text
stringlengths
265
390k
id
stringlengths
47
47
dump
stringclasses
96 values
url
stringlengths
17
5.15k
date
stringlengths
20
20
file_path
stringlengths
109
155
language
stringclasses
1 value
language_score
float64
0.31
1
language_script
stringclasses
1 value
minhash_cluster_size
int64
1
1.05k
top_langs
stringlengths
23
515
ନୂଆଦିଲ୍ଲୀ: ନିକଟରେ ସଂଯୁକ୍ତ ଆରବ ଏମିରେଟ୍ ଛାଡ଼ି ଭାରତ ଫେରି ଆସିଥିବା ଜଣେ କେରଳୀ ବ୍ୟକ୍ତିଙ୍କ ଜୀବନ ବଦଳାଇ ଦେଇଛି ଗୋଟାଏ ଲଟେରି ଟିକିଟ୍। ଆବୁ ଧାବି ଛାଡ଼ି ବିମାନରେ ବସି ଭାରତ ଫେରିବା ପୂର୍ବରୁ ନିଜ ଭାଗ୍ୟ ପରଖିବା ପାଇଁ ଲୋକଟି ଗୋଟାଏ ଲଟେରି ଟିକିଟ୍ ଖରିଦ କରିଥିଲେ। ଏବଂ ସତକୁ ସତ ତାହା ତାଙ୍କର ଭାଗ୍ୟ ବଦଳାଇ ଦେଲା। ସେଥିରେ ସେ ଜିଣିଛନ୍ତି ୧୯ ଲକ୍ଷ ଆମେରିକୀୟ ଡଲାର୍ ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେବ ପ୍ରାୟ ୧୩ କୋଟି ଟଙ୍କା। ଖଲିଜ୍ ଟାଇମ୍ସ୍ରେ ପ୍ରକାଶିତ ଖବର ଅନୁସାରେ, କେରଳ ନିବାସୀ ତୋଜୋ ମାଥ୍ୟୁ ଜଣେ ସିଭିଲ୍ ଇଞ୍ଜିନିୟର୍ ଭାବେ ଆବୁ ଧାବିରେ ସିଭିଲ୍ ଇଞ୍ଜିନିୟର୍ ଭାବେ କାର୍ଯ୍ୟ କରନ୍ତି। ଜୁନ୍ ୨୪ ତାରିଖ ଦିନ ସେ ସଂଯୁକ୍ତ ଆରବ ଏମିରେଟ୍ ଛାଡ଼ିବାର ଟିକିଏ ସମୟ ପୂର୍ବରୁ ଏକ ଲଟେରି ଟିକିଟ୍ ଖରିଦ କରିଥିଲେ। ଲଟେରି ଜିଣିଥିବା ଖବର ସେ ଗତ ମଙ୍ଗଳବାର ଦିନ ପାଇଛନ୍ତି। ଖଲିଜ୍ ଟାଇମ୍ସ୍କୁ ସେ କହିଛନ୍ତି ଯେ ନିକଟରେ ନୂଆଦିଲ୍ଲୀରେ ଚାକିରି ପାଇଥିବା ନିଜ ପତ୍ନୀଙ୍କ ପାଖରେ ରହିବାକୁ ସେ ସଂଯୁକ୍ତ ଆରବ ଏମିରେଟ୍ ଛାଡ଼ିଛନ୍ତି। ଲଟେରି ଜିଣିଛନ୍ତି ବୋଲି ମିଳିଥିବା ଖବରକୁ ପ୍ରଥମେ ସେ ବିଶ୍ୱାସ କରି ପାରିଲେ ନାହିଁ। ସେ ଟଙ୍କାରେ କେରଳରେ ଘର ଖଣ୍ଡେ ତୋଳିବେ ବୋଲି ସେ କହିଛନ୍ତି। ମାଥ୍ୟୁଙ୍କ ଛଡ଼ା ଅନ୍ୟ ୯ ଜଣ ମଧ୍ୟ ୨୭୦୦୦ ଆମେରିକୀୟ ଡଲାର୍ର ଲଟେରି ଜିଣିଛନ୍ତି। ବିଜେତାମାନଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଭାରତୀୟ, ଜଣେ ପାକିସ୍ତାନୀ ଏବଂ ଜଣେ କୁଏତ୍ର ନାଗରିକ।
<urn:uuid:40bcd724-9032-4aa7-89e2-263c1cf3e74c>
CC-MAIN-2019-13
http://sambad.in/india-and-beyond/kerala-man-buys-lottery-ticket-before-leaving-uae-wins-rs-13-crore-171426/
2019-03-25T10:12:04Z
s3://commoncrawl/crawl-data/CC-MAIN-2019-13/segments/1552912203865.15/warc/CC-MAIN-20190325092147-20190325114147-00000.warc.gz
ory
0.999924
Orya
3
{"ory_Orya_score": 0.9999241828918457}
ଭୁବନେଶ୍ୱର: ଥାନା ପଛପଟେ ମଦ କାରଖାନା। ତାହା ପୁଣି ନକଲି। ଖାରବେଳନଗର ଥାନା ପଛପଟ ଏନ୍ଏସି କଲୋନି ନିକଟରେ ବର୍ଷ ବର୍ଷ ଧରି ଚାଲିଥିଲା ଏହି ବିଷ କାରଖାନା। ପୁଲିସଠାରୁ ଆରମ୍ଭ କରି ସାଧାରଣ ଲୋକ ସେହି ରାସ୍ତାରେ ଯିବା ଆସିବା କରୁଥିଲେ। କିନ୍ତୁ କେହି ବି ଏହାର ଗନ୍ଧ ପାଉ ନ ଥିଲେ। ଆଜି କମିସନରେଟ୍ ପୁଲିସର କୁଇକ୍ ଆକ୍ସନ ଟିମ୍ ଏହି ନକଲି ମଦ କାରଖାନାର ପର୍ଦାଫାସ କରିଛି। କାରଖାନା ଚଳାଉଥିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି। ତା ନାଁ ଦୀପକ ଦ୍ୱିବେଦୀ (୪୫)। ଘର କଟକ ସାଲେପୁରରେ। ସେ ଏଠାରେ ଚନ୍ଦ୍ରମା ଆପାର୍ଟମେଣ୍ଟରେ ରହୁଥିଲା। ଏଠାରେ ସେ ନୀଳାଚଳ ନାମରେ ଏକ ହୋଟେଲ ବି ଚଳାଉଥିଲା। ପୁଲିସ ସେଠାରୁ ୫୦୦ ଲିଟର ନକଲି ମଦ, ୧୪ପେଟି ମଦ ବୋତଲ ଓ ଲେବୁଲିଂ ପାଇଁ ବ୍ୟବହୃତ ଯନ୍ତ୍ରପାତି ଜବତ କରିଛି। ପୁଲିସ ୨ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଦୀପକ ଗତ ୩/୪ ବର୍ଷ ହେଲା ଏହି କାରଖାନା ଚଳାଉଥିଲା। ବିଶେଷକରି 'ନମ୍ବର ଓ୍ଵାନ' ରମ୍ର ନକଲି କରୁଥିଲା। ପଚରାଉଚରା ବେଳେ ଦୀପକ ପୁଲିସ ଆଗରେ ସ୍ୱୀକାର କରିଛି ଯେ, ସେ ଯନ୍ତ୍ରପାତି ସବୁ ଛତିଶଗଡ଼ର ରାୟପୁରରୁ ଆଣିଥିଲା। ଗୋଟିଏ ନିବ୍(ଛୋଟ) ବୋତଲ ତିଆରି ପାଇଁ ମାତ୍ର ୩୦ ଟଙ୍କା ଖର୍ଚ ହେଉଥିଲା। କିନ୍ତୁ ସେହି ମଦକୁ ସେ ୮୦ଟଙ୍କାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଆଦି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଢାବାକୁ ଯୋଗାଉଥିଲା। ଅନ୍ୟପକ୍ଷରେ ଥାନା ପଛ ପଟେ କେମିତି ଏତେ ବଡ଼ ନକଲି କାରଖାନା ଚାଲିଥିଲା ତାର ତଦନ୍ତ ହେବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ଖାରବେଳନଗର ଥାନା ପୁଲିସକୁ ଏ ନେଇ କୈଫିୟତ ମଧ୍ୟ ମଗାଯିବ। ପୂର୍ବରୁ ଦୀପକ ସେକ୍ସ ର୍ୟାକେଟ୍ ଚଳାଉଥିଲା। ଏହି ଅଭିଯୋଗରେ ପୁଲିସ ତାକୁ ମଧ୍ୟ ପୂର୍ବରୁ ଗିରଫ କରିଥିଲା। ସେକ୍ସ ର୍ୟାକେଟ୍ ଉପରେ ପୁଲିସ ବାରମ୍ବାର ଚଢ଼ଉ କରିବା ଫଳରେ ସେ ଗତ କିଛି ବର୍ଷ ହେବ ଏଭଳି ନକଲି ମଦ କାରଖାନା ଖୋଲିଥିଲା। ଏଠାରେ ପ୍ରକାଶଥାଉକି, ଖାରବେଳନଗର ଥାନା ଅଧୀନ ଶାନ୍ତିନଗର, ପଣ୍ଡାବସ୍ତିରେ ମଧ୍ୟ ଚୋରା ମଦ କାରବାର ହେଉଛି। ରାତି ୧୦ଟା ପରେ ଏହି କାରବାର ଶ୍ରୀୟା ଛକ ନିକଟରେ ଥିବା କେତେକ ହୋଟେଲକୁ ଉଠି ଆସୁଛି। ଏ ନେଇ ସ୍ଥାନୀୟ ଲୋକ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।
<urn:uuid:6bcb4aee-517d-4845-be1d-c86c18fb92bf>
CC-MAIN-2019-13
http://sambad.in/metro/500-leater-wine-cease-191759/
2019-03-25T10:35:58Z
s3://commoncrawl/crawl-data/CC-MAIN-2019-13/segments/1552912203865.15/warc/CC-MAIN-20190325092147-20190325114147-00000.warc.gz
ory
0.999854
Orya
3
{"ory_Orya_score": 0.999854326248169}
ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଦୁର୍ଦ୍ଦିନ ଭିତରେ ଗତି କରୁଥିଲା ବେଳେ ଏହାର ବିକାଶ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥି ପାଇଁ ଏକ ଚିଠା ନୀତି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ସଦସ୍ୟ ରହିବେ। ଶିଳ୍ପ ବିଭାଗର ପ୍ରମୁଖ ସଚିବ କମିଟିର ଆବାହକ ସଦସ୍ୟ ରହିବେ। ଏକ ମାସ ମଧ୍ୟରେ କମିଟି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଚଳଚ୍ଚିତ୍ର ଶିଳ୍ପର ବିଭିନ୍ନ ସମସ୍ୟା ତଥା କଳିଙ୍ଗ ଷ୍ଟୁଡିଓର ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ତିନି ମନ୍ତ୍ରୀଙ୍କ ସମେତ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଉନ୍ନୟନ କମିସନର୍ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
<urn:uuid:f5aae188-72d2-43f4-af5d-cfc3e7e00235>
CC-MAIN-2019-13
http://sambad.in/state/ministerial-committee-set-up-for-development-of-odia-film-industry-182639/
2019-03-25T10:01:44Z
s3://commoncrawl/crawl-data/CC-MAIN-2019-13/segments/1552912203865.15/warc/CC-MAIN-20190325092147-20190325114147-00000.warc.gz
ory
1.000005
Orya
4
{"ory_Orya_score": 1.0000053644180298}
ବେଜିଂ: ଚୀନ୍ର ଲାନ୍ଝୋହୁ ସହରରେ ଏକ ଅଜବ ଘଟଣା ଘଟିବା ପରେ ଉକ୍ତ ଘଟଣା ସାରା ସୋଶାଲ ସାଇଡରେ ଘୂରି ବୁଲୁଥିବାର ଦେଖିବାକୁ ମିଳୁଛି । ଉକ୍ତ ଭିଡିଓରେ ଜଣେ ମହିଳା ରାସ୍ତାରେ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପେଭମେଣ୍ଟ୍ରେ ଚାଲୁଚାଲୁ ହଠାତ୍ କେମିତି ଅନ୍ତର୍ଦ୍ଧାନ ହୋଇଯାଉଛନ୍ତି ତା'ର ଦୃଶ୍ୟ ରହିଛି । ଜଣେ ମହିଳା ପେଭମେଣ୍ଟ୍ରେ ଚାଲିଚାଲି ଯାଉଥିବା ବେଳେ ହଠାତ୍ ଏହା ଧସି ଯାଇ ବଡ଼ ଗାତ ସୃଷ୍ଟି ହେଉଛି । ଫଳରେ ମହିଳା ଜଣଙ୍କ ଏହା ମଧ୍ୟକୁ ଖସିପଡ଼ି ଅଦୃଶ୍ୟ ହେଇଯାଉଛନ୍ତି । ତେବେ ଅନ୍ୟ ପଥଚାରୀ ଓ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉକ୍ତ ଗାତ ଭିତରୁ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି । ଏହି ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋବା ପରେ ପୁଲିସ୍ ଏତେ ବଡ଼ ଗାତ କେମିତି ସୃଷ୍ଟି ହେଲା, ତା'ର ତଦନ୍ତ ଆରମ୍ଭ କରିଛି । ଏହା ପୂର୍ବରୁ ତୁର୍କୀରେ ଏକ ପେଭମେଣ୍ଟ ଧସି କେଉଁଭଳି ଦୁଇ ଜଣ ମହିଳା ଗଭୀର ଖାତ ଭିତରେ ହଜିଯାଇଥିଲେ, ତାର ଭିଡିଓ ସାରା ଦୁନିଆ ଦେଖିଥିଲା ବେଳେ ପୁଣି ଏକ ର୍ଗତ ସୃଷ୍ଟି ହେବା ପରେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।
<urn:uuid:7047361b-45e7-4bdf-8682-0e503c5b52b7>
CC-MAIN-2019-13
https://www.onakhabar.com/%E0%AC%B8%E0%AD%8B%E0%AC%B6%E0%AC%BE%E0%AC%B2-%E0%AC%AE%E0%AC%BF%E0%AC%A1%E0%AC%BF%E0%AC%86%E0%AC%B0%E0%AD%87-%E0%AC%AD%E0%AC%BE%E0%AC%87%E0%AC%B0%E0%AC%BE%E0%AC%B2-%E0%AC%B9%E0%AD%87%E0%AC%B2/
2019-03-18T13:55:44Z
s3://commoncrawl/crawl-data/CC-MAIN-2019-13/segments/1552912201329.40/warc/CC-MAIN-20190318132220-20190318154220-00225.warc.gz
ory
0.999997
Orya
3
{"ory_Orya_score": 0.9999972581863403}
ମାସୁଦକୁ ଆର୍ମି ହସ୍ପିଟାଲ୍ରୁ ସ୍ଥାନାନ୍ତର କଲା ପାକ୍ ସେନା ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରର ମୃତ୍ୟୁକୁ ନେଇ ଚାଲିଥିବା ଗୁଜବ ଉପରେ ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପଡ଼ିଛି। ମାସୁଦ ମୃତ୍ୟୁକୁ ନେଇ ଗୁଜବ ପାକିସ୍ତାନ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଥିଲା ବୋଲି ପ୍ରମାଣିତ ହୋଇଛି। କାରଣ ଏହି ମୃତ୍ୟୁ ଗୁଜବର କିଛି ସମୟ ମଧ୍ୟରେ ଗୁରୁତର ଅସୁସ୍ଥ ହୋଇଥିବା ମାସୁଦକୁ ପାକିସ୍ତାନ ସରକାର ସେନା ହସ୍ପିଟାଲ୍ରୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ତାକୁ ରାୱଲପିଣ୍ଡିର ଆର୍ମି ହସ୍ପିଟାଲ୍ରୁ ରବିବାର ସନ୍ଧ୍ୟା ୭.୩୦ରେ ବାହାବଲପୁରର ଗୋଠ ଘନ୍ନି ସ୍ଥିତ ଜୈଶ କ୍ୟାମ୍ପକୁ ନିଆଯାଇଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ପାକିସ୍ତାନ ସେନା ସମସ୍ତଙ୍କ ଆଖିରେ ଧୂଳି ଦେଇ ମାସୁଦକୁ ସୁରକ୍ଷା ଯୋଗାଇ ଦେଉଥିବା ଏହି ଗୁଇନ୍ଦା ତଥ୍ୟ ପରେ ପ୍ରମାଣିତ ହୋଇଯାଇଛି। ମାସୁଦ ଗୁରୁତର ଅସୁସ୍ଥା ଥିବା ସତ୍ତ୍ୱେ ପାକ୍ ସରକାର ତାକୁ ହସ୍ପିଟାଲରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବାରୁ ଏହାକୁ ଜୈଶ ସଂଗଠନ ସହଜରେ ଗ୍ରହଣ କରିପାରିନାହିଁ। ଏଥିପାଇଁ ସଂଗଠନ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଇମ୍ରାନ୍ ଖାନ୍ ସରକାରକୁ ତୀବ୍ର ସମାଲୋଚନା କରାଯାଇଛି। ଇମ୍ରାନ୍ ଖାନ୍ ସରକାର ଭାରତ ଓ ଅନ୍ତର୍ଜାତୀୟ ସମୂହ ଆଗରେ ମୁଣ୍ଡ ନୁଆଁଇ ମାସୁଦକୁ ସ୍ଥାନାନ୍ତର କରିଥିବାରୁ ଜୈଶ ଏହାର ବଦଲା ନେବ ବୋଲି ଧମକ ଦେଇଛି। ଭାରତର ମୋଷ୍ଟ ୱାଣ୍ଟେଡ୍ ମାସୁଦ କିଡ୍ନୀ ରୋଗରେ ପୀଡ଼ିତ ଥିବା ବେଳେ ଦୀର୍ଘ ମାସ ହେଲା ରାୱଲପିଣ୍ଡି ସ୍ଥିତ ଆର୍ମି ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲା। ତେବେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ମାସୁଦକୁ ନେଇ ପାକିସ୍ତାନ ସରକାର ଅଡ଼ୁଆରେ ପଡ଼ିଥିଲେ। ମାସୁଦ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ବେଳେ ପାକିସ୍ତାନ ସରକାର ତାକୁ ଘଣ୍ଟ ଘୋଡ଼ାଉଥିବା ଜଣାପଡ଼ିଥିଲା। ତେବେ ହଠାତ ଗତକାଲି ମାସୁଦ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ସନ୍ଧ୍ୟାରେ ଜୈଶ ସଂଗଠନ ଏହାକୁ ଅଗ୍ରାହ୍ୟ କରିଥିଲା। ଜୈଶ ସଂଗଠନ ଏକ ବିବୃତି ଜାରି କରି କହିଛି, "ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ ୯/୧୧ ହମ୍ଲା ପରେ ଆମେରିକା କଥାରେ ପଡ଼ିଥିଲେ। ଏବେ ପାକିସ୍ତାନର ଇମ୍ରାନ୍ ସରକାର ମଧ୍ୟ ଭାରତ ଚାପରେ ପଡ଼ି ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାହାରୁଛନ୍ତି। ପ୍ରଥମେ ଇମ୍ରାନ୍ ସରକାର ଭାରତର ପାଇଲଟ୍ଙ୍କୁ ଛାଡ଼ିଲେ। ଏବେ ଆମ ସେମିନାରୀକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି। ସେମାନେ ଭାରତ ପ୍ରତି କୋମଳ ବ୍ୟବାହାର କରୁଥିବା ବେଳେ ଦେଶର ନିଜ ଲୋକ(ଜୈଶ) ପ୍ରତି କଠୋର ହେଉଛନ୍ତି। ଏବେ ଜୈଶ ସଦସ୍ୟମାନେ ଆଗାମୀ ସଂଘର୍ଷ ପାଇଁ ପ୍ରସ୍ତୁତ ହୁଅନ୍ତୁ।" ଭାରତ ଯେଉଁଦିନ ଏୟାର ଷ୍ଟ୍ରାଇକ୍ କରିଥିଲା ସେଦିନ ମାସୁଦ ବାଲାକୋଟ୍ କ୍ୟାମ୍ପରେ ଉପସ୍ଥିତ ଥିଲା ବୋଲି କୁହାଯାଉଥିଲା। ଭାରତ ଏୟାର ଷ୍ଟ୍ରାଇକ୍ରେ ମାସୁଦ ଓ ଆଇଏସ୍ଆଇର କର୍ଣ୍ଣେଲ ସଲିମ୍ ଗୁରୁତର ଆହତ ହୋଇଥିବାର ଖବର ମଧ୍ୟ ପ୍ରଚାରିତ ହୋଇଥିଲା। ଚିକିତ୍ସା ସମୟରେ ମାସୁଦର ମୃତ୍ୟୁ ଘଟିଥିବା ଗତକାଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ମାସୁଦ ଶେଷଥର ପାଇଁ ଗତବର୍ଷ ଅକ୍ଟୋବର ମାସରେ ବାଲାକୋଟ୍ କ୍ୟାମ୍ପକୁ ଯାଇଥିଲା। ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ମାସୁଦର ଭଣଜା ପ୍ରାଣ ହରାଇବା ପରେ ଏହାର ବଦ୍ଲା ନେବାକୁ ସେ ବାଲାକୋଟ୍ କ୍ୟାମ୍ପରେ ରହୁଥିବା ଆତଙ୍କବାଦୀଙ୍କୁ କହିଥିଲା। ସେବେଠାରୁ ସେ ବାଲାକୋଟ୍ ଯାଇ ନଥିଲା ବୋଲି ଆଜି ଖବର ପ୍ରକାଶ ପାଇଛି।
<urn:uuid:ec9a255c-d633-4880-b4cd-fb11f6e03954>
CC-MAIN-2019-13
https://odishareporter.in/nation/jaish-chief-masood-shifted-from-military-hospital-by-pak-army-347690
2019-03-19T21:30:34Z
s3://commoncrawl/crawl-data/CC-MAIN-2019-13/segments/1552912202131.54/warc/CC-MAIN-20190319203912-20190319225912-00385.warc.gz
ory
0.999975
Orya
2
{"ory_Orya_score": 0.9999750852584839}
ୟୁପି ଉପନିର୍ବାଚନ : ଅଡୁଆରେ ଗୋରଖପୁର ଜିଲ୍ଲାପାଳ, ଅଢ଼େଇ ଘଣ୍ଟା ଅଟକାଇଥିଲେ ଭୋଟ ଗଣତି ସୂଚନା କନକ ବ୍ୟୁରୋ : ଗୋରଖପୁରରେ ଆଜି ଭୋଟ ଗଣତି ସମୟରେ ବିଭିନ୍ନ ପର୍ଯ୍ୟାୟର ଗଣତି ଫଳାଫଳ ଘୋଷଣାକୁ ନେଇ ବିଳମ୍ବ ଯୋଗୁଁ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଜିଲ୍ଲାପାଳ ରାଜୀବ ରାଉତେଲା ଭୋଟ ଗ୍ରହଣ କେନ୍ଦ୍ର ଭିତରକୁ ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ଲଗାଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ପରେ ଆଉ ୭ ରାଉଣ୍ଡ ଗଣତି ସଂପର୍କରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ତଥ୍ୟ ପ୍ରଦାନ କରିନଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଜିଲ୍ଲାପାଳଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଏହି ପ୍ରସଙ୍ଗରେ ରାଜ୍ୟ ବିଧାନସଭା ଓ ସଂସଦରେ ବିରୋଧୀ ଦଳ ପକ୍ଷରୁ ପ୍ରବଳ ପ୍ରତିବାଦ କରାଯାଇଥିଲା । ମାମଲା ମୁଖ୍ୟ ନିର୍ବାଚନ କମିସନରଙ୍କ ପାଖରେ ପହଞ୍ଚିବା ପରେ ଏ ନେଇ ଜିଲ୍ଲାପାଳଙ୍କୁ କୈଫିୟତ ତଲବ କରାଯାଇଛି। ଜିଲ୍ଲାପାଳ କହିଛନ୍ତି ଯେ ପର୍ଯ୍ୟବେକ୍ଷକ ଦସ୍ତଖତ ନକରିବାରୁ ଗଣମାଧ୍ୟମକୁ ଦ୍ୱିତୀୟରୁ ଅଷ୍ଟମ ରାଉଣ୍ଡ ପର୍ଯ୍ୟନ୍ତ ଗଣତି ଅଗ୍ରଗତି ସଂପର୍କରେ ସୂଚନା ଦିଆଯାଇ ପାରିନଥିଲା।
<urn:uuid:b22ffbb1-8947-40eb-a356-a200866bd47d>
CC-MAIN-2019-13
http://kanaknews.com/gorakhpur-collector-in-controversy/
2019-03-22T08:23:21Z
s3://commoncrawl/crawl-data/CC-MAIN-2019-13/segments/1552912202640.37/warc/CC-MAIN-20190322074800-20190322100800-00145.warc.gz
ory
0.999983
Orya
4
{"ory_Orya_score": 0.9999831914901733}
ସାମରିକ ଅସ୍ତ୍ରଶସ୍ତ୍ର ଆମଦାନୀରେ ଭାରତ ଆଗରେ : ଆମଦାନୀ ୨୪ ପ୍ରତିଶତକୁ ବୃଦ୍ଧି କନକ ବ୍ୟୁରୋ : ସମଗ୍ର ବିଶ୍ୱରେ ଭାରତ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାରେ ପ୍ରଥମ ରାଷ୍ଟ୍ର। ଭାରତ ବର୍ତ୍ତମାନ ସୁଦ୍ଧା ଏହାର ସାମରିକ ଶକ୍ତି ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ପ୍ରସ୍ତୁତ କରି ପାରି ନ ଥିବା ବେଳେ ଓ ଭୌଗଳିକ ଦୃଷ୍ଟିକୋଣରୁ ବେଶ ସମ୍ବେଦନଶୀଳ ଥିବା ଭାରତ ୨୦୧୩ରୁ ୨୦୧୭ ମଧ୍ୟରେ ସମଗ୍ର ବିଶ୍ଵରେ ଯେତେ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବିମାନ, ଯୁଦ୍ଧପୋତ ଆମଦାନୀ ହୋଇଛି, ତାର ପ୍ରାୟ ୧୨ ପ୍ରତିଶତ କେବଳ ଭାରତ ଆମଦାନୀ କରିଛି । ସେହିପରି ୨୦୦୮-୨୦୧୨ ରୁ ୨୦୧୩-୨୦୧୭ ମଧ୍ୟରେ ଭାରତ ତାର ଅସ୍ତ୍ରଶସ୍ତ୍ର ଆମଦାନୀ ୨୪ ପ୍ରତିଶତ ବୃଦ୍ଧି କରିଛି ବୋଲି ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ତଥ୍ୟ ଅନୁଯାୟୀ, ସାଉଦ ଆରବ, ଇଜିପ୍ଟ, ୟୁଏଇ, ଚୀନ, ଅଷ୍ଟ୍ରେଲିଆ, ଆଲଜେରିଆ, ଇରାକ, ପାକିସ୍ତାନ ଓ ଇଣ୍ଡୋନେସିଆ ମଧ୍ୟ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାରେ ବେଶ୍ ଆଗରେ ବୋଲି କୁହାଯାଇଛି। ସେହିପରି ୨୦୧୩ରୁ ୨୦୧୭ ମଧ୍ୟରେ ରୁଷିଆ ଭାରତକୁ ୬୨ ପ୍ରତିଶତ ଅସ୍ତ୍ରଶସ୍ତ୍ର ଯୋଗାଣ କରିଥିବା ବେଳେ ଆମେରିକା ୧୫ ପ୍ରତିଶତ, ଇସ୍ରାଏଲ ୧୧ ପ୍ରତିଶତ ଅସ୍ତ୍ରଶସ୍ତ୍ର ଭାରତକୁ ରପ୍ତାନୀ କରିଛନ୍ତି। ଯଦିଓ ରୁଷ ଓ ଇସ୍ରାଏଲ ଭାରତକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ କ୍ଷେତ୍ରରେ ଆଗରେ ରହିଛନ୍ତି, ତେବେ ଏସିଆ ମହଦେଶରେ ଚୀନର ପ୍ରଭାବ ବୃଦ୍ଧି ପାଉଥିବାରୁ ତାକୁ ପ୍ରତିହତ କରିବା ପାଇଁ ୨୦୦୮-୨୦୧୨ରୁ ୨୦୧୩-୨୦୧୭ ମଧ୍ୟରେ ଆମେରିକା ଭାରତକୁ ତାର ଅସ୍ତ୍ରଶସ୍ତ୍ର ରପ୍ତାନୀରେ ୫୫୭ ପ୍ରତିଶତ ବୃଦ୍ଧିୂ କରିଛି। ଅପରପକ୍ଷେ ନିଜର ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷମତା ବୃଦ୍ଧି କରିଥିବା ଚୀନ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିୁଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ୫ମ ସ୍ଥାନରେ ରହିଛି ଓ ପାକିସ୍ତାନ ହେଉଛି ଚୀନ ଅସ୍ତ୍ରଶସ୍ତ୍ର କିଣିବାରେ ସବୁଠାରୁ ଆଗରେ ଥିବା ଦେଶ, ଯିଏ ପ୍ରାୟ ୩୫ ପ୍ରତିଶସ୍ତ୍ର ଅସ୍ତ୍ରଶସ୍ତ୍ର କେବଳ ଚୀନରୁ ଆମଦାନୀ କରିଥାଏ।
<urn:uuid:c690e4f4-f888-4227-8069-27d50b05ceee>
CC-MAIN-2019-13
http://kanaknews.com/india-tops-list-of-arms-buyers/
2019-03-24T18:05:15Z
s3://commoncrawl/crawl-data/CC-MAIN-2019-13/segments/1552912203464.67/warc/CC-MAIN-20190324165854-20190324191854-00465.warc.gz
ory
1.000007
Orya
4
{"ory_Orya_score": 1.0000070333480835}
କଶ୍ମୀର ଘାଟିରେ ଆତଙ୍କବାଦକୁ ବଡ ଝଟକା ! ଏନକାଉନଟରରେ ଟପ୍ ହିଜବୁଲ କମାଣ୍ଡର ସମେତ ୧୨ ଆତଙ୍କବାଦୀ ନିପାତ କନକ ବ୍ୟୁରୋ: କଶ୍ମୀର ଘାଟିରେ ଆତଙ୍କବାଦ ଉପରେ ସେନାର ଶକ୍ତ ପ୍ରହାର । ବୁରହାନ ବାନି ପରେ ହିଜବୁଲ ମୁଜାହିଦ୍ଧିନର ମୋଷ୍ଟ ୱାଟେଂଡ ଆତଙ୍କବାଦୀ ସବଜାର ଭଟ୍ଟ ଓ ସାଥୀ ଫୈଜାନ ଅହମଦକୁ ନିହତ କରିଛି ଭାରତୀୟ ସେନା । ତ୍ରାଲର ସୋଇମୋହ ଗାଁରେ ହୋଇଥିବା ଏହି ଏନକାଉନଟରରେ ୨ ଆତଙ୍କବାଦୀ ସମେତ ଜଣେ ସାଧାରଣ ନାଗରିକର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେନାର ପାଟ୍ରୋଲିଙ୍ଗ ଟିମ ଉପରେ ଆକ୍ରମଣ କରି ସ୍ଥାନୀୟ ଅଂଚଳର ଏକ ଘରେ ଲୁଚି ରହିଥିବା ସବଜାର ଓ ସାଥୀକୁ ଏନକାଉଂଟର କରିଛି ସେନା । ଜଣେ ଆତଙ୍କବାଦୀ ଫେରାର ଥିବାରୁ ସର୍ଚ୍ଚ ଅପରେସନ ଚାଲିିଛି । ନିହତ ଆତଙ୍କବାଦୀ ବୁରହାନ ବାନୀର ଅନ୍ୟତମ ସାଥୀ ଭାବେ ଜଣାଯାଉଥିଲା ସବଜାର । ଅଧିକାଂଶ ସମୟରେ ବୁରହାନ ଓ ସବଜାରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନକାଉଂଟ ସମୟରେ ଗ୍ରାମବାସୀ ଓ ସେନା ମୁହାଁମୁହିଁ ହୋଇଛନ୍ତି । ଗାଁ ମଧ୍ୟକୁ ସେନାର ପ୍ରବେଶକୁ ରୋକିବାକୁ ସ୍ଥାନୀୟ ଲୋକେ ପଥରମାଡ କରିଥିଲେ । ପରିସ୍ଥିତିକୁ ଆଖିରେ ରଖି ଘାଟିରେ ଇଂଟରନେଟ ସେବା ବନ୍ଦ କରାଯାଇଛି ।
<urn:uuid:0db69f82-e3a8-4c63-8647-400ad79b9271>
CC-MAIN-2019-13
http://kanaknews.com/kashmir-top-hizbul-mujahideen-commander-killed-in-encounter/
2019-03-24T17:30:28Z
s3://commoncrawl/crawl-data/CC-MAIN-2019-13/segments/1552912203464.67/warc/CC-MAIN-20190324165854-20190324191854-00465.warc.gz
ory
0.999991
Orya
4
{"ory_Orya_score": 0.999990701675415}
କନକ ବ୍ୟୁରୋ : ଓଡିଶାରେ କୃଷକ କାର୍ଡ ଖେଳିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କ୍ଷମତାକୁ ଆସିଲେ ଓଡିଶାରେ କୃଷି ଋଣ ଛାଡ କରିବୁ ବୋଲି ଘୋଷଣା କରିଛନ୍ତି ରାହୁଲ । ଏହାସହ ୨୦୧୯ ନିର୍ବାଚନ ର୍ପୂବରୁ ବଡ ଚାଲ୍ ଖେଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କ୍ଷମତାକୁ ଆସିବାର ୧୦ ଦିନ ମଧ୍ୟରେ କୃଷିଋଣ ଛାଡ କରିବାକୁ ଘୋଷଣା କରିଛନ୍ତି ରାହୁଲ ।ତମାଣ୍ଡୋର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଏଭଳି ଘୋଷଣା କରି ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ରାହୁଲ । ଆଉ ଏଭଳି କହି ଚାଷୀଙ୍କ ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଫର୍ମୁଲାରେ ଓଡିଶାରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ଦଳ । ଏହି ୩ ରାଜ୍ୟରେ କଂଗ୍ରେସ ସରକାର ଗଢିବା ସହ କୃଷି ଋଣ ଛାଡ କରିଥିବା ବେଳେ ଓଡିଶାର ଚାଷୀଙ୍କୁ ମଧ୍ୟ ସମାନ ସ୍ୱପ୍ନ ଦେଖାଇଛନ୍ତି । କେବଳ ଏତିକି ନୁହେଁ ଚାଷୀଙ୍କ ପାଇଁ ଏମଏସପି ଦର ୨୬୦୦ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ କଂଗ୍ରେସର ରାଜ୍ୟ ୟୁନିଟକୁ ଚ୍ୟାଲେଞ୍ଜ ଦେଇଛନ୍ତି ରାହୁଲ । ଛତିଶଗଡରେ ଚାଷୀ ମାନଙ୍କୁ ଓଡିଶା ଠାରୁ ଅଧିକ ଏମଏସପି ମିଳୁଛି । ତେଣୁ ଓଡିଶା ଚାଷୀ ଛତିଶଗଡରେ ଧାନ ବିକ୍ରି କରୁଛନ୍ତି । କିନ୍ତୁ ଓଡିଶାରେ କଂଗ୍ରେସ ସରକାର ଆସିଲେ ଚାଷୀଙ୍କୁ ଛତିଶଗଡ ଯିବାକୁ ପଡିବ ନାହିଁ । ଏହାବାଦ୍ ନବୀନ ସରକାର ଚାଷୀଙ୍କୁ କେବଳ ପ୍ରତିଶୃତି ଦେଉଛନ୍ତି । ରାଜ୍ୟରେ ଆବଶ୍ୟକୀୟ ଖାଦ୍ୟ ପ୍ରକିୟାକରଣ ପ୍ଲାଣ୍ଟ ନ ଥିବାରୁ ଅଧିକାଂଶ ସମୟରେ ଫସଲର ଅଭାବୀ ବିକ୍ରି ହେଉଛି । ତେବେ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଚାଷୀଙ୍କ ପାଇଁ ପ୍ରତି ଜିଲ୍ଲାରେ ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ ଖୋଲାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ରାହୁଲ । ଯାହାଫଳରେ ଚାଷୀଙ୍କ ଫସଲକୁ ଏହି ପ୍ଲାଣ୍ଟରେ ପ୍ରୋସିସିଂ କରାଯିବ । ଆଉ ଏହାଦ୍ୱାରା ଓଡିଶାର କୃଷି ଉତ୍ପାଦ ଆମେରିକା ପର୍ଯ୍ୟନ୍ତ ପହଞ୍ଚାଇବ କଂଗ୍ରେସ । କୃଷି ଓ କୃଷକଙ୍କ ବିନା ଦେଶ ଗୋଟିଏ ପାଦ ଆଗକୁ ଯାଇପାରିବନି । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ କୃଷକଙ୍କ କଥା ନ ଭାବି ଉଦ୍ୟୋଗପତିଙ୍କ କଥା ଚିନ୍ତା କରୁଛନ୍ତି । ଅଳ୍ପ କିଛି ଉଦ୍ୟୋଗପତିଙ୍କୁ ସାଥୀ କରି ସେମାନଙ୍କ ହାତରେ ସମସ୍ତ ଟଙ୍କା ଦେଇ ସେମାନଙ୍କ ଦ୍ୱାରା ମାକେର୍ଟିଂ କରୁଛନ୍ତି । ତେଣୁ ଏବେ ଚାଷୀ ନ୍ୟାୟ ମାଗୁଛି । ସରକାରକୁ ଆସିଲେ ଚାଷୀଙ୍କୁ ନ୍ୟାୟ କଂଗ୍ରେସ ଦେବ ବୋଲି କହିଛନ୍ତି ରାହୁଲ । ଏହାଛଡା ପୂର୍ବରୁ ପଞ୍ଜାବ ଓ ହରିୟାଣାରେ ସବୁଜ ବିପ୍ଲବ ମାଧ୍ୟମରେ ଚାଷୀଙ୍କ ଜୀବନଧାରା ବଦଳାଇଥିବା କଂଗ୍ରେସ କ୍ଷମତାକୁ ଆସିଲେ ଓଡିଶାରେ ମଧ୍ୟ ଚାଷୀଙ୍କ ଉପରେ ଫୋକସ କରିବ ବୋଲି କହିଛନ୍ତି ରାହୁଲ । ତେବେ ରାହୁଲଙ୍କ ଏହି କୃଷକ କାର୍ଡ କଂଗ୍ରେସକୁ ୨୦୧୯ ନିର୍ବାଚନୀ ବୈତରଣୀ ପାର କରାଇବ କି ନାହିଁ ତାହା ଦେଖିବା ବାକି ରହିଲା ।
<urn:uuid:cf5a808c-f8f2-4fca-afff-8f7e3fa48d92>
CC-MAIN-2019-13
http://kanaknews.com/farmer-loan-waiver-in-odisha-if-congress-make-government-in-odisha-says-rahul/
2019-03-19T08:09:06Z
s3://commoncrawl/crawl-data/CC-MAIN-2019-13/segments/1552912201922.85/warc/CC-MAIN-20190319073140-20190319095140-00202.warc.gz
ory
1.000002
Orya
4
{"ory_Orya_score": 1.0000016689300537}
କନକ ବ୍ୟୁରୋ : କେନ୍ଦ୍ରାପଡାରେ ବ୍ରାହ୍ମଣୀର ବନ୍ୟା ଜଳ ଲୋକଙ୍କ ଦୁଃଖ ବଢାଇ ଦେଇଛି । ଆଳି ବ୍ଲକରେ ବି ଚିନ୍ତା ବଢାଇଛି ବ୍ରାହ୍ମଣୀର ବନ୍ୟା ଜଳ । ପଣ୍ଡପୁର ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରାହ୍ମଣୀ । ବିପଦସଙ୍କେତ ୧୬ଫୁଟ ଥିବାବେଳେ ୧୭.୭୭ଫୁଟରେ ବଢି ପାଣି ପ୍ରବାହିତ ହେଉଛି । ଆଳି ବ୍ଲକର ୧୬ଟି ଗ୍ରାମପଂଚାୟତ ଏବେବି ପାଣି ଘେରରେ ରହିଛନ୍ତି । ଅଧିକାଂଶ ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ୫ଟି ପଂଚାୟତର ୨୫ଟି ଗାଁ ଓ ଏନଏସିର ୬ଟି ୱାର୍ଡ ମଧ୍ୟ ପାଣି ଘେରରେ ରହିଛନ୍ତି । ବନ୍ୟା ବିପନ୍ନଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । ଆଳିରେ ୨ଟି ଓଡ୍ରାଫ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେପଟେ ଖରସ୍ରୋତା ଓ କାଣୀ ନଦୀରେ ମଧ୍ୟରେ ଆସିଛି ବନ୍ୟା ଜଳା ଗାଁ ଭିତରେ ନଦୀର ପ୍ରଖର ସୁଅ ବୋହୁଛି । ଘରଦ୍ୱାର, ମନ୍ଦିର, ସ୍କୁଲ୍ ସବୁ ପାଣି ଭିତରେ ବୁଡି ରହିଛି । ଚାରିଆଡେ ବନ୍ୟା ଜଳ ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ପଟାମୁଣ୍ଡାଇ । ବ୍ଲକର ପେଂଠପାଳ, ସିଂହ ଗାଁ ଓ ଅଳପୁଆ ପଂଚାୟତର ପ୍ରାୟ୩୦ ରୁ ଅଧିକ ଗାଁ ଏବେବି ଜଳବନ୍ଦୀ । ବାଲେଶ୍ୱର ଭୋଗରାଇରେ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ କମିଥିଲେ ସୁଦ୍ଧା ଲୋକଙ୍କ ଦୁର୍ଦ୍ଧଶା କମିନି । ଭୋଗରାଇ ବ୍ଲକର ୮ଟି ପଂଚାୟତର ୨୦ରୁ ଅଧିକ ଗାଁ ଏବେବି ପାଣି ଘେରରେ ରହିଛି । ବଢି ପାଣି ଯୋଗୁଁ ୧୨ହଜାର ହେକ୍ଟର ଚାଷ ଜମିରେ ଖରିଫ ଫସଲ ନଷ୍ଟ ହୋଇଛି । ପ୍ରଶାସନ ପକ୍ଷରୁ ୧୬ଟି ପଂଚାୟତଯର ୬୧ଗାଁର ବନ୍ୟା ପୀଡିତଙ୍କୁ ରିଲିଫ ପ୍ରଦାନ କରାଯାଇଛି । ଚାରିଆଡେ ପାଣି ଜମିଥିବାରୁ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେପଟେ ବ୍ରାହ୍ମଣୀର ବନ୍ୟା ଜଳରେ ଉବୁଟୁବୁ ଯାଜପୁର । ଜିଲ୍ଲାର ଧର୍ମଶାଳା ବ୍ଲକ୍ ଇମାମନଗରରେ କଲଭର୍ଟକୁ ଧୋଇନେଇଛି ନଇର ପ୍ରଖର ସ୍ରୋତ । ଫଳରେ ଠପ୍ ହୋଇଯାଇଛି ଗମନାଗମନ । ସେହିପରି ବରୀରେ ସୃଷ୍ଟି ହୋଇଛି ୬୦ ଫୁଟର ଘାଇ । ୧୫ଟି ପଂଚାୟତର ୩୦ ରୁ ଅଧିକ ଗାଁ ପାଣି ଘେରରେ ରହିଛି । ଜେନାପୁର ମୁଖ୍ୟ ରାସ୍ତାରେ ଲହଡି ଭାଂଗୁଛି ୫ ଫୁଟର ପାଣି ।
<urn:uuid:5a058c32-ffde-4431-96d7-bdf00a89badb>
CC-MAIN-2019-13
http://kanaknews.com/after-flood-sitaution-is-pathetic-in-odisha/
2019-03-21T20:45:38Z
s3://commoncrawl/crawl-data/CC-MAIN-2019-13/segments/1552912202572.29/warc/CC-MAIN-20190321193403-20190321215403-00522.warc.gz
ory
0.999979
Orya
2
{"ory_Orya_score": 0.9999788999557495}
କନକ ବ୍ୟୁରୋ: ବିଜେଡିର ନିର୍ବାଚନୀ ପାଣ୍ଠି ଅନୀୟମିତତା ପ୍ରସଙ୍ଗରେ ଆୟକର କମିସନଙ୍କ ନିକଟରେ ଫେରାଦ ହେଲା ବିଜେପି । ବିଜେପିର ୫ ଜଣିଆ ଟିମ୍ ଆଜି ଆୟକର ବିଭାଗ କମିସନଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି । ଜମା ହୋଇଥିବା କୋଟି କୋଟି ଟଙ୍କା ନଗଦ ଜମାର ବିବରଣୀ ନଦର୍ଶାଇ ବିଜେଡି ଅର୍ଥର ଉତ୍ସକୁ ଲୁଚାଉଛି । ରାଜ୍ୟ ଭିତରେ ଓ ବାହାରୁ ବିଜେଡି ଆକାଉଂଟକୁ ବେନାମୀ ଆକାଉଂଟରୁ ଟଙ୍କା ଆସିଛି ବୋଲି ବିଜେପି ଅଭିଯୋଗ କରିଛି । ମାମଲାଟି ହେଲା, ନିର୍ବାଚନରେ ବିଜେଡିର ଟଙ୍କା ଅନିୟମିତତା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ବିଜେପି ଅଭିଯୋଗ କରିଛି ଯେ, ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ବିଜେଡିର ବେଆଇନ ଅର୍ଥର ଗୁମର ଫିଟାଉଛି । ବିଜେଡି ବ୍ୟାଙ୍କ ଖାତାକୁ ସାର୍ବଜନୀନ କରିବା ପାଇଁ ବିଜେପି ଦାବି କରିଛି । ଦୁର୍ନୀତି ରୋକିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁନାହାନ୍ତି, କେବଳ ଡ୍ରାମା ଓ ସୁଆଙ୍ଗ କରୁଛନ୍ତି ବୋଲି କହିଥିଲେ ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି । ବ୍ୟାଙ୍କ ଖାତା ଯାଇଥିବା ଅର୍ଥର ଉତ୍ସ ସ୍ପଷ୍ଟ କଲେ ନବୀନଙ୍କ ମୁଖା ଖୋଲିବ । ବିଜେଡିର ନିର୍ବାଚନ ପାଣ୍ଠି ସଂଗ୍ରହରେ ଅନିୟମିତତା ନେଇ ନିର୍ବାଚନ କମିଶନଙ୍କୁ ଓଡ଼ିଶାହାଇକୋର୍ଟ ନୋଟିସ୍ କରିଥିଲେ । ସୁବାସ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଏହି ନୋଟିସ୍ ଜାରି କରିଥିଲେ ହାଇକୋର୍ଟ । ଗତ ୧୮ ତାରିଖରେ ହାଇକୋର୍ଟ ଏ ନେଇ ନୋଟିସ ଜାରି କରିଥିଲେ । ମାତ୍ର ଅନ୍ୟପଟେ ବିନା ଅନୁଧ୍ୟାନରେ ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ ବୋଲି ବିଜେଡି ନିଜର ମତ ରଖିଥିଲା। ଲୋକଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ଚାହିଁବା ସହିତ ନବୀନଙ୍କ ଭାବ୍ୟମୂର୍ତ୍ତିକୁ ସହିନପାରି ବିଜେପି ଅପପ୍ରଚାର ଚଳାଇଥିବା ବିଜେଡି କହିଛି । ତେବେ ଏଭଳି ଆରୋପ-ପ୍ରତ୍ୟାରୋପରେ ଦିନକୁ ଦିନ ମାମଲାଟି ଘନେଇବାରେ ଲାଗିଛି ।
<urn:uuid:5dc7e9bd-9f7b-489f-b0f8-0eeac5629528>
CC-MAIN-2019-13
http://kanaknews.com/bjp-team-meets-income-tax-commissioner-demands-investigation-into-alleged-discrepancies-in-data-of-bjds-poll-expenditure/
2019-03-21T20:39:51Z
s3://commoncrawl/crawl-data/CC-MAIN-2019-13/segments/1552912202572.29/warc/CC-MAIN-20190321193403-20190321215403-00522.warc.gz
ory
0.999984
Orya
2
{"ory_Orya_score": 0.9999836683273315}
କେଉଁଠି କଣ କହୁଛନ୍ତି ବୁଝି ପାରୁନାହାନ୍ତି କେଜ୍ରିୱାଲ? କେତେବେଳେ କଂଗ୍ରେସ ସହ ମେଣ୍ଟ କରୁଛନ୍ତି ତ ପୁଣି କେତେବେଳେ ଦୁର୍ନୀତି ଦଳର ଟ୍ୟାଗ୍ ଦେବାକୁ ଭୁଲୁନାହାନ୍ତି କନକ ବ୍ୟୁରୋ : ବଢି ଚାଲିଛି କେଜ୍ରିୱାଲଙ୍କ କନଫ୍ୟୁଜନ । ବହୁରୂପୀ ଏଣ୍ଡୁଅ ଭଳି ପ୍ରତିଦିନ ରଙ୍ଗ ବଦଳାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସ୍ଥାନ ବଦଳିବା ସହ କେଜ୍ରିୱାଲଙ୍କ ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳୁଛି । କେଉଁଠି କଂଗ୍ରେସକୁ ଗାଳି ଦେଉଛନ୍ତି ତ ପୁଣି କେଉଁଠି କଂଗ୍ରେସର ହାତ ଧରି ଶାସନ କରିବାକୁ ସ୍ୱପ୍ନ ଦେଖୁଛନ୍ତି । ଆଉ ଏସବୁ ଭିତରେ ଓଡିଶା ଗସ୍ତରେ ଆସିଥିବା କେଜ୍ରିୱାଲଙ୍କ ଆଉ ଏକ ରୂପ ଦେଖିବାକୁ ମିଳିଛି । ଆଜି ଓଡିଶା ଗସ୍ତରେ ଆସି କଂଗ୍ରେସ, ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି କେଜ୍ରିୱାଲ । ୭୦ ବର୍ଷ ହେଲା ଏହିଭଳି କିଛି ରାଜନୈତିକ ଦଳ ଦେଶକୁ ଭିତରୁ ଦେବାଳିଆ କରିଦେଇଛନ୍ତି । ଦୁର୍ନୀତିରେ ବୁଡି ରହିଥିବା ଏହି ଦଳ ଗୁଡିକ ପାଇଁ ଦେଶକୁ କେବଳ ଲୁଟିଛନ୍ତି । ଖାସକରି କଂଗ୍ରେସକୁ ଦୁର୍ନୀତିର ଦଳ ବୋଲି ଟ୍ୟାଗ୍ ଦେବାକୁ ପଛାଇ ନାହାନ୍ତି କେଜ୍ରିୱାଲ । ଏହାସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ନିଶାନା କରିଛନ୍ତି କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କ ଏଭଳି ଆଭିମୁଖ୍ୟ ନେଇ ଏବେ ଉଠିଛି ପ୍ରଶ୍ନ । କଂଗ୍ରେସ, ବିଜେପି ଓ ବିଜେଡିକୁ ଟାର୍ଗେଟ କରିବା ସହ ନିଜର ଅସଲ ଚେହେରାକୁ ପଦାରେ ପକାଇଛନ୍ତି କେଜ୍ରିୱାଲ । କଂଗ୍ରେସକୁ ଦୁର୍ନୀତିର ଦଳ ବୋଲି କହି କେଜ୍ରିୱାଲ ଦୋମୁହାଁ ନୀତିର ପରିଚୟ ଦେଇଛନ୍ତି । ଗୋଟିଏ ପଟେ କଂଗ୍ରେସକୁ ଦେଶକୁ ଲୁଟିଥିବା ନେଇ କେଜ୍ରିୱାଲ କହୁଥିବା ବେଳେ ଅନ୍ୟପଟେ କେନ୍ଦ୍ରରେ ବିଜେପିକୁ ଶାସନ ଗାଦିରୁ ହଟାଇବା ପାଇଁ ମହାମେଣ୍ଟରେ କଂଗ୍ରେସ ସହ ହାତ ମିଳାଇଛି । ଯାହାର ଝଲକ ପଶ୍ଚିମବଙ୍ଗରେ ହୋଇଥିବା ମହାମେଣ୍ଟ ସଭାରେ ଦେଖିବାକୁ ମିଳିଥିଲା । ବିଜେପିକୁ ଶାସନରୁ ହଟାଇବା ପାଇଁ ୨୦ ଦଳ ମହାମେଣ୍ଟ ସଭାରେ ସାମିଲ ହୋଇଥିବା ବେଳେ ଉଭୟ କେଜ୍ରିୱାଲଙ୍କ ଆପ ଓ କଂଗ୍ରେସ ମଧ୍ୟ ସାମିଲ ଥିଲା । ଆଉ ଏଭଳି ସମୀକରଣ ସାମ୍ନାକୁ ଆସିବା ପରେ ମଧ୍ୟ କେଜ୍ରିୱାଲ କିଭଳି ନିଜକୁ ସ୍ୱଚ୍ଛ ବୋଲି କହୁଛନ୍ତି ତାହା ସବୁଠୁ ବଡ ପ୍ରଶ୍ନ । ଏହାପୂର୍ବରୁ ମଧ୍ୟ ଶାସନ ଗାଦିରେ ବସିବା ପାଇଁ କଂଗ୍ରେସର ହାତ ଧରିଥିଲା କେଜ୍ରିୱାଲଙ୍କ ଆପ । ଯେତେବେଳେ ଦିଲ୍ଲୀରେ ସରକାର ଗଢିବାକୁ ଦଳ ମ୍ୟାଜିକ ନମ୍ବର ହାସଲ କରିପାରିନଥିଲା ସେତେବେଳେ କଂଗ୍ରେସ ସହାୟତାରେ ପ୍ରଥମଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ କେଜ୍ରିୱାଲ । ସେତେବେଳେ ମଧ୍ୟ ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିବା ପାଇଁ ହାତ ମିଳାଇଥିଲେ ଦୁଇ ଦଳ । ଆଉ ସମୟକ୍ରମେ ଏବେ ମଧ୍ୟ ବିଜେପିକୁ ଶାସନ କ୍ଷମତାରୁ ହଟାଇବା ପାଇଁ ମହାମେଣ୍ଟରେ ହାତ ମିଳାଇଛନ୍ତି ଦୁଇ ଦଳ । ଯେଉଁ ଦଳ ଗୋଟିଏ ପଟେ କଂଗ୍ରେସକୁ ଦୁର୍ନୀତି ଦଳ ବୋଲି କହୁଛି ସେହି ଦଳ କିଭଳି ମହାମେଣ୍ଟରେ କଂଗ୍ରେସ ସହ ହାତ ମିଳାଉଛି ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ କେଜ୍ରିୱାଲଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ରେ ଦାଗ ଲଗାଇଛି ।
<urn:uuid:c6a1cdb5-b7a6-4e20-9b2a-c2fabbe1aa31>
CC-MAIN-2019-13
http://kanaknews.com/kejriwal-target-bjd-congress-and-bjp-during-odisha-visit/
2019-03-24T07:13:01Z
s3://commoncrawl/crawl-data/CC-MAIN-2019-13/segments/1552912203378.92/warc/CC-MAIN-20190324063449-20190324085449-00282.warc.gz
ory
1
Orya
3
{"ory_Orya_score": 1.000000238418579}
ସାମ୍ନାରେ ଆପଣଙ୍କ ପାଇଁ ଏକ ଫଟୋ ରହିଛି। ଫଟୋଟିରେ ଦେଖିବାକୁ ମିଳୁଛି ଯେ ୪ ଜଣ ଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ୪ଟି ଦୁର୍ଘଟଣାକୁ ସାମ୍ନା କରିବାକୁ ଯାଉଛନ୍ତି। ଜଣଙ୍କ ସାମ୍ନାରେ ମ୍ୟାନ୍ହୋଲ୍, ଜଣଙ୍କ ସାମ୍ନାରେ କଣ୍ଟା, ଜଣଙ୍କ ସାମ୍ନାରେ ଗଛ ତ ଅନ୍ୟ ଜଣଙ୍କ ସାମ୍ନାରେ ଗାଡ଼ି। ୪ ଜଣ ଅଗୋଚର ଅବସ୍ଥାରେ ଦୁର୍ଘଟଣା ଆଡ଼େ ମାଡ଼ି ଯାଉଛନ୍ତି। ଏବେ ଆପଣ ଚିନ୍ତା କରନ୍ତୁ ଯେ ପ୍ରଥମେ କେଉଁ ବ୍ୟକ୍ତି ଦୁର୍ଘଟଣାର ସାମ୍ନା କରିବେ? ଆପଣଙ୍କ ଭାବନାରୁ ଆପଣଙ୍କ ପ୍ରକୃତି ଓ ସ୍ୱଭାବ ସଂପର୍କରେ ଜାଣିପାରିବେ। ଯଦି ଆପଣ 'ଏ' ଭାବିଛନ୍ତି ତେବେ ଆପଣ ଜଣେ ପ୍ରକୃତି ପ୍ରେମୀ। ଖୁବ୍ ଭାବପ୍ରବଣ। ତୁମେ ଖୁବ୍ ଜ୍ଞାନୀ ଓ ଲୋକମାନେ ତୁମ ପାଖକୁ ନିଜର ସମସ୍ୟା ନେଇ ସମାଧାନ ପାଇଁ ଆସନ୍ତି। ଆପଣ ଜଣେ ନେତା ଶ୍ରେଣୀୟ ବ୍ୟକ୍ତି। ଜଣେ ଭଲ ବନ୍ଧୁ ମଧ୍ୟ। ଆପଣ ଅନ୍ୟମାନଙ୍କ ସମସ୍ୟାର ଖୁବ୍ ଭଲ ସମାଧାନ ଦେଇଥାନ୍ତି। ଖୁବ ସାହାଯ୍ୟକାରୀ ସ୍ୱଭାବର। ଯଦି ଆପଣ 'ବି' ଭାବିଛନ୍ତି ତେବେ ଆପଣ ନିଜେତ ଖୁବ୍ ସରଳ ଓ କୌଣସି ମତେ ଜଟିଳତା ପସନ୍ଦ କରନ୍ତି ନାହିଁ। ଆପଣଙ୍କ ଜୀବନଶୈଳୀ ସାଧାରଣ ଓ ଧାର୍ମିକ। ଆପଣ ଟିକେ ବାସ୍ତବିକାତାରେ ବେଶି ବିଶ୍ୱାସ କରନ୍ତି। ଯଦି ଆପଣଙ୍କ ଉତ୍ତର 'ସି' ତେବେ ଆପଣ ଜଣେ ଜ୍ଞାନୀ ବ୍ୟକ୍ତି। ଆପଣ କୌଣସି ବି କାର୍ଯ୍ୟକୁ ଅଧୁରା ଛାଡ଼ିବାକୁ ପସନ୍ଦ କରନ୍ତି ନାହିଁ। ଆପଣ ଖୁବ୍ ସାମାଜିକ। ବନ୍ଧୁ ବନାଇବା ଆପଣଙ୍କର ସଉକ ହୋଇଥାଏ। ଆପଣଙ୍କୁ ଅନେକ ଲୋକ ଆବଶ୍ୟକ କରିଥାନ୍ତି। ଆପଣ ସମସ୍ତଙ୍କ ପାଖରେ ନିଜର ଏକ ନିର୍ମଳ ଭାବମୂର୍ତ୍ତି ରଖିବାରେ ସଫଳ ହୋଇଥାନ୍ତି। ଯଦି ଆପଣ ଭାବୁଛନ୍ତି ଯେ ଦୁର୍ଘଟଣା ପ୍ରଥମେ 'ଡି' ସାମ୍ନା କରିବ ତେବେ ଆପଣ ଖୁବ୍ ସୃଜନଶୀଳ। ପ୍ରତ୍ୟେ ଭିନ୍ନ ଜିନିଷକୁ ଆପଣ ସ୍ୱତନ୍ତ୍ର କରି ଉପସ୍ଥାପନା କରିବାର ସାମର୍ଥ୍ୟ ରଖନ୍ତି। ସାହିତ୍ୟ ଓ ସଂଗୀତ ପ୍ରତି ଆପଣଙ୍କର ବିଶେଷ ଦୁର୍ବଳତା ରହିଛି।
<urn:uuid:2fdcbeeb-402e-4672-859b-3618c30bc02d>
CC-MAIN-2019-13
http://sambad.in/special/which-of-these-four-will-have-an-accident-first-your-answer-will-reveal-your-hidden-personality-trait-170999/
2019-03-26T18:29:08Z
s3://commoncrawl/crawl-data/CC-MAIN-2019-13/segments/1552912205600.75/warc/CC-MAIN-20190326180238-20190326202238-00042.warc.gz
ory
0.999952
Orya
8
{"ory_Orya_score": 0.9999521970748901}
ପୋଇରେ ରହିଛି ଏହିସବୁ ଔଷଧୀୟ ଗୁଣ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଗ ଭିତରେ ପୋଇ ବଡ଼ ସୁଆଦିଆ। ଏହାକୁ ଲୋକମାନେ ତରକାରୀ, ଭଜା, ଆଚାର ଓ ସୁପ୍ କରି ଖାଇବାକୁ ପସନ୍ଦ କରିଥାନ୍ତି। ପାଟିକୁ ସୁଆଦିଆ ଲାଗୁଥିବା ଏହି ପୋଇର ଔଷଧୀୟ ଗୁଣ ମଧ୍ୟ ଢେର ରହିଛି। କାରଣ ପୋଇ ଖାଇବା ଶରୀର ପାଇଁ ଲାଭଦାୟକ । ଏଥିରେ ଭିଟାମିନ୍, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଫାଇବର ଏବଂ ଆଇରନ ଥାଏ। ଏହା ସହ ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ଏଥିରୁ ଶରୀରକୁ ଆହୁରି ଅନେକ ଉପକାର ମିଳିଥାଏ। ଚାଲନ୍ତୁ ସେ ବିଷୟରେ ଜାଣିବା। - କିଛି ଲୋକ ପୋଇକୁ କେବଳ ଶରୀରରେ ହିମୋଗ୍ଲୋବିନ୍ ବଢ଼ାଇବା ପାଇଁ ବ୍ୟବହାର କରାଯାଏ ବୋଲି ଭାବିଥାନ୍ତି । କିନ୍ତୁ ଏଥିରେ ଅନେକ ପ୍ରକାରର ଉପକାରୀ ଗୁଣ ରହିଛି । ଏହା ହିମୋଗ୍ଲୋବିନ୍ ବଢ଼ାଇବା ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ । ପୋଇ ଏନିମିଆ ରୋଗୀଙ୍କ ପାଇଁ ଔଷଧଠାରୁ ଅଧିକ ଲାଭଦାୟକ। - ପୋଇ ଶରୀର ସହ କେଶ ପାଇଁ ଲାଭଦାୟକ ହୋଇଥାଏ । ଯେଉଁମାନଙ୍କର କେଶ ଝଡ଼ିବାର ସମସ୍ୟା ରହିଛି, ସେମାନେ ପୋଇକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ । ଯାହା ଶରୀରରେ ଆଇରନ୍ର ଅଭାବକୁ ଦୂର କରି କେଶ ଝଡ଼ିବା ରୋକିଥାଏ। - ପୋଇ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ । ପୋଇ ଏବଂ ଲେମ୍ବୁ ରସରେ କିଛି ବୁନ୍ଦାରେ ଗ୍ଲିସେରିନ୍ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ । ଚର୍ମ କୁଞ୍ଚନ, ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର ହେବ। - ପୋଇରେ ଫଲିକ୍ ଏସିଡ୍ ଏବଂ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ। ତେଣୁ ଯଦି ଆପଣଙ୍କର ପାଇରିୟା ସମସ୍ୟା ରହିଛି, ତେବେ କଞ୍ଚା ପୋଇର ପତ୍ର ଚୋବାଇବା ଆରମ୍ଭ କରନ୍ତୁ । - ପୋଇ ରସରେ ଗାଜର ରସ ମିଶାଇ ପିଇବା ଦ୍ୱାରା ପେଟର ଚର୍ବି କମ୍ ହୋଇଥାଏ। ଯଦି ଆପଣ ମୋଟାପଣ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ପୋଇ ରସ ସହ ଗାଜର ବା ଲେମ୍ବୁ ରସ ମିଶାଇ ପିଇ ପାରିବେ।
<urn:uuid:d9ce61ed-3ee4-49e1-8d45-95f533ff208b>
CC-MAIN-2019-13
https://odishareporter.in/life-style/benifit-of-poi-saga-344607
2019-03-21T05:53:31Z
s3://commoncrawl/crawl-data/CC-MAIN-2019-13/segments/1552912202496.35/warc/CC-MAIN-20190321051516-20190321073516-00426.warc.gz
ory
1.000005
Orya
3
{"ory_Orya_score": 1.0000050067901611}
କାଶ୍ମୀରରେ ସେନା ଉପରକୁ ପଥର ଫିଙ୍ଗୁଥିବା ଲୋକଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ଛୁଆଙ୍କୁ ଦେଖିବାକୁ ମିଳୁଛି । ଏପରିକି ସ୍କୁଲ ଛାତ୍ରୀ ମାନେ ଭାରତୀୟ ସେନା ଉପରକୁ ମଧ୍ୟ ପଥର ଫିିଙ୍ଗୁଥିବା ଅନେକ ସମୟରେ ଦେଖାଦେଇଛି । ତେଣୁ ଏହାକୁ ଦମନ କରିବା ପାଇଁ ବିଏସଏଫ ତରଫରୁ ୫୦୦ ମହିଳା କମାଣ୍ଡୋଙ୍କୁ ଏହି ମିଶନରେ ନିୟୋଜିତ କରାଯାଇଛି । କାଶ୍ମୀରରେ ପଥର ଫିଙ୍ଗାଳୀକୁ ରୋକିବାକୁ ଏହି ମହିଳା ସୁପର କମାଣ୍ଡୋମାନଙ୍କୁ ଶ୍ରୀନଗରଠାରେ ସ୍ପେଶାଲ ଟ୍ରେନିଂ ଦିଆଯାଇଛି । ମହିଳା କମାଣ୍ଡୋ ମାନେ ନିଜେ କିଭଳି ଭାବରେ ଆକ୍ରମଣରୁ ନିଜକୁ ରକ୍ଷା କରିବେ ସେ ବାବଦରେ ପ୍ରଥମେ ଟ୍ରେନିଂରେ ଶିକ୍ଷା ଦିଆଯିବ । ଏହି ଟ୍ରେନିଂକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଛି । ପ୍ରଥମେ ସୋପାନରେ ଢେଲା ପଥର ମାଡକୁ ନିୟନ୍ତ୍ରଣ କରିବା , ଦ୍ୱିତୀୟରେ ଆକ୍ରମଣ କରୁଥିବା ପଥରଫିଙ୍ଗାଳିଙ୍କୁ ଏହା ନକରିବା ପାଇଁ ବୁଝାଇବା ଏବଂ ଯଦି ଦୁଇଟି ଫର୍ମୁଲା କାମ ନକରେ ଶେଷରେ ବଳ ପ୍ରୟୋଗ କରି ଏହାକୁ ଦମନ କରି କାଶ୍ମୀରରେ ଶାନ୍ତି ଫେରାଇ ଆଣିବା ଏହାର ମୂଳ ଲକ୍ଷ ରହିଛି । ଗତ କିଛି ବର୍ଷ ହେବ ସୁରକ୍ଷାବଳ ଉପରେ ଏପରି ଅଭିଯୋଗ ହୋଇଛି କି, ସେମାନେ ମାନବ ଅଧିକାରକୁ ଉଲ୍ଲଙ୍ଘନ କରୁଛନ୍ତି । ତେଣୁ ଏହି ସ୍ଥିତିରୁ ବାହାରିବା ପାଇଁ ବିଏସଏଫ ଏପରି ରଣନୀତି ଆପଣାଇଛି । ମାତ୍ର ଏକ ମାସର ଟ୍ରେନିଂ ପରେ ଏହି ସୁପର କମାଣ୍ଡୋ ପ୍ରସ୍ତୁତ ହୋଇ ପଥର ପିଙ୍ଗାଳୀଙ୍କ ସହ ଦୃଢ ମୁକାବିଲା କରିବେ । କେବଳ ସେତିକି ନୁହେଁ ଏହି ସୁପର କମାଣ୍ଡୋ କାଶ୍ମୀରରେ ଆତଙ୍କବଦୀଙ୍କ ମୁକାବିଲା କରିବା ସହ ଅସୁବିଧାରେ ପଡିଥିବା ଲୋକମାନଙ୍କୁ ରକ୍ଷାକରିବା ସହ ଅନ୍ୟାନ୍ୟ ବଡ ବଡ ବିଏସଏଫ ଅପରେସନରେ ମଧ୍ୟ ସାମିଲ ହେବ ।
<urn:uuid:3a7e3886-06c5-435d-ade3-ad3bef645083>
CC-MAIN-2019-13
http://kanaknews.com/500-women-commando-deploy-in-jammu-kashmir-very-soon/
2019-03-26T02:20:23Z
s3://commoncrawl/crawl-data/CC-MAIN-2019-13/segments/1552912204768.52/warc/CC-MAIN-20190326014605-20190326040605-00506.warc.gz
ory
1.000002
Orya
4
{"ory_Orya_score": 1.0000016689300537}
ଭିଆଇପି ସଂସ୍କୃତିକୁ ଉଚ୍ଛେଦ କରିବାକୁ ଯାଇ କେନ୍ଦ୍ର ସରକାର ଗାଡିରୁ ନାଲିବତୀ ହଟାଇଥିଲେ । ଏବେ ଆଉ ପାଦେ ଆଗକୁ ଯାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗାଡିରେ ଉତ୍ତରପ୍ରଦେଶ ସରକାର ଲେଖିବାରେ ରୋକ୍ ଲଗାଇଛନ୍ତି ଗେରୁଆ ବସ୍ତ୍ର ପିନ୍ଧି ମାତ୍ର କେଇଦିନ ମଧ୍ୟରେ ନିଜ ବଳିଷ୍ଠ ନେତୃତ୍ୱର ପ୍ରମାଣ ଦେଇଥିବା ଆଦିତ୍ୟନାଥ । ପରିବହନ ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି କୌଣସି ବି ସରାକାରୀ କର୍ମଚାରୀ ଏବଂ ଅଧିକାରୀ ନିଜ ଗାଡିରେ ଉତ୍ତରପ୍ରେଦେଶ ସରକାର ଲେଖିପାରିବେ ନାହିଁ । ଏପରି କରିବାର କାରଣ ହେଉଛି ଅଧିକାଂଶ ଅଧିକାରୀ ନିଜ ବ୍ୟକ୍ତିଗତ ଗାଡିରେ ୟୁପି ସରକାର ଲେଖିଥାନ୍ତି । ହେଲେ ଏବେ ଠାରୁ କେବଳ ସରକାରୀ ଗାଡିରେ ଲେଖାଯାଇପାରିବ କିନ୍ତୁ ବ୍ୟକ୍ତିଗତ ଗାଡିରେ ନୁହେଁ । ଏହା ସହ କୁହାଯାଇଛି ଯଦି କେହି ଏହି ନିୟମକୁ ଉଲଂଘନ କରେ ତେବେ ତାଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ହେବାର ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ଅନେକ ଚର୍ଚ୍ଚିତ ନିଷ୍ପତି ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ । ନାୟକ ସିନେମାର ଅନିଲ୍ କପୁରଙ୍କ ପରି ଅନେକ ଯୋଜନା ତଥା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଲୋକପ୍ରିୟ ହୋଇପାରିଛନ୍ତି । ତେବେ ଜାଣନ୍ତୁ ଯୋଗୀ ଉଠାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ : ଆଣ୍ଟି ରୋମିଓ ସ୍କ୍ୱାଡ଼ : ଯୋଗୀ ଉଠାଇଥିବା ପ୍ରଥମ ପଦକ୍ଷେପ ହେଉଛି ଆଣ୍ଟି ରୋମିଓ ସ୍କ୍ୱାଡ଼ । ନିର୍ବାଚନ ଲଢ଼ିବା ବେଳେ କରିଥିବା ପ୍ରତିଶ୍ରୃତି ମୁତାବକ ଉତ୍ତରପ୍ରଦେଶରେ ବଢ଼ୁଥିବା ନାରୀ ଅସଦାଚରଣ ମାମଲାଗୁଡ଼ିକୁ ରୋକିବା ପାଇଁ ପ୍ରୟାସ କରିଥିଲେ। କୃଷି ଋଣ ଛାଡ଼ : ନିଜର ପ୍ରଥମ କ୍ୟାବିନେଟ ବୈଠକ ପରେ, ଆଦିତ୍ୟନାଥ ସରକାର ରାଜ୍ୟର ସମସ୍ତ କୃଷକଙ୍କ ଋଣ ଛାଡ଼ କରିଥିଲା । ମୋଟ ୩୬ ହଜାର ୩୫୯ କୋଟି ଟଙ୍କାର ଋଣକୁ ସରକାର ଛାଡ଼ କରିଦେଇଥିଲେ । ଯାହାଫଳରେ ୯୪ ଲକ୍ଷ କୋଟି କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଚାଷୀ ଏଥିରୁ ଉପକୃତ ହୋଇଛନ୍ତି । ଏହା ମଧ୍ୟ ବିଜେପି ସରକାରଙ୍କ ପକ୍ଷରୁ ନିର୍ବାଚନୀ ପ୍ରତିଶ୍ରୃତି ରହିଥିଲା। ଅବୈଧ କଂସେଇଖାନା ଉପରେ ରୋକ : ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବାର ଗୋଟିଏ ଦିନ ପରେ ରାଜ୍ୟରେ ଥିବା ଅବୈଧ କଂସେଇଖାନା ଉପରେ ଯୋଗୀ ରୋକ ଲଗାଇଥିଲେ । ଏହା ଫଳରେ ରାଜ୍ୟର ଅନେକ କଂସେଇଖାନା ମାଲିକ ପ୍ରଭାବିତ ହୋଇଥିଲେ। ସମସ୍ତଙ୍କ ପାଇଁ ବିଜୁଳି ସୁବିଧା : ନିଜର ଗୋଟିଏ କ୍ୟାବିନେଟ ବୈଠକ ସମୟରେ ଯୋଗୀ ପ୍ରତି ଜିଲ୍ଲା ମୁଖ୍ୟାଳୟ ଗୁଡ଼ିକୁ ଗ୍ରାମାଞ୍ଚଳରେ ୨୪ ଘଣ୍ଟିଆ ବିଜୁଳି ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ 'ସମସ୍ତଙ୍କ ପାଇଁ ବିଜୁଳି'କୁ ନେଇ ଚୁକ୍ତି ହୋଇଥିବା ପ୍ରକାଶ କରିଥିଲେ । ୨୦୧୮ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଇବା ସହ ସାଧାରଣ ଲୋକଙ୍କ ବିଜୁଳି ସମସ୍ୟା ପାଇଁ ଏକ ହେଲ୍ପଲାଇନ୍ ନମ୍ୱର ୧୯୧୧ ଦିଆଯାଇଥିଲା। ସ୍ୱଚ୍ଛ ଉତ୍ତରପ୍ରଦେଶ : ସ୍ୱଚ୍ଛ ସର୍ବକ୍ଷଣରେ ଉତ୍ତରପ୍ରଦେଶର ଖରାପ ସ୍ଥାନ ଯୋଗୀଙ୍କୁ ମର୍ମାହତ କରିଥିଲା । ଯାହାକୁ ନେଇ ସେ ଝାଡ଼ୁ ଧରି ଲକ୍ଷ୍ନୌର ବାଲୁ ଅଡ଼୍ଡ଼ା ମାଲିନ୍ ବସ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟ କରିଥିଲେ। ଏହା ସହ ବର୍ଷାଋତୁ ପୂର୍ବରୁ ସମସ୍ତ ଡ୍ରେନଗୁଡ଼ିକୁ ସଫା କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହା ସହ ସରକାରୀ ଅଫିସ୍ରେ ପାନ ଏବଂ ଗୁଟକା ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ ଓ ଡ଼ାକ୍ତରଖାନାରେ ମଧ୍ୟ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅବୈଧ ଖଣିଚାଲାଣ ଉପରେ ରୋକ : ରାଜ୍ୟରେ ଅବୈଧ ଖଣିଜ ପଦାର୍ଥ ଚାଲାଣ ଉପରେ ରୋକ ଲଗାଇବା ପାଇଁ ଆଦିତ୍ୟନାଥ ସରକାରୀସ୍ତରରେ କେବଳ ଇ ଟେଣ୍ଡରିଙ୍ଗ ମାଧ୍ୟମରେ ଚୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନୂତନ ଭାବେ ଖଣିଜ ନୀତି ପ୍ରଣୟନ କରିବାକୁ ମନ୍ତ୍ରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି। ଅନ୍ନପୂର୍ଣ୍ଣା ଯୋଜନା : ଯୋଗୀ ସରକାର ଗରିବ ମାନଙ୍କୁ ମାତ୍ର ୫ଟଙ୍କାରେ ଅନ୍ନପୂର୍ଣ୍ଣା ଭେଜନାଳୟ ମାଧ୍ୟମରେ ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଛି । ଯୋଗୀଙ୍କ ନୂଆ ଯୋଜନା ଅନୁଯାୟୀ ୩ ଟଙ୍କାରେ ଜଳଖିଆ ଏବଂ ୫ ଟଙ୍କାରେ ମିଳିବ ମିଲ୍ ö ତେବେ କେହି ଖାଲି ପେଟରେ ଶୋଇବେ ନାହିଁ ଉଦ୍ଦେଶ୍ୟ ରଖି ଏହାକୁ ଆରମ୍ଭ କରାଯାଇଛି । ପ୍ରଶାସନିକ ଅଧିକାରୀଙ୍କ ବଦଳି : ଗୁରୁବାର ୟୁପି ସରକାର ପ୍ରଶାସନିକ କ୍ଷେତ୍ରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ମୋଟ ୨୫ଜଣ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ଏପ୍ରିଲ ମାସରେ ମଧ୍ୟ ୮୪ଜଣ ଅଫିସରଙ୍କ ସହ ୩୭ଜଣ ଜିଲ୍ଲାପାଳଙ୍କୁ ବଦଳି କରାଯାଇ ସେମାନଙ୍କ ସ୍ଥାନରେ ୫୪ଜଣ ଆଇପିଏସ୍ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା। ସ୍କୁଲ ବ୍ୟାଗ୍ ବଣ୍ଟନ : ସମସ୍ତଙ୍କୁ ଚକିତ କରିବା ପରି ଯୋଗୀ ଆଦିତ୍ୟନାଥ ସ୍କୁଲ ଗୁଡ଼ିକରେ ଅଖିଳେଶ ଯାଦବଙ୍କ ଫଟୋଥିବା ବ୍ୟାଗ୍ ବଣ୍ଟନ ଉପରେ ରୋକ ନଲଗାଇ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ପ୍ରତିନ୍ଦ୍ୱନ୍ଦୀ ହେଲେ ମଧ୍ୟ ଗରିବଙ୍କ ଟଙ୍କାକୁ ବଞ୍ଚାଇ ୩୫ହଜାର ସ୍କୁଲ ବ୍ୟାଗ ଗୁଡ଼ିକୁ ବାଣ୍ଟିଛନ୍ତି ଯୋଗୀ । ସମାଜବାଦୀ ପାର୍ଟି ଏପରି ୧.୮କୋଟି ବ୍ୟାଗ୍ ତିଆରି କରିଥିବା ବେଳେ ସେଥିରୁ ୩୫ ହଜାର ବଳି ଯାଇଥିଲା।
<urn:uuid:9665e361-749c-44b1-965b-64366c656684>
CC-MAIN-2019-13
http://kanaknews.com/up-govt-order-not-to-write-up-govt-on-vehicles/
2019-03-20T19:33:41Z
s3://commoncrawl/crawl-data/CC-MAIN-2019-13/segments/1552912202450.86/warc/CC-MAIN-20190320190324-20190320212324-00249.warc.gz
ory
1.000005
Orya
6
{"ory_Orya_score": 1.0000051259994507}
ନୂଆଦିଲ୍ଲୀ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି I ଗୁରୁବାର ପୂର୍ବାହ୍ଣରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭୈଙ୍କୟା ନାଇଡ଼ୁ ଏହି ଘୋଷଣା କରିଛନ୍ତି । ଶାସକ ଏନଡ଼ିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ହୋଇଥିବା ଏହି ଶକ୍ତିପରୀକ୍ଷାରେ ଏନଡ଼ିଏ ପ୍ରାର୍ଥୀ ତଥା ଜନତା ଦଳ ଜେଡ଼ି (ୟୁ) ସାଂସଦ ହରିବଂଶ ନାରାୟଣ ସିଂହ ୟୁପିଏ ମେଣ୍ଟ ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ବିକେ ହରିପ୍ରସାଦଙ୍କୁ ୨୦ଟି ଭୋଟ ବ୍ୟବଧାନରେ ପରାସ୍ତ କରି ରାଜ୍ୟସଭାର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ତଥା ଜନତା ଦଳ (ୟୁ) ସାଂସଦ ହରିବଂଶ ନାରାୟଣ ସିଂହ ୧୨୫ଟି ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ବି.କେ.ହରିପ୍ରସାଦ ୧୦୫ଟି ଭୋଟ ପାଇଛନ୍ତି । ଅନ୍ୟପକ୍ଷରେ ନବନିର୍ବାଚିତ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇତିମଧ୍ୟରେ ଏନଡ଼ିଏନ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡ଼ି ସମର୍ଥନ କରିଥିବା ଜଣାପଡ଼ିଛି । ସେପଟେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ସାଂସଦ ବି.କେ.ହରିପ୍ରସାଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ଏନସିପି ସାଂସଦ ବନ୍ଦନା ଚୋହ୍ୱାନଙ୍କୁ ପ୍ରାର୍ଥୀ କରିବାକୁ ଶରଦ ପାୱାର ଅନିଚ୍ଛା ପ୍ରକାଶ କରିବାରୁ ହରିପ୍ରସାଦଙ୍କୁ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଥିଲା । ବିଶେଷ କରି ଏହି ନିର୍ବାଚନରୁ ଆଗାମୀ ଲୋକସଭା ନିର୍ବାଚନ ସମୟରେ ଜାତୀୟ ମେଣ୍ଟ ନେଇ ସୂଚନା ମିଳିବ ବୋଲି ରାଜନୈତିକ ବିଶ୍ଲେଷକମାନେ ଅଙ୍କ କଷୁଥିଲେ । କଂଗ୍ରେସ ଦଳ ତାର ରାଜ୍ୟସଭା ସାଂସଦ ବି.କେ.ହରିପ୍ରସାଦଙ୍କୁ ଉପସଭାପତି ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷଣା କରିବା ପରେ ତାଙ୍କ ବିଜୟ ପାଇଁ ସମର୍ଥନ ଯୋଗାଡ଼ ନିମନ୍ତେ ତତ୍ପରତା ପ୍ରକାଶ କରିଥିଲା । ୬୪ ବର୍ଷୀୟ ହରିପ୍ରସାଦ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି । ଅନ୍ୟ ବିରୋଧୀ ଦଳ ଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ଦେବାକୁ ମନା କରିବା ପରେ ଶେଷରେ କଂଗ୍ରେସ ଏହି ନିଷ୍ପତ୍ତି ନେଇଥିଲା । ଅପରପକ୍ଷେ ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ପ୍ରାର୍ଥୀ ନଦେଇ ଏନଡ଼ିଏ ସହଯୋଗୀ ଜେଡ଼ି (ୟୁ) ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରିଥିଲା । ରାଜ୍ୟସଭାରେ ବର୍ତ୍ତମାନ ବିଜେପି ସବୁଠାରୁ ବଡ଼ ଦଳ । ଏହାର ସଦସ୍ୟ ସଂଖ୍ୟା ୭୩ । ତା' ପରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ରହିଛି ୫୦ । ସେହିପରି ତୃଣମୂଳ କଂଗ୍ରେସ, ଏଆଇଡିଏମକେ ଓ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ସଂଖ୍ୟା ୧୩ ଲେଖାଏଁ ରହିଥିବାବେଳେ ବିଜେଡ଼ିର ସଦସ୍ୟ ସଂଖ୍ୟା ୯ ରହିଛି । ଟିଆରଏସ ନିର୍ବାଚନରୁ ବିରତ ରହିଥିଲା । With Product You Purchase Subscribe to our mailing list to get the new updates! Lorem ipsum dolor sit amet, consectetur. Related Articles 2 weeks ago 135 February 21, 2019 61 February 12, 2019 140 February 7, 2019 29
<urn:uuid:4a46968c-4369-4ae8-88d1-f2530d87d9db>
CC-MAIN-2019-13
http://odishabhaskar.com/?p=6444
2019-03-24T10:41:04Z
s3://commoncrawl/crawl-data/CC-MAIN-2019-13/segments/1552912203438.69/warc/CC-MAIN-20190324103739-20190324125739-00169.warc.gz
ory
0.999995
Orya
5
{"ory_Orya_score": 0.999995231628418}
ମୁମ୍ବାଇ ୧୦|୧: ପାଣ୍ଡ୍ୟାଙ୍କୁ ନେଇ ଉଠିଲାଣି ପଡ଼ିଲାଣି ସୋସିଆଲ୍ ମିଡିଆ । ସ୍ଥିତି ଏମିତି ହେଲାଣି ଯେ ଦୁଇଟି ମ୍ୟାଚ୍ରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ୍ ପାଣ୍ଡ୍ୟା ଓ କେ.ଏଲ୍ ରାହୁଲଙ୍କୁ ବସାଇ ଦେବାକୁ ଖୋଦ୍ ବିସିସିଆଇ ସୁପାରିଶ କରିଛି । ହାର୍ଦ୍ଦିକ ଏଥିପାଇଁ କ୍ଷମା ମାଗିବା ସହ ଦୁଃଖ ପ୍ରକାଶ କରିଥିଲେ ବି ନରମ ପଡିନାହିଁ ବିସିସିଆଇ । କଫ ଉଇଥ କରନ ସୋରେ ମହିଳାଙ୍କ ପ୍ରତି ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେଇ ଫସିଛନ୍ତି ପାଣ୍ଡ୍ୟା ଓ ରାହୁଲ୍ ।… କ୍ରିକେଟ୍ର ପାଣ୍ଡ୍ୟାଙ୍କ ଗନ୍ଦିବାତ୍ । କହୁକହୁ କହିଦେଇଛନ୍ତି ବହୁ ଅଶାଳୀନ କଥା । ଯାହା କୌଣସି ମହିଳାଙ୍କ ପ୍ରତି କିମ୍ବା ସଭ୍ୟ ସମାଜ ପ୍ରତି ଆଦୌ ଗ୍ରହଣୀୟ ନୁହେଁ । ଯାହାକୁ ନେଇ ପାଣ୍ଡ୍ୟା ପଡିଛନ୍ତି ହରଡଘଣାରେ । ଖାଲି ପାଣ୍ଡ୍ୟା ନୁହନ୍ତି ସାଥୀ କ୍ରିକେଟର କେ.ଏଲ୍ ରାହୁଲଙ୍କ ଉପରେ ଏବେ ଝୁଲୁଛି ବିସିସିଆଇ ଖଣ୍ଡା । ଦୁଇ ଜଣଙ୍କୁ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍ରୁ ବାସନ୍ଦ ପାଇଁ ବିସିସିଆଇ କମିଟି ଅଫ ଆଡମିନିଷ୍ଟ୍ରେଟରର ମୁଖ୍ୟ ବିନୋଦ ରାଏ ସୁପାରିଶ କରିଛନ୍ତି । ଏକ ପପୁଲାର ଟିଭି ଚ୍ୟାନେଲ୍ ସୋ 'କଫି ଉଇଥ କରନ୍' ରେ ମହିଳାମାନଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ସୋସିଆଲ୍ ମିଡିଆରେ ବେଶ ହଇଚଇ ସୃଷ୍ଟି କରିଥିଲା । କ୍ରିକେଟ୍ ଫ୍ୟାନ୍ ଓ ସାଧାରଣ ଲୋକେ ପାଣ୍ଡ୍ୟା ଓ କେ.ଏଲ୍ ରାହୁଲଙ୍କୁ କଡା ସମାଲୋଚନା କରିବା ସହ ଟ୍ରୋଲ୍ କରିଥିଲେ । ଏହାପରେ ବିସିସିଆଇ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ କହିଥିଲା । ସୋସିଆଲ୍ ମିଡିଆରେ ଦୁଇ କ୍ରିକେଟ୍ରେ ହଟହଟା ହେବା ପରେ ପାଣ୍ଡ୍ୟା ଟୁଇଟ୍ କରି ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଥିଲେ । ଏପରି ବ୍ୟବହାର ଭବିଷ୍ୟତରେ ସେ ଆଉ ଦେଖାଇବେ ନାହିଁ ବୋଲି ଜଣାଇଥିଲେ । ଏହା ବିସିସିଆଇକୁ ସନ୍ତୁଷ୍ଟ କରିପାରିନାହିଁ । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି । କଫି ଉଇଥ କରଣ ସୋରେ ପାଣ୍ଡ୍ୟା କହିଥିଲେ ସେ କୁଆଡେ ବହୁ ନାରୀଙ୍କ ସହ ଶାରିରୀକ ସଂପର୍କ ରଖନ୍ତି । ମହିଳାମାନେ ତାଙ୍କ ପାଇଁ କେବଳ ଉପଭୋଗର ବସ୍ତୁ ବିଲୋ ସଂକେତ ଦେଇଥିଲେ । ମହିଳାଙ୍କ ସହ ଶାରିରୀକ ସଂପର୍କ ରଖିବା ଦିନ ସେ କୁଆଡେ ଏ ବିଷୟରେ ତାଙ୍କ ପିତା ମାତାଙ୍କୁ ସବୁ କହିଦେଇଥାନ୍ତି ବୋଲି କହିଥିଲେ । ଚଳିତ ଅଷ୍ଟ୍ରେଲିଆ ଗସ୍ତ ବେଳେ ପାଣ୍ଡ୍ୟା ଶେଷ ଦୁଇଟି ମ୍ୟାଚ୍ ପାଇଁ ସାମିଲ ହୋଇଥିଲେ ବି ଖେଳିବାକୁ ସୁଯୋଗ ପାଇନଥିଲେ । ଆଉ କ.ଏଲ୍ ରାହୁଲ ତ ପୂରା ଫେଲ୍ ମାରିଥିଲେ । ସିରିଜ୍ ବିଜୟ ପରେ ଏ ଦୁଇ ଖେଳାଳି ଡ୍ରେସିଂ ରୁମ୍ରେ ଉଗ୍ର ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଆଉ ଉଭୟଙ୍କୁ ବେସ୍ ଟ୍ରୋଲ୍ କରିଥିଲେ ପ୍ରଶଂସକ । କହିଥିଲେ ଜଣେ ଜମା ନଖେଳି ଆଉ ଅନ୍ୟଜଣେ କିଛି ନକରି ଉତ୍ସବ ପାଳନ କରୁଛନ୍ତି । 301 Views
<urn:uuid:0b1f60ff-e721-4668-9a05-b109da340c0f>
CC-MAIN-2019-13
http://www.prameyanews7.com/rahul-pandyas-statement-over-woman-on-show-coffe-with-karan/
2019-03-20T05:26:55Z
s3://commoncrawl/crawl-data/CC-MAIN-2019-13/segments/1552912202299.16/warc/CC-MAIN-20190320044358-20190320070358-00150.warc.gz
ory
1.000005
Orya
5
{"ory_Orya_score": 1.0000052452087402}
ସଲମାନ ଖାନଙ୍କ ପ୍ରସିଦ୍ଧ ଶୋ' ବିଗବସ୧୨ ଶେଷ ପର୍ଯ୍ୟାୟ ଆଉ କିଛି ଦିନରେ ଶେଷ ହୋଇଯିବ । ହାରାହାରି ୨୦ଦିନ ପରେ ଫାଇନାଲ ସିଜନ ହେବାକୁ ଯାଉଛି ଏବଂ ଏବେ ପର୍ଯ୍ୟନ୍ତ ଅନେକ ସଦସ୍ୟ ଘରୁ ବାହାରି ସାରିଲେଣି । ଏବେ ଆପଣ ଭାବୁଥିବେ ସମସ୍ତ ପ୍ରତିଯୋଗୀ ପୁଣି ଥରେ ଫାଇନାଲରେ ବୋଧ ହୁଏ ଦେଖାହେବେ । ମାତ୍ର ଏହି ଏଲିମିନେଟ ପ୍ରତିଯୋଗୀ ଏବେ ଠାରୁ ହିଁ ମିଶି ରିିୟୁନିୟନ ପାର୍ଟି କରିବା ଆରମ୍ଭ କରି ଦେଲେଣି । ଅସଲରେ ବିଗତ ସପ୍ତାହରେ ନିଷ୍କାସିତ ହୋଇଥିବା ପ୍ରତିଯୋଗୀ ଶିବାଶିଷ ଏବଂ ରୋଶମୀ ବନିକ ଅନୁପ ଜଲୋଟାଙ୍କ ଦେଖା କରିବାକୁ ତାଙ୍କ ଘରେ ପହଂଚିଥିଲେ । ଏହି ଜରିଆରେ ନିଆଯାଇଥିବା ଅନେକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।
<urn:uuid:2d5ad421-e57b-4d28-bdef-e699c36b4c32>
CC-MAIN-2019-13
http://lifestyle.kanaknews.com/bigg-boss-12-reunion-anup-jalota-shivashish-mishta-and-roshmi-banik-party-together-see-pics/
2019-03-22T14:11:05Z
s3://commoncrawl/crawl-data/CC-MAIN-2019-13/segments/1552912202671.79/warc/CC-MAIN-20190322135230-20190322161230-00470.warc.gz
ory
1.000008
Orya
9
{"ory_Orya_score": 1.000008463859558}
କମେଡିଆନ କପିଲ ଶର୍ମା ଙ୍କ ଶୋ' ଏହି ସପ୍ତାହରେ ଖୁବ ବିବାଦରେ ଘେରି ରହିଥିଲା । ଅସଲରେ ନବଜୋତ ସିଦ୍ଧୂ ଜବାନଙ୍କ ଉପରେ ହୋଇଥିବା ହମଲା ଉପରେ ବିବାଦୀୟ ବହାନ ଦେଇଥିଲେ , ଯାହାକୁ ନେଇ ଖୁବ ବିବାଦ ହୋଇଥିଲା । ଲୋକମାନେ କହିଥିଲେ ଯେ ନବଜୋତଙ୍କୁ ଶୋ'ରୁ ବାହାର କରାଯାଉ । କିନ୍ତୁ କପିଲଙ୍କ ଶୋ' ଏତେ ବିବାଦରେ ଘେରି ହୋଇ ରହିବା ପରେ ମଧ୍ୟ ଟିଆରପି ମାମଲାରେ ଟପ ଲିଷ୍ଟରେ ରହିଛି । ଆଜ୍ଞା ହଁ , କପିଲ ଶର୍ମାଙ୍କ ଶୋ' ଟିଆରପି ମାମଲାରେ ୨ୟ ସ୍ଥାନରେ ରହିଛି । ଏଠାରେ ଆମେ କହି ରଖୁଛୁ ଯେ ଜମୂ କଶ୍ମୀର ପୁଲୱାମା ହମଲା ହୋଇଥିବା, ଯାହାକୁ ନେଇ ସମସ୍ତେ ନିଜସ୍ୱ ମତ ଦେଉଥିଲେ । ଏହି ହମଲାରେ ନବଜୋତ ସିଦ୍ଦୁ ମଧ୍ୟ କିଛି ବୟାନ ଦେଇଥିଲେ, କିନ୍ତୁ ସିଦ୍ଦୁ ନିଜ ବୟାନକୁ ନେଇ ବିବାଦରେ ପଡିଥିଲେ । ଯେଉଁକାରଣରୁ ଆଲୋଚନାର ପାତ୍ର ହୋଇଥିଲେ । ସେହିକାରଣରୁ ଖବର ଶୁଣିବାକୁ ମିଳିଥିଲା ଯେ କପିଲ ଶର୍ମାଙ୍କ ଶୋ'ରୁ ସିଦ୍ଧୁଙ୍କୁ ବାହାର କରିଦେବା ଉଚିତ, ନଚେତ ଦର୍ଶକ ଶୋ' ଦେଖିବା ବନ୍ଦ କରିଦେବେ । ଏହା ଦେଖି ଅନୁମାନ ହେଉଥିଲା ଯେ ପୁଣି ଥରେ କପିଲଙ୍କ ଶୋ' ଟିଆରପି ତଳକୁ ଖସିଯିବ । କିନ୍ତୁ ଏହା ଭୁଲ ପ୍ରମାଣିତ ହୋଇଛି ।
<urn:uuid:aba60303-cfcb-42ab-bfe3-fb128e49c502>
CC-MAIN-2019-13
http://lifestyle.kanaknews.com/kapil-sharma-show-trp-2/
2019-03-22T14:31:32Z
s3://commoncrawl/crawl-data/CC-MAIN-2019-13/segments/1552912202671.79/warc/CC-MAIN-20190322135230-20190322161230-00470.warc.gz
ory
1.000008
Orya
10
{"ory_Orya_score": 1.0000075101852417}
ହଠାତ୍ ଯାତ୍ରୀମାନେ ପାଟି କରିବାରୁ ଷ୍ଟେସନରେ ଅଟକିଲା ଟ୍ରେନ୍, ତଳକୁ ଓହ୍ଲାଇବା ପରେ ଟ୍ରେନ୍ ଭିତରେ ଏହା ଦେଖି ଡ଼ରି ଯାଇଥିବା ଜଣାଇଲେ ଲୋକେ ଧାନ୍ବାଦ୍(ଝାରଖଣ୍ଡ) : ଗୁରୁବାର ରାତିରେ ପାରସନାଥ ଏକ୍ସପ୍ରେସ୍ ଟ୍ରେନ୍ରେ କିଛି ଏଭଳି ଘଟଣା ଘଟିଥିଲା, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ରାତି ସମୟରେ ସବୁ ଲୋକ ଶୋଇଥିବା ବେଳେ ହଠାତ୍ ଟ୍ରେନ୍ ଭିତରେ ଲୋକେ ଜୋରରେ ପାଟି କରିବାକୁ ଲାଗିଥିଲେ । ଧୀରେ ଧୀରେ ସବୁ ବଗିର ଲୋକ ଉଠିବା ସହ ଟ୍ରେନ୍ ରୋକିବା ପାଇଁ ପାଟି କରିଥିଲେ । ଏହା ପରେ ଲୋକମାନେ ଚେନ୍ ଟାଣି ଧାନ୍ବାଦ୍ ରେଳ ଷ୍ଟେସନରେ ଟ୍ରେନ୍ ରୋକିବା ପରେ ତଳକୁ ଡେଇଁବା ଆରମ୍ଭ କରି ଦେଇଥିଲେ । ଧୀରେ ଧୀରେ ଲୋକେ ଶାନ୍ତ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଟ୍ରେନ୍ ଭିତରେ ସାପ ପଶି ଯାଇଥିବାରୁ ଲୋକମାନେ ପାଟି କରି ଉଠିଥିଲେ ବୋଲି ଜଣା ପଡ଼ିଥିଲା । ଏହା ପରେ ସ୍ନେକ୍ ରେସ୍କ୍ୟୁ ଟିମ୍ ଟ୍ରେନ୍ର ଭଲ ଭାବରେ ଯାଞ୍ଚ କରିଥିଲେ । କିନ୍ତୁ ସାପ ମିଳି ପାରି ନଥିଲା । ଏହା ପରେ ଟ୍ରେନ୍ ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ସାପ ଦେଖାଯାଇଥିବା ବଗିରେ ଲୋକମାନେ ବସି ନଥିଲେ । ସୂଚନା ମୁତାବକ, ଅସାନସୋଲରୁ ଟ୍ରେନ୍ଟି ବାହାରି ବରାକ୍ପୂର ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନେ କଳା ରଙ୍ଗର ସାପ ଦେଖି ପାଟି କରିବାକୁ ଲାଗିଥିଲେ । ଟ୍ରେନ୍ଟି ଚାଲୁ ରହିଥିବାରୁ ଡ଼ରରେ ଯାତ୍ରୀମାନେ ଚେନ୍ ଟାଣି ଧାନ୍ବାଦ୍ ଷ୍ଟେସନରେ ଟ୍ରେନ୍କୁ ଅଟକାଇଥିଲେ ।
<urn:uuid:097f9306-c779-4c4c-8c83-66c6c93ec966>
CC-MAIN-2019-13
http://sambad.in/india-and-beyond/jharkhand-news-passengers-got-in-panic-after-snake-appears-in-train-323409/
2019-03-22T14:25:52Z
s3://commoncrawl/crawl-data/CC-MAIN-2019-13/segments/1552912202671.79/warc/CC-MAIN-20190322135230-20190322161230-00470.warc.gz
ory
1.000003
Orya
2
{"ory_Orya_score": 1.0000030994415283}
ଆଳିରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ! ଆଳି (ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ କହିବାରୁ 'ଉତ୍କଳ ଭାରତ'ର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ସଭା କରିବାକୁ ଦିଆଗଲା ନାହିଁ। ଭାଷଣ ଦେଉଥିବା ବେଳେ ଖାରବେଳ ସ୍ୱାଇଁଙ୍କୁ ଅଧାରୁ ସଭା ବନ୍ଦ କରିବାକୁ ପଡ଼ିଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅନ୍ନପୂର୍ଣ୍ଣା ପଡ଼ିଆରେ 'ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା' ସଭାରେ ଆଜି ଏମିତି ଦେଖିବାକୁ ମିଳିଛି। ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କ ସମର୍ଥକମାନେ ଏପରି କରିଥିବା ଶ୍ରୀ ସ୍ୱାଇଁ କହିବା ସହିତ କେନ୍ଦ୍ରାପଡ଼ା ଏସ୍ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ଅନ୍ନପୂର୍ଣ୍ଣା ପଡ଼ିଆରେ 'ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା' ସଭା ଚାଲିଥିଲା। ସଭା ଆରମ୍ଭ ପରେ ଖାରବେଳ ସ୍ୱାଇଁ ଭାଷଣ ଦେଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ପେଡ଼ି ଖୋଲିଥିଲେ। ଏହି ସମୟରେ ପ୍ରତାପ ଦେବଙ୍କ ଜଣେ ସମର୍ଥକ କିଛି ଲୋକଙ୍କୁ ଧରି ସେଠାରେ ପହଞ୍ଚିଥିଲେ। ସେମାନେ ମଞ୍ଚ ଉପରେ ଚଢ଼ି ଖାରବେଳ ସ୍ୱାଇଁଙ୍କଠାରୁ ମାଇକ୍ ଛଡ଼ାଇ ନେଇଥିଲେ। ପରେ ଗାଳି ଦେବା ସହ ତାଙ୍କୁ ଭୟଭୀତ କରିଥିବା ଅଭିଯୋଗ ହୋଇଛି। ଏଥିରେ ଅତିଷ୍ଠ ହୋଇ ସୁଦ୍ଧା ଖାରବେଳ ସ୍ୱାଇଁ ମଞ୍ଚ ଉପରେ ବସିଥିଲେ। ଅଧ ଘଣ୍ଟା ପରେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିମାନେ ସଭା ପରିଚାଳନା କରୁଥିବା ବ୍ୟକ୍ତିମାନଙ୍କୁ ଉଠାଇ ନେଇ ଗାଡ଼ିରେ ବସାଇ ଦେଇଥିଲେ। ପରେ ଖାରବେଳ ସ୍ୱାଇଁଙ୍କୁ ଜବରଦସ୍ତ ଟାଣି ଟାଣି ନେଇ ଗାଡ଼ିରେ ବସାଇ ପଳାଇ ଯିବାକୁ ଧମକ ଦେଇଥିଲେ। ଫଳରେ ସଭା ଅଧାରୁ ଖାରବେଳ ସ୍ୱାଇଁଙ୍କୁ ଆଳି ଛାଡ଼ିବାକୁ ପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଥାନାରେ ଅଭିଯୋଗ ନକରି କେନ୍ଦ୍ରାପଡ଼ା ଏସ୍ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି ଶ୍ରୀ ସ୍ୱାଇଁ କହିଛନ୍ତି। ଅନ୍ୟପକ୍ଷରେ ସଭା ପାଇଁ ପୁଲିସ୍ଠାରୁ ଅନୁମତି ନିଆଯାଇଥିଲା। ମାତ୍ର ସଭା ସ୍ଥଳରେ ପୁଲିସ ମୁତୟନ ହୋଇନଥିଲେ। ଏପରିକି ଗଣ୍ଡଗୋଳ ଘଟିଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳକୁ ଆସିନଥିବା ଖରବେଳ ସ୍ୱାଇଁ ଅଭିଯୋଗ କରିଛନ୍ତି।
<urn:uuid:d09e6b08-18d8-4e80-8607-18edcbcfc3a7>
CC-MAIN-2019-13
https://odishareporter.in/odisha/utkal-bharat-chief-kharavel-swain-attacked-for-speaking-against-naveen-and-his-govt-in-kendraparas-aul-292598
2019-03-19T17:13:38Z
s3://commoncrawl/crawl-data/CC-MAIN-2019-13/segments/1552912202003.56/warc/CC-MAIN-20190319163636-20190319185636-00529.warc.gz
ory
0.999994
Orya
4
{"ory_Orya_score": 0.9999938011169434}
ଜେଟ୍ ଫୁଏଲ୍ରେ ଟିକସ ହ୍ରାସ ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜେଟ୍ ଫୁଏଲ୍ ଉପରେ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ଗେଟ୍ ଟ୍ୟାକ୍ସର ପରିମାଣ ହ୍ରାସ ନେଇ ଆଜି ଘୋଷଣା କରାଯାଇଛି। ପୂର୍ବରୁ ଏହାର ପରିମାଣ ୧୪ ପ୍ରତିଶତ ଥିଲା ଏବଂ ବର୍ତ୍ତମାନ ଏହା ୧୧ ପ୍ରତିଶତକୁ ଖସିଆସିଥିବା କୁହାଯାଇଛି। ଏହି ନିଷ୍ପତ୍ତି ଫଳରେ ସଙ୍କଟରେ ଥିବା ବିମାନ ବ୍ୟବସାୟ ପାଇଁ ଆଶ୍ୱସ୍ତି ସ୍ୱରୂପ ବିମାନ ଇନ୍ଧନର ଦର ହ୍ରାସ ପାଇ ପାରିବ। ଆସନ୍ତାକାଲିଠାରୁ ଏହି ନୂତନ ଦର ଲାଗୁ ହେବ। ସରକାରଙ୍କର ଏହି ନିର୍ଦ୍ଦେଶରେ କୁହାଯାଇଛି, ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏହା ବହୁତ ଜରୁରି ଥିଲା।
<urn:uuid:180a865e-210b-487a-9d32-c4f4ee7e3812>
CC-MAIN-2019-13
https://odishareporter.in/business/gate-tax-on-jet-fuel-reduced-by-three-per-cent-286872
2019-03-22T04:24:21Z
s3://commoncrawl/crawl-data/CC-MAIN-2019-13/segments/1552912202628.42/warc/CC-MAIN-20190322034516-20190322060516-00289.warc.gz
ory
1.000007
Orya
2
{"ory_Orya_score": 1.0000073909759521}
ମହାକାଳେଶ୍ୱରଙ୍କ ଶରଣରେ ରାହୁଲ ଗାନ୍ଧି, ତାଚ୍ଛଲ୍ୟ କଲା ବିଜେପି ନୂଆଦିଲ୍ଲୀ:ପୂର୍ବରୁ ସୋମନାଥ ମନ୍ଦିର ଏବଂ ଅନ୍ୟ କିଛି ମନ୍ଦିରରେ ପୂଜା କରି ଚର୍ଚ୍ଚାକୁ ଆସିଥିବା ରାହୁଲ ଗାନ୍ଧି ଆଜି ମଧ୍ୟପ୍ରଦେଶର ଉଜ୍ଜୈନ୍ସ୍ଥିତ ମହାକାଳେଶ୍ୱର ମନ୍ଦିରରେ ପୂଜା କରି ପୁଣି ଥରେ ତାଙ୍କର 'ଶିବଭକ୍ତି' ପ୍ରଦର୍ଶନ କରିଛନ୍ତି। ବିଜେପିର ଗଡ଼ ଭାବେ ପରିଚିତ ମାଲ୍ୱା-ନିମାର ଅଞ୍ଚଳରେ ଦୁଇ ଦିନିଆ ଗସ୍ତରେ ଆସିଥିବା ରାହୁଲ ପରମ୍ପରା ଅନୁଯାୟୀ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗଙ୍କ ଆରାଧନା କରିଥିବା ଜଣାଯାଇଛି। ମଧ୍ୟପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ କମଲନାଥ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ସହ ଥିଲେ। ୨୦୦୮ ମସିହାରେ ସୋନିଆ ଗାନ୍ଧି ମଧ୍ୟ ଏହି ସ୍ଥାନକୁ ଆସିଥିଲେ, କିନ୍ତୁ କଂଗ୍ରେସର ପରାଜୟ ଘଟିଥିଲା। ୧୯୭୯ ମସିହାରେ କ୍ଷମତାକୁ ଫେରିବା ପୂର୍ବରୁ ଇନ୍ଦିରା ଗାନ୍ଧି ମଧ୍ୟ ସେହିବର୍ଷ ଡିସେମ୍ବରରେ ଏହି ମନ୍ଦିରକୁ ଆସିଥିଲେ। ଏପରି ପ୍ରୟାସ ପଛରେ ରାହୁଲ କଂଗ୍ରେସର ଧର୍ମନିରପେକ୍ଷ ଭାବମୂର୍ତ୍ତି ବା ବିଜେପି କହିବା ଅନୁଯାୟୀ ହିନ୍ଦୁ ବିରୋଧୀ ଚିତ୍ରକୁ ବଦଳାଇବା ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି। କାରଣ ସେ ବର୍ତ୍ତମାନ ଯେ କୌଣସି ସ୍ଥାନକୁ ପ୍ରଚାରରେ ଯାଉଛନ୍ତି, ତାଙ୍କର ପ୍ରଥମ ଗନ୍ତବ୍ୟ ସ୍ଥଳ ହେଉଛି ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ମନ୍ଦିର। ରାହୁଲଙ୍କ ଏତାଦୃଶ ପରିବର୍ତ୍ତନକୁ ଟାର୍ଗେଟ କରିଛି ବିଜେପି। ବିଜେପି ପକ୍ଷରୁ କୁହାଯାଇଛି ନିର୍ବାଚନକୁ ଆଖି ଆଗରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସେ ଏପରି 'ସଫ୍ଟ ହିନ୍ଦୁତ୍ୱ କାର୍ଡ' ଖେଳୁଛନ୍ତି।
<urn:uuid:eb909a64-d513-45f9-88da-2238378f1665>
CC-MAIN-2019-13
https://odishareporter.in/nation/bjp-ridicules-rahul-over-his-public-display-of-shiv-bhakti-at-mahakaleswar-temple-294893
2019-03-22T04:22:47Z
s3://commoncrawl/crawl-data/CC-MAIN-2019-13/segments/1552912202628.42/warc/CC-MAIN-20190322034516-20190322060516-00289.warc.gz
ory
0.999989
Orya
4
{"ory_Orya_score": 0.9999887943267822}
ମୁନି ଋଷି ମାନେ ହଜାର ହଜାର ବର୍ଷ ଧରି ତପସ୍ୟା କରିବା ପରେ ଭଗବାନଙ୍କ ଦର୍ଶନ ପାଇଥାନ୍ତି । ରାମାୟଣ ଓ ମହାଭାରତରେ ଏଭଳି ଅନେକ କାହାଣୀ ଶୁଣିବାକୁ ମିଳେ । କିନ୍ତୁ କଳିଯୁଗରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ତିବ୍ଦତ ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗୀୟୁ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଏକ ବୌଦ୍ଧ ଭିକ୍ଷୁକ ପାଖାପାଖି ୫୫୦ ବର୍ଷ ତପସ୍ୟାରେ ଲୀନ ହୋଇ ବସି ରହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ମଧ୍ୟ ଏହି ବୌଦ୍ଧ ଭିକ୍ଷୁକଙ୍କ କେଶ ଓ ନଖ ବଢ଼ିବାରେ ଲାଗିଛି । ଏହି କାରଣରୁ ଲୋକେ ତାଙ୍କୁ ମମି ବୋଲି ବିଶ୍ୱାସ କରୁନାହାନ୍ତି । ଏହି ବୌଦ୍ଧ ଭିକ୍ଷୁକଙ୍କ ୫୫୦ ବର୍ଷ ତଳର ଦୁଇଟି କାହାଣୀ ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ଗାଁ ଲୋକଙ୍କ କହିବା ଅନୁଯାୟୀ, ବୌଦ୍ଧ ଭିକ୍ଷୁକଙ୍କ ମମି ଗାଁର ଏକ ସ୍ତୁପ ନିକଟରେ ରହିଥିଲା । ଯେଉର୍ଠି ଏହା ଉପରେ ଧୂଳି, ମଳି ଲାଗି ରହିଥିଲା । ତେବେ ଏହାକୁ ପରିଷ୍କାର କରି ଯାଞ୍ଚ କରାଯିବା ପରେ ଏହା ୫୫୦ ବର୍ଷ ତଳର ମମି ବୋଲି ଜଣାପଡ଼ିଥିଲା । ସବୁଠୁ ବଡ଼ କଥା ହେଲା ବୌଦ୍ଧ ଭିକ୍ଷୁକ ଜଣକ ଧ୍ୟାନ ମୁଦ୍ରାରେ ବସିଥିବାର ଦେଖାଯାଇଥିଲା । ବୌଦ୍ଧ ଭିକ୍ଷୁକଙ୍କ ମୃତଦେହରେ କୌଣସି ଲେପ ଦିଆଯାଇନଥିଲେ ମଧ୍ୟ ଏହା ଦୀର୍ଘ ଦିନ ମାଟିତଳେ ରହିବା ସତ୍ତେ୍ୱ ମଧ୍ୟ ଖରାପ ହୋଇନଥିଲା । ସେହିଭଳି ଗାଁର କିଛି ବୟସ୍କ ଲୋକଙ୍କ କହିବା ଅନୁଯାୟୀ, ୧୫ ଦଶକରେ ଗାଁକୁ ବିପତ୍ତିରୁ ରକ୍ଷା କରିବା ପାଇଁ ବୌଦ୍ଧ ଭିକ୍ଷୁ ଜଣକ ତପସ୍ୟାରେ ବସିଥିଲେ । କାରଣ ଗାଁରେ ବିଛା ମାନଙ୍କର ପ୍ରାଦୁଭାବ ବଢ଼ି ଯାଇଥିଲା । ଗାଁ ଲୋକଙ୍କୁ ବିଛା ଆକ୍ରମଣ ରକ୍ଷା କରିବା ପାଇଁ ବୌଦ୍ଧ ଭିକ୍ଷୁକ ଜଣକ ତପସ୍ୟାରେ ବସିଥିଲେ ।କିନ୍ତୁ ତାଙ୍କ ସମାଧି ନେବା କ୍ଷଣି ହିଁ ଚମକ୍ରାର ଦେଖିବାକୁ ମିଳିଥିଲା । ବିନା ବର୍ଷାରେ ଆକାଶରେ ଇନ୍ଦ୍ରଧନୁ ଦେଖାଯାଇଥିଲା ଓ ଗାଁଟି ସମ୍ପୂର୍ଣ୍ଣ ଭାବେ ବିଛା ମୁକ୍ତ ହୋଇଥିଲା ଆଉ କିଛି ଲୋକଙ୍କ କହିବା ଅନୁଯାୟୀ, ଏହି ବୌଦ୍ଧ ଭିକ୍ଷୁକ ଜଣକ ହେଉଛନ୍ତି ସାଙ୍ଗଲା ତେନାଜିଙ୍ଗ । ତିବ୍ଦତରୁ ଭାରତକୁ ଆସିବା ପରେ ଏହି ଗ୍ରାମରେ ତପସ୍ୟାରେ ବସିଥିଲେ । କିନ୍ତୁ ସେବେଠାରୁ ତପସ୍ୟାରୁ ଆଉ ଉଠିନଥିଲେ ବୌଦ୍ଧ ଭିକ୍ଷୁ ଜଣକ । କିନ୍ତୁ ଏବେ ମଧ୍ୟ ତାଙ୍କର ନଖ ଓ କେଶ ବଢ଼ିବାରେ ଲାଗିଛି । ଗାଁ ଲୋକଙ୍କ କହିବା ଅନୁଯାୟୀ, ଗୋଟିଏ ଥର ଏହି ବୌଦ୍ଧ ଭିକ୍ଷୁକ ମମିଙ୍କ ମୁଣ୍ଡରେ କୋଦାଳ ବାଜିବା ଦ୍ୱାରା ରକ୍ତ ବାହାରିଥିଲା । କୋଦାଳର ଆଘାତର ଚିହ୍ନ ଏବେ ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି । କିନ୍ତୁ ଏବେ ଗାଁ ଲୋକ ମାନେ ଏହି ବୌଦ୍ଧ ଭିକ୍ଷୂୁକଙ୍କର ମମିକୁ ଏକ କାଚ କ୍ୟାବିନ ମଧ୍ୟରେ ରଖିବା ସହ ପୂଜାର୍ଚ୍ଚନା କରୁଛନ୍ତି ।
<urn:uuid:85ef3926-c940-4fd1-8faf-f317658d535f>
CC-MAIN-2019-13
http://kanaknews.com/550-year-old-monk-in-tibet/
2019-03-21T14:01:31Z
s3://commoncrawl/crawl-data/CC-MAIN-2019-13/segments/1552912202525.25/warc/CC-MAIN-20190321132523-20190321154523-00446.warc.gz
ory
1.000006
Orya
6
{"ory_Orya_score": 1.0000063180923462}
ମହାନଦୀରେ ୪ ମୃତଦେହ ମିଳିବା ଘଟଣାର ଖୋଳତାଡ ଜାରି : ମୃତ ମହିଳାଙ୍କ ବାପା ଓ ଭାଇ ଅଟକ, ଆତ୍ମହତ୍ୟା ନା ହତ୍ୟା ସେନେଇ ପୁଲିସ କରୁଛି ତନାଘନା କନକ ବ୍ୟୁରୋ : ପାରାଦୀପ କୁଜଙ୍ଗ ନିକଟ ମହାନଦୀରୁ ୪ ଜଣଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ତନାଘନା ଚଲାଇଛି । ମୃତ ମହିଳାଙ୍କ ବାପା ଓ ଭାଇଙ୍କ ଅଟକ ରଖି କୁଜଙ୍ଗ ଥାନା ପୁଲିସ ପଚରାଉଚରା କରୁଛି । ମୃତ୍ୟୁର କାରଣ ସଂପର୍କରେ କୌଣସି ସୁରାକ ମିଳିପାରି ନାହିଁ । ମୃତକ ମାନେ ସମସ୍ତେ ଗୋଟିଏ ପରିବାରର । ମାଆ, ଦୁଇ ଝିଅ ଓ ପୁଅ । ଦୁଇ ଝିଅଙ୍କ ବୟସ ୯ ବର୍ଷ ଓ ୬ ବର୍ଷ ହୋଇଥିବା ବେଳେ ପୁଅର ବୟସ ୪ ବର୍ଷ । ପ୍ରାୟ ମାସେ ପୂର୍ବେ ଏକ ଦୁର୍ଘଟଣାରେ ବାପା, ପ୍ରାଣ ହରାଇଥିଲେ । ତେବେ ମୃତକଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ପୂର୍ବରୁ ସେମାନଙ୍କ ପରିବାରର ଜମି ବିବାଦ ଥିଲା । ତେଣୁ ସେମାନଙ୍କୁ ହତ୍ୟା କରାଯାଇଥାଇପାରେ । ସେପଟେ ପୋଲିସ ବିଭିନ୍ନ ଦିଗରୁ ି ତଦନ୍ତ ଆରମ୍ଭ କରିଛି ।
<urn:uuid:864194b5-0259-4468-952f-d3e3cf67fd05>
CC-MAIN-2019-13
http://kanaknews.com/investigation-started-on-the-incident-of-4-dead-body-found-in-mahanadi/
2019-03-21T14:29:56Z
s3://commoncrawl/crawl-data/CC-MAIN-2019-13/segments/1552912202525.25/warc/CC-MAIN-20190321132523-20190321154523-00446.warc.gz
ory
1.000009
Orya
6
{"ory_Orya_score": 1.0000087022781372}
କନକ ବ୍ୟୁରୋ : ଘରୋଇ କଳହର କରୁଣ ପରିଣତି । ନିଜ ୪ବର୍ଷର ଝିଅକୁ ପୋଡି ମାରିବାକୁ ଉଦ୍ୟମ କରିବା ସହ ନିଜେ ଆତ୍ମହତ୍ୟା କରିଛନ୍ତି ଜଣେ ମହିଳା । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ । ମୃତ ମହିଳାଙ୍କ ନାମ ହେଉଛି ଲକ୍ଷ୍ମୀପ୍ରିୟା ମହାଭୋଇ । ତେବେ ଝିଅ ଦୀପାଂଜଳୀର ଅବସ୍ଥା ଗୁରୁତର ରହିଛି । ସୂଚନା ଅନୁସାରେ, ନିଜ ଶାଶୁ ଶ୍ୱଶୁରଙ୍କ ସହ ଝଗଡା ଯୋଗୁଁ ଏଭଳି ପଦକ୍ଷେପ ନେଇଛନ୍ତି ଲକ୍ଷ୍ମୀପ୍ରିୟା । ୪ ବର୍ଷର ଝିଅ ସହ ନିଜ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ ଲକ୍ଷ୍ମୀପ୍ରିୟା । ଫଳରେ ଘଟଣାସ୍ଥଳରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହେବା ସହ ଝିଅ ଦୀପାଂଜଳୀର ଅବସ୍ଥା ଗୁରୁତର ରହିଛି
<urn:uuid:b5c187b5-0d23-45f9-9555-4fa60c53b61a>
CC-MAIN-2019-13
http://kanaknews.com/dhenkanal-burn-woman-suicide-4-year-girl-serious/
2019-03-22T20:35:51Z
s3://commoncrawl/crawl-data/CC-MAIN-2019-13/segments/1552912202689.76/warc/CC-MAIN-20190322200215-20190322222215-00046.warc.gz
ory
0.999993
Orya
2
{"ory_Orya_score": 0.9999934434890747}
ଜାତୀୟ ସାହସିକ ପୁରସ୍କାର- ୨୦୧୮ ଘୋଷିତ: ୨୧ ଜଣଙ୍କ ମଧ୍ୟରୁ ଓଡ଼ିଶାରୁ ପାଇବେ ୪ ଜଣ ପିଲା ପୁରସ୍କାର ପାଇବାକୁ ସମଗ୍ର ଦେଶରୁ ୨୧ ଜଣ ପିଲା ମନୋନୀତ ହୋଇଛନ୍ତି କନକ ବ୍ୟୁରୋ: ଆଜି ୨୦୧୮ 'ନ୍ୟାସନାଲ ଆଓ୍ଵାର୍ଡସ୍ ଫର୍ ବ୍ରେଭେରି ଫର୍ ଚିଲଡ୍ରେନ୍' ବା ଜାତୀୟ ସାହସିକ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ୪ ଜଣ ପିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ସିତୁ ମଲିକ, ଝିଲି ବାଗ, ରଞ୍ଜିତା ମାଝୀ ଏବଂ ବିଶ୍ୱଜିତ ପ୍ରଧାନ। ସମଗ୍ର ଦେଶର କୌଣସି ରାଜ୍ୟରୁ ମନୋନୀତ ହୋଇଥିବା ପିଲାମାନଙ୍କ ମଧ୍ୟରେ ଏହା ହେଉଛି ସର୍ବାଧିକ। ଏ ବର୍ଷ ପୁରସ୍କାର ପାଇବାକୁ ସମଗ୍ର ଦେଶରୁ ୨୧ ଜଣ ପିଲା ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮ ଜଣ ବାଳିକା ଥିବାବେଳେ ୧୩ ଜଣ ବାଳକ ଅଛନ୍ତି। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦେଶର ଏହି ସାହସୀ ପିଲାମାନଙ୍କୁ ନୂଆଦିଲ୍ଲୀ ଠାରେ ପୁରସ୍କାର ପ୍ରଦାନ କରାଯିବ। ୧୯୫୮ ମସିହା ଫେବ୍ରୁଆରି ୪ ତାରିଖ ଦିନ ପ୍ରଥମ କରି ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଦୁଇ ଜଣ ପିଲାଙ୍କୁ ସାହସ ଓ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ। ସେବେଠାରୁ 'ଆଇସିସିଡବ୍ଲୁ' ପ୍ରତିବର୍ଷ ପିଲାମାନଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରି ଆସୁଛି।
<urn:uuid:2779c849-b4ae-4992-afd0-5b14f790dcd0>
CC-MAIN-2019-13
http://kanaknews.com/govt-revamps-national-bravery-awards-for-kids/
2019-03-25T06:09:59Z
s3://commoncrawl/crawl-data/CC-MAIN-2019-13/segments/1552912203755.18/warc/CC-MAIN-20190325051359-20190325073359-00366.warc.gz
ory
1.000008
Orya
2
{"ory_Orya_score": 1.0000076293945312}
କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ନେତାଙ୍କ ବିଦ୍ରୋହ । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଉଭୟ କଂଗ୍ରେସ ଦଳ ଓ ବିଧାୟକ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ସେପଟେ ନେତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି ପିସିସି । ଆଜି ପିସିସି ସଭାପତି କହିଛନ୍ତି, ବିଜେଡି ଭୟଭୀତ ହୋଇ ଅନ୍ୟ ଦଳର ନେତାଙ୍କ ଉପରେ ଆଖି ପକାଉଛିି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନେତାଙ୍କ ବିଦ୍ରୋହକୁ ନେଇ ଅଡୁଆରେ ପଡିଯାଇଛି ରାଜ୍ୟ କଂଗ୍ରେସ । ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି ପିସିସି ସଭାପତି । ସେପଟେ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଉଭୟ କଂଗ୍ରେସ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ଯୋଗେଶ । ହେଲେ ଶୃଙ୍ଖଳାଗତ କମିଟିର ନିଷ୍ପତ୍ତି ଉପରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କାରଣ ଦର୍ଶାଅ ନୋଟିସ ନକରି ତାଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଦେଶର ଜଣେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିବାରେ ଭୁଲ କୋଉଠି ରହିଲା ବୋଲି ସେ ପ୍ରଶ୍ନ କରୁଛନ୍ତି । କାରଣ ପୂର୍ବରୁ ୟୁପିଏ ସରକାର ସମୟରେ ଅନେକ ମନ୍ତ୍ରୀ ଓଡିଶା ଆସି ନବୀନଙ୍କୁ ପ୍ରଂଶସା କରିଛନ୍ତି । ଦଳବଦଳ ଆଭିମୁଖ୍ୟ ସହ ବାହାରେ ବୟାନ ରଖୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପିସିସି ସଭାପତି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଦଳ ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଆଉ ସେହି କ୍ରମରେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଟିକେଟ୍ କଟିବା ସମ୍ଭାବନା ବଢିଯାଇଛି । କାରଣ ନିରଞ୍ଜନ କହିଛନ୍ତି କୃଷ୍ଣ ସଗରିଆ ତାଙ୍କ ଆଚରଣରେ ପରିବର୍ତନ ଆଣିଲେ ତାଙ୍କୁ ଆଗାମୀ ନିର୍ବାଚନରେ ଟିକେଟ ଦିଆଯିବା ନେଇ ଚିନ୍ତା କରାଯିବ । ଗୋଟିଏ ପଟେ ନିଜ ଦଳର ବିଶୃଙ୍ଖଳ ନେତାଙ୍କ ବିରୋଧରେ କଡା ଆଭିମୁଖ୍ୟ ରଖିଛନ୍ତି ନିରଞ୍ଜନ । ଅନ୍ୟପକ୍ଷରେ ବିଜେଡିକୁ ବି ଟାର୍ଗେଟ କରିବାକୁ ଭୁଲି ନାହାନ୍ତି । ବିଜେଡି ଭୟଭୀତ ହୋଇ ଅନ୍ୟ ଦଳର ନେତାଙ୍କ ଉପରେ ଆଖି ପକାଉଥିବା ଅଭିଯୋଗ ଆଣିଛନ୍ତି । ହେଲେ ଦଳର ଅନ୍ୟତମ ବରିଷ୍ଠ ନେତା ସୁର ରାଉତରାୟଙ୍କ ମତ ହେଲା, ନିର୍ବାଚନ ଆସିଲେ ନେତା ଦଳ ଛାଡିବା କଂଗ୍ରେସର ପୁରୁଣା ରୋଗ । ସେପଟେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି ଆହୁରି ଅନେକ କଂଗ୍ରେସ ଓ ବିଜେପି ନେତା ବିଜେଡି ଆଡକୁ ମୁହାଁଇବେ ।
<urn:uuid:a6b6c6de-7bf7-4cdc-b54c-39e89c78a81d>
CC-MAIN-2019-13
http://kanaknews.com/niranjan-pattanik-in-action-mood/
2019-03-25T05:49:33Z
s3://commoncrawl/crawl-data/CC-MAIN-2019-13/segments/1552912203755.18/warc/CC-MAIN-20190325051359-20190325073359-00366.warc.gz
ory
0.999999
Orya
3
{"ory_Orya_score": 0.9999990463256836}
୨୦୧୯ ବକ୍ସ ଅଫିସରେ କଙ୍ଗନା ରଣାୱତଙ୍କୁ ଟକ୍କର ଦେବେ ଅଜୟ ଦେବଗନ, ଗୋଟିଏ ଦିନରେ ରିଲିଜ ହେବ ଦୁହିଁଙ୍କର ଏହି ଫିଲ୍ମ । ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ 'ଦେ ଦେ ଫ୍ୟାର ଦେ'ର ରିଲିଜ ଡେଟ ନିକଟରେ ଘୋଷଣା କରାଯାଇଛି ଏହି ଫିଲ୍ମ ୨୨ ଫେବୃୟାରୀ ୨୦୧୯ରେ ରିଲିଜ ହେବ । 'ସୋନୁ କେ ଟିଟୁ କି ସ୍ୱିଟି' ଫେମ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଏବେ ପୋଷ୍ଟ ପ୍ରଡକ୍ସନ କାମ ବାକି ରହିଛି । ଫିଲ୍ମର ସୁଟିଂ ମଧ୍ୟ ଶେଷ ହୋଇସାରିଛି । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହିତ ତବୁ, ରକୁଲପ୍ରିତ ସିଂ ଏବଂ ଜମ୍ମୀ ଶେରଗିଲ ନଜର ଆସିବେ । ଫିଲ୍ମକୁ ପ୍ରଥମେ ଅକ୍ଟୋବରରେ ରିଲିଜ କରିବାର ଯୋଜନା କରାଯାଇଥିଲା । କିନ୍ତୁ ଅର୍ଜୁନ କପୁର ଏବଂ ପରିଣୀତି ଚୋପ୍ରାଙ୍କ ଫିଲ୍ମ 'ନମସ୍ତେ ଇଂଲଣ୍ଡ' ଏବଂ ଆୟୁଷ୍ମାନ ଖୁରାନା ଏବଂ ସନ୍ୟା ମଲୋହେତ୍ରାଙ୍କ ଫିଲ୍ମ 'ବଧାଇ ହୋ' ରିଲିଜ ହେଉଥିବାକୁ 'ଦେ ଦେ ଫ୍ୟାର ଦେ'ର ରିଲିଜ ଡେଟକୁ ୪ ସାମ ଆଗକୁ ବଢାଇଦିଆଯାଇଛି । Release date finalised… Luv Ranjan's #DeDePyaarDe, starring Ajay Devgn, to release on 22 Feb 2019… Costars Tabu and Rakul Preet… Produced by Bhushan Kumar and Ankur Garg… Directed by Akiv Ali. — taran adarsh (@taran_adarsh) August 22, 2018 କିନ୍ତୁ ଏତିକିରେ ଫିଲ୍ମ ନିର୍ମାତାଙ୍କ ଚିନ୍ତା ଶେଷ ହୋଇନାହିଁ । କାରଣ ୨୨ ଫେବୃୟାରୀ ୨୦୧୯ରେ କଙ୍ଗନା ରଣାୱତ ଏବଂ ରାଜକୁମାର ରାଓଙ୍କ ଫିଲ୍ମ 'ମେଣ୍ଟାଲ ହେ କ୍ୟା' ରିଲିଜ ହେବ । ଯେଉଁଥି ପାଇଁ ଲଭ ରଞ୍ଜନ ଏବଂ ତାଙ୍କ ଟିମ ବଞ୍ଚିବାକୁ ଚାହୁଁଥିଲେ ଏବେ ତାହା ହିଁ ହେବାକୁ ଯାଉଛି । ଏବେ କଙ୍ଗନାଙ୍କ ଫିଲ୍ମ ସହିତ ଅଜୟ ଦେବଗନଙ୍କ ଫିଲ୍ମର ଟକ୍କର ବକ୍ସ ଅଫିସରେ ଦେଖିବାକୁ ମିଳିବ । କହିରଖୁଛୁ ଯେ, 'ସୋନୁ କି ଟିଟୁ କି ସ୍ୱିଟି'ର ଅପାର ସଫଳତା ପରେ ଲଭ ରଞ୍ଜନଙ୍କ ଫିଲ୍ମକୁ ଦର୍ଶକ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି । ନିର୍ଦ୍ଦେଶକ ଲଭ ରଞ୍ଜନ ରୋମାଣ୍ଟିକ କମେଡି ଫିଲ୍ମ ନିର୍ମାଣ କରିବାରେ ମାଷ୍ଟର । ଏହା ତାଙ୍କର ପୂର୍ବ ୩ଟି ଫିଲ୍ମରେ ପ୍ରମାଣିତ ହୋଇଛି । ଏହା ପୂର୍ବରୁ 'ପ୍ୟାର କା ପଞ୍ଚନାମା'ର ଦୁଇଟି ଭାଗ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।
<urn:uuid:9c6a9fba-186a-4f9a-8e9a-7cf1890813e5>
CC-MAIN-2019-13
http://lifestyle.kanaknews.com/ajay-devgn-starrer-luv-ranjans-film-de-de-pyar-de-to-clash-with-kangana-ranaut-rajkummar-rao-starrer-mental-hai-kya/
2019-03-26T11:16:22Z
s3://commoncrawl/crawl-data/CC-MAIN-2019-13/segments/1552912204969.39/warc/CC-MAIN-20190326095131-20190326121131-00526.warc.gz
ory
0.999982
Orya
10
{"ory_Orya_score": 0.9999819993972778}
ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ବୈଦ୍ୟନାଥ ଦାଶଙ୍କ ନିର୍ଦେଶନାରେ ଏକ ମଜାଦାର ଗୀତ ENEWSODIA ୟୁଟ୍ୟୁବ ଚ୍ୟାନଲରେ ରିଲିଜ ହୋଇଛି। ଏହି ଗୀତଟିର ଟାଇଟେଲ ରହିଛି "ଟିକଟକ ରଙ୍ଗବତୀ"। ଗୀତଟିରେ କଣ୍ଠ ଦାନ କରିଛନ୍ତି ଓଲିଉଡର ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆ ଏବଂ ତାଙ୍କ ସହ ତାଳରେ ତାଳ ମିଶାଇଛନ୍ତି ଗାୟିକା ଅସୀମା ପଣ୍ଡା। ଏହି ଗୀତଟିରେ ଲିରିକ୍ସ ଦେଇଛନ୍ତି ଡଃ ନିର୍ମଳ ନାୟକ। ଏହି ମନଛୁଆଁ ମଜାଦାର ଗୀତର ପ୍ରଯୋଜନାରେ ଅଛନ୍ତି ଦୀପକ ଜେନା।
<urn:uuid:8c00f30c-5f70-45d7-8d2a-a1eae5f6f18a>
CC-MAIN-2019-13
https://enewsodia.com/new-masti-songtiktok-rangbati-song-released/
2019-03-19T05:59:34Z
s3://commoncrawl/crawl-data/CC-MAIN-2019-13/segments/1552912201904.55/warc/CC-MAIN-20190319052517-20190319074517-00010.warc.gz
ory
0.9998
Orya
4
{"ory_Orya_score": 0.9998002648353577}
୩ ଓଡ଼ିଆ ଗ୍ରହଣ କଲେ ପଦ୍ମଶ୍ରୀ ପୁରସ୍କାର ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନର ଦରବାର ହଲ୍ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ୩ ଓଡ଼ିଆଙ୍କ ସମେତ ୫୪ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ, କୃଷି ଓ ସମାଜସେବା ପାଇଁ କମଳା ପୂଜାରୀ ଏବଂ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଡି ପ୍ରକାଶ ରାଓଙ୍କ ବଳିଷ୍ଠ ଅବଦାନ ପାଇଁ ସେମାନଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଗତ ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ମୋଟ୍ ୧୧୨ ଜଣଙ୍କ ନାଁ ପଦ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା। ତେବେ ପ୍ରଥମ ପର୍ଯ୍ୟାୟରେ ଗତ ମାର୍ଚ୍ଚ ୧୧ ତାରିଖରେ ୪୭ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯାଇଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୫୪ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହଟ୍ଟାଙ୍କ ନାଁ ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ନିର୍ବାଚନ ସମୟରେ ପୁରସ୍କାର ଗ୍ରହଣ ଠିକ୍ ହେବନି କହି ଗୀତା ପଦ୍ମ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆଜି ୩ ଜଣ ଓଡ଼ିଆ ପଦ୍ମ ପୁରସ୍କାର ଗ୍ରହଣ କରିବାପରେ ନିଜକୁ ଖୁବ୍ ଧନ୍ୟ ମନେ କରୁଥିବା କହିଥିଲେ। ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
<urn:uuid:159de095-afd7-44a5-a29b-47b807c66ab4>
CC-MAIN-2019-13
http://sambad.in/state/3-odia-received-padma-shri-awards-324401/
2019-03-19T23:43:33Z
s3://commoncrawl/crawl-data/CC-MAIN-2019-13/segments/1552912202161.73/warc/CC-MAIN-20190319224005-20190320010005-00076.warc.gz
ory
1.000008
Orya
2
{"ory_Orya_score": 1.0000083446502686}
ଦିଲ୍ଲୀ ୧୬/୩ : ଲୋକସଭା ନିର୍ବାଚନ ପାଇଁ ପୁରା ଦେଶରେ ପ୍ରସ୍ତୁତି ଜୋରସୋରରେ ଚାଲିଛି | ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକାଂଶ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି | ମୋଦି ଫିଲ୍ମ ଅଭିନେତା, ରାଜନୈତିକ ନେତା ତାହା ଖେଳାଳୀଙ୍କୁ ଟ୍ୟାଗ କରି ଭୋଟରଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରିବା ପାଇଁ ଟ୍ୱିଟ କରିଛନ୍ତି | କିଛି ନେତା, ଅଭିନେତା ମୋଦି ଟ୍ୱିଟର ଜବାବ ମଧ୍ୟ ଦେଇଛନ୍ତି | ମୋଦି ବଲିଉଡର ଖିଲାଡୀ ଅଭିନେତା ଅକ୍ଷୟ କୁମାରଙ୍କୁ ମଧ୍ୟ ଟ୍ୟାଗ କରିଥିଲେ | ପ୍ୟାଡ଼ମ୍ୟାନ ଏବଂ ଟଏଲେଟ ଭଳି ସୁପରହିଟ ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା | ହୋଲିରେ ରିଲିଜ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ 'କେଶରୀ' | ଅକ୍ଷୟ କୁମାର ମୋଦିଙ୍କ ଟ୍ୱିଟର ଜବାବ ନିଜ ଅନ୍ଦାଜରେ ଦେଇଛନ୍ତି | ଅକ୍ଷୟ କୁମାରଙ୍କ ଜବାବକୁ ବହୁତ ପସନ୍ଦ କରିଛନ୍ତି ଜନତା | ମୋଦି ଅକ୍ଷୟ କୁମାର, ଭୂମି ପେଡେନେକର ଏବଂ ଆୟୁସ୍ମାନ ଖୁରାନାଙ୍କୁ ଟ୍ୟାଗ କରି ଲେଖିଥିଲେ ଯେ, "ଭୋଟର ଅପାର ଶକ୍ତି ରହିଛି ଏବଂ ଭୋଟର ମହତ୍ୱକୁ ନେଇ ଲୋକଙ୍କୁ ସଚେତନ କରାଇବା ନିହାତି ଦରକାର | ଟିକେ ଦମ ଲଗାନ୍ତୁ ଏବଂ ଭୋଟିଂକୁ ସୁପରହିଟ କଥା ବନାନ୍ତୁ" | ମୋଦିଙ୍କ ଟ୍ୱିଟର ଜବାବ ଅକ୍ଷୟ କୁମାର ମଧ୍ୟ ତାଙ୍କ ଅନ୍ଦାଜରେ ହିଁ ଦେଇଛନ୍ତି | Dear @akshaykumar, @bhumipednekar and @ayushmannk, The power of a vote is immense and we all need to improve awareness on its importance. Thoda Dum Lagaiye aur Voting ko Ek Superhit Katha banaiye.— Narendra Modi (@narendramodi) March 13, 2019 ମୋଦିଙ୍କ ଟ୍ୱିଟର ଜବାବରେ ଅକ୍ଷୟ କହିଛନ୍ତି, " ଏକଦମ ଠିକ କଥା କହିଛନ୍ତି ମୋଦିଜୀ | ଗଣତନ୍ତ୍ରର ଅସଲି ମହତ୍ୱ ନିର୍ବାଚନ ପ୍ରକ୍ରିୟାରେ ଜନତାଙ୍କ ଅଂଶୀଦାରରେ ନିହିତ ରହିଛି | ଭୋଟିଂକୁ ଆମ ଦେଶର ଏବଂ ଭୋଟରଙ୍କ ସୁପରହିଟ ପ୍ରେମକଥା କରିବାକୁ ପଡିବ | ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବହୁତ ଆବଶ୍ୟକ" | ଏହିଭଳି ଅକ୍ଷୟ କୁମାର ମୋଦିଙ୍କ ଟ୍ୱିଟର ଜବାବ ଦେଇଛନ୍ତି | Well said @narendramodi ji. The true hallmark of a democracy lies in people's participation in the electoral process. Voting has to be a superhit prem katha between our nation and its voters 🙂 🙏🏻 https://t.co/rwhwdhXj1S— Akshay Kumar (@akshaykumar) March 13, 2019 137 Views
<urn:uuid:eaec5a6a-d41b-4475-872c-e83a36adcc16>
CC-MAIN-2019-13
http://www.prameyanews7.com/akshay-kumar-reply-on-pm-narendra-modi-tweet-lok-sabha-election/
2019-03-19T23:28:31Z
s3://commoncrawl/crawl-data/CC-MAIN-2019-13/segments/1552912202161.73/warc/CC-MAIN-20190319224005-20190320010005-00076.warc.gz
ory
0.999824
Orya
5
{"ory_Orya_score": 0.9998242259025574}
ଓଡ଼ିଶାଲାଇଭ୍ ବ୍ୟୁରୋ କଦଳୀ ସେକ୍ ଶରୀର ପାଇଁ ଯେତିକି ହିତ ହୋଇଥାଏ, ପାଟିକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ଲାଗିଥାଏ। ଆବଶ୍ୟକୀୟ ସାମଗ୍ରୀ – ୬ଟି କଦଳୀ, ୫୦୦ଗ୍ରାମ୍ କଞ୍ଚାକ୍ଷୀର, ୩ଚାମଚ ଚିନି, ଆଇସ୍କ୍ରିମ୍, ଚକ୍ଲେଟ୍ ସେରମ୍, କିଛି ବରଫ ଖଣ୍ଡ ଓ କାଜୁ । ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମିକ୍ସର ଜାର୍ରେ ୫୦୦ଗ୍ରାମ୍ ଥଣ୍ଡାକ୍ଷୀର, କଦଳୀ ଓ ବରଫ ଖଣ୍ଡକୁ ନେଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ସେଥିରେ କାଜୁ ଓ ୩ଚାମଚ ଚିନିକୁ ମିଶାନ୍ତୁ। ଏହାକୁ ପାଖାପାଖି ୧ରୁ ୨ମିନିଟ୍ ପର୍ଯ୍ୟନ୍ତ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏହାକୁ ଗୋଟିଏ କାଚ ଗ୍ଲାସ୍ରେ ଢ଼ାଳି ଉପରେ ଆଇସ୍କ୍ରିମ୍ ରଖି ଚକଲେଟ୍ ସେରମ୍ରେ ସଜାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର କୁଲ୍ କୁଲ୍ କଦଳୀ ସେକ୍।
<urn:uuid:97064e48-e5a3-4295-a7d3-503bb029196b>
CC-MAIN-2019-13
https://odisha.live/2018/10/10/how-to-make-tasty-banana-shake-at-home/
2019-03-21T03:20:22Z
s3://commoncrawl/crawl-data/CC-MAIN-2019-13/segments/1552912202484.31/warc/CC-MAIN-20190321030925-20190321052925-00236.warc.gz
ory
1
Orya
4
{"ory_Orya_score": 0.9999997615814209}
ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ବାଲିପାଟଣାର ବିଶ୍ୱନାଥପୁରରେ ଟୁମ୍ପୁଲୁ ଟୁମ୍ପା ୨୦୧୮ ଆୟୋଜିତ ହୋଇଥିଲା। ଏଥିରେ ଶିଶୁ ଚିତ୍ରକଳା ପ୍ରତିଯୋଗିତା କୁନି ଚିତ୍ରକରର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବାଲିପାଟଣା, ବାଲିଅନ୍ତା ଓ ନିମାପଡ଼ା ବ୍ଲକ୍ର ପାଖାପାଖି ତିନିଶହ କୁନି ଚିତ୍ରକର ସାମିଲ ହୋଇଥିଲେ। ଏଥିରେ ସମୁଦାୟ ୧୫ ଜଣ ପିଲାଙ୍କୁ 'କୁନି ଚିତ୍ରକର' ପୁରସ୍କାର ଦିଆଯାଇଥିଲା। ଅନ୍ୟପକ୍ଷରେ ଏଥିସହ ପ୍ରଥମଥର ପାଇଁ 'ନୋ ଇୟୋର୍ ରେପ୍ଟାଇଲ୍ସ'ର ଆୟୋଜନ ମଧ୍ୟ କରାଯାଇଥିଲା। ଯେଉଁଥିରେ ସ୍କୁବା ଡାଇଭର, ରେପ୍ଟାଇଲ୍ ଓ ଆନିମଲ୍ ରେସ୍କକୁୟର ଶୁଭେନ୍ଦୁ ସ୍ୱାଇଁ ଯୋଗଦେଇ ପିଲାମାନଙ୍କୁ ବିଭିନ୍ନ ପ୍ରକାର ସାପଙ୍କ ଫଟୋ ଦେଖାଇବା ସହ ସାପଙ୍କ ବିଷୟରେ ଜଣାଇଥିଲେ। ଏହାପରେ ଷ୍ଟୋରୀ ଟେଲିଙ୍ଗ ସେସନ୍ ହୋଇଥିଲା। ଯେଉଁଥିରେ ବକୁଳ ଫାଉଣ୍ଡେସନ୍ର ସଦସ୍ୟ ସୌଭାଗ୍ୟ ଓ ଷ୍ଟୋରୀ ଟେଲର୍ ତଥା ସମାଜସେବୀ ସମ୍ପଦ ମହାପାତ୍ର ପିଲାମାନଙ୍କୁ ଶିକ୍ଷଣୀୟ କାହାଣୀ କହିଥିଲେ। ରେପ୍ଟାଇଲ୍ ଓ ଆନିମଲ୍ ରେସ୍କକୁୟର ଶୁଭେନ୍ଦୁ ସ୍ୱାଇଁ, ବିଶ୍ୱନାଥପୂର ପୋଷ୍ଟ ଅଫିସର ଗୋବିନ୍ଦ୍ର ଚନ୍ଦ୍ର ମହାରଣା ଓ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀଙ୍କୁ ଟୁମ୍ପୁଲା ଟୁମ୍ପା ୨୦୧୭ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ଚଣାହାଟ୍ଟ ହାଇସ୍କୁଲର ଦଶମ ଶ୍ରେଣୀରେ ସବୁଠୁ ଅଧିକ ନମ୍ବର ରଖିଥିବା ଅଭିଶେକ ପାତ୍ରଙ୍କୁ କାହ୍ନୁ ଚରଣ ପରିଡ଼ା ସ୍ମୃତି ସମ୍ମାନରେ ୫ ହଜାର ଟଙ୍କା ଚେକ୍ ସହ ଟ୍ରଫି ଓ ସାର୍ଟିଫିକେଟ୍ ଦିଆଯାଇଥିଲା। ଦୀର୍ଘ ସାତବର୍ଷ ହେଲା ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ସ୍କୁଲ ପିଲାମାନଙ୍କୁ ପାଇଁ ଭୁବନେଶ୍ୱରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦୀର୍ଘ ତିନିବର୍ଷ ଧରି ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ, ବକୁଳ ଫାଉଣ୍ଡେସନ୍ ଓ ଏନିଗ୍ ମାଟିକ୍ ଇଣ୍ଡିଆ ସାମିଲ ହୋଇଛନ୍ତି। ଚଳିତବର୍ଷ ଟୁମ୍ପୁଲୁ ଟୁମ୍ପା କାର୍ଯ୍ୟକ୍ରମରେ ନିମାପଡ଼ା ମାନସିକ ଅନଗ୍ରସର ବିଦ୍ୟାଳୟର ୧୦୦ରୁ ଅଧିକ ଦୃଷ୍ଟିହୀନ ମୁକ ବଧିର ପିଲା ଯୋଗ ଦେଇଥିଲେ। ସେମାନଙ୍କୁ ଏନିଗ୍ ମାଟିକ୍ ଇଣ୍ଡିଆ ପକ୍ଷରୁ ଚପଲ ବଣ୍ଟାଯାଇଥିଲା। ଆଗକୁ ପିଲାମାନଙ୍କ ପାଇଁ ବହି ମେଳାର ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସୌମ୍ୟ ମେମୋରିଆଲ ଟ୍ରଷ୍ଟର ଚେୟାରମ୍ୟାନ୍ ଭବାନୀ ପ୍ରସାଦ ମହାନ୍ତି।
<urn:uuid:7d16ec18-693d-4bdb-a0c6-f32362b3f1b5>
CC-MAIN-2019-13
https://odisha.live/2018/11/24/tumpulu-tumpa-2018/
2019-03-21T03:34:35Z
s3://commoncrawl/crawl-data/CC-MAIN-2019-13/segments/1552912202484.31/warc/CC-MAIN-20190321030925-20190321052925-00236.warc.gz
ory
1
Orya
4
{"ory_Orya_score": 0.9999998807907104}
କମେଡିର ଡବଲ ତଡକା, 'ଚୁଚା' ସହିତ ନଜର ଆସିବେ ଗୋବିନ୍ଦା ବଲିଉଡର ଜବରଦସ୍ତ କମେଡି ଫିଲ୍ମ 'ଫୁକରେ' ଏବଂ 'ଫୁକରେ ରିଟନ୍ସ'ରେ 'ଚୁଚା' ଚରିତ୍ରରେ ଲୋକଙ୍କୁ ହସାଇ ହସାଇ ବେଦମ କରିଥିବା ଅଭିନେତା ବରୁଣ ଶର୍ମା ଏକ ନୂଆ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବ । ସବୁଠାରୁ ଖାସ କଥା ହେଉଛି ଏହି ଫିଲ୍ମରେ ତାଙ୍କର ନାମ ଆହୁର ବି ମଜାଦାର ରହିବ । ଖବର ଅନୁସାରେ ବରୁଣ ଖୁବ ଶୀଘ୍ର ଗୋବିନ୍ଦାଙ୍କ ସହିତ ଫିଲ୍ମ 'ଫ୍ରାଇଡେ'ରେ ନଜର ଆସିବେ । ନିକଟରେ ଏହି ଫିଲ୍ମରେ ପୋଷ୍ଟର ରିଲିଜ କରାଯାଇଛି । ଏହି ଫିଲ୍ମଟି ୧୧ ମେ'କୁ ରିଲିଜ ହେବ । — taran adarsh (@taran_adarsh) March 29, 2018 ଗୋବିନ୍ଦା ବରୁଣଙ୍କ ସହିତ ମିଶି କିଛି ନୂଆ କରିବା ପାଇଁ ଯାଉଛନ୍ତି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିବେ କାରଣ ଏହି ଦୁଇ ଅଭିନେତା କମେଡି ଦୁନିଆର ମହାରଥୀ । ଦୁଇ ଜଣ ଏକାଠି ଯେତେବେଳେ ହୋଇଛନ୍ତି ସେଥିରେ କମେଡି ତଡକା ତ ନିଶ୍ଚୟ ରହିବ । ଗୋବିନ୍ଦାଙ୍କର ନିକଟରେ ଦୁଇଟି ଫିଲ୍ମ ରିଲିଜ ହୋଇଥିଲା କିନ୍ତୁ ତାହା ବକ୍ସ ଅଫିସରେ ଚାଲିପାରିଲା ନାହିଁ । ତେବେ ଦେଖିବାକୁ ବାକି ରହିଲା ଏହା ଦର୍ଶକଙ୍କ ହୃଦୟକୁ ଛୁଇଁ ପାରୁଛି କି ନାହିଁ । ଏହା ବ୍ୟତିତ ବରୁଣ ଫିଲ୍ମ 'ଅର୍ଜୁନ ପଟିୟାଲା'ରେ ସେକେଣ୍ଡ ଲିଡରେ ନଜର ଆସିବେ । ବରୁଣଙ୍କ ସହିତ କ୍ରିତି ସେନନ ଏବଂ ଦିଲଜିତ ଦୋସାଂଝାଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।
<urn:uuid:419e074d-1b5b-4de9-9805-1fbbb46b23af>
CC-MAIN-2019-13
http://lifestyle.kanaknews.com/varun-sharma-chucha-will-be-in-fryday-with-govinda-fukrey-returns/
2019-03-26T00:40:07Z
s3://commoncrawl/crawl-data/CC-MAIN-2019-13/segments/1552912204736.6/warc/CC-MAIN-20190325234449-20190326020449-00316.warc.gz
ory
0.999982
Orya
9
{"ory_Orya_score": 0.999982476234436}
ବିବାହ ପାଇଁ ପରିବାର ଲୋକେ ମନା କରିବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମୀଯୁଗଳ,ତା' ପରେ ଅସମ୍ଭବ ହୋଇଗଲା ସମ୍ଭବ ! ନୂଆଦିଲ୍ଲୀ : ଆଜି ଦେଶ ଅନେକ କ୍ଷେତ୍ରରେ ଉନ୍ନତି କରୁଥିବା ବେଳେ ପ୍ରେମ ବିବାହକୁ ନେଇ ଆଜି ବି ପରିବାର ତରଫରୁ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳୁଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ହିସାର ଜିଲ୍ଲାରେ । ହିସାର ଜିଲ୍ଲାରେ ପ୍ରେମୀଯୁଗଳଙ୍କ ବିବାହ କରାଇବା ପାଇଁ ପରିବାର ଲୋକ ରାଜି ନ ହେବାରୁ ଉଭୟ ପ୍ରେମିକ ଏବଂ ପ୍ରେମିକା ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ଜଣଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ପରିବାର ଲୋକଙ୍କ ମନ ପରିବର୍ତ୍ତନ ହୋଇଥିଲା, ଯାହା ପରେ ଦୁହିଁଙ୍କ ବିବାହ ଆଇସିୟୁ ଭିତରେ ହିଁ କରାଯାଇଥିଲା । ସୂଚନା ମୁତାବକ,ପୀରନଓ୍ଵାଲି ଗ୍ରାମର ଗୁରମୁଖ୍ ସିଂ ଏବଂ ବିଦ୍ୟୁତ୍ ନଗରର କୁସୁମ ସାଙ୍ଗ ହୋଇ ଗୋଟିଏ କଲେଜରେ ପଢ଼ୁଥିଲେ । ପଢ଼ିବା ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏବଂ ପରେ ଭଲ ପାଇବା ହୋଇ ଯାଇଥିଲା । ଏ ବିଷୟରେ ଉଭୟଙ୍କ ପରିବାର ଲୋକଙ୍କୁ ସୂଚନା ମିଳିବା ଦୁହିଁଙ୍କ ପରିବାର ଲୋକେ ବିବାହ କରିବା ପାଇଁ ମନା କରି ଦେଇଥିଲେ । ପରିବାର ଲୋକ ଅରାଜି ହେବାରୁ ଦୁହେଁ ସାଇବର କେଫେରେ ଦେଖା ହୋଇ କୀଟନାଶକ ଖାଇ ଦେଇଥିଲେ । କୀଟନାଶକ ଖାଇ ଗୁରମୁଖ୍ ଘରକୁ ଫୋନ କରି ଆମେ ଦୁହେଁ ବିଷ ଖାଇ ଦେଇଛୁ ବୋଲି ଜଣାଇଥିଲେ । ଏହି ଖବର ପାଇ ଗୁରମୁଖ୍ଙ୍କ ପରିବାର ଲୋକ ତୁରନ୍ତ ସାଇବର କେଫେରେ ପହଞ୍ଚି ଦୁଇ ଜଣଙ୍କୁ ଡ଼ାକ୍ତରଖାନା ନେଇଥିଲେ । ସେଠାରେ ଚିକିତ୍ସା ଚାଲୁଥିବା ସମୟରେ ପରିବାର ଲୋକଙ୍କ ମନ ପରିବର୍ତ୍ତନ ହେବାରୁ ଆଇସିୟୁରେ ହିଁ ଦୁହିଁଙ୍କ ବିବାହ କରାଯାଇଥିଲା ।
<urn:uuid:247035fa-0881-44a7-a849-9c40f9ce4e54>
CC-MAIN-2019-13
http://sambad.in/india-and-beyond/haryana-couple-took-poison-on-refusal-of-love-got-married-in-icu-of-hospital-186359/
2019-03-26T00:57:31Z
s3://commoncrawl/crawl-data/CC-MAIN-2019-13/segments/1552912204736.6/warc/CC-MAIN-20190325234449-20190326020449-00316.warc.gz
ory
1.000008
Orya
4
{"ory_Orya_score": 1.000008463859558}
ଭଦ୍ରକ : ଗତ ତିନି ଦିନର ଲଘୁଚାପ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ସବୁଆଡ଼େ ଜଳମୟ ହୋଇଯାଇଛି। ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ସମେତ ଗେଙ୍ଗୁଟି, କୋଚିଳା, ରେବ କପାଳି, ସରୁସାଗର ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଶେଷ କରି ଆଖୁଆପଦାଠାରେ ବୈତରଣୀ ନଦୀ ବିପଦସଂକେତ ଉପରେ ପ୍ରବାହିତ ହେଉଥିବାରୁ ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ଆଦି ବ୍ଲକ୍ରେ ପୁଣିଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ହୋଇଥିବାବେଳେ ଆଜି ସଂଧ୍ୟା ସୁଦ୍ଧା ଜଳସ୍ତର ୧୭.୯୪ମିଟର ଉପରେ ପ୍ରବାହିତ ହୋଇଛି। ଏହାଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ନଦୀ କୂଳିଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ଭଦ୍ରକରେ ସାଳନ୍ଦୀ ନଦୀ ମଧ୍ୟ ଉଛୁଳିଛି। ଆଜି ସାଳନ୍ଦୀର ହଦଗଡ଼ଠାରେ ଜଳ ନିଷ୍କାସନ ପାଇଁ ୩ଟି ଗେଟ୍ ଖୋଲା ହୋଇଥିବାବେଳେ ସଂଧ୍ୟା ସୁଦ୍ଧା ଜଳସ୍ତର ୧୪.୫୦ ମିଟର ଉପରେ ପ୍ରବାହିତ ହେଉଛି। ତେବେ ଏବେ ବି ଏହା ବିପଦ ସଙ୍କେତ ତଳେ ରହିଛି। ସାଳନ୍ଦୀ ନଦୀ କୂଳ ଲଂଘିବାରୁ ଭଦ୍ରକ ସହର ସମେତ ତିହିଡ଼ି, ଚାନ୍ଦବାଲି ବ୍ଲକରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସୂଚନା ଅନୁଯାୟୀ ବୈତରଣୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀର ବନ୍ୟା ଜଳ ପଶି ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ଅନେକ ପଞ୍ଚାୟତ ଜଳମଗ୍ନ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁଁ ନଦୀକୂଳିଆ ଗାଁ ଲୋକ ଆତଙ୍କିତ ହୋଇଛନ୍ତି। ସେମାନଙ୍କ ଚାଷ ଜମିରେ ବନ୍ୟା ଜଳରେ ବୁଡ଼ି ଯାଇଥିବାବେଳେ ପନିପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ନଦବୀନ୍ଧ ଭାଙ୍ଗି ଗାଁରେ ପାଣି ପଶିଲେ ଲୋକଙ୍କୁ ଉଦ୍ଧାର ଓ ରିଲିଫ୍ କାଯ୍ୟର୍ ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସମ୍ବାଦକୁ କହିଛନ୍ତି। ଯାଜପୁର ଜଳବନ୍ଦୀ ଯାଜପୁର/ଦଶରଥପୁର/ବିଂଝାରପୁର : ଲଗାଣ ବର୍ଷା ଯୋଗୁଁ ଯାଜପୁର ସ୍ଥିତି ବିଗିଡି ଯାଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀ ଓ ଶାଖା ନଦୀ ଫୁଲିବାରେ ଲାଗିଛି। ଆଖୁଆପଦାଠାରେ ବୈତରଣୀ ଏବଂ ଦଶରଥପୁରଠାରେ କାଣୀ ନଦୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ସେପଟେ କାନ୍ଥ ପଡ଼ି ବିଂଝାରପୁର ବ୍ଲକ ବାଙ୍ଗରା ଗ୍ରାମର କାଳୀ ଆରୁଖ ଏବଂ ପାଣିରେ ବୁଡ଼ି ବଡ଼ଚଣା କନ୍ଦମପାଳ ଗ୍ରାମର ପୀତେଇ ପ୍ରଧାନ(୮୫)ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ହଜାର ହଜାର ହେକ୍ଟର ଜମି ଜଳମଗ୍ନ ରହିଥିବା ବେଳେ କମ୍ ଦିନିଆ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ପ୍ରଚୁର ପରିମାଣର ପରିବା ଚାଷ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ବିଶେଷ କରି ଜିଲ୍ଲାର ଦଶରଥପୁର, ବରୀ, ରସୁଲପୁର, ବଡ଼ଚଣା, କୋରେଇ ଆଦି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ, କାଣୀ ଓ ଖରସ୍ରୋତା ନଦୀର ବନ୍ୟା ଜଳ ଆସିବାରୁ ଜିଲ୍ଲାରେ ତଳିଆ ଅଞ୍ଚଳବାସୀ ନାହିଁ ନଥିବା ଦୁର୍ଦଶାର ଶିକାର ହୋଇଛନ୍ତି। ଦଶରଥପୁରର ତଳିଆ ଅଞ୍ଚଳ ଜଳମଗ୍ନ ରହିଥିବା ବେଳେ ଅନେକ ଘର ଭାଙ୍ଗି ଯାଇଛି। ସେହିପରି ବଡ଼ଚଣା ବ୍ଲକରେ କେତେକଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି।
<urn:uuid:ff086600-820f-4a9c-90db-d39d411193ca>
CC-MAIN-2019-13
http://sambad.in/state/baitarani-river-cross-denger-marks-207989/
2019-03-26T00:17:54Z
s3://commoncrawl/crawl-data/CC-MAIN-2019-13/segments/1552912204736.6/warc/CC-MAIN-20190325234449-20190326020449-00316.warc.gz
ory
0.999787
Orya
3
{"ory_Orya_score": 0.9997873902320862}
ନବରଙ୍ଗପୁର : ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ନବରଙ୍ଗପୁର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିଲା। ତେବେ ବନ୍ଦ ପାଳନ ନେଇ ପୂର୍ବରୁ ହିଁ ସୂଚନା ଦିଆଯାଇଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲା ରହିଥିଲା। କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଅଳ୍ପ କିଛି ଜଣ କର୍ମଚାରୀ ଭିତରେ ବସି କାମ କରୁଥିଲେ। ଏନେଇ ସୂଚନା ପାଇବା ପରେ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହାପରେ ମୁଖ୍ୟ ଫାଟକକୁ ଧକ୍କା ଦେଇ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶି ଯାଇଥିଲେ। ସେହିପରି ଜିଲ୍ଲାପାଳଙ୍କ କୋଠରିର କବାଟକୁ ଧକ୍କା ଦେବାରୁ ତାହା ଖୋଲି ଯାଇଥିଲା। ସେତେବେଳକୁ ଏଡିଏମ ପରୀକ୍ଷିତ ସେଠୀଙ୍କ ସମେତ କିଛି କର୍ମଚାରୀ କାର୍ଯ୍ୟାଳୟ ଭିତରେ ରହିଥିଲେ। କାର୍ଯ୍ୟାଳୟକୁ ବନ୍ଦ କରି ଚାଲି ଯିବାକୁ କହିବାରୁ ଅଧିକାରୀ ଏବଂ କର୍ମଚାରୀ ବାହାରକୁ ଚାଲି ଆସିଥିଲେ। ନବରଙ୍ଗପୁର ସହରରେ ସକାଳ ୭ଟାରୁ କଂଗ୍ରେସ କର୍ମୀ ରାସ୍ତା ଉପରେ ଟାୟର ଜାଳି ରାସ୍ତାରୋକ କରିଥିଲେ। ଅପରାହ୍ନ ୪ଟା ବେଳକୁ ଦୋକାନ ବଜାର ଖୋଲିବା ସହ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।
<urn:uuid:a220187f-2295-4987-8583-af139931d950>
CC-MAIN-2019-13
http://sambad.in/state/congress-workers-protest-in-nabarangapur-collectors-office-210342/
2019-03-26T00:18:14Z
s3://commoncrawl/crawl-data/CC-MAIN-2019-13/segments/1552912204736.6/warc/CC-MAIN-20190325234449-20190326020449-00316.warc.gz
ory
0.999982
Orya
3
{"ory_Orya_score": 0.9999818801879883}
ରାଜଧାନୀର ଗଳିକନ୍ଦି, ସାହି, ବସ୍ତିରେ ପ୍ଲେ' ସ୍କୁଲ ! ମନଇଚ୍ଛା ଆଦାୟ ହେଉଛି ମୋଟା ଅଙ୍କର ଫି' କନକ ବ୍ୟୁରୋ : ରାଜଧାନୀରେ ଛତୁ ଫୁଟିଲା ପରି ଖୋଲୁଛି ଘରୋଇ ପ୍ଲେ' ସ୍କୁଲ । ପିଲାଙ୍କ ନାମଲେଖା ହେଉଛି । ପାଠପଢ଼ା ବି ଚାଲୁଛି । ଖେଳକୁଦ ଶିଖାଯାଉଛି । ହେଲେ ପ୍ଲେ' ସ୍କୁଲଗୁଡ଼ିକରେ କିଭଳି ଶିକ୍ଷା ଓ ତାଲିମ୍ ଦିଆଯାଉଛି, ସେଗୁଡ଼ିକର ତଦାରଖ ହେଉନି କି ଯାଞ୍ଚ କରାଯାଉନାହିଁ । ସବୁ କିଛି କେବଳ କାଗଜକଲମରେ ଅଟକି ରହିଛି । ୨୦୧୭ରୁ କେନ୍ଦ୍ର ସରକାର ପ୍ଲେ' ସ୍କୁଲ ପରିଚାଳନା ପାଇଁ ଗାଇଡ୍ଲାଇନ୍ ଜାରି କରି ସାରିଛନ୍ତି । ସେହି ଆଧାରରେ ରାଜ୍ୟ ସରକାରଙ୍କୁ ଗାଇଡ୍ଲାଇନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି । ହେଲେ ଏଥିପ୍ରତି କାହାର ଧ୍ୟାନ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ୍ ଓ ଚିଠି ପରେ ବି ପ୍ଲେ' ସ୍କୁଲ ଉପରେ ଲଗାମ ଲଗା ଯାଇପାରୁନି । ମନଇଚ୍ଛା ଖୋଲି ଚାଲିଛି ପ୍ଲେ' ସ୍କୁଲ । ସହରର ଗଳିକନ୍ଦି, ସାହି, ବସ୍ତିରେ ସରକାରୀ ପ୍ଲେ' ସ୍କୁଲ(ଅଙ୍ଗନବାଡ଼ି) ଚାଲୁ ରହିଛି । ସେଗୁଡ଼ିକର ଭିତ୍ତିଭୂମି ଭଲ ନଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପ୍ରାଥମିକ ଶିକ୍ଷା ପାଇଁ ଘରୋଇ ପ୍ଲେ-ସ୍କୁଲ ଉପରେ ନିର୍ଭର କରୁଛନ୍ତି । ଆଉ ଏହାର ଫାଇଦା ନେଇ ସହରରେ ମାଳମାଳ ଘରୋଇ ପ୍ଲେ' ସ୍କୁଲ ଖୋଲୁଛି । କେଉଁଠି ଭଡ଼ା ଘରେ ପ୍ଲେ' ସ୍କୁଲ ଖୋଲାଯାଉଛି ତ ଆଉ କେଉଁଠି ଦୁଇ ମହଲା ଉପରେ ଚାଲୁଛି । କୋଠରିଗୁଡ଼ିକ ଛୋଟ ହେଉ ଅଥବା କୋଠା ଭଲ ନ ଥାଉ, ସେଥିପ୍ରତି ସ୍କୁଲ ପରିଚାଳକ ତଥା ମାଲିକଙ୍କ କିଛି ଯାଏଆସେ ନାହିଁ । ଅର୍ଥ ରୋଜଗାର ଲାଳସାରେ ସେମାନେ ପିଲାଙ୍କ ଜୀବନକୁ ବାଜି ଲଗାଉଛନ୍ତି । ପିଲାଙ୍କ ପ୍ରାଥମିକ ଶିକ୍ଷା ପ୍ରତି ସେତେଟା ଗୁରୁତ୍ବ ଦେଉନାହାନ୍ତି । ନାମକରା ପ୍ଲେ' ସ୍କୁଲରେ ବି ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନଥିବା ବିଭିନ୍ନ ସମୟରେ ଅଭିଭାବକମାନେ ଅଭିଯୋଗ କରୁଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ଭୁବନେଶ୍ବରରେ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଘରୋଇ ପ୍ଲେ' ସ୍କୁଲରେ ନାମ ଲେଖାଉଛନ୍ତି । ନାମଲେଖା ବାବଦରେ ମୋଟା ଅଙ୍କର ଅର୍ଥ ବି ନେଉଛନ୍ତି ଘରୋଇ ସ୍କୁଲ କର୍ତୃପକ୍ଷ । କେଉଁଠି ନାମଲେଖା ଫି' ବାବଦରେ ୧୦ ହଜାର ନିଆଯାଉଛି ତ ଆଉ କେଉଁଠି ୩୦ ହଜାର ଟପି ଯାଉଛି । ମାସକୁ ମାସ ମଧ୍ୟ ଏକ ହଜାରରୁ ଆରମ୍ଭ କରି ୪ ହଜାର ଟଙ୍କା ପର୍ଯ୍ୟନ୍ତ ଫି' ନିଆଯାଉଛି। ଏ ପର୍ଯ୍ୟନ୍ତ ଫି' ଷ୍ଟ୍ରକଚର୍ କିଛି କରାଯାଇ ନାହିଁ । ଯାହାର ଭରପୂର ଫାଇଦା ନେଉଛନ୍ତି ସ୍କୁଲ ମାଲିକ । ସବୁଠାରୁ ବଡ଼ କଥା ହେଉଛି ଯେ ଭୁବନେଶ୍ବରରେ କେତେ ଘରୋଇ ପ୍ଲେ-ସ୍କୁଲ ରହିଛି ତାହାର ତଥ୍ୟ କାହା ପାଖରେ ନାହିଁ । ଦୁଇ ଦିନ ତଳେ ଆସର୍ ପକ୍ଷରୁ ପ୍ରକାଶିତ ତଥ୍ୟରେ ଦେଖିବାକୁ ମିଳିଛି ଯେ ୪ ବର୍ଷ ବୟସର ରାଜ୍ୟର ୫୫.୫ ପ୍ରତିଶତ ପିଲା ଅଙ୍ଗନବାଡ଼ିରେ ପଢ଼ୁଛନ୍ତି । ଏହି ବୟସର ୭.୧ ପ୍ରତିଶତ ପିଲା ଘରୋଇ ପ୍ଲେ' ସ୍କୁଲରେ ପଢ଼ୁଛନ୍ତି । ସେହିପରି ୫ ବର୍ଷ ବୟସର ୭.୮ପ୍ରତିଶତ ପିଲା ଘରୋଇ ପ୍ଲେ' ସ୍କୁଲ ଯାଉଛନ୍ତି । ଏଲ୍କେଜି ଓ ୟୁକେଜି ଶ୍ରେଣୀରେ ନାମ ଲେଖାଉଛନ୍ତି । ଗତ ୫ ବର୍ଷ ତଳେ ଘରୋଇ ପ୍ଲେ' ସ୍କୁଲ ପ୍ରତି ଯେଉଁଭଳି ଡିମାଣ୍ଡ ରହିଥିଲା, ଏବେ ତାହା ବୃଦ୍ଧି ଘଟିଥିବା ଜଣାପଡ଼ିଛି । ପିଲାମାନଙ୍କ ଭବିଷ୍ୟତ ପାଇଁ ଅଭିଭାବକମାନେ ଘରୋଇ ପ୍ଲେ-ସ୍କୁଲକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରୁଛନ୍ତି । ଘରୋଇ ପ୍ଲେ-ସ୍କୁଲ ଉପରେ ଲଗାମ ଲଗାଇବା ପାଇଁ ୨୦୧୭-୧୮ ଶିକ୍ଷାବର୍ଷରେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ । ବିଶେଷଜ୍ଞ କମିଟି କରି ଗାଇଡ୍ଲାଇନ୍ ପାଇଁ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଥିଲେ । କ'ଣ ହେଲା କେଜାଣି, ଏ ପର୍ଯ୍ୟନ୍ତ ତାହା ଲାଗୁ ହୋଇପାରିଲା ନାହିଁ । ନାଲିଫିତା ତଳେ ରହିଯାଇଛି ଗାଇଡ୍ଲାଇନ୍ । ଡ୍ରାଫ୍ଟରେ କୁହାଯାଇଛି ଯେ ପ୍ଲେ' ସ୍କୁଲରେ ୩ ବର୍ଷରୁ କମ୍ ବୟସର ପିଲାଙ୍କ ନାମଲେଖା ହୋଇପାରିବ ନାହିଁ । ପ୍ରତି ୨୦ ଜଣ ପିଲାଙ୍କ ପାଇଁ ଜଣେ ଲେଖାଏ ଶିକ୍ଷକ ଓ କେୟାର ଟେକର ରହିବା ନିତାନ୍ତ ଜରୁରୀ । ଏଥିସହ ନାମଲେଖା ଶେଷ ହେବାର ଗୋଟିଏ ମାସ ମଧ୍ୟରେ ଅଭିଭାବକ-ଶିକ୍ଷକ କମିଟି ଗଠନ କରାଯିବ । ଏଥିରେ ୭୫ ପ୍ରତିଶତ ଅଭିଭାବକ ଓ ୨୫ ପ୍ରତିଶତ ଶିକ୍ଷକ ରହିବେ। ପ୍ରତି ମାସରେ ଅଭିଭାବକ-ଶିକ୍ଷକଙ୍କ ବୈଠକ ବସିବ । କୌଣସି ପ୍ଲେ' ସ୍କୁଲ ହଠାତ୍ ବନ୍ଦ ହେବ ନାହିଁ। ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ । ୨୦୧୮ ଜାନୁଆରି ମାସରେ ଏଭଳି ଡ୍ରାଫ୍ଟ ପ୍ରସ୍ତୁତ କରିଥିଲା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରି ନାହିଁ । ବିଭାଗୀୟ ମନ୍ତ୍ରୀ ଓ ସଚିବ ବାରମ୍ବାର କହୁଛନ୍ତି ଖୁବ୍ଶୀଘ୍ର ଗାଇଡ୍ଲାଇନ୍ ଜାରି ହେବ ।
<urn:uuid:a54cffed-9dd8-44ba-9d05-4a5862018d8a>
CC-MAIN-2019-13
http://kanaknews.com/play-school-in-odisha/
2019-03-26T18:48:29Z
s3://commoncrawl/crawl-data/CC-MAIN-2019-13/segments/1552912205600.75/warc/CC-MAIN-20190326180238-20190326202238-00295.warc.gz
ory
1.000001
Orya
2
{"ory_Orya_score": 1.000001311302185}
ଗାୟକ ମିକା ସିଂଙ୍କ ଘରୁ ଚୋରି,ପୋଲିସ ଥାନାରେ ମାମଲା ରୁଜୁ । ସିଙ୍ଗର ମିକା ସିଂଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନିକଟରେ ମିକା ସିଂଙ୍କ ଘରୁ ଚୋରି ହୋଇଛି । ଚୋର ୩ ଲକ୍ଷ ଟଙ୍କାର କଳାକନା ବୁଲାଇ ଦେଇଛି । ମିକା ମୁମ୍ବାଇର ଓସିବାରା ପୋଲିସ ଥାନାରେ ଏଫଆଇଆଇ ଦେଇଛନ୍ତି । ତାଙ୍କ ଘରୁ ଚୋର ୩ ଲକ୍ଷ ଟଙ୍କାର ଜିନିଷ ନେଇଯାଇଛି । ଯେଉଁଥିରେ ପ୍ରାୟ ୨ ଲକ୍ଷ ଟଙ୍କା ସୁନା ଗହଣା ସାମିଲ ଥିଲା । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛନ୍ତି । କିଛି ସମୟ ପୂର୍ବରୁ ମିକା ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲେ । ବାସ୍ତବରେ ମିକା ଦୁବାଇ ଯିବାକୁ ବାହାରିଥିଲେ । ଏହି କାରଣରୁ ଶୋ ଅଫ ପାଇଁ ସେ ଫ୍ଲାଇଟର ବିଜନେସକ୍ଲାସର ପୂରା କମ୍ପାର୍ଟବେଂଟ ବୁକ କରି ନେଇଥିଲେ । ଏହାପରେ ତାହାର ଭିଡ଼ିଓ କରିଥିଲେ । ଯେତେବେଳେ ଭିଡ଼ିଓ ସାମ୍ନାକୁ ଆସିଲା ଲୋକ ଟ୍ରୋଲ କରିବା ଆରମ୍ଭ କରିଦେଲେ । ଜଣେ ୟୁଜର ଲେଖିଥିଲେଯେ ଗୋଟିଏ ସିଟର ଟଙ୍କା କୌଣସି ଗରିବକୁ ଦେଇ ଦେଖନ୍ତୁ ଲାଇଫ ଫଷ୍ଟ କ୍ଲାସ ହୋଇଯିବ । ଟ୍ରୋଲ କରିବା ବ୍ୟକ୍ତିଙ୍କ ମଧ୍ୟରେ ସିଙ୍ଗର ସାନ ମଧ୍ୟ ଥିଲେ ।
<urn:uuid:4a6b9175-ac55-42cb-8178-ff6598afa2f7>
CC-MAIN-2019-13
http://lifestyle.kanaknews.com/3-lakhs-stealed-from-singer-mika-singh-home/
2019-03-23T17:04:33Z
s3://commoncrawl/crawl-data/CC-MAIN-2019-13/segments/1552912202889.30/warc/CC-MAIN-20190323161556-20190323183556-00437.warc.gz
ory
1.000007
Orya
10
{"ory_Orya_score": 1.000006914138794}
ଭୁବନେଶ୍ୱର: ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ପହଂଚିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦିଲୀପ ରାୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ବିଜେପି ଛାଡ଼ିଥିବା ଦିଲୀପ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ବିଷାରଦମାନେ ପୂର୍ବାନୁମାନ କରୁଛନ୍ତି। ସୂତ୍ର ଅନୁସାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଦିଲୀପ ରାୟଙ୍କ ରୁଦ୍ଧଦ୍ବାର ବୈଠକ ଚାଲିଛି। ଦୀର୍ଘ ୧୭ ବର୍ଷ ପରେ ଦିଲ୍ଲୀପ ପୁଣିଥରେ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ଦିଲ୍ଲୀପ ବିଜେଡିରେ ସାମିଲ ହେବେ ବୋଲି ବେଶ କିଛି ଦିନ ହେବ ଚର୍ଚ୍ଚା ହେଉଛି । ଗତ ନଭେମ୍ବର ୩୦ରେ ଉଭୟ ଦିଲ୍ଲୀପ ଓ ବିଜୟ ବିଜେପିରୁ ଇସ୍ତଫା ଦେଇଥିଲେ । ସେବେଠାରୁ ଚର୍ଚ୍ଚା ହେଉଥିଲା ଏହି ଦୁଇ ବରିଷ୍ଠ ନେତା ବିଜେଡିକୁ .ଫେରି ପାରନ୍ତି । ଆଉ ଏସବୁ ଭିତରେ ଦୀର୍ଘ ଦିନ ପରେ ପୁଣି ଥରେ ନବୀନ ନିବାସ ମୁହାଁ ହୋଇଛନ୍ତି ଦିଲ୍ଲୀପ । କୁହାଯାଉଛି ଦିଲ୍ଲୀପଙ୍କୁ ଦଳରେ ସାମିଲ କରି ତାଙ୍କୁ କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ବିରୋଧରେ ପ୍ରାର୍ଥୀ କରିବାକୁ ବିଜେଡି ଯୋଜନା କରୁଛି । ଯେହେତୁ କେନ୍ଦ୍ରାପଡା ବିଜୁବାବୁଙ୍କ କର୍ମସ୍ଥଳୀ ରହିଥିଲା ତେଣୁ ଦିଲ୍ଲୀପଙ୍କୁ ପ୍ରାର୍ଥୀ କରି ଦଳ ଏଠାରେ ବିଜୟ ବାନା ଉଡାଇବାକୁ ଯୋଜନା କରୁଛି । ଏହାପୂର୍ବରୁ ୨୦୦୨ ମସିହାରେ ଦିଲ୍ଳୀପକୁ ଦଳରୁ ବହିଷ୍କାର କରିଥିଲା ବିଜେଡି । ତେବେ ଦିଲ୍ଲୀପ ଯଦି ବିଜେଡିରେ ଯୋଗ ଦିଅନ୍ତି ତେବେ ଅନ୍ୟତମ ହେଭିୱେଟ ନେତା ବିଜୟ ମହାପାତ୍ରଙ୍କ ଗତି କୁଆଡେ ତାହା ଏବେ ସବୁଠୁୂ ବଡ ପ୍ରଶ୍ନ । ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ବିଜେଡିର ବହୁ ବରିଷ୍ଠ ନେତା ଓ ଜିଲ୍ଲାର ବିଜେଡି କର୍ମକର୍ତ୍ତା ଦିଲୀପଙ୍କୁ ସାକ୍ଷାତ କରିଥିଲେ। ତେବେ ଦିଲୀପ କେଉଁ ଦିନ ବିଜେଡିରେ ମିଶିବେ ତାହା ସ୍ପଷ୍ଟ ହୋଇ ନ ଥିଲା। ଇତିମଧ୍ୟରେ ଦିଲୀପଙ୍କ ସମର୍ଥକମାନେ ରାଉରକେଲାରୁ ଭୁବନେଶ୍ବର ଆସି ପହଞ୍ଚିଛନ୍ତି।ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ତଥା ବରିଷ୍ଠ ବିଜେଡି ନେତା ଆନନ୍ଦ ମହାନ୍ତି ତାଙ୍କ ସମର୍ଥକମାନଙ୍କ ସହିତ ଦିଲୀପଙ୍କୁ ଭେଟି ଜିଲ୍ଲାର ସାମ୍ପ୍ରତିକ ବିଜେଡି ରାଜନୀତି ସମ୍ପର୍କରେ ଅବଗତ କରିଥିଲେ। ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରୁ ଯୁବନେତା ବେନେଡିକ୍ଟ ତିର୍କୀ ମଧ୍ୟ ଦିଲୀପଙ୍କୁ ସାକ୍ଷାତ କରି ଦଳକୁ ଆସିଲେ ବିଜେଡି ଆହୁରି ମଜବୁତ ହେବ ବୋଲି କହିଥିଲେ। ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ସଂଜୀବ ପ୍ରତାପ ସିଂଦେଓ (ଲାଲୁ) ମଧ୍ୟ ଦିଲୀପଙ୍କୁ ଭେଟିଥିଲେ। ସେହିପରି ଯୁବନେତା ପ୍ରକାଶ ପାଶୱାନ ମଧ୍ୟ ତାଙ୍କ ସହିତ ଆଲୋଚନା କରିଥିଲେ। ଅପରାହ୍ଣରେ ହକି ତାରକା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କୀ ମଧ୍ୟ ଯାଇ ଦିଲୀପଙ୍କୁ ଭେଟିଥିଲେ। ଏହାପୂର୍ବରୁ ନାରୀନେତ୍ରୀ ମିନତୀ ଦେବତା ଦିଲୀପଙ୍କୁ ସାକ୍ଷାତ କରି ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ବିଜେଡିରେ ତାଙ୍କର ଯୋଗଦାନ ଦଳକୁ ଶୃଙ୍ଖଳିତ ଏବଂ ମଜବୁତ କରି ନିର୍ବାଚନରେ ଦଳର ବିଜୟ ସମ୍ଭାବନାକୁ ସୁନିଶ୍ଚିତ କରିବ ବୋଲି କହିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ରରୁ ବିଜୁ ଜନତା ଦଳର ଟିକେଟ୍ ଆଶାୟୀମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ଦିଲୀପ ରାୟଙ୍କୁ ଭେଟି ନିଜ ସପକ୍ଷରେ ଲବି କରିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି, ଦିଲୀପଙ୍କ ପାଖରେ ସ୍ଥାନୀୟ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ସାରଦା ନାୟକଙ୍କର ଏକାଧିକ ବିରୋଧୀଙ୍କୁ ଦେଖିବାକୁ ମିଳିଥିଲା। ଦିଲୀପ ପୁଣି ବିଜେଡିକୁ ଆସୁଥିବା ପ୍ରଚାର ହେବାପରେ ରାଉରକେଲାରେ ସାରଦାଙ୍କ ବିରୋଧୀ ଶିବିର ଖୁସି ବ୍ୟକ୍ତ କରିଛନ୍ତି। ଏକଦା ସାରଦାଙ୍କ ଅତି ଘନିଷ୍ଠ ଥାଇ ପରେ ବିରୋଧୀ ହୋଇଥିବା ବିଜେଡ଼ିର ଆବାହକ ବିକାଶ ମାନସିଂହ ଆସନ୍ତାକାଲି ଏକ ବନ୍ଧୁମିଳନ ଆଳରେ ସାରଦାଙ୍କ ବିରୋଧୀଙ୍କୁ ଏକଜୁଟ୍ କରିବା ପାଇଁ ଉଦ୍ୟମ କରୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।
<urn:uuid:af7b2f9d-d21a-4b64-9daa-1f0450a78c35>
CC-MAIN-2019-13
http://sambad.in/politics/dilip-ray-reach-naveen-niwas-324115/
2019-03-23T16:51:59Z
s3://commoncrawl/crawl-data/CC-MAIN-2019-13/segments/1552912202889.30/warc/CC-MAIN-20190323161556-20190323183556-00437.warc.gz
ory
0.999968
Orya
2
{"ory_Orya_score": 0.999968409538269}
ସୟଦ ମୁସ୍ତାକ୍ ଅଲି ଟି-୨୦ରେ ଓଡ଼ିଶାର ପ୍ରଥମ ବିଜୟ କଟକ: ଚଳିତ ସୟଦ ମୁସ୍ତାକ୍ ଅଲି ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଗ୍ରୁପ୍-ଡି'ର ଏକ ମ୍ୟାଚ୍ରେ ଓଡ଼ିଶା କ୍ରିକେଟ୍ ଟିମ୍ ଦୁର୍ବଳ ମିଜୋରାମକୁ ୯ ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶା ୪ ପଏଣ୍ଟ ହାସଲ କରି ଖାତା ଖୋଲିଛି। ଏହା ପୂର୍ବରୁ ଓଡ଼ିଶା ତା'ର ପ୍ରଥମ ଦୁଇଟି ମ୍ୟାଚ୍ରେ ଯଥାକ୍ରମେ ଛତିଶଗଡ଼ ଓ ହରିୟାଣା ନିକଟରୁ ପରାସ୍ତ ହୋଇଥିଲା। ଆଜି ଅନୁଷ୍ଠିତ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମିଜୋରାମ ପୂରା ୨୦ ଓଭର ଖେଳିପାରି ନଥିଲା। ଓଡ଼ିଶା ବୋଲରଙ୍କ ଦମ୍ଦାର ବୋଲିଂ ଆଗରେ ଭ୍ରମଣକାରୀ ଦଳ ୧୯.୧ ଓଭରରେ ମାତ୍ର ୯୧ ରନ୍ରେ ସୀମିତ ରହିଯାଇଥିଲା। ଏହି ଛୋଟିଆ ଲକ୍ଷ୍ୟକୁ ଓଡ଼ିଶା ୧୨.୫ ଓଭରରେ ମାତ୍ର ୧ ୱିକେଟ୍ ହରାଇ ହାସଲ କରିନେଇଥିଲା। ଓଡ଼ିଶା ତା'ର ଇନିଂସ୍ର ଦ୍ୱିତୀୟ ବଲରେ ହିଁ ଓପନର ସ୍ୱସ୍ତିକ ସାମଲ (୦)ଙ୍କୁ ହରାଇଥିଲା। କିନ୍ତୁ ଅନ୍ୟତମ ଓପନର ରାଜେଶ ଧୂପର ଓ ସନ୍ଦୀପ ପଟ୍ଟନାୟକ ଘରୋଇ ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ। ଦୁହେଁ ୨ୟ ୱିକେଟ୍ ପାଇଁ ଅପରାଜିତ ୯୫ ରନ୍ ଯୋଡ଼ି ଓଡ଼ିଶାକୁ ସହଜ ବିଜୟ ଦେଇଥିଲେ। ରାଜେଶ ୩୬ ବଲର ସାମ୍ନା କରି ୫ ଚୌକା ଦ୍ୱାରା ୩୬ ଓ ସନ୍ଦୀପ ୩୯ ବଲ୍ରେ ୮ ଚୌକା ଓ ୧ ଛକା ବଳରେ ୫୪ ରନ୍ କରିଥିଲେ। ମିଜୋରାମର ଏକମାତ୍ର ୱିକେଟ୍ ସିନାନ୍ ନେଇଥିଲେ। ଏହା ପୂର୍ବର ଟସ୍ ହାରିବା ଓଡ଼ିଶା ପାଇଁ ସଫଳ ସାବ୍ୟସ୍ତ ହୋଇଥିଲା। ଓଡ଼ିଶାର ଦୁଇ ଷ୍ଟ୍ରାଇକ ବୋଲର ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଥମରୁ ନିୟନ୍ତ୍ରଣରେ ବୋଲିଂ କରିଥିଲେ। ସେହିପରି ମଧ୍ୟଭାଗରେ ପପ୍ପୁ ରୟ ମଧ୍ୟ ନିଜର ସ୍ପିନ୍ ଯାଦୁରେ ମିଜୋରାମ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥିଲେ। ମିଜୋରାମ ପକ୍ଷରୁ ଅଧିନାୟକ ତରୁୱର କୋହଲି (୩୭) ଓ ସିନାନ୍ (୧୭)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ଓଡ଼ିଶାର ସଫଳ ବୋଲର ଭାବେ ପପ୍ପୁ ନିଜର ୪ ଓଭର କୋଟାରେ ୮ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜେଶ ୧୨ ରନ୍ ଦେଇ ୨ଟି, ସୂର୍ଯ୍ୟକାନ୍ତ, ଦେବବ୍ରତ ପ୍ରଧାନ ଓ ବିପ୍ଳବ ସାମନ୍ତରାୟ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଆସନ୍ତାକାଲି ଓଡ଼ିଶା ତା'ର ଚତୁର୍ଥ ମୁକାବିଲାରେ ଅରୁଣାଚଳ ପ୍ରଦେଶକୁ ଭେଟିବ। ଏହି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।
<urn:uuid:a4150159-0a77-4e50-b56b-3f6abb1d81bb>
CC-MAIN-2019-13
https://odishareporter.in/sports/odisha-wins-its-first-match-in-sayad-mustaq-alli-t20-344191
2019-03-24T11:32:12Z
s3://commoncrawl/crawl-data/CC-MAIN-2019-13/segments/1552912203438.69/warc/CC-MAIN-20190324103739-20190324125739-00419.warc.gz
ory
0.999999
Orya
3
{"ory_Orya_score": 0.9999985694885254}
ଭୁବନେଶ୍ୱର: ହେଲୋ… ହେଲୋ.. ଭୁବନେଶ୍ୱର ଏୟାରପୋର୍ଟ…। ମୁଁ ପରିଡ଼ା କହୁଛି। ଘର ଖଣ୍ଡଗିରିରେ। ଲୋକାଲ ଟୋକା। ମୋ ଘର ଛାତ ଉପର ଦେଇ ଡେଲି ଫ୍ଲାଇଟ୍ ଯାଉଛି। ମୋର ଗୋଟେ ଗଞ୍ଜେଇ ଅଖା ବମ୍ବେ ପଠାଇ ଦେବ। ଖାଲି ଗଞ୍ଜେଇ କାହିଁକି ଡ୍ରଗ୍ସ ବି ପଠେଇବି। କେମିତି ପାର୍ସଲ କରିବ, କେମିତି ପଠାଇବ, କେମିତି ଟିକଟ୍ କରିବ ସେ କଥା ତୁମେ ବୁଝିବ। ନ ହେଲେ…ଦେଖିବ। ଆଉ ତା' ପରେ ଯାହା ହେବ ମୋ ଦୋଷ ଦେବନି। ଗତ ସପ୍ତାହେ ହେବ ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକଙ୍କ ଲ୍ୟାଣ୍ଡ ଲାଇନ୍ ଫୋନ୍ ନମ୍ବରକୁ ଏଭଳି ଫୋନ୍ କଲ ଲଗାତାର ଭାବେ ଆସୁଛି। ତେବେ ଆଜି ଏ ନେଇ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗ୍ରହଣ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ନିଜେ ଡିସିପି ଅନୁପ ସାହୁ ବିମାନବନ୍ଦର ଯାଇ ଯାଞ୍ଚ କରିଛନ୍ତ। ନିର୍ଦେଶକ ଶ୍ରୀ ହୋତାଙ୍କ ଅଭିଯୋଗ ଅନୁଯାୟୀ, କେହି ଜଣେ ବ୍ୟକ୍ତି ନିଜକୁ ପରିଡ଼ା ବାବୁ ବୋଲି ପରିଚୟ ଦେଇ ଗତ କିଛି ଦିନ ହେବ ଫୋନ୍ ନମ୍ବର ୭୮୭୩୬୦୫୯୩୩ରୁ ଧମକପୂର୍ଣ କଲ୍ କରୁଛି। ପଚାରିଲେ ଓଲଟି ଗାଳିଗୁଲଜ କରୁଛି। କଥାବାର୍ତାରୁ ସେ ନିଶା ସେବନ କରିଥିବା ଜଣାପଡ଼ୁଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସେହି ମୋବାଇଲ୍ ନମ୍ବରକୁ ନେଇ ଖୋଳତାଡ଼ ଆରମ୍ଭ କରିଛି।
<urn:uuid:a7dd552b-1995-42dc-9e09-97237a4d74ad>
CC-MAIN-2019-13
http://sambad.in/metro/hello-parida-speaking-146138/
2019-03-26T23:16:17Z
s3://commoncrawl/crawl-data/CC-MAIN-2019-13/segments/1552912206677.94/warc/CC-MAIN-20190326220507-20190327002507-00179.warc.gz
ory
0.999836
Orya
3
{"ory_Orya_score": 0.9998356699943542}
ବିଜୟ ଗୋଖଲେ ଭାରତର ବୈଦେଶିକ ସଚିବ ଡୋକଲାମ୍ ଅଚଳାବସ୍ଥା ସମାଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅଭିଜ୍ଞ କୂଟନୀତିଜ୍ଞ ବିଜୟ କେଶବ ଗୋଖଲେ ଆଜି ଏସ୍ ଜୟଶଙ୍କରଙ୍କ ଠାରୁ ବୈଦେଶିକ ସଚିବ ଭାର ଗ୍ରହଣ କରିଛନ୍ତି।୧୯୮୧ ବ୍ୟାଚ୍ର ଆଇ ଏଫ୍ ଏସ୍ ଅଧିକାରୀ ଗୋଖଲେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ଅର୍ଥନୈତିକ ସମ୍ପର୍କ ବିଭାଗର ସଚିବ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଏ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆହୂତ କ୍ୟାବିନେଟ୍ର ଆପଏଣ୍ଟ୍ମେଣ୍ଟ୍ସ୍ କମିଟି ବୈଦେଶିକ ସଚିବ ଭାବେ ଗୋଖଲେଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ସେ ୨୦୧୬ ମସିହା ଜାନୁଆରି ୨୦ ତାରିଖରୁ ୨୦୧୭ ଅକ୍ଟୋବର ୨୧ ତାରିଖ ଯାଏଁ ଚୀନ୍ରେ ଭାରତର ରାଷ୍ଟ୍ରଦୂତ ଥିଲେ। ଅକ୍ଟୋବର ୨୦୧୩ ରୁ ଜାନୁଆରି ୨୦୧୬ ଯାଏଁ ସେ ଭାରତ ତରଫରୁ ଜର୍ମାନିର ରାଷ୍ଟ୍ରଦୂତ ଥିଲେ। ବୈଦେଶିକ ସଚିବ ପଦରେ ଗୋଖଲେ ଦୁଇ ବର୍ଷ କାମ କରିବେ। ହଙ୍ଗ୍ କଙ୍ଗ୍, ହାନୋଇ ଏବଂ ନିୟୁୟର୍କ ଆଦି ଭାରତୀୟ ଅଭିଯାନରେ ସେ କାମ କରିଥିଲେ। ସେ ବୈଦେଶିକ ମନ୍ତ୍ରାଳୟରେ ଚୀନ୍ ଓ ପୂର୍ବ ଏସିଆର ନିର୍ଦେଶକ ପଦବୀ ଓ ପୂର୍ବ ଏସିଆର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ପଢନ୍ତୁ ;
<urn:uuid:35d45d59-367c-425d-a3f4-351a94ac9125>
CC-MAIN-2019-13
https://enewsodia.com/vijay-gokhale-to-take-charge-as-foreign-secretary/
2019-03-26T22:42:20Z
s3://commoncrawl/crawl-data/CC-MAIN-2019-13/segments/1552912206677.94/warc/CC-MAIN-20190326220507-20190327002507-00179.warc.gz
ory
0.999995
Orya
14
{"ory_Orya_score": 0.9999951124191284}
କନକ ବ୍ୟୁରୋ : ବର୍ଷାରେ ବି ଆନ୍ଦୋଳନ । ନିଜର ହକ୍ ପାଇଁ ଲଢେଇ ଜାରି ରଖିଛନ୍ତି ରାଜରାସ୍ତାରେ ଶିକ୍ଷକ ଓ ଅଧ୍ୟାପକ । ୧୨ ଦିନରେ ପହଁଚିଛି ବ୍ଲକଗ୍ରାଂଟ୍ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ । ବ୍ଲକଗ୍ରାଂଟ ପରମ୍ପରା ଉଚ୍ଛେଦ ଦାବିରେ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଓ ଆନ୍ଦୋଳନ ଚଳାଇଛନ୍ତି ଶିକ୍ଷକ ଓ ଅଧ୍ୟାପକ ମିଳିତ ମଂଚ । ଅନ୍ୟପଟେ ମନ୍ତ୍ରୀ କହିଛନ୍ତି ଆଲୋଚନା ଚାଲିଛି କିଛି ନିର୍ଯ୍ୟାସ ବାହାରିବ । ସେପଟେ ଦାବି ପୂରଣ ନହେବ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶିକ୍ଷକ ଓ ଅଧ୍ୟାପକମାନେ ଚେତାବନୀ ଦେଇଛନ୍ତି । ତେବେ ଆସନ୍ତାକାଲିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।
<urn:uuid:10433718-5ad0-4fb2-9486-b0fb70431d8d>
CC-MAIN-2019-13
http://kanaknews.com/block-grant-teachers-protest-on-road/
2019-03-20T05:23:10Z
s3://commoncrawl/crawl-data/CC-MAIN-2019-13/segments/1552912202299.16/warc/CC-MAIN-20190320044358-20190320070358-00402.warc.gz
ory
0.999995
Orya
3
{"ory_Orya_score": 0.9999946355819702}
ଭୋପାଳ: ଚାରିଦିନ ପୂର୍ବରୁ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ୨୨ବର୍ଷିଅ ଦୁଷ୍କର୍ମକାରୀକୁ ମହିଳା ଜାଲ ବିଛାଇ ପୁଲିସ ଜିମା ଦେଇଥିବା ଖବର ମିଳିିଛି। ସୂଚନାଯୋଗ୍ୟ, ଭୋପାଳର ଶ୍ୟାମଳା ହିଲ୍ଲସ ପୁଲିସ ଷ୍ଟେସନ୍ ଇନ୍ଚାର୍ଜ ବିପିଏସ୍ ବେନ୍ସ କହିଛନ୍ତି, ପୀଡିତା ନବମ ଶ୍ରେଣୀରେ ପଢ଼ୁଥିବା ୧୪ବର୍ଷୀୟ ଛାତ୍ରୀ। ଏକ ମାସ ହେବ ଦରଜି ଦୋକାନ ଚଲାଉଥିବା ତାର ପଡୋଶୀ ସମୀର ଖାନ୍ ସବୁବେଳେ ତାର ପିଛା କରୁଥିଲା। ଖାନ୍ ଛାତ୍ରୀଙ୍କୁ ଲିପ୍ଟ ଦେବା ପାଇଁ ବାଇକ୍ରେ ବସାଇବାକୁ ଅଫର ଦେଇଥିଲା। ପ୍ରଥମେ ନାବାଳିକା ମନା କରିଥିଲା କିନ୍ତୁ ଖାନ୍ ଜବରଦସ୍ତି କରିବାରୁ ସେ ବାଇକ୍ରେ ବସିବାକୁ ରାଜି ହୋଇଯାଇଥିଲା। କିଛିଦିନ ପର୍ଯ୍ୟନ୍ତ ଏପରି ଚାଲି ଆସୁଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ଜୁଲାଇ ୨୨ ତାରିଖରେ ଖାନ୍ ନାବାଳିକାକୁ କେରଭା ବାଘ ନିକଟରେ ଥିବା ଏକ ନିଛାଟିଆ ରାସ୍ତାକୁ ନେଇ ଦୁଷ୍କର୍ମ କରିଥିଲା। ଖାନ୍ ଦୁଷ୍କର୍ମ କରିବା ପରେ ପୀଡିତାକୁ ଧମକ ବି ଦେଇଥିଲା ଯଦି ସେ ଏହି ଘଟଣା ବିଷୟରେ କାହାକୁ କିଛି କୁହେ ତେବେ ତାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ଗତ ବୁଧବାର ପୀଡିତା ସାହସ ଜୁଟାଇ ସମ୍ପୂର୍ଣ୍ଣ ଘଟଣା ବିଷୟରେ ତାର ମା'କୁ ଜଣାଇଥିଲା। ପୀଡିତା ମା' ଝିଅଠାରୁ ସେଦିନର ଦୁଃଖଦ ଘଟଣା ବିଷୟରେ ଜାଣିବା ପରେ ଦୁଷ୍କର୍ମକାରୀକୁ ଧରିବା ପାଇଁ ଜାଲ ବିଛାଇ ଥିଲେ। ତା'ପର ଦିନ ପୀଡିତା ପୂର୍ବଭଳି ଖାନ୍ଠାରୁ ଲିପ୍ଟ ନେଇଥିଲା । ଖାନ୍ ଶ୍ୟାମଲା ହିଲ୍ସର ଏକ ନିଛାଟିଆ ସ୍ଥାନକୁ ନେଇ ପୀଡିତାର ନୀରିହତାର ଫାଇଦା ଉଠାଇବାକୁ ଯାଇ ପୁଣି ଅସଦାଚଣ କରିବା ଆରମ୍ଭ କରି ଦେଇଥିଲା। ପୀଡିତାର ମା' ଓ ତାର ବଡ଼ ଭଉଣୀ ଖାନ୍ ବାଇକ୍ର ପିଛା କରିଥିଲେ ଓ ସିଧାସଳଖ ଦୁଷ୍କର୍ମକାରୀକୁ ଘଟଣାସ୍ଥଳରୁ କାବୁ କରି ନେଇଥିଲେ। ଏହାପରେ ପୀଡିତା ମା' ୧୦୦ନମ୍ବର ଡାଏଲ କରି ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖାନ୍ ଏସବୁ ଦେଖି ସେଠାରୁ ଫେରାର ହେବାକୁ ଉଦ୍ୟମ କରୁଥିଲା, କିନ୍ତୁ ପୁଲିସ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ଖାନ୍କୁ ଗିରଫ କରି ନେଇଥିଲା। ଖାନ୍ ବିରୋଧରେ ଅପହରଣ, ଅସଦାରଣ ଓ ଦୁଷ୍କର୍ମ କରିଥିବା ନେଇ ମାମଲା ରୁଜୁ କରାଯାଇଛି।
<urn:uuid:586742a5-01fe-49ec-af6c-dbd924c33539>
CC-MAIN-2019-13
http://sambad.in/crime/woman-trap-raped-her-minor-daughter-184623/
2019-03-20T05:17:02Z
s3://commoncrawl/crawl-data/CC-MAIN-2019-13/segments/1552912202299.16/warc/CC-MAIN-20190320044358-20190320070358-00402.warc.gz
ory
0.999989
Orya
4
{"ory_Orya_score": 0.9999885559082031}
ବାଲେଶ୍ୱର: କୋଲକାତାରୁ ଚେନ୍ନାଇକୁ ଯୋଡୁଥିବା ୧୬ ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଦେଶର ଅନ୍ୟତମ ବ୍ୟସ୍ତବହୁଳ ରାଜପଥରେ କେବଳ ବାଲେଶ୍ୱର ଜିଲ୍ଲାରେ ରବିବାର ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ୩ଟି ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ସଦର ଥାନା ଅଞ୍ଚଳରେ ୨ଟି ଦୁର୍ଘଟଣା ଘଟିଥିବା ବେଳେ ଖନ୍ତାପଡ଼ା ଥାନା ଅଞ୍ଚଳରେ ଅନ୍ୟ ଦୁର୍ଘଟଣା ଘଟିଛି । ୨ ଚାଷୀ ଶ୍ରମିକ ମୃତ, ୩ ଆହତ ସଦର ଥାନା ଅଞ୍ଚଳର ସାହୁପଡ଼ା ନିକଟରେ ବିଲରୁ ଘରକୁ ଫେରୁଥିବା ବେଳେ ଅପରାହ୍ନ ୨ଟା ୩୦ରେ ୫ ଜଣ ଶ୍ରମିକଙ୍କୁ ଏକ ଏକ ପିକ୍ଅପ୍(ଓଡି ୧୧ସି ୮୯୨୬) ଧକ୍କା ଦେଇଥିଲା। ଏହି ଘଟଣାରେ ଗଙ୍ଗାଧର ଦାସଙ୍କ ପୁଅ ଭାସ୍କର ଦାସ(୫୫) ଓ ପ୍ରତାପ ସିଂହଙ୍କ ସ୍ତ୍ରୀ ପାଗଲି ସିଂହ(୬୨)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଚନ୍ଦ୍ରକାନ୍ତ ସିଂହଙ୍କ ସ୍ତ୍ରୀ ସୁକାନ୍ତି ସିଂହ(୬୦), ସୁବନ ସିଂହଙ୍କ ସ୍ତ୍ରୀ ଗେହ୍ଲି ସିଂହ(୫୭) ଓ ରାମେଶ୍ୱର ସିଂହଙ୍କ ସ୍ତ୍ରୀ ବାସନ୍ତୀ ସିଂହ(୬୩) ଗୁରୁତର ଆହତ ହୋଇଛନ୍ତି। ଗେହ୍ଲି, ସୁକାନ୍ତୀ ଓ ବାସନ୍ତୀଙ୍କୁ ବାଲେଶ୍ୱର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାରିପଦା ପଟରୁ ବାଲେଶ୍ୱର ଆଡକୁ ଯାଉଥିବା ପିକ୍-ଅପ୍କୁ ଜବତ କରିଛି। ସତସଙ୍ଗ୍ ସାରି ଫେରୁଥିଲେ, ଟ୍ରକ୍ ଧକ୍କା ଦେଲା ଦ୍ୱିତୀୟ ଦୁର୍ଘଟଣାରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗଡ଼ିଆମାଳ ଗାଁର ଚିନ୍ତାମଣି ମଲ୍ଲିକଙ୍କ ପୁଅ ମନୋରଞ୍ଜନ ମଲ୍ଲିକ(୫୦)ଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗାମୀ ଟ୍ରକ୍(ଓଆର ୦୧କ୍ୱ ୮୯୬୮) ସତ୍ସଙ୍ଗ୍ରୁ ଫେରୁଥିବା ଚିନ୍ତାମଣିକୁ ଲେମ୍ବୁନଈ ପୋଲ ନିକଟରେ ଧକ୍କା ଦେଇଛି। ଅପରାହ୍ନ ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା। ଶ୍ୱଶୁର ଘରୁ ଫେରୁଥିଲେ, ଦୁର୍ଘଟଣାର ଶିକାର ହେଲେ ସଦର ଥାନା ଅଞ୍ଚଳର ସୁନ୍ଦର ମୋହନ ଜେନାଙ୍କ ପୁଅ କାର୍ତ୍ତିକ ଚନ୍ଦ୍ର ଜେନା(୫୯) ନିଜ ଶ୍ୱଶୁର ଘରୁ ଫେରୁଥିଲେ। ସେ ନିଜ ଘରକୁ ଯିବା ପାଇଁ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଟ୍ରକ୍(ଓଆର ୦୧ଏମ୍ ୨୨୩୨) ଅପରାହ୍ନ ୩ଟାରେ ଧକ୍କା ଦେଇଥିଲା। ଫଳରେ କାର୍ତ୍ତିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
<urn:uuid:ee07a371-670c-4024-821d-8c8518ddf591>
CC-MAIN-2019-13
http://sambad.in/district/baleswar/4-dead-in-accident-193798/
2019-03-20T05:18:02Z
s3://commoncrawl/crawl-data/CC-MAIN-2019-13/segments/1552912202299.16/warc/CC-MAIN-20190320044358-20190320070358-00402.warc.gz
ory
0.999982
Orya
4
{"ory_Orya_score": 0.999982476234436}
ଚିତ୍ରକୋଣ୍ଡା,୧୨।୯: ବାଲିମେଳା-ଚିତ୍ରକୋଣ୍ଡା ଜଳଭଣ୍ଡାର ପ୍ରକଳ୍ପ ଆରମ୍ଭ ପୂର୍ବରୁ ଚିତ୍ରକୋଣ୍ଡା ଘଞ୍ଚ ଜଙ୍ଗଲ ଥିଲା। ଏହାକୁ କାଟି ତିଆରି ହେଲା ଚିତ୍ରକୋଣ୍ଡା ସହର। ମଝିରେ ରହିଲା ଜଳ ଭଣ୍ଡାର ବ୍ୟାରେଜ। କଲୋନୀ ପଛରେ ନାଳ ଓ ଡ୍ରେନ। ଫଳରେ ଏଠାରେ ସାପ ବଂଶ ବୃଦ୍ଧି ପାଇଲା। ସାପ ଧରିବାରେ ଏହି ଅଞ୍ଚଳରେ ମାହିର ହେଉଛନ୍ତି ମାଧବ କୁଶପାରିଆ। ଯାହା ଘରୁ ସାପ ବାହାରେ ଖୋଜଯାଏ ତାଙ୍କୁ । ବେନିଆଗୁଡାରେ ତାଙ୍କ ଘର। ପୂଜାପାଠ କରି, ଡାକବାଜି ଯନ୍ତ୍ର ଭଡା ଲଗାଇ ସେଥିରୁ ଯାହା ରୋଜଗାର ହୁଏ ସେ ପରିବାର ଚଳାନ୍ତି। ୧୦ ବର୍ଷ ତଳେ ସାହସିକତାର ସହ ବିନା ତାଲିମରେ କୌଶଳ କରି ସାପ ଧରିବା ଆରମ୍ଭ କରିଥିଲେ ମାଧବ। ସେହିଦିନଠାରୁ ଆଉ ପଛକୁ ଫେରିନାହାନ୍ତି। ବୁଦ୍ଧି ଖଟାଇ କୌଶଳ କରି ସେ ସାପ ଧରନ୍ତି। ସେଥିରେ ଅଜଗର ସାପ ମଧ୍ୟ ରହିଛି। ଏଯାବତ୍ ସେ ଶତାଧିକ ସାପ ଧରି ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି।
<urn:uuid:ce35bc9c-93d1-40fc-8622-969214a30e83>
CC-MAIN-2019-13
http://www.dharitri.com/main/news/70458
2019-03-19T19:54:07Z
s3://commoncrawl/crawl-data/CC-MAIN-2019-13/segments/1552912202125.41/warc/CC-MAIN-20190319183735-20190319205735-00219.warc.gz
ory
0.999863
Orya
4
{"ory_Orya_score": 0.999862790107727}
ଋଷ୍ ପାର୍ଲାମେଣ୍ଟରେ ପାସ୍ ହେଲା ବିଲ୍, ଅସମ୍ମାନସୂଚକ ଅନଲାଇନ୍ ପୋଷ୍ଟ୍ କଲେ ଜେଲ୍ ଦଣ୍ଡ ସହ ଦେବାକୁ ପଡିବ ଜରିମାନା ବୁଧବାର ଦିନ ରୁଷୀୟ ପାର୍ଲାମେଣ୍ଟ୍ ପାସ୍ କରିଛି ଆଇନ୍ । ଦେଶ, ସମାଜ, ସରକାର ବା ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସମେତ କୌଣସି ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବା ପରି ଅନଲାଇନ୍ ପୋଷ୍ଟ୍ କରୁଥିବା ଲୋକଙ୍କୁ ଏହି ଆଇନ୍ ବଳରେ ଜରିମାନା ଓ ଜେଲ୍ ଦଣ୍ଡ ଦିଆଯାଇପାରିବ। ଅନଲାଇନ୍ ବ୍ୟବହାରକାରୀମାନଙ୍କ ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୧, ୦୬, ୩୧୫ଟଙ୍କା ଜରିମାନା ରଖାଯାଇଥିବା ବେଳେ ଥରକୁ ଥର ଏଭଳି ପୋଷ୍ଟ୍ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଏହାର ଦୁଇଗୁଣା ଜରିମାନା ପଡ଼ିବ। ରୁଷୀୟ ପାର୍ଲାମେଣ୍ଟ୍ ସମ୍ବନ୍ଧରେ ବିଦ୍ରୂପ କରିବା 'ପୁତିନ୍ ଜଣେ ଜାରଜ' ଭଳି ଅସମ୍ମାନସୂଚକ ମନ୍ତବ୍ୟ ଦେଉଥିବା ଲୋକେ ବିଚାରର ସମ୍ମୁଖୀନ ହେବେ ବୋଲି ମସ୍କୋସ୍ଥିତ 'ସୋଭା ସେଣ୍ଟର୍'ର ମୁଖ୍ୟ ଆଲେକ୍ଜାଣ୍ଡାର୍ ବେରଖୋଭସ୍କି କହିବା ପରେ ଏହି ନୂଆ ଆଇନ ପ୍ରତି ଲୋକେ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ଏହି ଆଇନରେ ଥିବା କେତେକ ଅସ୍ପଷ୍ଟ ଅର୍ଥ ଶବ୍ଦ ସଂକ୍ରାନ୍ତରେ ମଧ୍ୟ ଅନେକ ବ୍ୟକ୍ତି ଚିନ୍ତା ପ୍ରକଟ କରିଛନ୍ତି। 'ମିଥ୍ୟା' ବୋଲି ବିବେଚନା କରାଯାଉଥିବା କୌଣସି ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ୱେବସାଇଟକୁ ମଧ୍ୟ ରୁଷୀୟ ସରକାରୀ ଅଧିକାରୀମାନେ ବ୍ଲକ୍ କରିବା ପାଇଁ ଏହି ଆଇନରେ ବ୍ୟବସ୍ଥା ରହିଛି। ଦକ୍ଷିଣପନ୍ଥୀ ଏହି ଆଇନ୍ ଉପରେ ସେନସର୍ ଦାବି କରିଛି।
<urn:uuid:9515dd3e-e951-4b06-9f08-a367a11c7ee2>
CC-MAIN-2019-13
http://kanaknews.com/russia-passes-law-to-jail-people-who-disrespecting-government-svs/
2019-03-23T10:48:39Z
s3://commoncrawl/crawl-data/CC-MAIN-2019-13/segments/1552912202781.83/warc/CC-MAIN-20190323101107-20190323123107-00139.warc.gz
ory
0.999968
Orya
6
{"ory_Orya_score": 0.9999675750732422}
ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ଵାଲ୍ଙ୍କ ଭୂମିକାରେ ନଜର ଆସିବେ ଏହି ଚର୍ଚ୍ଚିତ ନାୟିକା ! ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ସିନେମା 'ପଦ୍ମାବତ୍'ରେ ରାଣୀ ଭୂମିକା ନିଭାଇ ବେଶ୍ ବିବାଦୀୟା ହୋଇପଡ଼ିଥିଲେ ଦୀପିକା ପାଦୁକୋନ୍। ଏହି ସିନେମାରେ ସେ ଅନ୍ୟ କେଉଁ ସିନେମା ସାଇନ୍ କରିବେ,ତାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା।ଏବେ ଦୀପିକା ଏକ ନୂଆ ସିନେମା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଜଣାଯାଇଛି। ଏଥିରେ ସେ କେବଳ ଲିଡ୍ ରୋଲ୍ରେ ଅଭିନୟ କରିବେ ନାହିଁ,ବରଂ ତାର ପ୍ରଯୋଜନା ବି କରିବେ ନିଜେ ଦୀପିକା ପାଦୁକୋନ୍। ଦୀପିକା ଯେଉଁ ନୂଆ ସିନେମାରେ କାମ କରିବାକୁ ଯାଉଛନ୍ତି,ତାହା ଏସିଡ୍ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ଵାଲ୍ଙ୍କ ଉପରେ ଆଧାରିତ। ଏଥିରେ ଲକ୍ଷ୍ମୀ ଅଗ୍ରଓ୍ଵାଲ୍ ଭୂମିକା ନିଭାଇବେ ଦୀପିକା ପାଦୁକୋନ୍। ଏହି ନାମକରଣ ହୋଇନଥିବା ସିନେମାର ନିର୍ଦ୍ଦେଶନା ଦେବେ ମେଘନା ଗୁଲଜାର୍, ଯାହାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରାଜି' ସୁପରହିଟ୍ ହୋଇଥିଲା।ଏଥିରେ ଆଲିଆ ଭଟ୍ଟ ଲିଡ୍ ରୋଲରେ ଥିଲେ। — taran adarsh (@taran_adarsh) October 5, 2018 ଦୀର୍ଘ ସମୟ ପରେ ଦୀପିକା ପାଦୁକୋନ୍ କାହିଁକି ନୂଆ ଫିଲ୍ମ ସାଇନ୍ କରିଲେ ବୋଲି ପୁଚାରିବାରେ,ସେ କହିଛନ୍ତି ଯେ ଏହାର କାହାଣୀ ଶୁଣିବାମାତ୍ରେ ତାଙ୍କ ଆଖିରୁ ଲୁହ ଝରିଥିଲା ଓ ହୃଦୟ ଥରି ଯାଇଥିଲା। ଏହା କେବଳ ହିଂସା ନୁହେଁ ବରଂ ସାହସ,ବିଜୟ ଓ ସଂଘର୍ଷର କାହାଣୀ ହୋଇଥିବା ହେତୁ ସେ ତତ୍କ୍ଷଣାତ୍ ରାଜି ହୋଇଗଲେ ବୋଲି ଦୀପିକା କହିଛନ୍ତି। ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ସାହସ ଓ ଷ୍ଟାପ୍ସେଲ୍ ଏସିଡ୍ କାର୍ଯ୍ୟକ୍ରମର ପଶଂସା କରିଛନ୍ତି ଦୀପିକା। ଏଭଳି ଚରିତ୍ର ନିଭାଇବାକୁ ଯାଉଥିବାରୁ ନିଜକୁ ଗୌରାବନ୍ନିତ ମନେ କରୁଛନ୍ତି।
<urn:uuid:0699b9c0-f95f-4e9e-8374-7d4994ecb2a2>
CC-MAIN-2019-13
http://lifestyle.kanaknews.com/deepika-padukones-next-role-acid-attack-survivor-laxmi-in-film-that-she-will-also-produce/
2019-03-24T15:17:44Z
s3://commoncrawl/crawl-data/CC-MAIN-2019-13/segments/1552912203462.50/warc/CC-MAIN-20190324145706-20190324171706-00299.warc.gz
ory
0.999966
Orya
14
{"ory_Orya_score": 0.9999659061431885}
ଓଡ଼ିଆ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଦୁନିଆଁର ଏକ ଲୋକପ୍ରିୟ ଅଭିନେତ୍ରୀ ହେଲେ ସ୍ନିଗ୍ଧା ମହାନ୍ତି । କିନ୍ତୁ କିଛିଦିନ ହେଲାଣି ସ୍ନିଗ୍ଧାଙ୍କୁ ପରଦା ଉପରେ ଦେଖିବାକୁ ମିଳୁନଥିଲା । କିନ୍ତୁ ଏବେ ବେଶ୍ କିଛିଦିନ ବ୍ୟବଧାନରେ ପୁଣି ଏକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି ସ୍ନିଗ୍ଧା । ଏହା ହେଲା ବର୍ତ୍ତମାନର ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର "'ଯୋଗୀ"। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ସ୍ନିଗ୍ଧାଙ୍କୁ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିବ। "ଯୋଗୀ" ଏକ ରାଜନୈତିକ ପୃଷ୍ଠଭୂମିରେ ନିର୍ମିତ ସିନେମା ହୋଇଥିବା ହେତୁ ଏହା ଏକ ଦମ୍ଦାର ଭୂମିକା ବୋଲି କୁହାଯାଉଛି। ସ୍ନିଗ୍ଧା ମହାନ୍ତି ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ "ଲାଲପାନ ବିବି"' ସିନେମା ଜରିଆରେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେ। ବେଶ୍ କେତୋଟି ଓଡ଼ିଆ ଛବିରେ ନାୟିକା ଓ ସହନାୟିକା ଭୂମିକା ମଧ୍ୟ ନିଭାଇଥିଲେ । ବିଶେଷ କରି ଦର୍ଶକ ସ୍ନିଗ୍ଧାଙ୍କୁ ନାୟିକା ଭାବେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ 'ଅଣ୍ଟି ଛୁରୀ ତଣ୍ଟି କାଟେ', ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନ୍ଙ୍କ ନିର୍ଦ୍ଦେଶିତ 'ଲକ୍ଷେ ଶିବ ପୂଜି ପାଇଚି ପୁଅ', ହରିଶ ମହାନ୍ତିଙ୍କ ନିର୍ଦ୍ଦେଶିତ 'ମହୁଆ' ସମେତ କେତେକ ସିନେମାରେ ଦେଖିଥିଲେ। ତା'ପରେ ସେ ଖଳନାୟିକା ଭୂମିକା ଆଡ଼କୁ ଅଗ୍ରସର ହୋଇଥିଲେ। ସ୍ନିଗ୍ଧାଙ୍କୁ ବହୁ ଓଡ଼ିଆ ସିନେମାରେ ନେଗେଟିଭ ରୋଲ୍ରେ ଦର୍ଶକ ଦେଖିଛନ୍ତି। ଏଥିମଧ୍ୟରେ ସୁନାଭାଉଜ, ସନ୍ତାନ, ଭାଇ ହେଲା ଭଗାରି, ଶଶୁର ଘର ଜିନ୍ଦାବାଦ୍ ଆଦି ଉଲ୍ଲେଖନୀୟ। ତାଙ୍କ ଅଭିନୟରେ ବହୁତ ଦମ ଥାଏ । ସେ ନାୟିକା ହଉ କି ଖଳନାୟିକା ସବୁଥିରେ ଖୁବ ଚମତ୍କାର ଓ ଜୀବନ୍ତ ଅଭିନୟ କରିପାରନ୍ତି ଏହି ଅଭିନେତ୍ରୀ । ସ୍ନିଗ୍ଧା ମହାନ୍ତି ଏକ ପ୍ରଭାବଶାଳୀ ଚରିତ୍ର ପାଇଛନ୍ତି 'ଯୋଗୀ'ରେ। ଏହି ନୂଆ ସିନେମାର କାହାଣୀରେ ଅନେକ ଟୁଇଷ୍ଟ୍ ରହିଛି, ଯେଉଁଥିରେ ସ୍ନିଗ୍ଧାଙ୍କ ଅଭିନୟ ଖେଳ ଦେଖିବାକୁ ପାଇବେ ଦର୍ଶକ। ଦର୍ଶକ ଏହି ଭୂମିକାରେ ତାଙ୍କୁ କିପରି ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
<urn:uuid:b5ac1e79-e416-4db4-b551-17c362c2d832>
CC-MAIN-2019-13
http://enewsodia.com/snigdha-mohanty-is-back/
2019-03-25T19:48:58Z
s3://commoncrawl/crawl-data/CC-MAIN-2019-13/segments/1552912204300.90/warc/CC-MAIN-20190325194225-20190325220225-00459.warc.gz
ory
0.999993
Orya
27
{"ory_Orya_score": 0.9999932050704956}
ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଆଜି ପ୍ରସ୍ତୁତି ବୈଠକ ହୋଇଛି। ପୋଲିସ କମିଶନର ୱାଇ.ବି.ଖୁରାନିଆଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ଥାନାରେ ହୋଇଥିବା ବୈଠକରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ, ମନ୍ଦିର ପରିଚାଳନା ଅଧିକାରୀ, ଏଡିଏମ୍, ବିଏମ୍ସି ଅଧିକାରୀ, ଅଗ୍ନିଶମ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ। ଶୃଙ୍ଖଳିତ ଭାବେ ଚଳିତ ବର୍ଷ ଜାଗର ଯାତ୍ରା ପରିଚାଳନା ପାଇଁ ୧୦୦ ଜଣ ପୋଲିସ ଅଧିକାରୀ ସହ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ସେହିପରି ଟ୍ରାଫିକ ପରିଚାଳନା ତଥା ପାସ୍ ବଣ୍ଟନକୁ କଡ଼ାକଡ଼ି କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ପ୍ରସ୍ତୁତି ବୈଠକକୁ ଆସିନଥିଲେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିୟୋଗ।
<urn:uuid:71db9991-c1b5-4f80-b4c8-f3267ad4b853>
CC-MAIN-2019-18
https://odishareporter.in/district/bhubaneswar-lingaraja-jagara-jatra-123990
2019-04-22T16:28:57Z
s3://commoncrawl/crawl-data/CC-MAIN-2019-18/segments/1555578558125.45/warc/CC-MAIN-20190422155337-20190422181337-00433.warc.gz
ory
0.999961
Orya
1
{"ory_Orya_score": 0.9999605417251587}
କନକ ବ୍ୟୁରୋ : ଟିକି ଅପା (ଅପରାଜିତା)ଙ୍କୁ ପ୍ରାର୍ଥୀ ଘୋଷଣା କଲା ପରେ ଏବେ ବିଜେପିର ଟେନସନ ବଢିଛି । ଭୁବନେଶ୍ୱର ଉତ୍ତର ଆସନ ପାଇଁ ଗତକାଲି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପିରେ ଆରମ୍ଭ ହୋଇଛି ବିଦ୍ରୋହ । ଦଳର ପୁରୁଣା କର୍ମୀ ମାନେ ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବା ସହ ବିଜେପିରୁ ଏକାସଙ୍ଗରେ ଇସ୍ତଫା ଦେଇଛନ୍ତି । ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଦଳରୁ ୫୦୦ କର୍ମୀ ଏକାସଙ୍ଗରେ ଇସ୍ତଫା ଦେବା ପରେ ବିଜେପି ପାଇଁ ଅଡୁଆ ବଢିଛି । ଭୁବନେଶ୍ୱର ଉତ୍ତର ଆସନ ପାଇଁ ତୃଣମୁଳସ୍ତରରେ କାମ କରୁଥିବା ଜିଜ୍ଞାସୁ ପଣ୍ଡାଙ୍କ ବଦଳରେ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେପିକୁ ବାଏ ବାଏ କରିଛନ୍ତି ୫୦୦ରୁ ଅଧିକ କର୍ମୀ । ଜିଜ୍ଞାସୁଙ୍କୁ ପ୍ରାର୍ଥୀ କରିବାକୁ ବିଜେପିର ବଡ ବଡ ହେଭିୱେଟ ନେତାଙ୍କୁ କର୍ମୀ ମାନେ ଭେଟିଥିଲେ ମଧ୍ୟ କୌଣସି ଫାଇଦା ହୋଇନଥିଲା । ବରଂ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଇଥିବା କର୍ମୀ ମାନେ ଅଭିଯୋଗ ଆଣିଛନ୍ତି । ଗୋଟିଏ ପଟେ ବିଜେପି ବୁଥ ସ୍ତରୀୟ କର୍ମୀଙ୍କୁ ପ୍ରାଧାନ୍ୟ ଦେଉଥିବା କହୁଥିବା ବେଳେ ବାସ୍ତବରେ ଏଠାରେ ତାଲିବାନ ସରକାର ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି କର୍ମୀ । ବୁଥ୍ ସ୍ତରୀୟ ନେତାଙ୍କ ବଦଳରେ ଅନ୍ୟ ଶିବିରରୁ ଆସିଥିବା ନେତାଙ୍କୁ ଦଳ ପ୍ରାଧାନ୍ୟ ଦେଉଥିବା କର୍ମୀ ମାନେ ଅଭିଯୋଗ କରିଛନ୍ତି । ଏପରିକି ଜିଜ୍ଞାସୁଙ୍କୁ ଟିକେଟ ନ ଦେବା ପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ଥିବା ସିଧାସଳଖ କହିଛନ୍ତି ଜିଜ୍ଞାସୁଙ୍କ ସମର୍ଥକ । ତେଣୁ ସେମାନେ ଇସ୍ତଫା ଦେଉଥିବା କହିଛନ୍ତି କର୍ମୀ । ଗତ ନିର୍ବାଚନରେ ଅପରାଜିତା କଂଗ୍ରେସ ଟିକେଟରେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜୟ ବରଣ କରିଥିଲେ । ତେବେ ନିର୍ବାଚନର କିଛି ଦିନ ପୂର୍ବରୁ ଅପରାଜିତା କଂଗ୍ରେସର ହାତ ଛାଡି ବିଜେପିରେ ମିଶିଥିଲେ । ଆଉ ଏବେ ଭୁବନେଶ୍ୱର ଉତ୍ତର ଆସନ ପାଇଁ ଅପରାଜିତାଙ୍କୁ ପ୍ରାର୍ଥୀ କରିଛି ଦଳ ।
<urn:uuid:e31c5c9c-d0d4-4853-b86b-882b666eb5ef>
CC-MAIN-2019-18
http://kanaknews.com/500-party-worker-resign-after-aparajita-declare-as-candidate-for-bhubaneswar-north/
2019-04-20T22:35:44Z
s3://commoncrawl/crawl-data/CC-MAIN-2019-18/segments/1555578530060.34/warc/CC-MAIN-20190420220657-20190421002657-00189.warc.gz
ory
0.999993
Orya
7
{"ory_Orya_score": 0.9999927282333374}
ବିଜେଡି ଗଡ଼କୁ ଧସେଇ ପସିବା ପାଇଁ କଂଗ୍ରେସର ରଣନୀତି । ପ୍ରଦୀପ ମହାରଥୀଙ୍କୁ କଡ଼ା ଟକ୍କର ଦେବାକୁ ପୁଣି ଥରେ ଯୁଧିଷ୍ଠିରଙ୍କୁ ବାଛିଲା ଦଳ ସେପଟେ ଉଭୟ ବିଜେଡି ଓ କଂଗ୍ରେସକୁ କଡ଼ା ଟକ୍କର ଦେବାକୁ ଆଶ୍ରିତ ପଟ୍ଟନାୟକଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି କନକ ବ୍ୟୁରୋ: ପିପିିଲି ବିଧାନସଭା ଆସନ ପାଇଁ ବିଜେଡି ପ୍ରଦୀପ ମହାରଥୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ଯୁଧିଷ୍ଠର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛନ୍ତି । ସେହିପରି ବିଜେପିରୁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ପିପିଲିରେ ଦେଖିବାକୁ ମଳିଛି ଜୋରଦାର ଟକ୍କର । ଯୁଧିଷ୍ଠର ସାମନ୍ତରାୟ ନିର୍ବାଚନୀ ମୈଦାନକୁ ଓହ୍ଳାଇ ଆରମ୍ଭ କରିଦେଇଛନ୍ତି ପ୍ରଚାର । ପିପିଲିରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ । ବିଜେଡି ହେଭିୱେଟ ପ୍ରଦୀପ ମହାରଥୀଙ୍କୁ ଟକ୍କର ଦେବା ପାଇଁ ଯୁଧିଷ୍ଠର ସାମନ୍ତରାୟଙ୍କୁ ମୈଦାନକୁ ଓହ୍ଳାଇଲା କଂଗ୍ରେସ । ସେପଟେ ଟିକେଟ ପାଇବା ପରେ ପ୍ରଦୀପ ମହାରଥୀ ନିର୍ବାଚନୀ ମୈଦାନକୁ ଓହ୍ଳାଇଛନ୍ତି । ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ମହାରଥୀ । ବିପୁଳ ମାତ୍ରାରେ ଭୋଟ ଦେବାକୁ ନିବେଦନ କରୁଛନ୍ତି । ତେବେ ତିନି ଦଳର ପ୍ରାର୍ଥୀଙ୍କ ନାଁ ସାମନାକୁ ଆସିବା ପରେ ପିପିଲି ଲଢେଇ ଜୋରଦାର ହେବ ବୋଲି ଏବେ ଚିତ୍ର ସ୍ପଷ୍ଟ ହୋଇଛି । କାରଣ ଲଗାତାର ୬ଥର ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ଚଳିତ ନିର୍ବାଚନ କିଛି ନୂଆ ମୋଡ଼ ନେଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଲଗାତାର ନିର୍ବାଚନ ହାରୁଥିବା କଂଗ୍ରେସ ଏଥର ବି ରିକ୍ସ ନେଇ ପୁଣି ଥରେ ଯୁଧିଷ୍ଠୀର ସାମନ୍ତରାୟଙ୍କୁ ମୈଦାନକୁ ଓହ୍ଲାଇଛି । ସେହିପରି ବିଜେପି ପିପିଲି ପାଇଁ ନୂଆ ମୁହଁ ତଥା ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଗତ ୩୫ ବର୍ଷର ପିପିଲି ବିଧାନସଭା ଇତିହାସକୁ ତର୍ଜମା କଲେ ଏଠାରେ ଭୋଟର କଂଗ୍ରେସକୁ ୬ ଥର ପ୍ରତ୍ୟାଖାନ କରିଛନ୍ତି। ୧୯୯୫ରେ ମାତ୍ର ୫ ବର୍ଷ ପାଇଁ କଂଗ୍ରେସ ଏହି ଆସନ ଦଖଲ କରିଥିଲା । ବହୁ ବାଦ ବିବାଦ ସତ୍ତ୍ବେ ଭୋଟର ମହାରଥୀକୁ ଲଗାତର ବିଜୟ ମୁକୁଟ ପିନ୍ଧାଇ ଆସୁଛନ୍ତି । ମହାରଥୀ ୧୦ ବର୍ଷ ଜନତା ଦଳରୁ ଓ ୨୦ବର୍ଷ ଅର୍ଥାତ ୨୦୦ରୁ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇ ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି । ୨୦୧୨ରେ ପିପିଲି ଗଣଦୁଷ୍କର୍ମ ଘଟଣାକୁ ନେଇ ମହାରଥୀ ଅଡୁଆରେ ପଡିଥିଲେ । ମନ୍ତ୍ରୀ ପଦ ଯାଇଥିଲା । ପୁନର୍ବାର ୨୦୧୪ରେ ସେ ବିଜୟୀ ହୋଇଥିଲେ। ୨୦୧୮ରେ ସମାନ ପ୍ରସଙ୍ଗକୁ ନେଇ ଅଡୁଆରେ ମହାରଥୀ । ଏହି ମାମଲା ରାୟ ପ୍ରକାଶ ପରେ ତାଙ୍କ ମନ୍ତବ୍ୟ ପୁଣି ଥରେ ମନ୍ତ୍ରୀ ପଦ ଖାଇଛି । ତେବେ ଏଥରକ ବି ବିଜେଡି ସୁପ୍ରିମୋ ମହାରଥୀଙ୍କୁଭରସିଛନ୍ତି । ସେପଟେ କଂଗ୍ରେସ ପିପିଲରେ କଂଗ୍ରେସ ବିଜେଡିର ପ୍ରମୂଖ ପ୍ରତିଦ୍ୱନ୍ଦୀ ରହିଥଲେ ସୁଦ୍ଧା ଯୁଧିଷ୍ଠୀର ସାମନ୍ତରାୟଙ୍କୁ ଟିକେଟ୍ ଦେଇଛି । କାରଣ ପ୍ରଦୀପ ମହାରଥୀଙ୍କୁ କଡ଼ା ଟକ୍କର କେବଳ କଂଗ୍ରେସର ପିପିଲି ନେତା ଯୁଧିଷ୍ଠିର ସାମନ୍ତରାୟ ଦେଇପାରିବେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ଟିକେଟ ଦେଇ ସବୂୁ କଳ୍ପନା ଜଳ୍ପନା ଉପରେ ପୁର୍ଣ୍ଣଚ୍ଛେଦ ଟାଣିଛି କଂଗ୍ରେସ । ଅନ୍ୟପଟେ ବିଜେଡି ଗଡ଼କୁ ଧସେଇ ପସିବା ପାଇଁ ବିଜେପି କ୍ୟାମ୍ପରେ ରଣନୀତି ପ୍ରସ୍ତୁତ କରିଛି ପିପିଲି ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କୁ ଉଭୟ ବିଜେଡି ଓ କଂଗ୍ରେସକୁ କଡ଼ା ଟକ୍କର ଦେବାକୁ ମୈଦାନକୁ ଓହ୍ଲାଇଛି। ଆଶ୍ରିତ ପଟ୍ଟନାୟକ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ କଂଗ୍ରେସ ସମର୍ଥିତ ପିପିଲି ଚେୟାମ୍ୟାନ୍ ଥିବା ସହ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପିପିଲି କଂଗ୍ରେସର ଜିଲ୍ଲାପରିଷଦ ପ୍ରାର୍ଥୀ ଥିଲେ । କିନ୍ତୁ ଗତ ଜିଲ୍ଲାପରିଷଦ ନିର୍ବାଚନରେ ଆଶ୍ରିତଙ୍କୁ ଟିକେଟ୍ ମିଳିଲାନି । ତେଣୁ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ ଏବଂ କଂଗ୍ରେସ ଦୁଇଫାଳ ହୋଇଥିଲା । ଯାହାଫଳରେ ଯୁଧିଷ୍ଠିର ପରାଜୟ ହୋଇଥିଲେ । ତେବେ ଗତଥର ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ୧୮ ହଜାର ଭୋଟ ପାଇଥିବାରୁ ତାଙ୍କୁ ବିଜେପି ଟିକେଟ ଦେଇଛି । ଏବେ ଆଶ୍ରିତ ପିପିଲି ବିଜେପି ମଙ୍ଗ ଧରିଛନ୍ତି । ତେବେ ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ପିପିଲି ଲଢେଇ ଜୋରଦାର ହେବ ବୋଲି ସବୁ ମହଲରେ ଚର୍ଚ୍ଚା ହେଉଛି ।
<urn:uuid:04aab5bc-3f5e-4422-8d6e-80d3eae449bc>
CC-MAIN-2019-18
http://kanaknews.com/yudhistir-samantaraya-again-stand-pipili/
2019-04-20T22:33:12Z
s3://commoncrawl/crawl-data/CC-MAIN-2019-18/segments/1555578530060.34/warc/CC-MAIN-20190420220657-20190421002657-00189.warc.gz
ory
1.000001
Orya
3
{"ory_Orya_score": 1.0000008344650269}
ବିଜୟଙ୍କ ପାଇଁ ପ୍ରଚାର କରିପାରନ୍ତି ଦିଲୀପ ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବନ୍ଧୁ ବିଜୟ ମହାପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର କରିପାରନ୍ତି ଦିଲୀପ ରାୟ। ସିଧାସଳଖ କିଛି କହିନଥିଲେ ମଧ୍ୟ ଏପରି ଇସାରା ଦେଇଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ରାଉରକେଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଦିଲୀପ କହିଛନ୍ତି-"ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍ ନେଇ ଲଢ଼େଇ ଜାରି ରହିବ। ରାଉରକେଲାର ସର୍ବାଙ୍ଗୀନ ବିକାଶ ପାଇଁ ଯିଏ ଏହି ପ୍ରତିଶ୍ରୁତି ପୂରଣ କରିବ, ତା' ସହିତ ଆମେ ରହି କାମ କରିବୁ। କିନ୍ତୁ ମୁଁ କୌଣସି ଦଳରେ ଯୋଗଦେବି ନାହିଁ।" ବନ୍ଧୁ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାରକୁ ନେଇ ସେ କହିଛନ୍ତି-"ଯେହେତୁ ସେ ମୋ ବନ୍ଧୁ, ତାଙ୍କ ପାଇଁ ଯାହା କରିବା କଥା କରିବି।" ଓଡ଼ିଶା ରାଜନୀତିରେ ଦୁଇ ଭେଟ୍ରାନ ରାଜନେତା ହେଉଛନ୍ତି ବିଜୟ ମହାପାତ୍ର ଓ ଦିଲୀପ ରାୟ। ଉଭୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତି ନିକଟତର ବ୍ୟକ୍ତି ଓ ଅନୁଗତ। ବିଜୁବାବୁଙ୍କ ଦେହାନ୍ତ ପରେ ଏମାନେ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା। ଶେଷରେ ସେମାନେ ବିଜେପିରେ ସାମିଲ ହୋଇଥିଲେ। ତେବେ ଗତ ନିର୍ବାଚନରେ ଦିଲୀପ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍କୁ ସୁପର ସ୍ପେସିଆଲିଟି ହସ୍ପିଟାଲ୍ କରିବା ପାଇଁ ରାଉରକେଲା ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପୂରଣ ହୋଇନଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଥିଲେ। ସେହିପରି ବିଜୟ ମହାପାତ୍ରଙ୍କୁ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ସେ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ବିଜେଡିର ବରିଷ୍ଠ ନେତାମାନେ ଦଳରୁ ଜଣକ ପରେ ଜଣେ ବିଦା ହୋଇ ବିଜେପିରେ ସାମିଲ ହୋଇଥିଲେ। ସେମାନଙ୍କ ଅନୁରୋଧ କ୍ରମେ ବିଜୟ ପୁଣି ଥରେ ବିଜେପିକୁ ଫେରିଛନ୍ତି। ତାଙ୍କୁ ଏଥର ଦଳ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରୁ ପ୍ରାର୍ଥୀ କରିଛି। କିନ୍ତୁ ବନ୍ଧୁ ଦିଲୀପ ବିଦେଶରୁ ଫେରିଲେ ନିଜର ନିଷ୍ପତ୍ତି ଜଣାଇବେ ବୋଲି ବିଜୟ କହିଥିଲେ। ଆଜି ଦିଲୀପ ରାଉରକେଲା ଫେରିବା ପରେ ତାଙ୍କୁ ରାଉରକେଲାବାସୀ ବିପୁଳ ସ୍ୱାଗତ ଜଣାଇଛନ୍ତି। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଦିଲୀପ ମୁରୁକି ହସି ତାଙ୍କ ପୁରୁଣା ବନ୍ଧୁ(ବିଜୟ ମହାପାତ୍ର)ଙ୍କୁ ସହଯୋଗ କରିବେ ବୋଲି ଇସାରା ଦେଇଛନ୍ତି।
<urn:uuid:55893bf9-e467-41cb-b66d-bb7cf4186fad>
CC-MAIN-2019-18
https://odishareporter.in/odisha/dilip-ray-likely-to-campaign-for-old-friend-bijoy-mohapatra-363563
2019-04-22T02:22:01Z
s3://commoncrawl/crawl-data/CC-MAIN-2019-18/segments/1555578533774.1/warc/CC-MAIN-20190422015736-20190422041736-00349.warc.gz
ory
0.999995
Orya
1
{"ory_Orya_score": 0.9999951124191284}
ରୋଷେଇ ସମୟରେ ଲୁଣ ମୁଖ୍ୟ ଭୂମିକା ନିଭାଇଥାଏ। ଭୋଜନ ସମୟରେ ମଧ୍ୟ ଚିନିର ଗୁରୁତ୍ଵପୂର୍ଣ ଭୂମିକା ରହିଛି। ଯଦି ଆପଣ ଲୁଣ ଚିନି ଆବଶ୍ୟକରୁ ଅଧିକ ଖାଉଛନ୍ତି , ସେ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ମନେ ରଖନ୍ତୁ ନିଜ ବୟସ ଅନୁସାରେ ହିଁ ଚିନି-ଲୁଣର ଉପଯୋଗ ଖାଦ୍ୟରେ କମ୍ କରିବା ହିଁ ଉଚିତ। ବଲିଉଡ ତାରକା ମାନେ ନିଜ ଦୈନନ୍ଦିନ ଖାଦ୍ୟରେ ଚିନିର ବ୍ୟବହାର ଆଦୌ କରନ୍ତି ନାହିଁ। ଏହା ହିଁ ସେମାନଙ୍କ ଫିଟ୍ ରହିବାର ପ୍ରମୁଖ ରହସ୍ୟ। ଏକ ବିଶେଷଜ୍ଞ ମତ ଅନୁଯାୟୀ ଲୁଣ ଓ ଚିନିର ଉପଯୋଗିତାକୁ ନେଇ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଆସନ୍ତୁ ଜାଣିବା ବୟସ ଅନୁସାରେ କେତେ ପରିମାଣର ଲୁଣ ଚିନି ଖାଇବା ଶରୀର ପ୍ରତି ଲାଭଦାୟକ ହୋଇଥାଏ- - ବର୍ଷକରୁ ୩ ବର୍ଷର ପିଲା ନୀତିଦିନ ଅତିବେଶୀରେ ୨.୫ ମିଲିଗ୍ରାମ୍ ଲୁଣ ଖାଇବା ସହ ଚିନି ଆଦୌ ନ ଖାଇବା ଭଲ। - ୪ ରୁ ୮ ବର୍ଷର ପିଲା ୩ ଗ୍ରାମ୍ ଲୁଣ ବିଭିନ୍ନ ବ୍ୟଞ୍ଜନ ଉପଯୋଗରେ ଖାଇବା ସହ ଚିନି ନିୟମିତ ୧ ଚାମଚ ହିଁ ଖାଇବା ଭଲ। - ୯ ବର୍ଷରୁ ୫୦ ବର୍ଷ ବୟସର ବୟସ୍କମାନେ ୩.୭୫ ମିଲିଗ୍ରାମ୍ ଲୁଣ ଓ ୩ଚାମଚ ଚିନି ଖାଇବା ଭଲ। - ୫୦ ବର୍ଷରୁ ଅଧିକ ବୟସ୍କ ଲୋକେ ନିଜ ଖାଦ୍ୟପେୟ ବାବଦରେ ସଚେତନ ହେବା ନିତାନ୍ତ ଜରୁରୀ। ଖୁବ୍ କମ୍ ମାତ୍ରାରେ ଲୁଣ ଓ ଚିନିର ଉପଯୋଗରେ ଏମାନେ ଖାଦ୍ୟ ଖାଇବା ଉଚିତ। - ଲୁଣ-ଚିନିର ଉପଯୋଗ ପ୍ରତି ସଚେତନ ନ ହେଲେ ଆଗାମୀ ଦିନରେ ମଧୁମେହ, ଉଚ୍ଚରକ୍ତଚାପ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସର୍ବାଧିକ। ପଢନ୍ତୁ;
<urn:uuid:dfc4b81c-2252-4f4a-b5b1-42a1520c42f7>
CC-MAIN-2019-18
https://enewsodia.com/amp/dont-eat-excess-salt-and-sugar/
2019-04-24T11:47:24Z
s3://commoncrawl/crawl-data/CC-MAIN-2019-18/segments/1555578641278.80/warc/CC-MAIN-20190424114453-20190424140453-00109.warc.gz
ory
0.999974
Orya
12
{"ory_Orya_score": 0.9999740123748779}
ତାଇଓ୍ଵାନର ପୂର୍ବତଟରେ ୬.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଭଗ୍ନସ୍ତୁପ ତଳେ ୩୦ରୁ ଅଧିକ ବ୍ୟକ୍ତି ଫସି ରହିଥିବା ସୂଚନା ମିଳିଛି। ସୁରକ୍ଷା କର୍ମୀ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୫୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇଛି । ତାଇଓ୍ଵାନର ୨ଟି ହେଟେଲ ବିଶେଷ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହି ଭୂକମ୍ପରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭୂକମ୍ପ ଝଟକା ପରେ ସହରର ବହୁତଳ ବିଶିଷ୍ଟ ଏକ ହୋଟେଲ ସାମାନ୍ୟ ଭାବରେ ଢଳି ପଡ଼ିଛି । ତାଇୱାନର ନ୍ୟାସନାଲ ଫାୟାର ଏଜେନ୍ସି ମୁତାବକ ହୋଟେଲରେ ୩୦ ଜଣ ଫସିଯାଇଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ତାଇୱାନର ଆଉ ଏକ ହୋଟେଲକୁ ମଧ୍ୟ ବଡ଼ କ୍ଷତି ପହଞ୍ଚାଇଛି । ହୋଟେଲରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ସ୍ଥାନୀୟ ସମୟ ଅନୁସାରେ ରାତି ୧୧ଟା ୫୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ଭୂକମ୍ପର କେନ୍ଦ୍ର ତାଇୱାନ ଉପକୂଳ ସହର 'ହୁଆଲିନ' ଠାରୁ ୨୦ କିଲୋମିଟର ପୂର୍ବରେ ଥିଲା । ସୂଚନାଯୋଗ୍ୟ, ବିଗତ କିଛି ଦିନ ହେବ ତାଇୱାନରେ ଭୂକମ୍ପ ଦେଖାଯାଇଛି । ସେହିଭଳି ମାତ୍ର ୨ଘଣ୍ଟା ମଧ୍ୟରେ ୫ଟି ଭୂକମ୍ପ ଆସିଛି । ୧୯୯୯ରେ ୭.୬ ତୀବ୍ରତାର ଭୂକମ୍ପ ଯୋଗୁଁ ଏହି ଦେଶରେ ଅତି କମରେ ୨୪୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ପଢନ୍ତୁ ;
<urn:uuid:69d12c62-1773-4737-82bb-3ef14ad3cc48>
CC-MAIN-2019-18
https://enewsodia.com/amp/earthquake-in-taiwan/
2019-04-24T12:25:51Z
s3://commoncrawl/crawl-data/CC-MAIN-2019-18/segments/1555578641278.80/warc/CC-MAIN-20190424114453-20190424140453-00109.warc.gz
ory
1.000005
Orya
13
{"ory_Orya_score": 1.0000050067901611}
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଥିଲେ ନବୀନ । ପୁଣିଥରେ ବିଜେଡିକୁ ଫେରାଇ ଆଣିବା ସହ ଗୋଟିଏ ପରେ ଗୋଟିଏ ଗୁରୁ ଦାୟିତ୍ୱ ଘଡ଼ାଇଙ୍କୁ ଦେଉଛନ୍ତି ବିଜେଡି ସୁପ୍ରିମୋ । ସକାଳେ ପ୍ରଫୁଲ୍ଲଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲେ ନବୀନ । ରଣପୁର, ଖୋର୍ଦ୍ଧା ଓ ଚିଲିକା ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲଙ୍କୁ ନିଯୁକ୍ତି ଦେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପୁଣି ସନ୍ଧ୍ୟାରେ ବିଜେଡିର ରାଜ୍ୟ ଉପସଭାପତି ଭାବେ ପ୍ରଫୁଲ୍ଲଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ସୂଚନାଯୋଗ୍ୟ, 2014 ରେ ଦଳ ବିରୋଧି କାର୍ଯ୍ୟ ଏବଂ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି ଅରୁଚିକର ଟିପ୍ପଣୀ ଦେଇଥିବାରୁ ଦଳରୁ ବହିଷ୍କୃତ ହୋଇଥିଲେ ପ୍ରଫୁଲ୍ଲ । ସେହି ସମୟରେ ପ୍ରକାଶିତ ଖବର ଏତେ ମାତ୍ରାରେ ଆଲୋଡନ ସୃଷ୍ଟି କରିଥିଲା ଯେ, ଦଳର ବରିଷ୍ଠ ନେତାମାନେ ପ୍ରଫୁଲ୍ଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତେବେ ନିର୍ବାଚନୀ ଋତୁରେ ଘଡ଼ାଇଙ୍କ ଉପସ୍ଥିତି କାମରେ ଆସିବ ବୋଲି ଭଲଭାବେ ବୁଝିଛନ୍ତି ନବୀନ । ତେବେ 18 ମାର୍ଚ୍ଚ 2019ରେ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇ ବିଜେଡିକୁ ଫେରାଇ ଆଣିଥିଲେ ନବୀନ ।
<urn:uuid:67be3a3d-dc9e-489d-a41a-241a72a504ba>
CC-MAIN-2019-18
https://theargus.in/odisha-prafulla-ghadai-become-vice-president-of-bjd/
2019-04-24T12:48:51Z
s3://commoncrawl/crawl-data/CC-MAIN-2019-18/segments/1555578641278.80/warc/CC-MAIN-20190424114453-20190424140453-00109.warc.gz
ory
1.000004
Orya
1
{"ory_Orya_score": 1.0000042915344238}
ନିର୍ବୋଧ ଭାବରେ ଅନ୍ୟକୁ ଅବିକଳ ଅନୁକରଣ କରିବା, ଅନ୍ୟ ହାତରୁ ଜିନି ଛଡ଼େଇ ନେବା ଓ ଡେଇଁ ଡେଇଁ ନାଚିବା ହେଉଛି ମାଙ୍କଡ଼ର ଗୁଣ । ଯେତେବେଳେ ମଣିଷ ପାଖରେ ଏହି ସବୁ ଗୁଣ ଦେଖିବାକୁ ମିଳେ ଆମେ ତାକୁ ମାଙ୍କଡ଼ାମି କହୁ । ମାଙ୍କଡ଼ ଓ ମଣିଷ ମଧ୍ୟରେ କିଏ ଉନ୍ନତ ଚେତନାର ଅଧିକାରୀ ବୋଲି ପ୍ରଶ୍ନ କରାଗଲେ, ଉତ୍ତର ମିଳିବ ମଣିଷ । କାରଣ ଡାରଉଇନ୍ଙ୍କ ମତ ଅନୁସାରେ ମାଙ୍କଡ଼ର ବିବର୍ତ୍ତିତ ସଭ୍ୟ ରୂପ ହେଉଛି ମଣିଷ । ମାଙ୍କଡ଼ ଓ ମଣିଷ ମଧ୍ୟରେ ପାର୍ଥକ୍ୟ ହେଲା ମାଙ୍କଡ଼ର କିଛି ଲକ୍ଷ୍ୟ ବା ମହତ୍ ଆକାଂକ୍ଷା ନ ଥାଏ, ମାତ୍ର ପ୍ରତ୍ୟେକ ମଣିଷର କିଛି ନା କିଛି ମହତ୍ ଆକାଂକ୍ଷା ଥାଏ ଓ ସେ ତାକୁ ବୁଦ୍ଧି ବଳରେ ପୂରଣ କରିବା ପାଇଁ ସତତ ଚେଷ୍ଟା କରେ । କଠୋପନିଷଦରେ ବୁଦ୍ଧିକୁ ଜୀବନର ସାରଥି ବୋଲି କୁହାଯାଇଛି (ବୁଦ୍ଧିଂ ତୁ ସାରଥିବିଦ୍ଧି) । ସାରଥି ମାଲିକ ନୁହେଁ, ଏକ ଭୃତ୍ୟ ମାତ୍ର । ଏଣୁ ବୁଦ୍ଧି ମଧ୍ୟ ଏକ ଭୃତ୍ୟ । ମଣିଷ ଜୀବନ କିପରି ଅତିବାହିତ ହେବ ତାହା ନିର୍ଭର କରେ ବୁଦ୍ଧିକୁ ପରିଚାଳିତ କରୁଥିବା ଚେତନା ଉପରେ । କେହି କେହି ସମାଜର ମଙ୍ଗଳ କରିବା ପାଇଁ ବୁଦ୍ଧିକୁ ବ୍ୟବହାର କରୁଥିବାବେଳେ ଆଉ କେହି ଅନ୍ୟର ଅମଙ୍ଗଳ କରିବା ପାଇଁ ବୁଦ୍ଧିକୁ ବ୍ୟବହାର କରିଥାଏ । ଚୋରର ଯେପରି ବୁଦ୍ଧି ରହିଛି, ଜଣେ ସାଧୁର ମଧ୍ୟ ସେପରି ବୁଦ୍ଧି ରହିଛି । ମାତ୍ର ଉଭୟଙ୍କ ବୁଦ୍ଧିକୁ ଦୁଇଟି ଭିନ୍ନ ଚେତନା ପରିଚାଳିତ କରୁଛି । ମାଙ୍କଡ଼ର କୌଣସି ମହତ ଆକାଂକ୍ଷା ନ ଥିବାରୁ ତା'ର ବୁଦ୍ଧିର ଠିକ୍ ଉପଯୋଗ ହୁଏ ନାହିଁ । ଯେଉଁମାନେ ମଣିଷକୁ ମାଙ୍କଡ଼ଠାରୁ ଉଚ୍ଚତର ଚେତନାର ଅଧିକାରୀ ବୋଲି ମତ ଦିଅନ୍ତି, ସେମାନଙ୍କ ଦୃଷ୍ଟିରେ ମାଙ୍କଡ଼ ଏକ ପଶୁ । ଉଚ୍ଚତର ଚେତନାର ଅଧିକାରୀ ବୋଲି ଦାବି କରୁଥିବା ମଣିଷ ପାଖରୁ ପଶୁସୁଲଭ ଗୁଣ ଆଶା କରାଯାଏ ନାହିଁ । ମାତ୍ର ଏକବିଂଶ ଶତାବ୍ଦୀର ମଣିଷର ଜୀବନ ଶୈଳୀକୁ ଅନୁଧ୍ୟାନ କଲେ ଅନୁଭବ କରିହୁଏ ଯେ, ଆଜି ବି ମଣିଷ ଅନେକ ଦୃଷ୍ଟିରୁ ମାଙ୍କଡ଼ଠାରୁ ଭିନ୍ନ ନୁହେଁ । ବିସ୍ମୟର ବିଷୟ ଯେ, ଦୈବ ଚେତନାର ଅଧିକାରୀ ହନୁମାନ ମଣିଷ ଦୃଷ୍ଟିରେ ଏକ ମାଙ୍କଡ଼ । ମାତ୍ର ମଣିଷ ଜାଣି ରଖିବା ଉଚିତ୍ ଯେ, ସେ ହେଉଛନ୍ତି ଭଗବାନ ଶିବଙ୍କ ବିଭୂତି । ସେ ଏକାଧାରରେ ଜଣେ କର୍ମଯୋଗୀ, ଜ୍ଞାନଯୋଗୀ ଓ ଭକ୍ତିଯୋଗୀ । ଏହିଭଳି ଏକ ପ୍ରାଣୀ କେବେ ବାନର ହୋଇ ନ ପାରେ । ସମ୍ଭବତଃ ରୂପରେ ହନୁମାନ ବାନରର ନିକଟତର ହୋଇଥିବାରୁ ତାଙ୍କୁ ବାନର ଭାବରେ ଚିତ୍ରିତ କରାଯାଇଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ମଣିଷ ମାଙ୍କଡ଼କୁ ତା'ଠାରୁ ଏକ ନିକୃଷ୍ଟ ପ୍ରାଣୀ ଭାବରେ ବିଚାର କଲେ ମଧ୍ୟ ବାସ୍ତବ ଜୀବନରେ ସେ ମାଙ୍କଡ଼କୁ ନିଜଠାରୁ ଏକ ଉଚ୍ଚତର ଚେତନାର ଅଧିକାରୀ ଭାବରେ ସ୍ୱୀକାର କରୁଛି । ସେଇଥିପାଇଁ ହନୁମାନ ଜଣେ ବିଶ୍ୱସ୍ତ ସେବକର ପ୍ରତୀକ ଓ ଦେବତା ଭାବରେ ପୂଜିତ । ଥରେ ଅଯୋଧ୍ୟାରେ ବାନରମାନେ ଏକ ପଂକ୍ତିଭୋଜନରେ ବସିଥାନ୍ତି । ଜଣେ ଯୁବ ବାନର ତରକାରୀରେ ଥିବା ଗୋଟିଏ କୋଳି ଚିପିଦେବାରୁ ତା'ର ମଞ୍ଜିଟି ଉପରକୁ ଛିଟିକି ପଡ଼ିଲା । ବାନରଟି କହିଲା, ଆରେ କୋଳି ମଞ୍ଜି । ତୁ ପୁଣି ମୋତେ ଲମ୍ଫ ଶିଖାଉଛୁ । ତୋ'ଠାରୁ ମୁଁ ଆଉ କେତେ ଉପରକୁ ଡେଇଁପାରେ ଦେଖ୍ । ଏହା କହି ସେ ଖୁବ୍ ଜୋର୍ରେ ଉପରକୁ ଡେଇଁଲା । ତାକୁ ଦେଖି ଅନ୍ୟ ବାନରମାନେ ମଧ୍ୟ ଆହୁରି ଉପରକୁ ଡେଇଁପାରିବେ ବୋଲି ଦାବି କଲେ ଓ ଡେଇଁବା ଆରମ୍ଭ କରିଦେଲେ ଏବଂ ଏହା ଏକ ପ୍ରତିଯୋଗିତାରେ ପରିଣତ ହେଲା । କିନ୍ତୁ ଗୋଟିଏ କୋଣରେ ହନୁମାନ ଚୁପ୍ଚାପ୍ ବସିଥାନ୍ତି । ଜଣେ ସଭାସଦ୍ ହନୁମାନଙ୍କୁ କହିଲେ, ତୁମେ ଥରଟିଏ ଲମ୍ଫ ଦେଲେ ଏହି ମୂର୍ଖ ବାନରମାନେ ବୁଝିପାରନ୍ତେ ଲମ୍ଫ କାହାକୁ କୁହାଯାଏ । ମାତ୍ର ହନୁମାନ କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ । ସେ ହସି ଦେଇ କହିଲେ ମୋର ଶକ୍ତିର ସାମାନ୍ୟତମ ଅଂଶ ବି ମୁଁ ପ୍ରଦର୍ଶନ ପାଇଁ ବ୍ୟବହାର କରିବାକୁ ଚାହେଁ ନାହିଁ । ମୋର ସମସ୍ତ ଶକ୍ତି ଭଗବତ୍ ନିର୍ଦ୍ଦେଶିତ । କେବଳ ଶ୍ରୀରାମଚନ୍ଦ୍ରଙ୍କ ସେବାରେ ହିଁ ତାହା ବ୍ୟବହାର କରାଯାଇପାରେ । ମଣିଷ ଦୃଷ୍ଟିରେ ଯେଉଁ ହନୁମାନ ଜଣେ ବାନର, ସେ ଜଣେ ସମର୍ପିତ ସେବକ, ଅଥଚ ବାନରଠାରୁ ନିଜକୁ ଉଚ୍ଚତର ଚେତନାର ଅଧିକାରୀ ବୋଲି ଦାବି କରୁଥିବା ଆଜିର ମଣିଷ ସ୍ୱାର୍ଥପର ଓ ବିଶ୍ୱାସଘାତକ । ସେତୁ ସମୁଦ୍ର ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ସରକାର ରାମସେତୁ ପ୍ରାକୃତିକ ଅଟେ ଓ ରାମଚନ୍ଦ୍ର ଏକ କାଳ୍ପନିକ ଚରିତ୍ର ବୋଲି ସତ୍ୟପାଠ କଲେ । ଏହି ସତ୍ୟପାଠ ଭାରତର କୋଟି କୋଟି ହିନ୍ଦୁଙ୍କୁ କ୍ଷୁବ୍ଧ କଲା । ଫଳରେ ସରକାର ତାକୁ ପ୍ରତ୍ୟାହାର କଲେ । ହିନ୍ଦୁ ଭୋଟକୁ ହାତଛଡ଼ା ନ କରିବା ଥିଲା ଏହି ସତ୍ୟପାଠ ପ୍ରତ୍ୟାହାରର ଏକମାତ୍ର କାରଣ । ତାମିଲନାଡୁର ମୁଖ୍ୟମନ୍ତ୍ରୀ କରୁଣାନିଧି ରାମଚନ୍ଦ୍ର କେଉଁ ଇଞ୍ଜିନିୟରିଂ କଲେଜରେ ପଢ଼ିଥିଲେ ବୋଲି ପ୍ରଶ୍ନ କଲେ ଓ କୋଟି କୋଟି ହିନ୍ଦୁମାନଙ୍କୁ କ୍ଷୁବ୍ଧ କଲେ । ରାମଚନ୍ଦ୍ର କାଳ୍ପନିକ ଚରିତ୍ର ହୁଅନ୍ତୁ ବା ଐତିହାସିକ ଚରିତ୍ର ହୁଅନ୍ତୁ, ରାମସେତୁ ପ୍ରାକୃତିକ ହେଉ ବା ମଣିଷ କୃତ ହେଉ, ସେଥିରେ ଭାରତର କୋଟି କୋଟି ହିନ୍ଦୁଙ୍କର ବିଶ୍ୱାସ ଜଡ଼ିତ । ରାମଚନ୍ଦ୍ରଙ୍କ ବିରୋଧରେ କହିବା ଅର୍ଥ ଭାରତର ଅଧିକାଂଶ ଜନତାଙ୍କ ବିରୁଦ୍ଧାଚରଣ କରିବା । ଏହା ଗଣତନ୍ତ୍ର ପ୍ରତି କୁଠାରାଘାତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜି ଯେଉଁମାନେ ନିଜକୁ ଗଣତନ୍ତ୍ର ସମର୍ପିତ ବୋଲି ଦାବି କରୁଛନ୍ତି ଓ ରାମଚନ୍ଦ୍ରଙ୍କ ବିରୋଧରେ ମତବ୍ୟକ୍ତ କରୁଛନ୍ତି ସେମାନେ ଭୁଲିଯିବା ଉଚିତ୍ ନୁହେଁ ଯେ ରାମଚନ୍ଦ୍ର ଥିଲେ ଗାଣତାନ୍ତ୍ରିକ ମୂଲ୍ୟବୋଧର ପ୍ରବକ୍ତା । ଗଣକୁ ସମ୍ମାନ ଦେବା ପାଇଁ ସେ ନିଜର ପ୍ରାଣପ୍ରିୟା ପତ୍ନୀଙ୍କୁ ମଧ୍ୟ ବିସର୍ଜନ ଦେଇଥିଲେ । ଜନତା ସୀତାଙ୍କ ସତୀତ୍ୱକୁ ନେଇ ପ୍ରଶ୍ନ କରିଥିଲେ । ରାଜ୍ୟର ଶହ ଶହ ପ୍ରଜା ମିଥ୍ୟାକୁ ସତ୍ୟ ବୋଲି କହିଲେ, ତାକୁ ସତ୍ୟ ବୋଲି ବିବେଚନା କରିବା ରାଜଧର୍ମ ବୋଲି ରାମଚନ୍ଦ୍ର ବିଚାର କରିଥିଲେ । ମିଥ୍ୟା କଥା ଯେବେ ପ୍ରଜାଏ କହିବେ ମେଳ ହୋଇ ଶତଶତ, ମିଥ୍ୟା ଜାଣି ଜାଣି ତାକୁ ମାନି ମାନି ବୋଲାଯାଏ ସତସତ । – ତପସ୍ୱିନୀ : ଗଙ୍ଗାଧର ଏହି ଦୃଷ୍ଟିରୁ ରାମସେତୁ ଓ ରାମଚନ୍ଦ୍ର ମିଥ୍ୟା ହୋଇଥିଲେ ମଧ୍ୟ ତାହା କୋଟି କୋଟି ଜନତାଙ୍କ ଦୃଷ୍ଟିରେ ସତ୍ୟ ହୋଇଥିବାରୁ ସେ ସତ୍ୟ ପ୍ରତି ସମ୍ମାନ ଦେଖାଇବା ସରକାରଙ୍କ କର୍ତ୍ତବ୍ୟ, କାରଣ ଭାରତ ହେଉଛି ଏକ ଗଣତନ୍ତ୍ର । ଆଜି ଗଣତନ୍ତ୍ରକୁ ନେତାମାନେ ନିଜର ଆଦର୍ଶ ଭାବରେ ଗ୍ରହଣ କରି ସେଥିପ୍ରତି ସମର୍ପିତ ବୋଲି ଦାବି କରୁଛନ୍ତି । ମାତ୍ର ବାସ୍ତବ ଜୀବନରେ ଗଣତନ୍ତ୍ର ପ୍ରତି ବିଶ୍ୱାସଘାତକତା କରୁଛନ୍ତି । ଅପରପକ୍ଷରେ ହନୁମାନ ମଣିଷ ଦୃଷ୍ଟିରେ ବାନର ଭାବରେ ଚିତ୍ରିତ ହୋଇଥିଲେ ମଧ୍ୟ ସେ ତାଙ୍କର ଆଦର୍ଶ (ରାମଚନ୍ଦ୍ର) ପ୍ରତି ପ୍ରତ୍ୟେକ କର୍ମରେ ପୂର୍ଣ୍ଣ ସମର୍ପିତ ଥିଲେ । ବିଡ଼ମ୍ୱନାର ବିଷୟ ଯେ ମଣିଷ ନିଜକୁ ବାନରଠାରୁ ଉଚ୍ଚ ଚେତନାର ଅଧିକାରୀ ବୋଲି ଚିନ୍ତା କରୁଛି ଓ ଦୈବଚେତନାର ଅଧିକାରୀ ହନୁମାନଙ୍କୁ ଏଖ ବାନର ରୂପେ ପରିକଳ୍ପନା କରିଛି । ମାଙ୍କଡ଼ ଯେପରି ନିର୍ବୋଧ ଭାବରେ ଅନ୍ୟକୁ ଅନୁକରଣ କରେ, ଆଜି ମଣିଷ ପାଶ୍ଚାତ୍ୟ ଭଳି ଡେଇଁ ଡେଇଁ ଅସଂଯତ ଅରୁଚିକର ନୃତ୍ୟ ପ୍ରଦର୍ଶନ କରୁଛି । ଏହିଭଳି ଜୀବନଶୈଳୀ ଦେଖିଲେ ମନେହୁଏ ଆଜିର ମଣିଷ ମାଙ୍କଡ଼ାମିରୁ ମୁକ୍ତ ହୋଇ ନାହିଁ । ଏବେ ତା'ର ଲାଞ୍ଜଟି ନାହିଁ ସିନା, କିନ୍ତୁ ସେ ତା'ର ପୂର୍ବପୁରୁଷର ଲାଞ୍ଜଟିକୁ ଖୋଜିବାରେ ଲାଗିଛି । ଏ ପ୍ରସଙ୍ଗରେ ମନେ ପଡ଼େ ବିଶିଷ୍ଟ କଥାକାର ମନୋଜ ଦାସଙ୍କର କାହାଣୀଟିଏ । ଥରେ ଜଣେ କାଠୁରିଆ କାଠ ଗଡ଼ଟାଏ କରତ ଯୋଗେ ଅଧାପର୍ଯ୍ୟନ୍ତ ଦୁଇ ଫାଳ କରି ଫାଟ ମଝିରେ କୀଳକଟିଏ ଗୁଞ୍ଜି ଦେଲା ଓ ଦିବାହାର ପାଇଁ ବାହାରକୁ ଗଲା । ଏହି ସମୟରେ ମାଙ୍କଡ଼ଟିଏ ଗଛରୁ ଓହ୍ଲାଇ ଆସି ସେହି ଜୀବଳକଟିକୁ ଉପାଡ଼ି ଦେବା ପାଇଁ ଚେଷ୍ଟା କରି ସଫଳ ହେଲା । କୀଳକଟି ବାହାରି ଆସିଲା, ମାତ୍ର ସେହି ସନ୍ଧି ଭିତରେ ତା'ର ଲାଞ୍ଜଟି ଚିପି ହୋଇଯାଇ ଛିଣ୍ଡିଗଲା । କିଛି ଦିନ ପରେ ସେ ଜଣେ ସାଧୁଙ୍କ ନିକଟରେ ପହଞ୍ଚି କହିଲା, ମହାଭାଗ, ଆପଣଙ୍କ ସେବା କରିବାର ସୁଯୋଗ ଦେଲେ ମୁଁ ଧନ୍ୟ ହେବି । ସାଧୁ ତାକୁ ସେବା କରିବା ସୁଯୋଗ ଦେଲେ ଓ ତା'ର ସେବାରେ ପ୍ରୀତ ହୋଇ ସେ ତାକୁ ଏକ ବର ଦେବା ଲାଗି ଇଚ୍ଛା ପ୍ରକାଶ କଲେ । ମାଙ୍କଡ଼ଟି ତା'ର ହରାଇଥିବା ବିଧିଦତ୍ତ ଲାଞ୍ଜଟିକୁ ଫେରି ପାଇବା ପାଇଁ ବର ନ ମାଗି ମଣିଷ ରୂପ ପାଇବା ପାଇଁ ବର ମାଗିଲା । ସାଧୁ ମଣିଷ ରୂପ ପାଇବା ପାଇଁ ଏକ ମନ୍ତ୍ର ଶିଖାଇ ଦେଇ କିଛି ମାସ ପାଇଁ ତୀର୍ଥ ଗମନ କଲେ । ମନ୍ତ୍ରର ପ୍ରୟୋଗ କରି ମାଙ୍କଡ଼ଟି ନିଜେ ମଣିଷ ରୂପ ପାଇବା ସଙ୍ଗେ ସଙ୍ଗେ ତା'ର ଜ୍ଞାତି, ପରିଜନ, ବନ୍ଧୁ ସମସ୍ତଙ୍କୁ ମଣିଷରେ ରୂପାନ୍ତରିତ କରିଦେଲା । ରୂପ ସିନା ପରିବର୍ତ୍ତନ ହେଲା, ପ୍ରକୃତିରେ ପରିବର୍ତ୍ତନ ହେଲା ନାହିଁ । ସେମାନେ ପୂର୍ବପରି ଜନବସତିରୁ ଲୁଗାପଟା, ଖାଦ୍ୟସାମଗ୍ରୀ ଚୋରି କରି ଜୀବିକା ନିର୍ବାହ କରୁଥିଲେ । ତୀର୍ଥରୁ ଫେରି ସାଧୁ ଯେତେବେଳେ ସମସ୍ତ ବିଷୟ ଅବଗତ ହେଲେ, ସେ ରାଗିଯାଇ ସେମାନଙ୍କୁ ଅଭିଶାପ ଦେଲେ ଯେ ସେମାନେ ପୁଣି ସେମାନଙ୍କର ଲାଙ୍ଗୁଳ ଫେରି ପାଆନ୍ତୁ । ମଣିଷ ରୂପଧାରୀ ମାଙ୍କଡ଼ମାନେ ଅନୁତାପ କରି ସାଧୁଙ୍କୁ ଏହି ଅଭିଶାପ ଫେରାଇ ନେବାକୁ କାକୁତିମିନତି କରିବାରୁ ସାଧୀ କହିଲେ, ତୁମେ ହେଉଛ ମନୁଷ୍ୟ ରୂପଧାରୀ ମାଙ୍କଡ଼ । ବିଧିଦତ୍ତ ଶାରୀରିକ ଗଠନ ଅନୁଯାୟୀ ତୁମର ଲାଞ୍ଜ ରହିବା ଆବଶ୍ୟକ । ଆଜିଠୁ ତୁମର ଲାଞ୍ଜ ଅଦୃଶ୍ୟ ହୋଇଯିବ । ମାତ୍ର ତୁମେ ସର୍ବତା ତା'ର ଅଭାବ ଅନୁଭବ କରୁଥିବ ଓ ତାକୁ ଖୋଜିବା ପାଇଁ ଚେଷ୍ଟା କରୁଥିବ । କାହାଣୀଟିର କେନ୍ଦ୍ରୀୟ ବକ୍ତବ୍ୟ ହେଲା ମଣିଷ ନିଜକୁ ମାଙ୍କଡ଼ଠାରୁ ଉଚ୍ଚ ଚେତନାର ଅଧିକାରୀ ବୋଲି ଭାବୁଛି ସିନା, ତା'ର ଜୀବନଶୈଳୀରେ ସେ ସମ୍ପୂର୍ଣ୍ଣ ମାର୍ଜିତ ହୋଇ ନାହିଁ ଓ ମାଙ୍କଡ଼ାମିରୁ ମୁକ୍ତ ହୋଇ ନାହିଁ ।
<urn:uuid:6c7cc9a7-0a26-422b-8228-ddb3dfc0b88f>
CC-MAIN-2019-18
http://www.ameodia.com/odia-prose/odia-prose-mankada-o-manisha-dr-chhayakanta-sarangi/
2019-04-19T06:24:40Z
s3://commoncrawl/crawl-data/CC-MAIN-2019-18/segments/1555578527148.46/warc/CC-MAIN-20190419061412-20190419083412-00399.warc.gz
ory
1.000007
Orya
6
{"ory_Orya_score": 1.0000067949295044}
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅକ୍ଷୟ ତୃତୀୟାର ଅଖିମୁଠି ଅନୁକୂଳକୁ ହାଇଜାକ୍ କରିନେଲା ରାଜନୀତି । ଚାଲିଲା ବାକଯୁଦ୍ଧ । କେତେବେଳେ ପିପିଲିରୁ କଟକରେ ଥିବା ଧର୍ମେନ୍ଦ୍ରଙ୍କୁ ଆଟାକ୍ ତ ଆଉ କେତେବେଳେ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ଗୁଗଲି । ଆଉ ଧର୍ମେନ୍ଦ୍ର ବି ରଖୁଥାନ୍ତି ଜବାବ । ମହାରଥୀ ଅଭିଯୋଗ ଆଣିଲେ ଯେ, ପ୍ରଥମଥର ପାଇଁ ଓଡିଶାରେ ବିଜେପି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଆଣି ଅଖିମୁଠି ଅନୁକୂଳ କରିବା ଆୟୋଜନ ପଛରେ ତେଲ ଟଙ୍କା ଲାଗିଛି । ସେପଟେ ଧର୍ମେନ୍ଦ୍ର କହିଲେ, ଏପର୍ବ କେବଳ ବିଜେଡିର ନୁହେଁ । କଟାକ୍ଷ କରି କହିଲେ, ଆଗକୁ ହୁଏତ ବିଜେଡି କହିପାରେ ରଥଯାତ୍ରା ବି ତାଙ୍କର ।
<urn:uuid:fd31d46f-bada-47f3-ab23-2942cd457836>
CC-MAIN-2019-18
http://kanaknews.com/war-of-words/
2019-04-22T20:15:22Z
s3://commoncrawl/crawl-data/CC-MAIN-2019-18/segments/1555578582584.59/warc/CC-MAIN-20190422195208-20190422221208-00319.warc.gz
ory
0.999921
Orya
2
{"ory_Orya_score": 0.9999209642410278}
ଆଜିକାଲି ମୋବାଇଲ୍ଫୋନ୍ପରି ଇୟରଫୋନ ମଧ୍ୟ ଏକ ଅତ୍ୟାବଶ୍ୟକ ଜିନିଷ ହେଇଯାଇଛି । ଘରେ ଓ ଅଫିସ୍ରେ ଥିବା ବେଳେ କିମ୍ବା ବସ୍ ଅବା ଟ୍ରେନ୍ରେ ଯାତ୍ରା କଲା ବେଳେ ପ୍ରାୟ ସମସ୍ତେ ଇୟରଫୋନ ବ୍ୟବହାର କରୁଛନ୍ତି। ଏହି ଟ୍ରେଣ୍ଡ୍ କେବଳ ବଡ଼ ଅବା ଛୋଟ ସହରରେ ନୁହେଁ, ଗାଁଗହଳିରେ ବି ଦେଖିବାକୁ ମିଳୁଛି । ଅନେକ ଏଥିରେ ଏମିତି ଅଭ୍ୟସ୍ତ ହୋଇଗଲେଣି ଯେ ବିନା ଇଅରଫୋନ୍ରେ ସେମାନଙ୍କୁ ଭଲ ଲାଗେ ନାହିଁ । ତେଣୁ ବେଳେ ବେଳେ ଅଫିସ୍କୁ ଇଅରଫୋନ୍ ଆଣିବାକୁ ଭୁଲି ଯାଇଥିଲେ ସେମାନେ ଅନ୍ୟମାନଙ୍କର ଇଅର ଫୋନ୍ ଲଗାନ୍ତି । ଏମିତି କି ଆମ ମାନଙ୍କ ମଧ୍ୟରୁ ଅନେକ ଘରର ଅନ୍ୟ ସଦସ୍ୟଙ୍କ ଇଅର ଫୋନ୍ ବ୍ୟବହାର କରନ୍ତି । କିନ୍ତୁ ଜାଣିଛନ୍ତି କି ଅନ୍ୟର ଇଅର ଫୋନ୍ ବ୍ୟବହାର କରି ଆମେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଉ। ଅନ୍ୟର ଇଅରଫୋନ୍ ବ୍ୟବହାର କଲେ କେଉଁ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ ଆସନ୍ତୁ ଜାଣିବା। ୧. ଅନ୍ୟର ଇଅର ଫୋନ୍ ବ୍ୟବହାର କରିବା ଦ୍ୱାରା ଅଧିକାଂଶ ଲୋକ ଫଙ୍ଗସ୍ ଇନ୍ଫେକ୍ସନର ଶିକାର ହୁଅନ୍ତୁ। ୭ ପ୍ରତିଶତ ଲୋକଙ୍କ କାନରେ ଯନ୍ତ୍ରଣା ହୁଏ। ଏହାର ମୁଖ୍ୟ କାରଣ ହେଉଛି ପୂର୍ବରୁ ଏହି ଇଅର ଫୋନ୍ ବ୍ୟବହାର କରୁଥିବା ଲୋକ ଏହି ସବୁ ସମସ୍ୟାର ଶିକାର ହୋଇଥାଆନ୍ତି। ଯଦି ଆପଣ କୌଣସି ଏମିତି ବ୍ୟକ୍ତିଙ୍କ ଇଅରଫୋନ୍ ବ୍ୟବହାର କରୁଛନ୍ତି ଯିଏ କି ପୂର୍ବରୁ ସଂକ୍ରମଣର ଶିକାର ହୋଇଥିଲେ, ତା'ହେଲେ ସାବଧାନ ହୋଇଯାଆନ୍ତୁ। ଫଙ୍ଗସ୍ର ଜୀବାଣୁ ଇଅରଫୋନ୍ରେ ରହିଥାଇପାରନ୍ତି। ଯଦି ସେମାନଙ୍କ ସଂଖ୍ୟା ବଢ଼ିଯାଇଥାଏ, ତା'ହେଲେ ଇଅରଫୋନ୍ ଦେଇ ସେମାନେ ଆପଣଙ୍କ କାନ ଭିତରେ ପଶି ଯିବେ। ଆଉ ତା'ପରେ ଆପଣଙ୍କ କାନରେ ଦେଖାଯିବ ସମସ୍ୟା। ୨. ଜ୍ୱର ଓ ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କ ଇଅରଫୋନ୍ କେବେ ବି ବ୍ୟବହାର କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ। ଏଭଳି ଲୋକଙ୍କ ଇଅରଫୋନ୍ ଆପଣଙ୍କ କାନକୁ ଅଧିକ ସଂକ୍ରମିତ କରିବାର ସମ୍ଭାବନା ଥାଏ। ସ୍ୱାସ୍ଥ୍ୟଗତ ସମସ୍ୟାରୁ ବର୍ତିବା ପାଇଁ : ଯଦି କେତେବେଳେ ଅନ୍ୟର ଇଅରଫୋନ୍ ବ୍ୟବହାର କରିବେ, ତା' ପୂର୍ବରୁ ତାଙ୍କୁ ସାନିଟାଇଜରରେ ସଫା କରି ଦିଅନ୍ତୁ।
<urn:uuid:a33ce3c2-5455-437a-8908-dd6d7ec3307f>
CC-MAIN-2019-18
https://enewsodia.com/donot-use-others-earphone/
2019-04-24T00:10:53Z
s3://commoncrawl/crawl-data/CC-MAIN-2019-18/segments/1555578616424.69/warc/CC-MAIN-20190423234808-20190424020808-00479.warc.gz
ory
0.999988
Orya
13
{"ory_Orya_score": 0.9999881982803345}
ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଐତିହାସିକ ରାୟ ଏସ୍ସି/ଏସ୍ଟିଙ୍କ ପୂଜାକର୍ମ ପାଇଁ ଉଚ୍ଚ ଜାତି ପୁରୋହିତ ମନା କରିପାରିବେନି ଡେରାଡ଼ୁନ୍: ଉତ୍ତରାଖଣ୍ଡ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଉଚ୍ଚ ଜାତିର ପୁରୋହିତମାନେ ଅନୁସୂଚିତ ଜାତି ଏବଂ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର କୌଣସି ପୂଜାକର୍ମ ପାଇଁ ମନା କରିପାରିବେ ନାହିଁ। ରାଜ୍ୟର ସମସ୍ତ ନିମ୍ନଜାତି ଲୋକମାନଙ୍କ ଦ୍ୱାରା କୌଣସି ଧାର୍ମିକ ଅନୁଷ୍ଠାନ କିମ୍ବା ମନ୍ଦିରରେ ହେଉଥିବା ଧାର୍ମିକ ପୂଜାକର୍ମ ପାଇଁ କୌଣସି ଉଚ୍ଚ ଜାତିର ପୁରୋହିତମାନେ ମନା କରିପାରିବେନି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ବିଚାରପତି ରାଜିବ ଶର୍ମା ଏବଂ ବିଚାରପତି ଲୋକପାଳ ସିଂହଙ୍କ ଖଣ୍ଡପୀଠ ଆଜି କହିଛନ୍ତି ଯେ ଜାତି ଧର୍ମ ନିର୍ବିଶେଷରେ ସମସ୍ତ ବ୍ୟକ୍ତି କୌଣସି ବାଛ ବିଚାର ନଥାଇ ରାଜ୍ୟର ଯେ କୌଣସି ମନ୍ଦିରରେ ପ୍ରବେଶ କରିପାରିବେ। ଅନ୍ୟ ଜାତିର ବ୍ୟକ୍ତି ମନ୍ଦିର ପୁରୋହିତ ହେବାରେ ମଧ୍ୟ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
<urn:uuid:a6823d75-e07c-4b20-8589-9253d57dc799>
CC-MAIN-2019-18
http://sambad.in/india-and-beyond/high-court-historical-judgement-176078/
2019-04-26T09:59:57Z
s3://commoncrawl/crawl-data/CC-MAIN-2019-18/segments/1555578765115.93/warc/CC-MAIN-20190426093516-20190426115516-00239.warc.gz
ory
0.999887
Orya
3
{"ory_Orya_score": 0.9998866319656372}
କୋରେଇ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି:ଅଶୋକଙ୍କ ଗଡ଼ରେ ବନ୍ଦିତାଙ୍କ ପ୍ରବେଶ ଶତାଧିକ ବିଜେଡ଼ି ସମର୍ଥକ କଂଗ୍ରେସରେ ସାମିଲ ଯାଜପୁର: କୋରେଇ ବିଜେଡ଼ି ପ୍ରାର୍ଥୀ ଅଶୋକ ବଳଙ୍କ ପଞ୍ଚାୟତ ଗନ୍ଧଣରେ ଆଜି କଂଗ୍ରେସ ପ୍ରାର୍ଥୀ ବନ୍ଦିତା ପରିଡ଼ା ଉପସ୍ଥିତି ଜାହିର କରିଛନ୍ତି। ଆଜି ଏହି ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଆଜି ରସୁଲପୁର ବ୍ଲକ୍ ଗନ୍ଧଣ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ବନ୍ଦିତା ପରିଡ଼ାଙ୍କ ନଟପଡ଼ାସ୍ଥିତ ବାସଭବନରେ ପହଞ୍ଚି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କୋରେଇ ବିଧାନସଭା ମଣ୍ଡଳୀ ଅଧୀନ ରସୁଲପୁର ବ୍ଲକ୍ର ୯ ପଞ୍ଚାୟତକୁ ବିଜେଡ଼ି ଦୁର୍ଗ କୁହାଯାଉଥିବା େବଳେ ଏବେ କଂଗ୍ରେସର ଶକ୍ତି ବୃଦ୍ଧି ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଛି। କଂଗ୍ରେସ କ୍ଷମତାକୁ ଆସିଲେ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବାକୁ ସଂକଳ୍ପବଦ୍ଧ ବୋଲି ଶ୍ରୀମତୀ ପରିଡ଼ା ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିଗତ ୧୯ ବର୍ଷ ଧରି ବିଜେଡ଼ି ସରକାର ଲୋକଙ୍କୁ କେବଳ ଭୂଆଁ ବୁଲାଉଥିବା ବେଳେ ଚଳିତ ଥର କୋରେଇବାସୀ ପରିବର୍ତନ ଆଣିବା ସହିତ କଂଗ୍ରେସ ହାତରେ ଶାସନ େଡ଼ାରି ଦେବାକୁ ଦୃଢ ସଂକଳ୍ପବଦ୍ଧ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଆଜିର ଏହି ମିଶ୍ରଣ ପର୍ବରେ ଗନ୍ଧଣ ପଞ୍ଚାୟତର ପୂର୍ବତନ ସରପଂଚ ଜଗବନ୍ଧୁ ସିଂଙ୍କ ସମେତ ରସାନନ୍ଦ ମଲିକ, ଟୁକୁନା ସାମଲ, ବ୍ରଜୁ ପାଇକରାୟ, ଯତିନ ସାହୁ, ଉମେଶ ମଲିକ, ପ୍ରମୋଦ ଦୁଆରୀ, ବଂଟ୍ରା ଗ୍ରାମର ଦେବାଶିଷ ମହାନ୍ତି, ମନୋଜ ମିଶ୍ର, ବିଚିତ୍ର ପାଇକରାୟ, ଦୀପକ ବିଶ୍ବାଳ, ସୁଶାନ୍ତ ମଲିକ, ମାନସ ନାୟକ, ସୁବାସ ମଳିକ, ରବିନ୍ଦ୍ର ସେଠୀ, ବିଜୟ ବିଶ୍ବାଳ, ଗନ୍ଧଣ ଗ୍ରାମର ସତ୍ୟଜିତ୍ ମଲିକ, କ୍ଷୀରୋଦ ମଲିକ, ଅକ୍ଷୟ ବେହେରା, ରାକେଶ ରାଉତ, ଗିରିଧାରୀ ଦେଓ, ମୋତିଲାଲ ସ୍ବାଇଁ, ପ୍ରେମାନନ୍ଦ ସ୍ବାଇଁ, କାଳନ୍ଦି ଦେଓ, ବନମାଳୀ ଦାସ, ସୁରେଶ ଦାସ, ଓମ୍ ପ୍ରକାଶ ମଲିକ, ଜ୍ୟୋତିପ୍ରକାଶ ସ୍ବାଇଁ, ସୁରେନ୍ଦ୍ର ନାୟକ, କୃପାସିନ୍ଧୁ ଦାସ, ହରିହର ମଲିକ, ନରହରି ଦାସ, ରାଜେନ୍ଦ୍ର ଦାସ, ଦେବାଶିଷ ଖୁଂଟିଆ, ବିପିନ ଦେଓ, ଲକ୍ଷ୍ମଣ ବେହେରା, କାର୍ତିକ ବିଶ୍ବାଳ, ଗୋପିନାଥ ବାରିକ, ଶତୃଘ୍ନ ବେହେରା, ଆକାଶ ମଳିକ, ସ୍ବପ୍ନାନନ୍ଦ ବାରିକ, କିର୍ତ୍ତନ ବିଶ୍ବାଳ, ବିଷ୍ନୁ ଦୁଆରୀଙ୍କ ସମେତ ଶତାଧିକ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ୩୩ ନମ୍ବର ଜୋନ୍ କଂଗ୍ରେସ ସଭାପତି ମିହିର ମିଶ୍ର, କଂଗ୍ରେସ ନେତା ହୃଦାନନ୍ଦ ସାମଲ, ପ୍ରମୋଦ କୁମାର ପରିଡ଼ା, ଅଜୟ କୁମାର ସାହୁ, ବିଦ୍ୟାଧର ମହାନ୍ତି, ତପନ ନାୟକ, ପରମାନନ୍ଦ ସେଠୀ, ଯୁବ କଂଗ୍ରେସ ସଭାପତି ପ୍ରୀୟବ୍ରତ ସାହୁ ଓ ଦିଲ୍ଲୀପ ମଲିକ ପ୍ରମୁଖ ଉପସ୍ଥିତ ଥିଲେ।
<urn:uuid:22d348bb-a493-4ffe-9a46-68cc17089a84>
CC-MAIN-2019-18
http://sambad.in/district/jajpur/korei-politcscondition-changed-time-to-time-344021/
2019-04-19T20:32:38Z
s3://commoncrawl/crawl-data/CC-MAIN-2019-18/segments/1555578528058.3/warc/CC-MAIN-20190419201105-20190419223105-00470.warc.gz
ory
0.99994
Orya
1
{"ory_Orya_score": 0.9999395608901978}
ଦେବେନ୍ଦ୍ର ପୃଷ୍ଟି ମାସେ ନୁହେଁ, ବର୍ଷେ ନୁହେଁ, ବିତିଗଲାଣି ତିନି ଦଶନ୍ଧି। ତଥାପି ଓଡ଼ିଶାର ପଛୁଆ ବର୍ଗର ଲୋକମାନଙ୍କୁ ଏଯାଏଁ ମିଳିନି ନ୍ୟାୟ। ସମ୍ବିଧାନ ଅନୁସାରେ ଓଡ଼ିଶାରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଏଯାଏଁ ପଛୁଆ ବର୍ଗର ପିଲାଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷିତ ହୋଇନାହିଁ। ଏହି ସମୟ ମଧ୍ୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ପରି ରାଜନେତା। ୧୯୯୦ ଅଗଷ୍ଟ ୭ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂହ ସମଗ୍ର ଦେଶର ପଛୁଆ ବର୍ଗ ପାଇଁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁପାରିଶ ଲାଗୁ କଲେ। ଏହି ସୁପାରିଶ କରିଥିଲେ ବିପି ମଣ୍ଡଳ କମିଶନ। କମିଶନ ବସିଥିଲା ଇନ୍ଦିରା ଗାନ୍ଧୀଙ୍କ ସମୟରେ। ସୁପାରିଶ ବି ତାଙ୍କରି ସମୟରେ ହୋଇଥିଲା। କିନ୍ତୁ ଦୁଇ ଦଶନ୍ଧି ଧରି ତାହାକୁ କୌଣସି ସରକାର କାର୍ଯ୍ୟକାରୀ କରି ନଥିଲେ। ଭାରତ ସରକାରଙ୍କର ଏହି ନିଷ୍ପତ୍ତି ଦେଶର ଅନେକ ରାଜ୍ୟରେ ଲାଗୁ ହୋଇସାରିଛି। ମାତ୍ର ପଛୁଆ ବର୍ଗ ଅଧ୍ୟୁସିତ ଓଡ଼ିଶାରେ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ଏହି ସୁପାରିଶକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରି ନାହାନ୍ତି। ୧୯୯୦-୯୫ ମଧ୍ୟରେ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ। ସେ ମଧ୍ୟ ଏହାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କଲେ ନାହିଁ। ୨୦୦୦ ମସିହାରୁ ଏଯାଏଁ ମୁଖ୍ୟମନ୍ତ୍ରୀ ଅଛନ୍ତି ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ। ତାଙ୍କ ସରକାର ବି ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରି ନାହାନ୍ତି। ରାଜ୍ୟରେ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ବଦଳରେ ମାତ୍ର ୧୧ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ଲାଗୁ ହୋଇଛି। ବାକି ୧୬ ପ୍ରତିଶତ ହଡ଼ପ କରିଛନ୍ତି ଉଚ୍ଚ ବର୍ଗର ନେତା ଓ ସେମାନଙ୍କର ସମର୍ଥକ ଗୋଷ୍ଠୀ। ଓଡ଼ିଶା ଜନସଂଖ୍ୟାର ପ୍ରାୟ ୫୪ ପ୍ରତିଶତ ହେଲେ ପଛୁଆ ବର୍ଗର ଲୋକ। ରାଜ୍ୟ ଜନସଂଖ୍ୟାର ୧୭ ପ୍ରତିଶତ ହେଲେ ତଫସିଲଭୁକ୍ତ ଜାତି ବା ଦଳିତ ସଂପ୍ରଦାୟର ଲୋକ, ୨୨ ପ୍ରତିଶତ ହେଲେ ତଫସିଲଭୁକ୍ତ ଉପଜାତି ବା ଆଦିବାସୀ ସଂପ୍ରଦାୟର। ଏ ୯୪ ପ୍ରତିଶତ ବାଦ ବାକି ୭ ପ୍ରତିଶତ ମଧ୍ୟରେ ସାଧାରଣ ବର୍ଗ, ଖୀରସ୍ତାନ ଓ ମୁସଲମାନ ଜନସଂଖ୍ୟା ଅନ୍ତର୍ଭୁକ୍ତ। ଭାରତୀୟ ସମ୍ବିଧାନରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ପାଇଁ ଜନସଂଖ୍ୟାର ସମାନୁପାତିକ ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ପଛୁଆ ବର୍ଗ ପାଇଁ ପ୍ରଥମରୁ ସଂରକ୍ଷଣ ନଥିଲା। ଶିଳ୍ପାୟନ ଓ ସହରାୟନର ପ୍ରଭାବ ଏବଂ ସାମ୍ବିଧାନିକ ଅଧିକାର ଯୋଗୁଁ ସ୍ବାଧୀନତା ପରେ ଏହି ବର୍ଗର ଲୋକମାନଙ୍କର ହଜାର ହଜାର ବର୍ଷର କୌଳିକ ବୃତ୍ତି ଚାଲିଗଲା। ସେମାନଙ୍କୁ ବୃତ୍ତିକୁ ହଡ଼ପ କଲେ ଧନୀ ଓ ଶିକ୍ଷିତ ବର୍ଗର ଲୋକମାନେ। ଏହି ପ୍ରକ୍ରିୟାରେ ତେଲି, ତନ୍ତୀ, ଗୁଡ଼ିଆ, କାଚରା, ପାଟରା, ବଣିଆ, ଗୋପାଳ, ମାଳି, ବାରିକ, କୁମ୍ଭାର, କମ୍ମାର, ଚମ୍ମାର ଆଦି ବହୁ ଜାତିର ଲୋକ ବୃତ୍ତି ଓ ବେଉସା ହରେଇଲେ। ସେମାନଙ୍କର ବିକଳ୍ପ ବୃତ୍ତି କିଛି ନଥିଲା। ବଂଚିବାର ବିକଳ୍ପ ସାଧନ ବି ନଥିଲା ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସହସ୍ର ସହସ୍ର ବର୍ଷ ଧରି ପଛୁଆ ରହିଥିବା ଏହି ସବୁ ଜାତିର ଲୋକମାନଙ୍କର। ସ୍ବାଧୀନତା ପରେ ସରକାର ମୁଖ୍ୟତଃ ଏହି ତିନି ବର୍ଗର ଲୋକମାନଙ୍କର ଆର୍ଥିକ ସଶକ୍ତିକରଣ ନିମନ୍ତେ ଅନେକ ପ୍ରକାର ଦାରିଦ୍ର୍ୟ ଦୂରୀକରଣ ଯୋଜନା କରିଛନ୍ତି। କିନ୍ତୁ ସେ ସବୁ ଯୋଜନାର ସୁଫଳ ମଧ୍ୟ ହଡ଼ପ ହୋଇଯାଇଛି ଉଚ୍ଚବର୍ଗ ଅଧ୍ୟୁସି ଶାସନ ଓ ପ୍ରଶାସନ କଳ ଦ୍ବାରା। ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହା ହୃଦବୋଧ କଲାବେଳକୁ ସ୍ବାଧୀନତାର ଚାରି ଦଶନ୍ଧି ବିତିଗଲାଣି। ସେ ଲୋକଙ୍କ ହାତକୁ କ୍ଷମତା ଦେବା ପାଇଁ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ଦେବାକୁ ପ୍ରୟାସ ପ୍ରକଟ କରିଥିଲେ। ତାଙ୍କ ପରେ ନରସିଂହ ରାଓ ସରକାରଙ୍କ ସମୟରେ ୭୩ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୀତ ହେଲା ଓ ପଂଚାୟତିରାଜ ବ୍ୟବସ୍ଥା ବାଧ୍ୟତାମୂଳକ ହେଲା। ସେହି ପ୍ରକ୍ରିୟାରେ ସଂରକ୍ଷଣ ସୁବିଧା ନେଇ ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଉପଜାତି ଓ ପଛୁଆ ବର୍ଗର କିଛି କିଛି ଲୋକଙ୍କର ରାଜନୀତିକ ସଶକ୍ତିକରଣ ପାଇଁ ବାଟ ଫିଟିଲା। ତଥାପି ଶାସନ କଳରେ ଭାଗୀଦାର ହେବା ପାଇଁ ତାହା ଯଥେଷ୍ଟ ନଥିଲା। ଏହା ଅନୁଭବ କରି ଭାରତ ସରକାର ପଛୁଅ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ। ଏହା ବିରୋଧରେ ଉଚ୍ଚ ବର୍ଗର ଲୋକମାନେ ସୁପ୍ରିମ କୋର୍ଟରେ ମକଦ୍ଦମା କରିଥିଲେ। ସୁପ୍ରିମ କୋର୍ଟ ମଣ୍ଡଳ କମିଶନଙ୍କୁ ସୁପାରିଶ ବା ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କରି ନଥିଲେ। ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ପାଇଁ ପୂର୍ବରୁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଅସାମ୍ବିଧାନିକ ଘୋଷିତ ହୋଇନାହିଁ। ତେଣୁ ଏ ତିନି ବର୍ଗର ଲୋକଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ବୈଧତା ପ୍ରଦାନ କରିଥିଲେ ସୁପ୍ରିମ କୋର୍ଟ। ମାତ୍ର, ଓଡ଼ିଶା ସରକାର କୋର୍ଟ ରାୟର ଭୁଲ ତର୍ଜମା କରି ପଛୁଆ ବର୍ଗ ପାଇଁ ଏଯାଏଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ନାହାନ୍ତି। ଏଥିପାଇଁ ସରକାର ସବୁବେଳେ ସୁପ୍ରିମ କୋର୍ଟଙ୍କର ଏକ ରାୟକୁ ଯୁକ୍ତି ଭାବେ ଦର୍ଶଇ ଆସିଛନ୍ତି। କିନ୍ତୁ ଏହି ରାୟରେ ଉଲ୍ଲେଖ ଥିବା ଏକ ସର୍ତ୍ତ ଏବଂ ୨୦୧୦ ମସିହାର ସୁପ୍ରିମ କୋର୍ଟ ଦେଇଥିବା ଅନ୍ୟ ଏକ ରାୟକୁ ଓଡ଼ିଶା ସରକାର ଯୁକ୍ତିର ଆଧାର କରିନାହାନ୍ତି। ଓଡ଼ିଶାର ସରକାରଙ୍କର ନିଯୁକ୍ତ ମହାଧିବକ୍ତା ବା ଅଡ଼ଭୋକେଟ ଜେନେରାଲ ପଛୁଆ ବର୍ଗ ପରିବର୍ତ୍ତେ ଉଚ୍ଚ ବର୍ଗର ସ୍ବାର୍ଥ ପାଇଁ କାର୍ଯ୍ୟ କରିଛନ୍ତି। ୧୯୯୩ ମସିହାରେ ଇନ୍ଦ୍ର ସାହାଣି ବନାମ ଭାରତ ସରକାର ମାମଲାରେ ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ଦେଇ କହିଥିଲେ ଯେ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଏହ ରାୟର ୯୪-କ ପାରାରେ ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ସମ୍ବିଧାନର ୧୬(୪) ଧାରା ଅନୁସାରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ବ ଆନୁପାତିକ ପ୍ରତିନିଧିତ୍ବ ନୁହେଁ। ସମ୍ବିଧାନର ୩୩୦ ଓ ୩୩୨ ଧାରାରେ ଆନୁପାତିକ ସଂରକ୍ଷଣ କଥା କୁହାଯାଇଛି। ଏହା ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ପାଇଁ ପ୍ରଯୁଜ୍ୟ। ତେବେ ସମ୍ବିଧାନର ୧୬(୪) ଧାରା ଅନୁସାରେ ସରକାର ଅନ୍ୟ ବର୍ଗ ପାଇଁ ଏଭଳି ସଂରକ୍ଷଣ ସୁବିଧା ଦେଇପାରିବେ ମାତ୍ର କେତେକ ସ୍ବତନ୍ତ୍ର ପରିସ୍ଥିତି ଭିନ୍ନ ଅନ୍ୟ ସମସ୍ତ କ୍ଷେତ୍ରରେ ଏହି ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଓଡ଼ିଶାରେ ସ୍ବତନ୍ତ୍ର ପରିସ୍ଥିତି ରହିଛି। ଭାରତର ଅନ୍ୟ କୌଣସି ରାଜ୍ୟରେ ଜନସଂଖ୍ୟାର ୧୭ ପ୍ରତିଶତ ତଫସିଲଭୁକ୍ତ ଜାତି ବା ଦଳିତ ସଂପ୍ରଦାୟ ଅଧିକାର କରିନାହିଁ। ସେହିପରି ଓଡ଼ିଶାର ଆଦିବାସୀଙ୍କ ଅନୁପାତ ମଧ୍ୟ ୨୨ ପ୍ରତିଶତ। ଏ ଦୁଇ ବର୍ଗ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ବେଆଇନ ନୁହେଁ। ଏମାନଙ୍କ ପାଇଁ ଓଡ଼ିଶାରେ ୩୯ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସାମ୍ବିଧାନିକ। ତେଣୁ ଏହା ମଧ୍ୟ ବେଆଇନ ନୁହେଁ। ଓଡ଼ିଶାରେ ଏହା ଲାଗୁ ହେଲେ ମୋଟ ସଂରକ୍ଷଣ ହାର ୬୬ ପ୍ରତିଶତ ହେବ। ଏହା ୫୦ ପ୍ରତିଶତ ଟପିଯାଉଥିବା ଯୁକ୍ତି କରି ରାଜ୍ୟ ସରକାର ପଛୁଆ ବର୍ଗ ପାଇଁ ସଂରକ୍ଷଣ ସୁବିଧାକୁ ୧୧ ପ୍ରତିଶତରେ ସୀମୀତ ରଖିଛନ୍ତି। ସରକାର ଯଦି ଓଡ଼ିଶା ଜନତତ୍ତ୍ବ ବା ଡେମୋଗ୍ରାଫିର ବାସ୍ତବ ଚିତ୍ର ହାଇକୋର୍ଟ କିମ୍ବା ସୁପ୍ରିମ କୋର୍ଟଙ୍କ ଆଗରେ ଉପସ୍ଥାପନ କରିଥାନ୍ତେ ତେବେ ପଛୁଆ ବର୍ଗର ପିଲାମାନେ ନିଶ୍ଚିତ ଭାବେ ଏହି ସୁବିଧା ପାଇଥାନ୍ତେ। ୧୯୯୩ ମସିହାର ଇନ୍ଦ୍ର ସାହାଣୀ ବନାମ ଭାରତ ସରକାର ମାମଲାର ୧୭ ବର୍ଷ ପରେ ସୁପ୍ରିମ କୋର୍ଟ ଅନ୍ୟ ଦୁଇଟି ମାମଲାରେ ଯେଉଁ ରାୟ ପ୍ରଦାନ କରିଥିଲେ ତାହା ପୂର୍ବ ରାୟର କଠୋରତାକୁ କୋହଳ କରିଥଦେଇଥିଲା। ସେହି ସମୟରେ ତାମିଲନାଡ଼ୁ ସରକାରଙ୍କର ସଂରକ୍ଷଣ ହାର ୬୯ ପ୍ରତିଶତ ଓ କର୍ଣ୍ଣାଟକ ସରକାରଙ୍କ ସଂରକ୍ଷଣ ହାର ୭୩ ପ୍ରତିଶତ ଥିଲା। ତା' ବିରୋଧରେ ସୁପ୍ରିମ କୋର୍ଟରେ ମାମଲା ଦାଏର ହୋଇଥିଲା। ଏହି ଦୁଇ ମାମଲାର ବିଚାର କରି ପ୍ରଧାନ ବିଚାରପତି ଏସଏଚ କାପାଡ଼ିଆ, ବିଚାରପତି କେଏସ ରାଧାକୃଷ୍ଣନ ଓ ସ୍ବତନ୍ତ୍ର କୁମାର କହିଥିଲେ ଯେ ରାଜ୍ୟଗୁଡ଼ିକ ଯଦି ଉପଯୁକ୍ତ ତଥ୍ୟ ଓ ଯୁକ୍ତି ଉପସ୍ଥାପନ କରିପାରିବେ ତେବେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଟପି ପାରିବ। ତାମିଲନାଡ଼ୁ ସଂରକ୍ଷଣ ବ୍ୟବସ୍ଥା ସମ୍ବିଧାନର ନବମ ପରିଚ୍ଛଦ ଅନ୍ତର୍ଗତ ହୋଇଥିବାରୁ ତାହା ନ୍ୟାୟିକ ସମୀକ୍ଷା କ୍ଷମତା ପରିସର ବାହାରକୁ ଚାଲିଯାଇଛି। ଓଡ଼ିଶା ସରକାର ମଧ୍ୟ ନିଜର ପଛୁଆ ବର୍ଗ ସଂରକ୍ଷଣ ଆଇନକୁ ସମ୍ବିଧାନର ନବମ ପରିଚ୍ଛଦରେ ସ୍ଥାନିତ କରି ରାଜ୍ୟ ଜନସଂଖ୍ୟାର ୬୪ ପ୍ରତିଶତଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିପାରିଥାନ୍ତେ। ତା'ଛଡ଼ା ଓଡ଼ିଶା ସରକାର କୋର୍ଟରେ ଓଡ଼ିଶାର ସ୍ବତନ୍ତ୍ର ଡେମୋଗ୍ରାଫି କଥା ମଧ୍ୟ ଉପସ୍ଥାପନ କରିପାରିଥାନ୍ତେ। କିନ୍ତୁ ଓଡ଼ିଶାର ଉଚ୍ଚ ବର୍ଗ ନେତାମାନେ ତାହା କରାଇଦେଇ ନାହାନ୍ତି। ସେଥିପାଇଁ କଂଗ୍ରେସର ଶ୍ରୀକାନ୍ତ ଜେନା ଓ ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ବାଇଁ ପୟାୟ ସବୁବେଳେ ଯୁକ୍ତି କରିଛନ୍ତି। ଶ୍ରୀକାନ୍ତ ଜେନା ଏବେ କଂଗ୍ରେସରୁ ବହିଷ୍କୃତ। ରଣେନ୍ଦ୍ର ପ୍ରତାପଙ୍କ ପ୍ରାର୍ଥିପତ୍ରକୁ ବେଆଇନ ଭାବେ ଯାଞ୍ଚବେଳେ ରଦ୍ଦ କରାଯାଇଥିଲା। ସଂପ୍ରତି ପଛୁଆ ବର୍ଗର ଏହି ହକ୍ ପାଇଁ ସ୍ବର ଉତ୍ତୋଳନ କରିଛନ୍ତି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କର ଅନେକ ସାଧାରଣ ସଭାରେ ଏ ବର୍ଷ ଉତ୍ଥାପନ କରି କହିଛନ୍ତି ଯେ ନବୀନ ପଟ୍ଟନାୟକ ସରକାର ପ୍ରାୟ ଦୁଇ ଦଶନ୍ଧି ଧରି କ୍ଷମତାରେ ଥିଲେ ବି ରାଜ୍ୟ ଜନସଂଖ୍ୟାର ୫୪ ପ୍ରତିଶତ ଲୋକଙ୍କୁ ସମ୍ବିଧାନ ଅନୁସାରେ ନ୍ୟାୟ ପ୍ରଦାନ କରିନାହାନ୍ତି। ତାଙ୍କ ସରକାରଙ୍କ ଅପାରଗତା ଓ ମନ୍ଦ ଉନ୍ଦେଶ୍ୟ ପ୍ରଣୋଦିତ ଅବହେଳା ଯୋଗୁଁ ପଛୁଆ ବର୍ଗର ଯୁବକଯୁବତୀମାନେ ପ୍ରତି ବର୍ଷ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଉପଯୁକ୍ତ ଅଧିକାରରୁ ବଞ୍ଚିତ ରହିଛନ୍ତି। ତାଙ୍କ ଯୁକ୍ତି ଅନୁସାରେ ଓଡ଼ିଶାର କୁଲତା, କୁଡ଼ୁମି, ଅଘରିଆ, ଚଷା, ଗୋପାଳ, ବାରିକ ଆଦି ପଛୁଆ ବର୍ଗର ଲୋକମାନେ ହିଁ ମୁଖ୍ୟତଃ ରାଜ୍ୟର ଚାଷକାର୍ଯ୍ୟ ସହିତ ସଂପୃକ୍ତ ଅଛନ୍ତି। ସେମାନଙ୍କର ସାମ୍ବିଧାନିକ ଅଧିକାରର ଛେନାପୋଡ଼ ହଡ଼ପ କରିଥିବା ନବୀନ ସରକାର ଏବେ କାଳିଆ ଛାତ୍ରବୃତ୍ତି ନାମରେ ଏକ ଲେମ୍ବନଚୁସ୍ ଧରେଇ ଦେଇଛନ୍ତି। ପଛୁଆ ବର୍ଗର ପ୍ରତିନିଧିତ୍ବ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ନିଜ ପେଟ୍ରୋଲିୟମ ମନ୍ତ୍ରଣାଳୟରେ ପଛୁଆ ବର୍ଗଙ୍କ ପାଇଁ ରହିଥିବା ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଲାଗୁ କରିଛନ୍ତି। ତାଙ୍କ ଉଦ୍ୟମରେ ଗଲା ୪ ବର୍ଷ ହେଲା ପେଟ୍ରୋଲ ପମ୍ପ ଓ ଗ୍ୟାସ ଡିଲରସିପ ଆବଣ୍ଟନରେ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା କାର୍ଯ୍ୟକାରୀ ହେଉଛି। ଠିକ ସେହିପରି ସାଧାରଣ ବର୍ଗର ଗରୀବ ମେଧାବୀ ପିଲାଙ୍କ ପାଇଁ ଏବେକାର ମୋଦୀ ସରକାର ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହାକୁ ମଧ୍ୟ ନବୀନ ପଟ୍ଟନାୟକ ସରକାର ଓଡ଼ିଶାରେ ଲାଗୁ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି। କେନ୍ଦ୍ରର ମୋଦୀ ସରକାର ଜାତୀୟ ସ୍ତରରେ ପଛୁଆ ବର୍ଗ କମିଶନ ଗଠନ କରିଛନ୍ତି। ତାଙ୍କ ପୂର୍ବରୁ କୌଣସି ସରକାର ପଛୁଆ ବର୍ଗ ପାଇଁ ଏପରି ଏକ କମିଶନର ଆବଶ୍ୟକତା ଅନୁଭବ କରିନଥିଲେ। ଓଡ଼ିଶାର ସାଧାରଣ ବର୍ଗ ଓ ପଛୁଆ ବର୍ଗର ମେଧାଶକ୍ତି ହେଉଛି ରାଜ୍ୟର ଅନ୍ୟତମ ପ୍ରାକୃତିକ ସମ୍ବଳ। ଏସବୁ ବର୍ଗର ପିଲାମାନେ ଉପଯୁକ୍ତ ସଂରକ୍ଷଣ ସୁବିଧା ଜରିଆରେ ଆଇଏଏସ, ଆଇପିଏସ, ଆଇଏଫଏସ ପରି ଉଚ୍ଚ ଚାକିରିରେ ଯୋଗଦେଇପାରିବେ। ଏସବୁ ବର୍ଗର ପିଲାମାନେ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ହାସଲ କଲେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଅଗ୍ରଗତି କରିପାରିବେ। ସେମାନେ ହୋଇପାରିବେ ବୈଜ୍ଞାନିକ, ଅର୍ଥନୀତିଜ୍ଞ, ପ୍ରଶାସକ ଓ ପରିଚାଳକ।
<urn:uuid:8b83292a-45b1-4660-be5b-ff126af3f9f3>
CC-MAIN-2019-18
https://samanyakathan.com/webpage/detailnews/1782/38
2019-04-24T14:42:03Z
s3://commoncrawl/crawl-data/CC-MAIN-2019-18/segments/1555578643556.86/warc/CC-MAIN-20190424134457-20190424160457-00550.warc.gz
ory
1.000002
Orya
2
{"ory_Orya_score": 1.0000020265579224}
ଯେତେବେଳେ ଶାନ୍ତି ଗୁରୁମା ଗୁଦାଲୁରର ବିଦ୍ୟୋଦୟ ସ୍କୁଲରେ ନିଜ ଶ୍ରେଣୀରେ ଗଣିତ ପଢ଼ାଇବାକୁ ଆସନ୍ତି, ସେତେବେଳେ ଜଙ୍ଗଲ ଶ୍ରେଣୀଗୃହ ଭିତରକୁ ପଶିଆସେ। ଏହି ଶ୍ରେଣୀର ଆଦିବାସୀ ପିଲାମାନେ ପ୍ରାୟ ୯ବର୍ଷ ବୟସର। ସେମାନେ ବାହାରକୁ ଦୌଡ଼ନ୍ତି, ଗଛରେ ଚଢ଼ନ୍ତି ଓ ଲମ୍ବା ବାଡ଼ି ପାଇଁ ଜଙ୍ଗଲ ଭୂମି ଦରାଣ୍ଡନ୍ତି। ଏହାପରେ ସେମାନେ ସେହି ବାଡ଼ିର ଲମ୍ବକୁ ମିଟର ମାପ ଦ୍ୱାରା ଚିହ୍ନଟ କରି ନିଜ ନିଜ ଘରର କାନ୍ଥ ମାପନ୍ତି। ସାଧାରଣ ମାପର ଶିକ୍ଷା ଏମିତି ଭାବରେ ହିଁ ଆରମ୍ଭ ହୁଏ। ତାମିଲନାଡ଼ୁର ନୀଳଗିରି ଜିଲ୍ଲାର ଗୁଦାଲୁର ତାଲୁକରେ ଥିବା ଏହି ସ୍କୁଲର ଅଧିକାଂଶ ପାଠ୍ୟକ୍ରମ ଜଙ୍ଗଲ ଓ ଆଦିବାସୀ ଜୀବନଶୈଳୀ ଉପରେ ଆଧାରିତ। ସକାଳ ପ୍ରାର୍ଥନା ସଭାରେ ଆଦିବାସୀ ଗୀତ ଓ ନୃତ୍ୟ ସାମିଲ। ଅପରାହ୍ନରେ ଆଦିବାସୀ ହସ୍ତଶିଳ୍ପ ଶିଖାଯାଏ। ପ୍ରକୃତି ସହ ଘନିଷ୍ଠ ହେବା ପାଇଁ ଜଙ୍ଗଲ ଭିତରକୁ ଭ୍ରମଣ ପାଇଁ ନିଆଯାଏ। ବେଳେବେଳେ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପିତାମାତା ମଧ୍ୟ ଯାଆନ୍ତି। ପିଲାମାନଙ୍କୁ ଗଛ, ରାସ୍ତା, ନିରୀକ୍ଷଣ କରିବା ଅଭ୍ୟାସ ଓ ନିରବତାର ଗୁରୁତ୍ୱ ବିଷୟରେ ଶିକ୍ଷା ଦିଆଯାଏ। ବିଦ୍ୟୋଦୟର ଏକ ପାଠ୍ୟପୁସ୍ତକ 'ଦି ଫୁଡ୍ ବୁକ୍'ରେ ଥିବା ପାଠ୍ୟ ବିଷୟବସ୍ତୁରେ ସ୍ଥାନୀୟ ଆଦିବାସୀ ଗୋଷ୍ଠୀଗୁଡ଼ିକର ଶିକାର, ମାଛଧରା ଓ କୃଷି ପରମ୍ପରା ଆଦି ସାମିଲ ରହିଛି। ଲାଇବ୍ରେରୀ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ପାନିଆନ୍ ଆଦିବାସୀ ଗୋଷ୍ଠୀର କ୍ଷୁଦ୍ର ଗଳ୍ପ ପୁସ୍ତକ କିଲିନା ପେଙ୍ଗା (ଶୁଆମାନଙ୍କର ଭଉଣୀ) ବହିଟିଏ ନେଇ ପଢ଼ିପାରନ୍ତି। ଏ ବହି ସ୍କୁଲ ଦ୍ୱାରା ପ୍ରସ୍ତୁତ କରାଯାଇଛି। ପିତାମାତା ଓ ଅଭିଭାବକମାନେ ନିୟମିତ ଭାବେ ସ୍କୁଲ ପରିଦର୍ଶନରେ ଆସନ୍ତି। କେହି କେହି ଅତିଥି ଶିକ୍ଷକ ଭାବରେ ଯୋଗଦେଇ ଆଦିବାସୀ ପରମ୍ପରା ସମ୍ପର୍କରେ ଶିକ୍ଷା ଦିଅନ୍ତି। ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୂର୍ଣ୍ଣାଙ୍ଗ ପାଠ୍ୟ ଖସଡ଼ାର ମୁଖ୍ୟ ବିନ୍ଧାଣୀ ରମା ଶାସ୍ତ୍ରୀ କୁହନ୍ତି, "ଆମେ ଏହା ସୁନିଶ୍ଚିତ କରିବାକୁ ଉଦ୍ୟମ କରିଛୁ, ଯେପରି ସ୍କୁଲ ପିଲାମାନଙ୍କଠାରେ ଆଦିବାସୀ ସଂସ୍କୃତିର ପରିପୋଷଣ କରିବ ଏବଂ ସେମାନଙ୍କୁ ପିତାମାତାଙ୍କ ଠାରୁ ଦୂରେଇ ନ ନେବ। ଏଥିରେ ଆଦିବାସୀ ଶିକ୍ଷକଙ୍କୁ ସାମିଲ କରିବା ଦ୍ୱାରା ଏହି ଲକ୍ଷ୍ୟ ପ୍ରତି ସେମାନଙ୍କର ନିଷ୍ଠା ଓ ସହୃଦୟତା ରହୁଛି। ସ୍କୁଲର ଜନୈକ ବରିଷ୍ଠ ଶିକ୍ଷୟିତ୍ରୀ ଜାନକୀ କାରପଗମ୍ ନିଜେ ଜଣେ ପାନିଆନ୍ ଆଦିବାସୀ। ସେ କୁହନ୍ତି, 'ଯଦି ଆମ ସଂସ୍କୃତି ବିଷୟରେ ସ୍କୁଲରେ ଶିକ୍ଷା ଦିଆଯିବ, ତେବେ ପିଲାମାନେ ବଡ଼ ହେଲା ପରେ ବି ଏହାକୁ ଭୁଲିବେ ନାହିଁ କିମ୍ବା ଜୀବନର ପରବର୍ତ୍ତୀ ସମୟରେ ହୀନମନ୍ୟତାର ଶିକାର ହେବେନାହିଁ।" ୧୯୯୦ ଦଶକର ଆଦ୍ୟଭାଗରେ ଏକ ଅନୌପଚାରିକ ବିଦ୍ୟାଳୟ ଭାବରେ ବିଦ୍ୟୋଦୟ ଆରମ୍ଭ ହୋଇଥିଲା। ଗୁଦାଲୁରରେ ଆଦିବାସୀ ପ୍ରତିନିଧି ସଂଗଠନ ଆଦିବାସୀ ମୁନେତ୍ରା ସଂଗମ ବିଦ୍ୟାଳୟକୁ ଏକ ମଡେଲ୍ ସ୍କୁଲ ଭାବରେ ଗଠନ କରିବାକୁ ପ୍ରସ୍ତାବ ଦେଲା। ସ୍କୁଲକୁ ପରିଚାଳନା କରୁଥିବା ବିଶ୍ୱ ଭାରତୀ ବିଦ୍ୟୋଦୟ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ବି. ରାମଦାସ କୁହନ୍ତି, 'ଆଦିବାସୀମାନେ କ୍ରମେ ବିଶ୍ୱାସ କରିବାରେ ଅଭ୍ୟସ୍ତ ହୋଇଯାଇଥିଲେ ଯେ ସେମାନେ ଅଛୁଆଁ। କିନ୍ତୁ ଯେତେବେଳେ ସେମାନେ ଦେଖିଲେ ଆମେ ସ୍କୁଲରେ ପଢ଼ୁଥିବା କିଛି ଆଦିବାସୀ ପିଲା ସଫଳ ହେଉଛନ୍ତି, ସେତେବେଳେ ସେମାନଙ୍କର ହୃଦୟଙ୍ଗମ ହେଲା ଯେ ପିଲାଙ୍କର କିଛି ଭୁଲ୍ ନାହିଁ। ବରଂ ବ୍ୟବସ୍ଥାରେ ଭୁଲ୍ ଅଛି। ' ସେ ନିଜ ପତ୍ନୀ ତଥା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରମାଙ୍କ ସହ ମିଶି ନିଜ ଘରେ ଏହି ସ୍କୁଲ କରିଥିଲ। ପିତାମାତାମାନେ ଆସି ଏହି ସ୍କୁଲକୁ ଆସି ଟିକେ ପ୍ରସାରିତ କରି ନଡ଼ା ଛପର ହୋଇଥିବା ମାଟିଘରଟିଏ ତୋଳିଦେଲେ। ଏହାପରେ ସ୍କୁଲର ଉପସ୍ଥାନ ବୃଦ୍ଧି ପାଇଁ ଶିଶୁମାନଙ୍କ ସହ ସେମାନଙ୍କ ଜେଜେ ବାପା-ମା'ମାନଙ୍କ ନାମ ମଧ୍ୟ ଲେଖାଗଲା। କାରଣ ସେମାନେ ହିଁ ପିଲାମାନଙ୍କୁ କୋଳେଇ କାଖେଇ ବାଟରେ ଗପ କହି, ଗୀତ ଶୁଣାଇ ଏତେ ଦୂର ସ୍କୁଲକୁ ଆଣୁଥିଲେ। ଅନେକ ପିଲା ୫କିଲୋମିଟର ଦୂରରୁ ମଧ୍ୟ ଆସୁଥିଲେ। ଏହି ଜେଜେ ବାବା-ଜେଜେମାଆମାନଙ୍କୁ ମାସିକ ୩୫୦ ଟଙ୍କା ଲେଖାଏଁ ଚା' ଜଳଖିଆ ଖର୍ଚ୍ଚ ସ୍କୁଲ ତରଫରୁ ଦିଆଗଲା। କାରଣ ସେମାନେ ହିଁ ପିଲାମାନେ ଫେରିବା ପର୍ଯ୍ୟନ୍ତ ଚା' ଦୋକାନରେ ବସି ଅପେକ୍ଷା କରୁଥିଲେ। ବର୍ତ୍ତମାନ ୪୨ ବର୍ଷୀୟା ବୟସ୍କା ଶାନ୍ତି କୁଞ୍ଜନ୍ ନୀଳଗିରିର ଏହି ମାଗଣା ପ୍ରାଥମିକ ସ୍କୁଲର ପ୍ରମୁଖ। ସେ ମଧ୍ୟ ଜଣେ ପାନିଆନ୍ ଆଦିବାସୀ। ସବୁ ଶିକ୍ଷକ ଓ ଛାତ୍ରଛାତ୍ରୀ ଆଦିବାସୀ, ମୁଖ୍ୟତଃ ପାନିଆନ୍। ଅନ୍ୟମାନେ ବେଟା କୁରୁମ୍ବା, କୁଟୁନାୟକନ୍ ଏବଂ ମୁଲୁକୁରୁମ୍ବା। ଭାରତ ସରକାରଙ୍କ ୨୦୧୧ ଜନଗଣନା ଅନୁଯାୟୀ ପାନିଆନ୍ ଆଦିବାସୀଙ୍କ ସଂଖ୍ୟା ୧୦,୧୩୪। ଏମାନଙ୍କ ମଧ୍ୟରୁ ୪୮.୩ ପ୍ରତିଶତ ଅଶିକ୍ଷିତ। ଏହା ଅନ୍ୟ ଅନୁସୂଚିତ ଜନଜାତି ତୁଳନାରେ ୧୦ ପ୍ରତିଶତ କମ୍ ଏବଂ ଜାତୀୟ ସାକ୍ଷରତା ହାର ୭୨.୯୯ ପ୍ରତିଶତ ଠାରୁ ଅନେକ ପଛରେ। ଇତିହାସରେ ଗ୍ରାଜୁଏସନ୍ କରିଥିବା ଶାନ୍ତି ନିଜ ଜନଜାତିର ଏହି ପରିସଂଖ୍ୟାନକୁ ବ୍ୟାଖ୍ୟା କରିଛନ୍ତି। ଦେବଲା ସହରଠାରୁ ୧୭ କିଲୋମିଟର ଦୂରରେ ଥିବା ନିଜ ଗାଁ ବାଲୟବାୟାଲ୍ରେ ତାଙ୍କ ବୈଠକ ଘର ବିଭିନ୍ନ କାହାଣୀ ଥିବା ଛୋଟ ଛୋଟ କାର୍ଡ ଏବଂ ଛୋଟ ଗଳ୍ପ ବହିରେ ଭର୍ତ୍ତି ହୋଇଛି। ଆଖପାଖର ପିଲମାନେ ଏସବୁ ବହି ନେଇ ପଢ଼ନ୍ତି। କାନ୍ଥରେ ଟଙ୍କା ହୋଇଥିବା କ୍ୟାଲେଣ୍ଡରରେ ସ୍କୁଲ ଯାଉଥିବା ପୁଅର ପରୀକ୍ଷା ତାରିଖ ଚାରି ପାଖରେ ଗୋଲ୍ ବୁଲାଯାଇଛି ଏବଂ ଝିଅର ପିଜି ବହିଗୁଡ଼ିକ ଥାକରେ ସୁନ୍ଦର ଭାବରେ ରଖାଯାଇଛି। ପାଠପଢ଼ା ଏବଂ ଦୈନନ୍ଦିନ ଜୀବନକୁ ଟିକେ ହାଲ୍କା କରିବାକୁ ଟେଲିଭିଜନ ସେଟଟିଏ ମଧ୍ୟ ଅଛି। ସ୍କୁଲ ଯିବା ନୀଳଗିରି ଜଙ୍ଗଲ ଭିତରେ ରହୁଥିବା ଆଦିବାସୀ ଝିଅମାନଙ୍କ ପାଇଁ ଜରୁରୀ ବା ପ୍ରାଥମିକତା ବୋଲି କେବେ ବି ଗ୍ରହଣ କରାଯାଉନଥିଲା। ଆଠ ଭାଇଭଉଣୀଙ୍କ ଭିତରେ ସବୁଠୁ ବଡ଼ ଶାନ୍ତି। ନିଜ ପିଲାଦିନର ଅଧିକାଂଶ ସମୟ ଖେଳକୁଦରେ ଏବଂ ଜେଜେ ବାପା- ଜେଜେ ମା'ଙ୍କ ନଜର ମଧ୍ୟରେ ସାନ ଭାଇଭଉଣୀଙ୍କ ଯତ୍ନ ନେବାରେ କଟାଇଥିଲେ। ତାଙ୍କ ପିତାମାତା ଦିନ ମଜୁରିଆ ଥିଲେ। ବାପା ନୀଳଗିରି ଜଙ୍ଗଲରୁ ମାଛ ପ୍ୟାକିଂ କରିବାରେ ବ୍ୟବହୃତ ହେଉଥିବା ମୂଲ୍ୟବାନ କୁବାଲ୍ଲାଇ ପତ୍ର ଖୋଜୁଥିଲେ। ମା' ଅଞ୍ଚଳରେ ଥିବା ଚା' ବଗିଚାରେ କାମ କରୁଥିଲେ। ଛଅବର୍ଷ ବୟସରେ ସେ ଦେବଲାସ୍ଥିତ ସରକାରୀ ଆବାସିକ ଆଦିବାସୀ (ଜିଟିଆର୍) ବିଦ୍ୟାଳୟରେ ଯୋଗଦେଲେ। ନୀଳଗିରି ଜିଲ୍ଲାରେ ଏହିପରି ସମୁଦାୟ ୨୫ଟି ସରକାରୀ ଆବାସିକ ଆଦିବାସୀ ବିଦ୍ୟାଳୟ ଥିଲା। ଆଦିବାସୀ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ବିଦ୍ୟାଳୟରେ ମାଗଣା ପାଠପଢ଼ା ସହ ଖାଇବା ଓ ରହିବା ବ୍ୟବସ୍ଥା ଥିଲା। କିନ୍ତୁ ଅଧିକାଂଶ ଶିକ୍ଷକ ଥିଲେ ସମତଳ ଅଞ୍ଚଳର, କଦବା କ୍ୱଚିତ୍ ସ୍କୁଲ ଆସୁଥିଲେ ଏବଂ ଅପେକ୍ଷା କରୁଥିଲେ କେବେ ଏଠାରୁ ବଦଳି ହୋଇଯିବ। ସରକାରୀ ଆଦିବାସୀ ବିଦ୍ୟାଳୟର ଜଣେ ପୂର୍ବତନ ଶିକ୍ଷକ, ୫୭ ବର୍ଷ ବୟସ୍କ ମୁଲୁକୁରୁମ୍ବା ଗଙ୍ଗାଧରନ୍ ପାୟନ୍ କୁହନ୍ତି, ଶ୍ରେଣୀ ଗୃହ ଏବଂ ହଷ୍ଟେଲ୍ କହିଲେ ମାତ୍ର ଗୋଟିଏ କୋଠରି ଥିଲା। ସୁବିଧା ଖୁବ୍ କମ୍ ଥିଲା। ସେଥିପାଇଁ ପିଲାମାନେ କେହି ରାତିରେ ରହିବାକୁ ଚାହୁଁନଥିଲେ। ସ୍କୁଲରେ କମ୍ପ୍ୟୁଟର ଏବଂ ବହି ଥିଲା। କିନ୍ତୁ ସେଗୁଡ଼ିକ ତାଲା ପଡ଼ି ରହୁଥିଲା। ଶାନ୍ତି କୁହନ୍ତି, ମୁଁ କିଛି ବି ଶିଖି ପାରିନଥିଲି। କେବଳ ମୁଁ ନୁହେଁ, ମୋ ସହିତ ସ୍କୁଲକୁ ଯାଉଥିବା ଅଧିକାଂଶ ପାନିଆନ୍ ପିଲାଙ୍କର ଏହି ଅବସ୍ଥା ଥିଲା। ସେତେବେଳେ ସେ କେବଳ ପାନିଆନ୍ ଭାଷା କହିପାରୁଥିଲେ। ସ୍କୁଲରେ ପାଠପଢ଼ାର ମାଧ୍ୟମ ଥିଲା ତାମିଲ, ଯାହା ସେ ଖୁବ୍ କମ୍ ବୁଝିପାରୁଥିଲେ। ଯାହା ପଢ଼ା ହେଉଥିଲା, ତାହା ଘୋଷି ଘୋଷି ମନେ ରଖିବାକୁ କୁହାଯାଉଥିଲା। କିନ୍ତୁ ଭାରତୀୟ ସମ୍ବିଧାନର (ଧାରା ୩୫୦ ଏ) ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ଭାଷାଗତ ସଂଖ୍ୟାଲଘୁ ଗୋଷ୍ଠୀର ପିଲାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦେବା ନିମନ୍ତେ ପର୍ଯ୍ୟାପ୍ତ ସୁବିଧା କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଜଣେ ଅନୁଭବୀ ଶିକ୍ଷକ ଭାବରେ ସେ ଭୁଲଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିପାରୁଛନ୍ତି। ସେ କୁହନ୍ତି, 'ଯଦି ପିଲାମାନେ ସ୍କୁଲରେ ଯୋଗାଯୋଗ କରିନପାରିବେ, ତାହେଲେ ସେମାନେ କୁଣ୍ଠିତ ହେବେ ଏବଂ ସ୍କୁଲଠାରୁ ଦୂରେଇ ରହିବାକୁ ପସନ୍ଦ କରିବେ। ଏହିଠାରୁ ହିଁ ଭୟ ଆରମ୍ଭ ହୁଏ। ' ସରକାରୀ ଆବାସିକ ଆଦିବାସୀ ବିଦ୍ୟାଳୟକୁ ଯାଉଥିବା ଅଧିକାଂଶ ପିଲା ପ୍ରଥମ ପିଢ଼ିର ଛାତ୍ରଛାତ୍ରୀ ଥିଲେ। ସେମାନଙ୍କ ପିତାମାତା କିମ୍ବା ଜେଜେ ବାପା-ଜେଜେମା' ସେମାନଙ୍କୁ ସ୍କୁଲ ପାଠପଢ଼ାରେ କିଛି ସାହାଯ୍ୟ କରିପାରୁନଥିଲେ। ତେଣୁ ଉପସ୍ଥାନ ଖୁବ୍ କମ୍ ରହୁଥିଲା। ପାଠ ପଢ଼ା ଆହୁରି କମ୍ ଏବଂ ଅଧାରୁ ସ୍କୁଲ ଛାଡ଼ିବା ଖୁବ୍ ସାଧାରଣ କଥା ଥିଲା। ଶାନ୍ତିଙ୍କ ସବୁ ଭାଇଭଉଣୀ ଏହି ସ୍କୁଲକୁ ଯାଇଥିଲେ। କେବଳ ଜଣକ ବ୍ୟତୀତ ସମସ୍ତେ ଅଧାରୁ ସ୍କୁଲ ଛାଡ଼ିଲେ। ଏହା କିଛି ଅସ୍ୱାଭାବିକ ଘଟଣା ମଧ୍ୟ ନଥିଲା। ଜନଗଣନା ତଥ୍ୟରୁ ଜଣାପଡ଼ିଛି ଆଦିବାସୀ ଗୋଷ୍ଠୀଗୁଡ଼ିକରେ ୧ମ ଶ୍ରେଣୀରୁ ୧୦ମ ଶ୍ରେଣୀ ମଧ୍ୟରେ ସ୍କୁଲ ଛାଡ଼ିବା ହାର ୭୦.୯ ପ୍ରତିଶତ। କିନ୍ତୁ ସାଧାରଣ ଗୋଷ୍ଠୀଗୁଡ଼ିକରେ ଏହାର ପରିମାଣ ୪୯ ପ୍ରତିଶତ। ଶାନ୍ତିଙ୍କ ଶିକ୍ଷା ଏକ ଭିନ୍ନ ମୋଡ଼ ନେଲା ଯେତେବେଳେ ମିଶନାରୀ ସିଷ୍ଟରମାନେ ତାଙ୍କୁ ସେମାନଙ୍କ ସ୍କୁଲକୁ ପଠାଇବା ପାଇଁ ଶାନ୍ତିଙ୍କ ପିତାମାତାଙ୍କୁ ଅନୁରୋଧ କଲେ। ଏହି ସ୍କୁଲ ଥିଲା ଇରୋଡ୍ ଜିଲ୍ଲାର ସତ୍ୟମଙ୍ଗଳମ୍ ସହର ନିକଟସ୍ଥ ପେରିଆକୋଡିବେରି ଗ୍ରାମରେ, ଶାନ୍ତିଙ୍କ ଗାଁଠାରୁ ପାଞ୍ଚଘଣ୍ଟାର ରାସ୍ତା। ସେ ସେଠାରେ ପରବର୍ତ୍ତୀ ପାଞ୍ଚବର୍ଷ ରହିଲେ ଏବଂ ୧୦ମ ଶ୍ରେଣୀ ପାଠପଢ଼ା ଶେଷ କରି ଘରକୁ ଫେରିବା ପରେ କୁଞ୍ଜନଙ୍କୁ ବିବାହ କଲେ। କୁଞ୍ଜନ ପାନିଆନ୍ ଆଦିବାସୀ ଗୋଷ୍ଠୀର ଜଣେ ଅଣକୁଶଳୀ ଶ୍ରମିକ। ଦେବଲାକୁ ଫେରିବା ପରେ ଅନେକେ ଶାନ୍ତିଙ୍କୁ ନିଯୁକ୍ତି ଦେବାକୁ ଚାହିଁଲେ। ସେ ସେହି ଅଞ୍ଚଳର ସବୁଠାରୁ ଉଚ୍ଚଶିକ୍ଷିତ ଆଦିବାସୀ ଥିଲେ। ସେ ନର୍ସ ଚାକିରି ପାଇଁ ମିଳିଥିବା ଏକ ସୁଯୋଗକୁ ମନା କରିଦେଲେ। କିନ୍ତୁ ଯେତେବେଳେ ଗୁଦାଲୁରରେ ଥିବା ଏକ ଏନଜିଓ ଆକର୍ଡ (ଏସିସିଓଆରଡି) ପକ୍ଷରୁ ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ନିମନ୍ତେ ଦୁଇ ବର୍ଷିଆ ଶିକ୍ଷକ ତାଲିମ୍ କାର୍ଯ୍ୟକ୍ରମରେ ପ୍ରସ୍ତାବ ମିଳିଲା ସେତେବେଳ ସେ ରାଜି ହୋଇଗଲେ। ଶାନ୍ତି ହସି ହସି କୁହନ୍ତି, 'ମୁଁ ସବୁବେଳେ ଶିକ୍ଷକ ହେବାକୁ ଚାହୁଁଥିଲି, ହାତରେ ଗୋଟେ ଲମ୍ବା ବାଡ଼ି ଧରି ସମସ୍ତଙ୍କୁ ନିର୍ଦ୍ଦେଶ ଦେବାକୁ ଚାହୁଁଥିଲି'। ଶାନ୍ତିଙ୍କ ପତି କୁଞ୍ଜନ ଯେ କି କିଛିବର୍ଷ ସାଧାରଣ ସ୍କୁଲରେ ପାଠ ପଢ଼ିଥିଲେ, ଖୁବ୍ ସହଯୋଗୀ। ସେ ଟ୍ରେନିଂ ସେଣ୍ଟର ନିକଟକୁ ଘର ବଦଳାଇ ନେଇଥିଲେ। ଶାନ୍ତିଙ୍କ ମା' ଓ ଉଭଣୀ ମଧ୍ୟ ତାଙ୍କ ଶିଶୁକନ୍ୟାର ଯତ୍ନ ନେବା ସହ ଘର କାମରେ ସହଯୋଗ କରିବା ପାଇଁ ଚାଲିଆସିଲେ। ତାଙ୍କ ତାଲିମ ସମୟର ସହପାଠୀମାନେ ଥିଲେ ୧୪ଜଣ ଅନ୍ୟ ଆଦିବାସୀ ଯୁବକ ଯୁବତୀ। ସେମାନଙ୍କୁ ମାସିକ ୮୦୦ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା। ଶ୍ରେଣୀ ସମୟ ଥିଲା ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ। ଶନିବାର ଦିନ ସେମାନଙ୍କୁ ଆଦିବାସୀ ଗାଁଗୁଡ଼ିକୁ ପରିଦର୍ଶନରେ ଯିବାକୁ ହେଉଥିଲା। ଯଦ୍ୱାରା ସେମାନେ ଜାଣିପାରିବେ ଭବିଷ୍ୟତରେ ପାଠପଢ଼ାଇବା ସମୟରେ କ'ଣ କ'ଣ ସମସ୍ୟା ଆସିପାରେ। ଶାନ୍ତିଙ୍କର ଦୃଢ଼ ନିଷ୍ଠା ଏବଂ ପାରିବାରିକ ସହଯୋଗ ଥାଇ ବି ବିଭିନ୍ନ ଭୂମିକା ମଧ୍ୟରେ ତାଳମେଳ ରଖି ଏ ତାଲିମ୍ ନେବା ଖୁବ୍ କଷ୍ଟକର ହେଉଥିଲା ତାଙ୍କୁ। ତାଙ୍କ ଶ୍ରେଣୀର କିଛି ସହପାଠୀ ମଧ୍ୟ ଅଧାରୁ ତାଲିମ ଛାଡ଼ିଦେଲେ। କିନ୍ତୁ ସେ ରହିଲେ। ଶାନ୍ତି କୁହନ୍ତି, 'ମୁଁ ସବୁବେଳେ ନୂଆ କିଛି ଶିଖିବାକୁ ଆଗ୍ରହୀ ଥିଲି। ବିଜ୍ଞାନର ପ୍ରୟୋଗ କରିବା ନିମନ୍ତେ ମୋତେ ସୁଯୋଗ ମିଳିଥିଲା, ଯାହାକି ମୁଁ କେବେ କରିନଥିଲି'। ଆଦିବାସୀ ଇତିହାସ ସମ୍ପର୍କରେ ପଢ଼ିବାବେଳେ ସେ ନିଜକୁ ଏବଂ ନିଜ ସମୂହକୁ ଭିନ୍ନ ଭାବରେ ଜାଣିଲି। ସେ ନିଜର ତାଲିମ ଶେଷ କଲେ ଏବଂ ଉଚ୍ଚଶିକ୍ଷା ପାଇଁ ଆଗକୁ ବଢ଼ିଲେ। ମାଡ୍ରାସ ବିଶ୍ୱବିଦ୍ୟାଳୟର ଦୂର ଶିକ୍ଷା କାର୍ଯ୍ୟକ୍ରମରେ ସେ ଇତିହାସରେ ଗ୍ରାଜୁଏସନ୍ ଶେଷ କଲେ। ୧୫ବର୍ଷ ତଳେ ଶାନ୍ତି ବିଦ୍ୟୋଦୟରେ ଯୋଗଦେଇଥିଲେ। ବର୍ତ୍ତମାନ ସେ ଖୁବ୍ ଗୌରାବନ୍ୱିତ ଯେ ତାଙ୍କ ଆଖପାଖର ସମସ୍ତ ପାନିଆନ୍ ପିଲା ଗୁଦାଲୁର ତାଲୁକରେ ଥିବା ୧୦୦ରୁ ଅଧିକ ସ୍କୁଲ ମଧ୍ୟରୁ ଯେ କୌଣସିଥିରେ ପାଠ ପଢ଼ୁଛନ୍ତି। କିନ୍ତୁ ମାଛିକୁଣ୍ଡୁ ପରି ଅଞ୍ଚଳରେ ଏବେ ବି ଉପସ୍ଥାନ ସଂଖ୍ୟା କମ୍ ରହିଛି। ଶାନ୍ତି ମଧ୍ୟ ଏକଦା ମାଛିକୁଣ୍ଡୁରେ ରହୁଥିଲେ। କିନ୍ତୁ ଥରେ ହାତୀଟିଏ ତାଙ୍କ ଘର ଭାଙ୍ଗି ଦେବାରୁ ସେ ସେଠାରୁ ଚାଲିଆସିଥିଲେ। ଏହି ଅଞ୍ଚଳ ଖୁବ୍ ଅଗମ୍ୟ। ଶାନ୍ତି କୁହନ୍ତି, ପିତାମାତାଙ୍କ ସହ ଆଲୋଚନା କରି ମୁଁ ଏଠାରେ ପିଲାଙ୍କର ପାଠ ପଢ଼ା ଅଧାରୁ ଛାଡ଼ିବା ହାର କମ୍ କରିବା ଚାହେଁ। ଅଧିକାଂଶ ପିତାମାତା ଦିନ ମଜୁରିଆ, ଦିନକୁ ୧୫୦ ଟଙ୍କା ଲେଖାଏଁ ରୋଜଗାର କରନ୍ତି। ସେମାନେ ପିଲାଙ୍କ ସ୍କୁଲ ଦରମା, ପୋଷାକ, ବହି ଖାତା ଏବଂ ଯିବା ଆସିବାର ଖର୍ଚ୍ଚ ନେଇ ଖୁବ୍ ବ୍ୟସ୍ତ ହୁଅନ୍ତି। କାରଣ ସରକାରୀ ବା ଘରୋଇ ସ୍କୁଲ ଉପରେ ନିର୍ଭର କରି ଏହି ଖର୍ଚ୍ଚ ବାର୍ଷିକ ୮,୦୦୦ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଦୂର ଦୂରାନ୍ତ ସ୍ଥାନଗୁଡ଼ିକରୁ ଯିବା ଆସିବା ଖର୍ଚ୍ଚ ମଧ୍ୟ ଖୁବ୍ ଅଧିକ ହୋଇଯାଏ। କିନ୍ତୁ ବିଦ୍ୟୋଦୟ ପିଲାଙ୍କ ଠାରୁ କୌଣସି ଦେୟ ନିଏ ନାହିଁ ଏବଂ ଗମନାଗମନ ଖର୍ଚ୍ଚରେ ରିହାତି ଦିଏ। ପିଲାମାନଙ୍କୁ ବାର୍ଷିକ ୩୫୦ ଟଙ୍କା ଦେବାକୁ ହୁଏ। ତାହା ପୁଣି ଯଦି ସେମାନେ ପାରନ୍ତି। ଏ ମଧ୍ୟରେ ସ୍କୁଲ ବେଲ୍ ବାଜିଲା। ପିଲାମାନେ ନିଜ ନିଜ ଶ୍ରେଣୀ କକ୍ଷ ଓଳାଇଲେ। ବହି ଫାଇଲ୍ ଏବଂ ଶିଳ୍ପ କର୍ମଗୁଡ଼ିକୁ ସଜାଡ଼ି ରଖିଲେ। ଶାନ୍ତି ଉପସ୍ଥାନ ଖାତା ତଦାରଖ କରି ହସ୍ତାକ୍ଷର କଲେ। ସ୍ଥାନୀୟ ଜିପ୍ ଟ୍ୟାକ୍ସି ଅପେକ୍ଷା କରିଥିଲା। ସେ ଆଖପାଖର କିଛି ପିଲାଙ୍କୁ ନେଇ ଗାଡ଼ିରେ ବସିଲେ। ସବୁଠୁ ଛୋଟ ପିଲାଟି ତାଙ୍କ କୋଳରେ ବସିଲା। ସ୍କୁଲରୁ ସେମାନଙ୍କୁ ଘରକୁ ଯିବା ପାଇଁ ଅର୍ଥାତ୍ ଜଙ୍ଗଲ ମଧ୍ୟରୁ ସହରକୁ ଯିବା ପାଇଁ ୪୫ ମିନିଟ୍ ସମୟ ଦରକାରୂ ହୁଏ। ଏହା ସ୍କୁଲରେ ତାଙ୍କର ଏବଂ ତାଙ୍କ ଆଦିବାସୀ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱାଭାବିକ ଦିନ। ଅନୁବାଦ: ଓଡ଼ିଶାଲାଇଭ୍
<urn:uuid:ac24a2d3-0e21-4233-a909-ba4bf9bedb8a>
CC-MAIN-2019-18
https://ruralindiaonline.org/articles/%E0%AC%B6%E0%AC%BF%E0%AC%95%E0%AD%8D%E0%AC%B7%E0%AC%BE-%E0%AC%AA%E0%AC%BE%E0%AC%87%E0%AC%81-%E0%AC%89%E0%AC%A4%E0%AD%8D%E0%AC%B8%E0%AC%B0%E0%AD%8D%E0%AC%97%E0%AD%80%E0%AC%95%E0%AD%83%E0%AC%A4-%E0%AC%B6%E0%AC%BE%E0%AC%A8%E0%AD%8D%E0%AC%A4%E0%AC%BF-%E0%AC%97%E0%AD%81%E0%AC%B0%E0%AD%81%E0%AC%AE%E0%AC%BE
2019-04-25T20:46:29Z
s3://commoncrawl/crawl-data/CC-MAIN-2019-18/segments/1555578733077.68/warc/CC-MAIN-20190425193912-20190425215912-00150.warc.gz
ory
0.999958
Orya
22
{"ory_Orya_score": 0.9999575614929199}
ବରୁଣେଇ ମନ୍ଦିର ମା ବରୁଣେଇ ମନ୍ଦିର ଖୋର୍ଦ୍ଧାର ପ୍ରସିଦ୍ଧ ବରୁଣେଇ ପାହାଡ଼ ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ । କୁଣ୍ଡାପଥରରେ ଭର୍ତ୍ତି ଏହି ପାହାଡ଼ର ଦୈର୍ଘ୍ୟ ୭ କିମି ଓ ପ୍ରସ୍ଥ ୮୦୦ ମିଟର । ପାହାଡ଼ର ଉଚ୍ଚତା ପ୍ରାୟ ୩୦୪.୮ ମିଟର । ବରୁଣେଇ ମନ୍ଦିର[ସମ୍ପାଦନା] ବରୁଣେଇପାହାଡ଼ର କଟି ଦେଶରେ ୧୫୦ ଫୁଟ ଉଚ୍ଚତାରେ ମା' ବରୁଣେଇଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ପୂଜା ପାଉଥିବା ଦୁଇ ଭଉଣୀ ବା ଦୁଇ ଦେବୀ ହେଲେ ବରୁଣେଇ ଓ କରୁଣେଇ । କଳାମୁଗୁନି ପଥରରେ ନିର୍ମିତ ବରୁଣେଇ ସିଂହାସନର ବାମପଟେ ଓ କରୁଣେଇ ଡାହାଣ ପାର୍ଶୱରେ ବିରାଜମାନ । ଯୁଦ୍ଧ ବେଶରେ ସଜ୍ଜିତ ପ୍ରତ୍ୟେକ ମୂର୍ତ୍ତିର ଉଚ୍ଚତା ୧୮ଇଞ୍ଚ । ଅଦଲ କୁଣ୍ଡ ଝରଣା ଦେବୀଙ୍କ ନାଭିସ୍ଥଳ ଦେଇ ପାଦତଳକୁ ବହିଯାଇଛି । ଏହାର ଜଳ ପାଦୁକା ଭାବେ ବ୍ୟବହାର କରାଯାଏ । ଏହି ପୀଠରେ ଦୈନିକ ପିଠା ଓ କ୍ଷୀରି ଭୋଗ କରାଯାଏ । ରଜ ପର୍ବ ସମୟରେ ୪ଦିନ ବ୍ୟାପି ଏଠାରେ ଏକ ବିରାଟ ମେଳା ଅନୁଷ୍ଠିତ ହେବା ସହ ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । କିମ୍ବଦନ୍ତୀ[ସମ୍ପାଦନା] କିମ୍ବଦନ୍ତୀ ଅନୁଯାୟୀ ଦୁଇଦେବୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ଓଡ଼ିଶାର ଗଜପତିଙ୍କ ସହାୟତା କରିଥିଲେ । ଦୁଇ ଭଉଣୀ ଦୁର୍ଗ ମଧ୍ୟରେ ରହି ସଂକୀର୍ଣ୍ଣ ପ୍ରାଚୀର ମଧ୍ୟରେ ପ୍ରବେଶ କରୁଥିବା ଇଂରେଜ ସୈନ୍ୟମାନଙ୍କୁ ହତ୍ୟା କରୁଥିଲେ । ଇଂରେଜମାନେ ଏହା ଜାଣିପାରି ଦୁଇ ମୂର୍ତ୍ତୀଙ୍କୁ ଅପବିତ୍ର କରି ଶକ୍ତିହୀନ କରିବାରେ ସଫଳ ହେବା ପରେ ଗଜପତି ପରାଜିତ ହୋଇଥିଲେ । । ପୌରାଣିକ କିମ୍ବଦନୀ ବହନ କରୁଥିବା ଅନ୍ୟ ଦର୍ଶନୀୟ ସ୍ଥାନ ଗୁଡ଼ିକ ହେଲା: ପାଣ୍ଡବ ଗୂହା, ପାଣ୍ଡବ ଗୁମ୍ଫା ଓ ପାଣ୍ଡବ ହରା। - ପାଣ୍ଡବ ହରା: ପାଣ୍ଡବ ଓ କୌରବଙ୍କ ମଧ୍ୟରେ ହୋଇଥିବା ପଶାଖେଳରେ ପାଣ୍ଡବମାନେ ହାରିଯାଇଥିବାରୁ ଏହା ପାଣ୍ଡବହରା ଭାବେ ନାମିତ । ଶ୍ରୀରାମଚନ୍ଦ୍ର ବନବାସ ସମୟରେ ବରୁଣେଇରେ ଅବସ୍ଥାନ କରୁଥିବାବେଳେ ବିରାଜମାନ କରୁଥିବା ପଥରଟି ଶ୍ରୀରାମ ପଥର ଭାବେ ପରିଚିତ । । ଦେବୀ ସୀତା ରୋଷେଇସାରି ଏହି ସ୍ଥାନରେ ହାଣ୍ଡି ଧୋଇ କହିଥିଲେ ଯେ, ସୃଷ୍ଟି ଥିଲା ପର୍ଯ୍ୟନ୍ତ ଏଠାରେ ପାଣି ଶୁଖିବ ନାହିଁ ପ୍ରଚଣ୍ଡ ଗ୍ରୀଷ୍ମରେ ମଧ୍ୟ ଏଠାରେ ପାଣି ଶୁଖୁନଥିବାର ଲୋକମୁଖରୁ ଶୁଣିବାକୁ ମିଳେ । ଆଧାର[ସମ୍ପାଦନା] |ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ ।|
<urn:uuid:778cd333-16f7-4e9c-acbf-f986f7935620>
CC-MAIN-2019-18
https://or.wikipedia.org/wiki/%E0%AC%AC%E0%AC%B0%E0%AD%81%E0%AC%A3%E0%AD%87%E0%AC%87
2019-04-19T10:26:27Z
s3://commoncrawl/crawl-data/CC-MAIN-2019-18/segments/1555578527566.44/warc/CC-MAIN-20190419101239-20190419123239-00281.warc.gz
ory
1.000002
Orya
28
{"ory_Orya_score": 1.000002145767212}
ଘରେ ହୋଇଥିବା ବୁଢିଆଣୀ ଜାଲ ଅଶୁଭର ସଙ୍କେତ ଦେଇଥାଏ ଘର ସୁନ୍ଦର ଦେଖାଯିବା ପାଇଁ ଆମେ ସାଧାରଣତଃ ଘରକୁ ସଫା ଓ ସୁତୁରା ରଖିଥାଉ । କିନ୍ତୁ ଅଧିକାଂଶ ସମୟରେ ଘରର ଛାତ ଏବଂ କୋଣକୁ ଭଲ ଭାବରେ ନଜର ପକାଇ ନଥାଉ । କାରଣ ଘରର ଛାତ ଏବଂ କୋଣ ବୁଢିଆଣୀର ଘର ହୋଇଥାଏ, ଯେଉଁଠାରେ ସେମାନେ ଅତି ସହଜରେ ଘର ତିଆରି କରିଥାନ୍ତି । ବିଭିନ୍ନ ସମୟରେ ତାହାକୁ ପରିଷ୍କାର କରିବା ସମୟରେ ଆମେ ଆଳସ୍ୟତା କରିଥାଉ, ଯାହା ଦ୍ୱାରା ଘରେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ । ଅଧିକାଂଶ ସମୟରେ ଲୋକ କୁହନ୍ତିଯେ ଆମେ ରୋଜଗାର କରୁଛୁ କିନ୍ତୁ ଟଙ୍କାର ଅଭାବ ସବୁବେଳେ ରହୁଛି । ଏହି କଥାକୁ ଆମେ କେବେ ମଧ୍ୟ ଧ୍ୟାନ ଦେଇ ନଥାଉ, କିନ୍ତୁ ଏହା ଏକ ବାସ୍ତୁ ଦୋଷ ଦ୍ୱାରା ହୋଇଥାଏ । ଧାର୍ମିକ ମାନ୍ୟତାନୁସାରେ ଏହି ଜାଲକୁ ଅଶୁଭ ବୋଲି କୁହାଯାଏ । ବାସ୍ତୁ ଅନୁସାରେ ଏହା ଘରେ ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଘରେ ନକରାତ୍ମକ ଶକ୍ତିକୁ ସ୍ଥାନ ଦେବା ସହିତ ରୋଗ ଓ ବ୍ୟାଧି ମଧ୍ୟ ବଢାଇଥାଏ । ଯେଉଁ ଘରେ ଏହି ଜାଲ ରହିଥାଏ ସେହି ଘରର ଲୋକଙ୍କ ମସ୍ତିଷ୍କ କାମ କରେ ନାହିଁ ବୋଲି ମଧ୍ୟ ବିଶ୍ୱାସ କରାଯାଏ । ଏହି ଜାଲର ସଂରଚନା କିଛି ଏଭଳି ଯେଉଁଥିରେ ନକାରାତ୍ମକ ଶକ୍ତି ଏକତ୍ରିତ ହୋଇଯାଏ । ଏହା ଦ୍ୱାରା ସୁଖ ସମୃଦ୍ଧିର ହ୍ରାସ ହୁଏ । ଏହା ବ୍ୟତୀତ କୌଣସି କାର୍ଯ୍ୟରେ ମନ ମଧ୍ୟ ଲାଗେ ନାହିଁ । ଏହା ଚିନ୍ତା ମଧ୍ୟ ବଢାଇଥାଏ । ତେଣୁ ଏହାକୁ ସଫା କରିଦେବା ଉଚିତ ।
<urn:uuid:79e1fdc1-83b4-4f1e-8371-783ff0f51c9a>
CC-MAIN-2019-18
http://lifestyle.kanaknews.com/spider-home-bad-luck/
2019-04-21T20:22:32Z
s3://commoncrawl/crawl-data/CC-MAIN-2019-18/segments/1555578532882.36/warc/CC-MAIN-20190421195929-20190421220826-00063.warc.gz
ory
1.000007
Orya
10
{"ory_Orya_score": 1.0000066757202148}
ଭାରତର ଆଉ ଏକ ଚନ୍ଦ୍ର ଅଭିଯାନ! ୨୦୧୮ରେ ଇସ୍ରୋର 'ଚନ୍ଦ୍ରାୟନ-୨' ୨୦୧୮ ଏପ୍ରିଲ ସୁଦ୍ଧା ମହାକାଶରେ ଉଡିବ ଚନ୍ଦ୍ରାୟନ-୨ । ଏହା କହିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋର ମୁଖ୍ୟ ଏଏସ କିରଣ କୁମାର । ଚେନ୍ନାଇ ସ୍ଥିତ ଭେଲସ୍ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ସେ ଏହା ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ଚନ୍ଦ୍ର ଅଭିଯାନ ପାଇଁ ମହାକାଶ ଯାନର ପରୀକ୍ଷାନିରୀକ୍ଷା ଚାଲିଛି । କିଭଳି ସୁରକ୍ଷିତ ଭାବେ ମହାକାଶଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଏବଂ ମହାକାଶଚାରୀ ସୁରକ୍ଷିତ ଭାବେ ପହଂଚି ଗବେଷଣା କରିବେ ସେନେଇ ଅଧିକ ତର୍ଜମା ଚାଲିଥିବା କହିଛନ୍ତି ଏଏସ କିରଣ କୁମାର । ସେ କହିଛନ୍ତି ୨୦୧୮ ମସିହା ପ୍ରଥମ ଚାରିମାସ ମଧ୍ୟରେ ଇସ୍ରୋର ତାର ଦ୍ୱିତୀୟ ଚନ୍ଦ୍ର ଅଭିଯାନ କରିବ । ଗବେଷଣାଗାରରେ କୃତ୍ରିମ ଚନ୍ଦ୍ର ପୃଷ୍ଠର ସ୍ଥିତି ନିର୍ମାଣ କରି ବୈଜ୍ଞାନିକ ଅଧିକ ପରୀକ୍ଷା କରୁଛନ୍ତି । ଚନ୍ଦ୍ରାୟନ-୨ର ଏକାଧିକ ପରୀକ୍ଷା ହେବ କ୍ରମାଗତ ହେବାକୁ ଅଛି ବୋଲି କିରଣ କୁମାର କହିଛନ୍ତି । ପୂର୍ବରୁ ୨୦୦୮ ଅକ୍ଟୋବର ୨୨ ତାରିଖରେ ଇସ୍ରୋର ତାର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୧ ମହାକାଶକୁ ପଠାଇଥିଲା । ସେହି କ୍ରମରେ ୨୦୧୮ରେ ଚନ୍ଦ୍ରାୟନ-୨ ମହାକାଶକୁ ପଠାଯିବ ଏବଂ ଏହିଯାନକୁ ବୋହିନେବ ଜିଏସଏଲଭି-ଏମକେ୨ ରକେଟ୍ । ଏହି ଅଭିଯାନରେ ଇସ୍ରୋ ନିଜ ଜ୍ଞାନକୌଶଳରେ ନିର୍ମିତ ଏକ ଲୁନାର ଅର୍ବିଟର (ଚନ୍ଦ୍ରକୁ ପରିକ୍ରମଣ କରିବ), ଲାଣ୍ଡର (ଚନ୍ଦ୍ରପୃଷ୍ଠରେ ଅବତରଣ କରିବ) ଓ ଲୁନାର ରୋଭର (ଚନ୍ଦ୍ରରେ ଗବେଷଣା କରିବ) ସାମିଲ କରିବ । ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ସ୍ଥାପନ କରିଚାଲିଛି ।
<urn:uuid:05b68e78-2f31-4085-84df-007fc4b756b1>
CC-MAIN-2019-18
http://kanaknews.com/isro-starts-landing-tests-for-chandrayaan-2-mission/
2019-04-25T08:23:11Z
s3://commoncrawl/crawl-data/CC-MAIN-2019-18/segments/1555578711882.85/warc/CC-MAIN-20190425074144-20190425100144-00521.warc.gz
ory
1.000001
Orya
4
{"ory_Orya_score": 1.0000005960464478}
ଇସଲାମାବାଦ : ଆସନ୍ତା ୧୧ ତାରିଖ ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଇମ୍ରାନ ଖାନ୍। ଏହି ଶପଥ ଗ୍ରହଣ ଉତ୍ସବକୁ ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବ, ସୁନୀଲ ଗାଭାସ୍କର ଏବଂ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଛନ୍ତି। ଇମ୍ରାନଙ୍କ ଭାରତୀୟ ଅତିଥି ତାଲିକାରେ ବଲିଉଡ୍ ଅଭିନେତା ଅମିର ଖାନ୍ଙ୍କ ନାଁ ମଧ୍ୟ ରହିଛି। ପାକିସ୍ତାନ ତେହେରିକ-ଇ- ଇନସାଫ୍ ଦଳର ମୁଖପାତ୍ର ଫଓ୍ଵାଦ ଚୌଧୁରୀ ଆଜି ଭାରତୀୟ ଅତିଥି ତାଲିକା ଘୋଷଣା କରି କପିଳ, ଗାଭାସ୍କର, ସିଦ୍ଧୁ ଏବଂ ଅମିର ଏଥିରେ ସ୍ଥାନ ପାଇଥିବା ଜଣାଇଛନ୍ତି। ତେବେ ଶପଥ ଗ୍ରହଣ ଉତ୍ସବକୁ ଇମ୍ରାନ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏଥିନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ସହ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ, ଶପଥ ଉତ୍ସବକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇପାରେ ବୋଲି କୁହାଯାଉଥିଲା।
<urn:uuid:86dc861f-4a70-4cbc-820a-aeb660efca88>
CC-MAIN-2019-18
http://sambad.in/india-and-beyond/imran-khan-invites-kapil-dev-sunil-gavaskar-and-navjot-singh-sidhu-to-pakistan-for-oath-taking-ceremony-187752/
2019-04-18T20:38:24Z
s3://commoncrawl/crawl-data/CC-MAIN-2019-18/segments/1555578526807.5/warc/CC-MAIN-20190418201429-20190418223429-00191.warc.gz
ory
1.000001
Orya
6
{"ory_Orya_score": 1.0000011920928955}
କଟକ : ଭଞ୍ଜନଗର ଘୁମୁସର ଦକ୍ଷିଣାଞ୍ଚଳ ବନଖଣ୍ଡ ଅଧିକାରୀ(ଡିଏଫ୍ଓ) ବିଜୟ କେତନ ଆଚାର୍ଯ୍ୟଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ ଏସ୍.କେ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଶ୍ରୀ ଆଚାର୍ଯ୍ୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବ୍ରହ୍ମପୁର ଡିଭିଜନ ପକ୍ଷରୁ ଡିଏଫଓଙ୍କ ପୈତୃକ ଘର ସମେତ ୫ଟି ସ୍ଥାନରେ ଏକ ସଂଗେ ଚଢାଉ କରାଯାଇ ୩ କୋଟି ୨୨ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ଠାବ କରାଯାଇଥିଲା। ଜୁନ ୨୫ରେ ଡିଏଫ୍ଓଙ୍କୁ ଭିଜିଲାନ୍ସ ଗିରଫ କରିଥିଲା।
<urn:uuid:99110d30-4468-44a1-96ff-ed4872dffc7f>
CC-MAIN-2019-18
http://sambad.in/state/dfo-get-bail-in-high-court-187833/
2019-04-18T20:55:53Z
s3://commoncrawl/crawl-data/CC-MAIN-2019-18/segments/1555578526807.5/warc/CC-MAIN-20190418201429-20190418223429-00191.warc.gz
ory
0.999975
Orya
4
{"ory_Orya_score": 0.9999748468399048}
ଓଡିଶା ଡଟ୍ କମ୍ : ଗୋଲଖ ଚନ୍ଦ୍ର ଦାସ ଭୁବନେଶ୍ୱର,ଡିସେମ୍ବର ୨୬(ଓଡିଶା ଡଟ୍ କମ୍ )- ଅଖିଳ ଭାରତୀୟ ଅଧିବକ୍ତା ପରିଷଦର ତ୍ରିଦିବସୀୟ ରାଷ୍ଟ୍ରୀୟ ଅଧିବେଶନ ବୁଧବାର ଦିନ ଅପରାହ୍ନ ୨.୩୦ରେ ଭୁବେନେଶ୍ୱର କିଟ ପରିସରେ ଉଦ୍ଘାଟିତ ହୋଇଛି । ଏହି ଅଧିବେଶନ ଆସନ୍ତା ୨୮ ତାରିଖ ଦିନ ସମାରୋପ ହେବ ବୋଲି କାର୍ଯକ୍ରମର ପ୍ରଚାରପ୍ରସାର ବିଭାଗ ମୁଖ୍ୟ ସମୀର କୁମାର ମହାନ୍ତି ଜଣାଇଛନ୍ତି । ଆଜିର ଏହି ଅଧିବେଶନରେ ସୁପ୍ରୀମକୋର୍ଟର ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ମୁଖ୍ୟଅତିଥିରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଅଧିବେଶନରେ ସାମ୍ବିଧାନିକ ଓ ଗଣତାନ୍ତ୍ରୀକ ସଂସ୍ଥା ଗୁଡିକକୁ କିପରି ସଶକ୍ତ କରାଯିବ ତାଉପରେ ଆଲୋଚନା ହେଉଅଛି । ଅବସରପ୍ରାପ୍ତ ପଂଜାବ ଓ ହରିଆନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ବିହାରର ପୂର୍ବତନ ରାଜ୍ୟପାଳ ଜଷ୍ଟିସ୍ ରାମା ଜଏସ୍ ,ସୁପ୍ରୀମକୋର୍ଟ ବାର ଆସୋସିଏସନର ସଭାପତି ବରିଷ୍ଠ ଆଇନଜୀବି ଏମ୍ ଏନ୍ କୀଷ୍ଣମଣୀ,ଆନ୍ଦ୍ର ଉଚ୍ଚନ୍ୟାୟାଳୟର ପୂର୍ବତନ ବିଚାରପତି ଏବଂ ପରିଷଦର ଅଖିଳ ଭାରତୀୟ ସଭାପତି ଜଷ୍ଟିସ୍ ପର୍ବତ ରାଓ,ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏ ପି ସାହାଙ୍କ ସମେତ ଭାରତର ବିଭିନ୍ନ ରାଜ୍ୟରୁ ଦଦୁଇ ହଜାର ଉର୍ଦ୍ଧ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । କାର୍ଯକ୍ରମକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ଜଷ୍ଟିସ ଏ କେ ପଟ୍ଟନାୟକ କହିଲେ ଯେ,ଅଦାଲତମାନଙ୍କରେ ଅଧିକ ବିଚାରପତି ନିଯୁକ୍ତି ଦିଆଯିବା ଉଚିତ୍ । ଅପରାଧର ପ୍ରମାଣ ଗ୍ରହଣ ଏବଂ ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ହେବା ଉଚିତ୍ । ଯେଉଁମାନଙ୍କ ଉପରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାର ଦଦାୟିତ୍ୱ ନଥିବ । ଅପରାଧୀମାନଙ୍କ ପ୍ରମାଣକୁ ବଳିଷ୍ଠ କରାଯାଇ ପାରିବ ଏବଂ ସେମାନେ ଅଦାଲତରୁ ଖସି ପାରିବେ ନାହିଁ । ଏହି ଅବସରରେ ବରିଷ୍ଠ ଆଇନଜୀବି ଶ୍ରୀ କୀଷ୍ଣମଣୀ କହିଲେ ଯେ ସଂସଦ,ନ୍ୟାୟାଳୟ,ସିଏଜି,ଭିଜିଲାନ୍ସ ବିଭାଗ ଏବଂ ପ୍ରଶାସନ ବିଭାଗକୁ ସଶକ୍ତ କରାଗଲେ ସମ୍ବିଧାନ ଓ ଗଣତନ୍ତ୍ର ସୁରକ୍ଷା କରାଯାଇ ପାରିବ । ପରିଷଦର ଅଖିଳ ଭାରତୀୟ ସଂପାଦକ ଡି.ଭରତ କୁମାର କହିଲେ ଯେ,ଆଇନଗତ ପେସାକୁ ଆଇନଜୀବିମାନେ ଏକ ବ୍ୟବସାୟ ରୂପେ ନଦେଖି ଏକ ମିଶନରୂପେ ଦେଖିବା ଉଚିତ୍ । ପରିଷଦର ଅଖିଳ ଭାରତୀୟ ସଭାପତି ଜଷ୍ଟିସ ପର୍ବତରାଓ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରିଥିଲେ ଯେ, ସେମାନେ ଅପରାଧ ପୃଷ୍ଠ ଭୂମି ଥିବା ଲୋକମାନଙ୍କୁ ଟିକେଟ୍ ନଦିଅନ୍ତୁ । ଯାହା ଫଳରେ କି ସଂସଦକୁ ସଶକ୍ତ କରାଯାଇ ପାରିବ । ଏହି ଅଧିବେଶନରେ ଏକ ତ୍ର୍ୟୈମାସିକ ପତ୍ରୀକା ନ୍ୟାୟପ୍ରଭାର ଉନ୍ମୋଚନ କରାଯାଇଥିଲା । ସ୍ୱାଗତ ସମିତିର ସଂପାଦକ ବରିଷ୍ଠ ଆଇନଜୀବି ଯୁଗଳ କିଶୋର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଓଡିଶା ଶାଖାର ସଭାପତି ଶ୍ରୀ ପ୍ରଭାକର ସାହୁ ଓ ସଂପାଦକ ତୁଷାରକାନ୍ତି ଶତପଥି ମଂଚାସୀନ ଅତିଥିମାନଙ୍କର ପରିଚୟ କରିବା ସହ ଏହି ସଭାକୁ ପରିଚାଳନା କରିଥିଲେ । ଓଡିଶା ଡଟ୍ କମ୍
<urn:uuid:cd8c7e63-82f8-4914-a95b-59676ed02eff>
CC-MAIN-2019-18
http://www.odisha.com/2012/12/26/%E0%AC%8F%E0%AC%AC%E0%AC%BF%E0%AC%8F%E0%AC%AA%E0%AC%BF%E0%AC%B0-%E0%AC%A4%E0%AD%8D%E0%AC%B0%E0%AD%80%E0%AC%A6%E0%AC%BF%E0%AC%AC%E0%AC%B8%E0%AD%80%E0%AD%9F-%E0%AC%B0%E0%AC%BE%E0%AC%B7%E0%AD%8D%E0%AC%9F/
2019-04-18T20:53:09Z
s3://commoncrawl/crawl-data/CC-MAIN-2019-18/segments/1555578526807.5/warc/CC-MAIN-20190418201429-20190418223429-00191.warc.gz
ory
1.000001
Orya
29
{"ory_Orya_score": 1.0000011920928955}
ଇରାନୀୟ ସ୍ୱଚ୍ଛାସେବୀଙ୍କୁ ଦଣ୍ଡାଦେଶ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ ଭୁବନେଶ୍ୱର: ଓଡ଼ିଶାର ରାୟଗଡ଼ାରେ ଜଣେ ଇରାନୀୟ ମହିଳା ସ୍ୱଚ୍ଛାସେବୀଙ୍କୁ ଜେଲ ଦଣ୍ଡାଦେଶ ପ୍ରସଙ୍ଗକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। କିଛିଦିନ ତଳେ ସ୍ୱେଚ୍ଛାସେବୀ ନର୍ଗେସ କେ. ଆସ୍ତରୀଙ୍କୁ ରାୟଗଡ଼ା ଏସଡିଜେଏମ୍ ବର୍ଷେ ଜେଲ ଦଣ୍ଡ ଓ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୪ ନଭେମ୍ୱରରେ ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ପ୍ରିଜନ୍ ଫାଉଣ୍ଡେସନ୍ର କର୍ମକର୍ତ୍ତାମାନେ କିଛି ଛୋଟ ପିଲାଙ୍କୁ ନେଇ ନାଗାବଳୀ ନଦୀ ନିକଟକୁ ପିକ୍ନିକ୍ କରିବାକୁ ଯାଇଥିଲେ। ପିଲାମାନେ ଝୁଲା ପୋଲରେ ଯାଉଥିବା ବେଳେ ଅସୀମ ଜିଲାକିରା ନାମକ ଜଣେ ବାଳକ ନଦୀରେ ଖସିପଡ଼ିବା ଯୋଗୁଁ ତା'ର ମୃତ୍ୟୁ ଘଟିଥିଲା। ଏ ନେଇ ଅସୀମଙ୍କ ବାପା ପ୍ରିଜନ ଫାଉଣ୍ଡେସନ୍ର ମୁଖ୍ୟ ନାର୍ଗିସ କେ. ଆସ୍ତରୀ ଓ ସମ୍ପାଦକ ଜୁଏଲ ରାଜଗୁପ୍ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଏସ୍ଡିଜେମ୍ ନର୍ଗିସଙ୍କୁ ଦୋଷୀ କରିବା ସହ ଦଣ୍ଡାଦେଶ ଶୁଣାଇଥିଲେ।
<urn:uuid:b70b2218-4985-4f89-998e-a748317d5c50>
CC-MAIN-2019-18
https://odishareporter.in/top-story/erani-swachhasebi-nku-dandadesh-nei-odisha-sarkar-nku-report-talab-117150
2019-04-18T20:38:01Z
s3://commoncrawl/crawl-data/CC-MAIN-2019-18/segments/1555578526807.5/warc/CC-MAIN-20190418201429-20190418223429-00191.warc.gz
ory
0.999973
Orya
5
{"ory_Orya_score": 0.9999728202819824}
ଓଡ଼ିଶା ଖଣି ନିଗମର ୬୩ତମ ସ୍ଥାପନା ଦିବସ ଆଜି ଜୟଦେବ ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଏମ୍ସି ପକ୍ଷରୁ ବିଶିଷ୍ଟ ବିଦ୍ୱାନ ତଥା ଓଡ଼ିଶା ମାଟିର ଗର୍ବ ଏବଂ ଆଇଆଇଟି ଧାନବାଦ (ଇଣ୍ଡିଆନ୍ ସ୍କ୍ୁଲ୍ ଅଫ୍ ମାଇନ୍ସ) ର ପୂର୍ବତନ ନିଦେ୍ର୍ଧଶକ ପ୍ରଫେସର ଧନୁଷଧାରୀ ମିଶ୍ରଙ୍କୁ ସମ୍ମାନୀତ କରାଯାଇଛି । ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଏମ୍ସିର କର୍ମଚାରୀମାନଙ୍କ ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ ଗୋÂୀନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ସମ୍ମାନୀତ ଅତିଥି, ଓଏମ୍ସି ଅଧ୍ୟକ୍ଷ ସଞ୍ଜୀବ୍ ଚୋପ୍ରା, ପରିଚାଳନା ନିଦେ୍ର୍ଧଶକ ଆର. ଭିନିଲ୍ କ୍ରିଷ୍ଣା ଏବଂ ପ୍ରଫେସର ଧନୁଷଧାରୀ ମିଶ୍ର ପ୍ରମୂୁଖ ବାର୍ଷିକ ପତ୍ରିକା ସମ୍ପର୍କର ଉନ୍ମୋଚନ କରିଥିଲେ । ଏହି ଅବସରରେ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ରାଜ୍ୟସରକାରଙ୍କ ବୃହତ୍ତମ ଉଦ୍ୟୋଗ: ଓଏମ୍ସି ସାରା ଦେଶରେ ଖଣି କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟ ସରକାରମାନଙ୍କ ଅଧୀନସ୍ଥ ଉଦ୍ୟୋଗଗୁଡ଼ିକ ମଧ୍ୟରେ ସର୍ବବୃହତ୍ । ଏହା ଲୁହାପଥର, ମାଙ୍ଗାନିଜ୍, କ୍ରେମାଇଟ୍ ଏବଂ ବକ୍ସାଇଟ୍ ଭଳି ଖଣିଜ ଜିନ୍ଦଲ, ଭୁଷଣ ଷ୍ଟିଲ୍, ଏନ୍ଆଇଏନ୍ଏଲ୍, ଆର୍ଆଇଏନ୍ଏଲ୍, ଭିସା ଷ୍ଟିଲ୍ ଭଳି ଧାତବ ଓ ଖଣିଜ ଶିଳ୍ପରେ ଅଗ୍ରଣୀ ଶିଳ୍ପସଂସ୍ଥାମାନଙ୍କୁ ଯୋଗାଇ ଶିଳ୍ପାୟନକୁ ସୁଦୃଢ କରୁଛି । ଗୌରବମୟ ଯାତ୍ରା: ଓଏମ୍ସିର ଆରମ୍ଭ ୧୯୫୬ ମସିହାରେ ହୋଇଥିଲା । ଏହାର ସଫଳତାର ଏକ ପରିଚାୟକ ହେଉଛି ୨୦୧୬-୧୭ ଆର୍ଥିକ ବର୍ଷରେ ଏହାର ୨,୩୩୧ କୋଟି ଟଙ୍କାର ବ୍ୟବସାୟ ହାସଲ, ଯାହାକି ୨୦୦୬-୦୭ ଆର୍ଥିକ ବର୍ଷରେ ୧,୦୮୧ କୋଟି ଟଙ୍କା ରହିଥିଲା । ଲୁହାପଥର ଉତ୍ତୋଳନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ୨୦ ପ୍ରତିଶତ ଅଭିବୃଦ୍ଧି ସହିତ ରେକର୍ଡ ୨,୮୬୦ କୋଟି ଟଙ୍କାର ବିକ୍ରୟ ବ୍ୟବସାୟ ହାସଲ ସଫଳତାର ପଛରେ ଶୀର୍ଷ ନେତୃତ୍ୱ, ବ୍ୟବସାୟ କୁଶଳତା ଏବଂ ସମସ୍ତ କର୍ମଚାରୀମାନଙ୍କ ଉତ୍ତମ ସମନ୍ୱୟ ସହ କରାଯାଇଥିବା ଦଳଗତ କାର୍ଯ୍ୟର ଅବଦାନ ରହିଛି । ଏଥିମଧ୍ୟରେ ଓଏମ୍ସି ଅଣଲୌହ ଖଣିଜ ଦ୍ରବ୍ୟ କ୍ଷେତ୍ରରେ ନିଜ ଉପସ୍ଥିତି ବଢାଇ ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକି ଅବଧିରେ କୋଡ଼ିଙ୍ଗମାଳି ଖଣିରେ ବକ୍ସାଇଟ୍ ଉତ୍ତୋଳନ ଆରମ୍ଭ କରିଛି । ଓଏମ୍ସିକୁ ମଧ୍ୟ ଏକ କୋଇଲା ଖଣି ଆବଂଟିତ ହୋଇଛି, ଯାହାକି ଆଗାମୀ ତିନି ବର୍ଷମଧ୍ୟରେ କାର୍ଯ୍ୟକ୍ଷମ ହେବାର ଆଶା ରଖାଯାଇଛି । ନିଗମ ପକ୍ଷରୁ ସଂସ୍ଥା ମଧ୍ୟରେ ଆଲୋଚନା ଜରିଆରେ ଯୋଜନା ପ୍ରସ୍ତୁତ କରିବା ପାଇଁ 'ଚରrଗ୍ଦକ୍ଟ୍ରରମଗ୍ଧସଙ୍ଖର ଚକ୍ଷବଦ୍ଭ ୨୦୨୫' ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯାହାର ଲକ୍ଷ୍ୟଗୁଡ଼ିକ ମଧ୍ୟରେ ରହିଛି :- • କ୍ରୋମ୍ ଖଣିଜ କ୍ଷେତ୍ରରେ ଏକ ପ୍ରଭାବଶାଳୀ ବ୍ୟବସାୟିକ ଖଣିଜ ଉପôାଦନକାରୀ ହେବା • ଭାରତରେ ବ୍ୟବସାୟିକ ଲୁହାପଥର ଉପôାଦନ କ୍ଷେତ୍ରରେ ଏହାର ବଜାର ଅଂଶ ବୃଦ୍ଧି କରିବା • ଏକ ଗ୍ରାହକ-ଧ୍ୟାନିତ ସଂସ୍ଥା ହେବା କମ୍ପାନୀ ଏହାର ଉପôାଦନକୁ ୨୦୧୭-୧୮ ର ୮ ଏମ୍ଟିପିଏରୁ ୨୦୧୮-୧୯ ରେ ୧୧ ଏମ୍ଟିପିଏ ଏବଂ ୨୦୨୦-୨୧ ରେ ୨୩ ଏମ୍ଟିପିଏ ରେ ପହଂଚାଇବା ପାଇଁ ସର୍ବଶ୍ରେÂ ଉଦ୍ୟମ ଜାରି ରଖିଛି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଏହା ଅଗ୍ରଣୀ ମ୍ୟାନେଜ୍ମେଂଟ ପରାମର୍ଶ ସଂସ୍ଥା କେପିଏମ୍ଜିକୁ ନିୟୋଜିତ କରିଛି ଯାହା ଯୋଜନା ପ୍ରସ୍ତୁତ କରିବା ସହିତ ବ୍ୟବସାୟିକ ଅଭିବୃଦ୍ଧି ଯୋଜନା ସହ ସମନ୍ୱୟରେ ଉପôାଦନ ଓ ପ୍ରକଳ୍ପ ଯୋଜନାଗୁଡ଼ିକୁ ସଂଗଠିତ କରିବ, ଢାଂଚାଗତ ପରିବର୍ତ୍ତନ ପ୍ରସ୍ତାବ, ସୂଚନା ପ୍ରଯୁକ୍ତି ସମ୍ବଳିତ ବ୍ୟବସ୍ଥା ଓ ପ୍ରଣାଳୀ ଏବଂ ନୂଆ ଜ୍ଞାନକୌଶଳର ଲାଭ ହାସଲ କରିବାରେ ସହାୟକ ହେବ । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତା କ୍ଷେତ୍ରରେ ଉଦାହରଣ: ଗୋଲ୍ଡ ବର୍ଗର ରାଜ୍ୟ ସରକାରୀ ଉଦ୍ୟୋଗ ଓଏମ୍ସି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତା କ୍ଷେତ୍ରରେ ଏକ ଉଦାହରଣଭାବେ ନିଜକୁ ସ୍ଥାପିତ କରିପାରିଛି । ନିକଟରେ ଋଞ ଘଙଡ ଉଝଜ ଖରବୟରrଗ୍ଦଷସକ୍ଟ୍ର ଇଙ୍ଗବrୟ ହାସଲ ଏହି ନିଗମର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ପରିଚାୟକ । • ଶିକ୍ଷା କ୍ଷେତ୍ରରେ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଓଏମ୍ସି ସୁପର ୧୦୦ ଏବଂ ସ୍କୁଲ୍ ପ୍ରତି ୪ କୋଟି ଟଙ୍କା ବ୍ୟୟରେ ୨୫ଟି ଆଦର୍ଶ ସ୍କୁଲ୍ର ନିର୍ମାଣ • ରାଜ୍ୟରେ କ୍ରୀଡ଼ା ଏବଂ ହକି ପାଇଁ ଓଏମ୍ସି ସବୁଠାରୁ ବଡ଼ ପୃÂପୋଷକ ରହିଆସିଛି । ଭାରତୀୟ ହକି ଦଳକୁ ବିକଶିତ କରିବାପାଇଁ ଏହା ଆଗାମୀ ୫ ବର୍ଷରେ ୧୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନକରିବାକୁ ପ୍ରତିଶ୍ରୁତିବଦ୍ଧ । • ବିଗତ ପାଂଚ ବର୍ଷରେ ଓଏମ୍ସି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତହବିଲ୍କୁ ୭,୧୦୭ କୋଟି ଟଙ୍କା ପ୍ରଦାନ କରିଛି, ଯାହାକି ସାମଗ୍ରିକଭାବରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟୟର ଏକ ପ୍ରମୁଖ ଅଂଶ । ଓଏମ୍ସି ବିଗତ ୫ ବର୍ଷ ଧରି ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ୫୦୦ କୋଟି ଟଙ୍କାର ଲାଭାଂଶ (ଡିଭିଡେଣ୍ଡ୍) ପ୍ରଦାନ କରିଆସୁଛି । ପୋଷଣୀୟ ଖଣିଖନନ: ଓଏମ୍ସି ଖଣିଜ ସଂରକ୍ଷଣ ତଥା ପୋଷଣୀୟତା (ଝଟଝଞଇଓଘଇଈଖଋ) ଭଳି ଦିଗପ୍ରତି ସମାନ ମାତ୍ରାରେ ସଚେତନ ରହିଛି । ସେଥିପାଇଁ ଗୁଣବତ୍ତା ମାନ ବଜାୟ ରଖିବା ପାଇଁ କ୍ରମାଗତ ଉଦ୍ୟମ କରାଯାଇଆସୁଛି । ଓଏମ୍ସି ଓଝଙ ୯୦୦୧, ଓଝଙ ୧୪୦୦୧ ଏବଂ ଙଐଝଇଝ ୧୮୦୦ ଆନ୍ତର୍ଜାତୀୟ ମାନକ ସମ୍ବଳିତ ଏକ ସମନ୍ୱିତ ପରିଚାଳନା ବ୍ୟବସ୍ଥା ସ୍ଥାପନ କରିଛି । ଏକ ସାମାଜିକ ଦାୟିତ୍ୱସମ୍ପନ୍ନ ସଂସ୍ଥା ଭାବେ ଓଏମ୍ସି ଏକ ସାମାଜିକ ଉତ୍ତରଦାୟୀ ବ୍ୟବସ୍ଥା ସ୍ଥାପନ କରିବା ପ୍ରକ୍ରିୟାରେ ରହିଛି, ଯାହାକି ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତ ଝଇ୮୦୦୦ ମାନକ ଅନୁପାଳିତ ।
<urn:uuid:aaa504e6-fa89-4cef-937d-196fc338689f>
CC-MAIN-2019-18
http://odishan.com/23810
2019-04-20T00:22:27Z
s3://commoncrawl/crawl-data/CC-MAIN-2019-18/segments/1555578528433.41/warc/CC-MAIN-20190420000959-20190420022959-00351.warc.gz
ory
1.000004
Orya
6
{"ory_Orya_score": 1.0000044107437134}
କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଚାଂଚଲ୍ୟକର ହତ୍ୟାକାଣ୍ଡ । ମଂଚେଶ୍ୱରରେ ପ୍ରେମିକାକୁ ହତ୍ୟା କରି ପ୍ରେମିକ ଫେରାର ହୋଇଯାଇଛି । ରସୁଲଗଡ଼ ଅଂଚଳରେ ଥିବା ହାଇୱେ ହୋଟେଲରୁ ଯୁବତୀଙ୍କ ମୃତଦେହ ମିଳିଛି । ମୃତ ଯୁବତୀ ଜଣକ ଖୋର୍ଦ୍ଧା ଅଂଚଳର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ବୋଲି ଜଣାପଡିଛି । ଗତକାଲି ରାତିରେ ଲକ୍ଷ୍ମୀପ୍ରିୟା ନିଜ ପ୍ରେମିକଙ୍କ ସହ ହୋଟେଲରେ ରହିଥିବା କୁହାଯାଉଛି । ଲକ୍ଷ୍ମୀପ୍ରିୟାଙ୍କ ହତ୍ୟା ପଛରେ ତାଙ୍କ ପ୍ରେମିକଙ୍କ ହାତ ଥିବା ପୁଲିସ ଅନୁମାନ କରୁଛି । ଘଟଣାସ୍ଥଳରେ ମଂଚେଶ୍ୱର ପୁଲିସ୍ ଛାନଭିନ୍ ଆରମ୍ଭ କରିଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡ ରାଜଧାନୀ ଭୁବନେଶ୍ୱରରେ ଚାଂଚଲ୍ୟ ଖେଳାଇଦେଇଛି । ସେପଟେ କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା କଂସାର କାଙ୍କଦିଆ ଗାଁରୁ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି । ମୃତ ଯୁବତୀ ଜଣକ ବ୍ରଜବନ୍ଧୁ ସ୍ୱାଇଁଙ୍କ ୧୯ ବର୍ଷୀୟା ଝିଅ ରୁକ୍ମଣୀ ବୋଲି ଜଣାପଡ଼ିଛି । ଘରଠାରୁ ମାତ୍ର ୧୦୦ ମିଟର ଦୁରରେ ରୁକ୍ମଣୀଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ଶରୀର ସମ୍ପୂର୍ଣ୍ଣ ରୂପେ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି । ମୃତଦେହ ନିକଟରେ ଏକ କିରୋସିନ୍ ଜାର୍ ମିଳିଛି । ରୁକ୍ମଣୀ ଭୁବନେଶ୍ୱରରେ ନର୍ସିଂ ପଢ଼ା ଶେଷ ଶେଷ କରିଥିଲେ ଓ ଗତକାଲି ସେ ଗାଁକୁ ଆସିଥିଲେ । ତେବେ ଘରେ ତାଙ୍କ ବ୍ୟବହାର ସ୍ୱାଭାବିକ ନଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ସକାଳେ ତାଙ୍କୁ ବିଛଣାରେ ନପାଇ ଘରଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଏହାପରେ ତାଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିଲା । ସଦର ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି । ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।
<urn:uuid:eea3a029-8f13-4a4e-b75f-36e172ae32ce>
CC-MAIN-2019-18
http://kanaknews.com/bhubaneswar-man-kills-girlfriend/
2019-04-21T04:19:58Z
s3://commoncrawl/crawl-data/CC-MAIN-2019-18/segments/1555578530176.6/warc/CC-MAIN-20190421040427-20190421062427-00511.warc.gz
ory
1.000006
Orya
4
{"ory_Orya_score": 1.000006079673767}
ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଲୋକମାନଙ୍କୁ ସତର୍କତାର ସହ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ କନକ ବ୍ୟୁରୋ : ସାରା ରାଜ୍ୟରେ ବର୍ତ୍ତମାନ ଡେଙ୍ଗୁ କାୟା ବିସ୍ତାର କରୁଛି । ରାଜ୍ୟର ଅନେକ ଜିଲ୍ଲାରେ ଡେଙ୍ଗୁ ଜରରେ ଲୋକଙ୍କ ମୁତ୍ୟୁ ହୋଇଥିବା ନେଇ ଅଭିଯୋଗ ମଧ୍ୟ ହେଲାଣି । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର କଟକ ଏସସିବି ମେଡିକାଲରେ ଏକ ସ୍ୱତନ୍ତ୍ର ଆଇସିୟୁ ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ ଏହି ମାରାତ୍ମକ ଜର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କାୟା ବିସ୍ତାର କରିବାରେ ଲାଗିଛି । ତେବେ ଡେଙ୍ଗୁ ଜ୍ୱରରେ ଏବେ କମ୍ପୁଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତ ସିଙ୍ଗିପୁର ଗ୍ରାମ। ନିୟନ୍ତ୍ରଣ ବଦଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନକୁ ଦିନ ବଢିବାରେ ଲାଗିଛି। ସେପଟେ ବ୍ରହ୍ମପୁର ବଡ଼ମେଡିକାଲରେ ଆଉ ଜଣେ ଡେଙ୍ଗୁ ଆକ୍ରାନ୍ତ ଲକ୍ଷ୍ମୀନାରାୟଣ ଚିନ୍ତଡ଼ା (୪୨)ଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ବର୍ତ୍ତମାନ ସମୟରେ ଗ୍ରାମରେ ୫୦ରୁ ଅଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ପାରଳାଖେମୁଣ୍ଡି ସମେତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଆଦି ସହରରେ ଥିବା ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଗତ ଦୁଇ ସପ୍ତାହ ଧରି କାଶୀନଗର ବ୍ଲକର ସିଦ୍ଧାମଡ଼ଙ୍ଗ, ସିଙ୍ଗିପୁର ଓ ଖୁରିଗାଁ ସମେତ ବିଭିନ୍ନ ଗ୍ରାମରେ ଜ୍ୱର ଆତଙ୍କ ଜାରି ରହିଛି। ବିଶେଷକରି ସିଙ୍ଗିପୁର ଗ୍ରାମରେ ଅଧିକ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହୋଇ ଥିଲେ। ଗତ ୩ ତାରିଖରେ ହରିଶ୍ଚନ୍ଦ୍ର ଚିନ୍ତଡ଼ା, ମାଣିକ୍ୟ ଚିନ୍ତଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ପ୍ରଦୀପ କୁମାର ବୀର ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସମସ୍ତଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ବି ଏହାକୁ ସ୍ୱାସ୍ଥ୍ୟ ବିଭାଗ ଅସ୍ୱୀକାର କରି ଆସୁଥିଲା। ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ବଢିବା ପରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପୁଣି ଚେଇଁ ଉଠିଛି। ସ୍ୱାସ୍ଥ୍ୟ ବିଭାଗ କାଶୀନଗରରୁ ଏକ ଟିମ୍ ପହଞ୍ଚି ସିଙ୍ଗିପୁର ଗ୍ରାମରେ କ୍ୟାମ୍ପ ପକାଇ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିଛନ୍ତି। ତେବେ କ୍ୟାମ୍ପରେ ପର୍ଯ୍ୟାପ୍ତ ଔଷଧ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସେହିପରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଉତ୍ତମ ଚିକିତ୍ସା ସେବା ମିଳୁ ନଥିବା ଅଭିଯୋଗ ହୋଇଛି। କେବଳ ଗଜପତି ଜିଲ୍ଲା ନୁହେଁ ବରଂ ରାଜ୍ୟର ପ୍ରାୟ ୧୦ଜିଲ୍ଲାରେ ଡେଙ୍ଗୁ କାୟା ବିସ୍ତାର କଲାଣି । ଖୋଦ ରାଜଧାନୀ ଭୁବନେଶ୍ୱରରେ ଅନେକ ଲୋକ ଜରରେ ଆକ୍ରାନ୍ତ ହେଲେଣି । ତେବେ ସମସ୍ତ ଡେଙ୍ଗୁରୋଗୀଙ୍କ ପରୀକ୍ଷା ସରକାର ମାଗଣାରେ କରାଉଛନ୍ତି । ରାଜ୍ୟରେ କିପରି ଭାବରେ ସ୍ଥିତିରେ ସୁଧାର ଆସିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ଖୁବ ଶୀଘ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବ ବୋଲି ଜଣାପଡିଛି । ତେବେ ସମସ୍ତ ଜନସାଧାରଣମାନଙ୍କୁ ସତର୍କତାର ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ।
<urn:uuid:eb2ba0bd-d0d1-4877-a432-95efa02cdf9d>
CC-MAIN-2019-18
http://kanaknews.com/noe-the-situation-odisha-dengu-situation-is-not-good/
2019-04-21T04:27:18Z
s3://commoncrawl/crawl-data/CC-MAIN-2019-18/segments/1555578530176.6/warc/CC-MAIN-20190421040427-20190421062427-00511.warc.gz
ory
0.999968
Orya
4
{"ory_Orya_score": 0.9999675750732422}
କନକ ବ୍ୟୁରୋ: ନବରଙ୍ଗପୁର ଚନ୍ଦାହାଣ୍ଡିରେ ଅଭାବନୀୟ ଘଟଣା । ଗୋଷ୍ଠୀସଂଘର୍ଷ ପରେ ଥାନାରେ ଆଶ୍ରୟ ନେଲେ ଆକ୍ରମଣର ଶିକାର ହୋଇଥିବା ଲୋକେ । ରାଜକୋଟ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଛି ଏହି ସଂଘର୍ଷ । ଗୋଟିଏ ସାହିର କିଛି ପିଲା ଏକ ପର୍ବରେ ବାଜା ବଜାଉଥିବା ବେଳେ ଅନ୍ୟ ଏକ ସାହିର ଲୋକେ ଏହାକୁ ବାରଣ କରିଥିଲେ । କିନ୍ତୁ ଏହାକୁ ନମାନିବାରୁ ମାରପିଟ୍ କରିବା ସହ ଅନ୍ୟ ଗୋଷ୍ଠୀର ଲୋକେ ସେମାନଙ୍କ ଘର ଓ ଆସବାବପତ୍ର ଭାଙ୍ଗି ଦେଇଛନ୍ତି । ଏବଂ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଘଟଣାସ୍ଥଳରେ ଚନ୍ଦାହାଣ୍ଡି ପୋଲିସ ପହଂଚି ଆକ୍ରମଣର ଶିକାର ହୋଇଥିବା ଗୋଷ୍ଠୀର ଲୋକଙ୍କୁ ଆଣି ଥାନାରେ ଆଶ୍ରୟ ଦେଇଛନ୍ତି । ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ପ୍ରାୟ ୮୦ ଜଣ ଚନ୍ଦାହାଣ୍ଡି ଥାନାରେ ଆଶ୍ରୟ ନେଇଛନ୍ତି । ୩ ବର୍ଷ ତଳେ ଗୋଟିଏ ଗୋଷ୍ଠୀର ଝିଅ ଅନ୍ୟ ଗୋଷ୍ଠୀରେ ପ୍ରେମ ବିବାହ କରିବାକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା । ପୂର୍ବ ଆକ୍ରୋଶକୁ ନେଇ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଉପଜିଲ୍ଲାପାଳ, ଉମରକୋଟ ଏସଡିପିଓ ଓ ଚନ୍ଦାହାଣ୍ଡି ତହସିଲଦାର ଆଲୋଚନା ଜାରି ରଖିଛନ୍ତି । ତେବେ ଆକ୍ରମଣକାରୀଙ୍କୁ ଗିରଫ ନକଲା ପର୍ଯ୍ୟନ୍ତ ଘରକୁ ଫେରିବେନି ବୋଲି ଜିଦ୍ରେ ଅଟଳ ରହିଛନ୍ତି ଆକ୍ରମଣର ଶିକାର ହୋଇଥିବା ଲୋକେ ।
<urn:uuid:92273b37-c1db-47ca-8c40-10c4e32f1a2a>
CC-MAIN-2019-18
http://kanaknews.com/group-crass-in-navarangpur/
2019-04-22T10:32:29Z
s3://commoncrawl/crawl-data/CC-MAIN-2019-18/segments/1555578551739.43/warc/CC-MAIN-20190422095521-20190422121521-00111.warc.gz
ory
1.000003
Orya
2
{"ory_Orya_score": 1.0000028610229492}
ନିର୍ବାଚନ ପାଣ୍ଠି ସଂଗ୍ରହ ଅନିୟମିତତା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ନବୀନ : କହିଲେ, ଇର୍ଷାପରାୟଣ ହୋଇ ଅପପ୍ରଚାର କରୁଛି ବିଜେପି କନକ ବ୍ୟୁରୋ : ବିଜେଡିର ପାଣ୍ଠି ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଇନର ଆଶ୍ରୟ ନେଇପାରେ ବିଜେଡି । ଆଜି ଦିଲ୍ଲୀରୁ ଫେରି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ପାଣ୍ଠି ଅନିୟମିତତା ନେଇ ଆସୁଥିବା ଅଭିଯୋଗକୁ ସେ ଇର୍ଷାପରାୟଣ, କପୋଳକଳ୍ପିତ ଓ ଭିତ୍ତିହୀନ ବୋଲି କହିଛନ୍ତି । ବିଜେଡିର ନିର୍ବାଚନ ପାଣ୍ଠି ସଂଗ୍ରହରେ ଅନିୟମିତତା ନେଇ ନିର୍ବାଚନ କମିଶନଙ୍କୁ ଓଡିଶା ହାଇକୋର୍ଟ ନୋଟିସ କରିଥିଲେ । ସୁବାସ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଏହି ନୋଟିସ ଜାରି କରିଥିଲେ ହାଇକୋର୍ଟ । ଗତ ୧୮ ତାରିଖରେ ହାଇକୋର୍ଟ ଏ ନେଇ ନୋଟିସ ଜାରି କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହାପରେ ବିଜେଡିକୁ ଘେରିଥିଲେ ବିରୋଧୀ । ବିଜେଡି ବ୍ୟାଙ୍କ ଖାତାକୁ ସାର୍ବଜନୀନ କରିବା ପାଇଁ ବିଜେପି ଦାବି କରିଥିଲା । ବିଜେଡି କାର୍ଯ୍ୟାଳୟରେ କାମ କରୁଥିବା ଜଣେ ବ୍ୟକ୍ତି ପ୍ରାୟ କୋଟିଏ ଟଙ୍କା ପାର୍ଟି ଆକାଉଂଟରେ ଜମା କରିଛନ୍ତି । ଯଦିଓ ଦଳ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି ଯେ, ବିଭିନ୍ନ ସୂତ୍ରରୁ ଦଳକୁ ମିଳୁଥିବା ଅନୁଦାନକୁ ସେ ବିଭିନ୍ନ ପର୍ଯ୍ୟାୟରେ ଜମା କରିଛନ୍ତି । ତେବେ କେତେକ ବେନାମୀ ଆକାଉଂଟରୁ କୋଟିକୋଟି ଟଙ୍କା ବିଜେଡି ଆକାଉଂଟକୁ ଟ୍ରାନ୍ସଫର ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ ସୁବାସ ମହାପାତ୍ର । ଦିଲ୍ଲୀରୁ ଫେରି ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି , ଏଭଳି ଅଭିଯୋଗ ଭିତ୍ତିହୀନ କପୋଳକଳ୍ପିତ ।
<urn:uuid:3826a7ff-67d4-4079-865b-44086ccffeca>
CC-MAIN-2019-18
http://kanaknews.com/cm-naveen-patanaik-reaction-about-bjd-party-funding-issue/
2019-04-25T23:56:51Z
s3://commoncrawl/crawl-data/CC-MAIN-2019-18/segments/1555578743307.87/warc/CC-MAIN-20190425233736-20190426014855-00031.warc.gz
ory
0.999986
Orya
2
{"ory_Orya_score": 0.9999862909317017}
କନକ ବ୍ୟୁରୋ : ପୁରୀରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସପି ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଛନ୍ତି । ଚଳିତବର୍ଷ ଘୋଷଯାତ୍ରାକୁ କିଭଳି ଶାନ୍ତିଶୃଙ୍ଖଳାର ସହ କରାଗଲା ଏବଂ କେଉଁଠି ବିଶୃଙ୍ଖଳା ରହିଥିଲା ତାକୁ ନେଇ ଆଲୋଚନା ହୋଇଛି । ତେବେ ପରିଚାଳନା କମିଟିର କାର୍ଯ୍ୟକାଳ ସରି ସରି ଆସୁଥିବାରୁ ଏହି ବୈଠକର ବିଶେଷ ଗୁରୁତ୍ୱ ରହିଛି । କାହିଁକି ନା ଏହି କମିଟିର କାର୍ଯ୍ୟକାଳ ଭିତରେ ନବକଳେବର ମହାବିଭ୍ରାଟ ଭଳି ଘଟଣା ସାମ୍ନାକୁ ଆସିଥିଲା । ତେବେ ଏଯାଏଁ ମହାବିଭ୍ରାଟର ରିପୋର୍ଟ ନେଇ କୌଣସି ସୂଚନା ଦିଆଯାଇ ନଥିବାରୁ ଏବେ ବି ରାଜ୍ୟବାସୀ ଅନ୍ଧାର ଭିତରେ ରହିଛନ୍ତି ।
<urn:uuid:7ced2835-7659-4e2b-b665-a44a52ef5654>
CC-MAIN-2019-18
http://kanaknews.com/jagannath-temple-management-committee-meeting/
2019-04-25T23:57:56Z
s3://commoncrawl/crawl-data/CC-MAIN-2019-18/segments/1555578743307.87/warc/CC-MAIN-20190425233736-20190426014855-00031.warc.gz
ory
0.999986
Orya
2
{"ory_Orya_score": 0.9999861717224121}
ରାଜନୀତିରେ ନୀତିଶ୍ ! ନୀତିଶ୍ କୁମାର । କେବଳ ବିହାର ନୁହେଁ ଦେଶର ରାଜନୀତିରେ ଏକ ବଡ଼ ନାଁ । ଜୟପ୍ରକାଶ ନାରାୟଣଙ୍କ ପ୍ରେରଣାରେ ରାଜନୀତିକୁ ଆସିଥିଲେ ଏହି ୬୬ ବର୍ଷୀୟ ନେତା । ୧୯୭୭ ମସିହାରେ ନିର୍ବାଚନ ରାଜନୀତିରେ ପ୍ରବେଶ କରିବା ପରେ ଜନତା ପାର୍ଟି ଟିକେଟରୁ ନିର୍ବାଚନ ଲଢିଥିଲେ ନୀତିଶ୍ । ତେବେ ଭିପି ସିଂହଙ୍କ ନେତୃତ୍ୱରେ ଜନତା ଦଳରେ ଯୋଗ ଦେବା ପରେ ରାଜନୀତିରେ ତାଙ୍କର ଦବଦବା ଆରମ୍ଭ ହୋଇଥିଲା । ୧୯୯୦ରେ କେନ୍ଦ୍ର କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ନୀତିଶ୍ । ହେଲେ ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ୱରେ ଏନଡିଏର ପ୍ରମୁଖ ଅଶୀଂଦାର ଭାବେ କାର୍ଯ୍ୟ କରିବା ପରେ ଆଗକୁ ଗଡ଼ିଥିଲା ନୀତିଶଙ୍କ କ୍ୟାରିୟର । ରେଳ, ସଡ଼କ ପରିବହନ ଏବଂ କୃଷି ଭଳି ବଡ଼ ବଡ଼ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ ଏହି ବିହାରୀ ନେତା । ଜାତୀୟ ସ୍ତରର ରାଜନୈତିକ ନେତା ଭାବେ ତାଙ୍କର ଖ୍ୟାତି ଏହି ସମୟରେ ବ୍ୟାପୀଥିଲା । ତାଙ୍କର ରାଜନୈତିକ ଆଦର୍ଶ ଏବଂ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଯୋଗୁଁ ସେ ଶ୍ରଦ୍ଧାଭାଜନ ହୋଇଥିଲେ ଜନସାଧାରଣଙ୍କ ନିକଟରେ । ଏହା ପରେ ଲାଲୁ ଓ ତାଙ୍କ ପରିବାର ହାତରୁ ବିହାରର କ୍ଷମତା ଡୋର ଛଡାଇ ଆଣିବା ଭାର ପଡିଥିଲା ନୀତିଶଙ୍କ କାନ୍ଧରେ । ଯେତେବେଳେ ଦୁର୍ନୀତି ଅଭିଯୋଗରେ ଲାଲୁ ଛନ୍ଦି ହୋଇଗଲେ, ବିହାର ଜନସାଧାରଣ ଆଗରେ ସେ ଠିଆ ହେଲେ ବିକଳ୍ପ ଭାବେ । ବିଜେପି ସହ ମେଂଟ କରି ୨୦୦୫ରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ୍ କୁମାର । ୨୦୧୦ରେ ମଧ୍ୟ ପୁଣି ଥରେ ବିହାରବାସୀଙ୍କ ହୃଦୟ ଜିତିଥିଲା ଏନଡିଏ । ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ । ହେଲେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଚେହେରା ଭାବେ ନରେନ୍ଦ୍ର ମୋଦିଙ୍କୁ ଉପସ୍ଥାପନା କରାଯିବା ପରେ ଏନଡିଏରୁ ଦୂରେଇ ଯାଇଥିଲେ ନୀତିଶ୍ ଓ ତାଙ୍କ ଜେଡିୟୁ । ଆଉ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେଲା ବିହାରରେ । ଧର୍ମ ନିରପେକ୍ଷ ରାଜନୀତି ନାଁରେ ଏକାଠି ହୋଇଥିଲେ ରାଜନୀତିର ଉତର ମେରୁ ଓ ଦକ୍ଷିଣ ମେରୁ ନୀତିଶ୍ ଓ ଲାଲୁପ୍ରସାଦ । କଂଗ୍ରେସ ସହ ମିଶି ମହାଗଠବନ୍ଧନ ହେବା ପରେ ବିଜେପିର ବିହାର ବିଜୟ ଅଭିଯାନରେ ପାଣି ପକାଇ ଦେଇଥିଲେ ନୀତିଶ୍ । ପୁଣିଥରେ ୨୦୧୫ରେ ବିହାରରେ କ୍ଷମତାର ଡୋର ଧରିଥିଲେ ନୀତିଶ୍ କୁମାର ।
<urn:uuid:04da1934-68d4-4f77-8b65-5a45f9fac1e9>
CC-MAIN-2019-18
http://kanaknews.com/nitish-kumar-profile/
2019-04-25T23:55:07Z
s3://commoncrawl/crawl-data/CC-MAIN-2019-18/segments/1555578743307.87/warc/CC-MAIN-20190425233736-20190426014855-00031.warc.gz
ory
1.000005
Orya
2
{"ory_Orya_score": 1.0000050067901611}
କାନ୍ଥ ପଡ଼ି ବାଳିକାର ମୃତ୍ୟୁ କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇରେ କାନ୍ଥ ପଡ଼ି ଜଣେ ୮ ବର୍ଷ ଝିଅର ମୃତ୍ୟୁ ଘଟିଛି। ତା' ନାଁ ଗୀତାଞ୍ଜଳି ପ୍ରଧାନ। ସେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଥିଲେ। ଆଜି ସକାଳ ପ୍ରାୟ ୯ଟା ବେଳେ ଗୀତାଞ୍ଜଳି ତାଙ୍କ ଭାଇଙ୍କ ସହ ଘର ଅଗଣାରେ ଖେଳୁଥିବା ସମୟରେ ସେଠାରେ ଥିବା ଏକ ପୁରୁଣା କାନ୍ଥଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। କାନ୍ଥଟି ଭୁଶୁଡ଼ି ଗୀତାଞ୍ଜଳିଙ୍କ ଉପରେ ପଡ଼ିଥିଲା। ତାଙ୍କ ଭାଇ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
<urn:uuid:5ef7306e-b7ba-4f78-b2a1-38bc5dda8c8c>
CC-MAIN-2019-18
https://odishareporter.in/district/kendujhar-wall-collapsed-girl-died-113891
2019-04-24T22:08:52Z
s3://commoncrawl/crawl-data/CC-MAIN-2019-18/segments/1555578663470.91/warc/CC-MAIN-20190424214335-20190425000335-00313.warc.gz
ory
0.99998
Orya
3
{"ory_Orya_score": 0.9999804496765137}
ଗିନିଜ୍ ରେକର୍ଡ କଲେ ସୁଦର୍ଶନ ପଟ୍ଟନାୟକ ପୁରୀ: ପୁରୀ ବେଳାଭୂମିରେ ୪୮ ଫୁଟରୁ ଅଧିକ ଉଚ୍ଚାର ବାଲୁକା ସ୍ତୁପ ନିର୍ମାଣ କରି ଗିନିଜ୍ ବୁକ୍ ଅଫ ୱେର୍ଲ୍ଡ ରେକଡ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନଙ୍କ ନେତୃତ୍ୱରେ ତାଙ୍କ ସ୍ୟାଣ୍ଡ ଆର୍ଟ ଇନ୍ଷ୍ଟିଚ୍ୟୁଟ୍ର ୪୫ ଜଣ ଛାତ୍ରଛାତ୍ରୀ ନିର୍ମାଣ କରିଛନ୍ତି ଏହି ବିଶାଳ ବାଳୁକା କଳା। ଏଥିପାଇଁ ସେମାନଙ୍କୁ ଏକ ସପ୍ତାହ ପରିଶ୍ରମ କରିବାକୁ ପଡିଥିଲା। ବିଶ୍ୱଶାନ୍ତି ବରର୍ତ୍ତା ପ୍ରଦାନ କରୁଥିବା ଏହି ବାଲୁକା ସ୍ତୁପରେ ମହାତ୍ମା ଗାନ୍ଧି, ଗୌତମ ବୁଦ୍ଧ ଓ ନେଲସନ୍ ମାଣ୍ଡେଲାଙ୍କ ପରି ମହାମନିଷଙ୍କ ପ୍ରତିକୃତି ସ୍ଥାନ ପାଇଛି। ଆମେରିକାର ଜଣେ ବାଲୁକା ଶିଳ୍ପଙ୍କ ନାଁରେ ପୂର୍ବରୁ ଏହି ରେକର୍ଡ ଥିଲା।
<urn:uuid:50fc2869-7f18-44c3-a09d-8510666bbb2e>
CC-MAIN-2019-18
https://odishareporter.in/odisha/ginij-book-recorder-sudarsana-122954
2019-04-20T19:04:21Z
s3://commoncrawl/crawl-data/CC-MAIN-2019-18/segments/1555578529962.12/warc/CC-MAIN-20190420180854-20190420202854-00557.warc.gz
ory
0.999968
Orya
1
{"ory_Orya_score": 0.9999675750732422}
ଭୁବନେଶ୍ୱର : ୨୧ ଡିସେମ୍ବରରେ ଚାଷୀଙ୍କ ସହାୟତା ପାଇଁ ସରକାର ଘୋଷଣା କଲେ ଯୋଜନା 'କାଳିଆ'। ୨୨ ଡିସେମ୍ବର 'କାଳିଆ'କୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରସ୍ତୁତ କଲେ ମୋଡାଲିଟିଜ ବା ନିୟମାବଳୀ। ବଜେଟରେ ବ୍ୟୟ ବରାଦ ହୋଇ ନଥିବାରୁ କଣ୍ଟିଜେନସି ଫଣ୍ଡରୁ ଟଙ୍କା ଆଣିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହେଲା। କାଳିଆ ପାଇଁ ତିନି ବର୍ଷରେ ୧୦ ହଜାର କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ଚଳିତ ଆର୍ଥକ ବର୍ଷ ଅର୍ଥାତ ଏପ୍ରିଲ ପୂର୍ବରୁ ଖର୍ଚ୍ଚ ହେବ ୧୭ଶହ ୩୩ କୋଟି। ତେବେ କଣ୍ଟିଜେନସି ଫଣ୍ଡରେ ଏବେ ଅଛି ମାତ୍ର ୪୦୦ କୋଟି। ତେଣୁ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ଅଧ୍ୟାଦେଶ ଆଣି ଏହି ପାଣ୍ଠିକୁ ୧୬ ଶହ କୋଟି କରିବାକୁ ନିଷ୍ପତ୍ତି ହୋଇଛି।
<urn:uuid:a80281c2-7259-4540-aed3-95c48ea20b77>
CC-MAIN-2019-18
http://www.sakalakhabar.com/tomorrow-project-kalia-will-be-inaugurated-by-cm/
2019-04-22T00:16:00Z
s3://commoncrawl/crawl-data/CC-MAIN-2019-18/segments/1555578532948.2/warc/CC-MAIN-20190421235818-20190422021818-00157.warc.gz
ory
0.999952
Orya
2
{"ory_Orya_score": 0.9999516010284424}
ବଢୁଥିବା ବୟସରେ ଏଭଳି ମେକ ଅପ କରନ୍ତୁ,ତ୍ୱଚା କମାଲ ଦେଖାଯିବ । ବୟସ ବଢିବା ସହିତ ତ୍ୱଚାରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଏ । ଧୀରେ ଧୀରେ ତ୍ୱଚାର ରଙ୍ଗ ପରିବର୍ତ୍ତନ ହୋଇଯାଏ ଏବଂ ତ୍ୱଚା ମଳିନ ପଡ଼ିଯାଏ । ତେଣୁ ତାହାର ଯତ୍ନ ନେବା ପାଇଁ ବିଭିନ୍ନ ପ୍ରକାରର ଉପାଦାନ ମିଳୁଛି । କିନ୍ତୁ ତାହାର ସଦୁପଯୋଗ ହେବା ଉଚିତ । ଯତ୍ନ ନେବା ଦ୍ୱାରା ତ୍ୱଚା ଉଜ୍ୱଳ ଦେଖାଯିବା ସହିତ ହେଲଦୀ ରହିବ । ତେବେ ସର୍ବଦା ତ୍ୱଚାରେ କ୍ଲିଂଜର ଲଗାନ୍ତୁ,ଏହାପରେ ତ୍ୱଚାକୁ ଟୋନିଂ କରନ୍ତୁ । ଟୋନି ସରିବା ପରେ ମଏଶ୍ଚରାଇଜର ବ୍ୟବହାର କରନ୍ତୁ । ମନେ ରଖିବେ ଯେପରି ଟୋନରରେ ଆଲକହଲ ନଥିବ । କାରଣ ସୂର୍ଯ୍ୟର ହାନିକାରକ କୀରଣରେ ତ୍ୱଚା ନଷ୍ଟ ହୋଇଯାଏ । ଚେହେରାରେ ବ୍ରାଉନ ସ୍ପଟ ଦେଖାଯାଏ । ତେଣୁ ଡିକ ସମୟରେ ତାହାର ଯତ୍ନ ନେଲେ ଏଥିରୁ ମୁକ୍ତି ମିଳିବ । ଖରାକୁ ବାହାରିବା ପୂର୍ବରୁ ସନସ୍କ୍ରିନର ବ୍ୟବହାର କରନ୍ତୁ । ତେବେ ବୟସ ବଢିବା ସହିତ ଆପଣ ହେଭି ମେକଅପ ପରିବର୍ତ୍ତେ ହାଲକା ମେକଅପ ନିଅନ୍ତୁ । ମେକ ଅପ ସର୍ବଦା ହାଲକା ରଙ୍ଗର ହେବା ଉଚିତ । ବ୍ରାଇଟ ରଙ୍ଗ ତ୍ୱଚା ପାଇଁ କ୍ଷତିକାରକ । ଏହି ରଙ୍ଗ ବ୍ୟକ୍ତିତ୍ୱର ମୂଲ୍ୟ ମଧ୍ୟ ବଢାଇଥାଏ ।
<urn:uuid:dfb0eed6-caef-4cd1-b707-7622e5f8cf14>
CC-MAIN-2019-18
http://lifestyle.kanaknews.com/light-make-up/
2019-04-23T04:00:45Z
s3://commoncrawl/crawl-data/CC-MAIN-2019-18/segments/1555578586680.51/warc/CC-MAIN-20190423035013-20190423061013-00317.warc.gz
ory
1.000008
Orya
8
{"ory_Orya_score": 1.000008225440979}
ସଲମାନଙ୍କ ସହ ପୁଣି ରୋମାନସ କରିବେ ସୋନମ୍ ! ଆପଣଙ୍କର ହୂଏତ ମନେଥିବ, ସୁନ୍ଦରୀ ସୋନମ କପୁର 'ପ୍ରେମ ରତନ ଧନ ପାୟୋ'ରେ ସଲମାନ ଖାନଙ୍କର ନାୟିକା ସାଜିଥିଲେ । ଫିଲ୍ମଟି ମଧ୍ୟମ ଧରଣର ବ୍ୟବସାୟ କରିଥିଲେ ସୁଦ୍ଧା କିଛି ଲୋକ କହିଥିଲେ ଯେ ବୟସର ବହୁତ ପାର୍ଥକ୍ୟ ଥିବାରୁ ସଲମାନଙ୍କ ସହ ତାଙ୍କ ସହ ଯୋଡି ସେତେଟା ସାଜୁ ନାହିଁ ! ତେବେ ପୁଣି ସେହି ସଲମାନଙ୍କ ସହ ସୋନମଙ୍କୁ ନାୟିକା ଭାବେ ନେଇ ଆଉ ଗୋଟେ ଫିଲ୍ମ ଆପଣଙ୍କ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରୁଥିବ । ତେବେ ଏ ହେଉଛନ୍ତି ଆଉ ଜଣେ ସଲମାନ । ଦଲକିର୍ ସଲମାନ । ମଲୟାଲମ ଫିଲ୍ମ ଜଗତର ଏଇ ଚର୍ଚ୍ଚିତ ଏଇ ଯୁକ ତାରକା ହେବେ ସୋନମଙ୍କ ଆଗାମୀ ଫିଲ୍ମ "ଦି କୋୟା ଫାକ୍ଟର"ର ହିରୋ । ୨୦୧୮ରେ ପ୍ରକାଶିତ ତଥା ଅନୁଜା ଚୌହାନଙ୍କ ଲିଖିତ ସମାନ ଶୀର୍ଷକର ବେଷ୍ଟସେଲର ଉପନ୍ୟାସକୁ ନେଇ ଏ ଫିଲ୍ମଟି ତିଆରି କରାଯାଉଛି । ଏଥିରେ ନାୟକ ଚରିତ୍ରଟି ହେଉଛି ଭାରତୀୟ କ୍ରିକେଟ ଦଳର ଅଧିନାୟକ । 'ଦି କୋୟା ଫ୍ୟାକ୍ଟର'ର ନିର୍ଦ୍ଧେଶକ ହେଉଛନ୍ତି 'ତେରେ ବିନ ଲାଦେନ' ପାଇଁ ବେଶ ଚର୍ଚ୍ଚିତ ହୋଇଥିବା ଅଭିଷେକ ଶର୍ମା । ଉଲ୍ଲେଖଯୋଗ୍ୟ ଯେ ଦଲକିର ସଲମାନଙ୍କ ପ୍ରଥମ ବଲିଉଡ ଫିଲ୍ମ 'କାରୱା' ରିଲିଜ ଅପେକ୍ଷାରେ । ସେଥିରେ ଇର୍ଫାନ ଖାଁ ଓ ମିଥିଲା ପାଲକର ପ୍ରମୁଖ ତାଙ୍କ ସହିତ ଅଭିନୟ କରିଛନ୍ତି ।
<urn:uuid:b4a4c676-b013-407c-903d-fedb1da92921>
CC-MAIN-2019-18
http://lifestyle.kanaknews.com/sonam-kapoor-with-dalkir-salman/
2019-04-23T04:33:40Z
s3://commoncrawl/crawl-data/CC-MAIN-2019-18/segments/1555578586680.51/warc/CC-MAIN-20190423035013-20190423061013-00317.warc.gz
ory
1.000007
Orya
8
{"ory_Orya_score": 1.0000073909759521}
'ତୁ ମୋ ଲଭ୍ ଷ୍ଟୋରୀ'ର ଅଡ଼ିଓ ରିଲିଜ୍ ଭୁବନେଶ୍ୱର: ରିଲିଜ୍ ହୋଇଛି ଅପକମିଂ ଓଲିଉଡ୍ ଫିଲ୍ମ 'ତୁ ମୋ ଲଭ୍ ଷ୍ଟୋରୀ'ର ଅଡ଼ିଓ। ଭୁବନେଶ୍ୱରରେ ଆୟୋଜିତ ଏକ ଉତ୍ସବରେ ଅଭିନେତା ଅନୁଭବ ମହାନ୍ତି ସିଡିର ଉନ୍ମୋଚନ କରିଥିଲେ। ଏହି ଅବସରରେ ଫିଲ୍ମର ପ୍ରଯୋଜକ ଦୀପକ କୁମାର ମିଶ୍ର, ନିର୍ଦ୍ଦେଶକ ତାପସ ସରଗରିଆ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ ଅଭିନେତା ମିହିରି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତରଙ୍ଗ ସିନେ ପ୍ରଡକସନ୍ ଓ ଡିକେ ମୁଭିଜର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ ଟିନ୍ ଏଜ୍ ଲଭ୍ ଷ୍ଟୋରୀ ଉପରେ ଆଧାରିତ। ଏହି ଫିଲ୍ମ ମାଧ୍ୟମରେ ଓଲିଉଡ ଏଣ୍ଟ୍ରି କରିଛନ୍ତି ନୂଆ ନାୟକ ସୌରାଜ ଓ ନାୟିକା ଭୂମିକା। ଲଭ୍ ରୋମାଣ୍ଟିକ୍ ଓ ଆଇଟମ୍ ଭଳି ଫିଲ୍ମରେ ରହିଛି ୫ଟି ଗୀତ। ପ୍ରତ୍ୟେକ ଗୀତକୁ ଖୁବ୍ ସୁନ୍ଦର କମ୍ପୋଜ୍ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ। ହ୍ୟୁମାନ ସାଗର ଓ ଦୀପ୍ତିରେଖା ଅନନ୍ୟା ଅଛନ୍ତି। ଆଶତୋଷ ଫିଲ୍ମରେ କଣ୍ଠଦାନ କରିଥିଲା ବେଳେ 'ତୁ ମୋ ଲଭ୍ ଷ୍ଟୋରୀ'ର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଗରିଆ।
<urn:uuid:f2d33bc9-1c51-41b0-bc3b-7c18876aa089>
CC-MAIN-2019-18
https://odishareporter.in/entertainment/tu-ma-love-story-ra-audio-rilise-125885
2019-04-23T04:14:12Z
s3://commoncrawl/crawl-data/CC-MAIN-2019-18/segments/1555578586680.51/warc/CC-MAIN-20190423035013-20190423061013-00317.warc.gz
ory
0.999945
Orya
4
{"ory_Orya_score": 0.9999454021453857}
ଗୋଆ, ମଣିପୁରରେ ରାଜନୈତିକ ଷଡ଼ଯନ୍ତ୍ର କରିଛି ବିଜେପି: ଚିଦାମ୍ବରମ ନୂଆଦିଲ୍ଲୀ: ରାଜନୈତିକ ଷଡ଼ଯନ୍ତ୍ର କରିଛି ବିଜେପି। ଲୋକମତକୁ ଅସମ୍ମାନ କରି ଗୋଆ ଏବଂ ମଣିପୁରରେ ଚକ୍ରାନ୍ତ କରି ବିଜେପି ଶାସନ କ୍ଷମତା ହାତେଇବାକୁ ଉଦ୍ୟମ କରିଛି। ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଟ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ପି.ଚିଦାମ୍ବରମ। ସେ ଟ୍ୱିଟ୍ କରି କହିଛନ୍ତି,"ଗୋଆ ଓ ମଣିପୁର ବିଧାନସଭାକୁ ବିଜେପି ଷଡ଼ଯନ୍ତ୍ର କରି ଚୋରାଇ ନେଇଛି। ଏହି ଦୁଇଟି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପିର ସରକାର ଗଠନ କରିବାର କୌଣସି ଅଧିକାର ନାହିଁ।" ସୂଚନା ଅନୁଯାୟୀ, ଏହି ଦୁଇ ରାଜ୍ୟରେ କଂଗ୍ରେସ ଅଧିକ ଆସନ ହାସଲ କରି ଏକ ନମ୍ବରରେ ରହିଛି। ୪୦ଟି ଆସନ ବିଶିଷ୍ଟ ଗୋଆରେ ବିଜେପିକୁ ୧୩ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୧୭ଟି ଆସନ ମିଳିଛି। ସେହିପରି ୬୦ ଆସନ ବିଶିଷ୍ଟ ମଣିପୁରରେ ବିଜେପି ୨୨ଟି ଆସନ ପାଇଥିବା ବେଳେ କଂଗ୍ରେସ ୨୭ଟି ଆସନ ପାଇ ଆଗୁଆ ରହିଛି। ମଣିପୁରରେ ସରକାର ଗଠନ ପାଇଁ ୩୧ଟି ସିଟ୍ ଆବଶ୍ୟକ ଥିଲା। ଏବେ ବିଜେପି ୩୨ ଜଣ ସଭ୍ୟ ତାଙ୍କ ସମର୍ଥନରେ ଥିବା ଦାବି କରି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଆବେଦନ କରିଛି। ସେହିପରି ଗୋଆରେ ବିଜୟୀ ହୋଇଥିବା ୧୦ ଜଣ ସ୍ୱାଧୀନ ଓ ଅନ୍ୟ ଦଳ ବିଧାୟକଙ୍କୁ ବିଜେପି ନିଜ ସପକ୍ଷକୁ ନେବାକୁ ସକ୍ଷମ ହୋଇଛି। ଗୋଆରେ ମନୋହର ପାରିକର ବିଜେପିର ମୁଖ୍ୟମନ୍ତ୍ରୀ ହେବେ। ମନୋହର ପାରିକର ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ପଦରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଥିଲେ।
<urn:uuid:b981e37d-ef2a-448f-a62f-2081b9852689>
CC-MAIN-2019-18
https://odishareporter.in/nation/chidambram-tweet-126664
2019-04-23T04:26:40Z
s3://commoncrawl/crawl-data/CC-MAIN-2019-18/segments/1555578586680.51/warc/CC-MAIN-20190423035013-20190423061013-00317.warc.gz
ory
0.99992
Orya
4
{"ory_Orya_score": 0.9999200105667114}
ଭାରତୀୟ ସୂଚନା ସେବା(ଆଇଆଇଏସ) କ୍ୟାଡରର ଅଧିକାରୀ ସୀତାଂଶୁ କର କିଛି ସପ୍ତାହ ତଳେ ନୂଆଦିଲ୍ଲୀ ସ୍ଥିତ ପତ୍ରସୂଚନା କାର୍ଯ୍ୟାଳୟ(ପିଆଇବି)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଏବେ ସେ ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ପଦୋନ୍ନିତ ପାଇଛନ୍ତି। ଶ୍ରୀଯୁକ୍ତ କର ସୋମବାରେ ଏହି ନୂଆ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ମଧ୍ୟ ଭାରତ ସରକାରଙ୍କ ପ୍ରଧାନ ପ୍ରବକ୍ତା ଭାବେ କାର୍ଯ୍ୟ ଜାରି ରଖିବେ। ଉମାକାନ୍ତ ମିଶ୍ରଙ୍କ ପରେ ଦ୍ୱିତୀୟ ଓଡ଼ିଆ ଅଧିକାରୀ ଭାବେ ସେ ଏହି ପଦରେ ଯୋଗ ଦେବାର ଗୌରବ ହାସଲ କରିଛନ୍ତି।
<urn:uuid:700cf0b2-a0ab-4ef3-af32-dc2638b36986>
CC-MAIN-2019-18
https://enewsodia.com/sianshu-kar-new-cheif-of-pib/
2019-04-25T14:27:16Z
s3://commoncrawl/crawl-data/CC-MAIN-2019-18/segments/1555578721468.57/warc/CC-MAIN-20190425134058-20190425155231-00071.warc.gz
ory
1.000006
Orya
6
{"ory_Orya_score": 1.000005841255188}
ଅବହେଳିତ ଅବସ୍ଥାରେ ୧୨୯ ବର୍ଷର ପୁରୁଣା ବିଦ୍ୟାଳୟ : ଭଙ୍ଗା ଘରେ ପାଠପଢୁଛନ୍ତି ଧର୍ମଗଡ କାଶିବାହାଲ ସ୍କୁଲର ଛାତ୍ରଛାତ୍ରୀ କନକ ବ୍ୟୁରୋ : ରାଜ୍ୟ ଓ କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ସମସ୍ୟା ଘେରରେ ଶହେ ବର୍ଷର ପୁରୁଣା ସ୍କୁଲ । ଧର୍ମଗଡ କାଶିବାହାଲରେ ଭଙ୍ଗା ଘରେ ଚାଲିଛି ୧ ଶହ ୨୯ ବର୍ଷର ବିଦ୍ୟାଳୟ । କଳାହାଣ୍ଡି ଧର୍ମଗଡ ସହରଠାରୁ ମାତ୍ର କିଛି ଦୂରରେ ରହିଛି କାଶିବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୨୯ ବର୍ଷର ପୁରୁଣା ଏହି ବିଦ୍ୟାଳୟରେ ୭ଟି ଶ୍ରେଣୀରେ ମୋଟ ୨ ଶହ ୧୯ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ୧୮୮୯ ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିବା ଏହି ସ୍କୁଲ ଆଜି ବି ଭଙ୍ଗା ଖପରା ଛପର ଘରେ ବିପଦ ସଙ୍କୁଳ ଅବସ୍ଥା ଚାଲିଛି । ଲଗାଣ ବର୍ଷାରେ ସ୍କୁଲ ସ୍ଥିତି ଅତି ସଙ୍ଗୀନ ହୋଇ ପଡିଥିବାରୁ ଗୋଟିଏ ଶ୍ରେଣୀ ଗୃହରେ ପିଲାଙ୍କୁ ପାଠପଢା ଯାଉଛି । ରୋଷେଇ ଘର ଭାଙ୍ଗି ଯାଇଥିବାରୁ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି । ସ୍କୁଲର ଦୂରାବସ୍ଥା ନେଇ ବାରମ୍ବାର ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଲେ ବି କେହି ଶୁଣିନଥିବା ସ୍କୁଲ ପରି•ଳନା କମିଟି ସଭାପତି ଅଭିଯୋଗ କରିଛନ୍ତି । ସେପଟେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି ବ୍ଲକ ଶକ୍ଷା ଅଧିକାରୀ କହିଛନ୍ତି । ସରକାର ଯଦି ଏହି ଶତାୟୁ ବିଦ୍ୟାଳୟ ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ଆଗାମୀ ଦିନରେ କୌଣସି ଅଘଟଣକୁ ଏଡାଇ ଦିଆଯାଇନପାରେ ।
<urn:uuid:af5bb15a-1e57-4379-9ca3-54db2a0665d9>
CC-MAIN-2019-18
http://kanaknews.com/dharmagarh-school-problem/
2019-04-19T05:07:19Z
s3://commoncrawl/crawl-data/CC-MAIN-2019-18/segments/1555578527135.18/warc/CC-MAIN-20190419041415-20190419063415-00205.warc.gz
ory
1.000004
Orya
4
{"ory_Orya_score": 1.0000038146972656}
ନିର୍ବାଚନୀ ରଣାଙ୍ଗନରେ 'ରାଜା' ଓ 'ରାଣୀ' ୧୯ ମହାସମର ମଇଦାନକୁ ଓହ୍ଲାଇଛନ୍ତି ୫ରୁ ଅଧିକ ରାଜ ପରିବାରର ମହିଳା ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜତନ୍ତ୍ରରେ ରାଜ୍ୟର ଶାସନ ଭାର ସମ୍ଭାଳୁଥିଲେ ରାଜା। ପ୍ରଜାଙ୍କ ଦୁଃଖ ଓ ସୁଖରେ ଛିଡ଼ା ହେଉଥିଲେ। ଏବେ କିନ୍ତୁ ରାଜତନ୍ତ୍ର ନାହିଁ। ଚାଲିଛି ଗଣତନ୍ତ୍ର। ଏଥିରେ ମଧ୍ୟ ପ୍ରମୁଖ ଭୂମିକା ନେଉଛନ୍ତି ପୂର୍ବତନ ରାଜ୍ୟର ରାଜା ଓ ରାଣୀ। ପ୍ରଜାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ନିର୍ବାଚନ ମଇଦାନରେ ବେଶ୍ ଚଳଚଞ୍ଚଳ ହେଉଛନ୍ତି। ୨୦୧୯ ମହାସମରରେ ଏମିତି ଅନେକ ରାଣୀଙ୍କୁ ନେଇ ଚାଲିଛି ଚର୍ଚ୍ଚା। ଯଦିଓ ଗଣତନ୍ତ୍ର ଶାସନ ଯୁଗରେ ରାଜତନ୍ତ୍ରର ସ୍ଥାନ ନାହିଁ, ତଥାପି ଏମାନଙ୍କ ପ୍ରତି ପ୍ରଜାଙ୍କର ଥିବା ଅତୁଟ ଅନୁରକ୍ତି ଓ ଭୋଟ ବ୍ୟାଙ୍କକୁ ଦେଖି ସେମାନଙ୍କୁ ରଣାଙ୍ଗନକୁ ଓହ୍ଲାଇବାର ସୁଯୋଗ ଆଦୌ ହାତଛଡ଼ା କରୁନାହାନ୍ତି ବିଭିନ୍ନ ରାଜନୈତିକ ଦଳ। ଏପ୍ରିଲ ୧୮ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ବଲାଙ୍ଗିର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି 'ପାଟଣା ରାଣୀ' ସଂଗୀତା ସିଂହଦେଓ। ଭୋଟ୍ ଆଉ ଅଳ୍ପ ଦିନ ଥିବାରୁ ସେ ଭୋଟ ପ୍ରଚାରରେ ଲାଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ସଂଗୀତାଙ୍କ ପାଇଁ ରାଜନୀତି ଜମାରୁ ନୂଆ ନୁହେଁ। କାରଣ ପୂର୍ବରୁ ସେ ତିନି ଥର ଏହି ଆସନରୁ ପ୍ରଜାଙ୍କ ଆଶୀର୍ବାଦରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏଥର ମଧ୍ୟ ସେ 'ପ୍ରଜା'ଙ୍କ ପାଇଁ ଲଢୁଛନ୍ତି ବୋଲି କହିଛନ୍ତି। ପାଟଣା ରାଣୀ ସଂଗୀତା କୁମାରୀ ସିଂହଦେଓ କହିଛନ୍ତି,"ରାଜ ପରିବାର ଉପରେ ଲୋକମାନଙ୍କର ଶ୍ରଦ୍ଧା ରହିଛି। ଆମେ ଆମର କର୍ତ୍ତବ୍ୟ କରୁଛୁ, ସେମାନେ ତାଙ୍କର କର୍ତ୍ତବ୍ୟ କରିବେ।" ଠିକ ସେମିତି ପ୍ରଜାଙ୍କ 'ଅନୁରୋଧ'ରେ ରାଜନୀତିକୁ ଆସିଛନ୍ତି ଧରାକୋଟ 'ରାଣୀ' ନନ୍ଦିନୀ ଦେବୀ। ଗତଥର ସାନଖେମୁଣ୍ଡିରୁ ବିଜେଡି ଟିକେଟରେ ସେ ବିଧାୟିକା ହୋଇଥିଲେ। ଏଥର ମଧ୍ୟ ସେହି ଦଳରୁ ଜିତି 'ଜନସେବା' ପାଇଁ ମନ ବଳାଇଛନ୍ତି। ସ୍ୱାମୀ ତଥା ଧରାକୋଟ 'ରାଜା' କିଶୋର ଚନ୍ଦ୍ର ସିଂହଦେଓଙ୍କ ଆକସ୍ମିକ ବିୟୋଗ ପରେ ପ୍ରଜାଙ୍କ ଅନୁରୋଧ ଯୋଗୁ ରାଜନୀତିକୁ ଆସି ସକ୍ରିୟ ହୋଇଛନ୍ତି। ଧରାକୋଟ 'ରାଣୀ' ନନ୍ଦିନୀ ଦେବୀ କହିଛନ୍ତି, "ପ୍ରଜାଙ୍କ ସମ୍ମାନ ରକ୍ଷା କରି ରାଜନୀତିକୁ ଆସିଛି। ବିଧାୟକ ହେବା ପରେ ଅନେକ କାମ କରିଛି। ଆହୁରି ଅନେକ କାମ ବାକି ରହିଛି।" ଆଉ ଜଣେ ରାଣୀ ହେଉଛନ୍ତି ନୀଳଗିରିର 'ରାଣୀ' ମନୋଜା ମଞ୍ଜରୀ ଦେବୀ। ରାଜା-ପ୍ରଜା ମଧ୍ୟରେ ଦୂରତାକୁ ଭୁଲିଛନ୍ତି ମନୋଜା। ରାଜପ୍ରାସାଦକୁ ବୋହୂ ହୋଇ ଆସିବା ଦିନଠୁ ମହିଳାଙ୍କୁ ସ୍ୱତନ୍ତ୍ର ଅଧିକାର ପାଇଁ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଲାଗି ବାଛିଛନ୍ତି ରାଜନୀତିର ପଥ। ଏଥର ସେ ନୀଳଗିରି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି। ନୀଳଗିରି 'ରାଣୀ' ମନୋଜା ମଞ୍ଜରୀ ଦେବୀ କହିଛନ୍ତି-"ପ୍ରଜାଠାରୁ କେବେ ହେଲେ ରାଜା ଦୂରରେ ନଥିଲେ। ସବୁବେଳେ ସେମାନଙ୍କ ପାଖେ ପାଖେ ଥିଲେ। ମହିଳାଙ୍କୁ ସେମାନଙ୍କ ଅଧିକାର ଫେରାଇଦେବା ପାଇଁ କାମ କରିବି।" ଠିକ୍ ସେମିତି ରାଜ୍ୟ ରାଜନୀତିରେ ଅନ୍ୟଜଣେ ଚର୍ଚ୍ଚିତ 'ରାଣୀ' ହେଲେ ଚିକିଟିର ଉଷା ଦେବୀ। ପ୍ରଜାଙ୍କ ଆଶୀର୍ବାଦରେ ସେ ପାଞ୍ଚ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମନ୍ତ୍ରିମଣ୍ଡଳରେ ସେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ପାଇଛନ୍ତି। ଏଥର ମଧ୍ୟ ବିଜେଡି ଟିକେଟରେ ଲଢୁଛନ୍ତି। ହେଲେ ଅସୁସ୍ଥତା ଯୋଗୁ ପ୍ରଚାର ମଇଦାନରେ ବେଶି ଦେଖାଯାଉ ନାହାନ୍ତି। ସେହିପରି ରାଜନୀତିକୁ ନୂଆ କରି ଓହ୍ଲାଇଛନ୍ତି ପାରଳା 'ରାଜକୁମାରୀ' କଲ୍ୟାଣୀ ଗଜପତି। ସେ ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଏବଂ ପ୍ରଜାଙ୍କ ଆଶୀର୍ବାଦ ପାଇବାକୁ ଆଶା ବାନ୍ଧିଛନ୍ତି। ଗଣତନ୍ତ୍ର ଶାସନରେ ରାଜତନ୍ତ୍ର ଲୋପ ପାଇଥିଲେ ମଧ୍ୟ କମିନି ରାଜା ଓ ରାଣୀଙ୍କ କ୍ରେଜ୍। ରାଣୀଙ୍କ ଭଳି ରାଜା ଓ ରାଜପରିବାର ସଦସ୍ୟ ଓଡ଼ିଶାରେ ରାଜନେତା ହେବାର ଉଦାହରଣ ଅନେକ ରହିଛି। ଯେମିତିକି କାମାକ୍ଷା ପ୍ରସାଦ ସିଂହଦେଓ, ଭି.ସୁଜ୍ଞାନ କୁମାରୀ ଦେଓ, ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କର ଦୁଇ ପୁଅ କଳିକେଶ ଏବଂ ଅର୍କେଶ, କନକବର୍ଦ୍ଧନ ସିଂହଦେଓ, ପ୍ରତାପ ଦେବ, ପୁଷ୍ପେନ୍ଦ୍ର ସିଂହଦେଓ, ନୀତେଶ ଗଙ୍ଗଦେବ ପ୍ରମୁଖ।
<urn:uuid:7f93452a-e89f-4173-997a-9e3447d72608>
CC-MAIN-2019-18
https://odishareporter.in/odisha/royal-scions-still-a-favourite-with-voters-in-odisha-363655
2019-04-23T22:25:20Z
s3://commoncrawl/crawl-data/CC-MAIN-2019-18/segments/1555578613888.70/warc/CC-MAIN-20190423214818-20190424000818-00285.warc.gz
ory
0.99995
Orya
1
{"ory_Orya_score": 0.9999502897262573}
ଜଟଣୀ: ପୁଣି ଲଜ୍ଜା ଜନକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀରେ । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ପରେ ହତ୍ୟା କରାଯାଇଛି । ଏ ନେଇ ଜଟଣୀ ତାନାରେ ଅଭିଯୋଗ ହୋଇଛି । ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଥାନା ଅଂଚଳରେ । ଘର ଭିତରୁ ଜଣେ ନବମ ଶ୍ରେଣୀ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଜଣଙ୍କୁ ଦୁର୍ଷ୍କମ ପରେ ହତ୍ୟା କରି ଝୁଲାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ । ମୃତ ଛାତ୍ରୀଙ୍କ ମାଆଙ୍କ କହିବା ଅନୁସାରେ ପାଖ ପଡ଼ୋଶୀରେ ରହୁଥିବା ଜଣେ ଭଡ଼ାଟିଆ ଏଭଳି କାର୍ଯ୍ୟ କରିଛନ୍ତି । ପୁଲିସ ଏହି ଅଭିଯୋଗ ପାଇଲା ପରେ ତଦନ୍ତ ଚଳାଇଛି । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଯାଇ ପୁଲିସ ତାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ । ପ୍ରକୃତରେ ଝିଅଟିକୁ ଦୁଷ୍କର୍ମ କରାଯାଇଛି କି ନାହିଁ ଓ ଯଦି ହତ୍ୟା କରାଯାଇଛି କିଭଳି ଭାବେ କରାଯାଇଛି ତାହା ଜଣାପଡ଼ିବ । ଏଥିସହ ଅଭିଯୋଗ ଆସିଥିବା ପଡ଼ୋଶୀଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ।
<urn:uuid:dd6fb82e-cf14-4f8c-9039-eb7fbfe2c767>
CC-MAIN-2019-18
https://www.onakhabar.com/2019/02/rape-and-murder-a-tin-age-girl/
2019-04-18T14:26:46Z
s3://commoncrawl/crawl-data/CC-MAIN-2019-18/segments/1555578517682.16/warc/CC-MAIN-20190418141430-20190418163430-00120.warc.gz
ory
1.000009
Orya
2
{"ory_Orya_score": 1.0000087022781372}
ମୁମ୍ବାଇ: କେଉଁ କାରଣରୁ ମୁମ୍ବାଇ ପାଦଚଲା ପୋଲର ଡେକ୍ ଭୁଶୁଡ଼ି ପଡ଼ିଲା ତାହା ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଖୋଜି ବାହାର କର ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି। ଗୁରୁବାର ସନ୍ଧ୍ୟାର ଏହି ଦୁର୍ଘଟଣାରେ ଛଅ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଅନ୍ୟାନ୍ୟ ଅନେକ ଆହତ ହୋଇଛନ୍ତି। ଆଜି ସକାଳେ ଭୁଶୁଡ଼ି ପଡ଼ିଥିବା ପୋଲ ଦେଖିବାକୁ ଯାଇ ଫଡ଼ନବୀଶ କହିଛନ୍ତି ଯେ ପୋଲ ଭାଙ୍ଗିବାର ପ୍ରାଥମିକ କାରଣ ସନ୍ଧ୍ୟା ସୁଦ୍ଧା ଜଣାଇବାକୁ ସେ କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭେଟିବା ପରେ ଫଡ଼ନବୀସ କହିଛନ୍ତି: ଓ୍ଵାର୍ଡରେ ପ୍ରାୟ ୧୦ ଜଣ ଭର୍ତ୍ତି ହୋଇଛନ୍ତି। ଜଣେ ଆଇସିୟୁରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ସମସ୍ତେ ବିପଦମୁକ୍ତ। ଘଟଣା ବିଷୟରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ଏଫ୍ଆଇଆର୍ ଦିଆ ଯାଇଛି। ପୋଲଟି ୧୯୮୦ ମସିହାରେ ନିର୍ମିତ ହୋଇଥିଲା। ଗତବର୍ଷ ଏହାର ଗଠନ ସଂକ୍ରାନ୍ତ ଯାଞ୍ଚ କରି ବୃହନ୍ମୁମ୍ବାଇ ମ୍ୟୁନିସପାଲିଟି କର୍ପୋରେସନ୍ କ୍ଲିଅରାନ୍ସ୍ ଦେଇଥିଲା। ଗୁରୁବାର ଦିନ ଫଡ଼ନବୀସ କହିଥିଲେ, କ୍ଲିଅରାନ୍ସ୍ ସତ୍ତ୍ୱେ ପୋଲ ଯଦି ଭୁଶୁଡ଼ିଲା, ଅଡିଟ୍ ଉପରେ ସନ୍ଦେହ ଆସୁଛି।
<urn:uuid:3a8221c0-dd83-48d4-ba8c-7cd4bd35dd25>
CC-MAIN-2019-18
http://sambad.in/india-and-beyond/fix-responsibility-by-evening-cm-fadnavis-on-mumbai-bridge-collapse-323219/
2019-04-20T22:26:21Z
s3://commoncrawl/crawl-data/CC-MAIN-2019-18/segments/1555578530060.34/warc/CC-MAIN-20190420220657-20190421002657-00440.warc.gz
ory
0.999991
Orya
3
{"ory_Orya_score": 0.9999909400939941}
ଫେବୃଆରୀର ଦ୍ୱିତୀୟ ସପ୍ତାହ ପ୍ରେମିକ ପ୍ରେମିକାଙ୍କ ପାଇଁ ବହୁତ ଗୁରୁତ୍ୱ ଅଟେ। ଖିବାକୁ ଗଲେ ଭାଲେଣ୍ଟାଇନ୍ସ ଡେ'୧୪ ଫେବୃଆରୀ ଦିନ ପାଳନ କରାଯାଉଥିଲେ ମଧ୍ୟ ଆସନ୍ତାକାଲି ଅର୍ଥାତ ଫେବୃଆରୀ ୭ ତାରିଖ ଠାରୁ ପ୍ରେମର ସପ୍ତାହ ଆରମ୍ଭ ହୋଇଥାଏ। ଭାଲେଣ୍ଟାଇନ୍ସ ସପ୍ତାହର ଆରମ୍ଭ ରୋଜ ଡେ'ରୁ ହୋଇଥାଏ। ଏହିଦିନ ପରସ୍ପରକୁ ଗୋଲାପ ଫୁଲ ଦେଇ ପ୍ରେମ କିମ୍ବା ବନ୍ଧୁତ୍ବକୁ ଆଗକୁ ବଢି଼ଥାଆନ୍ତି। ଆଜି ଜାଣିବା ରୋଜ୍ ଡେ' ଦିନ କାହାକୁ କେଉଁ ରଙ୍ଗର ଗୋଲାପ ଫୁଲ ଦେଲେ ସମ୍ପର୍କ ଉତ୍ତମ ହୁଏ। - ଲାଲ୍ ଗୋଲାପ ପ୍ରେମର ପ୍ରତିକ ହୋଇଥାଏ । ଏଥିପାଇଁ ଯେବେ ବି ଭଲପାଇବାର ପରିପ୍ରକାଶ କରିବାକୁ ଚାହୁଁଛନ୍ତି ତ, ଲାଲ ଗୋଲାପ ଦିଅନ୍ତୁ । ରୋଜ ଡେ' ନିଜର ଫିଲିଙ୍ଗ କହିବାର ଏକ ଭଲ ଦିନ ଭାବେ ଧରାଯାଏ । ଏବଂ କପଲ୍ସ ମାନେ ଏହି ଦିନରେ ପରସ୍ପରକୁ ଫୁଲ ଦେଇ ରୋଜ ଡେ ପାଳନ କରିଥାନ୍ତି । ଭାଲେଣ୍ଟାଇନ୍ସ ସପ୍ତାହର ପ୍ରଥମ ଦିନ ଏହି ରୋଜ ଡେ ପାଳନ କରାଯାଏ । - ଯଦି ଆପଣ କାହା ସହିତ ବନ୍ଧୁତ୍ବ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ରୋଜ ଡେ'ରେ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ । ଭୂଲ ପାଇଁ କ୍ଷମା ମାଗିବା ପାଇଁ କିମ୍ବା ଧନ୍ୟବାଦ ଦେବା ପାଇଁ - ଯଦି ଆପଣ କାହାକୁ ନିଜର କୌଣସି ଭୂଲ ପାଇଁ କ୍ଷମା ମାଗିବାକୁ ଚାହୁଁଛନ୍ତି,ତେବେ ତାଙ୍କୁ ଧଳା ଗୋଲାପ ଫୁଲ ଦିଅନ୍ତୁ । କାହିଁକି ନା ଧଳା ରଙ୍ଗର ଗୋଲାପ ଫୁଲ ଶାନ୍ତିର ପ୍ରତିକ ଭାବେ ଧରାଯାଇଥାଏ । - ଯଦି ଆପଣ କାହାକୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି,ତେବେ ଆପଣ ପିଙ୍କ୍ ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ । - ଏହାଛଡା ଯଦି ଆପଣ କାହାକୁ ନିଜର ମନ କଥା କହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ କମଳା ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ ।
<urn:uuid:ce264a4d-8cc4-4ef6-952f-d67f0db5dd99>
CC-MAIN-2019-18
http://www.amakatha.com/every-rose-color-says/
2019-04-22T04:04:23Z
s3://commoncrawl/crawl-data/CC-MAIN-2019-18/segments/1555578534596.13/warc/CC-MAIN-20190422035654-20190422061544-00003.warc.gz
ory
1.000005
Orya
3
{"ory_Orya_score": 1.0000048875808716}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଗରିବ ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ଚିକିତ୍ସା ପାଣ୍ଠି ଗଠନ କରିବାକୁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ବୁଧବାର ଆୟୋଜିତ ଏକ ବୈଠକରେ ସ୍ଥିର କରାଯାଇଛି । କ୍ୟାନସର, ହୃଦରୋଗ, କିଡ଼୍ନୀ ଆଦି ଗୁରୁତର ରୋଗରେ ପୀଡ଼ିତ ବିପିଏଲ୍ ବ୍ୟକ୍ତିଙ୍କୁ ଏହି ପାଣ୍ଠିରୁ ଚିକିତ୍ସା ପାଇଁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଆସନ୍ତା ଡ଼ିସେମ୍ବର ମାସରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ରକ୍ତ ଭଣ୍ଡାରରୁ ରୋଗୀମାନେ ଯେପରି ସୁବିଧାରେ ଓ ଶୀଘ୍ର ଆବଶ୍ୟକ ରକ୍ତ ପାଇପାରିବେ ସେଥିପାଇଁ ରାଜ୍ୟର ସମସ୍ତ ରକ୍ତଭଣ୍ଡାରରେ ମ୍ୟାନେଜମେଂଟ ଇନ୍ଫରମେଶନ ସିଷ୍ଟମ ବ୍ୟବସ୍ଥା ପ୍ରଚଳନ ପାଇଁ ନିଷ୍ପତି ନିଆଯାଇଛି । ଏହାଦ୍ୱାରାରୋଗୀମାନେ ବିଭିନ୍ନ ରକ୍ତଭଣ୍ଡାରରେ ମହଜୁଦ ରକ୍ତ ସଂପର୍କରେ ସବିଶେଷ ତଥ୍ୟ ପାଇପାରିବେ । ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ବୋପାଇଁ ୧୧୪ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମୁତୟନ କରିବାକୁ ସ୍ଥିର କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୧୦୧ଟି କାର୍ଯ୍ୟକରୁଥିବା ବୈଠକରେ ସୂଚନା ଦିଆଯାଇଛି । ଓଡ଼ିଶା ଡ଼ଟ୍ କମ୍
<urn:uuid:aee41527-eff2-476b-83ab-a0e164f58366>
CC-MAIN-2019-18
http://www.odisha.com/2011/11/23/%E0%AC%97%E0%AC%B0%E0%AC%BF%E0%AC%AC%E0%AC%99%E0%AD%8D%E0%AC%95-%E0%AC%AA%E0%AC%BE%E0%AC%87%E0%AC%81-%E0%AC%9A%E0%AC%BF%E0%AC%95%E0%AC%BF%E0%AC%A4%E0%AD%8D%E0%AC%B8%E0%AC%BE-%E0%AC%AA%E0%AC%BE/
2019-04-23T07:52:46Z
s3://commoncrawl/crawl-data/CC-MAIN-2019-18/segments/1555578596541.52/warc/CC-MAIN-20190423074936-20190423100936-00200.warc.gz
ory
0.999997
Orya
6
{"ory_Orya_score": 0.9999969005584717}
ପୁରୀ : ଗୁରୁବାର ଶ୍ରୀବିଗ୍ରହଙ୍କ ବନକଲାଗି (ଶ୍ରୀମୁଖ ଶୃଙ୍ଗାର) ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରି ପଛ ଭୋଗମଣ୍ଡପ ନୀତି ବଢ଼ିବା ପରେ ଏହି ନୀତି ସଂପନ୍ନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଏଥି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ଯାଏ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ, ବୁଧବାର କିମ୍ବା ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି ହୋଇଥାଏ। ଗୁରୁବାର ଏହି ନୀତି କରିବାକୁ ମନ୍ଦିର ପ୍ରଶାସନ ଧାର୍ଯ୍ୟ କରିଥିବା ବେଳେ ତଦନୁଯାୟୀ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ବନକଲାଗି ଏକ ଗୁପ୍ତ ସେବା ହୋଇଥିବାରୁ ଦର୍ଶନ ବନ୍ଦ ରହିବ ବୋଲି ଦର୍ଶାଯାଇଛି। କେବଳ ସେତିକି ନୁହେଁ, ଗର୍ଭଗୃହରେ ଝୁଲି ରହିଥିବା କନକମୁଣ୍ଡି ଚାନ୍ଦୁଆ ମଧ୍ୟ ଗୁରୁବାର ବନ୍ଧାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଏହି ଚାନ୍ଦୁଆ ଓହଳି ଗର୍ଭଗୃହରେ ବିପଦ ସୃଷ୍ଟି କରୁଥିବା ନେଇ 'ସମ୍ବାଦ'ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ପ୍ରଶାସନ ବନକଲାଗି ନୀତି ସମୟରେ ଚାନ୍ଦୁଆ ଲାଗି କରିବାକୁ ନିଷ୍ପତ୍ତି ନେଇଛି।
<urn:uuid:195c3ca3-f778-4e20-a161-38430a30e47f>
CC-MAIN-2019-18
http://sambad.in/state/banakaligi-in-jagannath-temple-puri-today-331274/
2019-04-25T16:01:59Z
s3://commoncrawl/crawl-data/CC-MAIN-2019-18/segments/1555578727587.83/warc/CC-MAIN-20190425154024-20190425180024-00520.warc.gz
ory
0.999867
Orya
2
{"ory_Orya_score": 0.9998669624328613}
ସାତକୋଶିଆରେ ବାଘ ମୃତ୍ୟୁର ତଦନ୍ତ ପାଇଁ ପହଞ୍ଚିଲେ ଏନଟିସିଏ ଟିମ୍ : ମହାବୀର ମୃତ୍ୟୁ ନେଇ ଖୋଳତାଡ଼ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ ମୃତ୍ୟୁର କାରଣ କନକ ବ୍ୟୁରୋ : ସାତକୋଶିଆରେ ଏନଟିସିଏ ଟିମ୍ । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ସାତକୋଶିଆକୁ ଆସିଥିବା ବାଘ ମହାବୀରର ମୃତ୍ୟୁକୁ ନେଇ ତନାଘନା କରିବ ଏହି ଟିମ୍ । ଏଥିରେ ଅଛନ୍ତି ଏନଟିସିଏର ଆଇଜି ଅମିତ ମଲ୍ଲିକ ଓ ବୌଜ୍ଞାନିକ ଡକ୍ଟର କେ, ରମେଶ । ମହାବୀରକୁ ମାରିଲା କିଏ? ଏଥିପାଇଁ କିଏ ଦାୟୀ? ସେ ନେଇ ସବୁସ୍ତରରେ ତନାଘନା ଆରମ୍ଭ ହୋଇଛି । ବାଘ ମୃତ୍ୟୁର କାରଣ ଖୋଜିବାରେ ଲାଗିପଡିଛି ବନବିଭାଗ । ଗତକାଲି ୩ଜଣ ଡାକ୍ତରଙ୍କ ସମେତ ଏନଟିସିଏ ପ୍ରତିନିଧି, ଫିଲ୍ଡ ଡାଇରେକ୍ଟର ଓ ୨ଜଣ ଡିଏଫଓଙ୍କ ଉପସ୍ଥି୍ତିରେ ବାଘର ଶବ ବ୍ୟବଛେଦ ହୋଇଛି । ଶବ ବ୍ୟବଛେଦ ପରେ ବାଘକୁ ପୋଡି ଦିଆଯାଇଛି । ବାଘ ବେକରେ ଘା ଯୋଗୁଁ ମହାବୀରର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପିସିସିଏଫ୍ କହିଛନ୍ତି । ଜୁନ୍ ୨୧ରେ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିିବା ମହାବଳ ମହାବୀରର ବୁଧବାର ଦିନ ରାତିରେ ମୃତ୍ୟୁ ହୋଇଥିଲା । ସାତକୋଶିଆ ବ୍ୟାଘ୍ର ଅଭୟ୍ୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ( ଏନଟିସିଏ) ଯେଉଁ ଯୋଜନା କରିଥିଲେ ତାକୁ ଶକ୍ତ ଝଟକା ଲାଗିଛି। କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଯୁବ ମହାବଳ ବାଘ ' ମହାବୀର' ଗତ ବୁଧବାର ଦିନ ଅତି ରହସ୍ୟଜନକଭାବେ ମୃତ୍ୟୁବରଣ କରିଛି।
<urn:uuid:dc3e36d3-801e-4dfd-9b99-d4c471c7d3ad>
CC-MAIN-2019-18
http://kanaknews.com/ntca-team-in-satakoshia/
2019-04-19T08:56:19Z
s3://commoncrawl/crawl-data/CC-MAIN-2019-18/segments/1555578527518.38/warc/CC-MAIN-20190419081303-20190419103303-00090.warc.gz
ory
0.999996
Orya
4
{"ory_Orya_score": 0.9999963045120239}
ଲାଲକିଲ୍ଲା ପରେ କୋଣାର୍କକୁ ନେଇ ଚର୍ଚ୍ଚା ! ମୋଦି ସରକାରଙ୍କ ଆଡପ୍ଟ-ଏ-ହେରିଟେଜ୍ ଯୋଜନାର ତାଲିକାରେ ରହିଛି ଓଡ଼ିଶାର ଐତିହ୍ୟ । କନକ ବ୍ୟୁରୋ : ଓଡ଼ିଶାର ସଂସ୍କୃତି କେତେ ବୈଭବଶାଳୀ, ଓଡ଼ିଆ କାରିଗରଙ୍କ ସୁକ୍ଷ୍ମ କାରୁକାର୍ଯ୍ୟ କେତେ ଉଚ୍ଚକୋଟିର, ତାହା ୮୦୦ ବର୍ଷର ଏହି କୀର୍ତିରାଜି ବଖାଣିଥାଏ । ସାରା ବିଶ୍ୱରେ ଓଡ଼ିଶାର ପ୍ରାଚୁର୍ଯ୍ୟମୟ କଳାସଂସ୍କୃତିର ପରିଚୟ ଦେଇଥାଏ କୋଣାର୍କ ସୂର୍ଯ୍ୟ ମନ୍ଦିର । ଏବେ ଏହି ଐତିହ୍ୟ ଘରୋଇ ସଂସ୍ଥା ହାତକୁ ଯିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଲାଲ କିଲ୍ଲା ପରେ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କର ରକ୍ଷଣାବେକ୍ଷଣ ପାଇଁ କର୍ପୋରେଟ ହାତକୁ ଟେକି ଦେଇପାରନ୍ତି କେନ୍ଦ୍ର ସରକାର । 'ଆଡପ୍ଟ –ଏ- ହେରିଟେଜ୍' ଯୋଜନାର ପ୍ରଥମ ଫେଜ୍ ତାଲିକାରେ ରହିଛି କୋଣାର୍କ । ଅର୍ଥାତ୍ ଖୁବଶୀଘ୍ର ଘରୋଇ ସଂସ୍ଥା ହାତକୁ ଚାଲିଯାଇପାରେ ବ୍ଳାକ୍ ପାଗୋଡା । ଏପରି ହେଲେ ଘରୋଇ ସଂସ୍ଥା ଏହାର ରକ୍ଷଣା ବେକ୍ଷଣା ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ କରଣ ପର୍ଯ୍ୟନ୍ତ ସବୁ କାମ କରିବ । ସାରା ବିଶ୍ୱରୁ ପର୍ଯ୍ୟଟକମାନେ କୋଣାର୍କର କାରୁକାର୍ଯ୍ୟ ଦେଖିବାକୁ ଆସିଥାନ୍ତି । ଏସବୁକୁ ନିୟନ୍ତ୍ରଣ ଓ ପରିଚାଳନା କ୍ଷମତା ମଧ୍ୟ ରହିବ ଘରୋଇ ସଂସ୍ଥା ହାତରେ । ଓଡ଼ିଶାବାସୀ ଭାବାବେଗ ସହ କୋଣାର୍କ ଜଡିତ ଥିବାରୁ ମୋଦି ସରକାରଙ୍କ ଏପରି ନିଷ୍ପତି ଉପରେ ଏବେ ପ୍ରଶ୍ନ ଉଠିଛି । କେଣାର୍କ ହେଉଛି ଦେଶର ଅନ୍ୟତମ ପ୍ରାଚୀନ ସୂର୍ଯ୍ୟ ମନ୍ଦିର । ମୂଳ ମନ୍ଦିରର ଅସ୍ତିତ୍ୱ ନଥିବା ବେଳେ ଏହାର ମୁଖଶାଳାର କାରୁକାର୍ଯ୍ୟରେ ବିଶ୍ୱାବାସୀ ବିମୋହିତ ହୋଇଥାନ୍ତି । ଓଡ଼ିଶା ପାଇଁ କୋଣାର୍କ କେବଳ ଏକ ଐତିହ୍ୟ ନୁହେଁ, ଏହି କୀର୍ତିରାଜି ଓଡ଼ିଶାର ଭାବାବେଗ ସହ ଜଡିତ । ଲାଲ କିଲ୍ଲା ଭଳି କୋଣାର୍କ ମନ୍ଦିର ମଧ୍ୟ ଘରୋଇକରଣ ହେବ । କେନ୍ଦ୍ର ପର୍ଯ୍ୟଟନ ବିଭାଗର ଆଡପ୍ଟ ଏ ହେରିଟେଜ୍ ଯୋଜନାର ପ୍ରଥମ ପର୍ଯ୍ୟାୟରେ ରହିଛି ଓଡ଼ିଶାର ଏହି ଐତିହ୍ୟ । ପ୍ରଥମ ପର୍ଯ୍ୟାୟ ତାଲିକାରେ ରହିଛି ଓଡ଼ିଶାର ତିନିଟି କୀର୍ତିରାଜି । କୋଣାର୍କ ସମେତ ରତ୍ନଗିରି ଓ ରାଜାରାଣୀ ମନ୍ଦିର ମଧ୍ୟ ଏହି ତାଲିକାରେ ରହିଛି । ତେର ଶହ ଶତାବ୍ଦିରେ ନିର୍ମିତ କୋଣାର୍କର କାରୁକାର୍ଯ୍ୟ ଦେଖିବାକୁ ସାରା ବିଶ୍ୱରୁ ପର୍ଯ୍ୟଟକ ଛୁଟି ଆସିଥାନ୍ତି । ଘରୋଇ କରଣ ହୋଇଗଲେ ଏସବୁକୁ ନିୟନ୍ତ୍ରଣ ଓ ପରିଚାଳନା କ୍ଷମତା ମଧ୍ୟ ରହିବ ଘରୋଇ ସଂସ୍ଥା ହାତରେ । ଯାହାକୁ ନେଇ ପ୍ରବଳ ବିରୋଧ ହେବାର ଆଶଙ୍କା ରହିଛି ।
<urn:uuid:bbaf8f6b-4737-4ddc-ae79-e18a9dfc2d1a>
CC-MAIN-2019-18
http://kanaknews.com/after-lalkilla-konark-is-in-the-list-of-adopt-a-heritage/
2019-04-24T02:29:20Z
s3://commoncrawl/crawl-data/CC-MAIN-2019-18/segments/1555578624217.55/warc/CC-MAIN-20190424014705-20190424040705-00170.warc.gz
ory
1.000007
Orya
7
{"ory_Orya_score": 1.0000066757202148}
ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାର କହୁଥିବା ବେଳେ ବାରିପଦାର ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟରେ ଏହିଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି। ବିଶ୍ଵବିଦ୍ୟାଳୟ ଅଧିନରେ ଥିବା ସେଲ୍ଫଫାଇନାନ୍ସିଂ କୋର୍ସରେ ରହିଛି ଯୋଗ ଏବଂ ନେଚେରୋପାଥି ବିଭାଗ। ସେହି ବିଭାଗର ଅଧ୍ୟାପକଙ୍କ ନାମରେ ଆସିଛି ଏହି ସଙ୍ଗୀନ ଅଭିଯୋଗ। ଆଉ ଏହି ଅଭିଯୋଗ କରିଛନ୍ତି ସେହି ବିଭାଗର ଛାତ୍ରୀମାନେ। ବିଶ୍ଵ ବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ କୋର୍ସରେ ଥିବା ଅଧ୍ୟାପକ ଛାତ୍ର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଛାତ୍ରୀମାନଙ୍କୁ ଅନେକ ସମୟରେ ପ୍ରାକ୍ଟିକାଲ କ୍ଲାସ ଆଳରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା, ବିଭିନ୍ନ ପ୍ରକାର ଅଶ୍ରାବ୍ୟ ଭାଷା ପ୍ରୟୋଗ କରିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହିଭଳି ସଂଗୀନ ଅଭିଯୋଗ ଆସିଲେ, ସେଗୁଡ଼ିକର ଯଥାଶୀଘ୍ର ତଦନ୍ତ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ନିୟମ ରହିଥିଲେ ବି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିଶୁଣି କାଳ ବିଳମ୍ବ କରୁଥିବା ସହିତ ଘଟଣାକୁ ଆପୋଷରେ ସମାଧାନ କରିବାକୁ କୁଆଡ଼େ ଚାପ ପକାଉଥିବା କଥା କହିଛନ୍ତି ଅଭିଯୋଗକାରୀ ଛାତ୍ରୀମାନେ। ଏହି ଘଟଣା ସମ୍ପର୍କରେ ଅଭିଯୋଗକାରୀ ଛାତ୍ରୀମାନେ ଗତ ଫେବୃୟାରୀ ମାସରୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଆଜି ପର୍ଯ୍ୟନ୍ତ ସେମାନେ ନ୍ୟାୟ ପାଇପାରୁ ନଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ନାମକୁ ମାତ୍ର ମିଟିଂ ଡାକି ସେମାନଙ୍କ ଉପରେ ଚାପସୃଷ୍ଟି କରିବା ବ୍ୟତୀତ ଅଭିଯୁକ୍ତ ଅଧ୍ୟାପକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗକାରୀ ଛାତ୍ରୀମାନେ କହିଛନ୍ତି। ଶେଷରେ ମୁଖ୍ୟ ଅଭିଯୋଗକାରୀ ଦୁଇଜଣ ଛାତ୍ରୀ ଶେଷରେ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଅଫିସ ସମ୍ମୁଖରେ ଧାରଣା ଦେବାକୁ ବସିବା ପରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିଛନ୍ତି। ଏ ସମ୍ପର୍କରେ ଅଭିଯୋଗକାରୀ ଛାତ୍ରୀମାନଙ୍କ ବୟାନ ରେକର୍ଡ କରାଯାଇ ବିଶ୍ଵବିଦ୍ୟାଳୟର ସେକ୍ସୁଆଲ ହାରାସମେଣ୍ଟ କମିଟି ଦ୍ଵାରା ତଦନ୍ତ କରାଯାଇଛି। "କମିଟିର ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ" ବୋଲି କମିଟିର ଅଧ୍ୟକ୍ଷା କହିଛନ୍ତି। ଅପରପକ୍ଷରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହି ବିଭାଗରେ ଜଣେ ମାତ୍ର ଠିକା ଅଧ୍ୟାପକ ଭାବେ ସଂପୃକ୍ତ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିବାରୁ ସେ ଦୁଇଟି ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନଙ୍କୁ ନିୟମିତ ଭାବେ କ୍ଲାସ ନେବା ସମ୍ଭବପର ହେଉନଥିବା କଥା କହିଛନ୍ତି। ତେବେ ଛାତ୍ରୀମାନଙ୍କ ପ୍ରତି ନିର୍ଦ୍ଧିଷ୍ଟ ଅଭିଯୋଗକୁ ସେ ଅସ୍ଵୀକାର କରି ଏହା ଆକ୍ରୋଶମୂଳକ ବୋଲି କହିଛନ୍ତି ସଂପୃକ୍ତ ଅଧ୍ୟାପକ। ହେଲେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏ ପ୍ରକାର ସମ୍ବେଦନଶୀଳ ପ୍ରସଙ୍ଗରେ ଯଥାଶୀଘ୍ର ନ୍ୟାୟୋଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଶ୍ଵବିଦ୍ୟାଳୟର ସୁନାମରେ ଆଞ୍ଚ ଆସିବା ସହିତ ନ୍ୟାୟ ଅପେକ୍ଷାରେ ଥିବା ଛାତ୍ର ଛାତ୍ରୀମାନେ ପରବର୍ତ୍ତୀ ପଦକ୍ଷେପକୁ ବାଧ୍ୟ ହୋଇ ଆପଣେଇବେ ବୋଲି କହିଛନ୍ତି।
<urn:uuid:72bfddbd-0d8d-40a5-9996-f5515fce3d38>
CC-MAIN-2019-18
https://odisha.live/2018/10/01/baripada-university-student-alleges-harassment/
2019-04-26T10:08:17Z
s3://commoncrawl/crawl-data/CC-MAIN-2019-18/segments/1555578765115.93/warc/CC-MAIN-20190426093516-20190426115516-00490.warc.gz
ory
1.000004
Orya
3
{"ory_Orya_score": 1.0000035762786865}
କ'ଣ ଆପଣ କେବେ ବି ବିନା ଲୁଣରେ ଖାଦ୍ୟର ସ୍ୱାଦ କଳ୍ପନା କରିପାରିବେ? ନାହିଁ ନା! କାରଣ ଲୁଣ ହିଁ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। ତେବେଲୁଣ ଅଧିକ ହୋଇଗଲେ ସ୍ୱାଦ ନଷ୍ଟ ହୋଇଯାଏ। ଯଦି ଆପଣଙ୍କ ରନ୍ଧା ଖାଦ୍ୟରେ ଲୁଣ ଅଧିକ ହୋଇଯାଇଛି, ତେବେ ଚିନ୍ତା କରନ୍ତୁ ନାହିଁ; ଏହି ଉପାୟ ଆପଣାଇ କମାଇ ପାରିବେ ଲୁଣ। ପାଣି: ଯଦି ଆପଣଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅତ୍ୟଧିକ ଲୁଣିଆ ହୋଇଥାଏ,ତେବେ ସେଥିରେ ପାଣି ମିଶାଇ ଗରମ କରିଦିଅନ୍ତୁ। କାରଣ ଏହା ଲୁଣିଆପଣକୁ କମାଇ ସନ୍ତୁଳନ କରିବ। ଖାଦ୍ୟରେ ପାଣି ମିଶାଇ ପୁଣି ଥରେ ରାନ୍ଧି ଦେବା ଏକ ସରଳ ଉପାୟ। ଭିନେଗାର୍ ଓ ଚିନି : ଏଥିସହିତ ପ୍ରସ୍ତୁତ ହୋଇଥିବା ଖାଦ୍ୟରେ ମାତ୍ରାଧିକ ଲୁଣକୁ ସନ୍ତୁଳିତ କରିବାକୁ ହେଲେ ଆପଣ ୧ ଚାମଚ ଭିନେଗାର ସହିତ ଏକ ଚାମଚ ଚିନିକୁ ମିଶାନ୍ତୁ। ତା'ପରେ ଭଲ ଭାବେ ଘାଣ୍ଟି ଦିଅନ୍ତୁ। ଟମାଟୋ : ମସଲାଯୁକ୍ତ ତରକାରୀ ଲୁଣିଆ ହୋଇଥିଲେ ଆପଣ ସେଥିରେ କଟା ଟମାଟୋ,ଟମାଟୋ ପ୍ୟୁରି କିମ୍ବା ସସ୍ ମିଶାଇ ରାନ୍ଧନ୍ତୁ। ଳୁଣି ଲାଗିବା ହାଲକା ହୋଇଯିବ। ଆଳୁର : କିଛି ମାତ୍ରାରେ ଆଳୁକୁ ଚିପ୍ସ ଆକୃତିର କାଟି ଆପଣ ମାତ୍ରାଧିକ ଲୁଣିଆ ହୋଇଥିବା ଡ଼ାଲି କିମ୍ବା ସୁପ୍ରେ ମିଶାଇ ଦିଅନ୍ତୁ। ଏହାପରେ ୨୦ ମିନିଟ୍ ଯାଏଁ। ଆପଣ ଏହାକୁ ରଖନ୍ତୁ। ତେବେ ଖାଦ୍ୟ ପରସିବା ସମୟରେ ଏଥିରୁ ଆଳୁକୁ କାଢ଼ିଦିଅନ୍ତୁ। ପିଆଜ : ତେବେ ତରକାରୀରୁ ଲୁଣର ମାତ୍ରାକୁ କମ୍ କରିବାକୁ ହେଲେ ଆପଣ ସେଥିରେ କଟାଯାଇଥିବା କଞ୍ଚା ପିଆଜକୁ ପକାଇ କିଛି ସମୟ ମଧ୍ୟରେ ଏଥିରୁ କାଢ଼ିଦିଅନ୍ତୁ। ଏହାଦ୍ୱାରା ତରକାରିରେ ଲୁଣର ମାତ୍ରା ସନ୍ତୁଳିତ ରହିଥାଏ। ନଡ଼ିଆ ରସ : ଲୁଣ ଅଧିକ ହୋଇଥିଲେ ଏହାକୁ କମାଇବା ଲାଗି ନଡିଆ ରସକୁ ଅଟା ସହିତ ଗୋଲାଇ ଖାଦ୍ୟରେ ସାମିଲ୍ କରନ୍ତୁ। ଅଟା : ପ୍ରସ୍ତୁତ ହୋଇଥିବା ବ୍ୟଞ୍ଜନରୁ ଲୁଣର ମାତ୍ରାକୁ କମାଇବାକୁ ହେଲେ ଆପଣ ସେଥିରେ ଅଟାର ଛୋଟ ଛୋଟ ଗୁଳା କରି ପକାଇ ତାହାକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏହାପରେ ଏଥିରୁ ଆପଣ ଅଟାର ଗୁଳାକୁ କାଢ଼ିଦିଅନ୍ତୁ।ଲୁଣ ଭାଗ କମିଯିବ। ଏକ ଚାମଚ ଅଟା ଚୁନା ପକାଇ ଏହାକୁ ୬-୭ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ। ଫଳରେ ଅଟାର ଏକ ସ୍ତର ଖାଦ୍ୟର ଉପରି ଭାଗରେ ଦେଖାଯିବ। ଯେଉଁଥିରେ କି ଅତିରିକ୍ତ ଲୁଣ ବାହାରି ଆସିବ। ଦହି ଏବଂ ମଲାଇ: ଖାଦ୍ୟରୁ ଅତିରିକ୍ତ ଲୁଣ ପ୍ରଭାବକୁ କମାଇବା ପାଇଁ ହେଲେ ଆପଣ ଅଧାଚାମଚ ଦହି ଓ ମଲାଇ ନେଇ ପ୍ରସ୍ତୁତ ହୋଇଥିବା ଖାଦ୍ୟରେ ମିଶାଇ ଦିଅନ୍ତୁ। ଯାହାକି ଅତିରିକ୍ତ ଲୁଣର ମାତ୍ରାକୁ ସନ୍ତୁଳିତ କରିଥାଏ।
<urn:uuid:cec0834b-040d-4eef-b420-7eeaeb4b1b67>
CC-MAIN-2019-18
http://sambad.in/lifestyle/how-to-remove-extra-salt-from-dish-187335/
2019-04-19T22:28:59Z
s3://commoncrawl/crawl-data/CC-MAIN-2019-18/segments/1555578528430.9/warc/CC-MAIN-20190419220958-20190420002958-00161.warc.gz
ory
0.999979
Orya
4
{"ory_Orya_score": 0.9999790191650391}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର,ମାର୍ଚ୍ଚ୩୦(ଓଡ଼ିଶା ଡ଼ଟ୍ କମ୍)କୃଷି କ୍ଷେତ୍ର ପାଇଁ ବର୍ଦ୍ଧିତ ବିଦ୍ୟୁତ ଶୂକ୍ଲ ପ୍ରତ୍ୟାହାର ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ରିଭ୍ୟୁ ପିଟିସନ୍ ଦାଖଲ କରିବେ ବୋଲି ସୋମବାର ଘୋଷଣା କରିଛନ୍ତି । ଓ.ଇ.ଆର୍.ସି. ଏହି ପିଟିସନକୁ ବିଚାରକୁ ନେଇ ପଦକ୍ଷେପ ନେବେ ବୋଲି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ମହାନ୍ତି କହିଛନ୍ତି । ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ବିରୋଧ କରି ଗତ କେତେଦିନ ଧରି ବିରୋଧୀ ଦଳ ଗୃହ କାର୍ଯ୍ୟ ଅଚଳକରି ରଖିଥିଲେ । ସରକାରଙ୍କ ଏହି ଘୋଷଣା ପରେ ଗୃହ କାର୍ଯ୍ୟ ସ୍ଵାଭାବିକ ହୋଇଛି । ଓଡ଼ିଶା ଡ଼ଟ୍ କମ୍
<urn:uuid:f5eead3c-483a-48df-ab1d-9d580c42092d>
CC-MAIN-2019-18
http://www.odisha.com/2015/03/30/%E0%AC%AC%E0%AC%B0%E0%AD%8D%E0%AC%A6%E0%AD%8D%E0%AC%A7%E0%AC%BF%E0%AC%A4-%E0%AC%95%E0%AD%83%E0%AC%B7%E0%AC%BF-%E0%AC%AC%E0%AC%BF%E0%AC%A6%E0%AD%8D%E0%AD%9F%E0%AD%81%E0%AC%A4-%E0%AC%B6%E0%AD%81/
2019-04-19T22:44:58Z
s3://commoncrawl/crawl-data/CC-MAIN-2019-18/segments/1555578528430.9/warc/CC-MAIN-20190419220958-20190420002958-00161.warc.gz
ory
1.000007
Orya
52
{"ory_Orya_score": 1.0000070333480835}