text
stringlengths 265
363k
|
---|
ଭାରତକୁ ଆସୁଛି ଚିତା, ଓଡ଼ିଶାରେ ଛାଡ଼ିବାକୁ ନା
ଭୁବନେଶ୍ବର : ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତ ଅଭିମୁଖେ ବାହାରିଛନ୍ତି ୮ଟି ଆଫ୍ରିକୀୟ ଚିତା। ସେମାନଙ୍କୁ ସ୍ବାଗତ ଲାଗି ପ୍ରସ୍ତୁତ ହୋଇ ରହିଛି ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନ। ଦୀର୍ଘ ୭୦ ବର୍ଷ ପରେ ଭାରତୀୟ ଜଙ୍ଗଲରେ ଦୌଡ଼ିବ ଚିତା। କେନ୍ଦ୍ର ସରକାରଙ୍କ 'ପ୍ରକଳ୍ପ ଚିତା' ଅଧୀନରେ ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ୮ଟି ଚିତା ଅଣାଯାଉଥିବା ବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ୫୦ଟି ଆଣିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ସେମାନଙ୍କୁ ଦେଶର ବିଭିନ୍ନ ଜାତୀୟ ଉଦ୍ୟାନରେ ଛଡ଼ାଯିବା ସହ ଚିତା ବଂଶ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏଭଳି ଖବରକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଉତ୍ସାହିତ ହେବା ସହ ପ୍ରଥମଥର ଲାଗି ଭାରତରେ ଆଫ୍ରିକୀୟ ଚିତାକୁ ଛଡ଼ାଯିବାକୁ ଥିବାରୁ ସେମାନଙ୍କ ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଆସିବାକୁ ଥିବା ୮ଟି ଚିତା ମଧ୍ୟରେ ୫ଟି ଅଣ୍ଡିରା ଓ ୩ଟି ମାଈ ରହିଛନ୍ତି। ସ୍ବତନ୍ତ୍ର ବୋଇଂ ବିମାନରେ ୨୦ ଘଣ୍ଟା ସମୟ ୮ ହଜାର କିମି ଯାତ୍ରା ପରେ ଏମାନେ ଜୟପୁରଠାରେ ପହଞ୍ଚିବେ। ଜୟପୁରରେ ପହଞ୍ଚିବାପରେ ସେମାନଙ୍କୁ ହେଲିକାପ୍ଟର ଯୋଗେ କୁନୋ-ପାଲପୁର ଜାତୀୟ ଉଦ୍ୟାନକୁ ନିଆଯିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଜଙ୍ଗଲ ଭିତରକୁ ଛାଡ଼ିବେ। ଚିତାଙ୍କ ସହ ନାମିବ୍ୟାର ଚିତା ସଂରକ୍ଷଣ ଫାଉଣ୍ଡେସନ(ସିସିଏଫ୍)ର ଏକ ପ୍ରତିନିଧି ଦଳ ମଧ୍ୟ ଆସୁଛନ୍ତି। ପ୍ରଥମ ଏକ ମାସ ପର୍ଯ୍ୟନ୍ତ ସେମାନଙ୍କୁ ୫୦x୩୦ ମିଟର ଏନ୍କ୍ଲୋଜର୍ରେ ସେମାନଙ୍କୁ ଛଡ଼ାଯିବା ସହ ଗତିବିଧି ଉପରେ ନଜର ରଖାଯିବ। ଏହି ଚିତାଗୁଡ଼ିକୁ ଟିକାକରଣ କରାଯାଇଛି। ସେମାନଙ୍କ ଦେହରେ ସାଟେଲାଇଟ୍ କଲାର ଲାଗିଥିବା ଜଣାପଡ଼ିଛି।
୧୯୫୨ରେ ଭାରତରେ ବିଲୁପ୍ତ ବୋଲି ଘୋଷଣା ହୋଇଥିବା ଚିତା ନିଜର ଶିକାର ଧରିବାକୁ ଘଣ୍ଟା ପ୍ରତି ୭୦ରୁ ୧୧୨ କିମି ବେଗରେ ଦୌଡ଼ିପାରେ। ଖୁବ୍ କମ୍ ସମୟ ମଧ୍ୟରେ ନିଜର ସ୍ଥାନ ପରିବର୍ତ୍ତନ କରିବାର କ୍ଷମତା ଏହି ବିରଳ ପ୍ରାଣୀର ରହିଛି। ଦକ୍ଷିଣ ଆଫ୍ରିକା, ନାମିବ୍ୟା, ବୋତୋସ୍ବାନା ପରି ଦେଶରେ ଏମାନେ ଏବେ ମୁଖ୍ୟତଃ ନିଜର ସ୍ଥିତି ଜାହିର କରିଛନ୍ତି। ଏସିଆ ମହାଦେଶର ଆଉ କିଛି ଦେଶରେ କାଁ ଭାଁ ଦେଖିବାକୁ ମିଳନ୍ତି। ଦିନ ଥିଲା, ଭାରତ ଚିତାମାନଙ୍କ ବାସସ୍ଥାନ ଥିଲା। ମୋଗଲ ସମ୍ରାଟ ଆକବରଙ୍କ ସମୟରେ ଦେଶରେ ପାଖାପାଖି ୧୦ ହଜାର ଚିତା ରହୁଥିବା ଇତିହାସ ପୃଷ୍ଠା ଅନୁଧ୍ୟାନ କଲେ ଜଣାପଡ଼େ। କାଳକ୍ରମେ ସହରୀ ସଭ୍ୟତାର ବିକାଶ, ଚିତାଙ୍କ ବାସସ୍ଥଳୀ ନଷ୍ଟ, ଘଞ୍ଚ ଜଙ୍ଗଲ କ୍ଷୟ, ଜଙ୍ଗଲ ଭିତରକୁ ଜନବସତି ମାଡ଼ିଯିବା ଦ୍ବାରା ସେମାନଙ୍କ ସଂଖ୍ୟା ବି କମିଯାଇ ବିଲୁପ୍ତ ବନ୍ୟଜନ୍ତୁରେ ପରିଣତ ହୋଇଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି।
ପୂର୍ବତନ ପିସିସିଏଫ୍ ବିଜୟକେତନ ପଟ୍ଟନାୟକ କହିଛନ୍ତି ଯେ ଭାରତକୁ ଚିତା ଆଣିବା ଲାଗି ୨୦୦୯ରୁ ଉଦ୍ୟମ ଚାଲିଛି। ମାତ୍ର ଏବେ ସଫଳ ରୂପ ନେବାକୁ ଯାଉଛି। ନୂଆ ପ୍ରକଳ୍ପ ହେଉଥିବାରୁ ବନ ବିଭାଗ ଅଧିକାରୀଙ୍କ ଲାଗି ଆହ୍ବାନ ରହିବ। ତଥାପି ଆହ୍ବାନର ମୁକାବିଲା କରି ସଫଳ ହେବାକୁ ମମସ୍ତେ ଇଚ୍ଛା ରଖିବା। ପୁଣିଥରେ ଶୃଙ୍ଖଳ ଯୋଡ଼ିହେଲେ ଭାରତ ପାଇଁ ଭଲ ହେବ। ଅଳ୍ପ ସଂଖ୍ୟକ ଚିତା ଆଣିଲେ ବଂଶବୃଦ୍ଧି ଫଳପ୍ରଦ ହେବ ନାହିଁ। ତେଣୁ ୫ବର୍ଷରେ ୫୦ଟି ଆଣିବାକୁ ଯୋଜନା ହୋଇଛି। ସେମାନଙ୍କୁ ମୁଖ୍ୟତଃ ରାଜସ୍ଥାନ ଓ ମଧ୍ୟପ୍ରଦେଶର ଜାତୀୟ ଉଦ୍ୟାନରେ ଛଡ଼ାଯିବାକୁ ଯୋଜନା ହୋଇଛି। ଓଡ଼ିଶାରେ ସେମାନେ ତିଷ୍ଠି ରହିବା କଷ୍ଟକର ହେବ।
ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ ମହାନ୍ତି କହିଛନ୍ତି ଯେ କୁନୋ-ପାଲପୁର ଜାତୀୟ ଉଦ୍ୟାନରେ ସିଂହ ଛାଡ଼ିବାକୁ ଯୋଜନା ହୋଇଥିଲା। ମାତ୍ର ସେଠାରେ ଏବେ ଚିତା ଛାଡ଼ି ବଂଶ ବୃଦ୍ଧି କରାଯିବ, ଯାହାକି ଭଲ ଖବର। ମାତ୍ର, ଏହି ଉଦ୍ୟାନରେ ଯେତିକି ଅଞ୍ଚଳ ରହିଛି, ଅତି ବେଶିରେ ୧୫ରୁ ୨୦ଟି ଚିତା ରହିପାରିବେ। ଅଧିକ ହେଲେ ସମସ୍ୟା ସୃଷ୍ଟି ହୋଇପାରେ। ପ୍ରଥମଥର ଲାଗି ଭାରତୀୟ ଜଙ୍ଗଲରେ ଆଫ୍ରିକୀୟ ଚିତା ଛଡ଼ାଯାଉଥିବାରୁ ଆହ୍ବାନ ସୃଷ୍ଟି ହୋଇପାରେ। ସେଥିପ୍ରତି ନଜର ରଖିବାକୁ ପଡ଼ିବ। କାରଣ ଅସାବଧାନତା ଲାଗି ପୂର୍ବରୁ ଅନ୍ତଃରାଜ୍ୟ ବାଘ ପ୍ରକଳ୍ପ ଫେଲ୍ ମାରିବାର ନଜରି ରହିଛି। ୫୦ଟି ଚିତା ଆସୁଥିଲେ ମଧ୍ୟ ଓଡ଼ିଶାରେ ନ ଛାଡ଼ିବାକୁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ।
ଚିତା ପ୍ରକଳ୍ପ ପାଇଁ ଇଣ୍ଡଆନ ଅଏଲ୍ ପକ୍ଷରୁ ୫ ବର୍ଷରେ ୫୦.୨୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ଚିତାମାନଙ୍କୁ ସ୍ବାଗତ କରିବା ଲାଗି ଇଣ୍ଡିଆନ ଅଏଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କଂପାନିର ଅଧ୍ୟକ୍ଷ ଏସ୍ ଏମ୍ ବୈଦ୍ୟ କହିଛନ୍ତି।ଏହି ପ୍ରକଳ୍ପ ପାଇଁ କଂପାନି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସହ ହାତ ମିଳାଇଛି।
|
ନୂଆଦିଲ୍ଲୀ ୧୪।୦୯: ସେପ୍ଟେମ୍ବର ୨୪ରେ ଓ୍ଵାଶିଂଟନରେ ଏକାଠି ହେଉଛନ୍ତି କ୍ଵାଡ୍ ଦେଶ। କ୍ଵାଡ୍ ଦେଶ ପ୍ରଥମ ଥର ସାମ୍ନାସାମ୍ନି ସାକ୍ଷାତ କରିବାକୁ ଯାଉଛନ୍ତି। ସେପଟେ କ୍ଵାଡ ମିଟିଂକୁ ନେଇ ବାଉଳେଇ ହେଲାଣି ଚୀନ। କ୍ଷେତ୍ରୀୟ ସହଯୋଗକୁ ଦୃଷ୍ଟିରେ ରଖି ଗଠନ ହୋଇଥିବା ଗ୍ରୁପକୁ କୌଣସି ତୃତୀୟ ପକ୍ଷ ଉଦ୍ଦେଶ୍ୟରେ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି କହିଛି ଚୀନ। କାହାରି ହିତକୁ କ୍ଷତି ପହଞ୍ଚାଇବା ଠିକ୍ ନୁହେଁ। କ୍ଵାଡ ଗ୍ରୁପ୍ କେବେ ବି ଲୋକ ପ୍ରିୟ ହୋଇ ପାରିବ ନାହିଁ ଏବଂ ଏହାର କୌଣସି ଭବିଷ୍ୟତ ନାହିଁ ବୋଲି କହିଛନ୍ତି ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିୟାନ।
ସୂଚନାଯୋଗ୍ୟ, ୨୦୨୧ ମାର୍ଚ୍ଚରେ କ୍ଵାଡ ଦେଶ ଭର୍ଚୁଆଲି ପରସ୍ପରକୁ ଭେଟିଥିଲେ। ଏହା ପରଠୁ କ୍ଵାଡ ଦେଶର ଏହା ହେଉଛି ପ୍ରଥମ ବୈଠକ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ନିଜର ବିବୃତିରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଵାଡ ବୈଠକରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ଚଳିତ ବର୍ଷ ମାର୍ଚ୍ଚ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କେତେ ପ୍ରଗତି ଘଟିଛି ଏହି ବୈଠକରେ ସମୀକ୍ଷା କରାଯିବ।
ବୈଠକରେ କ୍ଷେତ୍ରୀୟ ଅଖଣ୍ଡତା ଏବଂ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। କରୋନା ମହାମାରୀ, କରୋନା ଭ୍ୟାକ୍ସିନ, ଯୋଗାଯୋଗ ଓ ଭିତ୍ତିଭୂମି, ସାଇବର ସୁରକ୍ଷା, ମାନବୀୟ ସହାୟତା, ବିପର୍ଯ୍ୟୟ ପ୍ରବନ୍ଧନ, ଜଳବାୟୁ ପରିବର୍ତ୍ତନ ଆଦି ଉପରେ ମଧ୍ୟ ଆଲୋଚନା ହେବ। ଏଥିସହ ପ୍ରଶାନ୍ତ ମହାସାଗରରେ ଅବାଧ ଏବଂ ମୁକ୍ତ ପରିବହନ ଓ ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହେବ। ଏହା ବାଦ୍ ଆଫଗାନିସ୍ତାନର ବଦଳୁଥିବା ଘଟଣାକ୍ରମ ଉପରେ ମଧ୍ୟ ସ୍ଵତନ୍ତ୍ର ଆଲୋଚନା ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, କ୍ଵାଡ୍ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ହୋଇପାରେ।
|
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି (ଲୋକ ଉଦ୍ୟୋଗ)ର ଏକାଦଶ ବୈଠକ, NALCOକୋର ନିଗମ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । NALCO ର ଅଧ୍ୟକ୍ଷ ତଥା ସମିତିର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ, ବୈଠକରେ ସଭାପତିତ୍ୱ କରିଥିଲେ । ଏହି ଅବସରରେ, NALCOର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାର୍କେଟିଂ) ଶ୍ରୀ ସଦାଶିବ ସାମନ୍ତରାୟ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ର ସିଜିଏମ୍ ଶ୍ରୀ ଶୁଭଜିତ ଘୋଷ, ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କୋର ଡିଜିଏମ୍ ଶ୍ରୀ ପି.ପି. ମିଶ୍ର, ଇଏସ୍ଆଇସିର ଅତିରିକ୍ତ କମିଶନର୍ ଶ୍ରୀ ଏଲ୍. ଜମୀର, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ମୁଖ୍ୟ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ସମୀର ପଟ୍ଟନାୟକ, ଆର୍ଆଇଏନ୍ଏଲ୍ର ଏଜିଏମ୍ ଶ୍ରୀ ଏମ୍.କେ.କେ. ଟପ୍ନୋ, ଏଫ୍ସିଆଇର ଏଜିଏମ୍ ଶ୍ରୀ ଆଶୀଷ କୁମାର, ଏଫ୍ସିଆଇର ଡିଭିଜନାଲ୍ ମ୍ୟାନେଜର୍ ଶ୍ରୀ ଏସ୍.କେ. ଆଦି, ରୁରାଲ୍ ଇଲେକ୍ଟ୍ରିଫିକେସନ୍ କର୍ପୋରେସନ୍ର ମୁଖ୍ୟ ପ୍ରବନ୍ଧକ ଶ୍ରୀ ବି.କେ. ମହାନ୍ତି, ଏନ୍ସିଡିସିର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ରାଜ୍ ନରେଶ ଗୋପାଳ ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିବୃନ୍ଦ ଯୋଗ ଦେଇଥିଲେ । ଏହି ବୈଠକରେ ବି.ପି.ସି.ଏଲ୍, ଓରିଏଣ୍ଟାଲ୍ ଇନ୍ସୁରାନ୍ସ କର୍ପୋରେସନ୍ ଲିମିଟେଡ୍, ଏମ୍.ଏମ୍.ଟି.ସି. ଇ.ସି.ଜି.ସି., ହୁଡ୍କୋ, ବି.ଏସ୍.ଏନ୍.ଏଲ୍., ଭାରତୀୟ ଜୀବନ ବୀମା ନିଗମ ତଥା ଭୁବନେଶ୍ୱରର ଅନ୍ୟ କେନ୍ଦ୍ରୀୟ ଲୋକ ଉଦ୍ୟୋଗର ହିନ୍ଦୀ ଅଧିକାରୀ ମଧ୍ୟ ଅଂଶଗ୍ରହଣ କରି ହିନ୍ଦୀର ପ୍ରଚାର ପ୍ରସାର ସମ୍ବନ୍ଧରେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ ।
ଏହି ଅବସରରେ, ଡଃ ଚାନ୍ଦ ହିନ୍ଦୀ ଇ-ପତ୍ରିକା 'ଅନନ୍ତ'ର ସପ୍ତମ ସଂସ୍କରଣର ଉନ୍ମୋଚନ କରିଥିଲେ । ଏହି ପତ୍ରିକାରେ କର୍ମଚାରୀମାନଙ୍କ ରଚିତ ବିଭିନ୍ନ ଲେଖା ତଥା ରାଜଭାଷା ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଉଲ୍ଲିଖିତ ହୋଇଛି । ବୈଠକରେ ବିଭିନ୍ନ ହିନ୍ଦୀ କର୍ମଶାଳା ଓ ଇ-ଅଫିସ୍ ସମ୍ବନ୍ଧୀୟ ତାଲିମ୍ କାର୍ଯ୍ୟକ୍ରମର ଆୟୋଜନ, ଅନୁବାଦ ତଥା ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ଭାଷାର ଉପଯୋଗ ବୃଦ୍ଧି କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ସମସ୍ତ ପ୍ରସ୍ତାବ ଉପରେ ବିଶଦ ଆଲୋଚନା ପରେ ଅଧ୍ୟକ୍ଷ ଡଃ ଚାନ୍ଦ ହିନ୍ଦୀ ଭାଷାର ପ୍ରଚାରପ୍ରସାର ପାଇଁ ସଦସ୍ୟମାନଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା କରିଥିଲେ ଏବଂ ଭାରତ ସରକାରଙ୍କ ଦକ୍ଷତା ବିକାଶ ଅଭିଯାନ ଅଧିନରେ ଟଲିକ୍ ଅନୁଷ୍ଠାନଗୁଡ଼ିକର ଆନୁକୁଲ୍ୟରେ ଜାତୀୟ ସ୍ତରର ପ୍ରଶିକ୍ଷକଙ୍କ ଦ୍ୱାରା ମିଳିତ ଭାବେ ହିନ୍ଦୀ କର୍ମଶାଳା ଆୟୋଜନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସମିତିର ସଦସ୍ୟ-ସଚିବ ତଥା NALCO ର ବରିଷ୍ଠ ପ୍ରବନ୍ଧକ (ରାଜଭାଷା) ଶ୍ରୀ ହରିରାମ ପଂସାରୀ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
|
ଜାନୁଆରୀ ୩ରୁ ଖୋଲିବ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ, ଏସଓପି ଜାରି କଲା ବିଏମସି
ଭୁବନେଶ୍ଵର : କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଜାନୁଆରି ୩ରୁ ରାଜଧାନୀ ଭୁବନେଶ୍ଵରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। ଧର୍ମାନୁଷ୍ଠାନ ଖୋଲିବା ନେଇ ଶୁକ୍ରବାର ଭୁବନେଶ୍ଵର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସଓପି) ଜାରି କରାଯାଇଛି।
ସୂଚନାଅନୁସାରେ ଆଜି ବିଏମସି ପକ୍ଷରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ମୁଖ୍ୟଙ୍କ ସହ ଆଲୋଚନା ପରେ ଜାନୁଆରୀ ୩ ରୁ କୋଭିଡ ଗାଇଡଲାଇନ ଅନୁଯାୟୀ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଏମସିର ଏସଓପିରେ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ଦିଗରେ ଗୁରୁତ୍ଵ ଦିଆଯାଇଛି। ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରଖି ଭକ୍ତ ଧର୍ମାନୁଷ୍ଠାନକୁ ଯାଇପାରିବେ, ଧର୍ମାନୁଷ୍ଠାନ ପକ୍ଷରୁ ସାନିଟାଇଜର ରଖାଯିବାର ବ୍ୟବସ୍ଥା କରାଯିବ ଏବଂ ଧର୍ମାନୁଷ୍ଠାନ ବାହାରେ କିମ୍ବା ଭିତରେ ପାନ, ଗୁଟଖା ବ୍ୟବହାର ମନା କରାଯାଇଛି। ମନ୍ଦିର ଭିତରକୁ କେତେ ଭକ୍ତ ବେଶ କରିବେ ସେ ନେଇ ମନ୍ଦିର କର୍ତ୍ତୃପକ୍ଷ ଭୁବନେଶ୍ବର ମହାନଗର ନିଗମକୁ ଜଣାଇବେ ।
ଡିସେମ୍ବର ୨୭ ତାରିଖରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଅନୁମତି ଦେଇଛି ବିଏମସି । ଏହାସହ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ଚର୍ଚ୍ଚଗୁଡ଼ିକୁ ସ୍ବତନ୍ତ୍ର ଅନୁମତି ନେବାକୁ ହେବ । ଏହାପୂର୍ବରୁ ବିଏମସି ପକ୍ଷରୁ ଜାରି ହୋଇଥିବା ଏସଓପିରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
|
ଜେଏନୟୁରେ ୫ ବର୍ଷ ସିକ୍ୟୁରିଟି ଗାର୍ଡ ରହିବା ପରେ, ଏବେ ସେଠାରେ ପଢ଼ିବେ ପାଠ
ନୂଆଦିଲ୍ଲୀ: ଚେଷ୍ଟା, ନିଷ୍ଠା, କର୍ତ୍ତବ୍ୟ, ଅଧ୍ୟବସାୟ। ଏହି ୪ଟି ଶବ୍ଦରେ ରହିଛି ବହୁତ ଦମ୍। ଏହାକୁ ଆଧାର କରି ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ବି ଆପଣ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ। ଆଜି ଏପରି ଏକ ଉଦାହାରଣ ଆପଣଙ୍କୁ ଦେବୁ।
ଜବାହାରଲାଲ ନେହରୁ ୟୁନିଭର୍ସିଟି (ଜେଏନୟୁ) ଦେଶର ସବୁଠୁ ପ୍ରତିଷ୍ଠିତ ୟୁନିଭର୍ସିଟି। ଏଠାରେ ପଢ଼ିବା ସବୁ ଛାତ୍ରଛାତ୍ରୀଙ୍କ ଭାଗ୍ୟରେ ଜୁଟେ ନାହିଁ। ଏପରି କ୍ଷେତ୍ରରେ ଜେଏନୟୁରେ ୫ ବର୍ଷ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିବା ରାମଜଳ ମିଣା ହେଉଛନ୍ତି ବ୍ୟତିକ୍ରମ। ଯେଉଁଠି ବର୍ଷ ବର୍ଷ ଧରି ପ୍ରସ୍ତୁତ ହୋଇ ମଧ୍ୟ ଏଠାରେ ପାଠ ପଢ଼ିବା ସମ୍ଭବ ହୋଇ ପାରେ ନାହିଁ, ସେପରି କ୍ଷେତ୍ରରେ ନିଜ ଚେଷ୍ଟାରେ ୩୫ ବର୍ଷୀୟ ରାମଜଳ ଜେଏନୟୁର ଏଣ୍ଟ୍ରାନ୍ସ ଟେଷ୍ଟ ପାସ୍ କରି ଯାଇଛନ୍ତି। ଦୀର୍ଘ ୫ ବର୍ଷ ଧରି ଯେଉଁ ୟୁନିଭର୍ସିଟିର କ୍ଲାସରୁମ୍ , ଲାଇବ୍ରେରି ଆଗରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଥିଲେ, ଏବେ ସେହି କ୍ଲାସ ଭିତରେ ବସି ପାଠ ପଢ଼ିବେ।
୧୬ ବର୍ଷ ପୂର୍ବେ ରାମଜଳଙ୍କ ବିବାହ ହୋଇଯାଇଥିଲା ଓ କମ୍ ବୟସରେ ପରିବାର ଚଳାଇବାର ବୋଝ ତାଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ କର୍ମ ସଂସ୍ଥାନ ଅନ୍ୱେଷଣରେ ସେ ଆସି ଏଠାରେ ପହଞ୍ଚିଥିଲେ। ହେଲେ ପାଠ ପଢ଼ିବା ଲାଗି ତାଙ୍କ ମଧ୍ୟରେ ଥିବା ପ୍ରବଳ ଇଚ୍ଛା ଅବଦମିତ ହୋଇଥିଲା।
ରାମଜଳ ମିଣାଙ୍କ କାହାଣୀକୁ ତାରା ଶଙ୍କର ନାମକ ଜଣେ ଜେଏନୟୁ କର୍ମଚାରୀ ନିଜ ଫେସବୁକ୍ ଆକାଉଣ୍ଟରେ ଶେଆର କରିଛନ୍ତି। ରାମଜଳ ରାଜସ୍ଥାନର ଅନୁନ୍ନତ ଜିଲା କରୌଲିରୁ ଆସିଛନ୍ତି।
୮-୧୦ ଘଣ୍ଟାର ଖଟଣି ପରେ ପୁଣି ପାଠ ପଢ଼ିବାକୁ ସାଧାରଣରେ କେହି ଇଚ୍ଛା କରି ନ ଥାନ୍ତି। ହେଲେ ଯେତେ ବାଧାବିଘ୍ନ ଆସିଲେ ବି ରାମଜଳ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ନିଜ ଡ୍ୟୁଟି ସମୟରେ ସେ ପାଖରେ କିଛି ବହି ରଖିଥାନ୍ତି । ଆଉ ସମୟ ପାଇଲେ ପଢ଼ିବାରେ ଲାଗିଯାଆନ୍ତି। ଏହା ଦେଖି କଲେଜର କେତେକ ଛାତ୍ର ଓ କର୍ମଚାରୀ ତାଙ୍କୁ ପାଠ ପଢ଼ିବାକୁ ପ୍ରୋତ୍ସାହିତ କରିବାକୁ ଲାଗିଲେ। ସେବେଠୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ରାମଜଳ।
ଏବେ ପର୍ଯ୍ୟନ୍ତ କ୍ଲାସରୁମ ବାହାରେ ଛିଡ଼ା ହେଉଥିବା ରାମଜଳ ଏବେ ସେହି କ୍ଲାସ ଭିତରେ ବସିବାକୁ ସୁଯୋଗ ପାଇବେ। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ପରିବାର ତଥା ଶୁଭେଚ୍ଛୁ ମହଲରେ ଆନନ୍ଦ ଖେଳି ଯାଇଛି।
|
ମହାନଦୀ ଜଳ ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ମାମଲାକୁ ନେଇ ଟ୍ରିବ୍ୟୁନାଲଙ୍କ ସାକ୍ଷ୍ୟ ଗ୍ରହଣ
ଓଏଲ୍ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। ଛତିଶଗଡ ଓ ଓଡ଼ିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଯାଇଥିଲେ। ମେ ୨୦ରୁ ମହାନଦୀ ଜଳର ସ୍ତିତି ଅନୁଧ୍ୟାନ ପାଇଁ ଓଡିଶା ଆସିଥିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍। ତେବେ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଓଡ଼ିଶା ପକ୍ଷରୁ ୯ ଓ ଛତିଶଗଡ଼ରୁ ୧୦ ଜଣଙ୍କ ସାକ୍ଷ୍ୟ ତାଲିକା ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ପକ୍ଷରୁ ମନୋଜ ପଣ୍ଡାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ମହାନଦୀ ଜଳ ବିବାଦର ସମାଧାନ ନେଇ ଗଠନ କରାଯାଇଥିବା ଟ୍ରିବ୍ୟୁନାଲ୍ ଶୀଘ୍ର ମାମଲାର ବିଚାର ଆରମ୍ଭ ଲାଗି ତତ୍ପରତା ଦେଖାଇଲେଣି।
ଉଲ୍ଲେଖଯୋଗ୍ୟ, ୨୦୨୨ ଜାନୁଆରି ୧୫ ତାରିଖରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ୍ଙ୍କ ନିକଟରେ ୧୦ ଜଣିଆ ସାକ୍ଷୀ ତାଲିକା ଦାଖଲ କରିଥିଲେ। ସେହିଭଳି ଫେବ୍ରୁଆରି ୧୧, ୨୦୨୨ରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ୭ ଜଣିଆ ସାକ୍ଷୀ ତାଲିକା ଦାଖଲ କରାଯାଇଥିଲା। ହେଲେ ଗତମାସ ୧୬ ତାରିଖର ଶୁଣାଣିରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ସାନି ସାକ୍ଷୀ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ପରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ନୂଆ ସାକ୍ଷୀ ତାଲିକା ଦାଖଲ କରାଯାଇଛି। ତେବେ ଲାଗିରହିଥିବା ଏହି ବିବାଦ ଉପରେ ଖୁବଶୀଘ୍ର ପୂର୍ଣ୍ଣଛେଦ ପଡିବ ବୋଲି ଆଶା କରାଯାଉଛି।
|
ମର୍ଣ୍ଣିଂ ୱାକ୍ ବେଳେ ମରଣାନ୍ତକ ଆକ୍ରମଣ : ସ୍କୁଟିରେ ଆସି ମୋବାଇଲ ଛଡ଼ାଇ ନେଇଗଲେ ଲୁଟେରା
ରାଜଧାନୀର ଡେଲଟା ଛକରେ ଆକ୍ରମଣ, ଲୁଟର ଶିକାର ହେଲେ ସତ୍ୟ ସୁନ୍ଦର ଭଞ୍ଜ
କନକ ବ୍ୟୁରୋ : ମର୍ଣ୍ଣିଂୱାର୍କ କରୁଥିବା ସମୟରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ସ୍କୁଟିରେ ଆସି ମୋବାଇଲ ଛିନ ତାଇ କରି ଛଡ଼ାଇ ନେଇଗଲେ ଲୁଟେରା । ରାଜଧାନୀର ଡେଲଟା ଛକରେ ଘଟିଛି ଏଭଳି ଘଟଣା । ସମୟର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ସକାଳୁ ମର୍ଣ୍ଣିଂୱାର୍କ କରୁଥିବା ସମୟରେ ତାଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲେ ଲୁଟେରା । ଆହତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଦୁଇ ଜଣ ଯୁବକ ସ୍କୁଟିରେ ଆସି ଭୁବନେଶ୍ବରର ଡେଲଟା ଛକ ପାଖରୁ 'ସମୟ'ର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କ ଠାରୁ ଛିନତାଇ କରି ମୋବାଇଲ ଛଡ଼େଇ ନେଇଗଲେ । ଏପରିକି ତାଙ୍କୁ ମରଣାନ୍ତକ ଆକ୍ରମଣ ବି କରିଛନ୍ତି । ଦୁଇ ଯୁବକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମୋବାଇଲ୍ ଦେ ବୋଲି ଧମକାଇଥିଲେ। ହେଲେ ଏଥିରେ ଭୟଭୀତ ନ ହୋଇ ବରଂ ସେ ମୋବାଇଲ୍ ଦେଇ ନଥିଲେ । ଏହାପରେ ଦୁଇ ଯୁବକ ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରି ମୋବାଇଲ ଛଡ଼େଇ ନେଇ ପଳାଇଥିଲେ। ଏହାପରେ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଖବର ପାଇ କମିସନରେଟ୍ ପୁଲିସ ଉକ୍ତ ଦୁଇ ଯୁବକଙ୍କୁ ଖୋଜୁଥିବା ଜଣାଯାଇଛି ।
|
ଭୁବନେଶ୍ୱର,୧ା୪(ବୁ୍ୟରୋ): ଅପ୍ରେଲ ପହିଲା ଆମ ସମସ୍ତଙ୍କ ପାଇଁ ଗୌରବର ଦିବସ । ଏହି ଦିନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉକôଳ ଜନନୀଙ୍କର ଯେଉଁ ବରପୁତ୍ରମାନଙ୍କର ବହୁମୂଲ୍ୟ ଅବଦାନ ରହିଛି ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି । ଓଡ଼ିଆ ଭାଷା, ସାହିତ୍ୟ, ନୃତ୍ୟ, ସଂଗୀତ ଓ କଳାକୁ ଯେଉଁମାନେ ସମୃଦ୍ଧ କରିଛନ୍ତି ସେମାନଙ୍କୁ ମୋର ସମ୍ମାନ । ବିକାଶ କ୍ଷେତ୍ରରେ ଓଡ଼ିଶା ଆଜି ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିଛି । ବିନିଯୋଗ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ଆଗରେ ରହିଛି । ବ୍ୟାବସାୟିକ କ୍ଷେତ୍ରରେ ଓଡ଼ିଶାର ସୁନାମ ରହିଛି । କୃଷି କ୍ଷେତ୍ରରେ ଓଡ଼ିଶା ତିନିଥର ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଛି । ଭିନ୍ନକ୍ଷମଙ୍କ କଲ୍ୟାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଭଲ କାର୍ଯ୍ୟ କରି ଜାତୀୟ ପୁରସ୍କାର ପାଇଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ସୁନାମ ପାଇଛି । ରାଜ୍ୟ ସରକାରଙ୍କ ନୂତନ ମହିଳା ନୀତିରେ ମହିଳାମାନଙ୍କ ସୁରକ୍ଷା ଓ ଅଧିକାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ମହିଳାମାନେ ଆଜି ବିକାଶର ମୂଳ ଧାରାରେ ସାମିଲ ହୋଇପାରିଛନ୍ତି । ରାଜ୍ୟର ଲୋକସଂଖ୍ୟର ମୁଖ୍ୟ ଭାଗ ହେଇଛନ୍ତି ଆଦିବାସୀ ଓ ଦଳିତ । ସେମାନଙ୍କ କଲ୍ୟାଣ ଓ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସୁଫଳ ଆଜି ସେମାନଙ୍କୁ ଆଗକୁ ବଢିବା ପାଇଁ ସାହାଯ୍ୟ କରିଛି । ସେମାନେ ଆଜି ରାଜ୍ୟର ବିକାଶରେ ସେମାନଙ୍କର ଯୋଗଦାନ ରଖିପାରିଛନ୍ତି । ଓଡ଼ିଶାର ଯୁବ ସମାଜ ଆମର ଅମୂଲ୍ୟ ସଂପଦ । ସେମାନଙ୍କ ଭିତରେ ଆଗକୁ ବଢିବାର ଶକ୍ତି ରହିଛି । ସେମାନଙ୍କ ଶକ୍ତି ଓ ପ୍ରତିଭାକୁ ଦେଶରେ ତଥା ରାଜ୍ୟର ବିକାଶରେ ଉପଯୋଗ କରିବା ଆମର ଲକ୍ଷ୍ୟ । ସମାଜ କଲ୍ୟାଣ, ଭିତ୍ତିିଭୂମି ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଓଡ଼ିଆ ସ୍ୱାଭିମାନ ସୁରକ୍ଷା ହେଉଛି ମୋ ସରକାର କର୍ତ୍ତବ୍ୟ । ଚଳିତ ବର୍ଷ ନବକଳେବର ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କର ନବକଳେବରକୁ ସୁରୁଖୁରୁରେ ଶେଷ କରିବା ପାଇଁ ସରକାର ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ପ୍ରଗତିର ନନ୍ଦିଘୋଷକୁ ଆଗେଇ ନେବା ପାଇଁ ମହାପ୍ରଭୁ ଏ ଜାତିକୁ ଶକ୍ତି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଉକôଳ ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ସଭାରେ ବାଚସ୍ପତି ନିରଞ୍ଜନ ପୂଜାରୀ ସଭାପତିତ୍ୱ କରିଥିବା ବେଳେ, ଅନ୍ୟତମ ଅତିଥିଭାବେ ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ର ଅତନୁ ସବ୍ୟସାଚୀ ନାୟକ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସଂସ୍କୃତି ବିଭାଗ ସଚିବ ଡ. ଅରବିନ୍ଦ ପାଢୀ, ସୂଚନା ବିଭାଗ ନିର୍ଦ୍ଧେଶକ ରଞ୍ଜିବ ମହାନ୍ତି ଓ ସୂଚନା ବିଭାଗ ସଚିବ ମଧୁସୂଦନ ପାଢୀ ପ୍ରମୁଖ ଯୋଗଦେଇ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ରମାନଙ୍କ ଭୂମିକା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୪ଟି ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ବଟକୃଷ୍ଣ ଜେନା, ମାନସ କୁମାର ଦାସ, ବିହାରୀ ନାୟକ ଓ ଟିଟା ମହାନ୍ତିଙ୍କୁ ୩୦ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇ ରେଡକ୍ରସ୍-୨୦୧୫ ସମ୍ମାନରେ ସମ୍ମାନିତ କରାଯାଇଥିଲା । ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଲିସା ପ୍ରିୟଦର୍ଶନୀ (ପ୍ରଥମ), ଅଳକା ସିନ୍ଦମ୍ (ଦ୍ୱିତୀୟ) ଓ ପ୍ରୀତିପର୍ଣ୍ଣା ଭୂୟାଁ (ତୃତୀୟ)ଙ୍କୁ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।
ମହାପ୍ରଭୁ ଏ ଜାତିକୁ ଶକ୍ତି ଦିଅନ୍ତୁ: ମୁଖ୍ୟମନ୍ତ୍ରୀ
Apr 02, 2015, 02:00 am8
|
ନୂଆଦିଲ୍ଲୀ : ରେଳକୁ ଅପେକ୍ଷା କଲେ ରେଳ ମନ୍ତ୍ରୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଓଡିଶାର ଏକ ରେଳ ଷ୍ଟେସନରେ ବସି ଟ୍ରେନକୁ ଅପେକ୍ଷା କରିଥିବା ଜଣାପଡ଼ିଛି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରେଳମନ୍ତ୍ରୀଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ହାଇକ୍ଲାସ୍ ୱେଟିଂ ହଲ୍ରେ ନ ବସି ସାଧାରଣ ଯାତ୍ରୀଙ୍କ ସହ ଟ୍ରେନକୁ ଅପେକ୍ଷା କରିଥିଲେ ଅଶ୍ୱିନୀ। ଏମିତିକି ବିନା ଗଦି ବାଲା କାଠ ବେଂଚ୍ରେ ବସିଥିଲେ ରେଳମନ୍ତ୍ରୀ। ଉପସ୍ଥିତ ଥିବା ରେଳୱେ ଅଧିକାରୀ ମାନଙ୍କର ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ମନ୍ତ୍ରୀ ହାଇ କ୍ଲାସ ୱେଟିଂ ରୁମ୍କୁ ଯାଇନଥିଲେ ।
Also Read
ଏ ବାବଦରେ ରେଳମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଯେଉଁଠାରେ ଦେଶର ସାଧାରଣ ନାଗରିକ ଟ୍ରେନକୁ ଅପେକ୍ଷା କରିଛନ୍ତି। ସେଇଠି ମୁଁ ବି ଟ୍ରେନର ଅପେକ୍ଷା କରିବି । ଆଉ ଏହି ସମୟରେ ରେଳୱେ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଏଠାରେ କହିରଖୁଛୁ କି, ରେଳମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ଏବେ ଓଡିଶା ଗସ୍ତରେ ଅଛନ୍ତି। ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ସେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଅନେକ ଅଧା ରହିଥିବା ପ୍ରକଳ୍ପର କାମ କେମିତି ତ୍ୱରାନ୍ୱିତ ହୋଇପାରିବ ସେନେଇ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।
ତେବେ ନିଜର ଗସ୍ତ ସମୟରେ ରେଳମନ୍ତ୍ରୀ ବିଭିନ୍ନ ଷ୍ଟେସନ୍ର ସ୍ୱଚ୍ଛତାକୁ ପରିଲକ୍ଷିତ କରୁଥିବା ଦେଖାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରେଳମନ୍ତ୍ରୀ ନିଜ ଗସ୍ତ ସମୟରେ ସାଧାରଣ ଲୋକଙ୍କ ସହ କଥା ହେଉଥିବା ସହ ସେମାନଙ୍କର ସମସ୍ୟା ପଚାରି ବୁଝିଛନ୍ତି। ଏବଂ ରେଳ ମନ୍ତ୍ରଣାଳୟରେ କି କି ବିକାଶର ଆବଶ୍ୟକତା ରହିଛି ସେନେଇ ଆଲୋଚନା କରୁଥିବା ସୂଚନା ମିଳିଛି। ମନ୍ତ୍ରୀଙ୍କର ଏହି ଗସ୍ତ ସମୟରେ ତାଙ୍କ ସହ ୨ ସାଂସଦ ଥିବା ସୂଚନା ମିଳିଛି। ଆଉ ମନ୍ତ୍ରୀଙ୍କୁ ପାଖରେ ପାଇ ଯାତ୍ରୀମାନେ ମଧ୍ୟ ବେଶ୍ ଖୁସି ଥିବା ଦେଖାଯାଇଛି।
|
ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡା ପଞ୍ଚାୟତ ବାଙ୍ଗରଡା ଗାଁ ଘୋଡାହାଡ଼ ନଦୀରେ ଭାସିଗଲେ ଦୁଇ ଯୁବକ । ବାଙ୍ଗରଡା ଗାଁର ବଳିଆ ଡାକୁଆ ନିଖୋଜ ରହିଥିବା ବେଳେ ଜଗନ୍ନାଥ ସେଠିକୁ ସାନ ଖେମୁଣ୍ଡି ଦମକଳ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ 108 ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ କେ, ସି, ଜି କୁ ସ୍ଥାନାନ୍ତର କରାଯାଇଛି । ଖାରବେଳରେ ଦୁଇ ସାଙ୍ଗ ନଦୀକୁ ଡେଇଁଥିଲେ ଗାଧୋଇବା ପାଇଁ କିନ୍ତୁ ପ୍ରଖର ସ୍ରୋତ ଟାଣି ନେଇଥିଲା। ସଙ୍ଗେ ସଙ୍ଗେ ଦମକଳ ବାହିନ କୁ ଖବର ଦିଆଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।
|
ସରପଂଚ ବାଛୁଛି ପିପିଲି ନୂଆ ଶାସନ ପଂଚାୟତ : ୧୨ଟି ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୪ହଜାର ୭ଶହ ଭୋଟର; ରେସରେ ତିନିଜଣ ପ୍ରାର୍ଥୀ
ସେପଟେ ଗୁଣୁପୁରରେ ଚାଲିଛି ଜିଲ୍ଲା ପରିଷଦ ଉପନିର୍ବାଚନ
କନକ ବ୍ୟୁରୋ : ପିପିଲି ନୂଆ ଶାସନ ପଂଚାୟତରେ ପଂଚାୟତ ଉପନିର୍ବାଚନ ଆରମ୍ଭ ହୋଇଛି । ସମୁଦାୟ ୧୨ଟି ବୁଥରେ ପଂଚାୟତର ୪ହଜାର ୭ଶହ ଭୋଟର ମତଦାନ କରିବେ । ସରପଂଚ ପାଇଁ ୩ଜଣ ପ୍ରାର୍ଥୀ ହୋଇଥିବା ବେଳେ ଏମାନଙ୍କୁ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସୁରକ୍ଷିତ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପିପିଲି ପୋଲିସ । ପଂଚାୟତରେ ପୋଲିସ ପାଟ୍ରୋଲିଂ କରିବା ସହ ମ୍ଦାନ ଉପରେ ରଖିଛି ନଜର ।
ସେପଟେ, ରାୟଗଡ଼ା ପଦ୍ମପୁର 'ଖ' ଜୋନ ଜିଲ୍ଲା ପରିଷଦ ସଭ୍ୟ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହି ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ୭ଟି ପଂଚାୟତକୁ ନେଇ ଗଠିତ ଏହି ଜୋନରେ ୩୨ଟି ସମ୍ବେଦନଶିଳ ଓ ୨୫ଟି ଅତି ସମ୍ବେଦନଶିଳ ବୁଥ ରହିଛି । ୮୫ଟି ବୁଥରେ ମତଦାନ କରିବେ ଭୋଟର । ଏହି ଜୋନରେ ୨୧ ହଜାର ୯ଶହ୯୫ ଭୋଟର ରହିଥିବା ବେଳେ ୧୧ ହଜାର ୩୫୦ ମହିଳା ଭୋଟର ଓ ୧୦ ହଜାର ୬ଶହ ୪୫ଜଣ ପୁରୁଷ ଭୋଟର ରହିଛନ୍ତି । ଉପ ନିର୍ବାଚନ ମଇଦାନରେ ବିଜେଡ଼ି ପକ୍ଷରୁ କରୁଣାକର ଶବର, କଂଗ୍ରେସ ପକ୍ଷରୁ ମାନୁଆଲ ମାଝି, ବିଜେପି ପକ୍ଷରୁ ବିଦ୍ୟାଧର ଶବର ଓ ସିପିଆଇଏମ୍ଏଲ ପକ୍ଷରୁ ବାବୁଲ ମାଝିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।
୨୦୧୭ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଡ଼ାକ୍ତର ପୁରୁଷୋତମ ଗମାଙ୍ଗ ଏହି ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲେ । ତେବେ ଗତ ୨୦୧୯ରେ ଡ଼ିସେମ୍ବର ୨୪ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ପଦ୍ମପୁର 'ଖ' ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘଦିନ ଧରି ଏହି ଜୋନରେ ସଭ୍ୟ ପଦ ଖାଲି ପଡ଼ିଥିବା ବେଳେ ଆଜି ଏଠାରେ ନିର୍ବାଚନ ଅନୁଷ୍ଠିତ ହେଉଛି ।ତେବେ ନିର୍ବାଚନରେ କିଏ ସଭ୍ୟପଦ ହାତେଇବ ତାହା ୨୫ ତାରିଖରେ ଘୋଷଣା ହେବ ।
|
ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ ବୈଠକ। ଆଜି ପୁର୍ବାହ୍ନ ୧୧ଟା ୩୫ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବା ନେଇ ଜଣାଯାଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୁଡିକ ଉପରେ କ୍ୟାବିନେଟ୍ ମୋହର ଲାଗିବାର ସମ୍ଭାବନା ରହିଛି । ରାଜ୍ୟରେ କରୋନା ମୁକାବିଲା ଓ ଅମ୍ପାନ ପରିସ୍ଥିତି କିଛି ଜିଲ୍ଲାରେ କ୍ଷୟକ୍ଷତି ଘଟାଇଥିବା କାରଣରୁ ଏହି ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ ଭାବେ ଧରାହେଉଛି । କହିରଖିବା ଉଚିତ ହେବକି, ବର୍ତ୍ତମାନ ଜାରି ହୋଇଥିବା ଲକଡାଉନ 4.0ର ଅବଧି ଆସନ୍ତା ୩୧ ତାରିଖରେ ସରିବାକୁ ଯାଉଛି | ଏସମ୍ପର୍କରେ ବି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।
ବର୍ତ୍ତମାନ ସମୟରେ ସରକାର ଲକଡାଉନ କଟକଣାରେ କିଛିଟା କୋହଳ ଆଣିଛନ୍ତି । ସେପଟେ ଗତକାଲି ଠାରୁ ଉଭୟ ସରକାରୀ ଓ ବେସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି । ଆଗକୁ ରାଜ୍ୟରେ ସ୍ୱାଭାବିକ ପରିସ୍ଥିତି ଫେରେଇ ଆଣିବା ନେଇ ସରକାର କଣ ପଦକ୍ଷେପ ନେବେ ସେନେଇ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି । ଏହାପରେ ଦିନ ୧୨ଟା ୧୫ରେ ବସିବ ମନ୍ତ୍ରିପରିଷଦ ବୈଠକ। ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ ହେବାକୁ ଯାଉଛି।
|
ପାକିସ୍ତାନରେ ଆତଙ୍କୀ ହମଲା: ୪୩ ମୃତ, ୧୩ ଗୁରୁତର
କରାଚି: ପାକିସ୍ତାନରେ ପୁଣି ଘଟିଛି ବଡ଼ ଧରଣର ଆତଙ୍କୀ ହମଲା। ବୁଧବାର କରାଚିର ସାଫୁରା ଚୌକରେ ୬ ଜଣ ଆତଙ୍କବାଦୀ ଏକ ବସ୍ ଉପରକୁ ଆଖିବୁଜା ଗୁଳି ମାଡ଼ କରିବାକୁ ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୫ ଜଣ ପୁରୁଷ ଓ ୧୬ ଜଣ ମହିଳା ଅଛନ୍ତି। ଆହତମାନଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଆକ୍ରମଣ ପାଇଁ ତାଲିବାନୀ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି।
ବସଟିରେ ୬୦ରୁ ଅଧିକ ଲୋକ ଥିଲେ। ଏମାନେ ସମସ୍ତେ ସିଆ ସଂପ୍ରଦାୟର। ବସଟି ସାଫୁର ଚୌକ ଅତିକ୍ରମ କରୁଥିବା ବେଳେ ୬ ଜଣ ଆତଙ୍କବାଦୀ ବସଟିକୁ ଅଟକାଇ ଥିଲେ। ସେମାନେ ତିନିଟି ମୋଟର ସାଇକେଲରେ ଆସିଥିଲେ। ସେମାନେ ବସଟିକୁ ଅଟକାଇବା ପରେ ପ୍ରଥମେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଗୁଳି କରିଥିଲେ। ତା'ପରେ ବସ୍ ଭିତରେ ପଶି ଆଖିବୁଜା ଗୁଳି କରିଥିଲେ।
|
ଭଦ୍ରକ: ମାସ୍କ ଚେକିଂ ସମୟରେ ପୋଲିସ ହାତରେ ଧରାପଡିଲେ ବ୍ରାଉନ ସୁଗାର ବେପାରୀ । ୧୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ପୋଲିସ ର କହିବାନୁଯାୟୀ, ଜଳେଶ୍ୱର ରୁ ଏକ କାର ଯୋଗେ ଭଦ୍ରକ କୁ ବିପୁଳ ପରିମାଣରେ ବ୍ରାଉନ ସୁଗାର ଆଣୁଥିଲେ ବେପାରୀ ।
ଏହି ସମୟରେ ୧୬ ନ ଜାତୀୟ ରାଜପଥ ରାଣୀତାଲ ନିକଟରେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ କରୋନା ଚେକିଂ ଚାଲୁଥିଲା । ପୋଲିସ କୁ ଦେଖି କାର ଚାଳକ ଦ୍ରୁତ ଗତିରେ ଚଳାଇଥିଲା । ହେଲେ ରାଣୀତାଲ ଲେଭେଲ କ୍ରସିଂ ନିକଟରେ ରେଳ ଫାଟକ ପଡ଼ିଥିବାରୁ, ଗାଡି ଟି ଆଉ ଯାଇ ପାରିନଥିଲା ।ପରେ ପୋଲିସ ଗାଡି ଉପରେ ଚଢ଼ାଉ କରୁଥିବା ସମୟରେ ମୁଖ୍ୟ ବେପାରୀ କିଛି ବ୍ରାଉନ ସୁଗାର ଧରି ଚମ୍ପଟ ମାରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି ।
ପୋଲିସ ଗାଡି କୁ ଜବତ କରିବା ସହ ୧୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିଛି, ଏଥିସହ ଖଣ୍ଡା , ଲାଠି , ଦୁଇ ଛୁରୀ ଓ ଦୁଇ ଖେଳନା ବନ୍ଧୁକ ମଧ୍ୟ ଜବତ କରାଯାଇଛି ।ଘଟଣା ର ଅଧିକ ତଦନ୍ତ ଚଳାଇଥିବା ବେଳେ, ଫେରାର ହୋଇଯାଇଥିବା ବ୍ରାଉନସୁଗାର ବେପାରୀ ର ଫୋଟୋ ଜାରି କରିଛି ପୋଲିସ ।
|
ସତୀଶ କୌଶିକଙ୍କ ମୃତ୍ୟୁ ସହ ରହିଛି ଦାଉଦ ପୁଅର ସମ୍ପର୍କ? ପାର୍ଟି (Party) ଖୋଲିବ ରାଜ୍
ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶ ସତୀଶ କୌଶିକଙ୍କ ମୃତ୍ୟୁକୁ ଏବେ ଏକ ସପ୍ତାହ ମଧ୍ୟ ପୂରିନି । କିନ୍ତୁ ଏହା ପୂର୍ବରୁ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି । ପ୍ରଥମେ ହୃଦ୍ଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ତାଙ୍କୁ ଷଡ଼ଯନ୍ତ୍ର କରି ମାରି ଦିଆଯାଇଥିବା କଥା ସାମ୍ନାକୁ ଆସିଛି ।
ଏହାରି ଭିତରେ ଆଉ ଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି । ସତୀଶଙ୍କ ମୃତ୍ୟୁ ସହ ଦାଉଦର ପୁଅର ସମ୍ପର୍କ ଥିବା ସନ୍ଦେହ କରାଯାଉଛି । ଏନେଇ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କୁହାଯାଉଛି ଯେ ଗତବର୍ଷ ଅଗଷ୍ଟ ୨୩ରେ ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ପୁଅର ଜନ୍ମଦିନ ପାର୍ଟି ଦୁବାଇରେ ହୋଇଥିଲା । ସେଠାକୁ ଆତଙ୍କବାଦୀ ଦାଉଦ ଇବ୍ରାହିମର ପୁଅ ଅନସ ଆସିଥିଲା । ଏକଥା ବିକାଶ ତାଙ୍କୁ କହିଥିଲେ ବୋଲି ପତ୍ନୀ ସାନଭୀ ପୁଲିସ ଆଗରେ କହିଛନ୍ତି ।
ଆହୁରି ପଢ଼ନ୍ତୁ : ବାସ୍ତୁ ଟିପ୍ସ : ଘରେ ଭଗବାନ ଶିବଙ୍କ ଫଟୋ ବା ମୂର୍ତ୍ତି କିପରି ରଖିବେ, ଆଜି ହିଁ ଦୂର କରନ୍ତୁ ନକାରାତ୍ମକ ଶକ୍ତି...
ସାନଭୀ ପୁଲିସକୁ ଦେଇଥିବା ବୟାନ ମୁତାବକ, ଏହି ପାର୍ଟିରେ ସତୀଶ କୌଶିକ ମଧ୍ୟ ଯୋଗ ଦେଇଥିଲେ । ତେବେ ଏହି ପାର୍ଟି ପୂର୍ବରୁ ସତୀଶ ବିକାଶଙ୍କ ଘରକୁ ଯାଇଥିଲେ । ସେଠାରେ ୧୫ କୋଟି ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ବୋଲି ସାନଭୀ ଦାବି କରିଛନ୍ତି । ଏବେ ପାର୍ଟିର ଫଟୋ ଭାଇରାଲ ହେଉଥିବା ବେଳେ ସତୀଶଙ୍କ ମୃତ୍ୟୁ ସହ ଦାଉଦ ପୁଅର ସମ୍ପର୍କ ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।
ପ୍ରକୃତରେ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ବିକାଶ ମାଲୁଙ୍କ ଦ୍ୱିତୀୟ ପତ୍ନୀ ସାନଭୀଙ୍କ ଅଭିଯୋଗ ପରେ ଏହା ନୂୂଆ ମୋଡ ନେଇଛି । ସତୀଶଙ୍କ ମୃତ୍ୟୁକୁ ନେଇ ନିଜ ସ୍ୱାମୀଙ୍କ ନାଁରେ ସାନଭୀ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି । ତାଙ୍କ ସ୍ୱାମୀ ହିଁ ସତୀଶଙ୍କୁ ଷଡ଼ଯନ୍ତ୍ର କରି ମାରିଥିବା ସେ ଚିଠି ଲେଖି ଅଭିଯୋଗ ଆଣିବା ପରେ ପୁଲିସ ସବୁ ଦିଗକୁ ନେଇ ତଦନ୍ତ କରୁଥିବା କହିଛି । ସାନଭୀଙ୍କ ଚିଠି ସତୀଶଙ୍କ ମୃତ୍ୟୁ ରହସ୍ୟକୁ ଆହୁରି ବଢ଼ାଇଥିବା ବେଳେ ପ୍ରକୃତ ସତ ଖୋଜିବାରେ ଲାଗିପଡ଼ିଛି ପୁଲିସ ।
ସତୀଶ କୌଶିକ ୪ ଦଶନ୍ଧିରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ରହିଆସିଛନ୍ତି, ତେଣୁ ଏମିତି କେହି ନାହିଁ, ଯିଏ ତାଙ୍କୁ ଜାଣନ୍ତି ନାହିଁ । ସତୀଶ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ଫିଲ୍ମ ମିଷ୍ଟର ଇଣ୍ଡିଆର 'କ୍ୟାଲେଣ୍ଡର' ହେଉ କି ଦିୱାନା ମସ୍ତାନାର ପପୁ ପେଜର ସତିଶଙ୍କୁ ଦେଇଛି ଭିନ୍ନ ପରିଚୟ । ସେହିପରି ଫିଲ୍ମର ରାମଲଖନରେ ' କାଶୀରାମ' ଚରିତ୍ର ସବୁବେଳେ ଲୋକଙ୍କ ମନରେ ରହିବେ ।
ଆହୁରି ପଢ଼ନ୍ତୁ : ଆସନ୍ତା ୩ ଦିନରେ ତାଣ୍ଡବ ରଚିବ କାଳବୈଶାଖୀ, ୧୨ ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ଆଶଙ୍କା, ଓଡ଼ିଶାର ୮ ଜିଲ୍ଲାକୁ ୟଲୋ ଆଲର୍ଟ
ନିଜର ଅଭିନୟ କ୍ୟାରିୟରରେ ସତିଶ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି । ଆଉ ତାଙ୍କର ସବୁ ଅଭିନୟ ଜୀବନ୍ତ ଥିବାବେଳେ ଫ୍ୟାନ୍ସଙ୍କ ମନକୁ ଛୁଇଁଥାଏ । ତାଙ୍କର ଏହି ଚମତ୍କାର ଅଭିନୟ ସବୁବେଳେ ଫ୍ୟାନ୍ସଙ୍କ ମନରେ ଜୀବନ୍ତ ରହିବ । ସତୀଶ ୧୦ରୁ ଉର୍ଦ୍ଧ୍ୱ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ଅଭିନୟର ଛାପ ଛାଡି ଯାଇଛନ୍ତି ।
୧୯୫୬ ମସିହାରେ ହରିୟାଣାରେ ସତୀଶ ଜନ୍ମଗ୍ରହଣ କରିଥିଲେ। ୧୯୮୨ ମସିହାରେ ଫିଲ୍ମ 'ମାସୁମ୍' ଜରିଆରେ ସତୀଶ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଛାତ୍ର ଥିଲେ ।
|
ମଣିପୁର ହିଂସା ବିଷୟରେ ଆପଣ ଜାଣିଛନ୍ତି କି?
ଯଦି ନୁହେଁ ତେବେ ଏହି ତଥ୍ୟଗୁଡିକ ପଢିବା ପରେ ଅପଡେଟ୍ ହୁଅନ୍ତୁ … ଯେତେବେଳେ ଆପଣ ସତ୍ୟ ଜାଣନ୍ତି ସେତେବେଳେ ଅନ୍ୟ ମାନଙ୍କ ସହିତ ଶେୟର କରନ୍ତୁ !!
ମଣିପୁର ହିଂସାକୁ ନେଇ ସୋନିଆ, ମମତା, ଅଖିଳେଶ ଏବଂ କେଜ୍ରିୱାଲ କାହିଁକି ଏତେ ଦୁଃଖିତ ?
କିନ୍ତୁ ଭୋପାଳରେ ଘଟିଥିବା ଘଟଣାରେ କୌଣସି ମନ୍ତବ୍ୟ / ଦୁଃଖ ନାହିଁ ଯେଉଁଠାରେ ଜଣେ ହିନ୍ଦୁ ଯୁବକ ବେକ ରେ କୁକୁର ଚେନ ପକାଇ ପ୍ୟାରେଡ୍ ହୋଇଥିଲେ … ରାଜସ୍ଥାନରେ ଗୋଟିଏ ପରିବାରର 6 ଜଣ ଲୋକ ପୋଡି ଯାଇଥିଲେ, ତଥାପି ଚୁପ୍ ରହିଛନ୍ତି କାହିଁକି ?
ଏବେ ମଣିପୁର ବିଷୟରେ ଆଲୋଚନା କରିବା | ହିଂସା ଯୋଗୁଁ ମଣିପୁର କାହିଁକି ଦୁଃଖିତ | ବିରୋଧୀ ଦଳଗୁଡିକ ଏହାର ଏକ ସ୍ପଷ୍ଟ କାରଣ ଜଣାନ୍ତୁ | ମଣିପୁରର ମୂଳ ବାସିନ୍ଦା ହେଉଛନ୍ତି ମିତାଇ ଆଦିବାସୀ। ସ୍ୱାଧୀନତା ପୂର୍ବରୁ ମଣିପୁରର ରାଜାମାନଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ହୋଇଥିଲା, ଅନେକ ଦୁର୍ବଳ ମିତାଇ ରାଜା ପଡୋଶୀ ଦେଶ ମିଆଁମାରରୁ ବହୁ ସଂଖ୍ୟାରେ କୁକି ଏବଂ ରୋହିଙ୍ଗ୍ୟା ଆକ୍ରମଣକାରୀଙ୍କୁ ଡାକିଲେ ଏବଂ ଯୁଦ୍ଧରେ ବିଦେଶୀ ରୋହିଙ୍ଗ୍ୟା ଏବଂ କୁକି ସହିତ ମିଶି ଯୁଦ୍ଧ କରିଥିଲେ। ଧୀରେ ଧୀରେ କୁକି ଆକ୍ରମଣକାରୀମାନେ ମଣିପୁରରେ ବାସ କରିବା ଆରମ୍ଭ କରି ପରିବାର ପ୍ରତିପୋଷଣ ଆରମ୍ଭ କଲେ। ଖୁବ୍ ଶୀଘ୍ର କୁକି ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲା | ଅତ୍ୟଧିକ ଆକ୍ରମଣାତ୍ମକ, କୁକିମାନେ ମଣିପୁରର ଉଚ୍ଚ ପାହାଡ ଦଖଲ କଲେ | ଏବଂ ସେଠାରୁ ମିତାଇ ଆଦିବାସୀମାନଙ୍କୁ ଘଉଡାଇ ଦେଇଥିଲେ। ମିତାଇ ଆଦିବାସୀମାନେ ପଳାଇ ମଣିପୁରର ସମତଳ ଭୂମିରେ ରହିବାକୁ ଲାଗିଲେ। ବିଦେଶୀ କୁକି ଏବଂ ରୋହିଙ୍ଗ୍ୟା ମଣିପୁରର ଉଚ୍ଚ ପାହାଡରେ ଅଫିମ ଚାଷ କରିବା ଆରମ୍ଭ କଲେ |ମଣିପୁର ଚୀନ୍ ଏବଂ ମିଆଁମାର ସହିତ ଏହାର ସୀମା ବାଣ୍ଟିଛି। ଚୀନ୍ ମଣିପୁର ଉପରେ ନଜର ରଖିବା ଆରମ୍ଭ କଲା ଏବଂ ଭାରତ ବିରୋଧୀ ଦଳମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କଲା ପାକିସ୍ତାନ ମଧ୍ୟ ମିଆଁମାରର ରୋହିଙ୍ଗ୍ୟା ମୁସଲମାନମାନଙ୍କ ମାଧ୍ୟମରେ ମଣିପୁରରେ ଅନୁପ୍ରବେଶ ଆରମ୍ଭ କଲା ଏବଂ ବହୁ ସଂଖ୍ୟକ ରୋହିଙ୍ଗ୍ୟା ମୁସଲମାନଙ୍କୁ ମଣିପୁର ରେ ଆଣି ବସା ଗଲା |କିନ୍ତୁ ସବୁଠାରୁ ବଡ ଷଡଯନ୍ତ୍ର ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା, ମିଶନାରୀମାନେ ମଣିପୁରର ପଛୁଆ ଆଦିବାସୀ ଅଞ୍ଚଳରେ 2000 ରୁ ଅଧିକ ଚର୍ଚ୍ଚ ନିର୍ମାଣ କରିଥିଲେ ଏବଂ ଖ୍ରୀଷ୍ଟିଆନ ମିଶନାରୀମାନେ ଧର୍ମକୁ ଶୀଘ୍ର ପରିବର୍ତ୍ତନ କରିବାରେ ଲାଗିଲେ। ଯେଉଁଥିରେ ଅଧିକାଂଶ ମିତାଇ ଆଦିବାସୀ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ।
ମଣିପୁରରେ ନିରନ୍ତର ହିଂସା ଚାଲିଥିଲା | 1981 ମସିହାରେ, ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ଏକ ଭୟଙ୍କର ହିଂସା ହୋଇଥିଲା। 10,000 ରୁ ଅଧିକ ମିତାଇ ଆଦିବାସୀଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଇନ୍ଦିରା ଗାନ୍ଧୀ ଉଠିଲେ ଏବଂ ସେନା ପଠାଗଲା ଏବଂ ଶାନ୍ତି ପ୍ରତିଷ୍ଠା ହେଲା | ଶାନ୍ତି ଚୁକ୍ତିରେ ନିଷ୍ପତ୍ତି ହେଲା ଯେ ମିତାଇ ସମତଳ ଅଞ୍ଚଳରେ ଏବଂ କୁକି ଉପର ପାହାଡରେ ରହିବେ। ଏହା ପରେ ମଣିପୁର ରେ ଶାନ୍ତି ପ୍ରତିଷ୍ଠା ହେଇ ପାରିଲା | ଯେଉଁଥିରେ ଦେଶୀ ମିତାଇ ବହୁତ କଷ୍ଟ ଏବଂ କ୍ଷତି ସହ୍ୟ କରିଥିଲେ |ଧିରେ ଧିରେ କୁକି, ରୋହିଙ୍ଗ୍ୟା ଏବଂ ନାଗା ସମ୍ପ୍ରଦାୟ ମଣିପୁରର ଉଚ୍ଚ ପାହାଡରେ ପ୍ରଚୁର ପରିମାଣରେ ଅଫିମ ଚାଷ କରିବା ଆରମ୍ଭ କଲେ। ହଜାର ହଜାର କ୍ଷେତ୍ରରେ ଅଫିମ ଚାଷ ଆରମ୍ଭ ହୋଇଥିଲା, କୋଟି କୋଟି ଟଙ୍କା ମୂଲ୍ୟର ବାଣିଜ୍ୟ ଆରମ୍ଭ ହୋଇଥିଲା, ଏହି କାରଣରୁ ଡ୍ରଗ୍ସ ମାଫିଆ ଏବଂ ଆତଙ୍କବାଦୀ ସଂଗଠନ ସକ୍ରିୟ ହୋଇ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ଆରମ୍ଭ କଲେ । 2008 ମସିହାରେ, ପୁଣି ଏକ ଜୋରଦାର ଗୃହଯୁଦ୍ଧ ଆରମ୍ଭ ହେଲା |ଏହା ପରେ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର କୁକି ଏବଂ ଧର୍ମ ଗ୍ରହଣ କରିଥିବା ଖ୍ରୀଷ୍ଟିଆନଙ୍କ ସହ ମିତାଇ ଆଦିବାସୀମାନଙ୍କ ସହ ଚୁକ୍ତି କରିଥିଲେ ଏବଂ ମଣିପୁରର ଉଚ୍ଚ ପାହାଡରେ ଅଫିମ ଚାଷକୁ ସରକାରୀ ମାନ୍ୟତା ଦେଇ ଥିଲେ ଏବଂ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆଶ୍ବାସନା ଦେଇଥିଲେ |
ଏହା ପରେ ମଣିପୁରରୁ ସମଗ୍ର ଭାରତକୁ ଡ୍ରଗ୍ସ ପଠାଯିବା ଆରମ୍ଭ କଲା | ମଣିପୁର ନିଶା ଦ୍ରବ୍ୟର ପେଣ୍ଠସ୍ତଳୀ ପାଲଟିଗଲା | ଚୀନ୍, ଆଫଗାନିସ୍ତାନ, ପାକିସ୍ଥାନ ଏବଂ ମିଆଁମାରର ଦ୍ରୁତ ଆର୍ଥିକ ସାହାଯ୍ୟରେ ମଣିପୁରରୁ ଉତ୍ପାଦିତ ଅଫିମ ଭାରତର ଅନ୍ୟ ରାଜ୍ୟକୁ ପଠାଯାଇଥିଲା ଏବଂ ପଞ୍ଜାବ ଭଳି ରାଜ୍ୟ କୁ ସମ୍ପୂର୍ଣ ନିଶାଗ୍ରସ୍ତ କରିଦିଆଗଲା । କିନ୍ତୁ 2014 ମସିହାରେ ସରକାର କେନ୍ଦ୍ରରେ ପରିବର୍ତ୍ତନ ହୋଇଥିଲେ। କେନ୍ଦ୍ର ସରକାରଙ୍କ ଆଖି ସମଗ୍ର ଭାରତ ଉପରେ ଥିଲା। ଯେଉଁଠାରେ ଧର୍ମ ପରିବର୍ତ୍ତନ ହେଉଥିଲା, ହିନ୍ଦୁମାନେ ବିପଦରେ ପଡ଼ିଥିବାର ଦେଖାଯାଇଥିଲା।ଯେଉଁ ରାଜ୍ୟଗୁଡ଼ିକ ଭାରତଠାରୁ ଅଲଗା ହେବାକୁ ଚେଷ୍ଟା କରୁଥିଲେ | କେନ୍ଦ୍ର ସରକାର ସେହି ରାଜ୍ୟଗୁଡ଼ିକୁ ଚିହ୍ନଟ କରି ଧୀରେ ଧୀରେ ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କଲେ। ମଣିପୁର ମଧ୍ୟ ସେମାନଙ୍କ ମଧ୍ୟରେ ଏକ ରାଜ୍ୟ ଥିଲା। 2022 ବର୍ଷର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ମଣିପୁରରେ ସଫଳତା ପାଇଲା ଏବଂ କଂଗ୍ରେସରୁ ବିଜେପିକୁ ଆସିଥିବା ବିରେନ୍ଦ୍ର ସିଂଙ୍କୁ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ କରିଥିଲେ। ।ମିତାଇ ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ସିଂ ମଣିପୁରରେ 30 ବର୍ଷ ଧରି ରାଜନୀତି କରୁଛନ୍ତି ଏବଂ ସେ ମଣିପୁରର ମୌଳିକ ସମସ୍ୟା ଜାଣିଥିଲେ। ବିରେନ୍ଦ୍ର ସିଂ ନିଜେ ମିତାଇ ସମ୍ପ୍ରଦାୟର ହୋଇଥିବାରୁ ସେ ମିତାଇ ଆଦିବାସୀ ମାନଙ୍କ ସଙ୍କଟ ଜାଣିଥିଲେ | ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ବୀରେନ୍ଦ୍ର ସିଂଙ୍କୁ ଅଫିମ ଚାଷକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ସିଂ ଅଫିମ ଚାଷ ଉପରେ ଆକ୍ରମଣ କରି ହଜାର ହଜାର ଏକର ଅଫିମ ଚାଷ ନଷ୍ଟ କରିଦେଲେ |ଏହା କୁକି ,ଖ୍ରୀଷ୍ଟିଆନ ମିଶନାରୀ, ରୋହିଙ୍ଗ୍ୟା ,ଚୀନ୍ ଏବଂ ପାକିସ୍ଥାନ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେମାନେ କୌଣସି ପ୍ରକାରେ ମଣିପୁରରେ ପୁନର୍ବାର ଅଫିମ ଚାଷ ଆରମ୍ଭ କରିବାକୁ ନିଷ୍ପତି ନେଲେ | ସ୍ୱାଧୀନତା ପୂର୍ବରୁ ମଧ୍ୟ ମେଟାଇ ସମ୍ପ୍ରଦାୟର ଏକ ଆଦିବାସୀ ସମାଜର ମାନ୍ୟତା ଥିଲା। ଏବଂ ସେ ଏସଟି ବର୍ଗରେ ଆସୁଥିଲେ | କିନ୍ତୁ ସ୍ୱାଧୀନତା ପରେ ତତ୍କାଳୀନ କେନ୍ଦ୍ର ସରକାର ମିତାଇ ସମାଜରୁ ଏସଟି ଶ୍ରେଣୀକୁ ହଟାଇ ଦେଇଥିଲେ ଏବଂ ଖ୍ରୀଷ୍ଟିଆନ ମିଶନାରୀ ଏବଂ କୁକି ସମ୍ପ୍ରଦାୟକୁ ଏସଟି କରିଥିଲେ |ମିତାଇ ଏଥିରେ ରାଗିଗଲେ ଏବଂ କ୍ରମାଗତ କ୍ରୋଧ ଦେଖାଇବାକୁ ଲାଗିଲେ | ଯେଉଁଥିପାଇଁ ମଣିପୁରରେ ବାରମ୍ବାର ହିଂସା ଘଟୁଥିଲା। 2010 ମସିହାରେ, ମିତାଇ ସମାଜ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ଏସଟି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଥିଲେ। 2023 ମସିହାରେ ହାଇକୋର୍ଟ ମିତାଇ ସମାଜର ଦାବିକୁ ଗ୍ରହଣ କରିଥିଲେ ଏବଂ ମିତାଇ ସମାଜକୁ ଆଦିବାସୀ ବର୍ଗରେ ପୁନଃ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ଖ୍ରୀଷ୍ଟିଆନ ଏବଂ କୁକି ଅଫିମ ଚାଷ ବନ୍ଦ କରିବା ଏବଂ ମିଶନାରୀମାନଙ୍କ ଧର୍ମାନ୍ତରଣ ବନ୍ଦ କରିବାରେ କ୍ରୋଧିତ ହୋଇଥିଲେ। ସେମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶର ସମ୍ପୂର୍ଣ୍ଣ ଫାଇଦା ଉଠାଇ ମଣିପୁରରେ ନିଆଁ ଲଗାଇ ଦେଇଥିଲେ।
ମଣିପୁର ଆଜି ଯେଉଁ ହିଂସା ଦେଖୁଛି ତାହା କେବଳ ଭାରତ ପାଇଁ ଲାଭଦାୟକ କାରଣ ମିତାଇ ସମ୍ପ୍ରଦାୟ ଖ୍ରୀଷ୍ଟିଆନ ମିଶନାରୀମାନଙ୍କର ପ୍ରାୟ 300 ଚର୍ଚ୍ଚକୁ ଧ୍ୱଂସ କରିଦେଇଛି। ଖ୍ରୀଷ୍ଟିଆନ ମିଶନାରୀମାନେ ଆକ୍ରମଣର ଶିକାର ହେଉଛନ୍ତି ଏବଂ କୁକି ଙ୍କୁ ତଡ଼ି ଦିଆଯାଉଛି |ଆଜି ମଣିପୁରରେ ଯାହା ଘଟୁଛି ତାହା ଭାରତ ପାଇଁ ଲାଭଦାୟକ ଅଟେ। ନଚେତ୍ ମଣିପୁର ଏକ ନୂତନ ଦେଶ ହେବାକୁ ଯାଉଥିଲା। ଯଦି 2014 ରେ ସରକାର ଗଠନ ହୋଇନଥାନ୍ତା, ତେବେ ଚୀନ୍ ଧୀରେ ଧୀରେ ମଣିପୁରକୁ ଦଖଲ କରିଥାନ୍ତା। କିନ୍ତୁ ଅତି ଚତୁରତାର ସହ ମୋଦୀ ସରକାର ମଣିପୁରରେ ସ୍ଥାନୀୟ ଭାରତୀୟଙ୍କୁ ସେମାନଙ୍କର ଅଧିକାର ଦେବା ଆରମ୍ଭ କଲେ। ଏଥିରେ ବିରୋଧୀ ଦଳ ଅସନ୍ତୋଷ ପ୍ରକାଶ କରିଥିଲେ।
ଗତ 70 ବର୍ଷ ଧରି କଂଗ୍ରେସ ମଣିପୁରକୁ ନିୟନ୍ତ୍ରଣରେ ରଖିଥିଲା। ନିଜ ହାତରେ ମଣିପୁର ଯିବା ପରେ ଏବଂ ଖ୍ରୀଷ୍ଟିଆନ ମିଶନାରୀଙ୍କ କାର୍ଯ୍ୟ ବନ୍ଦ କରି କ୍ରୋଧିତ ହେବା ପରେ ସମସ୍ତ ବିରୋଧୀ ଦଳ ମଣିପୁରରେ ହୋଇଥିବା ହିଂସା ପାଇଁ ମୋଦୀ ସରକାରଙ୍କୁ ବଦନାମ କରୁଛନ୍ତି। ଆପଣ ଏହି ତଥ୍ୟଗୁଡିକ ବିଷୟରେ ସଚେତନ ହେବା ଉଚିତ ଯାହାଦ୍ୱାରା ମଣିପୁର ହିଂସା ପଛରେ ପ୍ରକୃତ କାରଣ କ'ଣ ଲୋକମାନେ ଜାଣିପାରିବେ |
|
ବେଲଗୁଣ୍ଠା,୨୬/୦୮(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଶାସନ ତରଫରୁ ଅଧିକ ରୁ ଅଧିକ ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆଣ୍ଟିଜେନ୍ ପରୀକ୍ଷାକୁ ବ୍ୟାପକ କରାଯାଉଛି । ଯାହାର ସଫଳ ରୁପାୟନ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକରେ । ଏହି ବ୍ଳକରେ ଗତ ପନ୍ଦର ଦିନ ମଧ୍ୟରେ ପାଖାପାଖି ୯୦୦୦ ଆଣ୍ଟିଜେନ୍ ପରୀକ୍ଷା ଓ ୨୩୭ ସ୍ୱାବ୍ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ବ୍ଳକର ପାଇଲିପଡା ପଞ୍ଚାୟତରେ ଗୋଟିଏ ଦିନରେ ୯୨୫ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା ହୋଇଥିବା ବେଳେ ୩ ଜଣଙ୍କ ପଜିଟିଭ ବାହାରିଛି , ସକାଳ ୧୦ ଟାରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଏକ ୧୮ ଜଣିଆ ଟିମ୍ ଆଣ୍ଟିଜେନ୍ପ ପରୀକ୍ଷାରେ ନିୟୋଜିତ ଅଛନ୍ତି । ଏଥିରେ ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଓଏସଡି ଓମ ପ୍ରକାଶ ପରିଡା କେ.ରବୀନ୍ଦ୍ର କୁମାର ପାତ୍ର , ପୂର୍ବତନ ସରପଞ୍ଚ ଜୟରାମ ନାୟକ, କନିଷ୍ଠ ଜନ୍ତ୍ରି ରବୀନ୍ଦ୍ର ନାୟକ ,ପିଇଓ ରାଜେଶ କୁମାର ବେହେରା ,ଜିଆରଏସ ନାରାୟଣ ପଟ୍ଟନାୟକ ,ସ୍ୱାସ୍ଥ୍ୟ ବିଭାଗ,ଆଶା ଅଙ୍ଗନବାଡି ସହଯୋଗ କରୁଛନ୍ତି । ପୂର୍ବରୁ ଏହି ପଞ୍ଚାୟତ ରେ ଟେଷ୍ଟ କରାଯାଇଥିଲା କିନ୍ତୁ ବର୍ଷା ଲଗିରହିବାରୂ ୨୭୮ ଜଣଙ୍କ ଟେଷ୍ଟ କରାଯିବା ପରେ ବନ୍ଦ ରଖାଯାଇଥିଲା , ଆଜି ୯୨୫ କୁ ମିସାଇ ୧୨୦୩ ଜଣ ଟେଷ୍ଟ କରିଛନ୍ତି । ରାଜ୍ୟରେ ଗୋଟିଏ ପଞ୍ଚାୟତରେ ଏହା ସର୍ବାଧିକ । ପୂର୍ବରୁ ଗାଙ୍ଗପୁରରେ ୮୯୫ , ଖଇରପୁଟ୍ଟି ରେ ୮୯୭ ଜଣ ସ୍ୱତଃପ୍ରବୃତ ଭାବେ ନିଜର ପରୀକ୍ଷା କରାଇ ଥିଲେ , ଯାହାକି ଏକ ରାଜ୍ୟ ସ୍ତରୀୟ ରେକର୍ଡ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି । ତିନି ପଜିଟିଭ ମାନଙ୍କୁ କୋଭିଡ କେୟାର ହୋମ ରେ ରଖାଯାଇଥିବା ତହସିଲଦାର ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତି । ରିପୋର୍ଟ – ଶିବରାମ ଚୌଧୁରୀ ।
|
ନିମାପଡା : ଛୋଟ ଛୋଟ ପିଲାମାନଙ୍କ ସୃଜନାତ୍ମକ କଳାର ବିକାଶ ପାଇଁ ନିମାପଡା ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ୧୭ତମ ସମର ଏକ୍ସପ୍ରେସ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଯାଇଛି ।ଏହି ଅବସରରେ ପ୍ରକାଶ ପାଉଥିବା 'ମୋ ଆଶାର 'ଏକ ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରାଯାଇଥିଲା ।
ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ,ବିଶିଷ୍ଟ କାଟୁ୍ୟନିଷ୍ଟ କିଶୋର ରଥ,ଶିଳ୍ପୀ ଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣା,ପାରାଦ୍ୱୀପ ଫସ୍ଫେଟର ମୁଖ୍ୟ ଲୋକସଂପର୍କ ଅଧିକାରୀ ସୁଧି ରଂଜନ ମିଶ୍ର,ପତ୍ରିକାର ସଂପାଦକ ସୁମନ୍ତ ମହାରଣା,ଅଧ୍ୟାପକ ସୁବ୍ରତ ମହାନ୍ତି,ସମାଜସେବୀ ଅଶୋକ ପଣ୍ଡା ପ୍ରମୁଖ ଯୋଗଦେଇ ଏହି ପତ୍ରିକାକୁ ଉନ୍ମୋଚନ କରିବା ସହ ସମର ଏକ୍ସପ୍ରେସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ଅନ୍ଲାଇନ ମାଧ୍ୟମରେ ୧୦ଦିନ ଧରି ପିଲାମାନଙ୍କୁ ବହୁ ଶିକ୍ଷଣୀୟ ଶିକ୍ଷା ପ୍ରଦାନ କରାଯିବ ।ଏଥିରେ ଅଂଶ ଗ୍ରହଣ କରୁଥିବା ରାଜ୍ୟର ବିଭିନ୍ନ ଅଂଚଳର ପିଲାମାନଙ୍କୁ ଡାକ ଯୋଗେ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି ।
|
ହିନ୍ଦୁ ଧର୍ମରେ ଅନେକ ପୂଜା ପର୍ବ ପାଳନ କରାଯାଇଥାଏ। ଏହି ସମସ୍ତ ପର୍ବ ମଧ୍ୟରେ ଗଙ୍ଗା ଦଶହରା ପର୍ବର ବିଶେଷ ମହତ୍ବ ରହିଛି। ପ୍ରାଚୀନ କାଳରେ ବ୍ରହ୍ମା ପରାଶକ୍ତି ସମସ୍ତ ଲୋକମାନଙ୍କର ଆଦି କାରଣ ହେଉ ବୋଲି ସୃଷ୍ଟିର ମୂଳପ୍ରକୃତି ନିକଟରେ ନିବେଦନ କରିଥିଲେ। ଏଥିସହ ଆପଣଙ୍କ ଠାରୁ ସୃଷ୍ଟିର ଆରମ୍ଭ ହେବ ବୋଲି ଭଗବାନ ବ୍ରହ୍ମା କହିଥିଲେ।
ବ୍ରହ୍ମାଙ୍କର ନିବେଦନରେ ପ୍ରକୃତି ଗାୟତ୍ରୀ, ସରସ୍ବତୀ, ଲକ୍ଷ୍ମୀ, ବ୍ରହ୍ମବିଦ୍ୟା ଉମା, ଶକ୍ତିବିଜା, ତପସ୍ବିନୀ ଏବଂ ଧର୍ମଦ୍ରଭା ଏହି ୭ଟି ରୂପରେ ଅଭିବ୍ୟକ୍ତ ହୋଇଥିଲେ। ଏହାପରେ ସପ୍ତମ ଦେବୀ ରୂପେ ପ୍ରତିଷ୍ଠିତ ହୋଇଥିବା ଧର୍ମଦ୍ରଭାଙ୍କୁ ସମସ୍ତ ଧର୍ମରେ ପ୍ରତିଷ୍ଠିତ ହେବାର ଦେଖିବା ପରେ ଭଗବାନ ବ୍ରହ୍ମା ତାଙ୍କୁ ନିଜର କମଣ୍ଡଳରେ ଧାରଣ କରିଥିଲେ। ଗଙ୍ଗା ଜଳ ପବିତ୍ର ଏବଂ ଶୁଭ ହୋଇଥାଏ। ହିନ୍ଦୁ ଧର୍ମର କୌଣସି ପୂଜା ପାଠରେ ଗଙ୍ଗା ଜଳର ପ୍ରୟୋଗ ମହତ୍ବପୂର୍ଣ୍ନ ହୋଇଥାଏ।
ଜାଣନ୍ତୁ ଏହି ପାପରୁ ମୁକ୍ତି ଦେଇଥାଏ ଗଙ୍ଗା ସ୍ନାନ:
ଗଙ୍ଗା ଧ୍ୟାନ ଏବଂ ସ୍ନାନରେ ଏହି ଦଶ ପ୍ରକାର ଦୋଷ ଯେଭଳି- କାମ, କ୍ରୋଧ, ଲୋଭ, ମୋହ ମାୟା, ତିକ୍ତତା, ଈର୍ଷା, ବ୍ରହ୍ମହତ୍ୟା, ଛଳ, କପଟ, ପରନିନ୍ଦା ଭଳି ପାପରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ ଅବୈଧ ସମ୍ପର୍କ, ବିନା କାରଣରେ ଜିୀବଜନ୍ତୁଙ୍କୁ କଷ୍ଟ ଦେବା, ମିଛ କହିବା ଏବଂ ଦୋକା ଦେବାରେ ଯେଉଁ ପାପ ଲାଗିଥାଏ, ସେହି ପାପ ମଧ୍ୟ ଗଙ୍ଗା ଦଶହରା ଦିନ ଗଙ୍ଗା ସ୍ନାନ କରିବା ଦ୍ବାରା ଏହି ସବୁ ପାପରୁ ମୁକ୍ତି ମିଳିଥାଏ ଏବଂ ମନ ପବିତ୍ର ହୋଇଥାଏ।
ଗଙ୍ଗା ସ୍ନାନ ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରିବା ଫଳପ୍ରଦ ହୋଇଥାଏ।
'विष्णु पादार्घ्य सम्भूते गंगे त्रिपथगामिनी! धर्मद्रवीति विख्याते पापं मे हर जाह्नवी।'
'ॐ नमो गंगायै विश्वरूपिण्यै नारायण्यै नमो नमः। '
|
'ଏବେ ଡିସ୍ଚାର୍ଜ ହେବେନି ଜଗା ଓ କାଳିଆ'
ନୂଆଦିଲ୍ଲୀ(ଶିବାନନ୍ଦ ରାଉତ): ଏବେ ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହେବେନି କନ୍ଧମାଳର ଜଗା ଓ କାଳିଆ। ଉଭୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି। ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। କାଳିଆ ଠିକ ହୋଇନି। ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ଉଭୟ ଏମ୍ସରେ ରହିବେ। ଉଭୟଙ୍କୁ ଏମ୍ସରେ ରଖିବାକୁ ଅନୁରୋଧ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୫ ଜଣିଆ ଡାକ୍ତରୀ ଟିମ୍ ଦିଲ୍ଲୀ ଯାଇଥିଲେ। ସେମାନେ ଆଜି ଏମ୍ସରେ ଜଗା ଓ କାଳିଆଙ୍କୁ ଭେଟିଛନ୍ତି। ଏପରିକି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଛନ୍ତି। ଏହି ଟିମ୍ରେ ଡାକ୍ତର ସଞ୍ଜୀବ ମିଶ୍ର, ପ୍ରଫେସର ସରୋଜ ଶତପଥୀ, ଡାକ୍ତର ରଶ୍ମିରଞ୍ଜନ ମହାନ୍ତି, ପୃଥ୍ୱୀରାଜ ସିଂହ ଓ ଡାକ୍ତର ଜଗମୋହନ ମିଶ୍ର ଅଛନ୍ତି। ଦିଲ୍ଲୀ ଏମ୍ସରେ ଜଗା-କାଳିଆଙ୍କ ଚିକିତ୍ସାକୁ ପୂରିଲା ବର୍ଷେ। ଏହା ଭିତରେ ସୁସ୍ଥ ହୋଇଗଲେଣି ଦୁଇ ଭାଇ। ଦୁଇ ତିନି ଦିନ ଭିତରେ ଏମ୍ସରୁ ଡିସ୍ଚାର୍ଜ ହେବେ ଜଗା-କଳିଆଙ୍କ ବାପା ଭୂୟାଁ କହଁର ସୂଚନା ଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଆଲୋଚନା।
କନ୍ଧମାଳର ଯାଆଁଳା ଭାଇ ଜଗା-କାଳିଆ। ସଫଳ ହୋଇଥିଲା ସେମାନଙ୍କ ବିରଳ ଅପରେସନ। ଯୋଡ଼ା ମୁଣ୍ଡ ଅଲଗା ହେବା ପରଠୁ ଦୁହେଁ ଭଲ ଅଛନ୍ତି। ଜଗା ଓ୍ୱାର୍ଡ ଭିତରେ ଖୁସି ମନରେ ବଲ୍ ଧରି ଖେଳାବୁଲା କରୁଛି। ଦୁଇ ଦିନ ତଳେ ଦୁଇ ଭାଇଙ୍କର ଏକ ଆଶ୍ୱସ୍ତି ଦେଲା ଭଳି ଫଟୋ ମଧ୍ୟ ଆସିଥିଲା। ଯେଉଁଥିରେ ଉଭୟଙ୍କ ମୁଣ୍ଡରେ ସ୍ୱତନ୍ତ୍ର ହେଲମେଟ୍ ନଥିଲା। ଦୁଇ ଭାଇ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବା ପରେ ପ୍ରଥମେ ଦିଲ୍ଲୀର ଓଡ଼ିଶା ଭବନରେ ରହିବେ ବୋଲି ସେମାନଙ୍କ ବାପା ଭୂୟାଁ କହଁର କହିଥିଲେ।
|
ମଧ୍ୟପ୍ରଦେଶ ରାଜନୀତିକ ଡ୍ରାମା: କ'ଣ କହୁଛି ସଂଖ୍ୟାର ଖେଳ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାରରେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସମର୍ଥନ କରୁଥିବା ୧୦ ବିଧାୟକ କ୍ୟାମ୍ପ ବଦଳାଇବା ଓ ପରେ ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ରାତି ଅଧରେ ରେସ୍ୟୁ କରିବା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ୧୦ ବିଧାୟକ ବିଜେପି ଦ୍ୱାରା ପ୍ରଲୋଭିତ ହୋଇ ହରିଆଣାର ଗୁରୁଗ୍ରାମରେ ଥିବା ମାନସେର ହୋଟେଲକୁ ଚାଲିଯାଇଥିବା ଜଣାପଡ଼ିଥିଲା। ଏହି ଖବର ମିଳିବା ପରେ କଂଗ୍ରେସ ସରକାରଙ୍କ ଚୌକି ଟଳମଳ ହେବା ଆରମ୍ଭ ହୋଇଛି।
ବିଜେପି ୩ରୁ ୪ ଜଣ କଂଗ୍ରେସ ବିଧାୟକଙ୍କୁ ଏବେ ହରିଆଣାରୁ ବେଙ୍ଗାଲୁରୁ ପଠାଇ ଦେଇଥିବା ଖବର ମଧ୍ୟ ମିଳିଛି। ସେହିପରି ମୁଖ୍ୟମନ୍ତ୍ରୀ କମଲନାଥ ନିଜ ଆସନ ବଞ୍ଚାଇବା ପାଇଁ ଦିଲ୍ଲୀ ଗସ୍ତରେ ଯାଇ ସେଠାରେ ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି।
୨୦୧୮ ଡିସେମ୍ବର ମାସରେ ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନରୁ କଂଗ୍ରେସ ୧୧୪ଟି ଆସନ ଜିତି ସରକାର ଗଠନ କରିଥିଲା। ଏହାପରେ ଦୁଇ ଜଣ ବିଧାୟକଙ୍କ ମୃତ୍ୟୁ ଘଟିବାରୁ ବିଧାନସଭାର କ୍ଷମତା ୨୨୮କୁ ଖସି ଆସିଥିଲା। କଂଗ୍ରେସ ୪ ସ୍ୱାଧୀନ, ୨ ବିଏସ୍ପି ଓ ଜଣେ ସପା ବିଧାୟକଙ୍କ ସମର୍ଥନରେ ୧୨୧ ଆସନ ସହ ସରକାର ଗଠନ କରିଛି।
ଯଦି ସୂଚନା ଅନୁଯାୟୀ, ବିଜେପି ୮ ଜଣ ବିଧାୟକଙ୍କୁ କିଣିବାକୁ ସକ୍ଷମ ହୁଏ, ତା'ହେଲେ କଂଗ୍ରେସ ସରକାର ଭାଙ୍ଗି ଯିବାର ଆଶଙ୍କା ରହିଛି। କାରଣ ଏବେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୫। ଏଥରୁ ୮ ଜଣ ବିଧାୟକ ଦଳ ବଦଳାଇଲେ କଂଗ୍ରେସ ସରକାରଙ୍କ ପାଖରେ ୧୧୩ ଜଣ ବିଧାୟକ ରହିବେ।
ହୋଟେଲରେ ଥିବା ୧୦ ବିଧାୟକଙ୍କ ମଧ୍ୟରୁ କଂଗ୍ରେସର ୪ ଜଣ ବିଧାୟକ ଥିବା କୁହାଯାଉଛି। ତେଣୁ ଏମାନେ ବିଜେପି ସହ ହାତ ମିଳାଇ ଦେଲେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୧୦ ହୋଇଯିବ। ଏପରି ସ୍ଥଳରେ କଂଗ୍ରେସ ସଂଖ୍ୟା କେଉଁଠୁ ଆଣିବ, ତା' ମଧ୍ୟ ଏକ ଚିନ୍ତାର କାରଣ।
ଅନ୍ୟପକ୍ଷରେ ବିଜେପି ପାଖରେ ୧୦୭ ଜଣ ବିଧାୟକ ଅଛନ୍ତି। ଦଳ ସହ ଆଉ ୮ ବିଧାୟକ ମିଶିଗଲେ ଦଳ ମ୍ୟାଜିକ ନମ୍ବର ୧୧୫କୁ ଛୁଇଁଯିବ। ତେବେ ବିଜେପିକୁ ବେଶ ସତର୍କତାର ସହ ଗୋଟି ଚଳାଇବାକୁ ପଡ଼ିବ। କାରଣ ବିଜେପିର କିଛି ବିଧାୟକ କଂଗ୍ରେସ ସହ ଯୋଗାଯୋଗରେ ଥିବା କୁହାଯାଉଛି। ଏପରି ହେଲେ ବିଜେପି ମଧ୍ୟ ସରକାର ଗଠନ କରିବାକୁ ଅକ୍ଷମ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
ପୁରୀ: ବାହୁଡ଼ା ଯାତ୍ରା ନେଇ ନୀଳାଦ୍ରି ଭକ୍ତ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ନେଇ ସୂଚନା ଦିଆଯାଇଛି । ଖରା ଦୃଷ୍ଟିରୁ ଫାୟାର ଡିପାର୍ଟମେଣ୍ଟ, ପିଏଚଡି ଗାଡ଼ି ପ୍ରସ୍ତୁତ ଅଛି । ରଥରେ ନିୟୋଜିତ ସେବାୟତ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହୋଇଛି । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ବଡ଼ଦାଣ୍ଡରେ ଭଜନ ସମାରୋହ ନେଇ ନିଷ୍ପତ୍ତି ହୋଇଛି । ନୀତିକାନ୍ତି ସୁରୁଖୁରୁରେ ଚାଲିଛି ।
ସମୟରେ ପହଣ୍ଡି ହେବ, ରଥ ସମୟରେ ସିଂହଦ୍ୱାରରେ ଲାଗିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ଆଜି ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ହେଉଛି । କର୍ଫ୍ୟୁ ୨ ତାରିଖ ରାତି ୧୦ଟା ଯାଏଁ ବଳବତ୍ତର ରହିବ । ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ ହେବ । ସମସ୍ତେ ଘରେ ରହି ଗୁଣ୍ଡିଚା ଯାତ୍ରା ଭଳି ଟିଭିରେ ବାହୁଡ଼ା ଯାତ୍ରା ଦେଖନ୍ତୁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ରଥ ଗଡ଼ିବା ବେଳେ ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡରେ ଭଜନ ବାଜିବ । ଏନେଇ ବଡ଼ଦାଣ୍ଡର ୫ରୁ ୬ଟି ସ୍ଥାନରେ ଅସ୍ଥାୟୀ କାହାଳୀ ବ୍ୟବସ୍ଥା କରାଯାଇଛି ।
ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ନୀତି ଓ ନୀଳାଦ୍ରିବିଜେ ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । କୋଭିଡ୍ କଟକଣା ଭିତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତି ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯିବେ । ରଥଯାତ୍ରା ଭଳି ସେବାୟତ ତିନି ରଥକୁ ଟାଣିନେବେ । ସିଂହଦ୍ୱାରରେ ରଥ ପହଞ୍ଚିବା ପରେ ଗୁରୁବାର ରଥରେ ମହାପ୍ରଭୁଙ୍କ ସୁନାବେଶ ହେବ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
|
ପଞ୍ଜାବ : ଶ୍ବଶୁରକୁ ଗିରଫ କରିପାରିଲେନି ବୋଲି ବୋହୂକୁ ଜିପ୍ ଉପରେ ବାନ୍ଧି ବୁଲାଇଲା ପୋଲିସ୍ । ଖାକିର ଏହି ବର୍ବର ଚେହେରା ଆସିଛି ପଞ୍ଜାବର ଅମୃତସର ଜିଲ୍ଲାରୁ । ଘଟଣାରେ ମହିଳା ଜଣକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି ।
Related Posts
ସୂଚନାଯୋଗ୍ୟ, ପୀଡିତାଙ୍କ ଘର ହେଉଛି ଅମୃତସରର ଚାବିନ୍ଦା ଦେବୀ ଅଞ୍ଚଳରେ । ଏକ ସମ୍ପତ୍ତି ବିବାଦରେ ପୀଡିତାଙ୍କ ଶ୍ବଶୁରକୁ ପଚରାଉଚରା ପାଇଁ ପୋଲିସ୍ ଯାଇଥିଲା । କିନ୍ତୁ ଶ୍ବଶୁର ନଥିବାରୁ ମହିଳାଙ୍କ ସ୍ବାମୀଙ୍କୁ ନେବା ପାଇଁ ଚାହିଁଥିଲା ପୋଲିସ୍ । ତେବେ ମହିଳାଙ୍କ ଜଣକ ଏହାକୁ ବିରୋଧ କରିଥିଲେ । ଯେଉଁଥିରେ ଦଣ୍ଡ ସ୍ବରୂପ ପୋଲିସ୍ ମହିଳାଙ୍କୁ ଜିପ୍ ଉପରେ ବାନ୍ଧି ସହର ସାରା ବୁଲାଇଥିଲେ । ଗୋଟିଏ ସ୍ଥାନରେ ଗାଡିଟି ହଠାତ୍ ବୁଲିବାରୁ ମହିଳା ଜଣକ ତଳେ ପଡି ଗୁରୁତର ଆହତ ହୋଇଛନ୍ତି । ସମ୍ପୂର୍ଣ୍ଣ ଘଟଣା ଏକ ସିସିଟିଭିରେ କଏଦ୍ ହୋଇଛି ।
ଅନ୍ୟପଟେ ମାମଲାକୁ ଖଣ୍ଡନ କରି ପୋଲିସ୍ କହିଛି ମହିଳା ଜଣକ ପୋଲିସ୍ ଉପରେ ଆକ୍ରମଣ କରିଥିଲେ ।
|
ଲଣ୍ଡନ,୫।୫: ଏବେ ସାରା ବିଶ୍ୱ କରୋନା ଭାଇରସର ଚିକିତ୍ସା ପଦ୍ଧତି ଖୋଜିବାରେ ବ୍ୟସ୍ତ ରହିଛି। କିଛି ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କରିବାରେ ଲାଗି ପଡିଛନ୍ତି। ହେଲେ ବ୍ରିଟେନର କେତେଜଣ ବୈଜ୍ଞାନିକ କରୋନା ଚିକିତ୍ସା ପାଇଁ ଯେଉଁ ଉପାୟ ଚିନ୍ତା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ କହିଛନ୍ତି ଦେଶର ଯୁବବର୍ଗଙ୍କୁ କରୋନା ଭାଇରସ ଦ୍ୱାରା ସଂକ୍ରମଣ କରି ବରିଷ୍ଠ ନାଗରିକଙ୍କୁ ବଞ୍ଚାଇ ହେବ। ଏମିତି ହେଲେ ଆମେ କରୋନା ଯୁଦ୍ଧରେ ବିଜୟୀ ହେବା ବୋଲି ବୈଜ୍ଞାନିକମାନେ କହିଛନ୍ତି। ଲକ୍ଡାଉନ୍ ବ୍ୟତୀତ ଏହା ସବୁଠାରୁ ଭଲ ବିକଳ୍ପ ବୋଲି ସେମାନେ ମତ ଦେଇଛନ୍ତି। କରୋନା ସଂକ୍ରମଣ ପାଇଁ ଆମେ ଯୁବବର୍ଗଙ୍କୁ ଖୋଲା ଛାଡି ଦେବା ସହ ବରିଷ୍ଠ ନାଗରିକଙ୍କୁ ଘରେ ବନ୍ଦ କରିବା ରଖିବା। ୟୁନିଭର୍ସିଟି ଅଫ୍ ଏଡିନବର୍ଗର ବୈଜ୍ଞାନିକମାନେ ଏମିତି ଏକ ଉପାୟ ଚିନ୍ତା କରିଥିବା ଜଣାପଡିଛି। ସୋସିଆଲ ଡିଷ୍ଟାନସିଂର ଏକ ଏକ ବିକଳ୍ପ ଉପାୟ ବୋଲି ଏମାନେ କହିଥିବା କୁହାଯାଉଛି। ବୈଜ୍ଞାନିକଙ୍କ ମତରେ ଏହି ରୋଗରେ ଯୁବବର୍ଗ ସଂକ୍ରମିତ ହେଲେ ସେମାନଙ୍କର ଭଲ ହେବା ଆଶା ଅଧିକ ରହିଥାଏ। ଏହି ପଲିସି ଆଧାରରେ ଯୁବବର୍ଗ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଏମାନଙ୍କ ଶରୀରରେ ଭାଇରସ ସହ ଲଢିବାକୁ ରୋଗ ପ୍ରତିରୋଧକ କ୍ଷମତା ଉତ୍ପନ୍ନ ହୋଇଥାଏ। ଏହାଦ୍ୱାରା ବହୁ ସଂଖ୍ୟାରେ ଲୋକଙ୍କ ରୋଗ ପ୍ରତିରୋଧି ହୋଇଯିବେ। ଆଉ ଘରେ ଥିବା ବରିଷ୍ଠ ନାଗରିକମାନେ ସଂକ୍ରମଣ କବଳରୁ ବଞ୍ଚିଯିବେ ବୋଲି ଉକ୍ତ ବୈଜ୍ଞାନିକମାନେ କହିଥିବା ସୂଚନା ମିଳିଛି। ଏଭଳି ଉପାୟ ଦ୍ୱାରା ମହାମାରୀର ପୁଣିଥରେ ପ୍ରତ୍ୟାବର୍ତ୍ତନକୁ ମଧ୍ୟ ସହଜରେ ଏଡାଇ ଦିଆଯାଇ ପାରିବ ବୋଲି ସେମାନେ ମତ ଦେଇଥିବା ପ୍ରକାଶ। ବିଶେଷଜ୍ଞଙ୍କ କହିବା କଥା ହେଲା ଏହି ମାହାମାରୀ ଉପରେ ଆମେ ସେତେବେଳେ ବିଜୟ ଲାଭ କରିବା ଯେତେବେଳେ ଜନତାଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସେହି ସ୍ତରରେ ପହଞ୍ଚିଥିବ ଯେଉଁ ସ୍ତରରେ ଭାଇରସର ରିପ୍ରଡକସନ୍ ଦର କମି ଯାଇଥିବା। ଅର୍ଥାତ୍ ଜଣେ ସଂକ୍ରମିତ ଖୁବ୍ କମ୍ ଲୋକଙ୍କୁ ସଂକ୍ରମଣ କରିପାରୁଥିବ। ବୈଜ୍ଞାନିକଙ୍କ ମତରେ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଲେ ଭାଇରସ ଆମର କିଛି କ୍ଷତି କରିପାରିବ ନାହିଁ।
|
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ସାମୂଦ୍ରିକ ଝଡବାତ୍ୟା "ଅମ୍ଫାନ"କୁନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତଥିଲେ । ଜିଲ୍ଲାପାଳ ପ୍ରଥମେ ବାତ୍ୟା ଓ ବର୍ଷା ଉପରେ ଆସିଥିବା ପାଣିପାଗ ବିଭାଗର ସୂଚନା ସମସ୍ତଙ୍କୁ ଅବଗତ କରାଇଥିଲେ । ସେହିପରି କୋଭିଡ-୧୯ ପାଇଁ ବ୍ୟବହୃତ ହେଉଥିବା ଜିଲ୍ଲା ଏବଂ ପଞ୍ଚାୟତ ସ୍ତରର ସମସ୍ତ ନିୟନ୍ତ୍ରଣକକ୍ଷ ଅମ୍ଫାନ ପାଇଁ କାର୍ଯ୍ୟ କରିବ ବୋଲି କୁହାଯାଇଥିଲା । ସେହିପରି ସୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ଖାଦୟ ପଦର୍ଥ ପାଇଁ ମହଜୁତର ବିବରଣୀ ବିଡିଓ ମାନେ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆବଶ୍ୟକ ଖାଦ୍ୟ ପଦାର୍ଥ ପଞ୍ଚାୟତ ସ୍ତରରେ କିପରି ପହଞ୍ôଚବ ସେ ବିଷୟରେ ଆଲୋଚନା ହୋଇଥିଲା । ମୋବାଇଲ ସେବା କିପରି ସବୁବେଳେ ଚାଲୁ ରହିବ ସେ ବିଷୟରେ ବି.ଏସ୍.ଏନ୍.ଏଲ୍. କର୍ତ୍ତୃପକ୍ଷ ନେବାକୁ କୁହାଯାଇଛି । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଶ୍ରୟସ୍ଥଳ ନକରି ସରକାରୀ କୋଠାକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସତ୍ୟସମ୍ପନ୍ନରାଉତଙ୍କୁ କୁହାଯାଇଥିଲା । ଲୋକଙ୍କୁ ସ୍ଥାନାନ୍ତର ପାଇ ଆବଶ୍ୟକ ହେଲେ ପୋଲିସ ବାହିନୀ ଲଗାଯିବ ବୋଲି ଏହି ସମୀକ୍ଷା ବୈଠକରେ କୁହାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଂଜନ ଭଂଜଦେଓ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ପ୍ରମୁଖଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତଥିଲେ ।
|
ଅଗ୍ନି -୩ର ବ୍ୟାବହାରିକ ପରୀକ୍ଷଣ ସଫଳ
ଭୁବନେଶ୍ୱର: ମଧ୍ୟମ ଦୂରଗାମୀ ବାଲେଷ୍ଟିକ ମିଜାଇଲ ଅଗ୍ନି-୩ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଭଦ୍ରକ ଜିଲ୍ଲା ଧାମରା ହ୍ୱିଲର ଦ୍ୱୀପରେ ଥିବା ୪ ନମ୍ବର ଲଞ୍ଚପ୍ୟାଡରୁ ସକାଳ ୯ ଟା ୫୫ ମିନିଟରେ ଏହି ପରୀକ୍ଷଣ କରାଯାଇଥିଲା । ପରୀକ୍ଷା ପାଇଁ ଭାରତୀୟ ସ୍ଥଳସେନାର ଷ୍ଟ୍ରାଟେଜିଜ ଫୋର୍ସ କମାଣ୍ଡର ଟିମ୍ ସହିତ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ମାନେ ହ୍ୱିଲର ଦ୍ୱୀପରେ ପହଞ୍ଚି ଥିଲେ । ଅଗ୍ନି-୩ ମିଜାଇଲର ଲମ୍ବ ୧୭ ମିଟର ଥିବାବେଳେ ଓସାର ୨ ମିଟର ଏବଂ ଓଜନ ୪୮ କୁଇଣ୍ଟାଲ ।
ଉତକ୍ଷେପଣ ସ୍ଥଳରୁ ସାଢେ ୩ ହଜାରରୁ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି । ଅଗ୍ନି-୩ ମିଜାଇଲ ଭାରତର କୌଣସି ବି ସ୍ଥାନରୁ ବିଶେଷକରି ଚୀନକୁ ଟାର୍ଗେଟ କରିପାରିବ । ଡିଆରଡିଓ ଓ ଭାରତ ଡାଇୟନାମିଜ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ସେକେଣ୍ଡ ପ୍ରତି ୫ରୁ ୬ କିଲୋମିଟର ବେଗରେ ଗତି କରିପାରିବ ।
ଆବଶ୍ୟକତା ଅନୁସାରେ ଏହି ମିଜାଇଲକୁ ଟ୍ରାନ୍ସପୋର୍ଟର ଇରେଜ୍ଟର ଲଞ୍ଜର ଓ ରେଳ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ । ଅଗ୍ନି-୩ ମିଜାଇଲ ୨୦୧୧ ମସିହା ଜୁନମାସରେ ସ୍ଥଳସେନାର ସମାଲ କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
ଯୌନ ସମ୍ପର୍କ ପରେ କାହିଁକି ଶୋଇଯାଆନ୍ତି ପୁରୁଷ
ବୈବାହିକ ଜୀବନରେ ଯୌନ ସମ୍ପର୍କ ଅନେକ ଗୁରୁତ୍ୱ ବହନ କରେ। ଏଥିରେ ବ୍ୟତିକ୍ରମ ଦେଖାଦେଲେ ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ, ଝଗଡ଼ା ଭଳି କେତେକ ସମସ୍ୟା ସୃଷ୍ଟି ହୁଏ। ଦମ୍ପତିଙ୍କୁ ସମ୍ପର୍କକୁ ପ୍ରଭାବିତ କରିଥାଏ। ଯେଭଳି ଯୌନ ସମ୍ପର୍କ ପରେ ପୁରୁଷ ଜଣକ ତୁରନ୍ତ ଶୋଇପଡ଼ୁଥିବାରୁ ମହିଳାଙ୍କୁ ତାହା ବିରକ୍ତ କରିଦେଇଥାଏ। କାରଣ ମହିଳା ଜଣକ ଚାହାନ୍ତି ସ୍ବାମୀଙ୍କ ସହ କିଛି ସମୟ ରୋମାନ୍ସଭରା କଥା ହେବାକୁ, ନିଜ ସୁଖଦୁଃଖ ଜଣାଇବାକୁ।
ହେଲେ ଯୌନ ସମ୍ପର୍କ ପରେ ସାଧାରଣତଃ ପୁରୁଷଙ୍କ କ୍ଷେତ୍ରରେ ଦେଖାଦେଉଥିବା ନିଦ୍ରା ପ୍ରବୃତ୍ତି ବେଡ୍ରୁମ୍ରେ ଅସୁଖକର ପରିସ୍ଥିତି ସୃଷ୍ଟି କରିଥାଏ। କିନ୍ତୁ ଏଥିପାଇଁ ପୁରୁଷଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଗବେଷକମାନେ କହିଛନ୍ତି।
ପୁରୁଷଙ୍କ ଏଭଳି ପ୍ରବୃତ୍ତି ପଛରେ ମହିଳାମାନେ ନାନା ଆଶଙ୍କା କରୁଥିବା ବେଳେ ଗବେଷକମାନେ ବୈଜ୍ଞାନିକ କାରଣ ରହିଥିବା କହିଛନ୍ତି। ଭାଙ୍କୋଭରର ସେକ୍ସ ଥେରାପିଷ୍ଟ ଡେଭିଡ ମେକ୍ାଞ୍ଜିଙ୍କ କହିବାନୁଯାୟୀ, ଯୌନକ୍ରିୟାରେ 'ତୃପ୍ତିପୂର୍ଣ୍ଣ ଚରମ ମୁହୂର୍ତ୍ତ'(ଅର୍ଗାଜମ୍) ଦ୍ୱାରା ପୁରୁଷ ଶରୀରର କେମେଷ୍ଟ୍ରି ବଦଳିଥାଏ। ଅର୍ଗାଜମ୍ ଦ୍ୱାରା ପ୍ରୋଲାକ୍ଟିନ ନାମକ ଏକ ବାୟୋକେମିକାଲ ହର୍ମୋନ ନିର୍ଗତ ହୋଇଥାଏ, ଯାହା ପୁରୁଷ ଶରୀରକୁ ଶିଥିଳ କରିବା ସହ ମାତ୍ରାଧିକ କ୍ଲାନ୍ତ କରିଦେଇଥାଏ। ଫଳରେ ପୁରୁଷ ଜଣକ ତୁରନ୍ତ ଶୋଇବାକୁ ଚାହିଁଥାଏ। କିନ୍ତୁ ପ୍ରତ୍ୟେକ ଯୌନ ସମ୍ପର୍କ ସମୟରେ ମହିଳାଙ୍କ ପ୍ରାୟତଃ ଅର୍ଗାଜମ୍ ହୋଇ ନ ଥାଏ।
ହେଲେ ଏ ବିଷୟରେ ଅଜ୍ଞତା ଯୋଗୁ ଅନେକ ଦମ୍ପତିଙ୍କ ମଧ୍ୟରେ ଅସୁଖକର ପରିସ୍ଥିତି ଦେଖିବାକୁ ମିଳିଥାଏ। ଦୁଇଜଣ ବିଶେଷଜ୍ଞ ମାର୍କ ଲେନର ଓ ବିଲ୍ଲି ଗୋଲ୍ଡବର୍ଗ ଏ ସମ୍ପର୍କରେ ଗବେଷଣା କରି 'ହ୍ବାଏ ଡୁ ମ୍ୟାନ୍ ଫଲ ଏସିଲ୍ପ ଆଫ୍ଟର ସେକ୍ସ ?' ନାମକ ଏକ ପୁସ୍ତକ ଲେଖିଛନ୍ତି। ସେଥିରେ ପୁରୁଷର ଯୌନକ୍ରିୟା ପରବର୍ତ୍ତୀ ନିଦ୍ରା ପ୍ରବୃତ୍ତି ସମ୍ପର୍କରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି, ଯାହା ଦମ୍ପତିଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଭୁଲ ବୁଝାମଣାକୁ ଦୂର କରିପାରିବ।
|
ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା । ସୁରକ୍ଷା ଜୋନ ମଧ୍ୟରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ଲାଗି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାସଗୃହ ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ମିଳିବ। ଅଧିଗୃହିତ ଅଞ୍ଚଳରେ ଥିବା ଘର ପାଇଁ ସବୁ ପରିବାରକୁ କ୍ଷତିପୂରଣ ଦିଆଯିବ। ସ୍ଥାନାନ୍ତରିତ ପରିବାରର ପରିବହନ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ମିଳିବ।
ବିସ୍ଥାପିତ ପରିବାଙ୍କୁ ଘର କିମ୍ବା ଜମି ପାଇବା ଯାଏ ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ଦିଆଯିବ। ବିସ୍ଥାପିତ ପରିବାରଙ୍କ ପାଇଁ ୩ଟି ଇଚ୍ଛାଧୀନ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ଟି ଇଚ୍ଛାଧୀନ ସହାୟତାରୁ ଯେକୌଣସି ଗୋଟିଏ ବାଛିପାରିବେ କ୍ଷତିଗ୍ରସ୍ତ । ପ୍ରଥମରେ ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା ନେଇପାରିବେ କିମ୍ବା ଦ୍ୱିତୀୟରେ ମନ୍ଦିରର ଦେଢ଼ କିଲୋମିଟର ମଧ୍ୟରେ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟର ଘର ନେଇପାରିବେ କିମ୍ବା ତୃତୀୟରେ ମନ୍ଦିରର ୨ କିଲୋମିଟର ମଧ୍ୟ.ରେ ୪୦ଗୁଣା ୨୫ ୧୦୦୦ ବର୍ଗଫୁଟର ଜାଗା ନେଇପାରିବେ । ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡ଼ା ପାଇବେନି। କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମଧ୍ୟ ପରିବହନ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦିଆଯିବ।
ସେହିପରି କ୍ଷତିଗ୍ରସ୍ତ ଦୋକାନ ଘର ପାଇଁ ମଧ୍ୟ ୨ ପ୍ରକାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମରେ ସାନ, ମଧ୍ୟମ, ବଡ଼ ଦୋକାନ ପାଇଁ ମାସିକ ୫, ୧୦ କିମ୍ବା ୧୫ ହଜାର ଟଙ୍କା ଭଡ଼ା ମିଳିବ । କିମ୍ବା ଦ୍ୱିତୀୟରେ ପୁରୀର ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଉପଲବ୍ଧ ଦୋକାନ ଘର ଦିଆଯିବ। ଏହାସହ ଲଜ୍ ଅଧିଗ୍ରହଣ ପାଇଁ ମଧ୍ୟ ପ୍ୟାକେଜ ଘୋଷଣା କରିଛନ୍ତି ସରକାର। ୧୫୦୦ ବର୍ଗଫୁଟରୁ ଅଧିକ ଲଜ୍ ପାଇଁ ପୁନର୍ବାସ ଥଇଥାନ ଅନୁଯାୟୀ କ୍ଷତିପୂରଣ ମିଳିବ । ୩ ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍ ପାଇଁ ମିଳିବ ୧୦ ଲକ୍ଷ ଟଙ୍କା । ୩ ହଜାର ବର୍ଗଫୁଟରୁ କମ ଲଜ୍ ପାଇଁ ୫ ଲକ୍ଷ ଟଙ୍କା ତୁରନ୍ତ ସହାୟତା ମିଳିବ । ପ୍ରତି ଲଜ୍କୁ ବର୍ଗଫୁଟ ପିଛା ମାସିକ ୨୫ ଟଙ୍କା ଲେଖାଏଁ ୧୮ ମାସ ସହାୟତା ମିଳିବ। ବର୍ଗଫୁଟକୁ ୨ ହଜାର ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ୩ ଶହ ମିଟର ଭିତରେ ଚାହିଁଲେ ମିଳିବ ଜାଗା।
|
ନୂଆଦିଲ୍ଲୀ : ଆସନ୍ତା ରବିବାର ଅର୍ଥାତ୍ ମେ ୧୫ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ଏହି ଦ୍ବୀପପୁଞ୍ଜରେ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ମୌସୁମୀ ଛୁଇଁବାର ପରବର୍ତ୍ତୀ ୫ ଦିନ ଆଣ୍ଡାମାନ ଓ ନିକୋବରରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ବିଭାଗ କହିଛି ।
ସ୍ବାଭାବିକ ଭାବେ ମୌସୁମୀ ପ୍ରତିବର୍ଷ ମେ ୧୫ରୁ ୧୮ ମଧ୍ୟରେ ଆଣ୍ଡାମାନ ଛୁଇଁଥାଏ । ଏଣୁ ଏଥର ଠିକ ସମୟରେ ଆସିବାକୁ ଯାଉଛି ମୌସୁମୀ । ଆଣ୍ଡାମନ ଛୁଇଁବାର ୧୫ ଦିନ ପରେ ଅର୍ଥାତ ଜୁନ ୧ରେ ମୌସୁମୀ କେରଳ ଛୁଇଁଥାଏ । ଏଣୁ ଏଥର ବି ଜୁନ ୧ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାରେ ପହଞ୍ଚିଥାଏ ।
ଠିକ ସମୟରେ ମୌସୁମୀ ଆସିବା ଦେଶ ପାଇଁ ଏକ ସୁସମ୍ବାଦ ବୋଲି କୁହାଯାଉଛି । କାରଣ ଦେଶର କୃଷି ଉତ୍ପାଦନ ଓ ସାମଗ୍ରିକ ଭାବେ ଅର୍ଥନୀତି ଉପରେ ମୌସୁମୀ ବାୟୁର ସବୁଠାରୁ ଅଧିକ ପ୍ରଭାବ ରହିଛି । ଦେଶର ଅଧିକାଂଶ କୃଷି ଅଂଚଳ ମୌସୁମୀ ଉପରେ ନିର୍ଭରଶୀଳ ହୋଇଥିବାରୁ ଠିକ ସମୟରେ ମୌସୁମୀ ଆସିଲେ ତାହା ଦେଶର କୃଷି ଉତ୍ପାଦନରେ ସହାୟକ ହେବ ।
|
ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ ସମେତ ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ସୋମବାର ଠାରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ୩ଟା ସୁଦ୍ଧା ବିଶାଖାପାଟନା ଠାରୁ ୪୦୦ କିଲୋମିଟର ଓ କାକିନାଡ଼ା ଠାରୁ ୪୫୦ ମିଲୋମିଟର ଦୂରରେ ରହିଛି ଏହି ଅବପାତ । ଏହା ପଶ୍ଚିମ-ଉତ୍ତର ଦିଗ ଆଡ଼କୁ ଗତି କରୁଛି । ୧୨ ତାରିଖ ରାତି ସୁଦ୍ଧା ଏହି ଗଭୀର ଅବପାତ ବିଶାଖାପାଟନା ଓ ନର୍ଶାପୁର ମଧ୍ୟରେ ଅତିକ୍ରମ କରିବ ବୋଲି କୁହାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ସୂଚନା ଦିଆଯାଇଛି ।
ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୁର୍ବାନୁମାନ କରାଯାଇଛି । ଏହି ୫ଟି ଜିଲ୍ଲା ସମେତ ନବରଙ୍ଗପୁର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ନୂଆପଡ଼ା ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ଏହି ସମୟରେ ମତ୍ସଜୀବିମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ସମ୍ଭାବନା ଥିବା ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଭୁ ସ୍ଖଳନ ହେବାର ସମ୍ଭାବନା ଥିବାରୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଏସଆରସି କହିଛନ୍ତି । ଏହି ସମୟରେ ଓଡ଼ିଶା ସମୁଦ୍ର ଅଶାନ୍ତ ରହିବ । ସମୁଦ୍ରରେ ୧୧ ଫୁଟ ଉଚ୍ଚର ମିନିଟ୍ ପ୍ରତି ୭.୨ କିଲୋମିଟର ବେଗରେ ଜୁଆର ଆସିବ ।
|
ବର୍ତ୍ତମାନ ସମୟରେ ସମସ୍ତେ କୌଣସି ନା କୌଣସି ରୋଗରେ ପୀଡିତ ହେଉଛନ୍ତି । ଏମିତିରେ କିଏ ଔଷଧ ମାଧ୍ୟମରେ ଭଲ ହୋଇଥାନ୍ତି ତ ଆଉ କିଛି ଆୟୁର୍ବେଦିକ ଔଷଧ ଓ ଯୋଗ ମାଧ୍ୟରେ ଭଲ ହୋଇଥାନ୍ତି । କିନ୍ତୁ ଆଜି ଆପଣଙ୍କୁ ଏମିତି ଏକ ଆକ୍ୟୁପ୍ରେସର ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଚଷମା ପିନ୍ଧୁଥିଲେ ତାହା ଆପଣ ଛାଡ଼ିଦେବେ । ଆପଣଙ୍କୁ କେବଳ ପେନସିଲ କିମ୍ବା ପେନର ପଛ ପଟ ଦ୍ୱାରା ସେହି ଆକ୍ୟୁପ୍ରେସର ପଏଣ୍ଟକୁ ପ୍ରେସ କରିବାର ଅଛି ।
ଏହି ପଏଣ୍ଟକୁ ପ୍ରେସ କରିବା ଦ୍ୱାରା ଆପଣଙ୍କୁ ଚଷମା ବ୍ୟବହାର କରିବାକୁ ପଡିବ ନାହିଁ । କହିବାକୁ ଗଲେ ସମସ୍ତେ ଚଷମା ପାଇଁ ଦୁଇ ତିନି ହଜାର ଟଙ୍କା ଖର୍ଚ୍ଚ କରିଦିଅନ୍ତି । କିନ୍ତୁ ଏହା ସତ୍ବେ ବି ଆମର ଆଖିର ନଜର ଠିକ ହୁଏ ନାହିଁ ।
କହିବାକୁ ଗଲେ ଆଖିର ଦ୍ରୁଷ୍ଟିଶକ୍ତି ଠିକ କରିବା ପାଇଁ ଆମେ ବାଦାମ, କ୍ଷୀର, ଶାଗ ଇତ୍ୟାଦି ପୌଷ୍ଟିକ ଭରା ଖାଦ୍ୟ ଖାଇଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ଆକ୍ୟୁପ୍ରେସର ଉପଚାର ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କର ଦ୍ରୁଷ୍ଟିଶକ୍ତି ଆପେ ଆପେ ଠିକ ହୋଇଯିବ । ଗୋଟିଏ ପେନସିଲ ଦ୍ଵାରା ହାତର ଦୁଇଟି ଆଙ୍ଗୁଳିର ପାପୁଲି ମଧ୍ୟରେ ପଏଣ୍ଟରେ ପ୍ରଥମେ ଦବାନ୍ତୁ ଏହା ପରେ ପୁଣି ଠାରେ ପେନସିଲ ପଛପଟକୁ ଆଣ୍ଟିକ୍ଳକ ୱାଇଜ ଓ କ୍ଳକ ୱାଇଜରେ ୧୦ – ୧୦ ଥର ଦବାନତୁ ।
ଏହି ଆକ୍ୟୁପ୍ରେସର ପଏଣ୍ଟ ସୁଇଚ ବୋର୍ଡ ଭଳି କାର୍ଯ୍ୟ କରିବ । ସୁଇଚ ବୋର୍ଡକୁ ଅନ କଲେ ଫ୍ୟାନ ଲାଇଟ ଇତ୍ୟାଦି ଜଳେ ସେହିପରି ଆମ ହାତରେ ଓ ଗୋଡରେ କିଛି ଏଭଳି ପଏଣ୍ଟ ଅଚ୍ଛି ଯାହାକୁ ପ୍ରେସ କଲେ ଆମର ବିଭିନ୍ନ ପ୍ରକାରର ରୋଗ ଭଲ ହୋଇଥାଏ । ପୁଣି ଆଉ ତିନୋଟି ଆଙ୍ଗୁଳି ମଝିରେ ଥିବା ଦୁଇଟି ପଏଣ୍ଟରେ ଏହିଭଳି କରିବାକୁ ପଡିବ । ଏହା ଆପଣଙ୍କୁ ବାମ ହାତ ଓ ଡାହାଣ ହାତରେ କରିବାକୁ ପଡିବ । କିନ୍ତୁ ଏହି ଉପାୟଟି କରିବା ପାଇଁ କିଛି ସମୟ ଲାଗିବ ନାହିଁ ।
ଏହା ଆପଣ ପଢିଲା ବେଳେ, ଶୋଇଲାବେଳେ ଅର୍ଥାତ ଯେତେବେଳେ ଚାହିଁବେ ସେତେବେଳେ କରିପାରିବେ । ଏହିପରି ଭାବରେ ଆଉ ଗୋଟିଏ ଉପଚାର କରିବେ ତାହା ଆପଣଙ୍କର ଡାହାଣ ହାତର ବୁଢା ଆଙ୍ଗୁଳିରେ କରିବେ । ବୁଢା ଆଙ୍ଗୁଳିର ମଝିରେ ଯେଉଁ ଲାଇନ ଅଛି ତାହାର ଉପରକୁ ପେନ୍ସିଲ ପଛ ପଟ ଦ୍ଵାରା ଆଣ୍ଟିକ୍ଳକ ୱାଇଜ ଓ କ୍ଳକ ୱାଇଜ ଏହିଭଳି ଭାବରେ ୧୦ – ୧୦ ଥର ପ୍ରେସ କରନ୍ତୁ । ଏହିଭଳି କରିବା ଦ୍ଵାରା ଧୀରେ ଧୀରେ ଆପଣଙ୍କର ଆଖିର ଦ୍ରୁଷ୍ଟି ଶକ୍ତି ଫେରି ଆସିବ ।
ଚାଳନ୍ତୁ ଆଉ ଗୋଟିଏ ଉପାୟ ବିଷୟରେ ଜାଣିବା । ସକାଳୁ ଉଠି ମୁହଁ ଭିତରେ ପାଣି ପୁରାଇ ରଖିବା ଦ୍ଵାରା ଆପଣଙ୍କ ଆଖିରେ ପ୍ରଭାବ ପଡିଥାଏ । ଏହା ଦ୍ଵାରା ଆଖିର ରକ୍ତ ସଂଚାଳନ ବଢିଯାଏ । ସେହି ପାଣିକୁ ମୁହଁ ଭିତରେ ରଖି ଆଖିରେ ୪୦ ଥର ପାଣି ମାରନ୍ତୁ । ଏହାକୁ ଆପଣ ସବୁଦିନ କରନ୍ତୁ ଯାହା ଦ୍ଵାରା ଆପଣଙ୍କର ଆଖିର ଚଷମା ଦରକାର ପଡିବ ନାହିଁ ଓ ଆପଣଙ୍କର ଦୃଷ୍ଟିଶକ୍ତି ବଢିଯିବ ।
ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।
The post ଆଖିର ଦୃଷ୍ଟିଶକ୍ତି ବଢାଇବା ଓ ଚଷମା ଛଡାଇବାର ରାମବାଣ ଉପାୟ, ଜାଣନ୍ତୁ ଏହାର Acupressure ପଏଣ୍ଟ appeared first on Odia News.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://headlines9.com/improve-eye-sight-with-acupressure-point/
|
ଭୁବନେଶ୍ୱର : ମଙ୍ଗଳବାର ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୧ରୁ ୧୩ ଯାଏ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । ଉପଗ୍ରହ ଚିତ୍ର ଏବଂ ନିଜସ୍ୱ ଗବେଷଣା ଆଧାରରେ ଡ. ସାହୁ କହିଛନ୍ତି, ୯ ତାରିଖରେ ଏହି ଲଘୁଚାପ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହେବାର ଆଶଙ୍କା ରହିଛି । ୧୧ରେ ଏହା ଓଡ଼ିଶା ଉପକୂଳ ଛୁଇଁବ । ପରେ ପରେ ଦକ୍ଷିଣରୁ ଉତ୍ତର ଦିଗକୁ ଗତି କରି ଅବପାତ ବା ତୀବ୍ର ଅବପାତର ରୂପ ନେବ । ଏହି ଲଘୁଚାପ ପ୍ରଭାବରେ ୯ରୁ ଆକାଶ ମେଘୁଆ ରହିବା ସହ ବର୍ଷା ଆରମ୍ଭ ହୋଇପାରେ । ୧୨ରେ ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏଣୁ ୧୧ ଓ ୧୨ ଦୁଇଦିନ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, କଟକ, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ପ୍ରଭୃତି ଜିଲ୍ଲା ଏହାଦ୍ୱାରା ପ୍ରଭାବିତ ହେବେ ବୋଲି ଡ. ସାହୁ ସୂଚନା ଦେଇଛନ୍ତି ।
|
ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଲାଗୁଛି ୨୦୨୩ରେ ସରିବ ନାହିଁ । କିନ୍ତୁ ଲମ୍ବା ଚାଲିଥିବା ଏହି ଯୁଦ୍ଧ ଗୋଟିଏ ଯକ୍ଷ ପ୍ରଶ୍ନ ଭାରତ ଭଳି ଦେଶଙ୍କ ଆଗରେ ଛିଡା କରାଇଛି । ଭାରତ ଭଳି ଦେଶ ଯେଉଁମାନେ ଋଷୀୟ ସାମରିକ ସାରଞ୍ଜମ ଉପରେ ନିର୍ଭରଶୀଳ ସେମାନଙ୍କ ପାଇଁ ୟୁକ୍ରେନ ଯୁଦ୍ଧ ଆଖି ଖୋଲିଲା ଭଳି । ୟୁକ୍ରେନରେ ଟି-୭୨ ଓ ଟି-୯୨ ଭଳି ଟ୍ୟାଙ୍କ ସବୁ ବିଫଳ ହୋଇଛନ୍ତି । ପାଶ୍ଚାତ୍ୟ ଦେଶର ଆଣ୍ଟି ଟ୍ୟାଙ୍କ ମିଶାଇଲ ଆଗରେ ଏହି ଋଷୀୟ ଟ୍ୟାଙ୍କ ସବୁ ଫେଲ ହୋଇଛନ୍ତି । ମଧ୍ୟଯୁଗରେ ହାତୀ ଯୁଦ୍ଧରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା । କିନ୍ତୁ ବାରୁଦର ଆବିଷ୍କାର ପରେ ହାତୀ ଯୁଦ୍ଧକ୍ଷେତ୍ରରୁ ଗାଏବ ହୋଇଗଲା । ସେହିଭଳି ଆଗକୁ ଯୁଦ୍ଧରୁ ଟ୍ୟାଙ୍କ ମଧ୍ୟ ଗାଏବ ହୋଇଯିବ କି ? କାରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଟ୍ୟାଙ୍କ ସବୁ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି । କିନ୍ତୁ ଋଷ ଓ ୟୁକ୍ରେନ ଯୁଦ୍ଧ ପୁରା ଚିତ୍ରପଟ ବଦଳାଇ ଦେଇଛି । ଆମେରିକାର ଜ୍ୟାଭଲିନ୍,ସ୍ୱିଡେନ ଓ ବ୍ରିଟେନର ଏନଏଲଡବ୍ଲୁ ଆଣ୍ଟି ଟ୍ୟାଙ୍କ ମିଶାଇଲ ତଥା ଡ୍ରୋନ୍ ଆକ୍ରମଣରେ ଋଷର ପ୍ରାୟ ୧୪ଶହ ଟ୍ୟାଙ୍କ ନଷ୍ଟ ହୋଇଛନ୍ତି ।
ୟୁକ୍ରେନ ଯୁଦ୍ଧର କାହିଁକି ଫେଲ୍ ହେଲେ ଋଷ୍ ଟ୍ୟାଙ୍କ ?
୧୯୬୭ ମସିହାର ଇସ୍ରାଏଲ-ଆରବ ଯୁଦ୍ଧ ପରେ ୟୁକ୍ରେନ ଯୁଦ୍ଧରେ ସର୍ବାଧିକ ଟ୍ୟାଙ୍କ କ୍ଷତିଗ୍ରସ୍ତ ହୋଇଛନ୍ତି । ଋଷ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ଥିବା ବେଳେ କେମିତି ଏମିତି ହେଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ବୈଶୟକି କିମ୍ବା ରଣନୈତିକ କାରଣରୁ ଟ୍ୟାଙ୍କ ନଷ୍ଟ ହେଲେ ତାକୁ ନେଇ ଆଲୋଚନା ଚାଲିଛି । ଏହା ଭିତରେ ଟ୍ୟାଙ୍କ ଦାମି ବୋଝ ବୋଲି କିଛି କହିବାକୁ ଆରମ୍ଭ କଲେଣି । ଏମିତିରେ ଭାରତ ଭଳି ଦେଶ ଯାହା ପାଖରେ ଋଷ ନିର୍ମିତ ଟ୍ୟାଙ୍କ ଅଛି ସେମାନେ ମଧ୍ୟ ଭାବିବାକୁ ଆରମ୍ଭ କଲେଣି ଯେ, ଭବିଷ୍ୟତ ଯୁଦ୍ଦ ପାଇଁ ନିଜକୁ କେମିତି ପ୍ରସ୍ତୁତ କରାଯିବ ।
ଋଷ ଟ୍ୟାଙ୍କ ଫେଲ୍ ହେବାକୁ ନେଇ ପ୍ରତିରକ୍ଷା ବିଶେଷଜ୍ଞ ଭିନ୍ନ ମତ ରଖନ୍ତି । ସାମରିକ ବିଶେଷଜ୍ଞ ରମ୍ ଲିଙ୍କ ଅନୁସାରେ ଏହି ବିଫଳତା ପାଇଁ ଟ୍ୟାଙ୍କ ଦାୟୀ ନୁହନ୍ତି । ଏହା ମାନବୀୟ ଭୁଲ । କେଉଁଠି କେମିତି ଟ୍ୟାଙ୍କ ମୁତୟନ କରାଯିବ ତା'ର ପ୍ଲାନିଂରେ ଭୁଲକୁ ସେ ଦାୟୀ କରିଛନ୍ତି । ଏହା ସହିତ ଇନଫାଣ୍ଟ୍ରିର ସହଯୋଗ ଅଭାବକୁ ମଧ୍ୟ ସେ ଦାୟୀ କରିଛନ୍ତି ।
ଡ୍ରୋନ୍ ହେଉଛି ଟ୍ୟାଙ୍କର ବଡ଼ ଶତ୍ରୁ
ରବ ଲି'ଙ୍କ ଅନୁସାରେ ଋଷ ଟ୍ୟାଙ୍କ ନଷ୍ଟ କରୁଥିବା ୟୁକ୍ରେନ୍ କିନ୍ତୁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କଠାରୁ ଟ୍ୟାଙ୍କ ଦାବି କରୁଛି । କାରଣ ୟୁକ୍ରେନ ଜାଣିଛି ଯେ, ଏହି ଟ୍ୟାଙ୍କକୁ ହିମାରସ ଭଳି ରକେଟ୍ ଲଂଚର ସହାୟତା ମିଳିଥାଏ । ଅନ୍ୟ ବିଶେଷଜ୍ଞଙ୍କ କହିବା ହେଉଛି ୟୁକ୍ରେନ ଯୁଦ୍ଧ ପୁରା ପରିଦୃଷ୍ୟ ବଦଳାଇ ଦେଇଛି । ଏଥର ଯୁଦ୍ଧ ଭାରି ଅସ୍ତ୍ର ଅପେକ୍ଷା ସ୍ମାର୍ଟ୍ ଅସ୍ତ୍ର ଦ୍ୱାରା ଲଢାଯିବ । ଟ୍ୟାଙ୍କ ସହିତ ଯୁଦ୍ଧ ପୋତ ଓ ଫାଇଟର ପ୍ଲେନ୍ ମଧ୍ୟ ପୁରୁଣାକାଳିଆ ହୋଇ ଗଲେଣି । ତେବେ ଏହାର କୌଣସି ସିଧା ଓ ସରଳ ଉତ୍ତର ନାହିଁ ।
ଋଷ ସେନା କିଛି ଭୁଲ ନିଶ୍ଚୟ କରିଛନ୍ତି । ଏହା ମଧ୍ୟ ସତ ଯେ, ଋଷୀୟ ଟ୍ୟାଙ୍କ କାଦୁଅରେ ଫସି ଯାଇଥିଲେ । ତେଣୁ ସେମାନେ ସହଜ ଶିକାର ହୋଇଥିଲେ । ୧୪ଶହ ଟ୍ୟାଙ୍କ ମଧ୍ୟରୁ ଅନେକକୁ ତ ତେଲ ସରିବା କାରଣରୁ ସୈନିକ ଛାଡି ଯାଇଥିଲେ । ଏହା ସହିତ ଋଷୀୟ ଟ୍ୟାଙ୍କର ଡିଜାଇନ୍ ଏମିତି ଯେ, ତାକୁ ସହଜରେ ଆମେରିକା ମିଶାଇଲ ଟାର୍ଗେଟ୍ କରିପାରିବେ । ବିଶେଷଜ୍ଞଙ୍କ କହିବା ହେଉଛି ଆଧୁନିକ ଯୁଦ୍ଧରେ ଟ୍ୟାଙ୍କର ସବୁଠାରୁ ବଡ଼ ଶତ୍ରୁ ହେଉଛି ଡ୍ରୋନ୍ । ଡ୍ରୋନ୍ ଆକ୍ରମଣରୁ ଟ୍ୟାଙ୍କକୁ ବଂଚାଇବାକୁ ହେଲେ ତାକୁ ଇଲେକଟ୍ରୋନିକ୍ ଆଖି ଓ କାନ ଦେବାକୁ ପଡିବ ।
ଭାରତ ପାଇଁ ଯକ୍ଷ ପ୍ରଶ୍ନ
ଭାରତର ଟ୍ୟାଙ୍କ ଟ୍ରୁପ୍ ମଧ୍ୟରୁ ଅଧିକାଂଶ ଋଷ ନିର୍ମିତ । ୟୁକ୍ରେନ୍ ଯୁଦ୍ଧରେ ଯଦି ଏହି ଟ୍ୟାଙ୍କ ସବୁ ଆମେରିକୀୟ ମିଶାଇଲର ସହଜ ଶିକାର ହୋଇଛନ୍ତି ତେବେ ଭବିଷ୍ୟତ ଯୁଦ୍ଧରେ ଭାରତକୁ ମଧ୍ୟ ସମାନ ସମସ୍ୟା ଓ ସଂକଟର ସମ୍ମୁଖୀନ ହେବାକୁ ପଡ଼ିବ । ଏବେ ଭାରତ ପାଇଁ ବଡ଼ ପ୍ରଶ୍ନ ହେଉଛି ସବୁ ଋଷ ଟ୍ୟାଙ୍କକୁ ବଦଳାଇବ ନା ଏହାର ଆଧୁନିକିକରଣ କରିବ ।
|
ଡୋମିନିକା: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ଅନୁପ୍ରବେଶକାରୀ ଘୋଷିତ କରିଛନ୍ତି ଡୋମିନିକା ସରକାର । ୨୫ ମେ ରେ ଏ ନେଇ ଡୋମିନିକା ସରକାର ନିର୍ଦ୍ଦେଶ ଜାରି କରିଥିଲେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪ହଜାର କୋଟି ଠକେଇ ମାମଲାରେ ସମ୍ପୃକ୍ତ ମେହୁଲ ଚୋକସୀ ଆଣ୍ଟିଗୁଆରେ ରହିଆସୁଥିଲେ । ହେଲେ ଗତ ୨୩ ମେ'ରେ ସେ ସେଠାରୁ ଡୋମିନିକା ଲୁଚି ପଳାଇଥିଲେ । ଏବଂ ସେଠାରେ ତାଙ୍କୁ ଡୋମିନିକା ପୋଲିସ ଗିରଫ କରିଥିଲା । ଏବେ ବି ସେ ପୋଲିସ ହେପାଜତରେ ରହିଛନ୍ତି । ଜାମିନ ପାଇଁ ଆବେଦନ କରିଥିଲେ ବି ଏ ନେଇ କୋର୍ଟଙ୍କ ରାୟ ପ୍ରକାଶ ପାଇନାହିଁ ।
ସୂଚନା ଅନୁସାରେ, ଚୋକସୀ ଡୋମିନିକାକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଡୋମିନିକାର ଜାତୀୟ ସୁରକ୍ଷା ଏବଂ ଗୃହ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୋଟିସ ଅନୁଯାୟୀ ମେହୁଲ ଚୋକସୀଙ୍କୁ ମେ ୨୫ରେ ଏକ ଅନୁପ୍ରବେଶକାରୀ ଘୋଷିତ କରାଯାଇଛି। ଇମିଗ୍ରେସନ ଏବଂ ପାସପୋର୍ଟ ଅଧିନିୟମ ଧାରା ୫((୧) (୧) ଅନୁଯାୟୀ ଚୋକ୍ସିଙ୍କୁ ଡୋମିନିକାର ରାଷ୍ଟ୍ରମଣ୍ଡଳରୁ ହଟାଇବାକୁ ମନ୍ତ୍ରଣାଳୟ ପୋଲିସକୁ ନିର୍ଦ୍ଦେଶ ଦେଇଛି।
ରିପୋର୍ଟ ଅନୁଯାୟୀ, ମନ୍ତ୍ରଣାଳୟ ସେହି ଦିନ ହିଁ ଚୋକସିଙ୍କୁ ଆଉ ଏକ ନୋଟିସ୍ ପଠାଇଥିଲେ, ଯେଉଁଥିରେ ପଳାତକ ଚୋକସୀଙ୍କୁ କୁହାଯାଇଥିଲା ଯେ, ତାଙ୍କୁ ଡୋମିନିକାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ । ନୋଟିସରେ କୁହାଯାଇଛି ଯେ, ଚୋକସୀଙ୍କୁ ଫେରାଇବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଡୋମିନିକା ସରକାରଙ୍କ ଦ୍ୱାରା ପଠାଯାଇଥିବା ନୋଟିସରେ ଚୋକସୀଙ୍କ ଓକିଲ ବିଜୟ ଅଗ୍ରୱାଲଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ଚୋକସୀଙ୍କୁ ଅନୁପ୍ରବେଶକାରୀ ନୁହଁନ୍ତି ବରଂ ତାଙ୍କୁ ଅପହରଣ କରାଯାଇଥିଲା।
|
ଏପ୍ରିଲ ପହିଲାରୁ କଲ୍ ଦର ବୃଦ୍ଧି କରିବେ ଟେଲିକମ୍ କମ୍ପାନୀ
ନୂଆଦିଲ୍ଲୀ: ମୋବାଇଲରେ କଥାବର୍ତ୍ତା ଓ ଇଣ୍ଟରନେଟ୍ର ବ୍ୟବହାର ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି। ଟେଲିକମ୍ କମ୍ପାନୀ ଏପ୍ରିଲ୍ ୧ ତାରିଖରୁ ଦର ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।
ଇନଭେଷ୍ଟମେଣ୍ଟ ଇନଫରମେସନ ଆଣ୍ଡ କ୍ରେଡିଟ ରେଟିଙ୍ଗ ଏଜେନ୍ସି (ଆଇସିଆରଏ) ରିପୋର୍ଟ ଅନୁସାରେ, ଆଗାମୀ ୧ ଏପ୍ରିଲରୁ ଆରମ୍ଭ ହେଉଥିବା ଆର୍ଥିକ ବର୍ଷ ୨୦୨୧-୨୨ ରେ ନିଜ ରାଜସ୍ୱ ବୃଦ୍ଧି ପାଇଁ କମ୍ପାନୀଗୁଡିକ ପୁଣି ଥରେ ତାରିଫ୍ ମହଙ୍ଗା କରିପାରନ୍ତି । ତେବେ ଏଥିରେ କେତେ ବୃଦ୍ଧି କରାଯିବ, ସେନେଇ କୌଣସି ସୂଚନା ମିଳିନାହିଁ। କରୋନା ସଙ୍କଟ ଓ ବିଶେଷ କରି ଲକ୍ଡାଉନ୍ ସମୟରେ ଅନ୍ୟ ସମସ୍ତ କ୍ଷେତ୍ରରେ ଅନେକ ସମସ୍ୟା ତଥା କ୍ଷତି ଦେଖା ଦେଇଥିବା ବେଳେ ଟେଲିକମ୍ କମ୍ପାନୀମାନଙ୍କ ଗ୍ରାହକ ପିଛା ହାରାହାରି ରାଜସ୍ୱରେ ସୁଧାର ଆସିଛି। ମାତ୍ର କମ୍ପାନୀମାନଙ୍କ ବୃଦ୍ଧିପାଉଥିବା ଖର୍ଚ୍ଚ ଅନୁସାରେ ଏହା ପର୍ଯ୍ୟାପ୍ତ ନୁହେଁ। ତେଣୁ କମ୍ପାନୀମାନେ ଦର ବୃଦ୍ଧି କରି କ୍ଷତିଭରଣା କରିବା ପ୍ରସ୍ତୁତିରେ ଅଛନ୍ତି।
ଟେଲିକମ କମ୍ପାନୀଙ୍କ ଉପରେ ମୋଟ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁର ଋଣ ୧.୬୯ ଲକ୍ଷ କୋଟି ରହିଛି। ଏପର୍ୟ୍ୟନ୍ତ କେବଳ ୧୫ ଟେଲିକମ କମ୍ପାନୀ ୩୦୨୫୪ କୋଟି ଟଙ୍କା ସୁଝିଛନ୍ତି। ଏୟାରଟେଲ ଉପରେ ପ୍ରାୟ ୨୫୯୭୬ କୋଟି ଟଙ୍କା, ଭୋଡାଫୋନ ଆଇଡିଆ ଉପରେ ୫୦୩୯୯ କୋଟି ଟଙ୍କା ଓ ଟାଟା ଟେଲିସର୍ଭିସ ଉପରେ ପ୍ରାୟ ୧୬୭୯୮ କୋଟି ଟଙ୍କା ଋଣ ରହିଛି। ସୂଚନାଯୋଗ୍ୟ, ୨୦୧୯ରେ ପ୍ରଥମ ଥର କମ୍ପାନୀଗୁଡିକ ତାରିଫ ବୃଦ୍ଧି କରିଥିଲେ।
|
କନକ ବ୍ୟୁରୋ: ଚେନ୍ନାଇରୁ ରେମଡିସିଭିର ଇଞ୍ଜେକସନର କଳାବଜାରୀ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି । ଜଣେ ଡାକ୍ତର ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ତାମିଲନାଡୁ ପୁଲିସ । ଚେନ୍ନାଇର ହିନ୍ଦୁ ମିଶନ ହସ୍ପିଟାଲ ଅଂଚଳରେ ରେମଡିସିଭର ଇଞ୍ଜେକସନ କଳବଜାରୀ ହେଉଥିବା ସୂଚନା ପାଇ ସିଭିଲ ସପ୍ଲାଏ ସିଆଇଡି ଚଢାଉ କରିଥିଲା । ଚଢାଉ କରି ରେମଡିସିଭର ଇଂଜେକ୍ସନ କଳବଜାରୀ କରୁଥିବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଓ ୨ ଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଗିରଫ ଡାକ୍ତରଙ୍କ ମହମ୍ମଦ ଇମ୍ରାନ ଖାନ ବୋଲି ଜଣାପଡିଛି ।
ସେମାନଙ୍କ ପାଖରୁ ୧୭ ଭାଏଲ ରେମଡିସିଭର ଜବତ କରାଯାଇଛି । ସେମାନେ ରେମଡିସିଭର ଡୋଜ ପିଛା ୨୦ ହଜାର ଟଙ୍କାରେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି । କରୋନା ସଂକ୍ରମିତଙ୍କୁ ଚିକିତ୍ସାରେ ରେମଡିସିଭର ଇଂଜେକ୍ସନ ବ୍ୟବହାର ହେଉଥିବା ବେଳେ ଏହାର ଦାମ ପ୍ରତି ଇଂଜେକସନକୁ ୩ହଜାର ୪ଶହ ଟଙ୍କା ରହିଛି । ହେଲେ କଳାବଜାରୀ କରି କିଛି ଅସାଧୁ ବ୍ୟକ୍ତି ମୁନାଫା କମାଇବାକୁ ଚେଷ୍ଟା କରୁଛନ୍ତି ।
|
ପ୍ରଭାତଙ୍କ ଗିରଫ ପରେ ବିଜେଡିର ପ୍ରତିକ୍ରିୟା: କହିଲା ରାଜନୈତିକ ପ୍ରତିଶୋଧ ପାଇଁ ସିବିଆଇକୁ ବ୍ୟବହାର କରାଯାଉଛି
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ଦୀର୍ଘ ଦିନ ଧରି କେନ୍ଦ୍ର ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ରରେ ଶାସିତ ବିଜେପି ସରକାର କଳ, ବଳ ଓ ଛଳ ପ୍ରୟୋଗ କରୁଛି। ରାଜନୈତିକ ପ୍ରତିଶୋଧ ନେବା ପାଇଁ ବିଜେପି ସିବିଆଇକୁ ବ୍ୟବହା କରୁଛି ବୋଲି ବିଜେଡି ଅଭିଯୋଗ କରିଛି।
ଆଜି ଭୁବନେଶ୍ୱର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-"ଓଡ଼ିଶାରେ ହୋଇଥିବା ଚିଟ୍ଫଣ୍ଡ ଘୋଟାଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କଲେ। ଏଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ସିବିଆଇକୁ ହସ୍ତାନ୍ତର କରିଥିଲେ। ତଦନ୍ତ ସଠିକ୍ ଢ଼ଙ୍ଗରେ ହେଲେ ରାଜ୍ୟ ସରକାର ସହାୟତା କରିବେ ବୋଲି ସେତେବେଳେ କହିଥିଲେ। ଇତି ମଧ୍ୟ ତିନି ବର୍ଷ ବିତିଗଲାଣି। ହେଲେ ସିବିଆଇ ମାତ୍ର ୧୮ଟି ମାମଲାର ତଦନ୍ତ କରୁଛି। ଆହୁରି ଅନେକ ଚିଟ୍ଫଣ୍ଡ୍ ସଂସ୍ଥା ବିରୋଧରେ ମାମଲା ସେମିତି ପଡ଼ି ରହିଛି। ଏହାର ତଦନ୍ତ କେବେ ସରିବ ତାହା ମଧ୍ୟ ଜଣାପଡ଼ୁ ନାହିଁ। ଅନ୍ୟପକ୍ଷରେ ସିବିଆଇର ତଦନ୍ତ ପ୍ରକ୍ରିୟା କେତେବେଳେ ଶିଥିଳ ହେଉଛି ତ ଆଉ କେତେବେଳେ ସକ୍ରିୟ ହେଉଛି। ଏକଥା ଆମେ କହୁ ନାହୁଁ। ବିଜେପିର ନେତାମାନେ କହୁଛନ୍ତି। କିଛି ଦିନ ତଳେ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଧମକ ପୂର୍ଣ୍ଣ ଭାଷଣ ଦେଇ ଜଣଙ୍କ ପରେ ଜଣେ ବିଜେଡି ନେତାଙ୍କୁ ଜେଲ ପଠାଯିବ ବୋଲି କହିଥିଲେ। ଏହାର କିଛି ଦିନ ପରେ ଚେଇଁ ଶୋଇଥିବା ସିବିଆଇ ଗତକାଲି ରାତିରେ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କଲା। ଏଥିରୁ ପ୍ରମାଣିତ ହୋଇଛି ରାଜନୈତିକ ପ୍ରତିଶୋଧ ନେବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ଗୁଡ଼ିକୁ ବିଜେପି ସରକାର ଅପବ୍ୟବହାର କରୁଛି।"
ସେ କହିଛନ୍ତି-"ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କୁ ବାରମ୍ୱାର ସିବିଆଇ ଡକାଇ ଜେରା କରିଥିଲା। ପାଖାପାଖି ୧୭ ଥରରୁ ଅଧିକ ଥର ଜେରା କରିଥିଲା। ତଦନ୍ତ ବେଳେ ଯାହା କାଗଜପତ୍ର ଆବଶ୍ୟକ ତାହା ମଧ୍ୟ ଦିଆଯାଇଥିଲା।"
ଏହାର ଜବାବ ରଖିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ସେ କହିଛନ୍ତି-"ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫ ପରେ ନବୀନ ବାବୁ ଆଶଙ୍କାରେ ପଡ଼ିଗଲେଣି। ଆଉ କେହି କେହି ଗିରଫ ହେବେ କି ସେ(ନବୀନ) ଜାଣିସାରିଲେଣି? ତେବେ ସିବିଆଇକୁ ପ୍ରଭାବିତ କରିବା ପାଇଁ ବିଜେଡି ଏପରି ବକ୍ତବ୍ୟ ଦେଉଛି।"
|
ଭୁବନେଶ୍ବର: ଖୋର୍ଦ୍ଧା ପୌରାଞ୍ଚଳ ପାଇଁ ଭେଣ୍ଡିଂ ଜୋନ। 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିବର୍ତ୍ତନ କରି ସାଧାରଣ ଲୋକଙ୍କୁ ଭେଟି ମତାମତ ସଂଗ୍ରହ କରିଥିଲେ । ସେଥିରେ ଅନେକ ପ୍ରସ୍ତାବ ସହିତ ଖୋର୍ଦ୍ଧା ପୌରାଞ୍ଚଳରେ ମାର୍କେଟ କମ୍ପ୍ଲେକ୍ସ ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା । ଆଉ ଏହି ପ୍ରସ୍ତାବକୁ ନଭେମ୍ବର ୧୦ ତାରିଖରେ ଅନୁମୋଦନ କରାଯାଇଥିଲା।
ନିଷ୍ପତ୍ତି ଅନୁଯାୟୀ ଖୋର୍ଦ୍ଧା ପୌରାଞ୍ଚଳ ପରିସୀମା ମଧ୍ୟରେ ପାଞ୍ଚଟି ସ୍ଥାନରେ 5T ସ୍ମାର୍ଟ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯିବ। ଏଥିରେ ସମୁଦାୟ ୨୬୬ଟି କିଓସ୍କ କରାଯିବ ଏବଂ ଏଥିପାଇଁ ୮.୭୯ କୋଟି ଟଙ୍କା ବିନିଯୋଗ ହେବ। ଏହି ନିଷ୍ପତ୍ତି ଅନୁଯାୟୀ ପାଞ୍ଚଟି ପ୍ୟାଚ୍ରେ ଭେଣ୍ଡିଂ ଜୋନ୍ର ବିକାଶ କରାଯିବ।
ପ୍ୟାଚ୍-୧ରେ ୯୦ଟି, ପ୍ୟାଚ-୨ରେ ୩୦ଟି, ପ୍ୟାଚ-୩ରେ ୯୦ଟି, ପ୍ୟାଚ-୪ରେ ୨୮ଟି ଓ ପ୍ୟାଚ୍-୫ରେ ୨୮ଟି କିଓସ୍କ ନିର୍ମାଣ କରାଯିବ। ଏହାଦ୍ବାରା ଖୋର୍ଦ୍ଧା ପୌରାଞ୍ଚଳରେ ବହୁ ଦିନର ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି।
|
News18 Odia Digital
ନୂଆ ଦିଲ୍ଲୀ:
ପଶ୍ଚିମ ବଙ୍ଗ (West Bengal) ଓ ଆସାମ (Assam) ବିଧାନ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଲାଗି ପ୍ରଚାର ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ବଙ୍ଗରେ ୩୦ ଓ ଆସାମରେ ୪୭ଟି ଆସନ ପାଇଁ ମାର୍ଚ୍ଚ ୨୭ ତାରିଖ ଦିନ ମତଦାନ ହେବ । ଉଭୟ ରାଜ୍ୟରେ ଭୋଟ୍ ଗ୍ରହଣ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଚାରର ଶେଷ ଦିନ ଗୁରୁବାର ଦିନ ବିଜେପି, ତୃଣମୂଳ କଂଗ୍ରେସ୍ (Trinamool Congress, TMC) ଓ କଂଗ୍ରେସର ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ।
ପଶ୍ଚିମ ବଙ୍ଗରେ (West Bengal Assembly Polls 2021) ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ୩୦ଟି ଆସନ ମଧ୍ୟରେ ରହିଛି ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର, ବାଙ୍କୁଡ଼ା, ଝାଡ଼ଗ୍ରାମ ଓ ପୁରୁଲିଆ । ପ୍ରଥମ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀ ସଂଖ୍ୟା ୧୯୧ । ଏହି ୩୦ଟି ଯାକ ଆସନରେ ଟି.ଏମ୍.ସି. ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ବିନ୍ଦ୍ବିତା ହେବ । ୨୦୧୬ ନିର୍ବାଚନରେ ଏହି ୩୦ଟି ଆସନରୁ ଟି.ଏମ୍.ସି. ଏକାକୀ ୨୭ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦୁଇଟି ଓ ଆର୍.ଏସ୍.ପି. ଗୋଟିଏ ଆସନରେ ବିଜୟୀ ହୋଇଥିଲା । ଗତ ଥର ବିଜେପି ଏହି ଅଞ୍ଚଳରେ ଖାତା ଖୋଲିପାରି ନ ଥିଲା ।
ଏହା ବି ପଢ଼ନ୍ତୁ | ୨୪ କ୍ୟାରେଟ୍ ସୁନା କିଣିବାକୁ ଚାହୁଁଛନ୍ତି? ଗୋଲ୍ଡ ବଣ୍ଡରେ ନିବେଶ କରନ୍ତୁ; ଏହାର ଚାହିଦା ବଢ଼ୁଛି
ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ପୁରୁଲିଆରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ସୁଦୀପ ମୁଖାର୍ଜୀ, କଂଗ୍ରେସର ପାର୍ଥପ୍ରତୀମ ବାନାର୍ଜୀ, ଟି.ଏମ୍.ସି.ର ସୁଜୟ ବାନାର୍ଜୀ, ବାଘମୁଣ୍ଡିରେ ଟି.ଏମ୍.ସି.ର ସୁଶାନ୍ତ ମହାତୋ, ବିଜେପିର ଆଶୁତୋଷ ମହାତୋ, ଖଡ଼ଗପୁର ଆସନରେ ଟି.ଏମ୍.ସି.ର ଦିନେନ ରାୟ, ବିଜେପିର ତପନ ଭୂୟାଁ, ମେଦିନୀପୁରରେ ଟି.ଏମ୍.ସି.ର ଜୁନ୍ ମାଲିୟା ଓ ବିଜେପିର ସମିତ କୁମାର ଦାସ ।
ମମତା ବାନାର୍ଜୀ (ଫାଇଲ୍ ଫଟୋ)
ଶେଷ ଦିନରେ ବିଜେପି ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ନିକଟରେ ବିଜେପିରେ ଯୋଗ ଦେଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦୋର ପ୍ରଚାର କରିଥିଲେ । ଟି.ଏମ୍.ସି. ପକ୍ଷରୁ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ବିଭିନ୍ନ ସମାବେଶରେ ଉଦବୋଧନ ଦେଇ ବିଜେପି ସରକାରକୁ ସମାଲୋଚନା କରିଥିଲେ ।
ଏହା ବି ପଢ଼ନ୍ତୁ | କରୋନାର ପ୍ରକୋପ ବଢ଼ିଲା; ଓଡ଼ିଶାକୁ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ; ମାଲକାନଗିରିରେ ଲାଗୁ ହେଲା
ଯୋଗୀ ଆଦିତ୍ୟନାଥ ମାନଖାନା, ଚନ୍ଦ୍ରକୋଣା ଓ ନନ୍ଦିଗ୍ରାମରେ ପ୍ରଚାର କରିଥିଲେ । ସାଲଟୋରା, ମାନବଜାର, କେଶିୟାରି ଓ ଝାଡ଼ଗ୍ରାମରେ ବଲିଉଡ୍ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀ ରୋଡ୍ ଶୋ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଜୟପୁର, ତାଲଦାଙ୍ଗ୍ରା ଓ କାକଦ୍ବିପ ନିର୍ବାଚନ ମଣ୍ଡଳୀରେ ରାଲି କରିଥିଲେ । ସେମାନେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟି.ଏମ୍.ସି. ସରକାର ଉପରେ ଧୁମ୍ ବର୍ଷିଥିଲେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବର: ଭଡ଼ାଟିଆଙ୍କ ଉପରେ ଆକ୍ରମଣ ମାମଲାରେ ଗିରଫ ହୋଇପାରନ୍ତି BJP ନେତ୍ରୀ ଓ ତାଙ୍କ ସ୍ୱାମୀ
ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪୭ଟି ଆସନରେ ଭୋଟ୍ ଗ୍ରହଣ ହେବ । ବାରଟି ଜିଲ୍ଲାରେ ଥିବା ୪୭ଟି ଆସନ ମଧ୍ୟରୁ ପାଞ୍ଚଟି ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ । ପ୍ରଥମ ପର୍ଯ୍ୟାୟରେ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୨୬୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ୧୨ଟି ଜିଲ୍ଲାରେ ୧୧ ହଜାର ୫୩୭ ଭୋଟ ଗ୍ରହଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ୮୧ ଲକ୍ଷ ଭୋଟର ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବେ ।
ଏହା ବି ପଢ଼ନ୍ତୁ | ପୁରୀରେ ବଟି ନ ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ; ଅବସ୍ଥା ସଙ୍କଟାପନ୍ନ
ଆସାମରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଯିଏ ବିଜେପି ପ୍ରାର୍ଥୀ ଭାବେ ମାଜୁଲିରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ବିଧାନ ସଭା ବାଚସ୍ପତି ହିତେନ୍ଦ୍ର ନାଥ ଗୋସ୍ବାମୀ ଜୋରହାଟରୁ, କ୍ୟାବିନେଟ ମନ୍ତ୍ରୀ ରଞ୍ଜିତ ଦତ୍ତ ବେହାଲିରୁ, ନବ କୁମାର ଦୋଲେ ଜୋନାଇରୁ, ସଞ୍ଜୟ କିଶାନ ତିନସୁକିଆରୁ, ପିସିସି ସଭାପତି ରିପୁନ ବୋରା ଗୋହପୁରରୁ, ଦେବବ୍ରତ ସାଇକିଆ ନାଜିରାରୁ ଓ ପିସିସି ସାଧାରଣ ସମ୍ପାଦକ ବୁପେନ ବୋରା ବିହିପୁରିଆରୁ ନିର୍ବାଚନ ଲଢୁଛନ୍ତି ।
ପ୍ରଚାରର ଶେଷ ଦିନରେ ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର୍ କରାଯାଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ଭିକ୍ଷା କରାଯାଇଛି ।
|
ଶ୍ରୀନଗର: କୁଲ୍ଗାମ୍ ଠାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଚାଲିଥିବା ଏନ୍କାଉଣ୍ଟର୍ରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଗୁଳି ବିନିମୟ ଆରମ୍ଭ ହୋଇଛି।
କାଜିଗନ୍ଦ ଅନ୍ତର୍ଗତ ଚୌଗାମ୍ ଅଞ୍ଚଳରେ ଆରମ୍ଭ ହୋଇଥିବା ଗୁଳିବିନିମୟ ବର୍ତ୍ତମାନ ମଧ୍ୟ ଚାଲୁ ରହିଛି। ଗୋଟାଏ ଘରେ ଛପି ରହିଥିବା ଆଉ କିଛି ଆତଙ୍କବାଦୀଙ୍କୁ ନିରାପତ୍ତା ବଳ ଘେରି ରହିଛି।
ଜମ୍ମୁ ଓ କଶ୍ମୀର ବୋଲି କହିଛି ଯେ ବାରମୂଳା ଏବଂ କାଜିଗନ୍ଦ ମଧ୍ୟରେ ରେଳ ସେବା ସ୍ଥଗିତ ରହିଛି। ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟର୍ନେଟ୍ ସେବା ମଧ୍ୟ ବନ୍ଦ ରଖାଯାଇଛି।
ଆତଙ୍କବାଦୀମାନେ ଲସ୍କର୍-ଏ-ତୈବା ଏବଂ ହିଜ୍ବୁଲ୍ ମୁଜାହିଦୀନ୍ ଗୋଷ୍ଠୀର ବୋଲି ଖବର ମିଳିଛି।
ସେନାର ୯ଆର୍ଆର୍ (ରାଷ୍ଟ୍ରୀୟ ରାଇଫଲ୍ସ୍) ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ଏକତ୍ର ଏନ୍କାଉଣ୍ଟର୍ ଆରମ୍ଭ କରିଛି।
ଗୁରୁବାର ଓ ଶୁକ୍ରବାର ମଧ୍ୟରେ ନିରାପତ୍ତା ବଳ ଜମ୍ମୁ ଅଞ୍ଚଳର ରିଅସି ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ବନ୍ଧୁକ ମାରି ହତ୍ୟା କରିଥିଲେ।
|
ଭୁବନେଶ୍ୱର, ୧୫/୧୨ : ମଣିଷ ନିମନ୍ତେ ବିକାଶ ଓ ଉନ୍ନତି ଜରୁରୀ ଅଟେ । କିନ୍ତୁ ଏହା ସହିତ ଆଧ୍ୟାତ୍ମିକତା ଏବଂ ମାନବିକତାକୁ ଯୋଗ କଲେ ହିଁ ସଫଳତା ହାସଲ ହୋଇପାରିବ ବୋଲି କହିଛନ୍ତି ଜୟପୁର ସ୍ଥିତ ଜଗନ୍ନାଥ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡଃ) ନବୀନ୍ ମାଥୁର ।
ତୁମର ଲକ୍ଷ୍ୟ, ଉଦ୍ଦେଶ୍ୟ, କଥା କହିବା ଶୈଳୀ ଏବଂ ପ୍ରାର୍ଥନା ଦ୍ୱାରା ମନକୁ ଏକ କଲେ ହିଁ ସଫଳତା ମିଳିପାରିବ ବୋଲି ପ୍ରଫେସର ମାଥୁର ଶନିବାର ଦିନ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ହସ୍ପିଟାଲିଟି ଓ ଟ୍ୟୁରିଜିମ୍ ଫ୍ୟାକଲ୍ଟି ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ୧୧ ଦିନିଆ ଓରିଏନ୍ଟେସନ୍ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇ ମତ ବ୍ୟକ୍ତ କରିଛନ୍ତି ।
ଇସ୍ରାଏଲ୍ର ଐତିହାସିକ ୟୁଭାଲ୍ ନୋଆ ହାରାରିଙ୍କ ଦ୍ୱାରା ରଚିତ ପୁସ୍ତକ 'ଟ୍ୱେଂଟିୱାନ୍ ଲେସନ୍ସ ଫ୍ରମ୍ ଟ୍ୱେଂଟିଫାଷ୍ଟ ସେଂଚୁରୀ'କୁ ଉଦ୍ଧୃତ କରି ପ୍ରଫେସର ମାଥୁର କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳ ଖରାପ ନୁହେଁ । ନିଜ ଜୀବନରେ କ'ଣ ଆବଶ୍ୟକ ତୁମେ ଯଦି ଜାଣିଛ ତେବେ ଏହାକୁ ପାଇବା ପାଇଁ ବୈଷୟିକ ଜ୍ଞାନକୌଶଳ ତୁମକୁ ସାହାଯ୍ୟ କରିବ । ମାତ୍ର ଯଦି ଜୀବନରେ କ'ଣ ଦରକାର ତାହା ତୁମକୁ ଜଣାନାହିଁ ତେବେ ବୈଷୟିକ ଜ୍ଞାନକୌଶଳ ତୁମ ଜୀବନକୁ ନିୟନ୍ତ୍ରଣ କରିବ ବୋଲି ସେ କହିଥିଲେ ।
ଏସ୍ଏଚ୍ଏମ୍ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସମ୍ଭାଷଣ ଦେଇ ମଣିଷ ଜୀବନରେ ଶିକ୍ଷାର ମହତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିବା ସହ ଏହା ଆତିଥ୍ୟ କ୍ଷେତ୍ରକୁ ନିଜର ବୃତିଭାବେ ବାଛିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମହତ୍ୱ ରଖେ ବୋଲି କହିଥିଲେ ।
ମାଉଂଟଆବୁ ସ୍ଥିତ ବ୍ରହ୍ମକୁମାରୀ ମୁଖ୍ୟାଳୟର ଆଇଟି ୱିଙ୍ଗ୍ର ଫ୍ୟାକଲ୍ଟି ବି.କେ. ସବିତା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବର୍ତମାନ ସମୟରେ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ସବଳ ହେବା ଆବଶ୍ୟକ ବୋଲି କହିଥିଲେ ।
ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ବେସାମରିକ କ୍ଷେତ୍ର, ଲଜିଷ୍ଟିକ୍ କ୍ଷେତ୍ର, ଡିଜିଟାଲ୍ ମାର୍କେଟିଙ୍ଗ, ଖାଦ୍ୟ ବ୍ୟବସାୟ, ସମ୍ପର୍କରହିତ ସେବା ଏବଂ ହୋଟେଲ୍ଗୁଡ଼ିକର ଭବିଷ୍ୟତ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା ।
ନୂତନ ଛାତ୍ରଛାତ୍ରୀମାନଙ୍କୁ ନୂଆ ପରିବେଶ ସହ ପରିଚିତ କରାଇବା, ଅନୁଷ୍ଠାନ ସହ ଜଡିତ କରାଇବା ଓ ଅନ୍ୟ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କ ସହିତ ପରିଚୟ କରାଇବା ଏହି କାର୍ଯ୍ୟକ୍ରମର ଅନ୍ୟତମ ମୂଳ ଲକ୍ଷ୍ୟ ଥିଲା |
|
ଭୁବନେଶ୍ୱର, (ବ୍ୟୁରୋ): କୋଭିଡ୍-୧ର ଦ୍ୱିତୀୟ ଲହରରେ ସାରା ଦେଶରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଚାଲିଛି । ଏଭଳି ଅସମୟରେ ଯଦି କେହି ମହିଳା ଓ ନାବାଳିକା ଘରୋଇ ହିଂସା କିମ୍ବା ନିର୍ଯାତନାର ଶିକାର ହେଉଛନ୍ତି, ତେବେ ସେମାନେ ସହାୟତା ନମ୍ବର ୧୦୦, ୧୮୧, ୧୦୯୮କୁ ଫୋନ୍ କରି ଅଭିଯୋଗ କରିପାରିବେ । ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସୂଚନା ଦେଇଛି ।
ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଥିବା 'ସଖୀ' (ୱାନ୍ ଷ୍ଟପ୍ ସେଣ୍ଟର)ରେ ମଧ୍ୟ ଯୋଗାଯୋଗ କଲେ, ୨୪ ଘଣ୍ଟିଆ ନିଶୁଳ୍କ ସେବା ଯୋଗାଯାଇପାରିବ । ଘରୋଇ ହିଂସା ବିଷୟରେ ଜଣାଇବା ପାଇଁ ହ୍ୱାଟସ୍ଆପ ନମ୍ବର '୭୮୦୫୦୦୬୦୩୯'ରେ ବାର୍ତ୍ତା ଦେଇପାରିବେ । ମହିଳା କମିଶନଙ୍କ ସହ ଯୋଗାଯୋଗ କରିବାକୁ ହ୍ୱାଟସ୍ଆପ୍ ନମ୍ବର '୮୭୬୩୫୪୩୦୧୩' ଜାରି ହୋଇଛି । ଗତବର୍ଷ ଲକ୍ଡାଉନ୍ ସଟ୍ଡାଉନ୍ରେ ଘରୋଇ ହିଂସାର ଗ୍ରାଫ୍ ଢ଼େର ଉପରକୁ ଉଠିଥିଲା । ତେଣୁ ଏଥର ମଧ୍ୟ ମହିଳା ନିର୍ଯାତନା ପାଉଛନ୍ତି । କିନ୍ତୁ ଅଭିଯୋଗ ପାଇଁ ସେମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହାବାଦ୍ କେଭିଡ୍ର ପୀଡିତ ବାପା-ମା ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଶିଶୁମାନେ ଅସହାୟ ଅନୁଭବ କରୁଛନ୍ତି ।
ନିର୍ଯାତନାର ଶିକାର ବି ହେଉଛନ୍ତି । ଏଥିପାଇଁ ଏହି ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
|
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଏକ ସାଙ୍ଗଠାନିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନବ ନିଯୁକ୍ତ ଜିଲ୍ଲା ସଭାପତି ଦିଲୀପ ବେହେରା ଓ ରାଜିବ ଗାନ୍ଧୀ ପଞ୍ଚାୟତିରାଜ ସଭାପତି ଅଜୟ ବାଲୀଙ୍କୁ ଦଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ସଭା ପ୍ରଥମେ ବିଶ୍ୱ ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା କଂଗ୍ରେସ କର୍ମୀ ଓ ସାଧାରଣ ଜନତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲ। । ପରେ ପରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲୀପ ବେହେରା ଓ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ସଭାପତି ଅଜୟ ବାଲୀଙ୍କ ନେତୃତ୍ୱ ତୃଣମୁଳ ସ୍ସ୍ତରରୁ ଦଳକୁ ଆହୁରି ମଜବୁତ କରିବ ବୋଲି ବକ୍ତାମାନେ ଆଶା ପ୍ରକଟ କରିବା ସହ ଉଭୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ଉକ୍ତ ସଭାରେ ରାଜ୍ୟ କଂଗ୍ରେସର ବରିଷ୍ଠ ମୁଖପାତ୍ର ସମରେନ୍ଦ୍ର ମିଶ୍ର ଯୋଗଦାନ କରି କେନ୍ଦ୍ର ଓ ରାଜ୍ୟର କୃଷକ ମାରଣନୀତି, ବେରୋଜଗାର ଯୁବକ, ଅସହାୟ ଖଟିଖିଆ ମଜୁରିଆ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରର ଚରମ ଅବହେଳା ପ୍ରଦର୍ଶନ ବିରୁଦ୍ଧରେ ଜନ ସାଧାରଣଙ୍କୁ ଅବଗତ କରାଯାଇ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରାଯିବା ବିଷୟରେ କର୍ମୀମାନଙ୍କୁ ଦିଗଦର୍ଶନ ଦେଇଥିଲେ ।
ଆଜିର ସଭାରେ ପିସିସି ସଂପାଦକ ଉମାଶଙ୍କର ପଣ୍ଡା, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ଉମାକାନ୍ତ ସାହୁ, ସନ୍ତକ ବହିଦାର, ସେବାଦଳ ମୁଖ୍ୟ ଅସିତ ମିଶ୍ର, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ରାମ ପ୍ରସାଦ ମିଶ୍ର, କାନ୍ତେଶ୍ୱର ପ୍ରଧାନ, ଦମୟନ୍ତୀ ବଘାର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ନାରୀ ନେତ୍ରୀ ସବିତା ଶତପଥି, ଅମିତା ସେଠ, ହିମାଂଶୁ ନାଏକ, ସଂଜୟ ମିଶ୍ର, ଝୁପୁଲୁ ମହାନ୍ତି, ମାନସ ମହାନ୍ତି, ବିଜୟ ଖରସେଲ, କିଶୋର ଦଣ୍ଡସେନା, ବିଟୁନ ସ୍ୱାଇଁ ଅଖଣ୍ଡ ସେଠ, କୈଳାସ ମିଶ୍ର, ବ୍ରଜ କିଶୋର ସେଠି, ଲୋପନ ମିଶ୍ର, ସରୋଜ ରଥ, ଗଗନ ନାଥ, ସୁରେନ୍ଦ୍ର ଅଶ୍ୱପାଲ, କୁନା ସାହୁ, ନାସିର ଖାନ, କିରନ ସେଠ, ଜୁଲୁ ପଟ୍ଟନାୟକ, ସତ୍ୟ ନାଗ, ପବିତ୍ର ନେପାକ, ଲବ ଭୋଇ, ଜ୍ୟୋତିଷ ମୁଗ୍ରୀ, ସୁଦର୍ଶନ ମିଶ୍ର, ସୁନିଲ ବେହେରା, ପ୍ରତ୍ୟୁଷ ଖୁଆସଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିବା ବେଳେ ସଭା ଶେଷରେ ବଲାଙ୍ଗିର ବିଧାୟକଙ୍କ ଜନମଙ୍ଗଳ ପ୍ରତିନିଧି ଓମ୍ ପ୍ରକାଶ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।
|
ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା !
ଜଳେଶ୍ୱର: ବାଲେଶ୍ୱର କମର୍ଦ୍ଦା ଥାନା ଅନ୍ତର୍ଗତ କୁରୁଣ୍ଠିଆପଦା ନିକଟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ କରୁଠିଆ ଗାଁର ରତନ ଦାସ ଓରଫ୍ ଜଗା। ଗତକାଲି ରାତିରେ ଜଗାକୁ କେହି ହତ୍ୟା କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଗା ଗାଁ ରାସ୍ତାରେ ଛିଡ଼ା ହୋଇ ଜୋରଜବରଦସ୍ତ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲା। ଏହି ସମୟରେ କିଛି ଗାଡ଼ି ମାଲିକଙ୍କ ସହ ତା'ର ପାଟିତୁଣ୍ଡ ହୋଇଥିଲା। ଏପରିକି ମାର୍ପିଟ୍ ମଧ୍ୟ ହୋଇଥିଲା। ଏହାପରେ ତାକୁ କେହି ହତ୍ୟା କରିଥିବା ଅନୁମାନ କରାଉଛି। ଖବରପାଇ ଆଜି ସକାଳେ ପୋଲିସ୍ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ଜଗାକୁ କିଏ ଓ କାହିଁକି ହତ୍ୟା କଲା, ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି।
ସୂଚନାଥାଉ କି, ପୂର୍ବରୁ ଜଗା ନାଁରେ କମର୍ଦ୍ଦା ଓ ଜଳେଶ୍ୱର ଥାନାରେ ୭ରୁ ଅଧିକ ସଙ୍ଗୀନ ମାମଲା ରହିଛି। ଡକାୟତି, ଚୋରା ବନ୍ଧୁକ ରଖିବା ଓ ହତ୍ୟା ଧମକ ଭଳି ଆଦି ମାମଲା ରହିଛି। ଏମିତିକି ରାଜ୍ୟ ବାହାରେ ବି ଜଗା ଅପରାଧିକ କାର୍ଯ୍ୟକଳାପ କରୁଥିଲା। ଗୋଆ ଥାନାରେ ବି ତା' ନାଁରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।
|
ନଭେମ୍ବର ୧୨ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଉଭୟ ଉପର ଓ ତଳ ପଡିଆରେ ବାଲିଯାତ୍ରା ହେବା ନେଇ ଜିଲ୍ଲା ପ୍ରଶାସନର ନିଷ୍ପତି
କନକ ବ୍ୟୁରୋ: ନଭେମ୍ବର ୧୨ରୁ ଆରମ୍ଭ ହେବ ବାଲିଯାତ୍ରା । ଚଳିତବର୍ଷ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୨୦ତାରିଖରେ ଶେଷ ହେବ କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ପ୍ରସ୍ତୁତି ବୈଠକ ହୋଇଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଉଭୟ ତଳପଡିଆ ଓ ଉପର ପଡିଆରେ ଆୟୋଜନ ହେବ ବାଲିଯାତ୍ରା । ତଳପଡିଆରେ ୩୭ ଓ ଉପର ପଡିଆରେ ୧୦ ଏକର ଜାଗାରେ ବାଲିଯାତ୍ରାର ଆୟୋଜନ ହେବ ।
ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିବା ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବାଲିଯାତ୍ରା ଆୟୋଜନ କରାଯିବ । ତେବେ ଚଳିତବର୍ଷ ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ । ପୁର୍ବରୁ ମହାନଦୀ ପଠାରେ ବାଲିଯାତ୍ରା ବନ୍ଦ କରିବାକୁ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ବାଲିଯାତ୍ରା ଫଳରେ ନଦୀ ପ୍ରଦୂଷଣ ହେଉଥିବାରୁ ବନ୍ଦ କରିବାକୁ କହିଥିଲେ ଗ୍ରୀନ ଟ୍ରିବ୍ୟୁନାଲ । ଯାହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ଲାଷ୍ଟିକ ବ୍ୟାନ ତଥା ଅନ୍ୟାନ୍ୟ ପ୍ରଦ୍ୟୁଷଣ ଯୁକ୍ତ ସାମଗ୍ରୀକୁ ଯାତ୍ରାରୁ ଦୂରେଇ ରଖାଯିବା ନେଇ ନିଷ୍ପତି ନିଆଯାଇଛି । ମେଳାରେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଇ-ରିକ୍ସା ବ୍ୟବସ୍ଥା କରାଯିବା ସହ ପଲିଥିନମୁକ୍ତ ବାଲିଯାତ୍ରା ପାଇଁ ପେପରବ୍ୟାଗ ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିଭଳି ବାଲିଯାତ୍ରାରେ ପରିମଳ ବ୍ୟବସ୍ଥା ପାଇଁ ଟେଣ୍ଡର ଡକାଯିବା ନେଇ ମହାନଗର ନିଗମ କମିଶନର କହିଛନ୍ତି ।
ଅନ୍ୟପଟେ ଗତବର୍ଷ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାରେ ଖୋଲିଥିବା ପ୍ରତି ଷ୍ଟଲରେ ଡଷ୍ଟ ବିନ୍ ବ୍ୟବସ୍ଥା, ଅଗ୍ନିନିର୍ବାପକ ବ୍ୟବସ୍ଥା ସହିତ ଓରମାସ୍ ସମେତ ଖୋଲିଥିବା ସମସ୍ତ ଅସ୍ଥାୟୀ ଷ୍ଟଲଗୁଡିକୁ ବୀମାଭୁକ୍ତ କରାଯିବାକୁ ବ୍ୟବସ୍ଥା କରାଯାଇଥିଲା । ଏବଂ ଖାସ୍ କରି ବାଲିଯାତ୍ରାରେ ସମସ୍ତ ଷ୍ଟଲରେ ନାମଫଳକ ଓଡିଆରେ ଲେଖାଯିବାର ବ୍ୟବସ୍ଥା କରାଯାଇଥିଲା । ତେବେ ଚଳିତ ବର୍ଷ ମଧ୍ୟ ଦେଶବିଦେଶରୁ ସାଂସ୍କୃତିକ ଦଳ ବାଲିଯାତ୍ରାରେ ଅଂଶ ଗ୍ରହଣ କରିବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯିବ ।
|
ମୁମ୍ଵାଇ ୦୯।୧୦: 'କାଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ବର୍ତ୍ତମାନ ସେ ଖୋଲାଖୋଲି ଭାବେ ବଲିଉଡର ଏକ ବିଭାଗକୁ ଟାର୍ଗେଟ କରିଛନ୍ତି। 'କାଶ୍ମୀର ଫାଇଲ' ହିଟ୍ ହେବା ପରଠାରୁ ବିବେକ ଅଗ୍ନିହୋତ୍ରୀ ଆଲୋଚନାରେ ରହି ଆସୁଛନ୍ତି। ଏଥର ନିର୍ଦ୍ଦେଶକ ଜାତୀୟତାବାଦୀ କଂଗ୍ରେସ ପାର୍ଟି ସଭାପତି ଶରଦ ପାୱାରଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶରଦ ପାୱାର କହିଛନ୍ତି ଯେ ବଲିଉଡରେ ମୁସଲମାନମାନେ ସର୍ବାଧିକ ଅବଦାନ ଦେଇଛନ୍ତି। ବିବେକ ତାଙ୍କର ଏହି ବିବୃତ୍ତିକୁ ଲଜ୍ଜାଜନକ ବୋଲି କହିଛନ୍ତି।
ବିବେକ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ଭଗବାନ ଶରଦ ପାୱାରଙ୍କୁ ଆଶୀର୍ବାଦ କରନ୍ତୁ। ଯେହେତୁ ସେ ଏହି ଜୀବନରେ ନର୍କରେ ଅତିବାହିତ କରିଛନ୍ତି। 'ହାହାହା, ଲଜ୍ଜାଜନକ, ଲଜ୍ଜାଜନକ, ଲଜ୍ଜାଜନକ … ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ।
ବାସ୍ତବରେ, ଶରଦ ପାୱାର ଶନିବାର ଦିନ ବିଦର୍ଭ ମୁସଲିମ ବୌଦ୍ଧିକ ମଞ୍ଚ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏହି ସମୟରେ ସେ କହିଥିଲେ, 'ଯଦି ଆମେ ଆଜି କଳା, କବିତା ଏବଂ ଲେଖା ବିଷୟରେ ଆଲୋଚନା କରୁ, ତେବେ ସଂଖ୍ୟାଲଘୁମାନେ ସର୍ବାଧିକ ସମ୍ଭାବନା ସହିତ ସହଯୋଗ କରିଛନ୍ତି। ଆମେ ଏହାକୁ ଅଣଦେଖା କରିପାରିବୁ ନାହିଁ। ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି ।
|
କୋରାପୁଟ: ଗତ ୨୪ ଘଣ୍ଟାରେ କୋରାପୁଟରେ ୨ଟି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ, ଦୁର୍ଘଟଣାରେ କାହାର ମୃତ୍ୟୁ ଘଟି ନାହିଁ। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ବସ୍ ଓଲଟି ପଡ଼ିବା ଯୋଗୁ ୪ ଜଣ ଆହତ ହୋଇଥିବା ବେଳେ ବୋଲେରୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି।
କୋରାପୁଟ ଜିଲ୍ଲା ପଞ୍ଚଡ଼ା ନିକଟରେ ଆଜି ଭୋର ସାଢ଼େ ୪ଟାରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଯୋଗୁ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ୩୦ ଜଣ ଯାତ୍ରୀଙ୍କୁ ନେଇ ଆର୍.ବି. କୋଚ୍ ନାମକ ଏକ ଯାତ୍ରୀବାହୀ ବସ୍ ପୋଲସରାରୁ କୋରାପୁଟ ଦେଇ ଇନ୍ଦ୍ରାବତୀ ଅଭିମୁଖେ ଯାଉଥିଲା। ଏହି ସମୟରେ ପ୍ରବଳ କୁହୁଡ଼ି ଯୋଗୁ ଡ୍ରାଇଭର ରାସ୍ତା ଦେଖି ନପାରିବାରୁ ପଞ୍ଚଡ଼ା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଖବରପାଇ କାକିରିଗୁମା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲା। ବସ୍ରେ ୩୦ ଜଣ ଯାତ୍ରୀ ଥିଲେ। ୪ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
Also Read
ସୂଚନାଥାଉ କି, ଗତକାଲି ରାତିରେ କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ବୋଲେରୋ ଓଲଟି ପଡ଼ିବା ଯୋଗୁ ୧୫ ଜଣ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦଶମନ୍ତପୁରରୁ ଜୟପୁର ଫେରୁ ଥିବାବେଳେ ଭାରସାମ୍ୟ ହରାଇ ବୋଲେରୋଟି ରାସ୍ତାକଡ଼କୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆହତମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଗୁରୁତରଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବୋଲୋରୋରେ ମହିଳା,ଶିଶୁଙ୍କ ସମେତ ବୟସ୍କ ଲୋକ ମଧ୍ୟ ଥିଲେ।
|
ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଜିତା ଦେ ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ତାଙ୍କ ପ୍ରେମିକ ଜର୍ମାନୀର ମାଇକେଲ ବ୍ଲୋମ ପେପଙ୍କୁ ବିବାହ କରିବେ । ଆସନ୍ତା ଜୁଲାଇ ୧ ତାରିଖରେ ଉଭୟ ବିବାହ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ବିବାହ ଆଉ ମାତ୍ର ୩ ମାସ ଥିବାରୁ ସେଥିଲାଗି ପ୍ରସ୍ତୁତି ଜୋରସୋରରେ ଚଳାଇଛନ୍ତି । ଶ୍ରୀଜିତା ତାଙ୍କ ବିବାହ ଲେହେଙ୍ଗା ମଧ୍ୟ ତିଆରି କରିସାରିଲେଣି । ତାଙ୍କ ବିବାହକୁ ନେଇ ସେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
ଶ୍ରୀଜିତା କହିଛନ୍ତି ଯେ, ସେ ପ୍ରଥମେ ଗୋଆରେ ବଙ୍ଗୀୟ ରୀତିନୀତି ଅନୁଯାୟୀ ବିବାହ କରିବେ । ପରେ ଜର୍ମାନ ରୀତିନୀତି ଅନୁଯାୟୀ ଜର୍ମାନୀର ହାମବର୍ଗରେ ବିବାହ କରିବେ । ବିବାହ ପରେ ହନିମୁନ୍ ପାଇଁ ମାଲଦ୍ୱୀପ ଯିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିବା କହିଛନ୍ତି ।
ଶ୍ରୀଜିତା ବିଗ୍ ବସ୍ ସିଜିନ୍ ୧୬ ରେ ପ୍ରତିଯୋଗୀ ସାଜିଥିଲେ । ବିଗ୍ବସ ଘରୁ ବାହାରିବା ପରେ ଶ୍ରୀଜିତା ପୁଣିଥରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ । ପରେ ତାଙ୍କ ପ୍ରେମିକ ମଧ୍ୟ ଫ୍ୟାମିଲି ସ୍ପେଶାଲ ସପ୍ତାହ ଶୋ'ର ଏକ ଅଂଶ ଭାବେ ନଜର ଆସିଥିଲେ । ଶ୍ରୀଜିତା ଏବଂ ମାଇକେଲଙ୍କ ଯୋଡିକୁ ବିଗ୍ ବସ୍ର ସମସ୍ତ ପରିବାର ସଦସ୍ୟ ଏବଂ ଦର୍ଶକ ପସନ୍ଦ କରିଥିଲେ ।
|
କେଶଦୁରାପାଳ: ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣ ପୁର ଗ୍ରାମର ପ୍ରମୋଦ କୁମାର ବରାଳଙ୍କ ପୁଅ ସରୋଜ ବରାଳ (୧୪) ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଲୋକ ସରୋଜକୁ ପୋଖରୀରୁ ଉଦ୍ଧାର କରି ଘର ଲୋକ ଙ୍କୁ ଖବର ଦେଇଥିଲେ। ପରିବାର ଲୋକ ସଂଗେ ସଂଗେ ସରୋଜ କୁ ଆନନ୍ଦପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆନନ୍ଦପୁର ପୁଲିସ ଶବକୁ ଜବତ କରିବା ସହିତ ମୃତ ଦେହକୁ ବ୍ୟବଚ୍ଛେଦ କରି ପାରିବାରକୁ ହସ୍ତାନ୍ତର କରିଛନ୍ତି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
|
ଛତୁ ଚାଷ ପ୍ରଣାଳୀ
ଛତୁ ଚାଷ ପ୍ରଣାଳୀ ସମ୍ବନ୍ଧରେ ସୂଚନା ।
- Contents
-
ପୁଷ୍ଟିକର ଖାଦ୍ୟ ଛତୁ
ଜନସଂଖ୍ୟାର ବୃଦ୍ଧି ସହିତ ଖାଦ୍ୟାଭାବ ଦେଖାଯିବା ସ୍ଵାଭାବିକ ଉନ୍ନତ ବିହନ । ବ୍ୟବହାର ଓ ନୂଆ ପ୍ରଣାଳୀର ଚାଷ ବ୍ୟବସ୍ଥା ଦ୍ୱାରା ଖାଦ୍ୟାଭାବ କିଛି ପରିମାଣରେ ଦୂର ହୋଇଛି । କିନ୍ତୁ ପୁଷ୍ଟିସାର ଖାଦ୍ୟର ଅଭାବ ଯଥେଷ୍ଟ ଅନୁଭବ ହେଉଛି । ପୁଷ୍ଟିହୀନତା ଦୂର କରିବା ପାଇଁ ଡାଲି, ମାଛ, ମାଂସ ଓ ଦୁଗ୍ଧ ଖାଇବା ପାଇଁ ଜୋର ଦିଆଯାଉଛି । କିନ୍ତୁ ଛତୁ ଗୋଟିଏ ପୁଷ୍ଟିକର ଖାଦ୍ୟ ଏବଂ ଏହା ସହଜରେ ହଜମ ହୁଏ । ସହଜରେ, କମ୍ ପରିଶ୍ରମରେ, ଅଳ୍ପ ଖର୍ଚ୍ଚରେ, କମ୍ ସ୍ଥାନରେ କୃଷି ଓ ଜଙ୍ଗଲରୁ ମିଳୁଥିବା ଆବର୍ଜନାରୁ ଛତୁ ପ୍ରସ୍ତୁତ କରାଯାଇପାରିବ ।
ଛତୁରେ ଅଧିକ ପ୍ରୋଟିନ୍ ବା ପୁଷ୍ଟିସାର, ଧାତବ ଲବଣ ଓ ଭିଟାମିନ୍ ଆଦି ଥିବାରୁ ବିଶ୍ୱ ଖାଦ୍ୟସଂସ୍ଥା ଛତୁକୁ ଉନ୍ନତ ପୁଷ୍ଟିକର ଖାଦ୍ୟ ବୋଲି ମତ ଦେଇଛନ୍ତି ।
ଆମ ଦେଶରେ ଉତ୍ପନ୍ନ ହେଉଥିବା ନଡ଼ାର ଅନେକ ଭାଗ ବଳକା ହେଉଛି । ତାହାକୁ ଜାଳେଣୀ କିମ୍ବା ଆବର୍ଜନା ଆକାରରେ ଫୋପାଡ଼ି ନ ଦେଇ ଛତୁ ଭଳି ସ୍ଵାଦୁକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ।
ଅନ୍ୟତମ ଛତୁ ବିଜ୍ଞାନୀ ଶ୍ରୀମତୀ ନିତା ବାହାଲ ମତ ଦିଅନ୍ତି ଯେ, ପୃଥିବୀରୁ ଉତ୍ପନ ହେଉଥିବା ନଡ଼ାର ଏକ ଚତୁର୍ଥାଂଶ ଛତୁ ଚାଷରେ ବ୍ୟବହାର କଲେ, ପ୍ରତ୍ୟେକ ନାଗରିକ ଦୈନିକ ୨୫୦ ଗ୍ରାମ୍ ଛତୁ ଖାଇବାକୁ ସମର୍ଥ ହେବେ ।
ଯୁଗେ ଯୁଗେ ଛତୁ
ଛତୁ ଉଭିଦ ବା ଜୀବ ନୁହେଁ । ଏହା କବକ ବା ଫିମ୍ପି ଅଟେ । ମଣିଷ, ଜୀବଜନ୍ତୁ ସୃଷ୍ଟିର ଅନେକ ବର୍ଷ ପୂର୍ବରୁ ଜୀବାଣୁଜାତ ହୋଇଛି । ଏହି କବକ ବା ଛତୁ ସେହି କାଳରୁ ସୃଷ୍ଟି ହୋଇଛି । ଛତୁର ଉତ୍ପତ୍ତି ବିଷୟରେ କେତେକ ଅନ୍ଧ ବିଶ୍ଵାସ ରହି ଆସୁଥିଲା । ଛତୁ ଗୋଟିଏ କବିକରୁ ସୃଷ୍ଟି, ଏହା ସେତେବେଳେ ଲୋକମାନଙ୍କୁ ଜଣା ନଥିଲା । ଆଦିମ ମଣିଷ ଭାବିଥିଲା, ବିଜୁଳି ଓ ପୃଥିବୀର ସଂଗମରୁ ଜନ୍ମ ନିଏ ଛତୁ । ଭାରତ, ରୋମାନ୍ ଓ ଗ୍ରୀର ସୁସଭ୍ୟ ମଣିଷ ଭାବିଥିଲା ବିଜୁଳିର ଝଲକରୁ ଯେଉଁ ଅଗ୍ନି କଣା ପୃଥିବୀରେ ପଡ଼େ, ତାହା ଛତୁ ଆକାରରେ ପ୍ରସ୍ତୁଟିତ ହୁଏ । ଏଥିପାଇଁ ମେକ୍ସିକୋର ଅଧିବାସୀମାନେ ଏହାକୁ ଅତ୍ୟନ୍ତ ପବିତ୍ର ବସ୍ତୁ ମନେ କରୁଥିଲେ । ଗ୍ରୀକ୍ ମାନେ ଛତୁକୁ ବୀର ଯୋଦ୍ଧାଙ୍କ ଖାଦ୍ୟ ହିସାବରେ ଗ୍ରହଣ କରିଥାଆନ୍ତି । ରୋମାନ ମାନେ ଏହାକୁ ଦେବ ଖାଦ୍ୟ ହିସାବରେ ସମ୍ମାନ ଦେଇଥାଆନ୍ତି, ଯାହାକୁ କୌଣସି ପର୍ବପର୍ବାଣୀରେ ରାନ୍ଧି ଥାଆନ୍ତି । ବେଦରେ ମଧ୍ୟ ସେହିଭଳି ବର୍ଣ୍ଣିତ ହୋଇଛି । ଚୀର ଲୋକମାନେ ଏହାକୁ ସ୍ଵାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ବୋଲି ବିଚାର କରିଥାନ୍ତି।
ଆର୍ଯ୍ୟମାନେ ଜଙ୍ଗଲରୁ ଲାଲ୍ ରଙ୍ଗର ଛତୁ 'ଅମାନିତା' ସଂଗ୍ରହ କରି ସୋମରସ ତିଆରି କରୁଥିଲେ । ଏହା ଥିଲା ସେମାନଙ୍କର ଅତିପ୍ରିୟ ପାନୀୟ । ଛତୁ ପ୍ରାକ୍ ଐତିହାସିକ କାଳରୁ ମଣିଷର ପ୍ରିୟ ଖାଦ୍ୟରୂପେ ବ୍ୟବହୃତ ହୋଇଆସିଛି।
ଛତୁ ବିଭିନ୍ନ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ଦିଗରୁ ଆକୃଷ୍ଟ କରିଛି । ଛତୁର ଆକୃତିକୁ ନେଇ ମନ୍ଦିର, ମିନାର ଓ ପ୍ରାସାଦର ଅଗ୍ରଭାଗ ଗଢ଼ାଯାଇଛି । ପାହାଡ଼ ଗୁମ୍ପା ଦେହ ରେ ଛତୁର ରେଖାଚିତ୍ର ଦେଖିବାକୁ ମିଳେ । ଏହାର ପ୍ରମାଣ ମଧ୍ୟ ଆମେରିକା ଓ ଗୁଏଟମାଲାର ପାହାଡ଼ରେ ମିଳେ । ବିଭିନ୍ନ ଛତୁରୁ ଔଷଧ ପ୍ରସ୍ତୁତ କରିବା ପାଇଁ ପୁରାକାଳରୁ ବୈଦ୍ୟମାନେ ଉଦ୍ୟମ କରି ଆସିଛନ୍ତି।
ଛତୁ ଥିଲା ରାଜକୀୟ ଖାଦ୍ୟ । ରୋମର ବିଖ୍ୟାତ ପ୍ରକୃତିବାଦୀ ପ୍ଳିନଙ୍କ ମତରେ ରୋମ ରାଜକୀୟ ଓ ସମ୍ଭ୍ରାନ୍ତ ପରିବାରରେ ମୂଲ୍ୟବାନ୍ ପାତ୍ରରେ ଛତୁରୁ ବିଭିନ୍ନ ସ୍ଵାଦୁକର ଖାଦ୍ୟ ପ୍ରସ୍ତୁତ କରି ଅତିଥିମାନଙ୍କୁ ଅର୍ପଣ କରାଯାଉଥିଲା ।
ଛତୁକୁ ଭିତ୍ତିକରି ବହୁ ଲୋକଗାଥା ରହିଛି । ଗ୍ରୀକର "ମେରସିଆସ୍" ପ୍ରୋଟିଆସଂକ ଠାରୁ ରାଜ୍ୟ ଗ୍ରହଣ ପରେ ତୃଷାର୍ତ୍ତ ଅବସ୍ଥାରେ ଫୁଟିଥିବା ଛତୁରୁ ଜଳପାନ କଲେ । ଯେଉଁ ସ୍ଥାନରୁ ସେହି ଛତୁଟିକୁ ତୋଳିଥିଲେ ସେ ସ୍ଥାନକୁ "ମାଇସିନୋ' କୁହାଯାଏ । ବିଭିନ୍ନ ଲୋକଗାଥାରୁ ସୂଚନା ମିଳେ ଯେ ରୋମ୍ଭ, ମିଶର, ଭାରତ, ଚୀନ୍ ଆଦିର ନଦୀ ସଭ୍ୟତା ସମୟରୁ ଛତୁର ବ୍ୟବହାର ହୋଇଆସୁଛି।
ବିଭିନ୍ନ କିସମର ଛତୁ
ଖାଦ୍ୟ ପାଇଁ ଉପଯୁକ୍ତ ୧୦୦୦ ଜାତୀୟ ଛତୁରୁ ୨୦୦ ଜାତିର ଛତୁ ଆମ ଦେଶରେ ଦେଖାଯାଇଥାଏ । ଏଥି ମଧ୍ୟରୁ ବ୍ୟବସାୟିକ ଭିତ୍ତିରେ ମୁଖ୍ୟତଃ ପାଞ୍ଚ ପ୍ରକାର ଛତୁଚାଷ କରାଯାଇଥାଏ ।
ଯଥା- ପାଳଛତୁ, ଧିଙ୍ଗିରି ଛତୁ, ଧଳା ବୋତାମ ଛତୁ ବା ଇଉରୋପୀୟ ଛତୁ, ସିଆଟାକେ ଓ କଳା ଅରଣ୍ୟ ଛତୁ । ଅନ୍ୟ କେତେକ ଛତୁକୁ ଅନ୍ୟ ଦେଶ ମାନଙ୍କରେ ବ୍ୟବସାୟିକ ଭିତ୍ତିରେ ଚାଷ କରିବା ପାଇଁ ଉଦ୍ୟମ କରାଯାଉଛି, ଯଥା-ଟ୍ରାଫଲ, କଳାକାନ ବା କାଠକାନ, ଧଳାକାନ, ନମେକୋ, ଫଳିଓଟା ଓ ମାଙ୍କଡ଼ ମୁଣ୍ଡି । ଆକାର ପ୍ରକାର, ରଙ୍ଗ, ଦୈହିକ ଅଂଶ ବିଶେଷ, ଉତ୍ପନ୍ନ ହେବାର ମାଧ୍ୟମ ଇତ୍ୟାଦି ଭେଦରେ ନାନା ପ୍ରକାରର ଛତୁ ଦେଖାଯାଇଥାଏ । ଛତୁର ଚାରୋଟି । ଅଂଶ ଥାଏ, ଯଥା- ଟୋପି, ଦଣ୍ଡ, ମୂଳ ଓ ଦଣ୍ଡର ମଧ୍ୟଭାଗରେ ଗାଲିସି ।
କେତେକ ଛତୁରେ ଟୋପି, ଗାଲିସି ଓ ଦଣ୍ଡ ଥାଏ, କିନ୍ତୁ ମୂଳ ପିଣ୍ଡ ନଥାଏ ବା । ମୂଳଟି ମୋଟା ନୁହେଁ । ଉଦାହରଣ ସ୍ଵରୂପ ଇଉରୋପୀୟ ଛତୁ ଅଟେ । କେତେକ ଛତୁରେ ଟୋପି, ଦଣ୍ଡ ସହିତ ମୂଳଦଣ୍ଡ ଯଥେଷ୍ଟ ମୋଟା ଥାଏ କିନ୍ତୁ ଗାଲିସି ନଥାଏ, ଯଥା- ପାଳଛତୁ । କେତେକ ଛତୁ ରେ ଦଣ୍ଡ କିମ୍ବା ମୂଳ ପିଣ୍ଡ ନ ଥାଏ । ଛତୁର ଟୋପି, କାନ ବା ଶାମୁକା ଭଳି ଥାଏ, ଯଥା- ଧିଙ୍ଗିରି ଛତୁ ବା ଶାମୁକା ଛତୁ ।
ଅମାନିତା ଆଦି ଜାତିର ବିଷାକ୍ତ ଜଙ୍ଗଲଜାତ ଛତୁରେ ଟୋପି, ଦଣ୍ଡ ଓ ମୂଳପିଣ୍ଡ ଥାଏ । ଦଣ୍ଡ ମଧ୍ୟ ଭାଗରେ ଗାଲିସି ଥାଏ ।
କେତେକ ଛତୁର ଦଣ୍ଡ ସମ୍ପୂର୍ଣ୍ଣ ଫର୍ମା । କେତେକ ଟୋପିଠାରେ ଲାଗିଥିବା ଦଣ୍ଡଟି ଫର୍ମା । କେତେକ ଛତୁର ଦଣ୍ଡ ସମଭାବରେ ବର୍ତ୍ତୁଳ । କେତେକର ଦଣ୍ଡ ମଭାଗ ମୋଟା ହୋଇ ଦୁଇ ବିପରୀତ ଦିଗକୁ ସରୁ ହୋଇ ଯାଇଥାଏ । କେତେକ ଛତୁ ର ଦଣ୍ଡ ଉପରୁ ତଳକୁ ସରୁ ହୋଇ ଯାଇଥାଏ ।
ଚାଷ ଉପଯୋଗୀ ଛତୁ ଭିତରୁ ପାଳଛତୁ ପ୍ରଥମ ଅବସ୍ଥାରେ ପାଉଁଶିଆ କିମ୍ବା ଇସତ୍ କଷରା ଓ ପରେ ଫିକା ଧଳା ହୋଇଥାଏ । ପାଳଛତୁରେ ଥିବା ବିଭିନ୍ନ ଉପଜାତିର ଛତୁ ଭିତରେ କଷରା ଓ ଧଳା ରଙ୍ଗର ବିଭିନ୍ନ ମାତ୍ରା ଦେଖାଯାଇଥାଏ ।
ଧିଙ୍ଗିରିଛତୁ ଭିତରୁ କେତେକ ଖୁବ୍ ଧଳା ଓ କେତେକ କଷରା ଅଟେ । ଇଉରୋପୀୟ ଛତୁ ବା ଧଳା ବୋତାମ ଛତୁର ରଙ୍ଗ ଖୁବ୍ ସଫା ଧଳା ।
କାଠକାନ ବା କଳାକାନ କିମ୍ବା ଜିଭକାନ ଛତୁ (କିଛି ଦିନ ପରେ ଧିଙ୍ଗିରି ଛତୁ ଭଳି ଆମ ରାଜ୍ୟରେ ଚାଷ କରିବା ପାଇଁ ଉଦ୍ୟମ କରାଯିବ)ର ରଙ୍ଗ ଧଳା । ଏହା ବ୍ୟତୀତ ଜଙ୍ଗଲରେ ଲାଲ୍, ନୀଳ, ହଳଦିଆ, ବାଇଗଣି, ଧଳା ଇତ୍ୟାଦି ରଙ୍ଗର ଖାଦ୍ୟୋପଯୋଗୀ ଏବଂ ବିଷାକ୍ତ ଛତୁ ମିଳିଥାଏ ।
କେତେକ ଛତୁର ଟୋପି ଛତା ଭଳି । କେତେକ କାହାଳି ଭଳି । କେତେକ ଶାମୁକା ବା କାନଭଳି ଦେଖାଯାଏ।
କେତେକ ଛତୁର ଟୋପି ମାଂସାଳ ଓ କେତେକ ଛତୁର ଟୋପି ଅତ୍ୟନ୍ତ ପତଳା ଅଟେ । କେତେକ ଛତୁ ମାଟି ଭିତରେ ହୁଏ, କେତେକ ମାଟି ଉପରେ ହୁଏ । କେତେକ ମାଟିରେ, କେତେକ କାଠରେ, କେତେକ ନଡ଼ା ଗଦାରେ ଏବଂ କେତେକ କମ୍ପାଷ୍ଟରେ ଫୁଟିଥାଏ ।
ଦେଶ ବିଦେଶରେ ଛତୁ
ପାଳଛତୁ
ଭାରତ, ହଂକଂ, ଇଣ୍ଡୋନେସିଆ, ମାଲୟେସିଆ, ଥାଇଲାଣ୍ଡ, ଚୀନ୍ ଆଦି ଦେଶରେ ବିଶେଷ ଭାବରେ ଚାଷ କରାଯାଏ । ହଂକଂସ୍ଥ ଚୀନ ବିଶ୍ଵବିଦ୍ୟାଳୟର ପ୍ରଫେସର ଏସ୍.ଟି.ଚାଗ୍ୟକ ଅଧ୍ୟବସାୟ ଫଳରେ ସାରା ବିଶ୍ୱରେ ପାଳଛତୁ ଚାଷର ପ୍ରସାର ଘଟି ପାରିଛି । ପାଳଛତୁ ଚାଷରେ ଚୀନ୍ ବର୍ତ୍ତମାନ ବିଶେଷ ଅଗ୍ରଣୀ । ଇତିହାସରୁ ଯାହା ଜଣାପଡ଼େ, ୧୭୦୦ ଶତାବ୍ଦୀରୁ ଚୀନ୍ ଦେଶରୁ ପାଳଛତୁ ଚାଷ ଆରମ୍ଭ ହୋଇଛି । ଯେଉଁଥିପାଇଁ ପାଳଛତୁର ଅନ୍ୟନାମ ହେଉଛି ଚୀଛତୁ । କେତେକଙ୍କ ମତରେ ପାଳଛତୁ ଚାଷ ଆରମ୍ଭ ହୋଇଥିଲା ଚୀନ୍ ଦେଶର ନାହୁଆ ମନ୍ଦିରରେ । ବୌଦ୍ଧ ସନ୍ନ୍ୟାସୀ ମାନଙ୍କ ଦ୍ଵାରା ଏହି ଚାଷ ଆରମ୍ଭ ହୋଇଥିଲା । ବୌଦ୍ଧମାନେ ନିରାମିଷାଶୀ ଥିଲେ ଏବଂ ଛତୁ ଥିଲା ସେମାନଙ୍କର ଅତି ପ୍ରିୟ ଖାଦ୍ୟ । ଫୁଜିଆନ୍ ପ୍ରଦେଶରେ ୩୦,୦୦୦ ଛତୁଚାଷୀ ଅଛନ୍ତି । ଏହି ଛତୁ ଉତ୍ପାଦନକାରୀମାନେ ଗୋଟିଏ ପଟିରୁ ୫ ରୁ ୭ କିଲୋଗ୍ରାମ୍ ପର୍ଯ୍ୟନ୍ତ ପାଳଛତୁ ଉତ୍ପାଦନ କରୁଛନ୍ତି । ସେହିଭଳି ହେବେଇ ପ୍ରଦେଶରେ ଛତୁଚାଷର ଅଗ୍ରଗତି ଜଣାପଡ଼େ । ଗ୍ରୀନ୍ ପୋଲାର ଗ୍ରାମରେ ଥିବା ୧୪୦୦ ପରିବାରରୁ ୧୨୦୦ ପରିବାର ଛତୁଚାଷ କରନ୍ତି । ଦିନକୁ ସେମାନେ ୫୦ କିଲୋଗ୍ରାରୁ ୫୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଛତୁମଞ୍ଜି ଉତ୍ପାଦନ କରନ୍ତି । ସେମାନଙ୍କର ନିଜର ମଧ୍ୟ ଗୋଟିଏ ଗୋଟିଏ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଅଛି ।
ସିଆଟାକେ
ଜାପାନ ଦେଶରେ ସିଆଟାକେ ନାମକ ଛତୁଚାଷର ପ୍ରସାର ବିଶେଷ ଭାବରେ ଦେଖାଯାଇଥାଏ । ଚୀରେ ମଧ୍ୟ ଏହି ଛତୁର ଚାଷ ବିଶେଷ ଭାବରେ ହୁଏ । ଚୀନ୍ ଦେଶରେ ଏହାକୁ ସିଆଙ୍ଗ-ଗୁ କହନ୍ତି ।
ଇଉରୋପୀୟ ଛତୁ ବା ଧଳାବୋତାମ ଛତୁ
ଇଉରୋପୀୟ ମହାଦେଶରେ ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ପରେ ବିଭିନ୍ନ ଦେଶରେ ଛତୁ ଉତ୍ପାଦନ କାରୀ ସଂଘ ଗଢ଼ି ଇଉରୋପୀୟ ଛତୁଚାଷର ବ୍ୟାପକ ଉଦ୍ୟମ କରାଗଲା । ଇଂଲଣ୍ଡ, ଆମେରିକା, କାନାଡ଼ା, ଡଟ୍, ଫ୍ରାନ୍ସ, ପୂର୍ବ ଜର୍ମାନୀ, ଅଷ୍ଟ୍ରେଲିଆ, ଡେନ୍ ମାର୍କ ଆଦିର ଉତ୍ସାହୀ ଛତୁ ଉତ୍ପାଦନକାରୀ ମାନେ ସଂଘ ଗଢ଼ିଲେ । ତନ୍ମଧ୍ୟରୁ ଡେନ୍ମାର୍କ ଛତୁ ଉତ୍ପାଦନକାରୀ ସଂଘ ସବୁଠାରୁ ପୁରାତନ । ଏହା ୧୯୩୫ ମସିହାରୁ କାର୍ଯ୍ୟ କରିଆସୁଅଛି । ଏହି ସଂଘମାନଙ୍କ ଜରିଆରେ ଛତୁ ଚାଷ । ସମ୍ବନ୍ଧରେ ଗବେଷଣା ଓ ତାଲିମ୍ ବ୍ୟବସ୍ଥା କରି ପାଶ୍ଚାତ୍ୟ ଦେଶରେ ଛତୁ ଉତ୍ପାଦନ ଯଥେଷ୍ଟ ଅଗ୍ରଗତି କରିଛି । ଏଥିସହିତ ଆନ୍ତର୍ଜାତିକ ଛତୁ ବିଜ୍ଞାନୀ ସଂଘ ଗଢ଼ି ପ୍ରତି ୨– ୩ ବର୍ଷରେ ବିଶ୍ଵ ଛତୁ ବିଜ୍ଞାନ ସମ୍ଭୋଳନ ଆୟୋଜନ କରୁଛନ୍ତି । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଗବେଷଣା ପତ୍ରିକା ପ୍ରକାଶନ କରି ବିଶ୍ୱରେ ଘଟୁଥିବା ଗବେଷଣାଲବ୍ଧ ତଥ୍ୟକୁ ପ୍ରଚାର କରୁଛନ୍ତି । ଇଉରୋପୀୟ ଛତୁ ଚାଷ ପ୍ରଥମେ ଫ୍ରାନ୍ସରୁ ଷୋଡ଼ଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା ।
ଟ୍ରାଫରୁ
ଫ୍ରାନ୍ସରେ ଗୁମ୍ଫା ଓ ପାହାଡ଼ର ସୁଡ଼ଙ୍ଗମାନଙ୍କରେ ଟ୍ରାଫଲ୍ ନାମକ ଅନ୍ୟ ଏକ ପ୍ରକାରର ଛତୁ ମାଟି ଭିତରେ ହୋଇଥାଏ ।
ଧିଙ୍ଗିରି ଛତୁ
ଧିଙ୍ଗିରି ଛତୁ ଚାଷ ଇଟାଲୀ, ଜର୍ମାନୀ, ହଙ୍ଗେରୀ, ଜାପାନ, ଫିଲିପାଇନ୍ସରେ ବିଶେଷ ଭାବରେ କରାଯାଉଛି । ଏହା ପ୍ରଥମେ ଇଉରୋପୀୟ ମହାଦେଶରେ ପ୍ରାୟ ୧୯୦୦ ଖ୍ରୀଷ୍ଟାବ୍ଦରୁ ଆରମ୍ଭ କରାଯାଇଥିଲା । କିନ୍ତୁ ଧିଙ୍ଗିରି ବର୍ତ୍ତମାନ ଭାରତ ଓ ଚୀରେ ବିଶେଷ ଭାବରେ ପ୍ରସାରିତ ହେବାରେ ଲାଗିଛି । ଦ୍ଵିତୀୟ ବିଶ୍ୱଯୁଦ୍ଧ ରେ ଖାଦ୍ୟାଭାବକୁ ଦୂରକରିବା ପାଇଁ କବିକତତ୍ତ୍ୱବିତ୍ ମାନଙ୍କ ଦ୍ଵାରା ଜଙ୍ଗଲରେ ବ୍ୟାପକ ଭାବରେ ଧିଙ୍ଗିରି ଛତୁଚାଷ ପାଇଁ ଜର୍ମାନୀ ଦେଶରେ ଉଦ୍ୟମ କରାଗଲା । ବିଶେଷ କରି ହଙ୍ଗେରୀରେ ଲାଭଜନକ ଭାବରେ ଧିଙ୍ଗିରି ଚାଷ ପାଇଁ ପ୍ରଥମେ ଉଦ୍ୟମ କରାଯାଇଥିଲା ଏବଂ ପରେ ଏହା ବିଭିନ୍ନ ଦେଶରେ ପ୍ରସାର ଲାଭ କଲା।
ବର୍ତ୍ତମାନ ଛତୁ ରପ୍ତାନୀ କରୁଥିବା ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଚୀନ୍, ହଲାଣ୍ଡ, ଫ୍ରାନ୍ସ ଓ ତାଇୱାନ୍ ଅଗ୍ରଣୀ । ଛତୁ ଆମଦାନୀ କରୁଥିବା ଦେଶ ଭିତରେ ଜାପାନ୍, ଆମେରିକା, କାନାଡ଼ା, ଜର୍ମାନୀର ନାମ ବିଶେଷ ଉଲ୍ଲେଖଯୋଗ୍ୟ ।
ଆମ ଦେଶରେ ଛତୁର ପ୍ରସାର
ଆଜକୁ ୧୦୦ ବର୍ଷ ତଳେ ୧୮୮୬ ମସିହାରେ ଏନ୍.ଡବ୍ଲୁ.ନିୟୁଟନ୍ ନାମକ ଜଣେ ବୈଜ୍ଞାନିକ ପ୍ରଥମେ ନମୁନା ସ୍ଵରୁପ ଆମ ଦେଶରେ ଛତୁଚାଷ କରିଥିଲେ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ମହାମାରୀ ଦୁଭିକ୍ଷରେ ସମ୍ମୁଖୀନ ହୋଇ ଭାରତର ଗରିବ ଲୋକମାନେ ଜଙ୍ଗଲରେ ଫୁଟିଥିବା ଛତୁ ଖାଇ ବଞ୍ଚୁଥିଲେ । ଏହା ସାମ୍ ଡାଭିଡ୍ ଟ୍ରେନ୍ ନାମକ ଜଣେ ବୈଜ୍ଞାନିକଙ୍କର ଦୃଷ୍ଟି ଆକର୍ଷଣ କଲା । ସେ ୧୯୦୮ ମସିହାରେ ବଣ ଜଙ୍ଗଲ ବୁଲି ଖାଦ୍ୟ ଉପଯୋଗୀ ଛତୁର ସର୍ବେକ୍ଷଣ କଲେ । ଭାରତର ପ୍ରଖ୍ୟାତ ବୈଜ୍ଞାନିକ ସାର୍ ଜଗଦୀଶ୍ ଚନ୍ଦ୍ର ବୋଷ୍ଟ ୧୯୨୧ ରେ ଧଳା ବୋତାମ ଛତୁ ଚାଷ କରିବା ପ୍ରଣାଳୀ ଆବିଷ୍କାର କରିଥିଲେ । ତଥାପି ୧୯୪୧ ମସିହାରେ କବକ ବିଜ୍ଞାନୀ ପାଡ଼ଭିଙ୍କ ମତରେ ସାରା ବିଶ୍ଵରେ ଧଳା ବୋତାମ ଛତୁ ଚାଷର ପ୍ରସାର
ଘଟିଲେ ମଧ୍ୟ ଆମ ଦେଶରେ ଏତେଟା ସଫଳ ହୋଇ ନଥିଲା । ପୁଣି ୧୯୬୧ ମସିହାରେ ଭାରତୀୟ କୃଷି ଗବେଷଣା ପରିଷଦ ସହାୟତାରେ ହିମାଚଳ ପ୍ରଦେଶର କୃଷି ବିଭାଗ ଦ୍ଵାରା ଧଳା ବୋତାମ ଛତୁ ଚାଷର ଉଦ୍ୟମ ଆରମ୍ଭ କରାଗଲା । ଗୋରୁ ଗୋବର ଖତରେ ଇଉରୋପୀୟ ଛତୁଚାଷ ବିଫଳ ହେଲେ ହେଁ ୧୯୬୪ରେ ଘୋଡ଼ା ଗୋବର ଖତରେ ସଫଳତା ମିଳିଲା । ପରେ ସିଛେଟିକ୍ କମ୍ଫାଷ୍ଟ ଖତରେ ଇଉରୋପୀୟ ଛତୁଚାଷ ସଫଳତାର ସହିତ କରାଗଲା । ଏହି ଚାଷର ବ୍ୟାପକ ସଫଳତା ମିଳିଲା । ରୋଗ, ପୋକ ବିନାଶ ପାଇଁ ଔଷଧ ବ୍ୟବହାର ପରେ ସର୍ବ ପ୍ରଥମେ ଇଉରୋପୀୟ ଛତୁ ଦିଲ୍ଲୀ ଓ ହିମାଚଳ ପ୍ରଦେଶ ସୋଲାନରେ ବ୍ୟବସାୟିକ ଭିତ୍ତିରେ କରାଗଲା । ପରେ ଜାମ୍ମୁ, ନୀଳଗିରି, ପଞ୍ଜାବ, ହରିଆନା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଆଦିରେ ପ୍ରସାରିତ ହେଲା ।
ସେହିଭଳି ପାଳଛତୁ ଚାଷ ଦିଗରେ ମାନ୍ଦ୍ରାଜ କୃଷି ବିଭାଗ ୧୯୩୯ ମସିହାରେ ଉଦ୍ୟମ ଆରମ୍ଭ କଲେ । ସେହ, ଥୋମାସ୍, ଅଥାନା ପ୍ରଭୃତି କବକ ବିଜ୍ଞାନୀମାନେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚଳାଇ ପାଳଛତୁ ଚାଷର ସହଜ ଉପାୟ ବାହାର କରି ଦେଶରେ ଏହାର ପ୍ରସାର ଘଟାଇଲେ । ଆମ ଦେଶର ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ଓଡ଼ିଶା ଓ ପଞ୍ଜାବରେ ପାଳଛତୁ ଚାଷର ବିଶେଷ ପ୍ରସାର ଲାଭ ହୋଇଛି ।
ଆମ ରାଜ୍ୟରେ ଛତୁ ଚାଷର ପ୍ରସାର ୧୯୭୨ ମସିହାରୁ ଓଡ଼ିଶା କୃଷି ଓ । ବୈଷୟିକ ବିଶ୍ୱବିଦ୍ୟାଳୟର ମାଇକୋଲୋଜି ବିଭାଗ ଏବଂ ରାଜ୍ୟ କୃଷି ନିର୍ଦ୍ଦେଶାଳୟ ଦ୍ଵାରା କରାଯାଉଛି । ୧୯୮୭ ଠାରୁ ମାଇକୋଲୋଜି ବିଭାଗ ତରଫରୁ ବ୍ୟବସାୟିକ । ଭିତ୍ତିରେ ଛତୁଚାଷ ପାଇଁ ବିଶେଷ ଭାବରେ ଅଭିଯାନ ଆରମ୍ଭ କରାଯାଇଛି । ଛତୁଚାଷ ଓ ଛତୁମଞ୍ଜି ତିଆରି କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ତିଆରି କରାଯାଇଛି । ଏହା ବ୍ୟତୀତ ସହର ମାନଙ୍କରେ ଉଦ୍ୟୋଗୀମାନେ ବଡ଼ ବଡ଼ ଛତୁ ଫାର୍ମ ଆରମ୍ଭ କଲେଣି । ଛତୁଚାଷ ସମ୍ବନ୍ଧରେ ତାଲିମ୍ ଦେବା ପାଇଁ କୃଷି ବିଶ୍ଵବିଦ୍ୟାଳୟର ମାଇକୋଲୋଜି ବିଭାଗ ପକ୍ଷରୁ ବିଶ୍ଵବିଦ୍ୟାଳୟ ପରିସର ଭିତରେ ଏବଂ ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବିଭିନ୍ନ ଜିଲ୍ଲାରେ କୃଷିବିଜ୍ଞାନ କେନ୍ଦ୍ରମାନଙ୍କ ସହାୟତାରେ ଛତୁ ଚାଷ ପାଇଁ ବିଶେଷ ଉଦ୍ୟମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ବିଶ୍ଵବିଦ୍ୟାଳୟର ଉଦ୍ୟମକୁ ତ୍ଵରାନ୍ୱିତ କରିବା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ସାହାଯ୍ୟ କରୁଛନ୍ତି । ଛତୁକୁ ବିକ୍ରୟ କରିବା ପାଇଁ ବିଶେଷ କରି ବାଲେଶ୍ୱର, କଟକ, ଭୁବନେଶ୍ୱର, ପୁରୀ, ଢ଼େଙ୍କାନାଳ ଓ ଅନୁଗୋଳ ସହ ରରେ ବିଭିନ୍ନ ସଂସ୍ଥାର ସହାୟତା ନିଆଯାଉଛି । ଛତୁର ବିକ୍ରି ବଟା ଅଧିକ ପରିମାଣରେ କରିବା ପାଇଁ ବମ୍ବେ, ଟାଟା ଓ କଲିକତା ସହର ସହିତ ଯୋଗାଯୋଗ କରାଯାଉଛି ।
ଛତୁ ଚାଷ ପ୍ରସାର ଦିଗରେ ଅନ୍ୟତମ ଅନ୍ତ ରାୟ ହେଉଛି ଛତୁ ମଞ୍ଜିର ଅଭାବ । ଏହି ସମସ୍ୟାର ସମାଧାନ ଦିଗରେ ଆମ ରାଜ୍ୟରେ ଏବେ ଉଭୟ ସରକାରୀ ଓ ବେସର କାରୀ ସ୍ତରରେ ପ୍ରାୟ ୧୧୦ଟି ମଞ୍ଜି ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଅଛି । ଭବିଷ୍ୟତରେ ରାଜ୍ୟର ପ୍ରତ୍ୟେକ ବ୍ଲକ୍ରେ ଅନ୍ୟୁନ ଗୋଟିଏ ମଞ୍ଜି ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଅଛି । ଏଥିପାଇଁ ଯେ କୌଣସି ଆଗ୍ରହୀ ବ୍ୟକ୍ତିଙ୍କୁ ତାଲିମ୍ ଦେବାର ବ୍ୟବସ୍ଥା କରାଯାଉଛି ।
ଛତୁଚାଷର ଆବଶ୍ୟକତା
- ଛତୁରେ ୧୮ ପ୍ରକାର ଆମିନୋ ଏସିଡ଼ (ପୁଷ୍ଟିସାର) ସହିତ ଧାତବ ଲବଣ ଓ ଭିଟାମିନ୍ ଥିବାଯୋଗୁଁ ଏହା ଦେହରେ ପୁଷ୍ଟିସାର ହୀନତା ଦେଖାଯାଇଥିବା ସମସ୍ୟାକୁ ଦୂରୀଭୂତ କରେ ।
- ହୃଦରୋଗୀ, ବହୁମୂତ୍ର ରୋଗୀ, ଅମ୍ବରୋଗୀ, କୋଷ୍ଠକାଠିନ୍ୟ ରୋଗୀ, ରକ୍ତଚାପ ରୋଗୀ, ବୟସ୍କ, ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଏହା ଉତ୍କୃଷ୍ଟ ଖାଦ୍ୟ ।
- କୃଷି, ଜଙ୍ଗଲ ଓ ଗୃହର ପରିତ୍ୟକ୍ତ ଆବର୍ଜନା, ନଡ଼ା, ପତ୍ରଆଦିରୁ ଛତୁ ଉତ୍ପାଦନ କରାଯାଇପାରିବ । ଆବର୍ଜନାକୁ ଫୋପାଡ଼ି ପରିବେଶକୁ କଳୁଷିତ ନ କରି ପରିତ୍ୟକ୍ତ ପଦାର୍ଥରୁ ଉପାଦେୟ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ ।
- ପାଳଛତୁ ୧୦-୧୨ ଦିନ, ଧିଙ୍ଗିରି ଛତୁ ୨୦-୨୨ ଦିନରେ ଉତ୍ପନ୍ନ ହୋଇଥାଏ । କୃଷିଜାତ ପଦାର୍ଥ ଭିତରେ ଛତୁ ସବୁଠାରୁ ଶୀଘ୍ର ଉତ୍ପାଦନ କରାଯାଇ ପାରିବ ।
- ଖୁବ୍ କମ୍ ଖର୍ଚ୍ଚରେ ଉତ୍ପାଦନ କରାଯାଇ ଅଧିକ ଲାଭ ମିଳିପାରିବ । ଉଦାହରଣ ସ୍ଵରୁପ ଗୋଟିଏ ପାଳଛତୁ ଓ ଗୋଟିଏ ଧିଙ୍ଗିରି ଛତୁ ବେଡ୍ ପାଇଁ ଯଥାକ୍ରମେ ୩୦ ଟଙ୍କା ଓ ୨୦ ଟଙ୍କା ଖର୍ଚ୍ଚ ହୋଇଥାଏ ଏବଂ ୭୫ ଟଙ୍କା ଓ ୪୫ ଟଙ୍କା ମିଳିଥାଏ ।
- ଛତୁଚାଷ ପାଇଁ ଆବଶ୍ୟକୀୟ ଉପାଦାନ ଯଥା ନଡ଼ା, ଗହମ ଡାଲି ଗୁଣ୍ଡ ଆଦି ସହଜରେ ମିଳିଥାଏ ।
- ଏହା କଷ୍ଟକର କାର୍ଯ୍ୟ ନୁହେଁ କିମ୍ବା ଏହି କାର୍ଯ୍ୟ କରିବା ପାଇଁ ବିଶେଷ ଯନ୍ତ୍ରପାତି ଦରକାର ନାହିଁ । ଏଣୁ ଘରେ ଗୃହିଣୀମାନେ ଓ ପିଲାମାନେ ଛତୁଚାଷ କରି ପାରିବେ । ପୁରୁଷମାନେ ମଧ୍ୟ ଅବସର ସମୟକୁ ଛତୁଚାଷରେ ଲଗାଇ ପାରିବେ । ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ଏହା ଏକ ପ୍ରମୁଖ ଅଙ୍ଗ ।
- ଛତୁଚାଷ ପାଇଁ ବିଶେଷ ଜମିର ଆବଶ୍ୟକତା ନାହିଁ । ଚାରି ବର୍ଗଫୁଟ ସ୍ଥାନରେ ଗୋଟିଏ ପାଳଛତୁ ପଟିରୁ ଆମେ ୧୫ ଦିନରେ ୭୫ ଟଙ୍କା ପାଇପାରିବୁ । ତିନି ବର୍ଗଫୁଟ ସ୍ଥାନରୁ ତିନୋଟି ଧିଙ୍ଗିରି ଛତୁ ବ୍ୟାଗରୁ ୧୩୫ ଟଙ୍କା ପାଇପାରିବୁ । ଏଣୁ କ୍ଷୁଦ୍ର ଚାଷୀ ଓ ଭୂମିହୀନ ବ୍ୟକ୍ତି ତାଙ୍କର ଘର ବାରି ଜମିରେ ଛତୁଚାଷ ଆରମ୍ଭ କରି ତାଙ୍କର ଗୁଜୁରାଣ ମେଣ୍ଟାଇବାରେ ସମର୍ଥ ହେବେ ।
- ଏହି ପ୍ରକଳ୍ପ ବ୍ୟାପକ ଆକାରରେ କରାଗଲେ, ଅନେକ ଲୋକ ଶ୍ରମିକ ହିସାବରେ ନିଯୁକ୍ତି ପାଇପାରିବେ ।
- ଛତୁ ଆମେରିକା, ଜାପାନ, ଫ୍ରାନ୍ସ, କାନାଡ଼ା, ପଶ୍ଚିମ ଜର୍ମାନୀ ଆଦି ଦେଶରେ ବିକ୍ରୟ କରାଯାଇ ବୈଦେଶିକ ମୁଦ୍ରା ଅର୍ଜନ କରାଯାଇପାରିବ ।
ଆଧାର – "ଓୟୁଏଟି
|
ନୂଆଦିଲ୍ଲୀ: ବସ୍, ଟ୍ରେନ୍ ଓ ବିମାନ ବ୍ୟତୀତ ଆପଣ ଏଣିକି ଅତି ସୁନ୍ଦର ମାର୍ଗ ଅର୍ଥାତ୍ ଜଳମାର୍ଗ ଦେଇ ଗୋଆରୁ ମୁମ୍ବାଇ ଯାତ୍ରା କରି ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ମଙ୍ଗଳବାର ଘୋଷଣା କରିଛନ୍ତିି। ଏହି ସେବା ଆଗମୀ ମାସ ଅର୍ଥାତ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ସରକାରକାରଙ୍କ ଆଧୁନୀକିକରଣ ବନ୍ଦର ସାଗର ମାଲ ପରିଯୋଜନା ଜରିଆରେ ଏହି ନୌକା ସେବା ଆରମ୍ଭ ହେବାକୁ ଯାଉଛି।
ମୁମ୍ବାଇ-ଗୋଆ ଫେରି ସେବା ପରିବହନର ଏକ ନୂତନ ପଦ୍ଧତି ଅଟେ। ବାସ୍ତବରେ ଏହି ସେବା ୧୯୮୦ ପର୍ଯ୍ୟନ୍ତ ଚାଲୁଥିଲା। ଷାଠିଏ ଓ ସତୁରୀ ଦଶକରେ ଏହି ମାର୍ଗରେ କୋଙ୍କଣ ଶକ୍ତି ଓ କୋଙ୍କଣ ସେବକଙ୍କ ରାଜୁତି ଚାଲି ଏହାକୁ କବଜା କରି ଦେଇଥିଲେ। ଶ୍ରୀଲଙ୍କା ଯୁଦ୍ଧ ସମୟରେ ଏହି ମାର୍ଗକୁ ବଛା ଯାଇଥିଲା। ଏହାପରେ ଏହି ମାର୍ଗରେ ହୋବରକ୍ରାପ୍ଟ ସେବାର ୧୯୯୪ ମସିହା ପର୍ଯ୍ୟନ୍ତ ଚାଲିଥିଲା।
ନୀତିନ ଗଡ଼କରି ଏକ ମଧ୍ୟ-ବୈଠକରେ ପୁର୍ନବାର ମୁମ୍ବାଇ-ଗୋଆ ଫେରିସେବାକୁ ଆରମ୍ଭ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ। ସାଗର ମାଲ ପରିଯୋଜନା ୧୦ମିଲିୟନ ନିଯୁକ୍ତି ସୁଯୋଗ ଆଣି ଦେଇଛି, ଯେଉଁଥିରେ ୪ମିଲିୟନ ପ୍ରତ୍ୟେକ୍ଷ ଚାକିରି ସାମିଲ ରହିଛି। ପାଖାପାଖି ୨୮୯ ପରିଯୋଜନା ସାଗର ମାଲର ଅନ୍ତର୍ଗତ ରହିଛି। ଯାହାକି ପୋର୍ଟର ବିକାଶ ଦିଗରେ କାର୍ଯ୍ୟ କରିବ।
|
unfoldingWord 39 - ଯୀଶୁଙ୍କର ବିଚାର କରାଯାଏ
Esquema: Matthew 26:57-27:26; Mark 14:53-15:15; Luke 22:54-23:25; John 18:12-19:16
Número de guión: 1239
Idioma: Oriya
Audiencia: General
Tipo: Bible Stories & Teac
Propósito: Evangelism; Teaching
Citación Biblica: Paraphrase
Estado: Approved
Los guiones son pautas básicas para la traducción y grabación a otros idiomas. Deben adaptarse según sea necesario para que sean comprendidas y relevantes para cada cultura e idioma diferentes. Algunos términos y conceptos utilizados pueden necesitar más explicación o incluso ser reemplazados o omitidos por completo.
ସେତେବେଳେ ମଧ୍ୟରାତ୍ରି ଥିଲା ।ମହାଯାଜକ ଯେପରି ଯୀଶୁଙ୍କୁ ପ୍ରଶ୍ନ ପଚାରିବେ ସେଥିପାଇଁ ସୈନ୍ୟମାନେ ତାଙ୍କୁ ମହାଯାଜକଙ୍କର ଗୃହକୁ ନେଇଗଲେ ।ପିତର ଦୂରରୁ ରହି ସେମାନଙ୍କ ପଛେ ପଛେ ଯାଉଥିଲେ ।ଯୀଶୁଙ୍କୁ ଯେତେବେଳେ ସେହି ଗୃହକୁ ନିଆଗଲା, ପିତର ବାହାରେ ରହି ନିଆଁ ତାପୁ ଥିଲେ ।
ଗୃହ ମଧ୍ୟରେ, ଯିହୂଦୀ ନେତାମାନେ ଯୀଶୁଙ୍କର ବିଚାର କଲେ ।ସେମାନେ ଅନେକ ମିଥ୍ୟାସାକ୍ଷୀମାନଙ୍କୁ ଯୋଗାଇଲେ ଯେଉଁମାନେ ତାଙ୍କ ବିରୁଦ୍ଧରେ ମିଥ୍ୟା କହିବେ ।କିନ୍ତୁ, ସେମାନଙ୍କ ଚର୍ଚ୍ଚା ସବୁ ପରସ୍ପର ମଧ୍ୟରେ ଖାପ ଖାଉ ନଥିଲା, ତେଣୁ ଯିହୂଦୀ ନେତାମାନେ ପ୍ରମାଣ କରିପାରିଲେ ନାହିଁ ଯେ ସେ କିଛି ଭୁଲ୍ କରିଛନ୍ତି ।ଯୀଶୁ କିଛି କହିଲେ ନାହିଁ ।
ପରିଶେଷରେ, ମହାଯାଜକ ଯୀଶୁଙ୍କ ପ୍ରତି ସିଧାସଳଖ ଦେଖି ତାହାଙ୍କୁ ପଚାରିଲେ "ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଜୀବନ୍ତ ଈଶ୍ଵରଙ୍କ ପୁତ୍ର ଖ୍ରୀଷ୍ଟ?"
ଯୀଶୁ କହିଲେ "ମୁଁ ସେହି, ଏବଂ ଆପଣମାନେ ମୋତେ ଈଶ୍ଵରଙ୍କ ସିଂହାସନରେ ବସିବା ଏବଂ ସ୍ଵର୍ଗରୁ ଅବତରଣ ହେବାର ଦେଖିବେ ।"ପ୍ରଧାନ ଯାଜକ କ୍ରୋଧରେ ନିଜ ବସ୍ତ୍ର ଚିରି ଅନ୍ୟ ଧର୍ମ ନେତାମାନଙ୍କୁ ଚିତ୍କାର କରି କହିଲେ "ଆମ୍ଭମାନଙ୍କର ଆଉ ସାକ୍ଷୀ ଦରକାର ନାହିଁ!ତୁମ୍ଭେମାନେ ଶୁଣିଲ ଯେ ସେ ଈଶ୍ଵରଙ୍କ ପୁତ୍ର ବୋଲି କହୁଅଛି ।ତୁମ୍ଭମାନଙ୍କର ବିଚାର କ'ଣ?"
ଯିହୂଦୀ ନେତାମାନେ ମହଯାଜକଙ୍କୁ ଉତ୍ତର ଦେଲେ "ସେ ମୃତ୍ୟୁଦଣ୍ଡ ପାଇବାର ଯୋଗ୍ୟ"ତା'ପରେ ସେମାନେ ଯୀଶୁଙ୍କ ଆଖିରେ କନା ବାନ୍ଧିଦେଲେ, ତାଙ୍କୁ ମାରିଲେ, ତାଙ୍କ ଉପରେ ଛେପ ପକାଇଲେ ଏବଂ ତାହାଙ୍କୁ ପରିହାସ କଲେ ।
ପିତର ଗୃହର ବାହାରେ ଅପେକ୍ଷା କରିଥିବା ସମୟରେ, ଜଣେ ଦାସୀ ବାଳିକା ତାହାଙ୍କୁ ଦେଖି କହିଲା "ତୁମ୍ଭେ ମଧ୍ୟ ଯୀଶୁଙ୍କ ସହିତ ଥିଲ!"ପିତର ଏ ବିଷୟକୁ ଅସ୍ଵୀକାର କଲା ।ପରବର୍ତ୍ତୀ ସମୟରେ, ଆଉ ଜଣେ ବାଳିକା ସେହି ଗୋଟିଏ ବିଷୟ କହିଲେ, କିନ୍ତୁ ପିତର ଏହା ମଧ୍ୟ ଅସ୍ଵୀକାର କଲେ ।ପରିଶେଷରେ, ଲୋକମାନେ କହିଲେ, "ଆମ୍ଭେମାନେ ଜାଣୁ ଯେ ତୁମ୍ଭେ ଯୀଶୁଙ୍କ ସହ ଥିଲ କାରଣ ତୁମ୍ଭେ ଉଭୟେ ଗାଲିଲୀରୁ ଆସିଅଛ ।"
ତା'ପରେ ପିତର ଶପଥ କଲେ, କହିଲେ "ଈଶ୍ଵର ମୋତେ ଅଭିଶାପ ଦିଅନ୍ତୁ ଯଦି ମୁଁ ଏହି ଲୋକକୁ ଜାଣିଥାଏ!"ସଙ୍ଗେ ସଙ୍ଗେ ଏକ କୁକୁଡା ରାବିଲା, ଏବଂ ଯୀଶୁ ବୁଲିପଡି ପିତରଙ୍କୁ ଚାହିଁଲେ ।
ପିତର ଚାଲିଗଲେ ଓ ଅତ୍ୟନ୍ତ ଖେଦର ସହ କାନ୍ଦିଲେ ।ଇତିମଧ୍ୟରେ, ବିଶ୍ବାସଘାତକ ଯିହୂଦା ଦେଖିଲେ ଯେ ଯିହୂଦୀ ନେତାମାନେ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ପାଇଁ ଦୋଷୀ କରିଅଛନ୍ତି ।ଯିହୂଦା ଅତ୍ୟନ୍ତ ଦୁଃଖିତ ହେଲା ଏବଂ ଚାଲିଯାଇ ନିଜକୁ ହତ୍ୟା କଲା ।
ପରବର୍ତ୍ତୀ ଦିନ ଭୋର ସକାଳରେ, ଯିହୂଦୀ ନେତାମାନେ ଯୀଶୁଙ୍କୁ ପିଲାତଙ୍କ ନିକଟକୁ ଆଣିଲେ ଯିଏ ରୋମୀୟ ଶାସକ ଥିଲେ ।ସେମାନେ ଆଶା କଲେ ଯେ ପିଲାତ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ କରି ହତ ହେବା ନିମନ୍ତେ ବିଚାର କରିବେ ।ପିଲାତ ଯୀଶୁଙ୍କୁ ପଚାରିଲେ "ତୁମେ କ'ଣ ଯିହୂଦୀମାନଙ୍କର ରାଜା?"
ଯୀଶୁ ଉତ୍ତର ଦେଲେ "ଆପଣ କହୁଛନ୍ତି, କିନ୍ତୁ ମୋର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ ।ଯଦି ଏପରି ହୋଇଥାଆନ୍ତା, ମୋ ଦାସମାନେ ମୋ ନିମନ୍ତେ ଯୁଦ୍ଧ କରିଥାନ୍ତେ ।ଈଶ୍ଵରଙ୍କ ବିଷୟରେ ସତ୍ୟ କଥା କହିବାକୁ ମୁଁ ପୃଥିବୀକୁ ଆସିଅଛି ।ଯେକୌଣସି ବ୍ୟକ୍ତି ସତ୍ୟକୁ ପ୍ରେମ କରେ ସେ ମୋ କଥା ଶୁଣେ ।"ପିଲାତ କହିଲେ "ସତ୍ୟ କ'ଣ?"
ପିଲାତ ଯୀଶୁଙ୍କ ସହ କଥା କହି ସାରିଲା ପରେ, ଜନଗହଳି ନିକଟକୁ ଯାଇ କହିଲେ "ଏହି ଲୋକଠାରେ ଆମ୍ଭେ କୌଣସି ଦୋଷ ପାଉନାହୁଁ ।"କିନ୍ତୁ ଯିହୂଦୀ ନେତାମାନେ ଓ ଜନସମାଗମ ଚିତ୍କାର କରି କହିଲେ "ତାହାଙ୍କୁ କ୍ରୁଶବିଦ୍ଧ କର!"ପିଲାତ ଉତ୍ତର ଦେଲେ "ସେ ଦୋଷୀ ନୁହେଁ ।"କିନ୍ତୁ ସେମାନେ ଅଧିକ ଚିତ୍କାର କରିବାକୁ ଲାଗିଲେ ।ତା'ପରେ ପିଲାତ ତୃତୀୟ ଥର କହିଲେ "ସେ ଦୋଷୀ ନୁହେଁ!"
ପିଲାତ ଭୟଭୀତ ହୋଇଯାଇଥିଲେ ଯେ କାଳେ ଲୋକସମୁହ ଦଙ୍ଗା କରିବା ଆରମ୍ଭ କରିବେ, ତେଣୁ ଯୀଶୁଙ୍କୁ କ୍ରୁଶବିଦ୍ଧ କରିବା ନିମନ୍ତେ ସେ ତାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ ।ରୋମୀୟ ସୈନ୍ୟମାନେ ଯୀଶୁଙ୍କୁ କୋରଡା ପ୍ରହାର କଲେ ଏବଂ ଏକ ରାଜକୀୟ ବସ୍ତ୍ର ଓ ମସ୍ତକରେ କଣ୍ଟାର ମୁକୁଟ ପିନ୍ଧାଇଲେ ।ତା'ପରେ ସେମାନେ ତାଙ୍କୁ "ଯିହୂଦୀମାନଙ୍କର ରାଜାଙ୍କୁ ଦେଖ !" କହି ପରିହାସ କଲେ ।
|
କରୋନା ବଢ଼େଇଲା ଚିନ୍ତା: ୨୮ ଦିନ କ୍ୱାରାଣ୍ଟିନରେ ରହିବା ପରେ ପଜିଟିଭ୍ ହେଲେ କେରଳ ବ୍ୟକ୍ତି!
୨୮ ଦିନ ବିଚ୍ଛିନ୍ନତାରେ (isolation) ରହିବା ପରେ ମଧ୍ୟ ଯେ କୌଣସି ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ବୋଲି ଜଣାପଡ଼ିପାରନ୍ତି । ପ୍ରାରମ୍ଭିକ ପରୀକ୍ଷାରେ ନେଗେଟିଭ୍ ଚିହ୍ନଟ ହୋଇଥିବା ଯେ କୌଣସି ବ୍ୟକ୍ତି ମଧ୍ୟ ପରେ ପଜିଟିଭ୍ ହୋଇପାରନ୍ତି ।
(ପ୍ରତୀକାତ୍ମକ ଛବି)
- News18 Odia
- Last Updated: April 18, 2020, 4:15 PM IST
ଥିରୁଅନନ୍ତପୁରମ୍: କରୋନା ଭାଇରସ୍ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ୨୮ ଦିନର କ୍ୱାରାଣ୍ଟିନ ଯଥେଷ୍ଟ କି? ବୋଧହୁଏ ନା । କେରଳରେ ୨୯ ଦିନ କ୍ୱାରାଣ୍ଟିନରେ ରହିବା ପରେ ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମାମଲାଟି ସ୍ୱାସ୍ଥ୍ୟ ଅଧିକାରୀ ଓ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି ।
ଏହି ଘଟଣାକୁ ଏକ ବିରଳ ଘଟଣା ଭାବେ ଦେଖାଯାଉଛି । ସଂକ୍ରମିତ ହୋଇଥିବା ବ୍ୟକ୍ତି ଦୁବାଇରୁ କୋଇକୋଡ ସ୍ଥିତ ଏଡାଚେରୀରେ ଥିବା ନିଜ ଘରକୁ ଫେରି ସିଧା କ୍ୱାରାଣ୍ଟିନକୁ ଯାଇଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣେ । ଏହି ମାମଲା ବିଷୟରେ 'ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ' ଖବର କାଗଜରେ ଖବର ପ୍ରକାଶ ପାଇଛି ।
ଏହି ଦୁଇ ଭାଇଙ୍କ ୬୭ ବର୍ଷୀୟ ବାପାଙ୍କୁ ବୟସ ସମ୍ବନ୍ଧୀୟ ଅସୁସ୍ଥତା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଏପ୍ରିଲ ୧୦ରେ ସେହି ଘରୋଇ ଡାକ୍ତରଖାନାରୁ ଡିସଚାର୍ଜ ହେବା ପୂର୍ବରୁ ମେଡିକାଲ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା । ଏପ୍ରିଲ୍ ୧୧ରେ ସେ ଏହି ପରିବାରର ପ୍ରଥମେ ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ ।
ଏହା ପରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ କୋଇକୋଡ ମେଡିକାଲ୍ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ବ୍ୟତୀତ ତାଙ୍କ ପତ୍ନୀ, ନାତି ଓ ଦୁଇ ପୁଅଙ୍କ ମଧ୍ୟରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । କ୍ୱାରାଣ୍ଟିନରେ ରହିବାର ୨୯ତମ ଦିନରେ ତାଙ୍କ ଅନ୍ୟ ପୁଅ ବି ଏହି ସଂକ୍ରମଣର ଶିକାର ବୋଲି ଚିହ୍ନଟ ହେବା ପରେ ସ୍ୱାବ୍ ନମୁନା ପରୀକ୍ଷା କେତେ ପ୍ରଭାବଶାଳୀ ତାହା ବିଷୟରେ ଡାକ୍ତରୀ ବିଶେଷଜ୍ଞମାନେ ଆଉ ଥରେ ଭାବୁଛନ୍ତି । ପ୍ରାରମ୍ଭିକ ପରୀକ୍ଷଣରେ ନେଗେଟିଭ୍ ଭାବେ ଚିହ୍ନଟ ହୋଇଥିବା ଏହି ବ୍ୟକ୍ତି ଗୁରୁବାର ଦିନ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲେ ।
''ଏଥିରୁ ଜଣା ପଡ଼ିଛି ଯେ ୨୮ ଦିନ ବିଚ୍ଛିନ୍ନତାରେ (isolation) ରହିବା ପରେ ମଧ୍ୟ ଯେ କୌଣସି ବ୍ୟକ୍ତି କରୋନା ଭାଇରସ୍ ସଂକ୍ରମିତ ହୋଇପାରନ୍ତି । ଏହା ଆହୁରି ମଧ୍ୟ ପ୍ରମାଣିତ ହୋଇଛି ଯେ ପ୍ରାରମ୍ଭିକ ପରୀକ୍ଷାରେ ନେଗେଟିଭ୍ ଚିହ୍ନଟ ହୋଇଥିବା ଯେ କୌଣସି ବ୍ୟକ୍ତି ପରେ ପଜିଟିଭ୍ ହୋଇପାରନ୍ତି,'' କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ (ଡିଏମଓ) ଡଃ ଭି. ଜୟଶ୍ରୀ । ସେ କରୋନା ଭାଇରସ୍ ସଂକ୍ରମଣ ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ଅଛି ବୋଲି କହିଛନ୍ତି ।
ଏଡେଚେରୀର ଏହି ମାମଲା ସାମନାକୁ ଆସିବା ପରେ ଏକ ସତର୍କତା ପଦକ୍ଷେପ ଭାବରେ ଗଲ୍ଫ ଦେଶରୁ ଫେରିଥିବା ସବୁ ଲୋକଙ୍କୁ ଓ ଅନ୍ୟ ସନ୍ଦିଗ୍ଧଙ୍କୁ ଆଉ ଏକ ସପ୍ତାହ ଘରେ କ୍ୱାରାଣ୍ଟିନରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସମ୍ଭାବ୍ୟ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଏହା ଆବଶ୍ୟକ ବୋଲି ଡିଏମଓ କହିଛନ୍ତି। କେରଳରେ ସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରଥମେ ନେଗେଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଦ୍ୱିତୀୟ ରାଉଣ୍ଡ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
|
ମୁମ୍ବାଇ,୬ ।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ସିବିଆଇ । ଏନେଇ ମାମଲାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଟିମ୍ ଗଠନ କରାଯାଇଛି । ଗୁଜରାଟ କ୍ୟାଡର ଆଇପିଏଏସ ମନୋଜ ଶଶିଧରଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି । ଆଇପିଏସ ଗଗନଦୀପ ଗମ୍ଭୀର ଓ ମହିଳା ଆଇପିଏଏସ୍ ନୂପୁର ପ୍ରସାଦ ବି ଏସଆଇଟିରେ ସାମିଲ ଅଛନ୍ତିି । ସୁଶାନ୍ତ ମୃତ୍ୟୁ ମାମଲାରେ ନବଗଠିତ ଟିମ୍ ଏତଲା ରୁଜୁ କରିଛି ।
ଅନ୍ୟପଟେ ସୁଶାନ୍ତଙ୍କ ମାମଲାରେ ବିହାର ପୋଲିସ ସମ୍ପର୍କରେ ରହିଛି ସିବିଆଇ । ସୁଶାନ୍ତଙ୍କ ଆତ୍ୱହତ୍ୟାକୁ ନେଇ ଏଫଆଇଆର ଦାଏର ହେବା ସହ ଶୀଘ୍ର ୱେବସାଇଡରେ ଏହାକୁ ଅପଲୋଡ କରାଯିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି ।
|
ସାଣ୍ଟିଆଗୋ,୯।୭: ଏବେ ବିଶ୍ୱର ଅଧିକାଂଶ ହସ୍ପିଟାଲରେ କରୋନା ରୋଗୀ ଭର୍ତ୍ତି ହୋଇ ରହିଛନ୍ତି। କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ଏବେ ଡାକ୍ତର, ନର୍ସ ମେଡିକାଲ ଷ୍ଟାଫ୍ କାହାକୁ ସମୟ ନାହିଁ। ପିପିଇ କିଟ୍ ପିନ୍ଧି ଏମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ଚିକିତ୍ସା କରି ଚାଲିଛନ୍ତି। ଏହି ସମୟରେ ଚିଲିର ରାଜଧାନୀ ସାଣ୍ଟିଆଗୋରୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରେ ଜଣେ ନର୍ସ ତାଙ୍କର ସିପ୍ଟ ଶେଷ ହେବା ପରେ ରୋଗୀଙ୍କ ପାଖକୁ ଯାଇ ସେମାନଙ୍କ ନିକଟରେ କିଛି ସମୟ ପାଇଁ ଭାଓଲିନ ବଜାଉଛନ୍ତି। ଏହାଦ୍ୱାରା ରୋଗୀଙ୍କର ମନୋବଳ ଦୃଢ ହେବ ବୋଲି ସେ କହିଛନ୍ତି। ଫଳରେ ଆମେ ସହଜରେ କରୋନା ଯୁଦ୍ଧରେ ବିଜୟୀ ହେବା। ସୂଚନାଯୋଗ୍ୟ, ଏହା ଚିଲିର ରାଜଧାନୀ ସାଣ୍ଟିଆଗୋର ଏଲ୍ ପିନୋ ହସ୍ପିଟାଲର ଘଟଣା ବୋଲି କୁହାଯାଉଛି। ସେଠାରେ କାମ କରୁଥିବା ୨୬ ବର୍ଷୀୟା ନର୍ସ ଡାମାରିସ୍ ସିଲଭା ସପ୍ତାହକୁ ୨ ଥର ସନ୍ଧ୍ୟା ୬ଟାରେ ଆଇସିୟୁରେ ଭର୍ତ୍ତି ରୋଗୀଙ୍କ ନିକଟକୁ ଯାଇ ଭାଓଲିନ ବଜାଇଥାଆନ୍ତି। ସେ କୁହନ୍ତି ଭାଓଲିନ କେବଳ ଏକ ସଙ୍ଗୀତର ସ୍ବର ନୁହେଁ ବରଂ ଏହାକୁ ଶୁଣିବା ପରେ କରୋନା ରୋଗୀମାନେ ଖୁସି ହେବା ସହ ତାଳି ବଜାଇଥାଆନ୍ତି। ଫଳରେ ଏହାଦ୍ୱାରା ରୋଗୀମାନେ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ଥାଏ। କରୋନା ଭାଇରସ ସଂକ୍ରମଣରେ ଏବେ ଚିଲି ଷଷ୍ଠ ସ୍ଥାନରେ ଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ପାଖାପାଖି ୨,୯୮,୫୫୫। ଏପର୍ଯ୍ୟନ୍ତ ସେଠାରେ ପାଖାପାଖି ୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଛି ବୋଲି ସୂଚନା ରହିଛି।
|
ସମ୍ବଲପୁର ସହରରେ ଯୁବକଙ୍କୁ ବିଭତ୍ସ ହତ୍ୟା
ସମ୍ବଲପୁର : ସମ୍ବଲପୁର ସହରରେ ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳାର ହରିଓମ ନଗରରେ ଯୁବକଙ୍କୁ ବିଭତ୍ସ ହତ୍ୟା। ।ଗତ ବିଳମ୍ବିତ ରାତ୍ରୀରେ ଦୀପକ ଯାଦବ ନାମକ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି।ପୁଲିସର ପ୍ରାଥମିକ ତଦନ୍ତରୁ ପରକିୟା ପ୍ରୀତି ଯୋଗୁଁ ଏହି ହତ୍ୟା ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ।
ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଦୀପକ କାମ ସାରି ଘରକୁ ଫେରିବା ବେଳେ ବିନିତ ପରଦିଆ ଏବଂ ତାଙ୍କ ସ୍ତ୍ରୀ ମିନତି, ତାଙ୍କୁ ନିଜ ହରିଓମ ନଗର ସ୍ଥିତ ଘରକୁ ଡାକି ନେଇଥିଲେ। କିଛି ସମୟ କଥା ହେଲା ପରେ ହଠାତ ବିନୀତ ଏକ ଭୁଜାଲିରେ ଦୀପକକୁ ବାରମ୍ବାର ଆକ୍ରମଣ କରିଥିଲା।ଉଭୟ ଙ୍କ ମଧ୍ୟରେ ଧସ୍ତା ଧସ୍ତି ଯୋଗୁଁ ବିନୀତ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ।ତେବେ ବିନୀତ ଙ୍କ ଆକ୍ରମଣ ରେ ଦୀପକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାର ଖବର ପାଇ ହରିଓମ ନଗର ପହଂଚି ଦୀପକ ଙ୍କ ମୃତ ଦେହକୁ ଜବତ କରିଥିଲା ଏବଂ ଆହତ ବିନୀତକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲା। ଏହି ଘଟଣାକୁ ଆଖିରେ ଦେଖିଥିବା ମିନତିଙ୍କ ଚେତା ଉଡିଯାଇଥିଲା। ତାଙ୍କୁ ମଧ୍ୟ ବୁର୍ଲା ମେଡ଼ିକାଲରେ ଭର୍ତି କରାଯାଇଛି। ପୁଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ବିଳମ୍ବିତ ରାତିରେ ଘଟିଥିବାରୁ ଆଖ ପାଖ ପଡୋଶୀ ମଧ୍ୟ ଜାଣି ପାରିନଥିଲେ।ତେବେ ହତ୍ୟାକାଣ୍ଡ ର ସଠିକ କାରଣ ତଦନ୍ତ ପରେ ଜଣା ପଡିବ ବୋଲି ପୁଲିସ କହିଛି ।
|
ପୋଷ୍ଟରରେ 'ପ୍ରିୟଙ୍କା ଗାନ୍ଧି ନିରୁଦ୍ଦିଷ୍ଟ'
ରାଏବରେଲି: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଲୋକସଭା ନିର୍ବାଚନ ମଣ୍ଡଳି ରାଏବରେଲିରେ କେତେକ ପ୍ରମୁଖ ଅଞ୍ଚଳରେ 'ପ୍ରିୟଙ୍କା ନିରୁଦ୍ଦିଷ୍ଟ' ଲେଖାଥିବା ପୋଷ୍ଟର ଦେଖିବାକୁ ମିଳିଛି। ନିର୍ବାଚନ ବେଳେ ପ୍ରିୟଙ୍କା ମା' ସୋନିଆଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ତା' ପରଠାରୁ ପ୍ରିୟଙ୍କା ଆଉ କେହି ସେହି ଅଞ୍ଚଳକୁ ଆସିନାହାନ୍ତି। ତେଣୁ ସେଠାକାର ଲୋକେ ଅସନ୍ତୁଷ୍ଟ ହୋଇ ଉପରୋକ୍ତ ପଦକ୍ଷେପ ନେଇଛନ୍ତି। ପୋଷ୍ଟରରେ ପ୍ରିୟଙ୍କାଙ୍କୁ ଜଣେ 'ଇମୋସନାଲ୍ ବ୍ଲାକମେଲର' ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ଭୋଟରଙ୍କ ଭାବ ସହିତ ପ୍ରିୟଙ୍କା ଖେଳୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏପରିକି ହରଚାନ୍ଦପୁର ଟ୍ରେନ୍ ଦୁର୍ଘଟଣା ଓ ଉଚ୍ଛାର ଏନ୍ଟିପିସି ବିସ୍ଫୋରଣ ଘଟଣା ପରେ ମଧ୍ୟ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିନାହିଁ। ଏହା ବିରୋଧୀଙ୍କ କାର୍ଯ୍ୟବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। କିଏ ସେହି ପୋଷ୍ଟର ଲଗାଇଛି ତାହାର ତଦନ୍ତ କରିବା ପାଇଁ ଜିଲା ପ୍ରଶାସନ ନିର୍ଦେଶ ଦେଇଛି।
|
ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍ ଋଣ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। କିଛି ବର୍ଷ ପୂର୍ବେ ଏହି ଘଟଣା ସାମ୍ନାକୁ ଆସିଥିଲା। ଖବର ଅନୁଯାୟୀ, ଚନ୍ଦା କୋଚର ଆଇସିଆଇସିଆଇର ମୁଖ୍ୟ ଥିବାବେଳେ ଏହି ଋଣ ଜାଲିଆତି ହୋଇଥିଲା। ଉଭୟ ପତି ଓ ପତ୍ନୀଙ୍କୁ ଠକେଇ ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ସିବିଆଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଭୟଙ୍କୁ ବର୍ତ୍ତମାନ ହେପାଜତ ପାଇଁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ।ଉଲ୍ଲେଖଯୋଗ୍ୟ, ୨୦୧୨ରେ ଭିଡିଓକନ୍ କମ୍ପାନୀକୁ ୩୨୫୦ କୋଟି ଟଙ୍କା ଋଣ ମଞ୍ଜୁର ହୋଇଥିଲା ଆଇସିଆଇସିଆଇ ବ୍ୟାଙ୍କ । ବ୍ୟକ୍ତିଗତ ଲାଭ ଆଶାରେ ଚନ୍ଦା ଋଣ ମଞ୍ଜୁର କରିଥିବା ନେଇ ଅଭିଯୋଗ ଆସିଥିଲା । କାରଣ ଭିଡିଓକନ୍ କମ୍ପାନୀରେ କାମ କରୁଥିଲେ ତାଙ୍କ ସ୍ବାମୀ । ଏହି ଅଭିଯୋଗରେ ଚନ୍ଦାଙ୍କୁ ପୂର୍ବରୁ ବ୍ୟାଙ୍କର ସିଇଓ ପଦରୁ ହଟାଇ ଦିଆଯାଇଥିଲା । ଏହାପରେ ବ୍ୟାଙ୍କରୁ ତାଙ୍କୁ ବହିଷ୍କାର କରାଯାଇଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ, ଆଇସିଆଇସିଆଇ ବ୍ୟାଙ୍କରୁ ପୂର୍ବତନ ସିଇଓ ଚନ୍ଦା କୋଚର ଆଚରଣ ସଂହିତା ଲଲ୍ଲଂଘନ ଅଭିଯୋଗରେ ୨୦୧୯ରେ ତାଙ୍କୁ ବ୍ୟାଙ୍କ ପକ୍ଷରୁ ବହିଷ୍କାର କରାଯାଇଥିଲା। ଚନ୍ଦା କୋଚରଙ୍କ ମାମଲାର ତଦନ୍ତ କରୁଥିବା ସାଇକ୍ରିଷ୍ଣା କମିଟିର ରିପୋର୍ଟ ଭିତ୍ତିରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହି ମାମଲାର ତଦନ୍ତ ସିବିଆଇ ଓ ଇଡି କରୁଛି । ଜାନୁଆରୀ ୨୦୨୦ରେ ଇଡି ଚାନ୍ଦା କୋଚର ଏବଂ ତାଙ୍କ ପରିବାରକୁ ୭୮ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ସଂଲଗ୍ନ କରିଥିଲା। ସେହି ବର୍ଷ ଇଡି ଦୀପକ କୋଚରଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା।
|
ଟ୍ରେଣ୍ଡ କରୁଛି: 'ଗୁଣ୍ଡା ରାମଦେବ' 'ମହାଗୁଣ୍ଡା ରାମଦେବ', 'ରାମଦେବଙ୍କୁ ଗିରଫକର'
ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛନ୍ତି ଯୋଗଗୁରୁ ବାବା ରାମଦେବ । କୋଭିଡ୍-୧୯ ଚିକିତ୍ସା ନିମନ୍ତେ ଏଲୋପାଥି ଔଷଧ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦକୁ ଆସିଛନ୍ତି ରାମଦେବ । ବିବାଦୀୟ ବୟାନ ଦେଇଥିବା ରାମଦେବଙ୍କୁ ଗିରଫ କରିବା ଲାଗି ଟ୍ୱିଟରରେ ହାସ୍ ଟାଗ୍ କ୍ରିଏଟ ହୋଇଛି । ଯେମିତିକି .....
'ଗୁଣ୍ଡା ରାମଦେବ' 'ମହାଗୁଣ୍ଡା ରାମଦେବ', 'ରାମଦେବଙ୍କୁ ଗିରଫକର' ଆଦି 'ଟ୍ରେଣ୍ଡ୍' କରୁଛନ୍ତି। ସେମାନେ କରନ୍ତୁ। ଆମ ଲୋକେ ଏଭଳି 'ଟ୍ରେଣ୍ଡ୍' ପ୍ରତି ଅଭ୍ୟସ୍ତ ହୋଇଯାଇଛନ୍ତି ଏବଂ ଆମ 'ଟ୍ରେଣ୍ଡ୍' ସର୍ବଦା ଶୀର୍ଷରେ ପହଞ୍ଚେ ବୋଲି ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରଣ ହେଉଥିବା 'ରାମଦେବଙ୍କୁ ଗିରଫକର ଟ୍ରେଣ୍ଡ୍'ର ପ୍ରତ୍ୟୁତ୍ତର ଦେଇ ବୁଧବାର ଦିନ ଏକ ନୂଆ ଭିଡିଓରେ ରାମଦେବ କହିଛନ୍ତି।
ସୂଚନାଯୋଗ୍ୟ, ରାମଦେବ ଚଳାଇଥିବା ବିଭ୍ରାନ୍ତିକର ପ୍ରଚାର ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ନିବେଦନ କରି 'ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍' (ଆଇଏମ୍ଏ ) ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖିଛି। ଉକ୍ତ ପତ୍ରରେ 'ଆଇଏମ୍ଏ' ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛି ଯେ, କୋଭିଡ୍ ଟିକାକରଣ ବିଷୟରେ 'ଭୟ ବିସ୍ତାର' କରାଉଥିବା ଅଭିଯୋଗରେ 'ପତଞ୍ଜଳି ଉତ୍ପାଦ'ର ମାଲିକଙ୍କୁ 'ବୁକ୍' କରାଯାଉ।
ସବୁ ସର୍ବସାଧାରଣ ଉଦ୍ବୋଧନରେ ଟିକାକରଣର ମହତ୍ତ୍ବ ବଖାଣୁ ଥିବାରୁ 'ଆଇଏମ୍ଏ' ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛି। ଆଗାମୀ 'ମନ୍କି ବାତ୍' ଅଧ୍ୟାୟରେ ଟିକାକରଣ ପ୍ରସଙ୍ଗରେ ପରାମର୍ଶ ଦେବା ଲାଗି ମଧ୍ୟ 'ଆଇଏମ୍ଏ' ପ୍ରଧାନମନ୍ତ୍ରୀଙ୍କୁ ଉକ୍ତ ପତ୍ରରେ ନିବେଦନ କରିଛି।
|
ଗୁଣୁପୁର : ଦୟା ବାବୁ ଏଠାରେ ଶବ ଟିଏ ପଡିଛି । ଦାହ କରିବାକୁ କେହି କୁଆଡେ ନାହାନ୍ତି କେମିତି ଶ୍ମଶାନ କୁ ନେବା ବ୍ୟବସ୍ଥା କରିବା। ଏତିକି ଶୁଣିବା ମାତ୍ରେ ସେହି ଜାଗାରେ ପହଞ୍ଚି ଯାଆନ୍ତି ଦୟାନିଧି ବାରିକ। କେହି କେହି ତାଙ୍କୁ ଦୟାର ସାଗର ଦୟାନିଧି ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ରେ ରହନ୍ତି ଦୟାନିଧି। ଡାକ୍ତରଖାନା ହେଉ କି କୌଣସି ଅଜଣା ଅଶୁଣା ଘର, ଶବ ଟିକୁ ଅସମ୍ମାନ ହେଉଥିବା ସେ ସହ୍ୟ କରି ପାରନ୍ତି ନାହିଁ । ଯେତେ ଯୁଆଡେ କାମଧନ୍ଦା ଥିଲେ ମଧ୍ୟ ଆଗ ଦଉଡି ଯାଆନ୍ତି ଶବ ନିକଟକୁ । ଉପଯୁକ୍ତ ସମ୍ମାନ ଦେଇ ଶବକୁ ଦାହ ସଂସ୍କାର ବ୍ୟବସ୍ଥା ଏକାକୀ କରି ଦିଅନ୍ତି ଦୟାନିଧି। ତାଙ୍କର ଏଭଳି ସେବା ମନୋଭାବ ଦେଖି ଗୁଣୁପୁରର ବଦାନ୍ୟ ବ୍ୟକ୍ତି ସଂଜୟ ସାହୁ ଏକ ସ୍ୱର୍ଗ ରଥ ଗାଡ଼ି ତାଙ୍କୁ ଯୋଗାଇ ଦେଇଛନ୍ତି । ଯେଉଁଥିରେ ମାଗଣାରେ ଶବ ବୋହୁଛନ୍ତି ଦୟାନିଧି । ଆଜି ପର୍ଯ୍ୟନ୍ତ ସେ ୧୧୬୦ଟି ଶବ ଏକାକୀ ବୋହି ସାରିଲେଣି । ତାଙ୍କର ଏଭଳି ନିଃସ୍ୱାର୍ଥପର ସେବା ଯୋଗୁଁ ଟାଇମସ୍ ୱାନ ପକ୍ଷରୁ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ରାଜଧାନୀ ଭୁବନେଶ୍ବରରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବର୍ଦ୍ଧିତ କରିଛନ୍ତି । ଏଭଳି ସମ୍ବର୍ଦ୍ଧନା ଯୋଗୁଁ ତାଙ୍କୁ ଆହୁରି ସମାଜ ପାଇଁ କାର୍ଯ୍ୟ କରିବାକୁ ଉତ୍ସାହ ବଢିଛି ବୋଲି କହିଛନ୍ତି ଦୟାନିଧି । ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦୟାନିଧିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
|
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଦମେଇପାଲି ଗାଁ ରେ ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚାଲିଥିବା ଜାଣି ସୋମବାର ଅବକାରୀ ବିଭାଗ ଥାନା ଅଧିକାରୀ ସତ୍ୟ ନାରାୟଣ ଦାସ ଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବ୍ୟାପକ ଦେଶୀ ମଦ ସହିତ ବିଦେଶୀ ମଦ ଓ ମହୁଲ ପୋଚ ଜବତ ହୋଇଥିବା ଜଣାଯାଇଛି।
ଚଢ଼ାଉ ବେଳେ ଦମେଇପାଲି ଗାଁ ର ହରେକୃଷ୍ଣ ବରିହା,ବିଜୟ ବେହେରା, ଦଶରୁ ବରିହା ଏବଂ ଖଗେଶ୍ବର ରଣା ଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୯୫୦ ଲିଟର ମଦ,୧୫ ଲିଟର ବିଦେଶୀ ମଦ ,(ବିୟର) ଏକ ଫ୍ରିଜ ସହ ୬ କ୍ଵିଣ୍ଟାଲ ୫୦ କେଜି ମହୁଲ ପୋଚ ସହ ମଦରନ୍ଧା ଉପକରଣ ଜବତ କରିଥିବା ଜଣାପଡିଛି। ଏକା ସାଙ୍ଗରେ ଗୋଟିଏ ଗାଁରେ ଏତେ ପରିମାଣ ରେ ମହୁଳି ମଦ ମିଳିଥିବା ଚର୍ଚ୍ଚା ର ବିଷୟ ହେଉଛି। ଏନେଇ ପାଟଣାଗଡ଼ ଅବକାରୀ ଥାନା ରେ ଚାରୋଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଅବକାରୀ ବିଭାଗ ଅଧିକାରୀ ସତ୍ୟ ନାରାୟଣ ଦାସ ପ୍ରକାଶ କରିଛନ୍ତି।
|
ଏହାର ପରିଚାଳନା ପାଇଁ ୧୩୩୫ ମେଗାଓ୍ବାଟର ନବୀକରଣଯୋଗ୍ୟ ଉର୍ଜା ଉତ୍ସ କାର୍ଯ୍ୟକାରୀ କରିବାକୁ ଚୁକ୍ତିନାମା ସ୍ବାକ୍ଷର କରିଛି
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର : ଅକ୍ଷୟ ଉର୍ଜା ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ପୁନଃନବୀକରଣ ଯୋଗ୍ୟ ଶକ୍ତି ଏବଂ ଜୈବ ଇନ୍ଧନ ଭଳି ସ୍ଥାୟୀ ବିକଳ୍ପ ସହିତ ଏହାର ଶକ୍ତି ପୋର୍ଟଫୋଲିଓକୁ ବିବିଧ କରିବା ଲାଗି ନିଜର ପ୍ରତିବଦ୍ଧତାକୁ ଦର୍ଶାଇଛି । ଏହି ଲକ୍ଷ୍ୟ ଦିଗରେ କମ୍ପାନି ୧୩୩୫ ମେଗାଓ୍ବାଟରୁ ଅଧିକ ଅକ୍ଷୟ ଶକ୍ତି ଉତ୍ସ ବ୍ୟବହାର କରିବାକୁ ଦୀର୍ଘକାଳୀନ ଶକ୍ତି ବିତରଣ ଚୁକ୍ତି କରିଛି । ଏହା ଉଭୟ ସ୍ତର ଓ ପବନ ଶକ୍ତିର ମିଶ୍ରଣକୁ ନେଇ ଗଠିତ ହେବ ଯାହା ଓଡ଼ିଶା ଓ ଛତିଶଗଡ଼ର ବେଦାନ୍ତ ଆଲୁମିନିୟମ କାର୍ଯ୍ୟକୁ ଶକ୍ତି ଯୋଗାଇବାରେ ସହଯୋଗ କରିବ । ଏହା ମଧ୍ୟ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ୩.୨ଟନ ସିଓ୨ର ହ୍ରାସ କରିବ ଯାହା ବେଦାନ୍ତର ତିକାର୍ବନାଇଜେସନ ଲକ୍ଷ୍ୟରେ ଏକ ବଡ଼ ଯୋଗଦାନ ଦେବ ।
ଅକ୍ଷୟ ଉର୍ଜା ଦିବସର ଏକ ନୂଆ ପଦକ୍ଷେପ ଯାହାକି ୨୦୦୪ ମସିହାରେ ଭାରତ ସରକାରଙ୍କ ପଦକ୍ଷେପ ନୂତନ ତଥା ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରାଳୟ ଦ୍ବାରା ଆରମ୍ଭ ହୋଇଥିଲା । ଏହା ବୈଷୟିକ ଉଦ୍ଭାବନ ଓ ବିକେନ୍ଦ୍ରୀକରଣ ଶକ୍ତି ଉତ୍ପାଦନ ମାଧ୍ୟମରେ ଅକ୍ଷୟ ଶକ୍ତି ଉତ୍ସ ଗୁଡ଼ିକର ବ୍ୟାପକତାକୁ ଗ୍ରହଣ କରେ ।
ବେଦାନ୍ତ ଆଲୁମିନିୟମ ମଧ୍ୟ ଏହାର ଶକ୍ତି ମିଶ୍ରଣରେ ଜୈବ ଇନ୍ଧନ ବ୍ୟବହାରକୁ ସକ୍ରିୟ ଭାବେ ପ୍ରୟୋଗ କରିବା ଲାଗି ଅନୁସନ୍ଧାନ କରୁଛି । ବାଲକୋ (ଛତିଶଗଡ଼)ଭାରତର ଆଇକନିକ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତର ଝାରସୁଗୁଡ଼ାର ଏକ ସହାୟକ କମ୍ପାନି ସମେତ କୃଷି ଅବଶେଷାଶରୁ ଉତ୍ପାଦିତ ବାୟୋମାସ ପେଲେଟ ଏବଂ କ୍ରିକେଟ ବ୍ୟବହାରକୁ କମ୍ପାନି ଗ୍ରହଣ କରୁଛି । ବିଗତ ଦୁଇ ବର୍ଷ ମଧ୍ୟରେ କମ୍ପାନି ଏହାର ବହୁ କାର୍ଯ୍ୟରେ ଇନ୍ଧନ ବ୍ୟବହାରକୁ ସଫଳତାର ସହ ପାଇଲଟ କରିଛି, ବେଦାନ୍ତ ଆଲୁମିନିୟମ ୧୧.୨୯ କୋଟି ଜୈବ ଇନ୍ଧନ ବ୍ୟବହାର କରିଛି, ଯାହା ଦ୍ବାରା ଇନ୍ଧନ ବ୍ୟବହାରରୁ ୧୬.୦୭ ଟନ ସିଓ୨ ନିର୍ଗମନ ହ୍ରାସ ପାଇଛି ।
ଏହି ପ୍ରୟାସ ଏହାର ଶକ୍ତି ମିଶ୍ରଣକୁ ବହୁବିଧ କରିବାରେ ସହାୟକ ହୋଇଥାଏ ଓ ପାରଂପାରିକ ଇନ୍ଧନର ଅଭାବ ସମୟରେ ଏକ ଉପଯୋଗୀ ବିକଳ୍ପ ଭାବେ କାର୍ଯ୍ୟ କରେ । ଅଧିକନ୍ତୁ ଏହା ଫସଲ ଅବଶିଷ୍ଟାଶରୁ ମିଳୁଥିବାରୁ କୃଷକଙ୍କୁ ମଧ୍ୟ ଉତ୍ସାହିତ କରିଥାଏ ।
୨୦୫୦ ସୁଦ୍ଧା ନେଟ ଜିରୋ କାର୍ବନ ନିର୍ଗମନ ଉପରେ ଧ୍ୟାନ ଦେଇ ବେଦାନ୍ତ ଏହାର କାର୍ଯ୍ୟକଳାପକୁ ଡିକାର୍ବନାଇଜେସନ କରିବା ଲକ୍ଷ୍ୟରେ ରହିଛି । ଏହାର ଶକ୍ତି କ୍ଷେତ୍ରରେ ଅକ୍ଷୟ ଶକ୍ତି ପରିମାଣ ବଢାଇଛି, ଶକ୍ତି ଉପଯୋଗକୁ କମ କରିବା ଲାଗି କାର୍ଯ୍ୟଦକ୍ଷତା ବୃଦ୍ଧି କରିଛି, କମ କାର୍ବନ ଓ ସନ୍ଥ ଇନ୍ଧନ ଉପଯୋଗ କରୁଛି ।
ଏହାର ଶକ୍ତି ପୋର୍ଟଫୋଲିଓରେ ଏକ ଆବଶ୍ୟକୀୟ ଅଂଶ ଭାବେ ଅକ୍ଷୟ ଶକ୍ତି ପ୍ରତି କଂପାନିର ପରିବର୍ତନ, ଉତ୍ପାଦନ ନୂଆ ଧାରାକୁ ସକ୍ଷମ କରୁଛି । ବେଦାନ୍ତ ଆଲୁମିନିୟମ ଭାରତରେ ପ୍ରଥମ ଏହାର ସର୍ବଭାରତୀୟ ଗ୍ରାହକ ଆଧାର ଲାଗି କାର୍ବନ ସବୁଜ ଆଲୁମିନିୟମ, ବ୍ରାଣ୍ଡେଡ ରେସ୍ତୋରା ଓ ରେସ୍ତୋରା ଅଲଟ୍ରା ପ୍ରଦାନ କରିଥାଏ । ଉଲ୍ଲେଖଯୋଗ୍ୟଯେ କମ୍ପାନି ମଧ୍ୟ ଆଥିର୍କ ବର୍ଷ ୨୨ରେ ଅକ୍ଷୟ ଶକ୍ତିର ଭାରତରେ ବୃହତ ଶିଳ୍ପ ଉପଭୋକ୍ତା ଥିଲା ଓ ଏହା ପ୍ରାୟ ୩ ବିଲିୟନ ୟୁନିଟ କ୍ରୟ କରିଥିଲା ।
ଏଠି ସଂରକ୍ଷଣ ଓ ଏହାର କାର୍ବନ ଫୁଟ ଫୁଟ ହ୍ରାସ କରିବା ଦିଗରେ ବେଦାନ୍ତ ଆଲୁମିନିୟମ ନରନ୍ତର ଯାତ୍ରା କରି ଅନେକ ମାଇଲ ଖୁଟ ଅତିକ୍ରମ କରିଛି
• ଆର୍ଥିକ ବର୍ଷ ୨୩ରେ ୧.୩୬ ନିୟୁତ ଜିଜେ ଶକ୍ତି ସଂରକ୍ଷଣ କରିଛି
• ଲିଥିୟମ ଆୟନ ବ୍ୟାଟେରି ଚାଳିତ ଇଭି ଫର୍କ ଲିଫ୍ଟ ପ୍ରଚଳନ କରିଛି । ଏହା ଦ୍ଵାରା ପ୍ରାୟ ୧୬୦୦ ଟନ ସିଓ୨ କାର୍ବନ ନିର୍ଗମନ ହ୍ରାସ ହେବ ।
• ୨୦୧୨ ବେସଲାଇନରୁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ତୀବ୍ରତାକୁ ଆର୍ଥିକ ବର୍ଷ ୨୦୨୨ ସୁଦ୍ଧା ୨୪% ହ୍ରାସ କରିଥିଲାବେଳେ ସମାନ ଅବଧି ପାଇଁ ଏହା ଆଠଗୁଣା ବୃଦ୍ଧି ହୋଇଛି ।
• ୨୦୩୦ ସୁଦ୍ଧା ଏହାର ହାଲୁକା ମଟର ଯାନ ଫୁଟର ୧୦୦% ଏବଂ ୨୦୩୫ ସୁଦ୍ଧା ୭୫% ଖଣି ଫୁଟର ଡିକର୍ବେନାଇଜେସନ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି |
|
ଆପଣ ହାତୀକୁ ଅନେକ ଜାଗାରେ ଦେଖିଥିବେ । ଏପରିକି ସର୍କସରେ ମଧ୍ୟ ହାତୀକୁ ବିଭିନ୍ନ କାରନାମା କରୁଥିବାର ଆପଣ ଦେଖିଥିବେ । ଫିଲ୍ମ ହାତୀ ମେରେ ସାଥୀରେ ମଧ୍ୟ ହାତୀମାନେ ଚମତ୍କାର କାର୍ଯ୍ୟ କରିଥିଲେ । କିନ୍ତୁ ଆପଣ କେବେ ସଙ୍ଗୀତକାର ହାତୀ ବିଷୟରେ ଶୁଣିଛନ୍ତି କି ? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁଥିରେ ଏକ ହାତୀ ମାଉଥ୍ ଅର୍ଗାନ ବଜାଉଥିବାର ଦୃଶ୍ୟ ରହିଛି ।
ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ମଣିଷ ମାନଙ୍କ ମଧ୍ୟରେ ରହୁଥିବା ହାତୀଟିକୁ ଗାଧୋଇ ଦିଆ ଯାଉଛି । ହାତୀଟିକୁ ଖାଦ୍ୟ ଖୁଆଇ ଦିଆଯାଉଛି । ଏପରିକି ତାକୁ ସଜେଇ ଦିଆଯାଉଛି । ହାତୀଟିର ସ୍ୱତନ୍ତ୍ର ଯତ୍ନ ନିଆଯାଉଛି । କିନ୍ତୁ କାହିଁକି ? ହାତୀଟି ପାଖରେ ଏମିତି କଣ ରହିଛି ? ଏହି ହାତୀ ପାଖରେ ଏମିତି କଣ ଖାସ କଳା ରହିଛି ଯେଉଁଥିପାଇଁ ତାକୁ ଏତେ ପ୍ରାଧାନ୍ୟତା ଦିଆଯାଉଛି । ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।
ତେବେ ହାତୀଟି ସଙ୍ଗୀତର ସ୍ୱର ସହ ଖେଳିଥାଏ । ହାତୀଟି ନିଜ ପାଟିରେ ମାଉଥ୍ ଅର୍ଗାନ ବଜାଇଥାଏ । ହାତୀଟିକୁ ଯେତେବେଳେ ମାଉଥ ଅର୍ଗାନ ଦିଆଯାଇଥିଲା, ସେତେବେଳେ ସେ ଏହାକୁ ନିଜ ଶୁଣ୍ଢରେ ନେଇଥିଲା ଏବଂ ଏହା ଭିତରୁ ଅତି ସୁନ୍ଦର ସ୍ୱର ବାହାର କରିଥିଲା । ମାଉଥ ଅର୍ଗାନ ବଜାଉଥିବାର ଏହୁ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
ତାମିଲନାଡୁର କୋୟମ୍ବଟୁରରେ ଏଣ୍ଡଲ ନାମକ ଏକ ହାତୀ ରହିଛି । ଯିଏକି ଏଲିଫାଣ୍ଟ ରିଜୁଭେନେସନ କ୍ୟାମ୍ପରେ ଭାଗ ନେଉଛନ୍ତି । ଏହି କ୍ୟାମ୍ପରେ ତାମିଲନାଡୁର ମନ୍ଦିର ଗୁଡିକରୁ ୩୨ଟି ହାତୀ ଭାଗ ନେଉଛନ୍ତି । କିନ୍ତୁ ଏଣ୍ଡଲ ନାମକ ଏହି ହାତୀ ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯିଏକି ମାଉଥ ଅର୍ଗାନ ବଜାଉଛି । କିନ୍ତୁ ୧୬ ବର୍ଷୀୟ ଏହି ହାତୀଟି କେଉଁଠାରୁ ଏହି କଳା ଶିଖିଛି ତାହା କେହି ହେଲେ ମଧ୍ୟ ଜାଣିନାହାନ୍ତି । କିନ୍ତୁ ହାତୀଟିର ଏହି ସୁନ୍ଦର କଳାରେ ସମସ୍ତେ ମୁଗ୍ଧ ହୋଇଯାଇଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଯେ, ଏଣ୍ଡଲ ବହୁତ ଅନୁଶାସିତ ।
ଆଗକୁ ପଢନ୍ତୁ
ହାତୀଟିର ମାହୁନ୍ତ କହିଛନ୍ତି ଯେ, ହାତୀଟି ଗେମ୍ସ ଖେଳିଥାଏ । ସେମାନେ ହାତୀକୁ ଏପରି କରିବାକୁ କୌଣସି ନିର୍ଦ୍ଦେଶ ଦେବାକୁ ପଡିନଥାଏ । ହାତୀଟି ନିଜେ ନିଜେ ଏପରି କରିସ୍ମା ଦେଖାଇଥାଏ । ତେବେ ହାତୀଟି ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାଏ । ହାତୀଟି ଆକାରରେ ବଡ ହେଲେ ମଧ୍ୟ ତାର କଳା କାରନାମା ଏକ ୫ ବର୍ଷର ଛୋଟ ପିଲାର କାର୍ଯ୍ୟକଳାପ ଭଳି ।
ସରକାରୀ ଆକଳନ ଅନୁସାରେ, ଭାରତର ୫୦ ପ୍ରତିଶତ ହାତୀ ଏସିଆଟିକ ଏଲିଫ୍ୟାଣ୍ଟ ଅଟନ୍ତି । ଯାହାଙ୍କୁ ଅତି ଚତୁର ବୋଲି କୁହାଯାଇଥାଏ । ୱାଇଲ୍ଡ ଲାଇଫ ଆକଳନ ଅନୁସାରେ, ଏହି ହାତୀ ମାନଙ୍କର ସଂଖ୍ୟା ୨୭ ହଜାର ୩୧୨ ଅଟେ । ଯେଉଁମାନଙ୍କୁ ସାରା ଦୁନିଆ ଦୁର୍ଲଭ ଜୀବ ବୋଲି ମାନିଥାନ୍ତି ।
ଏଣ୍ଡଲ ହାତୀର ଏଭଳି କାରନାମା ଏବେ ସମସ୍ତଙ୍କୁ ମୁଗ୍ଧ କରିଛି । ହାତୀଟି ଲୋକମାନଙ୍କୁ ନିଜ ସଙ୍ଗୀତରେ ମନ୍ତ୍ରମୁଗ୍ଧ କରୁଛି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
|
ଡିଆରଡିଓ ପକ୍ଷରୁ ବିକଶିତ କରୋନା ଔଷଧ 'ଟୁ-ଡିଜି'ର ଶୁଭାରମ୍ଭ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ କଲେ ଉଦଘାଟନ
ରାଜଧାନୀ ଦିଲ୍ଲୀର ବିଭିନ୍ନ ହସପିଟାଲରେ ବଂଟାଯିବ ୧୦ ହଜାର ଡୋଜ୍
କନକ ବ୍ୟୁରୋ : ଆଜି ଶୁଭାରମ୍ଭ ହେଲା ଡିଆରଡିଓ ବିକଶିତ କରିଥିବା କରୋନା ଔଷଧ 'ଟୁ-ଡିଜି' । ଡକ୍ଟର ରେଡିସ୍ ଲାବୋରେଟୋରିଜ୍ ସହ ମିଳିତ ଭାବେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଅର୍ଗାନାଇଜେସନ୍ ଏହି ଔଷଧ ତିଆରି କରିଛି । ଉଦଘାଟନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହଷବର୍ଦ୍ଧନ ଉପସ୍ଥିତ ଅଛନ୍ତି । ଆଜି ରାଜନାଥ ସିଂ ୧୦ ହଜାର ଡୋଜ୍ ବଂଟନ କରିବେ । ଦିଲ୍ଲୀର କିଛି ହସପିଟାଲରେ ଏହାକୁ ଦିଆଯିବ ।
'ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍' ବା 'ଟୁ-ଡିଜି' ନାମକ ଏହି ଔଷଧ କରୋନା ଚିକିତ୍ସାରେ ବେଶ ଉପଯୋଗୀ ହେବ ବୋଲି କୁହାଯାଇଛି । କରୋନା ବିରୋଧରେ ଲଢ଼ିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା, ଏହାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ । ଦ୍ୱିତୀୟ ଓ ତୃତୀୟ କ୍ଲିନିକାଲ ଟ୍ରାଏଲରେ ଏହା ଫଳପ୍ରଦ ହୋଇଥିବା ସୂଚନା ମିଳିଛି । ବିଶେଷ କରି ହସପିଟାଲରେ ରୋଗୀଙ୍କ ରହଣୀ ସମୟକୁ ଏହି ଔଷଧ କମାଇ ଥାଏ । ଏବଂ ଅକ୍ସିଜେନ୍ ଉପରେ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିଥାଏ । ଏହି ମେଡିସିନ୍ ପାଉଡର ଆକାରରେ ମିଳେ, ଏହାକୁ ପାଣିରେ ମିଶାଇ ରୋଗୀଙ୍କୁ ଦିଆଯାଇଥାଏ ।
|
ଚଣ୍ଡିଗଡ଼: ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କୁ ପଞ୍ଜାବ ଆଇକନ୍ ପଦରୁ ହଟାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସୋନୁ ନିଜେ ନିଜ ଇଚ୍ଛାରେ ଏହି ପଦରୁ ଓହରିଯାଇଥିବା ସେ କହିଛନ୍ତି । ପରିବାରର ଜଣେ ସଦସ୍ୟ ଆଗାମୀ ନିର୍ବାଚନରେ ସାମିଲ ହେଉଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।
ବର୍ଷକ ପୂର୍ବରୁ ପଞ୍ଜାବ ନିର୍ବାଚନ କମିଶନ୍ ସୋନୁ ସୁଦଙ୍କୁ ପଞ୍ଜାବ 'ଆଇକନ' ଭାବେ ନିଯୁକ୍ତ କରିଥିଲେ । ହେଲେ ଏହି ପଦରୁ ଜାନୁଆରି ୪ ତାରିଖରେ ଓହରି ଯାଇଛନ୍ତି ନିର୍ବାଚନ କମିଶନ । ଗତ ନଭେମ୍ବର ମାସରେ ରାଜନୀତିରେ ସୋନୁଙ୍କ ପ୍ରବେଶକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ସୋନୁ ସୁଦ । ଆଉ କହିଥିଲେ ସେ ନୁହଁନ୍ତି ବରଂ ତାଙ୍କ ଭଉଣୀ ରାଜନୀତି ଦୌଡରେ ଭାଗନେବେ ।
କରୋନାର ପୂର୍ବ ଲହର ମାନଙ୍କରେ ଦେଶରେ ହଇଚଇ ସୃଷ୍ଟିି ହୋଇଥିବାବେଳେ ସୋନୁ ସୁଦଙ୍କ ଅବଦାନ ଅତୁଳନୀୟ ଥିଲା । ଦୂରଦୂରାନ୍ତରୁ ସ୍ଥାନାନ୍ତରିତ ହେଉଥିବା ଲୋକଙ୍କୁ ଘରେ ପହଞ୍ଚାଇବାର ବ୍ୟାପକ ବ୍ୟବସ୍ଥା କରିଥିଲେ ସୋନୁ । କରେନାରେ ଜୀବିକା ହରାଇ ସମସ୍ୟାରେ ଥିବା ଲୋକଙ୍କ ପାଖରେ ସୋନୁ ଅବଶ୍ୟକୀୟ ସୁବିଧା ଯୋଗାଇଦେଇଥିଲେ । ସେଥିପାଇଁ ଲୋକେ ତାଙ୍କୁ ଦେବଦୂତ ବୋଲି ଆଖ୍ୟା ଦେଇଥିଲେ । ଏହାପରେ ପଞ୍ଜାବ ସରକାର ସୋନୁ ସୁଦଙ୍କୁ ରାଜ୍ୟର ଆଇକନ ଭାବେ ନିଯୁକ୍ତ କରିଥିଲେ । ହେଲେ ଭଉଣୀର ରାଜନୀତିରେ ପ୍ରବେଶ ପରେ ତାଙ୍କୁ ଏହି ପଦ ଛାଡିବାକୁ ପଡିଛି ।
ସୂଚନା ମୁତାବକ, ସୋନୁଙ୍କ ଭଉଣୀ ମାଲବିକା କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥିପାଇଁ ସେ ରାଲି କରିବା ସହ ସଭାରେ ମଧ୍ୟ ଯୋଗ ଦେବା ଆରମ୍ଭ କଲେଣି ।
|
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ସିବିଏସଇ ମାଟ୍ରିକ ରେଜଲ୍ଟ । କରୋନା କଟକଣା ମଧ୍ୟରେ ରେଜଲ୍ଟ ମଧ୍ୟାହ୍ନ ୧ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଏହା ବ୍ୟତୀତ ପଞ୍ଜୀକୃତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏସଏମଏସ୍, ଡିଜିଲକର ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ। ସୁଚନା ଅନୁସାରେ କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ ପରୀକ୍ଷା ବନ୍ଦ କରାଯାଇଥିଲା ।
ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍ରେ ପରୀକ୍ଷା ଦେଇ ପାରିବେ। କୋଭିଡ-୧୯ ସ୍ଥିତି ସୁଧୁରିଲେ ଏହି ଅଫଲାଇନ ପରୀକ୍ଷା ଆୟୋଜନ କରାଯିବ । ସିବିଏସ୍ଇର ଅଫିସିଆଲ ସାଇଟ୍ cbseresults.nic.inକୁ ଯାଇ ଛାତ୍ରଛାତ୍ରୀ ମାନେ ସେମାନଙ୍କର ପରୀକ୍ଷା ଫଳ ଦେଖିପାରିବେ।
|
ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ଗଞ୍ଜାମ ସହର ଠାରୁ ଅନତି ଦୂରରେ ରହିଥିବା ଛତ୍ରପୁର ଓ ଏସ ଏ ପି ଅଷ୍ଟମ ବାଟାଲିୟନ ର ସିପାହୀ ମାନେ ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକ ଙ୍କୁ ବିପଦ ମଧ୍ୟରୁ ଉଦ୍ଧାର କରି ଚର୍ଚ୍ଚିତ ହେଉଥିବା ଏବଂ ସମାଜ ର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟକରି ଆସୁଥିବା ସିପାହୀ ମାନେ ବର୍ତ୍ତମାନ କରୋନା ମାହାମାରୀ ସମୟରେ ପ୍ଲାଜମା ଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବାଟାଲିୟନ ର ସିପାହୀ ମାନେ ଲୋକ ଙ୍କ ସେବା କରି 102 ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କଟକ ଓ ବ୍ରହ୍ମପୁର ବଡ ମେଡିକାଲ କୁ ଯାଇ 52 ଜଣ ପ୍ଲାଜମା ଦାନ କରିସାରିଥିବା ବାଟାଲିୟନ ହାବିଲଦାର ଓ ସିପାହୀ ଶାଖା ସଂଘ ସଭାପତି ପ୍ରଭାକର ବେହେରା ସୂଚନା ଦେଇଛନ୍ତି। ଏବଂ ସିପାହୀ ମାନେ ପ୍ରତ୍ୟହ କୋଭିଡ ଟେଷ୍ଟିଙ୍ଗ କରୁଛନ୍ତି। ବର୍ତ୍ତମାନ 52 ଜଣ ସିପାହୀ ପ୍ଲାଜମା ଦାନ ମହତ କାର୍ଯ୍ୟ କୁ ଦୁର୍ଗପତି ସୂର୍ଯ୍ୟନାରାୟଣ ମଲିକ ଉଚ୍ଚ ପ୍ରସଂଶା କରିଛନ୍ତି। 8 ବଟାଲୀୟନ ଏପରି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରୁ ଭୁୟସୀ ପ୍ରସଂଶା କରାଯାଇଛି।
|
ଆଜି ହେଉଛି ଧନତେରାସ। ଦୀପାବଳି ପର୍ବ ଧନତେରାସରୁ ଆରମ୍ଭ ହୋଇଥାଏ। ଶାସ୍ତ୍ର ଅନୁସାରେ ଧନତେରାସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ଚିକିତ୍ସକ ଭଗବାନ ଧନ୍ବନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଧନତେରାସ ଭଗବାନ ଧନ୍ବନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ବର୍ଷା କରିବାର ପର୍ବ ଅଟେ। ଧନତେରାସ ଦିନ ଧନ ପ୍ରାପ୍ତି ଏବଂ ସମସ୍ୟାକୁ ଦୂର କରିବା ପାଇଁ କିଛି ଉପାୟ କରାଯାଇଥାଏ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ
ଧନତେରାସ ଦିନ ଚାନ୍ଦି କିଣିବାର ପ୍ରଥା ରହିଛି। ଯଦି ସମ୍ଭବ ନ ହେବ ତେବେ କୌଣସି ବାସନ କିଣନ୍ତୁ। ବିଶ୍ବାସ ଅନୁସାରେ ଏହା ଚନ୍ଦ୍ରମାର ପ୍ରତୀକ ହୋଇଥାଏ ଯାହା ମନକୁ ସନ୍ତୋଷ ଏବଂ ଶୀତଳତା ପ୍ରଦାନ କରିଥାଏ। ସନ୍ତୋଷକୁ ସବୁଠୁ ବଡ଼ ଧନ କୁହାଯାଇଥାଏ।
ଏହି ଦିନ ଆପଣଙ୍କୁ ନିଜ ଘରେ କିମ୍ବା ଦୋକାନର ଲକରରେ ଲକ୍ଷ୍ମୀଙ୍କ ଏପରି ଚିତ୍ର ଲଗାଇବା ଉଚିତ୍। ଯେଉଁଥିରେ ମା ଲକ୍ଷ୍ମୀ ପଦ୍ମଫୁଲ ଉପରେ ଧନବର୍ଷା ମୁଦ୍ରାରେ ବସିଛନ୍ତି ଏବଂ ୨ ହାତୀ ଶୁଣ୍ଢ ଉଠାଇଥିବା ନଜର ଆସୁଛନ୍ତି। ଏପରି କରିବା ଦ୍ବାରା ଲକରରେ ସବୁବେଳେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।
ଧନତେରାସ ଦିନ ବଜାରରୁ ୧୧ ଗୋମତୀ ଚକ୍ର ନେଇ ଆସନ୍ତୁ ଏବଂ ଏଥିରେ ଚନ୍ଦନ ଲଗାଇ ଲକ୍ଷ୍ମୀ ପୂଜା କରନ୍ତୁ ଏବଂ ଲକ୍ଷ୍ମୀ ମନ୍ତ୍ର ଜପ କରନ୍ତୁ। ଧନ-ଧାନ୍ୟର ଅଭାବ ହେବ ନାହିଁ।
ମା ଲକ୍ଷ୍ମୀଙ୍କ ପ୍ରସନ୍ନତା ପାଇଁ ଧନତେରାସରେ ନୂଆ ଝାଡ଼ୁ ଘରେ ଆଣିବା ଅତ୍ୟନ୍ତ ସମୃଦ୍ଧି ଦାୟକ କୁହାଯାଇଛି। ଝାଡ଼ୁରେ ସଫା ହୋଇଥାଏ ଏବଂ ସ୍ବଚ୍ଛ ଘରେ ମା ଲକ୍ଷ୍ମୀ ବାସ କରନ୍ତି।
ଧନତେରାସ ଦିନ ଭଗବାନ କୁବେରଙ୍କ ପୂଜା କରାଯାଇଥାଏ ଏବଂ ତାଙ୍କ ଦିଗ ଉତ୍ତର ହୋଇଥାଏ। ଏଥିପାଇଁ ଧନତେରାସ ଦିନ ନଗଦ ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କୁ ଧନ ଲାଭ ହେବ।
ମା ଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ପୂଜା ପରେ ରାତିରେ କେଶର କିମ୍ବା ହଳଦୀରେ ରଙ୍ଗିତ ୨୧ ଚାଉଳର ସାବୁ ଦାନା ଲାଲ ଲୁଗାରେ ବାନ୍ଧି ଲକର କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖିବା ଉଚିତ୍ । ଏପରି କରିବା ଦ୍ବାରା ସମୃଦ୍ଧି ଆସିଥାଏ।
ଏହି ଦିନ ଆପଣଙ୍କୁ ମା ଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ରକୁ ସ୍ଥାପିତ କରି ଏହାର ପୂଜା କରିବା ଉଚିତ୍। ଦୀପାବଳି ପର୍ଯ୍ୟନ୍ତ ପୂଜା କରିବା ପରେ ଆପଣ ଏହାକୁ ଘର କିମ୍ବା ଅଫିସର ଉତ୍ତର ଦିଗରେ ରଖି ଦିଅନ୍ତୁ କିମ୍ବା କାନ୍ଥରେ ଲଗାନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କୁ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ।
ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ପରିବାରରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ଆପଣ ଧନତେରାସ ଦିନ ଅନ୍ନ ଏବଂ ଔଷଧ ଦାନ ନିଶ୍ଚୟ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଖୁବ୍ ଶୀଘ୍ର ସମାପ୍ତ ହୋଇଯିବ।
ଯଦି ଆପଣଙ୍କୁ କୌଣସି ପ୍ରକାରର ଭୟ ରହୁଛି କିମ୍ବା ଆପଣ ନିଜ ଶତ୍ରୃଙ୍କ ପାଇଁ ଚିନ୍ତିତ ଅଛନ୍ତି ତେବେ ଆପଣ ଧନତେରାସ ଦିନ ହନୁମାନଙ୍କ ଆଗରେ ଚମେଲି ତେଲର ଦୀପ ଅବଶ୍ୟ ଜଳାନ୍ତୁ। ଏବଂ ୧୧ଟି ଓସ୍ତ ପତ୍ରରେ ଶ୍ରୀ ରାମ ଲେଖି ତାଙ୍କ ମାଳା ବନାଇ ଚଢ଼ାନ୍ତୁ ଏବଂ ସେଠାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ। ଏହି ଉପାୟ କଲେ ଆପଣଙ୍କୁ ଲାଭ ହେବ।
ଧନତେରାସରେ ରାତିରେ ଦକ୍ଷିଣ ଦିଗରେ ଯମଙ୍କ ଦୀପ ନିଶ୍ଚୟ ଜଳାନ୍ତୁ। ଏପରି କରିବା ଦ୍ବାରା ଅକାଳ ମୃତ୍ୟୁର ଭୟ ରହିବ ନାହିଁ ଏବଂ ନୀରୋଗ ରହିବେ।
|
କାହାଣୀରେ ଜଗନ୍ନାଥ
କାହାଣୀରେ ଜଗନ୍ନାଥ3 mins 145 3 mins 145
ନୀତିଶିକ୍ଷା କାଳାଂଶରେ ଜଗନ୍ନାଥଙ୍କ ବିଷୟରେ କହୁ କହୁ ରଘୁ ଗୁରୁଜୀ କହିଦେଲେ," ଜଗନ୍ନାଥ ହେଉଛନ୍ତି ସମନ୍ୱୟର ଠାକୁର, ସେ ହେଉଛନ୍ତି ସର୍ବଧର୍ମ ସମନ୍ବୟର ପ୍ରତୀକ। "
ଇତିହାସରେ ପଢ଼ିଥିଲୁ ମଧ୍ୟଯୁଗରୁ ଆଜି ପର୍ଯ୍ୟନ୍ତ ହୋଇଥିବା ଅନେକ ସଂଘର୍ଷର କାରଣ ଥିଲା ଧର୍ମୀୟ ଭାବନା । ଓଡ଼ିଆଙ୍କ ପ୍ରାଣ ପ୍ରିୟ ପ୍ରଭୁ ଜଗନ୍ନାଥ ଜଣେ ହିନ୍ଦୁ ଦେବତା ବୋଲି ପିଲାଦିନରୁ ଶୁଣି ଆସୁଥିଲୁ। ହଠାତ୍ ଗୁରୁଜୀଙ୍କ ସମନ୍ବୟ ଶବ୍ଦଟି ଆମ ଭାବନାର ବେଗକୁ ଆହୁରି ତୀବ୍ରତର କରିଦେଲା।
ଗୁରୁଜୀଙ୍କ କଥା ସରିନଥିବା ବେଳେ ଆରମ୍ଭ ହେଇଗଲା କିଛି ଜିଜ୍ଞାସୁ ଛାତ୍ରଙ୍କ ଅସରନ୍ତି ପ୍ରଶ୍ନ। ସମସ୍ତଙ୍କ ପ୍ରଶ୍ନ ଶୁଣି ସାରିବା ପରେ ଗୁରୁଜୀ ପୁଣି କହିବା ଆରମ୍ଭ କଲେ.....
ଦେଖ , ତମେ ମାନେ ଚାରି ଧାମର ନାଁ ଶୁଣିଛ ? ଉତ୍ତରରେ ବଦ୍ରିନାଥ , ଦକ୍ଷିଣରେ ରାମେଶ୍ୱରମ୍ , ପଶ୍ଚିମରେ ଦ୍ବାରିକାନାଥ ଏବଂ ପୂର୍ବରେ ଜଗନ୍ନାଥ। ଅନ୍ୟ ସବୁ ଧାମରେ ପ୍ରଭୁଙ୍କ ନାମ ସ୍ଥାନୀୟ ଅଞ୍ଚଳ ଅନୁସାରେ ହୋଇଥିବା ବେଳେ ଆମ ଠାକୁରଙ୍କ ନାମ ଜଗନ୍ନାଥ ଅର୍ଥାତ୍ ଜଗତର ନାଥ । ଖାଲି କହି ଦେଲେ ତ ହବନି ଆମ କଥା କୁ ପ୍ରମାଣ କରିବାକୁ ପଡ଼ିବ। ପ୍ରଭୁ ଜଗନ୍ନାଥଙ୍କୁ ବିଷ୍ଣୁଙ୍କ ସ୍ବରୂପ ଭାବେ ପୂଜା କରାଯାଏ। କିଛି ଜଗନ୍ନାଥ ସଂସ୍କୃତି ଗବେଷକ ମତ ଦିଅନ୍ତି ପ୍ରଭୁ ଜଗନ୍ନାଥ ବିଷ୍ଣୁ, ପ୍ରଭୁ ବଳଭଦ୍ର ମହାଦେବ ଏବଂ ମା' ସୁଭଦ୍ରା ବ୍ରହ୍ମାଙ୍କ ପ୍ରତୀକ ଅଟନ୍ତି।
ଆଉ କିଛି ଗବେଷକ ବୁଦ୍ଧଙ୍କୁ , ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ବର୍ଣ୍ଣନା କରିଛନ୍ତି।
ପିଲାମାନେ ତମେ ବୁର୍ଖା ବିଷୟରେ ଜାଣିଛ ? ହୁଏତ ଦେଖି ଥିବ । ମୁସଲମାନ ନାରୀ ମାନେ ବାହାରକୁ ବାହାରିଲେ ବୁର୍ଖା ପିନ୍ଧନ୍ତି। ଏକ କଳା କପଡ଼ାର ବସ୍ତ୍ର ଯାହା ସମ୍ପୂର୍ଣ୍ଣ ଶରୀରକୁ ଆଚ୍ଛାଦିତ କରେ ଏବଂ ଖାଲି ଆଖି ଗୁଡ଼ିକ ଖୋଲାଥାଏ । ସେମିତି ମହାପ୍ରଭୁଙ୍କ ବସ୍ତ୍ର ସମ୍ପୂର୍ଣ୍ଣ ଶ୍ରୀଅଙ୍ଗକୁ ଆଚ୍ଛାଦିତ କରିଥାଏ ଏବଂ କେବଳ ଶ୍ରୀମୁଖ ଆମ ମାନଙ୍କୁ ଦୃଶ୍ୟମାନ ହୁଏ।
ଯୀଶୁ ଖ୍ରୀଷ୍ଟଙ୍କୁ କୃଶ ବିଦ୍ଧ କରି ହତ୍ୟା କରାଯାଇଥିଲା। ତେଣୁ ତାଙ୍କ ସ୍ମୃତିରେ ସେହି କୃଶ ବା ଇଂରାଜୀରେ କ୍ରସ୍ କୁ ସେହି ଧର୍ମର ପ୍ରତୀକ ରୂପେ ଗ୍ରହଣ କରାଯାଇଛି। ଯଦି ମହାପ୍ରଭୁଙ୍କ ମୂର୍ତ୍ତିକୁ ପଛପଟୁ ଦେଖାଯାଏ ତେବେ ତାହା ସେହି କ୍ରସ୍ ପରି ଦେଖାଯିବ।
ଆହୁରି ମଧ୍ୟ ବିଶ୍ଵାବସୁ ଏବଂ ବିଦ୍ୟାପତିଙ୍କ କାହାଣୀକୁ ବିଚାରକୁ ନିଆଯାଏ ତେବେ ଜଗନ୍ନାଥ ଉଭୟ ଶବର ଏବଂ ଆର୍ଯ୍ୟ ମାନଙ୍କ ଦ୍ଵାରା ପୂଜିତ। ଏବେ ବି ବେଦଜ୍ଞ ତଥା ଶୋତ୍ରୀୟ ବ୍ରାହ୍ମଣ , ଦଇତାପତି, ପତିମହାପାତ୍ର, ଭୋଇ, ମହାରଣା, ମହାଜନ, ସୁଆର,ଘଣ୍ଟୁଆ,ଘଟୁଆରୀ,ପାନରା,ଚୂନରା ଆଦି ଅନେକ ସେବାୟତ ପ୍ରଭୁଙ୍କ ସେବାରେ ନିୟୋଜିତ।
ଏବେ ଯଦି ପ୍ରଶ୍ନ ଉଠେ ମହାପ୍ରଭୁ ଯଦି ସବୁ ଧର୍ମକୁ ପ୍ରତିନିଧିତ୍ଵ କରନ୍ତି ତେବେ ହିନ୍ଦୁଙ୍କ ଛଡ଼ା ଅନ୍ୟ ମାନଙ୍କୁ ପ୍ରବେଶ ବାରଣ କାହିଁକି ? ତେବେ ଏହି ପ୍ରଶ୍ନର ଉତ୍ତର ହେଉଛି ସିଂହଦ୍ଵାର ଗୁମୁଟରେ ସ୍ଥାପିତ ପତିତପାବନ ବିଗ୍ରହ ଏବଂ ରଥଯାତ୍ରା ବା ପତିତ ପାବନ ଯାତ୍ରା। ପତିତପାବନ ହେଉଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଅବିକଳ ପ୍ରତିମୂର୍ତ୍ତି, ଯାହାଙ୍କୁ ମନ୍ଦିର ବାହାରୁ ଦର୍ଶନ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ପୂଣ୍ୟ ଅର୍ଜନ କରାଯାଇପାରେ।
ଏହା ପରେ ବି ପ୍ରତି ବର୍ଷ ଆଷାଢ଼ରେ ଆୟୋଜିତ ହୁଏ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଯାହା ନବଦିନାତ୍ମକ ଯାତ୍ରା ରୂପେ ନାମିତ। ମହାପ୍ରଭୁ ରତ୍ନ ସିଂହାସନ ଛାଡ଼ି ଆଷାଢ଼ ଶୁକ୍ଳ ଦ୍ଵିତୀୟା ବା ଶ୍ରୀଗୁଣ୍ଡିଚା ଦିନ ତିନି ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। ଗୁଣ୍ଡିଚା ମନ୍ଦିରର ସିଂହାସନ ଜନ୍ମ ବେଦୀ ବା ଆଡ଼ପ ମଣ୍ଡପ ଭାବେ ନାମିତ। ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ଦର୍ଶନ କଲେ ଶ୍ରୀମନ୍ଦିରରେ ବର୍ଷକର ଦର୍ଶନ ପୁଣ୍ୟ ଲାଭ ହୁଏ ବୋଲି ବିଶ୍ବାସ ରହିଛି। ନବମୀର ସନ୍ଧ୍ୟା ଦର୍ଶନ ମଧ୍ୟ ବିଶେଷ ମହତ୍ତ୍ଵ ରଖେ । ଏହା ପରେ ବାହୁଡ଼ା ଦଶମୀରେ ମହାପ୍ରଭୁ ଶ୍ରୀମନ୍ଦିର ଫେରି ଆସନ୍ତି କାରଣ ହେରାପଞ୍ଚମୀ ଦିନ ମା' ମହାଲକ୍ଷ୍ମୀ ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗି ନିଜ ରୋଷ ବିଷୟରେ ମହାପ୍ରଭୁଙ୍କୁ ଜଣାଇ ଦେଇଥାନ୍ତି ।
ବାହୁଡ଼ା ପରେ ହରିଶୟନ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ରଥ ଉପରେ ସୁନାବେଶ ବା ରାଜରାଜେଶ୍ଵର ବେଶ ରେ ସୁସଜ୍ଜିତ କରାଯାଏ। ଦ୍ବାଦଶୀ ଦିନ ଅଶରୀରୀ ମାନଙ୍କ ତୃପ୍ତି ପାଇଁ ଅଧର ପଣା ନୀତି ଅନୁଷ୍ଠିତ ହୁଏ। ମଣୋହୀ ପରେ ଅଧର ହାଣ୍ଡି ବା ପ୍ରଭୁଙ୍କ ଓଠ ପର୍ଯ୍ୟନ୍ତ ଉଚ୍ଚ ହାଣ୍ଡିକୁ ସେହି ରଥ ଉପରେ ହିଁ ଭାଙ୍ଗି ଦିଆଯାଏ। ଏହା କେବଳ ରଥର ପାର୍ଶ୍ଵ ଦେବତା ଏବଂ ଅଶରୀରୀ ପ୍ରେତାତ୍ମା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ। ଏହାକୁ ସାଧାରଣ ଲୋକ ପ୍ରସାଦ ରୂପେ ଗ୍ରହଣ କରିବା ନିଷେଧ।
ପରେ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ଏ ସବୁ ନୀତି କାନ୍ତି ଦ୍ବାରା ମନ୍ଦିରକୁ ପ୍ରବେଶ କରିପାରୁନଥିବା ଭକ୍ତ ମାନେ ବା ଅନ୍ୟ ସମ୍ପ୍ରଦାୟର ଲୋକମାନେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରନ୍ତି। ପତିତ ଅର୍ଥ ପାପୀ, ପାବନ ଅର୍ଥ ମୁକ୍ତି , ପତିତ ଜନଙ୍କୁ ଉଦ୍ଧାର କରିବା ଏହି ରଥଯାତ୍ରାର ଉଦ୍ଦେଶ୍ୟ, ସେଥି ପାଇଁ ଏହାର ଅନ୍ୟ ଏକ ନାମ ପତିତପାବନ ଯାତ୍ରା।
ଆହୁରି ମଧ୍ୟ କୁହା ଯାଇଛି ଦୋଳ (ବିମାନ)ରେ ଦୋଳଗୋବିନ୍ଦ, ଚାପ(ଡଙ୍ଗା) ରେ ମଧୁସୂଦନ ଏବଂ ରଥରେ ବାମନଙ୍କୁ ଦର୍ଶନ କଲେ ମନୁଷ୍ୟ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇ ଯାଏ ।
ଫାଲଗୁନ ମାସର ଦୋଳଯାତ୍ରା ଏବଂ ବୈଶାଖ ମାସର ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଯଥାକ୍ରମେ ରାମକୃଷ୍ଣ ଏବଂ ମଦନମୋହନ ମନ୍ଦିର ବାହାରକୁ ଆସିଥାନ୍ତି କିନ୍ତୁ ରଥଯାତ୍ରା ସମୟରେ ମହାପ୍ରଭୁ ନିଜେ ପ୍ରବେଶ ଅଧିକାର ପାଇ ନଥିବା ଭକ୍ତ ମାନଙ୍କୁ ଦର୍ଶନ ଦେବାପାଇଁ ବାହାରକୁ ଆସିଥାନ୍ତି।
ମହାପ୍ରଭୁଙ୍କ ଏହି ଅନନ୍ୟ ଲୀଳା ତାଙ୍କ ନାମକରଣର ଏକ ଯଥାର୍ଥ ପ୍ରମାଣ।"
ସବୁ କିଛି କହି ସାରିବା ପରେ ରଘୁ ଗୁରୁଜୀ ତଥା ଆମ ସବୁ ସାଙ୍ଗମାନଙ୍କ ହାତ ଉପରକୁ ଉଠି ଯାଇଥିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ।
|
ଆଜିଠୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ
ଆଜିଠାରୁ ଭୁବନେଶ୍ୱର ରାଜସ୍ଥାନର ଜୟପୁରକୁ ଆରମ୍ଭ ହେବ ବିମାନ ସେବା। ଏଥିପାଇଁ ପୂର୍ବରୁ ସେପ୍ଟେମ୍ବର ୧୭ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ। ଏହାପରେ ନଭେମ୍ବର ୨ରୁ ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ଚଳଚଳ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ।
ମନ୍ଦିରମାଳିନୀ ଭୁବନେଶ୍ୱରରୁ ଗୋଲାପୀ ସହର ଜୟପୁରକୁ ବିମାନ ସେବାର ସୁବିଧା ଯାତ୍ରୀମାନେ ପାଇପାରିବେ। ଆଜି ଭର୍ଚୁଆଲ ମୋଡ଼ରେ ଏହାର ଉଦଘାଟନ କରାଯାଇଥିଲା। ଉଦଘାଟନୀ ସମାରୋହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଇଣ୍ଡିଗୋ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମେ ୩ଟି ଇଣ୍ଡିଗୋ ବିମାନ ପ୍ରତି ସପ୍ତାହରେ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ଚଳାଚଳ କରିବ। ପ୍ରତ୍ୟେକ ସପ୍ତାହରେ ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ କରିବ। ରାତି ୯ଟା ୪୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଛାଡ଼ିବ। ପ୍ରତ୍ୟେକ ରାଉଣ୍ଡ ଟ୍ରିପ୍ ପିଛା ରାଜ୍ୟ ସରକାରଙ୍କୁ ୭୫ହଜାର ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏହି ସୁବିଧା ଉପଲବ୍ଧ ନଥିଲା। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ଚଳାଚଳ କରିବାକୁ ଓଡ଼ିଶା ସରକାର ଦାବି କରିଥିଲେ।
|
ଖୋଳା ହେବ କୁତବ ମୀନାର ପରିସର
ନୂଆଦିଲ୍ଲୀ: ଦିଲ୍ଲୀ କୁତବ ମୀନାର ନିର୍ମାଣକୁ ନେଇ ଚାଲିଥିବା ବିବାଦ ଭିତରେ ଐତିହାସିକ ପରିସରରେ ହେବ ଖନନ କାର୍ଯ୍ୟ। ଏନେଇ ସଂସ୍କୃତି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। କୁତବ ମୀନାର ପରିସରକୁ ଖୋଳାଯିବ ଏଥିସହ ମୂର୍ତ୍ତିଗୁଡିକର ଆଇକନୋଗ୍ରାଫି ତଇ ମୂର୍ତ୍ତିର ଫଟୋ ଓ ଭିଡିଓ ଉର୍ତ୍ତୋଳନ କରାଯାଇ ସେଗୁଡିକର ପରୀକ୍ଷା ନିରୀକ୍ଷା କରାଯିବ। ଏହାପରେ ଏଏସଆଇ ତରଫୁରୁ ସଂସ୍କୃତି ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ବିଭାଗ(ASI)କୁ ନିର୍ଦ୍ଦେଶ ଦିଆଯାଇଛି।
ଏକ ଐତିହାସିକ ରିପୋର୍ଟ ଆଧାରରେ କୁତବ ମୀନାର ପରିସରରେ ଖନନ କରାଯିବ। ଏହାପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀଙ୍କ ସହ ଯାଞ୍ଚ କରିବା ପରେ ସଂସ୍କୃତି ସଚିବ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ, କୁତବ ମୀନାରର ଦକ୍ଷିଣରେ ଏବଂ ମସଜିଦଠାରୁ ୧୫ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ। କେବଳ କୁତବ ମୀନାର ନୁହେଁ, ଅନଙ୍ଗତାଲ ଏବଂ ଲାଲକୋଟ ଦୁର୍ଗରେ ମଧ୍ୟ ଖନନ କାର୍ଯ୍ୟ କରାଯିବ।
କୁତବ ମୀନାର କମ୍ପ୍ଲେକ୍ସରେ ଖୋଳିବା କାମ ଆରମ୍ଭ କରିବାର ନିଷ୍ପତ୍ତି ପୂର୍ବରୁ ସଂସ୍କୃତି ସଚିବ ଗୋବିନ୍ଦ ମୋହନ ୧୨ ଜଣିଆ ଟିମ୍ ସହିତ ଯାଞ୍ଚ କରିଥିଲେ। ଏହି ଦଳରେ ୩ ଐତିହାସିକ, ୪ ASI ଅଧିକାରୀ ଏବଂ ଅନୁସନ୍ଧାନକାରୀ ଥିଲେ। ଏହି ପରିପ୍ରେକ୍ଷୀରେ, ASI ଅଧିକାରୀ କହିଛନ୍ତି, '୧୯୯୧ମସିହାରୁ କୁତବ ମୀନାରରେ ଖନନ କାର୍ଯ୍ୟ କରାଯାଇ ନାହିଁ। ଏଥିସହ ଅନେକ ରିସର୍ଚ୍ଚ କରିବା ବାକି ରହିଛି। ଏହି କାରଣରୁ ପରିସରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।'
ଉଲ୍ଲେଖଯୋଗ୍ୟ ଯେ, କୁତବ ମୀନାର ନିର୍ମାଣକୁ ନେଇ ଏଏସ୍ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଏକ ନୂଆ ଦାବି କରିଥିଲେ। ମୀନାରକୁ କୁତବଲ ଅଲ୍-ଦିନ ଆଇବାକ ନୁହେଁ ବରଂ ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ। ସୂର୍ଯ୍ୟର ଦିଗ ନିର୍ଣ୍ଣୟ ପାଇଁ ଏହାର ନିର୍ମାଣ କରାଯାଇଥିଲା ବୋଲି ଦାବି କରିଥିଲେ।
ନିକଟରେ କୁତବ ମୀନାରର ନାଁ ବଦଳାଇବା ପାଇଁ ମଧ୍ୟ ଦାବି ହୋଇଥିଲା। ଏହାପରେ କିଛି ହିନ୍ଦୁ ସଙ୍ଗଠନର କର୍ମୀ ସେଠାରେ ହନୁମାନ ଚାଳିଶା ପାଠ କରିଥିଲେ। ହିନ୍ଦୁ ସଙ୍ଗଠନ କୁତବ ମୀନାରର ନାଁ ବଦଳାଇ ବିଷ୍ଣୁ ସ୍ତମ୍ଭ ରଖିବା ପାଇଁ ଦାବି କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
|
ମୟୂରଭଞ୍ଜ: ବିଜୁ ଜନତା ଦଳ(ବିଜେଡି)ରୁ ଟିକେଟ୍ ନପାଇବା ପରେ ଦଳ ଛାଡ଼ିଥିବା ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଆଜି ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଲେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତରେ ଦଳରେ ଯୋଗ ଦେଇଛନ୍ତି। ସେଥିପାଇଁ ପ୍ରବୀଣ ଭଞ୍ଜଦେଓ ମଙ୍ଗଳବାର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କୃଷ୍ଣନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ମଝିରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତରେ ପଦ୍ମ ଧରିଲେ ପୂର୍ବତନ ବିଜେଡି ନେତା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ଏହି ସଭାରେ ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା , ରାଜ୍ୟ ସଭାପତି ବସନ୍ତ ପଣ୍ଡା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଡାକ୍ତର ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଦଳରୁ କୌଣସି ଟିକେଟ୍ ନ ମିଳିବା ପରେ ସେ ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦଳ ଛାଡ଼ିଥିଲେ। କେବଳ ସେତିକି ନୁହେଁ ଭଞ୍ଜଦେଓ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ସଭାପତି ପଦରୁ ମଧ୍ୟ ଗତକାଲି ଇସ୍ତଫା ଦେଇଥିଲେ।...
ଫୋଟୋ - http://v.duta.us/oDMgdAAA
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/a9MXBwAA
|
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କୈରାନା ଲୋକସଭା ଆସନରେ ବିଜେପିର ପରାଜୟ ବିରୋଧୀଙ୍କୁ ଏକ ନୂଆ ଫର୍ମୁଲା ଯୋଗାଇ ଦେଇଛି । ରାଷ୍ଟ୍ରୀୟ ଲୋକଦଳ ପ୍ରାର୍ଥୀ ଏଠାରେ ବିଜେପିକୁ ପ୍ରାୟ ୫୫ ହଜାର ଭୋଟ୍ ବ୍ୟବଧାନରେ ପରାସ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଓ ନୀତି ଉପରେ ପ୍ରଶ୍ନଚିହ୍ନ ଲାଗି ଯାଇଛି। ଏହି ଆସନରେ ବିରୋଧୀ ଦଳଙ୍କ ମିଳିତ ରଣନୀତି ଆଗରେ ବିଜେପିର ସମସ୍ତ ଉଦ୍ୟମ ବିଫଳ ହୋଇଛି। ପୂର୍ବରୁ ମଧ୍ୟ ୟୁପିର ଗୋରଖପୁର ଓ ଫୁଲପୁର ଲୋକସଭା ନିର୍ବାଚନରେ ବିଜେପି ପରାସ୍ତ ହୋଇଥିବା ବେଳେ ଏବେ କୈରାନା ହାତରୁ ଖସି ଯିବାରୁ ଆଗାମୀ ନିର୍ବାଚନରେ ଏସ୍୍ପି-ବିଏସ୍ପି ମେଣ୍ଟ ଚୂଡ଼ାନ୍ତ ନିଶ୍ଚିତ ବୋଲି କୁହାଯାଉଛି । କୈରାନାରେ ବିରୋଧୀ ଦଳଙ୍କ ମିଳିତ ରଣନୀତି ସଫଳ ହେବା ପରେ ଏହି ଫର୍ମୁଲାକୁ ସେମାନେ ୨୦୧୯ ନିର୍ବାଚନରେ ପୁଣିଥରେ ପ୍ରୟୋଗ କରିପାରନ୍ତି। ଏଭଳି ସ୍ଥିତି ଉପୁଜିଲେ, ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ଗଢିବା ମୁସ୍କିଲ ହୋଇପଡ଼ିବ। ଯେଉଁଭଳି ଭାବେ ୨୦୧୪ ନିର୍ବାଚନରେ ବିଜେପି ୟୁପିରେ ପ୍ରଚଣ୍ଡ ବିଜୟ ହାସଲ କରିଥିଲା, ଆସନ୍ତା ସାଧାରଣ ନିର୍ବାଚନରେ ସେହିଭଳି ସ୍ଥିତି ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ସେହି ସମୟରେ ବିଜେପି ୮୦ଟି ଆସନରୁ ୭୨ଟିରେ ବିଜୟୀ ହୋଇଥିଲୋ। ୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ୪୦୩ଟି ଆସନରୁ ବିଜେପି ୩୧୨ଟିରେ ବିଜୟୀ ହୋଇଥିଲା। କିନ୍ତୁ ଏବେ ୩ଟି ଲୋକସଭା ଆସନ ବିଜେପି ହାତରୁ ଖସିସାରିଛି। ଉପ ନିର୍ବାଚନଗୁଡ଼ିକରେ ବିରୋଧୀ ଶତ ପ୍ରତିଶତ ସଫଳତା ପାଉଥିବା ବେଳେ ଏଭଳି ସ୍ଥିତି ଜାରି ରହିଲେ ୨୦୧୯ରେ ବିଜେପି ପୁଣିଥରେ ଇତିହାସ ସୃଷ୍ଟି କରିବା ଅସମ୍ଭବ ହୋଇଯିବ। ଚଳିତବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ବିଧାନସଭା ନିର୍ବାଚନ ହେବ। ଏହି ତିନି ରାଜ୍ୟରେ ବିଜେପିର ସରକାର ରହିଛି। କର୍ଣ୍ଣାଟକ ଓ ୟୁପିରେ ମିଳିତ ବିରୋଧୀ ରଣନୀତି ସଫଳ ହେବା ପରେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ବିଜେପିକୁ ମାତ୍ ଦେବା ପାଇଁ ଛୋଟ ଛୋଟ ଦଳଗୁଡ଼ିକ ଏକାଠି ହେଉଥିବା ଜଣାପଡ଼ିଛି।
ନିଜର ମଜବୁତ ଗଡ଼ରେ ହିଁ ବିଜେପି ପରାସ୍ତ ହେଉଥିବା ଦେଖିବାକୁ ମିଳୁଛି। ନିକଟରେ ହୋଇଥିବା ଉପ ନିର୍ବାଚନଗୁଡ଼ିକୁ ଦେଖିବାକୁ ଗଲେ ବିଜେପି ନିଜ ଗଡ଼ରେ ନିଜେ ପରାସ୍ତ ହୋଇଥିବା ଜଣାପଡ଼ିଛି। ଏଭଳି ସ୍ଥିତି ଲାଗି ରହିଲେ ୨୦୧୯ରେ ସାରା ଦେଶରେ ବିଜେପି ପୁଣିଥରେ ତା'ର ସଫଳତା ଦୋହରାଇ ପାରିବ ନାହିଁ। ବିଗତ କିଛି ଦିନ ହେବ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସହଯୋଗୀ ଦଳ ବିଜେପି ଉପରେ କ୍ଷୁବ୍ଧ ଥିବା ଦେଖିବାକୁ ମିଳିଛି। ଅତିଶୀଘ୍ର ଆନ୍ଧ୍ରପ୍ରଦେଶ ପରି ବିହାରରେ ମଧ୍ୟ ଜେଡିୟୁ -ବିଜେପି ମେଣ୍ଟ ଭାଙ୍ଗିଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
|
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଅର୍ଥ ଠକେଇ ମାମଲାରେ ଗିରଫଦାରୀ ଏଡ଼ାଇବାକୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦାୟର ଆଗୁଆ ଜାମିନର ଶୁଣାଣି ଆସନ୍ତା ଶୁକ୍ରବାର ହେବ। ଏହି ମାମଲାର କେଉଁ ଖଣ୍ଡପୀଠରେ ଶୁଣାଣି ହେବ ତାହା ଗୁରୁବାର ସନ୍ଧ୍ୟାରେ ସ୍ଥିର କରାଯିବ।
ଗତକାଲିଠାରୁ ଚିଦାମ୍ବରମଙ୍କ ଗିରଫଦାରୀ ନେଇ ସାମାଜିକ ଗଣମାଧ୍ୟମ ତଥା ସମସ୍ତ ପ୍ରକାର ସମ୍ବାଦପତ୍ରର ଶିରୋନାମା ମଣ୍ଡନ କରିଥିବା ଏହି ବିଷୟ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସୁପ୍ରିମକୋର୍ଟ ଆଜି ସକାଳେ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ମନା କରିଦେଇଛନ୍ତି। ଚିଦାମ୍ବରମଙ୍କ ଓକିଲ ଦିନ ତମାମ ଏହି ମାମଲାର ଶୁଣାଣି ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ ପାଇଁ ଅଗ୍ରାହ୍ୟ କରିବା ପରେ ସିବିଆଇର ଏକ ଟିମ ତାଙ୍କ ବାସଗୃହକୁ ଯାଇଥିଲେ କିନ୍ତୁ ଚିଦାମ୍ବରମ ଘରେ ନ ଥିବାରୁ ତାଙ୍କୁ ସିବିଆଇ ହେପାଜତକୁ ନେଇ ପାରିନଥିଲେ। ସିବିଆଇ ପକ୍ଷରୁ ତାଙ୍କ ବାସଗୃହରେ ଏ ନେଇ ଏକ ନୋଟିସ ଲଗାଇଥିଲେ। ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ ମଧ୍ୟ ଚିଦାମ୍ବରମଙ୍କ ବାସଗୃହକୁ ଯାଇଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା।
ବୁଧବାର ସୁପ୍ରିମକୋର୍ଟ କାର୍ଯ୍ୟକ୍ରମ ଶେଷ ହେବା ଯାଏଁ ଚିଦାମ୍ବରମଙ୍କ ଓକିଲ ଦାୟର କରିଥିବା ମାମଲା ନଥିଭୁକ୍ତ ହୋଇ ପାରିନଥିଲା। ଅନ୍ୟପକ୍ଷରେ ଚିଦାମ୍ବରମଙ୍କ ମାମଲାର ସ୍ୱତନ୍ତ୍ର ଶୁଣାଣି ପାଇଁ ପ୍ରଧାନ ବିଚାରପତିଙ୍କୁ ଅବଗତ କରାଇବାକୁ ତାଙ୍କ ଓକିଲ ମଧ୍ୟ ଅଯୋଧ୍ୟା ମାମଲାର ଶୁଣାଣି ଚାଲିଥିବା କୋର୍ଟରେ ଉପସ୍ଥିତ ରହିଥିଲେ।
ଏହି ପ୍ରସଙ୍ଗରେ ପ୍ରଥମେ ଜଷ୍ଟିସ ଏନ.ଭି.ରମଣ, ଏମ. ଶାନ୍ତାଗୌଡାର ଏବଂ ଅଜୟ ରସ୍ତୋଗିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲା ସୂଚୀଭୁକ୍ତ ହୋଇନଥିବାରୁ ତାହା ବିଷୟରେ ଶୁଣାଣି ହୋଇପାରିବ ନାହିଁ ବୋଲି କହିଥିଲେ। ଚିଦାମ୍ବରମଙ୍କ ଓକିଲ କପିଲ ଶିଵଲ ବିଚାରପତିଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ବିଚାରପତି ଏହାକୁ ଅଗ୍ରାହ୍ୟ କରି କହିଥିଲେ,'ମିଷ୍ଟର ଶିଵଲ, ଆମେ ଦୁଃଖିତ – ଏହି ମାମଲାର ଆମେ ଶୁଣାଣି କରିପାରିବୁ ନାହିଁ '। ସରକାରୀ ଓକିଲ ଏହାକୁ ବିରୋଧ କରି କହିଥିଲେ ଯେ ପ୍ରତିପକ୍ଷ ଓକିଲ ଶିଵଲଙ୍କ ପାଖରେ ଏ ସମ୍ପର୍କିତ ଦଲିଲ ନାହିଁ ।
ଗୋଟିଏ ପଟେ ବୁଧବାର ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଅଶ୍ଵସ୍ତି ମିଳି ନ ଥିବାବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଛି। ଚିଦାମ୍ବରମଙ୍କ ପତ୍ତା ମିଳୁ ନ ଥିବାରୁ ଇଡି ପକ୍ଷରୁ ତାଙ୍କ ବିରୋଧରେ ଏହି ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଛି।
|
ବେଲଗୁଣ୍ଠା: ବେଲଗୁଣ୍ଠା ସହରରେ ଦେଖିବାକୁ ମିଳିଛି ଶିକ୍ଷାର ବିକଳ ଚିତ୍ର। ସହରରେ ଥିବା ଏକମାତ୍ର ବାଳିକା ଉଚ୍ଚବିଦ୍ୟାଳୟ ଏବେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଶିକ୍ଷାର ଭିତ୍ତିଭୂମିର ବିକାଶ ପାଇଁ ସରକାର ମାଳମାଳ ଯୋଜନା କରୁଥିଲେ ହେଁ ଉକ୍ତ ବିଦ୍ୟାଳୟଟି ପାଇଁ ଯେମିତି ସବୁ କିଛି ସ୍ବପ୍ନ ପାଲଟିଛି। ୧୯୫୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରୀ ପାଠ ପଢ଼ନ୍ତି। ବେଲଗୁଣ୍ଠା ସହ ଧନିଜାପୋଲି, ରାଧିପୋଲି, ବାଣତୁମ୍ବ, ସୁତୁମସର, ଆମ୍ବପୁଆ, ରଙ୍ଗଣିପାଟଣା ଓ ଚଢ଼ିଆପୋଲିର ଛାତ୍ରୀ ମାନେ ଏହି ବିଦ୍ୟାଳୟ ଉପରେ ନିର୍ଭରଶୀଳ।
ଦିନ ଥିଲା ଏହି ବିଦ୍ୟାଳୟରେ ୭୦୦ ଅଧିକ ଛାତ୍ରୀ ପଢ଼ୁଥିଲେ। ଏବେ କିନ୍ତୁ ତାହା ୧୦୭ ରେ ପହଞ୍ଚିଛି। ବିଦ୍ୟାଳୟ ନିର୍ମାଣକୁ ୬୫ ବର୍ଷ ବତି ସାରିଥିଲେ ହେଁ ଏହାର ଭିତ୍ତିଭୂମି ସଜଡ଼ା ଯାଇ ନଥିବାରୁ ଏହା ବର୍ତ୍ତମାନ ଏକ ଗାଈ ଗୁହାଳର ଭ୍ରମ ସୃଷ୍ଟି କରୁଛି। ୧୦୭ ଛାତ୍ରୀଙ୍କ ପାଇଁ ମାତ୍ର ୫ ଜଣ ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି। ସମସ୍ତେ ଡେପୁଟସନରେ କାର୍ଯ୍ୟ କରୁଛନ୍ତି। ବିଦ୍ୟାଳୟରେ ଶ୍ରେଣୀଗୃହରେ ଉପରୁ କାଠ ଓ କାନ୍ଥରୁ ପଲସ୍ତରା ଖସୁଛି। ଟିଣ ଚାଦର ପୁରୁଣା ହେବା ସହ କଣା ହୋଇ ଯାଇଥିବାରୁ ବର୍ଷାଦିନେ ପାଣି ଗଳୁଛି। ସେହିପରି ପର୍ଯ୍ୟାପ୍ତ ପରିମାଣର ଟେବୁଲ୍, ଚେୟାର ଓ ଶିକ୍ଷା ଉପକରଣ ନାହିଁ। ଛାତ୍ରୀ ମାନେ ତଳେ ବସି ପାଠ ପଢ଼ୁଛନ୍ତି। ବିଶ୍ରାମାଗାର ଟିଏ ମଧ୍ୟ ନଥିବା ବେଳେ ସବୁ ବିଷୟ ପାଇଁ ଶିକ୍ଷକ କିମ୍ବା ଚତୁର୍ଥ ଶ୍ରେଣୀ କର୍ମଚାରୀ ନାହାନ୍ତି।
ସବୁଠାରୁ ବଡ଼ କଥା ହେଉଛି ବିଦ୍ୟାଳୟଟି ବେଲଗୁଣ୍ଠା ସହରର ମଧ୍ୟ ଭାଗରେ ଥିଲେ ହେଁ ବିଭାଗୀୟ ଅଧିକାରୀ କିମ୍ବା ଲୋକପ୍ରତିନିଧିଙ୍କ କୃପା ଦୃଷ୍ଟି ଏହା ଉପରେ ପଡ଼ିନାହିଁ। ଫଳରେ ଦିନକୁ ଦିନ ବିଦ୍ୟାଳୟ ତାର ଗାରିମା ହରାଇବାକୁ ବସିଲାଣି। ଏଣେ ଉପଯୁକ୍ତ ଭିତ୍ତିଭୂମି ଅଭାବରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଏହି ସ୍କୁଲରେ ପଢ଼ାଇବା ପାଇଁ ଉଚିତ୍ ମଣୁନାହାନ୍ତି। ଯାହାକୁ ନେଇ ସହରର ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଅସଜଡ଼ା ଭିତ୍ତିଭୂମିକୁ ତୁରନ୍ତ ସଜାଡ଼ିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି।
ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମାନେ ସମସ୍ୟା ସଂପର୍କରେ ତାଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ। ସେହିପରି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରାଯାଉ ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଶାକର ନାୟକ କହିଛନ୍ତି।
|
ଜଟଣୀ – ଖୋର୍ଦ୍ଧାରୋଡ-ପୁରୀ ରେଳପଥର ଅରାଗଡ ସ୍ଥିତ ଏକ ଛୋଟ ବ୍ରିଜ ନିକଟରେ ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ବାଇକ୍ ନେଇ ରେଳ ଧାରଣା ଅତିକ୍ରମ କରୁଥିବା ଅବସ୍ଥାରେ ଦ୍ରୁତ ଗତିରେ ଆସୁଥିବା ଏକ୍ସପ୍ରେସ୍ ଟ୍ରେନକୁ ଦେଖି ବାଇକ୍ ଛାଡି ଡେଇଁ ପଳାଇଥିବା ବେଳେ ବାଇକକୁ ମାଡିଯାଇଥିଲା ଟ୍ରେନଟି । ଫଳରେ ଅଳ୍ପକେ ବର୍ତିଯାଇଥିଲେ ବାଇକ୍ ଚାଳକ । ଏ ନେଇ ଆଜି ଖୋର୍ଦ୍ଧାରୋଡ ଆରପିଏଫ୍ ସମ୍ପୃକ୍ତ ବାଇକ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାନୁସାରେ, ଖୋର୍ଦ୍ଧାରୋଡ- ପୁରୀ ରେଳପଥର ହରିପୁର ଷ୍ଟେସନ ନିକଟ ଅରାଗଡ ଛୋଟ ବ୍ରିଜ ଉପର ରେଳ ଧାରଣାରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ନବଘନ ସାହୁ ବୁଧବାର ରାତ୍ର ସାଢେ ୧୧ଟା ବେଳେ ଜଟଣୀରୁ ଦୋକାନ ବନ୍ଦ କରି ଏକ କାଲିବର ବାଇକ୍ ମୋଟରସାଇକେଲ ଯୋଗେ ଏହି ବାଟ ଦେଇ ଘରକୁ ଯାଉଥିଲେ । ମାତ୍ର ଏହି ସମୟରେ ପୁରୀ-ହାୱଡା ଜଗନ୍ନାଥ ଏକ୍ସପ୍ରେସ ଦ୍ରୁତ ଗତିରେ ଆସିଥିଲା । ଏହାକୁ ଦେଖି ବାଇକ୍ ଚାଳକ ନବଘନ ବାଇକଟିକୁ ଛାଡି ଡେଇଁ ପଡିଥିଲେ । ବାଇକ୍ ଚାଳକଙ୍କ ଜୀବନ ବଂଚି ଯାଇଥିବା ବେଳେ ବାଇକଟି ଉପରେ ଟ୍ରେନଟି ଚଢିଯାଇଥିଲା । ଫଳରେ ବାଇକଟି ଭାଂଗିଯିବା ସହିତ ଟ୍ରେନର ସମ୍ମୁଖ ଭାଗଟି ଭାଂଗିରୁଜି ଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହାୟତାରେ ନବଘନ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ନିକଟସ୍ଥ ଏକ ଜଙ୍ଗଲରେ ରଖି ପଳାଇଥିଲେ । ଘଟଣା ସମ୍ପର୍କରେ କେହି ଜଣେ ବ୍ୟକ୍ତି ଖୋର୍ଦ୍ଧାରୋଡ ଆରପିଏଫକୁ ଜଣାଇଥିଲେ । ତେବେ ଏ ନେଇ ଆଜି ଖୋର୍ଦ୍ଧାରୋଡ ଆରପିଏଫ୍ ଟିମ୍ ଘଟଣାସ୍ଥଳରେ ପହଁଚି ବାଇକଟିକୁ ଜବତ କରିବା ସହ ଚାଳକ ନବଘନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
|
ଦିଲ୍ଲୀରେ ପୁଣି ଶସ୍ତା ହେଲା ମଦ, ଜାଣନ୍ତୁ ପ୍ରତ୍ୟେକ ବୋତଲରେ ରହିଛି କେତେ ରିହାତି
ଫେବୃଆରୀରେ ଘରୋଇ ମଦ ଦୋକାନକୁ କିଛି ମାତ୍ରାରେ ଛାଡ ଦିଆଯାଉଥିଲା। ଏହି କାରଣରୁ, ଅନେକ ଅଞ୍ଚଳରେ ଦୋକାନ ବାହାରେ ବହୁ ସଂଖ୍ୟାରେ ଭିଡ଼ ମଧ୍ୟ ଲାଗିଲା। ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମଦ ବୋତଲରେ ଦିଆଯାଇଥିବା ରିହାତି ଏବଂ ବିକ୍ରୟ କରିବାର ପ୍ଲାନିଂ ଉପରେ ପ୍ରତିବନ୍ଧକ ଲଗାଇଥିଲେ।
ହେଲେ ବର୍ତ୍ତମାନ ପୁଣି ଥରେ ଦିଲ୍ଲୀରେ ମଦ ଶସ୍ତା ହୋଇଛି। ଏମିତିକି MRP ରେ ୨୫% ପର୍ଯ୍ୟନ୍ତ ଅନୁମୋଦିତ କରାଯାଇଛି। ମଦ ବିକ୍ରୟ କରୁଥିବା ଘରୋଇ ଦୋକାନକୁ ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ଉପରେ ୨୫ ପ୍ରତିଶତ ରିହାତି ପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ବିଭାଗ ଅନୁମୋଦନ କରିଛି।
ଗତ ଫେବୃଆରୀରେ ଦିଲ୍ଲୀ ସରକାର ମଦ ବୋତଲରେ ଦିଆଯାଇଥିବା ରିହାତି ଏବଂ ବିକ୍ରୟ ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯାହାକି କୋଭିଡ -୧୯ ଗାଇଡ ଲାଇନ ମଧ୍ୟରେ ଥିଲା। ଶୁକ୍ରବାର ଦିନ ଜାରି କରାଯାଇଥିବା ନିର୍ଦ୍ଦେଶରେ ଦିଲ୍ଲୀର ଏକ୍ସାଇଜ୍ କମିସନର ପୁଣିଥରେ ମଦ ବିକ୍ରି ଉପରେ ଛାଡ ଅନୁମୋଦନ କରିଛନ୍ତି। ଏହି ଆଦେଶ ଅନୁଯାୟୀ, ଜାତୀୟ ରାଜଧାନୀ ଅଞ୍ଚଳରେ ମଦ ବିକ୍ରୟ କରୁଥିବା ଘରୋଇ ଦୋକାନଗୁଡ଼ିକ ଏମଆରପି ଉପରେ ୨୫ ପ୍ରତିଶତ ରିହାତି ଦେଇପାରିବେ ।
ଏହି ସମୟରେ ଦିଲ୍ଲୀ ଏକ୍ସାଇଜ୍ ନିୟମ, ୨୦୧୦ ର ଧାରା ୨୦ କୁ କଡାକଡି ପାଳନ କରିବାକୁ ପଡିବ। ଦିଲ୍ଲୀରେ ମଦ ବିକ୍ରୟ ପାଇଁ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀକୁ କଡାକଡି ପାଳନ କରିବାକୁ ପଡିବ ଏବଂ ଯଦି କୌଣସି ନିୟମ ଉଲ୍ଲଂଘନ ହୁଏ ତେବେ ଦିଲ୍ଲୀ ଏକ୍ସାଇଜ୍ ଆକ୍ଟ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବ। ଯଦିଓ ଏକ୍ସାଇଜ୍ କମିଶନରଙ୍କ ନିର୍ଦ୍ଦେଶରେ କୁହାଯାଇଛି ଯେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଯେକୌସି ସମୟରେ ଏହି ରିହାତି ପ୍ରତ୍ୟାହାର କରିବାର ଅଧିକାର ସଂରକ୍ଷଣ କରିଛନ୍ତି।
ରିହାତି ପ୍ରଦାନ ନିଷ୍ପତ୍ତିକୁ ଆଖି ଆଗରେ ରଖି ଲୋକଙ୍କ ହିତ ପାଇଁ ସରକାର ଏହି ନିଷ୍ପତ୍ତିକୁ କୌଣସି ପରିସ୍ଥିତିରେ ମଧ୍ୟ ପରିବର୍ତ୍ତନ କରିପାରନ୍ତି। ଫେବୃଆରୀରେ ଘରୋଇ ମଦ ଦୋକାନଗୁଡିକ ଉପରେ ରିହାତି ଦିଆଯାଉଥିଲା। ଆହୁରି ମଧ୍ୟ ଗୋଟିଏ ମଦ ସହିତ ଅନ୍ୟ ଏକ ମଦ ବୋତଲ ମାଗଣାରେ ମଧ୍ୟ ମିଳୁଥିଲା। ଯାହାପାଇଁ ଅନେକ ଅଞ୍ଚଳରେ ଦୋକାନ ବାହାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ମଦ ବିକ୍ରି ଉପରେ ରିହାତି ଦେବାକୁ ବାରଣ କରିଥିଲେ। ନଭେମ୍ବର ୨୦୨୧ ରେ ଦିଲ୍ଲୀ ସରକାର ନୂତନ ଏକ୍ସାଇଜ୍ ନୀତି କାର୍ଯ୍ୟକାରୀ କରିଥିଲେ ଯେଉଁଥିରେ ୮୪୯ ଖୁଚୁରା ମଦ ଦୋକାନୀଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ମଧ୍ୟ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ମଦ MRP ଉପରେ ରିହାତି ଦେଇ ପାରିବେ।
|
ଷ୍ଟୁଡେଂଟ ଅଫ ଇୟର୨'ର ଟ୍ରେଲର ରିଲିଜ ହୋଇ ସାରିଲାଣି । ଫିଲ୍ମରେ ଟାଇଗର, ତାରା ସୁତରୀୟା ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହା ପ୍ରଥମ ଗୀତ 'ଜୱାନୀ'ରିଲିଜ ହୋଇଛି । ଏହି ଗୀତ ଆରଡି ବରମନଙ୍କ ଗୀତ ଜୱାନୀ ହେ ଦିୱାନୀର ରିମିକ୍ସ ।
ଅନନ୍ୟା ଫଟୋ ଶେୟାର କରି ଲେଖିଛନ୍ତି ଯେ କଣ ଆପଣ ପୂରୁଣା ସ୍କୁଲକୁ ଅନୁଭବ କରି ପାରୁଛନ୍ତି ? ଦ ଜୱାନୀ ଗୀତ ଆଜି ରିଲିଜ ହୋଇଛି । ତେବେ ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି ।
ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୧୦ମେ'ରେ ରିଲିଜ ହେବ । ଫିଲ୍ମରେ କରଣ ଜୋହର ଧର୍ମା ପ୍ରଡକ୍ସନ ପ୍ରଡ୍ୟୁସ କରୁଛନ୍ତି । ଟ୍ରେଲରରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଏହାସହ ଟ୍ରେଲରରେ ଟାଇଗର, ଅନନ୍ୟା, ତାରାଙ୍କ ମଧ୍ୟରେ ତ୍ରିକୋଣୀୟ ଲଭର ମଧ୍ୟ ଝଲକ ଦେଖିବାକୁ ମିଳିବ ।
|
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ବୁଧବାର ୧୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସ୍ଥାନୀୟ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସଙ୍କୁ ପ୍ରଦାନ କରାଯାଇଛି । ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୈାଡଙ୍କ ସମେତ ସରପଞ୍ଚ ଫନେନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ, ବିଜୟ କୁମାର ପ୍ରଧାନ ଏବଂ ସରପଞ୍ଚ ପ୍ରତିନିଧି ବି.କ୍ରିଷ୍ଣା ରାଓ ସୁବୁଦ୍ଧି ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ପଞ୍ଚାୟତ ମାନଙ୍କରେ ପଲ୍ଲୀସଭା ଏବଂ ଗ୍ରାମସଭା ମାନଙ୍କରେ ସରପଞ୍ଚ ମାନଙ୍କୁ ଗୁରୁତ୍ବ ପ୍ରଦାନ କରାଯିବା , କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ମୂଳକ କାର୍ଯ୍ୟ ଓ ହିତାଧିକାରୀଙ୍କ ଚୟନ ଗ୍ରାମସଭା ମାଧ୍ୟମରେ ଅନୁମୋଦନ କରାଯିବା , ସରପଞ୍ଚ ମାନଙ୍କୁ ଭୋଟର ମାନେ ସିଧାସଳଖ ଭାବେ ନିର୍ବାଚିତ କରୁଥିବା ବେଳେ ୱାର୍ଡ ମେମ୍ବର ମାନଙ୍କ ଦ୍ଵାରା କରାଯାଉଥିବା ଅନାସ୍ଥା ପ୍ରସ୍ତାବ ବ୍ୟବସ୍ଥା କୁ ବନ୍ଦ କରାଯିବା ଭଳି ବିଭିନ୍ନ ଦାବି ଏହି ସ୍ମାରକପତ୍ର ରେ ଉଲ୍ଲେଖ ରହିଛି।
- ମଧ୍ୟାହ୍ନଭୋଜନରେ ପୋକ
- ସ୍କୁଲ ଭ୍ୟାନ ଓ କାର ମୁହାଁ ମୁହିଁ ଧକ୍କା
|
ରାୟଗଡ଼ା ସିଡିଏମ୍ଓ ସସ୍ପେଣ୍ଡ
କଲ୍ୟାଣସିଂହପୁର (ମାଉଡି ବାରିକ): ବାତ୍ୟା 'ଫୋନି' ପାଇଁ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଏହି ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାୟଗଡ଼ା ସିଡିଏମ୍ଓ ଡାକ୍ତର ଶିବପ୍ରସାଦ ପାଢ଼ୀଙ୍କୁ ସସ୍ପେଣ୍ଡ କରାଯାଇଛି। ଏସ୍ଆର୍ସି ତାଙ୍କୁ ଆଜି ସସ୍ପେଣ୍ଡ କରିଛନ୍ତି। ରାୟଗଡ଼ା ଏଡିଏମ୍ଓ ଡାକ୍ତର ଶକ୍ତି ମହାନ୍ତିଙ୍କୁ ସିଡିଏମ୍ଓ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।
ସୂଚନାରୁ ପ୍ରକାଶ, ଡାକ୍ତର ପାଢ଼ୀ କିଛି ଦିନ ତଳେ ଛୁଟି ନେଇ ରାଜ୍ୟ ବାହାରକୁ ଯାଇଥିଲେ। ଏହି ସମୟରେ ସାମୁଦ୍ରିକ ଝଡ଼ 'ଫୋନି' ଆସିବାରୁ ରାଜ୍ୟ ସରକାର ତାଙ୍କ ଛୁଟି ବାତିଲ କରିଥିଲେ। ଏପରିକି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ଡାକ୍ତର ପାଢ଼ୀ କାର୍ଯ୍ୟରେ ଯୋଗଦେଇନଥିଲେ। ତେଣୁ ତାଙ୍କୁ ଆଜି ସସ୍ପେଣ୍ଡ କରାଯାଇଛି।
|
ପାଟଣା ୧୦।୦୯: କିଛିଦିନ ପୂର୍ବରୁ ନ୍ୟୁଜ ୭ରେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ କାଠ ଚାଲାଣ ଓ ବେଧଡ଼କ ଗଛ କଟା ଖବର ପ୍ରାସାରଣ ପରେ ଦୁର୍ଗାଦେଇପୁର ନିକଟ ବୈତରଣୀ ନଦୀ କୂଳ ଗ୍ରାମ୍ୟ ଜଙ୍ଗଲରୁ ପାଟଣା ବନ ବିଭାଗ ଆଜି ୪୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ବିଭିନ୍ନ କିସମର ଗଛ ଜବତ କରିଛି।
ସୂଚନା ଅନୁଯାୟୀ ୟୁକାଲିପଟାଶ,ଆକାଶିଆ ଝାଉଁ ଆଦି ଉପୁଡି ପଡିଥିବା ଗଛ ଗୁଡିକୁ ଗ୍ରାମବାସୀ ଅକ୍ତିଆର କରିଥିଲେ। ଏହାର ସୂଚନା ପାଇ ପାଟଣା ବନ ବିଭାଗ ଏହି ସବୁ ଗଛ ଜବତ କରିଛି। ଏଠାରେ ଉପୁଡି ଯାଇଥିବା ଗଛ ଗୁଡିକୁ ଗଚ୍ଛିତ ରଖା ଯାଇ ନିଜ ନିଜ ଭିତରେ ଭାଗ କରୁଥିବା ଅଭିଯୋଗ ସ୍ଥାନୀୟ ଲୋକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ବନ ବିଭାଗ ପକ୍ଷରୁ ଉକ୍ତ ଜାଗାରେ ଚଢାଉ କରି ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର କାଠ ଜବତ କରାଯାଇଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।
ହେଲେ ଏଠି ପ୍ରଶ୍ନ ଉଠୁଛି ପାଟଣା ବନ କାର୍ଯ୍ୟାଳୟ ଠାରୁ ପାଖାପାଖି ଏକ କିଲୋମିଟର ଦୂରରେ ଏତେ ମାତ୍ରାରେ ଗଛ ଗଚ୍ଛିତ ଥିଲେ ମଧ୍ୟ କାହିଁକି ରେଞ୍ଜର ଏହି ବିଷୟରେ ଜାଣି ପାରିଲେନି। ନା ଜାଣି ଶୁଣି ସବୁଦେଖି ଚୁପ ରହି ମୋଉନ ବ୍ରତ ପାଳୁଛନ୍ତି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ। ଏ ସମ୍ପର୍କରେ ପାଟଣା ରେଞ୍ଜରଙ୍କ ମତାମତ ପାଇଁ ଯୋଗାଯୋଗ କରାଯିବାରୁ, ଉପୁଡି ଯାଇଥିବା ଗଛ ଗୁଡିକ ଗ୍ରାମବାସୀ ଗଚ୍ଛିତ ରଖିଥିବା ଅଭିଯୋଗ ଆସିବା ପରେ ପାଟଣା ବନ ବିଭାଗ ପକ୍ଷରୁ କାଠ ଗୁଡିକୁ ଜବତ କରି ଜେସିବି ଓ ଟ୍ରାକ୍ଟର ସହାୟତାରେ ରେଞ୍ଜ କାର୍ଯ୍ୟାଳୟକୁ ଅଣା ଯାଇଥିବା ସେ କହିଛନ୍ତି। ଜବତ ସମୟରେ ପାଟଣା ଫୋରେଷ୍ଟର ଜ୍ୟୋତ୍ସାରାଣୀ ବେହେରା, ଫୋରେଷ୍ଟ ଗାର୍ଡ ପ୍ରଯୁକ୍ତା ଜେନା ତପସ୍ୱୀନି ନାଏକ ଉପସ୍ଥିତ ରହିଥିଲେ।
|
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ )ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଳକ ଦୁର୍ଗମ ଅଞ୍ଚଳ କୁସଙ୍ଗ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ,ଜ଼ୀଲ୍ଲାପରିସଦ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନି କୁମାର ମେହେର ,ଉପ ଜିଲ୍ଲାପାଳ ସନତ କୁମାର ନାୟକ, ବିଡ଼ିଓ ରବୀନ୍ଦ୍ରନାଥ କହଁର ,ତହସିଲଦାର ଶମ୍ଭୁଭୁସନ ମିଶ୍ର,ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଯୋଗାଣ ଅଧିକାରୀ,ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଜ଼ୀଲ୍ଲା ଏବଂ ବ୍ଲକ ସ୍ତରୀୟ ବହୁ ଅଧିକାରୀ ଯୋଗ ଦେଇଥିଲେ ।
ଏହି ଶିବିରରେ ୩୦୪ ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୯୦ ଟି ବ୍ୟକ୍ତିଗତ ସମସ୍ୟା ଓ ୧୪ ଟି ଗୋଷ୍ଠି ଗତ ସମସ୍ୟା ଥିଲା । ସେଥି ମଧ୍ୟରୁ ୧୫୦ଟିରୁ ଉର୍ଦ୍ଧ ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଥିବା ବେଳେ ଚାରିଜଣ ଙ୍କୁ ରେଡ଼କ୍ରସଫଣ୍ଡ ରୁ ୨୦ ହଜାର ଟଙ୍କା ଲେଖାଏଁ ଏବଂ ଜଣକୁ ମୁଖ୍ୟମନ୍ତ୍ରୀ ରିଲିପ ଫଣ୍ଡ ରୁ 10 ହଜାର ଟଙ୍କା ପ୍ରଦାନ କଟାଯାଇଥିବା ବ୍ଲକ ପ୍ରସାସନ ପକ୍ଷରୁ ସୂଚନା ମିଳିଛି
|
କଳାହାଣ୍ଡି ୧୮/୮: କଳାହାଣ୍ଡି କୋକସରାରେ ଅଭାବନୀୟ ଘଟଣା ଘଟିଛି। ଘର ନିକଟ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କୋକସରା ଥାନା ଅନ୍ତର୍ଗତ ଦଳିତସାହିରେ ଏହି ଘଟଣା ଘଟିଛି । ମୃତକ ହେଲେ ଡମ୍ବରୁ ବାଗ୍ ।
ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସକାଳୁ ଗାଁ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି କୋକସରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
|
ଟ୍ରେଣ୍ଡ୍ସ ପକ୍ଷରୁ ଗଣେଶ ପୂଜା ସ୍ୱତନ୍ତ୍ର ଅଫର ଓ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା
News 18 Odia Digital
ଭୁବନେଶ୍ୱର: ଉତ୍ସବ ଋୁତୁ ପାଖେଇ ଆସିଥିବା ବେଳେ ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍ସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍ର ଟ୍ରେଣ୍ଡ୍ସ ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ଗଣେଶ ପୂଜା ଉପଲକ୍ଷେ ସ୍ୱତନ୍ତ୍ର ଅଫର ଓ ଟ୍ରେଣ୍ଡସ୍ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା ବିଷୟରେ ଘୋଷଣା କରାଯାଇଛି ।
ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ସପିଙ୍ଗ୍ ଉପରେ ଉନ୍ନତ ଅନୁଭୂତି ଦେବା ଲାଗି ସ୍ୱତନ୍ତ୍ର ଅଫର ଅଧିନରେ ଗ୍ରାହକମାନେ ୩୪୯୯ ଟଙ୍କା କିମ୍ବା ତା'ଠାରୁ ଅଧିକ ମୂଲ୍ୟର ସପିଙ୍ଗ କଲେ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ଓ ୩୦୦୦ ଟଙ୍କା ମୂଲ୍ୟର କୁପନ୍ ପାଇପାରିବେ ।
ଏହି ସ୍ୱତନ୍ତ୍ର ଅଫର ସହିତ ଟ୍ରେଣ୍ଡ୍ସ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା ମଧ୍ୟ ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ପ୍ରଭୁ ଗଣେଶଙ୍କ ଏକ ଛବି ଅଙ୍କନ କରି ତାହାକୁ ଆମ ସହିତ ସେୟାର କରିପାରିବେ କିମ୍ବା ପ୍ରଭୁ ଗଣେଶଙ୍କ ସହ ସେଲ୍ଫି ନେଇ ତାହା ଆମ ପାଖକୁ ପଠାଇପାରିବେ । ଗ୍ରାହକମାନେ ୮୯୦୮୦୨୦୧୦୪ ହ୍ୱାଟସ୍ଆପ୍ ନମ୍ବର ଜରିଆରେ ମଧ୍ୟ ସେମାନଙ୍କ ଏଂଟ୍ରି ପଠାଇପାରିବେ କିମ୍ବା www.trendsswagatamshriganesha.com ରେ ସେମାନଙ୍କ ଅଙ୍କିତ ଛବି କିମ୍ବା ସେଲ୍ଫିକୁ ଅପ୍ଲୋଡ କରିପାରିବେ଼ ଏବଂ ଅଧିକ ବିବରଣୀ ମଧ୍ୟ ପାଇପାରିବେ । ଗ୍ରାହକମାନେ ଅଙ୍କନ କରିଥିବା ଗଣେଶଙ୍କ ଛବି କିମ୍ବା ସେଲ୍ଫିକୁ ନିଜ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଂଟ୍ରେ #trendsswagatamshriganesha ଟ୍ୟାଗ୍ କରି ପୋଷ୍ଟ କରିପାରିବେ ।
ଟ୍ରେଣ୍ଡ୍ସ ଭାରତରେ ବାସ୍ତବରେ ଫ୍ୟାସନକୁ ସବୁ ଲୋକଙ୍କ ପାଖରେ ପହଂଚାଇ ମେଟ୍ରୋ ଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟିୟର୧ ଓ ୨ ସହର ଓ ତା'ଠାରୁ ଆଗକୁ ବଢ଼ି ଭାରତର ଗ୍ରାହକମାନଙ୍କ ପଖରେ ପହଂଚିଛି ଓ ନିଜକୁୁ ଭାରତର ପସନ୍ଦର ସପିଙ୍ଗ ସ୍ଥଳରେ ପରିଣତ କରିଛି । ଟ୍ରେଣ୍ଡ୍ସ ଷ୍ଟୋର ଦେଖିବାକୁ ବେଶ ଆଧୁନିକ ଓ ଆକର୍ଷଣୀୟ ଓ ଗୁଣାତ୍ମକ ମାନର ଫ୍ୟାସନ ସାମଗ୍ରୀ ସେଥିରେ ରହିଛି ଯାହା ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ଲାଗି ବେଶ ପ୍ରାସଙ୍ଗିକ ଓ ତାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଭାଲ୍ୟୁ ଫର ମନି ଭାବେ ବିଚାର କରାଯାଉଛି ।
ଗ୍ରାହକମାନେ ଟ୍ରେଣ୍ଡ୍ସ ଷ୍ଟୋର୍ରେ ଟ୍ରେଣ୍ଡି ଓମେନ୍ସ ଓୟାର, ମେନ୍ସ ଓୟାର, କିଡ୍ସ ଓୟାର ଓ ଫ୍ୟାସନ୍ ଆସୋସୋରିଜ୍ ଆଦି ଆକର୍ଷଣୀୟ ମୂଲ୍ୟରେ ପାଇପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
|
ପ୍ରବନ୍ଧ – ସୁନାର ଭାରତ – ଧୃବ ଚରଣ ବେହେରା
ଲେଖକ ପରିଚୟ
ଭୌଗଳିକ ଅବସ୍ଥିତି ଅନୁସାରେ ମୋ ଦେଶ ଭାରତ ବିଶ୍ୱର ଦିତୀୟ ଜନ ବହୁଳ ଦେଶ ତଥା ପ୍ରାକୃତିକ ସଂମ୍ପଦ ରେ ଭରା ସବୁଜ ବନାନୀ ପରିବେଷ୍ଟିନି ଭିତରେ ଭାରତ ଏକ ସଂଙ୍ଘୀୟ ରାଷ୍ଟ୍ର ବିଭିନ୍ନ ଜାତି ଧର୍ମ ବର୍ଣ୍ଣ ମଧ୍ୟରେ ଆମେ ଏହି ବିଶାଳ ଭୂଖଣ୍ଡରେ ବସବାସ କରୁଅଛୁ । ଆମ ଦେଶ ଭାରତ ଏକ କୃଷି ପ୍ରଧାନ ଦେଶ ହିସାବରେ ଜଣା ଶୁଣା ।ତେଣୁ ଦେଶର ପ୍ରାୟ ୭୦ଭାଗ ଲୋକ କୃଷି ଉପରେ ନିର୍ଭର କରି ଚଳିନ୍ତି । ହେଲେ ପ୍ରଗତିର ଡେଙ୍ଗୁରା ଆଧୁନିକ କାଳରୁ ମଣିଷ ଏପର୍ଯନ୍ତ ପିଟି ଆସୁଥିଲେ ସୁଧା ପ୍ରଗତି ଯେମିତି "ସମୁଦ୍ର କୁ ସଙ୍ଖେ" ଭଳି ମନେ ହେଉଛି । ବହୁ ମୁନୀ ରୁଷି ସମାଜସେବୀ ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରଚେଷ୍ଟା ବଳରେ ଆମ ସଭ୍ୟତା ସଂସ୍କୃତି ବେଶ ଉନ୍ନତି କରିଥିଲେ ସୁଧା ବେଶ ଫଳପ୍ରଦ ମନେ ହେଉନାହିଁ କାରଣ ଗାନ୍ଧୀଙ୍କ ସ୍ଵପ୍ନ କେବଳ ନେତାମାନଙ୍କର କଥା ରେ ହିଁ ରହି ଯାଉଛି " ସୁନାର ଭାରତ " । ଆଧୁନିକ ଯୁଗ ସମାଜକୁ ପ୍ରସ୍ତର ଯୁଗର କୋରଡ ଭିତରୁ ଟାଣି ଆଣି ଜୀବନ ଧାରଣର ପ୍ରାଥମିକ ମାନ ଦେଖାଇବାରେ ସହାୟତା ହୋଇଛି ସତ ହେଲେ ଅନ୍ୟଦେଶ ଭଳି ଆମେ ସେତେ ବିକାଶଶୀଳ ହୋଇ ପାରୁନାହୁଁ । ମଣିଷ ଆଉ ଆଗଭଳି ସେହି ପଥର ଯୁଗର ମଣିଷ ଭଳି ମୂର୍ଖ ନାହିଁ । ନିଜର ପ୍ରଚେଷ୍ଟା ବଳରେ ଭଡା ଜାହଜ ଠୁ ଆରମ୍ଭ କରି ବାୟୁପଥରେ ବିମାନ ଚାଳନାରେ ବେଶ ଦକ୍ଷତା ହାସଲ କରିଛି । ଶିକ୍ଷା, ସ୍ଵାସ୍ଥ୍ୟର ଉନ୍ନତି ଘଟିଥିଲେ ବି ମଣିଷ ଆଜି ଖାଇବାକୁ ପାଉନାହିଁ ଓ ମୁଣ୍ଡ ଗୁଞ୍ଜିବାକୁ କୁଡିଆ ଖଣ୍ଡେ ବି ନାହିଁ । ଯେଉଁ ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ସକାଳୁ ସନ୍ଧ୍ଯା ପଯ୍ୟନ୍ତ ବିଲରେ ଖଟେ କେବଳ ନିଜ ପାଇଁ ନୁହେଁ ଆମ ଭଳି ବସିକି ଖାଉଥିବା ବାବୁ ସାହବଙ୍କ ଲାଗି ନିଜ ଶରୀରକୁ ଲହୁ ଲୁହାଣ କରି କାହିଁ ଝଡ, କାହିଁ ବର୍ଷା ତୋଫାନକୁ ଖାତିର ନକରି ବର୍ଷ ବର୍ଷ ଧରି ଆହାର ଖଞ୍ଜି ଆସୁଛି । ହେଲେ ଗରିବ ଚାଷୀଙ୍କ ପାଇଁ ଟିକେ ବି ସହାୟତା କଥା ତ ଦୃରର କଥା ସେମାନଙ୍କୁ କୃଷି ରୁଣଟିଏ ପାଇଁ ଅଫିସ୍ କୁ ଦୌଡି ଦୌଡି ଶେଷରେ ସେ ଆଶା ଭରସା ତୁଟାଇ ତୃଷାର୍ତ୍ତ ଚାତକ ପକ୍ଷୀ ପରି ଶୂନ୍ଯ ଆକାଶକୁ ଚାହିଁ ଚାହିଁ ଦିନ କଟାଇ ଦେଉଥାଏ । ଭଗବାନଙ୍କ ଆଶୀର୍ବାଦ ରୁ ଯଦି ବରଷା ଟିକିଏ ହୋଇଯାଏ ତାହା ହେଲେ ତାର ଆନନ୍ଦର ସୀମା ଭୂମି ଠାରୁ ଆକାଶ ପର୍ଯନ୍ତ ସୁଦୂର ପ୍ରସାରୀ ହୋଇ ଯାଇଥାଏ ।
ଏହି ପରିପ୍ରେକ୍ଷୀରେ କହିବାକୁ ଗଲେ ବେଳେ ବେଳେ ବରଷା ନ ହୋଇ ମରୁଡିର କରାଳ ଚକ୍ରରେ ଚାଷୀର ଜୀବନଟା ଛାରଖାର ହୋଇପଡେ ।ନିଜର ବଞ୍ଚିବାର ସମ୍ବଳ ମଧ୍ଯ ନଥାଏ ।ଏତେ ଦୁଃଖ ଦୁର୍ଦ୍ଦଶା ରେ କାଳ ଅତିବାହିତ କରେ ଯେ ନିଜ ପରିବାର ମୁହଁରେ ତୋରାଣି ମୁନ୍ଦିଏ ଦେବାକୁବି ତା ପାଖରେ କଉଡି ଟିଏ ବି ନଥାଏ ।ତେଣୁ ଦାରିଦ୍ର୍ଯତାର କଷାଘାତରେ ସେ ନିଜେ ତାର ମାନବିକତା ହରାଇ ଶେଷରେ ଆତ୍ମହତ୍ୟା କରିବାକୁ କୁଣ୍ଠାବୋଧ କରି ନଥାଏ । କହିବାକୁ ଗଲେ ଭାରତ ସ୍ଵାଧିନତା ହେବାର ୭୧ବର୍ଷ ବିତିଯାଇଥିଲେ ହେଁ ଚାଷୀ ଆତ୍ମହତ୍ୟା ଭଳି ଏକ ମହା ଭୟଙ୍କର ବ୍ୟାଧି ଦୂର ହୋଇ ପାରୁନାହିଁ । ତେଣୁ ସମ୍ୟକ ଧାରଣାରେ କହିବାକୁ ଗଲେ ଚାଷୀର ସୁରକ୍ଷା ଦେଶର ଆବାଳ ଜନତା ରକ୍ଷା ଉପରେ ନିର୍ଭର କରେ ।ତେଣୁ କଥାରେ ଅଛି "କୃଷକ ହେଉଛି ଦେଶର ମେରୁଦଣ୍ଡ" । ଚାଷୀମାନଙ୍କୁ ଆଧୁନିକ ପ୍ରଣାଳୀରେ କୃଷି ଭିତ୍ତିକ ଶିକ୍ଷା ଦେଇ ଦେଶର ମୁଣ୍ଡପିଛା ଆୟକୁ ବଢେଇ ପାରିଲେ ଆମ ଦେଶ ସରସ ସୁନ୍ଦର ହୋଇ ଗଢି ଉଠିବ । ଯାହା ଦ୍ବାରା ଆମେ ଭଲ ସୈନିକ, ଡାକ୍ତର, ଯନ୍ତ୍ରୀଙ୍କୁ ତିଆରି କରି ପାରିବା ।ବିଦେଶୀ ଆମଦାନୀ ଜିନିଷ ପତ୍ର ଉପରେ ନିର୍ଭରଶୀଳ ନ ହୋଇ "ନିଜ ଗୋଡରେ ନିଜେ ଠିଆ ହେବା" ଶିଖିବା ।ବିଦେଶୀ ଜିନିଷ ବର୍ଜନ କରି ନିଜ ଦେଶରେ ନିର୍ମିତ ଦ୍ରବ୍ଯର ବ୍ୟବହାର କରି ଶିଖିବା ।ଏହି ହେଉଛି ମହାନ ଆତ୍ମା ମହାତ୍ମାଗାନ୍ଧୀଙ୍କ ଅମରତ୍ବ ସ୍ବର । ଜଙ୍ଗଲଠୁ ଆରମ୍ଭ କରି କୃଷି ସଂପଦର ବିକାଶରେ ଦେଶକୁ ଆଗେଇ ନେବା ।ଜଳ ସେଚନର ସୁ ବ୍ୟବସ୍ଥା ଭିତରେ ଆମେ ଆମ ଦେଶର ଲକ୍ଷ୍ଯ ଲକ୍ଷ୍ଯ ହେକ୍ଟର ଜମିରେ ସବୁଜ ଶ୍ୟାମଳ ଫସଲରେ ଦେଶକୁ ସବୁଜିମାର ଶାଢୀ ପିନ୍ଧାଇ ଦେଇ କହିବା ଏହି ଆମ ମାଟି ସୁନାର ମାଟି ।ଯେଉଁଠି ଆଜି ସୁନା ଫଳୁଛି । କେବଳ ରାଜନୈତିକ କଥାରେ କହିଦେଲେ ହେବ ନାହିଁ ସମୟାନୁସାରେ ତାକୁ କାର୍ଯ୍ୟରେ ପରିଣତ କରିବାରେ ଆମ ସମସ୍ତଙ୍କର ସହଯୋଗ ଏକାନ୍ତ କାମ୍ୟ । ପଶୁ ସଂପଦ ,ଜଙ୍ଗଲ ସଂପଦ ତଥା କୃଷି ସଂପଦର ବିକାଶରେ ଗରିବ ଖଟିଖିଆ ଠାରୁ ଅଫିସର ନେତା ସମସ୍ତେ ଆମେ ମିଳିମିଶି ପ୍ରଗତି ପଥରେ ହାତକୁ ହାତ ମିଶାଇ ଗର୍ବର ସହିତ କହିବା ଏହି ଆମ ସୁନାର ଭାରତ ।
"ହସୁଅଛି ଆଜି ସବୁଜ ଖେତ ବନାନୀ
କଳକାରଖାନା କରେ ଶବ୍ଦ
ପଶୁ ସଂପଦର ହୋଇଛି ବିକାଶ
ଶିକ୍ଷା ସ୍ବାସ୍ଥ୍ୟ ପ୍ରଗତି ପଥେ ଭାରତ"
ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ, ଖୋରଧା
|
ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୪୮ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୩ଜଣ ସ୍ଥାନୀୟ ଲୋକ ଥିବା କୁହାଯାଇଛି।
ଆଜି ପୁରୀରୁ ଜଣେ ଓ କଳାହାଣ୍ଡି ଜିଲ୍ଲାରୁ ଆଜି ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୫, ସମ୍ବଲପୁର ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୩, ନୟାଗଡ଼ ଜିଲ୍ଲାରୁ ୧୧, ଜଗତସିଂହପୁରରୁ ୨, ଅନୁଗୁଳ ଜିଲ୍ଲାରୁ ୨ ଓ କଟକ ଜିଲ୍ଲାରୁ ୯ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି। ଆଜି ବି ମାଲକାନଗିରି ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗତକାଲି କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ଜଣ ରୋଗୀଙ୍କୁ ଏଥିରେ ସାମିଲ କରାଯାଇଛି ।
ନୂଆ ସଂକ୍ରମିତ ଜିଲ୍ଲା ଭାବେ ଗତକାଲି ମାଲକାନଗିରି ସାମିଲ ହୋଇଥିଲା। ଅପରପକ୍ଷରେ ଗତକାଲି କରୋନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଲଗାତାର ଦୁଇଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ହୋଇଛି। ଏହାସହ ଗତକାଲି ରାଜ୍ୟରେ ୩୦ଜଣ ସୁସ୍ଥ ମଧ୍ୟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଆଜି କୌଣସି ନୂଆ ଜିଲ୍ଲାକୁ ଛୁଇଁ ନାହିଁ କରୋନା, ଯାହା ଆଶ୍ବସ୍ତିର ବିଷୟ।
ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୫୩ରେ ପହଞ୍ଚିଥିବା ବେଳେ ୩୪୭ଜଣ ସୁସ୍ଥ ହୋଇଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।
|
ଜୀବନ ଦୋ ଛକିରେ
ଜୀବନ ଦୋ ଛକିରେ2 mins 572 2 mins 572
ଝରକା ପାଖରେ ବସି ବାହାରକୁ ଏକା ଲୟରେ ଚାହିଁ ଭାବୁଥିଲାରମ୍ୟା । କଣ ସ୍ଥିର କରିବ ସେ ଭାବିପାରୁନି । ଜୀବନର ଅନେକ ଅଙ୍କା ବଙ୍କାରାସ୍ତା ସେ ପିଲାଟି ଦିନରୂ ଅତିକ୍ରମ କରି ଚାଲିଛି ଏପର୍ଯ୍ୟନ୍ତ । ସହପାଠୀ ସୁଦୀପଙ୍କ ସହ ତାର ସଂପର୍କ ଯେ ବିବାହ ଆଡ଼କୁ ଆଗେଇବ ତାହା ଆଦୌ ସେ ଭାବିନଥିଲା । ତାକୁ ଜୀବନ ସଂଙ୍ଗୀନୀ କରିବା ପାଇଁ ସୁଦୀପ ଆଗେଇ ଯାଇ ତାଙ୍କ ଘରେ କହି ପ୍ରସ୍ତାବ ପଠାଇବେ ତାହା ସେ ବିଶ୍ୱାସ କରିପାରୁନି । ଏମିତି ଦେଖିଲେ କଥାଟି କିଛି ଅସଂଗତ ନୁହେଁ, ଭାବିଲା ରମ୍ୟା । ସୁଦୀପ ବ୍ୟାଙ୍କ ଅଫିସର ଓ ସେ ସେହି ଏକା ବ୍ୟାଙ୍କରେ ଏକ କିରାଣୀ । ଅନ୍ୟ ସାଙ୍ଗ ସାଥି ମାନେ ଖୁସିରେ ତାକୁ ଆଜି ଗ୍ରୀଟ କରିଛନ୍ତି। ସୁଦୀପ ନିଜ ଆଡୁ ତାଙ୍କ ଅନ୍ତରଙ୍ଗ ବନ୍ଧୁଙ୍କୁ ଏକଥା ପ୍ରକାଶ କରିଥିଲେ । ସମସ୍ତେ ଖୁସି ।
ଖୁସି ହୋଇପାରୁନି ରମ୍ୟା । ଘରକୁ ଫେରିଲା ଚିନ୍ତା ଗ୍ରସ୍ତ ହୋଇ । ଘରେ ମା'ଓ ରିଦ୍ଧି । ରିଦ୍ଧି ତାର ସାନଭଉଣୀ । ଜନ୍ମରୁ ମୂକ,ବଧିର । ତା'ଠାରୁ ଛଅ ବର୍ଷ ସାନ ବୟସରେ । ପିଲାଟି ଦିନରୁ ରିଦ୍ଧିର ଏକ ପ୍ରକାର ଅଚଳ ଅବସ୍ଥା । ବାପା ଓ ମା'ତାର ଚିକିତ୍ସା ପାଇଁ ଅଧିକାଂଶ ସମୟ ବୁଲିଛନ୍ତି ଏସହରରୁ ଅନ୍ୟ ସହର । ରମ୍ୟା ସେ ସମୟରେ ମାମୁଁ ଙ୍କ ଘରେରହେ । କିଛି ଫଳ ମିଳିନଥିଲା, ସବୁ ଚିକିତ୍ସା ବ୍ୟର୍ଥରେ ପରିଣତ ହେଲା । ବରଂ ଦିନ କୁ ଦିନ ଗୋଡ଼ ଦୁଇ ଟିର ମାଂସପେଶୀ ଦୁର୍ବଳ ହେବାରୁ ସେ ଚାଲିବାରେ ଅକ୍ଷମ ହେଲା । କିଛି ବାଟ ଚାଲିଲେ ତଳେ ପଡ଼ିଗଲା । ତେଣୁ ବାପା ମା ଆଉ ତାକୁ ଏକା କେଉଁ ଆଡ଼େ ଛାଡ଼ିଲେ ନାହିଁ । ବାପାଙ୍କର କିରାଣୀ ଚାକିରୀ ଦରମାରେ ରିଦ୍ଧିର ଚିକିତ୍ସା ,ତାର ପାଠପଢା ଓ ଘରର ସବୁ ଦାୟିତ୍ୱ ବାପାଙ୍କ ଉପରେ ବୋଝ ଲଦି ହୋଇଯାଇଥିଲା । ସବୁବେଳେ ଚିନ୍ତିତ ଅବସ୍ଥାରେ ବାପା ଓ ମା ଙ୍କୁ ଦେଖିଆସିଛି ରମ୍ୟା ପିଲା ଟି ଦିନୁ । ତାକୁ ବି ବହୁତ ଦୁଃଖ ଲାଗେରିଦ୍ଧି ପାଇଁ,ରିଦ୍ଧି ପାଟିରୁ ଅପା'ଡାକ ଶୁଣିବାପାଇଁ । ଏତେ ଦୁଃଖ ଭିତରେ ଗତବର୍ଷ ସେ ତାର ବାପାଙ୍କୁ ହରାଇଛି । ସ୍କୁଟରରେ ଘରକୁ ଫେରିବାବେଳେ ଟ୍ରକ ଆକ୍ସିଡେଣ୍ଟରେ ସେ ପ୍ରାଣ ହରାଇଥିଲେ । ଏହାର କେତେ ମାସ ପରେ ବ୍ୟାଙ୍କରେ କ୍ଲର୍କ ନିଯୁକ୍ତି ପାଇଛି ସେ ।
ସେହି ସମୟରେ ସୁଦୀପ ମଧ ନୁଆ ଅଫିସରରୁପେ ଯୋଗ ଦେଇଥିଲେ । ସୁଦୀପଙ୍କର ବିବାହ ପ୍ରସ୍ତାବରେ ସେ ଯଦିଓ ଖୁସି, କିନ୍ତୁ ଅନ୍ୟ ଏକ ବଡ଼ ଦାୟିତ୍ୱ ବୋଧ ତାର ଅଛି ,ଏକଥା ସେ କେବେ ଭୁଲେନି ।
ବାପାଙ୍କ ମୃତ୍ୟୁ ପରେ ମା'କୁ ରିଦ୍ଧିର ଦାୟିତ୍ୱ ସେ ନେବ ବୋଲି କହିସାରିଛି । ଦରକାର ପଡିଲେ ଏଥିପାଇଁ ସେ ଜୀବନରେ ଅବିବାହିତରହିବ ବୋଲି ପ୍ରତିଶ୍ରୁତି ଦେଇଛି ।
ସେଦିନ ଅଫିସରୁ ଫେରି ସୁଦୀପଙ୍କ ସହ ପାର୍କରେ ବସିବା ବେଳେ ବିବାହ ତାରିଖ ସ୍ଥିର କରିବା ପାଇଁ ରମ୍ୟାର ମତାମତ ଲୋଡିଥିଲେ ସୁଦୀପ ।ରମ୍ୟା ନିରବରେ ଭାରାକ୍ରାନ୍ତ ମନରେ ଘରକୁ ଫେରିଲା । ଘରେ ବସିଛି,ତା ଭିତରୁ ଜଣେ କିଏ ଯେମିତି କହୁଛି, ତୋ ଭଉଣୀ ପାଇଁ କଣ ତୋ ଜୀବନ କୁ ଏତେ କଷ୍ଟ ଦବୁ?ଏପଟେ ମନେପଡିଲା ମାକୁ ରିଦ୍ଧି ପାଇଁ କହିଥିବା ତାର ପ୍ରତିଶ୍ରୁତି । ବର୍ତ୍ତମାନ କଣ କରିବ ସେ । ଜୀବନର ଦୋ ଛକିରେ ଠିଆ ହୋଇଛି ସେ । ଆଗକୁ ଭାବି ପାରୁନି । ଗୋଟିଏ ପଟେ ସୁଦୀପ ଓ ତାର ଭବିଷ୍ୟତ । ଅନ୍ୟପଟେ ତାର ଦିବ୍ୟାଙ୍ଗ ସାନଭଉଣୀର ଭବିଷ୍ୟତ । ଚାରିଆଡ ଶୂନ୍ୟ ଲାଗୁଥିଲାରମ୍ୟାକୁ ।
|
ବରଗଡ଼ : ବରଗଡ ଜିକ୍ଲା ମେଲଛାମୁଣ୍ଡାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ସୋହେଲା ଥାନା ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି ।
ଗତ ଫେବୃଆରୀ ୮ ତାରିଖରେ ଜଣେ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଥିବା ନେଇ ଜଣେ ଥାନା ଏଏସଆଇ ବନମାଳୀ କୁଅଁର ଓ ଆଉ ଜଣେ ଯୁବକ ରିକୁ ନାଗଙ୍କ ନାମରେ ପିଡିତାଙ୍କ ବାପା ଅଭିଯୋଗ କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ନାବାଳିକା ଜଣକ ଟ୍ୟୁସନ୍ ସାରି ଫେରୁଥିବା ବେଳେ ରିକୁ ନାଗ ନାମକ ଜଣେ ବ୍ୟକ୍ତି ତାକୁ ଅପହରଣ କରିଥିଲା। ପରେ ପିଡିତାଙ୍କୁ ନେଇ ଏଏସଆଇଙ୍କ ଘରେ ରଖିଥିଲା ଏବଂ ସେଠାରେ ଉଭୟ ଏଏସଆଇ ଓ ଯୁବକ ସମ୍ପୃକ୍ତ ଝିଅକୁ ଦୁଷ୍କର୍ମ କରିଥିଲେ । ପରବର୍ତ୍ତୀ ସମୟରେ କୌଶଳକ୍ରମେ ଝିଅଟି ସେଠାରୁ ଖସି ଆସିବାରେ ସଫଳ ହୋଇଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ଏନେଇ ସୋହେଲା ଥାନାରେ ପୀଡ଼ିତାଙ୍କ ବାପା ଅଭିଯୋଗ କରିଥିଲେ।
ତେବେ ଏନେଇ ଥାନାରେ ମାମଲା ଦାଏର ହେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି କରିଥିବା ନେଇ ସୁତ୍ରରୁ ପ୍ରକାଶ ।
|
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମର ଜଣେ ବୃଦ୍ଧଙ୍କର ଭାଲୁ ଆକ୍ରମଣରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଆଜି ସକାଳୁ ଟିପାଗୁଡା ଗ୍ରାମର ବନସିଂ ଗୌଡ଼ (୬୦)ଗାଁ ଠାରୁ ଅଧା କିଲୋମିଟର ଦୂର ଜଙ୍ଗଲକୁ ଶୌଚ ପାଇଁ ଯାଉଥିଲେ। ହଠାତ ଏକ ଭାଲୁ ସହ ସେ ସାମ୍ନାସାମ୍ନି ହୋଇ ଯାଇଥିଲେ। ବନସିଂ ଗୌଡ଼ଙ୍କୁ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ବନସିଂ ଗୌଡ଼ ଚିତ୍କାର କରିବାରୁ ତାଙ୍କ ପାଟି ଶୁଣି ଆଖପାଖ ଲୋକେ ଆସି ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ। ଏଣେ ଭାଲୁଟି ଦୌଡ଼ି ସେଠାରୁ ପଳାଇଥିଲା।
ଭାଲୁ ଆକ୍ରମଣରେ ବନସିଂଙ୍କର ମୁଣ୍ଡରେ ପ୍ରବଳ ଆଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଜଙ୍ଗଲରୁ ଘରକୁ ଆଣିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ଟିପାଗୁଡା ଗ୍ରାମର ରାସ୍ତା ଖରାପ ଥିବା ଯୋଗୁଁ ଆମ୍ବୁଲାନ୍ସ ବନସିଂ ଘରୁ ୨ ଶହ ମିଟର ଦୂରରେ ରହିଯାଇଥିଲା। ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ଏକ ଖଟିଆ ଯୋଗେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିବା ପରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ପରିବାର ଲୋକ ଜଣାଇଥିଲେ। ସେଠାରେ ଡାକ୍ତର ବନସିଂଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ତରଫରୁ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଝରିଗାଁ ପୁଲିସ ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।
|
ନୟାଗଡ,୧୬/୧୨/୨୦୨୨ (ଓଡ଼ିଶା ସମାଚାର)- ଗାଁ ଗାଁ ରେ ମହିଳା ମାନେ ନିଜ ନିଜ ଭିତରେ ଏକତ୍ରିତ ହୋଇ କିଛି ଚାନ୍ଦା ଆଦାୟ କରି ଗଢ଼ିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ଏଥିରେ ରହିଛନ୍ତି୧୦ରୁ ଉର୍ଦ୍ଧ୍ବ ମହିଳା । ଏହି ମହିଳା ଙ୍କ ମଧ୍ୟରେ ଜଣେ ସଭାନେତ୍ରୀ ଓ ସମ୍ପାଦିକା ଏବଂ ଜଣେ କୋଷାଧ୍ୟକ୍ଷ, ଅନ୍ୟ ମାନେ ରହିଛନ୍ତି ସଭ୍ୟ।ଏମାନଙ୍କ ମଧ୍ୟରେ କାହାର ଅସୁବିଧା ହେଲେ ଗ୍ରୁପ୍ ରୁ ନେଇ ଥାଆନ୍ତି ଆର୍ଥିକ ସାହାଯ୍ୟ ।କିନ୍ତୁ ପରେ ଏହି ଟଙ୍କାକୁ ସୁଝିଥାଆନ୍ତି ଓ ଗ୍ରୁପରେ ଥିବା ଟଙ୍କାକୁ ବ୍ୟଙ୍କ ରେ ପ୍ରତି ମାସରେ ଡିପୋଜିଟି କରି ବ୍ୟାଙ୍କ ମାଧ୍ୟମରେ ଆର୍ଥିକ ସହାୟତା ପାଇବା ପରେ କରିଥାନ୍ତି ଉଦ୍ୟୋଗ । ତେବେ ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଅଞ୍ଚଳରେ ଶିଖରପୁର ଗାଁରେ ଏକ ମହିଳା ଗୁପ ଅଛନ୍ତି । ଏହା ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।ଏହି ମହିଳା ସ୍ୱଂୟସହାୟିକା ଗ୍ରୁପ ହେଲେ ମା ମହିଷାସୁଣି ସ୍ୱଂୟସହାୟିକା ଗ୍ରୁପ।ଏହି ଗ୍ରୁପ ଟି ୨୦୦୯ରୁ ଆରମ୍ଭ ହୋଇ ଥିବା ବେଳେ ଏଥିରେ୧୦ଜଣ ମହିଳା ରହିଛନ୍ତି।ଖାଲି ଗ୍ରୁପ କରିଛନ୍ତି ତା ନୁହେଁ।ଖଣ୍ଡପଡ଼ା ଷ୍ଟେଟ ବ୍ୟାଙ୍କରୁ ଚାରିଲକ୍ଷ ଟଙ୍କା ଋଣ ନେଇ ଏକ ଉନ୍ନତ ମାନର ଛତୁଆ କାରଖାନା ପ୍ରତିଷ୍ଠା କରି ପାରିଛନ୍ତି।ଏହି ଛତୁଆକୁ ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଥିବା୧୬୯ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅତି ଉନ୍ନତ ମାନର ଛତୁଆ ଯୋଗାଣ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ନୟାଗଡ଼ ଜିଲାପ୍ରଶାସନ ପାଖରେ। ତେବେ ଦୋକାନ ରେ ବିଭିନ୍ନ କମ୍ପାନୀର ବିକ୍ରି ହେଉଥିବା ଛତୁଆ ସହିତ ମହିଳା ଗୋଷ୍ଠିଙ୍କ ଛତୁଆ ସବୁଠାରୁ ଭିନ୍ନ ଓ ଉଚ୍ଚ ମାନର ବୋଲି ଅଙ୍ଗନବାଡ଼ି ରୁ ନେଉଥିବା ମହିଳାମାନେ କହିଛନ୍ତି।ସରକାରଙ୍କ ପକ୍ଷରୁ ଯଦି ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଆନ୍ତା, ଏହି ମହିଳା ଗୋଷ୍ଠି ଖାଲି ଛତୁଆ କାହିଁକି ଅନ୍ୟ ଉଦ୍ୟୋଗ ମଧ୍ୟ୍ୟ କରି ପାରନ୍ତେ।
|
ନିଜ ଲୋକ ଶତ୍ରୁ ସାଜିବେ, ଅଯଥା ଖର୍ଚ୍ଚ ବଢ଼ିବା ସହ ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ! ପଢନ୍ତୁ ଆଜିର ରାଶିଫଳ
ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...
ମେଷ: ଆୟର ନୂତନ ମାର୍ଗ ଉନ୍ମୋଚିତ ହେବ। ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। କଠିନ କାର୍ଯ୍ୟକୁ ସରଳ ବନାଇବାରେ ସଫଳ ହେବେ। ଚାକିରିରେ ପଦୋନ୍ନତି ସମ୍ଭାବନା ରହିଛି।
ବୃଷ: ଆଇଟି ଓ ଇଞ୍ଜିନିୟରିଂ କ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ। ଚଳିତ ସପ୍ତାହରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ସମୟ ଭଲ।
ମିଥୁନ: ଅଯଥା ରାଗରୁଷା କରନ୍ତୁନି। ନକାରାତ୍ମକ ଚିନ୍ତାଧାରା ଯୋଗୁଁ ହଇରାଣ ହୋଇପାରନ୍ତି। ନିଜ ଲୋକ ଶତ୍ରୁ ସାଜିବେ। ବ୍ୟବସାୟୀ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମନ ପ୍ରସନ୍ନ ରହିବ।
କର୍କଟ: ଅଫିସ୍ କାମରେ ବ୍ୟସ୍ତ ରହିବେ। ଅତିରିକ୍ତ ଦାୟିତ୍ବ ତୁଲାଇ ପ୍ରଶଂସିତ ହେବେ। କଳା ଓ ବିଜ୍ଞାନ ପ୍ରତି ରୁଚି ବଢ଼ିବ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଧାର୍ମିକ କାର୍ଯ୍ୟ ପାଇଁ ଆଗ୍ରହୀ ହେବେ।
ସିଂହ: କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ଜଟିଳ ପରିସ୍ଥିତିରେ ଆତ୍ମବିଶ୍ବାସ ହରାନ୍ତୁନି। ବନ୍ଧୁଙ୍କ ସହ ବୁଲିବା ପାଇଁ ନୂଆ ଯୋଜନା କରିବେ। ଧାର କରଜରୁ ଦୂରେଇ ରହିବା ଭଲ।
କନ୍ୟା: ଦିନଟିରେ କର୍ମଚଞ୍ଚଳ ରହିବେ। ନୂତନ କାମ ଆରମ୍ଭ କରିବା ପାଇଁ ସମୟ ଭଲ। ଯୋଗ୍ୟତା ଅନୁଯାୟୀ ଚାକିରି ମିଳିବ। ଅଯଥା ଖର୍ଚ୍ଚ ବଢ଼ିବ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ।
ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଚାକିରି ଖୋଜୁଥିବା ବ୍ୟକ୍ତି ହତୋତ୍ସାହ ହେବେ। ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଘରକୁ ଅତିଥିଙ୍କ ଆଗମନ ହେବ।
ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ଜରୁରି କାର୍ଯ୍ୟ ପାଇଁ ଦୂର ସ୍ଥାନ ଯାତ୍ରା କରିପାରନ୍ତି। ଉତ୍ଫୁଲ୍ଲିତ ରହିବେ। ସରକାରୀ କାମ ସମସ୍ୟା ସମାଧାନ ହେବ। ପାରିବାରିକ ବିବାଦରୁ ଦୂରେଇ ରହିବେ।
ଧନୁ: ପାରିବାରିକ ଜୀବନରେ କଳହ ଯୋଗ ରହିଛି। ଧୈର୍ଯ୍ୟର ସହ ଏହାକୁ ସମାଧାନ କରିବା ଭଲ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ।
ମକର: କ୍ୟାରିୟର ପାଇଁ ସଂଘର୍ଷ କରିବାକୁ ପଡ଼ିବ। କାର୍ଯ୍ୟସ୍ଥଳରେ କିଛି କଥାକୁ ଗୁପ୍ତ ରଖୀବା ଭଲ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଅବିବାହିତଙ୍କ ପାଇଁ ଉତ୍ତମ ବିବାହ ପ୍ରସ୍ତାବ ଆସିପାରେ।
କୁମ୍ଭ: ଆତ୍ମବିଶ୍ବାସ ସହିତ କାର୍ଯ୍ୟ କରି ସଫଳ ହେବେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେଇପାରେ। ଅଫିସ୍ କାମ ସୂଚାରୁରୂପେ ତୁଲାଇବେ।
ମୀନ: ଅଧିକ ଚିନ୍ତା ରୋଗର କାରଣ ସାଜିବ। ବ୍ୟବସାୟିକ ଦୃଷ୍ଟିକୋଣରୁ ସଫଳତା ମିଳିବ। ଅଚାନକ ଖୁସି ଖବର ପାଇପାରନ୍ତି। ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତାରେ ରହିବେ।
|
ମଞ୍ଜିତ କୌର ନିଜର ଦୁଇ ହାତରେ ଗୁହାଳର ଇଟା ଓ କାଦୁଅ ଚଟାଣରୁ ମଈଁଷି ଗୋବର ସଫା କରିଥାନ୍ତି। ତଳେ ଟେକି ହୋଇ ବସି, ଏହି ୪୮ ବର୍ଷୀୟା ମହିଳା ଜଣକ ଚଟାଣରେ ପଡ଼ିଥିବା ବହଳିଆ ଗୋବର ଉଠାଇଥାନ୍ତି, ତା'କୁ ବାଲଟା (ଝୁଡ଼ି)ରେ ଭର୍ତ୍ତି କରି ମୁଣ୍ଡରେ ବୋହି ଚାଲିଥାନ୍ତି। ସତର୍କତାର ସହିତ ମୁଣ୍ଡ ଉପରେ ଥିବା ଓଜନର ସନ୍ତୁଳନ ରକ୍ଷା କରି ସେ ଗୁହାଳର କାଠ ଫାଟକ ପାର୍ ହୋଇ ପାଖାପାଖି ୫୦ ମିଟର ଦୂର ଗୋବର ଗଦା ପାଖକୁ ଯାଆନ୍ତି। ତାଙ୍କ ଛାତି ଉଚ୍ଚା ଠିଆ ହୋଇଥିବା ଗୋବର ଗଦା, ତାଙ୍କର ଦୀର୍ଘ ମାସ ଶ୍ରମର ପ୍ରମାଣ ଦେଇଥାଏ।
ଏହା ଏକ ଉତ୍ତପ୍ତ ଏପ୍ରିଲ ମାସର ଅପରାହ୍ଣ। ୩୦ ମିନିଟ୍ ମଧ୍ୟରେ, ମଞ୍ଜିତ ନିଜର ଏହି ଛୋଟ ଯାତ୍ରାକୁ ଆଠ ଥର ଦୋହରାଇଥାନ୍ତି। ଶେଷରେ, ସେ ନିଜ ଖାଲି ହାତକୁ ପାଣି ପାତ୍ରରେ ଧୂଅନ୍ତି। ସେଦିନର କାମ ସାରି ଫେରିବା ପୂର୍ବରୁ, ସେ ନିଜର ଛୋଟ ନାତି ପାଇଁ କୌଣସି ଗୋଟିଏ ମଇଁଷିଠାରୁ ଅଧାଲିଟର କ୍ଷୀର ଦୁହିଁ ଷ୍ଟିଲ କଣ୍ଟେନରରେ ଭରିଥାନ୍ତି।
ସକାଳ ୭ଟାଠାରୁ ସେ ଏହି କାମ ଆରମ୍ଭ କରିଛନ୍ତି, ଏହା ତାଙ୍କର ଷଷ୍ଠ ଘର। ଘରର ମାଲିକମାନେ ହେଉଛନ୍ତି ଜାଟ୍ ଶିଖ ସମ୍ପ୍ରଦାୟର, ପଞ୍ଜାବର ତର୍ଣ୍ଣ ତରନ ଜିଲ୍ଲାରେ ଥିବା ତାଙ୍କ ଗାଁ ହାଭେଲିୟାଁରେ ଏମାନେ ହେଉଛନ୍ତି ପ୍ରଭାବଶାଳୀ ଜାତିର ଜମିଦାର।
ସେ କୁହନ୍ତି, '' ମଜବୁରୀ ହୈ ।'' ଅସହାୟତା କାରଣରୁ ସେ ଜୀବିକା ନିର୍ବାହ ପାଇଁ ଗୁହାଳ ସଫା କରିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ଦିନରେ ସେ କେତେ ଓଜନର ଗୋବର ନିଜ ମୁଣ୍ଡରେ ମୁଣ୍ଡାଇ ବୋହିଥାନ୍ତି ତାହା ସେ ଜାଣନ୍ତି ନାହିଁ, କିନ୍ତୁ କୁହନ୍ତି, '' ବଡା ସିର ଦୁଖଦା ହୈ , ଭାର୍ ଚୁକଦେ ଚୁକଦେ '' [ମୁଣ୍ଡରେ ସବୁ ଓଜନ ବୋହିବା କାରଣରୁ ମୋ ମୁଣ୍ଡ ଯନ୍ତ୍ରଣାରେ ଫାଟି ପଡ଼ିଥାଏ]
ଚାଲି ଚାଲି ସେ ଘରକୁ ଫେରିବା ସମୟରେ, ରାସ୍ତାରେ ଦିଗନ୍ତ ବିସ୍ତାରୀ ସୁନେଲି ରଙ୍ଗର ଗହମ କ୍ଷେତ ବ୍ୟାପି ରହିଥାଏ। ଖୁବଶୀଘ୍ର ଏସବୁର ଅମଳ ହୋଇଯିବ, ଠିକ୍ ବୈଶାଖୀ ପରେ ପରେ। ଏପ୍ରିଲ ମାସରେ ପଡ଼ୁଥିବା ଏହି ପର୍ବଠାରୁ ପଞ୍ଜାବରେ କୃଷି ଋତୁ ଆରମ୍ଭ ହୋଇଥାଏ। ହାଭେଲିୟାଁର ଜାଟ ଶିଖମାନଙ୍କ ପାଖରେ ଗଣ୍ଡିୱିଣ୍ଡ ବ୍ଲକର ସବୁଠୁ ଅଧିକ ଚାଷ ଜମି ରହିଛି, ଏଥିରେ ମୁଖ୍ୟତଃ ଧାନ ଓ ଗହମ ଚାଷ ହୋଇଥାଏ।
ତେବେ ମଧ୍ୟାହ୍ନ ଭୋଜନରେ ମଞ୍ଜିତ ଗୋଟିଏ ଥଣ୍ଡା ରୁଟି ଓ ଚା' ସେବନ କରିଥାନ୍ତି। ଏହାପରେ ଗୋଟିଏ ଘଣ୍ଟା ବିଶ୍ରାମ ନିଅନ୍ତି। ଏବେ ତାଙ୍କୁ ଶୋଷ ଲାଗୁଛି। ''ଏ ଖରା ଗରମରେ ସେମାନେ ସାମାନ୍ୟ ପାଣି ସୁଦ୍ଧା ଯାଚନ୍ତି ନାହିଁ,'' ମଞ୍ଜିତ ତାଙ୍କ ଉଚ୍ଚ ଜାତିର ନିଯୁକ୍ତିଦାତାଙ୍କ ବିଷୟରେ କୁହନ୍ତି।
ମଞ୍ଜିତ ମଜହବୀ ଶିଖମାନଙ୍କ ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି। ପାଖାପାଖି ଦୁଇ ଦଶନ୍ଧି ପୂର୍ବରୁ, ସେ ଓ ତାଙ୍କ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ରେ ୨୦୧୯ ରିପୋର୍ଟରେ ପ୍ରକାଶ ପାଇଥିବା ଅନୁଯାୟୀ, ହାଭେଲିୟାଁରେ ପ୍ରାୟ ଏକ ତୃତୀୟାଂଶ ଜନସଂଖ୍ୟା ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗ ସମ୍ପ୍ରଦାୟର ଯେଉଁମାନେ କୃଷି ଶ୍ରମିକ କିମ୍ବା ଦିନ ମଜୁରିଆ ଭାବେ ଜୀବନ ନିର୍ବାହ କରନ୍ତି। ଅନ୍ୟମାନେ ହେଉଛନ୍ତି ଜାଟ୍ ଶିଖ। ଜାଟ୍ ଶିଖମାନଙ୍କର ପ୍ରାୟ ୧୫୦ ଏକର ଜମି ସୀମାବର୍ତ୍ତୀ ତାର ବାଡ଼ ବାହାରେ ରହିଛି, ଏଠାରୁ ପାକିସ୍ତାନର ଦୂରତା ମାତ୍ର ୨୦୦ ମିଟର ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା।
ହାଭେଲିୟାଁର ଦଳିତ ମହିଳାମାନେ ଜାଟ୍ ଶିଖମାନଙ୍କ ଘରେ ଗୋବର ଓ ଗୁହାଳ ସଫା କରନ୍ତି କିମ୍ବା ଅନ୍ୟାନ୍ୟ ଘରୋଇ କାମ କରିଥାନ୍ତି।
ମଞ୍ଜିତ କୁହନ୍ତି, '' ଗରିବାଁ ବାରେ ସରକାର ନହିଁ ସୋଚଦି ତାହି ତେ ଗୋହା ଚୁକଦେ ହାଁ ଅସି [ଗରିବ ଲୋକଙ୍କ ବିଷୟରେ ସରକାର ଚିନ୍ତା କରୁନାହାନ୍ତି, ଏହି କାରଣରୁ ଆମେ ଗାଈ ଗୋବର ସଂଗ୍ରହ ଓ ସଫା କରୁଛୁ]।''
କାମ ପାଇଁ ସେମାନେ କ'ଣ ପାଆନ୍ତି?
''ପ୍ରତି ଗୋରୁ କିମ୍ବା ମଇଁଷିଙ୍କ ପାଇଁ, ଆମେ ଗୋଟିଏ ମାନ୍ [କିମ୍ବା ମାଉନ୍ଦ; ପାଖାପାଖି ୩୭ କିଲୋଗ୍ରାମ] ଗହମ କିମ୍ବା ଚାଉଳ, ଫସଲ ଋତୁ ଅନୁଯାୟୀ, ଛଅମାସରେ ଥରେ ପାଇଥାଉ।
ମଞ୍ଜିତ ସାତ ଘଣ୍ଟା କାମ କରିଥାନ୍ତି, ଯେଉଁଥିରେ ମୋଟ ୫୦ ଡଙ୍ଗର [ଗୃହପାଳିତ ପଶୁ] ଥାଆନ୍ତି। ''ଗୋଟିଏ ଘରେ ୧୫, ଆଉ ଏକ ଘରେ ସାତ। ତୃତୀୟ ଜଣଙ୍କ ଘରେ ୫; ଚତୁର୍ଥ ଜଣଙ୍କ ଘରେ ଛଅ....'' ମଞ୍ଜିତ ଗଣିବା ଆରମ୍ଭ କରନ୍ତି।
ସମସ୍ତେ ସଠିକ୍ ପରିମାଣରେ ଗହମ କିମ୍ବା ଚାଉଳ ଦିଅନ୍ତି, କେବଳ ୧୫ଟି ପଶୁ ଥିବା ଘରକୁ ଛାଡ଼ି ଦେଲେ, ସେ କୁହନ୍ତି। ''ସେମାନେ ୧୫ଟି ପଶୁଙ୍କ ପାଇଁ ମାତ୍ର ୧୦ ମାନ୍ [୩୭୦ କିଲୋଗ୍ରାମ] ଦିଅନ୍ତି,'' ସେ କୁହନ୍ତି। ''ମୁଁ ସେମାନଙ୍କ କାମ ଛାଡ଼ି ଦେବାକୁ ଚିନ୍ତା କରୁଛି।''
ସାତଟି ମଇଁଷି ଥିବା ପରିବାରଠାରୁ ମଞ୍ଜିତ ନିଜ ନବଜାତ ନାତି ପାଇଁ କପଡ଼ା କିଣିବା ଓ ଘର ଖର୍ଚ୍ଚ ପାଇଁ ୪ ହଜାର ଟଙ୍କା ଉଧାର ଆଣିଥିଲେ। ଛଅ ମାସ' ସେଠାରେ କାମ କରି ସାରିବା ପରେ, ମେ ମାସରେ, ଗହମ କିଲୋପ୍ରତି ଦରକୁ ଆଧାର କରି ତାଙ୍କର ବକେୟା ଉଧାର ସୁଝିବା ପରେ ସେ ଅବଶିଷ୍ଟ ଗହମ ପାଇଥିଲେ।
ସାତଟି ପଶୁଙ୍କ ପାଇଁ ତାଙ୍କର ପାଉଣା ହେଉଛି ସାତ ମାନ୍ , ପାଖାପାଖି ୨୬୦ କିଲୋଗ୍ରାମ।
ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ଗୋଟିଏ କୁଇଣ୍ଟାଲ (୧୦୦ କିଲୋଗ୍ରାମ) ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ଚଳିତ ବର୍ଷ ୨,୦୧୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହି ଆଧାରରେ ୨୬୦ କିଲୋଗ୍ରାମ ଗହମ ମୂଲ୍ୟ ପ୍ରାୟ ୫,୨୪୦ ଟଙ୍କା ହେବ। ନିଜ ଋଣ ସୁଝିବା ପରେ, ମଞ୍ଜିତଙ୍କର ୧,୨୪୦ ଟଙ୍କାର ଗହମ ପାଇବାର ଥିଲା।
ନଗଦ ଆକାରରେ ସୁଧ ମଧ୍ୟ ପାଇବାର ଥିଲା। ''ପ୍ରତି ୧୦୦ ଟଙ୍କା ପିଛା (ଋଣର), ସେମାନେ ମାସିକ ୫ ଟଙ୍କା ଦାବି କରିଥାନ୍ତି,'' ସେ କୁହନ୍ତି। ଏହି ଆଧାରରେ ବାର୍ଷିକ ସୁଧ ହାର ହେଉଛି ୬୦ ପ୍ରତିଶତ।
ଏପ୍ରିଲ ମଧ୍ୟଭାଗ ସୁଦ୍ଧା ସେ ୭୦୦ ଟଙ୍କା ସୁଧ ପୈଠ କରିଥିଲେ।
ମଞ୍ଜିତଙ୍କ ପରିବାରରେ ସାତ ଜଣ ସଦସ୍ୟ ଅଛନ୍ତି – ୫୦ ବର୍ଷ ଟପି ସାରିଥିବା ତାଙ୍କ କୃଷି ଶ୍ରମିକ ସ୍ୱାମୀ, ୨୪ ବର୍ଷର କୃଷି ଶ୍ରମିକ ପୁଅ, ବୋହୂ, ଦୁଇ ଜଣ ନାତି ଏବଂ ୨୨ ଓ ୧୭ ବର୍ଷର ଦୁଇ ଅବିବାହିତା ଝିଅ। ତାଙ୍କର ଦୁଇ ଝିଅ ଜାଟ୍ ଶିଖ୍ମାନଙ୍କ ଘରେ ଘରକରଣା କାମ କରି, ମାସିକ ୫୦୦ ଟଙ୍କା ରୋଜଗାର କରିଥାନ୍ତି।
ଆଉ ଜଣେ ନିଯୁକ୍ତିଦାତାଙ୍କଠାରୁ ସେ ବିନା ସୁଧରେ ମଧ୍ୟ ଋଣ ନେଇଛନ୍ତି। ସେ କୁହନ୍ତି, ସଉଦା, ଚିକିତ୍ସା ଖର୍ଚ୍ଚ, ପରିବାରରେ ବାହାଘର ଓ ଅନ୍ୟ ସମାରୋହ ଖର୍ଚ୍ଚ ତୁଲାଇବା ଏବଂ ଗୃହପାଳିତ ପଶୁ କିଣିବା କିମ୍ବା ଅନ୍ୟ କୌଣସି ଖର୍ଚ୍ଚ ପାଇଁ ମହିଳାମାନଙ୍କୁ ନଗଦ ଆର୍ଥିକ ସହାୟତା କରୁଥିବା କ୍ଷୁଦ୍ର ସଞ୍ଚୟ ଗୋଷ୍ଠୀର ମାସିକ କିସ୍ତି ସୁଝିବା ଲାଗି ଉଚ୍ଚ ଜାତିର ଲୋକଙ୍କ ଘରୁ ଟଙ୍କା ଉଦ୍ଧାର ନେବା ଅତି ଜରୁରି ହୋଇଥାଏ।
ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରାଧ୍ୟାପକ (ପୂର୍ବତନ) ଡକ୍ଟର ଗ୍ୟାନ ସିଂ, ମାର୍ଚ୍ଚ ୨୦୨୦ରେ ଏକ ଅଧ୍ୟୟନ - 'ଗ୍ରାମୀଣ ପଞ୍ଜାବରେ ଦଳିତ ମହିଳା ଶ୍ରମିକ : ଅନ୍ତର୍ନିହିତ ତଥ୍ୟ' ପ୍ରକାଶ କରିଥିଲେ। ଏଥିରେ ସେ କହିଛନ୍ତି, ତାଙ୍କ ଦଳ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଗ୍ରାମୀଣ ପଞ୍ଜାବୀ ପରିବାରରେ ଥିବା ୯୬.୩ ପ୍ରତିଶତ ଦଳିତ ମହିଳା ଋଣ ବୋଝରେ ପଡ଼ିଛନ୍ତି। ପ୍ରତ୍ୟେକଙ୍କ ଉପରେ ହାରାହାରି ୫୪,୩୦୦ ଟଙ୍କାର ଋଣ ରହିଛି। ମୋଟ୍ ଋଣ ମଧ୍ୟରୁ ପ୍ରାୟ ୮୦.୪୦ ପ୍ରତିଶତ ଅଣସଂସ୍ଥାଗତ ଉତ୍ସରୁ ନିଆଯାଇଛି।
ହାଭେଲିୟାଁର ଆଉ ଜଣେ ଦଳିତ ମହିଳା ୪୯ ବର୍ଷୀୟା ସୁଖବୀର କୌର କୁହନ୍ତି, ପୁରୁଣା ମାଲିକମାନେ ବେୟାଜ (ସୁଧ) ନିଅନ୍ତି ନାହିଁ; କେବଳ ନୂଆ ନିଯୁକ୍ତିଦାତାମାନେ ଏପରି କରିଥାନ୍ତି।
ମଞ୍ଜିତଙ୍କ ପରିବାରର ଜଣେ ସମ୍ପର୍କୀୟ, ସୁଖବୀର ସେହି ପାଖରେ ନିଜ ଦୁଇ ବଖୁରିଆ ଘରେ ରୁହନ୍ତି। ପରିବାର କହିଲେ, ତାଙ୍କ ସ୍ୱାମୀ ଓ ୨୦ ବର୍ଷ ଟପି ସାରିଥିବା ଦୁଇ ପୁଅ। ସମସ୍ତେ କାମ ମିଳିଲେ, ଦିନକୁ ୩୦୦ ଟଙ୍କା ମଜୁରିରେ କୃଷି ଶ୍ରମିକ କିମ୍ବା ଦିନ ମଜୁରିଆ ଭାବେ କାମ କରିଥାନ୍ତି। ସୁଖବୀର ଗତ ୧୫ ବର୍ଷ ଧରି ଜାଟ୍ ଶିଖମାନଙ୍କ ଘରେ ଗୋବର ଉଠାଇବା ଏବଂ ଗୁହାଳ ସଫା କାମ କରି ଆସୁଛନ୍ତି।
ଏମିତି ଦୁଇଟି ଘରେ ମୋଟ୍ ୧୦ଟି ଗୃହପାଳିତ ପଶୁଙ୍କ ପାଇଁ ସେ କାମ କରିଥାନ୍ତି। ତୃତୀୟ ଘରେ ସେ ମାସିକ ୫୦୦ ଟଙ୍କାରେ ଘରକରଣା କାମ କରିଥାନ୍ତି। ସକାଳ ୯ଟା ବେଳୁ ସେ କାମକୁ ବାହାରି ଯାଆନ୍ତି, ଫେରିବା ସମୟର କିଛି ଠିକଠିକଣା ନଥାଏ। ''ବେଳେବେଳେ ମୁଁ ମଧ୍ୟାହ୍ନ ସୁଦ୍ଧା ଫେରି ଆସେ, କେବେ ଅପରାହ୍ଣ ୩ଟା ବାଜିଯାଏ, ଆଉ କେବେ ସନ୍ଧ୍ୟା ୬ଟା ହୋଇଯାଏ,'' ସୁଖବୀର କୁହନ୍ତି। ''ଫେରିବା ପରେ, ମୋତେ ରୋଷେଇ କରିବାକୁ ହୋଇଥାଏ ଏବଂ ଅବଶିଷ୍ଟ ଘର କାମ ମୁଁ ସାରିଥାଏ। ରାତି ୧୦ଟା ବେଳକୁ ଶୋଇବାକୁ ଯାଏ।''
ମଞ୍ଜିତଙ୍କ ଅବସ୍ଥା ଟିକିଏ ଭଲ, ସୁଖବୀର କୁହନ୍ତି, ତାଙ୍କ ବୋହୂ ଅଧିକାଂଶ ଘର କାମ କରି ଦେଇଥାଏ।
ମଞ୍ଜିତଙ୍କ ଭଳି, ସୁଖବୀର ମଧ୍ୟ ନିଜ ନିଯୁକ୍ତିଦାତାଙ୍କଠାରୁ ଉଧାର ଆଣି ଋଣବୋଝରେ ରହିଛନ୍ତି। ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ, ସେ ନିଜ ଝିଅ ବାହାଘର ପାଇଁ ଗୋଟିଏ ପରିବାରଠାରୁ ୪୦,୦୦୦ ଟଙ୍କା ଋଣ ଆଣିଥିଲେ। ପ୍ରତି ଛଅ ମାସରେ ଥରେ ତାଙ୍କୁ ମିଳିବାକୁ ଥିବା ଛଅ ମାନ୍ (ପ୍ରାୟ ୨୨୦ କିଲୋଗ୍ରାମ) ଗହମ କିମ୍ବା ଚାଉଳ କଟିଯିବା ପରେ ମଧ୍ୟ, ସମ୍ପୂର୍ଣ୍ଣ ଋଣ ପରିଶୋଧ ହୋଇନାହିଁ।
ପ୍ରତି ଛଅ ମାସରେ ଥରେ ବଳକା ଋଣ ପରିମାଣ ହିସାବ ହୋଇଥାଏ, କିନ୍ତୁ ସେ ପରିବାରର ଭରଣପୋଷଣ ଏବଂ ଅନ୍ୟ ଖର୍ଚ୍ଚ ପାଇଁ ଅଧିକ ଟଙ୍କା ଉଧାର ଆଣିଥାନ୍ତି। '' ତେ ଚଲଦା ହି ରେହନ୍ଦା ହୈ [ଏହା ଏମିତି ଚାଲିଥାଏ]। ଏହି କାରଣରୁ ଆମେ ଋଣ ଚକ୍ରରୁ ମୁକୁଳି ପାରିନଥାଉ,'' ସୁଖବୀର କୁହନ୍ତି।
ସେ ଯେଉଁ ପରିବାରଠାରୁ ଟଙ୍କା ଧାର ଆଣିଛନ୍ତି, ସେମାନେ ବେଳେବେଳେ କିଛି ଅଧିକ କାମ ପାଇଁ ଆଦେଶ ଦେଇଥାନ୍ତି। ''ତାଙ୍କଠାରୁ ଋଣ ଆଣିଥିବାରୁ, ଆମେ କୌଣସି କାମକୁ ମନା କରିପାରିବୁ ନାହିଁ,'' ସୁଖବୀର କୁହନ୍ତି। ''ଦିନେ ଆମେ କାମ କରିବାକୁ ସକ୍ଷମ ନହେଲେ, ସେମାନେ ଆମକୁ ଗାଳି କରିଥାନ୍ତି, ଟଙ୍କା ସୁଝିଦିଅ ଓ ତା'ପରେ ଘରେ ବସ ବୋଲି ସେମାନେ ଆମକୁ କୁହନ୍ତି।''
ଦଳିତ ଦାସ୍ତାଁ ବିରୋଧୀ ଆନ୍ଦୋଳନ ସଂଗଠନ ୧୯୮୫ ମସିହାଠାରୁ ପଞ୍ଜାବରେ ଦାସତ୍ୱ ଏବଂ ଜାତିଗତ ବାଛବିଚାର ବିରୋଧରେ କାର୍ଯ୍ୟ କରି ଆସୁଛି। ଏହାର ସଭାପତି ତଥା ଆଇନଜୀବୀ-ସାମାଜିକ କର୍ମୀ ଗଗନଦୀପ କୁହନ୍ତି, ଏହି କାମରେ ନିୟୋଜିତ ଅଧିକାଂଶ ଦଳିତ ମହିଳା ନିରକ୍ଷର। ''ସେମାନଙ୍କୁ ମିଳିବାକୁ ଥିବା ଶସ୍ୟରୁ ପରିଶୋଧ ହେଉଥିବା ଋଣର ହିସାବ କରିବା ଲାଗି ସେମାନେ ଅକ୍ଷମ। ଏହି କାରଣରୁ ସବୁବେଳେ ଋଣ ବୋଝରେ ଚାପି ହୋଇ ରୁହନ୍ତି''।
ଗଗନଦୀପ ନିଜ ପ୍ରଥମ ନାଁରେ ହିଁ ପରିଚିତ ହେବାକୁ ପସନ୍ଦ କରିଥାନ୍ତି। ସେ କୁହନ୍ତି, ମାଲୱା (ଦକ୍ଷିଣ ପଞ୍ଜାବ) ଏବଂ ମାଝା (ପଞ୍ଜାବର ସୀମାବର୍ତ୍ତୀ କ୍ଷେତ୍ର, ଯେଉଁଠି ତର୍ଣ୍ଣ ତରନ ରହିଛି) ଅଞ୍ଚଳରେ ଏପରି ମହିଳା ଶୋଷଣର ଶିକାର ହେବା ସାଧାରଣ କଥା। ''ଦୋଆବା କ୍ଷେତ୍ର (ପଞ୍ଜାବର ବ୍ୟାସ ଏବଂ ସତଲେଜ ନଦୀ ମଧ୍ୟରେ ଅବସ୍ଥିତ)ରେ ପରିସ୍ଥିତି ଭଲ କାରଣ ଏଠାକାର ଅଧିକାଂଶ ଲୋକ ବିଦେଶରେ ରୁହନ୍ତି।''
ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସର୍ବେକ୍ଷଣରେ ସାମିଲ ହୋଇଥିବା ଅଧିକାଂଶ ଦଳିତ ମହିଳା ଶ୍ରମିକମାନେ ସର୍ବନିମ୍ନ ମଜୁରି ଆଇନ, ୧୯୪୮ ସମ୍ପର୍କରେ କିଛି ଜାଣନ୍ତି ନାହିଁ।
ଗଗନଦୀପ କୁହନ୍ତି, ଗୁହାଳରେ ଗୋବର ସଫା କରୁଥିବା ମହିଳାମାନଙ୍କୁ ଶ୍ରମିକ ମାନ୍ୟତା ମିଳୁନାହିଁ। ସେମାନଙ୍କୁ ସର୍ବନିମ୍ନ ମଜୁରି ଆଇନ ଅଧୀନରେ ଅଧିସୂଚୀତ ଅନୁସୂଚୀରେ ସେମାନଙ୍କୁ ସାମିଲ କରାଯାଉନାହିଁ। ସରକାର ଘରୋଇ ଶ୍ରମିକମାନଙ୍କୁ ଏହି ଅନୁସୂଚୀରେ ସାମିଲ କରିଥିବା ବେଳେ ଘର ବାହାରେ ଥିବା ଗୁହାଳ ସଫା କରୁଥିବା ଶ୍ରମିକମାନଙ୍କୁ ଏଥିରେ ସାମିଲ କରାଯାଇନାହିଁ। ''ଏହି ମହିଳାମାନଙ୍କୁ ମଧ୍ୟ ଘଣ୍ଟା ପ୍ରତି ସର୍ବନିମ୍ନ ମଜୁରି ଦିଆଯିବାର ଆବଶ୍ୟକତା ରହିଛି, କାରଣ ସେମାନେ ଗୋଟିଏ ଦିନରେ ଗୋଟିଏରୁ ଅଧିକ ଘରେ ଗୁହାଳ ସଫା ଓ ଗୋବର ଉଠାଇବା କାମ କରିଥାନ୍ତି,'' ଗଗନଦୀପ କୁହନ୍ତି।
ଝିଅର ଶାଶୁ ଘର ଲୋକଙ୍କୁ ସୁଖବୀର କେବେବି ଏସବୁ କଥା କହିପାରିବେ ନାହିଁ। ''ସେମାନେ ଏକଥା ଜାଣିଲେ ଘୃଣା କରିବେ। ସେମାନେ ଭାବୁଛନ୍ତି ଯେ ସେମାନେ ତାଙ୍କ ଝିଅକୁ ଏକ ଗରିବ ପରିବାରରେ ବାହା ଦେଇଛନ୍ତି,'' ସେ କୁହନ୍ତି। ତାଙ୍କର ଜ୍ୱାଇଁ ରାଜମିସ୍ତ୍ରୀ ଭାବେ କାମ କରିଥାଏ, କିନ୍ତୁ ତାଙ୍କ ପରିବାର ଶିକ୍ଷିତ। ସୁଖବୀର ତାଙ୍କୁ କହିଛନ୍ତି ଯେ, ବେଳେବେଳେ ସେ ଜଣେ ଦିନ ମଜୁରିଆ ଭାବେ କାମ କରିଥାନ୍ତି।
ମାତ୍ର ୧୭ ବର୍ଷ ବୟସରେ ବାହା ହୋଇ ହାଭେଲିଆଁ ଗାଁକୁ ଆସିଥିଲେ ମଞ୍ଜିତ। ଏହା ପୂର୍ବରୁ ସେ କେବେ କାମ କରିନଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ତାଙ୍କୁ କାମ ଖୋଜିବା ଲାଗି ବାଧ୍ୟ କରିଥିଲା। ତାଙ୍କ ଝିଅମାନେ ଘରୋଇ ଶ୍ରମିକ ଭାବେ କାମ କରିଥାନ୍ତି, କିନ୍ତୁ ସେମାନେ ସଂକଳ୍ପ ନେଇଛନ୍ତି ଯେ ପେଟ ପୋଷିବା ଲାଗି ସେମାନେ କେବେ ହେଲେ ଗୋବର ଉଠାଇବେ ନାହିଁ।
ଉଭୟ ମଞ୍ଜିତ ଏବଂ ସୁଖବୀର କୁହନ୍ତି ଯେ ତାଙ୍କର ସ୍ୱାମୀମାନଙ୍କ ରୋଜଗାର ମଦ ପିଇବାରେ ଉଡ଼ିଯାଇଥାଏ। ''ସେମାନଙ୍କ ୩୦୦ ଟଙ୍କା ଦିନ ମଜୁରିରୁ ୨୦୦ ଟଙ୍କା ମଦ କିଣିବା ଲାଗି ନେଇଯାଆନ୍ତି। ତେଣୁ ଚଳିବା (ବାକି ଟଙ୍କାରେ) କଷ୍ଟକର ହୋଇପଡ଼େ,'' ସୁଖବୀର କୁହନ୍ତି। କାମ ନଥିଲେ, ସେମାନେ ମହିଳାଙ୍କ ରୋଜଗାର ଟଙ୍କା ମଧ୍ୟ ନେଇଯାଆନ୍ତି। ''ଆମେ ସେମାନଙ୍କୁ ଅଟକାଇଲେ, ସେମାନେ ଆମକୁ ମାଡ଼ ମାରନ୍ତି, ଠେଲି ଦିଅନ୍ତି ଏବଂ ଆମ ଉପରକୁ ବାସନକୁସନ ଫିଙ୍ଗିଥାନ୍ତି,'' ସୁଖବୀର କୁହନ୍ତି।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ (ଏନଏଫଏଚଏସ-୫) ଅନୁଯାୟୀ, ପଞ୍ଜାବରେ ୧୮-୪୯ ବର୍ଷ ବୟସ୍କ ପ୍ରାୟ ୧୧ ପ୍ରତିଶତ ବିବାହିତା ମହିଳାମାନେ ସେମାନଙ୍କ ସ୍ୱାମୀଙ୍କର ଶାରୀରିକ ହିଂସାର ଶିକାର ହୋଇଥାନ୍ତି। ୫ ପ୍ରତିଶତ ମହିଳା ଠେଲି ଦିଆଯିବା ଧକ୍କା ମାରିବା ଏବଂ କିଛି ସାମଗ୍ରୀ ଫିଙ୍ଗିବା ଭଳି ହିଂସାର ଶିକାର ହୋଇଥାନ୍ତି। ୧୦ ପ୍ରତିଶତ ମହିଳାଙ୍କୁ ସେମାନଙ୍କ ସ୍ୱାମୀ ଚାପୁଡ଼ା ମାରିଥାନ୍ତି। ୩ ପ୍ରତିଶତ ମହିଳାଙ୍କୁ କଷ୍ଟ ହେବା ଭଳି ଠେଲି ଦିଆଯାଏ ଏବଂ ସମାନ ପ୍ରତିଶତ ମହିଳା ଲାତ, ଘୋଷଡ଼ା କିମ୍ବା ମାଡ଼ ମରାର ଶିକାର ହୋଇଥାନ୍ତି। ୩୮ ପ୍ରତିଶତ ମହିଳା କୁହନ୍ତି ଯେ ସେମାନଙ୍କର ସ୍ୱାମୀ ଅଧିକାଂଶ ସମୟରେ ମଦ ପିଇଥାନ୍ତି।
୩୫ ବର୍ଷ ବୟସ୍କା ସୁଖବିନ୍ଦର କୌର ଜଣେ ଦଳିତ ମଜହବୀ ଶିଖ୍, ସେ ମଧ୍ୟ ପଡ଼ିଶା ଘରେ
ତାଙ୍କର ୧୫ ଓ ୧୨ ବର୍ଷର ପୁଅ ଓ ଝିଅଙ୍କ ସହିତ ରହିଥାନ୍ତି। ପରିବାରରେ ତାଙ୍କର ୬୦ ବର୍ଷରୁ ଅଧିକ ବୟସ୍କ ଶ୍ୱଶୁର ରୁହନ୍ତି।
ତାଙ୍କୁ ଗୋବର ଗୋଟାଇବାକୁ ପଡ଼ିବ ବୋଲି ଯୁବାବସ୍ଥାରେ ସେ କେବେବି କଳ୍ପନା କରିପାରିନଥିଲେ ବୋଲି
କୁହନ୍ତି। ତେବେ, ପୁଅ ଜନ୍ମ
ହେବା ପରେ ତାଙ୍କ ଶାଶୁ (ପାଞ୍ଚ ବର୍ଷ ପୂର୍ବରୁ ଯାହାଙ୍କର ପ୍ରାଣହାନି ଘଟିଛି) ନିଜ
ପରିବାର ଖର୍ଚ୍ଚ ଚଳାଇବା ଲାଗି କାମ କରିବାକୁ କହିଥିଲେ, ଯଦିଓ
ତାଙ୍କ ସ୍ୱାମୀ ଜଣେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।
ବାହାଘରର ପାଞ୍ଚ ବର୍ଷ ପରେ ସେ ଗୋବର ଉଠାଇବା, ଗୁହାଳ ସଫା କରିବା ଏବଂ ଉଚ୍ଚ ଜାତିର ଘର ଲୋକଙ୍କ ଚଟାଣ ସଫା କରିବା କାମ ଆରମ୍ଭ କରିଥିଲେ। ଆଜି, ସେ ପାଞ୍ଚଟି ଘରେ କାମ କରୁଛନ୍ତି, ଦୁଇଟି ଘରେ ଘରୋଇ ଶ୍ରମିକ ଭାବେ ମାସିକ ୫୦୦ ଟଙ୍କାରେ କାମ କରୁଛନ୍ତି। ଆଉ ତିନୋଟି ପରିବାରର ୩୧ଟି ଗୃହପାଳିତ ପଶୁଙ୍କ ଗୋବର ସେ ସଫା କରିଥାନ୍ତି।
ପୂର୍ବରୁ, ସେ ଏହାକୁ ଘୃଣା କରୁଥିଲେ। ''ଏହା ମୋ ମୁଣ୍ଡ ଉପରେ ଏକ ବୋଝ ଥିଲା,'' ସେ କୁହନ୍ତି। ଏକାଥରକେ ସେ ପ୍ରାୟ ୧୦ କିଲୋଗ୍ରାମ ଗୋବର ମୁଣ୍ଡାଇ ନେଇଥାନ୍ତି। ଆଉ ସେ ଗନ୍ଧ, ସେ ବ୍ୟତିବ୍ୟସ୍ତ ହୋଇ କୁହନ୍ତି, '' ଓ ଦିମାଗ ଦା କିଡ୍ଡା ମର ଗୟା [ମୋ ମୁଣ୍ଡରୁ ପୋକ ମରିଯାଇଥିବେ],'' ସେ କୁହନ୍ତି।
ଅକ୍ଟୋବର ୨୦୨୧ରେ ତାଙ୍କର କୃଷି ଶ୍ରମିକ ସ୍ୱାମୀ ଅସୁସ୍ଥ ହୋଇପଡ଼ିଲେ, କିଛିଦିନ ପରେ ତାଙ୍କ କିଡନୀ ଅଚଳ ହୋଇ ପଡ଼ିଥିବା ଜଣାପଡ଼ିଥିଲା। ସେମାନେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଗଲେ, କିନ୍ତୁ ପରଦିନ ସେ ପ୍ରାଣ ହରାଇଥିଲେ। ''(ମେଡ଼ିକାଲ) ରିପୋର୍ଟରୁ ଆମକୁ ଜଣାପଡ଼ିଥିଲା ଯେ, ତାଙ୍କୁ ଏଡ୍ସ ହୋଇଥିଲା,'' ସୁଖବୀର କୁହନ୍ତି।
ଡାକ୍ତରୀ ପରୀକ୍ଷା କରିବା ପାଇଁ ସେତେବେଳେ ସେ ନିଜର ନିଯୁକ୍ତିଦାତାଙ୍କଠାରୁ ୫,୦୦୦ ଟଙ୍କା ଋଣ ନେଇଥିଲେ। ଅନ୍ତ୍ୟେଷ୍ଟି କ୍ରିୟା ଏବଂ ଅନ୍ୟ ପ୍ରଥା ପାଇଁ ସେ ଯଥାକ୍ରମେ ୧୦,୦୦୦ ଏବଂ ୫,୦୦୦ ଟଙ୍କାର ଋଣ ନେଇଥିଲେ।
ଗୋଟିଏ ଋଣ ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ ନେଇଥିଲେ। ଏଥିରେ ପ୍ରତି ୧୦୦ ଟଙ୍କା ପିଛା ମାସିକ ସୁଧ ଦର ଥିଲା ୧୦ଟଙ୍କା, ବାର୍ଷିକ ସୁଧ ଦର ୧୨୦ ଟଙ୍କା ଥିଲା। ସେହି ପରିବାର ହିଁ ତାଙ୍କ ବିରୋଧରେ ଘରୁ ଗହଣା ଚୋରି ଅଭିଯୋଗ ଆଣିଥିଲା। ''ତେଣୁ ମୁଁ କାମ ଛାଡ଼ିଦେଲି ଏବଂ ଅନ୍ୟମାନଙ୍କଠାରୁ ୧୫,୦୦୦ ଟଙ୍କା ଉଧାର ଆଣି ତାଙ୍କ ଋଣ ସୁଧ ସହିତ ପରିଶୋଧ କଲି। ଶେଷରେ ସେମାନଙ୍କ ଘରୁ ହିଁ ଅଳଙ୍କାର ମିଳିଲା,'' ସୁଖବିନ୍ଦର କୁହନ୍ତି।
ଏବେ ସୁଦ୍ଧା ତାଙ୍କର ୧୫,୦୦୦ ଟଙ୍କା ସୁଝିବାକୁ ବାକି ଅଛି।
ଅସହାୟତା ଏବଂ ଦାରିଦ୍ର୍ୟ ଯୋଗୁ ହାଭେଲିୟାଁର ମଞ୍ଜିତ କୌରଙ୍କ ଭଳି ମଜହବୀ ଶିଖ ମହିଳାମା ନେ କ ମ୍ ମଜୁରିରେ ଗୋରୁ ଗୁହାଳ ସଫା କରିବା ଭଳି କାମ କରିବା ପାଇଁ ବାଧ୍ୟ ହୋଇଥାନ୍ତି । ପରିବାର ଖର୍ଚ୍ଚ ତୁଲାଇବା ପାଇଁ ଜାଟ୍ ଶିଖ ପରିବାରଠାରୁ ଅଳ୍ପ ପରିମାଣର ଋଣ ଆଣିବା ଜରୁରି ହୋଇଥାଏ , କିନ୍ତୁ ଉଚ୍ଚ ସୁଧ ହାର ସେମାନଙ୍କୁ ଋଣ ଯନ୍ତାରେ ଛନ୍ଦି ଦେଇଥାଏ।
ଦଳିତ ଦାସ୍ତାଁ ବିରୋଧୀ ଆନ୍ଦୋଳନର ତର୍ଣ୍ଣ ତରନ ଜିଲ୍ଲା ସଭାପତି ରଞ୍ଜିତ ସିଂ କୁହନ୍ତି, ଉଚ୍ଚ ସୁଧ ହାର ଯୋଗୁଁ ଏପରି ମହିଳାମାନଙ୍କର ଋଣ କେବେ ବି ସମ୍ପୂର୍ଣ୍ଣ ପରିଶୋଧ ହୋଇପାରିନଥାଏ। ''ସୁଧ ପରିମାଣ ଏତେ ଅଧିକ ହୋଇଥାଏ ଯେ ମହିଳାମାନେ ସେମାନଙ୍କର ଋଣ ସୁଝିବାକୁ ସକ୍ଷମ ହୁଅନ୍ତି ନାହିଁ। ଶେଷରେ, ସେମାନେ ବନ୍ଦୁଆମଜଦୁର [ଗୋତି ଶ୍ରମିକ] ପାଲଟିଯାଆନ୍ତି,'' ସେ କୁହନ୍ତି। ଉଦାହରଣ ସ୍ୱରୂପ ସୁଖବୀନ୍ଦର ମାସିକ ୧୦,୦୦୦ ଟଙ୍କା ଋଣ ପାଇଁ ମାସିକ ୧,୦୦୦ ଟଙ୍କା ସୁଧ ଦେଇଥାନ୍ତି।
ପଇଁଚାଳିଶ ବର୍ଷ ପୂର୍ବରୁ, ଭାରତରେ ଗୋତି ଶ୍ରମିକ ବ୍ୟବସ୍ଥା (ଉଚ୍ଛେଦ) ଆଇନ, ୧୯୭୬ ଲାଗୁ କରାଯାଇଥିଲା। ଏହି ଆଇନର ଉଲ୍ଲଙ୍ଘନ କ୍ଷେତ୍ରରେ ତିନି ବର୍ଷର ଜେଲ୍ ଦଣ୍ଡ ଏବଂ ୨,୦୦୦ ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି। ଏହାଛଡ଼ା ଯଦି ଜଣେ ଅନୁସୂଚିତ ଜାତିର ଲୋକଙ୍କୁ ଗୋତି ଶ୍ରମିକ ଭାବେ କାମ କରିବା ଲାଗି ବାଧ୍ୟ କରାଯାଏ ତା'ହେଲେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ) ଆଇନ ୧୯୮୯ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ଭାବରେ ବିବେଚନା କରାଯିବ।
ଏପରି ମାମଲାରେ ଦଣ୍ଡାଦେଶ ଦେବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ବିଶେଷ ଆଗ୍ରହ ପ୍ରକାଶ କରିନଥାଏ ବୋଲି ରଞ୍ଜିତ କୁହନ୍ତି।
''ସେ [ତାଙ୍କ ସ୍ୱାମୀ] ବଞ୍ଚିଥିଲେ ଘର ଚଳାଇବା ସହଜ ହୋଇଥାନ୍ତା,'' ନିଜର ଅସହାୟତା ବିଷୟରେ ମତପ୍ରକାଶ କରି ସୁଖବୀନ୍ଦର କୁହନ୍ତି। ''ଋଣ ନେବା ଏବଂ ଏହାକୁ ପରିଶୋଧ କରିବାରେ ଆମ ଜୀବନ ବିତିଯିବ।''
ଅନୁବାଦ: ଓଡ଼ିଶାଲାଇଭ୍
|
ବଲିଉଡ ଅଭିନେତ୍ରୀମାନେ ସବୁବେଳେ ସେମାନଙ୍କ ଫ୍ୟାଶନ୍ ଷ୍ଟେଟମେଣ୍ଟ ପାଇଁ ପ୍ରସିଦ୍ଧ । ପରସ୍ପର ଅପେକ୍ଷା ଅଧିକ ସୁନ୍ଦର ଦେଖାଯିବା ପାଇଁ ସବୁ ହିରୋଇନମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥାଏ । କିନ୍ତୁ ଅନେକ ଥର ସେମାନଙ୍କ ଭାଗ୍ୟ ସେମାନଙ୍କ ସାଥ୍ ଦିଏ ନାହିଁ ଏବଂ ସେମାନଙ୍କୁ ଲଜ୍ଜିତ ହେବାକୁ ପଡେ । ଦୀପିକା, ପ୍ରିୟଙ୍କା, କରୀନା ଏବଂ କ୍ୟାଟ୍ରିନାଙ୍କ ଭଳି ହିରୋଇନ୍ ମଧ୍ୟ ଏଥିରୁ ବାଦ୍ ପାଇ ନାହାନ୍ତି ।
କ୍ୟାଟ୍ରିନା କୈଫ୍
ଫ୍ୟାନମାନଙ୍କୁ ହଟ୍ ଅଦାରେ ପାଗଳ କରୁଥିବା କ୍ୟାଟ୍ରିନା କୈଫ୍ ମଧ୍ୟ ଏଭଳି ଘଟଣାର ସମ୍ମୁଖୀନ ହୋଇଛନ୍ତି । କ୍ୟାଟ୍ରିନା କୈଫଙ୍କୁ ଥରେ ଏକ ଟ୍ରାନ୍ସପେରେଣ୍ଟ ଟପ୍-ରେ ଏୟାରପୋଷ୍ଟରେ ଦେଖିବାକୁ ମିଳିଥିଲା ।
ପ୍ରିୟଙ୍କା ଚୋପ୍ରା
ପ୍ରିୟଙ୍କା ଚୋପ୍ରାଙ୍କ ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ପାଗଳ । ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଜଣେ ଗ୍ଲୋବାଲ୍ ଷ୍ଟାର୍ ଅଟନ୍ତି । ପ୍ରିୟଙ୍କା ଚୋପ୍ରା ଜୋନସ୍ ତାଙ୍କ ଫ୍ୟାଶନ୍ ପାଇଁ ବଲିଉଡ଼ରୁ ହଲିଉଡ ପର୍ଯ୍ୟନ୍ତ ଜଣାଶୁଣା । କିନ୍ତୁ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅନେକ ଥର ଓପ୍ସ ମୋମେଣ୍ଟର ଶିକାର ହୋଇଛନ୍ତି । ଥରେ ପ୍ରିୟଙ୍କା ଏକ କଳା ରଙ୍ଗର ଟ୍ରାନ୍ସପେରେଣ୍ଟ ଡ୍ରେସ୍ ପିନ୍ଧିଥିଲେ ଯେଉଁଥିପାଇଁ ତାଙ୍କୁ ଅନେକ ଟ୍ରୋଲ୍ ହେବାକୁ ପଡିଥିଲା ।
ଶ୍ରଦ୍ଧା କପୁର୍
ଅନ୍ୟମାନଙ୍କ ପରି ଶ୍ରଦ୍ଧା କପୁର୍ ମଧ୍ୟ ଏକ ଇଭେଣ୍ଟରେ ଟ୍ରାନ୍ସପେରେଣ୍ଟ ଡ୍ରେସ୍ ପିନ୍ଧି ପହଞ୍ଚିଥିଲେ ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍ କରାଯାଇଥିଲା ।
କରୀନା କପୁର୍ ଖାନ୍
କରୀନା କପୁର୍ ଖାନ୍ ମଧ୍ୟ ଅନେକ ଥର ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଫ୍ୟାଶନ୍ ତାଙ୍କ ଉପରେ ଅନେକ ଥର ଓଲଟା ପଡିଛି । ଥରେ କରୀନା କପୁର୍ ଖାନ୍ ଏକ ଟ୍ରାନ୍ସପେରେଣ୍ଟ ଟ୍ୟାଙ୍କ ଟପ୍ ପିନ୍ଧି ଧମାଲ୍ ଥିଲେ । ଲୋକଙ୍କ ଆଖି ତାଙ୍କ ଉପରୁ ହଟିନଥିଲା ।
ସୁସ୍ମିତା ସେନ୍
ସୁସ୍ମିତା ସେନ୍ ଅତୀତରେ ମିସ୍ ୟୁନିଭର୍ସ ହୋଇଥିଲେ । ଏହି ମିସ୍ ୟୁନିଭର୍ସ ମଧ୍ୟ ଥରେ ଓପ୍ପ ମୋମେଣ୍ଟର ଶିକାର ହୋଇଛନ୍ତି । ଏକ ଇଭେଣ୍ଟ ସମୟରେ ସେ ଟ୍ରାନ୍ସପେରେଣ୍ଟ ଡ୍ରେସ୍ ପିନ୍ଧି ନଜର ଆସିଥିଲେ । ଏହି ପୋଷାକ ପିନ୍ଧିବା ପରେ ଅଭିନେତ୍ରୀ ଜଣକ ଦୁଃଖୀ ଦେଖାଯାଉଥିଲେ ଏବଂ ଇଭେଣ୍ଟରେ ସମୟରେ ନିଜ ପୋଷାକକୁ ବାରମ୍ବାର ଠିକ୍ କରୁଥିଲେ ।
ମଲ୍ଲିକା ଶେରାୱତ
ବଲିଉଡରେ ମଲ୍ଲିକା ଶେରାୱତଙ୍କ ପରିଚୟ ଜଣେ ବୋଲ୍ଡ ଅଭିନେତ୍ରୀ ଭାବରେ ରହିଆସିଛି । ଏହି ଅଭିନେତ୍ରୀ ନିଜର ଷ୍ଟାଇଲ୍ ପାଇଁ ଜଣାଶୁଣା । ଏକ ଇଭେଣ୍ଟ ସମୟରେ ମଲ୍ଲିକା ଏକ ଟ୍ରାନ୍ସପେରେଣ୍ଟ ଏବଂ ବୋଲ୍ଡ ଡ୍ରେସ୍ ପିନ୍ଧିଥିଲେ । ଯେଉଁଥିପାଇଁ ସେ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲେ । ବର୍ତ୍ତମାନ ସେ ତାଙ୍କ ସ୍ୱାମୀଙ୍କ ସହିତ ବିଦେଶରେ ରହୁଛନ୍ତି ।
ସୋନାକ୍ଷୀ ସିହ୍ନା
ବଲିଉଡର ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଧ୍ୟ ଏପରି ପରିସ୍ଥିତିର ସାମ୍ନା କରିଥିଲେ । ସେ ଏକ ଟ୍ରାନ୍ସପେରେଣ୍ଟ ଗାଉନ୍ ପିନ୍ଧି ଇଭେଣ୍ଟକୁ ଯାଇଥିଲେ ଯେଉଁଥିପାଇଁ ତାଙ୍କୁ ସୋସିଆଲ୍ ମିଡିଆରେ ବହୁତ ଟ୍ରୋଲ୍ କରାଯାଇଥିଲା ।
ଦୀପିକା ପାଦୁକୋନ୍
ଦୀପିକା ପାଦୁକୋନ୍ ମଧ୍ୟ ସମାନ ଅବସ୍ଥାର ଶିକାର ହୋଇଛନ୍ତି । ବିମାନବନ୍ଦର ବାହାରେ ଦୀପିକାଙ୍କୁ ଏକ ଟ୍ରାନ୍ସପେରେଣ୍ଟ ଡ୍ରେସରେ ଦେଖିବାକୁ ମିଳିଛି । ସେ ଅନେକ ଥର ବୋଲ୍ଡ ପୋଷାକରେ ନିଜର ଜଲୱା ଦେଖାଇଛନ୍ତି ।
ଜରିନ୍ ଖାନ୍
ଜରିନ୍ ଖାନ୍ ମଧ୍ୟ ତାଙ୍କ ବୋଲ୍ଡନେସ୍ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏକ ଇଭେଣ୍ଟ ସମୟରେ ଏହି ଅଭିନେତ୍ରୀ ଏକ କଳା ଟ୍ରାନ୍ସପେରେଣ୍ଟ ଡ୍ରେସ୍ ପିନ୍ଧିଥିଲେ ଯେଉଁଥିପାଇଁ ସେ ଅନେକ ଦିନ ଚର୍ଚ୍ଚାରେ ଥିଲେ ।
ସନ୍ନି ଲିଓନି
ନିକଟରେ ସନ୍ନି ଲିଓନଙ୍କୁ ଜଣେ ବଲିଉଡ ଅଭିନେତ୍ରୀ ଭାବେ ମାନ୍ୟତା ମିଳିଛି ସେ ପୂର୍ବରୁ ଅନେକ ଆଡ଼ଲଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସନ୍ନି ଲିଓନ୍ ତାଙ୍କ ଡ୍ରେସ୍ ପାଇଁ ଅନେକ ଥର ସୋସିଆଲ୍ ମିଡିଆରେ ଟ୍ରୋଲ୍ ହୋଇଛନ୍ତି ।
|
ଭୁବନେଶ୍ୱର, ଜୁନ୍ ୧୬(ଲୋକାଲ ୱାୟାର): ମହାମାରୀ କରୋନା ଠାକୁରଙ୍କୁ ବି କାବୁ କରିନେଇଛି ।
ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ହୋଇନି ହେଲେ ଭକ୍ତ ଆସିବାରେ କଟକଣା ଲାଗିଛି ।
ଦୀର୍ଘ ୩ ମାସରୁ ଅଧିକ ହେଇଯିବ ମନ୍ଦିରର ମୁଖ୍ୟ ଫାଟକରେ ତାଲା ପଡ଼ିଛି । ଯେଉଁଥିପାଇଁ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ନୀତିକୁ ଚର୍ମଚକ୍ଷୁରେ ଦେଖିପାରିଲାନି ଭକ୍ତ ।
ଏବେ ରଥ ବି ଟାଣିପାରିବେନି ଶ୍ରଦ୍ଧାଳୁ । ଏଥର ମାଉସୀ ମା'ଘରକୁ ଯାଇପାରିବେନି ଚତୁର୍ଦ୍ଧାମୂର୍ତ୍ତି । ମନ୍ଦିର ଭିତରେ ହେବ ରଥଯାତ୍ରା ନୀତି ।
ରାଜଧାନୀ ଭୁବନେଶ୍ୱରରେ ଥିବା ୬୦ଟି ମନ୍ଦିରରେ ଏଥର ରଥଯାତ୍ରା ହେବ ନାହିଁ । କରୋନା କଟକଣା ଯୋଗୁ ପ୍ରଶାସନ, ପୁଲିସ୍ ଏବଂ ବିଏମସିର ବାରଣ ରଥଯାତ୍ରାରେ ରୋକ୍ ଲଗାଇଛି ।
ସେଥିପାଇଁ ସରକାରଙ୍କ ନିଷ୍ପତ୍ତି ଓ ନିର୍ଦ୍ଦେଶ ମୁତାବକ ମହାପ୍ରଭୁଙ୍କ ରଥ ସମ୍ପର୍କିତ ସମସ୍ତ ନୀତିକାନ୍ତି ମନ୍ଦିର ଭିତରେ ହେବ ।
କୋଳଥିଆ, ଇସ୍କନ, ଜାଗମରା, ଡୁମୁଡୁମା, ଆଇଗିଣିଆରେ ମନ୍ଦିର ଭିତରେ ରଥଯାତ୍ରା ହେବ । ସେହିପରି ତମାଣ୍ଡୋରେ ରଥ ପ୍ରସ୍ତୁତ ହୋଇ ରହିଛି ।
କେବଳ ପ୍ରଶାସନିକ ଅନୁମତିକୁ ଅପେକ୍ଷା । ଅନୁମତି ମିଳିଲେ ରଥ ଗଡ଼ିବ । ଓୟୁଏଟି ଜଗନ୍ନାଥ ମନ୍ଦିରରେ ଠାକୁର ରଥକୁ ଯିବେନି କିନ୍ତୁ ସବୁ ନୀତି ମନ୍ଦିର ଭିତରେ ହେଇ ଆସିଛି, ଆଗକୁ ସେହି ହିସାବରେ ଚାଲିବ । ଏକାମ୍ର କ୍ଷେତ୍ରରେ ବି ଗଡ଼ିବନି ରଥ ।
ଉତ୍ତର ଭୁବନେଶ୍ୱରରେ ବିଭିନ୍ନ ମନ୍ଦିର ପକ୍ଷରୁ ହେଉଥିବା ରଥଯାତ୍ରା ଅନିଶ୍ଚିତତା ଭିତରେ ରହିଛି । ଏପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ରହିଛନ୍ତି ମନ୍ଦିର ପରିଚାଳନା କମିଟି ।
ଶୈଳଶ୍ରୀ ବିହାର ଜଗନ୍ନାଥ କମିଟି, ଆରସିଏମ୍ ମନ୍ଦିର, ପଟିଆ ଓ ଶ୍ରାବଣୀ କ୍ଷେତ୍ର କିସ୍, ହାଉସିଂବୋର୍ଡ, ରେଲୱେ କଲୋନୀ, ଗାଡ଼କଣ ଜଗନ୍ନାଥ ମନ୍ଦିର କମିଟି ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ।
ଲୋକାଲ ୱାୟାର
|
ମୁମ୍ବାଇ୯|୨: ଅଭିନେତ୍ରୀ ତଥା ମଡେଲ୍ ପୁନମ୍ ପାଣ୍ଡେ ଗ୍ଲାମର ଇଣ୍ଡଷ୍ଟ୍ରିରେ ଭାରତୀୟ କ୍ରିକେଟ ଯୋଗୁଁ ଖୁବ୍ ଲୋକପ୍ରିୟ ହୋଇଥିଲେ। ପୁନମ୍ ପାଣ୍ଡେ ୨୦୧୧ ବିଶ୍ବ କପରେ ଏହା କହି ହଇଚଇ ସୃଷ୍ଟି କରିଥିଲେ ଯେ ଯଦି ଇଣ୍ଡିଆ ଟିମ୍ ଜିତିବ ତାହେଲେ ସେ ସମ୍ପୂର୍ଣ୍ଣ ବିବସ୍ତ୍ର ହେବେ। ଏଭଳି ବୟାନ ଦେବା ପରେ ପୁନମ୍ଙ୍କୁ କେହି ଭୁଲିନାହାନ୍ତି। ଅଧିକାଂଶ ସମୟରେ ନିଜ ବୋଲ୍ଡ ଓ ସେକ୍ସି ଅବତାର ପାଇଁ ମଧ୍ୟ ଚର୍ଚ୍ଚାରେ ଥାଆନ୍ତି। ହେଲେ ଏବେ ପୁନମ୍ ଏମିତି କିଛି କରିଛନ୍ତି ଯେଉଁଥିପାଇଁ ସେ ଖୁବ ଚର୍ଚ୍ଚାରେ ଅଛନ୍ତି।
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ସୌରଭ କୁଶୱାହାଙ୍କ ବିରୋଧରେ କ୍ରିମିନାଲ୍ କେସ୍ ଫାଇଲ୍ କରିଛନ୍ତି ମଡେଲ ପୁନମ୍ ପାଣ୍ଡେ। ପୋଲିସରେ ମାମଲା ରୁଜୁ କରିବା ପରେ ସେ ଲାଇମ୍ଲାଇଟ୍ରେ ଅଛନ୍ତି। ପୁନମ୍ଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ବାରମ୍ବାର ଅଜଣା କଲ୍ ଆସୁଛି। ଗତବର୍ଷ ଜୁନ୍ରେ ଏକ ଟ୍ୟାଗ୍ଲାଇନ(Call Me, I Strip for You) ସହିତ ତାଙ୍କ ଆପ୍ରେ ଅଶ୍ଳୀଳ ଲେଖା ଅପ୍ଲୋଡ କରାଯାଇଥିଲା।
ଗତ ବର୍ଷ ପୁନମ୍ ନିଜ ନାଁରେ ଏକ ଆପ୍ ତିଆରି କରିବା ପାଇଁ କୁନ୍ଦ୍ରାଙ୍କ କମ୍ପାନୀର ସହଯୋଗ ନେଇଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଏହି କନ୍ଟ୍ରାକ୍ଟ କ୍ୟାନସଲ କରିଥିଲେ। ଏହି ବିଷୟରେ ସେ କମ୍ପାନୀକୁ ମଧ୍ୟ ଜଣାଇଥିଲେ। ହେଲେ କ୍ୟାନ୍ସଲ କରିବା ସତ୍ତ୍ବେ ଆପ୍କୁ ସକ୍ରିୟ ରଖାଯାଇଥିଲା ଏବଂ ସେଥିରେ ତାଙ୍କ ବ୍ୟକ୍ତିଗତ ଫଟୋ ଅପଲୋଡ୍ କରାଯାଉଥିଲା। ଏଥିପାଇଁ ସେ ୩ ମାସ ପାଇଁ ଦେଶ ବାହାରକୁ ଯାଇଥିଲେ। ହେଲେ ଫେରିବା ପରେ ପୁଣିଥରେ ସେ ସମସ୍ୟାରେ ପଡିଛନ୍ତି। କେବଳ ସେତିକି ନୁହେଁ ନମ୍ବର ବଦଳିବା ପରେ ମଧ୍ୟ ତାଙ୍କୁ ଅନେକ କଲ୍ ଆସୁଛି।
ଏହି କାରଣରୁ ଅଭିଯୋଗ କରିଛନ୍ତି ପୁନମ୍। ପୁନମ୍ ଅଭିଯୋଗ କରିଛନ୍ତି ଯେ, ୨୦୧୯ ଡିସେମ୍ବର ୭ରେ ସେ ପୋଲିସରେ ଏତଲା ଦେଇଥିଲେ। ହେଲେ ପୋଲିସ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା। ଯେଉଁଥିପାଇଁ ତାଙ୍କୁ ହାଇକୋର୍ଟ ଯିବାକୁ ପଡ଼ିଛି। ଅପରପକ୍ଷରେ ରାଜ୍ କୁନ୍ଦ୍ରାଙ୍କ ସହଯୋଗୀ ଏହି ଅଭିଯୋଗକୁ ଭୁଲ ବୋଲି କହିଛନ୍ତି।
|
ନୂଆଦିଲ୍ଲୀ : ୨୦୧୯ ବର୍ଷ ପାଇଁ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ବଲିଉଡ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ `ଛିଛୋରେ'କୁ ମିଳିଛି ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର।
ସେହିପରି କଙ୍ଗନା ରଣାୱତଙ୍କୁ ଫିଲ୍ମ
ମଣିକର୍ଣ୍ଣିକା' ଓପଙ୍ଗା' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିବା ବେଳେ
ଭୋଷଲେ' ଫିଲ୍ମ ନିମନ୍ତେ ମନୋଜ ବାଜେପୟ ଓଅସୁରନ୍' ପାଇଁ ଧନୁଷଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ମନୋନୀତ କରାଯାଇଛି। ଫିଲ୍ମ ସୁଟିଂ ପାଇଁ ସିକ୍କିମଙ୍କୁ ପ୍ରିୟ ରାଜ୍ୟ ପୁରସ୍କାର ଓ ସୋହିନୀ ଚଟ୍ଟୋପାଧ୍ୟାୟଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ଭାବେ ପୁରସ୍କାର ମିଳିଛି।
ଦ ତାସ୍କେଣ୍ଟ' ଫିଲ୍ମ ପାଇଁ ପଲ୍ଲଭୀ ଯୋଶୀଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ମିଳିଛି। ଫିଲ୍ମସୁପର ଡିଲକ୍ସ' ଲାଗି ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଛନ୍ତି ବିଜୟ ସେତୁପତି।
|
ସେନାକୁ ସଫଳତା: ଦୁଇ ଲସ୍କର ଆତଙ୍କୀ ଗିରଫ
ଶ୍ରୀନଗର: ଆତଙ୍କୀ ବିରୋଧୀ ଅଭିଯାନରେ ସେନାକୁ ସଫଳତା । ଜମ୍ମୁ କାଶ୍ମୀରର ବାରମୁଲ୍ଲା ଜିଲ୍ଲାର ସୋପୋରରୁ Let ଦୁଇ ଆତଙ୍କୀଙ୍କୁ ଗିରଫ କରିଛି ମିଳିତ ସୁରକ୍ଷା ଦଳ । ସେମାନଙ୍କ ନିକଟରୁ ଏକାଧିକ ମାରଣାସ୍ତ୍ର ସହ ଗୁଳିଗୋଳା ଜବତ କରାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରର ସୋପୋରରେ ଆତଙ୍କୀ ଲୁଚି ରହିଥିବା ନେଇ ଏକ ବିଶେଷ ସୂତ୍ରରୁ ସେନାକୁ ଖବର ମିଳିଥିଲା । ଏହାପରେ ଡାଙ୍ଗିୱାଚା ଅଧୀନରେ ଥିବା ହାଡିପୋରା ରାଫିଆବାଦରେ ସେନା ଏବଂ CRPF ମିଳିତ ଭାବେ ନାକା ବନ୍ଦୀ କରିଥିଲେ । ଏହି ସମୟରେ ଲୋରିହାମା ଲିଙ୍କ୍ ରାସ୍ତାରୁ ହାଡିପୋରା ଅଭିମୁଖେ ଆସୁଥିବା ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇଥିଲେ । କିନ୍ତୁ ସେନାଙ୍କୁ ଦେଖି ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥୁବା ବେଳେ ଉଭୟଙ୍କୁ ଗିରଫ କରାଯାଇଥିଲା ।ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ଏବଂ ଦୁଇଟି ପିସ୍ତଲ ପତ୍ରିକା ଜବତ କରାଯାଇଛି । ତେବେ ଗିରଫ ୨ ଆତଙ୍କୀ LeTର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଉଭୟ ସାଧାରଣଜନତା ଓ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
Powered by Froala Editor
|
ନୂଆଦିଲ୍ଲୀ ୨୬/୧୧ : ଗତ ବୁଧବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା । ୧୦ ନମ୍ବର ଜର୍ସି ପରିଧାନ କରୁଥିବା ମାରାଡୋନା, ପେଲେଙ୍କ ଭଳି ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲର ଥିଲେ । ୧୯୮୬ ମସିହାରେ ଆର୍ଜେଣ୍ଟିନାକୁ ବିଶ୍ବକପ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡିଏଗୋ ମାରାଡୋନା ।
ସେତେବେଳେ ଆର୍ଜେଣ୍ଟିନା ଫିଟବଲ ଟିମର ସଦସ୍ୟ ତଥା ମାରାଡୋନାଙ୍କ ଟିମମେଟ୍ ଜର୍ଜ ଭୋଲ୍ଡାନୋ କହିଛନ୍ତି, ଯେତେବେଳେ କୌଣସି ବଲ ମାରାଡୋନାଙ୍କ ବାମ ପାଦ ପାଖକୁ ଆସୁଥିବା ସେ ଅତି ଚମତ୍କାର ଢଙ୍ଗରେ ତାହାକୁ କ୍ଲିକ୍ କରୁଥିଲେ । ସେ କହିଛନ୍ତି ବାମ ପାଦରେ ସେ ଯେଉଁଭଳି ଫ୍ଲିକ୍ କରୁଥିଲେ, ସେଭଳି ଖେଳାଳୀ ଆଜିଯାଏଁ କେହି ନାହାନ୍ତି । ମାରାଡୋନା ବଲ ସହିତ ଯେତିକି ସଂଯୋଗ ହୋଇରହୁଥିଲେ ସେହିଭଳି ଭାବେ ନିଶାଦ୍ରବ୍ୟ ସହିତ ମଧ୍ୟ ନିଜକୁ ଆଡିକ୍ଟ୍ କରି ରଖିଥିଲେ ।
ମାରାଡୋନା ୧୯୬୦ ମସିହା ଅକ୍ଟୋବର ୩୦ରେ ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସରେ ଏକ ଅତ୍ୟନ୍ତ ଗରିବ ପରିବାରାର ଜନ୍ମଗ୍ରହଣ କରିଥିଲେ । ପିତାମାତାଙ୍କର ଆଠଗୋଟି ସନ୍ତାନ ମଧ୍ୟରୁ ମାରାଡୋନା ଥିଲେ ପଞ୍ଚମ ସନ୍ତାନ । ତାଙ୍କର ପିଲାଦିନ ବହୁତ କଷ୍ଟରେ ବିତିଥିଲା । ମାତ୍ର ୧୬ ବର୍ଷ ବୟସରେ ଆର୍ଜେଣ୍ଟିନା ଜୁନିୟର ଫୁଟବଲ ଟିମର ସଦସ୍ୟ ହୋଇପାରିଥିଲେ ମାରାଡୋନା । ୧୭ ବର୍ଷ ବୟସରେ ଏକ ସାକ୍ଷାତକାରରେ ସେ କହିଥିଲେ ତାଙ୍କର ଦିଇଟି ସ୍ବପ୍ନ ଅଛି । ଗୋଟିଏ ହେଉଛି ବିଶ୍ବକପରେ ଖେଳିବା ଏବଂ ଅନ୍ୟଟି ହେଉଛି ଦଳକୁ ବିଶ୍ବକପ ବିଜୟୀ କରାଇବା । ୧୯୭୮ ମସିହାରେ ଜାପାନରେ ଖେଳାଯାଇଥିବା ୨୦ ବର୍ଷରୁ କମ ବିଶ୍ବକପରେ ଦଳକୁ ବିଜୟୀ କରାଇଥିଲେ ମାରାଡୋନା । ୧୯୮୨ ମସିହାରେ ମାତ୍ର ୨୨ ବର୍ଷ ବୟସରେ ସିନିୟର ଟିମରେ ସ୍ଥାନ ପାଇଥିଲେ ଡାଏନା ମାରାଡୋନା । ୧୯୮୨ ଫୁଟବଲ ବିଶ୍ୱକପରେ ଦୁଇଟି ଗୋଲ୍ କରିବା ପରେ ମାରାଡୋନା ୧୯୮୦ରୁ ୧୯୯୦ ମଧ୍ୟରେ କ୍ରୀଡା ଜଗତରେ ଦବଦବା ଜାହିର କରିଥିଲେ । ୧୯୮୪ରେ ଇଟାଲୀ କ୍ଲବ୍ ନେପୋଲି ମାରାଡୋନାଙ୍କ ସହ ସମ୍ପର୍କ ଛିନ୍ନ କରିବା ପରେ ମଧ୍ୟ ତାଙ୍କୁ ୫୦ କୋଟି ଟଙ୍କା ଦେଇଥିଲା ।
ମାରାଡୋନା ୪୯୧ଟି ମ୍ୟାଚ୍ ଖେଳି ୨୫୯ଟି ଗୋଲ୍ ଦେଇଥିଲେ । ୧୯୮୨ରେ ଆର୍ଜେଣ୍ଟିନାକୁ ସେ ବିଶ୍ୱକପ ବିଜୟୀ କରିବା ସହ ୧୯୯୦ରେ ଫାଇନାଲ ଯାଏଁ ନେଇଥିଲେ । କେବଳ ଏତିକି ନୁହେଁ ସେ ଏକ ସର୍ଭେରେ ପେଲେଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ । ବିଂଶ ଶତାବ୍ଦୀର ସବୁଠାରୁ ମହାନ ଫୁଟୁବଲର ଭାବେ ସେ ଗୌରବ ଅର୍ଜନ କରିଥିଲେ । ପରେ ଫିପା ନିୟମ ପରିବର୍ତ୍ତନ କରିଥିଲା ଓ ଉଭୟ ମାରାଡୋନା ଓ ପେଲେଙ୍କୁ ସମ୍ମାନିତ କରିଥିଲା ।
|
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ ଠାରେ 107ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିଛନ୍ତି ।
ଉଦଘାଟନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧି ଉପରେ ହିଁ ଭାରତର ଅଭିବୃଦ୍ଧି ନିର୍ଭରଶୀଳ । ଭାରତୀୟ ବିଜ୍ଞାନ ପ୍ରଯୁକ୍ତି ଓ ନବୋନ୍ମେଷ ପରିଦୃଶ୍ୟରେ ବୈପ୍ଳବାତ୍ମକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ।
"ଏ ଦେଶର ଉଦୀୟମାନ ଯୁବ ବିଜ୍ଞାନୀଙ୍କ ଲାଗି ମୋର ଲକ୍ଷ୍ୟ ହେଉଛି –"ଉଦ୍ଭାବନ, ପେଟେଂଟ, ଉତ୍ପାଦନ ଏବଂ ସମୃଦ୍ଧି" । ଏହି ଚାରିଟି ପଦକ୍ଷେପ ଭାରତକୁ ଦ୍ରୁତ ଅଭିବୃଦ୍ଧି ଦିଗରେ ଆଗେଇ ନେବ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । "ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା ଉଦ୍ଭାବନ ହେଉଛି ଆମ ନୂତନ ଭାରତର ମାର୍ଗ" ବୋଲି ସେ କହିଥିଲେ ।
ସେ କହିଥିଲେ, "ନୂତନ ଭାରତ ପ୍ରଯୁକ୍ତି ଏବଂ ତାର୍କିକ ମନୋଭାବ ଚାହେଁ, ଫଳରେ ଆମେ ଆମ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରକୁ ଏକ ନୂଆ ଦିଗ ଦେଇପାରିବା । ସେ କହିଥିଲେ, ବିଜ୍ଞାନ ଏବଂ ପ୍ରଯୁକ୍ତି ସମସ୍ତଙ୍କ ପାଇଁ ସମାନ ସୁବିଧାସୁଯୋଗ ଯୋଗାଇ ଦେବାରେ କ୍ଷେତ୍ର ପ୍ରସ୍ତୁତ କରିଥାଏ ଏବଂ ସମାଜକୁ ଯୋଡ଼ିବା ଦିଗରେ କାର୍ଯ୍ୟ କରିଥାଏ ।
ପ୍ରଧାନମନ୍ତ୍ରୀ କହିଥିଲେ, "ବର୍ତ୍ତମାନ ସମୟରେ ସୂଚନା ଏବଂ ସଞ୍ଚାର ପ୍ରଯୁକ୍ତିର ବିକାଶ ଫଳରେ ସମସ୍ତେ ଶସ୍ତା ଦରରେ ସ୍ମାର୍ଟ ଫୋନ ଏବଂ ଶସ୍ତା ଡାଟା ପାଇପାରୁଛନ୍ତି । ଏହା ଦେଶରେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରୁଛି, ପୂର୍ବରୁ ଏହା ମାତ୍ର କିଛି ଲୋକଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଥିଲା । ଏହାଦ୍ୱାରା ସାଧାରଣ ଲୋକର ମନରେ ବିଶ୍ୱାସ ଜନ୍ମିଛି ଯେ ସେ ସରକାରଙ୍କ ଠାରୁ ବେଶୀ ଦୂରରେ ନାହିଁ । ଏବେ ସେ ସିଧାସଳଖ ସରକାରଙ୍କ ସହ ଯୋଡ଼ି ହୋଇପାରିବ ଏବଂ ତା' କଥା ଶୁଣାଯାଇପାରିବ ।"
ପ୍ରଧାନମନ୍ତ୍ରୀ ଯୁବ ବୈଜ୍ଞାନିକମାନଙ୍କୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଆହ୍ୱାନ କରିଥିଲେ, କାରଣ ସେଠାରେ ଶସ୍ତା ଏବଂ ଉନ୍ନତ ଉଦ୍ଭାବନ ଲାଗି ବ୍ୟାପକ ସମ୍ଭାବନା ରହିଛି ।
107ତମ ଆଇଏସସିର ବିଷୟବସ୍ତୁ – "ବିଜ୍ଞାନ ଓ ପ୍ରଯୁକ୍ତି : ଗ୍ରାମୀଣ ବିକାଶ", ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ବିଜ୍ଞାନ ଓ ପ୍ରଯୁକ୍ତି କାରଣରୁ ସରକାରଙ୍କ ବିଭିନ୍ନ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିଛି ।
ସେ ଉଲ୍ଲେଖ କରିଥିଲେ ଯେ ବିଶ୍ୱସ୍ତରରେ ବିଶ୍ଳେଷଣାତ୍ମକ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରକାଶନୀ ସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଛି । "ମୁଁ ଜାଣିବାକୁ ପାଇଛି ଯେ ବିଶ୍ଳେଷଣାତ୍ମକ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରକାଶନୀ ସଂଖ୍ୟାରେ ଭାରତ ସାରା ବିଶ୍ୱରେ ତୃତୀୟସ୍ଥାନକୁ ଉନ୍ନୀତ ହୋଇଛି । ସାରା ବିଶ୍ୱରେ ଏହି ଅଭିବୃଦ୍ଧି ହାର ମାତ୍ର 4% ରହିଥିବା ବେଳେ ଭାରତ 10% ହାରରେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରୁଛି ।"
ନବୋନ୍ମେଷ ସୂଚକାଙ୍କରେ ଭାରତ 52ତମ ରାଙ୍କକୁ ଉନ୍ନୀତ ହେବା ବିଷୟରେ ସେ ଉଲ୍ଲେଖ କରିଥିଲେ । ପୂର୍ବ 50 ବର୍ଷ ଅପେକ୍ଷା ଗତ 5 ବର୍ଷ ମଧ୍ୟରେ ସରକାରଙ୍କ କାର୍ଯ୍ୟକ୍ରମ ଅଧିକ ଇନକ୍ୟୁବେଟର ସୃଷ୍ଟି କରିଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତମ ପ୍ରଶାସନର ଲକ୍ଷ୍ୟ ହାସଲ କରିବା ଲାଗି ବ୍ୟାପକ ସ୍ତରରେ ପ୍ରଯୁକ୍ତିର ଉପଯୋଗ କରାଯାଉଛି । "ଗତକାଲି ଆମ ସରକାର 6 କୋଟି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ କିସ୍ତି ଜାରି କରିଥିଲେ । ଆଧାର ସକ୍ଷମ ପ୍ରଯୁକ୍ତି କାରଣରୁ ଏହା ସମ୍ଭବପର ହୋଇପାରିଲା", ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ ଶୌଚାଳୟ ନିର୍ମାଣ ଏବଂ ଗରିବଙ୍କୁ ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ପ୍ରଯୁକ୍ତି ହିଁ କାମରେ ଲାଗିପାରିଛି । ଜିଓ ଟ୍ୟାଗିଂ ଓ ଡାଟା ସାଇନ୍ସ ଭଳି ପ୍ରଯୁକ୍ତି କାରଣରୁ ଗ୍ରାମୀଣ ଓ ସହରାଞ୍ଚଳରେ ବହୁ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ, 'ଇଜ ଅଫ ଡୁଇଂ ସାଇନ୍ସ' (ବିଜ୍ଞାନକୁ ଅଧିକ ମହତ୍ୱ ଦେବା)କୁ ସୁନିଶ୍ଚିତ କରିବା ଏବଂ ନାଲିଫିତାର ପ୍ରଭାବ ହ୍ରାସ ଲାଗି ପ୍ରଯୁକ୍ତିର ପ୍ରଭାବୀ ଉପଯୋଗ ଦିଗରେ ଆମେ ଆମର ପ୍ରୟାସ ଜାରି ରଖିଛୁ ।
ଡିଜିଟାଲାଇଜେସନ, ଇ-କମର୍ସ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ସେବା ଦ୍ୱାରା ଗ୍ରାମୀଣ ଜନ ସାଧାରଣ ବିଶେଷ ଭାବେ ଲାଭାନ୍ୱିତ ହେଉଛନ୍ତି । ସେ କହିଥିଲେ ବିଭିନ୍ନ ଗ୍ରାମୀଣ ବିକାଶମୂଳକ ପ୍ରୟାସରେ ପ୍ରଯୁକ୍ତିର ଉପଯୋଗ କରାଯାଇପାରିବ, ବିଶେଷ କରି ଏହା ଜରିଆରେ ମିତବ୍ୟୟୀ କୃଷି ଏବଂ କ୍ଷେତରୁ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ଏକ ଯୋଗାଣ ଶୃଙ୍ଖଳା ନେଟୱାର୍କ ବିକଶିତ କରାଯାଇପାରିବ ।
ଫସଲ ବର୍ଜ୍ୟ ଜଳାଇବା, ଭୂତଳ ଜଳସ୍ତର ସଂରକ୍ଷଣ, ସଂକ୍ରାମକ ରୋଗ ନିରାକରଣ, ପରିବେଶ ଅନୁକୂଳ ପରିବହନ ଆଦି ନିମନ୍ତେ ପ୍ରଯୁକ୍ତିଭିତ୍ତିକ ସମାଧାନ ଖୋଜିବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ଭାରତକୁ 5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଲକ୍ଷ୍ୟ ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ ଜୋର ଦେଇ କହିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଆଇ-ଷ୍ଟେମ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ ।
I am particularly happy that one of my first programmes in the start of a new-year and new decade is linked to science, technology and innovation.— PMO India (@PMOIndia) January 3, 2020
This programme is happening in Bengaluru, a city linked with science and innovation: PM @narendramodi
When we start year 2020 with positivity and optimism of science and technology driven development, we take one more step in fulfilling our dream: PM @narendramodi— PMO India (@PMOIndia) January 3, 2020
I am also happy to learn that India's ranking has improved in the Innovation Index to 52. Our programs have created more technology business incubators in the last five years than in the previous 50 years!— PMO India (@PMOIndia) January 3, 2020
I congratulate our scientists for these accomplishments: PM @narendramodi
My motto for the young scientists in this country has been -"Innovate, Patent, Produce and Prosper".— PMO India (@PMOIndia) January 3, 2020
These four steps will lead our country towards faster development: PM @narendramodi
आज देश में Governance के लिए, जितने बड़े पैमाने पर साइंस एंड टेक्नोलॉजी का इस्तेमाल हो रहा है, उतना पहले कभी नहीं हुआ: PM @narendramodi— PMO India (@PMOIndia) January 3, 2020
We are continuing our efforts to ensure the 'Ease of doing Science', and effectively using Information Technology to reduce red tape: PM @narendramodi— PMO India (@PMOIndia) January 3, 2020
Plastic Waste के साथ-साथ Electronic Waste से मेटल को निकालने और उसके Reuse को लेकर भी हमें नई तकनीक, नए समाधान की ज़रूरत है: PM @narendramodi— PMO India (@PMOIndia) January 3, 2020
There is a need for revolution in technologies assisting agricultural practices.— PMO India (@PMOIndia) January 3, 2020
Can we find farmer-centric solutions to the problem of stalk burning for instance?
Can we also redesign our brick kilns for reduced emissions and greater energy efficiency: PM @narendramodi
Another important point I wish to make is the significance of "Make in India" in medical devices to bring the fruits of advances in diagnostics to our people.— PMO India (@PMOIndia) January 3, 2020
Mahatma Gandhi once said, "It is health that is the real wealth and not pieces of gold and silver": PM @narendramodi
Our successes in space exploration should now be mirrored in the new frontier of the deep sea.— PMO India (@PMOIndia) January 3, 2020
We need to explore, map and responsibly harness the vast oceanic resources of water, energy, food and minerals: PM @narendramodi
We know from science that the potential energy, the silent form of energy, can move mountains by its conversion to the kinetic energy of motion.— PMO India (@PMOIndia) January 3, 2020
Can we build a Science in Motion: PM @narendramodi
|
ଆଜି ୧୧ ଜିଲ୍ଲାରେ ଟିକାକରଣ ବନ୍ଦ
ଭୁବନେଶ୍ବର : ଆଜି ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଟିକାର ଅଭାବ ପାଇଁ ବାଲେଶ୍ବର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ କରାଯିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ରାଜ୍ୟରେ ମାତ୍ର ୧୨୩ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।
ରାଜ୍ୟରେ 'କୋଭିସିଲ୍ଡ' ଟିକାର ଉତ୍କଟ ଅଭାବ ଦେଖା ଦେଇଛି। ରାଜ୍ୟରେ ଏବେ 'କୋଭିସିଲ୍ଡ'ର ୧୯ହଜାର ୯ଶହ ଟିକା ମହଜୁଦ ଥିବା ବେଳେ ୩ଲକ୍ଷ ୧୫ହଜାର ୫୩୦ ଡୋଜ୍ର କୋଭକ୍ସିନ୍ ଓ ରାଜ୍ୟ ସରକାରଙ୍କ ୧ଲକ୍ଷ ୪୩ହଜାର ୫ଶହ ଟିକା ମହଜୁଦ ଅଛି। ଆଜି ରାଜ୍ୟରେ ୨୪୭ ଅଧିବେଶନରେ ୪୬,୬୬୩ ଲୋକଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୯ଲକ୍ଷ ୪ହଜାର ୩୧୪ ଜଣ ଟିକା ନେଇ ସାରିଲେଣି। ଆଜିଠାରୁ ଭୁବନେଶ୍ବରରେ ୧୮-୪୪ବର୍ଷର ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬୫୧୬ଜଣ ଲୋକ ଟିକା ନେଇଛନ୍ତି। ରାଜ୍ୟ ସରକାର 'କୋଭିସିଲ୍ଡ' ଟିକା ପ୍ରସ୍ତୁତକାରୀ ସିରମ ଇନଷ୍ଟିଚ୍ୟୁଟ୍କୁ ଟିକାକରଣ ପାଇଁ ଚିଠି ଲେଖିଥିଲେ ହେଁ, ଟିକା ଆସିବା ନେଇ ସ୍ପଷ୍ଟ ସୂଚନା ନାହିଁ। ତେଣୁ ରାଜ୍ୟବ୍ୟାପୀ ୧୮-୪୪ବର୍ଷର ଲୋକଙ୍କ ଟିକାକରଣ ସମ୍ଭବ ହୋଇନାହିଁ। ତେବେ ପଞ୍ଜୀକରଣ କରିଥିବା ଲୋକମାନେ ଟିକା ଆସିବା ପରେ ସ୍ଲଟ୍ ଅନୁଯାୟୀ ଟିକା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅପରପକ୍ଷରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ଲକ୍ଷ ଡୋଜ୍ର 'କୋଭିସିଲ୍ଡ' ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ।
|
Subsets and Splits
No community queries yet
The top public SQL queries from the community will appear here once available.