text
stringlengths 0
69.8k
|
---|
ଗ୍ୟାସ୍ ସମସ୍ୟା ବାହାରିବା ଫଳରେ ଅଧିକ ମୋଟା ହେବାର ସମ୍ଭାବନା ଅଛି । |
ସର୍ବଦା ପେଟ ଭରି ଖାଆନ୍ତୁ । |
ସକାଳର ଉତ୍ତମ ଜଳଖିଆରେ ପୁରା ପୋଷଣ ଶରୀରକୁ ମିଳେ । |
ଜଳଖିଆ ପାଇଁ ଛତୁଆ ହେଉଛି ସବୁଠୁ ଭଲ ଖାଦ୍ୟ । |
ଏହା ଖାଇଲେ ଅଧିକ ସମୟ ଧରି ଭୋକ ଲାଗିନଥାଏ । |
ସେଥିମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି । |
ତେଣୁ ଯେଉଁ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ସେମାନଙ୍କ ମେଡିକାଲ ସାର୍ଟିଫିକେଟ୍କୁ ଭଲ ଭାବେ ଯାଞ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । |
ଭାରତୀୟ କ୍ରିକେଟ ଜଗତର ସେ ଜଣେ ନାମିଦାମି ଖେଳାଳି । |
ଜନ୍ମଦିନରେ ସେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଭୁଟାନରେ ବାର୍ଥ ଡେ ସେଲିବ୍ରେସନ କରୁଥିବା ଜଣା ପଡ଼ିଛି । |
ଭୁଟାନରେ ଦୁହେଁ ସେଲିବ୍ରେସନ୍ କରୁଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି । |
ବିରାଟ ୫ ନଭେମ୍ବର ୧୯୮୮ ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । |
ବର୍ତ୍ତମାନ ସମୟରେ ସେ ଭାରତୀୟ କ୍ରିକେଟ ଟିମର ଅଧିନାୟକ । |
ସୌର ଜଗତର ଷଷ୍ଠ ଗ୍ରହ ତଥା ବୃହଷ୍ପତି ତୁଳନାରେ ଦ୍ବିତୀୟ ସର୍ବବୃହତ ଗ୍ରହ ହେଉଛି ଶନି । |
ପୃଥିବୀ ଠାରୁ ଏହା କେବଳ ୯ ଗୁଣ ବଡ଼ ନୁହେଁ ବରଂ ବୃହଷ୍ପତି ଠାରୁ ଅଧିକ ସଂଖ୍ୟାରେ ଉପଗ୍ରହ ମଧ୍ୟ ରହିଛନ୍ତି ଶନି ଚାରିପଟେ । |
ମହାକାଶ ବିଜ୍ଞାନୀଙ୍କର ଆଉ ଏକ ଆବିଷ୍କାର । |
ସୌର ଜଗତରେ ଆଉ ୨୦ଟି ନୂଆ ଉପଗ୍ରହକୁ ଖୋଜି ବାହାର କରିଛନ୍ତି ମହାକାଶ ବିଜ୍ଞାନୀ । |
ଶନିଗ୍ରହ ଚାରିପାଖେ ଏହି ଚନ୍ଦ୍ରଗୁଡ଼ିକ ଘୂରି ବୁଲୁଥିବା ପ୍ରକାଶ କରିଛି ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନୀ ସଂଘ । |
ପୂର୍ବରୁ ବୃହଷ୍ପତିର ଉପଗ୍ରହ ତାଲିକା ସର୍ବାଧିକ ଥିବା ବେଳେ ଏବେ ସେହି ରେକର୍ଡ ଶନିଗ୍ରହ ନାଁରେ ହୋଇଛି । |
ବୃହଷ୍ପତିର ୭୯ ଟି ଉପଗ୍ରହ ଥିଲା ସେହିପରି ଶନି ଗ୍ରହର୬୨ଟି ଉପଗ୍ରହଥିଲା । |
କିନ୍ତୁ ଏବେ ୨୦ଟି ନୂଆ ଉପଗ୍ରହ ଆବିଷ୍କାର ହେବା ଫଳରେ ଏହି ସଂଖ୍ୟା ୮୨ରେ ପହଁଞ୍ଚିଛି । |
କିନ୍ତୁ ଶନି ଗ୍ରହ ଚାରିପଟେ ସମୁଦାୟ ୮୨ଟି ନୁହେଁ ବରଂ ୧୦୦ରୁ ଅଧିକ ଉପଗ୍ରହ ଥିବା ଅନୁମାନ କରାଯାଉଛି । |
ଏହି ଉପଗ୍ରହ ଗୁଡ଼ିକ ଶନିର ବିପରୀତ ଦିଗରେ ଘୁରୁଛନ୍ତି । |
କିନ୍ତୁ ମାତ୍ର ତିନଟି ଶନି ସହିତ ସମାନ୍ତରାଳ ଭାବେ ଘୂରୁଛନ୍ତି । |
ଏହାକୁ ମାର୍ଲିନ ବୋଲି କୁହାଯାଏ । |
ଗଭୀର ସମୁଦ୍ରରୁ ଏହି ମାଛକୁ ଧରିଛନ୍ତି ମତ୍ସ୍ୟଜୀବୀ । |
ସାଢେ ୪ ଫୁଟ ଲମ୍ବର ଏହି ମାଛର ଓଜନ ପାଖାପାଖି ୧୦ କିଲୋଗ୍ରାମ । |
ମାର୍ଲିନ ମାଛ ପ୍ରାୟ ୨ କ୍ୱିଂଟାଲ ଯାଏଁ ବଢିଥାନ୍ତି । |
ମତ୍ସ୍ୟଜୀବୀଙ୍କ ମତରେ ସମୁଦ୍ର ମଧ୍ୟରେ ଖୁବ କ୍ଷୀପ୍ର ଗତିରେ ଘଂଟା ପ୍ରତି ୧୨୯ କିଲୋମିଟର ବେଗରେ ଏହି ମାଛ ଯାଇପାରେ ଓ ବେଶ ଲମ୍ବା ଡେଇଁପାରେ । |
ବିଶେଷକରି ଏହି ମାଛ ସୋଡ ଫିସ୍ ପ୍ରଜାତିର । |
ସମୁଦ୍ର ଉଷ୍ମସ୍ରୋତରେ ମଧ୍ୟ ଏହି ମାଛ ହଜାର ହଜାର କିଲୋମିଟର ପଂହରିପାରେ । |
ବିଶେଷଜ୍ଞଙ୍କ ମତରେ , ବିଶେଷକରି ପ୍ରଶାନ୍ତ ମହାସାଗରରେ ଏହି ପ୍ରଜାତିର ମାଛ ଦେଖାଯାଇଥାଏ । |
ତେବେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ମାର୍ଲିନ ଓଡିଶା ପୂର୍ବ ଉପକୂଳକୁ ଖାଦ୍ୟ ଅନ୍ୱେଷଣରେ ଆସିଥାଇପାରନ୍ତି ବୋଲି କୁହାଯାଉଛି । |
ଭସାଣ ଶୋଭାଯାତ୍ରାରେ କମ୍ପୁଥିଲା ରାଜରାସ୍ତା । |
ନାଚ , ଗୀତରେ ଝୁମିଥିଲେ ଶ୍ରଦ୍ଧାଳୁ । |
ଭସାଣିରେ ପାରମ୍ପରିକ ନୃତ୍ୟ ଗୀତର ତାଳେତାଳେ ଝୁମିଥିଲେ ଶ୍ରଦ୍ଧାଳୁ । |
ରାଜଧାନୀର ୪ଟି ସ୍ଥାନରେ ମେଢ ଗୁଡିକ ଏକାଠି ହେବା ପରେ ଭସାଣି ଶୋଭଯାତ୍ରା ହୋଇଥିଲା । |
ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ୨୦ରୁ ଅଧିକ , ସହିଦନଗରରେ ୨୫ରୁ ଅଧିକ , ଉତ୍ତର ଭୁବନେଶ୍ବର କ୍ଲବ୍ ଟାଉନ ପଡିଆରେ ୨୨ଟି ମେଢ ଏବଂ ପୁରୁଣା ଭୁବନେଶ୍ବରରେ ୨୦ରୁ ଅଧିକ ମେଢ ଭସାଣିରେ ସାମିଲ ହୋଇଥିଲେ । |
୨୦୧୯ ବର୍ଷ ପାଇଁ ତାଙ୍କୁ ଦେଶର ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି । |
ଗତକାଲି ଏକ ବର୍ଣ୍ଣଢ୍ୟ ଉତ୍ସବରେ ବଲିଉଡ୍ର ବହୁ ସେଲିବ୍ରିଟିଙ୍କ ମଧ୍ୟରେ ଦୂତୀଙ୍କୁ ମିଳିଛି ଏହି ମର୍ଯ୍ୟାଦାଜନକ ସମ୍ମାନ । |
ଆହୁରି ମଧ୍ୟ ଭୋଗ ଇଣ୍ଡିଆର କଭର ପେଜରେ ଦୂତୀଙ୍କ ଫଟୋ ଆସୁଛି । |
ଏହି ପତ୍ରିକାର ନଭେମ୍ବର ମାସ ସଂସ୍କରଣରେ ସ୍ପୋର୍ଟସ୍ ପରସନ ଅଫ ଦ ଇୟର ଭାବେ କଭର ପେଜରେ ଦୂତୀ ସ୍ଥାନ ପାଇଛନ୍ତି । |
ଗତକାଲି ଆୟୋଜିତ ହୋଇଥିବା ଏହି ପୁରସ୍କାର ଉତ୍ସବରେ ବଲିଉଡ୍ ନାୟିକା କାଟ୍ରିନା କୈଫ , ଅନୁଷ୍କା ଶର୍ମା , ନାୟକ ଆଲିଆ ଭଟ୍ଟ , ରଣବୀର ସିଂହ ପ୍ରମୁଖ ମଧ୍ୟ ପୁରସ୍କୃତ ହୋଇଥିଲେ । |
ଯାଜପୁର ଜିଲ୍ଲାର ଏକ ଅଖ୍ୟାତ ଗାଁ ଚକଗୋପାଳପୁରରେ ଜନ୍ମ ନେଇ ଦୂତୀ ଆଜି ରାଜ୍ୟ ସମେତ ଦେଶକୁ ସାରା ବିଶ୍ୱରେ ଗୌରବାନ୍ବିତ କରିଛନ୍ତି । |
ସେ କେବଳ ଜଣେ ଆଥ୍ଲେଟ୍ ନୁହନ୍ତି କୋଟି କୋଟି ମହିଳାଙ୍କ ପାଇଁ ପ୍ରେରଣା । |
କାରଣ ଯେଉଁଭଳି ଦାରିଦ୍ର୍ୟ ପରିସ୍ଥିତି ଏବଂ ସଂଘର୍ଷ କରି ସେ ନିଜକୁ ଜଣେ ବିଶ୍ୱସ୍ତରୀୟ ଆଥ୍ଲେଟ୍ ଭାବେ ପ୍ରତିପାଦିତ କରିଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । |
ତାଙ୍କ ନାଁ ଶ୍ରୀତମ କୁମାର ସେଠୀ । |
କିନ୍ତୁ ନିଶା ତାଙ୍କର ଫଟୋଗ୍ରାଫି । |
ବିଶେଷକରି ବନ୍ୟଜନ୍ତୁ ଓ ପ୍ରକୃତିର ସବୁଜିମାର ଫଟୋ ଉଠାଇବା ତାଙ୍କର ନିଶା । |
ଚଳିତ ବର୍ଷ ଆମେରିକାର ନ୍ୟୁୟର୍କରେ ଆୟୋଜିତ ଅନ୍ତର୍ଜାତୀୟ ଫଟୋଗ୍ରାଫି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ୧ ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । |
ହେଲେ ସମସ୍ତଙ୍କୁ ପଛରେ ବାଲେଶ୍ୱରର ଶ୍ରୀତମ ଏହି ଆୱାର୍ଡ ଜିତିଥିଲେ । |
ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀତମଙ୍କ ନାଁ ଘୋଷଣା ହୋଇଥିଲା । |
ପୁରସ୍କାର ସ୍ୱରୂପ ତାଙ୍କୁ ମାନପତ୍ର ଓ ୫ ହଜାର ଡଲାର ଆର୍ଥିକ ରାଶି ମିଳିଛି । |
ଚଳିତ ବର୍ଷ ହୋଲି ସମୟରେ ସେ ଉଠାଇଥିବା ଏକ ଫଟୋଟି ଏହି ପ୍ରତିଯୋଗିତାରେ ମନୋନୀତ ହୋଇଥିଲା । |
ସବୁଠାରୁ ଆଶ୍ଚର୍ଯ୍ୟର କଥା ସେ ଯେଉଁ ଫଟୋଟି ଉଠାଇଥିଲେ କୌଣସି ଦାମୀ କ୍ୟାମେରା କି ଡିଜିଟାଲ୍ କ୍ୟାମେରା ନୁହେଁ , ବରଂ ଏହାକୁ ସେ ନିଜ ମୋବାଇଲ୍ରେ ଏକ୍ସଟ୍ରା ଲେନ୍ସ ମାଧ୍ୟମରେ ଉଠାଇଥିଲେ । |
ଶ୍ରୀତମଙ୍କର ଏହି ସଫଳତାକୁ ନେଇ ଖାଲି ରାଜ୍ୟ ନୁହେଁ ବରଂ ସାରା ଦେଶ ଗର୍ବିତ । |
ଯାତ୍ରା କରୁଥିବା କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସୋମବାର ଦିନ ଚାରି ଜଣ ଜାତୀୟସ୍ତରୀୟ ହକି ଖେଳାଳିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଆହତ ହୋଇଥିବା କଥା ପୁଲିସ କହିଛି । |
ସେମାନେ ମଧ୍ୟପ୍ରଦେଶ ହକି ଏକାଡେମିର ଖେଳାଳି । |
ହୋସଙ୍ଗାବାଦରେ ହେବାକୁ ଯାଉଥିବା ମେଜର ଧ୍ୟାନଚାନ୍ଦ୍ ଟୁର୍ଣ୍ଣାମେଂଟରେ ସାମିଲ ହେବାକୁ ଏହି ଖେଳାଳିମାନେ ଏକ ସ୍ୱିଫ୍ଟ ଡିଜାୟର ଗାଡିରେ ଯାଉଥିଲେ । |
ଭାରସାମ୍ୟ ହରାଇ ଗାଡିଟି ଏକ ଗଛକୁ ଧକ୍କା ଦେଇଥିବା ଜଣାପଡିଛି । |
ତେବେ ଦୁର୍ଘଟଣା ସମୟରେ କାରର ବେଗ ଅଧିକ ଥିଲା । |
ତେବେ ଏହି ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ( ଏସଆରସି ) ସୂଚନା ଦେଇଛନ୍ତି । |
ବାତ୍ୟା ପ୍ରଭାବରେ ଆସନ୍ତା ୯ ଏବଂ ୧୦ ତାରିଖ ଦୁଇଦିନ ଧରି ବର୍ଷା ହେବ । |
ବର୍ଷାରୁ ଫସଲ ରକ୍ଷା କରିବା ଲାଗି ସତର୍କ ରହିବା ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ଏସଆରସି ପରାମର୍ଶ ଦେଇଛନ୍ତି । |
ଆସନ୍ତା ଶୁକ୍ରବାର ସୁଦ୍ଧା ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରିଆସିବାକୁ କହିଛନ୍ତି । |
ଓଡ଼ିଶା ଆସି ସେ ବେଶ୍ ଖୁସି ଅନୁଭବ କରୁଛନ୍ତି । |
ପୂର୍ବରୁ ଓଡ଼ିଶା ଆସିଥିଲେ ମଧ୍ୟ ଓଡ଼ିଶାର କୌଣସି ଖାଦ୍ୟ ଖାଇନଥିଲେ । |
ସେ ଓଡ଼ିଆ ଖାଦ୍ୟ ପ୍ରତି ବିଶେଷ ଇଚ୍ଛା ଥିବା କହିଛନ୍ତି । |
ଏଥିର ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ଖାଇବା ସହ ବୁଲିବେ ବୋଲି କହିଛନ୍ତି ଜରିନ୍ ଖାନ୍ । |
୧୧ ଦିନ ବ୍ୟାପି ହେବାକୁ ଥିବା ପୂଜାର ବିଶେଷତ୍ୱ ପୂଜା ମଣ୍ଡପର ମୃଣ୍ମୟ ମୂର୍ତି ଏବଂ ଆଲୋକ ସଜ୍ଜା । |
୩୮ ଟି ମଣ୍ଡପର ସମସ୍ତ ସାଜସଜ୍ଜା କାର୍ଯ୍ୟ ଏବେ ଚୂଡାନ୍ତ ପର୍ଯ୍ୟାୟରେ । |
ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳ ପ୍ରସିଦ୍ଧ । |
ସେଥପାଇଁ ସମସ୍ତ ଅନୁଷ୍ଠାନ ଗୁଡ଼ିକରେ ମୂର୍ତ୍ତି ନିର୍ମାଣ କାମ ପୁରା ଜୋରଦାର ଚାଲିଛି । |
୨୫ଟି ରାଜ୍ୟର ବିଭିନ୍ନ ଘରୋଇ ଉପକରଣ , ସାଜସଜା ସାମଗ୍ରୀ ଠାରୁ ବସ୍ତ୍ର ଆଭୁଷଣର ୪୫୦ଟି ଷ୍ଟଲ ପଡ଼ିବ । |
ତେବେ ମେଘୁଆ ପାଗ ଏବଂ ବର୍ଷା ଲାଗି ରହୁଥିବାରୁ ପୂଜା ବଜାର ପ୍ରଭାବିତ ହେବାର ଆଶକାଂ ରହିଛି । |
ଏହାସହ ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିଳ ନିୟନ୍ତ୍ରଣକୁ କଡାକଡି କରିବା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । |
୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥନୀତିରେ ସେତେବେଳେ ପ୍ରଚଳନ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଦେଇଥିଲେ । |
ଏହା ବଦଳରେ ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟର ପ୍ରଚଳନ କରାଯାଇଥିଲା । |
୨୦୧୬ ନଭେମ୍ବର ୮ରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ବିମୁଦ୍ରୀକରଣ କରି ଦିଆଯିବା ଫଳରେ ଅର୍ଥନୀତିରେ ପ୍ରଚଳନ ଥିବା ୮୬ ପ୍ରତିଶତ େନାଟ୍ ଅକାମୀ ହୋଇଯାଇଥିଲା । |
ଦୀର୍ଘଦିନ ପର୍ୟ୍ୟନ୍ତ ଟଙ୍କା ଉଠାଣ ଉପରେ ସରକାର କଟକଣା ଲଗାଇଥିଲେ । |
ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିେଲ । |
ନିଯୁକ୍ତି , ଉତ୍ପାଦନ ଆଦି କ୍ଷେତ୍ର ସାଂଘାତିକ ଭାବେ ପ୍ରଭାବିତ ହୋଇଥିଲା । |
ଏଥିରେ ୬୬ ପ୍ରତିଶତ ଲୋକ ମତ ଦେଇଛନ୍ତି ଅର୍ଥନୀତି ଉପରେ ବିମୁଦ୍ରୀକରଣର ନକାରାତ୍ମକ ପ୍ରଭାବ ପଡ଼ିଛି । |
ଏପରିକି ଏହି ପଦକ୍ଷେପ ଯୋଗୁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ୩୩ ପ୍ରତିଶତ ଲୋକ ମତ ଦେଇଛନ୍ତି । |
ଅନ୍ୟପକ୍ଷରେ ସର୍ଭେରେ ଭାଗ ନେଇଥିବା ୨୮ ପ୍ରତିଶତ ଲୋକେ ବିମୁଦ୍ରୀକରଣର କୌଣସି ନକାରାତ୍ମକ ପ୍ରଭାବ ନଥିବା କହିଛନ୍ତି । |
ଘଂଟା ପ୍ରତି ୭ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ମାଡି ଆସୁଛି ବାତ୍ୟା ବୁଲବୁଲ । |
ଏହି ସାମୁଦ୍ରିକ ଝଡ ସାମ୍ନାରେ ଯାହା ବି ପଡୁଛି ସବୁ ଛାରଖାର ହୋଇଯାଉଛି । |
ତେବେ ଯଦିଓ ଓଡିଶାକୁ ବୁଲବୁଲ ଛୁଇଁବନି କିନ୍ତୁ ବାତ୍ୟା ପ୍ରଭାବ ରାଜ୍ୟରେ ଆରମ୍ଭ ହୋଇଯାଇଛି ପବନ ସାଙ୍ଗକୁ ବର୍ଷା । |
ବାତ୍ୟା ପ୍ରଭାବରେ କେଉଁଠି ଗଛ ଭାଙ୍ଗିଲାଣି ତ ପୁଣି କେଉଁଠି ଘରର ଛାତ ଉଡିଗଲାଣି । |
ପୁଣି କେଉଁଠି ବଡ ବଡ ଗଛ ଭାଙ୍ଗି ରାସ୍ତା ଉପରେ ଗଦା ହୋଇଗଲାଣି । |
ତେବେ ବୁଲବୁଲ ପ୍ରକୋପରେ ଓଡିଶା ବର୍ତ୍ତି ଗଲେ ସୁଦ୍ଧା ଏହାର ସାମାନ୍ୟତମ ପ୍ରଭାବବି ରାଜ୍ୟ ଉପରେ ଏବେଠୁ ଭାରି ପଡିଥିବା ଦେଖିବାକୁ ମିଳିଛି । |
ଏହା ମହା ପଞ୍ଚକ , ବକପଞ୍ଚକ ବା ଭୀଷ୍ମପଞ୍ଚକ ଏବଂ ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । |
ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟକରିପାରନ୍ତି ନାହିଁ , ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । |
ଅନେକ ଅଁଳା ନବମୀ , ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । |
ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ , ସାତ୍ତ୍ବିକ ଖାଦ୍ୟ ଭୋଜନ କରନ୍ତି । |
ଏହିପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । |
ଶର ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ , ମୋକ୍ଷଧର୍ମ , ଦାନଧର୍ମ ବର୍ଣ୍ଣନା କରିଥିଲେ , ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । |
ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । |
କାର୍ତ୍ତିକ ଏକାଦଶୀ ଦିନ ତମେ ଜଳର ଇଚ୍ଛା କରିଛ । |
ଅର୍ଜୁନ ବାଣଦ୍ବାରା ଗଙ୍ଗାଜଳ ପ୍ରସ୍ତୁତ କଲେ , ଯଦ୍ବାରା ତମର ତନ , ମନ , ପ୍ରାଣ ସନ୍ତୁଷ୍ଟ ହେଲା । |
ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ - ସେମାନେ ମୋତେ ତୃପ୍ତକରିବେ । |
Subsets and Splits