text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
ଅନେକ ଦିନ ତଳର କଥା ମୁଁ ଯେତେବେଳେ ବଉଦରେ ଶିକ୍ଷକତା ଟ୍ରେନିଂ ନେଉଥିଲି, ମୋର ଜଣେ ପ୍ରିୟ ବନ୍ଧୁ ଥିଲେ, ତାଙ୍କ ନାମ ସଞ୍ଜୟ। ସଞ୍ଜୟ ଟିଚର୍ସ ଟ୍ରେନିଂରେ କିରାଣୀ ଭାବରେ କାମ କରୁଥିଲେ। ସେ ବଉଦରେ ଏକ ଭଡ଼ାଟିଆ ଘରେ ରହୁଥିଲେ। ଯେହେତୁ ମୁଁ ଟ୍ରେନିଂ ନେଉଥିଲି, ତେଣୁ ତାଙ୍କ ସହ ସବୁଦିନେ ଅଫିସରେ ଦେଖାସାକ୍ଷାତ ହୁଏ। ପ୍ରଥମ ଦେଖାରୁ ହିଁ ସେ ମୋତେ ସାହାଯ୍ୟ କରିଥିଲେ। ତାଙ୍କର ବିଶେଷ ରୁଚି ଥିଲା କବିତା, ଉପନ୍ୟାସ ଓ ଗଳ୍ପ ପଢ଼ିବା।
ଅନେକ ଦିନ ବନ୍ଧୁତା ପରେ ଆମ ଦୁହିଁଙ୍କ ସମ୍ପର୍କର ସେତୁ ମଜବୁତ୍ ହେବାକୁ ଲାଗିଲା। ସଞ୍ଜୟ ବେଳେବେଳେ ମୋତେ ଦେଖା କରିବାକୁ ହଷ୍ଟେଲକୁ ମଧ୍ୟ ଆସେ। ମୁଁ ମଧ୍ୟ କୌଣସି ଅଫିସ୍ କାମରେ ତାଙ୍କର ସହଯୋଗ ପାଇଁ ତାଙ୍କ ଘରକୁ ଯାଇଥାଏ। ଆମେ ଦୁଇ ବନ୍ଧୁ ଦିନେ ସଂଧ୍ୟାବେଳେ ମହାନଦୀ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ମହାନଦୀ କୂଳକୁ ଯାଇଥିଲୁ। ସେଠାରେ ଅନେକ ସମୟ ବସି ଗପ, ମଉଜ ମଜଲିସ୍ କରିଥିଲୁ। ସେ ସମୟରେ ସଞ୍ଜୟ ତା'ର ହୃଦୟର ଅନେକ ଅକୁହା କଥା କହିବାକୁ ଲାଗିଲେ। ସେ ମୋ' ସହ ଏପରି ମିଶି ଯାଇଥିଲା ଯେ ମୋତେ ଟ୍ରେନିଂ ସ୍କୁଲରେ ଦିନେ ନ ଦେଖିଲେ ବାରମ୍ବାର ଫୋନ୍ କରୁଥାଏ। ଫୋନ୍ ପାଇ ମୁଁ ତା' ପାଖକୁ ଗଲାପରେ କୁହେ ବନ୍ଧୁ ତୁମକୁ ନଦେଖିଲେ ମୋତେ ଅଦୌ ଭଲ ଲାଗେନା। ତେଣୁ ଫୋନ୍ କରିଥିଲି। ଯାହା ହେଉ ତୁମେ ଆସିଗଲ।
ଦିନକର ଘଟଣା, ଦୁହେଁ ମହାନଦୀ କୂଳରେ ବସିଥିଲୁ ସେ ମୋତେ ବଉଦ ଅଞ୍ଚଳର ଏକ ଦୁଃଖଦ କାହାଣୀ ବର୍ଣ୍ଣନା କରିବାକୁ ଲାଗିଲେ। ଗପ ହେଲେ ବି କାହାଣୀଟି ସତ। ତେଣୁ ମନ ଦେଇ ଶୁଣ।
ସେ ସମୟରେ ବିଳାସପୁର ନିକଟରେ ଜଣେ ଇଂଜିନିୟର ରହୁଥିଲେ। ତାଙ୍କ ନାମ ବିନୟ ମହାପାତ୍ର। ବିନୟ ସେ ଅଞ୍ଚଳରେ ବେଶ୍ ଜଣାଶୁଣା। ସେ ଜଣେ ନିର୍ଭୀକ, ସଚ୍ଚୋଟ ଓ ନିଷ୍ଟାପର ବ୍ୟକ୍ତି ଥିଲେ। ତାଙ୍କ ସ୍ତ୍ରୀ ମିନୁ। ଦେଖିବାକୁ ଭାରୀ ସୁନ୍ଦରୀ। ସୁନ୍ଦରୀ କହିଲେ ଚଳିବନି, ସେ' ତ ଗୋଟିଏ ଚାଉଳରେ ଗଢ଼ା। ପାଖ ପଡେ଼ାଶୀଙ୍କ ନଜରରେ ଦୁହେଁ ଆଦର୍ଶ ଦମ୍ପତି ଥିଲେ। ସେ ଦୁହିଁଙ୍କ ଔରସରୁ ଜାତ ହୋଇଥିଲା କୁନା। ଦୁହିଁଙ୍କ ଭିତରେ ସ୍ନେହ, ପ୍ରେମ ଭରପୁର ଥିଲା। କୁନା ତାଙ୍କର ଏକମାତ୍ର ଗେହ୍ଲା ପୁଅ। ସେ ବି ଦେଖିବାକୁ ଖୁବ୍ ସୁନ୍ଦର। ମୁଁ କହିଲି – ବାପା, ମା ଦେଖିବାକୁ ଯେପରି ସୁନ୍ଦର, ପୁଅ ସୁନ୍ଦର ନ ହୋଇ ଯିବ କୁଆଡ଼େ?
ବିନୟର ସଚ୍ଚୋଟ ପଣିଆ ସକାଶେ ଇଂଜିନିୟର ହୋଇ ମଧ୍ୟ ତାଙ୍କର ପାଖରେ ସେଭଳି କିଛି ମୋଟା ଅଙ୍କର ସମ୍ପତ୍ତି ନଥିଲା, କେବେଳ ଥିଲା, ବ୍ୟାଙ୍କରେ କିଛି ଲକ୍ଷ ଜମା ଟଙ୍କା। ନିଜର ଦରମା ତଥା ବ୍ୟାଙ୍କରେ ଜମାଥିବା ସୁଧ ଟଙ୍କାରେ ତା'ର ପରିବାରର ଗୁଜୁରାଣ ମେଣ୍ଟାଉଥିଲା। ବିନୟକୁ କ୍ୱାଟର୍ସ୍ ମିଳିଥିଲେ ମଧ୍ୟ ସେ ସେଠାରେ ରହୁନଥିଲା। ସେ ନିଜ ଘର ବିଳାସପୁରରେ ରହୁଥିଲା।
କୁନା ଗୋଟେ ବୋଲି ପୁଅ ହୋଇଥିବାରୁ ବିନୟ ଓ ମିନୁ ତା'ର କୌଣସିଥିରେ ଅଭାବ ପରିଲକ୍ଷିତ ହେବାକୁ ଦେଉନଥିଲେ। ପୁଅ ସେତେବେଳେ ଯାହା ଇଚ୍ଛା କରୁଥିଲା ତାହାକୁ ଆଣି ବିନୟ ଯୋଗାଇ ଦେଉଥିଲେ। କୁନାର ବୟସ ବୋଧେ ୮ ବର୍ଷ ହେବ ତେଣୁ ତା'ର ହିତାହିତ ଜ୍ଞାନ ନଥିଲା। ସେ ଥିଲା ଚଞ୍ଚଳ ପ୍ରକୃତିର। ସେ ସର୍ବଦା ଖେଳକୁଦରେ ମନୋନିବେଶ କରୁଥିଲା। ପାଠପଢ଼ାରେ ସେ ଅତ୍ୟନ୍ତ ଦୁର୍ବଳ ଥିଲା।
ବିନୟ ଓ ମିନୁ ଅନେକ ସ୍ୱପ୍ନ ଦେଖୁଥାନ୍ତି ତାଙ୍କ ପୁଅକୁ ନେଇ। ପୁଅ ବଡ଼ ହେଲେ ବଡ଼ ଚାକିରୀ କରିବ ଏବଂ ସମାଜରେ ତାଙ୍କ ସମ୍ମାନ ବଢ଼ାଇବ। ବିନୟର ଇଚ୍ଛା ପୁଅକୁ ଡାକ୍ତରୀ ପଢ଼ାଇବ। ବାପା ମାଆଙ୍କ ଅତିଶୟ ସ୍ନେହ, ପ୍ରେମ ତାକୁ ପାଠ ପଢ଼ାରେ ଦୁର୍ବଳ କରିଦେଇଥାଏ।
ହଠାତ୍ ଦିନେ ଘରେ ପୁଅକୁ ନ ପାଇ ବିନୟ ମିନୁକୁ ପଚାରିଲା – "କୁନା କାହିଁ? ଦେଖାଯାଉନି" ସବୁ ଘର ବୁଲି ଦେଇ ପଚାରୁଥିଲା ବିନୟ। ଅଫିସରୁ ଫେରିବା ପରେ ନିଜର ଏକ ମାତ୍ର ଗେହ୍ଲା ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି। ରୋଷେଇ ଘରୁ କହୁଥିଲା ମିନୁ, "ଦେଖୁନ! ଏଇଠି କୋଉଠି ଖେଳୁଥିବ? ବାହାରେ ଯାଇ ଦେଖ।"
କିଛି ସମୟ ପରେ ବିନୟର ଉଚ୍ଚସ୍ୱରରେ ଘର କମ୍ପି ଉଠୁଥିଲା। "ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି। ସୋସାଇଟିରେ ବାଜେ ପିଲାଙ୍କ ସହିତ ମିଶି ବାଲି ଖେଳୁଥିଲା। ଏଇୟା ସବୁ ଶିଖୁଛି ତୁମ ପୁଅ? ଦେଖ ତା' ଦେହ .. ବାଲି ଧୂଳିରେ ଭର୍ତ୍ତି। ଦେହ ଖରାପ ହେଉ, ମୋତେ କହିବ।"
ରୋଷେଇ ଘରୁ ବାହାରି ଆସୁ ଆସୁ ମିନୁ କହୁଥିଲା, "ଓହୋ, ପିଲାଟା ଟିକେ ଖେଳିଦେଲେ କ'ଣ ହୋଇଗଲା? ତମେ ଖେଳୁ ନଥିଲ କି? ଜନ୍ମରୁ ଏସି ରୁମରେ ବଢ଼ିଥିଲ ନା କ'ଣ?
ରାଗରେ ତମ ତମ ହୋଇ ବିନୟ ଚାଲିଲା କୁନାର ଅନୁସନ୍ଧାନରେ। ଅନେକ ଚିହ୍ନାଜଣା ଜାଗା ଦେଖିସାରି କୁନାକୁ ନପାଇ ଫେରିଲା। ହତାଶ ହୋଇ ଘରକୁ। ଘରେ ମିନୁ ଚାହିଁ ରହିଥିଲା ସ୍ୱାମୀ ଓ ପୁତ୍ରର ଆଗମନକୁ।
ସରୋଜ କୁନାର ସାଙ୍ଗ। ସରୋଜର ବାପା ଜଣେ କମ୍ୟୁନିଷ୍ଟ ନେତା। ରାଜନୀତିର ପଶାପାଲିରେ ସର୍ବସ୍ୱ ହରାଇ ଦେଇ ନିଜେ ଏହି ଦୁନିଆ ଛାଡ଼ି ଚାଲିଯାଇଥିଲେ ଆର ପାରିକୁ। ତେଣୁ ସରୋଜକୁ କୌଣସି କଥାରେ ତା'ର ମା' ଆକଟ କରିନଥାନ୍ତି। ସେଥିପାଇଁ ସରୋଜ ଲଗାମ୍ ଛଡ଼ା ହୋଇ ଯାଇଥାଏ।
ସରୋଜ ଭାରି ଜିଦ୍ ଖୋର୍। ସେ କୁନାର ପିଲାବେଳର ବନ୍ଧୁ। ଯାହା ମନରେ ଆସେ ସେଇୟା କରେ। ସରୋଜ ଆଖିରେ ସବୁ ଧନୀ ଲୋକମାନେ ଥିଲେ ବଦମାସ ମନରେ ଭାବୁଥିଲା ସମାଜର ସବୁ ଧନୀ ଲୋକମାନଙ୍କ ଯୋଗୁଁ ହିଁ ଆମେ ଗରିବ ହୋଇ ରହିଛୁ। ଯଦି ତାଙ୍କର ସମସ୍ତ ସମ୍ପତ୍ତି ସବୁ ଗରିବ ଲୋକଙ୍କୁ ସମାନ ଭାବରେ ବାଣ୍ଟି ଦିଆଯାଆନ୍ତା ତେବେ ଆଉ ଧନୀ, ଗରିବ କେହି ରହି ନଥାନ୍ତେ। କମ୍ୟୁନିଷ୍ଟ ଚିନ୍ତଧାରାରେ ସେ ସମାଜରେ ଆଗକୁ ବଢ଼ିବାକୁ ଲାଗୁଥିଲା।
କୁନା ସେ ଦିନ ଫେରିଥିଲା ଘରକୁ ରାତି ୯ଟାରେ। ବିନୟ ରାଗରେ ବ୍ରହ୍ମ ଚଣ୍ଡାଳ ହୋଇ ଘରେ ତା'ରି ଫେରିବା ବାଟକୁ ଅପେକ୍ଷା କରି ବସିଥିଲେ।
ବିନୟ ପଚାରିଲେ କୁନାକୁ "କିରେ ଟୋକା ମୁଣ୍ଡକୁ ହାତ ପାଇଗଲାନା କ'ଣ?" ରାତି ୯ଟା ପର୍ଯ୍ୟନ୍ତ ବାହାରେ ଖେଳୁଛୁ, ବୁଲାବୁଲି କରୁଛୁ"। କୁନା ନମ୍ର ଭାବରେ ଉତ୍ତର ଦେଲା – ସାଙ୍ଗ ଘରେ ରହିଯାଇଥିଲି। ହଉ, ଠିକ୍ ଅଛି ବିନୟ କହିଲେ। କିନ୍ତୁ ମନେରଖ, ଏମିତି ଭବିଷ୍ୟତରେ ଯେପରି ନହୁଏ, ଯଦି ହୁଏ ମୋର ମଲା ମୁହଁ ଦେଖିବୁ। ସେହି ଦିନ ଜାଣିବୁ ତୋର ବାପା ବିନୟର କଥା। ଲୋକ ଯେମିତି, କାମ ବି ସେମିତି।
ମିନୁ ବାଥ ରୁମରୁ ବାହାରି ଆସି ବିନୟକୁ ବୁଝାଇବାକୁ ଲାଗିଲା। ତୁମେ କାହିଁକି ଏପରି ରାଗୁଛ? ପୁଅ ଆମର ଛୋଟ ହୋଇଛି ବଡ଼ ହେଲେ ଆପେ ଆପେ ସବୁ କିଛି ବୁଝି ପାରିବ, ଏହି ସଂସାର ବିଷୟରେ। ସେ ପ୍ରଥମେ ବାହାରର ପରିବେଶକୁ ବୁଝୁ ତା'ପରେ ଦେଖାଯିବ।
ଏମିତି ଦିନ ପରେ ଦିନ, ମାସ ପରେ ମାସ ଓ ବର୍ଷ ପରେ ବର୍ଷ ଅତିବାହିତ ହେବାକୁ ଲାଗିଲା। ଅମାବାସ୍ୟା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଯେପରି ଚାନ୍ଦ ବନ ହେବାକୁ ଲାଗେ କୁନା ମଧ୍ୟ ସମୟ ଚକ୍ରରେ ବଡ଼ ହେବାକୁ ଲାଗିଲା। ଏପରିକି ଦଶମ ପାସ୍ କଲା। ଦଶମ ପାସ୍ କଲାପରେ ମିନୁ ବିନୟକୁ ଅନୁରୋଧ କରି କହିଲେ – ବିନୟ, ଆମ କୁନା ବଡ଼ ହୋଇଗଲା। ତା'ର ଭବିଷ୍ୟତ ବିଷୟରେ ଆମକୁ ଚିନ୍ତା କରିବାକୁ ପଡ଼ିବ।
ବିନୟ କହିଲା – କୁନା ତ' ଦଶମରେ ଥାର୍ଡ କ୍ଲାସରେ ପାସ୍ କରିଛି ତେଣୁ ତାକୁ କେଉଁଠି, କେଉଁ କଲେଜରେ ସିଟ୍ ମିଳିବ? ଦେଖିବା ଯଦି ହୁଏ ପ୍ରାଇଭେଟ୍ କଲେଜରେ ନାମ ଲେଖାଇ ଦେବା। ଘରେ ଥିଲେ ସିନା ବୁଲିବ, ଖେଳିବ। ସେଠାରେ ହଷ୍ଟେଲରେ ରହିବ ଅନ୍ୟର ତାଗିଦରେ କାଳେ ସୁଧୁରିଯିବ।
କୁନାର ଏକ ପ୍ରାଇଭେଟ୍ କଲେଜରେ ନାମ ଲେଖାଇ ଦେଲାପରେ ସେ ହଷ୍ଟେଲରେ ରହି +୨ ଆର୍ଟସ ପଢ଼ିବ ବୋଲି ସ୍ଥିର କରିନେଇଥିଲା ବିନୟ। ପୁଅକୁ ନେଇ ମିନୁର ଆଖିରେ ଆଖିଏ ସ୍ୱପ୍ନ। ପୁଅ ବଡ଼ ହୋଇ ଚାକିରୀ କଲେ ତାଙ୍କର ବୃଦ୍ଧାବସ୍ଥାରେ ସାହା ହେବ।
ଅପର ପକ୍ଷରେ, ସରୋଜ ମଧ୍ୟ ଦଶମ ଥାର୍ଡ ଡିଭିଜନରେ ପାସ୍ କରି ସେହି କଲେଜରେ ନାମ ଲେଖାଇବାକୁ ଗଲା କିଛି ଦିନପରେ, ବୋଧହୁଏ ଦୁଇ ବନ୍ଧୁ ଗୋଟିଏ କଲେଜରେ ପଢ଼ିବାକୁ ଆଗରୁ ମନସ୍ଥ କରିଥିଲେ।
କୁନା କଲେଜ୍ ହଷ୍ଟେଲରେ ରହିବା ଦିନଠୁ ବିନୟର ଦେହ ଖରାପ ହେବାରେ ଲାଗିଲା। ତା'ଙ୍କର ବିପି ଏବଂ ସୁଗାର ଲେବଲ୍ ବଢ଼ିବାରେ ଲାଗିଲା। ସେ ସଦା ସର୍ବଦା ଚିନ୍ତାଗ୍ରସ୍ତ ରହୁଥିଲେ।
ହଠାତ୍ ଦିନେ ରାତିରେ ଏକ ଦୁଃସ୍ୱପ୍ନ ଦେଖି ବିନୟ ପୁଅ କୁନା କଥା ଭାବି ଭାବି ଚିନ୍ତାଗ୍ରସ୍ତ ହୋଇ ପଡିଲେ। ଭାବିଲେ ମୋର ଭାଗ୍ୟରେ ଏପରି କୁଳାଙ୍ଗାର ପୁତ୍ର ଜନ୍ମ ଦେଲ ମହାପ୍ରଭୁ, ତା'ର ମଙ୍ଗଳ କାମନାକର କହି ହଠାତ୍ ବେଡ଼ରେ ଟଳି ପଡିଲେ। ଶେଜରୁ ଧଡ଼ ପଡ୍ କିନା ଉଠି ମିନୁ କହିଲା – କ'ଣ ହୋଇଛି ତୁମର ବିନୟ। ବିନୟ କିନ୍ତୁ ନିରୁତ୍ତର। ମିନୁ ଡ଼ାକ୍ତରଙ୍କୁ ଫୋନ୍ କଲା। ଡ଼ାକ୍ତର ବାବୁ ଆସିଲେ ବିନୟର ସମସ୍ତ ଚେକ୍ ଅପ୍ ପରେ ଜଣାପଡିଲା ବିନୟ ଆଉ ଏହି ଇହ ଜଗତରେ ନାହାଁନ୍ତି।
ଡ଼ାକ୍ତରଙ୍କ ପାଖକୁ ବିନୟର ମୃତ୍ୟୁ ଖବର ଶୁଣି ମିନୁ ଚେତା ଶୂନ୍ୟ ହୋଇଯାଇଥିଲା। କିଛି ସମୟ ପରେ ଡ଼ାକ୍ତର ବାବୁଙ୍କ ପ୍ରଚେଷ୍ଟାରେ ତା'ର ଚେତା ଫେରିଲା। ମିନୁ କାନ୍ଦିବାକୁ ଇଚ୍ଛା କରି ମଧ୍ୟ କାନ୍ଦି ପାରୁନଥିଲା। ତା'ର ଆଖିରୁ କେବଳ ଗଡ଼ି ଯାଉଥିଲା ଅଜସ୍ର ଅଶ୍ରୁ। କିନ୍ତୁ ସେ ବହୁତ ଚେଷ୍ଟା କରି ନିଜକୁ ସଂଯତ କରି ନେଇଥିଲା।
କିଛି ସମୟ ପରେ ମିନୁ କୁନାର କଲେଜ୍ ହଷ୍ଟେଲକୁ ଫୋନ୍ କରି ପିତା ମୃତ୍ୟୁର ଖବର ଦେବାକୁ ଚାହୁଁଥିଲା କିନ୍ତୁ ଅନ୍ୟପଟୁ ଉତ୍ତର ଆସିଲା ତୁମର ପୁଅ କୁନା ଏବଂ ସଞ୍ଜୟ ଦୁହେଁ କଲେଜ ହଷ୍ଟେଲରୁ କୁଆଡ଼େ ବାହାରକୁ ଏସ୍କର୍ସନରେ ଯାଇଛନ୍ତି। ତେଣୁ ଆପଣଙ୍କ ଗୋଚରାର୍ଥେ ଜଣାଇ ଦିଆଗଲା।
ଡ଼ାକ୍ତର ପୋଲିସକୁ ଫୋନ୍ କରି ଜଣାଇଲେ ବିନୟର ମୃତ୍ୟୁର ଖବର। ତେଣୁ ପୋଲିସ୍ ଆସି ବିନୟ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଲା। ପରେ ପରେ ବିନୟ ମୃତ୍ୟୁ ହୃଦ୍ଘାତ ଯୋଗୁଁ ହୋଇଥିଲା ବୋଲି ଡାକ୍ତର ରିପୋର୍ଟ ପ୍ରଦାନ କଲେ। ସେହି ରାତ୍ରିରେ ବିନୟର ଶବସତ୍କାର ହୋଇ ଯାଇଥିଲା। ତାହା ପରେ ଶ୍ରାଦ୍ଧ ହୋଇ ଯାଇଥିଲା।
ଶ୍ରାଦ୍ଧର ବହୁତ ଦିନପରେ ଘରକୁ କୁନା ଆସିଥିଲା। ସେତେବେଳେ ରାତି ଅଧ।
ଘର ଭିତରୁ ମିନୁ ପଚାରିଲା କିଏ? ମୁଁ କୁନା। ମିନୁ ଦୁଆର ଖୋଲି ଦେଇଥିଲା। କହିଲା, ଏତେଦିନ ପରେ ତୋର ଘରକୁ ଆସିବା ପାଇଁ ସମୟ ହେଲା?
କୁନା କୌଣସି ଉତ୍ତର ଦେଇନଥିଲା। ଘର ଭିତରକୁ ଚାଲି ଯାଇଥିଲା। ମାଆ ପଚାରିଲେ – ଏମିତି ଭାବରେ ଆମକୁ ଭୁଲିଯିବା ପାଇଁ ହୋଇଥାଏ। ଯଦି ଭୁଲି ଯାଇନଥିଲୁ, ତେବେ ତୋର ବାପା ଏମିତି ଭାବରେ ମରିଗଲେ କାହିଁକି? ସେ ମରିବା ବେଳେ ଥରେ ଆସି ତାଙ୍କ ପାଖରେ ଠିଆ ହେଲୁ ନାହିଁ। ତୋର ବାପା ଏମିତି କ'ଣ ଦୋଷ କରିଥିଲେ ଯେ ମଲାବେଳେ ଟୋପାଏ ପାଣି ମଧ୍ୟ ପାଇଲେ ନାହିଁ?
କୁନା କହିଲା, ମାଆ ମୁଁ ଜାଣି ପାରିନଥିଲି। ସେ କେବେ ମରିଗଲେ? ତାଙ୍କର କ'ଣ ହୋଇଥିଲା?
-ବର୍ତ୍ତମାନ ତାହା ପଚାରି ଲାଭ କ'ଣ?
ମିନୁ ମନେ ମନେ ଅନେକ କଥା ଭାବୁଥିଲା। ବିନୟ ଯେତେବେଳେ ଜୀବିତ ଥିଲେ ସେତେବେଳେ ଏହି ଘରର ଅବସ୍ଥା ଭଲ ଥିଲା। କିନ୍ତୁ ତାହା ପରଠାରୁ ତାଙ୍କର ପୁଅ ଯେପରି ବିଗିଡି ଯାଇଥିଲା। ବାପା ବଞ୍ଚିଥିବା ସମୟରୁ ସେ ବିଗିଡି ଯାଇଥିଲା, କିନ୍ତୁ ବାପା ମରିଯିବା ପରେ ପୁଅ ଯେପରି ଆହୁରି ବିଗିଡି ଗଲା। ସାରା ଦିନ ସେ କେଉଁଠାରେ ଥାଏ, କେଉଁଠାରେ ଦିନରାତି ବିତାଇ ଥାଏ, ତାହା ଜାଣି ହୁଏ ନାହିଁ।
ବହୁତ ଦିନ ଏମିତି ଭାବରେ ବିତି ଯାଇଥାଏ ତାହା ପରେ ଗୋଟିଏ ମାସ ପରେ ..। ରାତ୍ରିର ତୃତୀୟ ପ୍ରହର। କେହି ଜଣେ ଆସି କୁନାକୁ ଡାକିଲା। ମାଆର ମନ। ସେହି ଡାକରା ଶୁଣି ନିଦ ଭାଙ୍ଗି ଯାଇଥିଲା। ପଚାରିଲା କିଏ?
ମୁଁ ସରୋଜ।
ମିନୁ ପୁଆର ଘର ଭିତରକୁ ଯାଇ ନିଦରୁ ଉଠାଇ କହିଲେ, ତୋତେ କିଏ ଡାକୁଛି। ଧଡପଡ଼ ହୋଇ ନିଦରୁ ଉଠିପଡ଼ି କୁନା କହିଲା – ସରୋଜ ଆସିଛି। ମୁଁ ତାହା ସହିତ ଯାଉଛି। ମୋର ଆସିବା ପାଇଁ ଡେରି ହେବ।
ମାଆ ପଚାରିଲେ - ଯାଉଛୁ କେଉଁଆଡେ? କେତେବେଳେ ଫେରିବୁ? – ତାହା କିଛି କହିପାରିବି ନାହିଁ। ଏହା କହି ପୁଅ ଘରୁ ବାହାରକୁ ଚାଲିଯାଇଥିଲା।
ତାହାପରେ କେତେଦିନ କେତେ ମାସ ବିତି ଯିବାପରେ ପୁଅ ଦିନେ ଫେରିଥିଲା। ମାଆ ପ୍ରତିଦିନ ପୁଅ ଫେରି ଆସିବ ବୋଲି ଅପେକ୍ଷା କରି ବସି ରହୁଥିଲା। ଗ୍ରୀଷ୍ମ ଯାଇ ଯେତେବେଳେ ବର୍ଷ ଋତୁ ଆସିଲା, ସେତେବେଳେ ମଧ୍ୟ ପୁଅ ଫେରି ଆସିନଥିଲା। ବର୍ଷା ଯାଇ ଶୀତ ଦିନ ଆସିଥିଲା। ଦିନେ ରାତିରେ ପୁଅ ଫେରିଆସି ଡାକିଲା – ମାଆ .. ମାଆ। ମାଆ ଧଡ଼ପଡ଼ ହୋଇ ଦୁଆର ଖୋଲି ଦେଖିଲା, ପ୍ରକୃତରେ ପୁଅ ଫେରିଆସିଛି। ମାଆ ପଚାରିଲେ - ଆରେ ଏତେ ଦିନ ହେଲା ଥିଲୁ କେଉଁଠାରେ। ଗୋଟାଏ ଖବର ମୋତେ ପଠାଇ ପାରିଥାଆନ୍ତୁ।
ମା' ତୋ' ପ୍ରଶ୍ନର ଉତ୍ତର ଦେବା ପାଇଁ ମୋ' ପାଖରେ ସମୟ ନାହିଁ। ପୁଅ ତା' ହାତରେ କ'ଣ ଗୋଟିଏ ଜିନିଷ ବୋହି ଆଣିଥିଲା ମାଆ ପଚାରିଲା - ଆରେ ତୋ' ହାତରେ ତାହା କ'ଣ? ସେଥିରେ କ'ଣ ଅଛି? – ତୁମର ଜାଣିବା ଦରକାର ନାହିଁ। ତୁମେ ଯାଅ ଶୋଇବ। ଏହା କହି ସେ ନିଜର ଘର ଭିତରକୁ ଯାଇ ଦୁଆର ବନ୍ଦ କରି ଦେଇଥିଲା।
ମାଆର ମନରେ ସେହି ଦିନ ଠାରୁ ସନ୍ଦେହ ହୋଇଥିଲା। କିନ୍ତୁ କିଛି କହିନଥିଲେ। ସକାଳ ହୋଇଥିଲା। ପୁଅ ନିଦରେ ଶୋଇଥିଲା। ତାହା ପରେ ଉଠି କହିଲା – ମାଆ ମୋତେ ଖାଇବା ପାଇଁ ଦିଅ। ବଡ ଭୋକ ହେଉଛି।
ମାଆ ଖାଇବା ପାଇଁ ଦେଇଥିଲା। ପୁଅ ମାଆ କଥା ଭାବିଥାଉ କିମ୍ବା ନଥାଉ କିନ୍ତୁ, ମାଆ ପୁଅକୁ କେବେହେଲେ ଅବହେଳା କରି ପାରିବ ନାହିଁ। କିପରି ଘର ସଂସ୍କାର ଚାଲୁଛି, କିଏ ବଜାର ସଉଦା ଆଣି ଦେଉଛି, ଟଙ୍କା କେଉଁ ଠାରୁ ଆସୁଛି – ତାହା ଜାଣିବା ପାଇଁ ପୁଅର କୌଣସି ଦରକାର ହୁଏ ନାହିଁ। ସେ ଯେତେବେଳେ ଯାହା ମାଗିବ ତାହା ତାହାର ହାତ ପାଖରେ ପାଇଲେ ହେଲା। କିନ୍ତୁ ପରେ ଯେ କୁନା ଏମିତି ଅପଦାର୍ଥ ହେବ କିଏ ଜାଣିଥିଲା?
ଯାହାହେଉ, ସେଦିନ ରାତିରେ କୁନା ଯେ ଫେରି ଆସିଥିଲା। ଆଉ କୌଣସି ଦିନ ସେ ଘରୁ ଦାଣ୍ଡକୁ ବାହାରି ନଥିଲା। ସାରା ଦିନ ଘର ଭିତରେ ରହି ସେ କ'ଣ କରେ, ତାହା ମାଅ ଜାଣି ପାରେ ନାହିଁ। ଦିନେ ମାଆ ପଚାରିଲେ - ଆରେ ତୁ ସାରା ଦିନ ଘରେ ବସି କ'ଣ କରିଥାଉ? କୁନା କୁହେ – କିଛି ନୁହେଁ ।
- ତୋର ସେହି ସାଙ୍ଗ ତୋତେ ଆଉ ଡାକିବା ପାଇଁ ଆସୁନାହିଁ?
- ସେ କାହିଁକି ଡାକିବା ପାଇଁ ଆସୁ ନାହିଁ ମୁଁ ଜାଣିବି କିପରି?
ମାଆ ଭାବିଲେ, ବୋଧହୁଏ ଦୁଇ ବନ୍ଧୁଙ୍କ ଭିତରେ କୌଣସି କଳିକଜିଆ ହୋଇଛି। ତେଣୁ ଭଲ ହୋଇଛି। ଏଥର କୁନା ଘର ସଂସାର କାମ ଦେଖିବ। କିନ୍ତୁ ନା, ପୁଅ ଘରର କୌଣସି କାମ କରେ ନାହିଁ କିମ୍ବା ଘର ଭିତରୁ ବାହାରକୁ ବାହାରି ଆସେ ନାହିଁ। ସେ ଯେପରି ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ କେବଳ ଖାଉଥିଲା ଓ ଶୋଇ ରହୁଥିଲା।
ଦିନେ ହଠାତ୍ ମିନୁ ଉଠି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ସେ ମଥାରେ ହାତଦେଇ ଚିତ୍କାର କରି ଉଠିଥିଲେ। ସେ ଡାକ୍ତରଙ୍କ ପାଖକୁ ଦୌଡ଼ି ଯାଇଥିଲା। ଡ଼ାକ୍ତର ଆସି ପରୀକ୍ଷା କରି କହିଲେ - ପୁଅକୁ କେହି ଆସି ହତ୍ୟା କରିସାରିଛି। ଡ଼ାକ୍ତର ପୋଲିସକୁ ଫୋନ୍ କରିଥିଲେ। ଖବର ପାଇ ପୁଲିସ୍ ଆସିଥିଲା। କୁନାର ଶବକୁ ପରୀକ୍ଷା କରି ମିନୁକୁ ପଚାରିଥିଲା - ଆପଣଙ୍କର କାହାକୁ ସନ୍ଦେହ ହୁଏ କି?
- ହଁ ହୁଏ।
- ସେ କିଏ? ତାହାର ନାମ କ'ଣ?
- ତାହାର ନାମ ମୁଁ ଜାଣି ନାହିଁ। ତେବେ ତାହାର ଜଣେ ବନ୍ଧୁ ବେଳେବେଳେ ଆସୁଥିଲା। ତେବେ କେତେ ମାସ ହେଲା ଆସୁନାହିଁ। ପୁଅ ଏକୁଟିଆ ଘର ଭିତରେ କେବଳ ଖାଇ ଶୋଇ ରହୁଥିଲା। କାହା ସହିତ ମିଶୁ ନଥିଲା। ତାହାର ବନ୍ଧୁ ଆସି ଡାକିଲେ ମଧ୍ୟ ସେ ଘର ଭିତରୁ ବାହାରୁ ନଥିଲା।
- ତାହାର ଠିକଣା ଜାଣନ୍ତି?
- ନା
- ଆପଣଙ୍କର ପୁଅର ଆଉ କୌଣସି ବନ୍ଧୁ ଥିଲେ ନା କେବଳ ସେହି ଗୋଟିଏ ବନ୍ଧୁ ଥିଲା? ପୁଲିସ୍ ଆହୁରି କେତେ ପ୍ରଶ୍ନ ପଚାରି ମଧ୍ୟ କୌଣସି ସୂତ୍ର ଜାଣି ପାରିନଥିଲା। ତାହା ପରେ କୁନାର ଶବସତ୍କାର କରାଯାଇଥିଲା।
ତାହାପରେ ବହୁତ ମାସ ବହୁତ ଦିନ ବିତିଯାଇଥିଲା। ମିନୁର ଯେପରି ଦିନେ କ'ଣ ସନ୍ଦେହ ହୋଇଥିଲା। ବହୁଦିନ ପୂର୍ବେ ଯେଉଁଦିନ ରାତି ଅଧ ସମୟରେ ଗୋଟିଏ ବଡ ଭାରି ବୋଝନେଇ ପୁଅ ଘରକୁ ଫେରି ଆସିଥିଲା, ସେହି ଜିନିଷ କ'ଣ? ସେହି ବ୍ୟାଗ୍ ଭିତରେ କ'ଣ ଅଛି।
ସେଦିନ ଆଲମାରୀ ଖୋଲି ଦେଖିଲା ସେହି ଭାରି ବ୍ୟାଗ୍ ସେତେବେଳେ ମଧ୍ୟ ସେହିପରି ଭାବରେ ରହିଛି। ମିନୁ ତାହା ଖୋଲି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଦେଖିଲା ତାହାରି ଭିତରେ ସୁନା ଓ ହୀରର ଗହଣା ଅଛି। ମନେ ହୁଏ, କୋଡିଏ ପଚିଶ ଲକ୍ଷ ଟଙ୍କା ହେବ ତାହା ମୂଲ୍ୟ।
ଏତେ ଗହଣା? ଏତେ ଲକ୍ଷ ଟଙ୍କା, ଗହଣା ସୁନା ପାଇଲା କେଉଁ ଠାରୁ? କେବେ କ'ଣ ସେ ଡକାୟତି କରିଛି? ମିନୁର ମନେ ପଡିଲା, ଆଠ ନଅ ମାସ ପୂର୍ବେ ଜଣେ ଧନୀ ଲୋକ ଘରେ ଡକାୟତି ହେବା ଘଟଣା। ଖବର କାଗଜରେ ପଢ଼ିଥିଲା। କ'ଣ କୁନା ଏବଂ ତାହାର ବନ୍ଧୁ ସେହି ଡକାୟତ?
ଗହଣା ଗୁଡ଼ିକ ଯେପରି ଭାବରେ ଥିଲା ସେହିପରି ଭାବରେ ରଖିଦେଇ ମିନୁ ଆଲମାରୀ ବନ୍ଦ କରି ଦେଇଥିଲା। କିନ୍ତୁ ହଠାତ୍ ମନକୁ ଗୋଟିଏ ବୁଦ୍ଧି ଆସିଥିଲା। ଦିନେ ଖବର କାଗଜରେ ମିନୁ ନାମରେ ଗୋଟିଏ ବିଜ୍ଞାପନ ପ୍ରକାଶ ପାଇଥିଲା। ସେ ଏହି ଘରକୁ ବିକ୍ରି କରିଦେବ। ସେହି ବିଜ୍ଞାପନ ଦେଖି ବହୁତ ଲୋକ ଆସିଥିଲେ। ପଚାରିଥିଲେ ଆପଣ ଏହି ଘର ବିକ୍ରି କରିଦେବେ?
- ହଁ ମୋର ପୁଅ କୁନା ଯେତେବେଳେ ମରିଯାଇଛି, ସେତେବେଳେ ଏହି ଘର ରଖି ଆଉ ଲାଭ କ'ଣ? ଏହି ଘର ରଖି ମୁଁ ଆଉ କ'ଣ କରିବି? ଆଉ ମଧ୍ୟ କେତେ ଦିନ ମୁଁ ବଞ୍ଚିବି? ତାହା ପୂର୍ବରୁ ଏହି ଘର ବିକ୍ରି କରିନେଇ ସେଇ ଟଙ୍କା ବ୍ୟାଙ୍କରେ ଜମା ରଖି ସେହି ସୁଧରେ ଜୀବନ ବିତାଇ ଦେବି।
କିନ୍ତୁ ଏହି ଘରର ମୂଲ୍ୟ ଚାଳିଶି ଲକ୍ଷ ଟଙ୍କା ଶୁଣି ସମସ୍ତେ ଫେରି ଯାଉଥିଲେ। କିନ୍ତୁ ମିନୁ କହୁଥିଲା, ସେହି ଚାଳିଶି ଲକ୍ଷ ଟଙ୍କା ନପାଇଲେ ଏହି ଘର ବିକ୍ରି କରିବି ନାହିଁ।
ଦିନେ ଜଣେ ଗରାଖ ଆସିଲା। ତାହାର ବୟସ ପ୍ରାୟ କୁନାର ବୟସ ପରି। ସେ ମିନୁ ପାଖରୁ ଘରର ମୂଲ୍ୟ ଚାଳିଶି ଲକ୍ଷ ଟଙ୍କା ଶୁଣି କୌଣସି ମୂଲଚାଲ ନକରି ରାଜି ହୋଇଯାଇଥିଲା। କହିଲା, ମୁଁ ସେହି ଚାଳିଶି ଲକ୍ଷ ଟଙ୍କା ଦେବି। ତେବେ ଘର ଭିତର ଥରେ ଦେଖିବି। ମିନୁ କହିଲା, ହଁ ଚାଲ ଦେଖିବ।
ଏହା କହି ମିନୁ ସେହି ପିଲାକୁ ନେଇ ସବୁଘର ବୁଲାଇ ଦେଖାଇଥିଲା। କହିଥିଲା – ଦେଖ, ଏହି ସେହି ଘର, ଯେଉଁ ଠାରେ ମୋର କୁନା ରହୁଥିଲା।
ସେହି ଘର ଭିତରେ କୁନାର ସବୁ ଜିନିଷ ଥିଲା। ସେହି ଷ୍ଟିଲ୍ ଆଲମାରୀ ମଧ୍ୟ ଥିଲା, ଯାହା ଭିତରେ ପ୍ରାୟ କୋଡିଏ ପଚିଶି ଲକ୍ଷ ଟଙ୍କାର ଗହଣା ଥିଲା। ସେହି ଆଲମାରୀ ଆଡେ ସେହି ପିଲା ଜଣକ ବାରମ୍ବାର ଅନାଇ ଦେଖିଥିଲା। ପଚାରିଲା – ଏଗୁଡିକ ସବୁ ଆପଣଙ୍କର ପୁଅର?
ମିନୁ କହିଲା, ହଁ। ପୁଅ ଯେପରି ଅବସ୍ଥାରେ ମରିଯାଇଛି, ଏ ଗୁଡିକ ଏବେ ସେହିପରି ଅବସ୍ଥାରେ ରହିଛି।
ସେହିପିଲା ଜଣକ କହିଲା – ଠିକ୍ ଅଛି, ମୁଁ ଏହି ଘର କିଣିବି। ଏହି ଘର ମୋର ପସନ୍ଦ ହୋଇଛି। ଆପଣଙ୍କୁ ମୁଁ ଏହି ଘରର ମୂଲ୍ୟ ଚାଳିଶି ଲକ୍ଷ ଟଙ୍କା ଦେବି। ତେବେ ମାଉସୀ, ମୋର ଗୋଟିଏ ସର୍ତ୍ତ ଅଛି। ଏହି ଘର ସହିତ ମୋତେ ଏହି ଆଲମାରୀ ମଧ୍ୟ ଦେବେ। ଏହି ଆଲମାରୀ ଭିତରେ କ'ଣ ଅଛି, ତାହା ଆପଣ ଦେଖିଛନ୍ତି କି?
ମିନୁ କହିଲା - ନା। ମୋର ସେହି ପୁଅ ଯେତେବେଳେ ମରିଯାଇଛି, ସେତେବେଳେ ତାହାର ଜିନିଷ ଦେଖି ମୁଁ ଆଉ କ'ଣ କରିବି? ସେ ବଞ୍ଚିଥିବାବେଳେ ଯେପରି ଥିଲା, ଏବେ ସେହିପରି ଭାବରେ ରହିଛି। ମୁଁ ତାହା ଖୋଲି ଆଦୌ ଦେଖିନାହିଁ। ମିନୁ ଟିକିଏ ନିରବ ରହି କହିଲେ, ତାହା ଯାହା ହୋଇଥାଉ, ତୁମେ ଟିକିଏ ବସ। ତୁମ ପାଇଁ କଫି ନେଇ ଆସୁଛି।
ମାତ୍ର କେତେ ସମୟ ପରେ ସେ କଫି ନେଇ ଆସିଲା। ସେହି ପିଲା ଜଣକ କଫି ପିଇଥିଲା। କିନ୍ତୁ ଆଶ୍ଚର୍ଯ୍ୟ କଥା, ସେହି କଫି ପିଇବା ମାତ୍ରେ ଅଜ୍ଞାନ ହୋଇ ଚେୟାର ଉପରୁ ତଳେ ପଡ଼ି ଯାଇଥିଲା ।
ମିନୁ ଚାଲି ଚାଲି ଯାଇ ପୋଲିସ୍ ଷ୍ଟେସନରେ ପହଞ୍ଚିଲା।
ଥାନାର ପୁଲିସ୍ ଅଫିସର ପଚାରିଲେ – ତାହା ପରେ?
ମିନୁ କହିଲା, ତାହାପରେ ସେହି ଶଇତାନ ପିଲାଟା ମରିଯାଇଥିଲା। ଥାନାର ଅଫିସର ପଚାରିଲେ – କାହିଁକି ଆପଣ ତାକୁ ହତ୍ୟା କଲେ? ସେ କ'ଣ କଫି ପିଇ ମରିଯାଇଥିଲା?
ମିନୁ କହିଲା – ସେ କଫିରେ ମୁଁ ବିଷ ମିଶାଇ ଦେଇଥିଲି। ମୁଁ ଜାଣିଥିଲି ସେହି କୋଡିଏ ପଚିଶି ଲକ୍ଷ ଟଙ୍କାର ଗହଣା ଲୋଭରେ କୁନାର ବନ୍ଧୁ ଆଦୌ ସମ୍ଭାଳି ହୋଇ ରହିପାରିବ ନାହିଁ। ମୁଁ ଯଦି ଘରର ମୂଲ୍ୟ ପଚାଶ ଲକ୍ଷ ଟଙ୍କା ତାକୁ ମାଗି ଥାଆନ୍ତି, ତାହା ମଧ୍ୟ ସେ ଦେଇ ଥାଆନ୍ତା। ସେହି ଟଙ୍କା ଲୋଭରେ ସେ ମୋର ପୁଅ କୁନାକୁ ହତ୍ୟା କରିଥିଲା। ମୋର ପୁଅ ମୁହଁରେ ତାହାର ନାମ ମୁଁ ବହୁତ ଥର ଶୁଣିଥିଲି।
ତାହା ପରେ ଟିକିଏ ନୀରବ ରହି ମିନୁ ପୁଲିସ୍ ଅଫିସରଙ୍କୁ କହିଲା – ମୁଁ ସବୁ ଘଟଣା ଆପଣଙ୍କୁ କହିଲି। ସବୁ ଶୁଣି ଆପଣ ବର୍ତ୍ତମାନ ଯଦି ମୋତେ ଫାଶୀ ଦେବା ପାଇଁ ବ୍ୟବସ୍ଥା କରିବେ ତାହାହେଲେ ମୋର କୌଣସି ଅବଶୋଷ ନାହିଁ, କାହିଁକି ନା ମୁଁ ମୋ ପୁଅ କୁନାର ମୃତ୍ୟୁର ପ୍ରତିଶୋଧ ନେଇଛି ।
ଶିକ୍ଷକ, କେନ୍ଦୁପଦର, ଫୁଲବାଣୀ-୭୬୨୦୦୧
କନ୍ଧମାଳ ଜିଲ୍ଲା (ଓଡିଶା), ଭ୍ରାମ୍ୟଭାଷା : ୯୪୩୭୭୬୫୨୭୫
ଇମେଲ୍ – [email protected] Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ [email protected] ରେ ସମ୍ପର୍କ କରନ୍ତୁ | <urn:uuid:b7e48deb-845d-4384-be65-a364e8ac57d8> | CC-MAIN-2018-51 | http://www.aahwaan.com/articles/article.php?id=430 | 2018-12-16T09:15:34Z | s3://commoncrawl/crawl-data/CC-MAIN-2018-51/segments/1544376827596.48/warc/CC-MAIN-20181216073608-20181216095608-00315.warc.gz | ory | 0.999932 | Orya | 16 | {"ory_Orya_score": 0.9999319314956665} |
୧୯ ବର୍ଷ ପରେ ତାମିଲ ଫିଲ୍ମକୁ କମ୍ବ୍ୟାକ୍ କଲେ କାଜଲ
ମୁମ୍ବାଇ: ଦୀଘ୍ର ୧୯ ବର୍ଷ ପରେ ବଲିଉଡ ଅଭିନେତ୍ରୀ କାଜଲ ପୁଣି ତାମିଲ ଫିଲ୍ମକୁ କମ୍ବ୍ୟାକ୍ କରୁଛନ୍ତି। ତାହା ପୁଣି ଖଳନାୟିକା ଭୁମିକାରେ।
ଖବର ଅନୁସାରେ ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କ 'ଭିଆଇପି-୨'ରେ କାଜଲ ଖଳନାୟିକା ଭୁମିକାରେ ଆସୁଛନ୍ତି। ଏଥିରେ ସୌନ୍ଦର୍ଯ୍ୟାଙ୍କ ପତି ତଥା ତାମିଲ ସୁପରଷ୍ଟାର ଧନୁଷ କାଜଲଙ୍କ ବିପକ୍ଷରେ ଅଭିନୟ କରିବେ। କାଜଲ ସୋସିଆଲ ମିଡିଆରେ ଧନୁଷ ଓ ସୌନ୍ଦର୍ଯ୍ୟାଙ୍କ ଫଟୋ ଅପ୍ଲୋଡ଼ କରିବା ପରେ ଏହି କଥା ଜଣାପଡିଛି। | <urn:uuid:59ca6b51-84b5-4adb-82fc-270e825f8f91> | CC-MAIN-2018-51 | https://odishareporter.in/entertainment/tamil-film-ku-comeback-kale-kajal-117305 | 2018-12-16T08:38:38Z | s3://commoncrawl/crawl-data/CC-MAIN-2018-51/segments/1544376827596.48/warc/CC-MAIN-20181216073608-20181216095608-00315.warc.gz | ory | 0.999929 | Orya | 4 | {"ory_Orya_score": 0.9999293088912964} |
କାନୁନ କା ହାତ ଲମ୍ବେ ହୋତେ ହେଁ: ଅକ୍ଷୟ
ମୁମ୍ବାଇ: ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜର ଅପ୍ପମିଂ ଫିଲ୍ 'ଜଲି ଏଲ୍ଏଲ୍ବି-୨'ର ପ୍ରମୋଶନ ନୂଆ ଅନ୍ଦାଜରେ କରୁଛନ୍ତି। ଆଜି 'ଜଲି ଏଲ୍ଏଲ୍ବି-୨'ର ଟ୍ରେଲର ରିଲିଜ ଅବସରରେ ଅକ୍ଷୟ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ନିଜ ପ୍ରଶଂସକଙ୍କୁ 'କାନୁନ କା ହାତ ଲମ୍ବେ ହୋତେ ହେଁ' କହୁଥିବା ନଜରକୁ ଆସିଛନ୍ତି।
ଭିଡିଓରେ ଅକ୍ଷୟ ନିଜ ପ୍ରଶଂସକଙ୍କୁ ନୂଆ ବର୍ଷରେ ମଦ ପିଇ ଗାଡି ନ ଚଲାଇବାକୁ ପରାମର୍ଶ ଦେଉଛନ୍ତି। ସେ କହିଛନ୍ତି,"ଯିଏ ଡ୍ରିଙ୍କ ଆଣ୍ଡ ଡ୍ରାଇଭ କରିବ ସେ ଆଇନ ଆଖିରୁ ବଞ୍ଚି ପାରିବ ନାହିଁ।
'ଜଲି ଏଲ୍ଏଲ୍ବି-୨' ୨୦୧୭ ଫେବୃଆରୀ ୧୦ ତାରିଖରେ ରିଲିଜ ହେବ। ଏଥିରେ ଅକ୍ଷୟ କୁମାର ଜଣେ ଓକିଲ (ଜଗଦୀଶ ମିଶ୍ରା) ଭୁମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ଅକ୍ଷୟଙ୍କ ଲୁକ୍କୁ ନେଇ ବହୁତ ଚର୍ଚ୍ଚା ହେଉଛି। | <urn:uuid:4928df59-be62-4de6-9fa5-824a1db49342> | CC-MAIN-2018-51 | https://odishareporter.in/entertainment/kanun-ka-haat-lambe-hota-hai-akhya-116866 | 2018-12-17T12:11:24Z | s3://commoncrawl/crawl-data/CC-MAIN-2018-51/segments/1544376828507.57/warc/CC-MAIN-20181217113255-20181217135255-00635.warc.gz | ory | 0.999885 | Orya | 3 | {"ory_Orya_score": 0.999885082244873} |
ନଜରବନ୍ଦୀରେ ରଖିଛନ୍ତିି କମ୍ପାନି କର୍ତୃପକ୍ଷ
ପ୍ରଶାସନ ହସ୍ତକ୍ଷେପ ପାଇଁ ଆକୁଳ ନିବେଦନ
ବ୍ରହ୍ମବରଦା : ତାମିଲନାଡ଼ୁର ମଦୁରାଇର ଏକ ସୂତାକଳରେ ୩ ଜଣ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଆଉ ୩ ଜଣ ଯୁବକ ଏବେ ବି ଫସି ରହିଛନ୍ତି। କମ୍ପାନି କର୍ତୃପକ୍ଷ ସେମାନଙ୍କୁ ନଜରବନ୍ଦୀରେ ରଖିଥିବା ବେଳେ ଘରକୁ ଛାଡ଼ୁନାହାନ୍ତି। ଏହି ଶ୍ରମିକମାନେ ହେଲେ ଝାଲପଡା ଗ୍ରାମର ଜୟିନ ମଲ୍ଲିକଙ୍କ ପୁଅ ଚନ୍ଦନ(୧୮), ଜ୍ୱାଇଁ ବିଦ୍ୟାଧର ଦାସ(୨୫), ବିଷ୍ଣୁ ଜେନାଙ୍କ ପୁଅ ସୀତାକାନ୍ତ(୨୪)। ସେମାନେ ସେଠାରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ପ୍ରକାଶ କରିଛନ୍ତି। ସେମାନଙ୍କୁ କାମ ଦିଆଯାଉନାହିଁ। ଗୋଟିଏ ରୁମ୍ରେ ରଖାଯାଇଛି ବୋଲି ଯୁବକମାନେ କହିଛନ୍ତି। କେବଳ ସେତିକି ନୁହେଁ ଆଗରୁ କରିଥିବା କାମର ମଜୁରି ଦିଆଯାଉ ନାହିଁ। ଏହି ଯୁବକମାନେ ଘରକୁ ଆସିବା କଥା କହିବାରୁ ତାଙ୍କୁ ବାରଣ କରାଯାଉଛି। ଏହାକୁ ନେଇ ପରିବାର ଲୋକେ ଆଶଙ୍କାରେ ରହିଛନ୍ତି। ପ୍ରଶାସନ ହସ୍ତକ୍ଷେକ୍ଷ କରିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ ଫେବ୍ରୁଆରି ୮ ତାରିଖରେ ଯାଜପୁରର ଠିକାଦାର ଦେବେନ୍ଦ୍ରନାଥ ଜେନା ଝାଲପଡା ଗ୍ରାମର ୭ ଜଣ ଦଳିତ ଯୁବକଙ୍କୁ ତାମିଲନାଡୁର ମଦୁରାଇ ଜିଲ୍ଲାରେ ଥିବା ବାନାଡିବାନ ନାମକ ଏକ ସୂତା କାରଖାନାରେ ଚାକିରି ଦେବାକୁ ସାଙ୍ଗରେ ନେଇଥିଲେ। ସେଠାରେ ସେମାନେ କାମ କରୁଥିଲେ। ଗତ ସପ୍ତାହରେ ଜଣେ ତାମିଲ ମହିଳା କର୍ମଚାରୀଙ୍କୁ ନେଇ ସେଠାରେ ଓଡିଆ ଶ୍ରମିକଙ୍କ ସହ ତାମିଲନାଡୁ ଶ୍ରମିକଙ୍କ ଗଣ୍ଡଗୋଳ ହୋଇଥିଲା। ପରେ ଘଟଣାର ସମାଧାନ ବି ହୋଇଥିଲା। ମାତ୍ର ୭ ତାରିଖ ସନ୍ଧ୍ୟାରେ ପ୍ରାୟ ୭୦ ଜଣ ତାମିଲ ଶ୍ରମିକ ଏକାଠି ହୋଇ ଓଡିଆ ଶ୍ରମିକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ୩ ଜଣ ଓଡ଼ିଆ ଶ୍ରମିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିଲେ। ଆକ୍ରମଣରେ ଆହତ ହୋଇଥିବା ଅନ୍ୟ କେତେକ ଓଡ଼ିଆ ଶ୍ରମିକ ସେଠାରୁ କୌଶଳକ୍ରମେ ଖସି ଆସି ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲେ। ଆଜି ଅପରାହ୍ଣରେ ଜିଲ୍ଲା ଶ୍ରମ ଅଧିକାରୀ ଶିବଶଙ୍କର ମିଶ୍ର, ଇନ୍ସପେକ୍ଟର ଗୋପାଳକୃଷ୍ଣ ମଙ୍ଗରାଜ ଓ ଏସ୍ ଦେଓ ପ୍ରମୁଖ ମୃତ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ଆସନ୍ତାକାଲି ଶ୍ରମ ଅଫିସର ଏକ ପ୍ରତିନିଧି ଦଳ ମଦୁରାଇ ଯାଇ ଘଟଣାର ଅନୁସନ୍ଧାନ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। | <urn:uuid:6d10b732-a793-41fc-b119-ab8be691e5b3> | CC-MAIN-2018-51 | http://sambad.in/state/odia-labours-murder-case-in-tamilnadu-100006/ | 2018-12-19T05:51:38Z | s3://commoncrawl/crawl-data/CC-MAIN-2018-51/segments/1544376831334.97/warc/CC-MAIN-20181219045716-20181219071716-00315.warc.gz | ory | 0.999945 | Orya | 4 | {"ory_Orya_score": 0.9999452829360962} |
ଭୁବନେଶ୍ୱର: ୟୁନିଟ୍-୮ସ୍ଥିତ ଡିଏଭି ସ୍କୁଲ୍ ଅଫ୍ ବିଜ୍ନେସ୍ ମ୍ୟାନେଜ୍ମେଣ୍ଟ୍ ଓ ଡିଏଭି ପବ୍ଲିକ୍ ସ୍କୁଲ୍ର ମିଳିତ ସହଯୋଗରେ ଆଇସିଏଆଇର ଏକ ୫ ଦିନିଆ କର୍ମଶାଳା ଆଜି ଠାରୁ ଆରମ୍ଭ ହୋଇଛି। ଏହି କର୍ମଶାଳାଟି ଜିଏସ୍ଟିରେ ଅନ୍ତର୍ଭୁକ୍ତ ନାରୀମାନଙ୍କର ସଶକ୍ତିକରଣ ଦକ୍ଷତା ନିର୍ମାଣ ଉପରେ ଆଧାରିତ। ଆଜିର ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଆଇସିଏଆଇର ସଭାପତି ଚିରଞ୍ଜୀବୀ ଜେନା ଯୋଗ ଦେଇ ଜିଏସ୍ଟିର ଇତିହାସ ଓ ତା'ର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଆଇସିଏଆଇର ସମ୍ପାଦକ ସିଦ୍ଧାର୍ଥ ରଞ୍ଜନ ଜିଏସ୍ଟିର ଉପକାରିତା ଉପରେ ଆଲୋଚନା କରିଥିଲେ। ଆଇସିଏଆଇର ପୂର୍ବତନ ସଭାପତି ରଶ୍ମି ରଞ୍ଜନ ମିଶ୍ର ଓ ସ୍ୱାତୀ କେଜ୍ରିଓ୍ଵାଲ ଜିଏସ୍ଟି ଉପରେ ଆଲୋଚନା କରିଥିଲେ। ଡିଏସ୍ବିଏମ୍ ଅଧ୍ୟକ୍ଷ ଡି ଏନ୍ ମିଶ୍ର କହିଥିଲେ, ଏପରି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ୍ୟାରିୟର୍କୁ ସଫଳ କରିବାରେ ସହାୟକ ହେବ। ଅନୁଷ୍ଠାନର ଅଧ୍ୟାପକ ସମିରନ୍ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। | <urn:uuid:54d633d5-f4d2-4620-b9d1-c27ed1f7f8f3> | CC-MAIN-2018-51 | http://sambad.in/metro/gst-workshop-169304/ | 2018-12-09T22:48:20Z | s3://commoncrawl/crawl-data/CC-MAIN-2018-51/segments/1544376823183.3/warc/CC-MAIN-20181209210843-20181209232843-00004.warc.gz | ory | 0.999945 | Orya | 3 | {"ory_Orya_score": 0.9999449253082275} |
ନଭେମ୍ବରରୁ ୧୦ ତାରିଖ ପର୍ଯ୍ୟନ୍ତ ଜାପାନର କାକାମିଗାହାରାଠାରେ ୩ୟ ପୁରୁଷ ଓ ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ପୁରୁଷ ଟୁର୍ଣ୍ଣାମେଣ୍ଟରେ ଭାରତ,ପାକିସ୍ତାନ,ମାଲେସିଆ,ଚୀନ,ଓମାନ ଓ ଆୟୋଜକ ଜାପାନ ତଥା ମହିଳାରେ ଭାରତ,ମାଲେସିଆ,ଚୀନ,ଜାପାନ ଦଳ ଭାଗନେବେ । ୧ ତାରିଖ ଦିନ ଜିଫୁ ଗ୍ରାଣ୍ଡ ହୋଟେଲରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ହକି ଇଣ୍ଡିଆର ଉପସଭାପତି ତଥା ହକି ଓଡିଶାର ସାଧାରଣ ସଂପାଦକ ପ୍ରତାପ ଶତପଥୀ ଭାରତୀୟ ହକି ଦଳର ମ୍ୟାନେଜର ନିଯୁକ୍ତି ହୋଇଛନ୍ତି । ଶ୍ରୀ ଶତପଥୀ ୨୯ ତାରିଖ ଦିନ ଭାରତୀୟ ଦଳ ସହ ନୂଆଦିଲ୍ଲୀରୁ ଜାପାନ ଅଭିମୁଖେ ଯାତ୍ରା କରିବେ ।
- ବିଜେଡ଼ି ରେ ମିଶିଲେ କଳାହାଣ୍ଡିର କଂଗ୍ରେସ ସରପଞ୍ଚ ଓ ସମିତି ସଭ୍ୟ
- ଓଡିଶା ସାହିତ୍ୟ ଏକାଡେମୀ ଦ୍ଵାରା ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମିଳନୀ | <urn:uuid:d06a66b7-e458-482b-bfe4-62c6a10acc76> | CC-MAIN-2018-51 | http://odishan.com/9347 | 2018-12-14T14:33:47Z | s3://commoncrawl/crawl-data/CC-MAIN-2018-51/segments/1544376825916.52/warc/CC-MAIN-20181214140721-20181214162221-00084.warc.gz | ory | 0.999959 | Orya | 5 | {"ory_Orya_score": 0.9999592304229736} |
କର୍ଣ୍ଣାଟକର ହାଇଭୋଲଟେଜ ଡ୍ରାମାରେ ପଡ଼ିଲା ପୂର୍ଣ୍ଣଛେଦ । ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରପ୍ପା ଇସ୍ତଫା ଦେବା ସହ ୫ ଦିନ ଧରି କର୍ଣ୍ଣାଟକରେ ଲାଗି ରହିଥିବା ଛକାପଞ୍ଝାର ଅବସାନ ଘଟିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ୟେଦ୍ୟୁରପ୍ପା । ଏହାସହ ବିଜେପିକୁ ଲାଗିଛି ବଡ଼ ଝଟକା । କର୍ଣ୍ଣାଟକରେ ବିଜେପିର ବିଜୟରଥରେ ବ୍ରେକ ଲଗାଇବାକୁ ସକ୍ଷମ ହୋଇଛି କଂଗ୍ରେସ ଓ ଜେଡ଼ିଏସ ମେଣ୍ଟ । ସରକାର ଗଢ଼ିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଅଧୁରା ରହିଛି । ଖାସକରି ଭାରତକୁ କଂଗ୍ରେସ ମୁକ୍ତ କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖୁଥିଲା ସେଥିରେ ଲାଗିଛି ବ୍ରେକ । ଏହାସହ ଅମିତ ଶାହାଙ୍କ ଗଣିତ ଭୂଲ ପ୍ରମାଣିତ ହୋଇଛି ।
ୟେଦ୍ୟୁରପ୍ପା ଇସ୍ତଫା ଦେବା ସହ କର୍ଣ୍ଣାଟକରେ ଅଢ଼େଇ ଦିନର ବିଜେପି ସରକାର ଭାଙ୍ଗିଛି । ସରକାର ଗଢ଼ିବାକୁ ବିଜେପି ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା ସେଥିରେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । ଖାସକରି କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ନିଜ ସପକ୍ଷକୁ ଆଣିବାକୁ ବିଜେପି ଯେଉଁ ଚେଷ୍ଟା ଚଳାଇଥିଲା ସେଥିରେ ବିଫଳ ହୋଇଛି । ନିଜର ପରାଜୟ ଜାଣିବା ପରେ ବିଧାନସଭାରେ ଫ୍ଲୋର ଟେଷ୍ଟ ଦେଇନଥିଲେ ୟେଦିୟୁରପ୍ପା । ଆଉ ଏହାପରେ ବିଧାନସଭାରେ ଜେଡ଼ିଏସ-କଂଗ୍ରେସ ବିଧାୟକ ମାନେ ମିଠା ଖୁଆଇ ଉତ୍ସବ ମନାଇଥିଲେ ।
ୟେଦିୟୁରପ୍ପା ଇସ୍ତଫା ଦେବା ପରେ ସରକାର ଗଢ଼ିବାକୁ କଂଗ୍ରେସ-ଜେଡ଼ିଏସ ମେଣ୍ଟ ରାଜ୍ୟପାଳଙ୍କ ନିକଟରେ ଦାବି କରିବ ବୋଲି ସୂଚନା ମିଳିଛି । ଏହାସହ ଗଣତନ୍ତ୍ରର ବିଜୟ ହୋଇଛି ବୋଲି କଂଗ୍ରେସ କହିଛି । ଏପରିକି ଏଥିପାଇଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଇଛି କଂଗ୍ରେସ । | <urn:uuid:e0242b4a-cdd2-47f0-9108-b8d13487600e> | CC-MAIN-2018-51 | http://kanaknews.com/yeddyurappa-resigns-before-floor-test-in-karnataka/ | 2018-12-15T18:54:42Z | s3://commoncrawl/crawl-data/CC-MAIN-2018-51/segments/1544376826968.71/warc/CC-MAIN-20181215174802-20181215200802-00404.warc.gz | ory | 1.000003 | Orya | 4 | {"ory_Orya_score": 1.0000030994415283} |
ରାଉରକେଲା : କର୍ମଚାରୀଙ୍କ ଶ୍ରମ ଅବଦାନରେ ଗତ ଏପ୍ରିଲ୍ରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆର୍ଏସ୍ପି)ର ଟିକସ ପୈଠ ପୂର୍ବ ଲାଭ (ପିବିଟି) ୭୫ କୋଟି ଟଙ୍କାରେ ପହଞ୍ଚିବା ଖୁସି ଖବର। ମାତ୍ର ସେମାନଙ୍କ ଦୁଃଖ ହେଲା-ପରିଚାଳନାଗତ ତ୍ରୁଟିରୁ ୧୫୦ କୋଟି ଟଙ୍କାର ପିବିଟି ଲକ୍ଷ୍ୟ ଅଧାରେ ରହିଯାଇଛି।
ନାମ ଓ ପରିଚୟ ଗୋପନ ରଖିବା ସର୍ତ୍ତରେ କର୍ମଚାରୀ ସଂଗଠନର କେତେକ ନେତା ସଦ୍ୟ ଦୃଷ୍ଟାନ୍ତକୁ ଆଲେଖ୍ୟ କରି କହିଛନ୍ତି, ବୃହତ୍ତର ମରାମତି (କ୍ୟାପିଟାଲ୍ ରିପେୟାର୍) ଆଳରେ ପ୍ଲାଣ୍ଟ୍ର ନୂଆ ପ୍ଲେଟ୍ ମିଲ୍ (ଏନ୍ପିଏମ୍) ୧୨ ଦିନ କାଳ ବନ୍ଦ ରହିବା ପରେ ଗତ ଏପ୍ରିଲ୍ ୧୮ରେ ତାହା କାର୍ଯ୍ୟକ୍ଷମ ହୋଇଥିଲା। ସେହି ଏନ୍ପିଏମ୍ର ଫର୍ଣ୍ଣେସ୍ ଲାଇନ୍ରେ ପୁଣି ପାଣି ଓ ଗ୍ୟାସ୍ ଲିକ୍ ହେବାରୁ ତାହାକୁ ଚଳିତ ମେ' ୯ ତାରିଖରୁ ବନ୍ଦ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି। ସାମ୍ପ୍ରତିକ ତ୍ରୁଟିର ସୁଧାର ପାଇଁ ପୁନର୍ବାର କ୍ୟାପିଟାଲ୍ ରିପେୟାର ଆଳରେ କର୍ତ୍ତୃପକ୍ଷ ଏନ୍ପିଏମ୍କୁ ନିହାତି ସପ୍ତାହେ ବନ୍ଦ ରଖିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଅନ୍ୟାନ୍ୟ ମିଲ୍ରୁ ଯନ୍ତ୍ରାଂଶ ଓ ସମ୍ବଳ ଅଣାଯାଇ ଏହାର ମରାମତି ଚାଲିଛି। ତେବେ ଦୈନିକ ୩୦୦୦ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏନ୍ପିଏମ୍ ପୁନର୍ବାର କାର୍ଯ୍ୟକ୍ଷମ ହେବାକୁ ଅଧିକ ଦୁଇ ଦିନ ଲାଗିବା ସମ୍ଭାବନା ବେଶି।
ଉଲ୍ଲେଖଯୋଗ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ଏନ୍ପିଏମ୍ରୁ ଉତ୍ପାଦିତ ପ୍ଲେଟ୍ର ଦାମ ହିସାବରେ ଏପ୍ରିଲ୍ ମାସରେ ଏନ୍ପିଏମ୍ ୧୨ ଦିନ ବନ୍ଦ ରହିଥିବାରୁ ଆର୍ଏସ୍ପି ପ୍ରାୟ ୧୬୦ କୋଟି ଟଙ୍କାର ଉତ୍ପାଦନ କ୍ଷତି ହୋଇଥିବା ବେଳେ ସେହି ହିସାବରେ ମେ' ମାସରେ ଏନ୍ପିଏମ୍ ୯ ଦିନ ପାଇଁ ବନ୍ଦ ରହୁଥିବାରୁ ଆଉ ପ୍ରାୟ ୯୦ କୋଟି ଟଙ୍କା କ୍ଷତି ହେବ। | <urn:uuid:9272ddde-2c3d-430f-b563-51ed35aac65b> | CC-MAIN-2018-51 | http://sambad.in/state/another-major-breakdown-in-rourkela-steel-plant-137896/ | 2018-12-17T01:12:54Z | s3://commoncrawl/crawl-data/CC-MAIN-2018-51/segments/1544376828018.77/warc/CC-MAIN-20181216234902-20181217020902-00084.warc.gz | ory | 1.000002 | Orya | 5 | {"ory_Orya_score": 1.000002145767212} |
ଭୁବନେଶ୍ୱର : ଦେଶର ବ୍ୟାଙ୍କଗୁଡ଼ିକୁ ୯,୦୦୦ କୋଟି ଟଙ୍କାର ଚୂନ ଲଗାଇ ଦେଶ ଛାଡ଼ି ପଳାଇଥିବା ମଦସମ୍ରାଟ ବିଜୟ ମାଲ୍ୟାଙ୍କୁ 'ସ୍ମାର୍ଟ' କହି ହଟହଟା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ଗତକାଲି ହାଇଦ୍ରାବାଦରେ ଆଦିବାସୀ ଶିଳ୍ପୋଦ୍ୟୋଗୀଙ୍କ ଏକ ସଭାରେ ଉଦ୍ବୋଧନ ବେଳେ ମାଲ୍ୟାଙ୍କ କଥା ଉଠାଇଥିଲେ ଜୁଏଲ୍। ସେ କହିଥିଲେ, କେବଳ କଠିନ ପରିଶ୍ରମ କଲେ ଚଳିବ ନାହିଁ। ସ୍ମାର୍ଟ ବା ଚାଲାକ୍ ବି ହେବାକୁ ପଡ଼ିବ। ମାଲ୍ୟାଙ୍କ ଭଳି ସ୍ମାର୍ଟ ହେଲେ ବଡ଼ ସଫଳତା ମିଳିବ ବୋଲି ସେ କହିଥିଲେ। କିନ୍ତୁ ତାଙ୍କର ଏଭଳି ମନ୍ତବ୍ୟକୁ ଦେଶବ୍ୟାପୀ ସମାଲୋଚନା କରାଯିବା ପରେ ସେ ଆଜି ଏଥି ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।
ଗତକାଲି ହାଇଦ୍ରାବାଦରେ ଜୁଏଲ୍ କହିଥିଲେ, ତୁମ୍ଭେମାନେ ମାଲ୍ୟାଙ୍କୁ ନିନ୍ଦା କରୁଛ। କିନ୍ତୁ ମାଲ୍ୟା ପ୍ରକୃତରେ କିଏ? ସେ ଜଣେ ସ୍ମାର୍ଟ ବ୍ୟକ୍ତି ଓ ସଫଳ ଉଦ୍ୟୋଗପତି। ସେ ଅନେକ ବୁଦ୍ଧିମାନ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ବ୍ୟାଙ୍କ ଠକେଇ ପୂର୍ବରୁ ସେ ଦେଶର ଜଣେ ସଫଳ ବ୍ୟବସାୟୀ ରହିଥିଲେ। ସେ ବ୍ୟାଙ୍କର୍, ରାଜନୈତିକ ବ୍ୟକ୍ତି ଓ ସରକାରୀ ବ୍ୟବସ୍ଥାକୁ ପ୍ରଭାବିତ କରିପାରିଥିଲେ। ବ୍ୟବସ୍ଥାକୁ ଓ ବ୍ୟାଙ୍କର୍ମାନଙ୍କୁ ପ୍ରଭାବିତ କରିବା ପାଇଁ ଆଦିବାସୀମାନଙ୍କୁ କିଏ ମନା କରିଛି? ବ୍ୟାଙ୍କ ଋଣ ପାଇବାକୁ ହେଲେ ତାଙ୍କ ପରି ସ୍ମାର୍ଟ ଓ ଦକ୍ଷ ହେବାକୁ ପଡ଼ିବ।
ମାଲ୍ୟାଙ୍କ ଭଳି ଜଣେ ଋଣ ଖିଲାପକାରୀଙ୍କୁ ସ୍ମାର୍ଟ ବୋଲି କହିବା ଏବଂ ତାଙ୍କ ଭଳି ହେବାକୁ ଲୋକମାନଙ୍କୁ ପରାମର୍ଶ ଦେବା ଠିକ୍ ନୁହେଁ ବୋଲି ଦେଶବ୍ୟାପୀ ମତପ୍ରକାଶ ପାଇଥିଲା। ଏଥି ପାଇଁ ଜୁଏଲ୍ଙ୍କୁ ବିଭିନ୍ନ ମହଲରୁ ସମାଲୋଚନା ବି କରାଯାଇଥିଲା। ମାଲ୍ୟାଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଆଡ଼ୁ ସମାଲୋଚିତ ହେଉଥିଲା ବେଳେ ଜୁଏଲ୍ଙ୍କ ପରି ଜଣେ ବରିଷ୍ଠ ମନ୍ତ୍ରୀଙ୍କ ମୁହଁରେ ଏପରି ମନ୍ତବ୍ୟ ସରକାରଙ୍କୁ ଅପ୍ରୀତିକର ସ୍ଥିତିରେ ପକାଇଦେଇଥିଲା। ସ୍ଥିତି ବିଗୁଡ଼ୁଥିବା ଦେଖି ଆଜି ଜୁଏଲ୍ କହିଛନ୍ତି, ଗତକାଲି ଭୁଲରେ ତାଙ୍କ ପାଟିରୁ ମାଲ୍ୟାଙ୍କ ନାମ ବାହାରି ଯାଇଥିଲା। ମାଲ୍ୟାଙ୍କ ବଦଳରେ ତାଙ୍କୁ ଅନ୍ୟ କାହାର ନାମ ନେବାର ଥିଲା। ତେବେ ଏଭଳି କରି ସେ ଭୁଲ କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି। | <urn:uuid:1c48883e-8d4e-4b69-8bd5-807cee0d279b> | CC-MAIN-2018-51 | http://sambad.in/state/day-after-calling-vijay-mallya-smart-minister-says-its-a-mistake-177422/ | 2018-12-17T00:52:19Z | s3://commoncrawl/crawl-data/CC-MAIN-2018-51/segments/1544376828018.77/warc/CC-MAIN-20181216234902-20181217020902-00084.warc.gz | ory | 1.000001 | Orya | 6 | {"ory_Orya_score": 1.0000008344650269} |
ପଦାରେ ପଡିଲା ଜିଓର ବହୁତ ବଡ ଚାଲ୍ । କାହିଁକି ଓ କିଭଳି ୟୁଜର୍ସଙ୍କୁ କଂପାନୀ ଦେଉଛି ଏତେ ଶସ୍ତା ୪ଜି ଡାଟା । ଜାଣନ୍ତୁ ଏଭଳି କରିବା ପଛରେ ଅମ୍ବାନୀଙ୍କର କଣ ରହିଛି ଉଦ୍ଦେଶ୍ୟ
ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ରିଲାଏନ୍ସ ଜିଓ । ଜିଓ ନା କେବଳ ଟେଲିକମ ଇଣ୍ଡଷ୍ଟ୍ରିର ବ୍ୟବସାୟ ସିଷ୍ଟମକୁ ହିଁ ନୁହେଁ ବରଂ ସଂପୂର୍ଣ୍ଣ ଇଣ୍ଡଷ୍ଟ୍ରିର ରୂପରେଖକୁ ବି ବଦଳାଇ ଦେଇଛି । ୟୁଜର୍ସଙ୍କ ଦୃଷ୍ଟିରେ ଏବେ ଏୟାରଟେଲ ସବୁଠାରୁ ବଡ ଟେଲିକମ କଂପାନୀ ରହିଛି କିନ୍ତୁ ଜିଓ ମାତ୍ର ୨୦ ମାସରେ ପାଖାପାଖି ୧୭ କୋଟି ୟୁଜର୍ସ ବନାଇସାରିଛି । ଭଏସ କଲିଂ ଫ୍ରିର ପ୍ୟାଟର୍ନ ଜିଓ ହିଁ ଲଂଚ କରିଛି । ଟେକ୍ଷ୍ଟ ମେସେଜ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟସୀମା ଯାଏ ମାଗଣାରେ ଦେଉଛି । ୪ଜି ଡାଟାକୁ ବି ବାକି କଂପାନୀମାନଙ୍କୁ ଶସ୍ତା କରିବାକୁ ପଡିଛି ।
ତେବେ ଆଜି ଆମେ ଏଠାରେ ଆଲୋଚନା କରୁଛୁ କି, କିଭଳି ଜିଓ ଏତେ ଶସ୍ତାରେ ସେବାଗୁଡିକ ୟୁଜର୍ସଙ୍କୁ ପ୍ରଦାନ କରୁଛି ଏବଂ ବାକି କଂପାନୀମାନେ ଏଭଳି କାହିଁକି କରିପାରୁ ନାହାଁନ୍ତି । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତର ସଂପର୍କରେ……
ଜିଓ କିପରି ଦେଇପାରୁଛି ଏତେ ଶସ୍ତା ସେବା
• ସର୍ବ ପ୍ରଥମେ ଜିଓ ଏକ ନୂଆ ବିଜନେସ ମଡେଲ ସହିତ ହିଁ ଟେଲିକମ ଜଗତରେ ପ୍ରବେଶ କରିଥିଲା ।
• ବାକି କଂପାନୀମାନେ ଭଏସ କଲିଂରୁ ହିଁ ଟଙ୍କା ରୋଜଗାର କରୁଥିଲେ କିନ୍ତୁ ଜିଓ କଲିଂ ବଦଳରେ ଡାଟାରୁ ହିଁ ରୋଜଗାର କରିବାର ମଡେଲ ପ୍ରସ୍ତୁତ କରିଥିଲା ।
• ଏହାପରେ କଂପାନୀ ସବୁଠୁ ଲାଟେଷ୍ଟ ଟେକନୋଲୋଜି ତଥା ଭୋଲଟିରେ ଟଙ୍କା ନିବେଶ କରିଥିଲା ।
• ଭୋଲଟି ଟେକ୍ନୋଲୋଜିରେ ଡାଟା ସହିତ ହିଁ ଭଏସ କଲିଂର କ୍ୱାଲିଟି ବହୁତ ଭଲ ମିଳିଥାଏ । ଅନ୍ୟ କଂପାନୀମାନେ ଏଲଟିରେ କାମ କରୁଛନ୍ତି , ଯଦି ସେମାନଙ୍କୁ ଭୋଟଲିକୁ ସିଫ୍ଟ କରିବାକୁ ପଡୁଛି ତେବେ ତାଙ୍କୁ ଏଥିପାଇଁ ଅଧିକ ଟଙ୍କା ନିବେଶ କରିବାକୁ ହେବ । ନିକଟରେ ଏୟାରଟେଲ ବି ଭୋଲଟିରେ ନିଜ ନେଟୱର୍କକୁ ସିଫ୍ଟ କରିନେଇଛି ।
• ଜିଓ ଭୋଲଟି ଟେକ୍ନୋଲୋଜିରୁ ହିଁ ନିଜର ବ୍ୟବସାୟ ଆରମ୍ଭ କରିଛି । ଜିଓକୁ କୌଣସି ନେଟୱର୍କକୁ ଅପଗ୍ରେଡ କିମ୍ବା ଚେଂଜ କରିବାକୁ ପଡିବନି ବରଂ ଜିଓର ପୂରା ଇନଭେଷ୍ଟମେଂଟ ନୂଆ ଟେକ୍ନୋଲୋଜି ଉପରେ ରହିଛି କିନ୍ତୁ ଏୟାରଡେଲ ସମେତ ଅନ୍ୟାନ୍ୟ କଂପାନୀମାନଙ୍କ ସାମ୍ନାରେ ସଂପୂର୍ଣ୍ଣ ନେଟୱର୍କ ଅପଗ୍ରେଡ କରିବାର ଚ୍ୟାଲେଂଜ ରହିଛି ।
• ସେହିପରି ରିଲାଏନ୍ସ ପୂରାପୁରି ଭାବରେ କମ୍ପ୍ୟୁଟର ବେସଡ ନେଟୱର୍କ ସହିତ କାମ କରୁଛି, ଯେବେକି ବାକି କଂପାନୀମାନେ ଏବେବି ପୁରୁଣା ପଦ୍ଧତିରେ କାମ କରୁଛନ୍ତି ।
ଜିଓକୁ କିଭଳି ମିଳିଲା ଭୋଲଟରୁ ଲାଭ
• ବାକି କଂପାନୀମାନେ ସର୍କିଟ ସୁଇଚଡ ନେଟୱର୍କ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି । ଏଥିରେ ୪ଜି ଡାଟା ବ୍ୟବହାର କରିବା ସମୟରେ ଯଦି କାହାର କଲ୍ ଆସେ ତେବେ ଡାଟା କିଛି ସମୟ ପାଇଁ ବନ୍ଦ ହୋଇଯାଇଥାଏ । କାରଣ ୨ମୋଡରେ ସୁଇଚ ହୋଇଯାଇଥାଏ ।
• ଏଥିରେ ଆପଣଙ୍କର ପୂରା ନେଟୱର୍କ ସର୍କିଟ ସୁଇଚଡ ନେଟୱର୍କର ବ୍ୟବହାର କରିଥାଏ । ଏଥିରେ ପ୍ରତି ସେକେଣ୍ଡ ୬୪କେବିପିଏସ ଡାଟା ଉଭୟ ପଟରୁ ଟ୍ରାନ୍ସଫର ହୋଇଥାଏ ।
• ସେହିପରି ଜିଓ ଭୋଲଟି ଟେକ୍ନୋଲୋଜିରେ ଟଙ୍କା ନିବେଶ କରିଛି । ଜିଓ ୨ଜି, ୩ଜି ଇକ୍ୱିପମେଂଟରେ କୌଣସି ଟଙ୍କା ଖର୍ଚ୍ଚ କରିନାହିଁ । ଏହାଦ୍ୱାରା ୟୁଜର୍ସ ଯେତେବେଳେ ଫୋନରେ କଥା ହେଉଥିବେ ସେତେବେଳେ ତାଙ୍କ ମୋବାଇଲ ନେଟୱର୍କ ୪ଜି ଡାଟା ପ୍ୟାକେଜରେ ହିଁ କଲ ଟ୍ରାନ୍ସଫର କରିଥାଏ । ଅର୍ଥାତ୍ ଏଥିରେ ଭଏସ ଏବଂ ଡାଟା ଅଲଗା ହୋଇନଥାଏ ।
କ୍ଷତି ସହି ଲାଭ ପ୍ରଦାନ କରୁଛନ୍ତି
ଏକ୍ସପର୍ଟଙ୍କ କଥାନୁସାରେ, ଜିଓ କ୍ଷତି ସହି ବି ୟଜର୍ସଙ୍କୁ ଶସ୍ତା ସେବା ପ୍ରଦାନ କରୁଛି । ଯାହାର ଫଳସ୍ୱରୂପ ହେଲା କି, ଛୋଟ କଂପାନୀମାନେ ମାର୍କେଟରେ ତିଷ୍ଠି ପାରୁନାହାଁନ୍ତି ।ଏୟାରସେଲ ଏବେ ଦେବାଳିଆ ପରିସ୍ଥିତିରେ । ସେହିପରି ଆଇଡିଆ ଏବଂ ଭୋଡାଫୋନର ମଧ୍ୟ ସମ୍ମିଶ୍ରଣ ହୋଇସାରିଛି ଏବଂ ଅନ୍ୟ କଂପାନୀମାନେ ମଧ୍ୟ ବର୍ତ୍ତମାନ ସଙ୍କଟରେ ରହିଛନ୍ତି ।
ଜିଓର ଟାର୍ଗେଟ
• ଜିଓ ଆଗାମୀ ୩ରୁ ୪ବର୍ଷ ମଧ୍ୟରେ ୫୦ ପ୍ରତିଶତ ମାର୍କେଟ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଛି । ୧୬ ପ୍ରତିଶତ ମାର୍କେଟରେ ଜିଓ ବର୍ତ୍ତମାନ କବଜା କରିସାରିଛି ।
• ଆଜିର ଦିନରେ ସବୁଠାରୁ ବଡ ନେଟୱର୍କ ଜିଓ ପାଖରେ ରହିଛି । ପାଖାପାଖି ଦେଢ ଲକ୍ଷରର ଅଧିକ ଟାୱାର ଜିଓ ପାଖରେ ରହିଛି । ଏୟାରେଲ ନିକଟରେ ମାତ୍ର ପାଖାପାଖି ୧ ଲକ୍ଷ ମୋବାଇଲ ଟାୱାର ରହିଛି ।
• ଜିଓର ପୂରା ନେଟୱର୍କ ଆପ୍ଟିକ ଫାଇବରରେ ରହିଛି । ଯେବେକି ଏୟାରଟେଲ ସମେତ ବାକି କଂପାନୀମାନଙ୍କର ନେଟୱର୍କ ଏବେବି ମାଇକ୍ରୋୱେଭରେ ରହିଛି । | <urn:uuid:6cfebfdf-bf66-4169-9264-9ac9c150b9c4> | CC-MAIN-2018-51 | http://kanaknews.com/special-reliance-jio-business-model/ | 2018-12-18T18:11:00Z | s3://commoncrawl/crawl-data/CC-MAIN-2018-51/segments/1544376829542.89/warc/CC-MAIN-20181218164121-20181218190121-00404.warc.gz | ory | 0.999974 | Orya | 4 | {"ory_Orya_score": 0.9999740123748779} |
ଚାନ୍ଦବାଲି: ଚାନ୍ଦବାଲିରେ ଆଜି ଜଣେ ପ୍ରସୂତି ମହିଳାଙ୍କୁ ମିଳିଲାନି ଜନନୀ ସୁରକ୍ଷା ଗାଡ଼ି। ନିରୁପାୟ ହୋଇ ପରିବାର ଲୋକେ ଟ୍ରଲିରେ ନେଉଥିବା ବେଳେ ପ୍ରସୂତି ଜଣକ ବାଟରେ ଟ୍ରଲି ଉପରେ ପ୍ରସବ କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଭାଟପଡ଼ା ପଂଚାୟତ ଶେରପୁର ଗାଁର ସୁମନ କୌଶଲ୍ୟାଙ୍କ ପତ୍ନୀ ଭାନୁ ମହାଳିକ (୨୨)ଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ମେଡ଼ିକାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ବିଫଳ ହୋଇଥିଲେ। ପରେ ୧୦୨ ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରିଥିଲେ। ହେଲେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆମ୍ବୁଲାନ୍ସ ଆସିବାକୁ ମନା କରିଦେଇଥିଲେ କର୍ତ୍ତୃପକ୍ଷ। ଶେଷରେ ବାଧ୍ୟ ହୋଇ ମହିଳାଙ୍କ ସ୍ୱାମୀ ସୁମନ ନିକଟସ୍ଥ ଦୋଳମଣ୍ଡପ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଜ ପତ୍ନୀଙ୍କୁ ଟ୍ରଲିରେ ନେଇ ଆସୁଥିବାବେଳେ ସେଠାରେ ପ୍ରସବ ସମ୍ଭବ ନୁହେଁଁ ବୋଲି ମେଡିକାଲରେ ଥିବା ଜଣେ କର୍ମଚାରୀ କହିଥିଲେ। ପ୍ରସୂତିଙ୍କ ସହ ଆସିଥିବା ଆଶାକର୍ମୀ ମଧ୍ୟ ତାଙ୍କୁ ନିରାଶ କରି ଅଧାବାଟରେ ଛାଡ଼ି ଚାଲି ଯାଇଥିଲେ। ଅସହାୟ ପରିବାର ଟ୍ରଲିରେ ଦୀର୍ଘ ୭ କିମି ଦୂର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଥିବା ବାଟରେ ଟ୍ରଲି ଉପରେ ପ୍ରସବ ହୋଇଥିଲା। ପ୍ରସୂତି ମହିଳା ଜଣଙ୍କ ଟ୍ରଲି ଉପରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ସେହି ଅବସ୍ଥାରେ ମେଡିକାଲରେ ଯାଇ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତେବେ ଏ ସମ୍ପର୍କରେ ଚାନ୍ଦବାଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଅଶ୍ୱନୀ କୁମାର କରଙ୍କୁ ପଚାରିବାରେ ସେ କହିଛନ୍ତିି ପ୍ରସୂତି ମେଡିକାଲରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ହେଲେ ଟ୍ରଲିରେ ନ ଆସି ଅନ୍ୟ ଗାଡ଼ିରେ ଆସିଥିଲେ। | <urn:uuid:7bc01d2d-009c-403a-b5ae-d4bba824e103> | CC-MAIN-2018-51 | http://sambad.in/state/no-janani-surakhya-van-187029/ | 2018-12-18T17:15:29Z | s3://commoncrawl/crawl-data/CC-MAIN-2018-51/segments/1544376829542.89/warc/CC-MAIN-20181218164121-20181218190121-00404.warc.gz | ory | 0.999983 | Orya | 5 | {"ory_Orya_score": 0.9999833106994629} |
ଭୁବନେଶ୍ୱର: ସହିଦନଗର ଥାନା ଅଧୀନ ୟୁନିଟ୍-୯ ଅଞ୍ଚଳରୁ ଆଜି ଜଣେ ମହିଳାଙ୍କ ଅର୍ଧଦଗ୍ଧ ମୃତଦେହକୁ ପୁଲିସ ଜବତ କରିଛି। ମୃତ ମହିଳାଜଣଙ୍କ ହେଲେ, ରେଖା ପାତ୍ର(୪୮)। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏକ ମାମଲା ରୁଜୁ କରିଛି। ତେବେ ମହିଳାଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ପୁଲିସ ସ୍ପଷ୍ଟ କରିନାହିଁ। ଅପରପକ୍ଷେ ରେଖାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଛି ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ପୁଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିବ ବୋଲି ପୁଲିସ କହିଛି। ପୁଲିସ ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଘର ସମ୍ମୁଖରେ ରେଖା ଜଳୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ସହିଦନଗର ଥାନା ପୁଲିସ ସେଠାରେ ପହଞ୍ଚିଲା ବେଳକୁ ରେଖା ସଂଜ୍ଞାହୀନ ଅବସ୍ଥାରେ ତଳେ ପଡ଼ିଥିଲେ। ସେଠାରେ ଏକ କିରାସିନି ଜାର୍ ପଡ଼ିଥିଲା। ପୁଲିସ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ରେଖା ନିଜେ ଦେହରେ ନିଆଁ ଲଗାଇଛନ୍ତି ନା ତାଙ୍କୁ କେହି ପୋଡ଼ି ମାରି ଦେଇଛି, ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ ରେଖାଙ୍କ ସ୍ୱାମୀ ନିରଂଜନ ଅଭିଯୋଗ କରିଛନ୍ତି ଯେ ସକାଳ ପ୍ରାୟ ସାଢ଼େ ୪ଟାରେ ସେ ମର୍ଣ୍ଣିଂଓ୍ଵାର୍କରେ ଯାଇଥିଲେ। ଆପୋଲୋ ହସ୍ପିଟାଲ ନିକଟରେ ଚାଲୁଥିବା ସମୟରେ ପୁଅର ସାଙ୍ଗ ତାଙ୍କୁ କଲ୍ କରି ରେଖା ଜଳୁଥିବା ସଂପର୍କରେ କହିଥିଲା। ଘରକୁ ଆସିବା ବେଳକୁ ପୁଲିସ ରେଖାଙ୍କୁ ହସ୍ପିଟାଲ ନେଇ ଯାଇଥିଲା। ତେବେ ରେଖାଙ୍କ ଡାହାଣପଟ କପାଳ ଫାଟିଥିବା ଓ ପଛ ମୁଣ୍ଡରେ ମାଡ଼ ଚିହ୍ନ ଥିବାରୁ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ନିରଂଜନ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବହୁ ବର୍ଷ ହେବ ରେଖାଙ୍କ ପରିବାର ୟୁନିଟ୍-୯ ଅଞ୍ଚଳରେ ଭଡ଼ାରେ ରହୁଥିଲେ। ୫ବର୍ଷ ତଳେ ଘର ମାଲିକଙ୍କୁ କହି ଘର ସମ୍ମୁଖରେ ଥିବା ଜାଗାରେ ଘର କରି ରହିଥିଲେ। କିନ୍ତୁ ଭଡ଼ା ଦେଉ ନ ଥିଲେ। ତେବେ କିଛି ମାସ ତଳେ ଭଡ଼ା ମାଗିବାରୁ ଘର ମାଲିକ ଓ ରେଖାଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିବା ନିରଂଜନ ପୁଲିସକୁ କହିଛନ୍ତି। | <urn:uuid:41f87c3e-1537-4703-8ea6-d356c2a470d3> | CC-MAIN-2018-51 | http://sambad.in/metro/womens-burn-dead-body-cease-201448/ | 2018-12-11T18:28:31Z | s3://commoncrawl/crawl-data/CC-MAIN-2018-51/segments/1544376823674.34/warc/CC-MAIN-20181211172919-20181211194419-00285.warc.gz | ory | 0.999963 | Orya | 3 | {"ory_Orya_score": 0.9999629259109497} |
ଭୁବନେଶ୍ୱର : ବର୍ଷାରେ ରାଜଧାନୀ ସ୍ଥିତି ସାଂଘାତିକ ହୋଇଛି। ଏହାକୁ ପ୍ରାକୃତିକ ଦୁର୍ବିପାକ କୁହାଯାଉଥିଲେ ବି ବିଏମ୍ସିର ଦୁର୍ବଳ ପ୍ରସ୍ତୁତିକୁ ନେଇ ସହର ସାରା ଅସନ୍ତୋଷ ଦେଖାଦେଇଛି। ବିଏମ୍ସି କର୍ତ୍ତୃପକ୍ଷ ଯେତେ ସଫେଇ ଦେଲେ ବି ଲୋକ ଗ୍ରହଣ କରିବାକୁ ନାରାଜ। ଠିକ୍ ଏହି ସମୟରେ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାର ଓ ବିଏମ୍ସିର ଅପାରଗତାକୁ ଅଙ୍ଗୁଳି ଦେଖାଇଛନ୍ତି। ଭୁବନେଶ୍ୱରକୁ ସ୍ମାର୍ଟ ସିଟି କହି ମସ୍ଗୁଲ୍ ଥିବା କର୍ପୋରେଟର୍ ଓ ଅଧିକାରୀମାନେ କେତେ ପାରଙ୍ଗମ, ତାହା ଧରାପଡ଼ିଗଲା ବୋଲି ସେମାନେ ଆରୋପ ଲଗାଇଛନ୍ତି।
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ରାଜଧାନୀରେ କୃତ୍ରିମ ବନ୍ୟା ଯୋଗୁଁ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି। ବର୍ଷା ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ସମସ୍ୟା ଅଧିକ ସଙ୍ଗୀନ ହୋଇଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଘର ପଛ ପଟେ ଥିବା ପ୍ରାକୃତିକ ନାଳରେ ବର୍ଜ୍ୟଜଳ ପାଣି ଆସିବାରୁ ଯାତାୟତ ବନ୍ଦ ହୋଇଛି। ବିଏମ୍ସି ଓ ନଗର ଉନ୍ନୟନ ବିଭାଗ ରାଜଧାନୀରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପ କରୁଥିବାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ରାଜଧାନୀବାସୀଙ୍କ ସମସ୍ୟା ବଢ଼ିଚାଲିଛି। ଗୋଟିଏ ଓଳି ବର୍ଷାରେ ଜନଜୀବନ ଠପ୍ ହୋଇଯାଉଛି। ସ୍ମାର୍ଟ ସିଟି ପାଇଁ କ୍ରେଡିଟ୍ ନେଉଥିବା ସରକାର ଓ ବିଏମ୍ସି ଲୋକଙ୍କ ଦୁର୍ଦ୍ଦଶା ପାଇଁ ଉତ୍ତରଦାୟିତ୍ୱ କାହିଁକି ନେଉ ନାହାନ୍ତି? ବିଡିଏ, ବିଏମ୍ସି ଓ ଶାସକ ଦଳର କିଛି ନେତାଙ୍କ ମଧୁଚନ୍ଦ୍ରିକାର କୁଫଳ ସହରବାସୀ ଭୋଗୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଆଜି ବିଜେପି ନେତା ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ ଓ ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଥିଲେ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି, ବିଜେଡିର ଭୋଟ୍ ରାଜନୀତିର କୁପ୍ରଭାବ ଆଜି ସହରବାସୀ ଭୋଗୁଛନ୍ତି। ବିଭିନ୍ନ ସ୍ଥାନରେ ଡ୍ରେନ୍ ଉପରେ ଜବରଦଖଲ କରାଯାଇଛି। ଏହା ଜାଣି ମଧ୍ୟ ଭୋଟ୍ ପାଇଁ ବିଏମ୍ସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉନି। ଉପଯୁକ୍ତ ଡ୍ରେନ୍ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିବନି। ଇସ୍କନ ସାମ୍ନାରେ ୭ ବର୍ଷ ହେଲା ପାଣି ଜମୁଥିଲା। କିନ୍ତୁ ଆଜି ସେଠାରେ ପାଣି ଜମିନି। ସମାଧାନର ବାଟ ପୁଣି ବାହାରିଲା କିପରି? ଲୋକଙ୍କ ସମସ୍ୟା ପ୍ରତି ସରକାର ଓ ବିଏମ୍ସିର ଆନ୍ତରିକତା ନ ଥିବା ସ୍ପଷ୍ଟ ହୋଇଛି।
ସିପିଆଇ-ଏମ୍ଏଲ୍ ରେଡ୍ ଷ୍ଟାର୍ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ରଞ୍ଜନ ମିଶ୍ର କହିଛନ୍ତି, ଗୋଟିଏ ରାତିର ବର୍ଷାରେ ସ୍ମାର୍ଟ ସିଟିର ଅସଲ ରୂପ ପଦାରେ ପଡ଼ିଯାଇଛି। ସହରଗୁଡ଼ିକରେ ବ୍ୟାପକ ଯୋଜନା ପ୍ରସ୍ତୁତ କରି ଯୋଜନାବଦ୍ଧ ଉଦ୍ୟମ ବଦଳରେ କେବଳ ସର୍ବସାଧାରଣ ଅର୍ଥ ହରିଲୁଟ୍ କରାଯାଉଛି। ସହରର ପ୍ରାକୃତିକ ନାଳ ଜମି ମାଫିଆଙ୍କ କବ୍ଜାରେ ଅଛି। ବିଭିନ୍ନ ପ୍ରକଳ୍ପରେ କାମ କରା ନ ଯାଇ ଅର୍ଥ ଭାଗବାଣ୍ଟି ନେଇଯାଉଛନ୍ତି। ଯାହାର ଫଳସ୍ୱରୂପ ଲୋକମାନେ ଆଜି ଭୋକ ଉପାସରେ ଜଳବନ୍ଦୀ ରହିଲେ। ଏଥି ପାଇଁ ମେୟର ଓ ଶାସକ ଦଳ ସମ୍ପୂର୍ଣ୍ଣ ଦାୟୀ। ଆଜିର ଦୁର୍ଦ୍ଦଶା ପାଇଁ ମେୟର ନିଜ ପଦରୁ ଇସ୍ତଫା ଦେବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି। | <urn:uuid:569b2acd-c009-44c8-b8ef-3e449a1f4bb6> | CC-MAIN-2018-51 | http://sambad.in/state/opposition-accuses-bjd-for-rain-situations-181501/ | 2018-12-11T18:14:53Z | s3://commoncrawl/crawl-data/CC-MAIN-2018-51/segments/1544376823674.34/warc/CC-MAIN-20181211172919-20181211194419-00285.warc.gz | ory | 0.999974 | Orya | 4 | {"ory_Orya_score": 0.9999738931655884} |
ବଲିଉଡ୍ କିଙ୍ଗ୍ ଖାନଙ୍କ ନୂଆ ଖୁଲାସା ! କହିଲେ 'ମୁଁ ପ୍ରେମ ପରୀକ୍ଷାରେ ସବୁବେଳେ ହୁଏ ଫେଲ୍'
କିଙ୍ଗ୍ ଖାନଙ୍କ ଯେତେ ପ୍ରଶଂସା କଲେ ବି କମ୍ ପଡିବ । କାରଣ ପରିସ୍ଥିତି ସହ କିପରି ଖେଳାଯାଏ ତାହାର ଟ୍ରିକ୍ ତାଙ୍କୁ ଖୁବ୍ ମାଲୁମ୍ । ଏମିତିକି ଅତି ଜଟିଳରୁ ଜଟିଳ ପ୍ରଶ୍ନର ମଧ୍ୟ ସରଳ ଏବଂ ଥଟ୍ଟାମଜାର ସହ ସେ ଉତ୍ତର ମଧ୍ୟ ଦେଇଥାନ୍ତି । ତେବେ ଆମେ ଏଠାରେ ଏକଥା କହିବାର ତାତ୍ପର୍ଯ୍ୟ ହେଲା, ନିକଟରେ ଶାହରୁଖଙ୍ଗ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ 'ନାନାବଟି ହସ୍ପିଟାଲ'କୁ ଯାଇଥିଲେ । ଏବଂ ହସ୍ପିଟାଲରୁ ବାହାରିବା ମାତ୍ରକେ ତାଙ୍କୁ ସାମ୍ନା କରିବାକୁ ପଡିଥିଲା ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ।
ଯେତେବେଳେ ଶାହରୁଖଙ୍କୁ ପ୍ରଶ୍ନ କରାଗଲା କି ଏତେସାରା ସର୍ଜରୀ କରି ସାରିବାପରେ ମଧ୍ୟ ଆପଣଙ୍କ ଏନର୍ଜି ଟିକେ କମି ଯାଇନାହିଁ ତ ? ଶାହରୁଖ ସ୍ୱାମ୍ବାଦିକଙ୍କ ଏହି ପ୍ରଶ୍ନକୁ ପୁରା ବଦଳାଇ ଦେଇଥିଲେ ଆଉ କହିଥିଲେ, 'ଆଶ୍ଚର୍ଯ୍ୟର ବିଷୟ ହେଲା ମୁଁ କେବେ କୌଣସି ଖତରନାକ କାମ କରିବା କାରଣରୁ ଆହତ ହୋଇନି । ବରଂ ମୁଁ ଜଣେ ରୋମାଂଟିକ ହିରୋ । ଆଉ ମୁଁ ସବୁବେଳେ ପ୍ରେମ କରିବା ସମୟରେ ହିଁ ଆହତ ହୁଏ । ମୋର ଆଣ୍ଠୁରେ ଆଘାତ ଲାଗିଛି ସତ କିନ୍ତୁ ଏହା କୌଣସି ଷ୍ଟଂଟ କାରଣରୁ ନହେଁ ବରଂ ଡ୍ୟାନ୍ସ କରିବା ସମୟରେ ଲାଗିଥିଲା ।'
ତେବେ ଏହି ଅବସରରେ ଡାକ୍ତର ଅଲୀ କିଙ୍ଗ୍ ଖାନଙ୍କ ସଂପର୍କରେ ଖୁଲାସା କରି କହିଥିଲେ, ଥରେ ଶାହରୁଖ ଷ୍ଟଂଟମ୍ୟାନଙ୍କୁ ଟଙ୍କା ଦେଇଥିଲେ ,ଯେପରିକି ସେ ନିଜେ ସେହି ଷ୍ଟଂଟଟିକୁ କରିବେ କିନ୍ତୁ ଏହାଦ୍ୱାରା ଶାହରୁଖ ଆହାତ ମଧ୍ୟ ହୋଇଥିଲା । | <urn:uuid:c9480dd7-74c9-44b2-9f83-6361b3bf9e39> | CC-MAIN-2018-51 | http://kanaknews.com/entertainment-shah-rukh-khan-says-he-has-only-got-injured-while-making-love/ | 2018-12-12T21:46:33Z | s3://commoncrawl/crawl-data/CC-MAIN-2018-51/segments/1544376824119.26/warc/CC-MAIN-20181212203335-20181212224835-00605.warc.gz | ory | 1.000004 | Orya | 4 | {"ory_Orya_score": 1.0000035762786865} |
ମହିଳାଙ୍କୁ ତୀରମାଡ଼
ଆନନ୍ଦପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦଉଡ଼ିପାଳ ପଞ୍ଚାୟତ କାଠକଟା ଗାଁରେ ଜଣେ ମହିଳାଙ୍କୁ ତୀର ମାଡ଼ କରାଯାଇଛି। ତୀରଟି ମହିଳାଙ୍କ ପିଠିରେ ବାଜିଛି। ମହିଳା ଜଣଙ୍କ ହେଲେ ଅଲୀ ଜେନା। ତାଙ୍କ ଦେହରେ ତୀର ଲାଗିଥିବା ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।
ଗାଁର ଅଭି ଜେନା ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ଅଭି ରାଗି ଯାଇ ତାଙ୍କ ଉପରକୁ ତୀରମାଡ଼ କରିଥିଲେ ବୋଲି ଅଭିଯୋଗ ହୋଇଛି। | <urn:uuid:6219d273-4349-4448-b4ed-691e9b03e94f> | CC-MAIN-2018-51 | https://odishareporter.in/odisha/woman-attacked-in-kendujhar-242951 | 2018-12-15T06:58:32Z | s3://commoncrawl/crawl-data/CC-MAIN-2018-51/segments/1544376826800.31/warc/CC-MAIN-20181215061532-20181215083532-00605.warc.gz | ory | 0.999689 | Orya | 4 | {"ory_Orya_score": 0.999688982963562} |
ଭାରତୀୟ ହକି ଦଳଙ୍କ ସହ ଦିନଟିଏ ! ଜିଲ୍ଲାପାଳଙ୍କ ସହ ମଧ୍ୟାହ୍ନ ଭୋଜନ ସହ ବେଳାଭୂମିରେ କଲେ ମଉଜ ମସ୍ତି ।
ପୁରୀ ବେଳାଭୂମିରେ ମସ୍ତି କରୁଛନ୍ତି ଭାରତୀୟ ହକି ଟିମ୍ ।
କନକ ବ୍ୟୁରୋ: ଆସନ୍ତା ଶନିବାର ଦିନ ଖେଳାଯିବାକୁ ଥିବା ହକି ବିଶ୍ୱକପର ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ମନକୁ ହାଲକା କରିବା ପାଇଁ ପୁରୀରେ ଭାରତୀୟ ହକି ଖେଳାଳୀଙ୍କୁ ଦେଖିବାକୁ ମିଳିଛି । ପୁରୀ ବେଳାଭୂମିରେ ମସ୍ତି କରୁଛନ୍ତି ଭାରତୀୟ ହକି ଟିମ୍ ।
ସାରା ରାଜ୍ୟରେ ଏବେ ହକି ଫିଭର । ଗତ ନଭେମ୍ବର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ହକି ବିଶ୍ୱକପ ସାରା ରାଜ୍ୟରେ ଏକପ୍ରକାର ଚହଳ ସୃଷ୍ଟି କରିଛି । କେବଳ ଓଡିଶା ନୁହେଁ ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ଦର୍ଶକ ହକି ମ୍ୟାଚ ଦେଖିବାକୁ ଆସୁଛନ୍ତି । ତେବେ ଆସନ୍ତା ଶନିବାର ଦିନ ଭାରତୀୟ ଦଳର ମ୍ୟାଚ୍ ଥିବା ବେଳେ ନିଜକୁ ଟିକେ ରିଲାକ୍ସ କରିବା ପାଇଁ ଆଜି ପୁରୀରେ ପହଞ୍ଚିଛନ୍ତି ଭାରତୀୟ ହକି ଦଳ । ପୁରୀରେ ପହଞ୍ଚି ଦଳର ସମସ୍ତ ଖେଳାଳୀ ହଲିଡେ ରିସର୍ଟରେ ରହିବା ସହିତ ବ୍ରେକଫାଷ୍ଟ କରିଥିଲେ ଏବଂ ସେଠାରେ ସ୍ୱିମିଙ୍ଗ ପୁଲର ମଧ୍ୟ ଭରପୁର ମଜା ଉଠାଇଥିଲେ । ପୁରୀ ବେଳାଭୂମିରେ ମଉଜ ମସ୍ତି କରିବା ପରେ ଭାରତୀୟ ଦଳ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ତାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ପରେ ଦଳର କୋଚ୍ ହରେନ୍ଦ୍ର ସିଂ ଏବଂ ସମସ୍ତ ଖେଳାଳୀ ପୁରୀ ବେଳାଭୂମିକୁ ଯାଇ ସେଠାରେ ଫୁଟବଲ ଖେଳିଥିବା ମଧ୍ୟ ନଜର ଆସିଥିଲେ । | <urn:uuid:f5589359-bb77-4f8d-9422-129b9ba75023> | CC-MAIN-2018-51 | http://kanaknews.com/indian-hockey-team-at-puri/ | 2018-12-17T17:17:02Z | s3://commoncrawl/crawl-data/CC-MAIN-2018-51/segments/1544376828697.80/warc/CC-MAIN-20181217161704-20181217183704-00605.warc.gz | ory | 1.000006 | Orya | 3 | {"ory_Orya_score": 1.0000059604644775} |
ଭୁବନେଶ୍ୱର: ମହିଳାଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ମଞ୍ଚେଶ୍ୱର ଆଖଣ୍ଡଳମଣି ବସ୍ତିର ଜନକ ସାମନ୍ତରାୟ(୨୭) ନାମକ ଜଣେ ଯୁବକକୁ ଗିରଫ କରିଛି। ଜନକ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଏକ ତରଫା ଭାବେ ଭଲ ପାଉଥିଲା। ବିଭିନ୍ନ ସମୟରେ ତାଙ୍କୁ ହଇରାଣ ହରକତ କରୁଥିଲା। ଶୁକ୍ରବାର ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ସୁଯୋଗରେ ଜନକ ତାଙ୍କୁ ଅସଦାଚରଣ ଉଦ୍ୟମ କରିଥିଲା। ମହିଳା ଜଣଙ୍କ ପାଟି କରିବାରୁ ସେ ଫେରାର୍ ହୋଇଯାଇଥିଲା। ଏନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ବିଳମ୍ବିତ ରାତିରେ ଜନକକୁ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। | <urn:uuid:235a47c1-6ce9-4ed2-9229-916c7451e6e4> | CC-MAIN-2018-51 | http://sambad.in/crime/one-arrest-5-189528/ | 2018-12-17T17:55:58Z | s3://commoncrawl/crawl-data/CC-MAIN-2018-51/segments/1544376828697.80/warc/CC-MAIN-20181217161704-20181217183704-00605.warc.gz | ory | 0.999974 | Orya | 4 | {"ory_Orya_score": 0.9999743700027466} |
କୁଆପଥର ମାଡ଼ ସହ ବର୍ଷା ଆଶଙ୍କା: ୬ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୬ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ସହ କୁଆପଥର ମାଡ଼ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ହେବ ବୋଲି କୁହାଯାଇଛି।
ରାତି ୮ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ଏହି ଜିଲ୍ଲାଗୁଡିକର ଲୋକଙ୍କୁ ପରାମର୍ଶ ଦିଆଯାଇଛି। | <urn:uuid:ebe9627e-1a0b-4fd5-898c-de51ba5e4ffb> | CC-MAIN-2018-51 | https://odishareporter.in/odisha/thunderstorm-in-6-district-of-odisha-241754 | 2018-12-10T00:07:11Z | s3://commoncrawl/crawl-data/CC-MAIN-2018-51/segments/1544376823228.36/warc/CC-MAIN-20181209232026-20181210013526-00444.warc.gz | ory | 0.999934 | Orya | 4 | {"ory_Orya_score": 0.9999339580535889} |
ଟିଭିରେ 'ବାବା ରାମଦେବ'ଙ୍କ କାହାଣୀ କହିବେ ଅଜୟ ଦେବଗନ ! ଜାଣନ୍ତୁ କେମିତି
ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ନିକଟରେ ମାଳିଦ୍ୱୀପରେ ନିଜ ପରିବାର ସହ ଛୁଟି କଟାଇ ଫେରିଛନ୍ତି । ଆଉ ଏବେ ସେ ତାଙ୍କର ଆଗାମୀ ସିନେମା 'ବାଦଶାହୋ'ର ସୁଟିଂରେ ବ୍ୟସ୍ତ । ଏହାପରେ ସେ ରୋହିତ ସେଟ୍ଟୀଙ୍କ ସିନେମା 'ଗୋଲମାନ ରିଟର୍ଣ୍ଣ'ରେ କାମ ଆରମ୍ଭ କରିବେ । ଏହି ସିନେମା ଦୀପାବଳିରେ ରିଲିଜ ହେବ ।
ଏହା ବ୍ୟତୀତ ଖବର ଆସୁଛି ଅଜୟ ଦେବଗନ୍ ଏବେ ବାବା ରାମଦେବଙ୍କ ବାୟୋପିକର ପ୍ରଯୋଜନା ଦାୟିତ୍ୱରେ ରହିବେ । ଶୁଣିବାକୁ ମିଳୁଚି 'ବାବା ରାମଦେବ'ଙ୍କ ବାୟୋପିକ ଟିଭିରେ ପ୍ରସାରିତ ହେବ । ଏହାକୁ ସନେ ନିର୍ମାତା ଅଭିନବ ଶୁକ୍ଳା ତିଆରି କରିବେ ।
ଏହି ଟିଭି ସିରିଜ ନାମ ରହିବ 'ସ୍ୱାମୀ ବାବା ରାମଦେବ' । ଏହି ବାୟୋପିକରେ ରାମଦେବଙ୍କ ସାଥୀ ବାଲକୃଷ୍ଣଙ୍କ ଜୀବନୀ ମଧ୍ୟ ନଜର ଆସିବ । ମିଡିଆ ରିପୋର୍ଟ ଅନୁସାରେ ଏହି ସିରିଜର ସୁଟିଂ ଏହି ବର୍ଷ ଶେଷରେ ଆରମ୍ଭ ହୋଇଯିବ । | <urn:uuid:29936148-07be-430d-939f-10ae5829c61a> | CC-MAIN-2018-51 | http://kanaknews.com/ajay-devgn-to-tell-the-story-of-baba-ramdev/ | 2018-12-12T07:29:24Z | s3://commoncrawl/crawl-data/CC-MAIN-2018-51/segments/1544376823785.24/warc/CC-MAIN-20181212065445-20181212090945-00444.warc.gz | ory | 0.999946 | Orya | 5 | {"ory_Orya_score": 0.9999462366104126} |
ସାଧାରଣତଃ ଗୋଟିଏ ସ୍କୁଲ ଛାଡି ଅନ୍ୟ ସ୍କୁଲରେ ଆଡମିଶନ କରିବା ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ଟିସି ଦିଆଯାଇଥାଏ । ଯେଉଁଥିରେ ପିଲାଟିର ସ୍ୱଭାବ ବାବଦରେ ଲେଖା ଯାଇଥାଏ । ଯାହା ଫଳରେ ଅନ୍ୟ ସ୍କୁଲରେ ଆଡମିଶନ କଲାବେଳେ ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ । ତେବେ ସ୍କୁଲରେ ପଢିବାକୁ ମନା କରିବାରୁ ଛାତ୍ରୀଙ୍କ ଟିସି(ଟ୍ରାନ୍ସଫର ସାର୍ଟିଫିକେଟ)ରେ କଳିହୁଡ଼ି ପ୍ରବୃତ୍ତିର ବୋଲି ଲେଖିଛନ୍ତି ପ୍ରଧାନଶିକ୍ଷକ । ଆଉ ଏଭଳି ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ।ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରୀଙ୍କ ଟିସିରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ସ୍ୱଭାବ କଲିହୁଡ଼ି ବୋଲି ଲେଖିଛନ୍ତି । ତେବେ ସ୍କୁଲ କର୍ତ୍ତୃପକ୍ଷ ଏଭଳି କରିବା ପଛରେ ଉଦ୍ଦେଶ୍ୟ ଥିଲା ଯେ, ଛାତ୍ରୀ ଜଣଙ୍କୁ ଅନ୍ୟ କୌଣସି ସ୍କୁଲରେ ଯେପରି ଆଡମିଶନ ନ ମିଳେ । ଆଉ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ପରିବାର ଲୋକ ।
ଛାତ୍ରୀଙ୍କ ପରିବାରବର୍ଗ କିପରି ଝିଅର ଆଡମିସନ୍ ହେଉ ଓ ତାଙ୍କୁ ନ୍ୟାୟ ମିଳୁ ସେନେଇ ଏଡିଏମଙ୍କ ନିକଟରେ ଗୁହାରି କରିଛନ୍ତି। ଏଡିଏମ୍ ଏହି ଅଭିଯୋଗ ଶୁଣିବା ପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଉକ୍ତ ଛାତ୍ରୀ ତଥା ତାର ପରିବାର ଲୋକଙ୍କୁ ଝିଅର ଆଡମିସନ୍ ଅନ୍ୟ ସ୍କୁଲରେ ହୋଇଯିବ ସେନେଇ ଆଶ୍ୱସନା ଦେଇଥିଲେ। ଏଥିସହିତ ଛାତ୍ରୀର ଟିସିରେ ଗୁଡ କ୍ୟାରେକ୍ଟର ଲେଖି ଅନ୍ୟ ସ୍କୁଲରେ ଆଡମିସନ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏଭଳି ଏକ ମାମଲା ହରଦୋଇ ବେନିଗଞ୍ଜ ଅଞ୍ଚଳରେ ଘଟିଛି। ଏଠାରେ ସିକନ୍ଦରପୁର ଗ୍ରାମରେ ବସବାସ କରୁଥିବା ବାବୁରାମ ନିଜର ନାତୁଣୀ ଶିଖାର ଆଡମିସନ୍ ବାଳିକା ପୂର୍ବ ମାଧ୍ୟମିକ ବିଦ୍ୟାଳୟ ନୂଆ ବଜାର ବେନିଙ୍ଗଞ୍ଜ(ସିଟି ପବ୍ଲିକ୍ ସ୍କୁଲ) ନର୍ସରିରେ କରିଥିଲେ। ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଶିଖା ଏହି ସ୍କୁଲରେ ପାଠ ପଢ଼ିଥିଲା। ପିତାର ମୃତ୍ୟୁ ପରେ ଏହି ସ୍କୁଲର ଅଧିକ ଫିସ୍ ତାର ଜେଜେବାପା ଦେଇ ପାରିଲେ ନାହିଁ। ତେଣୁ ସ୍କୁଲ ବଦଳାଇ ଗାନ୍ଧି ଇଣ୍ଟର କଲେଜରେ ଅଡମିସନ୍ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସିଟି ପବ୍ଲିକ୍ ସ୍କୁଲର ପ୍ରଧାନଶିକ୍ଷକ ଦେବେନ୍ଦ ତାଙ୍କ ସ୍କୁଲରୁ ଟିସି ଦେବାକୁ ଚାହୁଁ ନଥିଲେ। ଶିଖାର ଜେଜେବାପା ଟିସି ଦେବାକୁ ବାଧ୍ୟ କରିବାରୁ ସେ ଛାତ୍ରୀର ଟିସିରେ କଳହ ସ୍ୱଭାବର ବୋଲି ଲେଖି ଦେଇଥିଲେ, ଯେପରି ଛାତ୍ରୀଙ୍କୁ ଅନ୍ୟ ସ୍କୁଲରେ ଆଡମିସନ୍ ପାଇଁ ସୁଯୋଗ ନ ମିଳୁ । | <urn:uuid:a2ff693e-b155-429c-b838-c307e413d2f7> | CC-MAIN-2018-51 | http://kanaknews.com/school-principal-wrote-quarrelsome-on-students-tc/ | 2018-12-12T07:41:23Z | s3://commoncrawl/crawl-data/CC-MAIN-2018-51/segments/1544376823785.24/warc/CC-MAIN-20181212065445-20181212090945-00444.warc.gz | ory | 0.999994 | Orya | 5 | {"ory_Orya_score": 0.999994158744812} |
ମେହବୁବାଙ୍କ ନୂଆ ସରକାର ଗଠନ ଉପରେ ବ୍ରେକ୍ ଲଗାଇଲେ ରାଜ୍ୟପାଳ !
ଆଜି ବିଳମ୍ବିତ ସନ୍ଧ୍ୟାରେ ଜାମ୍ମୁକଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ଜାମ୍ମୁକଶ୍ମୀର ବିଧାନସଭାକୁ ଭଙ୍ଗ କରିଦେଇଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛନ୍ତି । ତେବେ ରାଜ୍ୟପାଳଙ୍କର ବିଧାନସଭା ଭଙ୍ଗ ଘୋଷଣାକୁ ନେଇ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଆଜି ପୂର୍ବାହ୍ନରେ ପିପୁଲସ୍ ଡେମୋକ୍ରେଟିକସ୍ ପାର୍ଟି (ପିଡିପି), କଂଗ୍ରେସ ଏବଂ ନ୍ୟାସନାଲ କନଫ୍ରେନସ୍ (ଏନସି) ମେଣ୍ଟ କରି ଜାମ୍ମୁକଶ୍ମୀରରେ ସରକାର ଗଠନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।
ବିଗତ ପାଞ୍ଚ ମାସ ଧରି ରାଜ୍ୟପାଳ ଶାସନ ଅଧୀନରେ ରହିବା ପରେ ଆଜି ଜାମ୍ମୁକଶ୍ମୀରରେ ନୂତନ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି। ଜାମ୍ମୁକଶ୍ମୀରରେ ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି (ପିଡିପି)- ନ୍ୟାସନାଲ କନଫରେନ୍ସ (ଏନସି)- କଂଗ୍ରେସ ଏକାଠି ମେଣ୍ଟ କରି ସରକାର ଗଠନ କରିବେ ଏବଂ ନୂତନ ସରକାରରେ ପିଡିପିର ବରିଷ୍ଠ ନେତା ଅଲତାଫ୍ ବୁଖାରୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ବସମ୍ମତ୍ତ ନିଷ୍ପତ୍ତି ହୋଇଥିବା ଜାଣିବାକୁ ମିଳିଛି। ୮୭ ସଦସ୍ୟ ବିଶିଷ୍ଟ ଜାମ୍ମୁକଶ୍ମୀର ବିଧାନସଭାରେ ଏବେ ପିଡିପିର ୨୮, ଏନସିର ୧୫ ଓ କଂଗ୍ରେସର ୧୨ ଜଣ ନିର୍ବାଚିତ ବିଧାୟକ ଅଛନ୍ତି। ଏମାନେ ସମସ୍ତେ ମିଶିଗଲେ ଏମାନଙ୍କ ସଂଖ୍ୟା ୫୫ ହୋଇଯିବ ଓ ସରକାର ଗଠନ ପାଇଁ ରାସ୍ତା ପରିଷ୍କାର ହୋଇଯିବ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)- ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସହ ମେଣ୍ଟକରି ଜାମ୍ମୁକଶ୍ମୀରରେ ମିଳିତ ସରକାର ଗଠନ କରିଥିଲା। ତେବେ ହଠାତ୍ ବିଜେପି ମିଳିତ ସରକାରରୁ ଓହରି ଯିବାରୁ ପିଡିପି- ବିଜେପି ମେଣ୍ଟ ସହ ସରକାର ମଧ୍ୟ ଭାଙ୍ଗି ଯାଇଥିଲା ଏବଂ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା।
ପିଡିପିର ନେତ୍ରୀ ମେହବୁବା ମୁଫତି ସରକାର ଗଠନ ପାଇଁ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ଅନୁରୋଧ ପତ୍ର ପଠାଇବା ପାଇଁ ଯିବାବେଳେ ରାଜ୍ୟପାଳ ମଲ୍ଲିକ ତାଙ୍କୁ ଦେଖାଦେଇ ନଥିଲେ। ଏପରିକି ଟେଲିଫେନ୍ ଧରି ନଥିଲେ କିମ୍ବା ଫ୍ୟାକ୍ସରେ ଯୋଗେ ମଧ୍ୟ ତାଙ୍କ ଦାବି ପତ୍ରକୁ ଗ୍ରହଣ କରି ନଥିଲେ। କିନ୍ତୁ ପରେ ପରେ ଜାମ୍ମୁକଶ୍ମୀର ବିଧାନସଭା ଭଙ୍ଗ କଲେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଥିଲେ। | <urn:uuid:f2d116f1-fccc-4790-8130-09a43d021bbe> | CC-MAIN-2018-51 | http://kanaknews.com/governor-dissolves-jammu-and-kashmir-legislative-assembly/ | 2018-12-18T21:41:34Z | s3://commoncrawl/crawl-data/CC-MAIN-2018-51/segments/1544376829812.88/warc/CC-MAIN-20181218204638-20181218230638-00124.warc.gz | ory | 0.999967 | Orya | 4 | {"ory_Orya_score": 0.9999672174453735} |
କଟକ ବ୍ୟୁରୋ, କନକ ନ୍ୟୁଜ୍ : ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ଝଟକା । ବୋହୂ କବିତା ମହାକୁଡ ବିବାଦ ମାମଲାରେ ସନାତନଙ୍କ ଏତଲା ରଦ୍ଦ ଆବେଦନକୁ ଖାରଜ କଲେ ହାଇକୋର୍ଟ । ମାମଲା ଚାଲିଥିବାରୁ ଏତଲା ରଦ୍ଦ ପାଇଁ କୋର୍ଟ ମନା କରିଛନ୍ତି ।
ସେପଟେ ଆଜି ମହିଳା ଥାନାରେ ହାଜର ହୋଇ ପାରନ୍ତି ପଙ୍କଜ ମହାକୁଡ । ଝିଅର ପିତୃତ୍ୱର ପ୍ରମାଣ ପାଇଁ ପୂର୍ବରୁ ଡିଏନଏ ଟେଷ୍ଟ କରିବାକୁ ଦାବି କରିଥିଲେ କବିତା ମହାକୁଡ। ଡିଏନଏ ଟେଷ୍ଟ ପାଇଁ ପଙ୍କଜ ମହାକୁଡଙ୍କୁ ପୂର୍ବରୁ ନୋଟିସ କରାଯାଇଥିଲା । କବିତା ପଙ୍କଜର ସ୍ତ୍ରୀ ବୋଲି ଦାବି କରୁଥିବାବେଳେ ସନାତନ ଓ ତାଙ୍କ ପରିବାର ପକ୍ଷରୁ ବାରମ୍ବାର ଏହାକୁ ଖଣ୍ଡନ କରି ଆସୁଛନ୍ତି । ଗତ ସପ୍ତାହରେ ଏହି ମାମଲାରେ ମହିଳା ଥାନାରେ ହାଜର ହୋଇଥିଲେ ସନାତନ ମହାକୁଡ। | <urn:uuid:36d77491-3882-4424-bba5-5f8edd52587e> | CC-MAIN-2018-51 | http://kanaknews.com/high-court-rejects-sanatan-mahakud-plea/ | 2018-12-18T21:15:59Z | s3://commoncrawl/crawl-data/CC-MAIN-2018-51/segments/1544376829812.88/warc/CC-MAIN-20181218204638-20181218230638-00124.warc.gz | ory | 1.000003 | Orya | 2 | {"ory_Orya_score": 1.0000033378601074} |
ସୁସ୍ଥ ହୋଇ ଫେରିଲେ ହାସ୍ୟ ଅଭିନେତା ପପୁ ପମପମ ! ଜାରି କଲେ ଭିଡିଓ, କହିଲେ ଲୋକଙ୍କ ଭଲ ପାଇବା ପାଇଁ ଫେରି ଆସିଲେ ମୃତ୍ୟୁ ମୁଖରୁ
କନକ ବ୍ୟୁରୋ: ସୁସ୍ଥ ହୋଇ ଘରକୁ ଫେରିଲେ କମେଡି କିଙ୍ଗ ପପୁ ପମପମ । ଦିଲ୍ଲୀ ଏମସରେ ଚିକିତ୍ସିତ ହୋଇ ଫେରିବା ପରେ ନିଜ ପ୍ରଥମ ଭିଡିଓ ଜାରି କରିଛନ୍ତି ହାସ୍ୟ ଅଭିନେତା ପପୁ । ଦର୍ଶକଙ୍କ ଭଲ ପାଇବା ପାଇଁ ସେ ସୁସ୍ଥ ହୋଇ ଫେରିଥିବା କହିଛନ୍ତି । ଏହା ସହ ସେ ଭିଡିଓରେ କହିଛନ୍ତି , ୨ ମାସ ଧରି ଏମସରେ ଚିକିତ୍ସିତ ଥିଲେ, ତାଙ୍କ ସୁସ୍ଥ ହେବା ସମ୍ଭବ ନୁହେଁ ବୋଲି ଡାକ୍ତର କହୁଥିଲେ । କିନ୍ତୁ ଜଗନ୍ନାଥଙ୍କ ଆର୍ଶୀବାଦ ଓ ଲୋକଙ୍କ ଭଲପାଇବା ପାଇଁ ସେ ଆଜି ସଂପୂର୍ଣ୍ଣ ସୁସ୍ଥ ହୋଇଥିବା କହିଛନ୍ତି ।
ଦୀର୍ଘଦିନ ଧରି ସେ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ନିଆଯାଇଥିଲା । ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହୋଇ ଘରକୁ ସୁସ୍ଥ ହୋଇ ଫେରିଥିବା କଥା ଏକ ଭିଡିଓ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ପପୁ ପମପମ୍ ଏହି ଭିଡିଓରେ ସମସ୍ତଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । | <urn:uuid:af22431a-854e-45c1-b171-39d8bf72855c> | CC-MAIN-2018-51 | http://kanaknews.com/cine-star-papu-pom-pom-returns-to-odisha-after-treatment-in-delhi/ | 2018-12-10T18:07:10Z | s3://commoncrawl/crawl-data/CC-MAIN-2018-51/segments/1544376823382.1/warc/CC-MAIN-20181210170024-20181210191524-00326.warc.gz | ory | 1.000002 | Orya | 6 | {"ory_Orya_score": 1.000002384185791} |
ଏମିତି ଏକ ଗାଁ, ଯେଉଁଠି ମଣିଷ ଏବଂ କୁମ୍ଭୀରଙ୍କ ମଧ୍ୟରେ ରହିଛି ବନ୍ଧୁତା ! ଗାଁ ପ୍ରତି ବିପଦ ଆସିଲେ ସଙ୍କେତ ଦେଇଥାନ୍ତି କୁମ୍ଭୀର ।
କୁମ୍ଭୀରକୁ ଦେଖିଲେ ସାଧାରଣତଃ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । କିନ୍ତୁ କୁମ୍ଭୀର କେଉଁଠି ମଣିଷର ବନ୍ଧୁ ହୋଇପାରିବ ତାହା ଶୁଣିଲେ ନିଶ୍ଚୟ ଭାବେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ । ପଶ୍ଚିମ ଆଫ୍ରିକାରେ ଏପରି ଏକ ଗାଁ ଅଛି ଯେଉଁଠି କୁମ୍ଭୀର ଏବଂ ମଣିଷ ବନ୍ଧୁ ଅଟନ୍ତି । ରାଜଧାନୀ ଓଆଗାଡୁଗୋ ଠାରୁ ୩୦ କିଲୋମିଟର ଦୂର ବାଜୋଲେ ଗାଁରେ କୁମ୍ଭୀରକୁ କେହି ଭୟ କରନଥାନ୍ତି । ଗ୍ରାମବାସୀମାନେ କୁମ୍ଭୀରକୁ ଚିକେନ ଖୁଆଇବା ସହ କୁମ୍ଭୀର ଉପରେ ବସିଥାନ୍ତି ଏବଂ ସେମାନଙ୍କ ସହ ଶୋଇଥାନ୍ତି ।
ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ପିଲାବେଳରୁ ହିଁ କୁମ୍ଭୀର ସହ ଖେଳିବା ଏବଂ ପହଁରିବା ଅଭ୍ୟାସ ହୋଇଯାଇଥାଏ । କୁମ୍ଭୀରମାନେ କାହାରିକୁ ମଧ୍ୟ କୌଣସି ପ୍ରକାର କ୍ଷତି ପହଞ୍ଚାଇନଥାନ୍ତି । ଏପରିକି ଗାଁ ଲୋକଙ୍କୁ କୁମ୍ଭୀର ସାହାଯ୍ୟ କରିଥାନ୍ତି । ଥରେ ଗାଁରେ ମରୁଡି ପଡିଥିବା ବେଳେ କୁମ୍ଭୀର ହିଁ ଗ୍ରାମବାସୀଙ୍କୁ ଲୁଚି ରହିଥିବା ଏକ ପୋଖରି ଦେଖାଇଥିଲା । ସେମାନଙ୍କର ଏହି ଉପକାରର ଧନ୍ୟବାଦ ଦେବା ପାଇଁ ଗାଁଲୋକେ ପ୍ରତିବର୍ଷ କୁମ ଲାକରେ ନାମକ ଉତ୍ସବ ପାଳନ କରିଥାନ୍ତି । ଉତ୍ସବ ସମୟରେ ବଳି ଦେଇ ଗାଁଲୋକେ ଗାଁର ବିକାଶ ପାଇଁ କୁମ୍ଭୀର ନିକଟରେ ପ୍ରାର୍ଥନା କରିଥାନ୍ତି । ତେବେ ଏଠାକାର ଲୋକମାନଙ୍କ ମନରେ ବିଶ୍ୱାସ ରହିଛି ଯେ, କୁମ୍ଭୀର କାନ୍ଦିଲେ ଗାଁ ପାଇଁ ବିପଦ ମାଡି ଆସିଥାଏ । ଗାଁକୁ ଆସୁଥିବା ବିପଦ ପୂର୍ବରୁ କୁମ୍ଭୀର ଗାଁଲୋକଙ୍କୁ ସଙ୍କେତ ଦେଇଥାଏ । ମଣିଷ ଏବଂ କୁମ୍ଭୀରମାନଙ୍କ ଏହି ବନ୍ଧୁତା ସାରା ଦୁନିଆର ପର୍ଯ୍ୟଟକଙ୍କୁ ଏହି ଗାଁକୁ ଟାଣିଆଣିଥାଏ । | <urn:uuid:ee50f10a-b82c-4e9e-aa8b-4218910a5462> | CC-MAIN-2018-51 | http://kanaknews.com/humanbeing-and-crocodiles-are-friends-in-this-village/ | 2018-12-10T17:35:27Z | s3://commoncrawl/crawl-data/CC-MAIN-2018-51/segments/1544376823382.1/warc/CC-MAIN-20181210170024-20181210191524-00326.warc.gz | ory | 1.000005 | Orya | 14 | {"ory_Orya_score": 1.000004529953003} |
ମିକାଙ୍କ ପାଇଁ କାନ୍ଦିଲେ ରାକ୍ଷୀ ! କହିଲେ,ଖୁବଶୀଘ୍ର ଆସୁଛି ତୁମକୁ ନେବା ପାଇଁ । ଦେଖନ୍ତୁ ଭିଡିଓ
ବ୍ରାଜିଲର ଜଣେ ୧୭ ବର୍ଷୀୟା ମଡେଲ ପ୍ରସିଦ୍ଧ ବଲିଉଡ୍ ଗାୟକ ମିକା ସିଂହଙ୍କ ଉପରେ ଅଶ୍ଲୀଳ ଫଟୋ ପଠାଇବା ଏବଂ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ଦୁବାଇ ପୁଲିସ ମିକାଙ୍କୁ ଗିରଫ କରିଛି । ଏହି ଖବର ଚାରିଆଡ଼େ ପ୍ରସାର ହେବା ପରେ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ମିକାଙ୍କ ଗିରଫ ହେବା ଖବରକୁ ନେଇ ଅଧିକ ଦୁଃଖୀ ଥିବା ଜଣାପଡ଼ିଛି । ମିକାଙ୍କ ଗିରଫ ଖବର ପାଇବା ପରେ ରାକ୍ଷୀ ତାଙ୍କୁ ମୁକୁଳାଇବା ପାଇଁ ଦୁବାଇ ଯିବାର ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କହିଛନ୍ତି । ନିଜ ଇନ୍ଷ୍ଟା ଆକାଉଣ୍ଟରେ ରାକ୍ଷୀ ଏକ ଭିଡିଓ ପୋଷ୍ଟ କରି ସେଥିରେ ସେ ମିକାଙ୍କ ପାଖକୁ ଯାଇ ତାଙ୍କୁ ସାହାଯ୍ୟ କରିବେ ବୋଲି କହୁଥିବା ଦେଖାଯାଇଛି ।
<
/p>
ଭିଡିଓରେ, "ମିକା ତୁମେ ଏତେ ଲଫ୍ଡ଼ା କରୁଛ, ମୁଁ ଏବେ ଦୁବାଇ ଭିସା ଖୋଜୁଛି ତୁମକୁ ମୁକୁଳାଇବା ପାଇଁ । ତୁମେ ଜାଣିଛ ନା ଏ ମୁମ୍ବାଇ ପୁଲିସ ନୁହଁନ୍ତି, ଦୁବାଇ ପୁଲିସ । ୧୦ ବର୍ଷ ପୂର୍ବରୁ ଯେତେବେଳେ ମୁଁ ମୁମ୍ବାଇ ପୁଲିସ ଆଗରେ ଅଭିଯୋଗ କରିଥିଲି । ସେତେବେଳେ ପୁଲିସ କିଛି କରି ପାରି ନଥିଲା । କିନ୍ତୁ ଦୁବାଇ ପୁଲିସ ବହୁତ କଠୋର । ତୁମର ଅସୁବିଧା କ'ଣ? ତୁମେ କ'ଣ ପାଇଁ ୧୭ ବର୍ଷୀୟା ଜଣେ ଯୁବତୀ ସହ ଏପରି କରୁଥିଲ? ମୋତେ ବହୁତ କଷ୍ଟ ହେଉଛି । ତୁମେ କ'ଣ ପାଇଁ ଝିଅମାନଙ୍କ ସହ ଏଭଳି ବ୍ୟବହାର କରୁଛ" ବୋଲି ରାକ୍ଷୀ କହୁଥିବା ଦେଖାଯାଇଛି। ସୂଚନା ମୁତାବକ, ମିକା ୟୁଏଇକୁ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ । ଏହି ସମୟରେ ଜଣେ ବ୍ରାଜିଲିୟନ ମଡେଲ ମିକାଙ୍କ ଉପରେ ଆପତ୍ତିଜନକ ଫଟୋ ପଠାଇବାର ଅଭିଯୋଗ ଆଣିଥିଲେ। | <urn:uuid:edacc57e-b525-48af-bbfd-5011e8172811> | CC-MAIN-2018-51 | http://kanaknews.com/rakhi-sawant-leave-for-dubai-to-relief-mika-singh-from-cops-mika-singh-detained-in-dubai-because-of-complaint-of-brazilian-girl/ | 2018-12-13T01:37:55Z | s3://commoncrawl/crawl-data/CC-MAIN-2018-51/segments/1544376824338.6/warc/CC-MAIN-20181213010653-20181213032153-00326.warc.gz | ory | 1.000004 | Orya | 3 | {"ory_Orya_score": 1.0000035762786865} |
କନକ ବ୍ୟୁରୋ : ଟଙ୍କାରେ କାରବାର କରନ୍ତୁ ନାହିଁ । କୋଟି କୋଟି ଟଙ୍କାର ପୁରସ୍କାର ପାଆନ୍ତୁ । ଆଜି ଏଭଳି ଘୋଷଣା କରିଛି ନୀତି ଆୟୋଗ । କ୍ୟାସଲେସ୍ କାରବାର ପାଇଁ ନୀତି ଆୟୋଗ ଆସନ୍ତା ଖ୍ରୀଷ୍ଟମାସଠାରୁ ପ୍ରତିଦିନ, ପ୍ରତିସପ୍ତାହରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଦେବେ । ୧୦୦ ଦିନ ପରେ ଅର୍ଥାତ୍ ଏପ୍ରିଲ ୧୪ରେ ରହିଛି କୋଟିଏ ଟଙ୍କାର ମେଗା ପୁରସ୍କାର ।
ପ୍ରତିଦିନ, ପ୍ରତି ସପ୍ତାହରେ ପାଆନ୍ତୁ ପୁରସ୍କାର । ନୀତି ଅୟୋଗ ଘୋଷଣା କରିଛି ଦୁଇଟି ଯୋଜନା- ଲକି ଗ୍ରାହକ ଯୋଜନା ଓ ଡିଜି-ଧନ ବ୍ୟାପାରୀ ଯୋଜନା । ଡିସେମ୍ବର ୨୫ ତାରିଖରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ୧୦୦ ଦିନ ପାଇଁ ଚାଲିବ ଏଭଳି ଲକି ଡ୍ର ପୁରସ୍କାର । ପ୍ରତିଦିନ ୧୫ ହଜାର ଗ୍ରାହକଙ୍କୁ ମିଳିବ ୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ।
୧୦୦ ଦିନ ପର୍ଯ୍ୟନ୍ତ ଗ୍ରାହକ ଓ ବ୍ୟବସାୟୀ ଉଭୟଙ୍କୁ ମିଳିବ ପୁରସ୍କାର । ସପ୍ତାହକୁ ଥରେ ୭ ହଜାର ଲକି ଡ୍ର ମଧ୍ୟ ଉଠିବ । ଏଥିରେ ଗ୍ରାହକଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତ ଓ ବ୍ୟବସାୟୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ମିଳିବ । ୫୦ ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଟ୍ରାନ୍ଜାକ୍ସନ୍ ଉପରେ ମିଳିବ ଏହି ପୁରସ୍କାର । ଏପ୍ରିଲ ୧୪ରେ ଘୋଷଣା ହେବ ମେଗା ପୁରସ୍କାର । ଆଉ ପୁରସ୍କାର ବିଜେତାଙ୍କୁ ମିଳିବ ୧ କୋଟି ଟଙ୍କାର ପୁରସ୍କାର ।
ରୁପେ କାର୍ଡ, ୟୁଏସ୍ଏସ୍ଡି, ଏଇପିଏସ୍ ଓ ୟୁପିଆଇ ଭଳି ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ ଟଙ୍କା କାରବାର କରୁଥିବା ଗ୍ରାହକଙ୍କୁ ମିଳିବ ଏହି ପୁରସ୍କାର । ତେବେ ଘରୋଇ କ୍ରେଡିଟ୍ କାର୍ଡ ଓ ଇ-ୱାଲେଟ୍ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଏହି ଲକି ଡ୍ରରେ ସାମିଲ କରାଯିବ ନାହିଁ । ଏଭଳି ଭାବେ ମୋଟ ୩୪୦ କୋଟି ଟଙ୍କାର ପୁରସ୍କାର ବଂଟାଯିବ ବୋଲି ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଛନ୍ତି । | <urn:uuid:1984da5c-409b-4241-b241-3590ed337652> | CC-MAIN-2018-51 | http://kanaknews.com/award-for-cashless-transaction/ | 2018-12-14T08:29:18Z | s3://commoncrawl/crawl-data/CC-MAIN-2018-51/segments/1544376825495.60/warc/CC-MAIN-20181214070839-20181214092339-00006.warc.gz | ory | 1.000004 | Orya | 2 | {"ory_Orya_score": 1.0000042915344238} |
ପ୍ରିୟଙ୍କାଙ୍କ ବିବାହ କଥା ପଚରା ଯିବା ପରେ ଜାଣନ୍ତୁ କାହିଁକି 'ମୋ ମେହେନ୍ଦିକୁ ନିଶ୍ଚୟ ଆସିବ' ବୋଲି କହିଲେ ଶାହାରୁଖ୍
ମୁମ୍ବାଇ : ଏଇ କିଛି ଦିନ ହେବ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ଜଣଙ୍କର ଲଣ୍ଡନରେ ନିର୍ବନ୍ଧ ହୋଇ ସାରିଥିବା ବେଳେ ବର୍ଷ ଶେଷରେ ଦୁହେଁ ବିବାହ କରି ପାରନ୍ତି ବୋଲି ଖବର ମିଳିଛି । ତେବେ ଏ ନେଇ ପ୍ରିୟଙ୍କା କିଛି ସ୍ପଷ୍ଟ କରି ନଥିବା ବେଳେ ପ୍ରିୟଙ୍କାଙ୍କ ବିବାହକୁ ନେଇ ଶାହାରୁଖ୍ଙ୍କ ପ୍ରତିକ୍ରିିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଆଓ୍ଵାର୍ଡ଼ ସୋ'ରେ ପ୍ରିୟଙ୍କାଙ୍କ ବିବାହକୁ ନେଇ ଶାହାରୁଖ୍ଙ୍କୁ ପ୍ରଶ୍ନ କରାଯାଇଥିଲା । କିନ୍ତୁ ସାମ୍ବାଦିକଙ୍କ ପ୍ରଶ୍ନ ସରିବା ପୂର୍ବରୁ ମଜାଦାର ଉତ୍ତର ରଖିଥିଲେ ଶାହାରୁଖ୍ ।
ଜଣେ ସାମ୍ବାଦିକ ପ୍ରଶ୍ନ ପଚାରିବାକୁ ଯାଇ କହିଥିଲେ, ବଲିଉଡ୍ରେ ଏବେ ବିବାହ ଋତୁ ଚାଲିଛି । କିଛି ସେଲିବ୍ରିଟି ବିବାହ କରିବାକୁ ଯାଉଛନ୍ତି । ସେଥିରେ ପ୍ରିୟଙ୍କା ଏବଂ ନିକ୍ ମଧ୍ୟ ଅଛନ୍ତି ବୋଲି କହିବା ପରେ ପରେ ଶାହାରୁଖ୍ ତାଙ୍କୁ ପ୍ରଶ୍ନ ସାରିବାକୁ ନ ଦେଇ ମୁଁ ମଧ୍ୟ ବିବାହ କରୁଛି ବୋଲି କହିଥିଲେ । ମୁଁ ତୁମକୁ ନିମନ୍ତ୍ରଣ କରିବି । ମୋର ନିମନ୍ତ୍ରଣ କାର୍ଡ଼ ଆସିବ ତୁମ ପାଖକୁ । ମୋ ମେହେନ୍ଦିକୁ ଆସିବ ନିଶ୍ଚୟ ବୋଲି କହିଥିଲେ ଶାହାରୁଖ୍ । ତେବେ ଶାହାରୁଖ୍ଙ୍କ ଏଭଳି ପ୍ରତିକ୍ରିୟା କାହାକୁ ବୁଝା ପଡ଼ି ନଥିଲା । ସୂଚନା ମୁତାବକ, କିଛି ବର୍ଷ ପୂର୍ବରୁ ଶହାରୁଖ୍ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ଏ ଖବର ଶାହାରୁଖ୍ଙ୍କ ପତ୍ନୀ ଗୌରୀଙ୍କୁ ଜଣା ପଡ଼ିବା ପରେ ସେ ପ୍ରିୟଙ୍କାଙ୍କ ସହ କୌଣସି ଫିଲ୍ମ ନ କରିବା ପାଇଁ ଶାହାରୁଖ୍ଙ୍କୁ କହିଥିଲେ । ଏଭଳି ପ୍ରତିକ୍ରିୟା ରଖିବା ପଛର କାରଣ ବୋଧ ହୁଏ ଏହା ହୋଇପାରେ । | <urn:uuid:e0e5cd77-e96b-4d17-b043-c3a404db4784> | CC-MAIN-2018-51 | http://sambad.in/entertainment/dont-miss-shahrukh-khan-reaction-on-priyanka-chopra-and-nick-jonas-marriage-rumours-187588/ | 2018-12-16T18:52:44Z | s3://commoncrawl/crawl-data/CC-MAIN-2018-51/segments/1544376827963.70/warc/CC-MAIN-20181216165437-20181216191437-00006.warc.gz | ory | 1.000009 | Orya | 4 | {"ory_Orya_score": 1.0000091791152954} |
ବର୍ତ୍ତମାନ ସମୟରେ ସବୁ ଲୋକମାନଙ୍କର ସବୁଠୁ ବଡ ଦରକାର ଅଟେ ଟଙ୍କା, ଟଙ୍କା ବିନା କୌଣସି କାର୍ଯ୍ୟ ହୁଏ ନାହିଁ । ସେଥିପାଇଁ ବ୍ୟକ୍ତି ଦିନ ରାତି କଷ୍ଟ କରି ଟଙ୍କା ଆୟ କରନ୍ତି କିନ୍ତୁ ଏମିତି କିଛି ଲୋକମାନଙ୍କର ଭାଗ୍ୟ ଭଲ ଥାଏ ଯେଉଁମାନେ ଟଙ୍କା ଆୟ କରିବାରେ ସଫଳତା ପାଆନ୍ତି ଏବଂ କେତେକ ଲୋକମାନେ ନିଜ ଭାଗ୍ୟ ଯୋଗୁ ଟଙ୍କା ଆୟ କରିବାରେ ଅସଫଳତା ହୁଅନ୍ତି । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି କିଛି ଉପାୟ କହିବାକୁ ଯାଉଛୁ, ଯଦି ଆପଣ ଏହି ଉପାୟ କରିବେ ତେବେ ଆପଣଙ୍କର ସବୁ ସ୍ଵପ୍ନ ପୂର୍ଣ ହୋଇଯିବ ।
ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ
· ଯଦି ଆପଣ ନିଜ ଘରେ ନିୟମତି ଭାବରେ ଶୁକ୍ରବାର ଦିନ ଶ୍ରୀ ସୂକ୍ତ କିମ୍ବା ଲକ୍ଷ୍ମୀ ସୂକ୍ତ ପାଠ କରୁଛନ୍ତି ତେବେ ଆପଣଙ୍କ ଘରେ ମା ଲକ୍ଷ୍ମୀ ସ୍ଥାୟୀ ରୂପରେ ବାସ କରନ୍ତି ଏବଂ ଆପଣଙ୍କ ଜୀବନରେ କେବେ ବି ଧନର କମ ରୁହେନାହିଁ ।
· ଆପଣ ସପ୍ତାହରେ ଥରେ ସମୁଦ୍ର ଲୁଣରେ ନିଜର ଘରକୁ ପୋଛନ୍ତୁ ଯଦି ଆପଣ ଏମିତି କରୁଛନ୍ତି ଏହା ଦ୍ଵାରା ଘର ପରିବାରରେ ଶାନ୍ତି ରହିଥାଏ ଏବଂ ଆପଣଙ୍କ ଘରେ ଥିବା ସବୁ ନକରାତ୍ମକ ଊର୍ଜା ନଷ୍ଟ ହୋଇଯାଏ ।
· ଯଦି ଆପଣ ନିଜ ଘରେ ପ୍ରତ୍ୟକ ଅମାବାସ୍ୟା ରେ ସଫା ସୁତାର କରୁଛନ୍ତି ଏବଂ ନିଜ ଘରେ ଥିବା ବେକାର ଜିନିଷକୁ ବିକ୍ରି କରି ନିଜ ଘରର ମନ୍ଦିରରେ ୫ ଟି ଧୂପକାଠି ଲାଗାଉଛନ୍ତି, ତେବେ ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ ।
· ଯଦି ଆପଣ ପ୍ରତ୍ୟକ ପୂର୍ଣରିମା ରେ ଧୂପଦାନି ଜଳାଇ କୋଣସି ମନ୍ତ୍ର କୁ ୧୦୮ ଥର ଆହୁତି ଦେଉଛନ୍ତି ଏହା ଦ୍ଵାରା ଘରେ ଶୁଖଶାନ୍ତି ରହିଥାଏ ଏବଂ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଧାର୍ମିକ ଭାବନା ଉତ୍ପନ୍ନ ହୋଇଥାଏ ।
· ଯଦି ଆପଣ ନିଜର ଜୀବନରେ ଆର୍ଥିକ ସମସ୍ୟା ର ସାମ୍ନା କରିବାକୁ ପଡୁଛି ତେବେ ସେଥିପାଇଁ ଆପଣ ଗୁରୁବାର ଦିନ ଓସ୍ଥ ଗଛରେ ସବୁବେଳେ ପାଣି ଅର୍ପିତ କରନ୍ତୁ ଏବଂ ଘରେ ଘିଅ ର ଦୀପ ଜଳାନ୍ତୁ । ଶନିବାର ଦିନ ଗୁଡ ଏବଂ କ୍ଷୀର ମିଶ୍ରିତ ପାଣି ଓସ୍ଥ ଗଛରେ ଅର୍ପିତ କରନ୍ତୁ ଏବଂ ସୋରିଷ ତେଲ ର ଦୀପ ଜଳାନ୍ତୁ ।
ଯଦି ଆପଣ ଏହି ଉପାୟ କରୁଛନ୍ତି ତେବେ ଆପଣଙ୍କ ଆର୍ଥିକ ସମସ୍ୟାରୁ ବଞ୍ଚିତ ରହିବେ ଏବଂ କେବେବି ଆପଣ ଆର୍ଥିକ ରୂପରେ ଅସୁବିଧା ହେବେ ନାହିଁ । | <urn:uuid:636608ca-9fb8-44de-8090-38b6a680fec9> | CC-MAIN-2018-51 | https://jantrajyotisha.com/you-will-become-free-from-financial-crisis/ | 2018-12-11T07:56:37Z | s3://commoncrawl/crawl-data/CC-MAIN-2018-51/segments/1544376823588.0/warc/CC-MAIN-20181211061718-20181211083218-00484.warc.gz | ory | 1.000002 | Orya | 4 | {"ory_Orya_score": 1.0000022649765015} |
ଜିଏସଟିରେ ଆସିବ ପରିବର୍ତ୍ତନ ! ୨୦୦ ସାମଗ୍ରୀର ଦର କମିପାରେ
କନକ ବ୍ୟୁରୋ : ଗତକାଲି ଆରମ୍ଭ ହୋଇଥିବା ସାମଗ୍ରୀ ଓ ସେବା ଟିକସ ପରିଷଦର ଦୁଇଦିନିଆ ବୈଠକର ଆଜି ଶେଷ ଦିନ । ଆଜି ବୈଠକରେ ପ୍ରାୟ ୧୫୦ରୁ ୨୦୦ ସାମଗ୍ରୀ ଉପରେ ଧାର୍ଯ୍ୟ ଜିଏସଟି ହ୍ରାସ କରିବାକୁ ପରିଷଦ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ମୁଖ୍ୟତଃ ଯେଉଁ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସ୍ଟି ଲାଗୁ ହୋଇଛି ସେହି ସାମଗ୍ରୀ ଉପରୁ ଟିକସ ହ୍ରାସ ହୋଇପାରେ। ଏଥିସହିତ ରିଟର୍ଣ୍ଣ ବ୍ୟବସ୍ଥାକୁ ସରଳ କରିବା ପାଇଁ ମଧ୍ୟ ପଦକ୍ଷେପ ନେଇପାରେ।
ମିଳିଥିବା ସୂଚନା ଅନୁଯାୟୀ ୨୮ ପ୍ରତିଶତ ଜିଏସଟି ବର୍ଗରେ ଥିବା ସାମଗ୍ରୀ ମଧ୍ୟରୁ ୧୬୫ଟି ସାମଗ୍ରୀର ଟିକସ ୧୮ ପ୍ରତିଶତକୁ ହ୍ରାସ କରାଯାଇପାରେ। କେବଳ ୬୨ଟି ସାମଗ୍ରୀକୁ ୨୮ ପ୍ରତିଶତ ବର୍ଗରେ ରଖାଯିବ ବୋଲି କୁହାଯାଉଛି। ସେହିଭଳି ୧୮ ପ୍ରତିଶତ ଜିଏସଟି ଆଦାୟ ହେଉଥିବା ସାମଗ୍ରୀ ମଧ୍ୟରୁ କେତେକ ସାମଗ୍ରୀକୁ ୧୨ ପ୍ରତିଶତ ଜିଏସଟି ବର୍ଗରେ ସାମିଲ କରାଯିବ। ଏଥିସହିତ ରିଅଲ ଇଷ୍ଟେଟ କ୍ଷେତ୍ରକୁ ଜିଏସଟି ପରିସରରେ ସାମିଲ କରିବା ଲାଗି ମଧ୍ୟ ବୈଠକରେ ଆଲୋଚନା ହୋଇପାରେ।
ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ନିମନ୍ତେ କି ପ୍ରକାର ନୂଆ ପଦକ୍ଷେପ ନିଆଯାଇ ପାରିବ ସେ ନେଇ ପରିଷଦ ଆଲୋଚନା କରିବାର ସମ୍ଭାବନା ରହିଛି।
ଜିଏସ୍ଟି ବ୍ୟବସ୍ଥାରେ ରିଟର୍ଣ୍ଣ ଫାଇଲ୍କୁ ସରଳ କରିବା ଲାଗି ଜିଏସଟି ପରିଷଦକୁ ମନ୍ତ୍ରୀଗୋଷ୍ଠୀ ସୁପାରିସ କରିପାରେ। ଜିଏସଟିଆର ୧, ଜିଏସଟିଆର୍ ୨ ଏବଂ ଜିଏସଟିଆର ୩ ଦାଖଲ ବ୍ୟବସ୍ଥାକୁ ଉଚ୍ଛେଦ କରି କେବଳ ଜିଏସଟିଆର୍ ୩ ବି ରଖିବା ଲାଗି ପଦକ୍ଷେପ ନିଆଯିବ। ରିଟର୍ଣ୍ଣ ଫାଇଲ୍ ଜନିତ ବୋଝକୁ ହାଲକା କରିବା ପାଇଁ ସରକାର ଗତ ଅକ୍ଟୋବରରେ ଏକ ପଦକ୍ଷେପ ନେଇ ସାରିଛନ୍ତି। ଏଥିରେ ବାର୍ଷିକ ୧.୫ କୋଟି ଟଙ୍କାରୁ କମ୍ କାରବାର କରୁଥିବା ବ୍ୟବସାୟୀମାନଙ୍କୁ ତ୍ରୟମାସିକ ରିଟର୍ଣ୍ଣ ଫାଇଲ୍ ପ୍ରଦାନକୁ ମଞ୍ଜୁରି ଦେଇସାରିଛନ୍ତି। ଏହାସତ୍ତ୍ୱେ ଜିଏସଟି ରିଟର୍ଣ୍ଣ ଦାଖଲ ଲାଗି ଅନେକ ଅସୁବିଧା ରହିଥିବା ସମ୍ପର୍କରେ ବ୍ୟବସାୟୀମାନେ ଅଭିଯୋଗ କରି ଆସୁଛନ୍ତି।
ସୂଚନାଯୋଗ୍ୟ, ଗତ ଜୁଲାଇରେ ଜିଏସଟି କାର୍ୟ୍ୟକାରୀ ହେବା ପରଠାରୁ ପରିଷଦ ପ୍ରାୟ ୧୦୦ରୁ ଅଧିକ ସାମଗ୍ରୀର ଜିଏସଟି ହାରକୁ ପରିବର୍ତନ କରିସାରିଛନ୍ତି। | <urn:uuid:9ba42058-7c75-4a7f-ad5f-b8711834af3e> | CC-MAIN-2018-51 | http://kanaknews.com/gst-council-may-cut-rate-on-200-item/ | 2018-12-17T08:05:43Z | s3://commoncrawl/crawl-data/CC-MAIN-2018-51/segments/1544376828448.76/warc/CC-MAIN-20181217065106-20181217091106-00164.warc.gz | ory | 0.999983 | Orya | 5 | {"ory_Orya_score": 0.9999831914901733} |
ଅଷ୍ଟମ ଫେଲ୍ ଯୁବକ ଏବେ କୋଟିପତି ! ସିବିଆଇ ଓ ପୋଲିସ ପାଇଁ ପାଲଟିଛନ୍ତି ସାହାରା, ପଢନ୍ତୁ ତ୍ରିଶନୀତ ଆରୋରାଙ୍କ ସଫଳତାର କାହାଣୀ
ଶିକ୍ଷା ହିଁ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇଥାଏ । ଏଭଳି ବିଶ୍ୱାସ ସାଧାରଣ ଲୋକଙ୍କର ରହିଛି । କିନ୍ତୁ ଆଜି ଆମେ ଏଭଳି ଜଣେ ସଫଳ ବ୍ୟକ୍ତିଙ୍କ ବିଷୟରେ କାହାଣୀ କହିବାକୁ ଯାଉଛୁ ଯିଏ ସ୍କୁଲରେ ପଢିବା ସମୟରେ ହିଁ ପାଠ ପଢା ଛାଡି ଦେଇଥିଲେ । କିନ୍ତୁ ଏବେ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏଭଳି ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ତ୍ରିଶନୀତ ଆରୋରା । ଜଣେ ସାଇବର ସିକ୍ୟୁରିଟି ଏକ୍ସପର୍ଟ ଭାବେ ପୂରା ଦେଶରେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ତ୍ରିଶନୀତ । ଏପରିକି ଫୋର୍ବସର ଏସିଆ ୩୦ ଅଣ୍ଡର ୩୦ ଲିଷ୍ଟରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ତ୍ରିଶନୀତ । ଏପରିକି ତାଙ୍କର ନିଜର ଟିଏସି ନାମରେ ଏକ ସାଇବର ସିକ୍ୟୁରିଟି କମ୍ପାନି ରହିଛି ।ଯେଉଁ କମ୍ପାନୀରେ ୨୫ ବର୍ଷିୟ ତ୍ରୀଶନିତ ସିଇଓ ଦାୟିତ୍ୱ ତୁଲାଉଛନ୍ତି ।
ଚଣ୍ଡିଗଡରେ ତ୍ରିଶନୀତଙ୍କ ସାଇବର ସିକ୍ୟୁରିଟି କମ୍ପାନି ଥିବା ବେଳେ ଏବେ ତାଙ୍କର ୫୦୦ରୁ ଅଧିକ କ୍ଲାଇଣ୍ଟ ରହିଛନ୍ତି । ସବୁଠୁ ବଡ କଥା ହେଲା କମ୍ପ୍ୟୁଟର ଶିକ୍ଷା ବିନା ହିଁ ତ୍ରିଶନୀତ ନିଜକୁ ଜଣେ ସାଇବର ସିକ୍ୟୁରିଟି ଏକ୍ସପର୍ଟ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର କ୍ଲାଇଣ୍ଟ ରହିଛନ୍ତି । ଏପରିକି ୪ଟି ଦେଶର ସରକାର ନିଜର ସାଇବର ସେଲର ସୁରକ୍ଷା ପାଇଁ ତ୍ରିଶନୀତଙ୍କ ସାହାର୍ଯ୍ୟ ଲୋଡିଥାନ୍ତି । ଏହାଛଡା ନିର୍ବାଚନ ଆୟୋଗ, ସିବିଆଇ, ପଞ୍ଜାବ ପୋଲିସ, ଗୁଜରାଟ ପୋଲିସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ବିଭିନ୍ନ ପେମେଣ୍ଟ ଆପ ସାଇବର ସୁରକ୍ଷା ପାଇଁ ତ୍ରିଶନୀତଙ୍କୁ ଖୋଜିଥାନ୍ତି ।
ଫୋବର୍ସ ତାଲିକାରେ ନାଁ ଆସିବା ପରେ ତ୍ରିଶନୀତ ଏବେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଅଷ୍ଟମ ଶ୍ରେଶୀରେ ଫେଲ ହୋଇଥିବା ତ୍ରିଶନୀତ ଏବେ ଦେଶର ଜଣାଶୁଣା ସାଇବର ସିକ୍ୟୁରିଟି ଏକ୍ସପର୍ଟ ଭାବେ ଉଭା ହୋଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଛୋଟବେଳୁ ହିଁ ତାଙ୍କର କମ୍ପ୍ୟୁଟର ପ୍ରତି ରୁଚି ରହିଥିଲା । ଏପରିକି ଅଧିକାଂଶ ସମୟ ସେ ଭିଡ଼ିଓ ଗେମ ଖେଳିବାରେ ବ୍ୟସ୍ତ ରହୁଥିଲେ । କିନ୍ତୁ ଅଧିକାଂଶ ସମୟ କମ୍ପ୍ୟୁଟର ସାମ୍ନାରେ ବସୁଥିବାରୁ ତାଙ୍କ ବାରମ୍ବାର ଏହାର ପାସୱାର୍ଡ ବଦଳାଇ ଦେଉଥିଲେ । କିନ୍ତୁ ତ୍ରିଶନୀତ ପ୍ରତିଥର ପାସୱାର୍ଡକୁ କ୍ରାକ୍ କରିବା ସହ ଭିଡ଼ିଓ ଗେମ ଖେଳୁଥିଲେ । ଏହାଦେଖି ତାଙ୍କ ବାପା ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ତ୍ରିଶନୀତଙ୍କୁ ଆଗକୁ ବଢିବା ପାଇଁ ନୂଆ କମ୍ପ୍ୟୁଟର ମଧ୍ୟ କିଣି ଦେଇଥିଲେ । ଯାହା ତ୍ରିଶନୀତଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା । ଆଉ ଏହାପର ଠାରୁ ସେ ପଛକୁ ଫେରି ଚାହିଁନଥିଲେ ଆଉ ପାଲଟିଯାଇଥିଲେ ସାଇବର ସିକ୍ୟୁରିଟି ଏକ୍ସପର୍ଟ । | <urn:uuid:c2cd9571-bf19-48ec-ad9d-7243b6100bc7> | CC-MAIN-2018-51 | http://kanaknews.com/indian-cyber-expert-trishneet-arora-in-forbes-30-under-30-asia/ | 2018-12-19T00:03:44Z | s3://commoncrawl/crawl-data/CC-MAIN-2018-51/segments/1544376829997.74/warc/CC-MAIN-20181218225003-20181219011003-00484.warc.gz | ory | 1.000005 | Orya | 8 | {"ory_Orya_score": 1.0000050067901611} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ରାଜକନିକା,ସେପ୍ଟେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)- ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଉଛି କନିକା ରାଜବଂଶର ଐତିହ୍ୟ ରାଣୀ କୋଠି । ବନ୍ଦ କୋଠରିକୁ ଘେରି ରହିଛି ଗଛ ଲତା । ଘର ଗୁଡ଼ିକ ଅନେକଦିନ ବନ୍ଦ ରହିବାରୁ ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି ।
ଦେଶ ବିଦେଶର ବହୁ ପର୍ଯ୍ୟଟକ ବର୍ଷସାରା ଏହି ରାଜପ୍ରାସାଦ ପରିଭ୍ରମଣରେ ଆସୁଛନ୍ତି ; ହେଲେ ଏଭଳି ବିପଦପୂର୍ଣ୍ଣ କୋଠି ପର୍ଯ୍ୟଟକଙ୍କୁ ନିରାଶ କରୁଛି । ଦୀର୍ଘଦିନ ହେବ ମରାମତି ହେଉନାହିଁ । ଏହାର ତୁରନ୍ତ ମରାମତି ହେବା ଆବଶ୍ୟକ ବୋଲି ଦାବି ହେଉଛି । ନଚେତ ଆଉ ଅଧିକ ସମୟ ଲାଗିବ ନାହିଁ କନିକା ରାଜବଂଶର ସ୍ମୃତି ସନ୍ତକ ମାଟିରେ ମିଶିଯିବାକୁ ।
କନିକା ରାଜା ରାଜେନ୍ଦ୍ରନାରାୟଣ ଭଞ୍ଜ ଦେଓ ୧୯୦୯ରେ କନିକା ରାଜପ୍ରସାଦ ନିର୍ମାଣ କରିଥିଲେ । ଏଥିରେ କନିକା ରାଣୀ ରାଜରାଜେଶ୍ୱରୀ ଏବଂ ମଞ୍ଜୁଳା ଦେବୀ ଅବସ୍ଥାନ କରୁଥିଲେ । ରାଜପ୍ରାସାଦର ମଧ୍ୟଭାଗରେ ଏହି ରାଣୀ କୋଠି ଅବସ୍ଥିତ । କନିକା ରାଜବଂଶର ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପୁଅ ଜ୍ୟୋତିନ୍ଦ୍ର ନାରାୟଣ ଭଞ୍ଜଦେବଙ୍କ ଅଂଶୀଦାରରେ ଏହି କୋଠି ରହିଛି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:027a9e94-01c3-4028-8c96-26a4d8fb42a8> | CC-MAIN-2018-51 | http://www.odisha.com/2012/09/11/%E0%AC%95%E0%AC%A8%E0%AC%BF%E0%AC%95%E0%AC%BE-%E0%AC%B0%E0%AC%BE%E0%AC%9C%E0%AC%AC%E0%AC%82%E0%AC%B6%E0%AC%B0-%E0%AC%B8%E0%AD%8D%E0%AC%AE%E0%AD%83%E0%AC%A4%E0%AC%BF-%E0%AC%B8%E0%AC%A8%E0%AD%8D/ | 2018-12-18T22:53:41Z | s3://commoncrawl/crawl-data/CC-MAIN-2018-51/segments/1544376829997.74/warc/CC-MAIN-20181218225003-20181219011003-00484.warc.gz | ory | 0.999994 | Orya | 24 | {"ory_Orya_score": 0.9999943971633911} |
'ହକ୍ ପାଇଁ ଲଢ଼େଇ' ! ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପି ବିଜେଡିର ୫ଂଘଂଟିଆ ହରତାଳ, ସେପଟେ ଚାଷୀ ସମସ୍ୟାର ସମାଧାନ ଦାବିରେ ବିଜେପିର ରାଜଭବନ ସମ୍ମୁଖରେ ବିକ୍ଷୋଭ
କନକ ବ୍ୟୁରୋ: ତୈଳ ଦର ପ୍ରତିବାଦରେ ଆଜି ହରତାଳ କରିବ ବିଜେଡି । ଆଜିଠାରୁ ପର୍ଯ୍ୟାୟ କ୍ରମେ ଜିଲ୍ଲା ସ୍ତରରେ ଏହି ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବ । ୭ଟାରୁ ୧୨ଟା ଯାଏଁ ୫ ଘଂଟା ଧରି ରାଜ୍ୟରେ ଅଖଚକ ବନ୍ଦ କରାଯିବା ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେବେ ଅତ୍ୟାବଶ୍ୟକ ସେବାକୁ ଏହି ହରତାଳରୁ ବାଦ୍ ଦିଆଯାଇଛି । ବିଜେଡି ଏହି ହରତାଳକୁ 'ହକ୍ ପାଇଁ ଲଢ଼େଇ' ନାଁରେ ନାମିତ କରିଛି । ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଅସ୍ୱାଭାବିକ ଭାବରେ ବୃଦ୍ଧି ପାଉଥିବା ଦର୍ଶାଇ ଏହି ହରତାଳ କରିବ ।
ସୂଚନା ମୁତାବକ, ରବିବାର ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ଉପ-ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଉପ-ସଭାପତି ଉଷା ଦେବୀ, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ବିଜୁ ମହିଳା ଜନତା ଦଳ ଉପ-ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଘୋଷଣା କରିଥିଲେ ଯେ, ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ଅର୍ଥାତ୍ ସୋମବାର ବିଜେଡି ରାଜ୍ୟବ୍ୟାପୀ ୫ ଘଣ୍ଟିଆ ହରତାଳ କରିବ । ସକାଳ ୭ଟାରୁ ୧୨ଟା ଯାଏ ରାଜ୍ୟରେ ଚକ ଅଖ ବନ୍ଦ କରାଯିବ ବୋଲି ସୂଚନା ଦେଇଥିଲେ ଯାହାକି ଆଜି ଆରମ୍ଭ ହୋଇଯାଇଛି । ତେବେ ଅତ୍ୟାବଶ୍ୟକ ସେବାକୁ ଏହି ହରତାଳରୁ ବାଦ୍ ଦିଆଯାଇଛି ।
ଏହି ହରତାଳକୁ ବିଜେଡି 'ହକ୍ ପାଇଁ ଲଢେଇ' ନାଁରେ ନାମିତ କରିଛନ୍ତି । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଯେଭଳି ଅସ୍ୱାଭାବିକ ଭାବେ ବଢିଚାଲିଛି, ତା ଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହୋଇଛନ୍ତି ବିଜେଡିନେତାମାନେ କହିଛନ୍ତି । ଏହି ଆନ୍ଦୋଳନକୁ ବିଜେଡି ପ୍ରତି ଗାଁ ଓ ପ୍ରତି ଚୁଲିମୁଣ୍ଡରେ ପହଞ୍ଚାଇବ । ସାମ୍ବାଦିକ ସମ୍ମିଳନୀରେ ନେତାମାନେ କହିଥିଲେ କି , ତୈଳ ଦର ବୃଦ୍ଧି କରି କେନ୍ଦ୍ର ବିଜେପି ସରକାର ଓଡ଼ିଶା ତଥା ଦେଶର ଗରିବ ଜନସାଧାରଣଙ୍କୁ ଲୁଟ୍ କରି ଘରୋଇ ତୈଳ କମ୍ପାନୀଗୁଡିକୁ ଲାଭ ଦେଉଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅର୍ଦ୍ଧାଧିକ ହ୍ରାସ ପାଇଥିବା ବେଳେ ଉତ୍ପାଦ ଶୁଳ୍କ ଅହେତୁକ ବୃଦ୍ଧି କରି କେନ୍ଦ୍ର ଏନଡିଏ ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନବିରୋଧୀ ପଦକ୍ଷେପ । ବାରମ୍ବାର ତୈଳ ଦର ବୃଦ୍ଧି ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ସାଧାରଣ ଜନତା ଓ ଖାଉଟିମାନଙ୍କ ସ୍ୱାର୍ଥକୁ ଆଖିବୁଜି ଦେଇ କେନ୍ଦ୍ର ସରକାରଙ୍କ ଲଗାମ ଛଡ଼ା ଦର ବୃଦ୍ଧିକୁ ବିରୋଧ କରି ଆଜି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ଦଳ କହିଛି ।
ବିଜେଡି କହିଛି, ଭାରତରେ ତେଲ ଦର ବଢ଼ୁଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବିବୃତି ହାସ୍ୟାସ୍ପଦ ଏବଂ ଏହାକୁ ଭାରତବାସୀ କୌଣସିମତେ ଗ୍ରହଣ କରୁନାହାନ୍ତି ବୋଲି ଯୁକ୍ତି ରଖି ବିଜେଡି କହିଛି, ମହାରାଷ୍ଟ୍ରରେ ବିଜେପି ସରକାର ଥାଇ ତେଲ ଉପରେ ଭାଟ୍ ୩୨.୦୭% ନିଆଯାଉଥିବା ବେଳେ ୟୁପିରେ ୩୩%, ଉତ୍ତରାଖଣ୍ଡରେ ୩୫.୯୮%, ରାଜସ୍ଥାନରେ ୩୨.୭୧%, ଝାଡ଼ଖଣ୍ଡରେ ୩୪.୭୪% ଭାଟ୍ ଆଦାୟ କରାଯାଉଛି । ସେହି ତୁଳନାରେ ଓଡ଼ିଶା ସରକାର ତୈଳ ଉପରେ କମ୍ ଭାଟ୍ ନେଉଛି । ଏଭଳି ସ୍ଥିତିରେ କେନ୍ଦ୍ର ଓଡ଼ିଶାକୁ ତୈଳ ଉପରେ ଭାଟ୍ କମାଇବା ପାଇଁ ଉପଦେଶ ଦେବା ଦୁର୍ଭାଗ୍ୟଜନକ ।
କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ବିଜେଡି କହିଛି, ଅଶୋଧିତ ତୈଳ ଦଳ ଆନ୍ତର୍ଜାତିକ ବଜାରରେ ବଢ଼ିବା-କମିବା ଲାଗିବ ରହିବ । ମାତ୍ର ଆମ ଦେଶରେ ଉତ୍ପାଦ ଶୁଳ୍କ କାହିଁକି ବଢ଼ିବ, ତାହା ବୁଝାପଡୁନାହିଁ । କେନ୍ଦ୍ରରେ ଏନଡିଏ ସରକାର ଆସିବା ପରେ ଅର୍ଥାତ୍ ୨୦୧୪ରୁ ଜାନୁଆରୀ ୨୦୧୬ରେ ପେଟ୍ରୋଲ ଉପରେ ୧୦୮% ଉତ୍ପାଦ ଶୁଳ୍କ ବଢ଼ିଛି, ଡିଜେଲ୍ ଉପରେ ୨୮୮.୦୯% ଉତ୍ପାଦ ଶୁଳ୍କ ବଢ଼ିଛି । ଏହା କେଉଁ ପ୍ରକାର ଆଚ୍ଛେଦିନ, ତାହା ଜନସାଧାରଣ ବିଚାର କରିବେ ।
ରନ୍ଧନ ଗ୍ୟାସ ସଂପର୍କରେ ବିଜେଡି କହିଛି କି, ଜୁଲାଇ ପହିଲାରୁ ଗ୍ୟାସ ସିଲିଣ୍ଡର ପିଛା ପ୍ରତି ମାସରେ ୪ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ଓଡ଼ିଶାରେ ଘରୋଇ ଏଲ୍ପିଜି ସିଲିଣ୍ଡର ଉପରେ ରାଜ୍ୟ ସରକାର ୨୦୧୧ ମସିହା ଜୁନ୍ ୨୮ରୁ ଭାଟ୍ ଛାଡ଼ କରିଛନ୍ତି। ବର୍ତ୍ତମାନ ଜିଏସଟି କାଉନସିଲ୍ ନିଷ୍ପତ୍ତି ଅନୁସାରେ ଏଲପିଜି ସିଲିଣ୍ଡର ଉପରେ ୫% ଜିଏସଟି ନିଆଯାଉଛି । ଯେହେତୁ ଓଡ଼ିଶାରେ ଆଗରୁ ଏଲପିଜି ସିଲିଣ୍ଡର ଉପରେ ଜିଏସଟି ଛାଡ଼ କରାଯାଇଥିଲା, ବର୍ତ୍ତମାନ କେନ୍ଦ୍ର ଅର୍ଥମନ୍ତ୍ରୀ ଏଲପିଜି ସିଲିଣ୍ଡର ଉପରେ ଜିଏସଟି ଛାଡ଼ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । କାରଣ କେନ୍ଦ୍ର ସରକାର ଜିଏସଟି ଲାଗୁ କରିବା ପରେ ଏଲପିଜି ଦର ୩୨ ଟଙ୍କା ବୃଦ୍ଧି କରିସାରିଛନ୍ତି । ନିକଟ ଅତୀତରେ ତଥାକଥିତ ଉଜ୍ୱଳା ଯୋଜନାରେ ଗ୍ୟାସ୍ ସିଲିଣ୍ଡର ପାଉଥିବା ଗରିବ ହିତାଧିକାରିମାନେ ମଧ୍ୟ ଏହି ମୂଲ୍ୟ ବୃଦ୍ଧି ତଥା ସବ୍ ସିଡି ପ୍ରତ୍ୟାହାରର ଶିକାର ହେବେ । ମାତ୍ର ୧୪% ଗୃହିଣୀମାନେ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ସିଲିଣ୍ଡର ଭରିଛନ୍ତି ବୋଲି ବିଜେଡି ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଛି ।
ତେବେ ଗୋଟିଏ ପଟେ ବିଜେଡି ତୈଳଦର ପ୍ରତିବାଦରେ ହରତାଳ କରୁଥିବା ବେଳେ ବିଜେପି ଚାଷୀ ସମସ୍ୟା ନେଇ ଆନ୍ଦୋଳନ କରିବ । ତେଣୁ ଉଭୟ ଦଳ ମଧ୍ୟରେ ଆଜି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । | <urn:uuid:6e41e6e3-fd98-451f-a690-6db43a01e86d> | CC-MAIN-2018-51 | http://kanaknews.com/bjd-vs-bjp/ | 2018-12-16T20:17:58Z | s3://commoncrawl/crawl-data/CC-MAIN-2018-51/segments/1544376827992.73/warc/CC-MAIN-20181216191351-20181216213351-00366.warc.gz | ory | 0.999965 | Orya | 6 | {"ory_Orya_score": 0.9999645948410034} |
ଯାଜପୁର-୧୨/୬(ଓଡିଆ ପୁଅ/ଏ.ରାଉତ) ଓଡିଆ ଅସ୍ମିତାର ପ୍ରତୀକ ରଜ ପର୍ବକୁ ଖାଂଟି ଓଡିଆଙ୍କ ଗଣପର୍ବଭାବେ ସର୍ବତ୍ର ବିବେଚନା କରାଯାଏ। ସାଢ଼େ ଚାରିକୋଟି ଓଡିଆଙ୍କ ଭାବାବେଗ ସହିତ ଜଡିତ ତିନିଦିନଧରି ପାଳିତ ହେଉଥିବା ଉକ୍ତ ଗଣପର୍ବର ନାମକୁ ଇଂରାଜୀରେ ରଜ ବଦଳରେ ରଜୋ ଲେଖିବାକୁ ନେଇ ରାଜ୍ୟର ବିଭିନ୍ନ ସହରରେ ବିବାଦର ସୂତ୍ରପାତ ସହିତ ପ୍ରତିବାଦର ସ୍ୱର ଅତ୍ୟନ୍ତ ଶାଣିତ ହୋଇଥିବାେବେଳେ ବ୍ୟାସନଗର ସହରରେ ମଧ୍ୟ ବ୍ୟବସାୟୀମାନେ ଇଂରାଜୀରେ ରଜ ବଦଳରେ ରଜୋ ଲେଖିଲେଣି ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବ୍ୟବସାୟୀମାନେ ଦୋକାନର ଫଳକ ଇଂରାଜୀ ବଦଳରେ ଓଡିଆରେ ଲେଖିବାକୁ ସରକାର ଗତ ମେ ପହିଲା ଶ୍ରମିକ ଦିବସରେ ବିଧିବଧଭାବେ ଘୋଷଣା କରିବାସହ ଖିଲାପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କଲାପରେ ମଧ୍ୟ ଏଥିପ୍ରତି ବ୍ୟବସାୟୀମାନେ ଦୃଷ୍ଟି ଦେଉନଥିବାବେଳେ ପୁଣି ଓଡିଆଙ୍କ ପ୍ରିୟ ପର୍ବକୁ କଦାକାର କରି ଇଂରାଜୀରେ ଲେଖିବା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଠି କରିଛି। ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ରଜ ଭଳି ପବିତ୍ର ଶବ୍ଦକୁ କାହିଁକି ଇଂରାଜୀରେ ରଜୋ ବୋଲି ଲେଖାଯାଉଛି ସେନେଇ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଭାଷା ପ୍ରେମୀମାନେ ପ୍ରଶ୍ନ ଉଠାଇଛନ୍ତି। କେବଳ ଏବର୍ଷ ନୁହଁ ପ୍ରତିବର୍ଷ ରଜ ଆସିଲେ ବ୍ୟବସାୟୀମାନେ ବିଭିନ୍ନ ଅଫର ଦେବାକୁ ବିଜ୍ଞାପନରେ ରଜ ବଦଳରେ ରଜୋ ଲେଖିବା ନଜିର ଥାଏ। କିନ୍ତୁ ଏବର୍ଷ ଓଡିାଆ ଭାଷା ଆଇନ ପ୍ରଣୟନ ଓ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦଣ୍ଡବିଧାନ ଘୋଷଣାପରେ ପ୍ରତିକ୍ରିୟା ଉଠାଇଛନ୍ତି ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ସାହିତ୍ୟିକ। ସାମାଜିକ ଗଣମାଧ୍ୟମରେ ଏନେଇ ଅନେକ କଟୁ ମତ ମନ୍ତବ୍ୟ ପ୍ରକାଶ ପାଇବାସହ ଏହି ରଜ ଶବ୍ଦକୁ କଦାକାର କରି ଲେଖୁଥିବା ବ୍ୟକ୍ତିଙ୍କ ଭତ୍ସର୍ନା କରାଯାଇଥିଲେ ମଧ୍ୟ ବ୍ୟବସାୟୀମାନେ ସୁଧୁରୁ ନାହାନ୍ତି। ବ୍ୟାସନଗର ସାହିତ୍ୟ ସଂସଦର ସଭାପତି ତଥା ବ୍ୟାସନଗର ମହାବିଦ୍ୟାୟଳର ଅବସର ପ୍ରାପ୍ତ ଅଧ୍ୟକ୍ଷ ପଦ୍ମନାଭ ମଲ୍ଲ ଏନେଇ କଡା ସମାଲୋଚନା କରିବାସହ ଓଡିଆ ଭାଷାର ଅସ୍ମିତାକୁ ଯେଉଁମାନେ କଦାକାର କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉବୋଲି ମତ ଦେଇଛନ୍ତି। ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ତଥା ଚିରନ୍ତନୀର ସଂପାଦିକା ସଂଯୁକ୍ତା ମହାପାତ୍ର ଏହି ଘଟଣାରେ ଘୋର ବିରୋଧ କରିଛନ୍ତି। ସର୍ବପ୍ରାଚୀନ ଓ ସର୍ବପୂରାତନଭାଷାଭାବେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ମଧ୍ୟ କାହିଁକି ଏହି ଭାଷାକୁ ଅପଭ୍ରଂଶ କରାଯାଉଛି ସେନେଇ ଉଦବେଗ ପ୍ରକାଶ କରିଛନ୍ତି। ଏହାକୁ ନେଇ ବିଭିନ୍ନ ଅନୁଷ୍ଠାନ ସ୍ୱର ଉଠାଇବା ସହ ଜନ ସଚେତନତା ଜାଗ୍ରତ କରିବାକୁ ସେ ନିବେଦନ କରି ଭାଷା ଉଲ୍ଲଙ୍ଗନକାରୀଙ୍କ ବିରୋଧରେ ଧର୍ତବ୍ୟ ଅପରାଧ ମାମଲା ରୁଜୁ କରିବା ଦରକାରବୋଲି ମତ ଦେଇଛନ୍ତି। ଯାଜପୁରରୋଡ ଭାଷା ବିକାଶ ଅଭଯାନ ତଥା ସ୍ମୃତିଲିପି ସଂପାଦକ ମଧ୍ୟ ଏହାର ଦୃଢ଼ ପ୍ରତିବାଦ କରିବାସହ ଭାଷା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଓଡିଆ ଭାଷା କୋଷରେ ରଜୋ ଭଳି କିଛି ଶବ୍ଦ ନଥିବାବେଳେ ଏହାକୁ ଅପଭ୍ରଂଶ କରି ଆମ ପରମ୍ପରା ପ୍ରତି ଖେଳ ଖେଳୁଥିବା ବ୍ୟବସାୟୀମାନେ ଆଗକୁ ଏଭଳି ଭୂଲ ନକରନ୍ତୁବୋଲି ସେ ଚେତାବନୀ ଦେଇଛନ୍ତି। ସେହିଭଳି ବ୍ୟାସନଗର ଭାଷା ଆନ୍ଦୋଳନର ସଂଯୋଜକ ତଥା ଶହୀଦ ଭଗତ ସିଂ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ ମଧ୍ୟ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯେଉଁ ବ୍ୟବସାୟୀମାନେ ନିଜ ବ୍ୟବସାୟ ପ୍ରତିଷ୍ଠାନ ବିଜ୍ଞାପନରେ ରଜୋ ଲେଖିଛନ୍ତି ତୁରନ୍ତ ସେହି ଶବ୍ଦକୁ ସଂଶୋଧନ କରି ରଜ ନଲେଖନ୍ତି ଆଗାମି ଦିନରେ ସହରର ଶହ ଶହ ଓଡିଆ ଭାଷା ପ୍ରେମୀ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ପହଂଚି ସେମାନଙ୍କୁ ସଚେତନ କରାଇବେବୋଲି ମତ ଦେଇଛନ୍ତି। ଯାଜପୁର ଏକ୍ସପ୍ରେସର ସଂପାଦକ, ଶିକ୍ଷାବିତ୍ ତଥା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ଇଂ. ଆଲେକଜାଣ୍ଡାର ଦାସ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିବାସହ ଆଗକୁ ବ୍ୟବସାୟୀ ବନ୍ଧୁମାନେ ଏଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି। ଧୀରେ ଧୀରେ ଏହା ଏକ ଜନ ଆନ୍ଦୋଳନର ରୂପ ନେବାର ଆଶଂକା ଥିବାରୁ ଏନେଇ ସମସ୍ତେ ସଚେତନ ହେବାସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବାକୁ ସେ ନିବେଦନ କରିଛନ୍ତି। | <urn:uuid:711edd96-52c2-48c4-bdf5-a0e7ca1fe462> | CC-MAIN-2018-51 | http://odiapua.com/%E0%AC%AC%E0%AD%8D%E0%AD%9F%E0%AC%BE%E0%AC%B8%E0%AC%A8%E0%AC%97%E0%AC%B0%E0%AC%B0%E0%AD%87-%E0%AC%AC%E0%AC%BF-%E0%AC%B2%E0%AD%87%E0%AC%96%E0%AC%BF%E0%AC%B2%E0%AD%87%E0%AC%A3%E0%AC%BF-%E0%AC%B0/ | 2018-12-16T19:16:32Z | s3://commoncrawl/crawl-data/CC-MAIN-2018-51/segments/1544376827992.73/warc/CC-MAIN-20181216191351-20181216213351-00366.warc.gz | ory | 0.99998 | Orya | 5 | {"ory_Orya_score": 0.9999804496765137} |
ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତିତ କି ? ତେବେ ୨୦ଟି ବିଭିନ୍ନ ବିଭାଗରେ ଖୋଲିଛି ଚାକିରୀ ଅବସର, ଶୀଘ୍ର କରନ୍ତୁ ଆବେଦନ
କ୍ୟାରିୟର ଚୟନ କରିବା ପାଇଁ ଦ୍ୱାଦଶ ଶ୍ରେଣୀ ପରେ ବିଦ୍ୟାର୍ଥୀଙ୍କ ପାଇଁ ଫାର୍ମାସୀ ବି ଗୋଟିଏ ଭଲ ବିକଳ୍ପ ରୂପେ ଅଛି । ଡିଗ୍ରୀ ବା ଡିପ୍ଲୋମାଧାରୀ ବିଦ୍ୟାର୍ଥୀଙ୍କ ପାଇଁ କେବଳ ସରକାରୀ କ୍ଷେତ୍ର ବ୍ୟତୀତ ବେସରକାରୀ କ୍ଷେତ୍ରରେ ମଧ୍ୟ ରୋଜଗାର କରିବାର ଅପାର ସମ୍ଭାବନା ଅଛି । ଗ୍ରେଟର ନୋଏଡାରେ ପାଖାପାଖି ଏକ ଡଜନ୍ ରୁ ବି ଅଧିକ କଲେଜ୍ ଗୁଡିକରେ ବ୍ୟାଚଲର ଅଫ୍ ଫାର୍ମାସୀ, ଡିପ୍ଲୋମା ଇନ୍ ଫାର୍ମାସୀର ପାଖାପାଖି ଏକ ହଜାରରୁ ଅଧିକ ସିଟ୍ ଅଛି । ସାଧାରଣତଃ ଏମବିବିଏସ୍ ରେ ପ୍ରବେଶ ହୋଇନପାରିବା ଯୋଗୁଁ ବିଦ୍ୟାର୍ଥୀ ଫାର୍ମାସୀ ଆଡକୁ ମୁହାଁଇ ଥାନ୍ତି । କିନ୍ତୁ ଆଜି ର ସ୍ଥିତି ପୁରା ବିପରୀତ ।
କେଉଁ କେଉଁ କ୍ଷେତ୍ରରେ ଅଛି ରୋଜଗାରର ସମ୍ଭାବନା : ଡିପ୍ଲୋମା ବା ଡିଗ୍ରୀ କରିବା ପରେ ଛାତ୍ରଙ୍କ ପାଇଁ ପାଖାପାଖି ୨୦ଟି ବିଭିନ୍ନ କ୍ଷେତ୍ରରେ ଚାକିରୀ ଏବଂ ବ୍ୟବସାୟର ଅବସର ଖୋଲିଯାଏ । ଯେଉଁଥିରେ ଫାର୍ମା କମ୍ପାନୀରେ ପ୍ରଡକ୍ସନ୍, ମାର୍କେଟିଙ୍ଗ, କ୍ୱାଲିଟି କଣ୍ଟ୍ରୋଲ, ଡ୍ରଗ ରେଗୁଲେଟରୀ ଆଫେୟାର୍, ଇଣ୍ଟରନ୍ୟୋସନାଲ ମାର୍କେଟିଙ୍ଗ, ପ୍ୟାକେଜିଙ୍ଗ, କେମିଷ୍ଟ ଆଦି ବିଭାଗରେ ଚାକିରୀର ଅବସର ଅଛି । ଏହା ବ୍ୟତୀତ ଫାର୍ମାରେ ଭିଜିଲାନ୍ସ, ମେଡିକାଲ ରାଇଟିଙ୍ଗ ଆଣ୍ଡ କୋଡିଙ୍ଗ, ମେଡିକାଲ ଟ୍ରାନ୍ସକ୍ରିପସନ୍, ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ , କ୍ଲିନିକାଲ ରିସର୍ଚ୍ଚ, ହସପିଟାଲ କ୍ଳିନିକାଲ ଫାର୍ମାସିଷ୍ଟ, ନ୍ୟୁଟ୍ରିସିୟନ, ଡାଇଟିସିଆନ୍, ଥେରେପିଷ୍ଟ ବନିକି ଭବିଷ୍ୟ ସୁଧାରି ପାରିବେ ।
ସରକାରୀ ସଂସ୍ଥାରେ ବି ଅଛି ଅବସର : ଫାର୍ମାସୀର ରେଜିଷ୍ଟଡ୍ ଗ୍ରାଜୁଏଟ୍ ସରକାରୀ ଏବଂ ପ୍ରାଇଭେଟ୍ ହସପିଟାଲରେ ଔଷଧ ବିକ୍ରି ଏବଂ ରୋଗୀଙ୍କୁ ଦିଆଯାଉଥିବା ଔଷଧ ବିଷୟରେ ପରାମର୍ଶ ବି ଦେଇପାରିବେ । ଫାର୍ମାସୀ ଗ୍ରାଜୁଏଟ୍ ଡ୍ରଗ୍ ଆଣ୍ଡ ଫୁଡ୍ ଇଂସପେକ୍ଟର ସହିତ ଇଏସଆଇ, ସେନା, ସରକାରୀ ହସପିଟାଲ ଏବଂ ଲାବୋରୋଟୋରୀରେ ବି ଚାକିରୀ ପାଇପାରିବେ ।
ପିଏସଆଇ ମାନ୍ୟତା ର ସଂସ୍ଥା ହିଁ ବାଛନ୍ତୁ : ଦ୍ୱାଦଶ ପରେ ଛାତ୍ର ଯଦି ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ ସହିତ ବାୟୋଟେକନୋଲୋଜି ବା ଗଣିତରେ ବୋର୍ଡ ପରୀକ୍ଷା ପାସ୍ କରିଛନ୍ତି । ସେହି ଛାତ୍ର ଫାର୍ମାସୀର ଡିଗ୍ରୀ ବା ଡିପ୍ଲୋମାରେ ଆଡମିଶନ୍ କରିପାରିବେ । ସଂସ୍ଥାରେ ଆଡମିଶନ୍ କରିବା ପୂର୍ବରୁ ଛାତ୍ର ଏବଂ ଅଭିଭାବକ ସଂସ୍ଥାର ପିଏସଆଇ(ଫାର୍ମାସୀ କାଉନସିଲ ଅଫ୍ ଇଣ୍ଡିଆ)ରୁ ମାନ୍ୟତାର ଯାଂଚ ଅବଶ୍ୟ କରିନିଅନ୍ତୁ । | <urn:uuid:3f3321fb-bdd7-49c7-8b35-3d897ac02fe8> | CC-MAIN-2018-51 | http://kanaknews.com/after-12th-there-are-better-alternatives-in-jobs/ | 2018-12-10T06:22:38Z | s3://commoncrawl/crawl-data/CC-MAIN-2018-51/segments/1544376823318.33/warc/CC-MAIN-20181210055518-20181210081018-00524.warc.gz | ory | 0.999977 | Orya | 5 | {"ory_Orya_score": 0.9999773502349854} |
ଟ୍ରକ ଡ୍ରାଇଭରଙ୍କ ପରିବାରକୁ ନିଜ ଅଧା ଦରମା ଦେଉଛନ୍ତି ଏହି ଆଇପିଏସ୍ ଅଫିସର ! ଜାଣନ୍ତୁ ଡିସିପିଙ୍କ ଏହି ବଡ ହୃଦୟ ପଛରେ କଣ ରହିଛି କାରଣ ।
ମାନବିକତାର ପରିଚୟ ଦେଇଛନ୍ତି ଜଣେ ଆଇପିଏସ ଅଫିସର । ଉତ୍ତର ପଶ୍ଚିମ ଦିଲ୍ଲୀ ର ଡିସିପି ଅସଲମ ଖାନ୍ ଗତ କେତେ ମାସ ଧରି ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ସୁଚେତଗଡର ଏକ ପରିବାରକୁ ନିଜ ଦରମାର କିଛି ଅଂଶ ପଠାଉଛନ୍ତି । ସବୁଠାରୁ ବଡ କଥା ହେଉଛି ଅଫିସର ଜଣଙ୍କ ଉକ୍ତ ପରିବାରକୁ ଭେଟି ନଥିବା ସତ୍ତତ୍ତେ୍ୱ ମଧ୍ୟ ଏଭଳି ସହାୟତା ପାଇଁ ଆଗକୁ ଆସିଛନ୍ତି । ଟଙ୍କା ପଠାଇବା ସହ ପ୍ରତି ୩ ଦିନରେ ଉକ୍ତ ପରିବାରକୁ ଫୋନ କରି ଖବର ବୁଝିଥାନ୍ତି । ତେବେ ଏହା ପଛରେ କଣ କାରଣ ରହିଛି ଜାଣିଲେ କାହାର ଭି ମଧ୍ୟ ହୃଦୟ ତରଳିଯିବ ।
ପ୍ରକୃତ ଘଟଣା ହେଉଛି, ଜାନୁଆରୀ ୯ ତାରିଖରେ ଦିଲ୍ଲୀର ଜାହାଙ୍ଗୀରପୁରୀର ମାନସିଂହ ନାମକ ଜଣେ ଟ୍ରକ ଡ୍ରାଇଭରଙ୍କୁ ଲୁଟ୍ କରିବା ଉଦ୍ୟମରେ ହତ୍ୟା କରାଯାଇଥିଲା । ତେବେ ମାନସିଂହଙ୍କ ପରିବାରରେ ୫ଜଣ ସଦସ୍ୟ ଥିବା ବେଳେ କେବଳ ମାନସିଂହ ହିଁ ଜଣେ ମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିଲେ । ପରିବାରର ମୁଖିଆଙ୍କ ଅଚାନକ ମୃତ୍ୟୁ କାରଣରୁ ପରିବାର ଉପରେ ଦୁଃଖରେ ପାହାଡ ଭାଙ୍ଗିପଡିଥିଲା । ଏହି ହତ୍ୟାକାଣ୍ଡର ତଦନ୍ତ ସମୟରେ ଡିସିପି ଅସଲମ ଖାନଙ୍କୁ ମାନସିଂହଙ୍କ ପରିବାରର ଅବସ୍ଥା ସମ୍ପର୍କରେ ଜଣାପଡିଥିଲା । ଏବଂ ସେହିଦିନ ଠାରୁ ଡିସିପି ନିଜ ଦରମାର କିଛି ଅଂଶ ମାନସିଂହଙ୍କ ପରିବାରକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।
ମାନସିଂହଙ୍କ ପରିବାରରେ ତାଙ୍କ ଝିଅ ବଲଜୀତ କୌର(୧୮), ଜସମିତ୍ କୌର(୧୪), ପୁଅ ଅସମିତ୍ ସିଂହ(୯) ଏବଂ ମାନସିଂହଙ୍କ ସ୍ତ୍ରୀ ଦର୍ଶନ କୌର(୪୦) ଅଛନ୍ତି । ତେବେ ଏଭଳି ପରିସ୍ଥିତିରେ ଡିସିପି ଅସଲମ ଖାନ ସେମାନଙ୍କ ପାଇଁ ଭଗବାନଙ୍କ ଅବତାର ହୋଇ ଆସିଥିବା ଚର୍ଚ୍ଚା ହେଉଛି । ମାନସିଂହଙ୍କ ଝିଅଙ୍କ କହିବା ଅନୁଯାୟୀ, ବାପାଙ୍କ ମୃତ୍ୟୁ ପରେ ଘର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା । ସ୍କୁଲ ଫି ଦେବା ଠାରୁ ଆରମ୍ଭ କରି ଘର ଖର୍ଚ୍ଚ ଚଳାଇବା ପାଇଁ ମଧ୍ୟ ସେମାନଙ୍କ ପାଖରେ ଟଙ୍କା ନଥିଲା । ଏପରିକି ଅନେକ ରାତି ସେମାନଙ୍କୁ ଭୋକ ଓପାସରେ ମଧ୍ୟ ଶୋଇବାକୁ ପଡିଛି । କିନ୍ତୁ ହଠାତ ଦିଲ୍ଲୀରୁ ଏକ ଫୋନ ଆସିଥିଲା ଏବଂ ଏହା ପରେ ସମସ୍ତ ଦୁଃଖ କମ ହେବାରେ ଲାଗିଥିଲା । ଡିସିପିଙ୍କର ଏଭଳି ସହାୟତାରେ ପ୍ରେରିତ ହୋଇ ମାନସିଂହଙ୍କ ଝିଅ ମଧ୍ୟ ପୋଲିସ ଅଫିସର ହେବା ପାଇଁ ଚାହୁଁଛନ୍ତି । ଆଉ ଏଥିପାଇଁ ଏବେ ଠାରୁ ସେ ପଢାପଢି ଆରମ୍ଭ କରିଦେଇଛନ୍ତି । | <urn:uuid:bd83455d-3f66-45a7-9671-abdc490dcada> | CC-MAIN-2018-51 | http://kanaknews.com/ips-officer-donate-her-half-salary-to-a-truck-drivers-family/ | 2018-12-10T06:24:31Z | s3://commoncrawl/crawl-data/CC-MAIN-2018-51/segments/1544376823318.33/warc/CC-MAIN-20181210055518-20181210081018-00524.warc.gz | ory | 1.000007 | Orya | 6 | {"ory_Orya_score": 1.0000067949295044} |
ଭୁବନେଶ୍ୱର : କେନ୍ଦ୍ର ତୈଳ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ଆଜିଠାରୁ ୩ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜଧାନୀ ସମେତ ପୁରୀ, ଖୋର୍ଧା, ରାୟଗଡ଼ା, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାଠାରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପେଟ୍ରୋଲ ପମ୍ପ ସମ୍ମୁଖରେ ବହୁ ମହିଳା, ଯୁବ ଓ ଛାତ୍ର ନେତୃମଣ୍ଡଳୀ, ବିଧାୟକ ଓ ମନ୍ତ୍ରୀ ସାମିଲ ହୋଇଥିଲେ।
ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ରଙ୍କ ନେତୃତ୍ୱରେ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଳର ବହୁ ବିଧାୟକ ଓ ମନ୍ତ୍ରୀ ବିଧାନସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତେଲ ଦର ବୃଦ୍ଧି ପ୍ରସଙ୍ଗ ଉଠାଇବା ସହିତ ଏକ ପଦଯାତ୍ରରେ ବାହାରି ରାମମନ୍ଦିରସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିଲେ।
ଉଲ୍ଲେଖ ଯେ, ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୧୦୪ ଡଲାର ଥିବା ବେଳେ ୪ବର୍ଷ ପରେ ଏହା ୭୮ ଡଲାରକୁ ଖସି ଆସିଛି। ମାତ୍ର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଲାଭଖୋର ମନବୃତ୍ତି ହେଉଛି ଏହାର ମୁଖ୍ୟ କାରଣ। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବାରୁ ତେଲ ଦର କମିଥିଲେ ହେଁ ଦେଶରେ ଏହାର ଓଲଟା ଘଟୁଛି। ୨୦୧୩/୧୪ରେ ତେଲ କ୍ଷେତ୍ରରେ ଜାତୀୟ ରାଜସ୍ୱ ଯାହା ଥିଲା ତାହା ତୁଳନାରେ ୨୦୧୬/୧୭ରେ ଏହା ୨୮୫ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ଏ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ନୃସିଂହ ସାହୁ, ବିଧାୟକ ପ୍ରି୍ରୟଦର୍ଶୀ ମିଶ୍ର, ସଂଜୟ ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଆକାଶ ଦାସ ନାୟକ, ମେୟର ଅନନ୍ତ ନାରାୟଣ ଜେନା, ଅନୁଭବ ପଟ୍ଟନାୟକ, ରବି ନାରାୟଣ ମହାପାତ୍ର, ରାଜଶ୍ରୀ ମଲ୍ଲିକ, ରାସେଶ୍ୱରୀ ପାଣିଗ୍ରାହୀ, ସଂଜୀବ ସାହୁ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସେଠୀ, ସୁବ୍ରତ ତରାଇ, ବ୍ରଜ କିଶୋର ପ୍ରଧାନ, ପ୍ରୀତିରଂଜନ ଘଡ଼ାଇ, ମାନସ ମଡ଼କାମୀ, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ଉପଦେଷ୍ଟା ରଞ୍ଜିତ ମହାପାତ୍ର, ଅମରେଶ ଜେନା, ସୁନିଲ ପ୍ରଧାନ, କେ ଦାସ, ଉପସଭାପତି ଦୁର୍ଗା ସାମନ୍ତରାୟ, ପ୍ରକାଶ ତ୍ରିପାଠୀ, ସନ୍ତୋଷ ବେଜ, ମନ୍ଦାକିନୀ କର, ରାଜକମଲ ଜେନା, ସମୀର ପ୍ରଧାନ, ତନ୍ମୟ ସ୍ୱାଇଁ, ଦେବାଶିଷ ସୀଟ, ଏଲିନା ଦାସ, ଜ୍ୟୋତିରଂଜନ ଜେନା, ସୁନୀଲ ପଣ୍ଡା ଓ ଧୃତିରଂଜନ ମାର୍ଥା ପ୍ରମୁଖ ସାମିଲ ହୋଇଥିଲେ। | <urn:uuid:0b761b9f-fe33-4e11-ac56-c5f7bfef6e15> | CC-MAIN-2018-51 | http://sambad.in/state/bjd-protest-infront-of-petrol-pumps-208605/ | 2018-12-10T06:42:23Z | s3://commoncrawl/crawl-data/CC-MAIN-2018-51/segments/1544376823318.33/warc/CC-MAIN-20181210055518-20181210081018-00524.warc.gz | ory | 0.999987 | Orya | 3 | {"ory_Orya_score": 0.9999865293502808} |
ମୋଦିଙ୍କ ଦୁଇଭାଇ ମଧ୍ୟରୁ ଜଣେ ଅଟୋ ଚାଳକ ତ ଆଉ ଜଣେ ତେଜରାତି ଦୋକାନୀ କହି ଚର୍ଚ୍ଚାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ! କେବଳ ଭାଇ ନୁହଁ ମା'ଙ୍କୁ ନେଇ ମଧ୍ୟ ଦେଇଛନ୍ତି ମନ୍ତବ୍ୟ ।
ସବୁବେଳେ ଅଯଥା ଏବଂ ଅନାବଶ୍ୟକ ବିବୃତି ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ତ୍ରିପୁରାର ବିଜେପି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଏବେ ପୁଣି ଏକ ଅନାବଶ୍ୟକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ଏଥରକ ସେ ଅଯଥା ଏବଂ ଅନାବଶ୍ୟକ ମନ୍ତବ୍ୟ ଦେଇଛନ୍ତି ଦେଶର ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ।
ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ଅବସରରେ ଉପସ୍ଥିତ ଜନତାକୁ ଉଦବୋଧନ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ବଙ୍ଗଳାରେ କହିଥିଲେ, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟେ ଭାଇ ତେଜରାତି ଦୋକାନ କରିଛି। ଆଉ ଗୋଟେ ଭାଇ ଅଟୋ ଚଳାଉଛି। ମା' ୧୦ ଫୁଟ ଲମ୍ବା ୧୨ ଫୁଟ ଚଉଡ଼ା ବିଶିଷ୍ଟ ଏକ କଠୋରିରେ ରହୁଛନ୍ତି। ଏମିତି ପ୍ରଧାନମନ୍ତ୍ରୀ କ'ଣ ସମଗ୍ର ବିଶ୍ୱରେ ଆଉ କେହି ଦ୍ୱିତୀୟ ଅଛନ୍ତି ?'
ତେବେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ କହିଁକି ଏପରି କହିଲେ, ଏପରି କହିବାର କ'ଣ ଆବଶ୍ୟକତା ରହିଥିଲା, ତାହା କେବଳ ସେ ହିଁ ନିଜେ ଜାଣିଥିବେ। ହେଲେ, ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଏ ଭାଷଣ ଟେଲିଭିଜନରେ ପ୍ରସାରିତ ହେବା ପରେ ଏବେ ଏହାକୁ ନେଇ ଏବେ ସାରା ଦେଶରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବାର ସଂପର୍କରେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଏ ମନ୍ତବ୍ୟ ପରେ ମୋଦିଙ୍କ ଛବି ଦେଶର ସାଧାରଣ ଜନମାନସରେ ଉଜ୍ୱଳ ହେବା ପରିବର୍ତ୍ତେ ମଳିନ ପଡ଼ିଯାଇଛି। | <urn:uuid:2252ce4f-3d7b-4171-951c-832174c1fd01> | CC-MAIN-2018-51 | http://kanaknews.com/biplab-deb-claims-that-one-of-pm-narendra-modis-brothers-is-a-grocer-and-the-other-is-an-auto-driver/ | 2018-12-13T20:09:40Z | s3://commoncrawl/crawl-data/CC-MAIN-2018-51/segments/1544376825098.68/warc/CC-MAIN-20181213193633-20181213215133-00204.warc.gz | ory | 1.000002 | Orya | 3 | {"ory_Orya_score": 1.000002384185791} |
ଏବେ ବଡ଼ସହରରେ ଦେଢ଼ ହଜାର ଟଙ୍କିଆ ଶାଢ଼ୀ ମାତ୍ର ଦେଢ଼ଶହ ଟଙ୍କାରେ ବିକ୍ରି ହେଉଛି । ବଜାର ରାସ୍ତାକଡ଼ରେ ଶହେ ଟଙ୍କାରେ ତିନିଟା ଜାମା ବିକ୍ରି । ବୁଲେଇ ବିକ୍ରି କରିବାକୁ ଆସୁଛି ହଜାର ହଜାର ଟଙ୍କା ଦାମ୍ର କୋଟ୍ ମାତ୍ର ଶହେ ଟଙ୍କାରେ । ବାଃ, ଭାରି ଶସ୍ତା ତ ! ଶୀତଦିନ ସଞ୍ଜ ପହରେ ବିଭିନ୍ନ ମାଲ୍ ବୁଲେଇ ଫେରି କଲାବେଳେ ଚାଦରଟା ଘୋଡେ଼ଇ ହେଲେ ଅକଳିଆ । ସବୁବେଳେ ଖସିପଡୁଥିବ । ଚାଦର ଦାମ୍ ପୁଣି ୨୦୦ ଟଙ୍କାରୁ କମ୍ ନୁହେଁ । ଏଇ ଶହେ ଟଙ୍କିଆ କୋଟ୍ ଗୋଟା ରଖି ଦେହରେ ଗଳେଇ ପକେଇଲେ ସବୁ ଆଡୁ ସୁବିଧା । ହଁ, କୋଟ୍ କିଏ ନା ଆମେ କିଏ ? ହଜାର ହଜାର ଟଙ୍କା ଦାମ୍ । ହେଲେ ଇଏ ଜମା ଶହେ ଟଙ୍କା । ଆମ ଗୁଡ଼ାଙ୍କ ପାଇଁ ଇଏ ଭଲ । ଲୋକେ କହୁଛନ୍ତି ଏଗୁଡ଼ା ଶବ କୋଟ୍ । କଲିକତା, ବମ୍ୱେ ଭଳି ବଡ଼ ବଡ଼ ସହରର କୋଟ୍ ପିନ୍ଧା ଧନୀ ଲୋକମାନେ ମରିଗଲେ ତାଙ୍କ କୋଟ୍ ଗୁଡ଼ା ଶବ ସାଙ୍ଗରେ ମଶାଣିରେ ଫୋପାଡ଼ି ଦିଆଯାଏ । ମଶାଣି ରକ୍ଷକ କିମ୍ୱା ରଜକ ଏଗୁଡ଼ିକୁ ଗୋଟେଇ ନେଇ ସଫାକରି ବିକ୍ରି କରିଦିଅନ୍ତି । କେତେକ କହନ୍ତି- ସିନେମାବାଲା ବ୍ୟବହାର କରୁଥିବା କୋଟ୍ ଟିକେ ପୁରୁଣା ହେଲେ ଆଉ ସେମାନଙ୍କର ଚଳେନା । ଗରିବ ଲୋକମାନେ କିମ୍ୱା ଲଣ୍ଡ୍ରିବାଲା ତାକୁ ମୋଫତରେ ନେଇଯାଇ ଆଇରମ୍ କରି ଶସ୍ତାରେ ବିକି ଦିଅନ୍ତି । କେତେକ ଫେରିବାଲା ଜାମା ପ୍ୟାଣ୍ଟ ଖୁବ୍ କମ୍ ରେଟ୍ରେ ବୁଲେଇ ବିକ୍ରି କରନ୍ତି । ଶହେ ଟଙ୍କାରେ ତିନିଟା ସାର୍ଟ । ଏସବୁକୁ କେତେକ ବି ଶବ ଡ୍ରେସ୍ କହନ୍ତି । ଅବଶ୍ୟ କେହି କେହି ଏସବୁକୁ କମ୍ପାନୀର ରିଜେକ୍ଟ ମାଲ୍ ବୋଲି କହିଥାନ୍ତି । ହଁ. . . ଶବ ଡ୍ରେସ୍ ହେଉ କି ରିଜେକ୍ଟ ମାଲ୍ ହେଉ, ଶସ୍ତା ତ ! ଆମେ ଗରିବଗୁଡ଼ା ଶସ୍ତା ଜିନିଷ ଚାହୁଁ । ହାଟର ପୋକା, ଶୁଖୁଲା ଡ୍ୟାମେଜ୍ ପରିବା ଆମେ ଖାଉ । ପଚାମାଛ, ସମୁଦ୍ରର ବରଫ ଦିଆ ମାଛ ଆମେ ଖାଉ । ମଲା ଶୁଖିଲା ଶବମାଛ (ଶୁଖୁଆ) ଆମେ ଖାଉ । ଆଉ ଶବଙ୍କର ୩୦ ଟଙ୍କିଆ ଜାମା ୧୦୦ ଟଙ୍କିଆ କୋଟ୍ (ଶବଙ୍କର ହେଉ କି ଶିବବାବୁଙ୍କର ହେଉ) ଆମେ ପିନ୍ଧିବୁନି ତ ଆଉ କିଏ ପିନ୍ଧିବ ? କମ୍ପାନୀର ଡ୍ୟାମେଜ୍ ଶାଢ଼ୀ ଆସି ବଜାରରେ ଶହେ ଦେଢ଼ଶହ ଟଙ୍କାରେ ବିକ୍ରି ହେଲେ ପଚା ମାଛରେ ମାଛି ଘେରିଲା ଭଳି ଆମେ ଗରିବ ଗୁଡ଼ା ଘେରି ଯାଉ କିଣିବାକୁ । ୧୦୦ ଟଙ୍କାରେ ଚକ୍ଚକିଆ ଶାଢ଼ୀ ଦେଖି ଘରଣୀ ବି ତାକୁ ନେଇ ରଖିଦିଏ ପେଡ଼ିଲୁଗା ବା ଯିବା ଆସି ଲୁଗା କରି ପିନ୍ଧିବାକୁ । ଡାକ୍ତର ଆମକୁ ଫଳ ଖାଇବାକୁ କହିଲେ ୧୫୦ ଟଙ୍କିଆ ସେଓ ଥିଲା ବେଳେ ଆମେ ଶୁଖିଲା, ଗାଡ଼ିମାଡ଼ଖିଆ, ପେଟିଦାଗ କି ବରଫମାଡ଼ଖିଆ ୬୦ ଟଙ୍କିଆ ସେଓ କିଣିଖାଉ । ବଜାରର ଡ୍ୟାମେଜ୍ ମାଲ୍ର ଗରାଖ ଆମେ । ଏସବୁ ଆମର ଚଳେ । ଆମେ ଅଭାବୀ ଲୋକ ବିଚରା । ନୋହିଲେ ରିଜେକ୍ଟ ମାଲ୍ଗୁଡ଼ା ହୁଅନ୍ତା କ'ଣ ?
ହଁ. . . ଶବ ଡ୍ରେସ୍ ହେଉ କି ରିଜେକ୍ଟ ମାଲ୍ ହେଉ, ଶସ୍ତା ତ ! ଆମେ ଗରିବଗୁଡ଼ା ଶସ୍ତା ଜିନିଷ ଚାହୁଁ । | <urn:uuid:88d183a1-5a2d-475c-bd1e-cacc9ac355e7> | CC-MAIN-2018-51 | http://www.ameodia.com/?p=6983 | 2018-12-13T20:09:41Z | s3://commoncrawl/crawl-data/CC-MAIN-2018-51/segments/1544376825098.68/warc/CC-MAIN-20181213193633-20181213215133-00204.warc.gz | ory | 0.999933 | Orya | 11 | {"ory_Orya_score": 0.9999330043792725} |
ମାନବ ଇତିହାସରେ ବିଶ୍ୱାସଘାତକତାର କାହାଣୀ
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ ରୂପେ ବର୍ଣ୍ଣନା କରାଯାଇଛି । ସଂସାରର ସର୍ବୋତମ ସୃଷ୍ଟି ହୋଇ ମଧ୍ୟ କାଳେ କାଳେ ମଣିଷ ହୃଦୟରେ ଲୋଭ, ହିଂସା, ମୋହ, ଇର୍ଷା ବସା ବାନ୍ଧି ହୋଇ ରହିଛି । ବିଶ୍ୱାସରେ ବିଷ ମିଶାଇବା ମଣିଷ ଜାତିର ଆଦିମ ପ୍ରବୃତି । ଏହି ବିଷରୁ ଭାଇ, ବନ୍ଧୁ, ସ୍ୱାମୀ-ସ୍ତ୍ରୀ, ବାପ-ପୁଅ କେହି ବାଦ୍ ପଡ଼ି ନାହାନ୍ତି । ଇତିହାସର ଗତି ପଥରେ ଅସଂଖ୍ୟ ବିଶ୍ୱାସଘାତକତାର କାହାଣୀ ଦୃଷ୍ଟିରେ ପଡ଼େ । ସେହି କାହାଣୀ ଗୁଡ଼ିକ ମଧ୍ୟରୁ ନିଜର ପି୍ରୟ ବନ୍ଧୁଙ୍କ ଦ୍ୱାରା ରୋମ ସମ୍ରାଟ ଜୁଲିୟସ୍ ସିଜର୍ଙ୍କର ହତ୍ୟାକାଣ୍ଡ ଓ ନିଜର ଜଣେ ପି୍ରୟ ଶିଷ୍ୟ ଯୁଦାସଙ୍କ ଦ୍ୱାରା ତ୍ରାଣକର୍ତା ଯୀଶୁଖ୍ରୀଷ୍ଟ କ୍ରୂଶରେ ନିହତ ହେବା ଘଟଣା ସବୁଠୁ ଜଘଣ୍ୟ ବଡ଼ ବିଶ୍ୱାସଘାତକତା ଭାବେ ସବୁଦିନ ପାଇଁ ମାନବ ଇତିହାସରେ ଳିପିବଦ୍ଧ ହୋଇ ରହିଛି ।
ଜୁଲିୟସ୍ ସିଜର ହେଉଛନ୍ତି ବିଶାଳ ରୋମ୍ ସାମ୍ରାଜ୍ୟର ପ୍ରତିଷ୍ଠାତା । ରୋମ୍ର ଅନ୍ୟତମ ସେନାପତି ଭାବେ ସେ ବିଦ୍ରୋହ ଦମନ ସଙ୍ଗେ ସଙ୍ଗେ ରୋମ ସାମ୍ରାଜ୍ୟର ସୀମାକୁ ବହୁଦୂର ବଢାଇଥିଲେ । ତାଙ୍କର ଲୋକପି୍ରୟତା ଦ୍ରୂତ ଗତିରେ ବୃଦ୍ଧି ପାଇଲା । ରୋମର ସିନେଟ୍ ତାଙ୍କୁ ସେନାପତିରୁ ଅନ୍ୟତମ କନ୍ସଲ୍ ରୂପେ ନିଯୁକ୍ତି ଦେଲେ । ପରେ ସେ ନିଜକୁ ରୋମ୍ର ସମ୍ରାଟ ଭାବେ ଘୋଷଣା କରି ସବୁ କ୍ଷମତା ଅକ୍ତିଆର କଲେ । ରୋମ୍ରେ ସେତେବେଳେ ଗଣତନ୍ତ୍ର ଚାଲୁଥିଲା । ଶାସନ ଚାଲିବାକୁ ଏକ ସିନେଟ୍ ବା ପ୍ରତିନିଧି ସଭା ଥିଲା । ସିଜର କାଳେ ଏକଛତ୍ରବାଦୀ ହୋଇଯିବେ, ସେଥିପାଇଁ ସିନେଟ ର ସଭ୍ୟ ମାନେ ଭୟଭୀତ ହୋଇ ସିଜରଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କଲେ । ଏହି ଷଡ଼ଯନ୍ତ୍ର ପଛରେ ଥିଲେ ସିଜରଙ୍କର ଜଣେ ପି୍ରୟ ବନ୍ଧୁ ବ୍ରୁଟସ୍ । ଛଳନା କରାଯାଇ ସିଜରଙ୍କୁ ସିନେଟ୍ ଗୃହକୁ ଡ଼କାଗଲା । ଅମଙ୍ଗଳ ଆଶଙ୍କା କରି ସିଜରଙ୍କ ସ୍ତ୍ରୀ ତାଙ୍କୁ ମନା କଲେ ମଧ୍ୟ ଡ଼କାଇଥିବା ବନ୍ଧୁ ବ୍ରୁଟସ୍ଙ୍କ ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା । ସେ ସିନେଟ୍ ଗୃହକୁ ଗଲେ । ସେଠାରେ ସିନେଟ୍ ସଦସ୍ୟ ମାନେ ତାଙ୍କୁ ଘେରି ଯାଇ ଅତର୍କିତ ଆକ୍ରମଣ କଲେ । ମହାବୀର ସିଜର ମଧ୍ୟ ବୀରତ୍ୱର ସହ ଲଢେଇ କଲେ । ହଠାତ୍ ତାଙ୍କର ପି୍ରୟ ବନ୍ଧୁ ବ୍ରୁଟସ୍ ତାଙ୍କୁ ପଛରୁ ଛୁରୀକାଘାତ କରିବାରୁ ସିଜର ଅସ୍ତ୍ର ତ୍ୟାଗ କଲେ ଓ ତାଙ୍କ ମୁହଁରୁ କୋହଭରା କଣ୍ଠରେ ବାହାରି ପଡ଼ିଲା, 'ଓଃ ବ୍ରୁଟସ୍, ଇୟୁ ଅଲ୍ସୋ!' ଏତିକିବେଳେ ଶତ୍ରୁ ମାନେ ତାଙ୍କୁ ନିହତ କଲେ । ବ୍ରୁଟସ୍ ଙ୍କର ଏହି ଅମାନବୀୟ ବିଶ୍ୱାସଘାତକତା ଯୋଗୁ ମାନବ ଇତିହାସରେ ବ୍ରୁଟାଲ୍ ଶବ୍ଦର ସୃଷ୍ଟି ହେଲା ।
ତ୍ରାଣକର୍ତା ଯୀଶୁଙ୍କୁ ନିଜର ଶିଷ୍ୟ ଯୁଦାସ୍ ଙ୍କର ବିଶ୍ୱାସଘାତକତା ଯୋଗୁ ବନ୍ଦୀ କରାଯାଇଥିଲା । ପରେ ଶତ୍ରୁମାନେ ତାଙ୍କୁ କୁ୍ରଶବିଦ୍ଧ କରି ହତ୍ୟା କରିଥିଲେ । ଏହି ଜଘଣ୍ୟ ହତ୍ୟା କାହାଣୀ ବାଇବେଲ୍ରେ ବର୍ଣ୍ଣିତ ଅଛି । ନିଜକୁ ଈଶ୍ୱରଙ୍କର ପି୍ରୟ ପୁତ୍ର ବୋଲି ଦାବି କରୁଥିବା ଯୀଶୁ ଯେତେବେଳେ ଇସ୍ରାଏଲ୍ ରେ ରହୁଥିବା ଇହୁଦୀ ମାନଙ୍କ ମଧ୍ୟରେ ପ୍ରଚଳିତ ବଳି ପ୍ରଥା, ପିତୁଳା ପୂଜା ଓ ଅନ୍ୟାନ୍ୟ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତୋଳନ କଲେ, ସେ ଅନେକଙ୍କର ଶତ୍ରୁ ହୋଇଗଲେ । ଯୀଶୁ ଦାବି କଲେ, ଈଶ୍ୱର ଏକ ଓ ଅଭିନ୍ନ । ମଣିଷ ନିଜର ପାପ ପାଇଁ ଅନୁତାପ କରିବା ଉଚିତ । ତାଙ୍କର ଅଲୌକିକ ଶକ୍ତି ବଳରେ ମୃତ ଲୋକେ ଜୀବିତ ହେଲେ । ଅନ୍ଧ ଚକ୍ଷୁ ଫେରି ପାଇଲେ । ପଙ୍ଗୁ ଚଳପ୍ରଚଳ ହେଲେ ଓ ମଣିଷ ଭିତରେ ଥିବା ଭୂତପ୍ରେତ ମାନେ ଯୀଶୁଙ୍କ ଆଦେଶରେ ବାହାରକୁ ଚାଲିଗଲେ । ଯୀଶୁଙ୍କ ବାଣୀରେ ପ୍ରଭାବିତ ହୋଇ ହଜାର ହଜାର ଲୋକେ ତାଙ୍କର ଶିଷ୍ୟ ହୋଇଗଲେ । ଭକ୍ତଙ୍କ ଗହଣରେ ଇହୁଦୀ ମାନଙ୍କ ମୁଖ୍ୟ ପୂଜାପୀଠ ଜେରୁଜେଲମ୍ ସହରରେ ଯୀଶୁ ପ୍ରବେଶ କଲେ । ମନ୍ଦିରକୁ ଯାଇ ପୂଜକ ମାନଙ୍କୁ ଘଉଡ଼ାଇ ଦେଲେ । ମନ୍ଦିରରେ ଅର୍ଥ ଆଦାୟ କରୁଥିବା କର୍ମଚାରୀଙ୍କ ବାକ୍ସକୁ ଫିଙ୍ଗିଦେଲେ । କହିଲେ, 'ମନ୍ଦିର କେବଳ ଉପାସନା ପାଇଁ ଉଦ୍ଦିଷ୍ଟ ।' ପୂଜକମାନେ ପ୍ରକାଶ୍ୟରେ ଯୀଶୁଙ୍କୁ ବାଧା ନଦେଲେ ମଧ୍ୟ ତାଙ୍କୁ ମାରିବାକୁ ଭିତିରିଆ ଷଡ଼ଯନ୍ତ୍ର ଆରମ୍ଭ କଲେ । ତାଙ୍କର ୧୨ ଜଣ ଶିଷ୍ୟଙ୍କ ମଧ୍ୟରୁ ଯୁଦାସ୍ ଏହି ଚକ୍ରାନ୍ତରେ ସାମିଲ୍ ହେଲେ । ତିରିଶଟି ରୌପ୍ୟମୁଦ୍ରା ବଦଳରେ ଯୀଶୁଙ୍କୁ ଧରାଇ ଦେବେ ବୋଲି ସେ ପ୍ରତିଶ୍ରୂତି ଦେଲେ ।
ଏଣେ ଯୀଶୁ ମନ୍ଦିରରୁ ଜଣଙ୍କ ଘରକୁ ଯାଇ ଖାଦ୍ୟ ପ୍ରସ୍ତୁତ କରିବାକୁ ଆଦେଶ ଦେଲେ । ବାଇବେଲ୍ରେ ଏହା ଲାଷ୍ଟ ସୁପର ବା ଶେଷ ରାତ୍ରୀ ବୋଲି ବର୍ଣ୍ଣିତ ହୋଇଛି । ସେ ୧୨ ଜଣ ଶିଷ୍ୟଙ୍କ ସହିତ ଖାଇବାକୁ ବସିଲେ । ତାଙ୍କ ମୁହଁରେ ଦୁଃଖର ଛାୟା ଥିଲା । ଶିଷ୍ୟମାନଙ୍କୁ ନିଜ ହାତରେ ରୁଟି ଓ ସୁପ୍ ଖାଇବାକୁ ଦେଲେ । ନିଜର ଏହା ଶେଷ ରାତ୍ରୀ ଭୋଜନ ଓ ଏହା ପରେ ସେ ସ୍ୱର୍ଗରେ ଆହାର କରିବେ ବୋଲି ଶିଷ୍ୟ ମାନଙ୍କୁ କହିଲେ । କାହିଁକି କେଜାଣି ରାତିର ଶେଷ ପ୍ରହରରେ ତୁମ ମାନଙ୍କ ମଧ୍ୟରୁ ଜଣେ ମତେ ଶତ୍ରୂ ମାନଙ୍କ ହାତରେ ସମର୍ପି ଦେବ(!) ବୋଲି ମଧ୍ୟ କହିଲେ । ଏକଥା ଶୁଣି ସମସ୍ତେ ଚମକି ଉଠିଲେ । ସମସ୍ତେ ପରସ୍ପରକୁ ଚାହିଁ କହିଲେ, 'ଇଜ୍ ଇଟ୍ ଆଇ?'ନୈଶ୍ୟ ଭୋଜନ ସାରି ଯୀଶୁ ୩ଜଣ ଶିଷ୍ୟଙ୍କ ସହିତ ମାଉଣ୍ଟ ଅଲିଭ ଉପରକୁ ଗଲେ । ସେଠାରେ ସେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ । ଏଣେ ଶିଷ୍ୟମାନେ ଶୋଇ ପଡ଼ିଲେ । ଏତିକିବେଳେ ତାଙ୍କର ପି୍ରୟ ଶିଷ୍ୟ ପିଟର କହିଲେ, 'ମୁଁ ପ୍ରତିଜ୍ଞା କରି କହୁଛି, ମରିବି ପଛେ, ଏଭଳି କିଛି ହେବାକୁ ଦେବିନି!' ଯୀଶୁ ତାଙ୍କୁ କହିଲେ, 'କାଲି ସକାଳେ କୁକୁଡ଼ା ରାବିବା ଆଗରୁ ତୁମେ ମତେ ଚିହ୍ନିନା ବୋଲି ଚିଲେଇ ଚିଲେଇ ତିନିଥର କହିବ…….' ଏତିକି କହିବା ଭିତରେ ଶିଷ୍ୟ ଯୁଦାସ୍ ଶତ୍ରୂ ମାନଙ୍କ ସହ ସେଠାରେ ପହଂଚିଗଲେ । 'ମାଇଁ ଲର୍ଡ଼'କହି ଯୀଶୁଙ୍କୁ କୁଣ୍ଢାଇ ତାଙ୍କର ପାଦ ତଳେ ପଡ଼ିଗଲେ । ଏହା ଦ୍ୱାରା ଶତ୍ରୂ ମାନେ ଯୀଶୁଙ୍କୁ ଚିହ୍ନି ତାଙ୍କୁ ବାନ୍ଧି ପକାଇଲେ । ଜେରୁଜେଲମ୍ର ଶାସନକର୍ତା ପେଲେଟ୍ଙ୍କ ପାଖକୁ ନେଇଗଲେ ଓ ଲୋକମାନଙ୍କୁ ଯୀଶୁଙ୍କ ବିରୁଦ୍ଧରେ ତତାଇଦେଲେ । ପେଲେଟ୍ ନିଜ ଇଚ୍ଛା ବିରୁଦ୍ଧରେ ଯୀଶୁଙ୍କୁ ଶତ୍ରୂ ମାନଙ୍କ ହାତରେ ସମର୍ପି ଦେଲେ । ଶତ୍ରୂ ମାନେ ଯୀଶୁଙ୍କୁ ନାନା ନିର୍ଯ୍ୟାତନା ଦେଇ ବଧ ଭୂମିକୁ ନେଇଗଲେ । ତାଙ୍କ ମୁଣ୍ଡରେ ଗୋଟିଏ କଂଟାର ମୁକୁଟ ପିନ୍ଧାଇ ଦେଲେ । ଈଶ୍ୱରଙ୍କୁ ଡ଼ାକି ନିଜକୁ ରକ୍ଷା କରନ୍ତୁ ବୋଲି ଥଟ୍ଟା କଲେ । ଶେଷରେ ଦୁଇଜଣ ଚୋରଙ୍କ ସହିତ ଯୀଶୁଙ୍କୁ କ୍ରୂଶବିଦ୍ଧ କରି ହତ୍ୟା କଲେ । ଯୀଶୁଙ୍କୁ କ୍ରୂଶବିଦ୍ଧ ଦିନ ଅନେକ ଆଶ୍ଚର୍ଯ୍ୟ ଘଟଣା ମାନ ଘଟିଲା । ପ୍ରବଳ ପବନରେ ଇହୁଦୀ ମାନଙ୍କ ମନ୍ଦିର ଭାଙ୍ଗିଗଲା । ପାହାଡ଼ ଫାଟି ଖଣ୍ଡଖଣ୍ଡ ହୋଇଗଲା । ଅନେକ ମହାପୁରୁଷ କବରରୁ ବାହାରି ଦେଖାଦେଲେ । ଯୀଶୁଙ୍କ ଶବ ମଧ୍ୟ ଜୀବନ୍ତ ହୋଇ ସ୍ୱର୍ଗଧାମ ଯାତ୍ରା କଲା ଓ ଓ ଈଶ୍ୱରଙ୍କର ଡ଼ାହାଣ କଡ଼ରେ ଯୀଶୁ ବସିଲେ । କ୍ରୂଶବିଦ୍ଧର ତିନିଦିନ ପରେ ଗାଲିଲି ପାହାଡ଼ରେ ସେ ନିଜର ଶିଷ୍ୟ ମାନଙ୍କୁ ଦେଖା ଦେଇ ସାରା ବିଶ୍ୱକୁ ଚମକ୍ରୃତ କରିଦେଲେ ଓ ଈଶ୍ୱରଙ୍କର ରାଜ୍ୟ ନିଶ୍ଚୟ ଆସିବ ବୋଲି ଆଶ୍ୱସନା ଦେଇ ଚାଲିଗଲେ । ନିଜର କାର୍ଯ୍ୟ ପାଇଁ ଅନୁତପ୍ତ ଯୁଦାସ୍ ନେଇଥିବା ଅର୍ଥକୁ ଫେରସ୍ତ କରିଦେଲେ ଓ ଆତ୍ମହତ୍ୟା କରି ନିଜ ପାପର ପ୍ରାଶ୍ଚିତ କଲେ । ସେହିପରି ସିଜରଙ୍କୁ ହତ୍ୟା କରିଥିବା ବ୍ରୁଟସ୍ ମଧ୍ୟ ଅଳ୍ପଦିନ ପରେ ସିଜରଙ୍କ ଅନୁଗାମୀ ହାତରେ ନିହତ ହେଲେ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଉମରକୋଟ, ମୋ-୯୪୩୭୨୩୫୩୮୬ | <urn:uuid:860626ec-ae3a-46b6-95ad-a53f4d8cf89b> | CC-MAIN-2018-51 | http://indiannewssite.com/1654-2/ | 2018-12-17T10:29:11Z | s3://commoncrawl/crawl-data/CC-MAIN-2018-51/segments/1544376828501.85/warc/CC-MAIN-20181217091227-20181217113227-00524.warc.gz | ory | 1.000006 | Orya | 4 | {"ory_Orya_score": 1.0000061988830566} |
କନକ ବ୍ୟୁରୋ : କାନ୍ଧରେ ଶବବୁହା ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବାଧିକାର କମିଶନ। କଳାହାଣ୍ଡି ଓ ସୋର ଘଟଣାରେ ରାଜ୍ୟସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ନିର୍ଦେଶ ଦେଇଛନ୍ତି । କଳାହାଣ୍ଡିରେ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ସ୍ୱାମୀ ଯିବା ଘଟଣା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାରି ଆଧାରରେ ନୋଟିସ ଜାରି କରିଛନ୍ତି ମାନବାଧିକାର କମିଶନ। ସେପଟେ ସୋରରେ ମଧ୍ୟ ଜଣେ ଅପରିଚିତ ମହିଳାଙ୍କ ଶବରୁ ଅଖାରେ ପୁରାଇ ବାଉଁଶରେ ବାନ୍ଧି ବୋହିନେବା ଘଟଣାରେ ରିପୋର୍ଟ ତଲବ କରିଛନ୍ତି ଏନ୍ଏଚ୍ଆରସି । ଏହା ଏକ ଅମାନବୀୟ ଘଟଣା ଏବଂ ଏଥି ପ୍ରତି ପ୍ରଶାସନ ସମ୍ବେଦନଶୀଳ ହେବା ଉଚିତ ଥିଲା ବୋଲି କମିସନ ଉଲ୍ଲେଖ କରିଛନ୍ତି । | <urn:uuid:88fd082c-780b-473f-a94c-29402a3a45ef> | CC-MAIN-2018-51 | http://kanaknews.com/kalahandi-issue/ | 2018-12-17T10:02:24Z | s3://commoncrawl/crawl-data/CC-MAIN-2018-51/segments/1544376828501.85/warc/CC-MAIN-20181217091227-20181217113227-00524.warc.gz | ory | 0.999982 | Orya | 2 | {"ory_Orya_score": 0.9999817609786987} |
ହାତୀ ବି ଖାଉଛି ପାନ, ଦୋକାନ ଦେଖିଲେ ଅଟକି ଯାଉଛି ! ସୋସିଆଲ ମିଡ଼ିଆରେ ଭିଡ଼ିିଓ ଭାଇରାଲ୍
ଲୋକମାନେ ପାନ ଖାଉଥିବାର ଆପଣ ଦେଖିଥିବେ । ହେଲେ କେବେ ହାତୀଟିଏ ପାନ ଖାଇଥିବାର ଦେଖିନଥିବେ କି ଶୁଣି ବି ନଥିବେ । କିନ୍ତୁ ଏକ ହାତୀର ପାନ ଏତେ ପ୍ରିୟ ଯେ , ଏହା ଜାଣିଲେ ଆପଣ ବିଶ୍ୱାସ କରିପାରିବେନି । କିନ୍ତୁ ଏହା ସତ । ମଧ୍ୟ ପ୍ରଦେଶର ସାଗର ଅଂଚଳରେ ଥିବା ଏକ ହାତୀର ପାନ ଏତେ ସଉକ୍ ଯେ ପାନ ଦୋକାନ ଦେଖିଲେ ତା ପାଦ ଆପେ ଆପେ ଅଟକି ଯାଉଛି । ଆଉ ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ସାଜିଛି । ହାତୀଟି କଡା ପାନ ନୁହେଁ , ମିଠା ପାନ ଖାଇବାକୁ ବେଶ୍ ପସନ୍ଦ କରୁଛି ।
ହାତୀର ଏହି ସଉକ୍ ସଂପର୍କରେ ଏହାର ମାହୁନ୍ତ କୁହନ୍ତି – ଯେ ଗତ ୧୪ବର୍ଷ ଧରି ପାନ ଖାଇବାର ଅଭ୍ୟାସରେ ପଡ଼ିଯାଇଛି ହାତୀ । ଯେଉଁଦିନ ସେ ପାନ ଖାଏ ନାହିଁ ସେହି ଦିନ ଉଦାସ ରହେ । ପ୍ରତିଦିନ ସେ ମାହୁନ୍ତ ସହ ଏକ ନିର୍ଦ୍ଦିଷ୍ଟ ଦୋକାନକୁ ପାନ ଖାଇବାକୁ ଯାଇଥାଏ । ଦୋକାନୀ ଜଣଙ୍କ ତାଙ୍କୁ ମିଠା ପାନଟିଏ ଖୁଆଇବା ପରେ ସେ ଫେରିଆସେ । ଏବେ ହାତୀର ଏହି ସଉକ୍ ଦେଖି ଅନେକ ଦୋକାନୀ ହାତୀକୁ ମିଠା ପାନ ଖୁଆଉଛନ୍ତି ।
ଦେଖନ୍ତୁ ଏହି ଭିଡ଼ିଓ – | <urn:uuid:a24e1699-8cd2-49a5-86f0-c87314bd42a4> | CC-MAIN-2018-51 | http://kanaknews.com/special-news-a-elephant-eats-betel-leaf-in-madhya-pradesh-sagar/ | 2018-12-17T09:44:55Z | s3://commoncrawl/crawl-data/CC-MAIN-2018-51/segments/1544376828501.85/warc/CC-MAIN-20181217091227-20181217113227-00524.warc.gz | ory | 1.000009 | Orya | 4 | {"ory_Orya_score": 1.0000087022781372} |
ନୂଆଦିଲ୍ଲୀ:ଜିମ୍ବାୱେରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇ ତାଙ୍କ ବାମ ହାତକୁ ହରାଇ ଦେଇଛନ୍ତି। ଡାକ୍ତର ତୁରନ୍ତ ମହିଳାଙ୍କ ଚିକିତ୍ସା କରି ଜୀବନ ବଞ୍ଚାଇ ଦେଇଥିଲେ। ହସ୍ପିଟାଲରେ ଠିକ୍ ହେବା ପରେ ଜେନିଲି ଲେବୁ ହସ୍ପିଟାଲରେ ହିଁ ନିଜ ଭାବି ସ୍ୱାମୀଙ୍କ ସହିତ ବିବାହ କରିଥିବାର ଘଟଣା ସାମ୍ନାକୁ ଆସିଛି।
ଜେନିଲି ଏହି ଘଟଣା ସମ୍ପର୍କରେ କହନ୍ତି, କିଛିଦିନ ତଳେ ସେ ତାଙ୍କ ଭାବି ସ୍ୱାମୀ ଜେମି ଫକ୍ସଙ୍କ ସହିତ ଭିକଟୋରିଆ ହ୍ରଦ ପାଖରେ ଥିବା ଜାମ୍ବେଜି ନଦୀ ପାଖକୁ ଛୁଟି କଟାଇବାକୁ ଯାଇଥିଲେ। ନଦୀରେ ଡଙ୍ଗାରେ ବସି ବୁଲୁଥିବା ସମୟରେ ପାଣି ଭିତରକୁ ଏକ କୁମ୍ଭୀର ହଠାତ୍ ଆସି ତାଙ୍କ ବାମ ହାତକୁ ଟାଣି ନେଇଥିଲା । ସେତେବେଳେ ଡଙ୍ଗା ବି ପାଣି ଭିତରେ ବୁଡିବାକୁ ଲାଗିଥିଲା। କୁମ୍ଭୀର ତାଙ୍କ ହାତକୁ ଧରି ଟାଣିବାରେ ଲାଗିଥିଲା। ସେହି ସମୟରେ କୁମ୍ଭୀର କବଳରୁ ଜେନିଲିଙ୍କୁ ରକ୍ଷା କରିବା ପାଇଁ ନାବିକ ଓ ତାଙ୍କ ଭାବି ସ୍ୱାମୀ ବହୁ ଚେଷ୍ଟା କରିଥିଲେ। ଏହାପରେ ପରେ କୁମ୍ଭୀର ତାଙ୍କ ହାତ ଛାଡ଼ିକୁ ଛାଡ଼ି ପାଣି ଭିତରକୁ ପଳାଇ ଥିଲା। ଏହାପରେ ହେଲିକପ୍ଟର ଦ୍ୱାରା ଏୟାରଲିଫ୍ଟ କରାଯାଇ ଜେନିଲିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆ ଯାଇଥିଲା। | <urn:uuid:c3ed3f7a-97a7-4767-be31-767d53e451e6> | CC-MAIN-2018-51 | http://sambad.in/special/woman-lost-her-arm-in-crocodile-attack-136325/ | 2018-12-10T11:09:05Z | s3://commoncrawl/crawl-data/CC-MAIN-2018-51/segments/1544376823322.49/warc/CC-MAIN-20181210101954-20181210123454-00245.warc.gz | ory | 0.999961 | Orya | 5 | {"ory_Orya_score": 0.9999611377716064} |
ପୁରୀ ଜିଲ୍ଲାର ସତ୍ୟବାଦୀରେ ପ୍ରତିଷ୍ଠା ହେବ 'ଓଡ଼ିଆ ବିଶ୍ୱବିଦ୍ୟାଳୟ'
ଭୁୁବନେଶ୍ୱର : ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ଓ ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ । ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଓଡ଼ିଆ ଭାଷା, ସାହିତ୍ୟ , ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶାର କଳା,ସଂସ୍କୃତି ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ରକ୍ଷଣାବେକ୍ଷଣ ଓ ପ୍ରଚାର ପ୍ରସାର ନିମନ୍ତେ ଏକ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି। ତେଣୁ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସେହିପରି ରାଜ୍ୟରେ ଥିବା ସମସ୍ତ ପବ୍ଲିକ୍ ଲାଇବ୍ରେରୀର ସୁପରିଚାଳନା ପାଇଁ ଏକ ପୃଥକ୍ ଲାଇବ୍ରେରୀ ନିର୍ଦ୍ଦେଶକ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ଵାରା ସଂସ୍କୃତି ବିଭାଗ ଓ ବିଭିନ୍ନ ପୌର ପରିଷଦ ଅଧୀନରେ ଥିବା ଲାଇବ୍ରେରୀକୁ ସୁଚାରୂ ରୂପେ ପରିଚାଳନା ସମ୍ଭବପର ହେବ। ସେହିପରି ବିଜୁ ପଟ୍ଟନାୟକଙ୍କ ବାସଘର କଟକର ଆନନ୍ଦଭବନର ଉନ୍ନତି ପାଇଁ ରାଜ୍ୟ ସରକାର ଏକ କର୍ପସ ପାଣ୍ଠି ଗଠନ କରିବେ। ଆନନ୍ଦଭବନ ସଂଗ୍ରହାଳୟକୁ ରାଷ୍ଟ୍ରପତି ଉଦଘାଟନ କରିଥିଲେ। ଏବେ ଉକ୍ତ ଆନନ୍ଦ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ସୁପରିଚାଳନା ପାଇଁ ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଟ୍ରଷ୍ଟ/ ନ୍ୟାସ ଗଠନ କରିବାକୁ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୧୭ ଡିସେମ୍ବର ୨୬ତାରିଖରେ ରାଜ୍ୟରେ ଐତିହ୍ୟ କ୍ୟାବିନେଟ୍ ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ୭ଜଣ ମନ୍ତ୍ରୀ ସଦସ୍ୟ ଅଛନ୍ତି। ଆଜି ପ୍ରଥମ ଐତିହ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। | <urn:uuid:79ef13bc-0040-4877-bc59-8d223e5db264> | CC-MAIN-2018-51 | https://odishareporter.in/odisha/odia-university-to-be-set-up-at-satyabadi-257244 | 2018-12-10T11:51:52Z | s3://commoncrawl/crawl-data/CC-MAIN-2018-51/segments/1544376823322.49/warc/CC-MAIN-20181210101954-20181210123454-00245.warc.gz | ory | 1.000004 | Orya | 2 | {"ory_Orya_score": 1.0000039339065552} |
ଗୀତସଂହିତା 10 Oriya Bible: Easy-to-Read Version (ERV-OR)
10 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ?
ଯେଉଁମାନେ ବିପଦରେ ପଡ଼ନ୍ତି ସେମାନେ ତୁମ୍ଭକୁ ଦେଖି ପାରନ୍ତି ନାହିଁ।
2 ଗର୍ବୀ ଓ ଦୁଷ୍ଟ ଲୋକମାନେ କୁମନ୍ତ୍ରଣା କରନ୍ତି
ଓ ସେମାନେ ଗରିବ ଲୋକମାନଙ୍କର କ୍ଷତି କରନ୍ତି।
3 ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷୟରେ ଗର୍ବ ଅନୁଭବ କରନ୍ତି
ଓ ସେହି ଲୋଭୀ ଲୋକମାନେ ପରମେଶ୍ୱରଙ୍କୁ ଅଭିଶାପ ଦିଅନ୍ତି।
ଏହି ଉପାୟରେ ସେହି ମନ୍ଦ ଲୋକମାନେ ଦେଖାଇ ଦେବାକୁ ଗ୍ଭହାନ୍ତି ସେମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।
4 ଦୁଷ୍ଟମାନେ ଅହଂକାର ବଶତଃ ପରମେଶ୍ୱରଙ୍କୁ ଅନୁସରଣ କରନ୍ତି ନାହିଁ।
ସେମାନେ ସେମାନଙ୍କର ମନ୍ଦ ଯୋଜନାରେ ବ୍ୟସ୍ତ ରହନ୍ତି।
ସେମାନେ ଭାବନ୍ତି ଯେ, ପରମେଶ୍ୱର ଜାଣନ୍ତି ନାହିଁ।
5 ମନ୍ଦ ଲୋକମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ମନ ବଳାନ୍ତି।
ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ।
ପରମେଶ୍ୱରଙ୍କର ଶତ୍ରୁମାନେ ତାହଙ୍କର ଉପଦେଶକୁ ଅବଜ୍ଞା କରନ୍ତି।
6 ସେହି ଲୋକମାନେ ଭାବନ୍ତି ଯେ, ସେମାନଙ୍କ ଉପରେ କେବେ ବିପଦ ଆସିବ ନାହିଁ।
ସେମାନେ କହନ୍ତି, "ଆମ୍ଭର ସବୁବେଳେ ଭଲ ହେବ ଏବଂ କେବେ ବି ଆମ୍ଭେ ଦଣ୍ଡ ପାଇବୁ ନାହିଁ।"
7 ସେହି ଲୋକମାନେ ସବୁବେଳେ ଈଶ୍ୱରଙ୍କୁ ତିରସ୍କାର କରନ୍ତି।
ସେମାନେ ସବୁବେଳେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କହନ୍ତି।
ସେମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି।
8 ସେହି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି।
ସେମାନେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି।
ସେମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରନ୍ତି।
9 ସେହି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ଯାଆନ୍ତି
ସେମାନେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି।
ସେହି ନିରୀହ ଲୋକମାନେ ସହଜରେ
ସେହି ଦୁଷ୍ଟମାନଙ୍କ ଦ୍ୱାରା ବସାଯାଇଥିବା ଯନ୍ତାରେ ପଡ଼ି ଯାଆନ୍ତି।
10 ବାରମ୍ବାର ସେହି ଦୁଷ୍ଟ ଲୋକମାନେ
ନିରୀହ ଲୋକମାନଙ୍କର କ୍ଷତି କରନ୍ତି।
11 ତେଣୁ ସେହି ନିରୀହ ଲୋକମାନେ ଭାବିବାକୁ ଲାଗନ୍ତି, "ପରମେଶ୍ୱର ଆମ୍ଭମାନଙ୍କୁ ଭୁଲି ଯାଇଛନ୍ତି।
ସେ ଆମ୍ଭମାନଙ୍କଠାରୁ ବହୁ ଦୂରକୁ ଗ୍ଭଲି ଯାଇଛନ୍ତି।
ଆମ୍ଭମାନଙ୍କ ଉପରେ ଯାହା ଘଟୁଛି ସେ ବୋଧହୁଏ ଦେଖୁ ନାହାନ୍ତି।"
12 ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ, ଏବଂ ଆମ୍ଭମାନଙ୍କ ପାଇଁ କିଛି କର।
ହେ ପରମେଶ୍ୱର ସେହି ଦୁଷ୍ଟମାନଙ୍କୁ ଦଣ୍ଡ ଦିଅ!
ଗରିବ ଲୋକମାନଙ୍କୁ ଭୁଲି ଯାଅ ନାହିଁ।
13 କାହିଁକି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି?
କାରଣ ସେମାନେ ଭାବନ୍ତି ଯେ, ସେ ତାଙ୍କୁ ଦଣ୍ଡ ଦେବେ ନାହିଁ।
14 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ସେହି ନଷ୍ଠୁର ଲୋକମାନଙ୍କ କାର୍ଯ୍ୟ ଦେଖୁଅଛ।
ଥରେ ସେହି ମନ୍ଦକାର୍ଯ୍ୟକୁ ଗ୍ଭହଁ, ଓ କିଛି କର।
ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚୟ ତୁମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସନ୍ତି।
ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ଯିଏକି ସେହି ପିତୃହୀନମାନଙ୍କୁ ସାହାଯ୍ୟ କରିପାର।
15 ହେ ସଦାପ୍ରଭୁ, ତୁମ୍ଭେ ଦୁଷ୍ଟମାନଙ୍କୁ ଧ୍ୱଂସ କର।
ସେମାନଙ୍କର କୁକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡିତ କର, ସେମାନେ ଧ୍ୱଂସ ହୋଇ ନ ଯିବା ପର୍ଯ୍ୟନ୍ତ।
16 ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି।
ସେହି ଦୁଷ୍ଟମାନଙ୍କୁ ତୁମ୍ଭ ରାଜ୍ୟରୁ ବିତାଡ଼ିତ କର।
17 ହେ ସଦାପ୍ରଭୁ, ତୁମ୍ଭେ ସେହି ନିରୀହ ଲୋକମାନଙ୍କର ଡାକ ଶୁଣିଛ ବା ସେମାନେ ଯାହା ଗ୍ଭହୁଁଛନ୍ତି ଜାଣିପାରୁଛ।
ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନେ ଯାହା ଗ୍ଭହୁଁଛନ୍ତି ତାହା ପ୍ରଦାନ କର।
18 ହେ ସଦାପ୍ରଭୁ, ଯେଉଁ ପିଲାମାନଙ୍କର ପିତାମାତା ନାହାନ୍ତି ସେମାନଙ୍କୁ ରକ୍ଷା କର।
ଯେଉଁମାନେ ଅଧିକ ବିପଦରେ ପଡ଼ିଛନ୍ତି, ସେହି ଲୋକମାନଙ୍କୁ ଅଧିକ ଦୁଃଖୀ କରାଅ ନାହିଁ।
ତେଣୁ ଦୁଷ୍ଟ ଲୋକମାନଙ୍କ ମନରେ ଭୟ ସଞ୍ଚାର କର, ଯେଉଁମାନେ ଏଠାରେ ଅଛନ୍ତି। | <urn:uuid:df28f6d0-22ae-4293-9673-7bc121d938f2> | CC-MAIN-2018-51 | https://www.biblegateway.com/passage/?search=%E0%AC%97%E0%AD%80%E0%AC%A4%E0%AC%B8%E0%AC%82%E0%AC%B9%E0%AC%BF%E0%AC%A4%E0%AC%BE+10&version=ERV-OR | 2018-12-10T12:17:50Z | s3://commoncrawl/crawl-data/CC-MAIN-2018-51/segments/1544376823322.49/warc/CC-MAIN-20181210101954-20181210123454-00245.warc.gz | ory | 1.000001 | Orya | 15 | {"ory_Orya_score": 1.0000008344650269} |
ମୋବାଇଲ୍ କଂପାନିଗୁଡ଼ିକ ଭିତରେ ପ୍ରତିଦ୍ୱନ୍ଦିତା ଆରମ୍ଭ ! ଶସ୍ତା ୪ଜି ଫୋନ୍ ଦ୍ୱାରା ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ
କନକ ବ୍ୟୁରୋ : ସୁଲଭ ମୂଲ୍ୟର ୪ଜି ଫିଚର୍ ଫୋନ୍ ଜରିଆରେ ଗ୍ରାମାଞ୍ଚଳ ଏବଂ ସ୍ୱଳ୍ପ ଆୟବର୍ଗର ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ମୋବାଇଲ୍ କଂପାନିଗୁଡ଼ିକ ଭିତରେ ଏକ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି। ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ପ୍ରଥମେ ୧୫୦୦ ଟଙ୍କିଆ ୪ଜି ଫିଚର୍ ଫୋନ୍ ଘୋଷଣା କରିଥିଲା। ଏହା ପରେ ଏୟାରଟେଲ୍ ପକ୍ଷରୁ ଅଢ଼େଇ ହଜାର ଟଙ୍କା ପାଖାପାଖି ମୂଲ୍ୟର ଫିଚର୍ ଫୋନ୍ ଅଣାଯିବ ବୋଲି ଘୋଷଣା କରାଯାଇଛି।
ଏହି କ୍ଷେତ୍ରରେ ଆରମ୍ଭ ହୋଇଥିବା ପ୍ରତିଦ୍ୱନ୍ଦିତାରେ ସାମିଲ ହୋଇଛି ରାଷ୍ଟ୍ରାୟତ୍ତ କଂପାନି ବିଏସ୍ଏନ୍ଏଲ୍। ରିଲାଏନ୍ସ ଜିଓ ୪ଜି ଫିଚର୍ ଫୋନ୍ ପାଇଁ କେଉଁ କଂପାନି ସହ ବୁଝାମଣା କରିଛି ତାହା କୁହାଯାଉନାହିଁ। ଏୟାରଟେଲ୍ ପକ୍ଷରୁ କାର୍ବନ୍ ସହଯୋଗରେ ଏହାର ଫିଚର୍ ଫୋନ୍ ପ୍ରସ୍ତୁତ କରାଯାଇଛି। ସେହିପରି ମାଇକ୍ରୋମ୍ୟାକ୍ସ ସହଯୋଗରେ ବିଏସ୍ଏନ୍ଏଲ୍ ଏହାର ଫିଚର୍ ଫୋନ୍ ଆଣୁଛି।
କେବଳ ସୁଲଭ ମୂଲ୍ୟର ହ୍ୟାଣ୍ଡସେଟ୍ ନୁହେଁ ଆକର୍ଷଣୀୟ ଅଫର ଜରିଆରେ ଏହି ତିନି କଂପାନି ଗ୍ରାହକଙ୍କ ହୃଦୟ ଜୟ କରିବାକୁ ଆଗେଇ ଆସିଛନ୍ତି। ଏଠାରେ ଫୋନ୍ ଗୁଡ଼ିକ ବିଷୟରେ ସଂକ୍ଷିପ୍ତ ଭାବେ ବର୍ଣ୍ଣନା କରାଯାଇଛି। | <urn:uuid:cf486173-669c-4e95-9736-33432693464d> | CC-MAIN-2018-51 | http://kanaknews.com/4g-smart-phone-competition/ | 2018-12-11T13:34:01Z | s3://commoncrawl/crawl-data/CC-MAIN-2018-51/segments/1544376823621.10/warc/CC-MAIN-20181211125831-20181211151331-00565.warc.gz | ory | 0.999979 | Orya | 9 | {"ory_Orya_score": 0.9999788999557495} |
ଶାନଦାର୍ ଜୀବନଶୈଳୀ ପାଇଁ ଏବେ ପୁଣି ଚର୍ଚ୍ଚାରେ ଏହି ବଲିଉଡ ନାୟିକା
ହାତରେ ଫିଲ୍ମ ନ ଥାଇ କି ଆକ୍ଟିଂ ବା ମଡେଲିଂରୁ ଏବେ ଭଲ ରୋଜଗାର କରୁନ ଥିବା ବଲିଉଡର ହିରୋଇନ୍ ଅମିଷା ଏବେ ବି ବେଶ୍ ଶାନଦାର୍ ଜୀବନଶୈଳୀ ଅତିବାହିତ କରୁଛନ୍ତି । ଅମିଷା ଏବେ ଯେଉଁ ବ୍ୟାଗ୍ ବ୍ୟବହାର କରୁଛନ୍ତି ତାହାର ମୂଲ୍ୟ ୭୭୫ ଡଲାର୍ ଅର୍ଥାତ୍ ୫୦୭୧୩ ଟଙ୍କା ବୋଲି କୁହାଯାଉଛିି । ଠିକ୍ ସେହି ପରି ସେ ଯେଉଁ ଷ୍ଟାଫ୍ ବ୍ୟବହାର କରୁଛନ୍ତି, ତାର ମୂଲ୍ୟ ବି କିଛି କମ୍ ନୁହେଁ । ଏଠାରେ ଅମିଷାଙ୍କର ଯେଉଁ ହ୍ୟାଣ୍ଡ୍ବ୍ୟାଗ୍ କଥା କୁହାଯାଉଛି, ତାହା ଭର୍ସେସ୍ ଚାଓସ୍' ବ୍ରାଣ୍ଡର । ଖାଲି ସେତିକି ନୁହେଁ, ଅମିଷା ପଟେଲ୍ଙ୍କୁ ଏବେ ବଡ଼ ବଡ଼ ବଲିଉଡ୍ ପାର୍ଟିରେ ବି ଦେଖିବାକୁ ମିଳୁଛି । ଏମିତି କି ଅନେକ ପାର୍ଟିରେ ନିମନ୍ତ୍ରିତ ହୋଇ ନଥିଲେ ପହଞ୍ଚିଯାଉଥିବାର ମଧ୍ୟ ଲକ୍ଷ୍ୟ କରାଯାଉଛି ।
ଅମିଷା ପଟେଲ୍ କିଛି ବର୍ଷ ତଳେ ବଲିଉଡର ଜଣେ ଟପ୍ ହିରୋଇନ୍ ଭାବେ ପରିଗଣିତ ହେଉଥିଲେ । ହେଲେ ଏବେ ତାଙ୍କ ହାତରେ ଗୋଟିଏ ବି ସିନେମା ନାହିଁ । ଖାଲି ସେତିକି ନୁହେଁ ଦୀର୍ଘ ଚାରି ବର୍ଷ ହେବ ତାଙ୍କୁ କୌଣସି ହିନ୍ଦୀ ଫିଲ୍ମରେ ଦେଖିବାକୁ ପାଇନାହାଁନ୍ତି ଦର୍ଶକ । ତାଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ସିନେମା ହେଲା ୨୦୧୩ରେ ରିଲିଜ୍ ହୋଇଥିବା ' ଶର୍ଟକଟ୍ ରୋମିଓ' ।
ସେ ବଲିଉଡ୍ରେ ପ୍ରଖ୍ୟାତ୍ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍ଙ୍କ ବ୍ଲକ୍ବଷ୍ଟର ମୁଭି' କହୋ ନା ଫ୍ୟାର୍ ହେ' ରୁ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ଅମିଷା ' ଗଦ୍ଦର ଏକ ପ୍ରେମ୍ କଥା', ' ହମ୍ରାଜ', ' ଆପ୍ ମୁଝେ ଅଚ୍ଛେ ଲଗ୍ନେ ଲଗେ', ' ସୁନୋ ଶଶ୍ୱରଜୀ', ' ଓ୍ଵାଦା', ' କ୍ରାନ୍ତି', ' ମଙ୍ଗଲ ପାଣ୍ଡେ-ଦ ରାଇଜିଂ ', ' ଆପ କି ଖାତିର ', ' ୟେ ହେ ଜଲଓ୍ଵା', ତଥାସ୍ତୁ, ହନିମୁନ ଟ୍ରାଭେଲସ୍ ପ୍ରାଇଭେଟ୍ ଲିମିଟେଡ୍ , ଭୁଲ୍ ଭୁଲେୟା ଓ ରେସ୍ -ଟୁ ଆଦି ସିନେମାରେ ଅଭିନୟ କରିଥିଲେ ।
ଅମିଷା ପଟେଲ୍ ବେଶ୍ କେତୋଟି ତେଲୁଗୁ ଓ ତାମିଲ ସିନେମାରେ ମଧ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି । ୨୦୧୧ରେ ସେ ବିଜିନେସ୍ ପାର୍ଟନର୍ କୁନାଲ୍ ଗୁମରଙ୍କ ସହିତ ମିଶି ଅମିଷା ପଟେଲ୍ ପ୍ରଡକ୍ସନସର ଶୁଭାରମ୍ଭ କରିଥିଲେ । ଏହି ବ୍ୟାନର ଦୁଇଟି ଭିନ୍ନ ଭିନ୍ନ ଫିଲ୍ମର ନିର୍ଦ୍ଦେଶନା ଦେବା ଲାଗି ଯଥାକ୍ରମେ ଡେଭିଡ ଧଓ୍ଵନ୍ ଓ ପ୍ରିୟଦର୍ଶନଙ୍କୁ ଚୁକ୍ତିବଦ୍ଧ କରାଯାଇଥିଲା । କିନ୍ତୁ ଏହି ଦୁଇଟି ସିନେମାର କାମ ପରବର୍ତ୍ତୀ ସମୟରେ ଆରମ୍ଭ ହୋଇପାରିନଥିଲା। ପ୍ରକାରାନ୍ତରେ କହିବାକୁ ଗଲେ ଅମିଷାଙ୍କ ପ୍ରଯୋଜିକା ହେବାର ଅଭିଳାଷ ପୂରଣ ହୋଇନାହିଁ।
ଅମିଷା ପଟେଲ୍ ନିଜର ଆଫେଆରକୁ ନେଇ ବି ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ବିଶେଷ କରି ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହ ତାଙ୍କର ପ୍ରେମ ସଂପର୍କ ବେଶ୍ ଚର୍ଚ୍ଚିତ ହୋଇଥିଲା। | <urn:uuid:a081e577-7730-4ed6-a30c-f0db2618d6dd> | CC-MAIN-2018-51 | http://sambad.in/entertainment/lifestyleamishapatel-100828/ | 2018-12-12T19:00:45Z | s3://commoncrawl/crawl-data/CC-MAIN-2018-51/segments/1544376824115.18/warc/CC-MAIN-20181212181507-20181212203007-00245.warc.gz | ory | 1 | Orya | 10 | {"ory_Orya_score": 0.9999995231628418} |
କଲମ୍ବୋ : ଶ୍ରୀଲଙ୍କାରେ ଚୀନର ପ୍ରଭାବ ବଢୁଥିବାରୁ ଆମେରିକା ଚିନ୍ତିତ ହୋଇପଡିଛି । ସ୍ଥିତି ସଂପୂର୍ଣ୍ଣ ଖରାପ ହେବା ପୂର୍ବରୁ ଆମେରିକା କେତେକ ପଦକ୍ଷେପ ନେଇଛି । ଏହି ଯୋଜନା ଅନୁଯାୟୀ ଆମେରିକା ଶ୍ରୀଲଙ୍କାକୁ ପ୍ରାୟ ୩୯ ନିୟୁତ ଡଲାର ସାମରିକ ସହାୟତା ଆକାରରେ ପ୍ରଦାନ କରିବ । ଏହି ପାଣ୍ଠିକୁ ଶ୍ରୀଲଙ୍କା ନିଜର ଜଳସୀମାର ସୁରକ୍ଷା ପାଇଁ ବ୍ୟବହାର କରିବ । ଆମେରିକା ପୂର୍ବରୁ ଶ୍ରୀଲଙ୍କାକୁ ସାମରିକ ସହାୟତା ଦେଇଆସୁଥିଲା, କିନ୍ତୁ ୨୦୦୯ରେ ଶ୍ରୀଲଙ୍କା ସେନା ଦ୍ୱାରା ଏଲଟିଟିଇ ବିରୋଧରେ ବ୍ୟାପକ ମାନବ ଅଧିକାର ହନନ ଅଭିଯୋଗ ଆସିବା ପରେ ଆମେରିକା ସହାୟତା ବନ୍ଦ କରିଥିଲା । କିନ୍ତୁ ଏବେ ଶ୍ରୀଲଙ୍କାକୁ ଚୀନ ନିଜ ହାତମୁଠାରେ ରଖିବାକୁ ଚାହୁଁଥିବାରୁ ଆମେରିକା ପୁଣି ସହାୟତା ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କା ଏବେ ଚୀନର ଋଣଜାଲରେ ଫସିଯାଇଛି । ଚୀନରୁ ଋଣ ନେଇ ସୁଝିପାରୁନଥିବା ଶ୍ରୀଲଙ୍କା ସରକାର ଶେଷରେ ବାଧ୍ୟ ହୋଇ ହାମ୍ବନତୋଟା ବନ୍ଦରକୁ ଚୀନକୁ ୯୯ ବର୍ଷିଆ ଭଡ଼ାସୁତ୍ରରେ ଟେକିଦେଇଛନ୍ତି । ଶ୍ରୀଲଙ୍କାର ଏହି ପଦକ୍ଷେପ ଦ୍ୱାରା ଭାରତର ସୁରକ୍ଷା ପ୍ରତି ଗୁରୁତର ବିପଦର ଆଶଙ୍କା ଦେଖାଦେଇଛି । ଦୁଇଟି ଚାଇନା କମ୍ପାନି ହାମ୍ବନତୋଟା ଇଣ୍ଟରନାସନାଲ ପୋର୍ଟ ଗ୍ରୁପ ଓ ହାମ୍ବନତୋଟା ପୋର୍ଟ ସର୍ଭିସେସ୍ ଏହି ବନ୍ଦର ଓ ତାଚାରିପଟେ ଥିବା ଇନଭେଷ୍ଟମେଣ୍ଟ ଅଞ୍ଚଳକୁ ନିଜ ମାଲିକାନାକୁ ନେବ । ଏହି ଦୁଇଟି କମ୍ପାନି ଚାଇନା ମର୍ଚାଣ୍ଟ ପୋର୍ଟ ହୋଲଡିଂସ କମ୍ପାନି ଓ ଶ୍ରୀଲଙ୍କା ପୋର୍ଟ ହୋଲଡିଂସ ଦ୍ୱାରା ପରିଚାଳିତ । | <urn:uuid:a8e7c8a7-be08-4a99-9f9a-356b27e3b657> | CC-MAIN-2018-51 | http://sambad.in/india-and-beyond/us-to-provide-usd-39-ml-to-srilanka-194783/ | 2018-12-12T19:01:08Z | s3://commoncrawl/crawl-data/CC-MAIN-2018-51/segments/1544376824115.18/warc/CC-MAIN-20181212181507-20181212203007-00245.warc.gz | ory | 0.999988 | Orya | 3 | {"ory_Orya_score": 0.9999877214431763} |
ଭୁବନେଶ୍ୱର : କ୍ୟାବିନେଟ୍ ଅନୁମୋଦନ କରିବ ବୋଲି ଆଶା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଦେଇଥିଲେ। ଆଜି ରାଜ୍ୟ କ୍ୟାବିନେଟ୍ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ସଂକ୍ରାନ୍ତ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବ ଉପରେ ବିଧିବଦ୍ଧ ଭାବେ ମୋହର ଲଗାଇଛନ୍ତି। ଏଥିସହିତ ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି।
ଏସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ, ଅଗଷ୍ଟ୧୫ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ବିଜୁ କୃଷକ କଲ୍ୟାଣ ଯୋଜନାର ପ୍ରାୟ ୫୭ ଲକ୍ଷ ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ଅଧିକ ପ୍ରାୟ ୧୨ ଲକ୍ଷ ଏହିପରି ମୋଟ ପ୍ରାୟ ୬୯ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ। ଏଥିପାଇଁ ବିଜୁ କୃଷକ କଲ୍ୟାଣ ଯୋଜନାକୁ ୨୦୧୯ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ କରାଯିବ। ଏହି ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ଟଙ୍କାର ବୀମା ଏବଂ ୪ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ସୁବିଧା ରାଜ୍ୟ ଚିକିତ୍ସା ପାଣ୍ଠିରୁ ଯୋଗାଇ ଦିଆଯିବ। ଯୋଜନା ବାବଦ ମୋଟ ୫ ଲକ୍ଷ ଟଙ୍କାର ବୀମା ଓ ଚିକିତ୍ସା ସୁବିଧା ଖର୍ଚ ରାଜ୍ୟ ସରକାର ବହନ କରିବେ। ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ବାବଦ ପ୍ରିିମିୟମ୍ ମଧ୍ୟ ରାଜ୍ୟ ସରକାର ପ୍ରଦାନ କରିବେ। ଏ ବାବଦରେ ୧୪ କୋଟିର ବୋଝ ସରକାର ବହନ କରିବେ।
ସେହିପରି ରାଜ୍ୟ ସରକାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୧୦ ବର୍ଷ ପରେ ରାଜ୍ୟ ସରକାର ଓଡ଼ିଶା ଆକସ୍ମିକ ପାଣ୍ଠିର ଆକାର ବଢାଇଛନ୍ତି।
ଏହି ପାଣ୍ଠି ୧୪୦୦ କୋଟିକୁ ବୃଦ୍ଧି କରିବାକୁ ଅଧ୍ୟାଦେଶ ଜାରି କରାଯାଇଛି। ଏହି ପାଣ୍ଠି ୧୫୦ କୋଟିରୁ ୪୦୦ କୋଟିକୁ ବୃଦ୍ଧି କରାଯାଇଥିଲା। ତେବେ କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ଅନ୍ତର୍ଗତ ସ୍ୱଚ୍ଛ ଭାରତ ମିସନ-ଗ୍ରାମୀଣ କ୍ଷେତ୍ରରୁ କେନ୍ଦ୍ରୀୟ ଅଂଶ (୬୦ ପ୍ରତିଶତ) ବାବଦ ରାଜ୍ୟକୁ ୧୦୫୨.୨୬ କୋଟି ମିଳିଛି। ଏହି ଯୋଜନାର ନିୟମ ମୁତାବକ ରାଜ୍ୟ ତା'ର ୪୦ ପ୍ରତିଶତ ଅଂଶ ବାବଦରେ କେନ୍ଦ୍ରୀୟ ଭାଗ ମିଳିବାର ୧୫ ଦିନ ଭିତରେ ପ୍ରଦାନ କରିବା କଥା। କିନ୍ତୁ ଚଳିତ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ବଜେଟ୍ରେ ୧୦୦୦ କୋଟିର ବ୍ୟୟବରାଦ କରିଛନ୍ତି। ଯୋଜନା କାର୍ଯ୍ୟକାରୀ ପାଇଁ ଏହି ପରିମାଣ ପର୍ଯ୍ୟାପ୍ତ ହେଉନଥିବାରୁ କଣ୍ଟିଜେନ୍ସି ପାଣ୍ଠି ୪୦୦ କୋଟିରୁ ୧୪୦୦ କୋଟିକୁ ବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଧାନସଭା ଅଧିବେଶନ ନଥିବାରୁ ଏ ନେଇ ଅଧ୍ୟାଦେଶ ଜାରି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ଦେଇଥିବା ମୁଖ୍ୟ ସଚିବ କହିଥିଲେ।
ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଗଞ୍ଜାମ ଓ ପୁରୀ ଜିଲ୍ଲାର ୫ଟି ବ୍ଲକ ଅଧୀନ ୩୦୫ ଗ୍ରାମରେ ବାସ କରୁଥିବା ୨.୯୦ ଲକ୍ଷ ଲୋକଙ୍କୁ ପିଇବାପାଣି ଯୋଗାଇ ଦିଆଯିବ। ଏଥିପାଇଁ ୩୮୭.୫୯ କୋଟିର ଗୋଟିଏ ପ୍ରକଳ୍ପ କରାଯାଇଛି। ହାଇଦ୍ରାବାଦ୍ର ମେସର୍ସ ଜିଭିପିଆର ଇଞ୍ଜିନିୟର୍ସ ଲିମିଟେଡ୍କୁ ହସ୍ତାନ୍ତର ହୋଇଛି ଏହି ପ୍ରକଳ୍ପ। ଦୁଇବର୍ଷ ଭିତରେ ପ୍ରକଳ୍ପ କାର୍ଯ୍ୟ ସରିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ୧୨୬ଟି ଗ୍ରାମ, ବ୍ରହ୍ମଗିରି ବ୍ଲକର ୧୮ଟି ଗ୍ରାମ, ସତ୍ୟବାଦୀ ବ୍ଲକର ୧୪ଟି ଗ୍ରାମ ଓ କୃଷ୍ଣପ୍ରସାଦ ବ୍ଲକର ୯୨ଟି ଗ୍ରାମ ଏବଂ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗଞ୍ଜାମ ବ୍ଲକର ୫୫ଟି ଗ୍ରାମର ଲୋକମାନଙ୍କୁ ପିଇବାପାଣି ମିଳିବ।
ଆଇଟି, ଆଇଟି ଏନାବଲ୍ଡ ସର୍ଭିସେସ୍ ଓ ଇଏସ୍ଡିଏମ୍ ଉଦ୍ୟୋଗୀ ଓ କମ୍ପାନିମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଉଦ୍ଦେଶ୍ୟରେ ସେମାନଙ୍କୁ ଭଡ଼ା ବାବଦରେ ସରକାର ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତିି। ପ୍ରଥମ ପର୍ଯ୍ୟାୟରେ ୬ଟି ସରକାରୀ ଟାଓ୍ଵାର ଯଥା: ଓକାକ୍, ଇଡ୍କୋ, ଫରଚୁନ୍, ୨୦୦୦ ଓ ୨୦୧୦ ମଞ୍ଚେଶ୍ୱର ଓ ଗୋଠପାଟଣା ଏସ୍ଟିପିଆଇ ଟାଓ୍ଵାରଗୁଡ଼ିକରେ ଇନ୍କ୍ୟୁବେସନ୍ ଓ କୋର ସ୍ପେସ୍ ଗୁଡ଼ିକରୁ ଭଡ଼ା ପ୍ରତି ବର୍ଗଫୁଟ୍ ପାଇଁ ୫୫ ଟଙ୍କାରୁ ୨୦ ଟଙ୍କାକୁ ହ୍ରାସ କରାଯାଇଛି। ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରର ସାମଗ୍ରିକ ବିକାଶ ଓ ଏହି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ସଚିବ କହିଥିଲେ।
ରାଜ୍ୟରେ ନିର୍ମାଣ ଶ୍ରମିକ ଭଳି ଶ୍ରମିକ କଲ୍ୟାଣମୂଳକ କାର୍ଯ୍ୟକ୍ରମମାନ ଚାଲିଥିବାରୁ ଶ୍ରମ ବିଭାଗର କାର୍ଯ୍ୟଭାର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଏଣିକି ପ୍ରତି ଜିଲ୍ଲାରେ ଜଣେ ଜିଲ୍ଲା ଶ୍ରମ ଅଧିକାରୀ ପରିବର୍ତେ ୨ଜଣ ଲେଖାଏଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଜଣେ କଲ୍ୟାଣକର କାର୍ଯ୍ୟ ଏବଂ ଅନ୍ୟଜଣେ ବିଭାଗୀୟ ଏନ୍ଫୋର୍ସମେଣ୍ଟ ଦାୟିତ୍ୱ ତୁଲାଇବେ। ବିଭାଗୀୟ କ୍ୟାଡର ପୁନର୍ଗଠନ ପରେ ପ୍ରତି ବ୍ଲକ ଓ ପୌରାଞ୍ଚଳରେ ନିଯୁକ୍ତି ପାଇବେ ସହକାରୀ ଶ୍ରମ ଅଧିକାରୀ। ସେହିପରି ସହକାରୀ ଶ୍ରମ କମିସନର ଓ ଉପ ଶ୍ରମ କମିସନର ପଦବିକୁ ଏକାଠି କରି ଡିଭିଜନାଲ୍ ଶ୍ରମ କମିସନର ଭାବେ ନାମିତ କରାଯାଇଛି। ଏହି ପଦବିରେ ମୋଟ ୪୫ଜଣ ରହିବେ। ଏହାଛଡ଼ା ୮ଟି ନୂଆ ଯୁଗ୍ମ ଶ୍ରମ କମିସନର ଓ ୨ଟି ଅତିରିକ୍ତ ଶ୍ରମ କମିସନର ପଦବି ସୃଷ୍ଟି ହୋଇଛି। ଫଳରେ ମୋଟ ପଦବି ସଂଖ୍ୟା ୪୧୯କୁ ବୃଦ୍ଧି ପାଇଥିବା ଶ୍ରୀ ପାଢ଼ୀ ସୂଚନା ଦେଇଥିଲେ।
ଇତିମଧ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦୁଇଭାଗ ହୋଇ ମୂଳ ବିଭାଗରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସୃଷ୍ଟି ହୋଇଛି। ଏହି ବିଭାଗରେ କାର୍ଯ୍ୟରତ ଜିଲ୍ଲା ମଙ୍ଗଳ ଅଧିକାରୀ ବର୍ଗ 'ଖ' (କନିଷ୍ଠ ଶାଖା) ପଦବି ପରିସଂଖ୍ୟାନ ସହାୟକମାନଙ୍କ ମଧ୍ୟରୁ ପୂରଣ କରାଯିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଓଡ଼ିଶା ସମାଜ ମଙ୍ଗଳ ସେବା ବର୍ଗ 'ଖ' (କନିଷ୍ଠ ଶାଖା) ସଂଶୋଧନ ନିୟମ ୨୦୧୭ କାର୍ଯ୍ୟକାରୀ କରାଯିବ। ସବୁଠାରୁ ବଡ଼ କଥା ହେଉଛି ଯେ ଓଡ଼ିଶା ଅମଲା ସେବା(ଓଡ଼ିଶା ବିଭାଗୀୟ ମୁଖ୍ୟ କନିଷ୍ଠ ସହାୟକ ଓ ଉପ ବିଭାଗ ଅଧିକାରୀ) ପଦବିର ପ୍ରବେଶ ନିମନ୍ତେ ପୂର୍ବରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କଳା/ବାଣିଜ୍ୟ/ବିଜ୍ଞାନ ପାସ୍ ଥିଲା। କ୍ୟାବିନେଟ୍ ଏହି ଯୋଗ୍ୟତାକୁ ଯୁକ୍ତ ତିନି କଳା/ବାଣିଜ୍ୟ/ବିଜ୍ଞାନ ପାସ୍କୁ ବୃଦ୍ଧି କରିଛନ୍ତି।
ଦାମୀ ଗାଡ଼ି ମାଲିକଙ୍କୁ ବେଶିି ଲାଭ
ଭୁବନେଶ୍ୱର : ବିଳାସପୂର୍ଣ୍ଣ ଦାମୀ କାର୍ଗୁଡ଼ିକଠାରୁ ଅଧିକ ଟିକସ ଆଦାୟ କରିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯେଉଁମାନେ ଏଭଳି ଦାମୀ କାର୍ କିଣିବା ପାଇଁ ଚିନ୍ତା କରୁଥିଲେ, ଓଡ଼ିଶା ବଜାରରୁ ସେମାନେ ମୁହଁ ଫେରାଇ ନେଉଥିଲେ। ଫଳରେ ରାଜସ୍ୱ ଆଦାୟ କମୁଥିଲା। ଏହାକୁ ଉପଲବ୍ଧି କରି ରାଜ୍ୟ ସରକାର ମୋଟରଯାନ ଟିକସ ହାର ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆସିଥିବା ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି। ଏହା ସତ୍ତ୍ୱେ ପୂର୍ବରୁ ଯେଉଁ ଟିକସ ହାରରେ ଯେଉଁମାନେ ଅପେକ୍ଷାକୃତ ସ୍ୱଳ୍ପମୂଲ୍ୟର କାର୍ କିଣୁଥିଲେ, ସେମାନଙ୍କ ପାଇଁ ନୂତନ ଭାବେ ଘୋଷିତ ଟିକସ ହାର ଅଧିକ ରହିଛି। ତେବେ ବଡ଼ବଡ଼ିଆଙ୍କ ଦାମୀ, ବିଳାସପୂର୍ଣ୍ଣ କାର ପାଇଁ ଟିକସ ହାର ପୂର୍ବ ତୁଳନାରେ କମ୍ ଧାର୍ଯ୍ୟ ହୋଇଛି।
ଆଜି କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ ଓଡ଼ିଶା ମୋଟରଯାନ ଟିକସ ଆଇନ, ୧୯୭୫ରେ ସଂଶୋଧନ ହେବା ପରେ ୨୦୧୭ ନଭେମ୍ବର ୨୧ ତାରିଖଠାରୁ ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଉଛି। ସଂଶୋଧନ ପୂର୍ବରୁ ବ୍ୟକ୍ତିଗତ ଯାନର ଏକକାଳୀନ ଟିକସ ଗାଡ଼ି ମୂଲ୍ୟର ୫ ପ୍ରତିଶତ ହିସାବରେ ଆଦାୟ କରାଯାଉଥିଲା। ସଂଶୋଧନ ପରେ ଏହି ଟିକସ ହାର ୫ଟି ବର୍ଗ ଯଥା: ୬, ୮, ୧୦, ୧୨ ଓ ୨୦ ପ୍ରତିଶତ ହିସାବରେ ଆଦାୟ ହେଉଛି। ମୁଖ୍ୟ ସଚିବଙ୍କ କହିବାନୁସାରେ ଏହି ସଂଶୋଧନ ପରେ ରାଜ୍ୟରେ ଉଚ୍ଚମୂଲ୍ୟ ଗାଡ଼ିର ବିକ୍ରୟ ପ୍ରାୟ ୭୫ ପ୍ରତିଶତ କମିଛି। ଲୋକେ ଅନ୍ୟ ରାଜ୍ୟରୁ ଗାଡ଼ି କିଣି ସେଠାରେ ପଞ୍ଜୀକରଣ ବି କରୁଛନ୍ତି। ଫଳରେ ରାଜ୍ୟ ସରକାରଙ୍କର ଟିକସ ଅଭିବୃଦ୍ଧି ଲକ୍ଷ୍ୟ ବାଧାପ୍ରାପ୍ତ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ଏହି ଟିକସ ବର୍ଗର ସଂଶୋଧନ କରି ୬, ୮ ଓ ୧୦ ପ୍ରତିଶତରେ ରଖିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତିି। ଫଳରେ ୫ ଲକ୍ଷରୁ କମ୍ ମୂଲ୍ୟର ଗାଡ଼ି ଉପରୁ ୬ ପ୍ରତିଶତ, ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଗାଡ଼ିକୁ ୮ ପ୍ରତିଶତ ଓ ୧୦ ଲକ୍ଷରୁ ଅଧିକ ମୂଲ୍ୟର ଗାଡ଼ି ଉପରୁ ୧୦ ପ୍ରତିଶତ ହାରରେ ଟିକସ ଆଦାୟ କରାଯିବ ବୋଲି ଶ୍ରୀ ପାଢ଼ୀ କହିଥିଲେ। ଏହା ଫଳରେ ବାହାର ରାଜ୍ୟରେ ଗାଡ଼ି କିଣା ଓ ପଞ୍ଜୀକରଣ ଉପରେ ନିୟନ୍ତ୍ରଣ କରିହେବ ବୋଲି ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ ଆଶାପ୍ରକାଶ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ, ୫ ଲକ୍ଷରୁ କମ୍ ମୂଲ୍ୟର ଗାଡ଼ି ଉପରୁ ପୂର୍ବରୁ ୫ ପ୍ରତିଶତ ଟିକସ ଆଦାୟ ହେଉଥିବା ବେଳେ ବର୍ତମାନ ଏହି ଗାଡ଼ି ପାଇଁ ୬ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ସେହିପରି ବଡ଼ ଗାଡ଼ି ଉପରେ ପୂର୍ବରୁ ୨୦ ପ୍ରତିଶତ ଟିକସ ପଡ଼ୁଥିଲା। ବର୍ତମାନ ସେମାନଙ୍କଠାରୁ ଆଦାୟ ହେବ ୧୦ ପ୍ରତିଶତର ଟିକସ।
ଏସି ଡିଲକ୍ସ ସ୍ଲିପର ଓ ଏସି ସ୍ଲିପର ବସ୍ ଉପରୁ ବର୍ଧିତ ଟିକସ କେତେକାଂଶରେ ହ୍ରାସ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟ ସଚିବ କହିଥିଲେ। ପୂର୍ବରୁ ଏସବୁ ବସ୍ ଉପରୁ କୌଣସି ଟିକସ ଆଦାୟ ହେଉନଥିଲା। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ବସ୍ରେ ଛିଡ଼ା ହୋଇ ଯାଉଥିବା ଯାତ୍ରୀମାନଙ୍କ ବାବଦରେ ଆଦାୟ ହେଉଥିବା ଟିକସ ହାର ହ୍ରାସ କରାଯାଇଛି। ବସ୍ରେ ଛିଡ଼ା ହୋଇଯାଉଥିବା ପ୍ରତ୍ୟେକ ଯାତ୍ରୀଙ୍କଠାରୁ ରାଜ୍ୟ ସରକାର ବାର୍ଷିକ ୧୫୨ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଏମାନଙ୍କ ସଂଖ୍ୟା ବସ୍ରେ ବସିଥିବା ଯାତ୍ରୀଙ୍କର ପ୍ରାୟ ୫୦ ପ୍ରତିଶତ ବୋଲି ଧାର୍ଯ୍ୟ ହୋଇଛି। ଏହି ୫୦ରୁ ୨୫ ପ୍ରତିଶତକୁ ହ୍ରାସ ହାର ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି।
ଏହାବ୍ୟତୀତ, ଓଡ଼ିଶା ଲୋକସେବା କମିସନଙ୍କର ତିନିବର୍ଷ ୨୦୧୩-୧୪, ୨୦୧୪-୧୫ ଓ ୨୦୧୫-୧୬ ବର୍ଷର କାର୍ଯ୍ୟାବଳୀ ସମ୍ବନ୍ଧୀୟ ବାର୍ଷିକ ବିବରଣୀକୁ କ୍ୟାବିନେଟ୍ ବିନା ଆପତ୍ତିରେ ଅନୁମୋଦନ ଦେଇଛନ୍ତିି। ଏସବୁ ବିବରଣୀ ବିଧାନସଭାରେ ଉପସ୍ଥାପନ କରାଯିବ। | <urn:uuid:82056ed2-fee1-40bb-99be-e31c35e150f9> | CC-MAIN-2018-51 | http://sambad.in/state/odisha-cabinet-approves-11-proposals-181537/ | 2018-12-12T19:19:38Z | s3://commoncrawl/crawl-data/CC-MAIN-2018-51/segments/1544376824115.18/warc/CC-MAIN-20181212181507-20181212203007-00245.warc.gz | ory | 1.000002 | Orya | 3 | {"ory_Orya_score": 1.0000015497207642} |
ଭୁବନେଶ୍ୱର : ଲୁଟ୍ପାଟ୍ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ନାବାଳକ ସମେତ ୩ଜଣ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି। ସେମାନେ ହେଲେ ବାଣୀବିହାର ଷ୍ଟେସନ ଅଞ୍ଚଳର କରଣ ସିଂହ (୨୦) ଓ ପଟିଆ ଷ୍ଟେସନ୍ ଅଞ୍ଚଳର ବିଜୟ ସିଂହ (୧୯)।
ପୁଲିସ ସୂଚନା ମୁତାବକ, ରବିବାର ଦିନ ୟୁନିଟ୍-୮ ଅଞ୍ଚଳରେ ଶ୍ରୀଜିଊଙ୍କ ବାହୁଡା ଯାତ୍ରା ବେଳେ ଭିଡ଼ର ସୁଯୋଗ ନେଇ ୩ଲୁଟେରା ସ୍ୱପ୍ନାରାଣୀ ଦିଗଲ ଓ ରାଜଲକ୍ଷ୍ମୀ ଆଚାର୍ଯ୍ୟଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏନେଇ ଉଭୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ୨ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକଙ୍କୁ ସୁଧାର ଗୃହକୁ ପଠାଯାଇଛି। | <urn:uuid:551c015d-2a40-4d97-8747-85aa1d5e5c3c> | CC-MAIN-2018-51 | http://sambad.in/crime/3-lootera-arrested-5-mobile-seized-182681/ | 2018-12-13T22:33:46Z | s3://commoncrawl/crawl-data/CC-MAIN-2018-51/segments/1544376825112.63/warc/CC-MAIN-20181213215347-20181214000847-00565.warc.gz | ory | 0.999905 | Orya | 3 | {"ory_Orya_score": 0.9999052286148071} |
ବାଲେଶ୍ୱର: ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଣେଶ୍ୱର ଆହାର କେନ୍ଦ୍ର ପଛ ପଟେ ଥିବା ଏକ ତୁଳା ପ୍ରଶସ୍ତିକରଣ ଗୋଦାମରେ ନିଆଁ ଲାଗିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। କମ୍ପାନିରେ ଶ୍ରମିକମାନେ କାର୍ଯ୍ୟରତ ଥିବା ବେଳେ ବୁଧବାର ପୂର୍ବାହ୍ନ ପାଖାପାଖି ୧୧ଟାରେ ନିଆଁ ଲାଗିଥିଲା।
ତୁଳା ଗୋଦାମ 'ଓରିଟେଜ୍'ରେ ନିଆଁ ଲାଗିବା ପରେ କମ୍ପାନିର ମାଲିକ ମହମ୍ମଦ ହଜନ ଅଲି ବାଲେଶ୍ୱର, ସୋର ଓ ରେମୁଣାରେ ଥିବା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସେ କହିଛନ୍ତି, କମ୍ପାନିର ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କା କ୍ଷତି ହୋଇଛି। ବର୍ଷ ୧୯୯୦ରେ ପ୍ରତିଷ୍ଠା ହୋଇଥିବା କାରଖାନାରେ ପ୍ରାୟ ୪୦ଜଣ ଶ୍ରମିକ କାମ କରୁଥିଲେ। ବିଦ୍ୟୁଟ ସର୍ଟସର୍କିଟ କିମ୍ବା ମେସିନ୍ ଚାଲୁଥିବା ବେଳେ ନିଆଁ ଲାଗିଥିବା। ଦେଖୁ ଦେଖୁ ଏହା ଚାରିଆଡେ ବ୍ୟାପିଯାଇଥିଲା। ମହମ୍ମଦ କହିଛନ୍ତି, ଦୁଇ ବର୍ଷ ତଳେ ମଧ୍ୟ ଗୋଦାମରେ ନିଆଁ ଲାଗିଥିଲା। ଗୋଦାମର ବୀମା ଥିବା ମହମ୍ମଦ କହିଛନ୍ତି।
ଘଟଣାସ୍ଥଳରେ ୩ଟି ଦମକଳ କେନ୍ଦ୍ରରୁ ୬ଟି ଗାଡ଼ିରେ ୩୦ଜଣ ଆଗ୍ନିକ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ନିଆଁ ଲିଭା ଚାଲିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇ ସାରିଛି। | <urn:uuid:c2e071d7-cd15-4ad1-9f82-3f629cc7dea0> | CC-MAIN-2018-51 | http://sambad.in/district/baleswar/fair-broke-in-cotton-processing-unit-58582/ | 2018-12-15T04:32:47Z | s3://commoncrawl/crawl-data/CC-MAIN-2018-51/segments/1544376826715.45/warc/CC-MAIN-20181215035757-20181215061757-00245.warc.gz | ory | 0.999903 | Orya | 6 | {"ory_Orya_score": 0.9999032020568848} |
ବାରଙ୍ଗ: ଆଜି ଥିଲା ନନ୍ଦନକାନନ ବାଘୁଣୀ ଅଙ୍କିତାର ସପ୍ତମ ଜନ୍ମଦିନ। ଏହାର ଦିନକ ପୂର୍ବରୁ ଦୁଇଟି ଶାବକକୁ ଜନ୍ମ ଦେଇ ସେ ନନ୍ଦନକାନନ ଓ ପଶୁପ୍ରେମୀଙ୍କୁ ଭେଟି ଦେଇଥିଲା ସୁନ୍ଦର ଉପହାର। ମହାବଳ ବାଘ ରହୁଥିବା ପଛ ପାଖ ୨୮ 'ଗ' ଏନ୍କ୍ଲୋଜର୍ରେ ସ୍ୱତନ୍ତ୍ର ଭାବେ ନିର୍ମିତ ଖୁଆଡ଼ ମଧ୍ୟରେ ସେ ଦୁଇଟି ଶାବକକୁ ଜନ୍ମ ଦେଇଥିଲା। ତେବେ ୨୪ ଘଣ୍ଟା ନ ପୂରୁଣୁ ଆଜି ରାତିରେ ସେଥିରୁ ଗୋଟିଏ ଶାବକର ମୃତ୍ୟୁ ହୋଇଯାଇଛି। ଅନ୍ୟ ଶାବକଟି ନିକଟକୁ ମଧ୍ୟ ମା' ବାଘୁଣୀ ଯାଉ ନଥିବା ସିସିଟିଭିରୁ ଦେଖିବା ପରେ ନନ୍ଦନକାନନ କର୍ତୃପକ୍ଷ ଚିନ୍ତିତ ହୋଇ ପଡ଼ିଛନ୍ତି। ରାତିରେ ଖୁଆଡ଼ ମଧ୍ୟକୁ ଯାଇ ପରୀକ୍ଷା କରିବା ସମ୍ଭବ ହୋଇ ନ ଥିବାରୁ ନବଜାତ ବାଘଛୁଆର ମୃତ୍ୟୁର କାରଣ ଜଣା ପଡ଼ି ନାହିଁ।
ଶୁକ୍ରବାର ରାତି ପ୍ରାୟ ୧୦ଟା ୧୨ ମିନିଟ୍ରେ ପ୍ରଥମ ଓ ୧୦ଟା ୪୦ ମିନିଟ୍ରେ ଦ୍ୱିତୀୟ ଶାବକ ଜନ୍ମ ଦେଇଥିଲା। ସିସିଟିଭି ଚିତ୍ର ଦେଖିବା ପରେ ଆଜି ପୂର୍ବାହ୍ନରେ ଏପରି ସୂଚନା ଦେଇଥିଲେ ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ। ୬ ବର୍ଷ ବୟସର ଅଙ୍କିତା ଓ ହାଇଦ୍ରବାଦ୍ ଚିଡ଼ିଆଖାନାରୁ ଆସିଥିବା 'ସେଫ୍'ର ମିଳନରୁ ଏହି ଶାବକ ଦୁଇଟି ଜନ୍ମ ନେଇଥିଲେ। ୨୦୧୨ ଜାନୁଆରି ୧୩ ତାରିଖରେ ନନ୍ଦନକାନନର ସାଧାରଣ ରଙ୍ଗର ବାଘୁଣୀ ସାରା ଓ ଧଳା ମହାବଳ ବାଘ ଋଷି ମିଳନରୁ ଜନ୍ମଲାଭ କରିଥିବା ୩ ଶାବକ ମଧ୍ୟରୁ ଦ୍ୱତୀୟ ହେଉଛି ଅଙ୍କିତା। ତା ସହିତ ଜନ୍ମ ନେଇଥିଲେ ଶୁଭଶ୍ରୀ ଓ ତୃତୀୟ ଆଶା। ୨୦୧୦ରେ ନନ୍ଦନକାନନରୁ ବାଘମାନଙ୍କ ଏକବଂଶୀ ପ୍ରଜନନ ବ୍ୟବସ୍ଥା ଉଚ୍ଛେଦ ଲାଗି ଭୋପାଳରୁ ସାଧାରଣ ରଙ୍ଗର ବାଘୁଣୀ ସାରାକୁ ଅଣାଯାଇଥିଲା। ଯୋଜନା ମୁତାବକ ସାରା ସହ ନନ୍ଦନକାନନର ଧଳା ମହାବଳ ବାଘ ଋଷି ମିଳନରୁ ଜନ୍ମ ନେଇଥିଲେ ଶୁଭଶ୍ରୀ , ଅଙ୍କିତା ଓ ଆଶା।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୧ ତାରିଖରେ ହାଇଦ୍ରାବାଦସ୍ଥିତ ନେହେରୁ ଚିଡ଼ିଆଖାନାରୁ ସାଧାରଣ ରଙ୍ଗର ମହାବଳ ବାଘ 'ସେଫ୍'କୁ ଅଣାଯାଇଥିଲା। ଏହି ଶାବକମାନଙ୍କୁ ନେଇ ନନ୍ଦନକାନନର ମାହବଳ ବାଘପିଢ଼ି ବହୁ ଆଗକୁ ବଢ଼ିବ ଓ ଏମାନଙ୍କୁ ଅନ୍ୟ ବାଘମାନଙ୍କ ସହ ମିଳନର ସୁଯୋଗ ଦେଇ ନିରୋଗ ବାଘ ବଂଶ ସୃଷ୍ଟି କରିବାର ଯୋଜନା କରାଯାଇଛି। ଗତକାଲି ରାତିରେ ଜନ୍ମିତ ଦୁଇ ଶାବକକୁ ନେଇ ନନ୍ଦନକାନନର ମୋଟ ବାଘ ସଂଖ୍ୟା ୨୬କୁ ବୃଦ୍ଧି ପାଇଥିଲା ଏମାନଙ୍କ ମଧ୍ୟରେ ୮ଟି ଧଳା ବାଘ(୩ଟି ଅଣ୍ଡିରା ଓ ୫ଟା ମାଈ) ଅଛନ୍ତି। ସେହିପରି ୧୬ ସାଧାରଣ ରଙ୍ଗ ବାଘଙ୍କ ମଧ୍ୟରୁ ୬ଟି ଅଣ୍ଡିରା, ୮ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ଦୁଇ ଶାବକ ଅଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଟି ମେଲାନେଷ୍ଟିକ(କଳା ରଙ୍ଗର) ଅଛନ୍ତି। ମାତ୍ର ଆଜି ରାତିରେ ଦୁଇ ନବଜାତକ ମଧ୍ୟରୁ ଗୋଟିଏ ଶାବକର ମୃତ୍ୟୁ ହୋଇଯିବାରୁ ପଶୁପ୍ରେମୀ ଓ ନନ୍ଦନକାନନ କର୍ତୃପକ୍ଷଙ୍କ ଖୁସି ଫିକା ପଡ଼ିଯାଇଛି। | <urn:uuid:f96be8e0-d3e2-471b-a72f-b901cf8a5c25> | CC-MAIN-2018-51 | http://sambad.in/metro/new-born-tiger-child-dead-65159/ | 2018-12-15T04:56:11Z | s3://commoncrawl/crawl-data/CC-MAIN-2018-51/segments/1544376826715.45/warc/CC-MAIN-20181215035757-20181215061757-00245.warc.gz | ory | 0.999985 | Orya | 12 | {"ory_Orya_score": 0.9999847412109375} |
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ବାରୱାନି ଜିଲ୍ଲାର ଗୋଟିଏ କୂଅ ମଧ୍ୟରୁ ୫ଜଣ ପିଲାଙ୍କ ଶବ ଉଦ୍ଧାର କରାଯାଇଛି । ଏହି ନାବାଳକ ଭାଇମାନଙ୍କର ବୟସ ୩ରୁ ୭ ବର୍ଷ ମଧ୍ୟରେ ହେବ ବୋଲି ପୁଲିସ କହିଛି
ବାରୱାନି ଅନ୍ତର୍ଗତ ଚିଖଲି ଗ୍ରାମରେ ବାସ କରୁଥିବା ଏହି ପିଲାଙ୍କ ବାପାଙ୍କର ଦୁଇ ଜଣ ସ୍ତ୍ରୀ ଥିଲେ । ସେ ବ୍ୟକ୍ତିଙ୍କ ନାମ ଭତର ସିଂହ । ସେ ଏବଂ ତାଙ୍କର ଦୁଇ ପତ୍ନୀ ନିରୁଦ୍ଧିଷ୍ଟ ହୋଇଯାଇଥିବା କଥା ପୁଲିସ କହିଛି । ୪୦ ବର୍ଷୀୟ ଭତର ସିଂହଙ୍କ ପ୍ରଥମ ପତ୍ନୀ ୩୬ ବର୍ଷୀୟା ସୁନ୍ଦରୀ ବାଈଙ୍କ ଗର୍ଭରୁ ୪ ଜଣ ପିଲା ଓ ୩୦ ବର୍ଷୀୟ ଅନୀତା ବାଈଙ୍କ ଗର୍ଭରୁ ଜଣେ ପିଲା ହୋଇଥିଲା ।
ଗ୍ରାମବାସୀଙ୍କ ସହାୟତାରେ ପୁଲିସ ପିଲାମାନଙ୍କ ଶବଗୁଡ଼ିକୁ କୂଅରୁ କାଢି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ନିରୁଦ୍ଧିଷ୍ଟ ପିତାମାତାଙ୍କୁ ଖୋଜିବା ପାଇଁ ଦୁଇଟି ସର୍ଚ୍ଚ ଟିମ ଗଠନ କରାଯାଇଛି ବୋଲି ପୁଲିସ କହିଛି । | <urn:uuid:acf5775c-7092-48be-823d-f9f295e8344b> | CC-MAIN-2018-51 | http://odiaspotnews.in/news-details/22096 | 2018-12-17T15:05:01Z | s3://commoncrawl/crawl-data/CC-MAIN-2018-51/segments/1544376828507.84/warc/CC-MAIN-20181217135323-20181217161323-00245.warc.gz | ory | 1.000009 | Orya | 3 | {"ory_Orya_score": 1.0000094175338745} |
ଭାରତର ମହାପୁରୁଷମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ। ସେ କୋଲକାତାର ଏକ ବଙ୍ଗାଳୀ ପରିବାରରେ ଜାନୁଆରୀ ୧୨ରେ ଜନ୍ମ ଲାଭ କରିଥିଲେ। ବାଲ୍ୟ ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ପିଲାଟି ଦିନରୁ ଥିଲେ ଚଞ୍ଚଳ। ସେ ଥିଲେ ଜଣେ ପ୍ରଭାବଶାଳୀ ଆଧ୍ୟାତ୍ମିକ ଗୁରୁ। ସେ ନିଜର ଗୁରୁ ରାମକୃଷ୍ଣଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ରାମକୃଷ୍ଣ ପରମହଂସଙ୍କ ମୃତ୍ୟୁ ପରେ ଧର୍ମ ପ୍ରଚାର ପାଇଁ ବିବେକାନନ୍ଦ ଭାରତୀୟ ଉପମହାଦୀପ ଯାତ୍ରା କରିଥିଲେ। ଆମେରିକାରେ ଅନୁଷ୍ଠିତ ବିଶ୍ୱ ଧର୍ମ ସମ୍ମିଳନୀରେ ସେ ୧୮୯୩ରେ ଭାରତରୁ ପ୍ରତିନିଧିତ୍ୱ କରି ଭାଷଣ ଦେଇଥିଲେ। ଏଠାରେ ସେ ଭାଷଣ ମାଧ୍ୟମରେ ଦେଶ-ବିଦେଶରେ ପ୍ରସିଦ୍ଧ ହୋଇ ଯାଇଥିଲେ। ସ୍ୱାମୀଜୀଙ୍କ ଜନ୍ମଦିନ ଜାନୁଆରୀ ୧୨କୁ ରାଷ୍ଟ୍ରୀୟ ଯୁବ ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ସ୍ୱାମୀଜୀଙ୍କ ଜୟନ୍ତୀରୁ ଅନେକ ଶିଖିବାର ଅଛି।
ଯଦି ଧନ ଦ୍ୱାରା ଅନ୍ୟର ମଙ୍ଗଳ ହୋଇଥାଏ, ଏହାର କିଛି ମୂଲ୍ୟ ଅଛି। ନହେଲେ ଏହା ଖରାପ ଜିନିଷର ପାହାଡ।
ବିବେକାନନ୍ଦଙ୍କ ବାଣୀ:
-ଉଠ ଓ ଜାଗ୍ରତ ହୁଅ। ଆଉ ସେତେବେଳ ପର୍ଯ୍ୟନ୍ତ ଅଟକି ଯାଅ ନାହିଁ, ଯେତେବେଳ ପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତ ହୋଇ ନାହିଁ।
-ପଢ଼ିବାକୁ ହେଲେ ଏକାଗ୍ରତ ଜରୁରୀ। ଏକାଗ୍ରତା ପାଇଁ ଧ୍ୟାନ ଜରୁରୀ। ଧ୍ୟାନ ଦ୍ୱାରା ଆମେ ଇନ୍ଦ୍ରୀୟକୁ ସଂଯମ ରକ୍ଷା କରି ଏକାଗ୍ରତା ପ୍ରାପ୍ତ କରି ହେବ।
-ଯେତେ ଦିନ ବଞ୍ଚିଥିବା, ସେତେଦିନ ପର୍ଯ୍ୟନ୍ତ ଶିଖିବା। ଅନୁଭବ ହେଉଛି ଦୁନିଆର ଶ୍ରେଷ୍ଠ ଶିକ୍ଷକ।
-ଯାହା ତୁମେ ବିଚାର କରୁଛ, ତାହା ହୋଇ ଯାଉଛ। ଯଦି ତୁମ ଭାବନାରେ ଦୁର୍ବଳତା ଅଛି, ତୁମେ ଦୁର୍ବଳ ହୋଇଯିବ। ନିଜର ମସ୍ତିସ୍କ, ମାଂସପେଶୀ, ଶରୀରର ପ୍ରତି ଅଂଗରେ ବୁଡ଼ାଇ ଦିଅ। ବାକି ସବୁ ଭାବନାରୁ ବାହାରକୁ ରଖ। ଏହା ହେଉଛି ସଫଳତାର ଶୈଳୀ।
-ଯେଉଁ ସମୟରେ ଯେଉଁ କାମ ପାଇଁ ପ୍ରତିଜ୍ଞା କରୁଛ, ତାକୁ ସେହି ସମୟରେ ଶେଷ କରିବା ଦରକାର।
-ଗୋଟିଏ ସମୟରେ ଗୋଟିଏ କାମ କର। କାମ ସମୟରେ ଆତ୍ମାକୁ ମିଶାଇ ଦିଅ। ବାକି ସବୁ ଭୁଲିଯାଅ।
-ଯେତେବଡ଼ ସଂଘର୍ଷ ହେବ, ବିଜୟର ସ୍ୱାଦ ସେତେ ମିଠା। | <urn:uuid:c3cc5e84-4514-459b-8751-46dc38baa9ac> | CC-MAIN-2018-51 | http://sambad.in/special/national-youth-day-special-64092/ | 2018-12-17T14:47:34Z | s3://commoncrawl/crawl-data/CC-MAIN-2018-51/segments/1544376828507.84/warc/CC-MAIN-20181217135323-20181217161323-00245.warc.gz | ory | 0.999996 | Orya | 6 | {"ory_Orya_score": 0.9999955892562866} |
ପ୍ରତ୍ୟେକ ବ୍ୟକ୍ତି ନିଜର ସୁସ୍ୱାସ୍ଥ୍ୟ ଲାଗି ଯଥାସମ୍ଭବ ପ୍ରୟାସ କରିଥାଏ। ଯେଉଁ କାରଣକୁ ନେଇ ସେ ନିୟମିତ ଭାବରେ ବ୍ୟାୟାମ ସାଂଗକୁ ସନ୍ତୁଳିତ ଆହରର ମଧ୍ୟ ସେବନ କରେ। ହେଲେ ଯଦି ଉକ୍ତ ବ୍ୟକ୍ତି ଜଣକ ରୋଗରେ ପଡ଼ନ୍ତି ତ, ତେବେ ସେ ସେଥିରୁ ମୁକୁଳିବା ପାଇଁ ପୌଷ୍ଟିକ ଆହାର ନେବାକୁ ବି ଚେଷ୍ଟା କରନ୍ତି। କାରଣ ରୋଗରେ ପଡ଼ିଥିବା ବ୍ୟକ୍ତି ଲାଗି ପୌଷ୍ଟିକ ଆହାରର ଆବଶ୍ୟକତା ଜରୁରୀ ହୋଇଥାଏ ବୋଲି ଡ଼ାକ୍ତରମାନେ ପରାମର୍ଶ ଦିଅନ୍ତି। ଏହାର ସେବନ ଯୋଗୁଁ ଔଷଧର ସେବନ ବ୍ୟକ୍ତି ଶରୀରରେ ସଠିକ୍ ଭାବରେ କାର୍ଯ୍ୟ କରିଥାଏ। ଏଥିସହିତ ରୋଗଗ୍ରସ୍ତ ବ୍ୟକ୍ତି ବି ରୋଗଦାଉରୁ ଯଥାଶୀଘ୍ର ରକ୍ଷା ପାଇଥାନ୍ତି। ତେଣୁ ବ୍ୟକ୍ତିି ସେହି ସମୟରେ ଅଧିକ ମାତ୍ରାରେ ଫଳରୁ ପ୍ରସ୍ତୁତ ହୋଇଥିବା ଜୁସ୍ର ସେବନ କରିବା ଅତ୍ୟନ୍ତ ଜରୁରୀ ! ଏହି କାରଣକୁ ନେଇ ଯେବେ ଆମେ ରୋଗରେ ପଡ଼ିଥାଉ ସେବେ ଆମର ପାଚନ କ୍ରିୟା ଦୁର୍ବଳ ହୋଇଯାଇଥାଏ। ଫଳରେ ସେହି ସମୟ ମଧ୍ୟରେ ତରଳ ପଦାର୍ଥର ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ଅଟେ। ଯାହାକି ଖାଦ୍ୟକୁ ସରଳ ଭାବରେ ହଜମ କରିବାରେ ସାହାଯ୍ୟ କରେ। ତେବେ କ'ଣ ଆପଣ ଜାଣନ୍ତି କି କେଉଁ ରୋଗ ଲାଗି କେଉଁ ଜୁସ୍ର ସେବନ ଆମ ଶରୀର ପାଇଁ ଅଧିକ ଲାଭପ୍ରଦ ହୋଇଥାଏ। ଆଜି ଆମେ ଆପଣଙ୍କୁ କେଉଁ ରୋଗ ପାଇଁ କେଉଁ ଜୁସ୍ର ସେବନ ଲାଭଦାୟକ ଓ କ୍ଷତିକାରକ ହୋଇଥାଏ,ସେ ବିଷୟରେ ଜଣାଇବୁ।
୧-ଏସିଡିଟି ସମସ୍ୟା : ଯେଉଁ ବ୍ୟକ୍ତିଙ୍କର ଅଧିକତର ଏସିଡ଼ିଟି ସମସ୍ୟା ରହିଥାଏ,ସେମାନଙ୍କ ପାଇଁ ସାଧାରଣତଃ କୋବି ଏବଂ ଗାଜର ଜୁସ୍ର ସେବନ ସଠିକ୍ ହୋଇଥାଏ। ହେଲେ ଏହି ସମସ୍ୟା ଥିବା ବ୍ୟକ୍ତିଙ୍କୁ ଲେମ୍ବୁ ଏବଂ ମୌସୁମୀ ଜୁସ୍ ଠାରୁ ଦୂରେଇ ରହିବା ଉଚିତ। କାରଣ ଏହି ଜୁସ୍ ଏସିଡିଟିର ସମସ୍ୟାକୁ ବଢ଼ାଇଦେଇଥାଏ।
୨-କାଶ ସମସ୍ୟା: ଯେଉଁ ବ୍ୟକ୍ତିଙ୍କର କାଶ ଜନିତ ସମସ୍ୟା ରହିଛି ସେମାନେ ଏକ ଗ୍ଲାସ୍ ଗରମ ପାଣି ସହିତ ଲେମ୍ବୁରସ ମିଶାଇ ପିଇବା ଉଚିତ୍ । ଏହା କାଶ ସମସ୍ୟାରୁ ତୁରନ୍ତ ମୁକ୍ତି ଦେଇଥାଏ। ତେବେ ଏମାନଙ୍କ ପାଇଁ ଗାଜରର ଜୁସ୍ ବି ଅତ୍ୟନ୍ତ ଲାଭପ୍ରଦ।
୩-ନିଦ୍ରାହୀନତା ସମସ୍ୟା : ଯଦି କୌଣସି ବ୍ୟକ୍ତି ନିଦ୍ରାଜନିତ ସମସ୍ୟା ଲାଗି ଚିନ୍ତିତ ରହୁଥାନ୍ତି ତେବେ ତାଙ୍କୁ ପୋଇ ରସ ଏବଂ ପିଜୁଳିର ରସ ସେବନ କରିବା ଉଚିତ। ଏହାସହିତ ଏହି ଧରଣର ବ୍ୟକ୍ତିଙ୍କୁ ନିୟନିତ ବ୍ୟାୟାମ କରିବା ମଧ୍ୟ ଜରୁରୀ ଅଟେ।
୪-ମାଇଗ୍ରେନ୍ ସମସ୍ୟା : ଯେଉଁ ବ୍ୟକ୍ତି ଏହି ସମସ୍ୟା ଦେଇ ଗତି କରୁଥାନ୍ତି, ସେମାନେ ଏକ ଗ୍ଲାସ୍ ପାଣିରେ ଲେମ୍ବୁ ଏବଂ ଅଦା ରସ ମିଶାଇ ପିଅନ୍ତୁ। ଏହା ତାଙ୍କୁ ଦରଜ ସମସ୍ୟାଠୁ ମୁକ୍ତି ଦେଇଥାଏ।
୫-ହାଡ଼ଭଙ୍ଗା ସମସ୍ୟା: କୌଣସି ବ୍ୟକ୍ତିର ଶରୀର ଯଦି କୌଣସି ଦୁର୍ଘଟଣା କାରଣକୁ ନେଇ ହାଡ଼ଭାଙ୍ଗି ଥାଏ ତ,ତେବେ ତାଙ୍କୁ ତାଙ୍କର ହାଡ଼କୁ ମଜ୍ଭୁତ କରିବାକୁ ହେଲେ ଭରପୂର ମାତ୍ରାରେ ଆଇରନ୍ ଆହାରର ସେବନ କରିବା ଉଚିତ୍ ଅଟେ। ଯେଉଁ କାରଣକୁ ନେଇ ଏଭଳି ବ୍ୟକ୍ତି ପୋଇ,ମେଥି,ଖଡ଼ା ଶାଗ ଏବଂ ଜୀରାର ରସକୁ ମିଶ୍ରଣ କରି ପିଇବା ଦରକାର। | <urn:uuid:2fbd2652-5dde-45a9-929c-2065af9df3f0> | CC-MAIN-2019-04 | http://sambad.in/lifestyle/which-juice-benefits-for-which-diseases-198401/ | 2019-01-19T12:28:17Z | s3://commoncrawl/crawl-data/CC-MAIN-2019-04/segments/1547583667907.49/warc/CC-MAIN-20190119115530-20190119141530-00495.warc.gz | ory | 1.000004 | Orya | 4 | {"ory_Orya_score": 1.0000040531158447} |
ଶିବଲିଙ୍ଗ
ମହା ଶିବଲିଙ୍ଗର ଅର୍ଥ ହେଉଛି ଭଗବାନ ଶିବ (ମହାଦେବ)ଙ୍କ ଆଦି-ଅନାଦୀ ସ୍ୱରୂପ । ଶୂନ୍ୟ , ଆକାଶ , ଅନନ୍ତ ବ୍ରହ୍ମାଣ୍ଡ ଏବଂ ନିରାକାର ପରମ ପୁରୁଷଙ୍କ ପ୍ରତୀକ ହୋଇଥିବାରୁ ଏହାକୁ ଲିଙ୍ଗ କୁହାଗଲା । ସ୍କନ୍ଦ ପୁରାଣରେ କୁହାଯାଇଛି , ଆକାଶ ସ୍ୱୟଂ ଲିଙ୍ଗ ଅଟେ । ଧରତୀ ତାହାର ପୀଠ କିମ୍ବା ଆଧାର ଅଟେ ଏବଂ ସମସ୍ତ ଅନନ୍ତ ଶୂନ୍ୟରୁ ଜନ୍ମ ହୋଇଛନ୍ତି , ସେଥିରେ ଲୟ ହେବା କାରଣରୁ ତାହାଙ୍କୁ ଲିଙ୍ଗ କୁହାଗଲା । ବାତାବରଣ ସହିତ ଘୁରୁଥିବା ପୃଥିବୀ କିମ୍ବା ଅନନ୍ତ ବ୍ରହ୍ମାଣ୍ଡ (ବ୍ରହ୍ମାଣ୍ଡ ଗତିମାନ ଅଟେ)ର ଅକ୍ଷ/ଘୁରୀ (axis) ହିଁ ଲିଙ୍ଗ ଅଟେ ।
ପୁରାଣରେ ଶିବଲିଙ୍ଗକୁ ବହୁ ଅନ୍ୟ ନାମରେ ମଧ୍ୟ ସମ୍ବୋଧିତ କରାଯାଇଛି ଯେପରି : ପ୍ରକାଶ ସ୍ତମ୍ଭ/ଲିଙ୍ଗ , ଅଗ୍ନି ସ୍ତମ୍ଭ/ଲିଙ୍ଗ , ଉର୍ଜା ସ୍ତମ୍ଭ/ଲିଙ୍ଗ , ବ୍ରହ୍ମାଣ୍ଡୀୟ ସ୍ତମ୍ଭ/ଲିଙ୍ଗ ।
ପୁରାଣରେ ଭଗବାନ ମହେଶ୍ୱରଙ୍କ ମହଣ ମହିମାର ବଖାଣ କରୁଥିବା ଲିଙ୍ଗ ପୁରାଣକୁ ବିଶିଷ୍ଟ ପୁରାଣ କୁହାଯାଏ । ଭଗବାନ ଶିବଙ୍କର ଜ୍ୟୋତିର୍ଲିଙ୍ଗର କଥା , ଈଶାନ-କଳ୍ପର ବୃତ୍ତାନ୍ତ ସର୍ବବିସର୍ଗ ଆଦି ଦଶା ଲକ୍ଷଣ ସହିତ ବର୍ଣ୍ଣିତ ହୋଇଛି । ଭଗବାନ ଶିବଙ୍କ ମହିମା ଲିଙ୍ଗ ପୁରାଣରେ ୧୧,୦୦୦ ଶ୍ଳୋକରେ ବର୍ଣ୍ଣିତ ହୋଇଛି । ଏହା ସମସ୍ତ ପୁରାଣରେ ଶ୍ରେଷ୍ଠ ଅଟେ । ବେଦବ୍ୟାସ କୃତ ଏହି ପୁରାଣରେ ପ୍ରଥମେ ଯୋଗ ପରେ କଳ୍ପ ବିଷୟରେ ବର୍ଣ୍ଣନା କରାଯାଇଛି ।
ଲିଙ୍ଗ ଶବ୍ଦ ପ୍ରତି ଆଧୁନିକ ସମାଜରେ ବଡ ଧରଣର ଭ୍ରାନ୍ତି ପାଇଛନ୍ତି । ଲିଙ୍ଗ ଶବ୍ଦର ଶାବ୍ଦିକ ଅର୍ଥ ଚିହ୍ନ ଅଥବା ପ୍ରତୀକ ଅଟେ - ଯେପରିକି କଣାଦ ମୁନି କୃତ ବୈଶେଷିକ ଦର୍ଶନ ଗ୍ରନ୍ଥରୁ ଖୋଜା ଯାଇଛି । ଭଗବାନ ମହେଶ୍ୱର ଆଦି ପୁରୁଷ ଅଟନ୍ତି । ଏହି ଶିବଲିଙ୍ଗ ଭଗବାନ ଶଙ୍କରଙ୍କ ଜ୍ୟୋତିରୂପା ଚିନ୍ମୟ ଶକ୍ତିର ଚିହ୍ନ ଅଟେ । ତାହାର ଉଦ୍ଭବ ବିଷୟରେ ସୃଷ୍ଟିର କଲ୍ୟାଣ ପାଇଁ ଜ୍ୟୋତିର୍ଲିଙ୍ଗଦ୍ୱାରା ପ୍ରକଟ ହୋଇ ବ୍ରହ୍ମା ତଥା ବିଷ୍ଣୁଙ୍କ ପରି ଅନାଦି ଶକ୍ତିଙ୍କୁ ମଧ୍ୟ ଆଶ୍ଚର୍ଯ୍ୟରେ ପକାଉଥିବା ଘଟଣାର ବର୍ଣ୍ଣନା , ଏହି ପୁରାଣର ବର୍ଣ୍ଣିତ ବିଷୟର ଏକ ପ୍ରଧାନ ଅଙ୍ଗ ଅଟେ । ମୁକ୍ତି ପ୍ରଦାନ କରୁଥିବା ବ୍ରତ-ଯୋଗ ଶିବାର୍ଚନ ଯଜ୍ଞ ହବାନାଦିର ବିସ୍ତୃତ ବିବେଚନ ପ୍ରାପ୍ତ ହୋଇଛି । ଏହା ଶିବ ପୁରାଣର ପୂରକ ଗ୍ରନ୍ଥ ଅଟେ ।
ନୈମିଷାରଣ୍ୟରେ ସୂତଙ୍କ ବାର୍ତ୍ତା[ସମ୍ପାଦନା]
ଶିବଲିଙ୍ଗ ପୂଜା[ସମ୍ପାଦନା]
ପଦ୍ମପୁରାଣ ବର୍ଣ୍ଣିତ ଅଛି ମହର୍ଷି ଭୃଗୁ ସୃଷ୍ଟି ତତ୍ତ୍ୱ ଓ ପରମପିତା ଶିବଙ୍କର ମାହାତ୍ମ ଜାଣିବା ପାଇଁ କୈଳାସରେ ପହଞ୍ଚିଲେ । ଠିକ୍ ସେହି ସମୟରେ ଭଗବାନ ଶିବ ମାତା ପାର୍ବତୀଙ୍କ ସହିତ ଏକ ନିବୃତ ସ୍ଥାନରେ ରତିକ୍ରୀଡ଼ା ଅର୍ଥାତ୍ ସୃଷ୍ଟି ସର୍ଜନାରେ ମଗ୍ନ ଥିଲେ । ବହୁଦିନ ଧରି ଅପେକ୍ଷା କରିଥିଲେ ମଧ୍ୟ ମହର୍ଷି ଭୃଗୁ ପରମପିତାଙ୍କର ଦର୍ଶନ କରିପାରିଲେ ନାହିଁ । ଏଥିପାଇଁ ତାଙ୍କର ଧୈର୍ଯ୍ୟଚ୍ୟୁତି ହେବାରୁ ସେ ପରମପିତାଙ୍କୁ ପ୍ରାର୍ଥନା ତଥା ଅଭିଶାପ ଦେଇ କହିଲେ-" ହେ ପରମ ପିତା ! ଆପଣ ଯେଉଁ ଅବସ୍ଥାରେ ନାରୀ ଶକ୍ତି ସହିତ ସଂଯୁକ୍ତ ହୋଇଛନ୍ତି, ସେହି ଅବସ୍ଥାରେ ଏ ଭବମୟ ସାରା ସଂସାରରେ ପୂଜା ପାଇବେ ।" ତାହା ହିଁ ହେଲା । ଭୃଗୁ ଋଷିଙ୍କର କଥା ସତ୍ୟ ହେଲା । ସେହିଦିନରୁ ଭଗବାନ ଶିବ ଲିଙ୍ଗରୂପରେ ପୂଜା ପାଇଆସୁଛନ୍ତି ।
କୋଟିରୁଦ୍ର ସଂହିତା ଅନୁସାରେ ଦେବଦାରୁ ବନରେ ଥିବା ଏକ ଆଶ୍ରମରେ କେତେକ ଋଷି ସପତ୍ନୀକ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରୁଥିଲେ । ଏକଦା ଏହି ସପତ୍ନୀକ ଋଷିମାନଙ୍କୁ ପରୀକ୍ଷା କରିବା ପାଇଁ ଭଗବାନ ଶିବ ସେହି ଆଶ୍ରମରେ ପହଞ୍ଚିଲେ । ଠିକ୍ ସେହି ସମୟରେ ଋଷିମାନେ ସମିଧ ସଂଗ୍ରହ ନିମନ୍ତେ ବନକୁ ଯାଇଥିଲେ । ଭଗବାନ ଶିବ ଋଷି ପତ୍ନୀମାନଙ୍କ ସମ୍ମୁଖରେ ନଟରାଜ ରୂପରେ ନୃତ୍ୟ କରିବାକୁ ଲାଗିଲେ । ନୃତ୍ୟ ସମୟରେ ଦେହରୁ ସମ୍ପୂର୍ଣ୍ଣ ବସ୍ତ୍ର ଖସି ଯାଇଥିଲା, ତାଙ୍କର ସେଥିପ୍ରତି ଧ୍ୟାନ ନଥିଲା । ଠିକ୍ ସମୟରେ ଋଷିମାନେ ବନରୁ ଫେରି ଭଗବାନ ଶିବଙ୍କର ଏପରି ଉଲଗ୍ନ ଅବସ୍ଥା ଦେଖି କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ, ଏହାଫଳରେ ଶିବଙ୍କ ଲିଙ୍ଗ ତାଙ୍କ ଦେହରୁ ଛିନ୍ନ ହୋଇ ଭୂମିରେ ପଡ଼ିଲା । ଛିନ୍ନ ଲିଙ୍ଗ ଅସ୍ଥିର ହୋଇ ସମଗ୍ର ସଂସାରରେ ବହୁ ଉତ୍ପାତ କଲେ । ଦେବତାମାନେ ବ୍ୟସ୍ତ ହୋଇ ବେଦପତି ବ୍ରହ୍ମା ମାତା ପାର୍ବତୀଙ୍କୁ ଧ୍ୟାନ କଲେ । ବ୍ରହ୍ମାଙ୍କ ଧ୍ୟାନରେ ସନ୍ତୁଷ୍ଟ ହୋଇ ମାତା ପାର୍ବତୀ ସମସ୍ତ ଜାଣିପାରି ମର୍ତ୍ତ୍ୟକୁ ଆଗମନ କଲେ । ମାତା ଭଗବତୀ ଦେବୀ ପାର୍ବତୀ ଶିବଙ୍କର ସେହି ଛିନ୍ନ ଲିଙ୍ଗକୁ ନିଜ ଶକ୍ତିଚକ୍ର(ଯୋନି) ମଧ୍ୟରେ ଧାରଣ କରି ଶାନ୍ତ କରାଇଲେ । ସେହିଦିନ ଏକାନ୍ତ ଭକ୍ତି ଓ ନିଷ୍ଠାର ସହିତ ସପତ୍ନୀକ ଋଷିମାନେ ଶକ୍ତିଚକ୍ର ସହିତ ଲିଙ୍ଗପୂଜା କଲେ । ଫଳରେ ସେହିଦିନରୁ ଭଗବାନ ଶିବଲିଙ୍ଗ ରୂପରେ ପୂଜା ପାଇଆସୁଛନ୍ତି ।
ଶିବ ପୁରାଣ ଅନୁସାରେ ଦକ୍ଷପ୍ରଜାପତିଙ୍କ ଯଜ୍ଞରେ ମଙ୍ଗଳମୟ ଦେବାଧିଦେବ ମହାଦେବଙ୍କ ଅପମାନ ସହ୍ୟ କରିନପାରି ମାତା ସତୀ ଯଜ୍ଞକୁଣ୍ଡରେ ଆତ୍ମହୁତି ଦେଲେ । ଫଳରେ ସତୀଙ୍କୁ ନପାଇ ଭଗବାନ ଶିବ ହତଜ୍ଞାନ ହୋଇ ଦକ୍ଷଯଜ୍ଞ ଭଙ୍ଗ କରିବା ସଙ୍ଗେ ସଙ୍ଗେ ସଂସାରରେ ତାଣ୍ଡବଲୀଳା କରି ସମଗ୍ର ସୃଷ୍ଟିକୁ ପ୍ରଳୟ କରିବାକୁ ଲାଗିଲେ । ସେହି ସମୟରେ ତାଙ୍କ କଟିରୁ ବ୍ୟାଘ୍ରଚର୍ମ ଖସିପଡ଼ିବାଦ୍ୱାରା ସେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଗଲେ । ଶିବଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଦକ୍ଷ ପ୍ରଜାପତିଙ୍କ ରାଣୀ ନୈବେଦ୍ୟ ଧରି ଶିବଙ୍କ ସମ୍ମୁଖରେ ଉଭା ହେଲେ । ଭଗବାନ ଶିବଙ୍କର ଏପରି ଉଲଗ୍ନ ରୂପ ଦେଖି ରାଗିଯାଇ ବଡ଼ପାଟିରେ କହିଲେ, " ମୁଁ ତୁମର ମାତୃତୁଲ୍ୟ, ତୁମେ ମୋ ସମ୍ମୁଖରେ ଉଲଗ୍ନ ହୋଇ ଲିଙ୍ଗ ପ୍ରଦର୍ଶନ କଲ । ତେଣୁ ତୁମେ ଯୁଗେ ଯୁଗେ ଏହି ଲିଙ୍ଗ ରୂପରେ ପୂଜା ପାଅ । ତାହା ହିଁ ହେଲା । ସେହିଦିନରୁ ଭଗବାନ ଶିବଶଙ୍କର ସମଗ୍ର ସଂସାରରେ ଲିଙ୍ଗରୂପରେ ପୂଜା ପାଇ ଆସୁଛନ୍ତି ।"[୪]
- "lingam". Encyclopædia Britannica. 2010.
- Isherwood, Christopher (1983). Ramakrishna and His Disciples. Early days at Dakshineswar: Vedanta Press,U.S. p. 48. ISBN 978-0-87481-037-0.
- Sivananda (1996). Lord Siva and His Worship. Worship of Siva Linga: The Divine Life Trust Society. ISBN 81-7052-025-8.
- ପ୍ରମେୟ ଧର୍ମ, ପୃଷ୍ଠା-୭, ୭.୩.୨୦୧୬ | <urn:uuid:e366bee0-487f-41c5-a6f1-d80a857ea967> | CC-MAIN-2019-04 | https://or.wikipedia.org/wiki/%E0%AC%B6%E0%AC%BF%E0%AC%AC%E0%AC%B2%E0%AC%BF%E0%AC%99%E0%AD%8D%E0%AC%97 | 2019-01-20T14:37:24Z | s3://commoncrawl/crawl-data/CC-MAIN-2019-04/segments/1547583722261.60/warc/CC-MAIN-20190120143527-20190120165527-00175.warc.gz | ory | 1.000002 | Orya | 30 | {"ory_Orya_score": 1.0000016689300537} |
ହରିୟାଣାରେ ଆଉ ଏକ ନିର୍ଭୟା କାଣ୍ଡ । ୧୫ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା
କନକ ବ୍ୟୁରୋ: ବର୍ବରତାର ସମସ୍ତ ସୀମା ଟପିଗଲେ ଦୁଷ୍କର୍ମକାରୀ । ଗଣଧର୍ଷଣ କରିବା ପରେ ନିର୍ମମ ଭାବେ ନାବାଳିକାକୁ ହତ୍ୟା । ଏବଂ ନାବାଳିକାର ମୃତ୍ୟୁ ପରେ ଶବ ସହ ଗଣଦୁଷ୍କର୍ମ କରିଥିବା ଜଣାପଡିଛି । ହରିୟାଣାର ପାନିପତରେ ଶନିବାର ରାତିରେ ଅଭିଯୁକ୍ତ ମାନେ ଜଣେ ୧୫ବର୍ଷୀୟ ନାବାଳିକା ସହ ଗଣ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ତାକୁ ହତ୍ୟା କରିଛନ୍ତି । ଏପରିକି ଦିଲ୍ଲୀର ନିର୍ଭୟା ପରି ଏହି ନାବାଳିକା ଉପରେ ମଧ୍ୟ ଅତ୍ୟାଚାର କରାଯାଇଛି । ଶରୀରରେ ୧୯ଟି କ୍ଷତ ଥିବା ବେଳେ ସମ୍ବେଦନଶୀଳ ଅଙ୍ଗରେ କିଛି ଶକ୍ତ ଜିନିଷ ଭର୍ତ୍ତି କରି ନିଜ ରାକ୍ଷସ ପଣିଆର ପରିଚୟ ଦେଇଛନ୍ତି ଦୁଷ୍କର୍ମକାରୀମାନେ । ଏପରି ଏକ ଲୋମଟାଙ୍କୁରା ଘଟଣା ପାନିପତର ମତଲୋଡା ଗାଁରେ ଘଟିଛି ।
ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ମାନେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି । ଖାଲି ଏତିକିରେ ଏହି ରାକ୍ଷସଙ୍କ ମନ ଭରି ନଥିଲା ସେମାନେ ଏକ ଶକ୍ତ ଜିନିଷ ନାବାଳିକାର ସମ୍ବେଦନଶୀଳ ଅଙ୍ଗରେ ଭର୍ତ୍ତି କରିଥିଲେ । ଯାହାଦ୍ୱାରା ଉକ୍ତ ନାବାଳିକାର ଭିଭର ଫାଟିଯାଇଛି । ଏହାପରେ ସେମାନେ ତାକୁ ପାଣିରେ ବୁଡାଇ ମାରିବାକୁ ଚେଷ୍ଟା କରିଥିଲେ ଏବଂ ପରେ ଶବ ସହ ଦୀର୍ଘ ସମୟ ଧରି ଦୁଷ୍କର୍ମ କରିଛନ୍ତି । ଏହାପରେ ଶବକୁ ନେଇ ଫୋପାଡି ଦେଇଛନ୍ତି ।
ଶରୀରରେ ବିଭିନ୍ନ କ୍ଷତି ଥିବା ଡାକ୍ତରୀ ପରୀକ୍ଷା ପରେ ଜଣାପଡିଛି । ଏପରିକି ମୁଣ୍ଡ, ମୁହଁ, ହାତ ଓ ଛାତିରେ ବି ଗଭୀର କ୍ଷତ ରହିଛି । ଅଭିଯୁକ୍ତକୁ ଧରିବା ପାଇଁ କୁରୁକ୍ଷେତ୍ର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ତେବେ ତଦନ୍ତ ଓ କ୍ଷତିପୂରଣ ଦାବିରେ ନାବାଳିକାର ଶବକୁ ପରିବାରଲୋକେ ନେବା ପାଇଁ ମନା କରିଦେଇଥିଲେ । ପରେ ତଦନ୍ତ ଓ କ୍ଷତିପୂରଣ ପ୍ରତିଶୃତି ମିଳିବା ପରେ ପରିବାରଲୋକେ ଶବକୁ ନେଇ ଶେଷକୃତ୍ୟ କରିଛନ୍ତି । | <urn:uuid:065e376e-cc7c-42dc-a1d5-30c4024e2f4b> | CC-MAIN-2019-04 | http://kanaknews.com/another-shocker-from-haryana-15-year-old-raped-murdered-in-panipat/ | 2019-01-21T15:57:39Z | s3://commoncrawl/crawl-data/CC-MAIN-2019-04/segments/1547583795042.29/warc/CC-MAIN-20190121152218-20190121174218-00495.warc.gz | ory | 1.000007 | Orya | 5 | {"ory_Orya_score": 1.0000066757202148} |
କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ପୁଣି ଥରେ ସେନା ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ତେବେ ପୁଲବାମା ଅଚଂଳରେ ସେନା ଶିବିର ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଆତଙ୍କବାଦୀ ଆକ୍ରମଣ କରିବା ପରେ ଯବାନମାନେ ସେମାନଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ । ତେବେ ଏହାପରେ କିଛି ସମୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳିବିନିମୟ ହୋଇଥିଲା । ତେବେ ସେନାର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ବେଳେ କ୍ରସ ଫାଇରିଂ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଗୁଳିବର୍ଷା ପରେ ସୁରକ୍ଷାବାହିନୀ ଫେରୁଥିବା ବେଳେ ରାସ୍ତାରେ ଜଣେ ମହିଳା ଚଟାଣ ଉପରେ ଗୁରୁତର ଭାବରେ ପଡ଼ିଥିବା ଦେଖିଥିଲେ । ମହିଳାଙ୍କ ନାମ ଫିରଦଉସା ବୋଲି ଜଣାପଡ଼ିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ତେବେ ବାରମ୍ବାର ସୀମାରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୋଳିମାଡ କରୁଛନ୍ତି । ଗତକାଲି ମଧ୍ୟ ସେନା ଉପରକୁ ଆକ୍ରମଣ ହୋଇଥିଲା । ଏପରି ଘଟଣାପରେ ସାରା ସୀମାରେ ଯବାନମାନଙ୍କୁ ଆଲର୍ଟରେ ରଖାଯିବା ସହ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ପାଇଁ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେିଛନ୍ତି । | <urn:uuid:54993c58-0eb3-4740-90dc-bab1a91fb339> | CC-MAIN-2019-04 | http://kanaknews.com/jammu-and-kashmir-grenade-attack-on-army-camp-in-pulwama/ | 2019-01-21T15:55:54Z | s3://commoncrawl/crawl-data/CC-MAIN-2019-04/segments/1547583795042.29/warc/CC-MAIN-20190121152218-20190121174218-00495.warc.gz | ory | 0.999999 | Orya | 3 | {"ory_Orya_score": 0.9999985694885254} |
କନକ ବ୍ୟୁରୋ : ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ମେକ୍ ଇନ୍ ଓଡିଶା କନକ୍ଲେଭ । କନକ୍ଲେଭରେ ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧମାନେ ଯୋଗଦେବେ । ୫ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚି ସାରିଲେଣି ଦେଶବିଦେଶର ଅନେକ ଶିଳ୍ପପତି ଓ ଉଦ୍ୟୋଗଜଗତର ବିଶେଷଜ୍ଞ। ସହର ମଧ୍ୟ ବିଦେଶୀ ଅତିଥିଙ୍କୁ ଆକର୍ଷିତ କରିବା ପାଇଁ ସଜେଇ ହୋଇ ସାରିଛି। ସରକାର ମେକ୍ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣକୁ କେବଳ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି ଆୟୋଜନ କରିନାହାନ୍ତି, ବରଂ ଓଡ଼ିଶାର ଶକ୍ତି ଓ ସାମର୍ଥ୍ୟକୁ ବିଦେଶୀ ନିବେଶକମାନଙ୍କୁ ଜଣାଇବା ପାଇଁ ଏହାର ଆୟୋଜନ କରିଛନ୍ତି। ଫଳରେ ଏହା ଶିଳ୍ପପତିଙ୍କ ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ ଯୋଗାଇବ ବୋଲି ଆଶା ରହିଛି ।
ଏହି ମେଗା ଇଭେଂଟ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ବ୍ୟାପକ ଆୟୋଜନ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ କିପରି ବାତାବରଣ ରହିଛି, ତାକୁ ସୋ' କେସ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି କନକ୍ଲେଭରେ ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧି ଯୋଗ ଦେବେ । ଶିଳ୍ପପତି, ନିବେଶକମାନଙ୍କର ଏହା ହେବ ମହାସମାଗମ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ, ଗୌତମ ଆଦାନି, କୁମର ମଙ୍ଗଳମ ବିର୍ଲା, ଆନନ୍ଦ ମହିନ୍ଦାଙ୍କ ଭଳି ଦେଶର ବଡ଼ ବଡ଼ ଶିଳ୍ପ ଟାଇକୁନ୍ ମଧ୍ୟ ସାମିଲ ହେବେ ଏହି ଶିଳ୍ପ ମହାକୁମ୍ଭରେ । ପ୍ରାୟ ଅଢେଇ ଲକ୍ଷ କୋଟିର ପୁଂଜିନିବେଶ ପ୍ରସ୍ତାବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
ନଭେମ୍ବର ୧୧ : ପୂର୍ବାହ୍ନ ୬ଟାରେ ଚନ୍ଦ୍ରଭାଗାରେ କୋଷ୍ଟାଲ ଫନ୍ ରନ୍। ୬ଟା ୩୦ରେ ଭୁବନେଶ୍ବରର ଖଣ୍ଡଗିରି ଉଦୟଗିରିରେ ଐତିହ୍ୟ ପଦଯାତ୍ରା, ପୂର୍ବାହ୍ନ ୯ଟାରେ ଗଲ୍ଫ କ୍ଲବରେ ଗଲ୍ଫ ଟୁର୍ଣ୍ଣାମେଣ୍ଟ, ସଂଧ୍ୟା ୬ଟାରେ ମେକ୍ ଇନ୍ ଓଡ଼ିଶା ଏକ୍ସପୋ ଉଦଘାଟନ
ନଭେମ୍ବର ୧୨ : ସକାଳ ୧୦ଟା ୩୦ରେ ପ୍ଲେନାରୀ ଅଧିବେଶନ ଓ ବିଜନେସ ଲିଡରସିପ୍ ସମ୍ମିଳନୀ, ୩ଟାରୁ ୫ଟା ପର୍ଯ୍ୟନ୍ତ ଜାପାନ ସେମିନାର, ଖାଦ୍ୟ ପ୍ରକ୍ରିୟାକରଣ, ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟସିଟି, ଲଜିଷ୍ଟିକ୍ ଓ ଭିତ୍ତିଭୂମି ଉପରେ ଅଧିବେଶନ, ପର୍ଯ୍ୟଟନ ପୁଞ୍ଜିନିବେଶ ସେମିନାର, ସଂଧ୍ୟା ୫ଟା ୩୦ରୁ ୭ଟା ୩୦ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଏକ୍ସିଲେନ୍ସ କାର୍ୟ୍ୟକ୍ରମ (କ୍ରୀଡ଼ା) ପାଇଁ ଏମଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମ
ନଭେମ୍ବର ୧୩ : ସକାଳ ୧୦ଟା ୩୦ରୁ ସ୍ବାସ୍ଥ୍ୟସେବା ପୁଞ୍ଜିନିବେଶ ଉପରେ ଅଧିବେଶନ, ବୟନ ଓ ପୋଷାକ କ୍ଷେତ୍ର ଉପରେ ଅଧିବେଶନ, ଧାତବ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପ ଉପରେ ଅଧିବେଶନ, ଏମଏସଏମଇ ପୁଞ୍ଜିନିବେଶ ଅଧିବେଶନ, ରସାୟନ ଓ ପେଟ୍ରୋରସାୟନ ଅଧିବେଶନ, ଟେକ୍ ଟକ୍, ଷ୍ଟାର୍ଟଅପ୍ ଟକ୍, ମହାକାଶ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ଉପରେ ଅଧିବେଶନ, କୃଷି ବ୍ୟବସାୟ ପୁଞ୍ଜିନିବେଶ, ଦକ୍ଷତା ବିକାଶ ଅଧିବେଶ, ସଂଧ୍ୟା ୫ଟାରୁ ୭ଟା ମଧ୍ୟରେ ଉଦଯାପନୀ ଉତ୍ସବ
ନଭେମ୍ବର ୧୪ : ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ୩୦ ମଧ୍ୟରେ ମହିଳା ଔଦ୍ୟୋଗିକ ପ୍ଲେନାରି, ଇଲେକ୍ଟ୍ରୋନିକ୍ସ ଓ ଆଇଟି, କୃଷି ବିପଣନ, କମ୍ପାନି ସାମାଜିକ ଦାୟିତ୍ବବୋଧ (ସିଏସଆର), ଏକାଡେମିକ୍ ମିଟ୍ ପ୍ଲେନାରି, ଏକାଡେମିକ୍ ମିଟ୍ ଥିମ୍ ଅଧିବେଶନ, ୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନ୍
ନଭେମ୍ବର ୧୫ : ସକାଳ ୧୦ଟା ୩୦ରୁ ସଂଧ୍ୟା ୫ଟା ମଧ୍ୟରେ ୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନ୍, ବାୟୋଟେକ୍ନୋଲୋଜି କ୍ଷେତ୍ରରେ ପୁଞ୍ଜିନିବେଶ, ମିଡିଆ ଓ ମନୋରଞ୍ଜନ ଅଧିବେଶନ
୫ ଦିନ ଧରି ଚାଲିବ ଏହି ଶିଳ୍ପ ମହାକୁମ୍ଭ । ନିବେଶକ ସମିଳନୀ ହେବା ସହ ଏଥିରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ କ୍ଷେତ୍ରର ମଧ୍ୟ ପ୍ରଦର୍ଶନୀ କରାଯିବ । ୨୦୧୬ରେ ଆୟୋଜିତ ମେକ୍ ଇନ୍ ଇଣ୍ଡିଆ କନକ୍ଲେଭରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପୁଂଜିନିବେଶ ପ୍ରସ୍ତାବ ଆସିଥିବା ଦାବି କରିଥିଲେ ସରକାର । ଏଥର ଏହି ପରିମାଣ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।
ଅଗ୍ନିଶମ ବିଭାଗ ସଜାଗ :
ମହାକୁମ୍ଭ ସମୟରେ ପୁଲିସ ଯେଭଳି ସୁରକ୍ଷାକୁ ଗୁରୁତ୍ବ ଦେଇଛି ସେଭଳି ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ହୋଇ ଉଠିଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ୨୪ ଘଣ୍ଟିଆ ପ୍ରସ୍ତୁତ ରହିଛି। ଏଥିପାଇଁ ୬ଜଣ ଅଗ୍ନିଶମ ଅଧିକାରୀ ଓ ୬୦ଜଣ ଆଗ୍ନିକ ଦାୟୀତ୍ବରେ ରହିଛନ୍ତି। ସେହିପରି ୪ଟି ଅତ୍ୟାଧୁନିକ ଦମକଳ ସେଠାରେ ରଖାଯାଇଛି। ବାଲି, ଅଗ୍ନି ନିର୍ବାପକଯନ୍ତ୍ର, ଫୋମ ପର୍ଯ୍ୟାପ୍ତ ପରିମାଣର ରଖାଯାଇଥିବା ସହ ଅଗ୍ନିଶମ ଅଧିକାରୀ ସରୋଜ ବେହେରା କହିଛନ୍ତି।
ପ୍ରବେଶ ପାଇଁ ୩ଟି ଗେଟ୍ :
ଜନତା ମଇଦାନରେ ଶିଳ୍ପପତି, ବିଶେଷଜ୍ଞ, ସାଧାରଣ ଲୋକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପ୍ରବେଶ ପାଇଁ ୩ଟି ଭିନ୍ନ ଭିନ୍ନ ଗେଟ୍ କରାଯାଇଛି। ସେଗୁଡ଼ିକ ହେଲା କଳିଙ୍ଗ, ଏକାମ୍ର ଓ ବାରବାଟି ଗେଟ୍। କଳିଙ୍ଗ ଗେଟ୍ ଦେଇ ସାଧାରଣ ଲୋକ ସମ୍ମିଳନୀ ସ୍ଥଳକୁ ପ୍ରବେଶ କରିବେ। ସ୍ୟାଣ୍ଡିସ ଟାୱାର ପଟେ ଏହି ଗେଟଟି ରହିଛି। ସେହିଭଳି ଏକାମ୍ର ଗେଟଟି ସ୍ବସ୍ତି ପ୍ରିମ୍ରିୟମ ପଟେ ହୋଇଛି। ଏହି ଗେଟ୍ ଦେଇ ଭିଭିଆଇପି ବା ମଞ୍ଚରେ ବସିବାକୁ ଥିବା ଅତିଥିମାନେ ପ୍ରବେଶ କରିବେ। ସ୍ବସ୍ତି ପ୍ରିମିୟମ ରାସ୍ତାରେ ଏକାମ୍ର ଗେଟଠାରୁ କିଛି ଦୂରରେ ବାରବାଟି ଗେଟ୍ ରହିଛି। ଏହି ଗେଟ୍ ଦେଇ କେବଳ ସାମ୍ବାଦିକ ମାନେ ଭିତରକୁ ପ୍ରବେଶ କରିବେ।
ମୁଖ୍ୟ ଆକର୍ଷଣ ଦେଓମାଳୀ ଗମ୍ବୁଜ :
ଚଳିତବର୍ଷ କନକ୍ଲେଭର ମୁଖ୍ୟ ଆକର୍ଷଣ ହେଉଛି ଏକ ବୃହଦାକାର ଗମ୍ବୁଜ। ଏହି ଗମ୍ବୁଜର ନାମ ଦେଓମାଳୀ ରଖାଯାଇଛି। ଏଠାରେ ଓଡ଼ିଶା ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦର୍ଶିତ ହେବ। ଚଳିତବର୍ଷର କନକ୍ଲେଭ ପାଇଁ ନଦୀ ଗୁଡ଼ିକ ନାମରେ ହ୍ୟାଙ୍ଗର ନିର୍ମାଣ ହୋଇଛି। ସେଗୁଡ଼ିକ ମଧ୍ୟରେ ପ୍ଲେନାରି ସେସନ ସର୍ବବୃହତ୍ ମହାନଦୀ ହ୍ୟାଙ୍ଗରରେ ହେବ। ଅନ୍ୟ ହ୍ୟାଙ୍ଗର ଗୁଡ଼ିକ ହେଲା ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଏବଂ ସୁବର୍ଣ୍ଣରେଖା । ସମ୍ମିଳନୀବେଳେ ବିଭିନ୍ନ ସେମିନାର ଏହି ହ୍ୟାଙ୍ଗର ଗୁଡ଼ିକରେ ଅନୁଷ୍ଠିତ ହେବ। ସେହିଭଳି ଏକ୍ସପୋ ପାଇଁ ୩ଟି ହ୍ୟାଙ୍ଗର ରାଜ୍ୟର ୩ଟି ପ୍ରମୁଖ ପର୍ୟ୍ୟଟନ ସ୍ଥଳ ଯଥା ଚିଲିକା, ଶିମିଳିପାଳ ଓ ଭିତରକନିକା ନାମରେ ପ୍ରସ୍ତୁତ ହୋଇଛି। ଏହି ହ୍ୟାଙ୍ଗରରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ସେମାନଙ୍କର ଏକ୍ସପୋ ବା ପ୍ରଦର୍ଶନୀ କରିବେ। | <urn:uuid:cf3eb9bc-4a46-4f4c-9863-448846ec3bfa> | CC-MAIN-2019-04 | http://kanaknews.com/make-in-odisha-conclave-2018-4/ | 2019-01-23T20:32:25Z | s3://commoncrawl/crawl-data/CC-MAIN-2019-04/segments/1547584350539.86/warc/CC-MAIN-20190123193004-20190123215004-00495.warc.gz | ory | 0.999985 | Orya | 3 | {"ory_Orya_score": 0.999984860420227} |
ଯେଉଁ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରୁଛନ୍ତି ବିରୋଧୀ, ସେଥିପାଇଁ ମୋଦିଙ୍କୁ ମିଳିବ 'ସିୟୋଲ ପିସ ପ୍ରାଇଜ' । ଏହି ଆୱାର୍ଡ ପାଇବାରେ ମୋଦି ହେବେ ପ୍ରଥମ ଭାରତୀୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଉଥ କୋରିଆର ସିୟୋଲ ପିସ ପ୍ରାଇଜ୍ ୨୦୧୮ ଦ୍ୱାରା ସମ୍ମାନିତ କରାଯିବ । ସିୟୋଲ ପିସ୍ ପ୍ରାଇଜ କଲଚରାଲ ଫାଉଣ୍ଡେସନର ଚେୟାରମ୍ୟାନ ଏହାର ଘୋଷଣା କରିଛନ୍ତି । ପିଏମ୍ ମୋଦିଙ୍କୁ ଏହି ପୁରସ୍କାର ଅନ୍ତର୍ଜାତୀୟ ସହଯୋଗରେ ଉନ୍ନତି, ବିଶ୍ୱ ଆର୍ଥିକ ବୃଦ୍ଧିକୁ ବଢ଼ାଇବା, ଦୁର୍ନୀତି ବିରୁଦ୍ଧରେ ଲଢ଼େଇ ଓ ଭାରତର ଜନତା ତଥା ଲୋକତନ୍ତ୍ରର ବିକାଶର ଦିଗରେ ପ୍ରତିବଦ୍ଧତା ପାଇଁ ମିଳିଲା ।
୧୦୦ ପ୍ରଭାବଶାଳୀ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ୧୨ ଜଣିଆ କମିଟି ସହମତି ଦେଲେ । ଫାଉଣ୍ଡେସନ୍ ରାଜନୀତି, ବିଜନେସ୍ ଲିଡର୍ସ, ଧାର୍ମିକ ନେତା, ପତ୍ରକାର, କଳାକାର, ଆଥଲେଟ୍, ସାଂସ୍କୃତିକ ପୁରଧାଙ୍କ ମଧ୍ୟରୁ ଜଣେ ବିଜେତାର ଚୟନ କରନ୍ତି । ବିଦେଶ ମନ୍ତ୍ରୀଙ୍କ ପ୍ରବକ୍ତା ରବିଶ କୁମାର ଟ୍ୱିଟର ଜରିଆରେ ଏହାର ସୂଚନା ଦେଲେ । ଏହା ପୂର୍ବରୁ ଏହି ଆୱାର୍ଡ ଜର୍ମାନୀ ଚାନ୍ସେଲର ଏଂଜେଲା ମାର୍କେଲ ଓ ୟୁଏନ୍ ମହାସଚିବ ରହିଥିବା ବାନ କି ମୁନ୍ ଙ୍କୁ ବି ଦିଆଯାଇସାରିଛି ।
ପିଏମ ମୋଦିଙ୍କୁ ଏହି ଆୱାର୍ଡ ଆର୍ଥିକ ମୋର୍ଚ୍ଚା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଉଠାଯାଇଥିବା ପଦକ୍ଷେପ ଯେମିତି କି ନୋଟବନ୍ଦୀ ଓ ଜିଏସଟି ପାଇଁ ଦିଆଯାଉଛି । ବିରୋଧୀ ଦଳ ଉଭୟ ପାଇଁ ପିଏମ୍ ମୋଦିଙ୍କ ଆଲୋଚନା କରୁଥିଲା । | <urn:uuid:e20eecb0-1bf1-41e3-8346-513bfa2fd096> | CC-MAIN-2019-04 | http://kanaknews.com/pm-narendra-modi-awarded-by-seoul-peace-prize-2018-first-indian/ | 2019-01-23T20:06:56Z | s3://commoncrawl/crawl-data/CC-MAIN-2019-04/segments/1547584350539.86/warc/CC-MAIN-20190123193004-20190123215004-00495.warc.gz | ory | 0.999999 | Orya | 6 | {"ory_Orya_score": 0.999998927116394} |
ହରିଡ଼ା, ଅଁଳା ଓ ବାହାଡ଼ାର ମିଶ୍ରଣକୁ ତ୍ରିଫଳା ଚୁର୍ଣ୍ଣ କୁହାଯାଇଥାଏ।ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ଏହାର ଲାଭ ଅଧିକ ମାତ୍ରାରେ ବଢ଼ିଯାଇଥାଏ। ଶରୀର ସୁସ୍ଥ ମଧ୍ୟ ରହିଥାଏ। ଏହି ୩ଟି ଜିନିଷକୁ ଅଲଗା ଅଲଗା ଖାଇଲେ ମଧ୍ୟ ଆପଣ ଫାଇଦା ପାଇ ପାରିବେ।
ଜାଣନ୍ତୁ ତ୍ରିଫଳା ଚୁର୍ଣ୍ଣର ଫାଇଦା ସମ୍ପର୍କରେ-
- ତ୍ରିଫଳାର ଚୁର୍ଣ୍ଣକୁ ଥଣ୍ଡା ପାଣିରେ ମଶାଇ ସେହି ପାଣିରେ କୁଳି କଲେ, ମୁଖଦୁର୍ଗନ୍ଧ ସହିତ ଅନ୍ୟାନ୍ୟ ଦାନ୍ତ ରୋଗ ମଧ୍ୟ ଦୂର ହୁଏ।
- ଏହାବ୍ୟତୀତ ତ୍ରିଫଳା ଚୁର୍ଣ୍ଣକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଏହା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାଠାରୁ ଆରାମ ଦେଇଥାଏ।
- ତ୍ରିଫଳା ଚୁର୍ଣ୍ଣର ଆଉ ଏକ ଉପକାରିତା ହେଲା, ଏହା ରକ୍ତରେ ଇନସୁଲିନ ତିଆରି ବଢ଼ାଇଥାଏ ଏବଂ ସୁଗାର୍ ଲେବୁଲକୁ ନିୟନ୍ତ୍ରିତ କରେ।
- ଏହାସହିତ ତ୍ରିଫଳା ଚୁର୍ଣ୍ଣରେ ଆଣ୍ଟିଅକ୍ସିଡ଼େଣ୍ଟ ଥାଏ । ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଫଳରେ କେଶ ଶୀଘ୍ର ଧଳା ହୁଏ ନାହିଁ କି ଚେହେରାରେ କୁଞ୍ଚନ ପଡ଼େ ନାହିଁ।
- ପ୍ରତ୍ୟେକ ଦିନ ସକାଳୁ ଗୋଟିଏ ଗ୍ଲାସ୍ ପାଣିରେ ଏକ ଚାମଚ ତ୍ରିଫଳା ଚୁର୍ଣ୍ଣ ଓ ଏକ ଚାମଚ ମହୁକୁ ମିଶାଇ ପିଇବା ଦ୍ୱାରା ବ୍ୟକ୍ତିର ମୋଟା ପଣ ଦୂର ହୋଇଥାଏ ।
- ଗୋଟିଏ ମାଟି ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ଏକ ଚାମଚ ତ୍ରିଫଳା ଚୁର୍ଣ୍ଣକୁ ଭିଜେଇ ରଖିଦିଅନ୍ତୁ । ଏହାପରେ ଏହାକୁ ସକାଳେ ପିଇନ୍ତୁ । ଏହାଦ୍ୱାରା ଦୃଷ୍ଟିଶକ୍ତି ବଢ଼ିଥାଏ।
- ଏହାବ୍ୟତୀତ ଏହି ପାଣିକୁ ଛାଣି ଆଖି ଧୋଇଲେ ଜଳାପୋଡ଼ା ଦୂର ହୋଇଥାଏ ।
- ସକାଳ ଓ ସନ୍ଧ୍ୟାରେ ଦୁଇ ଚାମଚ ତ୍ରିଫଳାଚୁର୍ଣ୍ଣକୁ ଥଣ୍ଡା ପାଣିରେ ମିଶାଇ ପିଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ।
ପଢନ୍ତୁ; | <urn:uuid:4979d259-79de-4446-aaad-4fa36b082a52> | CC-MAIN-2019-04 | https://enewsodia.com/benefit-of-trifala-churna/ | 2019-01-23T20:08:27Z | s3://commoncrawl/crawl-data/CC-MAIN-2019-04/segments/1547584350539.86/warc/CC-MAIN-20190123193004-20190123215004-00495.warc.gz | ory | 1.000007 | Orya | 6 | {"ory_Orya_score": 1.0000065565109253} |
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାୟକ ପଦରୁ ଇସ୍ତଫା ଦେଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ମଙ୍ଗଳବାର ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ନିଜ ଇସ୍ତଫାପତ୍ର ଦେଇଛନ୍ତି।
ଇସ୍ତଫା ଦେବା ନେଇ ସେ ଗତ ୩୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। କୁନ୍ଦୁଲି ଗଣଦୁଷ୍କର୍ମରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ଅସମର୍ଥ ହୋଇଥିବାରୁ ସେ ମର୍ମାହତ ହୋଇ ଇସ୍ତଫା ଦେଇଥିବା କହିଥିଲେ।
ଇସ୍ତଫା ଦେଇସାରିବା ପରେ ସଗରିଆ କହିଛନ୍ତି, "ମୁଁ କଂଗ୍ରେସ ସହ ଅଛି, କଂଗ୍ରେସ ସହ ରହିବି।" | <urn:uuid:abb88a50-d65d-490e-a306-39bc41567e5c> | CC-MAIN-2019-04 | https://odisha.live/2018/11/06/krushna-chandra-sagaria-resigned-from-his-mla-post/ | 2019-01-23T21:08:52Z | s3://commoncrawl/crawl-data/CC-MAIN-2019-04/segments/1547584350539.86/warc/CC-MAIN-20190123193004-20190123215004-00495.warc.gz | ory | 0.999969 | Orya | 3 | {"ory_Orya_score": 0.9999687671661377} |
ଗୁଜୁରାଟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଚୁଡି ମାଡ ଘଟଣା ! କୃଷିଋଣ ଛାଡ ଦାବିରେ ଚୁଡି ଫିଙ୍ଗି ଥିବା ଚାଷୀ ଗିରଫ
କନକ ବ୍ୟୁରୋ : ଗୁଜୁରାଟରେ କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ ଚୁଡି ମାଡ ଘଟଣାରେ ଜଣେ ଗିରଫ । ଗତକାଲି କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀଙ୍କ ଉପରକୁ ଚୁଡି ମାଡ଼ ହୋଇଥିଲା । ଏନଡିଏ ସରକାରଙ୍କ ୩ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ସଫଳ ଯୋଜନାର ଉପଲବ୍ଧିକୁ ଲୋକଙ୍କ ସମ୍ନାରେ ବଖାଣିବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଚୁଡି ମାଡ଼ କରାଯାଇଛି ।
ଗତକାଲି ଗୁଜୁରାଟ ଅମରେଲିରେ ବିଜେପି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଂଚିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଲୋକଙ୍କୁ ସରକାରଙ୍କ ସଫଳତା ବାବଦରେ ମନ୍ତ୍ରୀ କହିବା ବେଳେ ସେଠାରେ ଜଣେ ଚାଷୀ ତାଙ୍କ ଉପରକୁ ଚୁଡି ଫିଙ୍ଗିଥିଲେ । ଋଣ ଛାଡ ଦାବି କରି ଚାଷୀ ଜଣକ ଚୁଡି ଫିଙ୍ଗି ଥିବା ଜଣାପଡିଛି । ପରେ ପୁଲିସ ଏହି ଘଟଣାରେ ୧୫ ଜଣଙ୍କୁ ଅଟକ ରଖିଥିବା ବେଳେ ଚୁଡି ଫିଙ୍ଗିଥିବା ଚାଷୀଙ୍କୁ ଗିରଫ କରିଛି । ଗିରଫ ଚାଷୀଙ୍କୁ ଛାଡିବା ପାଇଁ କଂଗ୍ରେସ ଦାବି କରିଛି । | <urn:uuid:18e43f89-db51-41fc-8d6f-5178374616fc> | CC-MAIN-2019-04 | http://kanaknews.com/protest-in-smriti-irani-meeting-in-gujarat-by-farmer/ | 2019-01-17T00:33:52Z | s3://commoncrawl/crawl-data/CC-MAIN-2019-04/segments/1547583658662.31/warc/CC-MAIN-20190117000104-20190117022104-00058.warc.gz | ory | 0.999997 | Orya | 5 | {"ory_Orya_score": 0.9999972581863403} |
କନକ ବ୍ୟୁରୋ : କୋରାପୁଟ୍ ଜିଲ୍ଲା ଲମତାପୁଟ ବ୍ଲକରେ ଅଭାବନୀୟ ଘଟଣା ଘଟିଛି । କୋଲାବ ଜଳଭଣ୍ଡାରରେ ବୁଡି ୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ମୃତକ ମାନେ ହେଲେ କୁମ୍ଭାରଗନ୍ଧଣା ପଂଚାୟତ ପରଜାଖୁଡୁବି ଗାଁର ୨ ବର୍ଷର ଶିଶୁ ସୁଶାନ୍ତ ଭୋଇ, ୯ ବର୍ଷର ଝିଅ ଲଷ୍ମୀ ଭୋଇ, ୮ ବର୍ଷର ସବିତା ମାଝି ଏବଂ ସଂଜୟ ଭୋଇ ।
ଖବର ଅନୁସାରେ, ସୋମବାର ସକାଳେ ବାପା-ମାଆଙ୍କ ସହ ଜମିକୁ ଯାଇଥିଲେ ୪ ଜଣ ଯାକ ଶିଶୁ । ଅପରାହ୍ନରେ କାମ ସରିବା ପରେ ନିକଟରେ ଥିବା କୋଲାବ ଜଳଭଣ୍ଡାରକୁ ଯାଇଥିଲେ । ପ୍ରଥମେ ଗୋଡ ଖସି ସୁଶାନ୍ତ ପାଣିରେ ବୁଡିଯାଇଥିଲା । ଭାଇକୁ ବଂଚାଇବାକୁ ଯାଇ ଭଉଣୀ ଲଷ୍ମୀ ବୁଡିଯାଇଥିଲା । ଆଉ ଏମାନଙ୍କୁ ବଂଚାଇବାକୁ ଯାଇ ପଛକୁ ପଛ ସବିତା ଓ ସଂଜୟ ବୁଡିଯାଇଥିଲେ । ଗାଁଲୋକ ଘଟଣା ଜାଣିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ସେତେବେଳକୁ ସମସ୍ତ ଶିଶୁଙ୍କ ମୃତ୍ୟୁ ହୋଇସାରିଥିଲା । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। | <urn:uuid:6c5d5de5-90df-41ac-befb-b7e17b854865> | CC-MAIN-2019-04 | http://kanaknews.com/4-children-drown-in-kolab-reservoir/ | 2019-01-23T12:10:18Z | s3://commoncrawl/crawl-data/CC-MAIN-2019-04/segments/1547584331733.89/warc/CC-MAIN-20190123105843-20190123131843-00058.warc.gz | ory | 1.000003 | Orya | 5 | {"ory_Orya_score": 1.0000027418136597} |
ଭୁବନେଶ୍ୱର, ୧୨।୧(ବ୍ୟୁରୋ)- ଦଶମ ଶ୍ରେଣୀରେ ଗଣିତରେ ଦୁର୍ବଳ ଛାତ୍ରୀଛାତ୍ରଙ୍କ ପାଇଁ ସହଜ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ଯୋଜନା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)। ଛାତ୍ରୀଛାତ୍ରଙ୍କ ପାଇଁ ୨ଟି ପ୍ରଶ୍ନପତ୍ର ତିଆରି ହେବ। ଗୋଟିଏ ପୂର୍ବଭଳି ପ୍ରସ୍ତୁତ ହେବ ଏବଂ ଅନ୍ୟଟି ସହଜ ପ୍ରଶ୍ନପତ୍ର ରହିବ। ଏହା ଦୁର୍ବଳ ଛାତ୍ରୀଛାତ୍ରଙ୍କ ଲାଗି ସହାୟକ ହେବ। ଶୁକ୍ରବାର ସିବିଏସ୍ଇ ପକ୍ଷରୁ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲଠାରେ ଛାତ୍ରୀଛାତ୍ରମାନଙ୍କ ପରୀକ୍ଷା ପରିଚାଳନା ଓ ଖାତାର ସଠିକ୍ ମୂଲ୍ୟାଙ୍କନ ଉପରେ ଆୟୋଜିତ କର୍ମଶାଳାରେ ସିବିଏସ୍ଇର ସଚିବ ଅନୁରାଗ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ସେହିପରି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ଓ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିବିଏସ୍ଇ ପକ୍ଷରୁ ମୂଲ୍ୟାଙ୍କନ କରୁଥିବା ଶିକ୍ଷକଙ୍କୁ ନିଲମ୍ବନ କିମ୍ବା ଆବଶ୍ୟକ ପଡ଼ିଲେ ବହିଷ୍କାର କରାଯିବ ବୋଲି ତ୍ରିପାଠୀ କହିଛନ୍ତି।
ପୂର୍ବଭଳି ପ୍ରସ୍ତୁତ ଗଣିତ ପ୍ରଶ୍ନପତ୍ରକୁ 'ମ୍ୟାଥ୍ମେଟିକ୍ସ ଷ୍ଟାଣ୍ଡାର୍ଡ' ଓ ସହଜ ପ୍ରଶ୍ନପତ୍ରକୁ 'ମ୍ୟାଥ୍ମେଟିକ୍ସ ବେସିକ' ଭାବେ ନାମିତ କରାଯାଇଛି। ଛାତ୍ରୀଛାତ୍ରମାନେ ଚାହିଁଲେ ଯେକୌଣସି ପ୍ରଶ୍ନପତ୍ରକୁ ବାଛିପାରିବେ। ଯଦି କୌଣସି ଛାତ୍ରୀଛାତ୍ର 'ମ୍ୟାଥ୍ମେଟିକ୍ସ ବେସିକ'ରେ ଫେଲ୍ ହୁଅନ୍ତି, ତେବେ ସେମାନେ କମ୍ପାର୍ଟମେଣ୍ଟ ପରୀକ୍ଷାରେ କେବଳ 'ମ୍ୟାଥ୍ମେଟିକ୍ସ ବେସିକ' ପ୍ରଶ୍ନପତ୍ରରେ ହିଁ ପରୀକ୍ଷା ଦେବେ। ଯଦି କେହି 'ମ୍ୟାଥ୍ମେଟିକ୍ସ ଷ୍ଟାଣ୍ଡାର୍ଡ' ପ୍ରଶ୍ନପତ୍ରରେ ଫେଲ୍ ହୁଅନ୍ତି, ତେବେ ସେମାନେ କମ୍ପାର୍ଟମେଣ୍ଟ ପରୀକ୍ଷାରେ 'ମ୍ୟାଥ୍ମେଟିକ୍ସ ଷ୍ଟାଣ୍ଡାର୍ଡ' କିମ୍ବା 'ମ୍ୟାଥ୍ମେଟିକ୍ସ ବେସିକ' ପ୍ରଶ୍ନପତ୍ରରେ ପରୀକ୍ଷା ଦେଇପାରିବେ। ସେହିପରି ବୋର୍ଡର ନିୟମାନୁସାରେ ଯଦି କୌଣସି ଛାତ୍ରୀଛାତ୍ର 'ମ୍ୟାଥ୍ମେଟିକ୍ସ ବେସିକ' ପ୍ରଶ୍ନପତ୍ରରେ ପାସ୍ ହୋଇଥିବେ ଏବଂ ଗଣିତରେ ଅଧିକ ପଢ଼ିବାକୁ ଚାହୁଁଥିବେ ତେବେ ସେମାନେ କମ୍ପାର୍ଟମେଣ୍ଟ ପରୀକ୍ଷାରେ 'ମ୍ୟାଥ୍ମେଟିକ୍ସ ଷ୍ଟାଣ୍ଡାର୍ଡ' ପ୍ରଶ୍ନପତ୍ରରେ ପରୀକ୍ଷା ଦେଇପାରିବେ ବୋଲି କର୍ମଶାଳାରେ ସୂଚନା ଦିଆଯାଇଛି। ସେହିପରି ପରୀକ୍ଷାକୁ ତ୍ରିସ୍ତରୀୟ ମୂଲ୍ୟାୟନ ପାଇଁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଏହାବ୍ୟତୀତ ରାଜ୍ୟରେ ଜାଲ ସିବିଏସ୍ଇ ସ୍କୁଲଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତ୍ରିପାଠୀ କହିଛନ୍ତି।
ସିବିଏସ୍ଇ ଡାଇରେକ୍ଟର(ସ୍କିଲ୍ ଏଜୁକେଶନ୍ ଏବଂ ଟ୍ରେନିଂ) ଡ. ବିଶ୍ୱଜିତ୍ ସାହା ଯୋଗଦେଇଙ୍କ ସମେତ ସବିଏସ୍ଇ ଯୁଗ୍ମ ସଚିବ ପ୍ରଜ୍ଞା ଏମ୍. ସିଂ, ସିବିଏସ୍ଇ ଆଞ୍ଚଳିକ ଅଧିକାରୀ ଥୋଙ୍ଗୋଖୋଲେଟ୍ ମେଟ୍, ସ୍କୁଲର ପ୍ରିନ୍ସିପାଲ୍ ହରିଶ୍ ସାନ୍ଦୁଜା ପ୍ରମୁଖ ଯୋଗଦେଇଥିଲେ। କର୍ମଶାଳାରେ ଭୁବନେଶ୍ୱର ରିଜିଅନ୍ (ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼)ର ୯୦୦ ଶିକ୍ଷାବିତ୍ ଏବଂ ୧୮୭ ଅଧ୍ୟକ୍ଷ ଯୋଗଦେଇଥିଲେ। ସାଇ ଇଣ୍ଟରନ୍ୟାଶନାଲ ଗ୍ରୁପ୍ର ଚେୟାରମ୍ୟାନ୍ ଡ. ବିଜୟ କୁମାର ସାହୁ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସ୍କୁଲର ରେଡିଓ ଅରେଞ୍ଜ ଓ ସାଇନ୍ସ ପାର୍କ ଉଦ୍ଘାଟିତ ହୋଇଥିଲା। | <urn:uuid:8a142777-1b30-4462-a4d2-df9f363377e8> | CC-MAIN-2019-04 | http://www.dharitri.com/main/news/93722 | 2019-01-24T13:17:02Z | s3://commoncrawl/crawl-data/CC-MAIN-2019-04/segments/1547584547882.77/warc/CC-MAIN-20190124121622-20190124143622-00378.warc.gz | ory | 1.000002 | Orya | 2 | {"ory_Orya_score": 1.0000016689300537} |
ଏକ ସଦ୍ୟ ପ୍ରକାଶିତ ଖବର ଅନୁସାରେ ମାର୍ଚ୍ଚଠାରୁ ବର୍ତ୍ତମାନ ମଧ୍ୟରେ ପ୍ରାୟ ୫୦ ଜଣ ବରିଷ୍ଠ ବ୍ୟାଙ୍କ୍ ପଦାଧିକାରୀମାନଙ୍କ ବିରୋଧରେ ସିବିଆଇ ଋଣ ଖିଲାପ ମାମଲା ମାନଙ୍କରେ ସମ୍ପୃକ୍ତ ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଧେକ ହେଉଛନ୍ତି ଜେନେରାଲ୍ ମ୍ୟାନେଜର୍ ଉପର ସ୍ତରର ଅଫିସର। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ସମୟ ମଧ୍ୟରେ ଯେତିକି ସଂଖ୍ୟକ ଉଚ୍ଚ ପଦାଧିିକାରୀମାନଙ୍କୁ ଏପରି ସିବିଆଇ ଜାଲରେ ପଡ଼ିବା ଦେଖାଯାଇଛି ତାହା ଏଥିପୂର୍ବରୁ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଉଚ୍ଚ ବ୍ୟାଙ୍କ୍ ଅଫିସର ସଂଖ୍ୟାର ପ୍ରାୟ ପାଞ୍ଚଗୁଣ ବୋଲି ଜଣାପଡ଼ିଛି। ଏହାକୁ ତେଣୁ ଏକ ଅଚାନକ ଘଟିଥିବା ଘଟଣା ରୂପେ ନ ଦେଖି ଏହା ଏକ ସୁଚିନ୍ତିତ ପଦକ୍ଷେପ ରୂପେ ଦେଶରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଉପରେ ନଜର ରଖିଥିବା ପର୍ଯ୍ୟବେକ୍ଷକମାନେ ବିଚାର କରୁଛନ୍ତି।
ବ୍ୟାଙ୍କିଙ୍ଗ୍କୁ ବୃତ୍ତି ରୂପେ ଗ୍ରହଣ କରିଥିବା ପଦାଧିକାରୀମାନେ ସ୍ୱାଭାବିକ ଭାବରେ ଏଭଳି ଏକ ପରିବେଶରେ ଅତ୍ୟନ୍ତ ଅସ୍ୱସ୍ତି ଅନୁଭବ କରୁଛନ୍ତି ଏବଂ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏହାର ଏକ ପ୍ରମାଣ ଗତ ମାସରେ ଦେଖିବାକୁ ମିଳିଥିଲା ଯେତେବେଳେ ପୁନା ପୁଲିସ୍ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରର କେତେଜଣ ଉଚ୍ଚ ପଦାଧିକାରୀଙ୍କୁ ଗିରଫ ଗଲା ପରେ ବ୍ୟାଙ୍କ୍ କର୍ମଚାରୀ ସଂଘମାନେ ଏ ନେଇ ତୀବ୍ର ଅସନ୍ତୋଷ ଓ କ୍ରୋଧ ପ୍ରକାଶ କରିଥିଲେ। ସେହି ବ୍ୟାଙ୍କ୍ରୁ ଋଣ ନେଇଥିବା ଏକ ରିଅଲ୍ ଇଷ୍ଟେଟ୍ କମ୍ପାନି ତାର ନିବେଶକମାନଙ୍କଠାରୁ ସଂଗ୍ରହ କରିଥିବା ସ୍ଥାୟୀ ଜମା ପରିଶୋଧ କରିବାରେ ବିଫଳ ହେବାରୁ ଋଣ ପ୍ରଦାନକାରୀ ବ୍ୟାଙ୍କ୍ର ଅଫିସରମାନଙ୍କୁ ଗିରଫ କରାଯାଇଥିଲା। କେନ୍ଦ୍ର ବିତ୍ତ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଏହାକୁ ଏକ ଅସ୍ୱାଭାବିକ କାର୍ଯ୍ୟାନୁଷ୍ଠାନ ରୂପେ ପରେ ମନ୍ତବ୍ୟ ଦେଇଥିଲେ ହେଁ, ପୁନା ପୁଲିସ୍ ବ୍ୟାଙ୍କର୍ମାନଙ୍କ ବିରୁଦ୍ଧରେ ଏପରି କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଉତ୍ସାହିତ ହେବାର କାରଣ ଖୋଜି ପାଇବା କଷ୍ଟକର ନୁହେଁ। ବିଜୟ ମାଲ୍ୟା ଓ ନିରବ ମୋଦୀ ଭଳି ବ୍ୟାଙ୍କ୍ ଠକେଇ ଘଟଣା କେବଳ ଏଭଳି ଋଣ ଖିଲାପକାରୀଙ୍କୁ ନୁହେଁ, ଟେବୁଲ୍ର ବିପରୀତ ପାର୍ଶ୍ୱରେ ଥିବା ସେମାନଙ୍କୁ ଋଣ ପ୍ରଦାନକାରୀମାନଙ୍କୁ ମଧ୍ୟ ଅର୍ଥାତ୍ ସମସ୍ତ ବ୍ୟାଙ୍କର୍ମାନଙ୍କୁ ଏକ ଗୋଷ୍ଠୀ ହିସାବରେ ସନ୍ଦେହର ପରିସୀମା ଭିତରକୁ ଟାଣି ଆଣିଛି। ଯେମିତି ପିଲା ଚୋର ଗୁଜବ ବ୍ୟାପିଥିବା ବେଳେ ପ୍ରତ୍ୟେକ ଅଜଣା ବ୍ୟକ୍ତି ସନ୍ଦେହୀମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି, ସେମିତି ସମସ୍ତ ବ୍ୟାଙ୍କର୍ ଜଣେ ଜଣେ ସନ୍ଦିଗ୍ଧ ଚରିତ୍ରରେ ପରିଣତ ହୋଇଛନ୍ତି।
ସାମ୍ପ୍ରତିକ ରାଜନୈତିକ ପାଣିପାଗ ମଧ୍ୟ ବ୍ୟାଙ୍କର୍ମାନଙ୍କ ବିପଦକୁ ଯେ ବହୁଗୁଣ ବଢ଼ାଇ ଦେଇଛି, ଏଥିରେ କୌଣସି ସନ୍ଦେହ ନାହିଁ। ଦେଶ ଏକ ସାଧାରଣ ନିର୍ବାଚନ ଦ୍ୱାରଦେଶରେ ଉପସ୍ଥିତ ଥିବା ବେଳେ କ୍ଷମତାସୀନ ସରକାରଙ୍କ ପାଇଁ ମାଲ୍ୟା ଓ ନିରବ ମୋଦୀ ଘଟଣାମାନ ଅତ୍ୟନ୍ତ ଅସ୍ୱସ୍ତିକର, ଏଥିରେ ସନ୍ଦେହ ନାହିଁ। ଯଦି ନିର୍ବାଚନ ପୂର୍ବରୁ ସେମାନଙ୍କୁ କିମ୍ବା ସେମାନଙ୍କ ମଧ୍ୟରୁ କାହାରିକୁ ସରକାର ଦେଶକୁ ଫେରାଇ ଆଣି ପାରନ୍ତେ ତାହା କ୍ଷମତାସୀନ ଦଳ ପାଇଁ ଏକ ବୃହତ୍ ରାଜନୈତିକ ପୁଞ୍ଜି ସୃଷ୍ଟି କରନ୍ତା। କିନ୍ତୁ ସେଭଳି ସମ୍ଭାବନା କ୍ଷୀଣ ଏବଂ ସମ୍ପୂର୍ଣ୍ଣ ଅନିଶ୍ଚିତ। ତେଣୁ ତାହାର ପରବର୍ତ୍ତୀ ବିକଳ୍ପ ଯେ ହେଉଛି ବ୍ୟାଙ୍କର୍ମାନଙ୍କ ପ୍ରତି ଏକ ଦୃଶ୍ୟମାନ କଠୋର ଆଭିମୁଖ୍ୟ, ତାହା ଜଳଜଳ ହୋଇ ଦେଖାଯାଉଛି।
ଏହା ସମ୍ପୂର୍ଣ୍ଣ ସମ୍ଭବ ଯେ ଏକ ବ୍ୟବସାୟର ସମସ୍ତ ସମ୍ଭାବ୍ୟ ଦିଗକୁ ବିଚାରକୁ ନେଇ ବ୍ୟାଙ୍କ୍ ତାହାକୁ ଋଣ ପ୍ରଦାନ କରିଥିଲେ ମଧ୍ୟ କେତେକ ଏ ଭଳି ବ୍ୟବସାୟ ବିଫଳ ହୋଇ ପାରନ୍ତି। ଏହା ମଧ୍ୟ ସମ୍ଭବ ଯେ ବେଳେ ବେଳେ ବ୍ୟାଙ୍କ୍ କୌଣସି ଏକ ବ୍ୟବସାୟର ସଫଳତା ସମ୍ଭାବନାର ସଠିକ ଆକଳନ କରି ନପାରି ଋଣ ପ୍ରଦାନ କରିଥାଇ ପାରନ୍ତି ଏବଂ ବ୍ୟବସାୟ ଯେତେବେଳେ ବିଫଳ ହୁଏ, ସେ ଋଣ ଆଉ ପରିଶୋଧ ହୋଇ ପାରେନା। ଏହା ହେଉଛି ସମ୍ପୃକ୍ତ ବ୍ୟାଙ୍କର୍ଙ୍କର ଦକ୍ଷତାର ପ୍ରସଙ୍ଗ। ଆଉ ଏହା ମଧ୍ୟ ସମ୍ଭବ ଯେ ବେଳେ ବେଳେ ବ୍ୟାଙ୍କର୍ ଦୁର୍ନୀତିଗ୍ରସ୍ତ ହୋଇ ଋଣ ମଞ୍ଜୁର କରିଥାନ୍ତି। ଏ ତିନିପ୍ରକାର ସମ୍ଭାବନା ମଧ୍ୟରେ ଥିବା ଫରକ୍ ଏତେ ସ୍ପଷ୍ଟ ଯେ ତାହା କୌଣସି ଜାଣିବା ଶୁଣିବା ଅନୁସନ୍ଧାନକାରୀଙ୍କର ଦୃଷ୍ଟିକୁ ଏଡ଼ାଇ ପାରିବ ନାହିଁ। କିନ୍ତୁ ଏବେ ଯାହା ଦେଖାଯାଉଛି, ତାହା ହେଲା ଏ ସମସ୍ତ ତିନି କିସମର ଋଣ ଖିଲାପକୁ ଋଣପ୍ରଦାନକାରୀ ବ୍ୟାଙ୍କର୍ଙ୍କ ଦୁର୍ନୀତିର ପରିଣତି ରୂପେ ବିଚାର କରାଯାଉଥିବା ଭଳି ମନେ ହେଉଛି।
ଏଭଳି ଏକ ଆଭିମୁଖ୍ୟର ବିପଦ ମଧ୍ୟ ସ୍ପଷ୍ଟ। ଭାରତୀୟ ଅର୍ଥନୀତି ବର୍ତ୍ତମାନ ଧିମା ଅବସ୍ଥାରୁ ମୁକୁଳି ପୁଣି ଦ୍ରୁତ ଅଭିବୃଦ୍ଧି ହାସଲ କରିବା ପାଇଁ ପ୍ରସ୍ତୁତ ହେଉଛି। ଏହି ସମୟରେ ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ସମ୍ବଳ ଚାହିଦାରେ ବିଶେଷ ବୃଦ୍ଧି ଘଟିବ। କିନ୍ତୁ ଠିକ୍ ଏହି ସମୟରେ ଆତଙ୍କିତ ବ୍ୟାଙ୍କର୍ମାନେ ସେମାନଙ୍କୁ ଆବଶ୍ୟକ ଋଣ ପ୍ରଦାନ କରିବାକୁ ଅତ୍ୟନ୍ତ କୁଣ୍ଠିତ ହେବେ। ଏହାର ଏକ ପ୍ରମାଣ ସ୍ୱରୂପ ଦେଖାଗଲାଣି ଯେ ଭାରତୀୟ ଶିଳ୍ପୋଦ୍ୟୋଗମାନେ ସମ୍ବଳ ସଂଗ୍ରହ ପାଇଁ ବର୍ତ୍ତମାନ ଅଧିକରୁ ଅଧିକ ସେଆର ବଜାର ଆଡ଼କୁ ମୁହାଁଇଲେଣି। ୨୦୧୮ର ପ୍ରଥମାର୍ଧରେ ଭାରତରେ ଯେତିକି ପ୍ରାରମ୍ଭିକ ଅଂଶପତ୍ର ବିକ୍ରି (ଆଇପିଓ) ହେବା ଦେଖାଯାଇଛି ତାହା ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କ ଠାରୁ ଅଧିକ। ଏହା ମାଧ୍ୟମରେ ସଂଗୃହୀତ ସମ୍ବଳ ଗତ ବର୍ଷ ଏହି ସମୟ କାଳ ମଧ୍ୟରେ ଏହି ଉପାୟରେ ସଂଗ୍ରହ ହୋଇଥିବା ସମ୍ବଳ ଠାରୁ ପ୍ରାୟ ୨୮% ଅଧିକ ହୋଇଥିବା ଦେଖାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୟୁପିଏ ସରକାରର ଶେଷ ସମୟରେ ସିଏଜି ଓ ସିବିଆଇ ଭଳି ପ୍ରହରୀ ଅନୁଷ୍ଠାନମାନଙ୍କର ଅତି ଉତ୍ସାହଜନିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅମଲାତନ୍ତ୍ର ପ୍ରାୟ କୌଣସି ନିଷ୍ପତ୍ତି ନେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇ ଯାଇଥିଲା। ମୋଦୀ କ୍ଷମତାକୁ ଆସିବା ପରେ ସେମାନଙ୍କୁ ସତ୍ ଉଦ୍ଦେଶ୍ୟଜନିତ ନିଷ୍ପତ୍ତି ନେବାକୁ ନ ଡରିବା ପାଇଁ ଅଭୟ ବାଣୀ ଦେଇଥିଲେ। ବର୍ତ୍ତମାନ କୋକୁଆ ଭୟଗ୍ରସ୍ତ ଦେଶର ବ୍ୟାଙ୍କର୍ମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଅନୁରୂପ ଅଭୟବାଣୀ ପ୍ରଦାନ କରିବାର ସମୟ ଉପସ୍ଥିତ। | <urn:uuid:77ffe886-4ae8-4147-923a-1b127690ef3a> | CC-MAIN-2019-04 | http://sambad.in/editorial/editorial-239-179467/ | 2019-01-20T17:23:03Z | s3://commoncrawl/crawl-data/CC-MAIN-2019-04/segments/1547583728901.52/warc/CC-MAIN-20190120163942-20190120185942-00535.warc.gz | ory | 1.000005 | Orya | 4 | {"ory_Orya_score": 1.0000050067901611} |
ବାରିପଦା: ଚୌକିଦାର ରହିଲେ ଚୋରକୁ ଅଡୁଆ। ଚୋରି କରିବାକୁ ହେଲେ ଚୌକିଦାରକୁ ପ୍ରଥମେ ହଟେଇବାକୁ ପଡ଼ିବ। ଦେଶର ଚୋରମାନେ ସହଜରେ ନିଜ କାମ କରିବାକୁ ଚୌକିଦାରକୁ ହଟାଇବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। କଂଗ୍ରେସକୁ ଆକ୍ଷେପ କରି ଏପରି କଡା କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଫେଲ୍ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି 'ଚୌକିଦାର ଚୋର୍ ହୈ'ବୋଲି କହୁଥିବା ବେଳେ,ଆଜି ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ ରଖିଛନ୍ତି।
ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ୪୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବା ପରେ ଏକ ଦଳୀୟ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ। ଏହି ଦଳୀୟ ସଭାରେ ସେ ମୁଖ୍ୟତଃ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ପ୍ରଧାନମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଦେଶର ସବୁଠାରୁ ପୁରୁଣା ଦଳର ନେତା ମତେ କହୁଛନ୍ତି ଆପଣ ଭାରତ ମାତା କି ଜୟ କହି ଭାରତର ବିଭାଜନ କରନ୍ତୁ ନାହିଁ। ଦେଶ ମାତୃକାର ଜୟ କହିବା କିପରି ବିଭାଜନ ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ସେ ମଧ୍ୟପ୍ରଦେଶର କଂଗ୍ରେସ ସରକାର ବନ୍ଦେ ମାତରଂ ଗାଇବା ଉପରେ ପ୍ରତିବନ୍ଧ ଲଗାଇବା ପ୍ରସଙ୍ଗକୁ ମଧ୍ୟ ସମାଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ରାଫେଲ୍ ପ୍ରସଙ୍ଗ ଓ ଅଗଷ୍ଟା ହେଲିକପ୍ଟର ଦୁର୍ନୀତି କଥା ଉତ୍ଥାପନ କରିଥିଲେ। ସେ ଅଗଷ୍ଟା ଦୁର୍ନୀତି ମାମଲାରେ ବିଦେଶରୁ ପ୍ରତ୍ୟାର୍ପିତ ହୋଇଥିବା ଅସ୍ତ୍ର ଦଲଊାଲ୍ ମିସେଲ୍ ଖୁଲାସା କରିଛନ୍ତି ଯେ ତାଙ୍କର କଂଗ୍ରେସର ଶୀର୍ଷ ନେତା ଓ ମନ୍ତ୍ରୀଙ୍କ ସହ ପରିଚୟ ଥିଲା। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କେଉଁ ଫାଇଲ୍ କୁଆଡେ ଗଲା ତାହା ପ୍ରଧାନମନ୍ତ୍ରୀ ଜାଣି ପାରୁ ନ ଥିଲେ ହେଁ ସେ ଜାଣିପାରୁ ଥିଲେ। ଏହି ଖୁଲାସା ଏବେ କଂଗ୍ରେସକୁ ଅଡୁଆରେ ପକାଇ ଦେଇଛି। ତେଣୁ କଂଗ୍ରେସ ଦେଶବାସୀଙ୍କ ଚୌକିଦାରକୁ ହଟାଇବାକୁ ଷଡ଼ଯନ୍ତ୍ର ଚଳାଇଛି।
ନିଜ ଅଭିଭାଷଣରେ ମୋଦି କେନ୍ଦ୍ର ସରକାରଙ୍କ ସଫଲତା ବି ବଖାଣି ଥିଲେ। ଉଜ୍ଜ୍ୱଳା ଯୋଜନାରେ ୬ କୋଟି ମହିଳା ଗ୍ୟାସ ସଂଯୋଗ ପାଇବା, ମିସନ୍ ଇନ୍ଦ୍ରଧନୁଷ ଜରିଆରେ ଦେଶର ଶତ ପ୍ରତିଶତ ଟିକାକରଣ ଦିଗକୁ ଗତିକରିବା, ମହିଳା ଓ ଶିଶୁଙ୍କ ଶିକ୍ଷା,ସ୍ୱାସ୍ଥ୍ୟ ଓ ସୁରକ୍ଷା ଲାଗି ବହୁ ଯୋଜନା ସଫଳ ହୋଇଥିବା କଥା ବର୍ଣ୍ଣନା କରିଥିଲେ ପ୍ରଧାନମନ୍ତ୍ରୀ। | <urn:uuid:76bf69ef-d726-4be4-b2de-1a27949861eb> | CC-MAIN-2019-04 | http://www.sakalakhabar.com/modi-20/ | 2019-01-21T20:52:32Z | s3://commoncrawl/crawl-data/CC-MAIN-2019-04/segments/1547583807724.75/warc/CC-MAIN-20190121193154-20190121215154-00215.warc.gz | ory | 1.000001 | Orya | 2 | {"ory_Orya_score": 1.000001311302185} |
ଛାତ୍ର ଆନ୍ଦୋଳନ ଥମିଲା, ଜନ ଆନ୍ଦୋଳନ ତେଜିଲା : ଭିମସାର ନିର୍ଦ୍ଦେଶକଙ୍କ ବଦଳିର ପ୍ରତିବାଦରେ ନାଗରିକ ମଂଚର ବୁର୍ଲା ବନ୍ଦ, ଚକାଜାମ
ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ।
କନକ ବ୍ୟୁରୋ : ଆଜି ବୁର୍ଲା ବନ୍ଦ । ଚକା ଜାମ୍ । ଥମିଲା ଭିମସାର ଛାତ୍ର ଆନ୍ଦୋଳନ, ତେଜିଲା ଜନ ଆନ୍ଦୋଳନ । ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହାର ପରେ ଭିମସାରରେ ରୋଗୀସେବା କ୍ରମେ ସ୍ୱାଭାବିକ ସ୍ଥିତିକୁ ଫେରୁଥିବା ବେଳେ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇବା ପ୍ରତିବାଦରେ ଜନଆନ୍ଦୋଳନ ତେଜିବାରେ ଲାଗିଛି । ତାଙ୍କୁ ଭିମସାର୍ ନିର୍ଦ୍ଦେଶକ ଭାବେ ପୁନଃଅବସ୍ଥାପିତ କରିବା ଦାବିରେ ଆଜି ବୁର୍ଲା ବନ୍ଦ ଡାକରା ଦିଆଯାଇଛି । ଏଥିସହ ବିଜେପି ପକ୍ଷରୁ ସମ୍ବଲପୁର ଅଇଁଠାପାଲି ବିର୍ସା ମୁଣ୍ଡା ଛକରେ ଚକା ଜାମ୍ ଆନ୍ଦୋଳନ କରାଯାଇଛି । ସେପଟେ ଗୋଲବଜାର ଛକରେ ବିଜେପି ଯୁବମୋର୍ଚ୍ଚା ତରଫରୁ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସେହିପରି ଗୋଶାଳା ଛକରେ ହସ୍ତାକ୍ଷର ଅଭିଯାନରେ ବହୁ ଲୋକ ସାମିଲ ହୋଇ ପୂଜାହାରୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି । ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ବୁର୍ଲା ବଡ ମେଡିକାଲରେ ନିର୍ଦ୍ଦେଶକ ଭାବେ ଯୋଗଦେବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି ଡାକ୍ତର ଅଶ୍ୱିନୀ ପୂଜାହାରୀ । ସରକାରୀ ଚାକିରିରେ ରହି ଘରୋଇ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ବିରୋଧରେ ପଦକ୍ଷେପ ନେଇ ପଶ୍ଚିମାଂଚଳରେ ବେଶ ଲୋକପ୍ରିୟତା ସାଉଁଟିଥିଲେ । ହେଲେ ତାଙ୍କ ଚିକିତ୍ସା ପଦ୍ଧତିକୁ ନେଇ ବଡ ବିବାଦ ମୁଣ୍ଡ ଟେକିଛି । ଲୁଣ ଚିକିତ୍ସା ନେଇ ବିବାଦୀୟ ହୋଇପଡିଥିବା ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଏଥିନେଇ ଜୁନିୟର ଡାକ୍ତର ସଂଘ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଥିଲେ । | <urn:uuid:058cc15c-6fa6-4b30-bbb1-2c57167fc0cd> | CC-MAIN-2019-04 | http://kanaknews.com/burla-bandh-on-salt-treatment-case-by-ashwini-pujahari/ | 2019-01-24T01:07:25Z | s3://commoncrawl/crawl-data/CC-MAIN-2019-04/segments/1547584431529.98/warc/CC-MAIN-20190123234228-20190124020228-00215.warc.gz | ory | 0.999959 | Orya | 2 | {"ory_Orya_score": 0.999958872795105} |
ଧୂମପାନ କରୁନଥିଲେ ମିଳିବ ଅଧିକ ଛୁଟି, ଜାଣନ୍ତୁ କେଉଁ କମ୍ପାନୀ ଆରମ୍ଭ କରିଛି ଏହି ନିୟମ
ଯଦିି ଆପଣଙ୍କ ଅଫିସରେ ବି ଏହି ନିୟମ ଲାଗୁ ହୋଇଯାଏ କି ସିଗାରେଟ୍ ଟାଣୁନଥିବା କର୍ମଚାରୀଙ୍କୁ ସିଗାରେଟ୍ ଟାଣୁଥିବା କର୍ମଚାରୀଙ୍କ ଠାରୁ ଅଧିକ ଛୁଟି ମିଳିବ । ତେବେ କେମିତି ହେବ । ଏମିତି ହେବା ଦ୍ୱାରା ବୋଧହୁଏ କିଛି କର୍ମଚାରୀ ସିଗାରେଟ୍ ଟାଣିବା ଛାଡି ଦିଅନ୍ତି । ହୋଇପାରେ ଏହି ଖବର ପଢ଼ି ଆପଣଙ୍କୁ ମିଛ ଲାଗୁଥାଇପାରେ । କିନ୍ତୁ ସତରେ ଏକ କମ୍ପାନୀ ଏମିତି କରିଛି । ସେହି କମ୍ପାନୀର ନୂଆ ନିୟମ ଅନୁସାରେ, ସ୍ମୋକିଙ୍ଗ ଛାଡୁଥିବା କର୍ମଚାରୀଙ୍କୁ ସ୍ମୋକ କରୁଥିବା କର୍ମଚାରୀଙ୍କ ତୁଳନାରେ ଅଧିକ ଛୁଟି ଦିଆଯିବ । ଏକ ମାର୍କେଟିଙ୍ଗ କମ୍ପାନୀ ତରଫରୁ ଏହି ପଦକ୍ଷେପ କର୍ମଚାରୀଙ୍କୁ ଅଧିକରୁ ଅଧିକ ସ୍ୱାସ୍ଥ୍ୟକର ଜୀବନଚର୍ଯ୍ୟା ପ୍ରତି ପ୍ରେରିତ କରିବା ପାଇ କରାଯାଇଛି ।
ପିଲାଲା ଇଙ୍କ ନାମକ ମାର୍କେଟିଙ୍ଗ କମ୍ପାନୀ ତରଫରୁ ନିଜର ଏମିତି ଏକ କର୍ମଚାରୀଙ୍କୁ ପ୍ରତି ବର୍ଷ ୬ଟି ଛୁଟି ଅଧିକ ଦେବା ପାଇଁ ଘୋଷରା କରାଯାଇଛି । ଯିଏ ସ୍ମୋକିଙ୍ଗ କରନ୍ତିନି କିମ୍ବା ସ୍ମୋକିଙ୍ଗ ଛାଡିବାର ନିଷ୍ପତ୍ତି ନେଇଛନ୍ତି । ପ୍ରକୃତରେ କମ୍ପାନୀର ସ୍ମୋକିଙ୍ଗ କରୁନଥିବା ଜଣେ କର୍ମଚାରୀଙ୍କ ତରଫରୁ ଅଭିଯୋଗ କରାଯାଇଥିଲା କି, ଧୂମପାନ କରୁଥିବା କର୍ମଚାରୀ ତାଙ୍କ ଠାରୁ ଅଧିକ ବ୍ରେକ୍ ନେଉଛନ୍ତି ଓ ଏହା ଦ୍ୱାରା କମ୍ପାନୀର ଉତ୍ପାଦନ ପ୍ରଭାବିତ ହୁଏ । ସେ ଏହା ବି କହିଛନ୍ତି କି, ଅଫିସ ୨୯ତମ ମହଲାରେ ଥିବାବେଳେ ସ୍ମୋକିଙ୍ଗ ରୁମ୍ ବେସମେଂଟରେ ଅଛି । | <urn:uuid:2647c7fb-e16f-4ae1-96e4-3acbbe789dea> | CC-MAIN-2019-04 | http://ollybolly.in/piala-inc-has-decided-to-give-non-smoking-staff-six-extra-paid-leave-days-a-year/ | 2019-01-24T01:09:07Z | s3://commoncrawl/crawl-data/CC-MAIN-2019-04/segments/1547584431529.98/warc/CC-MAIN-20190123234228-20190124020228-00215.warc.gz | ory | 0.999997 | Orya | 16 | {"ory_Orya_score": 0.9999967813491821} |
ମନେ ହେଉଛି ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ବର୍ତ୍ତମାନ ସପ୍ତଦଶ ଶତାବ୍ଦୀର ପ୍ରସିଦ୍ଧ ବ୍ରିଟିସ୍ ଦାର୍ଶନିକ ଥମାସ୍ ହବ୍ସଙ୍କ ଶିଷ୍ୟତ୍ବ ଗ୍ରହଣ କରିଛି। କୌଣସି ନୈତିକତା, ସାମାଜିକ ଶୃଙ୍ଖଳା, କଳା, ସାହିତ୍ୟ ଆଦିର ଚିହ୍ନବର୍ଣ୍ଣ ନଥିବା ଜଙ୍ଗଲୀ ଦୁନିଆରେ ମନୁଷ୍ୟର ଜୀବନ କିଭଳି ହୋଇଥାଏ, ହବ୍ସ ତାଙ୍କର ସୁପ୍ରସିଦ୍ଧ ପୁସ୍ତକ 'ଲେଭିଆଥାନ୍'ରେ ତାହାର ଯେଉଁ ବର୍ଣ୍ଣନା କରିଥିଲେ, ତାହା ଏବେ ବି ପ୍ରତ୍ୟେକ ରାଜନୀତି ବିଜ୍ଞାନ ଛାତ୍ରର ତୁଣ୍ତ ଅଗରେ ରହିଛି। ହବ୍ସଙ୍କ ଅନୁସାରେ ଏକ ଜଙ୍ଗଲ ରାଜ୍ରେ ମନୁଷ୍ୟର ଜୀବନ ହେଉଛି ହି˚ସ୍ର ମୃତ୍ୟୁ ଆଶଙ୍କାରେ ଅହରହ ଭୟଗ୍ରସ୍ତ, ''ଏକଲା, ଦରିଦ୍ର, କଦର୍ଯ୍ୟ, ପଶୁତୁଲ୍ୟ ଏବ˚ ସ˚କ୍ଷିପ୍ତ।'' ସାତକୋଶିଆ ଅଞ୍ଚଳର ୧୩୬ଟି ଗ୍ରାମର ଅଧିବାସୀଙ୍କ ପାଇଁ ରାଜ୍ୟର ଜଙ୍ଗଲ ଶାସକମାନେ ଠିକ୍ ଏଇ ଭଳି ଏକ ହବ୍ସୀୟ ପରିବେଶ ସୃଷ୍ଟି କରିଛନ୍ତି, ଯାହା ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀଙ୍କ ପାଇଁ ଏକ କ୍ଷେତ୍ର ପରିଦର୍ଶନ ସ୍ଥଳୀ ରୂପେ କାର୍ଯ୍ୟ କରିପାରେ। ସେଠାରେ ଯେଉଁ ପରିସ୍ଥିତି ବିରାଜମାନ, ତାହା ହେଲା: ଘରୁ ବାହାରିଲେ ବାଘ ଖାଇବ, ଘରେ ରହିଲେ ବାଘଠାରୁ କୌଣସି ଗୁଣରେ କମ୍ ଭୟ ସଞ୍ଚାର କରୁ ନଥିବା ପୁଲିସ୍ ବାନ୍ଧିବ।
ଜଙ୍ଗଲ ମନ୍ତ୍ରୀ ଓ ହାକିମମାନଙ୍କର ସମ୍ବେଦନହୀନତା ଯଦି ସାତକୋଶିଆବାସୀଙ୍କର ଏ ଭଳି ଦୁର୍ଦଶାର କାରଣ ହୋଇଛି, ସେମାନଙ୍କର ଅପାରଗତା ଓ ଅବହେଳାର ପ୍ରଭାବରୁ ସେମାନଙ୍କ ଦାୟିତ୍ବରେ ଥିବା ଜଙ୍ଗଲର ଜନ୍ତୁ ଜାନୁଆରମାନେ ମଧୢ ଯେ ବର୍ତ୍ତି ପାରିନାହାନ୍ତି, ତା'ର ଏବେ ଆଉ ଦୁଇଟି ଲୋମହର୍ଷଣକାରୀ ଉଦାହରଣ ଦେଖିବାକୁ ମିଳିଛି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ାରେ ବିଦ୍ୟୁତ୍ ଝଟ୍କା ପାଇ ଏକାଥରକେ ସାତଟି ହାତୀ ପ୍ରାଣ ହରାଇବା ଯଦିବା ବର୍ତ୍ତମାନ ଘୋର ଚାଞ୍ଚଲ୍ୟ ସୃଷ୍ଟି କରିଛି, ନିକଟ ଅତୀତରେ ଏହି କାରଣରୁ ଓ ଅବୈଧ ଶିକାର ଯୋଗୁଁ ରାଜ୍ୟରେ ଶହ ଶହ ହାତୀ ପ୍ରାଣ ହରାଇବା ଏକ ନିୟମିତ ଧାରାରେ ପରିଣତ ହୋଇଛି। ତେଣେ ଯେଉଁ ବାଘ ପ୍ରୀତି ଯୋଗୁଁ ବନସ୍ତପତିମାନେ ସାତକୋଶିଆ ଅଞ୍ଚଳରେ ମନୁଷ୍ୟ ଜୀବନକୁ ହବ୍ସୀୟ ଦୁନିଆକୁ ଠେଲି ଦେଇଛନ୍ତି, ସେଇ ବାଘକୁ ଯେ ସେମାନେ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ତାହାର ଏକ ସଦ୍ୟ ପ୍ରମାଣ ସ୍ବରୂପ ଖବର ପ୍ରସାରିତ ହୋଇଛି ଯେ ଦେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଏକମାତ୍ର ମହାବଳ ବାଘକୁ ଶିକାରୀମାନେ ମାରିଦେଇ ତାର ଦୁର୍ମୂଲ୍ୟ ନଖ ଓ ଦାନ୍ତ କାଢ଼ି ନେଇଛନ୍ତି।
ଏହି ଘଟଣା ପ୍ରକାଶ ପାଇବା ପରେ ସରକାର ଦୋଷୀମାନଙ୍କ ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ କରିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ, କିନ୍ତୁ ଓଡ଼ାପଡ଼ା ହାତୀ ମୃତ୍ୟୁ ଘଟଣାରେ ସରକାର ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି ବନ ବିଭାଗ ଏବ˚ ବିଦ୍ୟୁତ୍ ସ˚ସ୍ଥାର ତିନିଜଣ ଲେଖାଏଁ କରି ମୋଟ ଛ'ଜଣ କର୍ମଚାରୀ (ବନ କର୍ମଚାରୀମାନେ ସମସ୍ତେ ତଳିଆ)ଙ୍କୁ ନିଲମ୍ବିତ କରିଥିବା ବେଳେ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିବା ଖବର ପ୍ରକାଶ ପାଇଛି। ଘଟଣାର ଅନୁସନ୍ଧାନ ପାଇଁ ତତ୍ପରତା ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ମଧୢ କ୍ରାଇମ୍ ବ୍ରାଞ୍ଚ୍ ଉପରେ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଓଡ଼ାପଡ଼ା ହାତୀ ମୃତ୍ୟୁ ଘଟଣାରେ ବୋଧହୁଏ ହାତୀ ମୃତ୍ୟୁ ସ˚ଖ୍ୟା ସରକାରଙ୍କୁ ବିବ୍ରତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧୢ କରିଥାଇପାରେ। କିନ୍ତୁ ଏହାକୁ ଯଦି ସାତକୋଶିଆରେ ରଚିତ ହୋଇଥିବା ଟ୍ରାଜେଡି ସହିତ ତୁଳନା କରାଯାଏ, ତେବେ ସାତକୋଶିଆର ପ୍ରକୃତ ଦୋଷୀମାନଙ୍କ ପ୍ରତି ସରକାରଙ୍କର ଅହେତୁକ ନରମ ଆଭିମୁଖ୍ୟ ସ୍ପଷ୍ଟ ବାରି ହୋଇ ପଡ଼ିଥାଏ।
ବ୍ୟକ୍ତି ଓ ସରକାର ମଧୢରେ ମୌଳିକ ଫରକ ହେଲା ବ୍ୟକ୍ତି ସ୍ବାର୍ଥ ଓ ଜନସ୍ବାର୍ଥ ମଧୢରେ ଫରକ। ବ୍ୟକ୍ତି ସର୍ବଦା ନିଜର ସର୍ବାଧିକ ସ୍ବାର୍ଥ ସାଧନକୁ ନିଜର ପ୍ରତ୍ୟେକ କାର୍ଯ୍ୟର ମୂଳମନ୍ତ୍ର ରୂପେ ଗ୍ରହଣ କରିଥାଏ। ସରକାର ଅନେକ ବ୍ୟକ୍ତିଙ୍କ ସମଷ୍ଟି ହୋଇଥିଲେ ହେଁ ଏଠାରେ ବ୍ୟକ୍ତିମାନେ ନିଜ ନିଜର ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ପାରିନଥାନ୍ତି। କାରଣ ରାଜନେତାମାନଙ୍କର ମୁଖ୍ୟ ଲକ୍ଷ୍ୟ ହୋଇଥାଏ ଆସନ୍ତା ନିର୍ବାଚନ ଜିତିବା। ସେମାନେ ତେଣୁ ଜନତାର ଇଚ୍ଛାକୁ ପ୍ରାଧାନ୍ୟ ଦେଇଥାନ୍ତି। ଏହି କାରଣରୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପମାନଙ୍କର ଆରମ୍ଭ ପୂର୍ବରୁ ଜନଶୁଣାଣି କରାଯାଇଥାଏ। ଏହା ସମସ୍ତେ ଜାଣନ୍ତି ଦେଶର ଅନ୍ୟତ୍ର ଭଳି ଓଡ଼ିଶାରେ ମଧୢ ଦୀର୍ଘକାଳ ଧରି କୌଣସି ବୃହତ୍ ଜଳସେଚନ-ଅଭିମୁଖୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇ ପାରିନଥିବାର ଏକମାତ୍ର କାରଣ ହେଉଛି ଜନତାର ଅନିଚ୍ଛା। ସେହିପରି ଆହୁରି ଅନେକ ଉଦାହରଣ ରହିଛି (ଯେମିତି ପୋସ୍କୋ) ଯେଉଁଠି ଜନତା (ଷ୍ଟେକ୍-ହୋଲ୍ଡର୍ସ)ଙ୍କ ସମ୍ମତି ଅଭାବରୁ ପ୍ରକଳ୍ପ ପରିତ୍ୟାଗ କରାଯାଇଛି।
ମଧୢପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ଆଣି ସାତକୋଶିଆରେ ସ୍ଥାନିତ କରିବା ସେଇଭଳି ଏକ ପ୍ରକଳ୍ପ ଯାହା କାର୍ଯ୍ୟକାରୀ ହେବା ପାଇଁ ଷ୍ଟେକ୍ହୋଲ୍ଡର ମାନଙ୍କର ସହମତି ଏକାନ୍ତ ଆବଶ୍ୟକ। ଯେଉଁମାନେ ପ୍ରକଳ୍ପ ଦ୍ବାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରଭାବିତ ହେବାର ସମ୍ଭାବନା ଥାଏ, ସେମାନଙ୍କର ସହମତି ନିଆଯିବା ବର୍ତ୍ତମାନ ଏପରି ଏକ ବିଶ୍ବବ୍ୟାପୀ ଧାରାରେ ପରିଣତ ହୋଇଛି ଯେ ମେକ୍ସିକୋ ସିଟି ପାଇଁ ନିହାତି ଆବଶ୍ୟକ ଏକ ନୂତନ ବିମାନ ବନ୍ଦର ନିର୍ମାଣ ପୂର୍ବରୁ ସେଠାକାର ନବ ନିର୍ବାଚିତ ରାଷ୍ଟ୍ରପତି ଏବେ ଜନମତ ଲୋଡ଼ି ଏ କ୍ଷେତ୍ରରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ବାଘ ବ˚ଶ ବୃଦ୍ଧି ଏକ ଦୀର୍ଘକାଳୀନ ଯୋଜନା ହୋଇଥିଲେ ହେଁ ଓ ସୁନ୍ଦରୀର ସ୍ଥାନାନ୍ତରୀକରଣ ଭଳି ଏହା ଅନ୍ତର୍ଗତ ପ୍ରକଳ୍ପ ପାଇଁ 'ଇଣ୍ଟର୍ନେସନାଲ୍ ୟୁନିଅନ୍ ଫର୍ କଞ୍ଜର୍ଭେସନ୍ ଅଫ୍ ନେଚର୍' (ଆଇୟୁସିଏନ୍) ଏବ˚ 'ନେସନାଲ୍ ଟାଇଗର୍ କଞ୍ଜର୍ଭେସନ୍ ଅଥରିଟି' (ଏନ୍ଟିସିଏ) ଜାରି କରିଥିବା ଗାଇଡ୍ଲାଇନ୍ରେ ଜନ ସହମତି ଲୋଡ଼ାଯିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲେ ମଧୢ ସୁନ୍ଦରୀ ପ୍ରକଳ୍ପ ସହିତ ସମ୍ପୃକ୍ତ ଅଧିକାରୀମାନେ ଏହାକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥିଲେ।
ଗାଇଡ୍ଲାଇନ୍ରେ କୁହାଯାଇଛି ବାଘ ସ˚ଖ୍ୟା ବୃଦ୍ଧି ଗୁରୁତ୍ବପୂର୍ଣ୍ଣ, କିନ୍ତୁ ଏଥିପାଇଁ ଜଙ୍ଗଲ ଅଧିବାସୀମାନଙ୍କର ସାଧାରଣ ଜୀବନଧାରଣ ସହିତ କୌଣସି ବୁଝାମଣା କରାଯାଇ ପାରିବ ନାହିଁ। ଜଙ୍ଗଲରେ ଏକ ନୂତନ ବାଘ ପ୍ରବେଶ କରାଇବା ପୂର୍ବରୁ ଏହାର ସମସ୍ତ ଦିଗ ସମ୍ବନ୍ଧରେ ଗୁରୁତ୍ବପୂର୍ଣ୍ଣ ଷ୍ଟେକ୍ହୋଲ୍ଡର ରୂପେ ପରିଗଣିତ ସ୍ଥାନୀୟ ଅଧିବାସୀମାନଙ୍କୁ ଏଥିରେ ବିଭିନ୍ନ ଭାବରେ ସମ୍ପୃକ୍ତ କରାଯିବା ପାଇଁ ନିର୍ଦ୍ଦେଶ ରହିଛି। ଆମର ସମ୍ପୃକ୍ତ ଜଙ୍ଗଲ ଅଧିକାରୀମାନେ ବୋଧହୁଏ ବାହାବା ନେବା ପାଇଁ ଜଙ୍ଗଲ ଅଧିବାସୀମାନଙ୍କୁ ବିଶ୍ବାସକୁ ନ ନେଇ, ସେମାନଙ୍କ ସହିତ ଆଲୋଚନା ନ କରି ସେମାନଙ୍କର ବିନା ସହମତିରେ ସୁନ୍ଦରୀକୁ ଆଣି ସେମାନଙ୍କର ବାସସ୍ଥଳୀରେ ଛାଡ଼ିଦେଲେ। ଏହାକୁ ବ୍ୟକ୍ତି ସ୍ବାର୍ଥ ପାଇଁ ଜନ ସ୍ବାର୍ଥକୁ ବଳି ଦିଆଗଲା ବୋଲି କୁହାଯାଇପାରେ, ଯାହାର ରାଜନୈତିକ ପରିଣାମ ରାଜନେତାମାନଙ୍କ ପାଇଁ ଅନୁକୂଳ ନହୋଇପାରେ। କିନ୍ତୁ ଏହାର ତାତ୍କାଳିକ ପରିଣାମ ସ୍ବରୂପ ମନୁଷ୍ୟ ଓ ଗୃହପାଳିତ ପଶୁମାନଙ୍କର ଜୀବନ ହାନି ଘଟିବାରେ ଲାଗିଛି। ହାତୀ ମୃତ୍ୟୁ ପାଇଁ ଯଦି ଦଣ୍ତ ଦିଆଯାଇଛି, ମନୁଷ୍ୟ ମୃତ୍ୟୁ ପାଇଁ କ'ଣ ଦଣ୍ତ ନାହିଁ? | <urn:uuid:938b12f9-f14f-4058-a516-dd2a1ee0acf4> | CC-MAIN-2019-04 | http://sambad.in/editorial/editorial-320-237276/ | 2019-01-24T00:14:49Z | s3://commoncrawl/crawl-data/CC-MAIN-2019-04/segments/1547584431529.98/warc/CC-MAIN-20190123234228-20190124020228-00215.warc.gz | ory | 0.999997 | Orya | 5 | {"ory_Orya_score": 0.9999972581863403} |
ଶିମଲା : ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଏକ ନିଭୃତ ଅଞ୍ଚଳରେ ଥିବା ଏକ ଶିଶୁ ସୁରକ୍ଷା ଗୃହର ୩ ଜଣ କର୍ମଚାରୀ ୬ ବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଛନ୍ତି। ଚମ୍ବା ଜିଲ୍ଲା ହେଡକ୍ୱାର୍ଟରଠାରୁ ୧୦୦ କିମି ଦୂର ଟିସାର ଚିଲ୍ଲିରେ ଥିବା ଏହି ଶିଶୁ ସୁରକ୍ଷା ଗୃହ ହିମାଚଳ ପ୍ରଦେଶ ଶିଶୁ କଲ୍ୟାଣ ପରିଷଦ ଦ୍ୱାରା ପରିଚାଳିତ ହେଉଛି। ଆଶ୍ରୟ ସ୍ଥଳରେ ସମୁଦାୟ ୩୪ ଜଣ ଝିଅ ରହୁଥିବାବେଳେ ସେମାନଙ୍କ ଦାୟିତ୍ୱ ନେବାପାଇଁ ଅନେକ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ଘଟଣା ବାବଦରେ ପ୍ରଥମେ ଗୃହର ଜଣେ ୧୬ ବର୍ଷୀୟା ବାଳିକା ଗୃହ ଦାୟିତ୍ୱରେ ଥିବା ଜୁମା ଖାନ୍ଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ କହିଥିଲେ ଗୃହର କ୍ଲର୍କ, ରୋଷେୟା ଏବଂ ଝାଡ଼ୁଦାରଙ୍କ ଦ୍ୱାରା ସେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଏହାପରେ ଅନ୍ୟ ୫ ଜଣ ମଧ୍ୟ ସମାନ ଭାବେ ଯାଇ ଖାନ୍ଙ୍କୁ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଖାନ୍ ଚମ୍ବା ଡେପୁଟି କମିସନରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବାପରେ ପୁଲିସ ଏଥିନେଇ ଏକ ମାମଲା ରୁଜ୍ଜୁ କରିଛି ଏବଂ ସମସ୍ତ ବାଳିକାମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ଏସପି ବିରେନ୍ଦ୍ର ତୋମାର କହନ୍ତି ଯେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଆଇପିସିର ଧାରା ୩୫୪ଏ ଅଧିନରେ ମାମଲା ରୁଜ୍ଜୁ କରାଯାଇଛି। ମହିଳା ଏବଂ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମାନଶୀ ସହାୟ କହିଛନ୍ତି ଯେ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ନିଲମ୍ବିତ କରାଯିବ। ଶିଶୁ ସୁରକ୍ଷା ଗୃହର ସମସ୍ତ ବାଳିକାମାନଙ୍କୁ ଅନ୍ୟ ଏକ ଗୃହକୁ ସ୍ଥାନାନ୍ତରିତ କରାଯିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେବଳ ୬ ଜଣ ବାଳିକା ନୁହନ୍ତି ଆହୁରି ଅଧିକ ମଧ୍ୟ ଯୌନ ନିର୍ଯାତନାର ଶିକାର ହୋଇଥିବା ଅନୁମାନ କରାଯାଉଛି। ହିମାଚଳ ପ୍ରଦେଶ ହାଇକୋର୍ଟର ଜଷ୍ଟିସ ତାରଲକ୍ ସିଂ ଚୌହାନ ଚମ୍ବାକୁ ଯାଇ ୬ ଜଣ ବାଳିକାଙ୍କୁ ଭେଟିଛନ୍ତି। | <urn:uuid:83d13fb5-0d0b-4183-8eda-237aa3dd8298> | CC-MAIN-2019-04 | http://sambad.in/india-and-beyond/girls-child-raped-at-girls-stay-home-in-simla-2622/ | 2019-01-24T00:19:34Z | s3://commoncrawl/crawl-data/CC-MAIN-2019-04/segments/1547584431529.98/warc/CC-MAIN-20190123234228-20190124020228-00215.warc.gz | ory | 0.999989 | Orya | 7 | {"ory_Orya_score": 0.99998939037323} |
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସହନସାହପୁର ଗସ୍ତ କରି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ମୋଦି ଶୌଚାଳୟ ପାଇଁ ଇଟା ଯୋଡିବା ସହିତ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରି ପଶୁ ଆରୋଗ୍ୟ ମେଳାର ଶୁଭ ଉଦଘାଟନ କରିଥିଲେ। ମୋଦି କହିଥିଲେ, ପଶୁ ଭୋଟ ଦେବାକୁ ଯାଆନ୍ତି ନାହିଁ, ହେଲେ ବି ଆମେ ତାଙ୍କ ସେବା କରୁଛୁ।
ପ୍ରଧାନମନ୍ତ୍ରୀଙ୍କ ସହିତ ୟୁପି ରାଜ୍ୟପାଳ ରାମ ନାଏକ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ । ପଶୁ ଆରୋଗ୍ୟ ମେଳାରେ ବୁଲି ବୁଲି ଚାଷୀ ଓ ପଶୁ ଡାକ୍ତରଙ୍କୁ ଭେଟି ସ୍ଥିତି ଅନୁଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।
ପୂର୍ବବର୍ତ୍ତୀ ଖବର | <urn:uuid:39e7cd41-36d8-4c21-9410-faa6a2d230f0> | CC-MAIN-2019-04 | http://sambad.in/india-and-beyond/india-and-beyond-narendra-modi-varanasi-visit-1563/ | 2019-01-24T00:17:32Z | s3://commoncrawl/crawl-data/CC-MAIN-2019-04/segments/1547584431529.98/warc/CC-MAIN-20190123234228-20190124020228-00215.warc.gz | ory | 1.000008 | Orya | 7 | {"ory_Orya_score": 1.0000078678131104} |
ଓଡିଶା ଡଟ କମ: ସୁଜାତା ପ୍ରକାଶ
ରାଞ୍ଚି, ଝାଡଖଣ୍ଡ, ମଇ ୧୮ (ଓଡିଶା ଡଟ କମ) ପୂର୍ବତନ ଓଡିଶା ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ନବମ ରାଜ୍ୟପାଳ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ।
ରାଜ ଭବନସ୍ଥିତ ବିରସା ମଣ୍ଡପ ଠାରେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ବିରେନ୍ଦ୍ର ସିଂହ ସ୍ଵତନ୍ତ୍ର ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ଏହି ଉତ୍ସବରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ତଥା ଉଭୟ ଝାଡଖଣ୍ଡ ଓ ଓଡିଶାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ଜୁନ ୨୦, ୧୯୫୮ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ବିଧାନସଭାରେ ୨୦୦୦ ରୁ ୨୦୦୪ ଓ ପୁନର୍ବାର ୨୦୦୪ ରୁ ୨୦୦୯ ପ୍ରତିନିଧିତ୍ଵ କରିଥିବା ସହ ଓଡିଶାର ରାଜ୍ୟର ବାଣିଜ୍ୟ ଓ ପରିବହନ ଓ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ।
ବିଏ ପାସ କରିଥିବା ଏହି ଆଦିବାସୀ ନେତ୍ରୀ ରାଜ୍ୟ ସଚିବାଳୟରେ କିରାଣୀ ଚାକିରିରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେକସନ ଅଫିସର ଭାବେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ରାଇରଙ୍ଗପୁର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କିଛିଦିନ ଶିକ୍ଷକତା ମଧ୍ୟ କରିଥିଲେ ।
ପରବର୍ତୀ ସମୟରେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟି ରେ ଯୋଗଦାନ କରିଥିଲେ । ତାଙ୍କର ରାଜନୈତିକ ଜୀବନ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସଦସ୍ୟ ଓ ଉପାଧ୍ୟକ୍ଷ ଭାବେ ଆରମ୍ଭ ହୋଇଥିଲା ।
ଓଡିଶା ଡଟ କମ | <urn:uuid:fe52d11d-5cd4-4a49-8880-659acdf5c4b0> | CC-MAIN-2019-04 | http://www.odisha.com/2015/05/18/%E0%AC%9D%E0%AC%BE%E0%AC%A1%E0%AC%96%E0%AC%A3%E0%AD%8D%E0%AC%A1-%E0%AC%B0%E0%AC%BE%E0%AC%9C%E0%AD%8D%E0%AD%9F%E0%AC%AA%E0%AC%BE%E0%AC%B3-%E0%AC%AD%E0%AC%BE%E0%AC%AC%E0%AD%87-%E0%AC%A6%E0%AD%8D/ | 2019-01-23T00:36:44Z | s3://commoncrawl/crawl-data/CC-MAIN-2019-04/segments/1547583879117.74/warc/CC-MAIN-20190123003356-20190123025356-00257.warc.gz | ory | 1 | Orya | 68 | {"ory_Orya_score": 0.9999998807907104} |
ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଯାଏ ପାଣ୍ଡ୍ୟା ଓ ରାହୁଲ ନିଲମ୍ବିତ ହେବେ!
ନୂଆଦିଲ୍ଲୀ: କରନ୍ ଜୋହରଙ୍କ ସହ କଫି ପି' ଚାଟ୍ କରିବା ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପନର୍ କେଏଲ୍ ରାହୁଲଙ୍କୁ ଘାତକ ସାବ୍ୟସ୍ତ ହେବାକୁ ଯାଉଛି। ଉଭୟଙ୍କୁ ପ୍ରଥମେ ୨ଟି ଦିନିକିଆରୁ ବାସନ୍ଦ କରିବାକୁ ବିସିସିଆଇ ସିଓଏର ଅଧ୍ୟକ୍ଷ ବିନୋଦ ରାୟ ପ୍ରସ୍ତାବ ଦେଇଥିବା ବେଳେ ଆଜି ଅନ୍ୟତମ ସଦସ୍ୟ ଡାଏନା ଇଡୁଲଜି ଉଭୟଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଯାଏ ନିଲମ୍ବିତ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ବିନୋଦ ରାୟ ଉଭୟଙ୍କୁ ବ୍ୟାନ୍ କରିବାକୁ ପ୍ରସ୍ତାବ ଦେବା ପରେ ଏହାର ସମୀକ୍ଷା କରିବାକୁ ଇଡୁଲଜି ବିସିସିଆଇ ଲିଗାଲ୍ ସେଲ୍କୁ ପଠାଇଥିଲେ। ତେବେ ଲିଗାଲ ସେଲ୍ ରାହୁଲ ଓ ପାଣ୍ଡ୍ୟାଙ୍କ ମନ୍ତବ୍ୟ କୋଡ୍ ଅଫ୍ କଣ୍ଡକ୍ଟ ଉଲ୍ଲଙ୍ଘନ କରୁନାହିଁ ବୋଲି ମତାମତ ଦେଇଥିଲା। ଏହାପରେ ଇଡୁଲଜି ଏଭଳି ନିଲମ୍ବନ ପାଇଁ କହିଛନ୍ତି।
ଇଡୁଲଜି କହିଛନ୍ତି, " ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କ ନାଁରେ ମହିଳା ନିର୍ଯାତନା ଅଭିଯୋଗ ଆସିବା ପରେ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠା ଯାଇଥିଲା। ଏବେ ରାହୁଲ ଓ ପାଣ୍ଡ୍ୟା ମଧ୍ୟ ମହିଳାଙ୍କ ଉପରେ କଡ଼ା ଟିପ୍ପଣୀ ଦେଇଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଯାଏ ନିଲମ୍ବନ କରାଯିବା ଦରକାର। ଏବେ ଲିଗାଲ ସେଲ୍ର ମତାମତ ଏବଂ ଅନ୍ୟ କାର୍ଯ୍ୟକଳାପ ଉପରେ ଯାହା ବି ନିଷ୍ପତ୍ତି ହେବ, ସେ ସମ୍ପର୍କରେ ଖେଳିଳିମାନଙ୍କୁ ଜଣାଇ ଦିଆଯିବ।"
ଯଦି ଉଭୟଙ୍କୁ ନିଲମ୍ବନ କରାଯାଏ, ତା'ହେଲେ ଏକ ତଦନ୍ତ କମିଟି ଗଠନ କରାଯିବ। ଏହାପରେ ସେମାନଙ୍କ ତଦନ୍ତ ସରିବା ପରେ ଉଭୟ ଖେଳାଳିଙ୍କ ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ହେବ, ତାହା ସ୍ପଷ୍ଟ ହେବ। | <urn:uuid:20b3101c-d8ee-4a89-bb33-83ec8f59bd3b> | CC-MAIN-2019-04 | https://odishareporter.in/sports/pandya-and-rahul-may-face-suspension-till-further-action-323881 | 2019-01-23T01:14:36Z | s3://commoncrawl/crawl-data/CC-MAIN-2019-04/segments/1547583879117.74/warc/CC-MAIN-20190123003356-20190123025356-00257.warc.gz | ory | 0.999976 | Orya | 3 | {"ory_Orya_score": 0.9999762773513794} |
ସକାଳେ ଅଧାକପ କମଳା ରସ ପିଇଲେ ଶରୀର ରହିଥାଏ ସୁସ୍ଥ
ସକାଳେ ଅଧାକପ କମଳା ରସ ପିଇଲେ ମିଳିଥାଏ ଅନେକ ଫାଇଦା। ଏଥିରେ ଭରିରହିଛି ଲୌହ, କ୍ୟାଲସିୟମ୍, ପୋଟାସିୟମ, ଖଣିଜ, ଭିଟାମିନ 'ଏ', 'ବି ' ଓ 'ସି' ଆଦି ପୋଷକ ତତ୍ତ୍ୱ। କମଳା ରସ ଶରୀରକୁ ଫୂର୍ତ୍ତି ରଖିଥାଏ। ପ୍ରତିଦିନ କମଳା ରସ ପିଇଲେ ମେଦବହୁଳତା ଆଶଙ୍କା ଦୂର ହୋଇଥାଏ ବୋଲି କୁମାୟୁନ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ନିୟମିତ ଭାବେ କମଳା ରସ ସେବନ କରିବା ଦ୍ୱାରା ସର୍ଦ୍ଦି, କାଶ ଆଦି ଦୂର ହୁଏ। ରାତିରେ ଶୋଇବା ବେଳେ ଓ ଉଠିବା ପରେ କମଳା ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ପ୍ରତିଦିନ କମଳା ରସ ପିଇବା ଦ୍ୱାରା କ୍ୟାନସର ହେବା ଆଶଙ୍କା କମିଥାଏ। କମଳା ରସ ପିଇଲେ ଆଣ୍ଠୁଗଣ୍ଠି ଦରଜରୁ ଆରାମ ମିଳିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। | <urn:uuid:314854a0-1938-4c2f-b438-3b504ed851c3> | CC-MAIN-2019-04 | http://www.aajiraodisha.org/auspicious-half-cup-of-orange-juice-is-good-forthe-body/ | 2019-01-24T03:10:16Z | s3://commoncrawl/crawl-data/CC-MAIN-2019-04/segments/1547584445118.99/warc/CC-MAIN-20190124014810-20190124040810-00577.warc.gz | ory | 0.999846 | Orya | 12 | {"ory_Orya_score": 0.9998457431793213} |
ଭୁବନେଶ୍ୱର: ଦେଶର ଅଗ୍ରଣୀ ଟ୍ରାକ୍ଟର୍ କଂପାନି ଏସ୍କର୍ଟ ଲିମିଟେଡ୍ ପକ୍ଷରୁ ଗ୍ରାହକଙ୍କ ସହ ଖୁସିର ଉତ୍ସବ ପାଳନ କରାଯାଇଛି। କଂପାନି ପକ୍ଷରୁ ଗ୍ରାହକଙ୍କ ପାଇଁ ଏକ ଲକି ଡ୍ର' ଆୟୋଜନ କରାଯାଇଥିଲା। ବିଜେତାମାନଙ୍କୁ ପୁରସ୍କାର ଆକାରରେ ଏକ ଟ୍ରାକ୍ଟର, ୩ଟି ବାଇକ୍, ୫ଟି ଏଲ୍ସିଡି, ୫ଟି ରେଫ୍ରିଜରେଟର୍ ୫ଟି ଓ୍ଵାସିଂ ମେସିନ୍ ଓ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଛି। ଏହି ଅବସରରେ କଂପାନିର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ଇନ୍ଦ୍ରଜିତ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାହକଙ୍କ ପାଖରେ ପହଞ୍ଚି ସେବା ପ୍ରଦାନ କରିବା ପାଇଁ ଏକ ଭ୍ରାମ୍ୟମାଣ ସର୍ଭିସ୍ ଭ୍ୟାନ୍କୁ ସେ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କଂପାନିର ଜତିନ୍ ଶତପଥୀ ଓ ଏରିଆ ବିଜନେସ୍ ମ୍ୟାନେଜର୍ ଅଭିଶେଷ ଶର୍ମା ଉପସ୍ଥିତ ଥିଲେ। | <urn:uuid:89312c95-ef1b-4038-b652-a80f73328791> | CC-MAIN-2019-04 | http://sambad.in/business/excert-tractor-celebratedwith-costomer-136081/ | 2019-01-16T01:43:17Z | s3://commoncrawl/crawl-data/CC-MAIN-2019-04/segments/1547583656577.40/warc/CC-MAIN-20190116011131-20190116033131-00095.warc.gz | ory | 0.999984 | Orya | 4 | {"ory_Orya_score": 0.9999843835830688} |
ଯଦି ଯୁଦ୍ଧ ହୁଏ ! ତେବେ ଜାଣନ୍ତୁ କାହା ପଛରେ କିଏ ଅଛି
ଆମେରିକା, ସାଂପ୍ରତିକ ସମୟରେ ଭାରତର ସବୁଠାରୁ ଶକ୍ତିଶାଳୀ ମିତ୍ର ରାଷ୍ଟ୍ର ଭାବେ ରହିଛି । ଡୋକଲାମ ସ୍ଥିତି ଉପରେ ଆମେରିକା ଲଗାତାର ନଜର ରଖିଛି । ଚୀନକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ଅତ୍ୟନ୍ତ କଠୋର ରହିଛି । ଏଭଳି ସ୍ଥିତିରେ ଭାରତକୁ ଆମେରିକାର ସମର୍ଥନ ମିଳିବାର ସମସ୍ତ ସମ୍ଭାବନା ରହିଛି ।
ଜାପାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ମଧ୍ୟରେ ରହିଥିବା ଘନିଷ୍ଠ ବନ୍ଧୁତାର ପ୍ରଭାବ ସର୍ବଦା ଦେଖିବାକୁ ମିଳୁଛି । ଡୋକଲାମ ପ୍ରସଙ୍ଗରେ ଭାରତକୁ ଜାପାନ ପୂର୍ଣ୍ଣ ସମର୍ଥନ ଘୋଷଣା କରିବା ସହ ଚୀନର ବିସ୍ତାର ନୀତିକୁ କଡ଼ା ସମାଲୋଚନା କରିଛି ।
ଅଷ୍ଟ୍ରେଲିଆ
ଡୋକଲାମ ପ୍ରସଙ୍ଗରେ ସଂଜମ ରକ୍ଷା କରି କାର୍ଯ୍ୟ କରିବାକୁ ଅଷ୍ଟ୍ରେିଲିଆ ଚୀନକୁ ସତର୍କ କରାଇ ଦେଇଛି । ନିକଟରେ ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ଜୁଲି ବିଶପ ଭାରତ ଗସ୍ତରେ ଆସିଥିବା ବେଳେ ଏହି ପ୍ରସଙ୍ଗରେ ଭାରତକୁ ତାଙ୍କ ଦେଶର ପୂର୍ଣ୍ଣ ସମର୍ଥନ ଥିବା କହିଥିଲେ । ଚୀନର ଯେ କୌଣସି ସାମରିକ ଅଭିଯାନକୁ ପ୍ରତିହତ କରିବାର ସାମର୍ଥ୍ୟ ଭାରତ ପାଖରେ ରହିଥିବା ଅଷ୍ଟ୍ରେଲିଆ କହିଥିବାରୁ ଏହାର ସମର୍ଥନ ଭାରତ ପଟେ ରହିବ ବୋଲି ଆଶା କରାଯାଉଛି ।
ଭିଏତନାମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ରେ ଭିଏତନାମ ଗସ୍ତ କରିଥିବା ବେଳେ ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ସଂପର୍କ ଅଧିକ ନିବିଡ଼ ହୋଇଛି । ଦକ୍ଷିଣ ଚୀନ୍ ସାଗର ବିବାଦ ନେଇ ଚୀନ୍-ଭିଏତନାମ ବିବାଦ ଭୟଙ୍କର ଭାବେ ତିକ୍ତ ହୋଇଉଠିଛି । ତେଣୁ ଭିଏତନାମର ପୂର୍ଣ୍ଣ ସମର୍ଥନ ଭାରତ ପଟେ ରହିବ ବୋଲି ଅନୁମାନ କରାଯାଉଛି ।
ଫ୍ରାନ୍ସ-ଜର୍ମାନୀ-ବ୍ରିଟେନ
ୟୁରୋପର ଶକ୍ତିଶାଳୀ ରାଷ୍ଟ୍ର ଫ୍ରାନ୍ସ, ବ୍ରିଟେନ ଏବଂ ଜର୍ମାନୀ ଡୋକଲାମ ପ୍ରସଙ୍ଗରେ ଭାରତକୁ ସମର୍ଥନ କରିବା ଆଶା ରହିଛି । ଭାରତ ସହିତ ଏହି ତିନି ରାଷ୍ଟ୍ରର ସଂପର୍କ ବହୁତ ଭଲ ରହିଛି । ଭାରତ ବିରୋଧରେ ଚୀନର ନୀତିକୁ ଏହି ରାଷ୍ଟ୍ରମାନେ ସର୍ବଦା ବିରୋଧ କରି ଆସିଛନ୍ତି । ଭାରତକୁ ଜାତିସଂଘରେ ସ୍ଥାୟୀ ସଦସ୍ୟ କରାଯିବା ସପକ୍ଷରେ ମଧ୍ୟ ଏହି ତିନି ରାଷ୍ଟ୍ର ସମର୍ଥନ କରୁଛନ୍ତି ।
ପାକିସ୍ତାନ
ପାକିସ୍ତାନ ଏବେ ଚୀନର ସବୁଠାରୁ ବଡ଼ ବନ୍ଧୁ ପାଲଟିଛି । ଚୀନ୍-ପାକିସ୍ତାନ ବନ୍ଧୁତା ମହୁଠାରୁ ଅଧିକ ମିଠା ବୋଲି ନିକଟରେ ଚୀନ୍ ବିଦେଶ ମନ୍ତ୍ରାଳୟର ବୟାନ ଚର୍ଚ୍ଚାରେ ରହିଛି । ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବାରେ ଏବେ ଚୀନ୍ ମଧ୍ୟ ବଡ଼ ଦାୟିତ୍ୱ ନିର୍ବାହ କରୁଛି । ପାକିସ୍ତାନ ଭାରତର ଶତ୍ରୁରାଷ୍ଟ୍ର ଭାବେ ପରିଗଣିତ ହେଉଥିବାରୁ ଡୋକଲାମ ପ୍ରସଙ୍ଗରେ ଏହା ଚୀନକୁ ପୂର୍ଣ୍ଣ ସମର୍ଥନ କରିବ ।
ଉତ୍ତର କୋରିଆ
ଆମେରିକାକୁ ନାକେଦମ କରୁଥିବା ଉତ୍ତର କୋରିଆ ସହିତ ଚୀନର ସଂପର୍କ ବେଶ୍ ନିବିଡ଼ । ଏହି ରାଷ୍ଟ୍ର ସବୁ ପ୍ରସଙ୍ଗରେ ଚୀନର ବଡ଼ ସମର୍ଥକ ରହିଛି ।
ଦକ୍ଷିଣ କୋରିଆ
ଦକ୍ଷିଣ କୋରିଆ ସହ ଭାରତର ସଂପର୍କ ବହୁତ ଭଲ ରହିଛି ଏବଂ ଚୀନ୍ ଓ ଉତ୍ତର କୋରିଆର ମେଣ୍ଟକୁ ଦକ୍ଷିଣ କୋରିଆ ସର୍ବଦା ବିରୋଧ କରି ଆସିଛି । ଭାରତ ସହ ଦକ୍ଷିଣ କୋରିଆର ବାଣିଜ୍ୟିକ କାରବାର ବିଗତ ବର୍ଷମାନଙ୍କରେ ଯଥେଷ୍ଟ ବୃଦ୍ଧି ପାଇଛି । ଡୋକଲାମ ସ୍ଥିତି ନେଇ ଏହି ରାଷ୍ଟ୍ର କୌଣସି ଖୋଲା ବିବୃତି ଦେଇନଥିଲେ ମଧ୍ୟ ଉତ୍ତମ କୂଟନୈତିକ ଓ ବାଣିଜ୍ୟିକ ସଂପର୍କ ଦୃଷ୍ଟିରୁ ଏହାର ପୂର୍ଣ୍ଣ ସମର୍ଥନ ଭାରତ ପଟେ ରହିବ।
ରୁଷ୍
ଭାରତର ଭଲ ବନ୍ଧୁ ରାଷ୍ଟ୍ର ଭାବେ ଚୀନ୍ ପରିଗଣିତ ହେଉଛି । ତେବେ ଡୋକଲାମ ପ୍ରସଙ୍ଗରେ ରୁଷର ଆଭିମୁଖ୍ୟ କ'ଣ ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରୁଷ୍ ଏହି ମାମଲାରେ କୌଣସି ବୟାନ ଦେଇନାହିଁ । ତେବେ ଇତିହାସ ଉପରେ ନଜର ପକାଇଲେ ଏଭଳି ସ୍ଥିତିରେ ରୁଷ୍ ସର୍ବଦା ଭାରତକୁ ହିଁ ସମର୍ଥନ କରିଥିବା ନଜିର ରହିଛି । | <urn:uuid:3266c4a1-5b21-4160-b333-933bf1687476> | CC-MAIN-2019-04 | http://kanaknews.com/special-india-must-take-chinas-warning-of-war/ | 2019-01-17T02:42:34Z | s3://commoncrawl/crawl-data/CC-MAIN-2019-04/segments/1547583658681.7/warc/CC-MAIN-20190117020806-20190117042806-00415.warc.gz | ory | 1.000007 | Orya | 5 | {"ory_Orya_score": 1.000006914138794} |
ଭଞ୍ଜକିଆ, ୨୩।୧୨(ଡି.ଏନ୍.ଏ.)- ରରୁଆଁ ଥାନା ଅନ୍ତର୍ଗତ ପତରପଚା ଗ୍ରାମରେ ଡିସେମ୍ବର ୫ତାରିଖ ରାତିରେ ସେହି ଗ୍ରାମର ୩୭ବର୍ଷୀୟ ଯୁବକ କିରାଣୀ ନାୟକଙ୍କୁ କେହି ହତ୍ୟା କରି ପୋଡି ଦେବାକୁ ଉଦ୍ୟମ କରିଥିଲେ। ଏସମ୍ପର୍କରେ ରରୁଆଁ ଥାନାରେ ଏକ ମାମଲା (ନଂ୬୯/୧୭) ରୁଜୁ କରି ପୋଲିସ ତଦନ୍ତ କରୁଥିଲେହେଁ ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାରେ ସଫଳ ହୋଇପାରିନାହିଁ। ଅନ୍ୟପକ୍ଷେ ପ୍ରତିରାତିରେ ରରୁଆଁ ପୁଲିସ୍ ପତରପଚା ଗ୍ରାମରେ ପଇଁତରା ମାରୁଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଲୋକେ ସନ୍ଧ୍ୟା ପରେ ତାଟି କବାଟ ପକାଉଛନ୍ତି। ଏଥିନେଇ ଶନିବାର ପତରପଚା ଗ୍ରାମର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ରରୁଆଁ ଥାନାରେ ପହଞ୍ଚି ଲିଖିତଭାବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି। ପୁଲିସ୍ର ରାତିଅଧିଆ ପାଟ୍ରୋଲିଂ ଯୋଗୁ ଛୋଟ ଛୁଆ, ଝିଅ ବୋହୂ ଭୟଭୀତ ହୋଇ ପଦାକୁ ବାହାରି ପାରୁନଥିବା ଦର୍ଶାଇଛନ୍ତି। ରରୁଆଁ ଆଇଆଇସି ପ୍ରଦୀପ କୁମାର କେରକେଟା ଖୁବ୍ ଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ଆଶ୍ୱାସନା ଦେଇଛନ୍ତି। ସୂଚନାଯୋଗ୍ୟଯେ, କିରାଣୀ ଗତ ୫ ତାରିଖ ସନ୍ଧ୍ୟାରେ ପାର୍ଶ୍ୱବର୍ତ୍ତୀ ଡେଣୁଆଁ ସାପ୍ତାହିକ ହାଟରୁ ଘରକୁ ଫେରୁଥିବା ବେଳେ ତାଙ୍କୁ କେହି ହତ୍ୟା କରି ଫୋପାଡି ଦେଇଥିଲେ। ପରିବାର ଲୋକେ ତା' ପରଦିନ ସକାଳେ ମୃତଦେହ ଠାବ କରିଥିଲେ। ମାତ୍ର ଘଟଣାର ୧୮ଦିନ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀଙ୍କୁ ଠାବ କରି ପାରିନାହିଁ। | <urn:uuid:5e962128-0909-4469-a363-671ae32405a9> | CC-MAIN-2019-04 | http://www.dharitri.com/main/news/15385 | 2019-01-16T17:04:45Z | s3://commoncrawl/crawl-data/CC-MAIN-2019-04/segments/1547583657555.87/warc/CC-MAIN-20190116154927-20190116180927-00617.warc.gz | ory | 0.99997 | Orya | 5 | {"ory_Orya_score": 0.9999698400497437} |
ବାଲେଶ୍ୱର ଅଫିସ,୧।୧- ନୂଆବର୍ଷ ଉପଲକ୍ଷେ ବାଲେଶ୍ୱର ବାଲଗୋପାଲପୁର ସ୍ଥିତ ଇମାମୀ ନଗର ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରି ଆଶିଷ ଲଭିଥିଲେ। ବାଲଗୋପାଲପୁର ସ୍ଥିତ ଇମାମୀ ନଗର ଜଗନ୍ନାଥ ମନ୍ଦିରରେ ନୂଆବର୍ଷ ଉପଲକ୍ଷେ ସକାଳ ୫.୩୦ରେ କୀର୍ତ୍ତନ ପରିବେଷଣ, ୬ଟାରେ ସକାଳ ଅବକାଶ, ୮.୩୦ରେ ଚତୁର୍ଦ୍ଦା ମୂର୍ତ୍ତିିଙ୍କର ରନତ୍ ସିଂହାସନରେ ସୁନାବେଶ, ୮ଟାରେ ବଲ୍ଲଭ ଭୋଗ, ୧୦.୩୦ରେ ଖେଚୁଡ଼ି ଭୋଗ, ୧୨.୧୫ରେ ରାଜଧୂପ, ଅପରାହ୍ନ ୪ଘଟିକାରେ ଯଜ୍ଞମଣ୍ଡପରେ ପୂର୍ଣ୍ଣାହୁତି, ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ନପ୍ରସାଦ ବଣ୍ଟନ ସାଙ୍ଗକୁ ସନ୍ଧ୍ୟାରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା। ତେବେ ନବବର୍ଷରେ ଇମାମୀ ନଗର ଜଗନ୍ନାଥଙ୍କୁ ସୁନାବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଦର୍ଶନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନି, କରତାଳ, ମୃଦଙ୍ଗ, ଶଙ୍ଖ ନାଦରେ ଆସ୍ଥାନ ଜଗନ୍ନାଥମୟ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଇମାମୀ ଗ୍ରୁପ୍ର ଅନ୍ୟତମ ଅଧ୍ୟକ୍ଷ ସୁଶୀଲ ଗୋଏଁକାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଇମାମୀ କାଗଜକଳର ନିର୍ଦ୍ଦେଶକ ଏମ୍.ବି.ଏସ୍. ନାୟାର ବରିଷ୍ଠ ସଭାପତି ଏସ୍.କେ. ଖୈତାନ, ବରିଷ୍ଠ ଅଧିକାରୀ କାଜଲରାୟ ଚୌଧୁରୀ, ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ସିଂହସାମନ୍ତ ଓ ବହୁ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ସୂଚାରୁ ରୂପେ ପରିଚାଳନା କରିଥିଲେ। ସେହିପରି ରେମୁଣା ଥାନା ଆଇଆଇସି ପର୍ଶୁରାମ ସାହୁ ଏବଂ ବହୁ ପୋଲିସ ପଦାଧିକାରୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଏହି କାର୍ଯ୍ୟ ସୂଚାରୁ ରୂପେ ହୋଇଥିବାରୁ ଇମାମୀ କାଗଜ କଳର ଏଜିଏମ୍ ମନୋଜ କୁମାର ପାଢ଼ୀ ଧନ୍ୟବାଦ ଦେଇଥିଲେ। ମନ୍ଦିରର ମୁଖ୍ୟ ପୁରୋଧା ପ୍ରଦୀପ୍ତ ମିଶ୍ର ମହାପ୍ରଭୁଙ୍କର ସମସ୍ତ ବେଶ ଓ ନୀତି ସହିତ ଯଜ୍ଞ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ କାର୍ଯ୍ୟ ଶେଷ କରିଥିଲେ। | <urn:uuid:abf96b52-a52c-4109-a930-209b22c6b136> | CC-MAIN-2019-04 | http://www.dharitri.com/main/news/16276 | 2019-01-16T17:00:29Z | s3://commoncrawl/crawl-data/CC-MAIN-2019-04/segments/1547583657555.87/warc/CC-MAIN-20190116154927-20190116180927-00617.warc.gz | ory | 0.999972 | Orya | 5 | {"ory_Orya_score": 0.9999717473983765} |
– 'ଭାରତ ବନ୍ଦ' ଘୋଷଣା ପରିପ୍ରେକ୍ଷୀରେ ୧୦ ସେପ୍ଟେମ୍ବରରେ ରାଲିକୁ ୧୧ ସେପ୍ଟେମ୍ବର କରିବା ପାଇଁ ନିଷ୍ପତ୍ତି
– ୯ ସେପ୍ଟେମ୍ବରରେ ୩୦ଟି ଜିଲ୍ଲାର ରାଲି ପ୍ରସ୍ତୁତି ବୈଠକ।
– ୧୦ ସେପ୍ଟେମ୍ବର ଅପରାହ୍ନରେ ରାଜ୍ୟ କାର୍ଯ୍ୟକାରିଣୀ ରାଲି ପ୍ରସ୍ତୁତି ବୈଠକ
– ୧୧ ସେପ୍ଟେମ୍ବର ଦିବା ୧୧ ଘଣ୍ଟା ସମୟରେ ଭୁବନେଶ୍ୱର ରେଲୱେ ଷ୍ଟେସନ୍ରୁ ବିଧାନସଭା ଘେରାଉ ଅଭିମୁଖେ ମହାସମାବେଶ ଓ ଲୋୟର ପି.ଏମ୍.ଜି. ଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ।
ଭୁବନେଶ୍ୱର, ୮-୯ (ଓଡ଼ିଆ ପୁଅ) : ମିଳିତ ବି.ଏଡ୍ ଶିକ୍ଷକ ମହାସଂଘ, ଓଡ଼ିଶା କାର୍ଯକାରିଣୀର ଏକ ଜରୁରୀ ବୈଠକ ବସି କେତେକ ଅର୍ନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ପୂର୍ବ ନିର୍ଦ୍ଧାରିତ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମକୁ ଆସନ୍ତା ୧୧ ସେପ୍ଟ୍ମେ୍ବରରେ କରିବା ପାଇଁ ଚୂଡାନ୍ତ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଓ ରାଜ୍ୟସରକାରଙ୍କ ପ୍ରଣୀତ ରାଜ୍ୟ ଶିକ୍ଷାନୀତି ୨୦୧୦କୁ ଇତିମଧ୍ୟରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇପାରିନାହିଁ। ଏନ୍.ସି.ଟି.ଇ. ର ନିୟମ ତଥା କେନ୍ଦୀୟ ନିର୍ଦ୍ଦେଶନାମା ଅନୁସାରେ ବି.ଏଡ୍. ଶିକ୍ଷକମାନଙ୍କୁ ରାଜ୍ୟର ବିଭିନ୍ନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଥିଲେ ମଧ୍ୟ ଅବିକଳ ଟି.ଜି.ଟି.ହାରରେ ବେତନ ଦେବାପାଇଁ ସରକାର କାଳକ୍ଷେପଣ ନୀତି ଆପଣେଇ ଟାଳିଦେଉଛନ୍ତି। ପ୍ରକାଶଥାଉକି, ଉଚ୍ଚ ବିଦ୍ୟାଳୟମାନଙ୍କରୁ ଶିକ୍ଷା ଅଧିକାର ଅଧିନିୟମ ଓ ରାଜ୍ୟ ଶିକ୍ଷାନୀତି ଅନୁସାରେ ଅଷ୍ଟମ ଶ୍ରେଣୀକୁ ଉଚ୍ଛେଦ କରି ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଅଷ୍ଟମ ଶ୍ରେଣୀକୁ ରଖାଯାଇଛି। ମାତ୍ର ଅଷ୍ଟମ ଶ୍ରେଣୀ ଉଚ୍ଚ ବିଦ୍ୟାଳୟକୁ ଆସିବା ପରେ ମଧ୍ୟ ଏଥିପାଇଁ ଯୋଗ୍ୟ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବି.ଏଡ୍ ଡିଗ୍ରୀଧାରୀଙ୍କୁ ଅବିକଳ କେନ୍ଦ୍ରୀୟ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ଦରମା ପ୍ରଦାନ କରାଯାଉନାହିଁ। ଯାହାକି ଶିକ୍ଷାଅଧିକାର ଆଇନ୍ର ସମ୍ପୂର୍ଣ୍ଣ ପରିପନ୍ଥୀ ଅଟେ। ଓଡ଼ିଶା ସରକାର ୧.୭.୨୦୧୪ ମସିହାରୁ ଏକ କ୍ୟାଡର ରୁଲ୍ ପ୍ରସ୍ତୁତ କରିଥିଲେ ମଧ୍ୟ ତାହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିନାହାଁନ୍ତି। ବରଂ କିଛି ନ୍ୟସ୍ତସ୍ୱାର୍ଥ ଅଫିସରଙ୍କ ପ୍ରରୋଚନାରେ ପୁଣିଥରେ ୨୦୧୮ ମସିହାରେ କ୍ୟାଡର ରୁଲ୍ ସଂଶୋଧନ ଆଳରେ ବି.ଏଡ୍. ଶିକ୍ଷକମାନଙ୍କୁ ଏପର୍ଯ୍ୟନ୍ତ ହକ୍ ଦରମା ପ୍ରଦାନରୁ ବିରତ ରଖିଛନ୍ତି। ୨୦୦୧ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ଓ ଉନ୍ନିତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ବି.ଏଡ୍ ଆଧାରରେ ଶିକ୍ଷକମାନଙ୍କୁ ନିଯୁକ୍ତି କରି ଅବସ୍ଥାପିତ କରିବା ପରେ ପୁନଶ୍ଚ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଦରଦ ରିଟ୍ ପିଟିସନ୍ କେସ୍ ନଂ- ଡବ୍ଲ୍ୟୁ.ପି.ସି. ୧୩୬୧/୨୦୧୦, ଡବ୍ଲ୍ୟୁ.ପି.ସି. ୧୭୬୨/୨୦୧୦ ଏବଂ ବ୍ୟାଚ୍ କେସ୍ଗୁଡ଼ିକରେ ସ୍ପଷ୍ଟ ଭାବରେ ମାନ୍ୟବର କୋର୍ଟ ଯୋଗ୍ୟତା ଆଧାରରେ ଏବଂ ଖାଲି ପଦବୀ / ସୃଷ୍ଟି ପଦବୀ ଆଧାରରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ଓ ତଦନୁଯାୟୀ ଦରମା ପ୍ରଦାନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି ତାହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଓଡ଼ିଶା ସରକାର ଏଲିମେଣ୍ଟାରୀ ଶିକ୍ଷାକୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଭଳି ଦୁଇଭାଗରେ ବିଭକ୍ତ କରି ବିଜ୍ଞପ୍ତି ପ୍ରକାଶ କରିବା ସହ ଅଷ୍ଟମ ଶ୍ରେଣୀକୁ ଉଚ୍ଚବିଦ୍ୟାଳୟରୁ ପୃଥକ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମିଲ୍ କରିଥିଲେ ମଧ୍ୟ ଏଯାବତ୍ ୨୦୦୧ ମସିହାଠାରୁ ଏଯାବତ୍ ବି.ଏଡ୍ ଭିତ୍ତିରେ ସମସ୍ତ ଶିକ୍ଷକଙ୍କୁ କେବଳ ପ୍ରାଥମିକ ଶିକ୍ଷକ ହିସାବରେ ପୂର୍ବ ପ୍ରଚଳିତ ମାଟି୍ରକ୍ ସିଟି ବେତନ ପ୍ରଦାନ କରୁଛନ୍ତି, ଯାହାକି ଶିକ୍ଷା ଅଧିକାର ଆଇନର ଖୋଲା ଉଲ୍ଲଙ୍ଘନ କହିଲେ ଅତ୍ୟୁକ୍ତି ହେବନାହିଁ। ଏସବୁ ବ୍ୟତୀତ ବି.ଏଡ୍ ଭିତ୍ତିରେ ନିଯୁକ୍ତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଏବଂ କନିଷ୍ଠ ଶିକ୍ଷକମାନଙ୍କୁ ଓ.ଟି.ଇ.ଟି. ପେପର-୨ ପାସ୍ କରି ନିଯୁକ୍ତ ହୋଇଥିଲେ ମଧ୍ୟ ମାତ୍ର ୬୫୧୨ ଟଙ୍କାରେ କାର୍ଯ୍ୟ କରୁଛନ୍ତି ଏବଂ ରାଜ୍ୟର ସମସ୍ତ ବର୍ଗର ଠିକା ତଥା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୭ମ ବେତନ ଆଧାରରେ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ ମଧ୍ୟ ଏଯାବତ୍ ସେମାନଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ କରାଯାଇନାହିଁ।
ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଓ ରାଜ୍ୟ ଶିକ୍ଷାନୀତି ୨୦୧୦ ଅନୁସାରେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୦୯ ମସିହାର କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ (ଷଷ୍ଠ, ସପ୍ତ ଓ ଅଷ୍ଟମ) ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ବି.ଏଡ୍ ଭିତ୍ତିରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଆସୁଅଛି। ମାତ୍ର ସରକାରୀ କଳ କେତେକ ନ୍ୟସ୍ତସ୍ୱାର୍ଥ ଅଧିକାରୀଙ୍କ ପ୍ରରୋଚନାରେ ଗତ ୨୦୧୬ ମସିହାଠାରୁ ଆଗକୁ ଯାଉଥିବା ଶିକ୍ଷା ବ୍ୟବସ୍ଥାକୁ କ୍ରମାଗତ ଭାବେ ଗୋଡଟଣା ନୀତି ଆଧାରରେ ପଛକୁ ପଛକୁ ଟଣା ଯାଉଛି ଓ ପରିଣାମ ସ୍ୱରୂପ ଅଧିକାଂଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 'ଶିକ୍ଷା ବ୍ୟବସ୍ଥା' ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଲାଣି। ଚଳିତବର୍ଷ କେନ୍ଦ୍ର ସରକାର ଏ.ଡବ୍ଲ୍ୟୁ. ଆଣ୍ଡ ପି.ଏ.ବି. ସୁପାରିଶରେ କେନ୍ଦ୍ର ସରକାର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୧୬୭୦୦ ଟଙ୍କା ଦରମା ପ୍ରଦାନ ପାଇଁ ନିଷ୍ପତ୍ତି ନେଇ ଓଡ଼ିଶା ସରକାରଙ୍କୁ ଜଣାଇ ସାରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। ଏହିସବୁ ବିଷୟକୁ ବିଚାରକୁ ନେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବି.ଏଡ୍ ଭିତ୍ତିରେ ନିଯୁକ୍ତ ଶିକ୍ଷକମାନଙ୍କୁ ନେଇ ଏକ ଅଭିଜ୍ଞ ବିଷୟ ଭିତ୍ତିକ ଶିକ୍ଷକ ମଣ୍ଡଳୀ ସୃଷ୍ଟି କରି ଦରମା ପ୍ରଦାନ ନ କରନ୍ତି ତେବେ ଆଗାମୀ ବିଧାନସଭା ସମୟରେ ଚଳିତ ୧୧ ତାରିଖ ଦିନଠାରୁ ସମସ୍ତ ବି.ଏଡ୍ ଭିତ୍ତିରେ ନିଯୁକ୍ତ ଶିକ୍ଷକ ସ୍ଥାନୀୟ ଲୋୟର ପି.ଏମ୍.ଜି.ଠାରେ ବିକ୍ଷୋଭ ପ୍ରଦର୍ଶନରେ ଏକ ମହାସମାବେଶ କରି ବିଧାନସଭା ଘେରାଉ କରିବେ ବୋଲି ମହାସଂଘ ତରଫରୁ ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ କୁମାର ମହାନ୍ତି, ଅଜୟ କୁମାର ଧଳ, ଦେବେନ୍ଦ୍ର କୁମାର ନାୟକ, ସୁଧୀର କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ରଞ୍ଜନ ମହାନ୍ତି, ଉମେଶ ଚନ୍ଦ୍ର ନାୟକ, ମୁରଲୀଧର ନାୟକ, ସରୋଜ କୁମାର ପଣ୍ଡା, ନୃସିଂହ ଚରଣ ସାହୁ, ଦୁର୍ଯେ୍ୟାଧନ ଦାସ, ଅମୂଲ୍ୟ କୁମାର ଲେଙ୍କା ପ୍ରମୁଖ ଶିକ୍ଷକ ନେତାମାନେ ଚରମ ଚେତାବନୀ ଦେଇଛନ୍ତି। | <urn:uuid:8e146852-6def-450e-8704-0558ef5fb3fc> | CC-MAIN-2019-04 | http://odiapua.com/%E0%AC%B8%E0%AD%87%E0%AC%AA%E0%AD%8D%E0%AC%9F%E0%AD%87%E0%AC%AE%E0%AD%8D%E0%AC%AC%E0%AC%B0-%E0%AD%A7%E0%AD%A7%E0%AC%B0%E0%AD%87-%E0%AC%AE%E0%AC%BF%E0%AC%B3%E0%AC%BF%E0%AC%A4-%E0%AC%AC%E0%AC%BF/ | 2019-01-18T19:33:41Z | s3://commoncrawl/crawl-data/CC-MAIN-2019-04/segments/1547583660529.12/warc/CC-MAIN-20190118193139-20190118215139-00617.warc.gz | ory | 0.999997 | Orya | 12 | {"ory_Orya_score": 0.9999970197677612} |
ଚୀନ ସହ ଲଢିବ ଘାତକ ବୁଡ଼ାଜାହାଜ ! ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତ
ଡୋକଲାମ ବିବାଦକୁ ନେଇ ଚୀନ ବାରମ୍ବାର ଧମକ ଦେଇ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ସମୁଦ୍ର ପଥରେ ମଧ୍ୟ ଚୀନ ଆଗାମୀ ଦିନରେ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ । ଏପରି ପରିସ୍ଥିତିରେ ସମୁଦ୍ର ମାର୍ଗରେ ନିଜର ଶକ୍ତି ବୃଦ୍ଧିରେ ଜୁଟିଥିବା ଭାରତୀୟ ନୌସେନା ଦୀର୍ଘ ବର୍ଷ ପରେ ଚଳିତ ମାସରେ ଦୁନିଆର ସବୁଠାରୁ ଘାତକ ସବମରିନ(ବୁଡ଼ାଜାହାଜ) ମଧ୍ୟରୁ ଜଙ୍ଗିବେଢା 'ଆଇଏନଏସ କଲଭାରୀ'କୁ ସାମିଲ କରିବାକୁ ପ୍ରସ୍ତୁତି ଚଳାଇଛି । ଏହି ବୁଡ଼ାଜାହାଜ ବିଶ୍ୱର ସବୁଠୁ ବିପଦଜ୍ଜନକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ । ଯାହାର ବିଶେଷତ୍ଵ ହେଉଛି ଗୁପ୍ତ ପ୍ରକ୍ରିୟାରେ ଶତ୍ରୁ ପକ୍ଷକୁ ଆକ୍ରମଣ କରିବା ।
ଏହି ବୁଡ଼ାଜାହାଜର ଅନ୍ୟ ଏକ ବିଶେଷତ୍ଵ ଏହା ଯେ ସମୁଦ୍ରରେ ଶତ୍ରୁ ପକ୍ଷ ଏହାର ଗତିବିଧିକୁ ମଧ୍ୟ ଠଉରେଇ ପାରିବେ ନାହିଁ। ଖବର ମୁତାବକ, ସମୁଦ୍ର ଭିତରେ ନିଜର ଶକ୍ତି ବୃଦ୍ଧି କରୁଥିବା ଭାରତ ପାଇଁ ଆଇଏନଏସ ବହୁତ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭାରତ ଏହି ପରି ୬ଟି ବୁଡ଼ାଜାହାଜ ନିର୍ମାଣ ପାଇଁ ଅର୍ଡର କରିଛି । ଭାରତ ୧୫ ବୁଡ଼ାଜାହାଜ ମୁକାବିଲାରେ ଚୀନ ପାଖରେ ରହିଛି ୬୦ ବୁଡ଼ାଜାହାଜ ।
ମଝଗାଓଁ ଡକ ସିପ ବିଲଡର୍ସ ଲିମିଟେଡ(ଏମଡିଏସଏଲ)ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ରାକେଶ ଆନନ୍ଦ ଗତ ମାସରେ କହିଥିଲେ ଯେ, ଆଇଏନଏସ କଲଭାରୀକୁ ଅଗଷ୍ଟରେ ଭାରତକୁ ପ୍ରଦାନ କରାଯାଇପାରେ। ଏହି ବୁଡ଼ାଜାହାଜର ସଫଳ ପରୀକ୍ଷଣ ମଧ୍ୟ ହୋଇସାରିଛି। ଆଇଏନଏସ କଲଭାରୀ ହେଉଛି ଡିଜେଲ ଓ ଇଲେକଟ୍ରୋନିକ୍ ବୁଡ଼ାଜାହାଜ।
ସୌଜନ୍ୟ: ଆଜତକ୍ | <urn:uuid:5c12ff6b-9c63-4b33-a1a3-1fc9ae188ebb> | CC-MAIN-2019-04 | http://kanaknews.com/special-indian-navy-to-induct-ins-kalvari-amid-rising-china-threat/ | 2019-01-19T23:34:39Z | s3://commoncrawl/crawl-data/CC-MAIN-2019-04/segments/1547583684033.26/warc/CC-MAIN-20190119221320-20190120003320-00297.warc.gz | ory | 0.99999 | Orya | 9 | {"ory_Orya_score": 0.9999904632568359} |
କଟକ: ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଓ ପୁଲିସ ମଧ୍ୟରେ ହୋଇଥିବା ମୁହାଁମୁହିଁ ଘଟଣା ଗୁରୁବାର ଉଗ୍ରରୂପ ନେବାକୁ ଯାଉଛି। ଘଟଣା ପରେ କନଷ୍ଟେବଲ ଓ ହାବିଲଦାର ସଂଘ ସାମ୍ବାଦିକ ସମ୍ମିଳନୀ ଡାକିଛି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସଂଘ କହିଛି ଆଇନଜୀବୀଙ୍କୁ ମାଡ଼ ମରାଯାଇ ନାହିଁ। ଅନ୍ୟପକ୍ଷରେ ହାଇକୋର୍ଟ ପରିସରରେ ପୁଲିସ କର୍ମୀଙ୍କୁ ମାଡ଼ମାରିବା ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସଂଘ ଏଥି ପାଇଁ ୪୮ ଘଣ୍ଟା ସମୟ ଦେଇଛି। କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ସଂଘ ବିକଳ୍ପ ରାସ୍ତା ଆପଣାଇବ ବୋଲି ଚେତାବନୀ ଦେଇଛି। ସଂଘ କହିଛି ଘଟଣାକୁ ନେଇ ରାଜନୀତି କରା ନଯାଉ ଏବଂ ଆମ ଉପରେ ଦୋଷ ଲଦା ନଯାଉ।
ସୂଚନାଯୋଗ୍ୟ ଗତ ଅକ୍ଟୋବର ୨୯ରେ ହାଇକୋର୍ଟ ପରିସରରେ ପୁଲିସ କର୍ମୀ ସତ୍ୟନାରାୟଣ ସ୍ୱାଇଁଙ୍କୁ ମାଡ ହୋଇଥିଲା। ଏହି ଘଟଣା ସହିତ ଜଡିତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ। ସେହିଭଳି ଗତ ଅଗଷ୍ଟ ୨୮ରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାରିବା ଘଟଣରେ ନିଲମ୍ବିତ ହୋଇଥିବା ୩ଜଣ ପୁଲିସ କର୍ମୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ଦିଆଯାଉ ବୋଲି ଦାବି ହୋଇଛି। | <urn:uuid:cdc9c100-6673-4d65-8e4f-d37b87a10066> | CC-MAIN-2019-04 | http://sambad.in/district/cuttack/police-association-demand-punishment-239045/ | 2019-01-23T03:15:08Z | s3://commoncrawl/crawl-data/CC-MAIN-2019-04/segments/1547583884996.76/warc/CC-MAIN-20190123023710-20190123045710-00617.warc.gz | ory | 0.999971 | Orya | 3 | {"ory_Orya_score": 0.9999709129333496} |
ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ଭକ୍ତି ଭାବର ପ୍ରାବଲ୍ୟ ରହିଥିବା ବେଳେ ଓଡିଶାରେ ଭକ୍ତି ଗୀତର ଧାରା ବହୁମୁଖୀ ଓ ବିବିଧ।ଭଜନ. କୀର୍ତନ ଓ ଜଣାଣ ଭିତରେ ଭାବଗତ ମୌଳିକ ପାର୍ଥକ୍ୟ ରହିଛି ।
ଇସ୍ଲାମ୍ ଓ ହିନ୍ଦୁ ଆଧ୍ୟାତ୍ମିକ ଚେତନାର ସବୁଠୁ ବଡ ମିଳନ ମଂଚ ହେଉଛି ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା। ସତ୍ୟପୀର ହେଉଛନ୍ତି ହିନ୍ଦୁଂକ ଲାଗି ସତ୍ୟନାରାୟଣ ଓ ମୁସଲମାନଂକ ଲାଗି ପୀର ।
ଯେଉଁ ରାଜନେତା, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ମାଲିକ, ଶିଳ୍ପପତି, ନ୍ୟାୟାଧୀଶ ଓ ବ୍ୟବସାୟୀ ଆଦିଙ୍କ ବିରୁଦ୍ଧରେ ଜମି ହଡପ ଅଭିଯୋଗ ନିକଟ ଅତୀତରେ ଆସିଛି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ଏବଂ ସରକାର ସେ ସମ୍ପତିକୁ ନିଜ ଅକ୍ତିଆରକୁ ନିଅନ୍ତୁ, ମଠ ମନ୍ଦିର ଓ ଆଶ୍ରମଗୁଡିକର ଅଚଳାଚଳ ସମ୍ପତିକୁ ସାରା ରାଜ୍ୟରେ କେତେକ ଖଳ ପ୍ରକୃତିର ଲୋକ ବେଆଇନଭାବେ ନିଜ ନାମରେ ରେକର୍ଡ କରିଛନ୍ତି ସେ ସମ୍ପତ୍ତିକୁ ମୁକ୍ତ କରି ମଠ ମନ୍ଦିର ଓ ଆଶ୍ରମକୁ ଫେରାଇ ଦିଆଯିବା ପାଇଁ ସେମାନେ ଦାବି କରିଛନ୍ତି ।
ବିପଦନାଶିନୀ ମା' ଦୁର୍ଗାଙ୍କ ପୂଜା ହେଉ । ହେଲେ ବିଜୁଳି ସଂକଟ ପରିପ୍ରେକ୍ଷୀରେ ଆଲୁଅ ଜାଳି ହଜାର ହଜାର ମେଗାୱାଟ୍ ବିଜୁଳି ସାରି ନିଜ ପାଇଁ ଅଧିକ ବିପଦକୁ ଡ଼ାକିବା କଣ ବୌଦ୍ଧିକତା ଓ ଧର୍ମ ? ରାସାୟନିକ ରଙ୍ଗର ବିଷ ବଳୟ ଆମ ପାଇଁ କେତେ ଶୁଭଙ୍କର? ବିଳମ୍ବିତ ରାତ୍ରିରେ ଭସାଣ ଉତ୍ସବ, ବିକଟାଳ ଡିଜେ ଶବ୍ଦ ସାଙ୍ଗକୁ ନିଶାସକ୍ତ ଅବସ୍ଥାରେ ଉଦଣ୍ଡ ଅଙ୍ଗଭଙ୍ଗୀ ଆମ ମନକୁ କେତେ ଭକ୍ତିରସରେ ରସାଣିତ କରୁଛି କହିଲେ? | <urn:uuid:73e73545-6112-4a38-9c22-d8449801258b> | CC-MAIN-2019-04 | http://www.odisha.com/category/%E0%AC%A7%E0%AC%B0%E0%AD%8D%E0%AC%AE/ | 2019-01-24T06:26:24Z | s3://commoncrawl/crawl-data/CC-MAIN-2019-04/segments/1547584519382.88/warc/CC-MAIN-20190124055924-20190124081924-00297.warc.gz | ory | 0.999983 | Orya | 6 | {"ory_Orya_score": 0.9999834299087524} |
ସୋ'ମ୍ୟାନ୍ ରାଜ କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ'ମେରା ନାମ୍ ଜୋକର୍'ରେ ଋଷି କପୁର ଅଭିନୟ କରିଥିଲେ ଜଣେ ଛାତ୍ର ଭୂମିକାରେ। ସେହି ସିନେମାରେ ଋଷିଙ୍କ ଶିକ୍ଷୟିତ୍ରୀ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ସିମି ଗ୍ରିେଓ୍ଵଲ୍। ଫିଲ୍ମର କାହାଣୀ ଅନୁଯାୟୀ ଋଷି ଶିକ୍ଷୟିତ୍ରୀଙ୍କୁ ଭଲ ପାଉଥିଲେ। କିନ୍ତୁ ପରେ ସେ ଅନ୍ୟଜଣଙ୍କୁ (ମନୋଜ କୁମାର) ବିବାହ କରିଥିଲେ। ଏହା ଋଷିଙ୍କ ପାଇଁ ଶକ୍ତ ଧକ୍କା ଥିଲା।
ଠିକ୍ ସେହିଭଳି କିଛି କଥା ଘଟିଥିଲା ବଲିଉଡର ସୁପରଷ୍ଟାର୍ ସଲମାନ୍ ଖାନ୍ଙ୍କ କ୍ଷେତ୍ରରେ। ଏ କଥାର ଖୁଲାସା କରିଥିଲେ ନିଜେ ସଲମାନ୍।
ସେ କହିଛନ୍ତି ଯେ,ସ୍କୁଲ୍ ରେ ପଢ଼ୁଥିବା ବେଳେ ସଲମାନ ତାଙ୍କର ଜଣେ ଶିକ୍ଷୟିତ୍ରୀଙ୍କ ଉପରେ ଫିଦା ଥିଲେ। ସଲମାନ୍ ସେହି ଶିକ୍ଷୟିତ୍ରୀଙ୍କୁ ନିଜର ସାଇକେଲ୍ରେ ବସାଇ ମଧ୍ୟ ଘରକୁ ନେଉଥିଲେ। ଏଥିପାଇଁ ସଲମାନ୍ ଖାନ୍ ନିଜ ସାଇକେଲ୍ ଆଗରେ ଥିବା ବାସ୍କେଟ୍କୁ କାଢ଼ି ଦେଇଥିଲେ।
ସେହି ଶିକ୍ଷୟିତ୍ରୀଙ୍କୁ ନିଜର ପ୍ରଥମ ପ୍ରେମ ବୋଲି କହିବାକୁ ଆଦୌ ସଙ୍କୋଚ କରନ୍ତି ନାହିଁ ସଲମାନ୍ ଖାନ୍।
ଏହା ଅବଶ୍ୟ ଭିନ୍ନ କଥା ଯେ,ସଲମାନ୍ ପରବର୍ତ୍ତୀ ସମୟରେ ସୋମି ଅଲ୍ଲୀ,ସଙ୍ଗୀତା ବିଜଲାନୀ,ଐଶ୍ୱର୍ଯ୍ୟା ରାୟ,କାଟ୍ରିନା କୈଫ୍ ଓ ଲୁଲିଆ ବନ୍ତୁର୍ଙ୍କ ଭଳି ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। କିନ୍ତୁ ଏଯାଏଁ ପ୍ରେମରେ ସଫଳ ହୋଇ ନାହାନ୍ତି। | <urn:uuid:9fd0e2e4-2637-4a2d-a08a-9c1d9744eac0> | CC-MAIN-2019-04 | http://sambad.in/entertainment/teacher-salman-khan-love-196497/ | 2019-01-18T08:48:14Z | s3://commoncrawl/crawl-data/CC-MAIN-2019-04/segments/1547583659944.3/warc/CC-MAIN-20190118070121-20190118092121-00455.warc.gz | ory | 1 | Orya | 4 | {"ory_Orya_score": 1.0} |
ଅନେକ ଲୋକ ଜୁସ୍ ଦୋକାନକୁ ଗଲେ ମିକ୍ସ ଜୁସ୍ ପିଇବାକୁ ପସନ୍ଦ କରିଥାନ୍ତି। ଆମକୁ ଏପରି ଲାଗିଥାଏ ଯେ ମିକ୍ସ ଜୁସ୍ରେ ସବୁ ପ୍ରକାର ଫଳ ମିଶୁଥିବାରୁ ବିଭିନ୍ନ ଭିଟାମିନ୍ ମିଳିଥାଏ। ମାତ୍ର ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମିକ୍ସ ଜୁସ୍ ଅପେକ୍ଷା କୌଣସି ଗୋଟାଏ ଫଳର ଜୁସ୍ ପିଇବା ଆପଣଙ୍କ ପାଇଁ ବେଶି ଲାଭପ୍ରଦ ପ୍ରମାଣିତ ହୋଇପାରେ। ତେବେ ଚାଲନ୍ତୁ ଜାଣିବା କେଉଁ ଜୁସ୍ ପିଇଲେ କେଉଁ ସବୁ ଲାଭ ମିଳେ।
ସେଓ ରସ: ଆପଣ ତ ଏକଥା ନିଶ୍ଚୟ ଜାଣିଥିବେ ଯେ ଦୈନିକ ଗୋଟାଏ ସେଓ ଖାଇବା ଦ୍ୱାରା ଡାକ୍ତରଙ୍କ ଦୂରେଇ ରଖି ହେବ ବୋଲି ଏକ କଥା ରହିଛି। ତେଣୁ ଆପଣ ଯଦି ସେଓ ରସ ପିଇଲେ ତେବେ ନିରୋଗ ରହିବେ ଏଥିରେ ସନ୍ଦେହ ନାହିଁ। ଏହାଛଡ଼ା ଆପଣ ଏଥିରେ ଖିର ମିଶାଇ ଆପେଲ୍ ସେକ୍ ମଧ୍ୟ କରିପାରନ୍ତି।
ମୌସମୀ ରସ: ମୌସୁମୀ ଜୁସ୍ ପିଇଲେ ଚେହେରାରେ ବୟସ୍କପଣ ସହଯରେ ଦିଶେନାହିଁ। ଡାଏଟ୍ ଥିବା ଲୋକମାନେ ବିଶେଷ କରି ମୌସମୀ ଜୁସ୍ ପିଇଥାନ୍ତି। ଏହା ଦ୍ୱାରା କେଶ ଝଡ଼ିବା ସମସ୍ୟା ବି ଦୂର ହୋଇଥାଏ।
ଡାଳିମ୍ବ ରସ: ଯଦି ଆପଣ କୌଣସି ପ୍ରକାରର ରକ୍ତହୀନତା ରୋଗର ଶିକାର ହୋଇଛନ୍ତି ତେବେ ଆପଣଙ୍କ ପାଇଁ ଡାଳିମ୍ବ ରସ ଭଲ। ଦୈନିକ ଗୋଟିଏ ଗ୍ଲାସ ଡାଳିମ୍ବ ରସ ପିଇବା ଦ୍ୱାରା ଆପଣ ନିଜର ସମସ୍ୟା ଦୂରେଇ ଦେଇପାରିବେ।
ସପୁରୀ ରସ: ସପୁରୀ ରସ ଆଖି ଓ ପୂରା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ। ଆପଣ ଏହି ଜୁସ୍ ପିଇଲେ ହଜମ ଭଲ ହେବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣର ଭିଟାମିନ୍ ସି ମିଳିଥାଏ। | <urn:uuid:d5a3113f-3bbf-4a1c-9c6e-b2e2d0d69bf0> | CC-MAIN-2019-04 | http://sambad.in/lifestyle/drinking-juice-208917/ | 2019-01-18T07:52:59Z | s3://commoncrawl/crawl-data/CC-MAIN-2019-04/segments/1547583659944.3/warc/CC-MAIN-20190118070121-20190118092121-00455.warc.gz | ory | 0.999932 | Orya | 11 | {"ory_Orya_score": 0.999931812286377} |
ଜୁଆରେ ଜିତିଲେ ୩୩ କୋଟି ! କିଛି ମୁହୂର୍ତ୍ତ ବଦଳାଇ ଦେଲା ଯୁବକଙ୍କ ଭାଗ୍ୟ ।
କଥାରେ ଅଛି 'ଭଗବାନ ଦେତା ହେ ତୋ ଛପର ଫାଡ କେ ଦେତା ହେ' । ମଣିଷ ଜୀବନରେ ବିଭିନ୍ନ ସମୟରେ ଦୁଃଖ ଲାଗି ରହିଥାଏ । କିନ୍ତୁ ଏମିତି ବି ସମୟ ଆସେ ଯେଉଁଥିରେ ମଣିଷର ଭାଗ୍ୟ ପରିବର୍ତ୍ତନ ହୋଇଯାଏ । ଦୁଃଖରେ ବଞ୍ଚୁଥିବା ମଣିଷ ହଠାତ ଖୁସିରେ ବଞ୍ଚିବା ଆରମ୍ଭ କରେ । ଏପରିକି କେତେଜଣ ସ୍ୱାର୍ଥପର ମଣିଷ ମଧ୍ୟ ରହିଛନ୍ତି ଯେଉଁମାନେ ଟିକିଏ ଖୁସି ପାଇଲେ ନିଜ ଆପଣାର ଲୋକମାନଙ୍କୁ ମଧ୍ୟ ପର କରିଦେଇଥାନ୍ତି । ଏସବୁର ମୂଳ କାରଣ ହେଉଛି ଟଙ୍କା ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ନିୟୁର୍କ ସିଟିରେ । ଜୁଆ ଖେଳି ଜଣେ ଯୁବକ ୩୩ କୋଟି ଟଙ୍କା ଜିତି ନେଇଛନ୍ତି । ଏହା ସହ ସମ୍ପୃକ୍ତ ଯୁବକଙ୍କ ପ୍ରେମିକା ଜସ୍ମିନ ଅଭିଯୋଗ କରିଛନ୍ତି ଯେ, ଟଙ୍କା ଜିତିବା ପରେ ଯୁବକ ଜଣଙ୍କ ତାଙ୍କୁ ପର କରିଦେଇଛନ୍ତି । ମହିଳାଙ୍କ କହିବା କଥା ୩୩ କୋଟି ଟଙ୍କା ଜିତିବା ପରେ ସମ୍ପୃକ୍ତ ଯୁବକଜଣଙ୍କ ନିଜ ବ୍ୟାଗରେ ଟଙ୍କା ରଖିଥିଲେ । ଆଉ ଏହା ପରେ ସେ ସମ୍ପୃର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲେ । ଏବଂ ନିଜ ପ୍ରେମିକାଙ୍କୁ ଛାଡି ଅନ୍ୟ ଝିଅ ମାନଙ୍କ ପାଖକୁ ଯିବାକୁ ଆରମ୍ଭ କରିଦେଇଥିଲେ ।
ଜସ୍ମିନ କହିଛନ୍ତି ଯେ, ଜୁଆ ଖେଲିବା ପୂର୍ବରୁ ଦୁଇ ଜଣ ନିଜ ଭିତରେ ଟଙ୍କା ବାଣ୍ଟିବା ନେଇ ରାଜି ହୋଇଥିଲେ । ଏହା ସହ ମହିଳାଙ୍କ ନାମରେ ଥିବା କାର୍ଡରେ ହିଁ ଦୁଇ ଜଣ ଜୁଆ ଖେଳୁଥିଲେ । କିନ୍ତୁ ସେଦିନ ଥିଲା ଟିକେ ନିଆରା । ଆଶ୍ଚର୍ଯ୍ୟଜନକ ଭାବେ ସେମାନେ ୩୩ କୋଟି ଟଙ୍କା ଜିତିଯାଇଥିଲେ । ଜସ୍ମିନ କହିଛନ୍ତି ସେ ନିଜ ପ୍ରେମିକଙ୍କ ସହ ମିଶିବା ପୂର୍ବରୁ ଆଗରୁ କେବେହେଲେ ମଧ୍ୟ ଜୁଆ ଖେଳିନଥିଲେ । ପ୍ରଥମେ ପ୍ରଥମେ ସେ ନିଜ ପ୍ରେମିକଙ୍କ ପାଖରେ ରହି ଜୁଆ ଖେଳ ଦେଖୁଥିଲେ । ଏବଂ ପରେ ପରେ ସେ ମଧ୍ୟ ଏଥିରେ ସାମିଲ ହୋଇଯାଇଥିଲେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୧ ବର୍ଷୀୟା ଜସ୍ମିନ ଜେଂଗ କହିଛନ୍ତି ଯେ, ସେ ନିଜ ପ୍ରେମିକଙ୍କ ସହ ଗତ ଜାନୁଆରୀ ମାସରେ ଆଣ୍ଟଲାଟିକା ସିଟି ଯାଇଥିଲେ । ଏବଂ ସେଠାରେ ଜୁଆ ଖେଳିଥିଲେ । ସେ କହିଛନ୍ତି ତାଙ୍କ ପ୍ରେମିକ ସବୁବେଳେ ଜୁଆ ଖେଳୁଥିଲା ଏବଂ ପ୍ରତ୍ୟେକ ଥର ଜୁଆରେ ହାରି ଯାଉଥିଲା । କିନ୍ତୁ ଜସ୍ମିନ ତାଙ୍କ ସହ ଜୁଆ ଖେଳିବାରୁ ସେ ଜିତିବା ଆରମ୍ଭ କରିଥିଲା । ଏବଂ ୩୩ କୋଟି ଟଙ୍କା ଜିତିବା ପରେ ସେ ତାଙ୍କୁ ଅଲଗା କରିଦେଇଥିଲା । ଏନେଇ ଜସ୍ମିନ ନିଜ ପ୍ରେମିକଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି । ତେବେ ସୂଚନା ଅନୁଯାୟୀ, ଆମେରିକାର ନ୍ୟୁ ଜର୍ସିରେ ଜୁଆ ଖେଳ ଆଇନ ସମ୍ମତ ଅଟେ । | <urn:uuid:151d8019-77de-41d6-a85e-64bffe0b17ba> | CC-MAIN-2019-04 | http://kanaknews.com/man-wons-33-crores-in-gambling/ | 2019-01-19T10:17:33Z | s3://commoncrawl/crawl-data/CC-MAIN-2019-04/segments/1547583662893.38/warc/CC-MAIN-20190119095153-20190119121153-00135.warc.gz | ory | 1.000001 | Orya | 6 | {"ory_Orya_score": 1.0000007152557373} |
ଦୁର୍ଗା ବିସର୍ଜନ ବିବାଦରେ ହାଇକୋର୍ଟଙ୍କ ବୟାନ ! ହିନ୍ଦୁ-ମୁସଲିମ ମଧ୍ୟରେ ରେଖା ଟାଣନ୍ତୁ ନାହିଁ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ । ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା' । କିନ୍ତୁ ଧରାପୃଷ୍ଠକୁ ଆସିବା ମା'ଙ୍କୁ ନେଇ ଆରମ୍ଭ ହେଲାଣି ରାଜନୀତି । ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ ପଶ୍ଚିମବଙ୍ଗରେ ଏହାର ଏକ ଝଲକ ଦେଖିବାକୁ ମିଳିଛି । ମା' ଧରାପୃଷ୍ଠକୁ ଆସିବା ପୂର୍ବରୁ ତାଙ୍କ ବିସର୍ଜନ ନେଇ ଚିନ୍ତା କଲାଣି ରାଜ୍ୟ ସରକାର । ଚଳିତବର୍ଷ ଦୁର୍ଗା ଭସାଣି ଶୀଘ୍ର କରିବାକୁ ମମତା ସରକାର ନିଷ୍ପତି ନେଇଥିଲେ । ତେବେ ମମତାଙ୍କ ନିଷ୍ପତିକୁ ନେଇ ବିବାଦ ଉପୁଜିଥିଲା । ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା ।
ଦୁର୍ଗା ବିସର୍ଜନକୁ ନେଇ ପଶ୍ଚିମବଙ୍ଗରେ ଲାଗି ରହିଥିବା ବିବାଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ବଡ ଝଟକା । ହାଇକୋର୍ଟ କହିଛନ୍ତି ହିନ୍ଦୁ – ମୁସଲିମ୍ ମଧ୍ୟରେ ଏକ ରେଖା ଟାଣନ୍ତୁ ନାହିଁ ମୁଖ୍ୟମନ୍ତ୍ରୀ । ଆଇନ ଶୃଙ୍ଖଳା ନାଁରେ ମୁର୍ତୀ ବିସର୍ଜନର ସମୟ ପରିବର୍ତନ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ଦୁର୍ଗା ପୂଜା ଏବଂ ମହରମକୁ ନେଇ ରାଜ୍ୟରେ କେବେବି ବିଶୃଙ୍ଖଳା ଦେଖା ଦେଇନି, ଉଭୟ ଧର୍ମକୁ ଏକାଠି ରହିବାକୁ ଦିଅନ୍ତୁ । ସେପ୍ଟେମ୍ବର ୩୦ରେ ଦୁର୍ଗା ଭସାଣି ପଡୁଛି ଏବଂ ମହରମ୍ ଅକ୍ଟୋବର ୧ ତାରିଖରେ । ସେଥିପାଇଁ ୩୦ ତାରିଖରେ ଭସାଣି ସମୟ ରାତି ୧୦ ପରିବର୍ତେ, ସନ୍ଧ୍ୟା ୭ଟା ଭାବେ ଧାର୍ଯ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ।
ତା ସହିତ ୧ ତାରିଖରେ କୌଣସି ଦୁର୍ଗା ପୂଜା ଭସାଣି ହେବ ନାହିଁ ବୋଲି ମମତା ନିଷ୍ପତି ନେଇଥିଲେ । ୧ ତାରିଖରେ ମହରମ ପଡୁଥିବାରୁ ୨ ତାରିଖରେ ଭସାଣି କରିବାକୁ ନିଦ୍ଦେðଶ ଦେଇଥିଲେ ମମତା ସରକାର । ଏନେଇ ମମତାଙ୍କ ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ।ମମତା ବାନାର୍ଜୀଙ୍କ ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ କୋର୍ଟ କହିଛନ୍ତି ଯେ, ଧାର୍ମିକ ଉତ୍ସବକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ରାଜ୍ୟ ସରକାର ଉଭୟ ଧର୍ମର ଉତ୍ସବ ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରିବା ଆବଶ୍ୟକ । ତେବେ ଏଭଳି ନିଷ୍ପତି ନେଇ ରାଜ୍ୟ ସରକାର ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରନ୍ତୁ ନାହିଁ । | <urn:uuid:5e46750f-27dc-4f1e-b692-aa6a62881961> | CC-MAIN-2019-04 | http://kanaknews.com/durga-puja-issue-in-west-begal/ | 2019-01-20T03:10:12Z | s3://commoncrawl/crawl-data/CC-MAIN-2019-04/segments/1547583690495.59/warc/CC-MAIN-20190120021730-20190120043730-00017.warc.gz | ory | 1.000002 | Orya | 2 | {"ory_Orya_score": 1.000002384185791} |
କେନ୍ଦୁଝର ପୁଲିସର ସ୍ୱାଗତଯୋଗ୍ୟ ପ୍ରୟାସ : ସହିଦ ପୁଲିସଙ୍କ ସମ୍ମାନରେ ସ୍ବତନ୍ତ୍ର ଡାକ ଟିକଟ
ଦେଶର ସୁରକ୍ଷା ପାଇଁ ଲଢେ଼ଇ କରି ସହିଦ ହୋଇଥିଲେ । ସେଇ ଅଶୋକ ଚକ୍ର ସମ୍ମାନ ପାଇଥିବା ସହିଦ ପୁଲିସମାନଙ୍କୁ ପୁଣି ଏକ ଭିନ୍ନ ଢ଼ଙ୍ଗରେ ସମ୍ମାନିତ କରିଛି କେନ୍ଦୁଝର ପୁଲିସ । ଡାକ ବିଭାଗ ସହିତ ମିଳିତ ସହଯୋଗରେ ଏହି ଅଶୋକ ଚକ୍ର ଉପାଧିଧାରୀଙ୍କ ପାଇଁ ପ୍ରକାଶ କରିଛି ସ୍ବତନ୍ତ୍ର ଡାକ ଟିକଟ । ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । କେନ୍ଦୁଝର ପୁଲିସ ଓ ଭାରତୀୟ ଡାକ ବିଭାଗ ମିଳିତ ସହଯୋଗରେ ୧୦ ଜଣ ଅଶୋକଚକ୍ର ଉପାଧିପ୍ରାପ୍ତ ତଥା ସହିଦ ପୁଲିସ ଅଧିକାରୀଙ୍କ ଉଦ୍ଦେଶ୍ୟରେ ୫ ଟଙ୍କିଆ ସ୍ବତନ୍ତ୍ର ଡାକ ଟିକଟ ପ୍ରକାଶ କରିଛି । ଡାକ ବିଭାଗର 'ମାଇଁ ଷ୍ଟାମ୍ପ' ଯୋଜନାରେ ଏଭଳି ଷ୍ଟାମ୍ପ ତିଆରି ହୋଇଥିବା ବେଳେ ଏହାର ପଛ ଭାଗରେ ରହିଛି ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିରର ଚିତ୍ର । ସେହିଭଳି ଡାକ ଟିକଟରେ ରହିଛି ମଧୢ ଅଶୋକ ଚକ୍ର ଉପାଧିପ୍ରାପ୍ତ ସହିଦ ପୁଲିସଙ୍କ ଛବି ।
ଏହି ଷ୍ଟାମ୍ପରେ ରହିଛି ରଣଧୀର ପ୍ରସାଦ ବର୍ମା, କମଳେଶ କୁମାରୀ ଯାଦବ, ପ୍ରମୋଦ କୁମାର ଶତପଥୀ, ଆରପି ଡିଙ୍ଗଡୋ, ମୋହନଚାନ୍ଦ ଶର୍ମା, ଟୁକାରାମ ଓମ୍ଲେ, ଅଶୋକ କାମତେ, ବିଜୟ ସଲାସ୍କର, ହେମନ୍ତ କାରକାରେ ଏବ˚ କେ ପ୍ରସାଦ ବାବୁ । ଏମାନଙ୍କ ମଧୢରୁ ଓଡ଼ିଶାର ପ୍ରମୋଦ କୁମାର ଶତପଥୀଙ୍କ ଷ୍ଟାମ୍ବ ମଧୢ ରହିଛି । ଓଡ଼ିଶା ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ୍ରରେ ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ଭାବେ କାମ କରୁଥିବା ପ୍ରମୋଦ କୁମାର ୨୦୦୮ ମସିହାରେ ନୟାଗଡରେ ଅସ୍ତ୍ରାଗାର ଉପରେ ନକ୍ସଲ ଆକ୍ରମଣ ସମୟରେ ଲଢେ଼ଇ କରି ସହିଦ ହୋଇଥିଲେ । ତାଙ୍କୁ ୨୦୦୯ ଜାନୁଆରି ୨୬ ତାରିଖରେ ଅଶୋକଚକ୍ର ଉପାଧି ପ୍ରଦାନ କରାଯାଇଥିଲା ।
ଏହି ୧୦ ଜଣ ପୁଲିସ ସହିଦଙ୍କ ସମ୍ମାନାର୍ଥେ ପ୍ରକାଶିତ ଷ୍ଟାମ୍ପରେ ମଧ୍ୟ ଓଡ଼ିଶାର ପ୍ରମୋଦ କୁମାର ଶତପଥୀଙ୍କ ଷ୍ଟାମ୍ପ ରହିଛି । ଏ ସ˚ପର୍କରେ କେନ୍ଦୁଝର ଏସ୍ପି ଜୟନାରାୟଣ ପଙ୍କଜ କହିଥିଲେ, ପୁଲିସ ବାହିନୀରେ ବି ଦେଶ ପାଇଁ ଲଢେ଼ଇ କରି ଜୀବନ ଦେଇଛନ୍ତି । କିନ୍ତୁ ଏହା କମ୍ ଲୋକ ଜାଣିଛନ୍ତି । ଏମିତିକି ନୟାଗଡ଼ରେ ଥିବା ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ପ୍ରମୋଦ ଶତପଥୀ ମଧୢ ନକ୍ସଲଙ୍କ ସହିତ ଲଢେ଼ଇ କରି ଜୀବନ ଦେଇଥିଲେ । ତେବେ ସେଇମାନଙ୍କ ସମ୍ମାନାର୍ଥେ ଏଭଳି ଏକ ଯୋଜନା କେନ୍ଦୁଝର ଜିଲ୍ଲା ହାତକୁ ନେଇଥିଲା । ଏହାଦ୍ବାରା ସାଧାରଣ ଲୋକେ ବି ପୁଲିସର ତ୍ୟାଗ ସ˚ପର୍କରେ ଜାଣି ପାରିବେ ବୋଲି ଏସ୍ପି କହିଥିଲେ । | <urn:uuid:adb5e0e2-89e9-42ce-9d77-643658313a95> | CC-MAIN-2019-04 | http://kanaknews.com/special-postage-stamps-for-shaheed-polic-in-keonjhar/ | 2019-01-20T02:47:07Z | s3://commoncrawl/crawl-data/CC-MAIN-2019-04/segments/1547583690495.59/warc/CC-MAIN-20190120021730-20190120043730-00017.warc.gz | ory | 1.000006 | Orya | 2 | {"ory_Orya_score": 1.0000059604644775} |
ସୁଖୀ ଦାମ୍ପତ୍ୟ ଜୀବନରେ ବିଫଳତା ଏକ ସାଧାରଣ ସମସ୍ୟା, ଯାହା ୪୦%ରୁ ୪୫% ମହିଳା ଏବଂ ୩୦%ରୁ ୩୫% ପୁରୁଷଙ୍କ ପାଖରେ କିଛି ମାତ୍ରାରେ ଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି । ତଥାପି ଏହା ଏଭଳି ଏକ ସମସ୍ୟା ବା ବିଷୟ ଯାହା ବିଷୟରେ ଆଲୋଚନା କରିବାକୁ ଅଧିକାଂଶ ଲୋକ ଅନିଚ୍ଛା ପ୍ରକାଶ କରନ୍ତି । ସୌଭାଗ୍ୟବଶତଃ ଅଧିକାଂଶ ଶାରୀରିକ ସମ୍ପର୍କଜନିତ ସମସ୍ୟା ଉପଚାର ବା ଚିକିତ୍ସା ଦ୍ୱାରା ନିରାକରଣ ସମ୍ଭବ । ତେଣୁ ଏହି ସମସ୍ୟା ବିଷୟରେ ଆପଣଙ୍କ ପତି ବା ପତ୍ନୀ ଡାକ୍ତରଙ୍କ ସହ ଆଲୋଚନା କରିବା ଗୁରୁତ୍ୱପୂର୍ଣ୍ଣ । ଉଭୟ ପୁରୁଷ ଓ ମହିଳା ଏହି ସମସ୍ୟାରେ ପ୍ରଭାବିତ ହୋଇଥାଆନ୍ତି । ଏହି ସମସ୍ୟା ସମସ୍ତ ପ୍ରାପ୍ତବୟସ୍କଙ୍କ ଜୀବନରେ ଘଟିପାରେ । କିନ୍ତୁ ସାଧାରଣତଃ ବୟସାନୁକ୍ରମେ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ସ୍ୱାସ୍ଥ୍ୟରେ ହାନି ଯୋଗୁଁ ବୟସ୍କ ବ୍ୟକ୍ତିମାନେ ହିଁ ଏଥିରେ ପ୍ରଭାବିତ ହୋଇଥାଆନ୍ତି ।
ଶାରୀରିକ ଓ ମାନସିକ ସମସ୍ୟା କାରଣରୁ ଏଭଳି ସମସ୍ୟା ଉପୁଜିଥାଏ । ଅନେକ ଶାରୀରିକ କାରଣ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି କରିପାରେ । ସାଧାରଣତଃ ଉକ୍ତ କାରଣଗୁଡ଼ିକ ହେଉଛି ମଧୁମେହ, ହୃଦ୍ରୋଗ, ରକ୍ତଶିରାଜନିତ ରୋଗ, ହରମୋନ ଇମ୍ବାଲାନ୍ସ, କିଡ଼୍ନି କିମ୍ବା ଲିଭର ଫେଲିଓର, ସ୍ନାୟୁରୋଗ ଏବଂ ମଦ୍ୟପାନ ଅଥବା ଡ୍ରଗ୍ସ ସେବନ । କର୍ମସ୍ଥଳୀରେ ଅତ୍ୟଧିକ ଚାପ ମଧ୍ୟ ଏହାର ଅନ୍ୟତମ ପ୍ରମୁଖ କାରଣ ହୋଇପାରେ । ଏହାର ଚିକିତ୍ସା ସମ୍ଭବ । ସାମାନ୍ୟ ବିଫଳତାଗୁଡ଼ିକ ମାନସିକ ସମସ୍ୟା କାରଣରୁ ସୃଷ୍ଟି ହୋଇଥାଏ । ତାହାକୁ ମନସ୍ତାତ୍ତ୍ୱିକ ଚିକିତ୍ସା ଦ୍ୱାରା ଦୂର କରାଯାଇପାରିବ । ଶାରୀରିକ ସମ୍ପର୍କଜନିତ ସମସ୍ୟାଗୁଡ଼ିକୁ ପତି ବା ପତ୍ନୀଙ୍କ ସହ ଆଲୋଚନା କରି ନିରାକରଣ କରାଯାଇପାରିଥାଏ । ଯଦିଓ ଏହି ସମସ୍ୟାକୁ ପ୍ରତିରୋଧ କରାଯାଇପାରିବନି, ତଥାପି ଉଚିତ୍ ପଦକ୍ଷେପ ଦ୍ୱାରା ସମସ୍ୟାକୁ ନିୟନ୍ତ୍ରଣକୁ ଅଣାଯାଇପାରିବ ।
ନିମ୍ନୋକ୍ତ କିଛି ପଦକ୍ଷେପ ନେଇପାରିବେ ଯାହା ଯୌନ ସଫଳତାରେ ସହାୟକ ହେବ:-
ୠ ଡାକ୍ତରଙ୍କ ପରାମର୍ଶ ଏବଂ ଚିକିତ୍ସା ପ୍ରକ୍ରିୟା ମାନି ଚଳନ୍ତୁ ।
ୠ ଧୂମପାନ ଓ ମଦ୍ୟପାନ ବନ୍ଦ କରନ୍ତୁ ।
ୠ ମାନସିକ ଏବଂ ଆବେଗଜନିତ ସମସ୍ୟାକୁ ଠିକ୍ ଭାବେ ବୁଝନ୍ତୁ । ଆବଶ୍ୟକସ୍ଥଳେ ଚିକିତ୍ସା କରନ୍ତୁ ।
ୠ ପତି ବା ପତ୍ନୀଙ୍କ ସହ ଖୋଲାଖୋଲି ଆଲୋଚନା କରନ୍ତୁ । | <urn:uuid:d1c73ca1-a1b6-4e30-ada1-83310fad68e1> | CC-MAIN-2019-04 | http://odiaspotnews.in/news-details/17670 | 2019-01-20T03:28:04Z | s3://commoncrawl/crawl-data/CC-MAIN-2019-04/segments/1547583690495.59/warc/CC-MAIN-20190120021730-20190120043730-00017.warc.gz | ory | 1.000006 | Orya | 10 | {"ory_Orya_score": 1.0000064373016357} |
ବି୍ରଟେନ୍ର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ନିୟମିତ ଶରୀର ଭିଟାମିନ୍ ଡି' ଯୁକ୍ତ ପୋଷଣ ତତ୍ୱ ଗ୍ରହଣ କରିବା ଦ୍ୱାରା ଥଣ୍ଡା ଓ ସର୍ଦିରୁ ସୁରକ୍ଷା ମିଳେ । ସେମାନେ ମତ ଦେଇଛନ୍ତି ଯେ, ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ଭିଟାମିନ୍ କେବଳ ହାଡ଼ଗୁଡ଼ିକୁ ଶକ୍ତ ଏବଂ ସବଳ ରଖିନଥାଏ ବରଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଶରୀରକୁ ଥଣ୍ଡା ଏବଂ ସର୍ଦିରୁ ମୁକ୍ତ ରଖିବା ପାଇଁ ଦୈନନ୍ଦିନ ଖାଦ୍ୟରେ ଭିଟାମିନ୍ ଡି' ରହିବା ଜରୁରୀ । ଶରୀର ମଧ୍ୟରେ ଥିବା ପ୍ରତିରୋଧକ ପ୍ରଣାଳୀ ଭିଟାମିନ୍ ଡି' ତତ୍ୱକୁ ଉପଯୋଗ କରି କ୍ଷତିକାରକ ସୂକ୍ଷ୍ମ ଭୂତାଣୁଗୁଡ଼ିକୁ ପ୍ରତିହତ କରିବାର ଶକ୍ତି ଉପôନ୍ନ କରେ । ଯଦ୍ୱାରା ଥଣ୍ଡା, ସର୍ଦି ସମେତ ଅନ୍ୟାନ୍ୟ ରୋଗର ଭୂତାଣୁ ଶରୀର ମଧ୍ୟକୁ ସଂକ୍ରମଣ କରିପାରେନାହିଁ । ଯେଉଁମାନଙ୍କଠାରେ ଭିଟାମିନ୍ ଡି' ତତ୍ତ୍ୱର ଅଭାବ ରହିଛି, ସେମାନେ ଭିଟାମିନ୍ ଡି' ବଟିକା ସେବନ କରିପାରିବେ । ଏହି ସିଦ୍ଧାନ୍ତରେ ପହଞ୍ଚିବା ଲାଗି ବୈଜ୍ଞାନିକମାନେ ୨୫ଟି ଭିନ୍ନ ଭିନ୍ନ ଅଧ୍ୟୟନରେ ୧୧ ହଜାର ୩୨୧ ଜଣ ଲୋକଙ୍କୁ ସାମିଲ କରିଥିଲେ । | <urn:uuid:c0f9e605-4d3d-45c6-b95e-039d941682ca> | CC-MAIN-2019-04 | http://odiaspotnews.in/news-details/18561 | 2019-01-20T03:24:11Z | s3://commoncrawl/crawl-data/CC-MAIN-2019-04/segments/1547583690495.59/warc/CC-MAIN-20190120021730-20190120043730-00017.warc.gz | ory | 1.000005 | Orya | 9 | {"ory_Orya_score": 1.000004529953003} |
ଶ୍ରୀନଗର: ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନ୍ ସ୍ଥିତ ସେନା କ୍ୟାମ୍ପ ଉପରେ ଆଜି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଜେସିଓଙ୍କ ସମେତ ଦୁଇଜଣ ଯବାନ ସହିଦ ହୋଇଯାଇଥିବା ବେଳେ ଜଣେ କର୍ଣ୍ଣେଲଙ୍କ ସମେତ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ତିନିଜଣ ଶିଶୁ ଥିବା ଜଣାପଡ଼ିଛି। ୨ ଜଣ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସେନା ସୂତ୍ରରୁ ଜଣାପଡ଼ିଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଆକ୍ରମଣରେ ସାମିଲ ୩ ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଘଟଣାସ୍ଥଳରେ ଆହୁରି ୨-୩ଜଣ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି। ସିଆର୍ପିଏଫ୍ , ଏସ୍ଓଜି ଏବଂ ପାରା କମାଣ୍ଡୋ ମଧ୍ୟ ଏହି ଅପରେସନରେ ସାମିଲ ହୋଇଛନ୍ତି। ଜମ୍ମୁ-ପଠାନ୍କୋଟ ଜାତୀୟ ରାଜପଥ କଡ଼ରେ ଥିବା ସୁଞ୍ଜଓ୍ଵାନ୍ ସେନା କ୍ୟାମ୍ପ ମଧ୍ୟକୁ ଭୋର୍ ୫ଟା ବେଳେ ୪-୫ ଜଣ ଆତଙ୍କବାଦୀ ସେନା ପୋଷକରେ ପ୍ରବେଶ କରିଥିଲେ। କ୍ୟାମ୍ପ ଗେଟ୍ରେ ନିଯୁକ୍ତ ଥିବା ସେଣ୍ଟ୍ରି ସେମାନଙ୍କର ଗତିବିଧି ଉପରେ ସନ୍ଦେହ କରି ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ। ସେନା ଏ ବାବଦରେ ପ୍ରସ୍ତୁତ ହେବା ପୂର୍ବରୁ ସଶସ୍ତ୍ର ଜୈସ୍-ଏ-ମହମ୍ମଦ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଆକ୍ରମଣ କରି କ୍ୟାମ୍ପର ପଛପାର୍ଶ୍ୱକୁ ଲାଗି ରହିଥିବା ସେନାର ଫ୍ୟାମିଲି କ୍ୱାର୍ଟର୍ସ ମଧ୍ୟକୁ ପଶିଯାଇଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଜେସିଓ ମଦନ ଲାଲ ଚୌଧୁରୀ ଏବଂ ସୁବେଦାର ମହମ୍ମଦ ଅସରଫ୍ ମୀର ସହିଦ୍ ହୋଇଯାଇଥିବା ବେଳେ ଗ୍ରେନେଡ ଆକ୍ରମଣରେ ଜଣେ କର୍ଣ୍ଣେଲଙ୍କ ସମେତ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଗତକାଲି ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ତଥା ୨୦୦୧ ସଂସଦ ଭବନ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁର ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଥିବାରୁ ଏହାକୁ କଳାଦିନ ଭାବେ ପାଳନ କରିବାକୁ ଜେଇଏମ୍ ଘୋଷଣା କରିଥିଲା।
କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତୀୟ ସେନା କେବେ ବି ଦେଶବାସୀଙ୍କ ମୁଣ୍ଡ ତଳକୁ ହେବାକୁ ଦେବନାହିଁ। ସେନା ଏହାର କଡ଼ା ଜବାବ୍ ଦେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଏହି ଘଟଣାରେ ଚିନ୍ତା ବ୍ୟକ୍ତ କରିବା ସହ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହି ବୈଠକ ହୋଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦେଖି ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନ୍ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ବନ୍ଦ କରି ଦିଆଯାଇଥିବା ବେଳେ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ମାତ୍ର ୪ ଦିନ ପୂର୍ବେ ଲସ୍କର ଆତଙ୍କବାଦୀ ନାଭିଦ୍ ଜାଟ୍ ଶ୍ରୀନଗରର ମହାରାଜା ହରି ସିଂ ହସ୍ପିଟାଲରେ ୨ ପୁଲିସ କର୍ମଚାରୀଙ୍କୁ ହତ୍ୟା କରି ଫେରାର୍ ହୋଇଯିବା ପରେ ଏଭଳି ଆକ୍ରମଣ ଦୁର୍ବଳ ଗୁଇନ୍ଦା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ୨୦୦୦ ମସିହା ପରେ ସୁଞ୍ଜଓ୍ଵାନ୍ସେନା କ୍ୟାମ୍ପ ଉପରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ ବୋଲି ଜଣାପଡ଼ିଛି।
ସେନା ଶିବିରର ସୁରକ୍ଷା ଚିନ୍ତା
ଅର୍ଥ ମଂଜୁର ପାଇଁ ସରକାରଙ୍କ ଟାଳଟୁଳ ନୀତି
ଶ୍ରୀନଗର: ଆଜି ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନା ସେନା ଶିବିରରେ ଆକ୍ରମଣକୁ ମିଶାଇ ଗତ ଦେଢବର୍ଷ ମଧ୍ୟରେ ୭ଥର ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇସାରିଛି। ଦେଶକୁ ସୁରକ୍ଷା ଦେଉଥିବା ସେନାଏବେ ଖୋଦ୍ ନିଜ ଶିବିରର ସୁରକ୍ଷା ନେଇ ଚିନ୍ତିତ ରହିଛି। ସେନା ଶିବି ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ନିମନ୍ତେ ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥାର ଆବଶ୍ୟକତା ରହିଛି। କିନ୍ତୁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଅର୍ଥ ଦେବାରେ ଟାଳଟୁଳ ନୀତି ଧରିଥିବା ଜଣାପଡ଼ିଛି। ୨୦୧୬ ମସିହା ଜାନୁଆରି ମାସରେ ପଠାନ୍କୋଟ ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ତତ୍କାଳୀନ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫିଲିପ୍ କମ୍ପୋଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଠାବ କରିବାର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟକୁ ଅବଗତ କରାଇଥିଲେ। ଏଥିପାଇଁ ସେନାକୁ ୨ହଜାର କୋଟିର ଅର୍ଥ ମଞ୍ଜୁର କରିବା ପାଇଁ ମଧ୍ୟ କମିଟି ସରକାରଙ୍କ ନିକଟରେ ଦାବି କରିଥିଲା। କିନ୍ତୁ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଅର୍ଥ ମଞ୍ଜୁର କରିବାକୁ ମନା କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବର୍ଦ୍ଧିତ ଆକ୍ରମଣକୁ ଦେଖି ସରକାର ଚଳିତବର୍ଷ ୧୪୮୭କୋଟି ଟଙ୍କା ମଞ୍ଜୁର କରିଛନ୍ତି। | <urn:uuid:8e0beeae-f09e-42e1-83e4-5a1e445756ce> | CC-MAIN-2019-04 | http://sambad.in/india-and-beyond/attack-on-army-camp-81937/ | 2019-01-20T04:05:46Z | s3://commoncrawl/crawl-data/CC-MAIN-2019-04/segments/1547583690495.59/warc/CC-MAIN-20190120021730-20190120043730-00017.warc.gz | ory | 0.999958 | Orya | 5 | {"ory_Orya_score": 0.9999576807022095} |
ଭୁବନେଶ୍ୱର : ସାପକୁ ନେଇ ଏବେ ସବୁଆଡ଼େ ଛନକା। ଭଦ୍ରକଠୁ ନେଇ ପିପିଲି, ଜଗତସିଂପୁର, ହରିଚନ୍ଦନପୁର ପରେ କେନ୍ଦ୍ରାପଡ଼ାରେ ସାପ ଅଣ୍ଡା ବାହାରିବା ପରେ 'ସାପ' ଏବେ ମୁଖ୍ୟ ଶିରୋନାମା ହୋଇଛି। ଏଣେ ବର୍ଷା ବି ଆସିଛି। ସାପଙ୍କ ମିଳନ ଏବଂ ଅଣ୍ଡାଦେବା ପରେ ବର୍ତମାନ ଛୁଆ ଫୁଟିବା ସମୟ। ତେଣୁ ସାପକୁ ନେଇ ଆତଙ୍କିତ ହେବା ଅପେକ୍ଷା ସତର୍କତା ଜରୁରୀ। ଭଦ୍ରକରେ ଗୋଟିଏ ସ୍ଥାନରୁ ୧୦୦ରୁ ଊର୍ଧ୍ୱ ନାଗ ସାପ ଛୁଆ ବାହାରିବା ପରେ ମନ ଆତଙ୍କିତ ହୋଇଛି। ମାତ୍ର ଏହା ବି ଜାଣିବା ଉଚିତ୍ ଯେ, ଗୋଟେ ନାଗୁଣୀ ଏକକାଳୀନ ୩୦ଟି ଅଣ୍ଡା ଦେଇପାରେ। ଛୁଆ ଫୁଟିବା ପାଇଁ ୪୫ରୁ ୬୦ ଦିନ ଲାଗେ। ତେଣୁ ନାଗୁଣୀ ତା'ର ଅଣ୍ଡାଗୁଡ଼ିକୁ ଜଗି ରୁହେ। ଏମିତି ବି ବର୍ଷା ଆସିଲେ ସାପଙ୍କର ଦୌରାତ୍ମ୍ୟ ନେଇ ଛାତିରେ ଛନକା ପଶିଯାଏ। ସାପ ରହୁଥିବା ଗାତରେ ପାଣି ପଶିଯିବା ପରେ ସେମାନେ ଜନବସତିକୁ ଚାଲି ଆସନ୍ତି। ତେଣୁ ଅନ୍ୟ ଦିନ ଅପେକ୍ଷା ବର୍ଷା ଦିନେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ମୁତାବକ ଭାରତରେ ପ୍ରତି ବର୍ଷ ପାଖାପାଖି ୫୦ ହଜାର ଲୋକଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥାଏ। କୋହଳ ମନୋଭାବ ଓ ସଚେତନତା ଅବଲମ୍ବନ କରୁ ନଥିବାରୁ ଅନେକଙ୍କ ଜୀବନ ଅକାଳରେ ଚାଲିଯାଏ। ତେବେ ସାପକୁ ନେଇ ଆତଙ୍କ ସୃଷ୍ଟି କରା ନଯାଇ ସାପ ଧରୁଥିବା ସଦସ୍ୟମାନଙ୍କ ସହାୟତାରେ ସେମାନଙ୍କୁ ଧରି ଜଙ୍ଗଲରେ ଛାଡ଼ି ଦେବା ଉଚିତ୍ ବୋଲି ସ୍ନେକ୍ ହେଲ୍ପ ଲାଇନ୍ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।
ଗାଡ଼ି ଚଲାଇବା ପୂର୍ବରୁ ସାବଧାନ
କିଛିଦିନ ହେବ ବାଇକ୍ରେ ସାପ ପଶିଯାଉଥିବା ଦେଖିବାକୁ ମିଳିଛି। ବିଶେଷତଃ ଗଛ ତଳେ ବାଇକ୍ ରହିଲେ ସାପ ପଶିବାର ଆଶଙ୍କା ଥିବା ବେଳେ ବର୍ଷା ଯୋଗୁଁ ପାଣିରେ ରହୁଥିବା ବାଇକ୍ରେ ଭାସି ଆସୁଥିବା ସାପମାନେ ଗୁଡ଼େଇ ହୋଇ ରହିଯାଆନ୍ତି। ପୁଣି ଗ୍ୟାରେଜ୍ ଘରେ ରହୁଥିବା ସ୍କୁଟି ଡିକିରେ ଫାଙ୍କ ଥିବାରୁ ସାପମାନେ ରହିଯିବାର ଆଶଙ୍କା ରହିଛି। ତେଣୁ ଗାଡ଼ି ଚଳାଇବା ପୂର୍ବରୁ ଗାଡ଼ିକୁ ବାଡ଼େଇ ଭଲଭାବେ ନିରୀକ୍ଷଣ କରି ଗାଡ଼ି ଚଳାଇବା ଉଚିତ୍। ଗାଡ଼ି ରଖୁଥିବା ଗ୍ୟାରେଜ ଘରକୁ ବି ଫିନାଇଲ୍ରେ ପରିସ୍କାର ରଖୁଥିବା ଆବଶ୍ୟକ।
ସାପ କାମୁଡ଼ିଲେ କ'ଣ କରିବା
ଭାରତ ସରକାରଙ୍କ ପ୍ରୋଟୋକଲ୍ ଅନୁଯାୟୀ ସାପ କାମୁଡ଼ିଲେ ତୁରନ୍ତ ବ୍ୟକ୍ତିଜଣଙ୍କ ପିନ୍ଧିଥିବା ଚୁଡ଼ି, ଘଣ୍ଟା, ମୁଦି ଖୋଲି ଦେବା ଦରକାର। କାମୁଡ଼ାର କ୍ଷତ ସ୍ଥାନ ଉପରକୁ ଏକ ଲମ୍ବା କପଡ଼ାରେ ହାଲୁକା ଟାଇଟ୍ କରି ଗୁଡ଼ାଇ ବାନ୍ଧି ଦେବା ଉଚିତ୍। ସାପ କାମୁଡ଼ିଥିବା ଅବସ୍ଥାରେ ତାକୁ ଚିହ୍ନି ଆଣ୍ଟି ଭେନମ୍ ଉପଲବ୍ଧ ସ୍ଥାନକୁ ତୁରନ୍ତ ନେବା ଉଚିତ୍। ସାପ କାମୁଡ଼ା ଏକ ମେଡିକୋ ଲିଗାଲ୍ କେସ୍ ହୋଇଥିବାରୁ ଏ ସମ୍ବନ୍ଧରେ ପୁଲିସ୍କୁ ମଧ୍ୟ ଖବର ଦେବା ଆବଶ୍ୟକ।
ସ୍କୁଲ୍ ପରିସରରେ ସତର୍କତା ଜରୁରୀ
ଅନେକ ସ୍କୁଲ୍ ପରିସର ମଧ୍ୟରେ ପାଇଖାନା ଓ ପରିଶ୍ରାଗାର ଶ୍ରେଣୀଗୃହଠାରୁ ଦୂରରେ ଥିବାରୁ ତା'ର ଚାରିପଟ ଅନାବନା ଘାସ ମାଡ଼ି ଯାଇଥାଏ। ତେଣୁ ପିଲାମାନେ ଏହି ବାଟ ଦେଇ ଯାତାୟାତ କରିବା ବିପଦ। ପାଇଖାନା ଓ ପରିଶ୍ରାଗାରକୁ ଫିନାଇଲ୍ କିମ୍ବା ବ୍ଲିଚିଂରେ ପ୍ରତିଦିନ ପରିସ୍କାର କରା ନଯାଏ ସାପ ପାଇଖାନା ମଧ୍ୟରେ ବି ରହିଯିବାର ସମ୍ଭାବନା ରହିଛି। ତେଣୁ ଏହାର ପାର୍ଶ୍ୱବର୍ତୀ ଅଞ୍ଚଳକୁ ସଫା ରଖିବା ସହ ଫିନାଇଲ୍ରେ ପ୍ରତିଦିନ ପରିସ୍କାର କଲେ କଡ଼ା ଗନ୍ଧରେ ସାପ ପ୍ରବେଶ କରିପାରିବେ ନାହିଁ। ଯେଉଁ ସ୍କୁଲ୍ରେ ପାଚେରି ନଥାଏ ତାକୁ ଜାଲରେ ଆବଦ୍ଧ କରି ରଖିବା ଉଚିତ୍।
ଚାଳଘରକୁ ସାବଧାନ
ଚାଳ ଓ ଆଟୁ ଘରେ ରହୁଥିବା ଲୋକଙ୍କ ପାଇଁ ସାପ କାମୁଡ଼ାର ଭୟ ବେଶି ଥାଏ। ବିଶେଷତଃ ସାପମାନେ ଚାଳ ଛପର ତଳେ ବାଉଁଶରେ ମୂଷାଙ୍କୁ ଅନୁକରଣ କରି ଗୋଡ଼ାଉଥିବାରୁ ଘର ଚଟାଣରେ ରାତି ଅଧରେ ଖସି ପଡ଼ନ୍ତି। ସେଥିପାଇଁ ଖଟ ଉପରେ ଶୋଇବା ସହ ମଶାରି ବ୍ୟବହାର କରିବା ଦରକାର ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣ୍ଟି ଭେନମ୍ ରହୁ
ଉପାନ୍ତ ଅଞ୍ଚଳ ଓ ଗ୍ରାମାଞ୍ଚଳଠାରୁ ସହରର ମୁଖ୍ୟ ଚିକିତ୍ସାଳୟ ଦୂରରେ ଥିବାରୁ ସାପ କାମୁଡ଼ାରୁ ବର୍ତିବା ଦୁରୁହ ବ୍ୟାପାର। ମଣିଷଙ୍କ ପାଇଁ ଆଣ୍ଟି ଭେନମ୍ ଥିଲେ ହେଁ ଗାଈ ଓ କୁକୁର ଭଳି ଅନେକ ଜନ୍ତୁ ବି ସାପ କାମୁଡ଼ାରେ ମରିଯାଉଥିବାରୁ ତାଙ୍କ ପାଇଁ ମଧ୍ୟ ମାଗଣା ଆଣ୍ଟି ଭେନମ୍ ଯୋଗାଇ ଦେବା ଉଚିତ୍ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। | <urn:uuid:1ff88a0f-e0de-47e7-bbba-a70b03329a2d> | CC-MAIN-2019-04 | http://sambad.in/metro/be-careful-of-snakes-168281/ | 2019-01-24T10:47:59Z | s3://commoncrawl/crawl-data/CC-MAIN-2019-04/segments/1547584520525.90/warc/CC-MAIN-20190124100934-20190124122934-00017.warc.gz | ory | 0.999907 | Orya | 6 | {"ory_Orya_score": 0.9999071359634399} |
ନିଜର ମନପସନ୍ଦ ସେଲିବ୍ରେଟି ମାନଙ୍କ ଜୀବନଶୈଳୀ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହୀ ଥାଆନ୍ତି। ଏପରିକି ତାଙ୍କ ପ୍ରିୟ ଷ୍ଟାର କଣ ପିନ୍ଧନ୍ତି, କଣ ଖାଆନ୍ତି ଏସବୁ ବିଷୟରେ ଜାଣିବା ପାଇଁ ଫ୍ୟାନମାନେ ଖୁବ ଆଗ୍ରହ ଦେଖାଇଥାଆନ୍ତି। ଏବେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ନୂଆ ଘର ଫଟୋ ବାହାରକୁ ଆସିଛି। ଏହା ମଧ୍ୟ ମୁମ୍ବାଇରେ ଅବସ୍ଥିତ।
ଜାଣନ୍ତୁ ଏହାର ଦାମ କେତେ ରହିଛି-
ଐଶ୍ୱର୍ଯ୍ୟା-ଅଭିଷେକ ଏହି ଘର ୨୧ କୋଟି ଟଙ୍କା ଦେଇ କିଣିଛନ୍ତି। ଏହି ଘର ଦୁହେଁ ୨୦୧୫ରେ କିଣିଥିଲେ। ଏଥିରେ କାହାର ଟଙ୍କା ଅଧିକ ଲାଗିଛି ଏହା ଆମକୁ ଜଣାନାହିଁ। ସାଢେ ୫ହଜାର ବର୍ଗ ଫୁଟରେ ର୍ନିମିତ ହୋଇଛି ଘର। ଅର୍ଥାତ ବର୍ଗ ଫୁଟରେ ପିଛା ୩୫ହଜାର ଟଙ୍କା ମୂଲ୍ୟ ପଡ଼ିଛି। ତଲାଟି ଏବଂ ପନ୍ଥକୀ ଆସୋସିଏଟସ ଏହି ଘର ଡିଜାଇନ କରିଛନ୍ତି। ସୋନମ କପୁର ମଧ୍ୟ ଏହି ଠାରେ ଏକ ଘର ବୁକ କରିଛନ୍ତି। ଐଶ୍ୱର୍ୟ୍ୟା-ଅଭିଶେକ ଏବେ ମଧ୍ୟ ପୁରୁଣା ଘରେ ଅମିତାଭ ଓ ଜୟାଙ୍କ ସହ ଜଲସାରେ ରହୁଛନ୍ତି । ମାତ୍ର ତାଙ୍କ ପାଖରେ ଆହୁରି ଅନେକ ଠିକଣା ରହିଛି । ବର୍ଲିର ଆନିବେସାନ୍ତ ରୋଡ ସ୍କାଇଲାର୍କ ଟାୱରରେ ମଧ୍ୟ ତାଙ୍କର ଘର ରହିଛି । ଆଉ ଏକ ଘର ଦୁବାଇରେ ମଧ୍ୟ ଅଛି । | <urn:uuid:e929a6b3-619f-40d1-8861-277d306f0d2f> | CC-MAIN-2019-04 | https://enewsodia.com/aish-and-abhi-buy-a-new-apartment/ | 2019-01-19T14:03:09Z | s3://commoncrawl/crawl-data/CC-MAIN-2019-04/segments/1547583668324.55/warc/CC-MAIN-20190119135934-20190119161934-00105.warc.gz | ory | 0.999984 | Orya | 5 | {"ory_Orya_score": 0.999983549118042} |
ପୁରୀ ଅଫିସ, ୩୧।୧: ୨୦୧୨ ମସିହା ପରେ ଏବେ ପୁଣି ଶ୍ରୀଜଗନ୍ନାଥ ମନ୍ଦିରର (ମୁଖ୍ୟ ମନ୍ଦିର) ଦ୍ୱିତୀୟ ମହଲା ଯାଞ୍ଚ ହେବ। ସେଥିରେ ଦିଆଯାଇଥିବା ଜିଆଇ ପାଇପଗୁଡିକର ସ୍ଥିତି, ବାୟୁ ନିଷ୍କାସନ ବ୍ୟବସ୍ଥା ଆଦି ଉପରେ ଅନୁଧ୍ୟାନ କରାଯିବ। ଏହାସହିତ ନୀଳଚକ୍ରର ସ୍ଥିତି ଅନୁଧ୍ୟାନ କରାଯିବ। ମନ୍ଦିରର ବଜ୍ରପାତ ନିରୋଧକ ବ୍ୟବସ୍ଥା ଠିକ୍ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ। ନାଟମଣ୍ଡପର ଗରୁଡ଼ ସ୍ତମ୍ଭ ସମ୍ମୁଖରେ ଫାଟିଥିବା ବିମ୍, ବେହେରଣ ଦ୍ୱାର ଏବଂ ଜଗମୋହନ ଓ ନାଟମଣ୍ଡପର ସଂଯୋଗ ସ୍ଥଳକୁ ଅନୁଧ୍ୟାନ କରାଯିବ। ଆସନ୍ତା ୨୧ତାରିଖରୁ ଏହି ଯାଞ୍ଚ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ ପରାମର୍ଶଦାତା କୋର କମିଟି ଅଧ୍ୟକ୍ଷ ଆନନ୍ଦ ପ୍ରାଣ ଗୁପ୍ତା, କୋର କମିଟି ସଦସ୍ୟ, ଧାନବାଦସ୍ଥିତ ସିଆଇଏମ୍ଏଫଆର ଏବଂ ରୁର୍କିସ୍ଥିତ ସିବିଆରଆଇ, ଏଏସ୍ଆଇ ଦିଲ୍ଲୀର ବରିଷ୍ଠ ଅଧିକାରୀ ଏବଂ ଜିଇଡି ବିଭାଗର ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୫ବର୍ଷ ପରେ ଏହା ଏକ ବୃହତ ଯାଞ୍ଚ ବୋଲି କୋର କମିଟି ସଦସ୍ୟ ଇଞ୍ଜିନିୟର ଧର୍ମ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ମୁଖ୍ୟମନ୍ଦିର ରେଖାଶୈଳୀରେ ନିର୍ମିିତ। ଏହି ମନ୍ଦିରରେ ୩ଟି ସିଲିଙ୍ଗ ରହିଛି। ତାହାକୁ ମୁଦ କୁହାଯାଇଥାଏ। ଏଥିରେ ଗର୍ଭ ମୁଦ, ଲକ୍ଷ୍ମୀ ମୁଦ ଏବଂ ରତ୍ନ ମୁଦ ରହିଛି। ଗର୍ଭ ମୁଦ ପର୍ଯ୍ୟନ୍ତ ଅଞ୍ଚଳକୁ ତଳ ମହଲା, ଗର୍ଭ ମୁଦରୁ ଲକ୍ଷ୍ମୀ ମୁଦ ଅଞ୍ଚଳକୁ ପ୍ରଥମ ମହଲା ଓ ଲକ୍ଷ୍ମୀ ମୁଦରୁ ରତ୍ନ ମୁଦ ଅଞ୍ଚଳକୁ ଦ୍ୱିତୀୟ ମହଲା କୁହାଯାଏ। ୧୯୯୩ ମସିହାରେ ଗର୍ଭଗୃହରୁ ପଥର ଖସିବା ପରେ ମରାମତି କରାଯାଇଥିଲା। ଦ୍ୱିତୀୟ ମହଲାରେ ଜିଆଇ ପାଇପକୁ ସପୋର୍ଟ ଆକାରରେ ଦିଆଯାଇଥିଲା। ଗର୍ଭଗୃହ ପ୍ରତିବର୍ଷ ଯାଞ୍ଚ ହେଉଛି। କିନ୍ତୁ ଦ୍ୱିତୀୟ ମହଲା ଶୀର୍ଷଭାଗରେ ରହିଥିବାରୁ ଏବଂ ସେଠାକୁ ଯିବା ପାଇଁ ସମସ୍ୟା ରହିଥିବାରୁ ଏହା ପ୍ରତିବର୍ଷ ଯାଞ୍ଚ ହୋଇପାରୁନାହିଁ। | <urn:uuid:7be0143a-4f2a-4929-aa82-df7bbc7c4379> | CC-MAIN-2019-04 | http://www.dharitri.com/main/news/20170 | 2019-01-21T19:01:46Z | s3://commoncrawl/crawl-data/CC-MAIN-2019-04/segments/1547583804001.73/warc/CC-MAIN-20190121172846-20190121194846-00105.warc.gz | ory | 0.999965 | Orya | 5 | {"ory_Orya_score": 0.9999653100967407} |
ଜୟପୁର,୭।୨(ନି.ପ୍ର.)- ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ନୂତନ ଭାବେ ଠିଆ ହୋଇଥିବା କୋଠା କାର୍ଯ୍ୟକ୍ଷମ ହେଉନାହିଁ। ୨ ବର୍ଷ ତଳେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୋଠାଟି ଏବେ ବ୍ୟବହାର ନ ହୋଇ ଭୁତକୋଠିରେ ପରିଣତ ହେବାକୁ ବସିଛି। ଜିଲା ପୋଲିସ ପ୍ରଶାସନ କିନ୍ତୁ ଏଥିପ୍ରତି ଗୁରୁତ୍ୱ ନଦେବା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜୟପୁର ମୁଖ୍ୟରାସ୍ତାରେ ରହିଥିବା ସଦର ପୋଲିସ ଥାନା, ମହିଳା ପୋଲିସ ଥାନା ଏବଂ ଏସଡିପିଓଙ୍କ କାର୍ଯ୍ୟାଳୟକୁ ସହର ବାହାରେ କରିବାକୁ ରାଜ୍ୟ ସରକାର ସ୍ଥିର କରିଥିଲେ ା ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦୃଷ୍ଟିକୁ ନେଇ ତତ୍କାଳୀନ ଜିଲା ପ୍ରଶାସନ ଏହି ୩ କାର୍ଯ୍ୟାଳୟ ନିର୍ମାଣ କରିବାକୁ ସ୍ଥିର କରିଥିଲା। ଜୟପୁର ନୂତନ ବସଷ୍ଟାଣ୍ଡ ନିକଟରେ ଏଥିପାଇଁ ଜମି ଚିହ୍ନଟ ହୋଇଥିଲା। ପ୍ରଥମେ ସଦର ଥାନା ନିର୍ମିତ ହୋଇ ଜୟପୁର ସହର ମଧ୍ୟରୁ ନୂଆ ବସଷ୍ଟାଣ୍ଡ ନିକଟକୁ ସ୍ଥାନାନ୍ତର ହୋଇଥିବା ବେଳେ ଏହାର ନିକଟରେ ମହିଳା ଥାନା ମଧ୍ୟ ନୂଆ କୋଠାରେ କାର୍ଯ୍ୟକ୍ଷମ ହୋଇସାରିଛି । ସେହିପରି ସଦର ଥାନା ସମ୍ମୁଖରେ ଏସଡିପିଓ କାର୍ଯ୍ୟାଳୟ ନିର୍ମାଣ ନେଇ ଜିଲା ପ୍ରଶାସନ ଜମି ହସ୍ତାନ୍ତର କରିବା ପରେ ରାଜ୍ୟ ସରକାର ପୋଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ ଲିମିଡେଟ ଦ୍ୱାରା ଆନୁମାନିକ ୪୦ଲକ୍ଷ ଖର୍ଚ୍ଚକରି ନୂଆ କୋଠା ଠିଆ କରିଛି । ଏହି କୋଠାର ନିର୍ମାଣ କାର୍ଯ୍ୟ ୨ ବର୍ଷ ତଳୁ ସରିଥିବା ବେଳେ ବିଭାଗକୁ ହସ୍ତାନ୍ତର ମଧ୍ୟ କରାଯାଇଛି । କିନ୍ତୁ ଏସ୍ଡିପିଓ କାର୍ଯ୍ୟାଳୟ ଏଠାରେ କାହିଁକି କାର୍ଯ୍ୟକ୍ଷମ ହୋଇନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି । ୨ ବର୍ଷ ହେବ ନୂତନ କୋଠାଟି ଅବ୍ୟବହୃତ ହୋଇ ପଡି ରହିଥିବାରୁ ଏହାର କବାଟ, ଝରକା ଭାଙ୍ଗିବାକୁ ବସିଲାଣି। ସ୍ବତନ୍ତ୍ର ଭାବେ ଏହି କୋଠାକୁ ସବଷ୍ଟେସନ ଲଗାଯାଇ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ବେଳେ ତାରଗୁଡ଼ିକ ଚୋରି ହେବାକୁ ଲାଗିଲାଣି । ଜିଲା ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କଡ଼ ଏବଂ ସଦର ଥାନା ସମ୍ମୁଖରେ ରହିଥିବା ଏହି କୋଠାକୁ ଦେଖିଲେ ଯେ କେହି ଜିଲା ପୋଲିସର ଦୂରଦୃଷ୍ଟି ପ୍ରତି ଅଙ୍ଗୁଳି ଉଠାଇବ । ଜୟପୁର ସଦର ବ୍ଲକ, କୁନ୍ଦୁରା ବ୍ଲକ ଏବଂ ବୈପାରୀଗୁଡା ଅଧୀନରେ ରହିଥିବା ସମସ୍ତ ପୋଲିସ ଥାନାକୁ ନେଇ ଜୟପୁର ପୋଲିସ ଉପଖଣ୍ଡ ଗଠିତ ହୋଇଥିବା ବେଳେ ଗମନାଗମନ ଦୃଷ୍ଟିରୁ ନୂତନ କୋଠାଟି ସମସ୍ତଙ୍କୁ ସୁହାଇବ। କିନ୍ତୁ କେତେକ ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀ ନିଜ ସୁବିଧା ପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ଏହି କୋଠାକୁ ଖତ ଖୁଆଇବା ନେଇ ଯୋଜନା କରିଥିବା ଜଣାଯାଇଛି । ଏ ସମ୍ପର୍କରେ ଜୟପୁର ଏସ୍ଡିପିଓ ଟି.ଜେ. ରେଡ୍ଡୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ପାଚେରି ନାହିଁ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର କରାଯାଇ ନାହିଁ। | <urn:uuid:b4afbee3-976e-4903-a68a-ee45a6c5d2a4> | CC-MAIN-2019-04 | http://www.dharitri.com/main/news/21061 | 2019-01-21T18:46:33Z | s3://commoncrawl/crawl-data/CC-MAIN-2019-04/segments/1547583804001.73/warc/CC-MAIN-20190121172846-20190121194846-00105.warc.gz | ory | 1.000001 | Orya | 5 | {"ory_Orya_score": 1.0000007152557373} |
କନକ ବ୍ୟୁରୋ : ସାରା ରାଜ୍ୟରେ ଉତ୍କଳ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ରମରେ କଟକରେ କିଛି ସ୍ୱତନ୍ତ୍ରତା କରାଯାଇଛି । ଉତ୍କଳ ପ୍ରଦେଶ ଦିବସ ଅବସରରେ ମିନି ମାରାଥନର ଆୟୋଜନ କରାଯାଇଛି । ମିନି ମାରାଥନରେ ଶତାଧିକ ପ୍ରତିଯୋଗୀ ବାରବାଟୀ ଦୁର୍ଗ ପାଖରୁ ବାହାରି ସହର ପରିକ୍ରମା କରିଛନ୍ତି । ଏଥିରେ ଡିସିପି ସଂଜୀବ ଆରୋରା, ଜିଲ୍ଲାପାଳ ବିମଳ ଚନ୍ଦ୍ର ମିଶ୍ର, ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସାମିଲ ହୋଇଥିଲେ ।
ଏହା ସହ ଦେଖନ୍ତୁ ଏହି ଭିଡିଓ- | <urn:uuid:3154b5d6-a806-48c7-bbaf-30a44bdc6013> | CC-MAIN-2019-04 | http://kanaknews.com/utkal-divas-mini-marathon-organised-in-cuttack/ | 2019-01-18T01:59:56Z | s3://commoncrawl/crawl-data/CC-MAIN-2019-04/segments/1547583659654.11/warc/CC-MAIN-20190118005216-20190118031216-00628.warc.gz | ory | 0.999999 | Orya | 4 | {"ory_Orya_score": 0.9999991655349731} |
ତଥାପି ରୋଗୀ ସେବା ଓ ଡାକ୍ତର ଅଭାବକୁ ନେଇ ଚର୍ଚ୍ଚାରେ
ଚଳିତ ଶିକ୍ଷା ବର୍ଷରୁ ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜରେ ନାମ ଲେଖା
ଭୁବନେଶ୍ୱର : ଗୋଟିଏ କି ଦୁଇଟି ନୁହେଁ, ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିକଟରେ ୮ଟି ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିଛନ୍ତି। ଏହାସହ କେତେକ ସ୍ୱାସ୍ଥ୍ୟ ଯୋଜନାକୁ ସଂପ୍ରସାରଣ କରାଯାଇଛି। ୧୦୮ ଓ ୧୦୨ ଆମ୍ବୁଲାନ୍ସଠାରୁ ଆରମ୍ଭ କରି ନିଦାନ, ସହାୟ, ସୁନେତ୍ର, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିସନ୍, ଦମନ ଓ ଆମ କ୍ଲିନିକ୍ ଭଳି ଯୋଜନାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ଏ ମଧ୍ୟରେ ରାଜ୍ୟରେ ୬ଟି ନୂଆ ସବ-ଡିଭିଜନସ୍ତରୀୟ ହସ୍ପିଟାଲ, ୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୫ଟି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସେହପରି ଝାରସୁଗୁଡ଼ା ଓ ମାଲକାନଗିରିରେ ୨ଟି ୩ଶହ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକାଶ ହୋଇଥିବା ବିଭାଗ ଦର୍ଶାଇଛି।
ହେଲେ ମାଳ ମାଳ ଯୋଜନା ସତ୍ତ୍ୱେ ଚର୍ଚ୍ଚାରୁ କିନ୍ତୁ ବାହାରି ପାରିନାହିଁ ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଏଯାଏ ସୁଦୃଢ ହୋଇପାରିନାହିଁ। ଏମିତି ଯେ ନିରାମୟ ଯୋଜନା ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ସେବା ଯାଏ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ଵୟନରେ ତ୍ରୁଟି ସରକାରଙ୍କୁ ଯେତିକି ଅଡୁଆରେ ପକାଉଛି, ଡାକ୍ତର ଅଭାବ ମଧ୍ୟ ଦୁର୍ଗମ ଓ ପଛୁଆ ଅଞ୍ଚଳ ପାଇଁ ଚିନ୍ତାର କାରଣ ସାଜିଛି। ସବୁଠାରୁ ବଡ଼ କଥା ହେଉଛି, ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗ ବେଶ୍ ଆଗକୁ ଯାଇଥିଲେ ହେଁ, ବିଭିନ୍ନ ମେସିନ୍ ପରିଚାଳନା, ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ଆଦି କ୍ଷେତ୍ରରେ ସେଭଳି ଆଖିଦୃଶିଆ ବିକାଶ ହୋଇପାରିନାହିଁ। ଏସବୁ ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଆହ୍ଵାନ ପାଲଟିଛି। ସେହିଭଳି ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ, ସମାନ୍ତରାଳ ଭାବେ ମେଡିକାଲ କଲେଜରେ ଆନ୍ଦୋଳନ ରୋଗୀଙ୍କୁ ନାହିଁ ନଥିବା ଦୁର୍ଦଶା ଭିତରକୁ ଠେଲି ଦେଉଛି।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ ୪୧ଟି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୧୯ଟି ନୂତନ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୩୪୦ଟି ଉପଖଣ୍ଡସ୍ତରୀୟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରାଜ୍ୟର ୩ଟି ପୁରାତନ ମେଡିକାଲ କଲେଜର ସିଟ୍ ସଂଖ୍ୟା ୬୫୦କୁ ବୃଦ୍ଧି କରାଯାଇଛି। ଏହାସହିତ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୧୦୦ଟି ଲେଖାଏଁ ଏମ୍ବିବିଏସ୍ ସିଟ୍ ଖୋଲିଛି। ଚଳିତ ଶିକ୍ଷାବର୍ଷରୁ ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜରେ ନାମ ଲେଖା ହେବ। ଏହାସହ ପୁରୀ, କେନ୍ଦୁଝର, ତାଳଚେର, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୫ଟି ନୂତନ କଲେଜ ଖୋଲିବାକୁ ଯାଉଛି। ପୁରୀ ଓ ସୁନ୍ଦରଗଡ଼ରେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ କେନ୍ଦୁଝର ଓ ତାଳଚେରରେ ନିର୍ମାଣ କାର୍ଯ୍ୟ ଜାରି ରହିଛି।
ଏଠାରେ ଉଲ୍ଲେଖଥାଉକି, 'ନିର୍ମଳ' ଯୋଜନାରେ ହସ୍ପିଟାଲ ଓ ଜନସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ପରିମଳ, ଲଣ୍ଡ୍ରି, ନିରାପତ୍ତା ଓ ଲିଫ୍ଟ ଭଳି ଆନୁସାଙ୍ଗିକ ସେବାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ୧୨୦କୋଟି ଟଙ୍କାର ବଜେଟ୍ କରାଯାଇଛି। ସୁନେତ୍ର ଯୋଜନାରେ ମାଗଣାରେ ସ୍କ୍ରିନିଂ ବ୍ୟବସ୍ଥା ସହିତ ସମସ୍ତ ପ୍ରକାର ଚକ୍ଷୁ ରୋଗର ଚିକିତ୍ସା କରାଯାଉଛି। 'ଭିଜନ୍ କ୍ଲିନିକ୍' ଜରିଆରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଚକ୍ଷୁ ରୋଗ ଚିକିତ୍ସାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୨୦କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି।
ସରକାରୀ ଅନୁଷ୍ଠାନରେ ପ୍ରସବ କରିଥିବା ମା' ଓ ନବାଗତ ଶିଶୁଙ୍କୁ 'ସଂପୂର୍ଣ୍ଣ ସୁରକ୍ଷା କବଚ' ଯୋଜନାରେ ବିଭିନ୍ନ ଅତ୍ୟାବଶ୍ୟକ ସାମ୍ରଗୀର କିଟ୍ ଯୋଗାଇ ଦିଆଯିବ। ଏଥିପାଇଁ ବାର୍ଷିକ ୬୯କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 'ନିଦାନ' ଯୋଜନା ମଧ୍ୟ ଆରମ୍ଭ ହୋଇଛି। ସରକାରୀ-ଘରୋଇ ସହଭାଗିତାରେ ବିନା ମୂଲ୍ୟରେ ୧୫ଟି ଅତ୍ୟାଧୁନିକ ଡାଏଗ୍ନୋଷ୍ଟିକ୍ ସେବା ମିଳିପାରିବ। ଏଥିପାଇଁ ରାଜ୍ୟ ସରକାର ୧୧୦କୋଟି ଟଙ୍କା ଖର୍ଚ କରିବେ।
'ସହାୟ' ଯୋଜନାରେ ରାଜ୍ୟବାସୀଙ୍କୁ ମାଗଣାରେ ଡାଏଲିସିସ୍ ସେବା ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲା ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲରେ ପିପିପି ମୋଡରେ ଆରମ୍ଭ ହୋଇଛି। ଆଗାମୀ ଦିନରେ ୨୨ଟି ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେବ। ଏଥିପାଇଁ ବର୍ଷକୁ ୧୦କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ କରିବେ। ରାଜ୍ୟରେ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ସରକାର 'ଖୁସି' ଯୋଜନା ଆରମ୍ଭ କରିଛନ୍ତି। ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ 'ଦମନ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହିପରି ରାଜ୍ୟରେ କର୍କଟ ରୋଗର ଚିକିତ୍ସା ଜିଲ୍ଲାସ୍ତରରେ ଆରମ୍ଭ ହୋଇଛି। ୨୫ଟି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ୬ଶଯ୍ୟା ବିଶିଷ୍ଟ ଡେ'କେୟାର କେମୋଥେରାପି ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ରାଜ୍ୟର ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସମୟରେ ତ୍ୱରିତ ସେବା ପାଇଁ ବାଇକ ଆମ୍ବୁଲାନ୍ସ ବ୍ୟବସ୍ଥା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଓ ରାୟଗଡ଼ା ଆଦି ଜିଲ୍ଲାରେ ୫ଟି ବାଇକ୍ ଆମ୍ବୁଲାନସ ଚାଲୁଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୯୨ଟି ବାଇକ ଆମ୍ବୁଲାନ୍ସ ଚାଲୁ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ରାଜ୍ୟରେ ମିଳିମିଳା ଓ ରୁବେଲା ପ୍ରତିଷେଧକ ଟିକାକରଣ କରାଯାଇଥିବା ବେଳେ ରାଜ୍ୟର ୧୩ଟି ଜିଲ୍ଲାରେ ଜେଇ ଟିକାକରଣ ହୋଇଛି। | <urn:uuid:dd0d5cc8-ae4d-4294-8f59-f9b48a588d1f> | CC-MAIN-2019-04 | http://sambad.in/state/%E0%AC%B8%E0%AD%8D%E0%AD%B1%E0%AC%BE%E0%AC%B8%E0%AD%8D%E0%AC%A5%E0%AD%8D%E0%AD%9F-%E0%AC%AC%E0%AC%BF%E0%AC%AD%E0%AC%BE%E0%AC%97%E0%AC%B0%E0%AD%87-%E0%AC%AE%E0%AC%BE%E0%AC%B3-%E0%AC%AE%E0%AC%BE-120523/ | 2019-01-20T04:53:18Z | s3://commoncrawl/crawl-data/CC-MAIN-2019-04/segments/1547583700012.70/warc/CC-MAIN-20190120042010-20190120064010-00628.warc.gz | ory | 0.999944 | Orya | 5 | {"ory_Orya_score": 0.9999442100524902} |
ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ଥାନା ଆକ୍ରମଣ କରି ପୁଲିସକୁ ମାରପିଟ କରିବା ସହିତ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ପରିସ୍ଥିତିକୁ ଅଧିକ ଜଟିଳ କରି ଦେଇଛି। ପୁଲିସ ଓ ଜନତା ମୁହାଁମୁହିଁ ହେବା ଦ୍ୱାରା ସମଗ୍ର ଅଂଚଳ ଅଶାନ୍ତ ହୋଇ ପଡ଼ିଛି। ପୁଲିସକୁ ଲାଠି ଚାଳନା ସାଂଗକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଛି। ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକମାନେ ପୁଲିସ ଉପରକୁ ପ୍ରବଳ ଢ଼େଲା ମାଡ଼ କରିଛନ୍ତି। ଏହି ଘଟଣାରେ ଉଭୟ ପକ୍ଷରୁ ଅନେକ ଆହତ ହୋଇଛନ୍ତି। ଅଭିଯୁକ୍ତ୍ ଆତ୍ମହତ୍ୟା କରିଛି ବୋଲି ପୁଲିସ କହୁଥିବା ବେଳେ ଲୋକମାନେ ଅଭିଯୋଗ କରିଛନ୍ତି ଯେ ତାକୁ ପୁଲିସ ପିଟିପିଟି ମାରିଦେଇଛି।
ଏହାକୁ ନେଇ ସମ୍ବଲପୁରରେ ବିସ୍ଫୋରକ ପରିସ୍ଥିତି ଜାରି ରହିଥିବା ବେଳେ କର୍ତବ୍ୟରେ ଅବହେଳା ପାଇଁ ଥାନା ଅଧିକାରୀଙ୍କ ସମେତ ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହାଜତ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ ପ୍ରକାଶ କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ପିଟି ମାରି ଦେଇଥିବା ଅଭିଯୋଗ
୧୯ ଗାଡ଼ି ଜାଳିଦେଲେ
କମ୍ପ୍ୟୁଟର, କାଗଜପତ୍ର ସବୁ ସ୍ୱାହା
ଆଇଆଇସିଙ୍କ ସମେତ ୩ ନିଲମ୍ବିତ
ପୁଲିସର ଫାଙ୍କା ଗୁଳିଚାଳନା
ଏସ୍ପିଙ୍କୁ ତଦନ୍ତ ଦାୟିତ୍ୱ
ମୃତକଙ୍କ ପରିବାରକୁ ୫ ଲକ୍ଷ
ଚୋରି ଅଭିଯୋଗରେ ଅଇଁଠାପାଲି ଥାନାରେ ଅଟକ ଥିବା ଅବିନାଶ ମୁଣ୍ଡା (୨୦) ନାମକ ଯୁବକକୁ ପୁଲିସ ଆଣି ହାଜତରେ ରଖିଥିଲା। କିନ୍ତୁ ହାଜତ ଭିତରେ ଅବିନାଶର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ଥାନା ଉପରେ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଥାନା ଜାଳି ଦେଇଥିବା ବେଳେ ଏସ୍ପି ସଂଜୀବ ଅରୋରା ଓ ଅନ୍ୟ ପୁଲିସ୍ ଅଧିକାରୀ/କର୍ମଚାରୀଙ୍କୁ ମଧ୍ୟ ଧସ୍ତାଧସ୍ତି କରିଛନ୍ତି। ସେମାନଙ୍କ ପଥର ମାଡ଼ରେ ହୀରାକୁଦ ଡିଏସ୍ପି ଅବକାଶ ରାଉତରାୟ, ସମ୍ବଲପୁର ସଦର ଏସ୍ଡିପିଓ ମିହିର ପଣ୍ଡାଙ୍କ ସମେତ ଅନ୍ୟ ୨୪ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଥାନାରେ ଥିବା ୧୧ଟି ବାଇକ, ୮ଟି ଜିପ୍ ଓ କାର୍, ୨ ଟେମ୍ପୋକୁ ସେମାନେ ନିଆଁ ଲଗାଇ ଜାଳିଦେଇଛନ୍ତି। ଥାନାର ଥିବା ସବୁ ସାମଗ୍ରୀ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଅଢ଼େଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଲୋକେ ଲଙ୍କାକାଣ୍ଡ ଭିଆଇଥିଲୋ।
ଅପରପକ୍ଷରେ କର୍ତ୍ତବ୍ୟ ପାଳନରେ ଅବହେଳା ଅଭିଯୋଗରେ ପୁଲିସ୍ ଡିଜି ଅଇଁଠାପାଲି ଥାନା ଅଧିକାରୀ ଦାୟିତ୍ୱରେ ଥିବା ଆଇଆଇସି ଶ୍ରୀମନ୍ତ ବାରିକ, ଡିସିଓ ହରିଶ୍ଚନ୍ଦ୍ର ଗଡ଼ନାୟକ ଓ ସେଣ୍ଟ୍ରି ଏନ୍.ଚୌଧୁରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଏହି ଘଟଣା ପରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଅଇଁଠାପାଲି ଅଂଚଳର ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ଗତ ୬ ତାରିଖ ରାତିର ଘଟଣା। ଅଇଁଠାପାଲି ଥାନାଠାରୁ ପାଖାପାଖି ଦେଢ଼ କିଲୋମିଟର ଦୂର ସମ୍ବଲପୁର-ଝାରସୁଗୁଡ଼ା ରୋଡରେ ଥିବା ଭାଲୁପାଲିର 'ରୟାଲ ରିଟ୍ରିଟ'ରେ ଓ୍ଵସ୍କୋ ଏସ୍ଡିଓ ରଂଜନ ପଣ୍ଡାଙ୍କ ଝିଅ ବାହାଘର ଚାଲିଥିଲା। ବିବାହ ପରେ ବଧୂର ସୁନା ଅଳଙ୍କାର ସହ ଉପହାର ଭାବେ ପାଇଥିବା ଅର୍ଥକୁ ଗୋଟିଏ କୋଠରୀରେ ରଖି ସମସ୍ତେ ଖାଇବାକୁ ଯାଇଥିଲେ। ତେବେ କିଛି ସମୟ ମଧ୍ୟରେ ଝରକା ଭାଂଗି ଚୋରମାନେ ସୁନା ଓ ନଗଦ ଅର୍ଥ ରାଶି ଚୋରି କରି ନେଇଥିଲେ। ଅଇଁଠାପାଲି ଥାନା ପୁଲିସ୍ ଏହି ମାମଲାର ତଦନ୍ତ ଚଳାଇଥିଲା ଏବଂ ଭାଲୁପାଲିର ଅବିନାଶଙ୍କୁ ଥାନାକୁ ଆଣିଥିଲା। ପରେ ଏହି ମାମଲାରେ ପୁଲିସ ଅବିନାଶଙ୍କ ଭାଇ ସମେତ ୫ ଜଣଙ୍କୁ ପୁଲିସ ଧରି ଥାନାରେ ପଚରାଉଚରା କରୁଥିଲା।
ଏସ୍ପି ସଂଜୀବ ଅରୋରଙ୍କ କହିବା ଅନୁସାରେ, ଅବିନାଶ ପାଖରୁ ଚୋରି ହୋଇଥିବା ସୁନା ଅଳଙ୍କାର ଓ କିଛି ଟଙ୍କା ମଧ୍ୟ ଜବତ ହୋଇଥିଲା। ଲଫାଫା ମଧ୍ୟରେ ଥିବା ଟଙ୍କା ବି ଜବତ କରାଯାଇଥିଲା। ତେବେ ୮ ତାରିଖ ରାତି ୧୨ଟା ପାଖାପାଖି ବେଳେ ଅବିନାଶ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଶୀତଦିନ ହୋଇଥିବାରୁ ତାକୁ ଘୋଡ଼ାଇ ହେବା ପାଇଁ ଦିଆଯାଇଥିବା କମ୍ବଳକୁ ଚିରି ବେକରେ ଫାଶି ଲଗାଇଥିଲା। ଆଉ ହାଜତର ରେଲିଂରେ ବାନ୍ଧି ଡେଇଁ ପଡ଼ିଥିଲା। ଘଟଣା ଜଣାପଡ଼ିବା ପରେ ତାକୁ ସଂଗେସଂଗେ ସଦର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାର ଗୁରୁତ୍ୱ ଦେଖି ରାତି ୨ଟାରେ ମାଜିଷ୍ଟ୍ରେଟ୍ ଦେବେନ୍ଦ୍ର ନନ୍ଦ ଏବଂ ଅବିନାଶଙ୍କ ବିଧବା ମା' ଏସ୍ରାନି ମୁଣ୍ଡା, ମାମୁ ମୋହନ ମୁଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ପଞ୍ଚନାମା ଆରମ୍ଭ କରାଯାଇଥିଲା। ଭୋର୍ ୫ଟାରେ ବ୍ୟବଚ୍ଛେଦ ପାଇଁ ଶବ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ସକାଳ ୮ଟାରେ ଭାଲୁପାଲି ଛକରେ ଗାଁ ଲୋକେ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତା ଅବରୋଧ କରିଥିଲେ। ଅବିନାଶଙ୍କୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଥିଲା। ସକାଳ ୯ଟାରେ ଶହ ଶହ ଲୋକ ଅଇଁଠାପାଲି ଥାନାକୁ ମାଡ଼ି ଆସିଥିଲେ। ସେମାନଙ୍କ ମଧ୍ୟରେ ଯୁବକଯୁବତୀ ତଥା କିଶୋରଙ୍କ ସଂଖ୍ୟା ଅଧିକ ରହିଥିଲା। ଥାନା ଭିତରକୁ ଧସେଇ ପଶିଥିଲେ। ଥାନା ଭିତରେ ଥିବା ପୁଲିସ୍ କର୍ମଚାରୀଙ୍କ ମାଡ଼ପିଟ କରିବା ସହ ଫିଙ୍ଗା ଫୋପଡ଼ା ପରେ ପରେ ଜଳାପୋଡ଼ା ଆରମ୍ଭ ହୋଇଥିଲା। ପୁଲିସ୍ କର୍ମଚାରୀଙ୍କ ସଂଖା କମ୍ ରହିଥିବାରୁ ପୁଲିସ୍ ନିରୂପାୟ ହୋଇଯାଇଥିଲା। ଦେଖୁ ଦେଖୁ ଥାନା, ମାଲଖାନାରେ ଥିବା ସାମଗ୍ରୀ ପୋଡ଼ି ଦେଇଥିଲେ। ଥାନା ପରିସରରେ ଥିବା ବାଇକ୍, ଗାଡ଼ି ଆଦି ପୋଡ଼ି ଦେଇଥିଲେ। ଏସ୍ପି ସଂଜୀବ ଅରୋରା ପହଂଚି ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ଲୋକେ କୌଣସି କଥା ବୁଝିବା ସ୍ଥିତିରେ ନ ଥିଲେ। ତାଙ୍କୁ ଓ ଅନ୍ୟ ପୁଲିସ୍ ଅଧିକାରୀ, କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି କରିଥିଲେ। ଏଭଳି ସ୍ଥିତିରେ ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠିଚାଳନା କରିଥିଲା। ଲାଠିଳାଚନା କରି ସେମାନଙ୍କୁ ଥାନା ପରିସରରୁ ବାହାର କରି ଦେଇଥିଲା।
ଲାଠିଚାଳନା ପରେ ଲୋକଙ୍କ ରାଗ ଆହୁରି ବଢ଼ି ଯାଇଥିଲା। ଲୋକେ ରାସ୍ତା ଉପରୁ ଥାନା ଭିତରେ ଥିବା ପୁଲିସ୍ ଉପରକୁ ଟେକା ପଥର, ଇଟା ଆଦି ଫିଙ୍ଗିବା ଆରମ୍ଭ କରି ଦେଇଥିଲେ। ପୁଲିସ୍ ସଂଖ୍ୟା ମାତ୍ର ୩୦/୩୫ ରହିଥିବାରୁ ପ୍ରବଳ ଟେକାମାଡ଼ ଯୋଗୁଁ ନିରୂପାୟ ହୋଇଯାଇଥିଲା। ଟେକା ମାଡ଼ରେ ଡିଏସପି ଅବକାଶ ରାଉତରାୟ ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ତଥାପି ଉତ୍ତ୍ୟକ୍ତ ଲୋକେ ନିର୍ଦ୍ଦୟ ଭାବରେ ମାଡ଼ ମାରିଥିଲେ। ଟେକାମାଡ଼ରେ ଏଡିପିଓ ମିହିର ପଣ୍ଡା ହାତରେ ଆଘାତ ଲାଗିଛି। ଅନ୍ୟ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ୪/୫ ଜଣ ସାମ୍ବାଦିକ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଆତ୍ମରକ୍ଷା ପାଇଁ ଥାନା କୋଠା ପଛପାଖରେ ଏକ କୋଣରେ ଲୁଚିବା ଛଡ଼ା ଆଉ ଅନ୍ୟ କିଛି ଉପାୟ ନ ଥିଲା। ଏସ୍ପି, ଅନ୍ୟ ପୁଲିସ୍ ଅଫିସର, କିଛି ଆଇଆର୍ବି ଯବାନ ସହିତ ସାମ୍ବାଦିକମାନେ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଲୁଚି ରହିଥିଲେ। ଥାନାର ତିନି ପଟୁ ଟେକା ମାଡ଼ ହୋଇଥିଲା। ରାସ୍ତା ଜାମ୍ ଥିବାରୁ ଦମକଳ ବାହିନୀ ତଥା ଅନ୍ୟ ପୁଲିସ୍ ଫୋର୍ସ ପହଂଚିବାରେ ବିଳମ୍ବ ହୋଇଥିଲା। ୧୦ଟା୫୦ରେ ଟେକାପଥର ମାଡ଼ ବନ୍ଦ ହୋଇଥିଲା। ତଥାପି ଉତ୍ତେଜନା ଲାଗି ରହିଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ। ୧୧ଟା ୪୫ରେ ପୁଲିସ ଫୋର୍ସ ସହିତ ଅଗ୍ନିଶମ ଗାଡ଼ି ସହର ପଟୁ ଥାନା ଆଡ଼କୁ ଯାଇଥିଲା।
୭ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିବା ପରେ ଉତ୍ତେଜିତ ଲୋକେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ୍ ଫୋର୍ସ ଉତ୍ତ୍ୟକ୍ତମାନଙ୍କୁ ଭାଲୁପାଲି ପର୍ଯ୍ୟନ୍ତ ଘଉଡ଼ାଇ ଦେଇଥିଲେ। ସାଢ଼େ ୧୨ଟାରେ ଆଇଜି ସୁଶାନ୍ତ କୁମାର ନାଥ ଘଟଣାସ୍ଥଳ ନିରୀକ୍ଷଣ କରିଥିଲେ। ଏହି ଘଟଣାକୁ ନେଇ ଏବେ ବି ଉତ୍ତେଜନା ଲାଗି ରହିଛି। ବିଜେପି ଓ କଂଗ୍ରେସ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି। | <urn:uuid:172aec59-844e-40ba-b13f-b5ba9ac1a09a> | CC-MAIN-2019-04 | http://sambad.in/state/locals-attacks-cops-sets-fire-to-police-station-over-custodial-death-81460/ | 2019-01-23T12:02:31Z | s3://commoncrawl/crawl-data/CC-MAIN-2019-04/segments/1547584331733.89/warc/CC-MAIN-20190123105843-20190123131843-00308.warc.gz | ory | 0.999941 | Orya | 5 | {"ory_Orya_score": 0.9999406337738037} |
ଗରମ ଦିନରେ ପିଅନ୍ତୁ ବେଲ ପଣା ! ଜାଣନ୍ତୁ କ'ଣ ମିଳିବ ଲାଭ
ଔଷଧୀୟ ଗୁଣରେ ଭରପୁର ବେଲ ପେଟ ସମ୍ମନ୍ଧୀୟ ରୋଗ ପାଇଁ ଅବ୍ୟର୍ଥ ଉପଚାର । ଖାସକରି ଗରମ ଦିନରେ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ ବେଲ ପଣା । ଆସନ୍ତୁ ଜାଣିବା ବେଲ ପଣା ପିଇବା ଦ୍ୱାରା କ'ଣ ଲାଭ ମିଳେ ।
୧. ଗରମରେ ଲୁ ରୁ ବଞ୍ଚାଇଥାଏ
– ବେଲ ପେଟ ରୋଗକୁ ଦୂର କରେ । ଏହାସହ ଅନ୍ତନଳୀକୁ ମଧ୍ୟ ସଫା ରଖିବାରେ ସହାଯ୍ୟ କରେ । କୋଷ୍ଠକାଠିନ୍ୟ, ଅଲସର ଆଦିରୁ ର୪ା କରେ ବେଲ ପଣା ।
– ଗରମ ଦିନରେ ଲୁରୁ ବଞ୍ଚିବା ପାଇଁ ବେଲ ପଣା ବହୁତ ଉପକାରେୀ ।
୨.ଯକୃତ ପାଇଁ ଲାଭଦାୟକ
– ଗରମ ନଦିନରେ ସବୁବେଳେ ଶରୀରରେ ଜଳିବା ଅନୁଭବ ହୁଏ । ଏଥିପାଇଁ କଞ୍ଚା ବଲେକୁ ଫଟାଇ ରାଶି ତେଲରେ ମିଶାଇ ରଖନ୍ତୁ । ଏବେ ଏହାକୁ ଶରୀରରେ ମାଲିସ କରନ୍ତୁ, ଆପଣଙ୍କୁ ଥଣ୍ଡା ଅନୁଭୂତ ହେବ ।
୩.ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରେ
– ବେଲ ପତ୍ର ଉଚ୍ଚ ରକ୍ତଚାପକୁ କମ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ବେଲପତ୍ରକୁ ପାଣିରେ ସିଝାଇ ତାକୁ ଛାଣି ତା'ର ପାଣି ପିଅନ୍ତୁ । ରକ୍ତଚାପ ନିୟନ୍ତ୍ରଣକୁ ଆସିବ । | <urn:uuid:38e6ff37-9fb9-4482-9ad5-939eef3eb761> | CC-MAIN-2019-04 | http://kanaknews.com/health-benefits-of-indian-bael/ | 2019-01-16T12:28:08Z | s3://commoncrawl/crawl-data/CC-MAIN-2019-04/segments/1547583657470.23/warc/CC-MAIN-20190116113941-20190116135941-00145.warc.gz | ory | 1.000003 | Orya | 4 | {"ory_Orya_score": 1.0000026226043701} |
ଜଗା-ବଳିଆଙ୍କ ଅପରେସନ ପରେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ପ୍ରେସମିଟ୍ : ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି
କନକ ବ୍ୟୁରୋ : ଯୋଡା ମୁଣ୍ଡ ଶିଶୁ ଜଗାବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଏମ୍ସ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆଗାମୀ ୨ ଦିନ ଜଗା ବଳିଆଙ୍କ ପାଇଁ ସଂକଟଜନକ । ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ।ଅପରେସନରେ ଉଭୟଙ୍କୁ ଆଇସିୟୁରେ ରଖାଯାଇଥିବା ନ୍ୟୁରୋ ସର୍ଜନ ଡାକ୍ତର ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି । ଅପରେସନରେ ୨୦ ସର୍ଜନ ଓ ୧୦ ଆନାଥେସିଆ ସ୍ପେଶାଲିଷ୍ଟ ଥିଲେ । ମୁଣ୍ଡ ଅଲଗା ହେବା ପରେ ଖପୁରୀ କି ଚର୍ମ ନଥିଲା । ସେସବୁକୁ ଅଲଗା ପାଇଁ ପ୍ଲାଷ୍ଟିକ ସର୍ଜନକୁ ୪ରୁ ୫ଘଂଟା ଲାଗିଥିଲା ।
ସେପଟେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ବାଲିଗୁଡାରେ ସର୍ବ ଧର୍ମପ୍ରାର୍ଥନା ସଭା ଆୟୋଜିତ ହୋଇଛି । ବିଭିନ୍ନ ଧର୍ମାନୁଷ୍ଠାନଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଥିରେ ସାମିଲ ହୋଇଛନ୍ତି । ବନବାସୀ ସେବା ସମିତିର ଅନ୍ତେବାସୀ ମାନେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିବା ସହ ଜଗା ବଳିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସ୍ଥାନୀୟ ଚର୍ଚ୍ଚରେ ମଧ୍ୟ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିଛନ୍ତି ।
ବିଭିନ୍ନ ମନ୍ଦିରରେ ଜଗା ବଳିଆଙ୍କ ପାଇଁ ପୂଜାକରାଯାଇଛି । ଯୋଡା ମୁଣ୍ଡ ଶିଶୁ ଜଗାବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଦିଲ୍ଲୀ ଏମ୍ସରେ ଶେଷ ହୋଇଛି । ଏକ ବିରଳ ଅପରେସନରେ ଉଭୟଙ୍କ ମୁଣ୍ଡ ଅଲଗା କରାଯାଇଛି । ବୁଧବାର ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ । ଦୀର୍ଘ ୧୧ ଘଂଟା ପରେ ରାତି ପ୍ରାୟ ୮ ଟାରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିଛନ୍ତି ଡାକ୍ତର । ଆଜି ସକାଳ ୧୦ଟା ବେଳେ ଦୁଇ ଶିଶୁଙ୍କର ପ୍ଲାଷ୍ଟିକ ସର୍ଜରୀ କାମ ବି ସରିଛି । ବର୍ତମାନ ସେମାନଙ୍କୁ ଆଇସିୟୁରେ ଅବଜେରଭେସନରେ ରଖାଯାଇଥିବା ସୂଚନା ମିଳିଛି । ଅପରେସନ ପରେ ଜଗାବଳିଆଙ୍କୁ ୭୨ ଘଂଟା ଅବଜରଭେସନରେ ରଖାଯିବ । | <urn:uuid:a0959b1d-f2c0-41d8-a6d6-d051c484820e> | CC-MAIN-2019-04 | http://kanaknews.com/delhi-aiims-doctors-pressmeet-jaga-balia-operation/ | 2019-01-18T15:52:32Z | s3://commoncrawl/crawl-data/CC-MAIN-2019-04/segments/1547583660175.18/warc/CC-MAIN-20190118151716-20190118173716-00145.warc.gz | ory | 0.999995 | Orya | 10 | {"ory_Orya_score": 0.9999947547912598} |
ସେହିନ ହୀରାଖଣ୍ଡ ଟ୍ରେନ୍ରୁ ଓହ୍ଲାଇଲେ ନୀରଦ ବାବୁ ସମ୍ପୂର୍ଣ୍ଣ ଏକ ଅଜଣା ଜାଗାରେ । ଶୂନ୍ୟରେ ଅନ୍ଧକାର କୁଆଡ଼େ ମିଳାଇ ଯାଇଥିଲା । ପୂର୍ବ ଆକାଶରେ ସିନ୍ଦୂରା । ଗ୍ରୀଷ୍ମ ସକାଳର ସୁଲୁସୁଲୁ ଥିରିଥିରି ପବନରେ ଦେହଟା ଟିକେ ଶୀତେଇ ଯାଉଥିଲା । ଚାରିଆଡ଼କୁ ଆଖି ବୁଲେଇ ଚାଇଁଲେ । ଖାଲି ବିଲ ଆଉ ବିଲ । ପାଦକୁ ପାଦ ଛନ୍ଦି ଲମ୍ୱି ଯାଇଛନ୍ତି ଦୂର ଗାଁ ଡେଙ୍ଗା ଗଛଗୁଡ଼ିକ ପର୍ଯ୍ୟନ୍ତ । ଖଣ୍ଡେ ଦୂରରେ ଗେରୁଆ ପାହାଡ଼ । ପାହାଡ଼କୁ ଲାଗି ଆମ୍ୱତୋଟା । ବୁଢ଼ା ବୁଢ଼ା ଉଁଚା ଝଙ୍କାଳିଆ ଗଛ । କିଛି ଗୋଟାଏ ଭୁଲ ଜାଗାରେ ରହିଗଲି କି- ସନ୍ଦେହ ଦାନା ବାନ୍ଧୁବାନ୍ଧୁ ହଠାତ୍ ଦୃଷ୍ଟି ପଡ଼ିଗଲା ବୋର୍ଡରେ ଲେଖା ହୋଇଥିବା ଖଲିକୋଟ ଷ୍ଟେସନ ଉପରେ । ନିର୍ଜନ ଷ୍ଟେସନ୍ରେ ନୀରଦ ବାବୁ ଏକମାତ୍ର ଯାତ୍ରୀ । ଚାରିଆଡ଼ ନିଛାଟିଆ ଲାଗୁଥାଏ । ପାଖକୁ ଲାଗି ଗାଁ କି ସହର ନାଇଁ । ଲୋକମାନଙ୍କର ଚିହ୍ନ ବର୍ଣ୍ଣ ବି ନାଇଁ । ଭିତରେ ଭିତରେ ଭୟମିଶା ଶୂନ୍ୟତା ତୁହାକୁ ତୁହା କୁହାଟ ଛାଡୁଥାଏ । ସେ ହଠାତ୍ ଆବିଷ୍କାର କଲେ ବୁଦା ଗହଳି ଭିତରେ ଲୁଚି ରହିଥିବା ଏକ ଛୋଟିଆ ବସ୍ତିଟିଏ । କେତୋଟି ଝୁପୁଡ଼ି । ଅଳ୍ପ କେତେକ ଲୋକ ଶେଯ ଛାଡ଼ି ଚଳପ୍ରଚଳ ହେଲେଣି । ହେଲେ ଆଜି ଅନ୍ୟ ହିଂସ୍ର ଜନ୍ତୁମାନଙ୍କୁ ଯେତେ ଡର ନଥାଏ ମଣିଷର ମଣିଷକୁ ବେଶି ଡର । ଭୟ ସବୁକୁ ସାଉଁଟି ସୁଉଁଟି ସାହସର ବୁଜୁଳା ଭିତରେ ପୁରାଇ ଖଲିକୋଟକୁ ପଥ ପଚାରିଲି । ନୂଆ ଭୁଆସୁଣୀର ଲମ୍ୱା ଓଢ଼ଣି ତଳେ ମୁହଁ ଧାପ୍ସା ଦିଶିଲା ପରି ଆମ୍ୱ ତୋଟାର ଉହାଡ଼ରେ ଲୁଚି ଲୁଚି ଦେଖା ଯାଉଥିଲା ଖଲିକୋଟ । ସାତ ଆଠ କିଲୋମିଟର ଦୂର । ଚାଲି ଚାଲି ଯିବା ସମ୍ଭବ ନୁହେଁ । ହଠାତ୍ ଦୂରରୁ ସରୁ ମୁହଁ ଦେଖାଇଲା ଏକ ମାଟାଡ଼ୋର । ନଇଁ ନଇଁ ଧାଇଁଧାଇଁ ଅଙ୍କାବଙ୍କା ରାସ୍ତା ଦେଇ ଆସୁଥାଏ । ଯାତ୍ରୀ ପୁରାପୁରି ଚୁଣ୍ଟି ହୋଇଥାନ୍ତି । ଭିଡ଼ ଭିତରେ ଲଢ଼େଇ କରି ନିଜ ପାଇଁ ଗୋଟିଏ ସ୍ଥାନ ସଂରକ୍ଷଣ କରିବା ଅସମ୍ଭବ ହେଲେ ମଧ୍ୟ ଅନ୍ୟ କିଛି ଚାରା ନ ଥିଲା । ଓଡ଼ିଶୀ ନୃତ୍ୟର ଗୋଟିଏ ମୁଦ୍ରାରେ ପନ୍ଦର ମିନିଟ୍ ରହିଲା ପରେ ସକାଳୁ ସକାଳୁ ପହଞ୍ଚିଲି ଖଲିକୋଟ ବସ୍ଷ୍ଟାଣ୍ଡରେ । ଖୋଲା ଜାଗାରେ ଗରମ ଗରମ ଚାର ବାମ୍ଫ ଧୂଆଁ ଭଳି ଉପରକୁ ଉଠୁଥାଏ । ସବୁ ନୂଆ ନୂଆ ଲାଗୁଥାଏ । ଜାଗା ନୂଆ, ଲୋକ ନୂଆ, ରାସ୍ତା ନୂଆ । ସାମାନ୍ୟ ଅନୁସନ୍ଧାନ ପରେ କଲେଜ ଆଡ଼େ ମୁହାଁଇଲେ ନୀରଦ ବାବୁ ।
କଲେଜର ଦୋମହଲା କୋଠା । ଲମ୍ୱି ଯାଇଛି ରାସ୍ତା ସହିତ ସମାନ୍ତରାଳ ଭାବେ । ବେରଙ୍ଗ ପଡ଼ି ଯାଇଛି କୋଠାର ଚେହେରା । ମଝିରେ ମଝିରେ ସିମେଣ୍ଟ ପ୍ଲାଷ୍ଟର ଛାଡ଼ି ଦାନ୍ତ ନିକୁଟୁଛି । କୋଠାର ପ୍ରତିଟି କୋଣରେ ଶୋଭା ପାଉଛି ରଙ୍ଗିନ୍ ସିନ୍ଥେଟିକ୍ ଶାଢ଼ି ପରି ଅଜସ୍ର ପାନ ଛେପର ଛିଟା । ସେଠି ଚଳ ପ୍ରଚଳ ହେଉଥିବା ଭାଇମାନଙ୍କର ଏହା ନିତି ଦିନିଆ ଦେହ ସୁହା କଥା । ବରଂ ସେମାନଙ୍କ ପାନଛେପକୁ ସେହି କୋଣମାନେ ଅପେକ୍ଷା କରିଥାନ୍ତି ଅସରନ୍ତି ଶୋଷରେ । ନଣ୍ଡାଏ ଛେପ ପଚ୍କିନା ପକାଇ ଦେଲେ ଉଭୟଙ୍କ ଭାରି ତୃପ୍ତି । ତଳେ କୋଠା ଦେହରେ ଘଷି ହୋଇ ଆକାଶକୁ ଅନେଇ ରହିଛି ଏକ କଣ୍ଟା ଝଟାର ମିନି ଜଙ୍ଗଲ । ଖାଲିପାଦ ଥାପିଲେ ତାହା ଭୂଇଁକୁ ସହିପାରିବ ନାଇଁ । କେଉଁଠି କଣ୍ଟାଳିଆ ଗୋଡ଼ି ତ କେଉଁଠି ପଥୁରିଆ କଣ୍ଟା । ନୀରଦ ବାବୁ କମନ ରୁମ୍ରେ ଫ୍ରେସ୍ ହେଲା ପରେ ଅଧ୍ୟକ୍ଷ ଆସିଲେ । ଚଳଚଞ୍ଚଳ ବ୍ୟକ୍ତିତ୍ୱ ମଧ୍ୟରେ ବାରି ହୋଇ ପଡୁଥାଏ ଏକ ସହାନୁଭୂତିଶୀଳ ହୃଦୟ । ତାଙ୍କଠୁଁ ଝରିଝରି ଯାଉଥାଏ ମହୁ ଠିକ୍ ନିର୍ମଳଝର ପରି । ଦୂରରୁ ଆସିଥିବା ଅତିଥିଙ୍କ ରହଣି ନିମନ୍ତେ ସୁବନ୍ଦୋବସ୍ତ କଲେ ଡାକବଙ୍ଗଳାରେ । ଚିହ୍ନା ରାତିଟା ଅଚିହ୍ନା ଅଚିହ୍ନା ଲାଗୁଥାଏ । ଦ୍ୱିତୀୟ ଦିନ ଆସି ଡାକବଙ୍ଗଳାରେ ପହଞ୍ଚିଲେ ଜଣେ ବରିଷ୍ଠ ଅଧ୍ୟାପକ ନରି ସାର୍ । ପୁନେଠାରେ ଅଲ୍ ଇଣ୍ଡିଆ ଓରିଏଣ୍ଟାଲ୍ କନ୍ଫରେନ୍ସ ଚାଲିଥିଲା ବେଳେ ନୀରଦବାବୁଙ୍କ ପ୍ରଫେସର ଚିହ୍ନାଇ ଦେଇଥିଲେ । ବନ୍ଧୁତା ଜମିଲା । ଅଧ୍ୟାପକ ବନ୍ଧୁ କହିଲେ- "ମୋର ସାନ ଭାଇର ସଡୁ ଏହି ସହରରେ ରହନ୍ତି ସପରିବାର । ଜଣେ କ୍ଲାସ ଟୁ ଅଫିସର । କହିଛନ୍ତି ବେଳ ବୁଡ଼ିଲା ବେଳକୁ ଆସିବେ ।"
ନୂଆ ଜାଗାରେ ନୂଆ ଲୋକଙ୍କୁ ଭେଟିବା ଆଣି ଦେଇଥାଏ ନିଆରା ଅନୁଭବ । ଗୋଧୂଳି ବେଳକୁ ଆସି ପହଞ୍ଚିଲେ ଜଣେ ମଧ୍ୟମ ବୟସର ଭଦ୍ର ବ୍ୟକ୍ତି ତ୍ରିପାଠୀ ବାବୁ । ଉଚ୍ଚତା ବେଶି ନୁହେଁ । ଚେକା ଚଉଡ଼ା ଦେହ ! ଶ୍ୟାମଳ ବର୍ଣ୍ଣ ! କେଶ ଅସଜଡ଼ା କଥା କିନ୍ତୁ ସଜଡ଼ା ! ପରିମାର୍ଜିତ ! ଭଦ୍ର ! ଶିଷ୍ଟ ! କଥାରେ ବାଟୁଳି ବାଜୁ ନଥାଏ । ସ୍ଫୂର୍ତ୍ତିଶୀଳ ବ୍ୟକ୍ତିତ୍ୱ । କିଛି ସମୟ ଭାବ ବାଣ୍ଟିଲେ ବନ୍ଧୁତାପୂର୍ଣ୍ଣ ଭାବରେ । କିଛି ଜରୁରୀ କାମ ଅଛି ବୋଲି କହି ନରି ସାର୍ଙ୍କୁ ସାଙ୍ଗରେ ଡାକି ନେଇଗଲେ । ନୀରଦ ବାବୁଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲେ ଯିବା ପାଇଁ । ନୀରଦବାବୁ ହଲିଲା ପାଣିକୁ ଗୋଡ଼ ନ ବଢ଼ାଇବା ଲୋକ । ତ୍ରିପାଠୀ ବାବୁଙ୍କ ହାବ ଭାବରେ କିଛି ବିଚଳିତ ପଣ ଦେଖି ଥମ୍ ହୋଇ ଯାଇଥିଲେ ସେ । ପରେ ଯିବି ବୋଲି କହି ସାଦର ସ୍ୱୀକୃତି ଜଣାଇଥିଲେ । ମୁହଁସଞ୍ଜ କଟେଇ ଫେରିଲେ ନରି ସାର୍ । ସାଙ୍ଗରେ ଆଣିଥିବା ଅନୁଭୂତି ବାଢ଼ି କହିବାକୁ ଆରମ୍ଭ କଲେ- ତ୍ରିପାଠୀ ବାବୁଙ୍କ ଘର ପୁରୀ ସହର ଠାରୁ ଅଳ୍ପ ଦୂର । ଅଚଳାଚଳ ଭୂସମ୍ପତ୍ତି । ଭାରି ଖାନଦାନ ଘରର ପୁଅ । ଜଣେ ଜଣାଶୁଣା ମନ୍ତ୍ରୀଙ୍କ ଝିଆରୀ ତାଙ୍କର ଧର୍ମପତ୍ନୀ । ଏ ସଂସାରରେ ସନ୍ତାନ ସୁଖ କେଉଁ ଦମ୍ପତି ନ ଚାହାଁନ୍ତି । ପୁଅଟିଏ ପାଇଁ କେତେ ଦିଅଁକୁ ମୁଣ୍ଡିଆ ମାରି କେତେ କ'ଣ ମନାସି ଥିଲେ । ଠାକୁରେ ଡାକ ଶୁଣିଲେ । ତ୍ରିପାଠୀ ଦମ୍ପତି ଗୋଟିଏ ନୁହେଁ ଦୁଇ ଦୁଇଟି ରାଜକୁମାର ପରି ପୁତ୍ର ସନ୍ତାନ ଲାଭ କଲେ । କେବଳ ତାଙ୍କ ପରିବାରରେ ନୁଏଁ ସମଗ୍ର ଖଣ୍ଡମଣ୍ଡଳରେ ଆନନ୍ଦର ଶିହରଣ ଖେଳି ଯାଇଥିଲା । ପୁଅ ଦି'ଓଟି ପୂର୍ଣ୍ଣଚନ୍ଦ୍ର ପରି ବଢ଼ିବାକୁ ଲାଗିଲେ । ବଡ଼ ମାଟ୍ରିକ୍ ପାଶ୍ କଲା ପରେ ପାଠରେ ଅମନଯୋଗୀ ହେଲା । ଫାଙ୍କା ମନ ଭୂତର ଆଖଡ଼ା ଘର । ବାପାଙ୍କ ମନ ଚିନ୍ତାରେ ଭାଙ୍ଗି ପଡୁଥାଏ । ଏହି ସମୟରେ ପୁଅ ବାପାଙ୍କ ଆଗରେ ଗୋଟିଏ ପ୍ରସ୍ତାବ ରଖିଲା- "ମୁଁ ଟି.ଭି.ର କେବୁଲ୍ ଲାଇନ୍ ବ୍ୟବସାୟ କରିବି ।" ସେତେବେଳେ ଟି.ଭି. ନୂଆ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚୁ ଥାଏ । ଟି.ଭି.ର ଆଦୃତି ଓ ଚାହିଦା ବଢ଼ିବାରେ ଲାଗିଥାଏ । ପୁଅର ପ୍ରସ୍ତାବ କିଛି ମନ୍ଦ ନୁହେଁ ବୋଲି ବାପା ତାହା ଅନୁମୋଦନ କଲେ । ଅନ୍ତତଃ କିଛି କାମରେ ତ ବ୍ୟସ୍ତ ରହିଯିବ ।
ପୁଅ ବାପାଙ୍କଠୁ ତିନି ଲକ୍ଷ ଟଙ୍କା ନେଲା । ପୁରୀରେ ବ୍ୟବସାୟ ଆରମ୍ଭ କଲା । ବାପା ମା' ଟିକେ ଆଶ୍ୱସ୍ତି ଲାଭ କଲେ । ବାପାଙ୍କ ପଛକୁ ପୁଅ ଯଦି ଯୋଗ୍ୟ ଓ ସମର୍ଥ ହୋଇ ଛିଡ଼ା ହୁଏ ବାପା ମା'ଙ୍କ ମନୋବଳ ବଢ଼େ । ସ୍ଥିତି ମଜବୁତ୍ ହୁଏ । ମାତ୍ର ଏ ଆନନ୍ଦ ବେଶି ଦିନ ରହିଲା ନାଇଁ । ମାତ୍ର ବର୍ଷ ଦୁଇଟା ଭିତରେ ପୁଅ ବାପାଙ୍କୁ ଲାଭର ହିସାବ ଦେବ କ'ଣ ବେଉସାର ମୂଳ ବୁଡ଼ିଗଲା ବୋଲି ଦୁଃସମ୍ୱାଦ ଦେଇଥିଲା । ବାପା ମା' ସ୍ଥାଣୁ ପାଲଟି ଯାଇଥିଲେ । ଛାତିକୁ ପଥର କରି ପୁଅକୁ ପାଖକୁ ନେଇ ଆସିଥିଲେ । ବେପାର ପଛେ ଉଜୁଡୁ, ପୁଅ କିନ୍ତୁ ବୁଡ଼ି ନଯାଉ । ପୁଅ ଖାଲି ବ୍ୟବସାୟରେ ଆର୍ଥିକ ଦୁର୍ଗତିକୁ ଟାଣି ଆଣି ନ ଥିଲା କୁସଙ୍ଗରେ ପଡ଼ି ନାନା ନିଶା ଓ ମାଦକ ଦ୍ରବ୍ୟ ସେବନରେ ପୁରାପୁରି ଅଭ୍ୟସ୍ତ ହୋଇ ଯାଇଥିଲା । ବାପାଙ୍କ ଅଗୋଚରରେ । ନିଶାଖୋର ପୁଅ କଥା ଜାଣି ତ୍ରିପାଠୀ ଦମ୍ପତିଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । ଅନ୍ଧାର ଦିଶିଲା ଦୂର ଦିଗ୍ବଳୟ ।
ସନ୍ତାନ ଯେତେ ଦୋଷତ୍ରୁଟି କରି ଦୁନିଆଁ ଆଖିରେ ନିନ୍ଦିତ ହେଲେ ବି ଉତ୍ତମ ବାପା ମା' ତାକୁ ସୁଧାରିବାକୁ ପ୍ରାଣପଣେ ଲାଗି ପଡ଼ନ୍ତି । ମନର କ୍ଷତକୁ ଆଖିର ଲୁହରେ ଧୋଇ ଦେଇଥାନ୍ତି । ପୁଅକୁ ସୁଧାରିବା ଆଶାରେ ପାଖରେ ରଖିଲେ । କେତେ ବୁଝାସୁଝା କଲେ । କିନ୍ତୁ ହାୟ ! ବୁଡ଼ିଗଲା ଗୋଡ଼ ତଳକୁ ତଳକୁ । ବାପା ମା'ଙ୍କ ସମସ୍ତ ଆଶା ଆକାଂକ୍ଷାକୁ, ସ୍ୱପ୍ନ ସଂକଳ୍ପକୁ ଚୁର୍ମାର କରି ପୁଅ ଆରମ୍ଭ କରି ଦେଇଥିଲା ନିର୍ଯାତନାର ନୂତନ ଅଧ୍ୟାୟ । ବାପାଙ୍କ ପକେଟ୍ରୁ ଚୋରି କରି ଓ ମା'ଙ୍କୁ ମାରି ଦିନକୁ ଦିନ ନିଶାଗ୍ରସ୍ତ ପୁଅର ଉପଦ୍ରବ ବଢ଼ିବାକୁ ଲାଗିଲା । ପ୍ରତିବାଦ କଲେ ବିବାଦ ଛିଡ଼ା ହୁଏ । ପ୍ରତିରୋଧ କଲେ ଆରମ୍ଭ ହୁଏ ହାଙ୍ଗାମା । ଝଗଡ଼ାଝାଟିରେ ସୁଖୀ ପରିବାରର ମୂଳଦୁଆ ଦୋହଲି ଯାଏ । ବହିଯାଏ ଥରକୁ ଥର ଅଶାନ୍ତିର ଝଡ଼ । ଘରେ ଯାହା ପାଇଲା ସବୁ ଫିଙ୍ଗାଫୋପଡ଼ା କଲା । ମୂଲ୍ୟବାନ୍ ଆସବାବପତ୍ର ଯାହା ହାତପାହାନ୍ତାରେ ପଡ଼ିଲା ବାହାରେ ବିକ୍ରିବଟା କରି ନିଶା ଖର୍ଚ୍ଚ ତୁଲାଇଲା । ନୂଆ କୁସଙ୍ଗରେ ପଡ଼ିଲା । ଭିନ୍ନ କୁପଥରେ ଚାଲିଲା । ଛିଣ୍ଡା ଚପଲ ଜୋତା ପିନ୍ଧିଲା । ପୁଅର ଏ ଦଶା ଦେଖି ବାପା ମା' କେମିତି ଧୈର୍ଯ୍ୟ ଧରି ରହିପାରନ୍ତେ ! ବେଳେ ବେଳେ ବାତ୍ସଲ୍ୟ ସ୍ନେହରେ ପିତୃହୃଦୟ ତରଳି ଯାଏ । ପୁଅ ପିନ୍ଧିବ ବୋଲି ହଳେ ନୂଆ ଚପଲ କିଣି ଆଣନ୍ତି । ତା'ର ସାଙ୍ଗମାନେ ସେ ନୂଆ ଚପଲକୁ ଦ୍ୱିତୀୟବାର ପିନ୍ଧିବାକୁ ସୁଯୋଗ ଦିଅନ୍ତି ନାଇଁ । ନିଶା ଖାଇ ପୁଅ ଚୁର୍ ଥିଲାବେଳେ ସାଙ୍ଗମାନେ ଜୋତାକୁ ବିକି ଦେଇ ଭଲ ନିଶାଦ୍ରବ୍ୟ ଯୋଗାଡ଼ କରନ୍ତି । ସେଦିନ ନିଶା ପାଣିରେ ଆସରଟା ଜମିଯାଏ । ପରିଣାମରେ ପୁଅ ପିନ୍ଧେ ଯେଉଁ ଛିଣ୍ଡା ଚପଲକୁ ସେହି ଛିଣ୍ଡା ଚପଲ । ପ୍ୟାଣ୍ଟ ସାର୍ଟର ଅବସ୍ଥା ମଧ୍ୟ ସେଇଆ । ପୁଅ ବାପାଙ୍କ ଖାତିରିରେ ଜୋତା ଓ କପଡ଼ା ଦୋକାନୀମାନଙ୍କ ଠାରୁ ବାକିରେ ମଧ୍ୟ ଜିନିଷ ନେଇ ଆସେ । ମାତ୍ର ବେକାର ଖର୍ଚ୍ଚର ଆତିଶଯ୍ୟ ହେତୁ ଦୋକାନୀମାନଙ୍କୁ ସେଥିରୁ ବାରଣ କରିଥିଲେ ଶ୍ରୀଯୁକ୍ତ ତ୍ରିପାଠୀ ।
– ତା'ପରେ – | <urn:uuid:be6b6f19-56eb-45f1-aac7-41f0d91bba1e> | CC-MAIN-2019-04 | http://www.ameodia.com/odia-kathaa/odia-story/odia-story-abashosha-1-dr-sharat-chandra-parida/ | 2019-01-18T15:34:18Z | s3://commoncrawl/crawl-data/CC-MAIN-2019-04/segments/1547583660175.18/warc/CC-MAIN-20190118151716-20190118173716-00145.warc.gz | ory | 0.999998 | Orya | 8 | {"ory_Orya_score": 0.9999982118606567} |