text
stringlengths
0
69.8k
ପିଲାମାନେ ବିକଳ ହୋଇ କହୁଥିଲେ , ଆମର କିଛି ହବନି ତ ?
ସୂଚନା ଯୋଗ୍ୟ , ବିମାନ ଉଡାଣର ୩୦ ମିନିଟ ପରେ ମଝି ଆକାଶରେ ବିମାନରେ ନିଆଁ ଲାଗିଯାଇଥିଲା ।
ନିଆଁର ଦୃଶ୍ୟ ଦେଖିବାପରେ ଭୟର ବାତାବରଣ ଖେଳିଗଲା ବିମାନ ଯାତ୍ରୀଙ୍କ ମଧ୍ୟରେ ।
ବିମାନ ମଧ୍ୟରେ ଏକ ସୁନିଶ୍ଚିତ ଦୁର୍ଘଟଣାକୁ ଅନୁଭବ କରପାରୁଥିଲେ ବିମାନରେ ଥିବା କ୍ରୁ ମେମ୍ବରଙ୍କ ସହିତ ୮୯ ଜଣ ଯାତ୍ରୀ କିନ୍ତୁ କିଛି ବି କରିବା ପାଇଁ କାହା ପାଖରେ କିଛି ଚାରା ନଥିଲା ।
କିଛି ସମୟ ପରେ ବିମାନର ପାଇଲଟ ଯାତ୍ରୀଙ୍କୁ ଜରୁରୀ ଅବତରଣର ସୂଚନା ଦେବା ପରେ ଯାତ୍ରୀମାନଙ୍କର ଡର ଟିକେ କମିଥିଲା ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ , ଅହମ୍ମଦାବାଦରୁ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସୁସ୍ମିତା ଫ୍ରାନ୍ସ , ସ୍ୱିଡେନ ଭଳି ଦେଶରୁ ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଛନ୍ତି ।
ଏବେ ସେ ନିଜର ମହାକାଶ ସଂସ୍ଥା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ପଛର କାରଣ ଓ ଏହାକୁ କିଭଳି ରୋକାଯାଇପାରିବ ତାହା ଉପରେ କାର୍ଯ୍ୟ କରୁଥିବା ଜଣା ପଡ଼ିଛି ।
ସୁସ୍ମିତା ବିଶ୍ୱର ପ୍ରଥମ ମହିଳା ମହାକାଶ ଉଦ୍ୟୋଗପତି ଯିଏ ୩ଟି ମହାଦେଶରେ ନିଜର କମ୍ପାନି ଆରମ୍ଭ କରିଛନ୍ତି ।
ଏବେ ସେ ଓଡ଼ିଶା ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ରହିଥିବା ଜଣା ପଡ଼ିଛି ।
ଗତ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କାର୍ଯ୍ୟକ୍ରମ ଘୋଷଣା କରିଥିଲେ ।
ଏହି ଯୋଜନା ଅନୁସାରେ ନିଜ ପଢିଥିବା ସ୍କୁଲର ବିକାଶ ପାଇଁ କୌଣସି ବ୍ୟକ୍ତି ଆର୍ଥିକ ସହାୟତା ଦେଲେ , ସେହି ସ୍କୁଲର ଭିତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସମାନ ପରିମାଣର ଆର୍ଥିକ ଅନୁଦାନ ଦେବେ ।
ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଚୁଲିରେ ଏକ ପାତ୍ର ବସାଇ ସେଥିରେ ସୋରିଷ ତେଲ ପକାନ୍ତୁ ।
ତେଲ ଗରମ ହେବା ପରେ ସେଥିରେ ଅଦା ପେଷ୍ଟ୍ ପକାନ୍ତୁ ।
ଅଦା ପେଷ୍ଟ୍ ଟିକେ ଲାଲ୍ ହେବା ପରେ ସେଥିରେ ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ ଓ ହେଙ୍ଗୁ ପକାଇ ଗୋଳାନ୍ତୁ ।
ମସଲା ଟିକେ ଫ୍ରାଏ ହୋଇଯିବା ପରେ ସେଥିରେ ମଟନ୍ ପକାଇ କଷନ୍ତୁ ।
ମଟନ ଅଳ୍ପ କଷି ହେଲା ପରେ ସେଥିରେ ପାନ ମଧୁରୀ ଗୁଣ୍ଡ , ଧନିଆ ଗୁଣ୍ଡ , ଡାଲଚିନି ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ କଷନ୍ତୁ ।
୨୦ ବର୍ଷ ତଳର ପୁରୁଣା ଓ ଢିଲା ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀକୁ ପଶିଆସିଲେ ସୌରଭ ଗାଙ୍ଗୁଲୀ ।
ଗାଙ୍ଗୁଲୀ ଅଧିନାୟକ ଭାବେ କ୍ରିକେଟରେ ଯେଉଁ ଅବତାରରେ ଆସିଥିଲେ ସଭାପତି ଭାବେ ମଧ୍ୟ ଆଜି ମୁମ୍ବାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେହିଭଳି ଦେଖାଯାଇଛନ୍ତି ।
ଏବାବଦରେ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ ଯେ , ଏଭଳି ବ୍ଲେଜର ଅଧିକ ସଭାପତି ପିନ୍ଧି ନ ଥାନ୍ତି ।
ଗାଙ୍ଗୁଲୀ ଉତ୍ତର ରଖିଥିଲେ ଯେ , ମୁଁ ଯେତେବେଳେ ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ହୋଇଥିଲି , ସେତେବେଳେ ମୋତେ ଏହି ବ୍ଲେଜର ମିଳିଥିଲା ।
ସେଥିପାଇଁ ମୁଁ ଏହି ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀ ଯିବାକୁ ଇଚ୍ଛା କରିଥିଲି ।
ସୌରଭ ଗାଙ୍ଗୁଲୀ କହିଛନ୍ତି , ମୁଁ ତ ଭାବି ନେଇଥିଲି ଯେ , ଏହି ବ୍ଲେଜର ହିଁ ପିନ୍ଧିବି ।
ମାତ୍ର ମୋତେ ଏହା ବିଶ୍ୱାସ ନ ଥିଲା ଯେ , ବ୍ଲେଜର ଏତେ ଢିଲା ହୋଇଯିବ ।
କାରଣ ଏହି ବ୍ଲେଜର ମୁଁ ଯେତେବେଳେ ଅଧିନାୟକ ହୋଇଥିଲି , ସେହି ସମୟରେ ମିଳିଥିଲା ।
ସୂଚନାଯୋଗ୍ୟ ୧୯୯୯ରେ ସୌରଭ ଗାଙ୍ଗୁଲୀ ଭାରତୀୟ କ୍ରିକେଟ ଟିମ୍ର ଅଧିନୟକ ହୋଇଥିଲେ ।
ଗାଙ୍ଗୁଲୀ କହିଛନ୍ତି , ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ କାଲି ( ଅକ୍ଟୋବର ୨୪ ) ଆଲୋଚନା କରିବି ।
ଆମ ମାଟିର କଥା , ଗୀତ ଓ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ।
ସମସ୍ତଙ୍କ ପ୍ରିୟ ଅକ୍ଷୟ ମହାନ୍ତି , ଆଦରର ଖୋକା ଭାଇ ।
ଏକାଧାରାରେ ଗାୟକ , ଗୀତିକାର , ସଂଙ୍ଗୀତ ନିର୍ଦ୍ଦେଶକ ଓ ସାହିତ୍ୟିକ ।
ଓଡ଼ିଆ ସଙ୍ଗୀତରେ ତାଙ୍କର ବିରଳ ଭାବଭଙ୍ଗୀ ଓ ପ୍ରୟୋଗ ଏକ ବିରଳ ଦୃଷ୍ଟାନ୍ତ ।
ତାଙ୍କ ସଙ୍ଗୀତର ପ୍ରବାହ ଆଜି ବି ଉଲ୍ଲସିତ କରେ ଜନମାନସକୁ ।
ଆଜି ସେହି ଚିରସବୁଜ ବ୍ୟକ୍ତିତ୍ବ ଖୋକା ଭାଇଙ୍କର ଜନ୍ମଦିନ ।
୧୯୩୭ ମସିହା ଅକ୍ଟୋବର ୧୨ ତାରିଖରେ ଅକ୍ଷୟ ମହାନ୍ତିଙ୍କର ଜନ୍ମ ।
ବିଚିତ୍ରାନନ୍ଦ ମହାନ୍ତି ଓ ସୁବର୍ଣ୍ଣା ମଞ୍ଜରୀ ମହାନ୍ତିଙ୍କ କୋଳରେ ଜନ୍ମ ହୋଇଥିଲେ ଅକ୍ଷୟ ମହାନ୍ତି ।
ଏହା ମସ୍ତିଷ୍କକୁ ରିଲାକ୍ସ କରି ଶ୍ବାସ ପ୍ରକ୍ରିୟାକୁ ନର୍ମାଲ କରିଥାଏ ।
ଥକାପଣ ଦୂର କରିବାରେ ମଧ୍ୟ ଏହା ସାହାଯ୍ୟ କରେ ।
ହଳଦୀଯୁକ୍ତ କ୍ଷୀର ଶରୀରର ଯନ୍ତ୍ରଣା ଓ ଥକାପଣ ଦୂର କରିବା ଲାଗି ହଳଦୀ ଓ କ୍ଷୀରର କମ୍ବିନେସନ୍ର କୌଣସି କାଟ ନାହିଁ ।
ଆପଣ ଦିନରେ ଦୁଇ ଗ୍ଲାସ୍ ହଳଦୀଯୁକ୍ତ କ୍ଷୀର ସେବନ କରି କିଛି ସମୟ ବିଛଣାରେ ଗଡ଼ନ୍ତୁ ।
ଦେଖିବେ କିଛି ସମୟ ମଧ୍ୟରେ ଆପଣଙ୍କ ସାରା ଥକା ଦୂର ହୋଇଯିବ ।
ପିପରମିଣ୍ଟ ଅଏଲ ପିପରମିଣ୍ଟ ଅଏଲ୍ରେ ମିନ୍ଥଲ ରହିଛି ।
ଏହା ଶରୀରର ବ୍ଲଡ୍ ସର୍କୁଲେସନ୍କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ ।
ଆପଣ ଏହି ତେଲର ବାସ୍ନାରେ ମୁଣ୍ଡବିନ୍ଧା ଓ ଥକାପଣ ଦୂର କରିପାରିବେ ।
ଆପଣ ଏହି ତେଲ ସହିତ କିଛି ବୁନ୍ଦା ବାଦାମ ତେଲ ମିଶାନ୍ତୁ ।
ଏହି ମିଶ୍ରଣକୁ ବେକମୁଣ୍ଡା ଓ କାନ୍ଧରେ ମାଲିସ୍ କରନ୍ତୁ ।
ଦେଖିବେ ରିଫ୍ରେସିଂ ଅନୁଭବ ହେବ ।
ପାୱାର ନ୍ୟାପ୍ ନିଅନ୍ତୁ ଅଧିକ ଥକା ଲାଗୁଥିଲେ ରିଲାକ୍ସ ହୋଇ ପାଖାପାଖି ୨୦ରୁ ୩୦ ମିନିଟ୍ ଯାଏ ପାୱାର ନ୍ୟାପ୍ ନିଅନ୍ତୁ ।
ଏହାଦ୍ବାରା ଆପଣଙ୍କୁ ଆରାମ ମିଳିବ ।
ଉଠିବା ପରେ ଆପଣଙ୍କ ପସନ୍ଦର ହଟ୍ ଡ୍ରିଙ୍କ ସେବନ କରନ୍ତୁ , ଦେଖିବେ ଏନର୍ଜେଟିକ୍ ଫିଲ୍ ହେବ ।
ମାଲିସ୍ ଆପଣ ଥକାପଣ ଦୂର ପାଇଁ ଫୁଲ୍ ବଡି ମସାଜ୍ ନେଇପାରିବେ କିମ୍ବା ମୁଣ୍ଡ ଓ ଗୋଡ଼ ମସାଜ୍ ମଧ୍ୟ କରିପାରିବେ ।
ଏହା ଆପଣଙ୍କ ଥକାପଣକୁ ଛୁ ମନ୍ତର କରିବାର ସବୁଠାରୁ ମଜାଦାର ଉପାୟ ।
ଆପଣ ନିଜକୁ ଖୁବ୍ ରିଲାକ୍ସ ଅନୁଭବ କରିବେ ।
ପିଲାଙ୍କ ପାଇଁ ଆକର୍ଷଣୀୟ ରାମଦୋଳି ଓ ଚକ୍ରି ଆଦିର ବନ୍ଦୋବସ୍ତ ରହିଛି ।
ବୁଲାବୁଲି କରି ଫେରିବା ବେଳେ ସ୍ବାଦିଷ୍ଟ ଖାଦ୍ୟର ସ୍ବାଦ ନେବାକୁ ୧୦୦ଟି ଖାଦ୍ୟ ଷ୍ଟଲ୍ ଖୋଲିବାକୁ ଯାଉଛି ।
ଦର୍ଶକଙ୍କ ମନୋରଂଜନ ପାଇଁ ୩ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଆସନ୍ତା ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ପ୍ରତିଦିନ ୧୦ ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।
ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପୂର୍ବ ବର୍ଷ କମିଟିର ସଭାପତି ଭାବେ ଦାୟିତ୍ବ ତୁଲାଇଥିବା ବେଳେ ଏଥର ବିଧାୟକ ସୁଶାନ୍ତ ରାଉତ ସଭାପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ।
ଏହା ସହିତ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ ।
୨ . ମୟୂର ପର ବ୍ୟବହାର କଲେ ଅମଙ୍ଗଳ ଟଳି ଯାଇଥାଏ ।
ବିଶେଷ କରି ଖରାପ ଆତ୍ମାଙ୍କ ପ୍ରଭାବ କମିଥାଏ ।
୩ . ମୟୂର ପରକୁ କୌଣସି ମନ୍ଦିର କିମ୍ୱା ରାଧା - କୃଷ୍ଣ ମୂର୍ତ୍ତିଙ୍କ ମୁକୁଟରେ ୪୦ ଦିନ ପର୍ଯ୍ୟନ୍ତ ସ୍ଥାପନା କରି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଲହୁଣି ଓ ମିଶିରି ଲାଗି କରନ୍ତୁ ।
ପରେ ଏହାକୁ ଆଣି ଘରେ ଆଲମାରୀରେ ରଖନ୍ତୁ ।
ଏପରି କରିବା ଦ୍ୱାରା ଘରେ ସୁଖ , ଶାନ୍ତି ଓ ସମୃଦ୍ଧି ବିରାଜମାନ କରିଥାଏ ବୋଲି କୁହାଯାଏ ।
ଏହା ସହିତ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥାଏ ।
୪ . ବାସ୍ତୁ ଅନୁସାରେ ମୟୂର ପର କାଳ ସର୍ପ ଦୋଷ ଦୂର କରିଥାଏ ।
ଆସନ୍ତା ମାସ ୧୨ ତାରିଖରୁ ଏହି ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ ।
ଏଥିପାଇଁ ଗତ ତିନିଦିନ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କୁ ପ୍ଲଟ୍ ଆବଣ୍ଟନ କରାଯାଉଛି ।
ରବିବାର ମଧ୍ୟାହ୍ନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପ୍ଲଟ୍ ଆବଣ୍ଟନ ବାବଦରେ ପ୍ରାୟ ୨୧ଲକ୍ଷ ଟଙ୍କା ଆଦାୟ କରାଯାଇଛି ।
ସେହିପରି ବାଲିଯାତ୍ରାକୁ ମାନ୍ୟତା ଦାବି ନେଇ କଟକର ପ୍ରଗତିଶୀଳ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି ।
କମିଟିର ସଭାପତି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।
ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି ।
ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି ।
ବିଶେଷ କରି ଖଳନାୟକର ମୃତ୍ୟୁ ବେଳର ଦୃଶ୍ୟରେ ରାଇମୋହନଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରନ୍ତି ।
ତେବେ ଅଭିନୟ ସହିତ ସେ ନିଜ ଲୁକ୍କୁ ବେଶ୍ ଗୁରୁତ୍ୱ ଦିଅନ୍ତି ।
ସିନେମା ଲାଇନ୍ ଏସବରୁ ଗୁରୁତ୍ୱ ବି ବହୁତ ଥାଏ ।
ସେଥିପାଇଁ ତାଙ୍କ ଲୁକ୍କୁ ନେଇ ରାଇମୋହନ କେବେ ସାଲିସ୍ କରନ୍ତି ନାହିଁ ।
କିନ୍ତୁ ଦିନେ ଏମିତି ଗୋଟେ ଫିଲ୍ମରେ ତାଙ୍କୁ ଅଭିନୟ କରିବାକୁ ପଡ଼ିଥିଲା ଯେଉଁଥିରେ ତାଙ୍କୁ ଲଣ୍ଡା ହେବାକୁ କୁହାଯାଇଥିଲା ।
ତେବେ ଶୁଣିବାକୁ ମିଳୁଛି କି ବାଂଲାଦେଶ ବିରୋଧରେ ଆଗାମୀ ମାସରେ ହେବାକୁଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ସମୟରେ ଭାରତୀୟ ଟିମ୍ ପ୍ରଥମ ଥର ଉଭୟ ଦିନ ଓ ରାତିରେ ଟେଷ୍ଟ ଖେଳିବ ।
ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ଭାରତର ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଏ ନେଇ ଗୁରୁବାର ବୈଠକ ହୋଇଛି ।
ଏହି ବୈଠକରେ ଦିନ ଓ ରାତିରେ ଟେଷ୍ଟ ଖେଳାଯିବା ନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି ।
ଏହି ନିଲାମୀକୁ ଅଭୂତପୂର୍ଣ୍ଣ ଜନସମର୍ଥନ ମିଳିଥିଲା ଏବଂ ଦଶ ହଜାରରୁ ଊର୍ଦ୍ଦ୍ବ ବିଡ ଦାଖଲ କରାଯାଇଥିଲା ।
ଏହି ସ୍ମାରକୀଗୁଡ଼ିକ ମଧ୍ୟରେ ଚିତ୍ର , ମୂର୍ତ୍ତି , ଚଦର , ଜ୍ୟାକେଟ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ଆଦି ବିଭିନ୍ନ ସାମଗ୍ରୀ ରହିଥିଲା ।
ପୂର୍ବରୁ ଅକ୍ଟୋବର ୩ ତାରିଖରେ ଇ - ନିଲାମୀ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ତେବେ ଏଥିପ୍ରତି ଅଭୂତପୂର୍ବ ଜନସମର୍ଥନ ତଥା ଅଧିକରୁ ଅଧିକ ଅଂଶଗ୍ରହଣ ପାଇଁ ଅନୁରୋଧକୁ ଦେଖି ନିଲାମୀ ପ୍ରକ୍ରିୟାକୁ ୩ ସପ୍ତାହ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଥିଲା ।
ତେବେ ନିଲାମୀ ପାଇଁ ଥିବା ସମସ୍ତ ସାମଗ୍ରୀ ବିକ୍ରି ହୋଇସାରିଛି ।
ତେବେ ପୃଷ୍ଠଭୂମିରେ ତ୍ରିରଙ୍ଗା ରହିଥିବା ମହାତ୍ମା ଗାନ୍ଧୀ ଓ ପ୍ରଧାନମନ୍ତ୍ରୀଙ୍କ ଏକ ତୈଳଚିତ୍ରର ଆଧାର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ରଖାଯାଇଥିଲା , ଯାହା ୨୫ ଲକ୍ଷ ଟଙ୍କାରେ ଚୂଡ଼ାନ୍ତ ନିଲାମ ହୋଇଥିଲା ।
ଅନ୍ୟ ଲୋକପ୍ରିୟ ନିଲାମ ସାମଗ୍ରୀ ମଧ୍ୟରେ ମଣିପୁରୀ ଲୋକକଳାର ଏକ କଳାକୃତିର ମୂଲ୍ୟ ୫୦ ହଜାର ଟଙ୍କା ରହିଥିବା ବେଳେ ୧୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ବେଳେ ବାଛୁରିକୁ ଖୁଆଉଥିବା ଏକ ଗାଈର ଧାତବ ମୂର୍ତ୍ତି ୧୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ଓ ୧୪ ସେଣ୍ଟିମିଟର ବିଶିଷ୍ଟ ସ୍ୱାମୀ ବିବେକାନନ୍ଦଙ୍କ ଏକ ଧାତବ ମୂର୍ତ୍ତି ୬ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ବିଡ ଦାଖଲ ହୋଇଛି ।
ସେହିପରି ଆଜି ଆମେ ଏପରି ଏକ ଔଷଧୀୟ ଗୁଣରେ ଭରପୁର ଥିବା ପତ୍ର ବିଷୟରେ ଜାଣିବା , ଯାହା ଦ୍ବାରା ସଂକ୍ରମଣ , ଘାଁ , କୁଣ୍ଡିଆ ଏବଂ ଫୁଲିବା ଭଳି ରୋଗକୁ ଭଲ କରିପାରିବା ।
୧ ) ତେନ୍ତୁଳି ଗଛର ପତ୍ରରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଥାଏ ।
ଯାହା ଦ୍ବାରା କୌଣସି ସୂକ୍ଷ୍ମଜୀବ ସଂକ୍ରମଣରୁ ଶରୀରକୁ ରକ୍ଷା କରାଯାଇପାରିବ ।
ଯାହା ଦ୍ବାରା ଶରୀର ସୁସ୍ଥ ରହିଥାଏ ।
୨ ) ତେନ୍ତୁଳି ପତ୍ରରୁ ରସ ବାହାର କରି ଘାଁରେ ଲଗାଇବା ଦ୍ବାରା ତାହା ଶୀଘ୍ର ସୁଖି ଯାଇଥାଏ ।
ଏହା ସହ ନୂଆ କୋଷିକା ମଧ୍ୟ ପ୍ରସ୍ତୁତ କରିଥାଏ ।
୩ ) ତେନ୍ତୁଳି ପତ୍ର ସେବନ କରିବା ଦ୍ବାରା ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ ।
ଯାହା ଦ୍ବାରା ମଧୁମେହ ଭଳି ରୋଗ ନିୟନ୍ତ୍ରିତ ରହିଥାଏ ।
ତାଙ୍କର ବ୍ୟବସାୟିକ ଛବି ଖରାପ କରିବା ଓ ଚର୍ଚ୍ଚାକୁ ଆସିବା ପାଇଁ ଏଭଳି ଅଭିଯୋଗ ହୋଇଥିବା ସଫେଇ ଦେଇଛି ।
ଏନେଇ ପାଲଟା ମାନହାନୀ ମାମଲା ରୁଜୁ କରିବାକୁ ଓୟୋ ପ୍ରସ୍ତୁତ ହେଉଥିବା ସଫେଇ ଦେଇଛି ।
ତେଣୁ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରହିଛି ଏହି ବ୍ୟବସାୟିକ ଅନୁଷ୍ଠାନ ।
ହେଲେ କେବେ ଅନ୍ତରୀକ୍ଷରୁ ଦେଖିଛନ୍ତି ଆମ ପୃଥିବୀକୁ !
ପ୍ରକୃତରେ କେତେ ସୁନ୍ଦର ତାର ରୂପ !