text
stringlengths
265
390k
id
stringlengths
47
47
dump
stringclasses
96 values
url
stringlengths
17
5.15k
date
stringlengths
20
20
file_path
stringlengths
109
155
language
stringclasses
1 value
language_score
float64
0.31
1
language_script
stringclasses
1 value
minhash_cluster_size
int64
1
1.05k
top_langs
stringlengths
23
515
ରାମ, କୃଷ୍ଣ ହୁଅନ୍ତୁ କିମ୍ବା ସ୍ୱୟଂ ଭଗବାନ ବିଷ୍ଣୁ ହୁଅନ୍ତୁ ଏମାନଙ୍କ ଦେହର ରଂଗ ନୀଳ ବୋଲି ଆପଣ ଜାଣିଥିବେ ନିଶ୍ଚୟ। ମର୍ତ୍ତ୍ୟମଣ୍ଡଳରେ ଜନ୍ମ ନେଇଥିବା ମଣିଷଙ୍କ ରଂଗ କଳା, ଗୋରା କିମ୍ବା ଶ୍ୟାମଳ ହୋଇଥାଏ। ମାତ୍ର ଆପଣ ଜାଣନ୍ତି କ ଭଗବାନଙ୍କ ରଂଗ ନୀଳ କାହିଁକି? ଆସନ୍ତୁ ଆଜି ଭଗବାନ ବିଷ୍ଣୁଙ୍କ ବିଷୟରେ କିଛି ଛୋଟ ଛୋଟ କଥା ଜଣିବା। ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ହେଉଛନ୍ତି ସଂସାରର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ବିନାସକାରୀ। ବ୍ରହ୍ମା ସମଗ୍ର ସଂସାରକୁ ସୃଷ୍ଟି କରିଛନ୍ତି, ବିଷ୍ଣୁ ପାଳନ କରିଥାନ୍ତି। ଆବଶ୍ୟକ ପଡ଼ିଲେ ମହେଶ୍ୱର ବିନାସର ପଥ ଆପଣାନ୍ତି। ଭଗବାନ ବିଷ୍ଣୁଙ୍କ ରଂଗ ଆକାଶର ରଂଗ ପରି। ଏହା ଏହି ସୂଚନା ଦେଉଛି ଯେ ସେ ହେଉଛନ୍ତି ଆକଶ ପରି ନିରାକାର ଏବଂ ଅନନ୍ତ। ବିଷ୍ଣୁଙ୍କର ୪ଟି ହାତ ବି ଅଛି। ବିଷ୍ଣୁଙ୍କର ଏହି ଚାରି ହାତ ପଛରେ ବି କାରଣ ରହିଛି। ବିଷ୍ଣୁଙ୍କର ଆଗ ଦୁଇ ହାତର ଅର୍ଥ ସେ ଭୌତିକ ଦୁନିଆରେ ସାଧାରଣ ଲୋକଙ୍କ ଭିତରେ ରହିଛନ୍ତି। ତାଙ୍କ ପଛରେ ଥିବା ଦୁଇଟି ହାତ ହେଉଛି ଆଧ୍ୟାତ୍ମିକତାର ପ୍ରତୀକ। ତାଙ୍କ ହାତଗୁଡ଼ିକରେ ସେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଛନ୍ତି। ପଦ୍ମ ସ୍ୱଚ୍ଛ ଏବଂ ସୌନ୍ଦର୍ଯ୍ୟର ବାର୍ତ୍ତା ପ୍ରଦାନ କରୁଛି। ଓମ୍ ଧ୍ୱିନୀ ଉଚ୍ଚାରଣ ପାଇଁ ଭଗବାନ ବିଷ୍ଣୁ ଶଙ୍ଖ ଧରିଛନ୍ତି। ଚକ୍ର ସୁଜନଙ୍କ ସୁରକ୍ଷା ସକାଶେ। ଗଦା ବୁଦ୍ଧିର ପ୍ରତୀକ।
<urn:uuid:8698588b-d761-42eb-a85d-a81c02107d5e>
CC-MAIN-2018-47
http://sambad.in/special/why-bisnus-colour-blue-93102/
2018-11-17T09:02:53Z
s3://commoncrawl/crawl-data/CC-MAIN-2018-47/segments/1542039743351.61/warc/CC-MAIN-20181117082141-20181117104141-00439.warc.gz
ory
0.999978
Orya
4
{"ory_Orya_score": 0.999977707862854}
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପୂର୍ବାଞ୍ଚଳ ପୁଲିସ ରେଞ୍ଜ ପକ୍ଷରୁ ଏକ ବଦଳି ଆଦେଶନାମା ପ୍ରକାଶ ପାଇଛି। ଏଥିରେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାର ମୋଟ ୨୫ଜଣ ପୁଲିସ ଇନିସ୍ପେକ୍ଟରଙ୍କୁ ବଦଳି କରାଯାଇଛି। ତହିଁରୁ ଭଦ୍ରକ ଜିଲାର ୮ଜଣ ଇନିସ୍ପେକ୍ଟର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାକୁ ବଦଳି ହୋଇଛନ୍ତି। ଅନୁରୂପ ଭାବେ ୮ ଇନିସପେକ୍ଟର ଜିଲା ବାହାରୁ ଭଦ୍ରକକୁ ବଦଳି ହୋଇ ଆସୁଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଥିବା ସୁଦର୍ଶନ ଗାଙ୍ଗୋଇ, ବାସୁଦେବପୁର ଥାନା ଆଇଆଇସି ନବକିଶୋର ନାଏକ, ଧାମରା ମରୋଇନ ଥାନା ଆଇଆଇସି ସନାତନ ସାହୁ, ଧାମନଗର ଆଇଆଇସି ବିଜୟ ମଲ୍ଲିକ ଏବଂ କସିଆ ମେରାଇନ ଥାନା ଆଇଆଇସି ପ୍ରଫୁଲ୍ଳ କୁମାର ମଲ୍ଲିକଙ୍କର ମୟୁରଭଞ୍ଜ ଜିଲାକୁ ବଦଳି ହୋଇଛି। ବନ୍ତ ଥାନା ଆଇଆଇସି ଜ୍ଞାନରଞ୍ଜନ ମିଶ୍ର, ବିଦ୍ୟୁତ ଥାନା ଏବଂ ପୁରୁଣା ବଜାର ଥାନା ଆଇଆଇସି ଦାୟିତ୍ୱରେ ଥିବା ଇନ୍ସପେକ୍ଟର ମମତା ସାହୁ ଓ ଧୁଷୁରୀ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କର ବାଲେଶ୍ୱର ଜିଲାକୁ ବଦଳି ହୋଇଛି। ସେହିପରି ମୟୁରଭଞ୍ଜ ଜିଲାରୁ ଅମିତ କୁମାର ବିଶ୍ୱାଳ, ମିନତୀ ବିଶ୍ୱାଳଙ୍କ ମୟୁରଭଞ୍ଜ ଜିଲା, ଦିଲୀପ ସାହୁ, ରମେଶ ଚନ୍ଦ୍ର ସିଂଙ୍କର ବାଲେଶ୍ୱର ଜିଲାରୁ ଭଦ୍ରକକୁ ପ୍ରତ୍ୟାବର୍ତ୍ତନ ହୋଇଥିବା ବେଳେ ମୟୁରଭଞ୍ଜରୁ ରତିକାନ୍ତ ଗିରି, ତିଳୋତ୍ତମା ରାଉତ, ବାଲେଶ୍ୱରରୁ ରାମ କୁମାର ମୁର୍ମୁ ଓ ଦୟାନିଧି ଦାସ ଭଦ୍ରକ ଜିଲାକୁ ଆସିବା ଲାଗି ଆଦେଶ ପ୍ରକାଶ ପାଇଛି। ତେବେ ଏହି ଅଦଳ ବଦଳ ପରେ ଜିଲା ସ୍ତରରେ ଥାନାଧିକାରୀଙ୍କ ଏକ ବଦଳି ଆଦେଶ ପ୍ରକାଶ ପାଇବାର ସମ୍ଭାବନା ରହିଛି।
<urn:uuid:9b341bba-adb7-4eeb-b21e-06d35c8dce76>
CC-MAIN-2018-47
http://odiapua.com/%E0%AD%AE-%E0%AC%AA%E0%AD%81%E0%AC%B2%E0%AC%BF%E0%AC%B8-%E0%AC%87%E0%AC%A8%E0%AD%8D%E0%AC%B8%E0%AC%AA%E0%AD%87%E0%AC%95%E0%AD%8D%E0%AC%9F%E0%AC%B0%E0%AC%99%E0%AD%8D%E0%AC%95-%E0%AC%9C%E0%AC%BF/
2018-11-19T22:21:10Z
s3://commoncrawl/crawl-data/CC-MAIN-2018-47/segments/1542039746112.65/warc/CC-MAIN-20181119212731-20181119234731-00199.warc.gz
ory
0.999746
Orya
3
{"ory_Orya_score": 0.9997456669807434}
ନୂଆ ଦିଲ୍ଲୀ ୧୬ ମଇ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାତୀୟ ଜୈବ ଇନ୍ଧନ ନୀତି-୨୦୧୮କୁ ମଞ୍ଜୁରି ଦେଇଛନ୍ତି। ପ୍ରମୁଖ ବିଶେଷତ୍ୱ : ୧. ଏହି ନୀତି ଜୈବ ଇନ୍ଧନକୁ "ମୂଳ ଜୈବ ଇନ୍ଧନ" ଭାବେ ବର୍ଗୀକରଣ କରୁଛି ଅର୍ଥାତ୍ ପ୍ରଥମ ପିଢ଼ି (ୱାନ ଜି) ଜୈବ ଇଥାନଲ ଏବଂ ଜୈବଡିଜେଲ ଏବଂ "ଉନ୍ନତ ଜୈବ ଇନ୍ଧନ"- ଦ୍ୱିତୀୟ ପିଢ଼ି (ଟୁଜି) ଇଥାନଲ, ପୌରାଂଚଳ କଠିନ ବର୍ଜ୍ୟ (ଏମଏସଡବ୍ଲ୍ୟୁ)ରୁ ଡ୍ରପ-ଇନ ଇନ୍ଧନ, ତୃତୀୟ ପିଢ଼ି (ଥ୍ରୀଜି) ଜୈବଇନ୍ଧନ, ଜୈବ-ସିଏନଜି ଆଦିକୁ ସୂଚୀବଦ୍ଧ କରିଛି। ପ୍ରତ୍ୟେକ ବର୍ଗରେ ଉପଯୁକ୍ତ ଆର୍ଥିକ ଏବଂ ବିତୀୟ ସମ୍ପ୍ରସାରଣକୁ ସକ୍ଷମ କରିବା ଲାଗି ଏପରି କରାଯାଇଛି। ୨. ନୀତିରେ ଆଖୁ ରସ, ଚିନି ଥିବା ସାମଗ୍ରୀ ଯେପରିକି ସୁଗାର ବିଟ୍, ସ୍ୱିଟ୍ ସୋରଘମ, ଷ୍ଟାର୍ଚ ଥିବା ବସ୍ତୁ ଯେପରିକି- ମକା, କସାଭା, ମନୁଷ୍ୟ ଉପଯୋଗ ପାଇଁ ଅନୁପଯୁକ୍ତ ଶସ୍ୟ ଯେପରିକି ଗହମ, ଭଙ୍ଗା ଚାଉଳ, ପଚା ଆଳୁର ବ୍ୟବହାରକୁ ଅନୁମତି ଦେଇ ଇଥାନଲ ଉତ୍ପାଦନ ଲାଗି କଂଚା ମାଲର ପରିଧି ବଢ଼ାଇଛି। ୩. ଅତିରିକ୍ତ ଉତ୍ପାଦନ ପର୍ଯ୍ୟାୟ ସମୟରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ନମିଳିବାର ବିପଦ ଥାଏ। ଏହାକୁ ଦୃଷ୍ଟିରେ ରଖି ଏହି ନୀତିରେ ଜାତୀୟ ଜୈବ ଇନ୍ଧନ ସମନ୍ୱୟ ସମିତିର ମଞ୍ଜୁରି ଦ୍ୱାରା ଇଥାନଲ ଉତ୍ପାଦନ ଲାଗି ପେଟ୍ରୋଲ ସହିତ ଏହାକୁ ମିଶାଇବା ଲାଗି ଅତିରିକ୍ତ ଶସ୍ୟର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ୪. ଜୈବ ଇନ୍ଧନ ଲାଗି, ନୀତିରେ ଟୁଜି ଇଥାନଲ ଜୈବ ରିଫାଇନାରୀ ଲାଗି ୱାନ ଜି ଜୈବ ଇନ୍ଧନ ତୁଳନାରେ ଅତିରକ୍ତି ଟିକସ ପ୍ରୋତ୍ସାହନ, ଉଚ୍ଚ କ୍ରୟ ମୂଲ୍ୟ ବ୍ୟତୀତ ୬ ବର୍ଷରେ ୫ ହଜାର କୋଟି ଟଙ୍କାର ପାଣ୍ଠିଥିବା ଯୋଜନା ପାଇଁ ବ୍ୟବହାରୀକ ତାରତମ୍ୟ ସଂକେତ ଦିଆଯାଇଛି। ୫. ଖାଦ୍ୟ ଅନୁପଯୋଗୀ ତୈଳ ବୀଜ, ବ୍ୟବହାର କରାଯାଇସାରିଥିବା ଖାଇବା ତେଲ, ଲଘୁ ଗର୍ଭାବଧି ଫସଲରୁ ଜୈବ ଡିଜେଲ ଉତ୍ପାଦନ ଲାଗି ଯୋଗାଣ ଶୃଙ୍ଖଳା ବ୍ୟବସ୍ଥା ବିକଶିତ କରିବା ଲାଗି ନୀତିରେ ପ୍ରୋତ୍ସାହନ ଦିଆଯାଇଛି। ୬. ଏହି ପ୍ରୟାସ ଲାଗି ନୀତି ଦସ୍ତାବିଜରେ ଜୈବ ଇନ୍ଧନ ସହ ଜଡ଼ିତ ସମସ୍ତ ମନ୍ତ୍ରଣାଳୟ/ବିଭାଗର ଭୂମିକା ଏବଂ ଉତରଦାୟିତ୍ୱର ଅଧିଗ୍ରହଣ କରାଯାଇଛି। ସମ୍ଭାବ୍ୟ ଲାଭ : ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ : ୧ କୋଟି ଲିଟର ଇ-୧୦ ବର୍ତମାନର ମୂଲ୍ୟରେ ୨୮ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଂଚୟ କରିବ। ଇଥାନଲ ଯୋଗାଣ ବର୍ଷ ୨୦୧୭-୧୮ରେ ପାଖାପାଖି ୧୫୦ କୋଟି ଲିଟର ଇଥାନଲ ଯୋଗାଣ ପରଲକ୍ଷିତ ହେବାର ଆଶା କରାଯାଉଛି। ଏହାଦ୍ୱାରା ୪୦୦୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଂଚୟ ହେବ। ସ୍ୱଚ୍ଛ ପରିବେଶ : ୧ କୋଟି ଲିଟର ଇ-୧୦ରୁ ପାଖାପାଖି ୨୦, ୦୦୦ ଟନ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ହ୍ରାସ ପାଇବ। ୨୦୧୭-୧୮ ବର୍ଷରେ ଇଥାନଲ ଯୋଗାଣ ଲାଗି ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ୩୦ ଲକ୍ଷ ଟନ ପର୍ଯ୍ୟନ୍ତ ହ୍ରାସ ପାଇବ। ଫସଲ ପୋଡ଼ିରେ ହ୍ରାସ ଆଣିବା ଏବଂ କୃଷି ସମ୍ବନ୍ଧୀୟ ଆବର୍ଜନା/ବର୍ଜ୍ୟବସ୍ତୁକୁ ଜୈବ ଇନ୍ଧନରେ ରୂପାନ୍ତରଣ କରି ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ଆହୁରି ହ୍ରାସ କରାଯିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ : ଖାଦ୍ୟ ପ୍ରସ୍ତୁତି ଲାଗି ତେଲ, ବିଶେଷ କରି ଛାଣିବା ଲାଗି ଉଦ୍ଦିଷ୍ଟ ତେଲକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାରମ୍ବାର ବ୍ୟବହାର କରିବା ଫଳରେ ସ୍ୱାସ୍ଥ୍ୟ ପାଇଁ ଘାତକ ବିପଦ ସୃଷ୍ଟି ହୋଇପାରେ। ଏହାଦ୍ୱାରା ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ବ୍ୟବହୃତ ହୋଇସାରିଥିବା ଖାଇବା ତେଲ ଜୈବ ଇନ୍ଧନ ଲାଗି ସମ୍ବାବ୍ୟ ଫିଡଷ୍ଟକ ହୋଇପାରେ। ଜୈବ ଇନ୍ଧନ ପ୍ରସ୍ତୁତ କରିବା ଲାଗି ଏହାର ବ୍ୟବହାର ଦ୍ୱାରା ଖାଦ୍ୟ ଉଦ୍ୟୋଗରେ ଖାଦ୍ୟ ପ୍ରସ୍ତୁତି ତେଲର ପୁନଃବ୍ୟବହାର ବନ୍ଦ ହୋଇପାରିବ। ଏମଏସଡବ୍ଲ୍ୟ ପରିଚାଳନା : ଏକ ଆକଳନ ଅନୁଯାୟୀ ଭାରତରେ ପ୍ରତି ବର୍ଷ ୬୨ ଏମଏମଟି ପରିମାଣର ପୌରାଂଚଳ କଠିନ ବର୍ଜ୍ୟ ବାହାରୁଛି। ଏପରି ପ୍ରଯୁକ୍ତି ଉପଲବ୍ଧ ରହିଛି ଯାହା ଆବର୍ଜନ/ପ୍ଲାଷ୍ଟିକ, ଏମଏସଡବ୍ଲ୍ୟୁକୁ ଇନ୍ଧନରେ ପରିଣତ କରିପାରିବ। ଏପରି ଗୋଟିଏ ଟନ ଆବର୍ଜନରେ ଇନ୍ଧନ ଲାଗି ପାଖାପାଖି ୨୦ ପ୍ରତିଶତ ବୁନ୍ଦା ପ୍ରଦାନ କରିବାର ସମ୍ଭାବନା ରହିଛି। ଗ୍ରାମାଂଚଳରେ ମୌଳିକ ଭିତିଭୂମିରେ ନିବେଶ : ଏକ ଆକଳନ ଅନୁଯାୟୀ ଗୋଟିଏ ୧୦୦ କେଏଲପିଡି ଜୈବ ରିଫାଇନାରୀ ନିମନ୍ତେ ପାଖାପାଖି ୮୦୦ କୋଟି ଟଙ୍କାର ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ବର୍ତମାନ ତୈଳ ବିପଣନ କମ୍ପାନୀଗୁଡ଼ିକ ପାଖାପାଖି ୧୦, ୦୦୦ କୋଟି ଟଙ୍କାର ନିବେଶରେ ୧୨ଟି ଟୁଜି ରିଫାଇନାରୀ ପ୍ରତିଷ୍ଠା କରିବାର ପ୍ରକ୍ରିୟାରେ ରହିଛନ୍ତି। ଏଥିସହିତ ଦେଶରେ ଟୁଜି ଜୈବ ରିଫାଇନାରୀ ଦ୍ୱାରା ଗ୍ରାମାଂଚଳରେ ମୌଳିକ ଭିତିଭୂମିରେ ନିବେଶ ଲାଗି ପ୍ରୋତ୍ସାହନ ମିଳିପାରିବ। ରୋଜଗାର ସୃଷ୍ଟି : ଗୋଟିଏ ୧୦୦ କେଏଲପିଡି ଟୁଜି ଜୈବ ରିଫାଇନାର ପ୍ଲାଂଟ ପରିଚାଳନା, ଗ୍ରାମାଂଚଳ ସ୍ତରର ଉଦ୍ୟୋଗ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନାରେ ୧୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। କୃଷକମାନଙ୍କ ଅତିରିକ୍ତ ଆୟ : ଟୁଜି ପ୍ରଯୁକ୍ତିଗୁଡ଼ିକୁ ଆପଣାଇ ଟିକସ କୃଷି ସମ୍ବନ୍ଧୀୟ ବର୍ଜ୍ୟ/ଆବର୍ଜନକୁ ଇଥାନଲରେ ପରିଣତ କରାଯାଇପାରିବ। ଯଦି ଏଥିପାଇଁ ବଜାର ବିକଶିତ କରାଯାଇପାରିବ ତା'ହେଲେ ଆବର୍ଜନା ପାଇଁ ମୂଲ୍ୟ ମଧ୍ୟ ମିଳିପାରିବ। ଯାହାକୁ କୃଷକମାନେ ଅଯଥାରେ ଜଳାଇ ଦେଉଛନ୍ତି। ଏଥିସହିତ ଅତିରିକ୍ତ ଉତ୍ପାଦନ ସମୟରେ ଅନେକ ଉତ୍ପାଦ ଲାଗି ଉଚିତ ମୂଲ୍ୟ ନମିଳିବାର ବିପଦ ରହିଥାଏ। ତେଣୁ ଅତିରିକ୍ତ ଶସ୍ୟକୁ ପରିବର୍ତିତ କରିବା ଏବଂ କୃଷି ବାୟୋମାସ ମୂଲ୍ୟ ସ୍ଥିରତାରେ ସହାୟତା ମିଳିପାରିବ।
<urn:uuid:28b48f9d-793d-48e7-b676-f13116c504bd>
CC-MAIN-2018-47
http://odiapua.com/cabinet-approves-national-biofuel-policy/
2018-11-21T06:08:27Z
s3://commoncrawl/crawl-data/CC-MAIN-2018-47/segments/1542039747215.81/warc/CC-MAIN-20181121052254-20181121074254-00359.warc.gz
ory
0.999969
Orya
6
{"ory_Orya_score": 0.9999691247940063}
କୋରାପୁଟ ୦୧-୦୭-୧୮ (ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଆନ୍ତର୍ଜାତୀୟ ପୁରଷ୍କାର କିଲିଂ କର୍ଭ ପୁରଷ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। କୋଲରାଡରେ ଆୟୋଜିତ ଏକ ଚୟନ ପ୍ରକ୍ରିୟାରେ ବିଶ୍ୱର ୩୪ଦେଶରୁ ଆସିଥିବା ୧୬୫ଟି ଅନୁଷ୍ଠାନର ପରିବେଶ ସନ୍ତୁଳନ ଦିଗରେ କରା ଯାଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରା ଯାଇ ୧୦ଟି ସର୍ବୋକ୍ତଷ୍ଟ ଅନୁଷ୍ଠାନକୁ ଏହି ପୁରଷ୍କାର ପାଇବାକୁ ଯୋଗ୍ୟ ଘୋଷଣା କରାଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି କୋରାପୁଟ ଜିଲାର ନନ୍ଦପୁର, ଲମତାପୁଟ, କୋରାପୁଟ, କୋଟପାଡ.ଓ ଦଶମନ୍ତପୁର ବ୍ଲକର ୧୨ହଜାରରୁ ଉର୍ଦ୍ଧ୍ୱ ଚାଷିଙ୍କୁ ଜୈବିକ ରିତିରେ ସଘନ ଧାନଚାଷ(ଶ୍ରୀ ପ୍ରଣାଳୀରେ), ଓ ସଘନ ମାଣ୍ଡିଆ ଚାଷ କରି ପରିବେଶକୁ ସୁରକ୍ଷିତ ରଖିବା ସହ ଖାଦ୍ୟ ସୁରକ୍ଷା ଦିଗରେ ସଫଳତା ଆଣିଛି। ପ୍ରଗତିର ଏହି କାର୍ଯ୍ୟକ୍ରମକୁ ସମ୍ମାନ ଜଣାଇ ଚୟନକର୍ତା ଏପରି ନିଷ୍ପତି ନେଇଥିବା ପ୍ରଗତିର ସମ୍ପାଦକ ପ୍ରଭାବକର ଅଧୀକାରୀ ସୂଚନା ଦେଇଛନ୍ତି। ପୁରଷ୍କାରରେ ମିଳୁଥିବା ୨୫ ହଜାର ଡଲାରକୁ ଚାଷିଙ୍କ ପାଇଁ ବ୍ୟୟ କରାଯାଇ ଅଧିକ କାର୍ଯ୍ୟ କରା ଯିବ ବୋଲି ସେ ପ୍ରକାଶ କରିଛନ୍ତି।
<urn:uuid:714b6eb3-76f9-4ae3-a7c2-017f7a9cc9e2>
CC-MAIN-2018-47
http://odiapua.com/%E0%AC%AA%E0%AD%8D%E0%AC%B0%E0%AC%97%E0%AC%A4%E0%AC%BF%E0%AC%95%E0%AD%81-%E0%AC%86%E0%AC%A8%E0%AD%8D%E0%AC%A4%E0%AC%B0%E0%AD%8D%E0%AC%9C%E0%AC%BE%E0%AC%A4%E0%AD%80%E0%AD%9F-%E0%AC%AA%E0%AD%81%E0%AC%B0/
2018-11-15T01:34:57Z
s3://commoncrawl/crawl-data/CC-MAIN-2018-47/segments/1542039742338.13/warc/CC-MAIN-20181115013218-20181115034338-00032.warc.gz
ory
0.999985
Orya
4
{"ory_Orya_score": 0.9999847412109375}
ହାଟଡ଼ିହି, ୧୫/୮/ : ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ସଂଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଗୁଣନିଧି ଦାସ, ଏବିଇଓ ତଥା ବିଆରସିସି ତପୋଧନ ସ୍ୱାଇଁ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ଲେଖାଏଁ ପୋଷାକ ବଣ୍ଟନ କରିଥିଲେ । ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ରାଧାକୃଷ୍ଣ ପତି, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ପର୍ଶୁରାମ ନାୟକ, ରମେଶ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
<urn:uuid:584d7f38-f665-44f3-bbe1-07f442ba6f6c>
CC-MAIN-2018-47
http://odiapua.com/%E0%AC%B6%E0%AC%BE%E0%AC%B8%E0%AC%99%E0%AD%8D%E0%AC%97-%E0%AC%AA%E0%AC%9E%E0%AD%8D%E0%AC%9A%E0%AC%BE%E0%AD%9F%E0%AC%A4-%E0%AC%B9%E0%AC%BE%E0%AC%87%E0%AC%B8%E0%AD%8D%E0%AC%95%E0%AD%81%E0%AC%B2%E0%AC%B0/
2018-11-15T02:25:50Z
s3://commoncrawl/crawl-data/CC-MAIN-2018-47/segments/1542039742338.13/warc/CC-MAIN-20181115013218-20181115034338-00032.warc.gz
ory
1.000002
Orya
4
{"ory_Orya_score": 1.0000015497207642}
ଡ଼ାଟା ଲିକ୍ ପରେ ପୁଣି ଫେସ୍ବୁକ୍କୁ ନେଇ ଚର୍ଚ୍ଚା : ବ୍ୟବହାରକାରୀଙ୍କ ଉପରେ ନଜର ରଖି ନିଲମ୍ବିତ ହେଲେ ଫେସ୍ବୁକ୍ କର୍ମଚାରୀ ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଫେସ୍ବୁକ୍ ତା'ର ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ନିଜ ପଦବିର ଫାଇଦା ଉଠାଇ କର୍ମଚାରୀ ଜଣକ ଜନୈକ ବ୍ୟବହାରକାରୀ ମହିଳାଙ୍କୁ ଅନ୍ଲାଇନ୍ ପିଛା କରୁଥିଲେ । ସେ କୁଆଡ଼େ ଗଲେ? କ'ଣ କଲେ? ସବୁର ତଥ୍ୟ ସଂଗ୍ରହ କରୁଥିଲେ କର୍ମଚାରୀ । ଏହି ବିଷୟରେ ଜଣାପଡ଼ିବା ପରେ ଫେସ୍ବୁକ୍ ଉକ୍ତ କର୍ମଚାରୀ ଜଣଙ୍କୁ ନିଲମ୍ବିତ କରିିଛି । ମଦରବୋର୍ଡ଼ ଦେଇଥିବା ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ଏଭଳି ହୋଇନାହିଁ । ଏହା ପୂର୍ବରୁ ଅନେକ ଫେସ୍ବୁକ୍ କର୍ମଚାରୀ ବ୍ୟବହାରକାରୀଙ୍କର ବ୍ୟକ୍ତଗତ ସୂଚନାର ର୍ଦୁବ୍ୟବହାର କରି ନିଲମ୍ବିତ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଫେସ୍ବୁକ୍ରେ ହୋଇଥିବା ଡ଼ାଟା ଲିକ୍କୁ ନେଇ ଅନେକ ସମସ୍ୟା ଉପୁଜିଥିବା ବେଳେ ଏହି ଖବର ପୁଣି ଥରେ ବ୍ୟବହାରକାରୀଙ୍କୁ ଆନ୍ଦୋଳିତ କରିଛି । ଆଗକୁ ଏପରି ଭୁଲ ହେବ ନାହିଁ ବୋଲି ଫେସ୍ବୁକ୍ର ପ୍ରତିଷ୍ଠାତା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଭଳି କିଛି ଘଟଣା ବ୍ୟବହାରକାରୀଙ୍କ ବିଶ୍ୱାସକୁ ଦୋହଲାଇ ଦେଉଛି ।
<urn:uuid:88b77296-7bde-401d-aa50-f63951b88bd8>
CC-MAIN-2018-47
http://sambad.in/india-and-beyond/fb-employe-stalk-women-133937/
2018-11-15T02:28:54Z
s3://commoncrawl/crawl-data/CC-MAIN-2018-47/segments/1542039742338.13/warc/CC-MAIN-20181115013218-20181115034338-00032.warc.gz
ory
1.000007
Orya
8
{"ory_Orya_score": 1.0000072717666626}
ଝରିଗାଁ(ନବରଙ୍ଗପୁର): ନିରାପଦ ମାତୃତ୍ୱ ନେଇ ସରକାର ବିବିଧ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ପାରୁନାହିଁ। କିଛି ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସୂତୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି। ଏଯାବତ କେଉଁଠି ଗମନାଗମନର ଅସୁବିଧା ତ କେଉଁଠି ଏହା ସୁବିଧା ଥିଲେ ମଧ୍ୟ ଆମ୍ବୁଲାନ୍ସ ସେବା ମିଳିବାରେ ବିଳମ୍ବ ହୋଇଥାଏ। ଅନ୍ୟପକ୍ଷରେ କେଉଁଠି ପରିବାରର ଅବହେଳା ଯୋଗୁଁ ପ୍ରସୂତୀଙ୍କୁ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥାଏ। ଏଭଳି ଏକ ଘଟଣା ବୁଧବାର ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ପିପୁଭଟ୍ଟା ଗ୍ରାମକୁ ଯାତାୟତ ନେଇ ରାସ୍ତାଟିଏ ନଥିବା ଯୋଗୁଁ ଶେଷରେ ପ୍ରସୂତୀ ଜଣକ ଦୀର୍ଘ ୨ କିଲୋମିଟର ଖଟିଆରେ ବୁହାହୋଇ ଆସିବା ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଦିପୁଭଟ୍ଟା ଗ୍ରାମର ଅମିନ ସାନ୍ତାଙ୍କ ସ୍ତ୍ରୀ ହୀରା ସାନ୍ତା(୨୦) ଗର୍ଭବତୀ ଥିଲେ। ସେ ମଙ୍ଗଳବାର ପ୍ରସବ ବେଦନା ଅନୁଭବ କରିଥିଲେ। ଗାଁ ରାସ୍ତା ଅଣଓସାରିଆ ଥିବାରୁ ଚାରି ଚକିଆ ଯାନ ପହଞ୍ଚିବା ସମ୍ଭବ ନଥିଲା। ପରିବାର ଲୋକେ ହୀରାଙ୍କ ପ୍ରସବ ହସ୍ପିଟାଲରେ ନକରି ଘରେ କରିବାକୁ ବ୍ୟବସ୍ଥା କରିଥିଲେ। ଆଜି ଭୋର ସକାଳୁ ହୀରା ଏକ ଶିଶୁ କନ୍ୟା ଜନ୍ମ ଦେବା ପରେ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ପରିବାର ଲୋକେ ବାଧ୍ୟ ହୋଇ ହସ୍ପିଟାଲ ନେଇ ଯାଇଥିଲେ। ହୀରାଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପୂର୍ବରୁ ୨ କିଲୋମିଟର ଖଟିଆରେ ବୁହା ହୋଇଥିଲା। ଗାଁର ଆଶା ଦିଦି ସତ୍ୟବତୀ କୁଳଦୀପଙ୍କ ସରକାରୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ସୂଚନା ମିଳିବା ପରେ ଆମ୍ବୁଲାନ୍ସ ଢେପଗୁଡ଼ାରେ ଅଟକିଥିଲା। ପ୍ରସୂତୀଙ୍କୁ ଢେପଗୁଣା ଅଣାଯିବା ପରେ ସେଠାରୁ ହସ୍ପିଟାଲ ନିଆଯାଇଥିଲା।
<urn:uuid:133141ec-1aef-4497-8ae2-21979f7b7426>
CC-MAIN-2018-47
http://sambad.in/district/nabarangpur/pregnancy-carry-on-cut-to-hospital-191504/
2018-11-16T08:12:30Z
s3://commoncrawl/crawl-data/CC-MAIN-2018-47/segments/1542039742981.53/warc/CC-MAIN-20181116070420-20181116092420-00161.warc.gz
ory
0.999958
Orya
5
{"ory_Orya_score": 0.9999581575393677}
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ପାକିସ୍ତାନର ଯେକୌଣସି ପ୍ରସ୍ତାବକୁ ଭାରତ ପକ୍ଷରୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିଲ୍ଲୀଠାରେ କହିଛନ୍ତି। ସୀତାରମଣ ଆହୁରି ବି କହିଛନ୍ତି ଯେ 'ସଶସ୍ତ୍ର ବଳକୁ ପୂରା ସମ୍ମାନ ପ୍ରଦାନ କରାଯିବ। ସରକାରଙ୍କ ନିଷ୍ପତ୍ତି ହେଉଛି ରମଜାନ ମାସରେ ଜମ୍ମୁ-କଶ୍ମୀର ସୀମାନ୍ତରେ କୌଣସି ପ୍ରକାର ଅପରେସନ କରାଯିବ ନାହିଁ।' ଗତ ମାସ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ କ୍ୱାମର ଜାଭେଦ ବଜଓ୍ଵା କହିଥିଲେ, 'କଶ୍ମୀର ସମେତ ଅନ୍ୟ ସସସ୍ତ ବିବାଦର ଏକ ଶାନ୍ତିପୂର୍ଣ୍ଣ ସଂକଳ୍ପ ଦୁଇ ଦେଶ ପରସ୍ପର ସହ କଥା ହେବା ଦ୍ୱାରା ନିଆଯାଇ ପାରିବ।' ତାଙ୍କର ଏହି ମତ ସେ ସମୟରେ ଏକ ଚର୍ଚ୍ଚା ହୋଇଥିଲା। ନିକଟରେ ଉପୁଜିଥିବା ବିବାଦ ଓ କେନ୍ଦ୍ର ସରକାରଙ୍କର ରମଜାନ ମାସରେ ଅପରେସନ୍ ବନ୍ଦ ଘୋଷଣା ବାବଦରେ ସୀତାରମଣ କହନ୍ତି ଯେ 'ସରକାରଙ୍କ ଦ୍ୱାରା କରାଯାଇଥିବା ଘୋଷଣାକୁ ସଶସ୍ତ୍ର ବଳ ମାନି ଚଳିବେ।' ଏ ବାବଦରେ ଗତ ସପ୍ତାହରେ ଗୃହମନ୍ତ୍ରୀ ମତ ରଖିଥିଲେ ଯେ 'ସରକାରଙ୍କ ଘୋଷଣାକୁ ସମ୍ମାନ ଦେଇ ସେନା ପକ୍ଷରୁ ସୀମାରେ ରମଜାନ ମାସରେ କୌଣସି ଅପରେସନ ହେବ ନାହିଁ। ମାତ୍ର ଆତ୍ମସୁରକ୍ଷା ପାଇଁ ଯବାନମାନେ ନିଜର ଅଧିକାରକୁ ବିନିଯୋଗ କରିପାରିବେ।' ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଏବଂ ବିରୋଧୀ ବରିଷ୍ଠ କଂଗ୍ରେସ ନେତା ଓମାର୍ ଅବ୍ଦୁଲା ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି। ଏନ୍ଡିଏର ପ୍ରଥମ ସରକାର ଅଟଳ ବିହାରୀ ବାଜପେୟୀ ୨୦୦ ମସିହାରେ ଏପରି ଘୋଷଣା କରିଥିଲେ। ସେ ସମୟରେ ଦୀର୍ଘ ୩ ମାସ ପର୍ଯ୍ୟନ୍ତ ସୀମାରେ କୌଣସି ଅପରେସନ ହୋଇନଥିଲା। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ବାରମ୍ବାର ଆକ୍ରମଣ କରିବା ପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଉପୁଜିଛି। ଭାରତୀୟ ସେନା ଏହାର ପାଲଟା ଜବାବ ଦେବାକୁ ନିଜକୁ ପ୍ରସ୍ତୁତ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ପାକିସ୍ତାନ ପକ୍ଷରୁ ଗୁହାରି ହୋଇଛି।
<urn:uuid:af0d6703-7254-40a5-aeee-169732235ad3>
CC-MAIN-2018-47
http://sambad.in/india-and-beyond/any-comment-from-pakistan-calling-for-peace-will-be-taken-seriously-143851/
2018-11-16T07:43:06Z
s3://commoncrawl/crawl-data/CC-MAIN-2018-47/segments/1542039742981.53/warc/CC-MAIN-20181116070420-20181116092420-00161.warc.gz
ory
0.999978
Orya
4
{"ory_Orya_score": 0.9999778270721436}
ଅଶ୍ୱତ୍ଥ ବୃକ୍ଷକୁ ହିନ୍ଦୁମାନେ ପୂଜା କରିଥାନ୍ତି। ଏହାକୁ ଓଡ଼ିଆରେ ଓସ୍ତ ଗଛ ବୋଲି ବି କୁହାଯାଇଥାଏ। ଏହାକୁ ବିଶ୍ୱ ବୃକ୍ଷ, ଚୈତ୍ୟ ବୃକ୍ଷ ଓ ବାସୁଦେବ ମଧ୍ୟ ବୋଲି ମଧ୍ୟ ନାମିତ କରାଯାଇଛି । ହିନ୍ଦୁ ଧର୍ମ ଦର୍ଶନ ଅନୁଯାୟୀ ଏହାର ପ୍ରତିଟି ପତ୍ରରେ ଦେବତା ନିବାସ କରନ୍ତି । ବିଶେଷତଃ ଭଗବାନ ବିଷ୍ଣୁ ଅଶ୍ୱତ୍ଥ ବୃକ୍ଷରେ ରହନ୍ତି ବୋଲି ବିଶ୍ୱାସ ରହିଛି । ଅର୍ଥବ ବେଦ ଓ ଉପନିଷଦରେ ଏହି ବୃକ୍ଷ ତଳେ ଦେବତାମାନଙ୍କର ସ୍ୱର୍ଗ ରହିଛି ବୋଲି ଉଲ୍ଲଖିତ ଅଛି । ଅଶ୍ୱତ୍ଥ ବୃକ୍ଷର ସ୍ୱତନ୍ତ୍ର ପୂଜନ ବିଧି ମଧ୍ୟ ରହିଛି । ଏହି ବୃକ୍ଷ ପୂଜନର କେତେକ ନିର୍ଦ୍ଦିଷ୍ଟ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି । ଏତଦ୍ବ୍ୟତୀତ କିଛି ନିୟମ ବି ଅଛି । ଉକ୍ତ ନିୟମ ମାନି ଅଶ୍ୱତ୍ଥ ବୃକ୍ଷର ପୂଜନ କରିଲେ, ଆପଣ ଧନୀ ହେବେ ନତୁବା ଦରିଦ୍ର ହେବାର ବି ଆଶଙ୍କା ରହିଛି । ତେବେ ଆସନ୍ତୁ ଜାଣିବା ଅଶ୍ୱତ୍ଥ ବୃକ୍ଷର ପୂଜନ ସଂପର୍କୀତ କେତେକ ନିୟମ ଏହାର ଧାର୍ମିକ ତଥା ବୈଜ୍ଞାନିକ କାରଣ । ଅଶ୍ୱତ୍ଥ ବୃକ୍ଷରେ ଜଳ ପ୍ରଦାନ କରିଲେ, ପୂଜା କରିଲେ ଓ ପରିକ୍ରମା କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ । ଶତ୍ରୁ ମଧ୍ୟ ନାଶ ହୋଇ ଥାଆନ୍ତି । ଏହା ଦ୍ୱାରା ସୁଖ ସଂପତ୍ତି, ଧନ-ଧାନ୍ୟ, ଐଶ୍ୱର୍ଯ୍ୟ, ସନ୍ତାନ ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଅଶ୍ୱତ୍ଥ ବୃକ୍ଷ ତଳେ ଅମାବାସ୍ୟା ଓ ଶନିବାର ଚାଳିସା ପାଠ କଲେ ସମସ୍ତ କଷ୍ଟ ଲାଘବ ହୋଇଥାଏ । ପ୍ରତିଦିନ ଅଶ୍ୱତ୍ଥ ବୃକ୍ଷ ତଳେ ସୋରିଷ ତେଲର ଦୀପ ଜଳାନ୍ତୁ । ଯଦି ତାହା ସମ୍ଭବ ନ ହୁଏ ତା' ହେଲେ ଅତି କମରେ ଶନିବାର ରାତିରେ ନିଶ୍ଚିତ ଜଳାଇବା ଉଚିତ୍ । ତେବେ ମନେ ରଖନ୍ତୁ ସପ୍ତାହର ସାତ ଦିନଭିତରୁ କେବଳ ଗୋଟିଏ ଦିନ ଅଶ୍ୱତ୍ଥ ବୃକ୍ଷରେ ଜଳ ପ୍ରଦାନ କରିବା ନିଷେଧ ।
<urn:uuid:0b8ee555-b686-4fdb-9e63-160281576a51>
CC-MAIN-2018-47
http://sambad.in/special/peepal-tree-147628/
2018-11-16T07:44:01Z
s3://commoncrawl/crawl-data/CC-MAIN-2018-47/segments/1542039742981.53/warc/CC-MAIN-20181116070420-20181116092420-00161.warc.gz
ory
1.000007
Orya
15
{"ory_Orya_score": 1.0000066757202148}
ସର୍ବଭାରତୀୟ ସିଆରପିଏଫ୍ ହକି ଆରମ୍ଭ ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମିତ ନୂଆ ହକି ଷ୍ଟାଡିୟମ୍ରେ ମଙ୍ଗଳବାରଠାରୁ ସର୍ବଭାରତୀୟ ସିଆରପିଏଫ୍ ଅନ୍ତଃ ଜୋନ୍ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ୫ ଦିନିକିଆ ଏହି ପ୍ରତିଯୋଗିତାକୁ ଓଡ଼ିଶା କ୍ଷେତ୍ର ଆଇଜି ଭିତୁଲ କୁମାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏସ୍ଏଫ୍ ଆଇଜି ଅଶ୍ୱିନ କୁମାର, ସିଆରପିଏଫ୍ ଡିଜି ଜିଏଲ୍ ମୀନା, ଭୁବନେଶ୍ୱର ଡିଆଇଜି ଏସ କେ ଟିଗ୍ଗା ଉଦ୍ଘାଟନୀ ଉତ୍ସବରେ ସାମିଲ ଥିଲେ। ପ୍ରଥମ ଦିବସରେ ମୋଟ ୪ ମ୍ୟାଚ୍ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ଜୋନ୍ 'ବି' ଦଳ ୧୫-୦ରେ ଦକ୍ଷିଣ ଜୋନ୍ 'ବି'କୁ, ଜମ୍ମୁ କଶ୍ମିର 'ଏ' ୩-୧ରେ ଉତ୍ତର ପୂର୍ବକୁ, ଜମ୍ମୁ କଶ୍ମିର 'ବି' ୩-୧ରେ ଦକ୍ଷିଣ ଜୋନ୍ 'ଏ'କୁ ପରାସ୍ତ କରିଛି। ଏଭଳି ଏକ ସମ୍ମାନଜନକ ପ୍ରତିଯୋଗିତାକୁ କିଟ୍ ହକି ଷ୍ଟାଡିୟମ୍ରେ କରିବାକୁ ସୁଯୋଗ ଦେଇଥିବାରୁ ସିଆରପିଏଫ୍କୁ କିଟ୍ ଓ କିଟ୍ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ କୃତଜ୍ଞତା ଜଣାଇଛନ୍ତି।
<urn:uuid:a208626e-20a1-4713-876e-b59e0d129fa0>
CC-MAIN-2018-47
http://sambad.in/sports/allindia-crpf-hockey-turnament-started-183304/
2018-11-16T07:41:48Z
s3://commoncrawl/crawl-data/CC-MAIN-2018-47/segments/1542039742981.53/warc/CC-MAIN-20181116070420-20181116092420-00161.warc.gz
ory
0.99987
Orya
8
{"ory_Orya_score": 0.9998700618743896}
କିପରି କରିବେ ଅମୃତଭଣ୍ଡା ଚାଷ ଉଷ୍ମ ଓ ଆଦ୍ର ଜଳବାଯୁ ଅମୃତଭଣ୍ଡା ଚାଷ ପାଇଁ ଉପଯୋଗୀ । - Contents - ଜଳବାୟୁ ଉଷ୍ମ ଓ ଆଦ୍ର ଜଳବାଯୁ ଅମୃତଭଣ୍ଡା ଚାଷ ପାଇଁ ଉପଯୋଗୀ । ନିଗିଡା ଉର୍ବର, ଫସଫସିଆ ବାଲ୍ୟ ଦୋରସା ବା ପଟୁ ମାଟି ଏଥି ନିମନ୍ତେ ଉପଯୋଗୀ । ମାଟି ଅମ୍ଳୀୟ ନ ହେବା ଦରକାର । କାଗଜକଳ ମଣ୍ଡ ବା ଚୂନ ପ୍ରୟୋଗ କରି ଅମ୍ଳ ପରିମାପକରେ ସୁଧାର ଅଣାଯାଇପାରିବ । ଅଧିକ ବର୍ଷା ହେଉଥିବା ଅଥବା ଜଳ ନିଷ୍କାସନ ସହଜ ହେଉ ନ ଥିଲେ ହୁଡା ତିଆରି କରି ତହିଁ ଉପରେ ଏହାର ଚାଷ କରାଯାଇପାରିବ । ନଦିପଠାରେ ଭଲ ଚାଷ ହୋଇଥାଏ । ୧୦ କିଗ୍ରା ସେଲସିୟସରୁ କମ ହେଲେ ଫଳ ପାକଳ ଓ ପାଚିବା ଡେରିରେ ହୋଇଥାଏ ଏବଂ ଗଛ ଭଲ ବଢେ ନାହିଁ । ସେହିପରି ୪୦ ଡିଗ୍ରୀ ସେଲସିୟସରୁ ଅଧିକ ଉତ୍ତାପ ରହିଲେ ଫୁଲ ତଥା ଫଳ ଧରିବାରେ ବ୍ୟାଘାତ ଘଟି ରୋଗ ସଂକ୍ରମଣ ବଢିଥାଏ । ଅମୃତଭଣ୍ଡା ଗଛରେ ବର୍ଷସାରା ଫୁଲ ଓ ଫଳ ଆସିଥାଏ । ଗଛ ମୂଳରେ ୨-୩ ଇଞ୍ଚ ପାନୀୟ ଜମି ରହିଲେ ଗଛ କାଣ୍ଡ ସଢି ରୋଗ ସଂକ୍ରମକ ବଢିଥାଏ । ଅମୃତଭଣ୍ଡା ଗଛରେ ବର୍ଷସାରା ଫୁଲ ଓ ଫଳ ଆସିଥାଏ । ଗଛମୂଳରେ ୨-୩ ଇଞ୍ଚ ପାଣି ଜମି ରହିଲେ ଗଛ କାଣ୍ଡ ସଢି ରୋଗ ସଂକ୍ରମିତ ହୋଇ ମରିଯାଏ । ତେଣୁ ପାଣି ଜମି ନ ରହିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା କରିବା ଆବଶ୍ୟକ । ଏଥିରେ ବ୍ୟବହୃତ ମଞ୍ଜି ଅମୁତଭଣ୍ଡା ଏକ ପରପରାଗସଙ୍ଗମା ଫସଲ ହୋଇଥିବାରୁ ଏଥିରେ ବିଶୁଦ୍ଧ ମଞ୍ଜି ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଶ୍ଵସନୀୟ ସଂସ୍ଥା ଠାରୁ ଚାରା କିଣିବା ଆବଶ୍ୟକ । ମଞ୍ଜିର ଅଙ୍କୁରଣ କ୍ଷମତା ଖୋଲା ଜାଗାରେ ୪୫-୫୦ ଦିନ ରହି ଥାଏ । ମାତ୍ର ବାୟୁ ନିରୋଧକ ପାତ୍ରରେ ୫ ମାସ ପର୍ଯ୍ୟନ୍ତ ଏହାକୁ ସାଇତି ରଖାଯାଇପାରିବ । ଏହା ସାଧାରଣତଃ ମଞ୍ଜି ଦ୍ଵାରା ବଂଶବିସ୍ତାର କରିଥାଏ । ୧ ଏକର ଚାଷ ପାଇଁ ୧୦୦-୧୫୦ ଗ୍ରାମ୍ ମଞ୍ଜିର ତଳି ଯଥେଷ୍ଟ । ୧୦ ଫୁଟ x ୩ ଫୁଟ x ୬ ଇଞ୍ଚ ବିଶିଷ୍ଟ ଶଯ୍ୟା ପ୍ରସ୍ତୁତ କରି ବିଶୋଧିତ ମଞ୍ଜିକୁ ୨ ଇଞ୍ଚ ବ୍ୟବଧାନରେ ଧାଡିରେ ଅଧଇଞ୍ଚ ଗଭୀରରେ ପକାଯାଏ । ମଞ୍ଜି ଗଜା ହେବାକୁ ୩ ସପ୍ତାହ ଲାଗିଥାଏ । ୧୫-୨୦ ଦିନ ପରେ ମଞ୍ଜିରୁ ଗଜା ବାହାରିଲେ ଝରା ଦ୍ଵାରା ପାଣି ଦିଆଯାଏ । ଛାଡ଼ ୭-୮ ଇଞ୍ଚ ଲମ୍ବ ହୋଇ ୭-୮ ପତ୍ର ବିଶିଷ୍ଟ ହେଲେ ଲଗାଇବା ଉପଯୁକ୍ତ ହୋଇଥାଏ । ଜୁନ-ଜୁଲାଇ, ସେପ୍ଟେମ୍ବର-ଅକ୍ଟୋବର ଓ ଫେବୃୟାରି-ମାର୍ଚ୍ଚ ମାସ ଚାରା ଲଗାଇବାରେ ଉପଯୁକ୍ତ ସମୟ । ସାଧାରଣତଃ ଦୁଇ ମାସର ଚାରା ଲଗାଯାଏ । ପରେ ପଲିଥିନ ମୁଣିରେ ୧:୧:୧ ଅନୁପାତରେ ଗୁଣ୍ଡମାଟି, ଗୁଣ୍ଡଖତ ଓ ବାଲି ମିଶ୍ରିତ ଭର୍ତ୍ତି କରି ଚାରା ଲଗାଇ ବଢାଯାଏ । ଆଜିକାଲି ପ୍ଲାଷ୍ଟିକ ଟ୍ରେ' ରେ ଛୋଟ ଖୋପ ଆଉ ତହିଁରେ ମୂର୍ତ୍ତିକା ଓ ଖତ ମିଶ୍ରଣ ଭର୍ତ୍ତି କରି ଶହ ଶହ ଗଛ ଉଚରା ଯାଉଛି । ତହିଁରେ ଖର୍ଚ୍ଚ କମ ତଥା ସହଜରେ ପରିଚାଳନା ହୋଇଥାଏ । ଗଛ ୨୦ ସେ.ମି ପର୍ଯ୍ୟନ୍ତ ଉଚ୍ଚ ବା ୭-୮ ପତ୍ର ବିଶିଷ୍ଟ ୧ ମାସର ହେଲେ ମୁଖ୍ୟ ଜମିରେ ୫୦ସେ.ମି.X ୫୦ସେ.ମି X ୫୦ ସେ.ମି ର ଖୋଲା ଯାଇଥିବା ଗାତରେ ଚାରାର ପଲିଥିନ ଚିରି ସାବଧାନ ସହକାରେ ଗଛକୁ ଗଛ ଓ ଧାଡିକୁ ଧାଡି ୧.୫ ମିଟର ଦୂରତାରେ ଲଗାଯାଏ । ଚେର ବେଶି ହଲିଗଲେ ଅଣ୍ଡିରା ଗଛ ହୋଇଥାଏ । ଲଗାଇବା ପ୍ରଣାଳୀ ଛଡ଼ା ଲଗାଇବା ବେଳେ ଦୁଇ ଝୁଡି ଶଢା ଖତସହ ସିଙ୍ଗଲ ସୁପର ୩୦୦ ଗ୍ରାମ ବା ଡି.ଏସ.ପି ୯୦ ଗ୍ରାମ + ୟୁରିଆ ୧୧୦ ଗ୍ରାମ + ପଟାସ ସାର ୧୫୦ ଗ୍ରାମ ମୂଳ ସାର ଭାବେ ପ୍ରୟୋଗ କରାଯାଏ । ଲଗାଇବା ପରେ ୩ ମାସ ଅନ୍ତରରେ ବୃଦ୍ଧି ସାର ହିସାବରେ ୨ ଝୁଡି ଖତ ସହ ୟୁରିଆ ୧୧୦ ଗ୍ରାମ + ଡି.ଏସ.ପି ୯୦ ଗ୍ରାମ + ପଟାସ ୧୫୦ ସାରକୁ ଦୁଇଥର ହିସାବରେ ପ୍ରୟୋଗ କରାଯାଏ । ଗଛ ମାସକର ହୋଇଗଲେ ଓ ୪ ମାସ ବେଳେ ଅନୁସାର ଜିଙ୍ଗ ସଲଫେଟ୍ ୫ ଗ୍ରାମ ସହ ବୋରାକ୍ସ ୧ ଗ୍ରାମ ଲିଟର ପ୍ରତି ପାଣିରେ ମିଶାଇ ସିଂଚନ କଲେ ଗଛ ଭଲ ବଢିବ ସହ ଅମଳ ମଧ୍ୟ ଦେଇଥାଏ । ୫-୬ ମାସ ପରେ ଗଛରେ ଫୁଲ ଧରିଲେ ଗାତ ପ୍ରତି ଗୋଟିଏ ଅଣ୍ଡିର ଗଛ ରଖାଯାଏ । ଗଛର ପ୍ରତି ଗଣ୍ଠିରେ ୧-୨ଟି ଫଳ ରାଖୀ ଆଉ ସବୁ ଝଡାଇ ଦେଲେ ଫଳ ହୃଷ୍ଟ ପୃଷ୍ଟ ହୋଇ ବଡ ହୋଇଯାଏ । ୨ୟ ଓ ୩ୟ ବର୍ଷରେ ମଧ୍ୟ ସମାନ ପରିମାଣର ଖତ ଓ ସାର ଗଛମୂଳେ କୋଡା ଖୁସ କରିଦିଆଯାଏ । ମଳା କରି ପାଣି ଦେବା ଭଲ । ଅଧିକ ଘାସ ଦେଖାଗଲେ ଚାରା ଲଗାଇବାର ୨ ମାସ ବେଳକୁ ରସାୟନିକ ତୃଣନାଶକ ଯଥା – ଫ୍ଲୁକ୍ଲୋରାଲିନ କିମ୍ବା ଆଲାକ୍ଲୋର ଏକର ପ୍ରତି ୮୦୦ ଗ୍ରାମ୍ ଓଦା ଜମିରେ ପ୍ରୟୋଗ କରି ଘାସ ନିୟନ୍ତ୍ରଣ କରାଯାଏ । ସିତଦିନେ ୮-୧୦ ଦିନ ଅନ୍ତରରେ ଖରାଦିନେ ୪-୫ ଦିନ ଅନ୍ତରରେ ପଣି ଦିଆଯାଏ । ବୁନ୍ଦା ଜଳସେଚନ ପ୍ରଣାଳୀ ଦ୍ଵାରା କମ ପାଣି ଦରକାର ପଡି ଗଛ ଭଲ ବଢିଥାଏ । ୫୦% ପାଣିର ଆବଶ୍ୟକତା କମିଯାଇ ଗଛ ଓ ଫଳର ବୃଦ୍ଧି ଘଟିଥାଏ । ମୂଳସଢା ରୋଗ ନ ହୋଇ ଅନାବନା ଘାସ ଅନେକ ପରିମାଣରେ କମିଯାଏ । ଅନ୍ତଃ ଫସଲ ପାଇଁ ଚାରା ଲଗାଇବାର ପ୍ରଥମ ବର୍ଷରେ ପନିପରିବା ଚାଷ କରଯାଏ । ଚାରା ଲଗାଇବାର ପ୍ରଥମ ବର୍ଷରେ ଅନ୍ତଃଫସଲ ଭାବେ ଫୁଲକୋବି, ବନ୍ଧାକୋବି, ପିଆଜ, ଶାଗ, ମୂଳା, ରସୁଣ, ଗାଜର ଓ ବିଲାତି ବାଇଗଣ ଚାଷ କରି ଅଧିକ ଅର୍ଥ ଉପାର୍ଜନ କରାଯାଇଥାଏ । ଆଧାର:ଡ଼ ପରେଶ କୁମାର ପଣ୍ଡା, ସହକାରୀ ବିହନ ପ୍ରମାଣନ ଅଧିକାରୀ, ଓସୋପକା, ଭୁବନେଶ୍ଵର
<urn:uuid:cb4e8d7b-598e-4d76-ad80-fa98afc4941c>
CC-MAIN-2018-47
http://or.vikaspedia.in/agriculture/b36b38b4db2f-b09b24b4db2ab3eb26b28/b15b3fb2ab30b3f-b15b30b3fb2cb47-b05b2eb43b24b2db23b4db21b3e-b1ab3eb37
2018-11-17T13:39:23Z
s3://commoncrawl/crawl-data/CC-MAIN-2018-47/segments/1542039743521.59/warc/CC-MAIN-20181117123417-20181117145417-00321.warc.gz
ory
0.999986
Orya
20
{"ory_Orya_score": 0.9999855756759644}
ମୁମ୍ବାଇରେ ଉନ୍ମୋଚିତ ହେଲା ବିଶ୍ୱକପ ହକି ଜର୍ସି ! ଓଡିଶା ଜର୍ସିରେ ନଜର ଆସିଲେ ଟିମ୍ ଇଣ୍ଡିଆ, ନଭେମ୍ବର ୨୮ରୁ ଭୁବନେଶ୍ୱରରେ ହକି ବିଶ୍ୱକପ । କନକ ବ୍ୟୁରୋ : ମୁମ୍ବାଇରେ ଉନ୍ମୋଚିତ ହେଲା ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ୍ ହକିର ଜର୍ସି । ଏହି ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କ ସହ ବହୁ ତାରକା ଉପସ୍ଥିତ ଥିଲେ । ନଭେମ୍ବର ୨୮ରୁ ଆରମ୍ଭ ହେଉଛି ବିଶ୍ୱକପ ହକି । ଏହି ମେଗା ଇଭେଂଟର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର, ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଦେଶର ୧୬ଟି ସହରରେ ବିଶ୍ୱକପ ହକିର ପ୍ରଚାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦେଶର କୋଣ ଅନୁକୋଣରେ ହକିକୁ ନିଜର ଭଲ ପାଇବା ଓ ସମର୍ଥନ ଦେବା ପାଇଁ ସବୁ ଭାରତୀୟଙ୍କୁ ଅନୁପ୍ରାଣିତ କରୁ ବୋଲି ଓଡ଼ିଶା ସରକାର ପ୍ରୟାସ ଚଳାଇଛନ୍ତି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ।
<urn:uuid:07f366b8-5d47-4b91-90b1-ceb036dfa4d3>
CC-MAIN-2018-47
http://kanaknews.com/team-india-of-hockey-in-odisha-jersy/
2018-11-22T10:41:04Z
s3://commoncrawl/crawl-data/CC-MAIN-2018-47/segments/1542039746205.96/warc/CC-MAIN-20181122101520-20181122123520-00081.warc.gz
ory
1.000007
Orya
9
{"ory_Orya_score": 1.0000070333480835}
ହିନ୍ଦୁଧର୍ମ ବା ସନାତନ ଧର୍ମର ଅନେକ ପୁରାଣ ଶାସ୍ତ୍ର ଗ୍ରନ୍ଥାଦିରେ ଦେବଉଠାଣି ଏକାଦଶୀ ବିଷୟରେ ଅନେକ କଥା ବର୍ଣ୍ଣିତ । ଏହି ଏକାଦଶୀ ବାକି ସବୁ ଏକାଦଶୀ ଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଭଗବାନ ବିଷ୍ନୁଙ୍କର ଅତି ପ୍ରିୟ । କାର୍ତ୍ତିକ ମାସ ଶୁକ୍ଳପକ୍ଷର ଏକାଦଶୀକୁ ଦେବଉଠାଣି ଏକାଦଶୀ କୁହାଯାଏ । ଏଥିରେ ଭଗବାନ ବିଷ୍ଣୁଙ୍କ ସମେତ ସବୁ ଦେବାଦେବୀଙ୍କୁ ନିଦରୁ ଉଠାନ୍ତି ବୋଲି ବିଧି ରହିଛି । ଆଜି ଏହି ଏକାଦଶୀ ପଡ଼ିଛି। ଆଜି ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବାକୁ କିଛି ବିଶେଷ ପୂଜାବିଧି ରହିଛି। ଯାହା ପାଳନ କଲେ ମନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁଙ୍କୁ ଦେବଉଠାଣୀ ଏକାଦଶୀରେ କେମିତି ପୂଜା କରି ତାଙ୍କୁ ସନ୍ତୁଷ୍ଟ କରିବେ:- - ଦେବଉଠାଣୀ ଏକାଦଶୀରେ ଦକ୍ଷିଣବର୍ତ୍ତୀ ଶଙ୍ଖରେ ଗଙ୍ଗାଜଳ ଭରି ସେଥିରେ ବିଷ୍ଣୁଙ୍କୁ ଅଭିଶେଷ କରନ୍ତୁ ବନବାଞ୍ଛା ପୂରଣ ହୋଇଥାଏ ବୋଲି ପଣ୍ଡିତମାନେ ମତ ଦେଇଥାନ୍ତି। - ଏହିଦିନ ଭଗବାନ ବିଷ୍ଣୁଙ୍କୁ ଖୀରି , ପାଚିଲା ଫଳ ଓ ସବୁଜ ରଙ୍ଗର ମିଠା ଭୋଗ ଲଗାନ୍ତୁ, ଶୁଭ ଫଳ ମିଳିବ - ଭଗବାନ ବିଷ୍ଣୁଙ୍କ ସହ ମା' ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଧନଧାନ୍ୟରେ ଘର ପୂରି ଉଠିବ ବୋଲି ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି। - ବିଶ୍ୱାସ ରହିଛି ପାଳନକର୍ତ୍ତା ବିଷ୍ଣଙ୍କ ବାସ ଅଶ୍ୱସ୍ତ ଗଛରେ। ତେଣୁ ଆଜି ଅଶ୍ୱସ୍ତ ଗଛରେ ଜଳଲାଗି କରନ୍ତୁ, ଶୁଭ ଫଳ ପାଇବେ ଓ ଘରେ ସୁଖଶାନ୍ତି ବିରାଜିତ ହେବ। - ଦେବଉଠାଣୀ ଏକାଦଶୀ ସନ୍ଧ୍ୟାରେ ତୁଳସୀ ଚଉଁରା ମୂଳେ ସୁଦ୍ଧ ଗାଈ ଘିଅରେ ଦୀପ ଜାଳି ତୁଳସୀ ଗଛକୁ ପ୍ରଣାମ କରନ୍ତୁ ବନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପଢନ୍ତୁ, ନଭେମ୍ବର ୩ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚିତ୍ର ବଜରଙ୍ଗୀ
<urn:uuid:970e1a9d-9897-4bf8-af46-ac2d9529875a>
CC-MAIN-2018-47
https://enewsodia.com/dev-uthani-ekadashi-vrat/?amp_markup=1
2018-11-12T21:49:41Z
s3://commoncrawl/crawl-data/CC-MAIN-2018-47/segments/1542039741087.23/warc/CC-MAIN-20181112193627-20181112215627-00316.warc.gz
ory
0.999992
Orya
23
{"ory_Orya_score": 0.9999924898147583}
ବର୍ତ୍ତମାନ ପାନ କାର୍ଡ ଅର୍ଥାତ୍ ପର୍ମାନେଂଟ ଆକାଉଂଟ ନମ୍ବର (ସ୍ଥାୟୀ ଖାତା ସଂଖ୍ୟା) ସଭିଙ୍କ ପାଇଁ ଏକ ଜରୁରୀ ଡକ୍ୟୁମେଂଟ ପାଲଟିଯାଇଛି । ଏହାଦ୍ୱାରା ଆପଣ ନା କେବଳ ନିଜର ଆୟକର ରିଟର୍ନ କରିପାରିବେ ତାହା ନୁହେଁ ବରଂ ଏଥିସହିତ ନିଜର ପରିଚୟ ପତ୍ର ଭାବେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ପିଏଫ (ପ୍ରୋଭିଡେଂଟ୍ ଫଣ୍ଡ) ଯାଏଁ ସବୁ କାମ ପାଇଁ ପାନକାର୍ଡ ଏବେ ବହୁତ ଜରୁରୀ ହୋଇପଡିଛି । ଯଦି ଆପଣ ଏପର୍ଯ୍ୟନ୍ତ ପାନକାର୍ଡ କରିନାହାଁନ୍ତି କିମ୍ବା ଆପଣଙ୍କ ପାନକାର୍ଡ ହଜି ଯାଇଛି ତେବେ ଏଥିରେ ଆଦୌ ବିଚଳିତ ହୁଅନ୍ତୁ ନାହିଁ କାରଣ ଆପଣ ଚାହିଁଲେ ଘରେ ବସି ଆପଣଙ୍କ ପାନକାର୍ଡକୁ ପୁଣି ଥରେ ବନେଇ ପାରିବେ । ତେବେ କିପରି ଆସନ୍ତୁ ଜାଣିବା । • ସର୍ବପ୍ରଥମେ ଆପଣଙ୍କୁ ଇନକମ୍ ଟ୍ୟାକ୍ସର ପାନ ସେବା ସର୍ଭିସ ୟୁନିଟ୍ ସହ ଜଡିତ ୱେବସାଇଟକୁ ଯାଇ ତାକୁ ଲଗଇନ୍ କରିବାକୁ ପଡିବ । • ଲଗଇନ କରିବା ମାତ୍ରକେ ପାନକାର୍ଡ ପାଇଁ ଆପ୍ଲାଏ କରିବାର ଏକ ହୋମ୍ ପେଜ୍ ଓପନ ହୋଇଯିବ । ଯେଉଁଠାରେ ଆପଣଙ୍କୁ ଅନେକ ପ୍ରକାରର ଅପସନ ମିଳିବ । ଯେପରିକି, ନୁଆ ପାନକାର୍ଡ ବନାଇବା ପାଇଁ ଆପ୍ଲିକେସନ ଫର୍ମ, ଆପ୍ଲାଏ କରାଯାଇଥିବା ପାନକାର୍ଡର ବର୍ତ୍ତମାନ ସ୍ଥିତି ସଂପର୍କିତ ସମସ୍ତ ତଥ୍ୟ, ପୁରୁଣା କିମ୍ବା ହଜି ଯାଇଥିବା ପାନକାର୍ଡକୁ ପୁଣିଥରେ ପ୍ରାପ୍ତ କରିବା ଏବଂ ପାନକାର୍ଡରେ ଦିଆଯାଇଥିବା ସୂଚନାଗୁଡିକରେ ସଂଶୋଧନ ଆଦି । ତେବେ ଏଠାରେ ଆପଣ ଆପଣଙ୍କର ସୁବିଧା ଆନୁଯାୟୀ ଅପସନ ଚୟନ କରିପାରିବେ । • ନୁଆ ପାନକାର୍ଡ ପାଇଁ ଆପ୍ଲାଏ କରିବା ସମୟରେ ଆପଣଙ୍କୁ ୪୯-ଏ ନାମକ ଫର୍ମ ପୁରଣ କରିବାକୁ ପଡିବ । ଆପଣ ଏହି ୱେବସାଇଟକୁ ଯାଇ ଏହି ଫର୍ମକୁ ଭରଣ କରିପାରିବେ ଏବଂ ସମସ୍ତ ତଥ୍ୟ ଭରି ଫର୍ମଟିକୁ ଜମା କରିବାକୁ ହେବ । • ଫର୍ମଟି ଅନଲାଇନ୍ ଜମା ହୋଇଯିବା ପରେ ଆପଣଙ୍କ ମୋବାଇଲକୁ ଏକ ୧୫ ଅଙ୍କ ବିଶିଷ୍ଟ ଆକନଲେଜମେଂଟ୍ ବା ସ୍ୱୀକୃତିପତ୍ର ନମ୍ବର ଆସିବ,ଯାହାକୁ ଆପଣଙ୍କୁ ଦାୟୀତ୍ୱର ସହ ରଖିବାକୁ ପଡିବ । • ଏହି ଆକନଲେଜମେଂଟ୍ ଫର୍ମକୁ ଆପଣଙ୍କୁ ଆୟକର ବିଭାଗକୁ ପଠାଇବାକୁ ହେବ । ଏହାକୁ ପଠାଇବା ପୂର୍ବରୁ ଆପଣଙ୍କୁ ଏଥିସହିତ ଆପଣଙ୍କ ଭୋଟ୍ ପରିଚୟ ପତ୍ର କିମ୍ବା ଆଧାରକାର୍ଡ କିମ୍ବା ବ୍ୟାଙ୍କ ଆକାଉଂଟର ଏକ ଫଟୋ କପି ଯୋଡି ଦେବାକୁ ପଡିବ । କିନ୍ତୁ ଧ୍ୟାନ ରଖିବେ କି ଆପଣ ଦେଇଥିବା ନିଜର ସମସ୍ତ ଡକ୍ୟୁମେଂଟର ତଥ୍ୟରେ ସାମଞ୍ଜସ୍ୟ ରହିିଥିବା ଜରୁରୀ ଅଟେ । • ଆକନଲେଜମେଂଟ୍ ଫର୍ମରେ ଦର୍ଶାଯାଇଥିବା ସ୍ଥାନରେ ଆପଣଙ୍କୁ ଆପଣଙ୍କର ଏକ ଫଟୋକୁ ମଧ୍ୟ ଲଗାଇାକୁ ପଡିବ । ଏଥିସହିତ ସୂଚିତ କରାଯାଇଥିବା ସ୍ଥାନରେ ମଧ୍ୟ ସାଇନ୍ କରିବାକୁ ପଡିବ । • ତେବେ ଭାରତ କୌଣସି ବି ଠିକଣାରେ ପାନକାର୍ଡ ଆବେଦନ ପାଇଁ ଆପଣଙ୍କୁ ଶୁଳ୍କ ଆଧାରରେ ଦେବାକୁ ପଡିବ ୯୬ ଟଙ୍କା । ଯାହାକୁ ଆପଣ ଚେକ୍ , ଡିମାଣ୍ଡ ଡ୍ରାଫ୍ଟ, ଇଂଟରନେଟ ବ୍ୟାଙ୍କିଂ, କେଡ୍ରିଟ୍ କାର୍ଡ କିମ୍ବା ଡେଭିଟ୍ କାର୍ଡ ସହାୟତାରେ ଭରି ପାରିବେ । ଯଦି ଆପଣ ଭାରତ ବାହାରୁ ପାନ ପାଇଁ ଆବେଦନ କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୯୬୨ ଟଙ୍କା ଦେବାକୁ ପଡିବ ଓ ଏଥିପାଇଁ ଆପଣ କେବଳ ଡିମାଣ୍ଡ ଡ୍ରାଫ୍ଟର ବ୍ୟବହାର କରାଯାଇପାରିବ । ଯଦି ଆପଣ ଚେକ୍ , ଡିମାଣ୍ଡ ଡ୍ରାଫ୍ଟ, ଇଂଟରନେଟ ବ୍ୟାଙ୍କିଂ, କେଡ୍ରିଟ୍ କାର୍ଡ କିମ୍ବା ଡେଭିଟ୍ କାର୍ଡ ସହାୟତାରେ ଫିସ୍ ଦେବାକୁ ଚାହୁଁଛନ୍ତି ତେବେ ଫର୍ମ ଭରିବା ସମୟରେ ହିଁ କରିପାରିବେ । ଶୁଳ୍କ ଦେବା ପରେ ଏଥିପାଇଁ ଆପଣଙ୍କୁ ଏକ ରସିଦ ଅନଲାଇନରେ ମିଳିଯିବ, ଯାହାର ଏକ ପ୍ରିଂଟ କପି ନେଇ ଆକନଲେଜମେଂଟ୍ ଫର୍ମ ସହ ଯୋଡି କରି ପଠାଇବାକୁ ହେବ । • ଆକନଲେଜମେଂଟ୍ ଫର୍ମ ଆୟକର ବିଭାଗକୁ ପଠାଇବା ସମୟରେ ଫଟୋ, ଠିକଣା ସହ ଜଡିତ କୌଣସି ବି ଡକ୍ୟୁମେଂଟ ଏବଂ ଆପଣଙ୍କର ପରିଚୟ ପତ୍ର ଲଗାଇ ପଠାଇବାକୁ ପଡିବ । ଏଥିସହିତ ଉକ୍ତ ରସିଦର ଏକ କପି ମଧ୍ୟ ପଠାଇବାକୁ ପଡିବ । ଯାହାକୁ ଆପଣ ଅନଲାଇନ ଆପ୍ଲିକେସନ୍ ଭରିବାର ପାଖାପାଖି ୧୫ ଦିନ ଭିତରେ କରିବାକୁ ପଡିବ ଆପଣଙ୍କୁ ଏହି ଫର୍ମ କୁହାଯାଇଥିବା ଡକ୍ୟୁମେଂଟ ସହିତ ପଠାଇବାକୁ ହେବ ଏବଂ ଯେଉଁ । ଏଥିସହିତ ସେଥିରେ ଆପଣଙ୍କୁ ପାନକାର୍ଡ ବାବଦକୁ ମିଳିଥିବା ୧୫ଟିକିଆ ନମ୍ବରଟିକୁ ଲେଖି ପଠାଇବାକୁ ହେବ । • ତେବେ ଏହାକୁ ପଠାଇ ସାରିବା ପରେ ଆପଣ ଆପଣଙ୍କ କାର୍ଡର ସ୍ଥିତି ଅନଲାଇନରେ ଚେକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଏହି ୱେବସାଇଟର ସହାୟତା ନେଇପାରବେ । • ଏଥିସହିତ ଯଦି ଆପଣ ଆପଣଙ୍କର ପାନକାର୍ଡରେ ଦିଆଯାଇଥିବା ସୂଚନାକୁ ସଂଶୋଧନ କରିବା ପାଇଁ ଚାହିଁବେ ତେବେ ଏହି ଫର୍ମୁଲା ମଧ୍ୟ ଆପଣ ଆପଣେଇ ପାରିବେ । ୱେବସାଇଟର ମେନ୍ ପେଜରେ ଆପଣଙ୍କୁ ସେହି ସବୁ ଅପସନଗୁଡିକୁ ଚୟନ କରିବାକୁ ହେବ ଯେଉଁଥିରେ ଉଲ୍ଲେଖ ଥିବ କି ପାନ ସହ ଜଡିତ ସୂଚନାରେ ସଂଶୋଧନ ବା ପରିବର୍ତ୍ତନ । ସୌଜନ୍ୟ- ଏବିପି ନ୍ୟୁଜ୍
<urn:uuid:865b11e1-69c9-4389-a3fb-a90dd820f286>
CC-MAIN-2018-47
http://kanaknews.com/special-apply-online-for-pan-card/
2018-11-15T16:54:28Z
s3://commoncrawl/crawl-data/CC-MAIN-2018-47/segments/1542039742793.19/warc/CC-MAIN-20181115161834-20181115183834-00076.warc.gz
ory
1.000001
Orya
21
{"ory_Orya_score": 1.0000005960464478}
କନକ ବ୍ୟୁରୋ : ରାଜ୍ୟରେ ବଜ୍ରପାତ ନେଇ ପାଣିପାଗ ବିଭାଗର ସତର୍କ ସୂଚନା । ୧୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଦେବଗଡ, ନୟାଗଡ, ପୁରୀ, ଖୋର୍ଦ୍ଧା, ଅନୁଗୁଳ, କଟକ, ବୌଦ୍ଧ, ସୁନ୍ଦରଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବଜ୍ରପାତ ସମୟରେ ନିକଟସ୍ଥ କୋଠା କିମ୍ବା ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଚଳିତ ସପ୍ତାହରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଗତ କିଛି ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା । ବଜ୍ରାଘାତରେ ଅନେକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ ହେଉଥିଲେ । କେବଳ ଉତ୍ତର ଓଡ଼ିଶାର ୩ଟି ଜିଲ୍ଲାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିଲା । ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜରେ ୧୧ଜଣଙ୍କର ଜୀବନ ଯାଇଥିବାବେଳେ ୭ଜଣ ଆହତ ହୋଇଥିଲେ । ବଜ୍ରପାତରେ ଭଦ୍ରକ ଜିଲ୍ଳାରେ ସର୍ବାଧିକ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ୱରରେ ୪ ଓ ମୟୁରଭଂଜରେ ୨ଜଣ ପ୍ରାଣ ହରାଇଥିଲେ । ବଜ୍ରାଘାତରେ ବାଲେଶ୍ୱର ଓ ଭଦ୍ରକର ୭ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ ହୋଇଥିଲେ ।
<urn:uuid:bd9201a3-3f87-41b3-9529-db6a6def78af>
CC-MAIN-2018-47
http://kanaknews.com/thunder-alert-all-over-odisha/
2018-11-15T17:22:46Z
s3://commoncrawl/crawl-data/CC-MAIN-2018-47/segments/1542039742793.19/warc/CC-MAIN-20181115161834-20181115183834-00076.warc.gz
ory
1.000003
Orya
5
{"ory_Orya_score": 1.0000029802322388}
ଇଣ୍ଡିଆନ୍ ଗ୍ୟାସର ଉପଭୋକ୍ତା ଏବେ ଫେସବୁକ ଓ ଟ୍ୱିଟର ଜରିଆରେ ସିଲିଣ୍ଡର ବୁକ୍ କରିପାରିବେ । ଭାରତୀୟ ତୈଳ ନିଗମ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଛନ୍ତି । ଟ୍ୱିଟରେ ଦେଇଥିବା ସୂଚନା ଅନୁସାରେ ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡର ଗ୍ରାହକ ଫେସବୁକ୍ ଓ ଟ୍ୱିଟର ମାଧ୍ୟମରେ ଘରୋଇ ଗ୍ୟାସକୁ ବୁକ୍ କରିପାରିବେ । ଫେସବୁକରେ କିପରି ହେବ ସିଲିଣ୍ଡର ବୁକ୍ – ଇଣ୍ଡିଆନ୍ ଓଏଲ୍ କର୍ପୋରେସନ ଲିମିଟେଡ଼୍ ଅନୁସାରେ ସିଲିଣ୍ଡର ବୁକ୍ କରିବା ପାଇଁ ଗ୍ରାହକଙ୍କୁ ନିଜର ସ୍ମାର୍ଟଫୋନର ଫେସବୁକରେ ରଖିବା ଜରୁରୀ । ଏହାପରେ ଇଣ୍ଡିଆନ୍ ଅଏଲର ଅଫିସିଆଲ ପେଜକୁ ଯାଇ ବୁକ୍ ନାଓ ବିକଳ୍ପରେ କ୍ଲିକ ରକନ୍ତୁ । ଯଦି ଗ୍ରାହକ ପ୍ରଥମରୁ ଫେସବୁକରେ ଲଗ ଇନ୍ କରିଛନ୍ତି, ତେବେ କଣ୍ଟିନ୍ୟୁରେ କ୍ଲିକ କରନ୍ତୁ । ଏହାପରେ ଫେସବୁକ କ୍ରେଡ଼େନସିଆଲ ପେଜ୍ ଆକ୍ସେସ୍ କରିବା ପାଇଁ ମଞ୍ଜୁରି ମିଳିଯିିବ । ଆଗାମୀ ଷ୍ଟେପରେ ଏଲପିଜି ଆଇଟି ପ୍ରବେଶ କରାନ୍ତୁ । ଆଇଡ଼ି ପ୍ରବେଶ କରାଇବା ପରେ ବୁକ୍ ନାଓ ପରେ ଟାପ୍ କରନ୍ତୁ । ଏହାପରେ ବୁକିଂ ପ୍ରକ୍ରିୟା ପୁରା ହୋଇଯିବ ଓ କନଫର୍ମ ହୋଇଯିବ । ଟ୍ୱିଟରରେ କିପରି ବୁକ୍ କରିବେ – ଯଦି ଆପଣ ଟ୍ୱିଟର ଜରିଆରେ ଇଣ୍ଡେନ ଗ୍ୟାସକୁ ବୁକ୍ କରିବା କରୁଛନ୍ତି, ତେବେ ସର୍ବପ୍ରଥମେ ନିଜର ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ରେଜିଷ୍ଟର କରନ୍ତୁ । ରେଜିଷ୍ଟର କରିବା ପାଇଁ @indanerefill<SPACE>#register<SPACE><LPGID><SPACE><email ରେ ଟ୍ୱିଟ୍ କରନ୍ତୁ । ଏହାପରେ ଗ୍ୟାସ ଭରିବାର ବୁକିଂ ପାଇଁ @indanerefill<SPACE>#refill ରେ ଟ୍ୱିଟ୍ କରନ୍ତୁ । ଗ୍ରାହକଙ୍କ ପାଖରେ ସରଳ ବିକଳ୍ପ ଉପଲବ୍ଧ କରାଇବା ପାଇଁ କମ୍ପାନୀ ଏପରି ପଦାକ୍ଷପ ନେଇଛି । ଆଧୁନିକ ଜ୍ଞାନକୌଣଳ ଜରିଆଲେ ଲୋକେ ଅଧିିକ ଉପକୃତ ହୋଇପାରିବେ ବୋଲି କମ୍ପାନୀ ଆଶା ପ୍ରକଟ କରିଛି । ଯେଉଁମାନେ ଇଣ୍ଡିଆନ୍ ଅଏଲର ଗ୍ରାହକ ସେମାନେ କିରି ସରଳ ଉପାୟରେ ସେବା ପାଇପାରିବେ, ତାହାକମ୍ପାନର ମୂଳ ଉଦ୍ଦେଶ୍ୟ ।
<urn:uuid:cddec206-8b02-49f9-8aa9-f544a1c43d8c>
CC-MAIN-2018-47
http://kanaknews.com/book-your-gas-cylinder-through-your-facebook-and-twitter-account/
2018-11-16T22:18:26Z
s3://commoncrawl/crawl-data/CC-MAIN-2018-47/segments/1542039743216.58/warc/CC-MAIN-20181116214920-20181117000920-00236.warc.gz
ory
0.99986
Orya
6
{"ory_Orya_score": 0.9998595714569092}
ନୂଆଦିଲ୍ଲୀ: ବିଶ୍ୱ ପ୍ରତିଯୋଗିତାର ରୌପ୍ୟ ବିଜୟିନୀ ସୋନିଆ ଲାଥେର (୫୭ କେଜି), ଲଭ୍ଲିନା ବୋର୍ଗୋହେଁ (୬୯ କେଜି) ଏବଂ ମନ୍ଦୀପ୍ ଜାଙ୍ଗ୍ରା (୬୯ କେଜି) ମଙ୍ଗୋଲିଆରେ ଚାଲିଥିବା ଉଲାନ୍ବତର କପ୍ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ତିନି ଭାରତୀୟ ମୁଷ୍ଟିଯୋଦ୍ଧା ସ୍ୱର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲା ବେଳେ ଶିବ ଥାପ୍ପା (୬୦ କେଜି) ଓ ବୀଣା ଦେବୀ କୋଇଜାମ୍ (୪୮ କେଜି) ନିଜ ନିଜ ସେମିଫାଇନାଲ୍ ଲଢ଼େଇ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ସେମିଫାଇନାଲ୍ରେ ଶିବ ମଙ୍ଗୋଲିଆର ବାଟୁମୁର୍ ମିସେଲ୍ଟଙ୍କଠୁ ଏବଂ ବୀଣା କୋରିଆର କିମ୍ କୁନ୍ ସୁନ୍ଙ୍କଠାରୁ ହାରି ଯାଇଥିଲେ। ତେବେ ଫାଇନାଲ୍ରେ ସୋନିଆଙ୍କ ମୁକାବିଲା ମଙ୍ଗୋଲିଆର ତୁମୁର୍ଖୁୟାଗ୍ ବୋଲୋର୍ତୁଲ୍ଙ୍କ ସହ ହେବାକୁ ଥିଲା ବେଳେ ଲଭ୍ଲିନା ଚାଇନିଜ୍ ତାଇପେର ନିନ୍ ଚେନ୍ ଚେନ୍ ଏବଂ ମନ୍ଦୀପ୍ ମଙ୍ଗୋଲିଆର ସେଣ୍ଡ୍ ଆୟୁଷ ଓଟ୍ଗନ୍ ଏର୍ଡେନେଙ୍କ ସହ ଲଢ଼ିବେ।
<urn:uuid:44f3d470-5ce3-4c14-8d07-972a138bfd90>
CC-MAIN-2018-47
http://sambad.in/sports/soniamandeeplovlina-in-finale-mangolia-boxing-shiba-vina-bronze-medal-164640/
2018-11-19T09:45:31Z
s3://commoncrawl/crawl-data/CC-MAIN-2018-47/segments/1542039745522.86/warc/CC-MAIN-20181119084944-20181119110944-00556.warc.gz
ory
0.999882
Orya
3
{"ory_Orya_score": 0.9998824596405029}
କ'ଣ ହେବ ଜରିମାନା ଦେଇନଥିବା ଖଣି ମାଲିକଙ୍କ ଭବିଷ୍ୟତ? ଆଜି ସୁପ୍ରିମକୋର୍ଟରେ ଦୁଇଜଣିଆ ଖଣ୍ଡପୀଠରେ ଶୁଣାଣି କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ଜରିମାନା ପୈଠ କରି ନଥିବା ଖଣି ଲିଜଧାରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ଡିସେମ୍ବର୩୧ ସୁଦ୍ଧା ଯେଉଁ ଖଣି ଲିଜଧାରୀଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଥିଲା ସେ ସମ୍ପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ରିପୋର୍ଟ ଆଧାରରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଖଣି ଲିଜଧାରୀ ଓ ବନ୍ଦ ରହିଥିବା ଖଣି ପ୍ରସଙ୍ଗରେ ପରବର୍ତି ପଦକ୍ଷେପ ଓ ଆଭିମୁଖ୍ୟ ସ୍ପଷ୍ଟ କରିବେ । ସେହିପରି ଜରିମାନା ଦେଇନଥିବା ଲିଜଧାରୀଙ୍କ ନିକଟରୁ କିଭଳି ଆଦାୟ କରାଯିବ ସେ ନେଇ ପ୍ରସ୍ତା ରଖିପାରନ୍ତି ରାଜ୍ୟ ସରକାର । ଜରିମାନା ପ୍ରଦାନ କରି ନପାରିବାରୁ ଚଳିତ ମାସ ପହିଲାରୁ ରାଜ୍ୟର ୬ଟି ଲୁହାପଥର ଖଣି ବନ୍ଦ ହୋଇଯାଇଛି ।
<urn:uuid:8f74175a-bcd6-49cd-92df-f27cd95f6a99>
CC-MAIN-2018-47
http://kanaknews.com/what-will-be-the-future-of-mines-owner-not-paying-fine/
2018-11-15T04:06:37Z
s3://commoncrawl/crawl-data/CC-MAIN-2018-47/segments/1542039742483.3/warc/CC-MAIN-20181115033911-20181115055911-00443.warc.gz
ory
0.999998
Orya
3
{"ory_Orya_score": 0.9999983310699463}
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ଶୋପିଆନ୍ରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୋଟିଏ ଦିନ ଭୟାବହ ଗୁଳି ବିନିମୟ ପରେ ଶନିବାର ସକାଳେ ବି ପୁଣି ଥରେ ଗୁଳି ବିନିମୟ ଚାଲିଥିବା ଶୁଣାଯାଉଛି। ଶୁକ୍ରବାର ଦିନ ଗୁଳି ଚୋଟରେ ନିହତ ହୋଇଥିବା ଜଣେ ଆତଙ୍କବାଦୀକୁ ଛାଡ଼ି ଆହୁରି ୪ ଜଣ ଆତଙ୍କବାଦୀ ମଧ୍ୟ ଗୁଳି ଚୋଟରେ ନିହତ ହୋଇଛନ୍ତି। କିଲ୍ଲୋରା ଗାଁ'ରେ ଗୁଳି ଫୁଟିବା ଶବ୍ଦ ଶୁଭୁଛି। ସେଠାରେ ଶୁକ୍ରବାର ଦିନ ମଧ୍ୟ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟ ଗୁଳି ବିନିମୟ ଘଟିଥିଲା। ଶୁକ୍ରବାର ରାତିରେ ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ନିହତ ହୋଇଥିଲେ। ସେ ଲସ୍କର୍-ଏ-ତୈବାର ଆତଙ୍କବାଦୀ ଉମର ମଲିକ ବୋଲି ଜଣାପଡ଼ିଛି। ତାଙ୍କ ନିକଟରେ ଗୋଟାଏ ଏକେ-୪୭ ବନ୍ଧୁକ ଥିଲା। ସେ ଅଞ୍ଚଳରୁ ବାକି ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବାକୁ ନିରାପତ୍ତା ବଳ ତଲାସ ଅଭିଯାନ ଚାଲୁ ରଖିଛନ୍ତି। ଏ ସପ୍ତାହରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଅନେକ ଥର ଗୁଳି ବିନିମୟ ଘଟିଲାଣି। ଗୁରୁବାର ଦିନ କୁପ୍ଓ୍ଵାଡ଼ା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇ ଜଣ ହିଜ୍ବୁଲ୍ ମୁଜାହିଦୀନ୍ ଆତଙ୍କବାଦୀ ନିହତ ହୋଇଥିଲେ।
<urn:uuid:3e277a1a-166b-4487-9de3-c3f1ce3eb819>
CC-MAIN-2018-47
http://sambad.in/india-and-beyond/four-terrorists-gunned-down-after-encounter-breaks-out-in-jks-shopian-189053/
2018-11-20T05:51:05Z
s3://commoncrawl/crawl-data/CC-MAIN-2018-47/segments/1542039746227.72/warc/CC-MAIN-20181120035814-20181120061814-00523.warc.gz
ory
0.99982
Orya
3
{"ory_Orya_score": 0.9998199343681335}
ବ୍ରହ୍ମଗିରି : ଭଲିବଲ ଖେଳକୁ ନେଇ ଚାରି ଦିନ ତଳେ ଘଟିଥିବା ସଂଘର୍ଷରେ ଉତ୍ତେଜନା ଥମିବାର ନାଁ ନେଉନି। ଗତକାଲି ବିଳମ୍ବିତ ରାତିରେ ପୁଲିସ ଫୋର୍ସ ଉପସ୍ଥିତିରେ ପୁଣି ବୋମା ମାଡ ହୋଇଛି। ବୋମା ମାଡରେ ଗୋଟିଏ ଘରର ଝରକା ଓ କବାଟ ଭାଙ୍ଗିଛି। ଘରେ ଥିବା ଲୋକେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଚାରି ଦିନ ତଳେ ଭଲିବଲ ଖେଳକୁ ନେଇ ସାତପଡାଗଡ ଓ ଗମ୍ଭରୀର କିଛି ଯୁବକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏହା ପରେ ସାତପଡା ଫାଣ୍ଡି ସାତପଡା କଲେଜ ଛକ ନିକଟରେ ବୋମା ମାଡ ହୋଇଥିଲା। ପୁଣି ତା' ପର ଦିନ ଦୁଇଟି ବୋମା ମାଡ ହୋଇଥିଲା। ଏଥିରେ ସାତପଡାଗଡର ଜଣେ ଯୁବକ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉତ୍ତେଜନା କାରଣରୁ ସାତପଡା ଫାଣ୍ଡି ଗୁରୁବାଇ ଓ ଚଣ୍ଡିଖୋଲ ଛକଠାରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ରାତିରେ ସାତପଡାଗଡ ଛକଠାରେ ଘର କରି ରହିଥିବା ସାତପଡାଗଡ ଗାଁର ରାଜୁ ଜେନାଙ୍କ ଘର ଉପରକୁ କେହି ବୋମା ମାଡ କରିଥିଲା। ତିନିରୁ ଚାରୋଟି ବୋମା ମାଡ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ବୋମା ମାଡରେ ରାଜୁଙ୍କ ଘର ଝରକା ଓ କବାଟ ଭାଙ୍ଗି ଯାଇଛି। ଏ ନେଇ ସାତପଡା ଫାଣ୍ଡି ଅଧିକାରୀ ପଦ୍ମଚରଣ ଭଟ୍ଟଙ୍କୁ ପଚାରିବାରୁ ସେ କହିଥିଲେ ଯେ ଘର ଉପରେ ବୋମା ମାଡ ହୋଇଛି। ବୋମାରେ ବ୍ୟବହୃତ ସୁତୁଲି, ଗୋଡି ଓ କଣ୍ଟାକୁ ଜବତ କରାଯାଇଛି। ବୋମା ମାଡରେ ରାଜୁଙ୍କ ଘର ଝରକା ଓ କବାଟ ଭାଙ୍ଗିଛି। ପୁଲିସ ସଜାଗ ଥିବା ବେଳେ କିଭଳି ବୋମା ମାଡ ହେଲା ତାର ତଦନ୍ତ ଚାଲିଥିବା ସେ କହିଛନ୍ତି।
<urn:uuid:11901dbc-091c-4ea4-b1f9-30f235afcf73>
CC-MAIN-2018-47
http://sambad.in/state/bomb-attack-on-house-in-berhamgiri-209756/
2018-11-20T05:50:41Z
s3://commoncrawl/crawl-data/CC-MAIN-2018-47/segments/1542039746227.72/warc/CC-MAIN-20181120035814-20181120061814-00523.warc.gz
ory
0.999844
Orya
5
{"ory_Orya_score": 0.9998435974121094}
ବିବାହର ମୁଳଦୁଆ ସମ୍ପର୍କ । ସମ୍ପର୍କ କେବଳ ସ୍ୱାମୀ ସ୍ତ୍ରୀ ମଧ୍ୟରେ ନୁହେଁ, ବିବାହିତଙ୍କ ପରିବାର ଓ ବନ୍ଧୁମାନଙ୍କ ସହ ସମ୍ପର୍କ ବି ଅନେକ ମହତ୍ୱ ରଖିଥାଏ । ଯଦିଓ ଆଜିକାଲି କିଛି ବାହାଘରରେ ପୁଅ ଝିଅ ପରସ୍ପରକୁ ପୁର୍ବରୁ ଜାଣୁଛନ୍ତି, ତେବେ ଅନେକ ବାହାଘର, ପରିବାର ଲୋକେ ପୁର୍ବ ପରି ପୁଅଝିଅ ଖୋଜି ଯୋଗାଡ଼ କରୁଛନ୍ତି । ଏ ସବୁ କ୍ଷେତ୍ରରେ ବିବାହ ପୁର୍ବରୁ ପରସ୍ପରର ବ୍ୟକ୍ତିତ୍ୱକୁ ଭଲ ଭାବେ ଜାଣିବା ସମ୍ଭବ ହୋଇ ନପାରେ । କିନ୍ତୁ ଅଧିକାଂଶ ଦମ୍ପତ୍ତି ବାହାଘର ପରେ ଭଲ ଭାବେ ଚଳିଥାନ୍ତି । କେବଳ କିଛି ପରିବାରରେ ଅସୁବିଧା ଦେଖିବାକୁ ମିଳିଥାଏ । ବୈବାହିକ ସମ୍ପର୍କର ଅସୁବିଧା ଅନେକ କାରଣରୁ ହୋଇଥାଏ । ସେ କାରଣ ସବୁ ମଧ୍ୟରେ ବ୍ୟବହାର ଓ ବ୍ୟକ୍ତିତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି । ସମ୍ପର୍କ ବଜେଇ ରଖିବା ପାଇଁ ଅନ୍ୟମାନଙ୍କ ସହ ଖାପଖୁଏଇ ଚାଲିବା ଓ ଚାଲିପାରିବା ଅତ୍ୟନ୍ତ ଆବଶ୍ୟକ । ନିଜ ସ୍ୱାମୀ ବା ସ୍ତ୍ରୀ ଓ ତାଙ୍କ ପରିବାରର ଲୋକଙ୍କ ସହ ଭଲ ସମ୍ପର୍କ ବୈବାହିକ ଜୀବନର ଗୁଣମାନକୁ ବଢେଇ ଥାଏ, ସେମିତି ସମ୍ପର୍କରେ ଅସୁବିଧା ଜୀବନକୁ ଅସହ୍ୟକରିପାରେ । ବୈବାହିକ ସମ୍ପର୍କରେ ଅସୁବିଧା ଦ୍ୱାରା ଅଶାନ୍ତି, ଦ୍ୱେଷ, ରାଗ ଆଦି ମାନସିକ ଯନ୍ତ୍ରଣା ଛଡା ବେଳେବେଳେ ଶାରୀରିକ ଅତ୍ୟାଚାର ଦେଖିବାକୁ ମିଳିଥାଏ । କିଛି କ୍ଷେତ୍ରରେ ବିବାହ ବିଚ୍ଛେଦ ଘଟେ, କୋର୍ଟ କଚେରୀର ଦ୍ୱାରସ୍ଥ ହୋଇ ଲୋକେ ଅଯଥା ହଟହଟା ହୁଅନ୍ତି । ଦୁଃଖର କାରଣ ଏହା ଯେ ଏ ସବୁ ଧିରେ ଧିରେ ବଢୁଛି । ଏ ପରିପ୍ରେକ୍ଷୀରେ, ବିବାହ ଉପରେ ବ୍ୟକ୍ତିତ୍ୱର ପ୍ରଭାବ ସମ୍ପର୍କରେ ଜାଣିବା ଅତ୍ୟନ୍ତ ଜରୁରୀ । ସାଧାରଣତଃ ଦି ଜଣଙ୍କ ବ୍ୟକ୍ତିତ୍ୱପରସ୍ପର ପ୍ରତି ଅନୁକୁଳ ନ ହେଲେ ସମ୍ପର୍କରେ ଅସୁବିଧା ଦେଖାଯାଇଥାଏ । ତେବେ ଅନେକ ଲୋକ ଅନ୍ୟର କଥା, ଦୃଷ୍ଟିଭଙ୍ଗୀ, ଇଚ୍ଛା ଅନିଚ୍ଛା ବୁଝି, ନିଜ ବ୍ୟବହାରକୁ ବଦଳାଇ ପରିବାରିକ ଜୀବନରେ ସୁଧାର ଆଣି ପାରନ୍ତି । ଅନ୍ୟର ବିଚାରକୁ ସମ୍ମାନ ଦେଇ, ବୁଝାମଣା ଦ୍ୱାରା ଅଶାନ୍ତିକୁ ଏଡାଇଯାଇପାରନ୍ତି । ବେଳେବେଳେ ଏସବୁ ହୁଏନି । ନିଜର ଗର୍ବଓ ଅସହିସ୍ନୁତାଦ୍ୱାରା କେହି କେହି ଅନ୍ୟର ଦୃଷ୍ଟିଭଙ୍ଗୀ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ବା ବୁଝିଲେ ବି ସେ ବିଷୟରେ ଗୁରୁତ୍ୱ ଦିଅନ୍ତି ନାହିଁ | ଧିରେ ଧିରେ ସମ୍ପର୍କରେ ବାଧା ଉପୁଜେ ଓ ବଢ଼େ । ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା ନ କଲେ ତାହା ଦିନକୁ ଦିନ ଖରାପ ହୁଏ, ସଢିଯାଏ, ଅନ୍ୟମାନଙ୍କୁ ଜଣାପଡେ, ଦୁରରୁ ବାରି ହୁଏ । ବ୍ୟକ୍ତିମାନଙ୍କର ପୁର୍ବ ନିର୍ଧାରିତ ମତ ଓ ସେ ମତକୁ ଉପଯୁକ୍ତ ଭାବେ ଓ ଦରକାର ବେଳେ ବଦଳାଇ ନ ପାରିବା ପାରସ୍ପରିକ ସମ୍ପର୍କର ଅସୁବିଧାର ଅନ୍ୟ ଏକ କାରଣ । ଅନେକ ଲୋକ ଭାବନ୍ତି ନିଜେ ନିଜ ମତରେ ଦୃଢ ରହିଲେ, ଅନ୍ୟ ଜଣଙ୍କ ସମୟକ୍ରମେ ପରିବର୍ତିତ ହେଇଯିବ, 'ବଦଳି ଯିବ' । ହୁଏତ କିଛି ଲୋକ ବଦଳି ଯାଆନ୍ତି, କିନ୍ତୁ ସମ୍ପର୍କର ଗୁଣମାନ ବଦଳେନି, ଖରାପରୁ ଆହୁରି ଖରାପ ହୁଏ । ଲୋକେ ଅନ୍ୟର ରୁଚି, କାମ ପସନ୍ଦ ଅପସନ୍ଦକୁ ଜଗିରଖି ବଞ୍ଚିବା ଶିଖିନିଅନ୍ତି । 'ଘରକୁ ଡେରିରେ ଫେରିବାର ବାହାନା' ଖୋଜିନିଅନ୍ତି, ଓ ନିଜେ 'ଏକା ଏକା କରିହେଉଥିବା କାମ ବା ଅବସରରେ' ବ୍ୟସ୍ତ ରହିବାକୁ ଚେଷ୍ଟା କରନ୍ତି । 'ଏଟା ମୋ କାମ', 'ସେଟା ତା କାମ' ଭାଗ ବଣ୍ଟାଯାଏ । କେହି ଅପେକ୍ଷା କରନ୍ତି 'ପିଲା ବଡ ହେବାଯାଏ' । କେହି କେହି କହନ୍ତି 'ମୁ ବୋଲି ସିନା ସହିଛି, ଆଉ କିଏ ହେଇଥିଲେ କେବେଠୁ ଛାଡି ସାରନ୍ତାଣି' – ଇତ୍ୟାଦି, ଇତ୍ୟାଦି । ଏ ସବୁ ଭିତରେ ସମ୍ପର୍କ ଭାଙ୍ଗିରୁଜି ଯାଉଥାଏ । ହୁଏତ ତାକୁ ଆଉ ଚିହ୍ନି ହୁଏନି । ଶାଶୁ ବୋହୁଙ୍କ ସମ୍ପର୍କ ଉପରେ ଅନେକ ଆଲୋଚନା, ଲେଖା, ପ୍ରସଂଗ, ତଥା ନାଟକ, ଟିଭି ସିରିଆଲ ଖୁବ ଜଣାଶୁଣା । ଦୁଇ ଜଣଙ୍କ ବ୍ୟକ୍ତିତ୍ୱରେ ଅସାମଞ୍ଜସ୍ୟ ବା ବ୍ୟକ୍ତିତ୍ୱ ବିକାର ଠାରୁ ଅନେକ ଅଧିକ ମାତ୍ରାରେ ନିଜ ଇଚ୍ଛା, ଆଶା, ରୀତି ନୀତି, ବଦଳୁଥିବା ସମାଜିକ ଦୃଷ୍ଟିଭଙ୍ଗୀ, ଅସହିସ୍ନୁତା, ଅନମନିୟ଼ତା, କଠୋରତା ଆଦି କାରଣ ସବୁ ସମ୍ପର୍କର ଅସୁବିଧା ମୁଳରେ ଦେଖା ଯାଇଥାଏ । ପୁଅବୋହୁ/ ଝିଅଜୋଇଁ ମାନଙ୍କର ବାପାମା / ଶାଶୁଶଶୁରଙ୍କୁ ଅସମ୍ମାନ ଓ ଅବଜ୍ଞା, ସେମାନଙ୍କ ପାଇଁ ଅଯତ୍ନଶୀଳତା, ଦାୟିତ୍ଵହୀନତା ଏକ ବଡ କାରଣ। ସେମିତି ଶାଶୁଶଶୁର ଓ ବାପାମାଙ୍କର ପିଲାମାନଙ୍କ ନିତିଦିନିଆ ଜୀବନରେ ଅଯଥା ହସ୍ତକ୍ଷେପଅରୁଚିକର ହୋଇ ଅସୁବିଧା ସୃଷ୍ଟି କରିଥାଏ । ଏହା ଛଡା ବିଭିନ୍ନ ଲୋକମାନଙ୍କ ଦ୍ୱାରାନିୟମ କାନୁନର ଅସତ ଉପଯୋଗ ସମ୍ପର୍କର ଅସୁବିଧାକୁ ଆହୁରି ବଢେଇ ଥାଏ । କିଛି କ୍ଷେତ୍ରରେ ସମ୍ପର୍କର ଅସୁବିଧା ପଛରେ ବ୍ୟକ୍ତିତ୍ୱ ବିକାର ଏକ କାରଣ ହୋଇପାରେ । ମଣିଷର ବ୍ୟବହାର, ମନର ଭାବ, ପ୍ରତିକ୍ରିୟା, ଏମିତି ବହୁ ଗୁଣର ସମାହାରରେ ବ୍ୟକ୍ତିତ୍ୱ ନିର୍ଧାରିତ ହୋଇଥାଏ । ଏମିତି ବହୁ ଗୁଣ, ଅବିଗୁଣ ଯୋଡି ହେଇ କିଛି ଲୋକଙ୍କଠାରେ ବ୍ୟକ୍ତିତ୍ୱ ବିକାର ଥାଏ । ବିଭିନ୍ନ ରକମର ବ୍ୟକ୍ତିତ୍ୱ ବିକାର ଦେଖାଯାଏ । ବ୍ୟକ୍ତିତ୍ୱ ବିକାରଗ୍ରସ୍ତ ମଣିଷ ସାଧାରଣତଃ ଅନ୍ୟମାନଙ୍କ ସହ ଖାପ ଖୁଏଇ ଚଳିପାରନ୍ତି ନାହିଁ । ଭାବଗତ ଚଞ୍ଚଳତା, ଅଚିରେ ଅତ୍ୟଧିକ ରାଗ, କ୍ରୋଧ, ସନ୍ଦେହ, ଅସହିଷ୍ଣୁତା, ପରଶ୍ରୀକାତରତା, ହୃଦୟହୀନତା; ଅନ୍ୟର କଥା, ଭାବ, ଦୁଃଖ ବା ଖୁସି ବୁଝି ନ ପାରିବା, ଇତ୍ୟାଦି ଏମିତି ଲୋକଙ୍କ ପାଖରେ ଦେଖାଯାଏ । ପରିବାର, ନିଜ ସ୍ୱାମୀ ବା ସ୍ତ୍ରୀ, ଅନ୍ୟକେହି ବୁଝେଇବା, ଚେଷ୍ଟା କରିବାରେ କିଛି ଲାଭ ବା ପରିବର୍ତ୍ତନ ହୁଏନି । ଏଭଳି ଲୋକଙ୍କ ପାଇଁ ମାନସିକ ଓ ମନସ୍ତାତ୍ଵିକ ଚିକିତ୍ସା ଦରକାର ହୁଏ । ତେବେ ଏସବୁ ବିଷୟରେ ସାଧାରଣ ଲୋକମାନଙ୍କ ପାଖରେ ଆବଶ୍ୟକ ସୂଚନାର ଅଭାବ ଦେଖାଯାଏ । ତା ଛଡା ଅଧିକାଂଶବେଳେ ବ୍ୟକ୍ତିତ୍ୱ ବିକାରଗ୍ରସ୍ତ ଲୋକ ନିଜର ଏପରି ଅସୁବିଧା ଅଛି ବୋଲି ଜାଣି ନଥାନ୍ତି; ଅନେକେ ଜାଣିଲେ ବି ତାକୁ ମାନିବାକୁ ଚାହାନ୍ତି ନାହିଁ କି ଚିକିତ୍ସା ନେବାକୁ ଇଚ୍ଛା କରନ୍ତି ନାହିଁ । ଯଦିଓ ଅଯଥାର୍ଥ, ତେବେ ସମାଜରେ ଲଜ୍ୟା, ଅପବାଦ, କୁତ୍ସା ଏହାର ଏକ କାରଣ ହୋଇଥାଏ । ବେଳେବେଳେ ସେମାନେ ବିଭିନ୍ନ କାରଣ ଯଥା ସମୟ ବା ସମ୍ବଳର ଅଭାବ ଦର୍ଶାଇଥାନ୍ତି । ଏହି ଅସୁବିଧାର ଉପଯୁକ୍ତ ଚିକିତ୍ସା ପାଇଁ ଅଭିଜ୍ଞ ମନଚିକିତ୍ସକ ଓ ମନସ୍ତତ୍ଵବିତଙ୍କର ବି ଅଭାବ ରହିଛି । ସମ୍ପର୍କର ଅସୁବିଧା ଦ୍ୱାରା ଜୀବନର ଗୁଣମାନ ନଷ୍ଟ ହେବା ସଙ୍ଗେ ସଙ୍ଗେ – କଥାବାର୍ତ୍ତା, ବ୍ୟବହାର, ନିଜ କାର୍ଯ୍ୟ କୁଶଳତା, କାର୍ଯ୍ୟ କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଅନେକ ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ମାନସିକ ଓ ଶାରୀରିକ ଯାତନା ଦେଇଥାନ୍ତି । ଧିରେ ଧିରେ ଅସବୁ ନିତିଦିନିଆ କଥା ହେଇ ଲାଗିରହେ । କେହି କେହି ଦମ୍ପତି ନିଜ ପରିବାରର ଲୋକଙ୍କ ଠାରୁ ଦୁରେଇ ଯାଆନ୍ତି । ସ୍ୱାମୀ ସ୍ତ୍ରୀ ଅଲଗା ରହନ୍ତି; ବେଳେବେଳେ ବିବାହ ବିଛେଦ ଘଟେ । ପିଲାଙ୍କ ଉପରେ ଓ ନିଜ ବୃଦ୍ଧ ବାପାମାଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡେ । ସମ୍ପର୍କର ଅସୁବିଧାରେ କେହି କେହି ଆତ୍ମହତ୍ୟା ବି କରିଥାନ୍ତି । ସମ୍ପର୍କକୁ ଗଢିବାକୁ ବା ସୁଧାରିବାକୁ କଣ କରାଯାଇପାରିବ, ସେସବୁର ଆଲୋଚନା ଦରକାର । *** ପ୍ରଥମେ ନିଜେ ନିଜର ଇଚ୍ଛା, ଅନିଚ୍ଛା ଓ ନିଜକୁ ବୁଝନ୍ତୁ । ଆପଣଙ୍କ ବ୍ୟବାହିକ ଜୀବନକୁ ଖୁସିରେ ରଖିବାକୁ ଆପଣ କଣ କରିପାରିବେ ସେ କଥା ଭାବନ୍ତୁ । ଅନ୍ୟ ଜଣଙ୍କ ବା ଆଉ କିଏ କଣ କରିବା ଉଚିତ୍ ବା କରିବା ଦରକାର ସେ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଆପଣ ଅନ୍ୟକୁ ବଦଳେଇ ପାରିବେ ନାହିଁ – ବଦଳେଇବାର ଚେଷ୍ଟାରେ ଆପଣ ନିଜ ବୈବାହିକ ସମ୍ପର୍କକୁ ବରଂ ଅଧିକ ଖରାପ କରିବେ । *** ନିଜର ସ୍ୱାମୀ ବା ସ୍ତ୍ରୀଙ୍କ ଗୁଣ ପାଇଁ ତାଙ୍କୁ ଭଲ ପାଇବା ଓ ବାହାବା ଦେବା ସହ; ତାଙ୍କ ଦୋଷ ଦୁର୍ବଳତାକୁ ଚିହ୍ନି, ସେସବୁର ନିନ୍ଦା, ସମାଲୋଚନା ବା ଆକ୍ଷେପ ନ କରି, ସେସବୁର ସମାଧାନ ପାଇଁ ଉପାୟ କରି ସାହାଯ୍ୟ କରିପାରିବା ଦରକାର । *** ନିଜ ମତକୁ ଅନୁଶୀଳନ କରିବା ସଙ୍ଗେ ସଙ୍ଗେ, ଅନ୍ୟ ଜଣଙ୍କ ମତକୁ ସେମାନଙ୍କ ପଟରେ ଠିଆ ହେଇ ବୁଝିବାକୁ ଚେଷ୍ଟା କରନ୍ତୁ । ଅନ୍ୟମାନଙ୍କ ଦୃଷ୍ଟିରେ କଥାସବୁକୁ ଦେଖିପାରିବା ଏକ କୁଶଳତା ବା ଗୁଣ । ସେମିତି ନିଜେ ନିଜର ଭୁଲ ଦୃଷ୍ଟିଭଙ୍ଗୀକୁ ଜାଣି ସୁଦ୍ଧା ବଦଳେଇ ନପାରିବା ଏକ ଅକ୍ଷମତା, ଯାହା ଅନେକଙ୍କ ଠାରେ ଦେଖିବାକୁ ମିଳିଥାଏ । ସେ ପ୍ରତି ସଜାଗ ରହନ୍ତୁ । *** ପରିବାର-କୈନ୍ଦ୍ରିକ ହୋଇ କଥାସବୁର ବିଚାର କରନ୍ତୁ । ସବୁବେଳେ ନିଜ ତରଫରୁ ବିଚାର ନକରି, ପରିବାରପାଇଁ, ନିଜ ସମ୍ପର୍କ ପାଇଁ, ଭବିଷ୍ୟତ ପାଇଁ କଣ ଭଲ ହେବ ସେସବୁ ବିଚାର କରନ୍ତୁ । ନିଜର, ଏମିତିକି ଅନ୍ୟମାନଙ୍କର ଇଚ୍ଛା ଆପଣଙ୍କ ପରିବାର ଉପରେ ନକରାତ୍ମକ ପ୍ରଭାବ ପକାଉଛି କି, ତାହା ପରୀକ୍ଷା କରି ନିଅନ୍ତୁ । *** ବେଳେ ବେଳେ ସମ୍ପର୍କର ଗୁଣମାନ ପରଖି ନିଅନ୍ତୁ । ଆପଣଙ୍କ ବୈବାହିକ ସମ୍ପର୍କ କେତେ ଭଲ ଅଛି ତାକୁ ନିଜର ଏକ ମାପଦଣ୍ଡରେ ମାପି ନିଅନ୍ତୁ ଓ କେମିତି ତାକୁ ଉନ୍ନତ କରିହେବ ସେ ବିଷୟରେ ଚିନ୍ତା କରନ୍ତୁ । ମାପଦଣ୍ଡର ଏକ ଉଦାହରଣ ହେଲା ୦ = ଅତି ଖରାପ, ୫ = ଠିକ ଠାକ୍, ଓ ୧୦ = ଖୁବ ଭଲ । ସମ୍ପର୍କର ମାତ୍ରାକୁ ଭଲ ଆଡକୁ ନେବାକୁ ତତ୍ପର ରହନ୍ତୁ । *** ନିଜ ପାଇଁ, ନିଜକୁ ଭଲ ଲାଗୁଥିବା କାମ ବା ଅବସର ବିନୋଦନ ପାଇଁ ସମୟ ଦିଅନ୍ତୁ । ନିଜେ ମାନସିକ ଚାପରେ ରହିଲେ ଏହା ଆପଣଙ୍କ ସମ୍ପର୍କକୁ ପ୍ରଭାବିତ କରିବ । ନିଜେ ଖୁସିରେ ରହିଲେ, ଆପଣ ଆପଣଙ୍କ ସମ୍ପର୍କକୁ ସୁନ୍ଦର କରି ପାରିବେ । *** ଅନ୍ୟମାନଙ୍କ ପାଇଁ ବି ସମୟ ଦିଅନ୍ତୁ । ନିଜ ସ୍ୱାମୀ, ସ୍ତ୍ରୀ ଓ ପରିଜନ, ଯେଉଁମାନେ ଆପଣଙ୍କ ସମ୍ପର୍କର ଶୁଭାକାଂକ୍ଷୀ, ସେମାନଙ୍କ କଥା ବୁଝନ୍ତୁ । ଖାଲି ନିତିଦିନିଆ କଥା ନୁହେଁ, ସେମାନଙ୍କ ସୁଖ ଦୁଃଖ, ଭଲମନ୍ଦ, ପଚାରନ୍ତୁ, ସେମାନଙ୍କୁ ନିରୋଳା ସମୟ ଦିଅନ୍ତୁ । ଦରକାର ବେଳେ, ଅସମୟରେ, ଆପଣଙ୍କ ସମ୍ପର୍କର ଘୁର୍ଣ୍ଣିରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ । ***ମାନସିକ ଚିନ୍ତା ବା ଚାପ ଥିଲେ ସେସବୁକୁ ସ୍ୱାମୀ, ସ୍ତ୍ରୀ ଓ ପରିବାରର ଯେଉଁମାନଙ୍କୁ କହିପାରିବେ ସେମାନକୁ କହନ୍ତୁ, କହି ପକେଇଲେ ମନ ହାଲୁକା ହୁଏ । କଥାରେ ଅଛି ପରା ଦୁଃଖ ବାଣ୍ଟିଲେ ସରେ । ତେବେ ବେଳେବେଳେ ଲୋକେ 'ଅନ୍ୟମାନେ, ମୁଁ ନ କହିଲେ ବି, ମୋ କଥା ବୁଝିବା ଦରକାର' ବୋଲି ଭାବି ବସି ରହନ୍ତି, ମନ ମାରି, ଅଭିମାନ କରି ଅପେକ୍ଷା କରନ୍ତି । ସେଥିରେ ଅନେକ ବେଳେ ଲାଭ ହୁଏନି । କାରଣ ଅନ୍ୟମାନେ ସାହାଯ୍ୟ କରିବାକୁ ଇଚ୍ଛା ଥିଲେ ବି, ବେଳେ ବେଳେ ବିଭିନ୍ନ କାରଣରୁ ଅନ୍ୟର ଅସୁବିଧା ବୁଝି ପାରନ୍ତି ନାହିଁ, ବା ଠଉରେଇପାରନ୍ତି ନାହିଁ । *** ବେଳ ଥାଉଁ ଥାଉଁ ନିଜ ଅସୁବଧା ପାଇଁ ସାହାଯ୍ୟ ଖୋଜନ୍ତୁ 'ଅନ୍ୟ ମାନେ ବୁଝି ସାହାଯ୍ୟ କରିବେ ବା କରନ୍ତୁ' ବୋଲି ଭାବି ବସି ରହନ୍ତୁ ନାହିଁ । ସେଥିରେ ଅନ୍ୟମାନଙ୍କ ଉପରେ ମିଛରେ ଅସନ୍ତୋଷ ଓ ଦ୍ୱେଷ ବଢିବ । *** ପୃଥିବୀର ସବୁ ଜାଗାରେ କିଛି ସାମାଜିକ ରୀତି ନୀତି, ନିୟମ, ଚଳଣି ଅଛି ଓ ଲୋକେ ସେସବୁକୁ ଯେତେ ସମ୍ଭବ ମାନି, ସମ୍ମାନ ଦେଇ ଚଳିବାକୁ ପସନ୍ଦ କରନ୍ତି । ନିଜ ଘର ପରିବାରରେ ଥିବା ଚଳଣିକୁ ଯେତେ ସମ୍ଭବ ମାନି ଚଳନ୍ତୁ ଓ ସେସବୁର ସମ୍ମାନ / ଆଦର କରନ୍ତୁ । ତେବେ ବେଳେବେଳେ ବିଭିନ୍ନ କାରଣରୁ ଚଳଣିକୁ ମାନିବାକୁ ଲୋକେ ଚାହାନ୍ତି ନାହିଁ । କୌଳିକ, ଅନ୍ଧବିଶ୍ୱାସ, ଧର୍ମବିଶ୍ୱାସ ଭିତ୍ତିକ ପ୍ରଥା ସବୁ ମାନିବାକୁ ଯୁବପିଢିମାନଙ୍କର ଅନିଚ୍ଛା ପ୍ରକାଶ ବୁଝାଯାଇପାରେ । କାରଣବିହୀନ, ଅଯୋକ୍ତିକ ପ୍ରଥାକୁ ମାନିବାକୁ କାହାରିକୁ ବାଧ୍ୟ କରନ୍ତୁ ନାହିଁ । ସେମିତି ପ୍ରଥାସବୁକୁ ମାନୁଥିବା ଲୋକମାନଙ୍କୁ ହତାଦର ବା ଅସମ୍ମାନ କରନ୍ତୁନାହିଁ । ଆପଣ ନିଜେ ମାନି ନ ପାରନ୍ତି, କିନ୍ତୁ କଟୁ ମନ୍ତବ୍ୟ ଦେବା, ଦୁରେଇ ଯିବା ଓ ସେ ପାଇଁ ସମ୍ପର୍କକୁ ଜଳାଞ୍ଜଳି ଦେବା ଉଚିତ ନୁହେଁ । *** କୌଣସି ବିଷୟରେ ମତାନ୍ତର ଥିଲେ ଆପଣ ଏ ବିଷୟରେ ଅନ୍ୟ ଜଣଙ୍କୁ ବୁଝାନ୍ତୁ । ନ ବୁଝିଲେ, ଏ ବିଷୟରେ ଆପଣଙ୍କର ଭିନ୍ନ ମତ ଅଛି ବୋଲି ଧରି ନିଅନ୍ତୁ । ବହୁତ କଥାରେ ଦୁଇ ଜଣଙ୍କ ଭିତରେ ମତ ଅଲଗା ରହିପାରେ ତେବେ ଅବୁଝାମଣା ରହିବା ଉଚିତ ନୁହେଁ, ତା ପାଇଁ ସମ୍ପର୍କ ଖରାପ କରିବା ଉଚିତ ନୁହେଁ । ଏ ଭୁଲି ଯିବା ଉଚିତ ନୁହେଁ ଯେ ଅନେକ ବିଷୟରେ ଆପଣମାନଙ୍କ ଭିତରେ ଏକମତ ଅଛି, ଏକା ଲକ୍ଷ୍ୟ ଅଛି ଓ ଭଲ ପାଇବା ଅଛି । ପ୍ରିୟ ରହନ୍ତୁ, ଗୋଟିଏ ମତଭେଦ ପାଇଁ ଅପ୍ରିୟ ହୁଅନ୍ତୁ ନାହିଁ । *** ମତାନ୍ତର ଯଦି ଦୁଇ ପୀଢିର ଲୋକଙ୍କ ଭିତରେ ଥାଏ, ତା ହେଲେ ସମାଧାନର ପ୍ରକ୍ରିୟା ପାଇଁ କିଛି କଥା ମନେ ରଖିବା ଉଚିତ । ଯୁବପିଢୀମାନେ ବିଚାରଶକ୍ତିରେ ସାଧାରଣତଃ ଅଧିକ ନମନୀୟ ଥାଆନ୍ତି ଓ ସେମାନେ ବିଭିନ୍ନ ଦିଗରୁ ସମାଧାନ ବିଷୟରେ ଚିନ୍ତା କରି, ତା ସହ ଖାପଖୁଏଇ ପାରିବେ ବୋଲି ଆଶା କରାଯାଇପାରେ । ସେମିତି ବୟସ୍କମାନେ ସେମାନଙ୍କ ଅନୁଭୁତି ଓ ଜ୍ଞାନରେ ସମାଧାନ ପାଇଁ ପରାମର୍ଶ ଦେଇ ପାରିବେ । ବିଭିନ୍ନ ଉପାୟକୁ ଅଂଗୀକାରକରି ତାକୁ ରୁପରେଖ ଦେବା ଅଳ୍ପ ବୟସ୍କମାନଙ୍କ ପାଇଁ ସହଜ ହୋଇପାରେ । ବୟସ୍କମାନଙ୍କର ଶାରୀରିକ ଅବସ୍ଥା ଓ ଅନ୍ୟ ସମାଜିକ, ଅର୍ଥନୈତିକ ଅବସ୍ଥାସବୁକୁ ବିଚାରକୁ ନେଲେ, ଅଧିକାଂଶବେଳେ ସମସ୍ୟା ସମାଧାନର ଓ ପରିବର୍ତ୍ତନର ଅଧିକ ଉପାୟ ଓ ସୁଯୋଗ ସାଧାରଣତଃ ଅଳ୍ପବୟସ୍କଙ୍କ ପାଖରେ ଥାଏ । ତେଣୁ ବାପାମା ବା ଶାଶୁଶଶୁରଙ୍କ ସହ ସମ୍ପର୍କଗତ ଅସୁବିଧା ଥିଲେ ପୁଅବୋହୁ ବା ଝିଅଜୋଇଁମାନଙ୍କର ସମାଧାନ ଖୋଜିବାର ଭୁମିକା ବେଶି । ତେବେ ସମସ୍ତଙ୍କୁ ସୁହେଇଲା ପରି, ସହଜ, ସରଳ ସମାଧାନ ଖୋଜିବାର ଦାୟିତ୍ଵ ସମସ୍ତଙ୍କର । *** ନିଜର ଭୁଲ ଥିଲେ ଅଚିରେ କ୍ଷମା ମାଗି ନିଅନ୍ତୁ । ଅଧିକାଂଶ ବେଳେ ନିଜର ଭୁଲ ଅଛି ଜାଣି ସୁଦ୍ଧା ଲୋକେ ମାନନ୍ତି ନାହିଁ; ନିଜ ମୁହଁ ରଖିବା ପାଇଁ ହେଉ ବା ସମସ୍ତଙ୍କ ଆଗରେ ନ ହାରିବା ପାଇଁ ହେଉ । ଅଯଥାରେ କଥା ବଢ଼େ, ଯେଉଁଠି ଖୁବ ସହଜରେ ସମାଧାନ ସମ୍ଭବ ହୋଇପାରନ୍ତା, ସେଠି କଥା ତିଳରୁ ତାଳ ପାଲଟି ଯାଏ । ନିଜ କଥାରେ ଅଡି ରହିଲେ ନିଜର ଗର୍ବ ଓ ବଡପଣ ବଜେଇ ରହିବ ବୋଲି ଲୋକେ ଭାବନ୍ତି । ତେବେ ବଡପଣ ବୁଝିବାରେ, ସ୍ୱୀକାର କରିବାରେ ଥାଏ । *** ଅସୁବିଧାରେ, ମନାନ୍ତର, ମତାନ୍ତର ବା କଳିଗୋଳ ହେଲେ – କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ । ମନ ଶାନ୍ତ ହେବାପରେ ସବୁ କଥାର ଅନୁଶୀଳନ କଥାବାର୍ତ୍ତା କରନ୍ତୁ । ଅନ୍ୟର ସାହାଯ୍ୟ ନିଅନ୍ତୁ । ଏ ଦିଗରେ ଆପଣ ଆଗେ ଆଗଭର ହୁଅନ୍ତୁ, ନିଜ ମନର ମାନସିକ ଶାନ୍ତି ଫେରାଇ ଆଣିବାପାଇଁ । ଅନେକ ବେଳେ ଲୋକେ 'ତା ଦୋଷ, ସେ ଆଗେ କ୍ଷମା ମାଗୁ' ବୋଲି ଅପେକ୍ଷା କରନ୍ତି । ସେ ଅପେକ୍ଷା ଶେଷ ହୁଏନି ବେଳେବେଳେ । ସମ୍ପର୍କର ସେମିତି ଖଣ୍ଡିଆ ଖାବରା ହେଇ ପଡିଥାଏ ଜଣେ କିଏ ବୁଝି ତାକୁ ଠିକ କରିବା ପାଇଁ ଆଗଭର ହେବା ଯାଏ । ଦୋଷ ଖୋଜି ବସିଲେ ସାଧାରଣତଃ ଲାଗେ ଯେ ଅପର ଜଣକ ହିଁ ଦୋଷୀ । ନିଜ ଦୋଷ ଦେଖିପାରିବା ଓ ତାକୁ ଠିକ କରିବାପାଇଁ ତତ୍ପର ହେବା ଏକ ବିଶେଷ ଗୁଣ । କିନ୍ତୁ 'ଗୋଟେ ହାତରେ ତାଳି ବାଜେନି' ଯୁକ୍ତିରେ ଅଧିକାଂଶ ବେଳେ ଉଭୟଙ୍କର ଅଳ୍ପ ବହୁତ ଯୋଗଦାନ ଥାଏ । 'କଥା ମାଜିଲେ ମୋଟ' । ତେଣୁ ବେଶି ସମୟ ସମ୍ପର୍କକୁ ରୁଗ୍ଣ ନ ରଖି, 'ନେଡି ଗୁଡ କହୁଣୀକୁ ବୋହିଯିବା' ପୁର୍ବରୁ, ତାର ଉପଚାର ଆରମ୍ଭ କରିବା ଉଚିତ । ସମ୍ପର୍କର ଅସୁବିଧା ପାଇଁ ପ୍ରଥମେ କ୍ଷମା ମାଗି ନେବାରେ କିଛି ଅସୁବିଧା ନାହିଁ – ନିଜ ମନ ହାଲୁକା ହେଇଯିବ – ପରେ ମତାନ୍ତରର କାରଣ ଉପରେ କଥାବାର୍ତ୍ତା କରି ତାର ସମଧାନ କରିବା ଓ ଆଉ ତାର ପୁନରାବୃତ୍ତି ନ ହେବା ପାଇଁ କଣ କରିବାବୁ ପଡିବ ସେସବୁ ଆଲୋଚନା କରିବା ଉଚିତ । *** ସମ୍ପର୍କର ଅସୁବିଧା ଗୁଡିକର ସମାଧାନ କରନ୍ତୁ । ସେସବୁକୁ ଅଣଦେଖା ବା ଅବହେଳା କରନ୍ତୁ ନାହିଁ । ଘୋଡାଇ ପକାନ୍ତୁ ନାହିଁ । 'ଧିରେ ଧିରେ ସବୁ ଠିକ ହେଇଯିବ', 'ଭୁଲି ହେଇ ଯିବ', ବୋଲି ଭାବନ୍ତୁ ନାହିଁ । *** ସମାଧାନ ପାଇଁ ନିଜ ଆତ୍ମସମ୍ମାନ ବଳି ପକାନ୍ତୁ ନାହିଁ କି ଅନ୍ୟକୁ ନୀଚ ବୋଲି ଦେଖାଇବାକୁ ଚେଷ୍ଟା କରନ୍ତୁ ନାହିଁ । *** ଆପଣ ନିଜେ ଯେମିତି ବ୍ୟବହାର ଚାହାନ୍ତି ନାହିଁ ସେମିତି ବ୍ୟବହାର ଆପଣ ଅନ୍ୟମାନଙ୍କ ସହ କରନ୍ତୁ ନାହିଁ । ଅନ୍ୟମାନଙ୍କ ମାନସିକ ଅଶାନ୍ତିର କାରଣ ହେଲେ, ଆପଣ ନିଜେ ବି ଅଶାନ୍ତିରେ ରହିବେ । *** ବେଳେବେଳେ ସମସ୍ୟାର ସମଧାନ ସମ୍ଭବ ନ ହେଇପାରେ, କୋଣସି ବିଷୟରେ ମତାନ୍ତର ରହିପାରେ । ସେସବୁକୁ ଚିହ୍ନି ଗ୍ରହଣ କରିବା ଉଚିତ୍, ଏବଂ ତାହା ଯେ ସମ୍ପର୍କରେ ଆଞ୍ଚ ନ ଆଣେ ତା ପ୍ରତି ସଜାଗ ରହିବା ଉଚିତ ଓ ଚେଷ୍ଟା କରିବା ଉଚିତ । *** ଯେତେ ଶୀଘ୍ର ସମ୍ଭବ ଆପଣ ସ୍ଵାଭାବିକ ଅବସ୍ଥା ଫେରାଇ ଆଣନ୍ତୁ । ନିତିଦିନିଆ ସାଧାରଣ କାମଦାମକୁ କରିଚାଲନ୍ତୁ । ସମ୍ପର୍କରେ ଅସୁବିଧା ଅଛି ବୋଲି ମନମାରି କାମଠୁ ବା ଦାୟିତ୍ଵରୁ ଦୁରେଇ ଯାଆନ୍ତୁ ନାହିଁ । ଏବଂ ବିଶେଷ କରି ସମ୍ପର୍କର ଅସୁବିଧାସବୁକୁ ଶୋଇବା ଘରକୁ ନିଅନ୍ତୁ ନାହିଁ ! ଅନ୍ୟ ଦୃଷ୍ଟିରେ କହିଲେ, କୌଣସି କଥା ପାଇଁ ଦେଖା ଯାଇଥିବା ଅସୁବିଧା ଆପଣଙ୍କ ଜୀବନର ଅନ୍ୟ ସବୁ ଦିଗରେ ପ୍ରଭାବ ପକେଇବା ଉଚିତ୍ ନୁହେଁ । *** ବେଳେ ବେଳେ ଏହା ପରୀକ୍ଷା କରିବା ଦରକାର ଯେ ଆପଣଙ୍କପାରସ୍ପରିକ ସମ୍ପର୍କର ଅସୁବିଧା ପାଇଁ କେହି ତୃତୀୟ ଲୋକ ତ ଦାୟୀ ନୁହନ୍ତି ? ସେମାନଙ୍କ କଥା, ମତ, ଉଦ୍ଦେଶ୍ୟ ବୁଝନ୍ତୁ । ସେମାନଙ୍କୁ ବୁଝେଇ ଦିଅନ୍ତୁ ବା ଦରକାର ହେଲେ ସେମାନଙ୍କୁ ତାଙ୍କ ସୀମା ଦର୍ଶେଇ ଦିଅନ୍ତୁ । ଅନ୍ୟମାନଙ୍କ ପାଇଁ ନିଜକୁ ଉତ୍ତେଜିତ କରି, ନିଜ ସମ୍ପର୍କରେ ଆଞ୍ଚ ଆଣନ୍ତୁ ନାହିଁ । *** ଦରକାର ପଡିଲେ, ପ୍ରିୟଜନମାନଙ୍କର ପରାମର୍ଶ ନିଅନ୍ତୁ, ମନସ୍ତତ୍ଵବିତ୍, ବା ମନରୋଗ ଚିକିତ୍ସକମାନଙ୍କର ସାହାଯ୍ୟ ନିଅନ୍ତୁ । ଏସବୁ ଉପାୟ ଦ୍ୱାରାଆଶା କରାଯାଇପାରେ ଯେ ସମ୍ପର୍କ ସୁଦୃଢ ହେବ ଓ ସମସ୍ୟାର ସମାଧାନ ହେବ ।ତେବେ ଅଳ୍ପ କ୍ଷେତ୍ରରେ, ସବୁ ପ୍ରୟାସ ସତ୍ୱେ , ସମ୍ପର୍କ ହୁଏତ ସୁଧୁରେ ନାହିଁ । ଏତେ ଖରାପ ହୁଏ ଯେ, ମାନସିକ ଓ ଶାରୀରିକ ଅସୁବିଧା, କ୍ଷତି, ବିପଦ ବା ଅନିଷ୍ଟର ଆଶଙ୍କା ଦେଖାଦିଏ । ଏସବୁ ପରିସ୍ଥିତିରେ ଅଲଗା ରହିବା ବା ସମ୍ପର୍କର ବିଚ୍ଛେଦସମାଧାନର ଏକ ପନ୍ଥା ହୋଇଥାଏ । ଜାଣି ରଖିବା ଉଚିତ୍ ଯେ ସମ୍ପର୍କଗତ ଅସୁବିଧା ଏକ ସାଧାରଣ କଥା ଓ ଅନେକ ଲୋକ ଏହାକୁ ଅଳ୍ପେବହୁତେ ଅନୁଭବ କରିଥାନ୍ତି । ଅଧିକାଂଶ ସମୟରେ ଲୋକମାନେ ଏହାର ସମାଧାନ କରି ଜୀବନକୁ ଆହୁରି ଉନ୍ନତ କରିପାରନ୍ତି । ବିଶ୍ୱାସରଖନ୍ତୁ ଯେ, ନିଜ ଚେଷ୍ଟାରେ ଓ ଅନ୍ୟମାନଙ୍କ ସାହାଯ୍ୟରେ ଆପଣ ଧିରେ ଧିରେ ଆପଣଙ୍କ ସମ୍ପର୍କର ଓ ଜୀବନର ଗୁଣମାନ ବଢେଇ ପାରିବେ ।
<urn:uuid:39511be9-9a5b-4221-9a23-397e0cdb8a57>
CC-MAIN-2018-47
http://www.ameodia.com/odia-health/odia-health-baibaahika-o-paarasparika-samparka-samasyaa-o-samaadhaan-dr-nilamadhab-kar/
2018-11-21T14:03:44Z
s3://commoncrawl/crawl-data/CC-MAIN-2018-47/segments/1542039748901.87/warc/CC-MAIN-20181121133036-20181121155036-00123.warc.gz
ory
0.999998
Orya
18
{"ory_Orya_score": 0.9999983310699463}
ଦୃଶ୍ୟଟାକୁ ଦେଖୁ ଦେଖୁ ମୁଁ ଥମ୍ କରି ରହିଗଲି ଦୁଆର ଏପଟେ । ଗୋଟାଏ ଥାଳିଆରେ ଥୁଆ ହେଇଛି ଚିପସ୍ରୁ ପୁଳାଏ ମା', ଝିଅ ଦୁଇଜଣଯାକ ସେଇଥିରୁ ନେଇ ଖାଉଛନ୍ତି । ଆଉ ଟି.ଭି.କୁ ଅନେଇଛନ୍ତି । ବଡ଼ ସୋଫାଟାରେ କରେଇ କି ବସିଛି ସ୍ୱପ୍ନା । ତା' କୋଳରେ ମୁଣ୍ଡରଖି ଶୋଇଛି ନିତି ମୋର ପନ୍ଦରବର୍ଷର ସ୍କୁଲ୍ ପଢୁଆ ଝିଅ । ଆଖି ଦି'ଟାକୁ ମଳି ଦେଲି- ମୁଁ ଠିକ୍ ଦେଖୁଛି ତ- ପ୍ରାୟ ଦୁଇତିନି ବର୍ଷ ହେଲା । ଏ ଦୃଶ୍ୟ ଭାରି ଦୁର୍ଲଭ ଥିଲା । ଭୟଙ୍କର ଭାବେ ଜିଦ୍ଖୋର ଆଉ ମୁହଁଖୋର୍ ହେଇଛି ଝିଅଟା । ଯେତେ ବୁଝେଇଲେ ବୁଝେନି । ଯେତେ କହିଲେ ଶୁଣେନି । ସାମାନ୍ୟରୁ ଅତି ସାମାନ୍ୟ କଥାଟେ ପାଇଁ ବି ବର୍ଷି ଦେଇଯାଏ ମା' ଉପରେ । କେତେ ବି ସହିବେ ସ୍ୱପ୍ନା । କେତେବେଳେ ରାଗରେ କ'ଣ ପଦେ କହିଦେଲେ ଯଦି ସରିଗଲା କଥା । ବାରୁଦଗଦାରେ ନିଆଁକଣାଟେ ପଡ଼ିଗଲା କି ! ଠୋ କିନି ଫାଟିବ ନିତି- କଥା କି ଅକଥା ବକି ଦେଇଯିବ । ଶେଷରେ ମା' କାନ୍ଦିବ ରୋଷେଇ ଘରେ ଫୁଲେଇ ଝିଅ ମୋର ଲୁହ ଗଡ଼ଉଥିବା ପଢ଼ା ଟେବୁଲ୍ ପାଖରେ । ମୁଁ ଅଫିସ୍ରୁ ଆସୁ ଆସୁ ଘରଟା ଗୋଟେ କଚେରୀ ହେଇଯାଏ । ଗେଟ୍ ଖୋଲୁ ଖୋଲୁ ନିତି ଦୌଡ଼ିଯାଇ ଗପି ଦେଇଯିବ ମା' ନାଁରେ ବୋଝଟେ ଗପ । ବେଳେବେଳେ ଧୈର୍ଯ୍ୟ ନ ପାଇଲେ ଫୋନ୍ କରି ମୋତେ ଅଫିସ୍କୁ କହିଦବ । ଦେଖ ତ ପାପା ମାମା କେମିତି କ'ଣ ସବୁ କହୁଛି । ବୁଝେଇ ପାରେନି କାହାକୁ ଝାଳନାଳ ହେଇଯାଏ ସିନା କେହି ବୁଝନ୍ତିନି ମୋ କଥା ଝିଅଟା ବି. . . । ବେଳେ ବେଳେ ମନ ହୋଇଥିଲେ ମା' ଠୁ କ୍ଷମା ମାଗିବ । ମା' ଝିଅ ଦୁହେଁ କୁଣ୍ଢାକୁଣ୍ଢି ହେଇ କାନ୍ଦିବେ- ହେଲେ ଦିନଟେ ପରେ ଯୋଉ କଥାକୁ ସେଇକଥା । କି ଟିନ୍ଏଜ୍ ଏଭେ ପିଲାମାନେ ପାର କରୁଛନ୍ତି କେଜାଣି । ସେମାନଙ୍କ ପାଇଁ ଦୁନିଆ ସାବଧାନତା ପରାମର୍ଶ । କେମିତି ସେମାନଙ୍କୁ ବତେଇବ ସେ ନେଇ ଗୁଡ଼ାଏ ବହିପତ୍ର କାଉନ୍ସେଲିଂ ସେଣ୍ଟର୍ । ଆମର ଟିନ୍ଏଜ୍ଟା କେବେ ଆସିଥିଲା କେବେ ପୁଣି ପାର ହେଇଗଲା କାହିଁ ଟିକେ ବି ତ ଜଣା ପଡ଼ିଲାନି । ସ୍କୁଲ୍ ଟିକେ ଡେରି ହେଇଗଲେ ଦୁମ୍ ଦୁମ୍ ବର୍ଷା ପିଠିରେ । ଗ୍ରାମାରଟେ ଭୁଲ୍ ହେଲେ ରାତି ଖାଇବା ବନ୍ଦ । ଟୁସନ୍ରେ ବି ରକ୍ଷା ନାହିଁ । ଆଲଜେବ୍ରାର ଗୋଟାଏ ବି ଫର୍ମୁଲା ଭୁଲ୍ ହେଲେ ଲହ ଲହ ବେତ ପହଁରିଯିବ ଦେହସାରା ତା'ର ଚିହ୍ନ ଛାଡ଼ି ଛାଡ଼ି । ଆଉ ଏମାନେ । ଏମାନଙ୍କୁ କିଛି କୁହନି । ଯଦି କହୁଛ ଆଦରରେ କୁହ, ସ୍ନେହରେ ବୁଝାଅ । ସେମାନେ ଯାହା କଲେ ବି ତାକୁ ସହିଯାଅ । ମାନେ ତୁମେ ସବୁ ଧୈର୍ଯ୍ୟର ସାଗର ପାଲଟି ଯାଅ । ନ ହେଲେ ଏମାନଙ୍କୁ ବିଶ୍ୱାସ ନାହିଁ । କ'ଣ କ'ଣ କରିଦେବେ ଏମାନେ । ଆଗରୁ ମା' ଝିଅ ଦୁହେଁ ଭାରି ଆପଣାର ଥିଲେ । ଗୋଟିଏ ଥାଳିରେ ଖାଉଥିଲେ, ଗୋଟିଏ ରେଜେଇ ତଳେ ସ୍ୱପ୍ନା ଉପରେ ହାତ ଗୋଡ଼ ଲଦି ଛଟ୍ କରି ଶୋଇପଡୁଥିଲା ନିତି । ଏବେ ମାନେ ତା' ପାଇଁ ମୋବାଇଲ୍ ଆଉ ଲାପ୍ଟପ୍ଟେ ଆସିଗଲା ଦିନରୁ କି ପାଠ ସେ ପଢୁଛି କେଜାଣି ଡର ଭୟ ସବୁ ତାକୁ ଛାଡ଼ିଗଲାଣି । ଏକା ଏକା ଶୋଉଛି ତା' ଷ୍ଟଡ଼ିରୁମ୍ର ଦି'ଭାନ୍ ଉପରେ । ଖୁବ୍ ରାତିଯାଏ ଲାଇଟ୍ ଜାଳି ପଢୁଛି । ଗୋଟିଏ ଥାଳି ତ ଛାଡ଼ ଏକା ସାଙ୍ଗରେ ଖାଇବା ପାଇଁ ଟେବୁଲ୍କୁ ଆସିବାକୁ ବି ତାକୁ ବେଳ ନାହିଁ । ମା'କୁ ଆଦେଶ କରା ହେଇଛ । ତା' ଥାଳି ଯେମିତି ତା' ଷ୍ଟଡ଼ିରୁମ୍ରେ ପହଞ୍ଚିଯାଏ । ବେଳେ ବେଳେ ସ୍ୱପ୍ନା ଏଥିନେଇ ଖୁବ୍ ମନଦୁଃଖ କରେ । କିନ୍ତୁ କ'ଣ ଆଉ କରାଯାଏ । ବୁଝେଇଲେ ବୁଝିବା ଅବସ୍ଥାରେ ଅଛନ୍ତି କି ଏମାନେ । ଆଜି କିନ୍ତୁ ଏ ଅଭିନବ ଦୃଶ୍ୟ । କିଛି ନ ଜାଣିଲା ଭଳି ପଶିଗଲି ଭିତରକୁ ଆର ସୋଫାଟାରେ ମୁଁ ବି ବସିପଡ଼ିଲି । ଦେଖିଲି ଦୁହେଁ ସିନା ମିଶି ଯାଇଛନ୍ତି ହେଲେ କାହାରି ମନରେ ସୁଖ ନାହିଁ । ଖୁସିରେ ଉଛୁଳୁ ନାହାନ୍ତି ସେମାନେ । ଯେମିତି ଦୁଃଖର ପରଦାଟେ ଢାଙ୍କି ଦେଇଛି ଦୁଇଜଣ ଯାକଙ୍କୁ । କିଛି ବୁଝିପାରିଲିନି । ଅଫିସ୍ ଫେରନ୍ତା ପ୍ୟାଣ୍ଟସାର୍ଟ ଜୋତା ନ ଖୋଲି ଚା କପ୍ଟେ ଧରିବା ମୋର ପୁରୁଣା ଅଭ୍ୟାସ । ସ୍ୱପ୍ନା ଉଠିଗଲେ ଚା' ଆଣିବାକୁ । ସେ ଯାଉ ଯାଉ ନିତି ଉଠି ଆସିଲା ମୋ ପାଖକୁ ଗେହ୍ଲେଇ ଝିଅର ଆଖିରେ ଅସରନ୍ତି ଲୁହ । କୋହକୁ ଜବରଦସ୍ତ ଚାପି ଚାପି କହିଲା, "ପାପା ଆଜି ଜଣେ ଜ୍ୟୋତିଷ ଆସିଥିଲେ । ବହୁତ ସତ କଥା କହିଲେ । ସିଏ କହିଲେ. . . ସିଏ କହିଲେ" କହୁ କହୁ ଭେଁ କିନି କାନ୍ଦିଲା ନିତି । ମୁଁ ବି ବ୍ୟସ୍ତ ହେଇଗଲି । ଆରେ କ'ଣ କହିଲେ ତ କହ. . . ଲୁହ ପୋଛି ଗେହ୍ଲେଇ ଝିଅ କହିଲା ସିଏ କହିଲେ "ମାମା. . . ଆମ ପାଖରେ ଆଉ ଖୁବ୍ କମ୍ ଦିନ ରହିବ । ଅତିରୁ ଅତି ବେଶୀ ବର୍ଷଟିଏ । ତା'ପରେ ତାକୁ କେହି ଅଟକେଇ ପାରିବେନି । ସେ ନିଶ୍ଚୟ ମରି. . . । ମୋତେ ଜୋର୍ରେ କୁଣ୍ଢେଇ ଧରି ଅଥୟ କାନ୍ଦରେ ହଜିଗଲା ଝିଅ । ମୁଁ ବୁଝାଇଲି, ଚୁପ୍, ଜ୍ୟୋତିଷ କ'ଣ ଠାକୁର ? ସବୁ ସତ କହିଦେବେ ? ନା ସେ ସତ କହିଲେ ସ୍ୱପ୍ନା ଚା ଧରି ପଶୁ ପଶୁ କହିଲେ "ଯାହା ଖାଲି ଆମେ ଜାଣିଛୁ ତୁମେ ଆଉ ମୁଁ ।" ନିତି ଦି ବର୍ଷର ହେଇଥିଲା ବେଳେ ତା' ଦେହ ଭୟଙ୍କର ଖରାପ ହେଇଥିଲା ତା ଆଶା ଆମେ ଛାଡ଼ି ଦେଇଥିଲୁ ଏ କଥା ତ ଏଠି କେହି ଜାଣିନାହାନ୍ତି । ଘରେ ବି କେହି ନୁହେଁ । ଆମେ କାନାଡ଼ାରେ ଥିଲୁ ସେତେବେଳେ । ସେ କଥା ଇଏ କେମିତି ଜାଣିଲା । ପ୍ଲଟଟେ ପକେଇଛ ବୋଲି ତ କାହାକୁ କହିନ । ସିଏ କିନ୍ତୁ ଜାଣିଛନ୍ତି ସେ କଥା । ନିତି ଟିକେ ଭିତରକୁ ଚାଲିଯାଇଥିବାର ସୁଯୋଗ ନେଇ ମୋ କାନ ପାଖରେ ଫୁସ୍ ଫୁସ୍ କରି କହିଲେ, ନିତି ପାଞ୍ଚବର୍ଷର ହେଇଥିଲାବେଳେ ତୁମର ଯୋଉ ମତିଭ୍ରମ ହେଇଥିଲା । ସେ ବଙ୍ଗାଳୀ ଝିଅଟାକୁ ବାହାହବ ଜିଦ୍ କରୁଥିଲ । ସେ କଥା ବି କହିଲେ, ଅବଶ୍ୟ ନିତି ବୁଝିପାରିନି କିଛି । ତା'ପରଠୁ ଘରେ ଗୋଟାଏ ଚୁପ୍ଚାପ୍ ଗୁମ୍ସୁମ୍ ପରିବେଶ । ମୋତେ ଲାଗେ ଯେମିତି ମା' ଝିଅ ଦୁହେଁ ଦୁହିଁଙ୍କୁ ଖୁସି କରିବାକୁ ଆପ୍ରାଣ ଚେଷ୍ଟା ଚଳେଇଛନ୍ତି । କଳି, ଝଗଡ଼ା, ମୁହଁଫୁଲା ସବୁ ବନ୍ଦ । ମଝିରେ ମଝିରେ ସ୍ୱପ୍ନା ଉଦାସ ହେଇ ଯାଆନ୍ତି । ମୋତେ ବତେଇ ଦିଅନ୍ତି କୋଉଠି କ'ଣ ରଖିଛନ୍ତି । ନିତି କ'ଣ ଖାଇବାକୁ ଭଲ ପାଏ, କେମିତି ଡ୍ରେସ ତା'ର ପସନ୍ଦ । ମୁଁ ବି ଦୁଃଖୀ ହେଇଯାଏ । ନିତି କେବେ କେବେ ଚୁପ୍ଚାପ୍ ବରାଦ କରେ ପାପା, ଆଜି ଏଇ ଆଇସ୍କ୍ରିମ୍ଟା ଆଣିବ ତ ମାମା ଦେଖିଲେ ଖୁସି ହେଇଯିବ । ତା'ପାଇଁ ଶାଢ଼ୀଟେ । ସିଫନ୍ ନୁହେଁ, କ୍ରେପ୍ର ଆଣିବ । ମହୁଲ ରଙ୍ଗ ତା'ର ଭାରି ପସନ୍ଦ । ସେଇ ରଙ୍ଗର ଆଣିବ । ମଝିରେ ଥରେ ଚୁପ୍ଚାପ୍ ଦେଖିଥିଲି ନିତି ତା କାନ୍ଥରେ କେତୋଟି ଗାର ଟାଣିଛି । ଗଣି ତ ପାରିଲିନି । ତେବେ ତିନିଶ ପଅଁଷଠି ହେବ ବୋଧହୁଏ । ସବୁଦିନ ସେଥିରୁ ଗୋଟିଏ ଗୋଟିଏ କାଟେ ଏବଂ ବେସାହାର ଭଳି କାନ୍ଦେ । ମୁଁ କିଛି କୁହେନି । ଏ କଥାରେ କ'ଣ କିଛି ସାନ୍ତ୍ୱନା ଦେଇ ହେବ । ୟା' ଭିତରେ ବର୍ଷ ନୁହେଁ ସାତବର୍ଷ କେଉଁ ପଟେ ପବନ ପରି ବୋହିଗଲା । ପଛ ପଛ ଗାରଗୁଡ଼ାକ ନିତି କାଟିବାକୁ ବୋଧେ ଭୁଲିଯାଇଥିଲା । ସ୍ୱପ୍ନା ଏବେ ବି ବେଶ୍ ସୁସ୍ଥ ଥିଲେ ଜ୍ୟୋତିଷର ସବୁ ଭବିଷ୍ୟତ ବାଣୀକୁ ମିଛ ପ୍ରମାଣିତ କରି । ଆମ ଘରେ କିନ୍ତୁ ପାଟିତୁଣ୍ଡ ସେଇ ଜ୍ୟୋତିଷ ଆସିବା ଦିନରୁ ଆଉ ନ ଥିଲା । ଦୁହେଁ ଦୁହିଁଙ୍କୁ ଖୁସି କରିବାଟା ସେମାନଙ୍କର ଅଭ୍ୟାସ ହେଇଯାଇଥିଲା । ମଝିରେ ମୁଁ ବି ବେଶ୍ ଲାଭ ପାଉଥିଲି । ଜେନେରାଲ୍ ଲାଇନ୍ରେ ଯାଇ ପି.ଏଚ୍.ଡ଼ି. କରି ଅଧ୍ୟାପକ ହେବା ଜିଦ୍ରେ ନିତି ଆମରି ପାଖରେ ରହି ପଢୁଥିଲା । ୟା ଭିତରେ ତା'ର ସେଇ ଭୟଙ୍କର ଟିନ୍ଏଜ୍ଟା କେତେବେଳେ ପାର ହେଇଯାଇଥିଲା । ମୁଁ କିନ୍ତୁ ବେଳ ଅବେଳରେ ସେ ବରଗଛ ମୂଳଟାକୁ ଅନେଇ ଦେଉଥିଲି । ସେ ଜ୍ୟୋତିଷ ଆଉ ଫେରି ଆସିନି ତ. . . ଯାହାକୁ ପୁରା ହଜାରେ ଟଙ୍କା ଦେଇ ଆମ ଜୀବନର ଗୋପନୀୟ କିଛି ତା' ପାଖରେ ଉନ୍ମୁକ୍ତ କରି ଆମ ଘରକୁ ପଠେଇଥିଲି । ପୁଣି ଥରେ ଏ ସହର ଛାଡ଼ି ଚାଲିଯିବା ପାଇଁ ବେଶ୍ କିଛି ଟଙ୍କା ତା' ପକେଟ୍ରେ ଭରି ଦେଇଥିଲି । ଜ୍ୟୋତିଷର ଏଠି ଘର ନ ଥିଲା । ଏଣୁ ଭିନ୍ନ ଏକ ଜାଗାରେ ତା' ଆସର ମେଲିବାରେ ତା'ର କିଛି ସମସ୍ୟା ନଥିଲା । କିନ୍ତୁ ମୋର ଯେ ଏଠି ସ୍ତ୍ରୀ ପିଲା ଚାକିରୀର ପରିପୂର୍ଣ୍ଣ ସଂସାର ଥିଲା । ଯାହାକୁ ସେ ସମ୍ପୂର୍ଣ୍ଣ ସଜାଡ଼ି ଦେଇଥିଲା ।
<urn:uuid:2dc783ff-905e-49cc-968d-cfcfbac83b3c>
CC-MAIN-2018-47
http://www.ameodia.com/?p=4923
2018-11-13T00:15:58Z
s3://commoncrawl/crawl-data/CC-MAIN-2018-47/segments/1542039741176.4/warc/CC-MAIN-20181113000225-20181113022225-00196.warc.gz
ory
0.999983
Orya
12
{"ory_Orya_score": 0.9999831914901733}
ଭୁବନେଶ୍ୱର: ଜଣେ ରେଳଯାତ୍ରୀଙ୍କୁ ମାଡ଼ ମାରି ମୋବାଇଲ୍ ଓ ଟଙ୍କା ଲୁଟ୍ ଅଭିଯୋଗରେ ସହିଦନଗର ଥାନା ପୁଲିସ ୩ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ମୋବାଇଲ୍ ଓ ସାଢ଼େ ୭ହଜାର ଟଙ୍କା ଜବତ କରିଛି। ସେମାନେ ହେଲେ, ଶାନ୍ତିପଲ୍ଲୀ ବସ୍ତିର କାହ୍ନ ସୁଆର(୧୯), କିଷାନ ଗୁଣି (୨୪) ଓ କାହ୍ନ ଗୁଣି (୨୦)। ଶନିବର ସକାଳେ ସନ୍ତୋଷ ମହାରଣା ନାମକ ଜଣେ ରୋଳଯାତ୍ରୀ ଭଦ୍ରକରୁ ଭୁବନେଶ୍ୱର ଆସିଥିଲେ। ସେ ମାଷ୍ଟରକ୍ୟାଣ୍ଟିନ୍ରେ ଓହ୍ଲାଇବା ବଦଳରେ ଭୁଲ୍ରେ ବାଣୀବିହାର ଷ୍ଟେସନ୍ରେ ଓହ୍ଲାଇ ପଡ଼ିଥିଲେ। ମୁଖ୍ୟ ରାସ୍ତାକୁ ଯିବା ପାଇଁ ବାଟ ନ ପାଇବାରୁ ସେଠାରେ ଥିବା ଜଣେ ଯୁବକଙ୍କୁ ବାଟ ପଚାରିଥିଲେ। ତେବେ ସନ୍ତୋଷ ଭୁବନେଶ୍ୱରକୁ ନୂଆ ଆସିଥିବା ଜାଣି ସୁଆର, କିଷାନ ଓ କାହ୍ନ ତାଙ୍କଠାରୁ ଲୁଟ୍ ପାଇଁ ଯୋଜନା କରିଥିଲେ। ସନ୍ତୋଷ ବାଣୀବିହାର ଷ୍ଟେସନ୍ ରୋଡ୍ରୁ ମୁଖ୍ୟ ରାସ୍ତା ଆଡ଼କୁ ଯାଉଥିବା ସମୟରେ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ପରେ ତାଙ୍କଠାରୁ ଗୋଟିଏ ମୋବାଇଲ୍ ଓ ସାଢ଼େ ୭ହଜାର ଟଙ୍କା ନେଇ ଯାଇଥିଲେ। ଏନେଇ ସନ୍ତୋଷ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
<urn:uuid:623ea372-d102-4fed-a824-6502f5674111>
CC-MAIN-2018-47
http://sambad.in/crime/loot-a-tourist-134067/
2018-11-15T19:10:30Z
s3://commoncrawl/crawl-data/CC-MAIN-2018-47/segments/1542039742906.49/warc/CC-MAIN-20181115182450-20181115204450-00516.warc.gz
ory
0.999982
Orya
6
{"ory_Orya_score": 0.9999819993972778}
ଘରକୁ ଫେରିଲେ ପପୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଅଭିନେତା ପପୁ ପମ୍ପମ୍। ପାନ୍କ୍ରିୟାସରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିଲେ। ଗତ କିଛିଦିନ ତଳେ ପପୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର ହୋଇଥିଲେ। ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଡାକ୍ତର କହିଥିବା ପପୁଙ୍କ ସଂପର୍କୀୟ ପୂର୍ବରୁ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ,ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ନିଆଯାଇଥିଲା । ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହୋଇ ଘରକୁ ସୁସ୍ଥ ହୋଇ ଫେରିଥିବା କଥା ଏକ ଭିଡିଓ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ପପୁ ପମପମ୍ ଏହି ଭିଡିଓରେ ସମସ୍ତଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲପାଇବା ହିଁ ତାଙ୍କୁ ମରଣ ମୁହଁରୁ ଫେରାଇ ଆଣିଛି ବୋଲି ପପୁ ମତବ୍ୟକ୍ତ କରିଛନ୍ତି। ପଢନ୍ତୁ;ଧନିଆ ପତ୍ରରେ ଅଛି ଔଷଧିୟ ଗୁଣ,ଆସନ୍ତୁ ଜାଣିବା
<urn:uuid:2a5cb344-2e0f-4a58-9a74-1447ab0119ef>
CC-MAIN-2018-47
https://enewsodia.com/papu-pom-pom-return-to-odisha/
2018-11-15T18:49:44Z
s3://commoncrawl/crawl-data/CC-MAIN-2018-47/segments/1542039742906.49/warc/CC-MAIN-20181115182450-20181115204450-00516.warc.gz
ory
0.999986
Orya
5
{"ory_Orya_score": 0.9999855756759644}
ସ୍ଵପ୍ନ ଓ ଅଭିଳାଷ, ଜୀବନ ଗାଡିର ଇନ୍ଧନ। ଜୀବନ ଗାଡିକୁ ଆଗକୁ ଗଡେଇବାରେ ଏହି ଦୁଇଟିର ବଡ ହାତ। ଆମେ ସଭିଏଁ ଛୋଟ ହେଉ ବା ବଡ, କିଛି ନ କିଛି ପାଇବାର ସ୍ଵପ୍ନ ଦେଖିଥାଉ। ଏକ ରିକ୍ସାବାଲା କ୍ଷେତ୍ରରେ ତା' ପାଇଁ ଏକ ସ୍ଵପ୍ନ ହେଲା ନିଜର ଗୋଟେ ରିକ୍ସା କିଣିବା – 'ଅପନା ରିକ୍ସା'। ହଜାର ହଜାର ରିକ୍ସାଚାଳକଙ୍କର ଏହି ସ୍ଵପ୍ନକୁ ସାକାର କରିବାରେ ସହାୟତା କରିବା ଥିଲା ନବୀନ କୃଷ୍ଣାଙ୍କର ଲକ୍ଷ୍ୟ। ନବୀନ ହେଉଛନ୍ତି SMV wheelsର ପ୍ରତିଷ୍ଠାତା। SMV wheels ବାରାଣାଶୀ ସ୍ଥିତ ଏକ ସାମାଜିକ ଉଦ୍ୟୋଗ ଯାହାକି ସାଇକେଲ ରିକ୍ସା ଚାଳକ ମାନଙ୍କ ପାଇଁ କାମ କରେ। ଏହି କମ୍ପାନୀ ଗରିବ ରିକ୍ସାଚାଳକ ମାନଙ୍କୁ ବିଳମ୍ବିତ ଦେୟ ଯୋଜନାରେ ସାଇକେଲ ରିକ୍ସା ବିକ୍ରୟ କରିଥାଏ। ରୃଣ ସୁଝିବାର ଏହି ସୁବିଧା ଯୋଗୁ ସେମାନେ ଏକ ବର୍ଷ ସମୟ ଅବଧିରେ ଅଳ୍ପ ଅଳ୍ପ କରି ସାପ୍ତାହିକ ଭାବେ ପଇସା ଦେଇଥାନ୍ତି। ବର୍ଷକ ପରେ ରିକ୍ସା ଚାଳକ ସେହି ରିକ୍ସାର ପୂରାପୂରି ଭାବେ ମାଲିକ ହେଇଯାଆନ୍ତି। ତା' ସହ ଏପରି ସାପ୍ତାହିକ ଭାବେ ଦେୟ ପଇଠ କରିବା ଦ୍ଵାରା ତାଙ୍କର ଏକ ଭଲ କ୍ରେଡିଟ ଇତିହାସ ହେଇଯାଏ ଯାହାକି ଆଗକୁ ଯାଇ ତାଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେଇଥାଏ। ଯଦି ଆଗକୁ ଯାଇ ତାଙ୍କୁ ରୃଣର ଆବଶ୍ୟକତା ପଡେ ତେବେ ଏହି କ୍ରେଡିଟ ଇତିହାସ ଦ୍ଵାରା ସେମାନେ ଖୁବ ସୁବିଧାର ସହ ରୃଣ ପାଇପାରିବେ। ଏତଦ ବ୍ୟତୀତ ଏହି କମ୍ପାନୀ ରିକ୍ସା ଚାଳକଙ୍କ ଜୀବନ, ଶାରୀରିକ ଅକ୍ଷମତା, ରିକ୍ସା ଚୋରି ଓ ଦୁର୍ଘଟଣା ପାଇଁ ବୀମା ମଧ୍ୟ ଯୋଗାଇଥାଏ। ସରକାରୀ ନିୟମ ଅନୁସାରେ ରିକ୍ସା ଚାଳକ ମାନଙ୍କ ପାଇଁ ଆବଶ୍ୟକ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ମଧ୍ୟ କମ୍ପାନୀ ତାଙ୍କର ସହାୟତା କରିଥାଏ। ନବୀନ SMV Wheelsର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ। ସେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରୁ ସମାଜସେବାରେ ମାଷ୍ଟର ଡିଗ୍ରୀ ମଧ୍ୟ କରିଛନ୍ତି। ଏହି କମ୍ପାନୀ ଆରମ୍ଭ କରିବା ପୂର୍ବରୁ ନବୀନ ଅଟୋ ରିକ୍ସା ଚାଳକ ମାନଙ୍କ ସଙ୍ଗେ ଅନେକ କାମ କରିଥିଲେ ଓ ନଗର ଉନ୍ନୟନ ମନ୍ତ୍ରାଳୟର ଏକ ଫଣ୍ଡିଙ୍ଗ ଶାଖା CAPARTର ଗ୍ରାମୀଣ ବିକାଶ କେନ୍ଦ୍ରରେ କାମ କରୁଥିଲେ। ତା' ସହିତ ସେ ରିକ୍ସା ବ୍ୟାଙ୍କ ପ୍ରୋଜେକ୍ଟର ଜାତୀୟ ସଂଯୋଜକ ମଧ୍ୟ ଥିଲେ। ସେ ତ୍ରୀପୁରା, ତାମିଲନାଡୁ ଓ ଗୁଜୁରାଟରେ ରିକ୍ସା ବ୍ୟାଙ୍କର ସଂପ୍ରସାରଣ ସହ ଶାଖା ଅଫିସ ସ୍ଥାପିତ କରିବାରେ ସହାୟତା କରିଥିଲେ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଆସାମର ୧୨୦୦ ରିକ୍ସା ଚାଳକଙ୍କୁ ରିକ୍ସାର ମାଲିକ ହେବା କାର୍ଯ୍ୟରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶଗ୍ରହଣ କରିଥିଲେ। ସେ ଏହି ପ୍ରୋଜେକ୍ଟର ଲକ୍ଷ୍ନୋ, ଆଲ୍ଲାହବାଦ ଓ ବାରାଣାଶୀରେ ସମ୍ପ୍ରସାରଣରେ ସହାୟତା କରିଥିଲେ। ଏହି କାର୍ଯ୍ୟ କରିବା ସମୟରେ ହିଁ ସେ ତାଙ୍କ ନିଜର ସଂସ୍ଥା ଆରମ୍ଭ କରିବାର ପ୍ରେରଣା ପାଇଥିଲେ। "ମୁଁ ଦେଖିଲି ଯେ ରିକ୍ସା ବଣ୍ଟନ ଏକ ପୋଷଣୀୟ ବ୍ୟବସାୟୀକ ମଡେଲ ହେଇପାରିବ ଯାହା ବିକ୍ରୟର ଚାହିଦାକୁ ବଢେଇବ। ଏକ ମାଗଣା ରିକ୍ସା ବଣ୍ଟନର ଏନଜିଓ ନ କରି ପ୍ରଚଳିତ ବଣ୍ଟନ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ହଟେଇବା ଓ ରିକ୍ସା ଚାଳକ ମାନଙ୍କୁ ନିଜର ରିକ୍ସା କିଣିବାରେ ସାହାଯ୍ୟ କରି ତାଙ୍କର ଆତ୍ମବିଶ୍ଵାସ ସହ ସମ୍ମାନବୋଧ ବଢେଇବାକୁ ଇଚ୍ଛା କରି ମୁ ଏହି କମ୍ପାନୀ ପ୍ରତିଷ୍ଠା କଲି," କୁହନ୍ତି ନବୀନ। SMV Wheels ଏପ୍ରିଲ ୨୦୧୦ରେ ପ୍ରତିଷ୍ଠା ହେଲା ସେହି ବର୍ଷ ନଭେମ୍ବର ମାସରେ ନିଜର ପ୍ରଥମ ରିକ୍ସା ବିକ୍ରୟ କଲା। ରିକ୍ସା ଚାଳକ ଗୋଷ୍ଠୀର ଲୋକଙ୍କ ପାଇଁ ନବୀନଙ୍କର ଥିବା ଆବେଗ ଓ ନିଜର ବ୍ୟବସାୟୀକ ମଡେଲ ଉପରେ ଥିବା ଅସୀମ ବିଶ୍ଵାସ କିଛି ଅନ୍ତର୍ଜାତୀୟ ନିବେଶକଙ୍କୁ ଟାଣିଆଣିପାରିଲା। ନବୀନଙ୍କର ପ୍ରଚେଷ୍ଟା ଯୋଗୁ ୨୦୧୧ରେ SMV Wheels ସଂକଳ୍ପ ପୁରସ୍କାର ଓ ଫର୍ସ୍ଟ ଲାଇଟ ଭିଲେଜ କାପିଟାଲ ପୁରସ୍କାର ପାଇପାରିଲା। ଏହି ନିବେଶଟି Unreasonable Instituteରେ ଫାଇନାଲିଷ୍ଟ ହେଇଥିଲା ଓ ତା' ସହ ଏକ ପରିବର୍ତନୀୟ ଡିବେଞ୍ଚର ବିତ୍ତ ପୋଷଣ ଭାବେ ୩୦୦,୦୦୦ ଆମେରିକୀୟ ଡଲାର ମଧ୍ୟ ପାଇପାରିଲା। ଏହି ଧନରାଶି କମ୍ପାନୀକୁ ବଢେଇବାରେ ଖର୍ଚ୍ଚ ହେଲା। ସଂପ୍ରସାରଣର ପ୍ରଥମ ପର୍ଯ୍ୟାୟରେ ଏହା ଜୌନପୁରରେ ତାର ଏକ ଶାଖା ଅଫିସ ଖୋଲିଛି। ଖୁବ ନିକଟରେ ନବୀନ ଗୁଣାତ୍ମକ ମାନର ଅଭିବୃଦ୍ଧି ଓ ଅଯଥା ଖର୍ଚ୍ଚ କମାଇବା ପାଇଁ ଏହାର ବଣ୍ଟନ ବ୍ୟବସ୍ଥାକୁ ଅନ୍ତରୀଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ନବୀନଙ୍କ ମତରେ ଗରିବ ଲୋକଙ୍କୁ ରିକ୍ସା ବାଣ୍ଟିବା ଏକ କିଛି ନୂଆ ପରିକଳ୍ପନା ନୁହେଁ। କିନ୍ତୁ SMV Wheelsର ରିକ୍ସା ବଣ୍ଟନ ପ୍ରତି ଥିବା 'ଲାଭକାରୀ' କମ୍ପାନୀର ଦୃଷ୍ଟିକୋଣ ଅନେକ ନିବେଶକଙ୍କୁ ଆକର୍ଷିତ କରୁଛି। ଏହି ବ୍ୟବସାୟିକ ମଡେଲଟି ଏକ ଦୀର୍ଘସ୍ଥାୟୀ ଓ ପୋଷଣୀୟ ମଡେଲ କାରଣ ଏଥିରେ ପୁଞ୍ଜିର ବାରମ୍ବାର ବିନିଯୋଗ ହେଇପାରେ। ରିକ୍ସା ଚାଳକଟିର ଆତ୍ମବିଶ୍ଵାସ ମଧ୍ୟ ଉଲ୍ଲେଖନୀୟ ଭାବେ ବଢେ କାରଣ ସେ ତାର ନିଜ ଅର୍ଜିତ ଧନରେ ରିକ୍ସା କିଣି ପାରୁଛି ଓ କୌଣସି ଦାନଧର୍ମର ପାତ୍ର ହେଇନାହିଁ। "SMV Wheels ରିକ୍ସାଚାଳକଙ୍କ ସହ ଏକ ସମ୍ପର୍କ ରଖେ ଯାହାକି ବୀମା, ଆଇନଗତ ମାମଲାରେ ସାହାଯ୍ୟ ଇତ୍ୟାଦିରୁ ବଳବତ୍ତର ହେଇଥାଏ। ଆମର ଗ୍ରାହକ ମାନେ ତାଙ୍କର ସମ୍ମାନବୋଧ ଓ ଆତ୍ମବିଶ୍ଵାସର ସହ ବ୍ୟବସାୟ କରିପାରନ୍ତି," କୁହନ୍ତି ନବୀନ। କମ୍ପାନୀ ପ୍ରକୃତ ଦାମରୁ ଅଳ୍ପ ଅଧିକ ଦାମରେ ରିକ୍ସା ବିକ୍ରୟ କରି ତାର ଲାଭ ଅର୍ଜିଥାଏ। ତା' ଛଡା ରିକ୍ସା ପଛପଟେ ବିଜ୍ଞାପନ ଜାଗା ବିକ୍ରି କରି କିଛି ଟଙ୍କା ରୋଜଗାର କରିଥାଏ। ଏହି ପଇସାରେ ରିକ୍ସା ଚାଳକର ମଧ୍ୟ ଅଂଶ ଥାଏ। SMV Wheels ରିକ୍ସା, ତାର ଇନସୁରାନ୍ସ, ଲାଇସେନ୍ସ ସହ ୧୧,୫୦୦ ଟଙ୍କାରେ କିଣିଥାଏ। ଏଥିରେ KYC ପଦ୍ଧତି ପାଇଁ ଲାଗୁଥିବା ପ୍ରଶାସନିକ ଖର୍ଚ୍ଚ , ଫିଲ୍ଡ କର୍ମୀଙ୍କର ସାପ୍ତାହିକ ପରିଦର୍ଶନ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ସାମିଲ ଥାଏ। କ୍ରେତା ମାନେ ଏକ ବର୍ଷ ଧରି ଏକ ଚଳନୀୟ ସାପ୍ତାହିକ ଦେୟ ପଇଠ କରି ରିକସାର ମାଲିକାନା ପାଇଥାନ୍ତି। SMV Wheelsରେ ବର୍ତ୍ତମାନ ୧୫ ଜଣ ସଦସ୍ୟ କାମ (ଉଭୟ ବାରାଣାଶୀ ଓ ଜୌନପୁର ମିଶାଇ) ଏବଂ ଝାରଖଣ୍ଡରେ ଶୀଘ୍ର ସ୍ଥାପିତ ହେବାକୁ ଯାଉଥିବା ଏକ ଶାଖା ପାଇଁ ଆଉ ୩ ଜଣଙ୍କୁ ନିଯୁକ୍ତି ଦିଆଯିବାର ଯୋଜନା ଅଛି। ବର୍ତ୍ତମାନ ମୋଟାମୋଟି ୧୨୦୦ ରିକ୍ସା ଓ ପୂରାପୂରି ମାଲିକାନା ପାଇସାରିଥିବା ମୋଟ ୧୫୦ ରିକ୍ସା ଚାଳକ ଅଛନ୍ତି। "ଆସନ୍ତା ଦଶନ୍ଧି ମଧ୍ୟରେ ଦେଶରେ ଥିବା ପ୍ରାୟ ୧୦ ନିୟୁତ ରିକ୍ସା ଚାଳକଙ୍କ ମଧ୍ୟରୁ ଆମେ କମ ରୁ କମ ୨୦ ପ୍ରତିଶତଙ୍କୁ ଏହି ସୁବିଧା ଯୋଗାଇବାର ଯୋଜନା ରଖିଛୁ," କୁହନ୍ତି ନବୀନ। ଏହି କମ୍ପାନୀ ନିକଟରେ ଉତ୍ତର ପ୍ରଦେଶ ସରକାର ସହ ସୋଲାର ରିକ୍ସା ଆରମ୍ଭ କରିବାର ଏକ ମିଳିତ ଉଦ୍ୟମରେ ସାମିଲ ହେଇଛି ଓ ୫୦ ଜଣ ସୋଲାର ରିକ୍ସା ଚାଳକଙ୍କୁ ସଫଳତାର ସହ ପ୍ରଶିକ୍ଷଣ ଦେଇସାରିଛି। SMV Wheels ଆଜି ଏକ ସଫଳ ଉଦ୍ୟୋଗ ମାନଙ୍କ ଭିତରେ ଗଣା ହେଉଥିଲେହେଁ ଏହାର ପ୍ରାରମ୍ଭିକ ଦିନ ଗୁଡିକ ବିଲକୁଲ ସହଜ ନଥିଲା। "ପ୍ରାରମ୍ଭିକ ଦିନ ଗୁଡିକ ଖୁବ କଷ୍ଟକର ଥିଲା। ବାରାଣାଶୀର ନିବେଶକଙ୍କ ପାଖରେ ପହଞ୍ଚିବା କଷ୍ଟ ଥିଲା କାରଣ ଆମ କମ୍ପାନୀ କୌଣସି ବଡ ସହର, ଯଥା ଦିଲ୍ଲୀ ମୁମ୍ବାଇ ଭଳି ସହରର ନଥିଲା। ପାଖାପାଖି ୧୦୦୦ ପ୍ରସ୍ତାବ, ଦିଲ୍ଲୀ ଓ ମୁମ୍ବାଇରେ ୫୦୦ରୁ ଅଧିକ ପାୱାରପଏନ୍ଟ ପ୍ରେଜେନ୍ଟେଶନ ଓ ଦେଢ ବର୍ଷ ପରେ ଆମେ ଆମର ପ୍ରଥମ ପୁଞ୍ଜି ଯୋଗାଡ କରିପାରିଲୁ," ମନେ ପକାନ୍ତି ନବୀନ। ସେ ଏତେ ସବୁକିଛି ଭିଡଭର୍ତି ଲୋକାଲ ଟ୍ରେନରେ ଯାତ୍ରା କରି, ରାସ୍ତା କଡ ଚାଳିଆ ହୋଟେଲରେ ଖାଇ ଓ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରି ପାଇଛନ୍ତି। ଆଜି ସେସବୁ ସଂଘର୍ଷ ବିଷୟରେ ମନେ ପକାଇ ନବୀନଙ୍କୁ ଅନେକ ସନ୍ତୋଷ ମିଳେ। ଆଜି ସେ ଖାଲି ଜଣେ ସଫଳ ଉଦ୍ୟୋଗୀ ନୁହେଁ ବରଂ ଅନେକ ରିକ୍ସା ଚାଳକଙ୍କ ଜୀବନରେ କିଛି ଫରକ ଆଣିପାରିଛନ୍ତି ବୋଲି ଆନନ୍ଦ ଅନୁଭବ କରନ୍ତି। Related Stories Stories by Team Odia
<urn:uuid:4215a6cd-9e0c-49fe-95bb-9de50dec8fbc>
CC-MAIN-2018-47
https://odia.yourstory.com/read/f576b7d6fe/-smv-wheels-
2018-11-15T19:06:20Z
s3://commoncrawl/crawl-data/CC-MAIN-2018-47/segments/1542039742906.49/warc/CC-MAIN-20181115182450-20181115204450-00516.warc.gz
ory
0.999977
Orya
10
{"ory_Orya_score": 0.9999771118164062}
ଅନୁଗୁଳ: ଆଉ ମାତ୍ର ଗୋଟିଏ ମିନିଟ୍ରେ ଉଭାନ୍ ହୋଇଯାଇଥାନ୍ତା ବାଇକ୍! ଏତିକିବେଳେ ସୁରକ୍ଷା କର୍ମୀଙ୍କର ନଜର ପଡ଼ିଲା। ଗୋଟିଏ ବାଇକ୍ରେ ଆସିଲେ, ହେଲେ ଦୁଇଟି ନେଇ ଯିବାକୁ ବସିଛନ୍ତି ଭାବି କର୍ମୀ ତାଙ୍କୁ ବାସ୍ତବ କଥା କଣ ପଚାରିବାକୁ ଅଟକାଇଲେ। ହେଲେ ସେମାନେ ଦଉଡ଼ିବା ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ବି ନିକମ୍ମା ନଥିଲେ। ଗୋଡ଼ାଇ ଗୋଡ଼ାଇ ମାଡ଼ି ବସିଲେ। ପରେ ଉଭୟଙ୍କୁ ପୁଲିସ୍ ଜିମା ଦେଇଥିଲେ। ଏଭଳି ଏକ ଘଟଣା ମୁଖ୍ୟ ଚିକିତ୍ସାଳୟ ପରିସରରେ ଘଟିଥିଲା। ପୁଲିସ୍ ତଦନ୍ତ ପରେ ଉଭୟ ବଅଁରପାଳ ଥାନା ଅଧୀନ ଭାଗବତପୁର ଗ୍ରାମର ସିଦ୍ଧାନ୍ତ ପଟ୍ଟନାୟକ(୨୩) ଓ ଗଡ଼ସନ୍ତରୀ ଗ୍ରାମର ବିଶ୍ୱଜିତ ସାହୁ(୧୮) ବୋଲି ଜଣାପଡ଼ିଛି। ସେମାନେ ଏକ ବାଇକ୍ ଯୋଗେ ମେଡ଼ିକାଲରେ ପହଞ୍ଚିଥିଲେ। କିଛି ସମୟ ପରେ ସିଦ୍ଧାନ୍ତ ବାଇକ୍ରେ ବସିଥିବା ବେଳେ ବିଶ୍ୱଜିତ୍ ଅନ୍ୟ ଏକ ବାଇକ୍ ଖୋଲିବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଥିଲା। କେବଳ ଏହି ଘଟଣା ନୁହେଁ, ସହରର ପ୍ରମୁଖ ସ୍ଥାନମାନଙ୍କରୁ ଗୋଟିଏ ମାସ ଭିତରେ ୫ରୁ ଊର୍ଦ୍ଧ୍ୱ ବାଇକ୍ ଚୋରି ହୋଇଛି। ଏମାନଙ୍କୁ ପୁଲିସ୍ ଗିରଫ କରିବା ସହ ସେମାନେ ଆଣିଥିବା ବାଇକ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ଚୋରି ବାଇକ୍ ସମ୍ବନ୍ଧରେ ତଥ୍ୟ ମିଳିବା ନେଇ ଆଶା କରାଯାଉଛି।
<urn:uuid:9eff2732-c952-4f63-87e7-c27483c57c8c>
CC-MAIN-2018-47
http://sambad.in/district/anugol/two-arrested-in-bike-steeling-200075/
2018-11-17T02:37:15Z
s3://commoncrawl/crawl-data/CC-MAIN-2018-47/segments/1542039743248.7/warc/CC-MAIN-20181117020225-20181117042225-00116.warc.gz
ory
0.999985
Orya
3
{"ory_Orya_score": 0.9999852180480957}
ମହାରଥୀଙ୍କୁ ପୁରସ୍କାର ହେଲେ ଧର୍ମେନ୍ଦ୍ର କଲେ ତିରସ୍କାର ! କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାକୁ ଓଡିଶାରେ ସଫଳ ରୂପାୟନ ଦେଇଥିବାରୁ ପଂଚାୟତିରାଜ ବିଭାଗକୁ କେନ୍ଦ୍ର ସରକାର ସମ୍ମାନିତ କରିଛନ୍ତି । ଗୋଟାଏ ନୁହେଁ ତିନି ତିନୋଟି ବିଭାଗରେ ପୁରସ୍କାର ମିଳିଛି ପଂଚାୟତିରାଜ ବିଭାଗକୁ । ଏହା ସତ୍ୱେ, କିପରି କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ ଓଡିଶାର ବିକାଶ ଉପରେ ଆଙ୍ଗୁଳି ଉଠାଇଲେ, ପ୍ରଶ୍ନ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ । ଗ୍ରାମୀଣ ଗୃହ ନିର୍ମାଶ ବିକାଶ ଯୋଜନା- ପ୍ରଥମ ସ୍ଥାନ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା- ପ୍ରଥମ ସ୍ଥାନ ଦିନଦୟାଲ ଅନ୍ତୋଦୟ ଜାତୀୟ ଗ୍ରାମୀଣ ଜୀବିକା ମିଶନ- ପ୍ରଥମ ସ୍ଥାନ କେନ୍ଦ୍ର ସରକାର ଦ୍ୱାରା ଓଡିଶା ପଂଚାୟତିରାଜ ବିଭାଗକୁ ମିଳିଛି ଏହି ତିନୋଟି ପୁରସ୍କାର । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ବଲପୁର, ମୟୁରଭଂଜ, ବଲାଙ୍ଗୀର, ସୁନ୍ଦରଗଡ, ଗଞ୍ଜାମ ଓ ବାଲେଶ୍ୱରକୁ ମଧ୍ୟ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପୁରସ୍କୃତ କରିଛି । ସେହିପରି ମନରେଗା ଯୋଜନାର ସଫଳତା ପାଇଁ କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାକୁ ମିଳିଛି ସମ୍ମାନ । ଗୋଟାଏ ପଟେ କେନ୍ଦ୍ର କହୁଛି କମା କରୁ ନାହିଁ ବିଜେଡି ସରକାର । ଅନ୍ୟ ପଟେ ଓଡିଶାକୁ ଦେଉଛନ୍ତି ପୁରସ୍କାର!
<urn:uuid:c331453a-f0d6-4c21-8639-1a6be673bf02>
CC-MAIN-2018-47
http://kanaknews.com/reaction-of-pradeep-maharathy-on-ram-kripal-yadavs-statement/
2018-11-21T00:40:23Z
s3://commoncrawl/crawl-data/CC-MAIN-2018-47/segments/1542039746847.97/warc/CC-MAIN-20181120231755-20181121012751-00020.warc.gz
ory
1.000003
Orya
6
{"ory_Orya_score": 1.0000029802322388}
କନକ ବ୍ୟୁରୋ : ଗ୍ରାମାଂଚଳରେ ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ହେଲେ ଅନେକ ଗାଁରେ ଏବେ ବି ଲୋକେ ସେସବୁ ସୁବିଧାରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଛି । ଏମିତିକି ପ୍ରକଳ୍ପ ନିର୍ମାଣ ହୋଇ ଉଦଘାଟନ ହେବା ପରେ ବି ଅଚଳ ହୋଇ ପଡିରହିଛି । ଏପରି ସ୍ଥିତିରେ ବର୍ଷ ତମାମ୍ ଜଳକଷ୍ଟ ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲା ନନ୍ଦଗାଁର ଲୋକେ । ଯେଉଁଥି ପାଇଁ ହାଣ୍ଡି ମାଠିଆ ଧରି ଗୋଟିଏ ମାତ୍ର ନଳକୂପ ପାଖରେ ଲାଇନ୍ ଲଗାଇବାକୁ ପଡୁଛି ଗାଁର ମହିଳା ମାନଙ୍କୁ । ପ୍ରାୟ ୬୦ ପରିବାର ରହୁଥିବା ନନ୍ଦଗାଁରେ ରହିଛି ପାନୀୟ ଜଳ ଭଳି ମୌଳିକ ସମସ୍ୟା । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୨୭ ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଗାଁରେ ରହିଛି । ୨୦୧୪ ଜାନୁଆରୀ ୩୦ ତାରିଖରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏହି ପ୍ରକଳ୍ପ । ହେଲେ ସମସ୍ୟା ହେଉଛି ଉଦଘାଟନର ମାତ୍ର କିଛି ଦିନ ପରେ ପ୍ରକଳ୍ପଟି ବନ୍ଦ ହୋଇଯାଇଥିଲା । ପାଇପ୍ ଯୋଗେ ଘର ଘରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପୂରା ଠପ୍ ହୋଇପଡିଛି । ଗାଁରେ ଥିବା ଗୋଟିଏ ମାତ୍ର ନଳକୂପ ଓ ପୋଖରୀ ଉପରେ ନିର୍ଭରଶୀଳ ହୋଇ ପଡିଛନ୍ତି ଗ୍ରାମବାସୀ । ସକାଳୁ ସଞ୍ଜ ଯାଏଁ ନଳକୂପ ପାଖରେ ହାଣ୍ଡି ମାଠିଆ ଧରି ମହିଳାମାନେ ଧାଡି ବାନ୍ଧିଥିବା ଦେଖିବାକୁ ମିଳେ । ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଥିବାରୁ ବେଳେ ବେଳେ ପରସ୍ପର ମଧ୍ୟରେ ଝଗଡା ମଧ୍ୟ ହୋଇଥାଏ । ପୋକଜୋକ ବାହାରୁ ଥିବାରୁ ପାଣିକୁ ଛାଣିକରି ମଧ୍ୟ ନେଇଥାନ୍ତି ଗାଁ ଲୋକେ । ସେଥିରେ ପୁଣି ଖରାଦିନେ ପାଣି ବାହାରୁ ନଥିବାରୁ ପୋଖରୀ ଉପରେ ନିର୍ଭର କରିବାକୁ ପଡିଥାଏ । ପିଇବା ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ଗାଁ ଲୋକଙ୍କ ଭିତରେ ବୃଦ୍ଧି ପାଉଛି ଅସନ୍ତୋଷ । ସେପଟେ ଗଣମାଧ୍ୟମରୁ ପ୍ରଥମ କରି ଏହି ଅଭିଯୋଗ ଶୁଣିଲେ ବୋଲି କହିଛନ୍ତି ଦିଗପହଣ୍ଡି ବ୍ଲକକୁ ନୂଆକରି ଆସିଥିବା ବିଡିଓ । ଆଉ ଏ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ନନ୍ଦଗାଁର ପାନୀୟ ଜଳ ପ୍ରକଳ୍ପ ଅଚଳାବସ୍ଥା ଦେଇ ଗତି କରୁଥିବା ବେଳେ ରାଜ୍ୟ ରାଜକୋଷରୁ ଅର୍ଥ ପାଣିରେ ପଡିବା ସଦୃଶ ହୋଇଛି ।
<urn:uuid:9a87c020-3548-461f-b40c-92a2d97c5c4b>
CC-MAIN-2018-47
http://kanaknews.com/water-problem-in-ganjam-nanda-village/
2018-11-13T05:32:28Z
s3://commoncrawl/crawl-data/CC-MAIN-2018-47/segments/1542039741219.9/warc/CC-MAIN-20181113041552-20181113063552-00327.warc.gz
ory
1.000007
Orya
5
{"ory_Orya_score": 1.000006914138794}
ଚକାପାଦ (ଆପ୍ର): ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାପ୍ରତି ଗୁରୁତ୍ୱ ଦେବା ସହ ବିଭିନ୍ନ ସ୍କୁଲରେ ଶ୍ରେଣୀ ଗୃହ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି କିଛି ସ୍କୁଲରେ ପିଲାମାନେ କେଉଁଠାରେ ମଣ୍ଡପରେ ତ କେଉଁଠାରେ ସ୍କୁଲ ବାରଣ୍ଡାରେ ତ ଆଉ କେଉଁଠାରେ ଚାଳିଆ ଘରେ ବସି ପଢୁଥିବା ନଜର ଆସୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବେଲାପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ୧୮୮୯ ମସିହାରେ ସ୍ଥାପିତ ଏହି ସ୍କୁଲରେ ଦୁଇଟି ଅତିରିକ୍ତ ଗୃହ ନିର୍ମାଣ ହୋଇଥିଲେ ମଧ୍ୟ ସେଗୁଡ଼ିକ ନିରାପଦ ଅବସ୍ଥାରେ ନାହିଁ । ଛାତର ବିମ୍ ଫାଟି ବିପଜ୍ଜନକ ଅବସ୍ଥାରେ ରହିଛି । ବର୍ଷାଦିନେ ଛାତରୁ ପାଣି ଗଳିବା ସହ ବିଷାକ୍ତ ଜନ୍ତୁଙ୍କ ଭୟ ରହିଛି । ଫଳରେ ବାଧ୍ୟ ହୋଇ ପିଲାମାନେ ବାରଣ୍ଡାରେ ବସି ପଢୁଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୦ ଜଣ ବିଦ୍ୟାର୍ଥୀ ବାରଣ୍ଡାରେ ପଢ଼ୁଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ଏଥିସହ ସ୍କୁଲ ହତା ଭିତରେ ଦୁଇଟି ନଳକୂପ ଥିଲେ ମଧ୍ୟ ଠିକ୍ ଭାବେ ପାଣି ବାହାରୁନଥିବାରୁ ମଧ୍ୟାହ୍ନ ଭୋଜନ ପାଇଁ ବାହାରୁ ପାଣି ଆଣିବାକୁ ପଡ଼ୁଥିବା ଜଣାଯାଇଛି । ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସଞ୍ଜୀବ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଗ୍ରାମବାସୀ ଦାବି କରିଛନ୍ତି । ବିପଦସଙ୍କୁଳ ଅବସ୍ଥାରେ ବେଲାପଦର ୟୁପି ସ୍କୁଲ Sep 10, 2018, 00:23 am28
<urn:uuid:63e2351f-9454-4ab4-8b5f-1c27861ce3ed>
CC-MAIN-2018-47
http://sarbasadharana.com/?p=62860
2018-11-14T17:25:07Z
s3://commoncrawl/crawl-data/CC-MAIN-2018-47/segments/1542039742253.21/warc/CC-MAIN-20181114170648-20181114192648-00487.warc.gz
ory
1.000003
Orya
4
{"ory_Orya_score": 1.0000026226043701}
ମନମୁଣ୍ଡା : ସୋମବାର ସଂଧ୍ୟାରେ ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ଅନ୍ତର୍ଗତ କୁରୁମୁଣ୍ଡା ଛକ ନିକଟରେ ରାଜନୈତିକ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଶରଧାପାଲି ଗ୍ରାମର ସୁଜିତ ପ୍ରଧାନ (୨୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ଟୁନା ଓରଫ ଦଶରଥ ପ୍ରଧାନ (୨୮) ଗୁରୁତର ଆହତ ହୋଇ ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପରିବାରବର୍ଗଙ୍କ କହିବାନୁସାରେ, କୁରୁମୁଣ୍ଡା ଗାଁର ଅଗସ୍ତି ପ୍ରଧାନଙ୍କ ପୁଅ ସୁଜିତ ଓ ସ୍ୱର୍ଗତ ଅକ୍ଷୟ ପ୍ରଧାନଙ୍କ ପୁଅ ଟୁନା ଓରଫ ଦଶରଥ ପ୍ରଧାନ (୨୮) ଗୋଟିଏ ବାଇକରେ ବରଗୋଚ୍ଛା ପଟୁ ଶଗଡ଼ା ପଟକୁ ଯାଉଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ପରାଜୟ ବରଣ କରିଥିବା ଗୋଷ୍ଠୀଙ୍କ ସହିତ ଏମାନଙ୍କ ମଝିରେ ମଝିରେ ଝଗଡ଼ା ହେଉଥିଲା। ସୋମବାର ସଂଧ୍ୟାରେ ଉଭୟଙ୍କୁ ଦେଖି ଅପରଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତର ସୁଜିତଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏ ବିଷୟରେ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇ ନଥିବା ଆଇଆଇସି ଉମାକାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି।
<urn:uuid:8892563f-2fa0-4e09-8d80-1b12ee4f596a>
CC-MAIN-2018-47
http://sambad.in/district/boudh/one-dead-one-injuren-in-group-clash-in-boudha-40000/
2018-11-17T06:57:50Z
s3://commoncrawl/crawl-data/CC-MAIN-2018-47/segments/1542039743294.62/warc/CC-MAIN-20181117061450-20181117083450-00247.warc.gz
ory
0.99994
Orya
7
{"ory_Orya_score": 0.9999401569366455}
କଟକ ୨୬-୮ (ଓଡ଼ିଆ ପୁଅ) ଭାରତମାତାର ସୁଯୋଗ୍ୟ ସନ୍ତାନ, ଦକ୍ଷ ରାଜନୈତିଜ୍ଞ, ବିକାଶ ପରୁଷ, ନିରପେକ୍ଷତାର ବରିଷ୍ଠ ବିନ୍ଧାଣୀ, ଗଣତନ୍ତ୍ରର ଶ୍ରେଷ୍ଠ ଉପାସକ, ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଦଶାହ କର୍ମ ପାରମ୍ପାରିକ ରୀତିନିତୀ ଅନୁସାରେ ଭାରତୀୟ ଜନତା ପାର୍ଟି କଟକ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଚହଟା ଘାଟ ଠାରେ ପାଳନ କରାଯାଇଛି। ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତା ମୁଣ୍ଡନ କରିଥିଲେ, ସ୍ୱର୍ଗତଃ ବାଜପେୟୀଙ୍କର ଅନେକ ପ୍ରଶଂସକ ପରିବାର ସଦସ୍ୟଙ୍କ ଭଳି ଅସୌଚ ପାଳନ କରିଥିଲେ ଏବଂ ଏହାପରେ ସ୍ଥାନିୟ ଚହଟା ରାମ ମନ୍ଦିର ପ୍ରାଙ୍ଗଣରେ ବ୍ରାହ୍ମଣ ଭୋଜନ ଓ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲୀକ, ଲକ୍ଷ୍ମୀଧର ପ୍ରଧାନ, ଚୌଧୁରୀ ହେମନ୍ତ ସାହୁ, କର୍ପୋରେଟର ଚିତରଞ୍ଜନ ଦାସ, ଦୟାନିଧି ଲେଙ୍କା, ବିଶ୍ୱଜିତ ମହାନ୍ତି, ସାକ୍ଷ୍ୟସିଂ ମିଶ୍ର, ସୁକାନ୍ତ ସିଂ, ସ୍ମୃତି ପଟ୍ଟନାୟକ, କଳ୍ପନା ପଟ୍ଟନାୟକ, ରଶ୍ମୀରେଖା ଦାସ, ଗୀତାରାଣୀ ଦାସ, ଜିତେନ ବେହେରା, ମୀନକେତନ ଦାସ, ହରପ୍ରସନ୍ନ ଦାସ, ଲଲାଟେନ୍ଦୁ ବଡୁ, ଦେବାଶିଷ ଘୋଷ, ଜ୍ୟୋତିରଞ୍ଜନ ପଲେଇ, ଲଲାଟେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
<urn:uuid:4cff3139-9f3c-4400-ab81-1abea7750a45>
CC-MAIN-2018-47
http://odiapua.com/%E0%AC%95%E0%AC%9F%E0%AC%95-%E0%AC%AC%E0%AC%BF%E0%AC%9C%E0%AD%87%E0%AC%AA%E0%AC%BF-%E0%AC%AA%E0%AC%BE%E0%AC%B3%E0%AC%BF%E0%AC%B2%E0%AC%BE-%E0%AC%AC%E0%AC%BE%E0%AC%9C%E0%AC%AA%E0%AD%87%E0%AD%9F/
2018-11-21T03:35:24Z
s3://commoncrawl/crawl-data/CC-MAIN-2018-47/segments/1542039747024.85/warc/CC-MAIN-20181121032129-20181121054129-00167.warc.gz
ory
0.999995
Orya
4
{"ory_Orya_score": 0.9999945163726807}
କେନ୍ଦ୍ରାପଡା ୩/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି କମିଟି ବୈଠକ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଚଳିତମାସ ୨୧, ୨୩ ଓ ୨୪ତାରିଖ ଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ କେନ୍ଦ୍ରାପଡା କଲେଜ ପଡିଆରେ କଣ୍ଟିଜେଣ୍ଟ ମାନଙ୍କ ମଧ୍ୟରେ ଅଭ୍ୟାସ ପ୍ୟାରେଡ ଅନୁଷ୍ଠିତ ହେବ। ଦଲଗତ ଦେଶଭକ୍ତି ନୃତ୍ୟଦଳ ଚୟନ ୨୧ତାରିଖ ଦିନ ୧୦ଟାରେ ସେହି କଲେଜ ପଡିଆରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ। ସାଧାରଣତନ୍ତ୍ର ଦିବସ ଦିନ ସକାଳ ୭ଟାରେ ସମସ୍ତ ସରକାରୀ, ବେସରକାରି ଓ ଘରୋଇ କୋଠାବାଡି ମାନଙ୍କରେ ଜାତୀୟ ପତକା ଉତ୍ତୋଳନ ହେବ। ୨୬ତାରିଖ ସାଦାରଣତନ୍ତ୍ର ଦିବସ ଦିନ ସକାଳ ୮ଟାରେ କଲେଜ ପଡିଆରେ ରିଜର୍ଭ ଇନିସପେକ୍ଟରଙ୍କ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହେବ। ସେଦିନ ମୁଖ୍ୟ ଅତିଥି ପ୍ୟାରେଡ ଅଭିବାଦନ ଗ୍ରହଣ ପରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପରେ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଏହାପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ ଓ ବାରିମୂଳ ଉପ କାରାଗାରରେ କଏଦୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ। ଏହି ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଜିଲ୍ଲ୍ା ଶିକ୍ଷା ଅଧିକାରୀ ଆୟୋଜନ କରାଇ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କ ତାଲିକା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ୨୫ତାରିଖ ମଧ୍ୟରେ ପ୍ରଦାନ କରିବେ। ସେଦିନ ଅପରାହ୍ନ ୩ଟାରେ କେନ୍ଦ୍ରାପଡା ଟାଉନ ହାଇସ୍କୁଲ ପଡିଆରେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ଦ୍ୱାରା ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବା ସହ ପ୍ୟାରେଡ ପଡିଆରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଅଗ୍ରଣୀ ରୂପରେଖ ସମ୍ପର୍କରେ ଏକ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ, ଡିଆରଡିଏର ଅତିରିକ୍ତ ପିଡି ସଞ୍ଜୟ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।
<urn:uuid:d8606a70-346c-4937-a39c-2c37f694a1d6>
CC-MAIN-2018-47
http://odiapua.com/%E0%AC%B8%E0%AC%BE%E0%AC%A7%E0%AC%BE%E0%AC%B0%E0%AC%A3%E0%AC%A4%E0%AC%A8%E0%AD%8D%E0%AC%A4%E0%AD%8D%E0%AC%B0-%E0%AC%A6%E0%AC%BF%E0%AC%AC%E0%AC%B8-%E0%AC%AA%E0%AC%BE%E0%AC%B3%E0%AC%A8-%E0%AC%AA/
2018-11-12T18:28:08Z
s3://commoncrawl/crawl-data/CC-MAIN-2018-47/segments/1542039741016.16/warc/CC-MAIN-20181112172845-20181112194845-00125.warc.gz
ory
0.999987
Orya
4
{"ory_Orya_score": 0.9999868869781494}
ବର୍ଷା ଋତୁରେ ଖାଆନ୍ତୁ ଏସବୁ…. ଏବେ ବର୍ଷା ଋତୁ ଚାଲିଛି। ଏହି ସମୟରେ ଖାଦ୍ୟପେୟରେ ଅସୁବିଧା ହେଲେ ପେଟ ଖରାପ ହୋଇଥାଏ। ତେଣୁ ବର୍ଷାଦିନେ ଖାଦ୍ୟ ନେଇ ସତର୍କ ରହିବାକୁ ପଡ଼ିଥାଏ । କାରଣ ତାହା ନ ହେଲେ ଆପଣ ଅସୁସ୍ଥ ହୋଇପାରନ୍ତି। ବିଶେଷ କରି ଏହି ଋତୁରେ ଖାଦ୍ୟପାନୀୟ ପ୍ରତି ଅଧିକ ଯତ୍ନବାନ୍ ରହିବାକୁ ପଡ଼ିବ। ଏଣୁ ଆସନ୍ତୁ ଜାଣିବା ବର୍ଷାଋତୁରେ କ'ଣ ସବୁ ଖାଇବା ଉଚିତ ଓ କାହିଁକି? ପ୍ରଥମ କଥା ହେଲା ଯେ, ବର୍ଷା ଋତୁରେ ଲୁଣିଆ ଜିନିଷ ଅଧିକ ମାତ୍ରାରେ ଖାଇବା ଉଚିତ। ଯେମିତିକି ଲୁଣି ବିସ୍କୁଟ୍, ଲୁଣିଆ ତରକାରି ଇତ୍ୟାଦି। ଠିକ୍ ସେହିପରି ପତଳା ଦହି, ଦୁଧ, କଲରା, ଅଦା, କଞ୍ଚା ପିଆଜ,ଜୀରା ଓ କଖାରୁ ଆଦି ମଧ୍ୟ ଖାଇପାରନ୍ତି। ବର୍ଷା ଋତୁରେ ଗ୍ୟାସ୍ଟ୍ରିକ୍ ,ବଦହଜମି ଭଳି ପେଟ ସମସ୍ୟା ଦେଖା ଦେଇଥାଏ। ଏଣୁ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ଯଥା ସମ୍ଭବ ବାହାରର ଖାଦ୍ୟଠାରୁ ଦୂୂରେଇ ରହିବାକୁ ଚେଷ୍ଟା କରନ୍ତୁ। ନିଜର ଖାଦ୍ୟରେ ଭିଟାମିନ୍ ଇ ଓ ଓମେଗା-୩ କୁ ସାମିଲ୍ କରନ୍ତୁ। ଲେମ୍ବୁ,କମଳା,ଅଁଳା ଓ ପିଜୁଳି ଆଦି ଭିଟାମିନ୍ରେ ଭରପୂର। ଏସବୁ ଫଳ ସେବନ କରିଲେ,ଅସୁସ୍ଥତାର ଆଶଙ୍କା କମିଯିବ। ଖାଲିସେତିକି ନୁହେଁ,ଏସବୁ ଖାଇଲେ ତ୍ୱଚାରେ ଚମକ ଆସିଥାଏ।
<urn:uuid:b76c679d-ded5-404e-93ee-cca8a6bc3bb4>
CC-MAIN-2018-47
http://sambad.in/lifestyle/eat-these-food-in-rainy-season-167326/
2018-11-14T06:59:09Z
s3://commoncrawl/crawl-data/CC-MAIN-2018-47/segments/1542039741660.40/warc/CC-MAIN-20181114062005-20181114084005-00285.warc.gz
ory
0.99994
Orya
8
{"ory_Orya_score": 0.9999401569366455}
ଭୁବନେଶ୍ୱର : ରାଜ୍ୟ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଠାରୁ ଆରମ୍ଭ ହୋଇଛି। ଆଜି ସକାଳେ ଦଳର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀମାନଙ୍କ ବୈଠକ ପରେ ଅପରାହ୍ନରେ କାର୍ଯ୍ୟକାରିଣୀ ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଓ ସାମ୍ପ୍ରତ୍ତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ନେଇ ପ୍ରସ୍ତୁତି କରାଯାଇଥିଲା। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ) ସୌଦାନ ସିଂହ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟତଃ ମହିଳା ସୁରକ୍ଷା ଯାତ୍ରା ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଆଲୋଚନା ହୋଇଥିଲା। ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସୁରକ୍ଷା ଯାତ୍ରାରେ ମହିଳାମାନଙ୍କୁ ସଚେତନ କରାଯାଉଛି। ଏହି ଯାତ୍ରାର ଜନଗ୍ରହଣୀୟତା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆସନ୍ତା ୨୬ ତାରିଖରେ ୪ ବର୍ଷ ପୂରଣ କରୁଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ କଟକ ଆସି ବିକାଶର ଚିଠା ରଖିବେ। ଏଥିରୁ କେନ୍ଦ୍ର ସରକାର ଓଡ଼ିଶାର ବିକାଶ କଥା ଚିନ୍ତା କରୁଥିବା ସ୍ପଷ୍ଟ ହୋଇଛି। ସମାବେଶକୁ କିପରି ସଫଳ କରାଯିବ, ସେ ନେଇ ଆଲୋଚନା ହୋଇଥିଲା। ରାଜ୍ୟର ସବୁ ସ୍ଥାନରୁ ଏଠାକୁ ଲୋକ ଆସି ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ଶୁଣିବାର ବନ୍ଦୋବସ୍ତ କରାଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି। ବୈଠକରେ ଭୂମିହୀନ ଆଦିବାସୀଙ୍କୁ ଜମି ଦିଆ ନ ଯିବା, ଜଳସେଚନ ଅଭାବ, ନକଲି କୀଟନାଶକ ଔଷଧ ବିତରଣ, ଚାଷୀଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ନ ମିଳିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ଆସନ୍ତାକାଲି କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ ହେବ।
<urn:uuid:ed7a029f-6907-4c85-ba1b-e41e0969dc2b>
CC-MAIN-2018-47
http://sambad.in/politics/orissa-bjp-state-executive-meet-begin-142983/
2018-11-14T07:24:16Z
s3://commoncrawl/crawl-data/CC-MAIN-2018-47/segments/1542039741660.40/warc/CC-MAIN-20181114062005-20181114084005-00285.warc.gz
ory
0.999989
Orya
5
{"ory_Orya_score": 0.9999890327453613}
ରାଜ୍ୟରେ ନିମ୍ନମାନର ସାଲାଇନ୍, କମ୍ପାନିକୁ କଳା ତାଲିକାଭୁକ୍ତ କଲା ଔଷଧ ନିଗମ ଡାକ୍ତରଖାନାକୁ ଯୋଗାଣ ହୋଇନି: କର୍ତୃପକ୍ଷ ଭୁବନେଶ୍ୱର: ରାଜ୍ୟକୁ ଆସିଛି ଭେଜାଲ ସାଲାଇନ୍। ରାଜ୍ୟ ଔଷଧ ନିଗମ ଜରିଆରେ 'ନିରାମୟ'କୁ ଯୋଗାଣ ପାଇଁ ଆସିଥିବା ସାଲାଇନ୍ ନିମ୍ନମାନର ବୋଲି ଜଣାପଡ଼ିଛି। ଏ ନେଇ ନିଗମ ପକ୍ଷରୁ ସଂପୃକ୍ତ କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହିତ କଳାତାଲିକାଭୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଫଳରେ ଆସନ୍ତା ୩ବର୍ଷ ପାଇଁ ଏହି କମ୍ପାନି ନିଗମର କୌଣସି ଟେଣ୍ଡର୍ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ ନାହିଁ ବୋଲି ଜଣାପଡ଼ିଛି। ତେବେ ଏହି ନିମ୍ନମାନର ସାଲାଇନ୍ କୌଣସି ଡାକ୍ତରଖାନାକୁ ଯୋଗାଣ ହୋଇ ନ ଥିବା ଔଷଧ ନିଗମ ପକ୍ଷରୁ କୁହାଯାଇଛି। ୨୦୧୬/୧୭ବର୍ଷରେ 'ନିରାମୟ'କୁ ସାଲାଇନ୍ ଯୋଗାଇବା ପାଇଁ ଟେଣ୍ଡର୍ ହୋଇଥିଲା। ଏଥିରେ ୫୦୦ ମିଲି ସାଲାଇନ୍ ପାଇଁ ଗୁଜୁରାଟର ଏକ୍ୟୁଲାଇଫ ନାମକ ଏକ କମ୍ପାନି ଟେଣ୍ଡର ନେଇଥିଲା। ଏହି କମ୍ପାନିକୁ ଆଇ ଭି କମ୍ପାଉଣ୍ଡ ସୋଡିୟମ ଲାକ୍ଟେଟ୍(ରିଞ୍ଜର୍ସ ଲାକ୍ଟେଟ୍) ସହିତ ଆଇ ଭି ଡେକ୍ସଟ୍ରୋଜ୍ ଏବଂ ସୋଡିୟମ କ୍ଲୋରାଇଡ୍ ଯୋଗାଇବା ପାଇଁ ଟେଣ୍ଡର ନେଇଥିଲା। ତେବେ ଏକ୍ୟୁଲାଇଫ୍ କମ୍ପାନି ପକ୍ଷରୁ ଗତବର୍ଷ ପ୍ରସ୍ତୁତ ହୋଇଥିବା ସାଲାଇନ୍ର ୭ଟି ବ୍ୟାଚ୍ ନିମ୍ନମାନର ବା ଏନ୍ଏସକ୍ୟୁ ଆସିଥିବା ନିଗମ ପକ୍ଷରୁ ପରୀକ୍ଷା ସମୟରେ ଜଣାପଡ଼ିଥିଲା। ସାଲାଇନର ଅବଧି ସୀମା ବା ଏକ୍ସପ୍ୟାରି ତାରିଖ ୨୦୨୦ ମସିହା ପର୍ଯ୍ୟନ୍ତ ରହିଥିଲେ ହେଁ, ଏଥିରେ ଆବଶ୍ୟକ ଔଷଧୀୟ ସାମଗ୍ରୀ ଯଥେଷ୍ଟ କମ୍ ରହିଥିବା ପରୀକ୍ଷାରେ ସାମ୍ନାକୁ ଆସିଥିଲା। ଗତ ୩/୪ ମାସ ତଳେ ଏହି ନିମ୍ନମାନର ସାଲାଇନ୍ ସଂପର୍କରେ ନିଗମ କର୍ତୃପକ୍ଷ ଜାଣିବାକୁ ପାଇଛନ୍ତି। ରାଜ୍ୟ ଔଷଧ ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଗମକୁ କୌଣସି ଔଷଧ ଆସିବା ପରେ ପ୍ରଥମେ ଏହାର ପରୀକ୍ଷା କରାଯାଇଥାଏ। ଗୁଜୁରାଟ ଏକ୍ୟୁଲାଇଫ୍ କମ୍ପାନି ଏହି ସାଲାଇନ୍ ରାଜ୍ୟକୁ ଆସିବା ପରେ ଏହାର ପରୀକ୍ଷା କରାଯାଇଥିଲା। ଗୋଟିଏ ପରୀକ୍ଷାଗାରରେ ଏହା ନିମ୍ନମାନର ବୋଲି ଜଣାପଡ଼ିବା ପରେ ଆଉ ଏକ ଏନ୍ଏବିଏଲ୍ ପରୀକ୍ଷାଗାରକୁ ପଠାଯାଇଥିଲା। ସେଠାରେ ମଧ୍ୟ ଏହି କମ୍ପାନିର ସାଲାଇନ୍ ନିମ୍ନମାନର ବୋଲି ସ୍ପଷ୍ଟ ହୋଇଥିଲା। କମ୍ପାନିର ଏକାଧିକ ବ୍ୟାଚ୍ର ସାଲାଇନ୍ ନିମ୍ନମାନର ରହିଥିଲା। ୨ରୁ ଅଧିକ ବ୍ୟାଚ୍ର ଔଷଧ ନିମ୍ନମାନର ରହିଲେ ନିଗମ ପକ୍ଷରୁ ଏହାକୁ କଳାତାଲିକାଭୁକ୍ତ କରିବା ପାଇଁ ନିୟମ ଥିବାରୁ ଏହି ଆଧାରରେ କମ୍ପାନିକୁ କଳାତାଲିକାଭୁକ୍ତ କରାଯାଇଛି। ଏହି କମ୍ପାନିର କୌଣସି ସାଲାଇନ୍ ଡାକ୍ତରଖାନାକୁ ଯୋଗାଣ ହୋଇନାହିଁ। ଏକ୍ୟୁଲାଇଫ୍ କମ୍ପାନି ବ୍ୟତିତ ଅନ୍ୟ କମ୍ପାନିମାନେ ମଧ୍ୟ ରାଜ୍ୟରେ ସାଲାଇନ୍ ଯୋଗାଉଛନ୍ତି। ତେଣୁ ରାଜ୍ୟରେ ସାଲାଇନ୍ର ଅଭାବ ହେବ ନାହିଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
<urn:uuid:c49c2a60-4752-44bd-a24d-4c6d89c1f327>
CC-MAIN-2018-47
http://sambad.in/state/low-quality-saline-198593/
2018-11-14T07:01:27Z
s3://commoncrawl/crawl-data/CC-MAIN-2018-47/segments/1542039741660.40/warc/CC-MAIN-20181114062005-20181114084005-00285.warc.gz
ory
0.999926
Orya
8
{"ory_Orya_score": 0.999925971031189}
କନକ ବ୍ୟୁରୋ : ଅଶାନ୍ତ ଭଦ୍ରକ , ପରିସ୍ଥିତି ଅଣାୟତ । କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତରେ ଲାଗିଲା ରୋକ । କ୍ରିଷ୍ଣାପାଲ ଗୁଜର କାଲି ଯାଇଥାନ୍ତେ ଭଦ୍ରକ । ଦଙ୍ଗା ନେଇ ଭଦ୍ରକକୁ ନଯିବାକୁ ଓଡିଶା ପୁଲିସ କରିଛି ଅନୁରୋଧ । ଗତକାଲିର ହିଂସା ପରେ ଭଦ୍ରକ ସହରରେ ୧୪୪ ଧାରା ଲାଗୁ କରାଯାଇଥିଲା । ଆଜି ଏନେଇ ଶାନ୍ତି କମିଟି ବୈଠକ ବସିଥିଲେ ବି ଏହା ଫେଲ ମାରିଥିଲା । ରାମ ନବମୀ ଅବସରରେ ଫେସବୁକରେ ରାମଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଆପତ୍ତିଜନକ ଫଟୋ ପୋଷ୍ଟ କରାଯାଇଥିଲା । ଫଳରେ ଉତ୍ତେତନାର ସୂତ୍ରପାତ ହୋଇଥିଲା ।
<urn:uuid:63f88f48-cfb6-4d25-b9e9-166cd612cb6c>
CC-MAIN-2018-47
http://kanaknews.com/bhadrak-issue-central-minister-krishan-pal-gurjars-visit-cancel/
2018-11-15T13:28:42Z
s3://commoncrawl/crawl-data/CC-MAIN-2018-47/segments/1542039742685.33/warc/CC-MAIN-20181115120507-20181115142507-00445.warc.gz
ory
1.000005
Orya
5
{"ory_Orya_score": 1.0000052452087402}
ତେଲଦର ଆକାଶଛୁଆଁ ପେଟ୍ରୋଲ ଓ ଡିଜେଲ ଦର ରବିବାର ଆକାଶଛୁଆଁ ହୋଇଛି । ରେକର୍ଡ ଭାଙ୍ଗିଲା ଡିଜେଲ ଦର ।ପେଟ୍ରୋଲ ଲିଟର ପିଛା ଦର ୭୨ ଟଙ୍କା ୭୦ ପଇସା ହୋଇଥିବାବେଳେ ଡିଜେଲ ଲିଟର ୬୯ଟଙ୍କା ୪୦ ପଇସା ଛୁଇଁଛି । ଯାହାକି ୪ବର୍ଷରେ ସର୍ବାଧିକ ସ୍ତରରେ ପେଟ୍ରୋଲ ଲିଟର ପିଛା ଦର । ଅନ୍ତର୍ଜାତୀୟ ବଜାରରେ ତେଲଦରକୁ ଦେଖି ଭାରତୀୟ ତୈଳ କମ୍ପାନିଗୁଡିକ ତେଲଦର ଧାର୍ଯ୍ୟ କରୁଥିବାରୁ ରବିବାର ପେଟ୍ରୋଲ ଓ ଡିଜେଲ ଦର ଏଭଳି ରେକର୍ଡ ମୂଲ୍ୟରେ ପହଂଚିଛି । ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଆମଦାନୀ ଶୁଳ୍କ କମ କରିବାକୁ ଦାବି ହେଉଥୁଲେ ମଧ୍ୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗତ ଫେବ୍ରୁଆରୀ ରେ ବଜେଟ ଉପସ୍ଥାପନ ବେଳେ ଏହାକୁ ଧ୍ୟାନ ଦେଇନଥିଲେ । ଫଳରେ ଏବେ ଗୋଟିଏ ଲିଟର ପେଟ୍ରୋଲ ପିଛା ଆମଦାନୀ ଶୁଳ୍କ ୧୧ଟଙ୍କା ୭୭ ପଇସା ଓ ଡିଜେଲ ଲିଟର ପିଛା ୧୩ଟଙ୍କା ୪୭ ପଇସା ଦେଉଛନ୍ତି ତୈଳ କମ୍ପାନି । ଯେଉଁଥିପାଇଁ ପେଟ୍ରୋଲ ଓ ଡିଜେଲ ମୁଲ୍ୟ ବୃଦ୍ଧି କରିଛନ୍ତି । ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରୀ ମଧ୍ୟରେ ୯ ଥର ଉତ୍ପାଦ ଶୁଳ୍କ ବୃଦ୍ଧି ଯୋଗୁଁ ପେଟ୍ରୋଲ ଉପରେ ମୋଟ୍ ଉତ୍ପାଦ ଶୁଳ୍କ ୧୧ ଟଙ୍କା ୭୭ ପଇସା ବଢିଥିବା ବେଳେ ଡିଜେଲ୍ ଦର ୧୩ ଟଙ୍କା ୪୭ ପଇସା ବଢିଛି । ଏହା ଯୋଗୁଁ ୨୦୧୬-୧୭ରେ ସରକାର ଉତ୍ପାଦ ଶୁଳ୍କରୁ ୨,୪୨,୦୦୦ କୋଟି ଟଙ୍କା ରାଜସ୍ଵ ସଂଗ୍ରହ କରିଛନ୍ତି । ୨୦୧୪-୧୫ରେ ଉତ୍ପାଦ ଶୁଳ୍କରୁ ସରକାର ୯୯,୦୦୦ କୋଟି ଟଙ୍କା ରାଜସ୍ଵ ପାଇଥିଲେ । ପଢନ୍ତୁ ;
<urn:uuid:52770e46-0774-4f5f-a9d1-5b342607d250>
CC-MAIN-2018-47
https://enewsodia.com/diesel-prices-hit-record-high-at-four-year-peak/
2018-11-15T12:42:39Z
s3://commoncrawl/crawl-data/CC-MAIN-2018-47/segments/1542039742685.33/warc/CC-MAIN-20181115120507-20181115142507-00445.warc.gz
ory
0.999998
Orya
13
{"ory_Orya_score": 0.9999980926513672}
କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କ ନିଜ ଦଳ ବିରୋଧରେ ସାଂଘାତିକ ଅଭିଯୋଗ । ଧୀରେ ଧୀରେ ନିଜ ଦଳର ନେତାଙ୍କ ସହ ବିଜୟଙ୍କ ମତଭେଦ ଏବେ ଚରମ ସୀମାରେ ପହଂଚିଲାଣି । ଏପରିକି ବିଜେପିକୁ ଦଲାଲ କହିବାକୁ ପଛାଇନାହାଁନ୍ତି ଏହି ବରିଷ୍ଠ ନେତା ।ଆଇଓସିଏଲରେ ଓଡିଆ ଲୋକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ବୋଲି ଅଭିଯୋଗ ଆଣିଥିଲେ ବିଜୟ । ସେପଟେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଥିଲା ବିଜେପି । ଆଇଓସିଏଲ ନିଯୁକ୍ତି ବାବଦରେ ବିଜେପି ଦେଇଥିବା ତଥ୍ୟକୁ ପୁରୁଣା ତଥ୍ୟ ବୋଲି କହିଛନ୍ତି ବିଜୟ । ଏପରିକି କେତେ ଜଣ ସ୍ଥାନୀୟ ଅଂଚଳବାସୀଙ୍କୁ ଆଇଓସିଏଲରେ ଚାକିରୀ ଦିଆଯାଇଛି ତାର ଜବାବ ମାଗିଛନ୍ତି । ଆଇଓସିଏଲ ସହ ମହାନଦୀ ପ୍ରସଙ୍ଗ ଉଠାଇ ବିଜେଡି ସହ ବିଜେପିର ମେଂଟ ସରକାର କଥା ମନେପକାଇ ଦେଇଛନ୍ତି । କହିଛନ୍ତି କଳଙ୍କ ଲିଭିଯିବନି । ସେପଟେ ବିଜେପି ଏହାକୁ ବିଜୟଙ୍କ ରାଜନୈତିକ ପ୍ରଳାପ ବୋଲି କହିଛି ।
<urn:uuid:28afcc5a-7d1f-42b5-9224-c251a6357a9f>
CC-MAIN-2018-47
http://kanaknews.com/bijay-mohapatra-vs-bjp-issue/
2018-11-13T20:28:54Z
s3://commoncrawl/crawl-data/CC-MAIN-2018-47/segments/1542039741491.47/warc/CC-MAIN-20181113194622-20181113220622-00091.warc.gz
ory
0.999961
Orya
7
{"ory_Orya_score": 0.9999610185623169}
ଉତ୍ତରପ୍ରଦେଶରେ ବଡ଼ ଦୁର୍ନୀତିର ପର୍ଦ୍ଦାଫାଶ : ୪୩ ହଜାର ଭୁତ ସମାଜବାଦୀ ପେନସନ ପାଉଛନ୍ତି, , ସମାଜବାଦୀ ପାର୍ଟି ଅମଳରୁ ଏହା ଚାଲିଛି ନୂଆଦିଲ୍ଲୀ : ମୁଲାୟମ ସିଂ ଯାଦବ ଓ ଅଖିଳେଶ ଯାଦବଙ୍କ ପରିଚାଳିତ ସମାଜବାଦୀ ପାର୍ଟି ସବୁବେଳେ ସାମାଜିକ ନ୍ୟାୟ ପାଇଁ ଲଢିଆସୁଥିବା କହିଆସୁଛି । ଏହାକୁ ଦୃଷ୍ଟିରେ ରଖି ଦଳ ଉତ୍ତରପ୍ରଦେଶରେ କ୍ଷମତାରେ ଥିବାବେଳେ ଏକ ସମାଜବାଦୀ ପେନସନ ସ୍କିମ ଆରମ୍ଭ କରିଥିଲା । ଏହି ସ୍କିମ ଅନୁସାରେ ଗରିବ ଲୋକମାନଙ୍କୁ ମାସକୁ ୫୦୦ ଟଙ୍କା ଲେଖାଏଁ ପେନସନ ପ୍ରଦାନ କରାଯାଉଥିଲା । ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାକୁ ବନ୍ଦ କରିଦେବାକୁ ଉଦ୍ୟମ କରୁଛନ୍ତି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରୁଛି । କିନ୍ତୁ ସରକାରଙ୍କ ଦ୍ୱାରା କରାଯାଇଥିବା ତଦନ୍ତରୁ ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ତାହା ହେଉଛି ପ୍ରାୟ ୪୩ ହଜାର ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଏହି ପେନସନ ମାସକୁ ମାସ ଜମା ହୋଇଚାଲିଛି । ରାଜ୍ୟ ସମାଜ ମଙ୍ଗଳ ବିଭାଗ ମନ୍ତ୍ରୀ ରାମପତି ଶାସ୍ତ୍ରୀ କହିଛନ୍ତି ଯେ ପ୍ରାୟ ୫୦ ଲକ୍ଷ ହିତାଧିକାରୀ ଏହି ପେନସନ ପାଉଛନ୍ତି । କିନ୍ତୁ ଯାଞ୍ଚରୁ ଜଣାପଡିଛି ଯେ ପ୍ରାୟ ୪ ଲକ୍ଷ ଲୋକ ସ୍ୱଚ୍ଛଳ ବର୍ଗର ଓ ସେମାନେ ଏହି ପେନସନ ପାଇବାକୁ ଆଦୌ ଯୋଗ୍ୟ ନୁହଁନ୍ତି । ଏପରିକି ଏମାନଙ୍କ ମଧ୍ୟରୁ ପ୍ରାୟ ୪୩ ହଜାର ଏପରି ହିତାଧିକାରୀ ରହିଛନ୍ତି ଯେଉଁମାନେ ଇହଧାମରେ ନାହାନ୍ତି । ଏହି ଦୁର୍ନୀତିର ପର୍ଦ୍ଦାଫାଶ ହେବା ପରେ ରାଜ୍ୟର ଚହଳ ପଡିଯାଇଛି ।
<urn:uuid:51bebc99-be8a-4249-93ea-40036d42404c>
CC-MAIN-2018-47
http://sambad.in/india-and-beyond/43000-dead-persons-getting-monthly-pension-204744/
2018-11-13T20:27:41Z
s3://commoncrawl/crawl-data/CC-MAIN-2018-47/segments/1542039741491.47/warc/CC-MAIN-20181113194622-20181113220622-00091.warc.gz
ory
1.000007
Orya
4
{"ory_Orya_score": 1.0000070333480835}
ଆସନ୍ତାକାଲି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କନକ ବ୍ୟୁରୋ: ଆସନ୍ତାକାଲି (ମଙ୍ଗଳବାର) ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବ । ବ୍ୟାଙ୍କ ସଂଘର ମିଳିତ ଫୋରମ୍ ଅଧୀନରେ ଥିବା ବ୍ୟାଙ୍କ ସଂଘ ଗୁଡ଼ିକ ଏହି ଧର୍ମଘଟ ଡାକରା ଦେଇଛନ୍ତି । ଏଥିଯୋଗୁଁ ସରକାରୀ ବ୍ୟାଙ୍କ ଗୁଡ଼ିକରେ ବ୍ୟାଙ୍କିଂ ସେବା ବ୍ୟାହତ ହେବା ଆଶଙ୍କା ରହିଛି । ସରକାରଙ୍କ ପ୍ରସ୍ତାବିତ ବ୍ୟାଙ୍କ ମିଶ୍ରଣ ନୀତିକୁ ବିରୋଧ କରି କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ଧର୍ମଘଟ ହୁଏ ତାହେଲେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବ ବୋଲି ଅଧିକାଂଶ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଅବଗତ କରାଉଥିବା ଜଣାଯାଇଛି । ତେବେ ବ୍ୟାଙ୍କ ଧର୍ମଘଟରେ ଘରୋଇ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଆଦିର ସେବା ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି । କେବଳ ଚେକ୍ କ୍ଲିଅର ବିଳମ୍ବ ହେବା ଆଶଙ୍କା ରହିଛି । ପୂର୍ବରୁ ମୁଖ୍ୟ ଶ୍ରମ କମିସନରଙ୍କ ସହିତ ବ୍ୟାଙ୍କ ସଂଘର ହୋଇଥିବା ଆଲୋଚନା ବିଫଳ ହେବାରୁ ସଂଘ ଗୁଡ଼ିକ ଧର୍ମଘଟକୁ ଓହ୍ଲାଇଛନ୍ତି । ଧର୍ମଘଟ ଯୋଗୁଁ ଓଡ଼ିଶାରେ ପ୍ରାୟ ୫୦୦୦ ବ୍ୟାଙ୍କ ଶାଖା ବନ୍ଦ ରହିବ । ଦେଶରେ ୧୦ ଲକ୍ଷ କର୍ମଚାରୀ ବ୍ୟାଙ୍କ ଧର୍ମଘଟରେ ସାମିଲ ହେବାକୁ ଥିବାବେଳେ ରାଜ୍ୟରେ ପ୍ରାୟ ୪୦ ହଜାର ବ୍ୟାଙ୍କ କର୍ମଚାରୀ ଏଥିରେ ସାମିଲ ହେବେ ବୋଲି ୟୁଏଫବିୟୁ ଓଡ଼ିଶା ୟୁନିଟ୍ ଆବାହକ ଜ୍ୟୋତି ଭୂଷଣ ମହାପାତ୍ର କହିଛନ୍ତି ।
<urn:uuid:8f1b1faf-69b8-4fd9-be62-591d8a7f86f5>
CC-MAIN-2018-47
http://kanaknews.com/bank-unions-firm-to-strike-work-on-aug-22/
2018-11-15T02:04:00Z
s3://commoncrawl/crawl-data/CC-MAIN-2018-47/segments/1542039742338.13/warc/CC-MAIN-20181115013218-20181115035218-00251.warc.gz
ory
0.999999
Orya
6
{"ory_Orya_score": 0.9999988079071045}
ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ । ଦଳର ଫୋକସରେ ରହିଛି ଆଗାମୀ ପଂଚାୟତ ନିର୍ବାଚନ । ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଦଳୀୟ ପଦାଧିକାରୀ ସାମିଲ ହୋଇଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ କିଭଳି ମୋଦି ସରକାରଙ୍କ ଦୁଇ ବର୍ଷର ସଫଳତା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଯାଇ ପାରିବ ସେ ନେଇ ବୈଠକରେ ଆଲୋଚନା ହେଉଛି । ତେବେ କାର୍ଯ୍ୟକାରିଣୀରେ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଛି ଦଳ । ଗରିବ ଲୋକଙ୍କ ଚାଉଳ, ରାସନ କାର୍ଡ ଏବଂ ବାସଗୃହ ହଡପ ହୋଇଥିବା ଅଭିଯୋଗ କରିଛି । ସେହିପରି ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ, ଡାକ୍ତରଖାନାରେ ଡାକ୍ତର ଅଭାବ ଏବଂ ଲୋକଙ୍କୁ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ପୂରଣ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ ବାଢିଛିି । ସରକାରଙ୍କୁ ସମାଲୋଚନା ପରେ ଏହାର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ସମୀର ଦାସ କହିଛନ୍ତି ରାଜ୍ୟରେ ଦୁଇ ନମ୍ବର ଦଳ ହେବା ପାଇଁ ବିଜେପି ସଂଘର୍ଷ ଜାରି ରଖିଛି ।
<urn:uuid:9d9caf49-a6b1-45c4-9653-7effcad805ea>
CC-MAIN-2018-47
http://kanaknews.com/bjp-meeting-3/
2018-11-16T07:50:06Z
s3://commoncrawl/crawl-data/CC-MAIN-2018-47/segments/1542039742981.53/warc/CC-MAIN-20181116070420-20181116092420-00411.warc.gz
ory
0.999985
Orya
3
{"ory_Orya_score": 0.9999845027923584}
ନକଲି ନୋଟକୁ ଧରିବ ଆପ୍ ! ବଜାରକୁ ଆସିଲା ଚେକଫେକ୍ ! ଜାଣନ୍ତୁ କିପରି କରିବେ ବ୍ୟବହାର ଏଣିକି ଆପଣଙ୍କୁ କେହି ନକଲି ନୋଟ୍ ଦେଇ ଠକି ପାରିବେ ନାହିଁ । ଆପଣ ଅତି ସହଜରେ ନକଲି ଓ ଅସଲି ନୋଟ୍ ମଧ୍ୟରେ ଫରକ୍ ଜାଣି ପାରିବେ । କାରଣ ଲୋକଙ୍କର ଏହି ସମସ୍ୟାର ସମାଧାନ ପାଇଁ ବଜାରକୁ ଆସିଛି ଏକ ନୂଆ ଆପ । ଏହି ଆପ ଜରିଆରେ କୌଣସି ବି ବ୍ୟକ୍ତି ଅତି ସହଜରେ ମୁହୂର୍ତ୍ତକ ମଧ୍ୟରେ ଅସଲି ଓ ନକଲି ନୋଟ ମଧ୍ୟରେ ଫରକ୍ କଣ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ . . . । ଏହି ଆପଟିକୁ ଚେକଫେକ୍ ବ୍ରାଣ୍ଡ୍ ପ୍ରୋଟେକସନ ସିଷ୍ଟମ ପ୍ରାଇଭେଟ୍ ଲିମିଟେଡ୍ ନିର୍ମାଣ କରିଛି । ଯାହାର ନାଁ ରହିଛି 'ଚେକଫେକ' । ଚେକଫେକର ନିର୍ଦ୍ଦେଶକଙ୍କ କହିବା କଥା ହେଲା କି, ଏହି ଆପ ଜରିଆରେ ଆପଣ ବିଶ୍ୱର କୌଣସି ବି ରାଷ୍ଟ୍ରର ମୂଦ୍ରା ତଥା ନୋଟକୁ ଯାଂଚ କରିପାରିବେ । ଚେକଫେକରେ ଜାଲ୍ ନୋଟ୍ ଜାଣିବା ନେଇ ସିଙ୍ଗିଲ ପଏଂଟ ଡେଷ୍ଟିଂନେସନ ରହିଛି । ଆପଣ ଆପଣଙ୍କର ସ୍ମାର୍ଟଫୋନ ଜରିଆରେ ଆପଟିକୁ ବ୍ୟବହାର କରିପାରିବେ । ଏହି ଆପ ଜରିଆରେ ଆପଣ ମୁହୂର୍ତ୍ତକ ମଧ୍ୟରେ ନକଲି ଏବଂ ଅସଲି ନୋଟକୁ ଚିହ୍ନଟ କରିପାରିବେ । ବ୍ରିଟିସ ପାଉଣ୍ଡଠାରୁ ଆରମ୍ଭ କରି ୟୁଏସ ଡଲାର ଏବଂ ଭାରତୀୟ ନୋଟକୁ ଏହି ଆପ ଜରିଆରେ ଅସଲି କି ନକଲି ତାହା ଯାଂଚ କରିପାରିବେ । ଏହାବ୍ୟତୀତ ଚୀନର ୟୁଆନକୁ ମଧ୍ୟ ଏହି ଆପ ଜରିଆରେ ଆପଣ ଯାଂଚ କରିପାରିବେ । ଏଠାରେ ଆମେ କହି ରଖୁଛୁ କି, ଜାଲ ନୋଟ୍ କୌଣସି ବି ଦେଶର ଅର୍ଥବ୍ୟବସ୍ଥା ପାଇଁ ଘାତକ ପ୍ରମାଣିତ ହୋଇପାରେ । ଯଦି ଏହି ନୋଟକୁ ଚିହ୍ନଟ କରା ନଯାଏ ତେବେ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ଏହାର ଗଭୀର ପ୍ରଭାବ ପଡିପାରେ ।
<urn:uuid:d010b623-9a7b-4c5f-82ec-188f97d9e031>
CC-MAIN-2018-47
http://kanaknews.com/special-this-app-will-identify-fake-currency/
2018-11-16T08:31:44Z
s3://commoncrawl/crawl-data/CC-MAIN-2018-47/segments/1542039742981.53/warc/CC-MAIN-20181116070420-20181116092420-00411.warc.gz
ory
0.999985
Orya
4
{"ory_Orya_score": 0.9999853372573853}
୩୧ବର୍ଷରେ ପାଦ ଦେଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ୨୦୦୭ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ସିନେମା 'ଓମ୍ ଶାନ୍ତି ଓମ୍' ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ଏହି ଡିମ୍ପଲ ଗର୍ଲ ।ତେବେ ଦୀପିକା ନିଜ ପେଶାଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ଓ ଆଫେୟାର୍ ପାଇଁ ସବୁବେଳେ ଚର୍ଚ୍ଚିତ । ଏବେ ନଜର ପକାନ୍ତୁ ଡିମ୍ପଲ୍ ଗର୍ଲଙ୍କ ଲଭ୍ ଲାଇଫ ଉପରେ । ଦୀପିକା ପ୍ରଥମେ ପଡିଥିଲେ ନୀହାର ପାଣ୍ଡ୍ୟାଙ୍କ ପ୍ରେମରେ । ଏକ ଆକ୍ଟିଂ ସ୍କୁଲରେ ଦେଖା ହୋଇଥିଲା ଉଭୟଙ୍କର ଏବଂ ତାପରେ ଆରମ୍ଭ ହେଲା ପ୍ରେମ । ଏକ ୱେବସାଇଟ ଅନୁସାରେ ଦୀପିକା ସେତେବେଳେ ନିହାରଙ୍କ ସହ ଲିଭ ଇନରେ ମଧ୍ୟ ରହୁଥିଲେ । ତେବେ ଦୀପିକା ବଲିଉଡରେ ପାଦ ଦେବାପରେ ଉଭୟଙ୍କ ୩ ବର୍ଷର ସଂପର୍କରେ ପଡିଥିଲା ଭଟ୍ଟା । ନିହାରଙ୍କ ପରେ ଦୀପିକାଙ୍କ ନାଁ ଯୋଡି ହୋଇଥିଲା ଉପେନ୍ ପଟେଲ ସହ । ତାପରେ କିଛି ଦିନ ପରେ ଦୀପିକାଙ୍କ ଜୀବନରେ ଏଣ୍ଟ୍ରି ମାରିଥିଲେ କ୍ରିକେଟର ଯୁବରାଜ ସିଂ । କିନ୍ତୁ ଏମାନଙ୍କ ସଂପର୍କ ବେଶୀ ଦିନ ପାଇଁ ଚାଲିନଥିଲା । ଅଳ୍ପ କିଛିି ଦିନ ପରେ ଉଭୟେ ଅଲଗା ହୋଇ ଯାଇଥିଲେ । ଖବର ଅନୁସାରେ ଯୁବରାଜଙ୍କ ପୂର୍ବରୁ ଦୀପିକାଙ୍କ ଜୀବନରେ ଥିଲେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ । ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କ ସହ ମଧ୍ୟ ଦୀପିକାଙ୍କ ଆଫେୟାର୍ ଥିଲା । ସେତେବେଳେ ଏପରି ବି ଖବର ଆସିଥିଲା ଦୀପିକାଙ୍କୁ ସିଦ୍ଧାର୍ଥ ଏକ ଫ୍ଲାଟ ମଧ୍ୟ ଉପହାର ଦେଇଥିଲେ । କିନ୍ତୁ ଏ ସଂପର୍କ ମଧ୍ୟ ଖୁବ୍ ଅଳ୍ପ ଦିନ ଚାଲିଥିଲା । ଏହି ସଂପର୍କ ପରେ ପରେ ଦୀପିକାଙ୍କ ଜୀବନରେ ଆସିଲେ "ବର୍ଫି' ଅଭିନେତା ରଣବୀର କପୁର । ୨୦୦୮ ରେ ଆସିଥିବା ସିନେମା "ବଚନା ଏ ହସିନୋ' ସିନେମାରେ ଏକାଠି କାମ କରିଥିଲେ ଏବଂ ସେ ସମୟରେ ହିଁ ଉଭୟ ନିକଟବର୍ତ୍ତୀ ହୋଇଥିଲେ । କେବଳ ଏତିକି ନୁହଁ ଦୀପିକା ରଣବୀରଙ୍କ ନାମର ଏକ ଟାଟୁ ମଧ୍ୟ ତାଙ୍କ ବେକ ପଛରେ କରିଥିଲେ । ତେବେ ରଣବୀରଙ୍କ ଧୋକା ପାଇଁ ଏଥର ବି ଏହି ସଂପର୍କ ବେଶୀ ଦିନ ପାଇଁ ଚାଲି ନଥିଲା । ରଣବୀର କପୁରଙ୍କ ସହ ସଂପର୍କ ଭାଙ୍ଗିବା ପରେ ପରେ ବହୁତ ସମୟ ଏକୁଟିଆ ରହିଥିଲେ ଦୀପିକା ପାଦୁକୋନ । କିଛି ସମୟ ପରେ ରଣବୀର ସିଂ ତାଙ୍କ ଜୀବନକୁ ଆସିଲେ ଏବଂ ଏବେ ବି ଉଭୟେ ଏକାଠି ଅଛନ୍ତି । ନିକଟରେ ତାଙ୍କର ବ୍ରେକ୍ ଅପର ଖବର ଆସିଥିଲା କିନ୍ତୁ ଏକଥାକୁ ଭୁଲ ପ୍ରମାଣିତ କରିଛନ୍ତି ଭଭୟେ ।
<urn:uuid:4c55aaaf-d2f2-4e38-a404-43065f85236b>
CC-MAIN-2018-47
http://kanaknews.com/birth-day-special-deepika-padukone-s-love-affairs/
2018-11-17T15:09:25Z
s3://commoncrawl/crawl-data/CC-MAIN-2018-47/segments/1542039743714.57/warc/CC-MAIN-20181117144031-20181117165352-00043.warc.gz
ory
1.000006
Orya
5
{"ory_Orya_score": 1.000005841255188}
ପୁରୀ:୧୫/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଅର୍ବାନ ହାଟ ପରିସରରେ ଆୟୋଜିତ ନୀଳାଚଳ ରଜ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମହେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ସହରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ଦେଇଥିଲେ। ବରିଷ୍ଠ ସେବାୟତ ଭଗବାନ ସୁଆର, ଜିଲ୍ଲା ପରିଷଦ ସଭ୍ୟ ଦିବାକର ପାତ୍ର ଓ ପୌର ସଦସ୍ୟ ବିଭୂତି ଭୂଷଣ ସେଠୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଉପ ସଭାପତି ଦିଲ୍ଲୀପ ଦାସ, ସମ୍ପାଦକ ସ୍ୱପ୍ନେନ୍ଦୁ ରାଉତ, କୋଷାଧ୍ୟକ୍ଷ ବିଜୟ ପଟ୍ଟନାୟକ, ରବି ନାରାୟଣ ମହାନ୍ତି, ମଧୁସୂଦନ ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ। ଦ୍ୱିତୀୟ ସନ୍ଧ୍ୟାରେ ପୁରୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପରିବେଷିତ ଓଡିଶୀ ନୃତ୍ୟ ଦର୍ଶକଙ୍କ ମନ ଜିଣିଥିଲା। ଏଥିସହ ଆରଡି ଡ୍ୟାନ୍ସ ଓ କଲଚରାଲ ଏକାଡେମୀ ପକ୍ଷରୁ ପାଲା ପରିବେଷଣ କରାଯାଇଥିବା ବେଳେ ରଙ୍ଗ ସଭା ପକ୍ଷରୁ ନାଟକ ପେଣ୍ଟେଡ ମେଡିସିନ ମଞ୍ଚସିତ ହୋଇଥିଲା। ସେହିପରି ଡିଭାଇନ୍ ସ୍ପିରିଡ୍ ପକ୍ଷରୁ ଯୋଗ ଓ ମାଲଖମ୍ ପ୍ରଦର୍ଶିତ ହୋଇଥିଲା। ଦର୍ଶକମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଥିଲେ।
<urn:uuid:db42fac6-b625-4d73-b63d-85cee7cea94f>
CC-MAIN-2018-47
http://odiapua.com/%E0%AC%A8%E0%AD%80%E0%AC%B3%E0%AC%BE%E0%AC%9A%E0%AC%B3-%E0%AC%B0%E0%AC%9C-%E0%AC%AE%E0%AC%B9%E0%AD%8B%E0%AC%A4%E0%AD%8D%E0%AC%B8%E0%AC%AC-%E0%AC%A4%E0%AD%83%E0%AC%A4%E0%AD%80%E0%AD%9F-%E0%AC%B8/
2018-11-18T21:10:47Z
s3://commoncrawl/crawl-data/CC-MAIN-2018-47/segments/1542039744649.77/warc/CC-MAIN-20181118201101-20181118223101-00171.warc.gz
ory
0.999997
Orya
3
{"ory_Orya_score": 0.9999973773956299}
କନକ ବ୍ୟୁରୋ : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟବ୍ୟାପି ଜଳୁଥିବା ଅସନ୍ତୋଷର ନିଆଁ ଶାନ୍ତ ପଡ଼ିନଥିବା ବେଳେ ବାଣପୁରରେ ଘଟିଛି ପୁଣି ଏକ ଅନୁରୁପ ଘଟଣା । ନ୍ୟାୟ ପାଇଁ ନୟାନ୍ତ ହୋଇଥିବା ପୀଡ଼ିତା ଯେତେବେଳେ ସାମାଜିକ ଅପବାଦ ମୁଣ୍ଡାଇବାକୁ ଅସମର୍ଥ ହେଲେ ବାଛି ନେଲେ ଆତ୍ମହତ୍ୟାର ବାଟ । ନାରୀଙ୍କୁ ସମ୍ମାନର କଥା କୁହାଯାଉଥିବା ରାଜ୍ୟରେ ପୁଣି ଜଣେ ନାବାଳିକା ନ୍ୟାୟ ନପାଇବାରୁ ବିଷ ପିଇ ଆତ୍ମହତ୍ୟା କରିଦେଇଛନ୍ତି । ଶୌଚ ପାଇଁ ଘରୁ ପଦାକୁ ଗୋଡ଼ କାଢ଼ିଥିବା ଏହି ନାବାଳିକାଙ୍କ ଉପରେ ପଡ଼ିଥିଲା ନାବାଳକ ଅଭିଯୁକ୍ତର ନଜର । ଆଉ ଜୋରଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଆଉ ଶେଷରେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ।ଯାହାକୁ ନେଇ ଏବେ ବାଣପୁର ଅଂଚଳରେ ଉତେଜନା ଦେଖିବାକୁ ମିଳିଛି । ଏହି ଘଟଣାରେ ପୁଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠୁଥିବା ବେଳେ, ଜଣେ ପରେ ଜଣେ ପୀଡ଼ିତାଙ୍କ ଆତ୍ମହତ୍ୟା, ରାଜ୍ୟର ଆଇନକାନୁନ୍ ବ୍ୟବସ୍ଥାକୁ ପ୍ରଶ୍ନ ଘେରରକୁ ଟାଣି ନେଉଛି ।
<urn:uuid:48683aba-1c37-49c9-b2cb-35e0ab152ecd>
CC-MAIN-2018-47
http://kanaknews.com/banapur-suicide/
2018-11-22T10:39:09Z
s3://commoncrawl/crawl-data/CC-MAIN-2018-47/segments/1542039746205.96/warc/CC-MAIN-20181122101520-20181122123520-00331.warc.gz
ory
0.999995
Orya
5
{"ory_Orya_score": 0.9999951124191284}
ମେକ୍ସିକୋ: ଆଜିକା ସମୟରେ ସତୁରି ବର୍ଷ ବେଳକୁ ଲୋକମାନେ ଚଲିବା ବୁଲିବା ପାଇଁ ବି ସକ୍ଷମ ରହୁନାହାନ୍ତି। ଏଭଳି ପରିସ୍ଥିତିରେ ୭୦ବର୍ଷ ବୟସରେ ଜଣେ ମହିଳା ଦାବି କରି କହିଛନ୍ତି କି, ସେ ଛଅମାସ ହେବ ଅନ୍ତସତ୍ତ୍ୱା ଅଛନ୍ତି। ମେକ୍ସିକୋର ସିନାଲୋଆରେ ବସବାସ କରୁଥିବା ମାରିୟା ଡି ଲାଲୁସ ନିଜର ସୋନୋଗ୍ରାଫି ରିପୋର୍ଟ ମିଡିଆରେ ସେୟାର କରିଛନ୍ତି। ତାଙ୍କର ପୂର୍ବରୁ ୭ଟି ସନ୍ତାନ ଥିବା ଜଣାପଡ଼ିଛି। ୭୦ବର୍ଷ ବୟସର ମହିଳାଙ୍କ ଯାଞ୍ଚ ରିପୋର୍ଟ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାରିୟାଙ୍କ କହିବାନୁସାରେ, କିଛିଦିନ ହେବ ତାଙ୍କ ପାଦରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ବାରମ୍ବାର ବାନ୍ତି ମଧ୍ୟ ହୋଇଥିଲା। ଠିକ୍ ଯେମିତି ଅନ୍ତସତ୍ତ୍ୱା ମହିଳାଙ୍କ ହୋଇଥାଏ। ସେ ଏଯାବତ୍ ୧୦ଥର ଭିନ୍ନଭିନ୍ନ ସ୍ଥାନରେ ସୋନୋଗ୍ରାଫି କରାଇ ସାରିଛନ୍ତି। ଡାକ୍ତର ବି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତରଙ୍କ କହିବାନୁସାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଯଦି ମାରିୟା ଏହି ସନ୍ତାନକୁ ଜନ୍ମ ଦେଉଛନ୍ତି। ତେବେ ଦୁନିଆର ଏହା ଦ୍ୱିତୀୟ ଘଟଣା ହେବ କି କୌଣସି ୭୦ବର୍ଷୀୟ ମହିଳା ମାଆ ହେବାକୁ ଯାଉଛନ୍ତି। ଏହାପୂର୍ବରୁ ପଞ୍ଜାବର ଦଲଜିନ୍ଦର କୋନ୍ ୨୦୧୬ରେ ୭୦ବର୍ଷ ବୟସରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଦଲଜିନ୍ଦର ଆଇଭିଏଫ୍ ଟେକ୍ନିକ୍ରେ ଅନ୍ତସତ୍ତ୍ୱା ହୋଇଥିଲେ। ତେବେ ସାରିୟା କିଭଳି ଭାବେ ଅନ୍ତସତ୍ତ୍ୱା ହୋଇଛନ୍ତି ତାହା ସେ ସ୍ପଷ୍ଟ କରିନାହାନ୍ତି।
<urn:uuid:b99a6f8c-2a81-49d3-b862-88b6d8baa083>
CC-MAIN-2018-47
http://sambad.in/special/70-year-old-women-pregnant-149108/
2018-11-15T17:07:43Z
s3://commoncrawl/crawl-data/CC-MAIN-2018-47/segments/1542039742793.19/warc/CC-MAIN-20181115161834-20181115183834-00326.warc.gz
ory
0.999929
Orya
4
{"ory_Orya_score": 0.9999294281005859}
ଚଂପୁଆ ୮ ମଇ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଗତକାଲି ଚଂପୁଆ ଥାନା ଅନ୍ତର୍ଗତ ଯାମୁଦଲକ ନିକଟରୁ ଫିଲ୍ମ ଷ୍ଟାଇଲ୍ ରେ ଏକ ବାଇକ ଲୁଟ ହୋଇଥିବା ଜଣାପଡିଛି। ଝାଡ଼ଖଣ୍ଡର ଚାଇବସା ଥାନା ଅନ୍ତର୍ଗତ ଲୋକେହାତୁ ଗାଁ ର ସନ୍ତୋଷ ବାରିକ ନିଜ JH 06 k 7357 ନଂ ବାଇକରେ, ଚଂପୁଆ ନିକଟସ୍ଥ ବାସୁଦେବପୁର ଗାଁକୁ ଯାଉଥିଲେ। ଯାମୁଦଲକ ନିକଟରେ ପରିଶ୍ରା, କରିବାକୁ ବାଇକ ଛିଡ଼ା କରାଇବା ବେଳେ ଅନ୍ୟ ଏକ ବାଇକରେ ଦୁଇଜଣ ଆସି ତାକୁ ଚୋରା ବାଇକ କହି ପାଟିତୁଣ୍ଡ କରିବା ସହ ଥାନାକୁ ଚାଲ ବୋଲି କହି ଜଣେ ତାକୁ ନିଜ ବାଇକରେ ବସାଇବା ସହ ଅନ୍ୟ ଜଣେ ତାର ବାଇକ ଚଳାଇଥିଲା। ତେବେ ତାକୁ ଥାନା ଆଣିବା ବଦଳରେ କଂକଡାପାଟ ରାସ୍ତାରେ ନେଇ ଯିବାରୁ ସେ କାନ୍ଦିବାକୁ ଆରମ୍ଭ କରିଥିଲେ। ଫଳରେ ଜଙ୍ଗଲ ମଝିରେ ଅଟକାଇ ତା'ପାଖରୁ ଏକ ମୋବାଇଲ୍ ସହ ବାଇକ ଲୁଟ ହୋଇଥିଲେ। ଏଥି ସହିତ ତାକୁ ବନ୍ଧୁକରେ ମାରିବାକୁ ଉଦ୍ୟମ କରିଥିବା ବେଳେ ଏକ ବୋଲେରୋ ଆସିବାରୁ ତାକୁ ଛାଡ଼ି ଫେରାର ହୋଇଯାଇଥିଲେ। ଏ ନେଇ ସନ୍ତୋଷ ଚଂପୁଆ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଇତି ମଧ୍ୟରେ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ପୋଲିସ୍ କାର୍ଯାନୁଷ୍ଠାନ କରିବା ବଦଳରେ ଅଭିଯୋଗ ଭଲରେ ଲେଖ କହି ଅଟକାଇ ରଖିଥିବାରୁ ଥାନା ପ୍ରତିକ୍ଷାଳୟରେ ବସି କାନ୍ଦୁଥିବା ଦେଖିବାକୁ ମିଳିଛି।
<urn:uuid:c5d73a80-1eb8-4266-8e52-c5616a394495>
CC-MAIN-2018-47
http://odiapua.com/%E0%AC%AB%E0%AC%BF%E0%AC%B2%E0%AD%8D%E0%AC%AE-%E0%AC%B7%E0%AD%8D%E0%AC%9F%E0%AC%BE%E0%AC%87%E0%AC%B2%E0%AD%8D-%E0%AC%B0%E0%AD%87-%E0%AC%AC%E0%AC%BE%E0%AC%87%E0%AC%95-%E0%AC%B2%E0%AD%81%E0%AC%9F/
2018-11-19T11:06:47Z
s3://commoncrawl/crawl-data/CC-MAIN-2018-47/segments/1542039745761.75/warc/CC-MAIN-20181119105556-20181119131556-00246.warc.gz
ory
0.99989
Orya
3
{"ory_Orya_score": 0.9998902082443237}
ଗୌହାଟୀ: ବିବାଦୀୟ ନାଗରିକ ସଂଶୋଧନ ବିଧେୟକ ମାମଲାରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ କହିଛନ୍ତି ଯେ ରାଜ୍ୟର ସ୍ୱାର୍ଥ ସାଧନ ନହେଲେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନାହିଁ। ସୋନଓ୍ଵାଲ କହିଛନ୍ତି ଯେ, ରାଜ୍ୟବାସୀଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ସେ କାମ କରୁଛନ୍ତି। ଯଦି ଏଥିରେ ସେ ଅସମର୍ଥ ହେବେ ତା'ହେଲେ ମୁଖ୍ୟମନ୍ତ୍ରୀ ପଦରେ ରହିବାର କୌଣସି ନୈତିକ ଅଧିକାର ନାହିଁ। ଉଲ୍ଳେଖଯୋଗ୍ୟ, ଏହି ବିଧେୟକକୁ ନେଇ ଯୁଗ୍ମ ସଂସଦୀୟ କମିଟି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବିଗତ ଦିନରେ ଏନେଇ ଲୋକଙ୍କ ସହ ବିଚାରବିମର୍ଷ କରିଛନ୍ତି। ବ୍ରହ୍ମପୁତ୍ର ଉପତ୍ୟକାର ଲୋକେ ଏହି ଆଇନରେ ସଂଶୋଧନକୁ ବିରୋଧ କରୁଥିବା ବେଳେ ବାରାକ ଉପତ୍ୟକାର ଲୋକେ ଏହାକୁ ସମର୍ଥନ କରୁଛନ୍ତି। ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତାନୁସାରେ ଏହି ଆଇନରେ ସଂଶୋଧନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ସୋନଓ୍ଵାଲ ଦାବି କରିଛନ୍ତି। ସେପଟେ, ମେଘାଳୟ ସରକାର ଏହି ବିଲକୁ ବିରୋଧ କରିଛନ୍ତି।
<urn:uuid:7c1368f9-3f71-4afd-abb0-2ef7667bdcac>
CC-MAIN-2018-47
http://sambad.in/india-and-beyond/sonawal-chief-ministry-138983/
2018-11-19T11:56:31Z
s3://commoncrawl/crawl-data/CC-MAIN-2018-47/segments/1542039745761.75/warc/CC-MAIN-20181119105556-20181119131556-00246.warc.gz
ory
0.999982
Orya
6
{"ory_Orya_score": 0.9999818801879883}
ଗୁରୁଦେବ ସ୍ୱାମୀ ନିତ୍ୟାନନ୍ଦ ସରସ୍ୱତୀ କେବଳ ମହିମାଗଡ ନୁହଁ, ବରଂ ତା'ଆଖପାଖ ଦଶଖଣ୍ଡ ରାଜ୍ୟର ପୂଜ୍ୟ ଗୁରୁଦେବ । ତାଙ୍କର ମଧୁର ବ୍ୟବହାର, ଶାନ୍ତ ସ୍ୱଭାବ, ବଳିଷ୍ଠ ବ୍ୟକ୍ତିତ୍ୱପାଇଁ ରାଜାଙ୍କଠାରୁ ପ୍ରଜା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅତୀବ ଭକ୍ତି କରୁଥିଲେ, ପ୍ରେମ ବି କରୁଥିଲେ । ତେଣୁ ସବୁଠି ଖାଲି ସ୍ୱାମୀ ନିତ୍ୟାନନ୍ଦଙ୍କର ଭୁରି ଭୁରି ପ୍ରଶଂସା । ସ୍ୱାମୀ ସବୁବେଳେ କହୁଥିଲେ-ଶିକ୍ଷା ମଣିଷକୁ ସୁଖଶାନ୍ତିରେ ରହିବାକୁ ଶକ୍ତିଦିଏ । ଶିକ୍ଷା ହିଁ ଜ୍ଞାନର ଭଣ୍ଡାର । ଶିକ୍ଷା ବିନା ମଣିଷ ପଶୁଠାରୁ ବି ହୀନ ବୋଲି ପଣ୍ଡିତମାନେ ବିଚାର କରିଛନ୍ତି । ହେ ମୋର ପ୍ରିୟ ଶିଷ୍ୟ! ତୁମ୍ଭେମାନେ ବହୁତ ଦୂରରୁ ବହୁତ କଷ୍ଟ ସ୍ୱୀକାର କରି ମୋ ଆଶ୍ରମକୁ ଆସିଚ । ଗୁରୁଦକ୍ଷିଣା ବାବଦରେ ମୋତେ କିଛି ବି ଦବା ମୋଟେ ଆବଶ୍ୟକ ନାହିଁ । ତୁମେମାନେ ଶିକ୍ଷା ସମାପ୍ତି କରି ଭଲ ମଣିଷ ହେଲେ ଯାଇ, ମୁଁ ସବୁଠୁ ବେଶି ଖୁସି ହେବି । ସେହି ଖୁସିହିଁ ମୋ' ପାଇଁ ହବ ଶ୍ରେଷ୍ଠ ଗୁରୁ ଦକ୍ଷିଣା । ଗୁରୁଦେବ-ମୋର ପ୍ରିୟ ଶିଷ୍ୟମାନେ ! ଅନେକ ସମୟରେ ଆଶ୍ରମମାନଙ୍କରେ ଜାତିଭେଦର ପ୍ରାଚୀର ଛିଡାହୁଏ । ତୁମେମାନେ ଏତିକି ମନେରଖିବା ଉଚିତ୍, ଶିକ୍ଷାଶ୍ରମରେ ଜାତି ନ ଥାଏ । ସମସ୍ତେ ଗୋଟିଏ ଜାତି 'ଶିକ୍ଷାର୍ଥୀ' । ତେଣୁ ମୋର ତମମାନଙ୍କୁ ଉପଦେଶ, ଯେମିତିକି କେବେ କୌଣସି ଦିନ ଜାତିଗତ ପାର୍ଥକ୍ୟର ପ୍ରଶ୍ନ ନ ଉଠେ । ଯୋଉଠି ଜାତିଗତ ସମସ୍ୟା ଯେତେ ଅଧିକ ସେଠି ଉନ୍ନତି ସେତିକି ପଛୁଆ । ଯେଉଁ ଦେଶରେ ଶିକ୍ଷା ସଂସ୍କୃତି ଉନ୍ନତ, ସେ ଦେଶ ପ୍ରଗତିରେ ସେତିକି ଉନ୍ନତ । ଏବେ ତ ଭୋଜନର ସମୟ ହେଇ ଯାଇଚି, ତେଣୁ ଯାଅ ଭୋଜନକରି ବିଶ୍ରାମ ନେବ । ସ୍ୱାମୀ ନିତ୍ୟାନନ୍ଦଙ୍କ ଆଶ୍ରମର ନୀତି ନିୟମ ଅନ୍ୟ ଆଶ୍ରମଠାରୁ ସ୍ୱତନ୍ତ୍ର । ଶିଷ୍ୟମାନେ ଭିକ୍ଷାକରି ଯାହା ଆଣନ୍ତି, ଗୁରୁ ସେ ସବୁକୁ ନିଜେ ରୋଷେଇ କରନ୍ତି । ଆଉ ଶିଷ୍ୟମାନଙ୍କୁ ଆଗେ ଖାଇବାକୁ ଦିଅନ୍ତି । ଶେଷରେ ଯାହା ବଳକା ହୁଏ, ତାକୁ ଗୁରୁ ନିଜେ ଭୋଜନ କରନ୍ତି ।
<urn:uuid:5403c988-599f-4ad4-912a-3e95685438db>
CC-MAIN-2018-47
http://odiagapa.com/%E0%AC%AE%E0%AC%B9%E0%AC%BE-%E0%AC%97%E0%AC%A7/
2018-11-13T22:40:16Z
s3://commoncrawl/crawl-data/CC-MAIN-2018-47/segments/1542039741510.42/warc/CC-MAIN-20181113215316-20181114001316-00533.warc.gz
ory
1.000003
Orya
6
{"ory_Orya_score": 1.0000033378601074}
ଅନୁଗୋଳ, ୧୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଯୁବକ, ଯୁବତୀମାନଙ୍କର ନେତୃତ୍ୱରେ ବିକାଶ ତଥା ଭାରତ ନିର୍ମାଣରେ ସେମାନଙ୍କର ସକ୍ରିୟ ଭୂମିକା ଗ୍ରହଣର ମୂଳ ଉଦ୍ଦେଶ୍ୟ ନେଇ ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଯୋଜନା ପଡ଼ୋଶୀ ଯୁବ ସଂସଦର କାର୍ଯ୍ୟକ୍ରମ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡ଼ା ପଂଚାୟତର ବେଲାଦୁଲା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ହାଟପଦାଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ତଥା ନେହେରୁ ଯୁବ କେନ୍ଦ୍ର, ଅନୁଗୋଳର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଗଣ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମାଁ ମାଉଲୀ ଯୁବକ ସଂଘର ଉପଦେଷ୍ଟା ପ୍ରତାପ ମେହେର ଏହି ପଡ଼ୋଶୀ ଯୁବ ସଂସଦର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବାସହ ଅନୁଷ୍ଠିତ ସଭାକାର୍ଯ୍ୟରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ଅତିଥିଭାବେ ଇଂ ଆଭାସ କୁମାର କ୍ଷେତୀ, ଶିକ୍ଷକ ସରୋଜ କୁମାର ପ୍ରଧାନ, ବନ ବିଭାଗ ଅଧିକାରୀ ଲିଙ୍ଗରାଜ ବେହେରା, ଏମ୍.ବି.କେ.ସୁଫଳା ମାହାର ପ୍ରମୁଖ ଯୋଗ ଦେଇ ସୁସ୍ଥ ସମାଜ ଗଠନ ଦିଗରେ ଯୁବକମାନଙ୍କର ଭୂମିକା ଏବଂ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମର ଉକ୍ରୃଷ୍ଟ ଦିଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର, ଅନୁଗୋଳର କର୍ମକର୍ତା କୈାଶିକ ମେହେର, ପ୍ରଧାନମନ୍ତ୍ରୀ କୈାଶଳ ବିକାଶ କେନ୍ଦ୍ର ବୈାଦ୍ଧ ଶାଖାର ସାମର୍ଥ୍ୟ ଭୂବନ ମେହେର, ବେଲାଦୁଲାର ସମସ୍ତ ସ୍ୱଂୟ ସହାୟକ ଗୋଷ୍ଠୀ, ସରସ୍ୱତୀ ପୂଜା କମିଟି, ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ, ବାବା ସିଦ୍ଦେଶ୍ୱର କ୍ଲବ ଗୈାତମପୁର ତଥା ଗ୍ରାମର ବୁଦ୍ଧିଜୀବୀ ଏବଂ ଜନସାଧାରଣ ଯୋଗ ଦେଇଥିଲେ। ଏହି ଅବସରରେ ଗ୍ରାମର ମାଉଲୀ ଯୁବକ ସଂଘର ଆନୁକୂଲ୍ୟରେ ଏକ ପାଠାଗାର ପ୍ରତିଷ୍ଠା ନିମନ୍ତେ ଇଂ ଆଭାସ କୁମାର କ୍ଷେତୀ ପ୍ରସ୍ତାବ ଦେବାସହ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଇଶ୍ୱର ମେହେର, ଅକ୍ରୁର ମେହେର, ଦୁଖୀଶ୍ୟାମ ମେହେର, ପ୍ରଫୁଲ୍ଲ ମେହେର, ରାଜୀବ ମେହେର, ଧର୍ମୁଧର ମେହେର ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ସଦସ୍ୟ କୈାଶିକ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
<urn:uuid:4b5e276e-0fdd-45a8-9b90-62c0268b22ac>
CC-MAIN-2018-47
http://odiapua.com/%E0%AC%AC%E0%AD%87%E0%AC%B2%E0%AC%BE%E0%AC%A6%E0%AD%81%E0%AC%B2%E0%AC%BE%E0%AC%B0%E0%AD%87-%E0%AC%AA%E0%AD%9C%E0%AD%8B%E0%AC%B6%E0%AD%80-%E0%AC%AF%E0%AD%81%E0%AC%AC-%E0%AC%B8%E0%AC%82%E0%AC%B8/
2018-11-16T12:41:22Z
s3://commoncrawl/crawl-data/CC-MAIN-2018-47/segments/1542039743011.30/warc/CC-MAIN-20181116111645-20181116133645-00293.warc.gz
ory
0.999993
Orya
3
{"ory_Orya_score": 0.9999929666519165}
ଧୋଇଯିବ ଦୀପାବଳି ଓ କାଳୀପୂଜା ! ଅବପାତରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ୧୮ଘଂଟା ଭିତରେ ନେଇପାରେ ଡିପ ଡିପ୍ରେସନର ରୂପ କନକ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତମାନ ଅବପାତର ରୂପ ନେଇସାରିଛି । ଏହାର ଅବସ୍ଥିତି ଏବେ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ପୁରୀ ଠାରୁ ୩୭୦ କିଲୋମିଟର ଦୂରରେ ଓ ଚାନ୍ଦବାଲିର ଦକ୍ଷିଣ ଦିଗରୁ ୪୭୦ କିଲୋମିଟର ଦୂରରେ ରହିଛି । ଆଜି ରାତି ସୁଦ୍ଧା ଏହା ଉତ୍ତର ପଶ୍ଚିମ ଓଡିଶା ଉପକୁଳ ଦେଇ ଅତିକ୍ରମ କରିବ । ଆସନ୍ତା ୧୮ ଘଂଟା ଭିତରେ ଏହା ଡିପ୍ ଡିପ୍ରେସନର ରୂପ ନେଇପାରେ ବୋଲି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ବାତ୍ୟାର ଆଶଙ୍କା ଟଳି ଯାଇଥିଲେ ବି ଆଜି ଏବଂ ଆସନ୍ତାକାଲି ବର୍ଷା ହେବାର ଆଶଙ୍କା ରହିଛି । ଉପକୂଳ ଜିଲ୍ଲା ଓ ଦକ୍ଷିଣ ଓଡିଶାରେ ଗତକାଲି ଅପରାହ୍ନରୁ ଆରମ୍ଭ ହୋଇଯାଇଛି ବର୍ଷା । ୨୧ ତାରିଖରୁ ବର୍ଷା କମିବ । ତେବେ ୨୩ ତାରିଖ ପୂର୍ବରୁ ବର୍ଷା ଛାଡିବାର ସମ୍ଭାବନା ନାହିଁ । ପବନର ବେଗ ବି ଘଂଟା ପ୍ରତି ୬୫ କିଲୋମିଟର ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅର୍ଥାତ ବର୍ଷା ଦୀପାବଳୀ ଓ କାଳିପୂଜାକୁ ବିଗାଡିବା ଆଶଙ୍କା ରହିଛି । ବର୍ଷା ଯୋଗୁଁ ଫିକା ପଡିଛି ଦୀପାବଳି । ମାନ୍ଦାହୋଇଛି ବାଣ ବଜାର । ପ୍ରବଳ ବର୍ଷା ଯୋଗୁଁ ଦୀପାବଳି ପାଳନର ଉତ୍ସାହ କମିଯାଇଛି । ଏହାର ପ୍ରଭାବ ଦେଖିବାକୁ ମିଳିଛି ବାଣ ବଜାରରେ । ପୂର୍ବ ବର୍ଷ ପରି ଚଳିତ ବର୍ଷ ବାଣ ବଜାରରେ ଏତେଟା ବ୍ୟବସାୟ ଜମିନାହିଁ ।
<urn:uuid:95432eb4-c4a9-4864-b60b-abbd5b0e164b>
CC-MAIN-2018-47
http://kanaknews.com/rain-creates-obstacle-in-diwali-celebration/
2018-11-17T17:55:45Z
s3://commoncrawl/crawl-data/CC-MAIN-2018-47/segments/1542039743717.31/warc/CC-MAIN-20181117164722-20181117190722-00453.warc.gz
ory
0.999994
Orya
8
{"ory_Orya_score": 0.9999942779541016}
ମୁମ୍ବାଇ: ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ବେସରକାରୀ ଚଳନ୍ତା ବସ୍ ମଧ୍ୟରେ ୧୭ ବର୍ଷୀୟା ଜଣେ ପରିବା ବିକାଳୀ ନାବାଳିକାଙ୍କୁ ୨୪ ବର୍ଷିଅ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସରକାରୀ ରେଳବାଇ ପୁଲିସ୍ ଏ ନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି। ମାତ୍ର ଏହି ଦୁଷ୍କର୍ମ କେଉଁ ବେସରକାରୀ ବସ୍ରେ ଘଟିଛି ତାହା ଜାଣିବା ଏବେ ମୁସ୍କିଲ୍ ହୋଇପଡ଼ିଛି। ରିପୋର୍ଟ ମୁତାବକ୍, ୧୭ ବର୍ଷୀୟା ପୀଡ଼ିତା ନାବାଳିକା ତାଙ୍କ ଘର ଗୁଜୁରାଟ ଯିବା ପାଇଁ ଏକ ବେସରକାରୀ ବସ୍ରେ ଚଢ଼ିଥିଲେ। ସେହି ଚଳନ୍ତା ବସ୍ ମଧ୍ୟରେ ସେ ଜଣେ ୨୪ ବର୍ଷିଅ ଯୁବକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଜାଣିବାକୁ ମିଳିଛି ଯେ ନାବାଳିକା ଜଣକ ପ୍ରଥମେ ଅଭିଯୁକ୍ତଙ୍କୁ ମୁଲୁଣ୍ଡ ରେଳବାଇ ଷ୍ଟେସନ୍ରେ ଭେଟିଥିଲେ। ସେ ଦୁହେଁ ପରସ୍ପର ସହ କଥା ହୋଇଥିଲେ। ଯୁବକ ଜଣକ ମିଛରେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇବା ସହ ତାଙ୍କ ଘର ଗୁଜୁରାଟ ପର୍ଯ୍ୟନ୍ତ ତାଙ୍କ ସହ ଯିବେ ବୋଲି କହିଥିଲେ। ଘୋଦବୋନ୍ଦର ରୋଡ୍ରୁ ସେ ଦୁହେଁ ଏକ ସ୍ଲିପର୍ କୋଚ୍ ବସ୍ରେ ଚଢ଼ି ଥିଲେ। ସେହି ବସ୍ ମଧ୍ୟରେ ଅଭିଯୁକ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ସହ ପୁଣି ଫେରି ଯାଇଥିଲେ। ଅନ୍ୟପକ୍ଷରେ ସେହି ଦିନ ଅର୍ଥାତ ଫ୍ରେବୁଆରି ୧୭ ତାରିଖରେ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସ୍ରେ ଏକ ଅପହରଣ ମାମଲା ରୁଜୁ କରିଥିଳେ। ମାତ୍ର ନାବାଳିକା ଜଣକ ଫେରିବା ପରେ ସେ ତାଙ୍କ ମାଆଙ୍କୁ ସବୁ କଥା କହିଥିଲେ। ତା'ପରେ ସରକାରୀ ରେଳବାଇ ପୁଲିସ୍ରେ ପୀଡ଼ିତା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ୍ ତଦନ୍ତ ଚଳାଇ ଅଭିଯୁକ୍ତକୁ ଫେବ୍ରୁଆରି ୨୨ ତାରିଖରେ ଧରି ଗିରଫ କରିଛି।
<urn:uuid:ac279aeb-3115-4e4a-9878-9dd34bb27dc7>
CC-MAIN-2018-47
http://sambad.in/crime/raped-in-a-bus-on-her-way-to-gujarat-91909/
2018-11-19T01:06:35Z
s3://commoncrawl/crawl-data/CC-MAIN-2018-47/segments/1542039744803.68/warc/CC-MAIN-20181119002432-20181119023615-00020.warc.gz
ory
0.999998
Orya
4
{"ory_Orya_score": 0.9999983310699463}
ବେଗୁନିଆରେ ମାଓବାଦୀ ଘଟଣାର ପର୍ଦ୍ଦାଫାସ! : କରଜରେ ବୁଡ଼ି ଗାଁ ଛାଡ଼ିଛି ସନ୍ଦିଗ୍ଧ ଯୁବକ ୩ ପ୍ଲାଟୁନ ଏସ୍ଓଜି ଯବାନଙ୍କ ତଲାସ ଜାରି ବେଗୁନିଆ : ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଦେଉଳି ଗ୍ରାମ ନିକଟ ଗୋଜମୁଣ୍ଡିଆ ପାହାଡ଼ରେ ଦୁଇମାସ ହେଲା ମାଓବାଦୀମାନେ ଆଡ଼ା ଜମାଇଥିବା ଘଟଣାର ପର୍ଦ୍ଦାଫାସ ହୋଇଛି। ଦୁଇ ଜଣ ସଶସ୍ତ୍ର ମାଓବାଦୀଙ୍କ ପାଇଁ ଜଙ୍ଗଲରେ ରୋଷେଇ କରିବା ସହ ସେମାନଙ୍କ ପାଇଁ ଦୋକାନ ସଉଦା କରୁଥିଲା ବୋଲି ଗତକାଲି ବୟାନ ଦେଇଥିବା ସନ୍ଦିଗ୍ଧ ଯୁବକକୁ ପଚରାଉଚରା ପରେ ଭିନ୍ନ ତଥ୍ୟ ସାମନାକୁ ଆସିଛି। ଆଜି ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଦେଇଥିବା ସୂଚନା ମୁତାବକ, ଉକ୍ତ ୨୦ ବର୍ଷୀୟ ଯୁବକର ପୂରା ନାମ ସୁରେଶ ପହଁରିଆ ଏବଂ ତା' ଘର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବୋଡେନ୍ ବ୍ଳକ୍ ପଟାଙ୍ଗୀ ଗ୍ରାମରେ। ସେ ଗାଁରେ ଅତିଶୟ କରଜରେ ବୁଡ଼ି ରହିବା ସହ କୌଣସି କାମଧନ୍ଦା ନପାଇ ଶେଷରେ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲା। ମାତ୍ର ସେଠାରେ କଷ୍ଟ କାମ କରିନପାରି ସେ ଓ ତା'ର ଦୁଇଜଣ ବନ୍ଧୁ ଖସି ଆସି କୌଣସି ଏକ ଅଜଣା ସ୍ଥାନରେ ଗୋପନରେ ରହି ଶାନ୍ତିରେ ଜୀବନ କାଟିବା ପାଇଁ ଚାହିଁଥିଲେ। ତେଣୁ ସେମାନେ ଉକ୍ତ ଗୋଜମୁଣ୍ଡିଆ ଜଙ୍ଗଲର ଏକ ଗୁମ୍ଫାରେ କିଛିଦିନ ହେଲା ରହିଆସୁଥିଲେ। ଗତକାଲି ସୁରେଶ ତେଜରାତି ଦୋକାନରୁ ସଉଦା ଆଣିବା ପାଇଁ ଆସିଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା। ସେ କହୁଥିବା ପଶ୍ଚିମାଞ୍ଚଳ ଭାଷା ଅସ୍ପଷ୍ଟ ଥିବାରୁ ଲୋକେ ତା'କୁ ମାଓବାଦୀ ସନ୍ଦେହରେ ଗୋଡ଼ାଇଥିଲେ। ତେବେ ମାଡ଼ ଭୟରେ ସେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇ ଯାଇଥିଲା ବୋଲି ସ୍ବୀକାର କରିଛି। ଅପରପକ୍ଷେ, ତା' ସାଙ୍ଗମାନେ ଉକ୍ତ ଗୁମ୍ଫା ଛାଡ଼ି ପଳାଇଥିବା ଜଣାଯାଇଛି। ସୁରେଶ ରହୁଥିବା ସ୍ଥାନରୁ କିଥି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବ୍ୟତୀତ ଅନ୍ୟ କିଛି ମାଓ ସମ୍ପର୍କିତ ଦ୍ରବ୍ୟ ପୁଲିସ ପାଇପାରିନି। ତେବେ ସୁରେଶକୁ ତା' ନିଜ ଘରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି ଏବଂ ଯଥା ଶୀଘ୍ର ସମସ୍ତ ସନ୍ଦେହରୁ ପରଦା ହଟିଯିବ ବୋଲି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସୂଚନା ଥାଉ କି, ସୁରେଶ ପ୍ରକୃତରେ ମାଓବାଦୀ ନା ମାନସିକ ବିକୃତ ତାହା ଜଣାପଡ଼ିନଥିଲେ ମଧ୍ୟ ପୁଲିସ ଗତକାଲି ତା'କୁ ଅଟକ ରଖି ଘଟଣାର ଅନୁସନ୍ଧାନ କରିଥିଲା। ଖୋର୍ଦ୍ଧା ଏସ୍ପି ଦୀପ୍ତିରଞ୍ଜନ ରାୟ ଏବଂ ଏସ୍ଡିପିଓ ଯୁଗଳ କିଶୋର ଦାଶ ବୟାନ ନେଇଥିଲେ। ଅପରପକ୍ଷେ, ଗତକାଲି କମ୍ ସଂଖ୍ୟକ ପୁଲିସ ଥିବାରୁ ଉକ୍ତ ପାହାଡ଼କୁ ଚଢ଼ଉ କରିବା ସମ୍ଭବ ହୋଇନଥିଲା। ତେଣୁ ଗତକାଲି ରାତି ୨ଟାରେ ୩ ପ୍ଲାଟୁନ ଏସ୍ଓଜି ଯବାନ ପହଞ୍ଚିବା ପରେ ସେମାନଙ୍କୁ ଧରି ଏସ୍ପି,ଏସ୍ଡିପିଓ, କେନ୍ଦ୍ରାଞ୍ଚଳ ଆଇଜି ପହଞ୍ଚି ଦେଉଳି ଗ୍ରାମର ଗୋଜିମୁଣ୍ଡିଆରେ ସର୍ଚ୍ଚ ଅପରେସନ କରି ଆଜି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।
<urn:uuid:08a5d897-e361-464f-9023-553bd84fc162>
CC-MAIN-2018-47
http://sambad.in/state/youth-held-in-begunia-not-a-maoist-police-243750/
2018-11-19T01:08:10Z
s3://commoncrawl/crawl-data/CC-MAIN-2018-47/segments/1542039744803.68/warc/CC-MAIN-20181119002432-20181119023615-00020.warc.gz
ory
0.999937
Orya
3
{"ory_Orya_score": 0.9999369382858276}
ଡିଏମକେର ମୁଖ୍ୟ ହେଲେ ଷ୍ଟାଲିନ୍: ବାପା କରୁଣାନିଧିଙ୍କ ଦେହାନ୍ତ ପରେ ଆନୁଷ୍ଠାନିକ ଭାବେ ନେଲେ ଦାୟିତ୍ୱ କନକ ବ୍ୟୁରୋ: ଡିଏମକେର ମୁଖ୍ୟ ହେଲେ ଷ୍ଟାଲିନ୍ । ୪୯ ବର୍ଷ ଧରି ଡିଏମକେ ସୁପ୍ରିମୋ ଥିବା କରୁଣାନିଧିଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଏମ କେ ଷ୍ଟାଲିନ୍ ଆନୁଷ୍ଠାନିକ ଭାବେ ଦଳର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଦଳର ଦ୍ୱିତୀୟ ସଭାପତି ଭାବେ ମନୋନୀତ ହୋଇଛନ୍ତି । ଚେନ୍ନାଇ ସ୍ଥିତ ଡିଏମକେ ମୁଖ୍ୟ କାର୍ଯ୍ୟାଳୟରେ ଷ୍ଟାଲିନ୍ ଦଳର ଦାୟିତ୍ୱ ଭାର ସମ୍ଭାଳିବା ପରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ । ଚଳିତ ମାସରେ କରୁଣାନିଧିଙ୍କ ମୃତ୍ୟୁ ପରେ ଏହି ଭାର ସମ୍ଭାଳିଛନ୍ତି ଷ୍ଟାଲିନ । ଦଳର ଜେନେରାଲ କାଉନସିଲ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଗତ ୧୪ ତାରିଖରେ ଦଳର ବରିଷ୍ଠ ନେତାମାନେ ଷ୍ଟାଲିନ୍ ୱେଟିଂ ପ୍ରିନ୍ସ ବୋଲି କହିବା ପରେ ଷ୍ଟାଲିନ୍ ଦ୍ୱିତୀୟ ସଭାପତି ହେବା ନେଇ ରାସ୍ତା ପରିଷ୍କାର ହୋଇସାରିଥିଲା । ତେବେ ଜେନେରାଲ କାଉନସିଲ ବୈଠକରେ ୬୫ ଜିଲ୍ଲାର ଦଳୀୟ ସମ୍ପାଦକ ଏହି ପଦବୀ ପାଇଁ ଷ୍ଟାଲିନଙ୍କ ନାଁକୁ ପ୍ରସ୍ତାବ ଦେଇଥିଲେ ।
<urn:uuid:863113aa-cc98-4989-9e2f-ffc109225362>
CC-MAIN-2018-47
http://kanaknews.com/mk-stalin-elected-dmk-president-azhagiri-not-pleased/
2018-11-20T07:40:39Z
s3://commoncrawl/crawl-data/CC-MAIN-2018-47/segments/1542039746301.92/warc/CC-MAIN-20181120071442-20181120093442-00213.warc.gz
ory
1.000003
Orya
8
{"ory_Orya_score": 1.0000030994415283}
ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲା ଚଳନ୍ତା ବସ୍ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଏହି ଅଘଟଣ ଘଟିଛି। ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲା ଚଳନ୍ତା ବସ୍ ପାଖାପାଖି ୫୦ ଜଣ ଯାତ୍ରୀ ବର୍ତ୍ତିଯାଇଥିଲେ । ସୂଚନା ଅନୁସାରେ, କ୍ରିଷ୍ଣା ନାମକ ଏକ ଘରୋଇ ବସ୍ ପାରାଦୀପରୁ ବାଲିପଡ଼ା ଯାଉ ଥିଲାବେଳେ ୧୧ କେଭିର ବିଦ୍ୟୁତ୍ ଖୁଣ୍ଟ ବସ୍ ଉପରେ ପଡ଼ି ଯାଇଥିଲା। ତେବେ ଖୁଣ୍ଟ ଭାଙ୍ଗି ପଡ଼ିଥିଲେ ବି ତାର ନ ଲାଗିବାରୁ ଅଳ୍ପକେ ଯାତ୍ରୀମାନେ ବର୍ତ୍ତିଯାଇଥିଲେ । ଆଜି ସକାଳ ୧୦ଟା ୩୦ ମିନିଟ୍ରେ ଏହି ଅଘଟଣ ଘଟିଛି। ଖବର ପାଇ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚିଥିଲେ। ଲାଇନ୍କୁ କାଟି ଦିଆଯାଇ ବସ୍ ଉପରୁ ଖୁଣ୍ଟିକୁ ହଟାଯାଇଥିଲା ।
<urn:uuid:f7af9e7e-5f7d-401b-911d-40af8fefd2fb>
CC-MAIN-2018-47
https://enewsodia.com/narrow-escape-for-passengers-after-high-tension-11-kv-electric-pole-falls-on-moving-bus/
2018-11-20T08:29:56Z
s3://commoncrawl/crawl-data/CC-MAIN-2018-47/segments/1542039746301.92/warc/CC-MAIN-20181120071442-20181120093442-00213.warc.gz
ory
1
Orya
5
{"ory_Orya_score": 1.0000003576278687}
ସମ୍ବଲପୁର, ୨୦/୨ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନର ଚେତାବନୀ ସପ୍ତାହର ଦ୍ୱିତୀୟ ଦିବସରେ ଆଜି ସମ୍ବଲପୁରରେ ସମସ୍ତ ପ୍ରଶାସନିକ ଦପ୍ତର, କୋର୍ଟ-କଚେରୀ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଆଦି ବନ୍ଦ ରହିଥିଲା। ଓକିଲ ତଥା ଜନସାଧାରଣ ମିଶି ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ମାନ୍ୟବର ବିଚାରପତିମାନଙ୍କୁ ନିବେଦନର ସହ ଫେରାଇ ଦିଆଯାଇଥିଲା। ଗତକାଲି ପ୍ରଥମ ଦିବସରେ ହିଁ ସହରର ଅନେକ ଏଟିଏମ୍ କାଉଣ୍ଟରରେ ଟଙ୍କା ସରିଯାଇଥିଲା। ଆଜି ଅପରାହ୍ନ ୫ଟା ପରେ ଏଟିଏମ୍ କାଉଣ୍ଟରରେ ଟଙ୍କା ଜମା କରାଯାଇ ପାରେ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ରିହାତି ପ୍ରଦାନ ପୂର୍ବକ କୁହାଯାଇଛି। ତେବେ ବ୍ୟାଙ୍କର ଅନ୍ୟାନ୍ୟ କାର୍ଯ୍ୟ ପାଇଁ କୌଣସି ରିହାତି ଦିଆଯାଇ ନାହିଁ। କଚେରୀ ଛକରେ ଆଜି ମଧ୍ୟ ଧାରଣା ଦେବାପାଇଁ ବହୁସଂଖ୍ୟାରେ ଓକିଲ ଏବଂ ଜନସାଧାରଣ ସମବେତ ହୋଇଥିବା ବେଳେ ଏଡ଼ଭୋକେଟ ରବି ପୂଜାରୀ ଏବଂ ଅରବିନ୍ଦ ନାୟକଙ୍କ ସଂଯୋଜନାରେ ହୋଇଥିବା ସଭାରେ ସର୍ବଶ୍ରୀ ଦିଲ୍ଲୀପ ପଣ୍ଡା, ମୁରାରୀ ପୁରୋହିତ, ହରି ନାରାୟଣ ପୁରୋହିତ, ଦୀପକ କୁମାର ପଣ୍ଡା, ପୁଷ୍ପାଞ୍ଜଳି ମହାପାତ୍ର, ସୁରେଶ୍ୱର ମିଶ୍ର ତଥା ଅନ୍ୟମାନେ ଉଦବୋଧନ ଦେଇଥିଲେ। ଏ ଲଢ଼େଇ ନିର୍ଣ୍ଣାୟକ ଲଢ଼େଇ ବୋଲି ଘୋଷଣା କରାଯିବା ସହିତ ଦାବି ପୂରଣ ସକାଶେ ଯେଉଁ ପଦକ୍ଷେପ ଗ୍ରହଣର ଆବଶ୍ୟକତା ଅଛି ସେ ପଦକ୍ଷେପ ନିଆଯାଉ ବୋଲି ପ୍ରସ୍ତାବ ଦେଇଥିଲେ। ଏପରିକି ସ୍ୱତନ୍ତ୍ର ରାଜ୍ୟ ଆନ୍ଦୋଳନକୁ ଶାଣିତ କରାଯାଉ ଏବଂ ବେଞ୍ଚ ପରିବର୍ତ୍ତେ ପୂର୍ଣ୍ଣାଙ୍ଗ ହାଇକୋର୍ଟର କାମନା କରାଯାଉ ବୋଲି ବକ୍ତାଗଣ ମତ ଦେଇଥିଲେ।
<urn:uuid:8585700f-1af8-4255-865a-2bd32012d4f4>
CC-MAIN-2018-47
http://odiapua.com/%E0%AC%B9%E0%AC%BE%E0%AC%87%E0%AC%95%E0%AD%8B%E0%AC%B0%E0%AD%8D%E0%AC%9F-%E0%AC%86%E0%AC%A8%E0%AD%8D%E0%AC%A6%E0%AD%8B%E0%AC%B3%E0%AC%A8-%E0%AC%AF%E0%AD%8B%E0%AC%97%E0%AD%81%E0%AC%81-%E0%AC%A6/
2018-11-14T15:51:57Z
s3://commoncrawl/crawl-data/CC-MAIN-2018-47/segments/1542039742117.38/warc/CC-MAIN-20181114150002-20181114171330-00050.warc.gz
ory
0.999968
Orya
6
{"ory_Orya_score": 0.9999682903289795}
ଦୁଆର ଦୁଆର ଭୋଓଟ ମାଗିବେ କାନ୍ଦି କୁମ୍ଭୀର କାନ୍ଦଣା ଥୋମଣୀରେ ତାଙ୍କ କହୁଣୀ ବାଜିବ ମାତ୍ର ସେଠି ସଂନ୍ତ୍ରାସବାଦ ସାଜି ସମାଜ ଆମ ସମ୍ପର୍କ ଭିତରେ ଆଣିଲା ଅନେକ ସମସ୍ୟା । ଝିଅ ଯିବାର ମାସେ ଭିତରେ ସ୍ତ୍ରୀ ମଧ୍ୟ ସବୁଦିନ ପାଇଁ କରୁଣାକର ବାବୁଙ୍କୁ ଏକୁଟିଆ କରି ଚାଲିଗଲେ ମହିଳାମାନଙ୍କର ପ୍ରଦର ରୋଗ, ଉଚ୍ଚ ରକ୍ତଚାପ, ତୁଣ୍ଡ ଘା', ମୁଣ୍ଡବିନ୍ଧା, ଆଳସ୍ୟ, ଶରୀର ଭାରି, ଚିଡ୍ଚିଡ଼ାପଣ, ବ୍ରଣ, ଚର୍ମରୋଗ ଆଦି ବହୁତ ରୋଗ କୋଷ୍ଠବଦ୍ଧତା ହିଁ କାରଣ ଅଟେ । ପ୍ରୀତିର କମ୍ୱଳ ଘୋଡ଼ି ଟୁପ୍ଟାପ୍ କଥା ହେଉଥିବା ପ୍ରୟାସ ଜାରିଅଛି ଥୋଇ ଦେବା ଲାଗି ଶୂନ୍ୟତା ଝୁଲିରେ ଯୋଜନା ଭବିଷ୍ୟତର । ପୁଅ ପାଖରେ ତ ସମୟ ନାହିଁ, ସେଥିପାଇଁ ଅଟୋ ନେଇ ଆସିଥିଲି । କିନ୍ତୁ ସେ ଅଟୋ ବାଲା ମତେ ଏଇଠି ଛାଡିଗଲା । ଜୀବନ୍ତ ଦେବତା ମୋ ପାଇଁ ସେ ଦୁହେଁ ତାଙ୍କ ବିନା କେହି ନାହିଁ ତାଙ୍କୁ ଘରେ ଛାଡି ମନ୍ଦିର ଯାଇକି ପଥର ପୂଜିବି କାହିଁ ।। ଏବଂ ଯୁଦ୍ଧ ରେ ବିଜୟ ପାଇଁ ମୋ ଛାତି , ଉପରେ ଚଢ଼ି ଆଗକୁ ବଢ଼ିବାକୁ ଆଦେଶ ଦେବେ । ସେ ଅଧିକାର ଦେଖେଇ ମୋ ଜେଜିମା କୁ କହେ ଏ ଖୁଡି ଏ ବର୍ଷ ଭଲ ଲୁଗା ଖଣ୍ଡେ କରି ଦେବୁ ଯେ, ତୋ ଜୋଇଁ ଆଇବ କଇଚି
<urn:uuid:ff2be15a-540b-481f-abc4-345b5e257fd0>
CC-MAIN-2018-47
http://www.ameodia.com/2017/page/4/
2018-11-19T15:32:39Z
s3://commoncrawl/crawl-data/CC-MAIN-2018-47/segments/1542039745800.94/warc/CC-MAIN-20181119150816-20181119172816-00126.warc.gz
ory
0.999983
Orya
13
{"ory_Orya_score": 0.9999825954437256}
ନିୟମିତ ଖାଆନ୍ତୁ କାଜୁ : ଶରୀରକୁ ମିଳିବ ୫ଟି ଫାଇଦା କାଜୁ ଏକ ଡ୍ରାଇ ଫ୍ରୁଟ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ । ଯେମିତି ସ୍ୱାଦ, ସେମିତି ଲାଭ ବି ଦିଏ । ଏମିତିରେ କାଜୁ ବହୁତ ମହଙ୍ଗା , ଏତେ ମହଙ୍ଗା ବି ନଥାଏ ଯେ କେହି ଏହାକୁ କିଣି ପାରିବେନି । କାଜୁ ଖାଇବାର ଅନେକ ଲାଭ ଅଛି । ଯଦି ଆପଣ କାଜୁର ଲାଭ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ଖବର ପଢ଼ନ୍ତୁ । • କାଜୁ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଠିକ ରହେ ଏବଂ ଶରୀରରେ ଫୁର୍ତ୍ତି ବଜାୟ ରହିବ । • କାଜୁରେ ପ୍ରୋଟିନର ମାତ୍ରା ଅଧିକ ଥାଏ । ଏହା ଖାଇବା ଦ୍ୱାରା ଶରୀରରେ ପ୍ରୋଟିନର ଅଭାବ ରହେନି । • କାଜୁରେ ଭିଟାମିନ-ବି ଥାଏ । ଏହା ଖାଇବା ଦ୍ୱାରା ସ୍ମରଣ ଶକ୍ତି ଭଲ ରହେ । • କାଜୁରେ ଥିବା ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ପାଚନ କ୍ରିୟାକୁ ଠିକ ରଖେ । • କାଜୁରେ ଥିବା ପ୍ରୋଟିନ ଆମର ହାଡକୁ ମଜବୁତ କରେ ।
<urn:uuid:44ae92ba-5ceb-404e-9f8b-19a902cc9058>
CC-MAIN-2018-47
http://kanaknews.com/benefits-of-cashews/
2018-11-20T23:45:15Z
s3://commoncrawl/crawl-data/CC-MAIN-2018-47/segments/1542039746847.97/warc/CC-MAIN-20181120231755-20181121013755-00286.warc.gz
ory
1.000006
Orya
8
{"ory_Orya_score": 1.0000057220458984}
କନକ ବ୍ୟୁରୋ : ଉପକୂଳ ଓଡ଼ିଶା ତୁଳନାରେ ପଛୁଆ ଅଂଚଳରେ କନ୍ୟା ସନ୍ତାନଙ୍କ ସଂଖ୍ୟା ଅଧିକ । ସିଭିଲ ରେଜିଷ୍ଟ୍ରେସନ ସିଷ୍ଟମ- ସିଆରଏସ ରିପୋର୍ଟରେ ଦିଆଯାଇଛି ଏମିତି ଆଖି ଖୋଲିଦେବା ଭଳି ତଥ୍ୟ । ଉନ୍ନତ ଓ ଶିକ୍ଷିତ ଅଂଚଳ ତୁଳନାରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅ ଅଧିକ । ୯ଟି ଜିଲ୍ଲାରେ ନବଜାତ ପୁତ୍ର ସନ୍ତାନଙ୍କ ଅପେକ୍ଷା କନ୍ୟା ସନ୍ତାନଙ୍କ ପ୍ରତି ଆଗ୍ରହ ବେଶୀ । ୩ଟି ଉପକୂଳ ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିଜୁ କନ୍ୟାରତ୍ନ ଯୋଜନା ଓ ଗୋଟିଏ ଜିଲ୍ଲାରେ କେନ୍ଦ୍ରର ବେଟି ବଚାଓ, ବେଟି ପଢ଼ାଓ ଯୋଜନାକୁ ଉପହାସ କରିଛି ସିଆରଏସର ଏହି ରିପୋର୍ଟ ।
<urn:uuid:5cd601b5-4f56-4c74-b57e-5a5f093c9ef3>
CC-MAIN-2018-47
http://kanaknews.com/crs-report-on-population-in-adivasi-area/
2018-11-20T23:43:04Z
s3://commoncrawl/crawl-data/CC-MAIN-2018-47/segments/1542039746847.97/warc/CC-MAIN-20181120231755-20181121013755-00286.warc.gz
ory
0.999986
Orya
5
{"ory_Orya_score": 0.9999855756759644}
ରାଉରକେଲା ୧୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସାରନଗରୀର ପୁରାତନ ତଥା ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ଏହାର କାର୍ଯ୍ୟାଳୟ ଠାରେ ଏକ ଆଲୋଚନାଚକ୍ର ଓ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଲୋଚନାଚକ୍ରରେ ଗାଳ୍ପିକା ଲିଳାବତୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ସମ୍ମାନୀୟ ଅତିଥି ଭାବେ ଡା. ରାହାସ ବିହାରୀ ମହାପାତ୍ର, ଶଚୀନ୍ଦ୍ର ସ୍ୱାଇଁ, ରମେଶ ଚନ୍ଦ୍ର ରଥ ଓ କବି ବିଚିତ୍ରାନନ୍ଦ ଦାସ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସାଧାରଣ ସଂପାଦକ ରବୀନ୍ଦ୍ର ବେହୁରିଆ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଆଲୋଚନାର ବିଷୟ ବସ୍ତୁ ଉଥାପନ କରିଥିଲେ। ସ୍ୱର୍ଗତଃ ମୂରଲୀଧର ପରିଜା, ଡାକ୍ତର କେ.କେ. ରାଓ ଓ ପୂର୍ବତନ ବିଧାୟକ ବ୍ରଜ କିଶୋର ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକଟ କରାଯାଇ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ 'ସାହିତ୍ୟରେ ଧର୍ମ ଓ ସଂସ୍କୃତି' ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାରେ ରମେଶ ଚନ୍ଦ୍ର ରଥ, ବିଚିତ୍ରାନନ୍ଦ ଦାସ, ରବୀନ୍ଦ୍ର ନାଥ ମହାପାତ୍ର, ଗୋବିନ୍ଦ ରାଉତରାୟ, କୁନ୍ତଳା ବେହେରା ଓ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ସୂଚିସ୍ମିତା ପଣ୍ଡା ଓ ଏବଂ ହରପ୍ରିୟା ପରିଡ଼ାଙ୍କ ସଂଯୋଜନାରେ କବିତା ପାଠ ଆୟୋଜନ କରାଯାଇଥିଲା। ଜାନକୀ ସାହୁ, ଲକ୍ଷ୍ମୀ ପଣ୍ଡା, ବ୍ରଜ କିଶୋର ରାଉତ, ଆରତୀ ବେହେରା, ଲିଳାବତୀ ମହାପାତ୍ର, ସୂଚିସ୍ମିତା ପଣ୍ଡା, ଶଚୀନ୍ଦ୍ର ସ୍ୱାଇଁ, ରବୀନ୍ଦ୍ର ବେହୁରିଆ, ବିଚିତ୍ରାନନ୍ଦ ଦାସ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସୂଚିସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
<urn:uuid:869103e4-64f2-4ba0-91a9-f082a4742b0d>
CC-MAIN-2018-47
http://odiapua.com/%E0%AC%B8%E0%AD%83%E0%AC%9C%E0%AC%A8%E0%AD%80-%E0%AC%B8%E0%AC%BE%E0%AC%B9%E0%AC%BF%E0%AC%A4%E0%AD%8D%E0%AD%9F-%E0%AC%B8%E0%AC%82%E0%AC%B8%E0%AC%A6%E0%AC%B0-%E0%AC%86%E0%AC%B2%E0%AD%8B%E0%AC%9A/
2018-11-21T00:31:18Z
s3://commoncrawl/crawl-data/CC-MAIN-2018-47/segments/1542039746847.97/warc/CC-MAIN-20181120231755-20181121013755-00286.warc.gz
ory
0.999992
Orya
4
{"ory_Orya_score": 0.9999920129776001}
ନିଜ ବାୟୋପିକ୍ର ନିର୍ମାଣ ଦେଖିବାକୁ ଚାହୁଁଛନ୍ତି ଗୋବିନ୍ଦା, କହିଲେ-ଅନେକ ଲୋକଙ୍କୁ ପ୍ରେରଣା ଦେବ ମୋ କାହାଣୀ ମୁମ୍ବାଇ: କମେଡ଼ି ଫିଲ୍ମ 'ଫ୍ରାଇଡ଼େ'କୁ ନେଇ ଆସୁଥିବା ବଲିଉଡ୍ ଅଭିନେତା ଗୋବିନ୍ଦା ଏତେ ଦିନ ପରେ ନିଜ ମନ କଥା ଖୋଲି କହିଛନ୍ତି । କୌଣସି ଗଡ୍ ଫାଦର ନଥାଇ ବଲିଉଡ୍ରେ ତିଷ୍ଟି ରହିବା ସହଜ ନୁହେଁ । ଏଠାରେ ତିଷ୍ଟିବା ପାଇଁ ସେ ଯେଉଁ ସଂଗ୍ରାମ କରିଛନ୍ତି ତାହା ତାଙ୍କ ସାଥୀ କଳାକାରମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି । ଫିଲ୍ମ 'ଫ୍ରାଇଡ଼େ'ର ଟ୍ରେଲର ଲଞ୍ଚ ଶନିବାର କରାଯାଇଥିବା ବେଳେ ତାଙ୍କର ବାୟୋପିକ୍ ତିଆରି ହେଉ ଏହା ସେ ଚାହାନ୍ତି ନା ନାହିଁ ବୋଲି ତାଙ୍କୁ ପ୍ରଶ୍ନ କରା ଯାଇଥିଲା । ଏହାର ଉତ୍ତର ରଖି, ମୋତେ ଲାଗୁନି କି ଏ ସମୟରେ ମୋ ଜୀବନୀକୁ ନେଇ ଫିଲ୍ମ ତିଆରି ହେବା ଦରକାର । କାରଣ ମୁଁ ଏବେ ଫିଲ୍ମ କରୁଛି । କିନ୍ତୁ ଯଦି ମୋ ଜୀବନୀ ଉପର ଫିଲ୍ମ ତିଆରି ହୁଏ ତେବେ ତାହା ନିଶ୍ଚୟ ସାଥୀ କଳାକାରମାନଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ ।
<urn:uuid:3f95d4cf-d945-40c6-94e3-8797a7f57836>
CC-MAIN-2018-47
http://sambad.in/entertainment/govinda-doesnt-want-a-biopic-to-be-made-on-him-because-of-this-reason-209539/
2018-11-20T23:52:06Z
s3://commoncrawl/crawl-data/CC-MAIN-2018-47/segments/1542039746847.97/warc/CC-MAIN-20181120231755-20181121013755-00286.warc.gz
ory
1.000001
Orya
3
{"ory_Orya_score": 1.000001311302185}
ଭୁବନେଶ୍ୱର: ଜଣେ ଚର୍ଚ୍ଚିତା ଟେଲି ନାୟିକା ହେଲେ ଦେବିକା ଅରୁନ୍ଧତୀ ସାମଲ। ସେ ସାର୍ଥକ ଟିଭିରେ ପ୍ରସାରିତ ମେଗା ସିରିଏଲ୍ 'ମୋ' ଜେଜେମା'ରେ ଫିମେଲ୍ ଲିଡ୍ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଅବଶ୍ୟ ତା'ପୂର୍ବରୁ ସେ ଶିଶୁ କଳାକାର ଭାବେ କେତୋଟି ଟେଲି ଧାରାବାହିକରେ ଅଭିନୟ କରିଥିଲେ। ଟେଲି ଓ ଯାତ୍ରା ଜଗତର ଜଣାଶୁଣା ଲେଖକ-ନିର୍ଦ୍ଦେଶକ ହିମାଂଶୁ ସାମଲ (ହେମି) ଓ ଜଣାଶୁଣା ଅଭିନେତ୍ରୀ ତଳୋତ୍ତମାଙ୍କ ଝିଅ ଦେବିକାଙ୍କୁ ଏହାପରେ 'ନେଇ ଯା'ରେ ମେଘ ମତେ'ରେ ବି ଦର୍ଶକ ଦେଖିବାକୁ ପାଇଛନ୍ତି।ସାଧାରଣତଃ ଟେଲି ନାୟିକାମାନେ ବଡ଼ ପରଦାରେ ବି କାମ କରିବାକୁ ଚାହାନ୍ତି ହେଲେ ଏଥିରେ ବ୍ୟତିକ୍ରମ ହେଉଛନ୍ତି ଦେବିକା ଅରୁନ୍ଧତୀ ସାମଲ। ଓଲିଉଡରୁ ଦେବିକାଙ୍କୁ ଅଫର୍ ମିଳିଛି, ହେଲେ ଟେଲି ଦୁନିଆଁକୁ ଛାଡି ଏତେ ଶୀଘ୍ର ଫିଲ୍ମରେ ପାଦ ଦେବାକୁ ସେ ଚାହାଁନ୍ତି ନାହିଁ । ଓଲିଉଡର ଏକ ନାମୀ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍ ପକ୍ଷରୁ ଏକ ଫିଲ୍ମରେ ଫିମେଲ୍ ଲିଡ ପାଇଁ ତାଙ୍କ ପାଖକୁ ଅଫର୍ ଆସିଥିଲା, ହେଲେ ସେ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେହିପରି ସେ ଅନ୍ୟ ସିନେମାର ଅଫରକୁ ଛାଡିଛନ୍ତି।
<urn:uuid:5a172117-aa08-40b0-b547-2dd79dc82108>
CC-MAIN-2018-47
http://sambad.in/entertainment/tele-heroine-devika-165372/
2018-11-21T00:05:08Z
s3://commoncrawl/crawl-data/CC-MAIN-2018-47/segments/1542039746847.97/warc/CC-MAIN-20181120231755-20181121013755-00286.warc.gz
ory
0.999981
Orya
3
{"ory_Orya_score": 0.9999812841415405}
କେଶକୁ ମଜଭୂତ ରଖେ କର୍ପୁର ! ଜାଣନ୍ତୁ କିପରି କରିବେ ବ୍ୟବହାର ସାଧାରଣତଃ ପୂଜା ପାଠରେ କର୍ପୁର ବ୍ୟବହାର କରାଯାଏ । କିନ୍ତୁ କଣ ଆପଣ ଜାଣନ୍ତି କର୍ପୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଏହାର ବ୍ୟବହାର ଆର୍ୟୁବେଦରେ ମଧ୍ୟ କରାଯାଇଛି । କର୍ପୁର କେଶ ସମସ୍ୟାରୁ ମୁକ୍ତି ଦେବା ସହ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । • କର୍ପୁର ତ୍ୱଚାକୁ ବ୍ରଣ, କଳାଦାଗ ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିପାଇଁ ପ୍ରତିଦିନ କର୍ପୁର ତେଲ ମୁହଁରେ ଲଗାନ୍ତୁ । • କର୍ପୁର ତେଲ କେଶ ପାଇଁ ମଧ୍ୟ ଲାଭଦାୟକ । କର୍ପୁର ତେଲକୁ ଅନ୍ୟ ବାସ୍ନା ତେଲ ସହ ମିଶାଇ କେଶରେ ଲଗାନ୍ତୁ । ଏହା ଦ୍ୱାରା କେଶ ମୂଳ ମଜଭୂତ ହେବା ସହ ଝଡିବା ମଧ୍ୟ କମିଥାଏ । • ଶୀତ ଦିନେ ଗୋଇଠି ଫାଟିବା ଏକ ସାଧାରଣ ସମସ୍ୟା । ତେଣୁ ଏଥିରୁ ମୁକ୍ତ ପାଇବା ପାଇଁ ଅଳ୍ପ ଗରମ ପାଣିରେ କିଛି କର୍ପୁର ମିଶାନ୍ତୁ । ପାଦକୁ କିଛି ସମୟ ପାଇଁ ଏହି ପାଣିରେ ବୁଡାଇ ରଖନ୍ତୁ । ଏପରି ଲଗାତାର ୧୫ରୁ ୨୦ ଦିନ ଯାଏଁ କଲେ ଏହି ସମସ୍ୟାରୁ ମୁକ୍ତି ମଳିଥାଏ । • ଖେଳିବା ସମୟରେ ଯଦି ଖଣ୍ଡିଆ ହୋଇଯାଏ ବା ଶରୀରର କୌଣସି ସ୍ଥାନ ଅଳ୍ପ ପୋଡି ଯାଇଥାଏ ତେବେ କର୍ପୁର ବ୍ୟବହାର କଲେ ଖୁବ୍ ଶୀଘ୍ର ଆରାମ ମିଳିଥାଏ । ଏହା ସହ ଦେଖନ୍ତୁ ଯାତ୍ରା ସମୟରେ ବାନ୍ତି ଲାଗୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର
<urn:uuid:f45b170a-857e-43fb-977e-74c1a81d7592>
CC-MAIN-2018-47
http://kanaknews.com/life-style-benefits-of-camphor/
2018-11-17T22:14:41Z
s3://commoncrawl/crawl-data/CC-MAIN-2018-47/segments/1542039743854.48/warc/CC-MAIN-20181117205946-20181117231946-00335.warc.gz
ory
1.000007
Orya
4
{"ory_Orya_score": 1.0000073909759521}
କେରଳ ବନ୍ୟା : ମୁଲାପେରିୟାର ଜଳଭଣ୍ଡାରର ଜଳସ୍ତର ୧୩୯ ଫୁଟ ରଖିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ମୁଲାପେରିୟାର୍ ଜଳଭଣ୍ଡାରର ଜଳ ସ୍ତର ୧୩୯ ଫୁଟ୍ ମଧ୍ୟରେ ରଖିବାକୁ ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି କେରଳ ସରକାର ଅଭିଯୋଗ କରିଥିଲେ କି ମୁଲାପେରିୟାର ଜଳଭଣ୍ଡାରରୁ ତାମିଲନାଡୁ ସରକାର ହଠାତ୍ ଜଳନିଷ୍କାସନ କରିଦେବାରୁ ଏପରି ପ୍ରଳୟଙ୍କାରୀ ବନ୍ୟା ଦେଖାଯାଇଛି। ଏହି ମମଲାର ବିଚାର କରି ସୁପ୍ରିମ୍କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ତାମିଲନାଡୁ ସରରକାରଙ୍କୁ ମୁଲାପେରିୟାର ଜଳଭଣ୍ଡାର ଜଳସ୍ତର ୧୩୯ ଫୁଟ୍ ରଖିବାକୁ ନିର୍ଦ୍ଦେଶ ଦେବା ସହ କହିଥିଲେ କି ଦୁଇ ରାଜ୍ୟ ମଧ୍ୟରେ ଉପୁଜିଥିବା ବିବାଦକୁ ଆମେ ବିଚାର ପରିସରଭୁକ୍ତ କରୁ ନାହିଁ। ଆମେ ବିପର୍ଯ୍ୟୟ ପରିଚାଳନାକୁ ଗୁରୁତ୍ୱ ଦେଉଛୁ। ଆମେ କେବଳ, ଲୋକଙ୍କର ଜୀବନ ରକ୍ଷା ଓ ସୁରକ୍ଷିତ ବସବାସକୁ ପ୍ରାଧାନ୍ୟ ଦେଉଛୁ। ଅଗଷ୍ଟ ୧୭ ତାରିଖ ଦିନ ସୁପ୍ରିମକୋର୍ଟର ଜାତୀୟ ସଂକଟ ପରିଚାଳନା କମିଟି ଏବଂ ବିପର୍ଯ୍ୟୟ ପରିଚାଳନା ସବ୍-କମିଟିକୁ ମୁଲାପେରିୟାର ଜଳଭଣ୍ଡାରର ଜଳପତ୍ତନ ୧୪୨ ଫୁଟ୍ରେ ପହଞ୍ଚବା ପରେ ଏହାକୁ ୧୩୯ ଫୁଟ୍ ମଧ୍ୟରେ ସୀମିତ ରଖାଯିବା ପ୍ରସଙ୍ଗରେ ନୋଟିସ୍ କରିଥିଲେ। କେରଳ ବନ୍ୟା ମନୁଷ୍ୟକୃତ ବୋଲି ଅଭିଯୋଗ ଆସିବା ପରେ କେରଳ ସରକାର ତାମିଲନାଡୁ ଉପରେ ଦୋଷାରୋପ କରିଥିଲେ। ଉଲ୍ଲେଖଯୋଗ୍ୟ କି ମୁଲାପେରିୟାର୍ ଜଳଭଣ୍ଡାର ପେରିୟାର ନଦୀରେ ନିର୍ମାଣ କରାଯାଇଛି। ଏହା କେରଳର ଇଡୁକି ଜିଲ୍ଲାକୁ ଲାଗି ରହିଛି।
<urn:uuid:06eb27c2-50fe-4ea1-8dd6-908e486db110>
CC-MAIN-2018-47
http://sambad.in/india-and-beyond/sc-orders-to-maintain-mullaperiyar-dam-water-level-at-200132/
2018-11-19T03:20:27Z
s3://commoncrawl/crawl-data/CC-MAIN-2018-47/segments/1542039745015.71/warc/CC-MAIN-20181119023120-20181119045120-00495.warc.gz
ory
0.999816
Orya
6
{"ory_Orya_score": 0.999816358089447}
ପୋଦିନା ପତ୍ରରେ ଭାରି ରହିଛି ଔଷଧୀୟ ଗୁଣ । ଏହା ଖାଇବା ପାଇଁ ଯେତିକି ସ୍ଵାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ । ଏହା ଏକ ଭଲ ମାଉଥ୍ଫ୍ରେସ୍ନର ମଧ୍ୟ । ଏହା ବିଭିନ୍ନ ରୋଗ ମଧ୍ୟ ଦୂର କରିଥାଏ । ଏଥିରେ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଥାଏ । ତେବେ ଆସନ୍ତୁ ଜାଣିବା ପୋଦିନାର ଚମତ୍କାରୀ ଗୁଣ ବିଷୟରେ। । ଜାଣନ୍ତୁ ପୋଦିନାର ଚମତ୍କାରୀ ଗୁଣ :- - ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତା'ର ରସକୁ ସେହି ଜାଗାରେ ଲଗାଇ ଦିଅନ୍ତୁ। ଘା' ଶୀଘ୍ର ଶୁଖି ଯିବ। ଘା' ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ। - ଖରା ଦିନେ ଅଂଶୁଘାତ ହୁଏ। ଅଂଶୁଘାତ ଆକ୍ରାନ୍ତଙ୍କୁ ପୋଦିନା ରସ ପିଇବାକୁ ଦେଲେ ଭଲ। ଖରାରେ ବାହାରକୁ ଯିବା ପୂର୍ବରୁ ବି ଆପଣ ପୋଦିନା ରସ ପିଇ ପାରିବେ। - ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ଦୁଇ ଘଣ୍ଟା ବ୍ୟବଧାନରେ ରୋଗୀକୁ ପିଆନ୍ତୁ। ବାନ୍ତି ବନ୍ଦ ହୋଇଯିବ। - ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଥିଲେ ପୋଦିନା ରସକୁ ପାଣିରେ ମିଶାଇ ପିଇଲେ ଉପଶମ ମିଳେ। - ପେଟ ବ୍ୟଥା ହେଉଥିଲେ ପୋଦିନାକୁ ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ମିଶାଇ ପିଅନ୍ତୁ । ପେଟ ବ୍ୟଥା ଦୂର ହୋଇଯିବ। - ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ। ପୋଦିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ । - ଅନେକ ପ୍ରକାର ଚର୍ମରୋଗକୁ ନାଶ କରିଥାଏ ପୋଦିନା। ଚର୍ମ ରୋଗ ହେଲେ ପୋଦିନା ପତ୍ରର ପ୍ରଲେପ ଲଗାଇବା ଦ୍ୱାରା ଆରାମ ମିଳିଥାଏ ।
<urn:uuid:3849a27d-3487-49fa-96e1-916dbe4a9709>
CC-MAIN-2018-47
https://enewsodia.com/amp/health-benefit-of-mints/
2018-11-19T03:38:06Z
s3://commoncrawl/crawl-data/CC-MAIN-2018-47/segments/1542039745015.71/warc/CC-MAIN-20181119023120-20181119045120-00495.warc.gz
ory
1.000006
Orya
15
{"ory_Orya_score": 1.0000059604644775}
ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ସପ୍ତମ ଧନୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ସପ୍ତମ ସ୍ଥାନରେ ଅଛନ୍ତି । ଇଲେକ୍ସନ ୱାଚ୍ ଓ ଆସୋସିଏସନ ଫର ଡେମେକ୍ରାଟିକ ରିଫର୍ମ ପକ୍ଷରୁ ପ୍ରକାଶିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ତାଲିକାରୁ ଏହା ଜଣାପଡିଛି । ଏହି ତାଲିକାରେ ନବୀନ ପଟ୍ଟନାୟକଙ୍କୁ ଦେଶର ସପ୍ତମ ଧନୀ ମୁଖ୍ୟମନ୍ତ୍ରୀର ମାନ୍ୟତା ଦିଆଯାଇଛି । ନବୀନଙ୍କର ମୋଟ୍ ୧୨ କୋଟି ୬ଲକ୍ଷ ୩୭ହଜାର ୪୩୩ ଟଙ୍କାର ସମ୍ପତି ରହିଛି । ଯେଉଁଥିରେ ରହିଛି ୧୭ ଲକ୍ଷ ୭୫ହଜାର ୪୩୩ଟଙ୍କାର ସ୍ଥାବର ସମ୍ପତି। ଦେଶର ଧନୀ ମୁଖ୍ୟମନ୍ତ୍ରୀଙ୍କ ଶୀର୍ଷରେ ଅଛନ୍ତି ଆନ୍ଧ୍ରପ୍ରଦେଶ ଚନ୍ଦ୍ରବାବୁ ନାଇଡ଼ୁ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ, ତୃତୀୟ ସ୍ଥାନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ଗଣତାନ୍ତ୍ରିକ ସଂସ୍କାର ସଂଘ(ଏଡିଆର୍) ପକ୍ଷରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ସେଥିରେ ନବୀନ ପଟ୍ଟନାୟକ ଦେଶର ସପ୍ତମ ଧନୀ ମୁଖ୍ୟମନ୍ତ୍ରୀର ମାନ୍ୟତା ରଖିଥିବା ଜଣାଯାଇଛି । ଅପରପକ୍ଷେ, ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଥିବା ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁଙ୍କର ୧୭୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି । ସେହିପରି ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ପ୍ରେମା ଖାଣ୍ଡୁ(ଅରୁଣାଚଳ ପ୍ରଦେଶ)ଙ୍କର ସମ୍ପତ୍ତିର ମୂଲ୍ୟ ୧୨୯ କୋଟିରୁ ଅଧିକ । ତୃତୀୟ ସ୍ଥାନରେ ଥିବା କ୍ୟାପ୍ଟେନ୍ ଅମରିନ୍ଦର ସିଂହ(ପଞ୍ଜାବ) ୪୮ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ ବୋଲି ଜଣାଯାଇଛି । ସବୁଠାରୁ କମ୍ ସମ୍ପତ୍ତି(୨୬ ଲକ୍ଷ) ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ସରକାରଙ୍କର ଥିବା ବେଳେ ତାଙ୍କ ଉପରକୁ ଥିବା ମମତା ବାନାର୍ଜୀ(ପଶ୍ଚିମବଙ୍ଗ)ଙ୍କର ୩୦ ଲକ୍ଷ ଏବଂ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କର ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା କଥା ଏଡିଆର୍ ତଥ୍ୟରୁ ଜଣାଯାଇଛି । ପଢନ୍ତୁ;
<urn:uuid:c0179312-c49c-4896-aa3d-a3ed606ac0bb>
CC-MAIN-2018-47
https://enewsodia.com/amp/naveen-pattanaik-7-richiest-cm/
2018-11-19T02:42:38Z
s3://commoncrawl/crawl-data/CC-MAIN-2018-47/segments/1542039745015.71/warc/CC-MAIN-20181119023120-20181119045120-00495.warc.gz
ory
1.000007
Orya
14
{"ory_Orya_score": 1.0000072717666626}
ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୩.୭୧ ଲକ୍ଷ କୋଟି ଟଙ୍କା ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗତ ବର୍ଷ ପ୍ରତିଦିନ ୩୦୦ କୋଟି ଟଙ୍କା ଲେଖାଏଁ ବଢିଛି। ବାର୍କଲେଜ ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୧୮ ଦ୍ଵାରା ପ୍ରକାଶିତ ଏହି ରିପୋର୍ଟରୁ ଏହା ଜଣାପଡିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୩ ଲକ୍ଷ ୭୧ ହଜାର କୋଟି ଟଙ୍କାର ସମ୍ପତ୍ତି ସହ ସପ୍ତମ ଥର ପାଇଁ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଗୋଟିଏ ବର୍ଷରେ ତାଙ୍କର କମ୍ପାନୀ ସେୟାର ମୂଲ୍ୟ ୪୫% ବୃଦ୍ଧି ପାଇଛି। ତାଙ୍କ ପରେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଯଥାକ୍ରମେ ଏସ୍ପି ହିନ୍ଦୁଜା ଆଣ୍ଡ ଫାମିଲି, ଏଲଏନ୍ ମିତ୍ତଲ ଆଣ୍ଡ ଫାମିଲି ଓ ଅଜିମ ପ୍ରେମଜି ରହିଛନ୍ତି। ସେମାନଙ୍କ ସମ୍ପତ୍ତି ଯଥାକ୍ରମେ ୧ ଲକ୍ଷ ୫୯ ହଜାର କୋଟି, ୧ ଲକ୍ଷ ୧୪ ହଜାର କୋଟି ଏବଂ ୯୬ ହଜାର ୧୦୦ କୋଟି ଟଙ୍କା ରହିଛି। ଏହି ତାଲିକାରେ ୧,୦୦୦ କୋଟି ଅବା ଏହାଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଲୋକଙ୍କୁ ସାମିଲ କରାଯାଇଛି। ଭାରତରେ ୮୩୧ ଜଣଙ୍କ ନିକଟରେ ୧,୦୦୦ କୋଟି ଅବା ଏହାଠାରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ତାଲିକାର ପଞ୍ଚମ ସ୍ଥାନରେ ଦିଲୀପ ସିଂଘଭୀ, ଷଷ୍ଠ ସ୍ଥାନରେ ଉଦୟ କୋଟାକ, ସପ୍ତମରେ ସାଇରସ୍ ଏସ୍ ପୁନାୱାଲା, ଅଷ୍ଟମରେ ଗୌତମ ଆଦାନୀ ଆଣ୍ଡ ଫାମିଲି ଏବଂ ନବମ ସ୍ଥାନରେ ଶାପୁର ପାଲୋନଜି ମିସ୍ତ୍ରି ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି।
<urn:uuid:417850c2-0e98-480c-af10-9fc99ad13733>
CC-MAIN-2018-47
https://enewsodia.com/mukesh-ambani-richest-man-in-the-country/
2018-11-20T14:02:36Z
s3://commoncrawl/crawl-data/CC-MAIN-2018-47/segments/1542039746398.20/warc/CC-MAIN-20181120130743-20181120152743-00095.warc.gz
ory
0.999995
Orya
6
{"ory_Orya_score": 0.9999949932098389}
ନୂଆଦିଲ୍ଲୀ: ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର। ବିଏସ୍ଏନ୍ଏଲ୍ ଦେଶର ପ୍ରଥମ ଇଣ୍ଟରନେଟ ଟେଲିଫୋନ୍ ସେବା ଆରମ୍ଭ କରିବାକୁ ଯାଉଛି ବୋଲି ମଙ୍ଗଳବାର ଘୋଷଣା କରିଛି। ଏହା ଜରିଆରେ ବ୍ୟବହାରକାରୀ ମୋବାଇଲ୍ ଆପ୍ ମାଧ୍ୟମରେ ଭାରତର କୌଣସି ଟେଲିଫୋନ୍ କମ୍ପାନିର ମୋବାଇଲ୍ ନମ୍ବରକୁ ମାଗଣାରେ କଲ କରି ପାରିବେ। ସୂଚନାଯୋଗ୍ୟ, ବିଏସ୍ଏନ୍ଏଲ୍ର ଗ୍ରାହକ 'ଉଇଙ୍ଗସ' ମୋବାଇଲ ଆପ୍ ଜରିଆରେ ସମଗ୍ର ଦେଶରେ ଥିବା କୌଣସି ବି ମୋବାଇଲ ନମ୍ବରକୁ କଲ କରି ପାରିବେ। ଏହା ସିମ୍କାର୍ଡ ବ୍ୟବହାର ନ କରି ବି କରି ପାରିବେ। 'ଉଇଙ୍ଗସ' ଆପ୍ର ଫାଇଦା ଉଠାଇବା ପାଇଁ କେବଳ ଓ୍ଵାନ୍ ଟାଇମ୍ ଫିସ୍ ଦେବାକୁ ପଡ଼ିବ। ବିଏସ୍ଏନ୍ଏଲ୍ ପକ୍ଷରୁ ପ୍ରକାଶ କି, 'ଉଇଙ୍ଗସ୍'ର ବେଷ୍ଟ କଲିଂ ସର୍ଭିସ୍ ନେବା ପାଇଁ ରେଜିଷ୍ଟ୍ରେସନ୍ ଚଳିତ ସପ୍ତାହରେ ଆରମ୍ଭ ହେବ। ଗ୍ରାହକ ଜୁଲାଇ ୨୫ରେ ଏହାକୁ ବ୍ୟବହାର କରି ପାରିବେ। ଏଥିପାଇଁ ଗ୍ରାହକ ବିଏସ୍ଏନ୍ଏଲ୍ ଓ୍ଵାଇ-ଫାଇ କିମ୍ବା ଅନ୍ୟ କୌଣସି ସେବା ପ୍ରଦାନ କରୁଥିବାର ଇଣ୍ଟରନେଟ ପ୍ରୟୋଗ କରି ପାରିବେ।
<urn:uuid:a9ff790e-a2d0-4e7a-95e9-59769409d4cb>
CC-MAIN-2018-47
http://sambad.in/business/bsnl-starts-first-internet-telephony-service-175272/
2018-11-21T18:12:57Z
s3://commoncrawl/crawl-data/CC-MAIN-2018-47/segments/1542039749562.99/warc/CC-MAIN-20181121173523-20181121195523-00255.warc.gz
ory
0.999966
Orya
5
{"ory_Orya_score": 0.9999662637710571}
ଦିନ ମଜୁରିଆ ପରିବାରର ଦୁଃଖ: ଦାଦନ ନେଲା ୨ପୁଅର ଜୀବନ ମେଙ୍ଗାଲୁରୁ ନିକଟରେ ସମୁଦ୍ରରେ ମାଛ ଧରୁଥିଲା ବେଲେ ଜୀବନ ହାରିଲେ ୨ ଭାଇ ସୁନ୍ଦରଗଡ଼: ଭିଟାମାଟିରେ କାମ ନମିଳିବାରୁ ପେଟ ପାଳିବା ପାଇଁ କର୍ଣ୍ଣାଟକର ମେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିବା ୨ ଭାଇ ସମୁଦ୍ରରେ ବୁଡ଼ି ମରି ଯାଇଛନ୍ତି। ଗତ ଜାନୁଆରି ୩ରେ ବଡ଼ ପୁଅର ମୃତ୍ୟୁ ହୋଇଥିବା ବେଳେ ଗତ ଅଗଷ୍ଟ ୨୫ରେ ଦ୍ୱିତୀୟ ପୁତ୍ର ରାଜୁ ରଣାର ଜୀବନ ଯାଇଥିଲା। ରୋଜଗାରିଆ ପୁଅ ଦ୍ୱୟଙ୍କ ବିୟୋଗରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବାପା ରାମସିଓ ରାଣା। ଏଭଳି ଖବର ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ସରବାହାଲରୁ ଆସିଛି। ସୂଚନା ଅନୁସାରେ ରାମସିଓଙ୍କ ବଡ଼ପୁଅ ବିରଜୁ ରାଣା(୨୭) ୨ ବର୍ଷ ତଳେ ମେଙ୍ଗାଲୁରୁ ଯାଇଥିଲେ। ସେଠାରେ ସେ ଏକ ମାଛଧରା ସଂସ୍ଥାରେ କାମ କରୁଥିଲେ। ଦୁଃଖର ବିଷୟ ବିରଜୁ ଗତ ଜାନୁଆରି ୩ରେ ଅନ୍ୟଦିନ ଭଳି ସାଙ୍ଗମାନଙ୍କ ସହିତ ମାଛ ଧରିବାକୁ ସମୁଦ୍ର ଭିତରକୁ ପ୍ରବେଶ କରିଥିଲେ। ମାତ୍ର ୨ଟି ଡଙ୍ଗା ମଧ୍ୟରେ ଧକ୍କା ହେବାରୁ ବିରଜୁ ଖସି ପଡ଼ି ଯାଇଥିଲେ। ସାଙ୍ଗମାନେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲା। ପରେ ସେମାନେ ଘଟଣା ସମ୍ପର୍କରେ ମାଲିକଙ୍କୁ କହିଥିଲେ। ପରିବାର ପକ୍ଷରୁ ମାଲିକଙ୍କୁ ଯୋଗାଯୋଗ ହୋଇଛି। ବିରଜୁଙ୍କ ମୃତଦେହ ଉଦ୍ଧାର କରାଯାଇ ନାହିଁ ବୋଲି ମାଲିକ କହିଛି। ଘଟଣା ସମ୍ପର୍କରେ ଲୁହଭରା କଣ୍ଠରେ ପିତା ରାମସିଓ କୁହନ୍ତି, ତାଙ୍କର ୬ଜଣ ପୁଅ ଝିଅ। ୨ ଝିଅଙ୍କ ବାହା ଘର ସରିଛି। ବଡ଼ ପୁଅ ଓ ଦ୍ୱିତୀୟ ପୁଅଙ୍କ ମୃତ୍ୟୁ ହେବା ପରେ ଏବେ ୧୨ ରୁ ୧୪ ବର୍ଷର ୨ଟି ପୁଅ ଅଛନ୍ତି। ଦିନ ମଜୁରିଆ ରାମସିଓ ସ୍ତ୍ରୀ ଓ ୨ ପିଲାଙ୍କୁ ଖାଇବା ଯୋଗାଇବା ଅସମର୍ଥ ହୋଇ ପଡ଼ିଛନ୍ତି।
<urn:uuid:c2e99f2b-d8b7-4294-bcba-196fa4d194dd>
CC-MAIN-2018-51
http://sambad.in/district/sundargarh/labour-brothers-dead-in-mangalore-60594/
2018-12-15T05:38:48Z
s3://commoncrawl/crawl-data/CC-MAIN-2018-51/segments/1544376826715.45/warc/CC-MAIN-20181215035757-20181215061757-00495.warc.gz
ory
0.999975
Orya
6
{"ory_Orya_score": 0.9999746084213257}
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା? ହେବ ବିଚାର ବିଭାଗୀୟ ତଦନ୍ତ ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ଥିବା ରତ୍ନଭଣ୍ଡାର ଚାବି ହଜି ଯାଇଛି। ଏନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇବା ପରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି ଘଟଣାର ତଦନ୍ତ କରିବେ। କେଉଁ ପରିସ୍ଥିତିରେ ରତ୍ନଭଣ୍ଡାର ଚାବି ହଜିଲା ଓ କାହିଁକି ମିଳୁନି ତାହାର ହେବ ତଦନ୍ତ। ୩ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଇନ୍ମନ୍ତ୍ରୀ ପ୍ରତାପ ଜେନା ଭେଟିଥିଲେ। ଏହି ସମୟରେ ସେ ରତ୍ନଭଣ୍ଡାର ଚାବି ହଜିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବିଚାର ବିମର୍ଷ ପରେ ମୁଖ୍ୟମନ୍ତ୍ରୀ ଏକ ପ୍ରେସ ରିଲିଜ ଜରିଆରେ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଛି। ଏପ୍ରିଲ ୪ ତାରିଖ ପରିଚାଳନା କମିଟି ବୈଠକ ବିବରଣୀରୁ ଏହା ସ୍ପଷ୍ଟ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ପାଖରେ ଯଦି ଚାବି ନ ଥିଲା, ତାହାହେଲେ କାହିଁକି ବୀର ଦର୍ପରେ ସର୍ଚ୍ଚ ଲାଇଟ୍ ସହ ୧୭ ଜଣିଆ ଯାଞ୍ଚକାରୀ ଦଳ ମନ୍ଦିର ପ୍ରବେଶ କରିଥିଲେ? ଯାହା ଏବେ କୋଟି ଓଡ଼ିଆଙ୍କ ମନ ସନ୍ଦେହ ସୃଷ୍ଟି କରିଛି। ସବୁଠୁ ବଡ଼ କଥା ହେଉଛି ଭିତର ରତ୍ନଭଣ୍ଡାର ଯାଞ୍ଚ ମିଶନ୍ ଫେଲ୍ ମାରିବା ଓ ଚାବି ହଜିଥିବା ବିଷୟ ସ୍ପଷ୍ଟ ହେବାକୁ ୨ ମାସ ବିତିଲାଣି। ହେଲେ ଚାବି କୁଆଡ଼େ ଗଲା, କିଏ ନେଲା ଓ ଏବେ କାହା ପାଖରେ ଅଛି ସେନେଇ ତଦନ୍ତ କରାଯାଇନଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ କୋଟି ଓଡ଼ିଆଙ୍କ ମନରେ କଠୋର ଆଘାତ ଲାଗିଥିଲା। ଜଗନ୍ନାଥ ସେନା ଓ ଅନ୍ୟାନ୍ୟ ସଙ୍ଗଠନ ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ବିଜେପି ଓ କଂଗ୍ରେସ ମଧ୍ୟ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ସମାଲୋଚନା କରିଥିଲେ। ଯାହାକୁ ନେଇ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଯାଇଥିଲେ। ତେବେ ପରିସ୍ଥିତି ଜଟିଳ ହେଉଥିବା ଦେଖି ଆଜି ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
<urn:uuid:b2945fde-0b9c-46b2-90da-f3ff55bed32a>
CC-MAIN-2018-51
https://odishareporter.in/odisha/puri-srimandir-ratna-bhandar-242044
2018-12-16T10:35:22Z
s3://commoncrawl/crawl-data/CC-MAIN-2018-51/segments/1544376827639.67/warc/CC-MAIN-20181216095437-20181216121437-00175.warc.gz
ory
0.999992
Orya
4
{"ory_Orya_score": 0.9999915361404419}
ସୌନ୍ଦର୍ଯ୍ୟ ଚର୍ଯ୍ୟାରେ ଡାଳିମ୍ବର ଭୂମିକା ମୁଖ ହେଉଛି ଶରୀରର କେନ୍ଦ୍ରବିନ୍ଦୁ । ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ ଏବଂ ଆକର୍ଷଣୀୟ ଦେଖାଯିବାର ଇଚ୍ଛା ସମସ୍ତଙ୍କର ଥାଏ । ତେଣୁ ସୁନ୍ଦର ଦେଖାଯିବାର ଇଚ୍ଛାରେ ଅନେକ ଲୋକ ମହଙ୍ଗା ସୌନ୍ଦର୍ଯ୍ୟ ଦ୍ରବ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ କେବଳ ଡାଳିମ୍ବର ବ୍ୟବହାରରେ ସୁନ୍ଦର, ଉଜ୍ଜଳ ଓ ବେଦାଗ ତ୍ୱଚା ପାଇପାରିବେ । ଏହା ସହିତ ବୟସ ଜନିତ କୁଞ୍ଚିତ ତ୍ୱଚାରେ ମଧ୍ୟ ଏହା କାର୍ୟ୍ୟ କରିଥାଏ । ଯାହା ବୟସ ବଢିବାର ଲକ୍ଷଣକୁ କମ କରିଥାଏ । ଆମେ ଆଜି ଆପଣଙ୍କୁ ଏପରି ଫେସ୍ ମାସ୍କ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ ଉଜ୍ଜଳ, ବେଦାଗ ତ୍ୱଚା ପାଇପାରିବେ । - ଡାଳିମ୍ବର ଦାନାକୁ ପେଷ୍ଟ କରନ୍ତୁ । ଏହି ପେଷ୍ଟରେ ଗୋଟିଏ ଚାମଚ ମହୁ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ସମ୍ପୂର୍ଣ୍ଣ ଚେହେରା ଓ ବେକରେ ଭଲଭାବେ ଲଗାଇ ଦିଅନ୍ତୁ । କିଛି ସମୟ ଏହାକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହା ଶୁଖିଗଲା ପରେ ହାଲକା ଉଷୁମ ପାଣିରେ ଚେହେରାକୁ ଧୋଇଦିଅନ୍ତୁ । ଚେହେରାର ଚମକ ଆପଣଙ୍କୁ ସ୍ପଷ୍ଟ ଭାବେ ନଜର ଆସିବ । - ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ସେହିପରି ଡାଳିମ୍ବରେ ଆଣ୍ଟି-ଅକ୍ସିଡାଣ୍ଟର ଗୁଣ ଥାଏ । ଏହି ମିଶ୍ରଣ ତ୍ୱଚାର ଉଜ୍ଜଳ ଆଣିବାରେ ସାହାଯ୍ୟ କରିଥାଏ । ଡାଳିମ୍ବର ଦାନାକୁ ପେସି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ଲେମ୍ବୁରସ ମିଶାଇ ଚେହେରାରେ ଲାଗାନ୍ତୁ । କିଛି ସମୟ ପରେ ଚେହେରାକୁ ସଫା ପାଣିରେ ଧୋଇ ଦିଅନ୍ତୁ । - ଉଜ୍ଜଳ ଓ ବେଦାଗ ତ୍ୱଚା ପାଇବା ପାଇଁ ଏହା ସବୁଠାରୁ ଭଲ ଉପାୟ । ଡାଳିମ୍ବର କିଛି ଦାନାକୁ ପେଶି ସେଥିରେ ଦହିକୁ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ଚେହେରାରେ ଲଗାଇ କିଛି ଡେରି ପର୍ୟ୍ୟନ୍ତ ଛାଡି ଦିଅନ୍ତୁ । କିଛି ସମୟ ପରେ ଚେହେରାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଫରକ ଆପଣଙ୍କୁ ନିଶ୍ଚୟ ଜଣାପଡିବ । - ଡାଳିମ୍ବ ଓ ଓଟମୀଲ୍ର ମିଶ୍ରଣ ଚେହେରାରେ ଚମକ ଆଣିବାର ଏକ ଭଲ ଉପାୟ । ଏହାଦ୍ୱାରା ତ୍ୱଚାରେ ଉଜ୍ଜଳତା ଆଣିଥାଏ । ତାସହିତ ମୃତ କୋଷିକା ହଟାଇବା ସହ ତ୍ୱଚାକୁ କୋମଳ କରିଥାଏ । ପଢନ୍ତୁ ;
<urn:uuid:faf41e64-bd33-4cf1-bfc9-e071e9ad3663>
CC-MAIN-2018-51
https://enewsodia.com/get-flawless-skin-with-promigranate-face-mask/
2018-12-09T22:16:39Z
s3://commoncrawl/crawl-data/CC-MAIN-2018-51/segments/1544376823183.3/warc/CC-MAIN-20181209210843-20181209232843-00254.warc.gz
ory
1.000007
Orya
6
{"ory_Orya_score": 1.0000073909759521}
ହାଇଦ୍ରାବାଦ୍,୧୨।୧୦- ସ୍ଥାନୀୟ ରାଜୀବ ଗାନ୍ଧୀ ଗ୍ରାଉଣ୍ଡଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚ୍ରେ ପେସର ଶାର୍ଦ୍ଦୁଳ ଠାକୁର ପଦାର୍ପଣ କରିଛନ୍ତି। ମାତ୍ର ଆହତ ସମସ୍ୟା ଯୋଗୁ ଚଳିତ ଟେଷ୍ଟରୁ ବାଦ୍ ପଡ଼ିପାରନ୍ତି। ସେ ପଦାର୍ପଣ ଟେଷ୍ଟରେ ମାତ୍ର ୧.୪ ଓଭର ବୋଲିଂ କରିବାକୁ ସକ୍ଷମ ହୋଇଥିଲେ। ସେ ୨ୟ ଓଭର ବୋଲିଂ କରୁଥିବାବେଳେ ତାଙ୍କ ମାଂସପେଶୀରେ ଆଘାତ ଲଗିଥିଲା। ଏଥିଯୋଗୁ ଫିଜିଓ ପାଟ୍ରିକ ଫର୍ହାର୍ଟ ଗ୍ରାଉଣ୍ଡରେ ଉପଚାର କରିବା ପରେ ମଧ୍ୟ ଠାକୁରଙ୍କୁ ଫିଲ୍ଡ ଛାଡ଼ିବାକୁ ପଡ଼ିଥିଲା। ତାଙ୍କ ଓଭର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୂରଣ କରିଥିଲେ। ତେବେ ସେ ଚଳିତ ମ୍ୟାଚ୍ରେ ଆଉ ବୋଲିଂ କରିପାରିବେ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ୨୬ ବର୍ଷୀୟ ପେସରଙ୍କ ସହ ଏହା ଦ୍ୱିତୀୟ ଘଟଣା। ଗତ ସେପ୍ଟେମ୍ବର ଖେଳାଯାଇଥିବା ଏସିଆ କପ୍ ବେଳେ ଅଣ୍ଟା ଜନିତ ସମସ୍ୟା ଯୋଗୁ ଦଳରୁ ବାଦ୍ ପଡ଼ିଥିଲେ। କିନ୍ତୁ ତୁରନ୍ତ ଫିଟ୍ ହେବା ସହ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଖେଳିଥିଲେ। ଉଲ୍ଲେଖଥାଉ କି, ୨୦୧୬ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଠାକୁରଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ମାତ୍ର ସେ ଚୂଡ଼ାନ୍ତ ଏକାଦଶରେ ଖେଳିବାକୁ ସୁଯୋଗ ପାଇ ନ ଥିଲେ।
<urn:uuid:1d36c188-1e6c-41a6-b63a-7c0b0edc64d2>
CC-MAIN-2018-51
http://www.dharitri.com/main/news/77870
2018-12-12T05:50:07Z
s3://commoncrawl/crawl-data/CC-MAIN-2018-51/segments/1544376823738.9/warc/CC-MAIN-20181212044022-20181212065522-00334.warc.gz
ory
0.999999
Orya
3
{"ory_Orya_score": 0.999998927116394}
ପୁରୁଷ ହୋଇ ଝିଅ ପୋଷାକରେ ୨୦ ବର୍ଷ ! ନିଜ ମା'ଙ୍କୁ ଖୁସି କରିବା ପାଇଁ ଅଭିନବ ପ୍ରୟାସ ଚୀନ୍ : ଆଜିକାଲି ମହିଳାଙ୍କ ପରି ପୋଷାକ ପିନ୍ଧିବା ସେମିତି କିଛି ଅଜବ କଥା ନୁହେଁ । କିନ୍ତୁ ଚୀନର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତ ୨୦ ବର୍ଷ ହେଲା ଝିଅଙ୍କ ପରି ପୋଷାକ ପିନ୍ଧି ରହିବାକୁ ବାଧ୍ୟ ହେଉଛନ୍ତି । କାରଣ ଏଥିରେ ତାଙ୍କ ମା' ଖୁବ୍ ଖୁସି ଅଛନ୍ତି । ଚୀନର ଏହି ବ୍ୟକ୍ତି ଜଣକ କାହାଣୀ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଚୀନର ଗ୍ୱାଙ୍ଗଜି ଅଂଚଳର ଗୁଇଲିନ୍ ସହରର । ପୁରୁଷ ଜଣକ ନାମ ଏଥିରେ ପ୍ରକାଶ କରାଯାଇନାହିଁ । ମା'କୁ ଜୀବିତ ରଖିବାକୁ ସେ ୨୦ ବର୍ଷ ହେଲା ଏପରି କରିଆସୁଛନ୍ତି । ୨୦ ବର୍ଷ ତଳେ ତାଙ୍କ ଭଉଣୀଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ତାଙ୍କ ମା'ଙ୍କୁ ଖୁବ୍ ମାନସିକ ଆଘାତ ଲାଗିଥିଲା । ମା'ଙ୍କ ଜୀବନ ରକ୍ଷା କରିବା ପାଇଁ ତାଙ୍କୁ ତାଙ୍କ ଭଉଣୀ ରୂପରେ ଆସିବାକୁ ପଡିବ ବୋଲି ଜଣେ ବନ୍ଧୁ ପରାମର୍ଶ ଦେଇଥିଲେ । ଏହାପରେ ସେହି ବ୍ୟକ୍ତି ଜଣକ ତାଙ୍କ ଭଉଣୀଙ୍କ ଡ୍ରେସ୍ ପିନ୍ଧି ମା'ଙ୍କ ସମ୍ମୁଖକୁ ଆସିଥିଲେ । ଏଥିରେ ତାଙ୍କ ମା' ଖୁବ୍ ଖୁସି ହୋଇଯାଇଥିଲେ । ସେବେଠାରୁ ସେ ମା'ଙ୍କୁ ଖୁସି ରଖିବା ପାଇଁ ଝିଅଙ୍କ ପରି ପୋଷାକ ପିନ୍ଧି ଆସୁଛନ୍ତି । ଏବେ ତାଙ୍କ ପାଖରେ ପୁରୁଷଙ୍କ ପୋଷାକ ବି ନାହିଁ । ସେ ପୂରା ଦିନ ସେମିତି ଝିଅଙ୍କ ପରି ପୋଷାକ ପିନ୍ଧି ବୁଲୁଛନ୍ତି । ଏଥିରେ ସେ ଖୁସି ଅଛନ୍ତି । କାରଣ ଏହାଦ୍ୱାରା ତାଙ୍କ ମା' ଖୁସି ଅଛନ୍ତି ବୋଲି ସେ କୁହନ୍ତି । ( ସୈାଜନ୍ୟ – ଦ ଟେଲିଗ୍ରାଫ୍ )
<urn:uuid:09ac24c3-f9cf-4880-bb87-ecc0a0893876>
CC-MAIN-2018-51
http://kanaknews.com/chinese-man-dresses-dead-sister-20-years-help-mentally-mother/
2018-12-13T11:37:56Z
s3://commoncrawl/crawl-data/CC-MAIN-2018-51/segments/1544376824675.15/warc/CC-MAIN-20181213101934-20181213123434-00014.warc.gz
ory
1.000009
Orya
2
{"ory_Orya_score": 1.0000090599060059}
ଅଧିକ ଖାଇଲେ ନୁହଁ ବରଂ ଏହି ଭିଟାମିନ୍ ଅଭାବରୁ ଶରୀରରେ ଦେଖାଦେଇଥାଏ ଚର୍ବି ! ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ପଢନ୍ତୁ ପୁରା ଖବର । ଓଜନ ବଢ଼ିବା ସମସ୍ୟା ଆସିକାଲି ଅତ୍ୟନ୍ତ ସାଧାରଣ ହୋଇ ଗଲାଣି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକମାନଙ୍କ ଖାଇବା ପିଇବାରେ ଠିକ୍ ଠିକଣା ରହୁ ନଥିବାରୁ ଅନେକଙ୍କ ପାଖରେ ମୋଟାପଣର ସମସ୍ୟା ଦେଖା ଯାଇଥାଏ । ବିଭିନ୍ନ ପ୍ରକାରର ବ୍ୟାୟାମ କରି ଏବଂ ଖାଇବାରେ ନିୟନ୍ତ୍ରଣ ରଖି ମଧ୍ୟ ବେଳେ ବେଳେ ଏହି ସମସ୍ୟାର ସମାଧାନ ହୋଇ ନଥାଏ । ଏଭଳି ଓଜନ ବଢ଼ିବା ବା ଏତେ ଚେଷ୍ଟା କରିବା ପରେ ଓଜନ ନ କମିବାର କାରଣ ଆପଣଙ୍କ ଖାଦ୍ୟ ନୁହେଁ ବରଂ ଭିଟାମିନର ଅଭାବ ହେଉଛି ଏହାର ପ୍ରକୃତ କାରଣ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ଯେ, ଭାରତୀୟ ମହିଳାଙ୍କ ଓଜନ ବଢ଼ିବା ଏବଂ ମଧୁମେହ ବଢ଼ିବାର ମୁଖ୍ୟ କାରଣ ହେଉଛି ଭିଟାମିନ୍ Dର ଅଭାବ । ଏହି ଗବେଷଣାରୁ ପ୍ରାୟ ୬୮.୬ ପ୍ରତିଶତ ଭାରତୀୟ ମହିଳାଙ୍କ ମଧ୍ୟରେ ଭିଟାମିନ୍ Dର ଅଭାବ ରହିଥିବା ବେଳେ ୨୬ ପ୍ରତିଶତ ମହିଳାଙ୍କ ମଧ୍ୟରେ ଭିଟାମିନ୍ D ପରିମାଣ ଅଧିକ ଦେଖାଯାଇଥିଲା । କେବଳ ୫.୫ ପ୍ରତିଶତ ମହିଳାଙ୍କ ମଧ୍ୟରେ ଭିଟାମିନ୍ D ପରିମାଣ ଠିକ୍ ଥିବାର ଗବେଷଣାରୁ ଜଣା ପଡ଼ିଥିଲା । ମହିଳାଙ୍କ ମଧ୍ୟରେ ଭିଟାମିନ୍ Dର ପରିମାଣ କମ ଥିବାରୁ ସେମାନଙ୍କ ଓଜନ ବଢ଼ୁଥିବାର ଦେଖିବାକୁ ମିଳିଛି । ମହିଳାମାନେ ଅଧିକ ସମୟ ଘରେ ରହୁଥିବାରୁ ସେମାନଙ୍କ ଦେହରେ ଭଲ ଭାବରେ ସୂର୍ୟ୍ୟ କିରଣ ପଡ଼ି ପାରିନଥାଏ । ଯାହା ଫଳରେ ସେମାନଙ୍କ ଶରୀରରେ ଭିଟାମିନ୍ Dର ଅଭାବ ଦେଖା ଯାଇଥାଏ । ଏଭଳି ପରିସ୍ଥିତିରେ ମହିଳାମାନଙ୍କୁ ଭିଟାମିନ୍ D ଅଭାବକୁ ପୂରଣ କରିବା ପାଇଁ ଭିଟାମିନ୍ D ସପ୍ଲିମେଣ୍ଟସ୍ ଖାଇବା ସହ ୨ଘଣ୍ଟା ସୂର୍ୟ୍ୟକିରଣ ନେବା ବୁଲିବା ନିହାତି ଆବଶ୍ୟକ । ଅନ୍ୟ ପକ୍ଷରେ ଭିଟାମିନ୍ Dର ଅଭାବକୁ ଦୂର କରିବା ପାଇଁ ଆପଣମାନେ ଏହି ସବୁ ଖାଦ୍ୟ ମଧ୍ୟ ଖାଇ ପାରିବେ । ୧. ଭିଟାମିନ୍ Dର ଅଭାବକୁ ଦୂର କରିବା ପାଇଁ ପ୍ରତିଦିନ କ୍ଷୀର, ଲହୁଣୀ, ମାଛ, ଛତୁ, କମଳା, ଅଣ୍ଡା ଏବଂ ଗାଜର ଇତ୍ୟାଦି ଖାଇବା ନିହାତି ଆବଶ୍ୟକ । ୨. ସକାଳ ଖାଇବାରେ ଗହମ ଜାତୀୟ ଖାଦ୍ୟ ସାମିଲ କରିବା ଦରକାର । ଏପରି କଲେ ଶରୀରରେ ଭିଟାମିନ୍ Dର ଅଭାବ ହୋଇନଥାଏ ।
<urn:uuid:4a93917c-69d8-4b14-8536-12d96ddc75de>
CC-MAIN-2018-51
http://kanaknews.com/21the-lack-of-this-vitamin-women-become-fatty/
2018-12-10T15:47:22Z
s3://commoncrawl/crawl-data/CC-MAIN-2018-51/segments/1544376823348.23/warc/CC-MAIN-20181210144632-20181210170132-00215.warc.gz
ory
1.000008
Orya
30
{"ory_Orya_score": 1.0000079870224}
କନକ ବ୍ୟୁରୋ : ପାକିସ୍ତାନରେ ହେବ ମେଂଟ ସରକାର । ପାକିସ୍ତାନ ନିର୍ବାଚନ କମିଶନର ଆନୁଷ୍ଠାନିକ ଭାବେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି । କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ପାକିସ୍ତାନ ଜାତୀୟ ପରିଷଦର ୨୭୨ ଆସନରୁ ଇମ୍ରାନ ଖାନ୍ଙ୍କ ପାକିସ୍ତାନ ତେହେରିକ୍-ଏ-ଇନସାଫ୍କୁ ୧୧୫ଟି ଆସନ ମିଳିଛି । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୩୭ ଥିବାରୁ ଅନ୍ୟ କ୍ଷୁଦ୍ର ଦଳଗୁଡିକର ସହଯୋଗରେ ମେଂଟ ସରକାର ଗଠନ ନିମନ୍ତେ ବଡ ଦଳ ଭାବେ ଇମ୍ରାନ ଖାନଙ୍କ ପିଟିଆଇ ଏବେ ସରକାର ଗଠନ ପାଇଁ ଅନ୍ୟ କ୍ଷୁଦ୍ର ଦଳ ଗୁଡିକ ସହ ଆଲୋଚନା ଆରମ୍ଭ କରିଛନ୍ତି । ଜେଲରେ ବନ୍ଦୀ ଥିବା ପୂର୍ବ ପ୍ରଧାନମନ୍ତ୍ରୀଙ୍କ ନୱାଜ ସରିଫଙ୍କ ଦଳ ପିଏମଏଲକୁ ୬୨ ଆସନ ମିଳିଛି । ବିଲାୱାଲ ଭୁଟ୍ଟୋଙ୍କ ନେତୃତ୍ୱାଧୀନ ପିପିପି ମାତ୍ର ୪୩ ଆସନ ପାଇଛି । ତେବେ ନିଜେ ବିଲାୱାଲ ନିର୍ବାଚନ ହାରି ଯାଇଥିବାରୁ ଦଳରେ ନୈରାଶ୍ୟ ଖେଳିଯାଇଛି । ସେପଟେ ପିଏମଏଲ-ଏନ ପକ୍ଷରୁ କୁହାଯାଇଛି ଦଳ ଏକ ସୁଦୃଢ଼ ବିରୋଧୀ ଦଳର ଭୂମିକା ନିର୍ବାହ କରିବ । ତେବେ ବହୁ ଆସନରେ ବୁଥ୍ ଜବରଦଖଲ ଓ ଜାଲିଆତି ପ୍ରମାଣ ମିଳିଥିବାରୁ ଏହା ବିରୋଧରେ ପିପିପି ଓ ପିଏଲଏମଏନ୍ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଇମ୍ରାନ ଖାନ୍ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିବାରୁ ଆଗକୁ ଭାରତ ପାକିସ୍ତାନ ସମ୍ପର୍କ କଣ ହେବ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇମ୍ରାନଙ୍କ ଶୁଭେଛା ଜଣାଇଛନ୍ତି ।
<urn:uuid:3e582782-ec40-432a-b3c9-5e365ba02992>
CC-MAIN-2018-51
http://kanaknews.com/pakistan-election-imran-khan-in-2018/
2018-12-10T15:18:13Z
s3://commoncrawl/crawl-data/CC-MAIN-2018-51/segments/1544376823348.23/warc/CC-MAIN-20181210144632-20181210170132-00215.warc.gz
ory
1.000001
Orya
5
{"ory_Orya_score": 1.0000009536743164}
କନକ ବ୍ୟୁରୋ : କଂଗ୍ରେସର ଚକା ଜାମ୍ ଶେଷ । ପେଟ୍ରୋଲ ଓ ଡିଜେଲ ସହ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଂଟିଆ ଚକାଜାମ୍ ଆନ୍ଦୋଳନ ଶାନ୍ତିପୂର୍ଣ ଭାବେ ଶେଷ ହୋଇଛି । ଏହାର ପ୍ରଭାବରେ ଗାଡି ମୋଟର ଚଳାଚଳ ପ୍ରଭାବିତ ହୋଇଛି । ଭୁବନେଶ୍ୱର ଓ କଟକରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଗାଡି ନଚଲାଇବାକୁ ଲୋକଙ୍କୁ କଂଗ୍ରେସ ଅନୁରୋଧ କରିଥିଲା । ଫଳରେ କଂଗ୍ରେସ ଚକାଜାମ୍ ଡାକରାର ପ୍ରଭାବ ଟ୍ୱିନ୍ ସିଟିରେ ଦେଖିବାକୁ ମିଳିଥିଲା । କଂଗ୍ରେସର ଏହି ୬ ଘଂଟିଆ ବନ୍ଦ ଡାକରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାଜଧାନୀରେ ୧୫ ପ୍ଲାଟୁନ୍ ଓ କଟକରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ବଡ ବଡ ଛକ ମାନଙ୍କରେ ୫୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ସତର୍କ ନଜର ରଖିଥିଲେ । ସେପଟେ କଂଗ୍ରେସର ଚକାଜାମ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ କହିଛି, ତୈଳଦର ନାଁ ରେ ଦୁଇଟି ଜାତୀୟ ଦଳ ଡ୍ରାମା କରୁଛନ୍ତି । ରାଜ୍ୟରେ ତୈଳଦର ବୃଦ୍ଧି ବିରୋଧରେ ଆନ୍ଦୋଳନ କରିବା ଅଧିକାର କେବଳ ବିଜେଡିର ରହିଛି । ସେପଟେ କଂଗ୍ରେସ ହରତାଲ ସମୟରେ କଟକରେ ଜଣେ ଆଇଟିଆଇ ଛାତ୍ରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଛାତ୍ର ଏ ନେଇ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଛାତ୍ରର ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ଚିକିତ୍ସା ଲାଗି ପୋଲିସ ତାଙ୍କୁ ଏସସିବି ମେଡିକାଲକୁ ପଠାଇଛି । କଟକ ପ୍ରେସ ଛକ ଓଭରବ୍ରିଜରେ ଆକ୍ରମଣର ଶିକାର ହୋଇଥିବା ଆହତ ଛାତ୍ର ଅଭିଯୋଗ କରିଛନ୍ତି । ଆକ୍ରମଣ କରିଥିବା ବ୍ୟକ୍ତି ହାତରେ କଂଗ୍ରେସ ପତାକା ଧରିଥିଲେ ବୋଲି ସେ କହିଛନ୍ତି । ତେବେ ତାଙ୍କ ବାପା ଦୁର୍ଘଟଣାର ଶିକାର ହୋଇଥିବା ଖବର ପାଇ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା ବୋଲି ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି କରୁଥିବା ଯେକୌଣସି ପ୍ରସଙ୍ଗକୁ ନେଇ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେହିପରି କଂଗ୍ରେସ ଏହି ଆନ୍ଦୋଳନରେ ନେତୃତ୍ୱ ନେଉ ବୋଲି ଲୋକେ ଚାହୁଁଥିବା କଂଗ୍ରେସ ନେତାମାନେ କହିଛନ୍ତି ।
<urn:uuid:ec23d8ff-519c-44e5-9218-862abd439b88>
CC-MAIN-2018-51
http://kanaknews.com/debashish-samantaray-on-congress-protest/
2018-12-13T00:41:33Z
s3://commoncrawl/crawl-data/CC-MAIN-2018-51/segments/1544376824180.12/warc/CC-MAIN-20181212225044-20181213010544-00215.warc.gz
ory
1.000001
Orya
6
{"ory_Orya_score": 1.0000014305114746}
ପଥର ତଳୁ ଠାବ ପରେ ବି ଉଦ୍ଧାର ହୋଇପାରିଲାନି ମୃତଦେହ, ଫେରିଗଲା କଫିନ୍ ! ଆହୁରି ବ୍ଲାଷ୍ଟିଂ ପାଇଁ ଅନୁମତି ମାଗିଲା ସେନା କନକ ବ୍ୟୁରୋ : ସଫଳତା ପରେ ବି ବିଫଳତା, ଚିହ୍ନଟ ପରେ ବି ଉଦ୍ଧାର ହୋଇପାରିଲାନି ମୃତଦେହ । ଫେରିଗଲା କଫିନ । ୧୧ ଦିନରେ ପ୍ରଥମ ଜେସିବି ଅପରେଟରକୁ ଠାବ କଲା ସେନା । ହେଲେ ଏବେ ବି ଆହୁରି ପଥର ପଡି ରହିଥିବାରୁ ପୁଣି ବ୍ଳାଷ୍ଟ ପାଇଁ ଅନୁମତି ସେନା । ଉପରମହଲକୁ ଜଣାଇଲା ଜିଲ୍ଲା ପ୍ରଶାସନ । ରାଣିଗଡ଼ ଗୁମା ପାହାଡ଼ ବିରାଟ ବିରାଟ ପଥର ଚାପି ହୋଇଯାଇଛି ଜୀବନ । ୧୨ ଦିନ ହେଲାଣି ପଥର ତଳେ ଚାପି ହୋଇ ରହିଛନ୍ତି ଦୁଇ ଜେସିବି ଅପରେଟର ଦେବଗଡର ଘନଶ୍ୟାମ ଗୁରୁ ଓ ଆଠଗଡର ସଞ୍ଜୟ ଦାସ୍ । ତେବେ ଘଟଣାର ୧୧ ଦିନ ପରେ ୮ଟି ବ୍ଲଷ୍ଟ କରିବା କରି ଫସିଥିବା ଜେସିବି ଓ ଘନଶ୍ୟାମ ଗୁରୁଙ୍କ ଶବକୁ ଚିହ୍ନଟ କରିଛି ସେନା । ହେଲେ ଜେସିବି ଭିତରେ ଥିବା ଘନଶ୍ୟାମ ଗୁରୁଙ୍କ ମୃତଦେହ ଉଦ୍ଧାର କରା ଯାଇପାରୁନାହିଁ । କାରଣ ଆହୁରି ୩ଟି ବଡ ବଡ ପଥର ତାଙ୍କ ମୃତଦେହ ଉପରେ ରହିଥିବାରୁ ପୁଣି ବ୍ଲାଷ୍ଟ ପାଇଁ ଅନୁମତି ମାଗିଛି ସେନା । କିନ୍ତୁ ବ୍ଲାଷ୍ଟ କଲେ ମୃତଦେହ କ୍ଷତ ବିକ୍ଷତ ହେବାର ସମ୍ଭାବନା ଥିବାରୁ ବ୍ଲାଷ୍ଟିଂ ପାଇଁ ଉପରମହାଲାର ଅନୁମତି ଲୋଡିଛି ଜିଲ୍ଲା ପ୍ରଶାସନ । ସେପଟେ ଉଦ୍ଧାରରେ ବିଳମ୍ବକୁ ନେଇ ଫସିଥିବା ଅପରେଟରଙ୍କ ପରିବାର ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିଲାଣି । ଉଦ୍ଧାର କାମରେ ଜିଲ୍ଳା ପ୍ରଶାସନ, ଓଡ୍ରାଫ ଟିମ୍, ଏନଡ଼ିଆରଏଫ ଟିମ୍ ବିଫଳ ହେବା ପରେ ସେନାର ସହାୟତା ଲୋଡା ହୋଇଥିଲା । ପାହାଡ ଧସିବା ଘଟଣାକୁ ୧୨ ଦିନ ବିତି ଥିବା ବେଳେ ବେଆଇନ ଖନନ କରୁଥିବା ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କ ଗିରଫ ଦାବି କରିଛନ୍ତି ମୃତ ଘନଶ୍ୟାମଙ୍କ ଭାଇ । ୧୪୪ ଧାରା ଭିତରେ ସେନାର ଅପରେସନ ଶୃଙ୍ଖଳାଗତ ଭାବେ କରାଯାଉଛି । ଆଶା କରାଯାଉଛି ଅତି୍ ଶୀଘ୍ର ଉଦ୍ଧାର କାର୍ଯ୍ୟ ସରିବ । ସେପଟେ ମୃତହେବ ପଥର ତଳୁ ବାହାରି ପାରିନଥିବା ବେଳେ ମୃତଦେହ ନେବା ପାଇଁ ଆସିଥିବା କଫିନ୍ ଫେରିଯାଇଛି ।
<urn:uuid:4ddd7c69-c020-47e3-ad6e-bea31a268008>
CC-MAIN-2018-51
http://kanaknews.com/koraput-hill-collapsed-rescue-team-finds-body-of-one-operator/
2018-12-12T23:43:49Z
s3://commoncrawl/crawl-data/CC-MAIN-2018-51/segments/1544376824180.12/warc/CC-MAIN-20181212225044-20181213010544-00215.warc.gz
ory
0.999998
Orya
6
{"ory_Orya_score": 0.999997615814209}
ଢେର୍ ବର୍ଷ ତଳର କଥା । ବାଲେଶ୍ୱର ସହର ଦକ୍ଷିଣାଧାର ସରଗଡିଆ ପଡାର ଉତ୍ତର-ଦକ୍ଷିଣ ଲମ୍ବା ସଡକର ଦୁଇ ତରଫ ଲମ୍ବାଲମ୍ବି ଦୁଇ ସାହାଲା ଘର । ସେ ସବୁଗୁଡିକ ଅମଲା ମୁକ୍ତାର ଓକିଲମାନଙ୍କ ବସା । ଗିରସ୍ତି ଘର ଗୋଟିଏ ହେଲେ ବି ସେଠି ନାହିଁ । କଟକ, ପୁରୀ, ଯାଜପୁରବାସିନ୍ଦା ବିଦେଶୀ ଅମଲାମାନେ ସେହି ପଡାରେ ହିଁ ବସା କରି ରହନ୍ତି । ମୁକ୍ତାରବାବୁ ଗୋପାଳଚରଣ ପଟ୍ଟନାୟକଙ୍କ ବସା ପଶ୍ଚିମପଟ ସାହାଲାର ମଝିରେ । ତାଙ୍କ ବସାରେ କୁଟୁମ୍ବ ବୋଇଲେ ସେ ଓ ତାଙ୍କ ବୁଢୀ ମାଆଟି, ଆଉ କେହି ବି ନାହିଁ । ପାଖ ପଡିଶା ପେସ୍କାର ରାଜକିଶୋରବାବୁ । ତାଙ୍କ ବସାରେ ବୁଢୀମା', ସ୍ତ୍ରୀ ଆଉ ଆଠ ବର୍ଷର ଝିଅଟି ରାଧୀ । ପେସ୍କାର ଆଉ ମୁକ୍ତାରବାବୁଙ୍କ ମାଆମାନଙ୍କର ଖୁବ୍ ମନ ମିଳେ । ତାହା ତ ମିଳିବ, ଦୁହେଁ ଯେ ଏକବୟସୀ, ପୁଣି ବୁଢୀ । ତାଛଡା ବିଦେଶରେ ସାଙ୍ଗସୁଙ୍ଗା ବି ଆଉ କେହି ନାହିଁ । ଦୁଇ ବୁଢୀ ଭିତରେ ଏ ତା' ବସାକୁ, ସେ ୟା ବସାକୁ ଦିନମାନରେ ଦୁଇ ତିନିଥର ଯିବାଆସିବା କରନ୍ତି । ପେସ୍କାର ମା' କିନ୍ତୁ ମୁକ୍ତାର ବସାକୁ ଦିନ ଭିତରେ ଢେର୍ ଥର ଆସନ୍ତି । ବୋହୂଟା କିଛି ବି ପାଇଟି କରିବାକୁ ଦିଏ ନାହିଁ, ତୁଚ୍ଛା ବସାଟାରେ ବସି ସେ କ'ଣ ବା କରିବେ? ପଛ ବାଡିପଟ ଓଳିଏ ଓଳିଏ ବାଟ, ସେ ପଟରେ ମଣିଷ ନାହିଁ । ଯେତେବେଳେ ତାଙ୍କ ଇଚ୍ଛା ସେତେବେଳେ ସେ ଯା'ଆସ କରନ୍ତି । ଆଉ ବେଳେ ଯାହା ହେବ- ବେଳବୁଡ, ଚଉଦଘଡିଆ ବୁଢୀ ଦୁଇଟା ଚମ ଧୁଡୁଧୁଡୁ ହାଡୁଆ ଗୋଡ ପୁଞ୍ଜାକ ମେଲାଇ ଦେଇ ବସି ଢେର୍ ସୁଖଦୁଃଖ କଥାଭାଷା ହୁଅନ୍ତି । ଦିନେ ଏଣୁତେଣୁ କଥା କୁହାକୁହିଁ ହେଉଁ ହେଉଁ ସେମାନେ ପରସ୍ପରର ନାଁ' ପଚରା ପଚରି ହେଲେ । ମୁକ୍ତାର ମା' କହିଲେ, "ମୋ' ନାଁ ପଦ୍ମା ।" ଏହା ଶୁଣି ପେସ୍କାର ମା' ହସି ହସି କହିଲେ, "ମଲା ଯା – ମୋ ବଡଅପା ନାଁ' ଯେ ପଦ୍ମାବତୀ । ତେଣୁ ଆଜିଠୁ ତୁମେ ଯେ ମୋ ଅପା ହେଲ, ମୁଁ ଏବେ ତୁମକୁ ଅପା ବୋଲି ଡାକିବି । ମୋ ନାଁ' ସୀତା, ମତେ ତମେ ସୀତା ବୋଲି ଡାକିବ । କ'ଣ ଏଇ କଥା ହେଲା ନା?" ତହୁଁ ସେ ପଦ୍ମାଦେଈ ହସି ହସି କହିଲେ, "ହଉ, ହେଲା ଏଥର ତାହାହିଁ ହେବ ।" ସେ ମୁକ୍ତାରବାବୁ ତ ପାଂଚବର୍ଷ କାଳୁ ବାପଛେଉଣ୍ଡିଆ । ତାଙ୍କ ବାପେ କମଳଲୋଚନ ପଟ୍ଟନାୟକେ ବରଷକୁ ଚାଳିଶ ଟଙ୍କା, ଦୁଇଯୋଡ ଖଦି, ଯୋଡାଏ ଗାମୁଛା ଦରମାରେ ଜଣେ କାପୁଡିଆର ଗୁମାସ୍ତା ଥିଲେ । ଯାହା ଦରମା ଗଣ୍ଡାକ ସେ ପାଉଥିଲେ; ସେସବୁ ତ ତାଙ୍କ ପେଟ ପିଠିକୁ ନିଅଂଟ, ବିଧବା ଲାଗି ସେ ଆଉ ସାଇତି ଯିବେ କ'ଣ ।
<urn:uuid:9062cdb8-ebb0-4755-b77a-d9111b7beffb>
CC-MAIN-2018-51
http://odiagapa.com/%E0%AC%AA%E0%AC%BE%E0%AC%A0%E0%AD%8B%E0%AC%88-%E0%AC%AC%E0%AD%8B%E0%AC%B9%E0%AD%82/
2018-12-14T04:05:32Z
s3://commoncrawl/crawl-data/CC-MAIN-2018-51/segments/1544376825349.51/warc/CC-MAIN-20181214022947-20181214044447-00535.warc.gz
ory
0.999957
Orya
6
{"ory_Orya_score": 0.9999570846557617}
ମୈନାକ ପର୍ବତଙ୍କର କଥା ଶୁଣି ହନୁମାନ ବଡ ସନ୍ତୁଷ୍ଟ ହେଲେ ତା'ପରେ ସେ କହିଲେ, "ମୋ ପ୍ରତି ତୁମର ଏହି ପ୍ରିୟଭାବହିଁ ମୋ ପାଇଁ ଯଥେଷ୍ଟ ଏବଂ ତାହାହିଁ ମୋ ପ୍ରତି ଆତିଥ୍ୟ । କିନ୍ତୁ ତୁମ କଥା ମୁଁ ଏବେ ସ୍ୱୀକାର କରିପାରିବି ନାହିଁ । ତୁମେ ମୋତେ ଭୁଲ୍ ବୁଝିବ ନାହିଁ । ମୁଁ ଆଉ କ୍ଷଣେ ମାତ୍ର କାଳବିଳମ୍ବ କରିବାକୁ ଚାହେଁ ନାହିଁ । ତା'ପରେ ମୋ ସାଥୀ ବାନରମାନଙ୍କୁ ମୁଁ କଥା ଦେଇଛି ଯେ ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ଫେରି ଆସିବି । ତେଣୁ ମୁଁ କେଉଁଠି ହେଲେବି ରହିପାରିବି ନାହିଁ ।" ଏତିକି କହି ସେ ମୈନାକକୁ ସ୍ପର୍ଶ କରି ପୁଣି ଉଚ୍ଚକୁ ଉଠି ଲଙ୍କା ଅଭିମୁଖରେ ଉଡି ଚାଲିଲେ । ମୈନାକ ହନୁମାନଙ୍କୁ ଆଶୀର୍ବାଦ କରି କହିଲେ – "ତୁମ କାର୍ଯ୍ୟରେ ତୁମେ ସାଫଲ୍ୟ ଲାଭ କର" । ସେତେବେଳକୁ ହନୁମାନ ବହୁ ଦୂରକୁ ଉଡି ଗଲେଣି । ସେମାନଙ୍କ କଥାବାର୍ତ୍ତା ଶୁଣି ଦେବତା, ଗନ୍ଧର୍ବ, କିନ୍ନର, ଯକ୍ଷ ଓ ସିଦ୍ଧଗଣ ହନୁମାନଙ୍କୁ ଓ ମୈନାକଙ୍କୁ ଅନେକ ଅନେକ ପ୍ରଶଂସା କରୁଥିଲେ । ସେତେବେଳେ ଇନ୍ଦ୍ର ସୁବିଧା ପାଇ ମୈନାକଙ୍କୁ କହିଲେ, "ଦେବକାର୍ଯ୍ୟ ପ୍ରତି ତୁମର ସମ୍ମାନ ଅଛି ଦେଖି ମୁଁ ବହୁତ ଖୁସି ହେଲି । ଏବେ ଭବିଷ୍ୟତରେ ମୁଁ ତୁମର ଆଉ କୌଣସି କ୍ଷତି କରିବି ନାହିଁ, ନିଶ୍ଚିନ୍ତ ରୁହ ।" ଇନ୍ଦ୍ରଙ୍କ କଥା ଶୁଣି ମୈନାକ ଆଶ୍ୱସ୍ତ ହେଲେ ଓ ତାଙ୍କୁ ପ୍ରଣାମ କରି ସେ ପୁଣି ସମୁଦ୍ରରେ ଡୁବିଗଲେ । ଇତିମଧ୍ୟରେ ହନୁମାନ ଆହୁରି ଦୂରକୁ ଚାଲିଗଲେଣି । ଦେବତାମାନେ ହଠାତ୍ ଭାବିଲେ ଯେ ହନୁମାନଙ୍କର ଶକ୍ତି ଓ ପରାକ୍ରମ ଯେପରି ହେଉ ସବୁ ପରୀକ୍ଷା କରାଯିବ । ସେମାନେ ନାଗମାତା ସୁରସାଙ୍କୁ ଡାକି କହିଲେ, "ହେ ମାତେ, ତୁମେ ତ ଇଚ୍ଛାନୁସାରେ କାୟାବିସ୍ତାର କରିପାରିବ । ଏବେ ହନୁମାନ ସୀତାଠାବ ପାଇଁ ଲଙ୍କା ଦିଗରେ ଉଡି ଯାଉଛନ୍ତି, ତାଙ୍କର ଶକ୍ତି ପରୀକ୍ଷା କରିବା ହେଲା ତୁମର କାମ । ଆମେ ଦେଖିବାକୁ ଚାହୁଁ ଯେ ସେ ତୁମକୁ ଲଙ୍ଘନ କରି ଯାଉଛନ୍ତି ନା ତୁମକୁ ଦେଖି ଭୟଭୀତ ହୋଇ ଫେରି ଯାଉଛନ୍ତି ।" ଦେବତାଙ୍କ ଅନୁରୋଧରେ ନାଗମାତା ସୁରସା ନିଜର କାୟା ବିସ୍ତାର କରି ଏକ ଭୟଙ୍କର ରାକ୍ଷସୀର ରୂପ ଧାରଣ କଲେ ଓ ସମୁଦ୍ର ଉପରକୁ ଯାଇ ହନୁମାନଙ୍କର ପଥ ଓଗାଳିଲେ । ସେ ହନୁମାନଙ୍କୁ କହିଲେ, "ତୁମକୁ ଆଜି ଦେବତାମାନେ ମୋତେ ଆହାର ଭାବରେ ଅର୍ପଣ କରିଛନ୍ତି । ମୁଁ ଏବେ ତୁମକୁ ଖାଇ ମନ ଶାନ୍ତ କରିବି । ତୁମେ ବିନା ଦ୍ୱିଧାରେ ମୋ ପାଟି ଭିତରକୁ ଚାଲିଆସ ।" ଏତିକି କହି ସେ ତାଙ୍କର ପାଟି ମେଲାଇଲେ । ହନୁମାନ ଚୁପ୍ଚାପ୍ ଗତି ବନ୍ଦ କରି ସୁରସାଙ୍କର କଥା ଶୁଣିଲେ । ମୁହଁରେ ତାଙ୍କର ଭୟର କୌଣସି ଚିହ୍ନବର୍ଣ୍ଣ ନାହିଁ; ବରଂ ସେ ଅତି ଧୀର ଓ ଶାନ୍ତ ଭାବରେ କହିଲେ, "ପ୍ରଥମେ ମୋ କଥା ଶୁଣନ୍ତୁ ତା'ପରେ ଯାହା କରିବେ । ଦଶରଥ ପୁତ୍ର ଭଗବାନ୍ ଶ୍ରୀରାମ ତାଙ୍କ ପିତାଙ୍କ ସତ୍ୟପାଳି ବଣରେ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣ ସହିତ ରହୁଥିଲେ । ଲଙ୍କାର ରାଜା ରାବଣ ଛଳ କରି ମାତା ସୀତାଙ୍କୁ ହରଣ କରି ନେଇଗଲା । ଶ୍ରୀରାମ ଏବେ ବହୁତ ବିଚଳିତ; ମୁଁ ତାଙ୍କର ଦୂତ ହୋଇ ସୀତା ମାତାଙ୍କର ଖବର ଆଣିବାକୁ ଲଙ୍କା ଯାଉଛି । ଏ ପୂଣ୍ୟ କାର୍ଯ୍ୟରେ ତୁମେ ବରଂ ସାହାଯ୍ୟ କର, କାହିଁକି ବାଧା ସୃଷ୍ଟି କରୁଛ? ତଥାପି ମଧ୍ୟ ତୁମ କଥା ଅନୁସାରେ ମୁଁ ତୁମ ମୁହଁ ମଧ୍ୟକୁ ନିଜେହିଁ ଆସିଯିବି । କିନ୍ତୁ ଏ ପୂଣ୍ୟ କାର୍ଯ୍ୟ କରିବାକୁ ପ୍ରଥମେ ମୋତେ ଛାଡିଦିଅ, ମୋ ଉପରେ ବିଶ୍ୱାସ ରଖ । ମୋ କାମ ଶେଷ ହେବା ପରେ ମୁଁ ତୁମ ପାଖକୁ ଲେଉଟି ଆସିବି ଓ ତୁମର ଆହାର ହେବି ।" ସୁରସା କହିଲେ, "ଦେଖ ମୋତେ ଅତିକ୍ରମ କରି କେହିବି ଯାଇ ପାରିବ ନାହିଁ ବୋଲି ମୋତେ ବରଦାନ ମିଳିଛି ।" ଏତିକି କହି ପୁଣି ସେ ତାଙ୍କ ମୁହଁ ଖୋଲି ଧରିଲେ । ଖୋଲା ମୁହଁଟା ଗୋଟାଏ ବଡ ଗୁମ୍ଫା ପରି ଦିଶୁଥାଏ । ହନୁମାନ ହଠାତ୍ ନିଜ ଦେହକୁ ଏକବାରେ ଛୋଟ କରିଦେଲେ ଓ ସୁରସାଙ୍କ ମୁହଁ ଭିତରକୁ ଯାଇ ପୁଣି ବାହାରକୁ ଆସି ସେ କହିଲେ, "ହେ ଦକ୍ଷକନ୍ୟା, ତୁମେ ମୋର ନମସ୍କାର ନିଅ । ମୁଁ ତୁମ କଥା ଅନୁସାରେ ତୁମ ମୁହଁ ମଧ୍ୟକୁ ପଶିଯାଇ ପୁଣି ବାହାରି ଆସିଲି । ଏବେ ତୁମେ ମୋତେ ମୋ କାମରେ ଯିବାକୁ ଦିଅ । ଭଗବାନ୍ ଶ୍ରୀରାମଙ୍କ କାମରେ ବାଧାସୃଷ୍ଟି କରନାହିଁ ଏତିକି ମୋର ଅନୁରୋଧ ।" ତତ୍କ୍ଷଣାତ୍ ସୁରସା ରାକ୍ଷସୀ ରୂପ ତ୍ୟାଗ କରି ନିଜ ରୂପ ଧରି କହିଲେ, "ହନୁମାନ୍ ଯାଅ, ଏବେ ତୁମକୁ ଆଉ କେହିବି ବନ୍ଦ କରିବ ନାହିଁ । ଦେବତାମାନେ ତୁମର ବଳ ପରୀକ୍ଷା କରିବାକୁ ମୋତେ ପଠାଇଥିଲେ । ତୁମ ଗତିରୋଧ କରିବା ମୋର ଉଦ୍ଧେଶ୍ୟ ନୁହେଁ । କେବଳ ପରୀକ୍ଷା ପାଇଁ ମୁଁ ଅନ୍ୟରୂପ ନେଇଥିଲି । ମୁଁ ନାଗମାତା ସୁରସା । ତୁମର ମହତ୍ ଉଦ୍ଧେଶ୍ୟ ସାଫଲ୍ୟ ମଣ୍ଡିତ ହେଉ ଏହି ଆଶୀର୍ବାଦ ମୁଁ ତୁମକୁ ଦେଉଛି ।" ହନୁମାନ ସନ୍ତୁଷ୍ଟ ହୋଇ ପୁଣି କିଛି ଦୂର ଯାଇଛନ୍ତି ଦେଖିଲେ ତାଙ୍କୁ କେହି ଆକର୍ଷଣ କରୁଛି । ତଳକୁ ଚାହିଁ ସେ ଦେଖିଲେ ସିଂହିକା ନାମକ ଏକ ଭୟଙ୍କର ଛାୟା ଗ୍ରହିଣୀ ରାକ୍ଷସୀ ତାଙ୍କ ଛାଇ ଦ୍ୱାରା ତାଙ୍କୁ ତଳକୁ ଆକର୍ଷିତ କରୁଛି । ସେ ଜୀବମାନଙ୍କ ଛାଇ ଦ୍ୱାରା ସେମାନଙ୍କୁ ଆକର୍ଷିତ କରି ଖାଏ । ଏହି ଭୟଙ୍କର ଜୀବ ବିଷୟରେ ସୁଗ୍ରୀବ ତାଙ୍କୁ ଆଗରୁ ସାବଧାନ କରି ଦେଇଥିଲେ । ହନୁମାନ ଜାଣିପାରିଲେ ଇଏ ସେହି ଜୀବ । ତେଣୁ ସେ ତାଙ୍କର କାୟାବିସ୍ତାର କରିବାରେ ଲାଗିଲେ । ସିଂହିକା ମଧ୍ୟ ନିଜର କାୟାବିସ୍ତାର କଲା, ହନୁମାନ ଛୋଟ ହୋଇ ତା' ପାଟିରେ ପଶି ପୁଣି ବଡ ହୋଇ ବାହାରି ଆସିଲେ । ସିଂହିକାର ଛାତି ଫାଟିଗଲା ପରି ଲାଗିଲା । ସେ ନିର୍ଜିବ ହୋଇ ପଡି ରହିଲା । ଏଣେ ହନୁମାନ ଲମ୍ପ ଦେଇ ପୁଣି ଆକାଶ ମାର୍ଗରେ ଉଡି ଚାଲିଗଲେ । ବହୁ ଦୂର ଯିବା ପରେ ତାଙ୍କୁ ଧୀରେ ଧୀରେ ଲଙ୍କାର ଦୃଶ୍ୟ ସବୁ ଦୂରରୁ ଦେଖାଗଲା । କ୍ରମେ ସେ ନିକଟତର ହେଲେ ଓ ଶେଷରେ ସେଠାରେ ପହଁଚିଲେ । ତା' ପୂର୍ବରୁ ସେ ଭାବିଲେ ଯଦି ତାଙ୍କର ବିରାଟ ରୂପକୁ ରାକ୍ଷସମାନେ ଦେଖିବେ ତେବେ ଯୁଦ୍ଧ ପାଇଁ ବାହାରି ଆସିବେ । ତେଣୁ ସେ ନିଜକୁ ଛୋଟ କରି ଗୋଟିଏ ପାହାଡ ଉପରେ ଅବତରଣ କଲେ ଓ ଲଙ୍କା ଦ୍ୱୀପକୁ ଭଲ ଭାବରେ ଦେଖିଲେ । ଏହା ଇନ୍ଦ୍ରଙ୍କର ଅମରାବତୀ ସଦୃଶ ଦେଖା ଯାଉଥିଲା । ବାସ୍ତବରେ ଲଙ୍କା ନଗରୀ ତ୍ରିକୁଟ ପର୍ବତ ଉପରେ ଅବସ୍ଥିତ ଥିଲା । ସେ ଦେଖିଲେ ସୁନ୍ଦର ଓ ସୁଗନ୍ଧ ଫୁଲରେ ଭରା ବୃକ୍ଷମାନ, ପାହାଡି ଝରଣା, ନାନା ସୁନ୍ଦର ପଶୁପକ୍ଷୀ, ନଦୀ, ଜଙ୍ଗଲ ।
<urn:uuid:618c59d5-8e1a-44b5-98d5-7f6b68e23e80>
CC-MAIN-2018-51
http://odiagapa.com/%E0%AC%AC%E0%AD%80%E0%AC%B0-%E0%AC%B9%E0%AC%A8%E0%AD%81%E0%AC%AE%E0%AC%BE%E0%AC%A8-26/
2018-12-14T02:42:16Z
s3://commoncrawl/crawl-data/CC-MAIN-2018-51/segments/1544376825349.51/warc/CC-MAIN-20181214022947-20181214044447-00535.warc.gz
ory
1.000005
Orya
6
{"ory_Orya_score": 1.0000051259994507}
'ବେଣ୍ଡିଟ୍ କୁଇନ୍'ର ନ୍ୟୁଡ୍ ସିନ୍ ପରେ ସାରା ରାତି କାନ୍ଦିଥିଲେ ସୀମା ବିଶ୍ୱାସ ! ହେଲେ କାହିିଁକି . . ବଲିଉଡର ବର୍ଷିୟାନ୍ ଅଭିନେତ୍ରୀ ସୀମା ବିଶ୍ୱାସ । ନିଜର ସିନେମା କ୍ୟାରିୟରରେ ସେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି । କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ସିନେମା 'ବେଣ୍ଡିଟ୍ କୁଇନ୍'ର ଦମଦାର ଅଭିନୟ ହିଁ ଦେଇଥିଲା । ହେଲେ ସିନେମାରେ ଥିଲା ଅନେକ ନ୍ୟୁଡ୍ ସିନ୍ । ଯାହା ପାଇଁ ଫିଲ୍ମଟି କେବଳ ବିବାଦରେ ନଥିଲା ବରଂ ସୀମାଙ୍କୁ ମଧ୍ୟ ବହୁତ ସମାଲୋଚିତ ହେବାକୁ ପଡିଥିଲା । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫିଲ୍ମର ଏକ ନ୍ୟୁଡ୍ ସିନ୍ ପାଇଁ ସେ ସାରା ରାତି କାନ୍ଦିଥିଲେ । ଆଉ ଏକଥା ସୀମା ନିଜେ କହିଛନ୍ତି । ସୀମାଙ୍କ କହିବା ଅନୁଯାୟୀ ଅଧିକାଂଶ ଲୋକ ଏହି ସିନ୍ ପାଇଁ ତାଙ୍କ ଘୃଣା ନଜରରେ ଦେଖୁଥିଲେ । ଯେତେବେଳେ କି ଏହି ନ୍ୟୁଡ୍ ସିନ୍ ସେ ନିଜେ ନୁହେଁ ବରଂ ଅନ୍ୟ ଜଣେ ଆର୍ଟିଷ୍ଟ୍ କରିଥିଲେ । ତେବେ ଏହି ସିନକୁ ଫିଲ୍ମରୁ ହଟାଇବା ପାଇଁ ସୀମା ନିର୍ଦେଶକଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ ହୋଇଥିବାକୁ ନିର୍ଦେଶକ ସିନକୁ ହଟାଇବାକୁ ମନା କରିଥିଲେ । ଏପରିକି ଏହି ସିନକୁ ନିଜେ ଫୁଲନ୍ ଦେବୀ ମଧ୍ୟ ବିରୋଧ କରିଥିଲେ । ତେବେ ସିନ୍ ସରିବା ପରେ ସୁଟିଂ ସେଟର ପୁରା ୟୁନିଟ୍ ସାରା ରାତି କାନ୍ଦିଥିଲେ । ହେଲେ ଯେଉଁ ନ୍ୟୁଡ୍ ସିନକୁ ସେ ସିନେମାରୁ ହଟାଇବାକୁ ଚାହୁଁଥିଲେ ସେହି ନ୍ୟୁଡ୍ ସିନ୍ ପାଇଁ ଫିଲ୍ମଟି ଅନେକ ପୁରସ୍କାର ପାଇଥିଲା ।
<urn:uuid:c4f79014-c1c7-464d-945a-d15d3a8ec33d>
CC-MAIN-2018-51
http://kanaknews.com/seema-biswas-had-cried-after-nude-scene-in-bandit-queen/
2018-12-17T19:12:43Z
s3://commoncrawl/crawl-data/CC-MAIN-2018-51/segments/1544376829115.83/warc/CC-MAIN-20181217183905-20181217205905-00215.warc.gz
ory
1.000003
Orya
4
{"ory_Orya_score": 1.0000026226043701}
ପାଚିଲା କଦଳୀ ଖାଇଲେ କଣ ସୁଫଳ ମିଳେ ସେକଥା ସମସ୍ତ ଜାଣନ୍ତି । ପାଚିଲା କଦଳୀକୁ ସମସ୍ତେ ବହୁ ଆଗ୍ରହ ସହକାରେ ଖାଇବାର ଦେଖାଯାଏ କିନ୍ତୁ କଞ୍ଚା କଦଳୀକୁ କେବଳ ତରକାରୀ ତିଆରି କରିବା ପାଇଁ ବ୍ୟବହାର କରାଯାଏ । ଏହାର କାରଣ ହେଲା ଲୋକଙ୍କୁ ସାଧାରଣତଃ ଏହାର ସୁଫଳ ବିଷୟରେ ବିଶେଷେ ଜଣା ନଥାଏ । ୧- କଞ୍ଚା କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟ କରେ । ୨- ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥବା ଲୋକମାନଙ୍କୁ ପ୍ରତିଦିନ ଗୋଟିଏ କଦଳୀ ଖାଇବା ପାଇଁ ଉପଦେଶ ଦିଆଯାଏ । କଞ୍ଚା କଦଳୀରେ ଭରପୁର ମାତ୍ରାରେ ଫାଇବର ଥାଏ, ଯାହା ଅନାବଶ୍ୟକ ମେଦକୁ ଦୂର କରିବାରେ ସାହାଯ୍ୟ କରିଥାଏ । ୩- କଞ୍ଚା କଦଳୀରେ ଫାଇବର ଓ ସ୍ୱାସ୍ଥ୍ୟକର ଷ୍ଟାର୍ଚ ଥାଏ । ଯଦି ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି ତେବେ କଞ୍ଚା କଦଳୀ ଖାଇଲେ ଆପଣ ଏଇ ସମସ୍ୟରୁ ରକ୍ଷା ପାଇପାରିବେ । ୪- ନିୟମିତ ଭାବେ କଞ୍ଚା କଦଳୀ ସେବନ କଲେ ପାଚନ କ୍ରିୟା ମଧ୍ୟ ଭଲ ରହେ । ୫- ଏହା ବ୍ୟତୀତ କଞ୍ଚା କଦଳୀ ଅନେକ ପ୍ରକାର କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । କଞ୍ଚା କଦଳୀରେ ମହଜୁଦ କ୍ୟାଲସିୟମ ହାଡକୁ ଶକ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ ।
<urn:uuid:97f202ff-b072-46fa-8875-418e05b6511d>
CC-MAIN-2018-51
http://kanaknews.com/benefits-of-plantain/
2018-12-19T09:30:07Z
s3://commoncrawl/crawl-data/CC-MAIN-2018-51/segments/1544376831933.96/warc/CC-MAIN-20181219090209-20181219112209-00535.warc.gz
ory
1.000009
Orya
8
{"ory_Orya_score": 1.0000090599060059}
ସୋରିଷମାଳ ସେବାଶ୍ରମରେ ପିଲାଙ୍କୁ ଭାତ ଓ ଲୁଣ ଦେବା ଘଟଣା ! ପ୍ରଧାନଶିକ୍ଷକ ଓ ହଷ୍ଟେଲ ସୁପରିନଂଟେଣ୍ଡେଟଙ୍କୁ ନିଲମ୍ବନ କଲେ ମାଲକାନଗିରି ଜିଲ୍ଲାପାଳ କନକ ବ୍ୟୁରୋ: ସୋରିଷମାଳ ସେବାଶ୍ରମରେ ପିଲାଙ୍କୁ ଭାତ ଓ ଲୁଣ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ପ୍ରଧାନଶିକ୍ଷକ ଓ ହଷ୍ଟେଲ ରୋଷେୟାଙ୍କୁ ନିଲମ୍ବନ କରାଯାଇଛି । ସେବାଶ୍ରମର ପ୍ରଧାନଶିକ୍ଷକ ସୁକାନ୍ତ ବେହେରା ଓ ହଷ୍ଟେଲ ରୋଷେୟା ମଞ୍ଜୁ ବେହେରାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ କେ. ସୁଦର୍ଶନ । ସୋରିଷମାଳ ଆବାସିକ ବିଦ୍ୟାଳୟରେ ପିଲାଙ୍କୁ ରାତ୍ରଭୋଜନରେ ଭାତ ଓ ଲୁଣ ଦିଆଯାଇଥିଲା । ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୦ କିଲୋମିଟର ଦୁରରେ ଥିବା ସୋରିଷମାଳ ଆବାସିକ ବିଦ୍ୟାଳୟରେ ଏହି ଘଟଣା ଘଟିଥିଲା । ସରପଂଚ ଏବଂ ଅଭିଭାବକ ମାନେ ଘଟଣା ଟି ଜାଣିବା ପରେ ଜିଲ୍ଲା ପ୍ରଶାସନ କୁ ଜଣାଇଥିଲେ ।
<urn:uuid:fe341046-c5ab-4b58-a8f9-e4da11eec814>
CC-MAIN-2018-51
http://kanaknews.com/malkangiri-boarding-school-meal-issue-2/
2018-12-19T10:27:11Z
s3://commoncrawl/crawl-data/CC-MAIN-2018-51/segments/1544376831933.96/warc/CC-MAIN-20181219090209-20181219112209-00535.warc.gz
ory
0.999948
Orya
3
{"ory_Orya_score": 0.9999483823776245}
ପୁଣିଥରେ ଜିଓ ବଦଳାଇଲା ଟାରିଫ୍ ପ୍ଲାନ ! ଏଣିକି ପ୍ରତ୍ୟେକ ଦିନ ମିଳିବ ୩ଜିବି ଡାଟା ଭାରତୀୟ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ପୁଣିଥରେ ନିଜର ଗ୍ରାହକଙ୍କ ଖୁସିକୁ ଆଖିଆଗରେ ରଖି ଟାରିଫ୍ ପ୍ଲାନକୁ ଅପଡେଟ୍ କରିଛି । ଏଥିସହିତ ଗତ ୧୫ ଦିନ ମଧ୍ୟରେ ଏହା ହେଉଛି କଂପାନି ପକ୍ଷରୁ ତୃତୀୟ ଥର ପାଇଁ ବଦଳାଯାଇଥିବା ନୂତନ ଟାରିଫ୍ ପ୍ଲାନ୍ । ତେବେ, ଏନେଇ ରିଲାଏନ୍ସ ଜିଓର ଅଫିସିଆଲ୍ ୱେବସାଇଟ୍ ଜିଓ.କମରେ ଏହାକୁ ନେଇ ନୂତନ ଅପଡେଟ୍ ସହିତ ଟାରିଫ୍ ପ୍ଲାନକୁ ମଧ୍ୟ ଜାରି କରାଯାଇଛି । ସୂଚନା ମୁତାବକ, ପୂର୍ବରୁ ଏନେଇ ଦୀପାବଳି ଅବସରରେ କଂପାନି ନିଜର ଅପଡେଟ୍ ମାଧ୍ୟମରେ ୧୯ ଟଙ୍କା, ୩୦୯ଟଙ୍କା ସମେତ ଅନେକ ପ୍ଲାନକୁ ବନ୍ଦ କରିଦେଇଥିଲା । ହେଲେ, ଏବେ ପୁନଶ୍ଚ ଉକ୍ତ ପ୍ଲାନ୍ ଗୁଡ଼ିକ ଆସିଥିବାବେଳେ, ୭୯୯ ଟଙ୍କାର ଏକ ନୂତନ ପ୍ଲାନକୁ ମଧ୍ୟ କଂପାନି ପକ୍ଷରୁ ଲଞ୍ଚ୍ କରାଯାଇଛି । ଏଥିସହିତ ଉପଭୋକ୍ତାଙ୍କ ଲାଗି କଂପାନି ୧୦୦୦ଟଙ୍କାରୁ କମ୍ ଟଙ୍କାବାଲା ପ୍ଲାନ୍ର ରିଚାର୍ଜରେ ପ୍ରତ୍ୟେକ ଦିନ ୩ଜିବି ଡାଟା ଦେଉଅଛି । ଯେଉଁଥିରେ କି ୭୯୯ ଟଙ୍କାର ରିଚାର୍ଜରେ ଉପଭୋକ୍ତାଙ୍କୁ ପ୍ରତ୍ୟେକ ଦିନ ୩ଜିବି ଡାଟା ସହିତ ମାଗଣା ଅସୀମିତ କଲିଙ୍ଗ୍ ସେବା ଓ ଜିଓ ଆପ୍ସ ସବସ୍କ୍ରିପସନର ସୁବିଧା ମିଳିବ । ଯାହାର ବୈଧତା ୨୮ ଦିନ ଅଟେ। ଏତଦବ୍ୟତୀତ ୩୦୯ଟଙ୍କାର ରିଚାର୍ଜ ପ୍ଲାନରେ ଉପଭୋକ୍ତାଙ୍କୁ ୪୯ ଦିନର ବୈଧତା ସହିତ ୪୯ଜିବିର ଡାଟା ମିଳିବ । ଯେଉଁଥିରେ କି ଅସୀମିତ କଲିଙ୍ଗ୍ ସେବା ସାଙ୍ଗକୁ ଜିଓ ଆପ୍ସ ସବସ୍କ୍ରିପସନ୍ ମଧ୍ୟ କରିପାରିବେ ଉପଭୋକ୍ତା ।
<urn:uuid:c330da68-f8fb-4fee-ade4-af7a073f61bb>
CC-MAIN-2018-51
http://kanaknews.com/special-reliance-jio-reveals-new-tariff-plans-for-prepaid-and-postpaid-users/
2018-12-19T09:44:30Z
s3://commoncrawl/crawl-data/CC-MAIN-2018-51/segments/1544376831933.96/warc/CC-MAIN-20181219090209-20181219112209-00535.warc.gz
ory
0.999937
Orya
13
{"ory_Orya_score": 0.9999370574951172}
ପେନସନ ଟଙ୍କା ପାଇଁ ବାରମ୍ବାର ତହସିଲ ଅଫିସ ଦୌଡୁଥିଲେ ମଧ୍ୟ ଏହି ବୃଦ୍ଧାଙ୍କ ଅସୁବିଧା କେହି ବୁଝୁନଥିଲେ । ଦୀର୍ଘ ୮ ମାସ ହେବ ପେନସନ ଟଙ୍କା ପାଇବା ପାଇଁ ସେ ତହସିଲ କାର୍ଯ୍ୟାଳୟକୁ ଯାଉଛନ୍ତି । କର୍ଣ୍ଣାଟକର ଗଡଗ ଜିଲ୍ଲାରେ ଜଣେ ବୃଦ୍ଧଙ୍କୁ ପେନସନ୍ ନମିଳିବାରୁ ସେ ବହୁ ଅସୁବିଧାରେ ଥିଲେ। ଏହି ବୃଦ୍ଧଙ୍କୁ ଦୀର୍ଘ ୮ମାସ ହେଲା ପେନସନ୍ ମିଳି ନଥିବା ଅଭିଯୋଗ ହୋଇଛି। ସେ ପେନସନ୍ ପାଇଁ ଅନେକ ଥର ବ୍ୟାଙ୍କ ଯାଇ ଅଧିକାରୀଙ୍କୁ ଗୁହାରି ମଧ୍ୟ କରିଛନ୍ତି। କିନ୍ତୁ ବୃଦ୍ଧଙ୍କ କଥା କେହି ଶୁଣି ନଥିଲେ। ତେଣୁ ସେ ଏହାକୁ ବିରୋଧ କରିବାକୁ ଯାଇ ସେ ଏକ ଅଦ୍ଭୁତ ପଦ୍ଧତି ଆପଣାଇଥିଲେ ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ୟ୍ୟ ହୋଇଯିବେ। ଗଡଗ ଜିଲ୍ଲା ମାବୁ ସାବାଙ୍କ ବୟସ ପାଖାପାଖି ୬୮ବର୍ଷ ହେବ। ପେନସନ୍ ପାଇବା ପାଇଁ ସେ କେତେବେଳେ ବ୍ୟାଙ୍କ୍ ତ ଆଉ କେତେବେଳେ ପୋଷ୍ଟ ବିଭାଗକୁ ଯାଇ ଥାଆନ୍ତି। କିନ୍ତୁ ତାଙ୍କର ଅସୁବିଧା କେହି ଶୁଣନ୍ତି ନାହିଁ। ଏଥିରେ ସେ ରାଗି ଯାଇ ଏକ ନାଗ ସାପକୁ ବେକରେ ଗୁଡ଼ାଇ ତହସିଲଦାରଙ୍କ ଅଫିସରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ କହିଲେ, 'ପେନସନ୍ ଦେବ ନା ମୁଁ କିଛି ଅଘଟଣ ଘଟାଇବି।' ବୃଦ୍ଧଙ୍କ ବେକରେ ସାପକୁ ଦେଖି ତହସିଲଦାର କାର୍ୟ୍ୟାଳୟରେ କାମ କରୁଥିବା ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ସେଠାରେ ଜଣେ ଅଧିକାରୀ ଧୈର୍ୟ୍ୟ ସହକାରେ ବୃଦ୍ଧଙ୍କ ଅସୁବିଧା ପଚାରି ବୁଝିଥିଲେ। ଏହାପରେ ସେ ବୃଦ୍ଧଙ୍କୁ ଆଶ୍ୱସନା ଦେଇଥିଲେ କି ତିନି ଚାରିଦିନ ମଧ୍ୟରେ ତାଙ୍କ ସମସ୍ୟାର ସମାଧାନ କରାଯିବ। ଅଧିକାରୀଙ୍କ କଥା ଶୁଣିବା ପରେ ମାବୁ ଆଶ୍ୱସ୍ତିଲାଭ କରି ସେଠାରୁ ଚାଲି ଆସିଥିଲେ। କିଛି ବାଟ ଆସିବା ପରେ ସେ ଗଳାରୁ ସାପଟିକୁ ବାହାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ।
<urn:uuid:3b429c60-402a-4d8d-9dd1-37414cedc394>
CC-MAIN-2018-51
http://kanaknews.com/inside-tahshil-office-old-man-take-cobra-snake-for-pension-money/
2018-12-10T02:06:52Z
s3://commoncrawl/crawl-data/CC-MAIN-2018-51/segments/1544376823236.2/warc/CC-MAIN-20181210013115-20181210034615-00054.warc.gz
ory
0.999978
Orya
6
{"ory_Orya_score": 0.9999778270721436}
ଚଣ୍ଡିଗଡ଼: ଦୁଷ୍କର୍ମକାରୀ ବାବା ଗୁରମିତ ରାମ୍ ରହିମ୍ଙ୍କ ସହଯୋଗୀ ପ୍ରଦୀପ ଗୋଏଲ୍ଙ୍କୁ ହରିଆଣା ପୁଲିସ୍ ଉଦୟପୁରଠାରେ ଗିରଫ କରିଛି। ଗୁର୍ମିତ ରାମ ରହିମଙ୍କୁ ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ପ୍ରଦୀପ ଦଙ୍ଗା ସୃଷ୍ଟି କରୁଥିଲେ। ପ୍ରଦୀପଙ୍କୁ ଧରିବା ପାଇଁ ହରିଆଣାର କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ଏବଂ ଉଦୟପୁରର ସ୍ପେସିଆଲ୍ ଟାସ୍କ ଫୋର୍ସକୁ ଦାୟିତ୍ୱ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚାଲିଥିବା ଦଙ୍ଗା ସୟମରେ ଗୋଏଲ୍ ପଞ୍ଚକୁଲାରୁ ଉଦୟପୁର ପର୍ଯ୍ୟନ୍ତ ୨ଟି ବସ୍ ପୂରା କରି ଆଦିବାସୀମାନଙ୍କୁ ଆଣିଥିଲେ କେବଳ ହିଂସା ସୃଷ୍ଟି କରିବାକୁ। ବାବାଙ୍କ ଶୁଣାଣି ପରେ ଦଙ୍ଗା ସୃଷ୍ଟି କରିବା ପାଇଁ ସେ ପ୍ରତି ଲୋକଙ୍କୁ ୨୫, ୦୦୦ ଲେଖାଏ ଦେବେ ବୋଲି କହିକି ଭଡ଼ାରେ ଆଣିଥିଲେ। ପୁଲିସ୍ ଗୋଏଲ୍କୁ ଧରିବା ପରେ ତାଙ୍କ ଫୋନ୍ରୁ ବାବା ରାମ ରହିମ ଏବଂ ତାଙ୍କ ପାଳିତ କନ୍ୟା ହନୀପ୍ରୀତଙ୍କ ଅନେକ ଫଟୋ ତାଙ୍କ ଫୋନ୍ରୁ ଜବତ କରିଛି। ପୁଲିସ୍ ଆଶା କରୁଛି ଯେ ଗୋଏଲ୍ ଜରିଆରେ ହନିପ୍ରୀତଙ୍କ ସଂପର୍କରେ ନାନା ତଥ୍ୟ ସଂଗ୍ରହ କରିହେବ।
<urn:uuid:301069bc-389b-4898-a549-bc3e86c65e44>
CC-MAIN-2018-51
http://sambad.in/india-and-beyond/%E0%AC%AC%E0%AC%BE%E0%AC%AC%E0%AC%BE-%E0%AC%B0%E0%AC%BE%E0%AC%AE-%E0%AC%B0%E0%AC%B9%E0%AC%BF%E0%AC%AE%E0%AC%99%E0%AD%8D%E0%AC%95-%E0%AC%B8%E0%AC%B9%E0%AC%AF%E0%AD%8B%E0%AC%97%E0%AD%80-%E0%AC%AA-655/
2018-12-12T09:59:46Z
s3://commoncrawl/crawl-data/CC-MAIN-2018-51/segments/1544376823817.62/warc/CC-MAIN-20181212091014-20181212112514-00054.warc.gz
ory
1
Orya
5
{"ory_Orya_score": 1.0000001192092896}
ନୂଆଦିଲ୍ଲୀ,୧୯-୧୨ ଜାପାନଭିତ୍ତିକ ଅଟୋ ନିର୍ମାତା ନିଶାନ ଏହାର ନିଶାନ ଏବଂ ଡାଟ୍ସନ ରେଞ୍ଜ୍ ଯାନଗୁଡିକ ଦରରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ। ୨୦୧୮ ଜାନୁୟାରୀ ୧ ରୁ ନୂଆ ଦର ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଘଟିଥିବାରୁ କମ୍ପାନୀ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିବା ନିଶାନ ମୋଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜେରୋମ୍ ସାଇଗଟ୍ ପ୍ରକାଶ କରିଛନ୍ତି।
<urn:uuid:0cb15984-eb08-4044-9ff8-d838e05eb3ad>
CC-MAIN-2018-51
http://www.dharitri.com/main/news/14914
2018-12-14T20:07:47Z
s3://commoncrawl/crawl-data/CC-MAIN-2018-51/segments/1544376826306.47/warc/CC-MAIN-20181214184754-20181214210754-00054.warc.gz
ory
0.999979
Orya
5
{"ory_Orya_score": 0.9999792575836182}
ହକି ହୃଦ୍କମ୍ପନ: ସେମିରେ ମାଲେସିଆଠୁ ହାରିଲା ବିଜେତା ଭାରତ ଜାକର୍ତା/ପାଲେମବାଙ୍ଗ: ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣ ପଦକ ଜିତିବା ଆଶା ମଉଳି ଯାଇଛି। ଗୁରୁବାର ମାଲେସିଆଠାରୁ ୬-୭ ଗୋଲ୍ରେ ହାରିବା ପରେ ଏସିଆଡ଼୍ରେ ଲଗାତାର ଦ୍ୱିତୀୟ ବାର ବିଜେତା ହେବା ସ୍ୱପ୍ନ ବି ଭାଙ୍ଗି ଚୁର୍ ମାର୍ ହୋଇ ଯାଇଛି। ଆଜିର ହୃଦୟ ବିଦାରକ ପରାଜୟ ପାଇଁ ଭାରତ ଫାଇନାଲ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି। ସେହିଭଳି ଟୋକିଓ ଅଲିମ୍ପିକ୍ସ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ମଧ୍ୟ ହାତଛଡ଼ା କରିଛି। ଗୁରୁବାରର ଅପ୍ରତ୍ୟାଶିତ ପରାଜୟ ପରେ ଭାରତ ଏବେ କାଂସ୍ୟ ପଦକ ପାଇଁ ଶନିବାର ପାକିସ୍ତାନ ସହ ଲଢ଼ିବ। ତୀବ୍ର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ ମୁକାବିଲାରେ ଭାରତ ୨-୧ରେ ଆଗୁଆ ଥିଲା ବେଳେ ଶେଷ ମିନିଟ୍ରେ ଗୋଲ୍ ବରଣ କରି ମାଲେସିଆକୁ ମ୍ୟାଚ୍କୁ ଫେରିବାର ସୁଯୋଗ ଦେଇଥିଲା। ଏହା ପରେ ପେନାଲ୍ଟି ସୁଟଆଉଟ୍ର ୫ ସଟ୍ରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍ କରି ପୁଣି ଥରେ ବରାବର ସ୍ଥିତିରେ ରହିଥିଲେ। ହେଲେ ସଡନଡେଥ୍ରେ ବାଜିମାରି ମାଲେସିଆ ଦ୍ୱିତୀୟ ଥର ପାଇଁ ଫାଇନାଲ୍ ଯାଇଥିଲା। ଏଥିରେ ମାଲେସିଆର ୫ ଜଣ ଖେଳାଳି ଗୋଲ୍ କରିବା ପରେ ଭାରତର ୪ ଜଣ ଖେଳାଳି ସଫଳ ହୋଇଥିଲେ। ଏସ୍ଭି ସୁନୀଲ କରିଥିବା ଶେଷ ପ୍ରୟାସକୁ ମାଲେସିଆ ଗୋଲ୍ ରକ୍ଷକ ଚତୁରତାର ସହ ଅଟକାଇ ଦେଇଥିଲେ। ସେହିଠାରେ କୋଟି କୋଟି ଭାରତୀୟ ହକି ପ୍ରେମୀଙ୍କ ହୃଦୟ ଭାଙ୍ଗି ଯାଇଥିଲା। ମାଲେସିଆ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରି ସ୍ୱର୍ଣ୍ଣ ଲଢ଼େଇ ଟିକେଟ ପାଇଥିଲା। ଭାରତ ଏଣିକି କାଂସ୍ୟ ପଦକ ପାଇଁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍ ସହ ଫାଇନାଲ୍ ସେପ୍ଟେମ୍ବର ପହିଲାରେ ଅନୁଷ୍ଠିତ ହେବ। ପାକିସ୍ତାନକୁ ଜାପାନ ୧-୦ରେ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ଯାଇଥିଲା। ଭିଡିଓ ରେଫରାଲରେ ମାଲେସିଆ ଗୋଲ୍ ନାକଚ ହେବା ପରେ ପ୍ରଥମ ଦୁଇ କ୍ୱାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ତୃତୀୟ କ୍ୱାର୍ଟରରେ ତିନିଟି ଗୋଲ୍ ହେବା ପରେ ମାଲେସିଆ ଚତୁର୍ଥ କ୍ୱାର୍ଟରରେ ଗୋଲ୍ ଦେଇ ପରାଜୟରୁ ବର୍ତି ଯାଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ (୩୩) ଓ ବରୁଣ (୪୦) ଦୁଇଟି ଗୋଲ୍ କରିଥିଲେ। ଅନ୍ୟ ପକ୍ଷରେ ମାଲେସିଆ ପାଇଁ ଫୈଜଲ (୪୦) ଏବଂ ରହିମ ଆବିଦି (୫୯) ଗୋଲ୍ ଦେଇଥିଲେ। ଭାରତୀୟ ପୁରୁଷ ହକି ଦଳ ଲିଗ୍ ପର୍ଯ୍ୟାୟରେ ୭୬ ଗୋଲ୍ (ଯାହା କି ଏକ ବିଶ୍ୱ କୀର୍ତ୍ତିମାନ) ଦେଇ ସେମିଫାଇନାଲ୍ ଯାଇଥିଲା। ଭାରତ ଗତ ଏସିଆଡ଼୍ରେ ପାକିସ୍ତାନକୁ ହରାଇ ବିଜେତା ହୋଇଥିଲା।
<urn:uuid:491dc209-a47a-4fa3-a676-1e3868ced4f3>
CC-MAIN-2018-51
http://sambad.in/sports/heart-beat-hockey-203744/
2018-12-17T06:08:25Z
s3://commoncrawl/crawl-data/CC-MAIN-2018-51/segments/1544376828318.79/warc/CC-MAIN-20181217042727-20181217064727-00054.warc.gz
ory
0.999997
Orya
2
{"ory_Orya_score": 0.999996542930603}
ସର୍ପ ଦଂଶନରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ, ସାପ କାମୁଡ଼ିଲେ ହଠାତ୍ କ'ଣ କରିବେ ଲକ୍ଷ୍ନୋ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ସୁଖପୁରାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ବିଛଣାରେ ଦୁଇ ଭାଇ ଶୋଇ ଥିବା ବେଳେ ସର୍ପ ଦଂଶନରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜ୍ କୁମାର ରାମଙ୍କ ଦୁଇ ପୁଅ ରବି(୧୦) ଏବଂ ଅକ୍ଷୟ(୧୩)। ଉଭୟେ ଗତକାଲି ରାତିରେ ଖାଇ ପିଇ ଶୋଇଥିଲେ। ତେବେ କୌଣସିମତେ ଏକ ବିଷଧର ସାପ ଘର ଭିତରକୁ ପ୍ରବେଶ କରି ଉଭୟଙ୍କୁ ଦଂଶନ କରିଥିଲା। ପୋଲିସ କହିବା ଅନୁଯାୟୀ ପ୍ରାଥମିକ ଅବସ୍ଥାରେ ପରିବାର ଲୋକେ ଉଭୟଙ୍କୁ ମେଡିକାଲ ନ ନେଇ ଝଡ଼ାଫୁଙ୍କା କରିଥିଲେ। ଧୀରେ ଧୀରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିଲା। ସାପ କାମୁଡ଼ିଲେ ହଠାତ୍ କଣ କରିବେ ୧- ଏକ ରଶି ଆଣି ସେଥିରେ ସାପ କାମୁଡ଼ି ଥିବା ସ୍ଥାନର ଉପର ଅଂଶକୁ ବାନ୍ଧି ଦେବେ। ଯେପରି ବିଷ ଶରୀରକୁ ଆଉ କୌଣସି ଅଂଶକୁ ଚରି ପାରିବନି। କିନ୍ତୁ ଏହାକୁ ଅତି ଜୋରରେ ବାନ୍ଧିବେ ନାହିଁ । ଏହା କ୍ଷତିକାରକ ହୋଇପାରେ। ୨-କାହାକୁ ସାପ କାମୁଡ଼ି ଥିଲେ ତାଙ୍କୁ ଡରାନ୍ତୁ ନାହିଁ। କାରଣ, ସାପ କାମୁଡ଼ିଥିଲେ ଲୋକେ ସଙ୍ଗେ ସଙ୍ଗେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ନ୍ତି। ଆଉ ଏହି ଡରରେ ବେଳେ ବେଳେ ପୀଡ଼ିତ ମାନସିକ ଭାରସାମ୍ୟ ହରାଇ ହୃଦଘାତ ଯୋଗୁ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଛି। ୩-ଆପଣ ଯେତେ ଶୀଘ୍ର ସମ୍ଭବ ପୀଡ଼ିତଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଯାଆନ୍ତୁ। ୪-ତେବେ ଗୋଟିଏ କଥା ପ୍ରତି ଧ୍ୟାନ ଦିଅନ୍ତୁ। ସାପ କାମୁଡ଼ିଲେ ଆୟୁର୍ବେଦିକ ଚିକିତ୍ସା କରାନ୍ତୁ ନାହିଁ କିମ୍ବା ଗୁଣିଗାରେଡ଼ି ଚକ୍କରରେ ପଡ଼ନ୍ତୁ ନାହିଁ। ଏହା ପୀଡ଼ିତଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।
<urn:uuid:e6608e2a-8477-4575-961b-047289175ef9>
CC-MAIN-2018-51
https://odishareporter.in/nation/snake-stings-two-bothers-in-balia-uttar-pradesh-258022
2018-12-18T21:33:55Z
s3://commoncrawl/crawl-data/CC-MAIN-2018-51/segments/1544376829812.88/warc/CC-MAIN-20181218204638-20181218230638-00374.warc.gz
ory
0.999946
Orya
2
{"ory_Orya_score": 0.999945878982544}
ପୁରୀ ଅଫିସ: ସ୍ବର୍ଗଦ୍ୱାର ଜମି ଦୁର୍ନୀତିର ସମୀକ୍ଷା କରିବେ କେନ୍ଦ୍ରାଞ୍ଚଳ ଆରଡିସି। ଆସନ୍ତା ୬ ତାରିଖରେ ପୁରୀ ଜିଲା ଗସ୍ତରେ ଆସି ସମୀକ୍ଷା କରିବେ ବୋଲି ଜଣାପଡିଛି। ପ୍ରକାଶଥାଉ କି, ପୁରୀ ତହସିଲର ବାଲିସାହି ମୌଜା ଖାତା ନଂ. ୩୩ ଏବଂ ପ୍ଲଟ ନଂ. ୮୩୫ରେ ରହିଛି ସ୍ବର୍ଗଦ୍ୱାର ଶ୍ମଶାନ। ସ୍ବର୍ଗଦ୍ୱାର ଶ୍ମଶାନର ସ୍ଥିତି ବିକାଶ ପରିବର୍ତ୍ତେ ବିଗିଡିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଜମି ଅଧିଗ୍ରହଣ କରି ସ୍ବର୍ଗଦ୍ୱାର ସମ୍ପ୍ରସାରଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ତେବେ ଏହି ସମ୍ପ୍ରସାରଣକୁ ବିରୋଧ କରିଥିଲା ପୌରସଂସ୍ଥା। ସ୍ବର୍ଗଦ୍ୱାର ଶ୍ମଶାନର ବିକାଶ ହେଉ ବରଂ ସମ୍ପ୍ରସାରଣ ନ ହେଉ ମତ ରଖି ବିବାଦ ପରିସରକୁ ଆସିଥିଲେ ପୁରୀ ନଗରପାଳ। ବଳିଆପଣ୍ଡାରେ ଏକ ଅତ୍ୟାଧୁନିକ ଶ୍ମଶାନ ନିର୍ମାଣର ପ୍ରସ୍ତାବ ରଖି ସେ ଆହୁରି ଅଧିକ ବିବାଦୀୟ ହୋଇଥିଲେ। ସ୍ବର୍ଗଦ୍ୱାରକୁ ନେଇ ଜିଲା ପ୍ରଶାସନ ଏବଂ ପୌରସଂସ୍ଥା ମୁହାଁମୁହିଁ ହୋଇଥିଲେ। ଶେଷରେ ସ୍ବର୍ଗଦ୍ୱାର ଜମି ଦୁର୍ନୀତିର ତଦନ୍ତ ହୋଇଥିଲା। ନଗରପାଳଙ୍କ ପରିବାର ସଦସ୍ୟ ସ୍ବର୍ଗଦ୍ୱାର ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡିଥିଲା। ଆରଡିସି ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ। ରିପୋର୍ଟକୁ ଚାପି ରଖିଛି ରାଜସ୍ବ ବିଭାଗ। ସ୍ବର୍ଗଦ୍ୱାର ଜମିକୁ ହଡ଼ପ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଅନ୍ୟପକ୍ଷରେ ସ୍ବର୍ଗଦ୍ୱାର ଜମି ଅଧିଗ୍ରହଣକୁ ସବୁଜ ସଙ୍କେତ ଦେଇଥିବା ନଗର ଉନ୍ନୟନ ବିଭାଗ ସମ୍ପ୍ରସାରଣ ଫାଇଲକୁ ଚାପି ରଖିଛି। ବିଭିନ୍ନ ଆଳ ଦେଖାଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଅନୁମୋଦନ କରାଯାଉନାହିଁ। ରାଜନେତା ଓ ପ୍ରଶାସକଙ୍କ ଚକ୍ରବୂ୍ୟହ ମଧ୍ୟରେ ଛନ୍ଦି ହୋଇ ରହିଛି ସ୍ବର୍ଗଦ୍ୱାର ଜମି ଦୁର୍ନୀତି। କିନ୍ତୁ ସ୍ବର୍ଗଦ୍ୱାର ଜମିର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିଛି ଜିଲା ପ୍ରଶାସନ। ଶ୍ରୀଜଗନ୍ନାଥ ଅମୃତମଣୋହି ଜମି ତଥା ବିବାଦୀୟ ସ୍ବର୍ଗଦ୍ୱାର ଜମିର ପରିମାଣ ୩୦.୧୧୦ଏକର। ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମି ତଥା ବିବାଦୀୟ ସ୍ବର୍ଗଦ୍ୱାର ଜମିକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ୧୯୯୦ ମସିହାରେ ଓଇଏ କଲେକ୍ଟର ତଥା ପୁରୀ ତହସିଲଦାରଙ୍କଠାରେ ଏକ ଓଇଏ କେସ୍ (ନଂ. ୩୪/୧୯୯୦) ରୁଜୁ କରିଥିଲା। ଜମି ଦୁର୍ନୀତିର ଖୋଳତାଡରେ ଏହି ଫାଇଲ ଖୋଲିଛି। ସମୁଦାୟ ଜମିରୁ ବର୍ତ୍ତମାନ ସୁଦ୍ଧା ୧୫ ଏକର ୪୮୪ ଡେସିମିଲ ଶ୍ରୀଜଗନ୍ନାଥ ଏବଂ ସରକାରୀ ଖାତାକୁ ଆସିଛି। ବାକି ବେନିୟମ ଭାବେ ସ୍ଥିତିବାନ ରେକର୍ଡ ହୋଇଥିବା ଜମିର ପରିମାଣ ୧୪ଏକର ୬୨୬ ଡେସିମିଲ। ଏହି ଜମି ମଧ୍ୟରୁ ପ୍ରାୟ ୧୨ଏକର ଜମିର ବିଚାର ତହସିଲଦାରଙ୍କ କୋର୍ଟରେ ଜାରି ରହିଛି।
<urn:uuid:b00d2dca-28ab-48b0-a3aa-bdb0f7cfd75e>
CC-MAIN-2018-51
http://www.dharitri.com/main/news/2087
2018-12-11T22:56:12Z
s3://commoncrawl/crawl-data/CC-MAIN-2018-51/segments/1544376823705.4/warc/CC-MAIN-20181211215732-20181212001232-00256.warc.gz
ory
0.999988
Orya
5
{"ory_Orya_score": 0.9999878406524658}
ଉଚ୍ଚତା କମ ହେବା କାରଣରୁ ଛାତ୍ରୀଙ୍କୁ ପୋଲିସ ବିଭାଗରେ ମିଳିଲାନି ଚାକିରି ! ହକ୍ ଫେରି ପାଇବାକୁ ଉପବାସ କରିଲେ ଛାତ୍ରୀ ମଧ୍ୟପ୍ରଦେଶ ପୋଲିସ ପଦ ପାଇଁ ଭର୍ତ୍ତି ହେବାକୁ ପ୍ରାର୍ଥୀ ଚୟନ କରାଯାଉଥିବା ସମୟରେ ଉଚ୍ଚତା କମ ଥିବା କାରଣରୁ କେତେକ ଝିଅଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏଥିରେ ଅସନ୍ତୋଷ ହୋଇ ଝିଅ ମାନେ ସୋମବାର ଦିନ ରାଜଧାନୀର ଶାହଜାହାଙ୍ଗୀ ପାର୍କରେ ଧାରଣା ଦେବା ସହ ସାମୁହିକ ଉପବାସ ରଖି ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ରୀଙ୍କ ନେତୃତ୍ୱ ନେଇଥିବା ପ୍ରୀତି ଶର୍ମାଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ପୂର୍ବରୁ ଘୋଷଣା କରିଥିଲେ ପୁଲିସରେ ଭର୍ତ୍ତି ହେବାରେ ଇଚ୍ଛୁକ ମହିଳା ମାନଙ୍କ ପାଇଁ ଉଚ୍ଚତାରେ କୋହଳ କରାଯିବ । କିନ୍ତୁ ଏହା ଲାଗୁ ହେଲା ନାହିଁ । କେବଳ ଉଚ୍ଚତା କମ ହେବା କାରଣରୁ ଛାତ୍ରୀ ମାନଙ୍କୁ ଅଯୋଗ୍ୟ ବିବେଚିତ କରାଗଲା । ସେ ଏହା ମଧ୍ୟ କହିଛନ୍ତି, ଏହି ମହିଳା ମାନେ ସମସ୍ତ ପରୀକ୍ଷାରେ ଉତ୍ତିର୍ଣ୍ଣ କରିବା ପରେ ମଧ୍ୟ ଉଚ୍ଚତାକୁ କେନ୍ଦ୍ର କରି ଅଯୋଗ୍ୟ ବିବେଚିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମହିଳାଙ୍କ ପାଇଁ ଉଚ୍ଚତା କ୍ଷେତ୍ରରେ କୋହଳ କରିବାକୁ ଘୋଷଣା କରିଥିଲେ ମଧ୍ୟ ୧୫୮ ସେଣ୍ଟିମିଟରରୁ ମାତ୍ର ୩ ସେଣ୍ଟିମିଟର ଉଚ୍ଚତା କମିଯିବା କାରଣରୁ ମହିଳା ମାନଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦିଆଗଲା ନାହିଁ । ତେଣୁ ଯେପର୍ଯ୍ୟନ୍ତ ଛାତ୍ରୀମାନଙ୍କ ଦାବି ପୁରଣ ନହୋଇଛି, ସେପର୍ଯ୍ୟନ୍ତ ଉପବାସ ଜାରି ରହିବ । ସୂଚନା ଅନୁଯାୟୀ, ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ଚୌହାନ ଘୋଷଣା କରିଥିଲେ, ରାଜ୍ୟରେ ବଢୁଥିବା ଗୁଣ୍ଡାଗର୍ଦ୍ଦିକୁ ବନ୍ଦ କରିବା ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପୋଲିସରେ ଭର୍ତ୍ତି କରାଯିବ । ଏଥିପାଇଁ ଆବଶ୍ୟକୀୟ ଉଚ୍ଚତା ୧୫୮ ସେଣ୍ଟିମିଟରକୁ କୋହଳ କରିବାକୁ ଘୋଷଣା କରିଥିଲେ ଶିବରାଜ । କିନ୍ତୁ କେତେ ସେଣ୍ଟିମିଟର କମାଯିବ ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିନଥିଲେ । ଆଉ ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।
<urn:uuid:ec52eda7-0f68-4d44-bd8f-bdabced2af87>
CC-MAIN-2018-51
http://kanaknews.com/girls-started-fasting-after-gets-rejected-from-police-selection/
2018-12-14T08:24:46Z
s3://commoncrawl/crawl-data/CC-MAIN-2018-51/segments/1544376825495.60/warc/CC-MAIN-20181214070839-20181214092339-00256.warc.gz
ory
1.000007
Orya
6
{"ory_Orya_score": 1.000007152557373}
ରିଓରେ କମାଲ କଲେ ଦୀପା କର୍ମାକର ରିଓରେ କମାଲ କରିଛନ୍ତି ଜିମନାଷ୍ଟ ଦୀପା କର୍ମାକର । ପ୍ରଥମ ଭାରତୀୟ ଭାବେ ଜିମନାଷ୍ଟିକର ବ୍ୟକ୍ତିଗତ ଭଲ୍ଟ ଇଭେଂଟରେ ଫାଇନାଲକୁ ଯାଇଛନ୍ତି । ଦୀପାଙ୍କର ଏହା ପ୍ରଥମ ଅଲିମ୍ପିକ ପ୍ରତିଯୋଗୀତା । ତ୍ରିପୁରାର ଏହି ଝିଅ ଅଗଷ୍ଟ ୧୪ରେ ଫାଇନାଲ ମେଡାଲ ପାଇଁ ରିଓ ମଇଦାନକୁ ଓହ୍ଲାଇବେ। ଫାଇନାଲ ଲଢେଇରେ ୮ ଜଣଙ୍କୁ କଡା ଟକ୍କର ଦେବେ ଦୀପା । ତେବେ କ୍ୱାଲିଭାଇଂ ଇଭେଂଟରେ ଦୀପା ଦ୍ୱିତୀୟ ଚେଷ୍ଟାରେ 'ପ୍ରୋଡୁନୋଭା ଭଲ୍ଟ'ରେ ଚମତ୍କାର ପ୍ରଦର୍ଶନ ଦେଖାଇ ୧୪ ଦଶମିକ ୮୫୦ ପଏଂଟ ହାସଲ କରି ଫାଇନାଲକୁ ଯାଇଛନ୍ତି । ଦୀପା ଏହି ରାଉଣ୍ଡରେ ପ୍ରଥମ ଚେଷ୍ଟାରେ ୮ ଦଶମିକ ୧ ପଏଂଟ ହାସଲ କରିଥିବା ବେଳେ ଦ୍ୱିତୀୟ ଚେଷ୍ଟାରେ ଆଉ ୬ ପଏଂଟ ହାସଲ କରି ଫାଇନାଲିଷ୍ଟଙ୍କ ମଧ୍ୟରେ ନିଜର ସ୍ଥାନ ପକା କରିଛନ୍ତି । ତେବେ ଜିମନାଷ୍ଟିକ୍ ବ୍ୟକ୍ତିଗତ ଭଲ୍ଟ ଇଭେଂଟ ଫାଇନାଲ ତାଲିକାର ଶୀର୍ଷରେ ଅଛନ୍ତି । ପୂର୍ବରୁ ଦୀପା ପ୍ରଥମ ମହିଳା ଜିମନାଷ୍ଟ ,ଯିଏ କମନ ୱେଲଥ ମେଡାଲ ମଧ୍ୟ ହାସଲ କରିଛନ୍ତି । ଏସିଆନ୍ ଜିମନାଷ୍ଟିକ ଚାମ୍ପିଅନସିପରେ ମଧ୍ୟ ବ୍ରୋଂଜ ପଦକ ହାସଲ କରିଥିଲେ ଦୀପା ।
<urn:uuid:2b3228eb-928a-4d58-a1f2-9c3ed1be363a>
CC-MAIN-2018-51
http://kanaknews.com/dipa-karmakar-final-olympics-qualifying/
2018-12-15T12:19:35Z
s3://commoncrawl/crawl-data/CC-MAIN-2018-51/segments/1544376826856.55/warc/CC-MAIN-20181215105142-20181215131142-00576.warc.gz
ory
1
Orya
3
{"ory_Orya_score": 1.0}
ଯୁବପୀଢ଼ିଙ୍କୁ ଉତ୍ସାହିତ କରିବା ପାଇଁ 'ମୁଁ ହିରୋ ମୁଁ ଓଡ଼ିଶା' ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : କହିଲେ, ଓଡ଼ିଶା ବୀରମାଟି ଓ ଏମାଟିର ସନ୍ତାନ ମାଟି ପାଇଁ ସଂଗ୍ରାମ କରିଛନ୍ତି କନକ ବ୍ୟୁରୋ : ବିଜୁ ଯୁବ ବାହୀନିକୁ ମିଳିଲା ବଳ । ନିର୍ବାଚନୀ ବର୍ଷରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜୁ ଜନତା ଦଳର ଆଉ ଏକ ଅଭିଯାନ । କଟକରେ 'ମୁଁ ହିରୋ ମୁଁ ଓଡିଶା' କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଆଜିଠାରୁ ସମସ୍ତ ବ୍ଳକ ଓ ପୌରାଂଚଳରେ ବୁଲିବ ମୁଁ ହିରୋ ରଥ । ଉଦ୍ଦେଶ୍ୟ, ଯୁବବର୍ଗଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରି ସମ୍ମାନିତ କରିବା, ହେଲେ ବିଜେଡିର ଏହି ଅଭିଯାନରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ବିଜେଡି ସରକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ବିଜୁ ଯୁବ ବାହିନୀର ଅଂଶ ଭାବରେ 'ମୁଁ ହିରୋ ମୁଁ ଓଡ଼ିଶା' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜସ୍ୱ ଉଦ୍ୟମରେ ସାମାଜିକ ପରିବର୍ତନ ଆଣିଥିବା ଯୁବକ, ଯୁବତୀଙ୍କୁ ସମ୍ମାନିତ କରିବା ଲାଗି ଏଭଳି ଅଭିଯାନ ଆରମ୍ଭ କରିଛି ବିଜୁ ଜନତା ଦଳ । 'ମୁଁ ହିରୋ ମୁଁ ଓଡ଼ିଶା' – ଓଡ଼ିଶା ସରକାରଙ୍କ 'ବିଜୁ ଯୁବ ବାହିନୀ' ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ – ଯୋଜନାରେ ପୁରସ୍କୃତ ହେବେ ସ୍ଥାନୀୟ ହିରୋ ବା ପରିବର୍ତ୍ତନ ବାହକ – ୧୫ରୁ ୩୫ ବର୍ଷ ଭିତରେ ଏଭଳି ଯୁବକ, ଯୁବତୀଙ୍କୁ ଚିହ୍ନଟ କରାଯିବ – ଜିଲ୍ଲା ଓ ରାଜ୍ୟସ୍ତରୀୟ ଯୁବ ସମାବେଶରେ କରାଯିବ ପୁରସ୍କୃତ ରାଜ୍ୟର ସମସ୍ତ ୩୧୪ ବ୍ଲକ ଓ ୧୧୩ ପୌରାଂଚଳର ଯୁବକ ଯୁବତୀମାନଙ୍କୁ ବିଜେଡି ସହ ଯୋଡିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ବିଜୁ ଯୁବ ବାହିନୀକୁ ଗତ ମାର୍ଚ୍ଚ ୧୪ ତାରିଖରେ ଅନୁମୋଦନ କରିଥିଲା କ୍ୟାବିନେଟ୍ । ନିର୍ବାଚନୀ ବର୍ଷରେ କ୍ରୀଡା ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ବିଶେଷ ଭୂମିକା ନେଉଥିବା ଯୁବବର୍ଗଙ୍କୁ ପୁରସ୍କୃତ କରିବା ଲକ୍ଷ୍ୟରେ ମୁଁ ହିରୋ ଅଭିଯାନ ଆରମ୍ଭ କରି ଆଉପାଦେ ଆଗେଇଛନ୍ତି ବିଜେଡ଼ି ସରକାର । ହେଲେ ବିରୋଧୀଙ୍କ ଅଭିଯୋଗ ରାଜ୍ୟରେ ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ଅଭାବର କୁହେଳିକା ଭିତରେ ରାଜନୈତିକ ବିଭ୍ରାନ୍ତି ପାଇଁ ଏହା ଏକ ପ୍ରୟାସ । ମୁଁ ହିରୋ ରଥକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ୨ମାସ ପର୍ଯ୍ୟନ୍ତ ଏହି ରଥ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଂଚଳରେ ବୁଲିବ । ଲୁକ୍କାୟିତ ପ୍ରତିଭାମାନଙ୍କୁ ଚୟନ କରିବା ସହ ଯୁବବର୍ଗଙ୍କ ସମସ୍ୟା ଓ ସେଗୁଡିକର ସମାଧାନ କ୍ଷେତ୍ରରେ ଏହା ସହାୟକ ହେବ । ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ସ୍ଥାନୀୟ ହିରୋମାନଙ୍କୁ ଚୟନ କରି ସମ୍ମାନିତ କରାଯିବ । ଶାସକ ଓ ଶାସିତ ଭିତରେ ସଂପର୍କର ସୂତ୍ରହେବ ବିଜେଡିର ଏହି ନିଆରା ଅଭିଯାନ ।
<urn:uuid:e9b1facb-8ec0-421b-b2d0-24e20c83368a>
CC-MAIN-2018-51
http://kanaknews.com/mu-hero-mu-odisha-programme-inaugurated-bu-cm-in-cuttack/
2018-12-15T12:19:41Z
s3://commoncrawl/crawl-data/CC-MAIN-2018-51/segments/1544376826856.55/warc/CC-MAIN-20181215105142-20181215131142-00576.warc.gz
ory
1.000005
Orya
4
{"ory_Orya_score": 1.0000050067901611}
ନୂଆଦିଲ୍ଲୀ: ଭାରତରେ ବର୍ଷକୁ ହାରାହାରି ୨୬ ନିୟୁତ ଶିଶୁ ଜନ୍ମଗ୍ରହଣ କରନ୍ତି। ସେମାନଙ୍କ ମଧ୍ୟରୁ ୧୫ ନିୟୁତ ଶିଶୁଙ୍କୁ ଜନ୍ମର ୧ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରିବାକୁ ଦିଆଯାଏ ନାହିଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଜନ୍ମ ହେଉଣୁ ଶିଶୁକୁ ମା' ସ୍ତନ୍ୟ ପାନ କରାଇବା ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ମା'ର କଷକ୍ଷୀରରେ କୋଲୋଷ୍ଟ୍ରମ୍ ଥାଏ। ଏହା ଶିଶୁର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୁଏ। କିନ୍ତୁ ନବଜାତ ଶିଶୁଙ୍କୁ ଏଥିରୁ ବଞ୍ଚତ୍ତ କରାଯାଉଥିବା ରିପୋର୍ଟ ମିଳୁଛି। ଜନ୍ମର ଘଣ୍ଟାକ ମଧ୍ୟରେ ଶିଶୁକୁ ମା' କ୍ଷୀର ଖୁଆଇବା ସ୍ତନ୍ୟପାନର ପ୍ରାଥମିକ ପର୍ଯ୍ୟାୟ ବିବେଚନା କରାଯାଏ। ସ୍ତନ୍ୟପାନ ଉପରେ ଭାରତର ନୀତି ଓ କାର୍ଯ୍ୟକ୍ରମ-'ଆରେଷ୍ଟେଡ ଡେଭଲପମେଣ୍ଟ'ର ୫ମ ରିପୋର୍ଟରେ କୁହାଯାଇଛି, ୨୦୧୫ରେ ଭାରତର ସ୍କୋର ୪୪ ଥିବା ବେଳେ ଚଳିତବର୍ଷ ୪୫କୁ ଉନ୍ନୀତ ହୋଇଛି। ଏମ୍ସ, ୟୁନିସେଫ୍ ସମେତ କେତେକ ସରକାରୀ ସଂସ୍ଥା ଏବଂ ଜନସ୍ବାସ୍ଥ୍ୟ ଗୋଷ୍ଠୀର ମିଳିତ ଉଦ୍ୟମରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସମ୍ମତି ଏବଂ ଭାରତ ସରକାରଙ୍କ ମୁଖ୍ୟ ନୀତି ନିର୍ଦ୍ଧାରକଙ୍କ ମତାମତ ଉପରେ ଏହି ରିପୋର୍ଟ ପର୍ଯ୍ୟବସିତ ହୋଇଛି। ନ୍ୟାଶନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ-୪କୁ ଉଦ୍ଧାର କରି କୁହାଯାଇଛି, ଶିଶୁକୁ ୬ ମାସ ପର୍ଯ୍ୟନ୍ତ ମାତୃସ୍ତନ୍ୟପାନରୁ ବଞ୍ଚତ୍ତ ନ କରାଇବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେବା ଉଚିତ। ଫେଡେରେଶନ୍ ଅଫ୍ ଅବଷ୍ଟିଟ୍ରିକ୍ ଆଣ୍ଡ ଗାଇନାକୋଲୋଜିକାଲ୍ ସୋସାଇଟିଜ୍ ଅଫ୍ ଇଣ୍ଡିଆ (ଏଫ୍ଓଜିଏସ୍ଆଇ)ର ସଭାପତି ଜୟଦୀପ ମାଲହୋତ୍ରା କହିଲେ, ସ୍ତନ୍ୟପାନର ଗୁରୁତ୍ୱ ସମସ୍ତେ ବୁଝିବା ଉଚିତ। ବିଶେଷଜ୍ଞମାନେ ମାତୃସ୍ତନ୍ୟ ବ୍ୟାଙ୍କ୍ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ। ଉତ୍ସର୍ଗୀକୃତ ମନୋଭାବ ନେଇ ମାତୃସ୍ତନ୍ୟପାନ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଅଜୟ ଖେରା ପରାମର୍ଶ ଦେଇଥିଲେ।
<urn:uuid:ab494a03-d671-4c07-a65c-f91031d97a08>
CC-MAIN-2018-51
http://www.dharitri.com/main/news/61806
2018-12-15T11:57:57Z
s3://commoncrawl/crawl-data/CC-MAIN-2018-51/segments/1544376826856.55/warc/CC-MAIN-20181215105142-20181215131142-00576.warc.gz
ory
0.999982
Orya
4
{"ory_Orya_score": 0.9999823570251465}
ପରଦିନ ଭୋଜରାଜ ସିଂହାସନ ପାଖରେ ପହଁଚିବାକ୍ଷଣି ପୁତ୍ତଳିକା ମଧୁମାଳତୀ ଉଠିପଡି କହିଲା, "ମହାରାଜ! ସିଂହାସନରେ ବସିବା ପାଇଁ ଏତେ ବ୍ୟଗ୍ର ହୁଅନ୍ତୁ ନାହିଁ । ଇଏ ଏମିତି ସେମିତି ସାଧାରଣ ସିଂହାସନ ନୁହେଁ । ଖୋଦ୍ ରାଜଚକ୍ରବର୍ତ୍ତି ବିକ୍ରମାଦିତ୍ୟ ଏହା ଉପରେ ବସି ପ୍ରଜାପାଳନ କରୁଥିଲେ । ଏଥିରେ ବସିବା ପାଇଁ ତାଙ୍କଭଳି ମହାଦାନୀ, ପ୍ରଜାନୁରଞ୍ଜନ ଓ ପରାକ୍ରମୀ ହେବା ଦରକାର । ପ୍ରଥମେ ମୋଠାରୁ ତାଙ୍କ ସମ୍ପର୍କରେ ଏକ କାହାଣୀ ଶୁଣନ୍ତୁ; ତା'ପରେ ଠିକ୍ କରନ୍ତୁ ଏଥିପାଇଁ ଆପଣ ଯୋଗ୍ୟ କି ନୁହେଁ ।" ମହାରାଜ ବିକ୍ରମାଦିତ୍ୟ ନିଜର ରାଜ୍ୟ ଏବଂ ପ୍ରଜାମାନଙ୍କର ସୁଖ, ସୁବିଧା ଏବଂ କଲ୍ୟାଣ କାମନା କରି ଏକ ବିଶାଳ ଦାନ ସମାରୋହର ଆୟୋଜନ କରିବାକୁ ଚାହିଁଲେ । ଅନେକ ଦିନ ଯାଏଁ, ଦାନ ସମାରୋହ ଚାଲୁ ରହିଲା । ଦାନ ସମାରୋହ ଅବସରରେ ନଗରର ସବୁ ସାଧୁ, ସେଠ୍, ସାହୁକାର, ଦେଶ ବିଦେଶର ରାଜା, ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଠିକ୍ ଏମିତି ଏକ ସମୟରେ ପୂର୍ଣ୍ଣାହୂତି ହେବା ବେଳକୁ ଜନୈକ ଋଷି ଭୟଭୀତ ଅବସ୍ଥାରେ ପହଁଚିଲେ । ସେତେବେଳେ ମହାରାଜ ଧ୍ୟାନ କରୁଥାନ୍ତି । ଋଷିଙ୍କର ଆଗମନ ଜାଣି ମନେ ମନେ ତାଙ୍କୁ ପ୍ରଣାମକଲେ । ଋଷି ଜଣକ ମହାଜ୍ଞାନୀ ଥିଲେ । ସେ ରାଜାଙ୍କର ପ୍ରଣାମ ସ୍ୱୀକାର କରି ଆଶିଷ ପ୍ରଦାନ କଲେ । ମନ୍ତ୍ରପାଠ ପରେ ମହାରାଜା ଋଷିଙ୍କୁ ସ୍ୱାଗତ କରିବାରୁ ସେ କହିଲେ, "ମହାରାଜ! ମୁଁ ବଡ ବିପଦରେ ପଡି ଆପଣଙ୍କ ପାଖକୁ ସାହାଯ୍ୟ ଭିକ୍ଷାପାଇଁ ଆସିଛି । କଥା ହେଉଛି ମୋ ଆଶ୍ରମର କିଛି ଶିଷ୍ୟ ସକାଳେ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଦୁଇଟି ଦାନବ ଆସି ସେମାନଙ୍କ ମଧ୍ୟରୁ ଛ' ଜଣଙ୍କୁ ଉଠାଇ ନେଇ ଯାଇଛନ୍ତି । ସେମାନଙ୍କୁ ବଳି ଚଢାଇବା ପାଇଁ ଅଟକାଇ ରଖିଛନ୍ତି । ଅତଏବ ମୋ ଶିଷ୍ୟମାନଙ୍କର ଜୀବନ ବିପନ୍ନ ।" ଏ କଥା ଶୁଣି ମହାରାଜ ତୁରନ୍ତ ଦାନ ସମାରୋହ ଛାଡି ଘୋଡା ଛୁଟାଇଲେ ଜଙ୍ଗଲ ଆଡକୁ । ଗୋଟିଏ ସ୍ଥାନରେ ଘୋଡାକୁ ବାନ୍ଧି ନିଜେ ସଂକୀର୍ଣ୍ଣ ପାହାଡ ସନ୍ଧିରେ ଯାଇ ଉପରେ ପହଁଚି ଦେଖିଲେ ଦୁଇଜଣ ବିକଟାଳ ଦାନବ ଋଷିଙ୍କର ଶିଷ୍ୟମାନଙ୍କୁ ବାନ୍ଧି ରଖିଛନ୍ତି । ସେ ଦାନବମାନଙ୍କୁ ଅନୁରୋଧ କଲେ, "ତୁମେ ସେମାନଙ୍କୁ ଛାଡିଦିଅ ଏବଂ ବଦଳରେ ମୋତେ ବଳି ଚଢାଅ । ମୁଁ ଏ ରାଜ୍ୟର ରାଜା ବିକ୍ରମାଦିତ୍ୟ । ମୋତେ ବଳିଦେଲେ ସେମାନଙ୍କ ଅପେକ୍ଷା ତମକୁ ଅଧିକ ଫଳ ମିଳିବ ଯେହେତୁ ମୁଁ ହେଉଛି ହଜାର ହଜାର ଲୋକଙ୍କ ପ୍ରତିନିଧି ।"
<urn:uuid:8bbaaded-4f33-43eb-9ad5-7c6247261c82>
CC-MAIN-2018-51
http://odiagapa.com/%E0%AC%AE%E0%AC%A7%E0%AD%81%E0%AC%AE%E0%AC%BE%E0%AC%B3%E0%AC%A4%E0%AD%80-%E0%AC%95%E0%AC%A5%E0%AC%BE/
2018-12-19T14:39:46Z
s3://commoncrawl/crawl-data/CC-MAIN-2018-51/segments/1544376832330.93/warc/CC-MAIN-20181219130756-20181219152756-00256.warc.gz
ory
1.000005
Orya
7
{"ory_Orya_score": 1.0000053644180298}
ଏହିପରି ଦିନ ପରେ ଦିନ ଅତିକ୍ରାନ୍ତ ହୋଇ ଚାଲିଲା । ମହାରାଜଙ୍କ ନିକଟକୁ ପଶୁ ପ୍ରେରଣ ବନ୍ଦ ନଥାଏ । ଏକଦା ଏକ ଠେକୁଆର ପାଳି ପଡିଲା । ଠେକୁଆଟି ଭାସୁରକଙ୍କ ନିକଟକୁ ଯିବା ସମୟରେ ରାସ୍ତାରେ ଏକ କୂପ ଦେଖିଲା । ସେ କୂପ ମଧ୍ୟକୁ ଚାହିଁବାରୁ ଜଳରେ ତାର ପ୍ରତିଛବି ପ୍ରତିଫଳିତ ହେଉଥିବାର ଦେଖିପାରିଲା । ଏହି ସମୟରେ ତା'ର ମନରେ ଏକ ଧାରଣା ଆସିଲା ଯେ, ସେ ଏହି ଉପାୟରେ ସିଂହକୁ ମାରି ପାରିବ । ଏହା ଭାବି ଭାବି ଠେକୁଆ ସିଂହ ମହାରାଜ ଭାସୁରକଙ୍କ ନିକଟରେ ପହଁଚିଲା । ସୂର୍ଯ୍ୟ ଅସ୍ତ ହୋଇଯାଉଥାଆନ୍ତି । ଦିନ ସାରା ଆହାର ନ ପାଇ ଭାସୁରକ କ୍ରୋଧରେ ଗର୍ଜ୍ଜନ କରୁଥାଆନ୍ତି । ରାଗରେ ଠେକୁଆକୁ କହିଲେ, "ଏପର୍ଯ୍ୟନ୍ତ ମୁଁ ଖାଦ୍ୟ ଖାଇନାହିଁ । ଆସନ୍ତା କାଲି ମୁଁ ଜଙ୍ଗଲର ସମସ୍ତ ପ୍ରାଣୀମାନଙ୍କୁ ଶିକାର କରିବି । ଏହା ଶୁଣିବା ପରେ ନିରୀହ ଠେକୁଆଟି ଧୀରେ ଧୀରେ ତାଙ୍କ ସମ୍ମୁଖରେ ଆସି ଠିଆ ହେଲା ।" ଠେକୁଆକୁ ଦେଖି ଭାସୁରକ ଆହୁରି ଜୋର୍ରେ ଗର୍ଜନ କରି ଉଠିଲା ଏବଂ କହିଲା, 'ପ୍ରଥମତଃ ତୁ ହେଉଛୁ ଅତ୍ୟନ୍ତ କ୍ଷୁଦ୍ର । ତତେ ଖାଇଲେ ମୋର ପେଟ ପୂରିବ ନାହିଁ । ଦ୍ୱିତୀୟରେ ତୁ ବିଳମ୍ବରେ ମୋ ପାଖକୁ ଆସିଛୁ । ତା' ହେଲେ ଠିକ୍ ଅଛି ମୁଁ ବର୍ତ୍ତମାନ ତୋତେ ମାରି ଖାଇବି ଏବଂ ଅନ୍ୟାନ୍ୟ ପ୍ରାଣୀମାନଙ୍କୁ ଆସନ୍ତାକାଲି ମାରି ଖାଇବି । ନିରୀହ ଠେକୁଆଟି ହାତଯୋଡି ମହାରାଜଙ୍କୁ କହିଲା, ପ୍ରଭୁ! ଏହା ମୋର କିମ୍ବା ଜଂଗଲର ଅନ୍ୟାନ୍ୟ ଜୀବମାନଙ୍କର ଭୁଲ୍ ନୁହେଁ । ଦୟାକରି ଆପଣ କିଛି ସମୟ ପାଇଁ ମୋ କଥା ଶୁଣନ୍ତୁ । ମୋ ସହିତ ଆହୁରି ତିନୋଟି ଠେକୁଆ ମଧ୍ୟ ଆସିଥିଲେ । ରାସ୍ତାରେ ଆସିବା ସମୟରେ ଆଉ ଗୋଟିଏ ବିରାଟକାୟ ସିଂହ ଆମ ସମ୍ମୁଖରେ ଆସି ପହଁଚିଲା । ଏବଂ କହିଲା, 'ତୁମ୍ଭେମାନେ କେଉଁ ଆଡକୁ ଯାଉଛ'? ମୁଁ କହିଲି, ମହାରାଜ ଭାସୁରକଙ୍କ ନିକଟରେ କରାଯାଇଥିବା ପ୍ରତିଜ୍ଞା ଅନୁଯାୟୀ ଆମେମାନେ ମହାରାଜଙ୍କର ଭୋଜନ ନିମିତ୍ତ ତାଙ୍କ ନିକଟକୁ ଯାଉଛୁ । ଠେକୁଆ କହିଲା, ମହାରାଜ! ମୋ ଠାରୁ ଏହି କଥା ଶୁଣି ସାରିବା ପରେ ସିଂହ ପଚାରିଲା, 'ସେ ଭାସୁରକ କିଏ'? ତମ୍ଭେମାନେ ତାଙ୍କ ନିକଟକୁ ଯେଉଁ ପ୍ରତିଜ୍ଞା ପୂରଣ ଉଦ୍ଧେଶ୍ୟରେ ଯାଉଛ, ମୋ ନିକଟକୁ ଆସ ମୁଁ ତୁମର ସେହି ପ୍ରତିଜ୍ଞା ପୂରଣ କରିଦେବି । ଏବଂ କହିଲେ, 'ଭାସୁରକ ହେଉଛି ପ୍ରତାରକ । ମୁଁ ତୁମ ଚାରିଜଣଙ୍କ ମଧ୍ୟରୁ ତୁମକୁ ଭାସୁରକଙ୍କ ନିକଟକୁ ମୋ ସଂପର୍କରେ ଜଣାଇବା ପାଇଁ ପଠାଇବି । ଏବଂ ଅନ୍ୟମାନଙ୍କୁ ଏଇ ସଂଗେ ସଂଗେ ଭକ୍ଷଣ କରିବି । ଆପଣଙ୍କ ସହିତ ଶକ୍ତି ପରୀକ୍ଷା କରିବା ପାଇଁ ସେ ଆହ୍ୱାନ ଦେଇଛି ଏବଂ କହିଛି, 'ଶକ୍ତି ପରୀକ୍ଷାରେ ଯିଏ ବିଜୟୀ ହେବ, ସେ ହେବ ଏହି ଜଙ୍ଗଲର ରାଜା । ସେ ମୋତେ ଆପଣଙ୍କ ନିକଟକୁ ପଠାଇବାରୁ ମୁଁ ଏଠାକୁ ଆସିପାରିଲି ଏବଂ ସେ ଅନ୍ୟ ତିନିଜଣ ଠେକୁଆଙ୍କୁ ମୋ ଆଖି ସାମ୍ନାରେ ମାରି ଭକ୍ଷଣ କଲା । ଭାସୁରକ ଏହା ଶୁଣି କହିଲେ : ଯଦି ଏହା ସତ୍ୟ ହୋଇଥାଏ ତା'ହେଲେ ମୋତେ ଯଥା ଶୀଘ୍ର ସେହି ସ୍ଥାନକୁ ନେଇଚାଲ, ଯେଉଁଠାରେ ସେ ଅବସ୍ଥାନ କରୁଛି । ଠେକୁଆଟି କହିଲା, 'ସେହି ସିଂହ ଜଣକ ଏକ କୂପ ମଧ୍ୟରେ ଅବସ୍ଥାନ କରୁଛି । ଯେଉଁଠାରେ ତାକୁ ମାରିବା ଅତ୍ୟନ୍ତ କଷ୍ଟକର ହେବ । କିନ୍ତୁ ଭାସୁରକ ଗର୍ବର ସହିତ କହିଲେ, 'ସେହି ସିଂହ କେଉଁଠାରେ ଅଛି ମୋତେ ଖାଲି ଦେଖାଇଦିଅ, ମୁଁ ଯାହା ହେଲେ ମଧ୍ୟ ତାକୁ ମାରିପାରିବି । କାରଣ କଥାରେ କୁହାଯାଏ, ଶତ୍ରୁକୁ ଶୀଘ୍ର ବିନାଶ କରିବା ପରି, ରୋଗକୁ ମଧ୍ୟ ଯଥାଶୀଘ୍ର ଚିକିତ୍ସା କରାଯିବା ଆବଶ୍ୟକ । ଠେକୁଆ କହିଲା, 'ମହାରାଜ' ତାହା ଠିକ୍ । ମୁଁ ତାଙ୍କୁ ଦେଖିଛି । ସେ ଅତ୍ୟନ୍ତ ପରାକ୍ରମଶାଳୀ, ତେଣୁ ପ୍ରଥମେ ଆମକୁ ଶତ୍ରୁର ଶକ୍ତି ସଂପର୍କରେ ଜାଣିବା ଉଚିତ୍ । ତା'ପରେ ତାକୁ ଆକ୍ରମଣ କରିବା ଉଚିତ୍ ହେବ । କିନ୍ତୁ ଭାସୁରକ କୌଣସି କଥାକୁ କର୍ଣ୍ଣପାତ ନକରି ଠେକୁଆଟିକୁ ତୁରନ୍ତ ସେହି ସ୍ଥାନକୁ ନେଇଯିବା ପାଇଁ କହିଲେ । ଠେକୁଆଟି ସଂଗେ ସଂଗେ ଭାସୁରକଙ୍କୁ ସାଙ୍ଗରେ ନେଇ ଚାଲିଲା । ଯେତେବେଳେ ସେମାନେ କୂପ ନିକଟରେ ପହଁଚିଲେ ସେତେବେଳେ ଠେକୁଆ କୂପକୁ ଦେଖାଇଦେଇ କହିଲା, 'ମହାରାଜ' ଏହି କୂପରେ ସେହି ପରାକ୍ରମଶାଳୀ ସିଂହ ଲୁଚି ରହିଚି । ଏହା ଶୁଣିବା ପରେ ଭାସୁରକ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ପଡିଲେ । ଆକ୍ରମଣ କରିବା ପାଇଁ କୂପ ଉପରକୁ ଉଠିଗଲେ । ଫଳରେ କୂପର ଜଳରେ ସିଂହ ନିଜର ପ୍ରତିଛବିକୁ ଦେଖି ଭାବିଲେ ଏହା ହେଉଛି ସେହି ପରାକ୍ରମଶାଳୀ ସିଂହ । ତେଣୁ କାଳ ବିଳମ୍ବ ନ କରି ତାକୁ ପ୍ରଥମେ ବଦ୍ଧ କରିବାକୁ ପଡିବ । କାଳ ବିଳମ୍ବ ନ କରି ସେ କୂପ ମଧ୍ୟକୁ ଲମ୍ପ ପ୍ରଦାନ କଲେ । କୂପର ଗଭୀର ଜଳ ମଧ୍ୟରୁ ପୁନର୍ବାର ଉପରକୁ ଉଠିବା ଭାସୁରକଙ୍କ ପକ୍ଷରେ ସମ୍ଭବ ନଥିଲା । ତେଣୁ କିଛି ସମୟପରେ ଭାସୁରକ ସେହି ଗଭୀର ଜଳ ମଧ୍ୟରେ ବୁଡି ପ୍ରାଣତ୍ୟାଗ କଲେ । ଏହା ଦେଖି ଠେକୁଆଟି ମନେ ମନେ ଖୁସି ହୋଇ ଜଙ୍ଗଲକୁ ଫେରିଲା, ଏବଂ ଅନ୍ୟାନ୍ୟ ଜୀବଜନ୍ତୁମାନଙ୍କ ଆଗରେ ସେ କିପରି ସିଂହ ପରି ପରାକ୍ରମଶାଳୀ ଜୀବଟିକୁ ନିଜର ବୁଦ୍ଧି ବଳରେ ବଦ୍ଧ କରି ପାରିଲା ତାହା ବର୍ଣ୍ଣନା କଲା । ଏହା ଶୁଣି ସାରିବା ପରେ ସମସ୍ତେ ଠେକୁଆର ବୁଦ୍ଧିକୁ ପ୍ରଶଂସା କଲେ । ଜଙ୍ଗଲ ମଧ୍ୟରେ ପୂର୍ବ ପରି ଜୀବଜନ୍ତୁମାନେ ସୁଖରେ ବସବାସ କଲେ । ଏହାପରେ 'ଦମନକ' କହିଲେ, 'ମୁଁ କଣ କହୁଥିଲି : ଯେଉଁ ବ୍ୟକ୍ତି ଚତୁର, ସେହିଁ ପ୍ରକୃତରେ ଶକ୍ତିଶାଳୀ । ବର୍ତ୍ତମାନ ତୁମେ ଚିନ୍ତାକର, ମୁଁ ନିଶ୍ଚୟ ମୋ ବୁଦ୍ଧି ବଳରେ ମହାରାଜ ସିଂହ ଏବଂ ସଂଜୀବକଙ୍କ ମଧ୍ୟରେ କଳହ ସୃଷ୍ଟି କରିପାରିବି । ଏହା ପରେ କାରାତକ କହିଲେ, 'ଦମନକ! ତୁମେ ଯଦି ଏହା କରିପାରିବ ତା'ହେଲେ ତୁରନ୍ତ କର । ଭଗବାନ ତୁମ କାର୍ଯ୍ୟରେ ସହାୟ ହେବେ । ଏକଦା ପିଙ୍ଗଳକ ଏବଂ ସଂଜୀବକ ଏକତ୍ର ବସିଥିବା ସମୟରେ 'ଦମନକ' ତାଙ୍କ ନିକଟରେ ପହଁଚିଲେ । ଦମନକଙ୍କୁ ଦେଖି ମହାରାଜ ପିଙ୍ଗଳକ କହିଲେ, 'ପ୍ରିୟ ସାଙ୍ଗ ଦମନକ! ବହୁତ ଦିନ ପରେ ତୁମେ ମୋ ପାଖକୁ ଆସୁଛ?' ଉତ୍ତରରେ ଦମନକ କହିଲେ, 'ମୁଁ ଏଠାକୁ ଅନେକ ଦିନ ହେବ ଆସି ନାହିଁ । ତାହାତ ସତ୍ୟ ନ ଆସିବାର ମଧ୍ୟ କାରଣ ଅଛି । କାରଣ ଆପଣ ମୋ ଦ୍ୱାରା ଆଉ କୌଣସି କାର୍ଯ୍ୟ କରାଉ ନାହାନ୍ତି । ତଥାପି ମଧ୍ୟ ମୁଁ ଆପଣଙ୍କ ନିକଟକୁ ଆସିଛି, ଆପଣଙ୍କ ସହିତ କଥାବାର୍ତ୍ତା କରିବା ପାଇଁ । କାରଣ ମୁଁ ରାଜନୈତିକ ବ୍ୟବସ୍ଥାରେ ଘୋର ଅବ୍ୟବସ୍ଥା ଦେଖି ପାରୁଛି । ଏହା ଶୁଣି ସାରିବା ପରେ ପିଙ୍ଗଳକ କହିଲେ 'ପ୍ରିୟ ଦମନକ! ତୁମେ କ'ଣ କହିବାକୁ ଚାହଁ'? ଉତ୍ତରରେ 'ଦମନକ' କହିଲେ, 'ମହାରାଜ'! ସଂଜୀବକ ଆପଣଙ୍କୁ ଘୃଣା କରନ୍ତି । ଆପଣ ଯେଉଁ ବଳଦଟିକୁ ଆପଣଙ୍କର ବନ୍ଧୁ ରୂପରେ ଗ୍ରହଣ କରିନେଇଛନ୍ତି, ପ୍ରକୃତରେ ସେ ଆପଣଙ୍କର ବନ୍ଧୁ ନୁହେଁ, ଶତ୍ରୁ । ସଂଜୀବକ ମୋ ନିକଟରେ ଏହା ପ୍ରକାଶ କରିଛନ୍ତି । ଏବଂ କହିଛନ୍ତି, 'ଦମନକ'! ବର୍ତ୍ତମାନ ମୁଁ ପିଙ୍ଗଳକଙ୍କର ଶକ୍ତି ଏବଂ ଦୁର୍ବଳତା ସଂପର୍କରେ ସବୁକିଛି ଜାଣି ପାରିଛି । ତେଣୁ ସମୟ ଏବଂ ସୁବିଧା ଦେଖି ମୁଁ ପିଙ୍ଗଳକଙ୍କୁ ହତ୍ୟା କରି ଏହି ଜଙ୍ଗଲର ରାଜା ହେବି ଏବଂ ଆପଣଙ୍କୁ ମୁଁ ମନ୍ତ୍ରୀପଦରେ ଅଭିଷିକ୍ତ କରିବି । ଦମନକଙ୍କ ଠାରୁ ବନ୍ଧୁଙ୍କ ସଂପର୍କରେ ଏହି ସବୁ ମନ୍ତବ୍ୟ ଶୁଣି ସାରିବା ପରେ ପିଙ୍ଗଳକ ସ୍ତବ୍ଧ ହୋଇଗଲେ ସତେଯେପରି ତାଙ୍କ ମୁଣ୍ଡରେ ବଜ୍ର ପଡିଲା ପରି ଲାଗିଲା । ଏହା ଦେଖିବା ପରେ 'ଦମନକ' ଚିନ୍ତାକଲେ 'ପିଙ୍ଗଳକଙ୍କର ଏକମାତ୍ର ବିଶ୍ୱାସୀ ହେଉଛନ୍ତି ସଂଜୀବକ । ତେଣୁ ସଂଜୀବକଙ୍କ ସଂପର୍କରେ ଏହି ମନ୍ତବ୍ୟ ନିଶ୍ଚିତ ଭାବରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବ । କିଛି ସମୟ ପରେ ପିଙ୍ଗଳକ କହିଲେ, 'ଦମନକ' ବର୍ତ୍ତମାନ ମୁଁ କ'ଣ କରିବି? ସଂଜୀବକଙ୍କୁ ମୁଁ ମୋର ଜୀବନଠାରୁ ମଧ୍ୟ ଅଧିକ ଭଲପାଏ । ମୁଁ କଦାପି ବିଶ୍ୱାସ କରିପାରୁନାହିଁ ଯେ ସଂଜୀବକ ମୋ ପ୍ରତି ଏପରି ବିଶ୍ୱାସ ଘାତକତା କରିବେ ବୋଲି ।' ଉତ୍ତରରେ ଦମନକ କହିଲେ, 'ମହାରାଜ'! ଆପଣ ଗୋଟିଏ ବହୁତ ବଡ ଭୁଲ୍ କରିଛନ୍ତି । ଆପଣ ସଂଜୀବକଙ୍କ ନିକଟରେ ଏପରି କ'ଣ ଦେଖିଲେ ଯେ ତାଙ୍କ ସହିତ ବନ୍ଧୁତା କରି ବସିଲେ? ସେ ଏପରି ଏକ ଜୀବ, ତାଙ୍କଠାରେ କୌଣସି ସଦ୍ଗୁଣ ନାହିଁ । ଯଦି ଆପଣ ଭାବୁଥାଆନ୍ତି ଯେ, ସେ ଜଣେ ଶକ୍ତିଶାଳୀ ଜୀବ । ଏବଂ ତାଙ୍କର ଶକ୍ତିମାଧ୍ୟମରେ ସେ ଆପଣଙ୍କର ଶତ୍ରୁ ମାନଙ୍କୁ ପରାଜିତ କରି ପାରିବେ । ତା ହେଲେ ଆପଣ ଭୁଲ୍ ଭାବିଛନ୍ତି । ସଂଜୀବକ ହେଉଛନ୍ତି ଜଣେ ତୃଣଭୋଜୀ ପ୍ରାଣୀ । କିନ୍ତୁ ଆପଣଙ୍କର ଶତ୍ରୁମାନେ ସମସ୍ତେ ମାଂସାଶୀ ପ୍ରାଣୀ । ତେଣୁ ଆପଣ ତାଙ୍କୁ କୌଣସି ଉପାୟରେ ବଦ୍ଧ କରନ୍ତୁ । ପିଙ୍ଗଳକ କହିଲେ 'ସଂଜୀବକ' ହେଉଛନ୍ତି ମୋର ଅତ୍ୟନ୍ତ ଘନିଷ୍ଠତମ ବନ୍ଧୁ । ତେଣୁ ମୁଁ କିପରି ତାଙ୍କୁ ମୋ ନିଜ ହାତରେ ମାରିବି? ତାଙ୍କର କୌଣସି ଦୋଷ ତ୍ରୁଟି କିମ୍ବା ମୋ ପ୍ରତି କୌଣସି ଖରାପ ବ୍ୟବହାର କରିବା ମଧ୍ୟ ମୁଁ କେବେ ଅନୁଭବ କରି ନାହିଁ । ତେଣୁ ମୁଁ କିପରି ତାଙ୍କୁ ମାରିବି? ଉତ୍ତରରେ 'ଦମନକ' କହିଲେ, 'ମହାରାଜ'! ଆପଣ ଯଦି ଏପରି ଅହିଂସା ନୀତି ଅବଲମ୍ବନ କରିବେ ତା'ହେଲେ ଆମ୍ଭମାନଙ୍କ ପରି ମାଂସାଶୀ ପ୍ରାଣୀମାନେ ବଂଚିବୁ କିପରି? ଆପଣ ଯେଉଁ ଦିନଠାରୁ ସଂଜୀବକଙ୍କ ପରି ବନ୍ଧୁଙ୍କ ସହିତ ବନ୍ଧୁତା କଲେଣି, ସେହି ଦିନଠାରୁ ଆପଣ ଶିକାରକୁ ଯିବା ମଧ୍ୟ ଭୁଲି ଗଲେଣି । ଏହା କହି ଦମନକ ଛାରପୋକ ଓ ମନ୍ଦବିସର୍ପିଣୀ ନାମକ ଏକ କୀଟର କାହାଣୀ ଅବତାରଣା କଲେ । କାହାଣୀଟି ଶୁଣିବା ପାଇଁ ପିଙ୍ଗଳକ ଉତ୍ସାହ ର ସହିତ ଦମନକଙ୍କୁ କାହାଣୀଟି କଣ ବୋଲି ପଚାରିଲେ? ଏହାପରେ ଦମନକ କାହାଣୀ କହିବା ଆରମ୍ଭ କଲେ ।
<urn:uuid:df9f81d7-9f57-4ebf-8b13-682665aad73e>
CC-MAIN-2018-51
http://odiagapa.com/%E0%AC%B8%E0%AC%BF%E0%AC%82%E0%AC%B9-%E0%AC%8F%E0%AC%AC%E0%AC%82-%E0%AC%A0%E0%AD%87%E0%AC%95%E0%AD%81%E0%AC%86%E0%AC%B0-%E0%AC%97%E0%AC%AA/2/
2018-12-19T13:19:31Z
s3://commoncrawl/crawl-data/CC-MAIN-2018-51/segments/1544376832330.93/warc/CC-MAIN-20181219130756-20181219152756-00256.warc.gz
ory
1.000004
Orya
5
{"ory_Orya_score": 1.0000038146972656}
ଏଲପିଜି ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୬.୫୨ ପଇସା କମିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳଦର କମିବା ପରେ ଗ୍ୟାସ ଦର କମିଥିବା ଜଣାପଡ଼ିଛି । ଗତ ନଭେମ୍ବର ୧ ତାରିଖରେ ଶେଷ ଥର ପାଇଁ ଗ୍ୟାସ୍ ଦର ସିଲିଣ୍ଡର ପିଛା ୨ ଟଙ୍କା ୯୪ ପଇସା ବଢ଼ିଥିଲା। ନୂଆଦିଲ୍ଲୀଠାରେ ଏଲପିଜି ସିଲିଣ୍ଡର ମୂଲ୍ୟ ପିଛା ଦର ୯୪୧ଟଙ୍କା ୫୦ ପଇସାରୁ ୮୦୯ଟଙ୍କା ୫୦ ପଇସାକୁ ଖସିଛି । ରିହାତି ପରେ ଉପଭୋକ୍ତାଙ୍କ ପାଇଁ ସିଲିଣ୍ଡର ପିଛା ଏଲପିଜି ଦର ୫୦୭ଟଙ୍କା ୪୨ ପଇସାରୁ ୫୦୦ଟଙ୍କା ୯୦ ପଇସାକୁ ହ୍ରାସ ପାଇଛି । ଅବଶିଷ୍ଟ ୩୦୮ଟଙ୍କା ୬୦ ପଇସା ରିହାତି ଅର୍ଥ ଉପଭୋକ୍ତା ନିଜର ବ୍ୟାଙ୍କ ଆକାଉଣ୍ଟରେ ପାଇପାରିବେ । ପଢନ୍ତୁ; ଆହତ ପୃଥ୍ବୀ ସ'ପ୍ରଥମ ଟେଷ୍ଟରୁ ବାଦ୍
<urn:uuid:e6cdd020-a596-43f8-99bb-0388204391ab>
CC-MAIN-2018-51
https://enewsodia.com/lpg-price-decreased/
2018-12-10T03:45:57Z
s3://commoncrawl/crawl-data/CC-MAIN-2018-51/segments/1544376823303.28/warc/CC-MAIN-20181210034333-20181210055833-00414.warc.gz
ory
0.999949
Orya
5
{"ory_Orya_score": 0.9999489784240723}
ନୟାଗଡ଼ : ଆଜି ରାତି ପ୍ରାୟ ୧୧ଟା ବେଳେ ଦର୍ପନାରାୟଣପୁର-ରାଜସୁନାଖଳା ରାସ୍ତାର ବାପୁଜୀପଲ୍ଲୀ ଛକ ନିକଟରେ ପୁଲିସ୍ ଏନ୍କାଉଣ୍ଟରରେ କୋଟଗଡ଼ ଅଞ୍ଚଳର କୁଖ୍ୟାତ ଅପରାଧୀ ରବି ଦୋରା ଆହତ ହୋଇଛି। ରବିର ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିବା ଜଣାପଡ଼ିଛି। ରଣପୁର ଥାନା ଆଇଆଇସି ଗିରଜା ଶଙ୍କର ରଥ, ଶରଣକୂଳ ଆଇଆଇସି ମନୋଜ ଶତପଥୀ ଏବଂ ନୟାଗଡ଼ ଟାଉନ୍ ଥାନା ଆଇଆଇସି ରଶ୍ମୀରଂଜନ ପଟ୍ଟନାୟକ ମିଳିତ ଭାବେ ଏହି ଏନ୍କାଉଣ୍ଟର କରିଥିଲେ। ପୁଲିସ ଗୁଳିରେ ଅପରାଧୀ ରବି ଆହତ ହୋଇଥିବା ବେଳେ ରଣପୁର ଆଇଆଇସି ଗିରିଜା ଶଙ୍କର ରଥଙ୍କ ହାତରେ ଗୁଳି ବାଜିବାରୁ ସେ ମଧ୍ୟ ଆହତ ହୋଇଛନ୍ତି।
<urn:uuid:f94c27d4-49dd-4807-838a-81b50185333f>
CC-MAIN-2018-51
http://sambad.in/state/nayagarh-encounter-criminal-injured-133546/
2018-12-14T22:03:43Z
s3://commoncrawl/crawl-data/CC-MAIN-2018-51/segments/1544376826354.54/warc/CC-MAIN-20181214210553-20181214232553-00414.warc.gz
ory
0.998543
Orya
5
{"ory_Orya_score": 0.9985425472259521}
ଦିଲ୍ଲୀରେ ଭୟଙ୍କର ନିଆଁ: ୧୮ ଘଂଟା ହେଲା ଜଳୁଛି ମାଲବ୍ୟନଗରରେ ଥିବା ଏକ ରବର ଗୋଦାମ । ନିଆଁ ଲିଭା କାର୍ଯ୍ୟରେ ସାମିଲ ହେଲା ବାୟୁସେନାର ହେଲିକପ୍ଟର କନକ ବ୍ୟୁରୋ: ଦିଲ୍ଲୀରେ ଭୟଙ୍କର ନିଆଁ । ମାଲବ୍ୟନଗରର ଏକ ଗୋଦାମରେ ୧୭ ଘଂଟା ଧରି ଲାଗିଥିବା ନିଆଁ ଅଣାୟତ ହୋଇଛି । ନିଆଁ ଏତେ ଭୟଙ୍କର ହୋଇଛି ଯେ, ନିୟନ୍ତ୍ରଣ ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ହେଲିକପ୍ଟରର ସହାୟତାରେ ନେଇଛି । ବର୍ତମାନ ହେଲିକପ୍ଟର ସହାୟତାରେ ନିଆଁକୁ ଆୟତ କରିବା ପାଇଁ ଆକାଶ ମାର୍ଗରୁ ପ୍ରୟାସ ଜାରି ରହିଛି । ଭୟଙ୍କର ନିଆଁ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଆଖପାଖର କିଛି ଘରକୁ ଖାଲି କରାଯାଇଛି । ଗୋଦାମରେ ଗତକାଲି ନିଆଁ ଲାଗିଥିଲା । ପରେ ଦାବି କରାଯାଇଥିଲା ନିଆଁକୁ ଆୟତ କରାଯାଇଛିା କିନ୍ତୁ ପରେ ପବନ ଯୋଗୁଁ ନିଆଁ ଧିରେ ଧିରେ ଅଧିର ହୋଇ ଅନ୍ୟଆଡକୁ ବ୍ୟାପି ଭୟଙ୍କର ରୂପ ଧାରଣ କରିଥିଲା । ଗୋଦାମର ଗୋଟିଏ ପଟେ ସ୍କୁଲ ଥିବାବେଳେ ଅନ୍ୟପଟେ ଲୋକଙ୍କ ଘର ରହିଛି । ତେଣୁ କୌଣସି ଅଘଟଣକୁ ଏଡାଇବା ଲାଗି ଗୋଦାମକୁ ଲାଗିଥିବା ଘରଗୁଡିକୁ ଖାଲି କରିଦିଆଯାଇଛି । ବଡ ପ୍ରଶ୍ନ ଉଠୁଛି, ଜନବସତି ଅଂଚଳରେ ଏଭଳି ରବର ଗୋଦାମ ନିର୍ମାଣ ପାଇଁ ଅନୁମତି ଦେଲା କିଏ । ଏହି ଗୋଦାମ ବେଆଇନ ଭାବେ ତିଆରି ହୋଇଥିବା ସ୍ପଷ୍ଟ ହୋଇଛି । ଗୋଦାମରେ ଥିବା କେମିକାଲ ଓ ରବର ଡ୍ରମ ଯୋଗୁଁ ନିଆଁ ବ୍ୟାପୁଥିବା କୁହାଯାଉଛି ।
<urn:uuid:f7cebbcc-f685-4649-86ae-2f1c7a990c62>
CC-MAIN-2018-51
http://kanaknews.com/18-hours-on-fire-rages-in-delhis-malviya-nagar/
2018-12-17T07:28:39Z
s3://commoncrawl/crawl-data/CC-MAIN-2018-51/segments/1544376828448.76/warc/CC-MAIN-20181217065106-20181217091106-00414.warc.gz
ory
0.999997
Orya
6
{"ory_Orya_score": 0.9999974966049194}
ମୃତ୍ୟୁର ଝଡତୋଫାନ: ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ କାରଣରୁ ୬୨ ମୃତ । ପାଟକୁରାରରେ ବଜ୍ରପାତରେ ଜଳିଗଲା ୧୩ ବଖରା ଘର କନକ ବ୍ୟୁରୋ: ମୃତ୍ୟୁର ଝଡତୋଫାନ । ଦେଶର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନର ତାଣ୍ଡବ ଯୋଗୁଁ ୬୨ ଜଣ ପ୍ରାଣ ହରାଇଛନ୍ତି । ଝଡତୋଫାନ ଯୋହୁଁ ଏହି ଅଂଚଳରେ ଅନେକ କ୍ଷୟକ୍ଷତି ହୋଇଛି । ଝଡ଼ ତୋଫାନରେ କେବଳ ଉତର ପ୍ରଦେଶରେ ୩୮ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ପର୍ଯ୍ୟଟକ । ସେହିପରି ପଶ୍ଚିମ ବଙ୍ଗରେ ୧୨ଜଣ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ୯ଜଣ ଏବଂ ଦିଲ୍ଲୀରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଝଡ଼ ତୋଫାନ ପାଇଁ ୨ ଶହରୁ ଅଧିକ ଲୋକ ଆହତ ହୋଇଥିବା ମଧ୍ୟ ଆକଳନ କରାଯାଇଛି । ୟୁପିର କାଶଗଂଜ, କେନୌଜ,ଆଲିଗଡ଼, ଗାଜିଆବାଦ,ନୋଏଡ଼ା ଏବଂ ବୁଲନ୍ଦ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯୁଦ୍ଧକାଳୀନ ଭିତିରେ କ୍ଷତିଗ୍ରସ୍ତ ଅଂଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଝଡ଼ତୋଫାନ ପାଇଁ ୟୁପିରେ ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଉତରାଖଣ୍ଡରେ ବର୍ଷା ବିତ୍ପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିଲ୍ଲୀ ଏନ୍ସିଆର ଅଂଚଳରେ ମଧ୍ୟ ଝଡ଼ତୋଫାନ ଯୋଗୁଁ ଗଛ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଛି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ପାଇଁ ଟ୍ୱିଟ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସମ୍ବଲପୁରରେ କାଳବୈଶାଖୀ ତାଣ୍ଡବ । ଏହା ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ପବନ ବହୁଛି । ବର୍ଷା ପାଇଁ ସାଧାରଣରେ ଘରୁ ବାହାରିବା ସମ୍ଭବ ହେଉନାହିଁ । ରାସ୍ତା ଘାଟରେ ପାଣି ଜମି ରହି ଥିବାରୁ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଆଜି ସକାଳୁ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ସେପଟେ, ବ୍ରଜପାତରେ ଜଳିଗଲା ୧୩ ବଖରା ଘର । କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଗୋଜାବନ୍ଧ, ରଡ଼ିଆ ଗାଁରେ ଘଟିଛି ଏହି ଘଟଣା । ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ପବନ ସହ ଘଡ଼ଘଡ଼ି ବର୍ଷା ହୋଇଥିଲା । ବ୍ରଜପାତରେ ପ୍ରଭାବରେ ମଙ୍ଗଳପୁର ପଂଚାୟତର ଗୋଜାବନ୍ଧ ଗାଁରେ ୮ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ସେହି କଂସାର ବଡ଼ଦାଣ୍ଡୁଆ ପଂଚାୟତର ରଡ଼ିଆ ଗାଁରେ ବ୍ରଜପାତରେ କଳ୍ପନା ଜେନାଙ୍କର ୫ ବଖରା ଘର ପୋଡ଼ି ଯାଇଛି ।
<urn:uuid:f1b7909b-cb10-419d-b7a4-a2c358e0a0ad>
CC-MAIN-2018-51
http://kanaknews.com/kala-baisakhi-in-odisha/
2018-12-17T07:25:05Z
s3://commoncrawl/crawl-data/CC-MAIN-2018-51/segments/1544376828448.76/warc/CC-MAIN-20181217065106-20181217091106-00414.warc.gz
ory
0.999999
Orya
6
{"ory_Orya_score": 0.999998927116394}
ନିୟମଗିରିକୁ ନୂଆ ରାସ୍ତା ! ଲାଲବାହିନୀର ନାଲି ଆଖିକୁ ବେଖାତିର କରି ନିଜ ଶ୍ରମରେ ରାସ୍ତା ନିର୍ମାଣ କଲେ ଡଙ୍ଗରିଆ କନ୍ଧ କନକ ବ୍ୟୁରୋ : ନିୟମଗିରି ପାହାଡ ଉପରେ ଗଡିବ ଗାଡି । ଆଉ ଡାକ୍ତରଖାନାରେ ପହଂଚିବା ଆଗରୁ ରାସ୍ତାରେ ସନ୍ତାନ ପ୍ରସବ କରିବେ ନାହିଁ ପ୍ରସୂତି । କାରଣ ନିଜ ଅଂଚଳରେ ମାଓ ଧମକକୁ ଖାତିର ନକରି ରାସ୍ତା ତିଆରି କରିଛନ୍ତି ଡଙ୍ଗରିଆ କନ୍ଧ । ନିୟମଗିରି ପାହାଡ଼ ଦେଇ ରାସ୍ତା ତିଆରି କରିବା ପାଇଁ ବିଫଳ ହୋଇଥିଲେ ସରକାରଙ୍କ ପୂର୍ତ୍ତ ବିଭାଗ । ବର୍ଷ ବର୍ଷ ଧରି ଯାହା କରିପାରିନି ପ୍ରଶାସନ ତାହା କରି ଦେଖାଇଛନ୍ତି ଡଙ୍ଗରିଆ । ମାଓବାଦୀଙ୍କ ନାଲି ଆଖିକୁ ଖାତିର ନକରି ରାୟଗଡାର ନିୟମଗିରି ପାହାଡର ଛାତି ଉପରେ ରାସ୍ତା ନିର୍ମାଣରେ ଲାଗିଛନ୍ତି ଡଙ୍ଗରିଆ ଜନଜାତିର ଉଭୟ ମହିଳା ପୁରୁଷ । ସପ୍ତାହେ ହେବ କୋଡି କୋଦାଳ ଧରି ରାସ୍ତାକାମରେ ଲାଗିଛନ୍ତି ସେମାନେ । ସମସ୍ତେ ନିୟମଗିରି ପାହାଡ ଉପରେ ରହୁଥିବା ପାର୍ସାଲି ପଂଚାୟତ ପାରାମାଳି ଗାଁର ଡଙ୍ଗରିଆ । ଗାଁକୁ ରାସ୍ତାଟିଏ ନଥିବାରୁ ବହୁ ଅସୁବିଧା ଭୋଗିବା ପରେ ସୁସ୍ଥ ପରମ୍ପରା ସୃଷ୍ଟି କରିବା ପାଇଁ ଆଗେଇ ଆସିଛନ୍ତି । ଲାଲବାହିନୀ କବଜାରେ ଥିବା ଏ ଅଂଚଳରେ ବିକାଶର ଗତିରୋଧ କରୁଛନ୍ତି ମାଓବାଦୀ । ତେଣୁ ପ୍ରଶାସନ ରାସ୍ତା କାମ କରିବାକୁ ଚାହୁଁଥିଲେ ସୁଦ୍ଧା ପାରୁନାହିଁ । ତେଣୁ ନିଜ ଶ୍ରମରେ ରାସ୍ତା ନିର୍ମାଣ କରିଛନ୍ତି ଡଙ୍ଗରିଆ । ନିୟମଗିରି ପାହାଡିଆ ଅଂଚଳରେ ରହୁଥିବା କୌଣସି ଗାଁକୁ ଭଲ ରାସ୍ତାଟିଏ ନାହିଁ । ଫଳରେ ଏଠାକାର ଡଙ୍ଗରିଆ କନ୍ଧ ସମସ୍ତ ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ।
<urn:uuid:a74087c5-e604-4612-ae39-3f1b02474f15>
CC-MAIN-2018-51
http://kanaknews.com/raod-to-niyamagiri/
2018-12-17T07:20:13Z
s3://commoncrawl/crawl-data/CC-MAIN-2018-51/segments/1544376828448.76/warc/CC-MAIN-20181217065106-20181217091106-00414.warc.gz
ory
0.999907
Orya
6
{"ory_Orya_score": 0.999907374382019}