text
stringlengths 265
363k
|
---|
ନୂଆଦିଲ୍ଲୀ: ପ୍ରେମିକାକୁ ବାହା ହେବାକୁ ହିନ୍ଦୁଧର୍ମ ଗ୍ରହଣ କରିଥିବା ଛତିଶଗଡ଼ର ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଙ୍କ ପିତାମାତାଙ୍କ କବଳରୁ ମୁକୁଳାଇବାକୁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଧମତାରି ଜିଲ୍ଲା ମାଜିଷ୍ଟ୍ରେଟ୍, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍, କୋତଓ୍ଵାଲି ଷ୍ଟେସନ୍ ହାଉସ୍ ଅଫିସର୍ ଓ ସେ ଝିଅର ପିତାଙ୍କୁ ନୋଟିସ୍ ଜାରି କରିଛି। ଅଗଷ୍ଟ ୨୭ ତାରିଖ ଦିନ ସେ ଝିଅକୁ ସୁପ୍ରିମ୍ କୋର୍ଟରେ ହାଜର କରାଇବାକୁ ଖଣ୍ଡପୀଠ ଏସ୍ପିଙ୍କୁ ନିର୍ଦେଶ ଦେଇଛନ୍ତି।
ଦୀର୍ଘ ଦୁଇ ବର୍ଷ ଧରି ଜଣେ ୨୩ ବର୍ଷୀୟ ମହିଳାଙ୍କୁ ପ୍ରେମ କରୁଥିବା ୩୩ ବର୍ଷିୟ ମହମ୍ମଦ ଇବ୍ରହିମ୍ ସିଦ୍ଦିକି ପ୍ରେମିକାକୁ ବାହା ହେବା ଆଗରୁ ହିନ୍ଦୁ ଧର୍ମ ଗ୍ରହଣ ଆର୍ଯ୍ୟାନ୍ ଆର୍ଯ୍ୟ ନାମ ଧାରଣ କରିଥିଲେ। ସ୍ତ୍ରୀଙ୍କୁ ତାଙ୍କ ପିତାମାତାଙ୍କ କବଳରୁ ମୁକ୍ତ କରିବାକୁ ଛତିଶଗଡ଼ ହାଇକୋର୍ଟଙ୍କୁ ଆବେଦନ କରିଥିଲେ, କିନ୍ତୁ କୋର୍ଟ ତ୍ରୁଟିପୂର୍ଣ୍ଣ ଆଦେଶ ଯୋଗୁଁ ତାଙ୍କ ପତ୍ନୀଙ୍କୁ ମୁକୁଳାଇ ନ ହେବାରୁ ସେ ସୁପ୍ରିମ୍ କୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ।
ସିଦ୍ଦିକି ରାୟପୁରରେ ଫେବ୍ରୁଆରି ୨୫ ତାରିଖ ଦିନ ହିନ୍ଦୁଧର୍ମ ଗ୍ରହଣ କରିଥିଲେ। ଫେବ୍ରୁଆରି ୨୫ ତାରିଖ ଦିନ ରାୟପୁରର ଆର୍ଯ୍ୟ ସମାଜ ମନ୍ଦିରରେ ଦୁହେଁ ବିବାହ କରିଥିଲେ।
ପିଟିସନ୍ରେ ଦର୍ଶାଯାଇଛି ଯେ ତାଙ୍କ ପତ୍ନୀ ଧମତାରିସ୍ଥିତ ତାଙ୍କ ବାପଘରକୁ ଯାଇଥିଲେ, କିନ୍ତୁ ବିବାହ କରିଛନ୍ତି ବୋଲି ସେ କହି ନ ଥିଲେ।
ଆବେଦନରେ ଆହୁରି ଦର୍ଶାଯାଇଛି ଯେ, ବିବାହ ବିଷୟରେ ପତ୍ନୀଙ୍କ ପିତାମାତା ଜାଣିବା ପରେ ଜୁନ୍ ୩୦ ତାରିଖ ରାତିରେ ସେ ସିଦ୍ଦିକିଙ୍କ ପାଖକୁ ଆସିବାକୁ ଘରୁ ଚାଲି ଆସିଥିଲେ। ବାଟରେ ପୁଲିସ ତାଙ୍କୁ ଅଟକାଇ ଥାନାକୁ ନେଇ ସେଠାରୁ ସରକାରୀ ମହିଳା ସଙ୍କଟ ଗୃହକୁ ପଠାଇ ଦେଇଥିଲେ।
ସିଦ୍ଦିକ୍ କହିଛନ୍ତି ଯେ ପୁଲିସ ତାଙ୍କ ପତ୍ନୀଙ୍କ ବୟାନକୁ ଭୁଲ୍ ରେକର୍ଡ କରି ଦର୍ଶାଇଛି ସେ ତାଙ୍କ ପିତାମାତାଙ୍କ ସହ ରହିବାକୁ ଚାହୁଁଛି।
|
ଭୁବନେଶ୍ବର: ନୃତ୍ୟରେ ନୃତ୍ୟର ଆଦିଗୁରୁ ପଙ୍କଜ ଚରଣ ଦାସଙ୍କୁ ବନ୍ଦିଥିଲେ ଶିଳ୍ପୀଗଣ। ଗୁରୁବନ୍ଦନାକୁ ନୃତ୍ୟରେ ପରଷି ଦେଇଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର। ଆଦିଗୁରୁ ପଙ୍କଜ ଉତ୍ସବର ତୃତୀୟ ଦିବସରେ ଦେଖିବାକୁ ମିଳିଥିଲା ଏହିପରି ଏକ ଭାବାତ୍ମକ ପରିବେଷଣ। ଆଦିଗୁରୁ ପଙ୍କଜ ଚରଣ ଓଡ଼ିଶୀ ରିସର୍ଚ ଫାଉଣ୍ଡେସନ୍ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ସୁଜାତାଙ୍କ ପରବର୍ତୀ ପ୍ରସ୍ତୁତିରେ ଥିଲା ଗୀତଗୋବିନ୍ଦର ଅଷ୍ଟପଦୀ। ପରେ ଶର୍ମିଲା ବିଶ୍ବାସ କୃଷ୍ଣଙ୍କ ପ୍ରତି ଯଶୋଦାଙ୍କ ବାତ୍ସଲ୍ୟ ରସକୁ ନୃତ୍ୟରେ ଭେଟି ଦେଇଥିଲେ। ରାଧାଙ୍କ ଅଭିମାନକୁ ନୃତ୍ୟରେ ବ୍ୟକ୍ତ କରିଥିଲେ ଶିଳ୍ପୀ ଲୀନା ମହାନ୍ତି। ପୁଷ୍ପିତା ମିଶ୍ର ଆଦିଗୁରୁଙ୍କ ସଂଯୋଜିତ 'ଅହଲ୍ୟା'ର ଉପସ୍ଥାପନା କରିଥିଲେ। ଦଳଗତ ପରିବେଷଣରେ 'ସ୍ବକୀୟା' ଅନୁଷ୍ଠାନର ଶିଳ୍ପୀଙ୍କ ଦ୍ବାରା 'ମାତୃ ବନ୍ଦନା' ଦେଖିବାକୁ ମିଳିଥିଲା। ଏହାର ନିର୍ଦେଶନା ଦେଇଥିଲେ ଯୁଧିଷ୍ଠିର ନାୟକ। ଅପରାହ୍ଣରେ ଶ୍ରୁତି ସ୍ବୟଂସିଦ୍ଧା, ଦୀପ୍ତିମୟୀ ସାହୁ, ସୌମ୍ୟ ବୋଷ, ପ୍ରାଚୀ ହୋତା, କବିତା ମିଶ୍ର, ଇନ୍ଦୁ କାନନ ଏବଂ ସ୍ବୟଂପ୍ରଜ୍ଞା ସାହୁ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ, ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ରାମକୃଷ୍ଣ ସାହୁ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଜିଏମ୍ ପି.କେ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଷ୍ଠାନର ନିର୍ଦେଶକ ଶରତ ଦାସ ଉପସ୍ଥିତ ଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କଲ୍ୟାଣୀ ସାହୁ ସହାୟତା କରିଥିଲେ।
|
କଟକ : ବିଶିଷ୍ଟ ଗୀତିକବି, ଗାଳ୍ପିକା, ଶିଶୁ ସାହିତ୍ୟିକା, ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ମୀନାକ୍ଷୀ ଦେବୀ (୬୬)ଙ୍କର ପରଲୋକ ଘଟିଛି। ବୁଧବାର ସଂଧ୍ୟାରେ ସେ ଝାଞ୍ଜିରୀମଙ୍ଗଳା ବାସଭବନ ପରିସରରେ ଚାଲୁଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ପରିବାର ପକ୍ଷରୁ ତାଙ୍କୁ ଏସ୍ସିବି ମେଡିକାଲି ଆଶୁ ଚିକିତ୍ସା ବିଭାଗକୁ ନିଆଯାଇଥିଲା। ସେଠାରେ ତାଙ୍କର ପରଲୋକ ଘଟିଥିଲା। ଅନ୍ତିମ ଶଯ୍ୟା ନିକଟରେ ସ୍ବାମୀ ଶଶୀଭୂଷଣ ତ୍ରିପାଠୀଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ପାର୍ଥିବ ଶରୀରକୁ ଝାଞ୍ଜିରୀମଙ୍ଗଳା ଚକୋଲେଟ୍ ବାସଭବନରେ ଶେଷଦର୍ଶନ ପାଇଁ ରଖାଯାଇଛି। ଆସନ୍ତାକାଲି ସକାଳେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।
ମୀନାକ୍ଷୀ ଦେବୀ ୧୯୫୫ ମସିହା ମାର୍ଚ ୨୨ତାରିଖରେ ପୁରୀ ଜିଲ୍ଲା ଶ୍ରୀପୁରୁଷୋତ୍ତମପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଅଧ୍ୟାପିକା ଭାବେ ସେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ୨୦ରୁ ଅଧିକ ଗୀତିକବିତା, କ୍ଷୁଦ୍ରଗଳ୍ପ, ଶିଶୁ ନାଟକ, ଉପନ୍ୟାସ, ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି। ସେ ମଧ୍ୟ ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର ଥିଲେ। ସାରସ୍ବତ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ସମ୍ବର୍ଦ୍ଧିତ ହେବା ସହ ଅନେକ ସାରସ୍ବତ ଅନୁଷ୍ଠାନ ଦ୍ବାରା ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି।
ତାଙ୍କ ପରଲୋକରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷୀକେଶ ମଲ୍ଳିକ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ପ୍ରଫେସର ଡ. ବିଜୟାନନ୍ଦ ସିଂହ, 'ସମ୍ବାଦ' ସଂପାଦକ(ଫିଚର) ଡ. ଗୌରହରି ଦାସ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ସାରଳା ସାହିତ୍ୟ ସଂସଦର ସଭାପତି ଡ. ଇଞ୍ଜିନିୟର ପ୍ରଭାକର ସ୍ବାଇଁ, ସାହିତ୍ୟିକ ଡ. ଗୋବିନ୍ଦ ଭୂୟାଁ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।
|
ମୁମ୍ବଇ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ଘଟି ୪୩ ଆହତ
ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇ ତୈଳ ବିଶୋଧନାଗାରରେ ବୁଧବାର ଅପରାହ୍ଣରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ୪୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଅପରାହ୍ଣ ୩ଟାରେ ବିଶୋଧନାଗାରରେ ଏକାଧିକ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ପରେପରେ ସେଠାରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାରିଆଡେ ବ୍ୟାପିଯାଇଥିଲା ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଚେମ୍ବୁର ଅଞ୍ଚଳ ଅନ୍ତର୍ଗତ ମାହୁଲ ରୋଡ୍ସ୍ଥିତ ଏହି ବିଶୋଧନାଗାରରେ ୭ଟି ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ୨ଟି ଧୂଆଁ ନିୟନ୍ତ୍ରଣକାରୀ ଯନ୍ତ୍ର ଦ୍ୱାରା ନିଆଁ ଲିଭା ଉଦ୍ୟମ ଜାରି ରହିଛି। ହାଇଡ୍ରୋକ୍ରାକର୍ କାରଖାନାଗୁଡିକରେ ଅଗ୍ନିକାଣ୍ଡ ସ୍ୱାଭାବିକ ବୋଲି ମୁମ୍ବଇର ମୁଖ୍ୟ ଅଗ୍ନିଶମ ଅଧିକାରୀ ପି. ଏସ୍. ରାହାଙ୍ଗଦଲେ କହିଛନ୍ତି।
|
ଚଣ୍ଡିଗଡ଼,୧୬।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଫଳରେ ପାକିସ୍ତାନ ଲଗାତର ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ ଚଳାଇଛି। ଏଥିସହ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ନେଇ ବୁଧବାର ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ପଞ୍ଜାବ ଓ ଆଖପାଖ ଅଞ୍ଚଳରେ ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠୀ ଅନୁପ୍ରବେଶ କରିଛନ୍ତି। ସେମାନେ ସୁରକ୍ଷା ସ୍ଥାନଗୁଡ଼ିକରେ ଆକ୍ରମଣର ଯୋଜନା କରୁଥିବା ଜଣାପଡ଼ିଛି। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପଠାନକୋଟ, ଜମ୍ମୁ, ଶ୍ରୀନଗର ଓ ଅବନ୍ତିପୁରାର ସୁରକ୍ଷା ସ୍ଥାନଗୁଡିକରେ ଆଲର୍ଟ ଜାରି କରାଯାଇଛି। ପୂର୍ବରୁ ୨୦୧୬ରେ ପଠାନକୋଟର ଯୁଦ୍ଧ ବିମାନ ଘାଟିରେ ପାକିସ୍ତାନର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜୈସ-ଇ-ମହମ୍ମଦର ୪ ସଦସ୍ୟ ସାମିଲ ଥିଲେ।
|
ମହିଳା ଟି-୨୦ ବିଶ୍ୱକପ
ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଉଭୟ ଦଳ ଏହି ମ୍ୟାଚ୍ ଜିତି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା କେପଟାଉନରେ ଭାରତୀୟ ସମୟ ସାଢ଼େ ୬ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚରେ ଅଧିନାୟିକା ହରମନପ୍ରୀତଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି । ଆହତ କାରଣରୁ ଉପଅଧିନାୟିକା ସ୍ମୃତି ମାନ୍ଧାନା ବାଦ ପଡିଛନ୍ତି ।
ହରମନପ୍ରୀତ ଓ ଭାରତକୁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିଅନ୍ କରାଇଥିବା ଶେଫାଳି ବର୍ମାଙ୍କ ଦାୟିତ୍ୱ ଅଧିକ ରହିବ । ଅଣ୍ଡର-୧୯ ବିଶ୍ୱକପ୍ ଶେଫାଳି ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିଲେ । ଜେମିମା ରୋଡ୍ରିଂସ, ଦିପ୍ତୀ ଶର୍ମା, ଶିଖା ପାଣ୍ଡେ, ରେଣୁକା ସିଂ, ରାଜେଶ୍ୱରୀ ଗାଏକଓ୍ଵାଡ୍ ଭଳି ଷ୍ଟାର ଖେଳାଳିଙ୍କ ଉପରେ ରହିବ ବୋଲିଂ ଭାର ।
ଗତକାଲି ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ଇନିଂସ ଓ ୧୩୨ ରନରେ ଭାରତ ପରାସ୍ତ କରିଥିବା ବେଳେ ଆଜି ପାକିସ୍ତାନକୁ ମାତ୍ ଦେଇ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖିଛନ୍ତି ଭାରତୀୟ ଫ୍ୟାନ୍ ।
ତେବେ ଭାରତୀୟ ଟିମ୍ ଏହି ବିଶ୍ୱକପର ସେମିଫାଇନାଲରେ ପହଞ୍ଚିବାର ପ୍ରବଳ ଦାବିଦାର ରହିଛି। କିନ୍ତୁ ଅଷ୍ଟ୍ରେଲିଆ ଭଳି ଟିମ୍କୁ ହରାଇବାକୁ ହେଲେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୧୩ଟି ଟି ୨୦ ମ୍ୟାଚ୍ ହୋଇଛି। ଯେଉଁଥିରେ ଭାରତ ୧୦ଟିରେ ବିଜୟ ହାସିଲ କରିଛି । ପାକିସ୍ତାନ କେବଳ ୩ଟି ମ୍ୟାଚ ଜିତିଛି ।
|
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ଖିଅ ଯୋଡ଼ି ହୋଇଯାଇଛି । OTV ହାତରେ ଲାଗିଛି ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ୍ । ବଲାଙ୍ଗୀରରେ ପ୍ରାଣୀଧନ ନିରୀକ୍ଷକ ଟ୍ରେନିଂ ନେଉଥିଲେ ସୌମ୍ୟଙ୍କ ସ୍ତ୍ରୀ । ବିଦ୍ୟାଭାରତୀ ଟ୍ରେନିଂ ନେଉଥିବା LI ଇନଷ୍ଟିଚ୍ୟୁଟର ମୁଖ୍ୟ ହେମନ୍ତ ପ୍ରଧାନଙ୍କ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ଚଳିତ ଏପ୍ରିଲ ୩ରୁ ୧୩ ଯାଏ ସେଠାକୁ ପରୀକ୍ଷା ଦେବାକୁ ଯାଇଥିଲେ ମୃତ ଏସିଏଫଙ୍କ ପତ୍ନୀ । ପରୀକ୍ଷା ସରିବା ପରେ ବାହାଘର ହୋଇଥିବାରୁ ସାଙ୍ଗମାନଙ୍କୁ ଲଞ୍ଚ୍ ଦେବାକୁ ଚାହିଁଥିଲେ । ତେବେ ହଷ୍ଟେଲରେ ଭୋଜି କରିବାକୁ ମନା କରାଯାଇଥିଲା । କେବଳ ଖର୍ଚ୍ଚ ସ୍ପୋନସରିଂ ପାଇଁ କହିଥିଲେ ଇନଷ୍ଟିଚ୍ୟୁଟ ମୁଖ୍ୟ । ଆଉ ତା'ପରେ ଅନୁମତି କ୍ରମେ ସାଙ୍ଗସାଥୀଙ୍କୁ ଲଞ୍ଚ୍ ଦେଇଥିଲେ ।
୨୦୨୧, ଏପ୍ରିଲ ୧୧ରେ ହଷ୍ଟେଲରେ ଲଞ୍ଚ୍ ସ୍ପୋନସରିଂ କରିଥିଲେ ବିଦ୍ୟା । ଲଞ୍ଚରେ ସାଥୀ ସହପାଠୀଙ୍କୁ ସେ ମଟନ ଓ ଚିକେନ ଦେଇଥିବା କହିଛନ୍ତି ଇନଷ୍ଟିଚ୍ୟୁଟ ମୁଖ୍ୟ । ତେବେ ଲଞ୍ଚ୍ ବାବଦକୁ ତାଙ୍କର ୧୨/୧୩ ହଜାର ଖର୍ଚ୍ଚ ହୋଇଥିବା ସେ କହିଥିଲେ । ଆଉ ପରୀକ୍ଷା ପରେ ଏପ୍ରିଲ ୧୩ରେ ବିଦ୍ୟା ବାପା, ମାଙ୍କ ସହ ଘରକୁ ପଳାଇଥିଲେ । ଏବେ ବି ବିଦ୍ୟାଭାରତୀ ଇନଷ୍ଟିଟ୍ୟୁଟର ଛାତ୍ରୀ ରହିଛନ୍ତି ବୋଲି ଇନଷ୍ଟିଟ୍ୟୁଟର ମୁଖ୍ୟ କହିଛନ୍ତି ।
ସେପଟେ ସୌମ୍ୟଙ୍କ ପରିବାର ପକ୍ଷର ଓକିଲ ପାର୍ଥସାରଥୀ ନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ଗିରଫ ପରେ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କଲେ, ସତ ବାହାରିବ । ଅନ୍ୟପଟେ ପଚରାଉଚରା କଲେ ମାମଲାରେ ଡିଏଫଓଙ୍କ ସଂପୃକ୍ତି ସମ୍ପର୍କରେ ମଧ୍ୟ ଜଣାପଡ଼ିବ । ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଆଇନଗତ ପ୍ରତିବନ୍ଧକ ନାହିଁ । ବିଦ୍ୟାଭାରତୀଙ୍କୁ ଗିରଫ କଲେ ହିଁ ସବୁ କଥା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
Also Read
ସେହିପରି OTV ହାତରେ ଲାଗିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ହାତ ଲେଖା ଚିଠି । ଚିଠିଟି ବିଦ୍ୟାଭାରତୀଙ୍କ ହାତ ଲେଖା ହୋଇଥିବା ଅନୁମାନ କରାଯାଉଛି । ଚିଠିରେ ପ୍ରଚୁର ଘୃଣା ସହ ସେ ଡିଭୋର୍ସ ଚାହୁଁଥିବା ଲେଖାଯାଇଛି । ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ । ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି, ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି । କିଛି ବି କରି ପ୍ଲିଜ୍ ଡିଭୋର୍ସ କରିଦିଅ । ଏତେ ଦୁଃଖରେ କହିଲି, ତଥାପି ମୋ ଆଖି ଲୁହ ଦେଖାଗଲାନି, ଏମିତିଆ ମଣିଷ ମୋ ଜୀବନରେ ଦେଖିନି ବୋଲି ଚିଠିରେ ଲେଖାଯାଇଛି ।
|
ବନ୍ଧୁଗଣ ମନ୍ଦିରା ବେଦୀଙ୍କ ସ୍ୱାମୀ ନିର୍ଦ୍ଦେଶକ-ନିର୍ମାତା ରାଜ କୈଶଲ ଙ୍କର ହଠାତ୍ ଦେହାନ୍ତ ହୋଇଛି। ହୃଦଘାତ ହେତୁ ରାଜ 49 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ବୁଧବାର ରାଜ ଙ୍କୁ ଧଳା ପୋଷାକ ଏବଂ ଫୁଲରେ ଗୁଡ଼ାଇଥିବାର ଦେଖି ତାଙ୍କ ପତ୍ନୀ ମନ୍ଦିରା ନିଜକୁ ଅଟକାଇ ପାରିଲେ ନାହିଁ। ମାସ୍କ ପିନ୍ଧିବା ସତ୍ତ୍ୱେ ମାଣ୍ଡିରାଙ୍କ ଆଖି ରେ ଦୁଃଖକୁ ଦେଖି ହେଉ ଥିଲା ।
ସେ ବାରମ୍ବାର ସ୍ୱାମୀଙ୍କ ଶବ ନିକଟକୁ ଯାଉଥିଲେ। ରାଜଙ୍କର ଶେଷ ଗସ୍ତର ଏହି ଫଟୋ ଗୁଡ଼ିକରେ ମନ୍ଦିରା ଅସହାୟତା ଦୃଶ୍ୟମାନ ହେଉଛନ୍ତି | ସେଠାରେ ପହଞ୍ଚିଥିବା ସେଲିବ୍ରେଟ ମାନେ ମନ୍ଦିରାକୁ ଦେଖି ମଧ୍ୟ କାନ୍ଦୁଥିଲେ .
ମାଣ୍ଡିରା ଏବଂ ରାଜଙ୍କ ପୁଅ ବୀର ମଧ୍ୟ ତାଙ୍କ ପିତାଙ୍କ ଶେଷ ଦର୍ଶନ କରିଥିଲେ। ବୀର ଆମ୍ବୁଲାନ୍ସରେ ଦେଖାଦେଇ ଥିଲେ | ଯଦିଓ ସମସ୍ତେ ଏକ ମାସ୍କ ପିନ୍ଧିଛନ୍ତି, କିନ୍ତୁ ସେମାନଙ୍କର ଦୁଃଖୀ ଆଖି ର ଯନ୍ତ୍ରଣା ସ୍ପଷ୍ଟ ଭାବେ ଦେଖି ହେଉ ଥିଲା |
କଣ ଆପଣ ମାନେ ଜାଣନ୍ତି କି ରାଜ କୈଶଲ ବୁଧବାର ସକାଳେ ହୃଦଘାତରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ 49 ବର୍ଷ ବୟସ ହୋଇଥିଲା। ନିର୍ଦ୍ଦେଶକ ଅନିର୍ ରାଜଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ ।
ଏହି ଖବର ଆସିବା ପରେ ସମସ୍ତେ ସୋସିଆଲ ମିଡିଆରେ ରାଜ କୈଶଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସେଲିବ୍ରେଟ୍ ଏବଂ ପ୍ରଶଂସ କମାନେ ମନ୍ଦିରା ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ରାଜ ଏବଂ ମନ୍ଦିରା ଦୁଇ ସନ୍ତାନର ପିତାମାତା ଅଟନ୍ତି | ବିବାହର 12 ବର୍ଷ ପରେ ସେମାନେ ପୁଅ ବୀରଙ୍କୁ ସ୍ୱାଗତ କରିଥିଲେ | ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଖୁସିର ସମୟ ଥିଲା |
ବର୍ତ୍ତମାନ ମନ୍ଦିରା ଏବଂ ଉଭୟ ପିଲାଙ୍କୁ ଛାଡ଼ି ରାଜଙ୍କ ବିୟୋଗ ଅଭିନେତ୍ରୀଙ୍କ ପାଇଁ ଏକ ବଡ଼ ଝଟକା ଦେଇଛି | ମାନ୍ଦିରା ଏବଂ ରାଜଙ୍କ 22 ବର୍ଷର ବିବାହ ହଠାତ୍ ଅଲଗା ହୋଇଗଲା | ଏହାକୁ ନେଇ ବର୍ତମାନ ସମୟ ରେ ସାରା ବଲିଉଡ ଜଗତ ରେ ବି ଦୁଖଃ ର ଛାୟା ଖେଳି ଜାଇ ଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
|
କୋଟିପତି ଅର୍ଧେନ୍ଧୁ ମାଗିଲେ ସାହାଯ୍ୟ : କଣ ଏମିତି ଅଚାନକ ଅସୁବିଧା ହୋଇଗଲା ତାଙ୍କର !
Sun, 12 Mar 2023
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅର୍ଦ୍ଧେନ୍ଧୁ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ବର୍ତମାନ କିନ୍ତୁ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।କୋଟି ପତି ଅର୍ଦ୍ଧେନ୍ଧୁ ସମସ୍ତଙ୍କୁ ସାହାର୍ଯ୍ୟ ମାଗିଛନ୍ତି ବୋଲି ଜଣାପଡିଛି।
ଓଲିଉଡ଼ ଅଭିନେତା ତଥା ସ୍ୱର୍ଗତଃ ପ୍ରଦୀପ ମହାରଥୀ ଙ୍କ ର ଏକମାତ୍ର ଜ୍ବାଇଁ ଅର୍ଦ୍ଧେନ୍ଧୁ ସିନେମା କରିବା ସହିତ ଅର୍ଦ୍ଧେନ୍ଧୁ ଙ୍କ ର ନିଜର ଏକ ବହୁତ ବଡ଼ ବିଜନେସ ମଧ୍ୟ ରହିଛି।ଅର୍ଦ୍ଧେନ୍ଧୁ କେବଳ ଅଭିନେତା ନୁହେଁ ରୀୟଲ ଲାଇଫ ରେ ସେ ମଧ୍ୟ ଗୋଟିଏ ହିରୋ।
ବହୁତ ଲୋକ ମାନଙ୍କୁ ଅର୍ଦ୍ଧେନ୍ଧୁ ସାହାର୍ଯ୍ୟ କରୁଥିବାର ନଜରରେ ଆସିଛନ୍ତି।କିଛି ଦିନ ପୂର୍ବରୁ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଜାଣି ଅର୍ଦ୍ଧେନ୍ଧୁ ତାଙ୍କୁ ୧୦ ଲକ୍ଷ ଟଙ୍କା ସାହାର୍ଯ୍ୟ ମଧ୍ୟ କରିଥିଲେ।
ସାହାର୍ଯ୍ୟ ବହୁତ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି।ବର୍ତମାନ ପ୍ରଶ୍ନ ଉଠୁଛି ଯେ ସେ କୋଟି କୋଟି ଟଙ୍କାର ମାଲିକ ହୋଇ ମଧ୍ୟ ତାଙ୍କର ଟଙ୍କାର ଅସୁବିଧା କାହିଁକି ପଡ଼ିଛି।
ପ୍ରକୃତରେ ସତ କଥାଟି ହେଉଛି ଅର୍ଦ୍ଧେନ୍ଧୁ ଙ୍କ ବାପା ଭୁବନେଶ୍ୱର ସ୍ତିଥ ଏକ ଘରୋଇ ହସ୍ପିଟାଲ ରେ ସ୍ବାସ୍ଥ୍ୟ ସମସ୍ୟା ରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି।ଏହାପରେ ଅଭିନେତା ଅର୍ଦ୍ଧେନ୍ଧୁ ସମସ୍ତ ଓଡ଼ିଶାବାସୀ ଙ୍କ ଠାରୁ ତାଙ୍କ ବାପାଙ୍କ ପାଇଁ ଆର୍ଶୀବାଦ ଭିକ୍ଷା କରିଛନ୍ତି।
ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ବାପା ଙ୍କ ପାଇଁ ଠାକୁର ଙ୍କ ପାଖରେ ପ୍ରାର୍ଥନା କରନ୍ତୁ।ତାଙ୍କ ବାପା ଯଦି ଭଲ ହୋଇଯିବେ ତାହେଲେ ସେ ବହୁତ ଖୁସି ହେବେ।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
|
ନୂଆଦିଲ୍ଲୀ: ବ୍ରିଟେନ୍ର ପ୍ରଖ୍ୟାତ ଭୌତିକ ବୈଜ୍ଞାନିକ ପ୍ରଫେସର ଷ୍ଟିଫେନ ହକିଂଙ୍କର ୭୬ ବର୍ଷରେ ପରଲୋକ ହୋଇଛି। ଏହି ମହାନ ବୈଜ୍ଞାନିଙ୍କର ଜନ୍ମ ୧୯୪୨ ମସିହା ଜାନୁଆରୀ ୮ ତାରିଖରେ ଇଂଲଣ୍ଡର ଅକ୍ସଫୋର୍ଡଠାରେ ହୋଇଥିଲା। ସେ ଗତ ୫୫ ବର୍ଷଧରି ମୋଟର ନ୍ୟୁରନ୍ ରୋଗରେ ପୀଡ଼ିତ ହୋଇ ହ୍ୱିଲ୍ଚେୟାର ବସି ରହିଥିଲେ। ତାଙ୍କୁ ଯେତେବଳେ ୨୨ ବର୍ଷ ହୋଇଥିଲା ସେ ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଡାକ୍ତର କହିଥିଲେ ଷ୍ଟିଫେନ୍ ଆଉ ମାତ୍ର ଦୁଇ ବର୍ଷ ବଞ୍ଚିବେ। କିନ୍ତୁ ନିୟତିର ବିଚାର କିଛି ଅଲଗା ଥିଲା। ସେ ଦୀର୍ଘ ୫୫ ବର୍ଷ ଧରି ସଂଗ୍ରାମ କରି ମୃତ୍ୟୁକୁ ପରାଜିତ କରିଆସୁଥିଲେ। ଆସନ୍ତୁ ଜାଣିବା ଏହି ମହାନ ବୈଜ୍ଞାନିଙ୍କ ବିଷୟରେ କିଛି ରୋଚକ କଥା।
ଷ୍ଟିଫେନ୍ଙ୍କର ରୋଗ ଏତେ ଭୟଙ୍କର ଥିଲା ଯେ ସେ କଥା କହି ପାରୁନଥିଲେ। ପରେ ସେ ଭଏସ୍ ସିନ୍ଥେସାଇଜର ସାହାଯ୍ୟରେ ଧୀରେ ଧୀରେ କଥା କହିବା ଆରମ୍ଭ କଲେ। ନୌକା ଚଳାଇବା ଓ ଘୋଡ଼ା ଚଢ଼ିବାରେ ସୌକ ରଖିଥିଲେ ଷ୍ଟିଫେନ୍ ହକିଂ। କିନ୍ତୁ ରୋଗ ଯୋଗୁଁ ଇଚ୍ଛାଥିଲେ ବି ସେ ଏସବୁ କରିପାରୁ ନଥିଲେ। କାରଣ ତାଙ୍କ ଶରୀର ଅଧିକାଂଶ ଅଂଶ ପାରାଲାଇଜ୍ ହୋଇଯାଇଥିଲା।
ମୋଟର ନ୍ୟୁରୋନ୍ ରୋଗ କ'ଣ ? ଏହି ରୋଗ ହେଲେ ମସ୍ତିଷ୍କ ଓ ସ୍ନାୟୁ କୋଷ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଶରୀର ଧୀରେ ଧୀରେ ଦୁର୍ବଳ ହୋଇଯାଏ। ଏହି ରୋଗ ହେଲେ ରୋଗୀ ମାତ୍ର କିଛି ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରେ। ଏପର୍ଯ୍ୟନ୍ତ ଏହି ରୋଗର କୌଣସି ଚିକିତ୍ସା ଉପାୟ ବାହାରି ପାରିନାହିଁ। ଏହି ରୋଗ ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଇଥାଏ। ସଫଳତା କୁ ନେଇ କ'ଣ କହିଥିଲେ ଷ୍ଟିଫେନ୍ ହକିଂ: ବଞ୍ଚିଥିଲା ବେଳେ ଷ୍ଟିଫେନ୍ ହକିଂ କହିଥିଲେ ତାଙ୍କ ରୋଗ ହିଁ ତାଙ୍କୁ ଆଜି ଜଣେ ବୈଜ୍ଞାନିକ ହେବାରେ ସାହାଯ୍ୟ କରିଛି। ତାଙ୍କ କହିବା ଅନୁସାରେ ପୂର୍ବରୁ ସେ ପଢ଼ାପଢିରେ ବେଶୀ ଧ୍ୟାନ ଦେଉ ନଥିଲେ। କିନ୍ତୁ ରୋଗରେ ପଡ଼ିବା ପରେ ସେ ଆଉ ବେଶୀଦିନ ବଞ୍ଚିବେ ନାହିଁ ବୋଲି ଜାଣି ତାଙ୍କର ସବୁ ଧ୍ୟାନ ଗବେଷଣା କରିବାରେ ଲଗାଇଦେଲେ। ରୋଗରେ ପୀଡ଼ିତ ହେବାର ୧୧ ବର୍ଷ ପରେ ସେ 'ବ୍ଲାକ୍ ହୋଲ୍'ର ରହସ୍ୟକୁ ନେଇ ଏକ ଥିଓରୀ ପ୍ରସ୍ତୁତ କରିଥିଲେ, ଯାହା ସାରା ବିଶ୍ୱକୁ ଚମକାଇ ଦେଇଥିଲା। ସେ କହିଥିଲେ ଏହି ବିଶାଳ ବ୍ରହ୍ମାଣ୍ଡକୁ ଇଶ୍ୱର ସୃଷ୍ଟି କରିନାହାଁନ୍ତି। ଏହା ଆପେ ଆପେ ସୃଷ୍ଟି ହୋଇଛି। ଏହା ଏକ ସ୍ୱତଃସ୍ଫୁର୍ତ୍ତ ଘଟଣା ବୋଲି ସେ ମାନୁଥିଲେ।( କିନ୍ତୁ ଏ କ୍ଷେତ୍ରରେ ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍ ନ୍ୟୁଟନଙ୍କ ମତ କିନ୍ତୁ ଭିନ୍ନ ଥିଲା। ସେ କହୁଥିଲେ ଏତେବଡ଼ ସୃଷ୍ଟିର କେହି ଜଣେ ସୃଷ୍ଟି କର୍ତ୍ତା ନିଶ୍ଚୟ ଥିବେ।) ହକିଂ ରିସର୍ଚ୍ଚ କରି କହିଥିଲେ ଯେ ଆମର କେବଵ ଗୋଟିଏ ମାତ୍ର ସୌରମଣ୍ଡଳ ନାହିଁ। ଏପରି ଆହୁରି ଅନେକ ସୂର୍ଯ୍ୟ ରହିଛନ୍ତି, ଯାହା ଚାରିପାଖରେ ପୃଥିବୀ ଭଳି ଅନେକ ଗ୍ରହ ପରିକ୍ରମା କରୁଛନ୍ତି।ଷ୍ଟିଫେନ୍ଙ୍କ ଲିଖିତ ପୁସ୍ତକ: ଷ୍ଟିଫେନ୍ ହକିଂ ଅନେକ ପୁସ୍ତକର ରଚୟତା ମଧ୍ୟ। ତାଙ୍କ ଲିଖିତ ପୁସ୍ତକ ଗୁଡ଼ିକ ହେଲା 'ଏ ବ୍ରିଫ୍ ହିଷ୍ଟୋରୀ ଅଫ୍ ଟାଇମ୍, ଦ ଗ୍ରାଣ୍ଡ ଡିଜାଇନ୍, ୟୁନିଭର୍ସ ଇନ୍ ନଟ୍ ଶୋଲ୍, ଦ ଥିୟୋରୀ ଅଫ୍ ଏଭ୍ରିଥିଙ୍ଗ୍। ସେ ରୋଗରେ ପୀଡ଼ିତ ଥିବା ବେଳେ ଥରେ କହିଥିଲେ ମୁଁ ଗତ ୪୯ ବର୍ଷ ଧରି ମୃତ୍ୟୁର ଅନୁମାନ କରୁଛି। ମୁଁ ମୃତ୍ୟୁକୁ ଭୟ କରେ ନାହିଁ। ମୃତ୍ୟୁ ପାଇଁ ମୁଁ ବ୍ୟସ୍ତ ମଧ୍ୟ ନୁହେଁ। କାରଣ ମୃତ୍ୟୁ ପୂର୍ବରୁ ମୋତେ ବହୁତ କାମ କରିବାର ଅଛି।
|
ଆଓରି-ନୂଆଦିଲ୍ଲୀ(୨୩/୦୭) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍ ଲାଇମ୍ କମ୍ପାନୀ ଲିମିଟେଡ(ବିଏସ୍ଏଲ୍ସି)ରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି। ଏଥିପାଇଁ ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାଗୁଡିକ ପ୍ରଭାବିତ ହେବେ ନାହିଁ ବୋଲି ସୋମବାର ଇସ୍ପାତ୍ ମନ୍ତ୍ରଣାଳୟରେ ଧର୍ମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ସୂଚନା ଦିଆଯାଇଛି। ବୈଠକରେ ପରିଚାଳନା ସମ୍ବନ୍ଧିତ ବିଷୟର ସମାଧାନ କରାଯିବ ବୋଲି ସହମତି ପ୍ରକାଶ ପାଇଛି। ସେଲ୍ ଏବଂ ଆରଆଇଏନଏଲ ବିଏସ୍ଏଲ୍ସିରୁ ଅଗ୍ରୀମ ଭାବରେ ଡୋଲାମାଇଟ୍ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଏକ ଦୀର୍ଘମିଆଦୀ ଯୋଜନା ଖୁବ୍ଶୀଘ୍ର ପ୍ରସ୍ତୁତ ହେବ। ଏହି କାର୍ଯ୍ୟ ଚଳିତ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ବୈଠକରେ ଇସ୍ପାତ୍ ରାଷ୍ଟ୍ରମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶ ଯେ, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡ୍ର ସହାୟକ କମ୍ପାନୀ ବିଏସ୍ଏଲ୍ସି ୧୯୧୦ରୁ ଓଡିଶାର ସୁନ୍ଦରଗଡ ଜିଲାରେ ଖନନ ଏବଂ ବିପଣନ ଚୂନ ପଥର ଓ ଡୋଲାମାଇଟର କାରବାର କରୁଛି। ବିଗତ କିଛିଦିନ ଧରି ବିଏସ୍ଏଲ୍ସିକୁ ପରିଚାଳନା ବନ୍ଦ କରିବାକୁ ପଡିଥିଲା। ଏହି ମାମଲାକୁ ଜୁଏଲ ଓରାମ ଏବଂ ବୀରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ପ୍ରଭାବିତ ଶ୍ରମିକ ଓ କର୍ମଚାରୀ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
|
ଭଲ ମଣିଷ ହେବି
ଭଲ ମଣିଷ ହେବି
ସମୟ ଏଇ ସକାଳ ୯ଟା ପାଖା ପାଖି ହେବ l କଟକରୁ ବାଇକ୍ ଯୋଗେ କଲେଜକୁ ଆସୁଥିଲି l ରାସ୍ତା ଫାଙ୍କା ଥିବାରୁ ବାଇକ୍ ର ବେଗ ଟିକେ ଅଧିକ ଥିଲା l ବରଡା ଷ୍ଟପେଜ୍ ରେ ଦେଖିଲି ଆମ କଲେଜର ଯୁକ୍ତ ଦୁଇ ପିଲାଙ୍କ ପାଇଁ ସ୍ଥିରିକୃତ ହୋଇଥିବା ୟୁନିଫର୍ମ ପିନ୍ଧି ଜଣେ ଛାତ୍ର ବସ୍ କୁ ଅପେକ୍ଷା କରିଛି l ସ୍ୱତପ୍ରବୃତ ଭାବରେ ମୁଁ ଗାଡିରେ ବ୍ରେକ୍ ମାରି ରହିଗଲି l ପିଲାଟିକୁ ଠାରି ପାଖକୁ ଡାକି ପଚାରିଲି, " ଆଛା ତମେ ଏସ୍.ଭି.ଏମ. କଲେଜରେ ପଢୁଛ ନିଶ୍ଚେ ? "
ସେ ଖୁବ୍ ଧୀର ସ୍ୱରରେ କହିଲା , " ହଁ , ମୁଁ ସେଇଠି ପଢୁଛି l"
ମୁଁ ଏଥର ତାକୁ ସିଧା କହିଲି, " ହଉ ମୋ ପଛରେ ବସ l ତମକୁ କଲେଜରେ ଛାଡିଦେବି l "
ସେ କିନ୍ତୁ ଅଚିହ୍ନା ଲୋକ ଭାବି ମୋ ବାଇକ୍ ପଛରେ ବସିବାକୁ ପଛଘୁଞ୍ଚା ଦେଲା l ପଛଘୁଞ୍ଚା ଦେବା ଠିକ୍ ମଧ୍ୟ l ଘରେ ନିଶ୍ଚେ ତାକୁ ସାବଧାନ କରିଥିବେ ଏମିତି ଅଚିହ୍ନା ଲୋକଙ୍କ ସହ ଭୁଲ୍ ରେ ଯିବୁନି l
ମୁଁ ଏଥର ମୋ ମୁଣ୍ତରୁ ହେଲମେଟ୍ କାଢି ତାକୁ କହିଲି , " ଆରେ ବସ ପଛରେ l ମୁଁ ସେଇ କଲେଜର ଅଧ୍ୟାପକ l "
ସେ ଏଥର ଚିହ୍ନିପାରି ନମସ୍କାର କରି କ୍ଷିପ୍ର ବେଗରେ ଡେଇଁପଡି ସେମିତି ଷ୍ଟାର୍ଟରେ ଥିବା ବାଇକ୍ ଉପରେ ବସିପଡିଲା l
ଏମିତିରେ ମୁଁ ମଧ୍ୟ କାହାକୁ ବାଇକ୍ ରେ ଲିପ୍ଟ୍ ଦେବାକୁ ପସନ୍ଦ କରେନି l ଅଚିହ୍ନା ଲୋକ କିଏ ହାତ ଦେଖାଇ ଲିପ୍ଟ୍ ମାଗିଲେ ମଧ୍ୟ ସହଜରେ ମୁଁ ଲିପ୍ଟ୍ ଦିଏନି l ବୟସ୍କଲୋକ ବା ବେଶଭୁଷାରୁ ବିଶ୍ୱାସଯୋଗ୍ୟ ଲାଗୁଥିବା ଲୋକଙ୍କୁ କେବଳ ଲିପ୍ଟ୍ ଦିଏ l ଏମିତି କରିବାର ଗୋଟେ କାରଣ ମଧ୍ୟ ଅଛି l ସେଇ କାରଣଟି ହେଉଛି ଆମ କଲେଜର ସଂସ୍କୃତ ବିଭାଗରେ କର୍ଯ୍ୟରତ ବରିଷ୍ଠ ପ୍ରାଧାପକ ଶ୍ରୀଯୁକ୍ତ ନିର୍ମଳ ସୁନ୍ଦର ମିଶ୍ରଙ୍କ ସହିତ ଘଟିଥିବା ଗୋଟେ ଘଟଣା ଯାହାକୁ ଦୁର୍ଘଟଣା କହିବା ନିହାତି ଠିକ୍ ହେବ l
୨୦୦୭ ମସିହାର ଘଟଣା l ନିର୍ମଳ ସାର୍ ବାଣୀ ବିହାର ପାଖରୁ ରସୁଲଗଡ ଆଡକୁ ତାଙ୍କ ସ୍କୁଟରରେ ଆସୁଥିଲେ l ଠିକ୍ ବାଣୀ ବିହାର ଛକ ପରେପରେ ଜଣେ ବ୍ୟକ୍ତି ତାଙ୍କୁ ହାତ ଦେଖାଇ ଲିପ୍ଟ୍ ମାଗିଲା l ନିର୍ମଳ ସାର୍ ବି ଲୋକଟିକୁ ଟିକେ ସାହାର୍ଯ୍ୟ କରିବା ଲକ୍ଷ୍ୟରେ ଲିପ୍ଟ୍ ଦେଇଦେଲେ l ସେଇ ଲୋକଟି ଠିକ୍ ରେଲ୍ ଓ୍ୱେ ଓଭର ବ୍ରିଜ୍ ପାଖରେ ଗାଡିରୁ ଓଲ୍ହାଇଗଲା l ନିର୍ମଳ ସାର୍ ସେଠୁ ଜଷ୍ଟ କିଛି ବାଟ ଯାଇ ଠିକ୍ ରସୁଲଗଡ ଛକରେ ( ସେତେବେଳେ ଗୋଲେଇ ଛକ ଥିଲା ଅର୍ଥାତ୍ ଓଭର ବ୍ରିଜ୍ ହୋଇନଥିଲା ) ପହଞ୍ଚିଛନ୍ତି ହଠାତ୍ ଗୋଟେ ପୁଲିସ୍ ଜିପ୍ ତାଙ୍କ ସ୍କୁଟର ଆଗରେ ବାଟ ଉଗାଳି ଠିଆ ହୋଇଗଲା l ସେଇ ଜିପ୍ ରୁ ଦୁଇଜଣ ପୁଲିସ୍ କର୍ମଚାରୀ ଦୌଡି ଆସି ନିର୍ମଳ ସାର୍ ଙ୍କୁ ମାଡି ବାସିଲେ l ତାଙ୍କ ଧରିପକାଇବା ଷ୍ଟାଇଲ୍ କହୁଥିଲା ସତେ ଯେପରି ଗୋଟେ ଉଗ୍ରପନ୍ଥୀ ବା ହାଡ୍ କୋର୍ କ୍ରିମିନାଲ୍ କୁ ସେମାନେ ଖୋଜି ଖୋଜି ଅଜି ଧରିବାକୁ ସକ୍ଷମ ହେଲେ l
ତାଙ୍କ ହାବଭାବରେ ନିର୍ମଳ ସାର୍ ଯାହାକୁ କୁହନ୍ତି ପୁରା ତୀର୍ଥ କାବା l ଜଣେ ତାଙ୍କ ସ୍କୁଟରକୁ ଧରିଲା ଆଉ ଆର ଜଣଙ୍କ ତାଙ୍କ ହାତକୁ ଖୁବ୍ ଯୋରରେ ମାଡିବସି ଜିପ୍ ଆଡକୁ ଟାଣିନେଲା l ଜିପ୍ ରେ ବୋଧହୁଏ ଜଣେ ସବ୍ଇନ୍ସ୍ ପେକ୍ଟର୍ ବସିଥିଲେ l ସେ କହିଲେ , " ଚୁପ୍ ଚାପ୍ ବସ୍ ଗାଡିରେ l ଥାନାରେ ପହଞ୍ଚିଲେ କଥାବାର୍ତ୍ତା l"
ଏମିତିରେ ଯେକୌଣସି ସାଧାରଣ ଲୋକ ପୁଲିସ୍ କୁ ପ୍ରାୟ ଡରିଥାନ୍ତି l ଥାନାକୁ ଭୁତଖାନା ବୋଲି ଭାବିଥାନ୍ତି l ଏଥିପାଇଁ ଭଦ୍ରଲୋକମାନେ ପ୍ରାୟ ସହଜରେ ଥାନାକୁ ଯିବାକୁ ରାଜି ହୁଅନ୍ତିନି l
ନିର୍ମଳ ସାର୍ ଏସବୁ ଦେଖି ପୁରା ଝାଳନାଳ ଅବସ୍ଥା l ସେ କିଛି ତ ଭୁଲ୍ କରି ନାହାନ୍ତି ଏମାନେ ଏମିତି କାଇଁ କରୁଛନ୍ତି ? ସାହାସ କରି ସେ ପୁଲିସ୍ ଅଫିସର୍ ଙ୍କୁ ପଚାରିଲେ," ଆଜ୍ଞା ମୋର ଭୁଲ୍ କଣ କହିବେକି ? "
ସେ ପୁରା ପୁଲିସିଆ ଢଙ୍ଗରେ କହିଲା," ଥାନାକୁ ଚାଲ୍ କଥାବାର୍ତ୍ତା l "
ନିର୍ମଳ ସାରଙ୍କ ସ୍କୁଟରକୁ ଜଣେ ପୁଲିସ୍ କର୍ମଚାରୀ ଚଲାଇ ଜିପ୍ ପଛେ ପଛେ ଆସୁଥାଏ l ଜିପ୍ ଯାଇ ସହିଦନଗର ଥାନାରେ ପଶିଲା l ସେଠି ଯେତେ ପୁଲିସ୍ ଥିଲେ ସମସ୍ତେ ନିର୍ମଳ ସାର୍ ଙ୍କୁ ବଡ ବିଚିତ୍ର ଢଙ୍ଗରେ ଦେଖୁଥାନ୍ତି l ସେତେବେଳକୁ ବୋଧେ ଓୟ୍ୱାରଲେସ୍ ମଧ୍ୟମରେ ଥାନାରେ ଖବର ପହଞ୍ଚି ସାରିଥିଲା ଯେ, ଗୋଟେ ବଡ କ୍ରିମିନାଲ୍ ସହିଦନଗର ଥାନା ପୁଲିସ୍ ପଞ୍ଜାରେ ପଡିଯାଇଛି l
ନିର୍ମଳ ସାର୍ ପୂର୍ବରୁ ଶୁଣିଥିଲେ ଥାନାରେ ଭଲ ଉତ୍ତମଧ୍ୟମ ହୁଏ l ଏବେ ସେଇ ସମୟ ପାଖେଇ ଆସିଲାଣି ବୋଲି ଜାଣି ଖୁବ୍ ଭୟଭିତ ଅବସ୍ଥାରେ ଥାଆନ୍ତି l ଏମିତି ଭିତରେ ଥାନାର ବଡ ବାବୁ ଅର୍ଥାତ୍ ଇନ୍ - ଚାର୍ଜ ଆସି ପଚାରିଲେ , " ସତ କୁହ ସେ ଯେଉଁ ଲୋକକୁ ବାଣୀ ବିହାର ପାଖରୁ ସ୍କୁଟରରେ ବସେଇକି ନେଲ ତାକୁ କେଉଁଠି ଛାଡିଲ ଆଉ ତା' ସହିତ ତମ ସମ୍ପର୍କ କଣ ? "
ଥାନା ଆଇ. ଆଇ. ସି. ଙ୍କର ଏଇ କଥା ଶୁଣୁ ଶୁଣୁ ନିର୍ମଳ ସାର୍ ସତେ ଯେମିତି ଆକାଶରୁ ଧଡାସ୍ କରି ଆସି ମାଟିରେ ପଡିଲେ ସେମିତି ଅନୁଭବ କଲେ l କେବଳ ଗୋଟେ ମାନବିକତା ଦୃଷ୍ଟିକୋଣରୁ ସେ ଲୋକଟିକୁ ଲିପ୍ଟ୍ ଦେଇଥିଲେ l ତାକୁ ଆଦୌ ଚିହ୍ନି ନାହାନ୍ତି ବୋଲି ବଡ ବିକଳ ହୋଇ ନିଜର ଉତ୍ତରରେ କହିଲେ l
ଏ ଉତ୍ତର ଶୁଣୁ ଶୁଣୁ ଜଣେ ପୁଲିସ୍ ପଛପଟୁ ବଡ ପାଟିରେ କହିଲା, " ସାର୍ ଏମିତି ପଚାରିଲେ ଏ ଲୋକ କହିବନି କିଛି । ସବୁ ଜାଣିଛି l ହାଜତରେ ପୁରାଇ ଗୋଟେ ଦୁଇଟା ବସେଇଦେଲେ ଆପେଆପେ ସବୁ ମାନିଯିବ l "
ତା' କଥା ଶୁଣୁ ଶୁଣୁ ନିର୍ମଳ ସାର୍ କାନ୍ଦକାନ୍ଦ ହୋଇ କହିଲେ , " ଦେଖନ୍ତୁ ଆଜ୍ଞା ମୁଁ ଜଣେ ଅଧ୍ୟାପକ l ମୁଁ ଆଦୌ ମିଛ କହୁନି l ସେ ଲୋକକୁ ମୁଁ ଚିହ୍ନିନି କି ଜାଣିନି, ସେ ଲିପ୍ଟ୍ ମାଗିଲା ମୁଁ ତାକୁ ନେଇ ସେଇ ରେଲ୍ ଓ୍ୱେ ଓଭର ବ୍ରିଜ୍ ପାଖରେ ଛାଡିଥିଲି l ତା' ପରେ ସେ କୁଆଡେ ଗଲା ମୁଁ କିଛି ଜାଣିନି l ମୋ ବଡ ଭାଇ ମଧ୍ୟ ଏଇ ପୁଲିସ୍ ଡିପାଟ୍ମେଣ୍ଟ୍ ରେ ଚାକିରି କରିଛନ୍ତି ।"
ଏତିକି ଶୁଣିବା ପରେ ପୁଲିସ୍ ଅଫିସର୍ ଜଣଙ୍କ ପଚାରିଲେ, " ଆପଣଙ୍କ ଭାଇ କଣ ଅଛନ୍ତି ? "
ନିର୍ମଳ ସାର୍ ତାଙ୍କଠାରୁ ଆପଣ ଶୁଣିବା ପରେ ଟିକେ ସାହସ ସଞ୍ଚୟକରି କହିଲେ, " ମୋ ବଡ ଭାଇ ହେଉଛନ୍ତି ନରସୁନ୍ଦର ମିଶ୍ର, ସେ ଏବେ କେନ୍ଦ୍ରାପଡାରେ ପୁଲିସ୍ ଏସ୍. ପି. ଅଛନ୍ତି l
ବାସ୍ ଏତିକି କଥାରେ ସଙ୍ଗେ ସଙ୍ଗେ ସାର୍ ଆପଣ ବସନ୍ତୁ ବୋଲି କହି ଚେୟାର ଦିଆହେଲା l ତାପରେ ତାଙ୍କୁ ଖୁବ୍ ସନ୍ମାନର ସହିତ ଥାନାରୁ ବିଦାୟ ଦିଆଗଲା l
କିନ୍ତୁ ଏଠି ପ୍ରଶ୍ନ ଉଠେ ଯଦି ନିର୍ମଳ ସାର୍ ଙ୍କ ଭାଇ ଏସ୍. ପି. ହୋଇନଥାନ୍ତେ, ବା ନିର୍ମଳ ସାର୍ ଙ୍କ ଯାଗାରେ ଜଣେ ସାଧାରଣ ଲୋକ ଥାଆନ୍ତା ତାହେଲେ ସେଦିନ ସେ ଗୋଟେ ବଡ କ୍ରିମିନାଲ୍ କୁ ସାହାର୍ଯ୍ୟ କରିଛି ବୋଲି ଗୁଡେ ମାଡ ଖାଇ, କେସ୍ ଖାଇ ଆରେଷ୍ଟ୍ ହୋଇ ଜେଲ୍ ଯିବା ସହିତ ସାରା ଜୀବନ ସେଇ କେସ୍ ପଛରେ ଗୋଡାଇ ଗୋଡାଇ ନୟାନ୍ତ ହୋଇଥାନ୍ତା l
ତେଣୁ ନିର୍ମଳ ସାର୍ ଙ୍କ ଠାରୁ ସେଇ ଘଟଣା ଶୁଣିବାପରଠାରୁ ମୁଁ କେବେ ବି ଅଚିହ୍ନା ଲୋକକୁ ବାଇକ୍ ରେ ଲିପ୍ଟ୍ ଦିଏନାହିଁ l
ଛାଡନ୍ତୁ ସେକଥା, ଏବେ ଅସଲ ଘଟଣାକୁ ଯିବା l ବାଟରେ ଗୋଟେ ଜାଗାରେ ଗାଡି ରଖି ପଇଡ ପିଇବା ସମୟରେ ତା' ସହ କଥା ହେଲି l ତାକୁ ପଚାରିଲି , " ଆଛା ତମ ନାଁ କଣ ? "
ସେ କହିଲା, " ପ୍ରଭୁଦତ୍ତ ରଥ l"
ଘର ସେଇ ' ବରଡା ' ନିଶ୍ଚେ ହୋଇଥିବ l ବାପା କଣ କରନ୍ତି ? "
ଉତ୍ତରରେ କହିଲା, " ହଁ ସାର୍, ଆମ ଘର ବରଡା l ବାପା ବିଜିନେସ୍ କରନ୍ତି l କଇଜଙ୍ଗାରେ ଆମର ଗୋଟେ ଦୋକାନ ଅଛି ।"
ମୁଁ ପୁଣି ପଚାରିଲି, " ଘର ପାଖରେ କନ୍ଦରପୁର କଲେଜ ଥିଲା , ଅଳ୍ପ ଦୂରରେ ଅଳକା କଲେଜ ବି ଥିଲା l ତମେ ଏତେ ବାଟରୁ ଯାଇ ଏସ୍.ଭି.ଏମ.କଲେଜକୁ କାଇଁ ବାଛିଲ ? "
ସେ କହିଲା, " ସାର୍ ମୋ ବଡ ଭଉଣୀ ସେଠି ପଢୁଥିଲେ, ଅଉ ଜିଲ୍ଲାର ବଡ କଲେଜ , ଭଲ କଲେଜ ହୋଇଥିବାରୁ ସେଇଠି ପଢିବାକୁ ମନ ବଳାଇଲି l "
" ତମେ କଣ ସବୁଦିନେ ଏମିତି ବସ୍ ରେ ଯାଉଛ ଓ ଫେରୁଛ ? " ମୁଁ ପଚାରିଲି l
" ହଁ ସାର୍ " ବୋଲି ତା'ର ସଂକ୍ଷିପ୍ତ ଉତ୍ତର ଥିଲା l
ମୁଁ ପୁଣି ପଚାରିଲି, " ସକାଳୁ ଯାଇ ସେଠି କଲେଜରେ କ୍ଲାସ୍ ସାରି ଖାଇକି ଘରକୁ ଫେର ? "
ସେ କହିଲା, " ଘରୁ ଜଳଖିଆ ଖାଇ ସକାଳ ୮ଟାରେ କଲେଜକୁ ଯାଏ l ସେଠୁ ଦିନ ୧ଟାରେ ବାହାରି ଘରେ ଆସି ୨ଟା ସୁଦ୍ଧା ପହଞ୍ଚି ଖାଏ l "
ମୁଁ ମନେ ମନେ ଭାବିଲି କେତେ କଷ୍ଟ କରୁଛି ଏଇ ପିଲାଟି ବଡ କଲେଜରେ ପଢିବା ପାଇଁ l ନିଜ ଘର ପାଖରେ ଥିବା କଲେଜକୁ ସାଇକେଲ୍ ରେ ଯାଇ ପଢି ପାରିଥାନ୍ତା l
ତାକୁ ପୁଣି ପଚାରିଲି, " ଆଛା ଜୀବନର ଲକ୍ଷ୍ୟ କଣ ରଖିଛ ? "
ସେ କହିଲା, " ସାର୍ କମ୍ପିଟେଟିଭ୍ ପରୀକ୍ଷା ଦେଇ ଆଇ.ଏ.ଏସ୍. କିମ୍ବା ଓ.ଏ.ଏସ୍. ହେବା ମୋ ଜୀବନର ଲକ୍ଷ୍ୟ l "
ମୁଁ ଖୁସି ହୋଇ କହିଲି, " ଠିକ୍ ଅଛି , ସେଇ ଲକ୍ଷ୍ୟରେ ଆଗେଇ ଚାଲ୍ , ସଫଳ ନିଶ୍ଚେ ହେବ l"
ଏ ଭିତରେ ଆମେ କଲେଜରେ ପହଞ୍ଚି ସାରିଥାଉ l ପିଲାଟିର କ୍ଲାସ୍ ୯.୪୫ ରେ ଥାଏ l କ୍ଲାସ ଅରମ୍ଭ ହେବାକୁ ଆହୁରି ୧୦ ମିନିଟ୍ ବାକି ଥାଏ l
ମୁଁ ତାକୁ କହିଲି, " ଶୁଣ୍ ତମେ ଯେଉଁ ଚାକିରି କର , ଯେଉଁଠି ରୁହ l କିଛି କଥା ସବୁବେଳେ ମନରେ ରଖିଥିବ l ସବୁ ଚାକିରିରେ ବିଭିନ୍ନ କିସମର ମଣିଷ ଥାଆନ୍ତି l ସେ ଓ.ଏ.ଏସ୍. ହେଉ, ଆଇ.ଏ.ଏସ୍. ହେଉ , ଡାକ୍ତର ଅବା ଅନ୍ୟ ଯେକୌଣସି ଚାକିରିରେ ହେଉ , ସବୁଠି କିଛି ଭଲ ମଣିଷ ଅଛନ୍ତି ଆଉ ଅମଣିଷ ବି ଅଛନ୍ତି l ଜୀବନରେ ସଫଳତା ପାଇଯାଇ ବାପ, ମାଆ, ଗାଆଁ, ପଢୁଥିବା ସ୍କୁଲ୍ କଲେଜ ସବୁ ଭୁଲିଯାଆନ୍ତି l ନିଜ ଗାଆଁ ବା ଯେଉଁ ସ୍କୁଲ୍, କଲେଜରେ ଦିନେ ପଢୁଥିଲେ ତାର ନାମ ପ୍ରକାଶ କରିବାକୁ ପଛଘୁଞ୍ଚା ଦିଅନ୍ତି କାଳେ ତାଙ୍କ ସନ୍ମାନ ଅନ୍ୟମାନଙ୍କ ଆଖିରେ କମିଯିବ l ଜୀବନ ସାରା ପଇସା ପଛରେ ଗୋଡାନ୍ତି , ନିଜକଥା, ସ୍ତ୍ରୀ ଓ ପିଲାଙ୍କ କଥା ଛଡା ଆଉ କିଛି ତାଙ୍କୁ ଦେଖା ଯାଏନି l ସେପରି ଲୋକ ଯେତେ ଉଚ୍ଚ ପଦବୀରେ ରହିଲେ ସୁଦ୍ଧା ଅମଣିଷରେ ହିଁ ଗଣା ହୁଏ l ପାଠ ପଢି ସେମିତିଆ ଅମଣିଷ ନହୋଇ ମଣିଷଟିଏ ହେବାକୁ ଚେଷ୍ଟାକରିବ l "
ସେ ମୋ ପାଦଧୂଳି ନେଇ କରି କ୍ଲାସକୁ ଯିବାବେଳେ ମୁଁ ପୁଣି ପଚାରିଲି , " ଆରେ ଜୀବନରେ କଣ ହେବାକୁ ଚାହିଁବ ? "
" ହଁ ସାର୍ , ଜୀବନରେ ନିଶ୍ଚେ ଭଲ ମଣିଷଟିଏ ହେବି l"
ସେ ଏତିକି କହି କଲେଜ ଭିତରକୁ ପଶୁଥିଲା l ମୁଁ ତାକୁ ଲକ୍ଷ୍ୟ କରୁଥିଲି l ତା' ଚାଲିରେ ଆଉ ମୁହଁରେ ବହୁତ ଗୁଡେ ଆତ୍ମବିଶ୍ୱାସର ଝଲକ୍ ସବୁ ମୋତେ ସ୍ପଷ୍ଟ ଦେଖା ଯାଉଥିଲେ l
|
ଉହାନରୁ ଓଡ଼ିଶା ଡେଉଁଛି କରୋନା ଭୟ! କଟକ ବଡ଼ ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ଚାଲିଛି ଦୁଇ ଚୀନ ଫେରନ୍ତାଙ୍କ ଚିକିତ୍ସା, ମୁକାବିଲା ପାଇଁ ଅଣ୍ଟା ଭିଡିଲା ରାଜ୍ୟ ପ୍ରଶାସନ ।
କନକ ବ୍ୟୁରୋ : କରୋନାକୁ ନେଇ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ଭୟର ବାତାବରଣ ଭିତରେ ଭୂତାଣୁର ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଚାଲିଛି ତୁହାକୁ ତୁହା ବୈଠକ । ଆଉ ଏହାରି ଭିତରେ କଟକ ବଡ ମେଡିକାଲରେ ଚାଲିଛି ଦୁଇ ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା । ଏହି ୨ଜଣ ରୋଗୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ଏମାନଙ୍କ ପାଖକୁ କାହାରିକୁ ଛଡାଯାଉନାହିଁ । ଏମିତିକି ଚିକିତ୍ସା ପାଇଁ ନିୟୋଜିତ ଥିବା ଡାକ୍ତର ଓ ନର୍ସ ମଧ୍ୟ ପିପି-କିଟ ଲଗାଇ ସ୍ୱତନ୍ତ୍ର ୱାର୍ଡକୁ ଯାଉଛନ୍ତି ।ଏସସିବି କର୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ ଏହି ୨ ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୁନା ପଠାଯାଇଛି ।
କରୋନାର କୋକୁଆ ଭୟ ଏବେ ଆହୁରି ବଢ଼ି ଯାଇଛି, ଯେତେବେଳେ ଭାରତରେ ତୃତୀୟ ରୋଗୀ, କରୋନା ଭୁତାଣୁରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କେରଳରେ ତୃତୀୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛି । ଆଉ ଠିକ୍ ଏମିତି ବେଳେ କରୋନା ଭୁତାଣୁର ମୁକାବିଲା ପାଇଁ ଅଂଟା ଭିଡିଛି ଓଡ଼ିଶା ।
ଚୀନରେ ମୃତ୍ୟୁ ସଂଖ୍ୟା ୩୬୦ ଟପିଥିବା ବେଳେ ଭାରତରେ ରୋଗୀଙ୍କ ସଂଖ୍ୟା ୩ରେ ପହଂଚିଛି । ଆଉ ଏଭଳି ସ୍ଥିତିରେ କରୋନା ଭୁତାଣୁର ମୁକାବିଲା ପାଇଁ ବେଶ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ କରୋନା ଭାଇରସର ସ୍ଥିତି ନେଇ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଫାଇଭ୍-ଟି ସଚିବ । ଅନ୍ୟପଟେ ଜିଲ୍ଳାସ୍ତରରେ ବି ଚାଲିଛି ବ୍ୟାପକ ପ୍ରସ୍ତୁତି । ଫୁଲବାଣୀରୁ ପାରାଦୀପ ସବୁଠି ସମୀକ୍ଷା ହୋଇଛି ।
ଏପଟେ କଟକ ବଡ଼ ମେଡ଼ିକାଲରେ ଚାଲିଛି ଦୁଇ ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା । ଏହି ଦୁଇ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଦୁଇ ଜଣଙ୍କ ମଧ୍ୟରେ
– ଜଣେ ଚୀନରେ ଡାକ୍ତରୀ ପାଠ ପଢୁଛନ୍ତି
– ଅନ୍ୟଜଣେ ଉହାନ୍ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କରୁଛନ୍ତି
-ଚୀନରୁ ଆସିବା ପରେ ଅସ୍ଥସ୍ଥ ଅନୁଭବ କରିବାରୁ ଏସସିବିରେ ଭର୍ତି କରାଯାଇଛି
-ଏହି ଦୁଇ ଜଣ ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୂନା ପୁନେ ପଠାଯାଇଛି ।
ପୂର୍ବରୁ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ନମୁନା ପୁନେକୁ ପଠାଯାଇଥିଲା । ଏଥିରୁ ଆସିଥିବା ୪ ଜଣଙ୍କ ରିପୋର୍ଟ ନେଗେଟିଭ ରହିଛି । ଆଉ ଏବେ ଚିକିତ୍ସାଧିନ ଥିବା ରୋଗୀଙ୍କ ରକ୍ତ ନମୂନା ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ଏପଟେ କରୋନା ଭାଇରସ୍ ଭୟରେ ପାରାଦୀପ ଉପକୁଳ ମାଡ଼ି ପାରୁ ନାହାଁନ୍ତି ବିଦେଶୀ ଜାହାଜର କର୍ମଚାରୀ । ଚୀନ୍ ଏବଂ ଚୀନର ପଡ଼ୋଶୀ ଦେଶରୁ ଆସୁଥିବା ଜାହାଜ ଉପରେ ରହିଛି ପ୍ରଶାସନର ନଜର । ଆଉ ଏହାରି ଭିତରେ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଛି । କରୋନା ଭୁତାଣୁରେ ଚୀନ୍ରେ ୩୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ହଜାରରୁ ଅଧିକ ଲୋକ କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ସ୍ଥିତିରେ ଏହି ଭୁତାଣୁକୁ ନେଇ ସାରା ବିଶ୍ୱରେ ଏକ ଭୟର ବାତାବରଣ ଲାଗି ରହିଛି ।
|
ଏହି ସହଜ ଟିପ୍ସ ଜୀବନକୁ କରିଥାଏ ସୁଖମୟ
ଆମେ ସଭିଏଁ ଇଚ୍ଛା କରିଥାଉ ଯେ, ଗୃହରେ ସର୍ବଦା ଶାନ୍ତିପୂର୍ଣ୍ଣ ବାତାବରଣ ରହୁ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହୁ। ଆର୍ଥିକ ସମସ୍ୟା ଦୂର ହେଉ। ମାତ୍ର ବହୁ ସମୟରେ ସଭିଁଙ୍କ ଘରେ ବହୁ ସମସ୍ୟା ଦେଖାଯାଇଥାଏ, ଏହାର କାରଣ ଗୃହର ବାସ୍ତୁ ସମସ୍ୟା। ବାସ୍ତୁଦୋଷ ଆମ ଜୀବନ ଉପରେ ବହୁ ପ୍ରଭାବ ପକାଇଥାଏ। କେତେକ ସହଜ ଉପାୟ ଅବଲମ୍ବନ କରିବା ଦ୍ୱାରା ଘରେ ଥିବା ବାସ୍ତୁଦୋଷକୁ ଦୂର କରି ପାରିବା। ଯାଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ଆସିଥାଏ। ଜାଣନ୍ତୁ ଏହା ବିଷୟରେ….
ଘରର ଛାତ ଉପରେ ପାତ୍ରରେ ଜଳ ଓ କିଛି ଚାଉଳ ରଖନ୍ତୁ। ଏପରି କରିବା ଦ୍ୱାରା ପକ୍ଷୀମାନଙ୍କୁ ଭୋଜନ ଓ ଶୋଷ ନିବାରଣ ପାଇଁ ଜଳ ମିଳିପାରିବ। ବାସ୍ତୁ ଅନୁଯାୟୀ ପକ୍ଷୀମାନେ ନିଜ ସହ ସକରାତ୍ମକ ଶକ୍ତି ଆଣିଥାଆନ୍ତି। ଯାଦ୍ୱାରା ଧନ ଓ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ଗୃହରେ ସର୍ବଦା ଶାନ୍ତିର ବାତାବରଣ ରହିଥାଏ।
ସର୍ବଦା ଘରେ କଳହ ନକରିବାକୁ ଚେଷ୍ଟା କରନ୍ତୁ। ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ।
ରାତ୍ର ସମୟରେ ମଧ୍ୟ ଗୃହର ମୁଖ୍ୟ ଦରଜାକୁ ଅନ୍ଧକାର ନରଖି ସେଠାରେ ଆଲୋକର ବ୍ୟବସ୍ଥା ରଖନ୍ତୁ।
ସ୍ନାନ ପରେ ନିୟମିତ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ।
ସକାଳ ଓ ସନ୍ଧ୍ୟା ସମୟରେ ପ୍ରତିଦିନ ଭଗବାନଙ୍କ ସମ୍ମୁଖରେ ବସି ପ୍ରାର୍ଥନା କରନ୍ତୁ।
ଘରର ମୁଖ୍ୟ ଦ୍ୱାରରେ କଦାପି ଦର୍ପଣ ଲଗାନ୍ତୁ ନାହିଁ।
|
ରାଉରକେଲା(କେନ୍ୟୁଜ୍): ବିକାଶ ସ୍କୁଲ ମୁଖ୍ୟ ଗେଟ ପଡି ଚାପି ହେଇ ଦୁଇ ଜଣଙ୍କ ମୃତ୍ୟୁ। ରାଉରକେଲା ସେକ୍ଟର ୨ ବିକାଶ ସ୍କୁଲର ଗେଟ ଭୁଶୁଡି ପଡିବାରୁ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଯୁବକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା।
ଗେଟ ପଡିଯିବା ପରେ ଦୁଇଜଣ ଗୁରୁତର ହୋଇ ପଡିଥିଲେ । ସିକ୍ୟୁରୁଟି ଗାର୍ଡ ଓ ଯୁବକଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଗେଟ ପଡିବାର କାରଣ ଏଯାବତ ଅସ୍ପଷ୍ଟ ରହିଛି।
|
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟକୁଉଦ୍ଘାଟନ କରିଥିଲେ ।
ଏହି ଅବସରରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ, ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନବୀସ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କର୍ଣ୍ଣଲ ରାଜ୍ୟବର୍ଦ୍ଧନ ରାଠୋର ଏବଂ ଅନ୍ୟ ବିଶିଷ୍ଟବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ଯୁବ ପିଢ଼ିଙ୍କୁ ଭାରତୀୟ ସିନେମାକୁ ବୁଝିବା ଏବଂ ସେ ବିଷୟରେ ଜାଣିବା ଲାଗି ସୁଯୋଗ ପ୍ରଦାନ କରିବ । ସେ କହିଥିଲେ ଯେ ସଂଗ୍ରହାଳୟରେ ବିଭିନ୍ନ ଚଳଚ୍ଚିତ୍ର ବ୍ୟକ୍ତିବିଶେଷଙ୍କ ସଂଘର୍ଷର କାହାଣୀ ସହିତ ଭାରତୀୟ ମନୋରଞ୍ଜନ ଜଗତର ଇତିହାସି ବିଷୟରେ ବିସ୍ତୃତ ସୂଚନା ରହିବ ।
ଚଳଚ୍ଚିତ୍ର ଏବଂ ସମାଜକୁ ପରସ୍ପରର ପ୍ରତିବିମ୍ବ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜରେ ଯାହାକିଛି ଘଟିଥାଏ ତା'ର ଝଲକ ପରଦାରେ ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିଥାଏ । ଚଳଚ୍ଚିତ୍ରର ଛବି ସମାଜର ଆଇନାରେ ଦେଖିବାକୁ ମିଳିଥାଏ ।
ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାଣ ସମ୍ପର୍କରେ ମତ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ ହେଉଛି ଯାହା ସମସ୍ୟା ଏବଂ ସମାଧାନ ଉଭୟକୁ ଦର୍ଶାଉଛି, ଯାହା ପୂର୍ବର ସେହି ବର୍ଷଗୁଡ଼ିକର ତୁଳନାରେ ସକାରାତ୍ମକ ସଂକେତ ଦେଉଛି, ଯେତେବେଳେ ଚଳଚ୍ଚିତ୍ରରେ କେବଳ ଅସହାୟତା ପ୍ରଦର୍ଶିତ କରାଯାଉଥିଲା ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ବିଶ୍ୱାସ ଅଛି ଯେ ସେ କେବଳ ନିଜ ସାମ୍ନାରେ ଥିବା ସମସ୍ୟାଗୁଡ଼ିକର ନିଜେ ହିଁ ସମାଧାନ କରିଦେବ । ଏହା ନୂତନ ଭାରତର ଲକ୍ଷ୍ୟଣ, ଯିଏ ସମସ୍ୟାଗୁଡ଼ିକର ମୁକାବିଲା କରିବା ଏବଂ ସେଗୁଡ଼ିକର ସମାଧାନ କରିବା ଲାଗି ସକ୍ଷମ ଏବଂ ସମର୍ଥ ।
ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଭାରତୀୟ ସିନେମାର ବୈଶ୍ୱିକ ପ୍ରସାରକୁ ଉଜାଗର କରିଥିଲେ । ଏ ସନ୍ଦର୍ଭରେ ସେ ବିଶ୍ୱର ସେହି ବିଭିନ୍ନ ନେତାମାନଙ୍କ ସହିତ ହୋଇଥିବା ଆଲୋଚନାର ଉଲ୍ଲେଖ କରିଥିଲେ ଯେଉଁମାନେ ଏପରିକି ଭାରତୀୟ ଚଳଚ୍ଚିତ୍ରର ଗୀତ ମଧ୍ୟ ଗାଇପାରୁଥିଲେ ।
ସେ ଏପରି ଚରିତ୍ରର ନିର୍ମାଣ କରିବା ଲାଗି ଚଳଚ୍ଚିତ୍ର ଜଗତକୁ ଶୁଭାକାମନା ଜଣାଇଥିଲେ ଯେଉଁ ଚରିତ୍ର ଯୁବପିଢ଼ିଙ୍କ କଳ୍ପନାକୁ ନିଜ ଭିତରେ ସମାହିତ କରିପାରୁଥିବ । ଏପରି ଚରିତ୍ରଗୁଡ଼ିକର ବୈଶ୍ୱିକ ଅପିଲ କାରଣରୁ ଭାରତୀୟ ଯୁବକମାନେ ଏବେ କେବଳ ବ୍ୟାଟମ୍ୟାନଙ୍କ ପ୍ରଶଂସକ ନୁହନ୍ତି, ବରଂ ବାହୁବଳୀକୁ ମଧ୍ୟ ଦେଖିବାକୁ ଚାହୁଁଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସଫ୍ଟ ପାୱାର, ଏହାର ବିଶ୍ୱସନୀୟତାକୁ ବଢ଼ାଇବା ଏବଂ ସାରା ବିଶ୍ୱରେ ବ୍ରାଣ୍ଡ ଇଣ୍ଡିଆର ନିର୍ମାଣରେ ଭାରତୀୟ ଚଳଚ୍ଚିତ୍ରର ଏକ ବଡ଼ ଭୂମିକା ରହିଛି । ସେ କହିଥିଲେ ଯେ ଚଳଚ୍ଚିତ୍ର ଜରିଆରେ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଯଥା ସ୍ୱଚ୍ଛତା, ମହିଳା ସଶକ୍ତିକରଣ, କ୍ରିଡ଼ା ଆଦି ଲୋକମାନଙ୍କ ନିକଟରେ ପହଁଚିପାରୁଛି । ସିନେମା ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ସୁଦୃଢ଼ କରିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ପର୍ଯ୍ୟଟନର ପ୍ରୋତ୍ସାହନରେ ଯୋଗଦାନ ଦେବାରେ ଚଳଚ୍ଚିତ୍ର ଉଦ୍ୟୋଗରେ ବ୍ୟାପକ ସମ୍ଭାବନା ରହିଛି ।
ସେ କହିଥିଲେ ଯେ ଦେଶର ବିଭିନ୍ନ ଭାଗରେ ଚଳଚ୍ଚିତ୍ରର ସୁଟିଂକୁ ଅନୁମତି ଦେବା ଲାଗି ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପ୍ରଣାଳୀ ଆଣିବା ଲାଗି "ଇଜ ଅଫ ଫିଲ୍ମିଂ"ର ସୁବିଧା ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଚଳଚ୍ଚିତ୍ର ପାଏରେସି ସମସ୍ୟା ଉପରେ ଅଂକୁଶ ଲଗାଇବା ପାଇଁ ସିନେମାଟୋଗ୍ରାଫ ଆଇନ 1952ରେ ସଂଶୋଧନ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି ।
नेशनल फिल्म म्यूजियम में एंटरटेनमेंट इंडस्ट्री के गौरवशाली इतिहास के बारे में विस्तार से जानकारी मिलेगी।— PMO India (@PMOIndia) January 19, 2019
प्रसिद्ध फिल्मी हस्तियों के बारे और उनके संघर्षों के स्वर्णिम किस्से-कहानियों की झलक मिलेगी।
हमारी युवा पीढ़ी को काफी कुछ देखने, सीखने और समझने का अवसर मिलेगा: PM
वास्तव में फिल्म और समाज – दोनों एक दूसरे के रिफ्लेक्शन्स होते हैं।— PMO India (@PMOIndia) January 19, 2019
समाज में क्या हो रहा है वो फिल्मों में देखने को मिलता है और जो फिल्मों में हो रहा है, वो समाज में भी आपको दिखता है।
कला जगत आने वाले कल को परख लेता है: PM
हमने भारत की गरीबी पर तो बहुत फिल्में देखी है, भारत की बेबसी पर भी फिल्में देखी हैं।— PMO India (@PMOIndia) January 19, 2019
मेरा मानना है कि ये एक बदलते समाज की निशानी है कि अब प्रॉब्लम्स के साथ-साथ सॉल्यूशंस पर भी फिल्में देखने को मिलती हैं।
साफ है, आज समाज के साथ फिल्मों में भी ये बदलाव दिख रहा है: PM
समस्याएं है तो अब उसका सॉल्यूशन भी है।— PMO India (@PMOIndia) January 19, 2019
अड़चन है तो उसे दूर करने का जुनून भी है।
भारत बदल रहा है, अपना हल खुद ढूंढ़ रहा है।
हम बदल सकते हैं, ये आत्मबल दिख रहा है: PM
यही वो कॉन्फिडेंस है, जिसकी वजह से अब समाज को झकझोरने वाले विषयों को उठाने में झिझक नहीं होती।— PMO India (@PMOIndia) January 19, 2019
हम परेशानियों से घबराते नहीं, उन्हें छिपाते नहीं, बल्कि सामने लाकर उसे दूर करने का प्रयत्न करते हैं: PM
बात चाहे फन पैदा करने की हो या फैन बनाने की, हम यहां भी अपना असर डाल सकते हैं।— PMO India (@PMOIndia) January 19, 2019
मैं फिल्म जगत को इस उपलब्धि के लिए अपनी शुभकामनाएं देना चाहता हूं कि आज हमारा युवा बैटमैन का फैन है, तो साथ में बाहुबली का भी फैन है।
हमारे किरदारों की भी अब ग्लोबल अपील है: PM
भारत के सॉफ्ट पावर की शक्ति में हमारी फिल्मों की बड़ी भूमिका है। दुनिया को भी वह अपनी ओर आकर्षित करती रही हैं।— PMO India (@PMOIndia) January 19, 2019
हमारी फिल्में बॉक्स ऑफिस पर तो धूम मचाती ही हैं, साथ ही पूरे विश्व में भारत की साख बढ़ाने, भारत का ब्रैंड बनाने में भी बड़ा रोल प्ले करती हैं: PM
|
ସେ ଲେଖିଛନ୍ତି, ଓଡ଼ିଶା ବିଶେଷ ଭାବରେ ପଶ୍ଚିମ ଓଡିଶାର ବର୍ଷିଆନ କଳାକାର ଅଟଳବିହାରୀ ପଣ୍ଡାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ପ୍ରସିଦ୍ଧିଲାଭ କରିଥିବା ଅନେକ ସମ୍ୱଲପୁରୀ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସେ ଦର୍ଶକୀୟ ଆଦୃତ ଲାଭ କରିଥିଲେ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
ଅଟଳ ବିହାରୀ ପଣ୍ଡା କିଛି ଦିନ ହେଲା ଅସୁସ୍ଥ ଥିବାରୁ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଅଟଳ ବିହାରୀ ପଣ୍ଡାଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ସେ ହେଉଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା । ସେ ଦୁଇ ଥର ରାଜ୍ୟରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।
|
ଆସନ୍ତାକାଲି ଭଙ୍ଗା ହେବନି ସନାତନ ମହାକୁଡ଼ଙ୍କ ଘର, ଭଙ୍ଗାଯିବ କେବଳ କିଛି ଅସ୍ଥାୟୀ ନିର୍ମାଣ
କେନ୍ଦୁଝର: ଆସନ୍ତାକାଲି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଘର ଓ ଅଫିସ୍ ବଦଳରେ ଭଙ୍ଗାଯିବ ଜବରଦଖଲ ଜମିରେ ତିଆରି ହୋଇଥିବା କିଛି ଅସ୍ଥାୟୀ ନିର୍ମାଣ। ଉଚ୍ଛେଦ ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି କେନ୍ଦୁଝର ଏଡିଏମ୍ ସଂଗ୍ରାମ କେଶରୀ ସ୍ୱାଇଁ। ସେ ଦେଇଥିବା ସ୍ପଷ୍ଟୀକରଣ ଅନୁସାରେ ୫ ଏକର ଜମିରେ ଜବରଦଖଲ ଉଚ୍ଛେଦ ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସନାଙ୍କ ଘର ଓ ଅଫିସ୍ ୧ ଏକର ୨୦ ଡିସିମିଲ୍ ପରିମିତ ଜମି ଭିନ୍ନ ଏକ ପ୍ଲଟରେ ରହିଛି। ଏହା ଉପରେ ହାଇକୋର୍ଟଙ୍କ ରହିତାଦେଶ ଥିବାରୁ ଏଠାରୁ ଉଚ୍ଛେଦ କରାଯିବ ନାହିଁ। ସେହିପରି ଏଠାରେ ନିର୍ମାଣ କରାଯାଇଥିବା ମନ୍ଦିର ନ ଭାଙ୍ଗିବାକୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ୫ ଏକର ପରିମିତ ପ୍ଲଟ୍ରେ ଗାଈଗୋରୁ ଓ ଛେଳିଙ୍କ ପାଇଁ ନିର୍ମାଣ କରାଯାଇଥିବା କିଛି ଅସ୍ଥାୟୀ ଘରକୁ ହିଁ ଆସନ୍ତାକାଲି ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି। ଏହି ସମୟରେ ଆଇନଶୃଙ୍ଗଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୮ ଜଣ ମାଜିଷ୍ଟ୍ରେଟଙ୍କ ସମେତ ୨୫ ପ୍ଲାଟୁନ୍ରୁ ଅଧିକ ଫୋର୍ସ ମୁତୟନ ରହିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
ପଂଚମଦିନ ସକାଳେ ମହାରାଜ ଭୋଜ ନିତ୍ୟକର୍ମ ସାରି ସିଂହାସନ ପାଖରେ ପହଁଚି ଆରୋହଣ କରିବାକୁ ପାଦ ବଢାଇବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଲୀଳାବତୀ ଉଠିପଡି କହିଲା, "ମହାରାଜ! ବିକ୍ରମାଦିତ୍ୟଙ୍କ ସମାନ ମହାଦାନୀ, ନ୍ୟାୟ ବିଚାରକ ଏ ଦୁନିଆରେ କେହି ନାହାନ୍ତି । ଆପଣ କ'ଣ ତାଙ୍କ ସହିତ ସମକକ୍ଷ ହୋଇ ପାରିବେ? ତେବେ ମୋ କଥା ଶୁଣନ୍ତୁ ଏବଂ ନିଜକୁ ନିଜେ ତଉଲନ୍ତୁ । ତା'ପରେ ଯାହା କରିବାର କଥା କରିବେ ।" ଲୀଳାବତୀ ତାହାପରେ କହାଣୀ କହିବାକୁ ଆରମ୍ଭକଲା:
ସବୁଦିନ ପରି ମହାରାଜ ବିକ୍ରମାଦିତ୍ୟ ଦରବାରରେ ବସି ବିଚାର କରୁଥିଲେ । ଜଣେ ସାଧୁ ଆସି ପହଁଚିଲେ ଏବଂ କହିଲେ, "ଆପଣ ଯଦି ଏକ ସୁନାର ମହଲ ତିଆରି କରନ୍ତି ତାହା ଆପଣଙ୍କ ପାଇଁ ଶୁଭଦାୟକ ସାବ୍ୟସ୍ତ ହେବ । ସେଠାରେ ଧନ ବାସ କରିବେ । ପ୍ରଜାମାନଙ୍କ ଘରେ ଧନ ବର୍ଷାହେବ । ସମସ୍ତେ ସୁଖ ଶାନ୍ତିରେ ରହିବେ ଏବଂ ଆପଣଙ୍କ ଯଶଖ୍ୟାତି ଅଧିକ ବ୍ୟାପିଯିବ ।"
ମହାରାଜା କହିଲେ, "ବେଶ୍ ଠିକ୍ ଅଛି । ମୁଁ ମୋ ପାଇଁ ନୁହେଁ, ବରଂ ମୋ ପ୍ରଜାମାନଙ୍କୁ ଧନଧାନ୍ୟରେ ଭରିଦେବା ପାଇଁ ସେ ମହଲ ତିଆରି କରିବି ।" ତା'ପରେ ସାଧୁଙ୍କୁ ବିଦାୟ ଦେଇ ମହାରାଜ ନିଜର ମନ୍ତ୍ରୀଙ୍କୁ ଉପଯୁକ୍ତ ସ୍ଥାନ ଠିକ୍କରି ସୁନାର ମହଲ ତିଆରି କରାଇବା ପାଇଁ ନିର୍ଧେସ ଦେଲେ ।
ପରିଶେଷରେ କ୍ଷିପ୍ରା ନଦୀକୂଳରେ ସ୍ଥାନ ଠିକ୍କରି ନିର୍ଦ୍ଦିଷ୍ଟ ବେଳା ଠିକ କରି ମହଲ ତିଆରି ପାଇଁ ଶୁଭ ଦିଆଗଲା । ବିଭିନ୍ନ ରାଜ୍ୟରୁ ଦକ୍ଷ କାରିଗରଙ୍କୁ ଡାକି କାମରେ ନିଯୁକ୍ତ କରାଗଲା । ଅଳ୍ପକାଳ ମଧ୍ୟରେ ସୁନା, ରୂପା, ହୀରା, ମଣିମୁକ୍ତା ଖଚିତ ବିଶାଳ ମହଲ ତିଆରି ହୋଇଗଲା । ସେଇ ତଥାକଥିତ ସାଧୁଙ୍କୁ ଡକାଇ ପଠାଇ ମହାରାଜ ମହଲ ଦେଖିବାକୁ ଗଲେ ।
|
ନିର୍ବାଚନ ପରେ ସମୀକରଣ ବଦଳିବା ଆରମ୍ଭ କରିଥିଲା । ବାତ୍ୟା ଫନି ଆହୁରି ନିକଟତର କଲା । ନୀତି ଆୟୋଗରେ ନବୀନଙ୍କ ଯୋଗଦାନ ସହ ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗରୁ ଓହରି ସ୍ପେସାଲ୍ ଫୋକସ୍ ଷ୍ଟେଟ୍ ଦାବି ଭିତ୍ତିଭୂମି ପକାଇଥିଲା । ଆଉ ଏବେ ସ୍ପଷ୍ଟ ହେଲା ଯେ ବିଜେଡି- ବିଜେପି ଆଗକୁ ଆହୁରି ନିକଟତର ହୋଇପାରନ୍ତି । ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପରେ, ରାଜନୈତିକ ମହଲରେ ଏଭଳି ଆଶଙ୍କା ପାଇଲାଣି । ନବୀନ ଓ ମୋଦିଙ୍କ ଏଭଳି ମାଷ୍ଟର୍ ଷ୍ଟ୍ରୋକ୍ କୁ ନେଇ ଉଭୟ ଦଳର ନେତା ଓ କର୍ମୀ ତାଜୁବ୍ । ସମସ୍ତେ କହୁଛନ୍ତି ରାଜନୀତିରେ ସବୁ ସମ୍ଭବ ।
ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଏଭଳି ଏକ ନିଷ୍ପତ୍ତିକୁ ବିରୋଧୀ କଂଗ୍ରେସ ତ ଦୂରର କଥା ଖୋଦ୍ ବିଜେପି ଓ ବିଜେଡିର ବହୁ ନେତା ହଜମ କରିପାରୁ ନାହାଁନ୍ତି । ନବୀନ- ମୋଦିଙ୍କ ଭିତରେ କଣ ଏଭଳି ଡିଲ୍ ହେଲା ଯେ ରାତାରାତି ଦୁଇ ଦଳ ଭିତରେ ସମୀକରଣ ବଦଳିଗଲା ବୋଲି ବିଜେପି-ବିଜେଡି ନେତା ଓ କର୍ମୀଙ୍କ ମହଲରେ ଟୁପୁରୁ ଟାପୁର । ନିର୍ବାଚନ ପୂର୍ବରୁ ଦଇ ଦଳର ନେତା ପରସ୍ପରକୁ ଟାର୍ଗେଟ୍ କରିଥିବା ବେଳେ ନିର୍ବାଚନ ପରେ କାହିଁକି ଏକାଠି ହେଲେ ଏବଂ ଏହାପଛର ପ୍ରମୁଖ କାରଣ କଣ ତାର ତର୍ଜମା ବି ଆରମ୍ଭ ହେଲାଣି । ବିଜେଡି ପାଓାରଫୁଲ କୋଟେରିର ଯୁକ୍ତି ଯେ ରାଜ୍ୟର ବିକାଶ ପାଇଁ କେନ୍ଦ୍ରକୁ ସହଯୋଗର ହାତ ବଢାଇଛି ବିଜେଡି । କଂଗ୍ରେସ କିନ୍ତୁ ବିଜେଡିର ଏଭଳି ଯୁକ୍ତିକୁ ଗ୍ରହଣ କରିବା ମୁଡ୍ ରେ ନାହିଁ । ଓଡିଶାର ଆଞ୍ଚଳିକ ଦଳ ହିସାବରେ ବିଜେଡି ପାଖରେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବାରେ ସଂଖ୍ୟାର ଅଭାବ ନଥିବା ବେଳେ ଜଣେ ବାହାର ରାଜ୍ୟର ଲୋକଙ୍କୁ ରାଜ୍ୟସଭା ପଠାଇବା ପଛରେ ବାଧ୍ୟବାଧକତା କଣ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେପଟେ ବିଜେପି କହିଛି ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା ପଛରେ ରାଜ୍ୟର ଦୃତ ବିକାଶ କାରଣ ରହିଛି ।
ଆଲୋଚନା ହେଉଛି ଅଶ୍ବିନୀ ବୈଷ୍ଣବ କୁଆଡେ ଆଗରୁ ବି ବିଜେଡି ଓ ବିଜେପି ଭିତରେ ଡିଲ୍ ମେକର ଭାବେ କାମ କରୁଥିଲେ । ଓଡିଶା କ୍ୟାଡରର ଏହି ରାଜସ୍ଥାନୀ ବାବୁ ଉଭୟ ନବୀନ ଓ ମୋଦିଙ୍କ ଭିତରେ ଯୋଗସୂତ୍ର ରଖି ବହୁ ବଡବଡ ବିବାଦ ତୁଟାଇ ଥିଲେ । ଯେହେତୁ ସେ ଅଟଳ ବିହାରୀ ବାଜପେୟୀଙ୍କ ବେଳେ ପ୍ରଧାନମନ୍ତ୍ରୀ କାର୍ଯାଳୟରେ କାମକରୁଥିଲେ ଏବଂ ବିଜେପି ସହ ଭଲ ସଂପର୍କରେ ଥିଲେ ତେଣୁ ନବୀନ ବି ତାଙ୍କ ସହ ଭଲ ସଂପର୍କ ରକ୍ଷା କରିଥିଲେ । ଏବେ ଯେତେବେଳେ ସାରା ଦେଶରେ ମୋଦି ହାୱା ବହୁଛି ଏବଂ ନବୀନ କେନ୍ଦ୍ରର ସହାୟତା ଚାହୁଁଛନ୍ତି, ଏହି ମୌକାରେ ନବୀନ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେବା ସ୍ବାଭାବିକ ବୋଲି କୁହାଯାଉଛି । ସେପଟେ ଅଶ୍ବିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ ହେବା ପରେ ପ୍ରଥମେ ବିଜେପି ଅଫିସ ଆସି ଦଳର ପ୍ରାଥମିକ ସଦସ୍ୟ ବନିଛନ୍ତି ।
|
ଭୁବନେଶ୍ୱର,୧୪।୯(ବ୍ୟୁରୋ): ଡାକ୍ତର ଭଗବାନଙ୍କ ସମତୂଲ୍ୟ ବୋଲି କୁହାଯାଏ। ତେବେ ଅନେକ ସମୟରେ ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀର ଜୀବନ ମଧ୍ୟ ଚାଲିଯାଏ। ହେଲେ ଏହାର ଏକ ବ୍ୟତିକ୍ରମ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ରାସ୍ତା ମଝିରେ ଜୀବନ ସହ ସଂଗ୍ରାମ କରୁଥିବା ଜଣେ ରୋଗୀଙ୍କୁ ଉଠାଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଫଳରେ ରୋଗୀ ପାଇଛି ନୂଆ ଜୀବନ। ଡାକ୍ତର ଜଣଙ୍କ ହେଲେ କଟକ ଏସ୍ସିବିର କାଡିଓଲୋଜି ବିଭାଗରେ କାର୍ଯ୍ୟରତ ଡା. ଶାରଦା ପ୍ରସାଦ ମହାନ୍ତି।
ସୂଚନାନୁଯାୟୀ, ଡାକ୍ତରଜଣଙ୍କ ଖଣ୍ଡଗିରି ସାଁପୁରରେ ରହୁଛନ୍ତି। ସେ ସବୁଦିନ ଭଳି ଶନିବାର ସକାଳେ କଟକ ବଡ଼ ମେଡିକାଲକୁ ଯାଉଥିଲେ। ଏହି ସମୟରେ ଅଗ୍ନିଶମ ବିଭାଗ ଅଫିସ ନିକଟରେ ଜଣେ ଯୁବକ ରାସ୍ତା ଉପରେ ଛଟପଟ ହେଉଥିଲେ। ସେଠାରେ ଏକାଧିକ ଲୋକ ଗଦା ହୋଇଥିଲେ ହେଁ କେହି ତାଙ୍କୁ ଉଠାଇ ଡାକ୍ତରଖାନା ନେଉ ନ ଥିଲେ। ଶାରଦା ଉକ୍ତ ବାଟ ଦେଇ ଯିବା ସମୟରେ ତାଙ୍କର ନଜର ଯୁବକଙ୍କ ଉପରେ ପଡ଼ିଥିଲା। ହସ୍ପିଟାଲ ନ ନିଆଗଲେ ତା'ର ଜୀବନ ଚାଲିଯାଇପାରେ ବୋଲି ସେ ଅନୁମାନ କରିଥିଲେ। ତେଣୁ ସେ ବିଳମ୍ବ ନ କରି ତାଙ୍କ କାର ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ଅନ୍ୟ ଡାକ୍ତରମାନେ ଯୁବକଙ୍କ ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇଥିଲେ। ଆଉ କିଛି ସମୟ ବିଳମ୍ବ ହୋଇଥିଲେ କିଛି ବି ଅଘଟଣ ଘଟିପାରିଥାନ୍ତା। ତେବେ ଯୁବକଜଣଙ୍କ ମାତ୍ରାଧିକ ନିଶା ସେବନ କରି ଏପରି ହେଉଥିବା ଜଣାପଡ଼ିଛି। ଡାକ୍ତରଙ୍କ ଏଭଳି କାମକୁ ନେଇ ତାଙ୍କର ପ୍ରଶଂସା କରାଯାଉଛି। ଏନେଇ ଶାରଦା କହିଛନ୍ତି, ଲୋକମାନେ ଯେବେ ରୋଗୀଙ୍କୁ ଦେଖୁଛନ୍ତି ତୁରନ୍ତ ମାନବିକତା ଦେଖାଇ ହସ୍ପିଟାଲ ନିଅନ୍ତୁ। ଭଗବାନ ସହାୟ ହେବେ। ଛିଡ଼ା ହୋଇ ଦେଖିବା ଅପେକ୍ଷା ହସ୍ପିଟାଲ ନେବା ଉଚିତ ବୋଲି ସେ କହିଛନ୍ତି।
|
ବନ୍ଧୁଗଣ ସମସ୍ତଙ୍କ ଘରେ ଲୁଣର ବ୍ୟବହାର ହୋଇଥାଏ । ଏହା ଦ୍ଵାରା ଖାଦ୍ୟ ସ୍ଵାଦିଷ୍ଟ ହୋଇଥାଏ । ମଣିଷର ଭୟକୁ ମଧ୍ୟ ବଦଳାଇ ଦେଇଥାଏ ଲୁଣ । ଲୁଣର ଜନ୍ମ ସମୁଦ୍ରରୁ ହୋଇଥାଏ । ସମୁଦ୍ର ହେଉଛି ମା ଲକ୍ଷ୍ମୀଙ୍କ ବାପଘର । ଲୁଣକୁ ନଜର ଦୋଷ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରା ଯାଇଥାଏ । ଯଦି ଘରେ ଅଯଥା ଝଗଡା ହେଉଛି, ଅଭାବ ଅନାଟନ ହେଉଛି, ବ୍ୟବସାୟରେ କ୍ଷତି ଘଟୁଥାଏ ତେବେ ଲୁଣର ବ୍ୟବହାର କରି ହେବ ।
ଆସନ୍ତୁ ଜାଣିବା ଲୁଣ କେମିତି ବାସ୍ତୁ ଦୋଷ ଦୂର କରିବା ସହ ଆୟୁରେ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ଘରକୁ ପୋଛା ମାରିବା ସମୟରେ ଏକ ମୁଠା ଲୁଣ ପକାଇ ପୋଛା ମାରନ୍ତୁ । ସପ୍ତାହରେ ଦୁଇ ଥର ନିଶ୍ଚୟ କରନ୍ତୁ । ଘାଗେରା ଲୁଣର ବ୍ୟଭର କରନ୍ତୁ । ଏହା ଦ୍ଵାରା ଘରର ବାସ୍ତୁ ଦୋଷ ଓ ନଜର ଦୋଷ ଦୂର ହୋଇଥାଏ । ଘରକୁ ନେଗେଟିଭ ଶକ୍ତି ପ୍ରବେଶ କରିପାରେ ନାହିଁ ।
ଏହା ସହ ଘରର ନଜର ଦୋଷ ଦୂର କରିବା ପାଇଁ, ରୋଜଗାର ଥାଇ ବି ଉନ୍ନତି ହେଉ ନ ଥିଲେ, ରୋଗାଗ୍ରସ୍ତ ଥିଲେ ଘରର ମୁଖ୍ୟଦ୍ଵାରର ଡାହାଣ ପଟେ କିଛି ଲୁଣ ନାଲି କପଡା ରେ ବାନ୍ଧି ରଖନ୍ତୁ । ଏହାକୁ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ରେ କରନ୍ତୁ । ଏକ ମାସ ପରେ ସେହି ତିଥିରେ ପୁରୁଣା ଲୁଣକୁ ବଦଳାଇ ନୂଆ ଲୁଣ ରଖନ୍ତୁ । ଏହିପରି କରିଲେ ଘରର ନଜର ଦୋଷ ଦୂର ହେବ ।
ଆର୍ଥିକ କ୍ଷେତ୍ରରେ ସମସ୍ଯାମାନ ଦୂର ହେବ । ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ, ଅଭାବ ଦୂର କରିବା ପାଇଁ, ସଞ୍ଚୟ ହେଉ ନ ଥିଲେ କାଚ ବା ପ୍ଲାଷ୍ଟିକ ପାତ୍ରରେ କିଛି ଲୁଣ ରଖନ୍ତୁ । ସେଥିରେ କିଛି ଲବଙ୍ଗ ରଖିକି ଆଲମାରି ବା ପଇସା ବାକ୍ସ ରେ ରଖନ୍ତୁ । ବା ଚାଉଳ ଡବା ରେ ରଖନ୍ତୁ । ଏମିତି କରିଲେ ଘରର ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହ ନୂତନ ବ୍ୟବସାୟ ପାଇଁ ଉପୋଯୋଗୀ ଅଟେ ।
ଘରେ କେବେ ବି ଲୁଣ ସାରିବା କି ନଷ୍ଟ କରିବା ଉଚିତ ନୁହେଁ । ଲୁଣକୁ ଏଣେତେଣେ ପକାଇବା ଅନୁଚିତ । ଖାଇବା ପରେ ଲୁଣ ବଳିଥିଲେ ତାହା ନ ଫୋପାଡି ପାଣି ରେ ପକାଇବା ଉଚିତ । କାରଣ ଲୁଣ କୁ ନଷ୍ଟ କରିଲେ ରୁଣ ବଢେ । ଲୁଣ କୁ ସର୍ବଦା ସାଇତି କି ରଖିବା ଉଚିତ । ଯେପରି କି ଲୁଣ ସରି ନ ଯାଏ । ଲୁଣ ସରିଗଲେ ମା ଲକ୍ଷ୍ମୀ ଗୃହକୁ ଚାଲି ଯାଇଥାନ୍ତି । ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା ।
ତେଣୁ ଲୁଣ କୁ ସର୍ବଦା ସଞ୍ଚୟ କରି ରଖିବା ଉଚିତ । ଏହା ଦ୍ଵାରା ଆର୍ଥିକ ଅନଟନ ଦେଖାଯାଏ ନାହିଁ କି ଆର୍ଥିକ ଅବସ୍ଥା ଖରାପ ହୁଏ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।
|
ଦେଶର ୫୦୦ରୁ ଅଧିକ ଜଣାଶୁଣା ଆଇନଜୀବୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁମାନେ ଏହି ଚିଠି ଲେଖିଛନ୍ତି, ସେମାନଙ୍କ ମଧ୍ୟରେ ବରିଷ୍ଠ ଆଡଭୋକେଟ୍ ହରିଶ ସାଲଭେଙ୍କ ଠାରୁ ଆରମ୍ଭ କରି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ସଭାପତି ମନନ କୁମାର ମିଶ୍ର ପର୍ଯ୍ୟନ୍ତ ଅନେକଙ୍କ ନାମ ରହିଛି। ଏହି ଓକିଲମାନେ ନ୍ୟାୟପାଳିକାର ଅଖଣ୍ଡତା ପ୍ରତି ବିପଦ ଥିବା ନେଇ ଉଦବେଗ୍ ପ୍ରକାଶ କରିଛନ୍ତି। ଏହି ଆଇନଜୀବୀମାନେ କହିଛନ୍ତି ଯେ କିଛି 'ସ୍ୱତନ୍ତ୍ର ଗୋଷ୍ଠୀ' ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଏବଂ କୋର୍ଟର ନିଷ୍ପତ୍ତି ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି। ଏହି ଗୋଷ୍ଠୀ ରାଜନୈତିକ ଉଦ୍ଦେଶ୍ୟ ସହିତ ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ନ୍ୟାୟପାଳିକାର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଚିଠିରେ ଦର୍ଶାଯାଇଛି।
ଚିଠିରେ କୁହାଯାଇଛି ଯେ, ରାଜନୈତିକ ଚେହେରା ସହ ଜଡିତ ଦୁର୍ନୀତି ମାମଲରେ ଏଭଳି ଘଟୁଥିବା ସ୍ପଷ୍ଟ ଦେଖାଯାଉଛି। ଏପରି ପରିସ୍ଥିତିରେ କୋର୍ଟର ନିଷ୍ପତ୍ତିକୁ ପ୍ରଭାବିତ କରିବା ଏବଂ ନ୍ୟାୟପାଳିକାକୁ ଅପମାନିତ କରିବାର ପ୍ରୟାସ କରୁଥିବାର ଦେଖିବାକୁ ମିଳିଛୁ। ଆହୁରି ମଧ୍ୟ କୁହାଯାଇଛି ଯେ, କିଛି ଗୋଷ୍ଠୀ ମିଥ୍ୟା କାହାଣୀ ସୃଷ୍ଟି କରି ନ୍ୟାୟପାଳିକାର କାର୍ଯ୍ୟକଳାପର ଭୁଲ ଚିତ୍ର ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଗୋଷ୍ଠୀଗୁଡିକ ବର୍ତ୍ତମାନର କୋର୍ଟକୁ ତଥାକଥିତ 'ସୁବର୍ଣ୍ଣ ସମୟ' ସହିତ ତୁଳନା କରୁଛନ୍ତି। ଫଳରେ ନ୍ୟାୟିକ ନିଷ୍ପତ୍ତି ଉପରେ ପ୍ରଭାବ ପକାଇବା ଏବଂ ନ୍ୟାୟପାଳିକା ଉପରେ ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିବା ପାଇଁ ଅପଚେଷ୍ଟା କରାଯାଉଛି।
|
ପନ୍ତଙ୍କ ପରେ ଟିମ ଇଣ୍ଡିଆର ଆଉ ଜଣେ ସଦସ୍ୟଙ୍କୁ କରୋନା
ଲଣ୍ଡନ: ଇଂଲଣ୍ଡ ସିରିଜ ପୂର୍ବରୁ ମହାମାରୀ କରୋନା ଭାରତୀୟ ଟିମ୍ର ଚିନ୍ତା ବଢ଼ାଇ ଦେଇଛି। ପ୍ରଥମେ ୱିକେଟ କିପର ଋଷଭ ପନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଦଳର ଆଉ ଜଣେ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହି ବ୍ୟକ୍ତି ଜଣଙ୍କ ଖେଳାଳି ନୁହନ୍ତି ବରଂ ସପୋର୍ଟ ଷ୍ଟାଫ୍ଟ।
ସୂଚନା ଅନୁସାରେ, ଥ୍ରୋଡାଉନ ସ୍ପେଶାଲିଷ୍ଟ ଦୟାନନ୍ଦ ଘରାନୀଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟତମ ୱିକେଟ କିପର ରିଦ୍ଧିମାନ ସାହା ଓ ଆଉ ଜଣେ ସପୋର୍ଟ ଷ୍ଟାଫ ନିଜକୁ ଆଇସୋଲେନରେ ରଖିଛନ୍ତି। ଏବେ ଏମାନେ ଟିକ୍ ସହ ଧୁରମାରେ ଆରମ୍ଭ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଯାଇ ପାରିବେ ନାହିଁ। ଏହାର ଅର୍ଥ ଉଭୟ ପନ୍ତ ଓ ସାହା ଅଭ୍ୟାସ ମ୍ୟାଚ୍ରେ ଭାଗ ନେଇ ପାରିବେ ନାହିଁ।
ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ ଟ୍ରେଣ୍ଟ ବ୍ରିଜ୍ରେ ଥିବା ବେଳେ ଏହା ପୂର୍ବରୁ ଦଳ ଭିତରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି। ଜୁନ୍ ମାସରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଖେଳିବାକୁ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତ କରିଥିଲା।
ମ୍ୟାଚ୍ ପରେ କିଛି ଦିନ ପାଇଁ ସମସ୍ତଙ୍କୁ ବାୟୋବବଲ୍ସରୁ ମୁକ୍ତ କରାଯାଇଥିଲା। ଏହି ସମୟରେ ଅନେକ ଖେଳାଳି ୱିମ୍ବଲଡନ ଓ ୟୁରୋ କପ୍ ଦେଖିବାକୁ ଯାଇଥିଲେ। ପନ୍ତ ମଧ୍ୟ ୟୁରୋ କପ୍ର ଗୋଟିଏ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମକୁ ଯାଇଥିବା ଫଟୋ ଛାଡ଼ିଥିଲେ। ଏହି ସମୟରେ ହିଁ ସେ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି।
ଅଭ୍ୟାସ ମ୍ୟାଚ୍ ପୂର୍ବରୁ ସବୁ ଖେଳାଳିଙ୍କ କରୋନା ଟେଷ୍ଟ କରାଯାଇଥିଲା। ଏତିକି ବେଳେ ପନ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ସେ ଲକ୍ଷଣହୀନ ଅଛନ୍ତି। ସେହିପରି ୨୩ ଜଣିଆ ସ୍କ୍ୱାଡର ଆଉ କୌଣସି ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପନ୍ତ ମେ' ୧୩ରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ। ଏହାପରେ ସେ ଟିମ୍ ସହ ଇଂଲଣ୍ଡ ଗସ୍ତ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
ବିନା ଭକ୍ତରେ ବଡ ଦାଣ୍ଡରେ ଗଡିବ ରଥ
ସମାଜ ପୋର୍ଟାଲ ଡେସ୍କ : କୋଟିବ୍ରହ୍ମାଣ୍ଡର ମଉଡମଣି ଜଗତରନାଥ ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇ ଉଠିଛି। ଏଥର ବିନା ଭକ୍ତରେ ବଡ଼ ଦାଣ୍ଡରେ ଗଡିବ ରଥ।
ସୋମବାର ସକାଳୁ ରଥକୁ ଆଜ୍ଞାମାଳ ବିଜେ କରିଛନ୍ତି। ପୁଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ପୁରୀରେ ପହଞ୍ଚିଛନ୍ତି। ଅନ୍ୟ ପକ୍ଷରେ ରଥଯାତ୍ରା ଅୟୋଜନ ନେଇ ଆମେ ପ୍ରସ୍ତୁତ ବୋଲି କହିଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ।
ଅନ୍ୟପକ୍ଷରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ଡିଜିପି, ଉନ୍ନୟନ କମିଶନର, ଆରଡିସି,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲା ଏସପି ପ୍ରମୁଖ ଯୋଗ ଦେଇଥିଲେ।
ପୁରୀରେ ୧୪୪ ଧାରା ଜାରୀ, ପୁରୀ ସହରର ପ୍ରବେଶ ପଥ ସିଲ୍ କରିବା, ସେବକ ଏବଂ ପୁଲିସ ସହାୟତାରେ ରଥଟଣା, ସୁରକ୍ଷା ବ୍ୟବସ୍ଥା ଏବଂ ସିମୀତ ସଂଖ୍ୟକ ସେବାୟତ ମୁତୟନ ନେଇ ଆଲୋଚନା ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ରଥଯାତ୍ରା ପାଇଁ ଆମେ ସଂମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ।
|
ଏସିଆନ୍ ଆଥଲେଟିକ ଚାମ୍ପିୟନସିପକୁ ନେଇ ଅସନ୍ତୋଷ ! ଟିକେଟ୍ ନମିଳିବାରୁ କଳିଙ୍ଗ ଷ୍ଟାଡିୟମରେ କ୍ରୀଡାପ୍ରେମୀଙ୍କ ହଙ୍ଗାମା
କନକ ବ୍ୟୁରୋ : ଏସିଆନ୍ ଆଥଲେଟିକ ଚାମ୍ପିୟନସିପ୍-୨୦୧୭କୁ ଆହୁରି ୬ ଦିନ ବାକି ରହିଛି । ଧୁମଧାମରେ ଏସିଆନ ଆଥଲେଟିକ ଚାଂପିଅନସିପର ଉଦଘାଟନ କରିବାକୁ ପ୍ରସ୍ତୁତି ଚାଲିଛି । ହେଲେ ଟିକେଟ୍ କାଉଂଟରରେ ଉଦଘାଟନୀ ସମାରୋହ ପାଇଁ କ୍ରୀଡାପ୍ରେମୀଙ୍କୁ ଟିକେଟ୍ ମିଳୁ ନାହିଁ । ଆଜି ସକାଳରୁ ଧାଡି ବାନ୍ଧି କାଉଂଟର ଆଗରେ ଅପେକ୍ଷା କରିଥିବା ଲୋକେ ଟିକେଟ୍ ନ ପାଇ ହତାଶ ହୋଇଛନ୍ତି । ଅନ୍ୟପଟେ ଟିକେଟ୍ ନଥିବାରୁ ମୁଖ୍ୟ ଫାଟକରେ ତାଲା ପକାଇଦେଇଛନ୍ତି କର୍ତ୍ତୃପକ୍ଷ ।
ଗୋଟିଏ ପଟେ ଟିକେଟ୍ ନମିଳିବା ଓ ଅନ୍ୟପଟେ ମୁଖ୍ୟ ଫାଟକରେ ତାଲା ଝୁଲିବା ଘଟଣାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ଟିକେଟ୍ କଳାବଜାରୀ ହୋଇଥିବାରୁ ଲୋକଙ୍କୁ ଟିକେଟ୍ ମିଳୁନଥିବା ଅଭିଯୋଗରେ ଲୋକେ ନାରାବାଜି କରିଛନ୍ତି । ଅନ୍ୟପଟେ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ପ୍ରଥମ ଥର ପାଇଁ ଏଭଳି ବଡ ଧରଣର ପ୍ରତିଯୋଗିତା ଓଡିଶାରେ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ନେଇ ଓଡିଶାର ଅଗଣିତ କ୍ରୀଡା ପ୍ରେମୀଙ୍କ ମନରେ ଉତ୍ସାହ, ଉଦ୍ଦିପନା ଦେଖିବାକୁ ମିଳିଛି । ହେଲେ ଟିକେଟ୍ ନମିଳିବା ଘଟଣାକୁ ନେଇ କ୍ରୀଡାପ୍ରେମୀ ଦର୍ଶକ ହତାଶ ହୋଇଛନ୍ତି ।
|
ବେଜିଂ: ଚୀନ ବିଶ୍ୱର ସବୁଠୁ ଦ୍ରୁତଗାମୀ ରେଳ ସେବା ମାଗଲେଭ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଏହି ଟ୍ରେନ ଭୂମି ଉପରେ ଚାଲିପାରୁଥିବା ମଧ୍ୟରେ ଏହା ବିଶ୍ୱର ସବୁଠାରୁ ଦ୍ରୁତତମ ବୋଲି କୁହାଯାଇଛି । ଯାହା ଘଣ୍ଟା ପ୍ରତି ୬୦୦ କିଲୋମିଟର ବେଗରେ ଗତିପାରୁଥିବା ଏଥିରେ ଜାରି କରାଯାଇଛି । ଏହି ରେଳ ପ୍ରକଳ୍ପ ଚୀନ ଅକ୍ଟୋବର ୨୦୧୬ରେ ହାତକୁ ନେଇଥିଲା । ଏହି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଡିଙ୍ଗ ସାନ୍ସାନଙ୍କ ଅନୁସାରେ ଏହି ଟ୍ରେନରେ ସର୍ବାଧିକ ୧୦ଟି ବଗି ଲଗାଯାଇପାରିବ । ପ୍ରତ୍ୟେକ ବଗିରେ ୧୦୦ ଜଣ ଲେଖାଏଁ ଯାତ୍ରୀ ଯାତ୍ରା କରିପାରିବେ । ଏହି ଟ୍ରେନ୍ ଇଲେକ୍ଟ୍ରୋମ୍ୟାଗ୍ନେଟିକ ବଳରେ ଚାଲୁଛି । ଏଣୁ ଏହାକୁ ରେଳ ଧାରଣା ସହ ସଂଯୋଗ ନଥିଲେ ବି ପରିଚାଳନା କରାଯାଉଛି । ବେଜିଂ-ସାଂଘାଇ ଯାତ୍ରା ଲାଗି ବିମାନରେ ୨ଘଣ୍ଟା ସମୟ ଲାଗୁଥିବା ବେଳେ ହାଇସ୍ପିଡ ଟ୍ରେନରେ ୫.୫ଘଣ୍ଟା ସମୟ ଲାଗୁଛି । ଏଥିରେ ମାଗଲେଭ ଟ୍ରେନ ଲୋକଙ୍କୁ ୨.୫ ଘଣ୍ଟାରେ ପହଞ୍ଚାଇ ପାରୁଛି । ଫଳରେ ଦ୍ରୁତ ପରିବହନ ସେବା କ୍ଷେତ୍ରରେ ଜର୍ମାନ, ଜାପାନ, ବ୍ରିଟେନ, କାନାଡା ଓ ଆମେରିକାକୁ ମଧ୍ୟ ପଛରେ ପକାଇ ଦେଇଛି ।
Print of Odisha 3248 posts 0 comments
Next Post
|
ସମୟ ବଢିବା ସାଙ୍ଗକୁ ବଢୁଛି କରୋନା ଭାଇରସର ଭୟ । କମିବା ବଦଳରେ ବଢୁଛି କରୋନା । କରୋନା ଭୁତାଣୁର ଚେର ଚୀନରୁ ଆରମ୍ଭ ହୋଇ ଏବେ ଭାରତ ମାଡିଆସିଲାଣି । ଭାରତର କେରଳରେ ଏବେ ୫ ଜଣଙ୍କ ନମୂନାରେ କରୋନା ପଜିଟିଭ୍ ଥିବା କଥା ସ୍ପଷ୍ଟ ହୋଇଛି । ଏହି କଥାକୁ ସ୍ପଷ୍ଟ କରିଛନ୍ତି କେରଳର ସ୍ୱାସ୍ଥ୍ୟମନ୍ତ୍ରୀ । ଆକ୍ରାନ୍ତଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ ଆକ୍ରାନ୍ତରେ ଭାରତର ୩୯ ଟି ମାମଲା ସାମ୍ନାକୁ ଆସିଲାଣି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ସୈଲଜା କହିଛନ୍ତି ଯେ , ୫ ଜଣ ଲୋକଙ୍କ ମଧ୍ୟରୁ ୩ ଜଣ ନିକଟରେ ଇଟାଲୀରୁ ଭାରତକୁ ଆସିଥିଲେ । ତେବେ ଆକ୍ରାନ୍ତଙ୍କ ସଂପର୍କରେ ଆସିଥିବା ଆଉ ୩ ଜଣ ଲୋକଙ୍କୁ ମଧ୍ୟ ଏହି ଭାଇରସ୍ କବଳିତ କରିଛି ।
Prev Post
|
ଜ୍ଞାନବାପୀ ମସଜିଦ ବିବାଦ: କୋର୍ଟରେ ଦାଖଲ ରିପୋର୍ଟ ସାର୍ବଜନୀନ ହେଲା କେମିତି
ନୂଆଦିଲ୍ଲୀ: ବାରାଣସୀରେ ଥିବା ଜ୍ଞାନବାପୀ ମସଜିଦରେ ହୋଇଥିବା ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ଆଜି ସ୍ଥାନୀୟ କୋର୍ଟରେ ଦାଖଲ କରାଯାଇଛି। କୋର୍ଟ ତରଫରୁ ନିଯୁକ୍ତ ଆଡଭୋକେଟ କମିଶନର ତାଙ୍କ ରିପୋର୍ଟକୁ ବନ୍ଦ ଲଫାପାରେ ଉପସ୍ଥାପନ କରିଛନ୍ତି। ତେବେ କୋର୍ଟରେ ରିପୋର୍ଟ ଦାଖଲ ହେବା ପରେ ଏହା ସାର୍ବଜନୀନ ହୋଇ ଯାଇଛି।
ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ରିପୋର୍ଟରେ ସର୍ଭେ ଟିମ୍ ଉଲ୍ଲେଖ କରିଥିବା ବିଷୟବସ୍ତୁଗୁଡ଼ିକୁ ପ୍ରକାଶ କରିବା ପରେ ବିବାଦ ଦେଖାଯାଇଛି। କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ କେମିତି ଗଣମାଧ୍ୟମରେ ସାର୍ବଜନୀନ ହେଲା ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ସେହିପରି ପ୍ରକୃତରେ ରିପୋର୍ଟରେ ଏ ସବୁ ତଥ୍ୟ ରହିଛି କି ନାହିଁ, ତା'କୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖାଯାଇଛି।
ଏହି ମାମଲାରେ ହିନ୍ଦୁ ଆବେଦନକାରୀ ମସଜିଦ ଭିତରେ ମୂର୍ତ୍ତି ଥିବା ଦାବି କରି ପୂଜାଚର୍ଚ୍ଚନା କରିବାକୁ ଅନୁମତି ମାଗିଛନ୍ତି। ସେମାନେ ଯେଉଁ ସବୁ ଦାବି କରୁଥିଲେ ଆଜି ଦାଖଲ ହୋଇଥିବା ରିପୋର୍ଟରେ ଅନୁରୂପ ତଥ୍ୟ ରହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଜାତୀୟ ଗଣମାଧ୍ୟମର ଦାବି ଅନୁଯାୟୀ, ସର୍ଭେ ରିପୋର୍ଟରେ କୁହାଯାଇଛି ଯେ
୧-ମସଜିଦର ବେସ୍ ମେଣ୍ଟରେ ଥିବା ପିଲାର୍ରେ ବିଭିନ୍ନ ପ୍ରକାରର ଫୁଲ ଖୋଦେଇ ହୋଇଥିବା ବେଳେ ଗୋଟିଏ କଳସ ରହିଛି।
୨-ସନାତନ ଧର୍ମ ସହ ଜଡ଼ିତ ବିଭିନ୍ନ ପ୍ରକାରର ଖୋଦେଇ ମଧ୍ୟ ମସଜିଦ କାନ୍ଥରେ ରହିଛି।
୩-ମସଜିଦ ବେସ୍ମେଣ୍ଟର ଗୋଟିଏ ଖୁଣ୍ଟିରେ ପ୍ରାଚୀନ ହିନ୍ଦୀ ଭାଷାରେ ଖୋଦିତ ଚିତ୍ର ଦେଖିବାକୁ ମିଳିଛି।
୪-ବେସମେଣ୍ଟର କାନ୍ଥରୁ 'ତ୍ରିଶୂଳ' ଚିହ୍ନ ଠାବ ହୋଇଛି। ଏହାବାଦ ଡମ୍ଭୁର ଚିହ୍ନ ମଧ୍ୟ ଦେଖାଯାଇଛି।
୫-ମସଜିଦର ପଶ୍ଚିମ କାନ୍ଥ ନିକଟରୁ ସର୍ଭେ ଟିମ୍ ୨ଟି ବିଶାଳ ସ୍ତମ୍ଭ ଓ ଗୋଟିଏ ଗମ୍ବୁଜ ଠାବ କରିଛି। ଏହାକୁ ମନ୍ଦିରର ଅଂଶ ବୋଲି ଦାବି କରିଛନ୍ତି ହିନ୍ଦୁ ପକ୍ଷ। ତେବେ ମସଜିଦ ପକ୍ଷ ଏହାକୁ ବିରୋଧ କରିଛନ୍ତି।
୬-ମସଜିଦର ତୃତୀୟ ଡୋମ ତଳେ ଥିବା ପଥରରେ ପଦ୍ମ ଫୁଲ ଖୋଦେଇ ହୋଇଛି।
୭- ମସଜିଦରେ ନମାଜ ପୂର୍ବରୁ ୱଜୁ ପାଇଁ ବ୍ୟବହାର ହେଉଥିବା ପୋଖରୀରୁ ୨.୫ ଫୁଟ ଉଚ୍ଚତାର ଗୋଟିଏ ଗୋଲାକାର ବସ୍ତୁ ଠାବ ହୋଇଛି। ଏହାକୁ ଆବେଦନକାରୀ ଶିବଲିଙ୍ଗ କହୁଥିବା ବେଳେ ଏହାର ସତ୍ୟତା ଜଣାପଡ଼ିନି।
ଏହି ରିପୋର୍ଟକୁ ନେଇ ମସଜିଦ କମିଟି କୌଣସି ବିଧିବଦ୍ଧ ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ ହୋଇଇଥିବା ବେଳେ ଏହା କେମିତି ଗଣମାଧ୍ୟମରେ ପ୍ରକାଶ ପାଇଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଗୁମର ଖୋଲିଲେ ପତ୍ନୀ ଶ୍ରୀୟା ମିଶ୍ର । ମିଡିଆ ଆଗରେ ପ୍ରଥମ ଥର ମୁହଁ ଖୋଲିଲେ । ଶ୍ରୀୟା କହିଛନ୍ତି ନିର୍ଯାତନାର ଗୋଟି ଗୋଟି କଥା । କାହିଁକି, କେବେଠାରୁ ଓ କିଭଳି ନିର୍ଯାତନା ଦିଆଯାଉଥିବା ଖୁଲାସା କରିଛନ୍ତି ଶ୍ରୀୟା । ହ୍ୟୁମାନ ମଦ ପିଇ ତାଙ୍କୁ ପ୍ରବଳ ମାଡ଼ ମାରନ୍ତି । ଶାରୀରିକ ଓ ମାନିସିକ ନିର୍ଯାତନା ଦେଉଥିଲେ । ଶାଶୁ ତାଙ୍କୁ କୌଣସି ଶାରୀରିକ ନିର୍ଯାତନା ଦେଇ ନାହାନ୍ତି । କେବଳ ହ୍ୟୁମାନ ଦେଇଛନ୍ତି । ତାଙ୍କର ହାତ, ଗୋଡ଼ ଓ ମୁହଁକୁ ମାଡ଼ ମାରିଛନ୍ତି ହ୍ୟୁମାନ । ଅନେକ ସ୍ଥାନରେ ମାଡ଼ ମାରିବା ଚିହ୍ନ ରହିଛି । ମଦ୍ୟପାନ ପାଇଁ ବାରଣ କରିବାରୁ ମାରପିଟ କରୁଥିଲେ ହ୍ୟୁମାନ ।
ଘରେ ଯେଉଁଠି ମଦ ରଖୁଥିଲେ ତାକୁ ଚାବି ପକାଇବାରୁ ମାଡ଼ ମାରୁଥିବା କହିଛନ୍ତି ଶ୍ରୀୟା । ଝିଅ ଜନ୍ମ ହେବା ପରେ ନିର୍ଯାତନା ଆରମ୍ଭ ହୋଇଥିଲା । ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହେଲି ବୋଲି କହିଛନ୍ତି ଶ୍ରୀୟା । ହ୍ୟୁମାନ ଝିଅର କୌଣସି ଦାୟିତ୍ୱ ନେଉ ନଥିଲେ । ଦାମ୍ପତ୍ୟ ଜୀବନରେ ଅଶାନ୍ତିର କାରଣ ଜଣେ ଥାର୍ଡ ପର୍ସନ ବୋଲି ଖୁଲାସା କରିଛନ୍ତି ଶ୍ରୀୟା । ତେବେ କିଏ ସେହି ଥାର୍ଡ ପର୍ସନ ? ତାଙ୍କ ନାଁ କି ତାଙ୍କ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି । ଶ୍ରୀୟା କହିଛନ୍ତି, ସେ ବୁଝାମଣା ପାଇଁ ପ୍ରସ୍ତୁତ ଅଛନ୍ତି । ସଂସାର ବସିଯାଉ ବୋଲି ଚାହୁଁଛନ୍ତି । କିନ୍ତୁ ହ୍ୟୁମାନଙ୍କ ପରିବାର ଚାହୁଁ ନଥିବା କହିଛନ୍ତି ଶ୍ରୀୟା । ଆଗକୁ ପତି-ପତ୍ନୀ ବିବାଦ କି ମୋଡ଼ ନେବା ତାଉପରେ ସମସ୍ତଙ୍କର ନଜର ରହିଛି ।
|
ମାଟ୍ରିକ୍ ପରୀକ୍ଷାକୁ ଛାଡୁନି ପ୍ରଶ୍ନପତ୍ର ଭାଇରାଲ୍ ଭୁତ : ଆଜି ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ଜିଲ୍ଲାରୁ ଭାଇରାଲ୍ ହେଲା ସାଇନ୍ସ କୋଶ୍ଚିନ୍
ଭୁବନେଶ୍ୱର : ସାହିତ୍ୟ ଇଂରାଜୀ ଗଣିତ ଆଉ ଏବେ ବିଜ୍ଞାନ। ଥମୁନି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍। ଆଜି ଖୋଦ୍ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଜିଲ୍ଲା କେନ୍ଦୁଝର ଆନନ୍ଦପୁରର ଥାଳିଆମେଣ୍ଟା ଧନେଇ ବିଦ୍ୟାଳୟରୁ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ହେଉଛି।
ସକାଳ ୯ଟା ୩୦ ସମୟରେ ବିଜ୍ଞାନ ପ୍ରଶ୍ନପତ୍ର ହ୍ୱାଟସ୍ଆପ୍ରେ ଘୁରି ବୁଲିଥିଲା। ସେହିପରି ଢେଙ୍କାନାଳ କାମାକ୍ଷାନଗର ମଠକରଗୋଳା ଉଚ୍ଚ ବିଦ୍ୟାଳୟରୁ ବିଜ୍ଞାନର A ସେଟ୍ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଛି। ପ୍ରଧାନଶିକ୍ଷକ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି।
ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିନରୁ ହିଁ ଭାଇରାଲ ହେଉଛି ପ୍ରଶ୍ନପତ୍ର। ପରୀକ୍ଷା ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ଆଳି ଅଞ୍ଚଳର ବିଭିନ୍ନ ମୋବାଇଲାରେ ଘୁରି ବୁଲିଲା ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ର। ଦ୍ୱିତୀୟ ଦିନ ଇଂରାଜୀ ପ୍ରଶ୍ନପତ୍ର ମଧ୍ୟ ନୟାଗଡ଼ ଅଞ୍ଚଳରୁ ଭାଇରାଲ୍ ହୋଇଥିବା ନେଇ ଚର୍ଚ୍ଚା ହେଲା। ସେହିପରି ଗଣିତ ଓ ଆଜି ବିଜ୍ଞାନ ପ୍ରଶ୍ନପତ୍ର ପରୀକ୍ଷା ଚାଲିଥିବା ସମୟରେ ବିଭିନ୍ନ ସ୍ଥାନରେ ହ୍ୱାଟସ୍ ଆପ୍ ଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏପଟେ କିନ୍ତୁ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ପୁଣିଥରେ କହିଛନ୍ତି ଭାଇରାଲ୍ ଏକ ଗୁଜବ।
ପ୍ରଶ୍ନ ଉଠୁଛି ଏତେ ସବୁ ସଜାଗ ଓ ମାଧ୍ୟମିକ ଶିକ୍ଷା ପରିଷଦର ଗାଇଡଲାଇନ୍ ସତ୍ତ୍ୱେ ପ୍ରଶ୍ନପତ୍ର କିପରି ଭାଇରାଲ୍ ହେଉଛି। କ୍ରାଇମ୍ ବ୍ରାଞ୍ଚ ତଦନ୍ତ ହେଉଥିଲେ ବି କୌଣସି ଅଭିଯୁକ୍ତଙ୍କୁ ଏଯାଏ ଧରାଯାଇପାରିନି। ଏପଟେ ପ୍ରଶ୍ନପତ୍ର ଭାଇରାଲ୍ ନଥମିବା ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ପାରିବାପଣିଆକୁ ପଦାରେ ପକାଇଛି।
|
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ 'ବିଜ୍ଞାନ ସର୍ବତ୍ର ପୂଜ୍ୟତେ' ବିଜ୍ଞାନ ମହୋତ୍ସବ
SHARE NOW :
ଭୁବନେଶ୍ୱର (ଲାଇଭ୍ ଓଡ଼ିଶା): କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶବିଶେଷ ସ୍ୱରୂପ ବିଜ୍ଞାନ ସର୍ବତ୍ର ପୂଜ୍ୟତେ ଶୀର୍ଷକ ସପ୍ତାହ ବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା କାର୍ଯ୍ୟାଳୟ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ କୌଶଳ ବିଭାଗ ଆନୁକୂଲ୍ୟରେ ଭାରତ ସରକାରଙ୍କ ଡିଏସ୍ଟି, ଡିବିଟି, ସିଏସ୍ଆଇଆର, ଏମ୍ଓଇଏସ୍, ଡିଏଇ, ଡିଓଏସ୍, ଆଇସିଏମ୍ଆର୍, ଏଆଇସିଟିଇ, ଡିଆର୍ଡିଓ, ଓଡ଼ିଶା ବିଜ୍ଞାନ ଏକାଡେମୀ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ନଲେଜ ଇନୋଭେସନ୍ ସେଣ୍ଟର, କିଟ୍ ଓ କିଟ୍-ଟିବିଆଇ ସହଯୋଗରେ ଅନୁଷ୍ଠିତ ଏହି ବିଜ୍ଞାନ ମହୋତ୍ସବ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ତଥା ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର, ଅତିରିକ୍ତ ପ୍ରମୁଖ ବନସଂରକ୍ଷକ ତଥା ଓର୍ସାକର୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ.ପି.କେ. ମଲ୍ଲିକ, ସିବିଏସ୍ଇର ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ କେ.ଶ୍ରୀନିବାସନ୍ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା ।
ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମିଶ୍ର କହିଲେ, ପ୍ରକୃତି ଓ ପରିବେଶର ଗଭୀର ଅନୁଶୀଳନ ହେଉଛି ବିଜ୍ଞାନ । ଏହାକୁ ଆଗେଇ ନେବା ପ୍ରକ୍ରିୟା ହେଉଛି ବୈଷୟିକ ଜ୍ଞାନ କୌଶଳ । ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନ କୌଶଳ ଆମ ଜୀବନର ଅଂଶ ବିଶେଷ ପାଲଟିଯାଇଛି, ଯାହା କି କରୋନା ମହାମାରୀରୁ ପ୍ରମାଣିତ ହୋଇଛି । ଶ୍ରୀ ମଲ୍ଲିକ କହିଲେ, ବଞ୍ଚିବା, ବଢ଼ିବା ଏବଂ ନିର୍ଭରଶୀଳ ପାଇଁ ଆମେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ଆବଶ୍ୟକ କରିଥାଉ । ବିଜ୍ଞାନ ଓ ବୈଷୟିକ କୌଶଳ ହେଉଛି ଆମର ଦୁଇ ହାତ ସଦୃଶ । ଆମେ ଯାହା ଚିନ୍ତାକରୁ ତାହା ବିଜ୍ଞାନ ଏବଂ ଏହାକୁ କାର୍ଯ୍ୟରେ ପରିଣତ କରିବା ହେଉଛି ବୈଷୟିକ ଜ୍ଞାନ । ଛାତ୍ରଛାତ୍ରୀଙ୍କ ଠାରେ ବୈଜ୍ଞାନିକ ମନୋବୃତ୍ତି ବିକଶିତ କରିବା ସହ ଏହାକୁ ଅଭ୍ୟାସରେ ପରିଣତ କରିବା ଉଚିତ । ବିଜ୍ଞାନ ଓ କାରିଗରୀ କୌଶଳର ବିକଶିତ କରି ଏହାକୁ କାମରେ ଗାଇବା ଦ୍ୱାରା ଆମର ସ୍ୱାଧୀନତା ସୁରକ୍ଷିତ ରହିପାରିବ ବୋଲି ସେ କହିଥିଲେ । ଏହି ଅବସରରେ ବକ୍ତବ୍ୟ ଦେଇ ଶ୍ରୀନିବାସନ୍ କହିଲେ ଆମ ଚାରିପଟେ ଘଟୁଥିବା ଘଟଣାକୁ ଆମେ ବୁଝିବା ଆବଶ୍ୟକ ଏବଂ ଏସବୁର ବିକାଶ ପାଇଁ ଆମେ ଆମର ଜ୍ଞାନକୁ କାର୍ଯ୍ୟରେ ଲଗାଇବା ଉଚିତ । ଆମେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳକୁ ଆମର ଉନ୍ନତମାନର ଜୀବନଧାରଣ ଓ ସମାଜ ପାଇଁ ବ୍ୟବହାର ଉପଯୋଗୀ କରିବା ଦିଗରେ କାର୍ଯ୍ୟ କରିବା ଉଚିତ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଏବେ ହେଉଛି ଜ୍ଞାନ ଓ ବିଜ୍ଞାନର ଯୁଗ । ପୂର୍ବରୁ ଛାତ୍ରଛାତ୍ରୀମାନେ ଜ୍ଞାନ ପାଇଁ କେବଳ ପୁସ୍ତକ ଉପରେ ନିର୍ଭର କରୁଥିଲେ । ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନ କୌଶଳ ଆମର ଜୀବନର ଅଂଶ ବିଶେଷ ପାଲଟିଛି । ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ଆମେ ଆଗକୁ ବଢ଼ି ପାରିବା ବୋଲି ତାହା ଗତ ଦୁଇବର୍ଷ ମଧ୍ୟରେ କରୋନା ମହାମାରୀରୁ ପ୍ରମାଣିତ ହୋଇପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ ।
ଏହି କାର୍ଯ୍ୟକ୍ରମରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରପସର୍ନ ଡ.ମୋନାଲିସା ବଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଡ.ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ଏହି ବିଜ୍ଞାନ ମହୋତ୍ସବରେ ଅଗ୍ନି, ଆକାଶ, ପୃଥିବୀ, ବ୍ରହ୍ମୋସ, ଅସ୍ତ୍ର, ନାଗ ଆଦି ବିଭିନ୍ନ କ୍ଷେପଣାସ୍ତ୍ରର ମଡେଲ ପ୍ରଦର୍ଶିତ ହେବା ସହ ଅର୍ଜୁନ ଟ୍ୟାଙ୍କ, ଆର୍ଟିଲେରୀ ଗନ୍ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨ଶହରୁ ଉର୍ଦ୍ଧ୍ୱ ପ୍ରତିନିଧି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ରମ ପାଇଁ ପଞ୍ଜୀକୃତ କରିଛନ୍ତି । ଏହି ମହୋତ୍ସବରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ନ୍ୟାସନାଲ ଇନୋଭେସନ୍ ଫାଉଣ୍ଡେସନ୍ ସହଯୋଗରେ ୨୦ରୁ ଊର୍ଦ୍ଧ୍ୱ ତୃଣମୂଳସ୍ତରର ବୈଜ୍ଞାନିକଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ ।
ଏହି ମହୋତ୍ସବ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ସମେତ ଦେଶର ୭୫ଟି ଦେଶରେ ପାଳିତ ହେଉଥିବା ବେଳେ ମୁଖ୍ୟ କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ।
|
ଖଣ୍ଡେକୁ ୫ଶହରୁ ୨ହଜାର:ଡମୋଳରେ ରେସନ କାର୍ଡ଼ ଦଲାଲି
o ଟଙ୍କା ନ ଦେଲେ କାର୍ଡ଼ ଫେରସ୍ତ, ତାତିଲେ ମହିଳାo ବ୍ଲକରେ ବିକ୍ଷୋଭ, ବିଡିଓ କହିଲେ ତଦନ୍ତ ହେବ
ପର୍ଜଙ୍ଗ: ରେସନ କାର୍ଡ଼ ବଣ୍ଟରେ ପଦାକୁ ଆସିଛି ଦଲାଲି। ସରକାର ଇସ୍ୟୁ କରିଥିବା କାର୍ଡ଼ ବାଣ୍ଟିବା ପାଇଁ ଗରିବ ଲୋକଙ୍କଠାରୁ ମଗାଯାଉଛି ୫ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ଚାନ୍ଦା। ଟଙ୍କା ନ ଦେଲେ କାର୍ଡ଼ ଦିଆଯାଉନି। ବରଂ ହାତରୁ ଫେରାଇ ନିଆଯାଉଛି। ପର୍ଜଙ୍ଗ ବ୍ଲକ ଡମୋଳ ଗାଁର ମହିଳା ହିତାଧିକାରୀମାନେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଧୃବ ନାୟକଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କେବଳ ଅଭିଯୋଗ କରିନାହାନ୍ତି, ଏହାର ପ୍ରତିବାଦେର ଆଜି ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରି ଏହାର ତଦନ୍ତ ଦାବି କରିଛନ୍ତି। ମହିଳାଙ୍କ କହିବା ଅନୁସାରେ, ଗାଁ ଲୋକଙ୍କ ନାଁରେ ସରକାର ରେସନ କାର୍ଡ଼ ଇସ୍ୟୁ କରିଥିବା ବେଳେ ନିର୍ବାହୀ ଅଧିକାରୀଙ୍କ ଶାଳକ ଘର ଘର ବୁଲି କାର୍ଡ଼ ବାଣ୍ଟିଥିଲେ। କାର୍ଡ଼ ପିଛା ମାଗିଥିଲେ ଟଙ୍କା। ୨୨ଜଣଙ୍କୁ କାର୍ଡ଼ ବଣ୍ଟା ଯାଇଥିବା ବେଳେ ଟଙ୍କା ନ ଦେବାରୁ ୧୧ଟି କାର୍ଡ଼ ଫେରାଇ ନେଇଛନ୍ତି ବୋଲି ଲୋକେ ପ୍ରକାଶ କରିଛନ୍ତି। ସେହିପରି ଟଙ୍କା ନ ଦେବାରୁ ତାଲିକାରୁ ନାଁ କାଟି ଦିଆଯାଇଛି ବୋଲି ଜ୍ୟୋତ୍ସ୍ନାରାଣୀ ଭୂୟାଁ, ପ୍ରମିଳା ପରିଡ଼ା, ସରସ୍ବତୀ ପରିଡ଼ା, ଶିବାନୀ ସାମଲ ଅଭିଯୋଗ କରିଛନ୍ତି। ଗାଁର ଅଜିତ୍ ପରିଡ଼ା ଶାରୀରିକ ଅକ୍ଷମ ହୋଇଥିବା ବେଳେ ମାନସିକ ରୋଗୀ ଅତିସ ପରିଡ଼ାଙ୍କୁ ବି ଏଥିରୁ ବାଦ୍ ଦିଆଯାଇଛି।
ହଜାରେ ଟଙ୍କା ପରିବର୍ତ୍ତେ ୫ଶହ ଟଙ୍କା ଲାଞ୍ଚ ଦେବାରୁ ନୂଆ କାର୍ଡ଼ ତାଙ୍କଠାରୁ ଫେରାଇ ନିଆଯାଇଛି ବୋଲି ଗାଁର ସୁମିତ୍ରା ବେହେରା ଅଭିଯୋଗ କରିଥିବା ବେଳେ ପୁଷ୍ପ ବଳ, ଭୁବନେଶ୍ବରୀ ବଳ, ଜାନକୀ ପରିଡ଼ା, ବିଧବା ମହିଳା ଚିନା ଜେନା କିଛି ମାସ ଚାଉଳ ପାଇଲା ପରେ ତାଙ୍କର ରେସନ କାର୍ଡ଼ କାଟି ଦିଆଯାଇଛି ବୋଲି ସେମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ପଞ୍ଚାୟତରେ ସମୁଦାୟ ୩୩ଟି କାର୍ଡ଼ ଇସ୍ୟୁ ହୋଇଥିଲା। ମୋ ଶାଳକ ପଞ୍ଚାୟତରେ ପିଅନ ଅଛନ୍ତି। ସେ ମାତ୍ର ୫/୬ଟି କାର୍ଡ଼ ବାଣ୍ଟିଥିବା ବେଳେ କିଛି କାର୍ଡ଼ ମୁଁ ଲୋକଙ୍କୁ ଡାକି ନିଜେ ବାଣ୍ଟିଛି। ସେଥିରୁ ୧୧ଟି କାର୍ଡ଼କୁ ଫେରାଇ ନିଆଯାଇଛି ବୋଲି ଶ୍ରୀ ନାୟକ ସ୍ବୀକାର କରିଛନ୍ତି। ନୂଆ ପଞ୍ଚାୟତରେ କାହାକୁ ପିଅନ ନିଯୁକ୍ତ କରାଯାଇ ନ ଥିବା ବେଳେ ନିର୍ବାହୀ ଅଧିକାରୀ ଶ୍ରୀ ନାୟକ ନିଜ ଶାଳକଙ୍କୁ ନିଜେ ପିଅନ ଭାବେ ନିଯୁକ୍ତ କରି ଲୋକଙ୍କଠାରୁ ଲାଞ୍ଚ ଆଦାୟ କରୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ ଏଭଳି ଅଭିଯୋଗର ତଦନ୍ତ କରାଯିବ ବୋଲି ବିଡିଓ ବସନ୍ତ ମଲ୍ଲିକ କହିଛନ୍ତି। ଅଭିଯୋଗର ସତ୍ୟାସତ୍ୟ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
|
ଟାଂଗୀ ୧୪|୭: ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ଟାଂଗୀ ଓ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନରେ ବିଲରେ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା । ମୃତକ ଦୁଇ ଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଂଗୀ ଅଚଂଳର ଚିତୁ ରାଉତ ଏବଂ ଟାଂଗୀ ନିକଟସ୍ଥ ଝରିଆ ଗ୍ରାମର ତୁଷାର ପଲେଇ । ଏଭଳି ଅଘଟଣ ଘଟିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
|
କୋରାପୁଟ: ଦିନେ ନୁହେଁ କି ଦୁଇ ଦିନ ନୁହେଁ ୧୦ରୁ ଅଧିକ ଦିନ ହେବ ଜ୍ବରରେ କମ୍ପୁଛି କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ। ୧୦ରୁ ଅଧିକ ଜ୍ବର ହୋଇଥିବାବେଳେ ଏବେ ଯାଏଁ କାହାକୁ ଛାଡୁ ନାହିଁ। ଗାଁରେ ରହିଥିବା ଜୁଇରେ ନିଆଁ ଲିଭୁ ନ ଥିବାବେଳେ ଗାଁରେ ବୃଦ୍ଧାବୃଦ୍ଧ ସହ ମଧ୍ୟମବର୍ଗ ଯୁବକଙ୍କ ଦର୍ଶନ ମିଳୁନି। ଦୀର୍ଘଦିନ ହେବ ଗାଁରେ ୨୦ରୁ ଅଧିକ ବର୍ଷର ମହିଳା, ଯୁବତୀ, ଯୁବକ ଓ ବୃଦ୍ଧବୃଦ୍ଧାଙ୍କୁ ଜ୍ବର,ଖାସ ଓ ଦୁର୍ବଳତା ମାଡି ବସିଥିବାବେଳେ ଜାଣି ଅଜଣା ରହିଛି କୋରାପୁଟ ଜିଲ୍ଲା ପ୍ରଶାସନ। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଫୁଲବେଢା ପଞ୍ଜାୟତର ଓଡପୁର ୧୩୦ ପରିବାର, ବାଉଂଶଗୁଡା ୬୦ ପରିବାର, ମାଝିଗୁଡା ୪୦ ପରିବାର, ହାତୀମୁଣ୍ଡା ୪୦ ପରିବାର, କୋରାପୁଟ ବ୍ଲକ କେନ୍ଦାର ୧୨୨ ପରିବାର, ଦୟାନିଧୀଗୁଡା ୧୩୦ ପରିବାର, ଘୋଡାଗୁଡା ୪୫ ପରିବାର, ବଣ୍ଡାକଟ୍ରିଗୁଡା ୩୫ ରହୁଥିବା ଗାଁରେ ଏବେ ଜ୍ବର ସହ ଖାସ ଓ ଦୁର୍ବଳତା ଅନୁଭବ କରୁଛନ୍ତି। ଏତେ ସବୁ ପରେ ମଧ୍ୟ ଜିଲ୍ଲାର ପ୍ରଶାସନର କୌଣସି ଯତ୍ନ ରହିଥିବା ଦେଖିବାକୁ ମିଳୁ ନ ଥିବା ଜଣାପଡିଛି।
କୋରାପୁଟ ଜିଲ୍ଲାରେ କରୋନାର ପ୍ରଥମ ଲହରରେ ଯେଉଁ ଗାଁଗୁଡିକୁ କରୋନା ଛୁଇଁ ପାରୁ ନଥିଲା ସେହି ଗାଁ ଗୁଡିକରେ ରହୁଥିବା ଆଦିବାସୀ, ହରିଜନ ଓ ପରଜା ଅଧିବାସୀଭଙ୍କୁ ଭୀଷଣ ଜ୍ବର। ଏହାସହ ଖାସ ଓ ଦୁର୍ବଳତା ଲାଗିରହିଛି। ହେଲେ ଭୟରେ ରହୁଥିବାବେଳେ ଡାକ୍ତରଖାନାକୁ ଆସୁ ନ ଥିବା ଜଣାପଡିଛି। ଜଣକୁ ଜଣ ହୋଇ ଗାଁ ଯାକ ଲୋକଙ୍କୁ ଜ୍ବର ମାଡି ବସିଥିବାବେଳେ ଭୟବୀତ ଅବସ୍ଥାରେ ଲୋକେ ରହୁଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ ଦଶମନ୍ତପୁର ବ୍ଲକ ଓଡପୁର, ବାଉଂଶଗୁଡା, ମାଝିଗୁଡା, ହାତୀମୁଣ୍ଡା ଗାଁରେ ପ୍ରାୟ ୧୦୦୦ରୁ ଅଧିକ ଲୋକ ରହୁଛନ୍ତି। କୋରାପୁଟ ଓ ବୋରିଗୁମ୍ମା ବ୍ଲକକୁ ଏହି ଗାଁ ଲାଗିଥିବାରୁ ଏହି ଗାଁର ଲୋକେ ଏହି ଦୁଇ ବ୍ଲକ ଉପରେ ସବୁବେଳେ ନିର୍ଭରଶୀଳ। ରାତିପାହିଲେ ଏହି ଦୁଇ ବ୍ଲକକୁ ବିଭିନ୍ନ କାମ ଅନ୍ବେଷଣରେ ଆସିଥାନ୍ତି। ମାସେ ତଳେ ପ୍ରଥମେ ଓଡପୁରରେ ଗୋଟିଏ ଆଦିବାସୀ ପରିବାରକୁ ଜ୍ବର ହୋଇଥିଲା। ଏହାପରେ ଗାଁଟା ସାରାକୁ ଏହା ମାଡି ଯାଇଥିଲା। ଏହାସହ ଗାଁକୁ ଗାଁ ମାଡିଯାଇଥିବା ଜଣାପଡିଛି। କରୋନା ଭୟରେ ଡାକ୍ତରଖାନାକୁ ଆସୁ ନ ଥିବାବେଳେ ତୁଟୁକାତୁଟିକି ସହ କ୍ବାକ୍ଙ୍କଠାରୁ ଔଷଧ ଖାଉଥିବା ଜଣାପଡିଛି। ଏକାଧିକ ଗାଁରେ ରହିଥିବା ଜୁଇଁରେ ନିଆଁ ଲିଭୁ ନ ଥିବାବେଳେ ଗାଁ ଶୁନଶାନ ଲାଗୁଥିବା ଜଣାପଡିଛି। ଗାଁରେ ଯେଉଁ ଗହଳିଚହଳି ଦେଖିବାକୁ ମିଳେ ତାହା ମିଳୁନାହିଁ। ଏହି ଭୟ ମଧ୍ୟ ପେଟପାଟଣା ଉପରେ ପଡିଛି। ପ୍ରତିଦିନ ରାତି ପାହିଲେ ଯେଉଁ ଖଟିଖିଆ ସହରକୁ ଧାଉଁଥିଲା ଏବେ ଗାଁରେ କାନମୁଣ୍ଡ ଆଉଁଶି ରହୁଥିବା ଦେଖିବାକୁ ମିଳିଛି। ଖାଲି ସତିକି ନୁହେଁ କୋରାପୁଟ ବ୍ଲକର ଦୟାନିଧିଗୁଡା, ଘୋଡାଗୁଡା ଓ ବଣ୍ଡାକଟ୍ରିଗୁଡାଗୁଡାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ପୁରୁଷଲୋକଙ୍କ ସହ ମହିଳା ଓ ଯୁବତୀ ମଧ୍ୟ ଘରପିଣ୍ଡାରେ ପଡି ରହୁଥିବା ଦେଖିବାକୁ ମିଳିଛି।
ବଣ୍ଡାକ୍ରଟିଗୁଡାର ସୁକ ସାଉନ୍ତା କହିଛନ୍ତି ଯେ ୧୨ ଦିନ ତଳେ ନିର୍ମାଣ କାମ କରିବାକୁ କୋରାପୁଟକୁ ଯାଇଥିଲୁ। ସେଠାରୁ ଫେରିବା ପରେ ଘରର ସମସ୍ତ ସଦସ୍ୟଙ୍କୁ ଭୀଷଣ ଜ୍ବର ହେଲା। ଏବେଯାଏ ତାହା ଛାଡି ନ ଥିବାବେଳେ ଭୀଷଣ ଦୁର୍ବଳ ଲାଗୁଥିବା ସେ କହିଛନ୍ତି।
ଦୟାନୀଧିଗୁଡାର ପୁଷ୍ପା ସୂର୍ଯ୍ୟ କହିଛନ୍ତି ଯେ ଦୀର୍ଘ ୧୫ ଦିନ ହେବ ଜ୍ବର ହେଉଛି। ତେଣୁ ଘର ବାହାରେ ଆସି ଏକାଟିଆ ରହୁଛି। କେତେ ଔଷଧ ଖାଇଲେ ମଧ୍ୟ ଜ୍ବର କମୁନି। ମେଡିକାଲକୁ ଗଲେ କରୋନା ବାହାରିବା ଆଶଙ୍କା ରହିଛି ତେଣୁ ଭୟଭୀତ ହୋଇ ରହୁଛୁ ବୋଲି ସେ କହିଛନ୍ତି।
ଏନେଇ ଜିଲ୍ଲାପାଳ ଅବଦ୍ଦୁଲ ଏମ. ଅଖତର କହିଛନ୍ତି ଯେ, ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଶୁଣିଛି। ଏନେଇ ସବୁଧା କରାଯିବ ବୋଲି ସେ କହିଛନ୍ତି।
|
କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ପୂରା ଦେଶରେ ଆସନ୍ତା ୩ ତାରିଖ ଯାଏଁ ଲକ ଡାଉନ ଜାରି ହୋଇଛି । ବର୍ତ୍ତମାନ ସମୟରେ ପୁରା ଦେଶ ଯେମିତି ଘରେ ହିଁ ବନ୍ଦ ଅଛି । କୌଣସି ଜରୁରୀ କାମ ବ୍ୟତୀତ ଘରୁ ବାହାରିବାକୁ ଅନୁମତି ନାହିଁ । ଏପରି ଅବସ୍ଥାରେ ଅନେକ ବିବାହ, ବ୍ରତଘର ପରି ଅଟକି ଯାଇଛି । ଏପରି ଏକ ସ୍ଥିତିରେ ଉତ୍ତର ପ୍ରଦେଶର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେମିତି ଲକ ଡାଉନ ନିୟମର ବିରୋଧ ନ ହୁଏ, ତାହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ବରେଲୀ ଠାରେ ଅନଲାଇନ ଜରିଆରେ ଏକ ବିବାହ ସମ୍ପର୍ଣ୍ଣ ହୋଇଛି । "ସାଦି ଫ୍ରମ ହୋମ" ଜରିଆରେ ଅତିଥି ମାନେ ବି ଅନଲାଇନ ଜରିଆରେ ହିଁ ସାମିଲ ହୋଇଥିଲେ ।
ଖାଲି ସେତିକି ନୁହେଁ ବିବାହ ପାଇଁ ବାଜୁଥିବା ବାଜାର ଆୟୋଜନ ବି ଅନଲାଇନ ମାଧ୍ୟମରେ ହିଁ କରାଯାଇଥିଲା । ଅନ୍ୟପକ୍ଷରେ କହିବାକୁ ଗଲେ, ବିବାହଟି ସମ୍ପୂର୍ଣ ରୂପେ ସାମାଜିକ ଦୂରତା ପାଳନ କରି ଅନଲାଇନ ଜରିଆରେ ହିଁ ସମ୍ପର୍ଣ୍ଣ ହୋଇଥିଲା । କନ୍ୟା ବରେଲୀର ହୋଇଥିବା ବେଳେ ବର ହେଉଛନ୍ତି ମୁମ୍ବାଇର । ବରେଲୀ ବାସିନ୍ଦା କୀର୍ତି ନାରଙ୍ଗ ହେଉଛନ୍ତି ଜଣେ ମେକଅପ ଆର୍ଟିଷ୍ଟ । ତାଙ୍କ ବିବାହ ଜୟପୁର ବାସିନ୍ଦା ସୁଷେନଙ୍କ ସହିତ ସ୍ଥିର ହୋଇଥିଲା । କୀର୍ତ୍ତି ଓ ସୁଶାନଙ୍କ କୋର୍ଟ ମେରେଜ ଫେବୃଆରୀ ୨୧ ତାରିଖରେ ହିଁ ଶେଷ ହୋଇଥିଲା । କିନ୍ତୁ ଏପ୍ରିଲ ୧୯ ତାରିଖରେ ବୈଦିକ ରୂପରେ ବିବାହ ହେବ ନେଇ ସ୍ଥିର କରା ଯାଇଥିଲା । କିନ୍ତୁ ସେମାନଙ୍କ ବିବାହ ହେବା ପୂର୍ବରୁ ହିଁ ଦେଶ ବ୍ୟାପି ଲକ ଡାଉନ ପରିସ୍ଥିତି ଜାରି ହୋଇଥିଲା ।
ଏହା ପରେ ବିବାହ ତାରିଖ ପାଖେଇ ଆସିବାରୁ ଏଦୁହେଁ ଭିନ୍ନ ଢଙ୍ଗରେ ବିବାହ କରିବାକୁ ସ୍ଥିର କରି ଏକ ମେଟ୍ରିମୋନିଆଲ ସାଇଟ ସହ ସମ୍ପର୍କ କରିଥିଲେ । ଏହି ୱେବସାଇଟ ଘରେ ବସି ପୂର୍ବ ନିର୍ଦ୍ଧାରିତ ତାରିଖରେ କିଭଳି ବିବାହ ସମ୍ପନ କରାଯିବ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । ଏପ୍ରିଲ ୧୯ ତାରିଖରେ ଏକ ଅନଲାଇନ ଆପ ସହାୟତାରେ ବିବାହର ସମସ୍ତ ନୀତି ନିୟମ ଶେଷ ହୋଇଥିଲା । ଏହି ଭିନ୍ନ ବିବାହକୁ ନେଇ କୀର୍ତି ଓ ସୁଷେନଙ୍କ ବ୍ୟତୀତ ସେମାନଙ୍କ ପରିବାର ଲୋକେ ବି ଖୁବ ଖୁସିଥିବା ପ୍ରକାଶ କରିଛନ୍ତି । ସାମାଜିକ ଦୂରତାର ଉଲଂଘନ ନ କରାଯାଇ ଏହି ଅନଲାଇନ ବିବାହ ସମ୍ପର୍ଣ୍ଣ ହୋଇଥିଲା ।
|
ଭୁବନେଶ୍ୱର : ଭୁବନେଶ୍ବରରୁ ଦୁବାଇକୁ ଉଡିଲା ବିମାନ । ଏହି ଐତିହାସିକ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିବାକୁ ଦୁବାଇରେ ପାଳନ କରାଯିବ ଓଡ଼ିଶା ଦିବସ । ଆଜି ଓଡ଼ିଶା ଦିବସ ପାଳନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ବଛା ବଛା କଳାକାର ମାନେ ଦୁବାଇରେ ପହଞ୍ଚି ସାରିଛନ୍ତି । ସେଠାରେ ପହଞ୍ଚିବା ପରେ ସମସ୍ତେ ନିଜ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି । ଏଭଳି ଏକ ଦିନରେ ସାମିଲ ହେବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଧନ୍ୟବାଦ ଦେଇଛନ୍ତି ।
ସେପଟେ ଦୁବାଇରେ ୫ଟି ସଚିବଙ୍କୁ ଭେଟିଛନ୍ତି ଏସଏଚଜି ମହିଳା । ଦୁବାଇ ବୁଲିବା ପୂର୍ବରୁ ସମସ୍ତଙ୍କୁ ହୋଟେଲରେ ଭେଟି ଶୁଭେଛା ଜନେଇଛନ୍ତି ୫ଟି ସଚିବ ଭି କେ ପାଣ୍ଡିଅନ । ଫାଷ୍ଟ ଫ୍ଲାଇଟ୍ରେ ଆସିଥିବା, ମିଶନ ଶକ୍ତି ମହିଳା, କ୍ରୀଡାବିତ୍ ଏବଂ ଅନ୍ୟ ଅତିଥି ଆଜି ଦୁବାଇ ଭ୍ରମଣ କରିଛନ୍ତି । ସନ୍ଧ୍ୟାରେ ଓଡ଼ିଶା ଦିବସ ପାଳନ କରାଯିବ । ଓଡିଶାରୁ ଆସିଥିବା କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । କାର୍ଯ୍ୟକ୍ରମରେ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ବି ଯୋଗ ଦେବେ ।
|
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ବିଜେପିରେ ଏବେ ଚର୍ଚ୍ଚା ଜୋର ଧରିଛି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାହାକୁ ଦାୟିତ୍ୱ ଦିଆଯିବ? ଯଦି ବର୍ତ୍ତମାନର ସଭାପତି ଅମିତ ଶାହ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଆନ୍ତି ତେବେ ତାଙ୍କ ସ୍ଥାନରେ କିଏ ନୂଆ ସଭାପତି ହେବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଶାହ ଖୁବ୍ ସମ୍ଭତଃ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇବେ।
ଯଦି ଶାହ କେନ୍ଦ୍ର ମନ୍ତ୍ରୀ ହୁଅନ୍ତି ତେବେ 'ଜଣେ ବ୍ୟକ୍ତି ଗୋଟିଏ ପଦ' ସୂତ୍ର ଅନୁସାରେ ତାଙ୍କୁ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ହେବ। ଯଦି ତାହା ହୁଏ ଜେପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ସଭାପତି କରାଯାଇପାରେ। କହି ରଖିବା ଉଚିତ ହେବ ଯେ ସମ୍ପର୍କରେ ନଡ୍ଡା ଓ ଧର୍ମେନ୍ଦ୍ର ଭିଣୋଇ ଓ ଶାଳକ।
|
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ହ୍ୱାଟ୍ସଆପ୍ ଚାଟ୍ ଜରିଆରେ ଏନସିବି ଅନନ୍ୟା ପାଣ୍ଡେଙ୍କ ପାଖରେ ପହଞ୍ଚିଛି । ଶୁକ୍ରବାର ଅନନ୍ୟାଙ୍କୁ ପ୍ରାୟ ୪ ଘଣ୍ଟାର ଜେରା କରିଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ । ସୋମବାର ପୁଣି ପଚରାଉଚରା ପାଇଁ ତଦନ୍ତକାରୀ ସଂସ୍ଥା ଅନନ୍ୟାଙ୍କୁ ଡାକିଛି । ମିଳିଥିବା ସୂଚନା ଅନୁସାରେ, ପଚରାଉଚରା ପାଇଁ ଡେରିରେ ପହଞ୍ଚୁଥିବା ଅନନ୍ୟାଙ୍କୁ ତାଗିଦ୍ କରିଛନ୍ତି ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାନଖେଡେ ।
ଗୁରୁବାର ଦ୍ୱି ପ୍ରହର ୨ଟା ବେଳକୁ ଆସିବାକୁ ଅନନ୍ୟାଙ୍କୁ କହିଥିଲା ଏନସିବି । ତେବେ ଅନନ୍ୟା ୨ଟା ପରିବର୍ତ୍ତ ପହଞ୍ଚିଥିଲେ ୪ଟାରେ । ସେହିଭଳି ଶୁକ୍ରବାର ଦିନ ୧୧ଟା ବେଳେ ଅନନ୍ୟାଙ୍କୁ ଆସିବାକୁ ଏନସିବି କହିଥିଲା । ହେଲେ ଅନନ୍ୟା ଦିନ ସାଢ଼େ ୨ଟାରେ ଏନସିବି କାର୍ଯ୍ୟାଳରେ ପହଞ୍ଚିଥିଲେ ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏନସିବି ମୁଖ୍ୟ କହିଛନ୍ତି- ଏହା କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାଳୟ ଅଟେ, ଆପଣଙ୍କ ପ୍ରଡକ୍ସନ ହାଉସ୍ ନୁହେଁ । ଆପଣଙ୍କୁ ଯେଉଁ ସମୟରେ ଡକା ଯାଉଛି ସେହି ସମୟରେ ଆସନ୍ତୁ । ଅନନ୍ୟାଙ୍କୁ ଏନସିବି ଜେରା କରୁଥିବା ବେଳେ ଆର୍ୟନଙ୍କ ମାମଲାରେ କିଛି କାଗଜପତ୍ର ଧରି ଏନସିବି ଅଫିସରେ ପହଞ୍ଚିଛନ୍ତି ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଡଡଲାନି । ଏବେ ସେ ଏନସିବି କାର୍ଯ୍ୟାଳୟରେ ଅଛନ୍ତି, ପଚରାଉଚରା ଚାଲିଛି ।
ଅନନ୍ୟା ତିନିଥର ଆର୍ୟନଙ୍କ ନିକଟରେ ଡ୍ରଗ୍ସ ପହଞ୍ଚାଇଥିବା ନେଇ ଏନସିବି ପ୍ରମାଣ ପାଇଛି । ତେବେ ଏଭଳି କଥା ସହ ଡ୍ରଗ୍ସ ନେଇ ଆର୍ୟନଙ୍କ ସହ କୌଣସି ଚାଟ୍ କରି ନଥିବା କହିଛନ୍ତି ଅନନ୍ୟା । ଏପରିକି ଡ୍ରଗ୍ସ ଯୋଗାଇବା କଥାକୁ ସେ ଅସ୍ୱୀକାର କରିଛନ୍ତି । ଏନସିବି ଅନୁସାରେ, ଅଭିନେତ୍ରୀ ଏକ ବଡ଼ ପାର୍ଟିରେ ଡ୍ରଗ୍ସ ନେଇ ଦେଇଥିଲେ । ଅନନ୍ୟା ଫୋନ୍ ଜବତ କରି ଚାଟର ଖୋଳତାଡ଼ କରୁଛି ଏନସିବି ।
|
ପୁରୀରେ ଦେଶର ସର୍ବାଧିକ ବର୍ଷା
ଆଜି ପଶ୍ଚିମ ଓଡ଼ିଶାରେ ବର୍ଷିବ
ଭୁବନେଶ୍ୱର: ଗତକାଲି କାଚିଲା ବର୍ଷା। କେଉଁଠି ବୁଡ଼ାଇଲା ତ ଆଉ କେଉଁଠି ଭୁଶୁଡ଼ିଲା। ନଦୀଗୁଡ଼ିକରେ ବି ଜଳସ୍ତର ବଢ଼ିଲା ଓ କମିଲା। ୨୪ ଘଣ୍ଟା ଧରି ଉପକୂଳ ଓ ଉତ୍ତର ଓଡ଼ିଶାବାସୀଙ୍କୁ ଏଭଳି ଢଙ୍ଗରେ ଅସ୍ତବ୍ୟସ୍ତ କରିପକାଇଲା ଲଗୁଚାପ ଜନିତ ବର୍ଷା। ତଥାପି ବର୍ଷା ଭୟ ଦୂର ଦେଇନି। ଆହୁରି ୧୨ ଘଣ୍ଟା ଓଡ଼ିଶାରେ ବର୍ଷା ରହିବ। ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ରାତି ୧୦ଟା ସୁଦ୍ଧା ଏହା ଚାନ୍ଦବାଲିଠାରୁ ୮୦ କିମି ଓ ବାଲେଶ୍ୱର ନିକଟରେ ଘନୀଭୂତ ହୋଇଥିଲା। ମଧ୍ୟରାତିରେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟ ଦେଇ ଅତିକ୍ରମ କରିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ବିଭାଗ ପକ୍ଷରୁ କୁହାଯାଇଛି। ଅବପାତ ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ଉଚ୍ଚ ଜୁଆର ଉଠିବ। ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ହେବ। ବେଳେବେଳେ ୫୫ କିମି ବେଗରେ ବି ପବନ ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯିବା ସହ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଲଗାଯାଇଛି।
ରାତିରେ ଓଡ଼ିଶା ଅତିକ୍ରମ କଲା ଅବପାତ
ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ
ଗତକାଲି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଧା ଓ କଟକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। କେବଳ ପୁରୀରେ ୩୯୫ ମିମି ବର୍ଷା ହୋଇଛି, ଯାହାକି ଦେଶରେ ସର୍ବାଧିକ। ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ପୁରୀରେ ଦେଶରେ ସର୍ବାଧିକ ୩୯ ସେମି ବର୍ଷା ହୋଇଛି। ଏହା ତଳକୁ ଭୁବନେଶ୍ୱରରେ ଦ୍ୱିତୀୟ ସର୍ବାଧିକ ୧୭ ସେମି ଓ ପାରାଦୀପରେ ୧୩ ସେମି ବର୍ଷା ରେକର୍ଡ କରାଯାଇଛି। ଦେଶରେ ସର୍ବାଧିକ ବର୍ଷା ହୋଇଥିବା ତିନୋଟି ସହର ମଧ୍ୟରେ ଉକ୍ତ ୩ଟି ସହର ରହିଛି। ସ୍ୱତନ୍ତ୍ର ରିଲିଫ୍ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ୧୧ଟି ବ୍ଲକରେ ୧୦୦ରୁ ଅଧିକ ମିମି ବର୍ଷା ହୋଇଛି। ପୁରୀ ଜିଲ୍ଲା ଡେଲାଙ୍ଗରେ ୧୮୫ ମିମି ହୋଇଥିବା ବେଳେ ସତ୍ୟବାଦୀରେ ୧୭୬, ବ୍ରହ୍ମଗିିରିରେ ୧୭୧, ପିପିଲିରେ ୧୬୦, ଖୋର୍ଧା ଜିଲ୍ଲା ବାଲିଅନ୍ତାରେ ୧୫୯, କଟକର ବାଙ୍କି-ଡମପଡ଼ାରେ ୧୪୫, ଭୁବନେଶ୍ୱରରେ ୧୪୧.୪, ବୋଲଗଡ଼ରେ ୧୩୦, କଟକ ଜିଲ୍ଲା ନିଆଳିରେ ୧୨୪.୪, ପୁରୀ ଜିଲ୍ଲା କଣାସରେ ୧୦୯ ଓ କାକଟପୁରରେ ୧୦୨ ମିମି ବର୍ଷା ହୋଇଛି। ରାଜ୍ୟରେ ମୋଟ ୧୦୨୫.୩ ମିମି ବର୍ଷା ହୋଇଛି। ଗତ ୩୬ ଘଣ୍ଟା ମଧ୍ୟରେ ପୁରୀରେ ୩୯୫ ମିମି ବର୍ଷା ହୋଇଛି। ଏହାତଳକୁ ଭୁବନେଶ୍ୱରରେ ୧୭୬.୯, ହୀରାକୁଦରେ ୧୬୯.୮, ପାରାଦୀପରେ ୧୨୮ ମିମି ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନର୍ଦେଶକ ଏଚ୍ ଆର ବିଶ୍ୱାସ କହିଛନ୍ତି ଯେ ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ବର୍ଷା ରହିବ। ଏହାପରେ ପାଗରେ ପରିବର୍ତନ ଆସିବ। ୧୦ ତାରିଖ ଯାଏ କୋହଲା ପାଗ ଜାରି ରହିବ। ୧୧ ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଉଛି ଯେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇଛି। ତାହା ଏବେ ବାଲେଶ୍ୱରଠାରୁ ୫୦ରୁ ୫୫ କିମି ଦୂରରେ ରହିଛି। ରାତି ସୁଦ୍ଧା ତାହା ଓଡ଼ିଶା ଅତିକ୍ରମ କରିବ। ଫଳରେ ବୁଧବାର ମଧ୍ୟାହ୍ନ ଯାଏ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ବର୍ଷା ଲାଗି ରହିବ। ଅପରାହ୍ନ ବେଳକୁ ପାଗରେ ପରିବର୍ତନ ଆସିବ। ଅଗଷ୍ଟ ୧୩ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।
|
ମହିଳା ତହସିଲଦାରଙ୍କୁ ଆକ୍ରମଣ; ଅଧ୍ୟାପକଙ୍କୁ ଗିରଫ କଲା ପୁଲିସ
ଓଏଏସ୍ ସଂଘର ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି
ବାଲିଗୁଡା: କରୋନା ସଂକ୍ରମଣ ମୁକାବିଲା ଦିଗରେ କର୍ତ୍ତବ୍ୟରତ ଜଣେ ମହିଳା ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରିଛି । ଅଧ୍ୟାପକଙ୍କ ନାମ ତେଜେଶ୍ବର ନାୟକ ଓ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି ।
ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମୁଣ୍ଡା ସାହି ଅଂଚଳରେ। ମୁଣ୍ଡା ସାହିରେ ଶନିବାର ଦିନ ଜଣେ ମୃତ ବ୍ୟକ୍ତିଙ୍କ ଶ୍ରାଦ୍ଧକ୍ରିୟା ଚାଲିଥିଲା । ସେଠାରେ କୋଲକାତାରୁ ଆସି ଗୋଟିଏ ପରିବାରର ୪ ଜଣ ସଦସ୍ୟ ଯୋଗ ଦେଇଥିବା ସୂଚନା ପାଇବା ପରେ ବାଲିଗୁଡା ତହସିଲଦାର କ୍ଷୀରାବ୍ଧିତନୟା ସାହୁ ଘଟଣାସ୍ଥଳରେ ପହଞ୍ଚି ଥିଲେ। କୋଲକାତାରୁ ଆସିଥିବା ସେହି ୪ ଜଣ କୌଣସି ପ୍ରାଧୀକୃତ ଅଧିକାରୀଙ୍କ ଠାରୁ ଅନୁମତି ଆଣିନଥିଲେ।
ତହସିଲଦାର ଏହି ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ବେଳେ ଘର ମାଲିକ ତେଜେଶ୍ବର ନାୟକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଏହା ସହ ତହସିଲଦାରଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ପଥର ଫୋପାଡ଼ି ଥିଲେ ହେଲେ ସୌଭାଗ୍ୟବଶତଃ ତାହା ବାଜିନଥିଲା। ପରେ ତେଜେଶ୍ୱର ନାୟକ ତହସିଲଦାରଙ୍କୁ ବଳପୂର୍ବକ ଠେଲି ଦେବାରୁ ସେ ତଳେ ପଡିଯାଇଥିଲେ।
ତହସିଲଦାର କ୍ଷୀରାବ୍ଧି ତନୟା ଏହି ଘଟଣା ସମ୍ପର୍କରେ ବାଲିଗୁଡା ଥାନାରେ ଏତଲା ଦେବା ସହ କନ୍ଧମାଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ପୁଲିସ ତେଜେଶ୍ବରଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଓଏଏସ୍ ସଂଘ । କର୍ତବ୍ୟରତ ଅଧିକାରୀଙ୍କ ଉପରେ ଆକ୍ରମଣକୁ ସଂଘର ସଭାପତି ସରୋଜ ସାମଲ, ବିଜୟ ସ୍ବାଇଁ ପ୍ରମୁଖ ନିନ୍ଦା କରିଛନ୍ତି ।
|
କଂଗ୍ରେସକୁ ଲାଗୁଛି ଝଟକା ଉପରେ ଝଟକା । ଟିକସ ପୁନଃମୂଲ୍ୟାଙ୍କନ ପାଇଁ ଆୟକର ବିଭାଗ ପଠାଇଥିବା ନୋଟିସ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ଦଳ। ହେଲେ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ। ଏହାର କିଛି ଘଣ୍ଟା ପରେ ଆୟକର ବିଭାଗ ଦଳକୁ ୧୭୦୦କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। କଂଗ୍ରେସ ନେତା ବିବେକ ତନଖା ଏହି ସୂଚନା ଦେଇଛନ୍ତି।
ସୂଚନାନୁସାରେ, ୨୦୧୭-୧୮ରୁ ୨୦୨୦-୨୧ ଆୟକର ମୂଲ୍ୟାଙ୍କନ ବର୍ଷ ପାଇଁ ଏହି ନୋଟିସ୍ କଂଗ୍ରେସକୁ ପଠାଯାଇଛି। ଏଥିରେ ଉଭୟ ଜରିମାନା ଏବଂ ସୁଧ ଅନ୍ତର୍ଭୁକ୍ତ।
ଏହା ପୂବର୍ରୁ ଆୟକର ବିଭାଗ ୨୦୦କୋଟି ଟଙ୍କା ଜୋରିମାନା ଲଗାଇବା ସହ ପାଣ୍ଠି ଫ୍ରିଜ୍ କରିଥିଲା। ଏହି କାରଣରୁ କଂଗ୍ରେସ ଅର୍ଥ ଅଭାବର ସମ୍ମୁଖୀନ ହୋଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି କୌଣସି ସୁଫଳ ମିଳି ନଥିଲା। ୨୦୦କୋଟି ପରେ ଏବେ ଦଳକୁ ୧୭୦୦କୋଟିର ନୋଟିସ ପଠାଇଛି ଆୟକର ବିଭାଗ। ବର୍ତ୍ତମାନ ଦଳ ପାଖରେ ସୁପ୍ରିମକୋର୍ଟ ଯିବାର ବିକଳ୍ପ ରହିଛି।
ଆୟକର ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଦେବାଳିଆ କରିବା ପାଇଁ ବିଜେପି ଆୟକର ଅଧିକାରୀଙ୍କୁ ବ୍ୟବହାର କରୁଛି ବୋଲି କହିଛି କଂଗ୍ରେସ।
|
ଦ୍ରାବିଡ,ଗାଙ୍ଗୁଲି,ସାହିଦ ବି ଆସିପାରନ୍ତି
ଚଳିତ ହକି ବିଶ୍ଵକପରେ ଜମିବ ତରକା ମେଳି। ଉଦଯାପନୀ ସନ୍ଧ୍ୟାରେ ଏମିତି ରଙ୍ଗାରଙ୍ଗ କାର୍ଯାକର୍ମ ହେବ, ଆଗରୁ କେହି ଦେଖିନଥିବେ। ଉଦ୍ଘାଟନୀ ସମାରୋହରେ ମାଧୁରୀ ଦୀକ୍ଷିତ, ଏ.ଆର୍. ରହମନ୍, ସଲ୍ମାନ୍ ଖାନ୍ ଓ ଶାହରୁଖ୍ ଖାନ୍ଙ୍କ ଭଳି ବହୁ ବଡ଼ ବଡ଼ ସେଲିବ୍ରିଟି ଯୋଗଦେବା ପରେ ଏବେ ସମସ୍ତଙ୍କ ନଜର ରହିଛି ଉଦ୍ଯାପନୀ ସମାରୋହ ଉପରେ।
ବିଶେଷ ସୂତ୍ରରୁ ଜଣାପଡ଼ିଛି ବଲିଉଡ୍ ସେହେନ୍ସା ଅମିତାଭ ବଚ୍ଚନ ଆଉ କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଉଦଯାପନୀ ଉତ୍ସବକୁ ଆସିପାରନ୍ତି। କଥାଟି ଏତିକିରେ ରହିନାହିଁ ଏହି ଉତ୍ସବରେ ବଲିଉଡ଼ର ପରଫେକ୍ଟସନିଷ୍ଟ ଆମୀର ଖାନ୍, ସାହିଦ କପୁର, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାଭିଡ୍ ମଧ୍ୟ ଯୋଗ ଦେବେ ନେଇ ଚର୍ଚ୍ଚା ଜୋର ଧରିଛି।
ତେବେ ଏହି ଖବରଟି ଦର୍ଶକଙ୍କ ମନରେ ଆଗ୍ରହ ଏବଂ ଉତ୍ସହ ଭରିଦେବା ସହ ରାଜଧାନୀରେ ହେବାକୁ ଥିବା ସେଲିବ୍ରିଟି ମେଳା ପାଇଁ ଚାହିଁ ବସିଛନ୍ତି ରାଜ୍ୟବାସୀ।
|
ରବି କିଶନଙ୍କୁ ୱାଇ ପ୍ଲସ୍ ସୁରକ୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ
ନୂଆଦିଲ୍ଲୀ: ବଲିଉଡ଼ରେ ଡ୍ରଗ୍ସ କାରବାର ବିରୋଧରେ ସ୍ୱର ଉଠାଇଥିବା ବିଜେପି ସାଂସଦ ତଥା ଅଭିନେତା ରବି କିଶନଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି। ଏନେଇ ରବି କିଶନ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ୱାଇ ପ୍ଲସ୍ ଶ୍ରେଣୀର ସୁରକ୍ଷା ମିଳିବା ପରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି।
आदरणीय श्रद्धेय @myogiadityanath महाराज जी ।
पूजनीय महाराज जी , मेरी सुरक्षा को देखते हुए आपने जो y+ सुरक्षा मुझे उपलब्ध करवाई है इसके लिए मैं , मेरा परिवार तथा मेरे लोक-सभा क्षेत्र की जनता आपकी ऋणी हैं तथा आपका धन्यवाद् करती है मेरी आवाज़ हमेशा सदन मे गूंजती रहेगी 🙏
— Ravi Kishan (@ravikishann) October 1, 2020
ରବି କିଶନ ଟ୍ୱିଟ୍ କରି ଲେଖିଛନ୍ତି, "ମୋର ସୁରକ୍ଷାକୁ ଦୃଷ୍ଟିରେ ରଖି, ଆପଣ ଯେଉଁ ୱାଇ ପ୍ଲସ ଶ୍ରେଣୀର ସୁରକ୍ଷା ମୋତେ ଦେଇଛନ୍ତି, ସେଥିପାଇଁ ମୁଁ, ମୋ ପରିବାର ଏବଂ ମୋ ଲୋକସଭା ନିର୍ବାଚନମଣ୍ଡଳୀର ଜନସାଧାରଣ ଆପଣଙ୍କ ନିକଟରେ ଋଣୀ। ମୁଁ ସର୍ବଦା ଗୃହରେ ଅନ୍ୟାୟ ବିରୋଧରେ ସ୍ୱର ଉଠାଉଥିବି ବୋଲି ଲେଖିଛନ୍ତି ରବି କିଶନ ।
ସୂଚନାଯୋଗ୍ୟ, ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ମୁହଁ ଖୋଲି ବିବାଦକୁ ଆସିଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିଲା । କଙ୍ଗନାଙ୍କ ପରେ ଏବେ ରବି କିଶନଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିଛନ୍ତି ଉତ୍ତରପ୍ରଦେଶ ସରକାର। ସେ ଲଗାତର ଭାବେ ଲୋକସଭାରେ ବଲିଉଡ ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ ଉଠାଇବା ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଥିବା କୁହାଯାଉଛି।
|
ନିଜ ଅଂଚଳରେ ଟାଇଗର୍ ଭାବେ ଜଣାଶୁଣା ଏହି ୭୦ ବର୍ଷର ମହିଳା । ମହିଳା ସଶକ୍ତିକରଣର ସେ ଜଣେ ବଳିଷ୍ଠ ଉଦାହରଣ । ଓଡ଼ିଶାର ଦକ୍ଷିଣ ପାଶ୍ୱର୍ ଜିଲ୍ଲା ଗଞ୍ଜାମର ଏହି ସାହସୀ ମହିଳା ଜଣକ ଦୀର୍ଘ ଦୁଇ ଦଶନ୍ଧୀ ଧରି ମହିଳା ମତ୍ସ୍ୟଜୀବୀମାନଙ୍କୁ ସ୍ୱାବଲମ୍ବୀ ହେବାରେ ସହାୟତା ଯୋଗାଇ ଦେଉଛନ୍ତି । ତାଙ୍କ ନାମ ହେଉଛି ବି ଚିତିଆମ୍ମା । ସେ ଜଣେ ନେତ୍ରୀ, ଜଣେ ଉଦ୍ୟୋଗୀ ଓ ଜଣେ ପରିବର୍ତନକାରୀ ।
ମହିଳା ମତ୍ସ୍ୟଜୀବୀଙ୍କ ପାଇଁ ସେ ସ୍ୱଂୟ ସହାୟକ ସଂସ୍ଥା (ଏସ୍ଏଚ୍) ଗଠନ କରିଛନ୍ତି । ଗୋଷ୍ଠୀର ସଦସ୍ୟଙ୍କୁ ମାଛ ମାରିବାର ନୂତନ ପଦ୍ଧତି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିବା, ମରା ଯାଇଥିବା ମାଛକୁ ବଜାରରେ ବିକ୍ରି କରିବା ପାଇଁ ମୂଲଚାଲ କରିବା ଓ କିଭଳି ଶୁଖିଲା ମାଛ ମରାଯାଇପାରିବ ସେ ନେଇ ପ୍ରଶିକ୍ଷଣ ଦେଉଛନ୍ତି ଏହି ମହିଳା ।
Also Read - ଅଟୋ ଚଳାଇ ଉଦାହରଣ ସାଜିଲେ ଓଡ଼ିଶାର ଝାନ୍ସୀ
ନିଜର ଉନ୍ନତ ବ୍ୟବସାୟ ପଦ୍ଧତି ଓ ନିଜ ଅଂଚଳର ମହିଳାଙ୍କୁ ସଶକ୍ତ କରାଇବାରେ ସେ ଯେଉଁ ସଫଳତା ହାସଲ କରିଛନ୍ତି ତାହା ବୋଧ ହୁଏ ଅନ୍ୟମାନଙ୍କ ପାଇଁ ସ୍ୱପ୍ନ । ସେଥିପାଇଁ ତାଙ୍କୁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ କରାଯାଇଛି । ସେ ସମୁଦ୍ରମ୍ ଫିସ୍ ପ୍ରଡୁ୍ୟସିଂ କଂପାନିର ହେଉଛନ୍ତି ପରିଚାଳନା ନିର୍ଦ୍ଦେଶିକା । ୨୦୧୦ରେ ସେ ୟୁଏନ୍ଡିପି ଇକୁ୍ୟଏଟର ପୁରସ୍କାର ହାସଲ କରିଥିଲେ । ଅଧିକାର ସମବାୟ ମହାସଂଘ ପକ୍ଷରୁ ୨୦୯ରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୧୧ରେ ତାଙ୍କୁ ଗଡ୍ଫ୍ରେ ଫିଲିପ୍ସ ସାହସୀ ପୁରସ୍କାର ମିଳିଥିଲା । ଓଡ଼ିଶା ଡାଏରି ପକ୍ଷରୁ ୨୦୧୨ରେ ଲିଭିଂ ଲିଜେଂଡ୍ ପୁରସ୍କାର ଓ ୨୦୧୪ରେ ଓଟିଭିର ପ୍ରେରଣା ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଥିଲା ।
ଓଡ଼ିଶାର ବାଲେଶ୍ୱର, ଗଂଜାମ, ପୁରୀ ଓ ଜଗତସିଂହପୁରର ୩,୯୦୦ ପାଖାପାଖି ମହିଳା ଏବେ ସମୁଦ୍ରମ୍ ପାଇଁ କାମ କରୁଛନ୍ତି । ୨୦୧୪ ପର୍ଯ୍ୟନ୍ତ ଏହି କଂପାନି କେବଳ ଶୁଖୁଆ ବଜାରକୁ ଛାଡ଼ୁଥିଲା । କିନ୍ତୁ ଏହା ପରଠାରୁ ସମୁଦ୍ରମ୍ ଏକ ମାଛ ଉତ୍ପାଦନକାରୀ କଂପାନି ଭାବେ କାମ କରୁଛି । ୨୦୧୪-୧୫ରେ ଏହାର ମୋଟ କାରବାର ୪୩ ଲକ୍ଷ ଟଙ୍କା ଥିଲା ।
ସେ କେବଳ ଜଣେ ସାମାଜିକ ଉଦ୍ୟୋଗୀ ନୁହନ୍ତି ଜଣେ ବିପ୍ଳବୀ । ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ଅଦ୍ୟମ ଇଛାଶକ୍ତି ତାଙ୍କ ପାଖରେ ରହିଛି । ସେ ବିଶ୍ୱାସ କରନ୍ତି ଯେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିଦେଲେ ସେ ଆପେ ଶସକ୍ତ ହୋଇପାରିବେ । ବଡ଼ ଆର୍ଯ୍ୟପଲ୍ଲୀ ଗାଁର ଏହି ମହିଳା ଜଣକ ନିଜ ଅଂଚଳରେ ତୃଣମୂଳ ସ୍ତରରେ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କୁ ୩୫ ବର୍ଷ ବୟସ ହୋଇଥିବା ବେଳେ ସେ ନିଜ ଅଂଚଳର ମହିଳାଙ୍କୁ ଏକଜୁଟ୍ କରି ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ସେ ଗଠନ କରିଥିଲେ କାଲିଆମ୍ମା ନାରୀ ଶକ୍ତି ସଂଘ ।
ସେହି ସମୟର କଷ୍ଟକର ଜୀବନ ବିଷୟରେ ବର୍ଣ୍ଣନା କରି ଟାଇଗର୍ କହିଛନ୍ତି ଯେ, ଗାଁରେ ମଦ୍ୟପାନ ଯୋଗୁଁ ସ୍ଥିତି ଆଦୌ ଭଲ ନ ଥିଲା । ଘରେ ଘରେ ମହିଳାମାନେ ନିଜ ମଦ୍ୟପ ସ୍ୱାମୀ ଦ୍ୱାରା ଅତ୍ୟାଚାରିତ ହେଉଥିଲେ । ଛୋଟ ଝିଅମାନେ ସ୍କୁଲ ଯାଇପାରୁ ନ ଥିଲେ । କମ ବୟସରେ ଝିଅମାନଙ୍କୁ ବାହା କରିଦିଆଯାଉଥିଲା । ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଯାଉଥିଲା । ଏହା କେବଳ ବି ଚିତିଆମ୍ମାଙ୍କୁ ନୁହେଁ ନିଜ ଅଂଚଳର ସମସ୍ତ ମହିଳାଙ୍କୁ ଅତିଷ୍ଟ କରି ରଖିଥିଲା । ଶେଷର ଅନେକ ମହିଳା ଏକଜୁଟ ହୋଇ ମଦ ବିରୋଧୀ ଅଭିଯାନ ଆରମ୍ଭ କଲେ । ପରବର୍ତି ସମୟରେ ୧୮ଟି ଗାଁରେ ଏଭଳି ସଂଘ ଗଠନ କରାଯାଇଥିଲା ।
ବି ଚିତିଆମ୍ମାଙ୍କ ଘର ପ୍ରକୃତରେ ବିଶାଖାପାଟଣାରେ । ତାଙ୍କୁ ୨୦ ବର୍ଷ ବୟସ ହୋଇଥିବା ବେଳେ ବାହାଘର କରିଦିଆଯାଇଥିଲା । ସେହିଦିନଠାରୁ ସେ ଗଂଜାମରେ ରହୁଛନ୍ତି । ସେ ଯେଉଁ ସ୍ଥାନରେ ବାହାଘର ହୋଇଥିଲେ ସେଠାରେ ଅଧିକାଂଶ ମହିଳା ମତ୍ସ୍ୟଜୀବୀ ଭାବେ କାମ କରୁଥିଲେ । ତେଣୁ ସେ ସେମାନଙ୍କୁ ନେଇ ଏକ ଏସଏଚଜି ଗଠନ କରିଥିଲେ । ୧୯୯୫ରେ ସମୁଦ୍ରମ୍ର ଗଠନ କରାଯାଇଥିଲା । ସେମାନେ ପ୍ରଥମେ ଶୁଖୁଆ, ପାମ୍ପଡ ଓ ଆଚାର ବିକ୍ରି କରିବା ଆରମ୍ଭ କରିଥିଲେ । ସମୁଦ୍ର ଏବେ ବିଦେଶକୁ ମାଛ ରପ୍ତାନି କରିବା ଉପରେ ବିଚାର କରୁଛି ।
ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -
|
ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା । ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ ଦ୍ୱାରା ୧୭୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ତାଳବଣିଆ ଆଇଟିଆଇ ଛକ ନିକଟରୁ ୩ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସମୁଦ୍ର କୂଳ ଥାନା ପୋଲିସ ଗିରଫ କରିଛି। ଏହା ସହ ୧୫ ହଜାର ୨୩୯ ଟଙ୍କା, ୩ଟି ମୋବାଇଲ ଫୋନ, ୨ଟି ବାଇକ ଜବତ କରାଯାଇଛି।ବ୍ରାଉନସୁଗାର କାରବାରର ଏହି ତିନି ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଦର ବ୍ଲକ ଛକ ଅଞ୍ଚଳର ସୁବାଷ କୁମାର ଦାସ, ୱାଟର ୱାର୍କ୍ସ ରୋଡର ମାନସ ରଞ୍ଜନ ବାରିକ ଓ ଚନ୍ଦନପୁର ତଳଜଙ୍ଗ ଗ୍ରାମର ଆଶୁତୋଷ ପରିଡା। ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏସପି କେ. ବିଶାଲ ସିଂଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିବ ବୋଲି ଅତିରିକ୍ତ ଏସପି କହିଛନ୍ତି।
|
ବରଷା ରାଣୀ ଲୋ ବରଷା ରାଣୀ
କଲା ମେଘ କୁ ତୁ କରି ଓଢ଼ଣୀ
ଆ ତୁ ଲୋ ହୋଇ ଖୁସି
ଟପ ଟପ କରି ବରଷି ଯାଆ
ଏ ଧରା ଉଠୁ ହସି ।
ଦରଜ ମନରେ ଡାକୁଛି ମୁହିଁ
ଶ୍ରାବଣ ପୁଣିରେ ଆସିଲା ଧାଇଁ
କହୁଛି ମାଟି ମାଆ
ଲୁଚି ରହନା ଲୋ କୋଉଠି ଆଉ
ସଅଳ ତୁ ଚାଲି ଆ ।
ସଜୀବଙ୍କ କଥା ରଖି ମନରେ
ଜଳ ନେଇ ଆ ନିଜ ସାଥିରେ
ମରୁଡ଼ି ଦୂରେଇ ନେ
ତୋତେ ଦେଖି ଚଷା ହୋଇବ ଖୁସି
ଏ କଥାକୁ ବୁଝି ନେ ।
ବରଷା ରାଣୀ ଲୋ ବରଷା ରାଣୀ
ମୋ ମନରେ ଥିବା କଥାକୁ ଜାଣି
ଯାଆ ଲୋ ବରଷି ଯା
ଉଛୁଳି ପଡୁ ଲୋ ନଈ ପୋଖରୀ
ବର୍ଷା ନେଇ ତୁ ଆ ।
ଏ କି କଲୁ ଆରେ ନର ସମାଜ
ନାହିଁ କିରେ ମୁଣ୍ଡେ ତୋର ମଗଜ
ଗଛ କାଟିଛୁ ବୋଲି
ଅଭିମାନ କରି ବରଷା ଆସୁନି
ତା ବିନା ପାରିବୁ କି ଚଳି ?
|
ଭୁବନେଶ୍ୱର, ୨୭/୯: ଆସନ୍ତା ୧୦ରେ ସାରା ରାଜ୍ୟରେ ବସ୍ ଧର୍ମଘଟ। ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି। ସାରା ରାଜ୍ୟ ଲାଗି ଆରମ୍ଭ ହେବାକୁ ଥିବା ସରକାରଙ୍କ ନୁଆ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରିଥିଲେ ବସ୍ ଆସୋସିଏସନ୍।
ବସ୍ ମାଲିକ ସଂଘର ଅଭିଯୋଗ ଅନୁସାରେ- ଗାଁରୁ ଗାଁ କିମ୍ବା ଗାଁରୁ ବ୍ଲକ୍କୁ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଲେ କୌଣସି ଅସୁବିଧା ନାହିଁ। କିନ୍ତୁ ବ୍ଲକ୍ରୁ ଜିଲ୍ଲାକୁ ଓ ସହରକୁ ଗଡ଼ିଲେ ଘରୋଇ ବସ୍ ମାଲିକ କ୍ଷତି ସହିବେ ବୋଲି ସଂଘ କହିଛି। ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ଆଣିବା ପାଇଁ ସେମାନେ ଦାବି କରିଛନ୍ତି।
ଅକ୍ଟୋବର ୨ରେ ଶୁଭାରମ୍ଭ ହେବ ମୋ ଲକ୍ଷ୍ମୀ ଯୋଜନା। ବସ ଯୋଜନାରେ ପଞ୍ଚାୟତ ସହ ଯୋଡି ହେବ ବ୍ଳକ ଓ ବ୍ଳକ ସହ ଯୋଡି ହେବ ଜିଲ୍ଲା । ସୁଲଭ ବସ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମରେ ଯାତାୟାତ କରି ପାରିବେ ଗରିବ ଲୋକେ।
|
Drama Others
ପ୍ରତାପ ନାୟକ
୭୦୦୮୦୫୪୨୮୨
ମନାକରୁଛି ସିଏ ମାନିବନି......
ତୁମର ସେହି ଏକା ଜିଦ୍ ଦେଇଆସ ଦେଇଆସ, ଏବେ ଦେଖିଲତ... ଯାଣିଲତ ତା' ମାନସିକତା ।
ଅସନ୍ତୁଷ୍ଟ ଭାବ ପ୍ରକାଶ କରୁଥିଲେ ଅମନ ପତ୍ନୀ ତନୁଙ୍କ ଉପରେ.......
ତନୁଙ୍କର ନା ରାଗ ଅଛି ନା ଛଳ । ସେ କିନ୍ତୁ ସନ୍ତୁଷ୍ଟ ନୁହଁନ୍ତି ଅମନଙ୍କ କଥାରେ.......
ତମେ ନିଶ୍ଚୟ ତୁମ କଥାବାର୍ତ୍ତାରେ କି ବ୍ୟବହାରରେ ଅମେଳ ରଖିଥିବ,ସେଥିପାଇଁ ତପନ ବାବୁ ମନା କରିଦେଇଥିବେ.......
ସେ ଜଣେ ସ୍ୱାଭିମାନୀ ମଣିଷ । ମୁଁ ଦଶ ବର୍ଷହେଲା ତୁମ ହାତ ଧରିଲିଣି ତୁମକୁ ଯାଣିନି ନା ତୁମ ବନ୍ଧୁଙ୍କୁ ଯାଣିନି । ବରବର ହେଇ ରୋଷେଇ ଘରକୁ ଚାଲିଗଲେ ତନୁ ।
ପଛେ ପଛେ ଅମନ....
ତମେ ବୁଝିପାରିବନି ତନୁ ତା' ମନର ଆବେଗ ତା' ସ୍ୱାଭିମାନର କାରଣ । ଦେଣନେଣ ସମ୍ପର୍କ ଧୋଇ ନଦଉ ଆମ ବନ୍ଧୁତ୍ୱ ଏଇ ତାର ଇଚ୍ଛା ।
ପଇସା ସମ୍ପର୍କ ଯୋଡେ ସମ୍ପର୍କ ଛିଡାଏ ମଧ୍ୟ । ହଉପଛେ ଗରିବ ମର୍ମେ ମର୍ମେ ଏ କଥାକୁ ସେ ଅନୁଭବ କରିଛି । ସେଥିପାଇଁ ସେ ଏତେ ଗୁଡାଏ ଟଙ୍କା ମୋଠାରୁ ସେମିତି ଅଯାଚିତ ଭାବରେ ନବାପାଇଁ ମନା କରିଦେଲା । ଆଉ ମନାକରି କହିଲା କଣ ଯାଣିଛ । ପୁଅ ପଛେ ଭଲ ନହେଉ ମୁଁ ତୋ ଟଂକାରେ ଆମ ବନ୍ଧୁତ୍ୱକୁ ବିକ୍ରିକରିପାରିବିନି । ହଁ ଟଙ୍କା ଦବୁତ ମୋର ଏଇ ଶେଷ ସମ୍ବଳ ସ୍ଥାବର ପୈତୃକ ଖରଖଣ୍ଡିକ କିଣି ନେଇ ଟଂକା ଦେ ।
ମୁଁ ସେ ଘରଖଣ୍ଡିକ କିଣି ନେଲେ ତା ପରିବାର ରହିବେ କୋଉଠି ? ବୁଢା ବାପମାଆ ଗୋଟାଏ ରୋଗୀଣା ପୁଅ ସାଂଗରେ ଆହୁରି ଛୋଟ ଛୋଟ ଦୁଇଟି ଝିଅ ତା ସହିତ କମ୍ ବୟସ୍କ ପତ୍ନୀକି ନେଇ ସେ କୋଉଠି ମୁଣ୍ଡ ଗେଞ୍ଜିବ ।
ମୋର କିଛି ଶୁଣିବାର ନାହିଁ ତମେ ତାଙ୍କୁ ଯେମିତି ହେଉ ଟଙ୍କାଦବ .......ତାଙ୍କ ପୁଅକୁ ସିଏ ଭଲ କରିବେ ।
ଯିଣିଛନା ତପନବାବୁଙ୍କ ସ୍ତ୍ରୀ କହୁଥିଲେ ତାଙ୍କ ପୁଅର ମେରୁଦଣ୍ଡ ସଂକ୍ରମଣର ଇନିସିଆଲ ଷ୍ଟେଜ୍ । ଅପରେସନ କଲେ ସେ ନିଶ୍ଚୟ ଭଲ ହୋଇଯିବ । ହେଲେ ଡାକ୍ତର କହୁଛନ୍ତି ଅତି କମ୍ ରେ ଦୁଇଲଖ୍ୟ ଟଙ୍କା ଲାଗିବ । ଏତିକି କହି କାନ୍ଦି ପକେଇଲେ ସେ ।
ତୁମେ କଣ ଯାଣିପାରୁନା ସେ କୋଉ ଅବସ୍ଥାରେ ଅଛନ୍ତି । ଆମର ପରା ତାଙ୍କ ପୁଅ ସାଂଗର ପୁଅଟିଏ ଅଛି । ଆଜି ଯଦି ତାର କିଛି ହେଇଥାନ୍ତା । ତମେ କଣ ହାତ ଉପରେ ହାତ ରଖି ବସି ପାରିଥାନ୍ତ ।
ଅାଉ ବରଦାସ୍ତ କରିପାରିଲେନି ଅମନ ।
କଣ ଗୋଟେ କରିବା କହି ଯାଇ ବସିପଡିଲେ ଡ୍ରଇଂରୁମ ସୋଫା ଉପରେ । ମୋବାଇଲରେ କା ସହ କଥାହେଲେ ।
ଚା କପେ ଆଣିବାକୁ କହି ତନୁକୁ ଅତିତକୁ ମନେ ପକେଇ ଭାବନା ରାଜ୍ୟରେ ବୁଡି ଯାଉଥିଲେ ସେ ।
କାଲିପରି ଲାଗେ ସେ ଓ ତପନ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିଲେ । ଖରାଛୁଟିରେ ଦିନେ ନଇରେ ସାଙ୍ଗହେଇ ଗାଧୋଉ ଗାଧୋଉ ନଈ ତୁଠ ପାଖରେ ଥିବା ଏକ ଗଣ୍ଡରେ ଗୋଡ ଖସିଯିବାରୁ ସେ ପହଁରା ଯାଣିନଥିବାରୁ ପାଣିରେ ବୁଡିଗଲେ । ଆସନ୍ନମୃତ୍ୟୁକୁ ବହୁତ ପାଖରେ ଦେଖିଥିଲେ ଅମନ ସେଦିନ । ତପନ ସେ ବୟସରେ କାଳ ବିଳମ୍ବ ନକରି ନିଜେ ପହଁରା ଯାଣିଥିବାରୁ ଗଣ୍ଡରୁ ଟାଣିଆଣି ଜୀବନ ବଞ୍ଚାଇଥିଲା ମୋର । ଗାଁ ସାହିରେ ତପନର ସେଦିନ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ତାରିଫ୍ କରିଥିଲେ ।
ତପନର ପାଠ ଭଲ ହୁଏନା, ମୁଁ ଶ୍ରେଣୀରେ ଭଲ ପାଠ ପଢୁଥିବାରୁ ସାମାନ୍ୟ ଗର୍ବୀଥିଲି । ତେଣୁ ତପନ ଭଳି ପିଲାମାନଙ୍କ ସାଂଗରେ ସାଂଗ ହେଉ ନଥିଲି । ଯଦିଓ ଆମର ଚଳାଚଳ ଅତ୍ୟନ୍ତ ଦୁର୍ବଳଥିଲା ତପନ ଠାରୁ । ମୋ ବିଧବା ମାଆଟିକୁ ନେଇ ଆମ ସଂସାର ଥିଲା । ମାଆ ଧାନକୁଟି ଯାହା ଆଣେ ସେହିଥିରେ ଆମ ଗୁଜୁରାଣ ମେଣ୍ଟୁଥିଲା । ସେତେବେଳେ ଆମଘରେ ବିଜୁଳି ଆଲୁଅ ନଥିଲା । ମା କିରୋସିନ ପାଇବ କୋଉଠୁ । ସଂଧ୍ୟା ପୂର୍ବରୁ ରାତି ଖାଇବା ଖାଇ ଶୋଉଥିଲୁ । ମୋର ପାଠପଢା କେବଳ ଦିନରେ ହିଁ ଥିଲା ।
ନଈପାଣିରୁ ଉଦ୍ଧାର କରି ମତେ ନୂଆ ଜୀବନ ଦେଇଥିବାରୁ କି କଣ ସେହିଦିନଠୁ ମତେ ତପନ କାହିଁ ଭାରି ଭଲ ଲାଗିଲା । ଆଗରୁ ସିନା ତା' ସହ ସାଙ୍ଗ ହେଉ ନଥିଲି । ସେବେଠୁ ତା ସହ ସାଂଗହେଇ ବିଦ୍ୟାଳୟ ଗଲି । ଓପରଓଳି ଗାଁ ଦାଣ୍ଡରେ ବୋଉଚୋରୀ ,ଖପରାକୁ ବଲ୍ ମାରି ବାସ୍କେଟବଲ ପୁଣି କିତି କିତି ଖେଳିିଲି । ସିଏବି ମତେ ମାନିନେଲା ତାର ଭଲ ବନ୍ଧୁବୋଲି । ଆମଘରେ ବିଜୁଳି ଆଲୁଅ ନଥିବାରୁ ମତେ ସନ୍ଧ୍ୟାରେ ଡାକିନେଲା ତା ଘରେ ପଢିବାକୁ । ମନଅଛି ମୁଁ ପଢୁଥିବା ବେଳେ,ସେ କେବଳ ଚାହୁଁଥିବ ବହିକି ଆଉ ମତେ । ମୁଁ ବି ଦିନାକାତେ ଚେଷ୍ଚାକଲି ସେ ବି ମୋ ଭଳି ପଢୁ କିନ୍ତୁ ହେଲାନି । ତାର ଜମାରୁ ପଢାରେ ମନନଥିଲା । ଖାଲି ଖେଳିବ ବୁଲିବ । ଆ ତା ବାଡିରୁ ବରକୋଳି ଆମ୍ବ ପିଜୁଳି ଆଆତ ନେଉଆ କଇଁଆ କରମଙ୍ଗା ଚୋରିକରି ନିଜେ ଖାଇବ ମତେ ଆଣିଦବ ।
ତପନ ବାପାଙ୍କର କିନ୍ତୁ ଚାଷବାସ ଥିଲା । ଆମଠୁ ଚଳାଚଳ ବହୁତ ଭଲଥିଲା । ବର୍ଷକ ବାରମାସରେ ତେର ପର୍ବରେ ସେ ମତେ ତା'ଭାଗରୁ ସବୁ ଦେଉଥିଲା । ରଜରେ ପୋଡପିଠା ଦେଇ ତାଙ୍କ ଚାଳଘର ଓରାରେ ଲାଗିଥିବା ଦୋଳିରେ ମତେ ବସେଇ ନିଜେ ଝୁଲେଇଛି । ପ୍ରଥମାଷ୍ଟମୀରେ ତାଙ୍କ ଘରେ ଏଣ୍ଡୁରି ସାଂଗରେ ମାଉଁସ ଖୋଇଛି । ଶାମ୍ବ ଦଶମୀରେ ଛୁଞ୍ଚିପତ୍ରଠାରୁ ବୁଢା ଚକୁଳି..... । ମତେ ଦିନେ ନଦେଖିଲେ ପାଗଳ ହେଇଯାଉଥିଲା । ଗାଁରେ କି ବିଦ୍ୟାଳୟରେ କିଏ ଯଦି ମୋ ସହ କଳିକଲା ତେବେ ତା ଜୀବନଗଲା ଯାଣ ତପନ ହାତରେ । ଏମିତି ଅନାବିଳ ବନ୍ଧୁ ସିଏ ମୋର । ମୁଁ ଯେତେବେଳେ କହେ ମତେ ତୁ ପାଣିରୁ ଛାଣି ନୂଆ ଜୀବନ ଦେଇଛୁ । ମନ କୁଣ୍ଢେମୋଟ ହେଇ ଯାଏ ତା'ର । କହେ ତୋ ଜୀବନଟା ଯଦି ମୋର ,ତେବେ ମୁଁ ବଂଚିଥିଲା ଯାଏ,ମୋ ସାଧ୍ୟମତେ ଯାହା ତତେ ଦଉଥିବି ଆଉ ତୁ ମନାନକରି ଖାଲି ନଉଥିବୁ । କେବେ ନାଇଁ କରିବୁନୁ କି ଦବାକୁ କିଛି ଚେଷ୍ଟା କରିବୁନି । ମୁଁ ତତେ ଦେଖିକି ଯୋଉ ଆନନ୍ଦ ପାଉଛି ତୁ ଯମା ଯାଣିପାରିବୁନି ଆଉ କଣ ଟିକେ ଦେଇଦେଲେ କି ଶାନ୍ତି । ସତେକି ମୁଁ ଜୀବନର ସବୁ ପାଇଯାଉଛି ।
ଏଇ ସେହି ତପନ । ଯିଏକି ମାଟ୍ରିକ ଫେଲ ପରେ ସେହି ଗାଁରେ ରହି ଯାଇଛି । ଚାଷବାସ କରୁଛି । ବୁଢାବାପା ମାଆ ତିନିପିଲା ପତ୍ନୀରେ ତାରି ଏ ମହରଗ ଯୁଗରେ ତେଲ ଥିଲେ ଲୁଣ ନାହିଁରେ ଏକ ଘୋର ଅଭାବୀ ସଂସାର ।
ମୁଁ ମାଟ୍ରିକ ପାସ ପରେ ସ୍କଲାରସିପ ପାଇ ପାଠପଢି ପାଖ ସହରରେ ଦାନ୍ତ ଡାକ୍ତର । ଯୁବ ବଦଳିଛି । ବଦଳିଛି ରୋଜଗାର କରିବାର ମାଧ୍ୟମ । କାଲି ଯିଏ ପାଉଥିଲା ଦୁଇଓଳି ଖାଦ୍ୟ ଆଜି ସେ ସେ ଓପାସ ଆଉ କାଲିର ଫକୀର ଯିଏ ସିଏ ଫନ୍ଦିଫିକର କରି ଆଜି ସିଏ କଣ ?.... ସମସ୍ତେ ଯାଣନ୍ତି ।
କଣ ସେ ଭାବି ଯାଉଛି । ତପନର ପୁଅ ସୁସ୍ଥ ହେଇ ବଂଚିବାର ଏକମାତ୍ର ମାଧ୍ୟମ ଅପରେସନ । ଯିଏ ଜୀବନସାରା ଦେଇ ଯାଣିଛି ସିଏ କଣ କେବେ କାହା ହାତଟେକାକୁ ଅନେଇ ରହିବ । ମୁଁ ଅଭାଗା ......ସ୍ୱାଭିମାନୀ ବନ୍ଧୁର ଦୁର୍ଦ୍ଦିନରେ କିଛି କରିପାରୁନି ବୋଲି ।
ଚିନ୍ତା କରୁଛି ବର୍ତ୍ତମାନ ସମୟରେ ସେ ହିଁ ଏକା ତପନକୁ ଏ ବିପଦରୁ ରଖ୍ୟା କରିପାରିବ ଆଉ ଉପାୟ ହେଲା ସେ ତପନର ଘରବାରୀ କିଣି ଦି ଲକ୍ଷଟଙ୍କା ଦବ ତା ପୁଅ ଭଲହେବ । ମୋବାଇଲରୁ ଫୋନ କରିବ ଏବେ ସେ କିନ୍ତୁ ତପନର ଫୋନ ରିଂ ହଉଛି ଦେଖି ଆସନ୍ନ ବିପଦ ମଣି ଡରିଡରି ରିସିଭ କଲା । ସେପଟରୁ ତପନ ବ୍ୟସ୍ତ ତଥା ଖୁସି ଯାହିର କରି କହୁଛି ଯାଣିଲୁନା ଅମି ଡାକ୍ତର ସାହୁବାବୁ ଫୋନ କରିଥିଲେ । ମେଡିକାଲର ହେଡଡାକ୍ତର ପଟ୍ଟନାୟକ ସାର୍ ମାଗଣାରେ ମୋ ପୁଅକୁ ଅପରେସନ କରିବେ । କାଲି ଯିବାକୁ କହୁଛନ୍ତି ମେଡିକାଲ । ତୁ କଣ କହୁଛୁ?
ଆନନ୍ଦରେ କାନ୍ଦି ପକେଇଲେ ଅମନ । ସ୍ୱଭିମାନୀ ମଣିଷର ପୁତ୍ରସ୍ନେହ । ଜୀବନସାରା ସତକର୍ମ କରିଥିବା ମଣିଷକୁ ଇଶ୍ୱରଙ୍କ ଶ୍ରେଷ୍ଟ ଉପହାର ।
ମୁଁ ନିଶ୍ଚୟ ଟାଇମ ପୂର୍ବରୁ ପହଁଚିବି ତପୁ । ଫୋନ କଟିଗଲା ।
ଖୁସିରେ ଡାକ ପକେଇଲେ ଅମନ
ତନୁ ତନୁ.....
ତନୁ ରୋଷେଇ ଘରୁ ଆସି ଦେଖିଲେ ସେ ଦେଇଥିବା ଚା କପ୍ ସେପରି ଥୁଆ ହୋଇଛି । କାନ୍ଦୁଛନ୍ତି ଅମନ । କିଛି ବୁଝିବା ପୂର୍ବରୁ ତନୁକୁ କୁଣ୍ଢେଇ ନାଚିଗଲେ ଅମନ । ମଥାରେ ଆଂକିଦେଲେ ଚୁମା ଉପରେ । କହିଲେ ରୋଷେଇ ସେଇଠି ଥାଉ । ଚାଲ ପିନ୍ଧ । ସେ ଦୁଇ ଲଖ୍ୟ ଟଙ୍କା ଗଡରେଜରୁ ଆଣ ,ନ୍ୟୁରୋଲୋଜି ପ୍ରଫେସର ଡକ୍ଟର ପଟ୍ଟନାୟକଙ୍କୁ ଦେଇ ଆସିବା । ସେ କାଲି ତପୁ ପୁଅକୁ ଅପରେସନ କରିବେ । ମୁଁ ଆଉ ସବୁ କଥା କାରରେ କହିବି । ଜଲଦି ବାହାର ।
ତନୁ ଠିକ୍ ଧରିନେଲା ଅମନ ଚା ଅର୍ଡର କରିବା ପୂର୍ବରୁ କାହା ସହ କଥାହଉଥିଲେ ମୋବାଇଲରେ । ପୁଣି ଅନ୍ୟମନସ୍କତାରେ ଚା କପ ବି ଓଠରେ ଲଗେଇ ନାହାଁନ୍ତି ଏ ଯାଏ ।
ବିବାହ ପୂର୍ବରୁ ଥିବା ସମ୍ପର୍କ ସବୁ ଗୋଟିଗୋଟି କରିକହିଛନ୍ତି ଅମନ ତାଙ୍କୁ ତପନବାବୁଙ୍କ ସମ୍ପର୍କରେ । ସ୍ୱାମୀଙ୍କ ପ୍ରତି ଥିବା ତାଙ୍କର ଦରଦ ଭଲପାଇବା ସ୍ନେହ ପ୍ରେମକୁ ପରଖିଛନ୍ତି ସେ । ଦେଇ ଦେଇ ଚାଲିଥିବା ସ୍ୱାଭିମାନୀ ମଣିଷ ଅନ୍ତରଂଗତାରେ କାଳେ କମ୍ ହେଇଯିବ ଅଭାବୀ ମନ କେତେବେଳେ ନେଇ ଆସି ନାହାଁନ୍ତି ସେ ଆଙ୍କ ପାଖକୁ । ଖାଲି ଦେଇ ଚାଲିଛନ୍ତି ଅନାବିଳ ବନ୍ଧୁତା ଆଉ ବନ୍ଧୁତା ।
ଆଜି ଦିଲଖ୍ୟଟଂକା ତା ତୁଳନାରେ କିଂଚିତ ମାତ୍ର ନୁହେଁ କି??ନିଜକୁ ପ୍ରଶ୍ନ କରୁଛନ୍ତି ସେ ।
ଝରକା ସେପଟେ ଅରୁଣ ନାଲି ବୁରୁଜ ବୁଣି ମା କୋଳକୁ ଯିବାକୁ ଉଦ୍ୟମରତ । ପକ୍ଷୀ ଉଡାଣ ପୂର୍ବକୁ ବସାଭିମୂଖୀ । ଚିକ୍ ଚିକ୍ ବର୍ଣ୍ଣାଳୀ ବୁଣି ଗୁଡେଇ ହବ କଳାଶାଢୀ । ଅନ୍ଧାରକୁ କରିବ ଆହୁରି ଅନ୍ଧାର । ଗଗନ ଲୁଚିବ ଲୁଚିବ ଧରଣୀ ବନ୍ଧୁତାର କଳା କବରୀରେ ଆସିବ ନୂଆ ସଫେଦ ଫରଦ ନେଇ ଆସନ୍ତା କାଲିରେ । ବନ୍ଧୁତାର କଳା କବରୀ ଶୁଭ୍ରତାର ଉନ୍ମାଦ ଆଣିବ ।
ଡ୍ରେସିଂ ଟେବୁଲ ଆଗରେ ଶାଢୀ କୁଞ୍ଚ ଅଣ୍ଟାରେ ଖୋସୁଥିଲେ ତନୁ । ଅମନ ତନଙ୍କୁର ଖୁଆ ଧରି ଭିଡିନେଲେ କାର ପାଖକୁ .....ଚାଲ ଗାଡି ଭିତରେ ଶାଢୀ କୁଞ୍ଚ ଠିକ୍ କରିନବ ।
|
କନକ ବ୍ୟୁରୋ : ଜୟପୁରରେ ଆୟୋଜିତ ବିଜେଡ଼ିର ଯୁବ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ କୋରାପୁଟରେ ୧୧ଶହ ୩୬ ଦଶମିକ ୪୧ କୋଟି ଟଙ୍କା ମୂଲ୍ୟର ୩୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିରେ ରହିଛି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ, ୪୧ଟି ଅଙ୍ଗନୱାଡ଼ି କେନ୍ଦ୍ର, କୋଲାବ ନଦୀ ଉପରେ ହାଇଲେଭେଲ୍ ସେତୁ ପରି ଏକାଧିକ ଲୋକକଲ୍ୟାଣକାରୀ ପ୍ରକଳ୍ପ ।
ତେବେ ଏଠାରେ ଆୟୋଜିତ ସଭାରେ ନମସ୍କାର କହି ଅଭିଭାଷଣ ଆରମ୍ଭ କରିଥିଲେ । କେବିକେ ଅଂଚଳର ବିକାଶ ସବୁବେଳେ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଆସିଛି । ରାଜ୍ୟ ସରକାର ଏଠାରେ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । କୋରାପୁଟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୩ଟି ଘୋଷଣା କରିଛନ୍ତି । ମୁରାଦ ନଦୀ ଉପରେ ଗିରିଲଗୁମା-ଦୁଆରସୁଣି ରାସ୍ତା ଏକ ପୋଲି ନିର୍ମାଣ ହେବ । ଏହାବ୍ୟତୀତ କୋଲାବ ଜଳଭଣ୍ଡାର ନିକଟରେ ନନ୍ଦପୁର-ଲମତାପୁଟ-ବନମାଳୀପୁଟ ରାସ୍ତାରେ ଓ କୋଲାବ ଜଳଭଣ୍ଡାରେ କୋରାପୁଟ ସୁକୁ ରାସ୍ତାରେ ବୃହତ୍ ସେତୁ ନିର୍ମାଣ କରାଯିବ ।
ସୂଚନାଯୋଗ୍ୟ ଏଠାରେ ବିଜେଡିର କୋରାପୁଟ ଜିଲ୍ଲାର ମୁଖ୍ୟ ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ ମଧ୍ୟ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଆଦିବାସୀ ମଣିଷ କିଭଳି ସ୍ୱାଭିମାନର ସହ ବଂଚି ପାରିବେ ସେଥିପାଇଁ ସଚିନ୍ ତେନ୍ଦୁଲକରଙ୍କ ଉଦାହରଣ ଦେଇଥିଲେ । ଏହାସହ ୫ଟି ସଂକଳ୍ପ ସୂତ୍ର ଦେଇଛନ୍ତି ସୌମ୍ୟ ରଂଜନ ।
|
ଭୁବନେଶ୍ବର : ଶରୀରର ନାଭି ବହୁତ ଅଧିକ ମହତ୍ଵପୂର୍ଣ୍ଣ ହୋଇଥାଏ । କାରଣ ଯେତେବେଳେ ଗୋଟେ ଶିଶୁ ଗର୍ଭ ମଧ୍ୟରେ ଥାଏ ସେତେବେଳେ ତାର ଖାଦ୍ୟ ପେୟ ନାଭି ଦ୍ଵାରା ହୋଇଥାଏ । କାରଣ ଶିଶୁର ନାଭି ସହ ମାର ନାଭି ଯୋଡି ହୋଇ ରହିଥାଏ । ଯାହାଦ୍ୱାରା ମା ଯାହା ବି ଖାଦ୍ୟ ପେୟ କରିଥାଏ ତାହା ନାଭି ମାଧ୍ୟମରେ ଶିଶୁ ପାଖକୁ ଯାଇଥାଏ । ବନ୍ଧୁଗଣ ଆମ ଶରୀରରେ ଥିବା ୭୨ ହଜାର ଶିର ଆମ ନାଭି ସହ ଜଡିତ ହୋଇ ରହିଥାଏ ।
ଯେତେବେଳେ ଆମ ଶରୀରରେ କୌଣସି ରୋଗ ହୋଇଥାଏ ତାହା ପ୍ରଥମେ ପ୍ରାଣିକ ଶରୀରରେ ଆସିଥାଏ । ବନ୍ଧୁଗଣ ପ୍ରାଣିକ ଶରୀର ଆମ ନାଭି ସହ ଜଡିତ ହୋଇ ରହିଥାଏ । ଯେକୌଣସି ରୋଗ ପ୍ରଥମେ ଆମ ଶରୀରକୁ ଆସିବା ପୂର୍ବରୁ ଆମ ପ୍ରାଣିକ ଶରୀରରେ ଉତ୍ପନ ହୋଇଯାଇଥାଏ ।
ଆୟୁର୍ବେଦ ଅନୁସାରେ ଯଦି ଆପଣ ନିଜ ଶରୀରର ପାଞ୍ଚଟି ତତ୍ଵକୁ ସଠିକ ଭାବରେ ରଖିବେ ତା ହେଲେ ଶରୀରରେ ଥିବା ପ୍ରାଣିକ ଊର୍ଜା ସଠିକ ରହିବ ଯାହାଫଳରେ ଆମ ଶରୀରରେ କୌଣସି ପ୍ରକାରର ରୋଗ ହେବ ନାହିଁ । ଆୟୁର୍ବେଦ ଅନୁସାରେ ପଞ୍ଚତତ୍ଵକୁ ସମନ୍ଵୟ ରଖିବା ପାଇଁ ଆପଣଙ୍କୁ ନିଜ ଶରୀରର ଧ୍ୟାନ ରଖିବାକୁ ହେବ । ଏଥିପାଇଁ ଆମକୁ ପ୍ରାଣାୟମ କରିବା ନିହାତି ଆବଶ୍ୟକ । ଯଦି ଆପଣ ନିଜ ନାଭିରେ କିଛି ତେଲ ଲଗାଇବେ ତା ହେଲେ ଆପଣଙ୍କ ଶରୀର ସୁସ୍ଥ ରହିବ ଓ ଆପଣ ୫୦ ବର୍ଷ ବୟସରେ ମଧ୍ୟ ୨୫ ବର୍ଷ ବୟସର ସୁସ୍ଥତା ଅନୁଭବ କରିବେ ।
୧. ଯଦି ଆପଣଙ୍କ ଶରୀର ଅଧିକ ଗରମ ରହୁଛି ଯେଉଁଥି ପାଇଁ ଆପଣଙ୍କୁ ଅଧିକ କ୍ରୋଧ ଆସୁଛି ତା ହେଲେ ଆପଣ ମାନଙ୍କୁ ନିଜ ନାଭିରେ ଜଳପାଇ ତେଲ ଲଗାଇବା ଉଚିତ । ଏହି ତେଲକୁ ଲଗାଇବା ଦ୍ଵାରା ଆପଣଙ୍କ ଶରୀର ତୁରନ୍ତ ଥଣ୍ଡା ହୋଇଥାଏ ।
୨. ଯଦି ଆପଣଙ୍କୁ ଚେହେରା ଜନିତ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଛି ତା ହେଲେ ଆପଣ ନିଜ ନାଭିରେ ବାଦାମ ତେଲ ଲଗାନ୍ତୁ । ବାଦାମ ତେଲ ଲଗାଇବା ଦ୍ଵାରା ଆପଣଙ୍କ ଚେହେରା ଜନିତ ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ଓ ଏହା ସହିତ ଆପଣଙ୍କ ଚେହେରା ଗ୍ଲୋ କରିବାକୁ ଲାଗିବ ।
୩. ଯେଉଁ ମାନଙ୍କର ଚେହରା ଡ୍ରାଏ ରହୁଛି ସେମାନେ ନିଜ ନାଭିରେ ସୋରିଷ ତେଲ ଲଗାଇବା ଉଚିତ । ସାଧାରଣତ ଶୀତ ଦିନରେ ଚେହରା ରୁଖା ହୋଇଯାଇଥାଏ । ଯଦି ଆପଣ ନିଜ ନାଭିରେ ସୋରିଷ ତେଲ ଲଗାଇବେ ତା ହେଲେ ଆପଣଙ୍କ ଚେହରା ରୁଖା ହେବ ନାହିଁ ।
୪. ଏହା ବ୍ଯତୀତ ଏକ ଚିକିତ୍ସା ରହିଛି ଯାହାର ନାମ ହେଉଛି ଏନିମା ଥେରେପି । ଏହି ଚିକିତ୍ସାରେ ଓଦା ମାଟିର ପଟିକୁ ନାଭିରେ ରଖି ଚିକିତ୍ସା କରାଯାଇଥାଏ । ଏହା କରିବା ଦ୍ଵାରା ଆମର ନାଭି ଚକ୍ର ସକ୍ରିୟ ହୋଇଯାଇଥାଏ । ଯାହାଦ୍ୱାରା ଆମ ଶରୀରରେ ଊର୍ଜାର ମାତ୍ରା ବଢିଯାଇଥାଏ ଓ ଆମ ଶରୀର ପୂର୍ବ ପରି ସୁସ୍ଥ ରହିଥାଏ ।
|
ଭୁବନେଶ୍ୱର, ମେ ୧୦(ଲୋକାଲ ୱାୟାର): ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ଆସନ୍ତା ୨୦ ତାରିଖରୁ ହେବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପରୀକ୍ଷା ନିୟନ୍ତ୍ରକ ମନୋଜ କୁମାର ଦାସ ଶୁକ୍ରବାର ସୂଚନା ଦେଇଛନ୍ତି ।
ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ସ୍ନାତକ, ସ୍ନାତକୋତ୍ତର ସେମିଷ୍ଟର୍ ପରୀକ୍ଷା ଏବଂ ବିଭିନ୍ନ ବିଭାଗର ଏମଫିଲ୍ ପରୀକ୍ଷା ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେବ ।
ଉକ୍ତ ପରୀକ୍ଷାଗୁଡ଼ିକ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଏବଂ ସହବନ୍ଧିତ ମହାବିଦ୍ୟାଳୟଗୁଡ଼ିକରେ ଆରମ୍ଭ ହେବ ।
ବିଶ୍ୱବିଦ୍ୟାଳୟ ଏବଂ ସହବନ୍ଧିତ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୨୦ତାରିଖଠାରୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ଦେବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି ।
ଲୋକାଲ ୱାୟାର
|
ଭବାନୀପାଟଣା,୭।୭(ଡି.ଏନ୍.ଏ.): ପ୍ରତ୍ୟେକ ଦିନ ଆମ ଚତୁଃପାର୍ଶ୍ୱରେ ଭିନ୍ନ ଭିନ୍ନ ପ୍ରକାର ପକ୍ଷୀ ଦେଖିଥାଉ। ଘରଚଟିଆ ସେଥିମଧ୍ୟରୁ ଅନ୍ୟତମ। ଏବେ ଘରଚଟିଆ ଧୀରେ ଧୀରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରୁ ଲୋପ ପାଇବାକୁ ବସିଲେଣି। ପାଗର ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ କାରଣରୁ ଏମାନଙ୍କ ବଂଶ ବୃଦ୍ଧି ହୋଇପାରୁନାହିଁ। ଘରର ଚାଳ ଉପରେ କିଚିରିମିଚିରି ଶବ୍ଦ କରୁଥିବା ଏହି ପ୍ରିୟ ପକ୍ଷୀଙ୍କ ନିରାପଦ ସ୍ଥାନ ହେଉଛି ଚାଳ ଛପର ଘର। ଘରେ ବାସ କରୁଥିବାରୁ ଏହି ପକ୍ଷୀର ନାଁ ଘରଚଟିଆ। ଏହା ଏକ ସାହାଯ୍ୟକାରୀ ପକ୍ଷୀ। ଘର ଭିତରର ନାନାଦି ପୋକ ଖାଇ ସଫା କରିଥାଏ। ରାତି ପାହିବା କ୍ଷଣି କିଚିରିମିଚିରି ଶବ୍ଦ କରି ମଣିଷକୁ ନିଦରୁ ଉଠାଇବାରେ ସାହାଯ୍ୟ କରିଥାଏ।
ଘରଚଟିଆର ଲମ୍ବ ପ୍ରାୟ ୬ ରୁ ୭ ସେମି ମଧ୍ୟରେ ଓଜନ ୩୦ରୁ ୩୫ଗ୍ରାମ୍। ଏହା ଥରକୁ ୪ରୁ ୫ଟି ଅଣ୍ଡା ଦେଇଥାଏ। ପ୍ରାୟ ୧୩ରୁ ୧୫ଦିନ ପର୍ଯ୍ୟନ୍ତ ଅଣ୍ଡାକୁ ଉଷୁମାଇଥାଏ। ଗାଁରୁ ହିଁ ଏମାନେ ବେଶୀ ପରିମାଣରେ ଖାଦ୍ୟ ସଂଗ୍ରହ କରିଥାନ୍ତି। ଧାନ, ଗହମ, ଡାଲିଦାନା, କୀଟ, ପତଙ୍ଗ, ଜିଆ ଆଦି ଏମାନଙ୍କର ପ୍ରଧାନ ଖାଦ୍ୟ। ଶାବକମାନଙ୍କୁ ମଧ୍ୟ ସେମାନେ ଏହା ଖୁଆଇଥାନ୍ତି। ଏହି ପକ୍ଷୀଟି କେବଳ ଭାରତରେ ନୁହେଁ ବ୍ରିଟେନ୍,ନେଦରଲାଣ୍ଡରେ ମଧ୍ୟ ଦେଖାଯାଇଥାନ୍ତି। ଘରଚଟିଆର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଉଛି। ଏହି ଦିବସର ଉଦ୍ଦେଶ୍ୟ ହେଲା ଲୋପ ପାଇବାକୁ ବସିଥିବା ଘରଚଟିଆର ସଂରକ୍ଷଣ। ଘରଚଟିଆ ଦୁଇଟି ଜାତି ଓ ୧୨ ପ୍ରଜାତିର ଅଛନ୍ତି। ଗାଁଗହଳିରେ ଲୋକମାନଙ୍କ ଘରଚଟିଆକୁ ଛୁଇଁଲେ ପାଳିଜ୍ୱର ହୋଇ ନ ଥାଏ। ସେହିପରି ଘରଚଟିଆ ଧୂଳିରେ ଗଡ଼ିଲେ ବର୍ଷାର ଆଗମନ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। କଳାହାଣ୍ଡି ଅଞ୍ଚଳରେ ଆଗରୁ ବହୁ ଘରଚଟିଆ ଦେଖାଯାଉଥିଲା କିନ୍ତୁ ଏବେ ଚାଳଛପର ଘର ପରିବର୍ତ୍ତେ ଛାତ ଘର ଏବଂ ଆଜ୍ବେଷ୍ଟସ ଘର ଯୋଗୁ ଘରଚଟିଆ ବସା କରି ରହିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଯେଉଁଠି ବି ରହୁଛନ୍ତି ସେଇ ସ୍ଥାନକୁ ନିରାପଦ ମଣୁନାହାନ୍ତି। ଏବେଠୁ ସ୍ବେଚ୍ଛାସେବୀ ଛାତ୍ରୀଛାତ୍ର ପକ୍ଷୀ ବିଶେଷଜ୍ଞ, ଶିକ୍ଷକ, ଜଙ୍ଗଲ, ବିଭାଗ ଯଦି ଗାଁକୁ ଗାଁ ଯାଇ ସଚେତନ କରନ୍ତେ ତେବେ ଲୋପ ପାଇବାକୁ ଥିବା ଘରଚଟିଆର ବଂଶରକ୍ଷା ହୋଇପାରନ୍ତା ବୋଲି ପରିବେଶବିତ୍ମାନେ ମତ ଦିଅନ୍ତି।
|
ତାଇଓ୍ବାନ: ବହୁତ ଲୋକଙ୍କର ପର୍ବତାରୋହଣ କରି ଶିଖର ଛୁଇଁବା ଭଳି ସଉକ ଥାଏ। ମାତ୍ର ଏପରି କରିବା ପୂର୍ବରୁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜର ସୁରକ୍ଷା ଓ ସ୍ବାସ୍ଥ୍ୟ ଆଦି ବିଷୟରେ ଧ୍ୟାନ ରଖିବା ଉଚିତ୍। ନଚେତ ଜୀବନ ବି ଯାଇପାରେ। ନିକଟରେ ଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ତାଇଓ୍ବାନର ଜଣେ ମହିଳା ପର୍ବତାରୋହୀ। ସେ ହେଲେ ଗୀଗି ଉ କେ। ମଙ୍ଗଳବାର ତାଙ୍କର ମୃତଦେହ ଏକ ଜାତୀୟ ପାର୍କରୁ ଉଦ୍ଧାର କରାଯାଇଛି।
ଗୀଗି ଜାନୁଆରୀ ୧୧ରେ ନିଜର ଆଡ୍ଭେନ୍ଚର ତଥା ପର୍ବତାରୋହଣ ନିମନ୍ତେ ଘରୁ ବାହାରିଥିଲେ। ଏହାର ୭ ଦିନ ଅର୍ଥାତ ଜାନୁଆରୀ ୧୯ରେ ସାଟେଲାଇଟ୍ ଫୋନ ଯୋଗେ ସେ ନିଜ ସାଙ୍ଗମାନଙ୍କ ସହ କଥା ହୋଇଥିଲେ। ସେ ଆହତ ହୋଇ ଫସି ରହିଥିବା ସେମାନଙ୍କୁ ଜଣାଇଥିଲେ। ଏଣୁ ତାଙ୍କୁ ଉଦ୍ଧାର କରିବାକୁ ସହାୟତା କରିବା ଲାଗି ସେ ଅନୁରୋଧ କରିଥିଲେ। ତାଙ୍କୁ ଉଦ୍ଧାର କରାଯିବା ଲାଗି ଏକ ହେଲିକାପ୍ଟର ପଠାଯାଇଥିଲା। ମାତ୍ର ଖରାପ ପାଗ ଯୋଗୁ ବିମାନ ଯୋଗେ ତାଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ପରେ ୨ ଟି ଉଦ୍ଧାର କାରୀ ଟିମ୍ ଗଠନ କରାଯାଇ ୨୪ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ଗୀଗିଙ୍କୁ ପାଇଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ଅତ୍ୟଧିକ ଥଣ୍ଡା ପଡ଼ିବା ହେତୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ବିକିନି ପିନ୍ଧି ପର୍ବତାରୋହଣ କରିବାକୁ ଭଲପାଉଥିଲେ। ଏଣୁ ସେ ଯଦି ଅଧିକ ପୋଷାକ ପିନ୍ଧିଥାନ୍ତେ ତେବେ ସେ ଜୀବିତ ଥାଆନ୍ତେ ବୋଲି କୁହାଯାଉଛି। ସେ ସର୍ବଦା ନିଜର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଫେସବୁକ୍ରେ ଏ ନେଇ ପୋଷ୍ଟ କରୁଥିଲେ। ମାତ୍ର ଚଳିତ ଥର ସେ କରିଥିବା ପୋଷ୍ଟ ଶେଷ ଯାତ୍ରାର ବୋଲି ସେ ଭାବି ନ ଥିଲେ
|
ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଟ୍ରାକ୍ଟର ପଦଯାତ୍ରା ହିଂସା ଘଟଣାରେ ଦିଲ୍ଲୀ ପୋଲିସ କମିଶନର ଏସ.ଏନ୍ ଶ୍ରୀବାସ୍ତବ ପୋଲିସକୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ କହିଛନ୍ତି ଯେ ଆଗାମୀ କିଛିଦିନ ଆମ ପାଇଁ ବହୁତ ଚ୍ୟାଲେଞ୍ଜିଂ ହୋଇପାରେ। ସେଥିପାଇଁ ଆମକୁ ସଜାଗ ରହିବା ଆବଶ୍ୟକ । ଶ୍ରୀବାସ୍ତବ କହିଛନ୍ତି,୨୬ ଜାନୁଆରୀରେ କୃଷକ ଆନ୍ଦୋଳନ ଏବଂ ହିଂସା ପରେ ମଧ୍ୟ ଆପଣ ବହୁତ ସଂଯମତା ଓ ଉତ୍ତମ ବୁଝାମଣା ପ୍ରଦର୍ଶନ କରିଛନ୍ତି । ଯଦିଓ ଆମେ ବଳ ପ୍ରୟୋଗ କରିପାରିଥାନ୍ତେ କିନ୍ତୁ ଆମେ ବୁଝାମଣା ଦେଖାଇଥିଲୁ । ଆପଣଙ୍କ ଆଚରଣ ଯୋଗୁଁ ଦିଲ୍ଲୀ ପୋଲିସ ଏହି ଚ୍ୟାଲେଞ୍ଜର ମୁକାବିଲା କରିବାରେ ସଫଳ ହୋଇଛି । କୃଷକ ଆନ୍ଦୋଳନରେ ହୋଇଥିବା ହିଂସାରେ ଆମର ୩୯୪ ସାଥୀ ଆହତ ହୋଇଛନ୍ତି । ତଥାପି ଆଗାମୀ କିଛିଦିନ ଆମ ପାଇଁ ଆହୁରି ଚ୍ୟାଲେଞ୍ଜିଂ ହୋଇପାରେ । ଆମକୁ ସଜାଗ ରହିବା ଆବଶ୍ୟକ । ଆମ ସମସ୍ତଙ୍କୁ ଆମର ଧୌର୍ଯ୍ୟ ଏବଂ ଅନୁଶାସନ ବଜାୟ ରଖିବାକୁ ପଡିବ । ଆପଣଙ୍କ ଧୌର୍ଯ୍ୟ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି।
|
''ନବୀନ ଓ ମୋଦି ମିଶି ଓଡ଼ିଶାକୁ ଶୋଷିଲେ; ୬ ବର୍ଷରେ ରାଜ୍ୟ ହରାଇଲା ₹୭୨,୦୦୦ କୋଟି'': କଂଗ୍ରେସ
''ଓଡ଼ିଶାର KBK ଯୋଜନାକୁ ମୋଦି ସରକାର ବନ୍ଦ କଲେ । ରାଜ୍ୟର କିରୋସିନି କୋଟାକୁ କେନ୍ଦ୍ର କମାଇ ଦେଲା, ହେଲେ ନବୀନ ବାବୁ ଚୁପ୍ । ଓଡ଼ିଶାରେ ବେକାରୀ ସଂଖ୍ୟା ଦୃତ ଗତିରେ ବଢ଼ି ଜାତୀୟ ହାରକୁ ଟପିଲାଣି,'' କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହୁଛନ୍ତି ପଞ୍ଚାନନ କାନୁନଗୋ ।
- News18 Odia
- Last Updated: November 3, 2020, 8:36 PM IST
ଭୁବନେଶ୍ୱର: ୨୦୧୪ ମସିହାରୁ କେନ୍ଦ୍ରର ଶାସନ ଦାୟିତ୍ୱ ବିଜେପି ହାତକୁ ଯିବା ପର ଠାରୁ ଓଡ଼ିଶାରେ 'ନମୋ' ଅର୍ଥାତ୍ ନବୀନ-ମୋଦିଙ୍କ ''ଅଘୋଷିତ ମେଣ୍ଟ ସରକାର'' ରାଜ୍ୟ ରାଜକୋଷକୁ ୭୨ ହଜାର କୋଟି ଟଙ୍କାର କ୍ଷତି ପହଞ୍ଚାଇଥିବା ଅଭିଯୋଗ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଏ ସମ୍ପର୍କରେ ''ତଥ୍ୟ'' ପ୍ରଦାନ କରି କହିଛନ୍ତି ଯେ ଗତ ଛଅ ବର୍ଷ ଭିତରେ କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡି ସରକାର ସମୟରେ ଓଡ଼ିଶା ତା'ର ନ୍ୟାର୍ଯ୍ୟ ଦାବି ଓ ପ୍ରାପ୍ୟ ବାବଦରେ ୭୨ ହଜାର କୋଟି ଟଙ୍କା ହରାଇଛି ।
ଓଡ଼ିଶାର ସାମ୍ବିଧାନିକ ହକ୍ ଜି.ଏସ୍.ଟି. ବାବଦରେ ୨୦୧୯-୨୦ ମସିହା ପାଇଁ ଏ ପର୍ଯ୍ୟନ୍ତ ୮୦୦ କୋଟି ଟଙ୍କା କେନ୍ଦ୍ର ଦେଇନାହିଁ ଓ ୨୦୨୦-୨୧ ମସିହା ପାଇଁ ଏପ୍ରିଲରୁ ଜୁଲାଇ ମଧ୍ୟରେ ଓଡ଼ିଶା ଜି.ଏସ୍.ଟି. ବାବଦକୁ ୩,୬୪୭ କୋଟି ଟଙ୍କା କେନ୍ଦ୍ର ଠାରୁ ପାଇବାର ଅଛି ବୋଲି କହିଛନ୍ତି କାନୁନଗୋ । ''କିନ୍ତୁ ନବୀନ ବାବୁ ଏ ବିଷୟରେ କେନ୍ଦ୍ର ସମ୍ମୁଖରେ କୌଣସି ଦାବି ନ ଜଣାଇ ପୁନର୍ବାର ଋଣ କରିବା ପାଇଁ ନିଜର ସମ୍ମତି ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ରର ସମଗ୍ର ଦେଶ ପାଇଁ ୩୬,୪୦୦ କୋଟି ଟଙ୍କା ମଧ୍ୟରୁ ଓଡ଼ିଶାକୁ କେତେ ମିଳିଲା ସେ ବିଷୟରେ ମୁଖ୍ୟ ମନ୍ତ୍ରୀ ରାଜ୍ୟବାସୀଙ୍କ ସାମନାରେ ତଥ୍ୟ ରଖିବା ଉଚିତ,'' ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସୋମବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କାନୁନଗୋ ।
ଏହା ବି ପଢ଼ନ୍ତୁ | ଏହି ନେତାଙ୍କୁ ଗୁରୁ ମାନୁଥିଲେ ନରେନ୍ଦ୍ର ମୋଦୀ, ନିର୍ବାଚନ ଜିତିବା ପରେ ତାଙ୍କ ଆଶିର୍ବାଦ ନେଉଥିଲେ, ମିଠା ଖୁଆଉଥିଲେ
''ବିଗତ କିଛି ବର୍ଷ ଭିତରେ ମୋଦିଙ୍କର ପ୍ରତ୍ୟେକ ନିଷ୍ପତ୍ତିକୁ, ତାହା ଯେତେ କ୍ଷତିକାରକ ଓ ଲୋକବିରୋଧୀ ହେଉ ନା କାହିଁକି, ନବୀନ ବାବୁ ଓ ତାଙ୍କ ଦଳ ତାକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି । ସେ ବିମୁଦ୍ରାୟନ ହେଉ ବା ଜି.ଏସ୍.ଟି., ଚାଷୀ ଓ ଚାଷ ସମ୍ପର୍କିତ ଆଇନ୍ ବା କୋଇଲା ନିଲାମ ଓ ସିଏଏ ସମ୍ପର୍କିତ ଆଇନ୍ ହେଉ, ସବୁଥିରେ ନବୀନ ଓ ମୋଦିଙ୍କ ଡବଲ ଇଞ୍ଜିନ୍ର ସରକାର ଏକାଠି କାର୍ଯ୍ୟ କରୁଛନ୍ତି । ବିଜେପି ନେତାଙ୍କୁ ଓଡ଼ିଶାରୁ ରାଜ୍ୟ ସଭାକୁ ପଠାଇବାରେ ନବୀନବାବୁଙ୍କ ଅକୁଣ୍ଠ ସାହାଯ୍ୟ ସାରା ଓଡ଼ିଶା ଦେଖିଛି,'' କହିଛନ୍ତି କାନୁନଗୋ । ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହ ବରିଷ୍ଠ ନେତା ଜ୍ଞାନଦେବ ବେଉରା ଓ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।
ଏ ଭିତରେ ଓଡିଶାର ଋଣ ପରିମାଣ ୧ ଲକ୍ଷ ୨୫ ହଜାର କୋଟିରେ ପହଞ୍ଚିଲାଣି ଆଉ ଆଳୁ, ପିଆଜି ଓ ପେଟ୍ରୋଲ ଭଳି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଅତ୍ୟଧିକ ଦରଦାମ୍ ବୃଦ୍ଧି ସାଧାରଣ ଜନତାକୁ ହନ୍ତସନ୍ତ କରୁଛି ଓ ଲୋକଙ୍କ ଉପରେ ଆର୍ଥିକ ଚାପ ବଢ଼ାଇ ଦେଇଛି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କଲା ଯୁବକ, ଗିରଫ ହେଲା - ଦେଖନ୍ତୁ VIDEO
''ଓଡ଼ିଶାର କେବିକେ ଯୋଜନାକୁ ମୋଦି ସରକାର ବନ୍ଦ କଲେ । ରାଜ୍ୟର କିରୋସିନି କୋଟାକୁ କେନ୍ଦ୍ର କମାଇ ଦେଲା, କିନ୍ତୁ ନବୀନ ବାବୁ ଚୁପ୍ । ଓଡ଼ିଶାରେ ବେକାରୀ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇ ଜାତୀୟ ହାର ଠାରୁ ଉପରେ ରହିଛି । ବେକାରୀ ସ୍ଥିତି ଏତେ ସଙ୍ଗୀନ ହେଲାଣି ଯେ ଶିକ୍ଷିତ ଯୁବକ ଯୁବତୀମାନେ ବ୍ୟାଙ୍କରୁ ଆଣିଥିବା ଋଣ ସୁଝିବାକୁ ଅକ୍ଷମ । ରାଜ୍ୟରେ ବ୍ୟାଙ୍କ ଋଣର ୧୪ ପ୍ରତିଶତ ହେଉଛି କେବଳ ଶିକ୍ଷା ଋଣ । କୃଷକମାନେ ବି ଦାରିଦ୍ର ହେତୁ ବ୍ୟାଙ୍କରୁ ନେଇଥିବା ଋଣ ସୁଝିପାରୁ ନାହାନ୍ତି । ଏହି ଋଣର ପରିମାଣ ମୋଟ୍ ଏନ୍.ପି.ଏ.ର ପାଖାପାଖି ୧୪ ପ୍ରତିଶତ ହେଲାଣି । ଏହା ରାଜ୍ୟର ସାଧାରଣ ଜନତାଙ୍କର ଅତ୍ୟନ୍ତ ଶୋଚନୀୟ ଆର୍ଥିକ ସ୍ଥିତିକୁ ସୂଚାଉଛି,'' କହିଛନ୍ତି କାନୁନଗୋ ।
ଗତ ଛଅ ବର୍ଷ ଧରି ଲୁହାପଥର ରୟାଲିଟିର ଦର ବୃଦ୍ଧି କରାଗଲା ନାହିଁ ଓ ଏ ବାବଦରେ ରାଜ୍ୟ ପାଖାପାଖି ୪ ହଜାର କୋଟି ଟଙ୍କା ହରାଇଲା ବୋଲି ସେ କହିଛନ୍ତି । ଗତ ୬ ବର୍ଷ ଧରି କୋଇଲା ରୟାଲିଟିର ଦରର ପୁନଃସମୀକ୍ଷା କରାଯାଇ ନ ଥିବାରୁ ଓଡ଼ିଶା ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷତି ସହିଛି ବୋଲି କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଛନ୍ତି।
ନ୍ୟାସନାଲ୍ କ୍ଲିନ୍ ଏନର୍ଜି ଫଣ୍ଡ ବାବଦକୁ ଯେଉଁ ସେସ୍ ଆଦାୟ ହେଉଛି ସେଥିରୁ ଓଡ଼ିଶାର ଅଂଶ ବାବଦକୁ ରାଜ୍ୟ ବର୍ଷକୁ ପାଖାପାଖି ୮ ହଜାର କୋଟି ଟଙ୍କା ହରାଉଛି ବୋଲି ସେ କହିଛନ୍ତି । ''ଦୁଃଖର ସହିତ କହିବାକୁ ପଡୁଛି ଯେ ଜି.ଏସ୍.ଟି.ର କ୍ଷତିପୂରଣ ସେସ୍ ଓ ଅର୍ଥ କମିଶନଙ୍କ ଆବଣ୍ଟନ ପ୍ରକ୍ରିୟାରେ ରାଜ୍ୟର ଅଂଶ ବାବଦକୁ ଓଡ଼ିଶା ହଜାର ହଜାର କୋଟି ଟଙ୍କାର ନିଜସ୍ୱ ହକ୍ ବିଗତ ଛଅ ବର୍ଷ ଭିତରେ ହରାଇଛି । ଏଥିରୁ ଏକଥା ସ୍ପଷ୍ଟ ଯେ ସମଦୂରତାର କଥା କହୁଥିବା ନବୀନ ବାବୁ ନିଜର ଦଳୀୟ ସ୍ୱାର୍ଥ ପାଇଁ କେନ୍ଦ୍ରର ବିଜେପି ସରକାର ସମ୍ମୁଖରେ ଓଡିଶାର ନ୍ୟାର୍ଯ୍ୟ ଦାବି ଓ ହକକୁ ଉତ୍ଥାପନ କରିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି,'' କହିଛନ୍ତି ଶତପଥୀ । କଂଗ୍ରେସର ଏହି ଆରୋପ ଉପରେ ବିଜେଡି କିଛି କହିବାକୁ ମନା କରିଦେଇଛି ।
|
ପୁରୀ ଅଫିସ,୨।୧: ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଥିବା ମଙ୍ଗୁମଠ ଉଚ୍ଛେଦକୁ ନେଇ ଆରମ୍ଭରୁ ବହୁ ବିବାଦ ଉପୁଜିଥିଲା। ମଠର ବ୍ୟବସାୟିକ କୋଠା ଉଚ୍ଛେଦ ପରେ ପୁଣି ଏବେ ଚର୍ଚ୍ଚାକୁ ଆସିଛି ମଙ୍ଗୁ ମଠ। ଗୁରୁବାର ମଠର ଗାଦି ଘର ଛାତ ଉପରକୁ ଚଢ଼ି ୪ଜଣ ଶିଖ୍ ସମ୍ପ୍ରଦାୟର ବ୍ୟକ୍ତି ନିଶାଣ ଲଗାଇଛନ୍ତି। ପୋଲିସର ବିନା ଅନୁମତିରେ ସୁରକ୍ଷା ଜୋନ ମଧ୍ୟରେ ପଶି ନିଶାଣ ଲଗାଇବା ପ୍ରଶାସନ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ପୋଲିସ ସେମାନଙ୍କୁ ଛାତ ଉପରୁ ଓହ୍ଲାଇ ଆସିବାକୁ କହିବାରୁ ସେମାନେ ଛାତରୁ ଡେଇଁ ପଡ଼ିବାକୁ ମଧ୍ୟ ଧମକ ଦେଇଥିଲେ। ପରେ ପ୍ରଶାସନିକ ଅଧିକାରୀ ବୁଝାସୁଝା କରିବା ପରେ ସେମାନେ ଛାତରୁ ଓହ୍ଲାଇଥିଲେ।
|
ଆଜିର ସମୟରେ ବିଜୁଳି ଆମର ଜରୁରୀ ସଂସାଧନ ମଧ୍ୟରୁ ଅନ୍ୟତମ|ଏହା ବ୍ୟତୀତ ଜୀବନ ଅସମ୍ଭବ|ରେସିଡେଣ୍ଟାଲ ଲେବଲ ଠାରୁ ବିଜନେସ ଲେବଲ ପର୍ଯ୍ୟନ୍ତ ଦୈନିକ ଏହାର ବ୍ୟବହାର ବୃଦ୍ଧି ପାଇଛି|ଗୋଟିଏ ପାଖରେ ବିଜୁଳି ପାଇଁ ଜୀବନ ସହଜ ହେଉଥିବା ବେଳେ ଅନ୍ୟ ଏକ ପଟରେ ପରିବେଶକୁ ନଷ୍ଟ କରୁଛି|ଏଥିପାଇଁ ବୈଜ୍ଞାନିକମାନେ କ୍ଲିଜ ଏନର୍ଜିର ଏକ ଉପକରଣ ରେଡି କରୁଛନ୍ତି|
ଏହି ବିଶେଷ ଉପକରଣ ପୃଥିବୀରେ ସୂର୍ଯ୍ୟ ଭଳି ଶକ୍ତି ଉତ୍ପନ୍ନ କରିବ|ଏହା ଫଳରେ ଆଗକୁ ବହୁତ ଚେଞ୍ଜ ହେବ|ଏହି ପ୍ରକଳ୍ପ ଏତେ ବଡ ଯେ ଏହାକୁ ଏକୁଟିଆ କେହି ନାହିଁ ମାନେ ୩୫ ଦେଶ ମିଶିକି କରୁଛନ୍ତି|ଏଥିରେ ୧୦ ବର୍ଷ ପୂର୍ବରୁ କାମ ଚାଲିଛି|ବୈଜ୍ଞାନିକମାନେ ଏକ ଖାସ ଚୁମ୍ବକ ପ୍ରସ୍ତୁତିରେ ଲାଗିଛନ୍ତି|ଏହି ବିଶାଳ ମେସିନ ଇଣ୍ଟରନେସନାଲ ଥର୍ମୋନ୍ୟୁକ୍ଲିୟାର ଏକ୍ସପେରିମେଣ୍ଟାଲ ରେକ୍ଟରର ଅଂଶ ହେବ|ଏହାର ନାମ ସେଣ୍ଟ୍ରାଲ ସେଲୋନୋଏଡ।
ବୈଜ୍ଞାନିକଙ୍କ ଅନୁସାରେ ଏହି ମ୍ୟାଗ୍ନେଟ ଦ୍ଵାରା ପ୍ଲାଜମାରେ ପୱରଫୁଲ କରେଣ୍ଟ ପ୍ରବାହିତ କରାଯିବ|ଏଥିରେ ଫ୍ୟୁଜନ ରେକ୍ସନକୁ କଣ୍ଟ୍ରୋଲ କରିବାରେ ଓ ସେପ ଦେବାପାଇଁ ସାହାଯ୍ୟ ମିଳିବ|ଏଥିରେ କ୍ଲିନ ଏନର୍ଜି ମିଳିବ|ଏଥିରେ ଉଦଜାନ ୧୫୦ ମିଲିୟନ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଗରମ କରାଯିବ|ଏହା ସୂର୍ଯ୍ୟର ଭିତର ତାପରୁ ୧୦ ଗୁଣ|
ଏହି ପ୍ରକଳ୍ପର ଖାସ କଥା ଏହା ଯେ ଏହି ମେସିନ ଚଳାଇଵାକୁ କାର୍ଵନ ଡାଇଅକ୍ସାଇଡ୍,ନାଇଟ୍ରସ ଅକ୍ସାଇଡ୍,ମିଥେନ ଭଳି ଗ୍ରୀନ ହାଉସ ଉତ୍ପନ୍ନ ହେବନାହିଁ ଓ ରେଡିଓ ଆକ୍ଟିଭ କଚଡା ମଧ୍ୟ ଵାହାରିବ ନାହିଁ|ଫଳରେ ପରିବେଶ ସ୍ୱଚ୍ଛ ସହ ସ୍ୱଚ୍ଛ ଶକ୍ତି ମିଳିବ|ଏଥିରେ ଏତେସବୁ ବିଶେଷତ୍ଵ ସହ ଏହାକୁ ସୂର୍ଯ୍ୟ ସହ ତୁଳନା କରାଯାଇଛି|
ଆମେ ଏଠାରେ ଯେଉଁ ମ୍ୟାଗ୍ନେଟ କଥା କହୁଛୁ ଏହାର ଲମ୍ବ ୫୯ ଫୁଟ ଓ ବ୍ୟାସ ୧ ଫୁଟ ଅଟେ|ଏହାର ଓଜନ ପାଖାପାଖି ୧୦୦୦ ଟନ ହେବ|ଏହାର ପାୱାର ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ୨ ଲକ୍ଷ ୮୦ ହଜାର ଗୁଣ|ଏଥିରେ ୧୦୦୦ ଫୁଟ ଲମ୍ବ ଓ ୧ ଲକ୍ଷ ଟନ ଏୟାରକ୍ରାଫ୍ଟକୁ ୬ ଫୁଟ ଉଠାଇବା ତାକତ ରହିଛି|
ଏହି ମେସିନ ପ୍ରଥମେ ଆମେରିକାର କାର୍ଲିଫର୍ଣିଆରେ ବନାଯାଉଥିଲା |ଏବେ ଏହା ଫ୍ରାନ୍ସ ଫିସ୍ଟ କରିବା ବ୍ୟବସ୍ଥା ହୋଇଛି|୨୦୨୩ ଭିତରେ ଏହା ଇନଷ୍ଟଲ କରାଯିବ ଓ ୨୦୨୫ ପର୍ଯ୍ୟନ୍ତ ଏଥିରେ ଶକ୍ତି ଉତ୍ପାଦନ କରାଯିବ|ଏହି ପ୍ରକଳ୍ପରେ ୨୪ ମିଲିୟନ ଡଲାର ଖର୍ଚ୍ଚ ହେବ|ଭାରତୀୟ ମୁଦ୍ରାରେ ୧୭ ଖରବ ଟଙ୍କା ଖର୍ଚ୍ଚ ହେବ|ଏହି ପ୍ରକଳ୍ପ ପାଇଁ ଭାରତ,ଚୀନ,ଜାପାନ,କୋରିଆ,ରୂଷ,ୟୁକେ, ଆମେରିକା, ସୁଇଜରଲ୍ୟାଣ୍ଡ ସହ ୩୫ ଦେଶ ସାହାଯ୍ୟ କରୁଛନ୍ତି|
ଯଦି ପ୍ରକଳ୍ପ ସଫଳ ହୁଏ ତେଵେ ପର୍ଯ୍ୟାବରଣ ଓ ଲୋକମାନେ ଉଭୟ ଉପକୃତ ହେବେ|ଏହା ଗୋଟିଏ ପାଦ ଭବିଷ୍ୟତକୁ ନେଇଯିବ|
|
ପର୍ଯ୍ୟଟକଙ୍କୁ ବିଶ୍ୱପ୍ରସିଦ୍ଧ କୋଣାର୍କ ମନା : ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସୂର୍ଯ୍ୟମନ୍ଦିର . . ତାରାତାରିଣୀର ପ୍ରସିଦ୍ଧ ଦଣ୍ଡଯାତ୍ରା ଉପରେ କଟକଣା, ମୁଣ୍ଡନ ମନା
କନକ ବ୍ୟୁରୋ : ଖାଲି ପୁରୀ ଶ୍ରୀମନ୍ଦିର କାହିଁକି ରାଜ୍ୟର ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଜାରି ହୋଇଛି କରୋନା କଟକଣା । କେବଳ ମନ୍ଦିର ନୁହେଁ, ଅନେକ ପ ର୍ଯ୍ୟଟନ ସ୍ଥଳୀରେ ମଧ୍ୟ କରୋନା ସତର୍କତା ଜାରି ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କରୋନାର ମୁକାବିଲା ପାଇଁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ପର୍ଯ୍ୟଟନସ୍ଥଳୀ ଗୁଡିକରେ ସଚେତନତା ଓ ସତର୍କତା ଉପରେ ଜୋର ଦେଇଛି ପ୍ରଶାସନ ।
ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିର । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ପ୍ରତିଦିନ ଏହି ପ ର୍ଯ୍ୟଟନ ସ୍ଥଳୀକୁ ଦେଖିବାକୁ ଦେଶବିଦେଶରୁ ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ । ଆଉ ଯେତେବେଳେ କରୋନା ଭୂତାଣୁ ସାରା ବିଶ୍ୱକୁ ଗ୍ରାସ କରିଛି ସେତେବେଳେ କୋଣାର୍କରେ ବି ଜାରି ହୋଇଛି କରୋନା କଟକଣା । ପର୍ଯ୍ୟଟକଙ୍କୁ କୋଣାର୍କ ମନା । କରୋନା ପାଇଁ କୋଣାର୍କ ପରିଦର୍ଶନ ଉପରେ ୭ଦିନ ପର୍ଯ୍ୟନ୍ତ ଲାଗିଛି କଟକଣା । ଭାରତୀୟ ପ୍ରତ୍ନତତ୍ୱ ବିଭାଗକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତି ନିଷ୍ପତି ପର୍ଯ୍ୟନ୍ତ କୋଣାର୍କ ଯାଇପାରିବେନି ପର୍ଯ୍ୟଟକ ।
ଭୁବନେଶ୍ୱରର ଧଉଳୀ ଶାନ୍ତିସ୍ତୁପ । ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଏହି ସ୍ଥାନକୁ ଆସୁଥିବାରୁ ବର୍ତମାନ ଏହା ସମ୍ବେଦନଶୀଳ ଅଂଚଳ ହୋଇଯାଇଛି । ଆଜି ମଧ୍ୟ ଅନେକ ପର୍ଯ୍ୟଟକ ଧଉଳୀ ଆସି ଫେରିଯାଇଛନ୍ତି । କାରଣ ମାର୍ଚ୍ଚ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଧଉଳି ଶାନ୍ତିସ୍ତୁପକୁ ବନ୍ଦ ଘୋଷଣା କରାଯାଇଛି । ଇତିହାସରେ ପ୍ରଥମଥର ପାଇଁ କୌଣସି ଭୂତାଣୁ ଜନିତ ଭୟକୁ ନେଇ ଏପରି ବନ୍ଦ ନିଷ୍ପତି ନିଆଯାଇଛି ।
ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାହାରେ ସାନିଟାଇଜର ରଖାଯିବାକୁ ନିଷ୍ପତି ହୋଇଛି । ମନ୍ଦିରରେ ମାଇକ ମାଧ୍ୟମରେ କରୋନା ସତର୍କତା ନେଇ ଘୋଷଣା କରାଯାଉଛି । ପୋଷ୍ଟର ମାଧ୍ୟମରେ ସଚେତନତା କରାଯାଉଛି । କରୋନାକୁ ନେଇ ଜିଲ୍ଲା ପ୍ରଶାସନ ଯେତିକି ସଜାଗ ହୋଇଛି, ପର୍ଯ୍ୟଟକମାନେ ମଧ୍ୟ ସେତିକି ସଚେତନ ଅଛନ୍ତି ।
ଗଂଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ଉପରେ ଲାଗିଲା କରୋନା କଟକଣା । ପ୍ରସିଦ୍ଧ ଦଣ୍ଡନାଚ ଉପରେ ରୋକ ଲଗାଇଛି ପ୍ରଶାସନ । ତାରାତାରିଣୀ ଯାତ୍ରାରେ ଶିଶୁଙ୍କ ମୁଣ୍ଡନକୁ ବନ୍ଦ କରାଯାଇଛି । ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ନ ଆସିବା ପାଇଁ କୁହାଯାଇଛି । ତାରାତାରିଣୀ ଚୈତ୍ର ଯାତ୍ରାରେ ସ୍ଥାନୀୟ ଲୋକେ ହିଁ ମାଆଙ୍କ ପୂଜା କରିପାରିବେ ଏବଂ ମାଆଙ୍କ ଯାତ୍ରା ସମୟରେ ହେଉଥିବା ନାଚ ଗୀତକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସେପଟେ କାକଟପୁର ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମଙ୍ଗଳବାର ପର୍ବ ଆରମ୍ଭ ହୋଇଯାଇଛି । ୫ ପାଳି ବିଶିଷ୍ଟ ଏହି ପ୍ରସିଦ୍ଧ ଝାମୁଯାତ୍ରାରେ ଦ୍ୱିତୀୟ ପାଳି ଯାତ୍ରା ହେବାକୁ ଯାଉଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏଠାରେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ମଧ୍ୟରେ କରୋନା କଟକଣା ପାଇଁ ବିିଚାରବିମର୍ଶ ଚାଲିଛି ।
|
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କୋକସରା ବ୍ଲକ କାର୍ଯ୍ୟାଳୟଠାରେ ସୋମବାର ବ୍ଳକ ସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଧର୍ମଗଡ଼ ଉପଜିଲ୍ଲାପାଳ ବିରଞ୍ଚିନାରାୟଣ ଦରୱାନ, ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଜଳ ଓ ପରିମଳ ବିଭାଗ, ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଭଲି ଅନେକ ଗୁରୁତ୍ତ୍ୱପୂର୍ଣ ବିଭାଗର ଅଧିକାରୀମାନେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେସବୁର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। ଶିବିରରେ ବ୍ଳକର ୨୨ ଗୋଟି ପଞ୍ଚାୟତରୁ ମାତ୍ର ୩୯ ଜଣ ଲୋକେ ଆସି ଅଭିଯୋଗ ପଞ୍ଜିକରଣ କରିଥିବା ସୂଚନା ମିଳିଛି। ପ୍ରଚାର ପ୍ରସାର ଅଭାବ ଓ ବ୍ଳକ ପ୍ରଶାସନର ଅବହେଳା କାରଣରୁ ଅଳ୍ପ ସଂଖ୍ୟକ ଲୋକେ ଶିବିରରେ ଆସି ନିଜର ଆପତ୍ତି ଅଭିଯୋଗ ଜଣାଇଥିବା ଚର୍ଚ୍ଚା ହେଉଛି। ତେବେ ଅଧିକାରୀ ତୁଳନାରେ ଅଭିଯୋଗକାରୀ କମ୍ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଯେ' କୌଣସି ସରକାରୀ କାର୍ଯ୍ୟକ୍ରମରେ ବ୍ଳକ ଓ ତହସିଲ କାର୍ଯ୍ୟଳୟ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖବର ନ ଦେବାରୁ ବ୍ଲକ ସାମ୍ବାଦିକ ସମୂହ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ବ୍ଳକ ପ୍ରଶାସନର ଏଭଳି ଅବହେଳା ଯୋଗୁଁ ବୁଦ୍ଧିଜୀବୀ, ସାଧାରଣ ଜନତା ଓ ସାମ୍ବାଦିକ ମାନେ କ୍ଷୋଭ ପ୍ରକାଶ କରିଥିବାବେଳେ ଆଗକୁ ପ୍ରଚାର ପ୍ରସାର ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।
|
ହୋସପେଟା,୧୯।୧: ୨୦୧୮ରୁ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିବା ବିଧାୟକମାନଙ୍କୁ କର୍ନାଟକର ବରିଷ୍ଠ କଂଗ୍ରେସ ନେତା ବି.କେ. ହରିପ୍ରସାଦ ଗଣିକାଙ୍କ ସହ ତୁଳନା କରି ବିବାଦୀୟ ହୋଇଛନ୍ତି। ମଙ୍ଗଳବାର ହୋସପେଟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହରିପ୍ରସାଦ କହିଥିଲେ, ପରିବାର ପ୍ରତିପୋଷଣ ପାଇଁ ଯେଉଁ ମହିଳା ଦେହବେପାରକୁ ଆପଣାଇଥାଆନ୍ତି ସେମାନଙ୍କୁ ଗଣିକା କୁହାଯାଏ। ସେହିପରି ଯେଉଁ ବିଧାୟକମାନେ ନିଜକୁ ବିକ୍ରି କରିଦେଉଛନ୍ତି ସେମାନଙ୍କୁ କ'ଣ କୁହାଯିବ। ଏହା ଉପରେ ଭାଜପା ଆପତ୍ତି ଉଠାଇବା ପରେ ସେ କ୍ଷମା ମାଗିଛନ୍ତି ।
|
ନୂଆଦିଲ୍ଲୀ : କ୍ରିକେଟର ସଚିନ ତେନ୍ଦୁଲକର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସଚିନ ଲେଖିଛନ୍ତି ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସବୁ କରୁଛନ୍ତି। ତାଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି। କିନ୍ତୁ ପରିବାରର ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ତେଣୁ ଘରେ କ୍ୱାରେଣ୍ଟାଇନରେ ରହିଥିବା ସୂଚନା ଦେଇଛନ୍ତି। ତାଙ୍କୁ ଭଲ ପାଉଥିବା ସମସ୍ତ ଫ୍ୟାନ୍ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସଚିନ ଧନ୍ୟବାଦ ଜଣାଇଛନ୍ତି।
|
ମୁକୁଳିଲେ ଅଭିଜିତ ଆୟର। ହାଇକୋର୍ଟଙ୍କ ପରେ ଆଜି ଭୁବନେଶ୍ୱର SDJM ଓ କୋଣାର୍କ JMFC କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ୍ ମିଳିଥିବା ବେଳେ ଭବିଷ୍ୟତରେ ସେ ଆଉ ଏଭଳି ଅରୁଚିକର ମନ୍ତବ୍ୟ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ। ଏହା ପରେ ଜେଲ୍ରୁ ବାହାରିବା ପାଇଁ ରାସ୍ତା ପରିଷ୍କାର ହୋଇଥିଲା।
ଜେଲ୍ରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇଥିଲେ। ତାଙ୍କ ଓକିଲ୍ ହିଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆୟର ଆଜି ଭୁବନେଶ୍ୱରରୁ ସିଧା ଚେନ୍ନାଇ ଯିବେ। ସେଠାରେ ସେ ତାଙ୍କ ମାଆଙ୍କୁ ଭେଟିବେ।
ଗତ କିଛି ଦିନ ହେଲା ଅଭିଜିତ୍ ଆୟର ମିତ୍ର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କ୍ୟାପିଟାଲ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା।
588 total views, 3 views today
|
'ଅସାନି' ବିପଦ ଟଳିଲା: ଶେଷ ମୁହୂର୍ତରେ ଦିଗ ବଦଳାଇଲା ବାତ୍ୟା
କାକିନାଡ଼ାରେ ସ୍ଥଳଭାଗ ପାଖରେ ମୋଡ଼ ନେବ, ଓଡ଼ିଶା ଉପକୂଳରୁ ବହୁ ଦୂରରେ ଚାଲିଯିବ
ଭୁବନେଶ୍ବର: ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇ ସାରିଥିବା 'ଅସାନି'କୁ ନେଇ ପାଣିପାଗ ବିଭାଗ ଯେତେ ସବୁ ଆକଳନ କରିଥିଲା, ତାହା ଶେଷ ମୁହୂର୍ତରେ ବଦଳିଗଲା। ଦିଗ ବଦଳାଇ କିଛି ବାଟ ଆନ୍ଧ୍ର ମୁହାଁ ହେବା ସହିତ ଏହି ଭୀଷଣ ବାତ୍ୟା କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗ ପାଖକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିବ। ଫଳରେ ଓଡ଼ିଶା ପ୍ରତି ବିପଦ ଆପାତତଃ ଟଳିଯାଇଛି ଓ ଓଡ଼ିଶା ଉପକୂଳ ସହିତ ସମାନ୍ତରାଳ ଭାବେ ନୁହେଁ, ବରଂ ବହୁ ଦୂରରେ ଅତି ଦୁର୍ବଳ ଚେହେରା ନେଇ ବାତ୍ୟା ଆଗକୁ ବଢ଼ିବ। ରିପୋର୍ଟ ଲେଖା ହେବା ବେଳକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଯେଉଁ ତଥ୍ୟ ଦେଇଛି ତାହା ହେଲା, ଭୀଷଣ ବାତ୍ୟା ରୂପ ନେଇ 'ଅସାନି' ପୁରୀ ଠାରୁ ୫୩୦ କିଲୋମିଟର ଓ ଗୋପାଳପୁର ଠାରୁ ୬୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ଏବଂ ଘଣ୍ଟାକୁ ୬ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଆସନ୍ତାକାଲି ସକାଳ ସୁଦ୍ଧା ଏହା ଦୁର୍ବଳ ହୋଇ ବାତ୍ୟା ରୂପ ନେଇସାରିଥିବ। ଏହା ଯେବେ ଭାଇଜାକ୍ ପାଖରେ ଥିବ, ସେବେ କୋରାପୁଟ ଠାରୁ ୧୬୯ କିଲୋମିଟର ଦୂରରେ ରହିଥିବ। ଏବଂ ଗୋପାଳପୁର ଠାରୁ ୧୮୩ କିଲୋମିଟର ଦୂରରେ ଦୁର୍ବଳ ଅବସ୍ଥାରେ ଆଗକୁ ବଢ଼ିବ। ଅବଶିଷ୍ଟ ଉପକୂଳ ଅଞ୍ଚଳ ପାଇଁ ବିଶେଷ ପ୍ରଭାବ ନାହିଁ, କାରଣ ଏହା ସମୁଦ୍ରର ବହୁ ଦୂରରେ ଯିବ। ଏତେ ବର୍ଷା ବି ହୋଇନପାରେ। ତେବେ ସମୁଦ୍ର ଭୀଷଣ ଅଶାନ୍ତ ରହିବ।
ଦୁର୍ବଳ ହେଲାଣି; ଆଜିଠୁ ପ୍ରଭାବ କମିବ
ଗୋପାଳପୁରରୁ ୧୮୩ କିମି ଦୂରରେ ଯିବ
ଆଇଏମ୍ଡି ପୂର୍ବରୁ କହୁଥିଲା ଯେ 'ଅସାନି' ଆନ୍ଧ୍ର ଉପକୂଳମୁହାଁ ହେବା ପରେ ଦିଗ ପରିବର୍ତ୍ତନ କରି ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବେ ସମୁଦ୍ର ମଧ୍ୟରେ
ଗତି କରିବ। ଅର୍ଥାତ୍ ବାତ୍ୟା କେଉଁଠି ବି ସ୍ଥଳଭାଗ ଛୁଇଁବ ନାହିଁ ବୋଲି କୁହାଯାଇଥିଲା। ଯେହେତୁ ଉପକୂଳର ୮୦ରୁ ୨୦୦ କିଲୋମିଟର ଦୂରରେ ଯିବ, ଏଣୁ ୫୦ କିଲୋମିଟର ପାଖାପାଖି ପବନ ଓ ୭ରୁ ୧୧ ସେମି ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଆଜିର ପୂର୍ବାନୁମାନ ଅନୁଯାୟୀ, ଏହା ଓଡ଼ିଶା ଉପକୂଳଠାରୁ ବହୁ ଦୂରରେ ସମୁଦ୍ର ଭିତରେ ଗତି କରିବ। ପାଣିପାଗ ବିଭାଗର ଏହି ନୂଆ ଆକଳନ ସତ୍ତ୍ବେ ଓଡ଼ିଶା ସରକାର ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଜି ଓଡ୍ରାଫ୍ର ୧୨ଟି ଟିମ୍କୁ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ମୁତୟନ କରାଯାଇଛି। ସେହିପରି ଅଗ୍ନିଶମ ସେବାର ୧୨ଟି ଟିମ୍କୁ ମଧ୍ୟ ମାଲକାନଗିରି, କୋରାପୁଟ, ଗଜପତି ସମେତ ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ମୁତୟନ କରାଯାଇଛି। ଆଜି ଏହି ଟିମ୍ଗୁଡ଼ିକ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିବା ସ୍ବତନ୍ତ୍ର ରିଲିଫ୍ କମିସନର୍ (ଏସ୍ଆର୍ସି) ପ୍ରଦୀପ ଜେନା ଗଣମାଧ୍ୟକୁ ସୂଚନା ଦେଇଛନ୍ତି।
ଆଇଏମ୍ଡିର ଆକଳନ ଅନୁଯାୟୀ, 'ଅସାନି' ଆଜି ଆନ୍ଧ୍ରପ୍ରଦେଶମୁହାଁ ହୋଇଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା କାକିନାଡ଼ା ପାଖରେ ସ୍ଥଳଭାଗ ପାଖାପାଖି ଯାଏ ଯିବ। ସେତେବେଳକୁ ଏହା ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାର ରୂପ ନେଇ ସାରିଥିବ। କାକିନାଡ଼ାଠାରେ ପବନର ବେଗ ୭୦ରୁ ୮୦ କିମି ରହିବ। ଏହା ପ୍ରଭାବରେ ଆସନ୍ତାକାଲିଠାରୁ ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପରେ ସେଠାରୁ 'ଅସାନି' ଦିଗ ବଦଳାଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାମୁହାଁ ହେବ। କିନ୍ତୁ ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ ଓ ସେତେବେଳକୁ ଏହା ଅବପାତର ରୂପ ନେଇସାରିଥିବ।
ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ କୋରାପୁଟ, ରାୟଗଡ଼ା, ଖୋର୍ଧା, ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ମଧ୍ୟମଧରଣର ବର୍ଷା ହେବ। ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଇଏମ୍ଡି ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଅପରପକ୍ଷେ ଗଜପତି, ଗଞ୍ଜାମ, ପୁରୀରେ ଆସନ୍ତାକାଲି ୭୦ରୁ ୨୦୦ ମିମି ବର୍ଷା ହେବ ବୋଲି ଆକଳନ କରାଯାଇଛି। ୧୨ ତାରିଖ ଦିନ ମଧ୍ୟ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଣୁ ଆସନ୍ତା ୧୨ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଇଏମ୍ଡି ପକ୍ଷରୁ ସତର୍କ କରାଯାଇଛି।
ଅପରପକ୍ଷେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ତାଗିଦ୍କୁ ଅଣଦେଖା କରି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କରିବା ଓ ପ୍ରଶାସନକୁ ଅସୁବିଧାରେ ପକାଇବା ଘଟଣାକୁ ନେଇ ଏସ୍ଆର୍ସି ପ୍ରଦୀପ ଜେନା କ୍ଷୋଭ ପ୍ରକାଶ କରିଛନ୍ତି। ମତ୍ସ୍ୟଜୀବୀମାନେ ସରକାରଙ୍କ ନିର୍ଦ୍ଦେଶ ନମାନି ସମୁଦ୍ରକୁ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ଏସ୍ଆର୍ସି ଶ୍ରୀ ଜେନା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ, ଗଞ୍ଜାମ, ପୁରୀ, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି।
|
ନୂଆଦିଲ୍ଲୀ୨୧|୧୦: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ପାକିସ୍ତାନ ପ୍ରତିଶୋଧ ନେବା ପାଇଁ ବିଭିନ୍ନ ରଣନୀତି ଅବଲମ୍ବନ କରୁଛି। ସୀମାରେ ପାକ୍ ବାରମ୍ବାର ଅସ୍ତ୍ରବିରତି ଉଙ୍ଘନ କରୁଥିବା ନଜୀର ମଧ୍ୟ ରହିଛି। ଏଭଳି ହରକତ କଲେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯିବ ବୋଲି ଭାରତୀୟ ସେନା ମୁଖ୍ୟ ବିପିନ୍ ରାଓ୍ବାତ କହିଛନ୍ତି।
ସେନା ମୁଖ୍ୟ ବିପିନ ରାଓ୍ବାତ କହିଛନ୍ତି ପାକିସ୍ତାନର ବହୁ ଆତଙ୍କବାଦୀ ମରିଯିବାର ଖବର ରହିଛି। ଭାରତୀୟ ସେନାଙ୍କ ଆକ୍ରମଣରେ ପାକିସ୍ତାନର ୩ଟି ଚେକ୍ ପଏଣ୍ଟରେ ଧ୍ବଂସ ହୋଇଯାଇଛି। ସୂଚନା ମିଳିଛି ଯେ ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପ ଧୀରେ ଧୀରେ ସୀମା ଆଡ଼କୁ ମାଡି ଆସୁଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ବାରା ସବୁ କାର୍ଯ୍ୟ ମନିଟରିଂ କରାଯାଉଛି। ଏ ସଂପର୍କରେ ବିପିନ ରାଓ୍ବତ ଓ ରାଜନାଥ ସିଂହଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ପାକ୍ ଆତଙ୍କବାଦୀ ସୀମା ଆଡ଼କୁ ମାଡି ଆସୁଥିବାର ଖବର ରହିଛି। ତେଣୁ ଖୁବ୍ ଶୀଘ୍ର ପୁଣି ପାକିସ୍ତାନକୁ କଡ଼ା ଜବାବ ଦିଆଯିବ ବୋଲି ବିପିନ ରାଓ୍ବାତ କହିଛନ୍ତି।
|
୭ ମାସ ହେଲା ଭତ୍ତାରୁ ବଞ୍ଚିତ ବିଧବା ମୃଗୁଣୀ
ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତ ଅଧିନରେ ଥିବା ଖାଇରପାଲି ଗ୍ରାମର ଗଣେଶ ନଗରରେ ରହୁଥିବା ବିଧବା ମହିଳା ମୃଗୁଣୀ ନାଗ(୪୮)ଙ୍କୁ ଦୀର୍ଘ ୭ ମାସ ହେଲା ବିଧବା ଭତ୍ତା ମିଳି ନଥିବା ନଜରକୁ ଆସିଛି। ଏହି ବିଧବା ମହିଳାଙ୍କର ପରିବାର ବର୍ଗ କେହି ନାହାନ୍ତି। ସେ ଏକା ରହନ୍ତି । ସ୍ଵାମୀଙ୍କ ମୃତ୍ୟୁ ପରେ ସେ ଭଲ ଭାବରେ ଶୁଣି ପାରୁନାହାନ୍ତି। ବହୁ କଷ୍ଟରେ ବିଧବା ଭତ୍ତା ଟଙ୍କା ପାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ଗତ ଜାନୁଆରୀ ୨୦୨୩ରୁ ଆଉ ତାଙ୍କୁ ସେହି ଭତ୍ତା ଟଙ୍କା ମିଳୁନଥିବା ସେ ପ୍ରକାଶ କରିଛନ୍ତି। ଏଥିପାଇଁ ସେ କାହାକୁ କହିବେ ତାହା ମଧ୍ୟ ଜାଣି ପାରୁନାହାନ୍ତି। ପଞ୍ଚାୟତକୁ ଗଲେ ଭତ୍ତା ଟଙ୍କା ଆସି ନଥିବା କହି ତାଙ୍କୁ ଫେରାଇ ଦିଆଯାଉଛି। କିନ୍ତୁ କଣ ପାଇଁ ଟଙ୍କା ଆସୁନାହିଁ ତାହା କେହି ସ୍ପଷ୍ଟ କହୁ ନାହାନ୍ତି। ଲୋକଙ୍କୁ ପଚାରି ପଚାରି ସେ ଅତାବିରାକୁ ଆସିଥିଲେ, କାଳେ ତାଙ୍କର ଆଧାର ନମ୍ୱରରେ କିଛି ଭୁଲ ରହିଥିବ ବୋଲି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କ ଘରକୁ ଘର ଯାଇ ଭତ୍ତା ଟଙ୍କା ଦେବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ମୃଗୁଣୀଙ୍କ କ୍ଷେତ୍ରରେ ତାହା ଓଲଟା ସାବ୍ୟସ୍ତ ହୋଇଛି। ଲୋକଙ୍କୁ ପଚାରି ସେମାନେ ଯାହା କହୁଛନ୍ତି, ତାହା କରିବା ପାଇଁ ବହୁ କଷ୍ଟରେ ମାଇଲ ଦୂର ଚାଲି ଚାଲି ଆସି କାମ ନ ହେଲେ ପୁଣି ଫେରୁଛନ୍ତି। ଜିଲା ତଥା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏମିତି ଅସହାୟ ଲୋକଙ୍କ ଅସୁବିଧାକୁ ବୁଝି ବିହୀତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।
|
ବ୍ୟୁରୋ ରିପୋର୍ଟ: ଏସିଆ କପ ୨୭ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ହେବାର ଅଛି। ପରଦିନ ମାନେ ୨୮ ଅଗଷ୍ଟକୁ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବାର ଅଛି। ଏହି ମ୍ୟାଚକୁ ଦେଖିବା ପାଇଁ ଦୁଇ ଦେଶର ଦର୍ଶକ ଅପେକ୍ଷା କରିଥାଇ ପାରନ୍ତି ଯାହାର ଟିକେଟ ୧୫ ଅଗଷ୍ଟରୁ ବିକ୍ରି ହେବା ଆରମ୍ଭ ହେବାର ଅଛି। ଏସିଆନ କ୍ରିକେଟ କାଉନ୍ସିଲ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି। ଏସିସି ଲେଖିଛି,"ଏସିଆ କପ ୨୦୨୨ ପାଇଁ ଟିକେଟ ବିକ୍ରି ୧୫ ଅଗଷ୍ଟରୁ ଆରମ୍ଭ ହେବ"। ଏହା ସହିତ କାଉନ୍ସିଲ ସେହି ଅନ୍ଲାଇନର ସୂଚନା ଦେଇଛନ୍ତି ଯାହା ଦ୍ୱାରା ଏସିଆ କପର ଟିକେଟ ଲୋକ କିଣିପାରିବେ।
ଭାରତ,ପାକିସ୍ତାନ, ଶ୍ରୀଲଙ୍କା ,ଆଫଗାନିସ୍ତାନ, ବଙ୍ଗଳାଦେଶ ପ୍ରଥମରୁ ଟୁର୍ଣ୍ଣାମେଣ୍ଟ ପାଇଁ କ୍ବାଲିଫାଏ କରିଛନ୍ତି। ଯେବେକି କ୍ବାଲିଫାୟର ୟୁଏଇ,କୁୱେତ,ସିଂଗାପୁର ଓ ହଂଙ୍ଗକଂଙ୍ଗ ମଧ୍ୟରେ ଓମାନରେ ହେବାର ଅଛି। ଏହାର ପ୍ରଥମ ମ୍ୟାଚ ୨୦ ଅଗଷ୍ଟକୁ ହଂଙ୍ଗକଂଙ୍ଗ ଓ ସିଙ୍ଗାପୁର ମଧ୍ୟରେ ହେବାର ଅଛି।
ପ୍ରଥମେ ଶ୍ରୀଲଙ୍କାରେ ହେବାର ଥିଲା ଏସିଆ କପ:
ଏସିଆ କପର କଥା କହିବା ତ ଏହା ପ୍ରଥମେ ଏହି ବର୍ଷ ଶ୍ରୀଲଙ୍କାରେ ଆୟୋଜନ ହେବାର ଥିଲା। କିନ୍ତୁ ରାଜନୈତିକ ଓ ଆର୍ଥିକ ଅସ୍ଥିରତା କାରଣରୁ ପରେ ଆୟୋଜନ ସମିତି ଏହାକୁ ୟୁଏଇରେ କରିବାକୁ ସ୍ଥିର କରିଥିଲେ। ଏହାକୁ ନେଇ ଏସିସି ଏକ ବୟାନରେ କହିଛି,"ଶ୍ରୀଲଙ୍କାରେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏହାକୁ ୟୁଏଇରେ କରିବା ପାଇଁ ଫଇସଲା କରାଗଲା"।
ଭାରତୀୟ ଟିମ ଜିମ୍ବାୱେ ଗ୍ରସ୍ତରେ ଯାଇଛି:
କହିରଖିବୁ ଭାରତୀୟ ଟିମ ଏସିଆ କପ ପୂର୍ବରୁ ଜିମ୍ବାୱେ ଗ୍ରସ୍ତରେ ୧୮ ଅଗଷ୍ଟରୁ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳିବ। ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତଙ୍କ ଭଳି ଖେଳାଳି ଖେଳିବେ ନାହିଁ। ଜିମ୍ବାୱେ ଗ୍ରସ୍ତରେ କେ ଏଲ ରାହୁଲଙ୍କୁ ଅଧିନାୟକ କରାଯାଇଛି। ଏହା ଛଡା ଦୀପକ ଚାହାର ମଧ୍ୟ ୬ ମାସ ପରେ ଟିମକୁ ଫେରିଛନ୍ତି।
ଟିମ ଇଣ୍ଡିଆ ୭ ଥର ଏସିଆ କପ ଜିତିଛି:
ଏସିଆ କପ ଇତିହାସରେ ଭାରତ ସବୁଠୁ ସଫଳ ଟିମ ଅଟେ। ଭାରତ ସବୁଠୁ ଅଧିକ ୭ ଥର ଏସିଆ କପ ଜିତିଛି ,ଶ୍ରୀଲଙ୍କା ୫ ଥର ଓ ପାକିସ୍ତାନ ୨ ଥର ଜିତିଛି। ଭାରତ ଓ ପାକିସ୍ତାନ ମଧ୍ୟରେ କେବେବି ଏସିଆ କପ ଫାଇନାଲ ମ୍ୟାଚ ହେଇନାହିଁ। ଭାରତ ଶେଷ ଥର ୪ ବର୍ଷ ତଳେ ବଙ୍ଗଳାଦେଶକୁ ହରାଇ ଚମ୍ପିୟନ ହୋଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।
|
ନୀଳଗିରି:(ସୌମ୍ୟାସାଇ ବାରିକ୍)ଶତାବ୍ଦୀ ଶତାବ୍ଦୀ ର ପ୍ରତୀକ୍ଷା ର ଅନ୍ତ ଘଟିଛି। ଭାରତୀୟ ସଂସ୍କୃତି, ଅସ୍ମିତା ର ପ୍ରତୀକ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ର ଭୂମି ପୂଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କରକମଳରେ ଶେଷ ହୋଇଛି। ସାରା ଦେଶରେ ପ୍ରଭୁ ଶ୍ରୀରାମ ଙ୍କର ଜୟ ଜୟକାର।ସାରା ଦେଶରେ ଜାତି, ଧର୍ମ, ବର୍ଣ୍ଣ, ଦଳ, ମତ ନିର୍ବିଶେଷରେ, ସମସ୍ତେ ଆଜି ନିଜକୁ ରାମ ପ୍ରେମ ରେ ହଜାଇ ଦେଇଛନ୍ତି। ସବୁଠି ପୂଜାର୍ଚନା, ଭଜନ, କୀର୍ତ୍ତନ ଓ ଯଜ୍ଞା। ସେଥି ରୁ ନୀଳଗିରି ବା ବାଦ୍ ପଡ଼ନ୍ତା କେମିତି..? କାରଣ ଅଯୋଧ୍ୟା ନଗରୀ ସହିତ ନୀଳଗିରି, ନୀଳ ପାହାଡ଼ ସ୍ଵର୍ଣ୍ଣଚୂଡ ର ଭାବଗତ ସମ୍ପର୍କ ତ୍ରେତୟା ଯୁଗରୁ ଲମ୍ବି ଆସିଛି ବୋଲି ପୌରାଣିକ ଆଖ୍ୟାନ ରହିଛି। ଯେପରି କୁହା ଯାଇଛି ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ୧୪ ବର୍ଷ ବନବାସ ସମୟରେ ମାତା ସୀତା କ୍ଳାନ୍ତି ଅନୁଭବ କରିବାରୁ ଏକ ରମଣୀୟ ସ୍ଥାନରେ ପ୍ରଭୁ ଶ୍ରୀ ରାମ ଅଟକି ଯାଇଥିଲେ।
ମାତା ସୀତା ଙ୍କ ସ୍ନାନ ପାଇଁ ନିଜର ଶର ମୁନରେ ସ୍ରୁଷ୍ଟି କରିଥିଲେ ସପ୍ତଶୀରା ନଦୀ। ସେହି ନଦୀ ରେ ସ୍ନାନ ସାରି ମାତା ସୀତା ପର୍ଣ୍ଣ କୁଟୀର ରେ ବିଶ୍ରାମ ନେଉଥିଲେ। ସେହି ସମୟରେ ଏକ ଅଦ୍ଭୁତ କଥା ଦେଖିଲେ – ପ୍ରଭୁ ଶ୍ରୀରାମଚନ୍ଦ୍ର ପଶ୍ଚିମ ଦିଗ ରେ ଅବସ୍ଥିତ ଏକ ଧୂସର ପାହାଡ କୁ ଚାହିଁ ମୁରୁକି ମୁରୁକି ହସୁଛନ୍ତି। ମାତା ସୀତା ଅତ୍ୟନ୍ତ ଶ୍ରଦ୍ଧା ରେ ପ୍ରଭୁ ଙ୍କୁ ପଚାରିଲେ ମୁରୁକି ହସିବାର କାରଣ। ପ୍ରଭୁ କହିଲେ ମୁଁ ମୋର ଆଗାମୀ ଜନ୍ମ ର ଲୀଲା ଖେଳା ସମ୍ପର୍କରେ, ସେଇ ମନୋରମ ଦୃଶ୍ୟ କୁ ଦେଖୁଥିଲି। ମାତା ସୀତା ଙ୍କ ଅନୁରୋଧ କ୍ରମେ ନିଜର ଶର ମୁନରେ ପାହାଡ ଛୁଇଁ ଖଣ୍ଡିଏ ପଥର କାଟି ଆଣିଥିଲେ। ପାହାଡ କୁ ଛୁଇଁବା ମାତ୍ରେ ପାହାଡ ର ରଙ୍ଗ ନୀଳ ହୋଇଯାଇଥିଲା। ତେଣୁ ଏହି ସ୍ଥାନ ର ନାମ ନୀଳଗିରି ହୋଇଛି ବୋଲି କୁହଯାଏ। ଅନ୍ୟ ପକ୍ଷରେ ପଥର ଉପରେ ତୀର ମୁନରେ ଆଙ୍କି ଥିଲେ ତାଙ୍କ ଦ୍ଵାପର ଲୀଳା ର ଚିତ୍ର। ସେ ସମୟରେ ଯେଉଁ ରମଣୀୟ ସ୍ଥାନରେ ଅବସ୍ଥାନ କରିଥିଲେ ସେହି ସ୍ଥାନ ର ନାମ କାଳକ୍ରମେ ରେମୁଣା ହୋଇଛି। ଯାହା ଗୁପ୍ତ ବୃନ୍ଦାବନ ଭାବେ ବେଶ୍ ଜଣା। କ୍ଷୀରଚୋରା ଗୋପୀନାଥ ମନ୍ଦିର ରେ ପୂଜା ପାଉଛନ୍ତି।
ଶ୍ରୀରାମ ପଥର ରେ ସ୍ଵହସ୍ତରେ ଅଙ୍କିତ ରୂପ ଗୋପିନାଥ ଭାବେ କ୍ଷୀରଚୋରା ମନ୍ଦିର ରେ ଏବେ ପୂଜା ପାଉଛନ୍ତି। ଯାହା ଜନଶ୍ରୁତି ରେ ବେଶ୍ ଆଦୃତ ହୋଇଛି। ସେହି ଏକକ ପଥର ରେ ଆଙ୍କି ଥିବା ବାଲ୍ୟ ଲୀଳା ର ଚିତ୍ର, ଗାଈ ବାଛୁରି, ଗୋପ ବାଳକ, ଶ୍ରୀକୃଷ୍ଣ ଗାଈ ଚରାଇବା ର ଦ୍ରୁଶ୍ୟ ଆଜିବି ଦେଖିବାକୁ ମିଳେ। ସେ ଯାହା ହେଉ ଆଜି ନୀଳଗିରି ରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଦଳମତ ନିର୍ବିଶେଷରେ ଅଯୋଧ୍ୟା ରେ ହେଉଥିବା ଭୂମି ପୂଜନ ପାଇଁ ଜାଗଜଜ୍ଞ, ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ନୀଳଗିରି ର ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ, ରାଣୀ ମନୋଜା ମଞ୍ଜରି ଦେବୀ,ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଚନ୍ଦ୍ର ଶେଖର ନନ୍ଦ, ଚନ୍ଦ୍ରବିନ୍ଦୁ ଦାଶ, ମନୋରଞ୍ଜନ ବେହେରା, କରୁଣାକର ପଣ୍ଡା ପ୍ରମୁଖ ବହୁ ଶ୍ରୀ ରାମ ପ୍ରେମୀ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।ସି ଏଠାରେ ସୂଚନା ଯୋଗ୍ଯ ୯୦ ଦଶକରେ ଅଯୋଧ୍ୟା ରେ କର ସେବା ରେ ଯୋଗ ଦେବାକୁ ଯାଇଥିବା ଅଧୁନା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଙ୍କ ସହିତ ଯାଇଥିବା କର ସେବକ ମାନଙ୍କ ମଧ୍ୟରୁ ୮୮ ବର୍ଷ ବୟସ୍କ ନିରଞ୍ଜନ ଷଡଙ୍ଗୀ ଏଥିରେ ଯୋଗ ଦେଇଥିଲେ। ସକାଳ ୭ ଟା ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ଯା ୭ ଟା ରେ ଶେଷ ହେବ ବୋଲି ଜଣା ଯାଇଚି।
|
ଏଥିରେ ଏମିତି ଭିଡିଓ ଅଛି ଆପଣ ଦେଖି ନିଶ୍ଚିତ ରୂପରେ ଡରିଯିବେ, ଏଥିରେ କିଛି ଏମିତି ରହିଛି ଆମ ବୁଝିବାର ବାହାରେ । ଏମିତି ବହୁତ ଜିନିଷ ରହିଛି ଯାହା ଉପରେ ବିଶ୍ବାସ କରିବାକୁ ଚାହିଁ ନଥାଉ । ନିଜକୁ ମଜଭୁତ କରିବା ପାଇଁ ଏହାକୁ ଗ୍ରହଣ କରି ନଥାଉ ।
ଏମିତି କିଛି ଜିନିଷ ବିଷୟରେ ଯାହା ଆମକୁ ଡରାଇ ଥାଏ, ଆମେ ତାକୁ ନଜର ଅନ୍ଦାଜ କରିଥାଉ ଓ ଭବିଠଉ ଏମିତି କିଛି ନଥିବା ବୋଲି । ଆଜି ଆମେ ଏମିତି କିଛି ଫୋଟ ଦେଖାଇବୁ ଯାହା ଲୋକଙ୍କ ଦ୍ଵାରା କ୍ୟାମେରାରେ ରେକର୍ଡ କରାଯାଇଛି । ଏହି ଫୋଟ ଦେଖି ଆପଣଙ୍କ ମତ ମତ ଦେବେକି ଆପଣଙ୍କୁ କଣ ଅନୁଭବ ହେଲା ଏହି ଫୋଟକୁ ଦେଖି । ଏହି ଭିଡିଓରେ ଛୁଆଟିକୁ ଦେଖୁଛନ୍ତି, ଏହି ପିଲାଟି ଆଇନାକୁ ଦେଖି ଖେଳୁଛି ଯେମିତିକି ସାଧାରଣ ଛୁଆମାନେ କରୁଛନ୍ତି ।
ପିଲାଟି ପଛରେ ତାର ବାପା ଭିଡିଓ ବନାଉଥିଲେ ଯେମିତି ସାଧାରଣ ବାପା ମା ମାନେ କରିଥାନ୍ତି । ଯେତେବେଳେ ଛୁଆଟିକୁ ଲାଗିଲା କି କିଏ ତାର ଭିଡିଓ ବନାଉଛି ପିଲାଟି ପଛକୁ ବୁଲି କ୍ୟାମେରା ଆଡକୁ ଦେଖିଲା । ତା ପରେ ଦେଖନ୍ତୁ କଣ ହେଲା କିନ୍ତୁ ଆଇନରେ ଦେଖା ଯାଉଥିବା ଛୁଆ ମଧ୍ୟ ସେମିତି ବୁଲୁ ଯାଇଥାନ୍ତା କିନ୍ତୁ ଏମିତି ହେଲାନି । ଆଇନରେ ଥିବା ଛୁଆ ସେହି ପିଲାଟୁକୁ ଦେଖୁଛି, ଯେମିତି ଲାଗୁଛି କି ଏହା ଆଉ ଗୋଟେ ଛୁଆ ଆଇନରେ ରହିଛି । ଆପଣଙ୍କୁ ଏହି ଭିଡିଓ ଦେଖି କେମିତି ଲାଗୁଛି ।
ଏହି ଭିଡିଓରେ ଦେଖୁଛନ୍ତି ଜ୍ଗିଆତି ଡ୍ୟାନ ଏକାଡେମି ଆଶି ଆଇନା ଆଗରେ ଆସି ଡ୍ୟାନ୍ସ ଅଭ୍ଯାସ କରୁଛି । ଏହି ଡ୍ୟାନ୍ସ କ୍ଲାସରେ ଚାରିପଟରେ ଆଇନା ଲାଗିଛି, ସାଧାରଣତ ଏମିତି ଅଇନା ଲାଗିଥାଏ । ଦେଖନ୍ତୁ ସିସିଟିଭି କ୍ୟାମେରାରେ ଦେଖନ୍ତୁ ଆଉ କିଛି ରେକର୍ଡ ହୋଇଛି । ଝିଅଟି ଡ୍ୟାନ୍ସ କରି କରି ଗୋଟିଏ ଜାଗାରେ ବସି ପଡୁଛି । ଆଇନରେ ଚାରିଆଡେ ଏହି ଝିଅଟିର ଋଫ୍ଳେକସାନ ନଜର ଆସୁଛି, କିନ୍ତୁ କିଛି ସମୟ ପରେ ଏମିତି ହେଲା ଏହି ଫୁଟେଜ ରାତାରାତୀ ଭାଇରାଲ ହୋଇଗଲା ।
ଏହି ଝିଅତିର ପଛ ରିଫ୍ଲେକଶଙ୍କୁ ଧ୍ୟାନର ସହିତ ଦେଖନ୍ତୁ କେମିତି କେମିତି ସେ ଝିଅଟିର ଋଫ୍ଳେକସନ ବସିଥିବା ଜାଗରୁ ଉଠି ଠିଆ ହୋଇଯାଉଛି । ଆପଣ ଏହି ଭିଡିଓକୁ ଇଣ୍ଟରନେଟରେ ମଧ୍ୟ ଦେଖିପାରିବେ । ଆପଣଙ୍କ କଣ ମତ ମତାମତ ନିଶ୍ଚିତ ରୂପରେ ଜଣାଇବେ ।
|
ଟିଟୋକୁ ଦରଦ! : ଏସ୍ଟିଏଫ୍ ବାଟବଣା, ବେନଜୀର୍ ଇନ୍ଫ୍ରାକୁ ଷ୍ଟିଭେଡର୍ ଲାଇସେନ୍ସର ଖୋଳତାଡ଼ କରୁନି
ପେଟ୍ରୋଲ ପମ୍ପ ମାମଲାର ତଦନ୍ତ ଆଗଉନି, ଟେଣ୍ଡର ଫିକ୍ସିଂ ମାମଲା ରୁଜୁ କରି ଚୁପ୍
ଭୁବନେଶ୍ୱର : ଏମିତି କରିଦେବୁ, ତାକୁ ଉଠାଇଦେବୁ, କାହାକୁ ଛାଡିବୁନି। ଟି', ସାମ୍ରାଜ୍ୟର ସବୁ ଅଭିଯୁକ୍ତଙ୍କୁ ଜେଲ୍ ହାଜତରେ ପୂରାଇ ଦିଆଯିବ।
ଦୁର୍ଦାନ୍ତ ଅପରାଧୀ ସୟଦ ଉସମାନ୍ ଅଲ୍ଲୀ ଓରଫ୍ ଟିଟୋ ମାମଲାରେ ପ୍ରଥମ କେଇ ଦିନ ଏମିତି ମୁହଁ ଫୁଟାଣି ମାରୁଥିଲା କ୍ରାଇମବ୍ରା଼ଞ୍ଚ ଏସ୍ଟିଏଫ୍। ହେଲେ ଦିନ ଯେତିକି ଗଡୁଛି, ହଠାତ୍ କାହିଁକି କେଜାଣି, ଏସ୍ଟିଏଫ୍ର ତଦନ୍ତ ଯେମିତି ବାଟବଣା ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି।
ଟିଟୋ ଅପରାଧ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ତଥ୍ୟ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। କିନ୍ତୁ ଏସ୍ଟିଏଫ୍ ସେଦିଗରେ କୌଣସି ପଦକ୍ଷେପ ନ ନେବା ଏବେ ଚର୍ଚ୍ଚାର ବିଷୟ ହେଲାଣି। ଟିଟୋକୁ ପାରାଦୀପ ପୋର୍ଟରେ ପେଟ୍ରୋଲ ପମ୍ପ ମିଳିବା ଘଟଣାରେ ତୈଳ ନିଗମର ତ୍ରୁଟି ନେଇ ଖୋଦ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିଲେ ହେଁ, ଏଦିଗରେ ପୁଲିସ ତଦନ୍ତ ଆଉ ଆଗଉ ନାହିଁ। କେବଳ ସେତିକି ନୁହେଁ, କେଉଁଭଳି ପରିସ୍ଥିତିରେ ଟିଟୋ ପତ୍ନୀ ବେନଜୀର୍ଙ୍କ କଂପାନିକୁ ଷ୍ଟିଭେଡୋରିଂ ଲାଇସେନ୍ସ ମିଳିଲା, ଏହା ପଛରେ କେଉଁମାନଙ୍କର ହାତ ଅଛି, ଏ କାରବାରର ରାଜନୈତିକ ଲିଙ୍କ୍ କ'ଣ, ସେ ନେଇ ମଧ୍ୟ ଏସ୍ଟିଏଫ୍ ତଦନ୍ତ ଆରମ୍ଭ କରାଯାଇନାହିଁ। ଫଳରେ ଗୋଟିଏ ସମୟରେ ଚର୍ଚ୍ଚାକୁ ଆସିଥିବା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ତଦନ୍ତକୁ ନେଇ ସାଧାରଣରେ ଅନେକ ସନ୍ଦେହ ଉଙ୍କି ମାରୁଛି।
ଉଲ୍ଲେଖଯୋଗ୍ୟ, କେଉଁ ପରିସ୍ଥିତିରେ ସୟଦ ବ୍ରଦର୍ସ ଫିଲିଂ ଷ୍ଟେସନ୍ ଓ ପାରାଦୀପ ଅସ୍ଥାୟୀ କୋକୋ ପେଟ୍ରୋଲ ଟାଙ୍କି ଅପରାଧିକ ପୃୃଷ୍ଠଭୂମିର ବ୍ୟକ୍ତିଙ୍କୁ ମିଳିଲା, ତା'ର ସିବିଆଇ ତଦନ୍ତ ପାଇଁ ଭାରତୀୟ ତୈଳ ନିଗମ ତଦନ୍ତ ପାଇଁ ସୁପାରିସ୍ କରିଥିଲା। ଖୋଦ୍ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଅନୁମୋଦନ ଦେଇଥିଲେ। ଉଭୟ ଘଟଣାରେ ଗାଇଡ୍ଲାଇନ୍ ଉଲ୍ଲଂଘନ ହୋଇଥିବା କର୍ତ୍ତୃପକ୍ଷ ସ୍ୱୀକାର କରି ସାରିଛନ୍ତି। ହେଲେ ଏହାର ଯଥେଷ୍ଟ ଆଗରୁ ଏସ୍ଟିଏଫ୍ ଏହି ଘଟଣାରେ ମାମଲା ରୁଜୁ କରିଥିଲେ ହେଁ, ତଦନ୍ତର ଅଗ୍ରଗତି ଶୂନ୍। ନା କର୍ତ୍ତୃପକ୍ଷଙ୍କୁ ଡାକି ଜେରା କରାଯାଉଛି, ନା କେଉଁଭଳି ପରିସ୍ଥିତିରେ ଜମି ଦିଆଗଲା, କିଏ କିଏ ଏଥିପାଇଁ ସହଯୋଗ କରିଥିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାଣି।
ଏମିତି ପରିସ୍ଥିତିରେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ୯ ନମ୍ବର ଓ୍ଵାର୍ଡ, ଦିଲାରପୁର, କେନ୍ଦ୍ରାପଡ଼ା ଠିକଣାରେ ଥିବା ବେନଜୀର୍ ଇନଫ୍ରାଷ୍ଟକଚର୍ ପ୍ରାଇଭେଟ୍ ଲିମିଟେଡ୍କୁ ପାରାଦୀପରେ ଷ୍ଟିଭେଡରିଂ ପାଇଁ ଲାଇସେନ୍ସ ଦିଆଯାଇଛି। ୨୦୧୫ ମସିହା ନଭେମ୍ବର ୩ ତାରିଖ ଦିନ କର୍ତ୍ତୃପକ୍ଷ ଏହି ଲାଇସେନ୍ସ ପ୍ରଦାନ କରିଛନ୍ତି। ସେହିବର୍ଷ ନଭେମ୍ବର ୨ ତାରିଖରେ ଏହି ଫାଇଲ୍ ମଞ୍ଜୁର ଲାଭ କରିଥିଲା। ପାରାଦୀପ ପୋର୍ଟ ଅଧ୍ୟକ୍ଷଙ୍କ ଦସ୍ତଖତରେ ଜାରି ହୋଇଥିବା ଏହି ଲାଇସେନ୍ସର ଅବଧି ୩ ବର୍ଷ ରହିଛି। ଅର୍ଥାତ୍ ୨୦୧୮ ନଭେମ୍ବର ପହିଲା ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ।
ପ୍ରଶ୍ନ ଉଠୁଛି, ବେନଜୀର୍ ଇନ୍ଫ୍ରାଷ୍ଟକଚର୍ ପ୍ରାଇଭେଟ୍ ଲିମିଟେଡ୍ର ଏମିତି କ'ଣ ଅଭିଜ୍ଞତା ଥିଲା ଯେ କର୍ତ୍ତୃପକ୍ଷ ତାକୁ ଲାଇସେନ୍ସ ପ୍ରଦାନ କଲେ? ଦୁର୍ଦାନ୍ତ ଅପରାଧୀ ଟିଟୋ ସହିତ କଂପାନି ସଂପୃକ୍ତ ଥିବା କଥା ସମସ୍ତେ ଜାଣନ୍ତି। ଏପରିସ୍ଥଳେ କର୍ତ୍ତୃପକ୍ଷ ପୁଲିସ ରିପୋର୍ଟ ମାଗିଥିଲେ କି? ଯଦି ମଗାଯାଇଥିଲା, ପୁଲିସ ପକ୍ଷରୁ କ'ଣ କ୍ଲିନ୍ଚିଟ୍ ଦିଆଯାଇଥିଲା। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଭୂମିକା କିଛି ନାହିଁ। ଟିଟୋ କଂପାନିରେ କେତେ ଶ୍ରମିକ କେବେଠାରୁ କାର୍ଯ୍ୟ କରୁଥିଲେ, ସେ ନେଇ ଅନୁଧ୍ୟାନ ହୋଇଛି? ଏ ସଂପର୍କରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜାଣିପାରିନଥିଲା କେମିତି? ଯଦି ଜାଣିଥିଲା, ଏ ନେଇ କେହି ଆପତ୍ତି କରିଥିଲେ? ଏହା ପଛରେ କେଉଁ କେଉଁ ରାଜନୈତିକ ନେତାଙ୍କ ହାତ ଅଛି? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉତ୍କଣ୍ଠା ବଢାଇଲାଣି। ହେଲେ ଏସ୍ଟିଏଫ୍ କିନ୍ତୁ ଏ ଦିଗରେ ତଦନ୍ତ ଆଗେଇବା ପରିବର୍ତେ ଟିଟୋ ସହଯୋଗୀଙ୍କ ଆଡ୍ଡା ଖୋଜିବା ଭିତରେ ତଦନ୍ତକୁ ସୀମିତ ରଖିଥିବା ସୂଚନା ମିଳୁଛି।
ଉଲ୍ଲେଖଥାଉକି, ଟିଟୋର ଅପରାଧ ଦୁନିଆ କେବଳ କେନ୍ଦ୍ରାପଡାରେ ସୀମିତ ନଥିଲା। ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା ଜିଲ୍ଲା ବ୍ୟତୀତ ସେ ରାଜ୍ୟ ବାହାରେ ବି ଜାଲ ବିଛାଇଥିଲା। ଏହାର ଗ୍ୟାଙ୍ଗରେ ଶହ ଶହ ଦୁର୍ଦାନ୍ତ ଅପରାଧୀ କାର୍ଯ୍ୟ କରୁଛନ୍ତି। ଏମାନେ ଯେ ସ୍ଥାନୀୟ ପୁଲିସ ଅଜାଣତରେ କାମ କରୁଥିଲେ ଏକଥା ବି ନୁହେଁ। ଟେଣ୍ଡର ଫିକ୍ସିଂ ଘଟଣାରେ ଟିଟୋ ନାଁ ବାରମ୍ବାର ଚର୍ଚ୍ଚାକୁ ଆସିଛି। ପାଖାପାଖି ଦୁଇ ବର୍ଷ ତଳେ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲା ପ୍ରଶାସନ ଓ ପୁଲିସକୁ କଡ଼ା ଚିଠି ଲେଖିଥିଲେ। କିଭଳି ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଟେଣ୍ଡର ଫିକ୍ସିଂ କରାଯାଉଛି, ସେ ନେଇ ଏଥିରେ ଆପତ୍ତି ଉଠାଯାଇଥିଲା। ସେହିଭଳି ଜଳସଂପଦ ବିଭାଗର ଟେଣ୍ଡର ଫିକ୍ସିଂ ନେଇ ଏବେ ଏସ୍ଟିଏଫ୍ ମକଦ୍ଦମା ରୁଜୁ କରିଛି। ହେଲେ ସ୍ଥାନୀୟ ଯନ୍ତ୍ରୀମାନେ ଏକଥା ଜାଣିନାହାନ୍ତି? ଜିଲ୍ଲା ପ୍ରଶାସନ ପାଖରେ ଖବର ନଥିଲା? ଏମାନଙ୍କୁ ଡାକି ଜେରା କରିବା ଲାଗି ଏସ୍ଟିଏଫ୍ ଏତେ କୁନ୍ଥକୁନ୍ଥ କାହିଁକି?
|
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
ଫ୍ଲାଟ ବିକ୍ରିରେ କୋଟି କୋଟି ଟଙ୍କା ଠକେଇ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ମଙ୍ଗଳବାର ସକାଳେ ସଲ୍ଟ ହ୍ରଦର ସିଜିଓ କମ୍ପ୍ଲେକ୍ସରେ ଇଡି ଅଧିକାରୀ ନୁସରତ ଜାହାନଙ୍କୁ ପଚରାଉଚରା କରାଯାଉଛି।'ନିୟୁ ଟାଉନ୍ ଅଫ୍ କୋଲ୍କାତା'ରେ କେତୋଟି ଫ୍ଲାଟ୍ ଦେବ ବୋଲି ପ୍ରତିଶ୍ରୁତି ଦେଇ ଏକ ରିୟଲ ଇଷ୍ଟେଟ୍ କମ୍ପାନି ଠକିଛି ବୋଲି ଦଳେ ବରିଷ୍ଠ ନାଗରିକ ଅଭିଯୋଗ ଫାଇଲ କରିବାରୁ ସାଂସଦ ତଥା ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଜହାଁଙ୍କ ନାଁରେ 'ପ୍ରବର୍ତ୍ତନ ନିର୍ଦେଶାଳୟ' ମାମଲା ରୁଜୁ କରିଥିଲା ବୋଲି 'ପିଟିଆଇ'ରିପୋର୍ଟ କରିଛି।
ସୂଚନାନୁସାରେ, ୨୦୧୪-୧୫ ମସିହାରେ ୪୦୦ ରୁ ଅଧିକ ବରିଷ୍ଠ ନାଗରିକ ଏକ କମ୍ପାନୀରେ ଟଙ୍କା ଜମା କରିଥିଲେ। ଏହି ସମୟ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ୫.୫ ଲକ୍ଷ ଟଙ୍କା ନିଆଯାଇଥିଲା ଏବଂ ସେମାନଙ୍କୁ ପ୍ରତିବଦଳରେ ୧୦୦୦ ବର୍ଗଫୁଟ ଫ୍ଲାଟ ପ୍ରତିଶୃତି ଦିଆଯାଇଥିଲା। ହେଲା ଏହା କରାଯାଇ ନଥିଲା ଏବଂ ଫ୍ଲାଟ କେହି ପାଇ ନଥିଲେ କିମ୍ବା ଟଙ୍କା ଫେରସ୍ତ ହୋଇନଥିଲା। ସେହି ସମୟରେ ନୁସରତ ଜାହାନ କମ୍ପାନୀର ଏକମାତ୍ର ନିର୍ଦ୍ଦେଶକ ଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି ନେତା ଶଙ୍କୁଦେବ ଇଡି କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ, ଏହା ପରେ ଇଡି ନୁସରତଙ୍କ ଉପରେ କଡାକଡି କରିବା ଆରମ୍ଭ କରିଥିଲା। ତେବେ ସେ ଏପରି କୌଣସି କମ୍ପାନୀ ସହ ଜଡିତ ନୁହଁନ୍ତି ଏବଂ ମାମଲାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ନୁସରତ ଦାବି କରିଛନ୍ତି।
|
Home Entertainment କଙ୍ଗନାଙ୍କ ଦ୍ୱାରା ଅଭିନୀତ ଜୟଲଳିତାଙ୍କ ବାୟୋପିକ ଫିଲ୍ମ 'ଥଲାଇଭି'ର ପୋଷ୍ଟର ଟ୍ୱିଟରରେ ରିଲିଜ ହେବାରୁ ଲୁକକୁ...
ତାମିଲନାଡୁର ମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ଜୟଲଳୀତାଙ୍କ ଜୀବନ ଉପରେ ଆଧାରିତ ଏକ ବାୟୋପିକ ଫିଲ୍ମ 'ଥଲାଇଭି' ଏ. ଏଲ୍ ବଜୟଙ୍କ ନିର୍ଦ୍ଦେଶନାରେ ତିଆରି ହେଉଛି। ଏଥିରେ କଙ୍ଗନା ରାଣାୱତ ଜୟଲଳିତା ରୋଲ୍ରେ ଅଭିନୟ କରୁଛନ୍ତି। ଆଉ ଗତକାଲି କଙ୍ଗନାଙ୍କ ଫିଲ୍ମର ଫାଷ୍ଟ୍ ଲୁକ୍ ପୋଷ୍ଟରକୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ନିଜ ଟ୍ୱିଟର୍ ଆକାଉଣ୍ଟରେ ଶେଆର୍ କରିଛନ୍ତି।
ଏହି ଫିଲ୍ମର କାହାଣୀ ତାଙ୍କ ଅଭିନୟ କ୍ୟାରିୟରର ଆରମ୍ଭରୁ କରି ସେ ରାଜନିତୀରେ କିପରି ଆସିଲେ ଓ ରାଜନୀତିରେ ଆସିବା ପରେ ସେ କେଉଁ କେଉଁ ପରିସ୍ଥିତିର ସାମ୍ନା କରିଥିଲେ ତାହା ଦେଖିବାକୁ ମିଳିବ। ଏହି ଫିଲ୍ମର କାହାଣୀ 'ବାହୁବଲି' ଫିଲ୍ମର ରାଇଟର ଫେମ୍ ବିଜୟେନ୍ଦ୍ର ପ୍ରସାଦ ଲେଖିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଜୁନ୍ ୨୬ରେ ରିଲିଜ୍ ହେବାକୁ ଯାଉଛି।
ଏହି ପୋଷ୍ଟରକୁ ଶେଆର କରି ରଙ୍ଗୋଲି ଟ୍ୱିଟରରେ ଲେଖିଛନ୍ତି ଯେ,"ଜୟଳଲିତା ପ୍ରସିଦ୍ଧ ଥିଲେ ବୋଲି ତାଙ୍କ କାହାଣୀ ଏବେବି କୁହାଯିବାକୁ ବାକି ରହିଛି। 'ଥଲାଇଭି' ଚରିତ୍ର ଭାବେ ଆସୁଛନ୍ତି କଙ୍ଗନା ରାଣାୱତ। ଖୁବ ଶୀଘ୍ର ଏହି ଫିଲ୍ମ ୨୦୨୦ ଜୁନ୍ ୨୬ରେ ପରଦାକୁ ଆସିବ।"
କଙ୍ଗନା ଏହି ପୋଷ୍ଟରରେ ପୂରା ଅଜବ ଦେଖାଯାଉଛନ୍ତି। ଏମିତି ମେକଅପ ସେ ନେଇଛନ୍ତି ଯେ ହଠାତ୍ କେହି ଜଣେ ଜାଣିପାରିବେନି ଯେ ସେ କଙ୍ଗନା ବୋଲି କାରଣ ଜୟଲଳିତାଙ୍କ ଭଳି ଦେଖାଯିବା ପାଇଁ ତାଙ୍କୁ ଏହିଭଳି ମେକ୍ଅପ୍ ଦିଆଯାଇଛି।
ଅନ୍ୟପକ୍ଷରେ କଙ୍ଗନାଙ୍କ ଲୁକ୍କୁ ଅନେକ ଲୋକ ପସନ୍ଦ କରି ନାହାନ୍ତି। ଫ୍ୟାନ୍ମାନେ ତାଙ୍କର ଏହି ଲୁକ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି, ତେଣୁ ଟ୍ରଲ କରିବା ଆରମ୍ଭ କରିଦେଇଛନ୍ତି | ସେମାନଙ୍କ ମତରେ ପୋଷ୍ଟରରେ କଙ୍ଗନା ନା ନିଜ ଭଳି ଦେଖାଯାଉଛନ୍ତି ନା ଜୟଲଳିତାଙ୍କ ଭଳି ଲାଗୁଛନ୍ତି। ମେକ୍ଅପ୍ ଉଚ୍ଚମାନର ହୋଇନାହିଁ ବୋଲି ଲୋକେ କହିଛନ୍ତି।
କଙ୍ଗନାଙ୍କ ଅନେକ ଫ୍ୟାନ ମାନଙ୍କ ଭିତରୁ ଜଣେ ଟ୍ୱିଟର୍ରେ ଲେଖିଛନ୍ତି ଯେ, 'ଏଇ ମେକ୍ ଅପ୍ ତାଙ୍କୁ ମାନୁନି, ଅରିଜିନାଲ୍ ଭଳି ସେ ଦିଶୁନାହାନ୍ତି। ମୁଁ କଙ୍ଗନାଙ୍କର ଜଣେ ବହୁତ ବଡ଼ ଫ୍ୟାନ୍। କିନ୍ତୁ ଜାଣିନି କାହିଁକି ଲାଗୁଛି ଯେ ଏହା ତାଙ୍କ ପାଇଁ ମଜାକ୍ ହୋଇଯିବନି ତ।' ସେହିପରି ଆଉ ଜଣେ ଫ୍ୟାନ ଲେଖିଛନ୍ତି ଯେ, 'ମେକ୍ଅପ୍ ଓ ଲୁକ୍ରେ କଙ୍ଗନା ଭୟଙ୍କର ଲାଗୁଛନ୍ତି। ଏହା ପ୍ରକୃତ ଲୁକ୍ ସହ ଆଦୌ ମ୍ୟାଚ୍ କରୁନାହିଁ।' ଆଉଜଣେ ଲେଖିଛନ୍ତି, 'ଆଜି ପର୍ଯ୍ୟନ୍ତ ଭିତରେ ଦେଖାଯାଇଥିବା ସବୁଠୁ ହାସ୍ୟାସ୍ପଦ ପୋଷ୍ଟର।'
|
ଏଭଳି ଅବତାରରେ ମସଜିଦ ପହଂଚିଲେ ଜ୍ୟାକଲିନ ।
ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ କିଛି ଦିନ ହେବ ଅବୁଧାବି ସ୍ଥିତ ଗ୍ରାଣ୍ଡ ଶେଖ ଗ୍ରାଣ୍ଡ ମସ୍ଜିଦ ବୁଲିବା ପାଇଁ ଯାଇଥିଲେ । ଏହାର ଫଟୋ ସେ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସେ ଆଗାମୀ ଫିଲ୍ମ ରେସ-୩ର ସୁଟିଂ ପାଇଁ ଅବୁଧାବି ଯାଇଥିଲେ । ସେ ଫିଲ୍ମ ସୁଟିଂର ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ସଲମାନ ଖାନଙ୍କ ନଜର ଆସିଛନ୍ତି ।
|
ଜଣେ ସ୍ତ୍ରୀ ନିଜ ସ୍ୱାମୀ ପାଇଁ ଏଭଳି ଛାତିଫଟା ଚି-ତ୍କାର କରି କାନ୍ଦୁଛି । ଯାହାକୁ ଦେଖିଲେ ଆପଣବି କା-ନ୍ଦି ପକାଇବେ । ଆଉ ସ୍ତ୍ରୀ କାନ୍ଦିବାର କାରଣ ହେଉଛି , ଯେଉଁ ସ୍ୱାମୀରେ ସହିତ ସାରା ଜୀବନ ରହିବ ବୋଲି ଭାବିଥିଲା , ସେ ଆଉ ଏ ଦୁନିଆରେ ନାହିଁ । ସବୁଦିନ ପାଇଁ ନିଜ ସ୍ତ୍ରୀକୁ ଛାଡ଼ି ଚାଲି ଯାଇଛି । ଆଉ ସ୍ତ୍ରୀ ମନେ ମନେ କହୁଛି ଯେ ଦେଢଶୁର ଏଭଳି କେମିତି କରି ପାରିଲା ? ଆଜ୍ଞା ହଁ , ଜଣେ ବଡ ଭାଇ ନିଜ ସାନ ଭାଇର ହ-ତ୍ୟା କରିଛି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଗଞ୍ଜାମ ଜିଲ୍ଲା ସରଡ଼ାର ଜଗନ୍ନାଥପୁର ଶାସନରଅଟେ ।
ତେବେ ସେହି ଅଞ୍ଚଳର ଯୁବକ ନିଲୁ ବିଶୋଇଙ୍କ ମୃ-ତ ଦେହ ଏକ ନାଳରୁ ମିଳିବା ପରେ ତାଙ୍କର ହ-ତ୍ୟା ହୋଇଥିବା କୁହାଯାଇଛି । ତାଙ୍କୁ ପି-ଟି ପି-ଟି ହ-ତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ନିଲୁଙ୍କ ବଡ଼ ଭାଇ ତାଙ୍କୁ ପି-ଟି ପି-ଟି ହ-ତ୍ୟା କରିଥିବା ଏଭଳି କିଛି ଅଭି-ଯୋଗ ଆଣିଛନ୍ତି ତାଙ୍କର ନିଜ ଶଳା ଦୀପକ ନାୟକ ।
ଖବର ଅନୁଯାୟୀ ନିଲୁଙ୍କ ଦେହରେ ଏବଂ ବେକରେ ଚିହ୍ନ ଥିବା ବେଳେ ତାଙ୍କ ହ-ତ୍ୟା କରିବା ପରେ ନିକଟରେ ଥିବା ଏକ ନାଳରେ ଫିଙ୍ଗି ଦିଆଯାଇଥିଲା । ଯେଉଁଠାରୁ ତାଙ୍କର ମୃ-ତ ଦେହ ଉ-ଦ୍ଧାର ହୋଇଥିଲା । ଆଉ ତାଙ୍କ ମୃ-ତ ଦେହକୁ ଉ-ଦ୍ଧାର କରିବା ପରେ ଗାଁ ଲୋକେ ତାଙ୍କୁ ହ-ତ୍ୟା ହୋଇଥିବା ଅନୁମାନ କରିଥିଲେ ।
ଏହାପରେ ନିଲୁଙ୍କ ଶଳା ଦୀପକ ଆସି କହିଥିଲେ ଯେ ଗତକାଲି ତାଙ୍କ ଭିଣୋଇ ନିଲୁ ଏବଂ ତାଙ୍କର ବଡ଼ ଭାଇ ଏବଂ ଶ୍ୱଶୁର ମ-ଦ ପିଇବାକୁ ଯାଇଥିଲେ । ଏହାପରେ ସେଠାରେ ମଧ୍ୟ ନିଲୁଙ୍କୁ ମା-ଡ଼ ମା-ରି ମା-ରି ଆଣିଥିଲେ ଏବଂ ଘର ପାଖରେ ଥିବା ଏକ ନାଳ ପାଖରେ ହ-ତ୍ୟା କରି ସେଠାରେ ଫିଙ୍ଗି ଦେଇଥିଲେ । ଘଟଣା ବିଷୟରେ ଜାଣିବା ପରେ ନିଲୁଙ୍କ ସ୍ତ୍ରୀ ଏବଂ ପରିବାର ଲୋକେ ଘଟ-ଣାସ୍ଥଳରେ ପହଞ୍ଚିଛନ୍ତି ।
ନିଲୁଙ୍କ ଗ୍ରାମ ଜଗନ୍ନାଥପୁର ଶାସନ ହୋଇଥିବା ବେଳେ ତାଙ୍କୁ ପ୍ରତାପପୁରକୁ ଆଣି ହ-ତ୍ୟା କରାଯାଇଥିବା ଅଭି-ଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ । ତେବେ ଖବର ପାଇ ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ଶ-ବକୁ ଉ-ଦ୍ଧାର କରିବା ସହିତ ତ-ଦନ୍ତ ଆରମ୍ଭ କରିଛି । ତ-ଦନ୍ତ ପରେ ହିଁ ଅସଲ ହ-ତ୍ୟାକା-ରୀ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
|
ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କେଉଁ କାରଣ ପାଇଁ ବିସିସିଆଇ ଅ-ଧ୍ୟ-କ୍ଷ ସୌରଭ ଗାଙ୍ଗୁଲି ଙ୍କୁ ଦେବାକୁ ହେବ ଫାଇନ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ ଙ୍କ ଉପରେ ଲାଗିଛି ଜୋରିମାନା । ଗାଙ୍ଗୁଲି ଙ୍କ ଉପରେ ଜୋରିମାନା ଲଗାଇ ଛନ୍ତି କୋଲକାତା ହାଇକୋର୍ଟ ।ଭାରତୀୟ କ୍ରିକେଟ ବୋର୍ଡ ର ଅ-ଧ୍ୟ-କ୍ଷ ସୌରଭ ଗାଙ୍ଗୁଲି ଏବେ ଜୋରିମାନା ଦେବେ । ଏକ ଜମି ର ଆବଣ୍ଟନ ମା-ମ-ଲା ରେ କୋଲକାତା ହାଇ କୋର୍ଟ ସୋରଂଭ ଙ୍କ ଉପରେ ଏହି ଜୋରିମାନା ର ଆଦେଶ ଦେଇ ଛନ୍ତି । ସେହି ମାମଲା ରେ ମଧ୍ୟ ପଶ୍ଚିମବଙ୍ଗ ସରକାର ଏବଂ ଗୃହ ନିଗମ HIDCO ଉପରେ ଜୋରିମାନା ଲଗାଇ ଛନ୍ତି । ମା-ମ-ଲା ର ଶୁଣାଣି କରିବା ପରେ ହାଇ କୋର୍ଟ ଏହା କହିଛି ଜେ ଦେଶ ସବୁବେଳେ ଖେଳାଳି ଙ୍କ ସାଥି ରେ ରହିଛି।
ଏହା ସତ ଯେ ସୌରଭ ଗାଙ୍ଗୁଲି ଦେଶ ପାଇଁ ବହୁତ୍ ଗୌରବ ଆଣି ଛନ୍ତି ଏବଂ ଆମ ଦେଶ ପାଇଁ କ୍ରିକେଟ ରେ ତାଙ୍କର ବହୁ ମୂଲ୍ୟ ଭୂମିକା ରହିଥିଲା । କିନ୍ତୁ ଆ-ଇ-ନ କିମ୍ବା ନିୟମ କଥା କୁ ଦୃଷ୍ଟି ରେ ରଖିଲେ ସମ୍ବିଧାନ ଆଗରେ ସମସ୍ତେ ସମାନ, କେହିବି ଆ-ଇ-ନ ଉପରେ ନୁହନ୍ତି।
ପ୍ରାୟ ୧୦ ବର୍ଷ ତଳେ କୋଲକାତା ରେ ଏକ କ୍ରିକେଟ ଏକାଡେମୀ ଖୋଲିବା ପାଇଁ ପଶ୍ଚିମବଙ୍ଗ ସରକାର ସୋରଭ ଗାଙ୍ଗୁଲି ଦେଇଥିବା ଏକ ଜମି କୁ ନେଇ ଏହି ମାମଲା ଟି ହାଇକୋର୍ଟ ରେ ପହଞ୍ଚି ଥିଲା । ବିନା ଟେ-ଣ୍ଡ-ର ଏପରି ନେଇ ଆ-ଇ-ନ ର ଉ-ଲଂ-ଘ-ନ ହୋଇଥିବା ଅଭିଯୋଗ ହୋଇଥିଲା । ପରେ ବି-ବା-ଦ ବଢ଼ି ବାରୁ ଗାଙ୍ଗୁଲି ସେହି ଜମି କୁ ସରକାର ଙ୍କୁ ଫେରାଇ ଦେଇଥିଲେ ।
ଏହା ର ଶୁଣାଣି କରି କୋଲକାତା ହାଇ କୋ-ର୍ଟ ଏହା କହିଛନ୍ତି ଯେ ,ଉଭୟ ସୌରଭ ଗାଙ୍ଗୁଲି ଏବଂ ପଶ୍ଚିମବଙ୍ଗ ଆବାସ ନିଗମ ଠୁ ଜୋରିମାନା ଆଦାୟ କରିବା ପାଇଁ। ସୌରଭ ଗାଙ୍ଗୁଲି ଙ୍କ ଉପରେ ୧୦ ହଜାର ଟଙ୍କା ର ଜୋରିମାନା ଲାଗିଥିବା ବେଳେ ପଶ୍ଚିମବଙ୍ଗ ଆବାସ ନିଗମ ଙ୍କ ଉପରେ ୫୦ ହଜାର ଟଙ୍କା ର ଜୋରିମାନା ଲାଗିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।
|
ଅକ୍ଟୋବର ପହିଲାରୁ ଆରମ୍ଭ ହେବ 'ବିଗ୍ ବସ୍'ର ୧୧ତମ ସଂସ୍କାରଣ
ଆସନ୍ତା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଟିଭି ସିରିଜ୍ 'ବିଗ୍ ବସ୍' ର ୧୧ତମ ସଂସ୍କାରଣ । ଏନେଇ ଏକ ଭିଡିଓ ଜରିଆରେ ଆରମ୍ଭ ତାରିଖ ନେଇ ଘୋଷଣା କରିଛନ୍ତି ଏହି ସୋ'ର ଉପସ୍ଥାପକ ସଲମାନ ଖାନ୍ ।
ଏହି କାର୍ଯ୍ୟକ୍ରମର ଆରମ୍ଭ ନେଇ ଏକ ଭିଡିଓ ଜାରି ହୋଇଛି । ଯେଉଁଥିରେ ସଲମାନ ଏକ ଶାସ୍ତ୍ରୀୟ ରୁପରେ ଦର୍ଶକଙ୍କ ନଜର ଆସୁଛନ୍ତି । ଯେଉଁରେ ସେ ଏକ ପୁରୁଣା ସିନେମାର ଗୀତ ବୋଲି ବିଗ୍ ବସ୍ ସୋ' ସଂପର୍କରେ ସୂଚନା ଦେଉଛନ୍ତି ।
ଏଠାରେ ଆମେ କହି ରଖୁଛୁ କି, 'କୌନ୍ ବନେଗା କରୋଡପତି' କାର୍ଯ୍ୟକ୍ରମ ପରେ ବିଗ୍ ବସ୍ ହିଁ ଦେଶର ସବୁଠୁ ଚର୍ଚ୍ଚିତ ରିୟଲିଟି ସୋ' ଭାବରେ ପରିଚିତ । କିଛି ବିବାଦୀୟ ବ୍ୟକ୍ତିତ୍ୱକୁ ଏହି ସୋ'ରେ, ଏକ ନିର୍ଦ୍ଧିଷ୍ଟ ଗୃହରେ କିଛି ମାସ ଧରି ରଖିବାକୁ କୁହାଯାଏ । ଆଉ ଶେଷରେ ବିଜେତା ବଛା ଯାଇଥାଏ ।
|
ଫୁଲବାଣୀ: କରୋନା ଯୁଦ୍ଧର ଯୋଦ୍ଧା ସାଜିଛନ୍ତି ଫୁଲବାଣୀର ଆଶିଷ ଓ ତାଙ୍କର ଦୁଇ ବଡ ଭଉଣୀ ରଶ୍ମିରେଖା ଓ ଶୁଭଲକ୍ଷ୍ମୀ। ଆଶିଷ ଜଣେ ସରକାରୀ କର୍ମଚାରୀ ହୋଇ ବି କରୋନା ସମୟରେ ଅସହାୟ ଓ ଗରୀବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ରଶ୍ମିରେଖା ସ୍ବାସ୍ଥ୍ୟକର୍ମୀ। ସେ ଗାଁଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ଷ୍ଟାଫନର୍ସ ଥିବା ଶୁଭଲକ୍ଷ୍ମୀ ପ୍ରତ୍ୟକ୍ଷ ଭାବେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି।
ଫୁଲବାଣୀ ମାଷ୍ଟ୍ରପଡାର ସ୍ବର୍ଗତ ସୁଦର୍ଶନ ବେହେରା ଓ ପତ୍ନୀ ସରୋଜିନୀ ବେହେରାଙ୍କ ପୁଅ ଓ ଝିଅ ହେଉଛନ୍ତି ଆଶିଷ, ରଶ୍ମିରେଖା ଓ ଶୁଭଲକ୍ଷ୍ମୀ। ସେମାନଙ୍କର ୫ଟି ଝିଅ ଓ ଗୋଟିଏ ପୁଅ। ପୁଅ ଆଶିଷ ସବୁଠାରୁ ସାନ। ପୁଅ ଓ ଝିଅ ଭଲ ପାଠ ପଢନ୍ତୁ। ଭଲ ମଣିଷ ହୁଅନ୍ତୁ। ଆଉ ଲୋକଙ୍କ ସେବା କରନ୍ତୁ। ଏଭଳି ଚାହୁଁଥିଲେ ସୁଦର୍ଶନ ଓ ସରୋଜିନୀ। ବାପା ଓ ମା'ଙ୍କ ଇଛାକୁ ପୂରଣ କରିଛନ୍ତି ପୁଅ ଆଶିଷ ଓ ଦୁଇ ଝିଅ ରଶ୍ମିରେଖା ଓ ଶୁଭଲକ୍ଷ୍ମୀ।
ଆଶିଷ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାମ କରୁଛନ୍ତି। ସରକାରୀ କାର୍ଯ୍ୟ ପରେ ଅବସରରେ ସମୟରେ ଆଶିଷ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥାନ୍ତି। ଏଥି ସହ ସେ ଫୁଲବାଣୀର ଅଗ୍ରଣୀ ସାମାଜିକ ସଂଗଠନ ଟିମ ହ୍ୟୁମାନିଟର ସଦସ୍ୟ ଅଛନ୍ତି। କରୋନା ଲକ୍ ଡାଉନ ଆରମ୍ଭ ଦିନଠରୁ ଆଶିଷ ଗରୀବ ଅସହାୟଙ୍କ ଲୋକଙ୍କୁ ସାହାଯ୍ୟ କରିବା ସହ ଗାଈ ଗୋରୁମାନଙ୍କୁ ଖାଇବାକୁ ଦେଉଛନ୍ତି। ଏମିତି କି ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ କରୋନା ସଚେତନ ବାର୍ତ୍ତା ଦେଉଛନ୍ତି। ଆଶିଷଙ୍କ ବଡ ଭଉଣୀ ରଶ୍ମିରେଖା ଚକାପାଦ ବ୍ଳକ ବପଲମେଣ୍ଡି(ଏଲ) ଉପସ୍ବାସ୍ଥ୍ୟକେନ୍ଦ୍ରରେ ଏଏନଏମ ଭାବେ କାର୍ଯ୍ୟ କରୁଛନ୍ତି। ରଶ୍ମିରେଖା ସଂପ୍ରତି କରୋନା ମୁକାବିଲାରେ ଲାଗି ପଡିଛନ୍ତି।
ସଂପୃକ୍ତ ଅଞ୍ଚଳରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହ ଗାଁଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଏଥି ସହ ସ୍ଥାନୀୟ ଅଞ୍ଚଳରେ ଖୋଲା ଯାଇଥିବା ସଙ୍ଗରୋଧକେନ୍ଦ୍ରର ତଦାରଖ ଦାୟିତ୍ବ ବି ତୁଲାଉଛନ୍ତି। ସେହିଭଳି ଆଶିଷଙ୍କ ମଝିଆ ଭଉଣୀ ଶୁଭଲକ୍ଷ୍ମୀ ଭୁବନେଶ୍ବର କିମସରେ ଷ୍ଟାଫନର୍ସ ଭାବେ କାମ କରୁଛନ୍ତି। ସେଠାରେ ଖୋଲିଥିବା କୋଭିଡ ହସପିଟାଲରେ କରୋନା ରୋଗୀଙ୍କ ଚିକିତ୍ସାରେ ସେ ନିୟୋଜିତ ହୋଇଛନ୍ତି।
ମୋଟ ଉପରେ କହିବାକୁ ଗଲେ ଗୋଟିଏ ପରିବାରରୁ ଭାଇ ଓ ୨ ଭଉଣୀ ନିଜନିଜର କାର୍ଯ୍ୟକୁ ଠିକ୍ ଭାବେ ସମ୍ପାଦନ କରି କରୋନା ଭଳି ମହାମାରୀର ମୁକାବିଲା କରିବାକୁ ଏକ ରକମ ପଣ କରିଛନ୍ତି। କାରୋନା ସଂକ୍ରମଣ ହେବାର ଭୟ ରହିଛି। ହେଲେ କର୍ତ୍ତବ୍ୟ ଆଗରେ ଭୟର ସ୍ଥାନ ନାହିଁ ବୋଲି କହନ୍ତି ଆଶିଷ,ରଶ୍ମିରେଖା ଓ ଶୁଭଲକ୍ଷ୍ମୀ। କରୋନା ଯୁଦ୍ଧର ଯୋଦ୍ଧା ସାଜିଥିବା ପୁଅ ଓ ଝିଅଙ୍କ ପାଇଁ ଗର୍ବତ ଓ ଜୀବନ ଧନ୍ୟ ହୋଇଛି ବୋଲି କହନ୍ତି ମା ସରୋଜିନୀ। ସେମାନଙ୍କ ବାପା ବଞ୍ଚିଥିଲେ ବହୁତ ଖୁସି ହୋଇଥାନ୍ତେ ବୋଲି କହନ୍ତି ଅସୁସ୍ଥ ହୋଇ ଘରେ ଶଯ୍ୟାସାୟୀ ଥିବା ସରୋଜିନୀ।
|
ବିନା ପୋଷାକରେ ଶୋଇଲେ ପୁରୁଷଙ୍କୁ ମିଳିଥାଏ ଫାଇଦା
- News18 Odia
- Last Updated :
- Cuttack, India
News18 Odia Digital
Benefits of sleeping naked: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ମଧ୍ୟ ଆବଶ୍ୟକ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ ଯଦି ଆପଣ ରାତିରେ ବିନା ପୋଷାକରେ ଶୋଇଥାନ୍ତି, ତେବେ ଏହା ଶରୀର ପାଇଁ ଅନେକ ଲାଭ ଦେଇଥାଏ।
ଶରୀରର ତାପମାତ୍ରା ଆପଣଙ୍କ ଶୋଇବା ଗୁଣରେ ଅନେକ ପରିବର୍ତ୍ତନ ଆଣିଥାଏ। ଯେତେବେଳେ ଆପଣ ରାତିରେ ପୋଷାକ ପିନ୍ଧି ଶୋଇଥାନ୍ତି, ଶରୀର ଅତ୍ୟଧିକ ଗରମ ହେବାକୁ ଲାଗେ। ଏହି କାରଣରୁ, ନିଦ ଭାଙ୍ଗିଯାଏ। ନିଦ୍ରା ଅଭାବ ହେତୁ ଦିନସାରା ଶରୀରରେ ଥକ୍କା ଲାଗେ, କିନ୍ତୁ ଯେତେବେଳେ ଆପଣ ବିନା ପୋଷାକରେ ଶୋଇଥାନ୍ତି, ଶରୀର ଅତ୍ୟଧିକ ଗରମରୁ ରକ୍ଷା ପାଇଥାଏ, ଯେଉଁ କାରଣରୁ ନିଦ ଭଲ ଆସେ।
ଆସନ୍ତୁ ଜାଣିବା ବିନା ପୋଷାକରେ ଶୋଇବାର ଅନ୍ୟାନ୍ୟ ଲାଭ କ'ଣ?
ପୋଷାକ ନ ପିନ୍ଧି ଶୋଇବାର ଅନେକ ଲାଭ ଅଛି
୧. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ବୟସ୍କଙ୍କ ପାଇଁ ପ୍ରତିଦିନ ଅତି କମରେ ସାତ ଘଣ୍ଟା ଶୋଇବା ଆବଶ୍ୟକ। ଯଦି ଆପଣ ଏହାଠାରୁ କମ୍ ନିଦ ଶୋଉଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ ରୋଗର ସମ୍ମୁଖୀନ ହେବାକୁ ପଡ଼ିବ। ନିମ୍ନ ତାପମାତ୍ରାରେ ଶୋଇବା ଦ୍ୱାରା ଶରୀରରୁ ବାଦାମୀ ଚର୍ବି ନିର୍ଗତ ହୁଏ, ଯାହା ରକ୍ତରେ ଥିବା ଅତିରିକ୍ତ ସୁଗାରକୁ ଦୂର କରି ମେଟାବୋଲିକ୍ ହାରକୁ ବଢ଼ାଇଥାଏ ଏବଂ ହଜମ ପ୍ରକ୍ରିୟା ଠିକ୍ ଭାବରେ କାମ କରିଥାଏ।
୨. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପୋଷାକ ବିନା ଶୋଇବା ଆମର ପ୍ରଜନନ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ। ଏହି କାରଣରୁ, ପୁରୁଷମାନଙ୍କର ଶୁକ୍ରାଣୁ ସଂଖ୍ୟା ବଢ଼ିଥାଏ। ଏହା ଦ୍ବାରା ବୀଜାଣୁ ଅଧିକ ଘନୀଭୂତ ହୁଏ। ଅପରପକ୍ଷେ, କଠିନ ପୋଷାକ ହେତୁ ଶୁକ୍ରାଣୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ।
3. ପୋଷାକ କାଢ଼ି ଶୋଇବା ଦ୍ୱାରା ସମଗ୍ର ଶରୀର ଯଥେଷ୍ଟ ଅମ୍ଳଜାନ ପାଇଥାଏ। ଏହା ରୋଗର ଆଶଙ୍କା ହ୍ରାସ କରିଥାଏ ଏବଂ ଏହି ସମୟରେ ନିଶ୍ୱାସ ନେବା ସହଜ ହୋଇଥାଏ। ଯଦି ତୁମେ ସଠିକ୍ ନିଦ ପାଇବ, ତେବେ ମସ୍ତିଷ୍କର ବିଷାକ୍ତ ପଦାର୍ଥଗୁଡ଼ିକ ନିଜେ ଦୂର ହେବା ଆରମ୍ଭ କରନ୍ତି।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
|
ରୋମ ୨୪/୦୬: ରୋମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି । ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୨୦ ବର୍ଷ ଭିତରେ ରାଜ୍ୟରେ ହୋଇଥିବା ଅଦ୍ଭୁତପୂର୍ବ ବିକାଶ କଥା କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।
ସାକ୍ଷାତ ସମୟରେ ରାଜ୍ୟର ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ରୋମରେ ରହୁଥିବା ପ୍ରବାସୀ ଓଡିଆ ଭୁବନେଶ୍ୱର । ଏହି ପରିପ୍ରକ୍ଷୀରେ ଘୋଷଣା ହୋଇଛି ବ୍ରିଟେନ୍ରେ ତିଆରି ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ସେଠାକାର ପ୍ରବାସୀ ଓଡ଼ିଆମାନେ ଆଗକୁ ଆସିଛନ୍ତି । ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ପ୍ରକ୍ରିୟା ଚାଲିଛି ।
ତେବେ ମନ୍ଦିର ନିର୍ମାଣ ପାଇଁ ଯାହା ବି ସହାୟତା ଦରକାର ତାହା ଯୋଗାଇବାକୁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରୋମ୍ରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି । ରୋମା ହାସଲର୍ ପଞ୍ଚତାରକା ହୋଟେଲରେ ୟୁରୋପର ୧୨ଟି ଦେଶର ପ୍ରାୟ ୫୦ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।
ବ୍ରିଟେନ୍ର ପ୍ରବାସୀ ଓଡ଼ିଆଙ୍କ ସହ ବାର୍ତ୍ତାଳାପ ସମୟରେ ଏହି ପ୍ରସଙ୍ଗ ଉଠିଥିଲା । ତେବେ ପ୍ରସ୍ତାବିତ ମନ୍ଦିର ନିର୍ମାଣ ପାଇଁ ସରକାର ଅକୁଣ୍ଠ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସାକ୍ଷାତ ସମୟରେ ପ୍ରବାସୀ ଓଡିଆମାନେ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।
ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ମାଇଲଖୁଣ୍ଟ ଛିଡା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉତ୍ସର୍ଗୀକୃତ ଭାବନା ଯୋଗୁ ରାଜ୍ୟର ଏଭଳି ବିକାଶ ହୋଇଛି ବୋଲି ପ୍ରବାସୀ ଓଡିଆମାନେ ମତ ଦେଇଥିଲେ । ଓଡ଼ିଶାକୁ ନେଇ ଏଭଳି ମନୋଭାବ ଥିବାରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇଥିଲେ ।
ରାଜ୍ୟରେ ଅନେକ ପରିବର୍ତ୍ତନମୂଳକ ପଦକ୍ଷେପ ନିଆଯାଉଛି । ରାଜ୍ୟ ଏବେ ବିକାଶର ନୂଆ ଉଚ୍ଚତାକୁ ଛୁଇଁଲାଣି । ରାଜ୍ୟର ଏହି ବିକାଶର ଯାତ୍ରାରେ ସରକାରଙ୍କ ସହ ଭାଗିଦାରୀ ହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ ଦେଇଥିଲେ । ପ୍ରବାସୀ ଓଡ଼ିଆଙ୍କ ସଫଳତା ଓ ଇର୍ଷଣୀୟ କ୍ୟାରିୟରକୁ ନେଇ ନବୀନ ଖୁସିପ୍ରକାଶ କରିଥିଲେ । ସେମାନଙ୍କ ଏଭଳି ସଫଳତା ପାଇଁ ଆମ ରାଜ୍ୟ ଗର୍ବିତ ବୋଲି ସେ କହିଥିଲେ ।
ଭବିଷ୍ୟତରେ ସେମାନେ ଆହୁରି ଅଧିକ ସଫଳ ହୁଅନ୍ତୁ ବୋଲି ଶୁଭେଚ୍ଛା ବି ଜଣାଇଥିଲେ । ଆଜି ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆଙ୍କ ଭିତରେ ଅନେକ ପ୍ରଫେସନାଲ୍, ଉଦ୍ୟୋଗୀ, ଗବେଷକ ଓ ମିଶନାରୀ ଥିଲେ । ମେଡିସିନ୍, ଇଞ୍ଜିନିୟରିଂ, ଆଇଟି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ବିଜନେସ୍ ପ୍ରୋସେସ ଆଉଟସୋର୍ସିଂ ଭଳି ବିଭିନ୍ନ କ୍ଷେତ୍ରରେ ପଢୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଥିଲେ ।
୫-ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଓ ଆବାସିକ କମିଶନକ ରବିକାନ୍ତ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ୫-ଟି ସଚିବ ପ୍ରବାସୀ ଓଡ଼ିଆଙ୍କ ସାମ୍ନାରେ ରାଜ୍ୟର ବିକାଶ ମଡେଲ ବଖାଣିଥିଲେ । ମୁଖ୍ୟମନ୍ତ୍ରୀ ରୋମ୍ରେ ଆୟୋଜିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ନେଇ ସମ୍ବୋଧନ ରଖିବେ । ଏକ ଖାଦ୍ୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା କିଭଳି ବଳକା ଖାଦ୍ୟ ଶସ୍ୟ ଉତ୍ପାଦନକାରୀ ରାଜ୍ୟ ହେଲା, ସେ କଥା ସାରା ବିଶ୍ୱକୁ ଜଣାଇବେ । ପ୍ରାକୃତିିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ମଡେଲକୁ ଉପସ୍ଥାପନ କରିବେ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ୱାଲର୍ଡ ଫୁଡ ପ୍ରୋଗ୍ରାମ) କାଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍ ବେସଲି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି ।
|
ପୁରୀ ନିମାପଡ଼ା ବାସିନ୍ଦା ଗୁରୁ ପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତି ପୋଲିସ୍ କମିଶନରଙ୍କୁ ଟୁଇଟ୍ କରି ଜଣାଇଛନ୍ତି କି ତାଙ୍କ ଅଙ୍କଲ୍ ଙ୍କ ର ହାଇ ବ୍ଲଡ଼ ପ୍ରେସର ଏବଂ ଡାଇବେଟିସ ଅଛି।କିନ୍ତୁ ଏହି ଔଷଧ କେବଳ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ଥିବା ଔଷଧ ଦୋକାନରେ ମିଳୁଛି।ଯଦି ତାଙ୍କୁ ଅନୁମତି ମିଳେ ତେବେ ସେ ନିମାପଡ଼ା ରୁ ଭୁବନେଶ୍ୱର ଆସିବେ ଔଷଧ ନେବା ପାଇଁ।
ଏହା ସହ ସେ ଔଷଧ ପ୍ରେସ୍କ୍ୟୁସନ୍ ର ଫୋଟୋ ମଧ୍ୟ ଅପଲୋଡ଼ କରିଛନ୍ତି।
ପୋଲିସ୍ କମିଶନର ଏହା ପଢି ଏହା ବିଷୟରେ ଯାଞ୍ଚ୍ କରିଥିଲେ।ସେ ମେଡ଼ିସିନ୍ ନିମାପଡ଼ାରେ ମିଳୁଛି କି ନାହିଁ ବୁଝିବାରୁ ଜାଣିବାକୁ ପାଇଲେ କି ଏହା ସେଠାରେ ଉପଲବ୍ଧ ଅଟେ।ଏହାପରେ ସେ ଟୁଇଟ୍ କରି ଏହାର ଉତ୍ତର ଦେଇଥିଲେ।
ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମିଛ କଥା ଲେଖି ଟୁଇଟ୍ କରିବା ଏକ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ସେ କହିଛନ୍ତି।
ଖାଲି ସେତିକି ନୁହେଁ ଏଭଳି ମିଛ ଲେଖି ଟୁଇଟ୍ କଲେ ଉତ୍ତରଦାୟୀ ରହିବେ ବୋଲି ସେ ସମସ୍ତଙ୍କୁ ଚେତେଇ ଦେଇଛନ୍ତି।
ଏହାର ଉତ୍ତର ରେ ଗୁରୁପ୍ରସାଦ ସାହୁ କହିଛନ୍ତି କି ସତ୍ୟାସତ୍ୟ ଯାଞ୍ଚ ନ କରି ଏପରି ଉତ୍ତର ଦେବା ବା କାହାକୁ ମିଛୁଆ କହିବା ଠିକ୍ ନୁହେଁ।ଏବଂ ସେ ଏ କଥା ମଧ୍ୟ ଲେଖିଛନ୍ତି କି ସେ ଶତ ପ୍ରତିଶତ ନିଶ୍ଚିତ କି ଉକ୍ତ ଔଷଧ ନିମାପଡ଼ାରେ ମିଳୁନାହିଁ।ଏବଂ ଆପଣ ନିଜେ ଆସି ଏହା ଯାଞ୍ଚ୍ କରନ୍ତୁ ବୋଲି କହିଛନ୍ତି।
ଏହାର ଉତ୍ତର ରେ ପୋଲିସ୍ କମିଶନର କହିଛନ୍ତି କି ସେ ନିମାପଡ଼ା ପୋଲିସ୍ ଦ୍ଵାରା ଏହା ଯାଞ୍ଚ୍ କରାଇଥିଲେ।ସେଠାକାର ଅଫିସର୍ ମାନେ ଉକ୍ତ ଔଷଧ ଦୋକାନ ଯାଇ ଏହା ଯାଞ୍ଚ୍ କରିଥିଲେ ଏବଂ ଜାଣିବାକୁ ପାଇଥିଲେ କି ଏହି ଔଷଧ ସେ ଦୋକାନରେ ମିଳୁଛି।ତଥାପି ବି ପୋଲିସ୍ କମିଶନର ଏ ବିଷୟରେ ପୁରୀ ଏସପି ଙ୍କୁ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।ତେବେ ଟୁଇଟର ରେ ଗୁରୁପ୍ରସାଦ ଏବଂ କମିଶନରଙ୍କ ଜବାବ୍ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି।
|
ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 31 ମାର୍ଚ୍ଚ 2024ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ନିଜ ପରିବାର ପ୍ରତି ନିଜର ଦାୟିତ୍ଵ ରେ ବୃଦ୍ଧି ଆପଣଙ୍କୁ ଖୁସି ଦେଇପାରେ । କିଛି ବ୍ୟକ୍ତି ମହତ୍ଵ ପୂର୍ଣ୍ଣ ପରାମର୍ଶ ଦେଇ ପାରନ୍ତି । ଏହି ପରାମର୍ଶ ଆପଣଙ୍କ ଜୀବନରେ ବହୁତ କାମରେ ଆସିବ । ବରିଷ୍ଠ ଜନ ଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ପାରିବାରିକ ରୂପରେ ଏହି ଦିନ ଉନ୍ନତି ବର୍ଦ୍ଧକ ହେବ । ଆପଣଙ୍କୁ ବଡ ଗୁରୁଜନଙ୍କର ଆଶୀର୍ବାଦ ମିଳିବ । ସରକାର ବିରୋଧୀ ଙ୍କ ଠାରୁ ଦୂରେଇ ରୁହନ୍ତୁ ।
ବୃଷ ରାଶି : ଭବିଷ୍ୟ ପ୍ରତି ସୁରକ୍ଷିତ ଅନୁଭବ କରିବେ । କୌଣସି ହେଉଥିବା କାମ ଅଚାନକ ବିଗିଡିବାରୁ ଆର୍ଥିକ କ୍ଷତି ହୋଇପାରେ । ଆଜି ନୂଆ କାମ ପାଇଁ ରୁଚି ଲଗାଇଲେ ଲାଭର ପ୍ରାପ୍ତି ହୋଇପାରେ । ବାଣୀ ଓ ବ୍ଯବହାର ଉପରେ ସଂଯମ ରଖନ୍ତୁ । ରୁଟିନ କାମରେ କିଛି ଚେଞ୍ଜ ଆସିପାରେ । କାରୋବାରରେ କିଛି ସରପ୍ରାଇଜ ମିଳିପାରେ । ସନ୍ଧ୍ୟା ରେ ମାଙ୍ଗଳିକ ଆୟୋଜନରେ ଭାଗ ନେବେ । ଆପଣଙ୍କ ପ୍ରେମ ଓ ସନ୍ତାନ ଙ୍କ ସ୍ଥିତି ମଧ୍ୟମ ରହିବ ।
ମିଥୁନ ରାଶି : ଆଜି ଆପଣ କ୍ରୋଧ ଉପରେ ସଂଯମ ରଖନ୍ତୁ । ନେଗେଟିଭ ବିଚାର ଠାରୁ ଦୂରେଇ ରୁହନ୍ତୁ । ଲଭ ମେଟ ଙ୍କ ମଧ୍ୟରେ ମନାନ୍ତର ହୋଇପାରେ । ଜିଦି କରିବେ ତ କାହା ସହ ବିବାଦ ହୋଇପାରେ । କାମ ସମ୍ପର୍କରେ କରିଥିବା ପ୍ରୟାସ ରେ ଭଲ ପରିଣାମ ପ୍ରାପ୍ତ ହେ ବ । ଆତ୍ମବିଶ୍ଵାସ ରେ ଅଭାବ କାରଣରୁ ଆଜି ଆପଣ ଭୁଲ ନିସ୍ପତି ନେବେ । ଶାରୀରିକ ଓ ମାନସିକ ରୂପରେ ଆପଣ ଖୁସି ରହିବେ ।
କର୍କଟ ରାଶି : ସରକାରୀ କାମ ଅଟକି ଯାଇପାରେ । ଅଜ୍ଞାନ ଭୟ ମନକୁ ଆସିପାରେ । କାର୍ଯ୍ୟ କ୍ଷେତ୍ରରେ ବିରୋଧୀ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବାକୁ ଚେଷ୍ଟା କରିବେ । ତେଣୁ ତାଙ୍କ ଠାରୁ ସତର୍କ ରୁହନ୍ତୁ । ଅନେକ ଦିନରୁ ଅଧୁରା ପଡିଥିବା କାମ ପୁରା ହେବ । ଅଧିନସ୍ଥ କର୍ମଚାରୀ ଙ୍କ ସହଯୋଗ ନେଲେ ସଫଳ ହେବେ । ଆଖ ପାଖର ଲୋକଙ୍କ ସହ ସମ୍ପର୍କ ଭଲ ରହିବ । ଆଜି ଆପଣଙ୍କୁ କିଛି ଉପହାର ମିଳିପାରେ ।
ସିଂହ ରାଶି : ବାଣୀ ରେ ସଂଯମ ରଖନ୍ତୁ ନଚେତ ଆପଣଙ୍କୁ କଳହର ସାମ୍ନା କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ରହିବାକୁ ଆଶା କରି ପାରନ୍ତି । କୌଣସି ପୁରୁଣା ଘରୋଇ ସମସ୍ୟାର ସମାଧାନ ହେବ । ଆଜି ଆପଣଙ୍କର ଅଟକିଥିବା କାର୍ଯ୍ୟ ପୁରା ହେବ । ଯଦି ଆପଣ ପାର୍ଟନରସିପ ରେ କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ନିଜର ପାର୍ଟନର ଙ୍କ ସହ କଥା ହୋଇ କରନ୍ତୁ ।
କନ୍ୟା ରାଶି : ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିସ୍ପତି ସଠିକ ସାବ୍ୟସ୍ତ ହେବ । କାମର ଗତି କୁ ସଳଖ ରଖନ୍ତୁ । ଆଜି ଆପଣ ନିଜ କାମ ଉପରେ ଓ ଭବିଷ୍ୟ କୁ ନେଇ ଯୋଜନା ବନାଇବେ । ପଇସା ମାମଲାରେ ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ଅବସର ନେଇକି ଆସିବ । ଆଜି ଆପଣ ପଇସା ସହ ଜଡିତ ଜରୁରୀ କମ ବି କରି ପାରନ୍ତି । ପାରିବାରିକ ଜୀବନରେ ସ୍ଥିତି ଅନୁକୂଳ ରହିବ ।
ତୁଳା ରାଶି : ପାରିବାରିକ ସୁଖ ଭଲ ରହିବ । ଶାରୀରିକ ଓ ମାନସିକ ରୂପରେ ଆପଣ ଚିନ୍ତା ଅନୁଭବ କରିବେ । ଆଜି ଆପଣଙ୍କୁ ବ୍ୟାପାର ବା କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିପାରେ । ପାରିବାରିକ ଜୀବନରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ଆସିପାରେ । ଭାଇ ଙ୍କ ସହ ମତଭେଦ ଚାଲିଥିଲେ ତାହା ଦୂର ହେବ । ମାତା ଙ୍କ ଭାଗ୍ୟ ରୁ ଆପଣଙ୍କୁ ବଡ ସଫଳତା ମିଳିବ ।
ବିଛା ରାଶି : ଆଜି ଆପଣ ଜରୁରୀ ବ୍ୟବସାୟିକ ନିସ୍ପତି ନେବାକୁ ପଡିପାରେ । ଆପଣଙ୍କ ପୁରୁଣା ବନ୍ଧୁ ଙ୍କ ସହ ଭେଟ ହୋଇପାରେ । ପୁଞ୍ଜି ନିବେଶ ଲାଭପ୍ରଦ ହେବ । ପାରିବାରିକ ଦାୟିତ୍ଵ ଆପଣ ଭଲ ଭାବେ ନିଭାଇବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆଜି ଦିନରେ କାରୋବାର କୁ ନେଇ ଅନୁକୂଳ ରହିବ । ଅଧିକ ଲାଭ କମାଇବା ପାଇଁ ଆପଣ ବ୍ୟାପାର ରେ ଭାଇ ଭଉଣୀ ଙ୍କ ସହଯୋଗ ପ୍ରାପ୍ତ କରିବେ ।
ଧନୁ ରାଶି : ଜୀବନ ସାଥିଙ୍କ ସହ କୌଣସି କଥାକୁ ନେଇ ମନାନ୍ତର କରନ୍ତୁ ନାହି । ଜୀବନ ସାଥିଙ୍କ ସହ ଆଲୋଚନା କରନ୍ତୁ । ଆଜି ଖରାପ କାମ ଠାରୁ ଦୂରେଇ ରୁହନ୍ତୁ । ଆଜି ନିଜ ଲୋକଙ୍କ ସହା ଅତିରିକ୍ତ ସମୟ ବିତାଇବାର ଅବସର ମିଳିବ । ବେହତର ହେବ ନିଜ ସାଥୀଙ୍କା ଭାବନକାଉ କଦର କରନ୍ତୁ । ସାହାସ ଓ ଉଶ୍ଚାହ ସହ କାମ କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଗତି ହେବ । ଅଧିକତର ସମୟ ବିଚାର ରେ ବ୍ୟସ୍ତ ରହିବେ । ମାର୍କେଟିଙ୍ଗ ବା ସେଲ୍ସ ସମ୍ବଧିତ କମ କରୁଥିବା ଟିମ ସହ ମିଶି ଟାର୍ଗେଟ କୁ ପୁରା କରିବେ ।
ମକର ରାଶି : ଖାଦ୍ୟପେୟ ରେ ଗଡବଡ କରିଲେ ସମସ୍ଯା ହୋଇପାରେ । ଆଜି ଆପଣଙ୍କୁ ଆକର୍ଷକ ପ୍ରସ୍ତାବ ପ୍ରାପ୍ତ ହୋଇପାରେ । ସହାଯୋଗୀ ଆପଣଙ୍କ ଠାରୁ ଅପେକ୍ଷା ରେ ରହିବେ । ମାନସିକ ସୁସ୍ଥି ଶେଷ ହେବ । ଆପଣଙ୍କୁ ପ୍ରତେକ ଆଡୁ ଶୁଭ ସମାଚାର ପ୍ରାପ୍ତ ହେବ । ସନ୍ତାନ ଙ୍କ ଠାରୁ ମନରେ ସନ୍ତୋଷ ପ୍ରାପ୍ତ ହେବ । ପ୍ରାଇଭେଟ ସେକ୍ଟର ରେ ଚାକିରି କରୁଥିବା ଜାତକ ଆଜି ପଦ ପ୍ରତିଷ୍ଠା କରିବେ । ବ୍ୟାପରି ବର୍ଗ ଙ୍କୁ କାର୍ଯ୍ୟ କରିବାକୁ ଅଧିକ ପ୍ରୟାସ କରିବାକୁ ହେବ ।
କୁମ୍ଭ ରାଶି : ଆପଣଙ୍କୁ ନିଜର ଆତ୍ମସମାନ କୁ ନେଇ ଚିନ୍ତା କରିବାର ଜରୁରତ ନାହି । ପଜେଟିଭ ଚିନ୍ତା କରନ୍ତୁ । ଆଜି ଆପଣଙ୍କୁ ସବୁ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ପୁରୁଣା ଚିନ୍ତା ଦୂର ହେବ । ଯଦି ଆପଣ ଏବେ ଏବେ ନୂଆ କାମ ଆରମ୍ଭ କରିଛନ୍ତି ତେବେ କଠିନ ପରିଶ୍ରମ କରିବାକୁ ହେବ । ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ସନ୍ତାନ ଓ ଘର ପରିବାର ମାମଲାରେ କିଛି ଚେଞ୍ଜ ଆସିପାରେ । ହୃଦୟ ଓ ମନ ଶାନ୍ତ ରହିବ । ଭାବନାତ୍ମକ ରୂପରେ ଆପଣ କମଜୋର ଅନୁଭବ କରିବେ ।
ମୀନ ରାଶି : ବନ୍ଧୁ ଙ୍କ ସହଯୋଗରେ ଆପଣ କଠିନ କାମ ସହଜରେ ପୁରା କରି ପାରିବେ । ଅଧିକ ଓଭର କନ୍ଫିଡେନ୍ସ ଆପଣଙ୍କ କାମ ବିଗଡାଇପାରେ । ଛୋଟ ଭାଇ ଭଉଣୀ ଙ୍କ ସହ ତାଳମେଳ ବଜାୟ ରଖନ୍ତୁ । ଅଧିକାରୀ ଙ୍କ ଠାରୁ ସାହାଜ୍ଯ ମିଳିବ । ଆଜି କୌଣସି ଜରୁରୀ ସୂଚନା ମିଳିବାରୁ ଆପଣ ନିଜର କାର୍ଯ୍ୟ ବ୍ୟବସ୍ଥିତ କରିବାରେ ସଫଳ ରହିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆଜି କରିଥିବା କାମରେ ସଫଳତା ମିଳିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
|
ନୂଆ ଦିଲ୍ଲୀ ୨-୧୦ (ଓଡ଼ିଆ ପୁଅ) ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର ସମସ୍ତ ପ୍ରତିବନ୍ଧକକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଅନଲକ୍ ୪ ଲାଗୁ ହୋଇଥିଲା। ଏହା ଅଧୀନରେ ସିନେମା ହଲ୍, ସିନେପ୍ଲେକ୍ସ, ପ୍ରେକ୍ଷାଳୟ, ପାର୍କ, ସୁଇମିଂ ପୁଲ୍, ସ୍ପା, ସ୍କୁଲ, କଲେଜ ଇତ୍ୟାଦି ଚଳିତ ମାସରେ ଦିଲ୍ଲୀରେ ଖୋଲାଯିବ ନାହିଁ।
ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ବିଜୟ ଦେବ କହିଛନ୍ତି ଯେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ। ଏଭଳି ପରିସ୍ଥିତିରେ ଏହା ମଧ୍ୟ ସମ୍ଭବ ଯେ ଯଦି ଅବସ୍ଥା ଅନୁକୂଳ ତେବେ ମଧ୍ୟରେ ପ୍ରତିବନ୍ଧକକୁ ହଟାଯାଇପାରିବ। ବୁଧବାର ଦିଲ୍ଲୀ ସରକାର ଦେଇଥିବା ଏକ ଆଦେଶରେ ସାପ୍ତାହିକ ବଜାର ଖୋଲିବା ଉପରେ ମଧ୍ୟ ପ୍ରତିବନ୍ଧକ ଜାରି କରାଯାଇଛି।
ସାପ୍ତାହିକ ବଜାର
ଗୋଟିଏ ଜୋନରେ ଗୋଟିଏ ଦିନରେ କେବଳ ଦୁଇଟି ସାପ୍ତାହିକ ବଜାର ଲାଗିପାରିବ। ଏହି ଆଦେଶରେ ଦର୍ଶାଯାଇଛି ଯେ ସହରରେ ସମସ୍ତ ସାମାଜିକ, ଶିକ୍ଷାଗତ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ବୈଠକ ଅନୁଷ୍ଠିତ ହେବ ନାହିଁ। ରାଜଧାନୀରେ କରୋନା ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକକୁ ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ବିବାହିତ କାର୍ଯ୍ୟକ୍ରମରେ ୫୦ ଏବଂ ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି
ପୂର୍ବ ନିର୍ଦ୍ଦେଶ ବଳବତ୍ତର ରହିଛି। ବୈବାହିକ କାର୍ଯ୍ୟକ୍ରମରେ ୫୦ ଜଣ ଏବଂ ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଯୋଗଦେବାକୁ ଅନୁମତି ଦିଆଯିବ। ସୂଚନାଯୋଗ୍ୟଯେ, କେନ୍ଦ୍ର ସରକାର ବୁଧବାର ଅନଲକ୍ ପାଞ୍ଚ ଅଧୀନରେ ନିର୍ଦ୍ଦେଶନାମା ଜାରି କରିଥିଲେ ଯେଉଁଥିରେ ଦର୍ଶାଯାଇଥିଲା ଯେ ସିନେମା, ବିଦ୍ୟାଳୟ, କୋଚିଂ ଇତ୍ୟାଦି ଅକ୍ଟୋବର ୧୫ ରୁ ୫୦% କ୍ଷମତା ସହିତ ଆରମ୍ଭ ହୋଇପାରିବ। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିଜସ୍ୱ ନିଷ୍ପତ୍ତି ନେବାକୁ କହିଛନ୍ତି, ଏହା ପରେ ଦିଲ୍ଲୀ ସରକାର ୩୧ ଅକ୍ଟୋବର ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି।
|
ଅନ୍ତର୍ଜାତୀୟ ମହିଳା ଦିବସରେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା
ପୁରୀ (ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ବିଶ୍ୱର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
୨୦ ଟନ୍ ବାଲିରେ ୧୨ଫୁଟ୍ ଉଚ୍ଚତାର ଏହି ବାଲୁକା କଳାରେ ନାରୀର ଭିନ୍ନ ରୂପ ଦେଖାଇଛନ୍ତି ଶିଳ୍ପୀ ମାନସ ସାହୁ।
ସେ ତାଙ୍କ ବାଲୁକା କଳା ମାଧ୍ୟମ ଅତି ନିଖୁଣ ଭାବେ ଦେଖାଇଛନ୍ତି ଯେ, ଆଜିର ମହିଳା ଅବଳା କି ଦୁର୍ବଳା ନୁହେଁ। ସେ ସାହସୀ ଓ ପରାକ୍ରମୀ। ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ନାରୀ ନିଜକୁ ସଫଳ ଭାବେ ପ୍ରତିଷ୍ଠିତ କରିପାରିଛି। ଦେଶର ସୁରକ୍ଷା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ସେ ପୁରୁଷଙ୍କ ସହ ସମକକ୍ଷ ହୋଇ ପାରିଛି।
ଏହା ସହିତ ସେ ମହିଳାମାନଙ୍କୁ ସ୍ୱାଧୀନତା ଦେବାକୁ ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି।
ତାଙ୍କ ଦ୍ୱାରା ତିଆରି ହୋଇଥିବା ଏହି ବାଲୁକା କଳାକୁ ଗିନିଜ୍ ବୁକ୍ ଅଫ ୱାର୍ଲଡ୍ ରେକର୍ଡର ଅଧିକାରିଣୀ ଜ୍ୟୋତ୍ସ୍ନା ମିଶ୍ର ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ପୁରୁଣା ଯୁଗ ସରିଯାଇଛି। ବର୍ତ୍ତମାନ ଯୁଗରେ ନାରୀ ମାନେ ପ୍ରତ୍ୟେକ ସମସ୍ୟାକୁ ଦମ୍ଭର ସହ ସାମ୍ନା କରିବା ଆବଶ୍ୟକ।
|
ସମ୍ବଲପୁର,୧୩/୦୮: ଆସନ୍ତା ୨୩ ତାରିଖ ରବିବାର ଦିନ ହେବାକୁ ଥିବା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିରୂପଣ କରାଯାଇଛି । ସ୍ଥାନୀୟ ଝାଡୁଆପଡାସ୍ଥିତ ବ୍ରହ୍ମପୁରା ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାର ବୈଠକରେ ଲଗ୍ନ ଧାର୍ଯ୍ୟ କରାଯାଇଛି ।
ବୈଠକରେ ଆସନ୍ତା ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ୨୩ ତାରିଖ ରବିବାର ଦିନ ସକାଳ ୯ଟା ୩୫ ମିନିଟ୍ରୁ ୯ଟା ୫୦ ମିନିଟ୍ ମଧ୍ୟରେ ତୁଳା ଲଗ୍ନରେ ଆରାଧ୍ୟ ଦେବୀ ମା' ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଅର୍ପଣ କରିବାକୁ ସ୍ଥିର ହୋଇଛି । ଏହି ସମୟ ମଧ୍ୟରେ ମା'ଙ୍କ ନିକଟରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଲୋକେ ନିଜ ନିଜ ଘରର ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ ବୋଲି ମହାସଭା ପକ୍ଷରୁ କୁହାଯାଇଛି ।
ବୁଧବାର ଅପରାହ୍ନରେ ମହାସଭାର ସମସ୍ତ ପଣ୍ଡିତମାନେ ଏକାଠି ହେବା ପରେ ପ୍ରଥମେ ପରଂପରା ମୁତାବକ ବେଦପାଠ କରାଯାଇଥିଲା । ପରେ ଅନେକ ବିଚାର ବିମର୍ଷ କରାଯାଇ ତୁଳା ଲଗ୍ନରେ ନବାନ୍ନ ଲାଗି କରିବାକୁ ସ୍ଥିର ହୋଇଥିଲା । ଏଥିରେ ସଭାପତି ପଣ୍ଡିତ ଲକ୍ଷ୍ଣଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ଚନ୍ଦ୍ରକାଣ୍ଡ ପାଣିଗ୍ରାହୀ, ପଣ୍ଡିତ ଅମରନାଥ ମିଶ୍ରଙ୍କ ସମେତ ବହୁ ପଣ୍ଡିତ ଉପସ୍ଥିତ ଥିଲେ ।
|
ଆସନ୍ତାକାଲି ଓଡ଼ିଶା ଆସିବେ ସେଣ୍ଟ୍ରାଲ ଏମ୍ପାୱାର୍ଡ କମିଟିର ୪ ଜଣିଆ ଟିମ୍, ଖଣି ଅଞ୍ଚଳରେ OMBADC ଟଙ୍କା ବିନିଯୋଗର କରିବେ ତଦାରଖ
ରାଜ୍ୟର ଖଣିଜ ବହୁଳ ଜିଲ୍ଲାରେ ୧୭ ହଜାର କୋଟି ଟଙ୍କା କିପରି ଭାବେ ଖର୍ଚ୍ଚ ହେଉଛି। ତାର ହିସାବ ନେବାକୁ ଆସନ୍ତାକାଲି ଓଡ଼ିଶା ଆସିବେ ସେଣ୍ଟ୍ରାଲ ଏମ୍ପାୱାର୍ଡ କମିଟି, ସିଇସିର ୪ ଜଣିଆ ଟିମ୍। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଛି ସେଣ୍ଟ୍ରାଲ ଏମ୍ପାୱାର୍ଡ କମିଟି। ଖଣି ଅଞ୍ଚଳରେ OMBADC ଟଙ୍କା ବିନିଯୋଗର ତଦାରଖ କରିବେ। ଟଙ୍କା ବିନିଯୋଗର ଅନ ଦ ସ୍ପଟ୍ ଭେରିଫିକେସନ ହେବ। ସିଇସି ସଦସ୍ୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ। ୪ ଜଣିଆ ଟିମ୍ରେ ରହିବେ ସିଇସି ଅଧ୍ୟକ୍ଷ ପି.ଭି.ଜୟକ୍ରିଷ୍ଣା ଓ ମହେନ୍ଦ୍ର ବ୍ୟାସଙ୍କ ସହ ସଦସ୍ୟ ସଚିବ ଅମରନାଥ ସେଠୀ ଓ ସଦସ୍ୟ ଏସ୍.କେ. ପଟ୍ଟନାୟକ। OMBADରେ ପ୍ରାୟ ୧୭ ହଜାର କୋଟି ଟଙ୍କା ରହିଛି। ଓମ୍ବାଡ୍ସି ଏକ ଏସ୍ପିଭି। ବେଆଇନ ଖଣି ଖନନ ନେଇ ଲିଜଧାରୀଙ୍କଠାରୁ ଆଦାୟ ହୋଇଥିବା କ୍ଷତିପୂରଣ ଟଙ୍କା ଓମ୍ବାଡ୍ସିରେ ରଖାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏହିସବୁ ଟଙ୍କା ଖଣିଜ ବହୁଳ ଜିଲ୍ଲା କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଖର୍ଚ୍ଚ ହେବ। … ରାଜ୍ୟ ସରକାର ବିଭିନ୍ନ ସମୟରେ ଓମ୍ବାଡ୍ସି ଟଙ୍କାରେ ଖଣିଜ ବହୁଳ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। ବିଶେଷ କରି ପାଇପ ଯୋଗେ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି।.
|
ଭୁବନେଶ୍ୱର(ଏଏନଏସ) ୨୮/୧୦, ଦୁର୍ଗାପୂଜା ପରି ଦୀପାବଳିକୁ ମଧ୍ୟ ବର୍ଷା ଭିଜାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଟାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ୨୩ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ । ୨୪ରୁ ୨୬ ତାରିଖ ଯାଏ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଆଗକୁ ଘନୀଭୂତ ହୋଇ ବାତ୍ୟା କି ରୂପ ନେବ ବାତ୍ୟାର ରୂପ ନେବ କି ନାହିଁ ଆକଳନ କରିନି ପାଣିପାଗ ବିଭାଗ । ଅନ୍ୟପଟେ ଅଧିକାଂଶ ବିଦେଶୀ ମଡେଲ ଓ ପାଣିପାଗ ବିଜ୍ଞାନୀମାନେ ବାତ୍ୟା ନେଇ ଆକଳନ କରିଛନ୍ତି । ଆନ୍ଧ୍ରର ଶ୍ରୀକାକୁଲମରୁ ପଶ୍ଚିମବଙ୍ଗର ସୁନ୍ଦରବନ ମଧ୍ୟରେ ଯେ କୌଣସି ସ୍ଥାନରେ ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା ରହିଛି। ECMWF ମଡେଲ୍ ଅନୁସାରେ ୨୫ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା' ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ
|
ଭୁବନେଶ୍ବର: ହକି ବିଶ୍ବକପ୍ କ୍ବାର୍ଟର ଫାଇନାଲ୍ ଖେଳିବା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ମନ୍ପ୍ରୀତ୍ ସିଂହ ସାଥୀ ଖେଳାଳିଙ୍କୁ ଚେତାବନୀ ଭରା ଶୁଭକାମନା ଦେଇଛନ୍ତି। ଭଲ ପ୍ରଦର୍ଶନ ନ କଲେ ମିଳେଇଯିବାକୁ ପଡ଼ିବ। ଅର୍ଥାତ୍ କର ବା ମର ସ୍ଥିତିରେ ରହିଛି ଦଳ। ଭଲ ପ୍ରଦର୍ଶନ ନ ଦେଲେ ଖାଲି ହାତରେ ଫେରିବାକୁ ପଡ଼ିବ ବୋଲି କହିଛନ୍ତି ମନ୍ପ୍ରୀତ୍। ୪୩ ବର୍ଷ ପରେ ପ୍ରଥମ ବିଶ୍ବକପ୍ ପଦକଠାରୁ ମାତ୍ର ୨ ବିଜୟ ଦୂରରେ ରହିଛି ଭାରତ। ୨୦୧୬ ରିଓ ଅଲିମ୍ପିକ୍ସ କ୍ବାର୍ଟର ଫାଇନାଲ୍ ପରେ ପ୍ରଥମ ଥର ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛି ଦଳ। ପ୍ରମୁଖ ପ୍ରତିଯୋଗିତା ଏବଂ ଚାପଭରା ମୁକାବିଲାରେ ଭାରତ ହଡ଼ବଡେଇ ଗୋଲ୍ ବରଣ କରି ହାରିଯାଉଥିବାର ପରମ୍ପରା ରଖିଥିବାରୁ ଏହି ମ୍ୟାଚ୍ କିଭଳି ଖେଳିବ ଦେଖିବାର ଅଛି। ନିକଟ ଅୀତତରେ ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଏବଂ ଜାକର୍ତା ଏସୀୟ କ୍ରୀଡ଼ା ସେମିଫାଇନାଲରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଶନିବାର କାନାଡ଼ା ବିପକ୍ଷ ବିଜୟ ପରେ ଭାରତ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଥିଲେ, ଏବେ ଅସଲ ବିଶ୍ବକପ୍ ଆରମ୍ଭ ହେବ। ସେ ବାରମ୍ବାର କହି ଆସିଛନ୍ତି ପଛକୁ ନୁହେଁ, ଭବିଷ୍ୟତକୁ ଦେଖି ଖେଳିବାକୁ ହେବ। ଆଉ ପାଦେ ଆଗକୁ ବଢ଼ି ଅଧିନାୟକ ମନ୍ପ୍ରୀତ ସିଂହ କହିଛନ୍ତି 'ଭଲ ପ୍ରଦର୍ଶନର ବିକଳ୍ପ ନାହିଁ'। ଖେଳାଳିମାନଙ୍କୁ ବିଶେଷ କିଛି କହିବାର ନାହିଁ, ସମସ୍ତଙ୍କୁ ଜଣା ଏ କ୍ବାର୍ଟର ଫାଇନାଲ୍ କେତେ ଗୁରୁତ୍ବପୂର୍ଣ୍ଣ। ଅସୁସ୍ଥତା ସତ୍ତ୍ବେ କାନାଡ଼ା ବିପକ୍ଷରେ ସୀମିତ ସମୟ ଖେଳିଥିବା ମନ୍ପ୍ରୀତ୍ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ଭାରତୀୟ ଦଳ ମଧ୍ୟ ନେଦରଲାଣ୍ଡ୍ ମ୍ୟାଚ୍କୁ ଅନୁସରଣ କରୁଛି ଏବଂ ଖେଳାଳିମାନେ ଏବେ ଶ୍ରେଷ୍ଠ ଆକ୍ରମଣାତ୍ମକ ସମୟରେ ରହିଛନ୍ତି ବୋଲି ମଧ୍ୟ ମନ୍ପ୍ରୀତ୍ କହିଛନ୍ତି। ଆମେ ରକ୍ଷଣାତ୍ମକ ନ ହୋଇ ଅଧିକ ଆକ୍ରମଣ କଲେ ଅଧିକ ସୁଯୋଗ ରହିବ ଏବଂ ଚାପ ସୃଷ୍ଟି କରିପାରିବୁ ବୋଲି ସେ କହିଛନ୍ତି। ହକି ଇଣ୍ଡିଆ ଲିଗ୍ ପରେ ଆମେ ଆଉ ହଲାଣ୍ଡ୍ ଏବଂ ଅଷ୍ଟ୍ରେଲିଆ ଖେଳାଳିଙ୍କ ବିପକ୍ଷରେ ଖେଳିବାକୁ ଭୟ କି ଚାପରେ ରହୁନାହୁଁ ବୋଲି ମନପ୍ରୀତ୍ ପ୍ରକାଶ କରିଥିଲେ।
|
ଶ୍ରୀଦେବୀଙ୍କ ଝିଅ ନିଜ ଫୋନ ଉପରେ ରଖିଲେ ଏମିତି ଫଟୋ କ୍ୟାମେରାରେ କଏଦ ହେଲା ଯାହାକୁ ଦେଖିବା ପରେ ସମସ୍ତେ ରହିଗଲେ ସ୍ତବ୍ଦ ତ କଣ ସତରେ
ବଲିଉଡ୍ ହେଉ କିମ୍ବା ଓଲିଉଡ ହେଉ କିମ୍ବା ସବୁଥିରେ ଆମେ ଦେଖିବାକୁ ପାଇଥାଉ ଯେ ବଂଶ ଗତ ପରମ୍ପରା ରହିଛି । ବଂଶ ଗତ ପରମ୍ପରା ମାନେ ପ୍ରଥମେ ଗୋଟିଏ ବଂଶ ରୁ ଯିଏ ହଉ ଜଣେ ଫିଲ୍ମ ଲାଇନ୍ ଆସିଥାନ୍ତି ଏହା ପରେ ତାଙ୍କ ପିଲା ତା ପରେ ତାଙ୍କ ପିଲା ଏହିପରି କରି ତାଙ୍କ ପରିବାର ସମସ୍ତେ ଫିଲ୍ମ ଲାଇନ୍ କୁ ପଳେଇ ଆସିଥାନ୍ତି। ଯେପରି କି ଅମିତାଭ ବଚ୍ଚନ ତାଙ୍କ ସ୍ତ୍ରୀ ତାଙ୍କ ପୁଅ ଅଭିଶେକ ବଚ୍ଚନ ଏବଂ ବୋହୂ ମଧ୍ୟ ଫିଲ୍ମ ଲାଇନ୍ ରେ ଅଛନ୍ତି। ଏହିପରି ଅନେକ ଙ୍କ ପରିବାର ଫିଲ୍ମ ଲାଇନ୍ ସହ ଯୋଡିତ ଅଛନ୍ତି।
ସେହିପରି ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି କଥା କହିବାକୁ ଗଲେ ଉତ୍ତମ ମହାନ୍ତି ଏବଂ ଅପରାଜିତା ହେଉଛନ୍ତି ଓଲିଉଡ୍ ଏକ ବହୁତ ସୁପରହିଟ୍ ଚେହେରା ଏବଂ ବହୁତ ସଫଳ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ। ଏହି ବଂଶ କଥା ଦେଖିବାକୁ ଗଲେ ଆମ ଓଲିଉଡ୍ ଅପେକ୍ଷା ବଲିଉଡ୍ ରେ ଅଧିକ ରହିଛି। ଆଜିର ଏହି ଇଣ୍ଟରନେଟ୍ ଯୁଗ ରେ ସୋସିଆଲ୍ ମିଡିଆ ରେ ଅନେକ ଷ୍ଟାର କିଡ୍ସ ଙ୍କ ର ଫଟୋ ଭାଇରାଲ୍ ହୁଏ।ଏହି କିଡ୍ସ୍ ମାନେ ଏଥିରେ ଅନେକ ସକ୍ରିୟ ହେବା ସହ ଏଥିରେ ସେମାନଙ୍କୁ ଅନେକ ଲୋକ ଜାଣନ୍ତି ଏବଂ ସେମାନଙ୍କ ର ଫ୍ୟାନ୍ ମଧ୍ୟ ହେଇଯାଆନ୍ତି। ଆମେ ଆଜି ଆପଣ ମାନଙ୍କୁ ସେହି ପରି ଏକ ପ୍ରସିଦ୍ଧ ବଂଶ ର ପିଲା ଙ୍କ ସମ୍ପର୍କରେ କିଛି କହିବୁ।
ତେବେ ସେହି ପ୍ରସିଦ୍ଧ ବଂଶର ଦୁଇଟି ସୁନ୍ଦରୀ ପିଲା ହେଉଛନ୍ତି ସ୍ୱର୍ଗତ ଶ୍ରୀ ଦେବୀ ଙ୍କ ର ଦୁଇଟି ଝିଅ ଜାହ୍ନବୀ କପୁର ଏବଂ ଖୁସି। ଏହି ଦୁଇ ଝିଅ ସେମାନଙ୍କ ମାଆ ଙ୍କ ମୃତ୍ୟୁ ପରେ ଅନେକ ଚଚ୍ଚା କୁ ଆସିଥିଲେ। ଏହାପରେ ସେମାନେ ସର୍ବଦା ସବୁଆଡେ ଚର୍ଚ୍ଚା ରେ ମଧ୍ୟ ରହିଛନ୍ତି। ବଡ ଝିଅ ଜାହ୍ନବୀ ନିଜର ଫିଲ୍ମ କ୍ୟାରିୟର କୁ ନେଇ ସର୍ବଦା ବିଜି ରହୁଥିବା ବେଳେ ସାନ ଭଉଣୀ ଖୁସି ନିଜର ବ୍ୟକ୍ତିଗତ ଜୀବନ ରେ ବ୍ୟସ୍ତ ରହୁଛନ୍ତି। ତେବେ ଏହି ନିକଟ ରେ ଖୁସି ଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବାକୁ ମିଳିଥିଲା।
ଏଠାରେ ସେ ଏକ ପିଙ୍କ୍ କଲର୍ ର ଡ୍ରେସ୍ ପିନ୍ଧିଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥିଲେ। ସେ ଯେତେବେଳେ ରେଷ୍ଟୁରାଣ୍ଟ ରୁ ବାହାର କୁ ଆସିଲେ ଗଣମାଧ୍ୟମ ମାନେ ତାଙ୍କ ର ଅନେକ ଫଟୋ ଉଠାଇଥିଲେ। ଏହି ମଧ୍ୟରୁ ସେଠାରେ ଏକ ବଡ ଆକର୍ଷଣ ମଧ୍ୟ ଥିଲା। ଜାହ୍ନବୀ ଙ୍କ ହାତ ରେ ତାଙ୍କ ଫୋନ୍ ଥିଲା ଏବଂ ତାଙ୍କ ଫୋନ୍ ର ଅନ୍ ଥିଲା। ଏବଂ ସେ ତାଙ୍କ ର ଫ୍ରନ୍ଟ୍ ୱାଲ୍ ପେପର୍ ରେ ତାଙ୍କ ମାଆ ଙ୍କ ସହ ନିଜର ଛୋଟ ଏକ ଛୋଟ ବେଳ ର ଫଟୋ କୁ ସେଭ୍ କରିଥିଲେ।
ଏହି ଫଟୋ ବହୁତ ପୁରୁଣା ବୋଲି ଜଣା ପଡୁଛି। ଏହି ଫଟୋ ଟି ବ୍ଲାକ୍ ଏଣ୍ଡ୍ ହ୍ୱାଇଟ୍ ଫଟୋ। ଏଠାରେ ମମି ଶ୍ରୀ ଦେବୀ ଙ୍କ କାନ୍ଧ ରେ ଖୁସି ବସିଛନ୍ତି ଏବଂ ଖୁସି ଏଠାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ବାସ୍ତବ ରେ ଏହି କଥା ଟି ବହୁତ ହୃଦୟସ୍ପର୍ଶୀ ଅଟେ। ଏହି ମୋବାଇଲ୍ ର ଫଟୋ ସେଟ୍ ରୁ ଜଣା ପଡୁଛି ଆଜି ବି ଖୁସି କେତେ ତାଙ୍କ ମାଆ ଙ୍କୁ ମନେ ପକାଉଛନ୍ତି। ଏହି କଥା ଏବେ ସୋସିଆଲ୍ ମିଡିଆ ରେ ଖୁବ୍ ଜୋର ରେ ଭିଇରାଲ୍ ହେବାରେ ଲାଗିଛି।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।Inspire Post From –janta
|
ବର୍ଷା ଆସିଥିଲା
ବର୍ଷା ଆସିଥିଲା2 mins 524 2 mins 524
ହଁ, ବର୍ଷା ଆସିଥିଲା, ଟାଙ୍ଗରା ମାଟିକୁ ଓଦା କରିଥିଲା. ସତେ ଯେମିତି ବହୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା . ହଁ ,ରାଜୁ ର ପିଲାବେଳ ସାଙ୍ଗ ବର୍ଷା .ପିଲାଟି ଦିନରୁ ତା ବାପାକୁ ହରେଇ ଥିଲା .ତା ସାଥେ ଏକାଠି ସ୍କୁଲରେ ପାଠ ପଢିବା,ଖାତା ଦିଆ ନିଆ, ଖୁଦୁରୁକୁଣୀ ଓଷା ସମୟରେ_ ତା ପାଇଁ ଫୁଲ ତୋଳିବାକୁ ଯାଇ , ବୋଉ ଠାରୁ କେତେ ଯେ ଗାଳି ଶୁଣିଛି,ତା ଏଠି କହିବା ଅସମ୍ଭବ . ହେଲେ ବାପ ଛେଉଣ୍ଡ ଝିଅ ପ୍ରତି ରାଜୁର କୋଉଠି ନା କୋଉଠି ଦରଦୀ ମନଟା ଢଳି କି ରହିଥିଲା. ଯେଉଁ ଦିନ ସନା ମାଷ୍ଟ୍ରେ ରାଜୁର ବାପାକୁ କହିଲେ "ତୁମ ରାଜୁ ଆଜି ସ୍କୁଲ ଆସି ନ ଥିଲା ଯେ" _ତାପରେ ବାପା ଆସି ହଳୁଆ ପାଞ୍ଚଣ ରେ ତା ପିଠି ରେ କଲେ ମନଇଚ୍ଛା ଦସ୍ତଖତ କିନ୍ତୁ ଘଟଣାର ଅନ୍ତରାଳେ ଥିଲା ସହପାଠୀନୀ ବର୍ଷା କୁ ଜ୍ଵର.
ପାଖ ଗାଁ ବଇଦ ପାଖକୁ ଯାଇ ଔଷଧ ଆଣି ଦେଇଥିଲି, କେତି ମାଉସୀ କୁ. କେତି ମାଉସୀ ବି ଝିଅ ବର୍ଷା ପାଇଁ କାନ୍ଦି ପକାଇଥିଲେ .ତେଲ ଲୁଣ ସଂସାର ଭିତରେ ଜଣେ ବିଧବା ମାଆର ନିଜ ସନ୍ତାନ ପାଇଁ କେତେ ଯେ, ବାତ୍ସଲ୍ୟ ଭରି ରହିଛି ମୁଁ ବୁଝି ଯାଇଥିଲି.
ସେ ଦିନର ଘଟଣା ପାଇଁ ରାତିରେ, ବାପାଙ୍କ ଠାରୁ ମାଡ଼ ଖାଇବାର କା'ହିଁ ଟିକିଏ ହେଲେ ବି ଅନନୁଶୋଚନା ନ ଥିଲା ତାର. ଅନେକ ଥର ମନକଥା ବର୍ଷା କୁ ଜଣେଇବ ବୋଲି ଭାବିଛି. ସେ ହେଲେ ଯୁଉ ପାଇନି ତାର .ବର୍ଷା ବି ଅନେକ ଥର ଭାବିଛି. କିନ୍ତୁ ,ମାଟିର କାଇଁଚ ସେ. ଏତେ ବଡ଼ ସ୍ଵପ୍ନ ଦେଖିଲେ ଲୋକ ହସା ହୋଇଯିବନି ତ ,ଗାଁ ର ଦୁନିଆଁ ତା ମାଆ କୁ ହଜାରେ ପ୍ରଶ୍ନ କରି ବେନି ତ, ଏମିତି ଗୁଡ଼ାଏ ଅସମାହିତ ପ୍ରଶ୍ନ ତାକୁ ବୁଢିଆଣୀ ଜାଲ ପରି ଛନ୍ଦି ପକାଉ ଥାଏ.
ସତର ଫଗୁଣ ପରେ , ହଠାତ୍ ବାପା ରାଜୁକୁ ସହର ପଠେଇ ଦେଲେ ଉଚ୍ଚ ଶିକ୍ଷା ପାଇଁ। ସବୁ ତା ଭାଗ୍ୟ ର ବିଡ଼ମ୍ବନା. ସେଇ ବର୍ଷ କେତି ମାଉସୀ ଝିଅ ବର୍ଷା କୁ ବାହା ଦେଇଦେଲେ .ରାଜୁ ର ଦୁନିଆଁକୁ କଳା ବାଦଲ ମାଡ଼ି ଆସିଲା. ସେ ନିଜ କୁ ନିଜେ ବାପା ମାଆଙ୍କ ପାଇଁ ତା'ର ସ୍ଵପ୍ନ ଉପରେ କବର ଦେଇ ଦେଲା। ଆଉ ସେ ,କରି ପାରି ଥାଆନ୍ତା ବା କ'ଣ
ସମୟ ବଦଳି ଯାଇଛି,ଆଜି ତା ପାଖରେ ଗାଡ଼ି ଘୋଡା ସବୁ ଅଛି .ହେଲେ ବର୍ଷା ନାହିଁ ଏମିତି ରେଳ ଷ୍ଟେସନରେ ବସି ଭାବୁ ଭାବୁ, ଜଣେ ଅଳ୍ପ ବୟସ୍କ ବିଧବା ଲୋକ, ନୁଖୁରା ମୁଣ୍ଡ,କାଖରେ ଚିରା ଲୁଗା ଗଣ୍ଠିଲି ଧରି ପହଞ୍ଚିଲା ଆଉ ରାଜୁକୁ ମାଗିଲା,ଏ ବାବୁ କିଛି ପଇସା ଦିଅ, ମୁଁ କିଛି ଖାଇନି ରାଜୁ ନିଜ ପକେଟ୍ ରୁ କିଛି ପଇସା ଦେଲା। ଆରେ ଏ କ'ଣ ,ୟେତ ମୋ ବର୍ଷା, ହଁ ହଁ ମୋ ବର୍ଷା ପଛରୁ ରାଜୁ ଯେତେ ଡାକିଲେ ବି ସେ ଆଉ ଶୁଣି ଲାନି,ଆଉ ଗୋଟେ ଟ୍ରେନ୍ ରେ ବସି ସେ ଚାଲିଗଲା. ହଠାତ୍ ଅଦିନିଆ ପବନ ଆଉ ବର୍ଷା କୁଆଡେ ଥିଲା କେଜାଣି? ମାଡିଆସିଲା ଷ୍ଟେସନର ପରିସରରେ ଶୀତଳ ସମୀରଣ ଖେଳିଗଲା .ରାଜୁ ତା କୋହ ସମ୍ଭାଳି ପାରିଲାନି ଖାଲି ପାଗଳଙ୍କ ପରି କହି ଚାଲିଥିଲା_
ମୋ ବର୍ଷା ଆସିଥିଲା
ହଁ.... ହଁ .... ବର୍ଷା ଆସିଥିଲା
|
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ, ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ଏବଂ ପ୍ରତିଭା ପରିଚାଳନା ଏଜେନ୍ସି KWAN ମଧ୍ୟରେ ହୋଇଥିବା ଟଙ୍କା କାରବାରର ବିଶେଷ ବିବରଣୀ ସାମ୍ନାକୁ ଆସିଛି ।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିପବ୍ଲିକ୍ ମିଡିଆ ନେଟୱାର୍କ ବର୍ତ୍ତମାନ ସିବିଆଇ ଅଭିଯୁକ୍ତ ନମ୍ବର ୱାନ ରେହ ଚକ୍ରବର୍ତ୍ତୀ ଏବଂ ପ୍ରତିଭା ପରିଚାଳନା ଏଜେନ୍ସି KWAN ମଧ୍ୟରେ ହୋଇଥିବା କାରବାରର ବିଶେଷ ବିବରଣୀ ପାଇଛି । ଯେହେତୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଆର୍ଥିକ ଲିଙ୍କ ଅନୁସନ୍ଧାନ କରେ, ପ୍ରଶ୍ନ ଉଠୁଛି ଯେ କେୱାନ କାହିଁକି ରିୟାଙ୍କୁ ଏକାଧିକ କାରବାର କରୁଥିଲା? KWAN ମାଲିକମାନେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ସ୍କାନରରେ ଅଛନ୍ତି କାରଣ ଡ୍ରଗ୍ ଚାଟରେ ସେମାନଙ୍କ ନାମ ପ୍ରକାଶ ପାଇଥିଲା ଯେଉଁଠାରେ ଡ୍ରଗ୍ ଯୋଗାଣ ବିଷୟରେ ଆଲୋଚନା ହୋଇଥିଲା । KWAN-Rhea କାରବାର ଉପରେ ମଧ୍ୟ ଇଡି ଏହି ଡ୍ରଗ୍ସ କୋଣକୁ ଯାଞ୍ଚ କରୁଛି ।
ଇଡ ସ୍କାନରରେ KWAN-Rhea ର ଟଙ୍କା କାରବାର:
ମାର୍ଚ୍ଚ ୧୨ ରେ RTGS ମାଧ୍ୟମରେ ୩,୯୬,୮୨୫ ଟଙ୍କା ମୂଲ୍ୟର ପ୍ରଥମ କାରବାର ହୋଇଥିଲା ଏବଂ ଦ୍ୱିତୀୟଟି ଏକ ମାସରୁ ଅଧିକ ସମୟ ମଧ୍ୟରେ ହୋଇଥିଲା । ଏଥିରେ ପରିମାଣ ୩,୬୮,୦୯୮ ଟଙ୍କା ଥିଲା । ତୃତୀୟ ଦେୟ ମେ ୨ ରେ NEFT ମାଧ୍ୟମରେ କରାଯାଇଥିଲା ଏବଂ ଏହାର ପରିମାଣ ଥିଲା ୧,୬୦,୬୫୨ ଟଙ୍କା । ଚତୁର୍ଥ ଦେୟ ସେହି ମାସରେ ଘଟିଥିଲା ଏବଂ ଏହାର ପରିମାଣ ୧,୭୨,୧୨୬ ଟଙ୍କା ଥିଲା । ଜୁନ୍ ୪ ରେ ଏକ ଚେକ୍ ମାଧ୍ୟମରେ ପଞ୍ଚମ କାରବାର ହୋଇଥିଲା ଏବଂ କ୍ରେଡିଟ୍ ପରିମାଣ ୧,୫୯,୩୦୦ ଟଙ୍କା ଥିଲା । ୨,୭୫,୪୦୦, ୧,୩୬,୮୦୨, ୨,୭୫,୪୦୦, ୧,୧୭,୯୦୦ ଏବଂ ୧,୨୧,୧୨୫ ଟଙ୍କା ଥିବା ଅନ୍ୟ ପାଞ୍ଚ ଟଙ୍କାର କାରବାର RTGS କିମ୍ବା NEFT ମାଧ୍ୟମରେ ଯଥାକ୍ରମେ ୨୫ ଜୁନ୍, ଜୁଲାଇ ୪, ଜୁଲାଇ ୬, ଅକ୍ଟୋବର ୪ ଏବଂ ନଭେମ୍ବର ୧୮ ହୋଇଥିଲା ।
ବଲିଉଡର ଡ୍ରଗ୍ ନକ୍ସସ୍ ଉପରେ ଏନସିବିର ଅନୁସନ୍ଧାନ ମଧ୍ୟରେ ଦୀପିକା ପାଦୁକୋନ୍, ସାରା ଅଲି ଖାନ୍, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ ଏବଂ କେୱାନ୍ କାର୍ଯ୍ୟନିର୍ବାହୀ ଜୟା ସାହା ଏବଂ କରିସ୍ମା ପ୍ରକାଶଙ୍କୁ ପଚରାଉଚରା କରାଯିବା ପରେ କେୱାନ୍ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାର ଏକ ଅଂଶ ଭାବରେ ଦାଖଲ ହୋଇଛି, ଯେଉଁଥିରେ ରିୟା ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି ।
KWAN ମାଲିକମାନେ ହୁଆଟ୍ସ ଆପ୍ ଡ୍ରଗ୍ ଚାଟ୍ ଗ୍ରୁପ୍ ର ଏକ ଅଂଶ:
ବଲିଉଡର ଡ୍ରଗ୍ ନକ୍ସସ୍ ଉପରେ ଅନୁସନ୍ଧାନ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) କେୱାନ୍ ସିଇଓ ଧ୍ରୁବ ଚିତଗୋପେକର, ସେମାନଙ୍କ ପ୍ରତିଭା ପରିଚାଳକ ଜୟା ସାହା ଏବଂ କର୍ମଚାରୀ କରିସ୍ମା ପ୍ରକାଶଙ୍କୁ ମଧ୍ୟ ଡକାଇଛନ୍ତି, ଯିଏକି ଦୀପିକା ପାଦୁକୋନ୍ ର ମ୍ୟାନେଜର । ଗତ ସପ୍ତାହରେ, ରିପବ୍ଲିକ୍ ମିଡିଆ ନେଟୱାର୍କ ଦୀପିକା, କରିସ୍ମା ପ୍ରକାଶ ଏବଂ KWAN ସହ-ପ୍ରତିଷ୍ଠାତା ଅନିର୍ବାନ୍ ଦାସ ବ୍ଲାହ ଏବଂ ବିଜୟ ସୁବ୍ରମଣ୍ୟମ୍ଙ୍କ ସହ କେୱାନ୍ ପ୍ରତିଭା ପରିଚାଳକ ଜୟ ସାହାଙ୍କ ଦ୍ୱାରା ଗଠିତ ଏକ ହୁଆଟ୍ସ ଆପ୍ ଗ୍ରୁପ୍ ର ଅଧିକ ବିବରଣୀ ପାଇଥିଲା । ଏହି ହୁଆଟ୍ସ ଆପ୍ ଗ୍ରୁପ୍ ଚାଟ୍ ଦର୍ଶାଏ ଯେ ସ୍କାନରରେ ଥିବା କମ୍ପାନୀର ଟପ୍ ମ୍ୟାନେଜମେଣ୍ଟ ଗୋଷ୍ଠୀର ଏକ ଅଂଶ ଥିଲା ଏବଂ ସେମାନେ KWAN କର୍ମଚାରୀଙ୍କ ମାଧ୍ୟମରେ ଚାଲିଥିବା ଡ୍ରଗ୍ ଯୋଗାଣ ଚେନ ବିଷୟରେ ଅବଗତ ଥିଲେ ।
ସୂତ୍ରରୁ ପ୍ରକାଶ ଯେ ଏନସିବି ମୁଖ୍ୟ ରାକେଶ ଆସ୍ଥାନାଙ୍କୁ ଅଧିକାରୀଙ୍କ ଦ୍ୱାରା 'ଡ୍ରଗ୍ ଡୋସିଅର୍' ପ୍ରଦାନ କରାଯିବ । ସୂଚନାନୁସାରେ, ଏହି ଡ୍ରଗ୍ ଡୋସିଅର୍ ଡ୍ରଗ୍ସ କିଣିବାରେ ଜଡିତ ବଲିଉଡର ଶ୍ରେଷ୍ଠ ତାରକାମାନଙ୍କର ଏକ ତାଲିକା କରିଛି । ଏଥିରେ ବଲିଉଡ ଅଭିନେତା ଏବଂ ବିକ୍ରେତାଙ୍କ ମଧ୍ୟରେ ଡ୍ରଗ୍ ଚାଟ୍ ବିଷୟରେ ବିସ୍ତୃତ ରିପୋର୍ଟ ରହିଛି, ଯେଉଁଥିରେ ଅଭିନେତା ଦୀପିକା ପାଦୁକୋନ, ସାରା ଅଲି ଖାନ, ରାକୁଲ ପ୍ରୀତ ସିଂ ଏବଂ ଶ୍ରଦ୍ଧା କପୁରଙ୍କ ସାକ୍ଷ୍ୟ ରହିଛି । ଏଥିରେ KWAN ପ୍ରତିଭା ପରିଚାଳକ କରିସ୍ମା ପ୍ରକାଶ, ଶ୍ରୁତି ମୋଦୀ ଏବଂ ଡିଜାଇନର୍ ସିମୋନ୍ ଖମ୍ବଟାଙ୍କ ସମେତ ଅନ୍ୟମାନଙ୍କ ସାକ୍ଷ୍ୟ ରହିଛି । ଡ୍ରଗ୍ ଡୋସିଅର୍ରେ ଆର୍ଥିକ କାରବାର ଏବଂ KWAN ପ୍ରତିଭା ପରିଚାଳନା ଏଜେନ୍ସିର ମାଲିକାନା ଏବଂ KWAN ସଦସ୍ୟଙ୍କ ସାକ୍ଷ୍ୟ ଏବଂ ଡ୍ରଗ୍ ବେପାରୀଙ୍କ ସହ ସେମାନଙ୍କର ଲିଙ୍କ୍ ଉପରେ ମଧ୍ୟ ବିବରଣୀ ରହିଛି ।
ଏନସିବି ରିହା ଏବଂ ଶୋୟିକ୍ ପାଇଁ ଜାମିନକୁ ବିରୋଧ କରିଛି:
ଏନସିବି ପୂର୍ବରୁ ଅଭିନେତା ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋୟିକ୍ ଏବଂ କିଛି ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଥିଲା । ବମ୍ବେ ହାଇକୋର୍ଟ ରିହା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଏକଙ୍କ ଜାମିନ ଆବେଦନକୁ ସେପ୍ଟେମ୍ବର ୨୯ ପାଇଁ ସ୍ଥଗିତ ରଖିଥିଲେ । ସୂଚନାନୁସାରେ ସୋମବାର ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ଜାମିନ ଆବେଦନକୁ ବିରୋଧ କରିଛି ।
NCB ର ଡ୍ରଗ୍ସ ଅନୁସନ୍ଧାନର ପର୍ଯ୍ୟାୟ ୩ ଆରମ୍ଭ ହେବ:
ସୂତ୍ରରୁ ଜଣାଯାଇଛି ଯେ, ଏନସିବିର ବଲିଉଡ ଡ୍ରଗ୍ ଯାଞ୍ଚର 'ପର୍ଯ୍ୟାୟ-୩'ରେ ଦୀପିକା ପାଦୁକୋନ ଏବଂ ଏଜେନ୍ସିର ରାଡାର ଅଧୀନରେ ଆସୁଥିବା ଅନ୍ୟମାନଙ୍କ ନାମ ଅପେକ୍ଷା ବଡ଼ ଏବଂ ଅଧିକ ପ୍ରଭାବଶାଳୀ ନାମର ଖୁଲାସା କରିବା । ଏପର୍ଯ୍ୟନ୍ତ ଡକାଯାଇଥିବା ଚାରିଜଣ କଳାକାର – ଦୀପିକା, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରାକୁଲ ପ୍ରୀତ ସିଂ ସମସ୍ତେ ସମାନ ସ୍କ୍ରିପ୍ଟରୁ ପଢିଥିବା ପରି ଦେଖାଯାଉଛି ବୋଲି ସୂତ୍ରରୁ ପ୍ରକାଶ ଯେ ସେମାନେ କେବଳ ନିଜ ପାଇଁ ଏହି ସମସ୍ୟାକୁ ସମାଧାନ କରିଛନ୍ତି । ତେଣୁ ସେମାନେ ଜାଣିଛନ୍ତି ଯେ ସେମାନେ କୋଣ ଅନୁକୋଣରେ ଅଛନ୍ତି ।
ସମସ୍ତ ଚାରିଜଣ ଦାବି କରିଛନ୍ତି ଯେ 'ହ୍ୟାସ୍ ଡ୍ରଗ୍ ନୁହେଁ', ଦୁଇଜଣ ମଧ୍ୟ ଦାବି କରିଛନ୍ତି ଯେ ଏନସିବି 'ବଲିଉଡ୍ ଇଂରାଜୀ' ସହିତ ପାରଙ୍ଗମ ନୁହେଁ । ଶେଷରେ, ଅମଲାତନ୍ତ୍ର ତଥା ରାଜନେତାଙ୍କ ଠାରୁ କ୍ଷିତିଜ ପ୍ରସାଦଙ୍କ ଗିରଫଦାରୀ ଉପରେ ଆସୁଥିବା ଚାପରେ ଏନସିବି ଚକିତ ହୋଇଥିବାର କୁହାଯାଉଛି । ଏଜେନ୍ସି ଆତ୍ମବିଶ୍ୱାସୀ ଅଟେ ଯେ ହେପାଜତରେ ପଚରାଉଚରା ବେଳେ ଅନେକ ନାମ ବାହାରକୁ ଆସିବ ଏବଂ ନିର୍ଦ୍ଦେଶକ / ଉତ୍ପାଦକଙ୍କ ଗ୍ରିଲରେ ଶାରୀରିକ ଅତ୍ୟାଚାରର 'ଦୁର୍ଦ୍ଦାନ୍ତ' ଦାବିକୁ ମଧ୍ୟ ଖାରଜ କରିଦେଇଛନ୍ତି ଯିଏ ଏକଦା ବଲିଉଡର ଉତ୍ପାଦନ ବ୍ୟାନର ଜଡିତ ଥିଲେ । ସୂତ୍ରରୁ ପ୍ରକାଶ ଯେ ଏନସିବି ପାଖରେ ଆହୁରି ଅନେକ ପ୍ରମାଣ ଅଛି ଯାହା ଏପର୍ଯ୍ୟନ୍ତ ଉପସ୍ଥାପିତ ହୋଇନାହିଁ ଏବଂ ଅଭିନେତ୍ରୀମାନଙ୍କ ପାଇଁ ଆଉ ଏକ ଡାକରାକୁ ଏଡ଼ାଇ ଦିଆଯାଇନାହିଁ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।
|
ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କୁ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ତାଙ୍କୁ ୱାଲ୍ଟର ରିଡ ହସ୍ପିଟାଲକୁ ନିଆଯାଇଛି ଯେଉଁଠାରେ ତାଙ୍କୁ ଚିକିତ୍ସା କରାଯିବ। ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିବା ଟ୍ରମ୍ପଙ୍କ ଡାକ୍ତର ସଚିନ କନଲି କହିଛନ୍ତି।
ଏକ ଭିଡିଓ ଟ୍ୱିଟ୍ କରି ରାଷ୍ଟ୍ରପତି କହିଛନ୍ତି, ଏହି ସମର୍ଥନ ପାଇଁ ମୁଁ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ୱାଲ୍ଟର ରିଡ୍ ହସ୍ପିଟାଲକୁ ଯାଉଛି | ମୁଁ ଭାବୁଛି ମୁଁ ଭଲ ଅଛି କିନ୍ତୁ ଆମେ ଚାହୁଁ ଯେ ଜିନିଷଗୁଡିକ ଭଲ ଭାବରେ କରାଯାଉ | ପ୍ରଥମ ଲେଡି ମଧ୍ୟ ଭଲ ଅଛନ୍ତି | ମୁଁ ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି, ମୁଁ ଏହାକୁ କେବେବି ଭୁଲି ପାରିବି ନାହିଁ। "
|
ପୁରୀର ୪ଆସନରେ ପୁରୁଣା ମୁହଁ: ୫ ବିଧାନସଭା ଟିକେଟ୍ ଘୋଷଣା କଲା ବିଜେପି
ପୁରୀ: ପୁରୀ ଜିଲ୍ଲାର ୬ଟି ବିଧାନସଭା ଆସନ ମଧ୍ୟରୁ ୫ଟି ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଚାରି ବିଧାନସଭା ଆସନରେ ପୁରୁଣା ବିଧାୟକ ପ୍ରାର୍ଥୀଙ୍କୁ ବିଜେପି ଦୋହରାଇଥିବା ବେଳେ ବ୍ରହ୍ମଗିରିରେ ପ୍ରାର୍ଥୀ ବଦଳାଇଛି। କାକଟପୁର ଆସନ ଝୁଲାଇ ରଖିଛି। ବିଜେପି ପୁରୀରୁ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସତ୍ୟବାଦୀରୁ ଓମ୍ପ୍ରକାଶ ମିଶ୍ର, ପିପିଲିରୁ ଆଶ୍ରିତ ପଟ୍ଟନାୟକ, ନିମାପଡ଼ାରୁ ପ୍ରଭାତୀ ପରିଡ଼ାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି। ୨୦୧୯ ନିର୍ବାଚନରେ ବିଜେପି ପୁରୀ ଓ ବ୍ରହ୍ମଗିରିରେ ବିଜୟୀ ହୋଇଥିଲା। ପୁରୀରେ ଜୟନ୍ତ ତାଙ୍କ ରାଜନୈତିକ ଗୁରୁ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କୁ ହରାଇ ମାତ୍ର ୪ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ଦଳ ପୁଣିଥରେ ଜୟନ୍ତଙ୍କ ଉପରେ ଭରସା କରିଛି। ବ୍ରହ୍ମଗିରିରେ ମାତ୍ର ୧୯୦୦ ଭୋଟ୍ରେ ବିଜେଡି ନେତା ସଂଜୟ କୁମାର ଦାସବର୍ମାଙ୍କୁ ହାରଇ ଲଳିତେନ୍ଦୁ ବିଜୟୀ ହୋଇ ବିଧାୟକ ପଦ ଅକ୍ତିଆର କରିଥିଲେ। ଏଥର ଲଳିତେନ୍ଦୁଙ୍କ ବଦଳରେ ଝିଆରୀ ଉପସନା ସଂଜୟଙ୍କ ବଦଳରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଲଢ଼ିବେ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୯ ନିର୍ବାଚନରେ ସତ୍ୟବାଦୀରେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଥିଲେ ଓମ୍ପ୍ରକାଶ ମିଶ୍ର। ଓମ୍ପ୍ରକାଶ ପ୍ରାୟ ୧୮ହଜାର ଭୋଟ୍ରେ ପରାଜିତ ହୋଇଥିଲେ। କିନ୍ତୁ ପ୍ରଥମ ଥର ନିର୍ବାଚନରେ ଲଢ଼ି ୬୨ହଜାରରୁ ଅଧିକ ଭୋଟ୍ ପାଇଥିଲେ। ଏଣୁ ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହଙ୍କ ଭଳି ଅନେକ ନେତା ଟିକେଟ୍ ଦୌଡ଼ରେ ଥିଲେ ବି ଦଳ ପୁଣିଥରେ ଓମ୍ଙ୍କ ଉପରେ ଭରସା କରିଛି। ଓମ୍ପ୍ରକାଶ ଏଥର କିନ୍ତୁ ସଂଜୟ କୁମାର ଦାସବର୍ମାଙ୍କ ବିରୋଧରେ ଲଢ଼ିବେ। ଏଥର ପିପିଲି ବିଧାନସଭା ଆସନରୁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କୁ ପୁଣିଥରେ ଟିକେଟ୍ ଦେଇଛି ବିଜେପି। ୨୦୧୯ ନିର୍ବାଚନରେ ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିରୋଧରେ ଆଶ୍ରିତ ବିଜେପିରୁ ଲଢ଼ି ମାତ୍ର ୧୦ହଜାର ଭୋଟ୍ରେ ପରାଜିତ ହୋଇଥିଲେ। ପ୍ରଦୀପଙ୍କ ପରଲୋକ ପରେ ୨୦୨୧ ଉପନିର୍ବାଚନରେ ପ୍ରଦୀପଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କ ବିରୋଧରେ ଲଢ଼ି ପ୍ରାୟ ୨୧ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଥର କିନ୍ତୁ ନିର୍ବାଚନରେ ସିଧାସଳଖ ପୁଅ ରୁଦ୍ରଙ୍କ ସହ ଆଶ୍ରିତଙ୍କ ଟକ୍କର ହେବାକୁ ଯାଉଛି। ନିମାପଡ଼ାରେ ବିଜେଡି ଓ କଂଗ୍ରେସ ଟିକେଟ୍ ଘୋଷଣା କରି ନଥିବାବେଳେ ବିଜେପି ପୁଣିଥରେ ପ୍ରଭାତୀ ପରିଡ଼ାଙ୍କ ଉପରେ ଭରସା କରିଛି। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଭାତୀ ବିଜେଡି ବିଧାୟକ ସମୀର ରଂଜନ ଦାଶଙ୍କ ବିରୋଧରେ ଲଢ଼ି ପ୍ରାୟ ୩୦ହଜାର ଭୋଟ୍ରେ ପରାଜିତ ହୋଇଥିଲେ।
|
ଜୟପୁର,୩୦/୧୧: ଚିକେନ ଖାଇ ପାରିଲାନି ସ୍ୱାମୀ । ଘରକୁ ଆସିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଜୀବନ । ଏକ ଅଜଣା ଗାଡ଼ି ଧକ୍କାରେ ସ୍ୱାମୀଙ୍କ ଜୀବନ ଚାଲିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକ ହେଲେ ଲକ୍ଷ୍ମୀପୁର ବ୍ଲକ ଦଶମନ୍ତପୁର ଥାନା ଶୁକ୍ରାଗୁଡ଼ାର ରମେଶ ନାୟକ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ପୋଲିସର କହିବାନୁସାରେ, ଶନିବାର ରାତିରେ ଜୟପୁର ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ସେହି ସମୟରେ ଗ୍ଲୋକାଲ ହସପିଟାଲ ପାଖରେ ଏକ ଦୁର୍ଘଟଣା ହୋଇଥିବା ଖବର ପାଇଥିଲା ପୋଲିସ । ତୁରନ୍ତ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ପଡିଥିବା ଦେଖିବାକୁ ପାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ହସପିଟାଲକୁ ପଠାଯାଇଥିଲା । ଡାକ୍ତର ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ମୃତକଙ୍କ ସ୍ତ୍ରୀ ହସ୍ପିଟାଲରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ ।
ମୃତ ରମେଶଙ୍କ ସ୍ତ୍ରୀ ଭାନୁଙ୍କ କହିବା ଅନୁଯାୟୀ, ସେମାନେ ପେଟପାଟଣା ଲାଗି ଲକ୍ଷ୍ମୀପୁରରୁ ଆସି ଏଠାରେ ରହୁଥିଲେ। ରମେଶ ମିସ୍ତ୍ରୀ କାମ କରନ୍ତି । ଉଭୟ ଗ୍ଲୋକାଲ ହସପିଟାଲ ପଛପଟ ଲେନ୍ରେ ରହୁଥିଲେ । ଶନିବାର ସକାଳେ ଖାଦ୍ୟନେଇ ରମେଶ ଜଣଙ୍କର ଛାତ ପଡୁଥିବା କହି କାମକୁ ବାହାରିଥିଲେ । ଅନ୍ୟ ଜଣଙ୍କ ହାତରେ ଘରକୁ ଚିକେନ୍ ପଠାଇ ରୋଷେଇ କରିବାକୁ କହିଥିଲେ । ରାତି ହୋଇଯାଇଥିଲେ ବି ରମେଶ ଆଉ ଘରକୁ ଫେରି ନଥିଲେ । ଛାତ ପଡୁପଡୁ କାଳେ ବିଳମ୍ବ ହୋଇଥିବ ଭାବି ସେ ଚୁପ୍ ରହିଥିଲେ। ରବିବାର ସକାଳୁ ଏଭଳି ଦୁଃଖଦ ଖବର ମିଳିଲା ପରେ ସେ ଭାଙ୍ଗିପଡିଛନ୍ତି । ଏପରିକି ସେ ଥାନା ଦାଣ୍ଡରେ ଲୋଟି କାନ୍ଦୁଥିବାର ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା ।
|
ଭୁବନେଶ୍ୱର ରସୁଲଗଡ଼ରୁ ଗଞ୍ଜେଇ ଜବତ, ଦୁଇ ଗିରଫ
SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ନିଶା ବେପାରିଙ୍କର ଆଡ୍ଡା ପାଲଟିଛି ରାଜଧାନୀ । ଗଞ୍ଜେଇ ଚାଲାଣରେ ବ୍ୟବହୃତ ହେଉଛି ଅନେକ ପ୍ରକାରର ସ୍ମାର୍ଟ ଫର୍ମୁଲା । ଏବେ ଆଉ ସାଧାରଣ ଗାଡି ନୁହେଁ ତୈଳ ଟ୍ୟାଙ୍କରରେ ଚାଲିଛି ଗଞ୍ଜେଇ ବେପାର । ଆଜି ପୁଣି ରାଜଧାନୀରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ମୋଟ ୨୫୦କେଜିର ଗଞ୍ଜେଇ ଜବତ କରିଛି ଭୁବନେଶ୍ୱର ଏନସିବି । ଏହି ଗଞ୍ଜେଇକୁ ଏକ ପେଟ୍ରୋଲ ଟ୍ୟାଙ୍କରରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱରକୁ ଅଣାଯାଉଥିଲା । ଠିକ ଏହି ସମୟରେ ସୂଚନା ପାଇ ଚଢାଉ କରିଥିଲା ଭୁବନେଶ୍ୱର ଏନସିବି । ଭୁବନେଶ୍ୱରର ରସୁଲଗଡ ପାଖରେ ଧରାପଡିଥିଲା ଏହି ଟ୍ୟାଙ୍କର । ଉକ୍ତ ଘଟଣାରେ ଏନସିବି ତୈଳ ଟ୍ୟାଙ୍କର ସହ ୨ଜଣଙ୍କୁ ଗିରଫ କରିଛି । ଉକ୍ତ ଅଭିଯୁକ୍ତ ଦୁଇ ଜଣ ବିହାର ଭୋଜପୁରର ବୋଲି ଜଣାପଡିଛି ।
|
ଏପ୍ରିଲ୍ ଫୁଲ୍ ବାହାନାରେ ଗୁଜବ ପ୍ରଘଟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: କରୋନାଭାଇସର ସଂକ୍ରମଣ ରୋକିବାକୁ ଭାରତରେ ଲକଡାଉନ୍ ଚାଲିଥିବାରୁ ଆଜି "ଏପ୍ରିଲ୍ ଫୁଲ୍ ଡେ' ପାଳନ ନ କରିବା ଭଲ । କିନ୍ତୁ, "ଏପ୍ରିଲ୍ ଫୁଲ୍' ବାହାନାରେ ଯଦି କେହି ସାମାଜିକ ଗଣମାଧ୍ୟମ ଜରିଆରେ କୌଣସି ପ୍ରକାର ଅପପ୍ରଚାର କରେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ଚେତାବନୀ ଦେଇଛି । ଏଥିପାଇଁ ଆଜି ଦିଲ୍ଲୀ ପୁଲିସ ହ୍ୱାଟସଆପ୍ ଗ୍ରୁପ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଉପରେ ନଜର ରଖିଛି ।
ବିଶେଷତଃ, ଏପ୍ରିଲ୍ ଫୁଲ୍ ଡେ' ନାଁରେ ଯଦି କେହି ଗୁଜବ ପ୍ରଚାର କରନ୍ତି ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ପୁଲିସ କହିଛି ।
ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ପୁଲିସ ପରାମର୍ଶ ଦେଇ କହିଛି ଯେ ସେମାନେ ଏପ୍ରିଲ୍ ଫୁଲ୍ ଡେ'ର ଜୋକ୍ ସବୁକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ । ଯାଞ୍ଚ୍ ନ କରି ସାମାଜିକ ଗଣମାଧ୍ୟମରେ ଏହାକୁ ସେୟାର୍ ମଧ୍ୟ କରନ୍ତୁ ନାହିଁ । କାରଣ ଏଥିରେ କୌଣସି ତ୍ରୁଟିବିଚୁ୍ୟତି ଥିଲେ ସେୟାରକାରୀ ଜେଲଦଣ୍ଡ ଭୋଗିବେ ।
ଏ ବର୍ଷ ଗୁଗଲ୍ ମଧ୍ୟ ତା'ର ସମସ୍ତ ଏପ୍ରିଲ୍ ଫୁଲ୍ ଡେ' ହାସ୍ୟ-ରହସ୍ୟ ବାତିଲ କରିଛି ।
|
ଥାଇଲାଣ୍ଡ ବେରି ଚାଷ ପ୍ରେମରେ ଶିକ୍ଷକ ଦମ୍ପତି
ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ସରାସପଶି ଗ୍ରାମର ଶିକ୍ଷକ ଦମ୍ପତି ଡମ୍ବୁରୁଧର ମହାନ୍ତ ଓ ତାଙ୍କ ପତ୍ନୀ ଶିକ୍ଷୟିତ୍ର ସାବିତ୍ରୀ ମହାନ୍ତ ଏବେ ଥାଇଲାଣ୍ଡ ବେରୀ ଓ ବଲ୍ ସୁନ୍ଦରୀ ଚାଷ କରି ଚର୍ଚ୍ଚାରେ ରହିଛନ୍ତି । ପେଶାରେ ଜଣେ କ୍ରୀଡା ଶିକ୍ଷକ ଥିବା ଡମ୍ବରୁଧର ୟୁଟୁବରୁ ଥାଇଲାଣ୍ଡ ବରକୋଳି ଚାଷ ଲାଭଜନକ ଚାଷ ବୋଲି ଜାଣିବାକୁ ପାଇଥିଲେ । ପରେ ଭଦ୍ରକ ଜିଲ୍ଲାର ସିଲନ୍ଦି ଗ୍ରାମ ବାସିନ୍ଦା ତଥା କୃଷି କ୍ଷେତ୍ର ପାଇଁ ଓ ଟିଭି ପୁରସ୍କୃତ ଚାଷୀ ଉଦୟନାଥ କରଙ୍କ ସହଯୋଗରେ ଏହି ଥାଇଲାଣ୍ଡ ଵେରି ଓ ବଲସୁନ୍ଦରୀ ଚାରା ମଗାଇ ଗତ ଫେବ୍ରୁଆରୀ ମାସରେ ନିଜର ୧ ଏକର ପଡିଆ ଜମିରେ ଜୈବିକ ପଦ୍ଧତିରେ ଲଗାଇଥିଲେ ।
ପତ୍ନୀ ସାବିତ୍ରୀଙ୍କ ସହ ଅବସର ସମୟରେ ଗଛର ଯତ୍ନ ନେଉଥିଲେ । ଏବେ ଏହି ଶିକ୍ଷକ ଦମ୍ପତିଙ୍କ ଏହି ୮ ମାସର ଚାରା ଗଛରେ ଥାଇଲାଣ୍ଡ ଵେରୀ ଓ ବଲସୁନ୍ଦରୀ କୋଳି ଫଳିଛି l ଗୋଟିଏ ଗଛରେ ଅନୁନ୍ୟ ୧୦ କେଜି କୋଳି ଫଳିଲାଣି । ଏହି କୋଳିରେ ଚାହିଦା ଥିବାରୁ କେଜି ପ୍ରତି ୬୦ରୁ ୮୦ ଟଙ୍କାରେ ଏହା ବିକ୍ରି ହୋଇଯିବ ବୋଲି କହିଛନ୍ତି ଶିକ୍ଷକ ଦମ୍ପତି । କେନ୍ଦୁଝର ମାଟିରେ ଥାଇଲାଣ୍ଡର ଫଳ ଫଳାଇ ଏହି ଶିକ୍ଷକ ଦମ୍ପତି ନିଜର ସ୍ବପ୍ନ ପୂରଣ କରିବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
|
ପ୍ରିଜମ ନ୍ୟୁଜ ବ୍ୟୁରୋ:ସାଉଥ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ 'ଗଡଫାଦର' ଆଜି ରିଲଜ୍ ହୋଇଛି। ପ୍ରଶଂସକମାନେ ଦୀର୍ଘ ସମୟ ଧରି ବଡ ପରଦାରେ ଅଭିନେତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ । ଶେଷରେ, ଅକ୍ଟୋବର ୫ରେ ଅର୍ଥାତ୍ ଆଜି ଦଶହରା ଅବସରରେ ଫିଲ୍ମଟିକୁ ରିଲିଜ୍ କରାଯାଇଛି । ପ୍ରଥମ ଦିନରେ ପ୍ରଥମ ଶୋ ଦେଖିବା ପାଇଁ ଲୋକମାନେ ପ୍ରେକ୍ଷାଳୟରେ ପହଞ୍ଚିଛନ୍ତି । ତେବେ ଫିଲ୍ମଟି ରିଲିଜ୍ ହେବା ପରେ 'ବସ ଇଜ୍ ବ୍ୟାକ୍' ଟ୍ରେଣ୍ଡ କରୁଛି। ଜଣେ ଉପଭୋକ୍ତା ଲେଖିଛନ୍ତି 'ବସ ଇଜ୍ ବ୍ୟାକ ୱିଥ ଗଡ ଫାଦର୍'। ମେଗାଷ୍ଟାର ଚିରଞ୍ଜିବୀଙ୍କ ପ୍ରଶଂସକଙ୍କ ପାଇଁ ଏହା କୌଣସି ଉପହାରଠାରୁ କମ ନୁହେଁ। ଫିଲ୍ମ୍ ରେ ଚିରଞ୍ଜିବୀଙ୍କ ଏକ ଆଲଗାପ୍ରକାର ସ୍ୱାଗା ରେ ଦେଖିବାକୁ ମିଳିଛି । ଏହା ଏକ ପଲିଟିକାଲ ଆକ୍ସନ ଫିଲ୍ମ ହୋଇଥିବା ବେଳେ। ଏଥିରେ ଚିରଞ୍ଜିବୀ ଓ ସକମାନଙ୍କ ଯୋଡିକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ। ଏଥିରେ ସଲମାନଙ୍କ କେମିଓକୁ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ନୟନତାର ଓ ଅନ୍ୟ କଳାକାର ଦମଦାର ଅଭିନୟ କରିଛନ୍ତି। ଫିଲ୍ମଟି ବକ୍ସ ଅଫିସ୍ ରେ ମଧ୍ୟ ଭଲ କଲେକ୍ସନ କରୁଥିବାର ଜଣା ପଡିଛି।
|
ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ପୁଣି ସଂଖ୍ୟା ଧିରେ ଧିରେ କମିବାବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଆଜି ରାଜ୍ୟରେ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନାନୁସାରେ, ସଂକ୍ରମଣ ସଂଖ୍ୟା ସାମାନ୍ୟ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଆଜି ରାଜ୍ୟରେ ୮ହଜାର ୭୩୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪ହଜାର ୮୯୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୮୪୩ ।
|
ସମ୍ୱଲପୁର: ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର 20ଟି ଗେଟ୍ ଦେଇ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ଥର। ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୩.୧୦ ଫୁଟ ଛୁହିଁଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୫,୯୫,୬୭୪ କ୍ୱିସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୩,୦୮,୪୬୪ କ୍ୱିସେକ ବନ୍ୟାଜଳ ନିଷ୍କାସିତ ହେଉଛି । ପୂର୍ବରୁ ୧୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ଆଉ ୨ଟି ଗେଟ ଖୋଲା ହେଲା । ସର୍ବମୋଟ ୨୦ଟି ସ୍ୱିସଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ବାମ ପର୍ଶ୍ୱରୁ ୧୪ ଓ ଡାହାଣ ପର୍ଶ୍ୱରୁ ୬ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତେବେ ଉପରମୁଣ୍ଡରୁ ଅଧିକ ବନ୍ୟା ଜଳ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଥିବାରୁ ଓ ଜଳଭଣ୍ଡାରର ଜଳସ୍ଥର ବିପଦ ସଙ୍କେତ ତଳେ ରହିଥିବାରୁ ଜଳଭଣ୍ଡାର କତ୍ତୃପକ୍ଷ ଏଭଳି ନିଷ୍ପତି ନେଇଛନ୍ତି।ତେବେ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ହୀରକୁଦ ଜଳଭଣ୍ଡାର ମଧ୍ୟକୁ ଅଧିକ ବନ୍ୟାଜଳ ପ୍ରବେଶ କରୁଛି । ତାହାର ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ଆହୁରି ସ୍ୱିସଗେଟ ଖୋଲାଯିବ ନା ବନ୍ଦ ହେବ ତାହା ଜଣାପଡିବ।ତଳ ମୁଣ୍ଡରେ ବନ୍ୟା ହେବା ସହିତ ଜନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି।
|
ଭୁବନେଶ୍ଵର: ସ୍ଵାସ୍ଥ୍ୟ ହିଁ ସମ୍ପଦ। ଉତ୍ତମ ସ୍ଵାସ୍ଥ୍ୟ ହିଁ ଉଭୟ ବ୍ୟକ୍ତି ଓ ସମାଜ ପାଇଁ ଶ୍ରେଷ୍ଠ ସମ୍ପତ୍ତି। ଆଜି ବି ଅନେକ ଲୋକ ସମୟ ଅଭାବରୁ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁନାହାଁନ୍ତି। ତେଣୁ ସେମାନେ କିଭଳି ସୁସ୍ଥ ରହିବେ ସେ ନେଇ ଅଣ୍ଟା ଭିଡିଛି ରୋଟାରୀ କ୍ଲବ ଅଫ୍ ଭୁବନେଶଶ୍ଵର ଏକ୍ସଲେନ୍ସି। ଏହି କ୍ରମରେ ସ୍ଥାନୀୟ ନୟାପଲ୍ଳୀ ସ୍ଥିତ ବାଲୁଙ୍କେଶ୍ଵର ମନ୍ଦିର ପ୍ରାଙ୍ଗଣରେ ନିକଟରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ଵର ଏକ୍ସଲେନ୍ସି ଓ କେୟାର ହସ୍ପିଟାଲ ମିଳିତ ଆନୁକୁଲ୍ୟରେ ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଅଛି। ଉତ୍ତର ବିଧାୟକ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଥିବା ବେଳେ ଅତିଥି ଭାବରେ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ଥିଲେ।
ଏହି ଶିବିରରେ ପ୍ରାୟ ୧୫୦ରୁ ଊଦ୍ଧ୍ବ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କେବଳ ଯେ ସ୍ବାସ୍ଥ୍ୟ ନୁହେଁ ଲୋକଙ୍କୁ ସେବା ଯୋଗାଇବା ପାଇଁ ଅହରହ ପ୍ରୟାସ କରୁଛି ରୋଟାରୀ କ୍ଲବ ଅଫ୍ ଭୁବନେଶ୍ବର ଏକ୍ସଲେନ୍ସ। କେବଳ ବ୍ଲଡ ପ୍ରେସର, ସୁଗାର ଆଦି ନୁହେଁ ସମସ୍ତ ପ୍ରକାରର ପରୀକ୍ଷା କରାଯାଇଥିଲା। ଆଖି ଠାର ଆରମ୍ଭ କରି ଇସିଜି ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କରାଯିବା ସହ ଡାକ୍ତରଙ୍କ ଦ୍ଵାରା ପରାମର୍ଶ ମଧ୍ୟ ଦିଆଯାଇଥିଲା। ଲୋକଙ୍କ ପାଇଁ ଏହିଭଳି ଶିବିର ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।
|
Subsets and Splits
No community queries yet
The top public SQL queries from the community will appear here once available.