Yes, certainly. Go along this road till you reach the next square. Cross that square and continue going. Turn right there. Take the first turning to the left. After walking for a while you reach Lewis Road. Ask someone if you get lost. But it is quite easy to find it.
Stranger : Thank you.
Passage – 26
ଗୋଟିଏ ଅଣ୍ଡା ଭାଙ୍ଗ ଏବଂ ତା'କୁ ଗୋଟିଏ ତାଟିଆରେ ରଖ । ତା'କୁ ଫେଣ୍ଟି ଫେଣ୍ଟି ମିଶାଅ । ସୁଆଦ ମୁତାବକ ଲୁଣ ଓ ଗୋଲମରିଚ ମିଶାଅ । ପିଆଜକୁ ଛୋଟ ଛୋଟ କରି କାଟି ମିଶାଅ । ଅଳ୍ପ ଟିକିଏ ଲହୁଣୀ ବା ତେଲ ନେଇ ତାଉଆକୁ ଗରମ କର । ସେଥିରେ ଅଣ୍ଡାକୁ ଢାଳ । ଆମ୍ଲେଟ୍ ଯେପରି ଜଳି ନ ଯାଏ ସେଥ୍ୟପ୍ରତି ଲକ୍ଷ୍ୟ ରଖ । ଗୋଟିଏ ପାଖ ଭାଜିହେବା ସଙ୍ଗେ ସଙ୍ଗେ ତାହାକୁ ଓଲଟାଇ ଦିଅ । ଦୁଇ ମିନିଟ୍ ପରେ ଓମ୍ଲେଟ୍ ପ୍ରସ୍ତୁତ ହୋଇଯିବ ।
Answer:
Break an egg and put it in a bowl. Mix it after beating. Add salt and pepper to taste. Chop an onion to pieces and mix them. Heat a little butter or oil in a frying pan. Then pour the mixture and make sure that the omelette does not burn. Turn it over as soon as the bottom is fried. Omelette is ready after two minutes.
Passage – 27
A : ଆପଣ ଯାହା ଭାବିଛନ୍ତି ତାହା କ'ଣ ଏହି ପ୍ରକୋଷ୍ଠରେ ଅଛି ?
X : ହଁ ନିଶ୍ଚୟ ।
B : ତାହାର ଆକାର, ଆୟତନ ଓ ରଙ୍ଗ କ'ଣ ?
X : ସେ ପଦାର୍ଥର ଆକାର, ଆୟତନ ଓ ରଙ୍ଗ ନ ଥାଏ।
C : ତାହା କ'ଣ ଆମରି ଭାରି ଦରକାରୀ ?
X : ତାହା ବିନା ଆମେ ବଞ୍ଚୁପାରିବାନି ।
D : ଆପଣ କ'ଣ ପବନ ବିଷୟରେ ଭାବିଛନ୍ତି ?
X : ଆପଣ ପୁରା ଠିକ୍ । ଏଥରକ ଆପଣଙ୍କ ପାଳି ।
Answer:
A : Does the thing you think exist in this room?
X : Yes, certainly.
B : What is its size, area and colour?
X : That object doesn't have size, area or colour.
C : Is that very much necessary for us?
X : We cant live without it.
D : Have you thought about air?
X : You are absolutely right. Now it is your turn. | <urn:uuid:897c73b5-5738-4dbd-acd5-3d2f999ce875> | CC-MAIN-2023-50 | https://bseodisha.guru/chse-odisha-class-11-english-grammar-translation/ | 2023-12-07T05:46:36Z | s3://commoncrawl/crawl-data/CC-MAIN-2023-50/segments/1700679100650.21/warc/CC-MAIN-20231207054219-20231207084219-00318.warc.gz | ory | 0.997906 | Orya | 1 | {"ory_Orya_score": 0.9979056119918823} |
ଆଞ୍ଜୁଳେ ଅନୁତାପ
ଆଞ୍ଜୁଳେ ଅନୁତାପ
ଦେଖ!
ମୋ ବତୁରା ଆଖିରେ
ଲୁହ ମାନଙ୍କର ବନ୍ୟା,
ଅଗଭୀର ହୃଦୟର ଉଛୁଳା ନଈରୁ
ବନ୍ଧ ଭାଙ୍ଗି ଜୁଡୁବୁଡୁ
ମୋ ରଙ୍ଗୀନ ଇଲାକାର ପଟ୍ଟଭୂମୀ ।
ସେମାନେ କିନ୍ତୁ,
ବତୁରେଇ ପାରିନାହାନ୍ତି
ମୋ ଓଠର ନିଷ୍ପେସି ଇଲାକାକୁ,
ଦେଖିଛକି ପୋଷେ ହସ!
ମୋ ଓଠ ସନ୍ଧିରୁ
କାଇଁ, କେଉଁଠି 'ସେ'?
କେଉଁ ପ୍ରାଚୀନ ସଭ୍ୟତାର କ୍ରୋଡ଼ରେ
ଖୋଜିବି ତା'ର ଇତିବୃତ୍ତ।
ସେଦିନ, ସେ ନିଷ୍ଠୁର ମୁହୂର୍ତ୍ତରୁ
ତୁମ ଲୁହ ମାନଙ୍କର ଅଳି,
ତୁମ କୋହ ମାନଙ୍କର ନିଶ୍ୱାସ,
ସବୁ ଯେମିତି ପ୍ରତିମୁହୂର୍ତ୍ତରେ
ଅନୁତାପ ନିଆଁରେ ମତେ ଜାଳିବାରେ ବ୍ୟଗ୍ର।
ମୁଁ ତ' ଏବେ ଅନ୍ଧାରି ଇଲାକାରେ
ହୁତ୍ ହୁତ୍ ଜଳୁଥିବା ଅତୃପ୍ତ ମାଟି ପିଣ୍ଡୁଳାଟେ,
କୁହ ତ',
କେଉଁ ମିଯାଜ୍ ରେ ମୁଁ ହସିବି?
କେଉଁ ମେହେଫିଲ ରେ ମୁଁ ଭାସିବି?
ମୋ ଜୀବନ ମରୁଭୂମିରେ
ତୁମ ବିଛେଦର ବାଲିଝଡ଼
ଏବେ ଗଢ଼ି ଦେଇଛି ଦୁଃଖର ବାଲିସ୍ତୁପ,
ତା' ଭିତରେ ଶୁଷ୍କ ପ୍ରାୟ
ମୋର ଅନୁତପ୍ତ ମନ।
ତୁମେ ତ' ଏବେ ଦୂରରେ,
ବହୁତ ଦୂରରେ
ମୋ ଆଖି ଅପହଞ୍ଚ ଦୂରତାର ଦିଗ୍ ବଳୟରେ।
ତଥାପି,
ମୋ ମାଟିରୁ ଆକାଶ,
ମୋ ପାଣିରୁ ପବନ,
ମୋ ପ୍ରଶ୍ୱାସରୁ ନିଶ୍ବାସ
ସବୁ ଯେମିତି ତୁମ ମୟ ହେବାର ଅପେକ୍ଷାରେ
ଅହରହ ଜର୍ଜରିତ। | <urn:uuid:c1063678-93b9-45d9-8104-71e93e3b0bac> | CC-MAIN-2024-10 | https://storymirror.com/read/oriya/poem/aanyjulle-anutaap/dor0uork | 2024-02-27T14:23:16Z | s3://commoncrawl/crawl-data/CC-MAIN-2024-10/segments/1707947474676.26/warc/CC-MAIN-20240227121318-20240227151318-00455.warc.gz | ory | 0.999894 | Orya | 1 | {"ory_Orya_score": 0.999894380569458} |
ଚନ୍ଦ୍ର ତପନ ତାରା
ଚନ୍ଦ୍ର ତପନ ତାରା
ଯଉବନ ର ସାଥେ ପାଦ ଦେଇ ଚାଲୁଥିଲି ମୁଁ
ନଥିଲା ମନରେ କିଛି ଆଶା
ନଥିଲା ମନରେ କିଛି ନିରାଶା
ନା ଲକ୍ଷ୍ୟ କିଛି ଥିଲା
ନା ଥିଲା ମନରେ କିଛି ପିପାସା।
ନିର୍ବାକ ହୋଇ ଚାଲୁଥାଏ ଆଲୁଅ କୁ ଅନେଇ ଅନେଇ
ହଠାତ୍ ଆଲୁଅ ଲିଭିଗଲା
ବଢ଼ିଗଲା ପବନ ର ବେଗ
ଘୋଟିଗଲ କଳା ବାଦଲ ର ଛାୟା
ମନେ ମନେ ପ୍ରଶ୍ନ କଲି ଏ କି ଦଇବ ର ମାୟା।
ଏକ କିରଣ ଟେ ଭେଦ କଲା ମୋ ନୟନ କୁ
ଭାବିଲି ଏ ଘଡ଼ି ରେ କିରଣ ଆସିଲା କଉଠୁ
ନ ଥିଲା ଚନ୍ଦ୍ର,ତପନ, ତାରା
ଆକାଶେ ମେଘ ରାଣୀ ଥିଲା ପରା
କିନ୍ତୁ ଏ କି ରଶ୍ମି ଆସିଲା
ଯିଏ ଛିଞ୍ଚି ଦେଲା ଆଲୋକ ର ଧାରା।
ରଶ୍ମି କୁ ଆଡ଼େଇ ଆଡ଼େଇ ଅନେଇଲି
ଦୃଶ୍ୟମାନ ହେଲା ଏକ ଚନ୍ଦ୍ର
ଦୃଶ୍ୟମାନ ହେଲା ଏକ ତପନ
ଦୃଶ୍ୟମାନ ହେଲା ଏକ ତାରା
ନିର୍ଜନ ପଥରେ ଏକ ତରୁଣୀ ଦିଶିଲା
ଯାହାର ମୁଖ ରୁ ନିବିଡ଼ ଅନ୍ଧାରରେ
ଆଲୋକ ର ବନ୍ହି ଝରୁଥିଲା। | <urn:uuid:f83ffbcc-8b61-4189-92fc-b374e897e9ee> | CC-MAIN-2024-10 | https://storymirror.com/read/oriya/poem/cndr-tpn-taaraa/bppeczxp | 2024-03-04T18:50:33Z | s3://commoncrawl/crawl-data/CC-MAIN-2024-10/segments/1707947476464.74/warc/CC-MAIN-20240304165127-20240304195127-00354.warc.gz | ory | 0.999771 | Orya | 1 | {"ory_Orya_score": 0.9997708201408386} |
କ୍ରମରେ କଲ୍ କରନ୍ତୁ |
0574-27907971
ଘର
ଉତ୍ପାଦଗୁଡିକ
ଟିଭି ମାଉଣ୍ଟ |
ସ୍ଥିର ୟୁନିଭର୍ସାଲ ଟିଭି ମାଉଣ୍ଟ |
ଫୁଲ୍ ମୋସନ ଟିଭି ମାଉଣ୍ଟ |
ସ୍ ive ିଭେଲ୍ ଭେସା ଟିଭି ମାଉଣ୍ଟ୍ |
ଟିଲ୍ଟ ୟୁନିଭର୍ସାଲ ଟିଭି ମାଉଣ୍ଟ |
ଡେସ୍କ ମାଉଣ୍ଟ ଷ୍ଟାଣ୍ଡ ଉପରେ ନଜର ରଖନ୍ତୁ |
ନିୟନ୍ତ୍ରିତ ମନିଟର ଷ୍ଟାଣ୍ଡ |
ଡେସ୍କ ମାଉଣ୍ଟ ଉପରେ ନଜର ରଖନ୍ତୁ |
ଟିଭି କାର୍ଟ |
ମୋବାଇଲ୍ ଟିଭି କାର୍ଟ |
ଟିଭି ଷ୍ଟାଣ୍ଡ କାର୍ଟ |
ଭିଡିଓଗୁଡିକ
ସମ୍ବାଦ
କମ୍ପାନୀ ସମ୍ବାଦ |
ଉତ୍ପାଦ ସମ୍ବାଦ |
ଆମ ବିଷୟରେ
ସମାଧାନ
ଫୁଲ୍ ମୋସନ୍ ଟିଭି ମାଉଣ୍ଟ୍ |
ସ୍ ive ିଭେଲ୍ ଟିଭି ବ୍ରାକେଟ୍ |
ପ୍ରଶ୍ନଗୁଡିକ
ଆମ ସହିତ ଯୋଗାଯୋଗ କରନ୍ତୁ |
English
ଉତ୍ପାଦ ସମ୍ବାଦ |
କାନ୍ଥ କାଟିବା ବିନା କାନ୍ଥରେ ଲାଗିଥିବା ଟିଭି ପାଇଁ ତାରଗୁଡ଼ିକୁ କିପରି ଲୁଚାଇବେ?
23-07-20 ରେ admin ଦ୍ୱାରା
ଯଦି ତୁମେ ତୁମର ଟିଭି କାନ୍ଥରେ ମାଉଣ୍ଟ କରିବାକୁ ଯୋଜନା କରୁଛ, ତାରଗୁଡିକ କିପରି ଲୁଚାଇ ରଖିବ ତାହା ହେଉଛି ସବୁଠାରୁ ବଡ ଚିନ୍ତା |ସର୍ବଶେଷରେ, ତାରଗୁଡ଼ିକ ଏକ ଆଖିଦୃଶିଆ ହୋଇପାରେ ଏବଂ ଆପଣଙ୍କ ଘରର ସାମଗ୍ରିକ ସ est ନ୍ଦର୍ଯ୍ୟରୁ ବିଚ୍ଛିନ୍ନ ହୋଇପାରେ |ସ Fort ଭାଗ୍ୟବଶତ ,, ତାରଗୁଡିକ ବିନା ଲୁଚାଇବା ପାଇଁ ଅନେକ ଉପାୟ ଅଛି ...
ଅଧିକ ପଢ
ଷ୍ଟାଣ୍ଡ ଏବଂ ରାଇଜର ଉପରେ ନଜର ରଖନ୍ତୁ: ଆପଣ ଯାହା ଜାଣିବା ଉଚିତ୍ |
23-07-14 ରେ ଆଡମିନ୍ ଦ୍ୱାରା |
ମନିଟର ଆର୍ମସ୍ ନାମ ଶୁଣିଲେ କ'ଣ ମନକୁ ଆସେ?ଏକ ଉତ୍ପାଦ ଯାହା ଆରାମରେ କାମ କରିବା ସମ୍ଭବ କରେ ଯେତେବେଳେ କି ଉପଯୁକ୍ତ ଦର୍ଶନ ଉଚ୍ଚତାରେ ପହଞ୍ଚିବାକୁ କାହାକୁ ସାହାଯ୍ୟ କରେ?ଆପଣ ଏକ ମନିଟର ଆର୍ମ ମାଉଣ୍ଟକୁ କେବଳ ଏକ ଅଶୁଭ ଏବଂ ଅତ୍ୟାଧୁନିକ ଉପକରଣ ବୋଲି ବିବେଚନା କରନ୍ତି କି?...
ଅଧିକ ପଢ
ଗ୍ଲାସ ଡେସ୍କରେ ମାଉଣ୍ଟ ମନିଟର କିପରି କରିବେ?
23-07-07 ରେ admin ଦ୍ୱାରା
ଗ୍ଲାସ ଡେସ୍କରେ ମାଉଣ୍ଟ ମନିଟର କିପରି କରିବେ?ୱାର୍କଷ୍ଟେସନ୍ ଏର୍ଗୋନୋମିକ୍ସକୁ ବ ancing ାଇବା ଏବଂ ଅତିରିକ୍ତ ଡେସ୍କ ସ୍ଥାନ ମୁକ୍ତ କରିବା ପାଇଁ ଏକ ମନିଟର ବାହୁ ଆପଣଙ୍କ କାର୍ଯ୍ୟକ୍ଷେତ୍ରର ବ୍ୟବସ୍ଥାରେ ଏକ ମହତ୍ ଯୋଗ ହୋଇପାରେ |ଏହା ତୁମର କାର୍ଯ୍ୟକ୍ଷେତ୍ରକୁ ବ increase ାଇପାରେ, ତୁମର ସ୍ଥିତିକୁ ବ enhance ାଇପାରେ ଏବଂ ତୁମର ମାଂସପେଶୀରେ ଯନ୍ତ୍ରଣାକୁ ରୋକିପାରେ |ଥ ...
ଅଧିକ ପଢ
ଏକ କୋଣରେ ଟିଭି କିପରି ସଂସ୍ଥାପନ କରିବେ?
23-06-30 ରେ admin ଦ୍ୱାରା
ଯେତେବେଳେ ଗୋଟିଏ କୋଠରୀରେ କାନ୍ଥ ସ୍ଥାନ ସୀମିତ ଥାଏ କିମ୍ବା ଆପଣ ଚାହୁଁନାହାଁନ୍ତି ଯେ ଟିଭି ଅତ୍ୟଧିକ ଆଖିଦୃଶିଆ ହୋଇ ଭିତରର ଡିଜାଇନ୍କୁ ବ୍ୟାହତ କରେ, ଏହାକୁ କୋଣରେ କିମ୍ବା ଅନ୍ୟ "ମୃତ ସ୍ଥାନ" ରେ ସ୍ଥାପନ କରିବା ଏକ ଚମତ୍କାର ବିକଳ୍ପ |ସମତଳ କାନ୍ଥଗୁଡିକର ବିପରୀତ, କାନ୍ଥଗୁଡ଼ିକର କାନ୍ଥ ପଛରେ କିଛି ଅଲଗା ଅଛି, ...
ଅଧିକ ପଢ
ଡ୍ରାୟାଲୱାଲରେ ଟିଭି ଲଗାଇବା ସୁରକ୍ଷିତ କି?
23-06-14 ରେ admin ଦ୍ୱାରା
କାନ୍ଥରେ ଟିଭି ଲଗାଇବା ସ୍ଥାନ ସଂରକ୍ଷଣ କରିବା ଏବଂ ଆପଣଙ୍କ ଘରେ ଏକ ପରିଷ୍କାର ଏବଂ ଆଧୁନିକ ଦୃଶ୍ୟ ସୃଷ୍ଟି କରିବାର ଏକ ଉତ୍ତମ ଉପାୟ ହୋଇପାରେ |ତଥାପି, ଅନେକ ଲୋକ ପ୍ରଶ୍ନ କରନ୍ତି ଯେ ଡ୍ରାଏୱାଲରେ ଟିଭି ଲଗାଇବା ସୁରକ୍ଷିତ କି?ଏହି ଆର୍ଟିକିଲରେ, ଆମେ ସେହି କାରଣଗୁଡିକୁ ପରୀକ୍ଷା କରିବୁ ଯାହା ସ୍ଥିର କରେ ଯେ ଏକ ମାଉଣ୍ଟ କରିବା ନିରାପଦ କି ନୁହେଁ ...
ଅଧିକ ପଢ
କାନ୍ଥ ମାଉଣ୍ଟ ପାଇଁ ଟିଲ୍ଟ କିମ୍ବା ପୂର୍ଣ୍ଣ ଗତି ଭଲ କି?
23-06-08 ରେ admin ଦ୍ୱାରା
ଜାଗା ସଞ୍ଚୟ କରିବା, ଦେଖିବା କୋଣରେ ଉନ୍ନତି ଆଣିବା ଏବଂ ଏକ କୋଠରୀର ସାମଗ୍ରିକ ସ hetic ନ୍ଦର୍ଯ୍ୟକୁ ବ enhance ାଇବା ପାଇଁ ଏକ ଟିଭି କାନ୍ଥ ସ୍ଥାପନ କରିବା ଏକ ଉତ୍ତମ ଉପାୟ |ତଥାପି, ଏକ ଟିଲ୍ଟ କିମ୍ବା ପୂର୍ଣ୍ଣ ଗତି କାନ୍ଥ ମାଉଣ୍ଟ ମଧ୍ୟରେ ସ୍ଥିର କରିବା ଅନେକ ଗ୍ରାହକଙ୍କ ପାଇଁ ଏକ କଠିନ ପସନ୍ଦ ହୋଇପାରେ |ଏହି ଆର୍ଟିକିଲରେ, ଆମେ p ରେ ଏକ ଗଭୀର ବୁଡ଼ ପକାଇବା ...
ଅଧିକ ପଢ
ତୁମର ଟିଭି ମାଉଣ୍ଟ କରିବାକୁ କେତେ ଖର୍ଚ୍ଚ ହୁଏ?
23-05-31 ରେ admin ଦ୍ୱାରା
ଟେଲିଭିଜନ ଆମର ଦ daily ନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ହୋଇପାରିଛି |ପ୍ରିୟ ଶୋ ଦେଖିବା ଠାରୁ ଆରମ୍ଭ କରି ସମ୍ବାଦ ପାଇବା ପର୍ଯ୍ୟନ୍ତ ଟେଲିଭିଜନ୍ ସମଗ୍ର ବିଶ୍ people ର ଲୋକଙ୍କ ପାଇଁ ମନୋରଞ୍ଜନର ଏକ ମୂଳ ଉତ୍ସ ହୋଇପାରିଛି |ଟେକ୍ନୋଲୋଜିର ଅଗ୍ରଗତି ସହିତ ଟେଲିଭିଜନଗୁଡ଼ିକ ପତଳା ହୋଇଯାଇଛି ...
ଅଧିକ ପଢ
ଟିଭି ମାଉଣ୍ଟରେ କ special ଣସି ବିଶେଷ ମୂଲ୍ୟ ଅଛି କି?
23-05-25 ରେ admin ଦ୍ୱାରା
ଅଧିକରୁ ଅଧିକ ଲୋକ କର୍ଡ କାଟି ପାରମ୍ପାରିକ କେବୁଲ ଟିଭିରୁ ଦୂରେଇ ଯାଉଥିବାରୁ ସେମାନେ ମନୋରଞ୍ଜନ ଆବଶ୍ୟକତା ପାଇଁ ଷ୍ଟ୍ରିମିଂ ସେବା ଏବଂ ଅନ୍ୟାନ୍ୟ ଅନଲାଇନ୍ ଉତ୍ସକୁ ଯାଉଛନ୍ତି |କିନ୍ତୁ ଯେପରି ଆମେ ଟିଭି ଦେଖିବାରେ ପରିବର୍ତ୍ତନ ହୁଏ, ଗୋଟିଏ ଜିନିଷ କୋ ରହିଥାଏ ...
ଅଧିକ ପଢ
ମନିଟର ମାଉଣ୍ଟର ଅସୁବିଧା କ'ଣ?
23-05-19 ରେ ଆଡମିନ୍ ଦ୍ୱାରା |
ନିକଟ ଅତୀତରେ ଭେସା ମନିଟର ଷ୍ଟାଣ୍ଡ ଅଧିକ ଲୋକପ୍ରିୟ ହୋଇପାରିଛି ଯେହେତୁ ଅଧିକ ଲୋକ ଘରୁ କାମ କରନ୍ତି କିମ୍ବା ସେମାନଙ୍କ ଡେସ୍କରେ ଦୀର୍ଘ ଘଣ୍ଟା ବିତାନ୍ତି |ଏହି ନିୟନ୍ତ୍ରିତ ବାହୁଗୁଡ଼ିକ ତୁମ କମ୍ପ୍ୟୁଟର ମନିଟରକୁ ତୁମର ନିର୍ଦ୍ଦିଷ୍ଟ n ପାଇଁ ଉପଯୁକ୍ତ ଉଚ୍ଚତା, କୋଣ ଏବଂ ଦୂରତାରେ ସ୍ଥାନିତ କରିବାକୁ ଅନୁମତି ଦିଏ ...
ଅଧିକ ପଢ
ସମସ୍ତ ଟିଭି ବ୍ରାକେଟ୍ ସବୁ ଟିଭି ଫିଟ୍ କି?
23-05-11 ରେ admin ଦ୍ୱାରା
ନିକଟ ଅତୀତରେ ଟିଭି ବ୍ରାକେଟ୍ ଅଧିକ ଲୋକପ୍ରିୟ ହୋଇପାରିଛି କାରଣ ଅଧିକରୁ ଅଧିକ ଲୋକ ନିଜ ଟେଲିଭିଜନ୍ କାନ୍ଥରେ ଲଗାଇବାକୁ ପସନ୍ଦ କରୁଛନ୍ତି |ତଥାପି, ଗୋଟିଏ ପ୍ରଶ୍ନ ଯାହା ଟିଭି ମାଉଣ୍ଟ ବିଷୟରେ ପ୍ରାୟତ ar ଉଠିଥାଏ, ସମସ୍ତ ଟିଭି କାନ୍ଥ ମାଉଣ୍ଟ ସମସ୍ତ ଟିଭି ଫିଟ୍ କି ନୁହେଁ |ଏହି ପ୍ରବନ୍ଧରେ, ...
ଅଧିକ ପଢ
ସାଧାରଣ ପ୍ରକାରର ଟିଭି ମାଉଣ୍ଟସ୍ କ'ଣ?
23-05-06 ରେ admin ଦ୍ୱାରା
ନିକଟ ଅତୀତରେ ଟେଲିଭିଜନ୍ ଟିଭି ମାଉଣ୍ଟଗୁଡିକ ଅଧିକ ଲୋକପ୍ରିୟ ହୋଇପାରିଛି, କାରଣ ଅଧିକ ଲୋକ ନିଜ ଘରେ ଅଧିକ ସ୍ଥାନ ନ ନେଇ ସେମାନଙ୍କର ଦେଖିବାର ଅଭିଜ୍ଞତାକୁ ବ imize ାଇବା ପାଇଁ ଉପାୟ ଖୋଜୁଛନ୍ତି |ବିଭିନ୍ନ ପ୍ରକାରର ଚୟନ କରିବାକୁ, କେଉଁଟି ନିର୍ଣ୍ଣୟ କରିବା କଷ୍ଟକର ହୋଇପାରେ ...
ଅଧିକ ପଢ
ସର୍ବୋତ୍ତମ ଦର୍ଶନ ଅଭିଜ୍ଞତା ପାଇଁ ଅଲ୍ଟିମେଟ୍ ଗାଇଡ୍ ରେ ଟିଭି ମାଉଣ୍ଟସ୍ ବିଷୟରେ ଯାହାକିଛି ଜାଣିବା ଆବଶ୍ୟକ |
23-04-27 ରେ admin ଦ୍ୱାରା
ସର୍ବୋତ୍ତମ ଦର୍ଶନ ଅଭିଜ୍ଞତା ପାଇଁ ଅଲ୍ଟିମେଟ୍ ଗାଇଡ୍ ରେ ଟିଭି ମାଉଣ୍ଟସ୍ ବିଷୟରେ ଯାହାକିଛି ଜାଣିବା ଆବଶ୍ୟକ, ଟେକ୍ନୋଲୋଜିର ବିକାଶ ସହିତ, ଆମର ବର୍ତ୍ତମାନ ଉଚ୍ଚ-ଗୁଣାତ୍ମକ ପ୍ରଦର୍ଶନଗୁଡିକ ଉପଲବ୍ଧ ଅଛି ଯାହା ଏକ ଇମର୍ସିଭ୍ ଦେଖିବାର ଅଭିଜ୍ଞତା ପ୍ରଦାନ କରେ ଏବଂ ଟେଲିଭିଜନ୍ ଏକ ଅତ୍ୟାବଶ୍ୟକ ଅଂଶ ହୋଇପାରିଛି ...
ଅଧିକ ପଢ
1
2
ପରବର୍ତ୍ତୀ>
>>
ପୃଷ୍ଠା 1/2
ସନ୍ଧାନ କରିବାକୁ ଏଣ୍ଟର୍ ଦବାନ୍ତୁ କିମ୍ବା ବନ୍ଦ କରିବାକୁ ESC ଦବାନ୍ତୁ |
English
French
German
Portuguese
Spanish
Russian
Japanese
Korean
Arabic
Irish
Greek
Turkish
Italian
Danish
Romanian
Indonesian
Czech
Afrikaans
Swedish
Polish
Basque
Catalan
Esperanto
Hindi
Lao
Albanian
Amharic
Armenian
Azerbaijani
Belarusian
Bengali
Bosnian
Bulgarian
Cebuano
Chichewa
Corsican
Croatian
Dutch
Estonian
Filipino
Finnish
Frisian
Galician
Georgian
Gujarati
Haitian
Hausa
Hawaiian
Hebrew
Hmong
Hungarian
Icelandic
Igbo
Javanese
Kannada
Kazakh
Khmer
Kurdish
Kyrgyz
Latin
Latvian
Lithuanian
Luxembou..
Macedonian
Malagasy
Malay
Malayalam
Maltese
Maori
Marathi
Mongolian
Burmese
Nepali
Norwegian
Pashto
Persian
Punjabi
Serbian
Sesotho
Sinhala
Slovak
Slovenian
Somali
Samoan
Scots Gaelic
Shona
Sindhi
Sundanese
Swahili
Tajik
Tamil
Telugu
Thai
Ukrainian
Urdu
Uzbek
Vietnamese
Welsh
Xhosa
Yiddish
Yoruba
Zulu
Kinyarwanda
Tatar
Oriya
Turkmen
Uyghur | <urn:uuid:2b37f74c-9849-4b78-990a-b1b0b56af768> | CC-MAIN-2024-18 | http://or.charmtvmount.com/news_catalog/product-news/ | 2024-04-13T16:00:36Z | s3://commoncrawl/crawl-data/CC-MAIN-2024-18/segments/1712296816820.63/warc/CC-MAIN-20240413144933-20240413174933-00334.warc.gz | ory | 0.999694 | Orya | 1 | {"ory_Orya_score": 0.999693751335144} |
About
Contact
Dec 19, 2018
Home
ପ୍ରକୃତି
ଅର୍ଥନୀତି
ରାଜନୀତି
ଶାସନ
ଶିଳ୍ପ
ବାଣିଜ୍ୟ
ବିକାଶ
ସମାଜ
ଖବର
ବିଜ୍ଞାନ
କୃଷି
ଶିକ୍ଷା
ସ୍ବାସ୍ଥ୍ୟ
ବୃତ୍ତି
ଧର୍ମ
ଅନ୍ୟାନ୍ୟ
ଦର୍ଶନ
ପୁରାଣ
ସଂସ୍କୃତି
ଜନଜୀବନ
ଫିଚର
ମନୋରଞ୍ଜନ
କ୍ରୀଡା
ପାଞ୍ଜି
ମହତବାଣୀ
ହସକଥା
ଜନସାହିତ୍ୟ
କବିତା
କାହାଣୀ
Breaking News
୫୦ ହଜାର ଉପରେ ଘର ଭାଙ୍ଗିଲା ବୋଲି ବିଜେଡି ସରକାରର ଦାବି।
କ୍ଷୟକ୍ଷତି ପରିମାଣ ୨୭୦୦ କୋଟି ଟଙ୍କା ବୋଲି ପ୍ରଶାସନର ରିପୋର୍ଟ।
ଆହୁରି ୧୦ ଜଣ ନିଖୋଜ।
ତିତଲିରେ ଓଡ଼ିଶାରେ ହେଲା ୫୭ ଜଣଙ୍କ ପ୍ରାଣହାନୀ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିଲେ ମୃତ୍ୟୁଶୂନ୍ୟ ତିତଲି ପାଇଁ ସରକାର ପ୍ରସ୍ତୁତ।
ତିତଲି ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ନବୀନ ସରକାର ଦାବି କରୁଥିଲେ।
ବିଜେଡିର ଜବାବ, ମୋଦି ବି ତାଙ୍କ ଘରୁ ଆଣି ଦେଉନାହାନ୍ତି।
ବିଜପିର ଅଭିଯୋଗ, ନବୀନ ତାଙ୍କ ଘରୁ ଆଣି ଦେଉନାହାନ୍ତି।
ତିତଲି କ୍ଷୟକ୍ଷତି ନେଇ ରାଜନୀତିକ ବୟାନବାଜି ଜୋରଦାର।
ମୁଁ ମିଛ କହୁଥିଲେ କ୍ଷମା ମାଗିବି । ସତ କହୁଥିଲେ ରାଜ୍ୟ ସରକାର କ୍ଷମା ମାଗିବେ କି? ପ୍ରଶ୍ନ କଲେ ଧର୍ମେନ୍ଦ୍ର ।
ସ୍ବାସ୍ଥ୍ୟ
ସ୍ବାସ୍ଥ୍ୟ
ନୂଆ କୋଠାରେ ମଦ ଆସର, ପୁରୁଣା କୋଠା ଜରାଜୀର୍ଣ୍ଣ
264 views
Read more
ଖାଇବା ଲୁଣରେ ପ୍ଲାଷ୍ଟିକ୍!
257 views
Read more
ଧୂମ ଓ ମଦ୍ୟପାୟୀ କିଶୋରଙ୍କ ଧମନୀ ଟାଣ!
259 views
Read more
ଅଧିକ ୪ ବର୍ଷ ବଞ୍ଚନ୍ତେ ଭାରତୀୟ!
241 views
Read more
ସାବଧାନ! ବିକ୍ରି ହେଉଛି ଜିଏମ ଖାଦ୍ୟ!
260 views
Read more
ଡେଙ୍ଗୁଠୁଁ ସାଙ୍ଗାତିକ ମେଲେରିଆ
296 views
Read more
କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଂଟ୍ ଆକ୍ଟରେ ସଂଶୋଧନ ଦାବି
279 views
Read more
ଧଳା ଆପ୍ରୋନରେ କଳଙ୍କ ଛିଟା
355 views
Read more
କିଏ ଡାକ୍ତର? ଅର୍ଥ ନା ମେଧା?
336 views
Read more
ଡାକ୍ତର ବିନା ସୁରକ୍ଷିତ ମାତୃତ୍ୱ!
276 views
Read more
Page 1 of 7
«
1
2
3
4
5
6
7
» | <urn:uuid:23fc1908-e6aa-4d83-be26-c7a4d4259a95> | CC-MAIN-2018-51 | https://samanyakathan.com/webpage/viewnews/14/0 | 2018-12-18T23:59:43Z | s3://commoncrawl/crawl-data/CC-MAIN-2018-51/segments/1544376829997.74/warc/CC-MAIN-20181218225003-20181219011003-00398.warc.gz | ory | 0.999713 | Orya | 1 | {"ory_Orya_score": 0.9997130036354065} |
Sign up now
to enroll in courses, follow best educators, interact with the community and track your progress.
Home
Explore
Plus
Login
Signup
(Odia) Complete Course on Odia Grammar
6 lessons,
1h 14m
Enroll
113
Previous
Next
1.
ଶବ୍ଦ ଓ ଶବ୍ଦର ପ୍ରକାରଭେଦ
12:29
2.
ଦେଶଜ ଓ ବିଦେଶୀ ଶବ୍ଦ - ଓଡ଼ିଆ ବ୍ୟାକରଣ
13:11
3.
ପଦର ଶ୍ରେଣୀବିଭାଗ - ଓଡ଼ିଆ ବ୍ୟାକରଣ
12:01
4.
ନାମବାଚକ ବିଶେଷ୍ୟ - ଓଡ଼ିଆ ବ୍ୟାକରଣ
12:03
5.
ଜାତିବାଚକ ବିଶେଷ୍ୟ - ଓଡ଼ିଆ ବ୍ୟାକରଣ
12:24
6.
ବସ୍ତୁ ବାଚକ ଓ ଗୁଣ ବାଚକ - ଓଡ଼ିଆ ବ୍ୟାକରଣ
12:07
Stay tuned! More lessons will be added soon.
✕
Download
ନାମବାଚକ ବିଶେଷ୍ୟ - ଓଡ଼ିଆ ବ୍ୟାକରଣ
0
105 plays
</>
More
ଚତୁର୍ଥ ଭାଗ-ନାମବାଚକ ବିଶେଷ୍ୟ ନମସ୍କାର ବନ୍ଧୁଗଣ ଓଡ଼ିଆ ବ୍ୟାକରଣ ଓଡ଼ିଶାର ପ୍ରାୟ ଛୋଟ ବଡ ସବୁ ପରୀକ୍ଷାରେ ପଚରା ଯାଇଥାଏ ସେହି ଉଦ୍ଦେଶ୍ୟ ରଖି ଓଡ଼ିଆ ବ୍ୟାକରଣ କୁ ଆପଣଙ୍କ ପାଖରେ ପ୍ରସ୍ତୁତ କରୁଛି ମୂଳରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସବୁକିଛି ଓଡ଼ିଆ ବ୍ୟାକରଣ ରେ ଜଣାଇବାକୁ ଚେଷ୍ଟା କରିବି, ଆଶା ଆପଣଙ୍କ ସହଯୋଗ ରହିବ ଧନ୍ୟବାଦ
Bibhuti Bhusan Swain is teaching live on Unacademy Plus
Learn more
Bibhuti Bhusan Swain
Faculty- Indian Geography, Newspaper Analyst, Economy | 4 years of teaching experience | Former Educator at Study IQ.
Follow
Comments
U
Unacademy user
Leave a comment...
comment
Rahmat Ali
2 years ago
sir in lecture 11 q no. 3 I not understand after differentiation the f^n
2
Reply | <urn:uuid:1b658549-a3f4-4731-b56a-0c7d9b35503c> | CC-MAIN-2020-40 | https://learn.unacademy.com/lesson/naambaack-bishessyy-oddiaa-byyaakrnn/Z48MENA9 | 2020-09-25T07:16:04Z | s3://commoncrawl/crawl-data/CC-MAIN-2020-40/segments/1600400222515.48/warc/CC-MAIN-20200925053037-20200925083037-00175.warc.gz | ory | 0.807466 | Orya | 1 | {"ory_Orya_score": 0.8074663281440735, "anp_Deva_score": 0.18936526775360107} |
କରୋନା ପାଇଁ ୫୦ ଲକ୍ଷ ଦେଲେ ରଜନୀକାନ୍ତ
ନୂଆଦିଲ୍ଲୀ : କରୋନା ଭାଇରସ୍ର ମୁକାବିଲା ପାଇଁ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ସହଯୋଗର ହାତ ବଢ଼ାଇଛନ୍ତି। ଫିଲ୍ମ ଫେଡେରେସନ୍ ଅଫ୍ ସାଉଥ୍ ଇଣ୍ଡିଆ ୟୁନିୟନ୍ କର୍ମଚାରୀଙ୍କୁ ରଜନୀକାନ୍ତ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
କରୋନା ଭାଇରସ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସାରାଦେଶରେ ଫିଲ୍ମ ଓ ସିରିଏଲ୍ ଶୁଟିଂକୁ ବନ୍ଦ କରାଯାଇଛି। ଏଥିପାଇଁ ଦୈନିକ ମଜୁରୀ ନେଇ ଗୁଜୁରାଣ ମେଣ୍ଟାଉଥିବା କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହି କର୍ମଚାରୀଙ୍କୁ ରଜନୀକାନ୍ତ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏଭଳି ଅସମୟରେ କର୍ମଚାରୀଙ୍କ ମାସିକ ଦରମା ନକାଟିବା ସହିତ ଆବଶ୍ୟକସ୍ଥଳେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିବେଦନ କରିଥିଲେ।
— Johnson PRO (@johnsoncinepro) March 24, 2020
କେବଳ ରଜନୀକାନ୍ତ ନୁହଁନ୍ତି ସାଉଥ୍ ସୁପରଷ୍ଟାର ବିଜୟ ସେଥୁପଥୀ ଏଫ୍ଏଫ୍ଏସ୍ଆଇ ଫଣ୍ଡକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
— Johnson PRO (@johnsoncinepro) March 24, 2020
ସେହିପରି ଗତକାଲି ସାଉଥ୍ ଷ୍ଟାର ଶିବକୁମାର, ସୁରିୟା ଓ କାର୍ଥି ମିଳିତ ଭାବେ ୧୦ ଲକ୍ଷ ଟଙ୍କା ଦାନ କରିଥିଲେ।
ଦିନରାତି ଏକ କରି କାମ କରୁଥିବା କର୍ମଚାରୀଙ୍କ ଫଣ୍ଡକୁ କିଛି କିଛି ଟଙ୍କା ଦାନ କରିବା ପାଇଁ ଏଫ୍ଏଫ୍ଏସ୍ଆଇ ସଭାପତି ଆର୍କେ ସେଲଭାମାନି ତାମିଲନାଡ଼ୁର ସମସ୍ତ ସୁପରଷ୍ଟାରଙ୍କୁ ନିବେଦନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। | <urn:uuid:784529b8-4bd7-4746-bb95-52726a1d095d> | CC-MAIN-2021-21 | https://odishareporter.in/entertainment/rajinikanth-has-donated-rs-50-lakhs-to-film-employees-federation-of-south-india-union-workers65678-509572 | 2021-05-15T13:19:21Z | s3://commoncrawl/crawl-data/CC-MAIN-2021-21/segments/1620243991370.50/warc/CC-MAIN-20210515131024-20210515161024-00618.warc.gz | ory | 0.999985 | Orya | 1 | {"ory_Orya_score": 0.9999847412109375} |
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏମ୍ସ ଦେଲା ବଡ଼ ସୂଚନା
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର
ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି। ସେ କହିଛନ୍ତି ଯେ, ୪ ଜଣିଆ ଡାକ୍ତରୀ ଟିମ୍ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି। ଏହାସହ ଏମ୍ସର ୨ ଓ ରାଜ୍ୟ ସରକାରଙ୍କ ୨ ଡାକ୍ତର ପ୍ରଦୀପ୍ତଙ୍କ ତଦାରଖ କରୁଛନ୍ତି। ବର୍ତ୍ତମାନ ପ୍ରଦୀପ୍ତ ନାଏକ ICUରେ ଭେଣ୍ଟିଲେଟରରେ ରହି ଚିକିତ୍ସା ହେଉଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ଭଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି। କିନ୍ତୁ ବର୍ତ୍ତମାନ ସେଭଳି ସ୍ଥିତି ଆସିନଥିବା ସ୍ପଷ୍ଟ କରିଛନ୍ତି ନିର୍ଦ୍ଦେଶିକା।
ଗତ ୧୯ ତାରିଖରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁନଥିଲା। ଗତକାଲି ତାଙ୍କ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତେବେ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା କାଲି ଗୁରୁତର ଥିଲା। ଚିକିତ୍ସାଧୀନ ଅବସ୍ଥାରେ କିଛି ଦିନ ଠିକ୍ ରହିବା ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ଆରମ୍ଭ କଲା।
ସେପଟେ, ଗତକାଲି କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ପ୍ରଦୀପ୍ତ ନାଏକ ଓ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପତ୍ନୀ ପ୍ରମିଳା ନାଏକଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫୋନରେ ପ୍ରମିଳାଙ୍କ ସହ କଥା ହୋଇ ପ୍ରଦୀପ୍ତଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି। ସେ କିପରି ଅଛନ୍ତି ସେ ନେଇ କଥା ହୋଇଥିଲେ ମୋଦି। | <urn:uuid:ddeb3713-9229-46cc-9411-ac109c4c1da2> | CC-MAIN-2021-25 | https://khabar.odishatv.in/odisha/aiims-infrom-media-oppsition-leader-heatl-condition/265560/ | 2021-06-24T21:52:17Z | s3://commoncrawl/crawl-data/CC-MAIN-2021-25/segments/1623488559139.95/warc/CC-MAIN-20210624202437-20210624232437-00267.warc.gz | ory | 1.000006 | Orya | 1 | {"ory_Orya_score": 1.000005841255188} |
ଯୁବକଙ୍କ ତଣ୍ଟିକାଟି ନିର୍ମମ ହତ୍ୟା, ପୋଲିସ ତଦନ୍ତ ଆରମ୍ଭ
ଯୁବକଙ୍କ ତଣ୍ଟିକାଟି ନିର୍ମମ ହତ୍ୟା, ପୋଲିସ ତଦନ୍ତ ଆରମ୍ଭ
ବରଗଡ: ସହରରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଅମ୍ବାପାଲି ନିକଟରେ ଥିବା ବଂଜାରା ବ୍ରିଜ ପାଖ ପଡ଼ିଆରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଗତ ବିଳମ୍ବିତ ରାତିରେ ଯୁବକ ଜଣଙ୍କୁ ତଣ୍ଟି କାଟି ଅତି ନୃଶଂସ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବୁଧବାର ସକାଳେ ସ୍ଥାନୀୟ ଲୋକେ ରକ୍ତାକ୍ତ ମୃତଦେହ ଏବଂ ବାଇକ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।
ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ଅତାବିରାର 25 ବର୍ଷର ଏମ୍ଡି କଶିମ ବୋଲି ଜଣାପଡିଛି । ସେ ଅତାବିରାରୁ ବରଗଡକୁ ପ୍ରତିଦିନ ଏକ ଗ୍ୟାରେଜକୁ କାମ କରନ୍ତି । ପ୍ରତିଦିନ ରାତି 8 ଟା ପର୍ଯ୍ୟନ୍ତ କାମସାରି ଅତାବିରାକୁ ଫେରିଥାନ୍ତି । ମାତ୍ର ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ । ତେବେ ପରିବାର ଲୋକେ ଚିନ୍ତିତ ହୋଇ ବରଗଡ଼ ଟାଉନ ଥାନା ଏବଂ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ସକାଳେ ଅମ୍ବାପାଲି ନିକଟରେ ଏକ ପଲସର୍ ବାଇକ ( ଓଡି୧୫ଏ ୧୦୩୧) ଓ କସିମଙ୍କ ମୃତଦେହ ପଡିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ବରଗଡ଼ ଏସଡିପିଓ ଦୀପକ କୁମାର ଗୋଚ୍ଛାୟତ, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଝାରୀ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାଟି ବରଗଡରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ | <urn:uuid:b297df67-1db4-4c49-b64f-002939cc0d18> | CC-MAIN-2021-49 | https://www.etvbharat.com/oriya/odisha/state/bargarh/25-year-youngman-murdered-in-bargarh/or20210929205323081 | 2021-11-28T15:34:37Z | s3://commoncrawl/crawl-data/CC-MAIN-2021-49/segments/1637964358560.75/warc/CC-MAIN-20211128134516-20211128164516-00344.warc.gz | ory | 0.999988 | Orya | 1 | {"ory_Orya_score": 0.9999876022338867} |
ଭିକ୍କି-କ୍ୟାଟ୍ରିନା ରୋମାଣ୍ଟିକ ମୁଡ୍ରେ ପାଳିଲେ ବିବାହ ପରର ପ୍ରଥମ ଲୋହରୀ; ଦେଖନ୍ତୁ ଇନ୍ସାଇଡ ଫଟୋ
ଲୋହରୀ ଏବଂ ମକର ସଂକ୍ରାନ୍ତି ପର୍ବ ପୂରା ଦେଶରେ ଏକ ଖୁସିର ମଉକା ନେଇ ଆସିଛି। କରୋନା ମହାମାରୀ ସହ ମୁକାବିଲା କରୁଥିଲେ ମଧ୍ୟ ଦେଶ ଏହି ପର୍ବକୁ ବଡ଼ ଧୁମ୍ଧାମରେ ପାଳନ କରୁଛି। କେତେଜ ସ୍ଥାନରେ ଗୁରୁବାର ଲୋହରୀ ପର୍ବ ଆନନ୍ଦ, ଉତ୍ସାହର ସହ ପାଳନ କରାଯାଇଥିଲା। ଏହି ବର୍ଷ ବଲିଉଡର ଅନେକ ସେଲିବ୍ରିଟି ଦମ୍ପତିଙ୍କ ପାଇଁ ଏହା ପ୍ରଥମ ଲୋହରୀ ଥିଲା। ଏମିତିରେ ପାୱାର କପଲ୍ କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲ ମଧ୍ୟ ଏହି ପର୍ବକୁ ଖାସ୍ ଢଙ୍ଗରେ ପାଳନ କରିଥିଲେ। କ୍ୟାଟ୍ରିନା ସୋସିଆଲ ମିଡିଆରେ ନିଜ ଫ୍ୟାନମାନଙ୍କ ସହିତ ବିବାହ ପରର ପ୍ରଥମ ଲୋହରୀର କିଛି ମୁହୂର୍ତ୍ତ ସେୟାର କରିଛନ୍ତି।
ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଭିକ୍କି-କ୍ୟାଟ୍ରିନା
ଏହି ଅବସରରେ କ୍ୟାଟ୍ରିନା ନିଜ ସ୍ୱାମୀ ଭିକ୍କିଙ୍କ କାନ୍ଧରେ ମୁଣ୍ଡ ରଖି ଅନେକ ଫଟୋ ପୋଷ୍ଟ କରିଛନ୍ତି। ଉଭୟଙ୍କ ସାମ୍ନାରେ ଲୋହରୀର ଅଗ୍ନି ନଜର ଆସୁଛି। ଫଟୋଗୁଡ଼ିକରେ କ୍ୟାଟ୍ରିନା ପାରମ୍ପରିକ ଲୁକରେ ନଜର ଆସିଛନ୍ତି। ପ୍ରଥମ ଫଟୋରେ ଭିକ୍କି କୌଶଲ କ୍ୟାଟ୍ରିନାଙ୍କ କାନ୍ଧ ଉପରେ ହାତ ରଖି ଛିଡ଼ା ହୋଇଛନ୍ତି। ଦ୍ୱିତୀୟ ଫଟୋରେ ସେ ସ୍ତ୍ରୀଙ୍କୁ ନିଜ ହାତରେ ଧରି ତାଙ୍କ ଆଡକୁ ଚାହିଁଥିବାର ନଜର ଆସିଛନ୍ତି। ସମସ୍ତ ଫଟୋରେ ଉଭୟ ସ୍ୱାମୀ, ସ୍ତ୍ରୀ ବହୁତ ଖୁସି ନଜର ଆସୁଛନ୍ତି। ଦୁଇ ଜଣଙ୍କର ଲୁକ୍ ବିଷୟରେ କଥା ହେବା ତ କ୍ୟାଟ୍ରିନା ଲାଲ୍ ରଙ୍ଗର ସାଲୱାର ସୁଟ୍ ପିନ୍ଧିଛନ୍ତି। ଏହା ଉପରେ ସେ କଳା ରଙ୍ଗର ଜ୍ୟାକେଟ୍ ପିନ୍ଧିଛନ୍ତି। ଯେତେବେଳେ କି, ଭିକ୍କି କୌଶଲ ବ୍ଲାକ ହୁଡି ଏବଂ ଟ୍ରାକ ପ୍ୟାଣ୍ଟ ପିନ୍ଧିଥିବାର ଦେଖା ଯାଉଛନ୍ତି। ଏବେ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଅନେକ ଲୋକ ସେୟାର କରୁଛନ୍ତି। ଦମ୍ପତି ୭ ଜନ୍ମ ପାଇଁ ଏକାଠି ରହିବା ବିଷୟରେ କହିଛନ୍ତି।
ବିବାହକୁ ଗୋଟିଏ ମାସ ପୂରିଲା
ଏଠି ଆମେ ମନେ ପକାଇ ଦେଉଛୁ କି, ଡିସେମ୍ବର ୯ରେ କ୍ୟାଟ୍ରିନା ଓ ଭିକ୍କି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରାଜସ୍ଥାନର ସାୱାଇ ମାଧୋପୁରରେ ଅନୁଷ୍ଠିତ ରାଜକୀୟ ଉତ୍ସବରେ ଦମ୍ପତି ସାତ ଫେରା ନେଇଥିଲେ। ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ ହୋଇଥିଲେ।
View this post on Instagram
View this post on Instagram | <urn:uuid:0c24965e-6478-4203-9d73-9e71b2f9531a> | CC-MAIN-2022-05 | https://knewsodisha.com/entertainment/vicky-kaushal-hugs-katrina-kaif-as-they-celebrate-first-lohri-after-wedding-409265 | 2022-01-28T19:33:47Z | s3://commoncrawl/crawl-data/CC-MAIN-2022-05/segments/1642320306335.77/warc/CC-MAIN-20220128182552-20220128212552-00215.warc.gz | ory | 0.999928 | Orya | 1 | {"ory_Orya_score": 0.9999277591705322} |
ଏ ଦୁନିଆଁ
ସ୍ବାର୍ଥରେ ବନ୍ଧା
ଆଉ ଚାଳିତ ବି ସ୍ଵାର୍ଥରେ
ଭାଇ,ବନ୍ଧୁ ଓ କୁଟୁମ୍ବ କାହିଁକି
ପତ୍ନୀ ବି ମାରିଥାଏ ଚୋଟ।
ସେଥିପାଇଁ ତ-
ବାନ୍ଧିଥାଏ ବନ୍ଧୁ
ଆଉ ହାସଲ ବି କରୁଥାଏ ନିତିଦିନ
ଗୋଟେ ପରେ ଗୋଟେ
ସେ ନୀଚ୍ଚ ଆଉ ଧୀଟର ସ୍ବରୂପ
ଭୟଙ୍କରଠୁ ଭୟଙ୍କର ଆଜିର ଏ ବ୍ଯାଧି
ହଁ,ବନ୍ଧୁ
ସେ କରୋନାଠୁ ବଳି।
ବନ୍ଧୁ !
ଯେବେ ଜାଣିଲ ଏ ସ୍ବାର୍ଥରେ ନିହିତ
ଦେବାରେ ନୁହୈଁ,ନେବାରେ
ଆମେ ଦୂରତା ବଜାୟ ରଖିବା
କଥାରେ ନୁହେଁ,କାମରେ।
ନ ହେଲେ ବନ୍ଧୁ
କିଏ ଜାଣେ?
ଦିନେ କରୋନା ପରି ଭୟଙ୍କର ବ୍ଯାଧି
ମାଡି଼ ନ ବସିବ
ଏ ଦେହର ରକ୍ତ,ମେଦ ଓ ମାଂସକୁ
କିଲବିଲ୍ କରି ଖାଇ ନ ଯିବ?
ବନ୍ଧୁ !
ଖୁବ୍ ହୁସିଆର
ହାତେ ମାପି ଚାଖଣ୍ଡେ
ନ ଚାଲିବ କିଆଁ?
ସ୍ବାର୍ଥରେ ଏ ବନ୍ଧୁଙ୍କ
ହାବଭାବ ଜାଣିବା ପରେ ବି…?
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର | <urn:uuid:5035c7cb-a682-42b4-bed6-11f980575350> | CC-MAIN-2022-21 | https://kabitaminar.com/archives/3378 | 2022-05-16T18:13:50Z | s3://commoncrawl/crawl-data/CC-MAIN-2022-21/segments/1652662512229.26/warc/CC-MAIN-20220516172745-20220516202745-00332.warc.gz | ory | 0.999701 | Orya | 1 | {"ory_Orya_score": 0.9997012615203857} |
ନା
ଏବେ ନୁହଁ ,
ଆଜି ନୁହଁ,
ସେ ସମୟ ଆସିବ
ଅନେକବର୍ଷ ପରେ ।
ଯେବେ ତୋ
ଶିଉଳି ଲଗା ଅଣ୍ଟାରେ
ଖସିଯାଉ ନଥିବ ମୋ ହାତ,
ଯେବେ ମହଣ ମହଣ ଯୌବନରୁ
ତୁ ନିଷ୍କୃତି ପାଇସାରିଥିବୁ,
ତୋ ଦେହର ଋତୁ ପରିବର୍ତ୍ତନ ଯେବେ
ବିରତି ନେଇସାରିଥିବ,
ତୋ ରାତିଙ୍କର ସ୍ବପ୍ନରେ
ଆଉ ଆସୁନଥିବ ଅଜଣା ଫୁଲର ମହକ,
ଯେବେ ସୁନାର ନୀଡ଼ଟିଏର ଚିତ୍ର
ଯାହାକୁ ଏତେଦିନ ଧରି
ସାଇତିଥିଲୁ ମନରେ
ଧୂଳି ଧରୁଥିବ ପରସ୍ତପରସ୍ତ,
ଯେବେ ତୁ ଅଗଣାରେ ବସି
ପତ୍ରଝରା ଦେଖୁଥିବୁ,
ଯେବେ ମୁଁ ଆଙ୍ଗୁଳି ଚଳାଇ
କୁଡୁଡିରେ ଆଉ ଆଙ୍କିପାରୁନଥିବି
ତୋ ମୁହଁ,
ଯେବେ ମୋ ଭିତରେ
ଡହକୁ ଥିବା ନିଆଁରେ
ମୁଁ ଜାଳି ସାରିଥିବି ସବୁ ପୁଣ୍ୟ,
ଚଉରାଅଶୀଟି ବର୍ଷାଋତୁ ଭୋଗି
ଶେତା ପଡିସାରିଥିବ ମୋ ଚମଡା,
ଯେବେ ମୁଁ ଚୁମାରେ ଚୁମାରେ
ତୋତେ ତୋ ବିଷାକ୍ତ ଯନ୍ତ୍ରଣାରୁ
ମୁକ୍ତିଦେବାର କଳା ଭୁଲିସାରିଥିବି,
ନିଷ୍ପାପ ସଙ୍ଗୀତ ଯେତେ
ତାଙ୍କୁ ଆଉ ପ୍ରଜାପତି କରି
ଉଡେଇ ପାରୁନଥିବି ତୋ ବଗିଚାରେ,
ଦେହରୁ ଯେବେ ଉତ୍ତାରି ସାରିଥିବା
ଆମ ଦେହ,
ଲୁହରୁ ଝୁରିହେବା
ହସରୁ ପ୍ରାପ୍ତି,
କୋହରୁ ଆବେଗ,
ବିନିଦ୍ର ଭଗ୍ନାଂଶ ରାତିରୁ
ଟୋପାଏ ଜ୍ୟୋସ୍ନା ତାତିରୁ,
ପରିତ୍ୟକ୍ତ ଡାକଘର କାନ୍ଥରୁ
ଯେବେ ଧୀରେଧୀରେ ଲିଭୁଥିବ
ଆମ ଦୁହିଁଙ୍କ ନାମ,
ଯେବେ ଆଖିତଳ କଳାଦାଗରେ
ବଡ଼ ବିଭତ୍ସ ଦିଶୁଥିବ ସବୁ ସଂଭ୍ରମ,
ଯେବେ ଆଜିପରି ଆଉ ପରାର୍ଦ୍ଧେ ରାତିକୁ
ନେହୁରା ହୋଉ ସାଇତି ପାରୁନଥିବି
ତୋ ଆଖି ପାଇଁ କଜ୍ଵଳ,
ସେତିକିବେଳେ କହିବି
ତୋତେ ଭଲପାଏ ବୋଲି ।
କୋଉଠି ଥିବୁ ଯେ ତୁ ?
ଶୁଣିବୁ ତ ?
ଖବର ପଠେଇବି
ପବନ ଦେହରେ ଚିଠିଲେଖି
ତୋତେ ଭଲପାଏ ବୋଲି ।
ହୁଏତ ଆସିଯାଇପାରେ
ତୋ ଘରଯାଏ ....
ଚିହ୍ନିବୁ ତ ?
ସଭିଙ୍କୁ ଆଡେଇଦେଇ
ଧରିନେଇପାରେ ତୋ ହାତ
ମୋ ଥୁରୁଥୁରୁ ହାତରେ ...
ସେତିକିବେଳେ କହିଦେଇପାରେ
ଭଲପାଏ ବୋଲି ,
କହିଦେଇପରେ ...
"ସମୟ ହେଲାଣି,
କଣ ଅଛି ଜୀବନରେ କହିଲୁ ?
ଚାଲ୍ ମ, ଏବେ ଅନ୍ତତଃ
ମରିବା ସାଥିରେ" | <urn:uuid:a2555687-4c3a-43bf-baff-20fefe3dde1f> | CC-MAIN-2022-33 | https://hub.batoi.com/odiasahitya/aneka-barsha-pare-poem-by-debabrat-jena-62bc1be029faa | 2022-08-17T16:09:15Z | s3://commoncrawl/crawl-data/CC-MAIN-2022-33/segments/1659882573029.81/warc/CC-MAIN-20220817153027-20220817183027-00008.warc.gz | ory | 0.999859 | Orya | 1 | {"ory_Orya_score": 0.9998593330383301} |
ତାରିଖରୁ ଜାଣନ୍ତୁ ଆପଣଙ୍କ ଦିନ ବିଷୟରେ
News18 Odia Digital
Puja Jainn
ସଂଖ୍ୟା ୧: ଆଜି ଆପଣ ଅତ୍ୟଧିକ ଅନ୍ତର୍ନିହିତ ଯାହା ଆପଣଙ୍କୁ ଜଣେ ଚମତ୍କାର ନେତା କରିବ। କ୍ୟାରିୟରରେ ଏକ ନୂଆ ବିକାଶ ହେବ ଯାହା ଭବିଷ୍ୟତ ପାଇଁ ଉତ୍କୃଷ୍ଟ ମନେହୁଏ। ନେତାମାନେ ଅନୁସରଣକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଓ ବିଶ୍ୱସ୍ତରୀୟ ମାନ୍ୟତା ପାଇବାକୁ ସକ୍ଷମ ହେବେ। ବ୍ୟକ୍ତିଗତ ଭାବରେ, ଭାବନା ମଧ୍ୟ ଭାଗ୍ୟ ଓ ଅନୁଗ୍ରହକୁ ଉପଭୋଗ କରୁଥିବା ପରି ମନେହୁଏ। ହସିବା ପାଇଁ ଏକ ସୁନ୍ଦର ଦିନ ଯେହେତୁ ଆପଣ ପ୍ରିୟଜନଙ୍କଠାରୁ ଉପହାର, ପ୍ରସ୍ତାବ, ପୁରସ୍କାର କିମ୍ବା ସମର୍ଥନ ପାଇବେ। ବ୍ୟବସାୟ ସହିତ ସ୍ବତନ୍ତ୍ର ଭାବରେ ଜଡିତ ଡ଼ିସିସନ୍ ନେଇ ରିସ୍କ ନିଅନ୍ତୁ ଓ ଆଗକୁ ବଢ଼ନ୍ତୁ। ଛାତ୍ର, ଡାକ୍ତର, ଅଭିନେତା, ମଡେଲ, ଖୁଚୁରା ବ୍ୟବସାୟୀ, କୃଷକ, ଜୱେଲର୍, ବିତରକ, ଷ୍ଟକ୍ ଦଲାଲ ଓ କ୍ରୀଡ଼ାବିତ୍ ଏହି ବିଜୟକୁ ସମ୍ମାନିତ କରିବେ।
ଶୁଭ ରଙ୍ଗ- ହଳଦିଆ।
ଶୁଭ ଦିନ-ରବିବାର।
ଶୁଭ ସଂଖ୍ୟା-୧ ଓ ୫।
ଦାନ- ଦୟା କରି ଗରିବ ଲୋକଙ୍କୁ କଦଳୀ ଦାନ କରନ୍ତୁ।
ସଂଖ୍ୟା ୨: ସହଯୋଗ ଓ ବଡ଼ ବ୍ରାଣ୍ଡ ସହିତ ମିଶ୍ରଣ ପାଇଁ ଦିନଟି। ରାଜନେତାମାନେ ଆଜି ଦଳର ସଦସ୍ୟଙ୍କ ସମର୍ଥନ ଉପଭୋଗ କରିବେ ଓ ମହିଳାମାନେ ସମାଜରେ ସେମାନଙ୍କର ବ୍ୟକ୍ତିଗତ ଭାବମୂର୍ତ୍ତି ଉପଭୋଗ କରିବେ। ତରଳ ଓ ଔଷଧ ବ୍ୟବସାୟ ଅଧିକ ରିଟର୍ଣ୍ଣ ପାଇବେ। ପିତାମାତା, ଆପଣଙ୍କ ପିଲାମାନଙ୍କ ବିଷୟରେ ସ୍ୱପ୍ନ ପାଇଁ ଧୌର୍ଯ୍ୟ ରଖିବାର ସମୟ ଆସିଛି। ଉଚ୍ଚ ରୋମାନ୍ସ ଦମ୍ପତିଙ୍କ ସମ୍ପର୍କକୁ ମଜବୁତ କରିବ। ଗୁରୁତ୍ୱପୂର୍ଣ୍ଣ ବୈଠକ କିମ୍ବା ସାକ୍ଷାତକାରରେ ଧଳା ପିନ୍ଧିବା ଅତ୍ୟଧିକ ଭାଗ୍ୟବାନ ହେବ। ସାହାଯ୍ୟ ଖୋଜିବା ପାଇଁ ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ବିତାନ୍ତୁ।
ଶୁଭ ରଙ୍ଗ- କ୍ରିମ୍ ଓ ଧଳା।
ଶୁଭ ଦିନ-ସୋମବାର।
ଶୁଭ ସଂଖ୍ୟା-୨ ଓ ୬।
ଦାନ- ଦୟା କରି ଗରିବ ଲୋକଙ୍କୁ ଚିନି ଦାନ କରନ୍ତୁ।
ସଂଖ୍ୟା ୩: ତୁଳସୀ ପ୍ଲାଣ୍ଟ ପାଇଁ ଏକ ଉଚ୍ଚ ଶକ୍ତି ସହିତ ଗୋଟିଏ ଦିନ ଆରମ୍ଭ କରିବା ପାଇଁ ଏକ ଗଭୀରତା ଆଲୋକିତ କରନ୍ତୁ। ଆପଣଙ୍କର କାର୍ଯ୍ୟ ଅଭିଜ୍ଞତା ବାଣ୍ଟିବା ଓ ଏକ ସାକ୍ଷାତକାରକୁ ଖଣ୍ଡନ କରିବା ପାଇଁ ଏକ ସୁବିଧାବାଦୀ ସମୟ। ଜ୍ଞାନ ଭାଗ୍ୟ, ସ୍ଥିରତା, ସୁଯୋଗ, ସମର୍ଥନ ଓ ଆକର୍ଷଣ, ସମସ୍ତେ ଏକତ୍ରିତ ହୋଇ ଉଚ୍ଚ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରନ୍ତି। ଯଦି ଆପଣ ଦ୍ୱନ୍ଦ୍ୱରୁ ଦୂରେଇ ରୁହନ୍ତି ତେବେ ସମ୍ପର୍କ ଆଜି ମଜବୁତ ହେବ। ସହଭାଗୀ ସହିତ ବିବାଦ ଥିଲେ ମଧ୍ୟ ଯୋଗାଯୋଗ ଜାରି ରଖନ୍ତୁ। ସୃଜନଶୀଳ ବ୍ୟକ୍ତିମାନେ ନିବେଶ ଓ ରିଟର୍ଣ୍ଣ ପାଇଁ ସର୍ବୋତ୍ତମ ସମୟ ପାଇବେ। ସୃଜନାତ୍ମକ ଶ୍ରେଣୀରେ ବିନିଯୋଗ କରିବାକୁ ଚିନ୍ତା କରିବା, ଆଜି ସଫଳତାର ସହିତ କରାଯାଇପାରିବ। ପଦୋନ୍ନତି ଓ ପ୍ରଚାର ପାଇଁ ଶିକ୍ଷାବିତ୍, କୋଚ୍, ସରକାରୀ ଅଧିକାରୀ, ସଂଗୀତଜ୍ଞ ଓ ରାଜନେତା। ବ୍ୟବସାୟୀମାନେ ଗ୍ରାହକଙ୍କୁ ଭେଟିବା ଓ ମଧ୍ୟାହ୍ନ ଭୋଜନ ପୋଷ୍ଟ କରିବା ପାଇଁ କାରବାର କରନ୍ତି।
ଶୁଭ ରଙ୍ଗ- ବାଦାମୀ।
ଶୁଭ ଦିନ-ଗୁରୁବାର।
ଶୁଭ ସଂଖ୍ୟା-୩ ଓ ୧।
ଦାନ- ଆଶ୍ରମରେ ଚାଉଳ ଦାନ କରନ୍ତୁ।
ସଂଖ୍ୟା ୪: ସକାଳେ ରାହୁ ମନ୍ତ୍ର ଜପ କରନ୍ତୁ ଓ ଗ୍ରହର ଇଚ୍ଛା ଓ ଆଶୀର୍ବାଦ ଆଣନ୍ତୁ। ଭାଗ୍ୟ ଆଜି କ୍ୟାରିୟର ପାଇଁ ଏକ ନୂଆ ଦ୍ୱାର ଖୋଲିପାରେ। ଆଜି ମନିପୁଲେସନ୍ ଠାରୁ ଦୂରରେ ରହିବାକୁ ମନେରଖ। କାର୍ଯ୍ୟରେ ବିକ୍ରୟ ଓ ମାର୍କେଟିଂ କୌଶଳ ରଖନ୍ତୁ ଓ ଭାଗ୍ୟ ଏହାର ଭୂମିକା ଗ୍ରହଣ କରିବାକୁ ଦିଅନ୍ତୁ। ଯଦିଓ, ଦିନଟି ଅଶୁଭ ଓ ଲକ୍ଷ୍ୟହୀନ ମନେହୁଏ, ଆପଣ ଘରୋଇ ପ୍ରତିପାଦନକୁ ଅଣଦେଖା କରିବା ଓ ବ୍ୟବସାୟ କରିବାକୁ ବାହାରକୁ ଯିବା ଉଚିତ। ପ୍ରେମ ଭାବନା ବାଣ୍ଟିବେ ଯୁବକ ଦମ୍ପତି।
ଶୁଭ ରଙ୍ଗ- ଗ୍ରୀନ।
ଶୁଭ ଦିନ-ମଙ୍ଗଳବାର।
ଶୁଭ ସଂଖ୍ୟା-୬।
ଦାନ- ଗରିବ ଲୋକଙ୍କୁ ଖାଦ୍ୟ ଦାନ କରନ୍ତୁ।
ସଂଖ୍ୟା ୫: ଏହାର ଏକ ଦିନ ଯେଉଁଠାରେ ଆପଣ ହିରୋ ପରି ବିଜୟ ଅନୁଭବ କରନ୍ତି। ଯଦି କିଛି ବିଶେଷ ଜିନିଷ ଅଛି ତେବେ ଆଜି ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତୁ। ଆପଣ ଭାଗ୍ୟରେ ଓ ଅତ୍ୟଧିକ ସହାୟକ ଦଳର ସଦସ୍ୟମାନଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ପବନରେ ଆପଣ ଆଜି ସମସ୍ତ ଆରାମ ସହିତ ଏକ ସ୍ୱଳ୍ପ ଯାତ୍ରା ପାଇଁ ଯିବେ। ଏକ ବିଶେଷ ବ୍ୟକ୍ତିଙ୍କୁ ଭେଟିବା ଅତ୍ୟନ୍ତ ପୂର୍ବାନୁମାନଯୋଗ୍ୟ। ଆଜି ଆପଣ ଯାହା ଚାହାଁନ୍ତି ତାହା କିଣନ୍ତୁ ଯେହେତୁ ଏହା ଏକ ବଡ଼ କିମ୍ବା ଛୋଟ ଜିନିଷ, ସମସ୍ତେ ସୁନ୍ଦର ଭାବରେ ଭଲ ହୋଇଯାଏ। ଷ୍ଟକ୍ କିମ୍ବା ସମ୍ପତ୍ତିରେ ବିନିଯୋଗ କରିବା, ଆହ୍ବାନ ଗ୍ରହଣ କରିବା, ସାଧାରଣ ସଭାରେ ଯୋଗଦେବା, ପ୍ରତିଯୋଗିତାରେ ଦେଖାଯିବା, ବ୍ୟବସାୟିକ ବିପଦ ନେବା ଆବଶ୍ୟକ। ପଦୋନ୍ନତି ଓ ମୂଲ୍ୟାଙ୍କନର ଅନୁମୋଦନ ପାଇଁ ଗୋଟିଏ ଦିନ।
ଶୁଭ ରଙ୍ଗ- ନୀଳ।
ଶୁଭ ଦିନ-ବୁଧବାର।
ଶୁଭ ସଂଖ୍ୟା-୫।
ଦାନ- ବନ୍ଧୁଙ୍କୁ ତୁଳସୀ ମାଳ ଓ ତୁଳସୀ ଗଛ ଦାନ କରନ୍ତୁ।
ସଂଖ୍ୟା ୬: କାର୍ଯ୍ୟରେ ଆପଣଙ୍କର ଫ୍ଲେକ୍ସିବିଲିଟି ଲୋକମାନଙ୍କ ଦ୍ବାରା ଅପବ୍ୟବହାର ହୋଇପାରେ, ତେଣୁ ସର୍ବଦା ଆପଣଙ୍କର କାର୍ଯ୍ୟ ପସନ୍ଦ ବିଷୟରେ ଉଲ୍ଲେଖ କରିବାକୁ ଶିଖନ୍ତୁ। ଦିନଟି ଆଶୀର୍ବାଦ, ଉପଭୋଗ, ପାରିବାରିକ କାର୍ଯ୍ୟ, ଇଭେଣ୍ଟ, ବନ୍ଧୁ ଓ ଘରୋଇ ଦାୟିତ୍ବରେ ପରିପୂର୍ଣ୍ଣ। ଆଜିର ଦିନରେ ଅଧିକ ଲାଭ ଅଧିକ ମନେହୁଏ। ତୁମର ଜିନିଷ ବିଷୟରେ ସାମାଜିକ ସମାବେଶରେ ଯୋଗଦେବାବେଳେ ତୁମେ ସତର୍କ ହେବା ଉଚିତ୍। ସମସ୍ତ ବିକ୍ରୟ ଲକ୍ଷ୍ୟ ବିଜେତା ପରି ହାସଲ ହେବ। ଗୋଲ୍ ମାରିବା ଓ ମ୍ୟାଚରେ ବିଜୟ ହାସଲ କରେ ସ୍ପୋର୍ଟ୍ସମ୍ୟାନ୍।
ଶୁଭ ରଙ୍ଗ- ସ୍କାଏ ବ୍ଲୁ।
ଶୁଭ ଦିନ-ଶୁକ୍ରବାର।
ଶୁଭ ସଂଖ୍ୟା-୬ ଓ ୨।
ଦାନ- ଅନାଥଙ୍କୁ ଷ୍ଟିଲ ପାତ୍ର ଦାନ କରନ୍ତୁ।
ସଂଖ୍ୟା ୭: ଆଖପାଖରେ ଥିବା ଆଶୀର୍ବାଦ ଓ ସ୍ନେହ ଆଜି ତୁମର ସମସ୍ତ ସ୍ୱପ୍ନକୁ ପୂରଣ କରିବ। ଆଜି ଭଗବାନ ଶିବଙ୍କ ରୀତିନୀତି କରିବାକୁ ଭୁଲନ୍ତୁ ନାହିଁ। ବଡ଼ ବ୍ରାଣ୍ଡ ଅପେକ୍ଷା ଏକ ଛୋଟ ବ୍ରାଣ୍ଡ ସହିତ ସହଯୋଗ କରିବା ଆରମ୍ଭ କରିବା ଜରୁରୀ। ଆଜି ଯାହା ନିଷ୍ପତ୍ତି ନିଆଯାଇଛି ତାହା ଆର୍ଥିକ ଭାବରେ ସମୀକ୍ଷା କରାଯିବା ଉଚିତ୍ କାରଣ ତୁମେ ତୁମର ଅଡିଟରଙ୍କୁ ବିଶ୍ବାସ କରିପାରିବ ନାହିଁ। ଆଇନ ମକଦ୍ଦମା ଜିତିପାରିବ କିନ୍ତୁ ସମାଧାନ ପାଇଁ ଟଙ୍କା ଆବଶ୍ୟକ। କେବଳ ଶୃଙ୍ଖଳିତ ଜୀବନଶୈଳୀ ଓ ଉଦାରତା ଅନୁସରଣ କରନ୍ତୁ। ତୁମର ଆତ୍ମବିଶ୍ୱାସ ଓ ଜ୍ଞାନ ଚୁମ୍ବକୀୟ ହେବ।
ଶୁଭ ରଙ୍ଗ- ହଳଦିଆ ଓ ସବୁଜ।
ଶୁଭ ଦିନ-ସୋମବାର।
ଶୁଭ ସଂଖ୍ୟା-୭।
ଦାନ- ଗରିବଙ୍କୁ ହଳଦିଆ ଫଳ ଦାନ କରନ୍ତୁ।
ସଂଖ୍ୟା ୮: ଏହାର ଗୋଟିଏ ଦିନ ଯାହା ତୁମର କଠିନ ପରିଶ୍ରମକୁ ହ୍ରାସ କରେ ଓ ତୁମକୁ ଭାଗ୍ୟ ଓ ବିଳାସପୂର୍ଣ୍ଣ ରଖେ। ଅନେକ ଜିନିଷରେ ଏକ ସଫଳତା ମିଳିଥାଏ କିନ୍ତୁ କେବଳ ଦିନର ଶେଷ ପର୍ଯ୍ୟନ୍ତ। ଆତ୍ମବିଶ୍ୱାସ ଆଜି କୌଣସି ଅସୁବିଧାରୁ ବାହାରିବାରେ ସାହାଯ୍ୟ କରିବ। ବିଲେଇମାନଙ୍କୁ ଦାନ କରିବା ଏକ ସୁନ୍ଦର ଦିନ। ଦମ୍ପତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୁସ୍ଥ ରହିବ। ମୁଦ୍ରା ସୁବିଧା ପାଇବେ ଡାକ୍ତର, ତୈଳ ବ୍ୟବସାୟ, ବିଲଡର୍ସ, ସରକାରୀ କଣ୍ଟ୍ରାକ୍ଟର ଓ ଉତ୍ପାଦକ। ଯନ୍ତ୍ର କିଣିବା ଓ ସମ୍ପତ୍ତିରେ ବିନିଯୋଗ କରିବା ସର୍ବୋତ୍ତମ ଦିନ। ଶାରୀରିକ ସୁସ୍ଥତା ଯୋଗର ଅଧିକ ଆବଶ୍ୟକ କରେ।
ଶୁଭ ରଙ୍ଗ- ନୀଳ।
ଶୁଭ ଦିନ-ଶୁକ୍ରବାର।
ଶୁଭ ସଂଖ୍ୟା-୬।
ଦାନ- ଗରିବଙ୍କୁ ଡାଲି ଦାନ କରନ୍ତୁ।
ସଂଖ୍ୟା ୯: ମଙ୍ଗଳ ଗ୍ରହର ଶକ୍ତି ବଢ଼ାଇବା ପାଇଁ ଆଜି ବ୍ୟାଗରେ ଏକ ଲାଲ୍ ରୁମାଲ ରଖନ୍ତୁ। ଆଜି ସଫଳତା ଓ ଭାଗ୍ୟର ଉପହାର ପାଇବେ ଜନସାଧାରଣଙ୍କ। ଟଙ୍କାଠାରୁ ଅଧିକ ତୁମେ ସମାଜର ସମ୍ମାନ ଓ ସ୍ୱୀକୃତି ସହିତ ସନ୍ତୁଷ୍ଟ ଅନୁଭବ କରିବ। ଯୁବକମାନେ ସେମାନଙ୍କ ଉପରେ ପ୍ରଭାବ ପକାଇବା ପାଇଁ ଦିନଟି ଅନୁକୂଳ ହୋଇପାରେ।
ଶୁଭ ରଙ୍ଗ- ବାଦାମୀ।
ଶୁଭ ଦିନ-ମଙ୍ଗଳବାର।
ଶୁଭ ସଂଖ୍ୟା-୯ ଓ ୬।
ଦାନ- ମହିଳା ଓ ଶିଶୁଙ୍କୁ ଲାଲି ରୁମାଲ ଦାନ କରନ୍ତୁ।
ଅଗଷ୍ଟ ୧ରେ ଜନ୍ମଗ୍ରହଣ କରିଥିବା ସେଲିବ୍ରିଟିମାନେ ହେଲେ ଭାରତ ଶାହ, କାଜୋଲ, ଜେନେଲିଆ ଡି'ସୁଜା, ଭେଙ୍କଟେଶ ପ୍ରସାଦ, ବିକ୍ରମଦିତ୍ୟ ସିଂ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । | <urn:uuid:e529af24-e294-490f-9998-9ae142e0a185> | CC-MAIN-2022-33 | https://odia.news18.com/news/trending/numerology-suggestions-todays-horoscope-and-good-signs-2lpd-050822-lpd-pjn-117339.html | 2022-08-10T17:34:27Z | s3://commoncrawl/crawl-data/CC-MAIN-2022-33/segments/1659882571198.57/warc/CC-MAIN-20220810161541-20220810191541-00508.warc.gz | ory | 0.999983 | Orya | 1 | {"ory_Orya_score": 0.9999828338623047} |
ଓଡ଼ିଶାର ଶ୍ରୀୟା ଲେଙ୍କା ହେଲେ ଭାରତର ପ୍ରଥମ କେ-ପପ ଷ୍ଟାର
ନୂଆଦିଲ୍ଲୀ: ଓଡ଼ିଶାର ୧୮ ବର୍ଷୀୟ ଶ୍ରୀୟା ଲେଙ୍କା ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ କେ-ପପ ଷ୍ଟାର ହେବାର ଗୌରବ ହାସଲ କରିଛନ୍ତି। ଶ୍ରୀୟା କୋରିଆର ପ୍ରସିଦ୍ଧ ପପ୍ ବ୍ୟାଣ୍ଡ ବ୍ଲାକସ୍ୱାନରେ ସାମିଲ ହୋଇଛନ୍ତି। ତାଙ୍କ ସହ ବ୍ରାଜିଲର ଗାବ୍ରିଏଲା ଡାଲସିନ୍ଙ୍କୁ ବି ଚୟନ କରାଯାଇଛି।
ବ୍ଲାକସ୍ୱାନର ଡିଆର ମ୍ୟୁଜିକ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଶ୍ରୀୟା ଲେଙ୍କା ଓ ଡାଲସିନ୍ ଶେଷରେ ବ୍ଲାକସ୍ୱାନର ସଦସ୍ୟ ଭାବେ ଚୟନ ହୋଇଛନ୍ତି। ଗତ ୬ ମାସ ହେଲା ଏମାନେ ବିଶ୍ୱସ୍ତରୀୟ ଅଡିସନରେ ଭାଗ ନେଇଥିଲେ। ନିଜ ଦକ୍ଷତା ପ୍ରଦର୍ଶନ କରି ଉଭୟ ବ୍ଲାକସ୍ୱାନରେ ସାମିଲ ହେବାକୁ ଯୋଗ୍ୟତା ଅର୍ଜନ କରିଥିବା ଡିଆର ମ୍ୟୁଜିକ କହିଛି।
ବ୍ଲାକସ୍ୱାନରେ ଏବେ ୬ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ୟଙ୍ଗହେଉନ, ଫାଟୋଉ, ଜୁଡୀ, ଲେଆ, ଶ୍ରୀୟା ଓ ଗାବି। ଓଡ଼ିଶାର ରାଉରକେଲା ସହରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀୟା ଲେଙ୍କା ଗତ ବର୍ଷ ଡିସେମ୍ବରରେ ସିଓଲରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ଟ୍ରେନିଂ ପାଇଁ ମନୋନୀତ ହୋଇଥିଲେ। ଟ୍ରେନିଂ ପରେ ସେ ବ୍ୟାଣ୍ତ ପାଇଁ ଚୟନ ହୋଇଛନ୍ତି।
ନଭେମ୍ବର ୨୦୨୦ରେ ଏହି ଗ୍ରୁପର ସବୁଠାରୁ ପୁରୁଣା ସଦସ୍ୟ ହେମେ ବ୍ୟାଣ୍ଡକୁ ବାଏବାଏ କହିଥିଲେ। ତାଙ୍କ ସ୍ଥାନରେ ନୂଆ ସଦସ୍ୟଙ୍କୁ ନେବା ପାଇଁ ଡିଆର ମ୍ୟୁଜିକ୍ ଗତବର୍ଷ ମେ' ମାସରେ ବିଶ୍ୱସ୍ତରୀୟ ଅଡିସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଶ୍ରୀୟା ଓ ୧୯ ବର୍ଷ ବୟସ୍କ ବ୍ରାଜିଲର ଡାଲସିନ ଅଡିସନ ଦେଇଥିଲେ। ୟୁଟ୍ୟୁବରେ ଅଡିସନ ଦେଇଥିବା ୪ ହଜାର ଆଶାୟୀଙ୍କ ମଧ୍ୟରୁ ଡିଆର ମ୍ୟୁଜିକ ଶ୍ରୀୟା ଓ ଡାଲିକନଙ୍କୁ ଚୂଡ଼ାନ୍ତ ତାଲିମ ପାଇଁ ମନୋନୀତ କରିଥିଲା।
View this post on Instagram
ଶ୍ରୀୟା ଲେଙ୍କା ୨୦୦୩ ମସିହାରେ ରାଉରକେଲାରେ ଜନ୍ମ ଗ୍ରହଣ କରିଥିଲେ। ସେ ହିନ୍ଦୁସ୍ତାନୀ କ୍ଲାସିକାଲ ସହ ୧୨ ବର୍ଷ ବୟସରେ ଓଡ଼ିଶୀ ଓ ଅନ୍ୟାନ୍ୟ ସମସାମୟିକ ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ। ଶ୍ରୀୟା କହିଛନ୍ତ, "ମୋ ସ୍ୱର ଅତ୍ୟନ୍ତ ଗମ୍ଭୀର ଥିବାରୁ ମୁଁ ଟ୍ରେନର ପାଇବାରେ ଅସୁବିଧାବର ସମ୍ମୁଖୀନ ହୋଇଥିଲି। ତେବେ ମୋ ଜେଜେ ମା' ମୋତେ ଟ୍ରେନର ପାଇବାରେ ସହଯୋଗ କରିଥିଲେ। ସେ ମୋତେ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଶିକ୍ଷକଙ୍କ ପାଖକୁ ନେଇଥିଲେ। ଶିକ୍ଷକ ଜଣଙ୍କ ମୋତେ ସପ୍ତାହକୁ ଦୁଇ ଦିନ ତାଲିମ ଦେଉଥିଲେ। କିନ୍ତୁ ୱେଷ୍ଟର୍ଣ୍ଣ ଗୀତ ପାଇଁ ମୁଁ ୟୁଟ୍ୟୁବ ଓ ଅନଲାଇନ ଭିଡିଓଗୁଡ଼ିକୁ ଦେଖି ଶିଖିବା ଆରମ୍ଭ କରିଥିଲି।"
View this post on Instagram
ବ୍ଲାକସ୍ୱାନ ପ୍ରଥମେ ବ୍ୟାଣ୍ଡରେ କେବଳ ଜଣଙ୍କୁ ସାମିଲ କରିବ ବୋଲି ଯୋଜନା କରିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଉଭୟ ଶ୍ରୀୟା ଓ ଡାଲସିନଙ୍କୁ ସାମିଲ କରିଛି। ଏବେ ବେଶ କିଛି ମାସ ସିଓଲରେ ଉଭୟ ଅଭ୍ୟାସ କରିବେ। ଏହାପରେ ବ୍ୟାଣ୍ଡ ପାଇଁ ବିଧିବଦ୍ଧ ଭାବେ କାମ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। | <urn:uuid:a878c9ba-52dc-4bfc-a1df-9ae9eec94a12> | CC-MAIN-2022-40 | https://odishareporter.in/nation-world/india/sriya-lenka-becomes-first-k-pop-star-from-india-737389 | 2022-10-01T18:36:22Z | s3://commoncrawl/crawl-data/CC-MAIN-2022-40/segments/1664030336880.89/warc/CC-MAIN-20221001163826-20221001193826-00070.warc.gz | ory | 0.999995 | Orya | 1 | {"ory_Orya_score": 0.9999951124191284} |
ଆତଙ୍କ ଖେଳାଉଥିଲା ମହାବଳ ବାଘ, ଫାଶରେ ପକାଇଲା ବନବିଭାଗ
ଆତଙ୍କ ଖେଳାଉଥିଲା ମହାବଳ ବାଘ, ଫାଶରେ ପକାଇଲା ବନବିଭାଗ
ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ସିଦ୍ଧପୁରା ଜଙ୍ଗଲ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏକ ମହାବଳ ବାଘକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ (A tiger was trapped and caught in Kodagu village)। ଗତ କିଛି ଦିନ ହେବ ଏହି ବାଘଟି ଜଙ୍ଗଲ ନିକଟବର୍ତ୍ତୀ ଜନବସତି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବାରେ ଲାଗିଥିଲା । ଗାଈ, ମଇଁଷି ପରି ବହୁ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରି ମାରିବା ପରେ ନିକଟବର୍ତ୍ତୀ ଗ୍ରାମଗୁଡିକରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ବାଘକୁ ଧରି ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ମଧ୍ୟ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ ଗ୍ରାମବାସୀ ।
ଶେଷରେ ଏକାଧିକ ଅଭିଯୋଗ ପରେ ବାଘକୁ ଧରିବାକୁ ଅପରେସନ ଆରମ୍ଭ କରିଥିଲା ବନ ବିଭାଗ । ବାଘକୁ ଠାବ କରି ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗର ପ୍ରଶିକ୍ଷିତ ଟିମ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ବାଘକୁ ଠାବ କରିବା ପରେ ଧରିବା ପାଇଁ ଗତକାଲି ରାତିରେ ସ୍ବତନ୍ତ୍ର ଯନ୍ତା ବସାଇଥିଲା ବନ ଟିମ । ବାଘଟି ଯନ୍ତାରେ ପଡିବା ପରେ ବୁଧବାର ସକାଳେ ତାକୁ ଉଦ୍ଧାର କରାଯାଇଛି (A tiger was trapped and caught in Kodagu village )।
ପ୍ରଶିକ୍ଷିତ ବନ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପ୍ରଶିକ୍ଷିତ ହାତୀ ମଧ୍ୟ ଜଙ୍ଗଳରେ ନିୟୋଜିତ କରାଯାଇଥିଲା । ବୁଧବାର ବାଘଟି ଧରା ପଡିବା ପର ତାକୁ ସୁରକ୍ଷିତ ଅନ୍ୟସ୍ଥାନରେ ଛାଡିବା ପାଇଁ ବନ କର୍ମଚାରୀମାନେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରଥମେ ବାଘଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା । ପରେ ଗ୍ରାମ ତଥା ଜନବସତି ଠାରୁ ସୁରକ୍ଷିତ ଜଙ୍ଗଲରେ ଛଡାଯିବା ନେଇ ସୂଚନା ଦେଇଛି ବନ ବିଭାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ | <urn:uuid:9c09fa74-6b45-4d2d-b2b2-381c21cd88df> | CC-MAIN-2022-40 | https://www.etvbharat.com/oriya/odisha/bharat/a-tiger-was-trapped-and-caught-in-kodagu-village/or20220922071456109109504 | 2022-10-07T02:31:50Z | s3://commoncrawl/crawl-data/CC-MAIN-2022-40/segments/1664030337906.7/warc/CC-MAIN-20221007014029-20221007044029-00570.warc.gz | ory | 0.999999 | Orya | 1 | {"ory_Orya_score": 0.9999986886978149} |
ବୁର୍ଖା ନ ପିନ୍ଧିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ
ବୁର୍ଖା ନ ପିନ୍ଧିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ
ମୁମ୍ବାଇ: ବୁର୍ଖା ପିନ୍ଧିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମୁମ୍ବାଇ ତିଳକନଗର ଥାନା ଅଞ୍ଚଳରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ବୁର୍ଖା ନ ପିନ୍ଧିବାରୁ ମୁସଲିମ୍ ସମ୍ପ୍ରଦାୟର ଜଣେ ବ୍ୟକ୍ତି ନିଜର ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା କରିଛି । ହତ୍ୟାକାରୀ ସ୍ବାମୀର ନାମ ଇକବାଲ ଶେଖ୍ ଏବଂ ସେ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ମୃତ ପତ୍ନୀଙ୍କ ନାମ ରୂପାଲି ଏବଂ ସେ ହିନ୍ଦୁ ସମ୍ପ୍ରଦାୟର ହୋଇଥିବା ଜଣାପଡିଛି । ପୋଲିସ ପତ୍ନୀହନ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ମୁତାବକ, ଗତ ୩ ବର୍ଷ ତଳେ ଇକବାଲ ରୂପାଲିଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ଦୁଇ ବର୍ଷ ପୁଅ ମଧ୍ୟ ରହିଛି । ବିବାହ ପରେ ରୂପାଲି ଧର୍ମ ପରିବର୍ତ୍ତନ କରିବା ସହ ନିଜ ନାମ ଜାରା ଇକବାଲ ଶେଖ ବଦଳାଇ ଥିଲେ । କିନ୍ତୁ ସେ ବୁର୍ଖା ପିନ୍ଧିବାକୁ ଏବଂ ଇସଲାମିକ ଆଚରଣ କରିବାକୁ ଅରାଜି ହେଉଥିଲେ । ସେପଟେ ରୂପାଲି ବୁର୍ଖା ପିନ୍ଧି ବାହାରକୁ ଯାଆନ୍ତୁ ବୋଲି ସ୍ବାମୀ ଚାହୁଁଥିଲେ । ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା । ଏହାପରେ ୬ ମାସ ହେବ ମହିଳା ନିଜ ବାପାଘରକୁ ଚାଲି ଯାଇଥିଲେ । କିନ୍ତୁ ତାଙ୍କର ଦୁଇ ବର୍ଷର ପୁଅ ଇକବାଲଙ୍କ ପାଖରେ ରହୁଥିଲା ।
ଅଲଗା ହେବା ପରେ ମଧ୍ୟ ଦୁହେଁ ପରସ୍ପର ସହ ଫୋନରେ କଥା ହେଉଥିଲେ । ଫଳରେ କିଛି ଦିନ ପରେ ତାଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯାଇଥିଲା । କିନ୍ତୁ ଇକବାଲଙ୍କ ବାପାମାଆ ରୂପାଲିଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ବିବାହ କରିବାକୁ ବାଧ୍ୟ କରୁଥିଲେ । ରୂପାଲି କିଛି ଦିନ ହେଲା ଚେମ୍ବୁର ଅଞ୍ଚଳର ଜଣେ ବାନ୍ଧବୀଙ୍କ ପାଖରେ ରହୁଥିଲେ । ଗତ ସୋମବାର ବିଳମ୍ବିତ ରାତିରେ ଇକବାଲ ସେଠାରେ ପହଞ୍ଚି ତାଙ୍କୁ ହତ୍ୟା କରି ଫେରାର ଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ପୋଲିସ ଆଗରେ କହିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।
ଅନ୍ୟପଟେ ହିଜାବକୁ ନେଇ ଇରାନରେ ଭୟାନକ ପରିସ୍ଥିତି ଲାଗି ରହିଛି । ମହିସା ଆମିନୀ ନାମକ ମହିଳା ହିଜାବ ପିନ୍ଧିବାକୁ ମନା କରିବାରୁ ପୋଲିସ ବର୍ବରତାରେ ପ୍ରାଣ ହରାଇବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ସାଜିଛି । ଏପରି ସ୍ଥଳେ ମୁମ୍ବାଇରେ ବୁର୍ଖା ପିନ୍ଧିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କରାଯିବା ମାମଲା ସମସ୍ତଙ୍କୁ ଚକିତ କରିଛି । | <urn:uuid:cb94dc82-1c07-4e11-9d14-dfc2d903657a> | CC-MAIN-2022-49 | https://www.etvbharat.com/oriya/odisha/bharat/man-stabs-wife-to-death-for-not-wearing-burqa/or20220928082601760760775 | 2022-12-07T19:52:07Z | s3://commoncrawl/crawl-data/CC-MAIN-2022-49/segments/1669446711218.21/warc/CC-MAIN-20221207185519-20221207215519-00609.warc.gz | ory | 1.000008 | Orya | 1 | {"ory_Orya_score": 1.0000075101852417} |
Winter Session of Assembly: ପ୍ରଥମ ଦିନ ପ୍ରଥମ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ
Published on: Nov 24, 2022, 7:17 PM IST |
Updated on: Nov 24, 2022, 7:47 PM IST
Updated on: Nov 24, 2022, 7:47 PM IST
ଭୁବନେଶ୍ବର: ନିର୍ବାଚିତ ହେବାପରେ ପ୍ରଥମଥର ବିଧାନସଭା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଧାମନଗର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ପୂର୍ବାହ୍ନ ଓ ଅପରାହ୍ନରେ ଗୃହ କାର୍ଯ୍ୟରେ ସେ ସାମିଲ ହୋଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଠିକ ପଛ ସିଟରେ ବସି ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି । ବିଧାୟକ କହିଛନ୍ତି ଯେ, ପ୍ରଥମ ଦିନ ଏହା ମୋ ପାଇଁ ସ୍ମରଣୀୟ ଦିନ । ଦିବଙ୍ଗତ ସଦସ୍ୟଙ୍କୁ ଗୃହରେ ଶୋକ ପ୍ରସ୍ତାବ ଆଗତ ହେଉଥିବା ବେଳେ ତନ୍ମଧ୍ୟରୁ ମୋ ପିତା ସ୍ବର୍ଗତ ବିଷ୍ଣୁ ସେଠୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ ମୋ ପାଇଁ ଚିର ସ୍ମରଣୀୟ । ମୁଁ ଆଜି ଗୃହରେ ଭାଗ ନେଇ ଗର୍ବିତ । ମୁଁ ମଧ୍ୟ ଅନେକ ପ୍ରଶ୍ନ ରଖିଛି ଗୃହରେ । ପ୍ରଥମ ଦିନ ପ୍ରଥମ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ । ଉପ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅନେକ ନିର୍ବାଚନ ମଣ୍ଡଳୀକୁ ମୋର ବୋଲି କହୁଛନ୍ତି, କିନ୍ତୁ ତାହାର କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଥିଲି କିନ୍ତୁ ଉତ୍ତର ମିଳିଲା ନାହିଁ ବୋଲି ସେ କହିଛନ୍ତି । ସମୟ ପରିବର୍ତ୍ତନ କରି ଉତ୍ତର ଦେବା ନିମନ୍ତେ ୨୮କୁ ରଖିଛନ୍ତି । ମୁଁ ରାଜ୍ୟବାସୀଙ୍କ ତରଫରୁ ଉତ୍ତରକୁ ଅପେକ୍ଷା କରିଛି । ବାପାଙ୍କ ସ୍ଥାନ ମୁଁ ପୂରଣ କରିପାରିବିନି ସତ କିନ୍ତୁ ଚେଷ୍ଟା କରିବି । ଇଟିଭି ଭାରତ, ଭୁବନେଶ୍ବର
Loading... | <urn:uuid:0d2f5e13-519f-4bf2-93f9-c3acce9e19e8> | CC-MAIN-2022-49 | https://www.etvbharat.com/oriya/odisha/video/other-videos/winter-session-of-assembly-newly-elected-bjp-mla-suryabanshi-questions-odisha-cm-on-day-one/or20221124191624923923660 | 2022-11-30T13:08:39Z | s3://commoncrawl/crawl-data/CC-MAIN-2022-49/segments/1669446710764.12/warc/CC-MAIN-20221130124353-20221130154353-00369.warc.gz | ory | 1.000005 | Orya | 1 | {"ory_Orya_score": 1.0000052452087402} |
Morbi Tragedy: ନିର୍ମାଣକାରୀ କମ୍ପାନୀ ମାଲିକ ବିରୁଦ୍ଧରେ ଆରେଷ୍ଟ୍ ୱାରେଣ୍ଟ୍ ଜାରି
Morbi Tragedy: ନିର୍ମାଣକାରୀ କମ୍ପାନୀ ମାଲିକ ବିରୁଦ୍ଧରେ ଆରେଷ୍ଟ୍ ୱାରେଣ୍ଟ୍ ଜାରି
ଗାନ୍ଧୀନଗର: ମୋରବି ଝୁଲା ପୋଲ ଟ୍ରଜେଡି ମାମଲା । ଗୁଜରାଟ ମୋର୍ବି ଝୁଲାପୋଲ ଦୁର୍ଘଟଣାରେ 3 ମାସ ପରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଓରେଭା ପ୍ରମୋଟର ଏବଂ ଅଜନ୍ତା ନିର୍ମାଣକାରୀ ନିର୍ଦ୍ଦେଶକ ଜୟଶୁଖ ପଟେଲଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଝୁଲାପୋଲ ଟ୍ରାଜେଡି ମୋଟ୍ ୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଶନିବାର ଓରେଭା ସମୂହର ଏମଡିଙ୍କ ଦ୍ବାରା ଦାଖଲ ହୋଇଥିବା ଆଗୁଆ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି ।
କାନ୍ଥ ଘଣ୍ଟା ତିଆରି ପାଇଁ ଜଣାଶୁଣା ଅଜନ୍ତା ବ୍ରାଣ୍ଡ ଏକ ଗ୍ରୁପ୍ ହେଉଛି ଓରେଭା । ଓରେଭା ଗ୍ରୁପକୁ ମଚ୍ଛୁ ନଦୀ ଉପରେ 100 ବର୍ଷ ପୁରୁଣା ବ୍ରିଜର ନବୀକରଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇଥିଲା । ଓରେଭା କମ୍ପାନୀ ଦ୍ବାରା ମରାମତି କରାଯିବା ପରେ ଏହା ଲୋକଙ୍କ ପାଇଁ ଖୋଲିବାର ଚାରି ଦିନ ପରେ 30 ଅକ୍ଟୋବରରେ ଏହା ଭୁଶୁଡି ପଡିଲା ।
ଗୁଜୁରାଟରେ ବିଜେପି ସରକାର ମଧ୍ୟ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଭାବଶାଳୀ ଶିଳ୍ପପତିଙ୍କୁ ରକ୍ଷା କରୁଥିବା ଅଭିଯୋଗର ସମ୍ମୁଖୀନ ହୋଇଥିଲେ । ଏହାପରେ ସରକାର ଏକ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ରିପୋର୍ଟରୁ ପ୍ରକାଶ କରିଛି । ରିପୋର୍ଟରୁ ଜଣାପଡିଛି, ନିର୍ମାଣରେ ବ୍ୟବହାର ହୋଇଥିବା ଉପକରଣକୁ କମ୍ପାନୀ କୌଣସି ଏକ୍ସର୍ପଟ ଏଜେନ୍ସି ନିଯୁକ୍ତ ଦ୍ବାରା ପରୀକ୍ଷା କରାଯାଇ ନାହିଁ ।
ଅକ୍ଟୋବର ୩୦ ତାରିଖରେ ଗୁଜରାଟର ମଚ୍ଛୁ ନଦୀରେ ଥିବା ଝୁଲା ପୋଲ ଛିଡ଼ି ଯିବାରୁ ୧୩୬ଜଣ ପ୍ରାଣ ହରାଇଛନ୍ତି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ବ୍ରିଜ୍ ନିର୍ମାଣ ଓ ପରିଚାଳନା ଦାୟିତ୍ବ ଓରେଭା ସମୂହ ହାତରେ ନ୍ୟସ୍ତ ଥିବାରୁ ଏହି ଭୟଙ୍କର ଦୁର୍ଘଟଣା ପାଇଁ କମ୍ପାନୀକୁ ଦାୟୀ କରିଛନ୍ତି କୋର୍ଟ । ଏହାସହିତ ଓରେଭା ପ୍ରମୋଟରଙ୍କୁ ଗିରଫ କରିବା ପାଇଁ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି ।
ଅନ୍ୟପଟେ ଓରେଭା ଏମଡିଙ୍କ ଦ୍ବାରା ଆଗୁଆ ଜାମିନ୍ ଆବେଦନ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ଜିଲ୍ଲା କୋର୍ଟ । ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଏହାର ଶୁଣାଣି ହେବ । ସରକାରୀ ଓକିଲ ଅନୁପସ୍ଥିତ ରହିଥିବାରୁ ଶୁଣାଣିରେ ବିଳମ୍ବ ହୋଇଛି । ଅନ୍ୟପଟେ ରାଜ୍ୟ ସରକାର ଦୁର୍ଘଟଣାକୁ ନେଇ ସ୍ଥାନୀୟ ନଗରନିଗମକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସେହିପରି ରାଜ୍ୟ ସହାରୀ ବିକାଶ ବିଭାଗ ମଧ୍ୟ ନୋଟିସ୍ ଜାରି କରି ମୋରବି ନଗରନିଗମକୁ ୨୫ ଜାନୁଆରୀ ସୁଦ୍ଧା ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛି । | <urn:uuid:ec4a631f-0370-4995-87d6-30eb5987684d> | CC-MAIN-2023-06 | https://www.etvbharat.com/oriya/odisha/bharat/after-three-months-morbi-tragedy-arrest-warrant-against-renovation-firm-boss/or20230123175636441441436 | 2023-02-04T05:07:42Z | s3://commoncrawl/crawl-data/CC-MAIN-2023-06/segments/1674764500094.26/warc/CC-MAIN-20230204044030-20230204074030-00410.warc.gz | ory | 0.999993 | Orya | 1 | {"ory_Orya_score": 0.9999929666519165} |
ଗାଁ ଦାଣ୍ଡରେ ୭୦ ବର୍ଷର ମା'କୁ ଘୋଷାରି ପିଟିଲା ପୁଅ
12/06/2018 at 12:56 AM
ମରିଯାଇଛି ମଣିଷପଣିଆ । ହଜିଯାଇଛି ମାନବିକତା । ଜନ୍ମ ଦାତ୍ରୀ ମା'କୁ ଗାଁ ଦାଣ୍ଡାରେ ଗଡେଇ ତଡେଇ ପିଟିଛି ପୁଅ । ନିର୍ଦ୍ଦୟ, ନିଷ୍ଠୁର, ଅମଣିଷ-ଯେତେଯାହା କହିଲେ ବି ଏ ପୁଅ ପାଇଁ ତାହା କମ୍ ହୋଇଯିବ । ନାତୁଣୀ ବେ।ହୁକୁ ଗାଳି କରିବାରୁ ୭୦ ବର୍ଷର ମା'କୁ ଏମିତି ଶାସ୍ତି ଦେଇଛି ପୁଅ । ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାଇତପଡା ଗାଁରେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କିରଛି ।
Related Posts
ଗୁରୁବାର ବାହାରିବ +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ
7 June 2023
ଉଧାର ଟଙ୍କା ନଦେବାରୁ ନିର୍ମମ ହତ୍ୟା; ୨ ଅଭିଯୁକ୍ତ ଗିରଫ
7 June 2023 | <urn:uuid:2d3f1f6d-f067-4d44-b3aa-2747d15deb00> | CC-MAIN-2023-23 | https://www.prameyanews7.com/%E0%AC%97%E0%AC%BE%E0%AC%81-%E0%AC%A6%E0%AC%BE%E0%AC%A3%E0%AD%8D%E0%AC%A1%E0%AC%B0%E0%AD%87-%E0%AD%AD%E0%AD%A6-%E0%AC%AC%E0%AC%B0%E0%AD%8D%E0%AC%B7%E0%AC%B0-%E0%AC%AE%E0%AC%BE%E0%AC%95%E0%AD%81/ | 2023-06-08T01:16:51Z | s3://commoncrawl/crawl-data/CC-MAIN-2023-23/segments/1685224654031.92/warc/CC-MAIN-20230608003500-20230608033500-00659.warc.gz | ory | 0.999875 | Orya | 1 | {"ory_Orya_score": 0.9998751878738403} |
⚜ ବେଶି ପାଣି ହେଲେ ବନ୍ୟାର ଆଶଙ୍କା ବେଶି ପବନରେ ବାତ୍ୟା,ବେଶି ଲାଭ ଖୋଜି ବ୍ୟବସାୟୀ ପୁଣି କରେ କେବେ ଆତ୍ମ ହତ୍ୟା।
⚜କେବେବି ନିରାଶ ହୋଇ ପଡନ୍ତୁ ନାହିଁ କାରଣ କୌଣସି ବି ସମୟରେ ଈଶ୍ବରଙ୍କ ଦ୍ଵାରା ଏମିତି କିଛି ଜିନିଷ ଅକଳ୍ପନୀୟ ଭାବରେ ଆସିବ ଯାହା ଆପଣ କଳ୍ପନା ବି କରି ନ ଥିବେ,,,।
⚜ବାକ୍ୟବୀରମାନେ କେବେହେଲେ କର୍ମବୀର ନୁହଁନ୍ତି ସେଥିପାଇଁ ନିଜ ହାତକୁ ସର୍ବଦା କାମରେ ଲଗାନ୍ତୁ ଜିଭକୁ ନୁହେଁ ।
⚜ଆପଣଙ୍କର ଶରୀର ଯେତେ ବି ବିଶାଳ ବା ମଜବୁତ୍ ଥାଉ ଏଥିରେ କିଛି ଫରକ ପଡିବ ନାହିଁ କାରଣ …..ମଶାଣି ପର୍ଯ୍ୟନ୍ତ ଆପଣ ନିଜେ ନିଜକୁ ନେଇ ଯାଇପାରିବେ ନାହିଁ ……।
➡️"ଜଣେ ମହିଳାଙ୍କ ସଂକଳ୍ପରେ ଏତେ ଶକ୍ତି ଅଛି ଯେ ସେ ଛୋଟ କୁଡ଼ିଆକୁ ସଜାଇ ଏକ ପ୍ରାସାଦ ତିଆରି କରିପାରନ୍ତି ଏବଂ ଯଦି ଆତ୍ମ ସମ୍ମାନରେ ଆଞ୍ଚ ଆସେ, ତେବେ ସେ ରାଜପ୍ରାସାଦକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥାଏ !!
➡️"ମନୁଷ୍ୟର ଚରିତ୍ରକୁ ତାଙ୍କର ସୁନ୍ଦର ପୋଷାକ ଏବଂ ରୂପ ଦ୍ୱାରା ବିଚାର କରାଯାଇପାରିବ ନାହିଁ, କେବଳ ଜଣେ ପୁରୁଷର ଆଚରଣ ଏବଂ ବ୍ୟବହାର ଦ୍ୱାରା ତାଙ୍କ ଚରିତ୍ର ଜଣା ପଡ଼ିଥାଏ !!
➡️"ପାପ ଶରୀର ନୁହେଁ ଆମର "ବିଚାର" କରିଥାଏ ଏବଂ ଗଙ୍ଗା "ବିଚାର" କୁ ନୁହେଁ ବରଂ ଶରୀରକୁ ଧୋଇ ଥାଏ !!
➡️"ଜଣେ ଅଧର୍ମି ଏବଂ ଭୁଲ୍ କରୁଥିବା ବ୍ୟକ୍ତିଙ୍କୁ ଜ୍ଞାନର ଉପଦେଶ ଦେବା କୌଣସି ଲାଭ ନାହିଁ, ସମୟର ପ୍ରହାର ତାଙ୍କୁ ସ୍ୱୟଂଚାଳିତ ଭାବରେ ଧର୍ମର ଶିକ୍ଷା ଦେଇଥାଏ !
➡️"ଯଦି ଆମର ମନ ପରିଷ୍କାର କିମ୍ବା ଶୁଦ୍ଧ ନହୁଏ, ତେବେ ଆମର ପୂଜା ଏବଂ ମନ୍ଦିରକୁ ଯିବା ବ୍ୟର୍ଥ ଓ ଅଦରକାରୀ ହୋଇଥାଏ !!
ଆଜିର ନୀତିବାଣୀ
➡️"ନିଜକୁ ତୁଚ୍ଛ ମନେକର ନାହିଁ- ଆଜି ଯିଏ ଆମର ନିନ୍ଦା କରୁଛି କାଲିକି ଆମର ସିଏ ସ୍ତୁତି କରିବ।ଜୀବ ଯେପରି ଶୁଭ ବା ଅଶୁଭ କର୍ମ କରେ – ସେ ତାର ସେହିଭଳି ଫଳ ପାଇଥାଏ !!
➡️"ମନୁଷ୍ୟ ନିଜେ ବଞ୍ଚିବା ପାଇଁ ଅନ୍ୟ ପ୍ରାଣୀକୁ ବିପଦରେ ପକାଇବ ନାହିଁ ।ଅନ୍ଧକାର ମୟ ଗୃହରେ ପ୍ରଦୀପ ପରି ବିବେକ ହିଁ ମନୁଷ୍ୟର ପଥ ପ୍ରଦର୍ଶକ ହୁଏ !!
➡️"ଭଲପାଅ ତାଙ୍କୁ ଯିଏ ତୁମକୁ ବିନା ଉଦେଶ୍ୟ ରଖି ଭଲପାଇବାକୁ ଚାହୁଁଛି,କାରଣ ଏ ଦୁନିଆରେ ଭଲପାଇବା ଲୋକ କମ ଓ କଷ୍ଟ ଦେଲା ଲୋକ ଅଧିକ ମିଳନ୍ତି !!
➡️"ଶୋରିସ ତେଲ ରେ ସିନ୍ଦୁର ମିଶାଇ ଘର ର ମୁଖ୍ୟ ଦ୍ୱାରରେ ଟୋପାଟିଏ ଲାଗାଇଲେ ଶୁଭ ଫଳ ମିଳିଥାଏ !!
➡️"ଝାଡ଼ୁକୁ ଗୋଡରେ ଆଢେଇବେ ନାହିଁ। ଝାଡୁ କୁ ଗୋଟେ ଘରର କୋଣରେ ସୁଆଇକି ରଖନ୍ତୁ। ଦୁଇଟି ଝାଡ଼ୁକୁ ଏକତ୍ର ରଖନ୍ତୁ ନାହିଁ। ଏହା ଦ୍ବାରା ଘରେ କଳହ ସୃଷ୍ଟିି ହୁଏ !!
ଆଜିର ସୁବିଚାର
➡️"ଗଛର ମୂଳରେ ଢ଼ାଳିଥିବା ଜଳ ମଧ୍ୟ ସର୍ବୋଚ୍ଚ ପତ୍ରରେ ପହଞ୍ଚେ । ସେହିଭଳି, ପୃଥିବୀରେ ପୃଷ୍ଠରେ କରାଯାଇଥିବା ସ୍ନେହପୂର୍ଣ୍ଣ ସେବା ଏବଂ କାର୍ଯ୍ୟ ସିଧାସଳଖ ଭଗବାନଙ୍କ ନିକଟରେ ପହଞ୍ଚେ ଏଥିରେ କୌଣସି ସନ୍ଦେହ ନାହିଁ !!
➡️"ସର୍ବଦା ଏପରି ଢ଼ଙ୍ଗରେ ଚିନ୍ତା କର ଯେ ମୁଁ ଯାହା ଜାଣେ ତାହା ନିଶ୍ଚୟ କରିବି ଏବଂ ଯାହା ମୁଁ ଜାଣେ ନାହିଁ ତାହା ଶିଖିବି !!
➡️ଏକ ଶୁଆ ବହୁତ କଥା କହେ କିନ୍ତୁ ଉଚ୍ଚରେ ଉଡିପାରେ ନାହିଁ । କିନ୍ତୁ ଏକ ଚିଲ ସର୍ବଦା ଶାନ୍ତ ଏବଂ ଆକାଶକୁ ଛୁଇଁବାର କ୍ଷମତା ରଖିଥାଏ | ସେଥିପାଇଁ ଜୀବନରେ ସର୍ବଦା ଚିଲ ହୁଅନ୍ତୁ, ଶୁଆ ନୁହେଁ !!
➡️"ଅଶ୍ୱତଥ ପତ୍ର ପରି ହୁଅନ୍ତୁ ନାହିଁ, ଯେତେବେଳେ ସମୟ ଆସେ ଶୁଖିଯାଇ ତଳେ ପଡ଼ି ଯାଏ ଏବଂ ଯଦି କିଛି ହେବାକୁ ଚାହାନ୍ତି ଆପଣ ମେହେନ୍ଦି ପତ୍ର ପରି ହୁଅନ୍ତୁ ,ତାକୁ ବାଟିବା ପରେ ମଧ୍ୟ ଅନ୍ୟମାନଙ୍କ ଜୀବନରେ ରଙ୍ଗ ଭରି ଦେଇଥାଏ !!
➡️"ଜଣେ ବ୍ୟକ୍ତି ଚାହିଁଲେ ମଧ୍ୟ କାହାର ଭାଗ୍ୟ ବଦଳାଇ ପାରିବ ନାହିଁ, କିନ୍ତୁ ତାଙ୍କୁ ଭଲ ପ୍ରେରଣା ଦେଇ ତାଙ୍କୁ ରାସ୍ତା ଦେଖାଇପାରେ, ଯଦି ସୁଯୋଗ ମିଳେ, ତେବେ କାହାର "ସାରଥୀ"ହେବାକୁ ଚେଷ୍ଟା କର "ସ୍ୱାର୍ଥୀ" ନୁହେଁ !!
🙏. ଓଁ ନମଃ ଗଣନାୟକ🙏. ଶୁଭ ସକାଳ,ଆଜି ବୁଧବାର , ପ୍ରଭୁ ଗଜାନନଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ!!
⚜ ବେଶି ପାଣି ହେଲେ ବନ୍ୟାର ଆଶଙ୍କା ବେଶି ପବନରେ ବାତ୍ୟା,ବେଶି ଲାଭ ଖୋଜି ବ୍ୟବସାୟୀ ପୁଣି କରେ କେବେ ଆତ୍ମ ହତ୍ୟା। | <urn:uuid:5a5ce90d-bec8-46ff-b887-41725d1aaf45> | CC-MAIN-2023-23 | https://www.satyasandhana.in/ajira-anuchinta-191/ | 2023-05-29T22:26:23Z | s3://commoncrawl/crawl-data/CC-MAIN-2023-23/segments/1685224644913.39/warc/CC-MAIN-20230529205037-20230529235037-00709.warc.gz | ory | 0.999986 | Orya | 1 | {"ory_Orya_score": 0.9999856948852539} |
ଆଜିକାଲି ଗ୍ରୀଷ୍ମଋତୁରେ ଉତାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପ୍ରିଲ୍ ମାସ ବର୍ତ୍ତମାନ ଚାଲୁଛି କିନ୍ତୁ ଗରମ ପ୍ରବାହ ଜୁନ୍ ମାସ ପରି ହେଉଛି। ତାପମାତ୍ରା ବଢିବାରେ ଲାଗିଛି। ଘରେ ଏସି କୁଲରରୁ କିଛି ଆରାମ ମିଳିଥାଏ ସତ କିନ୍ତୁ ବାହାରେ ନିଆଁର ବର୍ଷା ହେଉଛି। ଏଭଳି ପରିସ୍ଥିତିରେ କିଛି ଲୋକ ଅଛନ୍ତି ଯେଉଁମାନେ ବାଧ୍ୟତାମୂଳକ ଭାବରେ ଘରୁ ବାହାରକୁ ଯାଇ କାମ କରୁଛନ୍ତି। ରାଜସ୍ଥାନରେ ମଧ୍ୟ ପରିସ୍ଥିତି ସମାନ।
ଏକ ମରୁଭୂମି ଅଞ୍ଚଳ ହେତୁ ସୂର୍ଯ୍ୟଙ୍କ ଉତ୍ତାପ ସେଠାରେ ଅଧିକ ଥାଏ। ଏହି ଉତ୍ତାପରେ କିଛି ଲୋକଙ୍କୁ ବାହାରକୁ ଯିବାକୁ ପଡେ କାରଣ ସେମାନଙ୍କୁ ଖାଦ୍ୟ ଖାଇବାପାଇଁ କିଛି ରୋଜଗାର କରିବାକୁ ପଡେ। ଇଣ୍ଟରନେଟରେ ମଧ୍ୟ ଏକ ଡେଲିଭରି ବଏ ର ଭିଡ଼ିଓ ଭାଇରାଲ ହେଉଛି। ଚାଲନ୍ତୁ ଜାଣିବା ଏହି ବ୍ୟକ୍ତିର କେଉଁ ସତ୍ୟତାକୁ ଜାଣି ଲୋକ ଟଙ୍କା ବର୍ଷାକରିଥିଲେ।
42 ଡିଗ୍ରୀ ତାପମାତ୍ରାରେ ଘରେ ଘରେ କରୁଥିଲା ଖାଦ୍ୟ ଡେଲିଭରି।
ଏହି ଖବର ରାଜସ୍ଥାନର ଭିଲୱାଡା ଠାରୁ ଆସିଛି। ଏଠାରେ ମଧ୍ୟ ଅଧିକ ଗରମ ହେଉଛି। ଲୋକମାନେ ବାହାରକୁ ଆସିବା ପାଇଁ ଇଚ୍ଛା କରୁନାହାନ୍ତି। ତଥାପି କିଛି ଲୋକଙ୍କୁ ବାଧ୍ୟତାମୂଳକ ଭାବରେ ସୂର୍ଯ୍ୟଙ୍କୁ ସାମ୍ନା କରିବାକୁ ପଡେ। ଭିଲୱାଡ଼ାରେ ମଧ୍ୟ ଏକ ଡେଲିଭରି ବଏ 42 ଡିଗ୍ରୀ ତାପମାତ୍ରାରେ ଠିକ୍ ସମୟରେ ଲୋକଙ୍କ ଅର୍ଡର ଡେଲିଭରି କରୁଥିଲା। ସେ ଜୋମାଟୋ କମ୍ପାନୀରେ କାମ କରନ୍ତି।
ପ୍ରକୃତରେ ଏପ୍ରିଲ 11 ରେ ଆଦିତ୍ୟ ଶର୍ମା ନାମକ ଜଣେ ଯୁବକ ତାଙ୍କ ଖାଦ୍ୟ ଅର୍ଡର କରିଥିଲେ। ତାଙ୍କ ଅର୍ଡର ମଧ୍ୟ ଠିକ୍ ସମୟରେ ପହଞ୍ଚିଥିଲା। ଯେତେବେଳେ ସେ ଖାଦ୍ୟ ଆଣିବାକୁ ବାହାରକୁ ଗଲେ, ଏକ ଡେଲିଭରି ବଏ ସାଇକେଲ ଧରି ବାହାରେ ଠିଆ ହୋଇଥିଲେ। ତାଙ୍କ ସାଇକେଲରେ ଖାଦ୍ୟ ସାମଗ୍ରୀ ରଖାଯାଇଥିଲା। ସେ ଲୋକଙ୍କୁ ସାଇକେଲ ଯୋଗେ ଖାଦ୍ୟ ଡେଲିଭରି କରୁଥିଲେ।
Today my order got delivered to me on time and to my surprise, this time the delivery boy was on a bicycle. today my city temperature is around 42 °C in this scorching heat of Rajasthan he delivered my order on time
I asked for some information about him so 1/ pic.twitter.com/wZjHdIzI8z
— Aditya Sharma (@Adityaaa_Sharma) April 11, 2022
ସାମ୍ନାକୁ ଆସିଲା ଡେଲିଭରି ବଏ ର ପ୍ରକୃତ ସତ୍ୟ।
ଆଦିତ୍ୟ ତାଙ୍କ ଅର୍ଡର ନେଇଥିଲେ କିନ୍ତୁ ଡେଲିଭରି କରିବାକୁ ଆସିଥିବା ବ୍ୟକ୍ତିଙ୍କ ବିଷୟରେ ସେ ଜାଣିବାକୁ ଚାହୁଁଥିଲେ। ସେ ତାଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ। ବାସ୍ତବରେ ସେ ଜଣେ ଇଂରାଜୀ ଶିକ୍ଷକ ଥିଲେ କିନ୍ତୁ କରୋନା କାରଣରୁ ସେ ଚାକିରି ହରାଇଲେ। ସେବେଠାରୁ ସେ ପରିବାର ଚଳାଇବା ପାଇଁ ଡେଲିଭରି କାର୍ଯ୍ୟ କରିବା ଆରମ୍ଭ କରିଥିଲେ।
ଦୁର୍ଗା ଶଙ୍କର ନାମକ ଡେଲିଭରି ବଏ କହିଛନ୍ତି ଯେ ସେ କମ୍ପାନୀରୁ 10 ହଜାର ଟଙ୍କା ପାଉଛନ୍ତି। ବାସ୍ତବରେ ଏହା ପାରିବାରିକ ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ନୁହେଁ, ସେଥିପାଇଁ ସେ ପିଲାମାନଙ୍କୁ ଅନଲାଇନ୍ ଟ୍ୟୁସନ ମଧ୍ୟ କରନ୍ତି। ଏଥିପାଇଁ ସେ ଏକ ଲାପଟପ୍ କିଣିଛନ୍ତି। ଯେଉଁ ଦରମା ମିଳେ ସେଥିରେ ଲାପଟପର କିସ୍ତି ଦିଅନ୍ତି। ଏହିପରି ତାଙ୍କର ଖର୍ଚ୍ଚ ହୁଏ।
His name is DURGA MEENA, 31 years old. he has been delivering for 4 months and earning 10k around a month. Durga is a teacher and he is into teaching for the past 12 years
during covid, he lost his job of teaching in a school and he was talking with me in English. he has done 2/
— Aditya Sharma (@Adityaaa_Sharma) April 11, 2022
ସତ୍ୟ ଜାଣିବା ମାତ୍ରେ ଆରମ୍ଭ ହେଲା ଟଙ୍କାର ବର୍ଷା।
ଆଦିତ୍ୟ ଡେଲିଭରି ବଏ ର ସତ୍ୟତା ଜାଣିବା ମାତ୍ରେ ତାଙ୍କ ହୃଦୟ ତରଳି ଗଲା। ଆଦିତ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କଲେ। ଏଥିପାଇଁ ସେ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ। ତାଙ୍କ ସହିତ ଘଟିଥିବା ପୁରା ଘଟଣାକୁ ସେ ବର୍ଣ୍ଣନା କରିଥିଲେ। ଏହା ସହିତ ଏହା ମଧ୍ୟ କୁହାଯାଇଥିଲା ଯେ ସେ ସାଇକେଲ ଯୋଗେ 42 ଡିଗ୍ରୀ ତାପମାତ୍ରାରେ ଡେଲିଭରି କରିବାକୁ ଆସିଛନ୍ତି।
ତାଙ୍କ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଖୁବ୍ ଶୀଘ୍ର ଲୋକମାନେ ଲାଇକ ଏବଂ ସେୟାର କରିବାକୁ ଲାଗିଲେ। ଶିକ୍ଷକଙ୍କ କାହାଣୀ ଶୁଣିବା ପରେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ସାହାଯ୍ୟ ପାଇଁ ଟଙ୍କା ଦେବା ଆରମ୍ଭ କଲେ। ଆଦିତ୍ୟ 75 ହଜାର ଟଙ୍କା ସୋସିଆଲ ମିଡ଼ିଆ ଲୋକଙ୍କ ଠାରୁ ସଂଗ୍ରହ କରିବାକୁ ଚାହୁଁଥିଲେ। ତେବେ 3 ଘଣ୍ଟା ମଧ୍ୟରେ ଦେଢ଼ଲକ୍ଷ ଟଙ୍କା ସାହାଯ୍ୟ ଆସିଲା। ବର୍ତ୍ତମାନ ଏହି ଟଙ୍କା ସହିତ ଦୁର୍ଗାଙ୍କ ପାଇଁ ଏକ ବାଇକ୍ କିଣାଯିବ। | <urn:uuid:d668a2d8-a645-456d-80c7-0098033acd85> | CC-MAIN-2023-50 | https://odiasamachara.com/2022/04/13/zomato-boy-durga-shankar-goes-viral-in-bheelwada-rajasthan/ | 2023-12-03T16:59:47Z | s3://commoncrawl/crawl-data/CC-MAIN-2023-50/segments/1700679100508.42/warc/CC-MAIN-20231203161435-20231203191435-00219.warc.gz | ory | 0.999897 | Orya | 1 | {"ory_Orya_score": 0.9998971223831177} |
ରାକ୍ଷୀ
ରାକ୍ଷୀ
ଭାଇଭଉଣୀର ପବିତ୍ର ସମ୍ପର୍କ
ନୁହେଁ ଏ ତ ଖାଲି ସୂତା
ସ୍ନେହ, ପ୍ରେମଆଉ ମମତାର ପାଇଁ
ରଖେ ତା ପାଖେ ବନ୍ଧା ।1।
ବିଭିନ୍ନ ରଙ୍ଗର ଗଢା ହେଲେ ମଧ୍ୟ
ଭାଇ ପାଇଁ ସ୍ନେହ ଭରା
ଜୀବନରେ ତାକୁ ରକ୍ଷାକରିବାକୁ
ରାକ୍ଷୀ ତାର ନାାଆ ପରା ।2।
ସ୍ନେହ ମମତାର ପଵିତ୍ର ବନ୍ଧନ
ନୁହଁଇ ସେ ସୂତା ଡୋରି
ଭଉଣୀର ସେତ ଅମାପ ଭରସା
ସ୍ନେହଶ୍ରଦ୍ଧା ର ସେ ଭରି।3।
ଓଡ଼ିଆ ସଂସ୍କୃତି ଗହନଭିତରେ
ଶ୍ରାବଣ ପୂର୍ଣ୍ଣିମା ଦିନ
ବଳଭଦ୍ର ଜନ୍ମ ଓରକ୍ଷୀ ବନ୍ଧନ କୁ
ମିଳିଛି ସ୍ୱ୍ବତନ୍ତ୍ର ସ୍ଥାନ।4।
ମନେପଡେ ଆଜି ପୁୁରାଣକାହାଣୀ
ରକ୍ଷୀ ବନ୍ଧନର ଦିନ
ବାନ୍ଧିିିଥିଲେ ରାକ୍ଷୀ ଶ୍ରୀକୃଷ୍ଣଙ୍କ ହାତେ
କୁରୁୁ ସଭାରେ ଦ୍ରୌପଦୀ ପାଇଲେ ମାନ।5। | <urn:uuid:e54ee211-a1ad-42d5-843e-5105332fe263> | CC-MAIN-2023-50 | https://storymirror.com/read/oriya/poem/raakssii/givilpk5 | 2023-12-11T06:06:08Z | s3://commoncrawl/crawl-data/CC-MAIN-2023-50/segments/1700679103558.93/warc/CC-MAIN-20231211045204-20231211075204-00719.warc.gz | ory | 0.999993 | Orya | 1 | {"ory_Orya_score": 0.9999927282333374} |
ବାସ୍ତୁଶାସ୍ତ୍ର ଏକ ପୁରୁଣାଶାସ୍ତ୍ର। ତ୍ରେତୟା ଏବଂ ଦ୍ୱାପର ଯୁଗରୁ ବାସ୍ତୁଶାସ୍ତ୍ର ରହିଛି। ଏଣୁ ଜାଣିପାରୁଥିବେ ଯେ ରାମାୟଣ ଏବଂ ମହାଭାରତ ସମୟରେ ମଧ୍ୟ ଏହି ବାସ୍ତୁବିଦ୍ୟାର ପ୍ରଚଳନ ଥିଲା ଏବଂ ଏହାର ଶାସ୍ତ୍ରୀୟ ପ୍ରମାଣ ମଧ୍ୟ ମିଳେ। ଆଗରୁ କେବଳ ରାଜାମାନେ ସେମାନଙ୍କ ନିର୍ମାଣରେ ବାସ୍ତୁଶାସ୍ତ୍ରର ବ୍ୟବହାର କରୁଥିଲେ। ସେତେବେଳେ ସାଧାରଣ ଲୋକମାନେ ଏହି ବିଦ୍ୟାର ବ୍ୟବହାର ଜାଣି ନଥିଲେ।
ବର୍ତ୍ତମାନ ଧିରେ ଧିରେ ସାଧାରଣ ଲୋକମାନେ ଏହି ମହାନ୍ ବିଦ୍ୟାର ବ୍ୟବହାର କରି ସୁଖ ଓ ସମୃଦ୍ଧିର ସ୍ୱାଦ ମଧ୍ୟ ଚାଖିଲେଣି। ଏଣୁ ଏହି ବିଦ୍ୟାର ଉପାଦେୟତା ସାଧାରଣ ଲୋକମାନେ ଜାଣିଲା ପରେ ଏହା ଉପରେ ଏକ ଆସ୍ଥା ସୃଷ୍ଟି ହୋଇପାରିଛି। ଏହି ବିଦ୍ୟାକୁ ପ୍ରାୟ ବହୁତ ଲୋକ ଆପଣେଇବାରେ ଲାଗିଛନ୍ତି।
ଆମେ ପୂର୍ବରୁ ବାସ୍ତୁ ବିଷୟରେ ଅନେକ ତଥ୍ୟ ଜାଣିଲେଣି। ଏବେ ବାସ୍ତୁ ଦୋଷ କାରଣରୁ କିପରି ଆକସ୍ମିକ ଭାବେ ଦୁର୍ଘଟଣା ଘଟି ଅପମୃତ୍ୟୁ ହୋଇଥାଏ ସେହି ବିଷୟରେ ଜାଣିବା। ଏହା ଜାଣିବା ଦ୍ୱାରା ଭୟଭୀତ ନ ହୋଇ ତୁରନ୍ତ ପ୍ରତିକାର କରାଇଦେଲେ ସମସ୍ୟାର ସମାଧାନ ହୋଇଯିବ।
Also Read
ଆକସ୍ମିକ ମୃତ୍ୟୁର କାରଣ ଓ ପ୍ରତିକାର:
ଯଦି ଗୃହର ମୁଖ୍ୟ ରାସ୍ତା ଦକ୍ଷିଣରେ ଥାଏ ତେବେ ଗୃହ ପାଇଁ ଦକ୍ଷିଣ ଦିଗରେ ମୁଖ୍ୟଦ୍ୱାର କରାଯାଇଥାଏ। ଯଦି ଗୃହରେ ଦକ୍ଷିଣ ଦିଗରେ ମୁଖ୍ୟ ଦ୍ୱାର ଥାଇ ଅନ୍ୟ ଦିଗରେ ଦ୍ୱାର ବନ୍ଧ ରହିବ, ତେବେ ଗୃହରେ ରହୁଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରୁ କାହାର ବି ଜଣଙ୍କର ଆକସ୍ମିକ ମୃତ୍ୟୁ ହୋଇଥାଏ।
ପ୍ରତିକାର:
- ପୂର୍ବ ପଟରେ ଅନ୍ୟ ଏକ ଦ୍ୱାର ଖୋଲିବାର ବ୍ୟବସ୍ଥା ତୁରନ୍ତ କରିବା ଆବଶ୍ୟକ ଏବଂ ଦକ୍ଷିଣ ଦ୍ୱାରରେ ତିନୋଟି ଅଷ୍ଟ ଧାତୁ ନିର୍ମିତ ସ୍ୱସ୍ତିକ ସ୍ଥାପନ କରାଗଲେ ଦୋଷ ନିବାରଣ ହୋଇଥାଏ।
ଗୃହର ଦକ୍ଷିଣ ଦିଗ ଯଦି ଅନ୍ୟ ଦିଗ ଠାରୁ ନିମ୍ନ ହୋଇଥାଏ ତେବେ ଗୃହରେ ଏହିପରି ଆକସ୍ମିକ ମୃତ୍ୟୁ ପରିସ୍ଥିତି ଉପୁଜିଥାଏ।
ପ୍ରତିକାର:
- ଦକ୍ଷିଣ ଭାଗରେ କିଛି ଭାରି ନିର୍ମାଣ କରିନିଅନ୍ତୁ ଯଥା ଘରର ଛାତରେ ଦକ୍ଷିଣ ପଟରେ କୋଠରୀ ଗୋଟେ ନିର୍ମାଣ କରନ୍ତୁ ଏବଂ ଦକ୍ଷିଣ ପଟର ଭୂମିତଳେ ତମ୍ବା ପିରାମିଡ୍ ସ୍ଥାପନ କରନ୍ତୁ।
ଗୃହର ନୈଋତ କୋଣରେ ଏବଂ ଦକ୍ଷିଣ-ପଶ୍ଚିମ କୋଣରେ ଯଦି କୂଅ, ନଳକୂଅ ଆଦି ଜଳ ଉତ୍ସ ଥାଏ ତେବେ ଗୃହର ସଦସ୍ୟମାନଙ୍କ ମଧ୍ୟରୁ କାହାର ବି ଅପମୃତ୍ୟୁ ହେବାର ସମ୍ଭାବନା ବଢିଯାଇଥାଏ।
ପ୍ରତିକାର:
- ଏହି ଭୂମି ତଳର ଜଳ ଉତ୍ସକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ବହୁତ ଭଲ ହେବ ଏବଂ ଏହି ଜଳ ଉତ୍ସର ସ୍ଥାନକୁ ଉତ୍ତର, କିମ୍ବା ପୂର୍ବକୁ ସ୍ଥାନାନ୍ତର କରିଦେବା ନିହାତି ଆବଶ୍ୟକ।
ଯଦି ଗୃହର ମୁଖ୍ୟ ଦ୍ୱାର ପୂର୍ବ ପଟକୁ ଥାଏ ଏବଂ ଅନ୍ୟ କୌଣସି ପଟରେ କୌଣସି ଦ୍ୱାର ନ ଥାଏ ଏବଂ ପୂର୍ବ ରାସ୍ତାକୁ ଲାଗି ଉତ୍ତର ପଟକୁ ଉଚ୍ଚ ଥାଏ ତେବେ ସେହିପରି ସ୍ଥାନରେ ବସବାସର ୮ ବର୍ଷ ମଧ୍ୟରେ ଗୃହବାସୀଙ୍କ ମଧ୍ୟରୁ ଅକାଳ ବା ଅପମୃତ୍ୟୁ ହୋଇଥାଏ।
ପ୍ରତିକାର:
- ଉତ୍ତର ପଟର ଉଚ୍ଚ ସ୍ଥାନକୁ ସମତଳ କରିବା ନିହାତି ଜରୁରୀ।
ଏହିପରି ସମସ୍ୟାକୁ ଆଗରୁ ଜାଣି ପ୍ରତିକାର କରିଦେଲେ ଏହିପରି ଅପମୃତ୍ୟୁର ପରିସ୍ଥିତିକୁ ଦୂରେଇ ଦେଇପାରିବା।
ଇମେଲ୍: [email protected]
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ) | <urn:uuid:d8ff27ec-c0f2-4fe7-8df7-79cb06fb2575> | CC-MAIN-2024-18 | https://otvkhabar.in/news/opinion/sudden-death-occurs-if-there-is-any-vastudosha-in-the-house/117182 | 2024-04-22T13:09:21Z | s3://commoncrawl/crawl-data/CC-MAIN-2024-18/segments/1712296818293.64/warc/CC-MAIN-20240422113340-20240422143340-00285.warc.gz | ory | 1.000005 | Orya | 1 | {"ory_Orya_score": 1.0000051259994507} |
ଶେଷ ନିଷ୍ପତ୍ତିର ଠିକଣା
ଶେଷ ନିଷ୍ପତ୍ତିର ଠିକଣା
ଭାବିଲା ବେଳକୁ ଶେଷ ନିଷ୍ପତ୍ତିର ଠିକଣା
ମନେ ପଡେ ଜୀବନର ସବୁ ଘଟଣା
ଜାଣେନା ସେ ସବୁ କଣ ଥିଲା ଘଟଣା ନା ଦୁର୍ଘଟଣା
ହେଲେ ସେ ସବୁ ଥିଲା ମୋ ଜୀବନର ଠିକଣା।
ବରଷାର ଛିଟାରେ
ମନେ ପଡେ ତୁମ ପ୍ରେମର ଛିଟା ଯେ
ଜାଣି ନ ଥିଲି ସେଇ ପ୍ରେମର ଛିଟାରେ
ଥିଲା ଛଳନା ଆଉ ପ୍ରତାରଣାର ଛିଟା ଯେ।
ଖୋଜି ଜହ୍ନର ଠିକଣା
ହୋଇଗଲା ଜୀବନେ ଦୁର୍ଘଟଣା
ପ୍ରେମ ଭାବି ପାଇଲି ପ୍ରତାରଣା
ଜାଣି ନ ଥିଲି ତାହା ଥିଲା ତୁମର ମୋ ପାଇଁ ଛଳନା।
ମୋର ଛନ୍ଦହୀନ ଜୀବନେ
ଆସି ଛନ୍ଦି ହୋଇ ଗଲ ତୁମେ
ହୋଇ ଜୀବନ ସାଥୀ ତୁମେ
ଲେଖି ଦେଇ ଗଲ ଛଳନା କଳଙ୍କର ଗୀତ ଯେ।
ଆଧୁନିକତାର ବଶୀଭୂତ ହୋଇ
ନିଜ ଭିଟାମାଟିକୁ ଭୁଲି
ଚାଲି ଗଲ ଦାଦନ ହୋଇ
ଅଜଣା ମଣିଷ ସହ ସମ୍ପର୍କ ରଖି
ଭୁଲି ଗଲ ତୁମେ ଯେ ଅଛି ତୁମ ଜୀବନ ସାଥୀ ହୋଇ।
ବାନ୍ଧି ଥିଲ ମୋତେ ବିବାହ ବନ୍ଧନେ
ରହିବାକୁ ସାଥୀ ହୋଇ ସାରା ଜୀବନେ
ଅନଲାଇନ ଶିକ୍ଷା ବାହାନାରେ
ଅନ୍ୟ ଝିଅଙ୍କ ସହ ରଖି ସମ୍ପର୍କ ଯେ
ଆଣିଲ ନୀରବ ଝଡ ମୋ ଜୀବନେ।
ଗୋମାତା ପୂଜକ ଥିଲ ଯେ ତୁମେ
ମଦ ନିଶାରେ ବଶୀଭୂତ ହୋଇ ତୁମେ
ଭୁଲି ଗଲ ଆମ ପ୍ରେମର ସ୍ମୃତି ତୁମେ
ସର୍ତ୍ତ ରଖି ମାଗିଲ ଛାଡପତ୍ର ଯେ ତୁମେ
ମନେ ହେଉଛି ଅସୁରକ୍ଷିତ ପରୀଟିଏ ମୁଁ ଯେ।
ସଫଳତାର ଉଚ୍ଚତାକୁ ପହଞ୍ଚିବାକୁ ଯାଇ ତୁମେ
ହୋଇ ଗଲ ବାଟବଣା ତୁମେ
ତୁମକୁ ସୁଧାରିବାକୁ ଯାଇ ମୁଁ ଯେ
ଉପାଧି ପାଇଲି ହାଟ ବସାଇଛି ଘରେ।
ଖୋଲି ଦେଲ ଭଦ୍ରମୁଖା ତୁମେ
ଚେଷ୍ଟା କଲ ଲୁଣ୍ଠନ କରିବାକୁ ମୋତେ
ପ୍ରେମର ଲଣ୍ଠନ ଦେଖାଇ ତ ପୁଣି ରାଗର ପ୍ରକୋପ ଦେଖାଇ ମୋତେ
ଜରିଗୋଟାଳି ପରି ସଞ୍ଚିବାକୁ ଲାଗିଲ ପଇସା ତୁମେ
ଭୁଲିଗଲ ଅପେକ୍ଷା କରି ବସିଥିଲା ତୁମ ସାଥୀ ଯେ।
ଆମର ପ୍ରଥମ ସ୍ପର୍ଶର ଅନୁଭୂତି ଭୁଲି
ତୁମ ଜନ୍ମ ଦିନରେ ଲେଖି ଦେଲ ଏମିତି ରହସ୍ୟମୟ ଖେଳଟି
ନିଜ ସମସ୍ତ ଦାୟିତ୍ବ ଭୂଲି ଯାଇ
ତୁମେ ନିଶାଗ୍ରସ୍ତ ହୋଇ
ନିର୍ଯାତନା ମୋତେ ଦେଇ
ଆମ ସମ୍ପର୍କରେ ପୁର୍ନଛେଦ ଦେଲ ଲଗିଇ।
ହସ ଖୁସିର ଘର ମୋର
ଲାଗୁଛି ଯେ ପ୍ରେତାତ୍ମା ଓ କୋଠି ତୁମର
ଯଦି କିଛି ଅସୁବିଧା ତୁମର
ନ କହି କାହିଁକି ଖେଳିଲ ଜୀବନ ସହ ମୋର
ଜାଣିଛି ଦିନେ ନା ଦିନେ ଅନୁତାପ କରିବ କରମ ପାଇଁ ତୁମର।
ଲେଖା ପଛର ପ୍ରେରଣା
ତୁମେ କରିଥିବା ଅଭିନୟ ନା କରିଥିବା କିଛି ସମୟ ପାଇଁ ପ୍ରେମର ଠିକଣା
ତୁମେ ଦେଇ ଥିବା ଛଳନା
ତୁମେ କରିଥିବା ପ୍ରତାରଣା
ପାଇବାକୁ ଶେଷ ନିଷ୍ପତ୍ତିର ଠିକଣା। | <urn:uuid:c895a551-a43f-4b95-afe5-b73dd56ed698> | CC-MAIN-2024-18 | https://storymirror.com/read/oriya/poem/shess-nisspttir-tthiknnaa/i75iy43d | 2024-04-23T08:25:21Z | s3://commoncrawl/crawl-data/CC-MAIN-2024-18/segments/1712296818468.34/warc/CC-MAIN-20240423064231-20240423094231-00885.warc.gz | ory | 1 | Orya | 1 | {"ory_Orya_score": 1.0} |
Inspirational
ଆତ୍ମା ତାର କାନ୍ଦେ କଇଁ କଇଁ.....
କୁନ୍ଦୁଲି ପିଡୀତା ଆତ୍ମହତ୍ୟା କଲା
ପ୍ରଶାସନ ଦେଖ ନିରବ ରହିଲା
ଧର୍ଷିତା ସେ ହେଲା
ମିଥ୍ୟାବାଦୀ ହେଲା
ପିଡୀତାର କଣ୍ଠରୋଧ କରାଗଲା
ଆତ୍ମା ତାର କାନ୍ଦେ କଁଈ କଁଈ
ଅନ୍ୟାୟ ଆଗରେ ନ୍ୟାୟ ସତେ ଗଲା ଶୋଇ?
ରାକ୍ଷସ ପ୍ରବୃତ୍ତି ରକ୍ଷକ ସାଜିଲା
ସରଳ ଝିଅ ର ଇଜ୍ଜତ ଲୁଟିଲା
ବଂଚିଥିଲା ବେଳେ କଲ ପ୍ରତାରଣା
ଚାଲିଗଲା ପରା କୁମ୍ଭୀର କାନ୍ଦଣା
ଆତ୍ମା ତାର କାନ୍ଦେ କଇଁ କଇଁ
ଅଧର୍ମ ଆଗରେ ଧର୍ମ ଗଲା କି ଉଭେଇ ?
ଚାଲିଗଲା ପରେ ଶୁଭେ କୋଳାହଳ
ଚକାଜାମ ଆଉ ରାଜନୀତି ଖେଳ
ଏତେସବୁ କଲେ କହିକି ପାରିବ
ଦୋଷୀ ପାଇବ ତା କଲା କର୍ମ ଫଳ
ସେ ପାରିରେ ଥାଇ
ପିଡୀତା କହଇ
ମଲାପରେ ନ୍ୟାୟ ମିଳିବ କି ନାହିଁ
ଆତ୍ମା ତାର କାନ୍ଦେ କଁଈ କଁଈ
ନ୍ୟାୟ ଦେଲେ ଆତ୍ମା ମୋର ଯିବ ମୋକ୍ଷ ହୋଇ.....
ଅକ୍ଷୟ କୁମାର ପଣ୍ଡା
ପଦ୍ମପୁର ରାୟଗଡା | <urn:uuid:80d7d589-27f5-4efc-8d29-1979156398dd> | CC-MAIN-2019-22 | https://storymirror.com/read/poem/oriya/up5poap7/aatmaa-taar-kaande-kni-kni/detail?undefined | 2019-05-26T02:20:15Z | s3://commoncrawl/crawl-data/CC-MAIN-2019-22/segments/1558232258620.81/warc/CC-MAIN-20190526004917-20190526030917-00024.warc.gz | ory | 0.999631 | Orya | 1 | {"ory_Orya_score": 0.9996306896209717} |
ଭୁବନେଶ୍ୱର – ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ହେଉଛି ବିଶ୍ୱର ଏକ ପ୍ରମୁଖ
ଆଧ୍ୟାତ୍ମିକ କ୍ଷେତ୍ର । ସାରା ବିଶ୍ୱରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମିଙ୍କର ବିଶ୍ୱାସର
ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ର ପୁରୀ । ପୁରୀର ବଡଦାଣ୍ଡ ହେଉଛି ଏକ ପବିତ୍ର ସ୍ଥାନ । ବର୍ଷକୁ ଥରେ
ମହାପ୍ରଭୁ ଜଗନ୍ନାଥ ସେହି ପବିତ୍ର ବଡଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ପବିତ୍ର ବଡଦାଣ୍ଡକୁ
ଆମିଷମୁକ୍ତ, ସେଠାରେ ମଦ ବିକ୍ରିକୁ ସମ୍ପୃର୍ଣ୍ଣ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି
ବିରୋଧୀ ଦଳରେ ନେତା ପ୍ରଦୀପ୍ତ ନାଏକ ।
ଶ୍ରୀ ନାଏକ ଚିଠିରେ ଲେଖିଛନ୍ତି ଯେ ବଦଦାଣ୍ଡରେ ଥିବା ଅନେକ ହୋଟେଲ ଓ ରେଷ୍ଟୁରାଂଟରେ ମଦ,
ଆମିଷ ବିକ୍ରି କରାଯାଉଛି । ବିଳମ୍ବିତ ରାତ୍ରିରେ ଏପରିକି ଦିନବେଳେ ବି ମଦ ପିଇ ବଡଦାଣ୍ଡରେ
ବିଶୃଙ୍ଖଳା କରୁଥିବାର ନଜିର ଅଛି । ଏହା ହେବାଦ୍ୱାରା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ମନରେ
ଓଡିଶା ପ୍ରତି ଏକ ନକରାତ୍ମକ ଭାବନା ଆସୁଛି । ଏହାକୁ ତୁରନ୍ତ ବନ୍ଦ କରିବା ଦରକାର । ଆଗରୁ
ଅନେକ ସାଧୁ ସନ୍ଥ ମାନେ ଏହି ଦାବି ଉଠାଇଛନ୍ତି । ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିରର
ଚାରିପଟକୁ ସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଏହା ସ୍ୱାଗତଯୋଗ୍ୟ ।
ଏହା ସହିତ ବଡଦାଣ୍ଡକୁ ମଦମୁକ୍ତ ଓ ଆମିଷମୁକ୍ତ କରିବାର ବି ଆବଶ୍ୟକତା ଅଛି । ଆଶାକରୁଛି
ମୁଖ୍ୟମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବେ ।
ଭୁବନେଶ୍ୱର – ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ହେଉଛି ବିଶ୍ୱର ଏକ ପ୍ରମୁଖ | <urn:uuid:ea737775-cdd8-47ca-81ea-ab4be02279c2> | CC-MAIN-2020-45 | https://onakhabar.com/leader-of-opposition-has-written-letter-to-cm/ | 2020-10-21T04:47:23Z | s3://commoncrawl/crawl-data/CC-MAIN-2020-45/segments/1603107875980.5/warc/CC-MAIN-20201021035155-20201021065155-00651.warc.gz | ory | 1.000009 | Orya | 1 | {"ory_Orya_score": 1.0000085830688477} |
ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ
ରାଷ୍ଟ୍ରୀୟ କଳା ମଂଚ ତରଫରୁ ଡିସେମ୍ବର ୨୬ରେ ହେବ ପ୍ରତିଭା ସଙ୍ଗମ
ଭୁବନେଶ୍ୱର, ୨୧ ଡିସେମ୍ବର ୨୦୧୯, ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ "ପ୍ରତିଭା ସଙ୍ଗମ" ଆଗାମୀ ୨୬ ରୁ ୨୮ ଡିସେମ୍ବର ତିନିଦିନ ଧରି ସରଶ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, ନିଳାଦ୍ରି ବିହାର, ଭୁବନେଶ୍ୱର ଠାରେ ଅନୁଷିତ ହେବ । ଏହି କାର୍ଯ୍ୟକ୍ରମ ପୂର୍ବରୁ ୨୦୦୬, ୨୦୧୦, ୨୦୧୪, ୨୦୧୭ରେ ଅନୁଷ୍ଠିତ ହୋବାପରେ ୫ମ ଥର ପାଇଁ ରାଷ୍ଟ୍ରୀୟ ସ୍ତରରେ ହେବାକୁ ଯାଉଛି । ଆମର କଳା, ସଂସ୍କୃତି, ଲୋକନୃତ୍ୟ, ଚିତ୍ରକଳାକୁ ବଜାୟ ରଖିବା ଏବଂ ବିଦ୍ୟାର୍ଥୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ରାଷ୍ଟ୍ରୀୟ କଳା ମଂଚ ତରଫରୁ କାର୍ଯ୍ୟ କରିଆସୁଛି । ଭାରତୀୟ କଳା ଯଥା: ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରକଳା, ସ୍ୱରଚିତ କବିତା ଆବୃତି ଆଦିରେ ରୁଚି ରଖୁଥିବା ଦେଶର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ଥରୀୟ ପ୍ରତିଯୋଗିତା ମାଧ୍ୟମରେ ଏବଂ ୧୦୦୦ରୁ ଅଧିକ ଚୟନିତ ବିଦ୍ୟାର୍ଥୀ କଳାକାର ଏଥିରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।
କଳା କେବଳ ଶସ୍ତା ଲୋକପ୍ରିୟତାର ମାଧ୍ୟମ ନୁହେଁ, ଏହା ସମାଜ ଜାଗରଣର ଏକ ବଳିଷ୍ଠ ମାଧ୍ୟମର ର୍ବାା । ପ୍ରତିଭା ସଂଗମ କାର୍ଯ୍ୟକ୍ରମ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ କେବଳ ପ୍ରତିଯୋଗିତା କରାଯାଏ ନାହିଁ ବରଂ ଓଡିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ଏହି ଯୁବ ବିଦ୍ୟାର୍ଥୀ କଳାକାରମାନଙ୍କର ପ୍ରତିଭା ବିକାଶ ପାଇଁ ପ୍ରଶିକ୍ଷଣ ମଧ୍ୟ ଏଠାରେ ଦିଆଯାଏ । ପ୍ରଶିକ୍ଷଣ- ପ୍ରତିଯୋଗୀତା- ପ୍ରଦର୍ଶନ ହେଉଛି ପ୍ରତିଭା ସଙ୍ଗମର ବିଶେଷତା ।
ଏହି କାର୍ଯ୍ୟକ୍ରମରେ ଅଭିନେତା ଡ ଅଜିତ ଦାସ, ଅଭିନେତ୍ରୀ ଅନୁ ଚୈାଧୁରୀ, ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି, ସବ୍ୟସାଚୀ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ,ମନ୍ନଥ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଅଭିନେତା ହରିହର ମହାପାତ୍ର, ପ୍ରତିଭା ସଙ୍ଗମ ସ୍ୱାଗତ ସମିତିର ସାଧାରଣ ସମ୍ପାଦକ ପଦ୍ମିନୀ ପାଣିଗ୍ରାହୀ, ଅଭିନେତା ମୃତ୍ୟୁଞୟ ପଣ୍ଡା, ଏବିଭିପିର ପୂର୍ବତନ ରାଜ୍ୟ ସଭାପତି ଦିଲଲ୍ିପ କୁମାର ଦାସ ଏବଂ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ ।
ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ | <urn:uuid:1260c6a1-4b32-44f5-87a8-2acff1307411> | CC-MAIN-2020-45 | https://breakingnewsonly.in/abvp-13/ | 2020-10-26T09:38:45Z | s3://commoncrawl/crawl-data/CC-MAIN-2020-45/segments/1603107891203.69/warc/CC-MAIN-20201026090458-20201026120458-00601.warc.gz | ory | 1.000006 | Orya | 1 | {"ory_Orya_score": 1.000006079673767} |
ଢେଙ୍କାନାଳ: ୧୪ ବର୍ଷ ଚାକିରି କରିବା ପରେ ଛଟେଇ ହେବାରୁ ଆତ୍ମହତ୍ୟା କଲେ ଠିକା ପିଅନ
ଫେବୃଆରୀ ମାସରେ ଚାକିରିରୁ ଛଟେଇ ହେବା ପରେ ଏହି ଠିକା କର୍ମଚାରୀ ଗଭୀର ମାନସିକ ଅବସାଦରେ ରହୁଥିବା ଜଣାପଡ଼ିଛି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଓ ସ୍ଥାନୀୟ ଲୋକେ ଚାକିରିରୁ ଛଟେଇ ଘଟଣାକୁ ଦାୟୀ କରୁଛନ୍ତି ।
କ୍ୱାଟରର କବାଟ ଭାଙ୍ଗି ଭିତରକୁ ପଶିଥିଲା ପୋଲିସ; (ଡାହାଣ) ସୂର୍ଯ୍ୟକାନ୍ତଙ୍କ ପତ୍ନୀ ପ୍ରଭାତୀ ସ୍ୱାଇଁ
- News18 Odia
- Last Updated: December 5, 2020, 11:58 PM IST
ଢେଙ୍କାନାଳ: ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ କାର୍ଯ୍ୟାଳୟରେ ଠିକା ପିଅନ ଭାବେ କାମ କରୁଥିବା ଜଣେ କର୍ମଚାରୀଙ୍କ ନିଜ ସରକାରୀ କ୍ୱାର୍ଟରରେ ମୃତ୍ୟୁକୁ ନେଇ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଚଳାଇଛନ୍ତି । ଠିକା ପିଅନ ସୂର୍ଯ୍ୟକାନ୍ତ ସ୍ୱାଇଁ ଚାକିରୀରୁ ଛଟେଇ ହେବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ମୃତ୍ୟୁର କାରଣ ପୋଷ୍ଟମୋଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।
ପାଖାପାଖି ୪୦ ବର୍ଷ ବୟସ୍କ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କ ମୃତ ଦେହ ଟାଉନ ଥାନା କୁଞ୍ଜକାନ୍ତ ନିକଟସ୍ଥ ତାଙ୍କ ସରକାରୀ କ୍ୱାଟରରେ ଝୁଲୁଥିବା ଶୁକ୍ରବାର ଦିନ ଦେଖାଯାଇଥିଲା । ସେ ଗୁରୁବାର ରାତିରେ ନିଜ ବେକରେ ପିନ୍ଧାଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତାଙ୍କ ମୃତ୍ୟୁ ସେହି ଅଞ୍ଚଳର ଲୋକଙ୍କୁ ଚକିତ ଓ ଦୁଃଖିତ କରିଛି ।
ଏହା ବି ପଢ଼ନ୍ତୁ | ଆଉ କିଛି ଦିନ ପରେ ଆସିଯିବ କରୋନା ଭ୍ୟାକ୍ସିନ୍; ଦେଶର ସବୁ ଲୋକଙ୍କୁ ମିଳିବ ଏହି ଟିକା: PM ମୋଦି
ଫେବୃଆରୀ ମାସରେ ଚାକିରିରୁ ଛଟେଇ ହେବା ପରେ ଏହି ଠିକା କର୍ମଚାରୀ ଗଭୀର ମାନସିକ ଅବସାଦରେ ରହୁଥିବା ଜଣାପଡ଼ିଛି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଓ ସ୍ଥାନୀୟ ଲୋକେ ଚାକିରିରୁ ଛଟେଇ ଘଟଣାକୁ ଦାୟୀ କରୁଛନ୍ତି ।
ସୂର୍ଯ୍ୟକାନ୍ତଙ୍କ ପତ୍ନୀ ପ୍ରଭାତୀ ସ୍ୱାଇଁ
ସୂର୍ଯ୍ୟକାନ୍ତଙ୍କ ପତ୍ନୀ ପ୍ରଭାତୀ ସ୍ୱାଇଁ ନିଜ ଦଶ ବର୍ଷର ପୁଅ ସହ ମାଣ ବସା ପାଇଁ ଖମାର ସ୍ଥିତ ନିଜ ବାପ ଘରକୁ ଚାଲିଯାଇଥିଲେ । ସୂର୍ଯ୍ୟକାନ୍ତ ଗୁରୁବାର ରାତିରେ ପ୍ରଭାତୀଙ୍କ ଫୋନ୍ ନ ଉଠାଇବାରୁ ସେ ନିଜ ଦିଅରଙ୍କୁ ଶୁକ୍ରବାର ସକାଳେ ପଠାଇବା ସହ ନିଜେ ବି ଆସିଥିଲେ । ଦେଖାଯାଇଥିଲା ଯେ କ୍ୱାଟରରେ ଏକା ଥିବା ସୂର୍ଯ୍ୟକାନ୍ତଙ୍କ ମୃତ ଦେହ ଝୁଲୁଛି ।
ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ
''ଗତ ଛଅ ସାତ ମାସ ତଳେ ତାଙ୍କୁ ଚାକିରିରୁ ଛଟେଇ କରାଯିବା ସମୟରୁ ସେ ଭୀଷଣ ମାନସିକ ଟେନସନରେ ରହୁଥିଲେ । ଆମର ପାରିବାରିକ କୌଣସି କଳି ବା ବିବାଦ ନାହିଁ । ମୁଁ ମାଣବସା ପାଇଁ ଗାଁକୁ ଚାଲିଯାଇଥିବା ସମୟରେ ସେ ଏମିତି କରିଛନ୍ତି,'' କହିଛନ୍ତି ପ୍ରଭାତୀ ସ୍ୱାଇଁ ।
ଭିତର ପଟୁ କବାଟ ବନ୍ଦ ଥିବାରୁ ପୋଲିସ କବାଟ ଭାଙ୍ଗି ମୃତ ଦେହ ଉଦ୍ଧାର କରିଥିଲା । ଏହି ଘଟଣା ଆତ୍ମହତ୍ୟା ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିବା କହିଥିଲା ପୋଲିସ । ମୃତ ଦେହକୁ ଉଦ୍ଧାର କରି ଟାଉନ ଥାନା ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ୱ ସାରା ବ୍ୟାପିଥିଲା!
ସୂର୍ଯ୍ୟକାନ୍ତ ସ୍ୱାଇଁ ୨୦୦୬ ମସିହାରୁ ଢେଙ୍କାନାଳ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର କାର୍ଯ୍ୟାଳୟରେ ଏକ ଠିକା ସଂସ୍ଥା ଅଧୀନରେ ପିଅନ ଭାବେ କାର୍ଯ୍ୟ କରି ଆସୁଥିଲେ । କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଚଳିତ ବର୍ଷ କୌଣସି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ନ ଦେବା ପାଇଁ ସରକାରଙ୍କ ପକ୍ଷରୁ ଏକ ଚିଠି ଯୋଜନା ବିଭାଗକୁ କରାଯାଇଥିଲା ।
ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର କାର୍ଯ୍ୟାଳୟ
''ଏହି ସରକାରୀ ନିଷ୍ପତ୍ତି ନେଇ ସମ୍ପୃକ୍ତ ଠିକା କମ୍ପାନୀ ଓ ସୂର୍ଯକାନ୍ତଙ୍କୁ ମଧ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା । ହେଲେ ତା' ପରେ ତାଙ୍କୁ ଏକ୍ସଟେନସନ୍ ଦେବା ପାଇଁ ଅନୁରୋଧ କରି ଏକ ଚିଠି ବି ଲେଖାଯାଇଥିଲା,'' କହିଛନ୍ତି ଜିଲ୍ଲା ଯୋଜନା ବିଭାଗର ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ ।
ସୂର୍ଯ୍ୟକାନ୍ତ ଯେଉଁ କ୍ୱାର୍ଟରରେ ରହୁଥିଲେ ତାହା ବିଭାଗ ପକ୍ଷରୁ ତାଙ୍କୁ ଦିଆଯାଇ ନ ଥିଲା ବୋଲି କହିଛନ୍ତି ସେଠୀ । ଢେଙ୍କାନାଳ ସହରର ମ୍ୟୁନିସିପାଲିଟି ଅଫିସ ନିକଟସ୍ଥ ଏହି ରେଭିନ୍ୟୁ କ୍ୱାର୍ଟରଟି କିଛି ବର୍ଷ ତଳେ ବିପଜ୍ଜନକ ଅବସ୍ଥାରେ ଅଛି ବୋଲି ଘୋଷିତ ହୋଇଥିଲା ।
ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ 'ମୋଦି'; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି ୧.୫ କୋଟି ଟଙ୍କା
''ସେ (ସୂର୍ଯ୍ୟକାନ୍ତ) ଆମ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ସେ ଚାକିରୀରୁ ଛଟେଇ ହେବା ପରେ ପରିବାର ପ୍ରତିପୋଷଣର ବୋଝ ଓ ଆର୍ଥିକ ଅନଟନ ଲାଗି ରହିଥିଲା । ସେଇଥି ପାଇଁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ମୋ'ର ସରକାରଙ୍କୁ ନିବେଦନ ଯେ ଏହି ଘଟଣାର ତଦନ୍ତ କରି ତାଙ୍କୁ କ୍ଷତିପୂରଣ ଦେବା ସହ ପରିବାରରୁ ଜଣକୁ ଏକ ସରକାରୀ ଚାକିରି ଦିଆଯାଉ,'' କହିଛନ୍ତି ସୂର୍ଯ୍ୟକାନ୍ତଙ୍କ ସାନ ଭାଇ ଶେଷଦେବ ସ୍ୱାଇଁ ।
ସୂର୍ଯ୍ୟକାନ୍ତଙ୍କ ନିଜ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପଥରଖମ୍ବ ଗ୍ରାମରେ । ଅତି ଗରିବ ପରିବାର ତାଙ୍କର । କିଛି ବର୍ଷ ତଳେ ତାଙ୍କ ବାପା ଓ ମା'ଙ୍କର ମୃତ୍ୟୁ ହୋଇଥିଲା । ପତ୍ନୀ ଓ ଦଶ ବର୍ଷର ଗୋଟିଏ ପୁଅ ସାଙ୍ଗକୁ ନିଜ ବେକାର ସlନ ଭାଇର ଭରଣପୋଷଣର ବୋଝ ଏହି ସୂର୍ଯ୍ୟକାନ୍ତଙ୍କ କାନ୍ଧରେ ଥିଲା ।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍ ଦୁଃଖ ଅନୁଭବ କରୁଛନ୍ତି ଓ ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) । | <urn:uuid:03559a65-672f-4eb4-bed3-517a4435a36b> | CC-MAIN-2021-04 | https://odia.news18.com/news/odisha/contractual-peon-kills-self-months-after-being-laid-off-in-dhenkanal-0512-ad-asd-tv-31357.html | 2021-01-26T06:44:14Z | s3://commoncrawl/crawl-data/CC-MAIN-2021-04/segments/1610704798089.76/warc/CC-MAIN-20210126042704-20210126072704-00493.warc.gz | ory | 1.000002 | Orya | 1 | {"ory_Orya_score": 1.0000020265579224} |
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଜାତି ବିରୁଦ୍ଧରେ ଦୁଇଟି ଅପରାଧ କରିଛନ୍ତି । ଆମ ଜାତିକୁ ଭାଷା ଅଧିକାରରୁ ବଞ୍ଚିତ କରିବା ପାଇଁ ସେ ଗୋଟିଏ ଦିନର ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଉପରେ ସ୍କାମ୍ ସଂଘଟିତ କରିଥିବା ବେଳେ, ଆଉ ଗୋଟିଏ ଦିନର ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଉପରେ ଜାଲିଆତି କରିଛନ୍ତି ।
କ୍ଷମତାସୀନ ଦଳ ତା ଜନ୍ମଦିନ ପାଳୁଥିବା ବେଳେ ମୁଁ ସେମାନଙ୍କୁ ଗୋଡ଼ାଣିଆ ନହୋଇ ଓଡ଼ିଆ ହେବାକୁ ପରାମର୍ଶ ଦେଇଛି ଓ ଉପରୋକ୍ତ ଅଭିଯୋଗର ସତ୍ୟାସତ୍ୟ ସେମାନଙ୍କ ମାଲିକ (supremo)ଙ୍କ ଠାରୁ ବୁଝନ୍ତୁ ଓ ୨୬.୧୨.୨୦୨୦ରେ ସେମାନେ ପାଳିଥିବା ଦଳୀୟ ଜନ୍ମଦିନରେ ଓଡ଼ିଆରେ ଓଡ଼ିଶାର ପରିଚାଳନା ପାଇଁ ହୋଇଥିବା ଘୋଷଣା କୁଆଡ଼େ ଗଲା ବୋଲି ପଚାରନ୍ତୁ ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସୂଚନା ଅଧିକାର ଅଭିଯାନ ଯେଉଁ କଥାଟି କହୁଛି ତାହା ହେଲା , ରଞ୍ଜନ କୁମାର ଦାସ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ସୂଚନା ଅଧିକାର ପ୍ରୟୋଗ କରୁଥିବା ହେତୁ ତଦ୍ଦ୍ଵାରା ଆକ୍ରାନ୍ତ ହେଉଥିବା ଦୁର୍ନୀତିଜୀବୀମାନେ ତାଙ୍କୁ ହତ୍ୟା କରିଥିଲେ ଓ ସେହି ଦୁର୍ନୀତିଜୀବୀମାନଙ୍କ ସହ ପୂର୍ବତନ ମନ୍ତ୍ରୀ , ପଦାସୀନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ସମ୍ପୃକ୍ତ ଥିବା ହେତୁ ପୋଲିସ ଆତତାୟୀକୁ ଧରୁନାହିଁ । ଯଦି କେବଳ ଏହି ଅଭିଯୋଗ ଭିତ୍ତିରେ ତଦନ୍ତ ହୁଏ, ତେବେ ତାହା ପଥଭ୍ରଷ୍ଟ ହୋଇଯାଇପାରେ ।
ହୁଏତ ଏହା ସତ୍ୟ ହୋଇପାରେ ଯେ, କେନ୍ଦ୍ରାପଡ଼ା ଜିଲ୍ଲାର କୌଣସି ଶକ୍ତିଶାଳୀ ଦୁର୍ନୀତିଜୀବୀ ରଞ୍ଜନଙ୍କ ସୂଚନା ଅଧିକାର ପ୍ରୟୋଗରେ ଅତିଷ୍ଠହୋଇ ଏପରି କରିଥାଇପାରନ୍ତି । ମାତ୍ର ଏହା ଆଶଙ୍କା କରିବା ଅମୂଳକ ନୁହେଁ ଯେ, ଭାଷା ଆନ୍ଦୋଳନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ପ୍ରୟୋଗ କରିଥିବା ଅର୍ଥଲୋଭୀ ପଲ କଳାପତାକା ଅଭିଯାନକୁ ଅଟକାଇ ନପାରିବା ମୂଳରେ ରଞ୍ଜନଙ୍କ ଶକ୍ତିଶାଳୀ ସଂଗ୍ରାମ ଏକ ମୁଖ୍ୟ କାରଣ ହୋଇଥିବା ହେତୁ ଓ କଳାପତାକା ସହ ସାଇକଲରେ ସାରା ଓଡ଼ିଶା ବୁଲି ଭାଷା ଆନ୍ଦୋଳନକୁ ସୁଦୃଢ କରିବାକୁ ତାଙ୍କ ବ୍ୟଗ୍ରତା ହେତୁ ଓଡ଼ିଆ ଭାଷାକୁ ରାଜ୍ୟ ପରିଚାଳନାର ଭାଷା ନକରାଇଦେବା ପାଇଁ ବଦ୍ଧପରିକର ଅମଲାଶ୍ରୟୀ ରାଜନୈତିକ କ୍ଷମତାଚକ୍ର ତାଙ୍କୁ ହତ୍ୟାକରିବା ପାଇଁ ଷଡଯନ୍ତ୍ର ବି କରିଥାଇ ପାରେ । ସମ୍ବଲପୁରର ପୁଣ୍ୟଶ୍ଳୋକ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଓଡ଼ିଆଭାଷାରେ ଓଡ଼ିଶାର ସମସ୍ତ କାର୍ଯ୍ୟ ନିର୍ବାହ ଦାବିକରି କିପରି ଅଜ୍ଞାତ ଆତତାୟୀର ଛୁରାମାଡ଼ରେ ପ୍ରାଣତ୍ୟାଗ କରିଥିଲେ ଓ ବିଜୁବାବୁଙ୍କ ରାଜୁତି ସେହି ଆତତାୟୀକୁ ଠାବ କରି ଶାସ୍ତି ଦେଇନଥିଲା, ତାହା ତ ଆମ ଭାଷାରେ ଆମ ରାଜ୍ୟ ଚଳାଇ ନଦେବାକୁ ଚାହୁଁଥିବା କ୍ଷମତାଚକ୍ର କେତେ ତଳକୁ ଯାଇପାରେ, ତହିଁର ଦୃଷ୍ଟାନ୍ତ ହୋଇରହିଛି । ଯେଉଁମାନେ ଆମ ଭାଷାକୁ ଅକାମୀ କରିରଖିବା ପାଇଁ କ୍ୟାବିନେଟ୍ ସ୍କାମ୍ ପରି ଭୟଙ୍କର ଜାଲିଆତି କରିପାରନ୍ତି, ସେମାନେ ରଞ୍ଜନଙ୍କୁ ସହ୍ୟ କରିବା ହୁଏତ ସମ୍ଭବ ନଥିଲା ।
ରଞ୍ଜନଙ୍କ ହତ୍ୟା ରହସ୍ୟ କେବଳ ପରିପାର୍ଶ୍ଵିକ ପରିସ୍ଥିତି ଓ ଯୁକ୍ତିଯୁକ୍ତ ଅନ୍ଦାଜ ବଳରେ ଭେଦ କରିହେବ । ତେଣୁ, ଏହି ଦିଗକୁ ଯଦି ଗୁରୁତ୍ଵ ଦିଆ ନଯାଏ, ତେବେ ତଦନ୍ତ ପଥଭ୍ରଷ୍ଟ ହୋଇଯାଇପାରେ । ଏ ସମ୍ପର୍କରେ Ranjan's murder was political: Necessary is CBI inquiry ଶୀର୍ଷକ ମୋ ଆଲୋଚନା ଏକାନ୍ତ ପ୍ରାସଙ୍ଗିକ ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସାମାଜିକ ଗଣମାଧ୍ୟମ ଫେସବୁକ ମଞ୍ଚରେ ଅଖିଳ ଭାରତ ଯୁବ ସଂଘର ସିଧା ପ୍ରସାରିତ ବକ୍ତୃତାମାଳାର ମଇ୨୮ ତାରିଖ ସନ୍ଧ୍ୟା ପାଇଁ ନିର୍ଦ୍ଧାରିତ ବିଷୟର ଶୀର୍ଷକ ଥିଲା ଜାତିର ବିକାଶରେ ମାତୃଭାଷାର ଭୂମିକା । ଭାଷା ଆନ୍ଦୋଳନର ବନ୍ଧୁମାନଙ୍କ ଅନୁରୋଧକ୍ରମେ ଆନ୍ଦୋଳନ ପାଇଁ ସେହି ସିଧା ପ୍ରସାରିତ ବକ୍ତୃତାର ଅଧିକ ପ୍ରାସଙ୍ଗିକ ଅଂଶ ବିଶେଷକୁ ୟୁଟ୍ୟୁବ୍ ମାଧ୍ୟମରେ ପ୍ରଦାନ କରାଯାଉଛି । ଏହା ତହିଁର ୩ୟ କିସ୍ତି ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ
କାନ୍ତକବିଙ୍କ ନାତି ବୋଲି ନିଜକୁ ପରିଚିତ କରାଉଥିବା ଗୁରୁ କଲ୍ୟାଣ ମହାପାତ୍ର ଗତ ଜୁନ ମାସରେ ମୋ ଉପରେ ଏକ ଅତ୍ୟନ୍ତ କୁତ୍ସିତ କୁତ୍ସା ପ୍ରଚାର କରିଥିଲେ ସାମାଜିକ ଗଣମାଧ୍ୟମ ଫେସବୁକରେ ତାଙ୍କ କାନ୍ଥରେ ଓ ତାହାକୁ ତୀବ୍ରତର କରିଥିଲେ ଅର୍ଥଲୋଭ ହେତୁ ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ପବିତ୍ର ମହାରଥା ଏବଂ ୧୬.୭.୨୦୧୮ରାତିରେ ତାଙ୍କ ଦାରୀ ସାକ୍ଷୀ ମାଦଳ ସାଜିଥିବା ଜନକୀଶ ବଡପଣ୍ଡା । ମୁଁ ଯେଉଁ ପ୍ରତିକ୍ରିୟା ରଖିଥିଲି ତାହା ଏହି ସଂଯୋଗସରଣୀ ରେ ଉପଲଭ୍ୟ ।
ସେ ତାଙ୍କ ଏହି କୁତ୍ସିତ ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ଦେଇନାହାନ୍ତି । ନିଜର ଅଭିଯୋଗକୁ ସେ ପ୍ରମାଣିତ କରିବା ଉଚିତ ବା ମିଥ୍ୟା କହିଥିବା ସ୍ଵୀକାର କରି ସର୍ବସାଧାରଣରେ କ୍ଷମା ମାଗିବା ଉଚିତ ।
କିନ୍ତୁ ତାଙ୍କ ଅପରାଧର ଅଦ୍ୟତନତା ଯାଞ୍ଚ ପାଇଁ ପୋଲିସ ଯେତେବେଳେ ସେ ପ୍ରଚାର କରିଥିବା କୁତ୍ସାର ଲିଙ୍କ (link) ଖୋଜୁଛନ୍ତି ତାହା ମିଳୁନାହିଁ ବୋଲି ଖବର ପାଇ ମୁଁ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟାକଲି । ଏହି ରିପୋର୍ଟ ମିଳିଲା – ଯେଉଁଥିରେ ଫେସବୁକ କହୁଛି , ପୋଷ୍ଟିଂକର୍ତ୍ତା ଗୁରୁକଲ୍ୟାଣ ହୁଏତ ନିଜ ପୋଷ୍ଟକୁ ହଟାଇ ଦେଇଛନ୍ତି ।
ଯେଉଁମାନେ ମୋ ଉପରେ କୁତ୍ସିତ ଗାଳିବର୍ଷଣ କରି ଭାଷା ଆନ୍ଦୋଳନ ଶିବିରରେ ବିଭ୍ରାନ୍ତି ଉପୁଜାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ମୁହଁ ଇସ୍ପାତ , ଅଥଚ ପଛ ଏପରି ସନ୍ନିପାତ କାହିଁକି ?
ସୁଭାଷ ଚନ୍ଦ୍ର ପଟ୍ଟନାୟକ
କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ପ୍ରତିନିଧିସଭାର ନେତୃତ୍ବରେ ଥିଲେ ମଧ୍ୟ ସେମାନଙ୍କ ଏକନାୟକୀୟ ଆଧିପତ୍ୟ ଏତେ ପ୍ରଚଣ୍ଡ ଯେ, ଯୌଥ ବିଜ୍ଞତା ଅଭାବରୁ ଓଡ଼ିଶା ସମେତ ସମଗ୍ର ଭରତ ବିନାଶକ କରୋନା ମହାମାରୀର କବଳରେ । ଏହି ମହାମାରୀର ମୁକାବିଲା ପାଇଁ ଯେଉଁ ନେତୃତ୍ଵ ଦେଶ ଆବଶ୍ୟକ କରୁଛି ସେ ନେତୃତ୍ଵ ଉପଲବ୍ଧ ହେଉନାହିଁ ।
ଏହି ଉଭୟ ନେତା ନିଜ ନିଜର ରାଜନୈତିକ ସ୍ଵାର୍ଥ ପାଇଁ ଏପରି ଆଚରଣ ପ୍ରଦର୍ଶନ କରିଆସିଛନ୍ତି ଯାହା ଭୂତାଣୁ ନିୟନ୍ତ୍ରଣ ଆଳରେ ପୋଲିସ୍ ରାଜ୍ ବଳବତ୍ତର କରିଛି । ସତେ ଯେମିତି କରୋନା ଆକ୍ରାନ୍ତମାନେ ଅପରାଧୀ ସେହି ପରି ଭାବନା ଉଦ୍ରେକ କରାହୋଇଛି ସାଧାରଣ ମଣିଷର ମନରେ । ଅଥଚ କରୋନା ଠାବ କରିବା, ଚିକିତ୍ସା କରିବା, ଆରୋଗ୍ୟ ଘିସନା କରିବା – ସବୁ ପ୍ରଶାସନିକ ଇନ୍ଦ୍ରଜାଲରେ ଛନ୍ଦିହୋଇରହିଛି । ପ୍ରକୃତ ଚିତ୍ର ଠାରୁ ଲୋକଙ୍କୁ ଦୂରେଇ ରଖାଯାଇଛି ଓ ସରକାର ଯାହା ଜଣାଇବାକୁ ଚାହୁଞ୍ଛନ୍ତି ଲୋକେ ସେତିକି ହିଁ ଜାଣୁଛନ୍ତି ।
ଭୂତାଣୁ ପାଇଁ ଚାଈନାକୁ ଶୋଧିବାରେ ଯେତେ ଶକ୍ତି ଅପଚୟ ହେଲାଣି ତହିଁର କାଣିଚାଏ ମଧ୍ୟ ଲୋକଙ୍କ ପାଇଁ ଲାଗିନାହିଁ । ଯେତେବେଳେ ସବୁ ଡାକ୍ତରଖାନା ଦିନରାତି ଖୋଲା ରହି ରୋଗୀଙ୍କୁ ସାହାଜ୍ଯ କରିବା କଥା ସେତେବେଳେ ସର୍ବଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଓ ରାଜ୍ୟ ସରକାରଙ୍କ ମେଡିକାଲ କଲେଜଗୁଡ଼ିକ ସେମାନଙ୍କ ବହିର୍ଚ୍ଚିକିତ୍ସା ବିଭାଗ ବନ୍ଦ ରଖିଛନ୍ତି ଓ କୌଣସି ଚିକିତ୍ସାଳୟରେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ଉପଲବ୍ଧ ନାହିଁ । ସବୁଠୁ ମାରାତ୍ମକ କଥା ହେଲା, ଏହି ମଉକାରେ ରୋଗୀ ଶୋଷଣ ପାଇଁ ଡାକ୍ତର ଓ ଡାକ୍ତରଖାନାମାନଙ୍କୁ ଏପରି ଅଧିକାର ଦିଆଯାଇଛି ଯେ, ଯଦି କୌଣସି ରୋଗୀ ଅପଚିକିତ୍ସା ବା ଅଚିକିତ୍ସା ବିରୁଦ୍ଧରେ ପଟି ଫିଟାଏ ତାକୁ ୧୦ ଲକ୍ଷ ଟଙ୍କା ଜୋରିମାନା ଓ ୧୦ ବର୍ଷ ଜେଲ ଦଣ୍ଡ ଦିଆଯିବ ( The Health Services Personal and Clinical Establishments (Prohibition of violence and damage to property) Bill, 2019) । "ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବା ପ୍ରାଣ?" ବୋଲି ମଧୁବାବୁ ଲେଖିଥିଲେ । ଅବସ୍ଥା ଏଇନେ ଏହା ହିଁ ହୋଇଛି । ଓଡ଼ିଶା ରାଜ୍ୟରେ ପୋଲିସ ମାଡ଼କୁ ନୀରବରେ ବରଦାସ୍ତ ନକଲେ, ୧୦ ହଜାର ଟଙ୍କା ଜୋରିମାନା ସାଙ୍ଗକୁ ୨ ବର୍ଷ ଜେଲ ଦଣ୍ଡ ପାଇବାକୁ ଆଇନ ପ୍ରବର୍ତ୍ତନ କରାଯାଇଛି (Epidemic Diseases (Amendment) Ordinance, 2020) ଓ ଲୋକେ କାକୁସ୍ଥ ହୋଇ ରହିଛନ୍ତି । କରୋନା ସମ୍ପର୍କୀୟ ଆଇନ ଓ ନିର୍ଦ୍ଦେଶନାମାଗୁଡ଼ିକ ଘନଘନ ସଂଶୋଧନ ହେଉଛି । ସବୁ ଇଂରାଜୀରେ ଓ ଏପରି ଭାଷାରେ , ଯାହା ସାଧାରଣ ଲୋକେ ଜାଣନ୍ତି ନାହିଁ । ଲୋକଙ୍କ ମାତୃଭାଷାରେ ଆଇନକାନୁନ ନ କରି, ଲୋକଙ୍କୁ ଅନ୍ଧକାରରେ ରଖି ପୋଲିସ ଲାଠି, ଜେଲ କୋଠି, ଜୋରିମାନା ଓ ଡାକ୍ତରୀ ନାଲିଆଖିରେ ଲୋକେ ସିନା ଦାବିଯାଉଛନ୍ତି, କରୋନା ଭୂତାଣୁ ମାଡ଼ି ଚାଲିଛନ୍ତି ।
ଅରାଜକତା ଚରମ ସୀମାରେ ପହଞ୍ଚିଛି ।
ଆମ ବିଚାରରେ ଏଥିପାଇଁ ଦାୟୀ, ପ୍ରଧାନମନ୍ତ୍ରୀ (ଓ ଓଡ଼ିଶା ପରି ରାଜ୍ୟର ମୁଖ୍ୟମନ୍ତ୍ରୀ)ଙ୍କ ଏକନାୟକୀୟ ଆଧିପତ୍ୟ । ଏହାର ପ୍ରତିବିଧାନ ଦରକାର ।
ଏଥିପାଇଁ ଏକାଧିପତ୍ୟ ଜରିକରିଚାଲିଥିବା ଦଳୀୟ ସରକାର ନିଜର ଅପରାଗପଣିଆ ଅନୁଭବ କରି ସର୍ବାଦଳୀୟ କରୋନା କ୍ୟାବିନେଟ୍ ଗଠନ କରୁ । ପ୍ରତିଷ୍ଠିତ ସରକାର ଯେଉଁ ମର୍ଯ୍ୟାଦାରେ ଅଛନ୍ତି ସେହି ମର୍ଯ୍ୟାଦାରେହ ଥାନ୍ତୁ । କିନ୍ତୁ ସବୁ ଦଳର ପ୍ରତିନିଧିମାନଙ୍କୁ ନେଇ କେବଳ କରୋନା ମହାମାରୀର ମୁକାବିଲା ପାଇଁ ଏକ ସ୍ଵତନ୍ତ୍ର ମନ୍ତ୍ରୀମଣ୍ଡଳ ଗଠିତ ହେଉ ଯାହାର ନିର୍ଦ୍ଧାରଣ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ କାର୍ଯ୍ୟକାରୀ କରନ୍ତୁ । ଏହି କାରୋନା କ୍ୟାବିନେଟ କେବଳ ମାତୃଭାଷାରେ ତାର ସମସ୍ତ ନିର୍ଦ୍ଧାରଣ ପ୍ରଦାନ କରୁ ।
ଦେଶବାସୀଙ୍କୁ ବିପଦମୁକ୍ତ କରିବା ପାଇଁ ଏହି ଯୌଥନେତୃତ୍ଵ ଏକାନ୍ତ ଆବଶ୍ୟକ ।
orissamatters॰comରେ ଏହା ପୂର୍ବରୁ ଆଲୋଚିତ ହୋଇଛି । ସଂଯୋଗ ସରଣୀ : https://orissamatters.com/2020/07/05/572020/ | <urn:uuid:e1d24624-9b12-4296-97fc-be7c904b0d95> | CC-MAIN-2021-04 | https://bhashaandolan.com/category/opinions/subhas-chandra-pattanayak/ | 2021-01-15T15:45:55Z | s3://commoncrawl/crawl-data/CC-MAIN-2021-04/segments/1610703495901.0/warc/CC-MAIN-20210115134101-20210115164101-00633.warc.gz | ory | 0.999996 | Orya | 1 | {"ory_Orya_score": 0.9999960660934448} |
ଭାରତ-ଇଂଲଣ୍ଡ ମହାମୁକାବଲା: ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ, ବିଜୟ ଶଙ୍କରଙ୍କ ସ୍ଥାନରେ ରିଷବ ପନ୍ଥ
ନୂଆଦିଲ୍ଲୀ: ଆଜି ବର୍ମିଙ୍ଗହାମ୍ଠାରେ ଖେଳା ଯାଉଥିବା ଆଇସିସି ବିଶ୍ୱକପ୍ର ୩୮ତମ ମ୍ୟାଚ୍ରେ ଇଂଲଣ୍ଡକୁ ଟକ୍କର ଦେବ ଭାରତ। ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଟିମ୍ ଫିଲ୍ଡିଂ କରିବାର ସୁଯୋଗ ପାଇଛନ୍ତି। ଆଜିର ମ୍ୟାଚ୍ରେ ଭାରତୀୟ ଟିମ୍ର ବିଜୟ ଶଙ୍କରଙ୍କ ସ୍ଥାନରେ ଖେଳିବେ ରିଷବ ପନ୍ଥ।
— ANI (@ANI) June 30, 2019
ତେବେ ଏହି ମ୍ୟାଚ୍ରେ ଭାରତ ତା'ର ପାରମ୍ପରିକ ଜର୍ସି ବଦଳରେ କମଳା ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଛି। ବିଶ୍ୱକପ୍ ମ୍ୟାଚ୍ରେ ଏଯାବତ୍ ଅପରାଜୟ ଥିବା ଭାରତ ଇଂଲଣ୍ଡକୁ କିପରି ଭାବେ ମୁକାବିଲା କରିବ ଏବେ ସମସ୍ତଙ୍କ ନଜର ତାହା ଉପରେ ରହିିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇଂଲଣ୍ଡ ଓ ଭାରତ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ରେ ପାକିସ୍ତାନର ସମର୍ଥକମାନେ ବି ଭାରତକୁ ନିଜର ସମର୍ଥନ ଦେଇଛନ୍ତି।
#CWC19 Playing XI of India and England cricket teams for today's match at Edgbaston, Birmingham. Rishabh Pant is in India's playing XI today, replacing Vijay Shankar. #INDvENG pic.twitter.com/q3IkNRHjLP
— ANI (@ANI) June 30, 2019
ବର୍ମିଙ୍ଗହାମ୍ରେ ଖେଳାଯିବାକୁ ଥିବା ଖେଳ ପିଚ୍ ଇଂଲଣ୍ଡ ଟିମ୍ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ଦୁଇ ବର୍ଷ ହେବ ସେ ଏପରି ପିଚ୍ରେ ଖେଳି ନ ଥିବାରୁ ଆଜିର ମ୍ୟାଚ୍ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ ବୋଲି ସେମାନେ ପୂର୍ବରୁ ପ୍ରକାଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିଦ୍ୱନ୍ଦ୍ୱୀ ଟିମ୍ ଇଣ୍ଡିଆ ଟିକେ ଭାରି ପଡ଼ିପାରେ ବୋଲି ସେମାନଙ୍କ ମନରେ ଭୟ ବି ରହିିଛି। | <urn:uuid:a568123b-6a00-4121-ac4e-520052a947c9> | CC-MAIN-2021-04 | https://sambad.in/sports/india-vs-england-live-streaming-391850/ | 2021-01-16T12:08:58Z | s3://commoncrawl/crawl-data/CC-MAIN-2021-04/segments/1610703506640.22/warc/CC-MAIN-20210116104719-20210116134719-00443.warc.gz | ory | 0.999908 | Orya | 1 | {"ory_Orya_score": 0.9999083280563354} |
ଆଜି ଦେହାବସାନ ହୋଇଛି ପ୍ରସିଦ୍ଧ କବି ଶ୍ରୀଶଙ୍ଖ ଘୋଷ (୧୯୩୨-୨୦୨୧) ଙ୍କର । ଶ୍ରୀଯୁକ୍ତ ଶଙ୍ଖ ଘୋଷ ପ୍ରତିବେଶୀ ବଙ୍ଗଳା ଭାଷାର ଜଣେ ଅତ୍ୟନ୍ତ ସମ୍ମାନୀତ ଓ ପ୍ରତିନିଧିଶ୍ରେଣୀୟ ଅଗ୍ରଜ କବି । କବିତା ସହିତ ଅନେକ କବିତା ବିଚାରର ସେ ଲେଖକ ।ତାଙ୍କର ଅନେକ କବିତା ଆମ ଭାଷାରେ ଅନୁସୃଜିତ ହୋଇଛି ।
ତାଙ୍କର ସ୍ମରଣରେ ସନ୍ନିବେଶିତ ପ୍ରଥମ କବିତାଟି ୨୦୧୯ ର ଏକ ଶାରଦୀୟ ବିଶେଷାଙ୍କରେ ପ୍ରକାଶିତ ହୋଇଥିଲା।
ଏହି କବିତାକୁ ପାଠ କଲାବେଳେ ଏହି ଉପସ୍ଥିତ ଲେଖକ ମନକୁ ଯେଉଁ ପ୍ରଶ୍ନ ଗୁଡିକ ଉଠିଛି ସମ୍ଭବତଃ ଆପଣମାନଙ୍କର ମନକୁ ବି ସେମିତି କିଛି ପ୍ରଶ୍ନ ଉଠିଥାଇ ପାରେ । ସିଧାସଳଖ ଓ ଅନେକାର୍ଥବିହୀନ ଏହି ଗଦ୍ୟାକାର ଲେଖାକୁ ଆମେ ପଦ୍ୟ ହିସାବରେ ସୁମାରି କଲାବେଳେ କିଛି ପରିମାଣରେ ଅସହଜ ବୋଧ ହୁଏତ କରିପାରୁ ।
ଏଇ କବିତାରେ କାହାଣୀର ବିନ୍ୟାସ ରହିଛି ଏବଂ କହିବାକୁ ଗଲେ ଏହି କାହାଣୀଭାଗ ହିଁ ସମଗ୍ର କବିତାର ସାର୍ବଭୌମ ନିୟନ୍ତ୍ରକ ।ଏହା କବିତାକୁ ଭୂଇଁରେ ଜାବୁଡି ଧରିଛି, ଇଂଚଟିଏ ଜାଗା ଛାଡି ଦେଉନାହିଁ ତାହାକୁ ଆକାଶମନସ୍କ ହେବାପାଇଁ ।ଏହା କବିତାର ଦୋଷ ଓ ଗୁଣ, ଊଭୟ ।
ଭାରତୀୟ ସାହିତ୍ୟର ଏହି ଅନ୍ୟତମ ଅଗ୍ରଜ କବି ବିଶେଷତଃ କବିତା କ'ଣ ବେଶ୍ ବୁଝିଥିବା ଅଗ୍ରଜ କବି ଜଣକ ଭଲଭାବରେ ଜାଣନ୍ତି, କୌଣସି ସ୍ଥିତାବସ୍ଥାର ପ୍ରତିବାଦ ଯେତେବେଳେ ପଦ୍ୟରୂପ ନେବ ସେତେବେଳେ ତାହା ଆମର ରୂପାମ୍ବରା କବିତାସମୂହର କାବ୍ୟିକ ଆୟୋଜନର ତୁଳନାରେ ନିରାଭରଣା ଆଉ ରୁକ୍ଷ ଦିଶିବାକୁ ଏକ ପ୍ରକାର ବାଧ୍ୟ ।
ସଂବାଦ ଆଉ ତାହା ଭିତରେ କିଛି ଉହ୍ୟପଣ ଆଉ ନାଟକୀୟତାକୁ ନେଇ ଏଇ ପ୍ରତିବାଦର କବିତାଟି ସଂରଚିତ ।
ଶ୍ରୀଯୁକ୍ତ ଘୋଷଙ୍କର "ବାବରର ପ୍ରାର୍ଥନା" ବୋଲି ଯେଉଁ କବିତାଟି ଏଇଠେ ଅଛି ତାହା ଅସଲରେ ତାହାଙ୍କୁ ସାହିତ୍ୟ ଜଗତରେ ଯଥେଷ୍ଟ ଲୋକପ୍ରିୟ କରିଥିଲା ।
ଶ୍ରୀ ଶଙ୍ଖ ଘୋଷଙ୍କ ବିୟୋଗରେ ଭାରତୀୟ ସାହିତ୍ୟ ଆକାଶର ଜଣେ ଚିନ୍ତାଶୀଳ ତଥା ନିର୍ଭୀକ କବିର ଦେହାବସାନ ଘଟିଛି ।
ବାବରର ପ୍ରାର୍ଥନା
ଜାନୁପାତି ଏଇତ ବସିଛି,ପଶ୍ଚିମରେ
ବସନ୍ତର ଶୂନ୍ୟହାତ ଆଜି
ଯଦି ଚାହଁ ମୋତେ ଧ୍ୱଂସ କରିଦିଅ
ସଂତାନ ମୋହର ସ୍ୱପ୍ନରେ ରହୁ ।
ସ୍ୱଚ୍ଛ ଯୌବନ ତାହାର ଯାଇଛି କୁଆଡେ
କେଉଁଠାରେ ଅବିରତ ଚାଲିଥାଏ କ୍ଷୟ !
ଅଖିଳ କୋଣରେ ସମୂଳ ଇଏ ପରାଭବ
ବିଷାକ୍ତ ହୋଇଛି ଫୁସଫୁସ, ଧମନୀ ଓ ଶିରା ।
ଶୁଣାଅ ସାହାରା ର ପ୍ରାନ୍ତରେ ପ୍ରାନ୍ତରେ
ଧୂସର ଶୂନ୍ୟତାର ସେ ଆଜାନ୍ ଗୀତ
ପଥର କର ମୋତେ ନିଶ୍ଚଳ କର
ସଂତାନ ମୋହର ସ୍ୱପ୍ନରେ ରହୁ ।
ହୁଏତ ଶରୀରମୟ ସାପର ବୀଜାଣୁ
କୌଣସି ଭବିଷ୍ୟତରେ କି ନାହିଁ ପରିତ୍ରାଣ ?
ଯେତେକ ମୋହର ବର୍ବର ଜୟର ଉଲ୍ଲାସ
ମରଣକୁ ଡାକି ଆଣେ ଘରକୁ ନିଜର ।
ହୁଏତ ବା ପ୍ରାସାଦର ଉଜ୍ଜଳ ଆଲୋକ ଉତ୍ସ୍ୱାସ
ଜାଳି ଦିଏ ହୀନତା ଯେତେ ଅଛି ହୃଦୟରେ
ଏବଂ ଶରୀରରେ ବସା ବାନ୍ଧି ରହେ
ଲକ୍ଷ ଲକ୍ଷ ନିର୍ବୋଧ ପତଙ୍ଗ ମାଳ ମାଳ ।
ମୋତେ ଯାହା ଏଯାଏଁ ଦେଇଛ ସଂଭାର
ଜୀର୍ଣ୍ଣ କରି ତାହାକୁ ଏବେ ନେବ କେଉଁଠିକୁ ?
ଧ୍ୱଂସ କର ଧ୍ୱଂସ କର ମୋତେ ହେ ଈଶ୍ୱର
ସଂତାନ ମୋହର ସ୍ୱପ୍ନରେ ରହୁ ।
ଫାକ୍ଷସରାଜ
୧ - ଥାନାରୁ ଆଇଲୁ ବାପ ? କ'ଣ କହିଲେ ସେମାନେ ?
୨ - କ'ଣ ଆଉ କହିବେ କହ । ଏପରିକି ଏଫଆଇଆର ଖଣ୍ଡିକ ବି ନେଲେନି ।
୧ - କ'ଣ ନେଲେନି କହୁଛୁ ?
୨ - ଏଫଆଇଆର୍ । କିଛି ଯାହା ଘଟିଛି ତାହାର ନାଲିଶ୍ ଲେଖିବା ତ ଲୋଡା ।
୧ - ନାଲିଶ୍ ନେଲେନି ?
୨ - ନା । କହିଲେ ଯେ କିଛି ଘଟି ନାହିଁ । ଦିଣ୍ଡା ସୋମତ୍ତ ମାଇକିନା ଖଣ୍ଡିକ ଦେଖ କୁଆଡେ ପଳେଇଯାଇଛି କଉ ନାଗର ସହ ।
୧ - ନାଗର ସହ ପଳାଇଲା ସେ ? ଏମିତି ସୁନାର ଟୁକୁଡା ଏ ଝିଅ, ଜଳପାନି ପାଉଥିବା ଏ ଝିଅ, ପଡାର ଆଖିର ମଣି, କେତେ ଶରଧାରେ ସେଦିନ ଆସିକି କହିଥିଲା ,"ସହରର କଲେଜରେ ପଢିବି, ସହରର ସବୁଠୁ ବଡ କଲେଜ", ନାଗର ନେଇକି ପଳାଇଗଲା ସେ ? ଦିନ ଦିପହରେ ସବୁରି ଆଖି ସାମ୍ନାରେ ଟାଣିଓଟାରି ନେଇଗଲେ ସେଇ ସବୁ ଫାକ୍ଷସଗୁଡା, ଚିହ୍ନାଜଣା ମୁହଁ ତାଙ୍କର । ସେ ଝିଅ କୁଆଡେ ପଳାଇଗଲା କ'ଣ ନା ନାଗର ନେଇ ?
୨ - ଚିହ୍ନାଜଣା ମୁହଁ ବୋଲି ତ ମୁସ୍କିଲ୍ ମାଆ ଲୋ, ରୋଜ ତ ଘଟୁଛି ଏମିତି ଏଇସବୁ ଏଇଠେ ସେଇଠେ। ନେତାର ଭାଇ ପୁତୁରା ସଭିଏଁ, ତାହାକୁ ଧରିବ କିଏ ?
୧ - ତାହା ବୋଲି ଚୁପଚାପ ଚାଲି ଆସିଲୁ ? କିଛି କହିଲୁ ନାଇଁ ?
୨ - କହିଛି ମାଆ କହିଛି । ଚିତ୍କାର କରି କହିଛି । କହି କହି ଗଳା ଫାଟି ଯାଇଚି । କିନ୍ତୁ ବେଟା ସେପଟୁ କହିଲା,"ଦି ଧାଡି ଇଂଜିରି ପଢି ତୋର ଦେଖୁଚି ବଡ ଲାଞ୍ଜ! ବେଶି ଫଁ ଫଁ କଲେ ପୁଅ ଏମିତି ଧାରାରେ ଜିଅଲ୍ ଠୁଙ୍କିଦେବି ଯେ, ଜୀବନସାରା ଷଢିବୁ ଗାରଦରେ । ଯା ଏଇନେ ଘରକୁ ଯା । ଅନ୍ୟର ଭାବନା ନ ଭାବି ନିଜର ଶେଷକୁ ସଂଭାଳ।ଯା ।
୧ - ସହରର ବାବୁ ଭାୟା ? ଯାଇଥିଲୁ ?
୨ - ଯାଇ କିଛି ଲାଭ ନାହିଁ । ବାବୁମାନେ ହୁଏତ ଦିନେ ସହରର ରାଜପଥ ଭରିଦେବେ ଶୋଭାଯାତ୍ରାରେ ଶୋଭାଯାତ୍ରାରେ । ଗରମ ଗରମ ଧ୍ୱନୀ ଦେବେ । ତାହାପରେ କାମ ଶେଷ ଭାବି ତାଙ୍କର ଦିବାନିଦ୍ରା । ଆଗରେ କିଛି ବାଟ ନାଇ ଆଉ । ଅଜାତ କୁଜାତ ଆମେ, ଜଙ୍ଗଲୀ ମଣିଷ ଆମେ, ଅଛୁଆଁ ଦଳିତ-ଏକଯୁଟ ହେଇ ଆମ କଥା ଆମକୁ କହିବାକୁ ହେବ ମାଆଲୋ । ଏକଯୁଟ ହୋଇ ଲଢେଇ କରିବା ଛଡା ଆମର କିଛି ବାଟ ନାହିଁ ଆଉ । | <urn:uuid:437bff91-4443-4e32-8450-6c7524b56c1f> | CC-MAIN-2021-25 | https://www.phytoon.com/odiasahitya/shankha-ghosh-a-tribute-by-jyoti-nanda-607fe37b89114 | 2021-06-12T18:02:58Z | s3://commoncrawl/crawl-data/CC-MAIN-2021-25/segments/1623487586239.2/warc/CC-MAIN-20210612162957-20210612192957-00068.warc.gz | ory | 0.99998 | Orya | 2 | {"ory_Orya_score": 0.9999797344207764} |
58 ବର୍ଷିୟ ରଞ୍ଜିତ ନାଥ ଗତ 11 ବର୍ଷରୁ ପ୍ରତିଦିନ 150-17 କୁକୁରମାନଙ୍କୁ ଖାଇବାକୁ ଦିଅନ୍ତି । ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହାକୁ ନାଗପୁରର lifestyle ବ୍ଲଗର ଅଭିନବ ଜେସ୍ୱାନୀଙ୍କ ଦ୍ଵାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । ବର୍ତ୍ତମାନ ଲୋକମାନେ ତାଙ୍କୁ " ନାଗପୁରର Dog Man " ବୋଲି କହୁଛନ୍ତି । ଏହି କାର୍ଯ୍ୟର ଆରମ୍ଭ ସେ କୁକୁରମାନଙ୍କୁ ବିସ୍କୁଟ ଖାଇବାକୁ ଦେଇ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ତାଙ୍କୁ ଚିକେନ ଏବଂ ମଟନ ବିରିୟାନି ଖାଇବାକୁ ଦଉଛନ୍ତି ।
ଭିଡ଼ିଓ ଦେଖନ୍ତୁ :
View this post on Instagram
ରଞ୍ଜିତ ପ୍ରତିଦିନ 35 ରୁ 40 କିଲୋଗ୍ରାମ ବିରିୟାନି ରାନ୍ଧନ୍ତି । ରଞ୍ଜିତଙ୍କ ସହ ଜଡିତ ରାହୁଲ ମୋଟୱାନୀ କୁହନ୍ତି ଯେ , ' ସେ ଗତ କିଛି ବର୍ଷରୁ ଏସବୁ କରୁଛନ୍ତି କିନ୍ତୁ ମହାମାରୀ ଆରମ୍ଭ ହେବାରୁ ସେ ଏହାକୁ ଅଧିକ ବିସ୍ତାର କରିଛନ୍ତି । ସେ ଭ୍ରମଣକାରୀ କୁକୁରମାନଙ୍କୁ ପସନ୍ଦ କରନ୍ତି । ସେ ତାଙ୍କୁ ନିଜ ସାନ୍ତାନ ବୋଲି କୁହନ୍ତି ।
View this post on Instagram
ସେ କୁହନ୍ତି ଯେ , ' ତାଙ୍କୁ ଦୁର୍ବୁତ୍ତ କିମ୍ବା କୁକୁର ବୋଲି କହିବାକୁ ଭଲ ଲାଗେ ନାହିଁ । ସେ ତାଙ୍କୁ ନିଜ ସନ୍ତାନ ଭଳି ମାନନ୍ତି । ସେ ଦିନରେ ବିରିୟାନି ତିଆରି କରିବା ଆରମ୍ଭ କରନ୍ତି ଏବଂ ସନ୍ଧ୍ୟା ସମୟରେ ପଶୁମାନଙ୍କୁ ଖାଦ୍ୟ ଖୁଆଇବା ପାଇଁ ବାଇକରେ ବୁଲନ୍ତି । ଏହି ବିରିୟାନିରେ ଚିକେନ କମ ଏବଂ ହାଡ଼ ଅଧିକ ଥାଏ ।
ଜଣାଇଦେଉଛୁ ଯେ lifestyle ବ୍ଲଗର ଅଭିନବ ଜେସୱାନୀ ଇନଷ୍ଟାଗ୍ରାମରେ ଦୁଇଟି ଭିଡ଼ିଓ ସେୟାର କରିଛନ୍ତି । ବର୍ତ୍ତମାନ ଭିଡ଼ିଓରେ 12 ହଜାର ଏବଂ 9 ହଜାରରୁ ଅଧିକ ଲାଇକ ମିଳିସାରିଛି । ଲୋକମାନେ ଭିଡ଼ିଓରେ ଖୁବ କମେଣ୍ଟ କରୁଛନ୍ତି ଏବଂ ରଞ୍ଜିତ ନାଥଙ୍କର ଖୁବ ପ୍ରସଂଶା କରିଛନ୍ତି । | <urn:uuid:2a25f393-97f2-4f00-b5c7-f7a12e7c5d4f> | CC-MAIN-2021-31 | http://live92media.com/man-feeding-150-street-dogs-daily-for-last-11-years-in-nagpur-watch-viral-video/ | 2021-07-23T22:53:03Z | s3://commoncrawl/crawl-data/CC-MAIN-2021-31/segments/1627046150067.51/warc/CC-MAIN-20210723210216-20210724000216-00573.warc.gz | ory | 0.999995 | Orya | 1 | {"ory_Orya_score": 0.9999947547912598} |
ପାର୍ଥ ପ୍ରୀତମ ଦାସଙ୍କ କମାଲ: ଉଦ୍ଭାବନ କଲେ 'ଇଜି- ଆରଏକ୍ସ'; ଏହା ଦ୍ବାରା ଶସ୍ତାରେ ଆପଣ କରିପାରିବେ ଶରୀରର ସବୁ ଟେଷ୍ଟ
ମାତ୍ର ୩୫ ଟଙ୍କା ଖର୍ଚ୍ଚ କରି ୧୦ ସେକେଣ୍ଡରେ ଜାଣି ହେବ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟେଷ୍ଟ, ଏଭଳି ଏକ ନୂଆ ମେସିନ ଇଜି ଚେକ୍ ଉଦ୍ଭାବନ କରିଛନ୍ତି କୋଲକାତାର ପାର୍ଥ ପ୍ରୀତମ ଦାସ । ତାଙ୍କୁ ଏ କ୍ଷେତ୍ରରେ ସହଯୋଗ କରୁଛି ଇଣ୍ଡିଆନ ଅଏଲ କର୍ପୋରେସନ ସହ KIIT-TBI
ପାର୍ଥ ପ୍ରୀତମ ଦାସ ମହାପାତ୍ରଙ୍କ ଚମତ୍କାର ଉଦ୍ଭାବନ
- News18 Odia
- Last Updated: August 5, 2021, 1:12 PM IST
ଭୁବନେଶ୍ବର: ରାଜଧାନୀରେ 32 ବର୍ଷୀୟ ଯୁବକ ପାର୍ଥ ପ୍ରୀତମ ଦାସ ମହାପାତ୍ରଙ୍କ ଚମତ୍କାର ଉଦ୍ଭାବନ, ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ପରୀକ୍ଷା ପାଇଁ ତିଆରି କରିଛନ୍ତି ଇଜିଚେକ୍ ନାମକ ଏକ ମେସିନ। ଏହାର କମ୍ପାନୀର ନାମ ହେଉଛି 'ଇଜି- ଆରଏକ୍ସ' । ୨୦୧୮ ମସିହାରୁ କିଟ୍- ଟି.ବି.ଆଇ. ବା ଟେକ୍ନୋଲୋଜି ବିଜିନେସ ଇନକ୍ୟୁବେଟର ( KIIT- TECHNOLOGY BUSINESS INCUBATOR) ସହଯୋଗରେ ଗବେଷଣା କରି ସଫଳତା ପାଇଛନ୍ତି ପାର୍ଥ।
ତେବେ କ'ଣ ଏହି ମେସିନ କାର୍ଯ୍ୟ ? ଏହା କେତେ ଲାଭଦାୟକ ? ସାଧାରଣ ଲୋକଙ୍କ ପାଇଁ ଏହା କେତେ ପ୍ରଯୁଜ୍ୟ ? ଏହାକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ବଢ଼ି ଚାଲିଛି ଉତ୍ସାହ ।
ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍ ନାହିଁକି, କିଡନୀ ସମସ୍ୟା ଅଛି, ଡାଇବେଟିସ ଓ ରକ୍ତ ପରୀକ୍ଷା କରିବାକୁ ଚାହୁଛନ୍ତି ତେବେ ଏଥି ପାଇଁ ଆପଣକୁ ମେଡ଼ିକାଲରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି କି ଅଧିକ ଟଙ୍କା ଦେବାକୁ ପଡ଼ିବନି, କାରଣ ମାତ୍ର କିଛି ସେକେଣ୍ଡରେ କରିପାରିବେ ଅକ୍ସିଜେନ, ହିମୋଗ୍ଲୋବିନ, ଗ୍ଲୁକୋଜ, ବିଲିରୁବିନ, କ୍ରିଏଟିନି ଟେଷ୍ଟ। ମୁଖ୍ୟ କଥା ହେଲା ଯେ ବିନା କୌଣସି ରକ୍ତ ସଂଗ୍ରହ କରି ଏହି ଟେଷ୍ଟ କରି ହେଉଛି।
ମାତ୍ର ୩୫ ଟଙ୍କା ଖର୍ଚ୍ଚ କରି ୧୦ ସେକେଣ୍ଡରେ ଜାଣି ହେବ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟେଷ୍ଟ
ପ୍ରଥମେ ଅକ୍ସିଜେନ୍ ମାପିବା ଭଳି ନିଜ ଆଙ୍ଗୁଳି ଟିପକୁ ଏହି ଇଜିଚେକ୍ ମେସିନରେ ରଖିବାକୁ ପଡ଼ିବ। ମୋବାଇଲରେ ଥିବା ଏକ ଆପ ଆପଣଙ୍କ ଡାଟା ସଂଗ୍ରହ କରିବ। ଆଉ ୧୦ ସେକେଣ୍ଡରେ ଆପଣ ପାଇପାରିବେ ଆପଣଙ୍କ ଟେଷ୍ଟ ରିପୋର୍ଟ। ଏଥିପାଇଁ ଆପଣଙ୍କୁ ମେଡ଼ିକାଲ ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନି। ଏହି ଟେଷ୍ଟ ପାଇଁ ଆପଣ କେବଳ ନିଜର ନାମ ଓ ବୟସ କହିବା ପରେ ଆରମ୍ଭ ହେବ ଟେଷ୍ଟ। ଏଥି ପାଇଁ ଆପଣଙ୍କୁ ମାତ୍ର ୩୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବା ଟେଷ୍ଟ ପାଇଁ ୩୫ ଟଙ୍କା ଦେବାକୁ ପଡ଼ିବ।
ମେସିନ୍ ବିଷୟରେ ଆଲୋଚନା କରି ଏହାର ପ୍ରତିଷ୍ଠାତା ପାର୍ଥ କହିଛନ୍ତି, "ଏହି ମେସିନର ଏବେ କ୍ଲିନିକାଲ ଟ୍ରାଏଲ ବି ସରିଛି । ଏଥିରେ ୯୫ ପ୍ରତିଶତ ସଠିକ ଆସୁଛି। ଯାହାକୁ ସବୁ ମହଲରୁ ସମର୍ଥନ ମିଳିବା ସହ ପ୍ରାୟ ଲୋକ କିଣିବା ପାଇଁ ଅର୍ଡର୍ ଦେଇଛନ୍ତି। ବ୍ୟକ୍ତିଗତ କାହାରିକୁ ବିକ୍ରି ପାଇଁ ଇଚ୍ଛା ନାହିଁ। କାରଣ ଯେଉଁଠି ଏକାଧିକ ଗରିବ ଲୋକ ଓ ମହିଳା ଉପକୃତ ହେବେ ତା ଉପରେ ଫୋକସ୍ କରାଯାଉଛି ।''
ପାର୍ଥଙ୍କ ନିଜ ଘର କୋଲକାତାର ଏଗ୍ରା ଗ୍ରାମରେ। ଆର୍ଥିକ ଅନଟନ ଭିତରେ ବଢୁଥିବା ପାର୍ଥଙ୍କ ବାପା-ମା' ହାର୍ଟ ଓ ଅନ୍ୟ ରୋଗରେ ପୀଡ଼ିତ। ଏଥି ପାଇଁ ମେଡ଼ିକାଲ ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼େ। ଏମ.ବି.ଏ. ପାଠ ସରିବା ପରେ ଇଲେକ୍ଟ୍ରିକାଲରେ ଇଞ୍ଜିନିୟର କରିବା ପରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଭଲ ଦରମାରେ ଚାକିରି କରିଥିଲେ।
ପାର୍ଥ ପ୍ରୀତମ ଦାସ ମହାପାତ୍ରଙ୍କ ଚମତ୍କାର ଉଦ୍ଭାବନ
ହେଲେ ନିଜ ବାପା-ମା'ଙ୍କ ଯେଉଁ ଅବସ୍ଥା ସେ ଭଳି ଅନ୍ୟ କେଉଁ ପରିବାରର ସନ୍ତାନ ମାନେ ନ ଦେଖନ୍ତୁ ଓ ହାତ ପହନ୍ତାରେ ସବୁ ଟେଷ୍ଟ କିଭଳି କରାଯିବ ସେ ନେଇ ନିଜସ୍ଵ ଜ୍ଞାନ କୌଶଳରେ ତିଆରି କଲେ ଏହି ମେସିନ। ଗ୍ରାମାଞ୍ଚଳରେ କିଭଳି ସବୁ ଲୋକଙ୍କ ପାଖରେ ଏହା ପହଞ୍ଚି ପାରିବ ଏହା ତାଙ୍କର ଲକ୍ଷ୍ୟ ରହିଛି ।
ସେଥି ପାଇଁ ପାର୍ଥଙ୍କୁ ଏ କ୍ଷେତ୍ରରେ ସହଯୋଗ କରୁଛି ଇଣ୍ଡିଆନ ଅଏଲ କର୍ପୋରେସନ ସହ KIIT-TBI । ଏହି ମେସିନରେ ୬୦ଟି ଯାନ୍ତ୍ରିକ ଉପକରଣ ଅଛି। ସବୁ ମେଡ୍ ଇନ୍ ଇଣ୍ଡିଆ। କେବଳ ସେନ୍ସର୍ ହେଉଛି ଜାପାନର । ଏଥିରେ ଥିବା ବ୍ୟାଟେରୀ ନାମ ହେଉଛି ଲିଥିୟାମ ଆୟାନ ରିଚାର୍ଜଏବୁଲ ବ୍ୟାଟେରୀ। ଯାହା ଥରେ ଚାର୍ଜ ହେଲେ ୧୨ ଘଣ୍ଟା ପର୍ଯ୍ୟନ୍ତ କାମ କରିବ।
ଏଥି ପାଇଁ ଇଜି - ଆରଏକ୍ସରେ ୧୪ ଜଣରୁ ଅଧିକ ଯୁବକ ଯୁବତୀ ଏହି ମେସିନ କାମରେ ଲାଗିବା ସହ ଗବେଷଣା ବି କରୁଛନ୍ତି। ଇଜିଚେକ୍ ଅପ୍ ସହ ମୋବାଇଲ ଆପ ବ୍ଲୁ ଟୁଥ ଦ୍ବାରା ସଂଯୋଗ କରାଇଲେ ଏହାକୁ ଯେ କେହି ବି ଚଳାଇ ପାରିବେ। କେବଳ ଟିକେ ପ୍ରଶିକ୍ଷଣ ଦରକାର। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ, ବି.ଏମ୍.ସି., ମେଡିକାଲ ଓ ଏନ.ଜି.ଓ. ଯେଉଁମାନେ କି ଟେଷ୍ଟ ସହ ସ୍ବାସ୍ଥ୍ୟ କ୍ୟାମ୍ପ କରୁଛନ୍ତି ତାଙ୍କ ସହ ଇଜି-ଆରଏକ୍ସ ମଧ୍ୟ ଚୁକ୍ତିନାମା ସରିଛି । ଖୁବ୍ ଶୀଘ୍ର ଏହା ଲୋକଙ୍କ ସେବାରେ ଲାଗିବ। ଏହି ମେସିନର ଦାମ ହେଉଛି ୩୫,୦୦୦ ଟଙ୍କା।
ରାଜ୍ୟରେ ଅଧିକାଂଶ ମହିଳାଙ୍କ ରକ୍ତହୀନତାର ଶିକାର ହେଉଛନ୍ତି । ତାଙ୍କ ଠାରେ ହିମୋଗ୍ଲୋବିନ ପରିମାଣ କମ୍ ଥାଏ। ସେ କାରଣରୁ ଅନେକ ରୋଗର ଶିକାର ହୁଅନ୍ତି। ଉପାନ୍ତ ଅଞ୍ଚଳର ମହିଳା ମାନେ ମଧ୍ୟ ମେଡ଼ିକାଲକୁ ଟେଷ୍ଟ କରିବାକୁ ଆସନ୍ତୁ ନାହିଁ। ତାଙ୍କ ପାଖରେ କିଭଳି ଏହି ସେବା ପହଞ୍ଚିବ ତା ଉପରେ ଗୁରୁତ୍ବ ଦେଇଛନ୍ତି ପାର୍ଥ। ତାଙ୍କୁ ଏ କ୍ଷେତ୍ରରେ ସହଯୋଗ କରୁଛନ୍ତି ତାଙ୍କ ପତ୍ନୀ ଚୈତାଲି ଦାସ ମହାପାତ୍ର। | <urn:uuid:faaa11e5-060c-46d3-9753-6bbed4663db1> | CC-MAIN-2021-39 | https://odia.news18.com/news/odisha/a-32-year-old-partha-pritam-das-mohapatra-invented-egrx-machine-tv-050821-lpd-ss1-66061.html | 2021-09-21T23:51:59Z | s3://commoncrawl/crawl-data/CC-MAIN-2021-39/segments/1631780057274.97/warc/CC-MAIN-20210921221605-20210922011605-00436.warc.gz | ory | 0.999986 | Orya | 1 | {"ory_Orya_score": 0.9999862909317017} |
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ପୁରୀ: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ଥାନା ଗଣେଶ୍ୱରପୁର ପଞ୍ଚାୟତ ଲୁଣଭାର ଗ୍ରାମ ପୋଖରୀରୁ ଉଦ୍ଧାର ହୋଇଛି ମୃତଦେହ । ପୋଖରୀରେ ମୃତଦେହ ଭାସୁଥିବାର ଦେଖି ଗ୍ରାମବାସୀ ଗୋପ ପୋଲିସକୁ ଖବର ଦେଇଥିଲେ l
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି । ମୃତ ଯୁବକ ଜଣକ ଗଣେଶ୍ୱରପୁର ପଞ୍ଚାୟତ ନାଥ ସାହି ଗ୍ରାମର ବୃନ୍ଦାବନ ନାଥ ବୋଲି ଜଣାପଡିଛି l ସୂଚନା ଅନୁସାରେ ନାଥ ସାହି ଗ୍ରାମର ମୃତ ବୃନ୍ଦାବନ ଜଣେ ଦିନ ମଜୁରିଆ । ପ୍ରତ୍ୟେକ ଦିନ ପରି ଗତକାଲି(ବୁଧବାର) କାମକୁ ଯାଇଥିଲେ ବୃନ୍ଦାବନ । ମାତ୍ର ଆଉ ଘରକୁ ଫେରିନଥିଲେ । ଘର ଲୋକେ ରାତିସାରା ଖୋଜା ଖୋଜି କରି ନିରାଶ ହୋଇଥିଲେ ।
ଆଜି(ଗୁରୁବାର) ସକାଳୁ ମୃତଦେହ ଲୁଣଭାରଗ୍ରାମର ଏକ ପୋଖରୀରୁ ଉଦ୍ଧାର ହୋଇଛି । ତେବେ ପୋଷ୍ଟମଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଗୋପ ପୋଲିସ କହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ | <urn:uuid:ab1b902e-8701-4819-943f-dee8a9645372> | CC-MAIN-2021-43 | https://www.etvbharat.com/oriya/odisha/state/puri/young-man-dead-body-rescued-from-the-pond-in-puri/or20211014124109923 | 2021-10-27T00:32:35Z | s3://commoncrawl/crawl-data/CC-MAIN-2021-43/segments/1634323587963.12/warc/CC-MAIN-20211026231833-20211027021833-00182.warc.gz | ory | 1.000006 | Orya | 1 | {"ory_Orya_score": 1.0000057220458984} |
ଦିଲ୍ଲୀ ପ୍ରଦୂଷଣ: ବାଲ୍ଟିରେ ମୂର୍ତ୍ତି ବିସର୍ଜନ ପାଇଁ ସରକାରଙ୍କ ନିର୍ଦ୍ଦେଶ
ଦିଲ୍ଲୀ ପ୍ରଦୂଷଣ: ବାଲ୍ଟିରେ ମୂର୍ତ୍ତି ବିସର୍ଜନ ପାଇଁ ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଉପରେ ଲାଗିଛି କଟକଣା । ଯମୁନା ନଦୀ, ଘାଟ କିମ୍ବା କୌଣସି ସାର୍ବଜନୀନ ସ୍ଥଳରେ ବିସର୍ଜନକୁ ବାରଣ କରାଯାଇଛି । ସାଧାରଣ ଲୋକେ ବା ସମିତିଗୁଡିକ ନିଜ ଘରେ ତଥା ବାଲ୍ଟିରେ ମୂର୍ତ୍ତି ବିସର୍ଜନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଦେଶର ବ୍ୟସ୍ତବହୁଳ ସ୍ଥାନ ଦିଲ୍ଲୀର ବାୟୁ ସହିତ ନଦୀର ଜଳ ମଧ୍ୟ ପ୍ରଦୂଷିତ ହେଉଛି । ଅପରପକ୍ଷେ ବିସର୍ଜନ ସମୟରେ ଭିଡ଼ ଯୋଗୁଁ କୋରୋନା ସଂକ୍ରମଣର ଭୟ ଥିବାରୁ ମୂର୍ତ୍ତି ବିସର୍ଜନ ଉପରେ କଟକଣା ଲଗାଇଛନ୍ତି ସରକାର । ଏଥିଲାଗି ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ବିସର୍ଜନ ପୂର୍ବରୁ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରୁ ପୂଜା ସାମଗ୍ରୀ ସମେତ ପୁଷ୍ପକୁ ହଟାଇବାକୁ କୁହାଯାଇଛି । ଏହି ସମସ୍ତ ସାମଗ୍ରୀକୁ ଅଳିଆ ଆବର୍ଜନା ସଂଗ୍ରହ କରୁଥିବା କର୍ମଚାରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ରହିଛି । ଯାହାଦ୍ବାରା ପରିବେଶ ସୁରକ୍ଷିତ ରହିବ ।
ଏହି ନିୟମ ପୂଜା ମଣ୍ଡପରେ ମା'ଙ୍କ ବଡ ମୂର୍ତ୍ତିଠାରୁ ଆରମ୍ଭ କରି ଘରେ ପୂଜା କରୁଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ କୁହାଯାଇଛି । ପୂର୍ବରୁ ନଦୀକୁ ପ୍ରଦୂଷଣ ରୋକିବା ପାଇଁ ମୂର୍ତ୍ତି ବିସର୍ଜନକୁ NGT ବାରଣ କରିଥିଲା । ଏହାପରେ ସରକାର କିଛି ସ୍ଥାନରେ କୃତ୍ରିମ ପୋଖରୀ ତିଆରି କରିଥିଲେ । କିନ୍ତୁ ଚଳିତ ଥର ସରକାର ଏପରି ବ୍ୟବସ୍ଥା କରିନାହାଁନ୍ତି । ମୂର୍ତ୍ତି ବିସର୍ଜନ ପାଇଁ କୌଣସି ପାତ୍ରର ବ୍ୟବହାର କରିବା ପାଇଁ ସରକାର ମଣ୍ଡପଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଏହି ନିୟମକୁ ଉଲ୍ଲଘଂନ କରୁଥିବା ମଣ୍ଡପ ବା ଶ୍ରଦ୍ଧାଳୁ ୫୦ ହଜାର ପର୍ଯ୍ୟନ୍ତ ଜୋରିମାନା ଦେବେ ବୋଲି ଜଣାପଡ଼ିଛି । ଏହି ନିୟମ ସମ୍ପର୍କରେ ସ୍ଥାନୀୟ ମହାନଗର ନିଗମ ଓ ଟ୍ରାଫିକ ପୋଲିସଙ୍କୁ ଆଦେଶ ଜାରି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ | <urn:uuid:9a47fc17-98f5-408f-aea2-2dc9bef28de0> | CC-MAIN-2021-43 | https://www.etvbharat.com/oriya/odisha/bharat/delhi-pollution-control-committee-issued-order-regarding-idol-immersion/or20211014123849525 | 2021-10-19T11:42:42Z | s3://commoncrawl/crawl-data/CC-MAIN-2021-43/segments/1634323585265.67/warc/CC-MAIN-20211019105138-20211019135138-00472.warc.gz | ory | 1.000008 | Orya | 1 | {"ory_Orya_score": 1.000008463859558} |
ମୁମ୍ବାଇ : କେରଳ ବନ୍ୟା ପୀଡ଼ିତାଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢ଼ିଛନ୍ତି ବଲିଉଡ଼ର ଅନେକ କଳାକାର। ଅଭିତାଭ ବଚ୍ଚନ, ଶାହାରୁଖ ଖାନ, ସୁଶାନ୍ତ ସିଂ ରାଜପୁତ, ଜାକଲିନ୍ ଫର୍ଣ୍ଣାଟେଜ୍ , ସନି ଲିଓନି, ପ୍ରିୟା ପ୍ରକାଶ ଏବଂ ଅକ୍ଷୟ କୁମାରଙ୍କ ଭଳି ବଡ଼ବଡ଼ କଳାକାର କେରଳା ମୁଖ୍ୟମନ୍ତ୍ରୀ ବନ୍ୟା ସାହାଯ୍ୟ କେନ୍ଦ୍ରକୁ ଟଙ୍କା ଦାନ କରିଛନ୍ତି। ତେବେ ଏହି ତାଲିକାରେ ଏବେ ବଲିଉଡ଼ର ଦବଙ୍ଗ ଖାନଙ୍କ ନାଁ ମଧ୍ୟ ସାମିଲ ହୋଇଛନ୍ତି। ନିକଟରେ ଜାବେଦ ଜାଫରୀ ନିଜର ଟ୍ବିଟର ଅକାଉଣ୍ଟରେ କେରଳ ପୀଡ଼ାତାଙ୍କୁ ସଲମାନ୍ ୧୨କୋଟି ଟଙ୍କା ଦାନ କରିବା କଥା ଲେଖିଥିଲେ। ଏହି ଖବର ପରେ ସଲମାନ ଖାନଙ୍କୁ ବାସ୍ତବରେ ହିରୋ ବୋଲି କହିବା ଆରମ୍ଭ କରିଥିଲେ କିନ୍ତୁ ବାସ୍ତବରେ କଥା ଥିଲା କିଛି ଅଲଗା।
— Jaaved Jaaferi (@jaavedjaaferi) August 26, 2018
ଜାବେଦ୍ ଜାଫରୀ ଲେଖିଥିଲେ , ମୁଁ ଶୁଣିବାକୁ ପାଇଛି ସଲମାନ ଖାନ କେରଳ ବନ୍ୟା ପୀଡ଼ିତାଙ୍କୁ ୧୨ କୋଟି ଟଙ୍କା ଦାନ କରିଛନ୍ତି। ଅନେକଙ୍କ ଆର୍ଶୀବାଦ ଏବଂ ଭଲ କାମନା ତାଙ୍କୁ ମିଳୁ। ଯାହାପରେ ଜାବେଦଙ୍କୁ ଟ୍ବିଟରରେ ବହୁ ସଂଖ୍ୟାକ ଟ୍ରୋଲ କରାଯାଇଥିଲା। କିଛି ବ୍ୟକ୍ତି ତ କେରଳ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ ମଧ୍ୟ ଏଥିରେ ରିଟ୍ବିଟ୍ କରିଥିଲେ।
ଯେଉଁଥିରେ ଲେଖାଯାଇଥିଲା କି ଆମେ କେରଳ ପାଇଁ ସାହାଯ୍ୟ ଅର୍ଥ ପଠାଇଥିବା ବ୍ୟକ୍ତିଙ୍କ ତାଲିକା ଦେଖିଛୁ କିନ୍ତୁ ସେଥିରେ ସଲମାନଙ୍କର ନାମ ରହିନାହିଁ। ଯେତେବେଳେ ଜାବେଦ ଜାଫରୀଙ୍କୁ ତାଙ୍କୁ ଭୁଲର ଅନୁଭବ ହୋଇଥିଲା ସେ ଆଉ ଏକ ଟ୍ବିଇଟ କରିଥିଲେ।
I had tweeted that I had 'heard' about @BeingSalmanKhan 's bcontribution. Because it was a very strong possibility given his track record, I put forward my thoughts and admiration.
Taking the tweet off till I can confirm it
— Jaaved Jaaferi (@jaavedjaaferi) August 26, 2018
ଯେଉଁଥିରେ ଲେଖାହୋଇଥିଲା କି ମୁଁ ଲେଖିଥିଲି ଯେ, ମୁଁ ଶୁଣିଛି ସଲମାନ ଦାନ କରିଛନ୍ତି। କାରଣ ଏହା ସମ୍ବବ କାରଣ ସେ ଏତିକି ଅର୍ଥ ଦାନ କରିପାରିବେ। ଏଣୁ ମୁଁ ନିଜର ମତ ରଖିଥିଲି। ଯେପର୍ୟ୍ୟନ୍ତ ପ୍ରମାଣ ନହୋଇଛି ସେପର୍ୟ୍ୟନ୍ତ ମୁଁ ମୋର ପୂର୍ବ ଟ୍ବିଟରକୁ ଫେରସ୍ତ ନେଉଛି। ସଲମାନଙ୍କୁ ହିରୋ କରିବା ଚକ୍କରରେ ଜାବେଦ ତାଙ୍କୁ ଜିରୋ କରିଦେଇଛନ୍ତି। | <urn:uuid:1c2eac53-c47f-4325-9b2f-6395ec1ae4da> | CC-MAIN-2022-27 | https://knewsodisha.com/entertainment/salman-become-hero-to-zero-16594 | 2022-07-07T14:16:51Z | s3://commoncrawl/crawl-data/CC-MAIN-2022-27/segments/1656104692018.96/warc/CC-MAIN-20220707124050-20220707154050-00343.warc.gz | ory | 0.999905 | Orya | 1 | {"ory_Orya_score": 0.9999054670333862} |
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ବଡ଼ ଘୋଷଣା । ଏଣିକି ଗୋଟିଏ ଥରରେ ୨ଟି ପାଠ୍ୟକ୍ରମ ପଢ଼ିପାରିବେ ଶିକ୍ଷାର୍ଥୀ । ୨ଟି ପାଠ୍ୟକ୍ରମ ୨ଟି ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟରେ କରି ହେବ । ଏନେଇ ଖୁବଶୀଘ୍ର ଗାଇଡଲାଇନ୍ ଜାରି କରିବ UGC । ଏହାଦ୍ୱାରା ଗୋଟିଏ ସମୟରେ ଛାତ୍ରଛାତ୍ରୀ ୨ଟି ପାଠ୍ୟକ୍ରମ ପଢ଼ିବା ସହ ସମୟ ବଞ୍ଚାଇ ପାରିବେ । ସାମ୍ବାଦିକ ସମ୍ମିଳନୀରେ ୟୁଜିସି ଅଧ୍ୟକ୍ଷ ଏମ୍. ଜଗଦୀଶ କୁମାର ଏ ସୂଚନା ଦେଇଛନ୍ତି ।
Students can pursue two degree programmes simultaneously either from same university or different universities: UGC Chairman Jagadesh Kumar
— Press Trust of India (@PTI_News) April 12, 2022
ୟୁଜିସି ଅନୁସାରେ, ତେବେ ବିଶ୍ୱବିଦ୍ୟାଳୟ ଏଭଳି ବ୍ୟବସ୍ଥାକୁ ଲାଗୁ କରିବେ କି ନାହିଁ ତାହା ସେମାନଙ୍କ ଇଚ୍ଛାଧୀନ ହେବ । ଯେଉଁ ବିଶ୍ୱବିଦ୍ୟାଳୟରଏ ଏଥିରେ ଯୋଡ଼ିହେବାକୁ ଚାହିଁବେ ତ ପାଠ୍ୟକ୍ରମ ଉପଲବ୍ଧ କରାଇବେ । ଏହି ସ୍ୱତନ୍ତ୍ର କୋର୍ସ ଅନଲାଇନ୍ ଓ ଅଫଲାଇନରେ କରାଯାଇ ପାରିବ । ଏହାଛଡ଼ା ଗୋଟିଏ ପାଠ୍ୟକ୍ରମ ଅନଲାଇନରେ ପଢ଼ି ଅନ୍ୟଟି ଶ୍ରେଣୀଗୃହରେ ପଢ଼ି ପାରିବେ । ତେବେ ଏସବୁ ବ୍ୟବସ୍ଥା ଚୟନ କରାଯାଇଥିବା ବିଶ୍ୱବିଦ୍ୟାଳୟ ଓ ଉପଲବ୍ଧ ପାଠ୍ୟକ୍ରମ ଉପରେ ନିର୍ଭର କରେ ।
UGC to allow students to pursue two full-time degree programmes simultaneously in physical mode: Chairman Jagadesh Kumar
— Press Trust of India (@PTI_News) April 12, 2022
ଏହି ନୂତନ ନିୟମ ୟୁଜିସିର ସମସ୍ତ ପାଠ୍ୟକ୍ରମ ଉପରେ ଲାଗୁ ହେବ । ଅର୍ଥାତ୍ ଶିକ୍ଷାର୍ଥୀ ସ୍ନାତକ, ସ୍ନାତକୋତ୍ତର, ଡିପ୍ଲୋମା ଓ ସାର୍ଟିଫିକେଟ୍ ପାଠ୍ୟକ୍ରମରେ ଏହାର ଲାଭ ଉଠାଇ ପାରିବେ । ଏହାକୁ ନେଇ ବିସ୍ତୃତ ଗାଇଡଲାଇନ୍ ୟୁଜିସି ଖୁବଶୀଘ୍ର ଜାରି କରିବ । | <urn:uuid:3aa6cfe1-0b23-4930-a475-558c3f0d2600> | CC-MAIN-2022-33 | https://nandighoshatv.com/students-to-pursue-2-courses-simultaneously-with-different-universities-ugc/ | 2022-08-19T17:22:00Z | s3://commoncrawl/crawl-data/CC-MAIN-2022-33/segments/1659882573744.90/warc/CC-MAIN-20220819161440-20220819191440-00459.warc.gz | ory | 0.999967 | Orya | 1 | {"ory_Orya_score": 0.9999666213989258} |
ପଢ଼ନ୍ତୁ ଆଜିର ରାଶିଫଳ
News18 Odia Digital
13th August 22 Money Mantra
Bhoomika kalam
ମେଷ: ଆପଣ ନିଜ ସହିତ ଆପଣଙ୍କର ପାରସ୍ପରିକ ସମ୍ପର୍କ ବୃଦ୍ଧି କରିପାରିବେ। ଅଦରକାରୀ ଜିନିଷରେ ତୁମର ସମୟ ନଷ୍ଟ କର ନାହିଁ, ଯଦି ତୁମେ ଏହା କର, ତେବେ ଟଙ୍କା ନଷ୍ଟ ହେବ ଓ ତୁମେ ଆସୁଥିବା ସୁଯୋଗକୁ ମଧ୍ୟ ହରାଇ ପାରିବ।
ଶୁଭ ସଂଖ୍ୟା: ୭
ଶୁଭ ରଙ୍ଗ: କଳା
ପ୍ରତିକାର : ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ
ବୃଷ: ଶାରୀରିକ ସମସ୍ୟା ବଢିପାରେ। ଋଣ ବିଷୟରେ ଚିନ୍ତା ରହିବ। ସମସ୍ୟା ହେତୁ କାର୍ଯ୍ୟ ପ୍ରଭାବିତ ହୋଇପାରେ, ଯେଉଁ କାରଣରୁ ମାନସିକ ଚାପ ମଧ୍ଯ ବୃଦ୍ଧି ପାଇବ।
ଶୁଭ ସଂଖ୍ୟା: ୫
ଶୁଭ ରଙ୍ଗ: ଲାଲ
ପ୍ରତିକାର: ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ।
ମିଥୁନ: ଆପଣ କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ କର୍ମକ୍ଷେତ୍ରରେ ଆପଣଙ୍କର ସ୍ଥାନ ବଜାୟ ରଖିବେ। ସାବଧାନ ରୁହନ୍ତୁ ନଚେତ୍ ଆର୍ଥିକ କ୍ଷତି ହେବ। ବ୍ୟବସାୟରେ ଲାଭ ଭଲ ରହିବ।ପରିବାରରେ ସୁଖର ପରିବେଶ ରହିବ।
ଶୁଭ ରଙ୍ଗ: ନୀଳ
ଶୁଭ ସଂଖ୍ୟା: ୩
ପ୍ରତିକାର : ଭୈରବ ମନ୍ଦିରରେ ନଡ଼ିଆ ଅର୍ପଣ କରନ୍ତୁ।
କର୍କଟ: କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ଦୟାକରି ଆପଣଙ୍କର ପ୍ରିୟଜନଙ୍କ ପରାମର୍ଶ ନିଅନ୍ତୁ। କାହାକୁ ଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ ନଚେତ୍ କ୍ଷତି ହେବାର ସମ୍ଭାବନା ଅଛି।
ଶୁଭ ରଙ୍ଗ: ୧
ଶୁଭ ସଂଖ୍ୟା: ସବୁଜ
ପ୍ରତିକାର: ମା ଦୁର୍ଗାଙ୍କୁ ଲାଲ ଚୁନି ଅର୍ପଣ କରନ୍ତୁ
ସିଂହ: ଚାକିରିରେ ପଦୋନ୍ନତି ପାଇବା ସମ୍ଭାବନା ଅଛି। ଅଦରକାରୀ ଜିନିଷରେ ସମୟ ନଷ୍ଟ କର ନାହିଁ। ଆପଣଙ୍କ ସହିତ କିଛି ହେତୁ ବିବାଦ ବଢିପାରେ। ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ଚିନ୍ତା କରନ୍ତୁ ନଚେତ୍ ଭବିଷ୍ୟତରେ ଆପଣଙ୍କୁ ଅନୁତାପ କରିବାକୁ ପଡିବ।
ଶୁଭ ସଂଖ୍ୟା: ୯
ଶୁଭ ରଙ୍ଗ: ବାଇଗଣୀ
ପ୍ରତିକାର: ହଳଦିଆ ଖାଇବା ଜିନିଷ ଦାନ କରନ୍ତୁ।
କନ୍ୟା: ପାରସ୍ପରିକ ସମ୍ପର୍କ ମଜବୁତ ହେବ।ଶାରୀରିକ ସମସ୍ୟା ହେତୁ କାର୍ଯ୍ୟ ପ୍ରଭାବିତ ହୋଇପାରେ। ପ୍ରାଚୀନମାନଙ୍କର ଶବ୍ଦ କଳଙ୍କିତ ହୋଇପାରେ। ଆର୍ଥିକ ସ୍ଥିତିରେ ଉନ୍ନତିର ସମ୍ଭାବନା ଅଛି। ହଠାତ୍ ମୁଦ୍ରା ଲାଭ ମଧ୍ୟ କରାଯାଉଛି।
ଶୁଭ ସଂଖ୍ୟା: ୭
ଭାଗ୍ୟ ରଙ୍ଗ: ଆକାଶ ନୀଳ
ପ୍ରତିକାର: କୃଷ୍ଣ ମନ୍ଦିରରେ ବଂଶୀ ଅର୍ପଣ କରନ୍ତୁ।
ତୁଳା: ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇପାରିବେ। ଆପଣ ଶକ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ ହେବେ।କର୍ମକ୍ଷେତ୍ରରେ ପ୍ରଚୁର ପରିଶ୍ରମ ହେବ, ଯାହାର ଫଳାଫଳ ଭବିଷ୍ୟତରେ ସୁଖଦ ହେବ। ସ୍ୱାସ୍ଥ୍ୟରେ ଉନ୍ନତିର ସମ୍ଭାବନା ରହିବ; ଆପଣ କୌଣସି କ୍ରନିକ ରୋଗରୁ ମୁକ୍ତି ପାଇପାରିବେ। ଆପଣଙ୍କ ସହିତ କିଛି ବିଷୟରେ ବିବାଦ ଗଭୀର ହୋଇପାରେ।
ଶୁଭ ସଂଖ୍ୟା: ୫
ଭାଗ୍ୟ ରଙ୍ଗ: ହଳଦିଆ
ପ୍ରତିକାର: ହନୁମାନ ଚଲିସା ପଢ଼ନ୍ତୁ।
ବିଛା: କାର୍ଯ୍ୟରେ ସଫଳ ହେବା ଆପଣଙ୍କ ମନୋବଳ ବୃଦ୍ଧି କରିବ। ଆର୍ଥିକ ସ୍ଥିତିରେ ଉନ୍ନତିର ସମ୍ଭାବନା ରହିବ। ତୁମର ବୁଝାମଣା ବଢିପାରେ। ପୁରୁଣା ସାଙ୍ଗମାନଙ୍କୁ ଭେଟିବା ସମ୍ଭବ। ଦାମ୍ପତ୍ୟ ଜୀବନରେ ଶକ୍ତି ରହିବ।
ଶୁଭ ସଂଖ୍ୟା: ୪
ଶୁଭ ରଙ୍ଗ: ବାଇଗଣି
ପ୍ରତିକାର: ପଞ୍ଚମୃତ ସହିତ ଶିବଙ୍କୁ ଅଭିଷେକ କରନ୍ତୁ।
ଧନୁ: ଭାଇ ଓ ଭଉଣୀମାନଙ୍କ ସହିତ ଘନିଷ୍ଠତା ବୃଦ୍ଧି ପାଇବ। ଅଦରକାରୀ ଜିନିଷରେ ସମୟ ନଷ୍ଟ କର ନାହିଁ। ଏକାଥରକେ ଦୁଇଟି ଜିନିଷ କରନ୍ତୁ ନାହିଁ। ପରିବାରରେ ଏକ ଉତ୍ସବର ପରିବେଶ ରହିବ।
ଶୁଭ ରଙ୍ଗ:ନୀଳ
ଶୁଭ ନଂ: ୨
ପ୍ରତିକାର: ବଡ଼ ମାନଙ୍କ ଆଶୀର୍ବାଦ ନିଅନ୍ତୁ
ମକର: ପରିବାର ସଦସ୍ୟଙ୍କ ସମର୍ଥନ ରହିବ। ସବୁ ଦିଗରୁ ଭଲ ଖବର ଆସିବ। ସମ୍ପତ୍ତି କାର୍ଯ୍ୟ ସହିତ ଧନ ଜଡିତ ହେବ। ସମସ୍ତଙ୍କ ମଧ୍ୟରେ ସମାନତାର ଭାବନା ରଖନ୍ତୁ।
ଶୁଭ ସଂଖ୍ୟା: ୮
ଶୁଭ ରଙ୍ଗ: ଧଳା
ପ୍ରତିକାର: ୧୦୭ ଥର 'ଓଁ ନମଃ ଶିବାୟ' ଜପ କରନ୍ତୁ।
କୁମ୍ଭ: ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ିପାରେ ଆର୍ଥିକ ଅବସ୍ଥା ଖରାପ ହୋଇପାରେ। ବୁଦ୍ଧିମାନ ଭାବରେ ଖର୍ଚ୍ଚ କରନ୍ତୁ, ଅପ୍ରତ୍ୟାଶିତ କ୍ଷତିର ସମ୍ଭାବନା ସୃଷ୍ଟି ହେଉଛି। ଭଲ କଥା ହେଉଛି ପରିବାରକୁ ସହାୟତା ମିଳିବ।
ଶୁଭ ସଂଖ୍ୟା: ୫
ଶୁଭ ରଙ୍ଗ: ସବୁଜ
ପ୍ରତିକାର: ରାମ ମନ୍ଦିରରେ ରାମ ମନ୍ତ୍ର ପାଠ କର
ମୀନ: ସମସ୍ତଙ୍କୁ ସାଙ୍ଗରେ ନେବାକୁ ଚେଷ୍ଟା କରନ୍ତୁ। ପରିବର୍ତ୍ତନ ବିଷୟରେ ଚିନ୍ତା କରିପାର। ଭାଇମାନଙ୍କ ମଧ୍ୟରେ କିଛି ବିଷୟରେ ଟେନସନ ବଢ଼ିପାରେ। ଦୀର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ସହଜରେ ପୁନରୁଦ୍ଧାର ହୋଇପାରିବ।
ଶୁଭ ସଂଖ୍ୟା: ୨
ଶୁଭ ରଙ୍ଗ: ନୀଳ
ପ୍ରତିକାର: ହନୁମାନ ଜୀଙ୍କୁ ଘିଅର ଏକ ଦୀପ ଜାଳନ୍ତୁ ଓ ହନୁମାନ ଚାଲିଶା ପଢ଼ନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । | <urn:uuid:938c745f-53cf-449a-8c5b-6d390293ddef> | CC-MAIN-2022-40 | https://odia.news18.com/news/trending/todays-money-mantra-horoscope-6ssm-130822-ssm-119003.html | 2022-10-05T02:34:00Z | s3://commoncrawl/crawl-data/CC-MAIN-2022-40/segments/1664030337531.3/warc/CC-MAIN-20221005011205-20221005041205-00570.warc.gz | ory | 0.999993 | Orya | 1 | {"ory_Orya_score": 0.9999932050704956} |
ଗଞ୍ଜେଇ ବେପାରୀ ପାଖରୁ ନାବାଳକ ଉଦ୍ଧାର
ଗଞ୍ଜେଇ ବେପାରୀ ପାଖରୁ ନାବାଳକ ଉଦ୍ଧାର
କୋରାପୁଟ : ଗଞ୍ଜେଇ ବେପାରୀ ପାଖରୁ ନାବାଳକକୁ ଉଦ୍ଧାର କଲା ପୋଲିସ (Koraput police rescued the minor boy)। ବେପାରୀ ଜଣକ ଅର୍ଥ ଲୋଭରେ ଏଭଳି ନାବାଳକକୁ ଅପହରଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ (rescued the minor boy from cannabis smuggler) ।
ସୂଚନାନୁସାରେ ଚଳିତ ମାସ 9 ତାରିଖରେ ମାଲକାନାଗିରି ଚିତ୍ରକୋଣ୍ଡାର ଗଙ୍ଗାଧର ଖରା ନାମକ ଜଣେ ବ୍ୟକ୍ତି କୋରାପୁଟ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗରେ ସେ ଲେଖିଥିଲେ ଯେ ଗତ 5 ତାରିଖରୁ ତାଙ୍କ ନାବାଳାକ ପୁଅ କୋରାପୁଟରୁ ନିଖୋଜ ଅଛି । 5 ତାରିଖ ଦିନ ପୁଅ କୋରାପୁଟରେ ଥିବା ଆମ୍ବେଦକର କଲେଜରେ ନାଁ ଲେଖାଇବେ ବୋଲି ଘରୁ କହି ଯାଇଥିଲେ । ସେଠାରେ ଏକ ଘର ବି ଭଡ଼ାରେ ଦେଖିବେ ବୋଲି କହିଥିଲେ । ହେଲେ ସେବେଠୁ ତାଙ୍କ ପୁଅ ଆଉ ଚିତ୍ରକୋଣ୍ଡା ଘରକୁ ଫେରି ନାହିଁ ।
ଏନେଇ ଗଙ୍ଗାଧର 9 ତାରିଖରେ କୋରାପୁଟରେ ପହଞ୍ଚି ଥାନାକୁ ଯାଇଥିଲେ । ସେଠାରେ ଗଙ୍ଗାଧରଙ୍କ ପୁଅ ନିରୁର୍ଦ୍ଦିଷ୍ଟ ବୋଲି ଅଭିଯୋଗ କରିଥିଲେ । ଖାଲି ସେତିକି ନୁହେଁ ଏକ ଅଜଣା ବ୍ୟକ୍ତି ଆମକୁ ଫୋନ କରି ପଇସା ମାଗିବା ସହ ପୁଅ ଅପହୃତ ଅଛି ବୋଲି କହୁଛି । ଯଦି ତୁମେ ପଇସା ନଦେଉଛ ତାହାଲେ ତମ ପୁଅକୁ ମାରିଦେବୁ ବୋଲି ଧମକ ମିଳୁଛି । ଏନେଇ ଗଙ୍ଗାଧର କୋରାପୁଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ଶୁଣିବା ପରେ ପୋଲିସ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଯେଉଁ ନମ୍ବରରୁ ବାରମ୍ବାର ଗଙ୍ଗାଧରଙ୍କୁ ଫୋନ ଆସୁଥିଲା ସେହି ନମ୍ବରକୁ ପୋଲିସ ଟ୍ରାକ କରିବା ଆରମ୍ଭ କରିଥିଲା । ଏହାସହ ସମସ୍ତ ଥାନାକୁ ମଧ୍ୟ ଘଟଣା ସମ୍ପର୍କରେ ଖବର ଦେଇଥିଲା । ମୋବାଇଲ ଟ୍ରାକିଂ ସମୟରେ ରାଉରକେଲାରେ ଅପହରଣକାରୀ ଥିବା ଜଣାପଡ଼ିଥିଲା । ସେହି ସମୟରେ ରାଉରକେଲାର ସେକ୍ଟର-7 ଥାନାରୁ ଏକ ଫୋନ କଲ୍ ପୋଲିସ ପାଖକୁ ଆସିଥିଲା । ସେଥିରୁ ଜଣାପଡ଼ିଥିଲା ନିଖୋଜ ନାବାଳକ ସମ୍ପର୍କରେ । ସେକ୍ଟର-7 ଥାନା ଅଧିକାରୀ ନାବାଳକକୁ ଅପହରଣକାରୀ ଠାରୁ ଉଦ୍ଧାର କରିଥିଲେ । ଏହାପରେ କୋରାପୁଟ ପୋଲିସକୁ ଖବର ଦେଇଥିଲେ ।
ଖବରପାଇ କୋରାପୁଟ ଥାନା ଅଧିକାରୀ ଓ କର୍ମଚାରୀ ସେକ୍ଟର-7 ଥାନାରେ ପହଞ୍ଚିଥିଲେ । ସେଠାରେ ପୋଲିସ ନାବାଳକକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ଏହାପରେ ନିଖୋଜ ନାବାଳକଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା । ତେବେ ଅପହୃତକାରୀ ପୂର୍ବରୁ ନିଖୋଜ ପିଲାର ପରିବାର ସହ ସମ୍ପର୍କ ଥିଲା । ସେ ଭବାନୀପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି । ଏହାସହ ଅର୍ଥ ଲୋଭରେ ଅପହୃତକାରୀ ଜଣକ ଏଭଳି କାଣ୍ଡ ଘଟାଥିବା ସୂଚନାରୁ ପ୍ରକାଶ ।
ଇଟିଭି ଭାରତ, କୋରାପୁଟ | <urn:uuid:5c3bb13c-e386-438e-85ee-30ec6a106178> | CC-MAIN-2022-49 | https://www.etvbharat.com/oriya/odisha/state/koraput/koraput-police-rescued-the-minor-boy-from-cannabis-smuggler/or20221121201109145145896 | 2022-11-26T14:51:40Z | s3://commoncrawl/crawl-data/CC-MAIN-2022-49/segments/1669446708010.98/warc/CC-MAIN-20221126144448-20221126174448-00760.warc.gz | ory | 0.999994 | Orya | 1 | {"ory_Orya_score": 0.9999940395355225} |
ଘରୋଇ ସ୍କୁଲ ବସ ଦୁର୍ଘଟଣା, ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ
ଘରୋଇ ସ୍କୁଲ ବସ ଦୁର୍ଘଟଣା, ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ
ବରଗଡ଼: ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ସ୍କୁଲ ବସ ଦୁର୍ଘଟଣାଗସ୍ତ ହୋଇଛି (School Bus accident in Bargarh) । ତେବେ ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ବସ୍ରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ସମସ୍ତେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏପରିକି ଓଲଟି ଯାଇଥିବା ବସ ଭିତରେ ବହୁ ଛାତ୍ରଛାତ୍ରୀ ଅଚେତ ହୋଇପଡ଼ିଥିଲେ ।
ସୂଚନା ଅନୁଯାୟୀ, ପଦ୍ମପୁର ସହରର ଏକ ଘରୋଇ ସ୍କୁଲ ଜେନିଥ ଲାୟନ୍ସ ଗୁରୁକୂଳର ଏକ ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ବିପଦ ମୁଖରେ 30ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ପଡ଼ିଥିଲା । ସବୁଦିନ ଭଳି ଆଜି ସ୍କୁଲ ଛୁଟି ହେବାପରେ ପିଲାମାନଙ୍କୁ ନେଇ ଜେନିଥ ଲାୟନ୍ସ ଗୁରୁକୂଳର ବସ୍ ଫେରୁଥିବା ସମୟରେ ଝାଙ୍କରପାଲି ନିକଟରେ ଦୁର୍ଘଟଣା ହୋଇଥିଲା ।
ଫଳରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ପଦ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ପୂର୍ବରୁ ଛାତ୍ରଛାତ୍ରୀ ବସ୍ ଡ୍ରାଇଭର ମଦ୍ୟପାନ କରି ବେପରୁଆ ଗାଡ଼ି ଚଳାଉଥିବା ନେଇ ଅଭିଯୋଗ ଆଣିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଆଜି ଏଭଳି ଦୁର୍ଘଟଣା ଘଟିବାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ।
ଇଟିଭି ଭାରତ, ବରଗଡ଼ | <urn:uuid:322e5ca7-6047-4842-af44-f3a0adf8a7c0> | CC-MAIN-2022-49 | https://www.etvbharat.com/oriya/odisha/state/bargarh/many-students-injured-in-school-bus-accident-in-bargarh/or20220927082038011011523 | 2022-11-26T12:48:51Z | s3://commoncrawl/crawl-data/CC-MAIN-2022-49/segments/1669446706291.88/warc/CC-MAIN-20221126112341-20221126142341-00391.warc.gz | ory | 1.000002 | Orya | 1 | {"ory_Orya_score": 1.0000020265579224} |
KL Rahul marriage: ପଡିଲା ହାତଗଣ୍ଠି, ନୂଆ ଇନିଂସ ଆରମ୍ଭ କଲେ ରାହୁଲ
Updated on: Jan 23, 2023, 9:13 PM IST
KL Rahul marriage: ପଡିଲା ହାତଗଣ୍ଠି, ନୂଆ ଇନିଂସ ଆରମ୍ଭ କଲେ ରାହୁଲ
Updated on: Jan 23, 2023, 9:13 PM IST
ମୁମ୍ବାଇ: ଜୀବନରେ ନୂଆ ଇଂନିସ ଆରମ୍ଭ କଲେ ୱିକେଟ କିପର ବ୍ୟାଟର ଲୋକେଶ ରାହୁଲ । ଦୀର୍ଘ ଦିନର ବାନ୍ଧବୀ ଆଥିଆ ସେଟ୍ଟୀଙ୍କ ସହିତ ଆଜି (ସୋମବାର) ସାତ ଫେରା ନେଇଛନ୍ତି ରାହୁଲ । ଭାରତୀୟ କ୍ରିକେଟର ରାହୁଲ ଏବଂ ଅଭିନେତ୍ରୀ ଆଥିଆ ସେଟ୍ଟୀ ହାତକୁ ଦି ହାତ ହୋଇଛି । ମୁମ୍ବାଇସ୍ଥିତ ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ଫାର୍ମ ହାଉସରେ ଉଭୟଙ୍କ ବିବାହ ଆଜି ସମ୍ପନ୍ନ ହୋଇଛି । ଏନେଇ ଆଥିଆ ସେଟ୍ଟୀଙ୍କ ପିତା ତଥା ବରିଷ୍ଠ ଅଭିନେତା ସୁନୀଲ ସେଟ୍ଟୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ହେଲେ ଉଭୟଙ୍କ ବିବାହ ସମୟରେ ଫଟୋ ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପ୍ରକାଶ ପାଇନାହିଁ । ଯାହା ଉଭୟଙ୍କ ଫ୍ୟାନ୍ସ ଚାତକ ପରି ଚାହିଁ ରହିଛନ୍ତି ।
-
"In your light, I learn how to love…" ♥️— K L Rahul (@klrahul) January 23, 2023
Today, with our most loved ones, we got married in the home that's given us immense joy and serenity. With a heart full of gratitude and love, we seek your blessings on this journey of togetherness. 🙏🏽@theathiyashetty pic.twitter.com/1VWxio5w6W
ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ ଭାରତୀୟ କ୍ରିକେଟର ଲୋକେଶ ରାହୁଲ ଦୀର୍ଘ ଦିନ ଧର ପରସ୍ପରକୁ ଡେଟିଂ କରୁଥିଲେ । ଉଭୟଙ୍କ ବିବାହ ବାବଦରେ ପୂର୍ବରୁ ବହୁତ ଗୁଜବ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ଆଜି ଶେଷରେ ସବୁ ଗୁଜବ ଉପରେ ପରଦା ଉଠାଉ ରାହୁଲ ଓ ଆଥିୟା ସାତ ଫେରାନେଇଛନ୍ତି । ଆଜି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଉଭୟଙ୍କ ବିବାହ ସମ୍ପନ୍ନ ହେବା ପରେ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେପଟେ ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଆସି ନଥିବା ବେଳେ ଉଭୟ ଗଣମାଧ୍ୟମ ସାମ୍ନାକୁ ମଧ୍ୟ ଆସିନାହାଁନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଲା ବାପା-ପୁଅଙ୍କ ଫଟୋ
ଆଥିୟାଙ୍କ ପିତା ସୁନୀଲ ସେଟ୍ଟୀ ଏବଂ ଭାଇ ଆହାନ ସେଟ୍ଟୀ ବିବାହରେ ପାରମ୍ପାରିକ ପୋଷାକରେ ବେଶ୍ ଆକର୍ଷିତ ଲଗୁଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁନୀଲ ସେଟ୍ଟୀ ଷ୍ଟିଲ ଗ୍ରେ ରଙ୍ଗର ଶେରୱାନୀ ପିନ୍ଧି ଜବରଦସ୍ତ ଲୁକରେ ନଜର ଆସିଥିଲେ । ଆହାନ ସେଟ୍ଟୀ କ୍ରିମି ରଙ୍ଗର ଶେରୱାନୀ ପିନ୍ଧିଥିବା ବେଳେ ମୁଣ୍ଡରେ ତିଲକ ଲଗାଇଥିବାର ନଜର ଆସିଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ କେଏଲ ରାହୁଲ ଏବଂ ଆଥିଆ ସେଟ୍ଟୀଙ୍କ ବିବାହ ଉତ୍ସବରେ ଆଇପିଏଲ ଫ୍ରାଞ୍ଚାଇଜ ଲଖନଉ ସୁପର ଜିଆଣ୍ଟସର ମାଲିକ ସଞ୍ଜିବ ଗୋୟନିକା, ମେଣ୍ଟର ଗୌତମ ଗମ୍ଭୀର ଏବଂ ଫାଷ୍ଟ ବୋଲର ବରୁଣ ଆରୋନ ଯୋଗ ଦେଇଥିଲେ । ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଜାରି ରହିଥିବା ବେଳେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦକ ପାଣ୍ଡ୍ୟା ଏବଂ ଅନ୍ୟାନ୍ୟ ଭାରତୀୟ ଖେଳାଳି ରାହୁଲଙ୍କ ବିବାହରେ ଯୋଗ ଦେଇ ପାରିନାହାଁନ୍ତି । ତେବେ ଉଭୟଙ୍କ ପରିବାର ଆଗକୁ ଗ୍ରାଣ୍ଡ ରିସେପସନ ପାର୍ଟି ଦେବାର ଯୋଜନା ରହିଛି । ଯେଉଁଥିରେ ୩୦୦୦ ଅତିଥି ସାମିଲ ହେବେ ବୋଲି କୁହାଯାଉଛି । | <urn:uuid:ddfd61e1-9d1b-4321-8de0-f9b6012ecf4a> | CC-MAIN-2023-06 | https://www.etvbharat.com/oriya/odisha/sports/cricket/athiya-shetty-and-kl-rahul-tie-knot-in-khandala-suniel-shetty-confirms-wedding/or20230123182853693693159 | 2023-02-03T13:14:02Z | s3://commoncrawl/crawl-data/CC-MAIN-2023-06/segments/1674764500056.55/warc/CC-MAIN-20230203122526-20230203152526-00311.warc.gz | ory | 0.999803 | Orya | 1 | {"ory_Orya_score": 0.9998027682304382} |
ସଶକ୍ତ ହେବ ଶସସ୍ତ୍ର ବଳ, 70 ହଜାର କୋଟିର ଅସ୍ତ୍ରଶସ୍ତ୍ର କିଣିବ ଭାରତ
Published: Mar 16, 2023, 6:24 PM
ସଶକ୍ତ ହେବ ଶସସ୍ତ୍ର ବଳ, 70 ହଜାର କୋଟିର ଅସ୍ତ୍ରଶସ୍ତ୍ର କିଣିବ ଭାରତ
Published: Mar 16, 2023, 6:24 PM
ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ଶସସ୍ତ୍ର ବଳ । କିଣାଯିବ 70 ହଜାର କୋଟିର ଅସ୍ତ୍ରଶସ୍ତ୍ର । ଆଜି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ ଦେଇଛି । ଭାରତୀୟ ତିନିସେନା ପାଇଁ ଏହି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ଉପକରଣ କିଣାଯିବା ନେଇ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(DAC) ବୈଠକରେ ପ୍ରସ୍ତାବ ଅନୁମୋଦନ ପାଇଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା DAC ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।
-
Defence Ministry has approved proposals worth over Rs 70,000 crore for buying different weapon systems for the Indian defence forces: Defence officials pic.twitter.com/3jFPr59xOW— ANI (@ANI) March 16, 2023
ଭାରତୀୟ ନୌସେନା ପାଇଁ 60ଟି ସ୍ବଦେଶୀ ନିର୍ମିତ ହେଲିକପ୍ଟର, ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ପ୍ରଣାଳୀର ନୌସେନା ସଂସ୍କରଣ କିଣାଯିବ । ସ୍ଥଳସେନା ପାଇଁ 307 ଆର୍ଟେଲେରୀ ହାଇଚର (ATAGS howitzers) କ୍ରୟ କରାଯିବାର ପ୍ରସ୍ତାବ ରହିଛି । ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ସ୍ବେଦଶୀ ନିର୍ମିତ 9ଟି ହାଲୁକା ଲଢୁଆ ହେଲିକପ୍ଟର 'ଧ୍ରୁବ' କ୍ରୟ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ସରାକରୀ ସୂତ୍ରରୁ ସୂଚନା ମିଳିଛି । ଏହି ଯୁଦ୍ଧାସ୍ତ୍ର ଓ ଅନ୍ୟ ଉପକରଣ କିଣାଯିବାରେ ପ୍ରାୟ 70 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବା ନେଇ ବରାଦ ରହିଛି । ତେବେ ଅନ୍ୟ ଏକ ସୂଚନା ଅନୁସାରେ ଏହି କ୍ରୟ ପ୍ରକ୍ରିୟାରେ 'ଆତ୍ମନିର୍ଭର ଭାରତ ମିଶନ'କୁ ପ୍ରାଧନ୍ୟ ଦିଆଯିବ ।
ଏହି ଅନୁମୋଦିତ ପ୍ରସ୍ତାବକୁ ମିଶାଇ ଆର୍ଥିକ ବର୍ଷ 2022-23ରେ ପ୍ରତିରକ୍ଷା କ୍ରୟ ଟେଣ୍ଡର ରାଶି 2,71,538 କୋଟିରେ ପହଞ୍ଚିଛି । ସେଥିମଧ୍ୟରୁ 98.9 ପ୍ରତିଶତ କ୍ରୟ କେବଳ ସ୍ବଦେଶୀ ନିର୍ମିତ ପ୍ରତିରକ୍ଷା କମ୍ପାନୀରୁ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭର ଭାରତ ମିଶନକୁ ଗୁରୁତ୍ବ ଦେଉଛନ୍ତି ।
ଭାରତ-ଚୀନ ଗଲଓ୍ବାନ ସଂଘର୍ଷ ଓ ଗତବର୍ଷଠାରୁ ଜାରି ରହିଥିବା ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ବିଶ୍ବର ସାମରିକ ଦୃଶ୍ଯପଟରେ ପରିବର୍ତ୍ତନ ଘଟିଛି । ସାମ୍ପ୍ରତିକ ସମୟର ଆହ୍ବାନ ଓ ଆବଶ୍ୟକତାକୁ ଦେଖି ସେନାର ନବୀକରଣ ଓ ଆଧୁନିକୀକରଣ କରାଯିବା କ୍ଷେତ୍ରରେ ମଧ୍ୟ ପ୍ରାଥମିକତା ଦିଆଯାଉଛି । ବିଭିନ୍ନ ବିଦେଶୀ ରାଷ୍ଟ୍ରଠାରୁ ଯୁଦ୍ଧାସ୍ତ୍ର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ସହ ସ୍ବଦେଶରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କିମ୍ବା ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି ।
ଏହି କ୍ରମରେ ଭାରତ ମଧ୍ୟ କିଛି କ୍ଷେତ୍ରରେ ସଫଳତା ପାଇବାରେ ଲାଗିଛି । ଯୁଦ୍ଧାସ୍ତ୍ର ଉତ୍ପାଦନ ଓ ବିକାଶ କ୍ଷେତ୍ରରେ ଭାରତ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବାରେ ଲାଗିଛି । DRDO ଦ୍ବାରା ନିକଟ କିଛି ବର୍ଷରେ ଏକାଧିକ କ୍ଷେପଣାସ୍ତ୍ର ପ୍ରଣାଳୀ ମଧ୍ୟ ବିକଶିତ କରାଯାଇଛି । ଏବେ ସେଗୁଡିକ ବିଦେଶକୁ ରପ୍ତାନୀ କରିବା ଦିଗରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଗଲାଣି । ଏବେ ଆଉ 70 ହଜାର କୋଟିର ଯୁଦ୍ଧାସ୍ତ୍ର ସେନାକୁ ଭେଟି ଦେବାକୁ ଯାଉଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ | <urn:uuid:d948ed8c-9553-4fc9-83d2-ee701ea11a86> | CC-MAIN-2023-14 | https://www.etvbharat.com/oriya/odisha/bharat/defence-ministry-approved-proposals-over-rs-70000-crore-for-buying-different-weapon-systems/or20230316182446240240342 | 2023-03-23T20:33:38Z | s3://commoncrawl/crawl-data/CC-MAIN-2023-14/segments/1679296945183.40/warc/CC-MAIN-20230323194025-20230323224025-00204.warc.gz | ory | 1.000005 | Orya | 1 | {"ory_Orya_score": 1.0000048875808716} |
ବିପଦରେ ଭାରତୀୟଙ୍କ ଆଖି ! ପ୍ରତି 8ରେ ଜଣେ ଗ୍ଲୁକୋମାରେ ପୀଡିତ
Published: Mar 16, 2023, 1:36 PM
ବିପଦରେ ଭାରତୀୟଙ୍କ ଆଖି ! ପ୍ରତି 8ରେ ଜଣେ ଗ୍ଲୁକୋମାରେ ପୀଡିତ
Published: Mar 16, 2023, 1:36 PM
ନୂଆଦିଲ୍ଲୀ: ଆଖି ଆମ ଶରୀରର ସବୁଠୁ ସୂକ୍ଷ୍ମ ଏବଂ ସମ୍ବେଦନଶୀଳ ଅଂଶ । ଆଖିର ଯତ୍ନ ନିହାତି ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି । ହେଲେ ବର୍ତ୍ତମାନର ଜୀବନଶୈଳୀ ଆମ ଆଖି ଉପରେ ଅଧିକ ପ୍ରଭାବ ପକାଉଛି । ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟରର ବହୁଳ ବ୍ୟବହାର ଆଖିର ସ୍ବାସ୍ଥ୍ୟକୁ ବିଗାଡି ଦେଉଛି ଜାଣି ସତ୍ତ୍ବେ ଆମେ ଯତ୍ନବାନ ହୋଇପାରୁ ନାହାନ୍ତି । ଫଳ ସ୍ବରୂପ ଏକ ଉଦ୍ବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଭାରତର ପ୍ରତି 8 ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଗ୍ଲୁକୋମା(ଅଦୃଶ୍ୟ ଅନ୍ଧତା)ର ଶିକାର ହେଉଛନ୍ତି ।
ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ଏହା ସ୍ପଷ୍ଟ କରିଛନ୍ତି । ଆଖିରୁ ମସ୍ତିଷ୍କକୁ ଭିଜୁଆଲ୍ ସୂଚନା ପଠାଇବାରେ ଅପ୍ଟିକ୍ ସ୍ନାୟୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମାତ୍ର ଗ୍ଲୁକୋମା ଆଖିର ଏହି ସ୍ନାୟୁ ଗୋଷ୍ଠୀକୁ କ୍ଷତି ପହଞ୍ଚାଉଛି । ICARE ଚକ୍ଷୁ ଡାକ୍ତରଖାନାର ଡାକ୍ତର ରୀନା ଚୌଧରୀ ଏକ ବିବୃତ୍ତିରେ କହିଛନ୍ତି ଯେ, ଭାରତରେ ଅଦୃଶ୍ୟ ଦୃଷ୍ଟିହୀନତାର ଗ୍ଲୁକୋମା ଏକ ପ୍ରମୁଖ କାରଣ ଏବଂ ସମସ୍ତେ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଗ୍ଲୁକୋମାକୁ ସାଧାରଣତଃ ନୀରବ ଆଖିରୋଗ ବୋଲି କୁହାଯାଏ । ଏହା ମଧ୍ୟମ ଆଖି ଯନ୍ତ୍ରଣା, ମୁଣ୍ଡବିନ୍ଧା, କୌଣସି ଆଲୋକରେ ଇନ୍ଦ୍ରଧନୁ ରଙ୍ଗ ସଦୃଶ ଦେଖାଯିବା ଇତ୍ୟାଦି ସମସ୍ୟା ସୃଷ୍ଟି କରେ ।" ଜାତୀୟ ସ୍ୱାସ୍ଥ୍ୟ ପୋର୍ଟାଲ ଦ୍ବାରା ସମ୍ପ୍ରତି ପରିସଂଖ୍ୟାନରୁ ଜଣାପଡିଛି ଯେ, ଭାରତରେ ପ୍ରାୟ 40 ନିୟୁତ ବ୍ୟକ୍ତି କିମ୍ବା ପ୍ରତ୍ୟେକ ଅଷ୍ଟମ ବ୍ୟକ୍ତିଙ୍କର ଗ୍ଲୁକୋମା ଅଛି କିମ୍ବା ଏହାର ବିକାଶ ହେବାର ଆଶଙ୍କା ରହିଛି ।
ଏହା ମଧ୍ୟ ପଢନ୍ତୁ:- World Glaucoma Day: ବିଶ୍ବ ଗ୍ଲୁକୋମା ଦିବସରେ ଜାଣନ୍ତୁ କେମିତି ନେବେ ଆଖିର ଯତ୍ନ
40 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରେ ପ୍ରାୟ 11.2 ନିୟୁତ ଗ୍ଲୁକୋମା ରୋଗରେ ପୀଡିତ, 1.1 ନିୟୁତ ଲୋକ ଦୃଷ୍ଟିହୀନତାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କ ମଧ୍ୟରେ ଛୋଟପିଲା ମଧ୍ୟ ସାମିଲ ଅଛନ୍ତି । ସେ କହିଛନ୍ତି ଯେ, ଏସିଆରେ 2040 ସୁଦ୍ଧା ଗ୍ଲୁକୋମା ଅତିରିକ୍ତ 27.8 ନିୟୁତ ବ୍ୟକ୍ତିଙ୍କୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି । ଏହି ସଂଖ୍ୟା ଭାରତ ଏବଂ ଚୀନ୍ରେ ଅଧିକ ରହିବେ ।
କହି ରଖୁଛୁ ଯେ, ଗ୍ଲୁକୋମା ଯେକୌଣସି ବୟସରେ ହୋଇପାରେ, ଏହା ମୁଖ୍ୟତଃ 40 ବର୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ । ଯେଉଁମାନଙ୍କର ସ୍ୱଳ୍ପ ଦୃଷ୍ଟିଶକ୍ତି, ମଧୁମେହ ରୋଗୀ, ପୂର୍ବରୁ ଆଖି ଆଘାତ ରହିଛି, ପରିବାରର କେହି ପୀଡିତ ଅଛନ୍ତି ବା ଥିଲେ କିମ୍ବା ଦୀର୍ଘ ଦିନ ଧରି କର୍ଟିକୋଷ୍ଟେରଏଡ୍ ଔଷଧ ସେବନ କରୁଛନ୍ତି, ତେବେ ଏହି ରୋଗ ହେବାର ଆଶଙ୍କା ଅଧିକ । ରୋଗ ଯେତେ ଗମ୍ଭୀର ହେଲେ ମଧ୍ୟ ପ୍ରାରମ୍ଭିକ ଚିକିତ୍ସା ଏଥିରୁ ଆଶ୍ବସ୍ତି ଦେଇପାରେ । ତେଣୁ ନିୟମିତ ଯାଞ୍ଚ ଏବଂ ସଠିକ୍ ସମୟରେ ଚିକିତ୍ସା କରାଇ ରୋଗମୁକ୍ତ ରହିବାକୁ ଡାକ୍ତର ଚୌଧରୀ ପରାମର୍ଶ ଦେଇଛନ୍ତି ।
ଗ୍ଲୁକୋମା କଣ: ଏଠାରେ ଉଲ୍ଲେଖଯୋଗ୍ୟ ଗ୍ଲୁକୋମାକୁ ସାଧାରଣତଃ କଳା ମୋତିଆବିନ୍ଦୁ ବୋଲି କୁହାଯାଏ । ଏହାକୁ ଗ୍ଲୁକୋମାକୁ ଏକରୁ ଅଧିକ ରୋଗ ବା ସମସ୍ୟାର ଗୋଷ୍ଠୀ କୁହାଯାଏ, ଯାହା ଅପ୍ଟିକ୍ ସ୍ନାୟୁର କ୍ଷତି ସହିତ ଜଡିତ । ଏହି ସମସ୍ୟା ଗମ୍ଭୀର ହେଲେ ଜଣେ ବ୍ୟକ୍ତି ଦୃଷ୍ଟିଶକ୍ତ ହରାଇପାରନ୍ତି । ତିନୋଟି ପ୍ରକାରର ଗ୍ଲୁକୋମା ଅଛି - ଓପନ୍ ଆଙ୍ଗଲ୍ ଗ୍ଲୁକୋମା, ଆଙ୍ଗଲ୍ କ୍ଲୋଜର୍ ଗ୍ଲୁକୋମା ଏବଂ ନର୍ମାଲ୍ ଟେନ୍ସନ୍ ଗ୍ଲୁକୋମା । | <urn:uuid:5afa7da2-2f3b-4e41-8a2b-9410a25e10ee> | CC-MAIN-2023-14 | https://www.etvbharat.com/oriya/odisha/sukhibhava/sukhibhava-news/1-in-8-indians-at-risk-of-developing-irreversible-blindness-expert/or20230316133634199199677 | 2023-03-29T10:42:55Z | s3://commoncrawl/crawl-data/CC-MAIN-2023-14/segments/1679296948965.80/warc/CC-MAIN-20230329085436-20230329115436-00355.warc.gz | ory | 0.999997 | Orya | 1 | {"ory_Orya_score": 0.9999971389770508} |
ଜହ୍ନ ର ଠିକଣା
ଜହ୍ନ ର ଠିକଣା
ଖୋଜୁଥିଲି ମାଟି
ଆକାଶ ଆଉ ଆକାଶର ସେଇ ଜହ୍ନକୁ
ପୋଲ ତଳେ ସେ ବସ୍ତି ର
ଭୁଗୋଳରେ।
ଭୋକ ଲାଗି ମେଲି ଥିବା
ମାଆ ର ଛିଣ୍ଡା ପଣତକାନିରେ।
ପୁଣି ଦିନେ ପୂର୍ଣ୍ଣମୀ ରେ ଯୋଗୀ ର ଏକତାରା ଭିତରେ।
କେତେବେଳେ କଣା ଚାଳ ରୁ
ପୁଣି କେବେ ନଡ଼ିଆ ଗଛ ଫାଙ୍କ ରୁ
ଆମ ଗାଁ ବିଲ ସରିବା ଯାଏ
ଦିନେ ଜହ୍ନ ଥିଲା
ମୁଁ ଥିଲି
ଆଉ ଥିଲା ଆମ ହାତ ପାପୁଲିର ରେଖା
ସମୟ ଟା ଧୀରେ ଧୀରେ
ଅପ ସରି ଗଲା
କେଉଁ ଏକ ଅଛିଣ୍ଡା ଗଣିତ ପରି।
କିଛି ପ୍ରଶ୍ନ ଲୁହ ରେ ଭିଜୁଥିଲା ଝରକା ସେପଟେ।
ଆଉ କିଛି ଛଡେଇଲା ନିଜ କୁ ନିଜ ଠୁ
ରାତି ସରିବା ଯାଏଁ। | <urn:uuid:3f74fa40-1a1c-48d3-a8ca-6827f2e931a9> | CC-MAIN-2024-10 | https://storymirror.com/read/oriya/poem/jhn-r-tthiknnaa/b3j5jin8 | 2024-02-26T17:27:23Z | s3://commoncrawl/crawl-data/CC-MAIN-2024-10/segments/1707947474661.10/warc/CC-MAIN-20240226162136-20240226192136-00856.warc.gz | ory | 0.999416 | Orya | 1 | {"ory_Orya_score": 0.9994164705276489} |
ଘର ନୁହେଁ କାରାଗାର
ଘର ନୁହେଁ କାରାଗାର
ବେଳେ ବେଳେ ଗୃହ ଲାଗେ କାରାଗୃହ
ହେଲେ ତା' ଚାରିକାନ୍ଥ ମଧ୍ୟରେ ଥାଏ
ସ୍ଵର୍ଗର ମୋହ ।
ଜଞ୍ଜାଳ ଶାପଗ୍ରସ୍ତ
ଯେଉଁ ମୁହଁର ନକ୍ସାସବୁ ଲାଗୁଥାଏ ଝାପସା
ଏବେ ଦର୍ପଣ ପରି ଝଲସୁ ଥାଏ
ହୃଦୟର ଦ୍ଵାର ପୂର୍ବାପେକ୍ଷା ଖୋଲା ଓ ମଧୁଶିକ୍ତା ।
ଏବେ ପ୍ରେମ ଫ୍ରେମ କିଛି ନାହିଁ
ସିନ୍ଦୂର ସର୍ବସ୍ବ ତମାମ ମୂହୁର୍ତ୍ତ
ଯିଏ ଅନାଗତ ପ୍ରତିଟି ସକାଳକୁ କରିପାରେ
ପବିତ୍ର ଓ ଶାପମୁକ୍ତ ।
କାରାଗାର ଯଦି
ପୁଣ୍ୟ ପାରାବାର
ମୁକ୍ତି ଯଦି ଅମା ଅନ୍ଧକାର
କାହିଁକି ଲୋଡିବି ଆକାଶ
କାରାଗୃହ ଶତବାର ଆଟେ ଶ୍ରେୟସ୍କର ।। | <urn:uuid:daf7b99d-2928-4e2a-b865-e9ab4fb6d62b> | CC-MAIN-2024-10 | https://storymirror.com/read/oriya/poem/ghr-nuhen-kaaraagaar/j8vto9uz | 2024-03-02T13:08:57Z | s3://commoncrawl/crawl-data/CC-MAIN-2024-10/segments/1707947475825.14/warc/CC-MAIN-20240302120344-20240302150344-00107.warc.gz | ory | 0.999991 | Orya | 1 | {"ory_Orya_score": 0.999990701675415} |
କର୍ମଜୀବୀ ଲୋକ କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......
ସମଗ୍ର ବିଶ୍ୱରେ ହୃଦରୋଗ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷ କରି ଯୁବପିଢ଼ି ଏହି ରୋଗର ଶିକାର ହେବା ଚିନ୍ତାରେ ପକାଇଛି। ଖରାପ ଜୀବନଶୈଳୀ, ଖାଦ୍ୟ ଅଭ୍ୟାସ ଏବଂ ଚାପ ରୋଗକୁ ବଢ଼ାଉଛି। କୋଭିଡ୍ କାରଣରୁ ମଧ୍ୟ ହୃଦଘାତ ହେବାର ସମ୍ଭାବନା ଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏସବୁ ମଧ୍ୟରେ ହୃଦରୋଗର ସବୁଠୁ ବଡ଼ କାରଣ ହେଉଛି ଚାପ। ଆଉ କର୍ମଜୀବୀ ଲୋକମାନେ ବିଶେଷ କରି ଚାପର ଶିକାର ହୁଅନ୍ତି। ତେଣୁ କାର୍ୟ୍ୟରତ ବ୍ୟକ୍ତିମାନେ କିପରି ହୃଦରୋଗକୁ ନିୟନ୍ତ୍ରଣ କରିବେ, ଜାଣନ୍ତୁ ଏହି ଆଲେଖ୍ୟରୁ...
ପର୍ୟ୍ୟାପ୍ତ ଶୁଅନ୍ତୁ
ଚାପ ହୃଦରୋଗ ପାଇଁ ଏକ ମୁଖ୍ୟ ବିପଦ କାରଣ। ଚାପ ବଢ଼ିବା ସହିତ ହୃଦୟ ସମ୍ବନ୍ଧୀୟ ରୋଗ ଆରମ୍ଭ ହୁଏ। କାର୍ୟ୍ୟ କରୁଥିବା ଲୋକଙ୍କ ମଧ୍ୟରେ ଚାପ ଅତି ସାଧାରଣ। ଏଭଳି ପରିସ୍ଥିତିରେ ଏହି ଲୋକମାନଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ। ତେଣୁ ଯଥା ସମ୍ଭବ ଚାପରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ଚାପରୁ ରକ୍ଷା ପାଇବା ପାଇଁ ପର୍ୟ୍ୟାପ୍ତ ଶୋଇବା ଅଭ୍ୟାସ କରନ୍ତୁ। ଏହା ସହ ଧ୍ୟାନ ଏବଂ ସରଳ ଯୋଗ ମଧ୍ୟ କରନ୍ତୁ।
ଇକ୍ଷଗ୍ଦକ୍ଟ ଜରବୟ
ଜଳିଗଲା ଘର, ଜଣେ ଜୀବନ୍ତ ଦଗ୍ଧ
ଜଳିଗଲା ଘର, ଜଣେ ଜୀବନ୍ତ ଦଗ୍ଧ
ଆଇପିଏସ ବଦଳି: ଅରୁଣଙ୍କୁ ମିଳିଲା ଦାୟିତ୍ୱ, ବାଦ୍ ପଡ଼ିଲେ ନରୱଣେ
ଆଇପିଏସ ବଦଳି: ଅରୁଣଙ୍କୁ ମିଳିଲା ଦାୟିତ୍ୱ, ବାଦ୍ ପଡ଼ିଲେ ନରୱଣେ
୪ ଜଣଙ୍କୁ ଛାଡ଼ି ସମସ୍ତେ ଫୁସ୍, ପାକିସ୍ତାନକୁ ୨୦୫ ରନର ଟାର୍ଗେଟ
୪ ଜଣଙ୍କୁ ଛାଡ଼ି ସମସ୍ତେ ଫୁସ୍, ପାକିସ୍ତାନକୁ ୨୦୫ ରନର ଟାର୍ଗେଟ
ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାନ୍ତୁ
ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମ୍ ହୋଇପାରେ। ଏହା ଦ୍ୱାରା ପ୍ରାରମ୍ଭିକ ପର୍ୟ୍ୟାୟରେ ରୋଗ ଚିହ୍ନଟ ହୋଇଥାଏ ଏବଂ ଚିକିତ୍ସା କରାଯାଇଥାଏ। ତେଣୁ କାର୍ୟ୍ୟରତ ଲୋକମାନେ ବର୍ଷକୁ ଥରେ ହୃଦୟ ପରୀକ୍ଷା କରାଇନେବା ଆବଶ୍ୟକ। ଏଥିପାଇଁ ବ୍ଲଡ ପ୍ରେସର, ବ୍ଲଡ ସୁଗାର ଏବଂ କୋଲେଷ୍ଟ୍ରଲ ଯାଞ୍ଚ କରିବା ଉଚିତ୍।
ଧୂମପାନଠୁ ଦୂରେଇ ରୁହନ୍ତୁ
କାର୍ୟ୍ୟରତ ଲୋକମାନେ ପ୍ରାୟତଃ ଚାପ କିମ୍ବା ଚିନ୍ତା କମାଇବା ପାଇଁ ସିଗାରେଟ୍ ଟାଣନ୍ତି। କିନ୍ତୁ ସିଗାରେଟ୍ ଟାଣିବା ସାମଗ୍ରିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ। ଧୂମପାନ କେବଳ ଫୁସଫୁସକୁ ପ୍ରଭାବିତ କରେ ନାହିଁ, ବରଂ ହୃଦରୋଗର ଆଶଙ୍କାକୁ ମଧ୍ୟ ବଢ଼ାଇଥାଏ। ଏପରି ସ୍ଥିତିରେ, ସିଗାରେଟ୍ ଟାଣିବାଠାରୁ ଦୂରେଇ ରୁହନ୍ତୁ। ମଦ୍ୟପାନ କିମ୍ବା ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନରୁ ମଧ୍ୟ ନିବୃତ୍ତ ରହିବାକୁ ଚେଷ୍ଟା କରନ୍ତୁ।
ପର୍ୟ୍ୟାପ୍ତ ପାଣି ପିଅନ୍ତୁ
କାର୍ୟ୍ୟରତ ଲୋକମାନେ ବ୍ୟସ୍ତ ଥିବାରୁ ପାଣି ପିଇବା ଏବଂ ଖାଇବା ପ୍ରତି ଧ୍ୟାନ ଦେଇପାରନ୍ତିନି। ସୁସ୍ଥ ରହିବାକୁ ହେଲେ ଶରୀରକୁ ହାଇଡ୍ରେଟ୍ ରଖିବା ନିହାତି ଜରୁରୀ। ଯଦି ଏପରି ସ୍ଥଳରେ ଜଣେ ବ୍ୟକ୍ତି ଆବଶ୍ୟକୀୟ ଜଳ ଗ୍ରହଣ ନକରନ୍ତି ତେବେ ଏହା ସାମୂହିକ ସ୍ୱାସ୍ଥ୍ୟ ସହ ହୃଦୟ ସ୍ୱାସ୍ଥ୍ୟକୁ ମଧ୍ୟ ବିଗାଡ଼ିଦିଏ। ତେଣୁ ପ୍ରତିଦିନ ୮-୧୦ ଗ୍ଲାସ୍ ପାଣି ପିଇବା ଅଭ୍ୟାସ କରନ୍ତୁ।
ଅଫିସରେ ସକ୍ରିୟ ରୁହନ୍ତୁ
ଅନେକ ଲୋକ ଅଫିସରେ ପୂରା ସମୟର ବ୍ୟସ୍ତ ରୁହନ୍ତି। ଦୀର୍ଘ ସମୟ ବସି ରହି କାର୍ୟ୍ୟ କରିବା ଫଳରେ ହୃଦୟ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ। ଏଥିପାଇଁ କାର୍ୟ୍ୟ କରିବା ସମୟରେ ପ୍ରତି ଘଣ୍ଟାଏରେ ଚାଲିବା ଆବଶ୍ୟକ। ଆହୁରି ମଧ୍ୟ, ଖାଦ୍ୟ ଖାଇବା ପରେ, ନିଶ୍ଚିତ ଭାବରେ ୧୦-୧୨ ମିନିଟ୍ ପାଇଁ ଚାଲନ୍ତୁ। ଏହା ଶରୀରରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣି ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହେବ।
ଏକ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ
କାର୍ୟ୍ୟରତ ଲୋକମାନେ ଖାଦ୍ୟ ପ୍ରତି ସମ୍ପୂର୍ଣ୍ଣ ଅବହେଳା କରିଦିଅନ୍ତି। ଯେତେବେଳେ ଯାଆ ପାଆନ୍ତି ଖାଇଦିଅନ୍ତି। ଅନେକ ଲୋକ ମଧ୍ୟାହ୍ନ ଭୋଜନରେ ମଧ୍ୟ ଫାଷ୍ଟଫୁଡ୍ କିମ୍ବା ଜଙ୍କ ଫୁଡ୍ ଖାଆନ୍ତି। ଜଙ୍କ୍ ଫୁଡ୍ ହୃଦୟ ସ୍ୱାସ୍ଥ୍ୟକୁ ଅଧିକ ପ୍ରଭାବିତ କରିଥାଏ। ତେଣୁ ଏକ ସନ୍ତୁଳିତ ଖାଦ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ଖାଦ୍ୟରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍ ଇତ୍ୟାଦି ଅନ୍ତର୍ଭୁକ୍ତ କରନ୍ତୁ।
Powered by Froala Editor | <urn:uuid:dc9e683c-656f-47fe-8669-61604c75a8df> | CC-MAIN-2024-18 | https://odishanewslens.com/webpage/detailnews/29053/6 | 2024-04-17T10:02:36Z | s3://commoncrawl/crawl-data/CC-MAIN-2024-18/segments/1712296817146.37/warc/CC-MAIN-20240417075330-20240417105330-00886.warc.gz | ory | 0.999997 | Orya | 1 | {"ory_Orya_score": 0.9999972581863403} |
ଅଖାରୁ ୩୦ ଲକ୍ଷ ଜବତ ଘଟଣାର ଗୁମର ଫିଟୁଛି: ରାଜ୍ୟସାରା ମାଡ଼ିଛି ନକଲି ଜର୍ଦ୍ଦା କାରବାର ଚେର
ଜଗତପୁରରେ ନକଲି ପାନମସଲା କାରଖାନାରେ ଚଢ଼ଉ, ବନ୍ଦ ଆଇସକ୍ରିମ୍ କମ୍ପାନି ପଛପଟେ ଚାଲୁଥିଲା ନକଲି କାରଖାନା
ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ୍ ଅଖାରୁ ଜବତ କରିଥିବା ୩୦ ଲକ୍ଷ ଟଙ୍କା ମାମଲାର ଗୁମର ଖୋଲିବାରେ ଲାଗିଛି। ମାତ୍ର ୩୦ ଲକ୍ଷ ଟଙ୍କା ଜବତ ହୋଇଥିଲେ ବି ଏହା ପଛରେ କୋଟି କୋଟି ଟଙ୍କାର କଳା କାରବାର ଜଡ଼ିତ ରହିଛି। ନକଲି ଜର୍ଦ୍ଦା କାରବାର ସମ୍ପୃକ୍ତି ଜଣାପଡ଼ିଛି। ଏହି କଳା କାରବାରର ଚେର ରାଜ୍ୟ ସାରା ମାଡ଼ି ଯାଇଛି ବୋଲି ଜଣାପଡ଼ିଲାଣି। ଗତକାଲି ଏହି ଲିଙ୍କ୍ରେ ଥିବା କଟକ ଟାଙ୍ଗୀରେ ଏକ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ପୁଲିସ ସିଲ୍ କରିଥିବା ବେଳେ ଆଜି ଜଗତପୁରରେ ଆଉ ଏକ ଫ୍ୟାକ୍ଟ୍ରି ସିଲ୍ କରାଯାଇଛି। ଗତକାଲିର ଚଢ଼ଉରେ ପୁଲିସ ଦୁଇ ଜଣଙ୍କୁ ଧରିଥିଲା। କିନ୍ତୁ ଆଜିର ଚଢ଼ଉରେ ପୁଲିସ ଜଣେ ହେଲେ ବି କାହାକୁ ଧରିବାରେ ସକ୍ଷମ ହୋଇପାରିନାହିଁ। ୩୦ ଲକ୍ଷ ଟଙ୍କା ଜବତ ହେବା ପରେ ପୁଲିସ ତଦନ୍ତ ଆଳରେ ବେଶ୍ କିଛି ଦିନ ଢିଲା ମାରିବାରୁ ଏହି କଳା କାରନାମା ପଛରେ ଥିବା ଖଳନାୟକମାନେ ଖସିଯିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଆର୍ଥିକ କାରବାରର ତଦନ୍ତ ନିଜ ପରିସରଭୁକ୍ତ ନୁହେଁ କହି କମିସନରେଟ୍ ପୁଲିସ ମାମଲାକୁ ଆୟକର ବିଭାଗ ହାତରେ ଛାଡ଼ି ଖସି ଯାଉଥିଲା। ତେଣୁ ଏହି ମାମଲାରେ ପୁଲିସର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହା ପଛରେ ଥିବା ବଡ଼ବଡ଼ିଆଙ୍କୁ ସୁରକ୍ଷା ଦେବାକୁ ଯାଇ ପୁଲିସ ଜାଣି ଜାଣି ଏଭଳି ଢିଲା ମାରିଥିଲା ବୋଲି ଚର୍ଚ୍ଚା ହେଲାଣି। ଏହି ମାମଲାର ଖୋଳତାଡ଼ରୁ ବଡ଼ କାରବାରର ରହସ୍ୟ ପଦାକୁ ଆସିଛି। କେବଳ ନିର୍ଗୁଣ୍ଡି କିମ୍ବା ଜଗତପୁରରେ ନୁହେଁ, ବରଂ ଜଟଣୀ ଓ ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ନକଲି କାରବାରର ସନ୍ଧାନ ମିଳିଛି। କିନ୍ତୁ ପୁଲିସ ପ୍ରଥମରୁ ଢିଲା ମାରିଥିବାରୁ ସଫଳତା ମିଳିବା ସମ୍ଭାବନା କ୍ଷୀଣ ହୋଇ ପଡ଼ିଛି। ନିକଟ ଅତୀତରେ ବାଲିପାଟଣା ସମେତ ଜଟଣୀ ଓ ଅନ୍ୟାନ୍ୟ ଜାଗାରେ ପୁଲିସ ଚଢ଼ଉ କରି ନକଲି ଜର୍ଦ୍ଦା କାରଖାନା ଠାବ କରିଥିଲା। ସେହି ମାମଲାରେ ମଧ୍ୟ ବଡ଼ବଡ଼ିଆଙ୍କୁ ପୁଲିସ ଗିରଫ କରିପାରିନାହିଁ। କେବଳ କେତେକ ତଳିଆ କର୍ମଚାରୀଙ୍କୁ ଗିରଫ କରି ପୁଲିସ ବସି ଯାଇଛି। ସେହିଭଳି ଏହି ମାମଲାରେ ମଧ୍ୟ ୩୦ ଲକ୍ଷ ଟଙ୍କା ଆଣି ଆସିଥିବା ଯୁବକକୁ ପୁଲିସ ଛାଡ଼ି ଦେଇଛି ଓ ଏଜେଣ୍ଟଙ୍କୁ ମଧ୍ୟ ପଚରାଉଚରା କରିନାହିଁ।
ସୂଚନାଯୋଗ୍ୟ, ଗତ ୧୯ ତାରିଖ ଦିନ ଅଖା ବ୍ୟାଗ୍ରେ ୩୦ ଲକ୍ଷ ଟଙ୍କା ଧରି ପାରଳାଖେମୁଣ୍ଡିରୁ ଭୁବନେଶ୍ବର ଫେରୁଥିବା ଯାଜପୁର ଛତିଆ ଅଞ୍ଚଳର ମହାବୀର ପ୍ରସାଦ ଦାସକୁ ଖଣ୍ଡଗିରି ପୁଲିସ ଧରିଥିଲା। ସେ ଜୟଦେବ ବିହାରଛକସ୍ଥିତ ହୋଟେଲ କଣ୍ଟ୍ରି ଷ୍ଟାଇଲ୍ର ମାଲିକ ପ୍ରଳୟ ପାଢ଼ୀଙ୍କ ପାଖରେ କାମ କରନ୍ତି। ପ୍ରଳୟ ପାନ ମସଲାର ସି ଆଣ୍ଡ ଏଫ୍ ଏଜେଣ୍ଟ ଅଟନ୍ତି। ଏହି ୩୦ ଲକ୍ଷ ଟଙ୍କା ଲିଙ୍କ୍ରେ ଗତକାଲି ଟାଙ୍ଗୀରେ ସିଲ୍ ହୋଇଥିବା ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରିର ମାଲିକ ହେଉଛନ୍ତି କ୍ଷୀରୋଦ କୁମାର ନାଥ। ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ମୁତାବକ, ନକଲି ଜର୍ଦ୍ଦା ଏହି ସବୁ ଫ୍ୟାକ୍ଟ୍ରିରେ ତିଆରି ହୁଏ। ନକଲି ଜର୍ଦ୍ଦାକୁ ଏହି ଏଜେଣ୍ଟଙ୍କ ଜରିଆରେ ରାଜ୍ୟର ବିଭିନ୍ନ ସହରକୁ ପଠାଇ ଦିଆଯାଏ। ସେଥିରେ ମୋଟା ଅଙ୍କର ଅର୍ଥ ରୋଜଗାର ହୁଏ। ଜବତ ୩୦ ଲକ୍ଷ ଟଙ୍କା କେବଳ ଗଜପତି ଜିଲ୍ଲାରୁ ଆସୁଥିଲା। ତେଣୁ ସାରା ଓଡ଼ିଶାର ହିସାବ କଲେ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଅନ୍ୟପଟେ ନକଲି ଜର୍ଦ୍ଦା କାରବାରକୁ ନେଇ ଟାଙ୍ଗୀ ଓ ଜଗତପୁରରେ ଦୁଇଟି ମାମଲା ରୁଜୁ ହୋଇଛି। ସେହି ମାମଲାରେ ଏମାନଙ୍କର ସମ୍ପୃକ୍ତି ଥିବାରୁ ମାମଲାକୁ ଖଣ୍ଡଗିରିରୁ ସେହି ଦୁଇ ଥାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ୩୦ ଲକ୍ଷ ଟଙ୍କାର ତଦନ୍ତ ଆୟକର ବିଭାଗ କରୁଛି। ଜବତ କାଗଜପତ୍ରର ଯାଞ୍ଚ ଚାଲିଛି।
ଜଗତପୁରରେ ନକଲି ପାନମସଲା କାରଖାନାରେ ଚଢ଼ଉ, ବନ୍ଦ ଆଇସକ୍ରିମ୍ କମ୍ପାନି ପଛପଟେ ଚାଲୁଥିଲା ନକଲି କାରଖାନା
କଟକ-ଜଗତପୁର, ଜଗତପୁର ନୂତନ ଶିଳ୍ପାଞ୍ଚଳସ୍ଥିତ ଫେଜ୍-୩ରେ ଚାଲୁଥିବା ଏକ ନକଲି ପାନମସଲା(ଜର୍ଦ୍ଦା) କାରଖାନାରେ ଆଜି ପୁଲିସ ଚଢ଼ଉ କରିଛି। ଚଢ଼ଉ ସମୟରେ ବିପୁଳ ପରିମାଣରେ କଞ୍ଚାମାଲ୍, ପ୍ରସ୍ତୁତ ମସଲା ଓ ମେସିନ ଜବତ କରାଯାଇଛି। ତେବେ, ନକଲି କାରଖାନାର ମାଲିକ ଓ କର୍ମଚାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି।
ମିଳିଥିବା ତଥ୍ୟ ମୁତାବକ, ଜଗତପୁରର ନୂତନ ଶିଳ୍ପାଞ୍ଚଳ ଫେଜ୍-୩ର ଏକ ଅଚଳ ଆଇସକ୍ରିମ କମ୍ପାନି ପଛପଟ କୋଠାରେ ନକଲି ପାନମସଲା କମ୍ପାନି ଚାଲିଥିବା ନେଇ ପୁଲିସ ଖବର ପାଇଥିଲା। ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେର ଓ କଟକ ଜୋନ୍-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ସେଠାରେ ଚଢ଼ଉ କରିବା ପାଇଁ ପହଞ୍ଚିଥିଲା। ସେତେବେଳକୁ କାରଖାନାର ମାଲିକ ଓ କର୍ମଚାରୀମାନେ ଫେରାର୍ ହୋଇଯାଇଥିଲେ। ପୁଲିସ ଟିମ୍ ସେଠାରୁ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନମ୍ବର-୧ ବ୍ରାଣ୍ଡ୍ ପ୍ରିଣ୍ଟ୍ ଥିବା ପାନମସଲା, କଞ୍ଚାମାଲ, ବ୍ୟବହାର ହେଉଥିବା କେମିକାଲ ଏବଂ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମେସିନ ଜବତ କରିଥିଲା। ଜବତ କଞ୍ଚାମାଲ ମଧ୍ୟରେ ଅଳେଇଚ, ଗୁଜୁରାତି ଗୁଣ୍ଡ, ଗୁଆ, ମୁଲତାନ ମାଟି, ଜର୍ଦା ସାମଗ୍ରୀ ଥିବା ୪୦ରୁ ଅଧିକ ବସ୍ତା ତଥା ପ୍ରସ୍ତୁତ ହୋଇଥିବା ବିପୁଳ ପରିମାଣ ମସଲା ମିଳିଥିଲା।
ଏଠାରେ ପ୍ରସ୍ତୁତ ମସଲା ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ପଶ୍ଚିମବଙ୍ଗକୁ ବିକ୍ରି ପାଇଁ ପଠାଯାଉଥିବା ପୁଲିସକୁ ସୂଚନା ମିଳିଛି। ପୁଲିସ ତଦନ୍ତ ସମୟରେ ଏହି ପାନମସଲା କାରଖାନାର କୌଣସି ଟ୍ରେଡିଂ ଲାଇସେନ୍ସ ଓ ବ୍ୟାଚ ନମ୍ବର ନଥିବା ଜଣାପଡ଼ିଛି। ସାମଗ୍ରୀର ପ୍ରସ୍ତୁତି ଓ ଏକ୍ସପାୟାରି ତାରିଖ ଲେଖା ନଥିବାରୁ ଏହା ସମ୍ପୂର୍ଣ୍ଣ ବେଆଇନ କାରଖାନା ବୋଲି ପ୍ରମାଣ ମିଳିଛି। ଏ ସମ୍ପର୍କରେ ପୁଲିସ ଏକ ମାମଲା (୪୯୪/୨୦) ରୁଜୁ କରି ତଦନ୍ତ ଜାରି ରଖିଛି। ଖୁବ ଶୀଘ୍ର ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ଆଇଆଇସି ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି। | <urn:uuid:a7aa6d32-532c-44c2-a1ea-1ab225fb1184> | CC-MAIN-2021-04 | https://sambad.in/metro/secret-open-for-30-lakh-rupees-in-bag-590860/ | 2021-01-23T12:07:06Z | s3://commoncrawl/crawl-data/CC-MAIN-2021-04/segments/1610703537796.45/warc/CC-MAIN-20210123094754-20210123124754-00294.warc.gz | ory | 0.999876 | Orya | 1 | {"ory_Orya_score": 0.9998764991760254} |
ନୂଆ ଦିଲ୍ଲୀ ୦୪ ଏପ୍ରିଲ୍ (ଓଡ଼ିଆ ପୁଅ) ରବିବାର ଦିନ ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଏବଂ ସୁକମା ଜିଲ୍ଲା ସୀମାରେ ନକ୍ସଲମାନଙ୍କ ସହ ଏନକାଉଣ୍ଟର ପରେ ଆଉ ୧୭ ଯବାନଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଶନିବାର ବସ୍ତର ଅଞ୍ଚଳରେ ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟର ପରେ ୨୧ ଯବାନ ନିଖୋଜ ଥିଲେ, କିନ୍ତୁ ଆଜି ସର୍ଚ୍ଚ ଅପରେସନ ସମୟରେ ଏନକାଉଣ୍ଟର ସ୍ଥାନରୁ ଆହୁରି ୧୭ ଜଣ ଯବାନଙ୍କ ମୃତଦେହ ମିଳିଛି। ଏହିପରି, ନକ୍ସଲ ଆକ୍ରମଣରେ ଏପର୍ଯ୍ୟନ୍ତ ସମୁଦାୟ ୨୨ ଯବାନ ସହିଦ ହୋଇଛନ୍ତି। ସୂଚନାଯୋଗ୍ୟଯେ, ଗତକାଲି ପାଞ୍ଚଜଣ ଯବାନ ସହିଦ ହୋଇଥିଲେ ଏବଂ ପ୍ରାୟ ୩୦ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ବିଜାପୁରର ଏସପି କମଲୋଚାନ୍ କାଶ୍ୟପ ନିଶ୍ଚିତ କରିଛନ୍ତି ଯେ, ହତ୍ୟା ହୋଇଥିବା ଯବାନଙ୍କ ସଂଖ୍ୟା ୨୨ ରେ ପହଞ୍ଚିଛି ଏବଂ ଏହି ୧୫ ଟି ମୃତଦେହ ମଧ୍ୟରୁ ଆଜି ଉଦ୍ଧାର କରାଯାଇଛି ଏବଂ ଗତକାଲି ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟଯେ, ଛତିଶଗଡର ବିଜେପୁର ଏବଂ ସୁକମା ଜିଲ୍ଲା ଉପରେ ନକ୍ସଲ ସୀମାରେ ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟର ପରେ ୨୧ ଜଣ ଯବାନ ନିଖୋଜ ଅଛନ୍ତି ଏବଂ ସେମାନଙ୍କ ସନ୍ଧାନ ଚାଲିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ସୁରକ୍ଷା ବାହିନୀ ଦ୍ୱାରା ଘଟଣାସ୍ଥଳରୁ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନକ୍ସଲମାନେ ମଧ୍ୟ ଏହି ଏନକାଉଣ୍ଟରରେ ବହୁ ସଂଖ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
22 security personnel have lost their lives in the Naxal attack at Sukma-Bijapur in Chhattisgarh, says SP Bijapur, Kamalochan Kashyap
Visuals from the Sukma-Bijapur Naxal attack site pic.twitter.com/C3VvAdvjaN
— ANI (@ANI) April 4, 2021
ବାସ୍ତବରେ, ଶନିବାର ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ବସ୍ତର ଅଞ୍ଚଳର ଜୋନାଗୁଡା ଗ୍ରାମ ନିକଟରେ ନକ୍ସଲମାନଙ୍କ ପିପୁଲ୍ସ ଲିବରେସନ୍ ଗରିଲା ଆର୍ମି (ପିଏଲଜିଏ) ବାଟାଲିୟନ ଏବଂ ଟାରେମର ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଗୁଳିଚାଳନା ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏହି ଏନକାଉଣ୍ଟରରେ କୋବ୍ରା ବାଟାଲିୟନର ଜଣେ ଯବାନ, ବସ୍ତାରିଆ ବାଟାଲିୟନର ଦୁଇ ଜଣ ଯବାନ ଏବଂ DRG ର ଦୁଇ ଜଣ ଯବାନ (ସମୁଦାୟ ୫ ଜଣ ଯବାନ) ପ୍ରାଣ ହରାଇଥିଲେ ଏବଂ ୩୦ ଜଣ ଯବାନ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୭ ଜଣ ଯବାନଙ୍କୁ ରାୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ୨୩ ଜଣ ଯବାନଙ୍କୁ ବିଜାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ରିପୋର୍ଟରୁ ପ୍ରକାଶ।
ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହି ପ୍ରସଙ୍ଗରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଯବାନମାନଙ୍କ ଶହୀଦ ବୃଥା ଯିବ ନାହିଁ। ସେ କହିଛନ୍ତି, ୭ ଜଣ ଆହତ ସୁରକ୍ଷା କର୍ମୀଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ୨୧ ଜଣ ଯବାନ ନିଖୋଜ ଅଛନ୍ତି ଏବଂ ଉଦ୍ଧାରକାରୀ ଦଳ ସେମାନଙ୍କୁ ଖୋଜୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହାଙ୍କଠାରୁ ମୋତେ କଲ ଆସିଥିଲା। ସେ CRPF ର ମହାନିର୍ଦ୍ଦେଶକଙ୍କୁ ରାଜ୍ୟକୁ ପଠାଇଛନ୍ତି। ମୁଁ ସନ୍ଧ୍ୟାରେ ଛତିଶଗଡକୁ ଫେରିବି।
— ANI (@ANI) April 4, 2021
ସେ ଆହୁରି ମଧ୍ୟ କହିଛନ୍ତି, ନକ୍ସଲ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ୪ ଘଣ୍ଟିଆ ଗୁଳି ବିନିମୟ ହୋଇଥିଲା। ନକ୍ସଲମାନଙ୍କର ବହୁ କ୍ଷତି ହୋଇଛି। ଆମର ସୁରକ୍ଷା କର୍ମୀଙ୍କ ଶହୀଦ ବୃଥା ଯିବ ନାହିଁ। ସୂଚନାଯୋଗ୍ୟଯେ, ଆଜି ଅମିତ ଶାହା ଭୁପେଶ ବାଘେଲଙ୍କ ସହ ଫୋନରେ ସମସ୍ତ ସାହାଯ୍ୟ ବିଷୟରେ ନିଶ୍ଚିତ କରିଥିଲେ। ଅମିତ ଶାହା ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ କହିଥିଲେ ଯେ ଦେଶ ଶହୀଦମାନଙ୍କର ବଳିଦାନକୁ କେବେବି ଭୁଲି ପାରିବ ନାହିଁ।
On ground visuals from the site of Naxal attack at Sukma-Bijapur border in Chhattisgarh; 22 security personnel have lost their lives in the attack pic.twitter.com/sVCoyXIRwN
— ANI (@ANI) April 4, 2021 | <urn:uuid:4cf9c2d2-8dc3-4fa6-8f3c-8fa16b731310> | CC-MAIN-2021-17 | https://odiapua.com/22-security-personnel-have-lost-their-lives-in-the-naxal-attack-at-sukma-bijapur-in-chhattisgarh-says-sp-bijapur-kamalochan-kashyap/ | 2021-04-20T02:00:43Z | s3://commoncrawl/crawl-data/CC-MAIN-2021-17/segments/1618038921860.72/warc/CC-MAIN-20210419235235-20210420025235-00269.warc.gz | ory | 0.999971 | Orya | 1 | {"ory_Orya_score": 0.999970555305481} |
ନୂଆଦିଲ୍ଲୀ: କୃଷି ବିଲକୁ ନେଇ ସାରା ଦେଶରେ ଜାରି ରହିଛି ବିରୋଧ ପ୍ରଦର୍ଶନ । ଦିଲ୍ଲୀରୁ ପଞ୍ଜାବ ଯାଏ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଆଜି ଦେଶର ରାଜଧାନୀ ଦିଲ୍ଲୀର ଦିଲ୍ କୁହାଯାଉଥିବା ରାଜପଥରେ ବିରୋଧରେ ପ୍ରଦର୍ଶନ ବେଳେ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏକ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ । ପଞ୍ଜବ ଯୁବ କଂଗ୍ରେସ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
କୃଷି ବିଲକୁ ବିରୋଧ କରି କଂଗ୍ରେସ କର୍ମକର୍ତ୍ତା ଆଜି ସକାଳୁ ଇଣ୍ଡିଆ ଗେଟ୍ ଆଗରେ ବିରୋଧ ପ୍ରଦର୍ଶନ କରୁଥିଲେ । ଏତିକିବେଳେ ଏକ ଟ୍ରାକ୍ଟରକୁ ଜାଳି ଦେଇଥିଲେ ଆନ୍ଦୋଳନକାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।
ଦେଖନ୍ତୁ ଭିଡିଓ
— ANI (@ANI) September 28, 2020
ସେହିପରି କର୍ଣ୍ଣାଟକରେ କୃଷି ବିଲକୁ ବିରୋଧ କରି ରାଜ୍ୟବ୍ୟାପୀ ବନ୍ଦ ପାଳନ କରାଯାଉଛି । ଏଥିରେ ସାମିଲ ହୋଇଛନ୍ତି ବିଭିନ୍ନ କୃଷକ ସଂଗଠନ । ସମର୍ଥନ ଦେଇଛନ୍ତି ରାଜନୈତିକ ଦଳ । ବନ୍ଦ ରହିଛି ଦୋକାନ ବଜାର ଓ ଗାଡ଼ିମୋଟର ଚଳାଚଳ । ସେପଟେ ପଞ୍ଜାବରେ କୃଷି ବିଲ ବିରୋଧରେ ଅନଶନରେ ବସିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ।
Karnataka: All India Kisan Sabha & other orgs protest in front of Hemavathi statue in Hassan & hold bike rally, in protest against #FarmBills (now laws).
Farmers' orgs have called statewide bandh today against Farm Bills, land reform ordinances, amendments to APMC & labour laws pic.twitter.com/Wd4BlpAt4M
— ANI (@ANI) September 28, 2020
କୃଷି ବିଲକୁ ଗତକାଲି ମଞ୍ଜୁରୀ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାପରେ ବିଲ୍ ଆଇନରେ ପରିଣତ ହୋଇଛି । ବିଲରେ ଦସ୍ତଖତ ନକରିବା ପାଇଁ ରାଷ୍ଟ୍ରପତିଙ୍କୁ ଭେଟି ଅନୁରୋଧ କରିଥିଲେ ବିରୋଧୀ ଦଳ । | <urn:uuid:367268dc-2ed2-4a85-a540-b3ef4b8c5687> | CC-MAIN-2021-17 | https://odishasambad.in/protest-against-farm-laws-in-delhi-and-tractor-set-ablaze/ | 2021-04-19T15:53:41Z | s3://commoncrawl/crawl-data/CC-MAIN-2021-17/segments/1618038887646.69/warc/CC-MAIN-20210419142428-20210419172428-00439.warc.gz | ory | 0.999933 | Orya | 1 | {"ory_Orya_score": 0.9999328851699829} |
ଜେଜେ ମା' କଲେ କିସ୍, ଲାଜେଇ ଗଲେ ଜେଜେ, ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ: ପ୍ରେମର କୌଣସି ବୟସ ସୀମା ନଥାଏ। କୁନି ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଯାଏ, ସମସ୍ତଙ୍କର ଭଲପାଇବା କିଛି ନା କିଛି ନିଆରା। ଆଜିକାଲି ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ଲୋକଙ୍କର ହୃଦୟକୁ ଜିଣି ନେଇଛି।
ଏହି ଭିଡିଓରେ ଜଣେ ବୟସ୍କ ଦମ୍ପତି ଏକାଠି ତଳେ ବସିଛନ୍ତି। ଏହାରି ଭିତରେ ଜେଜେ ମା' ହଠାତ୍ ଜେଜେଙ୍କ ଗାଲକୁ କିସ୍ କରି ପକାଉଛନ୍ତି। ଏହା ପରେ ଜେଜେ ଲାଜେଇକି ନିଜ ମୁହଁକୁ ତଳକୁ କରିନେଇଛନ୍ତି। ଆଉ ସୋଶାଲ ମିଡିଆରେ ଏହି ଦୃଶ୍ୟ ଦେଖି ଲୋକେ ବହୁତ ଖୁସି ମଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଜେଜେ ମା' ମଧ୍ୟ ନିଜ ହସଭରା ମୁହଁକୁ ଅନ୍ୟ ଆଡ଼କୁ କରି ନେଉଛନ୍ତି।
View this post on Instagram
ଏହି ଭିଡିଓକୁ ଇନଷ୍ଟାଗ୍ରାମ୍ ପେଜ୍ @kethamma__avvaରେ ଶେଆର କରାଯାଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬୧ ମିଲିୟନରୁ ଅଧିକ ଲୋକେ ଦେଖି ସାରିଲେଣି। ଏହି ପେଜର ବାୟୋରେ କୁହାଯାଇଛି ଯେ ଏଠାରେ ଦର୍ଶକଙ୍କୁ ମଧ୍ୟବର୍ଗୀୟ ପରିବାରର କିଛି ମଜାଦାର ଏବଂ କମେଡି ଭିଡିଓ ମିଳିବ। ଏହି ପେଜକୁ ୧ଲକ୍ଷ ୧୧ହଜାରୁ ଅଧିକ ଲୋକେ ଫଲୋ କରିଛନ୍ତି।
View this post on Instagram
ବାସ୍ କେଇ ସେକେଣ୍ଡର ଏହି ଭିଡିଓ ସୋଶାଲ ମିଡିଆରେ ଲୋକଙ୍କ ହୃଦୟ ଜିଣି ନେଇଛି। ହଜାର ହଜାର ଲୋକେ ଜେଜେମା' ଓ ଜେଜେଙ୍କର ଏହି କ୍ଲିପ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲେଖିଛନ୍ତି, ପ୍ରକୃତ ଭଲପାଇବାର କୌଣସି ବୟସ ନଥାଏ। ଆଉ ଜଣେ କହିଛନ୍ତି, ଏହାକୁ ହିଁ ପ୍ରକୃତ ଭଲପାଇବା କୁହନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। | <urn:uuid:dcc39944-a0cb-4456-a710-df6758c80f9d> | CC-MAIN-2021-39 | https://odishareporter.in/social-media/viral/indian-old-couple-kissing-video-goes-viral-in-instagram-675699 | 2021-09-19T07:06:30Z | s3://commoncrawl/crawl-data/CC-MAIN-2021-39/segments/1631780056752.16/warc/CC-MAIN-20210919065755-20210919095755-00306.warc.gz | ory | 0.99968 | Orya | 1 | {"ory_Orya_score": 0.9996799230575562} |
ସାମ୍ନାକୁ ଆସିଲେ ଆଉ ଜଣେ କ୍ୟାଟ୍ରିନା!
ମୁମ୍ବାଇ: ସାମ୍ନାକୁ ଆସିଲେ ଆଉ ଜଣେ କ୍ୟାଟ୍ରିନା କୈଫ୍। ମିଳିଗଲେ ବି-ଟାଉନ୍ର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଡୁପ୍ଲିକେଟ୍। ଏହି ଡୁପ୍ଲିକେଟ୍ କ୍ୟାଟ୍ରିନାଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅଲିନା ରାୟ। ସେ ପୁରାପୁରି ଦେଖିବାକୁ କ୍ୟାଟ୍ରିନାଙ୍କ ଭଳି। ତାଙ୍କୁ ଯିଏ ଦେଖୁଛି ସିଏ ଚକିତ ହୋଇଯାଉଛି। କାରଣ ତାଙ୍କ ଆଖି, ନାକ, ପାଟି, ଚେହେରା ଠାରୁ ଆରମ୍ଭ କରି ତାଙ୍କ ଫିଗର ସବୁ କିଛି କ୍ୟାଟ୍ରିନାଙ୍କ ଭଳି ଦେଖାଯାଉଛି। ଇନ୍ଷ୍ଟାଗ୍ରାମରେ ସେ ଯେଉଁ ସବୁ ଫଟୋ ଅପ୍ଲୋଡ କରିଛନ୍ତି ତାକୁ ଦେଖିଲେ ଯେ କେହିବି ସିଏ କ୍ୟାଟ୍ରିନା କୈଫ ବୋଲି କହିବେ।
କ୍ୟାଟ୍ରିପା କୈଫ୍ଙ୍କ ଡୁପ୍ଲିକେଟ୍ ଅଲିନା ଇନ୍ଷ୍ଟାଗ୍ରାମରେ ନିଜକୁ ଅଭିନେତ୍ରୀ ଭାବେ ପରିଚୟ ଦେଇଛନ୍ତି। ତାଙ୍କ ଭିଡିଓ ଏବଂ ଫଟୋ ଏବେ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସୁଛି। ସେ ତିଆରି କରିଥିବା କିଛି ରିଲ୍ ଭିଡିଓ ମଧ୍ୟ ଏବେ ପପୁଲାର ହେବାରେ ଲାଗିଛି। କେବଳ ସେତିକି ନୁହେଁ ତାଙ୍କ ଫଲୋଅର୍ସ ସଂଖ୍ୟା ମଧ୍ୟ ବଢ଼ିଯାଇଛି।ତ
ସେପଟେ ଯଦି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ କଥା କୁହାଯାଏ ତେବେ, ସେ ଏବେ ଅଷ୍ଟ୍ରିଆରେ ଅଛନ୍ତି। ଫିଲ୍ମ 'ଟାଇଗର-୩'ର ସୁଟିଂ ପାଇଁ ସେ ସେଠାରେ ଡେରା ପକାଇଛନ୍ତି। ଏହି ଫିଲ୍ମରେ ସେ ପୁଣି ଥରେ ସଲମାନ ଖାନ୍ଙ୍କ ଅପୋଜିଟ୍ରେ ନଜର ଆସିବେ।
View this post on Instagram
View this post on Instagram
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। | <urn:uuid:08135678-0892-4c8e-a238-331013013f86> | CC-MAIN-2021-43 | https://odishareporter.in/entertainment/bollywood/katrina-kaif-doppelganger-alina-rai-video-will-surprise-you-680311 | 2021-10-24T12:43:37Z | s3://commoncrawl/crawl-data/CC-MAIN-2021-43/segments/1634323585997.77/warc/CC-MAIN-20211024111905-20211024141905-00613.warc.gz | ory | 0.999898 | Orya | 1 | {"ory_Orya_score": 0.9998977184295654} |
🦋ମିଛ ଆଉ ଛଳନା କୁ ଆପଣେଇ ଖେଳ ଖେଳୁ ଥିବା ଲୋକ ହୁଏତ ଅଳ୍ପ ସମୟ ଖୁସି ହୋଇପାରେ, କିନ୍ତୁ ପରିଶେଷରେ ସେ ସମସ୍ତଙ୍କ ଆଦର ଆଉ ସମ୍ମାନ ହରାଇ ସମସ୍ତ ଖୁସିକୁ ସବୁଦିନ ହରାଇ ବସେ ।
🦋ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ ଥାନ୍ତି ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିଥାଏ ।
🦋ଯାହାର ହୃଦୟ ସୁନ୍ଦର ଓ ପବିତ୍ର ଥାଏ ତାକୁ ସଂସାରର ପ୍ରତ୍ୟେକଟି ଜିନିଷ ସୁନ୍ଦର ଲାଗିଥାଏ, ଆଉ ଯାହାର ଭାବନା ଏବଂ ବିଚାର ଅସୁନ୍ଦର ତାକୁ ସଂସାରର ପ୍ରତ୍ୟେକଟି ସୁନ୍ଦର ଜିନିଷ ମଧ୍ୟ ଅସୁନ୍ଦର ଦେଖାଯାଏ ।
🦋କୌଣସି ପଦ ପଦବୀ ରେ ନଥାଇ ବି ଯିଏ ଗରିବ ର ଦୁଃଖ ରେ ସହାୟ ହୋଇଥାଏ ସେ ସବୁବେଳେ ପୂଜ୍ୟ ଓ ସମ୍ମାନ ର ହକଦାର ହୋଇଥାଏ ।
🦋ଖାଲି ସମ୍ପର୍କ ଟିଏ ଗଢିଦେଲେ ହେବନାହିଁ ସେଥିରେ ସଦଭାବନା ରହିବା ଦରକାର ଆଉ ଯେଉଁ Relation ରେ ସଦଭାବନା ନ ଥାଏ ସେ Relation ର ମାନେ ହିଁ କିଛି ନ ଥାଏ ।
୦୧.ସମୟ ଆଉ ସଂସ୍କାର ଏ ଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ କାରଣ ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ l
୦୨.ନିଜ ଉପରେ କିପରି ଭରଷା ରଖାଯାଏ ନଦୀ ପାଖରୁ ଶିଖ ଏହା ପାହାଡରୁ ବାହାରିବା ପରେ ପଚାରେ ନାହିଁ ଯେ ସମୁଦ୍ର କେତେ ବାଟ ଧର୍ଯ୍ୟ ଓ ସହନ ଶୀଳତା ହିଁ ସଫଳତା ଦେଇଥାଏ l
୦୩. ସତ୍ ଜ୍ଞାନ ଆହୋରଣ କର ଚିନ୍ତା ତୁମକୁ ଖାଇବା ଆଗରୁ ତୁମେ ତାହାର ବିନାଶ କର ।
୦୪.ଲକ୍ଷ୍ୟ ପୂର୍ବରୁ ତୁମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଚେଷ୍ଟାକର ଯେପରି ସମୟ ତୁମକୁ ଅସଫଳତା ଦେବା ପୂର୍ବରୁ ତୁମେ ତାକୁ ଅତିକ୍ରମ କରିଯିବ l
୦୫.ଉତ୍ତମ ସ୍ୱାସ୍ଥ୍ୟ, ମନ ମୋହିନୀ ସ୍ତ୍ରୀ, ଗୁଣବାନ ପୁତ୍ର, ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବନ୍ଧୁତା, ଭୟ ଶୂନ୍ୟ ସ୍ଥାନରେ ବସବାସ, ନିତ୍ୟ ଆୟ, ଅନ୍ନ ବସ୍ତ୍ରର ପ୍ରାଚୁର୍ଯ୍ୟ, ଅଭିଳଷିତ ଦ୍ରବ୍ୟପ୍ରାପ୍ତି ମହା ସୁଖକର ହୋଇଥାଏ l
୦୬. ଭଲ ସମୟ ସମସ୍ତଙ୍କ ପାଇଁ ଆସେ,ଅପେକ୍ଷା କରିବା ହିଁ ମୂଳ ଚାବିକାଠି ,ଇଶ୍ବରଙ୍କ ଦରବାରରେ କାହା ପାଇଁ ଅନ୍ୟାୟ ହୁଏନାହିଁ ଏହି ମର୍ମକୁ ବୁଝିପାରି ଜୀବନ ପଥରେ ଆଗେଇବା ଉଚିତ l
୦୭. ପବିତ୍ରତା ସତ୍ୟ ଓ ବିଶ୍ବାସ ଏବଂ ଉତ୍ତମମାତ୍ରାରେ ପୁର୍ଣ୍ଣମନୁଷ୍ୟ ଉନ୍ନତି ଧ୍ବଜା ହାତରେ ଧରି ଯେତେବଳେ ବଢି ଚାଲିବ ସେତେବେଳେ କେହି ତାର ପଥରୋଧ କରିପାରିବ ନାହିଁ ll
୦୮.କଥା କହିବାର ଶୈଳି ଏମିତି ରଖ ଯେ ଅନ୍ୟମାନେ ତୁମ କଥା ଶୁଣିବାକୁ ବ୍ୟାକୁଳ ହେବେ ।କଥା ଶୁଣିବାର ଶୈଳି ଏମିତି ରଖ ଯେ ଅନ୍ୟମାନେ ତୁମକୁ ପ୍ରତ୍ୟହ ତୁମ କଥା କହିବେ ।
୦୯. ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢିବାକୁ ହେବ ।ସମସ୍ୟା ଜୀବନର ଶେଷ ନୁହଁ ସେଇଠୁ ଏକ ନୂଆ ଜୀବନର ଆରମ୍ଭ ହୁଏ ଖାଲି ଧର୍ଯ୍ୟ ଧରିବା ଅବଶ୍ୟକ l
୧୦. ଶୀତ ସକାଳର କୁହୁଡି ବି ଆମକୁ ଏକ ଶିକ୍ଷା ଦିଏ ,ରାସ୍ତା ଯେତିକି ପର୍ଯ୍ୟନ୍ତ ଦେଖା ଯାଉଛି କିଛି ଚିନ୍ତାନକରି ସେତିକି ଯାଅ ସେଠି ପହଞ୍ଚିବା ପରେ ରାସ୍ତା ଆଗକୁ ଆପେ ଆପେ ଦେଖାଯିବ l
➡️ବହିଣା ସେ କେବେ କାହାକୁ ଦେଇନିକେବେ ସେ ଆସିବ ବୋଲିସମୟ ଓ ମୃତ୍ୟୁଏ ଦୁଇ ସଙ୍ଗାତନ ଜଣାଇ ଆସେ ଚାଲି ।
➡️ଜୀବନର ପ୍ରକୃତ ଆନନ୍ଦ ନେବା ନିମନ୍ତେ ଅନ୍ୟମାନଙ୍କର ଉପରେ ନିର୍ଭର ନ କରି ବରଂ ନିଜ ରାସ୍ତାରେ ଆଗେଇ ଚାଲ। କାରଣ ସମୟ ଯେ କେତେବେଳେ ପୂର୍ଣ୍ଣଛେଦ ପକାଇବ, ତାହା କେହି ଜାଣନ୍ତି ନାହିଁ।
➡️ଜୀବନରେ ସୁଖଶାନ୍ତି ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ୟକ.. ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ବୁଝିବା ଶକ୍ତି.. ଏହାକୁ ଯିଏ ପାଇଛି ସେ ସୁଖଶାନ୍ତି ରେ ରହିଛି l
➡️ଏହାର କୌଣସି Value ନାହିଁ ଯେ ତୁମେ କେତେ ଧୀର ଗତିରେ କାମ କରୁଛ। ଯେ ପର୍ଯ୍ୟନ୍ତ ତୁମେ ଅଟକି ନାହଁ, ସେ ପର୍ଯ୍ୟନ୍ତ ସଫଳତାର ଲକ୍ଷ୍ୟ ରହିଛି।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଆଜିର ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ🌹ଜୟମା ଲକ୍ଷ୍ମୀ,ଜୟ ହନୁମାନ🌹
🦋ମିଛ ଆଉ ଛଳନା କୁ ଆପଣେଇ ଖେଳ ଖେଳୁ ଥିବା ଲୋକ ହୁଏତ ଅଳ୍ପ ସମୟ ଖୁସି ହୋଇପାରେ, କିନ୍ତୁ ପରିଶେଷରେ ସେ ସମସ୍ତଙ୍କ ଆଦର ଆଉ ସମ୍ମାନ ହରାଇ ସମସ୍ତ ଖୁସିକୁ ସବୁଦିନ ହରାଇ ବସେ । | <urn:uuid:0a355213-acad-416d-a1b0-315f20c4f9b2> | CC-MAIN-2021-49 | https://www.satyasandhana.in/ajir-anuchinta-3/ | 2021-12-03T17:04:20Z | s3://commoncrawl/crawl-data/CC-MAIN-2021-49/segments/1637964362891.54/warc/CC-MAIN-20211203151849-20211203181849-00210.warc.gz | ory | 0.999996 | Orya | 1 | {"ory_Orya_score": 0.9999960660934448} |
କନକ ବ୍ୟୁରୋ : କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ସମଗ୍ର ଭାରତବର୍ଷରେ ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ଏକ ସ୍ୱତନ୍ତ୍ର ଶିକ୍ଷା ଜୋନ୍ ଗଠନ କରିବା ପାଇଁ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍ । ଆସାମର ଗୌହାଟି ଠାରେ ଆୟୋଜିତ ଉତ୍ତର-ପୂର୍ବ ଶିକ୍ଷା ସମ୍ମିଳନୀ ୨୦୨୧କୁ ଉଦଘାଟନ କରି ଏହା କହିଛନ୍ତି, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତନର ଲକ୍ଷ୍ୟକୁ ନେଇ ଆଗକୁ ବଢ଼ୁଛି । ଉତର-ପୂର୍ବରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ଦିଗ ଉପରେ ବିଚାର କରାଯାଉଛି । ନୂଆ ଶିକ୍ଷା ନୀତିରେ ଛାତ୍ରଛାତ୍ରୀମାନେ ବୃହତ ଲାଭାର୍ଥୀ ହେବେ । ପ୍ରାଥମିକ ଶିକ୍ଷା ସମୟରୁ ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଶିକ୍ଷା ଦେବା ସହ ଏକବିଂଶ ଶତାବ୍ଦୀରେ ଜ୍ଞାନ ଓ କୌଶଳ ସହିତ ପ୍ରସ୍ତୁତ କରିବା ସହ ଯୁବପିଢି ମାନଙ୍କୁ ବୈଶ୍ୱିକ ନାଗରିକ ପାଇଁ ପ୍ରସ୍ତୁତ କରିବାକୁ ଜାତୀୟ ଶିକ୍ଷା ନୀତି ପ୍ରାଧାନ୍ୟ ଦେଉଅଛି ।
The diversity of languages cannot be witnessed better than in our NE region with about 180 languages being spoken by tribes residing here. The NEP has amplified the potential of language in education.
Assam is going to be a laboratory for mother tongue-based education in India. pic.twitter.com/2QetCNkMz2
— Dharmendra Pradhan (@dpradhanbjp) November 20, 2021
ଜାତୀୟ ଶିକ୍ଷା ନୀତି ଭାରତୀୟ ଜ୍ଞାନ ପଦ୍ଧତି, ଆଂଚଳିକ ଭାଷା, କଳା ଏବଂ ସଂସ୍କୃତିକୁ ଏକତ୍ରୀକରଣ କରିବାରେ ଏକ ଜାଗରଣ ସୃଷ୍ଟି କରିବା ସହିତ ଆମର ବିବିଧତା ଓ ସଭ୍ୟତାକୁ ଉତ୍ସବମୁଖର କରିବା । ଉତର-ପୂର୍ବାଂଚଳ ଭାଷାର ବିବିଧତା ଠାରୁ ବଡ଼ ସାକ୍ଷୀ କେହି ହୋଇପାରିବେ ନାହିଁ । ଏହି ଉତର-ପୂର୍ବାଂଚଳରେ ପ୍ରାୟ ୧୮୦ଟି ଭାଷାଭାଷୀ କହୁଥିବା ଜନଜାତି ବସବାସ କରନ୍ତି ।ଜାତୀୟ ଶିକ୍ଷା ନୀତି ଶିକ୍ଷାରେ ଭାଷାର ସମ୍ଭାବନାକୁ ବୃଦ୍ଧି କରିଛି ।
Guided by PM Shri @narendramodi's vision, we are charting a roadmap for creating Special Education Zones to bring about educational equity in the country.
The immense potential of Guwahati can be harnessed to make it an educational hub for the north-east and the country. pic.twitter.com/zfd8P91eBW
— Dharmendra Pradhan (@dpradhanbjp) November 20, 2021
ଭାରତରେ ମାତୃଭାଷା ଆଧାରିତ ଶିକ୍ଷା ପାଇଁ ଆସାମ ଏକ ଗନ୍ତାଘର ହେବାକୁ ଯାଉଛି । ଆସାମ ମୁଖ୍ୟମନ୍ତ୍ରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପରି ପ୍ରମୁଖ କ୍ଷେତ୍ରଗୁଡିକୁ ପ୍ରାଥମିକତା ଦେଇଛନ୍ତି ଏବଂ ସରକାରଙ୍କ ସେୟାରକୁ ଶିକ୍ଷା ପାଇଁ ଜିଡିପିର ୬ ପ୍ରତିଶତ ବୃଦ୍ଧି କରିଛନ୍ତି । ଅପାର ସମ୍ଭାବନାର ଉତର-ପୂର୍ବ ରାଜ୍ୟ ସମୂହ ଏବଂ ଦେଶର ଶିକ୍ଷା କ୍ଷେତ୍ରରେ ଗୌହ୍ୱାଟୀ ପେଣ୍ଠସ୍ଥଳି ହୋଇପାରିବ । ଗୋହ୍ୱାଟୀରେ ଆୟୋଜିତ ଦୁଇଦିନିଆ ଶିକ୍ଷା ସମ୍ମିଳନୀ ଯୁବପିଢ଼ିଙ୍କ ପାଇଁ ଏକ ଉତମ ଭବିଷ୍ୟତ ନିଶ୍ଚିତ କରିବାରେ ଫଳପ୍ରଦ ହେବ ।
ଶଙ୍କରଦେବ ଏଜୁକେସନ ଏବଂ ରିସର୍ଚ୍ଚ ଫାଉଣ୍ଡେସନ(ଏସଇଆରଏଫ) ଏବଂ ଆସାମା ସରକାରଙ୍କ ଦ୍ୱାରା ଏହି ଉତର-ପୂର୍ବ ଶିକ୍ଷା ସମ୍ମିଳନୀ ଆୟୋଜନ କରାଯାଇଛି । ଏହି ଉଦଘାଟନୀ କନକ୍ଲେଭରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଆସାମ ଶିକ୍ଷା ମନ୍ତ୍ରୀ ରନୋଜ ପେଗୁ, ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସେହିପରି ଦେଶର ଅନେକ ଶିକ୍ଷାବିତ, ଉତର-ପୂର୍ବାଂଚଳର ୮ଟି ରାଜ୍ୟର ଶିକ୍ଷା ପରାମର୍ଶଦାତା, କେନ୍ଦ୍ରୀୟ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରମୁଖ ମହାନୁଭବମାନେ ଏହି କନକ୍ଲେଭରେ ଯୋଗଦେଇଛନ୍ତି । | <urn:uuid:7ac1fd3d-237f-4c58-888a-92a2e74b15a3> | CC-MAIN-2021-49 | https://kanaknews.com/special-education-zones-to-bring-about-educational-equity-in-the-country/ | 2021-11-28T02:45:55Z | s3://commoncrawl/crawl-data/CC-MAIN-2021-49/segments/1637964358443.87/warc/CC-MAIN-20211128013650-20211128043650-00454.warc.gz | ory | 0.999973 | Orya | 1 | {"ory_Orya_score": 0.9999734163284302} |
🦋ମିଛ ଆଉ ଛଳନା କୁ ଆପଣେଇ ଖେଳ ଖେଳୁ ଥିବା ଲୋକ ହୁଏତ ଅଳ୍ପ ସମୟ ଖୁସି ହୋଇପାରେ, କିନ୍ତୁ ପରିଶେଷରେ ସେ ସମସ୍ତଙ୍କ ଆଦର ଆଉ ସମ୍ମାନ ହରାଇ ସମସ୍ତ ଖୁସିକୁ ସବୁଦିନ ହରାଇ ବସେ ।
🦋ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ ଥାନ୍ତି ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିଥାଏ ।
🦋ଯାହାର ହୃଦୟ ସୁନ୍ଦର ଓ ପବିତ୍ର ଥାଏ ତାକୁ ସଂସାରର ପ୍ରତ୍ୟେକଟି ଜିନିଷ ସୁନ୍ଦର ଲାଗିଥାଏ, ଆଉ ଯାହାର ଭାବନା ଏବଂ ବିଚାର ଅସୁନ୍ଦର ତାକୁ ସଂସାରର ପ୍ରତ୍ୟେକଟି ସୁନ୍ଦର ଜିନିଷ ମଧ୍ୟ ଅସୁନ୍ଦର ଦେଖାଯାଏ ।
🦋କୌଣସି ପଦ ପଦବୀ ରେ ନଥାଇ ବି ଯିଏ ଗରିବ ର ଦୁଃଖ ରେ ସହାୟ ହୋଇଥାଏ ସେ ସବୁବେଳେ ପୂଜ୍ୟ ଓ ସମ୍ମାନ ର ହକଦାର ହୋଇଥାଏ ।
🦋ଖାଲି ସମ୍ପର୍କ ଟିଏ ଗଢିଦେଲେ ହେବନାହିଁ ସେଥିରେ ସଦଭାବନା ରହିବା ଦରକାର ଆଉ ଯେଉଁ Relation ରେ ସଦଭାବନା ନ ଥାଏ ସେ Relation ର ମାନେ ହିଁ କିଛି ନ ଥାଏ ।
ଅଦ୍ୟ ଅକ୍ଟୋବର ମାସ ୧୯ ତାରିଖ ୨୦୨୧ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୮
ସାଲ-୧୪୨୯
ସମ୍ବତ୍ସର-ରାକ୍ଷସ
ଆଶ୍ଵିନ୍ୟ – ଶୁକ୍ଳପକ୍ଷ
ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୭/୧୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା
ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ ୧୨/୫୯ ପର୍ଯ୍ୟନ୍ତ ତଦନ୍ତେ ରେବତୀ
ଚନ୍ଦ୍ର- ମୀନ
ଯୋଗ- ବ୍ୟାଘାତ
କରଣ – ଗର
ସୌରମାସ- ତୁଳା ୦୩ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୭/୩୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୩୧
*✧═════•❁❀
ଯୋଗିନୀ ପଶ୍ଚିମେ ରାତ୍ରି ଘ ୦୭/୧୦ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ
ମକର ରାଶିର ଘାତବାର
ଧନୁ ରାଶିର ଘାତଚନ୍ଦ୍ର
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳ। -ଦିବା ଘ୧୨/୫୫ ଗତେ ଘ୦୨/୨୩ ମଧ୍ୟେ
ବାରବେଳ।- ଦିବା ଘ ୦୭/୧୫ ଗତେ ଘ୦୮/୪୧ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୩୭ ମଧ୍ୟେ ଓ ଘ୦୮/୪୨ ଗତେ ଘ୧୧/୪୨ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୫/୪୨ ଗତେ ଘ୦୭/୪୨ ମଧ୍ୟେ*
═✧══•❁❀❁•═════✧
ଅଦ୍ୟ ବିରି ରତ୍ରିବ ଘ୦୭/୧୦ ଗତେ ଆମିଷ ଭକ୍ଷଣ ନିଷେଧ
ଆଜିର ରାଶିଫଳ꧂🌹🌼*
✧═════•❁❀❁•═════✧
🌹👉ମେଷ
ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ।
✧═════•❁❀❁•═════✧
🌹👉ବୃଷ
ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହେବାର ସମ୍ଭାବନା ରହିଛି ।ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମକରି ବିଜୟହେବେ। ଦୃଢ଼ତାର ସହ ପାରିବାରିକ ଶୃଙ୍ଖଳା ରକ୍ଷାକରି ସମାଲୋଚିତ ହୋଇ ପାରନ୍ତି। ମାଲିମକଦ୍ଦମା ଓ ବିବାଦ ସମାଧାନ ହୋଇଯିବ।
✧═════•❁❀❁•═════✧
🌹👉ମିଥୁନ
ଆଜି ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଆବଶ୍ୟକ ସମୟରେ ପାଖରେ ନ ଥିବା ଜିନିଷଟି ପାଇଁ ବିବାଦ ବଢ଼ିପାରନ୍ତି।ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ପୂର୍ବ ଯୋଜନା ମୁତାବକ କର୍ମରେ ନିଯୁକ୍ତ ହେବେ। ପାରିବାରିକ କ୍ଷେତ୍ରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି।
✧═════•❁❀❁•═════✧
🌹👉କର୍କଟ
ଆଜି ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।କର୍ମକ୍ଷେତ୍ରରେ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ନୂତନ କର୍ମାରମ୍ଭ ସମସ୍ତଙ୍କ ସହଯୋଗ ଭିତ୍ତିରେ ପ୍ରୀତିପଦ ହେବ। ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରିବେ।
✧═════•❁❀❁•═════✧
🌹👉ସିଂହ
ଆଜି ଦିନରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ *ହୋଇପାରନ୍ତି।ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍ ବୁଝିବେ।
ଆଜିର ଆନୁଷ୍ଠାନିକ କାମରେ ଉପକୃତ ହୋଇପାରନ୍ତି।
✧═════•❁❀❁•═════✧
🌹👉କନ୍ୟା
ବାରମ୍ବାର କାନକୁହା କଥା ଶୁଣି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯାଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ।ଖର୍ଚ୍ଚାଧିକ କାରଣରୁ ମନସ୍ତାପ ହୋଇପାରେ। ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
✧═════•❁❀❁•═════✧
🌹👉ତୁଳା
ଆଜି ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ହାତକୁ ନେଇଥିବା ଯୋଜନାଗୁଡିକ ଠିକ୍ଭାବେ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ।
ବିଗତ ଦିନଗୁଡ଼ିକରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍ ସମାଧାନ ହୋଇଯିବ। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
✧═════•❁❀❁•═════✧
🌹👉ବିଛା
ଆଜି ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସ୍ଥଗିତ କାମକୁ ପୂରା ଦମ୍ରେ କରିବାପାଇଁ ନିଷ୍ପତ୍ତି ନେବେ ।ଆପଣ ଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବ। ରଚନାମତ୍କ କାର୍ଯ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ।
✧═════•❁❀❁•═════✧
🌹👉ଧନୁ
ଆଜି ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ । ସମସ୍ୟା ସମାଧାନ ପାଇଁ କଚେରି ମାମଲାରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ।
✧═════•❁❀❁•═════✧
🌹👉ମକର
ଆଜି ଆପଣ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ସାମାଜିକ କିମ୍ବା ରାଜନୈତିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
✧═════•❁❀❁•═════✧
🌹👉କୁମ୍ଭ
ଆଜି କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ବନ୍ଧୁ କିମ୍ବା ସହକର୍ମୀଙ୍କ ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ। କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବନ୍ଧୁ ମାନଙ୍କ ସାହାଯ୍ୟ ଦରକାର ପଡିପାରେ। କର୍ମକ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇରହିଛି କାର୍ଯ୍ୟ କଲେ ଉପକୃତ ହେବେ।
✧═════•❁❀❁•═════✧
🌹👉ମୀନ
ଆଜି ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିପାରେ।ଅତୀତ କଥାକୁ ନେଇ ଗୁଡାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରିବେ। | <urn:uuid:558d8a36-0360-49d3-b867-05b108692d4a> | CC-MAIN-2021-49 | https://onakhabar.com/ajira-anuchinta-146/ | 2021-12-05T20:41:31Z | s3://commoncrawl/crawl-data/CC-MAIN-2021-49/segments/1637964363216.90/warc/CC-MAIN-20211205191620-20211205221620-00419.warc.gz | ory | 0.99996 | Orya | 1 | {"ory_Orya_score": 0.9999600648880005} |
ପ୍ରିୟବ୍ରତ ସାହୁ
Stories by Priyabrata Sahu
Kandhamal
ଗର୍ଭବତୀଙ୍କୁ ଯତ୍ନ ନା'ରେ ଯାତନା!
ଦାରିଙ୍ଗିବାଡିସ୍ଥିତ 'ମା ଗୃହ'ରେ ଆନୁସଙ୍ଗିକ ସୁବିଧା ସୁଯୋଗ ନାହିଁ। ଏଠାକୁ ଆସୁଥିବା ଗର୍ଭବତୀ ମହିଳାମାନେ ଶୌଚାଳୟ ପାଇଁ ପ୍ରତିଦିନ ସକାଳୁ ବାହାରକୁ ଚାଲି ଚାଲି ଯାଉଛନ୍ତି।
Nov 27,2021, 8:00 AM IST
Kandhamal
ମୋହରା ସାଜିଲେ ମହିଳା; ସ୍ୱାବାଲମ୍ବୀ ନାଁରେ ଦେଢ଼ କୋଟି ଟଙ୍କା ଠକେଇ
ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଭୁବନେଶ୍ୱରରୁ ଆସିଥିବା କିଛି ଲୋକ ନିଜକୁ ପ୍ରାଥମିକ ବୁଣାକାର ସମବାୟ ସମିତିର ପରିଚାଳନା ପରିଷଦର ଅଧିକାରୀ କହି ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରତ୍ୟେକ ଗ୍ରୁପ୍ ଠାରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି।
Nov 21,2021, 6:39 AM IST
National Press Day 2021
ନିଆରା ଢଙ୍ଗରେ ଜାତୀୟ ପ୍ରେସ ଦିବସ ପାଳନ କଲେ ଦୁଇ ଯୁବ ସାମ୍ବାଦିକ
ଛୋଟ ଛୋଟ ପିଲାଙ୍କୁ ଏହି ଅବସରରେ ବହି, ଖାତା, ପେନ, ପେନସିଲ ଓ ବିସ୍କୁଟ ଆଦି ଅତିଥିଙ୍କ ଦ୍ଵାରା ପ୍ରଦାନ କରିଥିଲେ ।
Nov 17,2021, 11:54 AM IST
BJD worker
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନା ପ୍ରଧାନମନ୍ତ୍ରୀ?
ଭାଇରାଲ ଭିଡ଼ିଓଟିରୁ ସ୍ପଷ୍ଟଭାବେ ଜଣାପଡୁଛି ଯେ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟକ୍ରମ ଚାଲିଛି। ଯେଉଁଠି ଜଣେ କର୍ମୀ ବୋଧ ହୁଏ ନୂଆରେ ଦଳରେ ଯୋଗ ଦେଇଥିଲେ।
Nov 6,2021, 14:29 PM IST
Kandhamal
ଜୁଆ ଆଡ୍ଡାରେ ପୋଲିସ ରେଡ୍; ୧୭ ଗିରଫ, ବିପୁଳ ଟଙ୍କା ଜବତ
ଚଢଉ ବେଳେ ୧୭ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ପୋଲିସ ନଗଦ ୬୨ ହଜାର ୮୬୦ ଟଙ୍କା ସମେତ ୯ ଟି ମୋବାଇଲ ଜବତ କରିଛି।
Nov 5,2021, 11:22 AM IST
Kandhamal
ବିଜେଡି ନେତାଙ୍କୁ ସ୍ୱଚ୍ଛ ଭାରତର ପାଠ ପଢ଼ାଇଲେ କଲେଜ ଛାତ୍ର
ଦଳୀୟ ପର୍ବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଆଇନ ଓ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ।
Oct 31,2021, 15:58 PM IST
covid guideline
ଆଇନ ଭାଙ୍ଗିଲେ ଆଇନ ମନ୍ତ୍ରୀ
ଦୁଇ ଦିନିଆ ଦାରିଙ୍ଗବାଡି ଗ୍ରସ୍ତରେ ଆସିଥିଲେ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଦାରିଙ୍ଗବାଡି ବ୍ଲକ ପରିସରରେ ଆୟୋଜିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକରେ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Oct 30,2021, 7:30 AM IST
Odisha Minister
ଆଇନ ମନ୍ତ୍ରୀଙ୍କୁ ବିରୋଧ ଭୟ! କଂଗ୍ରେସ, ବିଜେପି କର୍ମୀ ଥାନାରେ ଅଟକ
ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନିଆ ଦାରିଙ୍ଗବାଡ଼ି ଗସ୍ତରେ ଆସିଛନ୍ତି। ସେ ଦୁଇ ଦିନ ଧରି ଦାରିଙ୍ଗବାଡ଼ି ଅଂଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।
Oct 29,2021, 10:58 AM IST
Kandhamal
ରଙ୍ଗୀନ ରାତିରେ ଫିକା ପଡିଲା କୋରୋନା କଟକଣା
ଦାରିଙ୍ଗବାଡିରେ ଗଜଲଷ୍ମୀ ପୂଜା କମିଟି ତରଫରୁ ଆୟୋଜିତ ହୋଇଥିଲା ଏଭଳି କାର୍ଯ୍ୟକ୍ରମ। ସରକାର ନିରାଡ଼ମ୍ବର ଭାବେ ପୂଜା ପାର୍ବଣ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏଠି ପାଳନ ହୋଇନଥିବା ଦେଖିବାକୁ ମିଳିଥିଲା।
Oct 24,2021, 10:20 AM IST
Kandhamal
ମାନବିକତାର ପରିଚୟ ଦେଇ ଅସହାୟର ସାହା ହେଲେ ଜଗନ୍ନାଥ
ଅସହାୟ ଯୁବକ ବିମଳ ନାୟକ ଦୀର୍ଘ ଦିନ ଅସୁସ୍ଥ ହେବା ପରେ ମାନସିକ ଭାବେ ଦୁର୍ବଳ ହୋଇ ପଡିଛନ୍ତି। ତାଙ୍କର ପ୍ରକୃତ ଘର ଦାରିଙ୍ଗବାଡ଼ି ବ୍ଲକ ବୁରାଙ୍ଗିଆ ଗାଁରେ ବୋଲି କହୁଥିବା ବେଳେ ତାଙ୍କୁ କିଛି ଦୁର୍ବୃର୍ତ୍ତ ଲିଙ୍ଗାଗଡ଼ ପଂଚାୟତ ବେଟିକଲା ଗାଁରେ ମାଡ ମାରିବା ସହ ବିଦ୍ୟୁତ ଖୁଣ୍ଟରେ ଚଢାଇ ତାଙ୍କ ହାତକୁ ଆଘାତ ପହଞ୍ଚାଇ ଥିଲେ।
Oct 13,2021, 6:50 AM IST | <urn:uuid:4ac59e36-c98d-4d86-94a0-319f5bbf0781> | CC-MAIN-2021-49 | https://zeenews.india.com/hindi/author/priyabrata-sahu | 2021-11-28T19:55:43Z | s3://commoncrawl/crawl-data/CC-MAIN-2021-49/segments/1637964358591.95/warc/CC-MAIN-20211128194436-20211128224436-00040.warc.gz | ory | 0.999794 | Orya | 1 | {"ory_Orya_score": 0.9997937083244324} |
ମଧୁମେହ ରୋଗରେ ଟମାଟୋର ଉପକାରିତା:
ମଧୁମେହ ରୋଗୀମାନେ ଟମାଟୋ ଖାଇବା ଉଚିତ କି ନାହିଁ, ଅନେକ ଲୋକ ଏ ବିଷୟରେ ବହୁତ ଦ୍ୱନ୍ଦ୍ୱରେ ରହିଛନ୍ତି। ବିଶେଷଜ୍ଞମାନେ ଏହି ପ୍ରସଙ୍ଗରେ କ'ଣ କୁହନ୍ତି ଆସନ୍ତୁ ଜାଣିବା ।
ମଧୁମେହ ରୋଗରେ ଟମାଟୋର ଉପକାରିତା:
ମଧୁମେହ ରୋଗୀମାନେ ଟମାଟୋ ଖାଇବା ଉଚିତ କି ନୁହେଁ, ଅନେକ ଲୋକ ଏ ବିଷୟରେ ବହୁତ ଦ୍ୱନ୍ଦ୍ୱରେ ରହିଛନ୍ତି। ଏହାର କାରଣ ହେଉଛି ଅନେକ ଥର କିଛି ନବୁଝି ନସୁଝି ଚିନ୍ତା ନକରି ଜିନିଷ ଖାଇବା ଦ୍ୱାରା ଶରୀରରେ ରକ୍ତରେ ସୁଗାର୍ ର ଲେଭେଲ୍ ବୃଦ୍ଧି ହେବାର ଡର ମନରେ ରହିଥାଏ ।
ଡାକ୍ତରୀ ବିଶେଷଜ୍ଞମାନଙ୍କ ଅନୁଯାୟୀ, ଟମାଟୋ ଲାଇକୋପିନ୍ର ଏକ ସମୃଦ୍ଧ ଉତ୍ସ ଅଟେ। ଯେଉଁ କାରଣରୁ ମାନବ ଟିସୁରେ ମିଳୁଥିବା କାରୋଟିନଏଡ୍ ତିଆରି ହୋଇଥାଏ । ଏହାର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି । ଟମାଟୋରେ କମ୍ ଇଣ୍ଡେକ୍ସ ରହିଥାଏ, ଯେଉଁଥିପାଇଁ ଏହା ବ୍ଲଡ ସୁଗାରରେ ଆସୁଥିବା ସ୍ପାଇକ କୁ ବନ୍ଦ କରିଦେଇଥାଏ।
ମଧୁମେହ ରୋଗରେ ଟମାଟୋ ଖାଇବାର ଲାଭ:-
ଟମାଟୋରେ ପୋଟାସିୟମ୍, ଭିଟାମିନ୍ ସି, ବିଟା-କାରୋଟିନ୍, ଫ୍ଲାଭୋନାଏଡ୍, ଫୋଲେଟ୍ ଏବଂ ଅନ୍ୟାନ୍ୟ ଭିଟାମିନ୍ ରହିଥାଏ । ପ୍ରତିଦିନ ୨୦୦ ଗ୍ରାମ କଞ୍ଚା ଟମାଟୋ ଖାଇବା ଦ୍ୱାରା ରକ୍ତଚାପ ସନ୍ତୁଳିତ ରହିଥାଏ ।ଏହାର ବ୍ୟବହାର ଟାଇପ୍-୨ ମଧୁମେହକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଟମାଟୋ ଖାଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ, ଯଦି ଏହାକୁ ସେମାନେ କଞ୍ଚା ଖାଆନ୍ତି ତ।
ମଧୁମେହରେ ଟମାଟୋ ଖାଇବାର ଫାଇଦା, କାର୍ବୋହାଇଡ୍ରେଟରେ କମ୍:-
ଟମାଟୋରେ କମ୍ କାର୍ବୋହାଇଡ୍ରେଟ୍ ମିଳିଥାଏ।କାର୍ବୋହାଇଡ୍ରେଟ୍ସ, ବିଶେଷତ ପ୍ରୋସେସ୍ଡ କାର୍ବସ୍ ଶୀଘ୍ର ହଜମ ହୋଇଥାଏ ଏବଂ ହଠାତ୍ ରକ୍ତରେ ସୁଗାର୍ ଲେଭେଲ୍ ବୃଦ୍ଧି ପାଇଥାଏ । ଯାହାକି ଶରୀରକୁ କ୍ଷତି ପହଞ୍ଚାଇଥାଏ, ସେହି ସମୟରେ, ଟମାଟୋର କାର୍ବୋହାଇଡ୍ରେଟ୍ ଧୀରେ ଧୀରେ ହଜମ ହୁଏ, ଯେଉଁ କାରଣରୁ ବ୍ରଡ୍ ରେ ସୁଗାର୍ ଲେଭେଲ୍ ନିୟନ୍ତ୍ରଣରେ ରହିଥାଏ।
ଭିଟାମିନ୍ ସି ର ଭଣ୍ଡାର:-
ଟମାଟୋ ହେଉଛି ଭିଟାମିନ୍ ସି ର ଭଣ୍ଡାର ।ଯେଉଁଥିପାଇଁ ଶରୀରର ଇମ୍ୟୁନ୍ ସିଷ୍ଟମ୍ ଷ୍ଟ୍ରଙ୍ଗ୍ ହୋଇଥାଏ। ଏହା ଶରୀରକୁ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ । ଏହା ଶରୀରକୁ କ୍ଷତ ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଶରୀରର ଓଜନକୁ କଣ୍ଟ୍ରୋଲ୍ କରିଥାଏ :-
ଟମାଟୋ ଶରୀରର ଓଜନକୁ କଣ୍ଟ୍ରୋଲ୍ କରିବାରେ ସାହାଯ୍ୟ କରିଥାଏ। ଏହାର କାରଣ ଏହା ହୋଇଥାଏ କି ଟମାଟୋରେ କମ୍ କ୍ୟାଲୋରି ମିଳିଥାଏ, ଯାହା ଓଜନକୁ ନିୟନ୍ତ୍ରଣ କରିଥାଏ। ଓଜନକୁ କଣ୍ଟ୍ରୋଲ୍ ରେ ରଖିଲେ ମଧୁମେହ ମଧ୍ୟ ଅନେକ ମାତ୍ରାରେ ଆପେ ଆପେ କଣ୍ଟ୍ରୋଲ କୁ ଆସିଯାଇଥାଏ।
ହାର୍ଟ ଆଟାକ୍ କୁ ମଧ୍ୟ ରୋକିଥାଏ :-
ଟମାଟୋରେ ଲାଇକୋପିନ୍ ନାମକ ଏକ ଉପାଦାନ ମିଳିଥାଏ, ଯେଉଁଥିପାଇଁ ଟମାଟୋର ରଙ୍ଗ ଲାଲ ହୋଇଥାଏ । ଏହି ଉପାଦାନ ହେତୁ, ହାର୍ଟ ଶକ୍ତି ପାଇଥାଏ ଏବଂ ଏହାର କାର୍ଯ୍ୟକୁ ସଠିକ୍ ଭାବରେ କରିବାକୁ ସକ୍ଷମ ହୋଇଥାଏ । ଯେଉଁଥିପାଇଁ ହୃଦଘାତର ଆଶଙ୍କା ସ୍ୱୟଂଚାଳିତ ଭାବରେ କମିଯାଏ ।
ରକ୍ତ କଣିକାକୁ ସୁସ୍ଥ ରଖିଥାଏ:-
ଟମାଟୋରେ ପୋଟାସିୟମ୍ ରହିଥାଏ,ଯାହା ରକ୍ତ କୋଷକୁ ସୁସ୍ଥ ରଖିବାରେ ବହୁତ ସାହାଯ୍ୟ କରିଥାଏ । ବାସ୍ତବରେ, ପୋଟାସିୟମ୍ ରକ୍ତ ନଳୀକୁ ବିସ୍ତାର କରିବାରେ ସାହାଯ୍ୟ କରିଥାଏ।ଯେଉଁଥିପାଇଁ ଶରୀରରେ ରକ୍ତ ପ୍ରବାହ ସଠିକ୍ ରହିଥାଏ । ଏହା ଶରୀରକୁ ଫିଟ୍ ରଖେ ଏବଂ ରୋଗରୁ ମଧ୍ୟ ରକ୍ଷା କରିଥାଏ । | <urn:uuid:dd6b2d79-dd0b-4230-8fbb-2e7bb8c8212c> | CC-MAIN-2022-21 | https://odiasambada.com/2022/01/15/find-out-if-you-should-eat-tomatoes-for-diabetes/ | 2022-05-26T21:34:46Z | s3://commoncrawl/crawl-data/CC-MAIN-2022-21/segments/1652662625600.87/warc/CC-MAIN-20220526193923-20220526223923-00039.warc.gz | ory | 0.999995 | Orya | 1 | {"ory_Orya_score": 0.9999954700469971} |
ଭୁବନେଶ୍ୱର: ଭୟଙ୍କର ମହାବାତ୍ୟା ଫନି ପ୍ରଭାବରେ ଓଡ଼ିଶାରେ ଅସମ୍ଭବ କ୍ଷୟକ୍ଷତି ଘଟିଛି । ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ବୁଲି ଦେଖିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାତ୍ୟା ବିଧ୍ୱସ୍ତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିଥିଲେ । ପରିଦର୍ଶନ କରିବା ପରେ ବିମାନବନ୍ଦରରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ।
PM Narendra Modi conducts aerial survey of #Cyclonefani affected areas in Odisha. Governor Ganeshi Lal, CM Naveen Patnaik and Union Minister Dharmendra Pradhan also present. pic.twitter.com/ZO9XkRC7kK
— ANI (@ANI) May 6, 2019
ଗଣମାଧ୍ୟମକୁ ସୂଚନାଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ମୁଖ୍ୟମନ୍ତ୍ରୀ ବାତ୍ୟା ଲାଗି ଭଲ କାର୍ଯ୍ୟ କରିଛନ୍ତି ଏଥିରେ କେନ୍ଦ୍ର ସହଯୋଗ କରିବାକୁ ପ୍ରସ୍ତୁତ । ଓଡ଼ିଶା ସରକାର ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରୀତ କରିବା କାର୍ଯ୍ୟକୁ ପ୍ରଧାମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି । ଏଥିଲାଗି ସେ ମୁଖ୍ୟମନ୍ତ୍ର୍ୀ ନବୀନ ପଟ୍ଟନାୟକ, ଓଡ଼ିଶା ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
କେନ୍ଦ୍ରସରକାର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ପୁନରୁଥାନ କାର୍ଯ୍ୟ କରିବାକୁ ଆହୁରି ୧୦୦୦ କୋଟି ଟଙ୍କା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ବାତ୍ୟା ପୂର୍ବରୁ କେନ୍ଦ୍ରସରକାର ୩୪୧ କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲେ ।
— ANI (@ANI) May 6, 2019
ଆଜି ଏହି ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଭୟଙ୍କର ବାତ୍ୟାରେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତିମାନଙ୍କ ପରିବାରକୁ କେନ୍ଦ୍ରସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । | <urn:uuid:b0dcd2f3-def2-4645-9f02-8765fb100a9a> | CC-MAIN-2022-40 | https://odishasambad.in/pm-modi-conducted-aerial-survey-of-cyclone-fani-in-odisha/ | 2022-10-01T10:56:04Z | s3://commoncrawl/crawl-data/CC-MAIN-2022-40/segments/1664030335609.53/warc/CC-MAIN-20221001101652-20221001131652-00672.warc.gz | ory | 1.000006 | Orya | 1 | {"ory_Orya_score": 1.0000057220458984} |
ଆଜି ରାଜ୍ୟ କ୍ୟାବିନେଟ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର
ଆଜି ରାଜ୍ୟ କ୍ୟାବିନେଟ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ(State Cabinet Meeting) ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢ଼େ 5ଟାରେ ବୈଠକ ବସିବ । ମୁଖ୍ୟମନ୍ତ୍ରୀ(CM Naveen Patnaik) ଭିସି ଜରିଆରେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବେ । କ୍ୟାବିନେଟ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଏଥିରେ ଯୋଡି ହେବେ । ବୈଠକରେ ରାଜ୍ୟ ସ୍ବାର୍ଥ ସମ୍ବଳିତ 10ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି ।
ଆଗକୁ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଣିବେ ସରକାର । ବୈଠକରେ ପଞ୍ଚାୟତିରାଜ, ପାନୀୟଜଳ, ମହିଳା ଏବଂ ଶିଶୁ ବିକାଶ, ସ୍ବାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ, ଆଇନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ଗତ କ୍ୟାବିନେଟ ବୈଠକ ଅଗଷ୍ଟ 12 ତାରିଖରେ ବସିଥିଲା । ରାଜ୍ୟ କ୍ୟାବିନେଟରେ 17 ପ୍ରସ୍ତାବକୁ ମଞ୍ଜୁରୀ ହୋଇଥିଲା ।
ମିଶନ ଶକ୍ତି, ପାନୀୟ ଜଳ, ଜଳସେଚନ, ଶିଳ୍ପ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ କ୍ୟାବିନେଟ । ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଆହୁରି 6 ବର୍ଷ ଲାଗି ସମ୍ପ୍ରସାରିତ କରାଯାଇଛି । ଏଥିପାଇଁ 2808 କୋଟି ଟଙ୍କା ଖର୍ଚ୍ଚ କରାଯିବ । 19 ଟି ଜିଲ୍ଲାର 142 ବ୍ଲକରେ ଏହା କାର୍ଯ୍ୟକାରୀ କରାଯିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀ ଓ କ୍ଷୁଦ୍ର ଏବଂ ନାମକୁ ମାତ୍ର ଚାଷୀ ମିଲେଟ ମିଶନ ଦ୍ବାରା ଉପକୃତ ହେବ । ଜିଲ୍ଲା ଯୋଜନା କମିଟି ଆଇନ 1998ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଥିଲା ।
ରାଜ୍ୟ ରାଜସ୍ବ ସେବା କ୍ୟାଡର ସଂଖ୍ୟା ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଥିଲା । 4 ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଞ୍ଜୁରୀ ମିଳିଛି । ସେହିପରି କ୍ୟାବିନେଟ୍ ବୈଠକରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା । କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ବର, ରେମୁଣାରେ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା । ଓଏମସି ସହ କଳିଙ୍ଗ ଆଇରନ ଓ୍ବାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଥିଲା ।
ଇଟିଭି ଭାରତ, ଭୁବନେଶ୍ବର | <urn:uuid:df9645da-b68e-40b1-b1e0-9c03bdd32152> | CC-MAIN-2022-40 | https://www.etvbharat.com/oriya/odisha/city/bhubaneswar/state-cabinet-meeting-to-be-held-today/or20220922073910550550737 | 2022-10-01T04:45:10Z | s3://commoncrawl/crawl-data/CC-MAIN-2022-40/segments/1664030335530.56/warc/CC-MAIN-20221001035148-20221001065148-00271.warc.gz | ory | 0.99999 | Orya | 1 | {"ory_Orya_score": 0.9999896287918091} |
ଜୀବନ ଯୁଦ୍ଧରେ ହାରିଗଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ
Updated on: Sep 21, 2022, 11:34 AM IST
ଜୀବନ ଯୁଦ୍ଧରେ ହାରିଗଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ
Updated on: Sep 21, 2022, 11:34 AM IST
ହାଇଦ୍ରାବାଦ: ଜୀବନ ଯୁଦ୍ଧରେ ହାରିଗଲେ କମେଡି ଦୁନିଆର ବେତାଜ ବାଦଶାହା । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ରେ ଭର୍ତ୍ତି ହୋଇଥିବା ଭେଟେରାନ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର 58 ବର୍ଷ ବୟସରେ ଦେହାନ୍ତ ହୋଇଛି । କେବଳ ଫିଲ୍ମ ନୁହେଁ କମେଡି ଦୁନିଆରେ ସେ ଥିଲେ ବାଦଶାହା । ବିଭିନ୍ନ ରିୟଲିଟି ସୋ'ରେ ତାଙ୍କ କମେଡିକୁ ଖୁବ ପସନ୍ଦ କରୁଥିଲେ ଦର୍ଶକ । ହସାଇ ହସାଇ ଦର୍ଶକଙ୍କୁ ବେଦମ କରୁଥିବା ରାଜୁ ହଠାତ ଏମିତି କନ୍ଦେଇ ଚାଲିଯିବେ କେହି ବିଶ୍ବାସ କରିପାରୁନାହାନ୍ତି ।
ରାଜୁ ଶ୍ରୀବାସ୍ତବଙ୍କର ଅଗଷ୍ଟ 10ରେ ହୃଦଘାତ ହୋଇଥିଲା । ଜିମରେ ୱାର୍କଆଉଟ ବେଳେ ଅସୁସ୍ଥ ହୋଇ ପଡିଥିଲେ । ଛାତିରେ ଯନ୍ତ୍ରଣା ଯୋଗୁଁ ହଠାତ୍ ତଳେ ପଡି ଯାଇଥିଲେ । ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କର ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିଲେ । ଦୀର୍ଘ 42 ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିଲେ ରାଜୁ । ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା । ହେଲେ ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ କୌଣସି ଉନ୍ନତି ଆସୁନଥିଲା କି ତାଙ୍କ ଚେତା ଫେରୁନଥିଲା ।
ରାଜୁ ଫିଟନେସର ଯତ୍ନ ନେଉଥିଲେ
ରାଜୁ ଶ୍ରୀବାସ୍ତବ ତାଙ୍କ ଫିଟନେସର ଯତ୍ନ ନେଉଥିଲେ । ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ ଏବଂ ପ୍ରଶଂସକଙ୍କୁ ହସାଇବା ତାଙ୍କର ଲକ୍ଷ୍ୟ ଥିଲା । ଆପଣ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଅନେକ ମଜାଳିଆ ମଜାଳିଆ ଭିଡିଓ ଦେଖିବାକୁ ପାଇବେ । ରାଜୁ ଶ୍ରୀବାସ୍ତବ ବର୍ତ୍ତମାନ ଏହି ବ୍ୟଙ୍ଗ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କ ସ୍ମୃତିରେ ରହିବେ । ରାଜୁ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ।
ରାଜୁ କମେଡି ସୋ'ରୁ ସ୍ୱୀକୃତି ପାଇଥିଲେ
ରାଜୁ ଶ୍ରୀବାସ୍ତବ ଶୋବିଜ୍ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ଥିଲା । ସେ ଅନେକ ଚଳଚ୍ଚିତ୍ର ଏବଂ ସୋ'ରେ କାମ କରିଥିଲେ । ରାଜୁ ରିଆଲିଟି ସୋ'ରେ ମଧ୍ୟ ଭାଗ ନେଇଥିଲେ । ରାଜୁ କମେଡି ସୋ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜରୁ ତାଙ୍କର ସ୍ୱୀକୃତି ପାଇଲେ । ଏହି ସୋ'ର ସଫଳତା ପରେ ରାଜୁ ଆଉ ପଛକୁ ଚାହିଁ ନଥିଲେ । ରାଜୁ ଶ୍ରୀବାସ୍ତବ ଜଣେ ଅଭିନେତା, ହାସ୍ୟ ଅଭିନେତା ତଥା ଜଣେ ନେତା ଥିଲେ। ସେ ବିଜେପି ସହ ଜଡିତ ଥିଲେ । ରାଜୁ କୌଣସି ଗଡଫାଦର ବିନା ଏତେ ସଫଳତା ହାସଲ କରିବା ପ୍ରେରଣାଦାୟକ ଅଟେ ।
ରାଜୁ ଶ୍ରୀବାସ୍ତବଙ୍କ ଚଳଚ୍ଚିତ୍ର
ରାଜୁ ଶ୍ରୀବାସ୍ତବ ୧୯୮୦ ମସିହାରୁ ବଲିଉଡ୍ ସହ ଯୋଡ଼ି ହୋଇରହିଥିଲେ । ତାଙ୍କୁ 'ବାଜିଗର୍' ଓ 'ମେନେ ପ୍ୟାର୍ କିୟା' ପରି ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କୁ 'ବିଗ୍ବସ୍' ସିଜିନ୍-୩ରେ ବି ଦେଖିବାକୁ ମିଳିଥିଲା । ଏହା ସହିତ ରାଜୁ ଆମଦାନି ଆଠାନି ଖର୍ଚ୍ଚା ରୁପୈୟା, ମେଁ ପ୍ରେମ୍ କୀ ଦିୱାନୀ ହୁଁ ଓ ବମ୍ବେ ଟୁ ଗୋଆ ପ୍ରଭୃତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । | <urn:uuid:2cbf787f-7dd2-4c70-a7ec-b2a46cde5c7e> | CC-MAIN-2022-40 | https://www.etvbharat.com/oriya/odisha/entertainment/movie/comedian-raju-srivastava-passes-away-in-delhi-at-the-age-of-58/or20220921104901631631165 | 2022-10-01T06:08:11Z | s3://commoncrawl/crawl-data/CC-MAIN-2022-40/segments/1664030335530.56/warc/CC-MAIN-20221001035148-20221001065148-00271.warc.gz | ory | 0.999996 | Orya | 1 | {"ory_Orya_score": 0.9999959468841553} |
ଚଢ଼ା ଦରରେ ସାର ବିକ୍ରି ଅଭିଯୋଗ, ଗଜପତିରେ ଚାଷୀ ନିରାଶ
Updated on: Sep 19, 2022, 6:05 AM IST
ଚଢ଼ା ଦରରେ ସାର ବିକ୍ରି ଅଭିଯୋଗ, ଗଜପତିରେ ଚାଷୀ ନିରାଶ
Updated on: Sep 19, 2022, 6:05 AM IST
ଗଜପତି: ଚାଷୀଙ୍କ ପାଇଁ ଚିନ୍ତା ପାଲଟିଛି ଜମିରେ ସାର ପକାଇବା । ଦରକାର ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ମିଳିପାରୁନଥିବାରୁ ଚାଷୀଙ୍କ ବ୍ୟାକୁଳତା ବଢ଼ିବାରେ ଲାଗିଛି । ଫଳରେ ଗଜପତି ଜିଲ୍ଲାରେ ଅଭାବୀ ସାର ବିକ୍ରିର ଅଭିଯୋଗ ହୋଇଛି । ପ୍ରତି ପ୍ୟାକେଟ ସାର ପିଛା ସରକାରୀ ଧାର୍ଯ୍ୟ ମୂଲ୍ୟର ଦୁଇଗୁଣ ଦରରେ ବିକ୍ରି କରାଯାଉଛି(Rising prices of fertilisers) । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଚଷାପୁଅ । ସରକାର ସମବାୟ ସମିତି ମାଧ୍ୟମରେ ଯେତିକି ସାର ଯୋଗାଇ ଦେଉଛନ୍ତି ତାହା ନିଅଣ୍ଟ ପଡୁଛି । ତେଣୁ ଚାଷୀମାନେ ଚଢ଼ା ଦରରେ ବାହାରୁ କିଣିବାକୁ ବାଧ୍ୟ ହେଉଛନ୍ତି ।
ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲାରେ ଚଢା ଦରରେ ସାର ବିକ୍ରି ହେଉଥିବା କଥାକୁ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ସ୍ବୀକାର କରିବାସହ ଆବଶ୍ୟକୀୟ କର୍ମଚାରୀ ଅଭାବ ଯୋଗୁଁ ଚଢଉ କରିବା କଷ୍ଟର ହେଉଥିବା କହିଛନ୍ତି । ସୂଚନା ଅନୁସାରେ ଜିଲ୍ଲାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ । ସେଥିରୁ ରୋଜଗାର କରି ପରିବାର ଚଳାଇଥାନ୍ତି । ହେଲେ ଏବେ ସାର ଅଭାବୀ ଦେଖା ଦେବାରୁ ଆନ୍ଧ୍ର ସୀମାରେ ଥିବା ଏହି ଜିଲ୍ଲାର ଚାଷୀମାନେ ସବୁ ବେଳେ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି ।
କେତେବେଳେ ଏଥିପାଇଁ ପ୍ରକୃତି ଦାୟୀ ତ ଆଉ କେତେବେଳେ ସରକାରୀ ବ୍ୟବସ୍ଥା ଦାୟୀ । ତେଣୁ ଏଠାକାର ଚାଷୀ ପୁରୁଷପୁରୁଷ ଧରି ଚାଷ କରି ଆସୁଥିଲେ ମଧ୍ୟ ଆଜି ଯାଏଁ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ କିଛି ବର୍ଷ ହେଲା ଅଦିନିଆ ବର୍ଷା କିମ୍ବା ଅଳ୍ପ ବୃଷ୍ଟି ଯୋଗୁଁ ଚାଷୀମାନେ କ୍ଷତି ସହିଥିଲେ । ଚଳିତ ବର୍ଷ ପାଗ ଅନୁକୂଳ ରହିଛି । ତେଣୁ ନିଜ କ୍ଷେତରେ ଭଲ ଫସଲ କରିବା ଋଣ ପରିଶୋଧ କରିବେ ବୋଲି ଚାଷୀମାନେ ଦିନ ରାତି ଏକାଠି କରିଦେଇଥିଲେ । ହେଲେ ଠିକ୍ ସାର ପକାଇବା ସମୟରେ ସାର ଅଭାବି ବିକ୍ରି ସେମାନଙ୍କୁ ଚିନ୍ତାରେ ପକାଇଛି । ସରକାର ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ସାର ଯୋଗାଇ ଦେଉଛନ୍ତି । ହେଲେ ତାହା ପର୍ଯ୍ୟାପ୍ତ ହେଉନାହିଁ ।
ଫଳରେ ବାହାର ଡିଲରଙ୍କ ଠାରୁ ସାର କିଣିବାକୁ ପଡୁଛି । ଏହାର ଫାଇଦା ନେଇ ଡିଲରମାନେ ପ୍ରକୃତ ମୂଲ୍ୟର ଦୁଇଗୁଣାରେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏହାକୁ କିଣିବାକୁ ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି କିଣିବାକୁ ବାଧ୍ୟ ହେଉଛନ୍ତି । ନହେଲେ ଜମିରେ ଲାଗିଥିବା ଧାନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ୟୁରିଆର ଦର ସରକାରୀ ଭାବେ 264ଟଙ୍କା ରହିଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ଏହା 4ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ।
ସେହିଭଳି ଡିଏଫଇ ସାର 11ଶହ ଟଙ୍କା ରହିଥିବା ବେଳେ 16ଶହ ଏବଂ ପଟାସ୍ 9ଶହ ଟଙ୍କା ରହିଥବାବେଳେ 17ଶହ ଟଙ୍କାରେ ବିକ୍ରି ହେଉଥିବା ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ କହିଛନ୍ତି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଏହି ବର୍ଦ୍ଧିତ ଦର ପଛରେ ବଡ ବ୍ୟବସାୟୀଙ୍କ ହାତ ରହିଥିବା କହିଛନ୍ତି ଡିଲର । ସେମାନଙ୍କ କହିବା ହେଲା ଚଳିତ ବର୍ଷ ଯେଉଁଠାରୁ ଆମେ ସାର କିଣିଛୁ ସେହିମାନେ ସାର ସହ ଏକ କେମିକାଲ୍ ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି । ଯଦି ଏହାକୁ କେହି ଚାଷୀ ମନାକରେ ତେବେ ସାର ଦିଆଯିବ ନାହିଁ ବୋଲି କହୁଛନ୍ତି ।
ଏନେଇ ଜିଲ୍ଲା କୃଷି ଉପନିର୍ଦ୍ଦଶେକ କୈଳାଶ ଚନ୍ଦ୍ର ବେହେରାଙ୍କ ସହ ଯେଗାଯୋଗ କରାଯିବାରେ ଜିଲ୍ଲାରେ ଚଢା ଦରରେ ସାର ବିକ୍ରି ହେଉଥିବା କଥାକୁ ସ୍ବୀକାର କରିଥିଲେ । ଏହାସହ ଆବଶ୍ୟକୀୟ କର୍ମଚାରୀ ଅଭାବ ଯୋଗୁଁ ଚଢଉ କରିବା କଷ୍ଟର ହେଉଥିବା କହିଛନ୍ତି । ତଥାପି ବିଭିନ୍ନ ଡିଲର ପଏଣ୍ଟରେ ଚଢଉ କରି ତଦାରଖ କରାଯାଇଛି । ଜିଲ୍ଲାର 139 ବିକ୍ରୟ କେନ୍ଦ୍ର ପରିଦର୍ଶନ କରାଯାଇଥିବା ବେଳେ 12ଟି କେନ୍ଦ୍ରରେ ବର୍ଦ୍ଧିତ ଦରରେ ବିକ୍ରି ହେଉଥିବା ନଜରକୁ ଆସିଛି । ସେମାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଜଣକର ଲାଇସେନ୍ସ ରଦ୍ଦ ମଧ୍ୟ କରାଯାଇଥିବା ସେ ସୂଚନା ଦେଇଛନ୍ତି । କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ମନୁଷ୍ୟକୃତ ବିପର୍ଯ୍ୟୟ ଯୋଗୁଁ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ରଶାସନ ସାରର ଅଭାବୀ ବିକ୍ରି ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ଇଟିଭି ଭାରତ, ଗଜପତି | <urn:uuid:6bc8cb7e-0880-47ba-9333-5e857dcadc5f> | CC-MAIN-2022-49 | https://www.etvbharat.com/oriya/odisha/state/gajapati/rising-prices-of-fertilisers-worry-farmers-in-gajapati/or20220918223502712712920 | 2022-11-26T22:32:28Z | s3://commoncrawl/crawl-data/CC-MAIN-2022-49/segments/1669446709929.63/warc/CC-MAIN-20221126212945-20221127002945-00752.warc.gz | ory | 0.999996 | Orya | 1 | {"ory_Orya_score": 0.9999955892562866} |
ଭୁବନେଶ୍ୱର, ୨୯।୧୦(କ୍ରୀଡ଼ା ପ୍ରତିନିଧି)-
ରାଜ୍ୟରେ ଫୁଟ୍ବଲର ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ଉଦ୍ୟମ କରିଆସିଥିବା ୟୁନିଟ୍-୬ ଆଥ୍ଲେଟିକ୍ ଆସୋସିଏଶନ ପକ୍ଷରୁ ଏବେ ଆଉ ଏକ ପଦକ୍ଷେପ ହାତକୁ ନିଆଯାଇଛି। ଲୋକଲୋଚନକୁ ଆସିପାରୁ ନ ଥିବା ଫୁଟବଲ ପ୍ରତିଭାର ବିକାଶ ପାଇଁ ଆସୋସିଏଶନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ଗତ ଜୁନ୍ ମାସରୁ ପିଲାମାନଙ୍କୁ ମାଗଣାରେ ଟ୍ରେନିଂ ଦିଆଯିବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ୟୁନିଟ-୬ ହାଇସ୍କୁଲ ପଡ଼ିଆରେ ପ୍ରତି ଶନିବାର ଏବଂ ରବିବାର ଅପରାହ୍ନରେ ପିଲାମାନଙ୍କୁ ମାଗଣାରେ ଟିଫିନ୍ ଦିଆଯିବା ସହ ଆବଶ୍ୟକ ଖେଳ ସମ୍ପର୍କିତ ଟିପ୍ସ ଦିଆଯାଉଛି। ଆସୋସିଏଶନର ସଭାପତି ତପନ ମହାନ୍ତି ଏବଂ ସମ୍ପାଦକ ଦିଲୀପ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି। ଉପସଭାପତି ତଥା ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ପ୍ରଫୁଲ୍ଲ ମିଶ୍ର ଆବଶ୍ୟକସ୍ଥଳେ ପିଲାମାନଙ୍କୁ ଫୁଟ୍ବଲର ବିଭିନ୍ନ ନିୟମ ସମ୍ପର୍କରେ ଅବଗତ କରାଉଛନ୍ତି। ରାଜ୍ୟର ପୂର୍ବତନ ଖେଳାଳି ତଥା ଷ୍ଟେଟ୍ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ଦତ୍ତ ପିଲାମାନଙ୍କୁ ଟ୍ରେନିଂ ଦେଉଛନ୍ତି। ପୂର୍ବରୁ କଲ୍ୟାଣ ୟୁନିଟ୍-୬ ଆସୋସିଏଶନରେ ଟ୍ରେନିଂ ଦେଇ ଏକ ଦଳ ଗଠନ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଏହି ଦଳ ଭଲ ପ୍ରଦର୍ଶନ କରି ଏଜି ଭଳି ଦଳକୁ ପରାସ୍ତ କରିଥିଲା। ଏବେ ଅବସର ପରେ ସେ ସେହି ୟୁନିଟ୍-୬ରେ ପିଲାମାନଙ୍କୁ ଟ୍ରେନିଂ ଦେଇ ଆଉ ଏକ ଦଳ ଗଠନ ପ୍ରୟାସରେ ରହିଛନ୍ତି। ବିଶେଷକରି ୧୩ ବର୍ଷରୁ କମ୍ ଦଳ ଗଠନ କରି ଆନ୍ତଃସ୍କୁଲ ପରି ବିଭିନ୍ନ ଟୁର୍ନାମେଣ୍ଟରେ ଖେଳାଇବା ତାଙ୍କର ଇଚ୍ଛା ରହିଛି। ଏହା ବ୍ୟତୀତ ସିନିୟରସ୍ତରରେ ଆଉ ଏକ ଟିମ୍ ଗଢ଼ି ସର୍ବଭାରତୀୟ ଟୁର୍ନାମେଣ୍ଟଗୁଡ଼ିକରେ ଭାଗନେବା ତାଙ୍କ ଲକ୍ଷ୍ୟ ରହିଛି। କଲ୍ୟାଣ ରାଜ୍ୟ ପକ୍ଷରୁ ଖେଳିବା ସହ ଷ୍ଟେଟ୍ବ୍ୟାଙ୍କ ତରଫରୁ କଟକ ଲିଗ୍ରେ ପ୍ରତିନିଧିତ୍ୱ କରିଥିଲେ। କଟକ ଲିଗ୍ରେ ସେ ରାଧାରମଣ, ରାଇଜିଂ ଷ୍ଟାର ଆଦି ଦଳ ପକ୍ଷରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି। ନିଜ ସମୟରେ ସେ ରାଇଜିଂ ଷ୍ଟାରକୁ ୩ଟି ସିଲ୍ଡ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେତେବେଳେ ଏହା ଏକ ବିରଳ ସଫଳତା ଥିଲା ବୋଲି କଲ୍ୟାଣ କହିଛନ୍ତି।
"ଛୋଟପିଲାମାନଙ୍କୁ ନେଇ ଟ୍ରେନିଂ ଆରମ୍ଭ ହୋଇଛି। ଏମାନେ ୟୁନିଟ୍-୬ର ଭବିଷ୍ୟତ। ଏବେ ମୋ ନିକଟରେ ୩୫ରୁ ୪୦ ପିଲା ଟ୍ରେନିଂ ନେଉଛନ୍ତି। ବିଶେଷକରି ବଲ୍କୁ ରିସିଭ୍ କରିବା, ନିୟନ୍ତ୍ରଣରେ ରଖିବା, ଜଗଲିଂ, ଶରୀରକୁ ଫିଟ୍ ରଖିବା ପାଇଁ ଆବଶ୍ୟକ ବ୍ୟାୟାମ ଆଦି ଏଠାରେ ଶିଖାଯାଉଛି। ପ୍ରଥମେ ଫିଟ୍ନେସ୍ ଏବଂ ପରେ ସେମାନଙ୍କୁ ଫୁଟ୍ବଲର ମୌଳିକ ଶିକ୍ଷା ଦିଆଯିବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହା ବିଗ୍ନିଂ ଷ୍ଟେଜ୍ ହୋଇଥିଲେ ହେଁ ପିଲାମାନେ ଭଲ ରିସିଭ୍ କରୁଛନ୍ତି। ଫିଟ୍ନେସ ସ୍ତର ବଢ଼ିଲେ ସେମାନେ ଆହୁରି ଭଲ କରିବେ" ବୋଲି କଲ୍ୟାଣ ପ୍ରକାଶ କରିଛନ୍ତି। ଏଠାରେ ଭଲ ପିଲା ମିଳିଲେ ଆମେ ତାଙ୍କୁ କୋଚିଂ ଦେଇ ଯେପରି ଭାରତୀୟ ଦଳରେ ସ୍ଥାନ ପାଇବେ ତା' ଉପରେ ଧ୍ୟାନ ଦେବୁ। ସ୍ପୋଟର୍ସ ହଷ୍ଟେଲ ଚୟନ ପାଇଁ ମଧ୍ୟ ପିଲା ଉପଲବ୍ଧ ହୋଇପାରିବେ।
ଆସୋସିଏଶନ ସମ୍ପାଦକ ଦିଲୀପ ମଧ୍ୟ କ୍ୟାମ୍ପ୍କୁ ନେଇ ବେଶ୍ ଆଶାବାଦୀ। 'ଗତ ୫ ମାସ ହେଲା କ୍ୟାମ୍ପ୍ ଆରମ୍ଭ ହୋଇଛି। ଏବେ ପାଖାପାଖି ୪୦ ପିଲା ଆମ ନିକଟରେ ଅଛନ୍ତି। ଏଠାରେ ଟ୍ରେନିଂ ନେଇ ଆମ ପିଲାମାନେ ଯେପରି ଆଇ-ଲିଗ୍ କିମ୍ବା ଆଇଏସ୍ଏଲ ଦଳରେ ସାମିଲ ହୋଇପାରିବେ ତା' ଉପରେ ଧ୍ୟାନ ଦେବୁ। ମୋଟାମୋଟି ଫୁଟ୍ବଲରେ ଓଡ଼ିଶାର ପିଲାମାନେ ଯେପରି ନାଁ ରଖିପାରିବେ ତା' ଉପରେ ଆମେ ଫୋକସ କରିବୁ। ପୂର୍ବତନ ରାଜ୍ୟ ଖେଳାଳି କଲ୍ୟାଣ ଦତ୍ତ ପୂରା ସମୟ ଦେଇ ପିଲାଙ୍କୁ ଟ୍ରେନିଂ ଦେଉଛନ୍ତି। ଏଠାରେ ଆବଶ୍ୟକ ସରଞ୍ଜାମ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି। ଭବିଷ୍ୟତରେ କିଛି ପ୍ରତିଭାସମ୍ପନ୍ନ ପିଲାଙ୍କୁ ଏଠାରେ ରଖି ମାଗଣାରେ ଟ୍ରେନିଂ ଦେବା ସହ ସେମାନଙ୍କ ପାଠପଢ଼ା ଦାୟିତ୍ୱ ମଧ୍ୟ ଆମେ ବୁଝିବାକୁ ଲକ୍ଷ୍ୟ ରଖିଛୁ। ଟ୍ରେନିଂ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ପିଲାମାନେ ଆସୁଛନ୍ତି। ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏବେ ସପ୍ତାହକୁ ୨ ଦିନ ଟ୍ରେନିଂ ଦେଉଛୁ, ଭବିଷ୍ୟତରେ ଏହାକୁ ନିୟମିତ କରିବାକୁ ଚେଷ୍ଟା କରୁଛୁ। ପିଲାଙ୍କ ମଧ୍ୟରେ ମ୍ୟାଚ୍ ମଧ୍ୟ ହେଉଛି। ଫଳରେ ବ୍ୟକ୍ତିଗତ ଭାବେ ପ୍ରଦର୍ଶନର ସ୍ତର ବଢ଼ାଇବା ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ବଢ଼ୁଛି" ବୋଲି ଦିଲୀପ କହିଛନ୍ତି।
ଫୁଟ୍ବଲ ପ୍ରତିଭାର ବିକାଶ ପାଇଁ ଅଭିନବ ଉଦ୍ୟମ
ଭୁବନେଶ୍ୱର, ୨୯।୧୦(କ୍ରୀଡ଼ା ପ୍ରତିନିଧି)- | <urn:uuid:3251411b-60a7-49e4-89c7-0dbbc191698e> | CC-MAIN-2023-14 | https://www.dharitri.com/%E0%AC%AB%E0%AD%81%E0%AC%9F%E0%AD%8D%E2%80%8C%E0%AC%AC%E0%AC%B2-%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%E0%AC%AD%E0%AC%BE%E0%AC%B0-%E0%AC%AC%E0%AC%BF%E0%AC%95%E0%AC%BE%E0%AC%B6-%E0%AC%AA/ | 2023-04-01T04:27:33Z | s3://commoncrawl/crawl-data/CC-MAIN-2023-14/segments/1679296949701.0/warc/CC-MAIN-20230401032604-20230401062604-00059.warc.gz | ory | 0.999993 | Orya | 1 | {"ory_Orya_score": 0.999993085861206} |
ଗେଲପୁର ଛକରେ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଚାଲିଗଲା ଜୀବନ
8/02/2023 at 12:52 PM
ଭଦ୍ରକ ୦୮।୦୨ : ଭଦ୍ରକ ଗେଲପୁର ଛକରେ ଦୁର୍ଘଟଣା । ଚାଲିଗଲା ଆଉ ଏକ ଜୀବନ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ ଗ୍ରାମାଞ୍ଚଳ ଥାନା ଅଧିନ ଗେଲପୁର ଛକରେ ଏକ ଦୁର୍ଘଟଣା ଘଟିଛି । ଏହା ହାଇଓ୍ୱା ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ଦୁର୍ଘଟଣା ପରେ ହାଇଓ୍ୱାଟି ଫେରାର ହୋଇଥିବା ବେଳେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
Related Posts
ଗେଟ୍ ଖୋଲିଲେନି ଘର ମାଲିକ, ରାତିଅଧରେ ହଟହଟା ହେଲେ ମଡେଲ
26 March 2023
ଓଭରଲୋଡିଂ ହେଲା କାଳ, ବାଲି ଗାଡିଠୁ ଆଦାୟ ହେଲା ଲକ୍ଷେ ଫାଇନ୍
26 March 2023
ସହର ଭିତରେ ପଶିଲେ ୧୨ ଟିକିଆ ହାତୀପଲ, ଲୋକେ ଭୟଭୀତ
26 March 2023 | <urn:uuid:f3274a2d-7133-4e28-a79f-ad79da90a678> | CC-MAIN-2023-14 | https://www.prameyanews7.com/road-durghatana-in-bhadrak-5/ | 2023-03-26T05:42:24Z | s3://commoncrawl/crawl-data/CC-MAIN-2023-14/segments/1679296945433.92/warc/CC-MAIN-20230326044821-20230326074821-00555.warc.gz | ory | 0.999871 | Orya | 1 | {"ory_Orya_score": 0.999871015548706} |
ଇତି ତୁମ ଚନ୍ଦ୍ରକାନ୍ତ
ଇତି ତୁମ ଚନ୍ଦ୍ରକାନ୍ତ
କହିବି କହିବି ଯେତେ ମୁଁ ଭାବୁଛି
ପାରୁନାହିଁ କେବେ କହି
ଭଲପାଏ ବୋଲି କହିବା ପାଇଁ 'କି
ସାହାସ ମୋ ପାଏ ନାହିଁ !!
ସେଥି ଲାଗି ପ୍ରିୟା ତୁମରି ନାମରେ
ଲେଖୁଛି ମୁଁ ଏହି ପତ୍ର
ହୃଦୟ ମାନସୀ ତୁମେ ଦିବାନିଷି
ହୋଇଛ ସେହ୍ନର ପାତ୍ର !!
ଏ ଚିଠି ଲେଖୁଛି ପ୍ରିୟା ତୁମ ପାଇଁ
ଚିଠିକୁ ଖୋଲି ପଢିବ
ହୋଇଥିଲେ ତୃଟି ଏଇ ଥର ପାଇଁ
ପ୍ରିୟା ମୋତେ କ୍ଷମା ଦେବ !!
ପ୍ରଥମ ପ୍ରେମର ପ୍ରଥମ ଚିଠିକୁ
ଲେଖୁଛି ତୁମରି ପାଇଁ
ଚିଠି ପଢି ସାରି ଚିଠିର ଉତ୍ତର
ପ୍ରିୟା ଲୋ ଦେବ ପଠାଇ !!
ତୁମ ଭାବନାରେ କ'ଣ ଅଛି ପ୍ରିୟା
ସେ କଥା ମୁଁ ଜାଣେ ନାହିଁ
ଭଲପାଏ ବୋଲି ଏହି ପତ୍ର ଟିକୁ
ଲେଖୁଛି ତୁମରି ପାଇଁ !!
କେଜାଣି କାହିଁକି ତୁମେ'ହିଁ କେବଳ
ଆପଣା ଲାଗୁଛ ସଖି
ବାନ୍ଧବୀ ବୋଲି ମୁଁ ଗ୍ରହଣ କଲିଣି
ତୁମରି ଉତ୍ତର ବାକି !!
ବହୁତ କିଛି ମୁଁ ଲେଖୁ ନାହିଁ ପ୍ରିୟା
ରହୁଛି ମୁଁ ଏତିକିରେ
ତୁମ ଚିଠି ପ୍ରିୟା ଜଲ୍ ଦି ପଠାଇବ
ରହିଲି ମୁଁ ଅପୋକ୍ଷାରେ !!
ମୋ ଭଲପାଇବା ପ୍ରିୟା ତୁମପାଇଁ
ହେବନାହିଁ କେବେ ଅନ୍ତ
ରଖୁଛି କଲମ ଏତିକିରେ ସଖି
ଇତି ତୁମ ଚନ୍ଦ୍ରକାନ୍ତ !! | <urn:uuid:7fab4c1c-e78b-4aea-a617-03c95638645d> | CC-MAIN-2023-50 | https://storymirror.com/read/oriya/poem/iti-tum-cndrkaant/ubdq0xnv | 2023-12-10T06:27:14Z | s3://commoncrawl/crawl-data/CC-MAIN-2023-50/segments/1700679101282.74/warc/CC-MAIN-20231210060949-20231210090949-00271.warc.gz | ory | 1.000003 | Orya | 1 | {"ory_Orya_score": 1.0000026226043701} |
ସପନର ଦୁନିଆ
ସପନର ଦୁନିଆ
ସତ କି ସ୍ବପ୍ନ
ମୁଁ ଜାଣେନି,
ଅଧୁରା କି ପୁରା
ମୁଁ କେବେ କଳନା କରିନି,
କିନ୍ତୁ ଆସେ ଯେବେ ସେ
ମୋ ବନ୍ଦ ଆଖିରେ !
ମୋହ ଓ ପ୍ରେମର
ଏରୁଣ୍ଡି ଡେଇଁ,
ମୁଁ ଯୋଜନ ଯୋଜନ
ଦୂରେ ହଜିଯାଏ।
ସେ କୁହେ କିଛି,
ବାକି ରୁହେ ଅନେକ କିଛି।
ମୁଁ ଶୁଣି ବି ଶୁଣି ପାରେନା,
ଧିରେ ଧିରେ ସବୁ ଶବ୍ଦ ଧ୍ଵନି
ଶୂନ୍ୟ ହୋଇଯାଏ !
ଆଖି କାହାକୁ ଖୋଜି ପାଏନି
ଅନ୍ଧାରରେ ହଜିଯାଏ।
ହୃଦୟ ସତ ବୋଲି ଭାବି
ଆଶା ବାନ୍ଧେ,
ମସ୍ତିଷ୍କ ସ୍ବପ୍ନ ବୋଲି ଭାବି
ଭୁଲିବାକୁ ଚାହେଁ । | <urn:uuid:9927315d-8476-433b-b12e-3ee41cae2592> | CC-MAIN-2023-50 | https://storymirror.com/read/oriya/poem/spnr-duniaa/bkxid136 | 2023-12-09T13:09:28Z | s3://commoncrawl/crawl-data/CC-MAIN-2023-50/segments/1700679100909.82/warc/CC-MAIN-20231209103523-20231209133523-00171.warc.gz | ory | 0.999604 | Orya | 1 | {"ory_Orya_score": 0.9996039271354675} |
ରାତିରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯାତନା ଅଭିଯୋଗ। ଜୋର ଜବରଦସ୍ତ ମହିଳା ଥାନାଧିକାରୀଙ୍କୁ ଦୋକାନ ଘର ଭିତରେ ଅଟକ ରଖିବା ସହ, ପୋଲିସ ଗାଡ଼ିର ଡ୍ରାଇଭରଙ୍କୁ ଆକ୍ରମଣ।
ରାଜଧାନୀ ଦିଲ୍ଲୀରେ ଲଜ୍ଜାଜନକ ଘଟଣା। ପୁରୁଷ ବନ୍ଧୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ଯୁବତୀ।
ପୋଲିସର କହିବାନୁଯାୟୀ ଅଭିଯୁକ୍ତ ସଞ୍ଜୁ ତା'ର ସମ୍ପର୍କୀୟ ଭଉଣୀକୁ ଘରେ କେହି ନଥିବା ବେଳେ ଦୁଷ୍କର୍ମ କରିବା ସହ ହତ୍ୟା ବି କରିଛି।
ମହିଳାଙ୍କ ବେଡରୁମ୍ରେ ସ୍ପାଏ କ୍ୟାମେରା ଲଗାଇଥିଲେ ଡାକ୍ତରୀ ଛାତ୍ର। ରେକର୍ଡ କରୁଥିଲେ ଅଶ୍ଲୀଳ ଭିଡିଓ। ଚେନ୍ନାଇରେ ସାମ୍ନାକୁ ଆସିଛି ଏଭଳି ଘଟଣା।
ପୋଲିସ ଏହି ଘଟଣାରେ ପୋକ୍ସୋ ଆକ୍ଟ ଜରିଆରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ହସ୍ପିଟାଲରେ ୧୦ ଦିନର ଶିଶୁପୁତ୍ର ଓ ସ୍ତ୍ରୀକୁ ଛାଡ଼ି ପଳାଇଛି ସ୍ୱାମୀ। ମେଡିକାଲ ବେଡ୍ରେ ୧୦ ଦିନ ହେବ ସ୍ୱାମୀର ବାଟକୁ ଅନାଇ ବସିଛି ସ୍ତ୍ରୀ।
ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହାକୁ ନେଇ ବିବାଦ ତେଜିବାରୁ ପୂର୍ବ ଯୋଜନା ମୁତାବକ ନିବେଦିତାଙ୍କୁ ଏକ ଛୁରୀରେ ୧୦ରୁ ଅଧିକ ଥର ଭୁଷିଥିବା ଅଭିଯୋଗ ହୋଇଛି ।
ନିଜ ସାଙ୍ଗ ସାଥି ଫଟୋଗ୍ରାଫର ମାନଙ୍କୁ ମଧ୍ୟ ଡାକିଥିଲେ । ଏମିତି ମୋଟ ୧୧ ଜଣ ସେହି ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ।
ପାରିବାରିକ ଝଗଡା ପାଇଁ ଘର ଛାଡ଼ି ପଳାଇ ଆସିଥିବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଅଭିଯୋଗ ହୋଇଛି ।
ସଫ୍ଟୱେୟାର କମ୍ପାନୀ CEO ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ସାଇନ୍ କରାଇଲେ କଣ୍ଟ୍ରାକ୍ଟ ।
ବାରଙ୍ଗ ଥାନା ମଧୁପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ବନ୍ଦ ଘରେ ଶାଶୁଙ୍କୁ ହତ୍ୟା କରିଥିବା ବୋହୂ ଗିରଫ ।
ପ୍ରତିଦିନ ରାଜ୍ୟରେ ୧୬ ଜଣ ଅପହରଣ ହେଉଛନ୍ତି, ଆଉ ନିଖୋଜ ହେଉଛନ୍ତି ୫୧ ଜଣ। ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ- NCRBରୁ ମିଳିଛି ଏଭଳି ଆଖି ତରାଟିଲା ଭଳି ତଥ୍ୟ।
ନର ହତ୍ୟା..ଶିଶୁ ବିରୋଧୀ ଅପରାଧ ଏବଂ ସାଇବର କ୍ରାଇମ୍ । ଦେଶ ହେଉ କି ରାଜ୍ୟ, ସବୁଠି ଘାଇଁ ଘାଇଁ ବଢି ଚାଲିଛି ଏ ସଂଖ୍ୟା । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା NCRBର କ୍ରାଇମ ଇନ୍ ଇଣ୍ଡିଆ ୨୦୨୨ ରିପୋର୍ଟରୁ ଆସିଛି ଏ ସମ୍ପର୍କିତ ଆଖି ତରାଟିଲା ଭଳି ତଥ୍ୟ ।
୫ ବର୍ଷର ଭଲ ପାଇବାକୁ କେଇ ମିନିଟ୍ରେ ଶେଷ କରିଦେଲା ପ୍ରେମିକ । ଯାହାକୁ ବାହା ହେବା ପାଇଁ ସ୍ୱପ୍ନ ଦେଖାଇଥିଲା ତାକୁ ହିଁ ଜୀବନରୁ ମାରିଦେଲା । ହ୍ୱାଟ୍ସଆପ୍ ଷ୍ଟୋରୀ ଧରାପକାଇଦେଲା ପ୍ରେମିକକୁ ।
ରକ୍ତରଞ୍ଜିତ ରାଜଧାନୀ । ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ସହର । ରବିବାର ଗୋଟିଏ ଦିନରେ ଚାରି ଚାରି ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ ।
ରକ୍ତରଞ୍ଜିତ ରାଜଧାନୀ । ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ସହର । ରବିବାର ଗୋଟିଏ ଦିନରେ ଚାରି ଚାରି ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ ।
ଘଟଣା ଚାଞ୍ଚଲ୍ୟକର..ସଭ୍ୟ ସମାଜ ପାଇଁ ଅତି ଲଜ୍ଜାକର..ଆଗେ ସ୍ୱାମୀଙ୍କୁ ଦୁବୃର୍ତ୍ତ ମିଶି ନିସ୍ତୁକ ମାଡ଼ ମାରିଲେ। ପରେ ପତ୍ନୀଙ୍କୁ ଜଙ୍ଗଲକୁ ଟାଣି ନେଇ ଗଣଦୁଷ୍କର୍ମ କଲେ।
ସ୍ବାମୀଙ୍କୁ ମାଡ଼ ମାରିଲେ, ସ୍ତ୍ରୀକୁ ଗଣଦୁଷ୍କର୍ମ କଲେ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଦଶହରା ଛୁଟିରେ ସ୍ବାମୀଙ୍କ ସହ ବାଇକରେ ଘରକୁ ଫେରୁଥିଲେ ।
ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ବଡ଼ ଅପଡେଟ୍ । ଆଲିଶାଙ୍କ ମୃତ୍ୟୁ କୌଣସି ଆକ୍ରମଣ ପାଇଁ ହୋଇନି କିମ୍ବା ତାଙ୍କ ଦେହରେ ସେଭଳି କୌଣସି ଆକ୍ରମଣର ଚିହ୍ନବର୍ଣ୍ଣ ବି ନାହିଁ ।
ହସ୍ପିଟାଲ ବେଡ୍ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପ୍ରେମିକା ।
ରାଉରକେଲା ଉଦିତନଗର ଥାନା ମହିଳା ASI ମୃତ୍ୟୁ ମାମଲା । ୨ ଜଣଙ୍କୁ ଗିରଫ କଲା ଉଦିତନଗର ଥାନା ପୋଲିସ । ସାମ୍ନାକୁ ଆସିଲା ମହିଳା ASIଙ୍କ ମୃତ୍ୟୁପୂର୍ବରୁ ଗଣ୍ଡଗୋଳର ଚିତ୍ର ।
ପାରିବାରିକ କଳହକୁ ନେଇ ନିଶାଗ୍ରସ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲା । ସ୍ତ୍ରୀ ସୁବୁନି ଗଲା ଆରପାରିକୁ ଆଉ ହତ୍ୟାକାରୀ ସ୍ଵାମୀ ସନା ଗଲା ଜେଲ ।
ନୃଶଂସ ସ୍ୱାମୀ । ଯୌତୁକ ପାଇଁ ସ୍ତ୍ରୀର ଜୀବନକୁ ବାଜିରେ ଲଗାଇଦେଲା ।
ମହିଳାଙ୍କୁ ପ୍ରଥମେ ବିମାନରେ ଦେଖା ହୋଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲେ ।
ଖାକା ବେଶ ଭଲ ଓ ସୁରକ୍ଷିତ ଭାବେ ଝିଅଟିକୁ ନିଜ ପାଖରେ ରଖିବେ ବୋଲି ତାଙ୍କ ମା'ଙ୍କୁ କହିଥିଲେ। | <urn:uuid:8599fd05-5a07-4d8a-bc3f-add4d6db030c> | CC-MAIN-2024-10 | https://otvkhabar.in/tag/crime-against-women | 2024-02-23T04:22:22Z | s3://commoncrawl/crawl-data/CC-MAIN-2024-10/segments/1707947474360.86/warc/CC-MAIN-20240223021632-20240223051632-00258.warc.gz | ory | 1 | Orya | 1 | {"ory_Orya_score": 0.9999996423721313} |
୧୧୨ ଜଣଙ୍କୁ ପଦ୍ମପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୧୬ ।୩: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୧୧୨ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ୧୧୨ଜଣ ବ୍ୟକ୍ତିଙ୍କୁ ପଦ୍ମପୁରସ୍କାର ପାଇଁ ମନୋନୀତ କରି ସେମାନଙ୍କ ନାଁ ଘୋଷଣା କରାଯାଇଥିଲା । ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି କୋବିନ୍ଦ ବଲିଉଡ ଅଭିନେତା ମନୋଜ ବାଜପାୟୀ, ଭାରତୀୟ ଫୁଟବଲ ଖେଳାଳି ସୁନିଲ ଛେତ୍ରୀ, କଳା, ସଙ୍ଗୀତ ଓ ତବଲା କ୍ଷେତ୍ରରେ ପାରଦର୍ଶିତା ପାଇଁ ସ୍ୱପ୍ନ ଚୈାଧୁରୀ, ଲକ୍ଷ୍ୟ ଭେଦରେ ଯୋଗଦାନ ଓ ଭଲ ପ୍ରଦର୍ଶନ ପାଇଁ ବମ୍ବେୱାଲା ଦେବୀ ଲେଶରାମ, ଭାରତୀୟ କ୍ରିକେଟ ଟିମର ଗୌତମ ଗମ୍ଭୀର, ସାର୍ବଜନିନ ମହଲରେ ଯୋଗଦାନ କାରଣରୁ ଏଚଏସ ଫୁକ୍ଳା, ଭାରତୀୟ ବାସ୍କେଟ ବଲ ଖେଳାଳୀ ପ୍ରଶାନ୍ତି ସିଂହଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
ଆଜିର ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩ ଜଣ ଓଡିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି. ପ୍ରକାଶ ରାଓ । ଜୈବିକ ପଦ୍ଧତିରେ ବିରଳ ଧାନ ଚାଷ କରିଥିବା କମଳା ପୂଜାରୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ସେ ଏ ପର୍ଯ୍ୟନ୍ତ ୧୦୦ କିସମର ଧାନ ସଂରକ୍ଷିତ କରି ରଖିଛନ୍ତି । ଜୈବିକ ସାର ପ୍ରୟୋଗ କରି ଧାନ ଚାଷରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥିଲେ ମଧ୍ୟ ତାଙ୍କ ବିରଳ କୃତିତ୍ୱ ପାଇଁ କମଳା ଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି । ସେହିପରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୈତାରୀ ନାୟକ ଏବଂ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ନିପଟ ମଫସଲ ଗୋନାସିକା ପଞ୍ଚାୟତର ତଳ ବେତରଣୀ ଗାଁର ମାଉଣ୍ଟେନ ମ୍ୟାନ ଭାବେ ପରିଚିତ ଦେତାରୀ ନାଏକ । ବେତରଣୀ ଗାଁର ଚାଷ ଜମିକୁ ବର୍ଷ ତମାମ ଜଳ ନିଅଣ୍ଟ ପଡିଥାଏ । ଫଳରେ ବର୍ଷ ତମାମ ଏଠାକାର ଲୋକେ ଜୀବନ ଜୀବିକା ପାଇଁ ସଂଘର୍ଷ କରିଥାନ୍ତି । ତେବେ ତଳବେତରଣୀ ଗାଁର ଆଦିବାସୀ ସଂପ୍ରଦାୟର ଦୈତାରୀ ନାଏକଙ୍କୁ ଏହାଖୁବ୍ ବାଧିଥିଲା । ଫଳରେ ସେ ଗୋନାସିକା ପାହାଡରେ ବହି ଯାଉଥିବା ବେତରଣୀର ଶାଖା ନଈ ପଥରକଟା ନାଳକୁ କାଟି ଦୀର୍ଘ ୪ କିଲୋମିଟର ପର୍ଯ୍ୟନ୍ତ ନାଳ ଖୋଳି ନିଜ ଗାଁ ଚାଷ ଜମିକୁ ପାଣି ମଡାଇଥିଲେ ।
ଡି.ପ୍ରକାଶ ରାଓ : ସ୍ୱତନ୍ତ୍ର ଢଙ୍ଗରେ ଚା' ବିକ୍ରିକରି ଚର୍ଚ୍ଚାରେ ରହିଥିବା କଟକ ସହରର ବିଶିଷ୍ଟ ସମାଜସେବୀ । ୨୧୮ ଥର ରକ୍ତଦାନ କରିି ରେକର୍ଡ ସୃଷ୍ଟି କରିଛନ୍ତି ଡି. ପ୍ରକାଶ ରାଓ । ବକ୍ସିବଜାର ପେନ୍ସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରେ ଡି. ପ୍ରକାଶ ରାଓ ହେଉଛନ୍ତି ବଡ । ବକ୍ସିବଜାରରେ ଥିବା ତାଙ୍କ ଚା' ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ । ୧୯ ବର୍ଷ ପୂର୍ବେ ସେ ଆଶା ଓ ଆଶ୍ୱାସନା ନାମରେ ସ୍କୁଲକରି ବସ୍ତିପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ । ପୂର୍ବରୁ ଶ୍ରୀରାଓ ଇଣ୍ଟରନ୍ୟାସନାଲ ହୁ୍ୟମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଛନ୍ତି ।
ଓଡିଶାରୁ କମଳା, ଦୈତାରୀ ଓ ପ୍ରକାଶ
Mar 17, 2019, 01:22 am9
୧୧୨ ଜଣଙ୍କୁ ପଦ୍ମପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି | <urn:uuid:0092105c-0587-46b7-a9b5-fbb9975cba1f> | CC-MAIN-2019-13 | http://sarbasadharana.com/%E0%AC%93%E0%AC%A1%E0%AC%BF%E0%AC%B6%E0%AC%BE%E0%AC%B0%E0%AD%81-%E0%AC%95%E0%AC%AE%E0%AC%B3%E0%AC%BE-%E0%AC%A6%E0%AD%88%E0%AC%A4%E0%AC%BE%E0%AC%B0%E0%AD%80-%E0%AC%93-%E0%AC%AA%E0%AD%8D%E0%AC%B0/ | 2019-03-25T22:15:13Z | s3://commoncrawl/crawl-data/CC-MAIN-2019-13/segments/1552912204461.23/warc/CC-MAIN-20190325214331-20190326000331-00319.warc.gz | ory | 1.000004 | Orya | 1 | {"ory_Orya_score": 1.000003695487976} |
ନବୀନ ନିବାସରେ ମିଶ୍ରଣ ପର୍ବ
ଭୁବନେଶ୍ୱର(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ତଥା ଶିବସେନା ରାଜ୍ୟ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ୧୫ ସରପଞ୍ଚଙ୍କ ସହ ବହୁ ବିଜେପି-କଂଗ୍ରେସ ନେତା ଏବଂ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି, ନୂଆପଡ଼ାରେ ବିଜେପି ବିଶୃଙ୍ଖଳିତ ହୋଇପଡ଼ିଛି । ଦଳ ପାଇଁ ଅନେକ ଦିନ କାମ କରିବା ସତ୍ତ୍ୱେ ମୋତେ ଅଣଦେଖା କରାଯାଉଥିଲା । ବିଜେପିର କଥା ଓ କାମରେ ବଡ଼ ଫରକ୍ ରହିଛି । ବଡ଼ବାପା (ବସନ୍ତ ପଣ୍ଡା) ମାଟି କଥା ବୁଝୁନାହାନ୍ତି ସେ ପାର୍ଟି କଥାକୁ ପ୍ରାଥମିକତା ଦେଉଛନ୍ତି । ନାଲିଆଖି ତଳେ ବିଜେପି ଗତି କରୁଛି । ତେଣୁ ଦଳରେ ଅତିଷ୍ଠ ହୋଇପଡ଼ିଥିଲି । ଏଭଳି ସ୍ଥିତିରେ ନବୀନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେଡିରେ ଯୋଗଦେଇଛି । ତେବେ ଟିକଟ ପାଇଁ ସେ ଆଶା ରଖିନଥିବା ସ୍ପଷ୍ଟ କରିଛନ୍ତି ।
ଶ୍ରୀ ପଣ୍ଡାଙ୍କ ସମେତ ନୂଆପଡ଼ା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ଟିକାରାମ ସାହୁ, ସାଧାରଣ ସଂପାଦକ ନାରାୟଣ ସାହୁ, ନୂଆବଡ଼ା ବ୍ଲକ ବିଜେପି ଉପ-ସଭାପତି ଭକ୍ତ ବିଶି, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ପ୍ରେମ୍ କୁମାର ଆଜାଦଙ୍କ ପନôୀ ଡ. ବନଲତା ଆଜାଦ, ପୁତ୍ର ସମୀର ଆଜାଦ, ନୂଆପଡ଼ା ଜିଲ୍ଲା ପାଣି ପଞ୍ଚାୟତ ସଭାପତି ବିଜେପିର ମହେଶ ସାହୁ, ବରିଷ୍ଠ ବିଜେପି ନେତା ନରେନ୍ଦ୍ର ସାହୁଙ୍କ ସମେତ ୨୦୦ରୁ ଊଦ୍ଧ୍ୱର୍ କଂଗ୍ରେସ ଓ ବିଜେପି କର୍ମୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରପଞ୍ଚ ଚିରଞ୍ଜିବ ଗୌଡ଼ିଆ, ସରପଞ୍ଚ ଚନ୍ଦ୍ରମା ମାଝୀ, ଚିତ୍ତରଞ୍ଜନ ରଣା, ନରସିଂହ କୁମାର, ଲେମ୍ବୁବତୀ ମାଝୀ, ଟିକେଶ୍ୱରୀ ମାଝୀ, ପଦ୍ମା ହରିଜନ, ବଳଭଦ୍ର ପାତ୍ର, ଉଜ୍ଜ୍ୱଳା ପ୍ରଧାନୀ, ପ୍ରେମସାଗର ନାଏକ, ରମେଶ ସାହୁ, ସାବିତ୍ରୀ ମାଝୀ, ରବି ପାତ୍ର ପ୍ରମୁଖ ଆଜି ନିଜ ନିଜର ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ସରପଞ୍ଚ, ବିଜେପି ଓ କଂଗ୍ରେସର ନେତୃମଣ୍ଡଳୀ ଓ କର୍ମୀଙ୍କୁ ଦଳର ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବହୁ ବିଜେପି, କଂଗ୍ରେସ ଓ ଶିବସେନାର ନେତା ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଆମ ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହ, ଯୁବ ନେତା ସୁବ୍ରତ ଛାଟୋଇ, ଜ୍ୟୋତି ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ବିଜେପି ରାଜ୍ୟ ସଭାପତିଙ୍କ ପୁତୁରା ବିଜେଡିରେ
Mar 17, 2019, 01:14 am6
ନବୀନ ନିବାସରେ ମିଶ୍ରଣ ପର୍ବ | <urn:uuid:71a766da-16c6-49bb-ac08-7e3e5c22e1a2> | CC-MAIN-2019-13 | http://sarbasadharana.com/%E0%AC%AC%E0%AC%BF%E0%AC%9C%E0%AD%87%E0%AC%AA%E0%AC%BF-%E0%AC%B0%E0%AC%BE%E0%AC%9C%E0%AD%8D%E0%AD%9F-%E0%AC%B8%E0%AC%AD%E0%AC%BE%E0%AC%AA%E0%AC%A4%E0%AC%BF%E0%AC%99%E0%AD%8D%E0%AC%95-%E0%AC%AA/ | 2019-03-21T11:53:02Z | s3://commoncrawl/crawl-data/CC-MAIN-2019-13/segments/1552912202523.0/warc/CC-MAIN-20190321112407-20190321134407-00169.warc.gz | ory | 0.999935 | Orya | 1 | {"ory_Orya_score": 0.9999352693557739} |
Odishatv -
ହୋମ୍
ଇଂରାଜୀରେ ପଢନ୍ତୁ
ଲାଇଭ୍ ଟିଭି
Live TV
ଭିଡିଓ
ଓଡ଼ିଶା
ସାହିତ୍ୟ ସଂସ୍କୃତି
କରୋନା ଖବର
ଦେଶ ବିଦେଶ
କ୍ରୀଡ଼ା
ମନୋରଂଜନ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ରୋଷେଇବାସ
ଧର୍ମ
ବ୍ୟବସାୟ
ବିଜ୍ଞାନ
ଶିକ୍ଷା ଓ ନିଯୁକ୍ତି
ଓଟିଭି ବିଶେଷ
Home
ଓଟିଭି ବିଶେଷ
କରୋନା ଭାଇରସକୁ ରୋକିବାକୁ କେଉଁଟା ଭଲ; ସାବୁନ୍ ନା ସାନିଟାଇଜର ?
ଦେବୀପୀଠର ଅଲୌକିକ ଶକ୍ତି: ଯାହାକୁ ଦେଖି ନାସା ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ
ଦିନେ ସ୍ପାନିଶ ଫ୍ଲୁଠାରୁ ଜିତିଥିଲା ମଣିଷ, ଆଜି କରୋନାଠୁ ବି ଜିତିବ
ଭାରତରେ କରୋନା ଷ୍ଟେଜ୍-୨: ଜାଣନ୍ତୁ ଏହା କଣ ?
Browsing Category
ଓଟିଭି ବିଶେଷ
first1000days
Literature & Culture
ଓଡ଼ିଶା
କରୋନା ଖବର
କ୍ରୀଡ଼ା
ଜୀବନଶୈଳୀ
ଟ୍ୱିଟ୍
ଖରା ହେଲେ କରୋନା ଭାଇରସ୍ ମରିଯିବ; ଏ କଥା କ'ଣ ସତ?
Mar 21, 2020
ପ୍ରଫେସର ଚାକିରି ଛାଡ଼ିଦେଲେ, ମାଛ ବିକିଲେ
Mar 21, 2020
ଚକୋଲେଟ ଡେ'
Mar 20, 2020
କରୋନା ପାଇଁ ଫିକା ପଡ଼ିଲା ପଖାଳ ଦିବସ
Mar 20, 2020
ଅଳ୍ପ ଖର୍ଚ୍ଚରେ ଏମିତି ଉପାୟରେ ଘରେ ତିଆରି କରନ୍ତୁ ସାନିଟାଇଜର୍
Mar 20, 2020
କରୋନାର ଲକ୍ଷଣ ଏମିତି: ସଚେତନ ହେଲେ ପାଖ ମାଡ଼ିବନି ଭାଇରସ୍
Mar 19, 2020
ସତ ହେବ କି ଭବିଷ୍ୟବାଣୀ ? ଏମିତି ଚାଲିଯିବ କରୋନା !
Mar 18, 2020
କରୋନା ଭୟ; ଗୁଜବକୁ ବିଶ୍ୱାସ କରନ୍ତୁନି, ଏମିତି ସଚେତନ ରୁହନ୍ତୁ
Mar 14, 2020
ରାଜନୀତିରେ ଗ୍ଲାମର ସାଥୀ
Mar 12, 2020
ବିବାହ କଲେ ଝିଲିକ୍ !
Mar 12, 2020
ସିନ୍ଧିଆଙ୍କ ରାସ୍ତାରେ ପାଇଲଟ୍ ! ରାଜସ୍ଥାନରେ ଦେଖାଦେବ କି ମଧ୍ୟପ୍ରଦେଶ ସ୍ଥିତି ?
Mar 11, 2020
ମହିଳା ଦିବସରେ ବାପାଙ୍କୁ ମିଳିଲା ଶ୍ରେଷ୍ଠ ମା'ର ସମ୍ମାନ
Mar 9, 2020
Loading ...
Load More Posts
No More Posts | <urn:uuid:90b0e00d-b316-4170-ad1e-981392f2e42e> | CC-MAIN-2020-16 | https://khabar.odishatv.in/category/offbeat/ | 2020-04-01T05:51:56Z | s3://commoncrawl/crawl-data/CC-MAIN-2020-16/segments/1585370505366.8/warc/CC-MAIN-20200401034127-20200401064127-00038.warc.gz | ory | 0.999327 | Orya | 1 | {"ory_Orya_score": 0.9993273019790649} |
ଛତିଶ ପାଟକ
ଛତିଶ ପାଟକ
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଛତିଶ ପାଟକ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ହିନ୍ଦୁ ଶୂଦ୍ର ମାନଙ୍କ ମଧ୍ୟରେ ଥିବା ଛତିଶଟି ହାଟୁଆ ଜାତି —The thirty six sub- sectins amongst the Ṡūdras.
ଆପେ ଛତିଶପାଟକ ଆପେ ବହେ ନାମ—ପ୍ରାଚୀ, ବ୍ରହ୍ମନିରୂପଣଗୀତା
[ଦ୍ରଷ୍ଟବ୍ୟ —ଶୂଦ୍ର ମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଶାଖା ବା ବୃତ୍ତି— ଅବଲମ୍ୱନକାରୀ ବିଭାଗମାନଙ୍କୁ ପାଟକ ବୋଲାଯାଏ ପ୍ରତ୍ୟେକ ପାଟକର ସାମାଜିକ ସଂଘ ଅଛି ଉକ୍ତ ଜାତିର ରିତିନୀତିକୁ ଏହି ସଂଘ ତନଖି କରନ୍ତି ଓ ସାମାଜିକ ନିୟମ ଲଂଘନକାରୀ ବ୍ୟକ୍ତିକୁ ଦଣ୍ଡ ଦିଅନ୍ତି ଆଧୁନିକ କାଳରେ ସମାଜରେ ଗୁଡ଼ିଏ ଉପଜାତିର ସୃଷ୍ଟି ହୋଇଥିବାରୁ ଏ ୩୬: ପାଟକଙ୍କ ସଂଖ୍ୟା କରିବା ଦୂରୂହ ଯଥା—ଚଷା, ଗଉଡ଼, ଭଣ୍ଡାରୀ, ଗୁଡ଼ିଆ, ତେଲି ପାଟକ ତଳେ ନୋଟ ଦେଖ ] | <urn:uuid:ca87b73d-43cf-465f-959e-00c85d21cc62> | CC-MAIN-2020-24 | https://or.wiktionary.org/wiki/%E0%AC%9B%E0%AC%A4%E0%AC%BF%E0%AC%B6_%E0%AC%AA%E0%AC%BE%E0%AC%9F%E0%AC%95 | 2020-06-05T05:16:30Z | s3://commoncrawl/crawl-data/CC-MAIN-2020-24/segments/1590348493151.92/warc/CC-MAIN-20200605045722-20200605075722-00443.warc.gz | ory | 0.999957 | Orya | 1 | {"ory_Orya_score": 0.9999573230743408} |
ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ, ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି
ନୂଆ ମନ୍ତ୍ରୀ କାମ ଆରମ୍ଭ କଲେ
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦ୍ବିତୀୟ ପାଳି ପାଇଁ ଶପଥ ଗ୍ରହଣ କରିବେ। ତାହାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ନବୀନ ଯୋଗ ଦେବେ ନାହିଁ। ଆସନ୍ତାକାଲି ଓଡ଼ିଶା ବିଧାନସଭାରେ ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ। ଗୃହର ନେତା ଭାବେ ସେ ସେଠାରେ ଉପସ୍ଥିତ ରହିବେ। ସେଥି ପାଇଁ ନୂଆଦିଲ୍ଲୀରେ ଶପଥ ଗ୍ରହଣ ଉତ୍ସବକୁ ଯିବା ସମ୍ଭବ ନୁହେଁ ବୋଲି କୁହାଯାଇଛି।
ନୂଆ ମନ୍ତ୍ରୀ କାମ ଆରମ୍ଭ କଲେ
ଭୁବନେଶ୍ବର : ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିରେ ମନ୍ତ୍ରିମଣ୍ଡଳ ଓ କ୍ୟାବିନେଟ୍ ଅନୁଷ୍ଠିତ ହେବା ପରେ କିଛି ମନ୍ତ୍ରୀ ସଚିବାଳୟର ନିଜ ନିଜ ବିଭାଗ ଓ ମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଦପ୍ତର ଯାଇ ଅନୌପଚାରିକ ଭାବେ କାର୍ଯ୍ୟାରମ୍ଭ କରିଛନ୍ତି।
ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ଶପଥ ନେଇଥିବା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତାଙ୍କର ପୁରୁଣା ଦପ୍ତର ଯାଇ କିଛି ସମୟ କଟାଇଥିଲେ। କର୍ମଚାରୀମାନେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ସ୍ବାଗତ ସମ୍ବର୍ଧନା ଜଣାଇଥିଲେ। ସେ ନିଜର ପୁରୁଣା ଦପ୍ତରରେ ପୂର୍ବ ଭଳି କାର୍ଯ୍ୟ କରିବେ ଏବଂ ସେଥିରେ କୌଣସି ସୌନ୍ଦଯ୍ୟକରଣ କରିବା ସପକ୍ଷରେ ନଥିବା କହିଥିଲେ।
ନୂତନ ଭାବେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ହୋଇଥିବା ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗ ଯାଇ ଫନି ବାତ୍ୟା ପରବର୍ତୀ ପୁନରୁଦ୍ଧାର ସଂପର୍କରେ ବିଭାଗୀୟ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଅଣପାରମ୍ପରିକ ଉତ୍ସରୁ ଅଧିକ ବିଦ୍ୟୁତ୍ ଶକ୍ତି ଉତ୍ପାଦନ, ମିନି ଜଳ ବିଦ୍ୟୁତ୍ ପ୍ରକଳ୍ପ, ହାତୀ କରିଡର ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସରକାରଙ୍କ ନିର୍ବାଚନୀ ଇସ୍ତାହାରରେ ଥିବା ପ୍ରତିଶ୍ରୁତିଗୁଡ଼ିକ ପୂରଣ ପାଇଁ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଶକ୍ତିମନ୍ତ୍ରୀ ନିର୍ଦେଶ ଦେଇଥିଲେ।
ସେହିପରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମଙ୍କ ସଶକ୍ତୀକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ପ୍ରମୁଖ ନିଜ ନିଜ ବିଭାଗ ସଂପର୍କରେ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି। | <urn:uuid:eb85db44-834b-44e4-aa39-2ca303097502> | CC-MAIN-2020-45 | https://sambad.in/state/naveen-patnaik-not-to-attend-modis-swearing-in-ceremony-370759/ | 2020-10-28T23:51:54Z | s3://commoncrawl/crawl-data/CC-MAIN-2020-45/segments/1603107902038.86/warc/CC-MAIN-20201028221148-20201029011148-00483.warc.gz | ory | 1.000006 | Orya | 1 | {"ory_Orya_score": 1.0000059604644775} |
ମରୁଡ଼ିର ମୁକାବିଲା ପାଇଁ ଆକ୍ସନ ପ୍ଲାନ- କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିବ ପାଣି
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରାବଣ ମାସରେ ବି ନିଦାଘ ଖରା। ମୌସୁମୀ ଖେଳୁଛି ଲୁଚକାଳି ଖେଳ। ରାଜ୍ୟରେ ଶୁଭିବାକୁ ଲାଗିଲାଣି ଆସନ୍ନ ମରୁଡିର ପଦଧ୍ୱନୀ । ଯେଉଁ ସମୟରେ ସବୁଜ ଧାନ କ୍ଷେତ ପବନରେ ଲହଡ଼ି ମାରିବା କଥା ସେହି ସମୟରେ ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି । ମରିବାକୁ ବସିଲାଣି ଧାନ ଗଛ । ହେଲେ ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିରୁ ଚାଷୀକୁ ମୁକୁଳାଇବା ପାଇଁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍ ।
ନିଅଣ୍ଟିଆ ବର୍ଷାର ମୁକାବିଲା ପାଇଁ ଋଣନୀତି ପ୍ରସ୍ତୁତ ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯଦି ଆଗକୁ ବର୍ଷା ନ ହୋଇ ମରୁସ୍ଥିତି ସ୍ଥିତି ସୃଷ୍ଟି ହୁଏ ତେବେ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ।
ରାଜ୍ୟରେ କମ୍ ବର୍ଷା ଜନିତ ସ୍ଥିତିକୁ ନେଇ @SecyChief ଶ୍ରୀ ସୁରେଶ ମହାପାତ୍ର ସମସ୍ତ ଜିଲ୍ଲାପାଳ, କୃଷି ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି। ଚଳିତ ଋତୁରେ ୨୮% କମ ବର୍ଷା ହୋଇଥିବା ବେଳେ ଅଗଷ୍ଟ ମାସରେ ୫୦%କମ୍ ବର୍ଷା ରେକର୍ଡ କରାଯାଇଛି। ୧୫ଟି ଜିଲ୍ଲାର ୩୦ଟି ବ୍ଲକରେ ଜମିର ଆର୍ଦ୍ରତା କମିଛି। pic.twitter.com/u2fswvJaAN
— I & PR Department, Odisha (@IPR_Odisha) August 23, 2021
କୃଷି ସଚିବ ଏସ.କେ ବଶିଷ୍ଟଙ୍କ କହିବାନୁଯାୟୀ, ଯେଉଁଠି କମ୍ ବର୍ଷା ହୋଇଛି ସେଠି ଉଠା ଜଳସେଚନ ପଏଣ୍ଟ ସକ୍ରିୟ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରତି ପାଣି ପଞ୍ଚାୟତରେ ଜଳସେଚନକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଅନ୍ୟ ଜଳସେଚନ ସୁବିଧାକୁ ଆହୁରି ସକ୍ରିୟ କରାଯିବ । ସମସ୍ତ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିବା ଆବଶ୍ୟକ ।
କେନାଲର ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କମ୍ ବୃଷ୍ଟିପାତ ଥିବା ବ୍ଲକମାନଙ୍କରେ ଅଣଧାନ ଚାଷ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ବିହନ ଓ ମଂଜି ଯୋଗାଇବାକୁ ରାଜ୍ୟ ବିହନ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି । କୃଷି ଶ୍ରମିକମାନଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ସାମିଲ କରାଯାଇ କାମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ଅପରପକ୍ଷେ, ରାଜ୍ୟରେ ଆସନ୍ନ ମରୁଡି ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ଦଳ । ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି କହିଛନ୍ତି, ରାଜ୍ୟର ବିଭିନ୍ନ ମରୁଡି ପ୍ରବଣ ଅଞ୍ଚଳକୁ ଯିବେ ବିଜେପି ପ୍ରତିନିଧି ଦଳ । ଏଥିପାଇଁ ୪ଟି କମିଟି ଗଠନ ହୋଇଛି ।
ସେହିପରି କେନାଲ ମରାମତି, କେନାଲଗୁଡିକରେ ରୋଟେସନ୍ ଭିତ୍ତିରେ ପାଣି ଯୋଗାଇବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। କମ୍ ବୃଷ୍ଟିପାତ ଥିବା ବ୍ଲକ୍ ମାନଙ୍କରେ ଅଣଧାନ ଫସଲ ଚାଷ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ଆବଶ୍ୟକୀୟ ବିହନ ଓ ମଞ୍ଜି ଯୋଗାଇବାକୁ ସିଡ୍ କର୍ପୋରେସନ୍କୁ ନିର୍ଦ୍ଦେଶ ଦିଆଯାଇଛି। pic.twitter.com/UQKwJBI3lo
— I & PR Department, Odisha (@IPR_Odisha) August 23, 2021
ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ନେତୃତ୍ୱରେ ଗଠିତ ହୋଇଛି ୪ଟି କମିଟି । ଏହି ଟିମ୍ ମରୁଡ଼ି ଅଞ୍ଚଳ ଗସ୍ତ କରି ରାଜ୍ୟ କମିଟିକୁ ଏକ ରିପୋର୍ଟ ପ୍ରଦାନ କରିବ । ତା' ପରେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯିବ।
ରାଜ୍ୟ ସରକାର ମରୁଡ଼ି ପରିସ୍ଥିତିକୁ ଗୁରୁତର ସହ ନେଇ ଟାସ୍କ ଫୋର୍ସ ଗଠନ କରନ୍ତୁ । ତୁରନ୍ତ ଚାଷୀଙ୍କୁ ପାଣି ଯୋଗାଇ ଦେବାକୁ ଦାବି କରିଛି ବିଜେପି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। | <urn:uuid:6e3f1636-e273-4f0d-a9fc-aa08ed73fa5a> | CC-MAIN-2021-39 | https://odishareporter.in/odisha/action-plan-to-handle-drought-situation-in-odisha-669288 | 2021-09-26T22:06:05Z | s3://commoncrawl/crawl-data/CC-MAIN-2021-39/segments/1631780057973.90/warc/CC-MAIN-20210926205414-20210926235414-00357.warc.gz | ory | 0.999989 | Orya | 1 | {"ory_Orya_score": 0.9999891519546509} |
ଦର୍ଶକଙ୍କ ଭିଡ଼ ଭିତରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କଲେ ଦୀପକ ଚହର୍, ଭିଡିଓ ଭାଇରାଲ୍
ଦୁବାଇ: ଚେନ୍ନାଇ ସୁପର୍ କିଙ୍ଗସର ଷ୍ଟାର୍ ପେସ ବୋଲର୍ ଦୀପକ ଚହର୍ ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ପରେ ବଡ଼ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ଚହର୍ ଗ୍ୟାଲେରୀରେ ଦର୍ଶକଙ୍କ ଭିଡ଼ ଭିତରେ ବସିଥିବା ନିଜ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରପୋଜ କରିଛନ୍ତି। ତାଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ଏଥିରେ ହଁ ଭରି ଚହରଙ୍କ ଲଭ୍ ପ୍ରପୋଜାଲକୁ ସ୍ୱୀକାର କରିଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଧମାଲ କରୁଛି।
ଭିଡିଓରେ ଦେଖିବାକୁ ମିଳିଛି, ଯେମିତି ମ୍ୟାଚ୍ ଶେଷ ହେଲା, ଦୀପକ ଚହର୍ ସିଧା ଦର୍ଶକଙ୍କ ଭିତରେ ପହଞ୍ଚି ଗଲେ, ଯେଉଁଠାରେ ତାଙ୍କର ଗର୍ଲଫ୍ରେଣ୍ଡ ଜୟା ଉପସ୍ଥିତ ଥିଲେ। ଦୀପକ ଚହର୍ ଦର୍ଶକଙ୍କ ସାମ୍ନାରେ ଆଣ୍ଠୁରେ ବସି ନିଜ ପ୍ରେମ ନିବେଦନ କରିଥିଲେ। ତାଙ୍କ ଗର୍ଲଫ୍ରେଣ୍ଡ ତୁରନ୍ତ ହଁ କରି ଦୀପକଙ୍କ ପ୍ରେମ ନିବେଦନକୁ ସବୁଜ ସଂକେତ ଦେଇଥିଲେ। ଏହା ପରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରି ରିଙ୍ଗ୍ ପିନ୍ଧାଇଥିଲେ। ଏହାରି ଭିତରେ ଫ୍ୟାନ୍ ବହୁତ ଖୁସି ହୋଇଥିଲେ ଏବଂ ତାଳି ମଧ୍ୟ ମାରିଥିଲେ।
ସୂଚନାଯୋଗ୍ୟ, ଜୟା ଭରଦ୍ୱାଜ 'ବିଗ୍ ବସ୍' ଫେମ୍ ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ। ଭଉଣୀର ଏହି ସ୍ପେଶାଲ ମୁହୂର୍ତ୍ତକୁ ଭାଇ ସିଦ୍ଧାର୍ଥ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ପୋଷ୍ଟ କରି ଏହି ପ୍ରେମୀ ଯୁଗଳଙ୍କୁ ବଧେଇ ଜଣାଇଛନ୍ତି।
She said yesssss.! 💍
— Chennai Super Kings – Mask P😷du Whistle P🥳du! (@ChennaiIPL) October 7, 2021
ସିଦ୍ଧାର୍ଥ ଜଣେ ଅଭିନେତା ଏବଂ ଏମଟିଭି ସ୍ଲିଟ୍ସଭିଲ୍ଲା ସିଜନ୍-୨ରେ ବିଜେତା ରହିଆସିଛନ୍ତି। ରିପୋର୍ଟ ମୁତାବକ, ଜୟା ଦିଲ୍ଲୀରେ ଏକ କର୍ପୋରେଟ୍ କମ୍ପାନୀରେ ଚାକିରି କରୁଛନ୍ତି। ହେଲେ ବର୍ତ୍ତମାନ ସେ ଦୀପକ ଚହରଙ୍କୁ ଚିୟର କରିବା ପାଇଁ ୟୁଏଇରେ ଅଛନ୍ତି।
Cher-io 😍
— Chennai Super Kings – Mask P😷du Whistle P🥳du! (@ChennaiIPL) October 7, 2021
ଆଜି ଖେଳାଯାଇଥିବା ମ୍ୟାଚରେ ଲୋକେଶ ରାହୁଲଙ୍କ ଅପରାଜିତ ୯୮ ରନ୍ ବଳରେ ପଞ୍ଜାବ କିଙ୍ଗସ୍ ୬ ୱିକେଟରେ ଚେନ୍ନାଇ ସୁପର୍ କିଙ୍ଗସକୁ ପରାସ୍ତ କରିଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି୨୦ ଓଭରରେ ୬ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ଜବାବରେ ପଞ୍ଜାବ ମାତ୍ର ୧୩ ଓଭର ଖେଳି ୪ ୱିକେଟ୍ ହରାଇ ୧୩୯ ରନ୍ କରି ବିଜୟୀ ହୋଇଛି। ପଞ୍ଜାବ ପକ୍ଷରୁ ରାହୁଲ ମାତ୍ର ୪୨ ବଲରେ ୭ ଚୌକା ଓ ୮ ଛକା ସହ ୯୮ ରନ୍ କରି ଅପରାଜିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। | <urn:uuid:46a4e325-bb57-4af4-bdc8-fa725db0db2f> | CC-MAIN-2021-43 | https://odishareporter.in/sports/cricket/deepak-chahar-proposes-to-girlfriend-after-ipl-match-vs-punjab-682371 | 2021-10-23T21:03:32Z | s3://commoncrawl/crawl-data/CC-MAIN-2021-43/segments/1634323585768.3/warc/CC-MAIN-20211023193319-20211023223319-00464.warc.gz | ory | 0.999969 | Orya | 1 | {"ory_Orya_score": 0.9999685287475586} |
ଝୁମ୍ପୁଡିରେ ଚାଲିଥିଲା ଦେହବେପାର, ଜାଳି ଦେଲେ ଗ୍ରାମବାସୀ
ଝୁମ୍ପୁଡିରେ ଚାଲିଥିଲା ଦେହବେପାର, ଜାଳି ଦେଲେ ଗ୍ରାମବାସୀ
ସୁନ୍ଦରଗଡ: ଝୁମ୍ପୁଡି ଘରେ ଚାଲିଥିଲା ଦେହବେପାର । ଅନୈତିକ କାମରେ ଲାଗୁଥିଲେ ଯୁବତୀ । ଯାହା ସ୍ଥାନୀୟବାସୀଙ୍କ ଦୃଷ୍ଟିରେ ପଡିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ହେଲେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲେ ପୋଲିସ ବାବୁ । ଗ୍ରାମରେ ଏଭଳି ଅନୈତିକ କାମକୁ ବରଦାସ୍ତ ନ କରି ପାରି ଦେହବେପାର ଚାଲିଥିବା ଝୁମ୍ପୁଡିରେ ନିଆଁ ଲଗାଇ ଦେଇଥିଲେ ଗ୍ରାମବାସୀ । ସୁନ୍ଦରଗଡ ଲୁହୁରାଢିପାର ରୋହିଦାଶ ପଡାରୁ ସାମ୍ନାକୁ ଆସିଛି ଏହି ଘଟଣା ।
ସୂଚନା ଅନୁଯାୟୀ, ଲୁହୁରାଢିପାର ରୋହିଦାଶପଡାରେ ଜଣେ ମହିଳା ଅନୈତିକ କାର୍ଯ୍ୟ କରିବା ସହ ଝିଅମାନଙ୍କୁ ନେଇ ବେଶ୍ୟାବୃତ୍ତିରେ ନିୟୋଜିତ କରୁଥିଲେ । ଏହି ଘଟଣାକୁ ନେଇ ପଡାବାସୀ ଟାଉନ ଥାନା ପୋଲିସର ଦ୍ବାରସ୍ଥ ହୋଇଥିଲେ । ଥରେ ନୁହେଁ କି ଦୁଇ ଥରେ ନୁହେଁ, ଗତ ୧୫ ଦିନ ମଧ୍ୟରେ ସେମାନେ ବାରମ୍ବାର ସୂଚନା ଦେବା ସହ ଦୁଇ ଥର ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।
ମାତ୍ର ଏ ସଂକ୍ରାନ୍ତରେ ଟାଉନ ଥାନା ପୋଲିସ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନଥିଲା । ଯେଉଁ କାରଣରୁ ଶନିବାର ପୁରା ପଡାବାସୀ ଏକତ୍ରିତ ହୋଇ ସମ୍ପୃକ୍ତ ଦେହବେପାର ଚାଲିଥିବା ଝୁମ୍ପୁଡିକୁ ଜାଳି ଦେଇଥିବା କହିଛନ୍ତି । ପୋଲିସ ଘଟଣା ଘଟିବା ପରେ ଉକ୍ତ ସ୍ଥାନରେ ପଇଁତରା ମାରୁଛି । ତେବେ ଝୁମ୍ପୁଡି ମାଲିକାଣୀ ତଥା ଅନୈତିକ କାମ କରୁଥିବା ମହିଳା ଜଣଙ୍କ ଗ୍ରାମବାସୀଙ୍କ ବିପକ୍ଷରେ ଥାନାର ଦ୍ବାରସ୍ଥ ହୋଇଥିବା କଥା ଜଣାପଡିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ | <urn:uuid:e96eddb5-2d95-4548-a204-d6f45cba1d6a> | CC-MAIN-2021-43 | https://www.etvbharat.com/oriya/odisha/state/sundargarh/villagers-action-against-prostitution-center/or20210912072621978 | 2021-10-18T21:19:36Z | s3://commoncrawl/crawl-data/CC-MAIN-2021-43/segments/1634323585209.43/warc/CC-MAIN-20211018190451-20211018220451-00074.warc.gz | ory | 0.999992 | Orya | 1 | {"ory_Orya_score": 0.9999924898147583} |
ଶତ୍ରୁଟିଏ
ଗଜାନନ ମିଶ୍ର
ଦରକାର ଶତ୍ରୁଟିଏ
ଯାହା ପାଇଁ ବଂଚି ହୁଏ
ସୁରୁଖୁରୁରେ।
ଶତ୍ରୁକୁ ବେଖାତିର କଲେ,
ହାତଛଡା କଲେ, ପାଖରୁ
ଦୂରେଇ ଦେଲେ
ସେ ବଂଚିବା କି ବଂଚିବା!
ଶତ୍ରୁ ଯେତେ ଦେଲେ ବି
ଆଘାତ ହୁଏ କମ୍।
ଶତ୍ରୁର ଆଘାତ
ଲାଗେ ରୋମାଂଚ।
ଦେଉଛି ଆଘାତ ଭାବେ ଶତ୍ରୁ
ଆଉ ନିଜେ ହେଉଥାଏ ଖତମ୍,
ଆହା, ପ୍ରିୟ ଶତ୍ରୁ ମୋର
କୋଉଠି ହେଉଛ ଲୀନ!
ଆଃ, କେମିତି କଟୁଛି
ଦେଖ ଏଠି ଦିନ!
ଭୁଲ କି ଠିକ୍
ତୁମର କଥାଭାଷା
ତୁମର ଧର୍ମକର୍ମ
ତୁମେ ଜାଣି ପାରୁ ନ!
ଜାଣି ପାରୁ ନ
କାହା ସହିତ ଲଢିବାକୁ
ତୁମର ଏତେ ପ୍ରସ୍ତୁତି
ମୃତ୍ଯୁ ଶଯ୍ୟାରେ ଏମିତି
ପୁଣି ଏ ଆୟ ଆଡମ୍ୱର!
2
ପ୍ରତ୍ୟେକ ଦିନ
ଏକ ଏକ ମୃତ୍ୟୁ ଶଯ୍ୟାର ଦିନ।
ମୋର ପ୍ରିୟ ଶତ୍ରୁ!
ତୁମେ କୋଉଠି
କରୁଛ କଣ!
ତୁମର ମୋର
ପ୍ରେମପ୍ରିତିର ସଂପର୍କର
ଦେଖ ଏ ଲାଭାଲାଭ ପରିଣାମ।
ଅଲଗା କିଏ
ବୁଝିବ କେମିତି
ତୁମର ମୋର
ଏ ଲୀଳାଖେଳାର ମାଧ୍ୟମ!
ପ୍ରିୟ ଶତ୍ରୁ ମୋର
ତୁମକୁ ମୋର ସଲାମ ସଲାମ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
14/10/2019 | <urn:uuid:33b64fc3-6b1e-445d-9263-2d8bb2b6f80a> | CC-MAIN-2021-43 | https://ozofe.com/gajanan-mishra/%E0%AC%AA%E0%AD%8D%E0%AC%B0%E0%AC%BF%E0%AD%9F-%E0%AC%B6%E0%AC%A4%E0%AD%8D%E0%AC%B0%E0%AD%81-dear-enemy/ | 2021-10-28T21:26:17Z | s3://commoncrawl/crawl-data/CC-MAIN-2021-43/segments/1634323588526.57/warc/CC-MAIN-20211028193601-20211028223601-00354.warc.gz | ory | 0.999996 | Orya | 1 | {"ory_Orya_score": 0.9999957084655762} |
Mo Guhala Scam: ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ
Mo Guhala Scam: ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ
ନୟାଗଡ଼: ଯୋଗ୍ୟ ପଶୁପାଳକଙ୍କୁ ମିଳୁନି ସରକାରଙ୍କ ଦ୍ବାରା ପ୍ରଦତ୍ତ ଗୁହାଳ । ଏହି ସରକାରୀ ଯୋଜନା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଗୁହାଳ ଯୋଜନାକୁ ବାଟମାରଣା କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଫଳରେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ । ଭାପୁର ବ୍ଲକ ଚକ୍ରଧରପ୍ରସାଦ ଗ୍ରାମପଞ୍ଚାୟତରେ 'ମୋ ଗୁହାଳ' ଯୋଜନା ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି l
ଏହାକୁ ପଞ୍ଚାୟତ ନିର୍ବାଚନରେ ମୁଦ୍ଦା କରିବେ ବୋଲି ପ୍ରାର୍ଥୀ କହିଛନ୍ତି । ପଶୁ ପାଳନ କରୁଥିବା ପଶୁପାଳକଙ୍କୁ ପ୍ରୋତ୍ସାହନ ସ୍ବରୂପ ରାଜ୍ୟ ସରକାର 'ମୋ ଗୁହାଳ' ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗାଈଗୋରୁ ଏବଂ ଛେଳି ମେଣ୍ଢା ଆଦି ପାଳନ କରି ଜୀବିକା ନିର୍ବାହ କରିଥିବା ହିତାଧିକାରୀଙ୍କ ସୁବିଧା ପାଇଁ 'ମୋ ଗୁହାଳ' ଯୋଜନାରେ ସାମିଲ କରାଯାଉଛି ଅନେକ ଯୋଗ୍ୟ ହିତାଧିକାରୀ । 'ମୋ ଗୁହାଳ' ଯୋଜନାରେ ପକ୍କାଘର ଖଣ୍ଡିଏ ପାଇବାକୁ ପଞ୍ଚାୟତ ଅଫିସଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ଲୋକେ । ହେଲେ 'ମୋ ଗୁହାଳ' ଯୋଜନାରେ ସାମିଲ କରାଯାଉନାହିଁ ।
ଲାଞ୍ଚ ଦେଇ ଅନେକ ଅଯୋଗ୍ୟ ହିତାଧିକାରୀ ଗୁହାଳ ହାତେଇଛନ୍ତି । କିନ୍ତୁ, ଯୋଗ୍ୟ ହିତାଧିକାରୀଙ୍କୁ ଗୁହାଳ ମିଳୁନାହିଁ । ଏନେଇ ଚକ୍ରଧରପ୍ରସାଦରେ ଲୋକେ ତଦନ୍ତ ଦାବି କରିଛନ୍ତି । ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରି ତଦନ୍ତ କରିଥିଲେ, ହେଲେ ପ୍ରଶାସନ ଶୁଣୁନଥିବା ଗ୍ରାମବାସୀ କହିଛନ୍ତି । ଭିଜିଲାନ୍ସ ତଦନ୍ତ କରାଗଲେ ଅସଲ ସତ ସାମ୍ନାକୁ ଆସିବା ସହ ଦୁର୍ନୀତିଖୋର ବ୍ୟକ୍ତି ଧରାପଡିବେ ବୋଲି ଗ୍ରାମବାସୀ କହିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ | <urn:uuid:8767ccaf-a2d1-442d-923b-a5980371ac5f> | CC-MAIN-2022-05 | https://www.etvbharat.com/oriya/odisha/state/nayagarh/vigilance-investigation-demand-on-mo-guhala-scheme-corruption-in-nayagarh/or20220115170623801 | 2022-01-24T20:01:29Z | s3://commoncrawl/crawl-data/CC-MAIN-2022-05/segments/1642320304600.9/warc/CC-MAIN-20220124185733-20220124215733-00250.warc.gz | ory | 1.000002 | Orya | 1 | {"ory_Orya_score": 1.0000019073486328} |
ସୁସ୍ମିତା ସେନଙ୍କ ପ୍ରେମରେ ଲଳିତ ମୋଦି: ଏବେ ଚାଲିଛି ଡେଟିଂ, ଆଗକୁ ବାହାଘର
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ଼ ବଡ ଖବର ସାମ୍ନାକୁ ଆସିଛି। ତାଙ୍କ ପ୍ରେମରେ ପଡ଼ିଛନ୍ତି ବ୍ୟବସାୟୀ ତଥା ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି। ଉଭୟ ଏବେ ଡେଟ କରୁଛନ୍ତି। ଆଗକୁ ବାହା ମଧ୍ୟ ହେବେ। ନିଜେ ଲଳିତ ମୋଦି ଆଜି ସୁସ୍ମିତାଙ୍କ ସହ ଏକାଧିକ ରୋମାଣ୍ଟିକ ଫୋଟ ଶେୟାର କରି ନିଜ ନୂଆ ଆରମ୍ଭ ସମ୍ପର୍କରେ ସୂଚନା ଦେଇଛନ୍ତି।
ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଲଳିତ ମୋଦି ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ସେ ଏବେ ସୁସ୍ମିତା ସେନଙ୍କୁ ଡେଟ କରୁଛନ୍ତି। ଲଲିତ ମୋଦି ଦୁଇଟି ଟ୍ୱିଟ କରିଛନ୍ତି। ସେ ପ୍ରଥମ ଟ୍ୱିଟରେ ଏକାଧିକ ଫଟୋ ଶେୟାର କରି ଏମିତି କିଛି ଲେଖିଥିଲେ ଯେ ଲାଗୁଥିଲା ଉଭୟ ବିବାହ କରି ସାରିଛନ୍ତି। କିଛି ଗଣମାଧ୍ୟମରେ ଏନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା।
ତେବେ ଏହାର କିଛି ସମୟ ପରେ ସେ ଆଉ ଏକ ଟ୍ୱିଟ କରିଥିଲେ। ଏଥିରେ ସେ ଲେଖିଛନ୍ତି ଯେ "ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ଆମେ ପରସ୍ପରକୁ ଡେଟ କରୁଛୁ। ଏପର୍ଯ୍ୟନ୍ତ ବିବାହ କରିନୁ। କିନ୍ତୁ ହଁ ଗୋଟିଏ ଦିନ ଏହା ହେବ।" ଲଲିତ ମୋଦି ଶେୟାର କରିଥିବା ଫଟୋରେ ସେ ଓ ସୁସ୍ମିତା ସେନ ବେଶ ରୋମାଣ୍ଟିକ ପୋଜରେ ରହିଛନ୍ତି। ପ୍ରଥମ ଟ୍ୱିଟରେ ଲଳିତ ମୋଦି ଲେଖିଥିଲେ ଯେ "ବିଶ୍ୱସ୍ତରୀୟ ଭ୍ରମଣ କରିବା ପରେ ଏବେ ଲଣ୍ଡନ ଫେରିଛୁ। ପରିବାର ସହିତ ମାଲଦ୍ୱୀପ ଓ ସରଡିନିଆ ଯାଇଥିଲି। ମୋ ବେଟର ହାଫ ସୁସ୍ମିତା ସେନଙ୍କ ସହ ନୂଆ ଆରମ୍ଭ ପାଇଁ ବେଶ ଉତ୍ସାହିତ।"
Just back in london after a whirling global tour #maldives # sardinia with the families – not to mention my #betterhalf @sushmitasen47 – a new beginning a new life finally. Over the moon. 🥰😘😍😍🥰💕💞💖💘💓 pic.twitter.com/Vvks5afTfz
— Lalit Kumar Modi (@LalitKModi) July 14, 2022
ସୁସ୍ମିତାଙ୍କୁ ପାଖରେ ପାଇ ଲଳିତ ମୋଦି ବେଶ ଉତ୍ସାହିତ ହୋଇପଡ଼ିଥିବା ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି। ଟ୍ୱିଟ କରି ପୂରା ବିଶ୍ୱକୁ ଏହି ସୂଚନା ଦେବା ପରେ ଲଳିତ ମୋଦି ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏହି ଫଟୋରେ ସେ ସୁସ୍ମିତା ସେନଙ୍କ ସହ ନେଇଥିବା ସେଲଫିକୁ ରଖିଛନ୍ତି। ଇନଷ୍ଟାଗ୍ରାମ ବାୟୋରେ ସେ ନୂଆ ଆରମ୍ଭ ବୋଲି ଉଲ୍ଲେଖ କରିଛନ୍ତି।
ଲଲିତ ମୋଦି ଆଇପିଏଲର ପ୍ରଥମ ଚେୟାରମ୍ୟାନ୍। ସେ ପ୍ରାୟ ତିନି ବର୍ଷ ଧରି ସେ ଆଇପିଏଲର ଅଧ୍ୟକ୍ଷ ରହିଥିଲେ। ସେ ଚାମ୍ପିୟନ୍ସ ଲିଗ୍ ଟି-୨୦ର ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
Just for clarity. Not married – just dating each other. That too it will happen one day. 🙏🏾🙏🏾🙏🏾🙏🏾 pic.twitter.com/Rx6ze6lrhE
— Lalit Kumar Modi (@LalitKModi) July 14, 2022
ଏହାବାଦ ଲଳିତ ମୋଦି ୫ ବର୍ଷ ଧରି ବିସିସିଆଇର ଉପାଧ୍ୟକ୍ଷ ଭାବେ କାମ କରିଛନ୍ତି। ତେବେ ୨୦୧୦ ପରଠାରୁ ସେ ଭାରତ ଛାଡ଼ି ଲଣ୍ଡନରେ ରହୁଛନ୍ତି। ତାଙ୍କ ନାଁରେ ଟିକସ ଫାଙ୍କିବା ଓ ମନି ଲଣ୍ଡରିଂ ମାମଲା ରହିଛି। ଏସବୁ ଭିତରେ ସୁସ୍ମିତା ସେନ ଓ ସେ ପରସ୍ପରକୁ ଡେଟ କରୁଛନ୍ତି। ୫୬ ବର୍ଷୀୟ ଲଳିତ ମୋଦି ପୂର୍ବରୁ ବିବାହ କରିଥିଲେ। ୧୯୯୧ରୁ ୨୦୧୮ ଯାଏ ସେ ତାଙ୍କ ପତ୍ନୀ ମିନାଲ ମୋଦିଙ୍କ ସମ୍ପର୍କରେ ଥିଲେ। ହେଲେ ଏବେ ସେ ୧୯୯୪ରେ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଥିବା ସୁସ୍ମିତାଙ୍କୁ ପ୍ରେମ କରିବା ଆରମ୍ଭ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। | <urn:uuid:e1036501-7f60-4a59-b610-3dfc93132bc4> | CC-MAIN-2022-33 | https://odishareporter.in/entertainment/bollywood/lalit-modi-announces-new-beginning-with-sushmita-sen-749162 | 2022-08-07T18:44:23Z | s3://commoncrawl/crawl-data/CC-MAIN-2022-33/segments/1659882570692.22/warc/CC-MAIN-20220807181008-20220807211008-00161.warc.gz | ory | 0.999889 | Orya | 1 | {"ory_Orya_score": 0.99988853931427} |
ଟିଏମ୍ସିରେ ବିଦ୍ରୋହ ଆଶଙ୍କା: ପାର୍ଥଙ୍କୁ ହଟାଇଲେ ମମତା
ଅର୍ପିତାଙ୍କ ଚତୁର୍ଥ ଫ୍ଲାଟ୍ରେ ଚଢ଼ଉ, ପାର୍ଥଙ୍କ ଗୁମର ଖୋଲୁଛି ଅର୍ପିତାଙ୍କ କଳା ଡାଏରୀ
କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଂପାଦକ ପାର୍ଥ ଚାଟାର୍ଜୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଛନ୍ତି। ପାର୍ଥଙ୍କ ଦୁର୍ନୀତି ନେଇ ଦଳର ଅନେକ ନେତା ଦଳୀୟ ନେତୃତ୍ବ ବିରୋଧରେ ବିଦ୍ରୋହ ଚେତାବନୀ ଦେଇଛନ୍ତି। ପାର୍ଥଙ୍କୁ ବହିଷ୍କାର ପାଇଁ ୪ ଦିନ ଧରି ଦଳୀୟ ନେତାଙ୍କ ଦ୍ବାରା ମମତାଙ୍କ ଉପରେ ଚାପ ବଢ଼ୁଥିବା ବେଳେ ଆଜି କ୍ୟାବିନେଟ୍ ବୈଠକ ପରେ ପାର୍ଥଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯାଇଥିବା ଘୋଷଣା କରାଯାଇଛି। ମୁଖ୍ୟ ସଚିବ ହରିକ୍ରିଷ୍ଣା ଦ୍ବିବେଦୀ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଶିଳ୍ପ, ବାଣିଜ୍ୟ ଏବଂ ଉଦ୍ୟୋଗ, ସୂଚନା ପ୍ରଯୁକ୍ତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ତାଙ୍କ ଦାୟିତ୍ବରୁ ହଟାଇ ଦିଆଯାଇଛି।
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପାର୍ଥଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ପାର୍ଥଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଓ ସମ୍ପତ୍ତି ଜବତ ହେବା ଏବଂ ଇଡି ତାଙ୍କୁ ଗିରଫ କରିଥିଲେ ମଧ୍ୟ କାହିଁକି ତାଙ୍କୁ ବରଖାସ୍ତ କରାଯାଉ ନାହିଁ ବୋଲି ଦର୍ଶାଇ ଦଳୀୟ ନେତାମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପାର୍ଥଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯିବା ପରେ ତାଙ୍କ ମନ୍ତ୍ରାଳୟଗୁଡ଼ିକର ଦାୟିତ୍ବ ଏବେ ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ରଖିଛନ୍ତି। ପାର୍ଥଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ପାଇଁ ମମତା ପଛଘୁଞ୍ଚା ଦେଉଥିଲେ ମଧ୍ୟ ଦଳ ଭିତରେ ଏଥିପାଇଁ ଚାପ ବଢ଼ିବାରୁ ମମତା ଆଜି କ୍ୟାବିନେଟ୍ର ଜରୁରୀ ବୈଠକ ଡକାଇବାକୁ ବାଧ୍ୟ ହୋଇଥିଲେ।
ଅର୍ପିତାଙ୍କ ଚତୁର୍ଥ ଫ୍ଲାଟ୍ରେ ଚଢ଼ଉ, ପାର୍ଥଙ୍କ ଗୁମର ଖୋଲୁଛି ଅର୍ପିତାଙ୍କ କଳା ଡାଏରୀ
କୋଲାକାତା: ଟିଏମ୍ସି ନେତା ତଥା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଘରେ ଆଜି ଇଡି ଚଢ଼ଉ ଆରମ୍ଭ ହୋଇଛି। ଅର୍ପିତାଙ୍କ ଏହି ଚତୁର୍ଥ ଫ୍ଲାଟ୍ ସଂପର୍କରେ କେତେକ ଦସ୍ତାବିଜରୁ ତଥ୍ୟ ମିଳିବା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଏହି ଘରେ ଚଢ଼ଉ ଆରମ୍ଭ କରିଛି। ପୂର୍ବରୁ ଅର୍ପିତାଙ୍କ ଏକ ଫ୍ଲାଟ୍ରୁ ମିଳିଥିବା କଳା ଡାଏରୀରେ ପାର୍ଥ ଚାଟାର୍ଜୀଙ୍କ ଦୁର୍ନୀତି ସଂପର୍କରେ ଅନେକ ସୁରାକ୍ ଲୁଚି ରହିଥିବାରୁ ଇଡିର କାର୍ଯ୍ୟାନୁଷ୍ଠାନ ଆହୁରି ଲମ୍ବା ଚାଲିବ ବୋଲି ଜଣାପଡ଼ିଛି।
ପାର୍ଥଙ୍କ ପରେ ଅନ୍ୟ ତୃଣମୂଳ ନେତା କେନ୍ଦ୍ରୀୟ ଏଜେନ୍ସି ସ୍କାନରରେ
କୋଲକାତା: ପଶ୍ଚିମବଙ୍ଗ ସ୍କୁଲ୍ ସର୍ଭିସ୍ କମିସନ (ଏସ୍ଏସ୍ସି) ଦୁର୍ନୀତିରେ ଜଡ଼ିତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ତୃଣମୂଳ କଂଗ୍ରେସର ଅଧିକ ନେତା ଓ ଅଧିକାରୀ ସମ୍ପ୍ରତି କେନ୍ଦ୍ରୀୟ ଏଜେନ୍ସି ସ୍କାନରରେ ରହିଥିବା ଜଣାପଡ଼ିଛି। ପିଡବ୍ଲୁଡି ମନ୍ତ୍ରୀ ଦାୟିତ୍ବରେ ଥିବା ମଳୟ ଘଟକ, ତୃଣମୂଳ କଂଗ୍ରେସ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପରେଶ ଅଧିକାରୀ, ତୃଣମୂଳ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଓ ପଶ୍ଚିମବଙ୍ଗ ଶିକ୍ଷା ସଚିବ ମନିଷ ଜୈନ ବର୍ତ୍ତମାନ ଇଡି ସ୍କାନରରେ ଅଛନ୍ତି।
ଶିକ୍ଷା ଦୁର୍ନୀତି ସମ୍ପର୍କରେ ପରେଶ ଅଧିକାରୀଙ୍କୁ ଜେରା କରାଯାଇଥିବା ବେଳେ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ଦିନକ ତଳେ ଜେରା କରାଯାଇଥିଲା। ବିଦ୍ୟାଳୟ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ତୃଣମୂଳ କଂଗ୍ରେସ ଆଜି ସବୁ ପଦବିରୁ ହଟାଇ ଦେଇଛି। ଦଳର ସାଧାରଣ ସଂପାଦକ କୁନାଲ ଘୋଷ ତୁରନ୍ତ ପାର୍ଥଙ୍କୁ ନ ହଟାଇଲେ ଦଳରେ ବିଦ୍ରୋହ ନିଶ୍ଚିତ ବୋଲି ଚେତାବନୀ ଦେବା ପରେ ଦଳର ଅଡ଼ୁଆ ବଢ଼ିଯାଇଥିଲା। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ଅନେକ ବିଧାୟକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତୃଣମୂଳ ନେତା ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଦଳ ପ୍ଲାଟ୍ଫର୍ମକୁ ବ୍ୟବହାର କରି ଯଦି କେହି ଟଙ୍କା ଠୁଳ କରିବାରେ ଲାଗନ୍ତି ତେବେ ତାକୁ ଦଳ କେବେ ସହ୍ୟ କରିବ ନାହିଁ। | <urn:uuid:6194f651-7268-4d00-9567-e84f21d48398> | CC-MAIN-2022-33 | https://sambad.in/india-and-beyond/rebellion-threat-in-tmc-mamata-removes-parth-854178/ | 2022-08-08T11:24:55Z | s3://commoncrawl/crawl-data/CC-MAIN-2022-33/segments/1659882570793.14/warc/CC-MAIN-20220808092125-20220808122125-00411.warc.gz | ory | 0.999984 | Orya | 1 | {"ory_Orya_score": 0.9999841451644897} |
ପୁସ୍ତକ ନିଷିଦ୍ଧ ପରେ ରାଜୀବଙ୍କୁ କ'ଣ ଲେଖିଥିଲେ ରୁଶଦି?
ବହି ନିଷିଦ୍ଧ ନିଷ୍ପତ୍ତି ଠିକ ଥିଲା: ନଟବର ସିଂହ
ନୂଆଦିଲ୍ଲୀ: ବିଶିଷ୍ଟ ଲେଖକ ସଲମାନ ରୁଶ୍ଦିଙ୍କ ବିବାଦୀୟ ପୁସ୍ତକକୁ ରାଜୀବ ଗାନ୍ଧି ସରକାର ନିଷିଦ୍ଧ କରିଥିଲେ। ଏହାପରେ ଲେଖକ ରୁଶଦି ରାଜୀବ ଗାନ୍ଧିଙ୍କ ନିକଟକୁ କଡ଼ା ଭାଷାରେ ଏକ ଚିଠି ଲେଖିଥିଲେ। ସେହି ଚିଠିର କିଛି ଅଂଶ ନ୍ୟୁୟର୍କ ଟାଇମ୍ସରେ ୧୯୮୮ ଅକ୍ଟୋବର ୧୯ରେ ପ୍ରକାଶ ପାଇଥିଲା। ତାହାର ଶୀର୍ଷକ ଥିଲା ଇଣ୍ଡିଆ ବ୍ୟାନ୍ସ ଏ ବୁକ୍ ଫର୍ ଇଟ୍ସ ଓନ୍ ଗୁଡ୍'। ରାଜୀବ ସରକାରଙ୍କ ନିଷ୍ପତ୍ତିକୁ ନେଇ ରୁଶଦି ସେହି ଚିଠିରେ କ୍ଷୋଭ ପ୍ରକାଶ କରିଥିଲେ। ସାଂସଦ ସୟେଦ ଶାହବୁଦ୍ଦିନ, ଖୁର୍ସିଦ ଆଲମ ଖାନଙ୍କ ସମେତ ଆଉ କେତେଜଣ ମୁସଲିମ ରାଜନେତାଙ୍କ ଦାବି ପରେ ସରକାର ଏପ୍ରକାର ନିଷ୍ପତ୍ତି ନେଇଛନ୍ତି। ଏପରିକି ସେହି ମୁସଲିମ ନେତାଙ୍କୁ ସେ ଉଗ୍ରବାଦୀ ଓ ମୌଳବାଦୀ ବୋଲି କହିବାକୁ ପଛାଇବେ ନାହିଁ ବୋଲି ଲେଖିଥିଲେ। ଯେଉଁମାନେ ମୋତେ ଓ ମୋ ବହିକୁ ସମାଲୋଚନା କରିଛନ୍ତି ସେମାନଙ୍କର ସେହି ବହି ପଢ଼ିବା ଆବଶ୍ୟକ ନାହିଁ। ସରକାରଙ୍କ ନିଷ୍ପତ୍ତି ତାଙ୍କୁ ଗଭୀର ଭାବେ ବ୍ୟଥିତ କରିଛି ବୋଲି ସେ କହିଥିଲେ।
ଆଗୁଆ ସତର୍କତାମୂଳକ ପଦକ୍ଷେପ ଭାବେ ଦ ସାଟାନିକ ଭର୍ସେସ ପୁସ୍ତକକୁ ନିଷିଦ୍ଧ କରାଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। ବହିରେ ଥିବା କିଛି ଅଂଶକୁ ସହଜରେ ବିକୃତ ଏବଂ ଅପବ୍ୟବହାର କରାଯିବାର ଆଶଙ୍କା ବ୍ୟକ୍ତ କରାଯାଇଥିଲା। ଏହା ତାଙ୍କୁ ଚକିତ କରିଥିଲା। ମୁକ୍ତ ସମାଜରେ ଏଭଳି ବ୍ୟବହାର ଠିକ ନୁହେଁ ବୋଲି ସେ ରାଜୀବଙ୍କୁ ସେହି ଚିଠିରେ କହିଥିଲେ। ସରକାର ଏଥିପାଇଁ ଲଜ୍ଜିତ ହେବା ଆବଶ୍ୟକ। ଭାରତୀୟମାନେ କ'ଣ ପଢ଼ିବେ ଓ କ'ଣ ନ ପଢ଼ିବେ ତାହାର ନିଷ୍ପତ୍ତି ଅର୍ଥ ମନ୍ତ୍ରାଳୟ ନେବା ନିଶ୍ଚିତ ଭାବେ ଏକ ଅଦ୍ଭୂତ କଥା। ଯେକୌଣସି ଗଣତନ୍ତ୍ରର ମୂଳଦୁଆ ହେଉଛି ବାକ୍ ସ୍ବାଧୀନତା। ବର୍ତ୍ତମାନ ସାରା ବିଶ୍ବରେ ଭାରତୀୟ ଗଣତନ୍ତ୍ର ହାସ୍ୟାସ୍ପଦ ଭଳି ହୋଇଛି ବୋଲି ରୁଶଦି ସେଥିରେ କହିଥିଲେ।
ବହି ନିଷିଦ୍ଧ ନିଷ୍ପତ୍ତି ଠିକ ଥିଲା: ନଟବର ସିଂହ
ନୂଆଦିଲ୍ଲୀ: ସଲମାନ ରୁଶଦିଙ୍କ ଦ୍ବାରା ଲିଖିତ ବିବାଦୀୟ ପୁସ୍ତକ 'ଦ ସାଟାନିକ୍ ଭର୍ସେସ'କୁ ୧୯୮୮ ମସିହାରେ ରାଜୀବ ଗାନ୍ଧି ସରକାର ଭାରତରେ ନିଷିଦ୍ଧ କରିଥିଲେ। ସେତେବେଳେ ବିଦେଶ ବ୍ୟାପାର ମନ୍ତ୍ରୀ ଥିବା କେ ନଟବର ସିଂହ କହିଛନ୍ତି ରାଜୀବ ସରକାରଙ୍କ ଏହି ନିଷ୍ପତ୍ତି ଯୁକ୍ତିଯୁକ୍ତ ଥିଲା। ଆଇନ ଶୃଙ୍ଖଳା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତିରେ ସେ ମଧ୍ୟ ସାମିଲ ଥିଲେ। ପୁସ୍ତକ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ ବୋଲି ସେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ କହିଥିଲେ। ମୁସଲିମମାନଙ୍କ ତୁଷ୍ଟୀକରଣ ପାଇଁ ଉକ୍ତ ବହିକୁ ନିଷିଦ୍ଧ କରାଯାଇଛି ବୋଲି ଯାହା ଦାବି କରାଯାଉଛି ତାହାକୁ ୯୧ ବର୍ଷୀୟ କେ ନଟବର ସିଂହ ଖଣ୍ଡନ କରିଛନ୍ତି। କାଶ୍ମୀର ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ଏହି ପ୍ରସଙ୍ଗକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ କ'ଣ କରିବା ବୋଲି ପଚାରିଥିଲେ। ଜୀବନ ସାରା ମୁଁ ବହି ନିଷିଦ୍ଧକୁ ବିରୋଧ କରିଆସିଛି ବୋଲି କହିଥିଲି। କିନ୍ତୁ ଯେତେବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି ସେତେବେଳେ ରୁଶଦିଙ୍କ ଭଳି ବଡ଼ ଲେଖକଙ୍କର ପୁସ୍ତକ ନିଷିଦ୍ଧ ହେବା ଆବଶ୍ୟକ ବୋଲି ମତ ଦେଇଥିଲି। | <urn:uuid:8b849728-eba5-4d52-a442-7b1c2ac8d60f> | CC-MAIN-2022-40 | https://sambad.in/india-and-beyond/what-did-rushdie-write-to-rajiv-after-the-book-was-banned-861811/ | 2022-09-24T19:52:55Z | s3://commoncrawl/crawl-data/CC-MAIN-2022-40/segments/1664030333455.97/warc/CC-MAIN-20220924182740-20220924212740-00423.warc.gz | ory | 0.999985 | Orya | 1 | {"ory_Orya_score": 0.999984622001648} |
ମାଟିତଳୁ ଉଦ୍ଧାର ହେଲା ୧୧ରୁ ଅଧିକ ଲ୍ୟାଣ୍ଡମାଇନ, ଲୁଚାଇଥିଲେ ମାଓବାଦୀ
ମାଟିତଳୁ ଉଦ୍ଧାର ହେଲା ୧୧ରୁ ଅଧିକ ଲ୍ୟାଣ୍ଡମାଇନ, ଲୁଚାଇଥିଲେ ମାଓବାଦୀ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୋଲିସକୁ ମିଳିଲା ଆଉ ଏକ ବଡ଼ ସଫଳତା । ସ୍ବାଭିମାନ ଅଞ୍ଚଳର ଜୋଡାଆମ୍ବ ଥାନା ଅଞ୍ଚଳର ଜଙ୍ଗଲରେ ପୋତାଯାଇଥିବା ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ଏହି ମାଓ ସାମଗ୍ରୀ ମଧ୍ୟରେ ଗୋଟିଏ ଇଭିଏମ୍ ମେସିନ ରହିଥିବା ସୂଚନା ମିଳିଛି । ଏଗୁଡ଼ିକ ମାଟି ତଳେ ପୋତା ହୋଇଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଓଜି (Special Operation Group) ଓ ଡିଭିଏଫ (District Voluntary Force) ପକ୍ଷରୁ ଜବତ କରାଯାଇଛି ।
ବିଶେଷ ଗୁଇନ୍ଦା ସୂତ୍ରରୁ ଖବର ପାଇ ଗତକାଲି (ମଙ୍ଗଳବାର) ଏସଓଜି ଓ ଡିଭିଏଫ ପକ୍ଷରୁ ଯୋଡ଼ାଆମ୍ବ ଜଙ୍ଗଲରେ ସର୍ଚ୍ ଅପରେସନ କରାଯାଇଥିଲା । ଏହି ଅପରେସନରେ ମାଟିତଳେ ମାଓ ସାମଗ୍ରୀ ଥିବା ସୂଚନା ପାଇଥିଲେ ଜବାନ । ପରେ ଗ୍ରାମବାସୀଙ୍କ ସହାୟତାରେ ମାଟି ଖୋଳି ମାଓବାଦୀଙ୍କ ସମସ୍ତ ସାମଗ୍ରୀ ଜବତ କରାଯାଇଥିଲା । ସେଥିରେ ୧୧ରୁ ଅଧିକ ଲ୍ୟାଣ୍ଡମାଇନ, ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ୭୪ ପ୍ରକାର ମାଓ ସାମଗ୍ରୀ ଜବତ କରିଛନ୍ତି ଜବାନ । ତେବେ ଏହାରି ମଧ୍ୟରେ ଗୋଟିଏ ଇଭିଏମ୍ ମେସିନ ରହିଥିବା ସୂଚନା ମିଲିଛି । ମାଓବାଦୀମାନେ ପୋଲିସକୁ ଟାର୍ଗେଟ କରି ଏହି ସବୁ ସାମଗ୍ରୀ ମାଟି ତଳେ ପୋତି ରଖିଥିବା ଅନୁମାନ କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ...ମାଲକାନଗିରି ସୀମାରେ ସକ୍ରିୟ ନକ୍ସଲ, ଜାଳିଦେଲେ ଯାତ୍ରୀବାହୀ ବସ୍
ଏହି ସଫଳତା ପରେ ପ୍ରତିକ୍ରିୟା ରଖିଛନ୍ତି ମାଲକାନଗିରି ଏସ୍ପି ନୀତେଶ ୱ।ଧୱ।ନି । ସେ କହିଛନ୍ତି, "ପୋଲିସର ଘର ପ୍ରତ୍ୟାବର୍ତ୍ତନ ଆହ୍ବାନରେ ଧିରେ ଧିରେ ମାଓଗଡ଼ ଭାଙ୍ଗୁଛି । ଯାହା ଫଳରେ ଲୋକମାନଙ୍କର ପୋଲିସ ଉପରେ ଭରସା ବଢ଼ୁଛି । ତେବେ ଜୋଡ଼ାଆମ୍ବ ଅଞ୍ଚଳରେ ଲୋକଙ୍କ ସହାୟତାରେ ଆମେ ଏହି ବିପୁଳ ମାଓ ସାମଗ୍ରୀ ଜବତ କରିଛୁ । ଏଭଳି ଲୋକଙ୍କ ସହୟତା ମିଳିଲେ ଆଗକୁ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ମୂଳପୋଛ ହୋଇପାରିବ ।"
ଇଟିଭି ଭାରତ, ମାଲକାନଗିରି | <urn:uuid:01799f6b-3434-4e2b-a1da-9c555837b0ae> | CC-MAIN-2022-49 | https://www.etvbharat.com/oriya/odisha/state/malkangiri/mao-material-seized-including-an-evm-machine-in-malkangiri/or20221123193658539539102 | 2022-12-04T08:28:47Z | s3://commoncrawl/crawl-data/CC-MAIN-2022-49/segments/1669446710968.29/warc/CC-MAIN-20221204072040-20221204102040-00113.warc.gz | ory | 0.999943 | Orya | 1 | {"ory_Orya_score": 0.9999428987503052} |
କାଲି ନୂଆ ଇନିଂସ ଆରମ୍ଭ କରିବେ ରାହୁଲ, ବାହାଘର ପାଇଁ ଆରମ୍ଭ ହୋଇଛି ରୀତିନୀତି
କାଲି ନୂଆ ଇନିଂସ ଆରମ୍ଭ କରିବେ ରାହୁଲ, ବାହାଘର ପାଇଁ ଆରମ୍ଭ ହୋଇଛି ରୀତିନୀତି
ମୁମ୍ବାଇ: ଆସନ୍ତାକାଲି(ସୋମବାର) ଜୀବନରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ୱିକେଟ କିପର ବ୍ୟାଟର ଲୋକେଶ ରାହୁଲ । ରାହୁଲ-ଆଥିଆଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଛି । ମୁମ୍ବାଇରେ ତାଙ୍କର ବାହାଘର ଅନୁଷ୍ଠିତ ହେବ । ଟିମ୍ ଇଣ୍ଡିଆ ବ୍ୟାଟର କେଏଲ ରାହୁଲ ଏବଂ ତାଙ୍କ ପ୍ରେମିକା ତଥା ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଜାନୁଆରୀ ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ।
ସଜେଇ ହୋଇଛି ଖଣ୍ଡାଲା ଫାର୍ମହାଉସ: ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ଏବଂ ଭାରତୀୟ କ୍ରିକେଟର ଲୋକେଶ ରାହୁଲ ପରସ୍ପରକୁ ଦୀର୍ଘ ଦିନ ଧରି ଡେଟିଂ କରୁଥିଲେ । ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବାହାଘର ପୂର୍ବରୁ ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସକୁ ସଜା ଯାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ପାହାଡ ଉପରେ ତିଆରି ହୋଇଛି ଖଣ୍ଡାଲା ଫାର୍ମହାଉସ : ବଲିଉଡ ଷ୍ଟାର ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସ ପାହାଡ ଉପରେ ତିଆରି ହୋଇଛି । ଗତ ବର୍ଷ ସୁନୀଲ ସେଟ୍ଟୀ ଏକ ସୋ'ରେ ଖଣ୍ଡାଲା ଫାର୍ମହାଉସର କିଛି ଦୃଶ୍ୟ ଦେଖାଇଥିଲେ । ପାହାଡ ଚାରିପାଖରେ ଥିବା ମନୋରମ ଦୃଶ୍ୟ ଏହି ଫାର୍ମହାଉସର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି । ଫାର୍ମହାଉସରେ ତିଆରି ହୋଇଥିବା ବଗିଚା, ସୁଇମିଂ ପୁଲ୍ ଏବଂ ବିଭିନ୍ନ ମୂର୍ତ୍ତିଗୁଡିକ ଫାର୍ମହାଉସର ଦୃଶ୍ୟକୁ ବେଶ୍ ଆକର୍ଷିତ କରିଥାଏ । ତେବେ ଚର୍ଚ୍ଚା ହେଉଛି ରାହୁଲ ଏବଂ ଆଥିୟା ଏହି ଖଣ୍ଡାଲା ଫାର୍ମହାଉସରେ ସାତ ଫେରା ନେବେ ।
ଆରମ୍ଭ ହୋଇଛି ବିବାହ ରୀତିନୀତି : ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କ ବାହାଘର ରୀତିନୀତି ଜାନୁଆରୀ ୨୧ ତାରିଖରୁ ଆରମ୍ଭ ହୋଇଛି । ମେହେନ୍ଦୀ ରୀତିନୀତି, ହଳଦୀ ରୀତିନୀତି ଏବଂ ସଙ୍ଗୀତ ରୀତିନୀତି ଆଦି ହେବ । କୁହାଯାଉଛି ଏହି ବାହାଘରରେ ପାଖାପାଖି ସମସ୍ତ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କୁ ନିମନ୍ତ୍ରଣ ହୋଇଛି । ସୂତ୍ର ଅନୁସାରେ ବାହାଘର ପରେ ସୁନୀଲ ସେଟ୍ଟୀ ଏବଂ କେଏଲ ରାହୁଲଙ୍କ ପରିବାର ବାହାଘର ରିସେପସନ ପାର୍ଟି ଦେବେ । ଏହି ରିସେପସନ ପାର୍ଟି ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ଅନୁଷ୍ଠିତ ହେବ । ରିସେପସନରେ ଭାରତୀୟ କ୍ରିକେଟ ଖେଳାଳି, ବଲିଉଡ କଳାକାର, ବିଜନେସମ୍ୟାନ ଏବଂ ରାଜନେତା ସାମିଲ ହେବେ ।
ଟିମ୍ ଇଣ୍ଡିଆ ଏବେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନିଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳୁଛି । ଏହି ସିରିଜରେ ଭାରତ ୨-୦ରେ ଆଗୁଆ ସିରିଜ ଜିତି ନେଇଛି । ଲୋକେଶ ରାହୁଲ ତାଙ୍କ ବାହାଘର ପାଇଁ ଏହି ସିରିଜରୁ ବିଶ୍ରାମ ନେଇଛନ୍ତି । | <urn:uuid:9fd92d1c-301a-416d-9d2c-fb4a2f40778c> | CC-MAIN-2023-06 | https://www.etvbharat.com/oriya/odisha/sports/cricket/suniel-shetty-khandala-house-decked-up-for-kl-rahul-and-athiya-shetty-marriage/or20230122192629378378776 | 2023-02-05T16:30:55Z | s3://commoncrawl/crawl-data/CC-MAIN-2023-06/segments/1674764500273.30/warc/CC-MAIN-20230205161658-20230205191658-00483.warc.gz | ory | 0.999975 | Orya | 1 | {"ory_Orya_score": 0.999975323677063} |
Menstrual Cup Launch: 3ଟି ବ୍ରାଣ୍ଡର ମେନ୍ସୁରାଲ୍ କପ୍ ଲଞ୍ଚ୍
Menstrual Cup Launch: 3ଟି ବ୍ରାଣ୍ଡର ମେନ୍ସୁରାଲ୍ କପ୍ ଲଞ୍ଚ୍
ନୂଆଦିଲ୍ଲୀ: ଏଚଏଲଏଲ ଲାଇଫ୍ କେୟାର ଲିମିଟେଡ୍, କେନ୍ଦ୍ରୀୟ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ଭାରତ ଏବଂ ପୃଥିବୀର ମହିଳାମାନଙ୍କ ପାଇଁ ତିନୋଟି ବ୍ରାଣ୍ଡର ମାସିକ ଋତୁସ୍ରାବ କପ୍ ଲଞ୍ଚ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଏଚଏଲଏଲର କର୍ପୋରେଟ ଆର ଆଣ୍ଡ ଡି ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ "ଥିଙ୍କଲ", "ଭେଲଭେଟ" ଏବଂ "କୁଲ କପ" ନାମକ 3ଟି ବ୍ରାଣ୍ଡ୍ର ପିରିୟର୍ଡ୍ସ କପ୍ ଲଞ୍ଚ କରିଛନ୍ତି ।
ଏହି ପ୍ରଡକ୍ଟ ଲଞ୍ଚ କରିବା ପରେ ମନ୍ତ୍ରୀ କହିଛନ୍ତି ଯେ, ମାସିକ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନାରେ ଏହା ଏକ ବଡ଼ ସଫଳତା । ଏହା ପରିବେଶ ଅନୁକୂଳ ଏବଂ ବ୍ୟବହାର ପାଇଁ ସୁବିଧାଜନକ । ଏ କ୍ଷେତ୍ରରେ ଏଚଏଲଏଲ ଏମକପ୍ ଅଗ୍ରଣୀ ଭୂମିକା ନିଭାଇବ । ଥିଙ୍କଲ୍ ହେଉଛି ସିଏସଆର ବ୍ରାଣ୍ଡ୍ର ମେନ୍ସୁରାଲ୍ କପ୍, ଭେଲଭେଟ ହେଉଛି ଘରୋଇ ବ୍ରାଣ୍ଡ ଏବଂ କୁଲ କପ୍ ମଧ୍ୟ ପୂର୍ବ, ଲାଟିନ୍ ଆମେରିକା, ଏସିଆ ଏବଂ ଆଫ୍ରିକାର ଅନ୍ତର୍ଜାତୀୟ ବଜାରରେ ବିକ୍ରି ହେବାକୁ ଯାଉଛି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ।
ମେନ୍ସୁରାଲ୍ କପ୍ ହେଉଛି ମେଡିକାଲ୍ ଗ୍ରେଡ୍ ସିଲିକନ୍ ସାମଗ୍ରୀରେ ନିର୍ମିତ ଏକ ସ୍ଥାୟୀ ଏବଂ ପୁନଃବ୍ୟବହାର ଯୋଗ୍ୟ ଉପକରଣ, ଯାହା ଋତୁସ୍ରାବ ତରଳ ପଦାର୍ଥ ସଂଗ୍ରହ କରିବା ପାଇଁ ଯୋନୀରେ ଫିଟ୍ ହେବା ପାଇଁ ଭର୍ତ୍ତି କରାଯାଇପାରିବ । ଋତୁସ୍ରାବ ପାଇଁ ଏକ ନିରାପଦ ସମାଧାନ ଭାବରେ ଏଚଏଲଏଲ ଉଚ୍ଚମାନର ସୁଲଭ ମେନ୍ସୁରାଲ୍ କପ୍ ପ୍ରଦାନ କରେ ।
ଏହି ମେନ୍ସୁରାଲ୍ କପକୁ ସର୍ବନିମ୍ନ 5 ବର୍ଷ ଏବଂ ସର୍ବାଧିକ 10 ବର୍ଷ ପର୍ଯ୍ୟନ୍ତ ପୁନଃବ୍ୟବହାରଯୋଗ୍ୟ କରାଯାଇ ପାରିବ, ଏଚଏଲଏଲର ମେନ୍ସୁରାଲ୍ କପ୍ର ମୁଖ୍ୟ ବିଶେଷତା । ସାନିଟାରୀ ନାପକିନ୍ ଦ୍ବାରା ସୃଷ୍ଟି ହୋଇଥିବା ବର୍ଜ୍ୟବସ୍ତୁ ଦୂର କରିପାରିଲେ ପରିବେଶ ସୁରକ୍ଷା ମଧ୍ୟ ହୋଇପାରିବ ବୋଲି ବିବୃତ୍ତିରେ କୁହାଯାଇଛି । ଏହି କପ୍ ପରିବେଶ ସ୍ବଚ୍ଛତା ଉପରେ ମଧ୍ୟ କାର୍ଯ୍ୟ କରିବ । ତେବେ କହିରଖୁଛୁ ଯେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏଚଏଲଏଲ ଲାଇଫ୍ କେୟାର ଲିମିଟେଡ୍ ହେଉଛି ଏକ କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର । | <urn:uuid:6af2dcf8-a8db-46b9-9609-93b09b26a05b> | CC-MAIN-2023-06 | https://www.etvbharat.com/oriya/odisha/sukhibhava/sukhibhava-news/central-psu-hll-launches-menstrual-cups/or20230122091041338338128 | 2023-01-30T21:50:19Z | s3://commoncrawl/crawl-data/CC-MAIN-2023-06/segments/1674764499829.29/warc/CC-MAIN-20230130201044-20230130231044-00823.warc.gz | ory | 0.999999 | Orya | 1 | {"ory_Orya_score": 0.9999994039535522} |
ସାଗରିକା ଦାସ୍
ଜୀବନତରଙ୍ଗ ଅସ୍ତବେଳାରେ ସଙ୍ଗିନୀ ଗୋ
ଧୂସରକୁନ୍ତଳ ଧୁମ୍ରଦୃଷ୍ଟି ଭଗ୍ନଅପଘନ ସାଥୀ ଗୋ
କିଏ ଗୋ ତୁମେ ମୋର କିପରି ବର୍ଣ୍ଣିବି ଆହା
କେମିତି କହିବି ବଖାଣି ଅର୍ଦ୍ଧାଙ୍ଗିନୀ ହେ
କ'ଣ ଯେ ତୁମେ ମୋ ପାଇଁ !
କାହ୍ନା ଚିତ୍ତଚୋରା ସେ ଶ୍ରୀରାଧା ହସ ଯେ ତୁମେ
ଲକ୍ଷ୍ମଣ ପାଦେ ପାଦ ମିଳାଇ ନିଃଶବ୍ଦେ ଚାଲ ଯେ ତୁମେ
ଉର୍ମିଳାର ସେ ନିସର୍ତ୍ତ ବଳିଦାନ ତୁମେ ,
ଶିବତାଣ୍ଡବେ ସତୀଙ୍କ ଅଭିମାନ ତୁମେ
ନରଙ୍କୁ ନାରାୟଣେ ପରିବର୍ତ୍ତନ କରୁଥିବା
ମୋ ପ୍ରଭୁ ଶ୍ରୀରାମଙ୍କର ପରିଚୟ ତୁମେ
କିଏ ଗୋ ତୁମେ କେମିତି ବଖାଣେ
କ'ଣ ଯେ ତୁମେ ମୋ ପାଇଁ !
ମୋ ଦୁଃଖ ସାଗରେ ଆଶ୍ବାସନା ତୁମେ
ମୋ ସ୍ବପ୍ନ ପରୀର କୋମଳ ପଙ୍ଖ
ମୋ ଭାବନା ସବାରୀକୁ ଝୁଲଣା କରାଅ ଗୋ
ଭାରାକ୍ରାନ୍ତ ହୃଦୟେ ଭର ଶୀହରଣ
ମୁଁ ଅଜ୍ଞ ତୁମେ ମୋ ଜ୍ଞାନବର୍ତ୍ତିକା , ବିବେକ
ମୁଁ ଅସ୍ଥିର ପବନେ ଗୁଡ଼ି ତୁମେ ମୋ ଲଟେଇ
କିଏ ଗୋ ତୁମେ ମୋ ପାଇଁ
କ'ଣ ଯେ ତୁମ ପ୍ରୀତି !
ମୋ ଚିନ୍ତା ତୁମେ , ଚେତନା ବି ତୁମେ
ମୋ ସ୍ବାଭିମାନ ତୁମେ ମନତଳ ଅଭିମାନ ଗୋ
ଜୀବନ ଭରି ଲେଖୁଛି କବିତା ମୁଁ ତଥାପି ,
ତୁମେ ସେଇ ଆଲିଖିତ ପଂକ୍ତିମାଳା ଗୋ
ଅସ୍ତବେଳାର ରଙ୍ଗଛଟା କମ୍ ତ ନୁହଁ
ଉଦୟ ରାଗର ନହୂଲି ସକାଳ ନେଇଯେ ଆସିଛ
କେମିତି କହିବି କିଏ ମୋର ତୁମେ !
କହିବାରେ କ'ଣ କିଛି ଥାଏ !
ନୂଆଦିଲ୍ଲୀ | <urn:uuid:c4a1d5de-8400-49a9-9e97-07f909810067> | CC-MAIN-2023-14 | https://odishasambad.in/sabudina-sahitya-a-poem-by-sagarika-das-2/ | 2023-03-21T18:36:28Z | s3://commoncrawl/crawl-data/CC-MAIN-2023-14/segments/1679296943704.21/warc/CC-MAIN-20230321162614-20230321192614-00006.warc.gz | ory | 1.000002 | Orya | 1 | {"ory_Orya_score": 1.000002384185791} |
ନୂତନ ରାସ୍ତାର ଶିଳାନ୍ୟାସ କଲେ ବିଧାୟକ, ରାସ୍ତା ଉନ୍ନତିକରଣ ନିମନ୍ତେ ଭେଟିଦେଲେ ୩ କୋଟିରୁ ଅଧିକ ଟଙ୍କା
13/02/2023 at 2:37 PM
ଚଣ୍ଡୀଖୋଲ ୧୩/୦୨: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବନ୍ତଳା ଠାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନୂତନ ରାସ୍ତାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ରାସ୍ତାର ଶିଳାନ୍ୟାସ କରିଥିଲେ । ଜାରକା ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ NH_୧୬ କଡ଼ାଇ ଠାରୁ କଇଁତିପୋଖରୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ନିମନ୍ତେ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଏହି ଉତ୍ସବରେ ଗ୍ରାମ୍ୟ ଉନୟନ ବିଭାଗୀୟ ଅଧିକାରୀ, ବଡ଼ଚଣା ବ୍ଲକ ଅଧକ୍ଷା, ଯାଜପୁର ଜିଲାପରିଷଦ ଉପାଧ୍ୟକ୍ଷଙ୍କ ସହ ସ୍ଥାନୀୟ ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଗମନାଗମନ କ୍ଷେତ୍ରରେ ଏହି ରାସ୍ତା ବେଶ ସହାୟକ ହେବ ବିଧାୟକ କହିଛନ୍ତି।
Related Posts
୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
27 March 2023
ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ
27 March 2023 | <urn:uuid:7bcd7dd6-8b61-4f4f-a863-16e904011430> | CC-MAIN-2023-14 | https://www.prameyanews7.com/mla-innaguration-new-raod-at-chandikhole/ | 2023-03-27T04:21:13Z | s3://commoncrawl/crawl-data/CC-MAIN-2023-14/segments/1679296946637.95/warc/CC-MAIN-20230327025922-20230327055922-00706.warc.gz | ory | 0.999988 | Orya | 1 | {"ory_Orya_score": 0.9999878406524658} |
ହୋଲି ପାଇଁ ରାଜଧାନୀରେ ବନ୍ଦ ରହିବ ସମସ୍ତ ମଦ ଦୋକାନ
7/03/2023 at 6:09 PM
ଭୁବନେଶ୍ୱର ୦୭/୦୩: ରାଜଧାନୀରେ ବୁଧବାର ବା ଆସନ୍ତାକାଲି ହୋଲି ପାଇଁ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଏନେଇ ଭୁବନେଶ୍ୱର ଅବାକାରୀ ଜିଲ୍ଲା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି କାରଣରୁ ଭୁବନେଶ୍ୱରର ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟ, ବିଏର୍ ବାର୍ ତ୍ୟାଦି ବନ୍ଦ ରହିବ। ଏହା ସହିତ ସହରର ସମସ୍ତ ଭାଙ୍ଗ ଦୋକାନ ମଧ୍ୟ ବନ୍ଦ ରହିବ। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ ବୋଲି ବିଭାଗୀୟ ବିଜ୍ଞପ୍ତି ଜାରି କରାଯାଇଛି।
Related Posts
ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
28 March 2023
ଗୋଠଛଡ଼ା ଦନ୍ତାର ଉତ୍ପାତ, ଆକ୍ରମଣରେ ଶ୍ରୀଧର ଗୁରୁତର
28 March 2023 | <urn:uuid:68947204-57d0-44bd-b38d-3dc1125582fc> | CC-MAIN-2023-14 | https://www.prameyanews7.com/for-holi-celebration-alchohol-is-ban-in-bhubaneswar/ | 2023-03-28T02:51:30Z | s3://commoncrawl/crawl-data/CC-MAIN-2023-14/segments/1679296948756.99/warc/CC-MAIN-20230328011555-20230328041555-00107.warc.gz | ory | 0.999884 | Orya | 1 | {"ory_Orya_score": 0.9998838901519775} |
ନୂଆବର୍ଷରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ରଣବୀର, ରିଲିଜ ହେଲା 'ଆନିମଲ'ର ଫାଷ୍ଟ ଲୁକ୍ ପୋଷ୍ଟର
ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ 'ଆନିମଲ'ର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ ହୋଇଛି । ନୂଆବର୍ଷକୁ ସ୍ୱାଗତ କରି ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରାଯାଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ଆନିମଲ ପୋଷ୍ଟରରେ ରଣବୀର କପୁରଙ୍କ ଭୟଙ୍କର ଲୁକ୍ ଦେଖିବାକୁ ମିଳିଛି ।
ଫିଲ୍ମ ଆନାଲିଷ୍ଟ ତରଣ ଆଦର୍ଶ ଏହାକୁ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ । ଏହି ପୋଷ୍ଟର ଦେଖିରେ ରଣବୀର ହାତରେ କୁରାଢୀ, ମୁହଁରେ ସିଗାରେଟ ଏବଂ ରକ୍ତରେ ଜୁଡୁବୁଡୁ ହୋଇଥିବାର ଦେଖିବାକୁ ମିଳିଛି । ଫିଲ୍ମର ଫାଷ୍ଟ ଲୁକ୍ ଦେଖି ଫ୍ୟାନ୍ସ ଫିଲ୍ମ ଦେଖିବାକୁ ଉତ୍ସାହ ବଢିଯାଇଛି। ଫିଲ୍ମ ଶମଶେରା ଠାରୁ ନିଶ୍ଚିତ ଭଲ ହେବ ବୋଲି ଚର୍ଚ୍ଚା ହେଉଛି। ଫ୍ୟାନ୍ସଙ୍କ ଉତ୍କଣ୍ଠା ଦୁଇଗଣ ବୃଦ୍ଧି ପାଇଛି । ସୋସିଆଲ ମିଡିଆରେ ଏହାର ପୋଷ୍ଟରକୁ ବହୁତ ପସନ୍ଦ କରାଯାଉଛି ।
View this post on Instagram
ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ସାମ୍ନାକୁ ଆସିବା ପରେ ଫିଲ୍ମ କେବେ ରିଲିଜ ହେବ ଫ୍ୟାନ୍ସ ଚାହିଁ ରହିଛନ୍ତି। ଫିଲ୍ମଟି ଆସନ୍ତା ଅଗଷ୍ଟ ୨୦୨୩ରେ ରିଲିଜ ହେବ । ରଣବୀର କପୁରଙ୍କ ସହିତ ଫିଲ୍ମରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିରେ ବଲିଉଡ କଳାକର ଅନୀଲ କପୁର, ବବି ଦେଓ୍ଵଲ ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ବାଙ୍ଗା କରୁଛନ୍ତି ।
View this post on Instagram
ଅନୀଲ କହିଛନ୍ତି, ସେ ସନ୍ଦୀପଙ୍କ ସହ କାମ କରିବାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। କାରଣ ତାଙ୍କୁ ତାଙ୍କ ଗତ ଫିଲ୍ମ କବୀର ସିଂହ ପସନ୍ଦ ଆସିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସେ ଫିଲ୍ମରେ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍ରେ ନଜର ଆସିବେ। ସେ ବର୍ତ୍ତମାନର ଯୁବ ପିଢ଼ି ସହ କାମ କରିବାକୁ ବେଶ୍ ଉତ୍ସାହିତ ଅଛନ୍ତି। ସେ ଫାଇଟରରେ ହ୍ରିତିକ ରୋଶନ, କ୍ୟାପ୍ଟେନ୍ରେ ଆଦିତ୍ୟ ରାୟ କପୁର ଓ ବିନ୍ଦ୍ରାରେ ହର୍ଷବର୍ଦ୍ଧନଙ୍କ ସହ ନଜର ଆସିବେ। ତାଙ୍କ କହିବାନୁସାରେ, ସେ ଏବେ ନିଜର ସବୁଠୁ ଭଲ ସମୟ ଦେଇ ଗତି କରୁଛନ୍ତି। ପ୍ରକାଶ ଯେ ଆନିମଲରେ ଅନୀଲ ଓ ରଣବୀରଙ୍କ ବ୍ୟତୀତ ବବି ଦେଓଲ ଓ ରଶ୍ମିକା ମନ୍ଦାନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।
ରିପୋର୍ଟ ମୁତାବକ, ସନ୍ଦୀପ ରେଡ୍ଡୀ ବାଙ୍ଗା ଫିଲ୍ମ ପାଇଁ ପରିଣୀତି ଚୋପ୍ରାଙ୍କୁ ନେବା ପାଇଁ ଉତ୍ସାହିତ ରହିଥିଲେ। କିନ୍ତୁ ପରୀ ସମୟ ଅଭାବ ଯୋଗୁଁ ଫିଲ୍ମ ପାଇଁ ମନା କରିଦେଇଥିଲେ। ଏହି ଫିଲ୍ମରେ ରଣବୀରଙ୍କ ପତ୍ନୀ ସାଜିବେ ରଶ୍ମିକା। ଦୁହିଁଙ୍କ ଯୋଡି ପରଦାରେ ନିଆଁ ଲଗାଇଦେବ ବୋଲି ସମସ୍ତଙ୍କର ଆଶା ରହିଛି। | <urn:uuid:fbfb5ba7-be65-4366-bdcd-64127c556dcf> | CC-MAIN-2023-14 | https://knewsodisha.com/entertainment/ranbir-kapoor-starrer-animal-first-look-poster-release-on-new-year-511348 | 2023-03-31T12:38:52Z | s3://commoncrawl/crawl-data/CC-MAIN-2023-14/segments/1679296949642.35/warc/CC-MAIN-20230331113819-20230331143819-00556.warc.gz | ory | 0.999968 | Orya | 1 | {"ory_Orya_score": 0.9999679327011108} |
ଓଡ଼ିଶାର ପ୍ରସିଦ୍ଧ ଅଷ୍ଟ ଶକ୍ତି ପୀଠ
ବାସନ୍ତିକ ଦୁର୍ଗା ପୂଜା ଅବସରରେ ଆଜି ଜାଣିବା ଅବଶିଷ୍ଟ ଥିବା ଆଉ ଚାରୋଟି ଶକ୍ତିପୀଠ ସମ୍ଭନ୍ଧରେ
ଓଡ଼ିଶାର ପ୍ରସିଦ୍ଧ ଅଷ୍ଟ ଶକ୍ତି ପୀଠ
ବାସନ୍ତିକ ଦୁର୍ଗା ପୂଜା ଅବସରରେ ଆଜି ଜାଣିବା ଅବଶିଷ୍ଟ ଥିବା ଆଉ ଚାରୋଟି ଶକ୍ତିପୀଠ ସମ୍ଭନ୍ଧରେ
୫.ଯାଜପୁରର_ମା' ବିରଜା– ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଥିବା ଯାଜପୁରଠାରେ ମାଆ ବିରଜାଙ୍କର ପୀଠ।
ଦେବୀ ପୁରାଣ ଅନୁସାରେ ଦେବୀ ସତୀଙ୍କର ଅଙ୍ଗ ପ୍ରତ୍ୟଙ୍ଗରୁ ଛିନ୍ନ ନାଭିଦେଶଟି ଯାଜପୁରଠାରେ ପତିତ ହେଇଥିଲା। ତେଣୁ ବିରଜା କ୍ଷେତ୍ର ପ୍ରଧାନ ବୋଲି କୁହାଯାଏ। ସୃଷ୍ଟି ସର୍ଜନା ବେଳେ ବ୍ରହ୍ମା ଏଠାରେ ଏକ ବିରାଟ ଯଜ୍ଞର ଆୟୋଜନ କରିଥିଲେ।ଯଜ୍ଞ କୁଣ୍ଡରୁ ବିରଜା ଆବିର୍ଭାବ ହୋଇ ବ୍ରହ୍ମାଙ୍କୁ ଦର୍ଶନ ଦେଇଥିଲେ।ବିରଜା ମନ୍ଦିର ପରିସରରେ ନାଭିଗୟା ସ୍ଥାନଟି ଅଛି, ଯେଉଁଠି ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ବ୍ରହ୍ମାଙ୍କ ଯଜ୍ଞକୁଣ୍ଡ ମଧ୍ୟ ଦେଖିବାକୁ ମିଳେ। ଦେବୀ ବିରଜାଙ୍କୁ ତ୍ରିପୁରା ସୁନ୍ଦରୀ ଭାବେ ମଧ୍ୟ ପରିକଳ୍ପନା କରାଯାଇଛି। ମା'ବିରଜା ଦ୍ୱିଭୁଜା। ଗୋଟିଏ ହାତରେ ଦାନବର ପୁଚ୍ଛ ଧରିଛନ୍ତି,ଅନ୍ୟ ହାତରେ ମହିଷର ପୃଷ୍ଠାକୁ ଶୂଳବିଦ୍ଧ କରୁଥିବାର ଦେଖାଯାଏ। ଦେବୀ ବିରଜାଙ୍କ ପୀଠରେ ମୂଳାଷ୍ଟମୀଠାରୁ କୁମାର ପୂର୍ଣ୍ଣିମା ଯାଏଁ ପୂଜା, ସ୍ନାନ,ବେଶ, ନୀତି ଆଦି ଅନୁଷ୍ଠିତ ହୋଇଥାଏ।ଦୁଇବେଳା ଷୋଡ଼ଶ ଉପଚାରରେ ପୂଜା ହୁଏ। ଦେବୀଙ୍କୁ ଦଶହରା ଦିନ ଅପରାଜିତା ମନ୍ତ୍ରରେ ପୂଜା କରାଯାଏ।ପ୍ରତିପଦାଠାରୁ ମହାନବମୀ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନରେ ମା'ଙ୍କ ପ୍ରତିମାକୁ ରଥରେ ବିଜେ କରାଯାଇ ମନ୍ଦିର ଚତୁପାର୍ଶ୍ଵରେ ପରିକ୍ରମା କରାଯାଏ।
ବିରଜା ଏବଂ ବିମଳାଙ୍କୁ ଅଭିନ୍ନ ବୋଲି କୁହାଯାଇଛି। ଭୈରବ ଶ୍ରୀଜଗନ୍ନାଥ ଶକ୍ତି ହେଉଛନ୍ତି ଭୈରବୀ ବିମଳା। ବିଭିନ୍ନ ପୁରାଣ, ସଂହିତା ଓ ତନ୍ତ୍ରଗ୍ରନ୍ଥମାନଙ୍କରେ ବିରଜାଙ୍କ ମହିମା ବର୍ଣ୍ଣନା କରାଯାଇଛି।
୬.ସମ୍ବଲପୁରର_ମା'ସମଲାଇ– ମା' ସମଲାଇ ହେଉଛନ୍ତି ସାରା ଓଡ଼ିଶାର ତଥା ସମ୍ବଲପୁରର ଆରାଧ୍ୟ ଦେବୀ। ପାଟଣା ରାଜା ନରସିଂହ ଦେବଙ୍କ ସାନ ଭାଇ ବଳରାମ ଦେବ ଏହି ମନ୍ଦିର ତଥା ଦେବୀଙ୍କୁ ସ୍ଥାପନ କରିଥିଲେ। ରାତିରେ ଦେବୀ ସମଲାଇ ତାଙ୍କୁ ସ୍ବପ୍ନାଦେଶ ହେଲେ ଯେ ମହାନଦୀର ଅପର ପାର୍ଶ୍ୱରେ ସିମୁଳି ବୃକ୍ଷତଳେ ତାଙ୍କୁ ସ୍ଥାପନ କରିବା ନିମନ୍ତେ। ରାଜା ସେଠାରେ ମନ୍ଦିର ନିର୍ମାଣ କରିଥିଲେ। ସମ୍ବଲପୁରରେ ସିମୁଳିକୁ 'ସମେଲ' ବୋଲି କୁହାଯାଏ।ସେହି ଅନୁସାରେ ଦେବୀଙ୍କ ନାମ ହେଲା 'ସମଲାଇ'।
ସମଲେଶ୍ଵରୀଙ୍କ ଦକ୍ଷିଣରେ ଭୁବନେଶ୍ୱରୀ ଓ ଘଣ୍ଟାସନି ପୂଜା ପାଉଛନ୍ତି। ମନ୍ଦିର ପାତ୍ରରେ ଦଶମହାବିଦ୍ୟାଙ୍କ ସହିତ ମାତା ଖମ୍ବେଶ୍ୱରୀ ମଧ୍ୟ ଅଛନ୍ତି। ମନ୍ଦିର ପରିସରରେ ଭୈରବ ମନ୍ଦିର, ମଉଳୀ ଦେବୀ ମନ୍ଦିର ଓ ଆଖଡ଼ା ହନୁମାନ ମନ୍ଦିର ଅଛି। ମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ଓ ପ୍ରାଙ୍ଗଣରେ ଅଷ୍ଟଧାତୁ ନିର୍ମିତ ଦେବୀଙ୍କ ବାହନ ସିଂହର ବିଗ୍ରହ ରହିଛି।
ମା'ଙ୍କ ପୀଠରେ ନୂଅାଁଖାଇ ହେଉଛି ଶ୍ରେଷ୍ଠ ପର୍ବ। ଏହିଦିନ ସମଲେଶ୍ଵରୀଙ୍କୁ ନୂଆ ଧାନର ଚାଉଳରେ ସୁମିଷ୍ଟ ଭୋଗ ଅର୍ପଣ କରାଯାଏ। ମନ୍ଦିରର ୧୧୨ଟି ସ୍ଥାନରେ ଭୋଗ ଲଗାଯାଏ। ଆଶ୍ୱିନ ମୂଳାଷ୍ଟମୀଠାରୁ ମାତା ସମଲେଶ୍ଵରୀଙ୍କର ଷୋଳପୂଜା କାର୍ଯ୍ୟ ଆରମ୍ଭ ହୁଏ। ମହାଳୟା ଅମାବାସ୍ୟା ଦିନ ମା' ଧବଳମୁଖୀ ବେଶ ଧାରଣ କରନ୍ତି। ଏହାକୁ'ଗଙ୍ଗ ଦର୍ଶନ' ବେଶ ବୋଲି କୁହାଯାଇଥାଏ। ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ମାତାଙ୍କର ନବରାତ୍ରୀ ପୂଜା ଆରମ୍ଭ ହୁଏ।
୭.ବାଙ୍କୀର_ଚର୍ଚ୍ଚିକା– ଓଡ଼ିଶାର ଅନ୍ୟାନ୍ୟ ଚଣ୍ଡୀପୀଠମାନଙ୍କ ମଧ୍ୟରେ ବାଙ୍କୀର ଚର୍ଚ୍ଚିକା ଅନ୍ୟତମ।ଏ ପୀଠ ଶକ୍ତିପୀଠ ରୂପେ ସାରା ସଂସାରରେ ଖ୍ୟାତି ଅର୍ଜନ କରିଛି। ଏହି ପୀଠ ଚାମୁଣ୍ଡା ପୀଠ ରୂପେ ମଧ୍ୟ ପରିଚିତ। ପୁରାଣ ମତ ଅନୁସାରେ ଏଠାରେ ମହାବୀର ପରଶୁରାମ କଠୋର ତପସ୍ୟା କରିଥିଲେ। ତପସ୍ୟା ଦ୍ବାରା ଦେବୀଙ୍କୁ ସନ୍ତୁଷ୍ଟ କରି ମାତୃହତ୍ୟା ମହାପାପରୁ ମୁକ୍ତି ପାଇଥିଲେ।ଦେବୀ ଚର୍ଚ୍ଚିକା ଅଷ୍ଟଭୁଜା। ବିଭିନ୍ନ ହସ୍ତରେ ଖଡ୍ଗ, ତ୍ରିଶୂଳ, ଅଙ୍କୁଶ, ଛିନ୍ନ ମସ୍ତକ, ସର୍ପ, ଅକ୍ଷମାଳା, ଡମ୍ବରୁ ଏବଂ କନିଷ୍ଠ ଅଙ୍ଗୁଳିକୁ ଦାନ୍ତରେ କାମୁଡିବା ସହ ବକ୍ଷରେ ନରମୁଣ୍ଡମାଳ ଧାରଣ କରିଛନ୍ତି। ଏଠାରେ ରାଜଗୁରୁ ଭୋଗ କରନ୍ତି। ଦଶହରାରେ ଏହି ପୀଠରେ ଷୋଡ଼ଶ ଉପଚାରରେ ମା'ଙ୍କର ପୂଜା କରାଯାଇଥାଏ।ମା'ଙ୍କ ନିକଟରେ ଆମିଷ ଭୋଗ ଲାଗିଥାଏ।
ମା' ଚର୍ଚ୍ଚିକା ରୁଚିକ ଗିରିରେ ଅଧିଷ୍ଠାନ କରିଛନ୍ତି, ମାଆ ପ୍ରଥମେ ଘଟ ରୂପରେ ଚାଚେରୀ ଭୋଗ ପାଉଥିବାରୁ ତାଙ୍କର ନାମ ଚର୍ଚ୍ଚିକା ହୋଇଅଛି। ମା'ଙ୍କର ବିଭିନ୍ନ ପର୍ବ ଅଛି।ପର୍ବଗୁଡିକ ମଧ୍ୟରେ ମହାଷ୍ଟମୀ,ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ବାସନ୍ତିକ ପୂଜା, କୁମାର ପୂର୍ଣ୍ଣିମା ଓ ରାସ ପୂର୍ଣ୍ଣିମା ପ୍ରଧାନ।
ମାଆଙ୍କର ସାମ୍ନାରେ ଗଣେଶ, ଲକ୍ଷ୍ମୀ, ସରସ୍ଵତୀ,ବ୍ୟାଘ୍ରମୁଖୀ, ସିଂହମୁଖୀ ଦୁର୍ଗା,ଗଙ୍ଗା ଯମୁନା, ପଛ ପାର୍ଶ୍ଵରେ ଦକ୍ଷିଣ ଚଣ୍ଡୀ ଚର୍ଚ୍ଚିକାଙ୍କ ପାଖରେ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ। ପୁରୀର ମହାରାଜା, ବାଙ୍କୀରାଜା ଓ ସେବାୟତମାନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମା'ଙ୍କର ଗମ୍ଭୀରା ଭିତରକୁ ଯିବାପାଇଁ ନିଷେଧ କରାଯାଇଛି। ଏହିଠାରେ କାର୍ତ୍ତିକ,ମାଘ ଓ ବୈଶାଖ ମାସରେ ଆମିଷ ଭୋଗ ନିଷେଧ କରାଯାଇଛି।
୮.ତାଳଚେରରେ_ହିଙ୍ଗୁଳା– ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶକ୍ତି ପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଅଲୌକିକ ଶକ୍ତି ପୀଠ ହେଉଛି ତାଳଚେରର ହିଙ୍ଗୁଳାଇ ପୀଠ। ଏହି ଅଗ୍ନିସ୍ବରୂପା ମା' ପରମବୈଷ୍ଣବୀ ନାରାୟଣୀ ଶମ୍ଭୁ ନିଶମ୍ଭୁକୁ ବଧ ସୁବଳ ଓ ଦୁନ୍ଦୁଭିକୁ ମାରିବାକୁ ଗଲାବେଳେ ତାଙ୍କ ସହିତ ଅଷ୍ଟମହାବିଦ୍ୟା ଯାଇଥିଲେ। ସେମାନଙ୍କ ମଧ୍ୟରେ ହେଉଛନ୍ତି ହିଙ୍ଗୁଳା ଅନ୍ୟତମ। ସମସ୍ତ ଦେବଦେବୀ ପୀଠରେ ପୂଜକଙ୍କ ମାଧ୍ୟମରେ ଭୋଗ ଲାଗିଥାଏ କିନ୍ତୁ ତାଳଚେର ହିଙ୍ଗୁଳା ପୀଠରେ ଭକ୍ତ ନିଜେ ନିଜ ହାତରେ ତା'ର ନୈବେଦ୍ୟ ଦେବୀଙ୍କୁ ଅର୍ପଣ କରିଥାଏ। ଏହା ଏକ ବ୍ୟତିକ୍ରମ, ହେଲେ ସୁଦ୍ଧା ଭକ୍ତ ମନରେ ଅପାର ଆନନ୍ଦ ଦେଇଥାଏ।ଭକ୍ତର ଅର୍ପିତ ସାମଗ୍ରୀ ଅଗ୍ନି ରୂପିଣୀ ମା'ହିଙ୍ଗୁଳା ଗ୍ରହଣ କରିଥାନ୍ତି।ଏଠି ଭକ୍ତ ଓ ଭଗବାନ ଏକାକାର ହୋଇଯାଆନ୍ତି।ଧନ୍ୟ ମା'ର ଲୀଳା।
ମାଆଙ୍କର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଚୈତ୍ର ଶୁକ୍ଳ ପକ୍ଷ ବିଷ୍ଣୁଦମନକ ଚତୁର୍ଦ୍ଦଶୀ ରେ ଅନୁଷ୍ଠିତ ହୋଇଥାଏ। ଏହାକୁ ହିଙ୍ଗୁଳା ଯାତ୍ରା ବା ପୂଜା ବୋଲି କୁହାଯାଏ। ଅଗ୍ନି ସ୍ବରୂପା ହିଙ୍ଗୁଳାଙ୍କୁ ସାବରୀ ମନ୍ତ୍ରରେ ଆରାଧନା କରାଯାଏ।
ରାଜ୍ୟରେ ଥିବା ଅନ୍ୟାନ୍ୟ ଶକ୍ତିପୀଠ ଭଳି ହିଙ୍ଗୁଳାଙ୍କର ପୀଠରେ ଦଶହରା ପର୍ବ ପାଳନ କରାଯାଏ। ଏହି ସମୟରେ ଦଶହରା ପଡିଆକୁ ଏକ ଭ୍ରାମ୍ୟମାଣ 'ଆଲାମ' ସୂଚନା ଆଡମ୍ବର ସହକାରେ ଆସିଥାଏ। କୁଟେଇସୁଣି ମଣ୍ଡପରେ ରୀତିନୀତି ସମ୍ପନ୍ନ ହେବା ଉତ୍ସବ ଆରମ୍ଭ ହୁଏ। ହିଙ୍ଗୁଳାଙ୍କ ପୂଜାରେ କନ୍ଧ ସଂପ୍ରଦାୟର 'ନଖି' ପରଂପରା ପାଳନ କରାଯାଏ।
ଗୋଟିଏ ଅଧୁଆ ହାଣ୍ଡିରେ ଅରୁଆ ଚାଉଳ, କ୍ଷୀର,ମହୁ, କନ୍ଦ ଆଦି ମିଶାଇ କ୍ଷୀରି ପ୍ରସ୍ତୁତ ହୁଏ। ଏହି ସମୟରେ ମା'ଙ୍କର ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୁଏ।
ଶ୍ରୀମନ୍ଦିର ସେବା ସହିତ ମା'ଙ୍କର ମଧ୍ୟ ସଂପର୍କ ରହିଛି। ଏକଦା ପୁରୀ ଗଜପତି ମହାରାଜାଙ୍କୁ ସ୍ବପ୍ନାଦେଶ ହେଲା ଯେ ଶ୍ରୀଜଗନ୍ନାଥଙ୍କ ଛପନ ଫୁଟି ଭୋଗ ସୁସ୍ବାଦୁ ହେବା ପାଇଁ ହିଙ୍ଗୁଳାଙ୍କୁ ଆଣିବାକୁ ହେବ। ଗଜପତି ମହାରାଜା ମାଆଙ୍କ ଶରଣାପନ୍ନ ହେଲେ।ଶବର ରାଜାଙ୍କ ପରାମର୍ଶ କ୍ରମେ ଦେବୀଙ୍କୁ ଶ୍ରୀକ୍ଷେତ୍ରକୁ ଅଣାଗଲା। ସେହିଦିନଠାରୁ ମହାପ୍ରସାଦ ପ୍ରସ୍ତୁତିକରଣ ପୂର୍ବରୁ ଅଗ୍ନି ସଂଯୋଗ ଅବସରରେ ମା' ହିଙ୍ଗୁଳାଙ୍କର ପୂଜାର୍ଚ୍ଚନା କରାଯାଏ। ମା' କାଳୀଙ୍କର ଅନ୍ୟ ରୂପ ହେଉଛି ହିଙ୍ଗୁଳା।
ଓଡ଼ିଶାର ଏହି ପ୍ରସିଦ୍ଧ ଶକ୍ତିପୀଠ ବ୍ୟତୀତ ରାଜ୍ୟର କୋଣେ ଅସଂଖ୍ୟ ଶକ୍ତି ଆରାଧନା ପୀଠ ରହିଛି। ସେମାନଙ୍କ ମଧ୍ୟରୁ କଟକ ଚଣ୍ଡୀ, ବଡମ୍ବାର ଭଟ୍ଟାରିକା, ଭଞ୍ଜନଗରର ବ୍ୟାଘ୍ର ଦେବୀ, ଭଦ୍ରକର ଭଦ୍ରକାଳୀ, ଭୁବନେଶ୍ଵରର ଗୌରୀ, କୋଣାର୍କର ରାମଚଣ୍ଡୀ, ଗଂଜାମର ତାରାତାରିଣୀ, ଘଟଗାଁର ତାରିଣୀ, ଘଟକେଶ୍ବରୀ, ମାଣିକେଶ୍ଵରୀ, ଲଙ୍କେଶ୍ଵରୀ, ସୋନପୁରର ସୁରେଶ୍ବରୀ, ପୁରୁଣା କଟକର ଭୈରବୀ, ଖିଚିଂର କୀଚକେଶ୍ବରୀ, ହିରାପୁର ଓ ଝରିଆଲର ଚଉଷଠି ଯୋଗିନୀ ଖୋର୍ଦ୍ଧାର ବରୁଣେଇ, ନୟାଗଡର ଦକ୍ଷିଣକାଳୀ, ଚିଲିକାର କାଳିଜାଇ ଓ ଖଲ୍ଲିକୋଟର ନାରାୟଣୀ, ଆସିକାର ଖମ୍ବେଶ୍ୱରୀ, ବ୍ରହ୍ମପୁରର ଠାକୁରାଣୀ ଓ ଭୈରବୀ ପ୍ରଭୃତି ପ୍ରସିଦ୍ଧ।
ଶକ୍ତି ପୂଜାର ପ୍ରାଚୀନ ପରଂପରା ଯୁଗଯୁଗ ଧରି ଓଡ଼ିଶାବାସୀଙ୍କୁ ପ୍ରେରଣା ଦେଇ ଆସିଛି। ସେମାନେ ବିପଦ ଆପଦରେ ମାତୃଶକ୍ତିର କରୁଣା ନିମନ୍ତେ ଆବାହନ କରି ଆସିଛନ୍ତି ।
Comments are closed. | <urn:uuid:bd6a2a59-8a8d-4cc5-a4b4-5587e6ab2f6b> | CC-MAIN-2023-23 | https://newsroomodisha.com/odia-38237/ | 2023-05-30T08:02:40Z | s3://commoncrawl/crawl-data/CC-MAIN-2023-23/segments/1685224645417.33/warc/CC-MAIN-20230530063958-20230530093958-00312.warc.gz | ory | 0.99991 | Orya | 1 | {"ory_Orya_score": 0.9999101161956787} |
About
Contact
Oct 23, 2018
Home
ପ୍ରକୃତି
ଅର୍ଥନୀତି
ରାଜନୀତି
ଶାସନ
ଶିଳ୍ପ
ବାଣିଜ୍ୟ
ବିକାଶ
ସମାଜ
ଖବର
ବିଜ୍ଞାନ
କୃଷି
ଶିକ୍ଷା
ସ୍ବାସ୍ଥ୍ୟ
ବୃତ୍ତି
ଧର୍ମ
ଅନ୍ୟାନ୍ୟ
ଦର୍ଶନ
ପୁରାଣ
ସଂସ୍କୃତି
ଜନଜୀବନ
ଫିଚର
ମନୋରଞ୍ଜନ
କ୍ରୀଡା
ପାଞ୍ଜି
ମହତବାଣୀ
ହସକଥା
ଜନସାହିତ୍ୟ
କବିତା
କାହାଣୀ
Breaking News
୫୦ ହଜାର ଉପରେ ଘର ଭାଙ୍ଗିଲା ବୋଲି ବିଜେଡି ସରକାରର ଦାବି।
କ୍ଷୟକ୍ଷତି ପରିମାଣ ୨୭୦୦ କୋଟି ଟଙ୍କା ବୋଲି ପ୍ରଶାସନର ରିପୋର୍ଟ।
ଆହୁରି ୧୦ ଜଣ ନିଖୋଜ।
ତିତଲିରେ ଓଡ଼ିଶାରେ ହେଲା ୫୭ ଜଣଙ୍କ ପ୍ରାଣହାନୀ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିଲେ ମୃତ୍ୟୁଶୂନ୍ୟ ତିତଲି ପାଇଁ ସରକାର ପ୍ରସ୍ତୁତ।
ତିତଲି ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ନବୀନ ସରକାର ଦାବି କରୁଥିଲେ।
ବିଜେଡିର ଜବାବ, ମୋଦି ବି ତାଙ୍କ ଘରୁ ଆଣି ଦେଉନାହାନ୍ତି।
ବିଜପିର ଅଭିଯୋଗ, ନବୀନ ତାଙ୍କ ଘରୁ ଆଣି ଦେଉନାହାନ୍ତି।
ତିତଲି କ୍ଷୟକ୍ଷତି ନେଇ ରାଜନୀତିକ ବୟାନବାଜି ଜୋରଦାର।
ମୁଁ ମିଛ କହୁଥିଲେ କ୍ଷମା ମାଗିବି । ସତ କହୁଥିଲେ ରାଜ୍ୟ ସରକାର କ୍ଷମା ମାଗିବେ କି? ପ୍ରଶ୍ନ କଲେ ଧର୍ମେନ୍ଦ୍ର ।
ପ୍ରକୃତି
ପ୍ରକୃତି
ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଉଛନ୍ତି ବର୍ଷକୁ ୭୦ ଲକ୍ଷ
219 views
Read more
ସନ୍ନ୍ୟାସୀଙ୍କ ସତ୍ୟାଗ୍ରହ ଓ ସ୍ୱର୍ଗବାସ
373 views
Read more
ଚାଷୀ ଆଖିରେ ଲୁହ ଦେଇଗଲା ତିତଲି
253 views
Read more
୧୬୫ କିମି ବେଗରେ ବହିବ ତିତଲି ବାତ୍ୟା
235 views
Read more
ଏବେ ନୁହେଁ ତ କେବେ ନୁହେଁ!
215 views
Read more
ଧ୍ୱଂସ ପାଇବ ପ୍ରବାଳ ପ୍ରାଚୀର!
245 views
Read more
ଶୁଖି ଯିବ ଗଙ୍ଗା ଧାର!
229 views
Read more
ପୃଥିବୀ ହେବ ଉତ୍ତପ୍ତ ଘର!
296 views
Read more
ମାଟି ତଳେ ଅକଳଣ ହୀରାର ପାହାଡ଼!
321 views
Read more
ଧରାପଡ଼ିଲା ୧୮୫ କିଲୋର କଳା ମକର!
399 views
Read more
Page 1 of 7
«
1
2
3
4
5
6
7
» | <urn:uuid:e3bec475-6481-49c9-994d-b75216600322> | CC-MAIN-2018-43 | https://samanyakathan.com/webpage/viewnews/15/0 | 2018-10-23T01:03:34Z | s3://commoncrawl/crawl-data/CC-MAIN-2018-43/segments/1539583515564.94/warc/CC-MAIN-20181023002817-20181023024317-00159.warc.gz | ory | 0.999876 | Orya | 1 | {"ory_Orya_score": 0.9998762607574463} |
ବିଦୁ୍ୟତ୍କରଣର ୮ ମାସ ବିତିଲା
ପଦ୍ମପୁର,୧୫ା୧୦(ଆପ୍ର): ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ୧୦ ଓ ୧୧ ନଂ ୱାର୍ଡରେ ବିଦୁ୍ୟତକରଣର ୮ମାସ ବିତିଯାଇଥିଲେ ହେଁ ଏଯାଏଁ ଗାଁକୁ ବିଦୁ୍ୟତ ସଂଯୋଗ ହୋଇପାରିଲା ନାହିଁ ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇଛି ।
ବିବରଣୀରୁ ପ୍ରକାଶ ଯେ, ନୂଆଗାଁ ପଞ୍ଚାୟତର ୧୦ ଓ ୧୧ ୱାର୍ଡ ଅନ୍ତର୍ଗତ ହାତୀକୁଚା, ପୁରୁଣାସାହି, ମଝିସାହି ଓ ନୂଆସାହିରେ ଗତ ଫେବୃଆରୀ ମାସରେ ବିପିଏଲ୍ ବିଦୁ୍ୟତ୍କରଣର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । କିନ୍ତୁ ବିଦୁ୍ୟତ୍କରଣ କାର୍ଯ୍ୟକୁ ୮ ମାସ ବିତି ଯାଇଥିଲେ ମଧ୍ୟ ବିଦୁ୍ୟତ ଖୁଣ୍ଟରେ ଆଜିଯାଏଁ ବିଦୁ୍ୟତ ସଂଯୋଗ ହୋଇପାରିଲା ନାହିଁ । ଫଳରେ ଗ୍ରାମରେ ଆନ୍ଧାରରେ କାଳ କାଟୁଛନ୍ତି । ବିଦୁ୍ୟତ ସଂଯୋଗ ହୋଇନଥିବାରୁ ଗ୍ରାମବାସୀ ନାନା ହଇରାଣ ହରକତ ହେଉଛନ୍ତି । କରେଣ୍ଟ ନଥିବାରୁ ପିଲାମାନେ ପାଠ ପଢିବା ଠାରୁ ଆରମ୍ଭ କରି ଚାଷବାସରେ ବ୍ୟବହୃତ ପମ୍ପ୍ସେଟ୍ ଗୁଡିକ କାମରେ ଲାଗିପାରୁ ନାହିଁ । ଏନେଇ ଜିଲ୍ଲାପାଳ ତଥା ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ଅଗ୍ରାଧୀକାର ଭିତ୍ତିରେ ଗ୍ରାମକୁ ବିଦୁ୍ୟତ ସଂଯୋଗ କରିବାକୁ ଦାବି କରିଛନ୍ତି ନଚେତ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ବିଦୁ୍ୟତ୍ ସଂଯୋଗ ହୋଇପାରିଲା ନାହିଁ
Oct 16, 2018, 00:56 am34
ବିଦୁ୍ୟତ୍କରଣର ୮ ମାସ ବିତିଲା | <urn:uuid:4faefc93-991c-46e1-a6a1-959565710105> | CC-MAIN-2018-47 | http://sarbasadharana.com/?p=65513 | 2018-11-20T21:27:39Z | s3://commoncrawl/crawl-data/CC-MAIN-2018-47/segments/1542039746800.89/warc/CC-MAIN-20181120211528-20181120232541-00025.warc.gz | ory | 0.999999 | Orya | 3 | {"ory_Orya_score": 0.999998927116394} |
About
Contact
Dec 18, 2018
Home
ପ୍ରକୃତି
ଅର୍ଥନୀତି
ରାଜନୀତି
ଶାସନ
ଶିଳ୍ପ
ବାଣିଜ୍ୟ
ବିକାଶ
ସମାଜ
ଖବର
ବିଜ୍ଞାନ
କୃଷି
ଶିକ୍ଷା
ସ୍ବାସ୍ଥ୍ୟ
ବୃତ୍ତି
ଧର୍ମ
ଅନ୍ୟାନ୍ୟ
ଦର୍ଶନ
ପୁରାଣ
ସଂସ୍କୃତି
ଜନଜୀବନ
ଫିଚର
ମନୋରଞ୍ଜନ
କ୍ରୀଡା
ପାଞ୍ଜି
ମହତବାଣୀ
ହସକଥା
ଜନସାହିତ୍ୟ
କବିତା
କାହାଣୀ
Breaking News
୫୦ ହଜାର ଉପରେ ଘର ଭାଙ୍ଗିଲା ବୋଲି ବିଜେଡି ସରକାରର ଦାବି।
କ୍ଷୟକ୍ଷତି ପରିମାଣ ୨୭୦୦ କୋଟି ଟଙ୍କା ବୋଲି ପ୍ରଶାସନର ରିପୋର୍ଟ।
ଆହୁରି ୧୦ ଜଣ ନିଖୋଜ।
ତିତଲିରେ ଓଡ଼ିଶାରେ ହେଲା ୫୭ ଜଣଙ୍କ ପ୍ରାଣହାନୀ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିଲେ ମୃତ୍ୟୁଶୂନ୍ୟ ତିତଲି ପାଇଁ ସରକାର ପ୍ରସ୍ତୁତ।
ତିତଲି ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ନବୀନ ସରକାର ଦାବି କରୁଥିଲେ।
ବିଜେଡିର ଜବାବ, ମୋଦି ବି ତାଙ୍କ ଘରୁ ଆଣି ଦେଉନାହାନ୍ତି।
ବିଜପିର ଅଭିଯୋଗ, ନବୀନ ତାଙ୍କ ଘରୁ ଆଣି ଦେଉନାହାନ୍ତି।
ତିତଲି କ୍ଷୟକ୍ଷତି ନେଇ ରାଜନୀତିକ ବୟାନବାଜି ଜୋରଦାର।
ମୁଁ ମିଛ କହୁଥିଲେ କ୍ଷମା ମାଗିବି । ସତ କହୁଥିଲେ ରାଜ୍ୟ ସରକାର କ୍ଷମା ମାଗିବେ କି? ପ୍ରଶ୍ନ କଲେ ଧର୍ମେନ୍ଦ୍ର ।
ପୁରାଣ
ପୁରାଣ
ଭାରତୀୟ ସଂସ୍କୃତିରେ ଗୋମାତା
319 views
Read more
ମା' ବିରଜା ଓ ମା' ଦୁର୍ଗା
297 views
Read more
ଦାରୁମୂରତି
305 views
Read more
ନାରାୟଣୀ ସ୍ତୁତି
298 views
Read more
ପାର୍ବଣରେ ମାତୃଶକ୍ତି ଉପାସନା
313 views
Read more
ଜଗନ୍ନାଥଙ୍କ ଭଉଣୀ ସୁଭଦ୍ରା
330 views
Read more
ବାଳମ ମୁକୁନ୍ଦମ ମନସା ସ୍ମରାମି
294 views
Read more
ଅର୍ଜୁନ ବିଷାଦ ଯୋଗ!
291 views
Read more
ଜଗନ୍ନାଥଙ୍କୁ ଅଛୁଆଁ କଲା କିଏ?
329 views
Read more
ଶ୍ରୀଜଗନ୍ନାଥ : ନାନା ମୁନି ନାନା ମତ-୩
300 views
Read more
Page 1 of 1
1 | <urn:uuid:ddedcd79-fa38-4f56-b18a-1d3a902f094d> | CC-MAIN-2018-51 | https://samanyakathan.com/webpage/viewnews/18/0 | 2018-12-18T23:05:11Z | s3://commoncrawl/crawl-data/CC-MAIN-2018-51/segments/1544376829997.74/warc/CC-MAIN-20181218225003-20181219011003-00402.warc.gz | ory | 0.99957 | Orya | 1 | {"ory_Orya_score": 0.9995697140693665} |
ଭୁବନେଶ୍ୱର: ଚଳିତ ବନ୍ୟାରେ ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ମାସ ବନ୍ୟାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ବେଳେ ଚାଷୀଙ୍କ ନିମନ୍ତେ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ସରକାରଙ୍କ ଘୋଷଣା ଅନୁଯାୟୀ, ବନ୍ୟାରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଥିଲେ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮ଶହ ଟଙ୍କା ଓ ଜଳସେଚିତ ଜମି ପାଇଁ ୧୩ ହଜାର୫୦୦ ଟଙ୍କା ସହାୟତା ମିଳିବ । ରବିଋତୁରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦ ହଜାର ଡାଲି ବିହନ ମିନି କିଟ୍ ଯୋଗାଇ ଦିଆଯିବ । ଦୁଇ ହଜାର ଚାଷୀଙ୍କୁ ୫୦ ପ୍ରତିଶତ ସବସିଡିରେ ପାଣି ପମ୍ପ ଯୋଗାଇ ଦିଆଯିବ । ସେହିପରି ୫୦ ପ୍ରତିଶତ ସବସିଡିରେ ୫ ହଜାର ପାୱାର ସ୍ପ୍ରେ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।
Related Posts
September 17, 2020
September 10, 2020
September 7, 2020
September 7, 2020 | <urn:uuid:e6e69448-370f-48f5-9372-e37c6086fcea> | CC-MAIN-2020-40 | http://www.thesakala.com/?p=1343 | 2020-09-19T06:51:22Z | s3://commoncrawl/crawl-data/CC-MAIN-2020-40/segments/1600400190270.10/warc/CC-MAIN-20200919044311-20200919074311-00179.warc.gz | ory | 0.999991 | Orya | 1 | {"ory_Orya_score": 0.9999909400939941} |
ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହ
ଗରିବ ଓଡିଆ ପିଲାର ବୁଦ୍ଧିର ପ୍ରୟୋଗଶାଳା ହେଉ ଉକ୍ରଳ ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧାନ
ବିଶ୍ୱର ଜଟିଳ ସମସ୍ୟାର ସରଳ ସମାଧାନ ବାହାର କରିପାରିବ ଉକ୍ରଳ ବିଶ୍ୱବିଦ୍ୟାଳୟ
ଉକ୍ରଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ସହ ଆଗାମୀ ୨୫ ବର୍ଷ ମଧ୍ୟରେ ଜ୍ଞାନକେନ୍ଦ୍ର କରିବାକୁ ଆହ୍ୱାନ
ଅଶୋକ ଓଡିଆଙ୍କୁ ନୁହେଁ ବରଂ ଓଡିଆ ଅଶୋକଙ୍କ ଅହଙ୍କାରକୁ ହରାଇଥିଲା
ବିଶ୍ୱ ମାନଚିତ୍ରରେ ନଗଣ୍ୟ ଥିବା ଇସ୍ରାଏଲ ଆଜି ବୁଦ୍ଧୀଜୀବୀ ଓ ବିଶ୍ୱବିଦ୍ୟାଳୟର ପାଠ୍ୟପୁସ୍ତକ ପାଇଁ ଗଣ୍ୟ ହୋଇଛି
ଯାହାର ଶକ୍ତି ଅଛି ତାକୁ ସମାଜକୁ ଦିଗବିଜୟ ହେବାର ଶ୍ରେୟ ମିଳିଛି
ଓଡିଆ ଲୋକ ଚାହିଁଲେ ଉକ୍ରଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ହୋଇପାରିବ
ଭୁବନେଶ୍ୱର, ଡିସେମ୍ବର ୦୮ – ଦାରିଦ୍ର୍ୟରୁ ସମ୍ପନ୍ନତାକୁ ଯିବାର ଚାବିକାଠି ଶିକ୍ଷାରେ ଅଛି । ତେଣୁ ଆଜିର ଦିନରେ
ଉକ୍ରଳ ବିଶ୍ୱବିଦ୍ୟାଳୟ ଗରିବ ଘରର ପିଲାକୁ ଉଚ୍ଚଶିକ୍ଷିତ କରିବାରେ ଏକ ପ୍ରୟୋଗଶାଳା ହେଉ ବୋଲି ରବିବାର ଉକ୍ରଳ
ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ଆଗାମୀ ଶତାବ୍ଦୀର ଯାତ୍ରାରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଉପଲବ୍ଧି କେବଳ ଓଡିଶା କିମ୍ବା ଦେଶକୁ ନୁହେଁ ବିଶ୍ୱ
ସାମ୍ନାରେ ଥିବା ଜଟିଳ ସମସ୍ୟାକୁ ସମାଧାନ କରିବାରେ ବଡ ଭୂମିକା ନେବ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୭୫ ବର୍ଷର ଲମ୍ବା ଯାତ୍ରାରେ ଓଡିଶାର ସମାଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ତରରୁ
ରାଜ୍ୟ ସ୍ତର ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱଙ୍କର ଲମ୍ବା ତାଲିକାର ଆଦିଭୂମି ହେଉଛି ଏହି ବିଶ୍ୱବିଦ୍ୟାଳୟ । ପ୍ରଶାସନ, ସାହିତ୍ୟ,
କଳା, ସମାଜ ସେବା, ରାଜନୀତି ସବୁ କ୍ଷେତ୍ରରେ ରାଜ୍ୟର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କର ଲମ୍ବା ସଫଳତାର ଯାତ୍ରାର
ଆଦିଭୂମି ହେଉଛି ଏହି କ୍ୟାମ୍ପସ । ସେହିପରି ଓଡିଆ ଜାତି, ପ୍ରାଚୀନ ସଂସ୍କୃତି ଓ ପରମ୍ପରା ବିଶ୍ୱର ଅନ୍ୟ ଜାତିରୁ ଅନ୍ୟତମ ।
ଏହିଭଳି ଅନେକ ସଂସ୍କାର, ପରମ୍ପରା, ଜୀବନଶୈଳି ବିଶ୍ୱବିଦ୍ୟାଳୟ ୭୫ ବର୍ଷରେ ଦେଇଛି ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ଓଡିଶାର ସ୍ୱତନ୍ତ୍ରତାର ସ୍ୱପ୍ନ ଦେଖିଥିଲେ, ଓଡିଶା ପାଇଁ ନୂଆ କଳ୍ପନା କରିଥିଲେ,
ଓଡିଶାକୁ ଜାତୀୟ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ସେହିଭଳି ମହାନୁଭବଙ୍କ ନେତୃତ୍ୱରେ ଉକ୍ରଳ ବିଶ୍ୱବିଦ୍ୟାଳୟର ମଞ୍ଜି
ବୁଣାଯାଇଥିଲା ଏବଂ ଆଜି ସେହି ମଞ୍ଜି ବିଶାଳ ବଟ ବୃକ୍ଷର ରୂପ ନେଇଛି । ତେଣୁ ଆଗାମୀ ଦିନରେ ସମସ୍ତଙ୍କ
ସହଯୋଗରେ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କରିବାର ଆବଶ୍ୟକତା ରହିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଠାରେ ଅଶୋକ ଯୁଦ୍ଧରେ ଲକ୍ଷ ଲକ୍ଷ ଓଡିଆ ଲୋକଙ୍କୁ ମାରିବା ପରେ ଚଣ୍ଡା ଶୋକରୁ
ଧର୍ମାଶୋକକୁ ପରିବର୍ତିତ ହୋଇଥିଲେ । ଓଡିଆ ଲୋକଙ୍କୁ ଅଶୋକ ହରେଇନଥିଲେ ବରଂ ଅଶୋକାଙ୍କର ଅହଁଙ୍କାରକୁ ଓଡିଆ
ଲୋକମାନେ ହରାଇଥିଲେ । ଅପରପକ୍ଷରେ ଗୋଟିଏ ସମୟରେ ଇସ୍ରାଏଲ ପୃଥିବୀର ନକ୍ସାରୁ ବିଲୁପ୍ତ ହୋଇଯାଇଥିଲା । ମାତ୍ର ଆଜି ଏକବିଂଶ ଶତାବ୍ଦୀରେ ଇସ୍ରାଏଲକୁ ଜ୍ଞାନ କୌଶଳର ଏକ ଶକ୍ତିଶାଳୀ ଦେଶ ଭାବେ ତିଆରି କରବାରେ
ଇସ୍ରାଏଲର ବୁଦ୍ଧୀଜୀବୀ ମାନଙ୍କର ତଥା ଇସ୍ରାଏଲର ବୁଦ୍ଧୀଜୀବୀ ମାନଙ୍କ ଦ୍ୱାରା ପରିକଳ୍ପିତ ବିଶ୍ୱବିଦ୍ୟାଳୟର ପାଠ୍ୟପୁସ୍ତକର
ବଡ ଅବଦାନ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କାହିଁକି ବିଶ୍ୱବିଦ୍ୟାଳୟ ଇତିହାସର ପୁନଃରଚନା କଥା ନଭାବିବ । ଯାହାର ଶକ୍ତି ଅଛି ତାକୁ
ସମାଜକୁ ଦିଗବିଜୟ ହେବାର ଶ୍ରେୟ ମିଳିଛି । ଓଡିଆ ଲୋକ ଚାହିଁଲେ ଉକ୍ରଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ହୋଇପାରିବ
ବୋଲି ସେ କହିଛନ୍ତି । ସେହିଭଳି ଏକବିଂଶ ଶତାବ୍ଦୀ ଏକ ଜ୍ଞାନର ଶତାବ୍ଦୀ । ଆଗାମୀ ୨୫ ବର୍ଷରେ ଉକ୍ରଳ ବିଶ୍ୱବିଦ୍ୟାଳୟ
ପୃଥିବୀର ଏକ ଜ୍ଞାନ କେନ୍ଦ୍ର ଭାବେ ଗଢି ଉଠୁ । ଏଥିପାଇଁ ସମସ୍ତଙ୍କୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି ସେ
କହିଛନ୍ତି ।
ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହ | <urn:uuid:ca4ee283-7069-4de3-80de-66d1b9e5241b> | CC-MAIN-2020-40 | https://breakingnewsonly.in/banibihar-5/ | 2020-09-24T08:21:30Z | s3://commoncrawl/crawl-data/CC-MAIN-2020-40/segments/1600400214347.17/warc/CC-MAIN-20200924065412-20200924095412-00029.warc.gz | ory | 1.000006 | Orya | 1 | {"ory_Orya_score": 1.0000056028366089} |
ବଲିଉଡର ପଙ୍ଗା ଗର୍ଲ ଭାବରେ ଜଣାଶୁଣା ଅଭିନେତ୍ରୀ କଙ୍ଗନା ରାନାୱତ ଗତ କିଛି ଦିନ ହେବ ମିଡିଆ ହେଡଲାଇନରେ ରହିଆସିଥିଲେ। ବାସ୍ତବରେ, ଆଜିକାଲି ସେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ସାମ୍ନା କରୁଛନ୍ତି। ତେବେ ବୁଧବାର ସକାଳେ ବିଏମସି ଅଭିନେତ୍ରୀଙ୍କ ତଥାକଥିତ ବେଆଇନ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଛି। ଏହି ଘଟଣା ପରେ କଙ୍ଗନା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ନିଜ କାର୍ଯ୍ୟାଳୟର ଭଙ୍ଗା ଆବର୍ଜନାଗୁଡିକର ଚିତ୍ରକୁ କିଛି ଟ୍ୱିଟ୍ ରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ମୁମ୍ବାଇ ବର୍ତ୍ତମାନ ଏକ ପୋକ୍, ହ୍ୟାସଟ୍ୟାଗ୍ dead of democracy। ଏହା ବ୍ୟତୀତ କଙ୍ଗନା ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ଏକ ଭିଡିଓ ସେୟାର କରିଛନ୍ତି।
କଙ୍ଗନା ତାଙ୍କ ଭିଡିଓରେ କହିଛନ୍ତି ଯେ 'ମାଫିଆ ଫିଲ୍ମ ସହିତ ମୋ ଘର ଭାଙ୍ଗି ତୁମେ କ'ଣ ପ୍ରତିଶୋଧ ନେଇଛ ବୋଲି ଭାବୁଛ? ଆଜି ମୋର ଘର ଭାଙ୍ଗିଗଲା, ଆସନ୍ତାକାଲି ତୁମର ଗର୍ବ ଭାଙ୍ଗିଯିବ। ' କାରଣ ମୁଁ କେବଳ କାଶ୍ମୀରୀ ପଣ୍ଡିତମାନଙ୍କ ବିଷୟରେ ଶୁଣିଥିଲି, କିନ୍ତୁ ଆଜି ମୁଁ ନିଜେ ଅନୁଭବ କରିଛି ଯେ ସେମାନଙ୍କ ଉପରେ କ'ଣ ବିତିଥିବ|
— Kangana Ranaut (@KanganaTeam) September 9, 2020
କଙ୍ଗନା ଏହି ଭିଡିଓରେ କହିଛନ୍ତି ଯେ ଆଜି ମୁଁ ମୋର ଦେଶବାସୀଙ୍କୁ ପ୍ରତିଶୃତି ଦେଇଛି ଯେ ମୁଁ କେବଳ ଅଯୋଧ୍ୟାରେ ନୁହେଁ କାଶ୍ମୀରରେ ମଧ୍ୟ ଏକ ଫିଲ୍ମ କରିବି। ମୋ ସହିତ ଘଟିଥିବା ନିଷ୍ଠୁରତା ଏବଂ ଆତଙ୍କ ଭଲ ଥିଲା, କାରଣ ଏହାର ଅନେକ ଅର୍ଥ ଏବଂ ଅନେକ ଦିଗ ଅଛି| ଜୟ ହିନ୍ଦ, ଜୟ ମହାରାଷ୍ଟ୍ର। ଏହି ଭିଡିଓର କ୍ୟାପସନରେ କଙ୍ଗନା ଲେଖିଛନ୍ତି ଯେ ତୁମେ ଯାହା କରିଛ ସେଥିରେ ତୁମେ ଭଲ କରିଛ। କ୍ୟାପସନ୍ ପାଖରେ #DeathOfDemocracy ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହୃତ ହୋଇଥିଲା|
ମୁମ୍ବାଇ ହାଇକୋର୍ଟ ବିଏମସିକୁ ତାଗିଦ୍ କରିଥିଲେ
— Kangana Ranaut (@KanganaTeam) September 9, 2020
ଏହା ଲକ୍ଷ୍ୟ କରାଯାଇପାରେ ଯେ ମୁମ୍ବାଇ ହାଇକୋର୍ଟର ଶୁଣାଣି ବେଳେ ଏହି ପୁରା ମାମଲାରେ କଙ୍ଗନାଙ୍କ କାର୍ଯ୍ୟାଳୟରେ ବିଏମସିର କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ହାଇକୋର୍ଟ ବିସିସିଆଇକୁ କହିଛନ୍ତି ଯେ କଙ୍ଗନାଙ୍କ ଆବେଦନ ଉପରେ ଏହାର ଉତ୍ତର ଦେବା ଉଚିତ।
କଙ୍ଗନାଙ୍କ ଓକିଲଙ୍କ ବଡ ଅଭିଯୋଗ, 'ପ୍ରତିଶୋଧ ପାଇଁ ଭଙ୍ଗାରୁଜା'
ବୁଧବାର ସକାଳେ ବିଏମସିର ଏକ ଟିମ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବଙ୍ଗଳାର କିଛି ଅଂଶ ନଷ୍ଟ କରିବା ଆରମ୍ଭ କରିଥିଲେ। ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ବିଶ୍ୱାସ କରେ ଯେ କଙ୍ଗନା ବେଆଇନ ଭାବେ ତାଙ୍କ କାର୍ଯ୍ୟାଳୟ ନିର୍ମାଣ କରିଛନ୍ତି। ଅନ୍ୟପକ୍ଷରେ କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକି କହିଛନ୍ତି ଯେ ଏହି ସମଗ୍ର ମାମଲା ସମ୍ପର୍କରେ ବିଏସସି ପକ୍ଷରୁ ଏକ ନୋଟିସ ଆସିଛି, ଯାହାକୁ ଠିକ ସମୟରେ ଉତ୍ତର ଦିଆଯାଇଥିଲା।
ରିଜୱାନ୍ ସିଦ୍ଦିକି ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ବିଏମସି ଦେଇଥିବା ଷ୍ଟପ୍ ୱାର୍କ ନୋଟିସ୍ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ସତ୍ୟହୀନ। ଯେଉଁମାନଙ୍କ ନିର୍ମାଣ କାର୍ଯ୍ୟ ଚାଲିଛି ସେମାନଙ୍କୁ ଷ୍ଟପ୍ ୱର୍କ ନୋଟିସ୍ ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ବିଏମସି ଉପରେ ଏକ ବଡ ଚାର୍ଜ କରୁଥିବାବେଳେ ରିଜୱାନ୍ ସିଦ୍ଦିକି ଏହା ମଧ୍ୟ କହିଛନ୍ତି ଯେ କଙ୍ଗନାଠାରୁ ପ୍ରତିଶୋଧ ନେବାକୁ ସେ ଏହି ପଦକ୍ଷେପ ନେଇଛନ୍ତି। ମୁଁ ଗତକାଲି ନୋଟିସକୁ ଉତ୍ତର ଦେଇଥିଲି, ତେଣୁ ବିଏମସି କିପରି ବେଆଇନ ଭାବେ କଙ୍ଗନାଙ୍କ ବଙ୍ଗଳା ଭିତରକୁ ପ୍ରବେଶ କଲା| | <urn:uuid:2fd4adcb-cfde-445c-ae3e-d9a7be089e1c> | CC-MAIN-2020-45 | http://odianews24.info/kangana-ne-mumbai-pahanchu-ta-kahile/ | 2020-10-22T09:49:05Z | s3://commoncrawl/crawl-data/CC-MAIN-2020-45/segments/1603107879362.3/warc/CC-MAIN-20201022082653-20201022112653-00704.warc.gz | ory | 0.999972 | Orya | 1 | {"ory_Orya_score": 0.9999721050262451} |