text
stringlengths
265
363k
ଭୁବନେଶ୍ୱର,୨୪।୩(ବ୍ୟୁରୋ):ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ୩ ମାସ ଧରି ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଧରିବା ସହ ୩ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ ତାମିଲନାଡୁ ତିରୁପତୁର ଜିଲାର କେ. ବାଲାଜି,ଏନ. ମୁରଗାନ ଏବଂ ଡି. ଗୋବିନ୍ଦନ। ସେମାନଙ୍କଠାରୁ ୪ଟି ଲାପ୍ଟପ, ୭ ମୋବାଇଲ ଫୋନ, ଚାର୍ଜର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଜବତ ହୋଇଛି। ଏହି ଗ୍ୟାଙ୍ଗ୍ର ସଦସ୍ୟମାନେ ସାଧାରଣତଃ ନକଲି ମୂକ-ବଧିର ସାର୍ଟିଫିକେଟ ହାତରେ ଧରି ଘର, ହଷ୍ଟେଲ, ମେସ୍ ଆଦି ବୁଲି ବୁଲି ସହାୟତା ମାଗିବା ବାହାନାରେ ଯାହା ପାରୁଥିଲେ ଚୋରି କରି ଚମ୍ପଟ ମାରୁଥିଲେ। ବିଶେଷକରି ଟଙ୍କା, ସୁନା, ଲାପ୍ଟପ୍, ମୋବାଇଲ୍ ଫୋନ୍କୁ ଅଧିକ ଟାର୍ଗେଟ କରୁଥିଲେ। ଧରା ନ ପଡ଼ିବା ଲାଗି ଛୋଟ ହୋଟେଲରେ ରହିବା ସହ ଏପରି ଅଭିନବ ଉପାୟରେ ଚୋରି କରିବା ପରେ ଅନ୍ୟ ଅଞ୍ଚଳରେ ଥିବା ହୋଟେଲକୁ ପଳାଉଥିଲେ। ଚମ୍ପଟ ମାରିବାବେଳେ ଯଦି କାହା ହାବୁଡ଼ରେ ପଡିଯାଆନ୍ତି, ତେବେ ସେମାନେ ହାତରେ ଧରିଥିବା ମୁକ ବଧିର ସାର୍ଟିଫିକେଟ ଦେଖାଇ ଭିକ ମାଗିବାକୁ ଆସିଥିବା ଦର୍ଶାଇ ଖସି ଯାଅନ୍ତି। ତେବେ ଅଧିକାଂଶ ସମୟରେ ଏମାନେ ସକାଳ ସମୟରେ ଖୋଲା ଥିବା ଘର ଓ ମର୍ନିଂ ଓ୍ବାକ୍ରେ ଯାଉଥିବା ଲୋକଙ୍କ ଘରକୁ ଟାର୍ଗେଟ କରିଥାନ୍ତି। ଚୋରି ଜିନିଷ ଅଧିକ ହେବା ପରେ ଟ୍ରେନ ମାଧ୍ୟମରେ ତାହାକୁ ତାମିଲନାଡୁ ପଠାଇଦିଅନ୍ତି। ଏହାପରେ ସେଠାରେ ଥିବା ଅନ୍ୟ ଗ୍ୟାଙ୍ଗ୍ର ସଦସ୍ୟମାନେ ସ୍ଥାନୀୟ ବଜାରରେ ଥିବା ଲୋକଙ୍କୁ କମ୍ ଟଙ୍କାରେ ବିକ୍ରି କରିଦିଅନ୍ତି। ସେହିପରି ଅଭିଯୁକ୍ତମାନେ ସ୍କୁଲ, କଲେଜକୁ ଯାଇ ପିଲାମାନଙ୍କୁ ଟଙ୍କା ମାଗୁଥିଲେ। ଯଦି କେହି ଦେଉ ନ ଥିଲେ ତା'ହେଲେ ମୂକ-ବଧୁର ସାର୍ଟିଫିକେଟ ଦେଖାଇ ଅପରେଶନ ହେବ କହି ଟଙ୍କା ଆଦାୟ କରୁଥିଲେ। କୌଣସି କେସ୍ ହିଷ୍ଟ୍ରି ନ ଥିବାରୁ ପୋଲିସ ଏମାନଙ୍କୁ ଧରିବା କଷ୍ଟକର ହେଉଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ଚଢାଉ ଜାରି ରଖିଛି। କଟକ-ଭୁବନେଶ୍ୱରରେ ମୋଟ ୧୨ଟି ମାମଲାରେ ଏମାନେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ପୂର୍ବରୁ ମଧ୍ୟ କାର କାଚ ଭାଙ୍ଗି ଚୋରି ଓ ଲୁଟ୍ପାଟ କରୁଥିବା ତାମିଲନାଡୁର ଏକ ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଥିଲା।
[author title="ହରିହର ପଣ୍ଡା" image="http://"]ହରିହର ପଣ୍ଡା ଏମ୍ଆଇଜି-୫୧, ଅନନ୍ତ ବିହାର ପୋଖରୀପୁଟ ଭୁବନେଶ୍ୱର-୨୦[/author] [toggle title="ରାଣୀ ସୁମିତ୍ରା ଦେବୀ" state="open"]ଆଧୁନିକ ଓଡ଼ିଶା ଇତିହାସରେ ଯେତେବେଳେ ଏକ ପରିବର୍ତ୍ତନର ସମୟ ଦୁଆର ଠକ୍ଠକ୍ କରୁଥିଲା ସେତେବେଳେ କିଛି ରାଣୀ ଚାରିକାନ୍ଥ ଭିତରୁ ଶାସନର ମଙ୍ଗ ଧରିଥିଲେ। ସେମାନଙ୍କୁ କେହି ରାଜ ଟୀକା ପିନ୍ଧାଇ ନଥିଲେ ସତ କିନ୍ତୁ ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ଓ ଦକ୍ଷତା ବଳରେ ସେମାନେ ସାରା ରାଜ୍ୟକୁ ଶାସନ କରିବାରେ ସକ୍ଷମ ହୋଇଥିଲେ। ଖାଲି ସେତିକି ନୁହେଁ, ଶତ୍ରୁ ପକ୍ଷ ସହ ଯୁଦ୍ଧ ଓ କୂଟନୀତି ପରିଚାଳନାରେ ମଧ୍ୟ ସିଦ୍ଧହସ୍ତ ଥିଲେ। ଏମିତି ଜଣେ ରାଣୀ ହେଉଛନ୍ତି ମୟୂରଭଞ୍ଜର ସୁମିତ୍ରା ଦେବୀ। ଏପ୍ରିଲ୍ ୧୭୯୬ରୁ ଏପ୍ରିଲ୍ ୧୮୧୧ ଯାଏଁ ସେ ମୟୂରଭଞ୍ଜରେ ଶାସନ କରିଛନ୍ତି। ଏ ସମୟରେ ଓଡ଼ିଶାରୁ ମରହଟ୍ଟାଙ୍କ ଶାସନ ଉଭେଇଛି ଆଉ ଇଂରେଜଙ୍କ ଶାସନ ପ୍ରତିଷ୍ଠା ହୋଇଛି। ପଡ଼ୋଶୀ କେନ୍ଦୁଝର ଆକ୍ରୋଶ ସହିବାକୁ ପଡ଼ିଥିଲା ମୟୂରଭଞ୍ଜକୁ। ପୁଣି ସେତେବେଳେ ସୁମିତ୍ରାଙ୍କ ସଉତୁଣୀ ଷଡ଼ଯନ୍ତ୍ରର ଜାଲ ବୁଣିଥିଲେ ରାଜ୍ୟ ଭିତରେ। [/toggle] ସାତ ଏପ୍ରିଲ୍ ୧୭୯୬; କଲିକତାର ଫୋର୍ଟ ୱିଲିୟମ୍କୁ ଏକ ଚିଠି ଅସି ପହଞ୍ଚିଲା। ମିଦିନାପୁରର କଲେକ୍ଟର ତଥା ମାଜିଷ୍ଟ୍ରେଟ୍ ମିଷ୍ଟର ଅର୍ନେଷ୍ଟ ଏହି ଚିଠିଟି ଲେଖିଥିଲେ। ବିଷୟ ଥିଲା ମିଦିନାପୁର୍ ପଡ଼ୋଶୀ ମୟୂରଭଞ୍ଜ ରାଜ୍ୟର ଶାସକ ମହାରାଜା ଦାମୋଦର ଭଞ୍ଜଙ୍କ ପରଲୋକ ହୋଇ ଯାଇଛି। ମରହଟ୍ଟାଙ୍କ ଅଧୀନରେ ଥିବା ମୟୁରଭଞ୍ଜକୁ ଅଧିକାର କରିବାଲାଗି ସେତେବେଳେ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ବେଶ୍ ତପିର ଥିଲା। କାରଣ ମୟୁରଭଞ୍ଜ ସେତେବେଳେ ଏକ ବିତ୍ତଶାଳୀ ରାଜ୍ୟ ଥିଲା। ତା'ଛଡ଼ା ଏ ରାଜ୍ୟର ଏକ ବଡ଼ ଅଂଶ ନୟାବସନ୍ ଜମିଦାରୀ ଇଂରେଜମାନେ ଦଖଲ କରିସାରିଥିଲେ। ଦ୍ୱିତୀୟତଃ ଏ ରାଜ୍ୟ ଦେଇ ଅନ୍ୟ ରାଜ୍ୟଗୁଡ଼ିକୁ ଦଖଲ କରିବା ସହଜ ହେବ ବୋଲି ସେମାନେ ଭାବିଥିଲେ। ଚିଠିଟି ପାଇବା କ୍ଷଣି ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଜିଲ୍ଲାପାଳ ଓ ସମ୍ପୃକ୍ତ ଥାନାଦାରଙ୍କୁ ନିଦ୍ଦେର୍ଶ ଦିଆଗଲା। କମ୍ପାନୀଠାରୁ ପରୱାନା ପାଇଲା ପରେ ଥାନାଦାର ଯାଞ୍ଚ ଆରମ୍ଭ କଲେ। ଖବର ଆସିଲା, ପରଲୋକରେ ଥିବା ରାଜା ଦାମୋଦର ଭଞ୍ଜ ୧୧ ଜଣଙ୍କୁ ରିତୀନୀତି ଅନୁସାରେ ବିବାହ କରିଥିଲେ। ଅର୍ଥାତ୍ମୟୂର ଭଞ୍ଜର ରାଣୀ ସଂଖ୍ୟା ହେଉଛନ୍ତି ୧୧। ପ୍ରଥମ ରାଣୀହେଉଛନ୍ତି ରାଣୀ ସୁମିତ୍ରା ଦେବୀ। ଯିଏକି ପାଟ ରାଣୀ ଭାବେ ପରିଚିତ। ତାଙ୍କୁ ଏବେ ୩୫ ବର୍ଷ ବୟସ। ସେ ଦେଖିବାକୁ ସୁନ୍ଦର। ଆଉ ବେଶ୍ ସିଦ୍ଧହସ୍ତା। ରାଜ କର୍ମଚାରଙ୍କୁ ସେ ଚିହ୍ନନ୍ତି। ଆଉ ତାଙ୍କୁ କାମଦେଇ ପାରନ୍ତି। କର୍ମଚାରୀମାନେ ତାଙ୍କ କଥା ମାନି ଶାସନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅର୍ଥାତ୍ ରାଣୀ ସୁମିତ୍ରା ଦେବୀ ଶାସନ କାର୍ଯ୍ୟ ଭଲ ଭାବେ ପରିଚାଳନା କରିପାରନ୍ତି। ଏବେ ସେ ହରିପୁର ଗଡ଼ରେ ରହୁଛନ୍ତି, ଯାହା ହେଉଛି ମୟୁରଭଞ୍ଜ ରାଜ୍ୟର ରାଜଧାନୀ। ଅନ୍ୟ ରାଣୀମାନଙ୍କ ଭିତରୁ ୪ଜଣ ରାଣୀ ରାଜାଙ୍କ ସହ ସତୀ ଭାବେ ନିଜକୁ ଚିତାରେ ଜାଳି ଦେଇଛନ୍ତି। ଅର୍ଥାତ୍ ଏବେ ସୁମିତ୍ରାଙ୍କ ସହ ୬ଜଣ ରାଣୀ ହରିହରପୁର ଗଡ଼ରେ ଅବସ୍ଥାନ କରୁଛନ୍ତି। ସେମାନଙ୍କ ଭିତରୁ ଜମୁନା ଦେବୀ ଜଣାଶୁଣା ଥିଲେ। ସେ ମହାରାଜାଙ୍କ ଦ୍ୱିତୀୟ ପତ୍ନୀ। ସୁମିତ୍ର ଦେବୀଙ୍କ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ୧୭/୧୮ ବର୍ଷ ବୟସରେ ସେ ପୁତ୍ର ସନ୍ତାନଙ୍କ ମୃତ୍ୟୁ ହୋଇଯିବାରୁ ଦାୟାଦ ନେଇ ରାଜ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁତ୍ର ଆଶାରେ ମହାରାଜା ଦ୍ୱିତୀୟ ପତ୍ନୀ ଭାବେ ଜମୁନାଙ୍କୁ ବିବାହ କରିଥିଲେ । ତାଙ୍କ ଗର୍ଭରୁ ଦୁଇଟି ପୁତ୍ର ସନ୍ତାନ ଜନ୍ମ ନେଇଥିଲେ। ଜଣେଥିଲେ ଜୟକୃଷ୍ଣ ଭଞ୍ଜ ଏବଂ ଅନ୍ୟ ଜଣେ ହେଉଛନ୍ତି ଶ୍ୟାମସୁନ୍ଦର ଭଞ୍ଜ। ବଡ଼ପୁଅ ଜୟକୃଷ୍ଣ ପରବର୍ତ୍ତୀ ଶାସକ ହେବା ନିଶ୍ଚିତ ଥିଲା। ତାଙ୍କ ନାମରେ ଭୂମି ମଧ୍ୟ ଦାନ କରାଯାଇଥିଲା। କିନ୍ତୁ ସେ ଦୁଇଜଣଙ୍କ ଅକାଳରେ ମୃତ୍ୟୁ ଘଟିଲା। ପରେ ରାଜା ଚମ୍ପା ଦେବୀଙ୍କ ସତେ ଆହୁରି ୯ ଜଣଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ଲାଭ ହୋଇ ନଥିଲା। କେହି ଛୁଆ ଜନ୍ମରେ ରାଜାଙ୍କୁ ସହାୟକ ହୋଇ ନଥିଲେ। ଫଳରେ ରାଜା ପଡ଼ୋଶୀ କେନ୍ଦୁଝର ରାଜା ବଳଭଦ୍ର ରାୟଙ୍କ ଜଣେ ପୁଅକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ସ୍ଥିର କରିଥିଲେ। ଏ ସମ୍ପର୍କରେ ଦାମୋଦର ଭଞ୍ଜଙ୍କଠାରୁ ଚିଠି ପାଇଲା ପରେ ସେ ତାଙ୍କ ଗୋଟିଏ ପୁଅଙ୍କୁ ମୟୂରଭଞ୍ଜ ପଠାଇଥିଲେ କିନ୍ତୁ ବାଟରେ ତାଙ୍କର ବି ମୃତ୍ୟୁ ଘଟିଥିଲା। ଅନ୍ୟ କୌଣସି ପୁତ୍ରକୁ ମୟୂର ଭଞ୍ଜ ପଠାଇବେ କି ନା ଚିନ୍ତା କରିବା ବେଳେ ରାଜା ଦାମୋଦରଙ୍କ ଦେହାନ୍ତ ହୋଇଥିଲା। ଏହି ସମୟରେ ବଳଭଦ୍ର ଦେଓଘରେ ଥିଲେ। ଦୂତଠାରୁ ଏ ଖବର ମହାରାଜାଙ୍କ ଦେହାନ୍ତ ଖବର ପାଇବା ପରେ ତୁରନ୍ତ ମୟୂରଭଞ୍ଜ ଆାସିଲେ। ସାଙ୍ଗରେ ତାଙ୍କ ପୁଅ ତ୍ରିବିକ୍ରମଙ୍କୁ ମଧ୍ୟ ଆଣିଥିଲେ। ଯେହେତୁ ରାଜା ଦାମୋଦର ଭଞ୍ଜ ତାଙ୍କ ପୁଅଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାଲାଗି ଇଚ୍ଛୁକ ଥିଲେ ଏଣୁ ସେ ରାଜ୍ୟ ଏବେ ତାଙ୍କର ବୋଲି ଦାବି କଲେ। ବଳଭଦ୍ରଙ୍କ ଉଦ୍ଦେଶ୍ୟ କିନ୍ତୁ ରାଣୀ ସୁମିତ୍ରାଙ୍କୁ ମନ୍ଦ ଲାଗିଲା। ମୟୂରଭଞ୍ଜକୁ ଅକ୍ତିଆର କରିବା ଲାଗି ସେମାନେ ଯୋଜନାବଦ୍ଧ ଭାବେ ଆସିଥିବା ସେ ଜାଣିପାରିଲେ। ଆଉ ସେଥିରେ ତାଙ୍କୁ କିଛି ରାଜ କର୍ମଚାରୀ ମଧ୍ୟ ସହାୟତା କରୁଥିବା ହୃଦ୍ବୋଧ ହେଲା। ଏମିତି ଆଶଙ୍କା ଭିତରେ ରାଣୀ ଦ୍ୱନ୍ଦ୍ୱରେ ପଡ଼ିଲେ। ଆଉ ରାଜା ଭାବେ ତ୍ରିବିକ୍ରମଙ୍କ ଟୀକାକରଣ କାର୍ଯ୍ୟକ୍ରମକୁ ଟାଳିବାକୁ ଚାହିଁଲେ। ପାଟରାଣୀ ସୁମିତ୍ରା ଦେବୀ ସେତେବେଳେ ଜଣେ ଦୃଢ଼ମନା ବ୍ୟକ୍ତିତ୍ୱ ଭାବେ ପରିଚିତ ହୋଇଥିଲେ। ମୟୂରଭଞ୍ଜର ରାଣୀମାନେ ଯେମିତି ପ୍ରାସାଦର ସ୍ୱତନ୍ତ୍ର ଅଂଶରେ ଚାରି କାନ୍ଥ ଭିତରେ ଆବଦ୍ଧ ରହୁଥିଲେ ସେମିତି ସେ ଚଳୁ ନଥିଲେ। ସବୁ ପରମ୍ପରା ଓ ବିଧି ବ୍ୟବସ୍ଥାକୁ ଭାଙ୍ଗି ସେ ରାଜ୍ୟର ସ୍ୱାର୍ଥ ରକ୍ଷାରେ ଲାଗି ପଡ଼ିଥିଲେ। ରାଜ୍ୟର ପ୍ରଜାମାନେ ଯେମିତି କେନ୍ଦୁଝର ଦ୍ୱାରା ଲୁଣ୍ଠିତ ନହୁଅନ୍ତୁ ସେ ବିଷୟ ପ୍ରତି ଧ୍ୟାନ ଦେଉଥିଲେ। ପାଟରାଣୀଙ୍କ ଏପରି ଆଚରଣକୁ ଅନେକ କର୍ମଚାରୀ ଇର୍ଷା ଓ ଅହଙ୍କାରର ଆଖ୍ୟା ଦେଇଥିଲେ ମଧ୍ୟ ରାଣୀ ଏହାକୁ ଭ୍ରୁକ୍ଷେପ କରୁ ନଥିଲେ। ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ସେ ଶାସନଭାର ନେଲାକ୍ଷଣି ମରହଟ୍ଟା ଓ ଇଂରେଜ ଶାସକଙ୍କ ସହ ସମନ୍ୱୟ ପ୍ରତିଷ୍ଠା ପାଇଁ ଆଗଭର ହେଲେ। ଦାୟିତ୍ୱ ନେବାର ଦୁଇ ମାସ ଭିତରେ ଅର୍ଥାତ୍ ୧୧ ଜୁନ୍ ୧୭୯୬ରେ ମିଦିନାପୁର୍ କଲେକ୍ଟରଙ୍କୁ ଏକ ଚିଠି ଲେଖି ଜଣାଇଲେଯେ, ନୟାସବନ୍ ପ୍ରଗଣା ପୂର୍ବରୁ ତାଙ୍କ ଜମିଦାରୀରେ ଆସୁଥିଲା। ଯେଉଁଥିଲାଗି ସେମାନେ ମରହଟ୍ଟାମାନଙ୍କୁ ପେସ୍କସ୍ ଦେଉଥିଲେ। କିନ୍ତୁ ଇଂରେଜମାନେ ତାହାକୁ ଅଳ୍ପ କିଛି ଦିନ ହେଲା ଅକ୍ତିଆରକୁ ନେଇଛନ୍ତି। ଯଦି ସେମାନେ ତାଙ୍କୁ ଏହି ପ୍ରଗଣା ଫେରସ୍ତ ଦେବେ ତେବେ ସେ ମଧ୍ୟ ରାଜ୍ୟ ପକ୍ଷରୁ ଇଂରେଜ କମ୍ପାନୀ ନିକଟରେ ପେସ୍କସ୍ ଜମା ଦେବେ। ଏଥିନିମନ୍ତେ ମୋହନଲାଲ୍ ଘୋଷଙ୍କୁ ରାଜ୍ୟ ତରଫରୁ ଓକିଲ ଭାବେ ଇଂରେଜ ସରକାରଙ୍କ ପାଖକୁ ଅର୍ଜି ଦାଖଲ ପାଇଁ ପ୍ରେରଣ କରିଥିଲେ। ଅନ୍ୟ ପକ୍ଷରେ କଟକରେ ଥିବା ମରହଟ୍ଟା ସୁବେଦାର୍ଙ୍କୁ ମଧ୍ୟ ଚିଠି ଲେଖିବା ସହ ନିଜର ରାଜ୍ୟଦୂତ ହିସାବରେ ଜଗବନ୍ଧୁ ପଟ୍ଟନାୟକଙ୍କୁ କଟକ ଗଭର୍ନର ଇକୋଜୀ ସୁକଦେଓଙ୍କ ନିକଟକୁ ପଠାଇଲେ। ରାଜ୍ୟର ବିଭିନ୍ନ ପ୍ରସଙ୍ଗ ବିଷୟରେ ଅବଗତ କରାଇବା ତଥା ସୁମିତ୍ରା ଦେବୀ ଶାସନଭାର ଗ୍ରହଣ କରିବା ବିଷୟକୁ ସ୍ପଷ୍ଟ କରିବା ଏହାର ଉଦ୍ଦେଶ୍ୟ ଥିଲା। ଆଧୁନିକ ଭାଷାରେ ଏହାକୁ କୂଟନୀତିକ ବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟ ବୋଲି ଆଲୋଚନା କରାଯାଇପାରେ। ବଳଭଦ୍ର ରାୟଙ୍କ ଅନଧିକାର ପ୍ରବେଶକୁ ଯଥା ସମ୍ଭବ ନିୟନ୍ତ୍ରଣକୁ ଆଣିବା ଲାଗି ଏସବୁ ଉଦ୍ୟମ କରାଯାଇଥିଲା। ହେଲେ ବଳଭଦ୍ର ରାୟ ରାଜ ସିଂହାସନକୁ ଅକ୍ତିଆର କରିବା ଲାଗି ହିଂସାର ବାଟ ଆପଣାଇ ଥିଲେ। ରାଜ୍ୟର ବିଶ୍ୱସ୍ତ କର୍ମଚାରୀମାନଙ୍କୁ ବନ୍ଦି କରିବା ସହ ରାଣୀଙ୍କ ଉପରେ ଯଥା ଶୀଘ୍ର ତ୍ରିବିକ୍ରମଙ୍କ ଟୀକାରଣ ପାଇଁ ଚାପ ପକାଇଥିଲେ। ଏପଟେ ରାଣୀ କିନ୍ତୁ ବଳଭଦ୍ରକୁ କୌଣସି ରୂପେ ମୟୂରଭଞ୍ଜ ଦେବା ଲାଗି ଚାହୁଁ ନଥିଲେ। ରାଣୀ କୂଟନୀତି ଆଶ୍ରୟ ନେଇ ବଳଭଦ୍ର ରାୟ ତାଙ୍କ କର୍ମଚାରୀଙ୍କଠାରୁ ରାଜ୍ୟର ଛୁପା ହୋଇ ରହିଥିବା ଧନସମ୍ପତ୍ତି ହାତେଇବାର ପ୍ରୟାସ କରୁଛି ବୋଲି ଅଭିଯୋଗ ଆଣିଲେ। ତାଛଡ଼ା ରାଜ ଗେସେଇଁ ଓ ଦିୱାନ୍ କଟକରୁ ନ ଫେରିଲା ଯାଏ ଟୀକାକରଣ ସମ୍ଭବ ନୁହେଁ ବୋଲି ଜଣାଇଲେ। ଏହାଦ୍ୱାରା ଉେତ୍ତଜନା ଆହୁରି ବଢ଼ିଲା। ବନ୍ଦୀ ଥିବା ଦୁଇ ରାଜ କର୍ମଚାରୀଙ୍କୁ ବଳଭଦ୍ର ରାୟ ହତ୍ୟା କଲେ। ପାଳି ପଡ଼ିଲା ରାଣୀଙ୍କ ଅଙ୍ଗରକ୍ଷକ ଭବାନୀ ସିଂଙ୍କ। ତାଙ୍କୁ ହତ୍ୟା କରିବା ସମୟରେ ରାଣୀ ଉଆସରୁ ବାହାରକୁ ବାହାରିଲେ। ଭବାନୀ ସିଂଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କଲେ। ଟୀକାରଣ ଉତ୍ସବ ହେଲା। କିନ୍ତୁ ବୟସ ନ ହେବା ଯାଏଁ ରାଜ କାର୍ଯ୍ୟ ଗ୍ରହଣ କରିବାର ବିଧି ନଥିବାରୁ ସେ ପାଲଟିଲେ ଟୀକାୟତ। ରାଣୀ ଶାସନ କାର୍ଯ୍ୟ ପରିଚାଳନା କଲେ। ହେଲେ ବଳଭଦ୍ର ଏତିକିରେ ଚୁପ୍ ରହିଲେ ନାହିଁ। ମୟୂରଭଞ୍ଜର ଧନସମ୍ପତ୍ତି ଉପରେ ଆଖି ପକାଇଲେ। ରାଣୀଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ବରଖାସ୍ତ କଲେ। ଏହାକୁ ଦେଖି ରାଣୀ ଚତୁରତା ସହ କଟକରେ ଥିବା ନବାବଙ୍କ ସହାୟତା ମାଗିଲେ। ମରାଠା ନବାବ୍ ମୋତିଲାଲ୍ ବାବୁ ଏବଂ ତାଙ୍କ ସୈନ୍ୟ ବାହିନୀଙ୍କୁ ପ୍ରେରଣ କଲେ। ସେମାନେ ମୟୂରଭଞ୍ଜରୁ ବଳଭଦ୍ର ଓ ତାଙ୍କ ପୁଅ ଟୀକାୟତ ତ୍ରିବିକ୍ରମ ଭଞ୍ଜଙ୍କୁ ବିତାଡ଼ିତ କଲେ। ରାଣୀ ପୂର୍ଣ୍ଣ ଭାବେ ମୟୂରଭଞ୍ଜର ଶାସନ ଚଳାଇଲେ। ଏବାବଦରେ ବୈରାଗୀ ଭଞ୍ଜ ତାଙ୍କୁ ବିଶେଷ ସହାୟତା କରୁଥିଲେ। କୁହାଯାଉଥିଲା ବୈରାଗୀ ଭଞ୍ଜଙ୍କୁ ଡରି ତ୍ରି ବିକ୍ରମ ମୟୁରଭଞ୍ଜ ଆସୁ ନଥିଲେ। ବୈରାଗୀ ହେଉଛନ୍ତି ମୟୁରଭଞ୍ଜର ଜଣେ ବିଶ୍ୱସ୍ତ ରାଜ କର୍ମଚାରୀ। ମହାରାଜାଙ୍କ ସମୟରୁ ସେ କାର୍ଯ୍ୟକରି ଆସୁଛନ୍ତି। ଏ ସମୟରେ ରାଣୀ ହରିପୁର ଗଡ଼ରୁ ବାରିପଦାଠାରେ ଏକ ଉଆସ ତିଆରି ଆରମ୍ଭ କଲେ। ଯେହେତୁ ହରିପୁରରେ ବିବାଦ ଲାଗି ରହୁଥିଲା ସେଥିରୁ ବର୍ତ୍ତିବା ଲାଗି ଏହି ଯୋଜନା ଆପଣାଯାଇଥିଲା। ବାରିପଦା ଗଡ଼ ତିଆରି ପରେ ସେଠାରୁ ଶାସନ ଚଳାଇବା ଅରମ୍ଭ କଲେ। କାରଣ ଇଂରେଜ ଓ ମରାଠାଙ୍କ ସହ ସମ୍ପର୍କ ରଖିବା ତଥା କେନ୍ଦୁଝରଠାରୁ ଦୂରରେ ରହିବାକୁ ଏହା ଏକ ସୁବିଧାଜନକ ଓ ନିରାପଦ ସ୍ଥାନ ଥିଲା। ଅର୍ଥାତ୍ ବର୍ତ୍ତମାନ ଆମେ ଯେଉଁ ସ୍ଥାନରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜ ଦେଓ କଲେଜକୁ ଦେଖୁଛୁ ସେ ସ୍ଥାନ ସେତେବେଳେ ତାଙ୍କରି ଦ୍ୱାରା ରାଜପ୍ରାସାଦ ପାଇଁ ବଛା ଯାଇଥିଲା। କଲେଜର ପଛ ପାଖରେ ଥିବା ପୁରୁଣା କିଛି କୋଠରୀ ଓ ପରିତ୍ୟକ୍ତ ଲକ୍ଷ୍ମୀ ନାରାୟଣ ମନ୍ଦିର ସେ ସମୟର ବୋଲି ବିଶ୍ୱାସ କରାଯାଏ। ପରେ ମୟୂରଭଞ୍ଜର ରାଜାମାନେ ବିଭିନ୍ନ ସମୟରେ ରାଜ ପ୍ରାସାଦରେ ଅନେକ ଅଂଶକୁ ଯୋଡ଼ିଛନ୍ତି। କିନ୍ତୁ ମୟୂରଭଞ୍ଜ ପାଇଁ ସେତେବେଳେ ସବୁକିଛି ସୁରୁଖୁର ଚାଲିଥିଲା ବୋଲି କୁହାଯାଇ ନପାରେ। ରାଣୀ ସୁମିତ୍ରାଙ୍କୁ ଅନେକ ଅସବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଅନେକ ଯୁଦ୍ଧ ଲଢ଼ିବାକୁ ପଡ଼ିଛି। କିଛି ଦିନପରେ ବୈରାଗୀ ଭଞ୍ଜଙ୍କ ମୃତ୍ୟୁ ଘଟିଲା। ଏହାଦ୍ୱାରା ରାଣୀ ତାଙ୍କ ଶକ୍ତି ହରାଇବସିଲେ ପ୍ରାୟ। ଟୀକୟାତ ତ୍ରିବିକ୍ରମ ଭଞ୍ଜ ନିଜ ଭାଇ ତଥା କେନ୍ଦୁଝର ରାଜା ଜନାର୍ଦ୍ଦନ ଭଞ୍ଜଙ୍କ ସହ ସଦଳବଳେ ମୟୁରଭଞ୍ଜ ଆକ୍ରମଣ କରି ମୟୂରଭଞ୍ଜକୁ ଅକ୍ତିଆର କଲେ। ରାଣୀ ସୁବିତ୍ରା ଦେବୀଙ୍କୁ କେନ୍ଦୁଝର ଗଡ଼ ନେଇ ଆସି ସେଠାରେ ବନ୍ଦୀ କଲେ। ପରେ ରାଜା ଭାବେ ତ୍ରିବିକ୍ରମ ଭଞ୍ଜ ଗାଦି ଆରୋହଣ କଲେ। ତ୍ରିବିକ୍ରମ ସଂସ୍କୃତ ଓ ବଙ୍ଗୀୟ ଭାଷାରେ ଦକ୍ଷତା ଅର୍ଜନ କରିଥିଲେ। ସେତେବେଳେ ଅନ୍ୟ ରାଜାଙ୍କ ଅପେକ୍ଷା ସେ ଜଣେ ଜ୍ଞାନୀ ଗୁଣି ରାଜ ଭାବେ ପରିଚିତ ଥିଲେ। ପରେ ସେ ରାଣୀଙ୍କୁ କେନ୍ଦୁଝରରୁ ପୁଣି ମୟୂରଭଞ୍ଜ ଆଣିଲେ। ରାଜମାତା ସୁମିତ୍ରା ଦେବୀ ରହୁଥିବା ବାରିପଦା ଘରେ ସେତେବେଳେ ରାଜା ରହୁ ଥିବାରୁ ସେ ତାଙ୍କୁ ବାରିପଦା ଛାଡ଼ି ମୟୁରଭଞ୍ଜର ଉପରଭାଗକୁ ଯିବା ପାଇଁ ଆଦେଶ ଦେଲେ। କିନ୍ତୁ ଏହା ତାଙ୍କୁ ଦୂରେଇ ରଖିବା ଲାଗି ଉଦ୍ଦିଷ୍ଟ ଥିଲା। ଏମିତିରେ ୪ ବର୍ଷ ବିତିଗଲା। କିନ୍ତୁ କିଛି ସୁଫଳ ନ ମିଳିବାରୁ ତ୍ରିବିକ୍ରମ ପୁଣି ବାରିପଦା ଆକ୍ରମଣ କରି ଶାସନ ଅକ୍ତିଆର କଲେ। ଏ ଭିତରେ ଓଡ଼ିଶାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆସୁଥାଏ। ମରାଠାଙ୍କ ସହ ଦେ ଗାଁ ଚୁକ୍ତି ପରେ ୧୪ ଅକ୍ଟୋବର ୧୮୦୩ ମସିହାରେ ବ୍ରିିଟିଶ୍ କମ୍ପାନୀ କଟକ ବାରବାଟୀ ଦୁର୍ଗ ଅକ୍ତିଆର କଲେ। ତା ପରଠୁ ଓଡ଼ିଶା ଇଂରେଜ ଅଧୀନସ୍ଥ ହେଲା ବୋଲି ଫୋର୍ଟ ୱିଲିୟମ୍ରେ ଘୋଷଣା କରାଗଲା। ୧୯ ଅକ୍ଟୋବର ଦିନ ସେଠାରେ ରାଜକୀୟ ଢଙ୍ଗରେ ତୋପ ଫୁଟାଇ ଉତ୍ସବ ପାଳନ କରାଗଲା। ଏ ବିଷୟରେ ଅବଗତ ହୋଇ ରାଣୀ ବ୍ରିଟିଶ୍ ସରକାରଙ୍କ ଧ୍ୟାନ ଆକର୍ଷଣ କଲେ। ବ୍ରିଟିଶ୍ କମ୍ପାନୀ ଏ ବିଷୟରେ ବିଚାର କରି ୧୮୦୩ ଡିସେମ୍ୱର ଶେଷଦିନ ରାଣୀ ସୁମିତ୍ରାଙ୍କୁ ମୟୂରଭଞ୍ଜର ଶାସନକର୍ତ୍ତ୍ରୀ ଭାବେ ସ୍ୱୀକାର କଲେ ଏବଂ ତାଙ୍କୁ ରାଜ୍ୟ ପରିଚାଳନା କରିବା ପାଇଁ ପୂର୍ଣ୍ଣ କ୍ଷମତା ଦେଲେ। ପରେ ତ୍ରିବିକ୍ରମଙ୍କୁ ସୁମିତ୍ରା ଦେବୀ ମୟୂରଭଞ୍ଜରେ ବନ୍ଦୀ କରିଥିଲେ। ଏହା ମଧ୍ୟରେ ସୁମିତ୍ରାଙ୍କ ଆଉ ଜଣେ ସଉତୁଣୀ ଚମ୍ପାଦେବୀ ବିଭ୍ରାଟ ସୃଷ୍ଟି କରିବାକୁ ଚାହିଁଥିଲେ । ପରେ ଅନେକ ଷଡ଼ଯନ୍ତ୍ର ହୋଇଥିଲା। କିନ୍ତୁ ସୁଫଳ ମିଳି ନଥିଲା। ରାଜା ତ୍ରି ବିକ୍ରମ ବିବାହ ଆଳ ଦେଖାଇ ମୟୁରଭଞ୍ଜ ଜେଲ୍ରୁ ମୁକ୍ତି ହେଲେ। ତାଙ୍କୁ ଦେଶାନ୍ତର କରାଯାଇଥିଲା। ରାଣୀ ସୁମିତ୍ରାଙ୍କ ମୃତ୍ୟୁଯାଏଁ ସେ କେବେ ଆଉ ମୟୁରଭଞ୍ଜ ଆସି ନାହାନ୍ତି। ଏହା ଭିତରେ ରାଣୀ ଅନେକ ସମୟରେ ବେଶ୍ ସୁରୁଖୁରରେ ବ୍ରିଟିଶ୍ ଆଇନକୁ ପାଳନ କରି ରାଜ୍ୟ ଶାସନ କରିଥିଲେ। ରାଜ୍ୟର ହକ୍ ପାଇଁ ବ୍ରିଟିଶ୍ ନେଉଥିବା କରରୁ କିଛି ଅଂଶ ରାଜ୍ୟକୁ ଦେବା ପାଇଁ ମଧ୍ୟ ସେ ଦାବି କରିଥିଲେ । ପରବର୍ତ୍ତୀ ସମୟରେ ସେଥିରେ ସୁଫଳ ମିଳିଥିଲା। ଏପ୍ରିଲ୍ ୮, ୧୮୧୧ ଦିନ ତାଙ୍କ ମୃତ୍ୟୁ ହେଲା। ମୃତ୍ୟୁ ପୂର୍ବରୁ ଏକ ଇଚ୍ଛାପତ୍ରରେ ସେ ତ୍ରିବିକ୍ରମଙ୍କୁ ରାଜ୍ୟ ଦାୟିତ୍ୱ ଦେଇଥିଲେ। ଯାହାରି ଅନୁସାରେ ଜିଲ୍ଲାପାଳ ଓ ବ୍ରିଟିଶ୍ ଅଧିକାରୀ ତଥା ମୟୁରଭଞ୍ଜର ଅଧିକାରୀଙ୍କ ସମେତ ବଡ଼ ସାମନ୍ତ ଜମୁନା ଦେବୀ ତାଙ୍କୁ ରାଜ୍ୟଗାଦି ଅର୍ପଣ କରିଥିଲେ। ଇତିହାସର ପୃଷ୍ଠାରେ କିଏ ତାଙ୍କୁ ଛଳନାକାରୀ ରାଣୀ ବୋଲି କହନ୍ତି ତ କିଏ ତାଙ୍କୁ ଅହଙ୍କାରୀ, ଇର୍ଷାନ୍ୱିତା ବ୍ୟକ୍ତିତ୍ୱ ଭାବେ ରୂପାୟନ କରନ୍ତି କିନ୍ତୁ ତାଙ୍କ ଯୋଗୁ ଯେ, ମୟୂରଭଞ୍ଜ ଅସ୍ତିତ୍ୱ ବଜାୟ ରଖିପାରିଥିଲା ତାହା ନିରାଟ ସତ୍ୟ। ନହେଲେ କେନ୍ଦୁଝର ଦ୍ୱାରା ମୟୁରଭଞ୍ଜ ଲୁଣ୍ଠନ ହୋଇଥାଆନ୍ତା ଏବଂ ବ୍ରିଟିଶ୍ ମରହଟ୍ଟାଙ୍କ ବିବଦରେ ଦେଶୀୟ ପ୍ରଜାମାନେ ହୀନସ୍ତା ହୋଇଥାନ୍ତେ। ଏପରିକି ମୟୂର ଭଞ୍ଜ ହୁଏତ ଆଉ ଏକ ଦେଶୀୟ ରାଜ୍ୟ ଭାବେ ପରିଚିତ ହୋଇ ନଥାନ୍ତା।
ହାତ ଛାଡିଲାନି ବିଜେଡି ! ପ୍ରଭାତ ବିଶ୍ୱାଳଙ୍କ ପଛରେ ଠିଆ ହେଲେ ନବୀନ, ରାଜନୈତିକ ସ୍ତରରେ ଜବାବ ଦେବାକୁ ଦଳର ପ୍ରସ୍ତୁତି ସିସୋର ସହ ସଂପର୍କ ଅଭିଯୋଗରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହେବା ପରେ ବିଜୁ ଜନତା ଦଳ ତାଙ୍କ ହାତ ଛାଡିନାହିଁ । ସମସ୍ତଙ୍କ ନଜର ଥିଲା, ନବୀନ କେଉଁ ପ୍ରକାରର ଆଭିମୁଖ୍ୟ ଗ୍ରହଣ କରିବେ? ମମତାଙ୍କ ଭଳି ଦଳୀୟ ନେତାଙ୍କ ଦୃଢ ସମର୍ଥନରେ ଠିଆ ହେବେ ନା ପୂର୍ବଭଳି ଦଳରୁ ନେତାଙ୍କୁ ସସପେଣ୍ଡ କରିବେ । ହେଲେ ନବୀନଙ୍କ ଆଜି ଭିନ୍ନ ଏକ ଆଭିମୁଖ୍ୟ ଦେଖିବାକୁ ମିଳିଛି । ମୋଦି ସରକାରଙ୍କୁ ସମାଲୋଚନା କରିବା ସହ ଶାସକ ବିଜୁ ଜନତା ଦଳ, ପ୍ରଭାତ ବିଶ୍ୱାଳଙ୍କ ସମର୍ଥନରେ ଠିଆ ହୋଇଛି । ଅନ୍ଧଭାବେ ପ୍ରଭାତଙ୍କୁ ଦଳରୁ ବାହାର କରିବାକୁ ଉଚିତ ମଣିନାହାନ୍ତି ସୁପ୍ରିମୋ । ପୂର୍ବରୁ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ସାଂସଦ ରାମଚନ୍ଦ୍ର ହାଂସଦା ଗିରଫ ହେବା ପରେ ତୁରନ୍ତ ସେମାନଙ୍କୁ ଦଳରୁ ସସପେଣ୍ଡ କରିଦିଆଯାଇଥିଲା । ହେଲେ ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରଭାତଙ୍କୁ ଦଳ ତୁରନ୍ତ ସସପେଣ୍ଡ କରିବା ବଦଳରେ ସିବିଆଇ କୋର୍ଟରେ କଣ କାଗଜପତ୍ର ଦାଖଲ କରୁଛି, କଣ ପ୍ରମାଣ ଉପସ୍ଥାପନ କରୁଛି, ତାଉପରେ ନଜର ରଖିବାକୁ ଦଳ ଅଧିକ ଆଗ୍ରହ ଦେଖାଇଛି । ସ୍ୱାଭାବିକ ଭାବେ, ଏତେ ବର୍ଷ ପରେ ଯେତେବେଳେ ସିବିଆଇ କୌଣସି ଗିରଫଦାରୀ କରୁଛି, ତାକୁ ନେଇ ସନ୍ଦେହ ସୃଷ୍ଟି ହେବା କଥା । ସିବିଆଇ ଗିରଫଦାରୀ କରିବା ପରେ ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ପ୍ରଭାତ ବିଶ୍ୱାଳଙ୍କ ବାବଦରେ କଣ ଆଭିମୁଖ୍ୟ ଗ୍ରହଣ କରାଯିବ, ଦଳ ଆଗାମୀ ଦିନରେ କଣ ଆଭିମୁଖ୍ୟ ରଖିବ, ଏହି ରଣନୀତି ତିଆରି କରିବାକୁ ଏକାଠି ହୋଇଥିଲେ ତୁଙ୍ଗନେତା । ଯେଉଁଥିରେ ନିଷ୍ପତ୍ତି ହୋଇଥିଲା, ଦଳ ସାମ୍ବାଦିକ ସମ୍ମିଳନୀ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବ । ମଙ୍ଗ ଧରିଥିଲେ ଦଳର ତୁଙ୍ଗ ତଥା ଟାଣୁଆ ନେତା । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କରିଥିଲେ ସାମ୍ବାଦିକ ସମ୍ମିଳନୀ. ସାଧାରଣତଃ ବିଜେପିକୁ ରାଜନୈତିକ ସ୍ତରରେ ସମାଲୋଚନା କରିବାକୁ ହେଲେ ନବୀଣ ନିଜର ୟଙ୍ଗ ବ୍ରିଗେଡ ଉପରେ ଭରସା କରୁଥିବା ବେଳେ ଆଜି କିନ୍ତୁ ଅଭିଜ୍ଞ ତଥା ସ୍ୱଛ ଆଭିମୁଖ୍ୟ ରଖୁଥିବା ନେତାଙ୍କୁ ନବୀନ ଛାଡିଥିଲେ ଆଗକୁ । ଉଦ୍ଦେଶ୍ୟ ବିଲକୁଲ ସ୍ପଷ୍ଟ ଥିଲା, କୈାଣସି ବି ରିସ୍କ ନେବାକୁ ଚାହୁଁନଥିଲେ ନବୀନ । ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରତାପ କେଶରୀ ଦେବ କହିଥିଲେ, ସିବିଆଇ ତଦନ୍ତର ରାଜନୀତି କରଣ ହୋଇଛି, ଆଗାମୀ ଦିନରେ ଦଳ ଠିକଣା ଜବାବ ଦେବ । ଆବଶ୍ୟକ ପଡିଲେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ, ରାଜରାସ୍ତାକୁ ଓହ୍ଲାଇବ । ରାଜନୈତିକ ଚାଲକୁ ରାଜନୈତିକ ସ୍ତରରେ ଜବାବ ଦିଆଯିବ । କାହା ନିର୍ଦ୍ଦେଶରେ ସିବିଆଇ ଶୋଇ ରହିଥିଲା ଓ ଶିଥିଳ ହୋଇଥିଲା ବୋଲି ସେ ପ୍ରଶ୍ନ ଉଠାଇଥିଲେ । ପ୍ରଭାତ ବିଶ୍ୱାଳଙ୍କ ବାବଦରେ ବିଶଦ ରିପୋର୍ଟ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ବାବଦରେ ନିଷ୍ପତି ହେବ ବୋଲି ସ୍ପଷ୍ଟ କରିଥିଲେ ପ୍ରତାପ ଦେବ । ଅର୍ଥାତ୍ ଦଳ ଏବେ କାର୍ଯ୍ୟାନୁଷ୍ଠାନ ମୁଡରେ ନଥିବା ସ୍ପଷ୍ଟ ହୋଇଛି । ସେହିଭଳି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ସିବିଆଇ ଯେଉଁପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ କରୁଥିଲା, ସେଥିରେ ବିଜେଡି କେବେ ବାଧକ ସାଜିନଥିଲା । ପ୍ରଭାତ ବିଶ୍ୱାଳଙ୍କ ମାମଲାରେ ୩ ବର୍ଷ ଧରି ସିବିଆଇ ତଦନ୍ତ କରୁଛି, ହେଲେ ତଦନ୍ତ ସରିନଥିଲା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ତଦନ୍ତର ପ୍ରକ୍ରିୟା ପଛର ରାଜନୈତିକ ଉଦ୍ଦେଶ୍ୟ ରହିଥିବା କଥା କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସାରା ଦେଶରେ ସିବିଆଇ ମାତ୍ର ୧୮ଟି କେସର ତଦନ୍ତ ସାରିଛି, ଅନେକ କେସ ଚାଲିଛି । ସୁବିଧା ଦେଖି ତଦନ୍ତକୁ ଶିଥିଳ ଓ କ୍ରିୟାଶୀଳ କରିବା ଅଭ୍ୟାସ ହେଲାଣି । ବିଜେପି ରାଜନୈତିକ ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛି । ଯେତେବେଳେ ଆବଶ୍ୟକ ରାଜନୈତିକ ବିରୋଧୀଙ୍କ କ୍ଷେତ୍ରରେ ସିବିଆଇକୁ ପ୍ରୟୋଗ କରାଯାଉଛି । ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ବିରୋଧୀ ଦଳର କଂଠରୋଧ କରିବାକୁ କେନ୍ଦ୍ର ସିବିଆଇକୁ ବ୍ୟବହାର କରୁଛି । କଣ ଅଧିକ ପ୍ରମାଣ ପାଇଲା ଯେ, ହଠାତ ପ୍ରଭାତଙ୍କୁ ଗିରଫ କରାଗଲା? କେନ୍ଦ୍ର ଚାପର ବଶବର୍ତ୍ତୀ ହୋଇ ସିବିଆଇ କାର୍ଯାନୁଷ୍ଠାନ ଗ୍ରହଣ କରୁଛି । ଅର୍ଥାତ୍ ସିବିଆଇ ନିରପେକ୍ଷ ତଦନ୍ତ କରୁନଥିବା ଆଭିମୁଖ୍ୟ ଧରି ବିଜେଡି ସାମ୍ବାଦିକ ସମ୍ମିଳନୀକୁ ଓହ୍ଲାଇଥିଲା । ଯେତେବେଳେ ଚଳିତବର୍ଷ ଜାନୁୟାରୀରେ ପ୍ରଭାତ ବିଶ୍ୱାଳଙ୍କ ଘର ସମେତ ଅନ୍ୟ ସ୍ଥାନରେ ସିବିଆଇ ରେଡ୍ ହୋଇଥିଲା, ସେତେବେଳେ ରାଜନୈତିକ ଆକ୍ରୋଶର କାର୍ଡ ଖେଳିଥିଲେ ବିଜେଡି । ତେବେ ବିଜେଡିର ଅଭିଯୋଗ ଉପରେ କଡା ଜବାବ ରଖିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ । କହିଛନ୍ତି, ଓଡିଶାରେ ୨୦ ହଜାର କୋଟିର ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ସିବିଆଇ ତଦନ୍ତ ଚାଲିଛି । ସିସୋର ଚିଟଫଣ୍ଡ କାରବାରରେ ସଂପୃକ୍ତ ଥିବାରୁ ପ୍ରଭାତ ବିଶ୍ୱାଳ ଗିରଫ ହୋଇଛନ୍ତି । ଦୁର୍ଭାଗ୍ୟର ବିଷୟ, ପ୍ରଭାତଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେଲାନି । ସିବିଆଇ ତଦନ୍ତକୁ ବିଜେଡି ବିରୋଧ କରି କହୁଥିଲା କ୍ରାଇମବ୍ରାଂଚ ତଦନ୍ତ ଠିକ କରୁଛି । ଦଳୀୟ ନେତାଙ୍କୁ ବଂଚାଇବାକୁ ଏଭଳି ଆଭିମୁଖ୍ୟ କୋର୍ଟରେ ରଖିଥିଲା ଶାସକ ଦଳ । ପ୍ରଭାତ ଗିରଫ ହେବା ପରେ ନେତା, ମନ୍ତ୍ରୀ, ବିଧାୟକ ଆତଙ୍କିତ । କାଳେ ଆଗକୁ ସେମାନଙ୍କ ପାଳି ଆସିବ ସେଥିପାଇଁ ବିଚଳିତ । ଚିଟଫଣ୍ଡକୁ ପ୍ରୋତ୍ସାହିତ କରିଥିବା ବ୍ୟକ୍ତି ଜେଲ ଯିବେ, ଗିରଫ ହେବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି ପ୍ରଦୀପ ପୁରୋହିତ । ସିବିଆଇ ତା'ବାଟରେ କାମ କରୁଛି, ବିଜେପି ବା କେନ୍ଦ୍ର ସରକାରଙ୍କ ଏଥିରେ କିଛି ଭୂମିକା ନାହିଁ । ପ୍ରଭାତ ବିଶ୍ୱାଳ ନିର୍ଦ୍ଦୋଷ ବୋଲି ବିଜେଡି କହିପାରିବ କି ବୋଲି ସେ ପାଲଟା ପ୍ରଶ୍ନ ପଚାରିଛନ୍ତି । ସେହିଭଳି ବିଜୟ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ସିବିଆଇ ତଦନ୍ତକୁ ନେଇ ସନ୍ଦେହ ଉଠିବା ସ୍ୱାଭାବିକ । ଯଦି ଅଭିଯୋଗ ଥିଲା, ଆଗରୁ କାର୍ଯ୍ୟାନୁଷ୍ଠାନ ନେବାକୁ କିଏ ମନାକରିଥିଲା? ତଦନ୍ତରେ ଶିଥିଳତା ଅଛି, ଯାହା ନାଁରେ ଆଭିଯୋଗ ଅଛି କାର୍ଯ୍ୟାନୁଷ୍ଠାନ ହେଉ । ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ଯେଉଁମାନେ ଗରୀବଙ୍କ ପଇସା ଖାଇଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଯଦି ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ପ୍ରମାଣ ଅଛି, କାର୍ଯ୍ୟାନୁଷ୍ଠାନ ଯଥାର୍ଥ । ବହୁ ପୂର୍ବରୁ ଅଭିଯୋଗ ଥିଲା, ଏବେ ଗିରଫ କରିବା ସନ୍ଦେହ ସୃଷ୍ଟି କରୁଛି । ତେବେ ବଡ କଥା ହେଉଛି, ସିବିଆଇର ଏହି ତଦନ୍ତ ଆଉ ଗିରଫଦାରୀ ଅନେକ ଗୁଡିଏ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯାହାର ଉତ୍ତର ସାଧାରଣ ଜନତା ଜାଣିବାର ଆବଶ୍ୟକତା ରହିଛି । ରାଜନୈତିକ ଆକ୍ରୋଶ ରଖି ଗିରଫଦାରୀ ହେଲା କି? ବିଜେଡି ବିରୋଧରେ କେନ୍ଦ୍ର ସିବିଆଇକୁ ପ୍ରୟୋଗ କଲା କି? ପ୍ରଭାତଙ୍କ ବିରୋଧରେ ସିବିଆଇ କଣ ଏବେ ପ୍ରମାଣ ପାଇଲା? ଯଦି ପୂର୍ବରୁ ପ୍ରମାଣ ଥିଲା, ତେବେ ଚୁପ କାହିଁକି ଥିଲା ସିବିଆଇ? ମୋଦି ସରକାରଙ୍କ ନିର୍ଦ୍ଦେଶରେ ସିବିଆଇ ଶିଥିଳ ଓ କ୍ରିୟାଶୀଳ ହେଉଛି? ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ ଅନ୍ୟ ନେତା ହେବେ କି? ନିରପେକ୍ଷ ତଦନ୍ତ ଠାରୁ ଦୁରରେ ରହିଛି କି ସିବିଆଇ ଆଭିମୁଖ୍ୟ? ରାଜନୈତିକ ବିରୋଧିଙ୍କୁ ସିବିଆଇ ଲଗାଇ ଟାର୍ଗେଟ କରାଯାଉଛି କି? ଏସବୁ ପ୍ରଶ୍ନର ଉତ୍ତର ଜାଣିବାର ସମସ୍ତଙ୍କର ଅଧିକାର ଅଛି । ଯଦି କିଛି ବର୍ଷ ଆଗରୁ ଏହି ଗିରଫଦାରୀ ହୋଇଥାନ୍ତା ତେବେ ପ୍ରଶ୍ନବାଚୀ ସୃଷ୍ଟି ହୋଇନଥାନ୍ତା । ହେଲେ ଆଜି ଏହା ରାଜନୈତିକ ଝଡ ସୃଷ୍ଟି କରିଛି । ତେବେ ନବୀନଙ୍କ ଆଭିମୁଖ୍ୟ ଆଜି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ହୁଏତ ବହୁତ ଭାବିଚିନ୍ତି ଦଳୀୟ ସ୍ତରରେ ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାଇଥିବ । ଦୀର୍ଘଦିନ ପରେ ନବୀନ ଶେଷରେ ଚିଟଫଣ୍ଡ ମାମଲାରେ ମମତା ବାନାର୍ଜୀଙ୍କ ଭଳି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଯଦିଓ ନିଜେ ସାମ୍ନାକୁ ଆସିନାହାନ୍ତି, ହେଲେ ନିଜ ଅନୁଗତଙ୍କ ଜରିଆରେ ବିଜେପି ଓ କେନ୍ଦ୍ରକୁ କଡା ବାର୍ତ୍ତା ଦେବାକୁ ଚାହିଁଛନ୍ତି । ଯେତେବେଳେ ତୃଣମୁଳ କଂଗ୍ରେସର ସାଂସଦଙ୍କୁ ସିବିଆଇ ଗିରଫ କରିଥିଲା, ସେତେବେଳେ ମମତା ସେମାନଙ୍କ ପଛରେ ଦୃଢ ଭାବେ ଠିଆ ହୋଇଥିଲେ । ମୋଦି ଓ ଅମିତ ଶାହାଙ୍କୁ ଟାର୍ଗେଟ କରିଥିଲେ । ରାଜନୈତିକ ଆକ୍ରୋଶ ରଖି ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ସେ ଯୁକ୍ତି ବାଢିଥିଲେ । ଏପରିକି କେନ୍ଦ୍ର ନୀତିକୁ ସମାଲୋଚନା ଓ ବିଲକୁ ବିରୋଧ କଲେ ସିବିଆଇ ପ୍ରୟୋଗ କରାଯାଉଥିବା କଥା ମଧ୍ୟ କହୁଥିଲେ । ଆଉ ଏବେ ଠିକ ସେହି ରାସ୍ତାରେ ନବୀନ ଆଗକୁ ବଢିଛନ୍ତି । ରାଜନୈତିକ ଆକ୍ରୋଶ କଥା କହିଛନ୍ତି, ଗିରଫଦାରୀରର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହାରି ଭିତରେ ନବୀନଙ୍କ ଏହି ଆଭିମୁଖ୍ୟ କଣ ଫରକ୍ ଆଣୁଛି ତା ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ କଥା । କାରଣ ନବୀନଙ୍କ ଏଭଳି କଠୋର ଆଭିମୁଖ୍ୟ ଦଳ ପାଇଁ ଲାଭ ଆଣୁଛି ନା କ୍ଷତି ପହଂଚାଉଛି ।
କନ୍ଧମାଳରେ ଅଣାୟତ ଆଡ଼କୁ ଗତି କରୁଛି କରୋନା ସ୍ଥିତି; ସନ୍ଧ୍ୟାରେ ପୁଲିସ୍ ପକ୍ଷରୁ ତନଖି ଆରମ୍ଭ ଆଜି ୫ କୋଭିଡ୍ ଯୋଦ୍ଧାଙ୍କ ସମେତ ୭୪ ପଜିଟିଭ୍ ଚିହ୍ନଟ, ୨୨ ଦିନରେ ୧୫୮୭ ଚିହ୍ନଟ, ଫୁଲବାଣୀ: କନ୍ଧମାଳରେ କରୋନା ସ୍ଥିତି ଅଣାୟତ ସ୍ଥିତ ଆଡକୁ ମୁହାଁଇଛି। ଧିରେ ଧିରେ କରୋନା ତାର କାୟା ମେଲାଇ ଚାଲିଛି। ଅଧିକ ସଂଖ୍ୟାରେ ଆଗଧାଡିର କରୋନା ଯୋଦ୍ଧା ଭାବେ ପରିଚିତ ପୁଲିସ୍ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ କୋରାନାରେ ପୀଡିତ ହେଇ ପଡୁଥିବା ବେଳେ ରୋଗୀ ସେବା ଓ ଲୋକଙ୍କ ସୁରକ୍ଷା ଏବେ ଏକ ପ୍ରକାର ବିପଦରେ। ଗତ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଜିଲ୍ଲାରେ ମାତ୍ର ୨୨୦୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେପ୍ଟମ୍ବର ମାସର ମାତ୍ର ୨୨ ଦିନରେ ଏହି ସଂଖ୍ୟା ୩୭୯୦ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୦ ରୁ ୧୯ରେ ପହଞ୍ଚିଥିବା ବେଳେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ୱିଗୁଣ ବୃଦ୍ଧି ପାଇଛି। ଅଗଷ୍ଟ ଶେଷ ସୁଦ୍ଧା ସକ୍ରୀୟ ସଂକ୍ରମିତ ସଂଖ୍ୟୀ ୪୧୩ ଥିବା ବେଳେ ଏବେ ଏହା ୮୧୯ରେ ଯାଇ ପହଞ୍ଚିଲାଣି। ତେବେ ବର୍ତ୍ତମାନ ଯେଉଁଭଳି କରୋନା ତାର କାୟା ମେଳାଇ ଚାଲିଛି ତେବେ ଖୁବ୍ ଅଳ୍ପ ଦିନ ମଧ୍ୟରେ କନ୍ଧମାଳର ସଂକ୍ରମିତ ସଂଖ୍ୟା ଗଞ୍ଜାମ ଜିଲ୍ଲାକୁ ମଧ୍ୟ ଟପିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ଏତେ ସବୁ ପରେ ମଧ୍ୟ ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳିଛି। ଫୁଲବାଣୀ ସହରରୁ ଅଧିକ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଥିବା ଯୋଗୁଁ ସହରରେ ସପ୍ତାହକ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବଣିକ ସଂଘ ପ୍ରସ୍ତାବ ଦେଇଛି। କାରଣ ବଜାରକୁ ଆସୁଥିବା ଅଧିକାଂଶ ଲୋକମାନେ କୋଭିଡ୍ ନିୟମକୁ ପାଳନ କରୁ ନାହନ୍ତି। ନା ରହୁଛି ସାମାଜିକ ଦୂରତା ନା ଠିକ୍ ଭାବେ ମାସ୍କ ପିନ୍ଧୁଛନ୍ତି। ତେଣୁ ଏକ ସପ୍ତାହ ପାଇଁ ବଜାର ବନ୍ଦ ରଖିଲେ ହୁଏତ ସଂକ୍ରମଣ କିଛିଟା ନିୟନ୍ତ୍ରଣକୁ ଆସିବ ଭାବି ରାଜ୍ୟର ଅନେକ ସ୍ଥାନରେ ବଣିକ ସଂଘ ପକ୍ଷରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବଣିକ ସଂଘର ଏହି ପ୍ରସ୍ତାବକୁ ବହୁ ବୁଦ୍ଧିଜାବୀ ସ୍ୱାଗତ କରିଛନ୍ତି। ହେଲେ ଦୁଇ ଦିନ ତଳୁ ଏନେଇ ବଣିକ ସଂଘ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇ ଅନୁମତି ମାଗିଥିଲେ ମଧ୍ୟ ଏପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ କୌଣସି ନିଷ୍ପତି ନେଇ ନାହିଁ। ଆଜି ଚିହ୍ନଟ ହୋଇଥିବା ୭୪ ପଜିଟିଭ୍ଙ୍କ ମଧ୍ୟରେ କୋଟଗଡ ବିଡିଓଙ୍କ ସମେତ ୫ ଜଣ କୋଭିଡ୍ ଯୋଦ୍ଧା ମଧ୍ୟ ଅଛନ୍ତି। ସର୍ବାଧିକ ଫୁଲବାଣୀରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୩୭୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ଓ ୨୯୫୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ବାକି ୮୧୯ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଚିକିତ୍ସିତ ହେଉଥିବା କେତେକ କୋଭିଡ଼୍ ଯୋଦ୍ଧା ବର୍ତ୍ତମାନ ନିଜ ନିଜ କାର୍ୟ୍ୟରେ ସାମିଲ୍ ହୋଇଥିବାର ଖବର ମିଳିଛି। ଅନ୍ୟପକ୍ଷରେ ଖୋଦ୍ ଫୁଲବାଣୀ ସହରରେ ସାମାଜିକ ଦୂରତ୍ୱ ସହିତ ମାକ୍ସ ଉପରେ ବହୁ ଅମାନିଆ କୌଣସି ପ୍ରକାର ଗୁରୁତ୍ୱ ଦେଉନଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଗତ ୨ ଦିନ ହେଲା ଫୁଲବାଣୀ ପକ୍ଷରୁ ସହରର ବିିଭିନ୍ନ ଛକ ମାନଙ୍କରେ ଗାଡ଼ି ଯାଞ୍ଚ ଆରମ୍ଭ ହୋଇଥିବାର ଦେଖାଯାଇଛି। ଅମାନିଆ ମାନଙ୍କୁ ସାବାଡ଼ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଥିବା ଏସ୍.ଡ଼ି.ପି.ସ ପ୍ରକାଶ କରିଛନ୍ତି। ମଙ୍ଗଳବାର ଜିଲାରେ ପୁଲିସ୍ ପକ୍ଷରୁ ବିିଭନ୍ନ ସ୍ଥାନରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୭୦ଜଣଙ୍କ ଠାରୁ ୧୫ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଗାଡ଼ି ମଟର ଯାଞ୍ଚବେଳେ ୫ ହଜାର ଟଙ୍କା ଆଦାୟ ହୋଇଛି। ସେହିଭଳି ସାମାଜିକ ଦୂରତ୍ୱ ରଖି ନ ଥିବା ପ୍ରକାରେ ୪ଜଣଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ଦିଆଯାଇଛି।
ଭଦ୍ରକ,(ବସୁନ୍ଧରା): ଭଦ୍ରକ ଜିଲ୍ଲା ଅଲିନଗର ଛକରେ ପୋଲିସ ଗାଡିକୁ ପୋଡିଦେଲେ ଉତ୍ତ୍ୟକ୍ତ ଲୋକ । ଜଣେ ମୂକ ଯୁବକଙ୍କ ମୃତ୍ୟୁକୁ ନେଇ ଘଟିଛି ତୁମୁଳ କାଣ୍ଡ ।ପୋଲିସ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଆରମ୍ଭ ହୋଇଥିଲା ଉତ୍ତେଜନା । ଅଲିନଗର ଛକରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ଅବରୋଧ ସ୍ଥାନକୁ ଆସିଥିବା ଭ୍ୟାନକୁ ପୋଡିବା ସହ ପୋଲିସଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଛନ୍ତି ସ୍ଥାନୀୟ ଲୋକ । ଚୋର ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ତେବେ ପୂର୍ବ ମାମଲାକୁ ନେଇ ଯୁବକଙ୍କୁ ଗିରଫ ପାଇଁ ଆସିଥିଲା ପୋଲିସ । ଖସିଯିବା ବେଳେ ଘର ନିକଟ ଗାଡ଼ିଆରେ ପଡ଼ି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । କିନ୍ତୁ ପୋଲିସ ତାଙ୍କୁ ପୋଖରୀରୁ ଉଦ୍ଧାର କରିବା ପରିବର୍ତ୍ତେ ପଳାଇ ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ପୋଖରୀରେ ଖୋଜାଖୋଜି କରିଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଅଲିନଗର ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ।
ଛେଣ୍ଡିପଦା,୩୦।୪(ଡି.ଏନ.ଏ)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଦେଖାଦେଇଛି ଉତ୍କଟ ପାନୀୟ ଜଳାଭାବ। ଦିନକୁ ଦିନ ଆଶାତୀତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନଯାତ୍ରାକୁ ଠପ୍ କରିଦେଇଛି। ନଈ, ନାଳ, ପୋଖରୀ ଶୁଖିଲା ପଡ଼ିବା ଯୋଗୁ ମଣିଷ ସହ ଜଙ୍ଗଲ ପାହାଡ ଇଲାକାରେ ଚଳପ୍ରଚଳ କରୁଥିବା ବନ୍ୟଜନ୍ତୁ ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ଲକ୍ଷ୍ୟ କରାଯାଉଛି। ବାଗେଡିଆ ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ଧରି ଅଚଳ ହୋଇପଡିଛି। ଫଳରେ ଲୋକେ ଖୋଲାକୂଅ, ନଳକୂପ ଉପରେ ନିର୍ଭର କରୁଛନ୍ତି। ଅଧିକାଂଶ ସ୍ଥାନରେ ଭୂତଳ ଜଳସ୍ତର ହ୍ରାସ ପାଇଥିବାରୁ ଖୋଲାକୂଅ ଏବଂ ନଳକୂପଗୁଡିକ ମଧ୍ୟ ଶୁଖିଲା ପଡ଼ିଛି। ସେହିପରି ଦୁର୍ଗାପୁର ପଞ୍ଚାୟତରେ ପାନୀୟ ଜଳ ଅଭାବ ଯୋଗୁ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଥିବା ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆବଶ୍ୟକତା ମୁତାବକ ପାଣି ଯୋଗାଇ ପାରୁ ନ ଥିବାରୁ ଦୁର୍ଗାପୁର, ଟାଙ୍ଗିରୀ ସାହି, ପାଣସାହି ରାଜସ୍ବ ଗ୍ରାମରେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ସରକାର ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳଯୋଗାଣ କରିଥିବା ଡିଣ୍ଡିମ ପିଟୁଛନ୍ତି। ମାତ୍ର ବାସ୍ତବରେ କେବଳ କାଗଜକଲମରେ ଏହା ସୀମିତ ଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମବାସୀ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି। ଗ୍ରାମବାସୀ ଆଉଁଳି ଜଳସେଚନ ପ୍ରକଳ୍ପ ଦ୍ୱାରା ପରିଚାଳିତ କେନାଲର ଦୂଷିତ ପାଣି ବ୍ୟବହାର କରୁଛନ୍ତି। କତଡା ପଞ୍ଚାୟତ ବାଲିସାହି ଗ୍ରାମବାସୀ ବାଉରୀ ନାଳରୁ ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି। ଅନ୍ୟପକ୍ଷରେ ଛେଣ୍ଡିପଦା ବ୍ଲକ ଅଧୀବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲା ଖଣିଜ ପାଣ୍ଠି ଆର୍ଥିକ ସହାୟତାକ୍ରମେ ଏକ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଲୋକେ କିପରି ପାନୀୟ ସଙ୍କଟରୁ ମୁକ୍ତି ପାଇବେ ତାହା ଚିନ୍ତାର ବିଷୟ ହୋଇଛି। ଜିଲା ପ୍ରଶାସନ ତଥା ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଛେଣ୍ଡିପଦା ବ୍ଲକ ପାନୀୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାଶ କହିଛନ୍ତି, ପାନୀୟ ଜଳ ଅଭାବ ଦେଖାଦେଇଛି। ଲୋକଙ୍କ ଆବଶ୍ୟକତା ମୁତାବକ ଜଳଯୋଗାଣର ବ୍ୟବସ୍ଥା କରାଯାଇଛି। ବିଭାଗ ପକ୍ଷରୁ ଏ ଦିଗରେ ସମ୍ପୂର୍ଣ୍ଣ ଅବଗତ ରହିବା ସହ ପରିସ୍ଥିତି ପ୍ରତି ନଜର ରଖାଯାଇଛି। ଜଳାଭାବ ପରିସ୍ଥିତି ସୃଷ୍ଟି ହେଲେ ଅବିଳମ୍ବେ ପ୍ରତିକାରମୂଳକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଭୁବନେଶ୍ୱର : ଏଭରଗ୍ରିନ୍ ଫୋରମ ପକ୍ଷରୁ ଓଡ଼ିଶା ଯୁବ କନକ୍ଲେଭ୍ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଫୋରମର ପ୍ରତିଷ୍ଠାତା ତଥା ଜାତୀୟ ଯୁବ ପୁରସ୍କାର ବିଜେତା ଇଂ ପ୍ରକାଶ ଚନ୍ଦ୍ର ଜେନା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନାର ପୂର୍ବତନ ଆଞ୍ଚଳିକ ନିର୍ଦେଶକ ପ୍ରବୀର କୁମାର ପଟ୍ଟନାୟକ, କମାଣ୍ଡର ଶୈଳେନ୍ଦ୍ର ସିଂହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରାଷ୍ଟ୍ରର ପ୍ରଗତିରେ ଯୁବପିଢ଼ିଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ଆବାହକ ମଧୁସୂଦନ ଦାସଙ୍କୁ ଓଡ଼ିଶା ଯୁବ ସମ୍ମାନ ପ୍ରଦାନ କରାଯାଇଥିଲା। ଓଡ଼ିଶା କ୍ରୀଡ଼ା କ୍ଷେତ୍ରର ଅନେକ ଯୁବ ପ୍ରତିଭାଙ୍କୁ ଓଡ଼ିଶା ଯୁବ ସମ୍ମାନ ପ୍ରଦାନ କରାଯାଇଥିଲା। ଯୁବ ରେଡକ୍ରସ୍ , ଏନ୍ଏସ୍ଏସ୍ , ଏନ୍ସିସି, ସ୍କାଉଟ ଓ ଗାଇଡ୍ ଆଦି କ୍ଷେତ୍ରର ୨୬ ଜଣ ଯୁବ ପ୍ରତିଭାଙ୍କୁ ସମ୍ବର୍ଧିତ କରାଯାଇଥିଲା। ସାଗର ବେହେରା କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ। ଏହି ଅବସରରେ ନୁଷ୍ଠାନର ସ୍ମରଣିକା 'ଯୁବା' ଲୋକାର୍ପିତ ହୋଇଥିଲା। ସମ୍ବର୍ଧନା ଉତ୍ସବ ପୂର୍ବରୁ ଉପସ୍ଥାପିକା ସୁପ୍ରିୟା ଦାସଙ୍କ ସଂଯୋଜନାରେ 'ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ଯୁବପିଢ଼ିର ଭୂମିକା' ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ନେତା ଭୃଗୁ ବକ୍ସିପାତ୍ର, ବିଜେଡି ନେତ୍ରୀ ସୁଲତା ଦେଓ, କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତି, ତତ୍ତ୍ୱ ଟେକ୍ନୋଲୋଜିର ମୁଖ୍ୟ ଅୟସକାନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଫୋରମର ଉପସଭାପତି ଡ. ଶୁଭେନ୍ଦୁ ପାଣି ଧନ୍ୟବାଦ ଦେଇଥିଲେ।
ଔଷଧିୟ ଗୁଣରେ ଭରପୁର ଅମୃତଭଣ୍ଡା ଜୁସ୍, ଜାଣନ୍ତୁ କ'ଣ ରହିଛି ଫାଇଦା ନାମ ହିଁ ସୂଚାଏ ଅମୃତଭଣ୍ଡାରେ ଭରି ରହିଛି ଅନେକ ଉପକାରୀ ତତ୍ତ୍ୱ। ଏହାର ମଞ୍ଜି ଓ ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରକ । ଅମୃତଭଣ୍ଡାରେ ନ୍ୟୁଟ୍ରିଏଣ୍ଟସ୍, ଭିଟାମିନ୍ ଏ, ସି, କେ, ନିୟାସିନ, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ପ୍ରୋଟିନ୍ ଓ ଫାଇବର ରହିଛି । ଯକୃତ ବା ଲିଭରକୁ ସଫା ରଖିଥାଏ ଏବଂ ହଜମ କ୍ରିୟା ମଧ୍ୟ ଭଲ ଭାବରେ ହୋଇଥାଏ । ଅମୃତଭଣ୍ଡାର ଜୁସ୍ ପିଇଲେ କ'ଣ କ'ଣ ଲାଭ ହୁଏ ଆସନ୍ତୁ ଜାଣିବା। ଡେଙ୍ଗୁ ଜ୍ୱର ହୋଇଥିଲେ ଡାକ୍ତର ଅମୃତଭଣ୍ଡା ପତ୍ରର ଜୁସ୍ ପିଇବାକୁ ପରାମର୍ଶ ଦେଇଥାଆନ୍ତି । ଏହାର ପତ୍ରରେ ପାଁପେନ ଏନ୍ଜାଇମ୍ ଥାଏ , ଯାହାକି ବ୍ଲଡ୍ କଣିକା ବୃଦ୍ଧି କରିବାରେ ସହାୟକ କରିଥାଏ । ଏହି ଜୁସ୍ ପିଇବା ଦ୍ୱାରା ଭାଇରାଲ୍ ଇମ୍ଫେକ୍ସନ ଭଲ ହୋଇଥାଏ । ଏହା ହ୍ଵାଇଟ୍ ବ୍ଲଡ ସେଲ୍ସ ଏବଂ ପ୍ଲେଟଲେଟସ୍ କୁ ବଢେଇଥାଏ । ଦୃଷ୍ଟିଶକ୍ତି ମଧ୍ୟ ଭଲ ହୋଇଥାଏ । ସାଧାରଣ ଭାବେ ପୁରୁଷଙ୍କୁ ୮୫ ପ୍ରତିଶତ ଏବଂ ମହିଳାଙ୍କୁ ୧୦୦ ପ୍ରତିଶତ ଭିଟାମିନ୍ ଆବଶ୍ୟକ । ଏହା ପୂରଣ କରିବା ପାଇଁ ଅମୃତଭଣ୍ଡା ପ୍ରଚୁର ପରିମାଣରେ ଖାଇବା ଉଚିତ୍ । ଚେହେରାରେ ଥିବା ଦାଗ କୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ । ଅମୃତଭଣ୍ଡା ଖାଇଲେ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ । କୋଷ୍ଠକାଠିନ୍ୟରୁ ମଧ୍ୟ ମୁକ୍ତି ମିଳିଥାଏ । ଗଳାରେ ହେଉଥିବା ଟନସିଲ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିରେ ଥିବା ଫାଇବାର୍ ଶରୀରରେ ଥିବା ଟକ୍ସିନ୍ କୁ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ ।
କଟକ-ଭୁବନେଶ୍ୱର ରାସ୍ତା ବନ୍ଦ ! ମହାମହିମ ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରିବାର ଘଂଟାଏ ପୂର୍ବରୁ ଗାଡି ଚଳାଚଳ ଠପ୍ କନକ ବ୍ୟୁରୋ: ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରୁ ବାହାରିବାର ଘଣ୍ଟାଏ ପୂର୍ବରୁ କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଭାରୀଯାନଗୁଡ଼ିକ ଜଗତପୁର ଏବଂ ମଙ୍ଗୁଳ ଛକରେ ରହିବା ସହିତ ଖୋର୍ଦ୍ଧା ପିତାପଲି ଛକରୁ ମଧ୍ୟ ଭୁବନେଶ୍ୱର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ବନ୍ଦ ରହିବ। କଟକ-ଭୁବନେଶ୍ୱର ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀବାହୀ ବସଗୁଡ଼ିକ ୪୫ ମିନିଟ୍ ପୂର୍ବରୁ ମଧ୍ୟ ବନ୍ଦ କରାଯିବ। ଭୁବନେଶ୍ୱରରୁ କଟକ ରାସ୍ତାର ବାମ ପାର୍ଶ୍ୱରେ(ଯେଉଁ ରାସ୍ତାରେ ରାଷ୍ଟ୍ରପତି ଆସିବେ) କୌଣସି ଛୋଟ ଗାଡ଼ି ଆସିଲେ, ସେମାନଙ୍କୁ ମୁଖ୍ୟ ରାସ୍ତା ବଦଳରେ ସର୍ଭିସ୍ ରୋଡରେ ଯିବାକୁ କୁହାଯିବ। ବାଲିକୁଦା ନିକଟରେ ଥିବା ରେଲେଓ୍ଵ ଟ୍ରାକରେ ଆସୁଥିବା ଯାନବାହାନ ମଧ୍ୟ ବନ୍ଦ କରାଯିବ। ଶିଖରପୁରରୁ ବିଡାନାସୀ ପର୍ୟ୍ୟନ୍ତ ଓ୍ଵାନ୍ ଓ୍ଵ ଟ୍ରାଫିକ୍ କରାଯିବ। ବାମ ପାର୍ଶ୍ୱରେ ରାଷ୍ଟ୍ରପତି ଯିବାର କାର୍ଯ୍ୟକ୍ରମ ଥିବାରୁ କୌଣସି ଯାନବାହାନ ଚଳାଚଳ କରିବ ନାହିଁ। ଡାହାଣ ପାର୍ଶ୍ୱରେ କେବଳ ହାଲୁକା ଯାନ ଯିବ। ଭାରିଯାନଗୁଡ଼ି ସମ୍ପୂର୍ଣ୍ଣ ଭାବେ ଶିଖରପୁର ଏବଂ ଚହଟା ମଧ୍ୟରେ ଗସ୍ତ ପୂର୍ବରୁ ନିଷେଧ କରାଯାଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ କୌଣସି ଯାନବାହାନ ପାର୍କିଂ କରିପାରିବେ ନାହିଁ ।
ସୁନ୍ଦର ଓ ସୁଢ଼ଳ ଶରୀର ପାଇଁ ଯୋଗାସନ ତ ସମସ୍ତେ କରନ୍ତି। କିନ୍ତୁ କ'ଣ ଆପଣ ଜାଣନ୍ତି ତ୍ୱଚାରେ ଚମକ ଆଣିବା ପାଇଁ ମଧ୍ୟ ଯୋଗାସନର ରହିଛି ଅନେକ ଭୂମିକା। ତ୍ୱଚାରେ ଚମକ ଆଣିବା ପାଇଁ ମୂଲ୍ୟବାନ୍ ପ୍ରସାଧାନ ସାମଗ୍ରୀର ବ୍ୟବହାର ଛାଡ଼ନ୍ତୁ ଓ ଆପଣାନ୍ତୁ ଦୁଇଟି ସହଜ ଯୋଗାସନ। ପଦ୍ମାସନ: ଯୋଗ ଆରମ୍ଭ ପଦ୍ମାସନରୁ କରାଯାଏ। ତେବେ ଏହି ଆସନରେ ବସିବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ଦୃଢ଼ ହୁଏ। ସୁସ୍ଥ ଓ ଚିନ୍ତାମୁକ୍ତ ମସ୍ତିଷ୍କ ପାଇଁ ଅନେକ ଏହି ଆସନରେ ବସି ଦୀର୍ଘ ସମୟ ମେଡିଟେସନ ମଧ୍ୟ କରିଥାନ୍ତି। କେବଳ ଏତିକି ନୁହେଁ, ପଦ୍ମାସନରେ ବସିଲେ ଝାଉଁଳି ପଡ଼ିଥିବା ତ୍ୱଚାରେ ମଧ୍ୟ ଚମକ ଫେରି ଆସେ। କିପରି କରିବେ: ଆସନରେ ଗୋଡ଼ ଲମ୍ବାଇ ବସନ୍ତୁ। ବାମ ପାଖ ଗୋଡ଼କୁ ଡାହାଣ ଜଘଂ ଉପରେ ଏବଂ ଡାହାଣ ଗୋଡ଼କୁ ବାମ ପାଖ ଜଙ୍ଘ ଉପରେ ରଖି ଦୁଇ ହାତକୁ ଚିନ୍ ମୁଦ୍ରାରେ ଜଘଂ ଉପରେ ରଖି ଆଖି ବନ୍ଦ କରି ୧୦ ରୁ ୧୫ ମିନିଟ୍ କିମ୍ବା ଏହା ଠାରୁ ଅଧିକ ସମୟ ବସି ରୁହନ୍ତୁ। ପ୍ରତିଦିନ ଏହି ଆସନରେ ଅଧଘଣ୍ଟା ପର୍ଯ୍ୟନ୍ତ ବସି ରୁହନ୍ତୁ। ଏହି ସମୟରେ ସାଧାରଣ ଶ୍ୱାସକ୍ରିୟା କରିପାରିବେ। କିପରି କରିବେ: ପ୍ରଥମେ ଭୂମିରେ ଦୁଇ ପାଦକୁ ପରସ୍ପର ଯୋଡ଼ି ସିଧା ଛିଡ଼ା ହୋଇ ରୁହନ୍ତୁ। ପରେ ଦୁଇ ହାତକୁ ଏକା ସହ ମୁଣ୍ଡ ଉପରକୁ ଉଠାଇ ଧୀରେ ଧୀରେ ଆଗକୁ ଝୁକନ୍ତୁ। ଏପରି ଝୁକିବେ ଯେପରି ମୁହଁ ଆଣ୍ଠୁକୁ ଛୁଇଁବ। ଏହା କରିବା ସମୟରେ ଆଖି ବନ୍ଦ ରଖିବେ ଓ ଦୁଇ ହାତର ପାପୁଲି ଭୂଇଁକୁ ଛୁଇଁ ରଖିବେ। ଏହିପରି ଭାବେ ଏକ ରୁ ଦୁଇ ମିନିଟ୍ ରହି ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ।
ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନ ପରେ ଏବେ ବିବାଦ ଥମିନାହିଁ । କନ୍ତୁ ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ନେତା ଏବେ ଆଉ ଏକ ଅଭଦ୍ର ଟିପ୍ପଣି ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଭାଜପା ନେତା ବିସାହୁ ଲାଲ ସାହୁ କଂଗ୍ରେସ ନେତା ବିଶ୍ୱନାଥ ସିଂଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଅଭଦ୍ର ଟିପ୍ପଣି ଦେଇଥିବା ଜଣାପଡିଛି । ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ଅନୁପପୁରର ବିଜେପି ପ୍ରାର୍ଥୀ ବିସାହୁ ଲାଲ ସାହୁଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେଥିରେ ସେ କହିଛନ୍ତି କଂଗ୍ରେସ ନେତା ବିଶ୍ୱନାଥ ସିଂ ତାଙ୍କ ନିର୍ବାଚନ ଫର୍ମରେ ପ୍ରଥମ ପତ୍ନୀଙ୍କ ସମ୍ପର୍କରେ କିଛି ତଥ୍ୟ ଦେଇ ନାହାନ୍ତି ଓ ଦ୍ୱିତୀୟ ସ୍ତ୍ରୀଙ୍କ କଥା ସେ କହିଛନ୍ତି । ଏହାରି ମଧ୍ୟରେ ସାହୁ ଏକ ଅଭଦ୍ର ଟିପ୍ପଣି ଦେଇ ଦେଇଛନ୍ତି । ଏହାକୁ ନେଇ କଂଗ୍ରେସ ନେତା ବିଶ୍ୱନାଥ ସିଂ କହିଛନ୍ତି ଶ୍ରୀ ସାହୁ ଅପ୍ରାସଙ୍ଗିକ କଥା କହୁଛନ୍ତି । କାରଣ ସେ ନିର୍ବାନରେ ହାରିବାକୁ ଯାଉଛନ୍ତି । ମୁଁ ୧୫ ବର୍ଷ ହେଲା ବିବାହ କରିଛି ଓ ମୋର ୨ଟି ସନ୍ତାନ ଅଛନ୍ତି । ମୁଁ ସାହୁଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି ବୋଲି ଶ୍ରୀ ସିଂ କହିଛନ୍ତି ।
ଅନ୍ତର୍ଜାତୀୟ ସ୍ତରରେ ନିଜ କଣ୍ଠର ଯାଦୁ ଦେଖାଇଛନ୍ତି ଆଉ ଜଣେ ଓଡିଆ ଝିଅ । ଏକ ଅଷ୍ଟ୍ରେଲିଆନ୍ ମୁଭିରେ ଗୀତ ବୋଲିଛନ୍ତି ଓଡିଆ ସିଙ୍ଗର୍ ପ୍ରଜ୍ଞା ପାତ୍ର । ମୁଭିର ନାଁ ହେଉଛି ' ଦ କଲର ଅଫ୍ ଡାର୍କନେସ୍' । ମୁଭିଟି ଆସନ୍ତା ମାସରେ ମେଲବର୍ଣ୍ଣରେ ହେବାକୁ ଥିବା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ରିଲିଜ ହେବ । ଏହା ପୂର୍ବରୁ ରିୟଲିଟି ସୋ 'ଭଏସ୍ ଅଫ ଇଣ୍ଡିଆ'ରେ ମଧ୍ୟ ଭଲ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ ଭୁବନେଶ୍ୱର ଝିଅ ପ୍ରଜ୍ଞା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମ୍ୟୁଜିକରେ କ୍ୟାରିଅର କରିବା ପାଇଁ ଗୁଗୁଲରେ କରିଥିବା ନିଜର ଚାକିରି ମଧ୍ୟ ଛାଡି ଦେଇଛନ୍ତି ପ୍ରଜ୍ଞା । ଏହା ସହ ନୂଆ ନୂଆ ସିଙ୍ଗର୍ ମାନଙ୍କୁ ସୁଯୋଗ ଦେବା ପାଇଁ ପ୍ରଜ୍ଞା 'ପୂଣ୍ୟ ପ୍ରଡକ୍ସନ' ନାଁରେ ନିଜର ଏକ କମ୍ପାନୀ କରିଛନ୍ତି । ଯେଉଁଥିରେ ଏହି ସିଙ୍ଗର ମାନେ ନିଜର ମ୍ୟୁଜିକ କମ୍ପୋଜ କରିବା ସହ ମୁମ୍ବାଇର ପପୁଲାର କଣ୍ଠଶିଳ୍ପୀ , ମ୍ୟୁଜିକ କମ୍ପୋଜର ଓ ପ୍ରଡ୍ୟୁସର ମାନଙ୍କ ସହ ମଧ୍ୟ ଯୋଗାଯୋଗ କରି ପାରିବେ । Pic Courtesy : google.com 29th July, 2016 | 7:50 am
ବାଲିଆପାଳ, ୨୭ା୭(ଡି.ଏନ.ଏ.)-ବାଲିଆପାଳ ଥାନା ଡଗରା ବେଳାଭୂମିରେ ଶୁକ୍ରବାର ପାନ୍ଥ ନିବାସର ପଶ୍ଚିମପଟ ଝାଉଁଜଙ୍ଗଲରେ ଏକ ଅଜଣା ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି ା ପାଖାପାଖି ଦୁଇଟି ଝାଉଁଗଛରେ ଦୁଇ ଜଣ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ା ପ୍ରେମୀଯୁଗଳଙ୍କ ମଧ୍ୟରୁ ଝିଅ ପିଲାଟି ପିନ୍ଧିଥିବା ଡ୍ରେସରୁ ଏକ କଲେଜ ଛାତ୍ରୀ ବୋଲି ଜଣାପଡିଛି। ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇପାରିନାହିଁ। ଶନିବାର ଏହାର ତଦନ୍ତ କରାଯିବ ବୋଲି ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦା ପ୍ରସନ୍ନ ମୁଦୁଲି କହିଛନ୍ତି।
ଆଇସିସି ଇଭେଣ୍ଟ୍ରେ ଭାରତ ପାଇଁ ନ୍ୟୁଜିଲାଣ୍ଡ ବିପଜ୍ଜନକ ୨୦୦୩ ପରଠୁ ଜିତିନି ଭାରତ, ଟ୍ବେଣ୍ଟି-୨୦ରେ ବି ପଛୁଆ ଦୁବାଇ : ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ୍ ଦଳ ତା'ର ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଚଳିତ ଅକ୍ଟୋବର ୩୧ ଅର୍ଥାତ୍ ଆସନ୍ତା ରବିବାର ଖେଳାଯିବାକୁ ଥିବା ଏହି ମୁକାବିଲା କୋହଲି ବାହିନୀ ପାଇଁ ଢେର ଗୁରୁତ୍ବ ରଖିବ। କାରଣ ସାଧାରଣତଃ ଚର୍ଚ୍ଚାରୁ ଦୂରେଇ ରହୁଥିବା ନ୍ୟୁଜିଲାଣ୍ଡ ଆଇସିସି ଇଭେଣ୍ଟ ଗୁଡ଼ିକରେ ଭାରତ ପାଇଁ ସବୁବେଳେ ବଡ଼ ବିପଦ ଭାବେ ଉଭା ହୋଇଛି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ହେଉକି ୨୦୧୯ ବିଶ୍ବକପ୍ ସେମିଫାଇନାଲ୍, ନ୍ୟୁଜିଲାଣ୍ଡ ବଡ଼ ମ୍ୟାଚ୍ରେ ଭାରତକୁ ହରାଇବାର ଅନେକ ଉଦାହରଣ ରହିଛି। ଏଣୁ ନିଜ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନର ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ୧୦ ୱିକେଟ୍ରେ ହାରିଥିବା ଭାରତୀୟ ଦଳକୁ ବିଜୟ ଖାତା ଖୋଲିବାକୁ ହେଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। ନ୍ୟୁଜିଲାଣ୍ଡ ସବୁବେଳେ ବ୍ୟକ୍ତିଗତ ଚମକ ଅପେକ୍ଷା ଦଳଗତ ପ୍ରଦର୍ଶନ ଉପରେ ନିର୍ଭରଶୀଳ ଥାଏ। ଯାହା ଏହି ଦଳକୁ ଅଧିକ ବିପଜ୍ଜନକ କରିଥାଏ। ସେଥିପାଇଁ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ନ୍ୟୁଜିଲାଣ୍ଡ ସବୁବେଳେ ସ୍ଥିର ପ୍ରଦର୍ଶନ ଦେଇ ଆସିଛି। ଏପରିକି ୨୦୦୩ ମସିହାରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡକୁ ହରାଇବା ପରଠାରୁ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ଭାରତ ଆଉ ନ୍ୟୁଜିଲାଣ୍ଡକୁ ହରାଇନି। ସେବେଠାରୁ ନ୍ୟୁଜିଲାଣ୍ଡ ସମ୍ମୁଖରେ ଖେଳିଥିବା ପ୍ରତ୍ୟେକ ଆଇସିସି ଇଭେଣ୍ଟ ମ୍ୟାଚ୍ରେ ଭାରତ ପରାଜିତ ହୋଇ ଆସିଛି। ଟ୍ବେଣ୍ଟି-୨୦ରେ ମଧ୍ୟ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଢେର ଭଲ ରହିଛି। ଉଭୟ ଦଳ ପରସ୍ପର ବିପକ୍ଷରେ ୧୬ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ସେଥିମଧ୍ୟରୁ ନ୍ୟୁଜିଲାଣ୍ଡ ୮ ଏବଂ ଭାରତ ମାତ୍ର ୬ ମ୍ୟାଚ୍ ଜିତିଛି। ଗତ କିଛି ବର୍ଷ ହେବ ଆଇସିସି ପ୍ରତିଯୋଗିତାରେ ଭାରତୀୟ ଦଳର ଦୁର୍ବଳ ପ୍ରଦର୍ଶନ ନ୍ୟୁଜିଲାଣ୍ଡକୁ ଅଧିକ ଉତ୍ସାହିତ କରିବ। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍-୨ରେ ଭାରତ ସହ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ସ୍କଟଲାଣ୍ଡ ଓ ନାମିବ୍ୟା ଅଛନ୍ତି। ସେଥିମଧ୍ୟରୁ ଶୀର୍ଷ ଦୁଇ ଦଳ ସେମିଫାଇନାଲ୍ରେ ପ୍ରବେଶ କରିବେ। ଯଦି ନ୍ୟୁଜିଲାଣ୍ଡକୁ ହରାଇବାକୁ ଭାରତ ଅସମର୍ଥ ହୁଏ, ତାହାଲେ ଶୀର୍ଷ ୪ ଦୌଡ଼ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବ।
ବ୍ଲକ୍ଗ୍ରାଣ୍ଟ ସ୍କୁଲକୁ ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଏସ୍ଟିଏଫ୍ଓର ରାଜ୍ୟବ୍ୟାପୀ ବିକ୍ଷୋଭ ଭୁବନେଶ୍ୱର: ବ୍ଲକ୍ଗ୍ରାଣ୍ଟ ପାଉଥିବା ସମସ୍ତ ସ୍କୁଲକୁ ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ବିଦ୍ୟାଳୟ ଶିକ୍ଷକ ମହାସଂଘ(ଏସ୍ଟିଏଫ୍ଓ) ତରଫରୁ ଆଜି ରା ଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁରୀ ବଡଦାଣ୍ଡରେ ଶତାଧିକ ଶିକ୍ଷକ ବିକ୍ଷୋଭ କରିବା ସହିତ ବିଜୁବାବୁଙ୍କୁ ପ୍ରତିମୂର୍ତ୍ତି ତଳେ ଧରଣା ଦେଇଥିଲେ। ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡ ଠାରୁ ଶିକ୍ଷକମାନେ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ନୟାଗଡ ବାଉଁଶିଆପଡା ଠାରେ ଶିକ୍ଷକମାନେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବା ବେଳେ ଭଦ୍ରକ ବନ୍ତଠାରେ ରାସ୍ତା ଅବରୋଧ ସହ ପ୍ରତିବାଦ ସଭା କରାଯାଇଥିଲା। ଭୁବନେଶ୍ୱରେ ମଧ୍ୟ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ନୂଆଦିଲ୍ଲୀ() ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଜି ଅବପାତର ରୂପ ନେଇଛି । ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତ ହେବା ଆଶଙ୍କା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ପୂର୍ବ-କେନ୍ଦ୍ରୀୟ ଆରବସାଗରରେ ବାତ୍ୟା ଆଶଙ୍କା ରହିଛି । ଜୁନ ୩ରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଉପକୂଳରେ ମାଡ଼ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । - ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି - ୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ
ନୂଆପଡ଼ା ଜିଲ୍ଲା ସିନାପାଲି ନିକଟ ବିଜୁ ଏକ୍ସପ୍ରେସ ୱେରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। Also Read ମୃତକମାନେ ସିନାପାଲି ଥାନା ଦର୍ଲିପଡ଼ା ଗାଁର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ନୂଆପଡ଼ାରୁ ମାୟାଧର ସରାଫଙ୍କ ରିପୋର୍ଟ ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ଜିଏସ୍ଟି କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ପ୍ରଥମ ପ୍ରସ୍ତାବ ଗ୍ରହଣୀୟ: ମହତାବ ଭୁବନେଶ୍ବର: କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ଦେଶର ରାଜସ୍ବ ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜିଏସଟି ଆଦାୟ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର ବର୍ତ୍ତମାନ ପରିପ୍ରେକ୍ଷୀରେ ଜିଏସଟି ବାବଦ କ୍ଷତିପୂରଣ ଦେବା ପରିସ୍ଥିତିରେ ବି ନାହାନ୍ତି। ନିକଟରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଏହା ଉପରେ ବିଚାରବିମର୍ଶ ହେବା ପରେ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରସ୍ତାବ ଦିଆଯାଇଛି। ଏହା ଉପରେ ରାଜ୍ୟଗୁଡ଼ିକର ମତାମତ ଲୋଡ଼ାଯାଇଛି। ଏହି ମର୍ମରେ ଆଜି ସମ୍ବାଦର ପ୍ରଥମ ପୃଷ୍ଠାରେ 'ଅଡ଼ୁଆ ବଢ଼ାଇଲା କେନ୍ଦ୍ରୀୟ ସର୍ତ୍ତ' ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବର ଉପରେ ରାଜ୍ୟରେ ଜୋରଦାର ବିତର୍କ ଆରମ୍ଭ ହୋଇଛି। ଏ ନେଇ ବିଜେଡିର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ 'ସମ୍ବାଦ'କୁ କହିଛନ୍ତି, ପ୍ରଥମ ପ୍ରସ୍ତାବଟି ସର୍ବାଦୌ ଗ୍ରହଣୀୟ। ରାଜ୍ୟ ସରକାର କୌଣସି ଦ୍ବିଧା ନରଖି ପ୍ରଥମ ପ୍ରସ୍ତାବକୁ ଗ୍ରହଣ କରିନେବା ଉଚିତ। ଶ୍ରୀ ମହତାବଙ୍କ ମତରେ ଦେଶରେ ଆଜି ଯଦି ପରୋକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଅଣା ଯାଇ ନଥାନ୍ତା ଏବଂ ଜିଏସଟି ବଦଳରେ ପୂର୍ବପରି ଭାଟ୍ କାର୍ଯ୍ୟକାରୀ ହେଉଥା'ନ୍ତା ତାହେଲେ ବର୍ତ୍ତମାନର କୋଭିଡ୍ ମହାମାରୀ ସମୟରେ ରାଜ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥାନ୍ତା। ଏହା ହୋଇଥିଲେ ବର୍ତ୍ତମାନର ତିରୋଟ ସମୟରେ ଓଡ଼ିଶା ଭଳି ରାଜ୍ୟର ଆର୍ଥିକ ସ୍ଥିତି ଦୋହଲି ଯାଇଥାନ୍ତା। ତେଣୁ କୋଭିଡ୍ ପରିସ୍ଥିତିରେ ଜିଏସ୍ଟି ଆମ ପାଇଁ ଏକ ସଂଜୀବନୀ ଭଳି କାମ ଦେଉଛି। ଏପରିକି ଏ ସଂପର୍କରେ ସଂସଦରେ ଯେତେବେଳେ ଆଲୋଚନା ହୋଇଛି ସେତେବେଳେ ସେ ନିଜେ ଏହାକୁ ସମର୍ଥନ କରିଛନ୍ତି। ବିଜେଡି ପକ୍ଷରୁ ମଧ୍ୟ ଏହାକୁ ସମର୍ଥନ କରାଯାଇଛି। ଏଥିପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ତାଙ୍କର ଖୋଲା ପ୍ରଶଂସା କରିବା ସହିତ ବିଜେଡିର ମନୋଭାବକୁ ମଧ୍ୟ ବିଶ୍ବାସକୁ ନେଇଛନ୍ତି ବୋଲି ଶ୍ରୀ ମହତାବ କହିଛନ୍ତି। ପ୍ରଥମ ବିକଳ୍ପକୁ ଗ୍ରହଣ କରିବା ପାଇଁ ଅର୍ଥନୀତିଜ୍ଞମାନେ ମଧ୍ୟ ମତ ରଖିଛନ୍ତି। ସେମାନଙ୍କ କହିବାନୁଯାୟୀ, ପରୋକ୍ଷ ଟିକସ କ୍ଷେତ୍ରରେ ଦେଶରେ ଅନେକ ସଂସ୍କାର ଅଣାଯାଇଛି। ଜିଏସଟି ଲାଗୁ କରାଯିବା ଦ୍ବାରା କେନ୍ଦ୍ର ସରକାର ସେସ୍ ଆଦାୟ କରି ରାଜ୍ୟଗୁଡ଼ିକ ସହୁଥିବା ଏଥିଜନିତ କ୍ଷତି ଆରମ୍ଭରୁ ବହନ କରିଆସୁଛନ୍ତି। ପ୍ରତି ୨ ମାସରେ ଥରେ ଏହି କ୍ଷତିପୂରଣ ରାଶି ପ୍ରଦାନର ବ୍ୟବସ୍ଥା କରାଯାଇଛି। ଟିକସ ରାଜସ୍ବରେ ବାର୍ଷିକ ୧୪ ପ୍ରତିଶତ ଅଭିବୃଦ୍ଧିକୁ ବିଚାରକୁ ନେଇ ଏହି ରାଶି ପ୍ରଦାନ କରାଯାଉଛି। ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟଗୁଡ଼ିକୁ ଏବାବଦ ରାଶି ପ୍ରଦାନ କରାଯାଇ ସାରିଛି। କିନ୍ତୁ ଦେଶରେ କରୋନା ଯୋଗୁ ବର୍ତ୍ତମାନ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। କଳ କାରଖାନାରେ ଉତ୍ପାଦନ ପ୍ରଭାବିତ ହେବା ସହିତ ବିକ୍ରିବଟା କମିଯାଇଛି। ଏଥିଯୋଗୁଁ ଅର୍ଥନୀତି ଅଭିବୃଦ୍ଧି ନିମ୍ନଗାମୀ ହୋଇଛି। ଏହାର ଭୟଙ୍କର ପ୍ରଭାବ ଟିକସ ଆଦାୟ ଉପରେ ପଡ଼ିଛି। ଏଭଳି ପରିସ୍ଥିତିରେ ଜିଏସଟି ପରିଷଦ ଯେଉଁ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏକୁ ଚୟନ କରିବା ପାଇଁ ରାଜ୍ୟଗୁଡ଼ିକର ମତାମତ ଲୋଡ଼ିଛନ୍ତି ତାହା ଦେଶର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବା ଭଳି ହୋଇଛି। ରାଜ୍ୟଗୁଡ଼ିକ ତୁରନ୍ତ ଏହା ଉପରେ ନିଷ୍ପତ୍ତି ନେଇ ଜିଏସଟି ପରିଷଦକୁ ସେମାନଙ୍କ ମତ ଜଣାଇବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ପ୍ରଥମ ବିକଳ୍ପରେ ପରିଷଦ ପକ୍ଷରୁ କୁହାଯାଇଛି, ଚଳିତ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ବାବଦରେ ୨ ଲକ୍ଷ ୩୫ ହଜାର କୋଟି ଟଙ୍କା ନିଅଣ୍ଟିଆ ଦେଖାଦେବ। ରାଜ୍ୟଗୁଡ଼ିକ ଏହି ନିଅଣ୍ଟିଆ ଅର୍ଥ ବଜାରରୁ ଋଣ କରି ସଂଗ୍ରହ କରିପାରିବେ। କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଏଥିପାଇଁ ରାଜ୍ୟଗୁଡ଼ିକୁ ସହାୟତା ଯୋଗାଇଦେବେ। କେନ୍ଦ୍ର ସରକାର ଏହି ଋଣର ମୂଳ ଓ ସୁଧ ବାବଦ ଅର୍ଥକୁ ପରେ ରାଜ୍ୟଗୁଡ଼ିକୁ ସେସ୍ରୁ ପ୍ରଦାନ କରିବେ। ଏଥିପାଇଁ ଏଫଆର୍ବିଏମ୍ ଆଇନ ଅଧୀନରେ ରାଜ୍ୟଗୁଡ଼ିକ ପାଇଁ ଋଣ ସୀମା ୦.୫ ପ୍ରତିଶତ କୋହଳ କରାଯିବାର ବ୍ୟବସ୍ଥା ରହିଛି। ତେବେ ଜିଏସଟି ନିଅଣ୍ଟ ବାବଦରେ ରାଜ୍ୟଗୁଡ଼ିକ ଯେଉଁ ୯୭ ହଜାର କୋଟି ଟଙ୍କା ସଂଗ୍ରହ କରିବେ ତାହାକୁ ରାଜ୍ୟର ଋଣ ଭାବେ ବିବେଚନା କରାଯିବ ନାହିଁ। କିନ୍ତୁ ଅବଶିଷ୍ଟ ୧.୩୮ ଲକ୍ଷ କୋଟି ଟଙ୍କା ରାଜ୍ୟର ଖାତାରେ ଚଢ଼ିବ। ସେହିଭଳି ଦ୍ବିତୀୟ ବିକଳ୍ପରେ କୁହାଯାଇଛି ଯେ କେବଳ ଜିଏସଟି କାର୍ଯ୍ୟକାରୀ କରିବା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଯେଉଁ ୯୭ ହଜାର କୋଟି ଟଙ୍କାର ନିଅଣ୍ଟ ଦେଖାଦେବ ତାହାକୁ ରାଜ୍ୟଗୁଡ଼ିକ ଋଣ ମାଧ୍ୟମରେ ସଂଗ୍ରହ କରିପାରିବେ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ଋଣ କରିବା ଲାଗି ଏକ ସ୍ବତନ୍ତ୍ର ୱିଣ୍ଡୋ ଯୋଗାଇ ଦିଆଯିବ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବି ଏଥିପାଇଁ ରାଜ୍ୟଗୁଡ଼ିକୁ ସହଯୋଗ ଯୋଗାଇବେ। ଏହାକୁ ରାଜ୍ୟର ଋଣ ଭାବେ ବିବେଚନା କରା ନଯାଇ ସେସ୍ ପାଣ୍ଠିରୁ ସମ୍ପୂର୍ଣ୍ଣ ଭରଣା କରିବା ସୁବିଧା ରହିବ।
ଓଡ଼ିଶାଲାଇଭ୍ ବ୍ୟୁରୋ ଅଣ୍ଡା ହେଉଛି ଏକ ଖାଦ୍ୟ ଯାହାକୁ ଅଧିକାଂଶ ଲୋକ ଖାଇବାକୁ ଭଲ ପାଇଥାନ୍ତି। ସ୍ୱାଦ ସହ ଝଟପଟ ପ୍ରସ୍ତୁତ ହେଇପାରୁଥିବାରୁ ପ୍ରାୟ ସମସ୍ତଙ୍କର ପ୍ରିୟ ଅଣ୍ଡା। ଏଥିରେ ପୋଷଣ ମଧ୍ୟ ଅଧିକ ଥାଏ। ତେବେ ଅଣ୍ଡା କହିଲେ ଆମେ ସାଧାରଣତଃ କୁକୁଡ଼ା ଅଣ୍ଡା ବୁଝିଥାଉ। ହେଲେ ଆପଣ ଜାଣନ୍ତିକି, ବତକ ଅଣ୍ଡାରେ ରହିଛି କୁକୁଡ଼ା ଅଣ୍ଡାଠାରୁ ଅଧିକ ପୋଷଣ। ଏହାସହ ଏଥିରେ ଥିବା ଭିଟାମିନ୍ ଶରୀର ପାଇଁ ବେଶ୍ ଲାଭଦାୟୀ। -ଜିମରେ ବଡି ତିଆରି ପାଇଁ ଅଦିକ ସମୟ ଦେଉଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ବେଶ୍ ଉପକାରୀ। ଏତିରେ ରହିଛି ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ ଯାହା ବଡି ତିଆରି କରିବାରେୋ ସାହାଯ୍ୟ କରେ। -ଏଥିରେ ଥିବା ହେଲଦି ଫ୍ୟାଟ୍, କୋଲେଷ୍ଟ୍ରଲ୍ ଏବଂ ଭିଟାମିନ୍ ଆଦି ହୃଦଜନିତ ରୋଗଠାରୁ ଦୂରରେ ରଖେ। -ବତକ ଅଣ୍ଡାରେ ଥିବା କେରୋଟେନଏଡ୍ ନାମକ ଆଣ୍ଟି ଅକ୍ସିଡେଣ୍ଟ ଶରୀରରେ ଡି.ଏନ୍.ଏ ଏବଂ କୋଷଗୁଡ଼ିକୁ ରକ୍ଷା କରିଥାଏ। ବୟସଜନିତ ବିଭଇନ୍ନ ରୋଗରୁ ମଧ୍ୟ ଏହା ରକ୍ଷା କରେ। -ପ୍ରତିଦିନ ଗୋଟିଏ ବତକ ଅଣ୍ଡା ଖାଇବା ଦ୍ୱାରା ମୋତିଆବିନ୍ଦୁ ହେବାର ସମ୍ଭାବନା ହ୍ରାସ ପାଇଥାଏ। ଏହା ଆଖିର ଦୃଷ୍ଟିଶକ୍ତି ବଢ଼ାଇଥାଏ। ଆଖିଜନିତ ସମସ୍ୟା ଥିବା ବ୍ୟକ୍ତିମାନେ ଏହାକୁ ଖାଇବା ଉଚିତ୍। -ଏଥିରେ ଥିବା କେରୋଟିନଏଡ୍ସ୍, କ୍ରିପ୍ଟୋକ୍ସେନ୍ଥିନ, ଜେକ୍ସେନ୍ଥିନ୍ ତଥା ଲ୍ୟୁଟିନ୍ ଆଦି ଶରୀରରେ ଏମଏମଡି ଏବଂ କ୍ୟାନସରର ଆସଙ୍କା କମ କରିଥାଏ। -ଏଥିରେ ଥବା କୋଲିନ ମସ୍ତିସ୍କ ଏବଂ ନ୍ୟୁରୋଟ୍ରାନ୍ସମିଟର ପାଇଁ ଲାଭଦାୟୀ। ଏବା ଚିନ୍ତା ଏବଂ ଡିପ୍ରେସନରରୁ ଦୂରେଇ ରଖେ। -ବତକ ଅଣ୍ଡାରେ ଥିବା ଆଣ୍ଟିଭାଇରଲ ଏବଂ ଆଣ୍ଟିଫଙ୍ଗଲ ଗୁଣ ଋତୁଜନିତ ଥଣ୍ଡା, ସର୍ଦ୍ଦିରୁ ରକ୍ଷା କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଜଗତସିଂହପୁରରେ ଅଭାବନୀୟ ଘଟଣା: ଛାତ୍ରୀଙ୍କୁ ଧମକ ଦେଇ ୨ ସାମ୍ବାଦିକ ଗିରଫ; ୧୦ହଜାର ଟଙ୍କା ଦାବି କରି ପୁରୁଣା ମାମଲା ଉଠାଇବାକୁ ଦେଇଥିଲେ ଧମକ କନକ ବ୍ୟୁରୋ: ଛାତ୍ରୀଙ୍କୁ ଧମକ ଦେଇ ବନ୍ଧା ହେଲେ ଦୁଇ ସାମ୍ବାଦିକ । ଏହି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଂଚଳରେ । ବାଲିକୁଦା ଅଂଚଳର ଜଣେ ଛାତ୍ରୀ ଏବଂ ତାଙ୍କ ପରିବାରକୁ ଧମକ ଦେବା ଅଭିଯୋଗରେ ଏହି ୨ ସାମ୍ବାଦିକଙ୍କୁ ଗିରଫ କରିଛି ବାଲିକୁଦା ପୋଲିସ । ଗିରଫ ଦୁଇ ସାମ୍ବାଦିକ ହେଲେ ବାଲିକୁଦାର ବିପିନ ସେଠୀ ଏବଂ ପ୍ରଦୀପ୍ତ ମୁଦୁଲି । ପୁରା ଘଟଣା କିଛି ଏହିପରି । ଏହି ଛାତ୍ରୀଙ୍କୁ ବାଲିକୁଦା ତହସିଲ ଛକରେ ଥିବା ଏକ କମ୍ପ୍ୟୁଟର ସେଂଟରର ଶିକ୍ଷକ ଅଶ୍ଲିଳ ଫଟୋ ଓ ଭିଡିଓ ପଠାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଛାତ୍ରୀ ଜଣଙ୍କ ବାଲିକୁଦା ଥାନାରେ ଏତଲା ଦେବା ପରେ ପୋଲିସ ଶିକ୍ଷକ ସାଗର ମହାପାତ୍ରଙ୍କୁ ଗିରଫ କରିଥିଲା । ଏହାପରେ ଦୁଇ ସାମ୍ବାଦିକ ଛାତ୍ରୀଙ୍କ ଘରକୁ ଯାଇ ୧୦ ହଜାର ଟଙ୍କା ଦାବି କରି ମାମଲା ଉଠାଇ ଦେବାକୁ କହିଥିଲେ । ଏପରିକି ତାଙ୍କ କଥା ନମାନିବାରୁ ଛାତ୍ରୀ ଏବଂ ତାଙ୍କ ପରିବାରକୁ ଧମକ ମଧ୍ୟ ଦେଇଥିଲେ । ତେବେ ଛାତ୍ରୀ ଜଣଙ୍କ ଦୁଇ ସାମ୍ବାଦିକଙ୍କ ନାଁରେ ବାଲିକୁଦା ଥାନାରେ ଏତଲା ଦେବା ପରେ ପୋଲିସ ୨ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଶୁଭସ୍ବର | ଶୁଭ୍ରାଂଶୁ ପଣ୍ଡା ବିଷ୍ଣୁ ସେଠୀ ଓ ବିଷ୍ଣୁପୁରାଣ ପ୍ରସଙ୍ଗକୁ ଯିବା ଆଗରୁ ପିଲାବେଳର ଗୋଟିଏ ସ୍ମୃତି ବାବଦରେ ଉଲ୍ଲେଖ କରିବାକୁ ଚାହୁଁଛି। ଆମେ ହାଇସ୍କୁଲ ସମୟରେ ହଷ୍ଟେଲରେ ରହୁଥିଲୁ ଓ ଘରୁ ସ୍କୁଲ ଯିବାଆସିବା କରୁଥିବା ସହପାଠୀଙ୍କ ଠାରୁ ନିଜକୁ ବେଶ୍ ବୟସ୍କ ବା ପରିପକ୍ବ (matured) ମନେ କରୁଥିଲୁ। ସେତେବେଳେ କେହି ଯଦି ଦୋଅକ୍ଷରୀ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲା ଆମର ବନ୍ଧୁମାନେ ତାକୁ ଏହି ଭଳି କିଛି କହୁଥିବାର ଶୁଣିବାକୁ ମିଳୁଥିଲା- କାହିଁକି ସେ ପୁରାଣ/ବିଷ୍ଣୁପୁରାଣ ଗାଉଛୁ? ଆମେମାନେ କଲେଜ ମାଡ଼ିବା ବେଳକୁ ବିଷ୍ଣୁପୁରାଣର ଅର୍ଥ ଅଶ୍ରାବ୍ୟରୁ ଅଦ୍ରଷ୍ଟବ୍ୟକୁ ବଦଳିସାରିଥିଲା। ସେ ଯାହା ବି ହେଉ, ଏବେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପ୍ରସଙ୍ଗକୁ ଆସିବା। ରାଜନେତା ବିଷ୍ଣୁ ସେଠୀ ଜଣେ କବି ଭାବରେ ମଧ୍ୟ ଅଳ୍ପବହୁତେ ପରିଚିତ। 'ନିର୍ମାୟା ଆକାଶ ତଳେ' ଶୀର୍ଷକ ତାଙ୍କର ଏକ କବିତା ସଂକଳନ ଥିବା ବେଳେ ସେ 'ଘାସଫୁଲ' ନାମରେ ଏକ ତ୍ରୟମାସିକ ପତ୍ରିକା ସଂପାଦନ କରୁଥିବା ଶୁଣାଯାଏ। ଏହା ଭିନ୍ନ ପ୍ରାରମ୍ବିକ ବୃତ୍ତି ଭାବେ ସେ କିଛି କାଳ 'ବିଶେଷ ଖବର' ସାପ୍ତାହିକ ଖବରକାଗଜର ସହ-ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି। ଅତଏବ, ଆମେ ତାଙ୍କୁ ଜଣେ ସାହିତ୍ୟ-ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଭାବେ ବିଚାରିବାରେ କୌଣସି ଅସୁବିଧାନାହିଁ। ତେବେ ଜଣେ ସାହିତ୍ୟ-ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଯେ ପୂର୍ବୋକ୍ତ ବିଷ୍ଣୁପୁରାଣ ଜାତୀୟ ଅଶ୍ରାବ୍ୟ ଭାଷା କହିବେ ନାହିଁ ବା ଅଦ୍ରଷ୍ଟବ୍ୟ ଦୃଶ୍ୟ ଦେଖିବେ ନାହିଁ ସେଭଳି ତ କୌଣସି ନିୟମ ନାହିଁ। ଏଇଠି ମନେପକାଇ ଦେବାକୁ ଚାହେଁ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ବାବୁ ବିଷ୍ଣୁ ସେଠୀଙ୍କର ଗୋଟିଏ ଅଡିଓ କ୍ଲିପ୍ ବେଶ୍ ଭାଇରାଲ୍ ହୋଇଥିଲା। ନିଜ ଦଳର ଜଣେ କର୍ମୀଙ୍କୁ ସେ ଅଡିଓ କ୍ଲିପରେ ଅଶ୍ରାବ୍ୟ ଭାଷାରେ ଗାଳି ଦେଉଥିବା ଶୁଣିବାକୁ ମିଳିଥିଲା। ନିଜ ଲୋକଙ୍କ ପ୍ରତି ଅସହିଷ୍ଣୁ ହେବା ତାଙ୍କର ନା ତାଙ୍କ ଦଳର ଆଦର୍ଶ ଏ କଥା ଆମକୁ ଜଣାନାହିଁ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ତାଙ୍କ ଭଳି ତାଙ୍କ ଦଳର କିଛି ଲୋକ ନିଜ ଲୋକଙ୍କ ପ୍ରତି ଅସହିଷ୍ଣୁ ହୋଇ ଦଳକୁ ବଦନାମ କରିବାର ଅନେକ ଉଦାହରଣ ରହିଛି। ଶ୍ରୀ ସେଠୀ ନିଜ ଲୋକଙ୍କ ପ୍ରତି ଅସହିଷ୍ଣୁ ହେବାର ଆଉ ଗୋଟିଏ ସଦ୍ୟତମ ଉଦାହରଣ ବିଧାନସଭା ଭିତରେ ଦେଖିବାକୁ ମିଳିଛି ଆଉ ସେଇ ପ୍ରସଙ୍ଗରେ ଉଲ୍ଲେଖ କରିବା ପାଇଁ ମୁଁ ଏତେ ସବୁ ଗୌରଚନ୍ଦ୍ରିକା ବ୍ୟବହାର କରିଛି। ଟିକିଏ ପୂର୍ବରୁ ମୁଁ ଉଲ୍ଲେଖ କରିଛି ବାବୁ ବିଷ୍ଣୁ ସେଠୀଙ୍କର ସାହିତ୍ୟ ସଂପର୍କ କଥା। ନିଜକୁ ସାହିତ୍ୟିକ ବୋଲାଉଥିବା ଶ୍ରୀ ସେଠୀ ସେହି ସାହିତ୍ୟିକମାନଙ୍କ ପ୍ରତି ହେୟ ଭାବ ପ୍ରଦର୍ଶନ କରିଛନ୍ତି, ପୁଣି ବିଧାନସଭା ଭିତରେ। ଗତ ଜୁଲାଇ ୨୭ ତାରିଖରେ ବିଧାନସଭା ଶୂନ୍ୟକାଳରେ ବିରୋଧୀଦଳ ଉପନେତା ଶ୍ରୀ ସେଠୀ ଓଡ଼ିଶା ସାହିତ୍ୟ ଏକାଡେମି ପ୍ରସଙ୍ଗରେ କେତୋଟି କଥା କହି ସରକାରଙ୍କୁ କଟାକ୍ଷ କରିଥିଲେ। ଏହା ସତ୍ୟ ଯେ ବିଗତ ୫ ବର୍ଷରେ ସଂସ୍କୃତି ବିଭାଗର ମନ୍ତ୍ରୀ-ସଚିବଙ୍କ ସ୍ବଡେଙ୍ଗୁରା ପିଟିବାର ଅଭିସନ୍ଧି ଓ ଆପଣା ଲୋକଙ୍କୁ ସୁବିଧା ଦେବାର ସଉକରୁ ଏକାଡେମି ମର୍ଯ୍ୟାଦାରେ ମଇଳା ଲାଗିବା ସହ ଏକାଡେମି କାର୍ଯ୍ୟକଳାପ କାଳିମାମୟ ହୋଇଛି। ଅବଶ୍ୟ ଏବେ ନୂଆ ମନ୍ତ୍ରୀ ବିଭାଗ ଦାୟିତ୍ବ ନେଇଥିବା ବେଳେ ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରିବା। ଶ୍ରୀ ସେଠୀ ଏକାଡେମିର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକାଡେମିରେ ହେଉଥିବା ନିର୍ବାଚନ ସବୁ ପାଟକୁରା ନିର୍ବାଚନକୁ ବଳିଯାଉଛି ବୋଲି ସେ କଟାକ୍ଷ କରିଛନ୍ତି। ତେବେ ବିଧାନସଭା ଶୂନ୍ୟକାଳରେ ଶ୍ରୀ ସେଠୀଙ୍କର ଦୁଇଗୋଟି ବକ୍ତବ୍ୟ ନିଜ ଲୋକଙ୍କ ପ୍ରତି ତାଙ୍କର ଅସହିଷ୍ଣୁତାର ପ୍ରମାଣ ଦିଏ। ଗୋଟିଏ ହେଲା, ଏକାଡେମି ସଭାପତି ଗୀତ ଲେଖୁଛନ୍ତି ଓ ଛପାଇବାରେ ବ୍ୟସ୍ତ ବୋଲି ଶ୍ରୀ ସେଠୀ କହିଛନ୍ତି। ଏକାଡେମୀର ସଭାପତି ହରିହର ମିଶ୍ର ଜଣେ ବରିଷ୍ଠ ଓ ପ୍ରସିଦ୍ଧ କବି, ଗୀତିକାର ଓ ନାଟ୍ୟକାର। ସେ ଏକାଡେମିର ଗୋଟିଏ ପଦ ଅଳଙ୍କୃତ କଲେ ବୋଲି କ'ଣ ନିଜ ସାରସ୍ବତ କର୍ମକୁ ବଳି ପକାଇବେ! ଶ୍ରୀ ସେଠୀଙ୍କୁ ମୋର ପ୍ରଶ୍ନ, ସେ ୧୫ ବର୍ଷ ହେଲା ନିର୍ବାଚନ ହାରି ହାରି ଆସୁଥିଲେ ଓ ତିନିମାସ ତଳେ ପୁଣି ନିର୍ବାଚିତ ହୋଇ ଗୃହକୁ ଫେରିଛନ୍ତି। ବିଧାନସଭାକୁ ଆସିବା ପରେ ସେ ରାଜନୀତି, ଅନ୍ୟ ଦଳକୁ କଟାକ୍ଷ, ନିଜ ଦଳର ପ୍ରଶସ୍ତିଗାନ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ ଇତ୍ୟାଦି ଛାଡ଼ି କେବଳ ଧାମନଗରବାସୀଙ୍କ ଉନ୍ନତି କଥା ଚିନ୍ତା କରିବେ କି? ଶ୍ରୀ ସେଠୀ ଯେଭଳି ଜଣେ ରାଜନେତା ଭାବେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗନେବା ସହ ଦଳୀୟ ସଂପୃକ୍ତି ଛାଡ଼ିପାରିବେ ନାହିଁ, ଠିକ ସେମିତି ଜଣେ ଲେଖକ ଯେଉଁ ପଦରେ ଥାଆନ୍ତୁ ପଛକେ ନିଜର ସାରସ୍ବତ ଅଭିରୁଚିକୁ ପରିହାର କରିପାରିବେ ନାହିଁ। ଯଦି ସଭାପତି ଶ୍ରୀ ମିଶ୍ର ଏକାଡେମି ଦାୟିତ୍ବରେ ଖିଲାପ କରୁଛନ୍ତି ସେ ପ୍ରସଙ୍ଗରେ କଟାକ୍ଷ କରନ୍ତୁ, ତାଙ୍କର ସାରସ୍ବତ ରୁଚିକୁ ନେଇ ଅସହିଷ୍ଣୁ ହେବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଆଉ ଗୋଟିଏ କଥା ଶ୍ରୀ ସେଠୀଙ୍କର ନିଜ ଲୋକଙ୍କ ପ୍ରତି ଅସହିଷ୍ଣୁତାର ପ୍ରମାଣ ଦିଏ। ସେହି ଶୂନ୍ୟକାଳରେ ଶ୍ରୀ ସେଠୀ କହିଛନ୍ତି ଯେ ଲେଖକମାନେ ହୋଟେଲରେ ରହୁଛନ୍ତି। ସମ୍ଭବତଃ ଲେଖକମାନେ ଧଇଁଆଁ ଚେହେରାରେ ଶାନ୍ତିନିକେତନୀ ଫତେଇ ଗଳେଇ ହାଓ୍ବାଇ ଚପଲ ପିନ୍ଧି ବୁଲନ୍ତୁ ବୋଲି ଶ୍ରୀ ସେଠୀ ଇଚ୍ଛାକରନ୍ତି। ଅଥଚ ସେ ନିଜେ ରାଜନେତା ହୋଇଛନ୍ତି ବୋଲି ଦାମୀ ଗାଡ଼ି ଚଢ଼ି ଦଳବଳ ଘେନି ବୁଲିପାରିବେ। ମୋର ଶ୍ରୀ ସେଠୀଙ୍କୁ ପ୍ରଶ୍ନ, ଆପଣ ନିଜେ ଜଣେ ଲେଖକ ହୋଇ ଲେଖକମାନଙ୍କର ଶ୍ରୀ ଦେଖିପାରୁନାହାନ୍ତି କାହିଁକି? ଓଡ଼ିଶାରେ ଲେଖକମାନେ ଲେଖାଲେଖି କର୍ମ କରି ବଞ୍ଚନ୍ତି ନାହିଁ। ଲେଖାଲେଖି ଏଠାରେ ହାତରୁ ଖାଇ ଘୋଡ଼ା ଆଗରେ ଡେଇଁବା ଭଳି କଥା। ଶ୍ରୀ ସେଠୀ ଯେମିତି ରାଜନୀତିକୁ ନିଜର ବୃତ୍ତି କରିଛନ୍ତି, ଲେଖକମାନଙ୍କର ସେମିତି ରୋଜଗାରର ଅନ୍ୟ ବୃତ୍ତି ରହିଛି। ରାଜନେତା, ପ୍ରଶାସକ, ଚିତ୍ରକର, ନୃତ୍ୟଶିଳ୍ପୀ, ଅଭିନେତା ସମସ୍ତେ ଚହଟ ଚିକ୍କଣ ହୋଇ ବୁଲିବେ ଆଉ ସରକାରୀ କାର୍ଯ୍ୟରେ ବିଳାସ ଲାଭ କରିବେ। ଅଥଚ ଲେଖକଟିଏ ବିମାନରେ ଯାତ୍ରା କଲେ କିମ୍ବା ହୋଟେଲରେ ରହିଗଲେ ନିଜକୁ ସମଧର୍ମା କହୁଥିବା ବାବୁ ବିଷ୍ଣୁ ସେଠୀଙ୍କର ଗାତ୍ରଦାହ ହେଉଛି କାହିଁକି? ଲେଖକମାନେ ଆଉ ଧଇଁଆଁ ହେଇ ନାହାନ୍ତି ବିଷ୍ଣୁ ବାବୁ। ବହୁ ଲେଖକ ଖୁବ ସମ୍ପନ୍ନ ଓ ବିଳାସମୟ ଜୀବନ ବିତାଇବାରେ ସମର୍ଥ। ଯେଉଁମାନେ ବି ତଥାକଥିତ ଦାରିଦ୍ର୍ୟ ଭୋଗ କରୁଛନ୍ତି ସେମାନଙ୍କ ମନ ଅନ୍ତତଃ ବାବୁ ବିଷ୍ଣୁ ସେଠୀଙ୍କ ଠାରୁ ଢେର ଧନୀ। ପ୍ରିୟ ବିଷ୍ଣୁ ସେଠୀ ମହୋଦୟ, ବିଧାନସଭାକୁ ଆସିବା ପୂର୍ବରୁ ଆପଣଙ୍କ ତୁଣ୍ଡର ବିଷ୍ଣୁପୁରାଣ ଠାରୁ ବିଧାନସଭାର ପବିତ୍ର ଗୃହ ଭିତରେ ସମଧର୍ମା ସାହିତ୍ୟିକଙ୍କ ପ୍ରତି ଆପଣଙ୍କ ଏତାଦୃଶ ହେୟଭାବ ଅଧିକ ପୀଡ଼ାଦାୟକ।
ପ୍ରିଜମ୍ ନ୍ୟୁଜ(ସମ୍ପାଦକୀୟ): ରାଜ୍ୟରେ ଏବେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବୟାନ। ସମ୍ୱିତ ପାତ୍ର ପୁରୀରୁ ନିର୍ବାଚନ ଲଢ଼ିବା ପରେ ଲୋକେ ପୁରୀକୁ ବାହାର ଲୋକ ଜାଣିବା କଥା ହେଉ କିମ୍ୱା କୋଲକତାରେ ପୁରୀ ଥିବା, କଥା ଏହାକୁ ନେଇ ଚାଲିଛି ଚର୍ଚ୍ଚା। ଧୀରେଧୀରେ ବିରୋଧ ବଢ଼ୁଛି। ନିଆଁ ଚିହିଁକି ଉଠୁଛି। ଆଉ ଏହି ନିଆଁରେ ଜଳୁଛନ୍ତି ମାଡାମ୍ ଲେଖାଶ୍ରୀ। କଂଗ୍ରେସ ତ ୨୪ ଘଣ୍ଟିଆ ଚେତାବନୀ ଦେଇଛି। ଆଉ ପୂଜକ ସଂଘ କ୍ଷମା ନ ମାଗିଲେ ମନ୍ଦିରକୁ ପୂରେଇ ଦିଆଯିବ ନାହିଁ ବୋଲି ମଧ୍ୟ ତାଗିଦ୍ କରିଛି। ଏସବୁ ଭିତରେ କିନ୍ତୁ, ମାଡାମ୍ ନିଜ ଜିଦରେ ଅଟଳ। ହଁ, ତାଙ୍କ କଥା ବି ଠିକ୍। ଭୁଲ କରିଥିଲେ ସିନା କ୍ଷମା ମାଗନ୍ତେ। ଓଡ଼ିଶାକୁ କ'ଣ ଲୋକେ ଆଗରୁ ଜାଣିଥିଲେ ? ପୁରୀ କ'ଣ ସତରେ ଓଡ଼ିଶାରେ ଅଛି ? ସମ୍ୱିତ୍ ପାତ୍ର ମଧ୍ୟ ନିଜର ଏକ ମନ୍ତବ୍ୟ ରଖିଛନ୍ତି। ଖୁବ ମାପିଚୁପି ସେ ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ଲଢ଼ିବା ପରେ ଲୋକେ ତାଙ୍କୁ ଜାଣିଛନ୍ତି। ଆଉ ପୁରୀ ପାଇଁ ତାଙ୍କୁ ଚିହ୍ନିଛନ୍ତି ବୋଲି ସେ କହିଛନ୍ତି। ଏଇ ସମ୍ୱିତ ପାତ୍ରଙ୍କ ପାଇଁ ଲେଖାଶ୍ରୀ ଯେଉଁ ମନ୍ତବ୍ୟ ଦେଇଥିଲେ, ସେହି ସମ୍ୱିତ ପାତ୍ର ସିଧା ସିଧା ନିଜ ଗୋଡ଼ରୁ କାଦୁଅ ଛଡ଼େଇ ଦେଲେ। ବିଜେପି ମଧ୍ୟ ଏହି ପ୍ରସଙ୍ଗରେ କିଛି ବି ପ୍ରତିକ୍ରିୟା ରଖୁନି। ବିରୋଧୀ ଦଳ ନେତା ପ୍ରଦୀପ ନାଏକ ମଧ୍ୟ ଗଣମାଧ୍ୟମ ସାମ୍ନାରେ ମାପିଚୁପି ନିଜର ମତ ରଖିଛନ୍ତି। ତେଣୁ, ଏତେ ସବୁ ପରେ ବି ଲେଖାଶ୍ରୀ କାହିଁକି ନିଜ ଭୁଲକୁ ସ୍ୱୀକାର କରୁନାହାନ୍ତି। ନିଜ ଦଳ ତ ତାଙ୍କୁ ଡିଫେଣ୍ଡ କରୁନି, ତେବେ କାହା ବଳରେ ସେ ବଳିୟାନ ହେଉଛନ୍ତି ! ଓଡ଼ିଶା ର ପାଣି, ପବନ, କଳା ସଂସ୍କୃତି ସାରା ବିଶ୍ୱରେ ପରିଚିତ। ବାହାରକୁ କେହି ଓଡ଼ିଆଟିଏ ଗଲେ, ସମସ୍ତେ ଆଗେ କୁହନ୍ତି..ଓଃ, ଆପଣ ଜଗନ୍ନାଥ ଧାମରୁ ଆସିଛନ୍ତି। ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଲୋକଙ୍କ ଆରାଧ୍ୟ ଦେବତା। ତଥାପି ମାଡାମ୍ କେମିତି ଏଭଳି ମନ୍ତବ୍ୟ ରଖିଲେ ? ଖ୍ରୀ.ପୂ ୭୯୫ରେ କେଶରୀ ରାଜବଂଶର ରାଜା ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକାଠି କରିଥିଲେ। ଯାଜପୁରରେ ଏହାର ରାଜଧାନୀ ସ୍ଥାପନ କରିଥିଲେ। ଏହାପରେ ୧୦୭୮-୧୪୩୪ ଖ୍ରୀ.ରେ ଗଙ୍ଗ ରାଜବଂଶ ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ଆରମ୍ଭ ହୋଇଥିଲା। ୧୦୭୮-୧୧୫୦ ଖ୍ରୀ.ରେ ଚୋଳଗଙ୍ଗ ଦେବଙ୍କ ରାଜୁତି ଆରମ୍ଭ ହୋଇଥିଲା। ଏହି ସମୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ ହେଲା ଏବଂ କଟକକୁ କରାଗଲା ନୂଆ ରାଜଧାନୀ। ଏହାପରେ ୧୧୭୦-୧୧୯୮ ଖ୍ରୀ.ରେ ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ସମୟରେ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା। ଏଇଠୁ ଆରମ୍ଭ ହୋଇଥିଲା ଆଧୁନିକ ଶ୍ରୀକ୍ଷେତ୍ରର ଜନ୍ମ। ଏହା ପୂର୍ବରୁ ବି ପୁରୀ ଥିଲା। ପୁରାଣରେ ମଧ୍ୟ ପୁରୀ ଥିବାର କେତେକ ଗବେଷକ କୁହନ୍ତି। ସିଏ ସ୍କନ୍ଦ ପୁରାଣର ଶଙ୍ଖକ୍ଷେତ୍ର ହେଉ ଅବା ଅଷ୍ଟଶକ୍ତି, ଅଷ୍ଟଶମ୍ଭୁ ଓ ପଞ୍ଚତୀର୍ଥର ବର୍ଣ୍ଣନା। ସେହିପରି ପୁରୀକୁ ନୀଳକ୍ଷେତ୍ର ମଧ୍ୟ କୁହାଯାଏ। ତେଣୁ, ଏହା ଉପରେ ଗବେଷଣା କଲେ ଆପଣ ମଧ୍ୟ ଜାଣିପାରିବେ ଯେ, ପୁରୀର କେତେ ଅଲୌକିକ ମହାତ୍ମ୍ୟ ରହିଛି। ତେଣୁ, ଏଭଳି ଏକ ପବିତ୍ର ମାଟି ବିଷୟରେ କେହି ବି କହିବାକୁ ସାହସ କରନ୍ତିନି। ଏହି ପରିପ୍ରେକ୍ଷୀରେ ପୁରୀ ବିଷୟରେ ଏତେବଡ଼ ମନ୍ତବ୍ୟ ଲେଖାଶ୍ରୀ ସାମନ୍ତସିଂହାର କେମିତି ଦେଲେ ? ମନ୍ତବ୍ୟ ଦେବା ଯେତେବଡ଼ ଭୁଲ୍ ନୁହେଁ, ତାକୁ ମୁର୍ଖଙ୍କ ପରି ଡିଫେଣ୍ଡ କରିବା ଆଉ ଏକ ମସ୍ତବଡ଼ ଭୁଲ୍। କାରଣ ନିଜର ପୂର୍ବ ମନ୍ତବ୍ୟକୁ ବଜାୟ ରଖି ମୁହଁ ତୋଡ଼ରେ ଲେଖାଶ୍ରୀ କହିଛନ୍ତି, ସେ ନିଜ ବୟାନରେ ଶ୍ରୀଜଗନ୍ନାଥଙ୍କ କଥା କେଉଁଠି ହେଲେ କହି ନାହାନ୍ତି। ତେବେ ସେ ବୁଝିନେବା ଦରକାର, ସମ୍ବିତଙ୍କ ପୂର୍ବରୁ ପୁରୀକୁ କେହି ଜାଣି ନ ଥିଲେ କହି ସେ କ'ଣ ପ୍ରମାଣିତ କରିଛନ୍ତି। ଯଦି ସମ୍ବିତ ପାତ୍ରଙ୍କ ପାଇଁ ହିଁ ପୁରୀକୁ ଦେଶ ତଥା ବିଶ୍ୱବାସୀ ଜାଣିଲେ, ତେବେ ଏହା ପରୋକ୍ଷରେ ଶ୍ରୀଜଗନ୍ନାଥଙ୍କ ପାଇଁ ଅପମାନ ହେଲା ନାହିଁକି ? ତେଣୁ ସିଧାକଥାରେ ଶ୍ରୀଜଗନ୍ନାଥଙ୍କ ନାମ ନ ନେଇ ମଧ୍ୟ ସେ ତାଙ୍କର ଅପମାନ କରିନାହାନ୍ତି କି ? ଏହା ତାଙ୍କର ନିର୍ବୋଧତାକୁ ପ୍ରମାଣିତ କରୁନାହିଁ କି ! ଯଦି ପୁରୀ ଏବଂ ଓଡ଼ିଶାର ଇତିହାସ ଏତେ ପୁରୁଣା, ତେବେ ଲୋକମାନେ ତାକୁ ଏବେ କେମିତି ଚିହ୍ନିଲେ, ତାହା ମାଡାମଙ୍କ ପାଇଁ ନିହାତି ଲକ୍ଷେ ଟଙ୍କିଆ ପ୍ରଶ୍ନ। ଆଜି ନ ହେଲେ କାଲି, ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଖରେ ମାଡାମ୍ ଲେଖାଶ୍ରୀ ଏହି ପ୍ରଶ୍ନ ପାଇଁ ଉତ୍ତରଦାୟୀ ରହିବେ ନିଶ୍ଚୟ।
ଫେଲ ମାରିଥିଲା ଶାହାରୁଖ ଖାନଙ୍କ ଡେଥ ଥିଓରି, ଆର ପାରିକୁ ଚାଲିଗଲେ ତାଙ୍କ ବାପା ଓ ମା………….. ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କ ସଂଘର୍ଷମୟ ଜୀବନ ବିଷୟରେ କିଏ ବା ନ ଜାଣେ । ବଲିଉଡର ସେ ଜଣେ ଆଦର୍ଶବାଦୀ ଅଭିନେତା, ଯାହାଙ୍କ ଜୀବନର ଉଦାହରଣ ସମସ୍ତେ ଦିଅନ୍ତି । ତେବେ ତାଙ୍କ ଜୀନବର ଏଭଳି କିଛି କଥା ରହିଛି ହୁଏତ ଆପଣ ଜାଣନଥିବେ । ନିକଟରେ ଏକ ଇଂଟରଭ୍ୟୁ ଦେଇଥିଲେ କିଙ୍ଗ୍ ଖାନ୍ । ଶୋ'ରେ ଶାହାରୁଖ୍ କହିଥିଲେ ଯେ ତାଙ୍କର ଏକ ଡେଥ୍ ଥିଓରି ରହିଛି। ତାଙ୍କ ହିସାବରେ ଯେଉଁମାନଙ୍କର ମୃତ୍ୟୁ ହୋଇଯାଏ, ସେମାନେ ନିଜ ଜୀବନରେ ସନ୍ତୁଷ୍ଟ ହୋଇଯାଇଥା'ନ୍ତି। କିନ୍ତୁ ଯେଉଁମାନଙ୍କର କୌଣସି କାମ ବାକି ରହିଯାଇଥାଏ, ସେମାନଙ୍କୁ ଭଗବାନ ନେଇ ଯାଆନ୍ତି ନାହିଁ।ଶାହାରୁଖ୍ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଏହି ଥିଓରି ବାହାର କରିଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ବେଳେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ବାପାଙ୍କ ମୃତ୍ୟୁକୁ ସେ ଗ୍ରହଣ କରି ପାରି ନଥିଲେ ଓ ଭାରି ଦୁଃଖୀ ରହୁଥିଲେ। ଦୁଃଖରୁ ମୁକ୍ତି ପାଇବା ପାଇଁ ସେ ଏହି ଡେଥ୍ ଥିଓରି ବାହାର କରିଥିଲେ। ଶାହାରୁଖ ଆହୁରି କହିଥିଲେ ଯେ ଯେତେବେଳେ ତାଙ୍କ ମା' ଆଇସିୟୁରେ ଭର୍ତ୍ତି ହୋଇଥିଲେ ସେତେବେଳେ ମଧ୍ୟ ସେ ଏହି ଥିଓରିକୁ ଅନୁକରଣ କରିଥିଲେ। ଆଇସିୟୁରେ ସେ ତାଙ୍କ ମା'ଙ୍କୁ ଖୁବ୍ ରଗାଇବାକୁ ଚେଷ୍ଟା କରୁଥିଲେ। ସେ ଭାବୁଥିଲେ ଏପରି କଲେ ତାଙ୍କ ମା' ତାଙ୍କ ଉପରେ ବିରକ୍ତ ହେବେ ଓ ଅସନ୍ତୁଷ୍ଟ ହେବେ ଏବଂ ତାଙ୍କୁ ଛାଡ଼ି ଯିବେ ନାହିଁ। କାରଣ ତାଙ୍କ ଡେଥ୍ ଥିଓରୀ ଅନୁଯାୟୀ ମଣିଷ ସନ୍ତୁଷ୍ଟ ହୋଇଗଲେ ମରିଯାଏ। ତେଣୁ ସେ ତାଙ୍କ ମା'ଙ୍କୁ ଆଇସିୟୁରେ ଅସନ୍ତୁଷ୍ଟ ରଖିବାକୁ ଚାହୁଁଥିଲେ।କିଙ୍ଗ୍ ଖାନ୍ କହିଥିଲେ, "ମୁଁ ମା'ଙ୍କ ବେଡ୍ ପାଖରେ ବସି ତାଙ୍କୁ ରଗେଇବା ପାଇଁ ବହୁତ କଥା କହିଥିଲି। ମୁଁ କାମ କରିବି ନାହିଁ ବୋଲି କହିଥିଲି। ସେହିଭଳି ମଦ ପିଇବି ବୋଲି କହିଥିଲି। ମୋତେ ଲାଗୁଥିଲା ଏପରି କଲେ ମୋ ମା' ଅନୁଭବ କରିବେ ଯେ ମୋତେ ସିଧା ରାସ୍ତାକୁ ଆଣିବାକୁ ଏବେ ବି ତାଙ୍କର ଆବଶ୍ୟକତା ରହିଛି ଓ ଏହା ଭାବି ସେ ତାଙ୍କ ଜୀବନକୁ ନେଇ ସନ୍ତୁଷ୍ଟ ହେବ ନାହିଁ କି ମୋତେ ଛାଡ଼ି ଯିବେ ନାହିଁ। ହେଲେ ମୋର ଏହି ଥିଓରି କିଛି କାମ ଦେଲାନାହିଁ। ମୋ ମା' ମୋତେ ସବୁଦିନ ପାଇଁ ଛାଡ଼ି ଚାଲିଗଲେ।"ସୂଚନାଯୋଗ୍ୟ, ଶାହାରୁଖ୍ଙ୍କୁ ଯେତେବେଳେ ୨୬ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ମା'ଙ୍କର ପରଲୋକ ହୋଇଯାଇଥିଲା। ଶାହାରୁଖ ନିଜ ବାପାମା'ଙ୍କ ସହିତ ଅଧିକ ସମୟ ବିତାଇ ନଥିବାରୁ ଏବେବି ଭାରି ମନଦୁଃଖ କରନ୍ତି। ସେଥିପାଇଁ ସେ ନିଜ ପିଲାମାନଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବା ପାଇଁ ସବୁବେଳେ ଚେଷ୍ଟା କରି ଆସିଛନ୍ତି।
ସିସିଟିଭି ଫୁଟେଜ୍ ହେରଫେର୍ ହୋଇଛି! କେଜ୍ରିଓ୍ଵାଲ୍ଙ୍କଠାରୁ କ୍ଷମା ପ୍ରାର୍ଥନା ଦାବିରେ କଳା ଫିତା ପିନ୍ଧିଲେ ଆଇଏଏସ ଅଧିକାରୀ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ ଘଟଣା ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ବାସଭବନରେ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆପ୍ ବିଧାୟକମାନେ ଆକ୍ରମଣ କରିଥିବା ଘଟଣା ଦିନକୁ ଦିନ ଆହୁରି ରହସ୍ୟମୟ ହେଉଛି। କେଜ୍ରିଓ୍ଵାଲ୍ଙ୍କ ବାସଗୃହରୁ ପୁଲିସ ଜବତ କରିଥିଲା ଯେଉଁ ସିସିଟିଭି ଫୁଟେଜ୍ରେ ହେରଫେର ହୋଇଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ଆଜି ଦିଲ୍ଲୀର ଏକ ଅଦାଲତରେ ଆଶଙ୍କା ପ୍ରକାଶ କରାଯାଇଛି। କ୍ଲିପ୍ରେ ରହିଥିବା ସମୟ ଛାପ ସମ୍ପୃକ୍ତ ଦିନର ଘଟଣାକ୍ରମ ସହ ଆଦୌ ମେଳ ଖାଉନି ବୋଲି ପୁଲିସ କହିିଛି। ଅପରପକ୍ଷେ, ଏହି ଆକ୍ରମଣ ଘଟଣାର ପ୍ରତିବାଦ କରି ଆଜି ଦିଲ୍ଲୀ ଆଇଏଏସ୍ ଅଧିକାରୀମାନେ କଳା ଫିତା ପିନ୍ଧିବା ସହ କେଜ୍ରିଓ୍ଵାଲ୍ଙ୍କଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ସେହିପରି କେଜ୍ରିଓ୍ଵାଲ୍ ଏବଂ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଉକ୍ତ ଘଟଣାକୁ ଅସ୍ୱୀକାର କରୁଥିବାରୁ ସେମାନେ ଏହି ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ଆଇଏଏସ ମଞ୍ଚ ଅଭିଯୋଗ କରିଛନ୍ତି। ଅତିରିକ୍ତ ଡିସିପି ହରେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍ଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ, ଅନ୍ୟ ଆପ୍ ବିଧାୟକ ଏବଂ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ହୋଇଥିବା ଉକ୍ତ ବୈଠକ କ୍ୟାମ୍ପ୍ ଅଫିସରେ ନହୋଇ ମୁଖ୍ୟମନ୍ତ୍ରୀଙ୍କ ଡ୍ରଇଂ ରୁମ୍ରେ ହୋଇଥିଲା। ତେବେ ବୈଠକର ସମୟ ସହ ସିସିଟିଭି ଫୁଟେଜ୍ର ସମୟ ଭିନ୍ନ ଥିବାରୁ ସିସିଟିଭି ଫୁଟେଜ୍ରେ ହେରଫେର ହୋଇଥିବା ଅନୁମାନ କରପାଯାଉଛି। ତେବେ ଏହାର ଫରେନ୍ସିକ୍ ଯାଞ୍ଚ୍ ପରେ ସବୁ ସ୍ପଷ୍ଟ ହେବ ବୋଲି ଦିଲ୍ଲୀ ପୁଲିସ ଅଦାଲତଙ୍କୁ ଜଣାଇଛିି। ଅନ୍ୟପକ୍ଷରେ, ଗିରଫ ଦୁଇ ଆପ୍ ବିଧାୟକଙ୍କ ଆଜି ଜାମିନ୍ ଆବେଦନର ଶୁଣାଣି ସମୟରେ ପୁଲିସ ଆଣିଥିବା ସିସିଟିଭି ଫୁଟେଜ୍ ହେରଫେରର ପ୍ରମାଣ ଦେଉ ବୋଲି ସେମାନଙ୍କ ଆଇନଜୀବୀ ଯୁକ୍ତି ବାଢ଼ିଛନ୍ତି। ଅପରପକ୍ଷେ, ଦିଲ୍ଲୀ ସରକାର ପ୍ରତ୍ୟେକ ସରକାରୀ ବୈଠର ସିଧାପ୍ରସାରଣ ପାଇଁ ବିଚାର କରୁଥିବା ଜଣାଯାଇଛି। ଏହାଦ୍ୱାରା ପ୍ରତ୍ୟେକ ବୈଠକର ସିଧା ପ୍ରସାରଣ ସହ କଥାବାର୍ତ୍ତା ବିବରଣୀ ମଧ୍ୟ େଓ୍ଵବ୍ ପୋର୍ଟାଲ୍ରେ ଉପଲବ୍ଧ ହେବ। ଏହି ଯୋଜନାକୁ ମଞ୍ଜୁରି ମିଳିଲେ ଆସନ୍ତା ବଜେଟ୍ରେ ଏଥିପାଇଁ ପାଣ୍ଠି ବ୍ୟବସ୍ଥା କରାଯିବ।
ସହର ଓ ରେଲୱେ ଷ୍ଟେସନର ନାମ ପରିବର୍ତ୍ତନର ଟ୍ରେଣ୍ଡ ଏବେ ଚାଲିଥିବା ବେଳେ ଏବେ ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ମାଡ୍ରାସ, କାଲକାଟା ଓ ବମ୍ବେ ଐତିହାସିକ ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ସରକାର ସଂସଦରେ ନୂଆ ବିଧେୟକ ବିଲ୍ ଆଗତ କରିପାରନ୍ତି । କାରଣ ପୂର୍ବରୁ ଯେଉଁ ଏହି ୩ ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ୨୦୧୬ରେ ଯେଉଁ ବିଧେୟକ ଆସିଥିଲା ସେଥିରେ ସଂଶୋଧନ କରିବାର ଆବଶ୍ୟକତା ରହିଥିଲା । ଏହି ବିଧେୟକରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ନାମ ପରିବର୍ତ୍ତନ କରି ଚେନ୍ନାଇ ଉଚ୍ଚ ନ୍ୟାୟାଳୟ କରାଯାଇଥିଲା । କିନ୍ତୁ ତାମିଲନାଡୁ ସରକାର ଚେନ୍ନାଇ ହାଇକୋର୍ଟ ବଦଳରେ ତାମିଲନାଡୁ ହାଇକୋର୍ଟ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ । କିନ୍ତୁ ହାଇକୋର୍ଟଗୁଡ଼ିକର ନାଁ ବଦଳି ନାହିଁ ।ସେହିପରି ସରକାର କାଲକାଟା ହାଇକୋର୍ଟକୁ କୋଲକତା ହାଇକୋର୍ଟ କରିବାକୁ ଚାହୁଁଥିଲେ ମଧ୍ୟ ହାଇକୋର୍ଟ ସେଥିପାଇଁ ଇଚ୍ଛୁକ ନାହାନ୍ତି । ଏସବୁ ଦୃଷ୍ଟିରେ ରଖି ସରକାର ଉକ୍ତ ବିଲରେ କେତେକ ସଂଶୋଧନ କରି ତାହାକୁ ସଂସଦରେ ଆଗତ କରିବେ । ଏହି ୩ ହାଇକୋର୍ଟର ନାମ ଏଥିପାଇଁ ପରିବର୍ତ୍ତନ କରାଯିବା ପଛର ମୁଖ୍ୟ କାରଣ ହେଉଛି ବମ୍ବେ, ମାଡ୍ରାସ ଓ କାଲକାଟାର ନାମ ବହୁ ବର୍ଷ ପୂର୍ବେ ବଦଳି ଯଥାକ୍ରମେ ମୁମ୍ବାଇ, ଚେନ୍ନାଇ ଓ କୋଲକତା ହୋଇସାରିଛି । କିନ୍ତୁ ହାଇକୋର୍ଟଗୁଡ଼ିକର ନାଁ ବଦଳି ନାହିଁ । ତେଣୁ ଐତିହାସିକ ୩ ହାଇକୋର୍ଟଙ୍କର ନାମ ପରିବର୍ତ୍ତନ କରିବାକୁ ସଂସଦରେ ବିଧେୟକ ଅଣାଯାଇଥିଲା ।
ଆ.ଓ.ରି(ତା୧୬|୫)-ଉତ୍ତର ପ୍ରଦେଶ ବାରାଣସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଘଟଣା ସ୍ଥଳରେ ଏନଡିଆରଏଫ୍ର ୫ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ରାତି ତମାମ ଉଦ୍ଧାର କାର୍ଯ୍ୟ ହୋଇଥିଲା।ସେପଟେ ଏହି ଘଟଣାରେ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବା ଲାଗି ଏକ କମିଟି ଗଠନ କରିଛନ୍ତି। ସେହିପରି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଏବଂ ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।୨୦୧୫ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ସେତୁ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଉତ୍ତର ପ୍ରଦେଶ ସେତୁ ନିଗମ ଏହାର ନିର୍ମାଣ କରୁଥିବା ବେଳେ ଏହାର ଡିଜାଇନକୁ ନେଇ ପୂର୍ବରୁ ସନ୍ଦେହ ପ୍ରକାଶ ପାଇଥିଲାଯ। ଏପରିକି ରାସ୍ତାରେ ଟ୍ରାଫିକ୍ ଅଟକା ନଯାଇ ୨୫ ଫୁଟର ସ୍ଲାବ୍ ପକାଯାଉଥିଲା ବୋଲି ଜଣାପଡ଼ିଛି।
News18 Odia Digital Cyclone News: ସମ୍ଭାବ୍ୟ ବାତ୍ୟା 'ମୋକା'କୁ ନେଇ ଆସିଲା ଆଉ ଏକ ବଡ଼ ଅପଡେଟ୍ । ଅତି ଭୀଷଣ ରୂପ ନେଇପାରେ ସମ୍ଭାବ୍ୟ ବାତ୍ୟା (Cyclone Mocha) । ଜିଏଫ୍ଏସ୍ (GFS Model) ଓ ୟୁରୋପିଆନ ମୋଡେଲ (European Model) କେତେକ ଅନ୍ତର୍ଜାତୀୟ ସଂସ୍ଥା ଏଭଳି ଆକଳନ କରିଛନ୍ତି । କିନ୍ତୁ ଏହା କେଉଁ ଦିଗରେ ଯାଇ କେଉଁଠି ସ୍ଥଳଭାଗ ଛୁଇଁବ, ସେନଇ ଏଯାଏ କୌଣସି ସଂସ୍ଥା କିଛି ସୂଚନା ଦେଇ ନାହାନ୍ତି ।ସମ୍ଭାବ୍ୟ ବାତ୍ୟାକୁ ନେଇ କଣ କହୁଛି IMD ? ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ ବଙ୍ଗୋପସାଗରରେ ଶନିବାର ଘୂର୍ଣ୍ଣିଝଡ଼ (Cyclonic Circulation) ସୃଷ୍ଟି ହେବ ଯାହା ଘନୀଭୂତ ହୋଇ ୭ ତାରିଖରେ ଲଘୁଚାପରେ ପରିଣତ ହେବ। ଆଉ ଏହାର ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୮ରେ ଏହା ଅବପାତ (Depression)ର ରୂପ ନେବ । ଆଉ ପରବର୍ତ୍ତୀ ୨୪ ଘଣ୍ଟାରେ ମାନେ ୯ ତାରିଖରେ ଏହି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟାର ରୂପ ନେଲାପରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗ ମୁହାଁ ହେବ । ଏହି ସମୟରେ ସମୁଦ୍ର ଭିତରେ ପବନର ବେଗ ୬୦ରୁ ୭୦ କିମି ପର୍ଯ୍ୟନ୍ତ ରହିପାରେ। ଏହାର ଗତିପଥ ନେଇ IMD କିଛି କହିନଥିଲେ ମଧ୍ୟ କିଛି ମଡେଲ୍ ଅନୁମାନ କରୁଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ମିଆଁମାର ମୁହାଁ ହୋଇପାରେ। ସେପଟେ ସମ୍ଭାବ୍ୟ ବାତ୍ୟା ମୋକାକୁ ନେଇ ବିଭିନ୍ନ ମଡେଲ ସେମାନଙ୍କ ମତ ରଖିଛନ୍ତି। IMD ଅନୁଯାୟୀ ମେ ୭ରେ ଦକ୍ଷିଣ ପୂର୍ବ ବଙ୍ଗୋପସଗରରେ ଲଘୁଚାପ ସୃଷ୍ଟି ହୋଇ ୯ ତାରିଖ ସୁଦ୍ଧା ସେହି ସ୍ଥାନରେ ବାତ୍ୟାରେ ପରିଣତ ହେବ। କ୍ରମେ ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ୧୦ ତାରିଖ ପର୍ଯ୍ୟନ୍ତ ଗତି କରିବ। ଏହା ପରେ ଉତ୍ତର ପୂର୍ବ ଦିଗରେ କରି ଦକ୍ଷିଣ ପୂର୍ବ ବାଂଲାଦେଶ ନିକଟବର୍ତ୍ତୀ ମିଆଁମାର ଉପକୂଳକୁ ମୁହାଁଇବ। ବଙ୍ଗୋପସାଗରର ତାପମାନ ବର୍ତ୍ତମାନ ୩୦ ରୁ ୩୨ ଡିଗ୍ରୀ ରହିଥିବାରୁ ବାତ୍ୟା ଭୟଙ୍କର ହୋଇପାରେ ବୋଲି ଆକଳନ କରାଯାଉଛି।ବାତ୍ୟା କେଉଁ ଦିନ ସୃଷ୍ଟି ହେବ ? ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୮ରେ ଅବପାତ ହେବା ପରେ ଏହା ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ବାତ୍ୟା ସୃଷ୍ଟି ହେଲାପରେ ହିଁ ଗତିପଥକୁ ନେଇ କିଛି ଆକଳନ କରିହେବ । ଏହା ବାତ୍ୟାର ରୂପନେବା ପରେ ଉତ୍ତର ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ମୁହାଁଇବ । ଭାରତୀୟ ପାଣିପାଗ ବିଭାଗର ବିଶେଷଜ୍ଞ କହିଛନ୍ତି ଏହି ସିଷ୍ଟମ ଉପରେ ନିରନ୍ତର ନଜର ରଖିଛନ୍ତି । କାରଣ ମେ ମାସରେ ବାତ୍ୟାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏହା ଭୀଷଣ ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ଭାରତୀୟ ଉପଗ୍ରହ ଗୁଡ଼ିକରୁ ମିଳୁଥିବା ଚିତ୍ର ବୟାନ କରୁଛି, ଯେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପର ଆକାଶରେ ସ୍ବଳ୍ପ ଏବଂ ମଧ୍ୟମ ଧରଣର ବାଦଲ ବିକ୍ଷୀପ୍ତ ଅବସ୍ଥାରେ ରହିଛି । ସାଇକ୍ଲୋଜେନେସିସ କଣ ? ମେ ଦ୍ବିତୀୟ ସପ୍ତାହରେ ହେବାକୁ ଥିବା ଏହି ସିଷ୍ଟମର ସାଇକ୍ଲୋଜେନେସିସ୍ (cyclogenesis) ଉପରେ ସମସ୍ତଙ୍କ ନଜର ରହିଛି । ସାଇକ୍ଲୋଜେନେସିସ୍ ହେଉଛି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ପ୍ରକ୍ରିୟା । ଅର୍ଥାତ ଲଘୁଚାପ ପରେ ଓ ଅବପାତ ପର୍ଯ୍ୟନ୍ତ ପହଞ୍ଚିବାର ପ୍ରକ୍ରିୟା । ଏହା ଏଇଥି ପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଏଥିରୁ ହିଁ ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ଅନେକ ତଥ୍ୟ ଜଣାପଡ଼େ । ଯେପରିକି ବାତ୍ୟା କେତେ ଭୀଷଣ ହେବ, ବାତ୍ୟାର ଗତିପଥ କଣ ରହିବ, ପବନର ବେଗ କଣ ରହିପାରେ, ସମ୍ଭାବ୍ୟ ଲ୍ୟାଣ୍ଡଫଲ୍କୁ ନେଇ ମଧ୍ୟ ଏକ ଆକଳନ କରାଯାଇପାରେ । ୭-୮ ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଦକ୍ଷିଣ ବଙ୍ଗୋପସାଗରରେ ହେବ । ଅନ୍ୟପଟେ ରାଜ୍ୟରେ ପୁଣି ବଢିବ ତାତିର ପ୍ରକୋପ । ଚଳିତ ମାସ ୭ ତାରିଖ ବେଳକୁ ପୁଣି ତାପମାତ୍ରା ୪୦ ଡିଗ୍ରୀ ଡେଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସାଙ୍ଘାତିକ ଗ୍ରୀଷ୍ମ ଲହରୀକୁ ଟାଣିବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୫ ତାରିଖ ପରେ କାଳବୈଶାଖୀ ପ୍ରଭାବ ହ୍ରାସ ପାଇବ ଓ ଏହାପରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଏପରିକି କେତେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଛୁଇଁବାର ସମ୍ଭାବନା ରହିଛି । ୯, ୧୦ ଓ ୧୧ରେ ଭୀଷଣ ଗରମ ଅନୁଭୂତ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଯଦି ସମ୍ଭାବ୍ୟ ବାତ୍ୟା ଭାରତ ଉପକୂଳ ଆଡ଼କୁ ମୁହାଁଇବ ତେବେ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ବର୍ଷା ହେବା ସହ ତାତିର ପ୍ରକୋପ ଦୁଇ ଚାରି ଦିନ ପର୍ଯ୍ୟନ୍ତ ହ୍ରାସ ପାଇବାର ଆକଳନ କରାଯାଇଛି । ଯଦି ବାତ୍ୟା ଭାରତ ଉପକୂଳରୁ ଦୂରେଇ ଯାଏ ତେବେ ତାତିର ପ୍ରକୋପ ହ୍ରାସ ପାଇବା ସମ୍ଭାବନା କମ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖାକରିପାରିଲେନି ବିଜେଡି ଦଳିତ ସେଲର ଆବାହକ ବିଷ୍ଣୁଦାସ । ଆଜି ସକାଳେ ବିଷ୍ଣୁ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ । କିନ୍ତୁ ତାଙ୍କୁ ଭେଟିପାରିନଥିଲେ । ଏ ନେଇ ବିଷ୍ଣୁ ଦାସ କହିଛନ୍ତି, କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ୍ରାଇମବ୍ରାଂଚ ଦାବି କରିଥାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିଲିନି । ବିଷ୍ଣୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଥିଲେ, ତାଙ୍କର ଆସିବା ବିଳମ୍ବ ହେଲା । ତେବେ ଏହା ପ୍ରକୃତ କାରଣ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି । ଗତ ଶୁକ୍ରବାର ଦିନ ବିଜେଡି ଦଳିତ ସେଲର ମୁଖ୍ୟ ବିଷ୍ଣୁଦାସ ସାମ୍ବାଦିକ ସମ୍ମିଳନୀରେ କୁନ୍ଦୁଲି ଗଣଦୁଷ୍କର୍ମ କେବଳ ଏସଓଜି ଜବାନମାନଙ୍କ ଦ୍ୱାରା ହିଁ ଘଟିଛି ବୋଲି କହିଥିଲେ । ନିକଟରେ ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବାକୁ ଯାଇଥିବା ଆମର କମିଟି ଏହା ହୃଦବୋଧ କରିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ଦଳିତ ସେଲର ଆବାହକ ବିଷ୍ଣୁ ଦାସଙ୍କ ଏହି ଦୁଇ ଧାଡ଼ି କଥା ପୁଣି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ଚର୍ଚ୍ଚାକୁ ନେଇଆସିଥିଲା । ଏହା ସହ ରାଜ୍ୟ ସରକାର ମଧ୍ୟ ଅକଳରେ ପଡ଼ିଯାଇଥିଲେ । କାରଣ ମାଓ ଦମନ ପାଇଁ କାର୍ଯ୍ୟ କରୁଥିବା ଏସଓଜି ରାଜ୍ୟ ଗୃହ ବିଭାଗ ଅଧୀନରେ କାର୍ଯ୍ୟ କରୁଛି । ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଗୃହ ବିଭାଗକୁ ଟାର୍ଗେଟ କରିବା ବିଷ୍ଣୁଙ୍କ ମହଙ୍ଗା ପଡିଲା କି ? ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କଟକ : ଶନିବାର ରାତି କଟକ ଆଚାର୍ୟ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ପାଇଁ ଅଶୁଭ ଥିଲା । ଏହି ଦିନ ପୁଣି ଚିହ୍ନଟ ହୋଇଥିଲେ ଆଉ ୩୮ ଜଣ କରୋନା ପଜିଟିଭ୍ । ତେବେ ଅଘଟଣ ଘଟିଲା ଯେତେବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଆସି ପହଞ୍ଚିଲା । କୁହାଯାଉଛି, ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଖାନାର କିଛି କର୍ମଚାରୀ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତିରେ ଭୀଷଣ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କ ନେବାକୁ ଆସିଥିବା ପ୍ରଶାସନର କର୍ମଚାରୀ ଓ ଅଧିକାରୀଙ୍କୁ ଡରାଇଲେ । ଆମେ ତୁମକୁ ଛୁଇଁ ଦେବୁ କହି ଗୋଡ଼ାଇଲେ । ସେମାନେ ଡରି ଲୁଚିବାକୁ ଲାଗିଲେ । ଫଳରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର ହେଲେ । ଏହି ୩୮ ଜଣଙ୍କ ମଧ୍ୟରେ କିଛି ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ହସପିଟାଲ କର୍ମଚାରୀ ଥିଲେ । ଏହି ଘଟଣାର ଭିଡିଓ ଗତକାଲି ରାତିରୁ ଜୋରସୋରରେ ଭାଇରଲ ହେଉଛି । ଯାହାକୁ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ନିଜ ମୋବାଇଲ୍ରେ ରେକର୍ଡିଂ କରିଥିଲେ । ତେବେ ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ବଲାଙ୍ଗିର ୩।୧୦: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଜୁମ୍ ଆପ୍ ମାଧ୍ୟମରେ ନିଜ ନିର୍ବାଚନ ମଣ୍ଡଳୀ ସଇଁତଳା ବ୍ଲକର ଜୋନ୍ ସ୍ତରୀୟ ଦଳୀୟ କର୍ମୀଙ୍କ ସହ ଜନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଚନ୍ତି । ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ । ବିଜୁ ଜନତା ଦଳ ତରଫରୁ ଏକ ମାସ ଧରି ମାସ୍କ ବଣ୍ଟନ ଏବଂ କରୋନା ଭାଇରସ ସଂକ୍ରମଣ ବିଷୟରେ ସଚେତନ କରିବାକୁ କହିଛନ୍ତି ମନ୍ତ୍ରୀ । ପଞ୍ଚାୟତ ସ୍ତରରେ ପ୍ଲାଜମା ଦାନ କରି ଜୀବନ ରକ୍ଷା କରିବା ପାଇଁ ଲୋକଙ୍କ ଉତ୍ସାହିତ କରିବା ପାଇଁ ମଧ୍ୟ ମନ୍ତ୍ରୀ କହିଛନ୍ତି । ପଞ୍ଚାୟତସ୍ତରରେ ବିଭିନ୍ନ ସମସ୍ୟାର ସମାଧାନ ସମ୍ବନ୍ଧରେ ଆଲୋଚନା କରି ଆଗକୁ ବିକାଶ ଦିଗରେ କାମ କରାଯିବ ବୋଲି ନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।
ଚାଷୀଙ୍କ ପଞ୍ଜିକରଣ ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଦାବିପତ୍ର ରେଙ୍ଗାଲିକ୍ୟାମ୍ପ : ଦିନକୁ ଦିନ ବଦଳୁଛି କୃଷି ନୀତି। ତେଣୁ ଚାଷୀଙ୍କ ନିଦ ହଜି ଯାଉଛି। ଏବେ ପୁଣି ରବି ଫସଲ ର ଧାନ ବିକ୍ରି କୁ ନେଇ ସୋସାଇଟି ପକ୍ଷରୁ ଯେଉଁ ଫର୍ମ ଦିଆଯାଉଛି ସେଥିରେ ନୂତନ ଭାବରେ ଦୁଇଟି ସ୍ତମ୍ଭ ଯୋଡଯାଇଛି। ଯାହାକି ରବି ଫସଲର ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ କରିବାରେ ବାଧା ସୃଷ୍ଟି ହେଉଛି। ଏହି ନୂତନ କୃଷି ଫର୍ମ ଅନୁସାରେ ନାମ ପଞ୍ଜୀକରଣ ପାଇଁ ହୋଇଥିବା ନିୟମରେ ଜମି ମାଲିକର ଆଧାର ନମ୍ବର ଓ ମୋବାଇଲ ନମ୍ବର ଦେବାକୁ ପଡୁଛି। କିନ୍ତୁ ଏହି ଅଞ୍ଚଳରେ ଅନେକ ଜମିର ମାଲିକ ଯାହାଙ୍କ ନାମରେ ଜମି ପଟ୍ଟା ରହିଛି ସେମାନେ ଅନେକ ପିଢ଼ି ପର୍ଯ୍ୟନ୍ତ ଜମି ଭାଗ କରିନାହାନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଦେହାନ୍ତ ହୋଇଗଲାଣି ତ ଆଉ ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ ନାମରେ ମୋବାଇଲ ନମ୍ୱର ନାହିଁ। ତେବେ ଏପରି ସ୍ଥଳେ ଏହି ନିୟମ ହେତୁ ଅନେକ ଚାଷୀ ପଞ୍ଜୀକୃତ ହୋଇ ପାରିବେ ନାହିଁ। ତେଣୁ ସମୂହ ଚାଷୀ କିପରି ସୁବିଧାରେ ଧାନ ବିକ୍ରି କରିପାରିବେ, ଏହାକୁ ଦୃଷ୍ଟିରେ ରଖି ଆଜି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଅତାବିରା ଅତିରିକ୍ତ ତହସିଲଦାର ତଥା ଏନ୍ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଖରିଫ ଋତୁରେ ଯେମିତି ଧାନ ବିକ୍ରି ପାଇଁ ନିୟମ ରହିଥିଲା ସେହି ନିୟମ ବଳବତ୍ତର ରଖି ଚାଷୀ ମାନଙ୍କ ପ୍ରତି ସହୃଦୟତା ରଖିବା ପାଇଁ ଏଥିରେ ଦାବି ରହିଛି। ଦାବି ପ୍ରଦାନ ସମୟରେ ସଂଗଠନର ସଭାପତି ହାରାଧାନ ପ୍ରଧାନ, ସମ୍ପାଦକ ଲୋକେଶ୍ଵର୍ ପ୍ରଧାନ, ବସନ୍ତ ବାରିକ୍, ଶ୍ରୀମନ୍ତ ବାରିକ୍, ପଲଉ ମାଝୀ, ଭିକାରୀ ଚରଣ ବାରିକ୍, ଗଣେଶ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡି,୧୭/୧୧: ଜଣେ ବ୍ୟାଙ୍କ ଗ୍ରାହକଙ୍କ ଜମା ଖାତାରୁ ବିନା ବାରବାରରେ କ୍ରମାଗତ ଭାବେ ୨୯ ଥର ଟଙ୍କା କଟିଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାହକ ଜଣକ ବ୍ୟାଙ୍କ ପର୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡର ଶିକ୍ଷା ସହାୟକ ଅମିତ କୁମାର ଶର୍ମା ଭାରତୀୟ ଷ୍ଟେଟ ବ୍ୟାଙ୍କର ଜଣେ ନିୟମିତ ଗ୍ରାହକ । ତାଙ୍କ ଜମାଖାତାରେ ୧୦,୭୦୦ ଟଙ୍କା ଜମାଥିଲା । ୧୬ ତାରିଖ ରାତିରେ ଅମିତଙ୍କ ଜମାଖାତାରୁ କ୍ରମାଗତ ଭାବେ ୩୪୯ ଟଙ୍କା ହିସାବରେ ୨୯ଥର କଟିଥିବା ତାଙ୍କ ମୋବାଇଲକୁ ମେସେଜ୍ ଆସିଥିଲା ଓ ପରିଶେଷରେ ମାତ୍ର ୨୨୨ ଟଙ୍କା ରହିଥିଲା । ସେ କୌଣସୀ ଅନ୍ ଲାଇନ୍ କାରବାର କରିନଥିବାରୁ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ତାଙ୍କ ପାଖରେ ଡେବିଟ୍ କାର୍ଡ ଥିବାବେଲେ କିଏ ଜଣେ ଏହି ଟଙ୍କା ଉଠାଣ କରିଥିବାରୁ ଏହା ଏକ ଅନ୍ତରାଷ୍ଟ୍ରିୟ ଠକେଇ ହୋଇପାରେ ବୋଲି ସଂଦେହ ପ୍ରକାଶ ପାଉଛି । ଜଣେ ଶିକ୍ଷା ସହାୟକ ମାସିକ ସ୍ବଲ୍ପ ଦରମାରେ ପରିବାର ପ୍ରତିପୋଷଣ କରୁଥିବାବେଳେ ଏପରି ଟଙ୍କା ଗାଏବ ହେବା ତାଙ୍କୁ ବିଚଳିତ କରିଛି । ତେଣୁ ତାଙ୍କ ଟଙ୍କା ଫେରିପାଇବା ଦିଗରେ ବ୍ୟାଙ୍କ କର୍ତୁପକ୍ଷ ସହଯୋଗ କରିବା ଜରୁରୀ ହୋଇପଡିଛି ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମାନେ ମତପ୍ରକାଶ କରିଛନ୍ତି । ଏହି ଘଟଣାପରେ ରୁପ୍ରାରୋଡ ସମେତ ଜିଲ୍ଲାର ବ୍ୟାଙ୍କ ଗ୍ରାହକ ମାନଙ୍କ ମନରେ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରଖିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଭୁବନେଶ୍ୱର, ଜୁନ୍ ୨୫ (ଲୋକାଲ ୱାୟାର) : ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ଓଡ଼ିଶାର ବିକାଶ କ୍ଷେତ୍ରରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)କୁ ସୁଯୋଗ ଦେବା ପାଇଁ ଜୁନ୍ ୨୭ ତାରିଖ ସନ୍ଧ୍ୟା ୫ଟାରେ ଏକ ୱେବିନାର ଆୟୋଜନ କରିବ । କେନ୍ଦ୍ର ସରକାର 'ଆତ୍ମନିର୍ଭର ଭାରତ' ଯୋଜନା ମାଧ୍ୟମରେ ଏମ୍ଏସ୍ଏମ୍ଇ ପାଇଁ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ସାରା ଦେଶରେ ୪୫ ଲକ୍ଷ ଏମ୍ଏସ୍ଏମ୍ଇ ଉପକୃତ ହେବେ । ଓଡ଼ିଶାବାସୀ କିପରି ଏହି ଯୋଜନାର ଲାଭ ଉଠାଇ ଅଧିକ ରୋଜଗାର ସୃଷ୍ଟି ସହ ରୋଜଗାରକ୍ଷମ ହୋଇପାରିବେ ସେ ନେଇ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧନ କରିବେ । ଏଥିରେ ମୁଖ୍ୟ ଅତିଥି ଭାବରେ ଅର୍ଥ ବିଭାଗର ସଚିବ ଶ୍ରୀ ଦେବାଶିଷ ପଣ୍ଡା ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିବେ । ଏଥିରେ ଅଂଶଗ୍ରହଣ କରି ପ୍ରଶ୍ନ ପଚାରିବାକୁ ଚାହୁଁଥିବା କୌଣସି ବ୍ୟକ୍ତି ବିଶେଷକରି ଜୁନ୍ ୨୬ ତାରିଖ ମଧ୍ୟାହ୍ଣ ୧୨ ଟା ସୁଦ୍ଧା ସେମାନଙ୍କର ନାମ ଓ ଠିକଣା ଦେଇ [email protected] ରେ ପଠାଇ ପାରିବେ ।
ସିଦ୍ଧୁ ମୁସେୱାଲାଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି News18 Odia Digital Sidhu Moose wala News: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ଦିନ ଶୁଭଦୀପ ସିଂ ସିଦ୍ଧୁ ମୁସେୱାଲାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ନିକଟରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ରାହୁଲ ଗାନ୍ଧି ସ୍ୱର୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାଙ୍କୁ ଭେଟି ଦୁଃଖ ପ୍ରକାଶ କରିଛନ୍ତି। ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମୁସେୱାଲାଙ୍କ ପିତାମାତାଙ୍କୁ ଭେଟିଥିଲେ। ଚଣ୍ଡିଗଡ଼ରେ ହୋଇଥିବା ବୈଠକରେ ମୁସେୱାଲାଙ୍କ ପିତା ତାଙ୍କ ପୁଅର ହତ୍ୟା ମାମଲାରେ ଶାହଙ୍କଠାରୁ ସିବିଆଇ ତଦନ୍ତ ଦାବି କରିଥିଲେ। ବର୍ତ୍ତମାନ ପଞ୍ଜାବ ପୋଲିସର ଏସଆଇଟି ମୁସେୱାଲା ହତ୍ୟା ମାମଲାର ତଦନ୍ତ କରୁଛି। ସିଦ୍ଧୁଙ୍କ ପିତା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଏଥି ସହିତ, ପୂର୍ବରୁ ସିଦ୍ଧୁ ମୁସେୱାଲାଙ୍କ ପରିବାର ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ତାଙ୍କ ପୁଅର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ସିଦ୍ଧୁ ମୁସେୱାଲାଙ୍କ ପିତା ମଧ୍ୟ ଅତ୍ୟନ୍ତ ଭାବପ୍ରବଣ ନଜର ଆସିଥିଲେ। ଏଥିସହିତ ଶାହ ମୋସେୱାଲାଙ୍କ ପରିବାରକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଆଶ୍ୱାସନା ଦେଇଥିଲେ। ମୁସେୱାଲା ମଧ୍ୟ କଂଗ୍ରେସ ଟିକେଟରେ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ପ୍ରକାଶ ଥାଉକି ସିଦ୍ଧୁ ମୁସେୱାଲା ମଧ୍ୟ ପଞ୍ଜାବ ବିଧାନସଭା ନିର୍ବାଚନରେ ମାନସା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁଥିରେ ତାଙ୍କର ଭଲ ପ୍ରଶଂସକ ଥିବା ସତ୍ତ୍ବେ ମଧ୍ୟ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଡ଼ଃ. ବିଜୟ ସିଙ୍ଗଲାଙ୍କ ଠାରୁ ହାରିଯାଇଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜୟ ସିଙ୍ଗଲା ମୋଟ ୧ ଲକ୍ଷ ୨୪ ହଜାର ଭୋଟ୍ ପାଇଛନ୍ତି। ସେପଟେ ସିଦ୍ଧୁ ମୁସେୱାଲା କେବଳ ୩୬,୭୦୦ ଭୋଟ ପାଇଥିଲେ। ମେ ୨୯ରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା ସିଦ୍ଧୁ ମୁସେୱାଲାଙ୍କୁ ମେ ୨୯ ଦିନ ମାନସାରେ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନାଯୋଗ୍ୟ ଯେ, ମେ ୨୮ରେ, ପଞ୍ଜାବ ପୋଲିସ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷାକୁ ହ୍ରାସ କରିଥିଲା, ଏହାର ଠିକ୍ ଗୋଟିଏ ଦିନ ପରେ ତଥା ମେ ୨୯ରେ ଆକ୍ରମଣକାରୀମାନେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ୮ଟି ପଳାତକ ସୁଟର ଚିହ୍ନଟ ହୋଇଛି, ଯେଉଁମାନଙ୍କ ପାଇଁ ଅନେକ ରାଜ୍ୟର ପୋଲିସ ନିୟୋଜିତ ଅଛନ୍ତି। ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
ପୁରୀର ସୌନ୍ଦର୍ଯ୍ୟକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ପୁରୀ ଆଖପାଖ ପରିବେଶ ଯେପରି ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମନକୁ ଛୁଇଁବ ସେଥିଲାଗି ଦିଆଯାଉଛି ସ୍ୱତନ୍ତ୍ର ଧ୍ୟାନ। କିନ୍ତୁ ଏତେ ସବୁ ପଦକ୍ଷେପ ସତ୍ତ୍ୱେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏଠାରେ ଫେଲ୍ ମାରିଛି। ବହୁ ସମୟରେ ବଡଦାଣ୍ଡରେ ଭାସୁଛି ଡ୍ରେନ୍ ପାଣି। ଯାହାକି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷର କାରଣ ସାଜୁଛି। ଅପରିଷ୍କାର ପାଣି ବାଟଦେଇ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପୂର୍ବ ଦକ୍ଷିଣ କୋଣରେ ଥିବା କାକୁଡିଖାଇଙ୍କ ପୀଠ ନିକଟରେ ଓଭରଫ୍ଲୋ କରି ନଳାପାଣି ବଡଦାଣ୍ଡରେ ଭାସୁଥିବା ଦେଖାଯାଇଛି। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ନାମରେ କୋଟିକୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ବଡଦାଣ୍ଡରେ ଡ୍ରେନେଜ ବ୍ୟବସ୍ଥାର ସୁଧାର ଲାଗି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ତେବେ କେବଳ ଆଜି ନୁହେଁ ବିଭିନ୍ନ ସମୟରେ ରଥ ମଧ୍ୟ ନଳାପାଣିରେ ଗଢିଥିବା ନଜିର ରହିଛି । ପଢନ୍ତୁ: ଧନୀ ତାଲିକାରେ ସବୁଠୁ ଧନୀ ନବୀନ
ଭୁବନେଶ୍ୱର : ରାଜ୍ୟର ୯ଟି ଜିଲ୍ଲାରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ପବନ, ବଜ୍ରପାତ ସହିତ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଥିବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟର ଯେଉଁ ୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛନ୍ତି ସେହି ଜିଲ୍ଲାଗୁଡ଼ିକ ହେଲା – ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୂଆପଡ଼ା ଓ ବରଗଡ଼ ଜିଲ୍ଲା । ପାଣିପାଗ ବିଭାଗର ରାଡ଼ାର ଅନୁଯାୟୀ ଏହିସବୁ ଜିଲ୍ଲାରେ ଦିନ ୧୨ଟା ୪୫ ମିନିଟରେ ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ନିରାପଦ ସ୍ଥାନମାନଙ୍କରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ କର୍ତ୍ତୃପକ୍ଷ । ବୁଧବାର ଦିନ ରାଜ୍ୟରେ ସାମାନ୍ୟ ବର୍ଷା ହୋଇଥିଲେ ହେଁ ପାଣିପାଗର ସୂଚନାନୁସାରେ ବଙ୍ଗୋପସାଗରରେ ଘନିଭୁତ ହେଉଥିବା ଲଘୁଚାପ ଯୋଗୁଁ ରାଜ୍ୟର ଉକକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆସନ୍ତା ଜୁଲାଇ ୨୯ ତାରିଖରେ ୨ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ପ୍ରତି ସପ୍ତାହରେ ସମବାୟ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବ ବିଜେଡି ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାସରେ ହେବାକୁ ଥିବା ପ୍ରାଥମିକ ସମବାୟ ସମିତି ନିର୍ବାଚନ ପାଇଁ ଶାସକ ବିଜେଡି ନିଜର ପ୍ରସ୍ତୁତି ଜୋରଦାର କରିଛି । ଦଳ ନିଜର ବରିଷ୍ଠ ନେତାମାନଙ୍କୁ ସମବାୟ ନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ଆଜି ଏକ କର୍ମଶାଳା ଆୟୋଜନ କରିଥିଲା ଯେଉଁଠି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମବାୟ ନିର୍ବାଚନକୁ ଗମ୍ଭୀରତାର ସହ ନେଇ ଲଢ଼େଇ କରିବାକୁ ଆହ୍ୱାନ କରିଛନ୍ତି । ପ୍ରାଥମିକ ସମବାୟ ନିର୍ବାଚନରେ ଭଲ ଫଳାଫଳ କରିବା ସହ ଶୀର୍ଷସ୍ତରୀୟ ସମବାୟ ନିର୍ବାଚନ ହେବା ପର୍ଯ୍ୟନ୍ତ ରାଜ୍ୟ କମିଟି ପ୍ରତି ସପ୍ତାହରେ ଥରେ ଜୋନାଲ କମିଟି ଓ ଜିଲ୍ଲା କମିଟିଗୁଡ଼ିକର ପ୍ରଦର୍ଶନର ସମୀକ୍ଷା କରି ରିପୋର୍ଟ ଦେବାକୁ କହିଛନ୍ତି । ଆଜି ଦଳ ପକ୍ଷରୁ ଆୟୋଜିତ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମଶାଳାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ସମବାୟ ନିର୍ବାଚନକୁ ଗମ୍ଭୀରତାର ନେଇ ଲଢ଼ିବା ଓ ଗତ ସମବାୟ ନିର୍ବାଚନରେ ଯେତିକି ସଫଳତା ମିଳିଥିଲା ତାହାଠାରୁ ଅଧିକ ସଫଳତା ଆଣିବାକୁ ପରାମର୍ଶ ଦେଇଛନ୍ତି । ପ୍ରାଥମିକ ସ୍ତରରେ ନିର୍ବାଚନ ଉପରେ ନଜର ରଖିବା ପାଇଁ ଦଳ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇସାରିଥିବା ନେଇ ନବୀନ ସୂଚନା ଦେବା ସହ ଏସବୁର ସଠିକ ତଦାରଖ ଏବଂ ମନିଟରିଂ ପାଇଁ କେନ୍ଦ୍ରୀୟ, ଉତ୍ତର, ଦକ୍ଷିଣ, ଏବଂ ପଶ୍ଚିମ ଜୋନାଲ କମିଟି ଗଠନ କରାଯାଇଛି। ସମ୍ପୃକ୍ତ ଜୋନର ଜିଲ୍ଲା କମିଟି ଏବଂ ପର୍ଯ୍ୟବେକ୍ଷକଙ୍କ ସହ ସମନ୍ୱୟ ରକ୍ଷା କରାଯାଉଛି । ଅନୁରୂପ ଭାବେ ସମଗ୍ର ନିର୍ବାଚନ ପ୍ରକ୍ରିୟାର ସାମଗ୍ରିକ ତଦାରଖ ଏବଂ ମନିଟରିଂ ପାଇଁ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇଛି ଯାହା ସୁଚାରୁ ଭାବେ ନିର୍ବାଚନର କାର୍ଯ୍ୟ ତୁଲାଇବାପାଇଁ ଜିଲ୍ଲାମାନଙ୍କ ସହ ସମନ୍ୱୟ ରକ୍ଷା କରିବ । ନବୀନ ପଂଚାୟତ ଓ ପୌର ନିର୍ବାଚନରେ ଦଳକୁ ମିଳିଥିବା ସଫଳତାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଆମର ସମସ୍ତ ନେତା ଏବଂ କର୍ମୀ ଏକ ବୃହତ୍ ବିଜୟ ନିଶ୍ଚିତ କରିବାକୁ ଯଥାସମ୍ଭବ ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମବାୟ ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ବିଧାୟକ ପ୍ରତାପ କେଶରୀ ଦେବଙ୍କ ଆବାହକତ୍ୱରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ ହୋଇଛି । ଏଥିରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିକ୍ରମ ପଣ୍ଡା, ପ୍ରଣବ ବଳବନ୍ତରାୟ ଓ ରବି ଜେନା ସଦସ୍ୟ ଅଛନ୍ତି । ଏହି କମିଟି ପ୍ରତି ସପ୍ତାହରେ ଜୋନାଲ ଓ ଜିଲ୍ଲା କମିଟିର କାର୍ଯ୍ୟ ଓ ପ୍ରସ୍ତୁତିର ସମୀକ୍ଷା କରିବ । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ୧୯ ଏବଂ ୨୬ ଜୁନ୍ ରେ ଛଅ ହଜାରରୁ ଅଧିକ ପ୍ରାଥମିକ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହି ପ୍ରକ୍ରିୟା ସମାପ୍ତ ହେବା ପରେ କେନ୍ଦ୍ରୀୟ ଏବଂ ଶୀର୍ଷ ସମବାୟ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ବତ୍ୟା ମୁକାବିଲା ପାଇଁ କେନ୍ଦ୍ର କ୍ୟାବିନେଟ ସେକ୍ରେଟେରୀଙ୍କ ବୈଠକ ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନର ମୁକାବିଲା ନେଇ ଜାତୀୟ ବିପର୍ଯୟ ପରିଚାଳନା କମିଟିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏନଡିଆରଏଫ, ସଶସ୍ତ୍ର ସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ସତର୍କ ରହିବା ସହ ଏଦିଗରେ ରାଜ୍ୟ କର୍ତ୍ତୃପକ୍ଷକଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେମାନେ ନିଜକୁ ଠିକଣା ସ୍ଥାନରେ ଅବସ୍ଥାପିତ କରୁଛନ୍ତି । କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏଦିଗରେ ରାଜ୍ୟ ସରକାର ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ସମ୍ପର୍କରେ ଅଛନ୍ତି। କ୍ୟାବିନେଟ ସଚିବ ବର୍ତ୍ତମାନର ପରିସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଓ ଆବଶ୍ୟକସ୍ଥଳେ ଜରୁରିକାଳୀନ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସ୍ଵରାଷ୍ଟ୍ର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ, ପାଣିପାଗ ବିଭାଗ, ଏନଡିଏମଏ ଏବଂ ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେଇଥିଲେ। କିଛି ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକରେ ସାମିଲ୍ ହୋଇଥିଲେ । ପ୍ରଭାବିତ ହେବାକୁ ଥିବା ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ଏଭଳି ସମ୍ଭାବ୍ୟ ସାମୁଦ୍ରିକ ଝଡର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ। ଏହାବ୍ୟତୀତ ରାଜ୍ୟ ସରକାରମାନେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଇଦେଇଛନ୍ତି। ଚିହ୍ନଟ ବ୍ୟକ୍ତିମାନଙ୍କୁ ଆବଶ୍ୟକସ୍ଥଳେ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାରରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡର ରୂପ ନେଉଛି । ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଆସନ୍ତା ୨୦ ତାରିଖ ସୁଦ୍ଧା ଅତିକ୍ରମ କରିବ। ସେ ଦୃଷ୍ଟିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଖୁବ ଜୋରରେ ପବନ ବହିବା ସହ ସାମୁଦ୍ରିକ ଜୁହାର ଆସିବାର ସମ୍ଭାବନା ରହିଛି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ତାଲାବନ୍ଦ କୋହଳ ଗୁଜବ, ଖଣ୍ଡନ କଲେ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ ଭୁବନେଶ୍ବର: କେତେକ ଗଣମାଧ୍ୟମ ଜନସାଧାରଣଙ୍କ ନିକଟରେ ଖୁବ୍ଶୀଘ୍ର ତଥ୍ୟ ପହଞ୍ଚାଇବା ଲାଗି ଏବେ ସାମାଜିକ ଗଣମାଧ୍ୟମକୁ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ଆସନ୍ତା ତାଲାବନ୍ଦରେ କ'ଣ ଖୋଲା ରହିବ ଏନେଇ ଏକ ଭ୍ରମାତ୍ମକ ଖବର ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଏହାକୁ ଖଣ୍ଡନ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ। ଆସନ୍ତା ୧୭ ତାରିଖରେ ପରିସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାର ତାଲାବନ୍ଦରେ କାହାକୁ କଟକଣା ମୁକ୍ତ କରାଯିବ ସେନେଇ ନିଷ୍ପତ୍ତି ନେବେ। ଏପର୍ଯ୍ୟନ୍ତ ସେ ସମ୍ପର୍କରେ କିଛି ବି ନିଷ୍ପତ୍ତି ହୋଇ ନ ଥିବା ବେଳେ କେତେକ ଗଣମାଧ୍ୟମ ଜନସାଧାରଣଙ୍କୁ ବିଭ୍ରାନ୍ତି କରିବା ଲାଗି କିଛି ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ପ୍ରଦୀପ ଜେନା ଅବଗତ ହେବା ପରେ ଏହା ଏକ ବିଭ୍ରାନ୍ତିକର ତଥ୍ୟ ବୋଲି ସାମାଜିକ ଗଣମାଧ୍ୟମ ଟୁଇଟରରେ ସ୍ପଷ୍ଟ କରିଛନ୍ତି। ସେହିପରି ଏଭଳି ଭ୍ରମାତ୍ମକ ତଥ୍ୟ ପ୍ରସାରଣକୁ ତୁରନ୍ତ ପ୍ରତ୍ୟାହାର ଲାଗି ଗଣମାଧ୍ୟମକୁ ନିବେଦନ କରିବା ସହିତ ଜନସାଧାରଣଙ୍କୁ ଅଯଥାରେ ଦ୍ବନ୍ଦ୍ବରେ ପକାଉଥିବା ଭୁଲ୍ ଖବର ପ୍ରସାରଣର ଅନୁସନ୍ଧାନ ଲାଗି ପୁଲିସ ମହାନିର୍ଦେଶକଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସେ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିବା ଜଣାପଡ଼ିଛି।
ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମେ ଆମର ମନୋରଞ୍ଜନ କରିବା ପାଇଁ କେତେକ ଫିଲ୍ମ ଓ ଟିଭି ଧାରାବାହିକ ଦେଖିଥାଉ । ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ନିଜର ଚରିତ୍ର କୁ ବହୁତ ଭଲ ଭାବରେ ପ୍ରଦର୍ଶନ କରିଥାନ୍ତି । ନିଜର ଚରିତ୍ର ରେ ସେମାନେ ଏପରି ଭାବରେ ପଶି ଯାଇଥାନ୍ତି ଯେ ଆମକୁ ଏହା ସତ୍ୟ ଲାଗିଥାଏ । ବର୍ତ୍ତମାନ ସମୟ ରେ ପ୍ରାୟତଃ ସମସ୍ତ ଲୋକ ବେଶୀ ଟିଭି ରେ ଦେଉଥିବା ଧାରାବାହିକ କୁ ଦେଖୁଛନ୍ତି । ସମସ୍ତ ଙ୍କ ଘରେ ଏହା ଏକ ସାଧାରଣ କଥା । କିନ୍ତୁ ପରଦା ରେ ନଜର ଆସୁଥିବା ସେହି ସୁଶୀଳ ସଂସ୍କାର ବୋହୁ ଭୂମିକା ରେ ନଜର ଆସୁଥିବା ଅଭିନେତ୍ରୀ ମାନେ ନିଜର ଅସଲ ଜୀବନ ରେ ବହୁତ ଷ୍ଟାଇଲିଶ ଓ ହଟ ହୋଇଥାନ୍ତି । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଂକୁ ଯେଉଁ ଵିଷୟ ରେ ଜଣାଇବାକୁ ଯାଉଛୁ ସେ ଵିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଟିଭି ପରଦା ରେ ଯେଉଁ ଅଭିନେତ୍ରୀ ମାନେ ବହୁତ ହଟ ଓ ଷ୍ଟାଇଲିସ ନଜର ଆସିଥାନ୍ତି ସେମାନେ ଅସଲ ଜୀବନ ରେ ମାଆ ହୋଇସାରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେମାନେ କିଏ ଯେଉଁମାନେ ମାଆ ହୋଇସାରିଛନ୍ତି । ମାହି ବେଜ-ମାହି ଟିଭି ଦୁନିଆ ର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ମାହି ନିଜର ଅଭିନୟ ଜରିଆ ରେ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି । ତାଙ୍କୁ ବର୍ତ୍ତମାନ ଭାରତ ର ଘରେ ଘରେ ସମସ୍ତ ଲୋକ ଜାଣିଛନ୍ତି । ସେ ଟିଭି ପରଦା ରେ ବହୁତ ହଟ ଓ ଷ୍ଟାଇଲିସ ନଜର ଆସିଥାନ୍ତି । ତାଙ୍କର ଲୁକ ଓ ଷ୍ଟାଇଲ ପାଇଁ ତାଙ୍କୁ ଅନେକ ଦର୍ଶକ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଅଭିନେତ୍ରୀ ଜଣଙ୍କ ଅସଲ ଜୀବନ ରେ ଗୋଟିଏ ସନ୍ତାନ ର ମାଆ ଅଟନ୍ତି । ସେ ପୂର୍ବ ରୁ ମଧ୍ୟ ନିଜ ଘରେ କାମ କରୁଥିବା କର୍ମଚାରୀଙ୍କ ର ଦୁଇଟି ସନ୍ତାନ କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ । ଦୀପିକା ସିଂହ-ଦୀପିକା ସିଂହ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ନିଜର ଚମତ୍କାର ଅଭିନୟ ଜରିଆ ରେ ସେ ଅନେକ ଦର୍ଶକ ଙ୍କ ମନ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେ ବର୍ତ୍ତମାନ ସମୟ ରେ ଭାରତ ର ଘରେ ଘରେ ପରିଚିତ । ସେ ଅନେକ ସମୟ ରେ କିଛି ଏପରି କାମ କରୁଥିବାର ନଜର ଆସିଥାନ୍ତି ଯାହା ଦ୍ୱାରା ତାଙ୍କ ଠାରୁ ଅନେକ କିଛି ଶିକ୍ଷଣୀୟ କଥା ମିଳିଥାଏ । ସେ ଷ୍ଟାର ପ୍ଲସ ର "ଦିୟା ଅର ବାତେ ହମ" ରେ ଅଭିନୟ କରିଥିଲେ । ସେହି ଧାରାବାହିକ ର ନିର୍ଦ୍ଦେଶକ ଙ୍କ ସହିତ ତାଙ୍କର ପ୍ରେମ ବିବାହ ହୋଇଥିଲା । ତାଙ୍କର ବର୍ତ୍ତମାନ ଗୋଟିଏ ସନ୍ତାନ ମଧ୍ୟ ଅଛି । କିନ୍ତୁ ତାଙ୍କୁ ଦେଖିଲେ ଏହା ଜମା ବି ବିଶ୍ୱାସ ହେଉ ନାହିଁ କି ସେ ଗୋଟିଏ ପିଲା ର ମାଆ ମଧ୍ୟ ଅଟନ୍ତି । ପରିଧି ଶର୍ମା-ପରିଧି ଶର୍ମା ଟିଭି ଦୁନିଆ ର ଜଣେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ଅନେକ ଗୁଡିଏ ଲୋକପ୍ରିୟ ଧାରାବାହିକ ରେ ଦେଖିବାକୁ ମିଳିଥିଲେ । ସେ "ପଟିଆଲା ବେବ" ଓ "ଯୋଦ୍ଧା ଆକବର" ଭଳି ଧାରାବାହିକ ରେ ଦେଖିବାକୁ ମିଳିଥିଲେ । ଏହି ଧାରାବାହିକ ରେ ତାଙ୍କର ଚମତ୍କାର ଅଭିନୟ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ସେ ଅନେକ ଧାରାବାହିକ ରେ ମାଆ ର ଚରିତ୍ର ରେ ନଜର ଆସିଥାନ୍ତି କିନ୍ତୁ ସେ ନିଜ ଅସଲ ଜୀବନ ରେ ମଧ୍ୟ ଗୋଟିଏ ସନ୍ତାନ ର ମାଆ ଅଟନ୍ତି । କିନ୍ତୁ ତାଙ୍କୁ ଦେଖିଲେ ଏହା ଅତି ସହଜ ରେ ବିଶ୍ୱାସ କରି ହୋଇ ନ ଥାଏ ଯେ ସେ ଗୋଟିଏ ସନ୍ତାନ ର ମାଆ ଅଟନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।
ସୁର୍ଯ୍ୟକୁମାର ଙ୍କୁ ପ୍ରଶଂସା କରି ICC ଆଗରେ ଏମିତି କହିଲେ ବଟଲର୍, ଜିଣିଲେ ସବୁ ଭାରତୀୟଙ୍କ ହୃଦୟ କ୍ରିକେଟ ଖବର : ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଟି -20 ବିଶ୍ୱକପ 2022 ରେ ଦମଦାର୍ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଭାରତ ହୁଏତ ବିଶ୍ୱ ଚାମ୍ପିଅନ୍ ହୋଇପାରି ନାହିଁ। କିନ୍ତୁ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାତ୍ରା ସମୟରେ ସୁର୍ଯ୍ୟ ଟିମ୍ ଇଣ୍ଡିଆ ପାଇଁ ହିରୋ ଭୂମିକାରେ ଅଭିନୟ କରି ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚ ଜିତାଇଛନ୍ତି। ଏହି ସମୟରେ ଇଂଲଣ୍ଡ ଦଳର ଅଧିନାୟକ ଜୋସ୍ ବଟଲର ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -20 ବିଶ୍ୱକପ 2022 ପାଇଁ 'ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ' ଭାବରେ ଚୟନ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଜୋସ୍ ବଟଲର୍ ସୂର୍ଯ୍ୟଙ୍କ ପ୍ରଶଂସାରେ ଆଉ କଣ ସବୁ କହିଛନ୍ତି। ସୂର୍ଯ୍ୟଙ୍କୁ ପ୍ରଶଂସା କଲେ ବଟଲର୍ : ସୂର୍ଯ୍ୟକୁମାର ଯାଦବ ତାଙ୍କର ସୃଜନଶୀଳ ବ୍ୟାଟିଂ ଶୈଳୀ ପାଇଁ ଜଣାଶୁଣା। ଅନେକ ବିଶେଷଜ୍ଞ ତାଙ୍କୁ ଏବି ଡି ଭିଲିୟର୍ସ ସହିତ ତୁଳନା କରନ୍ତି। ସେ ବର୍ତ୍ତମାନ ଟି -20 ବିଶ୍ୱକପ 2022 ରେ ତୃତୀୟ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ସେ ଟି-20 ବିଶ୍ୱକପରେ ବ୍ୟକ୍ତିଗତ ଭାବେ 239 ରନ୍ କରିଛନ୍ତି। ସେ 189.00 ର ଅବିଶ୍ୱସନୀୟ ଷ୍ଟ୍ରାଇକ୍ ହାର ସହିତ ଏହି ରନ୍ ସ୍କୋର କରିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଇଂରାଜୀ ଅଧିନାୟକ ଜୋସ୍ ବଟଲର୍ ସଞ୍ଜନା ଗଣେଶଙ୍କ ସହ ଏକ ସ୍ୱତନ୍ତ୍ର ଶୋ'ରେ ସୂର୍ଯ୍ୟଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଟୁର୍ନାମେଣ୍ଟର 'ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ଭାବରେ ପୁରସ୍କୃତ କରିବା ପାଇଁ ଆଇସିସିକୁ ନିବେଦନ କରିଛନ୍ତି।
ଭୁବନେଶ୍ବର ୨|୧୦: ଆଜି ଗାନ୍ଧୀ ଜୟନ୍ତୀରେ ସବୁ ଜିଲ୍ଲାରେ ୧୨ ଘଣ୍ଟିଆ ଅନଶନ ଡାକରା ଦେଇଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ଶିକ୍ଷକଙ୍କ ଗଣଧାରଣା ୪୮ ଦିନରେ ପହଞ୍ଚିଛି। ତଥାପି ଦାବି ପୂରଣ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁ ନଥିବାରୁ ୩୦ଟି ଜିଲ୍ଲାର ସଦର ମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରାଜ୍ୟର ୬୦ ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଅନଶନରେ ବସିବେ । ମଞ୍ଚ ପକ୍ଷରୁ ଆହୁରି କୁହାଯାଇଛି ୨୫ରୁ ୩୦ ବର୍ଷ ଧରି ବିନା ଦରମାରେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ କାମ କରୁଛନ୍ତି। ଜିଲ୍ଲାସ୍ତରରେ ୧୨ ଘଣ୍ଟିଆ ଅହୋରାତ୍ର ଗଣଧାରଣା ଦେବା ସହ ଦରକାର ପଡ଼ିଲେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ କାରାବରଣ କରିବାକୁ ପଛାଇବେ ନାହିଁ ବୋଲି କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ କହିଛି । 25 May 2022
ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବସନ୍ତପଡ଼ା ପଞ୍ଚାୟତ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ଡେଙ୍ଗସରଗି ଗ୍ରାମରେ ହାତୀ ଆକ୍ରମଣରେ ସୋମବାର ସକାଳେ ରାଇ ମାଝୀ (୬୧)ଙ୍କ ମୃତ୍ୟୁ ହୋଇଛି। ରାଇ ଭୋର ସାଢ଼େ ୪ଟାରେ ଗାଁ ମୁଣ୍ଡରେ ଥିବା ପାଣି ଟାଙ୍କି ନିକଟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ନିୟମଗିରି ପାହାଡ଼ରୁ ପ୍ରାୟ ୧୦ରୁ ୧୫ ହାତୀପଲ ପୂର୍ବରୁ ଆସି ପାଣି ଟାଙ୍କିକୁ ଭଙ୍ଗାରୁଜା କରିବା ସହ ନିକଟରେ ଥିବା କୁମାରୀ ମାଝୀଙ୍କ କଦଳୀ ବଗିଚାକୁ ସମ୍ପୂର୍ଣ୍ଣ ନଷ୍ଟ କରି ରାଇଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଇଙ୍କ ପୁତୁରା ଦଶରଥ ମାଝୀ ସକାଳୁ ସେଇ ବାଟ ଦେଇ ଜଙ୍ଗଲକୁ ଯାଉଥିବା ବେଳେ ରାଇଙ୍କ ମୃତଦେହ ପାଣିଟାଙ୍କି ନିକଟରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେ ଗାଁକୁ ଯାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ଓ ଲାଞ୍ଜିଗଡ଼ ବନପାଳ ବୃଷଭ ବେଶ୍ରା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଲାଞ୍ଜିଗଡ଼ ପୁଲିସ୍କୁ ଜଣାଇଥିଲେ। ଲାଞ୍ଜିଗଡ଼ ଥାନା ପକ୍ଷରୁ ଏଏସ୍ଆଇ ରମାରମଣ ମିଶ୍ର, କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏସିଏଫ୍ ଅନୀଲ ରାୟ, ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ ଶବ ଜବତ କରି କେସ୍ ନଂ ୪/୨୦୨୧ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତକଙ୍କ ପରିବାରଙ୍କୁ ଶୁଦ୍ଧିକ୍ରିୟା ପାଇଁ ରେଞ୍ଜର ଶ୍ରୀ ମହାନନ୍ଦ ୫ହଜାର ଟଙ୍କା ପ୍ରଦାନ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଆବଶ୍ୟକ କାଗଜ ପତ୍ର ମିଳିବା ପରେ କ୍ଷତିପୂରଣ ବାବଦକୁ ସରକାରଙ୍କ ଯାହା ସୁବିଧା ଅଛି ପ୍ରଦାନ କରାଯିବ ବୋଲି ରେଞ୍ଜର ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି। The post ହାତୀ ଆକ୍ରମଣରେ ବୃଦ୍ଧ ମୃତ; କଦଳୀ ବଗିଚା ନଷ୍ଟ କଲେ, ପାଣି ଟାଙ୍କି ଭାଙ୍ଗିଲେ first appeared on Sambad.
ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିବାହ କଥା ଦେଇ ଭୋଜପୁରୀ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭୋଜପୁରୀ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ପ୍ରିୟାନ୍ସୁ ସିଂ। ସେ ତାଙ୍କ ସହ-କଳାକାର ତଥା ଘନିଷ୍ଠ ବନ୍ଧୁ ପୁନୀତ ସିଂଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବିବାହ କରିବି ବୋଲି କହି ପୁନୀତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିଦେଇଥିଲେ। ଗଣମାଧ୍ୟମ ରିପୋର୍ଟ ପ୍ରିୟାନ୍ସୁ କହିଛନ୍ତି, "ସେ ଆରମ୍ଭରୁ ମୋତେ ବିବାହ କରିବେ ବୋଲି କଥା ଦେଇଥିଲେ। କିଛି ଦିନ ବିତିବା ପରେ ସେ ନିଶାଗ୍ରସ୍ତ ହୋଇ ଉଦ୍ଦେଶ୍ୟମୂଳକ ଭାବେ ଜୋର ଜବରଦସ୍ତ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରଦିନ ମୁଁ ଏହାକୁ ବିରୋଧ କରିବାରୁ ସେ କହିଥିଲେ, ମୁଁ ଆମ ଘରେ ବିବାହ ବିଷୟରେ କଥା ହୋଇଛି। ଆମର ଜାତି ସମାନ। ତେଣୁ ବିବାହରେ କୌଣସି ସମସ୍ୟା ହେବ ନାହିଁ। ହେଲେ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ସେ ବିବାହ କରିନାହାନ୍ତି। ମୁଁ ମୋ ଭଉଣୀ ସହିତ ମୁମ୍ବାଇରେ ରହେ। ପୁନୀତ୍ ପ୍ରଥମେ ଭୋଜପୁରୀ ଇଣ୍ଡଷ୍ଟ୍ରୀରେ କାମ କରିବା ପାଇଁ ମୋର ସାହାଯ୍ୟ ମାଗିଥିଲେ। ମୁଁ ତାଙ୍କୁ ସାହାଯ୍ୟ କରିବା ପରେ ସେ ଇଣ୍ଡଷ୍ଟ୍ରୀରେ କାମ କରିବା ଆରମ୍ଭ କରିଥିଲେ। ଧିରେ ଧିରେ ଆମ ଭିତରେ ଘନିଷ୍ଠତା ବଢ଼ିଥିଲା, କିନ୍ତୁ ମୁଁ ଶାରୀରିକ ସମ୍ପର୍କ ରଖିବାକୁ ଚାହୁନଥିଲି। ମୁଁ ଏକୁଟିଆ ଥିବା ବେଳେ ସେ ମଦ ପିଇ ମୋ ଘରକୁ ଆସୁଥିଲେ। ନିଶାଗ୍ରସ୍ତ ଥିବା ବେଳେ ସେ ଜୋର ଜବରଦସ୍ତ ମୋ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଆଗରୁ ମୁଁ ଚୁପ୍ ରହି ସବୁ କିଛି ସହି ଯାଉଥିଲି। କିନ୍ତୁ ସହିବାର ସୀମା ପାର ହେବାରୁ ଏବେ ମୁଁ ମୁହଁ ଖୋଲିବାକୁ ବାଧ୍ୟ ହୋଇଛି।" ପ୍ରିୟାନ୍ସୁଙ୍କ କହିବା କଥା ହେଲା ପୁନୀତ ତାଙ୍କର ସରଳତାର ସୁଯୋଗ ନେଇ ଏପରି ନିର୍ଯାତନା ଦେଇଛନ୍ତି। ସେପ୍ଟେମ୍ବର ୨୦୨୧ ରେ ଉଭୟଙ୍କର ବନ୍ଧୁତା ହୋଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ବିବାହର ପ୍ରତିଶୃତି ଦେଇ ପ୍ରିୟାନ୍ସୁଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ପୁନୀତ। ଏହି ମାମଲାରେ ପୁନୀତ ବିରୋଧରେ ଧାରା ୩୭୬ ଏବଂ ୩୭୭ ଅଧୀନରେ ଏକ ମାମଲା ରୁଜୁ ହୋଇଛି।
ବରଗଡ, ୨୬ ।୦୯: ବରଗଡ଼ରେ ନକଲି କରୋନା ଟିକା ଜବତ ଘଟଣାରେ ପୋଲିସର ତନାଘନା ଜାରି ରହିଛି । ଜବତ ହୋଇଥିବା ମେଡ଼ିସିନ ପରୀକ୍ଷା ପାଇଁ ଲାବ୍ରୋଟୋରିକୁ ପଠାଯାଇଛି। ଏହି ଘଟଣାରେ ଅଟକ ଥିବା ଯୁବକ ଜଣେ ହୋମିଓ ପ୍ୟାଥିକ ଡାକ୍ତର ଜଣା ପଡ଼ିବା ପରେ ପୋଲିସ ତାଙ୍କୁ ଛାଡି ଦେଇଥିବା ବେଳେ ତଦନ୍ତ ଜାରି ରହିଛି । ପ୍ରହ୍ଲାଦ ବିଶିଙ୍କ କରୋନା ମେଡ଼ିସିନ । ଯେଉଁଠି ଆମେରିକାଠାରୁ ରୁଷିଆ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଠାରୁ ବଡ଼଼ ବ଼ଡ଼ ସଂଗଠନର ବୈଜ୍ଞାନିକମାନେ ମୁଣ୍ଡ ଗୋଲ କରି ବସିଛନ୍ତି ସେଠି ଲୋକଙ୍କ ମୁଣ୍ଡକୁ ଗୋଲ କରିଦେଇଛନ୍ତି ପ୍ରହ୍ଲାଦ ବିଶି । ବରଗଡ ଜିଲ୍ଲା ଭେଡେନ ଥାନା ରୁଷୁଡା ଗାଁର ପ୍ରହଲ୍ଲାଦ ବିଶି କରୋନା ଟିକା ତିଆରି କରିଥିବା ଦାବି କରିଥିଲେ । ଏହି ଖବର ଓଡ଼ିଶା ଡ୍ରଗ କଣ୍ଟ୍ରୋଲର ଜାଣିବା ପରେ ଶୁକ୍ରବାର ବିଲମ୍ବିତ ରାତ୍ରିରେ ଚଢାଉ କରିଥିଲେ । ଡ୍ରଗ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଏସପିଙ୍କ ସହ ଭେଡେନ ପୋଲିସ ରୁଷୁଡା ଫାଣ୍ଡି, ବରଗଡ ଡ୍ରଗ ଇନପେକ୍ଟର ଓ ସମ୍ବଲପୁର ଡ୍ରଗ ଇନପେକ୍ଟର ମିଳିତ ଭାବେ ଚଢାଉ କରିଥିଲେ । ସୂଚନା ଅନୁସାରେ, ପ୍ରହ୍ଲାଦ ବିଶି ଜଣେ ହୋମିଓପାଥୀ ଡାକ୍ତର । ପ୍ରହ୍ଲାଦଙ୍କଠାରୁ ୧୨ରୁ ୧୪ ପ୍ରକାର ଔଷଧ ସାମ୍ପୁଲ ଜବତ କରାଯାଇଛି । ସମସ୍ତ ଜବତ ସାମ୍ପୁଲ ପରୀକ୍ଷା ପାଇ ଲ୍ୟାବକୁ ପଠାଯାଇଛି । ହେଲେ ପ୍ରହ୍ମାଦ ବିଶି ବିଷ ବିକୁଥିଲେ କି ଅମୃତ ସେ କଥା କହୁନାହାନ୍ତି। ବେଳ ଦେଖି ବେପାର କରିବାର ସୁଯୋଗ ଅପେକ୍ଷାରେ ଥାନ୍ତି କିଛି ଲୋକ। ବର୍ତ୍ତମାନ ପାଇଁ ପ୍ରହ୍ଲାଦଙ୍କୁ ଛାଡି଼ ଦିଆଯାଇଛି। ଯଦି ତାଙ୍କ ମେଡ଼ିସିନରୁ କିଛି ଆପତ୍ତିଜନକ ସାମଗ୍ରୀ ମିଳେ ତେବେ ପ୍ରହ୍ଲାଦଙ୍କୁ ଗିରଫ କରାଯିବ ବୋଲି ଡ୍ରଗ ଇନ୍ସ୍ପେକ୍ଟର ସସ୍ମିତା ଦେହୁରୀ ସୂଚନା ଦେଇଛନ୍ତି।
ଯାଜପୁର: ରବିବାର ସକାଳେ ଭୋଟକା ପଞ୍ଚାୟତ ଅନ୍ତର୍ଗତ ବନତାରା ଗାଁ'ର ହରିହର ମଲ୍ଲିକଙ୍କୁ କେତେକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ସକାଳ ପ୍ରାୟ ୭ଟା ବେଳେ କୁଆଖିଆ ବଜାର ଠାରୁ ୧୦୦ ମିଟର ପାଖାପାଖି ରାସ୍ତାରେ ଚାଲି ଚାଲି ଘରକୁ ଫେରୁଥିବା ହରିହରଙ୍କୁ ତାଙ୍କ ପଡ଼ୋଶୀ ଗାଁ'ର ୧୫ ସରିକି ଲୋକ ବାତ୍ସା ଓ ଫାର୍ସା ଆଦି ଅସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ପକାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଖବର ପାଇ ତାଙ୍କ ଗାଁଲୋକେ ହରିହରଙ୍କୁ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର ବାସ୍ତବ କାରଣ ଜଣାପଡ଼ି ନ ଥିଲେ ବି ଏହା ରାଜନୀତି ଜନିତ ବୋଲି ଆଲୋଚନା ହେଉଛି। ଆକ୍ରମଣରେ ହରିହରଙ୍କର ମୁଣ୍ଡ ଏବଂ ଦୁଇ ହାତରେ ଗଭୀର କ୍ଷତ ହୋଇଛି। ଖବର ପାଇ କୁଆଖିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ଘଟଣା ସଂକ୍ରାନ୍ତରେ ଏଫ୍ଆଇଆର୍ ହୋଇ ନ ଥିବା ଥାନା ସୂତ୍ରରୁ ପ୍ରକାଶ।
ଘର ଚଳାଇବା ହେଉଛି କଷ୍ଟ: ଜିଏସ୍ଟି ବଢାଇ ଦେଲା ୩୦ ପ୍ରତିଶତ ଖର୍ଚ୍ଚ ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ଲାଗୁ ହେବା ପରେ ଘର ଚଳାଇବା କଷ୍ଟକର ହୋଇଯାଇଛି। କାରଣ ଘର ଖର୍ଚ୍ଚ ବଢି ଯାଇଛି। ଦେଶର ୫୪ ପ୍ରତିଶତ ଲୋକ ଏହା ସ୍ୱୀକାର କରିଛନ୍ତି। କେନ୍ଦ୍ର ସରକାରଙ୍କ ଉପଭୋକ୍ତା ମାମଲା ସହ ଜଡିତ ଏକ ସିଟିଜିୟନ ପୋର୍ଟାଲ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି। ସର୍ଭେରେ ୪୦ ହଜାରରୁ ଅଧିକ ଲୋକ ଭାଗ ନେଇଥିଲେ। ଜିଏସ୍ଟିକୁ ନେଇ ସେମାନଙ୍କୁ ଅଲଗା ଅଲଗା ପ୍ରଶ୍ନ କରାଯାଇଥିଲା। ଜିଏସ୍ଟି ଲାଗୁ ପରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଥିବାରୁ ଘର ଖର୍ଚ୍ଚ ବଢିଥିବା ପ୍ରତି ଦୁଇ ଜଣରେ ଜଣେ ସ୍ୱୀକାର କରିଛନ୍ତି। ନୋଟବନ୍ଦୀ ପରେ ଜିଏସ୍ଟି କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇ ଦେଇଛି। ରାଜ୍ୟ ଅର୍ଥ ବିଭାଗକୁ ନେଇ ହାଇଦ୍ରାବାଦରେ ହୋଇଥିବା ଜିଏସ୍ଟି କାଉନସିଲିଂ ବୈଠକରେ କର ସୁଧାରକୁ ନେଇ ବହୁତ ଗୁଡିଏ ପ୍ରଶ୍ନ ଉଠିଥିଲା। ଉପୁଜିଥିବା କିଛି ସମସ୍ୟାର ସମାଧାନ ବୈଠକରେ କରାଯାଇଛି। ହେଲେ ୨୦୧୯ ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଚଲାଥିବା କେନ୍ଦ୍ରର ବିଜେପି ସରକାର ଚିନ୍ତା ଦର ବୃଦ୍ଧି ବଢାଇ ଦେଇଛି।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୁକାନ୍ତଙ୍କ ପରିବାରକୁ ସହାୟତା ର ହାତ ବଢ଼ାଇଲେ ରାନୀ ପଣ୍ଡା,କହିଲେ ମୁଁ ତୁମ ପରିବାର କୁ ପୋଷିବି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ଭଗବାନଙ୍କ ଦ୍ଵାରା ସୃଷ୍ଟ ଏହି ପୃଥିବୀ ରେ ବିଭିନ୍ନ ପ୍ରକାର ଘଟଣା ମାନ ଘଟୁଛି।ପ୍ରତିଦିନ ଅସଂଖ୍ୟ ଘଟଣା ସମ୍ପର୍କ ରେ ଅବଗତ ହେଉଛୁ ଆମ୍ଭେ ମାନେ।ବର୍ତ୍ତମାନ ପ୍ରତିଦିନ କେଉଁଠି ନା କେଉଁଠି ସଡ଼କ ଦୁର୍ଘଟଣା ସମ୍ପର୍କ ରେ ଆମ୍ଭେ ଜାଣିବା ପାଇଁ ପାଉଛୁ।ତେବେ ପାଠକ ଗଣ ଆପଣ ମାନେ ଏହି କିଛି ଦିନ ପୂର୍ବରୁ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ସଡ଼କ ଦୁର୍ଘଟଣା ସମ୍ବନ୍ଧରେ ଜାଣିଥିବେ ତ।ଏହି ଦୁର୍ଘଟଣାଟି ଆଠଗଡ଼ ରାସ୍ତା ରେ ଡାଳଖାଇ ଠାକୁରାଣୀଙ୍କ ମନ୍ଦିର ସାମ୍ନା ରେ ରାନୀ ପଣ୍ଡାଙ୍କ କାର୍ ସାମ୍ନା ପଟରୁ ଆସୁଥିବା ଏକ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ଏହି ବାଇକ୍ ଟି ଚଳାଉଥିବା ଯୁବକ ସୁକାନ୍ତ ବାଇକରୁ ପଡ଼ିଯାଇଥିଲେ।ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ ଲୋକମାନେ। ହେଲେ ବର୍ତ୍ତମାନ ସୁକାନ୍ତଙ୍କର ହସ୍ପିଟାଲ୍ ରେ ହିଁ ମୃତ୍ୟୁ ହୋଇଛି। କାରରେ ବସିଥିବା ରାନୀ ପଣ୍ଡା ମଧ୍ୟ ଗୁରୁତର ଅବସ୍ଥା ରେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।ଏହି ଘଟଣା ଘଟିବା ପରେ ପୋଲିସ୍ ରାନୀ ପଣ୍ଡାଙ୍କ କାର୍ ଡ୍ରାଇଭରଙ୍କୁ ପଚରା ଉଚରା କରୁଛି।ତେବେ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ହେଉଛି ରାନୀ ପଣ୍ଡା ସୁକାନ୍ତଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଆଜି ସକାଳେ ରାନୀଙ୍କ ଭାଇ ସୁକାନ୍ତଙ୍କ ପରିବାର ପାଖକୁ ଯାଇ ଦେଖା କରିଥିଲେ।ସେହି ସମୟ ସେ ତାଙ୍କ ପରିବାରକୁ ୩୫,୦୦୦ ଟଙ୍କା ଦେଇଥିଲେ ଏବଂ କହିଥିଲେ ଯେ ଆଜି ପରଠାରୁ ସୁକାନ୍ତଙ୍କ ପରିବାର ର ଖର୍ଚ୍ଚ ରାନୀ ଉଠାଇବେ ବୋଲି ରାନୀ ନିଜେ କହିଛନ୍ତି।ସୁକାନ୍ତ ଙ୍କ ପିଲାଙ୍କ ପାଠ ପଢ଼ା ଠୁ ଆରମ୍ଭ କରି ସବୁ ଖର୍ଚ୍ଚ ରାନୀ ପଣ୍ଡା ନିଜେ କରିବେ ବୋଲି ତାଙ୍କ ଭାଇ କହିଥିଲେ।ଏବଂ ସେ କହିଥିଲେ ଯେ ରାନୀ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି,ସେ ଠିକ୍ ହେବା ପରେ ଆସି ସୁକାନ୍ତଙ୍କ ପରିବାରଙ୍କୁ ଦେଖା କରିବେ ବୋଲି କହିଛନ୍ତି। ଏହା ପରେ ସୁକାନ୍ତଙ୍କ ପରିବାର ସହାୟତା ଅର୍ଥକୁ ଗ୍ରହଣ କରିଥିଲେ।ଏହି କଥାରୁ ଜଣା ପଡ଼ୁଛି ଯେ ରାନୀ ପଣ୍ଡା ଏହି ଦୁର୍ଘଟଣାକୁ ନେଇ ଭିତରେ ଭିତରେ ପଶ୍ଚାତାପ କରୁଛନ୍ତି,କାରଣ ନିଜେ ଗୁରୁତର ଥାଇ ମଧ୍ୟ ସେ ନିଜ କଥା ଚିନ୍ତା ନକରି ତାଙ୍କ ପାଇଁ ଆଘାତ ହୋଇଥିବା ପରିବାରଙ୍କ ବିଷୟରେ ସେ ଚିନ୍ତା କରୁଛନ୍ତି।ଭୁଲ୍ ତ ସମସ୍ତଙ୍କ ଦ୍ଵାରା ହୋଇଥାଏ ହେଲେ ସେହି ଭୁଲକୁ ମାନି ତାକୁ ଠିକ୍ ସମସ୍ତେ କରନ୍ତି ନାହିଁ।କିନ୍ତୁ ଏଠି ରାନୀ ପଣ୍ଡା ତାଙ୍କ ଭୁଲକୁ ମାନିଛନ୍ତି ଏବଂ ତାକୁ ଠିକ୍ କରିବା ପାଇଁ ଚିନ୍ତା ମଧ୍ୟ କରିଛନ୍ତି।ତେବେ ଏତେ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିପାରିନାହିଁ। ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ରାଇରଙ୍ଗପୁର,୩୦/୧୧: ଦିନକୁ ଦିନ ଦୁର୍ଘଟଣା ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ଗତ ଦୁଇ ବର୍ଷରେ କରନା ମହାମାରୀ ଅପେକ୍ଷା ଦୁର୍ଘଟଣାରେ ଅଧିକ ଜୀବନ ଯାଇଛି। ତେବେ ଦୁର୍ଘଟଣାଗ୍ରସ୍ତ ପୀଡିତଙ୍କ ଜୀବନ କିପରି ବଞ୍ଚାଯାଇ ପାରିବ ସେ ସମ୍ବନ୍ଧରେ ଆଜି "ରକ୍ଷକ" ଏକ ପ୍ରଶିକ୍ଷଣ ଶିବିର ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ଓଡିଶା ସରକାରଙ୍କ ପରିବହନ ବିଭାଗ ଓ ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶାର ମିଳିତ ଉଦ୍ୟମରେ ଆୟଜିତ ଏହି ପ୍ରଶିକ୍ଷଣ ଶିବିରକୁ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାଶ ଉଦ୍ଘାଟନ କରିଥିଲେ। ଦୁର୍ଘଟଣାର ପ୍ରଥମ ଘଣ୍ଟା ପିଡୀତଙ୍କ ପାଇଁ କେତେ ଜରୁରୀ ଓ ପୀଡିତଙ୍କୁ କିପରି ତତ୍କାଳ ପ୍ରାଥମିକ ଚିକତ୍ସା ପ୍ରଦାନ କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଜୀବନ ବଞ୍ଚାଯାଇ ପାରିବ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିନା କୌଣସି ଭୟରେ ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଲୋକଙ୍କୁ ପୋଲିସ ହଇରାଣ କରିବା ପରିବର୍ତ୍ତେ ପୁରସ୍କୃତ କରିବା ନେଇ ଏଏସପି ମନୋରଞ୍ଜନ ବିଶ୍ୱାଳ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ନୂଆଦିଲ୍ଲୀରୁ ଆସିଥିବା ମୁଖ୍ୟପ୍ରଶିକ୍ଷକ ଆଦିତ୍ୟ ଚୌଧୁରୀ ଉପସ୍ଥିତ ଜନ ସାଧାରଣଙ୍କୁ କେଉଁ ଉପାୟ କଲେ ଦୁର୍ଘଟଣାଗ୍ରସ୍ତଙ୍କ ଅମୂଲ୍ୟ ଜୀବନ ବଞ୍ଚିବ ସେ ଉପରେ ପ୍ରଶିକ୍ଷଣ ଦେଇଥିଲେ। ୩୦ ସପ୍ତାହ ମଧ୍ୟରେ ୩୦ଟି ଜିଲ୍ଲାରେ ୩୦୦ ପ୍ରଶିକ୍ଷକଙ୍କ ଦ୍ଵାରା ୩୦୦୦ ସ୍ବେଛାସେବୀ ଗଠନ କରି ଏହି ସେବା ଉପଲବ୍ଧ କରାଇବା ଲକ୍ଷ ଥିବା ମୁଖ୍ୟ ପ୍ରଶିକ୍ଷକ ଆଦିତ୍ୟ ଚୌଧୁରୀ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଆଶୁତୋଷ ନାଏକ, ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଜିଲ୍ଲା ରେଡ଼କ୍ରସ ଅଧିକାରୀ ସ୍ମୃତି ରଂଜନ ପାଣିଙ୍କ ସହିତ ପ୍ରଶିକ୍ଷକମାନେ ଉପସ୍ଥିତ ଥିଲେ।
ଏମିତି ଏକ ଗାଁ ଯେଉଁଠି ଗାଡ଼ି ନୁହେଁ କେବଳ ଡଙ୍ଗା କିଣନ୍ତି ଲୋକେ ଜାଣନ୍ତୁ କାହିଁକି Updated: Apr 10, 2023, 19:16 IST ଏପରି ଏକ ଗ୍ରାମ ରହିଛି ଯେଉଁଠି ପକ୍କା ରାସ୍ତା ନାହିଁ।ଗୋଟିଏ ଘର ଅନ୍ୟ ଏକ ଘର ସହିତ ଜଳପଥ ରେ ସଂଯୁକ୍ତ ହୋଇଛି। ବାହାରକୁ ଯିବା ପାଇଁ ସେଠାରେ ବସବାସ କରୁଥିବା ଲୋକମାନେ ଡଙ୍ଗା ସାହାର୍ଯ୍ୟ ରେ ଯାଇଥାନ୍ତି। ବର୍ତମାନ ସମୟରେ ସମସ୍ତଙ୍କ ଘରେ ବାଇକ୍,ସ୍କୁଟର,କାର, ସାଇକେଲ ନିଶ୍ଚୟ ଥିବ।ଯଦି କାହା ପାଖରେ ଗାଡ଼ି ଟି ଏ ନାହିଁ ସେ ଗୋଟେ ଗାଡ଼ି କିଣିବା ପାଇଁ ଇଚ୍ଛା କରିବେ। କାରଣ ଗାଡ଼ି ପାଖରେ ରହିଲେ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନ କୁ ଯାଇ ପାରିବେ।କିନ୍ତୁ ପାଖରେ ଗାଡି ଥିବ ହେଲେ ପକ୍କା ରାସ୍ତା ନଥିବ ସେଠାରେ ଗାଡ଼ି ରହିବା କିଛି ଲାଭ ନାହିଁ। ଏମିତି ଏକ ଗ୍ରାମ ରହିଛି ଯେଉଁଠି ଲୋକମାନେ ଗାଡ଼ି ନୁହେଁ ଡଙ୍ଗା କିଣିଥାନ୍ତି।କାରଣ ସେଠାରେ ଗାଡ଼ି ଚଳାଇବା ପାଇଁ ପକ୍କା ରାସ୍ତା ନାହିଁ।ଏହି ଗ୍ରାମର ପ୍ରତ୍ୟେକ ଘର ଜଳପଥ ଦ୍ଵାରା ପରସ୍ପର ସହିତ ସଂଯୁକ୍ତ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନ କୁ ଯିବାପାଇଁ ଡଙ୍ଗା ବ୍ୟବହାର କରିଥାନ୍ତି।ଏହି ଗ୍ରାମର ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ଡଙ୍ଗା ରହିଛି।ଏହି ଗ୍ରାମଟି ନେଦର ଲ୍ୟାଣ୍ଡ ରେ ରହିଛି। ଗ୍ରାମଟି ର ନାମ ହେଉଛି ଗିଥୋର୍ନ।ଏହି ଗ୍ରାମର ନାମ ଲୋକ ମାନଙ୍କ ମନରେ ଏକ ଭିନ୍ନ ଚିତ୍ର ସୃଷ୍ଟି କରିଥାଏ।ଗିଥୋର୍ନ ଗାଁ ମାନେ ସମସ୍ତେ ଜାଣିଥାନ୍ତି ଏଠାରେ ରହିଛି ଛୋଟ ଘର ଏବଂ ସଂକୀର୍ଣ୍ଣ ରାସ୍ତା ରହିଛି। ଚାରିଆଡ଼େ ସବୁଜତା ଏବଂ ଏଠାରେ ସମସ୍ତଙ୍କ ବୃତ୍ତି ପଶୁ ପାଳନ ହୋଇଥିବା ବେଳେ ସମସ୍ତଙ୍କର କୃଷି କାର୍ଯ୍ୟ ରହିଛି ଆଜିକାଲି ଗ୍ରାମ ଓ ସହର ଗୁଡ଼ିକ ପରସ୍ପର ସଡ଼କ ଦ୍ଵାରା ସଂଯୁକ୍ତାକିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯେ ଏହା ଦୁନିଆର ଏପରି ଏକ ଗ୍ରାମ ଯେଉଁଠି ଆଜି ମଧ୍ୟ ରାସ୍ତା ନାହିଁ।ଏହି ଗ୍ରାମରେ କେହି କାର କିମ୍ବା ବାଇକ୍ କିଣନ୍ତି ନାହିଁ।ସମସ୍ତେ ଡଙ୍ଗା ହିଁ କିଣିଥାନ୍ତି।ଏହି ଗ୍ରାମରେ ପହଞ୍ଚିବାର ଏକମାତ୍ର ଉପାୟ ହେଉଛି ଜଳପଥ।
ଜନସନ ଆଣ୍ଡ ଜନସନ କାହିଁକି କରୋନା ଟିକା ପରୀକ୍ଷା ଉପରେ ରୋକ୍ ଲଗାଇଲା? ନ୍ୟୁୟର୍କ: କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସାରା ଦେଶ ଏବେ ଭ୍ୟାକସିନ୍ ଚିନ୍ତାରେ। ଏହାରି ଭିତରେ ଆମେରିକାର ଜନସନ ଆଣ୍ଡ୍ ଜନସନ କମ୍ପାନୀ କରୋନା ଭ୍ୟାକସିନ୍ ପରୀକ୍ଷଣ ଉପରେ ଅସ୍ଥାୟୀ ଭାବରେ ରୋକ୍ ଲଗାଇଛି। କ୍ଲିନିକାଲ ଟ୍ରାଏଲ ବେଳେ ଜଣେ ଅସୁସ୍ଥ ହୋଇଛନ୍ତି। ଏହାକୁ ନଜରରେ ରଖି ଜନସନ କମ୍ପାନୀ କରୋନୀ ଭ୍ୟାକସିନ ଟ୍ରାଏଲ ଉପରେ ଅସ୍ଥାୟୀ ଭାବରେ ରୋକ୍ ଲଗାଇଛି ବୋଲି କମ୍ପାନୀ ବିବୃତ୍ତି ଜରିଆରେ କହିଛି। ଅର୍ଥାତ୍ ଭବିଷ୍ୟତରେ କମ୍ପାନୀ ଭ୍ୟାକସିନ୍ ପ୍ରସ୍ତୁତ ନେଇ କାମ ଆରମ୍ଭ କରିପାରେ। ଜନସନ ଆଣ୍ଡ ଜନସନ ଟିକା ପରୀକ୍ଷା ଉପରେ ନିଷେଧାଦେଶ ଲଗାଯିବ ଖବର ନିଶ୍ଚିତ ଭାବରେ ଏକ ବଡ଼ ଶକ୍ତ ଧକ୍କା। ଏହାପୂର୍ବରୁ ଆଷ୍ଟ୍ରା ଜେନେକାର କରୋନା ଟିକା ଉପରେ ନିଷେଧାଶ ଲଗାଯାଇଥିଲା। ଆମେରିକାରେ ଯେଉଁ କିଛି କମ୍ପାନୀ ଭ୍ୟାକସିନ୍ ତିଆରୁ କରୁଛନ୍ତି ସେମାନଙ୍କ ମଧ୍ୟରେ ଜନସନ ଆଣ୍ଡ ଜନସନ ରହିଛି। ଜନସନ ଆଣ୍ଡ ଜନସନର ଟିକା ହେଉଛି ଆମେରିକାର ଚତୁର୍ଥ ଟିକା ଯାହାକି କ୍ଲିନିକାଲ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ରହିଛି। ଜନସନ ଆଣ୍ଡ ଜନସନ ନିକଟରେ ଏହି ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିଥିଲା। ଏହା ପରେ କମ୍ପାନୀ କହିଛି ଯେ ଏହା ଅଧୀନରେ ଆମେରିକା, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚିଲି, କଲମ୍ବିଆ, ମେକ୍ସିକୋ ଏବଂ ପେରୁର ୬୦ ହଜାର ଲୋକଙ୍କ ଉପରେ ଟିକା ପରୀକ୍ଷା କରାଯିବ। ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଟିକା କରୋନା ଟିକା ପ୍ରସ୍ତୁତ କରିବା ପାଇଁ ଆଗରେ ଥିଲା, କିନ୍ତୁ କିଛି ସ୍ୱେଚ୍ଛାସେବୀ କୋଭିଶିଲଡ୍ ଟିକା ନେବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା, ଏହା ପରେ ସେପ୍ଟେମ୍ବର ୬ରେ ତୃତୀୟ ପର୍ଯ୍ୟାୟର ପରୀକ୍ଷା ବନ୍ଦ କରିବାକୁ ପଡିଥିଲା। ତେବେ ବ୍ରିଟେନ ଏବଂ ଭାରତରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଟିକା ପରୀକ୍ଷା ପୁଣି ଆରମ୍ଭ ହୋଇଛି। ଆମେରିକା କିମ୍ବା ଅନ୍ୟ ଦେଶ ଏପର୍ଯ୍ୟନ୍ତ ଅନୁମୋଦନ ପାଇ ନାହିଁ। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ସ୍କୁଲ ଫି'କୁ ବିରୋଧ କରିବାରୁ ଅଭିଭାବକ ସଂଘ ସଦସ୍ୟଙ୍କୁ ହତ୍ୟା ଧମକ ଅଭିଯୋଗ ଭୁବନେଶ୍ବର: ବିଜେବି ନଗରସ୍ଥିତ ବିଜେଇଏମ୍ ସ୍କୁଲ ଫି' ବୃଦ୍ଧିକୁ ବିରୋଧ କରିବା ସହ ପୁନର୍ବିଚାର ପାଇଁ ଦାବି କରିବାରୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ସ୍କୁଲ ପରିଚାଳକ ପ୍ରତାପ ଜେନା ଗୁଣ୍ଡା ଲଗାଇ ଧମକ ଦେଉଥିବା ସମ୍ପର୍କରେ ବଡ଼ଗଡ଼ ଥାନାରେ ଅଭିଭାବକ ମହାସଂଘ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି, କରୋନା ସମୟରେ ସ୍କୁଲ ଫି' ରିହାତି ଉପରେ ନ୍ୟାୟାଳୟ ଓ ସରକାରଙ୍କ ନିର୍ଦ୍ଦେଶନାମା ରହିଛି। ୧୫ ପ୍ରତିଶତ ରିହାତି ପାଇଁ ସରକାର ନିର୍ଦ୍ଦେଶନାମା ଆଣିଛନ୍ତି। କିନ୍ତୁ ବିଜେଇଏମ୍ ସ୍କୁଲ ଫି' ବୃଦ୍ଧି ସହ ତିନିମାସର ଫି' ଦାବି କରୁଛି। ତିନି ମାସର ଫି' ନ ଦେଲେ ଆଉ ଗୋଟିଏ ମାସର ଫି' ଅଧିକ ଦେବାକୁ ପଡ଼ିବ ବୋଲି କୁହାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ସ୍କୁଲ ପରିଚାଳକ ପ୍ରତାପ ଜେନା ପ୍ରତିକ୍ରିୟାରେ କହିଛନ୍ତି, ମୋର ବ୍ୟକ୍ତିଗତ ଭାବେ କାହା ସହ ବିବାଦ କିମ୍ବା ଶତ୍ରୁତା ନାହିଁ। ସ୍କୁଲ ଚଳାଇବା ଓ ପିଲାଙ୍କ ଭବିଷ୍ୟତ ଗଢ଼ିବା ଏକମାତ୍ର ଲକ୍ଷ୍ୟ ରହିଛି। ସ୍କୁଲ ନିୟମ ଅନୁସାରେ ସ୍କୁଲ ଚାଲୁଛି। ନ୍ୟାୟାଳୟ କିମ୍ବା ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶନାମା ଆସିବ ତାହାକୁ ସେହି ଅନୁସାରେ ପାଳନ କରାଯିବ।
– ପ୍ରତ୍ୟେକ ଗୁରୁବାର ଦିନ ଗାଁ କଲ୍ୟାଣ ସମିତି ବୈଠକ – ପ୍ରତ୍ୟେକ ରାତ୍ରୀରେ ମଶାରୀ ବାନ୍ଧିବା ନିମନ୍ତେ ଘଂଟା ବାଡେଇବା – ପେଟ୍ରୋଲିଂ କରିବା କୋରାପୁଟ ୧୮-୦୭-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ପ୍ରଶାସନ ମ୍ୟାଲେରିଆ ଦମମ କ୍ଷେତ୍ରରେ ଏପିଆ-୧୦ କାର୍ଯ୍ୟକ୍ରମ କରି ରୋଗୀ ସଂଖ୍ୟା ହ୍ରାସ କରିବା ଓ ମୃତ୍ୟୁ ସଂଖ୍ୟା ଶୁନ କରି ଦେଶର ଅନ୍ୟରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଛି। ପୂର୍ବରୁ କୋରାପୁଟ ମ୍ୟାଲେିରିଆ ପ୍ରକୋପ ଜିଲ୍ଲା ଭାବେ ରହିଥିଲା।ଦଶମନ୍ତପୁର, ନାରାୟଣପାଟଣା, ପଟ୍ଟାଙ୍ଗୀ, ବନ୍ଧୁଗାଁ ଓଲକ୍ଷ୍ମିପୁର ପ୍ରଭୃତି ବ୍ଲକରେ ସଚେତନତା ଅଭାବରୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ଓ ଅନେକ ରୋଗୀ ମୃତ୍ୟୁବରଣ କରୁଥିଲେ।ଗତ ୨ ବର୍ଷ ତଳେ ପ୍ରତି ୧ ହଜାର ଲୋକଙ୍କ ମଧ୍ୟରେ ୨୯ ଜଣ ମ୍ୟାଲେରିଆ ରୋଗରେ ପୀଡିତ ହେଉଥିଲେ।କୋରାପୁଟ ଜିଲ୍ଲାରେ ମ୍ୟାଲେରିଆକୁ ନିୟନ୍ତ୍ରନ କରିବାକୁ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଅଭିଯାନ ଏପିଆ-୧୦ ଗତ ୨୦୧୭ ଜୁଲାଇ ମାସରେ ଶୁଭାରମ୍ଭ କରିଥିଲେ।ଜିଲ୍ଲାରେ ପ୍ରତି ହଜାରେ ଲୋକଙ୍କ ଭିତରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୧୦ ତଳକୁ ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରିଥିଲେ।ଜିଲ୍ଲାରେ ୧୫ ଲକ୍ଷ ଓ୍ୟଷଧିୟ ମଶାରୀ ବଟଂନ କରାଯାଇଥିଲା।ମଶାରୀ ସଂପର୍କରେ ଗାଁ କଲ୍ୟାଣ ସମିତିର ସଦସ୍ୟ /ସଦସ୍ୟା ଙ୍କୁ ସଚେତନ କରାଯାଇଥିଲା।ଲକ୍ଷ୍ମିପୁର, ନାରାୟଣପାଟଣା .ବନ୍ଧୁଗାଁ, ଲମତାପୁଟ, ଦଶମନ୍ତପୁର ବ୍ଲକର ୩୯୩ ଟି ଗ୍ରମରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଅଧିକା ଥିବାରୁ ପ୍ରାଥମିକ ଭାବରେ ଏପିଆ-୧୦ ଆରମ୍ଭ କରାଯାଇଥିଲା।ପ୍ରତ୍ୟେକ ଗୁରୁବାର ଦିନ ଗାଁ କଲ୍ୟାଣ ସମିତିର ଆଶା, ଅଙ୍ଗନବାଡି କର୍ମିମାନେ ବୈଠକ କରି ରୋଗର ଭୟାବହିତା ସଂପର୍କରେ ଗ୍ରାମବାସୀମାନଙ୍କୁ ସଚେତନତା କରନ୍ତି।ରାତ୍ରୀ ୮ ଟା ସମୟରେ ଆଶା ଓ ଅଙ୍ଗନବାଡି କର୍ମିମାନେ ଘଂଟା ବାଡାନ୍ତି।ଯଦ୍ୱରା ଗ୍ରାମବାସୀଙ୍କୁ ମଶାରୀ ବାନ୍ଧିବାକୁ ଏହି ସମୟ ସୂଚାଇ ଦେଇଥାଏ। ଗ୍ରାମବାସୀମାନେ ମଶାରୀ ବାନ୍ଧୁଛନ୍ତି କି ନାହିଁ ତାହା ତଦାରଖ କରିବାକୁ ଘରକୁ ଘର ଯାଇ ପେଟ୍ରୋଲିଂ କରନ୍ତି।ଏହା କରିବା ଦ୍ୱାରା ଏପିଆଇ-୧୦ ଯୋଜନା ସଫଳତା ନେଇପାରିଛି।ଏବେ ରୋଗୀ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇ ମ୍ୟାଲେରିଆ ନିୟ୍ ତ୍ରଣ କ୍ଷେତ୍ରରେ ଦେଶର ସର୍ବଶେଷ୍ଟ ୧୦ ଟି ଜିଲ୍ଲା ମଧ୍ୟରୁ କୋରାପୁଟ ଜିଲ୍ଲା ସ୍ଥାନ ପାଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲା ମ୍ୟାଲେରିଆ ନିୟନ୍ତ୍ରଣ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂଶା କରିଥିବା ଜଣାପଡିଛି।କୋରାପୁଟ ଜିଲ୍ଲାପାଳ ଦିଲ୍ଲୀ ଯାଇ ମ୍ୟାଲେରିଆ ନିୟତ୍ରନ କିପରି କରାଯାଇଛି ତାହା ଉପରେ ଉପସ୍ଥାପନ କରିବେ ବୋଲି ଜଣାପଡିଛି।ପୂର୍ବରୁ ହଜାରେ ଲୋକଙ୍କ ଭିତରୁ ୨୯ ଜଣଙ୍କ ଦେହରେ ମ୍ୟାଲେରିଆ ଭୂତାଣୁ ବାହାରୁଥିଲା ଏବେ ତାହା ହ୍ରାସପାଇ ୪.୫କୁ ଆସିଛି ବୋଲି ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।୨୦୧୭ରେ ମ୍ୟାଲେରିଅରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଯୋଜନାର ସଫଳତା ପାଇଁ ତା ପରେ କାହାରି ଜିବନ ଯାଇନାହିଁ ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ଜିଲ୍ଲା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଥିବାରୁ ଏହା ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇ ପଡିଛି।
ସାମାଜିକ ବାର୍ତ୍ତା ନେଇ କ୍ରିକେଟ୍ ଖେଳିଲେ ସେଲିବ୍ରିଟି ଅଂଶଗ୍ରହଣ କଲେ ନେତା, ଅଭିନେତା, ସାମ୍ବାଦିକ ଓ ସମାଜସେବୀ ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ "ୟୁଥ୍ ଫର୍ ଭଲ୍ୟୁଣ୍ଟାରି ୱାର୍କ' ଓ 'କର ଫାଉଣ୍ଡେସନ୍' ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ ଦ୍ୱିତୀୟ 'ସେଲିବ୍ରିଟି ଚାରିଟି କ୍ରିକେଟ୍' ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମିଡିଆ ସ୍ପୋର୍ଟ କ୍ଲବ ଏହି କ୍ରୀଡ଼ାରେ ଚମ୍ପିଆନ୍ ହୋଇଥିଲେ। ଅଭିନେତା ଦୁଷ୍ମନ୍ତ ପଣ୍ଡା, ସୁର ତ୍ରିପାଠୀ, ମୁକେଶ, ରାକେଶ, ଅଙ୍କିତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ସମାଜ ସେବାର ସଚେତନତା ସୃଷ୍ଟି ପାଇଁ ଅନୁଷ୍ଠାନ ତରଫରୁ ଏହି 'ସେଲିବ୍ରିଟି ଚାରିଟି କ୍ରିକେଟ୍' ଆୟୋଜନ କରାଯାଇଥିଲା। ଏଥିରେ ସମାଜର ବିଭିନ୍ନ ବର୍ଗରୁ ପ୍ରତିଷ୍ଠା ଲାଭ କରିଥିବା ନେତା, ଅଭିନେତା, ସାମ୍ବାଦିକ, ସମାଜସେବୀ ପ୍ରମୁଖ ସାମାଜିକ ସ୍ଲୋଗାନ୍ ଯଥା – 'ରକ୍ତଦାନ ଜୀବନ ଦାନ", 'ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ', 'ସଡ଼କ ସୁରକ୍ଷା, ଜୀବନ ରକ୍ଷା', 'ମାନବ ସେବା ହିଁ ମାଧବ ସେବା' ପ୍ରଭୃତି ଲେଖାଥିବାଟି ସାର୍ଟ ପିନ୍ଧି କ୍ରିକେଟ୍ ଖେଳିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଭାରତୀୟ କ୍ରିକେଟ୍ର ସତ୍ୟରଞ୍ଜନ ଶତପଥୀ, ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଉପସଭାପତି ମହମ୍ମଦ ଅଲିମ୍, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା କର ଫାଉଣ୍ଡେସନ୍ର ଅଧ୍ୟକ୍ଷ ଚନ୍ଦନ କର, ସମାଜସେବୀ ରୁଦ୍ର ସାମନ୍ତରାୟ, ସତ୍ୟଭାମା ଦେବୀ କଲେଜର ଅଧ୍ୟକ୍ଷା ନିରଜା ଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ହାସ୍ୟାଭିନେତା ହାଡ଼ୁଭାଇ, ଚୌଧୁରୀ ଜୟପ୍ରକାଶ, ଶଙ୍କର ପ୍ରଧାନ, ଭିକାରୀ ଭାଇ, ରବି କୁମାର, ଜ୍ଞାନ ବାରିକ ପ୍ରମୁଖ ଅଂଶଗ୍ରହଣ କରି ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଭର୍ସାଟାଇଲ୍ ଅଭିନେତା ହର ରଥ ଓ ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ପ୍ରଗତି ସ୍ପୋର୍ଟିଂର ସଦସ୍ୟ ଟୁନା ସାହୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ ଅଧ୍ୟକ୍ଷ ମୀର ଅହମଦ୍ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ।
ପୁରୀ : ରଥଖଳାରେ ଆଜି ରାତିରେ ଏକ ଅଘଟଣ ଘଟିଛି। ରଥଖଳାରେ ତୁମ୍ବ ବିନ୍ଧ (ଅଖ କାମ ପାଇଁ) ମେସିନ୍ ତୁମ୍ବ ସହ ଓଲଟି ପଡ଼ିବାରୁ ଏଥିରେ ଜଣେ ଶିଶୁ ଆହତ ହୋଇଛି। ମେସିନ୍ଟି ଶିଶୁ ଉପରେ ପଡ଼ିଥିଲେ ବି ସେ ସାମାନ୍ୟ ନଇଁ ପଡ଼ିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତିଯାଇଛି। ଶିଶୁର ମୁଣ୍ଡରେ ଆଘାତ ଲାଗିଥିବାରୁ ତାକୁ ଏକ ଘରୋଇ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ମେସିନ୍ ନିକଟରେ ଥିବା ଏକ ସାଇକେଲ୍ ମେସିନ୍ ତଳେ ଚାପି ହୋଇ ରହିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, ଆଜି ରାତି ପ୍ରାୟ ୧୦ରୁ ସାଢ଼େ ୧୦ଟା ଭିତରେ ରଥଖଳାରେ ରହିଥିବା ତୁମ୍ବଖୋଳା ମେସିନ୍ଟି କୌଣସି କାରଣରୁ ଓଲଟି ପଡ଼ିଥିଲା। ଏହି ସମୟରେ ପାଖରେ ଥିବା ୯ ବର୍ଷର ଜଣେ ଶିଶୁ ଆହତ ହୋଇଥିଲା। ମେସିନ୍ର କୌଣସି ଅଂଶ ଶିଶୁଟିର ମୁଣ୍ଡରେ ବାଜିବାରୁ ତା' ମୁଣ୍ଡ ଫାଟି ଯାଇଥିଲା। ଶିଶୁ ଜଣକର ପରିଚୟ ମିଳିନଥିଲେ ବି ସେ ହାଡ଼ଗୋଡ଼ିଆ ସାହି ନିକଟ ଅଞ୍ଚଳର ବୋଲି କୁହାଯାଉଛି। ଅନ୍ୟପକ୍ଷରେ ମେସିନ୍ ପାଖରେ ଥିବା ଏକ ସାଇକେଲ ଚାପି ହୋଇରହିଛି। ମେସିନ୍ରେ ସୁଭଦ୍ରାଙ୍କ ତୁମ୍ବ ଅଧା ବିନ୍ଧ ଅବସ୍ଥାରେ ରଖି ମହାରଣା ସେବକମାନେ ଆଜି କାମ ସାରି ଘରକୁ ଯାଇଥିଲେ। ଏଣୁ ମେସିନ୍ରେ ତୁମ୍ବ ଅଧାଖୋଳା ଅବସ୍ଥାରେ ଲାଗି ରହିଥିଲା। ଏହି ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।
ଭୁବନେଶ୍ୱର : ତିନି ଦିନ ପରେ ପୁଣି ଲେଉଟିଛି ତାତି । ପଶ୍ଚିମ ଓ କେନ୍ଦ୍ରୀୟ ଓଡିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି । ରାଜ୍ୟରେ ୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୧୧ଟି ସହରରେ ପାରଦ ୪୦ଡିଗ୍ରୀ ଡେଇଁଛିି । ଟିଟିଲାଗଡକୁ ପଛରେ ପକାଇ ଝାରସୁଗୁଡା ରାଜ୍ୟର ସର୍ବୋଚ୍ଚ ଉତପ୍ତ ସହରରେ ପରିଣତ ହୋଇଛି । ଏଠାରେ ତାପମାତ୍ରା ୪୫.୨ ଡିଗ୍ରି ରହିଥିଲା । ତେବେ ଆସନ୍ତା ୭୨ ଘଂଟା ପର୍ଯ୍ୟନ୍ତ ତାତି କମ ରହିବାର ସମ୍ଭାବନା ରହିଛି । ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୮ ତାରିଖ ଯାଏ ଉତର, ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଯେଉଁଥିପାଇଁ ତାପମାତ୍ରା ସାମନ୍ୟ କମିବ । ଅଧିକାଂଶ ସ୍ଥାନରେ ପାରଦ ୪୦ଡିଗ୍ରି ତଳକୁ ଖସିଆସିବ । ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ନେଇ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଆସନ୍ତା ୪୮ ଘଂଟା ମଧ୍ୟରେ ମୌସୁମୀ ବାୟୁ କେରଳ ଛଇଁବାର ସମ୍ଭାବନା ରହିଛି । ଯଦି ୭ ତାରିଖ ଦିନ ମୌସୁମୀ କେରଳ ଛୁଇଁବ ତେବେ ରଜ ପରେ ଓଡିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ୮ରୁ ୧୭ ତାରିଖ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳଙ୍କ ଆକଳନ ହେଉଛି ରଜ ପରେ ଓଡିଶା ଛୁଇଁବ ମୌସୁମୀ । ଅବଶ୍ୟ ୬ରୁ ୮ ତାରିଖ ମଧ୍ୟରେ ଓଡିଶାରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ଏହା ପ୍ରାକ୍ ମୌସୁମୀ ବର୍ଷା ନୁହେଁ । ୬ତାରିଖରେ କେରଳ ମୌସୁମୀ ଛଇଁବାର ସମ୍ଭାବନା ରିହଛି । ଏହାଦ୍ୱାରା ଆରବ ସାଗର ଶାଖାରେ ମୌସୁମୀ ବାୟୁ ସକ୍ରୀୟ ହେବ । ଫଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ତାମିଲନାଡୁ, କର୍ଣ୍ଣାନଟ ସମେତ ଉପକୂଳ ମହାରାଷ୍ଟ୍ର ଅର୍ଥାତ୍ ଜୁନ ୧୦ ସୁଦ୍ଧା ମୁମ୍ବାଇ ଛୁଇଁବ । ତେବେ ଏହାପରେ ଗୋଟିଏ ସପ୍ତାହ ଲାଗି ମୌସୁମୀ ସ୍ଥିର ରହିବ । ଆଗରୁ ଭୁବନେଶ୍ୱର ଓ ମୁମ୍ବାଇ ସହରରେ ମୌସୁମୀ ଏକ ସମୟରେ ପ୍ରବେଶ କରିଥାଏ । ତେବେ ଏଥର ଭୁବନେଶ୍ୱର ବହୁ ପଛରେ ରହିବ ବୋଲି ସେ କହିଛନ୍ତି । ତେଣୁ ଚାଷୀମାନଙ୍କୁ ମୌସୁମୀ ବର୍ଷା ଲାଗି ଜୁନ୍ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି ।
ନୂଆଦିଲ୍ଲୀ, ୨୦/୧୧:ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ହଠାତ୍ ୟୁକ୍ରେନ୍ ଗସ୍ତରେ ଯାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ସେଠାରେ ଜେଲେନସ୍କିଙ୍କୁ ଭେଟିବା ସହ ତାଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ୟାକେଜ ଘୋଷଣା କରିଛନ୍ତି ସୁନକ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ସୁନକ ପ୍ରଥମ ଥର ପାଇଁ ଏହା ତାଙ୍କ ୟୁକ୍ରେନ୍ ଗସ୍ତ। ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏବେ ବ୍ରିଟେନର ଭାଗ୍ୟ ନିର୍ଦ୍ଧାରକ। ପ୍ରଧାନମନ୍ତ୍ରୀ ପଦ ତାଙ୍କୁ ଯିବା ପରଠାରୁ ହିଁ ସମଗ୍ର ଭାରତରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପଟେ ତାଙ୍କ କାର୍ଯ୍ୟଶୈଳୀକୁ ଦେଖି ବିଶ୍ବ ଯାକର ନେତା ତାଙ୍କର ଫ୍ୟାନ ହେବାକୁ ଯାଉଛନ୍ତି। ଜାଣି ଖୁସି ହେବେ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର୍ ଜେଲେନସ୍କିଙ୍କୁ ସରପ୍ରାଇଜ୍ ଦେଇଛନ୍ତି ଋଷୀ। ୟୁକ୍ରେନକୁ ୫୦୦ ନିୟୁତ ପାଉଣ୍ଡର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ସୁନକ। ଯାହା ୟୁକ୍ରେନକୁ ଯୁଦ୍ଧ ଲଢିବାରେ ସହଯୋଗ କରିବ। ଏହି ଭେଟ କାର୍ଯ୍ୟକ୍ରମ ବେଳେ ରୁଷି ସୁନକ କଳା ଜ୍ୟାକେଟ୍ ପିନ୍ଧିଥିଲେ। ୟୁକ୍ରେନ୍ର ରାଜଧାନୀ କିଭ୍ରେ ଜେଲେନସ୍କିଙ୍କ ସହ ମିଶି ଅନେକ ଅଞ୍ଚଳ ବୁଲି ଦେଖିଥିଲେ। ସୁନକଙ୍କ ସମର୍ଥନ ପାଇଁ ଜେଲେନସ୍କିଙ୍କୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ୱିଟ୍ କରି ଲେଖିଛନ୍ତି, ତୁମ ପରି ବନ୍ଧୁମାନଙ୍କ ସମର୍ଥନ ଆମକୁ ନିଶ୍ଚିତ ରୂପେ ବିଜୟ ହାସଲ କରାଇବାରେ ସହଯୋଗ କରିବ। ଯାହାକୁ ନେଇ ଏବେ ବିଶ୍ବବ୍ୟାପି ଚର୍ଚ୍ଚା ହେଉଛି। ମୂଳ ଭାରତୀୟ ହୋଇଥିବାରୁ ବସୁବିଧା କୁଟୁମ୍ବ ମନେ କରୁଛନ୍ତି ସୁନକ। ଆଉ ସ୍ବାଧୀନତା ସମସ୍ତଙ୍କ ଜନ୍ମଗତ ଅଧିକାର, ଏ କଥାକୁ ସାବ୍ୟସ୍ତ କରିବାକୁ ସେ ଗୋଟିଏ ଦୁର୍ବଳ ପକ୍ଷକୁ ସହାୟତାର ହାତ ବଢାଇଛନ୍ତି। ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |
ବିଶ୍ୱକପ 2023 ଫାଇନାଲ: ଭାରତର ବିଜୟ ପାଇଁ ମା' ବିରଜାଙ୍କ ନିକଟରେ ପୂଜାର୍ଚ୍ଚନା Published: Nov 19, 2023, 4:22 PM ଯାଜପୁର: କ୍ରିକେଟ ପ୍ରେମୀଙ୍କ ବିରଜା ମନ୍ଦିରରେ ପୂଜାର୍ଚ୍ଚନା । ଆଜି କ୍ରିକେଟ ବିିଶ୍ୱକପର ଫାଇନାଲ ମ୍ୟାଚ । ଆଜି ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଇନାଲ ମ୍ୟାଚ ଖେଳା ଯାଉଥିବାବେଳେ ସାରା ଦେଶରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । କିଏ ଚିତ୍ର କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଉଛନ୍ତି ଥିବାବେଳେ ଅନ୍ୟ କିଏ ମନ୍ଦିରରେ ପୂଜାର୍ଚ୍ଚନା କରି ଘରୋଇ ଦଳର ବିଜୟ କାମନା କରୁଛି ।ଏହାରି ଭିତରେ ଯାଜପୁର ମଧ୍ୟ ଦେଖିବାକୁ ମିଳିଛି କ୍ରିକେଟ ପ୍ରେମୀଙ୍କ ପୂଜାର୍ଚ୍ଚନାର ଦୃଶ୍ୟ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜା ମନ୍ଦିରରେ କ୍ରିକେଟ ପ୍ରେମୀମାନଙ୍କ ପକ୍ଷରୁ ବିଶ୍ୱ କପ ଫାଇନାଲରେ ଭାରତର ବିଜୟ ପାଇଁ ଦୀପ ପ୍ରଦାନ କରାଯାଇଛି । ମା' ବିରଜାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେବାୟତମାନେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଅଖଣ୍ଡ ଦୀପ ଜଳାଇଛନ୍ତି । ଚଳିତ ବର୍ଷ ଭାରତର ବିଶ୍ଵକପ ବିଜୟ ନେଇ ବେଶ ଆଶାବାଦୀ ଅଛନ୍ତି ଯାଜପୁରବାସୀ । ଚଳିତ ବର୍ଷ ଭାରତର ପଲା ଭାରି ରହିଛି । ପ୍ରଥମ ଲିଗ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ହରାଇ ବିଜୟ ଯାତ୍ରା ଆରମ୍ଭା କରିଥିଲା । ଏହା ପରେ ଦଳ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ମ୍ୟାଚକୁ ନିଜ ଅକ୍ତିଆରକୁ ନେଇଥିଲା । ହେଲେ ପୁଣି ଥିରେ ଆଜି ଫାନାଲ ମ୍ୟାଚରେ ଭାରତୀୟ ଏବଂ ଅଷ୍ଟ୍ରେଲିଆ ମୁହାମୁହିଁ ହୋଇଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା କେଉଁ ଦଳ ବାଜିମାତ କରୁଛି । ଇଟିଭି ଭାରତ, ଯାଜପୁର
ନୂଆଦିଲ୍ଲୀ,୧୯/୬(ଏଜେନ୍ସି):ଆଫ୍ଗାନିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ରେ ସର୍ବାଧିକ ଛକା ମାରିବାର ନୂତନ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ୍। ମୋର୍ଗାନ୍ ତାଙ୍କ ଶତକୀୟ ଇନିଂସରେ ୧୭ଟି ଛକା ମାରିଥିଲେ। ଏହା ଏକ ବିଶ୍ବରେକର୍ଡ। ତାଙ୍କ ପୂର୍ବରୁ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରୋହିତ ଶର୍ମା, ୨୦୧୫ରେ ଜୋହାନସବର୍ଗରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏବି ଡି'ଭିଲିଅର୍ସ ଓ ୨୦୧୫ରେ କାନ୍ବେରାରେ ଜିମ୍ବାୱେ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ ଏକ ଦିନିକିଆ ଇନିଂସରେ ସର୍ବାଧିକ ୧୬ଟି ଲେଖାଏଁ ଛକା ମାରି ମିଳିତ ଭାବେ ଏହି ବିଶ୍ୱରେକର୍ଡର ଅଧିକାରୀ ଥିଲେ। ତେବେ ମଙ୍ଗଳବାର ଆଫ୍ଗାନିସ୍ତାନ ବିପକ୍ଷରେ ତାଙ୍କ ବିଧ୍ୱଂସି ଇନିଂସରେ ଉପରୋକ୍ତ ୩ ବ୍ୟାଟ୍ସମ୍ୟାନଙ୍କୁ ଅତିକ୍ରମ କରି ଇଓନ୍ ମୋର୍ଗାନ୍ ୧୭ଟି ଛକା ମାରିଛନ୍ତି। ଏହି ଇନିଂସରେ ମାତ୍ର ୧୭ ଓଭର କ୍ରିଜ୍ରେ ରହି ୭୧ଟି ବଲ୍ ଖେଳି ୧୭ଟି ଛକା ଓ ୪ଟି ଚୌକା ସହ ୧୪୮ ରନ୍ କରିଥିଲେ। କେବଳ ଛକାରେ ମୋର୍ଗାନ୍ ଶତକ (୧୭x୬=୧୦୨ ରନ୍) ମାରିଥିଲେ। ପୁଣି ବିଶ୍ୱକପ୍ର ଏକ ଇନିଂସରେ ସର୍ବାଧିକ ସଂଖ୍ୟକ ଛକା ମାରିବାର ରେକର୍ଡ ମଧ୍ୟ ମୋର୍ଗାନ୍ ସ୍ଥାପନ କରିଛନ୍ତି।
ଲକ୍ଷ୍ନୌ,୧୬।୧୨: କୋଭିଡ୍-୧୯ର ଦ୍ୱିତୀୟ ଲହର ବେଳେ ଉତ୍ତରପ୍ରଦେଶ(ୟୁପି)ରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୋଇନାହିଁ। ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର। ରାଜ୍ୟ ସରକାରଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ବିରୋଧୀ। ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦୀପକ ସିଂ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଅକ୍ସିଜେନ ଅଭାବରୁ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ଅନେକ ମନ୍ତ୍ରୀ ପତ୍ର ଲେଖିଥିଲେ। ଏହା ଛଡ଼ା ସମାନ ଅଭିଯୋଗ ଆଣିଥିଲେ ଅନେକ ଏମ୍ପି। ଅକ୍ସିଜେନ ଅଭାବରୁ ବହୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି।ଏହି କାରଣରୁ ପୂରା ରାଜ୍ୟରେ କେତେ ସଂଖ୍ୟାରେ ମୃତ୍ୟୁ ହୋଇଛି, ତାହା ଉପରେ ସରକାରଙ୍କ ପାଖରେ କିଛି ତଥ୍ୟ ଅଛି କି? ଏହାର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂ କହିଛନ୍ତି, ମହାମାରୀର ଦ୍ୱିତୀୟ ଲହରରେ ୨୨,୯୧୫ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଅକ୍ସିଜେନ ଅଭାବରୁ ରାଜ୍ୟରେ କୌଣସି ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇନାହିଁ। କୋଭିଡ୍ ଯୋଗୁ ହସ୍ପିଟାଲରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କୁ ଡାକ୍ତର ମୃତ୍ୟୁ ପ୍ରମାଣପତ୍ର ଦେଇଛନ୍ତି। ମହାମାରୀ ସମୟରେ ଲୋକେ ଅନ୍ୟ ରୋଗରେ ପ୍ରାଣ ହରାଇଥିଲେ। ରାଜ୍ୟର ଯେଉଁ ସ୍ଥାନରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା, ଅନ୍ୟ ରାଜ୍ୟରୁ ସେଠାକୁ ଯୋଗାଣ କରାଯାଇଥିଲା।
ନିର୍ଭୟା ଦୋଷୀଙ୍କୁ ୨୨ରେ ମିଳି ନ ପାରେ ଫାଶୀ, ସେସନ୍ସ କୋର୍ଟରେ ଆବେଦନ କରିବେ ମୁକେଶର ଓକିଲ ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦିଆଯାଇ ନ ପାରେ। ଦୋଷୀ ମୁକେଶର ଓକିଲ ଡେଥ୍ ୱାରେଣ୍ଟ ବିରୋଧରେ ସେସନ୍ସ କୋର୍ଟରେ ପିଟିଶନ ଦାଖଲ କରିବେ। ବୁଧବାର ହାଇକୋର୍ଟରେ ଶୁଣାଣି ସମୟରେ ବିଚାରପତି ପିଟିଶନ ଖାରଜ କରିଦେବା ସହିତ ସେସନ୍ସ କୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ପରାମର୍ଶ ପରେ ମୁକେଶର ଓକିଲ ହାଇକୋର୍ଟରୁ ପିଟିଶନ ପ୍ରତ୍ୟାହାର କରିନେଇଛନ୍ତି। ସେ ଗୁରୁବାର ସେସନ୍ସ କୋର୍ଟରେ ପିଟିଶନ ଦାଖଲ କରିବେ ବୋଲି ସୂଚନା ମିଳିଛି। ଅନ୍ୟପଟେ ମୁକେଶ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ ପଠାଇଥିଲା, ଯାହାକୁ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦିଲ୍ଲୀ ସରକାର ଏହି ଆବେଦନକୁ ଖାରଜ କରିଦେବାକୁ ପରାମର୍ଶ ଦେଇଛନ୍ତି। ବୁଧବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ବିଚାରପତି ମୁକେଶର ପିଟିଶନ ଖାରଜ କରିଦେବା ସହିତ କହିଥିଲେ, ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନ ଏବଂ କ୍ୟୁରେଟିଭ୍ ପିଟିଶନ ଖାରଜ କରିଦେଇଛନ୍ତି। ତଳ କୋର୍ଟଙ୍କ ଆଦେଶରେ ବି କୌଣସି ତ୍ରୁଟି ନାହିଁ। ଯଦି ଦୋଷୀ ଚାହାଁନ୍ତି ତେବେ ସେମାନେ ସେସନ୍ସ କୋର୍ଟରେ ଆବେଦନ କରିପାରିବେ। ତେବେ ତୁମେ ଏଭଳି ଉପାୟ ଆପଣାଇ ଫାଶୀ ଟାଳିବାକୁ ଚାହୁଁଛ ବୋଲି ବିଚାରପତି କହିଥିଲେ। ସରକାରୀ ଓକିଲ ରାହୁଲ ମେହରା କହିଥିଲେ ଯେ, ତିହାର ଜେଲ ପ୍ରଶାସନକୁ ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର। ଦୋଷୀମାନଙ୍କ ଦ୍ବାରା ଯେଉଁ ଉପାୟ ଅବଲମ୍ବନ କରାଯାଉଛି ତାହା ନ୍ୟାୟ ପ୍ରକ୍ରିୟାକୁ ନିଶ୍ଚିତ ରୂପେ ପ୍ରଭାବିତ କରିବା ଲାଗି ଉଦ୍ଦିଷ୍ଟ ବୋଲି ସେ କହିଥିଲେ।
ଟୋକିଓ,୯-୬: ମଲ୍ଟିନ୍ୟାଶନାଲ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ପାଇଁ ଜି-୨୦ ଦେଶ ସମୂହର ଅର୍ଥମନ୍ତ୍ରୀମାନେ ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ଆରମ୍ଭ କରିବା ଲାଗି ଶନିବାର ସହମତ ହୋଇଛନ୍ତି। ଆସନ୍ତା ବର୍ଷ ଏହାର ପୂର୍ଣ୍ଣାଙ୍ଗ ସ୍ବରୂପ ସ୍ଥିର କରାଯିବ। ଜାପାନର ଫୁକୁଓକାଠାରେ ଜି-୨୦ର ମିନିଷ୍ଟ୍ରିଆଲ ସିମ୍ପୋସିୟମରେ ଗତ ଗୁରୁବାର ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ଡିଜିଟାଲ ଅର୍ଥନୀତିକୁ ସହାୟତା କଲା ଭଳି ଏକ ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ସପକ୍ଷରେ ସମସ୍ତେ ସେତେବେଳେ ମତପ୍ରକାଶ କରିଥିଲେ। ଗୁଗଲ, ଫେସବୁକ୍ ଭଳି ମଲ୍ଟିନ୍ୟାଶନାଲ ଡିଜିଟାଲ କମ୍ପାନୀଗୁଡ଼ିକ ଲାଗି ବିଶ୍ୱସ୍ତରରେ ଏକ ଟିକସ ପ୍ରଣାଳୀ ଆରମ୍ଭ କରାଯିବାକୁ ସମସ୍ତେ ଏକମତ ହୋଇଥିଲେ। ଏହି ବ୍ୟବସ୍ଥା କିପରି ଲାଗୁ ହେବ ସେନେଇ ପଦକ୍ଷେପ ନେବାକୁ ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ(ଓଇସିଡି)କୁ ଦାୟିତ୍ୱ ଦିଆଯାଇଛି। ଜାପାନ, ଆମେରିକା, ଚାଇନା, ଫ୍ରାନ୍ସ ଏବଂ ବ୍ରିଟେନ ସେମାନଙ୍କ ଆଇନରେ ସଂଶୋଧନ କରିବାକୁ ରାଜି ହୋଇଛନ୍ତି। ଅନ୍ତର୍ଜାତୀୟ ଟିକସ ବ୍ୟବସ୍ଥାର ଡିଜିଟାଇଲେଜେଶନର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ଜି-୨୦ ଦେଶ ମିଳିମିଶି କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି ବୋଲି ଜାପାନ ଅର୍ଥ ମନ୍ତ୍ରୀ ଟାରୋ ଆସୋ କହିଛନ୍ତି। ସୂଚନାଯୋଗ୍ୟ ଯେ, ଆୟରଲାଣ୍ଡ ଭଳି ଦେଶରେ କମ୍ ଟିକସ ଦେବାର ଫାଇଦା ଉଠାଇ ଆମାଜନ, ଗୁଗଲ, ଫେସବୁକ୍ ଭଳି ଡିଜିଟାଲ କମ୍ପାନୀଗୁଡ଼ିକ ବେଶ ଟିକସ ଫାଇଦା ନେଉଛନ୍ତି ବୋଲି ଓଇସିଡି ପ୍ରମୁଖ ଆଞ୍ଜେଲ ଗୁରିୟା କହିଛନ୍ତି। ଏହି ପ୍ରସଙ୍ଗରେ ଫ୍ରାନ୍ସ ଅର୍ଥ ମନ୍ତ୍ରୀ ବ୍ରୁନୋ ଲା ମାଇରେ କହିଛନ୍ତି ଯେ, ଆମକୁ ଏହି ବ୍ୟବସ୍ଥା ତ୍ୱରାନ୍ବିତ କରିବାକୁ ହେବ। ସେହିପରି ବ୍ରିଟେନ ଅର୍ଥ ମନ୍ତ୍ରୀ ଫିଲିପ୍ ହେମଣ୍ଡ କହିଛନ୍ତି ଯେ, ବଡ଼ ଇଣ୍ଟରନେଟ କମ୍ପାନୀଗୁଡ଼ିକ ବିରୋଧରେ ଠିକ୍ ଟିକସ ଆଦାୟ କରି ଦେଶବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟର ଉଚିତ୍ ଜବାବ ଦିଆଯାଇପାରିବ।
ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ଏବେ ଏକ ସାଧାରଣ ରୋଗରେ ପରିଣତ ହେଲାଣି । ଘରେ ଘରେ ଏବେ କେହି ନା କେହି ଏହି ସମସ୍ୟାରେ ଜଡିତ ଥିବା ଦେଖିବାକୁ ମିଳିଥାନ୍ତି । ଏହି ରୋଗ ଯେ କେବଳ ବୟସ୍କ ଲୋକଙ୍କ ପାଖରେ ଦେଖାଯାଇଥାଏ ତାହା ନୁହେଁ ବଂର ଏହା ଏବେ କମ ବୟସର ପିଲାମାନଙ୍କ ଠାରେ ଦେଖିବାକୁ ମିଳୁଛି । ତେବେ ଦିନକୁ ଦିନ ବିଗୁଡୁ ଥିବା ଜୀବନଶୈଳୀ ଏହାର ଏକ ପ୍ରମୁଖ କାରଣ ଅଟେ । ଏହି ରୋଗରୁ ରକ୍ଷା ପାଇବା ପାଇଁ ଲୋକମାନେ ବିିଭିନ୍ନ ଡାକ୍ତରୀ ମେଡିସିନର ସେବନ କରିଥାନ୍ତି । ଯାହାଫଳରେ ଅନେକ ସମୟରେ ଏହିସବୁ ମେଡିସିନର ପ୍ରଭାବରେ ସେମାନଙ୍କୁ ଅନ୍ୟ ପ୍ରକାରର ରୋଗ ହେଉଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଆମେ ଯଦି କିଛି ଘରୋଇ ଉପଚାରକୁ ଗ୍ରହଣ କରିବା ତେବେ ବଡ଼ବଡ଼ ରୋଗରୁ ମଧ୍ୟ ରକ୍ଷା ପାଇପାରିବା । ସେହିଭଳି କିଛି ଘରୋଇ ଉପଚାରରୁ ମଧ୍ୟ ଉଚ୍ଚ ରକ୍ତଚାପ ଜନିତ ରୋଗରୁ ଆମେ ଆଶ୍ୱସ୍ତି ପାଇପାରିବା । ତେବେ ଆସନ୍ତୁ ଜାଣିବା ସେସବୁ ଘରୋଇ ଉପଚାର ଗୁଡିକ କଣ ଓ ସେଥିରୁ କିପରି ଆମେ ଉଚ୍ଚ ରକ୍ତଚାପ ଜନିତ ସମାସ୍ୟାରୁ ରକ୍ଷା ପାଇ ପାରିବେ । ଅଁଳା – ଏହା ଏପରି ଏକ ଫଳ ଅଟେ ଯାହା ଆପଣଙ୍କୁ ଅନେକ ବଡ ବଡ ରୋଗ ଠାରୁ ଆରାମ ପ୍ରଦାନ କରିଥାଏ । ଅଁଳା ଯେ କେବଳ ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ଦୂର କରିଥାଏ ତାହା ନୁହେଁ ଏହା ଆହୁରୀ ଅନେକ ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ରହୁଛି ତେବେ ଆପଣ ଖଣ୍ଡ ଅଁଳା କିମ୍ବା ଅଁଳାକୁ ଗୁଣ୍ଡ କରି ଖାଇ ପାରିବେ ଯାହା କି ଆପଣଙ୍କୁ ଅନେକ ଫାଇଦା ପହଞ୍ଚାଇବ । ଏହା ବ୍ୟତିତ ଆପଣ ଅଁଳାରେ ମହୁକୁ ମିଶାଇ ଖାଇ ପାରିବେ ଯାହା ଆପଣଙ୍କ ସଠିକ ରକ୍ତ ସଂଞ୍ଚାର କରିବାରେ ସାହାର୍ଯ୍ୟ କରିବ । ଗୋଲମରିଚ – ବେଳେ ବେଳେ ହଠାତ ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ବଢିଯାଉଛି ତେବେ ଆପଣ ଅଧା ଗ୍ଲାସ ପାଣିରେ କିଛି ଗୋଲମରିଚ ମିଶାଇ ପିଅନ୍ତୁ । ଏହା ସଙ୍ଗେ ସଙ୍ଗେ ଆପଣଙ୍କର ଉଚ୍ଚ ରକ୍ତଚାପକୁ କମ କରିବା ସହ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ଆଣିଥାଏ । ଗୋଲମରିଚ ଯେ କେବଳ ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ଦୂର କରିଥାଏ ତାହା ନୁହେଁ ଏହା ଅନେକ ରୋଗକୁ ଠିକ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ହୁଏତ ଆପଣମାନେ ଜାଣିଛେ ଏବଂ ଅନେକ ବାର ଶୁଣିଥିବେ କି ଗୋଲମରିଚ ପେଟର ପାଚନକ୍ରିୟାକୁ ସଠିକ କରିବାରେ ସାହାର୍ଯ୍ୟ କରିଥାଏ ଏବଂ ଦାନ୍ତ ବିନ୍ଧା ହେଲେ ଏହାକୁ ବ୍ୟବହାର କଲେ ଦାନ୍ତ ବିନ୍ଧା ମଧ୍ୟ ଦୂର କରିଥାଏ । ହେଲେ ଆପଣ ଜାଣିଛନ୍ତି କି ଯଦି କେବେ ଆପଣଙ୍କର ଗୋଡ କେଉଁଠି ମୋଡି ହୋଇ ଫୁଲି ଯାଉଛି ତେବେ ଗୋଲମରିଚକୁ ବାଟି ଫୁଲି ଥିବା ସ୍ଥାନରେ ଲଗାଇଲେ ଏହା ଫୁଲା କମାଇ ଦେଇଥାଏ । ରସୁଣ – ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ଦୂର କରିବାରେ ରସୁଣର ବଡ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ରସୁଣକୁ ଅତ୍ୟଧିକ ପରିମାଣରେ ଖାଇବା ଫଳରେ ଏହାର ଶରୀରର ଇମ୍ୟୁନିଟି ବଢାଇବା ସହ କେଶ ଓ ତ୍ୱଚାର ଯତ୍ନ ମଧ୍ୟ ନେଇଥାଏ । ହେଲେ ରସୁଣକୁ କେବେ ବି ଆପଣ ରୋଷେଇ କରି ଖାଇବେ ନାହିଁ କାରଣ ଏହା କରିବା ଫଳରେ ଏଥିରେ ଥିବା ପୋଷକ ତତ୍ୱ ମରି ଯାଇଥାଏ । ତେଣୁ ଆପଣ କଞ୍ଚା ରସୁଣକୁ କିଛି ପାଣି ସହ ମିଶାଇ ଖାଇବା ଫଳରେ ଏହା ଶରୀରକୁ ଫାଇଦା ପହଞ୍ଚାଇବ । ପିଆଜ – ପିଆଜର ଫାଇଦା ସମ୍ପର୍କରେ ଆପଣ ଅନେକ ଥରେ ଶୁଣି ଥିବେ । କିନ୍ତୁ ଆପଣ ଜାଣନ୍ତି କି ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ଦୂର କରିବା ପାଇଁ ପିଆଜ ଭୁମିକା ମଧ୍ୟ ରହିଛି । ପିଆଜ ଖାଇବା ଫଳରେ ଏହା ରକ୍ତ ଚାପ ନିୟନ୍ତ୍ରଣ କରିଥାଏ । ପିଆଜରେ କ୍ୱେରସେଟିନ ନାମକ ଫ୍ଲେବନାଏଡ୍ସ ତତ୍ୱ ଭରପୂର ପରିମାଣରେ ମିଳିଥାଏ । ଯାହା ରକ୍ତ ବାହିକା ପତଳା କରାଇଥାଏ । ଏହି କାରଣରୁ ପିଆଜ ଖାଇବା ଫଳରେ ଉଚ୍ଚ ରକ୍ତଚାପ ଜନିତ ସମାସ୍ୟା ମଧ୍ୟ ଦୂର ହୋଇଥାଏ ।
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁକିନ୍ଦା ଗଡ଼ ପଞ୍ଚାୟତ ରେ ଥିବା ମଦ୍ରାସା ସ୍କୁଲ ଓ ମୁସଲମାନ ଭାଇମାନଙ୍କ କବର ସ୍ତାନ କୁ ଆଜି ସୁକିନ୍ଦା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଇଂ ପ୍ରୀତିରଞ୍ଜନ ଘଡେଇ ବୁଲି ଦେଖିଛନ୍ତି । ନୂତନ ମଦ୍ରାସା ସ୍କୁଲ ଗୃହ ଓ କବର ସ୍ତାନ ପାଇଁ ବିଧାୟକ ପ୍ରୀତିରଞ୍ଜନ ଆଜି ଟଙ୍କା ମଞ୍ଜୁର କରିବା ସହ ତୁରନ୍ତ ଏହି କାମ ଆରମ୍ଭ କରିବାକୁ ସୁକିନ୍ଦା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ହଷ୍ଟେଲକୁ ପାଣି ନଆସିବାରୁ କଲେଜ ବନ୍ଦ । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ, ସାମିଲ ହେଲେ ବିଜେପି ବିଧାୟିକା କୁସୁମ ଟେଟେ କନକ ବ୍ୟୁରୋ : ପାଣି ପାଇଁ କଲେଜ ବନ୍ଦ । ହଷ୍ଟେଲରେ ପାଣି ନଆସିବାରୁ ସମସ୍ତ ଛାତ୍ରୀ ଗରା ବାଲଟି ଧରି କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ୪ଟି ହଷ୍ଟେଲରେ ଗତ ଦୁଇ ମାସରୁ ଅଧିକ ସମୟ ଧରି ଠିକ୍ ଭାବେ ପାଣି ଯୋଗାଣ ହେଉନାହିଁ । ଏପରିକି ଗତ ୪ଦିନ ହେଲା ପାଣି ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ଛାତ୍ରୀ ଅଭିଯୋଗ କରିଛନ୍ତି । ଫଳରେ ହଷ୍ଟେଲରେ ରହୁଥିବା ଛାତ୍ରୀ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଜି କଲେଜ ଘେରାଓ କରିବା ସହ ପ୍ରବେଶ ଦ୍ୱାରରେ ବସି କଲେଜ ବନ୍ଦ କରିଛନ୍ତି । ଆନ୍ଦୋଳନରତ ଛାତ୍ରୀଙ୍କ ସହ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ । ଛାତ୍ରୀଙ୍କ ସହ କଲେଜ ସମ୍ମୁଖରେ ବସି ପ୍ରତିବାଦ କରିଛନ୍ତି ବିଧାୟିକା ।
ମୁମ୍ବାଇ: ମହାମାରୀ କୋରନାର ଲକଡାଉନ ସମୟକୁ ଠିକ ଭାବରେ ଉପଯୋଗ କରିପାରିଛନ୍ତି ଅନିଲ କପୁର I ସେ ୬୩ ବର୍ଷ ବୟସରେ ନିଜ ଶରୀରକୁ ଏକ ବାଘ ପରି ସଜାଇ ପାରିଛନ୍ତି l ସେ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆଣିପାରିଛନ୍ତି ବୋଲି କହିଛନ୍ତି ବଲିଉଡ ସୁପର ଷ୍ଟାର ହ୍ରିତିକ ରୋଶନ l ଅନିଲ କପୁର ଏଭଳି ଶରୀର ଗଠନ ପାଇଁ ଲକଡାଉନ ସମୟରେ ବେଶ କଠିନ ପ୍ରଶିକ୍ଷଣ ନେଇଛନ୍ତି l ୬୩ ବର୍ଷ ବୟସରେ ଏହା ଏକ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ଅନେକ ଫିଲ୍ମ ଷ୍ଟାର ଏବଂ ପ୍ରଶଂସକ କହିଛନ୍ତି l ହ୍ରିତିକ ତାଙ୍କ ବୟସର ଏହି ପର୍ଯ୍ୟାୟରେ ଅନିଲ କପୁରଙ୍କ ଏହି ଫିଟନେସ ଉପରେ ବିଶ୍ୱାସ କରିପାରୁନାହାନ୍ତି । ବର୍ତ୍ତମାନ ହ୍ରିତିକ ଅନିଲଙ୍କୁ ଏହା ଦେଖାଉଛନ୍ତି ଯେ ସେ ତାଙ୍କ ଜୀବନରେ ଏକ ନୂତନ ଆଦର୍ଶ ପାଇଛନ୍ତି । View this post on Instagram Beardos define the rules! 😎 Officially joining the Club! I'm a Beardo. Just launched – Beardo VIP Club – an exclusive destination for select Beardos. Sign up to be a part of the community with me and let's get growin' together. Check it out on www.beardo.in #BeardoVIPClub #AlwaysABeardo #Beardo ସେ ଅନିଲ କପୁରଙ୍କ ଫିଟନେସକୁ ପ୍ରଶଂସା କରି କରି ଥକି ନାହାଁନ୍ତି । ବଲିଉଡର ଅନ୍ୟ ସେଲିବ୍ରେଟମାନେ ମଧ୍ୟ ଅନିଲ କପୁରଙ୍କୁ ପ୍ରଶଂସା କରୁଛନ୍ତି । ଶିଳ୍ପା ଶେଟ୍ଟୀ ଠାରୁ ଆରମ୍ଭ କରି ସୁନୀଲ ଶେଟ୍ଟି ପର୍ଯ୍ୟନ୍ତ ସମସ୍ତେ ଏହି ଅଭିନେତାଙ୍କ ନୂଆ ଲୁକକୁ ବେଶ ପସନ୍ଦ କରୁଛନ୍ତି ।
କରୋନା ମୁକାବିଲା : ମୋଦି କହିଲେ ନବୀନଙ୍କୁ କର ଅନୁକରଣ, ଭଉଣୀ ଗୀତା ମେହେଟ୍ଟାଙ୍କ ପଞ୍ଜୀକରଣ କରି ପ୍ରଂଶସିତ ହେଲେ ନବୀନ । କନକ ବ୍ୟୁରୋ : କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପକୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ବାବଦରେ ୱେବସାଇଟରେ ପଞ୍ଜୀକରଣ କରିବା ନେଇ ନବୀନଙ୍କୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ନେଇ ନବୀନଙ୍କ ପଦକ୍ଷେପ ଅନ୍ୟ ମାନଙ୍କ ପାଇଁ ଉଦାହଣ ବୋଲି କହିଛନ୍ତି ମୋଦି । ଏହାସହ ନବୀନଙ୍କ ପଦକ୍ଷେପକୁ ଅନ୍ୟମାନେ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯାହାଦ୍ୱାରା କରୋନା ଭାଇରସ ବ୍ୟାପିବା ପୂର୍ବରୁ ରୋକାଯାଇପାରିବ । ଏହାପୂର୍ବରୁ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ଗୁଡିଏ ପଦକ୍ଷେପ ଆପଣାଇଛନ୍ତି । ଯେଉଁଥିରେ ୱେବସାଇଟରେ ପଞ୍ଜୀକରଣ ଭଳି ବ୍ୟବସ୍ଥା ରହିଛି । ଏହାଦ୍ୱାରା ବାହାରୁ ଆସିଥିବା ବ୍ୟକ୍ତି ନିଜ ବାବଦରେ ଏହି ୱେବସାଇଟରେ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି । ଯାହାଦ୍ୱାରା ବାହାରୁ ଆସିଥିବା ବ୍ୟକ୍ତିଙ୍କୁ ଅତି ସହଜରେ ଚିହ୍ନଟ କରାଯିବା ସହ ଏମାନଙ୍କୁ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଇପାରିବ । ଏହି କ୍ରମରେ ଆଜି ସରକାରୀ ୱେବସାଇଟରେ ବାହାରୁ ଆସିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ପଞ୍ଜୀକରଣ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ବାବଦରେ ୱେବସାଇଟରେ ତଥ୍ୟ ଉଲ୍ଲେଖ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା ସମସ୍ତେ ସୁରକ୍ଷିତ ରହିପାରିବେ । ସେହିଭଳି ପୁରୀ ଗଜପତି ମହାରାଜ ବାହାରୁ ଆସିବା ପରେ ସ୍ୱତଃପ୍ରବୃତ ଭାବେ ନିଜର ଓ ନିଜ ପରିବାର ବାବଦରେ ୱେବସାଇଟରେ ପଞ୍ଜୀକରଣ କରିବା ପରେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ମଧ୍ୟ ବିଦେଶରୁ ଫେରିବା ପରେ ୱେବସାଇଟରେ ପଞ୍ଜୀକରଣ କରିବା ସହ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ।
ଅଜବ ପରମ୍ପରା ଏଠି ଝିଅଙ୍କୁ ବାହା ହୁଅନ୍ତି ବାପା! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ… ଓଡ଼ିଆ ଗସିପ୍ ବ୍ୟୁରୋ: ଏହା ଆପଣଙ୍କୁ ଅଜବ ଲାଗୁ ଥାଇପାରେ ଏବଂ ଏହାକୁ ବିଶ୍ୱାସ କରିବା କଷ୍ଟକର ହୋଇପାରେ, କିନ୍ତୁ ଏଠାରେ ଜଣେ ଝିଅ ବାଂଲାଦେଶର ଏହି ଜନଜାତିର ପରମ୍ପରା ଅନୁଯାୟୀ ନିଜ ପିତାଙ୍କ ସହିତ ଶୋଇଥାଏ ଏବଂ ଶାରୀରିକ ସମ୍ପର୍କ ରଖିଥାଏ। ଏହା ନୁହେଁ ଯେ ଝିଅ ମାନେ ଏହାକୁ ପସନ୍ଦ କରନ୍ତି କିନ୍ତୁ ସେମାନଙ୍କର ଅନ୍ୟ କୌଣସି ଉପାୟ ନାହିଁ। ସୋସିଆଲ ମିଡିଆ ତଥା ଅନ୍ୟାନ୍ୟ ଅନଲାଇନ୍ ପ୍ଲାଟଫର୍ମରେ ଓରୋଲା ଡାଲବଟ୍ (Orola Dalbot 30) ନାମକ ଜଣେ ଝିଅର କାହାଣୀ ପ୍ରଥମେ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହା ଏକ ପରମ୍ପରା ଯାହାକି ବାଂଲାଦେଶରେ ମିଳୁଥିବା ମାଣ୍ଡି ଜନଜାତିରେ ଯୁଗ ଯୁଗ ଧରି ପାଳନ କରାଯାଇଆସୁଛି। ଯାହା ଏକ ସଭ୍ୟ ସମାଜରେ କେବେବି ଗ୍ରହଣ କରାଯାଇପାରିବ ନାହିଁ । ଦୁନିଆର କିଛି ଆଦିବାସୀ ବା ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ଯାହାର ବିବାହ ରୀତି ଆଶ୍ଚର୍ଯ୍ୟଜନକ ଅଟେ । ଏହିପରି ଗୋଟିଏ ସମ୍ପ୍ରଦାୟ ହେଉଛି ବାଂଲାଦେଶର ମାଣ୍ଡି ଜନଜାତି । ଖବର ଅନୁଯାୟୀ, ଏହି ସମ୍ପ୍ରଦାୟର ପୁରୁଷମାନେ ସେମାନଙ୍କ ଝିଅମାନଙ୍କୁ ବିବାହ କରନ୍ତି। ଯାହା ଆଜିର ସମାଜରେ ସଂପୂର୍ଣ୍ଣ ଗ୍ରହଣୀୟ ନୁହେଁ । ପିତା-ଝିଅର ବିବାହ ଏବଂ ସହବାସ ଅଭ୍ୟାସ ପ୍ରକୃତରେ ନିନ୍ଦନୀୟ । ବାଂଲାଦେଶର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ବହୁ ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ମାଣ୍ଡି ଜନଜାତି ଅନ୍ୟତମ । ବର୍ଷ ବର୍ଷ ଧରି, ସେମାନେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ବିକଶିତ କରିଛନ୍ତି ଯାହା ସେମାନଙ୍କର ଭାଷା, ରୀତିନୀତି ଏବଂ ସାମାଜିକ ଗଠନ ଦ୍ୱାରା ଆବଦ୍ଧ । ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ... ଖବର ଅନୁଯାୟୀ, ଯେତେବେଳେ ବି ଜଣେ ମହିଳା ବିଧବା ହୁଅନ୍ତି, ସମ୍ପ୍ରଦାୟର ଅନ୍ୟ ଜଣେ ପୁରୁଷ ତାଙ୍କୁ ବିବାହ କରନ୍ତି। ସେ ସେମାନଙ୍କର ପିଲାମାନଙ୍କୁ ନିଜର ବୋଲି ଭାବନ୍ତି। କିନ୍ତୁ ଯଦି ବିଧବାଙ୍କର ଗୋଟିଏ ଝିଅ ଅଛି, ସେ ବଡ ହେବା ପରେ ପୁରୁଷ ମଧ୍ୟ ତାଙ୍କୁ ବିବାହ କରିଥାନ୍ତି । ଏହି ନିୟମ ଅନୁଯାୟୀ ସାଧାରଣତଃ ଜଣେ ସାବତ ପିତା ତାଙ୍କ ସାବତ କନ୍ୟାକୁ ବିବାହ କରନ୍ତି । ଏହା ପରେ ତାଙ୍କ ଝିଅକୁ ମଧ୍ୟ ସମସ୍ତ ସୁବିଧା ଯୋଗାଇଥାଏ । ମାଣ୍ଡି ଜନଜାତିଙ୍କ ବିଶ୍ୱାସ ଅନୁଯାୟୀ, ଏହି ଅଭ୍ୟାସ ହେଉଛି ମା ଏବଂ ଝିଅର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ କରାଯାଏ ।କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ଏହି ଅଭ୍ୟାସ ଧୀରେ ଧୀରେ ଲୋପ ପାଇଛି। ଆଧୁନିକତା ସହିତ, ଅନେକ ଲୋକ ଏହି ଖରାପ ଅଭ୍ୟାସକୁ ଗ୍ରହଣ କରିବାକୁ ମନା କରୁଥିବା ଶୁଣିବାକୁ ମିଳୁଛି।
ନୂଆଦିଲ୍ଲୀ: ଆଜିଠୁ ପୂର୍ଣ୍ଣ କ୍ଷମତାରେ ଉଡିବ ଘରୋଇ ବିମାନ। ଦେଶରେ କରୋନା ସଂକ୍ରମଣ କମିଛି। ତେଣୁ ଶତ ପ୍ରତିଶତ କ୍ଷମତାରେ ବିମାନ ଉଡାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ବେସାମରିକ ଘରୋଇ ବିମାନ ଚଳାଚଳ ମନ୍ତ୍ରାଳୟ। ଯାତ୍ରୀଙ୍କୁ କରୋନା କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବରରେ ୮୫ ପ୍ରତିଶତ ଯାତ୍ରୀରେ ବିମାନ ଉଡାଣ ପାଇଁ ଅନୁମତି ଦେଇଥିଲା କେନ୍ଦ୍ର। କୋଭିଡ୍ ଯୋଗୁଁ ଗତବର୍ଷ ମାର୍ଚ୍ଚ ମାସରୁ ଆନ୍ତର୍ଜାତିକ ଓ ଘରୋଇ ବିମାନ ଉଡାଣ ଉପରେ ଲାଗିଥିଲା କଟକଣା। ତେବେ ବିମାନ ମଧ୍ୟରେ କୋଭିଡ୍ କଟକଣା କୁ କଡାକଡ଼ି ପାଳନ କରାଯିବ । ୨ଘଣ୍ଟାରୁ କମ୍ ସମୟର ବିମାନ ଯାତ୍ରା କ୍ଷେତ୍ରରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇପାରିବ ନାହିଁ । ସେହିପରି ବିମାନ ଯାତ୍ରା ଭଡ଼ା ସର୍ବନିମ୍ନ ଓ ସର୍ବାଧୂକ ମଧ୍ୟରେ କଟକଣା ରହିବ । ସୂଚନା ଯୋଗ୍ୟ ଗତ ବର୍ଷ ମେ ୨୫ ତାରିଖରୁ ଘରୋଇ ଉଡାଣକୁ ଅନୁମତି ମିଳିଥିଲେ ମଧ୍ୟ କଟକଣା ରହିଥିଲା, ପୂରା କ୍ୟାପାସିଟିରେ ଉଡୁ ନଥିଲା ବିମାନ। ଆଜିଠୁ ସମ୍ପୂର୍ଣ୍ଣ କ୍ଷମତାରେ ବିମାନ ଉଡିବ ।
ମୁମ୍ବାଇ: ବଲିଉଡ୍ ନାୟିକା ତାପସି ପନ୍ନୁ ରବିବାର ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସେ ଏକ ଫଟୋ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହାସହ ଏକ ମୋଟିଭେଶନାଲ କୋଟ ବି ଲେଖିଛନ୍ତି । ଯାହାକୁ ଦେଖିବା ପରେ ଇଣ୍ଡଷ୍ଟ୍ରି ସହ ଯୋଡି ହୋଇଥିବା ଲୋକେ ଓ ତାଙ୍କ ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ତାପସିଙ୍କ ଏହି ଫଟୋଟି ହେଉଛି ନୈନିତାଲର । ସେ ତାଙ୍କ ବିଜି ସିଡ୍ୟୁଲରୁ ସମୟ ବାହାର କରି ନୈନିତାଲରେ ଜନ୍ମଦିନ ପାଳନ କରିବାକୁ ଯାଇଛନ୍ତି । ଜନ୍ମଦିନର କେକ୍ର ଏକ ଫଟୋ ବି ସେ ଶେୟାର କରିଛନ୍ତି । ଏହି ଫଟୋରେ ତାପସି ଏକ ବାଲକୋନିରେ ଠିଆ ହୋଇ ଉଦୟ ସୂର୍ଯ୍ୟଙ୍କୁ ଦେଖୁଛନ୍ତି । ଏହି ଫଟୋକୁ ଶେୟାର କରି ସେ ଲେଖିଛନ୍ତି ଗତ ସପ୍ତାହ ବହୁତ କଠିନ ଥିଲା । ଏବେ କିନ୍ତୁ ସବୁ ଠିକ୍ ହୋଇଯିବ ବୋଲି ଆଶା ରଖିଛି ।
ରାଜନଗର,୩ା୬ ; ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀରର ଅନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱରେ ପରିଚିତ । ଏବେ ଚାଲିଛି କୁମ୍ଭୀର ପ୍ରଜନନଋତୁ । ମା କୁମ୍ଭୀର ପୁରୁଷ କୁମ୍ଭୀର ସହିତ ମିଳନ ପ୍ରକ୍ରିୟା ପରେ ମଇ ମାସ ମ୍ମରେ ବସା ତିଆରିକରି ଅଣ୍ଡା ଦେଇଥାଏ । ଚଳିତବର୍ଷ ମଇ ମାସର ଶେଷ ସପ୍ତାହରେ ବାତ୍ୟା ୟଶ ଉପକୂଳ ଓଡିଶାରେ ତାଣ୍ଡବ ରଚି ଚାଲିଯାଇଛି । ଏହି ସମୟରେ ମା କୁମ୍ଭୀର ପ୍ରକୃତିର ନିୟମ ମାନି ବସାକରି ଅଣ୍ଡା ଦେଇଥାଏ । ମା କୁମ୍ଭୀର ଅଣ୍ଡା ଦେବାର ୮୦ରୁ ଶହେ ଦିନ ମ୍ମରେ ଛୁଆ ବାହାରି ଥାନ୍ତି । ଭିତରକନିକା ଜାତୀୟ ଉଦ୍ୟାନ ଏକ ନଦୀ ନାଳ ଭରା ପ୍ରାକୃତିକ ଜଙ୍ଗଲ । ଭିତରକନିକା ଜାତୀୟ ଉଦ୍ୟାନର ପ୍ରାକୃତିକ ପରିବେଶ ବଉଳା କୁମ୍ଭୀରର ରହଣି ତଥା ବଂଶ ବୃଦ୍ଧିପାଇଁ ଅନିକୂଳ ହୋଇଥିବାରୁ ଏହାକୁ ତାର ଅନ୍ତୁଡିଶାଳ ବୋଲି କୁହାଯାଏ । ମା କୁମ୍ଭୀର ଅଣ୍ଡାଦେବା ପୂର୍ବରୁ ନଦୀ ଠାରୁ କିଛି ଦୂରରେ ପତଳା ଜଙ୍ଗଲରେ ସ୍ଥାନ ନିରୂପଣ କରିଥାଏ । ଯେଉଁଠିକି ସୂର୍ଯ୍ୟକିରଣ ପଡିଥାଏ , ନଦୀ ଯୁଆରରେ ବୁଡୁନଥିବା ସ୍ଥାନରେ ନାଳିଆ, ଖରଖରି ଓ ବିଶେଷକରି ହେନ୍ତାଳ(ପି'ା) ପତ୍ରକୁ ଗଦାକରି ତା ମ୍ମରେ ଅଣ୍ଡା ଦେଇଥାଏ । ଅଣ୍ଡାଦେବାପରେ ଆହୁରି କିଛି ପତ୍ରକୁ ତାଉପରେ ଗଦେଇଦେଇ ଅଳ୍ପ ଦୂରରେ ଅଣ୍ଡାର ସୁରକ୍ଷାପାଇଁ ଜଗି ରହିଥାଏ । ବାତ୍ୟା ୟଶ ସମୟରେ ସମୁଦ୍ରରେ ଉଚ୍ଚାଜୁଆର ସାଙ୍ଗକୁ ଲଘୁଚାପ ଜନିତ ଲଗାଣ ବର୍ଷା ୩ଦିନଧରି ଲାଗିରହିଥିଲା । ଫଳରେ ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ଭିତରକନିକା ଓ ଖୋଳା ନଦୀ ସହିତ ପ୍ରବାହିତ ନାଳଗୁଡିକରେ ଉଚ୍ଚ ଜୁଆର ବନଭୂମିକୁ ବୁଡାଇ ଦେଇଥିଲା । ଏହି ଦୃଷ୍ଟିରୁ କୁମ୍ଭୀର ବସାଗୁଡିକ ଭାଙ୍ଗିଯିବା ସହିତ ଅଣ୍ଡା ନଷ୍ଟ ହୋଇଯାଇଥିବା ନେଇ କୁହାଯାଉଛି । ବିକାଶ ରଞ୍ଜନ ଦାଶ- ମଇମାସରେ କୁମ୍ଭୀର ମାନେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି । ଚଳିତବର୍ଷ ମଇମାସର ଶେଷ ସପ୍ତାହରେ ବାତ୍ୟା ୟଶ ଯୋଗୁ କୁମ୍ଭୀର ବସାଗୁଡିକ ଭାଙ୍ଗୁରୁଜି ଯାଇଛି । ତାଭିତରେ ଥିବା କିଛି ଅଣ୍ଡା ନଷ୍ଟ ହୋଇଯାଇଥିବା ଆମେ ଆଶଙ୍କା କରୁଛୁ । ଡାଙ୍ଗମାଳ ଫରେଷ୍ଟ ବ୍ଲକରେ ଆମ ଅଫିସ ଓ କିଛି ଦୂରରେ ଯେଉଁ କୁମ୍ଭୀର ଗୁଡିକ ବସା ବାନ୍ଧି ଅଣ୍ଡା ଦିଅନ୍ତି ସେମାନଙ୍କର ବସା ଭାଙ୍ଗି ଯାଇଥିବାରୁ ସେମାନେ ପୁନର୍ବାର ବସା ତିଆରି କରୁଥିବା ଦେଖିବାକୁ ମିଳିଛି । ପୁର୍ବରୁ ଯଦି ସେମାନେ ଅଣ୍ଡା ଦେଇସାରିଥିବେ ସେମାନେ ଆଉ ଅଣ୍ଡା ଦେବେ ନାହିଁ ।(ବନଖଣ୍ଡ ଅଧିକାରୀ, ରାଜନଗର ବନଖଣ୍ଡ) ଡକ୍ଟର ସୁଧାକର କର– ମା କୁମ୍ଭୀର ମଇ ମାସରେ ବସାବାନ୍ଧି ଅଣ୍ଡା ଦେଇଥାନ୍ତି । ଚଳିତ ବର୍ଷ ବାତ୍ୟା ୟଶ ପ୍ରଭାବରେ ଉଚ୍ଚ ଜୁଆର ଆସିଥିଲା । କିନ୍ତୁ କୁମ୍ଭୀର ଅଣ୍ଡା ନଷ୍ଟ ହୋଇନଥିବା ଆଶା କରୁଛି । ମା କୁମ୍ଭୀର ସାଧାରଣତଃ ନଦୀ ଜୁଆର ମାଡିବା ଠାରୁ ଦୂରରେ ବସାବାନ୍ଧି ଅଣ୍ଡା ଦେଇଥାଏ । ଏହି ନଦୀ ଗୁଡକରେ ଜୁଆର ଭଟ୍ଟା ଲାଗିରହିଥିବାରୁ କିଛି ଘଣ୍ଟା ପରେ ଜୁଆର ଛାଡି ଯାଇଥିବ । ତେଣୁ ଅଣ୍ଡା ବିଶେଷ କ୍ଷତିଗ୍ରସ୍ତ ହୋଇନଥାଏ । ନୂଆ ନୂଆ ବସାବାନ୍ଧି ଅଣ୍ଡା ଦେଉଥିବା ମା କୁମ୍ଭୀର ଅନେକ ସମୟରେ ଅପେକ୍ଷାକୃତ ଖାଲୁଆ ଓ ନଦୀର ନିକଟରେ ବସା ବାନ୍ଧି ଅଣ୍ଡା ଦେଇଥିବା ଦେଖିବାକୁ ମିଳିଥାଏ । ସେଗୁଡିକ ପ୍ରଭାବିତ ହୋଇପାରେ । (ଭାରତର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ତଥା କୁମ୍ଭୀର ବିଶାରଦ) ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |
ଅନେକଙ୍କ ମୁଣ୍ଡରେ ଉକୁଣି ସମସ୍ଯା ଦେଖା ଯାଇଥାଏ । ଏହା ଯୋଗୁଁ ମୁଣ୍ଡ ଭୀଷଣ କୁଣ୍ଡାଇ ହେବା ସହ ଅସହଜ ମଧ୍ୟ ମନେ ହୋଇଥାଏ । ବିଶେଷ କରି ସ୍କୁଲରେ ପଢୁଥିବା ପିଲାଙ୍କ ଠାରେ ଏହି ସମସ୍ଯା ଅଧିକ ଦେଖା ଦେଇଥାଏ । କେବେ କେବେ ଅନେକ ଚେଷ୍ଟା ପରେ ମଧ୍ୟ ଉକୁଣି ସମସ୍ଯା ଭଲ ହୁଏ ନାହିଁ । ତେବେ ଆପଣଙ୍କ ଉକୁଣି ସମସ୍ଯା ଦୂର କରିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ । ଚାଲନ୍ତୁ ଦେଖିବା କେମିତି କରିବେ ଉପଚାର । ଉକୁଣି ସମସ୍ଯା ଦୂର ପାଇଁ ଯେଉଁ ଉପଚାର ପ୍ରସ୍ତୁତ କରିବେ ସେଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ଦୁର୍ଦୂରା ପତ୍ର । ଏହି ଦୁର୍ଦୂରା ଗଛକୁ ଅନେକ ଲୋକ ଜାଣିଥିବେ କାରଣ ଏହି ଗଛର ଫୁଲ ଭଗବାନ ଶିବଙ୍କ ମୁଣ୍ଡରେ ଚଢାଯାଏ । ଅନେକ ଲୋକ ଦୁର୍ଦୂରା ଫୁଲର ଫାଇଦା ବିଷୟରେ ଜାଣିଛନ୍ତି । କିନ୍ତୁ ଏହି ଗଛର ପତ୍ର ମଧ୍ୟ ଅନେକ ଲାଭଦାୟୀ ଅଟେ । ବହୁ ପୁରାତନ କାଳରୁ ଏହା ଉକୁଣି ସଫା କରିବା ପାଇଁ ବ୍ୟବହୃତ ହୋଇ ଆସୁଛି ଓ ଏହାର ଅନ୍ୟ ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି । ତେବେ ଏହି ଦୁର୍ଦୂରା ଗଛର କିଛି ପତ୍ର ବା ୧୦ ରୁ ୧୨ଟି ପତ୍ର ଛିଣ୍ଡାଇ ନିଅନ୍ତୁ ଓ ଏହାକୁ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ । ଏହାପରେ ଆପଣଙ୍କୁ ଏହି ପତ୍ରରୁ ରସ ବାହାର କରିବାକୁ ହେବ । ଏଥିପାଇଁ ଆପଣ ଏହି ପତ୍ରକୁ ବାଟି ରସ ବାହାର କରିପାରିବେ । କିମ୍ବା ଏହାକୁ ଗ୍ରାଇଣ୍ଡିଂ ମଧ୍ୟ କରିପାରିବେ । ଏହାକୁ ଗ୍ରାଇଣ୍ଡିଂ କରିବା ପାଇଁ ଗ୍ରାଇଣ୍ଡିଂ ଜାର୍ ରେ ଅଳ୍ପ ପାଣି ନିଅନ୍ତୁ ଓ ସେଥିରେ ଧୋଇ ରଖିଥିବା ଦୁର୍ଦୂରା ପତ୍ରକୁ ଛିଣ୍ଡାଇ ପକାଇ ଦିଅନ୍ତୁ । ଏହାପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଗ୍ରାଇଣ୍ଡିଂ ହେବା ପରେ ଏକ ଛଣି ସାହାଯ୍ୟରେ ଏହାକୁ ଛଣି ଖଦାକୁ ଅଲଗା କରି ରସ ବାହାର କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସହଜ ଘରୋଇ ଉକୁଣିମରା ଔଷଧ । ଏହି ପତ୍ରର ରସକୁ ଆପଣ ମୁଣ୍ଡ ଧୋଇବାର ତିନି ଘଣ୍ଟା ପୂର୍ବରୁ ମୁଣ୍ଡରେ ଭଲଭାବେ ଲଗାଇ ଦିଅନ୍ତୁ । ଏହାପରେ ଏହାକୁ ଶୁଖିବାକୁ ଦିଅନ୍ତୁ । ଭଲ ଭାବେ ଶୁଖିଯିବା ପରେ କେଶକୁ କୌଣସି ଆୟୁର୍ବେଦିକ ଶାମ୍ପୁ କିମ୍ବା ଆପଣ ଯେଉଁ ଶାମ୍ପୁ ବ୍ୟବହାର କରନ୍ତି ସେଥିରେ ମୁଣ୍ଡକୁ ଭଲ ଭାବେ ଧୋଇ ଦିଅନ୍ତୁ । ଦେଖିବେ ଏହିପରି ପ୍ରଥମ ଥରରୁ ହିଁ ଆପଣଙ୍କ ମୁଣ୍ଡରୁ ଉକୁଣି, ଗଜି, ଲିଖ ସବୁ ଗାୟବ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।
ସ୍ଥାନୀୟ ହାଉସିଂ ବୋର୍ଡ ନିକଟରେ ଗଢି ଉଠିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ର ନୟାଗଡ଼ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି। ସଂସ୍ଥାନର ନୟାଗଡ଼ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ନୟାଗଡ଼ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। କରୋନାର ଦୁଇ ବର୍ଷ ତାଡନା ପରେ ବିଦ୍ଯାଳୟ ଖୋଲିଲା। ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟକୁ ଆସି ପ୍ରତ୍ଯେକ୍ଷ ଭାବେ ଶ୍ରେଣୀ ଶିକ୍ଷାଦାନ ପାଇଲେ।ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ କିଛି ନୂଆ ଦିଶା ଦେଖାଇବ ବୋଲି କହିବା ସହିତ ଗୁରୁଜୀ ଗୁରୁମା ମାନେ ଯୁଗ ନିର୍ମାତା ହେଲାବେଳେ ଛାତ୍ରଛାତ୍ରୀ ମାନେ ରାଷ୍ଟ୍ର ଭାଗ୍ଯ ବିଧାତା ବୋଲି ବକ୍ତବ୍ଯ ରଖିଥିଲେ। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ମହାସଚିବ ଡାକ୍ତର କରୁଣାକର ପ୍ରଧାନ, ପ୍ରାଦେଶିକ କାର୍ଯ୍ଯକର୍ତ୍ତୀ ଆଲୋକପ୍ରଭା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲାବେଳେ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ,ପ୍ରାଦେଶିକ ପରୀକ୍ଷା ପ୍ରମୁଖ ତଥା ନୟାଗଡ଼ ଜିଲ୍ଲା ପ୍ରଭାରୀ ଲକ୍ଷ୍ମୀଧର ଆଚାର୍ଯ୍ୟ, ପ୍ରାଦେଶିକ ବନ୍ଦନା ପ୍ରମୁଖ ଦିଲ୍ଲୀପ କୁମାର ମଲ୍ଲିକ, ପ୍ରଦୀପ କୁମାର ସାହୁ, ସୁନିତା ସାହୁ,ଅନ୍ନପୂର୍ଣ୍ନା ସାହୁ ଓ ରୋଜିତା ପଟ୍ଟନାୟକ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲାବେଳେ ଜିଲ୍ଲା ସ୍ତରୀୟ କାର୍ଯ୍ଯକର୍ତ୍ତା ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଅବିନାଶ ସାହୁ,ରାଜେନ୍ଦ୍ର କୁମାର ସାହୁ,ଲିପିକା ନାୟକ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଉଦଘାଟନ ସଭାରେ ନୟାଗଡ଼ ଜିଲ୍ଲା ସଂଯୋଜକ ମନୋରଂଜନ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।
ଯୌତୁକ ଭଳି କୁତ୍ସିତ ପ୍ରଥାକୁ ବିରୋଧ କରି ନିଜର ଏକମାତ୍ର ଇଂଜିନିୟରିଂ ପୁଅର ବିବାହ ବିନା ଖର୍ଚ୍ଚରେ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ କଂଗ୍ରେସ ନେତା ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଦେଲେଣି। ଯୌତୁକ ଭଳି ଏହି କୁତ୍ସିତ ପ୍ରଥାର ଘୋର ବିରୋଧି ହେଉଛନ୍ତି ରାଜସ୍ଥାନର ଜଣେ କଂଗ୍ରେସ ନେତା ଶିବରାମ ଘିଂଟାଲା। ଯିଏ କି ନିଜର ଏକମାତ୍ର ପୁଅର ବିବାହରେ ମାତ୍ର ୧ ଟଙ୍କା ଏବଂ ନଡିଆ ନେଇ ବିବାହ କାର୍ଯ୍ୟ ସଂପନ୍ନ କରିଥିଲେ। ସୂଚନା ମୁତାବକ, ରାଜସ୍ଥାନରେ ନଗୌର ନାମକ ଜିଲ୍ଲାର କଂଗ୍ରେସ ଜିଲ୍ଲା ମହାସଚିବ ଏବଂ ଜିଲ୍ଲା ପରିଷଦର ପୂର୍ବତନ ସଦସ୍ୟ ଶିବରାମ ଘିଂଟାଲା ନିଜର ଏକମାତ୍ର ଇଂଜିନିୟର ପୁଅର ବିବାହ ବିନା ଖର୍ଚ୍ଚରେ କରି ଅନ୍ୟଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ଘିଂଟାଲାଙ୍କ ପୁଅ ଯୋଗେସଙ୍କର ବିବାହ ସୁଜାନଗଙ୍ଗର ଗିସ୍ଥାରିଲାଲ ବୁଗାଲିୟାଙ୍କ କନ୍ୟା ପ୍ରିୟଙ୍କାଙ୍କ ସହ ହୋଇଥିଲା। ଯେଉଁଥିରେ କି ସେ ୧ ଟଙ୍କା ଏବଂ ନଡିଆ ନେଇ ବିବାହ କରିଥିଲେ। ଘିଂଟାଲାଙ୍କ କହିବା କଥା ହେଲା କି, ସେ ସାମାଜିକପ୍ରଥାକୁ ବିଶ୍ୱାସ କରନ୍ତି ନାହିଁ ଏବଂ ଯୌତୁକ ଭଳି କୁତ୍ସିତ ପ୍ରଥା ସମାଜ ପାଇଁ ଘାତକ ବୋଲି ବିଶ୍ୱାସ କରନ୍ତି। ଏଥିପାଇଁ ସେ ଏହାକୁ ନିଷ୍ଠାର ସହ ପାଳନ କରୁଛନ୍ତି ଓ ଯୌତୁକ ନେବା ପାଇଁ ରୋକଠୋକ୍ ମନା କରଦେଇଛନ୍ତି। ସେହିପରି ଅନ୍ୟ ଏକ ମାମଲାରେ ମାଳି ସମାଜର ପୂର୍ବତନ ଅଧ୍ୟକ୍ଷ ବଜରଙ୍ଗ ଲାଲ ସୈନ ମଧ୍ୟ ନିଜର ଏକମାତ୍ର ପୁଅ ବିବେକଙ୍କର ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ବଜରଙ୍ଗ ଲାଲ ତାଙ୍କ ପୁଅ ବିବେକଙ୍କର ବିବାହ ବିନା କୌଣସି ଯୌତୁକ ନେଇ କରିଛନ୍ତି । ତାଙ୍କ କହିବା କଥା ହେଲା, ଯୌତୁକ ନେବା ଏକ କୁତ୍ସିତ ପ୍ରଥା ଆଉ ଏହି ପ୍ରଥାକୁ ଆମେମାନେ ହିଁ ସଂପୂର୍ଣ୍ଣ ଭାବରେ ବନ୍ଦ କରିପାରିବା।
କଟକ ୧୭/୨: ମଝିରେ ଆଉ ମାତ୍ର ଗୋଟିଏ ଦିନ । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କପି ରୋକିବା ସହ ପରୀକ୍ଷା ପ୍ରଶ୍ନପତ୍ର କିଭଳି ଲିକ୍ ନହେବ, ତା ଉପରେ ସବୁଠୁ ଅଧିକ ଗୁରୁତ୍ବ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ପରୀକ୍ଷା ଅବଜରଭରଙ୍କର ଉପସ୍ଥିତିରେ ଖୋଲିବ ପ୍ରଶ୍ନପତ୍ର ପ୍ୟାକେଟ୍ । ସେଥିରେ ୨ ଜଣ ପରୀକ୍ଷାର୍ଥୀଙ୍କ ଦସ୍ତଖତ ବି ରହିବ । କପି ରୋକିବା ପାଇଁ ପ୍ରଥମଥର ପାଇଁ ନିୟୋଜିତ ହେବେ ଅଧ୍ୟାପକ। ଆସନ୍ତା ୧୯ରୁ ଆରମ୍ଭ ହେବ ବର୍ଷର ମାଟ୍ରିକ୍ ପରୀକ୍ଷା । ଚଳିତବର୍ଷ ରାଜ୍ୟରେ ମୋଟ ୨ ହଜାର ୮୮୮ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ଛାତ୍ରଛାତ୍ରୀ । ଏଥର ପରୀକ୍ଷାରେ ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଇଛନ୍ତି କର୍ତ୍ତୃପକ୍ଷ । ମାଟ୍ରିକ୍ ପରୀକ୍ଷାକୁ ସମ୍ପୁର୍ଣ୍ଣ କପିମୁକ୍ତ କରିବା ସହ ପ୍ରଶ୍ନପତ୍ର ଲିକ୍ ନହେବା ଉପରେ ଅଧିକ ଫୋକସ୍ କରାଯାଇଛି । ଏହାସହ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ମଧ୍ୟ ଲଗାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ ୧ ହଜାର ପରୀକ୍ଷା କେନ୍ଦ୍ରରେ ସି ସି ଟିଭି ଲଗା ସରିଛି । ୟୁ ପି ଏସ୍ ସି ଏବଂ ଓ ପି ଏସ୍ ସି ପରୀକ୍ଷା ଢାଞ୍ଚାରେ ଏକ୍ସାମିନେସନ ଅବଜରଭରଙ୍କ ଉପସ୍ଥିତିରେ ଏବଂ ପରୀକ୍ଷା ହଲରେ ହିଁ ପ୍ରଶ୍ନ ପ୍ୟାକେଟ୍ ଖୋଲାଯିବ । ୨ ଜଣ ପରୀକ୍ଷାର୍ଥୀ ସେଥିରେ ଦସ୍ତଖତ କରିବେ । ନମ୍ବର ପଛରେ ନଧାଇଁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପରୀକ୍ଷା ବେଳେ କପି ରୋକିବା ଲାଗି ତ୍ରୀସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରଥମ ଥର ଲାଗି ୧୧୮ ଜଣ ଅଧ୍ୟାପକ ସ୍କାର୍ଡ ଭାବେ ନିଯୁକ୍ତ ହେବେ । ପ୍ରାୟ ସମସ୍ତ ପରୀକ୍ଷା କେନ୍ଦ୍ର ନିକଟରେ ପୁଲିସ ପାଟ୍ରୋଲିଂ କରିବ । ସମସ୍ତ ରୀକ୍ଷାର୍ଥୀଙ୍କ ପାଖରେ ଆର୍ଡମିଟ୍ କାର୍ଡ ପହଞ୍ଚି ସାରିଥିବା ବେଳେ କୌଣସି କାରଣରୁ ଯଦି କେହି ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ପାଇନାହାନ୍ତି, ସେମାନଙ୍କ ପାଇଁ ସ୍କୁଲର କେହିବି ଶିକ୍ଷକ ସାର୍ଟିଫାଏ କଲେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ ମିଳିପାରିବ ବୋଲି ବ୍ୟବସ୍ଥା ହୋଇଛି । ଏହାଛଡା ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନକୁ ସମ୍ପୁର୍ଣ୍ଣ ନିଷେଧ କରାଯାଇଛି । ଏପରିକି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ପରୀକ୍ଷା ବେଳେ ମୋବାଇଲ୍ ଫୋନ୍ ନିଜ ପାଖରେ ରଖିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ । ମାର୍ଚ୍ଚ ୧୮ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ । ଖାତାଦେଖାକୁ ସଂମ୍ପୁର୍ଣ୍ଣ ନିର୍ଭୁଲ ରଖିବାକୁ ଚଳିତ ବର୍ଷ ଚେକର ଏବଂ ମେକର ବ୍ୟବସ୍ଥା ଲାଗୁ ହେବ ।.
ପ୍ରାୟତଃ କେତେ ଲୋକ ବ୍ରେକପ ପରେ କାହାକୁ ଭଲ ପାଇଯାନ୍ତି, ଏହା ଜରୁରୀ ତ ନୁହେଁ କି ବ୍ରେକପ ପରେ ଦୁଃଖ ରେ ରହିବା ନିହାତି ଅବଶ୍ୟକ । ଯଦି ଆପଣ ବ୍ରେକପ ତୁରନ୍ତ ପରେ କାହାକୁ ମନ ଦେଇଛନ୍ତି ତାହେଲେ ଆପଣଙ୍କୁ କିଛି କଥା ନେଇ ଆହୁରି ସତର୍କ ରହିବାକୁ ପଡିବ । ନୂଆ ସମ୍ବନ୍ଧକୁ ଆଗକୁ ନେବା ପାଇଁ ଆପଣଙ୍କୁ କିଛି ବିଶେସ କଥା ର ଧ୍ୟାନ ରଖିବାକୁ ପଡିବ, ଆସନ୍ତୁ ଜାଣିବା ଏହି ବିଶେଷ କଥାଗୁଡିକ । ଅତୀତ କୁ ଭୁଲି ଯାନ୍ତୁ : କେତେ ଥର ଯେତେବେଳେ ଆମ ସହ ଅତୀତ ରେ କିଛି ଭଲ ନ ହୋଇଥାଏ ତାହେଲେ ଆମେ ଭାବୁ ଆଗୁକୁ ବି ଏମିତି ହି ହବ କିନ୍ତୁ ଏମିତି ଭାବିବା ଭୁଲ ଅଟେ । ଆପଣଙ୍କ ଅନୁଭବ ଖରାପ ହୋଇପାରେ କିନ୍ତୁ ଆସନ୍ତା ସମୟ ପାଇଁ ଭଲ ଭାବନ୍ତୁ ନିଶ୍ଚୟ କିଛି ନା କିଛି ଭଲ ହବ । ତୁଳନା କରନ୍ତୁ ନାହିଁ : ଆମେ ସମସ୍ତେ କେବେ ନା କେବେ ନିଜ ଅତୀତ କୁ ନିଜ ବର୍ତ୍ତମାନ ସହ ତୁଳନା କରିଥାଉ କିନ୍ତୁ ଏହା କରିବା ଭୁଲ ଅଟେ । ପ୍ରାୟତଃ ଲୋକ ନିଜ ବର୍ତ୍ତମାନ ପାର୍ଟନର କୁ ନିଜ ଏକ୍ସ ପାର୍ଟନର ସହ ତୁଳନା କରନ୍ତି ଏହା ପୂର୍ଣ୍ଣ ରୂପ ରେ ଭୁଲ କାହିଁକିନା ସମସ୍ତେ ଅଲଗା ଅଲଗା ଥାନ୍ତି ଏବଂ ତୁଳନା କଲେ ଆପଣ କେବେ ନିଜ ଜୀବନ ରେ ଆଗକୁ ବଢି ପାରିବେନି । ତରତର ହୁଅନ୍ତୁ ନାହିଁ : ବ୍ରେକପ ପରେ ମନ ଭିତରେ ବହୁତ ପ୍ରକାର ନକାରାତ୍ମକତା ଆସିଯାଇଥାଏ ଯାହା ଦ୍ଵାରା ଆମ ନୂଆ ସମ୍ବନ୍ଧ ପ୍ରଭାବିତ ହୋଇଥାଏ ସେଥିପାଇଁ ନୂଆ ସମ୍ବନ୍ଧ ରେ କିଛି ବି ତରତର ହୋଇ କରିବା ଉଚିତ ନୁହେଁ । ପୁରୁଣା ସମ୍ବନ୍ଧ ରେ ଫେରିବା କଥା ଭାବନ୍ତୁ ନାହିଁ : ଯଦି ଆପଣ ନିଜ ଏକ୍ସ ପାଖକୁ ଫେରିବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଜେ ଭାବନ୍ତୁ ଯଦି ସେହି ସମ୍ବନ୍ଧ ଠିକ ଥିଲା ତାହେଲେ ଆପଣ ତାକୁ ଭାଙ୍ଗିଲେ କାହିଁକି ଏବଂ କଣ ଆପଣ ପୁଣି ସେହି ଲୋକ ସହ ଖୁସି ରେ ରହିପାରିବେ, ସବୁ ଭାବିଚିନ୍ତି ଯଦି ବ୍ରେକପ କରିଛନ୍ତି ତାହେଲେ ପଛକୁ ଫେରିବା ଆବଶ୍ୟକ ନାହିଁ। ନୂଆ ସମ୍ବନ୍ଧ ଉପରେ ଧ୍ୟାନ ଦିଅନ୍ତୁ : ନିଜ ନୂଆ ସମ୍ବନ୍ଧ କୁ ସୁଖମୟ କରିବାକୁ ଚେଷ୍ଟା କରନ୍ତୁ, ନିଜ ପାର୍ଟନର ସହ ସମୟ ବିତାନ୍ତୁ । ନୂଆ ସମ୍ବନ୍ଧରେ ଖୁସି ଖୋଜନ୍ତୁ ଆପଣ ନିଜ ପୁରୁଣା ସମ୍ବନ୍ଧ କୁ ଭୁଲି ପାରିବେ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।
କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା–ବଳିଆ । ଏମ୍ସରେ ସର୍ଜରୀ ପାଇଁ ସେମାନଙ୍କୁ ନିଆଯାଇଛି । ସୋମବାରରୁ ୭ରୁ ୧୦ ଜଣିଆ ଦଳ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ଅପେରସନ କରାଯିବ କି ନାହିଁ ତାହା ଜଣାପଡିବ ବୋଲି ନିରୋଲୋଜି ବିଭାଗ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି । ଗତକାଲି ଭୁବନେଶ୍ୱର ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଇଥିଲେ ଜଗା-ବଳିଆ । ଜଗା-ବଳିଆଙ୍କ ସହ ସେମାନଙ୍କ ବାପା,ମାଆ ଓ ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସହକାରୀ ମ୍ୟାନେଜର ଦିଲ୍ଲୀ ଯାଇଛନ୍ତି । ତେବେ ଏମାନଙ୍କ ଚିକିତ୍ସା ଲାଗି ପ୍ରଶାସନ ପକ୍ଷରୁ ଲକ୍ଷେ ଟଙ୍କା ଏବଂ ଜିଲ୍ଳା ରୋଗୀ କଲ୍ୟାଣ ସମିତି ପକ୍ଷରୁ ୨୫ ହଜାର ଟଙ୍କା ଯୋଗାଇଦିଆଯାଇଛି ।
କଟକ,ମାର୍ଚ୍ଚ ୨୪(ଲୋକାଲ ୱାୟାର): କରୋନା ପାଇଁ ରାଜ୍ୟ ସରକାର ପୁରା ରାଜ୍ୟରେ ଲକ ଡାଉନ ଲାଗୁ କରିଥିଲା ବେଳେ ଏହି ସମୟରେ ଜରୁରୀ ସ୍ବାସ୍ଥ୍ୟସେବାରେ ନିୟୋଜିତ ଥିବା ଡାକ୍ତର, ନର୍ସ, ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ଯାତାୟତ ସମୟରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ପଦକ୍ଷେପ ନେବାକୁ ଡିଜିପି ଅଭୟ ମଙ୍ଗଳବାର ଦିନ ସବୁ ଜିଲ୍ଲାର ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ନିଜ ପରିଚୟପତ୍ର ଦେଖାଇ ନିର୍ବିଘ୍ନରେ ଆସନ୍ତା ଯାତାୟତ କରିପାରିବେ । ଡିଜିପି କହିଛନ୍ତି ଯେ ଆମେ ୱେବ ବେସ ପାସ ବ୍ୟବସ୍ଥା ଲାଗି କାର୍ଯ୍ୟ କରୁଛୁ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ କିଛି ସମୟ ଲାଗିବ । ତେବେ ସମସ୍ତ ସରକାରୀ, ଘରୋଇ ହସପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନେ ସେମାନଙ୍କୁ ମିଳିଥିବା ପରିଚୟପତ୍ର ଯାତାୟତ ସମୟରେ ଦେଖାଇବାକୁ ପଡିବ । ପରିଚୟପତ୍ରରେ ସେମାନଙ୍କ ନାମ , ଠିକଣା, ଫଟୋ ରହିଥିବା ଆବଶ୍ୟକ ତେବେ ଏହି ନିର୍ଦ୍ଦେଶନାମାକୁ ଜିଲ୍ଲାର ସବୁ ଥାନା ଗୁଡିକୁ ଅବଗତ କରାଇବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଲୋକାଲ ୱାୟାର
ବରଗଡ଼: ଡକାୟତି ଯୋଜନା ପଣ୍ଡ, ୬ ଗିରଫ, ନାବାଳକ ଅଟକ ବରଗଡ଼: ଏକ ବ୍ୟାଙ୍କ ଡକାୟତି ଯୋଜନା କରୁଥିବା ବେଳେ ୬ ଜଣଙ୍କୁ ବରଗଡ଼ ଜିଲ୍ଲା ଅତାବିରା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜଣେ ନାବାଳକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଏକ ରାଉଣ୍ଡ ଜୀବନ୍ତ ଗୁଳି ଓ ଭୂଜାଲି ଜବତ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସ୍ପି ଆଶିଷ କୁମାର ସିଂ କହିଛନ୍ତି, "ସୋମବାର ରାତିରେ ଅଭିଯୁକ୍ତମାନେ ଚକୁଳି ଫାର୍ମ ନିକଟ ଅର୍ବାନ ବ୍ୟାଙ୍କରେ ଡକାୟତି କରିବାକୁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଅତାବିରା ଥାନା ପୋଲିସ ସେଠାରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ବହୁ ମାମଲା ଥିବା ଏସ୍ପି କହିଛନ୍ତି।
ନୂଆଦିଲ୍ଲୀ : ରୋଡିଜରୁ ବେଶ ନାଁ କମାଇଥିବା Rannvijay Singha ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ଫ୍ୟାନ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହେଁ । ପ୍ରଥମେ ରୋଡିଜର ପ୍ରତିଯୋଗୀ ଥିବା ରଣବିଜୟଙ୍କୁ ଆଜି ସାରା ଦୁନିଆଁ ଜାଣିଛି । ଏବେ ତାଙ୍କ ଘରକୁ ଆସିବାକୁ ଯାଉଛି ଏକ ଖୁସି ଖବର । ହଁ, ଦ୍ବିତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି ରଣବିଜୟ । ନିକଟରେ ଏହାକୁ ନେଇ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି । ଭିଡିଓରେ ଏକ ଟେବୁଲରେ କେକ ସହିତ, ବିଭିନ୍ନ ପ୍ରକାରର ଖାଇବା ଜିନିଷ ରଖା ଯାଇଛି । ଏବଂ ରଣବିଜୟ ,ପତ୍ନୀ ପ୍ରିୟଙ୍କାଙ୍କ ସହିତ ମିଶି କେକ କାଟୁଛନ୍ତି । ସେଠାରେ ତାଙ୍କ ଝିଅ ମଧ୍ୟ ଖେଳୁଥିବାର ଦେଖିବାକୁ ମିଳୁଛି । ଏହା ସହିତ ଅନେକ ଫଟୋ ମଧ୍ୟ କ୍ଲିକ୍ କରୁଛନ୍ତି । ତାଙ୍କର ଏହି ଭିଡିଓ ଦେଖିବା ପରେ, ଫ୍ୟାନ୍ସ ମାନେ ଶୁଭକାମନା ଜଣାଉଛନ୍ତି । ପ୍ରକାଶ ଥାଉକି, ରଣବିଜୟ ୨୦୧୪ରେ ପ୍ରିୟଙ୍କା ବୋହରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ଆଉ ଏବେ ପୁଣି ଥରେ ସେ ଦ୍ବିତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି ।
ଓଡ଼ିଆ ଶୁଭେଚ୍ଛା ଶାନ୍ ଟ୍ରାନ୍ସଲେସନ୍! ଶାନ୍ ଠାରେ ଆପଣ ବିଶ୍ଵ ସ୍ତରର ଟ୍ରାନ୍ସଲେସନ୍, କଣ୍ଟେଣ୍ଟ୍ ରାଇଟିଙ୍ଗ୍, ଟ୍ରାନ୍ସକ୍ରିପ୍ସନ୍ ଓ ସବ୍ଟାକଇଟଲିଙ୍ଗ୍ ସେବାର ନାମମାତ୍ର ମୂଲ୍ୟରେ ପାଇବା ପାଇଁ ନିଶ୍ଚିତ ରୁହନ୍ତି | ବିଶ୍ଵରେ ସର୍ବୋତ୍ତମ- - ୩୫ ରୁ ଅଧିକ ଦେଶରେ ସହଯୋଗୀମାନଙ୍କ ଉପସ୍ଥିତି - ସର୍ବନିମ୍ନ ମୂଲ୍ୟ ଓ ଗୁଣବତ୍ତାର ସୁନିଶ୍ଚିତତା - ଆମେ ପ୍ରଦାନ କରିବାରେ ଅସମର୍ଥ ହେଲେ ଏକ ପେନାଲ୍ଟି ଦେଇଥାଉ - ୨୫୦୦ ଭାଷା ଯୋଡିରୁ ଅଧିକ ପାଇଁ ଟ୍ରାନ୍ସଲେସନ୍ ପ୍ରଦାନ କରାଯାଏ - କଣ୍ଟେଣ୍ଟ୍ ରାଇଟିଙ୍ଗ୍ ରେ ୩୦୦ ରୁ ଅଧିକ ଭାଷା ପ୍ରଦାନ କରାଯାଏ - ବିଶ୍ଵ ସାରା ୮୦୦ ରୁ ଅଧିକ ଗ୍ରାହକଙ୍କ ଭରସା ଅର୍ଜନ କରିଛି - କେବଳ ଗୋଟିଏ "ସମସ୍ତ ମହିଳା ଆନ୍ତର୍ଜାତୀୟ ଦଳ" ଯାହା ୨୪X୬ ସେବା ପ୍ରଦାନ କରୁଛି ଆକଳନ କରାଯାଇଥିବା ଦେୟ ଯାଞ୍ଚ କରନ୍ତୁ ବା ଅନ୍ଲାୀଇନ୍ ଚାଟ୍ କରନ୍ତୁ | ଧନ୍ୟବାଦ!
ରାଘବୀ ମିଡିଆ ପ୍ରଯୋଜନାରେ ରିଲିଜ ହେଲା ଏକ ନୂଆ ରୋମାଂଟିକ ଗୀତ 'ଭିଜା ଭିଜା' । ଏହି ଗୀତରେ କଣ୍ଠଦାନ କରିଛନ୍ତି ଦିପ୍ତୀରେଖା ଏବଂ ସ୍ୱୟମ ପାଢୀ । ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅବିନାଶ ମିଶ୍ର ଏବଂ ଲିରିକ୍ସ ଦେଇଛନ୍ତି ପୁଷ୍ପକ ପରିଡା । ଗୀତରେ ଦେଖିବାକୁ ମିଳିଛି ପୁପୁନ ଜେନାଙ୍କ ରୋମାଂଟିକ ଅନ୍ଦାଜ । ଗୀତରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଫୋନ ନମ୍ବର ହ୍ୱାଟସଅପ ନମ୍ବରରେ ସେଭ୍ ହେଉଛି । ଏବଂ ସେହିଠାରୁ ପ୍ରେମର ଆରମ୍ଭ । ପ୍ରଥମ ଦେଖା ବର୍ଷାରେ । ଏହିଭଳି କିଛି କାହାଣୀ ରହିଛି ଏହି ଗୀତରେ । ଗୀତଟି ଖୁବ ମଜାଦାର ହୋଇଥିବା ବେଳେ ଗୀତକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।
ଯନ୍ତ୍ରୀଙ୍କ ସମେତ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ ବ୍ରହ୍ମପୁର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ପିଇଓଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ରାୟଗଡ଼ା ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନ ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଏନେଇ ଉଦ୍ଧବଙ୍କ ବ୍ରହ୍ମପୁର, ଧରାକୋଟ, ପୁରୀସ୍ଥିତ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ ହୋଇଛି। ଗୁଣୁପୁର ଅଫିସ୍ ଓ ସରକାରୀ ବାସଭବନରେ ମଧ୍ୟ ଚଢ଼ଉ ଚାଲିଥିବା ଜଣାଯାଇଛି।ଏହାବ୍ୟତୀତ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦୁର୍ଯ୍ୟୋଧନ ମେହେରଙ୍କ ଘରେ ମଧ୍ୟ ରେଡ୍ ହୋଇଛି। ଦୁର୍ଯ୍ୟୋଧନଙ୍କ ସୋନପୁର ସ୍ଥିତ ଘର ଓ ଚେରୁପାଲିର ପଞ୍ଚାୟତ ଅଫିସରେ ରେଡ ଚାଲିଛି।
ଗୋଟିଏ ଠଣାରେ ରଖିଦେଇଥାଏ । ତାର ଗେରସ୍ତ କାମ ସାରି ଘରକୁ ଆସି ଦେଖିଲା ଯେ, ଖାଇବା ପିଇବାକୁ କିଛି ନାହିଁ, ମୂଲ ଧାନରେ ଅଁଳାକଣ୍ଢେଇଟିଏ କିଣା ହୋଇଚି । ଭୋକରେ ପେଟ ଜଳୁଚି, ଭାରିଜାକୁ ନିସ୍ତୁକ ମାଡ଼ ଚଢ଼ାଇଲା, ଉପାସ ଭୋକରେ ଫେର କାମକୁ ଗଲା, କାମରୁ ଆସି ଯାହା ମିଳିଲା ଖାଇ ଗେରସ୍ତ ଭାରିଜା ଦିହେଁ ରାତିରେ ଶୋଇଲେ । ରାତିଇ ପହରେ ହୋଇଚି ଅଁଳାକଣ୍ଢେଇ ଡାକ ପକାଇଲା, 'ଲୋ କହୁଣୀଖାଇ, ମୁଁ ହଗିଯିବି ଉଠୁ ।' ମୂଳିଆଣୀ ଉଠୁ ନ ଥାଏ, ଅଁଳାକଣ୍ଢେଇ ଡାକ ଉପରେ ଡାକ ପକାଇବାରୁ, ବିଚାରୀ ଉଠିଲା, କହିଲା ତୁ ପଛକେ ଏ ଘର କଣରେ ହଗ୍ ଆଉ ପାଟି କର ନା, କାଳେ ତା ଗେରସ୍ତ ନିଦ ଭାଙ୍ଗିଯିବ, ଏହି ଭୟରେ ଏପରି କହିଲା । ଅଁଳାକଣ୍ଢେଇ ସେ ଘର କଣରେ ହଗିଲା । ଫେର୍ ଶୋଇଚନ୍ତି, ରାତି ଦିପହର ଦେଲାଣି, ଅଁଳାକଣ୍ଢେଇ ଉଠିଲା, ଫେର୍ ସେହିପରି ଡାକ ପକାଇଲା । ମୁଲିଆଣୀ କହିବା ଅନୁସାରେ ଘର କଣରେ ହଗିଲା । ରାତି ଶେଷ ପହରେ ଯେତେବେଳେ ଅଁଳାକଣ୍ଢେଇ ଉଠି ପୁଣି ସେହପରି ଡାକିଲା, ମୁଲିଆଣୀ ବିଚାରୀ ଭାରି ବିରକ୍ତ ହୋଇ କହିଲା ମୋ କାନିରେ ହଗ । ସତକୁ ସତ କଣ୍ଢେଇମଣି ଆସି ତା କାନିରେ ହଗିଦେଇ ଗଲା । ଏହିପରି ରାତି ପାହିଲା, ସସକାଳୁ ଉଠ ମୁଲିଆଣୀ ଦେଖେ ଯେ ତା କାନିରେ ଘୁଅଫୁଅ କିଛି ନାହିଁ, ସୁନା ଗୁଡ଼ାଏ ! ଘର କଣକୁ ଅନାଇ ଦିଏ ଯେ କଣେ ସୁନା ଜମା ହୋଇଚି । ଆନନ୍ଦର ଆଉ ସୀମା ରହିଲା ନାହଁ । ସ୍ୱାମୀକି ଡାକିଆଣି ସବୁ ଦେଖାଇଲା । ଯାହା ଖରଚ କରିବାର କଲେ, ବାକୀ ମାଠିଅରେ ପୁରାଇ ଭଡିତଲେ ପୋତି ରଖିଲେ । ଏହିପରି ସବୁଦିନେ କରନ୍ତି, ସେ ମୁଲିଆଣିର ସେ ଗାଁରେ ଗୋଟିଏ ସଙ୍ଗାତ ଥିଲା,ସଙ୍ଗ।ତ ଦିନେ ତା ଘରକୁ ଆସିଲା, ଦେଖୁଲା ୟାଙ୍କ ଘରେ ସମ୍ପତ୍ତି ମାଡିଯାଉଚି ପଚାରିଲା,ଏତେ ସମ୍ପତ୍ତି କୁଆଡୁ ହେଲା ? ବୁଝିଲା ଯେ ସେଦିନ ସଙ୍ଗାର ସେ ଅଁଳାକଣ୍ଢେଇ କିଣିଥିଲା ପୃଷ୍ଠା:Kathalahari (RN Das, 1927) opt.pdf/୧୨୬ Jump to navigation Jump to search ଏହି ପୃଷ୍ଠାଟି ବୈଧ ହୋଇସାରିଛି ୧୧୭ ଅଁଳାକଣ୍ଢେଇ କଥା ।
ସୁନ୍ଦର ଏବଂ ନରମ ଓଠ ମୁହଁରେ ସୌନ୍ଦର୍ଯ୍ୟ ବଢାଇଥାଏ | କିନ୍ତୁ ଆଜିକାଲିର ବ୍ୟସ୍ତ ଜୀବନ ଓ ଋତୁ ବଦଳିବା କାରଣରୁ ଆପଣଙ୍କ ଓଠର ସୌନ୍ଦର୍ଯ୍ୟ ଜଣା ପଡେନାହିଁ | ଓଠ ଫାଟିବା ଆରମ୍ଭ କରେ | କିନ୍ତୁ ବର୍ତ୍ତମାନ ଭୟଭୀତ ହୁଅ ନାହିଁ, ଆଜି ଆମେ ଆପଣଙ୍କୁ କିଛି ଟିପ୍ସ କହିବାକୁ ଯାଉଛୁ, କିପରି ଗ୍ଲିସେରିନ ସହିତ ଓଠର ସୌନ୍ଦର୍ଯ୍ୟ ବଢାଇ ପାରିବେ ….. – ଗ୍ଲିସେରିନକୁ ଓଠ ପାଇଁ ଏକ ପ୍ରାକୃତିକ ଔଷଧ ଭାବରେ ବିବେଚନା କରାଯାଏ | ବିଶେଷ କରି ଶୀତଋତୁରେ ଏହାର ଉପଯୋଗୀତା ବୃଦ୍ଧି ପାଇଥାଏ | ଓଠରେ ଗ୍ଲିସେରିନ ଲଗାଇଲେ ଅନେକ ଲାଭ ହୋଇଥାଏ | ଏହା ଆମ ଓଠର କୋଷଗୁଡ଼ିକୁ ସତେଜ ଏବଂ ଏହାକୁ ଜୀବନ୍ତ କରିଥାଏ | ଆପଣ ସିଧାସଳଖ ଓଠରେ ଗ୍ଲିସେରିନ ପ୍ରୟୋଗ କରିପାରିବେ କିମ୍ବା ଆପଣ ଏହାକୁ ଅନ୍ୟ ଜିନିଷ ସହିତ ମଧ୍ୟ ପ୍ରୟୋଗ କରିପାରିବେ | ଏହାର ଲାଭ ଏବଂ ଏହାକୁ ବ୍ୟବହାର କରିବାର ଉପାୟ ବିଷୟରେ ଆମେ ଆପଣଙ୍କୁ କହିବୁ | – ଥଣ୍ଡା ପାଗରେ ଶୁଖିଲା ପବନ ହେତୁ ଓଠ ଶୁଖିଯାଏ ଏବଂ ତାହା ଉପରେ ଫାଟିବା ଆରମ୍ଭ ହୁଏ । ସେହି କାରଣରୁ ଓଠରୁ ରକ୍ତ ବୋହିବା ମଧ୍ୟ ଆରମ୍ଭ ହୁଏ | ଏହି ପରିପ୍ରେକ୍ଷୀରେ, ଗ୍ଲିସେରିନ ବ୍ୟବହାର କରିବା ଦ୍ଵାରା ଓଠ ଫାଟିବା ସମସ୍ୟା ଦୂର ହୋଇଥାଏ ଏବଂ ଓଠରୁ ରକ୍ତ ବାହାରିବା ବନ୍ଦ ହୋଇଯାଏ | – ଥଣ୍ଡା ପାଗର ଶୁଖିଲା ପବନ ହେତୁ ଓଠ ଶୁଖିଯାଏ ଏବଂ ଏହି କାରଣରୁ ଓଠ ମଧ୍ୟ ଫାଟିବା ଆରମ୍ଭ କରେ | ଓଠକୁ କୋମଳ କରିବା ପାଇଁ, ଦୁଇ-ତିନି ବୁନ୍ଦା ଗ୍ଲିସେରିନ ଏବଂ ଦୁଇ-ତିନି ବୁନ୍ଦା ଲେମ୍ବୁ ରସ ଓଠରେ ଲଗାଇବା ଦ୍ୱାରା ଓଠ ନରମ ରହିଥାଏ ଏବଂ ଓଠର ସମସ୍ୟା ଦୂର ହୋଇଥାଏ | – ଗୋଲାପୀ ଅର୍ଥାତ୍ ଗୋଲାପୀ ଓଠ ଆପଣଙ୍କ ସୌନ୍ଦର୍ଯ୍ୟକୁ ବଢାଇଥାଏ ଏବଂ ଏହା ମଧ୍ୟ ଚେହେରାର ଆକର୍ଷଣର ମୁଖ୍ୟ କେନ୍ଦ୍ର ହୋଇଥାଏ | ଯଦି ତୁମେ ଓଠକୁ ଗୋଲାପୀ କରିବାକୁ ଚାହୁଁଛ, ଗ୍ଲିସେରିନ ବ୍ୟବହାର କର | ଅନେକ ସମୟରେ ଧୂମପାନ କିମ୍ବା ଅନ୍ୟାନ୍ୟ କାରଣରୁ ଓଠ କଳା ହେବାକୁ ଲାଗେ | ଏହି ସମସ୍ୟାକୁ ଏଡାଇବା ପାଇଁ ଗ୍ଲିସେରିନ ପ୍ରୟୋଗ କରନ୍ତୁ | ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ
ନବରଙ୍ଗପୁର (ସଂକେତ ଟିଭି): ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉମରକୋଟ ଥାନା ଅତିରିକ୍ତ IIC ଲିମାରାଜ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କୁ ଗତକାଲି ରାତିରେ ଭିଜିଲାନ୍ସ ବିଭାଗ ଗିରଫ କରିଛି । ସୂଚନା ଅନୁସାରେ, ଗୋଟିଏ ପୁରୁଣା କେସକୁ କୋହଳ କରିବାକୁ ଲିମାରାଜ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ । ଟଙ୍କା ନେଇ ଦଉଡ଼ି ଚାଲି ଯାଉଥିବା ସମୟରେ ରାତି ୧୧ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଭିଜିଲାନ୍ସ ତାଙ୍କୁ ଗୋଡ଼ାଇ ଗୋଡେଇ କିଛି ସମୟର ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲା । ଏହି ଭିଜିଲାନ୍ସ ଟିମରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗରର ୧୪ ଜଣ ସାମିଲ ରହିଥିଲେ । ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଓ ମାଲକାନଗିରି ଭିଜିଲାନ୍ସ ବିଭାଗ ମିଳିତ ଭାବରେ ଚଢାଉ କରିଥିଲା ।
ଦେଶର ଆଠଟି ବେଳାଭୂମିରେ ଉଡାଗଲା ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ - ବ୍ଲୁ ଫ୍ଲାଗ ସ୍ୱଚ୍ଛ ଉପକୂଳ ପରିବେଶର ସୂଚକ ଏବଂ ବେଳାଭୂମିର ସ୍ୱଚ୍ଛତା ଜନ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ – ଶ୍ରୀ ପ୍ରକାଶ ଜାଭଡେକର ନୂଆଦିଲ୍ଲୀ, ଦେଶର ଆଠଟି ବେଳାଭୂମିରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଭର୍ଚୁଆଲ ମୋଡରେ ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ ଉତ୍ତୋଳନ କରିଛନ୍ତି । ଏସବୁ ବେଳାଭୂମି ନିମନ୍ତେ ଭାରତ ଗତ ଅକ୍ଟୋବର ମାସ 6 ତାରିଖ ଦିନ ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ ପ୍ରମାଣପତ୍ର ଲାଭ କରିଛି । UNEP, UNWTO, UNESCO, IUCN, ILS, FFE ଇତ୍ୟାଦି ସଂଗଠନର ସଦସ୍ୟକୁ ନେଇ ଗଠିତ ଏକ ବିଚାରକମଣ୍ଡଳୀ ଡେନମାର୍କର କୋପେନହାଗେନଠାରେ ଏହି ସମ୍ମାନ ଘୋଷଣା କରିଥିଲେ । 33ଟି କଡା କାଇଦା କଟକଣାକୁ ଭିତ୍ତିକରି ଡେନମାର୍କ ପରିବେଶ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ବ୍ଲୁ ଫ୍ଲାଗ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ । ରାଜ୍ୟ ଏବଂ କେନ୍ଦ୍ର ସରକାର ତଥା ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଜାଭଡେକର କହିଛନ୍ତି ଯେ, ସ୍ୱଚ୍ଛ ଓ ପରିଷ୍କାର ବେଳାଭୂମି ଉପକୂଳ ପରିବେଶର ସୂଚକାଙ୍କ ଓ ବ୍ଲୁ ଫ୍ଲାଗ ପ୍ରଦାନ ଆମ ଦେଶର ପରିବେଶ ସଂରକ୍ଷଣ ଓ ନିରନ୍ତର ବିକାଶ ଉଦ୍ୟମର ଏକ ବୈଶ୍ଵିକ ସ୍ଵିକୃତୀ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଗାମୀ ତିନିରୁ ଚାରି ବର୍ଷ ମଧ୍ୟରେ ଦେଶର ଆହୁରି ଶହେ ବେଳାଭୂମି ବ୍ଲୁ ଫ୍ଲାଗ ସମ୍ମାନ ପାଇବ ଓ ବେଳାଭୂମି ସଫାସୁତୁରା ରଖିବା ଏକ ଜନ ଆନ୍ଦୋଳନର ରୂପ ନେବା ଆବଶ୍ୟକ । କେବଳ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କାରଣ ଯୋଗୁଁ ନୁହେଁ ବରଂ ଏହା ସାମୁଦ୍ରିକ ଆବର୍ଜନାର ସମ୍ଭାବନାକୁ ଦୂର କରି ଉପକୂଳ ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ଯେଉଁ ବେଳାଭୂମିଗୁଡ଼ିକର ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ ଅନାବରଣ କରାଯାଇଛି ସେଗୁଡିକ ହେଲା କାପାଡ (କେରଳ), ଶିବରାଜପୁର (ଗୁଜରାଟ), ଘୋଘଲା (ଡିଉ), କାସରକଡ ଏବଂ ପାଡୁବିତ୍ରୀ (କର୍ଣ୍ଣାଟକ), ରୁଷିକୋଣ୍ଡା (ଆନ୍ଧ୍ରପ୍ରଦେଶ), ଗୋଲଡେନ ବିଚ (ଓଡିଶା) ଏବଂ ରାଧାନଗର (ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ) । ଏହି ବେଳାଭୂମିଗୁଡିକର ରାଜ୍ୟମନ୍ତ୍ରୀ ଓ ଅଧିକାରୀମାନେ ପତାକା ଉତ୍ତୋଳନ କରିଛନ୍ତି ।
ଅଙ୍ଗନବାଡ଼ି ଶିଶୁଙ୍କୁ ଜୋତା, ମୋଜା ଓ ସ୍ବେଟର ପ୍ରଦାନ, ଉପକୃତ ହେବେ ୧୬ ଲକ୍ଷ ଛାତ୍ରଛାତ୍ରୀ ଭୁବନେଶ୍ବର: ଅଙ୍ଗନବାଡ଼ିରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁଙ୍କ ପାଇଁ ଚଳିତବର୍ଷଠାରୁ ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଓ ସ୍ବେଟର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ରାଜ୍ୟରେ ୧୬ ଲକ୍ଷ ୧୪ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ନଭେମ୍ବର ୧୪ ତାରିଖ ତଥା ଶିଶୁ ଦିବସ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଶିଶୁଙ୍କୁ ଜୋତା, ମୋଜା ଓ ଶୀତ ବସ୍ତ୍ର ବଣ୍ଟନ ଆରମ୍ଭ ହୋଇଛି। ୧୭ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୭୨ ହଜାର ୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୫୨ ହଜାର ୪୮୫ଟି କେନ୍ଦ୍ରରେ ଶିଶୁଙ୍କୁ ଏକ ହଳ ଜୋତା ଓ ମୋଜା ଏବଂ ଗୋଟିଏ ସ୍ବେଟର ପ୍ରଦାନ କରାଯାଇଛି। ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ନିୟମାବଳୀ ଅନୁଯାୟୀ ପିଲାଙ୍କୁ କଳା ଜୋତା, ଗୋଲାପି ମୋଜା ଏବଂ ଖଇରିଆ ରଙ୍ଗର ଭି-ନେକ୍ ବିଶିଷ୍ଟ ପୂରା ହାତର ସ୍ବେଟର ପ୍ରଦାନ କରାଯାଇଛି। ୨୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ସ୍ବେଟର ଦେବା କାର୍ଯ୍ୟ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପିଲାଙ୍କୁ ଏହି ସବୁ ସାମଗ୍ରୀ ବଣ୍ଟନ ସମୟରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ମାତୃ ଏବଂ ଯାଞ୍ଚ କମିଟିର ସଦସ୍ୟ, ପିତାମାତା, ଜେଜେବାପା, ଜେଜେମା'ମାନେ ଉପସ୍ଥିତ ଥିଲେ। ଏହି ପରିଧାନ ବିତରଣ କାର୍ଯ୍ୟକ୍ରମରେ କୋଭିଡ୍ ନିୟମାବଳୀର କଡ଼ାକଡ଼ି ଅନୁ ପାଳନ କରାଯାଇଥିଲା।
ଏକ ରହସ୍ୟମୟୀ ଚକ୍ଷୁ ଚୟନ କରି ନିଜ ଭବିଷ୍ୟତର ରହସ୍ୟ ଗୁଡିକ ଜାଣନ୍ତୁ। ପ୍ରତ୍ୟେକ ବ୍ୟକ୍ତିର ଏକ ଵିଶେଷ ପସନ୍ଦ ରହିଥାଏ। ବ୍ୟକ୍ତିର ଏହି ପସନ୍ଦ ତା'ର ସ୍ଵଭାଵ ଏବଂ ପରବର୍ତ୍ତୀ ଭବିଷ୍ୟତ ବିଷୟରେ କହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ପସନ୍ଦକୁ ଏକ ବିଶେଷ ମହତ୍ତ୍ୱ ଦିଆ ଯାଇଛି। ଆପଣ ଦେଖୁଥିବା ଫୋଟୋ ଚିତ୍ରରେ କିଛି ରହସ୍ୟମୟୀ ଚକ୍ଷୁ ରହିଛି ଯେଉଁଥିରୁ ଆପଣଙ୍କୁ ଗୋଟିଏ ଚୟନ କରିବାକୁ ପଡିବ। ଆପଣ ଚୟନ କରିଥିବା ଚକ୍ଷୁ ମୁତାବକ ଆପଣଙ୍କ ଭବିଷ୍ୟତର ଏକ ବଡ଼ ରହସ୍ୟ ଏବଂ ନିଜ ବିଷୟରେ କିଛି ବିଶେଷ ମଧ୍ୟ ଜାଣିବାକୁ ପାଇବେ। ପ୍ରଥମ ଚକ୍ଷୁ: ଯଦି ଆପଣ ପ୍ରଥମ ଚକ୍ଷୁଟିକୁ ଚୟନ କରିଛନ୍ତି ତେବେ ଆପଣ ବହୁତ ସତ୍ୟବାଦୀ ଏବଂ ସ୍ୱଚ୍ଛ ହୃଦୟର ବ୍ୟକ୍ତି ଅଟନ୍ତି। ପ୍ରତ୍ୟେକ କାର୍ଯ୍ୟ କରିବାର ଆପଣଙ୍କ ପାଖରେ ଜବରଦସ୍ତ ଦକ୍ଷତା ରହିଛି। ଆପଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆପଣଙ୍କ କାର୍ଯ୍ୟରେ ଥିବା ଅଭିଜ୍ଞତା ଦ୍ୱାରା ଜୀବନରେ ବୈଭବ ଏବଂ ସମୃଦ୍ଧି ପ୍ରାପ୍ତ କରିବେ। ଦ୍ଵିତୀୟ ଚକ୍ଷୁ: ଯଦି ଆପଣ ଫୋଟୋ ଚିତ୍ରରେ ଥିବା ଦ୍ଵିତୀୟ ଚକ୍ଷୁର ଚୟନ କରିଛନ୍ତି ତେବେ ଆପଣ ସ୍ଥିର ବୁଦ୍ଧି ଏବଂ ପ୍ରଭାବଶାଳୀ ଶ୍ରେଣୀର ବ୍ୟକ୍ତି ଅଟନ୍ତି। ଆପଣଙ୍କୁ ପ୍ରତ୍ୟେକ ଜିନିଷର ପୂର୍ବଭାସ ଖୁବଶୀଘ୍ର ହୋଇଯାଇଥାଏ। ଆପଣ ବିଶ୍ୱାସୀ ଅଟନ୍ତି, ଏବଂ ଗୁପ୍ତ କଥାକୁ ଗୋପନରେ ରଖିବାରେ ଆପଣ ସିଦ୍ଧହସ୍ତ ଅଟନ୍ତି। ନିଜର ପ୍ରତ୍ୟେକ କାର୍ଯ୍ୟକୁ ଦାୟିତ୍ବରେ ସହିତ କରୁଥିବାରୁ ଆପଣ ଭବିଷ୍ୟତରେ ସଫଳ ବ୍ୟକ୍ତି ହେବା ସହିତ ଉଚ୍ଚ ପଦବୀରେ ବସିବେ। ତୃତୀୟ ଚକ୍ଷୁ: ଯଦି ଆପଣ ତୃତୀୟ ଚକ୍ଷୁର ଚୟନ କରିଛନ୍ତି ତେବେ ଆପଣ ଜଣେ କର୍ମଠ ଏବଂ ଆଶାବାଦୀ ବ୍ୟକ୍ତି ଅଟନ୍ତି। ଏଥିସହିତ ଆପଣ ଜଣେ ବହୁତ ରୋମାଣ୍ଟିକ ପାର୍ଟନର ପ୍ରମାଣିତ ହୋଇଥାନ୍ତି। କେବଳ ଏତିକି ନୁହେଁ ପାର୍ଟନରଙ୍କୁ ଖୁବ ଭଲ ପାଇବା ସହିତ ପ୍ରତ୍ୟେକ ପରିସ୍ଥିତିରେ ତାଙ୍କ ସହିତ ରହିଥାନ୍ତି। ଭବିଷ୍ୟତରେ ଆପଣ ବହୁତ ସ୍ୱସ୍ଥି ଏବଂ ଧନଧାନ୍ୟ ବୈଭବ ପୂର୍ଣ୍ଣ ଜୀବନ ଅତିବାହିତ କରିବେ। ଚତୁର୍ଥ ଚକ୍ଷୁ: ଯଦି ଆପଣ ଚତୁର୍ଥ ଚକ୍ଷୁ ଚୟନ କରିଛନ୍ତି ତେବେ ଆପଣ ବହୁତ ଆକର୍ଷକ, ଆତ୍ମବିଶ୍ବାସି ଏବଂ ରଚନାତ୍ମକ ସ୍ୱଭାବର ଅଟନ୍ତି। କିନ୍ତୁ କିଛି ସମୟରେ ଆପଣ ଅନ୍ୟ ସାମ୍ନାରେ ନିଜର କଥା ରଖିବାରେ ପଛଇଥାନ୍ତି। ମାତ୍ର ସମୟ ଆସିଲେ ନିଜର ଆନ୍ତରିକ ଶକ୍ତି ବୃଦ୍ଧି କରି ଏହାର ସାହାଯ୍ୟରେ ସଫଳ ହେବା ସହିତ ନିଜର ଲକ୍ଷ୍ୟ ହାସଲ କରିଥାନ୍ତି। ପଞ୍ଚମ ଚକ୍ଷୁ: ଯଦି ଆପଣ ପଞ୍ଚମ ଚକ୍ଷୁ ଚୟନ କରିଛନ୍ତି ତେବେ ଆପଣ ବହୁତ ଆକର୍ଷକ, ଶାନ୍ତ, ତୀବ୍ର ବୁଦ୍ଧି ଏବଂ ସମ୍ପର୍କରେ ବିଶ୍ୱାସ ବନାଇ ରଖିବା ସ୍ୱଭାବର ଜଣେ ବ୍ୟକ୍ତି ଅଟନ୍ତି। ଆପଣ ଅନ୍ୟଜୁ ଖୁସି ରଖିବାର ଭରପୂର ଚେଷ୍ଟା କରିଥାନ୍ତି। ଆପଣଙ୍କ ଦୟାଳୁ ଏବଂ ଗମ୍ଭୀର ସ୍ୱଭାବ ଆପଣଙ୍କୁ ସମାଜରେ ଏକ ଆଦର୍ଶ ବ୍ୟକ୍ତି ବନାଇବାରେ ସାହାଯ୍ୟ କରିଥାଏ। ଭବିଷ୍ୟତରେ ଆପଣ ଏକ ଉତ୍ତମ ସାମାଜିକ କର୍ମୀ ଭାବରେ କାର୍ଯ୍ୟ କରିବେ। ଷଷ୍ଠ ଚକ୍ଷୁ: ଯଦି ଆପଣ ଷଷ୍ଠ ଚକ୍ଷୁ ଚୟନ କରିଛନ୍ତି ତେବେ ଆପଣ ବହୁତ ସାହସୀ ଏବଂ ବୀର ସ୍ୱଭାବର ଅଟନ୍ତି। ଆପଣ ଜୀବନରେ ଅନେକ ସଙ୍ଘର୍ଷ କରି ଆଗକୁ ବଢ଼ିଥାନ୍ତି। କେବେହେଲେ ଭୟଭୀତ ହୋଇ ନଥାନ୍ତି। ଆପଣଙ୍କର ଏହି ବୁଦ୍ଧିମାନ ଏବଂ ସଙ୍ଘର୍ଷମୟୀ ସ୍ୱଭାବରୁ ଭବିଷ୍ୟତରେ ଧନୀ ଏବଂ ଐଶ୍ୱର୍ଯ୍ୟବାନ ବ୍ୟକ୍ତି ହୋଇ ପାରିଥାନ୍ତି। ଆପଣ ନିଜର ଲକ୍ଷ୍ୟ ପ୍ରାପ୍ତ କରିଥାନ୍ତି। ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |
ଆଠଗଡ ରେ ଡ଼ଃ ଜିମୁତ ମଙ୍ଗରାଜଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତUdaya_Labanya | July 1, 2021 | 55 views |0 | Breaking News ଆଠଗଡ(ଉଲାପ୍ର)ବରିଷ୍ଠ ସାମ୍ବାଦିକ, ଉତ୍କଳ ସାମ୍ବାଦିକ ସଂଘର ସଭାପତି,ସାହିତ୍ୟିକ,ସ୍ତମ୍ଭକାର ଡ଼, ଜିମୁତ ମଙ୍ଗରାଜଙ୍କ ପରଲୋକରେ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ,କଟକ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆୟୋଜନ ରେ ସ୍ଥାନୀୟ ବୀରକିଶୋର ପୁର ସିଦ୍ଧେଶ୍ୱର ଶୈବ ମନ୍ଦିର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବେ ଦୈନିକ କାଳାନ୍ତରର ସମ୍ପାଦକ ସୌମ୍ୟକାନ୍ତ ସାମନ୍ତରାୟ ମୁଖ୍ୟଅତିଥି, ସାହିତ୍ୟିକ ,ସମାଲୋଚକ ଡ଼ଃ ନାରାୟଣ ପଣ୍ଡା ମୁଖ୍ୟବକ୍ତା, ୱାର୍ଲଡ଼ୟାଚ ର ସମ୍ପାଦକ ଦିଲୀପ ଦାସ ,କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ସୁଜିତ ପଟ୍ଟନାୟକ ସଂମାନିତ ଅତିଥି ଭାବେ ଯୋଗଦେଇଥିଲା ବେଳେ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,ଏହି ଶ୍ରଦ୍ଧାଞ୍ଜଳି ସଭାରେ ୨୫ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗଦେଇ ଡ଼ଃ ମଙ୍ଗରାଜଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ସମସ୍ତ ସାମ୍ବାଦିକ ମଙ୍ଗରାଜଙ୍କ ସ୍ମୃତିଚାରଣ କରିଥିଲେ,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘର ସମ୍ପାଦକ ସନ୍ତୋଷ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ।
ମୋବାଇଲ୍ ଫୋନ୍ ଚେକ୍ କରି କରି ଚଳାଉଥିଲେ ଟ୍ରେନ୍, ସାମ୍ନାରୁ ଆସୁଥିବା ଟ୍ରେନ୍ ଦେଲା ଧକ୍କା: ଦେଖନ୍ତୁ Video ଓଡ଼ିଆ ଗସିପ୍ ବ୍ୟୁରୋ: ଗାଡି ଚଳାଇବା ସମୟରେ ଫୋନ୍ ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଏ । ତଥାପି, ଏହି ଜିନିଷ କିଛି ଲୋକଙ୍କ ମସ୍ତିଷ୍କରେ ପଶିନଥାଏ । ଗାଡି ଚଳାଇବା ସମୟରେ ସେମାନଙ୍କ ପାଇଁ ଫୋନ୍ ଉଠାଇବା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସେମାନେ ସେମାନଙ୍କ ସାମ୍ନାରେ ଆସୁଥିବା ଗାଡିକୁ ମଧ୍ୟ ଦେଖି ପାରନ୍ତି ନାହିଁ । ମୋବାଇଲ୍ ଫୋନରେ କଥାବାର୍ତ୍ତା ହେତୁ ଅନେକ ଲୋକ ଗୁରୁତର ଦୁର୍ଘଟଣାର ଶିକାର ହୋଇଛନ୍ତି । ପ୍ରତିଦିନ ଗାଡି ଚଲାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ସହ ଜଡିତ ଦୁର୍ଘଟଣା ସୋସିଆଲ ମିଡିଆରେ ଦେଖାବାକୁ ମିଳେ । ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବା ପରେ ଆପଣ ଗାଡି ଚଳାଇବା ସମୟରେ ଫୋନରେ କଥା ହେବାର ସାଂଘାତିକ ଭୁଲ କରିବେ ନାହିଁ । ଭିଡିଓରେ ଜଣେ ମହିଳା ଡ୍ରାଇଭର ଟ୍ରେନ୍ ଚଳାଉଥିବାର ନଜର ଆସିଛନ୍ତି । ମହିଳା ଟ୍ରେନ୍ ଚଳାଉଥିବା ବେଳେ ସେ ତାଙ୍କ ଫୋନ୍ ଚେକ୍ କରିବା ଆରମ୍ଭ କରିଥିଲେ । ତାଙ୍କ ଫୋନ୍ ଚେକ୍ କରିବାବେଳେ ମହିଳାଙ୍କ ନଜର ଗାଡ଼ିରୁ ହଟିଯାଇଥିଲା । ଏହା ପରେ ସାମ୍ନାରୁ ଆସୁଥିବା ଟ୍ରେନ୍ ସହିତ ମୁହାଁମୁହିଁ ହୋଇଥିଲା । ଯେତେବେଳେ ଟ୍ରେନ୍ ଅନ୍ୟ ଟ୍ରେନ୍ ସହିତ ଧକ୍କା ହେବାକୁ ଯାଉଥିଲା, ମହିଳା ଟ୍ରେନ୍ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ଏହି ଘଟଣା ସହ ଜଡିତ ଏକ ସିସିଟିଭି ଫୁଟେଜରେ ଏହା ଦେଖିବାକୁ ମିଳେ ଯେ ୨ଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏପରିକି ଟ୍ରେନର ଗ୍ଲାସ ଭାଙ୍ଗି ଯାଇଥିଲା । ଦ୍ୱିତୀୟ ଟ୍ରେନରେ ବସିଥିବା ଯାତ୍ରୀମାନେ ତଳେ ପଡ଼ିଯାଇଥିଲେ । ଆପଣ ଅନୁମାନ କରିପାରିବେ ଯେ, ଏହି ସିଟରେ ବସିଥିବା ଜଣେ ମହିଳା ଆଗ ସିଟ୍ ସହିତ ମୁହାଁମୁହିଁ ହୋଇ ସିଧା ତଳେ ପଡ଼ିଯାଇଥିଲେ । ସେ କିଛି ସମୟ ପାଇଁ ନାକ ଧରି ଶୋଇରହିଥିଲେ । ଦେଖନ୍ତୁ Video: ଗାଡି ଚଳାଇବା ସମୟରେ ଫୋନ୍ ବ୍ୟବହାର ହେତୁ ଏହା ପ୍ରଥମ ଦୁର୍ଘଟଣା ନୁହେଁ । ଏହିପରି ଦୁର୍ଘଟଣା ପ୍ରତିଦିନ ଦୁନିଆର କୌଣସି ନା କୌଣସି କୋଣରେ ଦେଖିବାକୁ ମିଳିଥାଏ।
ଭୁବନେଶ୍ବର : ସରିଛି ମାଟ୍ରିକ୍ ପରୀକ୍ଷା। ଏବର୍ଷ ସୁରୁଖୁରୁରେ ପରୀକ୍ଷା ହୋଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ବି ଇତିମଧ୍ୟରେ ଖାତା ମୂଲ୍ୟାୟନ ଲାଗି ରୂପରେଖ କରି ସାରିଲେଣି। ମାତ୍ର ଚଳିତ ବର୍ଷ ପରୀକ୍ଷାରେ କେତେ ସ୍ବଚ୍ଛତା ରହିଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ କପି କରିବାର ଅନେକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। କେଉଁଠି ପରୀକ୍ଷକ ପିଲାଙ୍କୁ ଅବଜେକଟିଭ୍ ପ୍ରଶ୍ନର ଉତ୍ତର ଡାକିଛନ୍ତି ତ ପୁଣି କେଉଁଠି ଟଙ୍କା ନେଇ ପିଲାଙ୍କୁ କପି ଯୋଗାଇ ଦିଆଯାଇଛି। କପି କରିବାରେ ବାଧା ଦେଲେ ପରୀକ୍ଷାର୍ଥୀ ହୋ-ହଲ୍ଲା କରିବା ସହ ଆକ୍ରମଣ ଉଦ୍ୟମ କରିବା ଘଟଣା ବି ନଜରକୁ ଆସିଛି। ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଗଣିତ ବିଷୟ ପରୀକ୍ଷା ଦିନ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ହୋଇଥିଲେ ମଧ୍ୟ ସମସ୍ତେ ଏହାକୁ ଖଣ୍ଡନ କରି ଦେଇଛନ୍ତି। ଏହାଦ୍ବାରା ଛାତ୍ରଛାତ୍ରୀ ପ୍ରଭାବିତ ହେବା ନେଇ ଅଭିଭାବକମାନେ ଆଶଙ୍କା ପ୍ରକାଶ କରିଥିବା ବେଳେ ଶିକ୍ଷାବିତ୍ମାନେ ବ୍ୟବସ୍ଥାରେ ତ୍ରୁଟି ଥିବା ଦର୍ଶାଇଛନ୍ତି। ଶିକ୍ଷକ ସଂଘ ବି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ଉଠାଇଛି। ପରୀକ୍ଷା ହଲ୍ରେ ଉତ୍ତର ଡାକିଲେ ଶିକ୍ଷକ ପ୍ରଶ୍ନପତ୍ର ପଠାଯିବା ସମୟ ବଦଳିଲା କାହିଁକି? ୧୬ ହଜାର ପରୀକ୍ଷାର୍ଥୀଙ୍କୁ ଖୋଜିଲେନି ସରକାର ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତିଙ୍କ କହିବା କଥା, ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ, କପି ଯୋଗାଇବା ପାଇଁ ମୂଲଚାଲ ଭଳି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ଅଧିକାରୀମାନେ ଖଣ୍ଡନ କରିଥିଲେ। ଘଟଣାର ସତ୍ୟାସତ୍ୟ ଖୋଜିବା ବଦଳରେ ବିଭାଗୀୟ ଅଧିକାରୀମାନେ ସେଥିପ୍ରତି ଧ୍ୟାନ ନ ଦେବା ଅତ୍ୟନ୍ତ ନିନ୍ଦନୀୟ। ପରୀକ୍ଷା ସମୟରେ ଯେଉଁଭଳି ଘଟଣା ସବୁ ସାମ୍ନାକୁ ଆସିଲା, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ମୁଦ୍ରଣ ଜନିତ ତ୍ରୁଟି ସମ୍ପର୍କରେ ଯେମିତି କହିଲେ, ତାହା ଅତ୍ୟନ୍ତ ଲଜ୍ଜାଜନକ। ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ଏବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା କିଛି ଦଲାଲଙ୍କ ହାତରେ ପରିଚାଳିତ ହେଉଛି। ଯେଉଁମାନେ କି ପିଲାଙ୍କ ମୂଲ୍ୟବୋଧକୁ ଆଦୌ ବୁଝନ୍ତି ନାହିଁ। ନୂତନ ପେନସନ୍ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ ଏଥର ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଥିଲେ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ ତାହାକୁ ହାଲୁକା ଭାବେ ନେଇଛନ୍ତି। ସାମାଜିକ ବିଜ୍ଞାନ ପ୍ରଶ୍ନରେ ଗୁରୁତର ତ୍ରୁଟି ପରିଷଦ ଇତିହାସରେ ପ୍ରଥମଥର ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଯେ ଯେଉଁମାନେ ପ୍ରୁଫ୍ ରିଡିଂ ଦାୟିତ୍ୱରେ ଥିଲେ, ସେମାନେ ତାଙ୍କର କାର୍ଯ୍ୟ ଠିକ୍ ଭାବେ ତୁଲାଇ ନାହାନ୍ତି କିମ୍ବା ପରିଷଦ ପକ୍ଷରୁ ଠିକ୍ ଫାର୍ମକୁ ଦାୟିତ୍ୱ ଦିଆଯାଇନାହିଁ। ଫଳରେ ଏତେ ବଡ଼ ଏକ ବିଭ୍ରାଟ ଦେଖାଦେଲା। ଏହାଦ୍ବାରା ବହୁ ମେଧାବୀ ଛାତ୍ରଛାତ୍ରୀ ନ୍ୟାୟ ପାଇବାରୁ ବଞ୍ଚିତ ହେବେ। ତେଣୁ ସମସ୍ତ ଭୁଲ ପ୍ରଶ୍ନ ପାଇଁ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ଦିଆଯାଉ। ୟୁନିଟ୍-୪ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପ୍ରଧାନ ଶିକ୍ଷକ ଅମ୍ବିକା ପ୍ରସାଦ ଦାସଙ୍କ କହିବାନୁଯାୟୀ, ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର୍ଥୀଙ୍କ ଉପରେ ବହୁତ ଚାପ ପଡ଼ିଥିଲା। କେଉଁଠି ପ୍ରଶ୍ନପତ୍ର ଭାଇରାଲ୍ର ଖବର ତ ଆଉ କେଉଁଠି ପରୀକ୍ଷା କେନ୍ଦ୍ର ସୁପରିନ୍ଣ୍ଟେଣ୍ଡେଣ୍ଟଙ୍କ ବଦଳି। ଏହାଦ୍ବାରା ପରୀକ୍ଷାର୍ଥୀ ମାନସିକ ଚିନ୍ତାରେ ରହି ପରୀକ୍ଷାରେ ଭଲ ଭାବେ ଲେଖି ପାରି ନଥିବା କୁହାଯାଉଛି। ଅଧିକାଂଶ ସ୍ଥାନରେ ପରୀକ୍ଷାର୍ଥୀ କପି କରୁଥିବା ସମୟରେ ସ୍କ୍ବାଡ୍ ହାତରେ ଧରାପଡ଼ିଛନ୍ତି। ପରୀକ୍ଷା କେନ୍ଦ୍ର ସୁପରିନ୍ଣ୍ଟେଣ୍ଡେଣ୍ଟ କୌଣସି ସ୍ଥାନରେ କପି ଧରି ନାହାନ୍ତି। ଯେଉଁଥିରୁ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଶିକ୍ଷାବିତ୍ ସୁକୁମାର ରଣାଙ୍କ ମତରେ, ଯଦି ପ୍ରଶ୍ନପତ୍ର ଲିକ୍ ହେଉ ନଥିଲା, ତାହା ହେଲେ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପଠାଯାଉଥିବା ସମୟରେ ହଠାତ୍ ପରିବର୍ତ୍ତନ କରାଗଲା କାହିଁକି? ପରୀକ୍ଷାରେ ଯଦି ସ୍ବଚ୍ଛତାର ସହ ଶେଷ ହୋଇଛି, ତାହା ହେଲେ ବିଭିନ୍ନ କେନ୍ଦ୍ରରେ ଏବେ ସୁଦ୍ଧା ୧୫ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା କିଭଳି। ପ୍ରଶ୍ନପତ୍ର ବିଭ୍ରାଟରେ ଦୋଷୀ ଅଧିକାରୀଙ୍କ ବିରୋଧରେ କ'ଣ କାର୍ଯ୍ୟାନୁଷ୍ଠାନ ହୋଇଛି ଗଣଶିକ୍ଷା ମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ। ପରୀକ୍ଷା ଦିନ ସକାଳ ୭ଟା ୧୫ରେ ପ୍ରଶ୍ନପତ୍ର ଘୂରି ବୁଲୁଥିଲେ ମଧ୍ୟ ରୋକ୍ ଲଗାଇବା ଦିଗରେ ପଦକ୍ଷେପ ନିଆଗଲାନାହିଁ କାହିଁ। ୧୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ ମଧ୍ୟ ସେମାନଙ୍କୁ ଖୋଜିବା ଦିଗରେ ଗଣଶିକ୍ଷା ବିଭାଗ କୌଣସି ପଦକ୍ଷେପ ନ ନେବା ଆଶ୍ଚର୍ଯ୍ୟକର ବିଷୟ।
ଟୋକିଓ ଅଲିମ୍ପିକସ: ଭାରତର ଭାଙ୍ଗିଲା ଅଲିମ୍ପିକ ସ୍ବର୍ଣ୍ଣ ପଦକ ଆଶା, ଏବେ ଲଢ଼ିବ ବ୍ରୋଞ୍ଜ ପାଇଁ ନିରାଶ କଲା ଭାରତ। ମଉଳିଲା ସ୍ବର୍ଣ୍ଣ ପଦକ ଜିତିବା ଆଶା। ଭାରତକୁ ହରାଇ ୫-୨ରେ ଜିତିଲା ବେଲଜିୟମ୍। ଭାରତୀୟ ପୁରୁଷ ହକି ଟିମ୍ ଫାଇନାଲରୁ ବାହାରିଲା। ତେବେ ପଦକ ପାଇବା ଆଶା ଏବେ ବି ଯାଇନାହିଁ। ଏବେ ବ୍ରୋଞ୍ଜ ପାଇଁ ଲଢ଼ିବ ଭାରତ। ସୂଚନାଯୋଗ୍ୟ ଯେ ଆଜି ଅଲିମ୍ପିକ୍ସରେ ଭାରତ-ବେଲଜିୟମ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହୋଇଛି । ୪୯ ବର୍ଷ ପରେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା ଭାରତ। ଭାରତୀୟ ସମର୍ଥକମାନେ ଖୁବ ଉତ୍ସାହର ସହ ମ୍ୟାଚ ଦେଖିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ପ୍ରକାଶ ଯେ ୧ ତାରିଖରେ ପୁରୁଷ ଟିମ୍ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ୩-୧ରେ ପରାସ୍ତ କରିଥିଲା ।
ଭୁବନେଶ୍ୱର: ଓଲିଉଡ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଅଭିନେତା ବିଜୟ ମହାନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ୧୯୫୦ ମସିହାରେ କେନ୍ଦ୍ରପଡ଼ାରେ ଜନ୍ମଗ୍ରହଣ କରିଥିବାବେଳେ ବିଜୟ ମହାନ୍ତିଙ୍କ ପିଲାଦିନ ବାରିପଦାରେ କଟିଛି। ସ୍କୁଲରେ ପଢ଼ୁଥିବା ସମୟରୁ ହିଁ ସେ ଅଭିନୟ ଆରମ୍ଭ କରିଥିଲେ ମଧ୍ୟ ସ୍ନାତକ ପରେ ସେ ପୁଣି ନ୍ୟାସନ୍ୟାଲ ସ୍କୁଲ ଅଫ୍ ଡ଼୍ରାମାରେ ନାମ ଲେଖାଇଥିଲେ। ନାୟକ ଠାରୁ ଆରମ୍ଭ କରି ଖଳନାୟକ, ହାସ୍ୟଅଭିନେତା ଓ ନିର୍ଦ୍ଦେଶକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ତାଙ୍କ ଅଭିନୟ ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ରାଜନୀତି କ୍ଷେତ୍ରରେ ମଧ୍ୟ ନିଜକୁ ପଛରେ ଛାଡ଼ନାହାନ୍ତି ବିଜୟ। ୨୦୧୪ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀତ୍ୱ କରିଥିଲେ। ତେବେ ସେ ଏବେ ରାଜନୀତିରୁ ପ୍ରାୟ ଦୂରେଇ ଯାଇଛନ୍ତି।
ରକ୍ତମୁଖା ମାଓବାଦୀ: ପୋଲିଂ କର୍ମଚାରୀଙ୍କ କାର ଆଗରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଗୁଳି ମାରିଲେ କନ୍ଧମାଳ(ଓଡ଼ିଶା ରିପୋର୍ଟର):ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ବଡ଼ ଧରଣର ଲାଲ୍ ହିଂସା। କନ୍ଧମାଳର ଦୁଇ ଦୁଇଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗୋଛାପଡ଼ାରେ ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଫିରିଙ୍ଗିଆରେ ପୋଲିଂ ପାର୍ଟିଙ୍କ ଗାଡ଼ି ଜାଳିଦେଲେ ଲାଲବାହିନୀ। ଏହି ଦୁଇଟି ଘଟଣା ପରେ ମାଓ ଇଲାକାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଇବା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଭୋଟ୍ ପୂର୍ବରୁ କନ୍ଧମାଳର ଦୁଇ ଦୁଇଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଭିଆଇଛନ୍ତି। ଫିରିଙ୍ଗିଆ ଥାନା ମୁଙ୍ଗୁନିପଦରରେ ପୋଲିଂ ପାର୍ଟି ଗାଡ଼ି ଜାଳିବା ପରେ ଗୋଛାପଡ଼ା ଥାନା ବାରାଲା ଗାଁ ନିକଟରେ ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ବାରାଲା ଗାଁ ନିକଟରେ ନିର୍ବାଚନ କର୍ମଚାରୀଙ୍କୁ ନେଇ ଯାଉଥିବା ଗାଡ଼ି ଆଗରେ ହଠାତ୍ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏହାପରେ ଗାଡ଼ିଟି ଅଟକିଥିବାବେଳେ ଅତର୍କିତ ଗୁଳିମାଡ଼ ହୋଇଥିଲା। ମୁଣ୍ଡରେ ଗୁଳି ବାଜିବାରୁ ଟଳି ପଡିଥିଲେ ପୋଲିଂ କର୍ମଚାରୀ ତଥା ଗ୍ରାମ ରୋଜଗାର ସେବକ ସଂଯୁକ୍ତା ଦିଗଲ। ତୁରନ୍ତ ତାଙ୍କୁ ଗୋଛାପଡ଼ା ମେଡିକାଲ ଅଣାଯାଇଥିଲା। ହେଲେ ତାଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣା ପୂର୍ବରୁ ଆଜି ଆଉ ଏକ ହିଂସା ଘଟାଇଥିଲେ ମାଓବାଦୀ। ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ବୁଥ୍ ପୋଲିଂ ପାର୍ଟି ନେଇ ଯାଉଥିବା ଗାଡ଼ିକୁ ଅଟକାଇଥିଲେ। ସେଥିରୁ ପୋଲିଂ ଷ୍ଟାଫ୍କୁ ଓହ୍ଲାଇବାପରେ ଗାଡ଼ିଟିକୁ ଜାଳି ଦେଇଥିଲେ ଲାଲବାହିନୀ। ଏହି ଦୁଇଟି ଘଟଣା ପରେ ଦ୍ୱିତୀୟ ପର୍ଯ୍ୟାୟରେ କନ୍ଧମାଳ, ସୁନ୍ଦରଗଡ଼ ଓ ବଲାଙ୍ଗିର ଲୋକସଭା ଆସନ ଅନ୍ତର୍ଗତ ଅଧିକାଂଶ ବିଧାନସଭା କ୍ଷେତ୍ର ମାଓପ୍ରବଣ ଇଲାକାରେ ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଠିକ୍ ୨ଦିନ ପୂର୍ବରୁ ଛତିଶଗଡ଼ ଦାନ୍ତେଓ୍ୱାଡାରେ ହୋଇଥିଲା ଲାଲ ହିଂସା । ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡିକୁ IED ବିସ୍ଫୋରଣରେ ଉଡାଇ ଦେଇଥିଲେ ମାଓବାଦୀ। ଏଥିରେ ବିଧାୟକ ମାଣ୍ଡଭିଙ୍କ ସହ ତାଙ୍କ ଡ୍ରାଇଭର ଓ ଗାଡିରେ ଥିବା ୩ ସୁରକ୍ଷାକର୍ମୀଙ୍କୁ ମିଶାଇ ୫ ଜଣଙ୍କ ଜୀବନ ଯାଇଥିଲା ସେହିପରି ଏହି ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାର ୧୫ଟି ବୁଥ୍ରେ ମାଓବାଦୀଙ୍କ ଭୟରେ ଗୋଟିଏ ବି ଭୋଟ୍ ପଡିନଥିଲା।
ଗତବର୍ଷ ୨୦୦୦ ଡଲାର୍ରେ ବିକ୍ରୟ ହୋଇଥିଲା ଚାର୍ଲସ୍ ଓ ଡାଏନାଙ୍କ ବିବାହ ବେଳର ଖଣ୍ଡେ କେକ୍ ନୂଆଦିଲ୍ଲୀ: ଗତବର୍ଷ ଜଣେ ରାଜଭକ୍ତ ୧,୮୫୦ ପାଉଣ୍ଡ ବା ୨,୫୬୫ ଡଲାର୍ ବିନିମୟରେ ଯୁବରାଜ ଚାର୍ଲସ୍ ଓ ଯୁବରାଣୀ ଡାଏନାଙ୍କ ବିବାହ ବେଳର ଚେନାଏ (ଖଣ୍ଡେ) କେକ୍ ନିଲାମ ଧରିଥିଲେ। ସୂଚନାଯୋଗ୍ୟ, ୧୯୮୧ ଜୁଲାଇ ୨୯ରେ ଯୁବରାଜ ଚାର୍ଲସ୍ ଲେଡି ଡାଏନା ସ୍ପେନ୍ସର୍ଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହ ଉପଲକ୍ଷେ କେତେକ କମ୍ପାନି ୨୦ ଊର୍ଦ୍ଧ୍ବ 'ବିବାହ କେକ୍' ଯୋଗାଇ ଦେଇଥିଲେ। ବିବାହାର ୧୧ ବର୍ଷ ପରେ ୧୯୯୨ରେ ଚାର୍ଲସ୍ ଓ ଡାଏନା ପୃଥକ୍ ହୋଇଯାଇଥିଲେ ଏବଂ ପରିଶେଷରେ ୧୯୯୬ରେ ଛାଡ଼ପତ୍ର ଦିଆନିଆ ହୋଇଥିଲେ। ୧୯୯୭ରେ ପ୍ୟାରିସ୍ରେ ଏକ କାର୍ ଦୁର୍ଘଟଣାରେ ଡାଏନା ପ୍ରାଣ ହରାଇଥିଲେ। ସେ ସମୟରୁ ସଂରକ୍ଷିତ ଥିବା ଉକ୍ତ କେକ୍ର ଟୁକୁଡ଼ାଟିକୁ ପ୍ରାୟ ୪୦ ବର୍ଷ ପରେ ନିଲାମ କରାଯାଇଥିଲା। ସେତେବେଳେ ଉକ୍ତ କେକ୍ ଖଣ୍ଡକ ମୋୟା ସ୍ମିଥ୍ ନାମରେ ଜଣେ ରାଜ କର୍ମଚାରୀଙ୍କ ଭାଗରେ ପଡ଼ିଥିଲା। ୧୯୮୧ ମସିହା ଜୁଲାଇ ୨୯ ତାରିଖ ଦିନ ସେ ଉକ୍ତ କେକ୍ ଖଣ୍ଡିକୁ ସଂରକ୍ଷିତ କରି ରଖିଥିଲେ। ଉକ୍ତ କେକ୍ରେ ଲଗାଯାଇଥିବା 'ଆଇସିଙ୍ଗ୍'ରେ ରାଜକୀୟ କୋଟ୍ର ଅସ୍ତିନ୍ରେ (ହାତ) ଥିବା ସୁନେଲୀ, ଲାଲ୍, ନୀଳ ଓ ରୁପେଲୀ ରଙ୍ଗର ଡିଜାଇନ୍ କରାଯାଇଥିଲା। ନିଧାର୍ଯ୍ୟ ଦର ୩୦୦ରୁ ୫୦୦ ପାଉଣ୍ଡ୍ ବିନିମୟରେ 'ଗେରି ଲେଟନ୍' ଏହି କେକ୍ଖଣ୍ଡକୁ କେତେ ଥର ଖରିଦ କରିଥିଲେ। ସେ କହିଛନ୍ତି, ମୁଁ ଭାବିଥିଲି ଏଇ କେକ୍ଖଣ୍ଡିକୁ ମୁଁ ମୋ ଇଷ୍ଟେଟ୍ରେ ରଖିବି। ମୋ ଅନ୍ତେ ତାହା ଦାତବ୍ୟ କାର୍ଯ୍ୟ ପାଇଁ ନିଲାମ ହେବ।
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ହିରାଲୋଇ ଗ୍ରାମରେ ପୁର୍ବ ଶତୃତାକୁ କେନ୍ଦ୍ରକରି ଜଣେ ବୃଦ୍ଧକୁ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା। ହେଲେ ଆକ୍ରମଣ କରିବା ପରେ ଅଭିଯୁକ୍ତଜଣଙ୍କ ଫେରାର୍ ହୋଇଯାଇଥିଲା। ଗତକାଲି ରାତିରେ ଅଭିଯୁକ୍ତଜଣଙ୍କୁ କିସିଣ୍ଡା ପୋଲିସ୍ ଗିରଫ କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ୯ ଜୁଲାଇ ସକାଳେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ହିରାଲଇ ଗ୍ରାମର ରଘୁ ଦେହୁରୀ (୬୦)ଗାଁ ଛକରେ ଥିବା ବେଳେ ଗ୍ରାମର କମ୍ଭୁ ପଟ୍ଟନାୟକ ନାମକ ଜଣେ ଯୁବକ ରଘୁର ମୁଣ୍ଡକୁ ଏକ ଟାଙ୍ଗିଆରେ ହାଣି ପକାଇଥିଲା। ଗାଁ ଲୋକମାନେ ପାଟିତୁଣ୍ଡ କରିବାରୁ ଟାଙ୍ଗିଆ ଛାଡି ଆକ୍ରମଣ କାରୀ ଫେରାର ହୋଇଯାଇଥିଲା। ରଘୁର ବେକକୁ କମ୍ଭୁ ଟାଙ୍ଗିଆରେ ଚୋଟ ମାରିବାକୁ ଉଦ୍ୟମ କରୁଥିବାବେଳେ ସୌଭାଗ୍ୟକୁ ରଘୁ ବେକକୁ ନୁଆଁଇ ଦେବାରୁ ନିଜ ମୁଣ୍ଡରେ ଟାଙ୍ଗିଆଟି ବାଜି ଯାଇଥିଲା। ସେଠାରେ ସେ ତଳେ ପଡିଯାଇଥିଲେ। ଆହତ ରଘୁକୁ ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇ ସେଠାରେ ଚିକିତ୍ସା କରାଯାଇଥିଲା। ପୂର୍ବ ଶତୃତାରୁ ଏହି ଆକ୍ରମଣ ହୋଇଥିବା ବେଳେ ଆକ୍ରମଣକାରୀ କମ୍ଭୁ ଫେରାର ହୋଇଯାଇଥିଲା। ଗତକାଲି ରାତିରେ କିସିଣ୍ଡା ପୋଲିସ୍ ଆକ୍ରମଣ କାରୀ କମ୍ଭୁ ପଟ୍ଟନାୟକକୁ ତାର ଘରୁ ଗିରଫ କରିବାରେ ସଫଳ ହୋଇଥିଲା। ଆହତ ରଘୁ ଦେହୁରୀର ଅଭିଯୋଗ କ୍ରମେ କିସିଣ୍ଡା ଥାନା କେସ୍ ନଂ ୩୯/୨୦୨୧ଦଫା ୩୪୧, ୩୦୭ ରେ ଏକ ମାମଲା ରୁଜୁ କରାଯାଇଥିବା ଜଣା ପଡଛିି। ଆଜି ଆକ୍ରମଣକାରୀ କମ୍ଭୁ ପଟ୍ଟନାୟକକୁ କୋର୍ଟଚାଲାଣ କରାଯାଇଥିବା କିସିଣ୍ଡା ଏସ୍.ଆଇ ରାମେଶ୍ୱର ସିଂ ପ୍ରକାଶ କରିଛନ୍ତି। Read Moreଅପରାଧ, ଆଜିର ଖବର, ରାଜ୍ୟ ଖବର, ଅଭିଯୁକ୍ତ ଗିରଫ, ଟାଙ୍ଗିଆରେ ଆକ୍ରମଣThe Samikhsya Odia
ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ଯଦି ଆପଣ ନିଜର ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରାଉଛନ୍ତି ତେବେ ସାବଧାନ ରୁହନ୍ତୁ। ଆଧାରରେ ଲିଙ୍କ କରାଇବା ସମୟରେ କେବଳ ଗେଟିଏ ଥର ନିଜର ଟିପ ଚିହ୍ନ ସ୍କାନ କରାନ୍ତୁ, ଦ୍ୱିତୀୟ ଥର ସ୍କାନ କରାଇଲେ ଆପଣ ଅସୁବିଧାରେ ପଡ଼ି ପାରନ୍ତି। ଦେଖିବାକୁ ମିଳିଛିକି କିଛି ଲୋକ ଆଧାରରେ ମୋବାଇଲ ଲିଙ୍କ କରାଇବା ସମୟରେ କାର୍ଡଧାରକଙ୍କର ନାମ ଉପରେ ଏକ ନୂଆ ସିମ ଜାରୀ କରି ଅପରାଧ କରୁଛନ୍ତି। ୱାଇଏମସିଏ ବିଜ୍ଞାନ ଏବଂ ପ୍ରୌଦ୍ୟୋଗିକୀ ବିଶ୍ଵବିଦ୍ୟାଳୟର ଅଡିଟୋରିୟମରେ ବୁଧବାରଦିନ ଏନବିଟିର 'ଜି ବେଫିକର' କ୍ୟାମ୍ପେନର ଓପନ ମାଇକ ସେଶନରେ ସାଇବର ଏକ୍ସପର୍ଟ ଏହି ପ୍ରକାରର ଫ୍ରଡରୁ ବଞ୍ଚିବା…"ସାବଧାନ! ମୋବାଇଲ ନମ୍ବର ଆଧାର ସହିତ ଲିଙ୍କ କରାଇବା ବେଳେ ଦୁଇଥର ଲଗାନ୍ତୁ ନାହିଁ ଟିପ ଚିହ୍ନ" – ଚାଷୀମାନଙ୍କର ବିଷୟକୁ ନେଇ ସତ୍ୟାଗ୍ରହ ଏବଂ ଅନଶନ କରିବେ ଆନ୍ନା ହଜାରେ – ଆନ୍ନାଙ୍କର ଏହି ଅନଶନ ଶୁକ୍ରବାରଦିନ ଆରମ୍ଭ ହେବ – ଏଥିପାଇଁ ବଡ଼ ପରିମାଣରେ ପ୍ରସ୍ତୁତି କରାଯାଉଛି – ଯୋଗେନ୍ଦ୍ର ଯାଦବ, ପ୍ରଶାନ୍ତ ଭୂଷଣ, ଶାନ୍ତି ଭୂଷଣ ଏବଂ କୁମାର ବିଶ୍ଵାସ ପରି ପୁରୁଣା ସହଯୋଗୀ ତାଙ୍କର ସମର୍ଥନରେ ରାମଲୀଳା ମଇଦାନରେ ପହଁଚି ପାରନ୍ତି – ଆଯୋଜକମାନେ 23 ମାର୍ଚ୍ଚ ପାଇଁ ଗ୍ରାଉଁଡ ବୁକ କରିଛନ୍ତି କିନ୍ତୁ ଅନଶନ କେବେ ପର୍ଯ୍ୟନ୍ତ ଚାଲିବ, ଏହା ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସକୁ ଜଣା ନାହିଁ ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ଦିଲ୍ଲୀର ରାମଲୀଳା ମଇଦାନରେ ଦେଶରୁ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନର ଶଙ୍ଖନାଦ କରିଥିବା ଆନ୍ନା…"ଦିଲ୍ଲୀ ପହଁଞ୍ଚିଲେ ଆନ୍ନା ହଜାରେ, ରାମଲୀଳା ମଇଦାନରେ କରିବେ ଅନଶନ, ଚାଷୀଙ୍କ ପାଇଁ କରିବେ ଅନିର୍ଦ୍ଧିଷ୍ଟକାଳୀନ ଭୁକ ହରତାଲ" ମେଷ (Aries): ଆଜିର ଦିନ ନିଜର ନିଜର ବିଚାରକୁ ଛାଡ଼ିକରି ଅନ୍ୟ ବିଚାରକୁ ଅପଣାଇବାକୁ ଉପଦେଶ। ଘରର ତଥା ପରିଜନ କାର୍ଯ୍ୟ କରୁଥିବା ସମୟରେ ଆପଣଙ୍କୁ ସମାଧାନ ବ୍ୟବହାର ଆପଣାଇବା ଉଚିତ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ। ବୃଷ (Taurus): ଆପଣ ଆର୍ଥିକ ଦାୟୀତ୍ତ୍ୱଗୁଡ଼ିକ ପ୍ରତି ଆଜି ଧ୍ୟାନ ଦେବେ। ଆର୍ଥିକ ଲାଭ ହେବାର ସଂଭାବନା ଅଛି। ମନରେ ଉତ୍ସାହ ତଥା ବିଚାରରେ ସ୍ଥିରତାରୁ କାରଣ ସମସ୍ତ କାର୍ଯ୍ୟ ଆପଣ ଭଲ ଭାବରେ କରି ପାରିବେ। ମିଥୁନ (Gemini): ଉଗ୍ରତାର କାରଣରୁ କୌଣସି ଝଗଡ଼ା ନ ହେଉ ଏହାର ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ବିଷୟରେ ଚିନ୍ତା ହେବ, ଧନହାନି ଏବଂ ମାନହାନି ହୋଇପାରେ। ପରିଜନମାନଙ୍କ…"୨୨ ମାର୍ଚ୍ଚ ୨୦୧୮, ଗୁରୁବାର, ଜାଣନ୍ତୁ ଆଜିର ରାଶିଫଳ" ଭୁବନେଶ୍ୱର, ୨୧/୦୩ (ଓଡ଼ିଆ ପୁଅ)- ଓଡ଼ିଶାର ରାଜ୍ୟପାଳ ଏସ.ସି. ଜମିରଙ୍କ କାର୍ଯ୍ୟକାଳ ଶେଷ ହେବାପରେ। ବିହାର ରାଜ୍ୟପାଳ ସତ୍ୟପାଲ ମଲିକ୍ ଙ୍କୁ ଅତିରିକ୍ତ ଭାବେ ଓଡ଼ିଶାର ଦାୟିତ୍ୱ ଦିଆଯାଇଛି। ଆଜି ସତ୍ୟପାଲ ମଲିକ୍ ଶପଥ ଗ୍ରହଣ କରିଛନ୍ତି। ଶ୍ରୀଶୁକ୍ତ ମଲ୍ଲିକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ। ରାଜଭବନରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା। ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ବିନୀତ ଶରଣ ଶ୍ରୀଯୁକ୍ତ ମଲିକ୍ ଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ପାଠ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।"ଓଡ଼ିଶାର ରାଜ୍ୟପାଳଭାବେ ଶପଥ ଗ୍ରହଣ କଲେ ସତ୍ୟପାଲ ମଲିକ୍" ଭୁବନେଶ୍ୱର;୨୧,୦୩,୨୦୨୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଭୁବନେଶ୍ୱର ଉପକଣ୍ଠ ଡମଣା ହାଟ ନିକଟସ୍ଥ ୬ ନମ୍ବର ୱାର୍ଡ ନୀଳପଡ଼ିଆ ବସ୍ତିରେ ହାଡଫୁଟି ବ୍ୟାପିବାରେ ଲାଗିଛି।ଆବଶ୍ୟକୀୟ ନିରାକରଣ ବ୍ୟବସ୍ଥା ଅଭାବରୁ ହାଡ଼ଫୁଟି ସଂକ୍ରମିତ ହେବାରେ ଲାଗିଛି।ତେଣୁ ଏହାକୁ ନିୟନ୍ତ୍ରଣ କରିବା ତଥା ନିରାକରଣ କରିବା ସହିତ ପରିମଳ ବ୍ୟବସ୍ଥାର ସୁପରିଚାଳନା,ସଂପୃକ୍ତ ଅଞ୍ଚଳରେ ମଶା ମରା ତେଲର ଛିଞ୍ଚନ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ପାଇଁ ଦାବି ହେଉଛି। ଏ ନେଇ ଚନ୍ଦ୍ରଶେଖରପୁର ମଣ୍ଡଳ ବିଜେପି ସଭାନେତ୍ରୀ ମାନସୀ ମଞ୍ଜରୀ ରାୟପାଢ଼ୀଙ୍କ ନେତୃତ୍ୱରେ ଏକ ଦାବି ପତ୍ର ବିଏମସି ଡେପୁଟି କମିଶନରଙ୍କୁ ପ୍ରଦାନ କରାଯାଇଛି।"ଭୁବନେଶ୍ୱର ଉପକଣ୍ଠରେ ବ୍ୟାପୁଛି ହାଡ଼ଫୁଟି, ପ୍ରତିକାର ପାଇଁ ଦାବି" ଭୋଗରାଇ, ୨୦/୩/୨୦୧୮ (ଓଡିଆ ପୁଅ/ରାଧାକାନ୍ତ ପ୍ରଧାନ)ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ସରଲପୁର ଗାଁରେ ସୋମବାର ରାତ୍ରିରେ ଘଟିଛି ଏକ ଅମାନବୀୟ ଘଟଣା। ସ୍ୱାମୀ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ସହିତ କଳି କଜିଆ କରି ଦାନ୍ତରେ କାମୁଡି କାନ ଛିଡାଇ ଦେଇଛନ୍ତି। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ସ୍ୱମୀଙ୍କୁ ଦଉଡିରେ ବାନ୍ଧି ଅଟକ ରଖିବା ସହିତ ସ୍ତ୍ରୀକୁ ଚିକିତ୍ସା ପାଇଁ ହସପିଟାଲ ନେଇ ଯାଇଥିଲେ। ସୂଚନା ଅନୁଯାୟୀ, ରସଲପୁର ପଂଚାୟତର ସେହି ଗାଁର ବିଜୟ ବାରିକଙ୍କ ଝିଅ ମମତାଙ୍କୁ ପ୍ରାୟ ୩ବର୍ଷ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ତପନ ସାହୁ ବିବାହ କରିଥିଲେ। ବିବାହ ଦିନରୁ ତପନ ଶ୍ୱଶୁର ଘରେ ରହନ୍ତି। ମାତ୍ର ବହୁ ମାତ୍ରାରେ ନିଶା…"ସ୍ୱାମୀର ବର୍ବର କାଣ୍ଡ: ଦାନ୍ତରେ କାମୁଡି ଛିଡାଇଲା ସ୍ତ୍ରୀର କାନ" ମେଷ (Aries): ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣ ମନରେ ସୁସ୍ଥ ଅନୁଭବ କରି କାର୍ଯ୍ୟ କରି ପାରିବେ ଯାହାଦ୍ୱାରା କାର୍ଯ୍ୟରେ ଉତ୍ସାହ ଏବଂ ସଶକ୍ତି ଅନୁଭବ କରିବେ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ। ପରିଜନମାନଙ୍କ ସହିତ ଆନନ୍ଦ ଏବଂ ଉଲ୍ଲାସରେ ସମୟ ବିତିବ। ମାତାଙ୍କଠାରୁ ଲାଭ ମିଳିବ। ବୃଷ (Taurus): ଆଜି ଆପଣଙ୍କୁ ସାବଧାନ ରହିବାକୁ ଉପଦେଶ। ଆଜି ହେବାକୁଥିବା ଘଟଣାରେ ଆପଣ ଚିନ୍ତିତ ରହିପାରନ୍ତି। ସ୍ଵାସ୍ଥ୍ୟ ନରମ ରହିବ। ଆଖିରେ ଅସୁବିଧା ହୋଇପାରେ। ସ୍ଵଜନମାନଙ୍କ ଏବଂ ପରିଜନମାନଙ୍କର ବିରୋଧର ସାମନା କରିବାକୁ ପଡ଼ିପାରେ। ଆଜି ଆରମ୍ଭ କରାଯାଇଥିବା କାର୍ଯ୍ୟ ଅସଂପୂର୍ଣ୍ଣ ରହିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ…"୨୧ ମାର୍ଚ୍ଚ, ବୁଧବାର, ଜାଣନ୍ତୁ ଆଜିର ରାଶିଫଳ – କେମିତି ରହିବ ଆପଣଙ୍କ ଦିନ …" ବିହାର ଏବଂ ଉତ୍ତର ପ୍ରଦେଶ ଉପନିର୍ବାଚନ ପରେ ବିଜେପିର ପ୍ରାର୍ଥୀଙ୍କର ହାର ପରେ ଏବଂ ଟିଡିପିର ଏନଡିଏରୁ ବାହର ହେବା ପରେ ରାମବିଳାସ ପାସୱାନ ଏବଂ ଚିରାଗ ପାସୱାନ ଏନଡିଏରେ ସାଥୀ ଦଳ ସହିତ ଭେଦଭାବକୁ ନେଇକରି ପ୍ରଶ୍ନ ଉଠାଇଥିଲେ। ମୁଖ୍ୟ କଥା: ପାସୱାନଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୂପେନ୍ଦ୍ର ଯାଦବ ସାକ୍ଷାତ କରିଛନ୍ତି ଏନଡିଏରେ ସାଥୀ ଦଳଗୁଡ଼ିକ ସାଥିରେ ଭେଦଭାବକୁ ନେଇକରି କରିଥିଲେ ପ୍ରଶ୍ନ ଏହା ପୂର୍ବରୁ ସେ କହିଥିଲେ କି ଆମେ ସମସ୍ତ ବର୍ଗଙ୍କୁ ସାଥିରେ ନେଇକରି ଚାଲିବାକୁ ପଡ଼ିବ ବିହାର ୨୦-୩ (ଓଡ଼ିଆ ପୁଅ): କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭାରତୀୟ ଜନତା ପାର୍ଟି ମହା ସଚିବ ଭୂପେନ୍ଦ୍ର ଯାଦବ,…"ରାମବିଲାସ ପାସୱାନଙ୍କୁ ମନାଇବା ପାଇଁ ପହଁଚିଲେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୂପେନ୍ଦ୍ର ଯାଦବ" todays horoscope 20 march 2018 ମେଷ (Aries): ଆଜିର ଦିନ ଆନନ୍ଦ ଉଲ୍ଲାସରେ ଭରି ରହିବ ଏବଂ ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ଆଜି କରାଯାଇଥିବା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଘରର ବାତାବରଣ ଆନନ୍ଦଦାୟକ ରହିବ। ଶ୍ୱଶୁରଘର ପକ୍ଷରୁ ଲାଭ ହୋଇପାରେ ବା ଭଲ ସମାଚାର ମିଳିପାରେ। ଆର୍ଥିକ ଲାଭର ସଂଭାବନା ଅଛି। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ଆନନ୍ଦଦାୟୀ ଯାତ୍ରାର ଯୋଗ ଅଛି। ତାଙ୍କଠାରୁ ମିଳିଥିବା ଭେଟି ପାଇକରି ଆପଣ ଆନନ୍ଦିତ ହେବେ। ବୃଷ (Taurus): ଆଜିର ଦିନ ଆପଣଙ୍କପାଇଁ ବହୁତ ଅନୁକୂଳ ଥିବା ଦେଖାଯାଉନାହିଁ। ଅନେକ ପ୍ରକାରର ଚିନ୍ତା ରହିବ। ସ୍ଵାସ୍ଥ୍ୟ ଭଲ ରହିବ ନାହିଁ।…"୨୦, ମାର୍ଚ୍ଚ, ମଙ୍ଗଳବାର, ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ ପଢ଼ନ୍ତୁ …" କଲୋମ୍ବୋ ୧୮-୩ (ଓଡ଼ିଆ ପୁଅ) ଭାରତ ବାଂଗ୍ଲାଦେଶକୁ ହରାଇ ଶ୍ରୀଲଙ୍କାରେ ହୋଇଥିବା ନିଦାହାସ ଟି-20 ଟ୍ରାଇ ସିରିଜ୍ ହାତେଇଛି। ରବିବାର ରାତିରେ କଲୋମ୍ବୋରେ ଖେଳାଯାଇଥିବା ଫାଇନଲ ମ୍ୟାଚ୍ ଟିମ ଇଣ୍ଡିଆ ନେ ୪ ୱିକେଟରେ ବିଜୟ ଲାଭ କରିଛି। ଏହି ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍ ରେ ଟିମ ଇଣ୍ଡିଆର ବିଜୟର ହୀରୋ ଦିନେଶ କାର୍ତିକ ପ୍ରମାଣିତ ହୋଇଛନ୍ତି। ସେ ଶେଷ ବଲରେ ଛକା ଲଗାଇ ଭାରତକୁ ବିଜୟର ଟିକା ପିନ୍ଧାଇଛନ୍ତି। ୮ଟି ବ।ଲ ଖେଳି ସେ ନିଜର ଛୋଟ ଇନିଙ୍ଗ୍ସରେ ୨ ଚୌକା ଏବଂ ୩ଟି ଛକା ଲଗାଇ କରିଛନ୍ତି ୨୯ ରନ। ଏମିତି ଥିଲା ମ୍ୟାଚ୍… – ମ୍ୟାଚ୍ ରେ ଟିମ ଇଣ୍ଡିଆ ଟସ…"ଭାରତର ଐତିହାସିକ ବିଜୟ: ହାତେଇଲା ନିଦାହାସ ଟ୍ରଫି: କେମିତି ଥିଲା ଶେଷ ଓଭରର ରୋମାଞ୍ଚ ପଢ଼ନ୍ତୁ –"
ମୌସୁମି ଅଧିବେଶନରେ ପ୍ରଶ୍ନକାଳ ରହିବନି, ସରକାରଙ୍କୁ ଘେରିଲେ ବିରୋଧୀ ନୂଆଦିଲ୍ଲୀ : ଆସନ୍ତା ୧୪ ତାରିଖରୁ ଅକ୍ଟୋବର ୧ ଯାଏ ସଂସଦର ମୋସୁମି ଅଧିବେଶନ ଅନୁଷ୍ଠିତ ହେବ। ତେବେ ମହାମାରୀ କୋଭିଡ୍କୁ ଦୃଷ୍ଟିରେ ରଖି ଉକ୍ତ ଅଧିବେଶନରେ ଉଭୟ ଗୃହରେ ପ୍ରଶ୍ନକାଳ ରହିବନି ବୋଲି ବୁଧବାର ନୋଟିସ ପ୍ରକାଶ ପାଇଛି। ସେହିପରି ଶୂନ୍ୟକାଳର ଅବଧିକୁ ମଧ୍ୟ କମାଇ ଦିଆଯାଇଥିବା ଏଥିରେ ଉଲ୍ଲେଖ ରହିଛି। ଅପରପକ୍ଷେ, ବର୍ତ୍ତମାନର ମହାମାରୀ ଜନିତ ଅସ୍ବାଭାବିକ ପରିସ୍ଥିତି ଯୋଗୁଁ ଆଗାମୀ ଅଧିବେଶନରେ ବେସରକାରୀ ବିଧେୟକ(ପ୍ରାଭେଟ୍ ମେମ୍ବର୍ସ ବିଲ୍) ନ ଆଣିବା ପାଇଁ ବାଚସ୍ପତି ଏମ୍ ବିର୍ଲା ନିର୍ଦ୍ଦେଶ କରିଛନ୍ତି। ଏହା ଜଣା ପଡ଼ିବା ପରେ ବିରୋଧୀ ଦଳମାନେ ତୀବ୍ର ସମାଲୋଚନା କରିଛନ୍ତି। ଏହାଦ୍ବାରା ଦେଶର ଆର୍ଥିକ ସ୍ଥିତି ଓ ମହାମାରୀ କୋଭିଡ୍ ସମ୍ପର୍କରେ ପ୍ରଶ୍ନ ପଚାରିବାର ସୁଯୋଗକୁ ସରକାର ଉଦ୍ଦେଶ୍ୟମୂଳକ ଭାବେ ଛଡ଼ାଇ ନେଇଛନ୍ତି ବୋଲି ଅନେକ ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି। ସୂଚନା ଥାଉ କି, ଉଭୟ ଗୃହର ସଚିବାଳୟ ଦ୍ବାରା ଜାରି କରାଯାଇଥିବା ଉକ୍ତ ନୋଟିସ ଅନୁସାରେ ଅଧିବେଶନ ଚାଲୁ ରହିଥିବା ପର୍ଯ୍ୟନ୍ତ ଶନିବାର ଓ ରବିବାର ମଧ୍ୟ ଉଭୟ ଗୃହ କାର୍ଯ୍ୟ କରିବ। ପ୍ରତି ଦିନର କାର୍ଯ୍ୟକାଳକୁ ସକାଳ ୯ଟାରୁ ଅପରାହ୍ଣ ଗୋଟାଏ ଯାଏ ଓ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ଯାଏ – ଏହିପରି ଦୁଇଟି ଅଧିବେଶନରେ ଭାଗ କରାଯାଇଛି। ପ୍ରଥମ ଦିବସକୁ ଛାଡ଼ିଦେଲେ ବାକି ସବୁ ଦିନ ସକାଳ ଅଧିବେଶନରେ ରାଜ୍ୟସଭା ଓ ସାନ୍ଧ୍ୟ ଅଧିବେଶନରେ ଲୋକସେଭା ବସିବ। ତେବେ ପ୍ରଶ୍ନକାଳ ହଟିଯିବା ଉପରେ କଡ଼ା ସମାଲୋଚନା କରି ରାଜ୍ୟସଭାର ତୃଣମୂଳ କଂଗ୍ରେସ ନେତା ସାଂସଦ ଡେରେକ ଓ ବ୍ରିଏନ୍, ସରକାରଙ୍କୁ ବିରୋଧୀ ଦଳ ପ୍ରଶ୍ନ କରିବାର ଅଧିକାର ହରାଇବେ, ବୋଲି କହିଛନ୍ତି। ଏପରି ଗଣତନ୍ତ୍ରର ହତ୍ୟା ପାଇଁ ମହାମାରୀ ବାହାନା କେବଳ ବୋଲି ସେ ଟ୍ବିଟ୍ କରି କହିଛନ୍ତି। ସେହିପରି ଡିଏମ୍କେ ନେତ୍ରୀ କାନିମୋଝି ମଧ୍ୟ ଅନୁରୂପ ଭାବେ ସରକାରଙ୍କୁ ଘେରିଛନ୍ତି। ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କର ସରକାରଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ନାହିଁ ବୋଲି ସେ ଆକ୍ଷେପ କରିଛନ୍ତି। ପୂର୍ବରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ବାଚସ୍ପତିଙ୍କୁ ଚିଠି ଲେଖି ଶୂନ୍ୟକାଳ ଅବଧି ନ କମାଇବା ପାଇଁ କହିଥିଲେ। ଏହାଦ୍ବାରା ଲୋକପ୍ରତିନିଧିମାନେ ଗୁରୁତ୍ବପୂର୍ଣ୍ଣ ଜାତୀୟ ପ୍ରସଙ୍ଗଗୁଡ଼ିକୁ ଉତ୍ଥାପନ କରିବାରୁ ବଞ୍ଚିତ ହେବେ ବୋଲି ସେ କହିଥିଲେ।
ଓଡିଶା ଉପକୂଳରେ ବଢୁଛି 'ଅମ୍ଫାନ'ର ପ୍ରଭାବ: ଭାଙ୍ଗିଲା ଶହ ଶହ ପାନବରଜ, ବାଲେଶ୍ୱରରେ ଉଠିଲା ବଡ ସମୁଦ୍ର ଜୁଆର ; ବର୍ଷା ସହ ଘଂଟାକୁ ୧୫୦ କିମି ଯାଏଁ ବଢିପାରେ ପବନର ବେଗ କନକ ବ୍ୟୁରୋ: ସ୍ଥଳଭାଗ ଆଡକୁ ମାଡି ଆସୁଛି ମହାବାତ୍ୟା ଅମ୍ଫାନ। ମହାବାତ୍ୟା 'ଅମ୍ଫାନ' ଏବେ ପାରାଦୀପ ଠାରୁ ୧୫୫ କିମି ଦୂରରେ ରହିଥିବାର ସୂଚନା ମିଳିଛି । ଏହା ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି। ଏହାର ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା ସାଙ୍ଗକୁ ୯୮ କିଲୋମିଟର ବେଗରେ ପବନ ବହୁଛି। ସକାଳୁ ସକାଳୁ ବର୍ଷା ସାଙ୍ଗକୁ ପବନର ବେଗ କ୍ରମଶଃ ବଢିବାରେ ଲାଗିଛି। ଏହାଫଳରେ ପାରାଦୀପରେ ଜୀବଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଥିସହିତ ଅମ୍ଫାନ ଏବେ ପଶ୍ଚିମବଙ୍ଗର ଦୀଘାଠାରୁ ୩୨୦ କି.ମି. ଦୂରରେ ଥିବା ବେଳେ ବାଲାଂଦେଶ ଠାରୁ ୪୮୦ କି.ମି. ଦୂରରେ ରହିଛି। ଆଜି ଦିନ ୧୨ଟାରୁ ୨ଟା ମଧ୍ୟରେ ଏହା ଓଡ଼ିଶା ଅତିକ୍ରମ କରିବ। ସକାଳୁ ସକାଳୁ ଭଦ୍ରକର ଧାମରାରେ ମଧ୍ୟ ବର୍ଷା ସାଙ୍ଗକୁ ପବନର ବେଗ ତୀବ୍ର ହେବାରେ ଲାଗିଛି। ଏହାର ପ୍ରଭାବରେ କେତେକ ସ୍ଥାନରେ ଗଛ ମଧ୍ୟ ଭାଙ୍ଗି ପଡିଥିବାର ସୂଚନା ମିଳିଛି। ବାଲେଶ୍ୱରରେ ମଧ୍ୟ ବର୍ଷା ସାଙ୍ଗକୁ ପବନର ବେଗ ବଢୁଛି। ଏଥିସହିତ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଗତକାଲି ରାତିଠାରୁ ଭୁବନେଶ୍ୱରରେ ବର୍ଷା ଲାଗିରହିଛି। ବର୍ତ୍ତମାନ ଭୁବନେଶ୍ୱରରେ ୫୫ରୁ ୬୫ କି.ମି. ବେଗରେ ପବନ ବହୁଛି। ମହାବାତ୍ୟା ଅମ୍ପାନ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇ ଉଠିବା ସହିତ ଉଚ୍ଚ ଢେଉମାନ କୂଳରେ ପିଟି ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଦୀଘା ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅର୍ଥାତ୍ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେତେବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଥିବ ଓ ୧୮୫ କିଲୋମିଟର ବେଗରେ ଧକ୍କା ଦେବ। ଓଡ଼ିଶା ସୀମା ଅତିକ୍ରମ କରିବା ବେଳେ ଗୋଟିଏ କି ଦୁଇଟି ନୁହେଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ ବିତ୍ପାତ ରଚାଇପାରେ। ଘଣ୍ଟାକୁ ୧୦୦ ବା ୧୧୦ କିଲୋମିଟର ବେଗରେ ପବନ ବହିବ। ସ୍ଥଳବିଶେଷରେ ତୀବ୍ରତା ବଢ଼ି ୧୨୫ କିଲୋମିଟର ବେଗରେ ଗୁରାଣ୍ଡି ଦେଇପାରେ ଓଡ଼ିଶାର ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳକୁ।