text
stringlengths
265
390k
id
stringlengths
47
47
dump
stringclasses
96 values
url
stringlengths
17
5.15k
date
stringlengths
20
20
file_path
stringlengths
109
155
language
stringclasses
1 value
language_score
float64
0.31
1
language_script
stringclasses
1 value
minhash_cluster_size
int64
1
1.05k
top_langs
stringlengths
23
515
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଫର୍ଟିଲାଇଜର କାର୍ଗୋ କମ୍ପ୍ଲେକ୍ସ ଓ ବାର୍ଜ ବର୍ଥ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିଛନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମରାବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟର ଶୁଭ ଉଦ୍ଘାଟନ କରିଛନ୍ତି । ଧାମରା ବନ୍ଦର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁଇଟି ସ୍ୱତନ୍ତ୍ର ବଲ୍କକାର୍ଗୋ ବର୍ଥ୍ ଫର୍ଟିଲାଇଜର କାର୍ଗୋ କମ୍ପ୍ଲେକ୍ସ, ବାର୍ଜ ବର୍ଥ କମ୍ପ୍ଲେକ୍ସ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଡ ନୃସିଂହ ସାହୁ, ସାଂସଦ ଅର୍ଜୁନ ଚରଣ ସେଠୀ, ବିଧାୟକ ବ୍ୟେମକେଶ ରାୟ, ମୁକ୍ତିକାନ୍ତ ମଣ୍ଡଳ, ଯୁଗୋଳ କିଶୋର ପଟ୍ଟନାୟକ, ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ, ଆଦାନୀ ଟ୍ରଷ୍ଟର ଅଧ୍ୟକ୍ଷା ଡ. ପ୍ରୀତି ଆଦାନୀ, ଆଦାନୀ ପୋର୍ଟସ ଓ ଅଧ୍ୟକ୍ଷ କରନ ଆଦାନୀ, ଧାମରା ପୋର୍ଟର ମୁଖ୍ୟ ନିର୍ବାହୀ ସୁବ୍ରତ ତ୍ରୀପାଠୀ, ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପଢନ୍ତୁ ;
<urn:uuid:8c3659e5-292e-4695-8735-0499300b390e>
CC-MAIN-2019-04
https://enewsodia.com/cm-naveen-pattnaik-innagurates-dhamara-port/
2019-01-23T09:49:54Z
s3://commoncrawl/crawl-data/CC-MAIN-2019-04/segments/1547584328678.85/warc/CC-MAIN-20190123085337-20190123111337-00448.warc.gz
ory
1.000008
Orya
6
{"ory_Orya_score": 1.0000075101852417}
ଓଲିଉଡରେ ବଙ୍ଗଳା କଳାକାର ମାନଙ୍କ ଅଭିନୟ ଅତି ସାଧାରଣ । କିଏ କିଏ ଗୋଟିଏ ଦୁଇଟି ସିନେମାରେ ସନ୍ତୁଷ୍ଟ ଥାନ୍ତି ତ କିଏ କିଏ ଏକ ଚର୍ଚ୍ଚିତ ଚେହେରା ହେଇଯାନ୍ତି । ଏପରି ଜଣେ ବଙ୍ଗୀୟ ନାୟିକା ହେଲେ ହିମିକା । କିନ୍ତୁ ଖୁସିର କଥା ଏହାକି ସେ ଗୋଟିଏ ସିନେମାରେ ସନ୍ତୁଷ୍ଟ ନୁହନ୍ତି । ସିନେମା ପରେ ସିନେମା ଭେଟି ଦେବାପାଇଁ ପୁଣିଥରେ ଓଲିଉଡକୁ ଫେରୁଛନ୍ତି । ଏଥର ସେ ଯେଉଁ ସିନେମାରେ କାମ କରୁଛନ୍ତି ଏକ ପ୍ରେମକାହାଣୀଧର୍ମୀ ଓଡ଼ିଆ ସିନେମା ଏହାର ଟାଇଟଲ ହେଲା "ଗୁଡ୍ଡୁ ଓ ଗୁଡ୍ଡି"। ଗୁଡ୍ଡୁ ଓ ଗୁଡ୍ଡି ରେ ତାଙ୍କୁ ଏକ ଗ୍ଲାମରସ୍ ରୋଲରେ ଦେଖିବାକୁ ପାଇବେ ସିନେପ୍ରେମୀ। ଏହି ସିନେମାରେ ହିମିକାଙ୍କ ନାୟକ ହେଲେ ନବାଗତ ସୂର୍ଯ୍ୟକାନ୍ତ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଶୁଭାଶିଷ ପତି ଯିଏ କି ପୂର୍ବରୁ 'ଗଡ଼ବଡ଼' ଏବଂ 'ଗୁଣ୍ଡା' ଟାଇଟଲରେ ଦୁଇଟି ଛବି ତିଆରି କରିଛନ୍ତି। ଏଥିରେ ମିହିର ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଠାରେ ସୂଚାଉଛୁ ଯେ, ହିମିକା ଗତବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି 'ଗୁଣ୍ଡା'ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ। ଫିଲ୍ମରେ ତାଙ୍କ ଅଭିନୟ ଦକ୍ଷତାକୁ ପ୍ରତିପାଦନ କରି ପ୍ରଶଂସା ସାଉଁଟିଥିଲେ ହିମିକା । ଏହାପରେ ତାଙ୍କୁ ଅନ୍ୟ କୌଣସି ସିନେମାରେ ଦେଖିବାକୁ ପାଇ ନଥିଲେ ଦର୍ଶକ।
<urn:uuid:946736b0-6642-46d1-92eb-9b1c60e048af>
CC-MAIN-2019-09
https://enewsodia.com/amp/this-actress-is-back-to-ollywood/
2019-02-22T19:18:23Z
s3://commoncrawl/crawl-data/CC-MAIN-2019-09/segments/1550247522457.72/warc/CC-MAIN-20190222180107-20190222202107-00174.warc.gz
ory
0.999974
Orya
16
{"ory_Orya_score": 0.9999738931655884}
ଲକ୍ଷ୍ନୌ: କିଛିଦିନ ତଳେ ରିଲିଜ ହୋଇଥିବା ଅଜୟ ଦେବଗନ ଅଭିନୀତ ରେଡ୍ ଫିଲ୍ମ ଆପଣ ଦେଖିଥିବେ । ଏଥିରେ ଅଜୟ ଜଣେ ସଚ୍ଚୋଟ ଆୟକର ଅଧିକାରୀ ହୋଇ ଜଣେ କଳାଧନ ମହଜୁଦକାରୀଙ୍କ ଘରେ ରେଡ୍ କରି ବିପୁଳ ସଂପତ୍ତି ଜବତ କରିଥିଲେ । ଏପରି ଏକ ଘଟଣା ସତସତିକା ଲକ୍ଷ୍ନୌରେ ଘଟିଛି । ଲକ୍ଷ୍ନୌର ଜଣେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ଆୟବହିର୍ଭୁତ ଧନ ସଂପତ୍ତିର ସନ୍ଧାନ ମିଳିଛି । ବ୍ୟବସାୟୀଙ୍କ ଘରୁ ପ୍ରାୟ ୮୯ କିଲୋ ସୁନା, ରୁପା ଓ ୮ କୋଟି ଟଙ୍କାର ନଗଦ ଟଙ୍କା ମିଳିଛି । ପୁରୁଣା ଲକ୍ଷ୍ନୌ ନିବାସୀ କହ୍ନୈୟାଲାଲ ରସ୍ତୋଗୀ ସହରର ଜଣେ ଜଣାଶୁଣା ବ୍ୟବସାୟୀ । ତେବେ ଜଣେ ସୁଧ କାରବାରୀ ଭାବେ ମଧ୍ୟ ସେ ପରିଚିତ । କଳାଟଙ୍କାକୁ ଧଳା କରିବାରେ ମଧ୍ୟ ସେ ଲିପ୍ତ ଅଛନ୍ତି ବୋଲି କୌଣସି ସୁତ୍ରରୁ ସୂଚନା ମିଳିବା ପରେ ଆୟକର ବିଭାଗ ପକ୍ଷରୁ ଗତ ବୁଧବାରଦିନ ତାଙ୍କ ଘରେ ଚଢଉ କରାଯାଇଥିଲା । ଚଢଉ ବେଳେ ତାଙ୍କ ଘରେ ଥିବା ସୁନା ଦେଖି ଅଧିକାରୀମାନଙ୍କର ଆଖି ଖୋସି ହୋଇଯାଇଥିଲା । ତାଙ୍କ ଘରୁ ପ୍ରାୟ ୮୭ କିଲୋଗ୍ରାମର ସୁନା ବିସ୍କୁଟ, ୨ କିଲୋଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ଏହା ସହିତ ନଗଦ ୮ କୋଟି ଟଙ୍କା ସମେତ ଅନେକ ଗୋପନୀୟ ସଂପତ୍ତିର ସନ୍ଧାନ ମିଳିଛି । ସହରର ବଡ଼ ବଡ଼ ସୁନା ବ୍ୟବସାୟୀ ତାଙ୍କ ନିକଟରେ ସୁନା ବନ୍ଧକ ରଖି ଋଣ ନେଇଥାନ୍ତି ବୋଲି ଆୟକର ବିଭାଗ ଜାଣିପାରିଛି ।
<urn:uuid:6fe16ec4-64c7-4074-9f43-abaee40efeb3>
CC-MAIN-2019-09
http://sambad.in/india-and-beyond/it-reid-at-lucknow-businessman-180027/
2019-02-15T21:27:11Z
s3://commoncrawl/crawl-data/CC-MAIN-2019-09/segments/1550247479159.2/warc/CC-MAIN-20190215204316-20190215230316-00012.warc.gz
ory
0.999997
Orya
3
{"ory_Orya_score": 0.9999970197677612}
ଭୁବନେଶ୍ୱର : ଓଡ଼ିଶାରେ ଥିବା ସରକାରୀ ଓ ଘରୋଇ(ସେଲ୍ଫ-ଫଣ୍ଡେଡ୍ ଇନ୍ଷ୍ଟିଚ୍ୟୁଟ୍)ରେ ବି.ଟେକ୍ ସମେତ ବିଭିନ୍ନ ପ୍ରଫେସନାଲ କୋର୍ସରେ ନାମଲେଖା ପାଇଁ ଓଜେଇଇ କାଉନ୍ସେଲିଂ କରିବ। ଜୁନ୍ ୧୨ ତାରିଖ ତଥା ଆସନ୍ତାକାଲିଠାରୁ କାଉନ୍ସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ଓଜେଇଇ କର୍ତୃପକ୍ଷ ଅପାତତଃ ସ୍ଥିର କରିଥିଲେ। କିନ୍ତୁ ବିଭିନ୍ନ କାରଣ ପାଇଁ ତାହା ହୋଇପାରି ନାହିଁ। ଏପର୍ଯ୍ୟନ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ କାଉନ୍ସେଲିଂକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଓଜେଇଇ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ରାଜ୍ୟର ପ୍ରାୟ ୯୦ ଇଞ୍ଜିନିୟରିଂ କଲେଜର ୩୨ ହଜାର ବି.ଟେକ୍ ସିଟ୍ରେ ନାମଲେଖା ପାଇଁ ଓଜେଇଇ କାଉନ୍ସେଲିଂ କରିବ। ଜେଇଇ ମେନ୍ରେ ର୍ୟାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ହିଁ କେବଳ ନାମ ଲେଖାଇବେ। ଛାତ୍ରଛାତ୍ରୀଙ୍କର ଜେଇଇ ମେନ୍ ର୍ୟାଙ୍କ ନ ଥିଲେ ନାମ ଲେଖାଇବାରୁ ବଞ୍ଚିତ ହେବେ। ବି.ପ୍ଲାନ୍ ପାଠ୍ୟକ୍ରମରେ ମଧ୍ୟ ଜେଇଇ ମେନ୍ ର୍ୟାଙ୍କଧାରୀ ପିଲାମାନେ ହିଁ ନାମ ଲେଖାଇବେ। ଉକ୍ତ ଦୁଇ ପାଠ୍ୟକ୍ରମ ଲାଗି ଜୁନ୍ ୧୮ରୁ ନାମ ପଞ୍ଜୀକରଣ, ଚଏସ୍ ଲକିଂ, ଚଏସ୍ ଫିଲିଂ ଆରମ୍ଭ ହେବ। ଜୁନ୍ ୨୭ରେ ନାମ ପଞ୍ଜିକରଣର ଶେଷ ତାରିଖ ରଖାଯାଇଛି। ଜୁଲାଇ ୨ରେ ସିଟ୍ ଆଲଟ୍ମେଣ୍ଟ କରାଯିବ। ଜୁଲାଇ ୬ରୁ ୧୨ ତାରିଖ ମଧ୍ୟରେ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ, ୭ରୁ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ଜୁଲାଇ ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟ୍ମେଣ୍ଟ ହେବ। ୧୮ରୁ ୨୦ ପର୍ଯ୍ୟନ୍ତ ଛାତ୍ର୍ରଛାତ୍ରୀ ଡକ୍ୟୁମେଣ୍ଟ ଯାଞ୍ଚ କରିବା ସହ ପ୍ରକ୍ରିୟାରୁ ଓହରିପାରିବେ। ଜୁଲାଇ ୨୩ରେ ଚୂଡ଼ାନ୍ତ ଆଲଟ୍ମେଣ୍ଟ ହେବ। ଏଥିପାଇଁ ୨୫ରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଜୁଲାଇରେ ହେବାକୁ ଥିବା ସ୍ୱତନ୍ତ୍ର ଓଜେଇଇର ଛାତ୍ରଛାତ୍ରୀ ଓ ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ରହିଯାଇଥିବା ଛାତ୍ରଛାତ୍ରୀ ଜୁଲାଇ ୨୭ରୁ ୨୯ ମଧ୍ୟରେ ନାମ ପଞ୍ଜୀକରଣ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟର ରାଉଣ୍ଡ-୧ ଆଲଟ୍ମେଣ୍ଟ ଜୁଲାଇ ୩୦ରେ ହେବ। ଅଗଷ୍ଟ ୧ ଓ ୨ ତାରିଖରେ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଏହାପରେ କଲେଜସ୍ତରରେ ନାମଲେଖା କରିବାକୁ ସ୍ଥିର ହୋଇଛି। ଏଥିରେ ପରିବର୍ତନ କରାଯାଇପାରେ। ଛାତ୍ରଛାତ୍ରୀ 'www.ojee.nic.in/www.odishajee.com'ରେ ତଥ୍ୟ ପାଇପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ମନୀଷ ତ୍ରିପାଠୀ କହିଛନ୍ତି। ଚଳିତବର୍ଷ ଓଡ଼ିଶାର ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନ୍ ର୍ୟାଙ୍କ ହାସଲ କରିଛନ୍ତି। ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମ ବ୍ୟତୀତ ଅନ୍ୟ ୧୨ଟି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମଧ୍ୟ ଓଜେଇଇ କାଉନ୍ସେଲିଂ କରିବ। ୪୨ ହଜାର ୨୮୩ ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ସହ ର୍ୟାଙ୍କକାର୍ଡ ହାସଲ କରିଛନ୍ତି। ଏମ୍ବିଏ, ଏମ୍ସିଏ, ଫାର୍ମାସି, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ଲାଟେରାଲ ଏଣ୍ଟ୍ରି-ବିଟେକ୍, ଲାଟେରାଲ ଏଣ୍ଟ୍ରି-ଏମ୍ସିଏ, ଲାଟେରାଲ ଏଣ୍ଟ୍ରି ଫାର୍ମାସି, ବିଏସ୍ସି-ଲାଟେରାଲ ଏଣ୍ଟ୍ରି, ଏମ୍ଟେକ୍, ଏମ୍ଫାର୍ମା, ଏମ୍ ଆର୍କ, ଏମ୍ ପ୍ଲାନ୍ ଆଦି ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି କାଉନ୍ସେଲିଂ କରାଯିବ। ଏହି ପାଠ୍ୟକ୍ରମଗୁଡ଼ିକ ଲାଗି ଜୁନ୍ ୧୨ରୁ କାଉନ୍ସେଲିଂ କରିବାକୁ ସ୍ଥିର ହୋଇଥିଲେ ମଧ୍ୟ ତାହା ସମ୍ଭବପର ହୋଇ ନାହିଁ। ତେଣୁ ପରବର୍ତୀ ସମୟରେ ଏହି ପାଠ୍ୟକ୍ରମଗୁଡ଼ିକ ପାଇଁ କାଉନ୍ସେଲିଂ କରାଯିବ। ଏ ସମ୍ପର୍କରେ ଓଜେଇଇ େଓ୍ଵବସାଇଟ୍ରେ ତଥ୍ୟ ଦିଆଯିବ।
<urn:uuid:13dfe9cc-d4b5-40f5-ae01-1156cb390fd7>
CC-MAIN-2019-09
http://sambad.in/state/ojee-counselling-157355/
2019-02-15T21:27:08Z
s3://commoncrawl/crawl-data/CC-MAIN-2019-09/segments/1550247479159.2/warc/CC-MAIN-20190215204316-20190215230316-00012.warc.gz
ory
0.999986
Orya
4
{"ory_Orya_score": 0.9999861717224121}
ଯାଜପୁର ଅଫିସ,୧୩।୪ ଯାଜପୁର ଜିଲାର ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଗଚ୍ଛିତ ବହୁ ମୂଲ୍ୟବାନ କ୍ରୋମାଇଟ ଖଣିକୁ କେତେକ କର୍ପୋରେଟ ସଂସ୍ଥା ଅନୁମତି ଠାରୁ ଢେର ଅଧିକ କ୍ରୋମାଇଟ ଉତ୍ତୋଳନ କରି ଲୁଟ କରି ଚାଲିଛନ୍ତି। ଅଥଚ ପାରିପାର୍ଶ୍ୱିକ ଉନ୍ନୟନକୁ ଭୁଲି ଯାଇଛନ୍ତି। ଯଦ୍ୱାରା ଏବେ ବି ଉକ୍ତ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପ୍ରଦୂଷଣ ଆଦି ସମସ୍ୟା ବଳବତ୍ତର ରହିଛି। ଖଣି ପ୍ରଭାବିତ ଲୋକଙ୍କୁ ନିୟମିତ ନିଯୁକ୍ତି ଓ ଅଞ୍ଚଳର ବିକାଶକୁ ହେୟଜ୍ଞାନ କରି ଖଣି ଲୁଟ କରିଥିବାରୁ ଏବେ କମ୍ପାନୀଗୁଡ଼ିକୁ ମହଙ୍ଗା ପଡିଛି। ଯାଜପୁରରୋଡ଼ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୧ଟି ଖଣି ସଂସ୍ଥା ବକେୟା ରଖିଥିବା କ୍ଷତିପୂରଣ ବାବଦକୁ ୩,୧୨୭ କୋଟି ଟଙ୍କା ଆସନ୍ତା ମେ ମାସ ସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି ।
<urn:uuid:433dd1a0-2b6d-4e1a-b306-61a3fd4ecd6d>
CC-MAIN-2019-09
http://www.dharitri.com/main/publication/upakula-odisha/6384
2019-02-16T22:23:20Z
s3://commoncrawl/crawl-data/CC-MAIN-2019-09/segments/1550247481122.31/warc/CC-MAIN-20190216210606-20190216232606-00332.warc.gz
ory
0.999968
Orya
2
{"ory_Orya_score": 0.9999681711196899}
ନିର୍ବାଚନ ପୂର୍ବରୁ ଜୋର ଧରିଲା ରାମମନ୍ଦିର ନିର୍ମାଣ ପାଇଁ ଦାବି । ଆଜି ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦର ଧର୍ମସଭା,୨ଲକ୍ଷରୁ ଅଧିକ କର୍ମୀ ସାମିଲ ହେବା ଦାବି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ପୁଣି ଥରେ ଜୋର ଧରିଛି କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ପୁଣି ଥରେ ଜୋର ଧରିଛି । ତୁରନ୍ତ ଅଧ୍ୟାଦେଶ ଆଣି ରାମ ମନ୍ଦିର ନିର୍ମାଣ ବାଟ ସଫା କରିବା ଲାଗି ବିଶ୍ୱ ହିନ୍ଦୁ ପରିଷଦ,ଆରଏସଏସ୍, ଶିବସେନା ସମେତ ବିଭିନ୍ନ ହିନ୍ଦୁ ଧର୍ମ ସଂଗଠନ ଜୋରଦାର ଦାବି କରିଛନ୍ତି । ସୁପ୍ରିମକୋର୍ଟ ରାୟ ଦେବାରେ ବିଳମ୍ବ କରୁଥିବାରୁ କେନ୍ଦ୍ର ସରକାର ସଂସଦର ଶୀତଅଧିବେଶନରେ ଅଧ୍ୟାଦେଶ ଆଣିବା ଲାଗି ସେମାନେ ସ୍ୱର ଉଠାଇଛନ୍ତି । ଏହାକୁ ନେଇ ଆଜି ଅଯୋଧ୍ୟାରେ ଭିଏଚପି ପକ୍ଷରୁ ବିଶାଳ ଧର୍ମ ମହାସଭା ଆୟୋଜନ କରାଯାଇଛି । ଏହି ସବୁ ସଂଗଠନର ୨ଲକ୍ଷରୁ ଉର୍ଦ୍ଧ କାର୍ଯ୍ୟକର୍ତା ଅଯୋଧ୍ୟାରେ ଏକତ୍ରିତ ହୋଇଛନ୍ତି । ଏହି ସଭାରେ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥଙ୍କୁ ମଧ୍ୟ ଏକାଠି କରାଯାଇଛି । ଗତକାଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ହଜାର ହଜାର ଶିବ ସୈନିକ ଅଯୋଧ୍ୟାରେ ପହଁଚି ମେଗା ରାଲି କରିବା ସହ ରାମମନ୍ଦିର ନିର୍ମାଣ କାମନା କରି ସରଜୁ ନଦୀ ତଟରେ ସନ୍ଧ୍ୟା ଆଳତି କରିଥିଲେ । ଆଜି ମଧ୍ୟ ଶିବସେନାର କର୍ମଶାଳା ରହିଛି । ଆଇନଶୃଙ୍ଖଳାକୁ ନଜରରେ ରଖି ଅଯୋଧ୍ୟାରେ ୧୪୪ ଧାରା ଲାଗୁ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଯୋଧ୍ୟା ଏକ ପ୍ରକାର ପୁଲିସ ଛାଉଣିରେ ପରିଣତ ହୋଇଛି । ଏହାକୁ ନେଇ ଲୋକମାନେ ଭୟ ଓ ଆଶଙ୍କାରେ ଥିବା ଦେଖିବାକୁ ମିଳିଛି । ତେବେ ବିରୋଧୀ ଏହାକୁ ବିଜେପି ଓ ଶିବସେନାର ନିର୍ବାଚନୀ ଚାଲ୍ ବୋଲି କହି ସମାଲୋଚନା କରିଛନ୍ତି ।
<urn:uuid:ef6bd9ea-2839-4c8d-900c-0d02b79cbcee>
CC-MAIN-2019-09
http://kanaknews.com/ayodhya-ram-mandir-live-update-security-tightened-in-ayodhya/
2019-02-22T06:21:02Z
s3://commoncrawl/crawl-data/CC-MAIN-2019-09/segments/1550247513661.77/warc/CC-MAIN-20190222054002-20190222080002-00012.warc.gz
ory
1.000003
Orya
4
{"ory_Orya_score": 1.0000025033950806}
ଦୃଷ୍ଟିହୀନ ହେଲେ ମଧ୍ୟ କାହା ଉପରେ ନିର୍ଭରଶୀଳ ନୁହଁନ୍ତି ! ପେଟ ପୋଷିବା ପାଇଁ ବେଲୁନ୍ ଓ ଖେଳନା ବିକ୍ରି କରନ୍ତି ମହାଦେବ ଗୋଲଦାର କନକ ବ୍ୟୁରୋ : ଭିନ୍ନକ୍ଷମ, ଆଖିକୁ ଭଲ ଭାବେ ଦେଖାଯାଏ ନାହିଁ, ହେଲେ ଅଟକି ଯାଇନି ତାଙ୍କର ପାଦର ଗତି । ଅନ୍ୟ ଉପରେ ନିର୍ଭର ନକରି ନିଜ ପାଇଁ ନିଜେ କାମ କରୁଛନ୍ତି । ଆଜି କାଲି ଦେଖାଯାଉଛି ସୁନ୍ଦର ସ୍ୱାସ୍ଥ୍ୟ ଥିବା ତଥା ଅକର୍ମନ୍ୟ ହୋଇନଥିଲେ ମଧ୍ୟ ଅନେକ ଭିକ ମାଗିବାର ଦେଖାଯାଉଛି । କିନ୍ତୁ ସମସ୍ତେ ସେପରି ନୁହଁନ୍ତି । ଦୁଃଖକୁ ପଛରେ ପକାଇ ଆଗକୁ ବଢିବାର ସାହାସ । ଭିନ୍ନକ୍ଷମ ହୋଇ ମଧ୍ୟ ସେ ଜଣେ ସକ୍ଷମ ଠାରୁ କମ୍ ନୁର୍ହେ । ଦୃଢ ଆତ୍ମବିଶ୍ୱାସ ଥିଲେ ସବୁ ଅସାଧ୍ୟ କାମ ବି ସହଜରେ ସାଧ୍ୟ କରିହୁଏ । ଏହାକୁ ମର୍ମେ ମର୍ମେ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି, ନବରଙ୍ଗପୁର ଉମରକୋଟ୍ର ମହାଦେବ ଗୋଲଦାର । ଜଣେ ନିଆରା ମଣିଷ ହେଲେ ନବରଙ୍ଗପୁର ଉମରକୋଟର ମହାଦେବ ଗୋଲଦାର । ଜନ୍ମରୁ ଦୃଷ୍ଟିଶକ୍ତି ହରାଇ ଥିବା ଗୋଲଦାର୍ ନିଜକୁ ଦୁର୍ବଳ ମନେ କରିନାହିଁନ୍ତି । କାହା ଉପରେ ନିର୍ଭର ନକରି ନିଜ ପେଟ ପାଇଁ ବେଲୁନ୍ ଓ ଖେଳନା ବିକ୍ରି କରୁଛନ୍ତି । ଅଣ୍ଡାଳି ଅଣ୍ଡାଳି ବାଟ ଚାଲୁଥିବା ଗୋଲଦାର୍ ଭଗବାନଙ୍କୁ ଭରଷା କରି ଉମରକୋଟ୍ ଡାକ୍ତରଖାନା ସାମ୍ନାରେ ବସି ଖେଳନା ବିକ୍ରି କରୁଛନ୍ତି । ବାପା-ମା ଆରପାରିକୁ ଚାଲିଯାଇଥିବା ବେଳେ ସରକାରୀ ସାହାଯ୍ୟ କହିଲେ କେବଳ ମାସିକ ଭତା ୩ଶହ ଟଙ୍କା ମିଳୁଛି । ଦିବ୍ୟାଙ୍ଗ ବୋଲି କାହା ଦୟାରେ ବଂଚିବା ପାଇଁ ପସନ୍ଦ କରନ୍ତି ନାହିଁ ବରଗଡର କମଳ ଓ ଉମରକୋଟ୍ର ମହାଦେବ ଗୋଲଦାର ।
<urn:uuid:2055863e-4702-4861-bb6f-d1a2840a09cd>
CC-MAIN-2019-09
http://kanaknews.com/inspirational-story-of-disabled-youths/
2019-02-22T06:14:43Z
s3://commoncrawl/crawl-data/CC-MAIN-2019-09/segments/1550247513661.77/warc/CC-MAIN-20190222054002-20190222080002-00012.warc.gz
ory
1.000003
Orya
3
{"ory_Orya_score": 1.0000032186508179}
ହ୍ୱାଟସଆପ୍ ପାଇଁ ଚିନ୍ତା ବଢ଼ାଉଛି ଫେକ୍ ନ୍ୟୁଜ୍ । ଗୁଜବ ରୋକିବାକୁ ଜନତାଙ୍କ ଠାରୁ ଲୋଡିଲା ସାହାଯ୍ୟ । ମିଛ ଖବରର ପ୍ରଚାର ପ୍ରସାର ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ସଂପ୍ରତି ହ୍ଵାଟସଆପ୍, ଫେସବୁକ ପରି ସୋସିଆଲ ମିଡିଆ ଯୋଗାଯୋଗର ବଳିଷ୍ଠ ମାଧ୍ୟମ ପାଲଟିଛି। ସୂଚନା ଓ ମନୋରଞ୍ଜନ ପାଇଁ ବେଶ୍ ଖୋରାକ୍ ଯୋଗାଉଥିବା ଏହି ସୋସିଆଲ ମିଡିଆର ଅପବ୍ୟବହାର ଏବେ ଘାତକ ପ୍ରମାଣିତ ହେଉଛି। ସାରା ବିଶ୍ୱରେ ବୃଦ୍ଧି ପାଉଥିବା 'ଫେକ୍ ନିଉଜ ସିଣ୍ଡ୍ରୋମ୍' ବା ମିଛ ଖବରର ପ୍ରଚାର ପ୍ରସାର ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏଥିରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ରାଷ୍ଟ୍ରରେ କଡ଼ା ଆଇନ ବ୍ୟବସ୍ଥା କରାଯାଇଛି ଏବଂ ଭାରତରେ ମଧ୍ୟ ଏଥିପାଇଁ ପଦକ୍ଷେପ ନିଆଯାଇଛି । ଗୁଜବ ଆଉ ମିଛ ଖବରକୁ ହ୍ୱାଟସଆପରେ ପ୍ରସାରିତ ହେବାରୁ ଅଟକାଇବାରେ ସାହାଯ୍ୟ କରନ୍ତୁ । • ଏଭଳି ଖବରକୁ ଚିହ୍ନନ୍ତୁ, ଯାହା ମିଛ(ଫେକ୍) ହୋଇଥାଇପାରେ : ଏଭଳି ସଙ୍କେତକୁ ଯାଂଚ କରନ୍ତୁ, ଯାହା ଖବର ସତ କି ମିଛ ଜାଣିବାରେ ସାହାଯ୍ୟ କରିବ । ଉଦାହରଣ ସ୍ୱରୂପ, ଫରୱୋଡେଡ୍ ମେସେଜକୁ ଯାହାର କୌଣସି ଉତ୍ସ ନଥିବ, ପ୍ରମାଣ ନଥିବ ବା ଯାହା ଆପଣଙ୍କୁ ଉସୁକାଉଥିବ, ସଙ୍କେତ ହୋଇପାରେ ଯେ, ତାହା ସତ୍ୟ ନୁହେଁ । ଆପଣଙ୍କୁ ଭ୍ରମରେ ପକାଇବା ପାଇଁ ଫଟୋ, ଭିଡିଓ ଏବଂ ଭଏସ୍ ରେକର୍ଡିଙ୍ଗ ଗୁଡିକୁ ମଧ୍ୟ ଏଡିଟ୍ କରାଯାଇପାରିବ । • ଅନ୍ୟ ଉତ୍ସରୁ ସେଗୁଡିକୁ ଯାଂଚ କରନ୍ତୁ : ସତ୍ୟ ଜାଣିବା ପାଇଁ ଅନଲାଇନ୍ ସର୍ଚ୍ଚ କରନ୍ତୁ । ଏବଂ ନିର୍ଭରଯୋଗ୍ୟ ସମାଚାର ସାଇଟରୁ ଜାଣନ୍ତୁ ଯେ, ଏହି ଷ୍ଟୋରୀ କେଉଁଠୁ ଆସିଛି । ତଥାପି ସନ୍ଦେହ ରହିଲେ, ସତ୍ୟତା ଯାଂଚ କରୁଥିବା ୱେବସାଇଟ୍ସ, ଭରସାଯୋଗ୍ୟ ବ୍ୟକ୍ତି ବା କମ୍୍ୟୁନିଟିି ଲିଡରମାନଙ୍କ ଠାରୁ ଅଧିକ ଖବର ସଂଗ୍ରହ କରନ୍ତୁ । • ଗୁଜବ ବ୍ୟାପିବା ଅଟକାନ୍ତୁ : ଆପଣଙ୍କୁ କିଛି ଫେକ୍ ଲାଗୁଥିଲେ, ଲୋକଙ୍କୁ କୁହନ୍ତୁ ଯେ, ଖବର ସେୟାର କରିବା ଆଗରୁ ତାକୁ ଯାଂଚ କରନ୍ତୁ । ମେସେଜକୁ ଏଥିପାଇଁ ସେୟାର କରନ୍ତୁନି ଯେ କେହି ଆପଣଙ୍କୁ ସେୟାର କରିବାକୁ କହୁଛି, ସେ ଆପଣଙ୍କୁ ମିତ୍ର ହେଉ ପଛେ ।
<urn:uuid:1873a3ab-263d-4469-9ba9-64bb9dd0dba1>
CC-MAIN-2019-09
http://kanaknews.com/stop-whatsapp-fake-news/
2019-02-22T06:21:13Z
s3://commoncrawl/crawl-data/CC-MAIN-2019-09/segments/1550247513661.77/warc/CC-MAIN-20190222054002-20190222080002-00012.warc.gz
ory
1.000006
Orya
3
{"ory_Orya_score": 1.0000056028366089}
ଜଗଦୀଶ ସୁନା କଟକ, ବୁର୍ଲା ଓ ବ୍ରହ୍ମପୁର ଏହି ତିନିଗୋଟି ମେଡ଼ିକାଲ କଲେଜକୁ ଛାଡ଼ିଦେଲେ ଅନ୍ୟ କୌଣସିି ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ଯକ୍ଷ୍ମା ରୋଗୀ ଏବଂ ଛାତୀ ରୋଗୀ ମାନଙ୍କ ପାଇଁ ୱାର୍ଡ଼ ନାହିଁ। ଯାହା ଫଳରେ କି ବିଭିନ୍ନ ଜିଲ୍ଲା ମାନଙ୍କରେ ଛାତି ରୋଗୀମାନେ ଚିକିତ୍ସାପାଇଁ ଜିଲ୍ଲାସ୍ଥିତ ହସ୍ପିଟାଲ ମାନଙ୍କୁ ଆସି ଜାଣତରେ ହେଉ ବା ଅଜାଣତରେ ହେଉ ଲୋକେ ଯକ୍ଷ୍ମା ଜୀବାଣୁ ନେଇକି ଯାଉଛନ୍ତି। ଛାତୀ ରୋଗ ବିଶେଷଜ୍ଞ ଭବାନୀପାଟଣା ଡ଼ାକ୍ତର ସୁଦାମ ଚରଣ ସାହୁଙ୍କ ମତ ନେଇ ଏଠାରେ କହିରଖିବାକୁ ଚାହୁଁଯେ, ସମସ୍ତ ମେଡ଼ିକାଲ କଲେଜରେ (ଟେର୍ସିଆରି ଲେନ୍ସ) ଛାତି ରୋଗୀଙ୍କ ପାଇଁ ଅଲଗା ୱାର୍ଡ଼ ଅଛି। କିନ୍ତୁ ଜିଲ୍ଲା ସ୍ତର, ଉପଖଣ୍ଡ ସ୍ତର ମାନଙ୍କରେ ଅଲଗା ୱାର୍ଡ଼ ନାହିଁ। ଯାହା ଫଳରେ ଯକ୍ଷ୍ମା ରୋଗୀ, ଶ୍ୱାସ ରୋଗୀ, ସି.ଓ.ପି.ଡ଼ି., ନିମୋନିଆ, ଫଙ୍ଗଲ ଇନ୍ଫେକ୍ସନ, ବ୍ରୋଙ୍କକାଇଡ୍ସ ସମସ୍ତେ ଗୋଟିଏ ୱାର୍ଡ଼ରେ ରହୁଛନ୍ତି। ଯାହା ଫଳରେ ଛାତିରୋଗୀ ଭଲ ହେବା ପାଇଁ ଆସି ଯକ୍ଷ୍ମାରେ ଆକ୍ରାନ୍ତ ହେଉଥିବାର ଅଭିଯୋଗ ହେଉଅଛି। ଏହି ଘଟଣାର ଜ୍ୱଳନ୍ତ ଉଦାହରଣ ଭବାନୀପାଟଣା ସଦର ହସପିଟାଲରେ ଦେଖିବାକୁ ମିଳେ। ଏହା ସଦ୍ୟ ଉଦାହାରଣ ଭବାନୀପାଟଣାଠାରୁ ଜଣାପଡ଼ିଥିବା ବେଳେ ସଂପୃକ୍ତ ଡ଼ାକ୍ତର ବିଶେଷଜ୍ଞ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଉପଲବ୍ଧ ନ ଥିବା କଥା ଦୃଷ୍ଟିକୁ ଆଣିଛନ୍ତି। ଭବାନୀପାଟଣା ସଦର ହସପିଟାଲର ସମସ୍ୟାକୁ ଉପସ୍ଥାପନା କରିବାକୁ ଗଲେ ମେଡ଼ିସିନ ୱାର୍ଡ଼ରେ ଛାତି ରୋଗୀଙ୍କୁ ରଖିବାପାଇଁ ଯାଗା ନାହିଁ। କାରଣ ଯେତିକି ବେଡ଼ ରହିବାକଥା ମେଡ଼ିକାଲରେ ଅଛି। ସେଥିରେ ମେଲେରିଆ, ସିକିଲସେଲ, ବିଷପାନ କରୁଥିବା ରୋଗୀ ଆଉ ସିକିଲ ହାର୍ଟ ରୋଗୀ, ଡ଼ାଏବେଟିଜ୍ ରୋଗୀ ରହୁଛନ୍ତି। ଛାତୀ ରୋଗୀ ରହିବାପାଇଁ ଏଠାରେ ବେଡ଼ର ଅଭାବ ଯେହେତୁ ଉପରୋକ୍ତ ରୋଗୀମାନେ ଭର୍ତ୍ତି ହୋଇ ରହୁଛନ୍ତି। ଛାତି ରୋଗୀ ରହିବାପାଇଁ ଯେଉଁ ୱାର୍ଡ଼ ତିଆରି ହେବାକଥା ତାହା ବଡ଼ ବଡ଼ ଭେଣ୍ଟିଲେସନର ସୁବିଧା ରହିବା କଥା। ଏପରିପ୍ରେକ୍ଷୀରେ ଛାତୀ ରୋଗୀଙ୍କୁ ଯକ୍ଷ୍ମା ୱାର୍ଡ଼ରେ ରଖିବା ଦ୍ୱାରା ଜାଣତରେ ହେଉ ବା ଅଜାଣତରେ ହେଉ ଯକ୍ଷ୍ମା ଜୀବାଣୁ ନେଇକି ଯାଉଛନ୍ତି। କେନ୍ଦ୍ର ସରକାର ତଥା ରାଜ୍ୟସରକାର ଏହି ଯକ୍ଷ୍ମା ରୋଗୀଙ୍କୁ ସମୁଳେ ଧ୍ୱଂସ କରିବାପାଇଁ ଗାଁ ଗଣ୍ଡାଠାରୁ ନେଇ ସଦର ମହକୁମା ସ୍ଥିତ ହସପିଟାଲ ମାନଙ୍କ ମଧ୍ୟରେ ବ୍ୟାପକ ମାତ୍ରାରେ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଜିଲ୍ଲା ସ୍ତରମାନଙ୍କରେ ଏପରି ତୃଟି ରହିଥିବାର ପରିଲକ୍ଷିତ ହେଉଛି। ଯାହା ଫଳରେ ରିସାଇକିଲିଙ୍ଗ ଭଳି ରୋଗୀ ବ୍ୟାପିବାରେ ଲାଗିଛି। ତେଣୁ ମେଡ଼ିକାଲ କଲେଜ ମାନଙ୍କରେ ଯେପରି ଛାତି ରୋଗୀ ଓ ଯକ୍ଷ୍ମା ରୋଗୀଙ୍କ ପାଇଁ ଅଲଗା ଅଲଗା ୱାର୍ଡ଼ ରହି ଚିକିତ୍ସା କରାଯାଉଅଛି ଏପରି ଜିଲ୍ଲା ସ୍ତରମାନଙ୍କରେ ହେଲେ ସଂକ୍ରମିତ ହେଉଥିବା ଛାତି ରୋଗୀମାନେ ଉପକୃତ ହୋଇପାରିବେ। ଏମ୍.ଡ଼ି.ଆର. ଭଳି ମାରାତ୍ମକ ଯକ୍ଷ୍ମା ରୋଗୀମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା ରାଜ୍ୟସରକାରଙ୍କ ଦ୍ୱାରା ଖୋଲା ଯାଇସାରିଲାଣି କିନ୍ତୁ ପର୍ଯ୍ୟାପ୍ତ ପରିମାଣରେ ଛାତି ଓ ଯକ୍ଷ୍ମା ରୋଗୀ ବିଶେଷଜ୍ଞ ନାହାନ୍ତି। ଓଡ଼ିଶାରେ କେବଳ ୧୩ ରୁ ୧୪ ଗୋଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ଜିଲ୍ଲାମାନଙ୍କରେ ଏହି ପଦବୀ ଖାଲି ରହୁଛି। ରୋଗୀଙ୍କ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା, ବାଲେଶ୍ୱର, ବରଗଡ଼, ଝାରସୁଗୁଡ଼ା ଓ ଅନ୍ୟାନ୍ୟ କେତେକ ଜିଲ୍ଲାରେ ଯକ୍ଷ୍ମା ରୋଗୀ ଚିକିତ୍ସାରେ ବିଶେଷଜ୍ଞ ନଥାଇ ମେଡ଼ିକାଲ ସ୍ପେଶାଲିଷ୍ଟ (ଭେଷଜ ବିଶେଷଜ୍ଞ) ଙ୍କୁ ନିଯୁକ୍ତି ଦିଆଯାଉଅଛି। ଯାହାକି ଏହା କୋଉ ନୀତିନିୟମରେ ଠିକ୍ ବୋଲି ସରକାର ପ୍ରତିପାଦିତ ଭାବୁଛନ୍ତି। ଦ୍ୱିତୀୟ କଥାଟି ହେଲା ପ୍ରତି ବର୍ଷ କଟକ, ବୁର୍ଲା ଓ ବ୍ରହ୍ମପୁର କଲେଜରୁ ୬ ରୁ ୮ ଟି ଜିଲ୍ଲା ଯକ୍ଷ୍ମା ଛାତି ରୋଗୀ ଡ଼ାକ୍ତର ବାହାରୁଛନ୍ତି। ସେମାନେ ସରକାରୀ ହସପିଟାଲରେ ନିୟୋଜିତ ନ ହୋଇ ଅନ୍ୟତ୍ର ଉଭାନ ହେଉଛନ୍ତି। ଆପୋଲୋ, ଆମରି, ସେଭେନହିଲ୍, କଳିଙ୍ଗ, ଏସ୍. ସ୍କିମ୍, କେ.ଆର ଭଳି ସେମାନେ ଘରୋଇ ବଡ଼ ବଡ଼ କମ୍ପାନୀ ମାନଙ୍କରେ କାମ କରୁଅଛନ୍ତି। ଯେଉଁ ରାଜ୍ୟରେ ପଢ଼ି ବାହାରୁଛନ୍ତି ସେମାନେ ପ୍ରାୟତଃ ପାଞ୍ଚବର୍ଷ ପର୍ଯ୍ୟନ୍ତ ସରକାରୀ ଡ଼ାକ୍ତରଖାନା ମାନଙ୍କରେ କାମ କରିବା ଉଚିତ୍। ସେମାନଙ୍କୁ ରାଜ୍ୟ ସରକାର କଟକଣା ଲଗାଇ ନ ପାରୁଥିବା ଯୋଗୁଁ ସେମାନେ ଅନ୍ୟତ୍ର ଚାଲିଯାଉଛନ୍ତି ଓ ଅଧିକରୁ ଅଧିକ ଟଙ୍କା ପାଇପାରୁଛନ୍ତି। ଏହା ମଧ୍ୟ ତାଙ୍କର ଅଧିକ ମାତ୍ରାରେ ଟଙ୍କା ପାଇବା ଲୋଭ। ସୂଚନାଯୋଗ୍ୟ ଯେ ଭବାନୀପାଟଣା ଯକ୍ଷ୍ମା ୱାର୍ଡ଼ରେ କିଛିଦିନ ତଳେ ୧୮ ଜଣ ଛାତି ରୋଗୀ ଯକ୍ଷ୍ମା ୱାର୍ଡ଼ରେ ରହି ଚିକିତ୍ସା ହୋଇଥିବାର ଉଦାହାରଣ ରହିଛି। ଏବେ ମଧ୍ୟ ବାଧ୍ୟ ହୋଇ ରଖିବାକୁ ପଡ଼େ ଯେହେତୁ ଛାତି ପାଇଁ ଅଲଗା ୱାର୍ଡ଼ ନାହିଁ। ବର୍ତ୍ତମାନ ଯକ୍ଷ୍ମା ୱାର୍ଡ଼ରେ ୧୩ ଜଣ ଯକ୍ଷ୍ମା ରୋଗୀ ରହି ଚିକିତ୍ସା ହେଉଥିବା ବେଳେ ଜଣେ ଏମ୍.ଡ଼ି.ଆର. ରୋଗୀକୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିବା ସଂପୃକ୍ତ ଡ଼ାକ୍ତର କହନ୍ତି। ନେସ୍ନାଲ ମିଡ଼ିଆ ଟି.ବି. ଫେଲୋସିପ୍
<urn:uuid:da736abf-1dfd-4bd8-8344-18f70139fbfd>
CC-MAIN-2019-09
http://odiapua.com/%E0%AC%93%E0%AD%9C%E0%AC%BF%E0%AC%B6%E0%AC%BE%E0%AC%B0%E0%AD%87-%E0%AC%AF%E0%AC%95%E0%AD%8D%E0%AC%B7%E0%AD%8D%E0%AC%AE%E0%AC%BE-%E0%AC%93-%E0%AC%9B%E0%AC%BE%E0%AC%A4%E0%AC%BF-%E0%AC%B0%E0%AD%8B/
2019-02-16T11:12:56Z
s3://commoncrawl/crawl-data/CC-MAIN-2019-09/segments/1550247480272.15/warc/CC-MAIN-20190216105514-20190216131514-00534.warc.gz
ory
0.999957
Orya
5
{"ory_Orya_score": 0.9999567270278931}
ଭୁବନେଶ୍ୱର (ବୁ୍ୟରୋ): ଆଦିବାସୀ ଶିଶୁମାନଙ୍କର ଗୁଣାତ୍ମକ ଯତ୍ନ ନେବା ସହ ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ଓ ଭୁବନେଶ୍ୱରରେ ଏକ ସ୍ମାର୍ଟ ଶିଶୁ କେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଓ ନଗରଉନ୍ନୟନ ବିଭାଗ ସହ ଅନ୍ତରାଷ୍ଟ୍ରୀୟ ସଂସ୍ଥା ବର୍ଣ୍ଣାର୍ଡ଼ ଭାନ୍ ଲିର୍ ଫାଉଣ୍ଡେସନ୍ (ବିଭିଏଲ୍ଏଫ୍) ସହ ରାଜ୍ୟ ସରକାର ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛନ୍ତି । ମୁଖ୍ୟତଃ ୧ରୁ ୮ବର୍ଷ ମଧ୍ୟରେ ଆର୍ଥିକ ଓ ସାମଜିକ ଅନଗ୍ରସରର ଶିକାର ହେଉଥିବା ଶିଶୁଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏହି ସଂସ୍ଥା କାର୍ଯ୍ୟକରିବ । ଏହି ସଂସ୍ଥା ରାଜ୍ୟ ସରକାରଙ୍କ ସହ ମିଶି ୧.୫ ନିୟୁତ ୟୁରୋ ଅର୍ଥ ବିନିଯୋଗ କରିବ । ଏମ୍ଓୟୁ ସ୍ୱାକ୍ଷର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ପ୍ରାଥମିକ ଅବସ୍ଥାରେ ଶିଶୁଙ୍କ ଯତ୍ନ ନେବା ଓ ଶିକ୍ଷା ପ୍ରଦାନ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ । ସରାକା ୧୦ଟି ମାତୃଭାଷାରେ ପିଲାଙ୍କୁ ଶିକ୍ଷା ପ୍ରଦାନ ଲାଗି 'ନୂଆ ଅରୁଣିମା' ପାଠ୍ୟକ୍ରମ ପ୍ରଚଳନ କରିଛନ୍ତି । ବିଭିଏଲ୍ଏଫ୍ ସହାୟତାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକର ଦକ୍ଷତା ବୃଦ୍ଧି ପାଇବ । ସେମାନେ କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ କରିବା ଲାଗି ସହାୟତା ପଦାନ କରିବା ସହ ଆବଶ୍ୟକ ପଡ଼ୁଥିବା ପାଠ୍ୟ ସରଞ୍ଜାମର ବିକାଶ କରିବେ ଓ ଶୈଶବ ଅବସ୍ଥାରେ ଶିଶୁଙ୍କ ଯତ୍ନ ନେବା ସହ ସେମାନଙ୍କୁ ଶିକ୍ଷା ପ୍ରଦାନ କରିବେ । ସହରାଞ୍ଚଳ ପାଇଁ କରାଯାଉଥିବା ଯୋଜନା ସମୟରେ ଶିଶୁମାନଙ୍କ ଲାଗି ସମ୍ବେବଦନଶୀଳ ହେବା ଉଚିତ୍ । ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ପାଇଁ ଧାର୍ଯ୍ୟ କରଯାଇଥିବା ଲକ୍ଷ୍ୟରେ ମଧ୍ୟ ଶିଶୁ ଓ ତାଙ୍କ ପରିବାରବର୍ଗଙ୍କୁ ସାମିଲ କରାଯିବା ଉିଚତ୍ । ବିଭିଏଲ୍ଏଫ୍ ସହାୟତାରେ ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନର ସହଯୋଗରେ ଭୁବନେଶ୍ୱରରେ ଶିଶୁ ଉପଯୋଗୀ ଏକ ସ୍ମାର୍ଟ ସିଟି କେନ୍ଦ୍ର ପ୍ରତିଷ୍ଠା କରାଯିବ । ଯାହା ସେମାନଙ୍କ ଜ୍ଞାନର ବିକାଶରେ ସହାୟକ ହେବ ଓ ସେମାନଙ୍କ ଭବିଷ୍ୟତ ଲାଗି ସହାୟକ ହେବ । ଏହାଛଡ଼ା ଟାଉନ୍ ପ୍ଲାନର୍, ଇଞ୍ଜିନିୟର ଓ ମୁ୍ୟନିସ୍ପାଲ୍ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ମହିଳା ଓ ଶିଶୁ ବିକଶା ବିଭାଗ ସଚିବ ବିଶାଲ ଦେବ କହିଛନ୍ତି, ଶୈଶବ ଅବସ୍ଥାରେ ଯତ୍ନ ଓ ସେମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରାଯିବା ଫଳରେ ସେମାନଙ୍କ ମସ୍ତିଷ୍କର ବିକାଶ ହେବ ଭବିଷ୍ୟତରେ ସେମାନଙ୍କର ବିକାଶ ହୋଇ ପାରିବ । ଏହି ଏମ୍ଓୟୁ ସ୍ୱାକ୍ଷର ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ, ନଗରଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ସଚିବ, ନଗର ଉନ୍ନୟନ ସଚିବ ଜି.ମାଥିଭାତନ୍, ବିଡ଼ିଏ ଉପାଧ୍ୟକ୍ଷ କିଶନ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଆଦିବାସୀ ଶିଶୁଙ୍କ ଯତ୍ନ ଓ ଶିକ୍ଷା ପାଇଁ ମିଳିବ ୧.୨୭ କୋଟି Mar 03, 2016, 18:55 pm40
<urn:uuid:9b4fb8f6-aed2-4c40-9ef7-5b01da1edca0>
CC-MAIN-2019-09
http://sarbasadharana.com/%E0%AC%86%E0%AC%A6%E0%AC%BF%E0%AC%AC%E0%AC%BE%E0%AC%B8%E0%AD%80-%E0%AC%B6%E0%AC%BF%E0%AC%B6%E0%AD%81%E0%AC%99%E0%AD%8D%E0%AC%95-%E0%AC%AF%E0%AC%A4%E0%AD%8D%E0%AC%A8-%E0%AC%93-%E0%AC%B6%E0%AC%BF/
2019-02-16T12:08:30Z
s3://commoncrawl/crawl-data/CC-MAIN-2019-09/segments/1550247480272.15/warc/CC-MAIN-20190216105514-20190216131514-00534.warc.gz
ory
1.000005
Orya
3
{"ory_Orya_score": 1.000004529953003}
ରାଜା ବିକ୍ରମାଦିତ୍ୟ ତାଳ ବେତାଳଙ୍କୁ କହିଲେ ମୌନାବତୀ ଦ୍ୱାରରେ ଏବେ ରହିବ । ମୁଁ ଯାହା ପ୍ରଶ୍ନ କରିବି ତାହାର ବିପରୀତ ଉତ୍ତର ଦେବ । ରାଜାଙ୍କ ଅନୁମତୀ ପାଇ ବେତାଳ ଯାଇ ଦ୍ୱାର ଦେଶରେ ରହିଲେ । ବିକ୍ରମାଦିତ୍ୟ କହିଲେ ମୌନାବତୀ ରାତ୍ରି ଶେଷ ହେଲା । ମୋ କଥା ଏବେ ଶୁଣ । ମୌନାବତୀ କିଛି ନ କହନ୍ତେ ଦ୍ୱାରଦେଶକୁ କହିଲେ ତୁ ମୋ କଥା ଶୁଣି ଠିକ୍ ଉତ୍ତର ଦେବୁ । ରାଜା ବିକ୍ରମାଦିତ୍ୟ କହିଲେ ମୁଁ ଦିନେ ପାରିଧି କରିବା ଉଦ୍ଧେସ୍ୟରେ ଅରଣ୍ୟକୁ ଗଲି । ଏକ ସ୍ଥାନରେ ଦେଖିଲି କଳାବତୀ ଉଚ୍ଚ ନୀଚ କଥା କହି ଝଗଡା କରୁଛନ୍ତି । ବକୀ କହୁଛି ଏ ବନରେ ମୁଁ ରହୁଛି । ରାଜା ଉଭୟ ପକ୍ଷୀଙ୍କୁ ଡାକି ଝଗଡାର କାରଣ ପଚାରିଲେ । ବକୀ କହିଲା ମୁଁ ରାଜାଘରେ ଜନ୍ମିଥିଲି । ମୋତେ କାମ୍ୟରୂପେ ତିନିଗୋଟି ରାକ୍ଷସୀ ଭୁଲାଇ ଘେନିଗଲେ । ତାଙ୍କ ଗୃହରେ ମୋତେ ନେଇ ରଖିଲେ । ଚାରିଜଣ ଭ୍ରମଣ କରୁ କରୁ ସେ ଅରଣ୍ୟରେ ପହଁଚିଲେ । ରାକ୍ଷସୀ ତିନିଜଣ ତାହାଙ୍କୁ ଦେଖି ସୁନ୍ଦରୀ ହୋଇଗଲେ । ଏ ଚାରି ବନ୍ଧୁଙ୍କୁ ଘେନି ରାକ୍ଷସୀ ନିଜ ଘରେ ଯତ୍ନରେ ରଖିଲେ । ବନ୍ଧୁ ଚାରିଜଣ ବିଭାହେବା କଥା ଚିନ୍ତାକଲା ବେଳେ ରାକ୍ଷସୀ ଚିନ୍ତା କଲା ତାଙ୍କୁ ଖାଇବାକୁ । ଦିନେ ମୁଁ ଚାରିବନ୍ଧୁଙ୍କ ନିକଟେ ପହଁଚି କହିଲି ଏମାନେ ରାକ୍ଷସ । ତୁମକୁ ମୋତେ ଖାଇଦେବେ । ଶିଘ୍ର ଏଠାରୁ ମୋତେ ନେଇ ପଳାଇ ଚାଲ । ଆମ୍ଭେମାନେ ଚାଲିଯିବା ବେଳେ ରାକ୍ଷସୀମାନେ ମୋ ନାମ ଧରି ଡାକିଲେ । ନ ଶୁଣିବାରୁ କହିଲେ ତୁ ଯେଉଁ ଚାରି ଜଣଙ୍କୁ ନେଇ ଯାଉଛୁ ତୁ କ'ଣ ଏକାକି ତାଙ୍କୁ ଖାଇପାରିବୁ । ରାକ୍ଷସୀ କଥା ଶୁଣି ଚାରିବନ୍ଧୁ ମିଳି ତା'ର ହସ୍ତ ପଦ ବନ୍ଧନ କରି ବନରେ ଫିଙ୍ଗିଦେଲେ । ରାକ୍ଷସୀ ମୋ ପାଖରେ ପ୍ରବେଶି ମୋତେ ଖାଇଦେଲେ । ଏବେ ମୁଁ କ'ଣ ରୂପ ନେଇଛି । ମୁଁ ପୁରୁଷ ମୁଖ ଚାହେଁନା । ଏପରି କହି ବକୀ କାକ୍ ହେଲା । ଧନୀ ସୌଦାଗର ଘରେ ଜନ୍ମିଲି । ଲୀଳାବତୀ ନାମରେ କନ୍ୟାକୁ ବିବାହ କଲି । ତାକୁ ସ୍ନେହରେ ଘରେ ରଖିଥାଏ । ଆନନ୍ଦରେ ଥିଲୁ । ତାକୁ ଭୀଷଣ ବେମାର ହେଲା । ଯେତେ ଧନ ମୋର ଥିଲା ସମସ୍ତ ଧନ ତାକୁ ଆରୋଗ୍ୟ କରିବାରେ ସାରି ଦେଲି । ଭାରିଯାକୁ ମାତା ପାଖରେ ଛାଡି ଧନ ରୋଜଗାର ପାଇଁ ବିଦେଶ ଗଲି । ମାତାଙ୍କୁ କହିଲି ଯେବେ ମୋ ସ୍ତ୍ରୀ ମରିଯିବ ତା ମାଂସକୁ ଘୃତରେ ଭାଜି ରଖିବୁ । ବାଣିଜ୍ୟରୁ ମୁଁ ଫେରିଲେ ମୋତେ ଦେଖାଇବୁ । ମୁଁ ଯିବାର ପାଂଚ ଦିନ ପରେ ଲୀଳାବତୀର ମୃତ୍ୟୁ ହେଲା । ମୁଁ ବିଦେଶରୁ ଫେରି ଦେଖିଲି ମୋ ସ୍ତ୍ରୀ ମାଂସ ଭାଜି କରି ମୋ ମାଆ ଗୋଟିଏ ବାକ୍ସରେ ରଖିଛି । ମୁଁ ସେ ବାକ୍ସକୁ ମୁଣ୍ଡାଇ ଚାଲିଛି । ମୋର କୁକୁରଟିଏ ଥିଲା । ସେ ମଧ୍ୟ ମାଂସ ବାସ୍ନାପାଇ ପଛେ ପଛେ ଚାଲିଲା । ଗୋଟିଏ ବୃକ୍ଷ ମୂଳରେ ବସିଲି । ହର ଗୌରୀ ମୋ ଭାଗ୍ୟକୁ ମୋ ପାଖରେ ପହଁଚିଲେ । ମୋତେ ଦେଖି ଗୌରି କହିଲେ ଏ କିମ୍ପା ଏଠାରେ ବସିଛି । ନିଜ ପତ୍ନୀ ମରିଯିବାରୁ ତା'ର ଭଜା ମାଂସ ଧରି ଏ ବୁଲୁଛି । ଗଉରୀ ଶୁଣି କହିଲେ ପେଡି ଖୋଲ । ମୁଁ ପେଡି ଖୋଲିଲି । ହର ଅମୃତ ସିଂଚନ୍ତେ ମୋର ପତ୍ନୀ ଉଠି ବସିଲା । ଏ ନାରୀର ମୃତ୍ୟୁଭେଦ ତୁ କୁଳୁକୁଂଚା ପକାଇଲେ ଏ ମୃତ୍ୟୁ ବରଣ କରିବ । ମୋର ପତ୍ନୀକୁ ଧରି ଯାଉ ଯାଉ ନଦୀ କୂଳରେ ପ୍ରିୟାକୁ ବସାଇ ଭିକ୍ଷାମାଗି ଗଲି । ମୋର କୁକୁର ଥିଲା । ଏ କାଳେ ନାବ ଗୋଟିଏ ଦିଶିଲା । ସେ ନାବର ମାଲିକ ମୋ ପତ୍ନୀଙ୍କୁ ଦେଖି ତା' ପାଶକୁ ଆସି ମୋ ସ୍ତ୍ରୀକୁ ସାଧୁସୁତ ନାବରେ ବସାଇ ଘେନିଗଲା । ଭିକ୍ଷାସାରି ଦେଖିଲି ଲୀଳାବତୀ ନାହିଁ । ଦୁଃଖରେ କ୍ରନ୍ଦନ କରନ୍ତେ ଶ୍ୱାନ ଭୁକି ଇଙ୍ଗିତ କଲା । ତା'ର ସଙ୍ଗରେ ମୁଁ ଗଲି । ନଦୀକୂଳେ ଯାଉଁ ଯାଉଁ କୁକୁର ଏକ ଗ୍ରାମ ମୁଣ୍ଡରେ ଅଟକି ଗଲା । ଭିକାରି ବେଶ ଧରି ମୁଁ ଗ୍ରାମରେ ଖୋଜିଲି । ଗୋଟିଏ ଗୃହରେ ଯାଇ ଲୀଳାବତୀକୁ ଦେଖିଲେ । ସେ ସାଧୁସୁତ ସଙ୍ଗରେ ରତିରେ ମାତିଥିଲା । ମୁଁ ସାଧୁ ସୁତ ପାଖକୁ ଜାଇ ତାକୁ ମାରିଦେଲି । ଲୀଳାବତୀ ଆସି ମୋ ପାଦ ଧରିଲା । କହିଲା ସ୍ୱାମୀ ଏବେ ଆସ ଆମ୍ଭେ ପଳାଇ ଯିବା । ତେଣେ ଲୀଳାବତୀ ସେ ପୁରୁଷର କଟାମୁଣ୍ଡ ଧରି ଆସୁଛି । ପେଡି ମଧ୍ୟରେ ଯେଉଁ ରକ୍ତ ପଡୁଛି କୁକୁର ପଛରେ ଧାଇଁ ଚାଟି ଦେଉଛି । ଲୀଳାବତୀଠାରୁ ସେ ପେଡିଟି ମୁଁ ବହନ କରି ଚାଲିଲି । କୁକୁର ମଝିରେ ଥାଏ । ଯେଉଁଠି ରକ୍ତ ପଡେ ତାହାକୁ ଚାଟି ଦିଏ । ଲୀଳାବତୀ ଏକଥା ଦେଖି ଜ୍ୱର ବୋଲି ଛଳନା କରି ବସି ରହିଲା । ତହୁଁ ପେଡିକି ରଖି ମୁଁ ଜ୍ୱର କିପରି ଛାଡିବି ତାକୁ ପଚାରିଲି ।
<urn:uuid:5b964baf-96de-4899-8c07-fbeddfb870aa>
CC-MAIN-2019-09
http://odiagapa.com/%E0%AC%B2%E0%AD%80%E0%AC%B3%E0%AC%BE%E0%AC%AC%E0%AC%A4%E0%AD%80-%E0%AC%95%E0%AC%A5%E0%AC%BE-2/
2019-02-17T14:51:05Z
s3://commoncrawl/crawl-data/CC-MAIN-2019-09/segments/1550247481994.42/warc/CC-MAIN-20190217132048-20190217154048-00214.warc.gz
ory
1
Orya
6
{"ory_Orya_score": 1.0000001192092896}
ଶାହିଦଙ୍କୁ କରନଙ୍କ ପ୍ରଶ୍ନ, କେଉଁ ଏକ୍ସ ଗର୍ଲଫ୍ରେଣ୍ଡକୁ ଭୁଲିଯିବାକୁ ଚାହାଁନ୍ତି,କରୀନା ନା ପ୍ରିୟଙ୍କା? ବଲିଉଡରେ ଶାହିଦ କପୁର ଜଣେ ଏଭଳି ଆକ୍ଟର ଯିଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ଫିଲ୍ମ ଦୁନିଆରୁ ସବୁବେଳେ ଦୂରେଇ ରଖନ୍ତି । ମୀରା ରାଜପୂତଙ୍କୁ ବିବାହ କରି ଦୁଇ ଛୁଆଙ୍କ ସହିତ ଖୁବ ଖୁସିରେ ଅଛନ୍ତି ଶାହିଦ । ଶାହିଦଙ୍କ ସଂପର୍କ କରୀନାଙ୍କ ସହିତ ତିନି ବର୍ଷ ପୂର୍ବରୁ ଭାଙ୍ଗି ଯାଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରିୟଙ୍କାଙ୍କ ସହିତ ଅଳ୍ପ କିଛି ଦିନ ପାଇଁ ତାଙ୍କ ଅଫେୟର ଚାଲିଥିଲା । କିନ୍ତୁ ୨୦୧୫ରେ ଏହି ଚକଲେଟ ବଏ ମୀରାଙ୍କୁ ବିବାହ କରି ନେଇଥିଲେ । ନିକଟରେ କରନଙ୍କ ଶୋ କଫି ୱିଦ କରନକୁ ପହଂଚିଥିଲେ ଶାହିଦ । ଯେଉଁଠାରେ କରନ ତାଙ୍କୁ ପ୍ରଶ୍ନ କରିଥିଲେଯେ ଯଦି ତୁମକୁ କାହାକୁ ଭୁଲିଯିବା ପାଇଁ ଶକ୍ତି ଦିଆଯାଏ ତୁମେ ତୁମ ଏକ୍ସ ଗର୍ଲଫ୍ରେଣ୍ଡ କରୀନା ଏବଂ ପ୍ରିୟଙ୍କାଙ୍କ ମଧ୍ୟରୁ କାହାକୁ ଭୁଲିଯିବାକୁ ଚାହିଁବ । ଏହି ପ୍ରଶ୍ନର ଉତ୍ତରରେ ଶାହିଦ କହିଲେଯେ କରୀନାଙ୍କ ସହିତ ଲମ୍ବା ସମୟ ଧରି ମୋର ସଂପର୍କ ଥିଲା ଏବଂ ପ୍ରିୟଙ୍କାଙ୍କ ସହିତ ସ୍ୱଳ୍ପ ସମୟ । ଆଜି ମୁଁ ଯାହା ମଧ୍ୟ ହୋଇଛି ସବୁ ନିଜ ଅଭିଜ୍ଞତାରୁ । ତେଣୁ ମୁଁ କୌଣସି ସ୍ମୃତିକୁ ଡିଲିଟ କରିବାକୁ ଚାହୁଁନି । ଏହାପରେ କରନ ପ୍ରଶ୍ନ କଲେ ଦୁଇଜଣଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଟ୍ୟାଲେଂଟେଡ । ଏହି ପ୍ରଶ୍ନକୁ ଖୁବ ଜଗି ରଖି ଶାହିଦ କହିଲେ କରୀନା ଅଧିକ ଟ୍ୟାଲେଂଟେଡ ଆକ୍ଟର ଏବଂ ପ୍ରିୟଙ୍କା ଖୁବ ପରିଶ୍ରମୀ ଏବଂ କମିଡେଟ ଆକ୍ଟର ।
<urn:uuid:9c670abd-3911-4dca-b096-00ce3e050b32>
CC-MAIN-2019-09
http://lifestyle.kanaknews.com/shahid-kapoor-was-asked-which-ex-he-would-forget-kareena-or-priyanka-his-answer-is-epic/
2019-02-21T19:57:28Z
s3://commoncrawl/crawl-data/CC-MAIN-2019-09/segments/1550247508363.74/warc/CC-MAIN-20190221193026-20190221215026-00214.warc.gz
ory
1.00001
Orya
10
{"ory_Orya_score": 1.000009536743164}
ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୮ସ୍ଥିତ ଏନ୍ଏଚ୍ଏମ୍ ଅଫିସରେ ଶନିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଦେଖାଯାଇଛି। କୋଠାର ଦ୍ୱିତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତି ସଂପର୍କରେ ଜଣାପଡ଼ି ନାହିଁ। ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ରାଜଧାନୀର ଘରୋଇ ହସ୍ପିଟାଲ 'ଆପୋଲୋ'ରେ ଅଗ୍ନିକାଣ୍ଡ ଦେଖାଯାଇଥିଲା। ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିବା ପରେ ରୋଗୀ, ରୋଗୀଙ୍କ ସଂପର୍କୀୟ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଭୟଭୀତ ହୋଇ ଯାଇଥିଲେ।
<urn:uuid:ed1cb2c5-881f-4fbf-afb9-1c5337dddcf4>
CC-MAIN-2019-09
http://sambad.in/metro/fire-in-unit-8-nhm-office-297358/
2019-02-22T20:40:11Z
s3://commoncrawl/crawl-data/CC-MAIN-2019-09/segments/1550247526282.78/warc/CC-MAIN-20190222200334-20190222222334-00534.warc.gz
ory
0.999964
Orya
4
{"ory_Orya_score": 0.9999639987945557}
ଦିନିକିଆ ସିରିଜ୍: ଦ୍ୱିତୀୟ ମ୍ୟାଚ୍ ହାରିଗଲା ଭାରତୀୟ ମହିଳା ଦଳ ବେଙ୍ଗଲୁରୁ: ବେଙ୍ଗଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିମୟରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ମହିଳା ଦଳ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି। ଫଳରେ ପ୍ରଥମ ଦିନକିଆରେ ଜିତି ଥିବା ଭାରତୀୟ ମହିଳା ଦଳ ବିଜୟଧାରା ବଜାଇ ରଖିବାରେ ବିଫଳ ହୋଇଛି। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଆଜି ଭାରତ ପ୍ରଥମେ ବ୍ୟାଟିଂ କରି ୧୬୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ୍ ୪୪.୪ ଓଭରରେ ବିଜୟ ହାସଲ କରି ନେଇଥିଲା। ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ନ୍ୟୁଜିଲାଣ୍ଡ। ତେବେ ପଞ୍ଚମ ୱିକେଟ୍ ଯୋଡି ସୋଫି ଡିଭାଇନଙ୍କ ୩୩ ଓ କେଟ୍ଟି ପରକିନଙ୍କ ୩୦ ରନ୍ ବଳରେ ଦଳର ସ୍ଥିତି ମଜଭୁତ ହୋଇଥିଲା। ପରେ ଅଷ୍ଟମ ୱିକେଟ୍ ଯୋଡ଼ି ଏଲ. କ୍ୟାପ୍ସ୍ରକଙ୍କ ଅପରାଜିତ ୧୭ ଏବଂ ଆନ୍ନା ପିଟରସନଙ୍କ ଅପରାଜିତ ୨୩ ରନ ଦଳକୁ ବିଜୟ ଆଡକୁ ଅଗ୍ରସର କରିପାରିଥିଲା। ଆସନ୍ତା ୩ ତାରିଖରେ ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯିବ।
<urn:uuid:56e16d27-d055-4ac4-8097-7759269c094b>
CC-MAIN-2019-09
https://odishareporter.in/sports/dinikia-series-ditiya-match-harigala-bharatiya-mahila-dala-12683
2019-02-22T20:39:35Z
s3://commoncrawl/crawl-data/CC-MAIN-2019-09/segments/1550247526282.78/warc/CC-MAIN-20190222200334-20190222222334-00534.warc.gz
ory
0.999919
Orya
6
{"ory_Orya_score": 0.9999194145202637}
ମାଲକାନଗିରି: ଲାଲବାହିନୀକୁ ଏକ ବଡ଼ ଝଟକା ଲାଗିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଅଞ୍ଚଳରୁ ୧୬ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାଯାଇଛି । ମିନିପା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଛତିଶଗଡ଼ ପୁଲିସ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା । ପୁଲିସକୁ ଦେଖି ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ତେବେ ପୁଲିସ ୧୬ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ପୁଲିସ ବହୁ ସାମଗ୍ରୀ ମଧ୍ୟ ଜବତ କରିଛି ।
<urn:uuid:2a0de9d0-252f-4f87-977f-6f0e7bdedd20>
CC-MAIN-2019-09
http://odiaspotnews.in/news-details/22030
2019-02-17T02:00:56Z
s3://commoncrawl/crawl-data/CC-MAIN-2019-09/segments/1550247481428.19/warc/CC-MAIN-20190217010854-20190217032854-00053.warc.gz
ory
1.000004
Orya
3
{"ory_Orya_score": 1.000003695487976}
କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ଗତକାଲି ବଡ଼ଦାଣ୍ଡ ସମୁଦ୍ରର ଭ୍ରମ ସୃଷ୍ଟି କରୁଥିଲା। ଗତକାଲି କିନ୍ତୁ ଜନ ସମୁଦ୍ରରେ ପରିଣତ ହୋଇଗଲା ସକାଳୁ ସକାଳୁ । ରବିବାର ରେକର୍ଡ ବର୍ଷା ହୋଇଥିଲା ପୁରୀରେ। ରବିବାର କିନ୍ତୁ ଆକାଶରୁ କଳା ବାଦଲ ହଟିଯାଇଥିଲା। ଆଉ ପାଗରେ ଏଭଳି ପରିବର୍ତ୍ତନ ଆସିଥିଲା, ଯେମିତି ଗତକାଲି ଏତେ ବଡ଼ ଧରଣର ବିତ୍ପାତ ଘଟିଛି, ଏକଥା କେହି ବିଶ୍ୱାସ କରିପାରୁନଥିଲେ। ନବଦିନାତ୍ମକ ଯାତ୍ରା ଶେଷ କରି ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡିବା ପୂର୍ବରୁ ପୁରୀରେ ପାଣିପାଗ ଓ ଚିତ୍ରରେ ଏଭଳି ପରିବର୍ତ୍ତନ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଭାବବିହ୍ଵଳ କରିଦେଇଛି। କେବଳ ସେତିକି ନୁହେଁ, ଭକ୍ତଙ୍କୁ ରବିବାର ଚକିତ କରିବା ଭଳି ମହାପ୍ରଭୁଙ୍କ ନୀତିକାନ୍ତି ବି ସମ୍ପନ୍ନ ହୋଇଛି। କାହିଁକି କେଜାଣି, ଶ୍ରୀମନ୍ଦିରକୁ ବାହୁଡିଯିବା ଲାଗି ମହାପ୍ରଭୁ ଏତେ ବ୍ୟଗ୍ର ହୋଇପଡିଥିଲେ ଯେ ପ୍ରଶାସନ ବାହୁଡା ଯାତ୍ରା ପାଇଁ ଯେଉଁ ସମୟ ଧାର୍ଯ କରିଥିଲେ, ତାହା ବହୁ ପଛରେ ପଡିଯାଇଥିଲା। ଶ୍ରୀବିଗ୍ରହମାନଙ୍କ ଦିବ୍ୟ ପହଣ୍ଡି (୧୨ଟାରେ ଆରମ୍ଭ ହେବା କଥା) ଦେଖିବାକୁ ଯାଇଥିବା ଭକ୍ତ ବଡ଼ଦାଣ୍ଡରେ ପହଞ୍ଚିବା ବେଳକୁ ଠାକୁରେ ରଥ ଉପରେ ତାର ଘଣ୍ଟାଏ ପୂର୍ବରୁ ବିଦ୍ୟମାନ ଥିଲେ ଓ ରଥଟଣା ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଆଉ ଯେଉଁ ସମୟରେ (ଅପରାହ୍ନ ୪ଟା) ରଥଟଣା ଆରମ୍ଭ ହେବ ବୋଲି ସମୟ ନିର୍ଘଣ୍ଟ ହୋଇଥିଲା, ସେହି ସମୟ ପୂର୍ବରୁ ସିଂହଦ୍ୱାରରେ ପହଞ୍ଚିଯାଇଥିଲେ ବଡ଼ଠାକୁର (୩ଟା ୩୫) ଓ ଦେବୀ ସୁଭଦ୍ରା (୩ଟା୫୦) । ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ସିଂହଦ୍ୱାର ଲାଗିଥିଲା ସନ୍ଧ୍ୟା ପୂର୍ବରୁ (ଅପରାହ୍ନ ୫ଟା ୩୫)। ପୁରୁଖା ଦଇତାପତିମାନେ କହିଛନ୍ତି, ପୂର୍ବରୁ ବହୁବାର ସିଂହଦ୍ୱାରରେ ରଥଲାଗିଛି। କିନ୍ତୁ ଗତ ସାତ ଆଠ ଦଶନ୍ଧି ଭିତରେ ଏତେ ସଅଳ ନୀତି ହେବା ନଜିର ନାହିଁ। ଏଥରର ବାହୁଡା ଯାତ୍ରା ଇତିହାସ ରଚିଛି ଓ ସଅଳ ନୀତି ଶ୍ରୀମନ୍ଦିର ନୀତିକାନ୍ତିରେ ରେକର୍ଡ କରିଛି। ଏଥିସହିତ ବିନା ବର୍ଷା, ବିନା ବାଧାରେ ରବିବାର ମହାପ୍ରଭୁଙ୍କ ବାହୁଡା ଯାତ୍ରା ଉତ୍ସାହ ଉଦ୍ଦୀପନା ଏବଂ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ ହୋଇଛି। ମହାପ୍ରଭୁଙ୍କ ସେବାୟତଙ୍କୁ ଆଜି ସମସ୍ତେ ସାବାସି ଦେଇଛନ୍ତି। ଖରାପ ପାଗ ଆଶଙ୍କାରେ ଗତକାଲି କିନ୍ତୁ ଭକ୍ତଙ୍କ ଯୋଗଦାନ କମିଥିଲା। ପାଖାପାଖି ତିନି ଲକ୍ଷରୁ ଅଧିକ ଭକ୍ତ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ସାମିଲ ହୋଇଥିଲେ। ଆଜି ଏକାଦଶୀ ତିଥିରେ ମହାପ୍ରଭୁ ରଥରେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଜି ସୁନାବେଶ ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ୧୦ ଲକ୍ଷରୁ ଅଧିକ ଭକ୍ତ ସମାଗମ ହେବାର ସମ୍ଭାବନା ରହିଛି। ଶନିବାର ଦିନ ରାତି ୯ଟା ବେଳକୁ ଆରମ୍ଭ ହୋଇଯାଇଥିଲା ମହାପ୍ରଭୁଙ୍କ ବାହୁଡା ପ୍ରସ୍ତୁତି। ଦଇତାପତି ସେବକ ସମ୍ମିଳିତ ଭାବେ ମହାପ୍ରଭୁଙ୍କ ସେନାପଟା ଲାଗି କାମ ଆରମ୍ଭ କରିଦେଇଥିଲେ। ଗତକାଲି ସକାଳ ୫ଟା ସୁଦ୍ଧା ଏ ପ୍ରକ୍ରିୟା ଶେଷ ହୋଇଯାଇଥିଲା। ଲୀଳାମୟ ପ୍ରଭୁ ଏମିତି ଭାବେ ସେବକଙ୍କୁ ବାନ୍ଧିଥିଲେ ଯେ ତୁରନ୍ତ ଆରମ୍ଭ ହୋଇଯାଇଥିଲା ବାହୁଡା ଯାତ୍ରା କାର୍ୟ୍ୟ। ମଧ୍ୟାହ୍ନ ୧୨ରୁ ୨ଟା୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ଶେଷ ହେବ ବୋଲି ନୀତି ଧାର୍ୟ୍ୟ ହୋଇଥିଲା। ହେଲେ ତିନି ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୯ଟା୫ରେ ମହାପ୍ରଭୁଙ୍କ ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ ରଥାରୂଢ଼ ହୋଇଥିଲେ । ତା ପରେ ବଡ ଠାକୁରର ଗୁଣ୍ଡିଚା ବାଡି ଛାଡିଥିଲେ। ପଛରେ ମା ସୁଭଦ୍ରା ଶୂନ୍ୟ ପହଣ୍ଡିରେ ଆସିଥିଲେ। ସେତେବେଳକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ଭକ୍ତ ଅଥୟ ହେଉଥିଲେ । ପ୍ରତୀକ୍ଷାର ଅନ୍ତ ଘଟାଇ ହୁଳହୁଳି, ଜୟ ଜଗନ୍ନାଥ ନିର୍ଘୋଷ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେରେ ଆସିଥିଲେ ନାକଚଣା ଦ୍ଵାରକୁ । ପୂର୍ବାହ୍ନ ୧୧ଟା୧୫ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ଗର୍ଭଗୃହ ଛାଡି ଚତୁର୍ଧା ମୂର୍ତ୍ତି ରଥାରୂଢ ହୋଇଥିଲେ। ପୂର୍ବାହ୍ନ ୧୧ଟା ୩୦ରେ ମଦନମୋହନ,ରାମକୃଷ୍ଣ ରଥକୁ ବିଜେ କରିଥିଲେ। ଚତୁର୍ଧାମୂର୍ତ୍ତିଙ୍କୁ ରୁନ୍ଧାଯିବା ପରେ ପୁଷ୍ପଲାଗି, ବେଶ, ଚିତା ଲାଗି ନୀତି ବଢ଼ିଥିଲା । ମଧ୍ୟାହ୍ନ ୧୨ଟା୨୦ରେ ଛେରା ପହଁରା ନୀତି ସଂପନ୍ନ ହୋଇ ଅପରାହ୍ନ ଗୋଟାଏ ୧୫ ସୁଦ୍ଧା ଶେଷ ହୋଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବ ୧୨ଟା ୧୫ ବେଳକୁ ଶରଧାବାଲିରେ ପହଞ୍ଚିଥିଲେ। ଅପରାହ୍ନ ୪ଟାରେ ରଥଟଣା ହେବାକୁ ନୀତି ନିର୍ଘଣ୍ଟ ହୋଇଥିଲେ ହେଁ, ଗତକାଲି ଅପରାହ୍ନ ଗୋଟାଏ ୨୨ରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା। ପରେ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅପରାହ୍ନ ୨ଟା ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ୨ଟା୧୦ରେ ଟଣା ହୋଇଥିଲା। ଗୋଟିଏ ନିଶ୍ୱାସରେ ଯେମିତି ଆଗେଇଥିଲେ ତିନି ରଥ। ଏମିତି ଯେ ତାଳଧ୍ୱଜ ରଥ ଅପରାହ୍ନ ୩ଟା ୩୫ରେ ସିଂହଦ୍ଵାର ଚକଡାରେ ଲାଗିଥିଲା। ଏହାର ୧୫ ମିନିଟ୍ ପରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ୩ଟା୫୦ରେ ସିଂହଦ୍ଵାରରେ ପହଞ୍ଚିଥିଲା। ନନ୍ଦିଘୋଷ ଶ୍ରୀନଅର ଠାରେ ପହଞ୍ଚିବା ପରେ ଗଜପତି ମହାରାଜା ଲକ୍ଷ୍ମୀ ନାରାୟଣ ନୀତି ବଢ଼ାଇଥିଲେ । ଏହା ପରେ ଶ୍ରୀନଅର ଠାରୁ ନନ୍ଦିଘୋଷ ରଥକୁ ସିଂହଦ୍ଵାର ଟଣା ଯାଇଥିଲା। ଶେଷରେ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୫ଟା ୩୫ରେ ସିଂହଦ୍ଵାରଠାରେ ପହଞ୍ଚିଥିଲା। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ସେବାୟତଙ୍କ ମିଳିତ ସହଯୋଗରେ ମହାପ୍ରଭୁଙ୍କ ବାହୁଡା ଯାତ୍ର ସୁରୁଖୁରରେ ସଂପନ୍ନ ହୋଇଛି। କୌଣସି ଅଘଟଣ ସଂପର୍କରେ ମଧ୍ୟ କିଛି ଖବର ମିଳିନାହିଁ। ଏଥିସହିତ ଚଳିତବର୍ଷର ମହାପ୍ରଭୁଙ୍କ ଯାତ୍ରା ଶୃଙ୍ଖଳାର ସହିତ ସମାପନ ଘଟିଛି। ଆଜି ରଥରେ ତିନି ଠାକୁର ସୁନା ବେଶରେ ଦର୍ଶନ ଦେବେ।
<urn:uuid:b1d10a83-c1b8-4a0b-acf6-abafc2d77d86>
CC-MAIN-2019-09
http://kanaknews.com/rathajatra-bahuda-yatra-over-in-puri/
2019-02-19T05:09:20Z
s3://commoncrawl/crawl-data/CC-MAIN-2019-09/segments/1550247489343.24/warc/CC-MAIN-20190219041222-20190219063222-00053.warc.gz
ory
0.999974
Orya
5
{"ory_Orya_score": 0.9999740123748779}
- 2018-12-03 16:28:07 - 249 କାନଭାସ୍ ଓଡିଶା(ବ୍ୟୁରୋ) : ଆଣ୍ଟି ନକ୍ସଲ ପିପୁଲସ ପିସ ଫୋର୍ସ ଜିଲ୍ଲା କମିଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ବନ୍ଧପଲ୍ଲୀରେ ଲାଗିଛି ଏହି ପୋଷ୍ଟର । ଯେଉଁଥିରେ ଲେଖାଯାଇଛି ମାଓବାଦୀ ମାନେ ପିଏଲଜିଏ ସପ୍ତାହ ବଦଳରେ ବିୟର ବିରିଆନୀ ସପ୍ତାହ ପାଳନ କରିବା ସହ ଜନସାଧାରଣ ଏହି ସପ୍ତାହକୁ ପ୍ରତ୍ୟାଖ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି । 1 ଦେଶଦ୍ରୋହୀ ମାଓବାଦୀ ନେତା PLGA ସେନାନୀ ଙ୍କ ସ୍ମୁତି PLGA ସପ୍ତାହ ପାଳନ ପାଇଁ ଏ ଆହ୍ୱାନ ନୁହେଁ ଏହା ଆଦିବାସୀଙ୍କ ଠାରୁ ଦାଦାବଟି , ଚାଉଳ , ଛେଳି କୁକୁଡ଼ା , ତେଲ , ଲୁଣ ଓ ଗଂଜେଇ ବେପାର କରିବା ସପ୍ତାହ ଅଟେ । 2 ବଡ଼ ବଡ଼ ନକ୍ସଲ ନେତା ରାୟଗଡା, ମୁନିଗୁଡା , ବିସମକଟକ , କେସିଂପୁର ରୁ ଗରିବଙ୍କ ଠାରୁ ଲୁଟିଥିବା ଟଙ୍କାରେ ବିରିଆଣି ଓ ବିଅର ମଗେଇ ପିଅନ୍ତି । ଏମାନେ ଆଦିବାସୀଙ୍କ ପାଇଁ କୌଣସି କ୍ରାନ୍ତି ନୁହେଁ ବରଂ ପେଟ ଶାନ୍ତି ପାଇଁ ଆଦିବାସୀଙ୍କ ତଣ୍ଟି ଚିପୁଛନ୍ତି । 3 PLGA ସପ୍ତାହରେ କ୍ୟାମ୍ପରେ କlଯ୍ୟରତ ଗରିବ ନୀରିହା ମହିଳାଙ୍କୁ ମୁକ୍ତି କେଉଁ BGN ଡିଭିଜନାଲ କମିଟି ଓ ଉମାକାନ୍ତ । 4 କ୍ୟାମ୍ପରେ ବଡ଼ ବଡ଼ ନକ୍ସଲ ନେତା ସ୍ଥାନୀୟ ମହିଳାଙ୍କୁ ଜୋରଜବରଦସ୍ତ ଶାରୀରିକ ଶୋଷଣ କରୁଛନ୍ତି ଏବଂ ବିରୋଧ କଲେ ସେମାନଂକୁ ନିସ୍ତୁକ ମାଡ଼ ମାରୁଛନ୍ତି। 5 PLGA ସପ୍ତାହରେ ଗ୍ରାମକୁ ପ୍ରବେଶ କରୁଥିବା ମାଓବାଦୀ ନେତା ଓ PLGA କର୍ମୀଙ୍କୁ ଗୋଡେଇ ଗୋଡେଇ ବାଡ଼ାନ୍ତୁ । ଓ ଜୋରଜବରଦସ୍ତ ଖାଦ୍ୟ ମାଗିଲେ ଖାଦ୍ୟରେ ବିଷ ମିଶେଇ ମାଓବାଦୀଙ୍କୁ ଖାଇବାକୁ ଦିଅନ୍ତୁ । ନା ଥିବ ବାଉଁଶ ନା ବାଜିବ ବଇଁଶୀ । BGN ଡିଭିଜନାଲ କମିଟି ମୁରଦାବାଦ PLGA ସପ୍ତାହ ଆଉ ଚଳିବ ନାହିଁ ANPPF କଳାହାଣ୍ଡି ଜିଲ୍ଲା କମିଟି । ଲେଖା ଯାଇଛି ।
<urn:uuid:f1435d65-91e2-4c46-8ded-4326e7e6f070>
CC-MAIN-2019-09
http://canvasodisha.com/webpage/detailnews/368/3
2019-02-21T07:47:31Z
s3://commoncrawl/crawl-data/CC-MAIN-2019-09/segments/1550247503249.58/warc/CC-MAIN-20190221071502-20190221093502-00053.warc.gz
ory
0.999982
Orya
2
{"ory_Orya_score": 0.9999822378158569}
ଓଡ଼ିଶାରେ ବନ୍ଦ ହେବ ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବନ୍ଦ ହେବ ଆଉ ଏକ କେନ୍ଦ୍ରୀୟ ଅନୁଷ୍ଠାନ। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସକୁ ବନ୍ଦ କରିଦେବା ଲାଗି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଦେଶର ଏକମାତ୍ର ପୋଷ୍ଟାଲ ପ୍ରେସ୍ ଭାବେ ଏଠାରୁ ଡାକ ବିଭାଗ ଲାଗି ଆବଶ୍ୟକ ଫର୍ମ, ଲଫାପା, ପାସ୍ ବୁକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଛପା ଯାଉଥିଲା। ତେବେ କେନ୍ଦ୍ର ସରକାର ହଠାତ୍ କାହିଁକି ଏହାକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନି। ୧୯୮୬ ମସିହାରେ ଭୁବନେଶ୍ୱର ମ଼ଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ପ୍ରତିଷ୍ଠା ହୋଇଥିଲା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍। ଏହାକୁ ବନ୍ଦ କରିବା ପାଇଁ ଡାକ ବିଭାଗ ପକ୍ଷରୁ ଓଡ଼ିଶା ସର୍କଲ ମୁଖ୍ୟ ମହାଡାକପାଳଙ୍କୁ ଜଣାଇ ଦିଆଯାଇଛି। ପ୍ରେସ୍ ବନ୍ଦ ହେବାକୁ ଯାଉଥିବାରୁ ଆଉ ଛପା ସାମଗ୍ରୀ ନକିଣିବା ଲାଗି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିପରି ଗଚ୍ଛିତ ଥିବା ଛପା ସାମଗ୍ରୀକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପର୍ଯ୍ୟନ୍ତ ପ୍ରେସ ବନ୍ଦ ନେଇ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଅତି ଶୀଘ୍ର ଯେ ପ୍ରେସ୍ରେ ତାଲା ଝୁଲିବାକୁ ଯାଉଥିବା ସ୍ପଷ୍ଟ ହେଉଛି। ଅନ୍ୟପକ୍ଷରେ ଏଠାରେ କାର୍ଯ୍ୟରତ ୧୪୬ ଜଣ କର୍ମଚାରୀ କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ମଞ୍ଚେଶ୍ୱର ପ୍ରିଣ୍ଟିଂ ପ୍ରେସ୍ର ନାଁ ସମଗ୍ର ଦେଶରେ ରହିଛି। ସାରା ଦେଶରେ ଆବଶ୍ୟକ ହେଉଥିବା ୧୪,୦୦ ଫର୍ମ ମଧ୍ୟରୁ ଏଠାରେ ପ୍ରାୟ ୪୦୦ ପ୍ରକାର ଫର୍ମ ଛପା ଯାଉଥିଲା। ତେବେ ଉପଯୁକ୍ତ ମେସିନ ଓ କର୍ମଚାରୀଙ୍କ ଅଭାବରୁ ଏଠାରୁ ଆବଶ୍ୟକତା ଅନୁଯାୟୀ ପୋଷ୍ଟାଲ ସାମଗ୍ରୀ ଛପା ଯାଇପାରୁ ନାହିଁ। ସେହିପରି ଏଠାରେ ଏବେ ଆବଶ୍ୟକ ହେଉଥିବା ଅତ୍ୟାଧୁନିକ ମେସିନ ଓ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ନାହିଁ। ଫଳରେ ସରକାରଙ୍କୁ କ୍ଷତି ସହିବାକୁ ପଡୁଛି। ସେହି ଦୃଷ୍ଟିରୁ ପ୍ରେସକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ତେବେ ପ୍ରେସ ବନ୍ଦ ହେଲେ ସେମାନଙ୍କୁ କେଉଁଆଡେ ସ୍ଥାନାନ୍ତର କରାଯିବ ଓ ସେମାନଙ୍କ ଭବିଷ୍ୟତ କ'ଣ ହେବ ତାକୁ ନେଇ କର୍ମଚାରୀ ଆଶଙ୍କାରେ ରହିଛନ୍ତି।
<urn:uuid:a53f7b20-ba8c-48bd-ba53-609ecaa9829d>
CC-MAIN-2019-09
https://odishareporter.in/odisha/postal-printing-press-may-be-closed-in-odisha-236654
2019-02-17T16:18:12Z
s3://commoncrawl/crawl-data/CC-MAIN-2019-09/segments/1550247482186.20/warc/CC-MAIN-20190217152248-20190217174248-00574.warc.gz
ory
1.000002
Orya
7
{"ory_Orya_score": 1.0000022649765015}
ଟାଇଂସି,୧୨ା୫(ଆପ୍ର): ଅନୁଗୁଳ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ ପରିବେଶ ଓ ପକ୍ଷୀଙ୍କ ସ୍ୱଚ୍ଛନ୍ଦ ବିଚରଣ ପାଇଁ ଗୁରଙ୍ଗବାସୀ ଓ ଛାତ୍ରଛାତ୍ରୀ ଆଜି ବିଶ୍ୱ ଭ୍ରମଣକାରୀ ପକ୍ଷୀ ଦିବସରେ ଅଣ୍ଟା ଭିଡ଼ିଛନ୍ତି । ଗତ ବିଶ୍ୱ ଧରିତ୍ରୀ ଦିବସରେ କୁଲାସିଂହା ମେଗା ନର୍ସରୀଠାରେ ଅନୁଗୁଳ ବନଖଣ୍ଡ ଅଧିକାରୀ ପ୍ଲାଷ୍ଟିକ୍ ମୁକ୍ତ ଓ ବନ ସୁରକ୍ଷା ସମିତି ପାଇଁ ଆହ୍ୱାନ ଦେଇଥିବାବେଳେ ଆମ ଜଙ୍ଗଲ ଯୋଜନା ଟିମ୍ ଲିଡର ବିଜୟ କୁମାର ଜେନା ଓ ବିକାଶ ଅଧିକାରୀ ସୁବ୍ରତ କୁମାର ପ୍ରଧାନ ଏଥିରେ ଅନୁପ୍ରାଣିତ କରିଥିଲେ । ଜଙ୍ଗଲ ସୁରକ୍ଷା ପାଇଁ ଏକନିଷ୍ଠା ଗ୍ରାମବାସୀ ଓ ଛାତ୍ରଛାତ୍ରୀ ସଚେତନ ହୋଇ ବନ ସୁରକ୍ଷା ସମିତି ସଭାନେତ୍ରୀ ସାଧବାଣୀ ନାଏକଙ୍କ ଅଧ୍ୟକ୍ଷତାରେ ଏବଂ ବନ ସହାୟକ ଅରୁଣ ନାଏକଙ୍କ ନେତୃତ୍ୱରେ ଆଜି ଭୋରରୁ ଗ୍ରାମର ରାସ୍ତା, ଘରବାରି, ଶିବମନ୍ଦିର ସମେତ ଗୁରଙ୍ଗ ଜଳଭଣ୍ଡାର ଆଦି ସ୍ଥାନରେ ଏଣେତେଣେ ପଡ଼ିରହିଥିବା ପଲିଥିନ ଓ ପ୍ଲାଷ୍ଟିକ ସବୁ ସଂଗ୍ରହ କରିଥିଲେ । ଏହାପରେ ଗୁରଙ୍ଗ କୋଠଘରଠାରେ ବିଶ୍ୱ ଭ୍ରମଣକାରୀ ପକ୍ଷୀ ଦିବସ ପାଇଁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗ୍ରାମ ସଭାପତି ନିରଞ୍ଜନ ନାଏକ, ତୀର୍ଥବାସୀ ନାଏକ ଓ ସୁବ୍ରତ କୁମାର ପ୍ରଧାନ ଅତିଥିଭାବେ ଯୋଗଦେଇ ପକ୍ଷୀଙ୍କ ପ୍ରକାରଭେଦ, ସେମାନଙ୍କ ପ୍ରତିଥିବା ବିପଦ ତାର ପ୍ରତିକାର ବିଷୟରେ ଆଲୋଚନା କରିଥିଲେ । ଆମ ସଂସ୍କୃତି ଏବଂ ପ୍ରକୃତି ପାଇଁ ପକ୍ଷୀଙ୍କର ଅବଦାନ ଅତୁଳନୀୟ ବୋଲି ଉଦାହରଣ ପ୍ରତିପାଦନ କରିଥିଲେ । ନୁ୍ୟଜ୍ର ସଦସ୍ୟ ପ୍ରିୟବ୍ରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପକ୍ଷୀ ସୁରକ୍ଷା ଓ ପ୍ଲାଷ୍ଟିକ୍ ମୁକ୍ତ ପାଇଁ ଗୁରଙ୍ଗବାସୀଙ୍କ ଶପଥ May 12, 2018, 23:44 pm70
<urn:uuid:906f323c-e62c-4422-8063-e9c5d4d1f0cb>
CC-MAIN-2019-09
http://sarbasadharana.com/%E0%AC%AA%E0%AC%95%E0%AD%8D%E0%AC%B7%E0%AD%80-%E0%AC%B8%E0%AD%81%E0%AC%B0%E0%AC%95%E0%AD%8D%E0%AC%B7%E0%AC%BE-%E0%AC%93-%E0%AC%AA%E0%AD%8D%E0%AC%B2%E0%AC%BE%E0%AC%B7%E0%AD%8D%E0%AC%9F%E0%AC%BF/
2019-02-19T19:27:08Z
s3://commoncrawl/crawl-data/CC-MAIN-2019-09/segments/1550247491141.23/warc/CC-MAIN-20190219183054-20190219205054-00574.warc.gz
ory
1.000006
Orya
3
{"ory_Orya_score": 1.0000061988830566}
ଭୁବନେଶ୍ୱର, (ବୁ୍ୟରୋ): ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରର କାର୍ଯ୍ୟକାଳ ପାଖାପାଖି ୧୫ରୁ ୧୬ ମାସ ରହିଛି । ୪ ମାସ ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ ହେବ । ଆଚରଣବିଧି ଲାଗୁ ହେଲା ପରେ କୌଣସି କାର୍ଯ୍ୟ ହେବା ସମ୍ଭବ ନୁହେଁ । ବସ୍ତୁତଃ ଦେଖିବାକୁ ଗଲେ ଏନ୍ଡିଏ ସରକାରଙ୍କ ନିକଟରେ କାର୍ଯ୍ୟ କରିବାର ସମୟ ମାତ୍ର ବର୍ଷେ ରହିଛି । ବିଗତ ୪ ବର୍ଷ ମଧ୍ୟରେ ଏନ୍ଡିଏ ସରକାର ଦେଇଥିବା କୌଣସି ପ୍ରତିଶ୍ରୁତି ପ୍ରାୟତଃ ପୂରଣ ହୋଇନଥିବା କହିଲେ ଚଳେ । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ କେନ୍ଦ୍ର ସରକାରର ମନ୍ତ୍ରୀଗଣ ୨୦୧୯ ନିର୍ବାଚନ ବର୍ଷକୁ ଗଣୁନାହାନ୍ତି । ସେମାନେ ଏବେ ୨୦୨୨ କଥା କହୁଛନ୍ତି । ୨୦୨୨ ବେଳକୁ କ'ଣ କରିପାରିବେ ସେ ବିଷୟ ଉଲ୍ଲେଖ କରି ପୁଣି ଏକ ସ୍ୱପ୍ନ ଦେଖାଉଛନ୍ତି । ଫେବ୍ରୁଆରୀ ପହିଲାରେ ଆଗତ ସାଧାରଣ ବଜେଟ୍ ୨୦୨୨ର ସ୍ୱପ୍ନ ବାଣ୍ଟିଛି । ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରାଯିବ ବୋଲି କୁହାଯାଇଛି । ତେବେ ଏହା କିଭଳି ହେବ ତାହାର କୌଣସି ନିର୍ଦ୍ଧିଷ୍ଟ ରୂପରେଖ ନାହିଁ । ଦ୍ୱିତୀୟରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)କୁ ଉତ୍ପାଦିତ ମୂଲ୍ୟ ତୁଳନାରେ ଦେଢଗୁଣ ଅଧିକ କରିବେ ବୋଲି ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ କହି ବେଶ୍ ବାହା ବାହା ସାଉଣ୍ଟିବାକୁ ଉଦ୍ୟମ କରିଛନ୍ତି । ହେଲେ ଏହାର ଆଧାର କ'ଣ, ଏହା କେବେଠୁ ଲାଗୁ ହେବ ତାହାର କୌଣସି ସୂଚନା ନାହିଁ । ଶିକ୍ଷା ଭିତ୍ତିଭୂମି ବିକାଶର ଲକ୍ଷ୍ୟ ୨୦୨୨ କରାଯାଇଛି । ୨୦୨୨ ସୁଦ୍ଧା ବି ସମସ୍ତ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳଗୁଡିକରେ ଏକଲବ୍ୟ କିମ୍ବା ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବାର ପ୍ରତିଶ୍ରୁତି ଦିଆଯାଇଛି । ସବୁ ଗରିବ ଲୋକଙ୍କୁ ଘର ୨୦୨୨ ସୁଦ୍ଧା ମଧ୍ୟ ଶେଷ ହେବ । ୨ କୋଟି ଶୌଚାଳୟ ନିର୍ମାଣ ଲକ୍ଷ୍ୟ ଚଳିତ ବର୍ଷ କରାଯାଇଛି । ତେବେ ବର୍ଷକ ମଧ୍ୟରେ କିଭଳି ଏହା ନିର୍ମାଣ ହେବ ତାହା ପ୍ରଶ୍ନବାଚୀ । ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ନାହିଁ । ତାଲିମ ନେଉଥିବା ଯୁବକମାନେ କିଭଳି ନିଯୁକ୍ତି ପାଇବେ ତାହାର କୌଣସି ସୂଚନା ନାହିଁ ।୨୦୧୪ ନିର୍ବାଚନ ସମୟରେ ବିଜେପି ସଂକଳ୍ପ ପତ୍ର ଜାରି କରିଥିଲା । ଅନ୍ୟ ଦଳଗୁଡିକ ଯାହାକୁ ଇସ୍ତାହାର କହନ୍ତି, ବିଜେପି ଭାଷାରେ ତାହା ସଂକଳ୍ପ । ସେଥିରେ ଉଲ୍ଲେଖ ଥିଲା ଯେ ଏମ୍ଏସ୍ପିକୁ ଦେଢଗୁଣା କରିବେ । ଚାଷୀର ଜୀବନ ଧାରଣ ମାନରେ ପରିବର୍ତ୍ତନ ଓ ସବୁ ଜମିକୁ ପାଣି ଦେବେ । ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ଓ ବିଦେଶରୁ କଳାଟଙ୍କା ଆଣି ଗରିବଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଦେବେ । ଏହିଭଳି ଅନେକ ସ୍ୱପ୍ନ ଥିଲା ସଂକଳ୍ପରେ । ୨୦୧୮ ସୁଦ୍ଧା ଏଥିରୁ ଗୋଟିଏ ବି ପୂରଣ ହୋଇପାରିଲାନାହିଁ । ନିର୍ବାଚନର ବର୍ଷକ ପୂର୍ବରୁ ପୁଣି ସମାନ ସ୍ୱପ୍ନ ବିକାଯାଇଛି । ରାଜନୈତିକ ସମୀକ୍ଷକଙ୍କ ମତରେ ଦେଶର ଗରିବ ଓ ଅବହେଳିତ ଲୋକମାନେ ସ୍ୱପ୍ନରେ ବଞ୍ଚôବାକୁ ପସନ୍ଦ କରିଥାନ୍ତି । ଆଗକୁ କିଛି ମିଳିବ ଆଶା କରି ଆଖିବୁଜା ସମର୍ଥନ ଦିଅନ୍ତି । ଏହି ମାନସିକତାକୁ ବିଜେପିର ଶୀର୍ଷ ନେତୃତ୍ୱ ବୋଧେ ବୁଝି ସେମାନଙ୍କୁ ଶୋଷଣ କରିବାକୁ ମନ ସ୍ଥିର କରିଛନ୍ତି । ଅନ୍ୟପକ୍ଷରେ ମଧ୍ୟବିତ୍ତ ବର୍ଗ ୟୁପିଏ ଶାସନ ସମୟରେ ମୁଦ୍ରାସ୍ଫୀତି, ମୂଲ୍ୟ ବୃଦ୍ଧିକୁ ନେଇ ଅଣନିଶ୍ୱାସୀ ହୋଇପଡିଥିଲେ । ସେହି ସମୟରେ ତୈଳ ଓ ଏଲ୍ପିଜି ଦର ଥରେ ବଢିଲେ ବିଜେପିର ଶୀର୍ଷ ନେତୃତ୍ୱମାନେ ପ୍ରଧାନମନ୍ତ୍ରୀଭାବେ ମନମୋହନ ସିଂହଙ୍କର କ୍ଷମତାରେ ରହିବାର ଅଧିକାର ନାହିଁ ବୋଲି ବୟାନବାଜି କରିବା ସହ ଗ୍ୟାସ୍ ଟାଙ୍କି ଧରି ରାଜରାସ୍ତାକୁ ଓହ୍ଲାଉଥିଲେ । ଜିଏସ୍ଟି, ଏମ୍ଜିନରେଗା, ଆଧାରକୁ ତୀବ୍ର ବିରୋଧ କରୁଥିଲେ । ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ହେଉଥିବା ବାରମ୍ବାର ଅସ୍ତ୍ରବିରତୀ ଉଲ୍ଲଂଘନକୁ ମଧ୍ୟ ପ୍ରସଙ୍ଗ କରୁଥିଲେ । କ୍ଷମତାକୁ ଆସିଲା ପରେ ୟୁପିଏର ଯୋଜନାକୁ ଗଳାମାଳି କଲେ । ଜିଏସ୍ଟିକୁ ରାତି ଅଧରେ ଲାଗୁ କରି ଆର୍ଥôକ କ୍ଷେତ୍ରରେ ସବୁଠୁ ବଡ ସଂସ୍କାର ବୋଲି ମତ ଦେଲେ । ଏମ୍ଜିନରେଗାରେ ଅନୁଦାନ ବଢାଇ ତାଙ୍କ ସରକାରର ଅନ୍ୟନ୍ୟ ସଫଳତା ବୋଲି ପ୍ରଚାର କଲେ । ଆଧାରକୁ ସବୁ କ୍ଷେତ୍ରରେ ସଂଯୋଗ କରାଇଲେ । ୨୦୧୪ରେ ୨୦୧୮ ମଧ୍ୟରେ ଏନ୍ଡିଏ ସରକାର ନିଜସ୍ୱ ଯୋଜନା ପ୍ରଣୟନ ନକରି ୟୁପିଏର ଯୋଜନାକୁ ନୂଆ ରୂପରେଖ ଦେଇ ନିଜର ବୋଲି ଦାବି କରିଚାଲିଛନ୍ତି । ଦେଶ ସ୍ୱାଧୀନ ହେଲା ପରେ ଯେତେ ସରକାର ଗଠନ ହୋଇଛି, ସବୁ ସରକାର ଅନେକ ଯୋଜନା ଘୋଷଣା କରିଛନ୍ତି । ସେ ଯୋଜନାର ସ୍ଥିତି କ'ଣ ତାହା କେହି କହିପାରିବେନାହିଁ । ସରକାର ବଦଳିଲେ ଯୋଜନା ବଦଳେ କିମ୍ବା ପୁରୁଣା ଯୋଜନାକୁ ନୂଆ ନାମରେ ଚାଲୁକରାଯାଏ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର କେବଳ ନୂଆ ବୋତଲରେ ପୁରୁଣା ମଦ ରଖି ବାହା ବାହା ନେଉଛି । ୨୦୨୨ ଟାର୍ଗେଟ୍ କାହିଁକି? Feb 04, 2018, 00:24 am77 Previous Postନୋ-ହୋର୍ଡିଂ ଜୋନ୍ରେ ପୋଷ୍ଟର୍ ମହଙ୍ଗା ପଡ଼ିଲା Next Postକୋଠା ଉପରେ କୋଠା ବଢ଼ୁଛି, ବାରଣ୍ଡାରେ ରୋଗୀ ଗଡ଼ୁଛି
<urn:uuid:98d88c53-da50-45fd-864e-37a1bbec4cfc>
CC-MAIN-2019-09
http://sarbasadharana.com/%E0%AD%A8%E0%AD%A6%E0%AD%A8%E0%AD%A8-%E0%AC%9F%E0%AC%BE%E0%AC%B0%E0%AD%8D%E0%AC%97%E0%AD%87%E0%AC%9F%E0%AD%8D-%E0%AC%95%E0%AC%BE%E0%AC%B9%E0%AC%BF%E0%AC%81%E0%AC%95%E0%AC%BF/
2019-02-19T19:07:23Z
s3://commoncrawl/crawl-data/CC-MAIN-2019-09/segments/1550247491141.23/warc/CC-MAIN-20190219183054-20190219205054-00574.warc.gz
ory
1.000003
Orya
5
{"ory_Orya_score": 1.0000026226043701}
ସମୟ ସମ୍ପୂର୍ଣ୍ଣ ଥକ୍କା । ଏଥର ଶାନ୍ତ ହୁଅ ସୁଜନେ । ଜୀର୍ଣ୍ଣ ଆଦେଶନାମା ନେଇ ଛାୟା ପୁରୁଷ ଓହ୍ଲାଏ ଆକାଶରୁ ମାଟି ହାତେ ତା'ର ତୀକ୍ଷ୍ଣ ତରବାରୀ ଭୟେ ଦପ୍ ଦପ୍ ହୁଏ ତାରକା ମଣ୍ଡଳୀ । ସମସ୍ତଙ୍କୁ ସ୍ୱପ୍ନ ମନା, ରତି ମନା, ପ୍ରତ୍ୟାଶା ବି ! ଇଏ ବଡ଼ ବିଷମ ସମୟ ଇଏ ବଡ଼ ବିଷାଦ ଲଗ୍ନ ତମେ ଜାଣ କି ନ ଜାଣ ତମେ ମାନ କି ନ ମାନ, କାଲି ରାତିରେ ଜନ୍ମ ନେଇଛି ସେହି ଦେବଶିଶୁ- ସକଳ ଆଦେଶକୁ ଉପେକ୍ଷା କରି ।
<urn:uuid:1144adb3-a1df-4626-a3a5-35697d10bb2f>
CC-MAIN-2019-09
http://www.ameodia.com/odia-poem/odia-poem-samaya-niranjan-jena/
2019-02-20T21:49:46Z
s3://commoncrawl/crawl-data/CC-MAIN-2019-09/segments/1550247496694.82/warc/CC-MAIN-20190220210649-20190220232649-00254.warc.gz
ory
0.999987
Orya
6
{"ory_Orya_score": 0.9999865293502808}
ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଅାଜି ସଂଧ୍ୟାରେ ସରିବ ପ୍ରଚାର ନୂଆଦିଲ୍ଲୀ : ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଅାଜି ସଂଧ୍ୟାରେ ଶେଷ ହେବ ପ୍ରଚାର। ଏହି ଦୁଇଟି ରାଜ୍ୟରେ ଅାସନ୍ତା ଶୁକ୍ରବାର ଭୋଟ ହେବ। ଶେଷ ଦିନରେ ଭୋଟରଙ୍କୁ ନିଜ ଅାଡ଼କୁ ଅାକୃଷ୍ଟ କରିବାକୁ ପ୍ରମୁଖ ଦଳଗୁଡ଼ିକ ପ୍ରାଣପଣେ ଚେଷ୍ଟା କରିବେ। ଗତକାଲି ରାଜସ୍ଥାନର ହନୁମାନଗଡ଼, ସିକର ଓ ଜୟପୁରରେ ପ୍ରଚାର କରିଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଚାର ବେଳେ କଂଗ୍ରେସକୁ ସେ ତୀବ୍ର ଭର୍ତ୍ସନା କରିଛନ୍ତି। ପାକିସ୍ତାନ କର୍ତାରପୁର କରିଡର୍ ପ୍ରସଙ୍ଗରେ ସେ କହିଛନ୍ତି, କଂଗ୍ରେସ ଯେଉଁ ସବୁ ଭୁଲ କରିଛି, ସେସବୁ ସୁଧାରିବା ପାଇଁ ହିଁ ତାଙ୍କ ଭାଗ୍ୟରେ ଲେଖା ହୋଇଛି। ସେପଟେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଅଲୱାରରେ ପ୍ରଚାର କରି କୃଷି ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କ୍ଷମତାକୁ ଅାସିଲେ ୧୦ ଦିନ ମଧ୍ୟରେ କୃଷି ଋଣ ଛାଡ଼ କରିବାକୁ ଗ୍ୟାରେଣ୍ଟି ଦେଇଛନ୍ତି ରାହୁଲ। ସଚିନ ପାଇଲଟ୍, ନଭଜୋତ ସିଂହ ସିଦ୍ଧୁ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ। ସେହିପରି ତେଲେଙ୍ଗାନାରେ କଂଗ୍ରେସ, ଟିଅାରଏସ୍, ବିଜେପି ଓ ଏଅାଇଏମ୍ଅାଇଏମ୍ ପ୍ରଚାର ଜୋରଦାର କରିଛନ୍ତି। ତେଲେଙ୍ଗାନାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଷ୍ଟାର୍ କ୍ୟାମ୍ପେନର୍ ଥଲେ। ଏହି ଦୁଇଟି ରାଜ୍ୟର ଫଳାଫଳ ଉଭୟ ବିଜେପି ଓ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ରାଜସ୍ଥାନରେ ବିଜେପି ହାତରୁ କ୍ଷମତା ଛଡ଼ାଇ ନେବାକୁ କଂଗ୍ରେସ ଲକ୍ଷ୍ୟ କରିଥିବା ବେଳେ ତେଲେଙ୍ଗାନାରେ ଟିଆର୍ଏସ୍କୁ କଡ଼ା ଟକ୍କର ଦେବ କଂଗ୍ରେସ-ଟିଡିପି ଓ ଦଳକୁ ନେଇ ଗଠିତ ମହାକୁଟୁମ୍ବୀ।
<urn:uuid:affebb8d-17f2-4d1f-a0eb-40dd3a94f627>
CC-MAIN-2019-09
https://khabar.odishatv.in/nation-and-world/telangana-rajasthan-assembly-elections-campaigning-fends-today-evening/44816/
2019-02-20T21:11:14Z
s3://commoncrawl/crawl-data/CC-MAIN-2019-09/segments/1550247496694.82/warc/CC-MAIN-20190220210649-20190220232649-00254.warc.gz
ory
0.999985
Orya
4
{"ory_Orya_score": 0.9999852180480957}
ନୂଆଗାଁ,୧୩।୯(ଡି.ଏନ୍.ଏ.) ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ସମୟ ହେବ ଲ୍ୟାବ୍ ଟେକ୍ନିସିଆନ ନାହାନ୍ତି। ଫଳରେ ଲୋକେ ରକ୍ତ ଓ କଫ ପରୀକ୍ଷା କରି ନ ପାରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଥାପି ଜିଲା ସ୍ବାସ୍ଥ୍ୟ ଅଧିକାରୀ କିମ୍ବା ଜିଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ସୁନ୍ଦରଗଡ଼ ଜିଲା ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଅବ୍ୟବସ୍ଥା ଲାଗି ରହିଛି। ନୂଆଗାଁ ବ୍ଲକ ଅନ୍ତର୍ଗତ ୨୦ ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ଏହି ଏକମାତ୍ର ମେଡିକାଲରେ ରକ୍ତ ଓ କଫ ପରୀକ୍ଷା ସୁବିଧା ରହିଛି। ଏପରିସ୍ଥଳେ ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଉକ୍ତ ବିଭାଗ ବନ୍ଦ ରହିଛି। ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ଜିଲାପାଳଙ୍କ ଜନଶୁଣାଣି ଶିବିରଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଛି। ହେଲେ ପଦକ୍ଷେପ ଶୂନ। ଡାକ୍ତରଖାନା ରକ୍ତ ଓ କଫ ପରୀକ୍ଷାଗାରରେ କାର୍ଯ୍ୟରତ ଏକମାତ୍ର ଟେକ୍ନିସିଆନ ଗୋବିନ୍ଦ ଚନ୍ଦ୍ର ଗାହାଣଙ୍କୁ ରିଲିଭ୍ କରି ଦିଆଯାଇ ଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଗାହାଣଙ୍କ ରିଲିଭ୍ ବେଆଇନ ବୋଲି ଅଭିଯୋଗ ହୋଇଛି। ତାଙ୍କ ବଦଳି ୨୦୧୭ ଜୁନ ୧୨ରେ ହୋଇଥିଲା। ହେଲେ ନୂଆଗାଁ ଏକ ଯକ୍ଷ୍ମା ଓ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ତଥା ଗ୍ରାମବାସୀଙ୍କ ଅନୁରୋଧ ରକ୍ଷାକରି ତତ୍କାଳୀନ ଜିଲାପାଳ ଗାହାଣଙ୍କୁ ରିଲିଭ୍ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବର୍ଷକ ପରେ ଗତ ଜୁନ ୩୦ରେ ହଠାତ୍ ହାତୀବାରି ମେଡିକାଲ ଅଫିସରଙ୍କ ଚିଠି ନଂ. ୩୦୫/୩୦ା୬ା୨୦୧୮ ଅନୁଯାୟୀ ତାଙ୍କୁ ରିଲିଭ୍ କରି ଦିଆଗଲା। ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ ହୋଇଛି। ସିଡିଏମ୍ଓ ଡା. ଦିଲୀପ କୁମାର ଷଡ଼ଙ୍ଗୀଙ୍କ କହିବାନୁଯାୟୀ କୌଣସି ସରକାରୀ ବଦଳି ନିର୍ଦ୍ଦେଶନାମାର ବୈଧତା ୬ମାସ। ଏପରିସ୍ଥଳେ ବଦଳିର ବର୍ଷକ ପରେ ଗାହାଣଙ୍କୁ କିପରି ହାତୀବାରି ମେଡିକାଲ ଅଫିସର ରିଲିଭ୍ କଲେ ତାହାର ବିଧିବଦ୍ଧ ତଦନ୍ତ କରାଯିବାକୁ ନୂଆଗାଁ ବ୍ଲକ ବିଜେଡି ସଭାପତି ଦିଗମ୍ବର ଦାସ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ମେଡିକାଲରେ ତୁରନ୍ତ ଟେକ୍ନିସିଆନ ନିଯୁକ୍ତି ସାଙ୍ଗକୁ ଆବଶ୍ୟକ ଡାକ୍ତର ଯୋଗାଇ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି। ଏ ବିଷୟରେ ବିଡିଏମ୍ଓ କହିଲେ, ଟେକ୍ନିସିଆନ ନିଯୁକ୍ତି ଦିଆଯିବା ଉପରେ ବିଚାର କରାଯାଉଛି। ବେଆଇନ ରିଲିଭ୍ ଅଭିଯୋଗର ତଦନ୍ତ କରାଯିବ ବୋଲି ଡା. ଷଡ଼ଙ୍ଗୀ କହିଛନ୍ତି।
<urn:uuid:d7f69829-0629-4f19-80d0-088a3f109f35>
CC-MAIN-2019-09
http://www.dharitri.com/main/news/70516
2019-02-24T01:47:37Z
s3://commoncrawl/crawl-data/CC-MAIN-2019-09/segments/1550249569386.95/warc/CC-MAIN-20190224003630-20190224025630-00574.warc.gz
ory
0.999954
Orya
3
{"ory_Orya_score": 0.9999535083770752}
ଭାରତବାସୀ ଆଜି ଦେଶର ଦ୍ୱିସପ୍ତତିତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ସ୍ୱାଧୀନ ଭାରତର ପରମ୍ପରା ଅନୁଯାୟୀ ଏ ଅବସରରେ ପ୍ରଧାନମନ୍ତ୍ରୀ ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରେ ତ୍ରିରଙ୍ଗା ଉତ୍ତୋଳନ କରି ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ସରକାରଙ୍କ ସଫଳତାର ବିବରଣୀ ଦେଇ ଅଗଷ୍ଟ ପନ୍ଦରରେ ନୂଆ ଯୋଜନା, ନୂଆ ନୀତି ଘୋଷଣା ତଥା ଦେଶର ସ୍ୱାର୍ଥ ରକ୍ଷା ଓ ଜନତାଙ୍କ କଲ୍ୟାଣ ପାଇଁ ସଂକଳ୍ପ ଓ ଅଙ୍ଗୀକାରର ପୁନଃ ନବୀକରଣ ସକାଶେ ପ୍ରଧାନମନ୍ତ୍ରୀ ମାନଙ୍କ ପାଇଁ ଲାଲକିଲ୍ଲା ଭାଷଣ ଏକ ମହାର୍ଘ ଅବସର ହୋଇ ଆସିଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪, ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଭାଷଣ ଦେଇ ଛଅଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଏହି ଘୋଷଣା ଗୁଡ଼ିକ ମଧ୍ୟରେ ଥିଲା, ସ୍ୱଚ୍ଛ ଭାରତ, ସ୍ୱଚ୍ଛ ବିଦ୍ୟାଳୟ, ଜନଧନ ଆଦି ଯୋଜନା ଓ ଯୋଜନା କମିସନ୍ ବଦଳରେ ନୀତି ଆୟୋଗର ଗଠନ ନିଷ୍ପତ୍ତି। ପରବର୍ତ୍ତୀ ତିନିଟି ଲାଲକିଲ୍ଲା ଭାଷଣରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ମହୋଦୟ ଦୁର୍ନୀତି, କଳାଧନ ବିରୋଧରେ ଲଢ଼େଇ ଓ ଗରିବଙ୍କ କଲ୍ୟାଣ ପାଇଁ ସଂକଳ୍ପବଦ୍ଧତାକୁ ଦୋହରାଇବା ସହ କେତେକ ନୂଆ ଯୋଜନା ଓ ନୀତି ଘୋଷଣା କରି ଦେଶବାସୀଙ୍କୁ ପ୍ରଗତି ଓ ବିକାଶର ସ୍ୱପ୍ନ ଦେଖାଇ ଆସିଛନ୍ତି। ଦେଶର ପ୍ରଗତି, ଲୋକଙ୍କ କଲ୍ୟାଣ ପାଇଁ ସରକାରଙ୍କ ନିଷ୍ଠାପର, ଆନ୍ତରିକତାପୂର୍ଣ୍ଣ ଆଭିମୁଖ୍ୟର ସଂକେତ ସ୍ୱରୂପ ମୋଦୀଙ୍କ ଲାଲକିଲ୍ଲା ଭାଷଣରୁ 'ସ୍ୱରାଜରୁ ସ୍ୱରାଜ', 'ଚଲ୍ତାହୈ ନହିଁ, ବଦଲ୍ ସକ୍ତା ହୈ, 'ନ୍ୟୁ ଇଣ୍ଡିଆ' ଭଳି କିଛି ପ୍ରେରଣାଦାୟୀ ସ୍ଲୋଗାନ୍ ମଧ୍ୟ ଶୁଣାଯାଇଛି। ଚଉଦରୁ ପ୍ରଧାନମନ୍ତ୍ରୀ ପଦରେ ପାଞ୍ଚବର୍ଷିଆ କାର୍ଯ୍ୟକାଳ ଆରମ୍ଭ କରିଥିବା ମୋଦୀ ଏଥର ଲାଲକିଲ୍ଲାରୁ ତାଙ୍କର ପଞ୍ଚମ ତଥା ଶେଷ ଉଦ୍ବୋଧନ ଦେବେ। କେମିତି ରହିବ ମୋଦୀଙ୍କ ପଞ୍ଚମ ଲାଲକିଲ୍ଲା ଭାଷଣ? କ'ଣ ସବୁ ନୂଆ ଯୋଜନା ଓ ନୀତିଗତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଘୋଷଣା କରିବେ? ଏ ପ୍ରଶ୍ନ ଉପରେ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସବୁ ମହଲରେ ବେଶ୍ ଉତ୍କଣ୍ଠାର ସହ ବ୍ୟାପକ ବିଚାର ଆଲୋଚନା ଚାଲିଛି। ପୂର୍ବଥର ଗୁଡ଼ିକ ଅପେକ୍ଷା ଏଥର ପ୍ରଧାନମନ୍ତ୍ରୀଙ୍କ ଲାଲକିଲ୍ଲା ଭାଷଣର ଚିତ୍ର ଓ ଚରିତ୍ର ନେଇ ଉତ୍କଣ୍ଠାର ମାତ୍ରା ଅଧିକ, ଏଥିପାଇଁ ଯେ, ଦେଶ ଏବେ ନିର୍ବାଚନ ମୁହାଁ। ଗତ କିଛି ମାସ ହେଲା ନିର୍ବାଚନ ନେଇ ଉଷ୍ମତା ରହିଆସିଛି। ଏବେ କିନ୍ତୁ ହଠାତ୍ କେତେକ ରାଜ୍ୟର ବିଧାନସଭା ସହ ଆଗୁଆ ସାଧାରଣ ନିର୍ବାଚନର ସମ୍ଭାବନା ରାଜନୈତିକ ବାତାବରଣର ତାତି ବଢାଇ ଦେଇଛି। ଏଣୁ ପ୍ରଧାନମନ୍ତ୍ରୀଙ୍କ ପଞ୍ଚମ ତଥା ଶେଷ ଲାଲକିଲ୍ଲା ଭାଷଣ ଉପରେ ସମସ୍ତଙ୍କ ବିଶେଷ ନଜର ରହିବା ସ୍ୱାଭାବିକ। ଅନ୍ୟପକ୍ଷରେ ୭୨ତମ ସ୍ୱାଧୀନତା ଦିବସ ଅବସରରେ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବାବେଳେ ଦ୍ୱିତୀୟବାର ପଦକୁ ଫେରିବା ଲକ୍ଷ୍ୟରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନଜର ମଧ୍ୟ ଭୋଟ ଉପରେ ରହିବ। ସ୍ୱାଧୀନତା ଦିବସ ଉଦ୍ବୋଧନ ଦେବା ପାଇଁ ଲାଲକିଲ୍ଲାକୁ ଉଠିଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣିରୁ ମତଦାତାଙ୍କୁ ପ୍ରଭାବିତ କଲାଭଳି ଅବଶ୍ୟ କିଛି ନୂଆ ଯୋଜନା ନିଶ୍ଚୟ ବାହାରିବ। ଯେମିତି 'ଆୟୁଷ୍ମାନ ଭାରତ' ଯୋଜନାରେ ମୁଣ୍ଡ ପିଛା ପାଞ୍ଚଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା। ତେବେ ନୂଆ ଯୋଜନା ଅପେକ୍ଷା ପୂର୍ବରୁ ଚାଲୁ ରହିଥିବା କିଛି ଯୋଜନାର ହିତାଧିକାରୀଙ୍କୁ ବାନ୍ଧି ରଖିବା ସହ ନୂଆ ହିତାଧିକାରୀ ସୃଷ୍ଟି ପାଇଁ ଯୋଜନାଗୁଡ଼ିକର ସଂପ୍ରସାରଣ ଓ ଉନ୍ନତୀକରଣ ଉପରେ ଭୋଟ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି। ପାଞ୍ଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନାରୁ ଅନେକ ରାଜ୍ୟ ଓହରି ଗଲା ପରେ ପୂର୍ବରୁ ଏହି ଯୋଜନା ଯେମିତି ଚମକପ୍ରଦ ହେବ ବୋଲି ଆଶା କରାଯାଉଥିଲା, ସେ ଆଶା ମଉଳି ଯାଇଛି। ସମଗ୍ର ଦେଶ ପାଇଁ ଆୟୁଷ୍ମାନ ଭାରତ ଅନ୍ତର୍ଗତ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା ପରିବର୍ତ୍ତେ ପରୀକ୍ଷା-ମୂଳକ ଭାବେ କେବଳ ୧୧ଟି ରାଜ୍ୟର ୮୦ଟି ଜିଲ୍ଲାରେ ଏହା ଆରମ୍ଭ ଲାଗି ନିଷ୍ପତ୍ତି ହୋଇଛି। ଫଳରେ 'ମୋଦୀ କେୟାର'ରୁ ଚମକ ଉଡ଼ିଯାଇଛି। ଯେହେତୁ ପୂର୍ବ ଆକଳନ ମୁତାବକ ଆୟୁଷ୍ମାନ ଭାରତର କାର୍ଯ୍ୟକାରିତା ସମ୍ଭବ ହୋଇପାରୁ ନାହିଁ, ଏବେ 'ଉଜ୍ଜ୍ୱଳା', 'ପ୍ରଧାନମନ୍ତ୍ରୀ ଆବାସ', 'ସୌଭାଗ୍ୟ', 'ଜନଧନ', 'ଅଟଳ ପେନ୍ସନ' ଆଦି ଯୋଜନାର ସଂପ୍ରସାରଣ ଓ ଉନ୍ନତୀକରଣ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ, ଗରିବ ଓ ଗ୍ରାମାଞ୍ଚଳ ଭୋଟରଙ୍କୁ ଲକ୍ଷ୍ୟରେ ରଖି ଏହି ଯୋଜନା ଗୁଡ଼ିକର ଉଭୟ ସଂଖ୍ୟାତ୍ମକ ଓ ଗୁଣାତ୍ମକ ପରିବର୍ଦ୍ଧନ ଉପରେ ଗୁରୁତ୍ୱ ଦିଆଯାଉଛି। 'ଉଜ୍ଜ୍ୱଳା' ଯୋଜନାରେ ୫ କୋଟି ଗୃହିଣୀଙ୍କୁ ରନ୍ଧନ ଗ୍ୟାସ୍ ସଂଯୋଗ ଦେବାକୁ ଲକ୍ଷ୍ୟ ଥିଲା। ଗତ ଫେବ୍ରୁଆରିରେ ଏହାକୁ ୮ କୋଟିକୁ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଅଗଷ୍ଟ ସୁଦ୍ଧା ପ୍ରାୟ ସାଢ଼େ ଚାରି କୋଟି ହିତାଧିକାରୀଙ୍କୁ ଗ୍ୟାସ୍ ସଂଯୋଗ ଦିଆଯାଇଛି। ସ୍ୱାଧୀନତା ଦିବସ ଅବସରରେ ଆହୁରି ଅଧିକ ମହିଳା ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବା ବିଷୟ ଘୋଷଣା କରାଯାଇପାରେ। ମହିଳା ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ 'ଉଜ୍ଜ୍ୱଳା' ଏକ ମାଧ୍ୟମ। ସେହିପରି 'ସୌଭାଗ୍ୟ' ଯୋଜନାରେ ଗ୍ରାମାଞ୍ଚଳର ୧୦ ଲକ୍ଷ ପରିବାରକୁ ବିଦ୍ୟୁତ୍ ଯୋଗାଣର ଲକ୍ଷ୍ୟକୁ ୩୭ ଲକ୍ଷକୁ ବୃଦ୍ଧି କରାଯାଇପାରେ। ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଯୋଜନାରେ ଅଗଷ୍ଟ ପହିଲା ସୁଦ୍ଧା ୪ ଲକ୍ଷ ୮୦ ହଜାର ବାସଗୃହ ନିର୍ମାଣ ସରିଛି। ଆଗାମୀ ଡିସେମ୍ବର ଶେଷ ସୁଦ୍ଧା ୧୦ ଲକ୍ଷ ବାସଗୃହ ନିର୍ମାଣ ଲକ୍ଷ୍ୟ ହାସଲ ବିଷୟ ଘୋଷଣା କରାଯାଇପାରେ। ୨୦୧୮ ଏପ୍ରିଲ୍ ୧୪ ରୁ ଆରମ୍ଭ ହୋଇଥିବା ଗ୍ରାମ ସ୍ୱରାଜ ଅଭିଯାନରେ ଦେଶର ୧୧୫ଟି ଆକାଂକ୍ଷା ଜିଲ୍ଲାର ୪୯ ହଜାର ଗ୍ରାମରେ 'ଉଜ୍ଜ୍ୱଳା', ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଏବଂ ସୌଭାଗ୍ୟ ଯୋଜନା ଯେମିତି ସବୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚେ ସେଥି ପ୍ରତି ପ୍ରାଥମିକତା ଦିଆଯାଇଛି। ମତଦାତାଙ୍କ ଧ୍ୟାନ ଆକର୍ଷଣ ପାଇଁ ଏ ବିଷୟକୁ ପ୍ରଧାନମନ୍ତ୍ରୀ ପୁଣି ଦୋହରାଇ ପାରନ୍ତି। ୨୦୧୪ରୁ ଆରମ୍ଭ ହୋଇଥିବା ଜନଧନ ଯୋଜନାର ହିତାଧିକାରୀମାନଙ୍କ ପାଇଁ କିଛି ବିଶେଷ ସ୍ୱାଧୀନତା ଦିବସ ଉପହାର ଘୋଷଣାର ଅପେକ୍ଷା କରାଯାଉଛି। ଜନଧନ ଯୋଜନାରେ ସାମିଲ ୩୨ କୋଟି ହିତାଧିକାରୀଙ୍କ ପାଇଁ 'ଓଭର ଡ୍ରାଫ୍ଟ' ସୁବିଧା ଦୁଇଗୁଣ ବୃଦ୍ଧି କରି ୫ ହଜାରରୁ ୧୦ ହଜାରକୁ ବଢ଼ାଇବା ବିଷୟ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଘୋଷଣା କରିପାରନ୍ତି। ଅଟଳ ପେନ୍ସନ ଯୋଜନାରେ ସର୍ବନିମ୍ନ ପେନ୍ସନ ପରିମାଣକୁ ମଧ୍ୟ ୫ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ। ଚାଷୀ ଅସନ୍ତୋଷକୁ ଆଖି ଆଗରେ ରଖି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପରେ ପ୍ରଧାନମନ୍ତ୍ରୀ କୃଷି ଓ କୃଷକ କଲ୍ୟାଣ ପାଇଁ ଆଉ କିଛି ଯୋଜନା ଘୋଷଣା କରିପାରନ୍ତି। ଅନୁସୂଚିତ ଜନଜାତିଙ୍କ ପାଇଁ ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ବିଷୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣରେ ସ୍ଥାନ ପାଇବା ସମ୍ଭାବନା ରହିଛି। ତେବେ, ପ୍ରଧାନମନ୍ତ୍ରୀ ଓ ଶାସକ ପକ୍ଷର ସହଯୋଗୀମାନେ ଭୁଲିଯିବା ଉଚିତ ନୁହେଁ ଯେ, ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ କେବଳ କେତେକ ଲୋଭନୀୟ ଯୋଜନା ଘୋଷଣା କରିଦେଲେ ସଂପୃକ୍ତ ବର୍ଗର ଭୋଟ ପକ୍କା ହୋଇ ଯାଏ ନାହିଁ। ଜନମତକୁ ପ୍ରଭାବିତ କରିବା ଲାଗି ଯୋଜନା ପ୍ରଣୟନ ଓ ଘୋଷଣା ଅପେକ୍ଷା ଏହାର ରୂପାୟନ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯୋଜନାର ରୂପାୟନ ନହେଲେ ଯେଉଁମାନଙ୍କ ପାଇଁ ଯୋଜନା ଉଦ୍ଦିଷ୍ଟ ସେମାନେ ଉପକୃତ ହୁଅନ୍ତି ନାହିଁ। ସ୍ୱଚ୍ଛ ଭାରତ ଯୋଜନାରେ ଗ୍ରାମାଞ୍ଚଳର ୭୭ ପ୍ରତିଶତ ଘରେ ବର୍ତ୍ତମାନ ପାଇଖାନା। ଅଥଚ ଏଥିରୁ ଅଧାରୁ ଅଧିକ ବ୍ୟବହାର ହେଉନାହିଁ। ସ୍ୱଚ୍ଛ ବିଦ୍ୟାଳୟ ଯୋଜନାରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ବର୍ଷକ ମଧ୍ୟରେ ସବୁ ସ୍କୁଲରେ ଉଭୟ ବାଳକ ଓ ବାଳିକାଙ୍କ ପାଇଁ ଶୌଚାଳୟ ରହିବ। କିନ୍ତୁ ଚାରି ବର୍ଷ ପରେ ବି ବାଳିକାଙ୍କ ପାଇଁ ୨୦ ହଜାର ସ୍କୁଲ ଓ ବାଳକଙ୍କ ପାଇଁ ୨୮ ହଜାର ସ୍କୁଲରେ ଶୌଚାଳୟ ନାହିଁ। ପୁଣି ଯେତିକି ତିଆରି ହୋଇଛି ସେଥିରୁ ଦେଢ଼ଲକ୍ଷରୁ ଅଧିକ ବ୍ୟବହାର ଉପଯୋଗୀ ନୁହେଁ। ଏଥିରେ ପରିସଂଖ୍ୟାନ ଦେଖାଇ ସଫଳତାର କାହାଣୀ କୁହାଯାଇପାରେ, କିନ୍ତୁ ପରିମଳ କ୍ଷେତ୍ରରେ ଅବସ୍ଥାର ପରିବର୍ତ୍ତନ ସମ୍ଭବ ନୁହେଁ। 'ଉଜ୍ଜ୍ୱଳା'ରେ ସାଢ଼େ ଚାରିକୋଟି ଗୃହିଣୀଙ୍କୁ ରନ୍ଧନ ଗ୍ୟାସ୍ ଦିଆଯାଇଛି। ଅଥଚ ସେଥିରୁ ୩୦ ପ୍ରତିଶତ ହିତାଧିକାରୀ ଦ୍ୱିତୀୟଥର ଗ୍ୟାସ୍ ସିଲିଣ୍ଡର ନେଇ ନାହାନ୍ତି। ଏମିତିରେ ଯୋଜନାର ଲକ୍ଷ୍ୟ ପୂରଣ ହେବ କେମିତି? ତେଣୁ ପ୍ରଧାନମନ୍ତ୍ରୀ ମହୋଦୟ ଲାଲକିଲ୍ଲାରୁ ଯୋଜନା ଘୋଷଣା କରି ନିଜର ଦାୟିତ୍ୱ ସାରିଦେଲେ ଏଥିରୁ ଭୋଟ ଅମଳ ଆଶା କ୍ଷୀଣ। ପ୍ରଭାବଶାଳୀ ରୂପାୟନର ଉତ୍ତରଦାୟିତ୍ୱ ନେଲେ ହିଁ ଭୋଟ ଅମଳର ଆଶା ଉଜ୍ଜ୍ୱଳ ହୋଇପାରେ।
<urn:uuid:f0e93e08-0ba3-45d3-853b-ed354f6ceba2>
CC-MAIN-2019-09
http://sambad.in/editorial/editorial-260-194869/
2019-02-18T06:22:18Z
s3://commoncrawl/crawl-data/CC-MAIN-2019-09/segments/1550247484689.3/warc/CC-MAIN-20190218053920-20190218075920-00094.warc.gz
ory
0.999995
Orya
3
{"ory_Orya_score": 0.9999946355819702}
ଭୁବନେଶ୍ୱର : ଗତ ତିନିବର୍ଷ ମଧ୍ୟରେ ରାଜ୍ୟରେ ୭୫ଟି ନୂଆ ମଦ ଦୋକାନ ଖୋଲିଥିବାବେଳେ ମହିଳାମାନେ ୪୫ଟି ମଦ ଦୋକାନକୁ ବାଡେଇ ଭାଙ୍ଗି ଦେଇଛନ୍ତି । ଏଥି ସହିତ ମହିଳାଙ୍କ ବିରୋଧ ଯୋଗୁଁ ୨୨ଟି ମଦଦୋକାନ ସମ୍ପୂର୍ଣ୍ଣ ବନ୍ଦହୋଇ ଯାଇଛି । ମହିଳାମାନଙ୍କ ଦ୍ୱାରା ମଦ ଦୋକାନ ଭଙ୍ଗାଯିବା ଓ ମଦ ରାଜସ୍ୱ ସଂଗ୍ରହ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର କୁଳେଶିକା ପଚାରିଥିବା ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି, ଗତ ତିନିବର୍ଷ ଭିତରେ ରାଜ୍ୟରେ ୭୫ଟି ନୂଆ ମଦଦୋକାନ ଖୋଲିଛି । ଏଥି ମଧ୍ୟରୁ ସର୍ବାଧିକ ୨୯ଟି ରହିଛି ଖୋର୍ଧା ଜିଲ୍ଲାରେ । ଏହାବାଦ୍ ବ୍ରହ୍ମପୁର, ବରଗଡ ଓ ଯାଜପୁର ଜିଲ୍ଲାରେ ୮ଟି କରି ନୂତନ ମଦଦୋକାନ ଏହି ସମୟ ଭିତରେ ଖୋଲିଥିବାବେଳେ ଅନୁଗୁଳ, ପୁରୀ ଓ ଜଗତସିଂହପୁରରେ ୫ଟି କରି ନୂଆ ଦୋକାନ ଖୋଲିଛି । ବାଲେଶ୍ୱର, ଭଦ୍ରକ, କଟକ, ମୟୁରଭଞ୍ଜ,ନୟାଗଡ, ବଲାଙ୍ଗୀର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୋନପୁର, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କନ୍ଧମାଳ ଓ ରାୟଗଡା ଜିଲ୍ଲାରେ ଏହି ତିନିବର୍ଷ ମଧ୍ୟରେ ଗୋଟିଏ ହେଲେ ନୂଆ ମଦଦୋକାନ ପାଇଁ ସରକାର ଲାଇସେନ୍ସ ଦେଇନାହାନ୍ତି। ନୂଆ ମଦଦୋକାନକୁ ଲାଇସେନ୍ସ ପ୍ରଦାନ ସହିତ ତାଳଦେଇ ମହିଳାମାନେ ମଦଦୋକାନ ଭାଙ୍ଗିବା ସହିତ ତାକୁ ବନ୍ଦ କରିବାରେ ବି ସଫଳ ହେଉଛନ୍ତି । ଏହି ସମୟ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୧ଟି ଦୋକାନକୁ ମହିଳାମାନେ ଭାଙ୍ଗି ଦେଇଛନ୍ତି । ସେହିଭଳି ବଲାଙ୍ଗୀର ଜିଲ୍ଲାରେ ୬ଟି ମଦଦୋକାନ ଭାଙ୍ଗି ଥିବାବେଳେ ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ଦୁଇଟି କରି ମଦଦୋକାନ ଏହି ତାଲିକାରେ ରହିଛି । ଅନୁରୂପ ଭାବେ ମହିଳାମାନଙ୍କ ବିରୋଧ ଯୋଗୁଁ ୩ବର୍ଷ ମଧ୍ୟରେ ରାଜ୍ୟରେ ୨୨ଟି ମଦଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦହୋଇ ଯାଇଛି । ଏଥିମଧ୍ୟରେ ଗଞ୍ଜାମ ଓ ବଲାଙ୍ଗୀର ଜିଲ୍ଲାରେ ୬ଟି କରି ଦୋକାନ ଥିବାବେଳେ ବରଗଡ ଜିଲ୍ଲାରେ ୨ଟି ମଦଦୋକାନ ରହିଛି। ମଦ ଦୋକାନ ଭଙ୍ଗା ଓ ବନ୍ଦ ସହିତ ତାଳ ଦେଇ ରାଜ୍ୟରେ ଅବକାରୀ ରାଜସ୍ୱ ଆଦାୟ ବି ବଢିବାରେ ଲାଗିଛି। ୨୦୧୫-୧୬ ବର୍ଷରେ ୨୫୬୮କୋଟି ୬୮ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ହୋଇଥିବାବେଳେ ୨୦୧୬-୧୭ ବର୍ଷରେ ଏହା ୨୭୮୩ କୋଟି ୬୯ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ଗତ ଆର୍ଥକ ବର୍ଷରେ ରାଜ୍ୟ ସରକାର ଅବକାରୀ ରାଜସ୍ୱରୁ ୩୨୨୧ କୋଟି ୩ଲକ୍ଷ ଟଙ୍କା ପାଇଥିବା ଅବକାରୀ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।
<urn:uuid:024ee37e-7c0f-48c0-ba14-4eab8b802d41>
CC-MAIN-2019-09
http://sambad.in/state/women-broken-45-liquor-shops-in-odisha-210297/
2019-02-18T06:23:08Z
s3://commoncrawl/crawl-data/CC-MAIN-2019-09/segments/1550247484689.3/warc/CC-MAIN-20190218053920-20190218075920-00094.warc.gz
ory
0.999988
Orya
3
{"ory_Orya_score": 0.9999881982803345}
ଗାଳ୍ପିକା, ଔପନ୍ୟାସିକା, ପ୍ରାବନ୍ଧିକା ଓ ଓଡ଼ିଆଭାଷା ସାହିତ୍ୟର ପ୍ରାକ୍ତନ ଅଧ୍ୟାପିକା । ଓଡ଼ିଆ ସାହିତ୍ୟରେ ରାଜନୈତିକ ଚେତନା - ତାଙ୍କ ଗବେଷଣାର ଫଳଶ୍ରୁତି । ଦୀର୍ଘ ପଞ୍ଚତିରିଶ ବର୍ଷ ଧରି ନିରବଚ୍ଛିନ୍ନ ସାହିତ୍ୟର ସାଧନାରେ ମଗ୍ନ । ତାଙ୍କ ଗଳ୍ପ ଉପନ୍ୟାସ ଅଜସ୍ର ପାଠକୀୟ ଶ୍ରଦ୍ଧା ଲାଭ କରିପାରିଛି । ଓଡ଼ିଆ ସାହିତ୍ୟ ଏକାଡେ଼ମୀ ପୁରସ୍କାର, ରାଜୀବଗାନ୍ଧୀ ସଦ୍ଭାବନା ପୁରସ୍କାର, ଗୋକର୍ଣ୍ଣକା ରୌପ୍ୟଜୟନ୍ତୀ ପୁରସ୍କାର, ରୋଟାରୀ ସମ୍ମାନ ପ୍ରଭୃତି ବହୁ ପୁରସ୍କାର ଓ ସମ୍ମାନ ଓ ତାଙ୍କ ସ୍ରଷ୍ଟାମାନସର ସ୍ୱୀଭୃତି । ଆଜି ବି ତାଙ୍କ ଲେଖନୀ ଚଳଚଞ୍ଚଳ । ଓଡ଼ିଶାର ଆଦିବାସୀ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା, ପୂର୍ବତନ ଲୋକସଭାର ବାଚସ୍ପତ୍ତି ରବି ରାୟଙ୍କ ଜୀବନୀ "ମାଟିରୁ ଆକାଶ'' ତାଙ୍କ ସାଧନାର ସ୍ୱାକ୍ଷର ।
<urn:uuid:12907433-4afa-453e-9ad6-f51f55339334>
CC-MAIN-2019-09
http://www.ameodia.com/odia-author/sulochana-das/
2019-02-22T12:45:18Z
s3://commoncrawl/crawl-data/CC-MAIN-2019-09/segments/1550247517815.83/warc/CC-MAIN-20190222114817-20190222140817-00094.warc.gz
ory
1.000003
Orya
4
{"ory_Orya_score": 1.0000025033950806}
ବଣ୍ଡାଘାଟିରୁ ହାଇକୋର୍ଟ ଭାୟା ଭୁବନେଶ୍ୱର; କିସ୍ ଛାତ୍ର ରାମଚନ୍ଦ୍ରଙ୍କ ନିଖୋଜ ଘଟଣାରେ ନୂଆ ଟୁଇଷ୍ଟ ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଲକାନଗିରିର ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା କିସ୍ରୁ ନିଖୋଜ ହୋଇଥିଲେ। ରାମଚନ୍ଦ୍ରଙ୍କ ମାଆ ଓ ଭାଇଙ୍କଠାରୁ ସୂଚନା ପାଇ ତର୍ଜମା କରି ଓଟିଭି ଖବର ପରିବେଷଣ କରିଥିଲା। ମାତ୍ର ଏହା ମିଥ୍ୟା ଖବର ବୋଲି ଆଜି ଅଭିଯୋଗ ଆଣିଛି ମାଲକାନଗିରି କିସ୍ ଛାତ୍ରଛାତ୍ରୀ ଅଭିଭାବକ ସଂଘ। ଏହାର ପ୍ରତିବାଦରେ ଆଜି ସଂଘ ପକ୍ଷରୁ ମାଲକାନଗିରିରେ ଏକ ଶୋଭାଯାତ୍ରା କରାଯାଇଥିଲା। ରାମଚନ୍ଦ୍ର କିସ୍ରୁ ନୁହେଁ, ଘରକୁ ଆସି ନିଖୋଜ ହୋଇଯାଇଛି ବୋଲି ସଂଘର ସଭାପତି କରିଛନ୍ତି। ତେଣୁ କିସ୍ ବିରୋଧରେ ଅପପ୍ରଚାର ବନ୍ଦ କରିବାକୁ ସେ ଦାବି କରିଛନ୍ତି। ପରେ ସଂଘର କର୍ମକର୍ତ୍ତାମାନେ ମାଲକାନଗିରି ଏସ୍ପିଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ। ଏନେଇ ମାଲକାନଗିରି ଏସ୍ପି ଜଗମୋହନ ମୀନା କହିଛନ୍ତି,"ପୋଲିସର ପ୍ରଥମ କାମ ହେଲା ରାମଚନ୍ଦ୍ରଙ୍କୁ ଖୋଜିବା। ଏସ୍ଡିପିଓଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି। ରାମଚନ୍ଦ୍ର ମିଳିବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ। ଆଉ ଏଥିରେ ଯିଏ ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।" ପୂରା ଘଟଣା ଏମିତି କିସ୍ ଶିକ୍ଷାନୁଷ୍ଠାନରୁ ବଣ୍ଡା ଛାତ୍ର ରାମଚନ୍ଦ୍ର ନିଖୋଜ ଘଟଣା ନେଇ ପ୍ରଥମେ ରାମଚନ୍ଦ୍ରଙ୍କ ମାଆ ଓ ତାଙ୍କ ପରିବାର ଓଟିଭି ପ୍ରତିନିଧିଙ୍କୁ ଜଣାଇଥିଲେ। ତା'ପରେ ଓଟିଭି ପ୍ରତିନିଧି ବଣ୍ଡା ଉନ୍ନୟନ ସଂସ୍ଥା ଓ କିସ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେଇଥିଲେ। ସମସ୍ତଙ୍କଠାରୁ ପ୍ରତିକ୍ରିୟା ନେଇ ତର୍ଜମା କରି ଗତ ୨୬ ତାରିଖରେ ଖବର ପ୍ରସାରଣ କରାଯାଇଥିଲା। ଗତ ୨୮ ତାରିଖରେ ରାମଚନ୍ଦ୍ରଙ୍କ ମାଆ, ପୁଅ ନିଖୋଜ ସଂପର୍କରେ ମୁଦୁଲିପଡ଼ା ଥାନାରେ ଏତଲା ଦେବା ସହ ଗତକାଲି ହାଇକୋର୍ଟରେ ପିଟିସନ୍ ଦାୟର ହୋଇଥିଲା। ଆଜି ବଣ୍ଡା ଜନଜାତି ସମାଜ ପକ୍ଷରୁ ରାମଚନ୍ଦ୍ରଙ୍କ ମାଆ ବୁଦାଇ ମାନ୍ଦ୍ରା ଓ ଭାଇ ସନିଆ ମାନ୍ଦ୍ରାଙ୍କୁ ଗତ ୨୯ ତାରିଖରେ ଅପହରଣ କରାଯାଇଛି ଓ ଏଥିରେ ଓଟିଭିର ଜଣେ କ୍ୟାମେରାମ୍ୟାନଙ୍କ ସମେତ ୪ ଜଣଙ୍କ ହାତ ଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ତେବେ ଏହି ଅଭିଯୋଗ ସଂପୂର୍ଣ୍ଣ ନିରାଧାର। ଏହା ପଛରେ କୌଣସି ସତ୍ୟତା ନାହିଁ ଓଟିଭି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗୋଟିଏ ପଟେ ରାମଚନ୍ଦ୍ରଙ୍କ ମାଆ ଗଣମାଧ୍ୟମ ଆଗରେ ଖୋଲାଖୋଲି ଅଭିଯୋଗ କରିବା ସହିତ ଭୁବନେଶ୍ୱରରେ ମନ୍ତ୍ରୀଙ୍କୁ ଭେଟୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଯେ, ମିଥ୍ୟା ତାହା ଜଳଜଳ ଦିଶୁଛି। ଅଭିଯୋଗକାରୀଙ୍କ ପଛରେ କୌଣସି ପ୍ରରୋଚନା ଥିବା ସନ୍ଦେହ ହେଉଛି।
<urn:uuid:c4dbf279-a9df-4f16-a0c3-9aab97fd65c7>
CC-MAIN-2019-09
https://odishareporter.in/odisha/missing-bonda-student-from-kiss-232232
2019-02-16T18:08:05Z
s3://commoncrawl/crawl-data/CC-MAIN-2019-09/segments/1550247480905.29/warc/CC-MAIN-20190216170210-20190216192210-00614.warc.gz
ory
0.999974
Orya
7
{"ory_Orya_score": 0.9999743700027466}
ମାଲକାନଗିରି,୨୨ା୮ (ଓଡିଆ ପୁଅ ) ଗତ ତିନିଦିନତଳେ ନଦୀପାର ହେଉଥିବାବେଳେ ବନ୍ୟାଜଳରେ ଭାସି ଯାଇଥିବା ଜଣେ ଆଦିବାସୀ ଯୁବକର କିଛି ଖୋଜଖବର ମିଳୁନାହିଁ ।ଚିତ୍ରକୋଣ୍ଡା ଥାନାସ୍ଥ ସ୍ୱାଭିମାନ ଅଚଂଳ ପାପରମେଟଲା ପଚାଂୟତ ଡଲିଆମ୍ବ ଗ୍ରାମର ରାମଚନ୍ଦ୍ର ପାଙ୍ଗି ନାମକ ଜଣେ ଆଦିବାସୀ ଯୁବକ ଗତ ସୋମବାରଦିନ ଚିତ୍ରକୋଣ୍ଡା ବ୍ୟାଙ୍କକୁ ଆସିଥିଲେ । ସେ ବ୍ୟାଙ୍କ କାମସାରି ନିଜଘରକୁ ଫେରୁଥିବା ବେଳେ ପ୍ରବଳବର୍ଷା ହୋଇଥିଲା । ପାପରମେଟାଲା ନିକଟରେ ଥିବା ଗୁରପ୍ରୀୟା ନଦୀର ପାର ହେଉଥିବା ସୟରେ ନଦୀର ପ୍ରବଳସ୍ରୋତରେ ରାମଚନ୍ଦ୍ର ଭାସି ଯାଇଥିଲେ ,ତାଙ୍କୁ ଗ୍ରାମବାସୀ ମାନେ ବହୁତ ଖୋଜା ଖଜି କରି ପାଇନଥିଲେ । ଗତକାଲି ରାମଚନ୍ଦ୍ର ନିଖୋଜ ସଂପର୍କରେ ଚିତ୍ରକୋଣ୍ଡା ଥାନା ଓ ତହସିଲରେ ପରିବାର ଲୋକେ ଜଣାଇ ବାରୁ ଘଟଣାସ୍ଥଳରେ ପୁଲିସ ଦମକଳବାହିନି ଯାଇ ଖୋଜା ଖୋଜିକରିଥିଲେ ମଧ୍ୟ ତାଙ୍କର କିଛି ପତାମିଳିନଥିଲା । ଆଜି ସକାଳେ ମଧ୍ୟ ଗୁରୁପ୍ରୀୟା ନଦୀରେ ଗ୍ରାମବାସୀ ମାନେ ବହୁତ ଖୋଜା ଖୋଜିକରି ତାଙ୍କୁପାଇ ନଥିଲେ । ତିନିଦିନ ବିତାଯାଇଥିଲେ ମଧ୍ୟ ରାମଚନ୍ଦ୍ରଙ୍କର କିଛି ଖବର ମିଳିନଥିବାରୁ ତାଙ୍କପରିବାର ଦୁଃଖରେ ରହିଛନ୍ତି । ପ୍ରକାଶ ଥାଉକି ତାଙ୍କର ୬ଟି ସନ୍ତାନ ଥିବା ବେଳେ ଘରକୁ ରାମଚନ୍ଦ୍ର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ଲଗାଣ ବର୍ଷା ହେବାଦ୍ୱାରା ପାହାଡରୁ ପାଣି ଆସି ଗୁରୁପ୍ରୀୟା ନଦୀରେ ବନ୍ୟାସୃଷ୍ଟି ହୋଇଛି । ସୁଚନା ଯୋଗ୍ୟ ଯେ ଗତ ମାସ୨୫ତାରିଖରେ ପାପରମେଟଲା ପଚାଂୟତ ଗୁରୁପ୍ରୀୟା ନଦୀ ଡୋଲିଆମ୍ବ ଘାଟ ଠାରେ ଚିଟିବାବୁ ନାମକ ଯୁବକ ନଦୀପାର ହେଉଥିବାବେଳେ ପାଣିରେ ଭାସି ଯାଇ ତାଙ୍କର ମୃତ୍ୟୁଘଟିଥିଲା । ସେ ଘଟଣାର ମାସେ ନପୁରୁଣୁ ପୁଣି ସେହି ଘାଟରେ ରାମଚନ୍ଦ୍ର ଭାସି ଯାଇ ନିଖୋଜ ହେବାଘଟଣା ବିଛିନ୍ନାଚଂଳବାସୀ ଙ୍କ ମନରେ ଭୟ ଓ ଆଶଙ୍କା ଖେଳାଇଦେଇଛି । ସେହି ଘାଟରେ ପ୍ରଶାସନ ପକ୍ଷରୁ ଏକ ପୋଲନିର୍ମାଣ କରିବାପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ବି ପୋଲଟିଏ ନିର୍ମାଣ ନହେବାରୁ ପ୍ରତି ବର୍ଷ ଅନେକ ଲୋକଙ୍କର ମୃତ୍ୟୁ ହେବାସହିତ ଅନେକ ଗାଇ ଗୋରୁ ଭାସିଯାଇ ମରୁଥିବାର ଜଣାପଡିଛି । ସୁଚନା ଯୋଗ୍ୟ ଯେ ସ୍ୱାଭିମାନ ଅଚଂଳ ରାଲେଗଡା ପଚାଂୟତ ଡୋଲିଆମ୍ବ ନଦୀ ପାର ହେବା ପାଇଁ ପୋଲଟିଏ ନଥିବାରୁ ବର୍ଷା ଦିନେ ଏହି ନଦୀପାର ହେବା ସମୟରେ ଅନେକ ଧନଜୀବନ ହାନିଘଟିଥାଏ ତୁରନ୍ତ ଏଠାରେ ଏକ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।
<urn:uuid:bc56f793-2e37-4ed7-835b-15d3d651ac3a>
CC-MAIN-2019-09
http://odiapua.com/%E0%AC%A8%E0%AC%A6%E0%AD%80%E0%AC%AA%E0%AC%BE%E0%AC%B0-%E0%AC%B9%E0%AD%87%E0%AC%89%E0%AC%A5%E0%AC%BF%E0%AC%AC%E0%AC%BE-%E0%AC%AC%E0%AD%87%E0%AC%B3%E0%AD%87-%E0%AC%AC%E0%AC%A8%E0%AD%8D%E0%AD%9F/
2019-02-20T00:15:08Z
s3://commoncrawl/crawl-data/CC-MAIN-2019-09/segments/1550247493803.26/warc/CC-MAIN-20190219223509-20190220005509-00294.warc.gz
ory
0.999996
Orya
3
{"ory_Orya_score": 0.9999961853027344}
ଆଜି ଅଭିନେତ୍ରୀ ଏଲିଙ୍କ ବାହାଘର ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅଭିନେତ୍ରୀ ତଥା ଉପସ୍ଥାପିକା ଏଲି ପାଢୀଙ୍କ ବାହାଘର। ପିଲା ଦିନର ବନ୍ଧୁ ଶ୍ରୀମୟ କୁମାର ପଣ୍ଡାଙ୍କୁ ଏଲି ପ୍ରେମ ବିବାହ କରିବାକୁ ଯାଉଛନ୍ତି। ଶ୍ରୀମୟ ଜଣେ ବ୍ୟବସାୟୀ। 'ତାଜା ଖବର', 'ଷୋହଳ ପୂରି ସତର ହେବ' ଆଦି ଆଲବମ୍ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଏଲି 'ଫିଅର ଅଫ୍ ଦ ଇୟର' ସିନେମାରେ ଲିଡ୍ ରୋଲ୍ରେ ନଜର ଆସିଥିଲେ। ଏଥିସହ 'ତୁଳସୀ', 'ସିନ୍ଦୁର', 'ଅପା', 'ବଧୂ', 'ଅବୁଝା ମନ', 'ଟୁପୁର୍ ଟାପର' ସିରିଏଲ୍ରେ ମଧ୍ୟ ତାଙ୍କ ଅଭିନୟର ଝଲକ୍ ଦେଖିବାକୁ ମିଳିଥିଲା। ଏହାଛଡା ଏଲି ଅନେକ ଟିଭି ଶୋ'ର ଉପସ୍ଥାପିକା ମଧ୍ୟ ରହିଛନ୍ତି। ପୂର୍ବରୁ ଏଲିଙ୍କ ମେହେନ୍ଦି ସମୟର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
<urn:uuid:1aec3686-ce6c-4209-9624-b6aec8489636>
CC-MAIN-2019-09
https://odishareporter.in/entertainment/marriage-of-actress-elli-padhi-330418
2019-02-20T23:45:58Z
s3://commoncrawl/crawl-data/CC-MAIN-2019-09/segments/1550247496855.63/warc/CC-MAIN-20190220230820-20190221012820-00614.warc.gz
ory
0.999914
Orya
3
{"ory_Orya_score": 0.9999141693115234}
ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କେବଳ ଇଣ୍ଡିଆନ ଫିଲ୍ମ ନୁହେଁ ବରଂ ହଲିଉଡ ଫିଲ୍ମରେ କାମ କରିଛନ୍ତି । ନିକଟରେ ଏକ ବିଷୟର ଖୁଲାସା କରିଥିଲେ ଯେ ଐଶ୍ୱର୍ଯ୍ୟାଙ୍କୁ ୨୦୦୪ରେ ହଲିଉଡ ଫିଲ୍ମ 'ଟ୍ରାୟ'ରେ ବ୍ରାଡ ପିଟଙ୍କ ବିପକ୍ଷରେ ଅଭିନୟ କରିବା ପାଇଁ ଅଫର ମିଳିଥିଲା । ଯଦିଓ ଐଶ ଏହି ଫିଲ୍ମ ପାଇଁ ମନା କରି ଦେଇଥିଲେ, ଏହି ଭୂମିକା ରୋଜ ବାୟର୍ନ ତୁଳାଇଥିଲେ । ଏକ ରିପୋର୍ଟ ମୁତାବକ ଐଶ କହିଥିଲେ ଏହି ଫିଲ୍ମରେ କିଛି ହଟ ସିନ୍ସ ପାଇଁ ସେ ଏହି ଫିଲ୍ମରେ ଅଭିନୟ ପାଇଁ ମନା କରିଦେଇଥିଲେ । ଏହି ସିନ ଲଢେଇ ମଝିରେ ବ୍ରାଡ ପିଟଙ୍କ ସହ ଭୂମିକା ତୁଲାଇବାକୁ ଥିଲା , ଯାହାକୁ ନେଇ ଐଶ କମ୍ଫର୍ଟବେଲ ଅନୁଭବ କରିନଥିଲେ । ଏହି ଫିଲ୍ମ ଛାଡିଲା ପରେ ସେ ଦ ଲାଷ୍ଟ ଲିଜନ, ଦ ପିଙ୍କ ପାନ୍ଥର ୨, ଦ ମିଷ୍ଟ୍ରେସ ଅଫ ସ୍ପାଇସେଜ, ବ୍ରାଇଡ ଆଣ୍ଡ ପ୍ରେଜ୍ୟୁଡିସ ଭଳି ବଡ ହଲିଉଡ ଫିଲ୍ମରେ ସେ କାମ କରିଥିଲେ । ଶେଷ ଥର ପଇଁ ଐଶ ଅନୀଲ କପୂର ଷ୍ଟାରର ଫିଲ୍ମ ଫନ୍ନେ ଖାଁ ରେ ନଜର ଆସିଥିଲେ ।
<urn:uuid:7cc17bcd-7e6d-4e00-9b51-40e2c31b1d32>
CC-MAIN-2019-09
http://lifestyle.kanaknews.com/had-aishwarya-rai-bachchan-turned-down-troy-with-brad-pitt-because-of-steamy-scenes/
2019-02-23T02:43:29Z
s3://commoncrawl/crawl-data/CC-MAIN-2019-09/segments/1550249434065.81/warc/CC-MAIN-20190223021219-20190223043219-00614.warc.gz
ory
1.000009
Orya
12
{"ory_Orya_score": 1.0000088214874268}
ଅଭିରାମ ବିଶ୍ୱାଳ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କର, କଟକ ସହରର ଓ ସେଇ କଟକର ଆନନ୍ଦ ଭବନର ବିଜୁବାବୁଙ୍କ ଜୀବନ ଉପରେ ପ୍ରଗାଢ଼ ପ୍ରଭାବ ପଡ଼ିଥିଲା। ଲକ୍ଷ୍ମୀ ନାରାୟଣ ବାବୁ କଟକର ତୁଳସୀପୁରରେ ଆନନ୍ଦ ଭବନ ତୋଳିଥିଲେ। ସେ ଭବନଟିରେ ଠାଏ ଲେଖାଯାଇଛି ୧୯୩୧। ପଟ୍ଟନାୟକ ବାବୁଙ୍କ ତିନିପୁଅଙ୍କ ପ୍ରଥମ ନାମ ସରୁଥିଲା 'ଆନନ୍ଦରେ'। ବିଜୟାନନ୍ଦ ବା ବିଜୁବାବୁଙ୍କ ପିଲାଦିନ ଓ ପରବର୍ତ୍ତୀ ଜୀବନର ଅନେକ ସ୍ମୃତି ସହ ଯୋଡା ଆନନ୍ଦ ଭବନ। ପାଖ ବାରବାଟୀ ଦୁର୍ଗର ଉଚ୍ଚତା ଓ ମହାନଦୀର ବିଶାଳତାଠାରୁ ବିଜୁବାବୁ ବେଶ୍ କିଛି ଶିଖିଥିଲେ। ମିସନ୍ ପ୍ରାଇମେରୀ ସ୍କୁଲ୍, ମିସନ୍ ହାଇସ୍କୁଲ୍, ରେଭେନ୍ସା କଲେଜିଏଟ୍ ସ୍କୁଲ୍ (ଯେଉଁଠି ଦିନେ ପଢ଼ିଥିଲେ ସୁଭାଷ ବୋଷ୍) ଓ ରେଭେନ୍ସାରେ ପାଠପଢ଼ା-ବିଜୁବାବୁଙ୍କ ପାଇଁ ଏସବୁ ସମ୍ଭବ କରାଇଥିଲେ ତାଙ୍କ ବାପା। ସେଇ ଆନନ୍ଦ ଭବନରୁ ସିଏ ଚାଲି ଚାଲି ଓ ସାଇକେଲ୍ ଚଲେଇ ଯାଉଥିଲେ ମହାନଦୀ କୂଳକୁ ବାଲିଯାତ୍ରା ପଡ଼ିଆକୁ। ବାଲିଯାତ୍ରା ପଡ଼ିଆରେ ଅବତରଣ କରିଥିବା ଛୋଟିଆ ବିମାନଟିକୁ ଛୁଇଁ ସିଏ ନିଜ ଭବିଷ୍ୟ ସ୍ୱପ୍ନର ମୂଳଦୁଆ ପକାଇଥିଲେ। ମହାନଦୀ କୂଳରୁ ଆରପଟର ଚୌଦ୍ୱାରର ଝାପ୍ସାଚିତ୍ର ଦେଖି ପାରୁଥିଲେ ଯାହା ପରେ ତାଙ୍କ ଅଭିକ୍ରମ ଯୋଗୁଁ ନବରୂପ ଗ୍ରହଣ କଲା। ପାଠ, ଖେଳ ଓ ସ୍ୱପ୍ନ ଦେଖା-କୌଣସିଟି ପାଇଁ ବିଜୁବାବୁଙ୍କୁ ବାରଣ କରୁନଥିଲେ ତାଙ୍କ ବାପା। ଆନନ୍ଦ ଭବନ ଥିଲା ବିଜୁବାବୁଙ୍କ ପାଇଁ ଆନନ୍ଦର ଭବନ ଓ ଅଭୟାଶ୍ରୟ। ଅନେକ କିଛି ଭୁଲ୍ ହୋଇଯିବା ସ୍ୱାଭାବିକ। ତା' ସତ୍ତ୍ୱେ ଯାହା ମନେରହେ ତାହା ସ୍ମୃତି। ଆଉ ସ୍ମୃତିର ବିଧିବଦ୍ଧ, ଆନୁଷ୍ଠାନିକ ସଂରକ୍ଷଣର ଅନ୍ୟ ନାମ ଓ ଠିକଣା ହେଲା ସଂଗ୍ରହାଳୟ। ଗଞ୍ଜାମ ଜିଲ୍ଲାର ମୂଳ ନିବାସୀ ଲକ୍ଷ୍ମୀ ନାରାୟଣ ବାବୁ ବିଚାର ବିଭାଗରେ ବିଭିନ୍ ପଦ ଓ ଭୂମିକାରେ ସରକାରୀ ଚାକିରି କରିଥିଲେ। ମାନ୍ଦ୍ରାଜର ଖ୍ରୀଷ୍ଟିଆନ୍ କଲେଜରୁ ସେ ପାଠ ପଢ଼ି ହୋଇଥିଲେ ସ୍ନାତକ। ଦେଖିବାକୁ ଯେମିତି, କଥା ଓ କାମରେ ସେମିତି। ସ୍ମାର୍ଟ, ଗମ୍ଭୀର, କର୍ମଠ, ମହତମନା, ଭିତରେ କୋମଳ ଉଚ୍ଚାଭିଳାଷୀ, ବଦାନ୍ୟ, ଓଡ଼ିଶା-ଓଡ଼ିଆ ପ୍ରେମୀ, କ୍ଷମାଶୀଳ, ସ୍ୱାଭିମାନୀ ଓ ଜନହିତୈଷୀ। ସେବେକାର 'ସହକାର' ପତ୍ରିକାର ସିଏ କେବଳ ନିୟମିତ ଗ୍ରାହକ ନଥିଲେ, ଥିଲେ ଶୁଭେଚ୍ଛୁ ଓ ପୃଷ୍ଠପୋଷକ। ସେମିତି ସିଏ ଗୋଟିଏ ପର୍ଯ୍ୟାନ୍ତରେ 'ଆଶା' କାଗଜ ପାଇଁ ନିଜର ସହାୟତାର ହାତ ବଢ଼ାଇଥିଲେ। 'ଆଶା'ରେ ତାଙ୍କର ଅନେକ ଚିଠି ଓ ଉପାଦେୟ ଛୋଟ ଲେଖା ବାହାରିଥିଲା। 'ସହକାର' ପତ୍ରିକାର ୧୫ ବର୍ଷ ଅଷ୍ଟମ ସଂଖ୍ୟାରେ ଓଡ଼ିଶା ଦାବି ଓ ଦେଶ ମିଶ୍ରଣ ଆନ୍ଦୋଳନର ଇତିହାସ'ରେ ଲକ୍ଷ୍ମୀନାରାୟଣ ବାବୁଙ୍କ ନାଁ ସହ ଫଟୋ ମଧ୍ୟ ସ୍ଥାନ ପାଇଥିଲା। ଅବସର ପରେ ପାରଳା ମହାରାଜଙ୍କ ଦେଓ୍ୱାନ୍ ଭାବେ କାମ କରିଥିବା ଲକ୍ଷ୍ମୀନାରାୟଣ ବାସ୍ତବରେ ଥିଲେ ମହାରାଜାଙ୍କ ଅନ୍ୟତମ ପରାମର୍ଶଦାତା। ସ୍ୱତନ୍ତ୍ର ଓଡ଼ିଶା ଗଠନ ଦାବି ଜଣାଇ ମହାରାଜା ଲଣ୍ଡନରେ ଯେଉଁ ସ୍ମାରକପତ୍ର ଉପସ୍ଥାପନ କରିଥିଲେ ସେଥିରେ ଗର୍ବିତ ହୋଇଥିବା ତଥ୍ୟ ଓ ଯୁକ୍ତି ପ୍ରସ୍ତୁତ କରିବା ପରେ ପଟ୍ଟନାୟକଙ୍କର ନିର୍ଣ୍ଣାୟକ ଅବଦାନ ଥିଲା। ବ୍ରାହ୍ମୋ ସମାଜରେ ସାମିଲ୍ ହୋଇଥିବା ଲକ୍ଷ୍ମୀ ନାରାୟଣ ସଗୁଣ ଓ ନିର୍ଗୁଣ ଭିତରେ ଥିବା ସୂକ୍ଷ୍ମ ପାର୍ଥକ୍ୟ ବୁଝିଥିଲେ। ବ୍ରାହ୍ମୋ ପ୍ରାର୍ଥନା-ଉପାସନା କେବଳ ବଙ୍ଗଳାରେ ନ ହୋଇ ଓଡ଼ିଆରେ ମଧ୍ୟ ହେଉ ବୋଲି ସିଏ ଚାହୁଁଥିଲେ। ଯଦି କେହି ସର୍ବସାଧାରଣ କାମ-ଯଥା ଘରପୋଡି, ବଢ଼ି, ମରୁଡ଼ି ଓ ରିଲିଫ୍ ଆଦି-ପାଇଁ ଦାନ ଓ ପଇସା ଦେବାକୁ କହି ଧରାଛୁଆଁ ଦେଉନଥିଲେ ତେବେ ଲକ୍ଷ୍ମୀ ନାରାୟଣ ବାବୁ ସେମାନଙ୍କୁ ପ୍ରବର୍ତ୍ତେଇବା ପାଇଁ ନିଜେ ଯାଇ, ସେମାନଙ୍କ ପାଖରେ ପହଞ୍ଚି ଯାଉଥିଲେ। ଏକଥା 'ଉତ୍କଳ ଦୀପିକା' ଓ 'ବାଲେଶ୍ୱର ସମ୍ବାଦ ବାହିକା'ରେ ବାହାରିଥିଲା ବୋଲି ବିଦ୍ୱାନ ଓ ପ୍ରାବନ୍ଧିକ ଦେବେନ୍ଦ୍ର କୁମାର ଦାଶ କହନ୍ତି। ବିଜୁବାବୁଙ୍କ ବାପା ଚାହୁଁଥିଲେ ଶିକ୍ଷାର ପ୍ରସାର ଘଟୁ, ଛୁଆଁ ଅଛୁଆଁ ହଟୁ, ସାମ୍ପ୍ରଦାୟିକ ଏକତା ଓ ସଦ୍ଭାବ ପ୍ରତିଷ୍ଠିତ ହେଉ, ଧର୍ମାନୁଷ୍ଠାନମାନଙ୍କୁ ପ୍ରବେଶର ଅଧିକାର ରହୁ ଓ ଗାଁଗଣ୍ଡାର କଳହ ବିବାଦର ମୀମାଂସା ଅଦାଲତ ଯାଏ ନଯାଇ ପଞ୍ଚାୟତ ସ୍ତରରେ ହୋଇଯାଉ। ଏଭଳି ଉଦାରବାଦୀ ପରିବର୍ତ୍ତନକାମୀ, ସଂସ୍କାରଧର୍ମୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଜାଗରଣ ଓ ସଚେତନତା ସୃଷ୍ଟି କରିବାରେ ସହାୟକ ଶୁଦ୍ଧ-ସୁଖପାଠ୍ୟ ସାହିତ୍ୟ ପ୍ରକାଶନର ଆବଶ୍ୟକତା ଅନୁଭବ କରି ସିଏ ୧୯୨୫ରେ ପ୍ରତିଷ୍ଠା କଲେ 'ଓଡ଼ିଆ ସାହିତ୍ୟ ପ୍ରଚାର ସଂଘ' ଓଡ଼ିଆ "ବିଶ୍ୱକୋଷ' ସଂକଳନ ପ୍ରସ୍ତୁତି କାମ ଥିଲା ସେ ସଂଘର ଅନ୍ୟତମ ମୁଖ୍ୟ କାମ। ବିଶିଷ୍ଟ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ଥିଲେ ତା'ର ସଭାପତି। ପ୍ରଚାର ସଂଘ ମଧ୍ୟ ଓଡ଼ିଆରେ ଜୀବନୀମାଳା ଓ ଉପନ୍ୟାସମାଳା ରଚନା କାମ ହାତକୁ ନେଇ ସଫଳ ହୋଇଥିଲା। ପାଠାଗାର ସହ ଭାଗବତ ଗାଦିର ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ତାଳପତ୍ର ପୋଥିର ସନ୍ଧାନ ବା ଲକ୍ଷ୍ମୀନାରାୟଣ ବାବୁ ୧୯୩୧-୩୨ ବେଳକୁ 'ଉତ୍କଳ ସାହିତ୍ୟ ସମାଜ'ର ଉପସଭାପତି ଥିଲ ଯେଉଁ ସମୟରେ କି ସଭାପତି ଥିଲେ ଗୋପାଳ ପ୍ରହରାଜ। ୬୬ ବର୍ଷ ବୟସରେ ୧୯୪୧ ମସିହା ଫେବୃଆରୀ ୧୭ ତାରିଖରେ ପରଲୋକ ଗମନ କରିଥିଲେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ। ପୁତ୍ର ବିଜୟାନନ୍ଦଙ୍କ ଅସାଧାରଣ ଦୁଃସାହସ ଓ ଅପ୍ରତିଦ୍ୱନ୍ଦିତାର ସଫଳ କାହାଣୀ ଶୁଣିବାକୁ ଓ ଦୃଷ୍ଟାନ୍ତ ଦେଖିବାକୁ ସିଏ ଆଉ ଏ ଇହଧାମରେ ନଥିଲେ। କିନ୍ତୁ ଯିବା ଆଗରୁ ଆଗାମୀର ବିଜୁ ପଟ୍ଟନାୟକଙ୍କୁ ଗଢ଼ିବା କାମ ସିଏ ସାରିଦେଇଥିଲେ।
<urn:uuid:b7bc6fdf-e532-4971-9171-bc8401defbc3>
CC-MAIN-2019-09
http://bijupatnaik.org/blog-post/a-brief-history-of-biju-patnaiks-father/
2019-02-19T11:50:24Z
s3://commoncrawl/crawl-data/CC-MAIN-2019-09/segments/1550247489933.47/warc/CC-MAIN-20190219101953-20190219123953-00134.warc.gz
ory
0.999975
Orya
14
{"ory_Orya_score": 0.9999746084213257}
କନକ ବ୍ୟୁରୋ : ଓଡିଆ ସଂସ୍କୃତି ଓ ପରମ୍ପରାକୁ ନେଇ ପାଳିତ ହୁଏ ରଜ ପର୍ବ । ମୁଖ୍ୟତଃ ତିନି ଦିନ ଧରି ପାଳିତ ହୋଇଥିବା ଏହି ରଜ ପର୍ବ । ହେଲେ ଏହାର ଗୋଟିଏ ଦିନ ଆଗରୁ ସଜବାଜ ଓ ଭୂମିନଅଣ ପର ଦିନ ବସୁମାତା ଗାଧୁଆ ପର୍ବ ପାଳନ କରାଯାଏ । ରଜ ପର୍ବକୁ ପୁରପଲ୍ଲୀରେ ସମସ୍ତେ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଓଡିଆ ପରମ୍ପରାର ବଡପର୍ବ ରଜ ପର୍ବ । ରାତି ପାହିଲେ ପହିଲି ରଜ । ସଜବାଜ ଓ ବସୁମାତା ଗାଧୁଆକୁ ମିଶାଇ ମୋଟ୍ ୫ ଦିନ ରଜ ପର୍ବ ପାଳନ କରାଯାଏ । ଆଜି ସଜବାଜ ହୋଇଥିବାରୁ ମାଆମାନେ ଚକିରେ ଚାଉଳ ଚୂରି ପୋଡପିଠା କରିବାରେ ବ୍ୟସ୍ତ । କୁନିକୁନି ପିଲାଙ୍କ ଠାରୁ ଆରମ୍ଭ କରି ଯୁବତୀ ସମସ୍ତେ ହାତରେ ମେହେନ୍ଦି ଓ ଗୋଡରେ ଅଳତା ଲଗାଇ ସଜବାଜ ହେଉଛନ୍ତି । ଆଉ ବାପା ଅଜାମାନେ ଝିଅଙ୍କ ପାଇଁ ଦୋଲି ବାନ୍ଧିବାରେ ବ୍ୟସ୍ତ । ରଜକୁ ନେଇ ଗାଁ ଗଣ୍ଡା ଆନନ୍ଦ ଉଲ୍ଲାସରେ ପୁରି ଉଠେ । ରଜରେ ଛୋଟ ପିଲା, ଯୁବକ ଯୁବତୀ ନୂଆ ଡ୍ରେସ ପିନ୍ଧି ପୋଡ ପିଠା ଖାଇ ଦୋଳି ଖେଳିଥାନ୍ତି । ଆଉ ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମିନଅଣ ଦିନ ଘରର ଝିଅ ଓ ନୂଆ ବୋହୂ କିଛି କାମଧନ୍ଦା କରନ୍ତି ନାହିଁ । ରଜ ପାଳିବା ପାଇଁ ବିଦେଶରେ ଥିବା ଲୋକ ଘରକୁ ବାହୁଡିଥାନ୍ତି । ବିଭିନ୍ନ ପ୍ରକାର ଖେଳ ଖେଳିବା ସହ ଗାଁରେ ବୁଲି ଏହାର ମଜା ଉଠାଇଥାନ୍ତି । ଓଡିଆ ଜାତିର ଚଳଣୀ ସହିତ ଅଙ୍ଗାଅଙ୍ଗି ଭାବରେ ଜଡିତ ରଜ ପର୍ବ ସମସ୍ତଙ୍କ ମନରେ ନୂଆ ଆନନ୍ଦ ଓ ଉଦ୍ଦିପନା ଭରି ଦେଇଥାଏ । ଆଧୁନିକତାର ସ୍ପର୍ଶରେ ବି ଗାଁ ଗହଳିର ଲୋକ ରଜ ପର୍ବକୁ ଧୁମଧାମରେ ପାଳନ କରାଯାଉଛି । ସେପଟେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମଝ୍ୟ ରଜ ପାଇଁ ଚାଲିଛି ସଜ । ଗଣପର୍ବକୁ ନେଇ ଉତ୍ସବର ମୁଖର ସମଗ୍ର ଜିଲ୍ଲା । ରଜକୁ ମହାସମାରୋହରେ ପାଳିବାକୁ ଚାରିଆଡେ ଚାଲିଛି ପ୍ରସ୍ତୁତି । ରାତି ପାହିଲେ ପହିଲି ରଜ ତେଣୁ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । କେନ୍ଦୁଝର ସହରର ସ୍ଥାନୀୟ କାଳି ପଡିଆରେ ରଜ ମହୋତ୍ସବ କମିଟି ପକ୍ଷରୁ ବିଶେଷ ଆୟୋଜନ କରାଯଇଛି । ଯୁବକଙ୍କ ପାଇଁ ଦୋଳି ବନ୍ଧା ଯାଇଥିବା ବେଳେ ମହିଳାଙ୍କ ମଧ୍ୟରେ ଝୋଟି ଏବଂ ରଜଗିତ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହାସହ ରଜପାଇଁ ରଜପିଠାର ସ୍ୱାଦ ନେବାକୁ ବିଭିନ୍ନ ଷ୍ଟଲର ଆୟୋଜନ କରାଯାଇଛି । ଲୋକଙ୍କୁ ଆକର୍ଷିତ କରିବାକୁ ସର୍ବଭାରତୀୟ ହସନ୍ତତନ୍ନ ପ୍ରଦର୍ଶନୀର ଆୟୋଜନ କରିଛି କମିଟି । ପ୍ରତ୍ୟେକ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଜପାଇଁ ଏବେ କେନ୍ଦୁଝର ବଜାରରେ ପ୍ରବଳ ଭିଡ ଲାଗିଛି । ନୂଆ ଡ୍ରେସ କିଣିବା ସହ କସ୍ମେଟିକ୍ ଓ ଫଳମୂଳ ବଜାରରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।
<urn:uuid:54206a18-efac-4628-b866-604cea91daa9>
CC-MAIN-2019-09
http://kanaknews.com/raja-celebration-in-odisha-from-tomorrow/
2019-02-21T14:56:16Z
s3://commoncrawl/crawl-data/CC-MAIN-2019-09/segments/1550247504790.66/warc/CC-MAIN-20190221132217-20190221154217-00134.warc.gz
ory
0.999993
Orya
6
{"ory_Orya_score": 0.9999926090240479}
ବାରିପଦା: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ରେ ଚିକିତ୍ସା ଅଭାବରୁ ଜଣେ ୮ ବର୍ଷ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆଜି ଅପରାହ୍ନରେ ମେଡ଼ିକାଲ୍ କଲେଜ ପରିସରରେ ମୃତ ବାଳକଙ୍କ ସଂପର୍କୀୟ ଏବଂ ସ୍ଥାନୀୟ ଲୋକେ ହଙ୍ଗାମା ସୃଷ୍ଟି କରିଥିଲେ। ସୂଚନାଯୋଗ୍ୟ, ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ତକତପୁରସ୍ଥିତ ଅଶୋକ ଘଡ଼େଇଙ୍କ ୮ ବର୍ଷର ପୁଅ ଯାଦବ ଘଡ଼େଇ ଗତକାଲି ଏକ ଦୁର୍ଘଟଣାରେ ଗୁରୁତର ହୋଇ ପିଆର୍ଏମ୍ ମେଡ଼ିକାଲ୍ କଲେଜରେ ଭର୍ତ୍ତି ହୋଇଥିଲେ। ମାତ୍ର ବାଳକର ଉପଯୁକ୍ତ ଚିକିତ୍ସା କରା ନ ଯିବାରୁ ତାଙ୍କ ପୁଅର ମୃତ୍ୟୁ ହୋଇଗଲା ବୋଲି ବାପା ଅଶୋକ ଘଡ଼େଇ ଓ ମାତା ସବିତା ଘଡ଼େଇ ଅଭିଯୋଗ କରିବା ପରେ ଏହାକୁ ନେଇ ଆଜି ମେଡ଼ିକାଲ୍ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ମାତ୍ର ଡାକ୍ତରଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଯୋଗୁଁ ମୃତ ବାଳକଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯିବା ଫଳରେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନଥିଲା। ତେବେ ବାଳକର ମୃତ୍ୟୁକୁ ନେଇ ଆଜି ଅପରାହ୍ନରେ ସ୍ଥାନୀୟ ଲୋକ ଗଣ୍ଡଗୋଳ ସୃଷ୍ଟି କରିବାରୁ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ମୃତ୍ୟୁର କାରଣ ଲୋକଙ୍କ ନିକଟରେ ପ୍ରକାଶ କରିବା ପରେ ଉତ୍ତେଜନା ଥମିଥିଲା।
<urn:uuid:3909d6ec-130c-4b64-b81d-42b36c4d2b37>
CC-MAIN-2019-09
http://sambad.in/district/mayurbhanj/violance-created-due-to-treatment-neglacy-171548/
2019-02-16T09:41:41Z
s3://commoncrawl/crawl-data/CC-MAIN-2019-09/segments/1550247480240.25/warc/CC-MAIN-20190216085312-20190216111312-00424.warc.gz
ory
0.99999
Orya
5
{"ory_Orya_score": 0.9999898672103882}
୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ଭିଆରଏସ୍ ଆବେଦନକୁ ଓଡ଼ିଶା ସରକାର ସବୁଜ ସଂକେତ ଦେଇଛନ୍ତି । ତାଙ୍କ ଭିଆରଏସ୍ ଆବେଦନକୁ ମଂଜୁର କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି । ଭିଆରଏସ୍ ନେବା ପରେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି ଓ ୨୦୧୯ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ତାଲିମ ମନ୍ତ୍ରାଳୟକୁ ଏକ ପତ୍ର ଲେଖି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ରବିନ୍ଦ୍ରନାଥ ସାହୁ ଜଣାଇଛନ୍ତି ଯେ ଶ୍ରୀମତୀ ଷଡଙ୍ଗୀଙ୍କ ବିରୋଧରେ କୌଣସି ଭିଜିଲାନ୍ସ ମାମଲା ବା ବକେୟା ବିଭାଗୀୟ କାର୍ୟ୍ୟାନୁଷ୍ଠାନ ନଥିବାରୁ ତାଙ୍କ ଭିଆରଏସ୍ ଆବେଦନକୁ ଗ୍ରହଣ କରାଯାଇପାରେ । ଗତ ସେପ୍ଟେମ୍ବର ମାସରେ ଅପରାଜିତା ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟସରକାରଙ୍କ ନିକଟରେ ଆବେଦନ କରିଥିଲେ। କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା ପରେ ସେ ଗତ ଅକ୍ଟୋବର ମାସରେ ଓଡ଼ିଶା ଫେରିବାର ଥିଲା । ରାଜ୍ୟରେ ଜଣେ ଦକ୍ଷ ଆଇଏଏସ ଅଧିକାରୀ ଭାବେ ସେ ବେଶ ଜଣାଶୁଣା । ଗତ ୨୦୧୩ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେତେବେଳେ ସେ ରାଜ୍ୟ ବୟନଶିଳ୍ପ ସଚିବ ଥିଲେ । କେନ୍ଦ୍ରରେ ସେ ଗ୍ରାମୀଣ ବିକାଶ ସଚିବ ଭାବେ ଯୋଗଦେଇଥିଲେ । ଚଳିତ ମାସରେ ତାଙ୍କ କେନ୍ଦ୍ରୀୟ ଡେପୁଟେସନ ଶେଷ ହେବାର ଥିଲା ।
<urn:uuid:e8f2d166-7a66-4998-99dd-1c427b0583b4>
CC-MAIN-2019-09
http://kanaknews.com/will-senior-ias-officer-aparajita-sarangi-join-politics/
2019-02-17T12:23:08Z
s3://commoncrawl/crawl-data/CC-MAIN-2019-09/segments/1550247481992.39/warc/CC-MAIN-20190217111746-20190217133746-00104.warc.gz
ory
0.999991
Orya
4
{"ory_Orya_score": 0.9999914169311523}
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ର ଅହେତୁକ ଦରବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆସନ୍ତକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନକୁ ୨୧ ରାଜନୈତିକ ଦଳ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ତେବେ ପ୍ରମୁଖ ବିରୋଧୀ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏଥିରେ ସାମିଲ ହେବନାହିଁ ବୋଲି ଆଜି ସ୍ପଷ୍ଟ କରିଦେଇଛି। କୁହାଯାଉଛି ଯେ ଆଗାମୀ ୨୦୧୯ ଲୋକସଭା ନିର୍ବାଚନକୁ ଆଖିରେ ରଖି କଂଗ୍ରେସ ପେଟ୍ରୋଲ୍ ଓ ଡିଜେଲ୍ ଦରବୃଦ୍ଧିକୁ ଏକ ପ୍ରମୁଖ ପ୍ରସଙ୍ଗ କରିଛି। ରାଫେଲ୍ ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ବାରମ୍ବାର ଘେରୁଥିବା କଂଗ୍ରେସ ଏବେ ତୈଳ ଦରବୃଦ୍ଧିକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କରିଛି। ଏଥିପାଇଁ ସୋମବାର ଭାରତ ବନ୍ଦ ଡାକରା ଦେଇଛି। ଏମିତି କି ଅନ୍ୟ ସମସ୍ତ ବିରୋଧୀ ଦଳକୁ ମଧ୍ୟ ସମାଜର ହିତ ପାଇଁ ଏହି ବନ୍ଦରେ ସାମିଲ ହେବାକୁ ଦଳ ଆହ୍ଵାନ କରିଛି। ଭାରତ ବନ୍ଦ ସଂପର୍କରେ ସୂଚନା ଦେଇ କଂଗ୍ରେସ ନେତା ଅଜୟ ମାକନ୍ କହିଛନ୍ତି, ପେଟ୍ରୋଲ୍ ଓ ଡିଜେଲ୍ ଦରବୃଦ୍ଧି ଏବେ ଉତ୍କଟ ହେଲାଣି। କିନ୍ତୁ ସରକାରଙ୍କ ପକ୍ଷରୁ ଏଯାବତ୍ କୌଣସି ହସ୍ତକ୍ଷେପ କରାଯାଇ ନାହିଁ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ଖସିବାରେ ଲାଗିଛି। ଫଳରେ ଅଶୋଧିତ ତେଲ ଆମଦାନି ଉପରେ ଅଧିକ ଚାପ ପଡ଼ିଛି। ତେଣୁ ସରକାର ଶୀଘ୍ର ଏ ବାବଦରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଏହି ଦାବି ରଖି କଂଗ୍ରେସ କାଲି ଦେଶବ୍ୟାପୀ ବନ୍ଦ ପାଳନ କରିବ। ଏଥିରେ ଦେଶର ୨୧ଟି ଦଳ ପକ୍ଷରୁ ସମର୍ଥନ ମିଳିବ ବୋଲି ମାକନ୍ ଆଶା ବାଢ଼ିଛନ୍ତି। ଉଲ୍ଲେଖଯୋଗ୍ୟ, କଂଗ୍ରେସର ଭାରତ ବନ୍ଦକୁ ଡିଏମ୍କେ ଏବଂ ଏମ୍ଏନ୍ଏସ୍ ସମର୍ଥନ ଦେବେ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ସେହିଭଳି ବନ୍ଦରେ ସାମିଲ ହେବାକୁ ମାକନ୍ ଦେଶର ବ୍ୟବସାୟୀମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। କଂଗ୍ରେସର ଏହି ବନ୍ଦ ଡାକରାରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ସାମିଲ ହେବନାହିଁ ବୋଲି ଆଜି ସ୍ପଷ୍ଟ କରିବା ପରେ କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ଟିଏମ୍ସି ଭଳି ପ୍ରମୁଖ ବିରୋଧୀ ଦଳ ଏଥିରେ ସାମିଲ ହେବ ବୋଲି କଂଗ୍ରେସ ଆଶା ରଖିଥିଲା। କିନ୍ତୁ ଟିଏମ୍ସି ସେହି ଆଶାରେ ପାଣି ପକାଇଦେଇଛି। ଏ ପ୍ରସଙ୍ଗରେ ସୂଚନା ଦେଇ କଂଗ୍ରେସର ପଶ୍ଚିମବଙ୍ଗ ମୁଖ୍ୟ ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ର ଏଭଳି ଅହେତୁକ ମୂଲ୍ୟବୃଦ୍ଧିକୁ ଅର୍ଥନୈତିକ ବିପର୍ଯ୍ୟୟ ବୋଲି ବିବେଚନା କରାଯାଇ ପାରିବ। କିନ୍ତୁ ଇନ୍ଧନ ଉପରେ ଅତ୍ୟଧିକ ଭାଟ୍ ଲାଗୁ କରି ତୃଣମୂଳ କଂଗ୍ରେସ ମାମଲାକୁ ଅଧିକ ସଂଗିନ କରିଦେଇଛି। ଟିଏମ୍ସି ଦର୍ଶାଇଛି ଯେଉଁଥିପାଇଁ ବନ୍ଦ ପାଳନ କରାଯାଉଛି, ସେଥିରେ ଦଳ ସଂପୂର୍ଣ୍ଣ ଏକମତ। କିନ୍ତୁ ଏଥିପାଇଁ କୌଣସି ସାଧାରଣ ସେବା ବନ୍ଦ ହେଉ ବୋଲି ଦଳ ଚାହୁନାହିଁ। ଏନ୍ସିପି, ଏସ୍ପି, ଡିଏମ୍କେ, ଭଳି ଦଳ ବନ୍ଦକୁ ସମର୍ଥନ ଜଣାଇବେ ବୋଲି ସୂଚନା ମିଳିଛି।
<urn:uuid:17e74ecf-614b-41b2-aad9-b8b3e0fcdf0e>
CC-MAIN-2019-09
http://sambad.in/india-and-beyond/tmc-dont-support-these-straick-209644/
2019-02-19T15:12:56Z
s3://commoncrawl/crawl-data/CC-MAIN-2019-09/segments/1550247490225.49/warc/CC-MAIN-20190219142524-20190219164524-00104.warc.gz
ory
0.999969
Orya
3
{"ory_Orya_score": 0.9999692440032959}
ଦେବକୀ ଫଲ୍ମସ୍ ନିବେଦିତ ଚିନ୍ମୟୀ ପ୍ରିୟଦର୍ଶନୀଙ୍କ ପ୍ରଯୋଜନା ଓ ସରୋଜ କାନ୍ତଙ୍କ ନିର୍ଦେଶନାରେ ନିର୍ମିତ ନୂଆ ଓଡ଼ିଆ ଫିଲ୍ମ "ତୋ ପ୍ରେମରେ ପଡ଼ିଲା ପରେ" ଦଶହରା ପୂର୍ବରୁ ମୁକ୍ତିଲାଭ କରିବ । ଏହାର ଅଡିଓ ରିଲିଜ୍ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ନବାଗତ ନାୟକ ଦେବରାଜ ଓ ନାୟିକା ଚିନ୍ମୟୀଙ୍କ ପ୍ରେମ କାହାଣୀ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ହେବ। ନାୟକ ଦେବରାଜ ଏଥିରେ ଚାରୋଟି ଅଲଗା ଅଲଗା ରୂପରେ ଦର୍ଶକ ଙ୍କ ସମୁଖକୁ ଆସିବେ । ଏଥିରେ ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଦାମୋଦର ରାଉତ, ସମ୍ମାନିତ ଅତିଥି ଭାବେ ସଂସାଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୁଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବରିଷ୍ଠ ସଂଗୀତ ନିର୍ଦେଶକ ଜେ ଆଦାନିଙ୍କୁ ସମ୍ମାନିତ କରାଯାଇଥିଲା। ସୂଚନା ଅନୁଯାୟୀ ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ଦେଇଛନ୍ତି ଡ. ରଜନୀ ରଞ୍ଜନ। ବୈଦନାଥ ଦାସଙ୍କ ସଙ୍ଗୀତ ନିର୍ଦେଶନାରେ ଏଥିରେ ହ୍ୟୁମାନ ସାଗର, ତପୁ ମିଶ୍ର, ଅସୀମା ପଣ୍ଡା, ସଞ୍ଜୁ ଓ ସତ୍ୟ କଣ୍ଠଦାନ କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼ର କଳାକାର ଓ ଉଭୟ ରାଜ୍ୟର ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଗୀତ ରଚନା କରିଛନ୍ତି ଡ. ପ୍ରସନ୍ନ ପାଟ୍ଟଶାଣୀ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଆଶୁତୋଷ ଓ ଜୟନ୍ତ। କାହାଣୀ ଟି ପାରିବାରିକ କିମ୍ବା ପ୍ରେମ ଭିତିକ ଆପଣମାନେ ଦେଖିଲେ ଜାଣିପାରିବେ । ଏଥିରେ ନୂଆ ନାୟକ ନାୟିକା ଙ୍କ ଅଭିନୟ ଦର୍ଶକଙ୍କୁ ଭଲ ଲାଗିବା ବୋଲି ସମ୍ପୂର୍ଣ ଚେଷ୍ଟା କରାଯାଇଛି ।
<urn:uuid:5da37278-a117-49dc-ba9f-b8b24ebb4258>
CC-MAIN-2019-09
https://enewsodia.com/to-premare-padila-pare-audio-release-held/
2019-02-20T15:18:32Z
s3://commoncrawl/crawl-data/CC-MAIN-2019-09/segments/1550247495147.61/warc/CC-MAIN-20190220150139-20190220172139-00424.warc.gz
ory
0.999995
Orya
10
{"ory_Orya_score": 0.9999948740005493}
ଗୋବିନ୍ଦପୁରରେ ରଘୁ ସାହୁ ନାମରେ ଜଣେ ଧନୀ ବଣିଆ ଥାଏ; ସେ ସମସ୍ତଙ୍କୁ ବହୁତ ସୁଧରେ କରଜ ଦେଉଥାଏ । ସେଇ ଗାଁରେ ରାମପ୍ରସାଦ ନାମରେ ଗରିବ ଚାଷୀଟିଏ ଥାଏ । ଦିନେ ଅତି ବିପଦରେ ପଡି ସେ ରଘୁ ସାହୁ ପାଖକୁ ଗଲା ଓ ତାକୁ କହିଲା, "ରଘୁଭାଇ, ମତେ ପଚିଶଟି ଟଙ୍କା ଧାର ଦିଅ । ମୁଁ ସପ୍ତାହଟିଏ ପରେ ତାହା ନିଶ୍ଚୟ ଶୁଝିଦେବି ।" ରଘୁ ବଡ କଞ୍ଜୁସ୍ ଥିଲା । ପୁଣି ସେ ଏହା ବି ଜାଣିଥିଲା ଯେ ରାମପ୍ରସାଦର ଅବସ୍ଥା ସେପରି ସ୍ୱଚ୍ଛଳ ନୁହେଁ । ସେ ସୁଧ କ'ଣ ଦେବ, ମୂଳ ମଧ୍ୟ ବୁଡିଯିବାର ଯଥେଷ୍ଟ ସମ୍ଭାବନା ଅଛି । ତେଣୁ ସେ ଦୋଦୋପାଞ୍ଚ ହୋଇ କହିଲା, "ତମେ ତ ଏଠାକୁ ପ୍ରଥମଥର ପାଇଁ ଆସିଛ! ଆଜି ମୋ ହାତରେ ପଇସାଟାଏ ସୁଦ୍ଧା ନାହିଁ । ନହେଲେ ତୁମକୁ ଖାଲି ହାତରେ ମୁଁ କେବେବି ଏଠାରୁ ଏମିତି ଫେରାଇ ଦେଇ ନଥା'ନ୍ତି ।" ଏହା ଭାବି ରାମର ମନ ଖୁବ୍ ଦୁଃଖ ହେଲା ଯେ ରଘୁ ମାତ୍ର ପଚିଶଟି ଟଙ୍କା ପାଇଁ ତା' ଉପରେ ବିଶ୍ୱାସ ରଖି ପାରିଲା ନାହିଁ! କ୍ରମେ ତା'ର ଦୁଃଖ କ୍ରୋଧରେ ପରିଣତ ହେଲା ଓ ସେ ତା' ମନେ ମନେ ସ୍ଥିର କଲା ଯେ କୌଣସି ମତେ ସେ ରଘୁ ସାହୁଠାରୁ ଟଙ୍କା ନେବ । ଶେଷକୁ ସେ ତା' ମନେ ମନେ ଏକ ଉପାୟ ସ୍ଥିର କଲା । ଦିନେ ରଘୁ ସାହୁ ନିଜ ଦୋକାନରେ ଏକା ବସିଥିଲା । ରାମପ୍ରସାଦ ଦୌଡି ଦୌଡି ଯାଇ ସେଠି ପହଁଚି କହିଲା, "ରଘୁଭାଇ, ଟିକିଏ କୁହତ ପାଞ୍ଚରେ ଦଶ ଗୁଣିଲେ କେତେ ହେଉଛି?" ରଘୁ ଭାବିଲା ରାମ ବୋଧହୁଏ ଅଙ୍କ ଗୁଣନ ଜାଣେ ନାହିଁ ବୋଲି ତାକୁ ପଚାରୁଛି । ତେଣୁ ସେ ହିସାବ କରି କହିଲା, "ପଚାଶ ।" ରାମ ଉଚ୍ଚ ସ୍ୱରରେ କହିଲା "ତୁମର ବୁଦ୍ଧି ଘାସଖିଆ ବୁଦ୍ଧି ନା କ'ଣ? ପଚାଶ ନୁହେଁ ଷାଠିଏ ହେବ ।" ରଘୁ ମଧ୍ୟ ଉଚ୍ଚ ସ୍ୱରରେ କହିଲା "ତୁଟା ନିହାତି ମୂର୍ଖ । ମୁଁ କହୁଛି ଷାଠିଏ ନୁହେଁ ପଚାଶ ।" ତା'ପରେ ସେ ଦୁହେଁ "ପଚାଶ, ଷାଠିଏ" କହି କହି ପରସ୍ପରକୁ ଦବାଇବାକୁ ଚେଷ୍ଟା କଲେ । ଲୋକ ଜମିଗଲେ । ବହୁତ ଲୋକ ଦେଖି ରାମ ଲୋକମାନଙ୍କୁ ସମ୍ବୋଧନ କରି କହିଲା, "ଭାଇମାନେ, ମୋର ନ୍ୟାୟ କରିଦିଅନ୍ତୁ । ଏ କଞ୍ଜୁସ୍ ରଘୁ ସାହୁ ମୋର ଦଶଟଙ୍କା ଠକି ନେବାକୁ ଚାହେଁ । ମୁଁ ତା ପାଖରେ ଷାଠିଏ ଟଙ୍କା ଜମା ରଖିଥିଲି ଏବେ କହୁଛି କ'ଣ ନା ପଚାଶ ଟଙ୍କା । ଆପଣମାନେ ଏ କଥା ଟିକେ ବିଚାର କରି ମୋର ଷାଠିଏ ଟଙ୍କା ଦିଆଇ ଦିଅନ୍ତୁ ।" ରାମପ୍ରସାଦର ଏଭଳି ଆକ୍ଷେପ ଶୁଣି ରଘୁ ସାହୁର ମୁହଁ ହଠାତ୍ ଫିକା ପଡିଗଲା । ସେ ଚିତ୍କାର କରି କହିଲା, "କି ବଦମାସ୍ ଏ ରାମ । ତୁ କେବେ ମୋ ପାଖରେ ପଇସା ଜମା କରିଛୁ?" ପୁଣି ସେ ଲୋକମାନଙ୍କୁ ଚାହିଁ କହିଲା, "ଭାଇମାନେ, ଇଏ ଖାଲି ଡାହା ମିଛ କଥା ଗୁଡାଏ କହି ଠକୁଛି । ମୋଠାରେ ତା'ର କୌଣସି ଟଙ୍କା ଜମା ହିଁ ନାହିଁ ।" ରାମପ୍ରସାଦ ମଧ୍ୟ ରଘୁର କଥା କାଟିବାକୁ ଯାଇ କହିଲା, "ତୁମର ନାଟକୀୟ କଥା ବନ୍ଦ କର ରଘୁଜୀ; ଏ ଗାଁରେ କିଏ ଜାଣେନାହିଁ ଯେ ତମେ ଅନ୍ୟମାନଙ୍କ ପଇସା ମାରି ବଡଲୋକ ହୋଇଛ? ଟିକିଏ ଆଗରୁ ପଚାଶ ବୋଲି ତ କହୁଥିଲ; ପୁଣି ଏବେ ସେତକ ବି ମାନୁ ନାହଁ? ତମେ ମତେ ବେଶ୍ ଶିକ୍ଷା ଦେଇଛ । ମୁଁ ଏବେ ଭୁଲରେ ସୁଦ୍ଧା ତୁମ ପାଖରେ ପଇସା ଜମା ଦେବି ନାହିଁ ।" ରାମପ୍ରସାଦ ଏପରି କୌଶଳର ସହିତ କହିଲା ଯେପରି ଜଣାଯିବ ଯେ ସେ ସତରେ ସେଠାରେ ପଇସା ଜମା କରିଥିଲା । ସମସ୍ତେ ତା' କଥା ବିଶ୍ୱାସ କଲେ । ତେଣୁ ସମସ୍ତେ ଏକାଠି ହୋଇ ରଘୁ ସାହୁକୁ ଯାଛାତା ଗାଳିଦେଇ କହିଲେ, "ପ୍ରଥମେ ତ ତମେ ପଚାଶ ଦେବାକୁ ପ୍ରସ୍ତୁତ ଥିଲ । ଏକଥା ତ ଆମେ ନିଜ କାନରେ ଶୁଣିଛୁ । ଆଉ ସେତକ ମଧ୍ୟ ତମେ ଆମମାନଙ୍କ ସାମନାରେ ପୁଣି ସମ୍ପୂର୍ଣ୍ଣ ଉଡେଇ ଦେବାକୁ ବସିଛ? ତମେ ଏପରି ଅବିଶ୍ୱାସୀ କାମ କରୁଛ କିପରି? ଏବେ ତ ରାମପ୍ରସାଦ ପଚାଶ ପାଇଁ ମଧ୍ୟ ରାଜି । ତେଣୁ ତାକୁ ଅନ୍ତତଃ ସେତକ ତ ଦେଇଦିଅ ।" କିଛି ସମୟ ଏପରି ବିବାଦ ଲାଗିଲେ ହୁଏତ ଷାଠିଏ ଟଙ୍କା ମଧ୍ୟ ଦେବାକୁ ପଡିବ ଏକଥା ଭାବି ରଘୁ ଶୀଘ୍ର ପଚାଶ ଟଙ୍କା କାଢି ରାମକୁ ତାହା ଦେଇଦେଲା । ହାତରେ ଟଙ୍କା ପାଇବାମାତ୍ରେହିଁ ରାମ ଜୋର୍ରେ ହସି ଉଠିଲା । ତା'ପରେ ଲୋକମାନଙ୍କୁ ଅନାଇ ସେ କହିଲା, "ପ୍ରକୃତରେ ମୁଁ ତାକୁ ଶିକ୍ଷା ଦେବାକୁ ଏପରି କରୁଛି ।" ତା'ପରେ ପଚିଶ ଟଙ୍କା ରଘୁକୁ ଫେରାଇ ଦେଇ ସେ କହିଲା, "ନିଅ ତୁମ ପଚିଶ ଟଙ୍କା । ବଳକା ପଚିଶ୍ ମୁଁ ପରେ ଦେବି କାରଣ ମୋର ଏହି ଟଙ୍କାର ବହୁତ ଦରକାର ଅଛି । ମୁଁ ତ ତୁମକୁ ଏହା କହିବାକୁ ଚାହୁଁଥିଲି ଯେ ଟଙ୍କା ଯାହାର ଥାଏ ସେ ଯଦି ଅନ୍ୟକୁ ସାହାଯ୍ୟ ନକରେ ତେବେ ତା'ର ଏ ଟଙ୍କା ରଖିବାର ମାନେ କ'ଣ? ମୁଁ ଚାହିଁଥିଲେ ସବୁ ଟଙ୍କା ରଖି ପାରିଥା'ନ୍ତି । କିନ୍ତୁ ମୁଁ ଗରୀବ ହେଲେ ମଧ୍ୟ ଠକ ନୁହେଁ । ମୁଁ ଠିକ୍ ସମୟରେ ସୁଧ ସହ ତୁମ ଟଙ୍କା ତୁମକୁ ଫେରାଇ ଦେବି ।" ଏସବୁ କଥା ଶୁଣି ରଘୁ ସାହୁ ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ କଲେ । ଲୋକମାନେ ସବୁକଥା ଶୁଣି ହସି ହସି ସେଠାରୁ ପ୍ରସ୍ଥାନ କଲେ ।
<urn:uuid:d34b1edb-2da7-4d47-9463-8657602bbce3>
CC-MAIN-2019-09
http://odiagapa.com/%E0%AC%A0%E0%AC%95-%E0%AC%B8%E0%AC%B9%E0%AC%BF%E0%AC%A4-%E0%AC%A0%E0%AC%95%E0%AC%BE%E0%AC%AE%E0%AD%80/
2019-02-21T19:06:13Z
s3://commoncrawl/crawl-data/CC-MAIN-2019-09/segments/1550247506094.64/warc/CC-MAIN-20190221172909-20190221194909-00104.warc.gz
ory
0.999999
Orya
9
{"ory_Orya_score": 0.9999990463256836}
ଶାସକ ଦଳ ବିଧାୟକଙ୍କ ଡି-ଲିଙ୍କ ସହ ବ୍ୟବସାୟୀକ ସଂପର୍କ ଏବଂ ଇଡି ଜେରା ପ୍ରସଙ୍ଗରେ – ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଚାଲିଛି ଅପରାଧିକ ଷଡଯନ୍ତ୍ର – କ୍ଷମତା ଉପଭୋଗ ପାଇଁ ସାଧାରଣ ଲୋକଙ୍କ ଅର୍ଥକୁ ଆତ୍ମସାତ୍ କରୁଥିବା ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି ସ୍ୱୟଂ ମୁଖ୍ୟମନ୍ତ୍ରୀ – ପୂର୍ବରୁ ପି-ପି-ପି ମୋଡ୍ର ନେତୃତ୍ୱ ନେଉଥିଲେ ପ୍ୟାରୀ-ପିନାକୀ-ପ୍ରଭାକରନ, ବର୍ତମାନ ପ୍ରଣବ-ପାଣ୍ଡିଆନ-ପ୍ରତାପ – ମାତ୍ରାଧିକ ପିସି କାରବାର କାରଣରୁ ରାଜ୍ୟ ବିକାଶର ଗତିରୋଧ ହେଉଛି – ଅପରାଧିକ କାର୍ଯ୍ୟକଳାପକୁ ଘୋଡାଇବା ପାଇଁ ଶତ ଚେଷ୍ଟା କଲେ ମଧ୍ୟ ସତ୍ୟ ସାମ୍ନାକୁ ଆସୁଛି – ରାଜ୍ୟକୁ ଏକ ଅପରାଧିକ ଏବଂ ଦୁର୍ନୀତିଗସ୍ତ ରାଜ୍ୟ ଭାବେ ଗଢି ତୋଳିବାକୁ ଶ୍ରେଷ୍ଠ ପ୍ରଶାସକ ଶପଥ ନେଇଥିବା ଭଳି ମନେ ହେଉଛି ଭୁବନେଶ୍ୱର, ତା ୦୫/୦୫ (ଓଡ଼ିଆ ପୁଅ) : କଥାରେ ଅଛି, 'ଯାହାକୁ ରଖିବେ ଅନନ୍ତ, ତା'ର କି କରିପାରେ ବଳବନ୍ତ'। କିନ୍ତୁ ରାଜ୍ୟ ପରିପ୍ରେକ୍ଷୀରେ, 'ଯାହାର ରକ୍ଷକ ରାଇଜ ସାଆନ୍ତ, ସେ ହେଉଛନ୍ତି ବିଜେଡି ବିଧାୟକ ବଳବନ୍ତ ଓ ଧଳସାମନ୍ତ'। ଡି ଲିଙ୍କରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସଂପୃକ୍ତି ସମସ୍ତ ରାଜ୍ୟବାସୀ ଜାଣିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳସେଚନ ବିଭାଗ ଏବଂ ପୂର୍ତ ବିଭାଗରେ ଡି-ଲିଙ୍କ୍ର ସଂପୃକ୍ତି ପର୍ଦ୍ଦାଫାଶ ହୋଇସାରିଛି। ଏବେ ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ସହ ବିଧାୟକ ପ୍ରବଣ ବଳବନ୍ତରାୟଙ୍କ ସଂପର୍କ ଏବଂ ଇଡି ତରଫରୁ ସମନ ଜାରି ହେବା, ଦୁର୍ନିତୀଗସ୍ତ ଶାସକ ବିଜେଡିର ଅସଲି ମୁଖା ଖୋଲି ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଚାଲିଛି ଅପରାଧିକ ଷଡଯନ୍ତ୍ର ଏବଂ ଅପରାଧିକୁ ଖୋଦ୍ ମୁଖ୍ୟମନ୍ତ୍ରୀ ସୁରକ୍ଷା ଯୋଗାଇ ଚାଲିଛନ୍ତି। ବହୁରୂପୀ ଏଣ୍ଡୁଅ ପରି ମୁଖ୍ୟମନ୍ତ୍ରୀ ବି ନିଜ ରଂଗ ଘଡି ଦେଖି ବଦଳାଉଛନ୍ତି। ଅପରାଧିକମାନଙ୍କୁ ସୁରକ୍ଷା ଦେବା ଏବଂ ପରେ ନିର୍ମଳ ଭାବମୂର୍ତିକୁ ଗଣମାଧ୍ୟମ ଆଗରେ ଦେଖାଇ କିଛି ଦିନ ପାଇଁ ପ୍ରାୟୋଜିତ କାର୍ଯ୍ୟାନୁଷ୍ଠାନ ନେବା କେବଳ ଧର୍ମକୁ ଆଖି ଠାର ସଦୃଶ୍ୟ ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ୧୮ ବର୍ଷ ନିରୁଙ୍କଶ ଶାସନ ମଧ୍ୟରେ ଶାସକ ବିଜେଡିର ଅନେକ ବିଧାୟକଙ୍କର ଅପରାଧିକ ସଂପୃକ୍ତି ରହିଛି। ପୂର୍ବରୁ ମିଥ୍ୟା ସତ୍ୟପାଠ ଦେଇ ଏକାଧିକ ସରକାରୀ ପ୍ଲଟ ହାତେଇଥିଲେ ବଳବନ୍ତରାୟଙ୍କ ପରିବାର। ସେହିପରି ୨୦୧୪ ମସିହାରେ ଚିଟ୍ଫଣ୍ଡ କମ୍ପାନୀ ଏଟି ଗ୍ରୁପ ଲିଙ୍କ ସନ୍ଦେହରେ ସିବିଆଇ ତାଙ୍କୁ ଜେରା କରିଥିଲା। ଏହା ସତ୍ୱେ ବି ନିଜକୁ ସ୍ୱଚ୍ଛ ବୋଲାଉଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ସୁରକ୍ଷା ଯୋଗାଇ ଆସୁଛନ୍ତି। ପୂର୍ବରୁ ସିସୋର ଚିଟଫଣ୍ଡରେ ବିଧାୟକ ପ୍ରଭାତ ବିଶ୍ୱାଳ, ଏଟି ଗ୍ରୁପ ଚିଟଫଣ୍ଡ ସଂସ୍ଥାରେ ଲିଙ୍କ୍ ଥିବା ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ନବଦିଗନ୍ତ ଚିଟ୍ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ସାଂସଦ ରାମଚନ୍ଦ୍ର ହାଂସଦା ପ୍ରମୁଖ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି। ଡି-ଲିଙ୍କ ସଂପର୍କ ଅଭିଯୋଗରେ ପୂର୍ବରୁ ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳ ଗିରଫ ହୋଇ ଜେଲରେ ଅଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି କି କେବଳ କ୍ଷମତା ଉପଭୋଗ ପାଇଁ ସାଧାରଣ ଲୋକଙ୍କ ଅର୍ଥକୁ ଆତ୍ମସାତ୍ କରୁଥିବା ଅପରାଧୀମାନଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଯୋଗାଇ ଆସୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶାସନ 'ପି-ପି-ପି' ମୋଡରେ ଚାଲିଛି। ଏହି 'ପି-ପି-ପି' ମୋଡ୍ରେ ପୂର୍ବରୁ ପ୍ୟାରୀ, ପିନାକୀ ଏବଂ ପ୍ରଭାକରନଙ୍କ ଦବ୍ଦବାରେ ଥିବାବେଳେ ବର୍ତମାନ ଏହି ମୋଡ୍ଟି ସଂପୂର୍ଣ୍ଣ ଭାବେ ପ୍ରଣବ ଦାସ, ପ୍ରତାପ ଦେବ ଏବଂ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ରହିଛି। ଶାସକ ଭକ୍ଷକ ସାଜିଲେ, ରାଜ୍ୟ ଓ ରାଜ୍ୟବାସୀଙ୍କ ଭାଗ୍ୟ ସଂପୂର୍ଣ୍ଣ ଅନ୍ଧକାର ହୋଇଥାଏ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସତ କହିବାର ଯଦି ସତ୍ ସାହାସ ନାହିଁ, ଅତ୍ୟନ୍ତ ମିଛ କହି ରାଜ୍ୟବାସୀଙ୍କୁ ଆଉ ବିଭ୍ରାନ୍ତ କରନ୍ତୁ ନାହିଁ। କେତେ ଦିନ ଏଭଳି ମିଛ କହି ମୁଖ୍ୟମନ୍ତ୍ରୀ ନିଜର ନୈତିକ ଦାୟୀତ୍ୱରୁ ଦୁରେଇ ରହିବେ ? ଦୀର୍ଘ ୧୮ ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତା ଉପଭୋଗ କରିଥିବା ଅହଂକାରୀ ଏବଂ ଦୁର୍ନୀତିଖୋର ଶାସକ ବିଜେଡିର ଅପରାଧିକ ଚେହେରା ଏବେ ଲୋକଲୋଚନକୁ ଆସିଛି। ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଅହିଂସାକୁ ସ୍ଥାନ ଦେବାକୁ କହୁଥିବା ମୁଖ୍ୟମନ୍ତ୍ରୀ ନିଜେ ହିଂସା ଏବଂ ଅପରାଧର ସାମ୍ରାଜ୍ୟ ବିସ୍ତାର କରି ଅପରାଧିମାନଙ୍କୁ ପ୍ରତ୍ୟକ୍ଷ ସୁରକ୍ଷା ଯୋଗାଇ ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟସରକାରଙ୍କ ପୂର୍ତ ବିଭାଗ ଓ ଜଳସେଚନ ବିଭାଗ ଦୁର୍ନୀତିର ଗନ୍ତାଘର ସାଜିଛି। ଟେଣ୍ଡର ଫିକ୍ସିଂରେ ଗ୍ୟାଙ୍ଗଷ୍ଠାର ସହ ଶାସକ ବିଜେଡିର ବହୁ ବିଧାୟକ, ମନ୍ତ୍ରୀ ଓ ନେତୃବୃନ୍ଦଙ୍କ ସଂପୃକ୍ତି କାରଣରୁ ଅତୀତରେ ଜଘନ୍ୟ ହିଂସାକାଣ୍ଡ ଘଟିଥିବାର ରାଜ୍ୟବାସୀ ଦେଖି ସାରିଛନ୍ତି। ବିଭିନ୍ନ ନିର୍ମାଣ ଓ ବିକାଶମୂଳକ କାର୍ଯ୍ୟରେ ମାତ୍ରାଧିକ ପିସି କାରବାର କାରଣରୁ ରାଜ୍ୟ ବିକାଶର ଗତିରୋଧ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଅପରାଧିକ କାର୍ଯ୍ୟକଳାପକୁ ଘୋଡାଇବା ପାଇଁ ଶତ ଚେଷ୍ଟା କଲେ ମଧ୍ୟ ସତ୍ୟ ସାମ୍ନାକୁ ଆସୁଛି। ଶାସକ ଦଳର ସମସ୍ତ ଦୁର୍ନୀତି ଏବଂ ଅପରାଧର ଭିତିଭୁମି ସମୟ କ୍ରମେ ପର୍ଦ୍ଦାଫାଶ ହେବାରେ ଲାଗିଛି। ରାଜ୍ୟକୁ ଏକ ଅପରାଧିକ ଏବଂ ଦୁର୍ନୀତିଗସ୍ତ ରାଜ୍ୟ ଭାବେ ଗଢି ତୋଳିବାକୁ ଶ୍ରେଷ୍ଠ ପ୍ରଶାସକ ଶପଥ ନେଇଥିବା ଭଳି ମନେ ହେଉଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
<urn:uuid:157d538a-e9da-43ad-bd02-e93d68cfffed>
CC-MAIN-2019-09
http://odiapua.com/%E0%AC%AF%E0%AC%BE%E0%AC%B9%E0%AC%BE%E0%AC%B0-%E0%AC%B0%E0%AC%95%E0%AD%8D%E0%AC%B7%E0%AC%95-%E0%AC%B0%E0%AC%BE%E0%AC%87%E0%AC%9C-%E0%AC%B8%E0%AC%BE%E0%AC%86%E0%AC%A8%E0%AD%8D%E0%AC%A4/
2019-02-21T18:40:03Z
s3://commoncrawl/crawl-data/CC-MAIN-2019-09/segments/1550247506094.64/warc/CC-MAIN-20190221172909-20190221194909-00104.warc.gz
ory
0.999987
Orya
3
{"ory_Orya_score": 0.999987006187439}
କନକ ବ୍ୟୁରୋ : ଘର ଅଛି ଛାତ ନାହିଁ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା । ଲାଗିବା ସ୍ୱାଭାବିକ । ଗ୍ରାମ ଆରମ୍ଭରୁ ଆଜି ଯାଏଁ ଗାଁରେ ଗୋଟିଏ ବି ଛାତ ଘର ନାହିଁ । ଧନୀ ଗରିବ ସମସ୍ତଙ୍କ ମୁଣ୍ଡ ଉପରେ ରହିଛି ଚାଳ, ଟାଲି ଆଉ ଆଜବେଷ୍ଟସ୍ ଛପର । କାରଣ ଛାତ ଘର କରିବା ପାଇଁ ବାରଣ କରିଛନ୍ତି ଗ୍ରାମଦେବତୀ । ଏମିତି ଏକ ବିଶ୍ୱାସକୁ ନେଇ ଚାଲିଛି ଆଠମଲ୍ଲିକ ବେଲାଦୁଲା ଗାଁ । ଅନୁଗୁଳ ଓ ବୌଦ୍ଧ ଜିଲ୍ଲୀ ସୀମାରେ ରହିଛି ଆଠମଲ୍ଲିକର ବେଲାଦୁଲା ଗାଁ । ୨ଶହ ପରିବାର ବସବାସ କରୁଥିବା ଏହି ଗାଁରେ ଗୋଟିଏ ହେଲେ ଛାତ ଘର ନାହିଁ । ବେଲାଦୁଲା ଗ୍ରାମବାସୀ କୁହନ୍ତି, ଛାତ ଘର ପାଇଁ ମନା କରିଛନ୍ତି ଗ୍ରାମ ଦେବତୀ । ଠାକୁରାଣୀଙ୍କ ଆଦେଶ ଗ୍ରାମର କୌଣସି ସ୍ଥାନରେ ଛାତ ପଡିବ ନାହିଁ । ତେଣୁ ଗାଁରେ ଇଟା ମାଟିର କାନ୍ଥ ଥିଲେ ଥିଲେ ସୁଦ୍ଧା ମୁଣ୍ଡ ଉପରେ ଛାତ ନାହିଁ । ଗ୍ରାମଦେବତୀଙ୍କୁ ଆଦେଶକୁ ନମାନିଲେ ପରିବାରର ଅମଙ୍ଗଳ ହେବ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ପୂର୍ବପୁରୁଷ ଅମଳରୁ ଚାଲିଆସିଥିବା ଏହି ବିଶ୍ୱାସକୁ ଭାଙ୍ଗି ପାରୁନାହାନ୍ତି । କେବଳ ଗ୍ରାମବାସୀଙ୍କ ଘର ନୁହେଁ ସ୍କୁଲ ଘର, ସରକାରୀ ଘର ସବୁଠି ସମାନ ସ୍ଥିତି । ଗ୍ରାମବାସୀ କୋଠା ଘର କରିବେ ନାହିଁ ବୋଲି, ସରକାରଙ୍କ ପ୍ରୋତ୍ସାହନ ଇନ୍ଦିରା ଆବାସ, ବିଜୁ ପକ୍କାଘର ଓ ପାଇଖାନାକୁ ପ୍ରତ୍ୟାଖାନ କରିଛନ୍ତି । ଛାତ ଘର ନକରି ବି ଠାକୁରାଣୀଙ୍କ ଦୟାରୁ ସମସ୍ତ ଖୁସିରେ ଥିବା କୁହନ୍ତି ଗ୍ରାମବାସୀ ।
<urn:uuid:b55da733-100b-4b6c-9cb9-7e6bf66dd9fb>
CC-MAIN-2019-09
http://kanaknews.com/angul-althmalic-village-without-roof/
2019-02-18T00:07:55Z
s3://commoncrawl/crawl-data/CC-MAIN-2019-09/segments/1550247483873.51/warc/CC-MAIN-20190217233327-20190218015327-00263.warc.gz
ory
1.000004
Orya
4
{"ory_Orya_score": 1.000003695487976}
ଏସସିବିରେ ଭର୍ତି ୨୪ ଘଣ୍ଟାରେ କଟକ ପୁଲିସ୍କୁ ଆଉ ଏକ ସଫଳତା ମିଳିଛି । ଏହି ଏନ୍କାଉଣ୍ଟରରେ ଶିକାର ହୋଇଛନ୍ତି ଯୁଗ ଓରଫ ବାସିର ଖାଁ । ବସିରର ଡାହାଣ ଗୋଡ଼ରେ ଗୁଳି ବାଜିଛି, ଚିକିତ୍ସା ଲାଗି ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଗତ ୧୯ ତାରିଖରେ କଟକ ସଦର ଥାନା ପିସିଆର ଗାଡି ଉପରକୁ ବୋମାମାଡ ଘଟଣାରେ ସଂପୃକ୍ତ ଥିଲା ଯୁଗା ଖାନ୍ । ସୂଚନାନୁଯାୟୀ, ଯୁଗ ବ୍ରାହ୍ମଣଝରିଲୋ କୋଲ୍ଡଷ୍ଟୋର ନିକଟରେ ବୁଲୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରିଥିଲା। ମାତ୍ର ସେ ପୋଲିସ ଟିମ୍ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଚେଷ୍ଟା କରିଥିଲେ । ଫଳରେ ସଦର ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ଯୁଗଙ୍କ ଗୋଡ଼କୁ ଲକ୍ଷ୍ୟକରି ଗୁଳି ଚଳାଇଥିଲେ। ଯୁଗଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି ।ପୂର୍ବରୁ ଯୁଗାର ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧି କାକୁ ସିଂକୁ ବି ପୋଲିସ ଏନକାଉଂଟର କରିଥିଲା । ଗତକାଲି ରାତିରେ ଯୁଗକୁ ଧରିବା ଲାଗି ସଦର ପୋଲିସ ଓ ସ୍ପେଶାଲ ସ୍କ୍ଵାଡ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ମାତ୍ର ଯୁଗା ପୁଲିସକୁ ଚକମା ଦେଖାଇ ଖସିଯିବାକୁ ଚେଷ୍ଟା କରିବାରୁ ପୁଲିସ ତା ଉପରକୁ ଗୁଳି ଚଳାଇଥିଲା । ଯୁଗଙ୍କ ନାମରେ ମଞ୍ଚେଶ୍ୱର ଓ ସଦର ଥାନାରେ ବିଭିନ୍ନ ମାମଲା ରହିଛି । ତାଙ୍କ ନିକଟରୁ ୩ଟି ବୋମା ଓ ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଥିବା ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି । ପଢନ୍ତୁ ;
<urn:uuid:0517ec8a-8315-4c32-940a-e4c5644342f1>
CC-MAIN-2019-09
https://enewsodia.com/amp/again-encounter-in-cuttack-and-criminal-juga-injured/
2019-02-23T06:20:16Z
s3://commoncrawl/crawl-data/CC-MAIN-2019-09/segments/1550249490870.89/warc/CC-MAIN-20190223061816-20190223083816-00583.warc.gz
ory
0.999981
Orya
13
{"ory_Orya_score": 0.999981164932251}
କନକ ବ୍ୟୁରୋ : ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲ ଖୁଂଟ ସ୍ଥାପନ ହେବାକୁ ଯାଉଛି । ନିଜସ୍ୱ ଅନ୍ତର୍ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୫ ର ପରୀକ୍ଷଣ କରିବ । ଯାହାର ଲକ୍ଷ୍ୟ ଭେଦ କ୍ଷମତା ୫ ହଜାର କିଲୋମିଟରରୁ ଅଧିକ । ପ୍ରାୟ ୨ ବର୍ଷର ବ୍ୟବଧାନ ପରେ କ୍ଷେପଣାସ୍ତ୍ର ଅଗ୍ନି-୫ ର ପରୀକ୍ଷଣ ହେବାକୁ ଯାଇଛି । ଡିସେମ୍ବର ଶେଷ ସପ୍ତାହ କିମ୍ବା ଜାନୁୟାରୀରେ ଏହାର ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି । ବିଶେଷ କରି ଅଗ୍ନୀ-୫ ଚୀନକୁ ଜଗିବ । ଏହା ଉତ୍ତର ଚୀନ ପର୍ଯ୍ୟନ୍ତ ଆକ୍ରମଣ କରିବାକୁ ସକ୍ଷମ ହେବ । ତେଣୁ ଏହାକୁ ଭାରତର ସୁରକ୍ଷା କବଚ କୁହାଯାଉଛି । ୧ ହଜାର ଟନ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ।
<urn:uuid:9b2c4558-c8a2-41c5-8318-4e839e19293a>
CC-MAIN-2019-09
http://kanaknews.com/india-prepare-to-test-agni-5-missile/
2019-02-17T14:14:47Z
s3://commoncrawl/crawl-data/CC-MAIN-2019-09/segments/1550247481994.42/warc/CC-MAIN-20190217132048-20190217154048-00464.warc.gz
ory
1.00001
Orya
3
{"ory_Orya_score": 1.0000096559524536}
ଶ୍ରୀପୁରରେ କୃଷ୍ଣଶାସ୍ତ୍ରୀ ନାମକ ଜଣେ ବିଦ୍ୱାନ ପଣ୍ଡିତ ଓ ବକ୍ତା ରହୁଥାନ୍ତି । ପ୍ରତିବର୍ଷ ନବରାତ୍ର ଉତ୍ସବରେ ମନ୍ଦିର ପ୍ରାଙ୍ଗଣରେ ଏକ ବଡ ଧାର୍ମିକ ସଭା ହୁଏ । ସେଥିରେ କୃଷ୍ଣଶାସ୍ତ୍ରୀ ପୋରହିତ୍ୟ କରନ୍ତି; ଭଗବାନଙ୍କୁ ଧ୍ୟାନ କରିବା ବିଷୟରେ ଓ ନାନା ଧାର୍ମିକ ଉପଦେଶ ଦେଇ ସେ ବକ୍ତୃତାମାନ ଦିଅନ୍ତି । ଲୋକେ ତାଙ୍କ ଭାଷଣକୁ ଖୁବ୍ ପସନ୍ଦ କରନ୍ତି । ତାଙ୍କ ପୁତ୍ର ହରିଦାସ ମଧ୍ୟ ପିତାଙ୍କ ପରି ବିଦ୍ୟା-ପ୍ରେମୀ । ସେ ମଧ୍ୟ ପିତାଙ୍କଠାରୁ ବକ୍ତୃତା ଦେବାର କଳା କିଛିଟା ଶିଖିଥା'ନ୍ତି । ଥରେ ନବରାତ୍ରି ଉତ୍ସବରେ କୃଷ୍ଣଶାସ୍ତ୍ରୀ ଦୁଇଦିନ ଭାଷଣ ଦେବା ପରେ ତୃତୀୟ ଦିନ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ସେ ତାଙ୍କ ପୁତ୍ର ଉପରେ ଧର୍ମ ସଭାର ଭାର ଅର୍ପଣ କଲେ । କିନ୍ତୁ ଶ୍ରୀପୁରର ଲୋକେ କୃଷ୍ଣଶାସ୍ତ୍ରୀଙ୍କ ସ୍ଥାନରେ ହରିଦାସଙ୍କୁ ଦେଖି ପଳାଇ ଯିବାକୁ ଉଠି ଠିଆ ହେଲେ । ହରିଦାସ କିନ୍ତୁ ଧୈର୍ଯ୍ୟ ଧରି ଠିଆ ହୋଇ କହିଲେ, "ଭକ୍ତଜନେ, ଶରୀରର ଅସୁସ୍ଥତା ଯୋଗୁଁ କୃଷ୍ଣଶାସ୍ତ୍ରୀ ଆଜି ସଭାକୁ ଆସି ପାରିବେ ନାହିଁ । ତେବେ ମୁଁ ନିବେଦନ କରୁଛି ଯେଉଁମାନେ କୃଷ୍ଣଶାସ୍ତ୍ରୀଙ୍କ ପାଇଁ ଏଠାକୁ ଆସିଛନ୍ତି ସେମାନେ ଏଠାରୁ ଖୁସିରେ ଚାଲିଯାନ୍ତୁ । କିନ୍ତୁ ଯିଏ ଏଠାକୁ ଭଗବାନ୍ଙ୍କ ପାଇଁ ଆସିଛନ୍ତି ସେମାନେ ଏଠାରେ ରୁହନ୍ତୁ ।" ତାଙ୍କର ଏଭଳି କଥାରେ ସମସ୍ତେ ପୁଣି ବସି ପଡିଲେ । ପିତା କୃଷ୍ଣଶାସ୍ତ୍ରୀଙ୍କ ଯୋଗ୍ୟପୁତ୍ର ହରିଦାସଙ୍କ ଧର୍ମ ଉପଦେଶ ଓ ଭାଷଣ ଶୁଣି ସମସ୍ତେ ମୁଗ୍ଧ ହେଲେ ।
<urn:uuid:b3dacd08-2b72-4c3e-b038-18f72374c53f>
CC-MAIN-2019-09
http://odiagapa.com/%E0%AC%AD%E0%AC%97%E0%AC%AC%E0%AC%BE%E0%AC%A8%E0%AC%99%E0%AD%8D%E0%AC%95%E0%AC%B0-%E0%AC%A7%E0%AD%8D%E0%AD%9F%E0%AC%BE%E0%AC%A8/
2019-02-18T16:57:13Z
s3://commoncrawl/crawl-data/CC-MAIN-2019-09/segments/1550247487595.4/warc/CC-MAIN-20190218155520-20190218181520-00144.warc.gz
ory
1.000009
Orya
6
{"ory_Orya_score": 1.0000089406967163}
'ଭାରତ'ରେ ହେଲେନଙ୍କ ପରି ରେଟ୍ରୋ ଲୁକରେ ନଜର ଆସିବେ ଦିଶା ପଟାନୀ । ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ନିଜର ଆଗାମୀ ଫିଲ୍ମ ଭାରତରେ ଡ୍ୟାନ୍ସିଂ କ୍ୱିନ ହେଲେନଙ୍କ ପରି ରେଟ୍ରୋ ଲୁକରେ ନଜର ଆସିପାରନ୍ତି । ନିର୍ଦ୍ଦେଶକ ଇଲୀ ଅବାସ ଜଫରଙ୍କ ଏହି ଫିଲ୍ମରେ ଅଭିନେତା ସଲମାନ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ଦିଶାଙ୍କ ଲୁକ ହେଲେନଙ୍କ ରେଟ୍ରୋ ଲୁକ ଉପରେ ଆଧାରିତ ରହିବ । ଫିଲ୍ମରେ ଦିଶା ଆର୍ଟିଷ୍ଟ ଭୂମିକାରେ ନଜର ଆସିବେ । ଏଥିପାଇଁ ଫିଲ୍ମ 'ଭାରତ'ର ଟିମ ଦିଶାଙ୍କ କଷ୍ଟ୍ୟୁମକୁ ନେଇ ରିସର୍ଚ୍ଚ ଚଲାଇଛନ୍ତି । ୬୦ ଦଶକରେ ହେଲେନ ଡ୍ୟାନ୍ସ ପଫର୍ମାନ୍ସ ପିନ୍ଧିଥିବା ଡ୍ରେସ ଗୁଡିକରୁ ଆଇଡିଆ ନିଆଯାଉଛି । ଦିଶାଙ୍କ କଷ୍ଟ୍ୟୁମ ପାଇଁ ସଲମାନ ଖାନଙ୍କ ଭଉଣୀ ଅଲବୀର ଅଗ୍ନୀହୋତ୍ରୀ ଏବଂ ଇଣ୍ଟରନ୍ୟାସନାଲ ଡିଜାଇନର ଅଶନେ ରୋବେଲୋଙ୍କ ସାହାଯ୍ୟ ନିଆଯାଇଛି । ଦୁହେଁ ମିଶି ଦିଶାଙ୍କ ଡ୍ରେସ ଡିଜାଇନ କରୁଛନ୍ତି । ଫିଲ୍ମରେ ନିଜର ଲୁକ ପାଇଁ ଦିଶା ଖୁବ ପରିଶ୍ରମ କରୁଥିବା ଜଣାପଡୁଛି । ପ୍ରଥମେ ଶୁଣିବାକୁ ମିଳିଥିଲା ଯେ ଦିଶା ଫିଲ୍ମରେ ସଲମାନ ଖାନଙ୍କ ଭଉଣୀ ଭୂମିକାରେ ନଜର ଆସିବେ । କିନ୍ତୁ ଏବେ ଖବର ଆସୁଛି ଯେ ତବୁ ସଲମାନ ଖାନଙ୍କ ଭଉଣୀ ଭୂମିକା ନିଭାଇବେ ।
<urn:uuid:2f1cf99b-969e-4449-a742-236f09e8f112>
CC-MAIN-2019-09
http://lifestyle.kanaknews.com/disha-pathani-new-look-in-this-film/
2019-02-20T19:25:49Z
s3://commoncrawl/crawl-data/CC-MAIN-2019-09/segments/1550247496080.57/warc/CC-MAIN-20190220190527-20190220212527-00144.warc.gz
ory
0.999998
Orya
11
{"ory_Orya_score": 0.9999979734420776}
ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିବ ବିମାନ । ଏଥର ଏୟାର ଏସିଆ ଯୋଗାଇବ ଏହି ସେବା । ରାତି ୧୨ଟା ୨୫ରେ ଭୁବନେଶ୍ୱରରୁ ଉଡି ଭୋର ୪ଟା ୨୫ରେ ବ୍ୟାଙ୍କକ୍ ରେ ପହଞ୍ଚିବ ବିମାନ । ସେହିପରି ବ୍ୟାଙ୍କକ୍ ରୁ ରାତି ୧୦ଟା ୩୫ରୁ ବାହାରି ୧୧ଟା ୫୫ରେ ଭୁବନେଶ୍ୱରରେ ପହଞ୍ଚିବ । ଅଢେଇ ଘଣ୍ଟା ଭିତରେ ବ୍ୟାଙ୍କକକରୁ ଭୁବନେଶ୍ୱର ପହଞ୍ଚିହେବ । ୧୮୦ ସିଟ ବିଶିଷ୍ଟ ବିମାନରେ ବ୍ୟାଙ୍କକ୍ ଯାତ୍ରା କରିବେ ବିମାନ ଯାତ୍ରୀ । ଗତ କିଛି ଦିନ ପୂର୍ବରୁ ଏୟାର ଇଣ୍ଡିଆ ଏହି ସେବା ଯୋଗାଇଥିବାବେଳେ କୌଣସି କାରଣ ନଦର୍ଶାଇ ହଠାତ ବିମାନ ସେବା ବନ୍ଦ କରିଦେଇଥିଲା । ତେବେ ଆଗକୁ ପୁଣି ଥରେ ଏୟାର ଇଣ୍ଡିଆ ବ୍ୟାଙ୍କକ୍ କୁ ବିମାନ ଉଡାଇବା ସହ ଖୁବ ଶୀଘ୍ର ଭୁବନେଶ୍ୱରରୁ ଦୁବାଇକୁ ବିମାନସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
<urn:uuid:b41105fa-bb50-4dbe-b5f9-964451a00c42>
CC-MAIN-2019-09
https://odia.newsworldodisha.com/amp/2018/12/06/bhubaneswar-to-bangkok-air-india-service-to-be-started/
2019-02-20T19:57:47Z
s3://commoncrawl/crawl-data/CC-MAIN-2019-09/segments/1550247496080.57/warc/CC-MAIN-20190220190527-20190220212527-00144.warc.gz
ory
0.999971
Orya
3
{"ory_Orya_score": 0.9999712705612183}
କରୀନା ଏବେ ଅଭିନେତ୍ରୀ ପରେ ରେଡ଼ିଓ ଜକି ଭାବରେ ନଜର ଆସିବେ ।ସେ What Women Want with Kareena Kapoor Khan ନାମକ ରେଡ଼ିଓ ଶୋ'ରେ ବଲିଉଡର ମହିଳା ସେଲିବ୍ରେଟୀଙ୍କ ସହିତ କଥା ହେବେ ।ଏହି ଶୋ'ର ପ୍ରମୋ ରିଲିଜ ହୋଇଛି ଏବଂ ୧୦ ଡିସେମ୍ବରରରୁ ଆରମ୍ଭ ହେବ । ଶୋ'ରେ କରୀନା କପୁର,ସ୍ୱରା ଭାସ୍କର,କରିସ୍ମା କପୁର,ସୋହା ଅଲି ଖାନ,ଜୋୟା ଅଖତର,ରେଗା ଝା,ସନି ଲିଓନ,ମଲ୍ଲିକା ଦୁଆ ଓ ଅମୃତା ଅରୋରା ଆଦି ନଜର ଆସିବେ । ତେବେ ମହିଳାଙ୍କ ସହିତ ସମାଜର ସଂପର୍କକୁ ଏହି ଶୋ'ରେ ଦର୍ଶାଯିବ । ଏହା ସହିତ କିଭଳି ଭୁଲକୁ ସୁଧାରି ହେବ ସେହି ବିଷୟରେ ମଧ୍ୟ ଆଲୋଚନା ହେବ ।
<urn:uuid:01de7a5c-c3c0-488e-a671-4bb207a62775>
CC-MAIN-2019-09
http://lifestyle.kanaknews.com/promo-of-kareena-kapoor-radio-show/
2019-02-21T20:33:47Z
s3://commoncrawl/crawl-data/CC-MAIN-2019-09/segments/1550247508363.74/warc/CC-MAIN-20190221193026-20190221215026-00464.warc.gz
ory
0.999585
Orya
10
{"ory_Orya_score": 0.9995853304862976}
ଉନ୍ନାଓ ଗଣଦୁଷ୍କର୍ମ ଘଟଣା ଉନ୍ନାଓ ଗଣଦୁଷ୍କର୍ମ ଘଟଣାର ତଦନ୍ତକାରୀ ସଂସ୍ଥା ସିବିଆଇକୁ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମାମଲାର ତଦନ୍ତ କରୁଥିବା ଉତ୍ତରପ୍ରଦେଶ ପୋଲିସ ଘଟଣାକୁ ଘୋଡ଼ାଇବାକୁ ଚାହୁଁଥିଲା ବୋଲି ସିବିଆଇ କହିଛି। ଅଭିଯୋଗ ଅନୁସାରେ, ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗାର୍ ପୀଡ଼ିତାଙ୍କ ସହ ଗତବର୍ଷ ଜୁନ୍ ୪ ତାରିଖ ଦିନ ଉତ୍ତରପ୍ରଦେଶ ଅନ୍ତର୍ଗତ ମାଖି ଗାଁ'ରେ ଥିବା ନିଜ ଘରେ ଦୁଷ୍କର୍ମ କରୁଥିବା ବେଳେ ତାଙ୍କର ମହିଳା ସହଯୋଗୀ ଶଶି ସିଂହ କୋଠରି ବାହାରେ ଠିଆ ହୋଇ ଜଗିଥିଲେ। ପୀଡ଼ିତାଙ୍କ ଅଭିଯୋଗ ସତ୍ୱେ ପୋଲିସ ଜୁନ୍ ୨୦ରେ ଦାଏର କରିଥିବା ଏଫଆଇଆରରୁ ବିଧାୟକଙ୍କ ନାମକୁ ଜାଣିଶୁଣି ବାଦ୍ ଦେଇଥିଲା । ଯଦିଓ ବିଧାୟକଙ୍କ ସହ ଅନ୍ୟ ତିନିଜଣ ବାଳିକାଟିକୁ ଗଣ ଦୁଷ୍କର୍ମ କରିଥିଲେ। ପୀଡ଼ିତା ବାଳିକାର ଡାକ୍ତରୀ ମାଇନାରେ ମଧ୍ୟ ପୋଲିସ ବିଳମ୍ବ କରାଇଥିଲା । ପୀଡ଼ିତାଙ୍କ ପୋଷାକକୁ ଫରେନସିକ୍ ଲ୍ୟାବକୁ ପଠାଇ ନଥିଲା । ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ପୋଲିସ ଏଭଳି ଉଦ୍ୟମ କରିଥିବା ସିବିଆଇ କହିଛି ।ମୋତେ ଗଣଦୁଷ୍କର୍ମ କରିଥିବା ଓ ମୋ ପିତାଙ୍କୁ ହତ୍ୟା କରିଥିବା ବିଧାୟକ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଫାଶିଦଣ୍ଡ ମିଳୁ ବୋଲି ପୀଡ଼ିତା ବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି।
<urn:uuid:9358734d-4830-496d-91f5-110acfb42b47>
CC-MAIN-2019-09
https://enewsodia.com/cbi-confirms-unnao-rape-case/
2019-02-22T23:30:10Z
s3://commoncrawl/crawl-data/CC-MAIN-2019-09/segments/1550249406966.99/warc/CC-MAIN-20190222220601-20190223002601-00144.warc.gz
ory
0.999985
Orya
6
{"ory_Orya_score": 0.999984622001648}
ଆଜି ପୁଣି ଓଡିଶା ଆସୁଛନ୍ତି ଅମିତ ଶାହା । ଦିନ ୨ଟା ୩୫ରେ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶାହା ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ହେବେ ସାମିଲ କନକ ବ୍ୟୁରୋ: ଆଜି ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ସାମିଲ ହେବେ ଶାହା । ଦିନ ୨ଟା ୩୫ରେ ଶାହା ଶ୍ରୀକ୍ଷେତ୍ରରେ ପହଚିଂ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ପରେ ତାଳବଣିଆ ପଡିଆରେ ଜନଜାତିଙ୍କ ପାଇଁ ଆୟୋଜିତ ସାଧାରଣ ସଭାରେ ଶାହାରେ ଯୋଗ ଦେବେ । ସମାବେଶରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନ କରିବେ ଶାହା । ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଗତକାଲି ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜନଜାତିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଆନ୍ତରିକତା ସଂପର୍କରେ କହିଥିଲେ । ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଏକତ୍ରିତ ହୋଇ ଶପଥ ନେବାକୁ ସମାବେଶରେ ମୁଖ୍ୟମନ୍ତ୍ରୀ ସୋନୱାଲ ଆହ୍ୱାନ ଦେଇଥିଲେ । ସେପଟେ, ଆଜି କେନ୍ଦୁଝର ଓ ମୟୁରଭଞ୍ଜ ଗସ୍ତରେ ଯାଉଛନ୍ତି ବିଜେଡି ସୁପ୍ରିମୋ । ମୟୁରଭଞ୍ଜ ରାଇରଙ୍ଗପୁର ଓ କରଞ୍ଜିଆ ପାଇଁ ମୁଖ୍ୟମନ୍ତ୍ରୀ ହଜାରେ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିବେ । ଏଥିରେ ୪୫ କୋଟି ଟଙ୍କାର ନିର୍ମିତ ୨୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ ଓ ୯୬୦.୩୪ କୋଟିର ଟଙ୍କାର ୧୫ଟି ଜନହିତକାରୀ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ । ଏହା ସହ ରାଇରଙ୍ଗପୁରରେ ଆୟୋଜିତ ମିଶନ ଶକ୍ତି ସମାରୋହରେ ଯୋଗଦେବେ । ଏହି ସମାବେଶରେ ମହିଳା ସ୍ୱଂୟସହାୟକ ଗୋଷ୍ଠୀଙ୍କୁ ସହାୟତା ଦିଆଯିବ । ଏହା ସହ ସମାବେଶକୁ ଉଦବୋଧନ ବି ଦେବେ ମୁଖ୍ୟମନ୍ତ୍ରୀ । ଏହାଛଡା କେନ୍ଦୁଝରର ପଣ୍ଡାପଡାରେ ଚାଷୀ ମହାସମାବେଶରେ ବି ମୁଖ୍ୟମନ୍ତ୍ରୀ ସାମିଲ ହେବେ ।
<urn:uuid:8fddc3e1-d57d-4dea-a5ed-9302b9577927>
CC-MAIN-2019-09
http://kanaknews.com/amit-saha-visit-in-odisha-today-timetable-change/
2019-02-23T23:09:02Z
s3://commoncrawl/crawl-data/CC-MAIN-2019-09/segments/1550249556231.85/warc/CC-MAIN-20190223223440-20190224005440-00464.warc.gz
ory
0.999999
Orya
2
{"ory_Orya_score": 0.9999994039535522}
ଶିଲଂଗିରି ଗ୍ରାମର ଧର୍ମାନନ୍ଦ ନିଜର ପତ୍ନୀ ଓ କନ୍ୟାଙ୍କୁ ନେଇ ତୀର୍ଥଯାତ୍ରାକୁ ବାହାରିଲେ । ରାସ୍ତାରେ କିଛି ବାଟ ଚାଲିଲା ପରେ ନଦୀଟିଏ ପଡିଲା । ନଦୀଘାଟରେ ନାଆ ଓ ନାଉରୀ ମଧ୍ୟ ଥିଲେ । ନାଉରୀ ଜଣ ପିଛା ଟଙ୍କାଟିଏ ନେଲା । ନାଆରେ ଆହୁରି ଅନେକ ତୀର୍ଥଯାତ୍ରୀ ମଧ୍ୟ ଥିଲେ । ନଦୀ ପାର ହେବା ପରେ ସେମାନେ କିଛିବାଟ ଚାଲିବା ପରେ ମନ୍ଦିରରେ ଯାଇ ପହଁଚିଲେ ଓ ଠାକୁରଙ୍କୁ ଦର୍ଶନ କଲେ । ସେହି ସ୍ଥାନଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ଭଲ । ନିରୋଳା ଓ ପବିତ୍ର । ଧର୍ମାନନ୍ଦ ତାଙ୍କ ସ୍ତ୍ରୀ ପିଲାଙ୍କୁ ନେଇ ସେଠାରେ ଆଉ ଦିନେ ଦୁଇଦିନ ଯାଏଁ ରହିବାକୁ ଚାହୁଁଥିଲେ । କିନ୍ତୁ ସେଠାରେ ପରିବାର ନେଇ ରହିବାର କୌଣସି ବ୍ୟବସ୍ଥା ନଥିଲା । ଅଗତ୍ୟା ସେ ବାଧ୍ୟ ହୋଇ ତାଙ୍କ ସ୍ତ୍ରୀ ପିଲାଙ୍କୁ ନେଇ ଫେରି ଆସିଲେ । ଫେରିବାବେଳେ ସେ ନଦୀ ପାର ହେବା ପାଇଁ ନଦୀ ଘାଟକୁ ଆସିଲେ । ସେଠାରେ ପହଁଚି ନାଉରୀକୁ ସେ ପାର କରି ଦେବାପାଇଁ କହିଲେ । ସେ ଟିକିଏ କୁନ୍ଥମୁନ୍ଥ ହୋଇ କହିଲା, "ବାବୁ, ପାରିକରି ଦେବାପାଇଁ ତ ମୁଁ ଏଠାରେ ଅଛି । ହେଲେ ନଦୀ ପାର ହେବାକୁ ଗଲେ ଜଣ ପିଛା ମୁଁ ପାଞ୍ଚଟଙ୍କା ନେବି ।" "ଏପରି କାହିଁକି? ସକାଳଓଳି ଆମେ ତ ଟଙ୍କାଏ ଲେଖା ଦେଇ ନଦୀ ପାର ହେଲୁ ମାତ୍ର ଏବେ ପୁଣି ପାଞ୍ଚଟଙ୍କା? ଇଏ କେଉଁ ଯୁଗର କଥା? ଯାହା ନେବ ଟିକିଏ ଭାବି ଚିନ୍ତି କୁହ । ଯାହା ଇଚ୍ଛା ତାହା କହି ଦେଉଛ ଯେ ।" "ଶୁଣନ୍ତୁ । ମୋ ପ୍ରାପ୍ୟ ଜଣ ପିଛା ପାଞ୍ଚଟଙ୍କା । କିନ୍ତୁ ଆପଣ ତୀର୍ଥଯାତ୍ରା କରୁଥିଲେ ବୋଲି କମ୍ ନେଇ ମୁଁ ପୂଣ୍ୟ ଅର୍ଜିଲି । ଆପଣ ଗୃହଯାତ୍ରା କଲାବେଳେ ମୁଁ ଆଉ କାହିଁକି କମ୍ ନେବି?"
<urn:uuid:7f37d020-c168-44da-914f-9369808a50b4>
CC-MAIN-2019-09
http://odiagapa.com/%E0%AC%AD%E0%AC%BF%E0%AC%A8%E0%AD%8D%E0%AC%A8-%E0%AC%95%E0%AC%BE%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F/
2019-02-15T23:38:05Z
s3://commoncrawl/crawl-data/CC-MAIN-2019-09/segments/1550247479627.17/warc/CC-MAIN-20190215224408-20190216010408-00623.warc.gz
ory
1.000008
Orya
6
{"ory_Orya_score": 1.0000075101852417}
ଜାମୁକୋଳିକୁ ଖାଇ ସାରିବା ପରେ ତା'ର ମଞ୍ଜିକୁ ଫିଙ୍ଗିବା ପରିବର୍ତ୍ତେ ଏଭଳି କରନ୍ତୁ ବ୍ୟବହାର, ଦୂର ହେବ ଅନେକ ଶାରୀରିକ ସମସ୍ୟା ଜାମୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଏହା ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । କିନ୍ତୁ ଆପଣ ଜାଣିଛନ୍ତି କି? ଜାମୁକୋଳି ଭଳି ତା'ର ମଞ୍ଜି ମଧ୍ୟ ଶରୀର ପାଇଁ କେତେ ଲାଭଦାୟକ? ଭିଟାମିନ୍ ଏ ଏବଂ ସିରେ ଭରପୂର ଥିବା ଜାମୁକୋଳିର ମଞ୍ଜି ପାଚନକ୍ରିୟାକୁ ଠିକ୍ ରଖିବା ସହ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଜାମୁକୋଳି ଖାଇ ସାରିବା ପରେ ତା'ର ମଞ୍ଜିକୁ ଭଲ ଭାବରେ ଧୋଇ ନିଅନ୍ତୁ । ପରେ ଏହାକୁ ଖରାରେ ଭଲ ଭାବରେ ଶୁଖାନ୍ତୁ । ଶୁଖିଯିବା ପରେ ତାହାର ଚୋପାକୁ ଛଡ଼ାଇ ଭଲ ଭାବରେ ଗ୍ରାଇଣ୍ଡ କରି ଏକ ଠିପିଥିବା ବନ୍ଦ ଡ଼ବାରେ ରଖି ଦିଅନ୍ତୁ । ଏବେ ଏହି ଚୁର୍ଣ୍ଣକୁ ଖାଇଲେ ଶରୀରର କେଉଁ ସମସ୍ୟା ଦୂର ହୁଏ ଆସନ୍ତୁ ଜାଣିବା.. ୧.ମଧୁମେହ ରୋଗୀ ଏହି ଚୁର୍ଣ୍ଣକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ । ପ୍ରତିଦିନ ସକାଳୁ ଖାଲି ପେଟରେ ଏହି ଚୁର୍ଣ୍ଣକୁ ଉଷୁମ ପାଣିରେ ମିଶାଇ ପିଇବା ଆରମ୍ଭ କରନ୍ତୁ । ୨. କିଡ଼୍ନୀରେ ଷ୍ଟୋନର ସମସ୍ୟା ଥିଲେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଏହି ଚୁର୍ଣ୍ଣକୁ ଗୋଟେ ଗ୍ଲାସ ପାଣି ସହ ଖାଆନ୍ତୁ । ଏପରି କିଛି ଦିନ କରିବା ଦ୍ୱାରା ଏହି ସମସ୍ୟା ଦୂରେଇ ଯିବ । ୩.ମାସିକ ଧର୍ମ ସମୟରେ ଅଧିକ ରକ୍ତ ପ୍ରବାହ ବା ଯନ୍ତ୍ରଣା ଅନୁଭବ ହେଲେ ଏହି ଚର୍ଣ୍ଣକୁ ସେବନ କରନ୍ତୁ । ୪.ଯଦି ଆପଣଙ୍କ ମାଢ଼ି ବିନ୍ଧା ହେଉଛି ବା ରକ୍ତ ବାହାରୁଛି ତେବେ ଏହି ଚୁର୍ଣ୍ଣକୁ ଦାନ୍ତରେ ଘଷନ୍ତୁ । ପ୍ରତିଦିନ ଏପରି କଲେ ଏହି ସମସ୍ୟା ଦୂରେଇ ଯିବ । ୫.ଯଦି ଆପଣଙ୍କୁ ଆଘାତ ଲାଗିବା ସହ ଅଧିକ ଯନ୍ତ୍ରଣା ଅନୁଭବ ହେଉଛି ତେବେ ଏହି ଚୁର୍ଣ୍ଣକୁ ପାଣିରେ ମିଶାଇ ଦିନକୁ ଦୁଇ ଥର ଆଘାତ ଲାଗିଥିବା ସ୍ଥାନରେ ଲଗାନ୍ତୁ । ଏପରି କଲେ ଯନ୍ତ୍ରଣା କମ ହେବା ସହ କ୍ଷତସ୍ଥାନ ଶୀଘ୍ର ଶୁଖି ଯାଇଥାଏ ।
<urn:uuid:c4f5b9ed-9267-43a8-a920-ca03222e35ae>
CC-MAIN-2019-09
http://sambad.in/lifestyle/not-only-berries-its-seeds-are-also-beneficial-for-health-167417/
2019-02-19T04:56:04Z
s3://commoncrawl/crawl-data/CC-MAIN-2019-09/segments/1550247489343.24/warc/CC-MAIN-20190219041222-20190219063222-00303.warc.gz
ory
1.000008
Orya
12
{"ory_Orya_score": 1.0000077486038208}
ନାନାଙ୍କ ପରେ ଆଉଜଣେ ଅଭିନେତାଙ୍କ ବିରୋଧରେ ଆସିଲା ଯୌନ ନିର୍ଯାତନା ଅଭିଯୋଗ ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ନାନା ପାଟେକର୍ଙ୍କ ପରେ ଏବେ ଆଉଜଣେ ଅଭିନେତାଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ତାହା ପୁଣି ବଲିଉଡ୍ରେ ସଂସ୍କାରୀ ବ୍ୟକ୍ତି ଭାବେ ଜଣାଶୁଣା ଜଣେ ଅଭିନେତାଙ୍କ ବିରୋଧରେ। ଏହି ଅଭିନେତା ଜଣକ ହେଲେ ବହୁ ପରିଚିତ 'ଆଲୋକ ନାଥ'। ଆଲୋକଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ଲେଖିକା ତଥା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶିକା ଭିନୀତା ନନ୍ଦା। ଘଟଣାଟି ୨୦ ବର୍ଷ ତଳର ବୋଲି ନନ୍ଦା କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ସେତେବେଳେ ତାଙ୍କୁ ଥରେ ମଦ୍ୟପାନ କରାଇ ଦୁଷ୍କର୍ମ କରାଯାଇଥିଲା। ଏ ସଂପର୍କରେ ନନ୍ଦା ସୋଶାଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଆଲୋକ ନାଥ କେବଳ ଭିନ୍ତା ନନ୍ଦା ନୁହଁନ୍ତି, ୯୦ଦଶକର ଟିଭି ଧାରାବାହିକ 'ତାରା'ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ 'ନଭ୍ନୀତ ନିଶାନ'ଙ୍କ ସହ ମଧ୍ୟ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ଜଣାପଡ଼ିବା ପରେ ଏହାକୁ ବଲିଉଡ ଓ ଟିଭି ଦୁନିଆ ସହ ଜଡ଼ିତ ବ୍ୟକ୍ତିମାନେ ନିନ୍ଦା କରିଛନ୍ତି।
<urn:uuid:8dd14d57-4927-452b-9cb5-646e9a812669>
CC-MAIN-2019-09
https://khabar.odishatv.in/entertainment/rape-allegations-against-bollywood-actor-alok-nath/31426/
2019-02-20T22:14:15Z
s3://commoncrawl/crawl-data/CC-MAIN-2019-09/segments/1550247496694.82/warc/CC-MAIN-20190220210649-20190220232649-00504.warc.gz
ory
0.999805
Orya
4
{"ory_Orya_score": 0.9998050332069397}
ଖଣ୍ଡପଡ଼ା : ଖଣ୍ଡପଡ଼ା ପୁଲିସର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଏପରିକି ସାଧାରଣ ଲୋକଙ୍କୁ ପୁଲିସ ଆଇନ ଅନୁଯାୟୀ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଉଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତ ବିଗୁଡ଼ୁଛି, ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖଣ୍ଡପଡ଼ା ଥାନା ଓ କୋସକା ଫାଣ୍ଡି ଅନ୍ତର୍ଗତ ସିଂଘିବାଡ଼ି ଗ୍ରାମରେ। ୮୦ ବର୍ଷର ବୃଦ୍ଧ ଦମ୍ପତି ବରିଷ୍ଠ ନାଗରିକ ହୋଇ ଅଦାଲତର ଆଶ୍ରୟ ନେଇଥିଲେ ମଧ୍ୟ ପୁଲିସ ସେମାନଙ୍କ ଅଭିଯୋଗ ଉପରେ ନିରବ ରହୁଥିବା ଦେଖିବାକୁ ମିଳିଛି। ଫଳରେ ଦମ୍ପତିଙ୍କ ଅଭିଯୋଗକୁ ଗ୍ରାମବାସୀ ବିଚାରକୁ ନ ନେଇ ଜମି ସଂକ୍ରାନ୍ତୀୟ ଅଦାଲତ କେସ୍କୁ କିଛି ଖଳ ପ୍ରକୃତିର ଲୋକ ଗାଁରେ ରଫାଦଫା କରିବାକୁ ବାଧ୍ୟ କରୁଥିବା ବୃଦ୍ଧ ଦମ୍ପତି ଅଭିଯୋଗ ଆଣିଛନ୍ତି। ଏପରିକି ଗାଁରେ କଙ୍ଗାରୁ କୋର୍ଟ କରି ବୃଦ୍ଧ ଦମ୍ପତିକୁ ୨୦ ହଜାର ଟଙ୍କା ଜରିମାନା ଲଗାଇଥିବା ଦେଖିବାକୁ ମିଳିଛି। ଜରିମାନା ନ ଦେବାରୁ ବୃଦ୍ଧ ଦମ୍ପତିଙ୍କୁ ଏବେ ଗାଁରେ କୂଅ, ପୋଖରୀ, ଦୋକାନ ଓ ରାସ୍ତାଘାଟ ବନ୍ଦ ଆଦି ନିଆଁ ପାଣି ବାସନ୍ଦ କରିଥିବା ଜଣାପଡ଼ିଛି। ଫଳରେ ବୃଦ୍ଧ ବୟସରେ ସାହାରା ହେବାକୁ କେହି ନ ଥିବାରୁ ଜମି ହଡ଼ପ କରିବା ପାଇଁ ଗ୍ରାମବାସୀ ଜାଣିଶୁଣି ହଇରାଣ ହରକତ କରୁଥିବା ବୃଦ୍ଧ ଦମ୍ପତି ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସିଂଘିବାଡ଼ି ଗ୍ରାମର ଦୁଇ ବୃଦ୍ଧ ଦମ୍ପତି ସୁଦର୍ଶନ ବେହେରା (୮୦) ଓ ତାଙ୍କ ଧର୍ମ ପତ୍ନୀ ମୀନତି ବେହେରା ନିଜ ଘର ଡିହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଗୃହ ନିର୍ମାଣ ପାଇଁ ନିଅଁ ଖୋଳି ଥିଲେ। କିନ୍ତୁ ଏହି ନିଅଁ ଖୋଳାକୁ ନେଇ ପଡ଼ୋଶୀ ପାଟି ତୁଣ୍ଡ କରିବା ସହ ଗଣ୍ଡଗୋଳ କରିବାରୁ ପ୍ରଥମେ ସେ ଜାଗା ମାପ ସହ ସମସ୍ୟାର ସମାଧାନ ନିମନ୍ତେ କୋସକା ଫାଣ୍ଡି ଅଧିକାରୀ ଅରୁଣ କୁମାର ଜେନାଙ୍କୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଫାଣ୍ଡି ଅଧିକାରୀ କିଛି ନ ଶୁଣିବାରୁ ବୃଦ୍ଧ ଦମ୍ପତି ଦୁହେଁ ଖଣ୍ଡପଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଜାଗା ଚିହ୍ନଟ ନିମନ୍ତେ ମାମଲା ରୁଜୁ କରିଥିଲେ। କୋର୍ଟ ମାମଲାର ବିଚାର କରି ଫାଣ୍ଡି ଅଧିକାରୀଙ୍କୁ ସମସ୍ୟାର ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଫାଣ୍ଡି ଅଧିକାରୀ ଏହି ଘଟଣାରେ ନିରବ ରହିଥିଲେ ଏବଂ ଏହି ସମସ୍ୟାକୁ ଗ୍ରାମବାସୀଙ୍କ ଉପରେ ନ୍ୟସ୍ତ କରି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କାହିଁକି କେସ୍ କରିଛ ବୋଲି କହି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ବୃଦ୍ଧ ଦମ୍ପତି ଅଭିଯୋଗ ଆଣିଛନ୍ତି। ଏବେ ବୃଦ୍ଧ ଦମ୍ପତିଙ୍କ ଜୀବନ ଉପରେ ବିପଦ ଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅସହାୟ ଲୋକଙ୍କୁ ସାହା ହେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ଶ୍ରୀ ଜେନାଙ୍କୁ ପଚାରିବାକୁ ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ।
<urn:uuid:4464ea67-fa08-456b-a829-bd7ba0ec6b18>
CC-MAIN-2019-09
http://sambad.in/state/kangaroo-court-in-khandapada-300804/
2019-02-22T00:23:32Z
s3://commoncrawl/crawl-data/CC-MAIN-2019-09/segments/1550247511573.67/warc/CC-MAIN-20190221233437-20190222015437-00184.warc.gz
ory
0.999979
Orya
5
{"ory_Orya_score": 0.9999792575836182}
କାମାକ୍ଷାନଗର:ମିଶ୍ରଲାଲ ମାଇନ୍ସରେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର କାମାକ୍ଷାନଗର:କାମାକ୍ଷାନଗର କାନପୁରା ଠାରେ ଥିବା ମିଶ୍ରଲାଲ ମାଇନ୍ସ ଲିମିଟେଡରେ ମଙ୍ଗଳବାର ଅକ୍ସିଜେନ ଅନଲୋଡ ବେଳେ ଏକ ଅଘଟଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ଣରେ ଯାଜପୁରରୁ ଆସିଥିବା ଏକ ଅକ୍ସିଜେନ ବୋଝେଇ ଟ୍ରକରୁ ଏହି ଶ୍ରମିକମାନେ ଅନଲୋଡ କରୁଥିବାବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏହାସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
<urn:uuid:0face6c2-98c9-4286-b4bf-3736170699af>
CC-MAIN-2019-09
https://odishareporter.in/odisha/kamakhyanagar-mishralal-mines-re-aghatana-jane-mruta-jane-gurutara-19187
2019-02-22T00:20:51Z
s3://commoncrawl/crawl-data/CC-MAIN-2019-09/segments/1550247511573.67/warc/CC-MAIN-20190221233437-20190222015437-00184.warc.gz
ory
0.999189
Orya
6
{"ory_Orya_score": 0.9991890788078308}
ଭୁବନେଶ୍ୱର, ୧୭/୮/୨୦୧୮(ଓଡ଼ିଆ ପୁଅ) : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ମହିଳା ବିଜେଡି ରାଜ୍ୟ ସଭାନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ସୁପାରିସ କ୍ରମେ ବିଜୁ ମହିଳା ଜନତା ଦଳକୁ ସଂପ୍ରସାରଣ କରି ରାଜ୍ୟ ପରିଚାଳନା କମିଟିରେ ଅତିରିକ୍ତ ୩ଜଣ ଉପ-ସଭାପତି, ଜଣେ ସାଧାରଣ ସଂପାଦକ, ୭ଜଣ ସଂପାଦକଙ୍କୁ ସଦସ୍ୟ ଭାବେ ମନୋନୀତ କରିଥିବା ବେଳେ ନୂତନ ଭାବେ ମୟୁରଭଞ୍ଜ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି, ଢେଙ୍କାନାଳ ଜିଲ୍ଲା ସଭାପତି ଏବଂ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କୁ ମନୋନୀତ କରିଛନ୍ତି। ରାଜ୍ୟ କମିଟିରେ ଉପ-ସଭାପତି ଭାବେ ଶ୍ରୀମତୀ ଭାରତୀ ଦାସ, ରେଣୁବାଳା ପ୍ରଧାନ ଓ ସାଗରିକା ମିଶ୍ର, ସାଧାରଣ ସଂପାଦକ ଭାବେ ଜ୍ୟୋତିର୍ମୟୀ କବାଟ, ସଂପାଦକ ଭାବେ ଶ୍ରାବଣୀ ଦାସ, ସୀମା ଦାସ, ତନୁଜା ମହାନ୍ତ, ମିନତୀ ଦେବତା, ଉଷା ପ୍ରଧାନ, ମାନସୀ ମହାକୁଡ଼, ଶ୍ରୀମତୀ ସ୍ମୃତିସୁଧା ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା-୧ ପାଇଁ ସଭାପତି ଭାବେ ବୀଣାପାଣି ସାହୁ ଓ କାର୍ଯ୍ୟକାରୀ ସଭାପତି ଭାବେ ସବିତା ବେହେରା, ମୟୁରଭଞ୍ଜ ଜିଲ୍ଲା-୨ ପାଇଁ ସଭାପତି ଭାବେ ମମତା ମହାନ୍ତ ଓ କାର୍ଯ୍ୟକାରୀ ସଭାପତି ଭାବେ ଭାରତୀ ହେମ୍ବ୍ରମ୍, ଢେଙ୍କାନାଳ ଜିଲ୍ଲା ସଭାପତି ଶ୍ରୀମତୀ ସାଇଶ୍ରୀ ପଟ୍ଟନାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ଆରତୀ ଚୌଧୁରୀଙ୍କୁ ମନୋନୀତ କରିଛନ୍ତି।
<urn:uuid:fe68c0f7-f410-4404-bbbe-e9a708170ef1>
CC-MAIN-2019-09
http://odiapua.com/%E0%AC%AC%E0%AC%BF%E0%AC%9C%E0%AD%81-%E0%AC%AE%E0%AC%B9%E0%AC%BF%E0%AC%B3%E0%AC%BE-%E0%AC%9C%E0%AC%A8%E0%AC%A4%E0%AC%BE-%E0%AC%A6%E0%AC%B3%E0%AC%B0-%E0%AC%A8%E0%AD%82%E0%AC%86-%E0%AC%95%E0%AC%B0/
2019-02-24T02:54:45Z
s3://commoncrawl/crawl-data/CC-MAIN-2019-09/segments/1550249578748.86/warc/CC-MAIN-20190224023850-20190224045850-00184.warc.gz
ory
0.999905
Orya
6
{"ory_Orya_score": 0.9999046325683594}
ଆପଣ single ରହିବେ ନା relationship ରେ ରହିବେ, କୁଇଜ଼ ଟି ଖେଳି ଦେଖନ୍ତୁ ଏହା ଜାଣିବା ପାଇଁ କି ଏହି ବର୍ଷ ଆପଣଙ୍କର Relationship Status କେଉଁ ଆଡକୁ ଗତି କରିବ ଆପଣଙ୍କ ସାଙ୍ଗ ମାନଙ୍କ ଗହଣରେ ଆପଣଙ୍କ ଭୂମିକା କଣ? ଆପଣ ଭବିଷ୍ୟତରେ କେଉଁ କାର କିଣିବେ ଭବିଷ୍ୟତରେ ଆପଣ ପ୍ରସିଧି ଲାଭ କରିପାରିବେ କି ନାହିଁ? କେଉଁ ଫୁଲ ରାଶି ଅନୁଯାଇ ଆପଣଙ୍କ ବ୍ୟକ୍ତିତ୍ୱ ସହ ମେଳା ଖାଏ? ରଜରେ ଆପଣଙ୍କର ଦୋଳି ଛିଣ୍ଡିବାର କେତେ % ସମ୍ଭାବନା ଅଛି? Bollywoodର କେଉଁ dialogue ଆପଣଙ୍କ ମନ ଭାବ ସହ ମେଳ ଖାଏ? ଅକ୍ଷୟ ମହାନ୍ତିଙ୍କର କେଉଁ ଗୀତ ଆପଣଙ୍କ ପାଇଁ ପ୍ରଯୁଜ୍ୟ? ଜାଣନ୍ତୁ ଆପଣଙ୍କର ଅସୁବିଧା କେଉଁଠି ରହିଛି? ଜାଣନ୍ତୁ ବର୍ତମାନ ଆପଣଙ୍କ relationship status କଣ ଅଛି? View More
<urn:uuid:726eeaf8-ae43-4fa7-8bcd-cfb1a7ef68bb>
CC-MAIN-2019-09
https://odia.ezeedigi.com/relationship-status-this-year/
2019-02-16T03:50:20Z
s3://commoncrawl/crawl-data/CC-MAIN-2019-09/segments/1550247479838.37/warc/CC-MAIN-20190216024809-20190216050809-00344.warc.gz
ory
0.99989
Orya
1
{"ory_Orya_score": 0.9998898506164551}
ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ଧାରଣାରେ ବସିଥିବା ପ୍ରାୟ ୫ ଜଣ ଆଇପିଏସ ଅଧିକାରୀଙ୍କ ବିରୋଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହକ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ସେମାନେ ଅଲ ଇଣ୍ଡିଆ ସର୍ଭିସ ରୁଲ୍ସର ଉଲ୍ଲଙ୍ଘନ କରିଥିବା କେନ୍ଦ୍ର ସରକାରଙ୍କ ହୃଦବୋଧ ହୋଇଛି । ଏଥିପାଇଁ ସେମାନଙ୍କୁ ଉତ୍ତମ ସେବା ପାଇଁ ଦିଆଯାଇଥିବା ମେଡାଲ ଫେରେଇ ନିଆଯିବ । ସେମାନଙ୍କୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟକରିବାକୁ ବାରଣ କରାଯିବ । ଅନ୍ୟପକ୍ଷରେ ୟୁନିଫର୍ମରେ ଥିବା ଅଫିସରମାନେ ଯେପରି ସରକାରୀ ନିୟମାବଳୀ ଓ ଶୃଙ୍ଖଳା ରକ୍ଷା କରନ୍ତିତାହା ନିଶ୍ଚିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରିବ । ସୂଚନାଯୋଗ୍ୟ ଯେ ଗତ ରବିବାରଦିନ ମମତା ବାନାର୍ଜିଙ୍କ ସହ ବିବାଦୀୟ ଆଇପିଏସ ଅଫିସର ରାଜୀବ କୁମାର ଓ ଆଉ କେତେକ ଆଇପିଏସ ଅଫିସର ଧାରଣାରେ ବସିଥିଲେ । ରାଜୀବ କୁମାରଙ୍କ ଉପରେ ସିବିଆଇ ସମନ ପ୍ରତିବାଦରେ ସେମାନେ ଏହି ଧାରଣାରେ ବସିଥିଲେ ।
<urn:uuid:549020b2-74bb-4130-85b4-e7aa8d777f75>
CC-MAIN-2019-09
http://sambad.in/india-and-beyond/officers-who-joined-mamatas-dharna-may-be-stripped-off-medals-300407/
2019-02-17T06:03:38Z
s3://commoncrawl/crawl-data/CC-MAIN-2019-09/segments/1550247481624.10/warc/CC-MAIN-20190217051250-20190217073250-00024.warc.gz
ory
1.000001
Orya
2
{"ory_Orya_score": 1.0000014305114746}
ତୁମେ ହିଁ ବାଳିକାକୁ ନାରୀ ବନାଅ, ପ୍ରକୃତିର ସ୍ନିଗ୍ଧ ସିଞ୍ଚି ଆସ୍ତେ ଆସ୍ତେ କରି । ତୁମେ ହିଁ ବନିଯାଅ ସୌନ୍ଦର୍ଯ୍ୟର ମାପକାଠି ଆକର୍ଷଣର କେନ୍ଦ୍ରବିନ୍ଦୁ । ତୁମ ଅଞ୍ଚଳ ତଳେ ଲୀନ ହୁଏ, କେବେ କାହାର ପ୍ରକୃତ ସ୍ୱରୂପ ମନର ସୁନ୍ଦରତା ଆଉ ବାକି ଅଙ୍ଗର କୋମଳତା । କେବଳ ତୁମରି ପାଇଁ ବେଳେ ବେଳେ ପୁରା ଦେହ ହୁଏ ପାଶବିକତାର ଶିକାର । ତୁମେ କିନ୍ତୁ, ଜୀବନର ଧାରା ଯାହା ବରଷା ଏ ଅମୃତ ପିଆଲା, ଭରି ଦେଇ ଜୀବନ ପ୍ରତିଟି କୋଷରେ ପାରି କରେ ଶୈଶବର ନାଆ । ତୁମେ କିନ୍ତୁ ରୋଗାକ୍ରାନ୍ତ ହେଲେ, ହଜିଯାଏ ଜୀବନ ପରିଧିର ମାନ, ନିଜର ପରିଚୟ । ଖିନଭିନ ହୁଅ କେମୋର ତୀକ୍ଷ୍ଣ ରଶ୍ମି ତଳେ, କେଉଁଠି ବଳି ପଡ଼ ଜୀବନ ବଞ୍ଚାଇବା ପାଇଁ ।
<urn:uuid:ef459d79-85a9-49cd-bcd6-8e798e78360c>
CC-MAIN-2019-09
http://www.ameodia.com/odia-poem/odia-poem-bakshya-minati-pradhan/
2019-02-23T15:10:12Z
s3://commoncrawl/crawl-data/CC-MAIN-2019-09/segments/1550249504746.91/warc/CC-MAIN-20190223142639-20190223164639-00024.warc.gz
ory
0.999977
Orya
13
{"ory_Orya_score": 0.9999771118164062}
ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଆଜି ସେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଦଳରେ ଯୋଗ ଦେବା ପରେ ଆସନ୍ତାକାଲି ଅପରାଜିତା ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ୧୯୯୪ ବ୍ୟାଚ୍ର ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ ବୟନ ଶିଳ୍ପ ଓ ଗଣ ଶିକ୍ଷା ବିଭାଗର ସଚିବ ରହି ସାରିଛନ୍ତି । ଗଣ ଶିକ୍ଷା ବିଭାଗରେ ଥିବାବେଳେ ଅଧିକ ଚର୍ଚ୍ଚାକୁ ଆସିଥିଲେ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ସେ କଠୋର ପଦକ୍ଷେପ ନେଇଥିଲେ । ଶିକ୍ଷକଙ୍କ ପାଇଁ ୟୁନିଫର୍ମ ବ୍ୟବସ୍ଥା ମଧ୍ୟ କରିଥିଲେ । ବିଶେଷତଃ ୨୦୦୬ରୁ ୨୦୦୯ ବେଳେ ସେ ବିଏମ୍ସି କମିଶନର ଥିବାବେଳେ ତାଙ୍କ କାର୍ଯ୍ୟ ପ୍ରଶଂସାଯୋଗ୍ୟ ହୋଇଥିଲା ଏବଂ ସେ ବହୁଳ ଭାବେ ଚର୍ଚ୍ଚିତ ହୋଇଥିଲେ। ସେ ଭୁବନେଶ୍ୱର କମିଶନର୍ ଥିବା ବେଳେ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରି ଦୋକାନୀଙ୍କୁ ଏକ ନୂତନ ପରିଚୟ ଦେଇଥିଲେ । ଏହା ସହିତ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ । ତାଙ୍କର ବଳିଷ୍ଠ ନେତୃତ୍ୱ, ତତକ୍ଷଣାତ୍ କାର୍ଯ୍ୟ ଓ ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯେଉଁଥିରେ ଭୁବନେଶ୍ୱର ବାସିନ୍ଦାଙ୍କ ସେ ଅତି ପ୍ରିୟ ହୋଇଯାଇଥିଲେ ।
<urn:uuid:51188890-c75a-44d7-a8e9-5e8497880c2a>
CC-MAIN-2019-09
https://odishanewstoday.com/former-ias-officer-aparajita-sarangi-joins-bjp-today/
2019-02-17T19:43:17Z
s3://commoncrawl/crawl-data/CC-MAIN-2019-09/segments/1550247482478.14/warc/CC-MAIN-20190217192932-20190217214932-00544.warc.gz
ory
1.000004
Orya
7
{"ory_Orya_score": 1.0000041723251343}
ଟ୍ରେନରେ ଅଧିକ ଜିନିଷପତ୍ର ନେଇ ଯାତ୍ରା କରିବା ପଡିପାରେ ମହଙ୍ଗା : ଦେବାକୁ ପଡିପାରେ ଜରିମାନା ! ଜାଣନ୍ତୁ ଲଗେଜ୍ ପାଇଁ ରେଳବାଇରେ କ'ଣ ରହିଛି ନିୟମ ? ଟ୍ରେନରେ ଯାତ୍ରା କରିବା ସମୟରେ ଅଧିକ ଜିନିଷପତ୍ର ନେଇ ଯାଆନ୍ତୁନି । ଏମିତି କରିବା ଆପଣଙ୍କ ପାଇଁ ପଡିପାରେ ମହଙ୍ଗା । ଭାରତୀୟ ରେଳରେ ଲଗେଜ୍ କୁ ନେଇ କିଛି ନିୟମ ଅଛି । ପ୍ରତ୍ୟେକ ଯାତ୍ରୀ ଏହା ଅଧିନରେ ନିର୍ଦ୍ଧାରିତ ସୀମା ପର୍ଯ୍ୟନ୍ତ ନିଃଶୁଳ୍କ ଜିନିଷ ନେଇ ଯାଇପାରିବେ । କିନ୍ତୁ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଜିନିଷ ନେଲାବେଳେ ଯଦି କେହି ଧରାପଡନ୍ତି, ତେବେ ତା' ଠାରୁ ଜରିମାନା ରୂପରେ ଅତିରିକ୍ତ ଜିନିଷ ପାଇଁ ଦାମ ବସୁଲ କରାଯାଏ । ଭାରତୀୟ ରେଳ ଏଥିପାଇଁ ଟ୍ରେନରେ ବଗି ହିସାବରେ ମାଗଣାରେ ସାମାନ୍ ନେବାର ସୀମା ନିର୍ଦ୍ଧାରିତ କରି ରଖିଛି । ଭାରତୀୟ ରେଳ ଅତିରିକ୍ତ ସାମାନ୍ ବୁକ୍ କରି ନେବାର ସୁବିଧା ବି ଦିଏ । କିନ୍ତୁ ଅତିରିକ୍ତ ଲଗେଜ୍ ପାଇଁ ଯାତ୍ରୀଙ୍କୁ ଉପଯୁକ୍ତ ଲଗେଜ୍ ରେଟ୍ ଠାରୁ ଦେଢ଼ ଗୁଣ ଅଧିକ ମୂଲ୍ୟ ଦେବାକୁ ପଡିବ । ଜାଣି ରଖନ୍ତୁ ଟ୍ରେନରେ ଲଗେଜ୍ ନେବା ଆଣିବା ସହିତ ଜଡିତ ରେଳବାଇର ନିୟମ କ'ଣ କହେ ? • ଭାରତୀୟ ରେଳବାଇର ୱେବସାଇଟ୍ indianrail.gov.in ମୁତାବକ, ଏସି ଫାଷ୍ଟ କ୍ଲାସରେ ଜଣେ ଯାତ୍ରୀ ୭୦ କିଲୋ ପର୍ଯ୍ୟନ୍ତ ଜିନିଷ ମାଗଣାରେ ନେଇପାରିବେ । ଯେବେକି ମୋଟ୍ ୧୫୦ କିଲୋ ଲଗେଜ୍ ସେମାନଙ୍କୁ ନେଇ କି ଯିବା ପାଇଁ ଅନୁମତି ଥାଏ । ଏସି ୨ ଟିଅର ସ୍ଳିପର୍/ ଫାଷ୍ଟ କ୍ଲାସରେ ପ୍ରତ୍ୟେକ ଯାତ୍ରୀ ୫୦ କିଲୋ ପର୍ଯ୍ୟନ୍ତ ସାମାନ୍ ନେଇପାରିବେ, ଯେବେକି ୧୦୦ କିଲୋ ପର୍ଯ୍ୟନ୍ତ ନେଇଯାଇପାରିବେ । • ସେଇଠି, ଏସି -୩ଟିଅର ସ୍ଲିପର୍/ ଏସି ଚେୟାର୍ କାରରେ ମାଗଣାରେ ୪୦ କିଲୋ ପର୍ଯ୍ୟନ୍ତ ଜିନିଷ ଓ ସର୍ବାଧିକ ସାମାନ୍ ନେଇକି ଯିବାର ସୀମା ୪୦ କିଲୋ ଅଛି । ସ୍ଲିପର୍ କ୍ଲାସ୍ ରେ ମାଗଣାରେ ୪୦ କିଲୋ ସାମାନ୍ ଓ ଦ୍ୱିତୀୟ ଶ୍ରେଣୀରେ ପ୍ରତ୍ୟେକ ଯାତ୍ରୀଙ୍କୁ ୩୫ କିଲୋ ପର୍ଯ୍ୟନ୍ତ ସାମାନ୍ ନେଇକି ଯିବାର ସୁବିଧା ମିଳେ । ବାକିର ବିବରଣୀ ରେଳବାଇର ୱେବସାଇଟରେ ଉପଲବ୍ଧ ।
<urn:uuid:1d2f19c2-f44b-43cb-a0ae-232e11aac7ef>
CC-MAIN-2019-09
http://kanaknews.com/know-everything-about-indian-railways-luggage-rules/
2019-02-21T01:43:26Z
s3://commoncrawl/crawl-data/CC-MAIN-2019-09/segments/1550247497858.46/warc/CC-MAIN-20190221010932-20190221032932-00224.warc.gz
ory
0.99999
Orya
6
{"ory_Orya_score": 0.9999902248382568}
ବ୍ୟାଙ୍କର ସଂଚୟ ଖାତାରୁ ଅଧିକ ସୁଧ ଦେଉଛି ଡାକଘରର ଏହି ୫ଟି ସ୍କିମ୍ ଭବିଷ୍ୟତର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଲୋକେ ସଂଚୟ ପାଇଁ ଅନେକ ପ୍ରକାର ନିବେଶ ଭଳି ବିକଳ୍ପମାନ ଚୟନ କରିଥାନ୍ତି । ଆଉ ଏଥିପାଇଁ ଲୋକେ ବ୍ୟାଙ୍କର ସେଭିଂ ଆକାଉଂଟକୁ ହିଁ ସୁରକ୍ଷିତ ଏବଂ ଭଲ ବୋଲି ବିଶ୍ୱାସ କରନ୍ତି । କାରଣ ନା ଏଥିରେ ସେମାନଙ୍କର ଟଙ୍କା ସୁରକ୍ଷିତ ରହିବା ସହିତ ଜମା ରଖିଥିବା ଟଙ୍କା ଉପରେ ସେମାନଙ୍କୁ ପାଖାପାଖି ୪ରୁ ୬ ପ୍ରତିଶତ ସୁଧ ମଧ୍ୟ ମିଳିଥାଏ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଡାକଘର ତଥା ପୋଷ୍ଟ ଅଫିସରେ ମଧ୍ୟ ଏଭଳି ଅନେକ ସ୍କିମ୍ ପ୍ରଚଳିତ ଆଉ ଏହି ସ୍କିମରେ ବ୍ୟାଙ୍କର ସେଭିଂ ଆକାଉଂଟଠାରୁ ବି ଅଧିକ ସୁଧ ମିଳିଥାଏ । ତେବେ ଚାଲନ୍ତୁ ନଜର ପକାଇବା ସେହି ସମସ୍ତ ଲାଭଜନକ ଯୋଜନାଗୁଡିକ ଉପରେ । ଡାକଘର ମାସିକ ସଂଚୟ ଆୟ(ଏମଆଇଏସ୍) ଡାକଘରର ମାସିକ ଆୟ ଖାତା ଯୋଜନା ଏଭଳି ନିବେଶକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ କି ନିଜର ମୂଳ ରାଶିର ନିବେଶ କରି ମାସିକ ହିସାବରେ ସୁଧ ପାଇବାକୁ ଚାହୁଁଛନ୍ତି । ଏହି ଯୋଜନା ଅବସର ପ୍ରାପ୍ତ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଅଟେ । ଏହି ଖାତାର ମାଚୁରିଟି ପିରିୟଡ (ନିର୍ଦ୍ଧାରିତ ସମୟ) ରହିଛି ପାଂଚ ବର୍ଷ । ଏଥିରେ ଖାତାଧାରକଙ୍କୁ ନିଜର ଜମା ରାଶି ଉପରେ ପ୍ରତିମାସ ସୁଧ ମିଳିଥାଏ । ବର୍ତ୍ତମାନ ସମୟରେ ଏହି ଯୋଜନାରେ ୭.୫୦ ପ୍ରତିଶତ ଦରରେ ସୁଧ ମିଳୁଛି । ଏହାକୁ ଉଭୟ ସିଙ୍ଗଲ କିମ୍ବା ଜଏଂଟ୍ ଖାତା ଭାବରେ ଆପଣ ଖୋଲି ପାରିବେ । ତେବେ ଦୁଇଟି ଯାଂକ ଜମା ଖାତାର ଜମା ରଖିବାର ଟଙ୍କାର ସୀମା ଭିନ୍ନ ଭିନ୍ନ ରହିଛି । ଯେପରିକି, ସିଙ୍ଗଲରେ ସର୍ବାଧିକ ନିବେଶ ରାଶି ୪.୫ ଲକ୍ଷ ରହିଥିବାବେଳେ ଜଏଂଟ୍ ଖାତାରେ ଆପଣ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ । ପବ୍ଲିକ ପ୍ରୋଭିଡେଂଟ୍ ଫଣ୍ଡ (ପିପିଏଫ) ପିପିଏଫ ଆକାଉଂଟ ଉଭୟ ବେତନଭୋଗୀ ଏବଂ ବ୍ୟବସାୟୀମାନଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ଗୋଟିଏ ବଜେଟ୍ ବର୍ଷ ମଧ୍ୟରେ ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯିବା ଉପରେ ରିହାତି ଲାଭ ମିଳିଥାଏ । ଏଥିରେ ଆପଣ ଏକମୁସନ କିମ୍ବା ୧୨ କିସ୍ତି ଆଧାରରରେ ଟଙ୍କା ଜମା ରଖିପାରିବେ । ଏହି ଆକାଉଂଟକୁ ଉଭୟ ପିଲା ଏବଂ ବରିଷ୍ଠ ଲୋକମାନେ ମଧ୍ୟ ଖୋଲି ପାରିବେ । ଏହାର ମାଚୁରିଟି ପିରିୟଡ ୧୫ ବର୍ଷ ରହିଛି । ଏଥିରେ ଆପଣଙ୍କ ଜମା ଟଙ୍କା ଉପରେ ପାଖାପାଖି ୭.୯ ପ୍ରତିଶତ ସୁଧ ମିଳିଥାଏ । ରାଷ୍ଟ୍ରୀୟ ସଂଚୟ ପତ୍ର (ଏନଏସସି) ଯଦି ଆପଣ ସୁରକ୍ଷିତ ନିବେଶ ସହିତ ଏକ ଭଲ ରିଟର୍ନ ବି ଚାହୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ସ୍କିମଟିକୁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । କାରଣ ଏହି ଯୋଜନାକୁ ସରକାରୀ କର୍ମଚାରୀ, ବ୍ୟବସାୟୀ ଏବଂ କର ପରିଶୋଧ କରୁଥିବା ଅନ୍ୟ ବେତନଭୋଗୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାରି କରାଯାଇଛି । ଏଥିରେ ନିବେଶ କରିବାର କୌଣସି ସୀମା ରଖାଯାଇନାହିଁ । ଏହା ଉପରେ ଟିଡିଏସ କଟାଯାଇ ନଥାଏ । ଟ୍ରଷ୍ଟ ଏବଂ ଏଚୟୁଏଏଫ ଏଥିରେ ନିଜର ଟଙ୍କା ନିବେଶ କରିପାରିବେ ନାହିଁ । ଏଥିରେ ଜମା ରାଶି ଉପରେ ୭.୯ ପ୍ରତିଶତ ସୁଧ ମିଳିଥାଏ । ଏଥିରେ ଜମା ଉପରେ ଆୟକର ବିଭାଗର ଅଧିନିୟମ ୮୦ସି ଆଧାରରେ ରିହାତି ମଧ୍ୟ ମିଳିଥାଏ । ପାଂଚ ବର୍ଷୀୟ ଜମା ଖାତା ଏହା ମଧ୍ୟ ନିବେଶ କରିବା ପାଇଁ ଏକ ଉତ୍ତମ ଯୋଜନା । ଏଥିରେ ଆପଣଙ୍କର ଟଙ୍କା ପାଂଚ ବର୍ଷ ଯାଏଁ ଜମା ରଖିପାରିବେ । ଏହି ଖାତାରେ ଉପରେ ମିଳିଥାଏ ୭.୯ ପ୍ରତିଶତ ସୁଧ । ଏଥିସହିତ ଏହି ସଂଚୟ ଯୋଜନାରେ ଏକ ବର୍ଷ ପରେ ୫୦ ପ୍ରତିଶତ ରକମ ଉଠାଇବାର ବ୍ୟବସ୍ଥା ମଧ୍ୟ ରହିଛି । ଡାକଘର ସ୍ଥାୟୀ ଜମା ଖାତା/ପୋଷ୍ଟ ଅଫିସ ଫିକ୍ସଡ ଡିପୋଜିଟ୍ ଆକାଉଂଟ ଡାକଘର ସ୍ଥାୟୀ ଜମା ଖାତା ମଧ୍ୟ ନିବେଶ କରିବାର ଏକ ଲାଭଜନକ ମାଧ୍ୟମ ଅଟେ । ଯେଉଁଥିରେ ଆପଣଙ୍କୁ ୬.୮ରୁ ୭.୬ ପ୍ରତିଶତ ମୂଲ୍ୟରେ ସୁଧ ମିଳିଥାଏ । ଏହି ସୁଧ ଦର ଆପଣଙ୍କୁ ପାଂଚ ବର୍ଷୀୟ ଖାତା ଉପରେ ମିଳିଥାଏ । ଏହି ଖାତା ବ୍ୟକ୍ତିଗତ ଆଧାରରେ ଖୋଲାଯାଇ ପାରିବ । ସ୍ଥାୟୀ ଜମା ଖାତା ଉପରେ ଆୟକର ଅଧିନିୟମ ଧାରା ୮୦ସି ଆଧାରରେ ଆୟକରରୁ ରିହାତି ମିଳିଥାଏ । ବରିଷ୍ଠ ନାଗରିକ ସଂଚୟ ଖାତା(ଏସସିଏସଏସ୍) ଏହି ସଂଚୟ ଯୋଜନା ବିଶେଷ କରି ୬୦ ବର୍ଷରୁ ଅଧିକ ବୟସ ଥିବା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ । ୫୫ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ଅବସରପ୍ରାପ୍ତ ବ୍ୟକ୍ତିବିଶେଷ କିମ୍ବା ସ୍ୱଇଚ୍ଛାରେ କାର୍ଯ୍ୟରୁ ଅବସର ନେଇଥିବା ବ୍ୟକ୍ତିବିଶେଷ ମଧ୍ୟ ଅବସର ନେବାର ୩ମାସ ପୂର୍ବରୁ ଏହି ଖାତା ଖୋଲି ପାରିବେ । ଏକ ହଜାର ଟଙ୍କାରୁ ଏହି ଖାତା ଖୋଲାଯାଇ ପାରିବ । ଏଥିରେ ସର୍ବାଧିକ ନିବେଶ କରିବାର ଅର୍ଥ ରାଶି ୧୫ ଲକ୍ଷ ଟଙ୍କା ରହିଛି । ଏହି ଆକାଉଂଟର ମାଚ୍ୟୁରିଟି ପରିୟଡ ପାଂଚ ବର୍ଷ ରହିଛି । ଏହି ଖାତାକୁ ଆପଣ ନିଜ ପତ୍ନୀଙ୍କ ସହିତ ମଧ୍ୟ ଜଏଂଟ ଆକାଉଂଟ ରୂପରେ ଖୋଲି ପାରିବେ । ଏଥିରେ ୮.୫ ପ୍ରତିଶତ ସୁଧ ମିଳିଥାଏ । ସୌଜନ୍ୟ- ଦୈନିକ ଜାଗରଣ
<urn:uuid:ec9aa471-ee3e-4b8a-a387-0160f6d801f9>
CC-MAIN-2019-09
http://kanaknews.com/special-avings-these-five-schemes-of-post-office-give-more-interest-than-savings-account/
2019-02-21T01:48:13Z
s3://commoncrawl/crawl-data/CC-MAIN-2019-09/segments/1550247497858.46/warc/CC-MAIN-20190221010932-20190221032932-00224.warc.gz
ory
0.999997
Orya
4
{"ory_Orya_score": 0.9999967813491821}
ଭୁବନେଶ୍ୱ: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ରାଜ୍ୟ ଅଭିଲେଖାଗାରଠାରେ ୭୬ତମ 'ଅଗଷ୍ଟକ୍ରାନ୍ତି ଦିବସ' ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଉଦ୍ଘାଟନ କରି କହିଥିଲେ, ୧୯୪୭ ମସିହାରେ ପ୍ରାପ୍ତ ସ୍ୱାଧୀନତା ପୂର୍ଣ୍ଣାଙ୍ଗ ନୁହେଁ। ସ୍ୱାଧୀନତା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା। ଆଜିର ଯୁବସମାଜ ସେହି ପ୍ରକ୍ରିୟାରେ ନିଜକୁ ସାମିଲ କରି ଦେଶର ସମୃଦ୍ଧିରେ ସହଯୋଗ କରିବାକୁ ସେ ଆହ୍ଵାନ ଜଣାଇଥିଲେ। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗଷ୍ଟ ବିପ୍ଳବ ଛାତ୍ର ଓ ଯୁବସମାଜକୁ ଅନୁପ୍ରେରିତ କରିଥିଲା ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଐତିହାସିକ ପ୍ରସନ୍ନ କୁମାର ଜେନା ଯୋଗଦେଇ 'ଓଡ଼ିଶା ଓ ଅଗଷ୍ଟକ୍ରାନ୍ତି' ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି କମଳାକାନ୍ତ ମିଶ୍ର ଯୋଗଦେଇ ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଦଧିଚି ସାହୁ ଓ ଶଶିଧର ମିଶ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏଥିରେ ସଙ୍ଗୀତା ପଣ୍ଡା ମଧୁବାବୁଙ୍କ ରଚିତ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ। ସେହିପରି 'ସମ୍ବାଦପତ୍ରରେ ଅଗଷ୍ଟକ୍ରାନ୍ତିର ପୂର୍ବାଭାସ ଓ ଓଡ଼ିଶାରେ ଅଗଷ୍ଟକ୍ରାନ୍ତିର ଅଭିଲେଖ' ଶୀର୍ଷକ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସଂଘମିତ୍ରା ଶତପଥୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
<urn:uuid:9fd7b963-cc79-4765-aa1f-3b88e8aea6e0>
CC-MAIN-2019-09
http://sambad.in/metro/augest-biplaba-192316/
2019-02-21T02:49:42Z
s3://commoncrawl/crawl-data/CC-MAIN-2019-09/segments/1550247497858.46/warc/CC-MAIN-20190221010932-20190221032932-00224.warc.gz
ory
1.000002
Orya
3
{"ory_Orya_score": 1.0000019073486328}
ଗୋଆ : ପୋଲ ଭୁଷୁଡି ନଦୀରେ ଭାସିଗଲେ ୫୦ଜଣ, ୨ ଜଣଙ୍କ ମୃତଦେହ ଉଦ୍ଧାର କନକ ବ୍ୟୁରୋ : ଗୋଆରେ ଏକ ପୋଲ ଭୁଷୁଡି ୫୦ ଜଣ ନଦୀରେ ଭାସିଯାଇଛନ୍ତି । ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବିଳମ୍ବିତ ରାତି ସୁଦ୍ଧା ୧୫ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୫ଜଣଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ଅନେକ ଏବେ ବି ନିଖୋଜ ଅଛନ୍ତି । ଗତକାଲି ଆତ୍ମହତ୍ୟା କରୁଥିବା ଜଣେ ଯୁବକଙ୍କୁ ବଂଚାଇବା ଲାଗି ଉଦ୍ଧାର କାମ ଚାଲିଥିଲା । ଆଉ ରେସକ୍ୟୁ ଅପରସେନ ଦେଖିବାକୁ ପୋଲ ଉପରେ ଆଖପାଖ ଅଂଚଳର ଲୋକଙ୍କ ଭିଡ ଲାଗିରହିଥିଲା । ଆଉ ଏହି ସମୟରେ ହଠାତ୍ ପୋଲ ଭୁଷୁଡିପଡିଥିଲା । ଘଟଣା ଗୋଆ ପର୍ତୁଗୀଜର ଜୁଆରୀ ନଦୀରେ ଘଟିଛି । ପୋଲଟି ଛୋଟିଆ ହୋଇଥିବାରୁ ଲୋକଙ୍କ ଭିଡ ଜମିଥିଲା । ବର୍ତମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାମ ଜାରି ରହିଛି ।
<urn:uuid:ff497fed-1b24-421f-a20c-8f4565b24d48>
CC-MAIN-2019-09
http://kanaknews.com/2-dead-several-missing-as-bridge-collapses-in-goa/
2019-02-22T02:20:08Z
s3://commoncrawl/crawl-data/CC-MAIN-2019-09/segments/1550247512461.73/warc/CC-MAIN-20190222013546-20190222035546-00544.warc.gz
ory
1.000006
Orya
7
{"ory_Orya_score": 1.000006079673767}
ବାରିପଦା: ଗତକାଲି ଥିଲା ପବିତ୍ର ଶ୍ରୀପଞ୍ଚମୀ । ଚାରିଆଡେ ସରସ୍ୱତୀ ପୂଜା ଧୁମ୍ଧାମ୍ରେ ପାଳିତ ହୋଇଥିଲା। ବିଭନ୍ନ ସ୍କୁଲ, ଅଫିସ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଭୋଜିର ଆୟୋଜନ ବି କରାଯାଇଥିଲା। ଏହି କ୍ରମରେ ବାଲେଶ୍ୱର ଏକ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ସ୍ୱରସ୍ୱତୀ ପୂଜା ପାଇଁ ଆୟୋଜିତ ହୋଇଥିବା ଭୋଜି ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ରଙ୍ଗାମାଟିଆ ପ୍ରାଥମିକ ବିଦ୍ୟାଳୟରେ ସ୍ୱରସ୍ୱତୀ ପୂଜା ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଏହି ଭୋଜିକୁ ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲକୁ ନିମନ୍ତ୍ରିତ ହୋଇଥିବା ଅଭିଭାବକ ଖାଇଥିଲେ। ଭୋଜି ଖାଇବାର କିଛି ସମୟ ପରେ ଜଣକ ପରେ ଜଣେ ଏପରି ୫୦ରୁ ଊର୍ଧ୍ୱ ଜଣଙ୍କ ଶରୀର ଅସୁସ୍ଥ ହୋଇଥିଲା। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସଙ୍ଗେସଙ୍ଗେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଡାକ୍ତର ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଛନ୍ତି।
<urn:uuid:7ab7fb0d-30fa-40f8-8b41-b18a9a565622>
CC-MAIN-2019-09
http://sambad.in/district/eating-saraswati-puja-feast-student-illness-302568/
2019-02-17T07:59:35Z
s3://commoncrawl/crawl-data/CC-MAIN-2019-09/segments/1550247481766.50/warc/CC-MAIN-20190217071448-20190217093448-00384.warc.gz
ory
0.999996
Orya
2
{"ory_Orya_score": 0.9999960660934448}
ଆପଣ ହେଙ୍ଗୁର ବ୍ୟବହାର ତ କରିଥିବେ ନିଶ୍ଚୟ। ବଡ଼ି, ବରା, ପକୁଡ଼ି, ଡାଲମା, ଘାଣ୍ଟ ତରକାରି, ଉଖୁଡ଼ା କିମ୍ବା କୌଣସି ପିଠା ଜାତୀୟ ଖାଦ୍ୟରେ ହେଙ୍ଗୁ ନପାଇଲେ ଆଦୌ ମଜା ଆସେ ନାହିଁ। ସାମାନ୍ୟ ହେଙ୍ଗୁ ପକାଇବା ଦ୍ୱାରା ଖାଦ୍ୟରୁ ଯେଉଁ ବାସ୍ନା ବାହାରେ ତାହା ଏକଦମ ଖାଇବାର ସ୍ୱାଦ ହିଁ ବଦଳାଇ ଦିଏ। କେବଳ ସ୍ୱାଦ ପାଇଁ ନୁହେଁ, ଏଥିରେ ଔଷଧୀୟ ଗୁଣ ବି ରହିଛି। ତେବେ, ଆଜି ଆମେ ଆଲୋଚନା କରିବା ସେହି ହେଙ୍ଗୁ ଜଳକୁ ଦୈନିକ ପିଇବା ଦ୍ୱାରା ଆଉ ସବୁ କେଉଁ ସୁଫଳ ମିଳିଥାଏ। ପ୍ରାଚୀନ କାଳରେ ମହିଳାମାନେ ମାସିକ ଧର୍ମଜନିତ କଷ୍ଟ ପାଉଥିଲେ ପାଣିରେ ହେଙ୍ଗୁ ମିଶ୍ରଣ କରି ପାଇବାକୁ ଦିଆଯାଉଥିଲା। ଏହାକୁ ପିଇବ ଦ୍ୱାରା ପେଟ ଯନ୍ତ୍ରଣା କମ୍ ହୋଇଥାଏ। ଶ୍ୱାସ ହେତୁ ଅନେକ ସମୟରେ ତଣ୍ଟି ଓ ଛାତି ଆଦି ଭିତରୁ କୁଣ୍ଡେଇ ହେବାକୁ ଲାଗେ। ତାହାର ସମାଧାନ ମଧ୍ୟ ହେଙ୍ଗୁରେ ରହିଛି। ଦୈନିକ ହେଙ୍ଗୁ ପାଣି ପିଇଲେ ଥଣ୍ଡା କମ୍ ହୋଇଥାଏ। ହଜମ ଜନିତ କୌଣସି ବି ମସସ୍ୟାକୁ ହେଙ୍ଗୁ ଚୁଟ୍କିରେ ସମାଧାନ କରିବା ସହିତ ଏହା ଏସିଡିଟି ବି ଦୂର କରିଥାଏ। ମଧ୍ୟୁମେହ ରୋଗୀଙ୍କ ପାଇଁ ଏହା ଅବ୍ୟର୍ଥ ଔଷଧ। ଏହା ରକ୍ତରେ ଶର୍କରା ଭାଗକୁ ଆୟତ୍ତରେ ରଖିଥାଏ। ଏହାକୁ ଦୈନିକ ପିଇବା ଦ୍ୱାରା ହାଡ଼ ଶକ୍ତି ହୋଇଥାଏ। ସାମାନ୍ୟ ପରିଶ୍ରମ ପରେ ଶରୀରରେ ଯେଉଁ ଥକାନ ଅନୁଭୂତ ହୋଇଥାଏ ତାହା ଦୂର ହେବ। ଏହା ଶରୀରକୁ ଫୂର୍ତ୍ତି ରଖିବା ସହ ପେଟ ଓ ଆଖି ପାଇଁ ଖୁବ୍ ଫଳପ୍ରଦ ପ୍ରମାଣିତ ହୋଇ ସାରିଛି।
<urn:uuid:feefe0c6-ef16-4c9e-95f7-cd1b7e9510fa>
CC-MAIN-2019-09
http://sambad.in/lifestyle/benefits-of-hing-172978/
2019-02-20T14:02:56Z
s3://commoncrawl/crawl-data/CC-MAIN-2019-09/segments/1550247495001.53/warc/CC-MAIN-20190220125916-20190220151916-00064.warc.gz
ory
1
Orya
4
{"ory_Orya_score": 0.9999996423721313}
କଟକ : ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ଡ ସଂପର୍କିତ ମାମଲାର ଆଜି ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। ଯୁକ୍ତି ଉପସ୍ଥାପନ ଅଧା ରହିଥିବା ବେଳେ ମଙ୍ଗଳବାର ମଧ୍ୟ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବ। ଗୁଣପୁର ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କ ୨୦୧୮, ଏପ୍ରିଲ ୧୩ର ଏ ସଂକ୍ରାନ୍ତୀୟ ରାୟ ଅନୁମୋଦନ ସଂପର୍କିତ ମାମଲା ହାଇକୋର୍ଟରେ ଦାୟର ହୋଇଥିବାବେଳେ ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି ଆସାମୀଙ୍କ ପକ୍ଷରୁ ଅପିଲ ମଧ୍ୟ ରୁଜୁ ହୋଇଛି। ଉଭୟ ମାମଲାର ଏକତ୍ର ଶୁଣାଣି ଚାଲିଛି। ୨୦୧୬, ସେପ୍ଟେମ୍ବର ୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଗୁଣିଗାରେଡ଼ି ସଂନ୍ଦେହରେ ଅସୀମ ଶବର, ପତ୍ନୀ ଆମ୍ବ ଶବର ଓ ବଡ ଝିଅ ଆଶମଣି ଶବରଙ୍କୁ ପିଟି ପଟି କେତେକ ବ୍ୟକ୍ତି ଅଧାମରା କରି ଦେଇଥିଲେ। ଆସାମୀମାନେ ଜୀବନ ଥାଉ ଥାଉ ବାପା-ମା' ଓ ଝିଅ ୩ ଜଣଙ୍କୁ ଗାଁ ଶ୍ମଶାନରେ ପୋତି ଦେଇଥିଲେ। ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି ଗୁଣପୁର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଆରମ୍ଭ ହୋଇଥିଲା।
<urn:uuid:5ae9057e-7ba8-423b-9e5a-979d7ce28a0b>
CC-MAIN-2019-09
http://sambad.in/state/blind-belief-murder-case-hearing-in-high-court-178464/
2019-02-16T20:45:29Z
s3://commoncrawl/crawl-data/CC-MAIN-2019-09/segments/1550247481111.41/warc/CC-MAIN-20190216190407-20190216212407-00471.warc.gz
ory
0.999982
Orya
4
{"ory_Orya_score": 0.9999817609786987}
ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ୍ ଫେସବୁକ ନିଜ ୟୁଜର ( ବ୍ୟବହାରକାରୀ)ଙ୍କ ବିନାଅନୁମତିରେ ବ୍ୟକ୍ତିଗତ ତଥ୍ୟ ବିଭିନ୍ନ ମୋବାଇଲ ହାଣ୍ଡସେଟ କମ୍ପାନିଙ୍କୁ ପ୍ରଦାନ କରିଥିବା ଖବର ଆସିବା ପରେ ଭାରତ ସରକାର ତତ୍ପର ହୋଇ ଉଠିଛନ୍ତି । ଏ ସଂପର୍କରେ ଜବାବ ଦାଖଲ କରିବାକୁ ଫେସବୁକ ପାଖକୁ ସରକାର ଏକ ନୋଟିସ ପଠାଇଛନ୍ତି । କେନ୍ଦ୍ର ଇଲେକ୍ଚ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ପଠାଯାଇଥିବା ଏହି ନୋଟିସର ଉତ୍ତର ଜୁନ ୨୦ ସୁଦ୍ଧା ପ୍ରଦାନ କରିବାକୁ କୁହାଯାଇଛି । ନୋଟିସରେ କେଉଁ କେଉଁ କମ୍ପାନିକୁ କି କି ତଥ୍ୟ ଦିଆଯାଇଛି ସେ ସଂପର୍କରେ ଜବାବ ରଖିବାକୁ କୁହାଯାଇଛି । କିଛିଦିନ ତଳେ ଆମେରିକାର ପ୍ରମୁଖ ସମ୍ବାଦପତ୍ର ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଥିଲା ଯେ ନିଜର ଉପସ୍ଥିତିକୁ ସଂପ୍ରସାରିତ କରିବାକୁ ଫେସବୁକ ପ୍ରାୟ ୬୦ଟି ମୋବାଇଲ ହାଣ୍ଡସେଟ ନିର୍ମାତା କମ୍ପାନିଙ୍କ ସହ ବୁଝାମଣା କରିଥିଲା । ଏମାନଙ୍କ ମଧ୍ୟରେ ଅଛନ୍ତି ଆପଲ,ସାମସଙ୍ଗ, ବ୍ଲାକବେରୀ, ମାଇକ୍ରୋସଫ୍ଟ, ଓପୋ, ହ୍ଵାଏଇ ଆଦି କମ୍ପାନି । ଏହି ବୁଝାମଣା ଅନୁସାରେ ଏସବୁ କମ୍ପାନିଙ୍କ ହ୍ୟାଣ୍ଡସେଟ୍ରେ ମୂଳରୁ ହିଁ ଫେସବୁକ ଲୋଡ ହୋଇ ଆସିଥାଏ । ଏହା ଦ୍ୱାରା ଫେସବୁକ ଅଧିକରୁ ଅଧିକ ୟୁଜର ସଂଗ୍ରହ କରିପାରୁଥିଲା । ଅପରପକ୍ଷରେ ହ୍ୟାଣ୍ଡସେଟ କମ୍ପାନିମାନେ ଫେସବୁକମାଧ୍ୟମରେ ୟୁଜରମାନଙ୍କ ଓ ଏପରିକି ସେମାନଙ୍କ ବନ୍ଧୁମାନଙ୍କ ସଂପର୍କରେ ତଥ୍ୟ ହାସଲ କରିପାରୁଥିଲେ । ୟୁଜରମାନଙ୍କ ବିନା ଅନୁମତିରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଅନ୍ୟ କମ୍ପାନିଙ୍କୁ ପ୍ରଦାନ କରିବା ଦ୍ୱାରା ଫେସବୁକ ଗୋପନୀୟତା ଆଇନର ଉଲ୍ଲଙ୍ଘନ କରୁଛି ବୋଲି ଅଭିଯୋଗ ହୋଇଛି । ଗତ ମାର୍ଚ୍ଚ ମାସରେ ମଧ୍ୟ ସରକାର ଫେସବୁକକୁ ଏକ ନୋଟିସ ପଠାଇଥିଲେ । କେମ୍ରିଜ ଆନାଲିଟିକା ମାମଲାରେ ଏହି ନୋଟିସ ପଠାଯାଇଥିଲା ।
<urn:uuid:1abe36d6-d3d1-41ae-8d61-20fbecf8b00a>
CC-MAIN-2019-09
http://sambad.in/india-and-beyond/govt-sends-notice-to-facebook-154924/
2019-02-21T18:16:37Z
s3://commoncrawl/crawl-data/CC-MAIN-2019-09/segments/1550247506094.64/warc/CC-MAIN-20190221172909-20190221194909-00354.warc.gz
ory
1.000005
Orya
3
{"ory_Orya_score": 1.0000048875808716}
ହାଇଦ୍ରାବାଦରେ ଚାକିରି କହି ମଧ୍ୟପ୍ରଦେଶରେ ବିକିଦେଲେ : ଅପହୃତ୍ତା ମହିଳା ଉଦ୍ଧାର; ୫ ଦଲାଲଙ୍କୁ ବାନ୍ଧିଲା କ୍ରାଇମ୍ବ୍ରାଞ୍ଚ କଟକ : ହାଇଦ୍ରାବାଦ୍ରେ ଚାକିରି ଦେବାକୁ କହି ଜଣେ ବିବାହିତ ମହିଳାଙ୍କୁ ମଧ୍ୟପ୍ରଦେଶରେ ବିକି ଦେଇଥିଲେ। ମାତ୍ର ୫୫ ହଜାର ଟଙ୍କାରେ ସଂପୃକ୍ତ ମହିଳାଙ୍କୁ ୪ ଜଣ ମହିଳା ବିକିଦେବା ପରେ ଯୁବକ ଜଣକ ତାଙ୍କୁ ବଳ ପୂର୍ବକ ବିବାହ କରି ଘରେ ରଖିଥିଲା। କିନ୍ତୁ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଘଟଣା ତଦନ୍ତ କରି ପୁରୀର ସୂର୍ଯ୍ୟକାନ୍ତି ମଲ୍ଲିକ(୩୫)ଙ୍କୁ ଉଦ୍ଧାର କରିବା ସହିତ ମାନବ ଚାଲାଣରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ମଧ୍ୟପ୍ରଦେଶର ରାମକ୍ରୀଷ୍ଣା ରାୟ, ମୀନା ଦାସ, ଜତି ଓରଫ ମନୋରମା ବାରିକ, ବିଦୁ ବେହେରା, ପ୍ରଭାତୀ ସାହୁ। ଏହି ବେଆଇନ ଚାଲାଣ ରୢାକେଟ୍ର ମୁଖ୍ୟ କାର୍ପଟଦାର ରାମକ୍ରୀଷ୍ଣା ହୋଇଥିବା ବେଳେ ଅନ୍ୟଚାରି ମହିଳା ସହଯୋଗୀ ଭାବେ କାମ କରୁଥିଲେ। ଏଥିରେ ମଧ୍ୟପ୍ରଦେଶରେ ଆଉ ଜଣେ ଦଲାଲ ସଂପୃକ୍ତ ଥିବା ବେଳେ ସେ ଫେରାର ଥିବା ସୂଚନା ମିଳିଛି। ମୁଖ୍ୟ ଅଭିଯୁକ୍ତ ରାମକ୍ରୀଷ୍ଣା ପୁରୀରେ ବିବାହ କରି ରୁହେ। ଓଡ଼ିଶାରୁ ଅନେକ ସମୟରେ ମହିଳାଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶ ଚାଲାଣ କରୁଥିଲା। ପୁରୀ ସଦର ଥାନା ବାଉରିସାହିର ସୂର୍ଯ୍ୟକାନ୍ତି ମଲ୍ଲିକ(୩୫)ଙ୍କୁ ତାଙ୍କ ସ୍ବାମୀ ଛାଡ଼ି ଅନ୍ୟତ୍ର ବିବାହ କରିଥିଲେ। ମହିଳା ଘରେ ଚାରି ଛୁଆଙ୍କ ସହ ଅଭାବରେ ରହୁଥିଲେ। ରାମକ୍ରୀଷ୍ଣା ମାଧ୍ୟମରେ ଉପରୋକ୍ତ ଚାରି ମହିଳା ତାଙ୍କୁ ହାଇଦ୍ରାବାଦ୍ରେ ଏକ କମ୍ପାନିରେ ଚାକିରି ଯୋଗାଇବାର ପ୍ରତିଶ୍ରୁତି ଦେଇ ଟ୍ରେନ୍ରେ ମଧ୍ୟପ୍ରଦେଶ ନେଇ ଯାଇଥିଲେ। ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ଜନଡ଼ା ଥାନା ଅଶୋକ ନଗର ସଦର ଅଞ୍ଚଳରେ ଦଶରଥ ସି˚ହଙ୍କ ନିକଟରେ ସୂର୍ଯ୍ୟକାନ୍ତିଙ୍କୁ ଦଲାଲ ରାମକ୍ରୀଷ୍ଣା ଛାଡ଼ିଥିଲା। ସୂର୍ଯ୍ୟକାନ୍ତି ଅବିବାହିତ ବୋଲି ଦର୍ଶାଇ ବିବାହ ଉଦ୍ଦେଶ୍ୟରେ ତାଙ୍କୁ ୫୫ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଦଶରଥ ତାଙ୍କୁ ବଳପୂର୍ବକ ବିବାହ ଏବ˚ ସାଂଗ ହୋଇ ରହିବାକୁ ବାଧ୍ୟ କରିଥିଲେ। କିନ୍ତୁ ସୁଯୋଗ ପାଇ ସୂର୍ଯ୍ୟକାନ୍ତି ଜଣେ ପଡେ଼ାଶୀଙ୍କ ମୋବାଇଲ୍ ଫୋନ୍ରୁ ବାପା ଅରୁ ମଲ୍ଲିକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ ମାନବ ଚାଲାଣ ନିରୋଧ ୟୁନିଟ୍ରେ ଅଭିଯୋଗ ପରେ ସୂର୍ଯ୍ୟକାନ୍ତିଙ୍କୁ ଉଦ୍ଧାର କରିବା ସହିତ ମାଷ୍ଟର୍ମାଇଣ୍ତ ରାମ କ୍ରିଷ୍ଣା ଏବ˚ ଅନ୍ୟ ୪ ସହଯୋଗୀ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ କ୍ରାଇମ୍ବ୍ରାଞ୍ଚ ଦଫା ୩୬୫, ୩୬୬, ୩୭୦, ୧୨୦ (ବି)ରେ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ନିଲିମା ପଣ୍ତା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
<urn:uuid:5b4f7dc6-bb63-4085-b857-aee8df9b54d2>
CC-MAIN-2019-09
http://sambad.in/state/one-trafficked-woman-rescued-237312/
2019-02-21T18:22:59Z
s3://commoncrawl/crawl-data/CC-MAIN-2019-09/segments/1550247506094.64/warc/CC-MAIN-20190221172909-20190221194909-00354.warc.gz
ory
0.99999
Orya
3
{"ory_Orya_score": 0.9999902248382568}
ନୂଆଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ୟୁନିଟଗୁଡ଼ିକୁ ନେଇ ପ୍ରଥମ ବାର୍ଷିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ଯୁବବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ସମ୍ମିଳନୀ ସମୟରେ ଗଣମାଧ୍ୟମ ୟୁନିଟଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯାଇଥିଲା । ଦୈନନ୍ଦିନ କାର୍ଯ୍ୟକଳାପରେ ଗଣମାଧ୍ୟମ ୟୁନିଟଗୁଡ଼ିକ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଲାଗି ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସମ୍ମିଳନୀ କାଳରେ ଯୋଗାଯୋଗରେ ଆଧୁନିକ ପ୍ରଯୁକ୍ତି ସରଞ୍ଜାମର ଉପଯୋଗ ନେଇ ଆଲୋଚନା କରାଯାଇଥିଲା । ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇ କର୍ଣ୍ଣେଲ ରାଠୋର ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱ ଉପରେ ଆଲୋକପାତ କରି ଏହାକୁ ସରକାରଙ୍କ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଭାବେ ବର୍ଣ୍ଣନା କରିଥିଲେ । ସେମାନଙ୍କ କାର୍ଯ୍ୟରେ ଆହୁରି ଉକ୍ରର୍ଷ ହାସଲ କରିବା ଲାଗି ସମର୍ପିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ନିରନ୍ତର ପରିବର୍ତିତ ଯୋଗାଯୋଗ ପରିଦୃଶ୍ୟରେ ଆଧୁନିକ ପ୍ରଯୁକ୍ତିକୁ ଗ୍ରହଣ କରିବା ଏବଂ ଏହାକୁ ଉପଯୋଗ କରିବା ଉପରେ ସେ ଜୋର ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ ଗଣମାଧ୍ୟମ ୟୁନିଟଗୁଡ଼ିକ ପାଇଁ ସବୁଠୁ କଷ୍ଟକର କାମ ହେଉଛି ତୃଣମୂଳସ୍ତରରେ ପହଁଚିିବା । ସେହିପରି ସରକାରୀ ଯୋଗାଯୋଗରେ ଆଂଚଳିକ ଭାଷାର ଉପଯୋଗର ଗୁରୁତ୍ୱକୁ ସେ ଉଲ୍ଲେଖ କରିଥିଲେ । ଆଇଆଇଏସ ପ୍ରୋବେସନରମାନଙ୍କ ପାଇଁ ବିଦେଶ ତାଲିମ ଉପାଦାନ ଆରମ୍ଭ କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ନେଇଥିବା ନିଷ୍ପତିକୁ ସେ ପ୍ରଶଂସା କରିବା ସହିତ ଉଭୟ ପ୍ରାରମ୍ଭିକ ନିଯୁକ୍ତି ସ୍ତର ଏବଂ ସେବାସ୍ତରରେ ତାଲିମର ଉନ୍ନତି ଦିଗରେ ନିରନ୍ତର କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖାରେ କହିଥିଲେ ଯେ ଉତମ ଜନସମ୍ପର୍କ ଫଳାଫଳରେ ଉନ୍ନତି ଆଣିବା ଲାଗି ସମସ୍ତ ଗଣମାଧ୍ୟମ ୟୁନିଟଗୁଡ଼ିକ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ । ଅହରହ ପରିବର୍ତିତ ପ୍ରଯୁକ୍ତି ସହିତ ତାଳ ଦେଇ ଚାଲିବା ଉପରେ ଆଲୋକପାତ କରି ସେ ଉତମ ଫଳାଫଳ ପାଇଁ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସମ୍ମିଳନୀରେ ସାରା ଦେଶରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ୧୨୫ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
<urn:uuid:8a333633-63a5-4d96-9e4a-785e8f677a52>
CC-MAIN-2019-09
https://www.metrotvbureau.com/national-international/sr/
2019-02-21T17:36:25Z
s3://commoncrawl/crawl-data/CC-MAIN-2019-09/segments/1550247506094.64/warc/CC-MAIN-20190221172909-20190221194909-00354.warc.gz
ory
1.000008
Orya
2
{"ory_Orya_score": 1.0000079870224}
ସାର୍ଜା: ଚଳିତ ଏଏଫ୍ସି ଏସୀୟ କପ୍ରେ ନକ୍ଆଉଟ୍ ଯୋଗ୍ୟତା ହାସଲ କରି ଇତିହାସ ରଚିବାର ସୁଯୋଗ ଭାରତ ପାଇଁ ରହିଛି। ପ୍ରଥମ ମ୍ୟାଚ୍ରେ ଥାଇଲାଣ୍ଡ୍କୁ ୪-୧ ଗୋଲ୍ରେ ପରାସ୍ତ କରିବା ପରେ ଦ୍ବିତୀୟରେ ଆୟୋଜକ ୟୁଏଇ ନିକଟରୁ ୦-୨ ଗୋଲ୍ରେ ହାରିଯିବା ଭାରତର ଐତିହାସିକ ଅଭିଯାନ ପଥରେ ପ୍ରତିବନ୍ଧକ ସାଜିଥିଲା। ତେବେ ସୋମବାର ନିଜ ଗ୍ରୁପ୍ (ଏ)ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଭେଟିବ ବାହାରିନ୍କୁ। ଆଉ ଏହି ମ୍ୟାଚ୍ ଜିତିଲେ କିମ୍ବା ଅତି କମ୍ରେ ଅମୀମାଂସିତ ରଖିପାରିଲେ ଭାରତ ୫୩ ବର୍ଷ ପରେ ପ୍ରଥମ ଥର ଲାଗି ନକ୍ଆଉଟ୍ (୧୬ ଦଳୀୟ) ପର୍ଯ୍ୟାୟକୁ ଯୋଗ୍ୟତା ହାତେଇ ଇତିହାସ ରଚିବ। ଶେଷ ଥର ପାଇଁ ୧୯୬୪ ସଂସ୍କରଣରେ ଉପବିଜେତା ହେବା ଭାରତର ସର୍ବଶ୍ରେଷ୍ଠ ସଫଳତା ରହିଆସିଛି। ଏହାପରେ ୧୯୮୪ ଓ ୨୦୧୧ରେ ଦୁଇଥର ଭାରତ ନକ୍ଆଉଟ୍ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା। ଭାରତ ଚଳିତ ପ୍ରତିଯୋଗିତାରେ ୨ ମ୍ୟାଚ୍ରୁ ୩ ପଏଣ୍ଟ୍ ପାଇ ଦ୍ବିତୀୟରେ ରହିଥିଲା ବେଳେ ୟୁଏଇ ୨ ମ୍ୟାଚ୍ରୁ ୪ ପଏଣ୍ଟ୍ ପାଇ ଶୀର୍ଷରେ ରହିଛି। ସେହିପରି ଥାଇଲାଣ୍ଡ୍ ମଧ୍ୟ ୨ ମ୍ୟାଚ୍ରୁ ୩ ପଏଣ୍ଟ୍ ପାଇଥିଲେ ବି ଗୋଲ୍ ବ୍ୟବଧାନରେ ଭାରତଠୁ ପଛରେ ରହିଛି। ତେବେ ୬ ଗ୍ରୁପ୍ରୁ ଶ୍ରେଷ୍ଠ ଦୁଇ ଦଳ ଲେଖାଏଁ ସାଙ୍ଗକୁ ଶ୍ରେଷ୍ଠ ୪ ତୃତୀୟ ସ୍ଥାନ ଦଳ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାରୁ ସୋମବାର କେବଳ ଅମୀମାଂସିତ ହିଁ ଭାରତ ପାଇଁ ଯଥେଷ୍ଟ ହେବ। ତେବେ ବାହାରିନ୍ ବିପକ୍ଷରେ ଭାରତର ପ୍ରଦର୍ଶନ ଆଦୌ ସନ୍ତୋଷଜନକ ନଥିବାରୁ ଚିନ୍ତା ରହିଛି। ପୂର୍ବ ୫ ଥର ମୁହାଁମୁହିଁରୁ ୪ ଥର ବାହାରିନ୍ ହିଁ ଭାରତକୁ ପରାସ୍ତ କରିଛି। ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି। ଶେଷଥର ପାଇଁ ୨୦୧୧ ସଂସ୍କରଣରେ ବାହାରିନ୍ଠୁ ୨-୫ ଗୋଲ୍ରେ ଭାରତ ହାରିଥିଲା। ଭାରତ ଏବେ ଫିଫା ମାନ୍ୟତାରେ ୯୭ରେ ଥିଲାବେଳେ ବାହାରିନ୍ର ମାନ୍ୟତା ରହିଛି ୧୧୩। ସେହିଦୃଷ୍ଟିରୁ ସୋମବାର ମୁକାବିଲାରେ ମଧୁର ପ୍ରତିଶୋଧ ନେଇ ଭାରତ ନକ୍ଆଉଟ୍ ଯିବ ବୋଲି ପ୍ରଶିକ୍ଷକ ଷ୍ଟିଫେନ୍ କୋନ୍ଷ୍ଟାଣ୍ଟିନେ ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷରେ ସୋମବାର ବାହାରିନ୍ ବିପକ୍ଷ ମ୍ୟାଚ୍ ମଧ୍ୟ ଆଉ ଏକ ଦୃଷ୍ଟିକୋଣରୁ ଭାରତ ପାଇଁ ମହତ୍ବ ରଖିବ। ଚଳିତ ଏଏଫ୍ସି ଏସୀୟ କପ୍ ପ୍ରତିଯୋଗିତା ଅବସରରେ ଆର୍ଜେଣ୍ଟିନାର ଲିଓନେଲ୍ ମେସିଙ୍କୁ ସର୍ବାଧିକ ଆନ୍ତର୍ଜାତିକ ଗୋଲ୍ରେ ଟପି ସାରିଥିବା ସୁନୀଲ ଛେତ୍ରୀ ସୋମବାର ପଡ଼ିଆକୁ ଓହ୍ଲାଇଲେ ଭାରତ ପାଇଁ ୧୦୭ ମ୍ୟାଚ୍ ଖେଳିବାର ଗୌରବ ବହନ କରିବେ। ଆଉ ଏକ୍ଷେତ୍ରରେ ବାଇଚୁଙ୍ଗ ଭୂତିଆଙ୍କ ନାମରେ ରହିଥିବା ସର୍ବାଧିକ ମ୍ୟାଚ୍ ଖେଳିବାର ଭାରତୀୟ କୀର୍ତିମାନ ସମକକ୍ଷ ହେବେ ଛେତ୍ରୀ। ଛେତ୍ରୀ ଏମଧ୍ୟରେ ୧୦୬ ମ୍ୟାଚ୍ ଖେଳି ୬୭ ଆନ୍ତର୍ଜାତିକ ଗୋଲ୍ ନିଜ ନାମରେ ରଖିସାରିଛନ୍ତି। ମେସିଙ୍କ ନାମରେ ୬୫ ଗୋଲ୍ ରହିଛି। ତେବେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ଛେତ୍ରୀ ଦ୍ବିତୀୟ ସର୍ବାଧିକ ଗୋଲ୍ ସ୍କୋରର୍ ରହିଛନ୍ତି।
<urn:uuid:c043694c-46b8-4dac-b82e-84694e2b9f0c>
CC-MAIN-2019-09
https://www.metrotvbureau.com/sports/sunil/
2019-02-21T17:57:13Z
s3://commoncrawl/crawl-data/CC-MAIN-2019-09/segments/1550247506094.64/warc/CC-MAIN-20190221172909-20190221194909-00354.warc.gz
ory
0.999996
Orya
4
{"ory_Orya_score": 0.9999955892562866}
ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ସହିତ ରାଜ୍ୟରେ ପଞ୍ଚମ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଗତ ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନେଇ ମେଡିକାଲ କଲେଜକୁ ଉତ୍ସର୍ଗ କରି କହିଥିଲେ ଯେ, ବାରିପଦା ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦ୍ୱାରା କେବଳ ମୟୂରଭଞ୍ଜ ନୁହେଁ, ବାଲେଶ୍ୱର ସମେତ ପଡ଼ୋଶୀ ରାଜ୍ୟର ବହୁ ଅଞ୍ଚଳର ସ୍ୱାସ୍ଥ୍ୟସେବାରେ ବହୁତ ଉନ୍ନତି ହୋଇ ପାରିବ। ଏହି ମେଡିକାଲ କଲେଜ ଆରମ୍ଭ ହେବା ସହିତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବ ରୂପ ନେଇଛି। ମେଡିକାଲ କଲେଜରେ ଭଲ ପାଠ ପଢା ଓ ଉଚ୍ଚ ମାନର ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ କହିଲେ ଯେ, ଓଡ଼ିଶା ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟସରକାରଙ୍କ ଆନ୍ତରିକତାର ନିଦର୍ଶନ ହେଉଛି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଶହୀଦ ଲକ୍ଷ୍ମର ନାୟକ ମେଡିକାଲ କଲେଜ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଓ ଆଗ୍ରହ ପାଇଁ ଦୁଇଟି ମେଡିକାଲ ପ୍ରତିଷ୍ଠା ସମ୍ଭବ ହୋଇ ପାରିଛି। ଏହି ଦୁଇ ସରକାରୀ ମେଡିକାଲ କଲେଜ ଯୋଗୁଁ ଆଗାମୀ ଦିନରେ ରାଜ୍ୟରେ ଡାକ୍ତର ଅଭାବ ରହିବ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ସୂଚନାଯୋଗ୍ୟ ଯେ ଲୋକାର୍ପଣ ପରେ ଆଜିଠାରୁ ହିଁ ଆରମ୍ଭ ହେବ ପ୍ରଥମ ବର୍ଷର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ସମସ୍ତ ଶହେ ସିଟ୍ ପାଇଁ ନାମଲେଖା ସରିଥିବା ବେଳେ ୩୩ଜଣ ଛାତ୍ରୀ ଓ ୬୭ ଜଣ ଛାତ୍ର ନାମ ଲେଖାଇଛନ୍ତି ।
<urn:uuid:2497bf3d-50b8-4be2-aa56-84892956327b>
CC-MAIN-2019-09
http://yugabda.com/Politics_SectionTopic.aspx?-%E0%AC%AA%E0%AC%A3%E0%AD%8D%E0%AC%A1%E0%AC%BF%E0%AC%A4-%E0%AC%B0%E0%AC%98%E0%AD%81%E0%AC%A8%E0%AC%BE%E0%AC%A5-%E0%AC%AE%E0%AD%81%E0%AC%AE%E0%AD%81%E0%AC%81-%E0%AC%AE%E0%AD%87%E0%AC%A1%E0%AC%BF%E0%AC%95%E0%AC%BE%E0%AC%B2-%E0%AC%95%E0%AC%B2%E0%AD%87%E0%AC%9C%E0%AC%95%E0%AD%81-%E0%AC%9C%E0%AC%BE%E0%AC%A4%E0%AC%BF-%E0%AC%89%E0%AC%A6%E0%AD%8D%E0%AC%A6%E0%AD%87%E0%AC%B6%E0%AD%8D%E0%AD%9F%E0%AC%B0%E0%AD%87-%E0%AC%89%E0%AC%A4%E0%AD%8D%E0%AC%B8%E0%AC%B0%E0%AD%8D%E0%AC%97-%E0%AC%95%E0%AC%B2%E0%AD%87-%E0%AC%AE%E0%AD%81%E0%AC%96%E0%AD%8D%E0%AD%9F%E0%AC%AE%E0%AC%A8%E0%AD%8D%E0%AC%A4%E0%AD%8D%E0%AC%B0%E0%AD%80&P_Id=24
2019-02-22T20:56:19Z
s3://commoncrawl/crawl-data/CC-MAIN-2019-09/segments/1550247526282.78/warc/CC-MAIN-20190222200334-20190222222203-00027.warc.gz
ory
0.999986
Orya
14
{"ory_Orya_score": 0.9999862909317017}
ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ର ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ମିଳିଛି । ଏହା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ ଜୁଲାଇ ମାସରେ ଅନୁଷ୍ଠିତ ହେଇଥିଲା। ଦିଲ୍ଲୀରେ ଅନୁଷ୍ଠିତ ଅର୍ଜୁନ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବହୁ କମ ସମୟ ମଧ୍ୟରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ ବେଶ୍ ସୁରୁଖୁରୁରେ ହୋଇପାରିଥିବାରୁ ବିଭିନ୍ନ ଆଡୁ ଅନେକ ପ୍ରଶଂସା ମିଳିଥିଲା । ଏହାସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଥିବାରୁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର। ଫଳରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ଆଜି ସ୍ୱତନ୍ତ୍ର ସମ୍ମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି। କ୍ରୀଡ଼ା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ମିଳିଛି। ଏହି ଅବସରରେ ସମ୍ମାନ ଗ୍ରହଣ କରିଛନ୍ତି ଇଡ୍କୋ ସିଏମ୍ଡି ସଂଜୟ ସିଂହ। ନୂଆଦିଲ୍ଲୀ ଠାରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶାକୁ ଏହି ସମ୍ମାନ ମିଳିଛି।
<urn:uuid:65255d65-343e-4c72-8d95-66a852f1bcbc>
CC-MAIN-2019-09
https://enewsodia.com/22nd-asian-athletics-championships/?amp_markup=1
2019-02-23T20:35:00Z
s3://commoncrawl/crawl-data/CC-MAIN-2019-09/segments/1550249550830.96/warc/CC-MAIN-20190223203317-20190223225317-00354.warc.gz
ory
1.000005
Orya
22
{"ory_Orya_score": 1.0000048875808716}
କନକ ବ୍ୟୁରୋ : ସାବରୀମାଲା ମନ୍ଦିରକୁ ପଶିପାରିବେ ମହିଳା । ଆସିଲା ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ । କେରଳର ପ୍ରସିଦ୍ଧ ସାବରୀମାଲାମନ୍ଦିରରେ ମହିଳାଙ୍କ ପ୍ରସଙ୍ଗ ନେଇ ଆଜି ଚୂଡାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ରହିଥିବା କଟକଣା ଉଠିଛି । ମାମଲାର ନିଷ୍ପତି ଶୁଣାଇଛନ୍ତି ସାମ୍ବିଧାନିକ ଖଣ୍ଡପୀଠ । ଆଜି ପାଂଚ ଜଣିଆ ବେଂଚ ମିହଳାଙ୍କ ପକ୍ଷରେ ନିଷ୍ପତି ଶୁଣାଇଚନ୍ତି । ମୁଖ୍ୟ ବିଚାରପତି ଦୀପକ ମିଶଅ, ଜଷ୍ଟିସ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ନରିମନ୍, ଜଷ୍ଟିସ୍ ଖାନୱିଲକର, ମହିଳାଙ୍କ ପକ୍ଷରେ ହିଁ ନିଷ୍ପତ୍ତି ଶୁଣାଇଛନ୍ତି । ତେବେ ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଛନ୍ତି, ଆସ୍ଥା ନାମରେ ଲିଙ୍ଗଭେଦ କରିବା ଠିକ୍ ନୁହେଁ । ନିୟମ ଓ କାନୁନ ଉଭୟ ପୁରୁଷ ଓ ମହିଳା ପାଇଁ ସମାନ୍ । ମହିଳାଙ୍କ ପାଇଁ ଭିନ୍ନ ମାପଦଣ୍ଡ ସେମାନଙ୍କ ସମ୍ମାନରେ ଆଂଚ ଆଣୁଥିଲା । ସୁପ୍ରକିମୋର୍ଟ କହିଛିନ୍ତି ଭଗବାନ ଅୟପ୍ପାଙ୍କଙ୍କ ଭକ୍ତଙ୍କୁ ଭାଗ ଭାଗ କରିବା ଉଚିତ ନୁହେଁ । ସୁପ୍ରମକୋର୍ଟ ଅନୁଚ୍ଛେଦ ୨୫ ଅନୁସାରେ ସମସ୍ତେ ସମାନ । ସମାଜରେ ପରିବର୍ତ୍ତନ ଜରୁରୀ । ପୂର୍ବରୁ ମହିଳାମାନେ ଦୁର୍ବଳ ବୋଲି ବିବେଚନା କରି ଏପରି କଟକଣା ଲଗାଯାଇଥିବା । କିନ୍ତୁ ଏବେ ଯୁବ ବଦଳୁଛି । ମହିଳାମାନେ କେଉଁ ଦିଗରେ ମଧ୍ୟ ପୁରୁଷଙ୍କ ଠାରୁ କମ୍ ନୁହେଁ । ତେଣୁ ଭଗବାନଙ୍କୁ ନେଇ ପୁରୁଷ ଓ ମହିଳା ଭିତରେ ଭେଦଭାବ ସମ୍ପୂର୍ଣ୍ଣ ଭୁଲ । ତେବେ ଏହି ମାମଲାର ଶୁଣାଣି କରି ଅଗଷ୍ଟ ମାସରେ ମାମଲାର ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ । ଏହି ମନ୍ଦିରରୁ ମହିଳାଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ଦ୍ୱାରା ସେମାନଙ୍କୁ ସମ୍ବିଧାନର ଧାରା ୧୪, ୧୫ ଓ ୧୭ ଅଧୀନରେ ମହିଳାମାନଙ୍କୁ ମିଳିଥିବା ଅଧିକାରର ଉଲ୍ଲଂଘନ ହେଉଛି କି ନାହିଁ ସେ ସଂପର୍କରେ ଅଦାଲତ ରାୟ ଶୁଣାଇବାର ଥିଲା । କାହିଁକି ମହିଳାଙ୍କ ଉପରେ ଲାଗିଥିଲା କଟକଣା ? କେରଣ ପନ୍ଥନମଥିଟା ଜିଲ୍ଲାରେ ପଶ୍ଚିମ ପାହାଡ଼ିଆ ଅଂଚଳେ ସ୍ଥିତ ସାବରୀମାଳା ମନ୍ଦିର ପ୍ରଶାସକ ସୁପ୍ରିମକୋଟକୁ କହିଥିଲେ ୧୦ରୁ ୫୦ ବର୍ଷ ବୟସର ମହିଳା ମନ୍ଦିରରେ ପ୍ରବେଶ କରିବା ଅନୁଚିତ୍ । କାରଣ ମାସିକ ଧର୍ମ ସମୟରେ ସେମାନେ ନିଜକୁ ଶୁଦ୍ଧ ରଖିପାରିବେ ନାହିଁ । ତେବେ ଏମାମଲାରେ ମହିଳାଙ୍କ ସମର୍ଥନ କରୁଥିଲେ କେରଳ ସରକାର ।
<urn:uuid:a30da78f-8811-4fb2-94f0-76f9e870c522>
CC-MAIN-2019-09
http://kanaknews.com/supreme-court-allows-entry-of-women-of-all-ages-into-sabarimala/
2019-02-15T21:20:54Z
s3://commoncrawl/crawl-data/CC-MAIN-2019-09/segments/1550247479159.2/warc/CC-MAIN-20190215204316-20190215230316-00513.warc.gz
ory
0.999999
Orya
6
{"ory_Orya_score": 0.9999991655349731}
ଥାଇଲାଣ୍ଡ ଗୁମ୍ଫାରେ ଫସି ରହିଥିବା ଖେଳାଳିଙ୍କୁ ଉଦ୍ଧାର କରିବାରେ ସହାୟକ ହୋଇଥିଲା ଭାରତ ତିଆରି କିର୍ଲୋସ୍କର ପମ୍ପ ନୂଆଦିଲ୍ଲୀ : ଥାଇଲାଣ୍ଡର କାଳ ଗୁମ୍ଫାରେ ୧୮ଦିନ ଧରି ଫସି ରହିଥିବା ୧୨ଜଣ ବାଳକ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍ଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳର କଠିନ ଉଦ୍ୟମ ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଫସି ରହିଥିବା ସମସ୍ତ ୧୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପରେ ବିଶ୍ୱବାସୀ ଉଦ୍ଧାରକାରୀ ଦଳର କାର୍ଯ୍ୟକୁ ପ୍ରଶଂସା କରିଛନ୍ତିି । ତେବେ ୩ଦିନ ଧରି ଚାଲିଥିବା ଏହି ଉଦ୍ଧାରକାର୍ଯ୍ୟରେ ଭାରତ ତିଆରି ପାଣି ପମ୍ପ ବ୍ୟବହାର କରାଯାଇଥିବା ଜଣାପଡ଼ିଛି । ଉଦ୍ଧାରକାରୀମାନେ ଭାରତ ତିଆରି କିର୍ଲୋସ୍କର ପମ୍ପ ବ୍ୟବହାର କରି ଗୁମ୍ଫା ଭିତରୁ ଜଳ ନିଷ୍କାସନ କରିଥିଲେ। ଫଳରେ ରାସ୍ତା ତିଆରି କରି ୧୨ଜଣ ଫୁଟ୍ବଲ ଖେଳାଳିଙ୍କ ସହ ଜଣେ କୋଚ୍ଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ଭାରତର ପୁନାସ୍ଥିତ ପାଣି ପମ୍ପ ନିର୍ମାତା କିର୍ଲୋସ୍କର ବ୍ରଦର୍ସ ଲିମିଟେଡ଼୍ରପମ୍ପକୁୁ ବ୍ୟବହାର କରାଯାଇଥିବା ସୂଚନା ମିଳିଛି । ଏହି ସମସ୍ୟା ଉପୁଜିବା ପରେ ଯେତେବେଳେ ଗୁମ୍ଫାରୁ ଜଳ ନିଷ୍କାସନ କଥା ଉଠିଲା ଭାରତୀୟ ଦୂତାବାସର ଅଧିକାରୀମାନେ ଥାଇ କର୍ତ୍ତୃପକ୍ଷଙ୍କୁ କିର୍ଲୋସ୍କର ବ୍ରଦର୍ସ ଲିମିଟେଡ଼୍ର ପମ୍ପ ବ୍ୟବହାର କରିବା ପାଇଁ ପରାମର୍ଶ ଦେବା ପରେ ଏହା ସମ୍ଭବ ହୋଇଥିଲା । ଏହାପରେ କିର୍ଲୋସ୍କର ସହ ସଂପର୍କ କରାଯିବା ପରେ ଜୁଲାଇ ୫ରେ ଥାଇଲାଣ୍ଡରେ କିର୍ଲୋସ୍କର କମ୍ପାନିର ଏକ୍ସପର୍ଟମାନେ ଯାଇ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଶକ୍ତିଶାଳୀ ପମ୍ପ ମାଧ୍ୟମରେ ଗୁମ୍ଫା ଭିତରୁ କିପରି ପାଣି କଢ଼ାଯିବ ସେ ବିଷୟରେ ଉଦ୍ଧାରକାରୀ ଦଳଙ୍କୁ ଜଣାଇଥିଲେ । ସମସ୍ତଙ୍କ ଚେଷ୍ଟା ପରେ ଶେଷରେ ୧୩ଜଣଙ୍କୁ ସୁରକ୍ଷିତ ଭାବେ ଗୁମ୍ଫାରୁ ବାହାର କରାଯାଇଥିଲା ।
<urn:uuid:2d02234f-c5df-4823-bfc7-a939057443e2>
CC-MAIN-2019-09
http://sambad.in/india-and-beyond/made-in-india-water-pumps-were-used-for-clearing-way-to-rescue-13-people-from-thai-cave-175346/
2019-02-19T03:08:16Z
s3://commoncrawl/crawl-data/CC-MAIN-2019-09/segments/1550247489304.34/warc/CC-MAIN-20190219020906-20190219042906-00193.warc.gz
ory
1.000006
Orya
6
{"ory_Orya_score": 1.000005841255188}
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ନିକଟ ୪୯ ନଂ ଜାତୀୟ ରାଜପଥର ପୋଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପୋଲ ଉପରୁ ୩୦ ଫୁଟ ତଳକୁ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତରଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଆହତ ଚାଳକଙ୍କୁ ଉଦ୍ଧାର କରିି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛି । ପ୍ରକାଶ ଯେ, ଜାମସେଦପୁରରୁ ଗ୍ୟାସ ସିଲିଣ୍ଡର ବୋଝେଇ କରି ଉକ୍ତ ଟ୍ରକଟି ବାରିପଦାକୁ ଯାଉଥିଲା । ତେବେ ବିଶୋଇ ଥାନା ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା ।
<urn:uuid:30b21ac2-2a68-4e43-a4fb-e6f146a8d730>
CC-MAIN-2019-09
http://odiaspotnews.in/news-details/22977
2019-02-20T03:36:33Z
s3://commoncrawl/crawl-data/CC-MAIN-2019-09/segments/1550247494424.70/warc/CC-MAIN-20190220024254-20190220050254-00513.warc.gz
ory
1.000005
Orya
2
{"ory_Orya_score": 1.0000048875808716}
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ରାଜ୍ୟର ସାଂସଦମାନଙ୍କୁ ଲକ୍ଷେ ଟଙ୍କିଆ ଆଇଫୋନ୍ ଏକ୍ସ ସ୍ମାର୍ଟଫୋନ୍ ଏବଂ ୫,୦୦୦ ଟଙ୍କିଆ ବ୍ୟାଗ୍ ଉପହାର ସ୍ୱରୂପ ଦେଇଛନ୍ତି। ନିଜ ପକେଟ୍ରୁ ନୁହେଁ, ବରଂ ସରକାରଙ୍କ ରାଜସ୍ୱର ଦୁରୁପଯୋଗ କରି କୁମାରସ୍ୱାମୀ ଏଭଳି ଦାମୀ ସ୍ମାର୍ଟଫୋନ୍ ଦେଇଛନ୍ତି। ବିଜେପି ନେତା ରାଜୀବ ଚନ୍ଦ୍ରଶେଖର ଏଭଳି ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ବିବାଦରେ ପନିଛନ୍ତି। ଏକ ଟ୍ଵିଟ୍ କରି ଚନ୍ଦ୍ରଶେଖର କହିଛନ୍ତି, କାବେରୀ ପ୍ରସଙ୍ଗରେ ଆସନ୍ତାକାଲି ରାଜ୍ୟର ସାଂସଦମାନେ ଏକାଠି ହେଉଥିବା ଜାଣି ଖୁସି ଲାଗୁଛି। କିନ୍ତୁ ତୁମ ସରକାର କ'ଣ ପାଇଁ ସାଂସଦମାନଙ୍କୁ ଦାମୀ ଫୋନ୍ ଓ ବ୍ୟାଗ୍ ଦେଉଛନ୍ତି? ଏହା ଟ୍ଵିଟ୍ କରିବା ସହିତ ବିଜେପି ନେତା ଜଣକ ଦୁଇଟି ଛବି (ଆଇଫୋନ୍ ଏକ୍ସ ଓ ବ୍ୟାଗ୍) ପୋଷ୍ଟ କରିଛନ୍ତି। ଅପରପକ୍ଷରେ କୁମାରସ୍ୱାମୀ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହିତ ଆଇଫୋନ୍ ଉପହାର ଦେବା ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିନାହିଁ। କିଏ ଏହି ଫୋନ୍ ଉପହାର ଦେଇଛି ତାହା ମୁଁ ଜାଣିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୂଚନା ମୁତାବକ ୩୮ ସାଂସଦ ଏହି ଫୋନ୍ ପାଇଥିବା ବେଳେ ୧୮ ଜଣ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଜଳସେଚନ ମନ୍ତ୍ରୀ କହିଛନ୍ତି, ସରକାରଙ୍କ ପକ୍ଷରୁ କେବଳ ବ୍ୟାଗ୍ ଦିଆଯାଇଛି। କିନ୍ତୁ ମୁଁ ନିଜ ଟଙ୍କାରେ ସାଂସଦମାନଙ୍କୁ ଆଇଫୋନ୍ ଉପହାର ଦେଇଛି।
<urn:uuid:3119501b-430f-4a82-be98-144314985a75>
CC-MAIN-2019-09
http://sambad.in/india-and-beyond/karnatak-govt-i-phone-every-mp-179501/
2019-02-20T04:32:18Z
s3://commoncrawl/crawl-data/CC-MAIN-2019-09/segments/1550247494424.70/warc/CC-MAIN-20190220024254-20190220050254-00513.warc.gz
ory
0.999954
Orya
3
{"ory_Orya_score": 0.999954104423523}
ରାଗିଗଲେ ଦୈତାରୀ ପଣ୍ଡା । ସାମ୍ବାଦିକଙ୍କୁ କଲେ ଦୁର୍ବ୍ୟବହାର । ଭାଇରାଲ ହେଲା ଭିଡିଓ କୌଣସି ପ୍ରତିକ୍ରିୟା ଦେବାକୁ ସିଧା ସିଧା ମନା କରିଦେଇଥିଲେ କନକ ବ୍ୟୁରୋ: ରାଗିଗଲେ ଦୈତାରୀ ପଣ୍ଡା । ସାମ୍ବାଦିକଙ୍କୁ କଲେ ଦୁର୍ବ୍ୟବହାର । ଯାତ୍ରା ଜଗତର ପ୍ରସିଦ୍ଧ ଖଳନାୟକ ଦୈତାରୀ ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ କଡା ଭାଷାରେ କଥା କହିଥିବାର ଦେଖିବାକୁ ମିଳିଛି । ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ଦୈତାରି ପଣ୍ଡା ହଠାତ୍ ରାଗି ଯାଇଥିଲେ । ଆଉ କୌଣସି ପ୍ରତିକ୍ରିୟା ଦେବାକୁ ସିଧା ସିଧା ମନା କରିଦେଇଥିଲେ । ଦୈତାରିଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଛନ୍ତି ତାଙ୍କର ଦ୍ୱିତୀୟ ପତ୍ନୀ ବୋଲି ଦାବି କରୁଥିବା ଲତା ମଣ୍ଡଳ । ଲତାଙ୍କ ଅଭିଯୋଗ ଅନୁଯାୟୀ ଏକାଠି ନାଟକ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପ୍ରଥମରୁ ବିବାହିତ ଥିବା ସତ୍ୱେ ପୁରୀରେ ତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଦୈତାରୀ ପଣ୍ଡା । ଦୈତାରୀ ଓ ଲତାଙ୍କର ଦୁଇଟି ସନ୍ତାନ ଜନ୍ମ ହୋଇଥିଲା । ବଡ଼ ସନ୍ତାନର ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ସନ୍ତାନ ଶମ୍ଭୁନାଥ ଯୁକ୍ତ ୩ ପାସ୍ କରି ଜାମୁଝାଡ଼ି ସ୍ଥିତ ବାସଭବନରେ ରହୁଛନ୍ତି । ତେବେ ଦଇତାରୀ ପଣ୍ଡା ଲତା ମଣ୍ଡଳ ଓ ତାଙ୍କ ପୁଅକୁ ଚିହ୍ନି ନଥିବା ଓ କିଛି ସଂପର୍କ ନଥିବା କହିବା ପରେ ଲତା ମଣ୍ଡଳ ଓ ତାଙ୍କ ପୁଅ ଶମ୍ଭୁନାଥ ଉଭୟ ଭଦ୍ରକ କୋର୍ଟରେ ଆଶ୍ରୟ ନେଇଥିବା ବେଳେ ପରେ ବାଲେଶ୍ୱରର ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅକୁ ପିତୃତ୍ୱର ପରିଚୟ ଦେବା ସହ ଭରଣ ପୋଷଣ ପାଇଁ ଦାବି କରିବା ସହ ପିତୃତ୍ୱର ପରିଚୟ ଦାବି କରିଛନ୍ତି ଲତା ମଣ୍ଡଳ ।
<urn:uuid:e2359f20-5623-4745-87f3-7a4c55206e63>
CC-MAIN-2019-09
http://kanaknews.com/daitary-panda-tension-on-journalist/
2019-02-22T06:14:15Z
s3://commoncrawl/crawl-data/CC-MAIN-2019-09/segments/1550247513661.77/warc/CC-MAIN-20190222054002-20190222080002-00513.warc.gz
ory
1.000004
Orya
3
{"ory_Orya_score": 1.000003695487976}
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନରେ ବୀମା କମ୍ପାନିମାନେ ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି। ଗତ ଜୁନ୍ ୩୦ ତାରିଖ ସୁଦ୍ଧା ବୀମା ରାଶିର ବୃହତ୍ ଭାଗ ପ୍ରଦାନ କରିବାକୁ ସେହି କମ୍ପାନି ପ୍ରତିନିଧିମାନଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଏହା ସତ୍ତ୍ୱେ ବୀମା ରାଶି ପୈଠ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇପାରିଲାନି। ଗତ ୪ ତାରିଖରେ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ ମଧ୍ୟ ଜୁଲାଇ ୧୫ ତାରିଖ ସୁଦ୍ଧା ପୈଠ କରିବାକୁ ତାଗିଦ୍ କରିଛନ୍ତିି। କିନ୍ତୁ ଗତ ୪ ତାରିଖରୁ ଆଜି ସୁଦ୍ଧା ବୀମା ରାଶି ପ୍ରଦାନରେ ବୀମା କମ୍ପାନିମାନେ ତତ୍ପରତା ପ୍ରଦର୍ଶନ କରୁନଥିବା ବାରି ହେଉଛି। ସବୁଠାରୁ ବଡ଼ ସମସ୍ୟା ଛିଡ଼ା କରାଇଛନ୍ତି ଏହି ବୀମା କମ୍ପାନିମାନେ। ସେମାନେ ବୀମା ରାଶି ବାବଦରେ ଯେତିକି ବି ଅର୍ଥ ବ୍ୟାଙ୍କଗୁଡ଼ିକୁ ଦେଇଛନ୍ତି, ସେହି ଅର୍ଥ ସଂପୃକ୍ତ ଚାଷୀମାନଙ୍କ ଆକାଉଣ୍ଟକୁ ଯାଉନାହିଁ। ଆଜି ସୁଦ୍ଧା ଏଆଇସି କମ୍ପାନି ପ୍ରାୟ ୮୮.୭୯ କୋଟି ଟଙ୍କାର ବୀମା ରାଶି ପୈଠ କରିଛି। ଏହି କମ୍ପାନି ମୋଟ ୧୫୬.୮୩ କୋଟିର ବୀମା ରାଶି ପ୍ରଦାନ କରିବା ନେଇ ଆକଳନ ହୋଇଛି। ଏହା ହାତରେ ରହିଛି ୬ଟି ଜିଲ୍ଲାର ଦାୟିତ୍ୱ। ସେହିପରି ନ୍ୟାସନାଲ୍ ଇନ୍ସ୍ୟୁରାନ୍ସ କମ୍ପାନି ହାତରେ ରହିଛି ୫ଟି ଜିଲ୍ଲା। ଏହି କମ୍ପାନି ପୈଠ କରିିଛି ୧୮୮.୬୧ କୋଟି। ଏହି ବୀମା କମ୍ପାନି ସମୁଦାୟ ୮୨୮.୦୯ କୋଟିିର ବୀମା ରାଶି ପୈଠ କରିବ। ଟାଟା ଏଆଇଜି ଅଧୀନରେ ରହିଥିବା ୧୨ଟି ଜିଲ୍ଲାର ଚାଷୀଙ୍କୁ ଆଜି ସୁଦ୍ଧା ପ୍ରାୟ ୮୮ କୋଟି ପୈଠ କରିଛି। ଆକଳନ ଅନୁସାରେ ଏହି କମ୍ପାନି ମୋଟ ୪୨୭.୭୮ କୋଟି ଚାଷୀମାନଙ୍କୁ ପୈଠ କରିବ। ୭ଟି ଜିଲ୍ଲାର ଫସଲ ବୀମା ଦାୟିତ୍ୱରେ ଥିବା ଚୋଲ ଏମ୍ଏସ୍ କମ୍ପାନି ମୋଟ ୩୦୬.୬୮ କୋଟିର ବୀମା ରାଶି ପ୍ରଦାନ କରିବ ବୋଲି ଆକଳନ କରାଯାଇଛି। ସେଥିମଧ୍ୟରୁ ଆଜି ସୁଦ୍ଧା ପୈଠ କରିଛି ପ୍ରାୟ ୪୧.୯୪ କୋଟି। ଗତ ୪ ତାରିଖ ସୁଦ୍ଧା ବୀମା କମ୍ପାନିମାନେ ୩୮୪.୪୬ କୋଟି ପ୍ରଦାନ କରିଥିଲେ। ଆଜି ସୁଦ୍ଧା ସେଥିରେ ବିଶେଷ ପରିବର୍ତନ ହୋଇନାହିଁ। ଏହି ରାଶି ଆଜି ପ୍ରାୟ ୪୦୦ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟର ବୀମାଭୁୁକ୍ତ ୧୮.୪୨ ଲକ୍ଷ ଚାଷୀଙ୍କ ମଧ୍ୟରୁ ଆଜି ସୁଦ୍ଧା ପ୍ରାୟ ୨ ଲକ୍ଷଙ୍କ ନାମରେ ବୀମା ଅର୍ଥ ପ୍ରଦାନ କରାଯାଇଛି। ଆକଳନ ଅନୁଯାୟୀ ୨୦୧୭ ଖରିଫ ନିମନ୍ତେ ମୋଟ ବୀମା ରାଶି ୧୭୧୯ କୋଟି ୩୮ ଲକ୍ଷ ୭୯ ହଜାର ଟଙ୍କା। ଏଥିମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ବୀମା ରାଶି ଅଦ୍ୟାବଧି ପ୍ରଦାନ କରାଯାଇଛି। ଆହୁରି ଉଦ୍ବେଗଜନକ କଥା ଗତ ୫ ତାରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍ଏଲ୍ବିସି) ବୈଠକରେ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ ବିଳମ୍ବରେ ଅର୍ଥପ୍ରଦାନ ନେଇ ଆପତ୍ତି ଉଠାଇଥିଲେ। ଫସଲ ବୀମା ରାଶି ପୈଠ କ୍ଷେତ୍ରରେ ବୀମା କମ୍ପାନିମାନଙ୍କ କାର୍ଯ୍ୟ ଧାରା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରି ବୀମା କମ୍ପାନିମାନେ ବୀମା ରାଶି ପାଇବାକୁ ଥିବା ଚାଷୀମାନଙ୍କ ଗ୍ରାମପଞ୍ଚାୟତଓ୍ଵାରୀ ନାମ, ଠିକଣା ଆଦି ସବିଶେଷ ବିବରଣୀ ଦେଉନଥିବା ସେ କହିଥିଲେ। ଫଳରେ ସେହି ବୀମା ଅର୍ଥ ବ୍ୟାଙ୍କରେ ପଡ଼ିରହୁଛି। ଚାଷୀଙ୍କ ପାଖରେ ପହଞ୍ଚୁନାହିଁ।
<urn:uuid:c5e35e48-ff4a-4379-b6c4-2bbe3eaed0d9>
CC-MAIN-2019-09
http://sambad.in/state/corp-insurance-allotment-issues-173195/
2019-02-16T14:38:38Z
s3://commoncrawl/crawl-data/CC-MAIN-2019-09/segments/1550247480472.38/warc/CC-MAIN-20190216125709-20190216151709-00394.warc.gz
ory
0.999973
Orya
3
{"ory_Orya_score": 0.999972939491272}
ସାଧାରଣ ନିର୍ବାଚନ ପାଇଁ ଆଜି ବିଜେପି କରିବ ରଣନୀତି: ଏକାଠି ହେବେ ତୁଙ୍ଗ ନେତା ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଆଜି ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସଭାପତି ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଜେପିର ବରିଷ୍ଠ ପଦାଧିକାରୀଙ୍କ ସହ ସମସ୍ତ ରାଜ୍ୟର ସଭାପତି, ପ୍ରଭାରୀ ଏବଂ ସମ୍ପାଦକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଓଡ଼ିଶାରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସହ ଜାତୀୟ ସମ୍ପାଦକ ସୁରେଶ ପୂଜାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଦିନ ପ୍ରାୟ ୧୦ଟାରେ ବୈଠକ ଆରମ୍ଭ ହେବ। କେନ୍ଦ୍ରରେ ମୋଦି ସରକାରକୁ ୪ବର୍ଷ ପୂରିବାକୁ ଯାଉଛି। ଏହି ଚାରିବର୍ଷର ସଫଳତାକୁ କିଭିଳି ଲୋକଙ୍କ ପାଖରେ ପହଞ୍ଚାଯାଇ ପାରିବ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଦଳର ରୋଡ ମ୍ୟାପ କ'ଣ ହେବ ସେ ନେଇ ରଣନୀତି ପ୍ରସ୍ତୁତ ହେବା କୁହାଯାଉଛି।
<urn:uuid:4e52f846-7fd1-4b54-acd7-dc99ed83a824>
CC-MAIN-2019-09
https://odishareporter.in/odisha/bjp-meeting-235874
2019-02-17T16:04:33Z
s3://commoncrawl/crawl-data/CC-MAIN-2019-09/segments/1550247482186.20/warc/CC-MAIN-20190217152248-20190217174248-00074.warc.gz
ory
0.999988
Orya
7
{"ory_Orya_score": 0.9999884366989136}
କନକ ବ୍ୟୁରୋ : ବୈତରଣୀ ଆଣୁଛି ବିପଦ । ଉତ୍ତର ଓଡିଶାରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । କେନ୍ଦୁଝର, ଯାଜପୁର ଓ ଭଦ୍ରକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି । ବର୍ଷା ଜାରି ରହିଲେ ଆଜି ରାତି ସୁଦ୍ଧା ଏସବୁ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବ । ସେହିପରି ଲଗାଣ ବର୍ଷା ଯୋଗୁଁ ବଢୁଛି ସୁବର୍ଣ୍ଣରେଖା । ଜାମସୋଳାଘାଟରେ ଜଳସ୍ତର ଏବେ ବିପଦ ସଙ୍କେତ ଉପରେ । ଏଠାରେ ଜଳସ୍ତର ବିପଦ ସଙ୍କେତ ୪୯. ୧୫ ମିଟର ଥିବା ବେଳେ ଦିନ ୩ ଟା ସୁଦ୍ଧା ୪୯.୫୦ ମିଟର ଉପରେ ପ୍ରବାହିତ ହେଉଛି । ଏପଟେ ଜଳକାରେ ବି ସମାନ ସ୍ଥିତି । ନଦୀରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ଦିନ ୩ଟା ସୁଦ୍ଧା ୫.୭୫ ମିଟର ଉପରେ ରହିଛି ନଦୀ ଜଳସ୍ତର । ଯଦି ବନ୍ୟା ଆସେ ତାହା ହେଲେ ଜିଲ୍ଲାର ବସ୍ତା ଓ ବାଲିଆପାଳ ବ୍ଲକର ପାଖାପାଖି ୪୦ଟି ଗାଁ ପ୍ରଭାବିତ ହେବ । ଏହାରି ଭିତରେ ଉତ୍ତର ଓଡିଶାର ୬ଟି ଜିଲ୍ଲାରେ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ପ୍ରସ୍ତୁତ ରହିଛନ୍ତି ସରକାର । ଲଘୁଚାପ ପ୍ରଭାବରେ ସାରା ଉତ୍ତର ଓଡିଶାରେ ବର୍ଷା । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୨୪ ଘଂଟା ଯାଏଁ ଆହୁରି ବର୍ଷିବ । ମୟୂରଭଂଜ, କେଉଁଝର, ସୁନ୍ଦରଗଡ ଓ ବାଲେଶ୍ୱରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେଓଗଡ, ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ବରଗଡରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ହୀରାକୁଦରେ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ରେଙ୍ଗାଳି ଜଳଭଂଡାରରେ ମଧ୍ୟ ଜଳପତନ ବୃଦ୍ଧି ପାଇଛି । ଯେ କୌଣସି ସମୟରେ ରେଙ୍ଗାଳି ଗେଟ୍ ଖୋଲାଯିବା ସମ୍ଭାବନା ରହିଛି । ଏହାରି ଭିତରେ ନଜର ରହିଛି ଆଜି ଓ ଆସନ୍ତାକାଲିର ବର୍ଷା ଉପରେ । ତେବେ ଉତ୍ତର ଓଡିଶା ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ବର୍ତ୍ତମାନ ବୈତରଣୀର ଜଳସ୍ତର ବଢୁଥିବା ବେଳେ ଭଦ୍ରକ, କେନ୍ଦୁଝର ଓ ଯାଜପୁର ବନ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି । ଏହି ୩ଟି ଜିଲ୍ଲାରେ ୬୦ ଟି ବନ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିଥିବା ଏସଆରସି ସୂଚନା ଦେଇଛନ୍ତି । ଦରକାର ପଡିଲେ ଲୋକଙ୍କୁ ଉପର ଅଂଚଳକୁ ସ୍ଥାନାନ୍ତର କରାଯିବାକୁ ପ୍ରସ୍ତୁତି ହୋଇଛି । ସେପଟେ ଝାଡଖଣ୍ଡର ଗାଲାଟି ଡ୍ୟାମ୍ ଖୋଲିବା ପରେ ସୁବର୍ଣ୍ଣରେଖାରେ ଜଳସ୍ତର ବଢିବା ଆଶଙ୍କା ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ।
<urn:uuid:3b080232-ae4c-4bc7-8bf6-063f776f2aa1>
CC-MAIN-2019-09
http://kanaknews.com/flood-like-situation-in-northern-odisha-due-low-pressure/
2019-02-18T16:40:26Z
s3://commoncrawl/crawl-data/CC-MAIN-2019-09/segments/1550247487595.4/warc/CC-MAIN-20190218155520-20190218181520-00394.warc.gz
ory
0.999992
Orya
3
{"ory_Orya_score": 0.999991774559021}
ଗୋଟିଏ କୁକୁର କୌଣସି ଏକ ଘରେ ପଶି ଗଲା ଆଉ ତାକୁ ସେଠାରୁ ଅଧା ରୋଟି ଖଣ୍ଡିଏ ମିଳି ଗଲା । ବାସ୍ ସେ ତାକୁ ମୁହଁରେ ଧରି ଖୁବ୍ ଜୋର୍ରେ ନଦୀ ଆଡକୁ ଧାଇଁ ଗଲା । ସେ ନଦୀ ପାଖକୁ ଧାଇଁଲା କାରଣ ସେଠାରେ ତାକୁ ଖାଇବାକୁ କେହି ବାଧା ଦେଇ ପାରିବେ ନାହିଁ । ସେ ଗୋଟିଏ ବୁଦା ମୂଳରେ ବସି ଆରାମ୍ରେ ଏକୁଟିଆ ରୋଟିର ସ୍ୱାଦ ଚାଖି ଚାଖି ଖାଇବ । କୁକୁରଟି ଦୌଡି ଦୌଡି ନଦୀର କୂଳରେ ପହଁଚିଲା ତା'ପରେ ନଦୀ ଭିତରେ ପଶି ପହଁରି ପହଁରି ଜଲ୍ଦି ଜଲ୍ଦି ନଦୀ ପାର କରିବାକୁ ଚେଷ୍ଟା କଲା । ଅଚାନକ ସେ ନଦୀର ସଫା ପାଣି ଭିତରେ ତା'ର ନିଜର ପ୍ରତିଚ୍ଛବି ଦେଖି ପାରିଲା । ନିଜର ପ୍ରତିଚ୍ଛବି ମଧ୍ୟ ଅଧା ରୋଟିକୁ ମୁହଁରେ ଧରିଥିବା ଦେଖିଲା । ଏହା ଦେଖି ତା'ର ଲୋଭ ବଢି ଗଲା । ତାର ଆନନ୍ଦର ସୀମା ରହିଲା ନାହିଁ । ତାକୁ ଦେଖି ସେ ବୁଝି ପାରିଲା ଯେ ପାଣି ଭିତରେ ଆଉ ଗୋଟିଏ କୁକୁର ମଧ୍ୟ ଅଧା ରୋଟି ଧରି ରହିଛି । ଯଦି ମୁଁ ଏହା ଉପରେ ଅତର୍କିତ ଆକ୍ରମଣ କରେ ତେବେ ସେ ଅଧା ରୋଟିଟିକୁ ଛାଡି ପଳାଇ ଯିବ । ଆଉ ମୁଁ ମଧ୍ୟ ତା' ମୁହଁରେ ଥିବା ଅଧା ରୋଟିକୁ ନେଇ ପୂରା ଗୋଟିଏ ରୋଟି କରି ଆରାମ୍ରେ ଭୂରି ଭୋଜନ କରି ପାରିବି ।
<urn:uuid:f3b1846d-b16f-4d90-9c32-0f64a41a84f3>
CC-MAIN-2019-09
http://odiagapa.com/%E0%AC%85%E0%AC%A4%E0%AC%BF-%E0%AC%B2%E0%AD%8B%E0%AC%AD%E0%AC%B0%E0%AD%87-%E0%AC%A4%E0%AC%A8%E0%AD%8D%E0%AC%A4%E0%AD%80-%E0%AC%AE%E0%AC%B0%E0%AD%87/
2019-02-18T17:12:44Z
s3://commoncrawl/crawl-data/CC-MAIN-2019-09/segments/1550247487595.4/warc/CC-MAIN-20190218155520-20190218181520-00394.warc.gz
ory
0.999994
Orya
6
{"ory_Orya_score": 0.999994158744812}
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରି ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜିତ ହେବ ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍ (ଓଟିପିଏଲ୍)ର ଦ୍ବିତୀୟ ସଂସ୍କରଣ। ଏଥିପାଇଁ ବୁଧବାର ନୂଆଦିଲ୍ଲୀର ଅଶୋକା ହୋଟେଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଓଟିପିଏଲ୍ର ଟ୍ରଫି ଉନ୍ମୋଚିତ ହୋଇଥିଲା। ଆଇସିସିଆର୍ର ପୂର୍ବତନ ମହାନିର୍ଦେଶକ ଅମରେନ୍ଦ୍ର ଖଟୁଆ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗୋକୁଳ ପଟ୍ଟନାୟକ, ପୂର୍ବତନ ଭାରତୀୟ କ୍ରିକେଟର୍ ନିଶ୍ଚିନ୍ତ ବର୍ଦୋଳେଇ ଓ ଆଦିତ୍ୟ ଖାନ୍ନାଙ୍କ ସହିତ ବହୁ ପ୍ରତିଷ୍ଠିତ ଟେନିସ୍ ତାରକା ଉପସ୍ଥିତ ଥିଲେ। ଏହି ଲିଗ୍ର ଦ୍ବିତୀୟ ସଂସ୍କରଣ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଥିବାରୁ ଓଡ଼ିଶା ଖେଳାଳିମାନଙ୍କ ପ୍ରତିଭା ବିକଶିତ ପାଇଁ ସହାୟକ ହେବ ବୋଲି ପ୍ରତିଯୋଗିତାର ନିର୍ଦେଶକ ଦିଲୀପ ମହାନ୍ତି କହିଥିଲେ। ନୀଳାଚଳ ଟେନିସ୍ ଏକାଡେମି ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରେ ୮ ଦଳ (ଅନୁଗୁଳ ଏକର୍ସ, ଭଦ୍ରକ ଭିକ୍ଟର୍ସ, କଟକ କନ୍କର୍ସ, ଖୋର୍ଧା ୱାରିୟର୍ସ, କେନ୍ଦ୍ରାପଡ଼ା କଣ୍ଡେଣ୍ଡର୍ସ, ପୁରୀ ୱେଭର୍ସ, ସମ୍ବଲପୁର ସୁଟର୍ସ ଓ ସୁନ୍ଦରଗଡ଼ ବିରାନ୍ସ୍)ର ୪୦ ଖେଳାଳି ଭାଗ ନେବେ। ଏହା ବ୍ୟତୀତ ଏଟିପି, ଡବ୍ଲୁଟିଏ, ଆଇଟିଏଫ୍ ଓ ଏଆଇଟିଏର ଅଧିକାଂଶ ମାନ୍ୟତାପ୍ରାପ୍ତ ଖେଳାଳି ମଧ୍ୟ ଭାଗ ନେବେ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ବିଷ୍ଣୁ ବର୍ଧନ, ନିକି ପୁନାଚା, ସୂରଜ୍ ପ୍ରବୋଧ, କୁନାଲ ଆନନ୍ଦ, ମୋହିତ ମୟୂର, ଦଲ୍ୱିନ୍ଦର ସିଂହ, ପ୍ରଜ୍ବଳ ଦେବଙ୍କ ଭଳି ଅଭିଜ୍ଞତାସଂପନ୍ନ ଖେଳାଳି ରହିଛନ୍ତି।
<urn:uuid:53bd3648-f43a-4d3e-b3c2-b869d00ecd95>
CC-MAIN-2019-09
http://sambad.in/sports/opl-trophy-inauguration-259468/
2019-02-18T16:37:35Z
s3://commoncrawl/crawl-data/CC-MAIN-2019-09/segments/1550247487595.4/warc/CC-MAIN-20190218155520-20190218181520-00394.warc.gz
ory
0.999961
Orya
3
{"ory_Orya_score": 0.9999610185623169}
ଓଡ଼ିଶାଲାଇଭ୍ ବ୍ୟୁରୋ ଧର୍ମ ଏବଂ ଆସ୍ଥାରେ ଏଭଳି ଚମତ୍କାର ଘଟେ, ଯେଉଁଥିପାଇଁ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଆହୁରି ବଢ଼ିଯାଇଥାଏ। ଏଭଳି ଏକ ଚମତ୍କାର ଦେବୀ ମନ୍ଦିର ରହିଛି ଯେଉଁଠି ଘିଅ କି ତେଲ ନୁହେଁ ପାଣିରେ ଜଳୁଛି ଦୀପ। ଗତ ୫ବର୍ଷ ଧରି ମନ୍ଦିରେ ଏହା ହୋଇ ଆସୁଅଛି। ମଧ୍ୟପ୍ରଦେଶ ସାଜାପୁର ଜିଲ୍ଲାରେ ଗାଡିଆଘାଟ ବାଲି ମାତାଜୀ ନାମରେ ଦେବୀ ମନ୍ଦିର ରହିଛି। ମନ୍ଦିରଟି କାଳୀସିଦ୍ଧ ନଦୀ କୂଳରେ ଅବସ୍ଥିତ। ଆଗ୍ରା-ମାଲୱାରର ନଲଖେଡା ଗାଁରୁ ପାଖାପାଖି ୧୫ କିମି ଦୂରରେ ମନ୍ଦିରଟି ରହିଛି। କୁହାଯାଉଛି, ଗତ ୫ବର୍ଷ ଧରି ଗୋଟିଏ ଦୀପ ସେମିତି ଜଳି ରହିଛି। ଦେଶର ଏହା ଏକମାତ୍ର ମନ୍ଦିର ଯେଉଁଠି ଏତେ ଦିନ ଧରି ଦୀପଟି ଲଗାତାର ଜଳି ରହିଛି। ମନ୍ଦିରରେ ରହୁଥିବା ବ୍ରାହ୍ମଣ ଯେଉଁ ଅଲୌକିକ କଥା କହିଛନ୍ତି ତାହାକୁ ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ। ପୂଜାରୀଙ୍କ କହିବା କଥା ମନ୍ଦିରରେ ଯେଉଁ ମହାଜ୍ୟୋତି ଜଳୁଛି, ତାକୁ ଜାଳିବା ପାଇଁ କୌଣସି ପ୍ରକାର ଘିଅ କି ତେଲ, ମହମ କିମ୍ବା ଅନ୍ୟ କୌଣସି ଇନ୍ଧନର ଆବଶ୍ୟକ ହୋଇନଥାଏ। ବରଂ ଏହି ଦୀପ ପାଣିରେ ଜଳିଥାଏ। ମା'ଙ୍କ ସ୍ୱପ୍ନାଦେଶରେ ତେଲ ବଦଳରେ ପାଣିରେ ଜଳୁଛି ଦୀପ: ପୂଜାରୀ ସିଦ୍ଧୁ ସିଂହଙ୍କ କହିବା ଅନୁସାରେ ପୂର୍ବରୁ ମନ୍ଦିରରେ ତେଲ ଦୀପ ଜଳୁଥିଲା। କିନ୍ତୁ ଗତ ୫ ବର୍ଷ ପୂର୍ବେ ତେଲ ବଦଳରେ ପାଣିରେ ଜାଳିବାକୁ ମା' ସ୍ୱପ୍ନାଦେଶ ଦେଇଥିଲେ। ପରଦିନ ସକାଳୁ ଉଠି ପୂଜାରୀ ମନ୍ଦିର ନିକଟରେ ଥିବା କାଳୀସିଦ୍ଧ ନଦୀକୁ ଯାଇଥିଲେ। ସେଠାରୁ ପାଣି ଆଣି ଦୀପରେ ଦେଇଥିଲେ । ଦିଆସିଲି ମାରିବା ପରେ ଦୀପଟି ତେଲରେ ଜଳିବା ପରି ପାଣିରେ ମଧ୍ୟ ଜଳିଥିଲା। ଏଭଳି ହେବା ପରେ ନିଜେ ପୂଜାରୀ ମଧ୍ୟ ବିଶ୍ୱାସ କରିପାରୁନଥିଲେ। ପାଖାପାଖି ୨ ମାସ ପର୍ଯ୍ୟନ୍ତ ଏଭଳି ଅଲୌକିକ ଘଟଣା ସମ୍ପର୍କରେ ପୂଜାରୀ କାହାକୁ କିଛି କହିନଥିଲେ। ପରେ ଏହି କଥାକୁ ଗ୍ରାମବାସୀଙ୍କ ଆଗରେ କହିଥିଲେ କିନ୍ତୁ ପ୍ରଥମେ ପ୍ରଥମେ ଗ୍ରାମବାସୀ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ଯେତେବେଳେ ନିଜେ ନଦୀରୁ ପାଣି ଦୀପରେ ଢାଳିଥିଲେ ସେତେବେଳେ ଯାଇ ମା'ଙ୍କ ଅଲୌକିକତାକୁ ବିଶ୍ୱାସ କରିଥିଲେ। ଏଭଳି ଘଟଣା ଚାରିଆଡ଼େ ପ୍ରଚାରିତ ହେବା ପରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା।
<urn:uuid:caaf6503-3e23-4a9d-987b-113b5b766736>
CC-MAIN-2019-09
https://odisha.live/2019/02/11/a-temple-where-lamp-burns-with-water-in-madhya-pradesh/
2019-02-18T16:04:02Z
s3://commoncrawl/crawl-data/CC-MAIN-2019-09/segments/1550247487595.4/warc/CC-MAIN-20190218155520-20190218181520-00394.warc.gz
ory
0.99987
Orya
3
{"ory_Orya_score": 0.9998701810836792}
୧୨ କିମ୍ବା ୧୩ରେ କାଳବୈଶାଖୀ ସମ୍ଭାବନା ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅସମ୍ଭାଳ ତାତି। ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ଆସନ୍ତା ୧୨ କିମ୍ବା ୧୩ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କମିବା ସହ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ପଶ୍ଚିମ ଓଡ଼ିଶାରେ ଅବସ୍ଥା ସାଂଘାତିକ ଥିବା ବେଳେ ବଲାଙ୍ଗିରରେ ଗତକାଲି ସର୍ବାଧିକ ୪୪ ଦଶମିକ ୫ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ସୋନପୁରରେ ବି ପାରଦ ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ଝାରସୁଗୁଡ଼ା, ସମ୍ବଲପୁର, ତାଳଚେର ଓ ଟିଟଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବାରୁ ତାତିରୁ ତ୍ରାହି ମିଳିଛି। ଗତକାଲି ମାଲକାନଗିରି, ଦାରିଙ୍ଗିବାଡ଼ି ଓ ଭବନୀପାଟଣାରେ ବର୍ଷା ହୋଇଥିଲା। ସେହିଭଳି ଉପକୂଳ ଅଞ୍ଚଳର କିଛି ଜିଲ୍ଲାରେ ଖୁବଶୀଘ୍ର ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
<urn:uuid:c7ae75cd-f0e1-4020-8103-4db66672a435>
CC-MAIN-2019-09
https://odishareporter.in/odisha/temperature-high-in-odisha-2-234643
2019-02-20T20:19:25Z
s3://commoncrawl/crawl-data/CC-MAIN-2019-09/segments/1550247496080.57/warc/CC-MAIN-20190220190527-20190220212527-00394.warc.gz
ory
0.999668
Orya
7
{"ory_Orya_score": 0.9996675252914429}
କୌଣସି ସ୍ଥାନକୁ ଗଲେ କେହି ସେଲଫି ନେବା ପାଇଁ ଭୁଲିନଥାନ୍ତି । କିନ୍ତୁ ସେହି ସେଲଫି ବେଳେ ବେଳେ ସାଜିଥାଏ ମୃତ୍ୟୁର କାରଣ । ଅଷ୍ଟ୍ରେଲିଆରେ ପାଠ ପଢୁଥିବା ଜଣେ ଭାରତୀୟ ଛାତ୍ର ସମୂଦ୍ର କୁଳରେ ସେଲଫି ଉଠାଉଥିବା ବେଳେ ୪୦ ମିଟର ଘାଇରେ ପଡି ମୃତ୍ୟୁ ବରଣ କରିଛନ୍ତି । ୨୦ ବର୍ଷୀୟ ଯୁବକ ଅଙ୍କିତ ଏକ ବହୁ ଚର୍ଚ୍ଚିତ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇଥିଲେ । ସେଠାରେ ଏକ ପାହାଡ ଉପରେ ସେଲଫି ନେଉଥିବା ସମୟରେ ୪୦ ମିଟର ଉଚ୍ଚା ପାହାଡରୁ ସମୁଦ୍ରର ଏକ ଘାଇକୁ ଖସି ପଡିଥିଲେ । ଯାହା ଫଳରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଅଙ୍କିତ ଅଷ୍ଟ୍ରେଲିଆର ପର୍ଥ ନାମକ ଏକ କଲେଜରେ ପାଠ ପଢୁଥିଲେ । ଗତ ଗୁରୁବାର ଦିନ ପାଠ ପଢାରୁ ଟିକେ ସମୟ ମିଳିବାରୁ ଅଙ୍କିତ ତାଙ୍କ ସାଙ୍ଗ ମାନଙ୍କ ସହ ଟିକେ ମଜା ମସ୍ତି କରିବା ପାଇଁ ଏକ ଐତିହାସିକ ବନ୍ଦର ଗାହାକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ସାଙ୍ଗ ମାନଙ୍କ ସହ ଏକ ସେଲଫି ନେବା ପାଇଁ ୪୦ ମିଟର ଏକ ପାହାଡ ଉପରକୁ ଚଢିଥିଲେ । ପାହାଡ ଉପରେ ଛିଡା ହୋଇ ସେଲଫି ନେବା ସମୟରେ ଗୋଡ ଖସିବା କାରଣରୁ ଅଙ୍କିତ ଘାଇରେ ପଡି ଯାଇଥିଲେ । ଘଟଣା ଘଟିବାର ପ୍ରାୟ ଏକ ଘଣ୍ଟା ପରେ ସର୍ଚ୍ଚ ଅପରେସନ କରାଯାଇ ଅଙ୍କିତଙ୍କୁ ପାଣିରୁ ବାହାର କରାଯାଇଥିଲା । କିନ୍ତୁ ସେଠାରେ ସର୍ଚ୍ଚ ଟିମ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ପୁଲିସ ଅଙ୍କିତଙ୍କ ମାତା ପିତାଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା ଜାରି ରଖିଥିବା ବେଳେ ଏଯାଏଁ କୌଣସି ସମ୍ପର୍କ ହୋଇପାରି ନାହିଁ ।
<urn:uuid:12498eeb-be20-428a-aea0-dfe511b65be8>
CC-MAIN-2019-09
http://kanaknews.com/selfie-takes-a-man-life-at-austrelia/
2019-02-19T05:05:42Z
s3://commoncrawl/crawl-data/CC-MAIN-2019-09/segments/1550247489343.24/warc/CC-MAIN-20190219041222-20190219063222-00553.warc.gz
ory
1.000008
Orya
6
{"ory_Orya_score": 1.0000078678131104}
ମାଲକାନଗିରି,୨୪ା୯(ଓଡିଆ ପୁଅ ) ମଦମୁକ୍ତ ଆନ୍ଦୋଳନର ମଙ୍ଗଧରିଲେ ମାଲକାନଗିରି ଜିଲ୍ଲା ମା ଘର ଶାନ୍ତୀ ସେନା ମାନେ, ଆଜି ସକାଳେ ମା ଘର ଶାନ୍ତୀ ସେନାର ଶତାଧିକ ମହିଳା ମାନେ ମଦବିରୋଧୀ ସ୍ଲୋଗାନ ଦେଇ ସହରପରିକ୍ରମା କରଥିଲେ । ଜିଲ୍ଲା ମା ଘର ସଭାନେତ୍ରୀ ପ୍ରଶାନ୍ତୀକୁମାରୀ ବିଷୋୟୀ ଙ୍କ ନେତୃରେ ଶତାଧିକ ଶାନ୍ତୀସେନାର ମହିଳା ମାନେ ନିଶାମୁକ୍ତ ଓଡିଶା ର ପଦ ଯାତ୍ରାରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମଦ ବିରୋଧରେ ୧୨ଦଫା ଦିବିନେଇ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନକରିଛନ୍ତି ।
<urn:uuid:8f058e23-47fd-41f1-b33b-6f388baadd96>
CC-MAIN-2019-09
http://odiapua.com/%E0%AC%AE%E0%AC%BE%E0%AC%B2%E0%AC%95%E0%AC%BE%E0%AC%A8%E0%AC%97%E0%AC%BF%E0%AC%B0%E0%AC%BF-%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE%E0%AC%B0%E0%AD%87-%E0%AC%AE%E0%AC%A6%E0%AC%AE%E0%AD%81/
2019-02-19T04:15:36Z
s3://commoncrawl/crawl-data/CC-MAIN-2019-09/segments/1550247489343.24/warc/CC-MAIN-20190219041222-20190219063222-00553.warc.gz
ory
0.999944
Orya
3
{"ory_Orya_score": 0.9999443292617798}
ସହରୀ ସଭ୍ୟତାର ଚାକଚକ୍ୟକୁ ଛାଡି ନିଜ ଜନ୍ମମାଟିକୁ ବାଛି ନେଇଛନ୍ତି କର୍ମଭୂମି । ୪୪ବର୍ଷ ହେଲା ଗାଁଲୋକଙ୍କର କରୁଛନ୍ତି ମାଗଣାରେ ଚିକିତ୍ସା କନକ ବ୍ୟୁରୋ: ସହରୀ ସଭ୍ୟତାର ଚାକଚକ୍ୟରେ ଗାଁ ଛାଡି ସହର ମୁହାଁ ଆଜିର ଉଚ୍ଚଶିକ୍ଷିତ । ହେଲେ ଏବେବି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଗାଁ ପ୍ରତି ରହିଛି ସେମାନଙ୍କର ସ୍ୱତନ୍ତ୍ର ଭଲପାଇବା । ଆଉ ଗାଁ ପାଇଁ କିଛି କରିବାକୁ ଦେଖିଛନ୍ତି ସ୍ୱପ୍ନ, ସୃଷ୍ଟି କରିଛନ୍ତି ଉଦାହରଣ । ସେହିଭଳି ଜଣେ ମଣିଷ ହେଉଛନ୍ତି କଟକ ଜିଲ୍ଲା ନିଆଳୀ ବାହାରଣା ଗାଁର ଡ. ଅଧିରାଜ ପରିଡା । ଏ ହେଉଛନ୍ତି ନିଆଳୀ ବାହାରଣା ଗ୍ରାମର ଡ. ଅଧିରାଜ ପରିଡା । ଆଜି କାଲିର ଚାକଚକ୍ୟ ଭରା ସହରୀ ସଭ୍ୟତାକୁ ଦେଖି ନୂଆପିଢ଼ିର ଡାକ୍ତରମାନେ ଗାଁକୁ ଭୁଲି ଯାଉଥିବାବେଳେ ଅଧିରାଜ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେ ୧୯୭୨ ମସିହାରେ ବୁର୍ଲା ମେଡିକାଲ କଲେଜରୁ ଡାକ୍ତରୀ ପଢ଼ା ସାରିବା ପରେ କର୍ମଭୂମି ଭାବେ ନିଜ ଜନ୍ମମାଟିକୁ ବାଛି ନେଇଥିଲେ । ଆଉ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗାଁରେ ରହି ଆରମ୍ଭ କରିଥିଲେ ମାଗଣା ଡାକ୍ତରୀ ସେବା । ଦୀର୍ଘ ୪୪ବର୍ଷ ଧରି ନିଜ ଗାଁ ଓ ଆଖପାଖ ଅଂଚଳର ଲୋକଙ୍କୁ ସେବା ଯୋଗାଇ ସୁନାମ ଅର୍ଜନ କରିଛନ୍ତି । କେହି କେହି ତାଙ୍କୁ ଗାଁ ଡାକ୍ତର ବୋଲି କୁହନ୍ତି । ଅଧିରାଜ କେବଳ ମାଗଣାରେ ଚିକିତ୍ସା ଯୋଗାଇ ଦେଉ ନାହାଁନ୍ତି । ସେ ୯ଜଣ କର୍ମଚାରୀଙ୍କୁ ସ୍ଥାୟୀ ରୋଜଗାର ଯୋଗାଇ ଦେଇଛନ୍ତି । ଏଥିସହ ସେ ତାଙ୍କ ବାଡିରେ ବିଭିନ୍ନ ପନିପରିବା, ଫୁଲଫଳ ଚାଷ କରି ଜଣେ ସଫଳ ଚାଷୀର ମଧ୍ୟ ପରିଚୟ ଦେଇଛନ୍ତି । ତାଙ୍କୁ ଏସବୁ କାର୍ଯ୍ୟରେ ସହଯୋଗରେ ହାତ ବଢ଼ାଇଛନ୍ତି ତାଙ୍କ ପତ୍ନୀ ପୁଷ୍ପା ପରିଡା । ଅଧିରାଜଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକ । ତେବେ ଅଧିରାଜଙ୍କ ଭଳି ଆଜିର ଡାକ୍ତରମାନେ ଯଦି ଗାଁରେ ରହି ଚିକତ୍ସା ସେବା ଯୋଗାଇ ଦେବେ, ତେବେ ରାଜ୍ୟର ସ୍ୱାସ୍ଥ୍ୟସେବାରେ ଏକ ବିରାଟ ପରିବର୍ତନ ଅନୁଭୂତ ହୋଇପାରିବ ।
<urn:uuid:63e1252c-9136-418c-89a1-6ce58c321bb5>
CC-MAIN-2019-09
http://kanaknews.com/cuttacks-niali-doctor-adhiraj-parida/
2019-02-20T08:12:06Z
s3://commoncrawl/crawl-data/CC-MAIN-2019-09/segments/1550247494485.54/warc/CC-MAIN-20190220065052-20190220091052-00233.warc.gz
ory
0.999982
Orya
2
{"ory_Orya_score": 0.9999822378158569}
ଘର ସଜାଇବା ପୂର୍ବରୁ ଜାଣନ୍ତୁ ଏହି ବାସ୍ତୁ ନିୟମ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଘର ତିଆରି କରିବା ପରେ ଘର ସଜାଇବା ପାଇଁ ସମସ୍ତଙ୍କର ଇଚ୍ଛାଥାଏ। ତେବେ ଯଦି ଆପଣ ଠିକ୍ ଭାବେ ଘର ନ ସଜାନ୍ତି, ତେବେ ଭବିଷ୍ୟତରେ ଅଡୁଆରେ ପଡିବେ। ଏଣୁ ଘରର ବାସ୍ତୁ ଅନୁଯାୟୀ ସାଜସଜ୍ଜା କରିବା କଥା। ଧ୍ୟାନ ରଖନ୍ତୁ ଯେପରି ଘର ସଜାଇବାରେ ଆପଣ ବ୍ୟବହାର କରୁଥିବା ଜିନିଷି ଘରକୁ ନକରାତ୍ମକ ପ୍ରଭାବ ନ ପକାଏ। ତେବେ ଚାଲନ୍ତୁ ଜାଣିବା ଘର ସଜାଇବାରେ ବ୍ୟବହାର କରୁଥିବା କେଉଁ ସବୁ ଜିନିଷ ଘରକୁ ସକରାତ୍ମକ ଶକ୍ତି ଆଣିଥାଏ, ସେ ସମ୍ପର୍କରେ। - ଜଙ୍ଗଲୀ ପ୍ରାଣୀଙ୍କ ଫଟୋ ବା ଚିତ୍ର ଘରେ ଟାଙ୍ଗିବା ଦ୍ୱାରା ଘରର ଲୋକମାନଙ୍କ ସ୍ୱଭାବ ଉଗ୍ର ହୋଇଯାଏ। ଏହାଦ୍ୱାରା ଘରେ ଝଗଡ଼ା ଓ ଅଶାନ୍ତି ଲାଗି ରହେ। - ଦୌଡ଼ୁଥିବା ଘୋଡ଼ାର ପ୍ରତିମା ବା ଫଟୋ ଘରେ ନ ଲଗାଇ କାର୍ଯ୍ୟାଳୟରେ ଲଗାଇବା ଉଚିତ୍। - କୃତ୍ରିମ ଝରଣା କିମ୍ବା ପାଣିର ଚିତ୍ର ଘରେ ସଠିକ୍ ଦିଗରେ ନ ରହିଲେ ପାଣି ସହ ସୁଖ ଓ ସମୃଦ୍ଧି ମଧ୍ୟ ବହି ଯାଇଥାଏ। ତେଣୁ ଝରଣାର ଚିତ୍ର ସର୍ବଦା ଘରେ ଉତ୍ତର ଦିଗରେ ରଖିବା ଉଚିତ୍। - ବୁଡ଼ୁଥିବା ଡଙ୍ଗାର ଫଟୋ ଘରେ ଲଗାଇବା ଦ୍ୱାରା ଘର ଲୋକଙ୍କ ସମ୍ପର୍କରେ ତୁଟିବାକୁ ଲାଗେ। - ଭଗବାନ ଶିବଙ୍କ ନଟରାଜ ପ୍ରତିମା ଘରର ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ। ଏହା ଆପଣଙ୍କୁ ସମସ୍ତ ଖରାପ ଦୃଷ୍ଟିରୁ ରକ୍ଷା କରିବ। - ସର୍ବଦା ଦେବୀ ଦେବତାଙ୍କ ହସ ହସ ମୁହଁର ଫଟୋ ହିଁ ଆଣନ୍ତୁ ଓ ଘରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ଧରେ ସୁଖ ବିରାଜମାନ କରିଥାଏ।
<urn:uuid:e5cab8f4-4436-491a-b23d-4326e61f1097>
CC-MAIN-2019-09
https://odishareporter.in/astrology/vastu-tips-for-decorate-the-house-338446
2019-02-21T00:19:27Z
s3://commoncrawl/crawl-data/CC-MAIN-2019-09/segments/1550247496855.63/warc/CC-MAIN-20190220230820-20190221012820-00114.warc.gz
ory
0.999985
Orya
4
{"ory_Orya_score": 0.9999854564666748}
ତନୁଶ୍ରୀଙ୍କୁ ମିଳିଛି ଏକ ବଡ଼ ଅଫର୍ ! ମୁମ୍ବାଇ: ମିଠୁ କ୍ୟାମ୍ପେନ୍ରେ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ମିଳିଛି ନୂଆ ଅଫର। କିନ୍ତୁ ବଲିଉଡର କୌଣସି ନୂଆ ଫିଲ୍ମ ପାଇଁ ନୁହେଁ। ଆମେରିକାର ବୋଷ୍ଟନରେ ଥିବା ହାଭାର୍ଡ ବିଜନେସ୍ ସ୍କୁଲରେ ଭାଷଣ ଦେବା ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଛି। ସ୍ନାତକ ଛାତ୍ରଙ୍କ ଦ୍ୱାରା ଆୟୋଜିତ ଫେଲୋସିପ୍ କାର୍ଯ୍ୟକ୍ରମରେ ତନୁଶ୍ରୀ ଭାଷଣ ଦେବେ। ଏନେଇ ଇନଷ୍ଟାଗ୍ରମରେ ସୂଚନା ଦେଇଛନ୍ତି ଖୋଦ୍ ତନୁଶ୍ରୀ। ଗତବର୍ଷ ଅକ୍ଟୋବର ମାସରେ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ କି, ନାନା ତାଙ୍କ ସହ ଦୁର୍ବବ୍ୟବହାର କରିବା ସହ ତାଙ୍କୁ ଫିଲ୍ମରୁ ବାହର କରିଦେଇଥିଲେ। ଏମିତିକି, ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ସେ କହିଥିଲେ। ଏହା ପରେ ଭାରତରେ ଆରମ୍ଭ ହୋଇଥିଲା ମିଠୁ କ୍ୟାମ୍ପେନ। ବହୁ ଅଭିନେତା, ନିର୍ଦ୍ଦେଶକ ସହ ବଡ଼ ବଡ଼ ଲୋକଙ୍କ ବିରୋଧରେ ଏହି କ୍ୟାମ୍ପେନ ଚାଲିଥିଲା।
<urn:uuid:d4c0f172-e3d0-4aca-a56c-9403386df74d>
CC-MAIN-2019-09
https://odishareporter.in/entertainment/grand-offer-to-tanushree-dutta-1-338405
2019-02-20T23:50:03Z
s3://commoncrawl/crawl-data/CC-MAIN-2019-09/segments/1550247496855.63/warc/CC-MAIN-20190220230820-20190221012820-00114.warc.gz
ory
0.999992
Orya
3
{"ory_Orya_score": 0.9999923706054688}
ଜଙ୍ଗଲରେ ଚାଲିଛି ବିରାଟ-ଅନୁଷ୍କା ରୋମାନ୍ସ ନାପିଅର: କ୍ରିକେଟ୍ ଖେଳରୁ ଛୁଟି ପାଇଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ଛୁଟି କାଟିବାରେ ବ୍ୟସ୍ତ। ଉଭୟ ଏବେ ନ୍ୟୁଜିଲ୍ୟାଣ୍ଡର ଘଞ୍ଚ ଜଙ୍ଗଲରେ ରୋମାନ୍ସ କରୁଛନ୍ତି। ପୂର୍ବରୁ ଦୁହେଁ ଜଙ୍ଗଲ ମଧ୍ୟରେ ବସିଥିବାର ଏକ ଫଟୋ ଛାଡ଼ିଥିଲେ। ଏବେ ବିରୁଷ୍କା ଆଉ ଏକ ଜଙ୍ଗଲ ଭିତରର ଫଟୋ ଛାଡ଼ିଛନ୍ତି। ଯେଉଁଥିରେ ଉଭୟ ବିରାଟ୍ ଏବଂ ଅନୁଷ୍କା ପରସ୍ପରର ହାତ ଧରି ଜଙ୍ଗଲ ମଧ୍ୟରେ ଚାଲୁଥିବାର ଦେଖିବାକୁ ମିଳୁଛି। ବିରାଟ୍ ଆଗରେ ଥିବା ବେଳେ ଅନୁଷ୍କା ତାଙ୍କ ପଛରେ ରହିଛନ୍ତି। ଉଭୟ କଳା ରଙ୍ଗର ପୋଷାକରେ ବେଶ ସୁନ୍ଦର ଦିଶୁଛନ୍ତି। ଏହି ଫଟୋକୁ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ଛାଡ଼ିଛନ୍ତି। ଏହି ଫଟୋଟିକୁ ଏବେ କ୍ରିକେଟ୍ ପ୍ରେମୀ ଟ୍ୱିଟରେ ଛାଡ଼ିବା ସହ ମଜାଦାର କମେଣ୍ଟମାନ ଦେଇଛନ୍ତି।
<urn:uuid:e474acb3-0593-4d6a-86aa-d5e578fd07bd>
CC-MAIN-2019-09
https://odishareporter.in/sports/virushka-enjoying-their-holiday-in-wilderness-335971
2019-02-20T23:41:19Z
s3://commoncrawl/crawl-data/CC-MAIN-2019-09/segments/1550247496855.63/warc/CC-MAIN-20190220230820-20190221012820-00114.warc.gz
ory
0.999722
Orya
3
{"ory_Orya_score": 0.9997220635414124}
ପଂଜାବୀ ଅବତାରରେ ଧୁମ ମଚାଇଲେ ସାରା, ମାଙ୍କ ସହ କରିଲେ ଟ୍ରାଡିଶନାଲ ଫଟୋସୁଟ । ବଲିଉଡ ଅଭିନେତ୍ରୀ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ ଗତ କିଛି ଦିନ ହେବ ଫଟୋସୁଟ କରାଇଛନ୍ତି । ଏହି ଫଟୋସୁଟ ପ୍ରସିଦ୍ଧ ଡିଜାଇନର ଅବୁ ଜାନୀଙ୍କ ପାଇଁ କରିଛନ୍ତି । ଏହି ଫଟୋରେ ସାରା ନିଜ ମା' ଏବଂ ଡିମ୍ପଲ କପାଡିଆଙ୍କ ପାଇଁ ଫଟୋସୁଟ କରାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋସୁଟର ଫଟୋ ଖୁବ ପସନ୍ଦ କରାଯାଉଛି । ଫଟୋରେ ସାରା ଟ୍ରାଡିଶନାଲ ଲୁକରେ ନଜର ଆସିଛନ୍ତି । ଏହି ଫଟୋରେ ସାରା ଗୋଲ୍ଡେନ ସୁଟ ସହ ପରାନ୍ଦା ପିନ୍ଧିଥିବାର ନଜର ଆସିଛନ୍ତି । ତାଙ୍କର ଏହି ପଂଜାବୀ ଅବତାର ପ୍ରଶଂସକ ହୃଦୟ କିଣି ପାରିଛନ୍ତି । ଏହାସହ ବଡ ବଡ ଝୁମକା ତାଙ୍କର ଏହି ଲୁକକୁ ଖୁବ ସୁନ୍ଦର କରିଛି । ସାରା ଟ୍ରାଡିସନାଲ ଆଉଟଫିଟରେ ଖୁବ ସୁନ୍ଦର ଦିଶୁଛନ୍ତି ।
<urn:uuid:7d2e9d0d-0c82-4bca-9a74-94c118a192e0>
CC-MAIN-2019-09
http://lifestyle.kanaknews.com/sara-ali-khan-traditional-photoshoot-with-her-mother/
2019-02-22T00:29:43Z
s3://commoncrawl/crawl-data/CC-MAIN-2019-09/segments/1550247511573.67/warc/CC-MAIN-20190221233437-20190222015437-00434.warc.gz
ory
0.999928
Orya
9
{"ory_Orya_score": 0.9999282360076904}
ମାରୁତୀ ଡିଜାୟାର ବକ୍ରି ୧୦ ଲକ୍ଷକୁ ଟପିଲା ନୂଆଦିଲ୍ଲୀ: ଘରୋଇ ବଜାରରେ ଦେଶର ସର୍ବବୃହତ କାର ନିର୍ମାତା କମ୍ପାନୀ ମାରୁତୀ ସୁଜୁକୀ ଇଣ୍ଡିଆ(ଏମଏସଆଇ) 'ସେଦନ୍ ଡି ଜାୟାର' କାରର ବିକ୍ରି ୧୦ ଲକ୍ଷକୁ ଟପିଛି। ୨୦୦୮ରେ ଭାରତୀୟ ବଜାରରେ ପ୍ରବେଶ କରିଥିବା ଏହି କାରକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି ବୋଲି ମାରୁତୀ ସୁଜୁକୀ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଲୋକଙ୍କ ଆଦୃତିକୁ ଆଖି ଆଗରେ ମାରୁତୀ ସ୍ୱିଫ୍ଟ ଡି ଜାୟାର ନୂଆ ମଡେଲ ଯଥା ଅଲଟୋ, ସ୍ୱିଫ୍ଟ ଓ ୱାଙ୍ଗନ୍ ଆରର ନିର୍ମାଣକୁ ବୃଦ୍ଧି କରିବା ନେଇ ବିଚାର ବିମର୍ଷ କରାଯାଉଛି ବୋଲି ଏହି ବହୁ ଦେଶୀୟ କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀର ଏଜିକ୍ୟୁଟିଭ ନିର୍ଦ୍ଦେଶକ, ମାକେଟିଂ ଓ ସେଲ ମୁଖ୍ୟ ଆର.ଏସ. କଲସୀ କହିଛନ୍ତି, ଡିଜାୟାର ହେଉଛି ଏକ ସ୍ୱୟଂ ସମ୍ପୂର୍ଣ୍ଣ କାର। ଅତ୍ୟାଧୁନିକ ଶୈଳୀରେ ନିର୍ମିତ ହୋଇଥିବା ଏହି କାର ଭଲ ଯନ୍ତ୍ରାଶ ଓ ଭଲ ମାଇଲେଜ ପାଇଁ ଲୋକଙ୍କ ଆଦୃତି ପାଇଛି ବୋଲି ସେ କହିଛନ୍ତି।
<urn:uuid:ee07b933-192f-4f1c-8aa0-da97dce45bbc>
CC-MAIN-2019-09
https://odishareporter.in/business/maruti-dzire-bikrii-10-lakh-ku-tapila-19436
2019-02-17T05:57:51Z
s3://commoncrawl/crawl-data/CC-MAIN-2019-09/segments/1550247481624.10/warc/CC-MAIN-20190217051250-20190217073250-00274.warc.gz
ory
0.999966
Orya
6
{"ory_Orya_score": 0.9999656677246094}
ସାରା ବିଶ୍ୱରେ ଏବେ ଆତଙ୍କର ଛାୟା । ଆତଙ୍କବାଦୀଙ୍କ ଭୟରେ ସମସ୍ତେ ଭୟଭୀତ । ଏମାନେ ବିଭିନ୍ନ ଉପାତରେ ଅନ୍ୟ ଲୋକଙ୍କୁ ବି ପ୍ରଭାବିତ କରୁଛନ୍ତି । ଅଷ୍ଟ୍ରେଲିଆ ଏପରି ଏକ ଜେଲ୍ ନିର୍ମାଣ କରିବାକୁ ଯାଉଛି , ଯେଉଁଥିରେ କେବଳ କଠୋରପନ୍ଥୀ ଓ ଆତଙ୍କାବାଦୀଙ୍କୁ ରଖାଯିବ । ଏହାର ନିର୍ମାଣ ପଛରେ ବି ବିଶେଷ କାରଣ ରହିଛି । କାରଣ ହେଉଛି ଏହି ଆତଙ୍କବାଦୀ ଜେଲରେ ଥିବା କଏଦୀଙ୍କୁ ଯେପରି ପ୍ରଭାବିତ କରିପାରିବେନି । ଏପରି ଘଟଣା ପୃଥିବୀର ବିଭିନ୍ନ ସ୍ଥାନରେ ଦେଖାଯାଇସାରିଛି । ଯେଉଁଠାରେ ସାଧାରଣ କଏଦୀ ବି ଏମାନଙ୍କ ସାଙ୍ଗରେ ରହିବା ପରେ ଆତଙ୍କବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥାନ୍ତି । ଏହାକୁ ଧ୍ୟାନରେ ରଖି ଅଷ୍ଟ୍ରେଲିଆ ଏହି ଖାସ୍ ଜେଲ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ଏହି 'ମିନି ମ୍ୟାକ୍ସ ' ଜେଲ୍ ନ୍ୟୁ ସାଉଥ୍ ୱେଲ୍ସସ୍ଥିତ ଗଲବର୍ନ ସୁପରମ୍ୟାକ୍ସ କରେକ୍ସନାଲ୍ ସେଣ୍ଟରର ଏକ ଅଂଶ ବିଶେଷ ହେବ । ଏଥିରେ କେବଳ ପୁରୁଷ କଏଦୀକୁ ରଖାଯିବ । ଏହି ଜେଲ୍ ପାଇଁ ଅଢେଇ ଅରବ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଜେଲ୍ ଭିତରେ ସିସିଟିଭି କ୍ୟାମେରା ଲଗାଯିବ ।
<urn:uuid:653595fe-0f43-442a-8338-2c0f00a52f9b>
CC-MAIN-2019-09
http://kanaknews.com/special-news-a-unique-jail-will-made-for-terrorist-in-austrelia/
2019-02-18T07:11:23Z
s3://commoncrawl/crawl-data/CC-MAIN-2019-09/segments/1550247484689.3/warc/CC-MAIN-20190218053920-20190218075920-00594.warc.gz
ory
1
Orya
5
{"ory_Orya_score": 1.0000004768371582}
ଭୁବନେଶ୍ୱର: ପଟିଆରେ ଲୁଇ ଫିଲିପ୍ ଷ୍ଟୋର୍ର ନବକଳେବର ହୋଇଛି। ନବୀକୃତ ଷ୍ଟୋର୍କୁ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଉଦ୍ଘାଟନ କରିଛନ୍ତି। ଗ୍ରାହକମାନେ ଏହି ନୂଆ ଷ୍ଟୋର୍ରୁ ୬୯୯୯ ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି କଲେ ୧୦୦୦ ଟଙ୍କାର ରିହାତି ପାଇବେ। ଲୁଇ ଫିଲିପ୍ ହେଉଛି ଏକ ପ୍ରିମିୟମ୍ ପୁରୁଷ ପୋଷାକ ବ୍ରାଣ୍ଡ୍। ଷ୍ଟୋର୍ର ବିବାହ ସମ୍ଭାରକୁ ସ୍ଥାନିତ କରାଯାଇଛି। ଏହା ବ୍ୟତୀତ ଗ୍ରାହକମାନେ ଏଠାରେ ପୁରୁଷଙ୍କ ପାଇଁ ସାର୍ଟ, ଟ୍ରାଉଜର୍, ଟି-ସାର୍ଟ, ସୁଟ୍ ଏବଂ ଅନ୍ୟାନ୍ୟ ଆକ୍ସେସୋରିଜ୍ ବିକ୍ରି କରାଯାଉଛି। ପୂର୍ବରୁ କେବଳ ଫର୍ମାଲ୍ ପୋଷାକକୁ ଧ୍ୟାନ ଦେଉଥିବା ଏହି ଷ୍ଟୋର୍ରେ ବର୍ତ୍ତମାନ ସମସ୍ତ ପ୍ରକାର ପୁରୁଷ ପୋଷାକ ଉପଲବ୍ଧ ରହିଥିବା ଷ୍ଟୋର୍ର ପପୁ ହଂସ ଏବଂ ମାନିକ୍ ହଂସ ପ୍ରକାଶ କରିଛନ୍ତି। ଆଗକୁ ଆସୁଥିବା ବିବାହ ଋତୁକୁ ଦୃଷ୍ଟିରେ ରଖି ପଟିଆ ଷ୍ଟୋର୍ର ପୁନଃଶୁଭାରମ୍ଭ କରାଯାଇଥିବା ପ୍ରକାଶ।
<urn:uuid:8fc45964-069a-40b8-9492-c8f1f84e0905>
CC-MAIN-2019-09
http://sambad.in/business/patia-lue-fillip-new-store-137720/
2019-02-18T06:21:11Z
s3://commoncrawl/crawl-data/CC-MAIN-2019-09/segments/1550247484689.3/warc/CC-MAIN-20190218053920-20190218075920-00594.warc.gz
ory
1.000005
Orya
3
{"ory_Orya_score": 1.000004529953003}
ଓଡିଶା ଡଟ୍ କମ୍ ସମ୍ବାଦଦାତା ବଲାଙ୍ଗୀର, ଜାନୁଆରୀ ୩୦(ଓଡିଶା ଡଟ୍ କମ୍)- ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ତାଙ୍କୁ କଂଗ୍ରେସ ଦଳ ତରଫରୁ ଜୋରଦାର ବିରୋଧ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ପଚା ଅଣ୍ଡା,ଟମାଟୋ ମାଡ ହୋଇଥିଲା । ଏପରି ହେବାର ଦେଖି ବିଜେଡି କର୍ମୀମାନେ ମଧ୍ୟ ସଂଘବଦ୍ଧ ଭାବେ ବିରୋଧିଙ୍କୁ ବିରୋଧ କରିଥିଲେ । ଏହି ଘଟଣାରେ କେତେଜଣ ଆହତ ହୋଇ ବଲାଙ୍ଗୀର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଉ କେତେଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆର ଏନ୍ ସିଂହଦେଓ ସ୍ପୋର୍ଟସ କଂପ୍ଲେକ୍ସ ଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ୧୨୫ ବେଡ୍ ବିଶିଷ୍ଟ ଏମ୍ସିଏଚ୍ ସେଣ୍ଟରର ଶିଳାନ୍ୟାସ କରିବାକୁ ମୁଖ୍ୟମନ୍ତ୍ରୀ ହସ୍ପିଟାଲ ଅଭିମୁଖେ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତସାରି ବେଲପଡା ବ୍ଲକ ଯାଇଥିଲେ । ପଲିଆମାଲଠାରେ ଲାନ୍ଥ ନଦୀରେ ନିର୍ମିତ ସେତୁ ଉଦ୍ଘାଟନ କରିବାକୁ ସେ ପହଞ୍ଚିବାବେଳେ ୧୩ ଜଣ ବିଜେପି କର୍ମୀ ବିରୋଧ ପଦର୍ଶନକରି ଗିରଫ ହୋଇଥିଲେ । ଓଡିଶା ଡଟ୍ କମ୍
<urn:uuid:8aec8804-dbc0-491d-a2b0-b8ad2f8155d3>
CC-MAIN-2019-09
http://www.odisha.com/2013/01/30/%E0%AC%AC%E0%AC%B2%E0%AC%BE%E0%AC%99%E0%AD%8D%E0%AC%97%E0%AD%80%E0%AC%B0-%E0%AC%97%E0%AC%B8%E0%AD%8D%E0%AC%A4%E0%AC%AC%E0%AD%87%E0%AC%B3%E0%AD%87-%E0%AC%AE%E0%AD%81%E0%AC%96%E0%AD%8D%E0%AD%9F%E0%AC%AE/
2019-02-19T08:56:36Z
s3://commoncrawl/crawl-data/CC-MAIN-2019-09/segments/1550247489729.11/warc/CC-MAIN-20190219081639-20190219103639-00274.warc.gz
ory
0.999975
Orya
14
{"ory_Orya_score": 0.9999750852584839}
ଆମେ ବାହାରକୁ ଗଲେ ସବୁ ସମୟରେ ମେକଅପ ନେଇ ଥାଉ । କୌଣସି ବାହାଘର ଅଟେନ କି କୌଣସି ପାର୍ଟି ଅଟେନ କଲେ ଆମେ ମେକଅପ ନେଇ ଥାଉ । କିନ୍ତୁ ଆଖିରେ କାଜଲ ଲଗାଇବା ସମୟରେ ଟିକେ ଅସାବଧାନ ହେଲେ ମେକଅପ ଖରାପ ହୋଇ ଯାଏ । ତେବେ ଆସନ୍ତୁ ଜାଣିବା ଠିକ ଭାବରେ କେମିତି ଆଖିରେ କଜୋଲକୁ ଲଗେଇବେ । ଆଖିରେ କଜୋଲ କେମିତି ଲଗେଇବେ ଜାଣନ୍ତୁ କାଜଲ କେବଳ ଆଖିର ତଳ ଭାଗରେ ନ ଲଗାଇ ଆକି ପତା ଉପରେ ମଧ୍ୟ ଲଗାଇପାରିବେ । ତେବେ କାଜଲ ମୋଟା ପରିମାଣରେ ଲଗାଇଲେ ଆଖି ଅନେକ ସମୟରେ ଛୋଟ ଦେଖାଯାଏ । ଆଖିକୁ ସାମାନ୍ୟ ବଡ଼ ଆକାରର ରୂପ ଦେବାକୁ ଚାହୁଁଥିଲେ ବଜାରରେ ମିଳୁଥିବା ଧଳା ରଙ୍ଗର କାଜଲକୁ ବ୍ୟବହାର କରିପାରିବେ । ଆବଶ୍ୟକ ପରିମାଣରେ କାଜଲ ଲଗାନ୍ତୁ, ନଚେତ୍ ଅଧିକ ପରିମାଣରେ ଲଗାଇଲେ ଏହା ଆଖି ଚାରିପାଖରେ ଲାଗିଥାଏ । ସମୟ କ୍ରମେ ଏହି କାରଣରୁ ହିଁ ଡାର୍କସର୍କଲ ହେଉଥିବାର ସୌନ୍ଦର୍ୟ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି । କାଜଲ ଯେପରି ଆଖି ଚାରିପାଖେ ନ ଲାଗିଯାଏ ସେଥିପାଇଁ ଏହାର ପ୍ରୟୋଗ ପରେ ସାମାନ୍ୟ ପରିମାଣର ପାଉଡର ନେଇ ସେହି ସ୍ଥାନରେ ଲଗାଇ ପୋଛି ନେବେ । ପଢନ୍ତୁ ; ରାଜ୍ୟ ସରକାରଙ୍କ 'ଖୁସି' ଯୋଜନା : ଏପ୍ରିଲରୁ ରାଜ୍ୟର ୧୭ ଲକ୍ଷ ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣାରେ ସାନିଟାରୀ ନାପକିନ
<urn:uuid:d4f9b324-da44-44e3-9d79-06876c0fb80a>
CC-MAIN-2019-09
https://enewsodia.com/how-to-apply-kajal-on-eye-perfectly/?amp_markup=1
2019-02-20T09:09:33Z
s3://commoncrawl/crawl-data/CC-MAIN-2019-09/segments/1550247494694.1/warc/CC-MAIN-20190220085318-20190220111318-00594.warc.gz
ory
0.999968
Orya
14
{"ory_Orya_score": 0.9999676942825317}
ନୂଆଦିଲ୍ଲୀ: ବୋଫର୍ସ ତୋପ ପରେ ଦୀର୍ଘ ୩ ଦଶନ୍ଧି ପରେ ଭାରତୀୟ ସେନା ପୁଣି ଦୁଇ ଶ୍ରେଣୀର ଅତ୍ୟାଧୁନିକ ଓ ଅତ୍ୟନ୍ତ ଶକ୍ତିଶାଳୀ କମାଣ ନିଜ ଅସ୍ତ୍ରାଗାରରେ ସାମିଲ କରିଛି। ମହାରାଷ୍ଟ୍ରରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ସେନାରେ କେ-୯ ବଜ୍ର ସହ ଆମେରିକା ନିର୍ମିତ ଏମ୍ ୭୭୭ ହାଓୱିଜର କମାଣ ସାମିଲ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଦୁଇ ଅତ୍ୟାଧୁନିକ ତୋପ ଓ କମାଣ ଭାରତୀୟ ସେନାକୁ ମିଳିଛି। ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିବା ପରେ ଭାରତୀୟ ସେନାର ଶକ୍ତି ଅଧିକ ଶାଣିତ ହେବ। ପାକିସ୍ତାନ ଓ ଚୀନ୍ ସୀମାରେ ବଢ଼ୁଥିବା ଚ୍ୟାଲେଞ୍ଜ ଦୃଷ୍ଟିରୁ ଏଭଳି କମାଣର ଗୁରୁତ୍ୱ ଅଧିକ ରହିଛି। ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ସେନା ପାଇଁ ଉଚ୍ଚ ପାହାଡ଼ ଉପରେ ଲୁଚି ରହିଥିବା ଶତ୍ରୁପକ୍ଷଙ୍କୁ ଆକ୍ରମଣ କରିବା କ୍ଷେତ୍ରରେ ଅନେକ ସମସ୍ୟା ଉପୁଜିଥିଲା। କିନ୍ତୁ ଏବେ ଏହି କେ-୯ ବଜ୍ର ଓ ଏମ-୭୭୭ ହାଓୱିଜର କମାଣ ଏଭଳି ସମସ୍ୟା ଦୂର କରିପାରିବ। ଶହେଟି କେ-୯ ବଜ୍ର କିଣିବା ପାଇଁ ସମୁଦାୟ ୪,୩୬୬ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୦ ସୁଦ୍ଧା ଭାରତୀୟ ସେନା ପାଖରେ ଏହି ଅସ୍ତ୍ର ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ୧୦ଟି କେ-୯ ବଜ୍ର ଏହି ମାସ ସୁଦ୍ଧା ଭାରତୀୟ ସେନାରେ ସାମିଲ ହେବ। ସେହିପରି ଅନ୍ୟ ୪୦ଟି ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ଏବଂ ବାକି ୫୦ଟି କେ-୯ ବଜ୍ର ୨୦୨୦ ନଭେମ୍ବର ସୁଦ୍ଧା ଭାରତୀୟ ସେନା ପାଖରେ ପହଞ୍ଚିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୨୮ରୁ ୩୮ କିମି। ୩୦ ସେକେଣ୍ଡରେ କେ-୯ ବଜ୍ର ୩ ରାଉଣ୍ଡ ତୋପ ମାଡ଼ କରିପାରିବ। ସେହିପରି ୩ ମିନିଟ୍ରେ ୧୫ ରାଉଣ୍ଡ ଏବଂ ୬୦ ମିନିଟ୍ରେ ୬୦ ରାଉଣ୍ଡ ତୋପ ବର୍ଷା କରିପାରିବ। ୧୪୫ଟି ଏମ୍-୭୭୭ ହାଓୱିଜର କମାଣ କିଣିବା ପାଇଁ ୨୦୧୬ରେ ଭାରତ ଆମେରିକା ସହ ଚୁକ୍ତି କରିଥିଲା। ଏଥିପାଇଁ ମୋଟ ୫,୦୭୦ କୋଟି ଟଙ୍କା ଖର୍ଚ୍ଚ ହେବ।ଏହି କମାଣର ଲକ୍ଷ୍ୟଭେଦ କ୍ଷମତା ହେଉଛି ୩୦ କିମି। ଏହାକୁ ହେଲିକପ୍ଟର କିମ୍ବା ସର୍ଭିସ ବିମାନରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନିଆଯାଇପାରିବ। ବର୍ତ୍ତମାନ ଏମ୍ ୭୭୭ କମାଣ ଅଷ୍ଟ୍ରେଲିଆ,କ୍ୟାନାଡା ଓ ସାଉଦି ଆରବରେ କାର୍ଯ୍ୟକ୍ଷମ ରହିଛି। ସେହିପରି ଆଫଗାନିସ୍ତାନରେ ମଧ୍ୟ ଏହାକୁ ମୁତୟନ କରାଯାଇଛି।
<urn:uuid:cb0de954-376e-4df7-a00a-7ae77428d72e>
CC-MAIN-2019-09
https://odishareporter.in/nation/indian-army-inducts-two-long-range-guns-into-its-arsenal-298967
2019-02-17T07:49:20Z
s3://commoncrawl/crawl-data/CC-MAIN-2019-09/segments/1550247481766.50/warc/CC-MAIN-20190217071448-20190217093448-00634.warc.gz
ory
0.99999
Orya
2
{"ory_Orya_score": 0.9999895095825195}
କୁର୍ଦିସ ସେନା ଉପରେ ରସାୟନିକ ଅସ୍ତ୍ର ପ୍ରୟୋଗ କରିଥିଲା ଆଇଏସ୍ ବୈରୁତ: ଇରାକ ଓ ସିରିଆରେ କୁର୍ଦିସ ସେନା ଉପରେ ଇସଲାମିକ ଷ୍ଟେଟ୍ (ଆଇଏସ୍) ରସାୟନିକ ଅସ୍ତ୍ର ପ୍ରୟୋଗ କରିଥିଲା। ଗତ ମାସରେ ହଜାର ହଜାର ସୈନିକଙ୍କ ଉପରେ ଏହିପରି ଅମାନବୀୟ କାଣ୍ଡ ରଚିଥିଲା ଆଇଏସ୍। ଶୁକ୍ରବାର ଏହି ଲୋମଟାଙ୍କୁରା ତଥ୍ୟ ଦେଇଛି କୁର୍ଦିସ ସେନା। ଯୁଦ୍ଧ ବିଶେଷଜ୍ଞମାନେ ବି ଏହି ସମାନ ଦାବି କରିଛନ୍ତି। ଗତ ଜୁନ ୨୧ ଓ ୨୨ ତାରିଖରେ ଆଇଏସ ଇରାକ ଓ ସିରିଆରେ କୁର୍ଦିସ ସେନାକୁ ଟାର୍ଗେଟ କରି ରସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା କନଫ୍ଲିକ୍ଟ ଆର୍ମାମେଣ୍ଟ ରିସର୍ଚ୍ଚ (ସିଏଆର) ଗ୍ରୁପ୍ ଓ ସାହାନ୍ ରିସର୍ଚ୍ଚରୁ ଏହି ବିସ୍ଫୋରକ ତଥ୍ୟ ମିଳିଛି। ଏହାସହ ଜୁନ ୨୮ରେ ସିରିଆର ଉତ୍ତରପୂର୍ବ ହଶାଖାହ ପ୍ରଦେଶରେ କୁର୍ଦିସ ସେନା ଓ ପିପୁଲ ପ୍ରୋଟେକ୍ସନ ୟୁନିଟ୍(ୱାଇପିଜି) ଉପରେ ଆଇଏସ ଦୁଇ ଥର ରସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା ଏହି ତଥ୍ୟରୁ ଜଣାପଡ଼ିଛି। କୁର୍ଦିସ ସେନା ଉପରେ ଆଇଏସ ପ୍ରୟୋଗ କରିଥିବା ରସାୟନିକ ଅସ୍ତ୍ର ହଳଦିଆ ରଙ୍ଗର ଏକ ଗ୍ୟାସ୍ ଓ ଏହା ପଚା ପିଆଜ ପରି ଗନ୍ଧାଉଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଗ୍ୟାସ ପ୍ରଭାବରେ ସୈନିକଙ୍କ ଆଖି, ନାକ, କାନ ଓ ଗଳାରେ ପୋଡାଜଳା ହୋଇଥିଲା। ଏହାସହ ଭୀଷଣ ମୁଣ୍ଡବିନ୍ଧା ଓ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା ସହ ତତକ୍ଷଣାତ କୋମାକୁ ଚାଲି ଯାଇଥିଲେ ହଜାର ହଜାର ସୈନିକ। ସେମାନଙ୍କ ଶବକୁ ପରୀକ୍ଷା ନିରୀକ୍ଷା କରିବା ପରେ ରସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କଥା ଜାଣିବାକୁ ପାଇଛନ୍ତି ବିଶେଷଜ୍ଞମାନେ କହିଛନ୍ତି।
<urn:uuid:37693830-35c2-4e72-95cc-3f161d3853a4>
CC-MAIN-2019-09
https://odishareporter.in/nation/kurdish-sena-uppare-rasayanika-astra-proyog-karithila-isis-16729
2019-02-17T07:54:49Z
s3://commoncrawl/crawl-data/CC-MAIN-2019-09/segments/1550247481766.50/warc/CC-MAIN-20190217071448-20190217093448-00634.warc.gz
ory
0.999972
Orya
5
{"ory_Orya_score": 0.999971866607666}
ଝିଅ ଆରାଧ୍ୟା ବାପା ଅଭିଷେକଙ୍କୁ ଦେଲେ ଏଭଳି ଗିଫ୍ଟ,ଦେଖିଲେ ଆପଣ ମଧ୍ୟ ଇମୋଶନାଲ ହୋଇଯିବେ । ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବେ ଫିଲ୍ମ 'ମନମର୍ଜିୟାଁ'ରେ ବ୍ୟସ୍ତ ଅଛନ୍ତି । ଏହି ମଧ୍ୟରେ ଅଭିଷେକ ଏକ ଫଟୋ ସେୟାର କରିଛନ୍ତି ଯାହା ସହିତ ସେ ଏକ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ଯାହାକୁ ଅନ୍ୟ କେହି ନୁହେଁ ବରଂ ଆରାଧ୍ୟା ତାଙ୍କ ବାପା ଅଭିଷେକଙ୍କ ପାଇଁ ଲେଖିଛନ୍ତି । ଏହି ଫଟୋରେ ଏକ ନୋଟ ଦେଖିବାକୁ ମିଳିଛି,ଯେଉଁଥିରେ ଆରାଧ୍ୟା ଆଇ ଲଭ ୟୁ ପାପା ଲେଖିଛନ୍ତି । ଏଥିରେ ଅଭିଷେକ ଲେଖିଛନ୍ତିଯେ ଆପଣ ଦୁଇ ମାସ ପରେ ଅଫିସ ଆସିଛନ୍ତି ଏବଂ ଆପଣଙ୍କ ଝିଅ ଏହି ଖାସ ମେସେଜ ଲେଖିଥିବେ । ଅଭିଷେକ ଏବଂ ଐଶ୍ଚର୍ଯ୍ୟା ଅଧିକାଂଶ ସମୟରେ ଝିଅ ଆରାଧ୍ୟା ସହିତ ଫଟୋ ସେୟାର କରିଥାନ୍ତି ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରନ୍ତି । ଫିଲ୍ମରେ ଅଭିଷେକଙ୍କ ସହିତ ତାପସୀ ପନ୍ନୁ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଅନୁରାଗ କଶ୍ୟପ ଦେଉଛନ୍ତି । ଫିଲ୍ମକୁ ଆନନ୍ଦ ଏଲ ରୟ ପ୍ରଡ୍ୟୁସ କରୁଛନ୍ତି । ତେବେ ଏହି ଫିଲ୍ମ ପରେ ଅଭିଷେକ ଅନ୍ୟ ଏକ କମେଡି ଫିଲ୍ମ ମଧ୍ୟ କରିବେ । ଯାହାର ଟାଇଟଲ ହେବ 'ବଚ୍ଚନ' । ଫିଲ୍ମର ସୁଟିଂ ୫ ଜୁନରେ ଆରମ୍ଭ ହେବ ।
<urn:uuid:b8dc641d-c35a-4d93-af9e-b4fd0cc2eb89>
CC-MAIN-2019-09
http://lifestyle.kanaknews.com/abhisek-aradhya/
2019-02-18T10:44:18Z
s3://commoncrawl/crawl-data/CC-MAIN-2019-09/segments/1550247484928.52/warc/CC-MAIN-20190218094308-20190218120308-00314.warc.gz
ory
1.000005
Orya
10
{"ory_Orya_score": 1.0000051259994507}
ଚୁଟକୀରେ ଦୂର କରନ୍ତୁ ଏସିଡିଟି ସମସ୍ୟା । ଜୀବନ ଶୈଳୀର ପ୍ରଭାବ ଖାଦ୍ୟଭ୍ୟାସ ଉପରେ ପଡ଼ିଥାଏ। ଫଳରେ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। ସକାଳୁ ଖାଲି ପେଟରେ ଲାଉ ରସ ପିଇଲେ ଏସିଡିଟି ସମସ୍ୟାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହାଦ୍ୱାରା ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଏ। ମେଦବହୁଳତା କ୍ଷେତ୍ରରେ ଏହା ମହୋଷଧୀ ଭଳି କାମ କରେ। ଲାଉ ରସରେ ପ୍ରଚୁର ପରିମାଣରେ ଭିଟାମିନ୍-'ସି', ଆଣ୍ଟି-ଅକ୍ସିଡାଣ୍ଟ, ଜିଙ୍କ୍ ପ୍ରଭୃତି ରହିଥାଏ। ନିୟମିତ ଏକ ଗ୍ଲାସ୍ ଲାଉ ରସ ସକାଳୁ ଖାଲି ପେଟରେ ପିଇଲେ ହଜମ ଶକ୍ତି ବୃଦ୍ଧି, ଓଜନ ହ୍ରାସ, ହୃଦ୍ରୋଗରୁ ମୁକ୍ତି ଓ ବିଭିନ୍ନ କେଶ ସମସ୍ୟାରୁ ମୁକ୍ତି ମିଳେ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦିଅନ୍ତି। ଏଥିରେ ଜଳ ପରିମାଣ ଅଧିକ ଥିବାରୁ ଏହା ମସ୍ତିଷ୍କକୁ ଚାପମୁକ୍ତ ରଖେ। ବିଭିନ୍ନ ମୁତ୍ର ଜନିତ ସମସ୍ୟା ତଥା ନିଦ୍ରାହୀନତା ରୋଗରେ ଏହା ସୁଫଳ ପ୍ରଦାନ କରିଥାଏ। ସେହିପରି ଏହା ଯକୃତକୁ ସୁସ୍ଥ ରଖେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।
<urn:uuid:bb7796f8-1267-4070-8bff-832460f3baad>
CC-MAIN-2019-09
http://lifestyle.kanaknews.com/stay-away-from-from-acidity/
2019-02-18T11:09:08Z
s3://commoncrawl/crawl-data/CC-MAIN-2019-09/segments/1550247484928.52/warc/CC-MAIN-20190218094308-20190218120308-00314.warc.gz
ory
0.99995
Orya
14
{"ory_Orya_score": 0.9999504089355469}
କୌଣସି ଏକ ରାଜ୍ୟରେ ଜଣେ ରାଜା ଥିଲେ । ନୂଆ ନୂଆ ଘର କରିବା, ସେ ରାଜାଙ୍କ ଏକ ସଉକ୍ । ଦିନକର କଥା, ଏକ ଘର କରିବା ପାଇଁ ଜାଗା ନିର୍ବାଚନ କରାଗଲା । ଘରର ନକ୍ସା ତିଆରି ପରେ ଜାଗାଟିଏ ମାପଚୁପ କରାଗଲା । ଜାଗାଟିଏ ମାପଚୁପ ବେଳେ ଦେଖାଗଲା ଯେ ସେହି ଜାଗାଟିରେ ଜଣେ ଗରିବ ନିରାଶ୍ରୟା ବିଧବା ବୁଢୀ କୁଡିଆଟିଏ କରି ରହିଛି । ରାଜା ତାଙ୍କ ମନ୍ତ୍ରୀଙ୍କୁ ଆଦେଶ ଦେଲେ । ସେ ବୁଢୀଟିକୁ ଏକ ଭଲ ଘର ଦିଅ ଓ ତାକୁ ସେ କୁଡିଆଟିକୁ ଛାଡିବାକୁ କୁହ । ରାଜାଙ୍କର ଆଦେଶକୁ ପୁଣି ଅମାନ୍ୟ ବା କିଏ କରିବ । ତହୁଁ ମନ୍ତ୍ରୀ ଯାଇ ସେ ବୁଢୀକୁ ବହୁତ ବୁଝାଇଲେ ତା କୁଡିଆଟିକୁ ଛାଡିବା ପାଇଁ । ମନ୍ତ୍ରୀଙ୍କ ସମସ୍ତ କଥା ବୁଢୀ ଶୁଣିଲା, କିନ୍ତୁ ସେ କୁଡିଆ ଛାଡିବାକୁ ଅମଙ୍ଗ ହେଲା । ଶେଷରେ ରାଜା ନିଜେ ସେ ବୁଢୀଟିକୁ ବୁଝାଇବାକୁ ଗଲେ । ରାଜାଙ୍କଠାରୁ କୁଡିଆ ଛାଡିବା କଥା ଶୁଣି ସେ ବୁଢୀ ରାଜାଙ୍କୁ କହିଲା, ମଣିମା ମୋର ଗୋଟାଏ ଅନୁରୋଧ ରଖିଲେ ହିଁ ମୁଁ ଏ କୁଡିଆଟିକୁ ଛାଡି ଦେବି । ରାଜା ସେ ବୁଢୀର ପ୍ରସ୍ତାବରେ ରାଜି ହେବାରୁ ବୁଢୀ ତା କୁଡିଆ ଭିତରେ ଥିବା ଗୋଟିଏ ମାଟିରେ ପୂର୍ଣ୍ଣ ହୋଇଥିବା ବସ୍ତା ରାଜାଙ୍କୁ ଦେଖାଇ, ତାହାକୁ ନଦୀରେ ଫୋପାଡିବା ପାଇଁ ଅନୁରୋଧ କଲା । ବୁଢୀର ଏପ୍ରକାର କଥା ଶୁଣି ରାଜା କହିଲେ ଏହାକୁ ତ ମୁଁ ଆଦୌ ଉଠାଇ ପାରିବି ନାହିଁ । ସଙ୍ଗେ ସଙ୍ଗେ ବୁଢୀ କହିଲା, ମଣିମା ଯଦି ଆପଣ ଏକ ମାଟି ଥିବା ବସ୍ତା ଉଠାଇ ପାରିବେ ନାହିଁ, ତେବେ ମଲା ପରେ ମୋର ଏତକ ଜମି ଆପଣ କିପରି ସାଙ୍ଗରେ ନେବେ? ବୁଢୀଟିର ଏପ୍ରକାର କଥା ଶୁଣି ରାଜା ଖୁବ୍ ଲଜ୍ଜିତ ହେଲେ । ତହୁଁ କୁଡିଆଟିକୁ ଛାଡିଦେଇ ସେ ନିଜର ଘର ତିଆରି କଲେ । ପ୍ରକୃତରେ କହିବାକୁ ଗଲେ ସାମାନ୍ୟ ମନୁଷ୍ୟଠାରେ ମଧ୍ୟ ଜ୍ଞାନର ସାଗର ବିଦ୍ୟମାନ ଥାଏ ।
<urn:uuid:124652ee-2eee-4ea5-b884-cdb5d70f0cba>
CC-MAIN-2019-09
http://odiagapa.com/%E0%AC%AD%E0%AD%82%E0%AC%AE%E0%AC%BF-%E0%AC%95%E0%AC%A3-%E0%AC%B8%E0%AC%BE%E0%AC%99%E0%AD%8D%E0%AC%97%E0%AC%B0%E0%AD%87-%E0%AC%AF%E0%AC%BF%E0%AC%AC/
2019-02-19T10:56:20Z
s3://commoncrawl/crawl-data/CC-MAIN-2019-09/segments/1550247489933.47/warc/CC-MAIN-20190219101953-20190219123953-00634.warc.gz
ory
0.999984
Orya
6
{"ory_Orya_score": 0.9999842643737793}
ଟ୍ରେନ୍ରେ ସିଗାରେଟ୍ ଟାଣିବାକୁ ମନା କରିବାରୁ ଗର୍ଭବତୀଙ୍କୁ ମାରିଦେଲେ ଲକ୍ଷ୍ନୌ: "ମୁଁ ଗର୍ଭବତୀ' ଦୟା କରି ଆପଣ ଏଠି ସିଗାରେଟ୍ ଟାଣନ୍ତୁ ନାହିଁ।" ଟ୍ରେନ୍ରେ ନିଜ ପରିବାର ଲୋକଙ୍କ ସହ ବିହାର ଯାଉଥିବା ଜଣେ ମହିଳା ତାଙ୍କ ପାଖରେ ବସିଥିବା ବ୍ୟକ୍ତିଙ୍କୁ କହିଥିଲେ। ବାସ୍ ଏତିକିରେ ବ୍ୟକ୍ତି ଜଣଙ୍କ ଗର୍ଭବତୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ମହିଳା ଜଣଙ୍କ ନାଁ ହେଉଛି ଚିନାତ ଦେବୀ। ସେ ତାଙ୍କ ପରିବାର ଲୋକଙ୍କ ସହ ପଞ୍ଜାବ-ବିହାର ଜାଲିୱାନାୱାଲା ଏକ୍ସପ୍ରେସ୍ରେ ବିହାରରେ ଚାଲିଥିବା ଛଟ୍ ପୂଜା ଦେଖିବାକୁ ଯାଉଥିଲେ। ଟ୍ରେନ୍ ଭିତରେ ଏବଂ ତା' ପୁଣି ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିବା ଅପରାଧ ହୋଇଥିଲେ ହେଁ ଚିନାତଙ୍କ ପାଖରେ ବସିଥିବା ସୋନୁ ଯାଦବ ନାମକ ଜଣେ ବ୍ୟକ୍ତି ଏହାକୁ ଉଲ୍ଲଙ୍ଘନ କରି ନିଜର ମନମାନି ଚଳାଇଥିଲା। ସେ ସିଗାରେଟ୍ ଟାଣି ଧୂଆଁ ଛାଡ଼ିବାରୁ ଚିନାତ ଏହାକୁ ବିରୋଧ କରିଥିଲେ। ସୋନୁଙ୍କୁ ସେ ବାରମ୍ବାର ଏପରି ନ କରିବା ଅନୁରୋଧ କରିଥିଲେ ହେଁ ସେ ସେଥିପ୍ରତି କର୍ଣ୍ଣପାତ କରି ନଥିଲା। ତେବେ ଚିନାତଙ୍କ ଏଭଳି ବାରମ୍ବାର ଅନୁରୋଧରେ ରାଗି ଯାଇ ପ୍ରଥମେ ସୋନୁ ତାଙ୍କ ସହ ପାଟିତୁଣ୍ଡ କରିଥିଲା। ପରିବାର ଲୋକ ତାକୁ ବିରୋଧ କରିବାରୁ ସୋନୁ ରାଗିଯାଇ ଚିନାତଙ୍କ ତଣ୍ଟଚିପି ହତ୍ୟା କରିଥିଲା। ଏହି ହତ୍ୟା ଘଟଣା ପରେ ଟ୍ରେନ୍ଟି ଉତ୍ତର ପ୍ରଦେଶର ଶାହାଜାହାନପୁର୍ରେ ଅଟକି ଥିଲା। ଚିନାତଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଜିଆର୍ପି ପୁଲିସ୍ ଅଭିଯୁକ୍ତ ସୋନୁକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
<urn:uuid:ee7e2a9c-25aa-4de9-9e99-c2b9aa0019b9>
CC-MAIN-2019-09
https://odishareporter.in/nation/pregnant-woman-killed-for-opposing-fellow-passenger-smoking-in-train-299425
2019-02-23T17:47:10Z
s3://commoncrawl/crawl-data/CC-MAIN-2019-09/segments/1550249508792.98/warc/CC-MAIN-20190223162938-20190223184938-00634.warc.gz
ory
0.999996
Orya
3
{"ory_Orya_score": 0.9999957084655762}