text
stringlengths
0
69.8k
ପାଖରୁ ବି , ଦୂରରୁ ବି ।
ଅନ୍ତରୀକ୍ଷରୁ ପୃଥିବୀକୁ ଦେଖିବାର ସୁଯୋଗ ତ ସମସ୍ତଙ୍କ ଭାଗ୍ୟରେ ମିଳେନି ।
ତେବେ ଇଣ୍ଟରନାସନାଲ ସ୍ପେଶ ସେଣ୍ଟର ନାସା ପକ୍ଷରୁ ପୃଥିବୀର କେତେଗୁଡ଼ିଏ ଫଟୋ ଜାରି କରାଯାଇଛି ।
ଯାହାର ସୌନ୍ଦର୍ଯ୍ୟ ଦେଖିଲେ ଆପଣ ଭାବିବେ ଏହା ଆମ ପୃଥିବୀ ନା କେଉଁ ପରୀ ରାଇଜ ।
ଦେଖିଲେ ଲାଗୁଛି ଇଏ ଆମ ପୃଥିବୀ ନା କୌଣସି ଯାଦୁଗରର ଦୁନିଆ ।
ଏହି ଦୃଶ୍ୟ ହେଉଛି କାନାଡ଼ାର ମ୍ୟାକ୍ ଡୋନାଲ୍ଡ ଲେକ୍ର ।
କୌଣସି କଳାକାରର ସୁନ୍ଦର କଳ୍ପନା କି ଇଏ !
ନା , ଅନ୍ତରୀକ୍ଷରୁ ନିଆଯାଇଥିବା ଆମ ପୃଥିବୀ ବାସ୍ତବ ରୂପ ।
ଇଏ ହେଉଛି ମିଶିଗନ୍ ଲେକ୍ର ଖୁବ୍ ସୁନ୍ଦର ଚିତ୍ର ।
ଉତ୍ତର ଆମେରିକାକୁ ଭଗବାନଙ୍କର ସବୁଠାରୁ ବଡ ଉପହାର ହେଉଛି ଏଇ ମିଶିଗନ୍ ଲେକ ।
ଏହାର ସୌନ୍ଦର୍ଯ୍ୟକୁ ନେଇ ସାରା ପୃଥିବୀରେ ଚର୍ଚ୍ଚା ।
ହେଲେ ଅନ୍ତରୀକ୍ଷରୁ ଏହାର ସୌନ୍ଦର୍ଯ୍ୟ ଆହୁରି ମନଲୋଭାକାରୀ ।
ଏହାବ୍ୟତୀତ ନାସା ପୃଥିବୀର ଆହୁରି ଅନେକ ସୁନ୍ଦର ସ୍ଥାନର ଫଟୋ ଛାଡ଼ିଛି ଯାହା କୌଣସି ପରୀ ରାଇଜଠାରୁ ବି କମ୍ ସୁନ୍ଦର ନୁହେଁ ।
ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଯୁକ୍ତ୨ କଲେଜ ( ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ) ର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ।
ପରୀକ୍ଷା ପାଇଁ ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି ।
ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ଯେଉଁ ପ୍ରଶ୍ନପତ୍ର ଢାଞ୍ଚାରେ ପରୀକ୍ଷା ଦେଉଛନ୍ତି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ସମାନ ଭାବେ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି ।
ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଆରମ୍ଭ ହେବ ।
ତେଣୁ ଏହାପୂର୍ବରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ ।
ଦିନ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ଫେବ୍ରୁଆରି ଶେଷ ସପ୍ତାହ ଭିତରେ ପରୀକ୍ଷା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
୨୦୨୧ ପରୀକ୍ଷା ବେଳକୁ ଉଭୟ ରେଗୁଲାର ଓ ଏକ୍ସ - ରେଗୁଲାର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ କରାଯିବ ।
ଥିଓରି ପାଇଁ ୫୨୦ ଟଙ୍କା ରଖାଯାଇଛି ।
ସେଥିମଧ୍ୟରୁ କଲେଜ କର୍ତୃପକ୍ଷ ଏଣିକି ୫୦ ଟଙ୍କା ବଦଳରେ ୪୦ ଟଙ୍କା ରଖିବେ ।
ବାକି ୪୮୦ ଟଙ୍କା ପରିଷଦ ନିକଟରେ ଦାଖଲ କରିବାକୁ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବାରୁ ପେଟ୍ରୋଲ୍ ଓ ଡିଜେଲ୍ ଦର କମିବାରେ ଲାଗିଛି ।
କମିଥିବା ଦର ଆନୁସାରେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ୧୦ ପଇସା , ଦିଲ୍ଲୀ , ମୁମ୍ୱାଇରେ ୧୨ ପଇସା , କୋଲକାତାରେ ୧୧ ପଇସା ଏବଂ ଚେନ୍ନାଇରେ ୧୩ ପଇସା କମିଛି ।
ସେହିପରି ଡିଜେଲ ଦାମ୍ ଭୁବନେଶ୍ୱରରେ ୧୪ ପଇସା , ଦିଲ୍ଲୀ ଏବଂ କୋଲକାତାରେ ୧୫ ପଇସା , ମୁମ୍ୱାଇ ଏବଂ ଚେନ୍ନାଇରେ ୧୬ ପଇସା କମିଛି ।
ପ୍ରତିଦିନ ଏହି ଅଜବ ଦୁନିଆରେ ବହୁତ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଥାଏ ।
ଯାହାକୁ ଜଣେ ସହଜରେ ବିଶ୍ବାସ କରିବା ବହୁତ କଷ୍ଟକର ।
ଆଜିକାଲି ମଣିଷ ଏମିତି କିଛି ଅସାଧାରଣ କାମ କରିଥାଏ ଯାହା ତାକୁ ଲୋକଲୋଚନକୁ ଆଣିବାକୁ ବାଧ୍ୟ କରିଥାଏ ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ୍ ଅସରାଲ ପଞ୍ଚାୟତ ମାଗୁରା ଗ୍ରାମରେ ।
ଯେଉଁଠାରେ ସୌଭାଗ୍ୟ ବରାଡ ନାମକ ଜଣେ ଯୁବକ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି ।
ଯେଉଁ କାମକୁ ଜଣେ ସାଧାରଣ ଲୋକ କରିବା କାଠିକର ପାଠ ।
ମାତ୍ର ସୌଭାଗ୍ୟ ପ୍ରତ୍ୟକ ଦିନ ୩୦୦ ମିଟିର ହାତରେ ଚାଲିଥାନ୍ତି ।
ଏହ କୌଣସି ସର୍କସ ପାଇଁ ତାଲିମ୍ ନେବା ପାଇଁ ନୁହେଁ ବରଂ ରେକର୍ଡ ନିଶାରେ ଏପରି କରିଥିବା କହିଛନ୍ତି ସୌଭାଗ୍ୟ ।
ତାଙ୍କର ଏହି ନିଶା ଏବେ ସାଧାରଣରେ ଚର୍ଚ୍ଚର ବିଷୟ ପାଲଟିଛି ।
ତାକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଇଥିଲା ।
ପ୍ରାୟ ୩୦ ଫୁଟ୍ ତଳେ ଥିବା ସୁଜିତକୁ ଉଦ୍ଧାର ପାଇଁ ନିକଟରେ ଅନ୍ୟ ଏକ ଗାତ ଖୋଳାଯାଇଥିଲା ।
ତେବେ ବଡ଼ ପଥର ଆଚ୍ଛାଦିତ ଅଞ୍ଚଳ ହୋଇଥିବାରୁ ଏଥିରେ ବାଧା ଉପୁଜୁଥିଲା ।
ପଥର ବ୍ଲାଷ୍ଟ କରିବା ଦ୍ୱାରା ମୁଖ୍ୟ ଗାତ ପୋତି ହେବା ଆଶଙ୍କାରେ ଏପରି କରାଯାଇନଥିଲା ।
ଗତକାଲି ରାତିରେ ଅପରେସନ୍ ବେଳେ ସୁଜିତ୍ ଫସିଥିବା ଗାତରୁ ଦୁର୍ଗନ୍ଧ ବାହାରୁଥିବା ଅନୁମାନ କରାଯାଇଥିଲା ।
ଏହାପରେ ସୁଜିତ୍କୁ ଉଦ୍ଧାର କରିବା ବେଳେ ସେ ବହୁ ଘଣ୍ଟା ପୂର୍ବରୁ ପ୍ରାଣ ହରାଇଥିବା ଜଣାପଡ଼ିଛି ।
ଏହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଭୋଡାଫୋନ୍ ଆଇଡିଆ ନିଜର ଗ୍ରାକମାନଙ୍କ ଠାରୁ ଆଇୟୁସି ଚାର୍ଜ ନେବ ନାହିଁ ବୋଲି ଘୋଷଣା କରିଛି ।
ଏହାର ଅନ୍ ଲିମିଟେଡ୍ ପ୍ଲାନ୍ ପାଇଁ ଗ୍ରାହକମାନଙ୍କ ଠାରୁ କୌଣସି ଆଇୟୁସି ଚାର୍ଜ ଗ୍ରହଣ କରାଯିବ ନାହିଁ ବୋଲି ଭୋଡା ଫୋନ୍ ଆଇଡିଆ ପକ୍ଷରୁ ସୂଚନା ଦିଆଯାଇଛି ।
ମହାରାଷ୍ଟ୍ର ଓ ବମ୍ବେରେ ଏଭଳି ଗ୍ରୁପ୍ର ଅଧିକ ଲୋକ ଥିବାବେଳେ ଓଡ଼ିଶା ଭଳି ରାଜ୍ୟରେ ହାତଗଣତି ଅଳ୍ପ କେତେଜଣ ଏହି ଗ୍ରୁପ୍ର ବୋଲି ଚିହ୍ନଟ ହୋଇଛନ୍ତି ।
ତେଣୁ କୌଣସି ରୋଗୀଙ୍କ ଏହି ରକ୍ତ ଦରକାର ହେଲେ ସହଜରେ ମିଳେ ନାହିଁ ।
ଏଭଳି ସ୍ଥିତିରେ ବମ୍ବେ ଫିନୋଟାଇପ୍ ରକ୍ତ ଗ୍ରୁପ୍ ଥିବା ବାଲେଶ୍ବରର ୫୫ ବର୍ଷୀୟ ସନ୍ତୋଷ ବେହେରା ହୃଦ୍ରୋଗ ଜନିତ ସମସ୍ୟା ନେଇ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ।
ତାଙ୍କର ଅବସ୍ଥାକୁ ଦେଖି ଡାକ୍ତର ହାର୍ଟ ସର୍ଜରି ପାଇଁ ପରାମର୍ଶ ଦେଇଥିଲେ ।
ଏଥିପାଇଁ ତାଙ୍କୁ ୪ ୟୁନିଟ୍ ରକ୍ତର ଆବଶ୍ୟକତା ରହିଥିଲା ।
କିନ୍ତୁ ତାଙ୍କର ବ୍ଲଡ୍ ଗ୍ରୁପ୍ ବମ୍ବେ ଫିନୋଟାଇପ୍ ହୋଇଥିବାକୁ ଏତେ କମ୍ ସମୟ ମଧ୍ୟରେ ୪ ୟୁନିଟ୍ ରକ୍ତ କେଉଁଠାରୁ ପାଇବେ ତାହା ଡାକ୍ତର ଓ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା ।
ହସ୍ପିଟାଲ୍ କର୍ତୃପକ୍ଷ ରକ୍ତଦାନ ଦିଗରେ କାର୍ଯ୍ୟରତ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଯୋଗାଯୋଗ କରିଥିଲେ ।
ଶେଷରେ ସ୍ବେଚ୍ଛାସେବୀ ରାକେଶ କୁମାର ସେଠୀ ଓ ପରିବର୍ତ୍ତନ ଫାଉଣ୍ଡେସନ୍ର ମିଳିତ ଉଦ୍ୟମରେ ୪ ଜଣ ରକ୍ତଦାତାଙ୍କୁ ଠାବ କରାଯାଇଥିଲା ।
ଗତ ରବିବାର ଦିନ ଜଣେ ଆସି ରକ୍ତ ଦେଇଥିବାବେଳେ ଆଜି ଆଉ ତିନି ଜଣ ରକ୍ତଦାନ କରିଥିଲେ ।
ଏହି ୩ ଜଣ ଯୁବକଙ୍କ ମାନବିକତାକୁ ଆପୋଲୋ ହସ୍ପିଟାଲ୍ ପକ୍ଷରୁ ପ୍ରଶଂସା କରାଯାଇଥିବା ବେଳେ ଆପୋଲୋ ହସ୍ପିଟାଲ୍ର ଲ୍ୟାବ୍ ଡାଇରେକ୍ଟର ଡାକ୍ତର ଦୀପିକା ମହାନ୍ତି , ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସତୀଶ ଚନ୍ଦ୍ର ମିଶ୍ର ଓ ରକ୍ତଭଣ୍ଡାରର ମେଡିକାଲ୍ ଅଫିସର ଡାକ୍ତର ବିଜୟ ପଟ୍ଟନାୟକ ପ୍ରମୁଖ ତିନି ଯୁବକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହି ବାତ୍ୟା ଜାପାନର ସିଜୁକା ଏବଂ ଫୁକିସିମାରେ ମାଡ଼ ହେବାପରେ ସ୍ଥିତି ଅଣାୟତ୍ତ ହୋଇଉଠିଛି ।
ଆଜି ସନ୍ଧ୍ୟା ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛି ।
ବାତ୍ୟା ମାଡ଼ ହେବା ପୂର୍ବରୁ ତଟବର୍ତ୍ତୀ ଅଂଚଳରେ ୫ . ୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।
ଏକ ଲକ୍ଷରୁ ଅଧିକଙ୍କୁ ବିପର୍ଯ୍ୟୟରୁ ଉଦ୍ଧାର କରାଯାଇଛି ।
ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୨୧୬ କିମି ବେଗରେ ପବନ ବହୁଛି ।
ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇ ରହିଛି ।
କେନ୍ଦ୍ରୀୟ ଜାପାନ ସହ ହଂସୁ ଦ୍ବୀପରେ ସର୍ବାଧିକ କ୍ଷତି ହୋଇଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡ଼ଭାନୀଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି ।
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ , ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ , କାର୍ଯ୍ୟକାରୀ ସଭାପତି ଜେ . ପି ନଡ୍ଡା ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ ।
ମୋଦି ଆଡ଼ଭାନୀଙ୍କୁ ଆଜି ଭେଟିବା ପୂର୍ବରୁ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିଲେ ।
ଆଜି ଯଦି ବିଜେପି ଦେଶରେ ମଜବୁତ ହୋଇପାରିଛି ସେଥିରେ ଆଡ଼ଭାନୀଙ୍କର ଏକ ବଡ଼ ଭୂମିକା ରହିଛି ବୋଲି ମୋଦି କହିଥିଲେ ।
୧୯୯୦ରେ ଏହି ରାମଜନ୍ମଭୂମି ପାଇଁ ଗୁଜରାଟର ସୋମନାଥ ଧାମରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା କରି ଆଡ଼ଭାନୀ ଚର୍ଚ୍ଚାକୁ ଆସିଥିଲେ ।
ବାଜପେୟୀଙ୍କ ସରକାରରେ ଆଡ଼ଭାନୀ ଉପପ୍ରଧାନମନ୍ତ୍ରୀ ଥିଲେ ।
ତାଙ୍କ ଅଧୀନରେ ସୁଷମା ସ୍ୱରାଜ , ଶିବରାଜ ସିଂହ , ଅନନ୍ତ କୁମାର , ଅରୁଣ ଜେଟଲୀ ଭଳି ନେତା ମନ୍ତୀ ପଦ ସମ୍ଭାଳିଥିଲେ ।
ଏହି ବରିଷ୍ଠ ନେତାଙ୍କ ଜନ୍ମ ଦିନରେ ବହୁ ରାଜନୈତିକ ହସ୍ତି ଶୁଭେଚ୍ଛା ଜଣାଇଛନ୍ତି ।
ଯିଏ ଯେଉଁଠି ପାଇଲା ସେଇଠି ବସି ପରୀକ୍ଷା ଦେଲା ।
ଖାଲି ଏତିକି ନୁହେଁ ଖୁଲମ୍ଖୁଲା କପି ବି ଚାଲିଥିଲା ।
ଏଭଳି କିଛି ଦୃଶ୍ୟ ଗତକାଲି ବିହାରର ବେଟିହାରେ ଦେଖିବାକୁ ମିଳିଥିଲା ।
ରାମ ଲଖନ ସିଂହ ଯାଦବ କଲେଜ ( ଆର୍ଏଲ୍ଏସ୍ୱାଇ ) ପରିସରରେ ଥିବା କରିଡର୍ ଓ ଖୋଲା ପଡ଼ିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା ।
ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଗତକାଲି ଏହି କଲେଜକୁ ଛାତ୍ରଛାତ୍ରୀମାନେ ଆସିଥିଲେ ।
ହେଲେ ଅଧିକ ସଂଖ୍ୟକ ପରୀକ୍ଷାର୍ଥୀ ହେବା ଯୋଗୁ ପରୀକ୍ଷା କେନ୍ଦ୍ରର ଅଭାବ ଦେଖା ଦେଇଥିଲା ।
ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏ ସମ୍ପର୍କରେ ମାଡ୍ରାସ ହାଇକୋର୍ଟରେ ଆବେଦନ କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ।
ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି , ସବୁକିଛି ସୁପ୍ରିମକୋର୍ଟକୁ ଆସିବା ଦରକାର ନାହିଁ ।
ଏହି ପ୍ରସଙ୍ଗ ମାଡ୍ରାସ ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ରହିଛି ।
ତୁମେ ସେଠାରେ ଆବେଦନ କର ବୋଲି ଆବେଦନକାରୀ ଫେସବୁକ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଅଶ୍ବିନୀ ଉପାଧ୍ୟାୟଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ।
ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ଗୁଡ଼ିକୁ ଆଧାର ନମ୍ବରରେ ସଂଯୋଗ କରିବାକୁ ସରକାରଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେବା ନିମନ୍ତେ ଏହି ଆବେଦନରେ ଉଲ୍ଲେଖ କରାଯାଇଥିଲା ।
ହଜାରେ ବର୍ଷର ସହରର ଏହି ମହୋତ୍ସବକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଥିଲା ।
ଏ ନେଇ ସମାଜରେ ବାରମ୍ବାର ରିପୋର୍ଟ ପ୍ରକାଶ ପାଇବା ପରେ ଶେଷରେ ରାଜ୍ୟ ସରକାର ଏହି ଦାବିକୁ ମାନି ନେଇଛନ୍ତି ।
ସରକାର ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ଦେଇଛନ୍ତି ।
ଯାହା ଦ୍ବାରା ବାଲିଯାତ୍ରା ରାଜ୍ୟସ୍ତରୀୟ ମହୋତ୍ସବରେ ପରିଣତ ହୋଇଛି ।
ଏଣିକି ବାଲିଯାତ୍ରା ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ ।
ଏହା ସହ ସଂସ୍କୃତି ଓ ନଗର ଉନ୍ନନୟନ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଶୁକ୍ରବାର ଲୋକସେବା ଭବନରେ ବସିଥିବା ପ୍ରସ୍ତୁତି ବୈଠକ ପରେ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ଆଜିିଠାରୁ ତିନି ଦିନ ଯାଏ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ ।
38 ଦେଶବ୍ୟାପୀ ଆୟୋଜିତ ହେଉଛି ରନ୍ ଫର ୟୁନିଟି ଅମିତ ଶାହା ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟାଡିୟମରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରନ ଅଫ ୟୁନିଟିକୁ ଶୁଭାରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ହଜାର ହଜାର ଯୁବକ ସାମିଲ ହୋଇଥିବା ଜଣାଯାଇଛି ।
ଭୁବନେଶ୍ୱର ଓ ବାଲେଶ୍ୱରରେ ବି ଆୟୋଜିତ ହୋଇଛି ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ ।
ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଏହାକୁ ଶୁଭାରମ୍ଭ କରିଥିଲେ ।
ରେଲ୍ୱେ ଷ୍ଟାଡିୟମ୍ରୁ ସକାଳ ୬ଟା ୩୦ରେ ଗଣଦୌଡ ଆରମ୍ଭ ହୋଇଥିଲା ।
ଏଥିରେ ବିଭିନ୍ନ ବର୍ଗ ଓ ବୟସର ଲୋକ ସାମିଲ ହୋଇଥିଲେ ।
ପୂର୍ବରୁ ୨୦୧୭ରେ ୧୮୪ ଦେଶର ୧୬ ହଜାର ବୈଜ୍ଞାନିକ ଏକାଠି ହୋଇ ଏଭଳି ଚେତାବନୀ ଦେଇଥିଲେ ।
ହେଲେ ଏହା ପରେ ସେମାନଙ୍କର ପରାମର୍ଶ କେବଳ ଆଲୋଚନା ଓ ଭାଷଣରେ ମଣିଷ ସୀମିତ ଥିବା ଜଣାପଡ଼ିଛି ।
ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନ ସମାଧାନ ପାଇଁ ୬ଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି ବୈଜ୍ଞାନିକମାନେ ।
ପେଟ୍ରୋଲ , ଡିଜେଲ ଓ କୋଇଲା ପରି ଜୀବାଶ୍ମ ବଦଳରେ ମିଥେନ ବ୍ୟବହାର , କମ୍ ମାଂସ ଖାଇବା , ପରିବେଶକୁ ସୁହାଇଲା ଭଳି ମଣିଷ କାମ କରିବା , ଅଙ୍ଗାରକାମ୍ଳ ମୁକ୍ତ ପରିବେଶ ଏବଂ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଲଗାଇବା ।
ଜନସଂଖ୍ୟାକୁ ମଣିଷ ନିୟନ୍ତ୍ରଣ କରିବାକୁ ଯାଇ ଝିଅମାନଙ୍କୁ ଶିକ୍ଷିତ କରିବାକୁ ବୈଜ୍ଞାନିକମାନେ ଆହ୍ୱାନ କରିଛନ୍ତି ।