text
stringlengths
265
390k
id
stringlengths
47
47
dump
stringclasses
96 values
url
stringlengths
17
5.15k
date
stringlengths
20
20
file_path
stringlengths
109
155
language
stringclasses
1 value
language_score
float64
0.31
1
language_script
stringclasses
1 value
minhash_cluster_size
int64
1
1.05k
top_langs
stringlengths
23
515
ନୂଆଦିଲ୍ଲୀ : ଏଣିକି ଭାରତୀୟ ସେନାବାହିନୀରେ ଥିବା ପେଟୁଆ ଅଧିକାରୀମାନଙ୍କ ପଦୋନ୍ନତି ଅଟକିବ… ଯଦି ସେମାନେ ନିଜ ପେଟ ନ କମେଇବେ । ଏପରି ଏକ କଡା ନିଷ୍ପତ୍ତି ନେଇଛି ଭାରତୀୟ ସେନା । ଭାରତୀୟ ସେନା ବିଶ୍ୱର ଏକ ଶ୍ରେଷ୍ଠ ଶୃଙ୍ଖଳିତ ସେନା ହିସାବରେ ଜଣାଶୁଣା । କିନ୍ତୁ ବିଗତ କିଛି ବର୍ଷ ଧରି ଯବାନ ଓ ଅଫିସରମାନଙ୍କ ଓଜନ ବଢିଚାଲିଛି । କେତେକଙ୍କର ପେଟ ବାହାରିଯାଇଛି । ଏହାକୁ ନେଇ ସେନା ପକ୍ଷରୁ ନିୟମ କରାଯାଇଛି ଯେ ଯେଉଁ ଯବାନ କିମ୍ବା ଅଫିସର ପେଟ କମାଇବାରେ ବିଫଳ ହେବେ ସେମାନଙ୍କୁ ପଦୋନ୍ନତି ଦିଆଯିବନାହିଁ । ପ୍ରତି ଅଫିସରଙ୍କ ବାର୍ଷିକ ଗୋପନୀୟ ରିପୋର୍ଟରେ ତାଙ୍କର ଦୁଇଟି ଫଟୋ ରହିବ-ଗୋଟିଏ ଫଟୋ ସାମନାରୁ ଉଠାଯିବ ଓ ଅନ୍ୟଟି ଗୋଟିଏ ପାର୍ଶ୍ୱରୁ ଉଠାଯିବ । ଏହା ଫଳରେ ତାଙ୍କର ପେଟ କେତେ ବାହାରିଛି, ସେ କେତେ ମୋଟା ହୋଇଛନ୍ତି ତାହା ଜଣାପଡିବ । ଓଜନ ନ କମିଥିଲେ, ସେ ଫିଟ ନଥିଲେ ତାଙ୍କର ପଦୋନ୍ନତିକୁ ଅଟକେଇ ଦିଆଯିବ । ଆମ ପୁଲିସ ବାହିନୀରେ ପେଟୁଆ ଅଫିସରଙ୍କ ସଂଖ୍ୟା ଅଧିକ ଥିବାବେଳେ ସେନାରେ ମଧ୍ୟ ଏପରି ହେବାକୁ ସେନା ବହୁ ଗୁରୁତ୍ୱର ସହ ନେଇଛି । କାରଣ ସେନାର ଯବାନ ଓ ଅଫିସରମାନେ ସବୁବେଳେ ଫିଟ ରହିବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।
<urn:uuid:bd1eaad1-a994-492f-be6c-c5db1f33d93d>
CC-MAIN-2018-43
http://sambad.in/india-and-beyond/indian-army-to-stop-promotions-of-overweight-soldiers-191500/
2018-10-17T07:59:54Z
s3://commoncrawl/crawl-data/CC-MAIN-2018-43/segments/1539583511063.10/warc/CC-MAIN-20181017065354-20181017090854-00331.warc.gz
ory
0.999998
Orya
8
{"ory_Orya_score": 0.9999984502792358}
ଖୁଣ୍ଟୁଣୀ : ଆଜି ଅପରାହ୍ନରେ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲସ୍ଥିତ ଆରତି ଷ୍ଟିଲ୍ ପ୍ଲାଣ୍ଟର କୋଲଓ୍ଵାର୍ସରୀରେ ଦୁର୍ଘଟଣା ଘଟିଛି। କ୍ରେନ୍ ସଫା କରୁଥିବା ବେଳେ ୪୦ ଫୁଟ ଉପରୁ ଏକ ହପର ଛିଣ୍ଡି ପଡ଼ିବାରୁ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ସ୍ଥାନୀୟ ନିଧିପୁର ଗ୍ରାମର ଇନ୍ଦ୍ରମଣି ସାହୁ (୫୩) ନାମକ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ କ୍ରେନ ଅପରେଟର ତଥା ଆରତି କର୍ମଚାରୀ କଟକ ବିଡାନାସୀ ଅଞ୍ଚଳର ସୂର୍ଯ୍ୟକାନ୍ତ ସାହୁ ଆହତ ହୋଇଛନ୍ତି। ସୂର୍ଯ୍ୟକାନ୍ତଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠି କଟିବା ସହିତ ତାଙ୍କର ଡାହାଣ ଗୋଡ଼ ଜଙ୍ଘରେ ଆଘାତ ଲାଗିଥିବାରୁ ତାଙ୍କୁ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଘଣ୍ଟିଖାଲ-ନିଧିପୁର ଗ୍ରାମବାସୀ କମ୍ପାନିର ଉଭୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଧାରଣାସ୍ଥଳରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୃତିବାସ ଜେନା, ଚୌଦ୍ୱାର ଏସ୍ଡିପିଓ ସତ୍ୟନାରାୟଣ ଦାସଙ୍କୁ ଭେଟି ମୃତକ ପରିବାରକୁ କ୍ଷତିପୂରଣ ନିମନ୍ତେ କାରଖାନା ସଭାପତି ଏଲ୍ଟିପି ନାରାୟଣ, ଅତିରିକ୍ତ ଉପସଭାପତି ଆର୍ଜେଶ ମିଶ୍ରାଙ୍କ ସହିତ କମ୍ପାନି ସମ୍ମିଳନୀ କକ୍ଷରେ ଆଲୋଚନା କରୁଥିବା ପ୍ରକାଶ।
<urn:uuid:975ad8b1-1cc0-4462-846a-da573e1b667b>
CC-MAIN-2018-43
http://sambad.in/state/one-labour-dead-another-injured-villagers-protest-infront-of-arti-steel-plant-182060/
2018-10-17T07:29:29Z
s3://commoncrawl/crawl-data/CC-MAIN-2018-43/segments/1539583511063.10/warc/CC-MAIN-20181017065354-20181017090854-00331.warc.gz
ory
0.999949
Orya
4
{"ory_Orya_score": 0.9999486207962036}
ଏକଥା ଆମେ କହୁନାହୁଁ ବରଂ ଦେଶର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ନିଜ ମନ୍ତବ୍ୟରେ ଏହା ସ୍ପଷ୍ଟ କରଛନ୍ତି । ସେ କହିଛନ୍ତି କି ମୋଦି ନୁହଁନ୍ତି ବରଂ ଇନ୍ଦିରା ଗାନ୍ଧି ହେଉଛନ୍ତି ଦେଶର ସବୁଠାରୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ । ଖାଲି ସେତିକି ନୁହେଁ ସେ ପୁଣି ମଧ୍ୟ କହିଥିଲେ, ଗଣତାନ୍ତ୍ରିକ ଦେଶର ଏପର୍ଯ୍ୟନ୍ତର ସବୁଠାରୁ ସ୍ୱୀକାର୍ଯ୍ୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ସ୍ୱର୍ଗତଇନ୍ଦିରା ଗାନ୍ଧି । ତେବେ ମୁଖାର୍ଜି ଏକଥା 'ଇଣ୍ଡିଆଜ୍ ଇନ୍ଦିରା-ଏ ସେଂଟେନିୟଲ ଟ୍ରିବ୍ୟୁଟ' ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି । ସେ ଇନ୍ଦିରା ଗାନ୍ଧିଙ୍କୁ ସଂପୂର୍ଣ୍ଣ ବିଶ୍ୱ ଏବଂ ଭାରତୀୟଙ୍କ ପାଇଁ ସବୁଠାରୁ ପ୍ରଭାବଶାଳୀ ହସ୍ତି ବୋଲି କହିଛନ୍ତି । ତେବେ ପଢନ୍ତୁ ଇନ୍ଦିରା ଗାନ୍ଧିଙ୍କ ସଂପର୍କରେ କଣ କହିଥିଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି । • ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ମଧ୍ୟ ସେ ଗଣତାନ୍ତ୍ରିକ ଦେଶର ସବୁଠାରୁ ଭଲ ଏବଂ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଅଟନ୍ତି । • ୧୯୭୭ରେ କଂଗ୍ରେସର ପରାଜୟ ସମୟରେ ମୁଁ ମନ୍ତ୍ରୀ ଥିଲି । ସେତେବେଳେ ଇନ୍ଦିରା ଗାନ୍ଧି ମୋତେ କହିଥିଲେ କି 'ହାର ବା ପରାଜୟରେ ନିରାଶ ହୁଅନ୍ତୁ ନାହିଁ ,ବରଂ ଏବେ କାମ କରିବାର ସମୟ ଅଟେ' । • ରାଜନୀତିର ସବୁଠାରୁ ଖରାପ ସମୟରେ ଇନ୍ଦିରା ନିଜକୁ କାମରେ ବ୍ୟସ୍ତ ରଖୁଥିଲେ । ତେବେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜିଙ୍କ ସମେତ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଉପ ରାଷ୍ଟ୍ରପତି ହମିଦ୍ ଅଂସାରି ମଧ୍ୟ ଉପସ୍ଥିତ ଥିଲେ । ନରେନ୍ଦ୍ର ମୋଦି ଏବଂ ଇନ୍ଦିରା ଗାନ୍ଧିଙ୍କ ଶାସନରେ କଣ ରହିଛି ଫରକ • ଇନ୍ଦିରା ଗାନ୍ଧିଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କଂଗ୍ରେସରେ ଦେଖାଦେଇଥିବା ଫାଟକକୁ ଦମନ କରିଥିଲା । ତେଣୁ ସେ କ୍ଷମତାକୁ ଅଧିକ କରାୟତ କରିବାରେ ସକ୍ଷମ ହୋଇଥିଲେ । ମୋଦି କିନ୍ତୁ ଦୁର୍ନିତୀ ଗ୍ରସ୍ତ ତଥା ଦୁଇ ଦୁଇଟି ଉପସରକାର ବିପକ୍ଷରେ ଏକ ଅଘୋଷିତ ଅସ୍ତ୍ର ସଦୃଶ୍ୟ । • ଇନ୍ଦିରା ଗାନ୍ଧି ନିଜ ଦଳ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖିବାରେ ସକ୍ଷମ ଥିଲେ କିନ୍ତୁ ମୋଦିଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହେଁ । କାରଣ ବିଜେପିର ଆଧାର ହେଉଛି ସଂଘ ପରିବାର । • ଇନ୍ଦିରା ଗାନ୍ଧି ପ୍ରାୟତଃ ଅଧିକାଂଶ ନିଷ୍ପତି ନିଜେ ତଥା ଏକଛତ୍ରବାଦ ଭାବରେ ନେଉପାରୁଥିଲେ କିନ୍ତୁ ମୋଦିଙ୍କ ନିଷ୍ପତି ତଥା ବିଜେପିର ରାଜନୈତିକ ବିଚାରଧାରା ହେଉଛି ସଂଘ ପରିବାରର ଦଳୀୟ ନୀତି ଓ ଏଠାରେ ଦଳ ସର୍ବୋପରି ବ୍ୟକ୍ତିତ୍ୱ ନୁହେଁ । • ଇନ୍ଦିରା ଗାନ୍ଧିଙ୍କ କ୍ଷେତ୍ରରେ କଂଗ୍ରେସ ସଂସଦରେ ଦୁଇଟି ସଭାରେ ସଂପୂର୍ଣ୍ଣ ବହୁମତ ନେଇ ଶାସନ କରୁଥିଲେ ମାତ୍ର ବିଜେପିର ରାଜ୍ୟ ସଭାରେ ସଂଖ୍ୟା ଗରିଷ୍ଠତା କମ ଥିବାରୁ ମୋଦି ସରକାରଙ୍କ ଅନେକ ନୀତି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । • ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବାବେଳେ ଭାରତ ଏକ ପଛୁଆ ବିକଶିତ ରାଷ୍ଟ୍ର ଥିିଲା ତେଣୁ ବିକାଶ ପାଇଁ ଯେଉଁ କଠୋର ଓ ବୈପ୍ଳବିକ ନିଷ୍ପତି ନେବାର ଥିଲା ତାହା ଇନ୍ଦିରାଙ୍କ ଭଳି ଜଣେ ନିର୍ଭିକ ନେତ୍ରୀ ହିଁ ନେଇପାରିଥିଲେ । ମାତ୍ର ଆଜି ଦିନରେ ମୋଦି ସରକାର ବିକାଶର ଅନେକ ପାଦ ଆଗେଇଛି ସତ କିନ୍ତୁ ମୋଦିଙ୍କ ଭୂମିକା ଜଣେ ଉତପ୍ରେରକ ଭାବରେ କାମ ଦେଉଛି, ଜଣେ ଉଦ୍ଭାବକ ଭଳି ନୁହେଁ । ଯାହା ପାଇଁ ଦରକାର କେବଳ ନିୟନ୍ତ୍ରଣ । ସୌଜନ୍ୟ: ବିବିସି
<urn:uuid:8a5cfc89-bf6b-42ba-b12a-804a41dae2d1>
CC-MAIN-2018-43
http://kanaknews.com/special-narendra-modi-and-indira-gandhi-govt/
2018-10-18T14:18:25Z
s3://commoncrawl/crawl-data/CC-MAIN-2018-43/segments/1539583511872.19/warc/CC-MAIN-20181018130914-20181018152414-00491.warc.gz
ory
0.999996
Orya
6
{"ory_Orya_score": 0.9999963045120239}
କନକ ବ୍ୟୁରୋ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ସିଜ୍ କଲା ପୋଲିସ୍ । ଚିଲିକାର ନୋ ଫ୍ଲାଇଙ୍ଗ୍ ଜୋନରେ ହେଲିକପ୍ଟର ଉଡାଇବା ଅଭିଯୋଗରେ ଏହାକୁ ସିଜ୍ କରିଛି ପୋଲିସ୍ । ଏହା ସହିତ ବୈଜୟନ୍ତଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଢ଼ଙ୍ଗୀ । ସେ କହିଛନ୍ତି ଡିଜିସିଏ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିଥିଲା । ହେଲିକପ୍ଟରରେ ବୈଜୟନ୍ତଙ୍କ ସମେତ ୨ଜଣ ଥିଲେ । ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ଏନେଇ ତଦନ୍ତ ଜାରି ରହିଛି । ଇମ୍ଫାର ହ୍ୟାଙ୍ଗର ବା ପାର୍କିଂ ଅଂଚଳକୁ ସିଲ୍ କରିଛି ପୋଲିସ୍ । ଏହା ଧାର୍ଯ୍ୟ ଉଚ୍ଚତାରୁ ତଳେ ଉଡିଥିଲା କି ନାହିଁ , ତାହାର ତଥ୍ୟ ବ୍ଲାକବକ୍ସ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି । ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ନେଇ ପୁରୀ ମେରାଇନ ଥାନାରେ ଅଭିଯୋଗ କରିଥିଲା ଚିଲିକା ଉନ୍ନୟନ କର୍ତୁପକ୍ଷ ଏସିଏଫ୍ ବିନୋଦ ଆଚାର୍ଯ୍ୟ । ଗତ ୧୫ ତାରିଖ ଦିନ ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ଧଳା ରଙ୍ଗର ଏକ ହେଲିକପଟର ଚିଲିକା ଉପରେ ଉଡିଥିଲା ବୋଲି ଏତଲାରେ ଦର୍ଶାଯାଇଥିଲା । ଏପରିକି ନିକଟସ୍ଥ ଅଂଚଳରେ ଲ୍ୟାଣ୍ଡ କରିବାକୁ ହେଲିକପଟରର ପାଇଲଟ ଚେଷ୍ଟାକରିଥିଲେ ବୋଲି କୁହାଯାଇଥିଲା । ନୋ ଫ୍ଲାଇଙ୍ଗ ଇକୋ ସେନସିଟିଭ ଜୋନରେ ହେଲିକପଟର ଉଡିବା ପରେ ଆପତ୍ତି ଉଠାଇଛି ସିଡିଏ । ଏହା ଲୋକଙ୍କ ଜୀବନ ଖାସକରି ପର୍ଯ୍ୟଟକ ଓ ଡଲଫିନଙ୍କ ପାଇଁ ବିପଦ ନେଇ ଆସିଥିଲା । ଅନ୍ୟପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୁଁ ଉଡାଉଥିବା ହେଲିକପ୍ଟରକୁ ଭୁବନେଶ୍ୱରରେ ଥିବା ଏୟାରପୋର୍ଟ ହ୍ୟାଙ୍ଗରରେ ସିଜ୍ କରାଯାଇଛି । ତୃତୀୟ ମହଲାର ନିର୍ଦେଶରେ ଏପରି କରାଯାଇଥିବା କିଛି ପୁଲିସ ତାଙ୍କୁ କହିଥିବା ଟ୍ୱିଟ୍ କରିଛନ୍ତି ବୈଜୟନ୍ତ । ଏଥିସହ ସେ ଆଗକୁ ଲେଖିଛନ୍ତି ଓଡିଶାରେ ଚାରିଆଡେ ବୁଲିବା ଉପରେ କଟକଣା ଲଗାଇବା ପାଇଁ ଖୋଲାଖୋଲି ଭାବେ ଉଦ୍ୟମ କରାଯାଇଛି । ମାତ୍ର ସେମାନେ ଅଟକାଇ ପାରିବେ ନାହିଁ ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ ପଣ୍ଡା ।
<urn:uuid:2c0e57b3-6d2b-46f7-8116-bc94353c8ad1>
CC-MAIN-2018-43
http://kanaknews.com/baijayant-pandas-helicopter-seized/
2018-10-20T13:13:31Z
s3://commoncrawl/crawl-data/CC-MAIN-2018-43/segments/1539583512750.15/warc/CC-MAIN-20181020121719-20181020143219-00421.warc.gz
ory
1.000003
Orya
6
{"ory_Orya_score": 1.000003457069397}
ଇରାନର ବୈଦେଶିକ ସଚିବ ଜରିଫଙ୍କୁ ଭେଟିବେ ସୁଷମା ନୂଆଦିଲ୍ଲୀ: ସୋମବାର ଇରାନ ବୈଦେଶିକ ସଚିବ ମହମ୍ମଦ ଜାଭେଦ ଜାରିଫ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଆମେରିକା ସହ ଇରାନ୍ର ପରମାଣୁ ଚୁକ୍ତି ବିବାଦ ସମ୍ପର୍କରେ ଆଲୋଚନା ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କ ସହିତ ହେବାକୁ ଥିବା ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି । ୨୦୧୫ର ଐତିହାସିକ ପରମାଣୁ ଚୁକ୍ତିରୁ ଆମେରିକା ହଟିଯିବା ପରେ ଅନ୍ୟ ବିଶ୍ୱଶକ୍ତିଗୁଡିକ ସହ ସମ୍ପର୍କ ମଜବୁତ୍ କରିବା ଆଶାରେ ଇରାନ୍ ଏଭଳି ଆଲୋଚନା ଲାଗି ଆଗେଇ ଆସିଥିବା ଚର୍ଚ୍ଚା ହେଉଛି। ସୁଷମାଙ୍କ ସହିତ ଜାରିଫଙ୍କର ବୈଠକ ଆଜି ସଂନ୍ଧ୍ୟା ସାଢେ ୬ଟାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ଅବସରରେ ସେ ଅନ୍ୟ ଭାରତୀୟ ଅଫିସରମାନଙ୍କ ସହିତ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଇରାନ ମୁଖପାତ୍ର ବେହରମ ଘେସାମିଙ୍କ କହିବା ଅନୁଯାୟୀ ଏହି ଆଲୋଚନା ଦ୍ୱାରା ଦୁଇଦେଶ ମଧ୍ୟରେ ଥିବା ଦ୍ୱୀପାକ୍ଷିକ ସମ୍ପର୍କ ସୁଦୃଢ ହେବ । ମନ୍ତ୍ରୀ ଏବଂ ପ୍ରତିନିଧି ଦଳ ମଧ୍ୟ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ଉନ୍ନତିମୂଳକ ପଦକ୍ଷେପଗୁଡିକ ସମ୍ପର୍କରେ ଭାରତୀୟ ଅଧିକାରୀଙ୍କ ସହ ଅଲୋଚନା କରିବେ। ସୂଚନାଯୋଗ୍ୟ, ଭାରତର ତୈଳ ଆମଦାନୀ କ୍ଷେତ୍ରରେ ଇରାନ ତୃତୀୟ ମୁଖ୍ୟଉତ୍ସ ହୋଇଥିବାରୁ ଏହି ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି।
<urn:uuid:9b05bed9-7d40-4e19-8b68-f48f47ccc83e>
CC-MAIN-2018-43
https://odishareporter.in/nation/sushma-swaraj-iranian-foreign-minister-to-discuss-bilateral-ties-today-239881
2018-10-21T21:12:28Z
s3://commoncrawl/crawl-data/CC-MAIN-2018-43/segments/1539583514355.90/warc/CC-MAIN-20181021203102-20181021224602-00021.warc.gz
ory
0.999996
Orya
6
{"ory_Orya_score": 0.9999960660934448}
କନକ ବ୍ୟୁରୋ: ଲୋପ ପାଉଛି ତାଳଗଛ । ସହର ତ ଦୂରର କଥା ଗାଁ ଗହଳିରେ ଆଉ ଦିଶୁନି ଏହି ଗଛ । ଫଳରେ ବଜ୍ରପାତ ସମୟରେ ପ୍ରତିରୋଧ ହେବା ସମ୍ଭବ ହେଉନାହିଁ । ଓଡିଶାରେ ଗତ କିଛିଦିନ ମଧ୍ୟରେ ବାରମ୍ବାର ବଜ୍ରପାତ ହେବା ପରେ ଏଭଳି ଆଶଙ୍କା ବ୍ୟକ୍ତ କରିଛି ପାଣିପାଗ ବିଭାଗ । ଆଗେ ଗାଁ ଗହଳିରେ ତାଳଗଛ ବହୁସଂଖ୍ୟାରେ ଦେଖିବାକୁ ମିଳୁଥିଲା । ଏପରିକି ଧାନବିଲର କଡରେ ଓ ଖୋଲା ସ୍ଥାନରେ ଅନେକ ତାଳଗଛ ଥିଲା । ଯାହାକୁ ତାଳଦଣ୍ଡା କୁହାଯାଉଥିଲା । ଏହାର ଫଳକୁ ଖରାଦିନେ ପଇଡ ଭଳି ବ୍ୟବହାର କରାଯାଏ । ସେମିତି ଶୁଖିଲା ତାଳ ଖୋଳପାକୁ ଜାଳେଣୀ ଓ ପତ୍ରକୁ ଭୋଗେଇ ବା ଡାଲା ଭାବେ ବ୍ୟବହାର କରାଯାଏ । ଗାଁର ସବୁଠୁ ଲମ୍ବା ଗଛ ଥିଲା ତାଳଗଛ । ବର୍ଷାଦିନେ ବିଜୁଳି ମାରିଲେ ଏହା ନିଜ ଆଡକୁ ଆକର୍ଷିତ କରେ ବୋଲି ବିଜ୍ଞାନ କୁହେ । ସେହିପରି ତାଳଗଛ ବିଦ୍ୟୁତ ସଞ୍ଚାଳନ କରିଥାଏ । କିନ୍ତୁ ଧିରେ ଧିରେ ତାଳଗଛ ତଥା ବିଭିନ୍ନ ଗଛଲୋପ ପାଉଥିବାରୁ ବଜ୍ରପାତର ପ୍ରତିରୋଧ ହୋଇପାରୁନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ବିଜୁଳି ସିଧାସଳଖ ମାଟି ସଂସ୍ପର୍ଷରେ ଆସୁଛି । ଏହି ସମୟରେ ଘର ବାହାରେ ଥିବା ଲୋକ ଏହାର ଶୀକାର ହେଉଛନ୍ତି । ଗତ ପାଞ୍ଚ ମାସରେ ରାଜ୍ୟରେ ୨୮୦ଲୋକଙ୍କ ମୃତ୍ୟୁ ହୋଇଛି ବଜ୍ରପାତରେ । ଆଉ ଗଲା ୮ବର୍ଷରେ ୨,୬୫୫ ଜଣଙ୍କ ଜୀବନ ଯାଇଛି । ଏହି ମୃତ୍ୟୁହାର ଗ୍ରାମଞ୍ଚଳରେ ସର୍ବାଧିକ ହୋଇଥିବାରୁ ଏହା ପଛରେ ତାଳଗଛ ଲୋପ ଏକ ବଡ କାରଣ ବୋଲି କୁହାଯାଉଛି । ଗ୍ରାମ୍ୟଜଙ୍ଗଲ ଲୋପ ପାଇ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ । ଆଜି ସୁଦ୍ଧା ରେକର୍ଡ ହୋଇଥିବା ୨୮୦ ମୃତ୍ୟୁ ମଧ୍ୟରୁ ଗଞ୍ଜାମ ଓ ମୟୁରଭଞ୍ଜରେ ସର୍ବାଧିକ ୩୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରେ ୨୪, ଭଦ୍ରକରେ ୧୭, ଯାଜପୁର ଓ କେନ୍ଦ୍ରାପଡାରେ ୧୫ଜଣ ଲେଖାଏଁ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।
<urn:uuid:decc3fb2-b1ac-443e-aefa-70f006befb18>
CC-MAIN-2018-43
http://kanaknews.com/%E0%AC%95%E0%AC%AE%E0%AD%81%E0%AC%9B%E0%AC%BF-%E0%AC%A4%E0%AC%BE%E0%AC%B3%E0%AC%97%E0%AC%9B-%E0%AC%AC%E0%AD%9D%E0%AD%81%E0%AC%9B%E0%AC%BF-%E0%AC%AC%E0%AC%9C%E0%AD%8D%E0%AC%B0%E0%AC%AA%E0%AC%BE/
2018-10-18T20:08:49Z
s3://commoncrawl/crawl-data/CC-MAIN-2018-43/segments/1539583512014.61/warc/CC-MAIN-20181018194005-20181018215505-00062.warc.gz
ory
0.999995
Orya
5
{"ory_Orya_score": 0.999995231628418}
ଭୁବନେଶ୍ୱର: କୁହାଯାଏ, ମାନବ ସେବା ହିଁ ମାଧବ ସେବା। କିନ୍ତୁ ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବ୍ୟବସାୟୀକରଣ ହୋଇଯାଇଛି। କିଛି ବ୍ୟବସାୟୀ ଚିକିତ୍ସା ନାଁରେ ରୋଗୀଙ୍କ ଶୋଷଣ କରି ଚାଲିଛନ୍ତି। ଏହାର ବେଶି ଶିକାର ହେଉଛନ୍ତି ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ। ଆମେ ମଧ୍ୟ ଏସବୁ ଭିତରେ ପ୍ରତିବାଦ ବି ଭୁଲିଗଲୁଣି। ମାତ୍ର ଆଉ କେତେ ଦିନ? ସମୟ ଆସିଛି ଏହାର ପ୍ରତିବାଦ କରିବାର। ସେମିତି ଏକ ପ୍ରତିବାଦର ସ୍ୱରକୁ ନେଇ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଛି ନାଟକ 'ଠିଆପାଲା'। ଯେଉଁଥିରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ବିଦ୍ରୁପ କରାଯାଇଛି ହାସ୍ୟରସ ମାଧ୍ୟମରେ। ନାଟକର ରଚନା ଶଙ୍କର ତ୍ରିପାଠୀ କରିଥିବା ବେଳେ ହରେନ୍ ସାହୁ ନିର୍ଦ୍ଦେଶନା ଦେଇଥିଲେ। ଅବସର ଥିଲା, 'ପଞ୍ଚମ ବେଦ'ର ଷୋଡ଼ଶ ବାର୍ଷିକୋତ୍ସବ ଓ 'ସଂସ୍କୃତି ମିତ୍ର-୨୦୧୭' ସମ୍ମାନ ଉତ୍ସବର। ଏହି ଅବସରରେ ଇତି ସାମନ୍ତ, ଉପେନ୍ଦ୍ର ପ୍ରସାଦ ନାୟକ, ସୌରେନ୍ଦ୍ର କୁମାର ମହାପାତ୍ର, ରାଜୀବ ପାଣି, ବିଜୟ ନାୟକ, ପ୍ରଦ୍ୟୁମ୍ନ ଶତପଥୀ, ସୁବୋଧ ପଟ୍ଟନାୟକ, ବିନୟ ଭୂଷଣ ପଟ୍ଟନାୟକ ଓ ମମତା ବିଶ୍ୱାଳଙ୍କୁ ଚଳିତ ବର୍ଷର ସଂସ୍କୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ବିଧାୟକ ବିଜୟ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ଅମିୟ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।
<urn:uuid:4de74218-c8ed-4f47-bcda-88734d4e51e5>
CC-MAIN-2018-43
http://sambad.in/metro/standing-dance-on-stage-18740/
2018-10-21T08:06:34Z
s3://commoncrawl/crawl-data/CC-MAIN-2018-43/segments/1539583513804.32/warc/CC-MAIN-20181021073314-20181021094814-00382.warc.gz
ory
0.999996
Orya
5
{"ory_Orya_score": 0.9999959468841553}
ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆଜି ତାଙ୍କର ଜନ୍ମଦିନ ମନାଉଛନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନର ଏକ ବଡ଼ ଅଧ୍ୟାୟ । ୧୯୮୭ ମସିହାରେ ଅଭିନେତା ସଞ୍ଜୟ ଦତ୍ତଙ୍କ ରିଚା ଶର୍ମାଙ୍କୁ ପ୍ରଥମ ବିବାହ କରିଥିଲେ । କିନ୍ତୁ ୧୯୯୬ରେ ରିଚାଙ୍କର କର୍କଟ ରୋଗରେ ଦେହାନ୍ତ ହୋଇଥିଲା । ରିଚା ଚିକିତ୍ସିତ ହେବା ସମୟରେ ମଡେଲ୍ ରୀୟା ପିଲ୍ଲାଇଙ୍କ ସହିତ ସଞ୍ଜୟ ଦତ୍ତଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ଏହାପରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଂଜୟ ଦତ୍ତ ଜେଲ୍ ଯିବାକୁ ପଡିଥିଲା । ସେତେବେଳେ ରୀୟା ପିଲ୍ଲାଇ ହିଁ ସଞ୍ଜୟଙ୍କ ସାଥ୍ ଦେଇଥିଲେ । ଏକଥାକୁ ସଂଜୟ ବି ସ୍ୱୀକାର କରିଥିଲେ। ଜେଲରେ ବି ରୀୟା ସଂଜୟଙ୍କୁ ଭେଟିବାକୁ ଯାଉଥିଲେ। ରୀୟା ହେଉଛନ୍ତି ହାଇଦ୍ରାବାଦର ମହାରାଜା ଧନରାଜଗର ଜ୍ଞାନବାହାଦୂରଙ୍କ ନାତୁଣୀ। ୧୯୯୮ରେ ସଞ୍ଜୟ ଦତ୍ତଙ୍କୁ ରୀୟା ପିଲ୍ଲାଇ ବିବାହ କରିଥିଲେ । ଦୁହେଁ ସାଇବାବା ମନ୍ଦିରକୁ ଯାଇ ବାହା ହୋଇଥିଲେ। ଏହା ସଞ୍ଜୟଙ୍କର ଦ୍ୱିତୀୟ ବିବାହ ଓ ରୀୟାଙ୍କର ପ୍ରଥମ ବାହାଘର ଥିଲା । କିନ୍ତୁ ୨୦୦୨ରେ ଉଭୟଙ୍କ ମଧ୍ୟରେ ସଂପର୍କ ଛିନ୍ନ ହେଲା । ଏହାପରେ ରୀୟା ଟେନିସ ତାରକା ଲିଆଣ୍ଡର ପେସ୍ଙ୍କ ସହ ପ୍ରେମ ସଂପର୍କ ହୋଡ଼ିଲେ । ବେଶ୍ କିଛି ଦିନ ଡେଟିଂ ପରେ ଉଭୟେ ଲିଭ୍ ଇନ୍ ରିଲେସନସିପ୍ରେ ରହିବାର ନିଷ୍ପତ୍ତି ନେଇଥିଲେ । ୨୦୦୬ରେ ଲିଆଣ୍ଡର ଓ ରୀୟାଙ୍କ ଝିଅ ଆୟନାଙ୍କର ଜନ୍ମ ହୋଇଥିଲା । ୮ ବର୍ଷ ପରେ ଏ ଦୁହେଁ ପରସ୍ପରଠୁଁ ଅଲଗା ହୋଇଥିଲେ । ସଞ୍ଜୟ ଦତ୍ତ ଏବେ ମାନ୍ୟତାଙ୍କୁ ବିବାହ କରି ସୁଖୀ ଜୀବନ ବିତାଉଛନ୍ତି , ହେଲେ ରୀୟା ନିଃସଙ୍ଗ ହୋଇ ଦୁଃଖୀ ଜୀବନ ଜୀଉଁଛନ୍ତି ।
<urn:uuid:b1c292c5-9a7a-4534-988c-11625bd3dd4c>
CC-MAIN-2018-43
http://sambad.in/entertainment/sanjay-rehea-story-185626/
2018-10-23T23:40:13Z
s3://commoncrawl/crawl-data/CC-MAIN-2018-43/segments/1539583517495.99/warc/CC-MAIN-20181023220444-20181024001944-00142.warc.gz
ory
1.000006
Orya
6
{"ory_Orya_score": 1.0000059604644775}
ତ୍ୱଚା:-ଯଦି ଆପଣଙ୍କ ତ୍ୱଚାରେ ବ୍ରଣଜନିତ ସମସ୍ୟା ରହିଛି ତ,ତେବେ ଆପଣ ଭୁର୍ସୁଙ୍ଗ ପତ୍ର ଓ ହଳଦୀର ପେଷ୍ଟ କରି ଚେହେରାରେ ଲଗାନ୍ତୁ। ଏଥିସହିତ ଯେଉଁ ଯେଉଁ ସ୍ଥାନରେ ଆପଣଙ୍କର ବ୍ରଣ ହୋଇଛି କେବଳ ସେହିଠାରେ ହିଁ ଆପଣ ଏହାର ପେଷ୍ଟ୍କୁ ଲଗାନ୍ତୁ।ଏଥିସହିତ ଏହି ପେଷ୍ଟ୍ଟି ଶୁଖିଗଲା ଏହାପରେ ଆପଣ ଆପଣଙ୍କ ମୁହଁକୁ ଥଣ୍ଡା ପାଣି ସାହାଯ୍ୟରେ ଧୋଇ ଦିଅନ୍ତୁ ।କିଛି ଘଣ୍ଟା ପରେ ହିଁ ଆପଣଙ୍କୁ ଫରକଟି ନଜର ଆସିବ । ହେଲେ ଯଦି ଆପଣ ସୁସ୍ଥ ତ୍ୱଚା ପାଇବାକୁ ଚାହୁଁଛନ୍ତି ,ତେବେ ଆପଣ ଭୁର୍ସୁଙ୍ଗ ପତ୍ର,ମୁଲ୍ତାନି ମାଟି ଏବଂ ଗୋଲାପ ଜଳର ପେଷ୍ଟ୍ ପ୍ରସ୍ତୁତ କରି ସଂପୂର୍ଣ୍ଣ ଚେହେରାରେ ଲଗାଇ ଦିଅନ୍ତୁ।ଏହାପରେ ଉକ୍ତ ପେଷ୍ଟ୍ଟି ଶୁଖିଗଲାପରେ ଆପଣ ଏହାକୁ ଧୋଇ ଦିଅନ୍ତୁ। ତେବେ ଏହିପରି ଭାବରେ କିଛି ଦିନ କରିବା ପରେ ହିଁ ଆପଣଙ୍କୁ ଏହାର ସୁଫଳ ମିଳିବ। କେଶ :-ଯଦି ଆପଣଙ୍କର କେଶଜନିତ କୌଣସି ସମସ୍ୟା ରହିଥାଏ ,ତେବେ ଆପଣ କିଛି ଭୁର୍ସୁଙ୍ଗ ପତ୍ରର ପେଷ୍ଟ୍ ପ୍ରସ୍ତୁତ କରି ସେଥିରେ କିଛି ମାତ୍ରାରେ ଖଟା ଦହିକୁ ମିଶ୍ରଣ କରନ୍ତୁ।ଏହାପରେ ଆପଣ ଏହାର ପେଷ୍ଟ୍କୁ ଆପଣଙ୍କ କେଶରେ ଲଗାଇ ଅଧଘଣ୍ଟା ଯାଏଁ ଛାଡ଼ିଦିଅନ୍ତୁ। ଏହାପରେ ଆପଣ ଏହାକୁ ସାମ୍ପୁ ସାହାଯ୍ୟରେ ଧୋଇ ଦିଅନ୍ତୁ।ତେବେ ଏହାର ଭଲ ଫଳ ପାଇବାକୁ ହେଲେ ଆପଣଙ୍କୁ ଏହି ଉପାୟର ପ୍ରୟୋଗ ସପ୍ତାହକ ମଧ୍ୟରେ ୩ ଥର କରିବାକୁ ହେବ।
<urn:uuid:9b67ee30-5367-40c5-ab9b-bf078fe77375>
CC-MAIN-2018-43
http://sambad.in/lifestyle/beauty-care-curry-leaves-171438/
2018-10-23T23:18:34Z
s3://commoncrawl/crawl-data/CC-MAIN-2018-43/segments/1539583517495.99/warc/CC-MAIN-20181023220444-20181024001944-00142.warc.gz
ory
1.000003
Orya
4
{"ory_Orya_score": 1.0000028610229492}
କୋଣାର୍କରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍ ଭୁବନେଶ୍ୱର : କୋଣାର୍କ ମନ୍ଦିର ସମ୍ମୁଖରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନ୍ଙ୍କ ନିକଟରେ ପିଟିସନ୍ ଦାଖଲ ହୋଇଛି। ଏନ୍ଏ ଶାହା ଅନସାରି ନାମକ ଜଣେ ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି କି, କୋଣାର୍କ ମନ୍ଦିର ନିକଟରେ ଅନେକ ମାନସିକ ବିକୃତ ପୁରୁଷ ଓ ମହିଳା ବୁଲାବୁଲି କରୁଛନ୍ତି। ଖାଦ୍ୟ ଅଭାବରୁ ସେମାନେ ଭିକ୍ଷାମାଗି ଖାଉଛନ୍ତି। ଏପରିକି ରାତି ବିତାଇବା ପାଇଁ ଆଶ୍ରୟସ୍ଥଳଟିଏ ମଧ୍ୟ ନାହିଁ। ସେମାନେ ବସଷ୍ଟାଣ୍ଡରେ ରାତି ବିତାଉଛନ୍ତି। ଏଭଳି ସ୍ଥିତିରେ ମାନବାଧିକାର କର୍ମୀ ଦାବି କରିଛନ୍ତି ଏହା ଦ୍ୱାରା ସେମାନଙ୍କ ମାନବାଧିକାର କ୍ଷୁଣ୍ଣ ହେଉଛି। ତେଣୁ ରାଜ୍ୟ ସରକାର ତୁରନ୍ତ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦେବା ସହିତ ରାତ୍ର ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଅନ୍ସାରି ଦାବି କରିଛନ୍ତି।
<urn:uuid:d195741a-df03-47b1-aeac-1782bc8e9582>
CC-MAIN-2018-43
http://sambad.in/state/konark-woman-rape-and-murder-case-146237/
2018-10-15T15:43:58Z
s3://commoncrawl/crawl-data/CC-MAIN-2018-43/segments/1539583509326.21/warc/CC-MAIN-20181015142752-20181015164252-00221.warc.gz
ory
0.999961
Orya
3
{"ory_Orya_score": 0.9999614953994751}
ଭଦ୍ରକ : ଦୁର୍ଘଟଣା ପରେ ଲଙ୍କାକାଣ୍ଡ । ଭଦ୍ରକରେ ହାଇୱା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜାଳିବା ସହ ତହସିଲ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଲୋକେ । ଗତକାଲି ଏକ ବାଲି ବୋଝେଇ ହାଇୱା ଜଣେ ଛାତ୍ରୀଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଏଭଳି ଲଙ୍କାକାଣ୍ଡ ଭିଆଇଛନ୍ତି ଲୋକେ । ପ୍ରଥମେ ଲୋକ ଦୁର୍ଘଟଣା ଘଟାଇଥିବା ହାଇୱାକୁ ପୋଡ଼ି ଦେବା ସହ ସେଠାରେ ଥିବା ଆଉ ଏକ ହାଇୱାକୁ ମଧ୍ୟ ପୋଡ଼ି ଦେଇଥିଲେ । ଖବର ପାଇ ନିଆ ଲିଭାଇବାକୁ ଆସୁଥିବା ଦମକଳ ଗାଡ଼ିକୁ ମଧ୍ୟ ଛାଡି ନଥିଲେ ଲୋକେ । ଏହାସହ ବେଆଇନ୍ ବାଲି ଚାଲାଣ ହେଉଥିବାରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରାଯାଇଛି । 21st July, 2016 | 4:40 am You might also like - ପୁରୀରେ ବୋମା ମାଡ ! ପୂର୍ବ ସତ୍ରୁତା ଏବଂ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ସାହି ମଧ୍ୟରେ ଗୋଷ୍ଟି ସଂଘର୍ସ , ୮ରୁ ଅଧିକ ଗୁରୁତର । - ଶତ୍ରୁପକ୍ଷଙ୍କୁ ମୋଦିଙ୍କ ଚେତାବନୀ ! କହିଲେ, ଭାରତ ଉପରେ ନଜର ପକାଇଲେ ଦୁଇଗୁଣ ଶକ୍ତି ସହ ଦିଆଯିବ କଡା ଜବାବ । - ଦଶହରା ପରେ ଜମିଲା ଦୀପାବଳି ବଜାର ! ପୋଷାକପତ୍ର କିଣିବାକୁ ଉମରକୋଟ୍ ଲୁଗା ଦୋକାନରେ ପ୍ରବଳ ଗହଳି । - ପ୍ରାଇମ୍ ଟାଇମ୍ ବୁଲେଟିନ୍ : ୨୧/୧୦/୧୮
<urn:uuid:ea0e9e3f-eab0-4224-9138-6dac7ebf750c>
CC-MAIN-2018-43
http://kanaknews.com/accident-in-bhadrak-student-died/
2018-10-21T23:31:51Z
s3://commoncrawl/crawl-data/CC-MAIN-2018-43/segments/1539583514437.69/warc/CC-MAIN-20181021224001-20181022005501-00461.warc.gz
ory
1.000005
Orya
1
{"ory_Orya_score": 1.0000053644180298}
ବାଲେଶ୍ଵର ଜିଲ୍ଲା ଏହାର କଳା,ସଙ୍କୃତି ଓ ପରମ୍ପରା ପାଇଁ ପ୍ରଶିଦ୍ଦ ଅଟେ,ଏଠାରେ ବହୁତ ସସୁନ୍ଦର ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳ ଦେଖିବାକୁ ମିଳେ ।ବିଭିନ୍ନ ଧର୍ମର ଲୋକମାନେ ଏଠାରେ ବସ କରନ୍ତି ଏବଂ ଏହାର ସଂସ୍କୃତି ବଜାଇ ରଖନ୍ତି ।ବିଭିନ୍ନ ସ୍ଥାନରୁ ଯଥା ଭୋଗରାଇ,ଅଭଣା, କୁପରି ଓ ବସ୍ତା ରୁ ମିଳିଥିବା ତମ୍ବା ମୁଦ୍ରା ଜଣା ପଡେ ଭଗବାନ ବୁଦ୍ଧ ଅବସ୍ଥାନ କରିଥିଲେ ।ଭଗବାନ ବୁଦ୍ଧଙ୍କ ପରି ଭଗବାନ ଜୈନଙ୍କ ସ୍ଥିତ ମଧ୍ୟ ଜଳେଶ୍ଵର,ବାଲେଶ୍ଵର ଓ ଅଭଣା ରୁ ଅନୁମକରିହୁଏ ଯାହାକି ଦଶକ ଓ ଦ୍ଵାଦଶ ଶତାବଧିର ଅଂଶବିଶେଷ ଅଟେ । ସାଇବାପୀଠ ପାଇଁ ମଧ୍ୟ ବାଲେଶ୍ଵର ଜିଲ୍ଲାର ପ୍ରଶିଦ୍ଧତା ଅଛି କାରଣ ଏହି ଜିଲ୍ଲା ରେ ଚାରିପାଖରେ ବହୁତ ଶିବା ମନ୍ଦିର ଅଛି ।ବିଭିନ୍ନ ସ୍ଥାନ ଦେଖା ଯାଉଥିବା ଶିବା ମନ୍ଦିର ଗୁଡିକ ହେଲା ଚନ୍ଦନେଶ୍ବର, ବନେଶ୍ବର,ଝଡେଶ୍ଵର ପଞ୍ଚଲିଙ୍ଗେଶ୍ଵର, ଭୁସେଣ୍ଡେଶ୍ଵର ଓ ମଣିନାଗେଶ୍ଵର ଆଦି ଅନ୍ୟତମ ଅଟେ । ଶକ୍ତିପୀଠ "ବୁଦ୍ଧର ଚଣ୍ଡୀ" ପାଇଁ ସେରଗଡ ,ଖନ୍ତାପଡାରେ "ଦ।ଣ୍ଡ କଲି" ଏବଂ ଖର୍ଜୂରେଶ୍ଵର ଠାରେ "ଚଣ୍ଡୀ ମନ୍ଦିର" ପାଇଁ ମଧ୍ୟ ବାଲେଶ୍ଵର ଜିଲ୍ଲା ପ୍ରଶିଦ୍ଧ ଅଟେ ।ଆଯୋଧ୍ୟା,ସେରଗଡ, ନିଳଗିରି ଏବଂ ବରଧାନପୁର ଠାରେ ସୂର୍ଯ୍ୟ ମନ୍ଦିରର ଭାଗମଶେଷମନ ଦେଖିବାକୁ ମିଳେ ସୂର୍ଯ୍ୟ ଦେବ ଭକ୍ତମାନଙ୍କ ସମନ୍ଧରେ ।ବୋଇଷ୍ଣବ ଧର୍ମ ମଧ୍ୟ ପ୍ରଶିଧ୍ୟ ଲାଭ କରିଥିଲା ଗୁପ୍ତା ବଂଶ ରାଜୁତି ସମୟରେ ।ଜିଲ୍ଲାର ବିଭିନ ସ୍ଥାନରେ ବିଷ୍ଣୁ ମନ୍ଦିର ମଧ୍ୟ ଦେଖିବାକୁ ମିଳେ,ଖିରୋଚର। ମନ୍ଦିର ନିର୍ମାଣ ମଧ୍ୟ(ଦ୍ଦିତୀୟ ନରାଶିହ୍ନ ଦେବ) ସମୟରେ ଏହି ସବୁରୁ ଜଣା ପଡେ ବାଲେଶ୍ଵର ଜିଲ୍ଲାର ସଂସ୍କୃତି ଏବଂ ଐତିହ୍ୟ ବିଷୟରେ । ବାଲେଶ୍ଵର ଜିଲ୍ଲାର ମୁକ୍ଷସ୍ଥଳରେ ଦୁଇଟି ଜଗନ୍ନାଥ ମନ୍ଦିର ଅବସ୍ଥିତ ଏବଂ ଅନ୍ୟ ଜଗନ୍ନାଥ ମନ୍ଦିରମାନ ନିଳଗିରି ,ମଙ୍ଗଳପୁର, ଗୁଦ, ଜଳେଶ୍ଵର, କମରଦା,ଦେଉଳିଗାଁ ଏବଂ ବାଲିଆପାଳ ରୁ ଜଣା ପଡେ ଏହି ଅଞ୍ଚଳର ସଂସ୍କୃତି ।ବହୁତ ଗୁଡିଏ ମସ୍ଜିଦ ,ଚର୍ଚ, ଗୁରୁଦ୍ୱାରା (ରେମୁଣାରେ) ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରୁ ଜଣ ପଡେ ବିଭିନ୍ନ ଧର୍ମ ଲୋକମାନେ ଏହି ଜିଲ୍ଲା ବାସ କରନ୍ତି । ବହୁ ପ୍ରଶିଧ୍ୟ ଯାନୀ ଯାତ୍ରା ପାଳନ କରାଯାଏ ଯଥା ମକର ସଂକ୍ରାନ୍ତି ,ରାଜ ସଂକ୍ରାନ୍ତି,ଗଙ୍ଗା ମେଳା, ଦୂର୍ଗା ପୂଜା ,କାଳି ପୂଜା ,ଗଣେଶ ଚତୁର୍ଥୀ ,ସରସ୍ଵତୀ ପୂଜା, ଲକ୍ଷ୍ମୀ ପୂଜା, ବିଶ୍ଵକର୍ମା ପୂଜା,ଚନ୍ଦନ ଯାତ୍ରା, ମହଶିବ ରାତ୍ରି, ଡୋଲ ପୁର୍ଣିମା,ଈଦ ମୋହରମ,କ୍ରିସ୍ଟମାସ ଏବଂ ଏତ୍ୟାଦି ଆଦି ଜାକଜମକ ଭାବରେ ପାଳିତ ହାଇଥାଏ । ବାଲେଶ୍ଵରରେ ଦୁର୍ଗ। ପୂଜାରେ ହିନ୍ଦୁମାନଙ୍କ ଦ୍ଵାରା ଏବଂ ମୋହରମ ରେ ମୁସଲମାନ ମାନଙ୍କ ଦ୍ଵାରା ଅଖ୍ଡ଼। ଖେଳ ବହୁତ ଆକ୍ରୁଷ୍ଟ ଏବଂ ଆନନ୍ଦଦ।ୟକ ହାଇଥାଏ ।ଭାଷା ଆନ୍ଦଲନରେ ମଧ୍ୟ ଏହି ଜିଲ୍ଲାର ଲୋକମାନଙ୍କର ଭୂମିକା ଉଲେଖନୀୟ ଅବଦାନ ରହିଛି ଅଲଗା ଓଡିଶା ରାଜ୍ୟ ଗଠନ ସମୟରେ । ମୁଖ୍ୟ ଖବର କାଗଜ "ବୋଧଦାୟୀନୀ" ଏବଂ "ବାଲେଶ୍ଵର ସମ୍ବାଦ ବାହୀକ" ଫକିର ମୋହନ ସେନାପତି ଦ୍ଵାରା ପ୍ରକାଶିତ ଓଡିଆ ଭାଷା ଅଦଳନ ଏବଂ ଉନତିରେ ଏକ ଯୁଗାନ୍ତକାରି ଦିଗଦର୍ଶନ ଅଟେ ।
<urn:uuid:0c0a7ddc-b72f-4b9f-91b8-df6c7a7e8818>
CC-MAIN-2018-43
https://baleswar.nic.in/od/%E0%AC%B8%E0%AC%82%E0%AC%B8%E0%AD%8D%E0%AC%95%E0%AD%83%E0%AC%A4%E0%AC%BF-%E0%AC%8F%E0%AC%AC%E0%AC%82-%E0%AC%90%E0%AC%A4%E0%AC%BF%E0%AC%B9%E0%AD%8D%E0%AD%9F/
2018-10-16T10:43:30Z
s3://commoncrawl/crawl-data/CC-MAIN-2018-43/segments/1539583510749.37/warc/CC-MAIN-20181016093012-20181016114512-00184.warc.gz
ory
0.999944
Orya
17
{"ory_Orya_score": 0.9999436140060425}
ଟୟଲେଟ : ଏକ ପ୍ରେମ କଥା ଟୟଲେଟ : ଏକ ପ୍ରେମ କଥା ୨୦୧୭ରେ ନିର୍ମିତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ଟିର ନିର୍ଦ୍ଦେଶକ ହେଉଛନ୍ତି ଶ୍ରୀ ନାରାୟଣ ସିଂ । ଏହାର ସହ ପ୍ରଯୋଜକ ହେଉଛନ୍ତି ଅକ୍ଷୟ କୁମାର ଓ ନୀରଜ ପାଣ୍ଡେ । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଓ ଭୂମି ପେଦେନକର । ଏଥିରେ ଅନୁପମ ଖେର, ସୁଧୀର ପାଣ୍ଡେ , ଦିବେଂଦ୍ୟୁ ଶର୍ମା ସହ କଳାକାର ଭାବେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ୨୦୧୭ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିଥିଲା । ଏହି ଚଳଚ୍ଚିତ୍ରରେ ବ୍ୟଙ୍ଗାତ୍ମକ ଭାବରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରି ସ୍ୱଚ୍ଛ ଭାରତ ଅଭିଯାନର ବାର୍ତ୍ତାକୁ ନେଇ ଏହି ଚଳଚ୍ଚିତ୍ରଟି ଆଧାରିତ । ଏହି ଚଳଚ୍ଚିତ୍ରଟି ଭାରତରେ ବହୁତ ସଫଳତା ପାଇପାରିଛି । ଏହି ଚଳଚ୍ଚିତ୍ରଟି ଆରମ୍ଭ ହୋଇଛି ଏହିପରି କି ଗାଁର କିଛି ମହିଳା ମାନେ ଏକ ପଡ଼ିଆକୁ ଯାନ୍ତି । କିଛି ବାଟରେ ପଡେ ତାଙ୍କ ଗାଁ ଠାରୁ ଖୋଲା ଜାଗାରେ ଯୋଉଠିକି ସେମାନେ ଶୌଚ ହେବାକୁ ଯାନ୍ତି । କେଶବ(ଅକ୍ଷୟ କୁମାର)କୁ ଏକ କଳା ମଇଁଷିକୁ ବିବାହ କରିବାକୁ ତାର ବାପା (ପଣ୍ଡିତ) ଭାଗ୍ୟ ଓ ଜାତକକୁ ବିଶ୍ୱାସ କରୁଥିବାରୁ ବାଧ୍ୟ କରନ୍ତି । ତାଙ୍କ ବାପା ଭାବନ୍ତି କି ଏପରି କଲେ କେଶବର ଭାଗ୍ୟରେ ପରିବର୍ତ୍ତନ ଆସିବ । କିନ୍ତୁ କେଶବର ଜୟା(ଭୂମି ପେଦେନକର)ଙ୍କ ସହିତ ଦେଖା ହୁଏ । ଓ ଦୁହେଁ ଦୁହିଁଙ୍କୁ ଭଲପାଇ ବସନ୍ତି । କେଶବ ତା ବାପାଙ୍କୁ କୁହେ ତାକୁ ବାହା ହବ ପାଇଁ । କିନ୍ତୁ କେଶବ ବାପା କୁହନ୍ତି ଯଦି କେଶବ ବାହା ହବ ସେ ଏପରି ଝିଅ ହେଇଥିବ ଯାହାର ଗୋଟିଏ ହାତରେ ୨ଟି ବୁଢ଼ା ଆଙ୍ଗୁଠି ଥୁବ ।
<urn:uuid:84752245-7cf2-4b50-9584-d23f676740ec>
CC-MAIN-2018-43
https://or.wikipedia.org/wiki/%E0%AC%9F%E0%AD%9F%E0%AC%B2%E0%AD%87%E0%AC%9F_:_%E0%AC%8F%E0%AC%95_%E0%AC%AA%E0%AD%8D%E0%AC%B0%E0%AD%87%E0%AC%AE_%E0%AC%95%E0%AC%A5%E0%AC%BE
2018-10-17T17:07:43Z
s3://commoncrawl/crawl-data/CC-MAIN-2018-43/segments/1539583511203.16/warc/CC-MAIN-20181017153433-20181017174933-00344.warc.gz
ory
1.000007
Orya
9
{"ory_Orya_score": 1.0000066757202148}
ଟେଲିକମ ଜଗତରେ ଜିଓର ଧମାକାଦାର ଏଂଟ୍ରି ପରେ ପରେ ବାକି କଂପାନୀମାନଙ୍କର ଚିନ୍ତା ଏକପ୍ରକାରେ ବଢିଯାଇଛି । ସେଥିପାଇଁ ତ ଅନ୍ୟ କଂପାନୀମାନେ ଗ୍ରାହକଙ୍କୁ ନିଜ ପ୍ରତି ଆକୃଷ୍ଠ କରିବା ପାଇଁ ବିଭିନ୍ନ ପ୍ରକାରର ଶସ୍ତା ଏବଂ ଆକର୍ଷଣୀୟ ଅଫରମାନ ଭେଟି ଦେବାରେ ଲାଗିପଡିଛନ୍ତି । ହେଲେ ଜିଓ ମଧ୍ୟ ତାର ଅଭିଯାନ ଜାରି ରଖିଛି । ନିକଟରେ କଂପାନୀ ତାର ଗ୍ରାହକଙ୍କୁ ଭେଟି ଦେଇଛି ଐତିହାସିକ ଅଫର ତଥା ଫୁଟବଲ ଅଫର । ଯେଉଁଥିରେ ସ୍ମାର୍ଟଫୋନ ଉପରେ ମିଳିବ ଜବରଦସ୍ତ କ୍ୟାସବ୍ୟାକ । ଆଉ ଏହା ପରେ ଏୟାରଟେଲ ଏବଂ ଏବେ ଆଇଡିଆ ମଧ୍ୟ ନିଜର ୟୁଜର୍ସଙ୍କ ପାଇଁ କ୍ୟାସବ୍ୟାକ ଅଫର ଲଂଚ କରିଛି । ଏବେ ଜାଣନ୍ତୁ ଆଇଡିଆର ଏହି ନୂଆ ଅଫର ସଂପର୍କରେ ଜିଓ ଏବଂ ଏୟାରଟେଲ ପରେ ଏବେ ଆଇଡିଆ ସମସ୍ତ ନୂଆ ୪ଜି ହୋଲ୍ଡର୍ସଙ୍କ ପାଇଁ ମେଗା କ୍ୟାସବ୍ୟାକ୍ ଅଫର ଲଂଚ କରିଛି । ଆଇଡିଆର ଏହି ମେଗା କ୍ୟାସବ୍ୟାକ୍ ଅଫରଟି ସିଧା ସଳଖ ଭାବରେ ଜିଓର ଫୁଟବଲ ଅଫରକୁ ଟକ୍କର ଦେବାକୁ ଲଂଚ କରାଯାଇଛି । ତେବେ କଂପାନୀର ଏହି ଅଫରଟି ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ । ଆଇଡିଆର ଏହି କ୍ୟାସବ୍ୟାକ୍ ଅଫର ପାଇଁ ଅନେକ ସ୍ମାର୍ଟଫୋନ କଂପାନୀମାନଙ୍କ ସହିତ ହାତ ମିଳାଇଛି । ଏହି ଆଫରଟି ୨୩ ଫେବୃଆରୀରୁ ଆରମ୍ଭ ହୋଇସାରିଛି ଏବଂ ୩୦ ଏପ୍ରିଲ ଯାଏଁ ଚାଲିବ । ଅଫର ଅନୁସାରେ ଏହି ସମୟରେ କିଣାଯାଉଥିବା ୪ଜି ସ୍ମାର୍ଟଫୋନ ଉପରେ ଆଇଡିଆ ୨ ହଜାର ଟଙ୍କା କ୍ୟାସବ୍ୟାକ୍ ମିଳିବ । କ୍ୟାସବ୍ୟାକ୍ ପାଇଁ କଣ କରିବେ • କ୍ୟାସବ୍ୟାକ ପାଇବା ପାଇଁ ଉପଭୋକ୍ତାଙ୍କୁ ପ୍ରତି ମାସ ୧୯୯ ଟଙ୍କା କିମ୍ବା ଏହାଠାରୁ ଅଧିକ ଟଙ୍କାର ରିଚାର୍ଜ କରିବାକୁ ପଡିବ । ଏହାପରେ ହିଁ ୟୁଜରଙ୍କୁ ଏହି କ୍ୟାସବ୍ୟାକ ମିଳିବ । ୧୯୯ ଟଙ୍କା ବ୍ୟତୀତ ଉପଭୋକ୍ତା ୩୯୮ ଟଙ୍କା, ୪୪୯ ଟଙ୍କା,୪୫୯ ଟଙ୍କା ଏବଂ ୫୦୯ ଟଙ୍କା ପ୍ଲାନ ମଧ୍ୟ ରିଚାର୍ଜ କରିପାରିବେ । • ୟୁଜର୍ସଙ୍କୁ ୨ ହଜାର ଟଙ୍କାର କ୍ୟାସବ୍ୟାକ କିସ୍ତିରେ ମିଳିବ । ଅର୍ଥାତ୍ ପ୍ରଥମେ ୧୮ ମାସ ଅତି କମରେ ୩୦୦୦ ଟଙ୍କାର ରିଚାର୍ଜ କରିବା ଉପରେ ୟୁଜର୍ସଙ୍କୁ ୭୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । • ବାକି ୧୨୫୦ ଟଙ୍କାର କ୍ୟାସବ୍ୟାକ୍ ପାଇବା ପାଇଁ ୟୁଜର୍ସଙ୍କୁ ଆଗାମୀ ୧୮ ମାସ ମଧ୍ୟରେ ଅତି କମରେ ୩୦୦୦ଟଙ୍କାର ରିଚାର୍ଜ କରିବାକୁ ପଡିବ । • ଆଇଡିଆର ପୋଷ୍ଟପେଡ୍ ୟୁଜର୍ସଙ୍କୁ କ୍ୟାସବ୍ୟାକର ଫାଇଦା ଉଠାଇବା ପାଇଁ ୩୮୯ ଟଙ୍କାର ରିଚାର୍ଜ କରିବାକୁ ପଡିବ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ଜିଓର ଏହି ଐତିହାସିକ ଅଫରଟିର ନାଁ ରହିଛି 'ଫୁଟବଲ୍ ଅଫର' । ଯାହାକି ୧୫ ଫେବୃଆରୀରୁ ୩୧ ମାର୍ଚ୍ଚ ଯାଏଁ ଚାଲିବ । ଏହି ଅଫର ପରିସରରେ ଜିଓ ନେଟୱର୍କ ସହିତ ଜଡିତ ଥିବା ନୂଆ ସ୍ମାର୍ଟଫୋନ ଉପରେ କଂପାନୀ ୨୦୦ଟଙ୍କାର ଇନଷ୍ଟାଂଟ କ୍ୟାସବ୍ୟାକ ଦେବ । ହେଲେ ଏଥିପାଇଁ ଆପଣଙ୍କୁ ନୂଆ ଫୋନରେ ଜିଓ ସିମ୍ ପକାଇବାକୁ ହେବ ଆଉ ପ୍ରଥମ ରିଚାର୍ଜ ୧୯୮ ଟଙ୍କା କିମ୍ବା ୨୯୯ ରିଚାର୍ଜ କରିବାକୁ ପଡିବ । ଏହାପରେ ଆପଣଙ୍କୁ ୫୦ ଟଙ୍କାର ୪୪ଟି ରିଚାର୍ଜ ଭାଉଚର ମିଳିବ । ଯାହାକି ଆପଣଙ୍କ 'ମାଇ ଜିଓ ଆପ'ରେ ଜମା ହୋଇଯିବ । ତେବେ ଜିଓ ଫୁଟବଲ ଅଫରଟି ଉଭୟ ନୂଆ ଏବଂ ପୁରୁଣା ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ । ଏବେ ଆସନ୍ତୁ ନଜର ପକାଇବା କେଉଁ ସ୍ମାର୍ଟଫୋନ ଉପରେ ମିଳୁଛି କ୍ୟାସବ୍ୟାକ ଦେଶରେ ବିକ୍ରି ହେଉଥିବା ପାଖାପାଖି ସମସ୍ତ ସ୍ମାର୍ଟଫୋନ ଉପରେ ଏହି ଅଫରଟି ଲାଗୁ ଅଟେ, ମାତ୍ର ସ୍ମାର୍ଟଫୋନରେ ୪ଜି ସପୋର୍ଟ ଥିବା ନିହାତି ଜରୁରୀ । ତେବେ ଏହି ତାଲିକାରେ LYF, Samsung, Xiaomi, Motorola, Micromax, Huawei, Nokia, 10.or (Amazon), Blackberry, Asus, Panasonic, LG, Intex, Alcatel, Comio, Jivi, Celkon, Swipe, Ziox, Zen, iVoomi ଏବଂ Centric ଭଳି ସ୍ମାର୍ଟଫୋନଗୁଡିକର ନାଁ ଆଦି ସାମିଲ ରହିଛି ।
<urn:uuid:821c967b-8ea5-49e5-871c-575d1e5bce29>
CC-MAIN-2018-43
http://kanaknews.com/special-idea-cellular-mega-cashback-offer-against-jio-football-offer/
2018-10-21T12:22:00Z
s3://commoncrawl/crawl-data/CC-MAIN-2018-43/segments/1539583514005.65/warc/CC-MAIN-20181021115035-20181021140535-00264.warc.gz
ory
0.99998
Orya
4
{"ory_Orya_score": 0.9999798536300659}
ଆଜ୍ମା ଏଭଳି ଏକ ଶ୍ୱାସଜନିତ ରୋଗ, ଯାହାଦ୍ୱାରା ଥରେ ଆକ୍ରାନ୍ତ ହେଲେ ସାରା ଜୀବନ ଏ ନେଇ ସତର୍କ ରହିବାକୁ ପଡିଥାଏ। କାରଣ ଏହାକୁ ନିୟନ୍ତ୍ରଣରେ ରଖିଲେ ଆପଣ ସୁସ୍ଥ ଜୀବନଯାପନ କରପାରିବେ। ଏ ସମ୍ପର୍କରେ ଟିପ୍ସ... -ଆଜ୍ମା ରୋଗୀ ନିଜ ଖାଦ୍ୟ ତାଲିକାରେ ପ୍ରୋଟିନ୍ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ତଟ୍କା ଫଳମୂଳ ଖାଆନ୍ତୁ। ଏହାଦ୍ୱାରା ଆଜ୍ମା ଅନେକାଂଶରେ ନିୟନ୍ତ୍ରଣରେ ରହିଥାଏ। -ମେଦବହୁଳତା ଯୋଗୁ ଆଜ୍ମା ଆଶଙ୍କା ବଢ଼ିଯାଇଥାଏ। ସବୁବେଳେ ଓଜନ କିପରି ନିୟନ୍ତ୍ରଣରେ ରହିବ ସେ ନେଇ ସତର୍କ ରୁହନ୍ତୁ। ତେଣୁ ଦୈନନ୍ଦିନ ଜୀବନ ତାଲିକାରେ ବ୍ୟୟାମକୁ ସାମିଲ କରନ୍ତୁ। -ଯଦି ବାହାରକୁ ବୁଲିବାକୁ ଯାଉଛନ୍ତି ତେବେ ନାକ ଏବଂ ପାଟିକୁ ପରିଷ୍କାର କପଡାରେ ବାନ୍ଧି ଦିଅନ୍ତୁ। ଏହାଦ୍ୱାରା ଧୂଳିକଣାଜନିତ ଆଜ୍ମା ଆଶଙ୍କା ଅନେକାଂଶରେ କମ୍ ରହିବ। -ଆଜ୍ମାଜନିତ କିଛି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। -ଆଜ୍ମା ହୋଇଛି ବୋଲି ସବୁବେଳେ ଚିନ୍ତାଗ୍ରସ୍ତ ରୁହନ୍ତୁ ନାହିଁ। କାରଣ ଏହାଦ୍ୱାରା ମନରେ ନକାରାତ୍ମକ ଚିନ୍ତାଧାରା ବଢ଼ି ଯାଇଥାଏ।
<urn:uuid:a6feb0f0-af39-40de-a2c1-a9b1129979c2>
CC-MAIN-2018-43
http://www.dharitri.com/main/news/13093
2018-10-17T01:54:17Z
s3://commoncrawl/crawl-data/CC-MAIN-2018-43/segments/1539583510932.57/warc/CC-MAIN-20181017002502-20181017024002-00261.warc.gz
ory
0.999831
Orya
5
{"ory_Orya_score": 0.99983149766922}
ଗୋପାଳପୁର,୨୬ା୯- ରଙ୍ଗେଇଲୁଣ୍ଡା ବ୍ଲକ କରାପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟ ମଙ୍ଗଳବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରିଛନ୍ତି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ପ୍ରାୟ ୭ଟାରେ ଜିଲାପାଳ କୁଲାଙ୍ଗେ ନବ ନିର୍ମିତ ଛାତ୍ରୀନିବାସ ବୁଲି ଦେଖିବା ସହ ପାନୀୟ ଜଳ, ଛାତ୍ରୀଛାତ୍ରଙ୍କ ଖାଇବା, ରହିବା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ବିଦ୍ୟାଳୟ ପରିଚାଳନା କମିଟି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଅଭାବ ସମାଧାନ ସହ ବିଦ୍ୟାଳୟ ଖେଳ ପଡ଼ିଆ, ଅର୍ଦ୍ଧନିର୍ମିତ ପାଚେରି, ଅନ୍ୟାନ୍ୟ ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ, ଛାତ୍ରୀଛାତ୍ରଙ୍କ ପାଠପଢ଼ା ଶୈଳୀ ସରଳୀକରଣ କରିବା, ବିଦ୍ୟାଳୟ ହତାରେ ଚାରାରୋପଣ ଓ ପରିଷ୍କାର ପରିଚ୍ଛନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
<urn:uuid:2f7f9b52-d42d-427d-a5a0-5483ed49c1fe>
CC-MAIN-2018-43
http://www.dharitri.com/main/publication/berahampur/360
2018-10-17T01:38:48Z
s3://commoncrawl/crawl-data/CC-MAIN-2018-43/segments/1539583510932.57/warc/CC-MAIN-20181017002502-20181017024002-00261.warc.gz
ory
0.999995
Orya
3
{"ory_Orya_score": 0.9999949932098389}
କାହିଁକି ମହିଳାମାନେ ଭାଙ୍ଗନ୍ତି ପ୍ରେମସଂପର୍କ ! ଜାଣନ୍ତୁ କିଛି କାରଣ ନିଜ ପାର୍ଟନର୍ ସହ ବ୍ରେକଅପ୍ କରିବା ବୋଧେ ପ୍ରେମୀଯୁଗଳଙ୍କ ପାଇଁ ସବୁଠାରୁ କଷ୍ଟସାଧ୍ୟ କାମ । ନଚାହିଁଲେ ସୁଦ୍ଧା ଏମିତି କିଛି କାରଣ ଥାଏ ଯେଉଁଥି ପାଇଁ ବାଧ୍ୟ ହୋଇ ଅଲଗା ହୋଇଥାନ୍ତି ପ୍ରେମୀଯୁଗଳ । ତେବେ ନିକଟରେ ହୋଇଥିବା ଏକ ସର୍ଭେରୁ ମହିଳା ମାନେ ସାଧାରଣତଃ କେଉଁ କାରଣରୁ ବ୍ରେକଅପ୍ କରିଥାନ୍ତି ତାହା ସାମ୍ନାକୁ ଆସିଛି । ବ୍ରେକଅପ୍ କାରଣର ତାଲିକା ମଧ୍ୟରେ ସବୁଠାରୁ ଉପରେ ଅଛି 'ତୁମେ ବଦଳି ଯାଇଛ' । ଶୁଣିବାକୁ ହୁଏତ ଅଡୁଆ ଲାଗୁଥାଇପାରେ । କିନ୍ତୁ ଅଧିକାଂଶ ସଂପର୍କ ଏହି କାରଣରୁ ଭାଙ୍ଗିଥାଏ । ବଦଳିବା ଯଦିଓ ଖରାପ ନୁହେଁ କିନ୍ତୁ ପରିବର୍ତ୍ତନ ଯଦି ସଂପର୍କ ଉପରେ ପ୍ରଭାବ ପକାଏ ତାହେଲେ ଖରାପ ହୋଇଥାଏ । ଅତ୍ୟଧିକ ପିଲାଳିଆମୀ ସଂପର୍କକୁ ଭାଙ୍ଗି ପାରେ । ଅଧିକାଂଶ ମହିଳାଙ୍କ ମତରେ ଏପରି ପ୍ରକୃତିର ଲୋକମାନେ କୌଣସି କଥାକୁ ଗୁରୁତ୍ୱର ସହ ନେଇ ନଥାନ୍ତି । ଅଳ୍ପ ପିଲାଳିଆମୀ ସମସ୍ତଙ୍କ ପାଖରେ ଥାଏ । କିନ୍ତୁ ସବୁ କଥାକୁ ହାଲକା ଭାବରେ ଗ୍ରହଣ କରୁଥିବା ସାଥୀ ଠାରୁ ଶୀଘ୍ର ଅଲଗା ହୋଇଯାଆନ୍ତି ମହିଳାମାନେ । ପ୍ରାଧାନ୍ୟ କମିଯିବା ଆଉ ଏକ କାରଣ । ଯଦି ପୁରୁଷ ବନ୍ଧୁ ଫୋନ୍ ନଉଠାନ୍ତି, ଦେଖା କରିବାକୁ ଦିନ ଗଡାନ୍ତି ତେବେ ମହିଳାମାନେ ଭାବନ୍ତି ଯେ ସାଥୀ ଆଉ ଆଗ ପରି ତାଙ୍କୁ ପ୍ରାଧାନ୍ୟ ଦେଉ ନାହାଁନ୍ତି । ଫଳରେ ସଂପର୍କରେ ଭଟ୍ଟା ପଡିଥାଏ । ସେହିପରି ଆଉ ଏକ କାରଣ ହେଉଛି ଦୂରରେ ଥିବା ସଂପର୍କ ବେଶିଦିନ ତିଷ୍ଠି ପାରି ନଥାଏ । ଯଦିଓ ସୋସିଆଲ୍ ମିଡିଆ ଜରିଆରେ ପରସ୍ପର ସହ ଯେକøଣସି ସମୟରେ କଥା ହୋଇହୁଏ କିନ୍ତୁ ଦେଖାକରି କଥା ହେବା , ପରସ୍ପର ସହ କିଛି ସମୟ ଏକାଠି ବିତାଇବାକୁ ବେଶି ପସନ୍ଦ କରନ୍ତି ଝିଅ ମାନେ । ଅଧିକ ଦିନ ଦୂରରେ ରହିଲେ ମହିଳା ମାନେ ଧର୍ଯ୍ୟହରା ହୋଇ ସଂପର୍କ ଭାଙ୍ଗିଥାନ୍ତି । ଆଉ ଏକ ନିରାଟ ସତ ହେଉଛି ଯେ ହାଣ୍ଡସମ୍ ପୁଅ ମାନଙ୍କୁ ବେଶୀ ପସନ୍ଦ ସହ ପ୍ରାଧାନ୍ୟ ଦେଇଥାନ୍ତି ମହିଳାମାନେ । ଯଦି ପୁରୁଷବନ୍ଧୁଙ୍କ ସାଙ୍ଗମାନେ ତାଙ୍କଠାରୁ ଅଧିକ ହାଣ୍ଡସମ୍ ହୋଇଥାନ୍ତି ତେବେ ମହିଳା ମାନେ ବ୍ରେକ୍ ଅପ୍ ପାଇଁ ପାଦ ଆଗକୁ ବଢାଇଥାନ୍ତି । ସେହିପରି ଯେଉଁ ଝିଅମାନଙ୍କ ବାପା ମା' ପୁଅକୁ ପସନ୍ଦ କରନ୍ତିନି ସେ କ୍ଷେତ୍ରରେ ମଧ୍ୟ ସଂପର୍କ ଭାଙ୍ଗିଥାଏ । କାରଣ ନିଜ ବାପାମା'ଙ୍କ ଇଚ୍ଛାକୁ ସମ୍ମାନ ଦେବା ସହ ସେମାନଙ୍କ କଥା ନମାନି ନୂଆ ସଂସାର କରିବାକୁ ଚାହାଁନ୍ତିନି ଅନେକ ଝିଅ ।
<urn:uuid:8ba78a0f-2b68-4983-93f3-b04af781a9d4>
CC-MAIN-2018-43
http://odishanewstoday.com/reasons-why-women-break-up-with-men/
2018-10-18T07:19:50Z
s3://commoncrawl/crawl-data/CC-MAIN-2018-43/segments/1539583511744.53/warc/CC-MAIN-20181018063902-20181018085402-00421.warc.gz
ory
1.000005
Orya
65
{"ory_Orya_score": 1.0000051259994507}
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୧୬ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନୀତି ପ୍ରଶାସକ ପଦବିରୁ ପ୍ରଦୀପ କୁମାର ଦାସଙ୍କୁ ଅପସାରଣ କରାଯାଇ ତାଙ୍କ ସ୍ଥାନରେ କୃଷି ବିଭାଗର ଅତିରିକ୍ତ ସଚିବ ବିଶ୍ୱଜିତ୍ ବିଶ୍ୱାଳଙ୍କୁ ଅବସ୍ଥାପିତ କରାଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ନୀତି ପ୍ରଶାସକ ପଦବିରୁ ଶ୍ରୀ ଦାସ ଜଳ ସଂପଦ ବିଭାଗର ଅତିରିକ୍ତ ସଚିବ ପଦବିକୁ ବଦଳି ହୋଇଛନ୍ତିି। ସେହିପରି ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ଅତିରିକ୍ତ ସଚିବ ବିଶ୍ୱମୋହନ ରାୟଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦେଶକ ଭାବେ ବଦଳି କରାଯାଇଛି। ବୌଦ୍ଧ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ଥିବା ବରିଷ୍ଠ ଓଏଏସ୍ ତରଣୀସେନ୍ ନାୟକଙ୍କର ଓଡ଼ିଶା ଜଙ୍ଗଲ ଉନ୍ନୟନ ଉନ୍ନୟନ ନିଗମର ସାଧାରଣ ପରିଚାଳକ ଭାବେ ବଦଳି ହୋଇଛି। ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ରଥଙ୍କର କଟକ ମହାନଗର ନିଗମକୁ କମିସନର ଭାବେ ବଦଳି କରାଯାଇଥିଲା। କିନ୍ତୁ ଆଜିର ବିଜ୍ଞପ୍ତିରେ ସେହି ବଦଳିକୁ ବାତିଲ କରାଯାଇଛି। ସିଡିଆଇର ରବୀନ୍ଦ୍ର କୁମାର ମିଶ୍ର କଟକ ଉନ୍ନୟନ କର୍ତୃପକ୍ଷ(ସିଡିଏ)ର ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଛନ୍ତି। ସେହିପରି ଅବଶିଷ୍ଟ ୧୦ଜଣଙ୍କୁ ବିଭିନ୍ନ ସ୍ଥାନ ଓ ପଦବିକୁ ବଦଳି କରାଯାଇଛି।
<urn:uuid:cc7158b6-a33e-4cb4-b71c-5c8b9e2b296b>
CC-MAIN-2018-43
http://sambad.in/state/16-senior-oas-officers-changed-210279/
2018-10-18T07:31:41Z
s3://commoncrawl/crawl-data/CC-MAIN-2018-43/segments/1539583511744.53/warc/CC-MAIN-20181018063902-20181018085402-00421.warc.gz
ory
0.999972
Orya
5
{"ory_Orya_score": 0.9999721050262451}
ପାଟନା: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏବେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ବିହାର ରାଜନୀତିରେ ଏହାର ପ୍ରଭାବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲୋକସଭା ଆସନ ଭାଗବଣ୍ଟାକୁ ନେଇ ବିଜେପି ଓ ଏବଂ ଜେଡିୟୁ ମଧ୍ୟରେ ଲାଗି ରହିଥିବା କନ୍ଦଳ ଏବେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅପରପକ୍ଷେ, ଆଜି ରାଜ୍ୟ ବିରୋଧୀ ଦଳ ନେତା ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ୨୦୧୯ ପୂର୍ବରୁ ନୀତୀଶ କୁମାରଙ୍କୁ ବିଜେପି କଣଠେସା କରିବ । ତାଙ୍କୁ ଏନଡିଏ ମେଣ୍ଟରୁ ମଧ୍ୟ ବାହାର କରିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ମହାମେଣ୍ଟରେ ନୀତୀଶଙ୍କ ପାଇଁ ଦୁଆର ବନ୍ଦ ହୋଇ ସାରିଛି ବୋଲି ପୂର୍ବରୁ ବୟାନ ଦେଇଥିବା ତେଜସ୍ୱୀ ଯାଦବ ଆଜି ତାଙ୍କ ଆଭିମୁଖ୍ୟ ବଦଳାଇ ଜେଡିୟୁକୁ ପୁଣି ମହାମେଣ୍ଟରେ ସ୍ୱାଗତ କରାଯିବ ବୋଲି ସେ କହିଛନ୍ତି ଯେ, ନୀତୀଶ କୁମାର ବିଜେପି ହାତ ଛାଡ଼ିଲେ, ତାଙ୍କ ଦଳକୁ ଆରଜେଡି ସମର୍ଥନ ଜଣାଇବ। ବିହାରରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଜେଡିୟୁ ଦେଇଥିବା ଆସନ ଭାଗବଣ୍ଟା ଫର୍ମୁଲାକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି। ତେରଣୁ ନୀତୀଶ ଖୁବ୍ଶୀଘ୍ର କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷେ, ବିହାର କଂଗ୍ରେସର କିଛି ବରିଷ୍ଠ ନେତା ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଖୋଲାଖେଲି ଭାବେ ସମର୍ଥନ ଜଣାଇଥିବାରୁ ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ରାଜ୍ୟ କଂଗ୍ରେସର ଏଭଳି ଅନ୍ତଃକନ୍ଦଳ ଲାଗି ରହିଲେ ବିଜେପି ବିରୋଧୀ ମେଣ୍ଟ ଦୁର୍ବଳ ହୋଇଯିବ ବୋଲି ରାଜନୈତିକ ବିଶ୍ଲେଷକମାନେ ମତବ୍ୟକ୍ତ କରୁଛନ୍ତି। ଆର୍ଜେଡି ପାଇଁ ଏବେ ଲାଲୁ ପରିବାର କନ୍ଦଳ ମଧ୍ୟ ବଡ଼ ସଙ୍କଟ ସୃଷ୍ଟି କରିଛି। ଲାଲୁଙ୍କ ବଡ଼ପୁଅ ତେଜ ପ୍ରତାପ ଦଳୀୟ ନେତାଙ୍କୁ କଡ଼ା ସମାଲୋଚନା କରି ଦଳକୁ ଅଡ଼ୁଆରେ ପକାଉଛନ୍ତି।
<urn:uuid:41b87ca0-86b0-4460-aa8b-c1fe1f0a6873>
CC-MAIN-2018-43
http://sambad.in/india-and-beyond/change-bihar-politic-171850/
2018-10-19T15:32:51Z
s3://commoncrawl/crawl-data/CC-MAIN-2018-43/segments/1539583512411.13/warc/CC-MAIN-20181019145850-20181019171350-00021.warc.gz
ory
0.999963
Orya
4
{"ory_Orya_score": 0.999962568283081}
ନିର୍ବାଚନ ପ୍ରଚାର ପାଇଁ ନେତା ଅଳିଆଗଦାରେ ବସିଲେ ତା ସାଙ୍ଗକୁ ଡ୍ରେନ ପାଣିରେ ଶୋଇଲେ । ପାକିସ୍ତାନରେ ଆସନ୍ତା ଜୁଲାଇ ୨୫ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ପ୍ରାର୍ଥୀ ଓ ଦଳ ଦିନ ରାତି ଏକ କରି ଦେଇଛନ୍ତି । ହାଇଭୋଲଟେଜ ପ୍ରଚାର ସାଙ୍ଗକୁ ଲୋକଙ୍କୁ ଆକୃଷ୍ଟ କରିବାକୁ ନେତା ମାନେ ଅନେକ ପ୍ରତିଶୃତି ଦେଉଛନ୍ତି । ତେବେ ଏହା ଭିତରେ ଜଣେ ପ୍ରାର୍ଥୀ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନୂଆ ଉପାୟ ଆପଣାଇଛନ୍ତି । ଯାହା ପୂରା ପାକିସ୍ତାନ ସମେତ ଅନ୍ୟ ଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅପୁଯାୟୀ, କରାଚୀ ସଂସଦୀୟ କ୍ଷେତ୍ରରୁ ଆମ ଆଦମୀ ପାକିସ୍ତାନ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଆୟାଜ ମେମନ । ସ୍ୱଚ୍ଛତାକୁ ନିର୍ବାଚନ ମୁଦ୍ଦା କରି ଆୟାଜ ନିର୍ବାଚନ ମୈଦାନକୁ ଓହ୍ଳାଇଛନ୍ତି । ତେବେ ଏହାର ପ୍ରଚାର କରିବା ପାଇଁ ଆୟାଜ ଏକ ନୂଆ ତରିକା ଆପଣାଇଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆୟାଜ ଅଳିଆ ଗଦାରେ ବସିବାକୁ ପଛାଇ ନାହାନ୍ତି । ଏପରିକି ଡ୍ରେନ ପାଣିରେ ଶୋଇବା ସହ ଏହାର ପାଣିକୁ ମଧ୍ୟ ପିଇଛନ୍ତି । ଆଉ ଏଭଳି ନିଆରା ପ୍ରଚାର କରି ଭୋଟ ମାଗିଛନ୍ତି ଆୟାଜ । ନିର୍ବାଚନମଣ୍ଡଳୀ କେତେ ସ୍ୱଚ୍ଛ ଓ ଡ୍ରେନେଜ ବ୍ୟବସ୍ଥା କଭିଳି ରହିଛି ତାହା ଭୋଟରଙ୍କୁ ଦେଖାଇବାକୁ ଆୟାଜ ଏଭଳି କରିଛନ୍ତି । ଅଳିଆ ଗଦାରେ ବସିବା ଓ ଡ୍ରେନରେ ଶୋଇଥିବା ଫଟୋ ଓ ଭିଡ଼ିଓକୁ ଆୟାଜ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା । ଆୟାଜଙ୍କ ଏହି ପଲଟିକାଲ ଷ୍ଟଣ୍ଟ ମଧ୍ୟ ଲୋକଙ୍କ ୁ ବେଶ ପସନ୍ଦ ଆସିଛି । ଆୟାଜ ଏବେ ଇଣ୍ଟରନେଟରେ ଲୋକପ୍ରିୟ ରାଜନେତା ଭାବେ ଉଭା ହୋଇଛନ୍ତି ।
<urn:uuid:b067ec74-b95b-4fc0-8444-9e31f2f3ccda>
CC-MAIN-2018-43
http://kanaknews.com/ayaz-memons-unique-election-campaign-in-pakistan/
2018-10-20T21:44:04Z
s3://commoncrawl/crawl-data/CC-MAIN-2018-43/segments/1539583513441.66/warc/CC-MAIN-20181020205254-20181020230754-00181.warc.gz
ory
1.000002
Orya
5
{"ory_Orya_score": 1.0000019073486328}
ନୂଆଦିଲ୍ଲୀ,୧୦।୮: ଭୂଷଣ ଷ୍ଟିଲର ପୂର୍ବତନ ପ୍ରମୋଟର ନୀରଜ ସିଙ୍ଘଲ ଗିରଫ ହୋଇଛନ୍ତି। ପ୍ରାୟ ୨ ହଜାର କୋଟି ଟଙ୍କା ଋଣ ନେଇ ସେ ବିଭିନ୍ନ ସନ୍ଦିଗ୍ଧ ଭୂତ ସଂସ୍ଥାରେ ଖଟାଇଥିବା ଅଭିଯୋଗ ଆସିଛି। ଜଘନ୍ୟ ଅପରାଧ ତଦନ୍ତକାରୀ କାର୍ଯ୍ୟାଳୟ(ଏସ୍ଏଫ୍ଆଇଓ) ତାଙ୍କୁ ଗିରଫ କରିଛି। ଏଭଳି ମାମଲାରେ ପ୍ରଥମଥର ପାଇଁ ଏସ୍ଏଫ୍ଆଇଓ ନୀରଜଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନୀରଜଙ୍କୁ ଚଳିତ ମାସ ୧୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
<urn:uuid:c5593a03-cd6b-4a18-9c26-126fa2c2bdd4>
CC-MAIN-2018-43
http://www.dharitri.com/main/news/62279
2018-10-20T22:00:19Z
s3://commoncrawl/crawl-data/CC-MAIN-2018-43/segments/1539583513441.66/warc/CC-MAIN-20181020205254-20181020230754-00181.warc.gz
ory
1
Orya
4
{"ory_Orya_score": 0.9999995231628418}
ଜଣେ ବିଦ୍ୱାନ ପଣ୍ଡିତ ଥିଲେ । ସେହି ବିଦ୍ୱାନ ପଣ୍ଡିତଙ୍କର ଜଣେ ମୂର୍ଖ ଚାକର ଥିଲା । ଦିନେ ପଣ୍ଡିତଙ୍କ ଘରୁ ପଣ୍ଡିତିଆଣିଙ୍କର ଗୋଟିଏ ମାଳି କିଏ ନେଇଗଲା । ମୂର୍ଖ ଚାକରଟି ଯାଇ ପଣ୍ଡିତଙ୍କ ଆଗରେ ପହଁଚି କହିଲା – "ଆଜ୍ଞା ପଣ୍ଡିତିଆଣିଙ୍କର ମାଳିଟିକୁ କୌଣସି ଚୋର ନେଇ ଯାଇଛି ।" ଏକଥା ଶୁଣି ପଣ୍ଡିତେ କହିଲେ – "ନାଇଁ ନାଇଁ ନିଜ ଆଖିରେ ନଦେଖି କାହାକୁ ଚୋର କହିବା ଠିକ୍ ନୁହେଁ ।" ଶାସ୍ତ୍ରରେ ପରା ଲେଖାଅଛି – "ଯାହା ନଦେଖିବ ବେନି ନୟନେ ପରତେ ନଯିବ ଗୁରୁ ବଚନେ ।" ମୋର ଯେତେଦୂର ବିଶ୍ୱାସ ଆମ ଘରେ ଯେଉଁ ମୂଷାମାନେ ରହୁଛନ୍ତି ସେଇମାନଙ୍କର ମଧ୍ୟରୁ କିଏ ଗୋଟେ ଆସି ପଣ୍ଡିତିଆଣିଙ୍କର ମାଳିଟା ନେଇ ଯାଇଛି ।" ଏକଥା ଶୁଣି ମୂର୍ଖ ଚାକର ଚୁପ୍ ରହିଲା । ଆଉ ଦିନେ ପଣ୍ଡିତଙ୍କ ପେଡିରୁ ତାଙ୍କର ନୋଳି ହଳଟା କିଏ ନେଇଗଲା । ମୂର୍ଖ ଚାକର ପଣ୍ଡିତଙ୍କୁ ସେଇକଥା ଜଣାଇବାକୁ ଯାଇ କହିଲା – "ଆଜ୍ଞା ! ନୋଳି ହଳଟା ଚୋର ନେଇଗଲା ।" ପଣ୍ଡିତେ ପୁଣି ସେଇ କଥା କହିଲେ, ନାହିଁ ନାହିଁ ଆଖିରେ ନଦେଖି ଚୋର ନେଇଛି ବୋଲି କହିବା ଠିକ୍ ହେବ ନାହିଁ । ମୂର୍ଖ ଚାକର ପଣ୍ଡିତଙ୍କ ଠାରୁ ଏକଥା ଶୁଣି ପୂର୍ବ ପରି ଚୁପ୍ ରହିଲା । ଏମିତି କିଛି ଦିନ ଗଲାପରେ ଆଉଦିନେ ପଣ୍ଡିତଙ୍କ ଘରୁ ସବୁଯାକ ଟଙ୍କା-ପଇସା ଆଉ ସୁନା-ରୂପା ଯାହା ସବୁ ଥିଲା ତାକୁ କିଏ ନେଇଗଲା । ମୂର୍ଖ ଚାକର ପୁଣି ଯାଇ ପଣ୍ଡିତଙ୍କ ଆଗରେ ଚୋରର ନାଆଁ କହିଲା । ମାତ୍ର ସବୁଥର ପରି ପଣ୍ଡିତେ ଟିକେ ରାଗିଯାଇ କହିଲେ – ଆରେ ମୂର୍ଖ ! ତତେ ପରା ଥରେ କହିଥିଲି ଆଖିରେ ନଦେଖିବା କଥାକୁ ମୋଟେ ବିଶ୍ୱାସ କରିବୁ ନାହିଁ । ତୁ ତ ନିଜ ଆଖିରେ ଦେଖିନୁ ଚୋର ଚୋରି କଲାବେଳେ, ତେଣୁ କାହାକୁ ଅଯଥାରେ ଦୋଷ ଦେବା କାହିଁକି? ସୁନା-ରୂପା, ଟଙ୍କା-ପଇସା ସବୁ ବୋଧହୁଏ ମୂଷା ତା' ଗାତକୁ ବୋହି ନେଇ ଯାଇଛି । ମୂର୍ଖ ଚାକର ପଣ୍ଡିତଙ୍କ ମୁହଁରୁ ଏକଥା ଶୁଣି ପୂର୍ବପରି ଚୁପ୍ ରହିଲା । ଏମିତି କିଛି ଦିନ ଗଲାପରେ ଆଉ ଦିନେ ପଣ୍ଡିତଙ୍କର ବାସନ କୁସନ, ଗରା, ନୋଟା, ବାଲ୍ଟି ଇତ୍ୟାଦି କିଏ ନେଇଗଲା । ମୂର୍ଖ ଚାକର ପଣ୍ଡିତଙ୍କ ଆଗରେ ଏକଥା କହିବାରୁ ପଣ୍ଡିତେ କହିଲେ – "ସେଇ ମୂଷାମାନେ ନେଇଯାଇଥିବେ ।" ଚାକର ବିନୀତ ଭାବରେ ହାତଯୋଡି କହିଲା – ଆଜ୍ଞା କଂସା ବାସନ ବାଲ୍ଟି ଭଳି ଏତେ ବଡ ବଡ ଭାରି ଜିନିଷକୁ ମୂଷା କେମିତି ତା' ଗାତକୁ ନେଇଯିବ? ଦେଖନ୍ତୁ ଶାସ୍ତ୍ର କଥା ନମାନି ବେଳେବେଳେ ଶୁଣା କଥାକୁବି ବିଶ୍ୱାସ କରାଯାଏ । ଆପଣଙ୍କ ଶାସ୍ତ୍ର ଅନୁସାରେ ଆପଣ ତ ଆପଣଙ୍କ ଜେଜେ ବାପାଙ୍କୁ ଦେଖି ନାହାଁନ୍ତି, ତେବେ କ'ଣ ଆପଣଙ୍କର କୌଣସି ଜେଜେବାପା ନଥିଲେ? ତେବେ ଆପଣଙ୍କର ବାପା କେମିତି ଜନ୍ମ ହୋଇଥିଲେ । ଆପଣ ଆପଣଙ୍କ ପିଠିକିତ ଦେଖି ନାହାଁନ୍ତି ତେବେ କ'ଣ ଆପଣଙ୍କର ପିଠି ନାହିଁ? ପଣ୍ଡିତଙ୍କର ଚେତା ପଶିଲା । ସେ ମନେ ମନେ ଚିନ୍ତା କଲେ ଚାକର ଯାହା କହୁଛି ସତ କଥା ତ । ବେଳେବେଳେ ନ ଦେଖିଥିବା କଥାକୁ ମଧ୍ୟ ବିଶ୍ୱାସ କରିବା କଥା । ନହେଲେ ବିପଦରେ ପଡିବା ନିଶ୍ଚିତ । ଚାକରକୁ କହିଲେ – ଚାଆଲେ ଯିବା ଥାନାକୁ । ପଣ୍ଡିତେ ଚାକରକୁ ନେଇ ଥାନାକୁ ଗଲେ । ଥାନାରୁ ପୋଲିସ୍ ଆସି ଚୋରର ଘର ଖାନ୍ତଲାସ୍ କରି ପଣ୍ଡିତଙ୍କର ସବୁଯାକ ଜିନିଷ ଚୋର ଘରୁ ଜବତ କଲେ । ବେଳେବେଳେ ନଦେଖିଲା କଥାକୁ ମଧ୍ୟ ବିଶ୍ୱାସ କରିବା ଉଚିତ୍ ।
<urn:uuid:9c157760-dcd3-4f19-8321-2e5a9b53933f>
CC-MAIN-2018-43
http://odiagapa.com/%E0%AC%B6%E0%AD%81%E0%AC%A3%E0%AC%BE-%E0%AC%95%E0%AC%A5%E0%AC%BE%E0%AC%95%E0%AD%81-%E0%AC%AC%E0%AC%BF-%E0%AC%AC%E0%AC%BF%E0%AC%B6%E0%AD%8D%E0%AD%B1%E0%AC%BE%E0%AC%B8-%E0%AC%95%E0%AC%B0%E0%AC%BE/
2018-10-23T10:01:48Z
s3://commoncrawl/crawl-data/CC-MAIN-2018-43/segments/1539583516123.97/warc/CC-MAIN-20181023090235-20181023111735-00501.warc.gz
ory
0.999879
Orya
7
{"ory_Orya_score": 0.9998794794082642}
ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଭଦ୍ରକର ଚଳିତ ଶ୍ରୀରାମ ନବମୀ ଉତ୍ସବ ପାଳନର ସୁରକ୍ଷା ନେଇ ଆଜିଠାରୁ ଦୁଇଦିନ ପର୍ଯ୍ୟନ୍ତ ସମସ୍ତ ସୋସିଆଲ୍ ମିଡିଆର ନେଟ୍ୱାକ୍ରେ ପ୍ରତିବନ୍ଧକ ଲାଗାଯାଇଛି। ଏଠାରେ ସୂଚନାଯୋଗ୍ୟ ଗତବର୍ଷ ଏହି ଶ୍ରୀରାମ ନବମୀ ସମୟରେ ହିନ୍ଦୁ ଦେବାଦେବୀଙ୍କ ସଂପର୍କରେ ଅଶୀଳ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ନେଇ ହିଂସାକାଣ୍ଡ ଘଟିଥିଲା। ସେତେବେଳେ ମଧ୍ୟ ଏହି ପ୍ରତିବନ୍ଧକ ଲଗାଯାଇଥିଲା। ଚଳିତବର୍ଷ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀରାମ ମହାଯଜ୍ଞ ସମିତିର ଏହି ପାଳନ ଉପରେ ଅଂକୁଶ ଲଗାଯାଇ ୧୪୪ ଧାରା ଜାରି କରାଯାଇଥିବାବେଳେ ଉଚ୍ଚ ନ୍ୟାୟାଳୟଙ୍କ ରାୟ ଭିନ୍ନ ମୋଡ ନେଇଛି। ଉତ୍ସବ ପାଳନ ବେଳେ ଶୋଭାଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବାବେଳେ ଗତକାଲି ଉଚ୍ଚ ନ୍ୟାୟାଳୟଙ୍କର ମୁଖ୍ୟ ବିଚାରପତି ବିନିତ ସରଣ ଓ ଡ. ଜଷ୍ଟିସ୍ ବି.ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀରାମ ମହାଯଜ୍ଞ ସମିତି ଆବେଦନ ଉପରେ ଶୁଣାଣି କରି ପାରମ୍ପରିକ ରୀତି ଅନୁସାରେ ପୂର୍ବବର୍ଷ ଭଳି ଏହା ପାଳନ ହେବ ବୋଲି ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟ ଓ କୋଲକାତା ହାଇକୋର୍ଟଙ୍କ ଏକାଧିକ ରାୟକୁ ଅଦାଲତରେ ଉପସ୍ଥାପନ କରାଯାଇଥିଲା। ଏଥିସହ ଭାରତୀୟ ସମ୍ବିଧାନର ଧାରା ୨୫୨୬ ମୂଳେ କୌଣସି ଧାର୍ତ୍ମିକ କାର୍ଯ୍ୟ ଏକ ମୌଳିକ ଅଧିକାର ବୋଲି ଆବେଦନକାରୀଙ୍କ ଓକିଲ ବରିଷ୍ଠ ଆଇନ୍ଜୀବୀ ପିତାମ୍ବର ଆଚାର୍ଯ୍ୟ ଯୁକ୍ତି ବାଢିଥିଲେ। ଏଠାରେ ସୂଚନାଯୋଗ୍ୟ ଏହି ଉତ୍ସବ ପାଳନ ବେଳେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କିରବା ପାଇଁ ମାନ୍ୟବର କୋର୍ଟ ରାଜ୍ୟ ସରକାର, ଭଦ୍ରକ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଉତ୍ସବର ସୁରକ୍ଷା ଦୃଷ୍ଟିକୋଣରୁ ଗତବର୍ଷ ଭଳି ସୋସିଆଲ ମିଡିଆ ଉପରେ ରୋକ୍ ଲାଗିଛି। ଯେଉଁଥିପାଇଁ ଆଜି ବିଭିନ୍ନ ଗଣମାଧ୍ୟମ ସେମାନଙ୍କର ନ୍ୟୁଜ୍ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଭଦ୍ରକ ସହରରେ ଦୀର୍ଘ ୨୭ ବର୍ଷ ଧରି ଏହା ପାଳିତ ହୋଇଆସୁଅଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଜିଲା ପ୍ରଶାସନ ପକ୍ଷରୁ ଯାହାଫଳରେ ଗତକାଲି କଳସ ଶୋଭାଯାତ୍ରା ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାହା ଉଠାଇ ଦିଆଯାଇଥିଲା। ପରେ ତାହା ଲାଗୁ କରାଯାଇଛି। ଆସନ୍ତାକାଲି ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ।
<urn:uuid:0f9e8d55-c7a6-4248-8522-e54a7e6a9838>
CC-MAIN-2018-43
http://odiapua.com/%E0%AC%86%E0%AC%9C%E0%AC%BF-%E0%AC%B6%E0%AD%8D%E0%AC%B0%E0%AD%80%E0%AC%B0%E0%AC%BE%E0%AC%AE-%E0%AC%A8%E0%AC%AC%E0%AC%AE%E0%AD%80%E0%AC%B0-%E0%AC%A8%E0%AC%97%E0%AC%B0-%E0%AC%B8%E0%AC%82%E0%AC%95/
2018-10-23T09:29:32Z
s3://commoncrawl/crawl-data/CC-MAIN-2018-43/segments/1539583516123.97/warc/CC-MAIN-20181023090235-20181023111735-00501.warc.gz
ory
0.999968
Orya
4
{"ory_Orya_score": 0.9999679327011108}
ଆଜି ନୁହେଁ, ହୃଦୟ ପାଇଁ ସବୁବେଳେ ଦୌଡ଼ିବା। ନିଜେ ସୁସ୍ଥ ରହିବା ସହ ଅନ୍ୟକୁ ସୁସ୍ଥ ରହିବାର ବାର୍ତା ବାଣ୍ଟିବା। 'ବିଶ୍ୱ ହୃଦୟ ଦିବସ' ଅବସରରେ ଏହି ସଂକଳ୍ପ ନେଇ ଆଜି ଜନତା ମୈଦାନରୁ କଳିଙ୍ଗ ହସ୍ପିଟାଲ୍ ପର୍ଯ୍ୟନ୍ତ ଦୌଡ଼ିଥିଲେ ଆବାଳ ବୃଦ୍ଧବନିତା। ସୁସ୍ଥ ହୃଦୟ ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏଭଳି ଏକ ନିଆରା ଅବକାଶ ଆଣି ଦେଇଥିଲା 'ସମ୍ବାଦ' ଓ 'କନକ ନ୍ୟୁଜ୍' ପକ୍ଷରୁ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ ସହାୟତାରେ ଆୟୋଜିତ ୱାକାଥନ୍। ବହୁ ସଂଖ୍ୟାରେ ଲୋକ ଜନତା ମଇଦାନ ସମ୍ମୁଖରୁ କଳିଙ୍ଗ ହସ୍ପିଟାଲ ପର୍ଯ୍ୟନ୍ତ ଦୌଡ଼ିଥିଲେ। କଳିଙ୍ଗ ହସ୍ପିଟାଲ ପରିସରରେ ଏକ ସଭା ଅନୁଷ୍ଠିତ ହେବା ସହିତ ହୃଦରୋଗ ବିଶେଷଜ୍ଞ ହୃଦୟକୁ କିଭଳି ସୁସ୍ଥ ରଖିହେବ ସେ ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ। ଶେଷରେ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ସଂଗୀତ ଶ୍ରୋତାଙ୍କ ମନୋରଂଜନ କରିଥିଲା। ମଞ୍ଚରେ ହୃଦୟ ସୁସ୍ଥ ରଖିବାର ବାର୍ତା କଳିଙ୍ଗ ହସ୍ପିଟାଲ ପରିସରରେ ଅଂଶଗ୍ରହଣକାରୀଙ୍କ ପାଇଁ ଆଉ ଏକ ମଞ୍ଚ ପ୍ରସ୍ତୁତ ହୋଇ ରହିଥିଲା। ଏହି ମଞ୍ଚରେ ମେୟର ଅନନ୍ତ ନାରାୟଣ ଜେନା, 'ସମ୍ବାଦ' ଗ୍ରୁପ୍ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କର୍ପୋରେଟର ସଂଜୟ ସେଠୀ, ପ୍ରଥମ ମହିଳା ଏଭରେଷ୍ଟ ଆରୋହୀ କଳ୍ପନା ଦାଶ, ବିଆର୍ କଳିଙ୍ଗ ହସ୍ପିଟାଲର ୟୁନିଟ୍ ମୁଖ୍ୟ ଆଲୋକ ଲୋଧ, ଡା.ଚନ୍ଦ୍ରଭାନୁ ପରିଜା ପ୍ରମୁଖ ଉପସ୍ଥିତ ଥିଲେ। ମେୟର ଶ୍ରୀ ଜେନା, ନିଜ ହୃଦୟକୁ ସୁସ୍ଥ ରଖିବା ସହିତ ଅନ୍ୟକୁ ସୁସ୍ଥତା ବାଣ୍ଟିବାର ବାର୍ତା ଦେଇଥିଲେ। ନିଜେ ସୁସ୍ଥ ରହିଲେ ସବୁ କାର୍ଯ୍ୟ ସୁଫଳ ହୋଇପାରିବ ବୋଲି ସେ କହିଥିଲେ। ଶ୍ରୀମତୀ ପଟ୍ଟନାୟକ କହିଥିଲେ, ଗତ ୩/୪ବର୍ଷ ଧରି ବିଶ୍ୱ ହୃଦୟ ଦିବସ ଅବସରରେ 'ସମ୍ବାଦ' ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ସୁସ୍ଥ ହୃଦୟ ଏକ ସୁସ୍ଥ ଜୀବନରେ ସହାୟକ ହୋଇଥାଏ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଏହାପରେ ବିଆର୍ କଳିଙ୍ଗ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡା.ସୁଦୀପ୍ତ ଆଚାର୍ଯ୍ୟ, ଡା.ବିନୟ ବିନାକର, ଡା. ଶ୍ୱତାଙ୍ଗ ଦାଶ ହୃଦୟକୁ କିଭଳି ସୁସ୍ଥ ରଖାଯାଇପାରିବ ସେ ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ। ବିଶେଷଜ୍ଞମାନେ କହିଥିଲେ, ଚଳିତବର୍ଷ ବିଶ୍ବ ହୃଦୟ ଦିବସର ବିଷୟବସ୍ତୁ ରହିଛି 'ମୋର ହୃଦୟ, ଆପଣଙ୍କର ହୃଦୟ'। ଏହାସହ ହୃଦୟକୁ ସୁସ୍ଥ ରଖିବା ପାଇଁ ନିଜସହ ସଂକଳ୍ପ କରିବା ମଧ୍ୟ ଚଳିତବର୍ଷ ବିଶ୍ୱ ହୃଦୟ ଦିବସର ବିଷୟବସ୍ତୁରେ ସାମିଲ କରାଯାଇଛି। ହୃଦୟକୁ ସୁସ୍ଥ ରଖିବା ପାଇଁ ନିମୟିତ ବ୍ୟାୟାମ ସହିତ, ନିଶାଦ୍ରବ୍ୟଠାରୁ ଦୂରେଇ ରହିବା, ଜୀବନଶୈଳୀରେ ପରିବର୍ତନ ଆବଶ୍ୟକ। ଉଚ୍ଚ ରକ୍ତଚାପ ଓ ମଧୁମେହେର ଆକ୍ରାନ୍ତ ଥିବା ବ୍ୟକ୍ତି ନିୟମିତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ୍। କର୍ମଚଞ୍ଚଳର କୌଣସି ବିକଳ୍ପ ନାହିଁ ବୋଲି ବିଶେଷଜ୍ଞ କହିଥିଲେ। ସେହିପରି ଅଭିନେତା ରୁଦ୍ର, ଅଭିନେତ୍ରୀ ପୁପୁଲ ଭୂୟାଁ, ଆହାନା ଅଂଶଗ୍ରହଣକାରୀଙ୍କୁ ବିଶ୍ବ ହୃଦୟ ଦିବସର ବାର୍ତା ଦେଇଥିଲେ। ନିଜକୁ ଫିଟ୍ ରଖିବା ପାଇଁ ନିୟମିତ ବ୍ୟାୟାମ ସହିତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଉପରେ ସମାନେ ଜୋର ଦେଇଥିଲେ। ଏହି ଦୌଡ଼ରେ 'ସମ୍ବାଦ'ର ସିଓଓ କମଳାକାନ୍ତ ମହାପାତ୍ର, ସମ୍ପାଦକ (ସମ୍ପାଦକୀୟ ପୃଷ୍ଠା) ରଣଜିତ ଗୁରୁ, ଉପମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ଆମ ଓଡ଼ିଶାର ସଂପାଦକ ସ୍ୱରାଜ ମିଶ୍ର, 'କନକ ନ୍ୟୁଜ୍'ର ସମ୍ପାଦକ ମନୋରଂଜନ ମିଶ୍ର, ସମ୍ବାଦର ଡିଜିଏମ୍(ବିଜ୍ଞାପନ) କଲ୍ୟାଣେନ୍ଦୁ ନାୟକ ପ୍ରମୁଖ ସାମିଲ ହୋଇଥିଲେ। ହୃଦୟ ବେଲୁନ୍ ଉଡ଼ାଇଲେ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ଆେୟାଜିତ ହୋଇଥିବା ଦୌଡ଼ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଦୌଡ଼ ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ଯୁବକ/ଯୁବତୀ ଜନତା ମଇଦାନର ମୁଖ୍ୟ ପ୍ରବେଶ ଦ୍ୱାରା ନିକଟରେ ଅପେକ୍ଷା କରି ରହିଥିଲେ। ଦୌଡ଼ ପାଇଁ ସ୍ୱତନ୍ତ୍ରଭାବେ ପ୍ରସ୍ତୁତ ହୋଇଥିବା ଟି-ସାର୍ଟ ପାଇଁ ଭିଡ଼ ଲାଗିଥିଲା। ମଞ୍ଚରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୁଲିସ କମିସନର ସତ୍ୟଜିତ ମହାନ୍ତି, ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ଦେବାଶିଷ ମହାନ୍ତି, ଦୌଡ଼ରାଣୀ ଦୂତି ଚାନ୍ଦ, ପ୍ରଥମ ଓଡ଼ିଆ ଏଭରେଷ୍ଟ ଆରୋହୀ କଳ୍ପନା ଦାଶ ଓ ଅଭିନେତା ରୁଦ୍ର ପ୍ରମୁଖ ଉପସ୍ଥିତ ରହି, ନିଜ ହୃଦୟକୁ ସୁସ୍ଥ ରଖିବା ପାଇଁ କର୍ମଚଞ୍ଚଳ ରହିବା ସହ ଚାଲିବାକୁ ପରାମର୍ଶ ଦେଇଥିଲେ। 'ସମ୍ବାଦ' ଗ୍ରୁପ୍ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ, କନକ ନ୍ୟୁଜ୍ର ମ୍ୟାନେଜମେଣ୍ଟ୍ କନ୍ସଲ୍ଟାଣ୍ଟ୍ ରତିକାନ୍ତ ଶତପଥୀ, ବିଆର୍ କଳିଙ୍ଗ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡା. ଆଲୋକ ଲୋଧ, ଡା.ଚନ୍ଦ୍ରଭାନୁ ପରିଜା, ଡା.ସୁଶାନ୍ତ ପାତ୍ର ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ଦୌଡ଼ରାଣୀ ଦୂତି ଚାନ୍ଦ ହୃଦୟ ବେଲୁନ୍ ଉଡ଼ାଇ ଦୌଡ଼ର ଶୁଭାରମ୍ଭ କରିଥିଲେ। ଏହାପରେ ଅଂଶଗ୍ରହଣକାରୀଙ୍କ ମଧ୍ୟେର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ସମସ୍ତେ କଳିଙ୍ଗ ହସ୍ପିଟାଲ ପରିସରରେ ପ୍ରସ୍ତୁତ ଥିବା ମଞ୍ଚ ନିକଟରେ ପହଞ୍ଚିଥିଲେ। ଯୁବକମାନେ ବେଶି ପ୍ରଭାବିତ ହୁଅନ୍ତି ଭାରତ ବିଶ୍ୱର ଦ୍ୱିତୀୟ ହୃଦରୋଗ ଦେଶ ଭାବେ ପରିଗଣିତ ହେଉଛି। ବିଶେଷକରି ଯୁବକମାନେ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି। ଖାଦ୍ୟ ଶୈଳୀ ଏବଂ ଜୀବନ ଶୈଳୀ ପାଇଁ ଅଧିକାଂଶ ହୃଦରୋଗର ଶିକାର ହେଉଛନ୍ତି। ଏଥିପାଇଁ କର୍ମଚଞ୍ଚଳ ରହିବା ସହ ଚାଲିବା ଉଚିତ୍। ସୁସ୍ଥ ଜୀବନଶୈଳୀ ବଜାୟ ରଖି ପାରିଲେ ହୃଦରୋଗ ହେବାର ସମ୍ଭାବନା ରହିବ ନାହିଁ। ଡାକ୍ତର ଚନ୍ଦ୍ରଭାନୁ ପରିଜା, ହୃଦବକ୍ଷ ଶଲ୍ୟ ଚିକିତ୍ସକ, କଳିଙ୍ଗ ହସ୍ପିଟାଲ୍ ଜଙ୍କ୍ ଫୁଡ୍ର ଦୂରେଇ ରୁହ, ଚଳଚଞ୍ଚଳ ରୁହ ଲୋକଙ୍କୁ ସଚେତନ କରିବା ପାଇଁ ୨୦୦୦ ମସିହାରୁ ବିଶ୍ବ ହୃଦୟ ଦିବସ ପାଳିତ ହୋଇ ଆସୁଛି। ଏଥରର ଏହି ଦିବସର ବିଷୟ ରହିଛି 'ମୋ ହୃଦୟ, ତୁମ ହୃଦୟ'। ଅର୍ଥାତ ମୋ'ର ଏବଂ ତୁମ ହୃଦୟ ପାଇଁ ସଚେତନ ହେବାର ବେଳ ଆସିଛି। ଜଙ୍କ୍ ଫୁଡ୍ କବଳରେ ଯୁବପିଢ଼ି ପଡ଼ିଥିବାରୁ ଏଥିରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ। ଖାଲି ସେତିକି ନୁହେଁ ମଦ୍ୟପାନ ଓ ଧୂମପାନଠୁ ମଧ୍ୟ ଯଥାସମ୍ଭବ ଦୂରେଇ ରହିବା ଉଚିତ୍। ଏଥିସହ ପ୍ରତିଦିନ ୩୦ ମିନିଟ୍ ଚାଲିବା ସହ କର୍ମଚଞ୍ଚଳ ରହିବାକୁ ପଡ଼ିବ। ଡାକ୍ତର ସୁଶାନ୍ତ କୁମାର ପାତ୍ର, ହୃଦରୋଗ ଚିକିତ୍ସକ, କଳିଙ୍ଗ ହସ୍ପିଟାଲ୍ ଚିକିତ୍ସା ପୂର୍ବରୁ ନିରାକରଣ ପ୍ରତି ଧ୍ୟାନ ଦେବା ଉଚିତ ହୃଦେରାଗରେ ପୀଡ଼ିତ ହୋଇ ଚିକିତ୍ସିତ ହେବା ଅପେକ୍ଷା ପୂର୍ବରୁ ନିରାକରଣର ବାଟ ହେଉଛି ପରିଶ୍ରମଜନିତ କାମ କରିବା ନଚେତ୍ ଚାଲିବା। ଏହା ହୋଇପାରିଲେ, ଭବିଷ୍ୟତରେ ଆଉ ହୃଦରୋଗ ପାଇଁ ଏତେ ଖର୍ଚାନ୍ତ ହେବାକୁ ପଡ଼ିବ ନାହିଁ। ଖାଲି ଏହା ହୃଦରୋଗ ହେବାକୁ ଦେବ ନାହିଁ ସେକଥା ନୁହେଁ, ବରଂ ଫିଟ୍ ରଖିବା ସହ ଚିନ୍ତାମୁକ୍ତ ରଖିବ। ଆଲୋକ ଲୋଧ୍, କଳିଙ୍ଗ ହସ୍ପିଟାଲ୍ ଭୁବନେଶ୍ୱରର ୟୁନିଟ୍ ହେଡ୍ ଏହା ମୋ ପାଇଁ ପର୍ବ ସଦୃଶ ବର୍ଷକ ବାର ମାସ ୧୩ ପର୍ବ ପାଳନ ହେଉଥିବା ବେଳେ ହୃଦୟ ଦିବସର ଏହି ବିଶେଷ ଆୟୋଜନ ମତେ ପର୍ବ ଭଳି ହୃଦବୋଧ ହେଉଛି। ହୃଦୟ ଦିବସ ଏକ ସ୍ବତନ୍ତ୍ର ଦିବସ ହୋଇଥିବା ବେଳେ ଏହାକୁ ସବୁବେଳେ ପର୍ବ ଭାବେ ପାଳନ କରିବା ଉଚିତ୍। ସଚେତନତା ସୃଷ୍ଟି କରିବା ସହ ହୃଦୟ ସମ୍ବନ୍ଧରେ ସଚେତନ କରାଇବା ପାଇଁ ଏହାକୁ ପର୍ବ ଭାବେ ସ୍ମରଣ କରିବା ଉଚିତ୍। କଳ୍ପନା ଦାଶ, ପ୍ରଥମ ଓଡ଼ିଆ ଏଭରେଷ୍ଟ୍ ଆେରାହଣକାରୀ ହୃଦୟ ପାଇଁ ଚିନ୍ତା କରିବାକୁ ମନେ ପକାଇଦିଏ କର୍ମବ୍ୟସ୍ତତା ଭିତରେ ହୃଦୟ ପାଇଁ ଚିନ୍ତା କରିବାକୁ ଏହା ସୁଯୋଗ ସୃଷ୍ଟି କରୁଛି। ପ୍ରତିସ୍ତରରେ ଏଭଳି ବଡ଼ ଧରଣର ଆୟୋଜନ କରାଯିବା ଉଚିତ୍। ମଣିଷର ବଞ୍ଚିବା ପାଇଁ ହୃଦୟର ଗୁରୁତ୍ବ ବିଷୟରେ ଜାଣିବା ସହ ଏହାର ନିରାକରଣ ଦିଗରେ ଏହି କାର୍ଯ୍ୟକ୍ରମ ବାଟ ବତାଇ ଦେଉଛି। ଶୋଇ ରହିଥିବା ବେଳେ ଚିଆଁଇ ଦେଇ ସଚେତନ କରାଇବା ପାଇଁ ଏହିଭଳି କାର୍ଯ୍ୟକ୍ରମର ଢେର୍ ଗୁରୁତ୍ୱ ରହିଛି। ରୁଦ୍ର (ଅଭିନେତା) ପ୍ରତ୍ୟେକ ଦିନ ହୃଦୟ ଦିବସ ଭାବି ଦୌଡ଼ିବା ଆବଶ୍ୟକ ଅଧଘଣ୍ଟା ବ୍ୟାୟାମ ସହ ମର୍ଣ୍ଣିଂ ୱାକ୍ ଫିଟ୍ ରଖିବା ସହ ଆମକୁ ସାରାଦିନ କର୍ମଚଞ୍ଚଳ ରଖିବାକୁ ଶକ୍ତି ଦିଏ। କେବଳ ଆଜି ଗୋଟିଏ ଦିନ ଦୌଡ଼ିଲେ ଚଳିବ ନାହିଁ, ବର୍ଷ ତମାମ ଏହି ଦୌଡ଼ ଜାରି ରହୁ। ପ୍ରତ୍ୟେକ ଦିନକୁ ହୃଦୟ ଦିବସ ଭାବେ ଧ୍ୟାନରେ ରଖି ହୃଦୟ ପାଇଁ ଦୌଡ଼ିବା ଆବଶ୍ୟକ। ପୁପୁଲ ଭୂୟାଁ (ଅଭିନେତ୍ରୀ) ନିଜ ଶରୀର ପାଇଁ ସମୟ କାଢ଼ନ୍ତୁ ମୋ ପାଇଁ ଏହା ଅନେକଗୁଡ଼ିଏ କାରଣରୁ ସ୍ମରଣୀୟ ହୋଇ ରହିବ। ସକାଳେ ମୁଁ ଉଠି ପାରୁନଥିବା ବେଳେ ଆଜି ସକାଳୁ ଉଠିକି ଆସି ଏହି ହୃଦୟ ପାଇଁ ଦୌଡ଼ କାର୍ଯ୍ୟକ୍ରମରେ ଭାଗ ନେଇ ଅନେକ କିଛି ଶିଖିବାକୁ ପାଇଛି। ଲୋକେ ନିଜ କର୍ମମୟ ଜୀବନରେ ବ୍ୟସ୍ତ ହୋଇଯାଇଛନ୍ତି ସତ, କିନ୍ତୁ ବ୍ୟସ୍ତତା ଭିତରେ ବି ନିଜ ଶରୀର ପାଇଁ ସମୟ ଦିଅନ୍ତୁ। ନଚେତ୍ ପରେ ପରିଣାମ ଭୋଗିବା ବେଳକୁ ଆଉ ହାତରେ କିଛି ନଥିବ। ଆହାନା (ଅଭିନେତ୍ରୀ) ଏହିଭଳି କାର୍ଯ୍ୟକ୍ରମ ବ୍ୟାପକ ହେଉ ଦୌଡ଼ିବା କିମ୍ବା ଚାଲିବା ଦ୍ବାରା ପାଦଠୁ ମୁଣ୍ଡ ପର୍ଯ୍ୟନ୍ତ ରକ୍ତ ସଂଚାଳନ ଠିକ୍ ଭାବରେ ହୋଇଥାଏ। ତେବେ ଏହାର ଗୁରୁତ୍ବକୁ ଅନେକ ବୁଝି ବି ଅବୁଝା ରୁହନ୍ତି। ଜାଣି ବି ଚାଲିବାକୁ ଆସିବାକୁ ଚାହାନ୍ତି ନାହିଁ। ତେଣୁ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ବ୍ୟାପକ ହେବା ଉଚିତ୍। ଏଥିସହ ପ୍ରତିଯୋଗୀ ପରାୟଣ ଆଥ୍ଲେଟ୍ଙ୍କୁ ସାମିଲ୍ କରିବା ଆବଶ୍ୟକ। ଗୋପୀନାଥ ସେଠୀ (ପୂର୍ବତନ ସରକାରୀ କର୍ମଚାରୀ) ଅନେକ କିଛି ଶିଖିବାକୁ ପାଇଲି ମୁଁ ଆଗରୁ ବିଜୁ ମାରାଥନ୍ ଓ ପୁଲିସ୍ ମାରାଥନ୍ରେ ଅଂଶଗ୍ରହଣ କରିଛି। ଭବିଷ୍ୟତରେ ଆଥ୍ଲେଟ୍ ହେବାକୁ ଇଚ୍ଛା ରଖିଛି। ତେବେ ଆଜି ହୃଦୟ ଦିବସ ପାଇଁ ଦୌଡ଼ ହେଉଥିବାରୁ ମୁଁ ଉତ୍ସାହିତ ଥିଲି। ବିଶେଷତଃ ଦୌଡ଼ିବା ଯୋଗୁଁ ହୃଦୟ ଉପରେ ତା'ର ଏତେ ପ୍ରଭାବ ରହୁଥିବା କଥା ଏଠୁ ଜାଣିବା ପରେ ଖୁସି ଲାଗିଲା। ଏଥିରେ ସାମିଲ୍ ହୋଇ ମୁଁ ଅନେକ କିଛି ଶିଖିବାକୁ ପାଇଲି। ପିଙ୍କି ସାହୁ, ଅଷ୍ଟମ ଶ୍ରେଣୀ ଛାତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଟିଆ
<urn:uuid:b9debe90-87b0-4f12-9852-1e1967bceca0>
CC-MAIN-2018-43
http://sambad.in/metro/sambad-and-kanak-news-celebrate-walkathon-221415/
2018-10-23T09:31:45Z
s3://commoncrawl/crawl-data/CC-MAIN-2018-43/segments/1539583516123.97/warc/CC-MAIN-20181023090235-20181023111735-00501.warc.gz
ory
0.999991
Orya
4
{"ory_Orya_score": 0.9999909400939941}
ଭୁବନେଶ୍ୱର, ୧୧।୧୦ (ଓଡ଼ିଶା ଭାସ୍କର): ଓଡ଼ିଶାର ଐତିହ୍ୟ ଏବଂ ବିଧାୟକଙ୍କ ଉପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଙ୍କ ବନ୍ଧୁ ଅଭିଜିତ ଆୟାର ଅରୁଚିକର ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ । ଏହି ଘଟଣାରେ ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହେବାକୁ ଆୟାରଙ୍କୁ ନୋଟିସ୍ ହୋଇଥିଲେ ମଧ୍ୟ ହାଜର ହେଲେନି ଆୟାର । ତେଣୁ ବୈଠକ ପରେ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ନରସିଂହ କହିଛନ୍ତି ଯେ, ଅଭିଜିତଙ୍କୁ ହାଜର ହେବାକୁ ପୁଣି ନୋଟିସ କରାଯାଇଛି । ଆସନ୍ତା ଅକ୍ଟୋବର ୨୩ରେ ହାଜର ହେବାକୁ ଗୃହ କମିଟି ପକ୍ଷରୁ ନୋଟିସ୍ ହୋଇଛି । ତେବେ ଅଭିଜିତ୍ ବାଚସ୍ପତି ଓ ଗୃହ କମିଟିକୁ ୨ଟି ଇମେଲ୍ ପଠାଇଥିବା କହିଛନ୍ତି ନରସିଂହ ମିଶ୍ର । ସେ କରିଥିବା ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ଗୃହ କମିଟି ସମ୍ମୁଖରେ ବ୍ୟକ୍ତିଗତ ହାଜର ହେବାକୁ ପଡ଼ିବ, ଚିଠି ଯୋଗେ କ୍ଷମା ମାଗିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ନରସିଂହ ମିଶ୍ର କହିଛନ୍ତି । With Product You Purchase Subscribe to our mailing list to get the new updates! Lorem ipsum dolor sit amet, consectetur. Related Articles 8 hours ago 12 10 hours ago 18 13 hours ago 18
<urn:uuid:e84bbce3-bba3-4882-9c59-1ab1cda7547f>
CC-MAIN-2018-43
http://odishabhaskar.com/?p=8816
2018-10-17T20:16:29Z
s3://commoncrawl/crawl-data/CC-MAIN-2018-43/segments/1539583511216.45/warc/CC-MAIN-20181017195553-20181017221053-00224.warc.gz
ory
0.999968
Orya
6
{"ory_Orya_score": 0.9999676942825317}
ଭୁବନେଶ୍ୱର, ୨୮।୧(ବ୍ୟୁରୋ): ଫେବୃୟାରୀ ୨୪ତାରିଖରେ ବିଜେପୁର ଉପନିର୍ବାଚନ ହେବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚଳିତ ମାସ ୨୩ତାରିଖରେ ଏନେଇ ତାରିଖ ଘୋଷଣା କରାଯାଇଛି। ଏହାପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଉପନିର୍ବାଚନ ନେଇ ତତ୍ପରତା ପ୍ରକାଶ ପାଇଛି। ଏହି ଆସନର କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରି ଅନ୍ୟ ଦଳଗୁଡିକଠାରୁ ଗୋଟିଏ ପାଦ ଆଗରେ ରହିଛି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ରୀତା ସାହୁ ଆସନ୍ତା ମାସ ୫ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଉ ଦୁଇଦିନ ମଧ୍ୟରେ ଭାଜପା ତା'ର ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି। ଏନେଇ ରବିବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ରାଜ୍ୟ କାର୍ଯ୍ୟକାରିଣୀର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ସମସ୍ତ ଆଗଧାଡିର ନେତା ଆଲୋଚନା କରି ପ୍ରାର୍ଥୀ ତାଲିକା ଭାଜପା ସଂସଦୀୟ ବୋର୍ଡ ନିକଟକୁ ପଠାଇ ଦେଇଛନ୍ତି। ଅନ୍ୟପଟେ ୨୦୦୪ମସିହାରୁ ଲଗାତାର ଏହି ଆସନରେ ଜିତି ଆସୁଥିବା କଂଗ୍ରେସ କିନ୍ତୁ ଏ ପର୍ଯ୍ୟନ୍ତ ନିର୍ବାଚନ ଦୌଡରେ ପ୍ରବେଶ କରି ନାହିଁ। ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବିଜେପୁର ଉପନିର୍ବାଚନର ପ୍ରାର୍ଥୀ ଚୟନ ଲାଗି ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଏକ ସମନ୍ବୟ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ପ୍ରକାଶ ଦେବତା, ନବ ଦାସ, କିଶୋର ପଟେଲ, ସାଧୁ ନେପାକ ଏବଂ ହେମାନନ୍ଦ ବିଶ୍ୱାଳ ରହିଥିଲେ। କମିଟି ଦ୍ୱାରା ଆପାତତଃ ଗାଇସିଲାଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରାଯିବା ନେଇ ସ୍ଥିର ହୋଇଥିଲା। ସୁବଳଙ୍କ ପରିବାର ବିଜେଡିରେ ସାମିଲ ହେବାପରେ ବିଜେପୁର ଉପନିର୍ବାଚନ ଲାଗି ପ୍ରଣୟ ଉପଯୁକ୍ତ ପ୍ରାର୍ଥୀ ବୋଲି ଅଧିକାଂଶ କଂଗ୍ରେସ କର୍ମୀ ଏବଂ ନେତା ମତ ରଖିଥିଲେ। ଏ ସମ୍ପର୍କିତ ରିପୋର୍ଟ କେନ୍ଦ୍ରକୁ ମଧ୍ୟ ପଠାଇ ଦିଆଯାଇଥିଲା। ମାତ୍ର ଘଟଣାକ୍ରମେ ଅନ୍ୟ ଏକ ଦଳକୁ ଫାଇଦା ଦେବା ସକାଶେ କଂଗ୍ରେସ ପ୍ରଣୟଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ଯଥେଷ୍ଟ କମ୍ ରହିଛି ବୋଲି ଜଣାପଡିଛି। ଅନ୍ୟପଟେ ଏଆଇସିସି ପକ୍ଷରୁ ପ୍ରାର୍ଥୀ ଚୟନ ଲାଗି ଆଉ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ୬ଜଣ ସଦସ୍ୟ ରହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଏହି କମିଟିରେ ଅଧ୍ୟକ୍ଷ କରାଯାଇଛି। ଏହି କମିଟି ଉପଯୁକ୍ତ ପ୍ରାର୍ଥୀ ଚୟନ କରି ପିସିସିକୁ ଜଣାଇବ। କମିଟି ଗଠନ ପରେ ବିଜେପୁରରୁ କଂଗ୍ରେସ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ହେଲେ ଅଧିକାଂଶ ନେତାଙ୍କ କହିବା କଥା କଂଗ୍ରେସ ସଙ୍ଗଠନଠାରୁ ବହୁବର୍ଷ ହେବ ରିପୁ ଦୂରେଇ ରହିଛନ୍ତି। ସେଠାରେ ତାଙ୍କର ନିଜସ୍ବ ସଙ୍ଗଠନ ନାହିଁ। କଂଗ୍ରେସ ଯଦି ଏଭଳି ଯୋଜନା କରେ ତେବେ ଉପନିର୍ବାଚନ ଲଢେଇରୁ ଦଳ ବାଦ୍ ପଡିବ ବୋଲି ଅନେକ ବରିଷ୍ଠ ନେତା ମତପ୍ରକାଶ କରିଛନ୍ତି। ଅନ୍ୟ ରାଜ୍ୟରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ପ୍ରାର୍ଥୀ ଚୟନ ଲାଗି ଏଆଇସିସି ପକ୍ଷରୁ କୌଣସି କମିଟି ଗଠନ କରାଯାଇନି। ତେବେ ଓଡ଼ିଶାରେ ହେବାକୁ ଥିବା ଉପନିର୍ବାଚନ ଲାଗି କାହିଁକି କମିଟି ଗଠନ ହେଲା ବୋଲି ଦଳର କେତେକ ନେତା ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ଗୋଟିଏ କମିଟି କରାଯାଇଥିଲା ବେଳେ ପୁଣି ଏକ କମିଟି ଗଠନ ହେବାର ଉଦ୍ଦେଶ୍ୟ କ'ଣ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏନେଇ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ କହିବା କଥା ହେଉଛି, ରାଜ୍ୟ ନେତାମାନେ ଦଳର ସ୍ଥିତି ନେଇ ଆଦୌ ଚିନ୍ତିତ ନୁହନ୍ତି। ତେଣୁ ପିସିସି ପ୍ରସ୍ତୁତ କରିଥିବା କମିଟି ରିପୋର୍ଟ କେନ୍ଦ୍ର ନେତାଙ୍କ ନିକଟରେ ଦୃଢଭାବେ ଉପସ୍ଥାପନା କରିପାରିଲେ ନାହିଁ। ବିଜେପୁର ଉପନିର୍ବାଚନକୁ ୨୦୧୯ ସାଧାରଣ ନିର୍ବାଚନର ସେମିଫାଇନାଲ କୁହାଯାଉଛି। ଏହି ଉପନିର୍ବାଚନରେ କଂଗ୍ରେସ ଯଦି ତୃତୀୟ ସ୍ଥାନକୁ ଖସିଯାଏ ତେବେ ଦଳର ଅସ୍ଥିତ୍ୱ ରହିବ ନାହିଁ। ଏହି ରଣନୀତି ଦ୍ୱାରା ଭାଜପା ପଞ୍ଚାୟତ ନିର୍ବାଚନ ଭଳି ଉପନିର୍ବାଚନରେ ମଧ୍ୟ ଫାଇଦା ହାସଲ କରିନେଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି।
<urn:uuid:8574f454-742f-49ba-8522-2ce0d101a7b2>
CC-MAIN-2018-43
http://www.dharitri.com/main/news/19748
2018-10-17T21:05:57Z
s3://commoncrawl/crawl-data/CC-MAIN-2018-43/segments/1539583511216.45/warc/CC-MAIN-20181017195553-20181017221053-00224.warc.gz
ory
0.999982
Orya
5
{"ory_Orya_score": 0.9999817609786987}
-: ପୂର୍ବରୁ :- ନାଲୁ ଓ ଜ୍ୟୋତିଷ ମଧ୍ୟରେ ଏହିପରି କଥୋପକଥନ ହେଲା । ନାଲୁ- ତୁ ଜୁତିଷ ? ଜ୍ୟୋତିଷ- ଆଜ୍ଞା ହଁ । ନାଲୁ- ବୋଇଲୁ, ମୋ ମନରେ କି କଥା ଅଛି । ଜ୍ୟୋତିଷ- ଖଡ଼ି ପକାଇ ଅନେକ ଶ୍ଳୋକ ପଢ଼ିଲେ । ସେଥିରେ କେବଳ ଗ୍ରହ ନକ୍ଷତ୍ର ନାମ ଛଡ଼ା ଆଉ କିଛି ନଥିଲା । କହିଲେ, ପାଠ କହିଲା, ଶନିଗ୍ରହ- ଏହି ଗ୍ରହରେ ଟଙ୍କା କଉଡ଼ି ଦ୍ରବ୍ୟାଦି ଲାଭକଥା । ନାଲୁ- ବୋଇଲୁ, ସେ ଦ୍ରବ୍ୟ କେଉଁ ଦିଗରେ ? ପୁନର୍ବାର ଶ୍ଳୋକ ପାଠ କରି ଜ୍ୟୋତିଷ କହିଲେ, ପୂର୍ବ ଦିଗରେ । ସବୁ ଡକାଏତ ଏକାବେଳକେ ଚିତ୍କାର କଲେ, ସାବାସ ସାବାସ, ନୋହିଲେ କି ମୟୂରଭଞ୍ଜ ରାଜା ଦରବାକୁ ଯାଏ । ନାଲୁ- ବୋଇଲୁ, କେଉଁ ଦିନ, କେତେବେଳେ ଗଲେ ସେ ଦ୍ରବ୍ୟ ସବୁ ମିଳିବ । ଜ୍ୟୋତିଷ- ଆସନ୍ତା କୃଷ୍ଣପକ୍ଷ ଦ୍ୱାଦଶୀ ଶନିବାର ସନ୍ଧ୍ୟା ସମୟରେ ଯାତ୍ରା କରି ଗଲେ କାମ ଫତେ ଅର୍ଥ ମିଳିବ । ସବୁ ଡକାଏତ ଏକାବେଳକେ ଚିତ୍କାର କରି କହିଲେ, ଭଲ ଭଲ, ସଞ୍ଜବେଳେ ଏଠାରୁ ବାହାରିଲେ, ଅଧରାତିବେଳେ ସେଠାରେ ପହଞ୍ଚିବା । ଜ୍ୟୋତିଷ ବିଦାୟ ଗ୍ରହଣ କଲେ, ପୁନର୍ବାର ଆଖି ବନ୍ଧାଗଲା, ପୂର୍ବକଥିତ ଦସ୍ୟୁ ଦୁଇ ଜଣ ବାଟରେ ଛାଡ଼ି ଦେଇଗଲେ । ନିରୂପିତ ଦିବସ ଉପସ୍ଥିତ । ପୁଲିସ ଦଳ ବଳ ସଜ ହୋଇ ଡକାଏତ ଧରିବା ସକାଶେ ଗୋଟିଏ ଗଣନା ଠିକ୍ ହେଲା, କିନ୍ତୁ ଅନ୍ୟ ଗ୍ରାମରେ । ଯେଉଁ ଗ୍ରାମରେ ଡକାଏତ ହେବାର ଜ୍ୟୋତିଷ ଅନୁମାନ କରି ସଜ ହୋଇ ବସିଥିଲେ, ସେ ଗ୍ରାମକୁ ଡକାଏତମାନେ ଗଲେ ନାହିଁ । ଡକାଏତି କରି ଡକାଏତମାନେ ସ୍ୱଚ୍ଛନ୍ଦରେ ଚାଲିଗଲେ । ପାଠକ ମହାଶୟ ଅନୁମାନରେ ବୁଝିଥିବେ, କଥିତ ଜ୍ୟୋତିଷ ଅନ୍ୟ କେହି ନୁହେଁ, ପୋଲିସ୍ ଇନ୍ସପେକ୍ଟର ସ୍ୱୟଂ ବାବୁ ଶାରଦା ପ୍ରସାଦ ବୋଷ । କ୍ରମଶଃ ଦୁଇ ଚାରି ମାସ ଗତ । ଏଥି ମଧ୍ୟରେ ଆହୁରି ଦୁଇ ଚାରିଟା ଡକାଏତ ଉପର୍ଯ୍ୟୁ ପରି ହୋଇଗଲାଣି । ହାକିମ ଓ ପୋଲିସ ଦଳ ଅସ୍ଥିର । ଶାରଦା ବାବୁ ଡକାଏତମାନଙ୍କ ଖଟି ସ୍ଥାନର ଯେପରି ଅବସ୍ଥା ଦେଖି ଆସିଥିଲେ, ସେଥିରେ ପୋଲିସଦଳ ଯାଇ ସେମାନଙ୍କୁ ଗ୍ରେପ୍ତାର କରିବା ସହଜ କଥା ନୁହେଁ । ଡକାଏତଦଳ ଯେପରି ଭାବରେ ସର୍ବଦା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଓ ଉନ୍ମତ୍ତଭାବରେ ଥାନ୍ତି, ଧରିବାକୁ ଗଲେ ଅନେକ ଲୋକଙ୍କ ପ୍ରାଣନାଶର ସମ୍ଭାବନା । ଅନେକ ଅନୁସନ୍ଧାନ ଉତ୍ତାରେ ବସ୍ତା ଇଲାକାର ଜଣେ ଜମିଦାରଙ୍କର ଗୋଟିଏ ଚାକର ଡକାଏତ ଦଳରେ ଲିପ୍ତ ଥିବାର ପ୍ରକାଶ ପାଇଲା । ଶାରଦା ବାବୁ ଉକ୍ତ ଜମିଦାରଙ୍କ ସହାୟତାରେ ଚାକରଟାକୁ ହସ୍ତଗତ କଲେ । କେତେକ ନଗଦ ଟଙ୍କା ଦେଇ ପ୍ରଲୋଭନ ଦେଖାଇ ଅଭୟ ଦେଇ ଚାକରଠାରୁ ସମସ୍ତ ସନ୍ଧାନ ପ୍ରାପ୍ତ ହେଲେ । ଶାରଦା ବାବୁଙ୍କ ଉପଦେଶ ଅନୁସାରେ ଉକ୍ତ ଚାକର ଡକାଏତ ଦଳର ସର୍ଦ୍ଦାର ନାଲୁ ମିର୍ଦ୍ଧାଠାରେ ଜଣାଇଲା ଦୁଇଜଣ ଡକାଏତ ବର୍ତ୍ତମାନ ଜେଲଖାନାରୁ ପଳାଇ ଆସି ଏକ ଗ୍ରାମରେ ଲୁଚିଅଛନ୍ତି । ସର୍ଦ୍ଦାର ସମ୍ୱାଦ ପାଇ ଆଗ୍ରହ ସହିତ ସେମାନଙ୍କୁ ଡାକି ପଠାଇଲା । ଉକ୍ତ ଚାକର ସହିତ ପଳାତକ ଡକାଏତ ଦୁଇ ଜଣ ଖଟି ସ୍ଥାନରେ ଉପସ୍ଥିତ ହେଲେ । ପ୍ରଥମେ ସର୍ଦ୍ଦାର ଓ ଅନ୍ୟାନ୍ୟ ଡକାଏତମାନେ ସନ୍ଦେହ-ନେତ୍ରରେ ଦେଖୁଥିଲେ । ମାତ୍ର ନବାଗତ ଡକାଏତମାନଙ୍କ ଆକାର ପ୍ରକାର ଓ କଥୋପକଥନ ଶୁଣି ସେମାନଙ୍କ ସନ୍ଦେହ ଦୂର ହେଲା । ଏହି ଦୁଇଜଣ କେଉଁ କେଉଁ ସ୍ଥାନରେ ଡକାଏତି କରିଥିଲେ, ଡକାଏତି ପୂର୍ବେ କିପରି ସନ୍ଧାନ ନେବାକୁ ହୁଏ, କି କୌଶଳରେ ଡକାଏତି କରାଯାଏ ଓ ବିପଦ ପଡ଼ିଲେ କିପରି ପଳାଇବାକୁ ହୁଏ ଓ ଜେଲଖାନା ଭାଙ୍ଗି କିପରି ପଳାଇ ଆସିବାକୁ ହୁଏ, ଇତ୍ୟାଦି ବିଷୟ ଏପରି ଭାବରେ ବ୍ୟାଖ୍ୟା କଲେ ଯେ, ନାଲୁ ମିର୍ଦ୍ଧା ଏମାନଙ୍କୁ ପକ୍କା ଓସ୍ତାଦ ବୋଲି ଜ୍ଞାନ କଲା, ବହୁତ ସମାଦର କରି ନିକଟରେ ରଖିଲା । ନବାଗତ ଡକାଏତମାନେ ଅନେକ ଦିନ ପର୍ଯ୍ୟନ୍ତ ଖଟି ସ୍ଥାନରେ ରହିଲେ । ସେମାନଙ୍କ ସମ୍ୱାଦ ଚଳାଚଳ ଉକ୍ତ ଜମିଦାର ଚାକର ଦ୍ୱାରା ହେଉଥାଏ । ଦିନେ ନବାଗତ ଡକାଏତମାନେ ସର୍ଦ୍ଦାର ନିକଟରେ ପ୍ରସ୍ତାବ କଲେ, ଆମ୍ଭେମାନେ କ୍ଷୁଦ୍ର କ୍ଷୁଦ୍ର ଡକାଏତ କରୁ ନାହୁଁ, ଆସନ୍ତୁ ସମସ୍ତେ ମିଳି ଜଣେ ଲକ୍ଷପତି ଘରେ ଡକାଏତି କରିବା । ବରଷେ ପର୍ଯ୍ୟନ୍ତ ଯେପରି ନିଶ୍ଚିନ୍ତରେ ବସି ମଜା କରିବା । ସର୍ବଦା କାମରେ ଲାଗିଲେ ମଜା କରିବୁ କେଉଁଦିନ ? ଆଉ ବାରମ୍ୱାର ଡକାୟତି କରିବାକୁ ଗଲେ ଧରା ପଡ଼ିବାର ସମ୍ଭାବନା । ସର୍ଦ୍ଦାର ଓ ସଙ୍ଗୀମାନଙ୍କର ଏହି ସାଧୁ ପ୍ରସ୍ତାବଟି ମନୋନୀତ ହେଲା । ସମସ୍ତେ ସାବାସ୍ ସାବାସ୍ କରିବାକୁ ଲାଗିଲେ । ଏହି ବିଷୟ ସ୍ଥିର କରିବା ନିମନ୍ତେ ଗୋଟିଏ ଦିନ ନିରୂପିତ ହେଲା ଓ ନିର୍ଦ୍ଧାରିତ ଦିବସ ରାତ୍ରିରେ ଉପସ୍ଥିତ ହେବା ନିମନ୍ତେ ଭଦ୍ରକଠାରୁ ମେଦିନୀପୁର ପର୍ଯ୍ୟନ୍ତ ସମସ୍ତ ଦଳକୁ ସମ୍ୱାଦ ଦିଆଗଲା । ସେହି ସମୟରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଦଳ ସ୍ଥାନେ ସ୍ଥାନେ ବାସ କରୁଥିଲେ, ମାତ୍ର ସମସ୍ତ ଦଳର ସର୍ଦ୍ଦାର ନାଲୁ ମିର୍ଦ୍ଧା ଓ ବୈଦି ଶେଠୀ । ଏମାନେ ସମସ୍ତ ଡକାଏତିରୁ ସର୍ଦ୍ଦାରି ଭାଗ ପାଇଥାନ୍ତି । ଆଜି ପୂର୍ବୋକ୍ତ ଡକାଏତି ଖଟିରେ ଭାରି ଜାରି । ମେଦିନୀପୁରଠାରୁ ଭଦ୍ରକ ପର୍ଯ୍ୟନ୍ତ ସମସ୍ତ ଡକାଏତିର ବନ୍ଦୋବସ୍ତ କରାଯିବ । ଚାରି ପାଞ୍ଚ ଭାର ତାଡ଼ି, ତତ୍ତଲ୍ୟ ମଦ ଗେଞ୍ଜଇ ଅଣା ଯାଇଅଛି । ଯାହାର ଯେତେ ଇଚ୍ଛା ଖାଉ, ମାଗିବାକୁ ନାହିଁ । ଆଠ ଦଶଟା ଛେଳି ମେଣ୍ଢା ଗ୍ରାମମାନଙ୍କରୁ ଚୋରି କରି ଅଣାଯାଇଥିଲା । କେତେ ଜଣ ମାଂସ ଓ ଚାଟ ପ୍ରସ୍ତୁତ କରିବାରେ ଲାଗି ଯାଇଅଛନ୍ତି । ଆଜିକା ସମସ୍ତ ଖରଚ ନବାଗତ ଡକାଏତ ଦୁଇଜଣଙ୍କ ଜିମା । ଅତିରିକ୍ତ ମାଦକ ସେବନରେ ଅନେକ ଡକାଏତ ତଳେ ପଡ଼ିଗଲେଣି । ନୃତ୍ୟ ଗୀତ ଓ ଅମୋଦ ପ୍ରମୋଦର ଧୂମ ଲାଗିଅଛି । ଘୋର ଜଙ୍ଗଲ ମଧ୍ୟରେ ଖଟି ଚାରିପାଖ ତିନି ଚାରି କ୍ରୋଶ ପର୍ଯ୍ୟନ୍ତ ଗ୍ରାମର ଚିହ୍ନ ନାହିଁ । ରାତ୍ରି ପ୍ରାୟ ଏକ ପ୍ରହର ସମୟରେ ଖଟି ଚତୁର୍ଦ୍ଦିଗରେ ମୁହୁର୍ମୁହ ବନ୍ଧୁକ ଉଆଜ ଦେଲା । ଘୋର ଚିତ୍କାର କରି ପ୍ରାୟ ପାଞ୍ଚଶ ଜଣ କନେଷ୍ଟବଳ ଓ ଦେଢ଼ଶତ ପାଇକ ଚୌକିଦାର, ପୋଲିସ ଇନ୍ସପେକ୍ଟର, ସବଇନ୍ସପେକ୍ଟର ଡକାଏତମାନଙ୍କ ଉପରେ ପଡ଼ିଲେ । ଡକାଏତମାନେ ନିଶାରେ ଅଚେତନ ହୋଇଥିଲେ ମଧ୍ୟ ସମୟରେ ସାବଧାନ । ଅନ୍ଧକାର ମଧ୍ୟରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଖୁବ୍ ମାରଧର ଘୋର ବାହୁଯୁଦ୍ଧ ହେଲା । ଅବଶେଷରେ ଡକାଏତମାନେ ବନ୍ଧନରେ ପଡ଼ିଲେ । ସର୍ବଶେଷରେ ଆଲୋକ ଜଳାଯିବାରୁ ଦେକାଗଲା, ସରଦାର ନାଲୁମିର୍ଦ୍ଧା ଓ ବୈଦି ଶେଠୀ ପଳାଇ ଯାଇଅଛନ୍ତି । କେତେଗୁଡ଼ିଏ ଡକାଏତ ମଧ୍ୟ ନାହାନ୍ତି, ଡକାଏତ ଭ୍ରମରେ କେତେଜଣ କନେଷ୍ଟବଳ ଓ ପାଇକ ପ୍ରହାରିତ ଓ ବନ୍ଧନ ଦଶାରେ ପଡ଼ିଅଛନ୍ତି । ନବାଗତ ବର୍ଦ୍ଧମାନୀ ଡକାଏତ ଦୁଇ ଜଣ ଅର୍ଥାତ୍ ଛଦ୍ମବେଶୀ କନେଷ୍ଟବଳ ଦୁଇଜଣ ମଧ୍ୟ ବନ୍ଧନରେ ପଡ଼ିଅଛନ୍ତି । ଅଧିକାଂଶ ଡକାଏତ ଦ୍ୱୀପାନ୍ତରିତ । କେତେଜଣ ଦୀର୍ଘକାଳ ପର୍ଯ୍ୟନ୍ତ କାରାବାସଦଣ୍ଡ ପ୍ରାପ୍ତ ହେଲେ । ସେହି ଦିନଠାରୁ ବାଲେଶ୍ୱର ଜିଲ୍ଲାର ଉତ୍ତରାଞ୍ଚଳରେ ବଡ଼ ଡକାଏତି ହେବାର ଶୁଣାଯାଇନାହିଁ ।
<urn:uuid:22f2dd39-f4e1-4427-ad4d-19f89a88d2f2>
CC-MAIN-2018-43
http://www.ameodia.com/odia-kathaa/odia-story/odia-story-baleshwari-raahaajaani-3-fakir-mohan-senapati/
2018-10-20T08:16:50Z
s3://commoncrawl/crawl-data/CC-MAIN-2018-43/segments/1539583512679.76/warc/CC-MAIN-20181020080138-20181020101638-00544.warc.gz
ory
1.000003
Orya
12
{"ory_Orya_score": 1.000003457069397}
ନିକଟରେ ହୋଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି ଯେ ଯେଉଁ ଟାଇପ୍-୨ ଡାଇବେଟିସ୍ ରୋଗୀମାନେ ସକାଳ ଜଳଖିଆ ଖାଇନଥାନ୍ତି ସେମାନଙ୍କର ବଡି ମାସ୍ ଇଣ୍ଡେକ୍ସ(ବିଏମ୍ଆଇ) ବୃଦ୍ଧି ପାଇଥାଏ। ଫଳରେ ଶରୀରରେ ମୋଟାପଣ ସହିତ ଆହୁରି ଗୁଡ଼ାଏ ସମସ୍ୟା ଦେଖା ଦେଇଥାଏ।ଚିକୋଗୋରେ ଥିବା ଇଲିଓନଏଷ୍ଟ୍ ୟୁନିଭରସିଟିରେ ନିକଟରେ ଏହା ଉପରେ ଏକ ଗବେଷଣା ହୋଇଥିଲା। ଗବେଷଣାରୁ ଜାଣିବାକୁ ମିଳିଲା ଯେ ରାତ୍ରୀଚରମାନଙ୍କ ମଧ୍ୟରେ ବି ବିଏମଆଇ ବୃଦ୍ଧି ପାଇଥାଏ। ଏପରିକି ଟାଇପ୍-୨ ଡାଇବେଟିସ୍ ରୋଗୀମାନେ ସକାଳ ଜଳଖିଆ ନଖାଇଲେ ଯେତିକି ବିଏମଆଇ ବୃଦ୍ଧିପାଇନଥାଏ ରାତ୍ରୀଚରଙ୍କ କ୍ଷେତ୍ରରେ ସେତିକି ବୃଦ୍ଧି ପାଇଥାଏ। ବିଳମ୍ବରେ ଶୋଇ ବିଳମ୍ବରେ ଉଠୁଥିବା ଲୋକଙ୍କ ଭିତରେ ମୋଟାପଣ ବୃଦ୍ଧି ପାଏ। ଗବେଷକମାନ ୨୧୦ ଜଣ ଟାଇପ୍-୨ ମଧୁମେହ ରୋଗୀଙ୍କୁ ନେଇ ଏହି ଗବେଷଣା କରିଥିଲେ। ସେମାନଙ୍କୁ ସେମାନଙ୍କର ଶୋଇବା ଏବଂ ଉଠିବା ସମୟ ପଚରାଯାଇଥିଲା। ସେମାନଙ୍କ ଉତ୍ତରକୁ ଭିତ୍ତି କରି ହୋଇଥିବା ସର୍ଭେରୁ ଏହି ଫଳାଫଳ ମିଳିଛି।
<urn:uuid:255c73df-9f32-4ff4-89aa-d24c6d240192>
CC-MAIN-2018-43
http://kanaknews.com/morning-breakfast-skip1/
2018-10-22T23:12:51Z
s3://commoncrawl/crawl-data/CC-MAIN-2018-43/segments/1539583515555.58/warc/CC-MAIN-20181022222133-20181023003633-00304.warc.gz
ory
0.999978
Orya
11
{"ory_Orya_score": 0.9999784231185913}
କନକ ବ୍ୟୁରୋ : ବିଧାନସଭାରେ ବିଜେପୁର ବିଧାୟିକା ରୀତା ସାହୁ । ବିଜେପୁର ବିଧାୟିକା ଭାବେ ରୀତା ସାହୁ ଶପଥ ନେଇଛନ୍ତି । ବାଚସ୍ପତି ପ୍ରଦୀପ ଅମାତ ରୀତା ସାହୁଙ୍କୁ ଶପଥ ପାଠ କରାଇଛନ୍ତି । ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁରରେ ହୋଇଥିବା ଉପନିର୍ବାଚନ ପରେ ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ୪୨ ହଜାର ଭୋଟରେ ପରାସ୍ତ କରି ରୀତା ସାହୁ ବିଜେପୁର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ବିଜେଡି ପ୍ରାର୍ଥୀ ରୀତା ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧୯୩୩ ଭୋଟରେ ବ୍ୟବଧାନରେ ପରାସ୍ତ କରି ବିଜେପୁର ଗଡ ହାତେଇଛନ୍ତି । ମୋଟ ୨୧ ରାଉଣ୍ଡ ଭୋଟ ଗଣତି ପରେ ବିଜେପୁରରେ ବାଜି ଜିତିଥିଲା ବିଜେଡି । ଏହି ବିଜୟ ସହ ପୁଣିଥରେ ଦୀର୍ଘ ୧୪ ବର୍ଷ ପରେ ବିଜେପୁର ଗଡ ଦଖଲ କରିପାରିଛି ବିଜେଡି । ୧୩ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟ ଟିକା ପିନ୍ଧିଥିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ । ଭୋଟ ଗଣତିର ଆରମ୍ଭରୁ ହିଁ ବିଜେଡି ଆଗୁଆ ରହିଥିଲା । ମୋଟ ୨୧ଟି ରାଉଣ୍ଡରେ ଭୋଟ ଗଣତି ହୋଇଥିବା ବେଳେ ୨୧ଟି ରାଉଣ୍ଡରେ ବିଜେପି ଓ କଂଗ୍ରେସକୁ ପଛରେ ପକାଇଥିଲା ବିଜେଡି । ଏହସହ ଦୀର୍ଘ ୧୪ ବର୍ଷ ବନବାସ ପରେ ବିଜେପୁରକୁ ଫେରିଛି ବିଜେଡି । ପ୍ରଥମ ଥର ପାଇଁ ବିଜେପୁରରେ ବିଜେଡି ଏକ ଲକ୍ଷରୁ ଅଧିକ ଭୋଟ ହାତେଇବାରେ ସକ୍ଷମ ହୋଇଥିଲା ।
<urn:uuid:244b6d1a-d42e-4d21-b5d5-fcf790692430>
CC-MAIN-2018-43
http://kanaknews.com/reeta-sahoo-take-oath-as-bijepur-mla/
2018-10-24T06:11:48Z
s3://commoncrawl/crawl-data/CC-MAIN-2018-43/segments/1539583519859.77/warc/CC-MAIN-20181024042701-20181024064201-00464.warc.gz
ory
0.999991
Orya
7
{"ory_Orya_score": 0.9999914169311523}
ଫିଫା ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଫାଇନାଲ ଆଜି, ୮ ବର୍ଷ ପରେ ମିଳିବ ନୂଆ ବିଜେତା ଚମ୍ପିଅନ ଟ୍ରଫି ପାଇଁ ସ୍ପେନ୍ ଓ ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା, ପ୍ରସାରଣ ରାତି ୮ଟାରେ ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଆୟୋଜନ ଚାଲିଥିବା ଫିଫା ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଫାଇନାଲ ମ୍ୟାଚ୍ ଶନିବାର ରାତି ୮ଟାରୁ ଆରମ୍ଭ ହେବାକୁ ଯାଉଛି। କୋଲକାତାର ସଲଟ୍ ଲେକ୍ ଷ୍ଟାଡିୟମରେ ଚମ୍ପିଅନ ପାଇଁ ସ୍ପେନ ଓ ଇଂଲଣ୍ଡ ମଧ୍ୟରେ ଏହି ମୁକାବିଲା ହେବ। ଚମ୍ପିୟନ ଯିଏ ବି ହେଉ ନା କାହିଁକି ଆଠ ବର୍ଷ ପରେ ଏହି ଅନୁଭୂତି ନୂଆଁ ଟିମ୍କୁ ମିଳିବ। ୨୦୦୯ରେ ହୋଇଥିବା ୧୭ ବର୍ଷରୁ କମ୍ ଫିଫା ବିଶ୍ୱ କପ୍ରେ ସ୍ୱିଜରଲ୍ୟାଣ୍ଡର ଟିମ୍ ନାଇଜେରିଆକୁ ପରାସ୍ତ କରି ଚମ୍ପିଅନ ହୋଇଥିଲା। ଚଳିତ ଟୁର୍ଣ୍ଣାମେଣ୍ଟରେ ଫୁଟବଲର ପାଓ୍ଵାରହାଉସ୍ ଓ ୩ଥର ଚମ୍ପିଅନ ବ୍ରାଜିଲକୁ ପରାସ୍ତ କରି ଇଂଲଣ୍ଡ ଟିମ୍ ପ୍ରଥମ ଥର ୧୭ ବର୍ଷରୁ କମ୍ ଫାଇନାଲରେ ପ୍ରବେଶ କରିଛି। ସେହିପରି ସ୍ପେନ୍ ଏପର୍ଯ୍ୟନ୍ତ ୩ଥର ଫାଇନାଲରେ ପ୍ରବେଶ କରି ମଧ୍ୟ ଚମ୍ପିଅନ ଟ୍ରଫି ନେବାରେ ବିଫଳ ହୋଇଛି। ୪ର୍ଥ ଉଦ୍ୟମରେ ପୂରୁଣା ସ୍ୱପ୍ନକୁ ପୂରଣ କରିବାକୁ ଆଶା ରଖିଛି। ପ୍ରଥମ ଥର ଫାଇନାଲରେ ଇଂଲଣ୍ଡ ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ଏପର୍ଯ୍ୟନ୍ତ କ୍ୱାଟର ଫାଇନାଲରେ ପହଞ୍ଚି ଥିଲା। ସ୍ପେନ ୧୯୯୧ରେ ଘାନା, ୨୦୦୩ରେ ବ୍ରାଜିଲ ଓ ୨୦୦୭ରେ ନାଇଜେରିଆରେ ଅନୁଷ୍ଠିତ ୧୭ ବର୍ଷରୁ କମ୍ ଫିଫା ବିଶ୍ୱ କପ୍ର ଉପ ବିଜେତା ରହିଛି। ଇଂଲଣ୍ଡ ସେମିଫାଇନାଲରେ ବ୍ରାଜିଲକୁ ୩-୧ ଗୋଲରେ ଓ ସ୍ପେନର ଟିମ୍ ମାଳିକୁ ୩-୧ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବ୍ରୁଷ୍ଟେରଙ୍କ କ୍ରମାନ୍ଵୟରେ ୨ ହ୍ୟାଟ୍ରିକ ଇଂଲଣ୍ଡ ଫୁଟବଲ ଟିମର ସୁପରଷ୍ଟାର ରିୟାନ ବ୍ରୁଷ୍ଟେର ଆମେରିକା ଓ ବ୍ରାଜିଲ ବିପକ୍ଷରେ କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲରେ କ୍ରମାନ୍ଵୟରେ ୨ଥର ହ୍ୟାଟ୍ରିକ ହାସଲ କରିବା ସହିତ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ସେହିଭଳି ସ୍ପେନର ଅଧିନାୟକ ଏବେଲ ରୁଇଜ ନିଜର ଡବଲ ଗୋଲ ଯୋଗୁଁ ଟିମ୍ ଫାଇନାଲରେ ପହଞ୍ଚିଛି। ଇଂଲଣ୍ଡ ୨୦ ବର୍ଷରୁ କମ୍ ବିଶ୍ୱ କପ୍ରେ ବିଜୟୀ ହୋଇଛି। -ଇଂଲଣ୍ଡର ଟିମ୍ ଫିଫା ୨୦ ବର୍ଷରୁ କମ୍ ଓ ଉଇରୋପିୟନ ଚମ୍ପିଅନସିପ୍ରେ ବିଜୟୀ ହୋଇଛି। ଏବେ ୧୭ ବର୍ଷରୁ କମ୍ ଫିଫା ବିଶ୍ୱ କପ୍ ଉପରେ ନଜର ରଖିଛି। -ସ୍ପେନ୍ ଗ୍ରୁପ-ଡିରେ ବ୍ରାଜିଲ ଠାରୁ ନିଜର ପ୍ରଥମ ମ୍ୟାଚ ହାରି ଯାଇଥିଲା। ଉଭୟ ଟିମ୍ରେ ଭଲ ଖେଳାଳି ଅଛନ୍ତି। -ଏହି ପଡ଼ିଆରେ ଫାଇନାଲ ପୂର୍ବରୁ ବ୍ରାଜିଲ ଓ ମାଲି ମଧ୍ୟରେ ୩ୟ ସ୍ଥାନ ପାଇଁ କାଂସ୍ୟ ପଦକ ପାଇଁ ମ୍ୟାଚ ଖେଳାଯିବ। ଟୁର୍ଣ୍ଣାମେଣ୍ଟସ୍ ରେକର୍ଡ -୧୮ଟି ଗୋଲ ସହିତ ଇଂଲଣ୍ଡ ସମସ୍ତଙ୍କ ଆଗରେ ରହିଛି। -୧୫୭ ସର୍ଟ ଖେଳିଛନ୍ତି ମାଳିର ଖେଳାଳି। -୩.୫ ହାରରେ ଗୋଲ ହୋଇଛି। -୦୭ଗୋଲ ଦେଇଛନ୍ତି ଇଂଲଣ୍ଡର ବ୍ରିଓ୍ଵଷ୍ଟର, ଏହା ହେଉଛି ସର୍ବାଧିକ।
<urn:uuid:69599f2e-9309-419a-a632-ce7d6b4be47c>
CC-MAIN-2018-43
http://sambad.in/sports/fifa-u-17-final-at-kolkata-today-17449/
2018-10-24T04:57:07Z
s3://commoncrawl/crawl-data/CC-MAIN-2018-43/segments/1539583519859.77/warc/CC-MAIN-20181024042701-20181024064201-00464.warc.gz
ory
0.99999
Orya
7
{"ory_Orya_score": 0.9999896287918091}
ସନ୍ଧ୍ୟାରେ ପାଗଟା ବେଶ୍ ଭଲ ଥିଲା । ସାରା ଆକାଶଟା ପୁରା ସଫା ଦିଶୁଥିଲା । ଆକାଶରେ କେଉଁଠି କେଉଁଠି ଗୋଟେ ଜୋଡ଼େ ତାରା ବି ଦିଶୁଥିଲେ । ହଠାତ୍ କ'ଣ ହେଲା କେଜାଣି ବଦଳି ଗଲା ପାଗ । ସଫା ଆକାଶଟା କାଳିଆ ଦିଶିଲା । ଚିକ୍ ଚିକ୍ ବିଜୁଳିରେ ପୁରି ଉଠିଲା ସାରା ଆକାଶ । ଘୋଟି ଆସିଲା କଳାହାଣ୍ଡିଆ ମେଘ । ଥଣ୍ଡା ପବନରେ ଥରି ଉଠିଲେ ଗଛପତ୍ର । ପରେ ପରେ ଗାଳି ଦେଇଗଲା ବର୍ଷା । ପ୍ରଥମେ ଝିପ୍ଝିପ୍ ପୁଣି ଧମ୍ଧମ୍ । ସାରା ସହରଟା ଭିଜିଗଲା । ବେଡ୍ ରୁମରେ ଶୋଇ ଶୋଇ ଗୋଟେ ମାଗାଜିନରେ ପୃଷ୍ଠା ଓଲାଟାଉ ଥିଲା ଛନ୍ଦା । ଝରକା ଫାଙ୍କରେ ଆକାଶର ମନକଥା ପଢୁପଢୁ ମେଘର ପାଦ କଚାଡ଼ିବାର ଶବ୍ଦରେ ଚମକିପଡ଼ିଲା ସେ । ନିଜ ବେଡରୁମ୍ ବର୍ଷାଛୁଆଁରୁ ଦୂରେଇ ରଖିବାକୁ ଉଦ୍ୟମ କରି ଝରକାର କାଚ କବାଟକୁ ହାତ ପୁରେଇ ଭିଡ଼ି ଆଣିଲା ନିଜ ଆଡ଼କୁ । ପବନରେ ଥରେ ଦୁଇଥର ହାତରୁ ଖସିଯାଇ କାଚ କବାଟଟା ଧଡଧାଡ୍ ପିଟି ହୋଇଗଲା କାନ୍ଥରେ । କବାଟକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଝରକାର ଆଉ ଟିକେ ପାଖକୁ ଲାଗିଗଲା ଛନ୍ଦା । ଝରକାର ରେଲିଂ ଉପରେ କହୁଣୀକୁ ଭରା ଦେଇ ଭିଡ଼ି ଧରିଲା ଝର୍କା କବାଟକୁ । ବଦ୍ମାସ୍ ବର୍ଷା ବି କୋଉ ଛାଡ଼ିବା ଜନ୍ତୁ । ଛନ୍ଦାକୁ ଦେଖି ବର୍ଷା ବି ଲୋଭ ସମ୍ଭାଳି ପାରିଲାନି ବୋଧେ । ଦି'ଚାରି ଠୋପା ଛିଞ୍ଚି ଦେଲା ଛନ୍ଦାର ସଦ୍ୟ ମେହେନ୍ଦିକରା ପାପୁଲି ଉପରେ । ଓଦା ଜଡ଼ସଡ଼ ହୋଇଗଲା ଛନ୍ଦାର ଗୋରା ଗୋରା ହାତ ଦୁଇଟି । ହାତ ଉପରେ ପଡ଼ିଥିବା ଅଦିନ ବର୍ଷା କେଇ ଠୋପା ମଖମଲି କନା ଉପରେ ମୋତି ବିଛାଡ଼ି ହୋଇ ପଡ଼ିଥିବାର ଭ୍ରମ ସୃଷ୍ଟି କରୁଥିଲା । ନାରୀ ଦେହକୁ ଛୁଇଁଲେ ବର୍ଷା ଆପଣା ଛାଏଁ ପାଲଟି ଯାଏ ମୁକ୍ତା । ପୁଣି ବର୍ଷା ନାରୀକୁ ଉସକାଏ । କୁତୁକୁତୁ କରେ । ଚୁମୁଟି ଦିଏ । ଛାତି ତଳେ ଛାଡ଼ି ଦେଇ ଯାଏ କୁନି ଦରଜଟାଏ । ଯେଉଁ ଦରଜ ମନମଣିଷର ସ୍ପର୍ଶର ସ୍ମୃତିକୁ ତାଜା କରିଦିଏ । ଦେହରେ ବୋଳି ହୋଇ ମନେ ପକାଇଦିଏ ପହିଲି ଛୁଆଁର କଥା । ସେଇଥିପାଇଁ ବୋଧେ ବର୍ଷା ନାରୀର ଅତି ଆପଣାର । ସଖୀ ପରି । କେହି ଜଣେ ନିହାତି ଆପଣାର ମଣିଷ ପରି । ଯାହା ପାଖରେ ସେ ଖୋଲି ଦେଇପାରେ ନିଜ ମନତଳର ସବୁ କୋହ । ଯାବତୀୟ ଅନ୍ତର୍ବେଦନା । ସୁଯୋଗ ପାଇଲେ ଏକାନ୍ତରେ ବର୍ଷା ଆଗରେ ବଖାଣି ବସେ ନିଜ ଜୀବନର ଅନେକ ଅକୁହାକଥା । ହୁଏତ ସେଇଥିପାଇଁ ନାରୀ ଭଲ ପାଏ ବର୍ଷାକୁ । ଛନ୍ଦା କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ବା କେମିତି ଘଟିଥାଆନ୍ତା । କାଚ କବାଟ ହଳକୁ ନିଜ ଆଡ଼କୁ ଟାଣି ଆଣୁ ଆଣୁ ଛନ୍ଦା ପାଟିରୁ ବାହାରି ପଡ଼ିଲା "ଓଃ କି ଶାନ୍ତି ।" କ'ଣ ଭାବିଲା କେଜାଣି ଯେଉଁ ହାତରେ ଝରକାକୁ ନିଜ ହାତରେ ଟାଣି ଧରିଥିଲା ସେହି ହାତକୁ କୋହଳ କରିଦେଲା । ନିଜଠୁ ଦୂରକୁ ପେଲିଦେଲା ଝର୍କାକୁ । ପାପୁଲି, ହାତ ପୁଣି କହୁଣି ଏମିତି ସବୁ ଭିଜିଗଲା ବର୍ଷାରେ । ଫେବୃଆରୀ ମାସରେ ଏ ବର୍ଷା ଥକି ପଡ଼େ ମୁହଁ ଫେରାଇ ନେଇଥିବା ଶୀତକୁ ପୁଣି ଡାକି ଆଣିଲା । ଫେରାଇ ଆଣିଲା ଅଧା ବାଟରୁ । ହଠାତ୍ ବଢ଼ିଗଲା ଶୀତ । ଥରିଗଲା ସାରା ସହର । ଥଣ୍ଡାପବନ ମେଞ୍ଚାଏ ଛନ୍ଦାର ମୁହଁରେ ପିଟି ହୋଇ ତା' ବେଡରୁମ୍ ସାରା ଖେଳିଗଲା । ବର୍ଷାପାଣି କେଇବୁନ୍ଦା ପାପୁଲି ଅତିକ୍ରମ କରି କହୁଣି ବାଟେ ଅଣ୍ଟା ଉପର ଦେଇ ସରସର ହୋଇ ବୋହି ଗଲା ଛନ୍ଦାର ନାହି ଆଡ଼କୁ । ଶୀତେଇ ଉଠିଲା ଛନ୍ଦା ଗୋରା ତକତକ ଦେହଟା । ଲୋମମୂଳ ଛିଡ଼ା ହୋଇଗଲା ଆପଣାଛାଏଁ । କେହି ଯେମିତି ଛୁଇଁଗଲା କି ଦେହଟାକୁ ତାର । ପ୍ରଥମ ରାତିରେ ସନ୍ତୋଷ ଛୁଇଁବା ବେଳେ ଯେମିତି ଶିହରଣ ଖେଳି ଯାଇଥିଲା ସାରା ଦେହଟାରେ, ଠିକ୍ ସେମିତି । ବିଲ୍କୁଲ୍ ସେହି ଅନୁଭବ । ଅଣ୍ଟାରୁ କାନି କାଢ଼ି ନିଜକୁ ଢାଙ୍କି ନେଲା ସେ । "ମୋ ଦେହ ଉପରେ କେବଳ ସନ୍ତୋଷଙ୍କର ଅଧିକାର ଅଛି । ଆଉ କାହାର ନୁହେଁ । ସେ ହିଁ ମୋତେ କେବଳ ଛୁଇଁପାରିବେ । ତାଙ୍କ ସ୍ପର୍ଶ ବ୍ୟତୀତ ମୋ ଦେହ ଉପରେ ଆଉ କାହାର ଅଧିକାର ସାବ୍ୟସ୍ତ କରିବାଟା ମୁଁ ବିଲ୍କୁଲ୍ ବରଦାସ୍ତ କରିପାରିବିନି । ଏମିତିକି ତୋର ବି ନୁହେଁ ।" ବର୍ଷାକୁ ମନେ ମନେ ତାଗିଦ୍ କରୁଥିଲା ଛନ୍ଦା । ଏ ଅଦିନିଆ ବର୍ଷାକୁ ଦେଖି ତା'ର ମନେ ପଡ଼ିଗଲା ସେଦିନର ବର୍ଷା ଆଉ ବର୍ଷା ରାତି । ମୋବାଇଲ୍ର ଇନବକ୍ସରୁ ସିତମ୍ଙ୍କ ମେସେଜ୍ କାଢ଼ି ପଢୁ ପଢୁ କେଉଁଠି ଥିଲା ବର୍ଷାଟା ହଠାତ୍ ଗାଳି ଦେଇଗଲା । ସମସ୍ତଙ୍କୁ ଲୁଚେଇ ଝରକା ପାଖରେ ଛିଡ଼ା ହୋଇ ମୋବାଇଲ୍ ସହ ଏକାନ୍ତ ହୋଇ ଉଠୁଥିବା ବେଳେ ବର୍ଷା ଦାଉ ସାଧିଲା । ବର୍ଷା ବି ସବୁବେଳେ ବନ୍ଧୁ ହୋଇ ଆସେନା । କେବେ କେବେ ବେଇମାନ୍ ହୋଇଯାଏ । ବଇରୀ ସାଜେ । ସବୁ ଭଲ କାମକୁ ବିଗାଡ଼ି ଦିଏ । ଠିକ୍ ଏଇ ଯେମିତି ମନ ମଣିଷର ଚିତ୍ରକୁ ଛାତି ଭିତରେ ସଜେଇବା ବେଳେ ଦେହକୁ ଭିଜେଇବା ପାଇଁ ତୟାର୍ ହୋଇଗଲା । ପଛରୁ ବୋଉ ଡାକ ଛାଡ଼ିଲା । "ଶୀତ ରାତିଟାରେ ପୁଣି ବର୍ଷାରେ ସେ ଝରକା ପାଖରେ କାହିଁକି ଛିଡ଼ା ହୋଇଛୁ କିଲୋ । ବନ୍ଦ୍ କରିଦେ ସେ ଝର୍କାକୁ । ଘର ଭିତରକୁ ପାଣି ଛାଟିବ ଏଇନେ ।" ଛନ୍ଦା କାଡ଼ିଗନ୍ର ପକେଟରେ ମୋଇବାଇଲକୁ ଲୁଚେଇ ଫେରି ଆସିଲା ଝରକା ପାଖରୁ । ମନେ ମନେ ଭାରି ଗାଳି ଦେଲା ବର୍ଷାକୁ । କେଉଁଠି ଥିଲା ଅବେଳରେ ଆସି ତାକୁ ଗାଳି ଶୁଣାଇଲା । ଯେମିତି କିଏ ତାକୁ ଡାକିଥିଲା ଘରକୁ । କହିଥିଲା ମୁଁ ଝର୍କା ପାଖରେ ଛିଡ଼ା ହୋଇଥିଲା ବେଳେ ଟିକେ ଆସି ମୋତେ ଓଦା କରିଦେଇ ଯିବୁ । ବର୍ଷା ଉପରେ ଗାରୁ ଗାରୁ ହୋଇ ଘର ଭିତରକୁ ଚାଲିଗଲା ଛନ୍ଦା । ସେଇ ରାତି ସାରା ବର୍ଷା ହେଲା । ବର୍ଷା ସାଙ୍ଗକୁ ପବନ । ସାତତାଳ ମେଘ ସତେ ଯେମିତି ଏକ ହୋଇଗଲେ । ବର୍ଷାକୁ ଦେଖି ବେଙ୍ଗପଲ କୋଉଠି ଥିଲେ କେଜାଣି କଟର କଟର ହୋଇ କାନ ଫଟେଇଲେ । ବର୍ଷା ଦେଖିଲେ ତ ସେମାନଙ୍କ ମିଳନ ଆଶା ଜାଗି ଉଠେ । ବେଙ୍ଗ ବେଙ୍ଗୁଲୀମାନେ ନିଜ ପାଇଁ ସାଥୀ ଖୋଜିବାରେ ଲାଗି ପଡ଼ନ୍ତି । କେଁ କଟର ଆବାଜ ଦେଇ ସାଥୀକୁ ଭେଟିବା ପାଇଁ ବ୍ୟାକୁଳ ହୋଇ ଉଠନ୍ତି । ବିଛଣାରେ ପଡ଼ି ସିତମ୍ଙ୍କୁ ଭେଟିବା କଥା ଭାବୁଥିଲା ଛନ୍ଦା । ଆଖିକୁ ନିଦ ନଥିଲା । ସ୍ୱପ୍ନମାନେ ସତେ ଯେମିତି ବାଟବଣା ହୋଇ ଅନ୍ୟ କେଉଁଆଡ଼େ ଚାଲି ଯାଇଥିଲେ । ଆଉ କାହା ଆଖିରେ ଘର କରିବା ପାଇଁ ଚଳାଇଥିଲେ ପ୍ରସ୍ତୁତି । କିନ୍ତୁ ଛନ୍ଦା ଆଖିରେ ନିଦ ନ ଥିଲା କି ନ ଥିଲା ସ୍ୱପ୍ନ । ବର୍ଷା ରାତିଟା ତାକୁ ବେଶ୍ ଲମ୍ୱା ଲାଗୁଥିଲା । ସ୍ୱପ୍ନରେ ଥରୁଟିଏ ସିତମ୍ଙ୍କୁ ଦେଖିବା ପାଇଁ ମିଛଟାରେ ଆଖି ବନ୍ଦ କରି ପଡୁଥିଲା । ଶୋଇବାର ଅଭିନୟ କରୁଥିଲା । ସ୍ୱପ୍ନ ବି ବେଶ୍ ମାପି ନେଇଥିଲା କୁଆଁରୀ ଛନ୍ଦାର ସରଳ ମନଟାକୁ । ନିଦ ବି ବୋଧେ ଜାଣି ପାରିଥିଲା ଛନ୍ଦାର ଶୋଇବାର ଇଚ୍ଛା ନାହିଁ । ଖାଲି ଯାହା ଶୋଇବାର ଅଭିନୟ କରୁଛି । କିନ୍ତୁ କାହିଁକି ଏ ବ୍ୟସ୍ତତା । କାହା ପାଇଁ ଏତେ ଚିନ୍ତା । ବିଛଣାରେ ପଡ଼ି ପଡ଼ି ଛନ୍ଦା ଭାବୁଥିଲା ବର୍ଷାଟା କାଲି ସକାଳକୁ କମିବ ତ । ଯଦି ନ କମେ ତେବେ ସେ ସିତମ୍ଙ୍କ ସହ ଦେଖା କରିବ କେମିତି । ବର୍ଷା ହେଲେ ବୋଉ ତ ଘରୁ ପଦାକୁ ଗୋଡ଼ କାଢ଼ିବାକୁ ଦେବନି । ଘରୁ ବାହାରିଲେ କେତେ କଥା ବୁଲେଇ ବଙ୍କେଇ ପଚାରିବ । ଆକଟ କରିବ । ବୋଉର ଲକ୍ଷେ ପ୍ରଶ୍ନର ଉତ୍ତର ଦେବା ଅପେକ୍ଷା ବର୍ଷାରେ ଘରୁ ଗୋଡ଼ ନ କାଢ଼ିବା ବରଂ ଭଲ । ତେବେ ତ ଏମିତିରେ ସିତମ୍ଙ୍କ ସହ ଭେଟ ହେବା ମୁସ୍କିଲ୍ ହୋଇ ପଡ଼ିବ । ଦେହ ମନକୁ ବୁଝେଇ ସୁଝେଇ ଉଷୁମ କମ୍ୱଳ ତଳେ ତୁନି କରିବାକୁ ଚେଷ୍ଟା କରୁଥିଲା ସେ । ସକାଳୁ ସହରଟା ଏକବାର ପରିଷ୍କାର ପରିଚ୍ଛନ୍ନ ଦିଶୁଥିଲା । ବିଲକୁଲ୍ ବର୍ଷସାରା ପାଣିକୁ ଡରି ସରସ୍ୱତୀ ପୂଜା ଦିନ ଗାଧୋଇ ପାଧୋଇ ଚିକ୍କଣ ଦିଶୁଥିବା ପିଲାଟି ପରି । ଆକାଶଟା ବି କେତେକାଂଶରେ ଫର୍ଚ୍ଚା ଦିଶୁଥିଲା । କାଁ ଭାଁ ଭସାବାଦଲ ଖଣ୍ଡେ ଆକାଶର ଛାତିରେ ବିଜୟ ବାନା ଉଡ଼ାଇ ଲକ୍ଷ୍ୟହୀନ ଭାବେ ଘୁରି ବୁଲୁଥିଲେ । ଛନ୍ଦା ବାହାରି ପଡ଼ିଲା ମାର୍କେଟ୍ ଆଡ଼େ, ସିତମ୍ଙ୍କ ମନ ପସନ୍ଦର ପିଙ୍କ୍ କଲର୍ର ଡ୍ରେସ୍ ପିନ୍ଧି । ପୁଣି ପିଙ୍କ୍ କଲର୍ର ନେଲପଲିସ୍ ଆଉ ସାଣ୍ଡାଲ୍ ବି । ବୋଉ ପଛରୁ ଡାକିଲା, କୁଆଡ଼େ ଯାଉଛୁ କିଲୋ । କେତେବେଳେ ଫେରିବୁ । ଓଃ ! ଯେତେବେଳେ ଘରୁ ଗୋଡ଼ କାଢ଼ିଲି ସେତେବେଳେ ତୁ ପଛରୁ ଡାକିଲୁ । ମୋର ସବୁ କାମ ବିଗାଡ଼ି ଦେବୁ ତୁ । ମୁଁ ଜାଣେ ପରା ଆଜି ମୋର କିଛି କାମ ବି ହେବନି । ନିଜ ବୋଉ ଉପରେ ବିରକ୍ତ ହୋଇ ସୋଫା ଉପରେ ବସି ପଡ଼ିଲା ଛନ୍ଦା । ହଉ ଶୁଣୁ, ମୁଁ କିଛି ସପିଙ୍ଗ୍ କରିବାକୁ ଯାଉଛି । ହେଇଗଲି, ହେଇ ଫେରିଲି । ଆଉ ଥରେ ପଛରୁ ଡାକିବୁନି କହିଦେଲା । ସପିଙ୍ଗ୍ କରିବା ତ ଥିଲା ବାହାନା । ସିନେମା ହଲ୍ ପାଖ ମାର୍କେଟ୍ କମ୍ପ୍ଲେକ୍ସରେ ସିତମ୍ଙ୍କ ଦେଖା କରିବା ଥିଲା ପ୍ରକୃତ ଉଦ୍ଦେଶ୍ୟ ଛନ୍ଦା ରିକ୍ସାରୁ ଓହ୍ଲେଇ ଧାଇଁଗଲା ମାର୍କେଟ୍ ଭିତରକୁ । ଆଇସ୍କ୍ରିମ୍ ପାର୍ଲର ପାଖରେ ଛିଡ଼ା ହୋଇ ଏଣେତେଣେ ଚାହିଁଲା । ପୁଣି ଥରେ ପଛକୁ ଫେରି ଚାହିଁଲା ବେଳକୁ ଲେଡ଼ିଜ୍ କର୍ଣ୍ଣର ପାଖ ଗଳିରୁ ବାହାରି ଆସିଲା ସିତମ୍ । ସିତମ୍ଙ୍କୁ ଦେଖି ପଚାରି ଦେଲା, କେତେବେଳୁ ଆସିଲଣି । ସିତମ୍ର ଉତ୍ତର ଥିଲା- ଏଇ ତୁମ ଆଗେ ଆଗେ । କାହିଁ କେଜାଣି ସିତମ୍ ମୁହଁ ରଙ୍ଗ ଉଡ଼ିଗଲା ପରି ଦିଶୁଥିଲା । ମନ ଭିତରେ ଥିବା ବୋଝ ଅବଶୋଷ, ଆଶଙ୍କାକୁ ଚାପି ରଖିଥିବାର ପ୍ରମାଣ ଦେଉଥିଲା ଶୁଖି ଯାଇଥିବା ତା'ର ମୁହଁ । ମୁଁ ଆଶା କରୁଛି ତୁମେ ମୋତେ ଭୁଲ୍ ବୁଝିବନି ଛନ୍ଦା । ତୁମକୁ ବିବାହ କରିବା ପାଇଁ ଏବେ ମୁଁ ଅସମର୍ଥ । ଏ ବିଷୟରେ ଆଉ ଅଧିକ କ'ଣ କହିବି । ତୁମକୁ ତ ପୂର୍ବରୁ ଏ ସବୁ କଥା କହିସାରିଛି । ଏହି କେଇପଦ କହିଲାବେଳେ ସିତମ୍ ଛନ୍ଦାର ମୁହଁକୁ ବି ଚାହିଁପାରୁ ନଥିଲା । ଚୁପ୍ଚାପ୍ ଛିଡ଼ା ହୋଇ କ'ଣ ଗୁଡ଼ାଏ ଭାବୁ ବାବୁ ଛନ୍ଦା ପଚାରି ଦେଲା ଆଚ୍ଛା ପୁଣି କେତେ ? ଜାଣିନି । କିଛି ବି ଜାଣିନି । ସିତମ୍ର ଉତ୍ତର ଶୁଣି ଛନ୍ଦାର ଆଖିରେ ଲୁହର ରୋଷଣୀ ଆରମ୍ଭ ହୋଇଗଲା । ସାମାନ୍ୟ କଥାରେ ଆଖିପତା ଓଦା କରିଦେଉଥିବା ନାରୀ ପାଇଁ ଲୁହମାନଙ୍କୁ ବୋଲ ମନେଇ ନିୟନ୍ତ୍ରଣରେ ରଖିବା ବି କିଛି ବଡ଼ କଥା ନୁହେଁ । ହସ ଲୁହକୁ ସଜେଇ ଶିଖିବା ବି ଏକ କଳା । ଯେଉଁ କଳା କେବଳ ଜଣେ ନାରୀ ହିଁ ଆୟତ୍ତ କରିପାରେ । ଧରାପୃଷ୍ଠରେ ଆଉ କେହି ସେ କଳାକୁ ନିଜ ଆୟତ୍ତ କରୁ ନାରୀ ତାହା କେବେ ଚାହେଁ ନାହିଁ । ହୁଏତ ନାରୀକୁ ଈଶ୍ୱରଙ୍କର ଏହା ଏକ ବରଦାନ ହୋଇ ଥାଇପାରେ । କିନ୍ତୁ ସେ ବରଦାନର ଭରପୁର ଉପଯୋଗ କରିବାର କଳା ବି କେବଳ ନାରୀକୁ ହିଁ ଜଣା । ନଚେତ୍ ନିଜ ଆଖିରେ ଢେଉ ଖେଳୁଥିବା ଲୁହମାନଙ୍କୁ ଆଖି ଭିତରେ ହିଁ ହଜେଇ ଦେବାରେ ଛନ୍ଦା ସଫଳ ହୋଇ ନଥାନ୍ତା । ପୂର୍ବ ରାତିର ମେଘଟା କେଉଁଠି ଲୁଚି ଥିଲା କେଜାଣି ଘୋଟିଗଲା ସାରା ଆକାଶରେ । ଦେଖୁ ଦେଖୁ ଓଜାଡ଼ି ଦେଇଗଲା । ରାସ୍ତା ଉପରେ ପାଣିର ସୁଅ ଛୁଟିଲା । ପୂର୍ବରାତିରୁ ବର୍ଷା ମାଡ଼ରେ ବତୁରି ଯାଇ ମାଟିକାମୁଡ଼ି ପଡ଼ିଥିବା ସହରର ଆବର୍ଜନା ସବୁ ପୁଣି ଥରେ ନିଜ ଯାତ୍ରା ଆରମ୍ଭ କରିଦେଲେ ପାଣିର ସୁଅରେ । ସିତମ୍ର କଥା ଅଧାରୁ ରଖି ଛନ୍ଦା କହିଲା, ଠିକ୍ ଅଛି ମୁଁ ଆସୁଛି । ଆରେ ରୁହ ଏ ବର୍ଷାରେ କେମିତି ଯିବ । ଟିକେ ବର୍ଷା କମିଯାଉ । ଛନ୍ଦା ଚାହିଁଲା ସିତମ୍ର ମୁହଁକୁ । ଚୁପ୍ଚାପ୍ ବାହାରି ଆସିଲା ପଦାକୁ । ଧୀରେ ଧୀରେ ହଜିଗଲା ବର୍ଷାରେ । ଅଦୃଶ୍ୟ ହୋଇଗଲା ଢୁ' ଢୁ' ଗାଳୁଥିବା ବର୍ଷାର ଛାତିରେ । କିଛିଦିନ ପରେ ଛନ୍ଦାର ହାତ ଧରିଲେ ସନ୍ତୋଷ । ସନ୍ତୋଷର ବାପା, ମା' ଛନ୍ଦାକୁ ପସନ୍ଦ କଲେ । ଛନ୍ଦାର ବାପା ମା' ବି ବେଶ୍ ଖୁସି ଥିଲେ ନିଜ ଝିଅ ପାଇଁ ସ୍ୱାମୀଭାବେ ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର୍ ଯୋଗାଡ଼ କରିପାରି । ପୁରୁଣା ସ୍ୱପ୍ନର ଭଗ୍ନ ଇମାରତ୍ ଉପରେ ନିଜ ପାଇଁ ଏକ ନୂଆ ନୀଡ଼ ତିଆରିବାର ଆଶା ନେଇ ଛନ୍ଦା ସ୍ୱାମୀଙ୍କ ସହିତ ବାଙ୍ଗାଲୋର୍ ଚାଲିଗଲା । କଲିଂବେଲର ଶବ୍ଦରେ ଚମକି ପଡ଼ିଲା ଛନ୍ଦା । ଝରକା ପାଖରୁ ମୁହଁ ଫେରାଇ ନେଇ ଦାଣ୍ଡ କବାଟ ଖୋଲିଲା । ସନ୍ତୋଷ ବର୍ଷାରେ ଗୋଟାପଣ ଓଦା ହୋଇ ଛିଡ଼ା ହୋଇଥିଲେ । ସ୍ୱାମୀଙ୍କ ହାତରୁ ଲେଦର୍ ବ୍ୟାଗଟା ନେଉ ନେଉ ଅସ୍ତବ୍ୟସ୍ତ ହୋଇ ଟାୱେଲ୍ ଆଣି ସନ୍ତୋଷଙ୍କ ମୁଣ୍ଡକୁ ପୋଛିବା ପାଇଁ ହାତ ବଢ଼ାଇଲା ବେଲକୁ ସନ୍ତୋଷ ଛନ୍ଦା ହାତରୁ ଟାୱେଲ୍ ଛଡ଼ାଇ ନେଲେ । ଥାଉ ମୁଁ ପୋଛି ହେଉଛି । ମୋ ପାଇଁ ଟିକେ କଫି କର । ନିଜକୁ ପ୍ରସ୍ତୁତ କରିସାରି ଛନ୍ଦା ହାତରୁ ଗରମ୍ କଫି କପ୍ ନେଇ ଷ୍ଟଡ଼ିରୁମ୍ ଭିତରକୁ ଚାଲିଗଲେ ସନ୍ତୋଷ । ବିଭାଘର ବର୍ଷେ ପୁରିଲାଣି । ସନ୍ତୋଷଙ୍କୁ ବୁଝିବା ଏ ଯାଏ ସମ୍ଭବ ହେଲାନି ଛନ୍ଦା ପାଇଁ । ସତରେ କେମିତିକା ଅବୁଝା ମଣିଷଟା । ଚୁପ୍ ଚାପ୍ । ବିଲକୁଲ୍ ନିଜ ମନସ୍କ । ଛନ୍ଦାର ସୌନ୍ଦର୍ଯ୍ୟ ପ୍ରତି ବିଲକୁଲ୍ ଅସଚେତନ । ଦେହ, ମନ, ପ୍ରେମ, ରୋମାନ୍ସ ପ୍ରତି ସମ୍ପୂର୍ଣ୍ଣ ଅନାଗ୍ରହ, ଅନାଶକ୍ତ । ନିଜ ସ୍ତ୍ରୀର ରୂପ ପ୍ରତି ସାମାନ୍ୟ ଟିକିଏ ଆକର୍ଷଣ ବି ନଥାଏ ତାଙ୍କର । କେବେ ଛନ୍ଦାକୁ ନିଜ ଆଡ଼କୁ ଆଉଜେଇ ନେବା ଅଥବା ନିଜେ ଛନ୍ଦା ପ୍ରତି ଢଳି ପଡ଼ିବାର ଭୁଲ୍ ସେ କରି ନାହାନ୍ତି ଆଜି ଯାଏ । କେବେ ଛନ୍ଦାର ଦେହକୁ ନେଇ ଟୀକା ଟିପ୍ପଣୀ ଦେଇ ନାହାନ୍ତି । କିମ୍ୱା ଭାବୁକ ଅଥବା ପୁରୁଷର ଦୃଷ୍ଟି ନେଇ ନିରୀକ୍ଷଣ କରିନାହାନ୍ତି ଛନ୍ଦାକୁ । ତେବେ ରାତିରେ ବିଛଣାକୁ ଯିବା ପରେ ଯାହା ହୁଏ ତାହା ଆକର୍ଷଣ ଯୋଗୁଁ ନୁହେଁ ବରଂ ଆବଶ୍ୟକତା ହେତୁ ହୋଇଥାଏ । ଦେହରେ ଦେହ ବାଜିଲେ ବି ସେ ପାଲଟି ଯାଇଥାଆନ୍ତି ପଥର । ଅନ୍ଧାରର ଆହ୍ୱାନ ନୁହେଁ ବରଂ ଦେହର ଆଦେଶରେ ଛନ୍ଦାକୁ ଉଣ୍ଡାଳନ୍ତି ସେ କେବେ କେବେ । ଉଭୟଙ୍କ ବୈବାହିକ ଜୀବନର ପ୍ରେମ, ଭଲ ପାଇବା ବାସିବିଛଣା ଟପି କେବେ ଦୁଆରବନ୍ଧ ଯାଏ ବି ଆସିନି । ବର୍ଷା ହେଲେ ସିତମ୍ କେତେ କବିତା ଲେଖିଯାଆନ୍ତି ଛନ୍ଦାର ରୂପକୁ ନେଇ । ଛନ୍ଦାର ସୌନ୍ଦର୍ଯ୍ୟକୁ ନେଇ କେତେ କଥା କହନ୍ତି । ପୁଣି ପ୍ରଶଂସାରେ ପୋତି ପକାନ୍ତି ସୁନ୍ଦରୀ ଛନ୍ଦାକୁ । ଛନ୍ଦା ଚାହେଁ ସନ୍ତୋଷ ବି ସେମିତି କିଛି କରନ୍ତୁ । ତାହା ସହ ଦୁଷ୍ଟାମି କରନ୍ତୁ । ପଛପଟୁ କୁଣ୍ଢେଇ ଧରି ବେକରେ ଗାଲରେ ଚୁମା ଦିଅନ୍ତୁ । ବେଳ ଅବେଳରେ ପ୍ରେମ କରି ତାକୁ ଅସ୍ତବ୍ୟସ୍ତ କରି ପକାନ୍ତୁ । ଅଫିସରୁ ଫେରି କଫି ପୂର୍ବରୁ ତା' ଗୋଲାପି ଓଠକୁ ଅନ୍ତତଃ ଥରଟିଏ ଛୁଇଁ ଯାଆନ୍ତୁ । ତା' ଇଚ୍ଛା ବିରୁଦ୍ଧରେ ଯାଇ ତା ଦେହକୁ ଖିନଭିନ୍ କରିଦିଅନ୍ତୁ । ଖୋଲା ଚୁଟିରେ ମୁହଁ ଲୁଚେଇ କେଉଁ ସାମ୍ପୁରେ ଚୁଟି ଧୋଇଛ ବୋଲି ପଚାରନ୍ତୁ । ଏ ଶୀତଦିନିଆ ବର୍ଷାରେ ଭିଜିବା ପାଇଁ ତାକୁ ଆହ୍ୱାନ କରନ୍ତୁ । କିନ୍ତୁ ଏ ସବୁ ହୁଏନି । କିଛି ବି ହୁଏନି । କେବେ ବୁଲିପଡ଼ି ଛନ୍ଦାକୁ ଚାହାନ୍ତିନି ସନ୍ତୋଷ । ନାରୀ ପାଇଁ ତା' ସୌନ୍ଦର୍ଯ୍ୟକୁ ଉପେକ୍ଷା କରିବାର କଷ୍ଟଠାରୁ ଆଉ ଅଧିକ କଷ୍ଟଦାୟକ ଘଟମା କିଛି ହୋଇ ନପାରେ । ଠିକ୍ ଯେମିତି ନାରୀ ତା ସୌନ୍ଦର୍ଯ୍ୟର ପ୍ରଶଂସା ଶୁଣିଲେ ଦୁନିଆଁର ସବୁ ଦୁଃଖ ଭୁଲି ଯାଏ । ଖାଦ୍ୟ ବିନା ହୁଏତ ନାରୀ କିଛି ଦିନ ବଞ୍ଚିପାରେ । କିନ୍ତୁ ଉପେକ୍ଷିତ ହୋଇ ନାରୀଟିଏ ଗୋଟେ କ୍ଷଣ ବି ବଞ୍ଚିପାରେନି । ସନ୍ତୋଷ କିନ୍ତୁ ଏସବୁ ବୁଝୁନଥିଲେ । ଛନ୍ଦା ରାତି ଦିନ ଛଟପଟ ହେଉଥିଲା । ଦେହର ଆବେଦନ ପାଖରେ ବାରମ୍ୱାର ହାରି ଯାଉଥିଲା । ସନ୍ତୋଷର ନିକଟତର ହେବା ପାଇଁ ଅହରହ ପ୍ରୟାସ କରୁଥିଲା । ଷ୍ଟଡ଼ିରୁମ୍ କବାଟ ଠେଲି ଭିତରକୁ ଅଧା ଚାହିଁ ସନ୍ତୋଷଙ୍କୁ ପ୍ରଶ୍ନ କଲା ଛନ୍ଦା- ତମ ପାଇଁ ଟିକେ ମ୍ୟାଗି କରିଦେବି । ଲ୍ୟାପ୍ଟପ୍ ଉପରୁ ମୁହଁ ଫେରାଇ ଛନ୍ଦାକୁ ଚାହିଁଲେ ସନ୍ତୋଷ, ଜଣେ ଅପରିଚିତ ମଣିଷକୁ ପ୍ରଥମ କରି ଦେଖିବା ପରି । ନା ଥାଉ । ମୁଁ ଏକାଥରେ ଡିନର୍ କରିବି । ତୁମେ ଯାଅ । କିଛି ଦରକାର ହେଲେ ଡାକିବି । ଛନ୍ଦା ଫେରି ଆସିଲା । ବର୍ଷା ସେମିତି ହେଉଥାଏ । ଥଣ୍ଡା ପବନକୁ ଆଉ ଅଧିକ ମନମାନି କରିବା ପାଇଁ ସୁଯୋଗ ନ ଦେଇ ଝର୍କା କବାଟ ସବୁ ବନ୍ଦ୍ କଲା ଛନ୍ଦା । ତାକୁ ଲାଗୁଥିଲା ସତେ ଯେମିତି ତା'ର ଅତୀତ ଅନ୍ଧାର ଭିତରୁ ତାକୁ ବିକଳ ହୋଇ ଚାହିଁଛି । ଆହ୍ୱାନ କରୁଛି ବର୍ଷାରେ ଭିଜିବା ପାଇଁ । ନିଜ ପ୍ରିୟ ପୁରୁଷର ହାତ ଧରି ବର୍ଷା ସହ ପାଦରେ ପାଦ ମିଶାଇବା ପାଇଁ । ହଜି ଯିବା ପାଇଁ ଅନ୍ଧାର ଭିତରେ । ଏଇ ଶୀତଦିନିଆ ଅମାନିଆ ବର୍ଷା ଭିତରେ । କିନ୍ତୁ ସବୁ ଥିଲା ନିରର୍ଥକ । ଶଙ୍ଖା, ସିନ୍ଦୂର ବେଡ଼ି ହୋଇ ତାକୁ ବାନ୍ଧି ଦେଇଥିଲେ ଗୋଟେ ଅପରିଚିତ ସହରର କେଉଁ ଏକ ଅଜଣା ଉପଗଳିରେ ଥିବା ମୁକ୍ତାକାଶ ବନ୍ଦୀଶାଳାରେ । ବର୍ଷାକୁ ଆଉ ଥରେ ପାଖରୁ ଦେଖିବାର ମୋହ ଛାଡ଼ି ନ ପାରି ଛନ୍ଦା ଚାଲିଗଲା ବାଲ୍କୋନିକୁ । ଟିକେ ଟିକେ ଛିଟିକି ପଡୁଥିବା ବର୍ଷାପାଣିକୁ ନିଜ ଦେହ ଉପରେ ଖେଳିବାର ସୁଯୋଗ ଦେବା ପାଇଁ ବାଲ୍କୋନିରେ ଛିଡ଼ାହେଲା ସେ । ବର୍ଷାକୁ ଚାହିଁରହିଲା ଏକଲୟରେ । କି ଆଶ୍ଚର୍ଯ୍ୟ ସତରେ ଏ ଶୀତ ଦିନିଆ ବର୍ଷା ! କେତେବେଳେ କେମିତି ଆସିବ କିଛି ଠିକଣା ନ ଥାଏ । ଯଦି ଆସେ ତେବେ ବର୍ଷିବ ବୋଲି କିଛି ମାନେ ନଥାଏ । ଖାଲି ଯାହା ଦୂରରେ ରହି ଛଟପଟ କରେ । ବିଲ୍କୁଲ୍ ସନ୍ତୋଷଙ୍କ ପରି । ଛନ୍ଦା ଧୀରେ ଧୀରେ ବର୍ଷାମନସ୍କ ହୋଇ ଉଠୁଥିବା ବେଳେ ପଛରୁ ଡାକ ଶୁଭିଲା- ମୁଁ କିଛି ଖାଇବିନି । ତା'ପରେ ଧଡ୍ କରି ବେଡ୍ରୁମ୍ର କବାଟ ବନ୍ଦ୍ ହେବାର ଶବ୍ଦ ଶୁଭିଲା । ପରେ ପରେ ଲିଭିଗଲା ବେଡ୍ରୁମ୍ର ଲାଇଟ୍ । ଛନ୍ଦା କବାଟରୁ ମୁହଁ ଫେରାଇ ବର୍ଷାମୁହାଁ ହେଲା । ବର୍ଷାକୁ ଚାହିଁଲା । ବର୍ଷା ଭିତରେ ଖୋଜିଲା ନିଜ ଅତୀତକୁ । ପୁରୁଣା ଦିନର ସବୁ ସମ୍ପର୍କକୁ । ସ୍ମୃତିକୁ ଛନ୍ଦା ଆଖିରୁ ଅଜଣା ଲୁହ ବୁନ୍ଦାଏ ଜକେଇ ଆସି ବର୍ଷାକୁ ଡେଇଁ ପଡ଼ିବାକୁ ଉଦ୍ୟତ ହେଉଥିବା ବେଳେ ନିଜ ଲୁଗା କାନିରେ ତାକୁ ବନ୍ଦୀ କରିଦେବାରେ ସଫଳ ହେଲା ସେ ।
<urn:uuid:4232b6fa-b58c-43c2-871f-2301d7e26388>
CC-MAIN-2018-43
http://www.ameodia.com/odia-kathaa/odia-story/odia-story-sheeta-raatira-barshaa-matrudatta-mohanty/
2018-10-19T18:36:49Z
s3://commoncrawl/crawl-data/CC-MAIN-2018-43/segments/1539583512421.5/warc/CC-MAIN-20181019170918-20181019192418-00461.warc.gz
ory
1
Orya
8
{"ory_Orya_score": 1.0000004768371582}
ନୂଆଦିଲ୍ଲୀ: ଆମେରିକା ଏବଂ ସାରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଥିବା ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ୍ ଜୋଙ୍ଗ ଉନ୍ ସମୟ କାଢି ପିୟୋଙ୍ଗ୍ୟାଗଠାରେ ଏକ ପ୍ରସାଧନ ସାମଗ୍ରୀ କାରଖାନା ପରିଦର୍ଶନ କରିଛନ୍ତି । କିମ୍ ତାଙ୍କର ପତ୍ନୀ ଜି-ସୋଲ ଜୁଙ୍କ ସହ ନିକଟରେ ତିଆରି କରାଯାଇଥିବା କାରଖାନା ବୁଲିଥିବା କଥା ଜଣାପଡିଛି । ସବୁବେଳେ ଗଣମାଧ୍ୟମ ଠାରୁ ଦୂରତ୍ୱ ରଖିଥିବା କିମଙ୍କ ପତ୍ନୀଙ୍କୁ ଏହି ସମୟରେ ଦେଖିବାକୁ ମିଳିଥିଲା । ୧୪ ବର୍ଷ ତଳେ ଏଭଳି ଠିକ୍ ତାଙ୍କର ବାପା କିମ ଜୋଙ୍ଗ-ଇଲ୍ ମଧ୍ୟ ଏହି କାରଖାନା ପରିଦର୍ଶନ କରିଥିଲେ । ଏଠାରେ ଉଲ୍ଲେଖନୀୟ ପରମାଣୁ ପରୀକ୍ଷଣକୁ ନେଇ ଆମେରିକା ଓ ଉତ୍ତର କୋରିଆ ଭିତରେ ବିବାଦ ଲାଗି ରହିଛି । ଆମେରିକାର ଅର୍ଥ ବିଭାଗର ମାନବାଧିକାରର ଦୂରୁପଯୋଗ କରାଯାଉଥିବାନେଇ ଗତ ଗୁରୁବାର ଉତ୍ତର କୋରିଆର ୩ ଟି କମ୍ପାନୀ ଓ ୭ ଜଣ ଲୋକଙ୍କ ଉପରେ କଟକଣା ଜାରି କରିଛି । ସେମାନଙ୍କ ଭିତରେ ଉତ୍ତର କୋରିଆର ସେନା ଅଧିକାରୀ ରହିଛନ୍ତି ।
<urn:uuid:16fa87fc-c1cd-412f-a030-80f537319208>
CC-MAIN-2018-43
http://odiaspotnews.in/news-details/17935
2018-10-21T02:01:11Z
s3://commoncrawl/crawl-data/CC-MAIN-2018-43/segments/1539583513548.72/warc/CC-MAIN-20181021010654-20181021032154-00061.warc.gz
ory
0.999992
Orya
5
{"ory_Orya_score": 0.9999920129776001}
ତାଙ୍କର ପିଲାବେଳ ଯାଇଥାଏ । ସାଙ୍ଗସାଥୀମାନେ ବିଦ୍ୟାଳୟର ପରୀକ୍ଷା ବିଷୟରେ ଚିନ୍ତା କରୁଥିଲେ । କିନ୍ତୁ ତାଙ୍କର ମନରେ ଥିଲା ଆଉକିଛି । ଯେଉଁ ବୟସରେ ଖେଳିବା ଓ ବୁଲିବା କଥା ସେ ସମୟରେ ସାଙ୍ଗରେ ଗୀତା ଧରି ଫାଶିପାଇଥିଲେ । ସେ ଆଉ କେହି ନୁହେଁ ଦେଶର ଜଣେ ସ୍ୱାଧୀନତା ସଂଗ୍ରାମୀ ଖୁଦୀରାମ ବୋଷ । ଖୁଦୀରାମ ମାତ୍ର ୧୮ ବର୍ଷ ବୟସରେ ଫାଶୀର ଫନ୍ଧାରେ ଝୁଲିଥିଲେ । ଫାଶୀ ପାଇଲେ ସତ କିନ୍ତୁ ଦେଶ ପାଇଁ ଯେଉଁ ବଳୀ ଦେଇଗଲେ ତାଙ୍କୁ ଏବେବି ସାରା ଦେଶର ଲୋକମାନେ ଝୁରୁଛନ୍ତି । ବଙ୍ଗାଲର ଜୁଲାଏରେ ଏକ ଖାସ ଧୋନି ଲାଗିଥାଏ । ଯାହା ପାଖରେ ଖୁଦିରାମ କିଛି ଲେଖାଲେଖି କରୁଥିଲେ । ସ୍କୁଲ ଓ କଲେଜରେ ପଢିବା ବୟସରେ ଦେଶର ସ୍ୱାଧୀନତା କଥା ଚିନ୍ତା କରୁଥିଲା । ତେବେ ଭାରତର ସ୍ୱାଧିନତା ଲାଗି ଖୁଦିରାମ ବୋଷଙ୍କୁ ଦେଶର ପ୍ରଥମ ବାଳକ ଯିଏକି ଏକେ କମ ବର୍ଷ ବୟସରେ ଦେଶ ଲାଗି ଫାଶିପାଇଥିଲେ ବୋଲି ଇତିହାସ କହେ । ତେବେ ଆଜିର ଦିନରେ ମାତ୍ର ୧୮ ବର୍ଷ ବୟସରେ ଫାଶି ପାଇଥିଲେ । ତେବେ ତାଙ୍କର ମୃତ୍ୟୁ ଦେଶ ଲାଗି ସ୍ୱାଧିନତା ସଂଗ୍ରାମକୁ ଆହୁରି ଉତ୍ତେଜିତ କରିଥିଲା । ୧୮୮୯ ମସିହା ୩ ଡିସେମ୍ବରରେ ପଶ୍ଚିମ ବଙ୍ଗର ମେଦିନାପୁରଠାରେ ଖୁଦିରାମ ଜନ୍ମ ଗ୍ରହଣ କରିଥିଲେ । ତେବେ ସେ ଛୋଟ ଥିବା ବେଳେ ତାଙ୍କର ବାପା ମାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଖୁଦିରାମକୁ ତାଙ୍କ ଭାଇ ଓ ଭଉଣୀ ଲାଳନ ପାଳନ କରିଥିଲେ । ସେ ଜନ୍ମ ହେବା ପରେ ହିଁ ତାଙ୍କର ଦେଶପ୍ରେମ ଜଣାପଡୁଥିଲା । ଛୋଟ ବେଳୁ ହିଁ ଦେଶ ପାଇଁ ଅନେକ କିଛି କରିବେ ବୋଲି ତାଙ୍କର ଇଚ୍ଛା ରହିଥିଲା । ନବମ ଶ୍ରେଣୀରୁ ହିଁ ସେ ପାଠପଢା ଛାଡିଥିଲେ ବୋଲି ଜଣାଯାଏ । ଖୁଦିରାମ ଅନେକ ଥର ଲୋକମାନଙ୍କୁ ଏକତ୍ରିତ କରି କିପରି ଭାବରେ ଦେଶ ସ୍ୱାଧିନତା ପାଇବ ସେନେଇ ଅନେକ ଥର ସଭାସମିତି କରିଛନ୍ତି । ୨୮ ଫେବୃଆରୀ ୧୯୦୬ ରେ ସେ ପ୍ରଥମଥର ଗିରଫ ହୋଇଥିବା ଇତିହାସ କହେ । ତେବେ ପୁଣିଥରେ ତିନିମାସ ପରେ ୧୬ ମାର୍ଚ୍ଚରେ ଖୁଦିରାମ ଗିରଫ ହୋଇଥିଲେ । କିନ୍ତୁ ସେତେବେଳେ ତାଙ୍କର ବୟସ କମ ଥିବାରୁ ତାଙ୍କୁ କେବଳ ଚେତାବନୀ ଦିଆଯାଇ ଜେଲରୁ ମୁକ୍ତି କରାଯାଇଥିଲା । ୧୯୦୭ ମସିହା ଡିସେମ୍ବର ୬ରେ ନାରାୟଣଗଡ ରେଳ ଷ୍ଟେସନରେ ବେମା ବିସ୍ଫୋରୋଣ ହୋଇଥିଲା । ସେହି ସମୟରେ ଖୁଦିରାମ ମଧ୍ୟ ସେହି ଅଞ୍ଚଳରେ ଉପସ୍ଥିତ ଥିଲେ । ଏହି ଘଟଣାରେ ସେତେବେଳେ କଲିକତାର କୋର୍ଟ ବିଚାର କରିଥିଲେ । ତେବେ ପରେ ରେଳ ପାଖରେ ହୋଇଥିବା ବୋମା ବିସ୍ପୋରୋଣ ପରି ୧୯୦୮ ମସିହା ଏପ୍ରିଲ ୩୦ରେ ଏକ ବୋମା ବିସ୍ପୋରୋଣ ହୋଇଥିଲା । ଏହି ଘଟଣାପରେ ଖୁଦିରାମ ଜୋରରେ ଦୈାଡିବାକୁ ଲାଗିଥିଲେ । ପାଖାପାଖି ୨୫ କିଲୋମିଟର ବାଟ ସେ ଅତିକ୍ରମ କରିଥିଲେ । ତେବେ ତାଙ୍କୁ ପୋଲିସ ପୁସା ରୋଡ ଷ୍ଟେସନ ନିକଟରେ ପୋଲିସ ଧରିଥିବାର ସୂଚନା ମିଳେ । ପରେ ତାଙ୍କ ଉପରେ ହତ୍ୟା ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଏ ଆଉ ମାତ୍ର ୫ ଦିନରେ ତାହାର ଫଇସଲା ମଧ୍ୟ ହୋଇଯାଏ । ସେହି ବର୍ଷ ଜୁନ ୮ରେ କୋର୍ଟ ଫାଶି ନିର୍ଦ୍ଦେଶ ଦିଅନ୍ତି ଆଉ ୧୩ ଜୁନରେ ତାଙ୍କୁ ଫାଶୀ ମଧ୍ୟ ହୋଇଯାଏ । ତେଣୁ ଏତେ କମ ବର୍ଷ ବୟସରେ କିପରି ଭାବରେ ସେ ଦେଶପାଇଁ ଜୀବନ ଦେଲେ ତାହା ଆଶ୍ଟର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ।
<urn:uuid:3c0bace8-7412-4db1-8fba-34901706aad9>
CC-MAIN-2018-43
http://kanaknews.com/desh-khudiram-bose-death-anniversary-special/
2018-10-23T14:28:34Z
s3://commoncrawl/crawl-data/CC-MAIN-2018-43/segments/1539583516194.98/warc/CC-MAIN-20181023132213-20181023153713-00381.warc.gz
ory
0.999992
Orya
7
{"ory_Orya_score": 0.9999924898147583}
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ନିଜର ଜମାକାରୀଙ୍କ ଏକମାତ୍ର ଭୁଲ ପାଇଁ ଜରିମାନା ରୂପରେ ପାଖାପାଖି ୩୯କୋଟି ଟଙ୍କାର ଲାଭ କରିଛି। ଷ୍ଟେଟ ବ୍ୟାଙ୍କ ଚେକ୍ରେ ହସ୍ତାକ୍ଷର ମିଳିତ ନହେବାରୁ ଗ୍ରାହକଙ୍କ ଠାରୁ ଗତ ୪୦ମାସ ହେବ ୩୯କୋଟି ଟଙ୍କାର ଜରିମାନା ଆକାରରେ ହାସଲ କରାଯାଇଛି। ପ୍ରକାଶିତ ସୂଚନା ମୁତାବକ, ଗତ ୪୦ମାସ ଭିତରେ ୨୪ଲକ୍ଷ ୭୧ହଜାର ୫୪୪ ଚେକ୍ରେ ସିଗନେଚର ନମିଶିବା ହେତୁ ଫେରାଇ ଦିଆଯାଇଥିଲା। ଏହି ତଥ୍ୟର ଖୁଲାସା ଏକ ଆରଟିଆଇ ଜରିଆରେ କରାଯାଇଛି। ଆରଟିଆଇର କହିବାନୁସାରେ, ଯଦି କୌଣସି ବି ଚେକ୍ ଫେରାଇ ଦିଆଯାଏ ତେବେ ବ୍ୟାଙ୍କ୍ ଗ୍ରାହକଙ୍କଠାରୁ ୧୫୦ଟଙ୍କା ଜରିମାନା ଆକାରରେ ଚାର୍ଜ କାଟି ନେଇଥାଏ। କେବଳ ଏତିକି ନୁହେଁ ବ୍ୟାଙ୍କ ଏହି ମୂଲ୍ୟ ଉପରେ ଜିଏସ୍ଟି ବି ଲାଗୁ କରିଥାଏ। ଏହି ପରି କୌଣସି ଚେକ୍ ଫେରସ୍ତ ହେବାପରେ ଗ୍ରାହକଙ୍କୁ ଠାରୁ ସର୍ବମୋଟ ୧୫୭ଟଙ୍କାର ଚାର୍ଜ ନିଆ ଯାଇଥାଏ। ଏହା ପୂର୍ବରୁ ଗତବର୍ଷ ଜାନୁଆରିରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ପ୍ରକାଶ, ଏସବିଆଇ ଏପ୍ରିଲରୁ ନେଇ ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ଜମାଖାତାରେ ସର୍ବନିମ୍ନ ରାଶି ନରଖିଲେ ଗ୍ରାହକଙ୍କଠାରୁ ୧୭୭୧କୋଟି ଟଙ୍କା ଚାର୍ଜ କାଟି ନେଇଥିଲା।
<urn:uuid:3c76a493-039a-4932-ac07-c8d3c28a775d>
CC-MAIN-2018-43
http://sambad.in/business/state-bank-of-india-earns-39-crore-in-last-40-months-157089/
2018-10-23T14:08:35Z
s3://commoncrawl/crawl-data/CC-MAIN-2018-43/segments/1539583516194.98/warc/CC-MAIN-20181023132213-20181023153713-00381.warc.gz
ory
0.999915
Orya
6
{"ory_Orya_score": 0.9999147653579712}
ଖୋର୍ଧା/ବେଗୁନିଆ: ବୁଧବାର ପୂର୍ବାହ୍ଣରେ ବେଗୁନିଆ ପଞ୍ଚାୟତ କୁଶପଲ୍ଲା ଗାଁ ଖେଳ ପଡ଼ିଆଠାରେ ବିଜେଡିର ଏକ ଗୋଷ୍ଠୀର ପ୍ରତିବାଦ ସଭା ଚାଲିଥିବା ବେଳେ ଅଚାନକ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସେଠାରେ ପହଞ୍ଚିଥିଲେ। ବିଧାୟକଙ୍କୁ ଦେଖି ବିରୋଧୀ ଗୋଷ୍ଠୀ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ। ଚାହୁଁ ଚାହୁଁ ସଭାସ୍ଥଳ ରଣାଙ୍ଗନ ପାଲଟିଥିଲା। ବିଜେଡିିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଏଥିରେ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ବିଧାୟକଙ୍କ ଉପସ୍ଥିତିରେ ବିରୋଧୀ ଗୋଷ୍ଠୀ ତାଙ୍କ କୁଶପୁତ୍ତଳିକା ଦାହ କରିବା ସହ ପାଣି ପାଉଚ୍ ମାଡ଼ କରିଥିଲେ। ଚେୟାର ଓ ଟମାଟୋ ପିଙ୍ଗିଥିଲେ। ଏହି ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତିକୁ ନଜରରେ ରଖି ଗାଁ'ରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଖୋର୍ଧା ଉପଜିଲ୍ଲାପାଳ ସରୋଜ କୁମାର ସାହୁ, ଏସଡିିପିଓ ଯୁଗଳ କିଶୋର ଦାସ, ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡ଼ା, ଖୋର୍ଧା ଟାଉନ ଥାନା ଅଧିକାରୀ ରଂଜିତ କୁମାର ସାହୁ, ବେଗୁନିଆ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି। ପ୍ରକାଶଥାଉକି, ଟିଟୋ ଗ୍ୟାଙ୍ଗ ସହିତ କୁଶପଲ୍ଲା ଗ୍ରାମର ବଟୁ ପାଣି ଓ ନବ ପାଣି ଦୁଇଭାଇ ସାମିଲ ହୋଇ ବାହାର ରାଜ୍ୟକୁ ଗୋରୁ ଚାଲାଣ କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ପୁଲିସ ଉଭୟଙ୍କୁ ଗିରଫ କରିଛି। ତେବେ ଗିରଫ ହୋଇଥିବା ବଟୁ ପାଣିଙ୍କ ସହିତ ବିଭିନ୍ନ ସଭା ସମିତିରେ ବିଧାୟକ ଶ୍ରୀ ଜଗଦ୍ଦେବ ଯୋଗ ଦେଇଥିବାର ଫଟୋ ସୋସିଆଲ ମିଡିିଆରେ ଭାଇରାଲ ହେବା ପରେ ବିଧାୟକଙ୍କ ଟିଟୋ ଲିଙ୍କ ରହିଛି ବୋଲି ବିରୋଧୀ ଗୋଷ୍ଠୀ ଅଭିଯୋଗ କରିଥିଲେ। ଏହାର ପ୍ରତିବାଦରେ ଆଜି ପୂର୍ବାହ୍ଣରେ କୁଶପଲ୍ଲା ଗାଁ ଖେଳ ପଡ଼ିଆଠାରେ ବିଧାୟକ ବିରୋଧୀ ବିଜେଡି ଗୋଷ୍ଠୀର ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ସାରୁଅରୁ ଏକ ବାଇକ ର୍ୟାଲି ବାହାରି କୁଶପଲ୍ଲାଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ଆଇନଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସାରୁଅ, ବାଘମାରୀ ଓ ସିମୋରଠାରେ ୧୪୪ ଧାରା ଜାରି ହୋଇଥିବା ବେଳେ ହଜାର ହଜାର ସଂଖ୍ୟାର ଲୋକେ ବିଭିନ୍ନ ରାସ୍ତା ଦେଇ ସଭାସ୍ଥଳରେ ପହଞ୍ଚିଥିଲେ। ପ୍ରତିବାଦ ସଭା ଚାଲୁଥିବା ସମୟରେ ଅଚାନକ ବିଧାୟକ ଶ୍ରୀ ଜଗଦ୍ଦେବ ତାଙ୍କର ସମର୍ଥକମାନଙ୍କ ସହ ସେଠାରେ ପହଞ୍ଚିଥିଲେ। ଏହାକୁ ନେଇ ବିଧାୟକଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ, କଥା କଟାକଟି ହୋଇଥିଲା। ଫଳରେ ଉତ୍ତ୍ୟକ୍ତ କର୍ମୀମାନେ ବିଧାୟକଙ୍କ ଉପରକୁ ପାଣି ପାଉଚ ମାଡ଼ କରିବା ସହିତ ଚେୟାର ଓ ଟମାଟୋ ପିଙ୍ଗିଥିଲେ। ଉଭୟ ଗୋଷ୍ଠୀ ବାଉଁଶ ଓ ଚେୟାର ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଳେ ଘଟଣାସ୍ଥଳରେ ପୁଲିସ୍ ଫୋର୍ସ ପହଞ୍ଚିଥିଲା। ପୁଲିସକୁ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥିଲେ। ମାତ୍ର ବିଧାୟକ ଶ୍ରୀ ଜଗଦ୍ଦେବ ସେଠାରେ ଉପସ୍ଥିତ ରହି ସଭା କରାଇ ନ ଦେବା ପାଇଁ ଉଦ୍ୟମ କରିଥିଲେ। ତାଙ୍କର ସମର୍ଥକମାନେ ବିରୋଧୀ ଗୋଷ୍ଠୀଙ୍କୁ ଆକ୍ରମଣ କରିବା ସହିତ ଖାଦ୍ୟ ସାମଗ୍ରୀ ଓ ଚେୟାର ଫିଙ୍ଗାଫିଙ୍ଗି କରିଥିଲେ। ଏହିି ଘଟଣାରେ ଭୋଗଡ଼ା ଗ୍ରାମର ଚୈତନ୍ୟ ଜୟସିଂହ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଖବର ଲେଖା ହେଲା ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।
<urn:uuid:c005cf89-9b9d-4eee-8333-dc85535d3faa>
CC-MAIN-2018-43
http://sambad.in/metro/fight-with-2-bjd-gang-203144/
2018-10-17T10:05:40Z
s3://commoncrawl/crawl-data/CC-MAIN-2018-43/segments/1539583511122.49/warc/CC-MAIN-20181017090419-20181017111919-00022.warc.gz
ory
0.999983
Orya
9
{"ory_Orya_score": 0.9999831914901733}
ଦିନେ ଆକବରଙ୍କ ଦରବାରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥାଏ । ଆକବର ବିରବଲଙ୍କୁ ପଚାରିଲେ, 'ମୁଁ ତ' ହେଉଛି ଏକ ମୁସଲ୍ମାନ । ମୁଁ ଆଲ୍ଲାଙ୍କୁ ପ୍ରାର୍ଥନା କରେ । ତୁମେ ଜଣେ ହିନ୍ଦୁ ହୋଇଥିବାରୁ ତୁମ ଧର୍ମ ଅନୁସାରେ ଦେବା ଦେବୀଙ୍କୁ ଉପାସନା କର । ସେହିପରି ଖ୍ରୀଷ୍ଟିଆନମାନେ ଯୀଶୁଖ୍ରୀଷ୍ଟଙ୍କୁ ଉପାସନା କରିଥାଆନ୍ତି । କିନ୍ତୁ ହିନ୍ଦୁମାନଙ୍କର କାହିଁକି ଅନେକ ଦେବା ଦେବୀ ଅଛନ୍ତି?" ଆକବରଙ୍କ କଥା ଶୁଣି ବିରବଲ କହିଲେ – "ମହାରାଜ! ଈଶ୍ୱର ହେଉଛନ୍ତି ଏକ କେବଳ ସେମାନଙ୍କର ନାମ ଅଲଗା ଅଲଗା ।" ଆକବର କିନ୍ତୁ ବିରବଲଙ୍କ କଥାରେ ଏକମତ ହେଲେ ନାହିଁ । ଏହାପରେ ବିରବଲ ପାଖରେ ଠିଆହୋଇଥିବା ଜଣେ କର୍ମଚାରୀଙ୍କୁ କହିଲେ, "ତୁମେ ତୁମର ମୁଣ୍ଡରେ କଣ ପିନ୍ଧିଛ? କର୍ମଚାରୀ ଜଣକ କହିଲା, 'ମୁଁ ଏକ ପଗଡି ବାନ୍ଧିଛି?' ବିରବଲ କହିଲେ ସେହି ପଗଡିକୁ ଖୋଲିଦେଇ ଯଦି ଆମେ ଅଂଟାରେ ବାନ୍ଧିଦେବା ତା'ହେଲେ ତାହାଏକ ଗାମୁଛାର କାମ ଦେବ । ତାକୁ ଯଦି ଆମେ ଅଂଟାରୁ ଖୋଲିଦେଇ ପିନ୍ଧିଦେବା ତା'ହେଲେ ତାକୁ ଆମେ ଧୋତି କହିବା । ମହାରାଜ! ପଗଡି, ଗାମୁଛା ଏବଂ ଧୋତି ସେହି ଏକା କପଡାରୁ ସୃଷ୍ଟି ହେଲା । ଗୋଟିଏ ଜିନିଷ ତାକୁ ଆମେ ଭିନ୍ନ ଭିନ୍ନ ରୂପରେ ପରିଧାନ କରୁଛୁ, ଓ ତା'ର ଭିନ୍ନ ଭିନ୍ନ ନାମକରଣ କରିଛୁ । ସେହିପରି ଜଳ ପ୍ରଥମେ ବାଷ୍ପୀଭୂତ ହୋଇ ମେଘଖଣ୍ଡରେ ପରିଣତ ହୁଏ । ତାହାକୁ ଆମେ ବାଦଲ କହିଥାଉ । ଏହା ଯେତେ ବେଳେ ପୃଥିବୀ ପୃଷ୍ଠରେ ବର୍ଷିଯାଏ ତାହାକୁ ଆମେ ବର୍ଷା କହିଥାଉ । ବର୍ଷା ପାଣି ବୋହିଗଲେ ତାହା ନାଳ, ପୋଖରୀ, ନଦୀ ଇତ୍ୟାଦି ବିଭିନ୍ନ ନାମରେ ନାମିତ ହୋଇଥାଏ । ଯେତେବେଳେ ଏହି ଜଳ ଘନୀଭୂତ ହୁଏ ତାହା ବରଫରେ ପରିଣତ ହୋଇଥାଏ । ତେଣୁ ଏଠାରେ ଜଳ ହେଉଛି ଗୋଟିଏ ଉପାଦାନ । ବାଦଲ, ବର୍ଷା, ନଦୀ, ବରଫ ସବୁ ସେଇ ଜଳକୁ ନେଇ ସୃଷ୍ଟି ହୋଇଥାଏ । ତେଣୁ ଭଗବାନ ଏକ । ବିଭିନ୍ନ ବ୍ୟକ୍ତି ତାଙ୍କୁ ବିଭିନ୍ନ ନାମରେ ଆରାଧନା କରିଥାଆନ୍ତି । ଆକବରଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ବିରବଲ ପୁଣିଥରେ ଆକବରଙ୍କ ହୃଦୟ ଜୟ କରିପାରିଥିଲେ ।
<urn:uuid:4c6cf7e5-927c-4432-835b-74716bbb76ed>
CC-MAIN-2018-43
http://odiagapa.com/%E0%AC%88%E0%AC%B6%E0%AD%8D%E0%AD%B1%E0%AC%B0-%E0%AC%8F%E0%AC%95/
2018-10-18T16:03:44Z
s3://commoncrawl/crawl-data/CC-MAIN-2018-43/segments/1539583511889.43/warc/CC-MAIN-20181018152212-20181018173712-00182.warc.gz
ory
0.999997
Orya
8
{"ory_Orya_score": 0.9999973773956299}
କନକ ବ୍ୟୁରୋ : ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ନରଣଗଡର ପଥର ଶିଳ୍ପୀ । ପୂର୍ବଭଳି ଆଉ ଶୁଭୁନି ଶିଲ୍ପୀର ନିହାଣ ମୁନର ଶବ୍ଦ । ଲାଗୁଛି ଯେମିତି ସ୍ୱରର କଣ୍ଠରୋଧ କରାଯାଉଛି । ନା ଏଥିପାଇଁ ସରକାରଙ୍କ ପ କ୍ଷରୁ କୌଣସି ପଦକ୍ଷେପ ନିଆଯାଉଛି ନା କାରିଗରଙ୍କୁ ଅନୁମତି ମିଳୁଛି । ଫଳରେ ଖୋର୍ଧା ବ୍ଲକ ନରଣଗଡ଼ ପଥର ଶିଳ୍ପ ଏବେ ଦୁର୍ଦ୍ଦିନ ଆଡ଼କୁ ଠେଲି ହୋଇଯାଇଛି। ପଥର ଅଭାବରୁ ନରଣଗଡ଼ର ୫ଶହରୁ ଊର୍ଧ୍ୱ ପଥରଶିଳ୍ପୀଙ୍କ ନିହାଣର ସ୍ୱର ଧୀରେଧୀରେ ନିରବି ଯାଉଛି। ପଥର କାରିଗରୀର ଏନ୍ତୁଡ଼ିଶାଳ କୁହାଯାଉଥିବା ନରଣଗଡ଼ ଗ୍ରାମବାସୀ ଏବେ ଏଇ ବିଷମ ସମସ୍ୟା ସହ ଯୁଝି ହେଉଛନ୍ତି। ପରିବାର କିପରି ପୋଷିବେ, ସେହି ଚିନ୍ତା ଘାରିଛି। ପଥର ଅଭାବରୁ କେତେକ ପଥରଶିଳ୍ପୀ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇ ଅନ୍ୟ କାମଧନ୍ଦା ଅନେଷଣରେ ବାହାରକୁ ଚାଲି ଯାଉଛନ୍ତି। ଏମିତିକି ଅନେକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯିବାକୁ ଗୋଡ଼ ବଢ଼େଇଲେଣି। ହେଲେ ସରକାରଙ୍କୁ ନିଘା ନାହିଁ। ପଥର ଦେହରେ ଜୀବନ୍ୟାସ ଦେଇ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତ ଗଢ଼ିବାଠାରୁ ଆରମ୍ଭ କରି ସୁନ୍ଦର କାରୁକାର୍ୟ୍ୟ ପାଇଁ ନରଣଗଡ଼ର କାହିଁ କେତେକାଳରୁ ନାଁ ରହିଛି। ନିହାଣ ଓ ହାତୁଡ଼ି ଦ୍ଵାରା ପଥରକୁ ଜୀବନ୍ୟାସ ଦେଇ ସେମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଖ୍ୟାତି ଅର୍ଜନ କରିଛନ୍ତି। ନରଣଗଡ଼ ନିକଟ ଭୋଗପୁର, ହାଡ଼ପଦା, କୁରୁମପଡ଼ା ଆଦି ଅଞ୍ଚଳରେ ମଧ୍ୟ ପଥରଶିଳ୍ପୀମାନେ ବାପଅଜା ଅମଳରୁ ଏହି କାମ କରି ପେଟ ପୋଷି ଆସୁଛନ୍ତି। ଏବେ କିନ୍ତୁ ଆଉ ସେମାନେ ପାଖ ପାହାଡ଼ରୁ ବଉଳମାଳିଆ ପଥର ପାଇ ପାରୁ ନାହାନ୍ତି। ମୂର୍ତି ଗଢ଼ିବା ତ ଦୂରର କଥା, ଚନ୍ଦନ ପେଡ଼ିଟିଏ ପାଇଁ ମଧ୍ୟ ପଥର ମିଳୁନାହିଁ। କେତେବେଳେ କେମିତି ପାହାଡ଼ ପାଖରେ ପଡ଼ିଥିବା ପଥର ଖଣ୍ଡେ ଗୋଟାଇ ଆଣି ମୂର୍ତିଟିଏ ଗଢ଼ି ଦେଉଛନ୍ତି ସିନା ଏଥିରେ କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ହୋଇଯାଉ ନାହିଁ।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ନରଣଗଡ଼ର ବଉଳମାଳିଆ ପଥର ପାହାଡ଼ ଖାଣ୍ଡୋଲାଇଟ ଡେକୋରେଟିଭ ଷ୍ଟୋନ ଭାବେ ମାନ୍ୟତା ପାଇବା ପରେ ରାଜ୍ୟ ଖଣି ବିଭାଗ ଏଥିରୁ ପଥର ଉତ୍ତୋଳନ କରିବା ଉପରେ ରୋକ ଲଗାଇଛି। ଗତ ୨୦୧୩-୧୪ ମସିହାରେ ଉତ୍କଳିକାକୁ ଏଠାରୁ ପଥର ଉତ୍ତୋଳନ କରିବା ପାଇଁ ଖଣି ବିଭାଗଠାରୁ ଲାଇସେନସ ମିଳିଥିଲା। ମାତ୍ର ବର୍ଷକ ପରେ ଉତ୍କଳିକାଠାରୁ ଏହି ସୁବିଧା ପ୍ରତ୍ୟାହାର କରି ନିଆଯାଇଛି। ଏବେ ଲାଇସେନସ କାହାକୁ ଦିଆଯାଇନାହିଁ। ସରକାର ଏ ଦିଗରେ କୌଣସି ନୀତିଗତ ନିଷ୍ପତ୍ତି ନେଇ ପାରୁନଥିବାରୁ ପ୍ରାୟ ତିନି ଚାରିବର୍ଷ ହେବ ପଥରଶିଳ୍ପୀମାନେ ବଉଳମାଳିଆ ପଥର ପାଇ ପାରୁନାହାନ୍ତି। ଫଳରେ ପଥର ଶିଳ୍ପକୁ ଆପଣେଇ ନେଇଥିବା ସମ୍ପୃକ୍ତ ଅଞ୍ଚଳର ୫ଶହରୁ ଊର୍ଧ୍ୱ ଶିଳ୍ପୀଙ୍କ ଘରେ ଏବେ ଚୁଲି ଜଳିବା ବି କଷ୍ଟକର ହୋଇପଡ଼ିଛି ବୋଲି ସମାଜସେବୀ ଲିଙ୍ଗରାଜ କୋଦମାସିଂହ କହିଛନ୍ତି। ସରକାର ଯଦି ଏହି ପଥରଶିଳ୍ପୀମାନଙ୍କ ହାତକୁ କାମ ଯୋଗାଇ ଦେବା ପାଇଁ ପଥରର ବ୍ୟବସ୍ଥା ନ କରନ୍ତି, ତେବେ ଏହି ପରିବାରଗୁଡ଼ିକର ଭରଣପୋଷଣ କରିବା କଷ୍ଟକର ହୋଇପଡ଼ିବ। ଏହାସହ ଦାରିଦ୍ର୍ୟ ଓ ଅର୍ଥାଭାବ ଯୋଗୁଁ କୌଣସି ଅଘଟଣ ଘଟିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ। ଏହିପରି ଅଚଳାବସ୍ଥା ଲାଗି ରହିଲେ ଏପରିକି ଶ୍ରୀମନ୍ଦିର କାର୍ୟ୍ୟ ପାଇଁ ମଧ୍ୟ ଏଠାରୁ ପଥର ଖଣ୍ଡିଏ ଯାଇପାରିବ ନାହିଁ ବୋଲି ଶ୍ରୀ କୋଦମାସିଂହ କହିଛନ୍ତି। ତେଣୁ ଖୁବଶୀଘ୍ର ରାଜ୍ୟ ସରକାର ପଥର ଯୋଗାଣର ବ୍ୟବସ୍ଥା କରି ଏହି ପଥରଶିଳ୍ପୀ ପରିବାରଗୁଡ଼ିକୁ ସେମାନଙ୍କ କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
<urn:uuid:32dfa1b1-4bea-4245-ad65-0f498def8e7c>
CC-MAIN-2018-43
http://kanaknews.com/sotne-workers-are-facing-problems-going-to-outside-for-lives/
2018-10-21T03:56:18Z
s3://commoncrawl/crawl-data/CC-MAIN-2018-43/segments/1539583513686.3/warc/CC-MAIN-20181021031444-20181021052944-00502.warc.gz
ory
0.99999
Orya
4
{"ory_Orya_score": 0.9999896287918091}
ବାଲିଅନ୍ତା : ବାଲିଅନ୍ତା ଅଞ୍ଚଳର ସର୍ବ ପୁରାତନ ଭିଙ୍ଗାରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘବର୍ଷ ହେବ ଅବ୍ୟବସ୍ଥା ଜାରି ରହିଛି। ପ୍ରଶାସନିକସ୍ତରରେ ଅବହେଳା, ଦାୟିତ୍ୱରେ ଥିବା ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଆଖପାଖ ୮ଟି ପଞ୍ଚାୟତର ପ୍ରାୟ ୨୦ ହଜାର ଲୋକ ସର୍ବନିମ୍ନ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଆବଶ୍ୟକ ସଂଖ୍ୟକ ଡାକ୍ତର, ଷ୍ଟାଫନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀ ନଥିବାରୁ ଡାକ୍ତରଖାନାରେ ଅଚଳାବସ୍ଥା ଦେଖାଦେଇଛି। ଡାକ୍ତରଖାନା ଓଳିଏ ଖୋଲିଲେ ଓଳିଏ ବନ୍ଦ ରହୁଛି। ଦୀର୍ଘବର୍ଷ ଧରି ସମସ୍ୟା ଲାଗି ରହିଥିବାରୁ ସ୍ୱାସ୍ଥ୍ୟ ସେବା ପାଇଁ ସ୍ଥାନୀୟ ଲୋକ ହନ୍ତସନ୍ତ ହେଉଛନ୍ତି। ଜରୁରୀ ଚିକିତ୍ସା ପାଇଁ ଦୂରରେ ଥିବା ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ବିପଦସଙ୍କୁଳ ଅବସ୍ଥାରେ ଥିବା ଡାକ୍ତର ଓ ଷ୍ଟାଫକ୍ୱାର୍ଟର୍ସ ଯୋଗୁ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନେ ଡାକ୍ତରଖାନା ପରିସରରେ ନରହି ଅନ୍ୟତ୍ର ରହୁଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚୌଧୁରୀ ଦ୍ୱାରିକା ନାଥ ଦାଶ ଡାକ୍ତରଖାନାର ଭିତ୍ତିଭୂମି ଏବଂ ସାମଗ୍ରିକ ବିକାଶ କାର୍ଯ୍ୟ ଲାଗି ଜିଲ୍ଲା ଦପ୍ତରରେ ଅନେକଥର ଅଭିଯୋଗ କରିଥିଲେ ମଧ୍ୟ ଏଯାଏ କିଛି ଫଳ ମିଳିନି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକ ଏବେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନାଯାଗ୍ୟ ୧୯୩୬ରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା। ବର୍ତମାନ ଡାକ୍ତରଖାନରେ ଜଣେ ଆସିଷ୍ଟାଣ୍ଟ ସର୍ଜନଙ୍କ ସମେତ ଜଣେ ଫାର୍ମାସିଷ୍ଟ କାର୍ଯ୍ୟରତ। ଷ୍ଟାଫନର୍ସ ନିଯୁକ୍ତ ହୋଇଥିଲେ ହେଁ ସେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ୟୁଟି କରୁଛନ୍ତି। ଆଟେଣ୍ଡାଣ୍ଟ ପଦବି ଖାଲିପଡ଼ିଥିବା ବେଳେ ଗତ ୪ ମାସ ତଳେ ଚାକିରିରୁ ଅବସର ନେଇଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସ୍ଥାନରେ ଆଉ କେହି ନିଯୁକ୍ତି ନେଇ ନାହାନ୍ତି। ସବୁଠାରୁ ବଡ଼ କଥା ହେଉଛି କାର୍ଯ୍ୟରତ ଡାକ୍ତର କୌଣସି କାରଣରୁ ଅନୁପସ୍ଥିତ ରହିଲେ ଫାର୍ମାସିଷ୍ଟ ଓ ଏଏନ୍ଏମ ଉପରେ ରୋଗୀମାନେ ଭରସା କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ରୋଗୀଙ୍କ ପାଇଁ ଡାକ୍ତରଖାନାକୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଔଷଧପତ୍ର ଓ ସାଲାଇନ କଳାବଜାରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏହି ଡାକ୍ତରଖାନା ଉପରେ ଜିଲ୍ଲା କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସଂପର୍କରେ ଅଧିକ ଜାଣିବା ପାଇଁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରି ନଥିଲା।
<urn:uuid:9034ef3c-941d-4d88-9921-cd45af21fbf5>
CC-MAIN-2018-43
http://sambad.in/metro/vingarpur-primery-hospital-206244/
2018-10-15T13:31:32Z
s3://commoncrawl/crawl-data/CC-MAIN-2018-43/segments/1539583509196.33/warc/CC-MAIN-20181015121848-20181015143348-00031.warc.gz
ory
0.999998
Orya
4
{"ory_Orya_score": 0.9999982118606567}
କନକ ବ୍ୟୁରୋ : ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲା ଦିନକୁ ଦିନ ବିବାଦୀୟ ହେଉଛି । ରିଷି ମହାନ୍ତିଙ୍କ ମୋବାଇଲ ଜବତ କରିଛି କମିସନରେଟ ପୁଲିସ । ଯାଂଚ ପାଇଁ ମୋବାଇଲଟିକୁ କୋଲତାକ ପଠାଯିବ । ସେଂଟ୍ରାଲ ଫରେନସିକ୍ ସାଇନସ୍ ଲାବୋରାଟେରୀରେ ରିଷିଙ୍କ ମୋବାଇଲ ଯାଂଚ କରାଯିବ । ରିଷି ମୃତ୍ୟୁ ମାମଲାରେ ଅଧିକ ତଥ୍ୟ ଏହି ମୋବାଇଲ ଜରିଆରେ ମିଳିବ ବୋଲି ଆଶା କରାଯାଉଛି । ତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ କିଏ କିଏ କଲ କରିଥିଲେ ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ତାଙ୍କ ମୋବାଇଲରେ ଥିଲା କି ନାହିଁ ତାର ମଧ୍ୟ ଖୋଳତାଡ କରାଯିବ । 8th January, 2017 | 2:45 pm You might also like - ୭ ଦିନ କାଳ ବନ୍ଦ ରହିବ ବ୍ୟାଙ୍କ । ଏଟିଏମରୁ ବି ମିଳିନପାରେ ଟଙ୍କା - ଏଚଆଇଭିକୁ ରୋକିବାରେ ସହାୟକ ହେଉଛି ଏକ ନୀଳ ରଙ୍ଗର ବଟିକା ! ଜାଣନ୍ତୁ ଔଷଧର ନାଁ ଓ ତା'ର ଦାମ୍ - ଚୋର ଧରିବ ସିମକାର୍ଡ! ବାଇକ ଓ କାରରେ ଲଗାନ୍ତୁ ମୋବାଇଲ ସିମ୍, ଚୋରି ହେବା କ୍ଷଣି ତୁରନ୍ତ ମିଳିବ ସୂଚନା, ଫୋନରେ ଦେଖାଯିବ ଲାଇଭ୍ ଲୋକେସନ - ବ୍ରହ୍ମପୁରରେ ଅଭାବନୀୟ ଘଟଣା । ନିଜ ବେକକୁ ବ୍ଲେଡରେ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ
<urn:uuid:29ffb181-1a7d-4c5b-a8b1-a43025b3900c>
CC-MAIN-2018-43
http://kanaknews.com/in-rishi-murder-case-mobile-seized-by-commissionerate-police/
2018-10-19T08:12:11Z
s3://commoncrawl/crawl-data/CC-MAIN-2018-43/segments/1539583512332.36/warc/CC-MAIN-20181019062113-20181019083613-00511.warc.gz
ory
0.999995
Orya
1
{"ory_Orya_score": 0.9999948740005493}
ବେଙ୍ଗାଲୁରୁ: ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଭାରତ ଏବଂ ଆଇସିସିର ନୂଆ ଟେଷ୍ଟ ମାନ୍ୟତା ପାଇଥିବା ଆଫ୍ଗାନିସ୍ତାନ ମଧ୍ୟରେ ଚାଲିଥିବା ଐତିହାସିକ ପ୍ରଥମ ଟେଷ୍ଟ ମ୍ୟାଚ ର ପ୍ରଥମ ଦିନରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ ଅର୍ଦ୍ଧଶତକ ହାସଲ କରିଛନ୍ତି। ଧାଓ୍ଵନ ୪୮ଟି ବଲ ଖେଳି ଏହି ଅର୍ଦ୍ଧ ଶତକ(୫୧ ରନ) ସଂଗ୍ରହ କରିଛନ୍ତିି। ସୂଚନାଯୋଗ୍ୟ ଯେ ଟସ ଜିଣିବା ପରେ ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ଓ ଶିଖର ଧାଓ୍ଵନ ଭାରତ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ମୁରଲୀ ବିଜୟ ଅତ୍ୟନ୍ତ ରକ୍ଷଣାତ୍ମକ ଢ଼ଙ୍ଗରେ ଖେଳୁଥିବା ବେଳେ ଶିଖର ଧାଓ୍ଵନ ଆକ୍ରମଣାତ୍ମକ ଖେଳ ଖେଳି ନିଜ ଅର୍ଦ୍ଧଶତକ ହାସଲ କରିଛନ୍ତି। ଭାରତ ୧୫ ଓଭରସୁଦ୍ଧା କୌଣସି ଓ୍ଵିକେଟ ନ ହରାଇ ୭୫ ରନ୍ ସଂଗ୍ରହ କରିଛି।
<urn:uuid:b9e890ff-d983-4dd7-b36c-ef13b496270d>
CC-MAIN-2018-43
http://sambad.in/sports/dhawan-scored-half-century-against-afganistan-158837/
2018-10-20T15:10:11Z
s3://commoncrawl/crawl-data/CC-MAIN-2018-43/segments/1539583512836.0/warc/CC-MAIN-20181020142647-20181020164147-00111.warc.gz
ory
0.999999
Orya
5
{"ory_Orya_score": 0.9999991655349731}
କନକ ବ୍ୟୁରୋ : ବାତ୍ୟା ତିିତଲି ପ୍ରଭାବରେ ଭୁବନେଶ୍ୱର ଦୁଇ ଦିନ ହେଲା ଲାଗି ରହିଛି ପ୍ରବଳ ବର୍ଷା । ଗତକାଲି ଦିନ ତମାମ ବର୍ଷା ଲାଗିରହିଥିଲା । ତେବେ ସନ୍ଧ୍ୟା ପରେ ଏହି ବର୍ଷାର ପରିମାଣ ବଢ଼ିଥିଲା । ଆଜି ସକାଳୁ ସକାଳୁ ମଧ୍ୟ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା । ଯାହାଦ୍ୱାରା କେତେକ ଅଂଚଳରେ ପୁଣି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ଆଂଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗିଛି । ଯାତାୟତ ମୁସକିଲ ହୋଇପଡିଛି । ଆଜି ବି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଆଜି ରାଜଧାନୀରେ କେତେ ପରିମାଣରେ ବର୍ଷା ହେବ ତା ଉପରେ ନଜର ରହିଛି । ସେପଟେ କଟକରେ ମଧ୍ୟ ବର୍ଷା ଲାଗି ରହିଛି । ଗତ ରାତିରୁ ଆରମ୍ଭ ହୋଇଥିବା ବର୍ଷାର ପରିମାଣ ଆଜି ସକାଳେ ଆହୁରି ବଢିଛି । ପ୍ରବଳ ବର୍ଷା ଯୋଗୁଁ ତଳି ଅଂଚଳରେ ପାଣି ପଶିଛି । ଘରେ ଘରେ ପାଣି ପଶି ବାସନକୁସନ ଭସେଇ ନେଉଥିବା ଦୃଶ୍ୟ କଟକରେ ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ କଟକ ତଳି ଅଂଚଳର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ତିତଲି ପ୍ରଭାବରେ ଆଜି ସାରା ରାଜ୍ୟର ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୫ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଦିନ ୧୧ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ୧୫ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳରେ ପ୍ରବଳ ବର୍ଷା ହେବ । ସେହିପରି ଅନୁଗୁଳ ସମ୍ବଲପୁର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କନ୍ଧମାଳ, ସୁନ୍ଦରଗଡ ଓ ଦେବଗଡରେ ଭୀଷଣ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
<urn:uuid:991eb495-904e-4cc3-b0ea-b32dc6f8af70>
CC-MAIN-2018-43
http://kanaknews.com/heavy-rain-in-odisha-10/
2018-10-16T05:46:59Z
s3://commoncrawl/crawl-data/CC-MAIN-2018-43/segments/1539583510019.12/warc/CC-MAIN-20181016051435-20181016072935-00552.warc.gz
ory
0.999988
Orya
4
{"ory_Orya_score": 0.9999881982803345}
ଆପଣ କେଉଁ କେଉଁ ଗୁଣ ପାଇଁ ଚର୍ଚିତ? ଆପଣ ଆପଣଙ୍କ ବାପା ମା'ଙ୍କ ର କେଉଁ ଗୁଣକୁ ଛାଣି ଆଣିଛନ୍ତି, ଏହାର ଉତ୍ତର ଜାଣିବା ପାଇଁ ଫେସବୂକ ଲଗିଂ ବଟନକୁ କ୍ଲିକ କରନ୍ତୁ କିଏ ହେବେ ଆପଣଙ୍କ ଜୀବନସାଥୀ? ଜାଣନ୍ତୁ ଆପଣ କେତେ % ଭଦ୍ର? ପୂର୍ବ ଜନ୍ମରେ ଆପଣଙ୍କ ମୃତ୍ୟୁ କିପରି ହେଇଥିଲା? ଆପଣଙ୍କ ରୋଷଇ ଘର ସହ ସମ୍ପର୍କ କଣ? ଆପଣ ଜୀବନରେ କଣ ଭୁଲ କରିଛନ୍ତି? ଆପଣଙ୍କୁ ଭବିଷ୍ୟତରେ କେଉଁ ସ୍ୱପ୍ନ ରାତିରେ ଶୁଆଇ ଦେବନି? କେଉଁ ପ୍ରଶ୍ନ ଆପଣଙ୍କୁ ବିରକ୍ତି କରାଇଥାଏ ? ଆପଣଙ୍କ ବ୍ୟକ୍ତିତ୍ବ ଆନୁଯାୟୀ କେଉଁ ଯୁଗ ଆପଣଙ୍କ ପାଇ ଶ୍ରେଷ୍ଠ? ଆପଣ ଦେଖିଥିବା କେଉଁ ସ୍ବପ୍ନ ଅପଣଙ୍କ ଭାଗ୍ୟ ବଦଳାଇ ପରେ? View More
<urn:uuid:5374d06a-7ad0-4a0e-a153-70ed0962e4ef>
CC-MAIN-2018-43
https://odia.ezeedigi.com/inherit-from-parents/
2018-10-16T05:18:26Z
s3://commoncrawl/crawl-data/CC-MAIN-2018-43/segments/1539583510019.12/warc/CC-MAIN-20181016051435-20181016072935-00552.warc.gz
ory
1
Orya
1
{"ory_Orya_score": 1.0000003576278687}
କନକ ବ୍ୟୁରୋ : ଯୌନ କେଳେଙ୍କାରୀରେ ଫସିଥିବା 'ଆପ'ର ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାରଙ୍କୁ ଆଜି ପୁଣି କୋର୍ଟରେ ହାଜର କରାଯାଇଛି । ଏହାସହ ତାଙ୍କ ରିମାଣ୍ଡ ଅବଧି ମଧ୍ୟ ବୃଦ୍ଧି ହୋଇଛି । କୋର୍ଟ ଆଉ ୩ ଦିନ ରିମାଣ୍ଡରେ ନେବା ଲାଗି ପୁଲିସକୁ ଅନୁମତି ଦେଇଛନ୍ତି । ଗତକାଲି ଦିଲ୍ଲୀର ରୋହିଣୀ କୋର୍ଟରେ ପୁଲିସ ସନ୍ଦୀପଙ୍କୁ ହାଜର କରି ୧୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ମାତ୍ର କୋର୍ଟ ତାଙ୍କୁ ଦିନିକିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ସନ୍ଦୀପ ତଦନ୍ତରେ ସହଯୋଗ କରୁଥିବାରୁ ଦୀର୍ଘ ଦିନ ରିମାଣ୍ଡ ଅନୁମତି ଦେବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ । 'ଆପ୍'ର ପୂର୍ବତନ ମନ୍ତ୍ରୀ ସନ୍ଦିପ କୁମାର ଜଣେ ମହିଳାଙ୍କ ସହ ଯୌନ ସଂପର୍କ ସ୍ଥାପନ କରୁଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାର ହେବା ପରେ ଏହାକୁ ନେଇ ଦଳରେ ଚାପ ବଢ଼ିଥିଲା ପୀଡ଼ିତା ମହିଳା ସନ୍ଦୀପ କୁମାରଙ୍କ ବିରୋଧରେ ଥାନରେ ଏତଲା ଦେବା ପରେ ସୁଲତାନପୁର ପୁଲିସ ତାଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ସନ୍ଦୀପ କୁମାରଙ୍କ ମନ୍ତ୍ରୀ ପଦ ଯିବା ସହ ଆମ୍ ଆଦମୀ ପାର୍ଟି ତାଙ୍କୁ ଦଳର ପ୍ରଥାମିକ ସଦସ୍ୟ ପଦରୁ ବି ବହିଷ୍କାର କରିଥିଲା ।
<urn:uuid:eabcdb86-7144-40a2-8aac-2bc2f4ac66a3>
CC-MAIN-2018-43
http://kanaknews.com/former-aap-minister-sandeep-kumar-three-days-rimand/
2018-10-17T13:53:38Z
s3://commoncrawl/crawl-data/CC-MAIN-2018-43/segments/1539583511175.9/warc/CC-MAIN-20181017132258-20181017153758-00152.warc.gz
ory
1.000004
Orya
5
{"ory_Orya_score": 1.0000035762786865}
କନକ ବ୍ୟୁରୋ : ଉତ୍ତରପ୍ରଦେଶର ରାଏବରେଲିରେ ଥିବା ଏନଟିପିସିର ଏକ ପ୍ଲାଂଟ ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ବଏଲର ଫାଟିବା ଘଟଣାରେ ଏଯାଏଁ ୨୬ ଜଣଙ୍କର ମୃତ୍ୟୁ ହେଇଛି । ତେବେ ଗତକାଲି ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧିନ ଅବସ୍ଥା ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ମଧ୍ୟ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ରାଏବରେଲି ଓ ଲକ୍ଷ୍ନୌର ଡାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ବ୍ରଏଲରରେ ବିସ୍ଫୋରଣ ହେବା ସହ ନିଆଁ ଲାଗିଯାଇଥିଲା । ଏହି ସମୟରେ ପାଖାପାଖି ୨୦୦ରୁ ଅଧିକ ଲୋକ କାମ କରୁଥିଲେ । ତେବେ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ବଏଲର ବ୍ଲାଷ୍ଟ ନେଇ ଏନଟିପିସି ତଦନ୍ତ ଆରମ୍ଭ କରିଛି ।
<urn:uuid:0d3bd2db-5ec6-442b-8463-977a56e9f694>
CC-MAIN-2018-43
http://kanaknews.com/ntpc-power-plant-explosion-kills-16-leaves-100-injured-in-rae-bareli/
2018-10-17T14:48:12Z
s3://commoncrawl/crawl-data/CC-MAIN-2018-43/segments/1539583511175.9/warc/CC-MAIN-20181017132258-20181017153758-00152.warc.gz
ory
1.000004
Orya
5
{"ory_Orya_score": 1.0000040531158447}
ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନଜରରେ ରଖି ୩୧ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ୧୬୭ଜଣ ଅଧିକ ଡାକ୍ତରଙ୍କୁ ମୁତୟନ କରାଯିବ। ଏହାସହ ୧୬୦ଜଣ ପାରାମେଡିକ୍, ୨୦ଜଣ ଷ୍ଟାଫନର୍ସ, ୧୯୪ଜଣ ଆଟେଣ୍ଡାଣ୍ଟଙ୍କୁ ମିଶାଇ ସମୁଦାୟ ୩୭୪ଜଣଙ୍କୁ ମୁତୟନ କରାଯିବ। ପୁରୀ ସହର ସମେତ ଆଖପାଖ ଅଞ୍ଚଳ ଓ ଜାତୀୟ ରାଜପଥରେ ୭୦ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବାକୁ ନିର୍ଦେଶ ଦିଆଯାଇଛି। ଆଜି ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବଜାୟ ରଖିବା ଓ ଏଥିପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା କିଭଳି ବଜାୟ ରହିବ ସେଥିପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ପୁରୀ ଓ ଅନ୍ୟାନ୍ୟ ସହରରେ ଖୋଲିବାକୁ ଥିବା ୭୦ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟରୁ ସରକାରଙ୍କ ୩୪ଟି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ୩୬ଟି କେନ୍ଦ୍ର ରହିଛି। ଏସବୁ କେନ୍ଦ୍ରରେ ଆବଶ୍ୟକ ଔଷଧ ଓ ଜରୁରୀକାଳୀନ କିଟ୍ ଉପଲବ୍ଧ ରହିବ। ସେହିପରି ୬୮ଟି ଆମ୍ବୁଲାନ୍ସ ନିର୍ଧାରିତ ସ୍ଥାନଗୁଡ଼ିକରେ ମୁତୟନ ହେବେ। ସେଥିରୁ ୩୦ଟି ସରକାରୀ ଆମ୍ବୁଲାନ୍ସ ଓ ୩୮ଟି ବିଭିନ୍ନ ସ୍ୱେଚ୍ଛାସେବୀଙ୍କ ଆମ୍ବୁଲାନ୍ସ ରହିଛି। ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ପାଇଁ ୨ଟି ସ୍ୱତନ୍ତ୍ର ଓ୍ଵାର୍ଡ ବ୍ୟବସ୍ଥା ହୋଇଛି। ୧୫ଟି ହୁଇଲ ଚେୟାର ଓ ୩୦ଟି ଷ୍ଟ୍ରେଚର୍ ମଧ୍ୟ ରଖାଯିବ। ସଦର ମହକୁମା ଡାକ୍ତରଖାନା ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ୮୧ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। 'ନିରାମୟ' ଯୋଜନାରେ ମାଗଣାରେ ରୋଗୀମାନଙ୍କୁ ଔଷଧ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷରେ ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ କାମ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ପାନୀୟ ଜଳ ଓ ଖାଦ୍ୟପଦାର୍ଥ ଯାଞ୍ଚ ଆରମ୍ଭ କରାଯାଇଛି। ସଚିବାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ ମେହେର୍ଦା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଅତରିକ୍ତ ଶାସନ ସଚିବ ହରିବଲ୍ଲଭ ମିଶ୍ର, ଶରତ ମିଶ୍ର, ଯୁଗ୍ମ ଶାସନ ସଚିବ ସୁବାନନ୍ଦ ମହାପାତ୍ର, ଆୟୁଷ ନିର୍ଦେଶକ ଅଶ୍ୱିନୀ ମିଶ୍ର, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି କେ ବ୍ରହ୍ମା, ପରିବାର କଲ୍ୟାଣ ନିର୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦେଶକଙ୍କ ସମେତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ କର୍ମକର୍ତା ଯୋଗ ଦେଇଥିଲେ।
<urn:uuid:bad04adc-e220-46ce-bef9-7efe34e8f15b>
CC-MAIN-2018-43
http://sambad.in/state/31-specialist-doctors-will-be-appointment-in-puri-car-festival-173159/
2018-10-22T17:18:52Z
s3://commoncrawl/crawl-data/CC-MAIN-2018-43/segments/1539583515352.63/warc/CC-MAIN-20181022155502-20181022181002-00232.warc.gz
ory
0.999967
Orya
4
{"ory_Orya_score": 0.9999672174453735}
ଆଣ୍ଡ୍ରଏଡ ସ୍ମାର୍ଟଫୋନର ବ୍ୟବହାର ତ ସମସ୍ତ କରୁଥିବେ ହେଲେ ଏହାର ସୁରକ୍ଷାକୁ ନେଇ ଖୁବ୍ କମ ଲୋକ ହିଁ ସଚେତନ ଥାନ୍ତି । କାରଣ ବର୍ତ୍ତମାନ ପରିସ୍ଥିତିରେ ଯେଭଳି ଭାବରେ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ସେଭଳି ଭାବେ ଏହାର ସୁରକ୍ଷାକୁ ନେଇ ମଧ୍ୟ ବିଭିନ୍ନ ସମୟରେ ଅନେକ ପ୍ରଶ୍ନ ମାନ ସୃଷ୍ଟି ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି ୪ଟି ଗୁରୁତ୍ୱପୂର୍ଣ୍ଣ କୋଡ ସଂପର୍କରେ ଜଣାଇବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଜାଣିପାରିବେ କି ଆପଣ ଫୋନଙ୍କୁ କେହି ଟ୍ରାକ୍ କରୁଛି କି ନାହିଁ । ତେବେ ଆସନ୍ତୁ ଜାଣିବା । କୋଡ : ଡବଲ ହ୍ୟାସ୍ ୪୬୩୬ ଡବଲ ହ୍ୟାସ୍ ଏହି କୋଡ ଜରିଆରେ ଫୋନର ବ୍ୟାଟେରୀ, ୱାଇ-ଫାଇ କନେକ୍ସନ ଟେଷ୍ଟ, ମଡେଲ ନମ୍ବର, ରାମ ସଂପର୍କରେ ସମସ୍ତ ସୂଚନା ମିଳିପାରିଥାଏ । କୋଡ : ଷ୍ଟାର ହ୍ୟାସ୍ ୨୧ ହ୍ୟାସ୍ ଯଦି ଆପଣଙ୍କର ସନ୍ଦେହ ରହିଛି କି କେହି ଆପଣଙ୍କର ମେସେଜ କିମ୍ବା କଲ୍ ଫରୱାର୍ଡ କରୁଛନ୍ତି ତେବେ ଏହି କୋଡ ଜରିଆରେ ଆପଣ ଏସଂପର୍କରେ ସମସ୍ତ ତଥ୍ୟ ଅତି ସହଜରେ ଜାଣିପାରିବେ । କୋଡ: ଷ୍ଟାର ହ୍ୟାଲ୍ ୬୨ ହ୍ୟାସ୍ ଏହି କୋଡରୁ ଜଣାପଡିଥାଏ କି ଆପଣଙ୍କର ଫୋନକୁ ଅନ୍ୟ କୌଣସି ନମ୍ବରରେ ରି-ଫରୱାର୍ଡ କରାଯାଇଛି କି ନାହିଁ । କୋଡ: ଷ୍ଟାର ହ୍ୟାସ୍୦୦୨ ହ୍ୟାସ୍ ଏହି କୋଡ ସହାୟତାରେ ଆପଣ ଫୋନର ସମସ୍ତ କଲ ଫରୱାର୍ଡିଂକୁ ଡି-ଆକ୍ଟିଭେଟ୍ କରିପାରିବେ । ଏହି ଚାରୋଟି କୋଡ ଜରିଆରେ ଆପଣ ଜାଣିବା ପାରିବେ କି କେହି ଆପଣଙ୍କୁ ଆପଣଙ୍କର ଫୋନ ମାଧ୍ୟମରେ ଟ୍ରାକ୍ କରୁଛି କି ନାହିଁ । ଯଦି କରୁଥିବେ ତେବେ ଏହି କୋଡ ସହାୟତାରେ ଆପଣ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ଲିକ୍ ହେବାରୁ ରକ୍ଷା କରିପାରିବେ । ତେବେ ନିଜକୁ ଏଭଳି ପ୍ରକାରର ଘଟଣାରୁ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ସବୁବେଳେ ସଚେତନ ରହିବା । ସୌଜନ୍ୟ: ଦୈନିକ ଜାଗରଣ
<urn:uuid:efc753bf-0a95-417f-ab61-a33c127f5197>
CC-MAIN-2018-43
http://kanaknews.com/special-useful-codes-for-smartphones/
2018-10-19T12:16:26Z
s3://commoncrawl/crawl-data/CC-MAIN-2018-43/segments/1539583512395.23/warc/CC-MAIN-20181019103957-20181019125457-00391.warc.gz
ory
0.999995
Orya
8
{"ory_Orya_score": 0.9999948740005493}
କନକ ବ୍ୟୁରୋ : ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଆସିବ କଡା ନିୟମ । ସରକାର ନୂଆ ଉପଭୋକ୍ତା ସୁରକ୍ଷା ନିୟମ ଉପରେ କାର୍ଯ୍ୟ କରୁଛନ୍ତି । ସବୁ ଦୃଷ୍ଟିରୁ ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିବ । ବିଭ୍ର୍ରାନ୍ତିକର ବିଜ୍ଞାପନ ଜରିଆରେ ଖାଉଟି ମାନଙ୍କୁ ଠକିବାକୁ ଚେଷ୍ଟା କରୁଥିବା କମ୍ପାନୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହିତ ଗ୍ରାହକ ମାନଙ୍କର ଯେଉଁ ସବୁ ଅଭିଯୋଗ ରହିଛି ତାହାକୁ ସଠିକ୍ ସମୟ ଭିତରେ ସମାଧାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ଦିଲ୍ଲୀରେ ଆୟୋଜିତ ଖାଉଟି ସୁରକ୍ଷା ସମ୍ମିଳନୀର ଉଦଘାଟନ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ଜିଏସଟିର ଲାଭ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ଏହାଦ୍ୱାରା ଦରିଦ୍ର ଓ ମଧ୍ୟବର୍ଗର ନାଗରିକ ବିଶେଷ ଉପକୃତ ହେବେ ବୋଲି କହିଛନ୍ତି ମୋଦି । ଜିଏସଟି ଯୋଗୁ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ଓ କ୍ରମେ ଦରଦାମ କମିବ ବୋଲି କହିଛନ୍ତି ମୋଦି ।
<urn:uuid:50c7e3d4-2bcc-4347-9567-cd3524c64ece>
CC-MAIN-2018-43
http://kanaknews.com/street-law-for-misleading-advertisement/
2018-10-22T02:09:13Z
s3://commoncrawl/crawl-data/CC-MAIN-2018-43/segments/1539583514443.85/warc/CC-MAIN-20181022005000-20181022030500-00151.warc.gz
ory
1.000004
Orya
8
{"ory_Orya_score": 1.0000041723251343}
କିଛିଦିନ ଗତ ହୋଇଗଲା । ମରାଠା ରାଜାଙ୍କର ପିତୃଶ୍ରାଦ୍ଧ ଦିବସ ପ୍ରବେଶ । ରାଜା ବହୁତ ରାଜାମାନଙ୍କୁ ପିତୃଶ୍ରାଦ୍ଧ ଦିବସ ଦିନ ନିମନ୍ତ୍ରଣ କଲେ । ନିଜର ପୁତ୍ରମାନଙ୍କୁ ଡକାଇ କହିଲେ ପିତୃଙ୍କର ଶ୍ରାଦ୍ଧଯୋଗୁଁ ମୁଁ ବଡ ଭୋଜି ଆୟୋଜନ କରୁଛି । ତୁମ୍ଭେମାନେ ଯାଇ ବନରୁ ମୃଗମାରି ଆଣ । ପିତାଙ୍କର ଆଦେଶ ପାଇ ପୁତ୍ରମାନେ ସସୈନ୍ୟେ ଘୋର ବନକୁ ମୃଗୟାର୍ଥେ ଗମନ କଲେ । ଜଙ୍ଗଲସାରା ଭ୍ରମି ଭ୍ରମି ଥକି ପଡିଲେ । ମାତ୍ର ଗୋଟିଏ ହେଲେ ମୃଗ ଦେଖିବା ନିମିତ୍ତ ପାଇଲେ ନାହିଁ । ରାଜପୁତ୍ରମାନଙ୍କୁ ଆଶ୍ଚର୍ଯ୍ୟ ପରି ଲାଗିଲା । ରାଜପୁତ୍ରମାନେ ବ୍ୟସ୍ତ ହୋଇ ଫେରୁଥିବା ବେଳେ ଏକ ରାଜପ୍ରାସାଦ ତାଙ୍କର ଦୃଷ୍ଟିରେ ପଡିଲା । ପୁତ୍ରମାନେ ସେ ନଗରକୁ ଯିବାପାଇଁ ଚିନ୍ତା କରନ୍ତେ ବେତାଳମାନେ ତାଙ୍କର ମନକଥା ଜାଣି ବିକ୍ରମାଦିତ୍ୟଙ୍କ ନିକଟରେ ପହଁଚିଲେ, କହିଲେ ରାଜପୁତ୍ରମାନେ ମୃଗ ନପାଇ ଏ ସ୍ଥାନକୁ ଆସୁଅଛନ୍ତି । ବେତାଳଙ୍କଠାରୁ ସନ୍ଦେଶ ପାଇ ବିକ୍ରମାଦିତ୍ୟ ଏକ ସନ୍ନ୍ୟାଶୀ ବେଶ ଧାରଣ କଲେ । ବ୍ୟାଘ୍ରଚର୍ମ ଉପରେ ବସି ମାଳା ଧରି ନାମ ଜପିଲେ । ବେତାଳମାନେ ସେ ପୁରର ଜଗୁଆଳି ହେଲେ । ରାଜପୁତ୍ରମାନେ ଭ୍ରମି ଭ୍ରମି ସେ ନଗର ପାଖରେ ପ୍ରବେଶିଲେ । ପରସ୍ପର କହିଲେ ଆଗରୁ ଏପରି ପୁରତ ଏଠାରେ ନଥିଲା । ଏ ପୁର କାହାର ଆମେ ଜାଣିବା କିପରି । ଏତକ କହି ଅନାଇ ଦିଅନ୍ତେ ଅଡା ଭିତରେ ସମସ୍ତ ପଶୁ ପକ୍ଷୀ ଥିବାର ଦେଖିଲେ ଏବଂ ଜଣେ ତପି ଯୋଗାସନରେ ବସିଥିବାର ମଧ୍ୟ ଦେଖିପାରିଲେ ମାତ୍ର ତପିଙ୍କୁ ଚିହ୍ନିବା ଶକ୍ତି କାହାର । ସମସ୍ତେ ଯତି ନିକଟକୁ ଯାଇ ପ୍ରଣାମ କଲେ । ତପସ୍ୱୀ ଜଣକ ରାଜପୁତ୍ରଙ୍କୁ କଲ୍ୟାଣ କଲେ । ରାଜପୁତ୍ରମାନେ ପ୍ରଶ୍ନକଲେ ହେ ତପି ଗୋସାଇଁ ଆଗରୁ ଆମ୍ଭେତ ତୁମ୍ଭଙ୍କୁ ଏ ସ୍ଥାନରେ ଦେଖି ନଥିଲୁ । ତପି କହିଲେ କିଛିଦିନ ପରେ ଆମ୍ଭେ ଏ ପଶୁମାନଙ୍କୁ ବଳିଦେବୁ । ଏକ ମୁଖକୁ ଆରେକ ଅନାଇ କହିଲେ ଏଡେ ସୁନ୍ଦର ପୁର ଓ ଏତେ ପଶୁପକ୍ଷୀ ଦେଖି ଚକିତ ହୋଇଗଲେ । ରାଜପୁତ୍ରମାନେ ଏ ତପସ୍ୱୀ ସାମାନ୍ୟ ତପସ୍ୱୀ ନୁହଁନ୍ତି । ମୃଗ ବ୍ୟାଘ୍ର ଗଣ୍ଡା ଗୟଳ ଆଦି ପଶୁମାନଙ୍କୁ ଏକାଠି ରଖିଛନ୍ତି । କୁବେର ସମ୍ପଦରୁ ବଳି ସମ୍ପଦ ଏ ତପସ୍ୱୀଙ୍କର । ଏପରି ଚିନ୍ତା କରି ଭାଇମାନେ ତପସ୍ୱୀଙ୍କ ନିକଟରେ କରଯୋଡି ବସିଲେ । ତପସ୍ୱୀଙ୍କୁ କହିଲେ ହେ ମହାଭାଗ ଆସନ୍ତା କାଲି ଆମ୍ଭର ପିତୃଶ୍ରାଦ୍ଧ ହେବ । ଆମ୍ଭର ପିତା ଅନେକ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରିଛନ୍ତି । ଶ୍ରାଦ୍ଧ ନିମିତ୍ତ ମୃଗମାଂସ ଦରକାର । ଆମ୍ଭେ ଶିକାର କରି ମୃଗ ନନେଲେ ଘୋର ଲଜ୍ଜା ପାଇବୁ । ଆମ୍ଭମାନଙ୍କ ଉପରେ ସୁଦୟା କରନ୍ତୁ । ରାଜପୁତ୍ରମାନଙ୍କ ବିନୟ ବଚନ ଶ୍ରବଣ କରି କପଟି ତପସ୍ୱୀ କହିଲେ ମୋର ଦାସତ୍ୱ ସ୍ୱୀକାର କଲେ ମୃଗଟିଏ ଦେବି ନେଇ ପିତୃଶ୍ରାଦ୍ଧ କରିବ । ରାଜପୁତ୍ରମାନେ ଆପଣା ମନମଧ୍ୟରେ ବିଚାର କଲେ ଏଠାରେ ତ କେହି ଜନ ନାହାଁନ୍ତି ଆମ୍ଭେମାନେ ତାଙ୍କର ଦାସତ୍ୱ ସ୍ୱୀକାର କରିବା ଲୋକେ ଜାଣିଲେ ଲଜ୍ଜା ପାଇବା । ମୃଗ ଗୋଟିଏ ନେଇ ନିଜର ବଡିମାର ଟେକ ରଖ ।
<urn:uuid:efcb279c-714d-482e-8610-f9d602c0d15d>
CC-MAIN-2018-43
http://odiagapa.com/%E0%AC%AA%E0%AC%BF%E0%AC%A4%E0%AD%83%E0%AC%99%E0%AD%8D%E0%AC%95%E0%AC%B0-%E0%AC%B6%E0%AD%8D%E0%AC%B0%E0%AC%BE%E0%AC%A6%E0%AD%8D%E0%AC%A7-%E0%AC%AD%E0%AD%8B%E0%AC%9C%E0%AC%BF/
2018-10-17T17:57:09Z
s3://commoncrawl/crawl-data/CC-MAIN-2018-43/segments/1539583511206.38/warc/CC-MAIN-20181017174543-20181017200043-00034.warc.gz
ory
1.000007
Orya
7
{"ory_Orya_score": 1.000006914138794}
ପୁରୀ: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅଶାନ୍ତ ହୋଇ ଉଠିଛି ପୁରୀ ସହର। ଭକ୍ତ, ସେବାୟତ, ଶ୍ରୀଜଗନ୍ନାଥ ।ସନା ପକ୍ଷରୁ ସିଂହଦ୍ୱାରା ସମ୍ମୁଖରେ ପ୍ରଶାସନ ପକ୍ଷରୁ ଲଗାଯାଇଥିିବା ବ୍ୟାରିକେଡ୍କୁ ଭାଙ୍ଗି ଭକ୍ତମାନେ ମନ୍ଦିର ଭିତରକୁ ଧଶେଇ ପଶିଛନ୍ତି। କେବଳ ସେତିକି ନୁହେଁ, ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିିଙ୍କ ଘରେ ପଶି ମଧ୍ୟ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜୁ କରିଛନ୍ତି। ବଡ଼ଦାଣ୍ଡରେ ଭଙ୍ଗାରୁଜା କରିବା ସହିତ ଟ୍ରାଫିକ ପୋଷ୍ଟ ଗୁଡ଼ିକୁ ଭାଙ୍ଗି ଦେଇଛନ୍ତି। ସେହିପରି ଲୋକେ ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟକୁ ଘେରାଉ କରି ରଖିବା ସହିତ ଏହାର ଗେଟ୍କୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି୧। ଘଟରାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ଧୀରେ ଧୀରେ ଅଣାୟତ ଆଡକୁ ଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ପୁଲିସ ମୂତୟନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ର ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ପୁଲିସ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରିବା ଘଟଣାରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବନ୍ଦ ଯୋଗୁଁ ପୁରୀ ସହରର ଦୋକାନବଜାର ବନ୍ଦ ରହିଛି।ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ମନ୍ଦିରର ବ୍ୟାରିକେଡ ଭାଙ୍ଗି ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଶ୍ରୀଜୀଉମାନଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ଏଥିରେ ଭକ୍ତମାନଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
<urn:uuid:3c0c4b2e-4d5f-492c-9289-9cd62cb4d699>
CC-MAIN-2018-43
http://sambad.in/district/puri-unrest-over-dhadi-darsana-at-srimandira-223157/
2018-10-17T18:39:15Z
s3://commoncrawl/crawl-data/CC-MAIN-2018-43/segments/1539583511206.38/warc/CC-MAIN-20181017174543-20181017200043-00034.warc.gz
ory
0.999994
Orya
5
{"ory_Orya_score": 0.9999936819076538}
ଭୁବନେଶ୍ବର: ସ୍ଥାନୀୟ ସହିଦ ନଗର ଇନ୍ଡୋର ହଲ୍ରେ ଚାଲିଥିବା ସାଇ ବ୍ୟାଡ୍ମିଣ୍ଟନ୍ ଏକାଡେମି ପରିସରରେ ମଙ୍ଗଳବାରଠୁ ପୂର୍ବାଞ୍ଚଳ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ବରିଷ୍ଠ ମିଶ୍ରିତ ଦଳୀୟ ବର୍ଗରେ ପଶ୍ଚିମବଙ୍ଗ ୩-୦ରେ ବିହାରକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ବୁଧବାର ସେମିଫାଇନାଲ୍ ପଶ୍ଚିମବଙ୍ଗ-ଉତ୍ତରାଖଣ୍ଡ ଏବଂ ଝାଡ଼ଖଣ୍ଡ-ବିହାର ମଧ୍ୟରେ ଖେଳାଯିବ। କନିଷ୍ଠ ବର୍ଗରେ ଓଡ଼ିଶାକୁ ୧-୩ରେ ହରାଇ ଝାଡ଼ଖଣ୍ଡ ସେମିଫାଇନାଲ୍ରେ ପହଞ୍ଚିଥିଲା। ଏହି ଦଳ ଆସନ୍ତା କାଲି ସେମିଫାଇନାଲ୍ରେ ଉତ୍ତରପ୍ରଦେଶକୁ ଭେଟିବ।
<urn:uuid:9b8c679c-3674-4b8b-913c-f70f650e9243>
CC-MAIN-2018-43
http://sambad.in/sports/east-zone-badminton-started-223043/
2018-10-17T18:14:41Z
s3://commoncrawl/crawl-data/CC-MAIN-2018-43/segments/1539583511206.38/warc/CC-MAIN-20181017174543-20181017200043-00034.warc.gz
ory
0.999967
Orya
3
{"ory_Orya_score": 0.999967098236084}
କନକ ବ୍ୟୁରୋ : ଆଜିି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ମତଦାନ ଚାଲିଥିବା ବେଳେ ୧୧ଟା ସୁଦ୍ଧା ୨୪ ପ୍ରତିଶତ ମତଦାନ ହୋଇଛି । ମତଦାନ କେନ୍ଦ୍ର ଆଗରେ ଭୋଟରଙ୍କ ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୨୨୨ଟି ବିଧାନସଭା ଆସନ ପାଇଁ ୫୬ ହଜାର ୬୯୬ଟି ବୁଥରେ ଇଭିଏମ୍ ଜରିଆରେ ମତଦାନ ଗ୍ରହଣ କରାଯାଉଛି । ପ୍ରାୟ ୫ କୋଟି ଭୋଟର ଏହି ନିର୍ବାଚନରେ ମତଦାନ କରିବେ ବୋଲି ଆଶା କରାଯାଉଛି । ଏଥର ନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ୟେଦ୍ୟୁରପ୍ପା ଦାବି କରିଛନ୍ତି । ୧୫ ତାରିଖରେ ଭୋଟ୍ ଗଣତି ଶେଷ ହେବା ପରେ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ମଧ୍ୟ ଦୃଢୋକ୍ତି କରିଛନ୍ତି ୟେଦ୍ୟୁରପ୍ପା ।
<urn:uuid:68c5bb04-35ac-4ebe-b83f-91759083fb91>
CC-MAIN-2018-43
http://kanaknews.com/karnataka-election-voting-is-on/
2018-10-19T00:27:53Z
s3://commoncrawl/crawl-data/CC-MAIN-2018-43/segments/1539583512161.28/warc/CC-MAIN-20181018235424-20181019020924-00194.warc.gz
ory
0.999997
Orya
6
{"ory_Orya_score": 0.9999969005584717}
ଯିହୋଶୂୟଙ୍କର ପୁସ୍ତକ 7 Oriya Bible: Easy-to-Read Version (ERV-OR) ଆଖନ୍ର ପାପ 7 କିନ୍ତୁ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ୟ ନଷ୍ଟ ସମ୍ବନ୍ଧୀୟ ଆଦେଶ ମାନିଲେ ନାହିଁ। ସେଠାରେ ଜଣେ ଯିହୁଦା ଗୋଷ୍ଠୀୟ ଲୋକ ଥିଲା, ଯାହାର ନାମ ଆଖନ୍। ସେ କର୍ମିର ପୁତ୍ର ଥିଲା ଏବଂ କର୍ମି ଜିମୀର ପୁତ୍ର ଥିଲା। ଯାହା ଧ୍ୱଂସ କରିବାର ଥିଲା, ସେଥିରୁ କିଛି ଆଖନ୍ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କ୍ରୋଧିତ ହେଲେ। 2 ସେମାନେ ଯିରୀହୋକୁ ପରାସ୍ତ କଲାପରେ, ଯିହୋଶୂୟ ଅୟକୁ ଲୋକ ପଠାଇଲେ। ଅୟ ବୈଥେଲ୍ର ପୂର୍ବ ଦିଗସ୍ଥିତ ବୈଥାବନର ପାର୍ଶ୍ୱରେ ଅବସ୍ଥିତ। ଯିହୋଶୂୟ ସେମାନଙ୍କୁ କହିଲେ, "ଅୟକୁ ଯାଅ ଓ ସେଠାରେ ସେମାନଙ୍କର ଦୁର୍ବଳତାକୁ ଅନୁସନ୍ଧାନ କର।" ତେଣୁ ଏଥିରେ ଲୋକମାନେ ଯାଇ ଅୟରେ ଅନୁସନ୍ଧାନ କଲେ। 3 ଏହା ପରେ ଲୋକମାନେ ଯିହୋଶୂୟ ନିକଟକୁ ଫେରି ଆସିଲେ। ସେମାନେ କହିଲେ, "ଅୟ ବହୁତ ଦୁର୍ବଳ, ସେମାନଙ୍କୁ ପରାସ୍ତ କରିବା ପାଇଁ ସମସ୍ତ ଲୋକମାନଙ୍କୁ ପଠାଇବା ନାହିଁ। ସେଠାକୁ ମାତ୍ର ଦୁଇ ତିନି ହଜାର ଲୋକ ଯୁଦ୍ଧ କରିବା ପାଇଁ ପଠାନ୍ତୁ। ସେଠାରେ ସମସ୍ତ ସୈନ୍ୟ ନିୟୋଜିତର ଆବଶ୍ୟକତା ନାହିଁ। ସେଠାରେ ଖୁବ୍ କମ୍ ଲୋକ ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ଅଛନ୍ତି।" 4-5 ତେଣୁ ମାତ୍ର 3000 ସୈନ୍ୟ ଅୟକୁ ଗଲେ। କିନ୍ତୁ ଅୟର ଲୋକମାନେ ଛତିଶ୍ ଜଣ ଇସ୍ରାଏଲୀୟଙ୍କୁ ହତ୍ୟା କଲେ। ତେଣୁ ଇସ୍ରାଏଲୀୟ ସୈନ୍ୟମାନେ ସେହି ସ୍ଥାନରୁ ଦୌଡ଼ି ପଳାଇଲେ। ଅୟର ଲୋକମାନେ ସେମାନଙ୍କର ପଛେ ଗୋଡ଼େଇ ଗୋଡ଼େଇ ଆଣି ଶବାରୀମ ପର୍ଯ୍ୟନ୍ତ ଆଣିଲେ। ତେଣୁ ଇସ୍ରାଏଲୀୟ ଲୋକମାନେ ଭୟଭୀତ ହେଲେ ଓ ସେମାନେ ସାହସ ହରାଇଲେ। 6 ଯେତେବେଳେ ଯିହୋଶୂୟ ଏହା ଶୁଣିଲେ। ସେ ତାଙ୍କର ଦୁଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକୁ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନିକଟରେ ମଥାମାଡ଼ି ଭୂମିରେ ପଡ଼ି ରହିଲେ। ଯିହୋଶୂୟ ଇସ୍ରାଏଲର ନେତୃବର୍ଗଙ୍କ ସହିତ ସେଠାରେ ରହିଲେ, ଯେଉଁମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଃଖ ଜଣାଇ ସେମାନଙ୍କର ମସ୍ତକରେ ଧୂଳି ଫିଙ୍ଗିଲେ। 7 ଯିହୋଶୂୟ କହିଲେ, "ହେ ମୋର ପ୍ରଭୁ, ତୁମ୍ଭେ କାହିଁକି ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର ହେବାକୁ ଦେଲ? କ'ଣ ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ବିନାଶ କରିବାକୁ, ଏହା କଲ? ଆହା ଯଦି ଆମ୍ଭେମାନେ ଯର୍ଦ୍ଦନ ସେପାରିରେ ରହିଥା'ନ୍ତୁ। 8 ହେ ସଦାପ୍ରଭୁ, ଇସ୍ରାଏଲ ଶତ୍ରୁଗଣଙ୍କ ଦ୍ୱାରା ପରାଜିତ ହେବା ପରେ ଆମ୍ଭେ କ'ଣ କରିବୁ? 9 କିଣାନୀୟମାନେ ଓ ଏ ଦେଶ ନିବାସୀ ଅନ୍ୟ ସମସ୍ତେ ଏ ବିଷୟରେ ଶୁଣିବେ। ସେମାନେ ଆମ୍ଭକୁ ଘେରି ଆକ୍ରମଣ କରିବେ ଓ ବିନାଶ ମଧ୍ୟ କରିବେ। ତା'ପରେ ତୁମ୍ଭେ କିପରି ତୁମ୍ଭର ମହାନ ନାମକୁ ରକ୍ଷା କରିବ?" 10 ତେଣୁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, "ତୁମ୍ଭେ କାହିଁକି ଏପରି ଅଧୋମୁଖ ହୋଇ ଭୂମିରେ ପଡ଼ିଅଛ? ଛିଡ଼ା ହୁଅ! 11 ଇସ୍ରାଏଲୀୟ ଲୋକମାନେ ମୋ' ବିରୁଦ୍ଧରେ ପାପ କରିଛନ୍ତି। ମୁଁ ସେମାନଙ୍କୁ ଯେଉଁ ନିୟମ ମାନିବାକୁ ଦେଇଥିଲି, ସେମାନେ ତାହାକୁ ଅମାନ୍ୟ କରିଛନ୍ତି। ସେମାନେ କିଛି ଜିନିଷ ଆଣିଛନ୍ତି, ଯାହାକୁ ମୁଁ ଧ୍ୱଂସ କରିବାକୁ କହିଥିଲି। ସେମାନେ ମୋ'ଠାରୁ ଏହା ଗ୍ଭେରି କରିଛନ୍ତି। ତା'ପରେ ସେମାନେ ଏହାକୁ ଅସ୍ୱୀକାର କଲେ। ଆଉ ସେଗୁଡ଼ିକୁ ନିଜର ସାମଗ୍ରୀ ସହିତ ରଖିଲେ। 12 ସେହି କାରଣରୁ ଇସ୍ରାଏଲୀୟମାନେ ପରାସ୍ତ ହୋଇ ଫେରି ଆସିଛନ୍ତି। ସେମାନେ ଅପରାଧ କରିଥିବାରୁ ଓ ଧ୍ୱଂସ କାର୍ଯ୍ୟକୁ ନିନ୍ଦା କରିଥିବାରୁ ସେମାନେ ପରାସ୍ତ ହେଲେ। ତୁମ୍ଭେମାନେ ତୁମ୍ଭମାନଙ୍କ ପାଖରେ ଥିବା ସେହି ଲୁଟ୍ ବସ୍ତୁକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ମୁଁ ତୁମ୍ଭ ସଙ୍ଗରେ ରହି ପାରିବି ନାହିଁ, ଯେଉଁଗୁଡ଼ିକ ଧ୍ୱଂସ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। 13 "ବର୍ତ୍ତମାନ ଯାଅ ଏବଂ ଲୋକମାନଙ୍କୁ ପ୍ରତିଷ୍ଠା କର। ଲୋକମାନଙ୍କୁ କୁହ, 'ନିଜକୁ ପବିତ୍ର କାର୍ଯ୍ୟ ପାଇଁ ପବିତ୍ର କର। ଆସନ୍ତା କାଲି ପାଇଁ ପ୍ରସ୍ତୁତ ହୁଅ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ମୁଁ ନଷ୍ଟ କରିବା ପାଇଁ କହିଥିବା ଲୁଣ୍ଠନ ଦ୍ରବ୍ୟକୁ ତୁମ୍ଭେମାନେ ଅଧିକାର କରିଅଛ। ତୁମ୍ଭେ ସେ ବସ୍ତୁ ନଷ୍ଟ ନ କରିବା ଯାଏ ଶତ୍ରୁମାନଙ୍କ ଉପରେ ଜୟଲାଭ କରି ପାରିବ ନାହିଁ। 14 "'ପ୍ରଭାତରେ ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବ। ସମସ୍ତ ପରିବାରବର୍ଗର ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବେ। ସଦାପ୍ରଭୁ ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରବର୍ଗରୁ ବାଛିବେ। ଏହା ପରେ ସେହି ପରିବାରବର୍ଗଟି ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବ। ସଦାପ୍ରଭୁ ସେହି ପରିବାରବର୍ଗକୁ ଗୋଟିଏ ଗୋଷ୍ଠୀକୁ ବାଛିବେ ଏବଂ ସେମାନେ ସଦାପ୍ରଭୁଙ୍କ ଆଗରେ ଛିଡ଼ା ହେବେ। ତା'ପରେ ସେହି ଗୋଷ୍ଠୀରୁ ସେ ଗୋଟିଏ ପରିବାରକୁ ବାଛିବେ। ତା'ପରେ ସେ ସେହି ପରିବାରର ପ୍ରତ୍ୟେକ ଲୋକଙ୍କୁ ନିରୀକ୍ଷଣ କରିବେ। 15 ଯିଏ ଲୁଣ୍ଠନ ଦ୍ରବ୍ୟ ରଖିବାରେ ଦୋଷୀ ମିଳିବ, ଯେଉଁ ଦ୍ରବ୍ୟଟି ନଷ୍ଟ ହେବାର ଉଚିତ୍ ଥିଲା, ତାହା ନିଆଁରେ ପୋଡ଼ି ପାଉଁଶ କରାଯିବ। ଏବଂ ତା'ର ଅଧୀନରେ ଥିବା ସବୁକିଛିକୁ ପୋଡ଼ି ପାଉଁଶ କରାଯିବ, ଯେହେତୁ ସେ ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା। ଆଉ ମଧ୍ୟ ସେ ଇସ୍ରାଏଲର ଲୋକମାନଙ୍କ ବହୁତ ପାପପୂର୍ଣ୍ଣ କାର୍ଯ୍ୟ କଲା।'" 16 ତା' ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ଇସ୍ରାଏଲର ସମସ୍ତ ଇସ୍ରାଏଲୀୟ ଲୋକମାନଙ୍କ ପରିବାରବର୍ଗ ଅନୁଯାୟୀ ସଦାପ୍ରଭୁଙ୍କ ଆଗକୁ ଆଣିଲେ । ଏବଂ ସଦାପ୍ରଭୁ ସେଥିମଧ୍ୟରୁ ଯିହୁଦା ପରିବାରବର୍ଗକୁ ବାଛିଲେ। 17 ତା'ପରେ ସେ ଯିହୁଦାର ପରିବାରର ପରିବାରବର୍ଗକୁ ଉପସ୍ଥିତ କଲେ। ସେରହ ଗୋଷ୍ଠୀ ପରମେଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ହେଲା। ତା'ପରେ ସେରହ ପରିବାରର ସମସ୍ତ ସଭ୍ୟ ସଦାପ୍ରଭୁଙ୍କ ଆଗରେ ଛିଡ଼ା ହେଲେ। ଜିମିରିର ପରିବାର ବଛାଗଲା। 18 ଏହା ପରେ ଯିହୋଶୂୟ ସେ ପରିବାରର ସମସ୍ତ ମନୁଷ୍ୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବାକୁ କହିଲେ। ସଦାପ୍ରଭୁ କର୍ମିର ପୁତ୍ର ଆଖନ୍କୁ ମନୋନୀତ କଲେ। କାର୍ମି ଜିମିରର ପୁତ୍ର ଥିଲା ଏବଂ ଜିମିରି ସେରହର ପୁତ୍ର ଥିଲା। 19 ତା'ପରେ ଯିହୋଶୂୟ ଆଖନ୍କୁ କହିଲେ, "ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର, ତୁମ୍ଭେ କ'ଣ କରିଛ ମୋତେ କୁହ ସେ କଥା ଲୁଗ୍ଭଅ ନାହିଁ।" 20 ଆଖନ୍ ଉତ୍ତରରେ କହିଲା, "ଏହା ସତ୍ୟ! ମୁଁ ପାପ କରିଛି ସଦାପ୍ରଭୁଙ୍କ ସମ୍ମୁଖରେ। ମୁଁ ଏହିପରି କରିଅଛି। 21 ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ତିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ 200 ଶେକଲ ରୂପା ଓ ଏକ ପାଉଣ୍ତ ଓଜନର ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି। ଏବଂ ସେଗୁଡ଼ିକୁ ମୋ' ତମ୍ବୁ ମଧ୍ୟରେ ପୋତି ଅଛି। ଆଉ ରୂପା କୋଟ୍ ତଳେ ଅଛି।" 22 ଯିହୋଶୂୟ କିଛି ଲୋକଙ୍କୁ ଛାଉଣିକୁ ପଠାଇଲେ। ସେମାନେ ସେଠାକୁ ଦୌଡ଼ିଲେ ଓ ସେଗୁଡ଼ିକ ତମ୍ବୁ ତଳେ ପୋତା ହୋଇ ଥିବାର ଦେଖିଲେ। ରୂପାଗୁଡ଼ିକ କୋଟ୍ ତଳେ ଥିଲା। 23 ଲୋକମାନେ ସେ ସମସ୍ତ ଦ୍ରବ୍ୟକୁ ତମ୍ବୁର ବାହାରକୁ ଆଣିଲେ। ସେମାନେ ସେ ସମସ୍ତ ଦ୍ରବ୍ୟକୁ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କର ସମ୍ମୁଖକୁ ଆଣିଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ଉପସ୍ଥିତିରେ ଥୋଇ ଦେଲେ। 24 ଏହା ପରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେରହର ପୁତ୍ର ଆଖନ୍କୁ ଓ ତା'ର ପୁତ୍ର ଓ କନ୍ୟାମାନଙ୍କୁ ଓ ତା'ର ଗୋରୁଗାଈ, ଗଧ ଓ ମେଣ୍ଢା ଓ ତମ୍ବୁ ସର୍ବସ୍ୱ ଯଥା: ରୂପା, ସୁନା ଓ ବସ୍ତ୍ରକୁ ଆଖୋର ଉପତ୍ୟକାକୁ ଆଣିଲେ। 25 ତା'ପରେ ଯିହୋଶୂୟ କହିଲେ, "ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭ ପାଇଁ ଦୁଃଖ ଆଣିବେ।" ତେଣୁ ଇସ୍ରାଏଲର ସମସ୍ତ ଲୋକ ଆଖନ୍ ଓ ତା'ର ପରିବାରକୁ ପଥର ଫିଙ୍ଗି ହତ୍ୟା କଲେ। ଏହା ପରେ ଲୋକମାନେ ତାକୁ ଓ ସେ ଆଣିଥିବା ସମସ୍ତ ଦ୍ରବ୍ୟକୁ ସେହି ସ୍ଥାନରେ ପୋଡ଼ି ଦେଲେ। 26 ଆଖନ୍କୁ ପୋଡ଼ି ସାରିବା ପରେ ତାହାକୁ ପଥରରେ ପୋତି ଦେଲେ, ସେହି ପଥର ଗଦା ଆଜି ପର୍ଯ୍ୟନ୍ତ ସେଠାରେ ଅଛି। ଯେହେତୁ ସଦାପ୍ରଭୁ ଆଖନ୍କୁ ସେଠାରେ ଏପରି ଦୁଃଖ ଦେଲେ, ସେଥିପାଇଁ ସେହି ସ୍ଥାନ ଆଜି ପର୍ଯ୍ୟନ୍ତ ଆଖୋର ଉପତ୍ୟକା [a] ନାମରେ ପରିଚିତ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କ ଉପରୁ କ୍ରୋଧରୁ ନିବୃତ୍ତ ହୋଇ ଶାନ୍ତ ହେଲେ। Footnotes:
<urn:uuid:dcab2079-1194-4d59-8692-699d83c6fd1f>
CC-MAIN-2018-43
https://www.biblegateway.com/passage/?search=%E0%AC%AF%E0%AC%BF%E0%AC%B9%E0%AD%8B%E0%AC%B6%E0%AD%82%E0%AD%9F%E0%AC%99%E0%AD%8D%E0%AC%95%E0%AC%B0%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+7&version=ERV-OR
2018-10-19T01:04:22Z
s3://commoncrawl/crawl-data/CC-MAIN-2018-43/segments/1539583512161.28/warc/CC-MAIN-20181018235424-20181019020924-00194.warc.gz
ory
1.000004
Orya
16
{"ory_Orya_score": 1.0000042915344238}
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ନିଲାମ ହେବ ରୋଜଭ୍ୟାଲି ସଂପତି । ଦିନ ୧୧ଟାରୁ ୩ଟା ମଧ୍ୟରେ ହେବ ଇ-ନିଲାମ । ଏଥିପାଇଁ ଗତ ୧୧ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବାଲେଶ୍ୱର ନୀଳଗିରିଠାରେ ଥିବା କମ୍ପାନିର ୪୫ ଡେସିମିଲ ଜମି ଓ ଭୁବନେଶ୍ୱର ଉପକଂଠ ପାହାଳରେ ଥିବା ୪ଟି ଫ୍ଲାଟ ନିଲାମ ହେବ । ଏ ସଂପତିର ମୂଲ୍ୟ ୪ କୋଟିରୁ ଅଧିକ ହେବ । ଚିଟଫଣ୍ଡ କମ୍ପାନି ରାଜ୍ୟବାସୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି । ୨୦୧୫ ଫେବ୍ରୁଆରୀରେ ରୋଜଭ୍ୟାଲି କମ୍ପାନିର ସମସ୍ତ ସ୍ଥାବର ଅସ୍ଥାବର ସଂପତି ବାଜ୍ୟାପ୍ତ କରିବାକୁ ନିର୍ଦେଶ ଦେଇଥିଲେ ସ୍ୱତନ୍ତ୍ର କୋର୍ଟ । ତେବେ କୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ପକ୍ଷରୁ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ମେ ୪ ତାରିଖରେ ପ୍ରଥମ ଇ-ନିଲାମ ଡକାଯାଇଥିବାବେଳେ କେହି ଜଣେହେଲେ ଏଥିରେ ଅଂଶଗ୍ରହଣ କରିନଥିଲେ । ସେଥିଲାଗି ଆଜି ପୁଣି ଦ୍ୱିତୀୟଥର ଲାଗି ଇ-ନିଲାମ କରାଯାଉଛି । 31st May, 2016 | 4:40 am You might also like - ୱେଷ୍ଟଇଣ୍ଡିଜର ଦମଦାର ବ୍ୟାଟିଂ ! ଭାରତ ଆଗରେ ୩୨୩ ରନର ବିଜୟଲକ୍ଷ୍ୟ । - ମାଙ୍କଡ ପାଇଁ ଚାଲିଗଲା ବୃଦ୍ଧଙ୍କ ଜୀବନ ! ମାଙ୍କଡ ନା'ରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । - କେନାଲରୁ ଉଦ୍ଧାର ହେଲା ୮ ଫୁଟର ଅଜଗର । ମୁହଁରେ ବନ୍ଧା ହୋଇଥିଲା ସେଲୋଟେପ୍, ଚୋରା ଚାଲାଣ ହେଉଥିବା ସନ୍ଦେହ । - କୌନ ବନେଗା କରୋଡପତିରେ ଓଡି଼ଆ ଯୁବକଙ୍କ କମାଲ ! ଅମିତାଭଙ୍କ ସହ ହଟ୍ ସିଟରେ ବସିଲେ ରବି କୁମାର, ଜିତିଲେ ୨୫ଲକ୍ଷ ପୁରସ୍କାର ।
<urn:uuid:720795b0-3cae-4b49-9b7c-d02449e6ee6d>
CC-MAIN-2018-43
http://kanaknews.com/rose-vally-chit-fund/
2018-10-21T12:21:51Z
s3://commoncrawl/crawl-data/CC-MAIN-2018-43/segments/1539583514005.65/warc/CC-MAIN-20181021115035-20181021140535-00514.warc.gz
ory
1.000001
Orya
1
{"ory_Orya_score": 1.0000009536743164}
କନକ ବ୍ୟୁରୋ : ବିଦ୍ୟାଳୟ ପରିଶ୍ରାଗାରରୁ ମିଳିଲା ପ୍ରଶ୍ନପତ୍ରର ନକଲ । ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନରେ ଆଜି ଇଂରାଜୀ ପରୀକ୍ଷା ଚାଲିଥିବା ବେଳେ ସ୍କୁଲରୁ ମିଳିଛି ପ୍ରଶ୍ନପତ୍ରର ନକଲ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଜନତା ହାଇସ୍କୁଲରେ ଜଣେ ଛାତ୍ର ପରିଶ୍ରାଗାରରୁ ଇଂରାଜୀ ପ୍ରଶ୍ନପତ୍ରର ନକଲ ପାଇଛନ୍ତି । ତେବେ ଏହି ପ୍ରଶ୍ନପତ୍ର ନକଲରେ ବୋର୍ଡର କ୍ରମିକ ସଂଖ୍ୟା ନଥିବା ଜଣାପଡିଛି । ଆଜି ଇଂରାଜୀ ପରୀକ୍ଷା ଚାଲୁଥିବା ସମୟରେ ତାର ନକଲ ମିଳିବାକୁ ନେଇ ସନ୍ଦେହ ଦେଖାଦେଇଛି । ପ୍ରଶ୍ନପତ୍ର ପୂର୍ବରୁ ଲିକ୍ ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଛାତ୍ର ଜଣକ ଏହି ନକଲ ପ୍ରଶ୍ନପତ୍ର ପାଇବା ପରେ ଏହାକୁ ଇନଭିଜିଲେଟରଙ୍କୁ ଦେଇଥିଲେ ପରେ ସେ ଏହାକୁ ସେଂଟର ସୁପରିଟେଣ୍ଡେଂଟକୁ ହସ୍ତାନ୍ତର କରିଛନ୍ତି । ତେବେ ଅସାଧୁ କର୍ମଚାରୀଙ୍କ ରାକେଟ୍ କାମ କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏପରି ଘଟଣା ଦ୍ୱାରା ଛାତ୍ରଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି । ତେବେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅପରପକ୍ଷରେ ଡିପିସି ଓ ଡେପୁଟି ସୁପରିଟେଷଣ୍ଡେଂଟଙ୍କ ସହ ଆଲୋଚନା କରିଛନ୍ତି ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ । ତଦନ୍ତ ଶେଷ ହେବା ପରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।
<urn:uuid:33a40a6e-b1c5-47ee-8db9-366fdb257b51>
CC-MAIN-2018-43
http://kanaknews.com/bolangir-matric-question-paper-found-form-washroom/
2018-10-15T20:01:39Z
s3://commoncrawl/crawl-data/CC-MAIN-2018-43/segments/1539583509690.35/warc/CC-MAIN-20181015184452-20181015205952-00351.warc.gz
ory
1.000005
Orya
4
{"ory_Orya_score": 1.0000053644180298}
କନକ ବ୍ୟୁରୋ : ବିମୁଦ୍ରାକରଣ ଘୋଷଣାକୁ ୫୦ ଦିନ ପୁରିଲାଣି । ସରିଛି ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଡେଡଲାଇନ୍ । ହେଲେ ସ୍ଥିତି ସୁଧୁରିବା ବଦଳରେ ସଙ୍ଗୀନ ହୋଇପଡିଛି । ମାନ୍ଦା ପଡିଛି ବ୍ୟବସାୟ । ପ୍ରଭାବିତ ହୋଇଛନ୍ତି ବେପାରୀ । ଚାରିଆଡେ ଟଙ୍କା ଉଠାଣ କଟକଣା ଓ ଖୁଚୁରା ଟଙ୍କାର ସଙ୍କଟ । ବିମୁଦ୍ରାକରଣ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ପାନଚାଷୀ । ବଜାରରେ ଖୁଚୁରା ଟଙ୍କାର ଅଭାବ । ଏଟିଏମରୁ ବାହାରୁଛି ୨ ହଜାରର ନୋଟ୍ । ଫଳରେ ଚାଷୀଙ୍କୁ ପାନର ଉଚିତ ମୂଲ୍ୟ ମିଳୁନି କି ଅଧିକ ପାନପତ୍ର ବିକ୍ରି ହେଉନି । ପାନ ବରଜଟିଏ ପାଇଁ ଚାଷୀ ଖର୍ଚ୍ଚ କରୁଛନ୍ତି ୭୦ ହଜାର ଟଙ୍କା । ହେଲେ ଏବେ ଦେଖାଦେଇଛି ଅଭାବୀ ବିକ୍ରି । ଅନ୍ୟପଟେ ମୋଦି ସରକାରଙ୍କର ବିମୁଦ୍ରାକରଣ ଘୋଷଣା ପରେ ଏବେ ଛତୁଆ ପ୍ରକଳ୍ପ ବନ୍ଦ ହେବା ଉପରେ । ରାଜ୍ୟ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ପୁରୀ ଜିଲ୍ଲା ଅସ୍ତରଂଗ ବ୍ଲକ୍ର ପ୍ରାୟ ୬ ହଜାର ଶିଶୁଙ୍କ ପାଇଁ ଛତୁଆ ତିଆରି ହେଉଛି । ମାସକୁ ସରକାର ଦେଉଛନ୍ତି ୮ ଲକ୍ଷ ଟଙ୍କା । ତେବେ ଟଙ୍କା ଉଠାଣରେ କଟକଣା ଯୋଗୁଁ ଦେଖାଦେଇଛି ଅର୍ଥ ସଙ୍କଟ । ଅଳ୍ପ ଟଙ୍କାରେ ନା ଆବଶ୍ୟକ କଂଚାମାଲ କିଣି ହେଉଛି ନା ମହିଳାଙ୍କୁ ମିଳୁଛି ଦରମା । କେନ୍ଦ୍ର ସରକାର ଦେଇଥିବା ଅବଧି ସରିଛି ଆଉ ତାସହ ବଢିଛି ଯନ୍ତ୍ରଣା ।
<urn:uuid:5b5c3d5a-813f-4395-a0b2-e8dbb952041b>
CC-MAIN-2018-43
http://kanaknews.com/demonetisation-impact-on-betel-business/
2018-10-15T20:33:58Z
s3://commoncrawl/crawl-data/CC-MAIN-2018-43/segments/1539583509690.35/warc/CC-MAIN-20181015184452-20181015205952-00351.warc.gz
ory
1.000004
Orya
3
{"ory_Orya_score": 1.0000042915344238}
ଭୁବନେଶ୍ୱର, ୩/୮/୨୦୧୮ (ଓଡ଼ିଆ ପୁଅ) : ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ଏକ ଅନୁଧ୍ୟାନ କମିଟି ଅଧ୍ୟକ୍ଷ ଡ. ନୃସିଂହ ସାହୁଙ୍କ ନେତୃତ୍ୱରେ ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତେଲେଙ୍ଗାନା ରାଜ୍ୟ ଗସ୍ତ କରିଥିଲେ। ଅନୁଧ୍ୟାନ ପରେ କମିଟି ଅଧ୍ୟକ୍ଷ ଡ. ସାହୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟରେ ଡ. ସାହୁ ଉଲ୍ଲେଖ କରିଛନ୍ତି ଯେ ତେଲେଙ୍ଗାନାର ବିଧାନ ପରିଷଦ ଢାଞ୍ଚାରେ ଓଡ଼ିଶାରେ ବିଧାନ ପରିଷଦ ଗଠନ କରାଯାଉ। ଏହାକୁ ରାଜ୍ୟ ସରକାର ଅତି ଗୁରୁତ୍ୱର ସହ ନେଇଛନ୍ତି ଏବଂ ଖୁବ୍ଶୀଘ୍ର ବିଧାନ ପରିଷଦ ଗଠନ କ୍ଷେତ୍ରରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି।
<urn:uuid:3c60ea86-b760-4642-bcb4-074f62b897a5>
CC-MAIN-2018-43
http://odiapua.com/%E0%AC%AC%E0%AC%BF%E0%AC%A7%E0%AC%BE%E0%AC%A8-%E0%AC%AA%E0%AC%B0%E0%AC%BF%E0%AC%B7%E0%AC%A6-%E0%AC%97%E0%AC%A0%E0%AC%A8-%E0%AC%AA%E0%AC%BE%E0%AC%87%E0%AC%81-%E0%AC%8F%E0%AC%95-%E0%AC%85%E0%AC%A8/
2018-10-18T10:01:36Z
s3://commoncrawl/crawl-data/CC-MAIN-2018-43/segments/1539583511761.78/warc/CC-MAIN-20181018084742-20181018110242-00111.warc.gz
ory
1.000003
Orya
2
{"ory_Orya_score": 1.0000028610229492}
କେନ୍ଦ୍ରାପଡା ୧୦/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏବେ ଦେଶ ପାଇଁ ବଡ ବିପଦ ହୋଇ ଠିଆ ହୋଇଛି । ବିଗତ ୭୦ବର୍ଷର ସ୍ୱାଧୀନତା ମଧ୍ୟରେ ପ୍ରଥମ ଥର ପାଇଁ ଦେଶର ସମ୍ବିଧାନର ମୈାଳିକ ବୈଶିଷ୍ଟ୍ୟ ଯଥା ଗଣତନ୍ତ୍ର,ଧର୍ମନିରପେକ୍ଷତା ଓ ସହାବସ୍ଥାନ ନୀତି ଘୋର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । ଆଛେଦିନର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ମୋଦୀଙ୍କ ନେତୃତ୍ୱାଧୀନ ସରକାର କୈାଣସି ଗୋଟିଏ ନିର୍ବାଚନୀ ପ୍ରତିଶୃତି ରକ୍ଷା କରି ନପାରି ଶାସନର ସମସ୍ତ କ୍ଷେତ୍ରରେ ବିଫଳ ହେବା ପରେ ଜନ ଅସନ୍ତୋଷକୁ ଭିନ୍ନ ଦିଗରେ ନେବା ପାଇଁ ଅତ୍ୟନ୍ତ ସୁଚିନ୍ତିତ ଭାବେ ଜାତି,ଧର୍ମ ଓ ଦେଶର ସୁରକ୍ଷା ଭଳି ଅତ୍ୟନ୍ତ ସ୍ପର୍ଶକାତର ବିଷୟ ମାନଙ୍କରେ ଜନମତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଦେଶରେ ଏବେ ଏକ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ଏବଂ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ଦଳିତ,ସଂଖ୍ୟାଲଘୁ ଓ ଭିନ୍ନ ମତାବଲମ୍ବିର ଲୋକେ ଏହାର ଶିକାର ହେଉଛନ୍ତି । ଦେଶରେ ଫାସିବାଦୀ ଶାସନର ଚରିତ୍ର କ୍ରମେ ପରିସ୍ଫୁଟ ହେଉଥିବା ଭଳି ଗୁରୁତର ଅଭିଯୋଗମାନ ଆଣିଛନ୍ତି ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଜାତୀୟ ପରିଷଦ ସଭ୍ୟ ତଥା ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ସଭାପତି ସାଥୀ ଅଭୟ ସାହୁ । ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ କଲେଜ ପରିସରରେ ଆୟୋଜିତ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଦୁଇ ଦିନିଆ ଅଷ୍ଟମ କେନ୍ଦ୍ରାପଡା ଜିଲ୍ଲା ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ଭାରତୀୟ ଜନତା ପାର୍ଟିକୁ କାଠଗଡାରେ ଛିଡା କରାଇ ଦେଶକୁ ଏଥିରୁ ଉଦ୍ଧାର କରିବା ପାଇଁ ସମସ୍ତ ବାମପନ୍ଥୀ,ଧର୍ମନିରପେକ୍ଷ,ଗଣତାନ୍ତ୍ରିକ ଶକ୍ତି ଭୋଟ ରାଜନୀତି ଉଦ୍ଧ୍ୱର୍ରେ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ କମୁ୍ୟନିଷ୍ଟ ନେତା ସାଥୀ ବାବାଜୀ ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନୀ ଉସôବରେ ଜିଲ୍ଲା ସି.ପି.ଆଇ.ସମ୍ପାଦକ ରମଣୀରଞ୍ଜନ ରାଉତରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାଥୀ ଆଦିକନ୍ଦ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଅଜୟ କୁମାର ସାମଲ,ପ୍ରାଧ୍ୟାପକ ଦୁର୍ଯେ୍ୟାଧନ ପରିଡା,କାହ୍ନୁ ଚରଣ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପୂର୍ବାହ୍ନରେ ପୁରୁଣା ବସଷ୍ଟାଣ୍ଡ ନିକଟରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସାଥୀ ନିରଞ୍ଜନ ଦାସ,ବିକାଶ ଚନ୍ଦ୍ର ବେଉରା,ସୁହାନା ବେଗମଙ୍କ ନେତୃତ୍ୱରେ ସହର ପରିକ୍ରମା କରିବା ପରେ ସମ୍ମିଳନୀ ସ୍ଥଳରେ ପହଁଚିବା ପରେ ବରିଷ୍ଠ ସାଥୀ କୃଷ୍ଣଚନ୍ଦ୍ର ମଲ୍ଲିକ ପାର୍ଟିର ଲଢୁଆ ଲାଲ ପତାକାକୁ ଉତ୍ତୋଳନ କରିଥିଲେ ।
<urn:uuid:0c9f2ce6-7b8e-4c4f-9113-d7d80263d910>
CC-MAIN-2018-43
http://odiapua.com/%E0%AC%B8%E0%AC%BF-%E0%AC%AA%E0%AC%BF-%E0%AC%86%E0%AC%87-%E0%AC%B0-%E0%AC%85%E0%AC%B7%E0%AD%8D%E0%AC%9F%E0%AC%AE-%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%B8%E0%AC%AE%E0%AD%8D/
2018-10-20T20:55:13Z
s3://commoncrawl/crawl-data/CC-MAIN-2018-43/segments/1539583513441.66/warc/CC-MAIN-20181020205254-20181020230754-00431.warc.gz
ory
1.000003
Orya
3
{"ory_Orya_score": 1.0000029802322388}
ଆଜି ପବିତ୍ର ମହାଳୟା । ଶ୍ରୀକ୍ଷେତ୍ରରେ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ । ବାଇଶ ପାହାଚ ସହ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଆତ୍ମାର ତୃପ୍ତିପାଇଁ ପିଣ୍ଡଦାନ ହେଉଛି । ଏଥିପାଇଁ ଶ୍ରୀକ୍ଷେତ୍ରରେ ଭିଡ ଦେଖିବାକୁ ମିଳିଛି । ଆଶ୍ୱୀନ ମାସ ଅମାବାସ୍ୟାକୁ ମହାଳୟା ଅମାବାସ୍ୟା ରୂପେ ପାଳନ କରଯାଏ । ପିତୃପୁରୁଷଙ୍କ ଆତ୍ମାର ସଦଗତି ପାଇଁ ସନାତନ ହିନ୍ଦୁ ଧର୍ମୀ, ଅପର ପକ୍ଷ ୧୫ ଦିନକୁ ଶ୍ରଦ୍ଧାର ସହ ମହାଳୟା ଭାବେ ପାଳନ କରିଥାଆନ୍ତି । ପ୍ରାତଃକାଳରେ ବିଭିନ୍ନ ପୁଷ୍କରିଣୀ କୂଳରେ ତିଳ ତର୍ପଣ କରି ପିତୃପୁରୁଷଙ୍କ ଆତ୍ମାର ସଦଗତି କାମନା କରି ପିଣ୍ଡଦାନ କରିଛନ୍ତି । ମହାଳୟାକୁ କେତେକ ସ୍ଥାନରେ ମଉଳା ଶ୍ରାଦ୍ଧ ବୋଲି ମଧ୍ୟ କୁହାଯାଏ । ପିତୃପକ୍ଷରେ ଶ୍ରାଦ୍ଧ ଓ ତର୍ପଣ ଏକକାଳିନ ସମ୍ପାଦିତ ହୋଇଥାଏ । ବାଇଶ ପାହାଚରେ ପିଣ୍ଡଦାନ ଦେଲେ ପିତୃପୁରୁଷ ଶାନ୍ତି ଲାଭ କରିଥାଆନ୍ତି ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ସେପଟେ ଭୁବନେଶ୍ୱର ବିନ୍ଦୁ ସାଗରରେ ମଧ୍ୟ ଆଜି ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଭୁବନେଶ୍ୱର ସମେତ ଆଖ ପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ବିନ୍ଦୁସାଗରରେ ପହଞ୍ଚି ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ।
<urn:uuid:3aef229e-89b9-47d1-af61-478e39787f2a>
CC-MAIN-2018-43
http://mbctv.co.in/index.php/odisha/item/3238-2018-10-08-11-23-50
2018-10-22T05:10:21Z
s3://commoncrawl/crawl-data/CC-MAIN-2018-43/segments/1539583514708.24/warc/CC-MAIN-20181022050544-20181022072044-00031.warc.gz
ory
1.000007
Orya
4
{"ory_Orya_score": 1.0000072717666626}
ନୂଆଦିଲ୍ଲୀ,୭।୧୨: ପ୍ରଦୂଷଣ ରୋକିବାକୁ ନେଇ ଦିଲ୍ଲୀ ସରକାର ଦେଇଥିବା ଯୋଜନାରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟି) ଖୁସି ନଥିବା ଜଣାପଡିଛି। ଏହାକୁ ନେଇ ଗୁରୁବାର ପୁଣି ଥରେ ଏହାର ଶୁଣାଣି ହେବ ବୋଲି ସୂଚନା ମିଳିିଛି। ଏହି ପରିପ୍ରେକ୍ଷୀରେ ପଞ୍ଜାବ ଓ ହରିୟାଣା ସରାକର ପ୍ରଦୂଷଣକୁ ନେଇ ତିଆରି କରିଥିବା ଆକ୍ସନ୍ ପ୍ଲାନ୍ ଦାଖଲ କରିବେ। ଏହା ପୂର୍ବରୁ ଦିଲ୍ଲୀ ସରକାର ଏନ୍ଜିଟିକୁ କହିଛନ୍ତି ବିନା ସର୍ତ୍ତରେ ସେ ଅଡ୍ ଇଭିନ୍ ନମ୍ବର ଲାଗୁ କରିବାକୁ ଯୋଜନା କରିଛନ୍ତି। ଏହାସହ ନିର୍ମାଣ ଯୋଜନା ଓ ରାଜଧାନୀ ଭିତରକୁ ଟ୍ରକ ପ୍ରବେଶ ଉପରେ କଟକଣା ଲଗାଇବାକୁ ଯୋଜନାରେ ଉଲ୍ଲେଖ କରିଛନ୍ତି ଦିଲ୍ଲୀ ସରକାର। ହେଲେ ଏହା ଏନ୍ଜିଟିର ପସନ୍ଦ ଆସି ନାହିଁ। ତେଣୁ ଏହା ଉପରେ ସରକାର ବିସ୍ତୃତ ବିବରଣୀ ଦେବାକୁ କହିଛନ୍ତି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ।
<urn:uuid:02220a65-b062-410c-83a6-c361e3dd9a7c>
CC-MAIN-2018-43
http://www.dharitri.com/main/news/13444
2018-10-22T06:03:44Z
s3://commoncrawl/crawl-data/CC-MAIN-2018-43/segments/1539583514708.24/warc/CC-MAIN-20181022050544-20181022072044-00031.warc.gz
ory
0.999987
Orya
4
{"ory_Orya_score": 0.999987006187439}
ବାଲେଶ୍ୱର ଅଫିସ,୧୮।୧୨-ଜିଆର୍ପି ପୋଲିସ୍ ପରିଚୟ ଦେଇ ଜଣେ ମହିଳା ବାଲେଶ୍ୱର ଦ୍ୱିତୀୟ ଶ୍ରେଣୀ ବିଶ୍ରାମାଗାରରେ ଯାତ୍ରୀମାନଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରୁଥିବା ବେଳେ ବାଲେଶ୍ୱର ରେଳବାଇ ପୋଲିସ ହାତରେ ଧରାପଡିଛନ୍ତି। ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ରବିବାର ରାତି ପ୍ରାୟ ସାଢେ ୨ଟାରେ ଉକ୍ତ ମହିଳା ବାଲେଶ୍ୱର ରେଳ ଷ୍ଟେଶନ୍ର ଦ୍ୱିତୀୟଶ୍ରେଣୀ ବିଶ୍ରାମାଗାରରେ ଜିଆର୍ପି ପୋଲିସ ପରିଚୟ ଦେଇ ଯାତ୍ରୀମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ବାଲେଶ୍ୱର ରେଳବାଇ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ନକଲି ମହିଳା ପୋଲିସକୁ ପଚରାଉଚରା କରିବାରୁ ସେ ପ୍ରଥମେ ତାଙ୍କ ନାମ ସୁଧା ପଣ୍ଡା, ଖଡ଼ଗପୁର ରେଲୱେ କନଷ୍ଟେବଳ ବୋଲି ପରିଚୟ ଦେଇଥିଲେ। ପିନ୍ଧିଥିବା ଡ୍ରେସ୍, ବେଲ୍ଟ କନଷ୍ଟେବଳର ଥିବାବେଳେ ହୁଇସିଲ୍ କୋର୍ଡ଼ ଏବଂ ଟୋପି ଅଫିସରଙ୍କ ଥିଲା। ଏହାକୁ ଦେଖି ରେଳବାଇ ପୋଲିସ ତାଙ୍କୁ ଥାନାକୁ ନେଇଥିଲେ। ତଦନ୍ତ କରିବା ପରେ ସେ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର ଥାନା ସଇବପୁର ଗ୍ରାମର ନମିତା ରାଉତ (୨୨) ବୋଲି ଜଣାପଡିଥିଲା। ଏ ନେଇ ରେଳବାଇ ଥାନାରେ କେସ୍ ନଂ. ୪୬/୨୦୧୭ ମାମଲା ରୁଜୁ କରାଯାଇ ୪୧୯, ୪୨୦, ୩୮୫ ଆଇପିସି ଦଫା ଲଗାଇ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ରେଳବାଇ ଥାନାଧିକାରୀ ପ୍ରତାପ ଚନ୍ଦ୍ର ବେହେରାଙ୍କ କହିବାନୁସାରେ ନମିତା ଖଡ଼ଗପୁର, ବାଲେଶ୍ୱର, କଟକ, ଭୁବନେଶ୍ୱର ଅଞ୍ଚଳରେ ନିଜକୁ ଜିଆର୍ପି ପୋଲିସ, ରେଲୱେ ପ୍ରୋଟେକ୍ସନ୍ ଅଫିସର, ରେଲ୍ୱେ କନଷ୍ଟେବଳ ଭାବେ ପରିଚୟ ଦେଇ ଯାତ୍ରୀଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରିଆସୁଥିଲେ। ତାଙ୍କ ନିକଟରୁ ୩ ମୋବାଇଲ୍, ୨୨୦ ଟଙ୍କା, ନକଲି ପୋଲିସ ଡ୍ରେସ୍, ଅଫିସରଙ୍କ କଳା ଟୋପି, ଜବତ କରାଯାଇଛି।
<urn:uuid:1786289b-67ce-43cb-bfe5-4c1a3c0da8db>
CC-MAIN-2018-43
http://www.dharitri.com/main/news/14830
2018-10-22T06:04:49Z
s3://commoncrawl/crawl-data/CC-MAIN-2018-43/segments/1539583514708.24/warc/CC-MAIN-20181022050544-20181022072044-00031.warc.gz
ory
0.999953
Orya
4
{"ory_Orya_score": 0.9999527931213379}
କାର୍ ଚଲାଇବାକୁ ବହୁତ ଲୋକ ଭଲ ପାଆନ୍ତି କିନ୍ତୁ ଯଦି ଆପଣ କାର୍ ଚଲାଉଛନ୍ତି ଏବଂ ଏହାର ଫିଚର୍ ସମ୍ବନ୍ଧରେ ସେତେଟା ଜାଣିନାହାନ୍ତି ତେବେ ଆପଣଙ୍କ ପାଇଁ ଏହା ଖୁବ୍ କ୍ଷତିକାରକ ହୋଇପାରେ । ରାସ୍ତାରେ କାର୍ ଚଲାଉଥିବା ସମୟରେ ଯଦି ଦୁର୍ଭାବ୍ୟବଶତଃ କୌଣସି ଦୂର୍ଘଟଣା ଘଟିଯାଏ,ତେବେ କାର୍ ଭିତରେ ଏଭଳି ଅନେକ ଫିଚର ରହିଛି ଯାହା ଆପଣଙ୍କୁ ଦୂର୍ଘଟଣା ହେବାରୁ ବଞ୍ଚାଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ଫିଚର୍ କିଭଳି କାମ କରେ । ଆଣ୍ଟି ଲକ୍ ବ୍ରେକିଙ୍ଗ୍ ସିଷ୍ଟମ : ଏବିଏସ୍ ଏଭଳି ଏକ ଟେକନିକ୍ ଯାହା ନିକଟରେ କାର୍ ଏବଂ ବାଇକ ପାଇଁ ଜରୁରୀ କରିଦିଆଯାଇଛି । ଏହି ଟେକନିକ୍ ଲାଗିବାର ସୁବିଧା ହେଉଛି ଜୋର୍ରେ ବ୍ରେକ୍ ମାରିବା ସମୟରେ ଏହା କାରର ଚକାକୁ ଲକ୍ ହେବାକୁ ଦେଇନଥାଏ । ଆପଣ ଦେଖିଥିବେ ଜୋରରେ ବ୍ରେକ୍ ମାରିବା ପରେ କାର୍ ନିଜର ସନ୍ତୁଳନ ହରାଇ ଦେଇଥାଏ । ଏହା କାରକୁ ନିୟନ୍ତ୍ରଣ ରଖି ଦୂର୍ଘଟଣା ହେବାରୁ ବଞ୍ଚାଇଥାଏ । ଏୟାରବ୍ୟାଗ୍ : ଯେତେବେଳେ ବି କାର୍ ଦୂର୍ଘଟଣା ହୋଇଥାଏ ଏହି ଏୟାରବ୍ୟାଗ୍ କାମ କରିଥାଏ । କାର୍ କେଉଁ ଭାରୀ ସ୍ଥାନ କିମ୍ବା ଅନ୍ୟ କୌଣସି ଗାଡିକୁ ଧକ୍କା ଦେଲେ ଏହି ଏୟାରବ୍ୟାଗ୍ ସଙ୍ଗେ ସଙ୍ଗେ ଖୋଲିଯାଏ । ଏହି ପ୍ରକ୍ରିୟାରେ କାରର ଏଳ୍ସିଲେରୋମିଟର ସର୍କିଟ୍ ତୁରନ୍ତ ଆକ୍ଟିଭ୍ ହୋଇ ଇଲେକ୍ଟ୍ରୋକାଲ୍ କରେଣ୍ଟ୍ ବାହାରିଥାଏ । ଏହାପରେ ସେନ୍ସରରୁ ଏୟାରବ୍ୟାଗକୁ ସିଗନାଲ୍ ମିଳିଯାଏ ଏବଂ ଏୟାରବ୍ୟାଗ୍ ୧/୨୦ ସେକେଣ୍ଡ ସ୍ପିଡ୍ ଭିତରେ ହିଁ ଫୁଲିବାକୁ ଲାଗିଥାଏ । ଯେଉଁଥିରେ କାରରେ ବସିଥିବା ଲୋକ ସୁରକ୍ଷିତ ବାହାରକୁ ବାହାରି ଆସିଥାନ୍ତି । ରିୟର ପାର୍କିଙ୍ଗ୍ ସେନ୍ସର : ରିୟର ପାର୍କିଙ୍ଗ୍ ସେନ୍ସର କାରକୁ ବ୍ୟାକ୍ କରିବା ସମୟରେ କାମରେ ଆସିଥାଏ । କାରକୁ ବ୍ୟାକ୍ କରୁଥିବା ସମୟରେ ଯଦି ଏହା କୌଣସି ବସ୍ତୁ କିମ୍ବା ଅନ୍ୟ କୌଣସି ଗାଡିର ନିକଟକୁ ଆସିଯାଏ ତେବେ ରିୟର ପାର୍କିଙ୍ଗ୍ ସେନ୍ସର ବାଜିଉଠେ । ଏହି ଉପାୟରେ କାର୍ ଚାଳକ ସାବଧାନ ହୋଇଯାଏ ଏବଂ କାର କ୍ଷତିଗ୍ରସ୍ତ ହେବାରୁ ବର୍ତ୍ତି ଯାଏ । ସେଣ୍ଟ୍ରାଲ୍ ଲକ୍ ସିଷ୍ଟମ : ସେଣ୍ଟ୍ରାଲ୍ ଲକ୍ ସିଷ୍ଟମର ସାହାଯ୍ୟରେ ଆପଣ ଯେକୌଣସି ସ୍ଥାନରେ ନିଜ କାରକୁ ଲକ୍ କରିପାରିବେ । ତାହା ବି ଗୋଟିଏ ବଟନ୍ ଦବାଇ । ଏହି ପ୍ରକ୍ରିୟାରେ କାର୍ ବନ୍ଦ କରିବା ସମୟରେ ଏବଂ ଖୋଲିବା ସମୟରେ ଗୋଟିଏ ଶବ୍ଦ ହୋଇ୍ଥାଏ । ଯାହା କାର୍ ଲକ୍ ହୋଇଛି କି ନାହିଁ ସେ ବିଷୟରେ ଦର୍ଶାଇଥାଏ ।
<urn:uuid:c1785f2a-54d5-45f7-b12a-fc4370e3e4c7>
CC-MAIN-2018-43
http://kanaknews.com/how-to-save-yourself-during-accident-with-car-safty-features/
2018-10-23T12:48:24Z
s3://commoncrawl/crawl-data/CC-MAIN-2018-43/segments/1539583516135.92/warc/CC-MAIN-20181023111223-20181023132723-00191.warc.gz
ory
1.000001
Orya
4
{"ory_Orya_score": 1.000001072883606}
କଟକ ବ୍ୟୁରୋ, କନକ ନ୍ୟୁଜ୍ : ପକ୍ଷୀ ସୁରକ୍ଷା ପାଇଁ ହେଲା ମହାନଦୀର ଜଳ ନିୟନ୍ତ୍ରଣ । କଥାଟି ଆଶ୍ଚର୍ଯ୍ୟ ହେଲେ ବି ସତ । ଏମିତି ପଦକ୍ଷେପ ନିଆଯାଇଛି ବିଲୁପ୍ତପ୍ରାୟ ପକ୍ଷୀ ଇଣ୍ଡିୟାନ ସ୍କିମର୍ ବା ପାଣିଚରୀ ପକ୍ଷୀର ବଂଶବୃଦ୍ଧି ପାଇଁ । କଟକ ଜିଲା ମୁଣ୍ଡଳି ବ୍ୟାରେଜ ନିକଟ ମହାନଦୀ ପଠାରେ ପ୍ରଥମ ଥର ପାଇଁ ଏହି ପକ୍ଷୀର ବଂଶବୃଦ୍ଧିକୁ କ୍ୟାମେରାରେ କଏଦ କରିଛନ୍ତି ପକ୍ଷୀ ବିଶାରଦ ସୁମନ୍ତ ରାଜଗୁରୁ । ଏହି ବିରଳ ପ୍ରଜାତିର ବଂଶବୃଦ୍ଧି ପାଇଁ କଟକ ମୁଣ୍ଡଳି ବ୍ୟାରେଜରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବନ ବିଭାଗର ଅନୁରୋଧ ରଖି ଜଳ ସଂପଦ ବିଭାଗ ପାଣିଚରୀ ପକ୍ଷୀଙ୍କ ଅଣ୍ଡା ରକ୍ଷା ପାଇଁ ମହାନଦୀ ଜଳର ଗତିପଥ ଉପରେ ନିୟନ୍ତ୍ରଣ କରିଛି । ଏହି ବିରଳ ପକ୍ଷୀର ବଂଶ ବିସ୍ତାର କ୍ଷେତ୍ରରେ ଯେପରି କୌଣସି ଅସୁବିଧା ନହୁଏ ସେ ନେଇ ପ୍ରଶାସନ ଯତ୍ନବାନ ରହିଛି । ସେଥିପାଇଁ ମୁଣ୍ଡଳି ବ୍ୟାରେଜରୁ ମହାନଦୀର ଜଳ ପରିଚାଳନା ଉପରେ ନିୟମନ୍ତ୍ରଣ ରଖାଯାଇଛି । ମହାନଦୀ ପାଣିରେ ଅଣ୍ଡାଗୁଡ଼ିକ ଯେପରି ଭାସି ନଯାଏ, ସେଥିପାଇଁ ମହାନଦୀ ଜଳର ଗତିପଥ ଉପରେ ନିୟନ୍ତ୍ରଣ କରାଯାଇଛି । ଭାରତୀୟ ଉପମହାଦେଶର ବାଂଲାଦେଶ, ମିୟାଁମାର ସମେତ ଭାରତରେ ଦେଖାଯାଆନ୍ତି ଏହି ବିରଳ ପକ୍ଷୀ । ହେଲେ କ୍ରମଶଃ ଏହି ପକ୍ଷୀଙ୍କ ବଂଶ ଧିରେ ଧିରେ ଲୋପ ପାଇବାକୁ ବସୁଛି । ସମଗ୍ର ବିଶ୍ୱରେ ବର୍ତମାନ ପ୍ରାୟ ୭ ହଜାର ପାଣିଚରୀ ଅଛନ୍ତି । ଭାରତର ଚମ୍ବଲରେ ପାଣିଚରୀ ପକ୍ଷୀ ବଂଶବିସ୍ତାର କରୁଥିବା ଦେଖାଯାଇଥିଲା । ରାଜ୍ୟର ସାତକୋଶିଆ ଅଭୟାରଣ୍ୟ ସମେତ ମହାନଦୀ ଅବବାହିକାରେ ଏହି ପକ୍ଷୀ ଦେଖାଯାଉଥିଲେ ମଧ୍ୟ ଏଠାରେ ପ୍ରଜନନ କରୁଥିବାର ଦୃଷ୍ଟାନ୍ତ ଖୁବ୍ କମ୍ । ଆଉ ଏଭଳି ବିରଳ ପକ୍ଷୀଙ୍କ ବଂଶବିସ୍ତାର ପାଇଁ ବେଶ ଯତ୍ନବାନ ହୋଇପଡ଼ିଛନ୍ତି ପକ୍ଷୀ ପ୍ରେମୀ ।
<urn:uuid:f2f05229-09c2-4506-9698-d8866d510975>
CC-MAIN-2018-43
http://kanaknews.com/indian-skimmer/
2018-10-23T12:27:17Z
s3://commoncrawl/crawl-data/CC-MAIN-2018-43/segments/1539583516135.92/warc/CC-MAIN-20181023111223-20181023132723-00191.warc.gz
ory
1.000008
Orya
2
{"ory_Orya_score": 1.0000076293945312}
କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଦୁର୍ବଳ ହୋଇଛି । ଏହା ବାଲେଶ୍ୱରଠାରୁ ୧୪୦କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବରେ ଉତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅନେକ ଅଂଚଳରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଉପକୂଳ ଅଂଚଳରେ ୩ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ବାରିପଦାରେ ସର୍ବାଧିକ ୯୧ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବାଲେଶ୍ୱର ବସ୍ତଠାରେ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ ୫ ଦଶିମକ ୧ ଥିବା ବେଳେ ନଦୀର ଜଳସ୍ତର ୭ ଦଶମିକ ୧ ରହିଛି।
<urn:uuid:0687abb4-51ae-46bf-aa0f-6414b27f8a51>
CC-MAIN-2018-43
http://kanaknews.com/weather-today/
2018-10-23T12:06:23Z
s3://commoncrawl/crawl-data/CC-MAIN-2018-43/segments/1539583516135.92/warc/CC-MAIN-20181023111223-20181023132723-00191.warc.gz
ory
1.000004
Orya
5
{"ory_Orya_score": 1.0000038146972656}
ଭୁବନେଶ୍ୱର ୧୮ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୭ଟି ସ୍ଥାନରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି। କାକଟପୁରରୁ ମା' ମଙ୍ଗଳା ମନ୍ଦିରରୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ଭଦ୍ରକର ମା' ଭଦ୍ରକାଳୀ ମନ୍ଦିରୁ ଡଃ: ଲେଖାଶ୍ରୀ ସାମନ୍ତସିଂହାର, କଟକର ମା' ଚଣ୍ଡୀ ମନ୍ଦିରରୁ ଉପ ସଭାନେତ୍ରୀ ସୁକେଶୀ ଓରାମ, ସମ୍ବଲପୁରର ମା' ସମଲେଶ୍ୱରୀ ମନ୍ଦିରରୁ ବିଧାୟିକା ରାଧାରାଣୀ ପଣ୍ଡା, ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ସଂଗୀତା ସିଂହଦେଓ, ସୋରଡାର ମା' କନ୍ଧୁଣୀ ଦେବୀ ମନ୍ଦିରରୁ କୁମୁଦିନୀ ପଟ୍ଟନାୟକ, ଭୁବନେଶ୍ୱରର ମା' ଶିଖରଚଣ୍ଡୀ ମନ୍ଦିରରୁ ସୁରମା ପାଢୀଙ୍କ ନେତୃତ୍ୱରେ ଏହି ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି। ମହିଳା ସୁରକ୍ଷା ଯାତ୍ରା ମାଧ୍ୟମରେ ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତ୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଞ୍ଚାଇବାର ଯୋଜନା ରହିଛି।ଏହି ୧୧ ଦିନ ମଧ୍ୟରେ ୪୫୦ଟି ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
<urn:uuid:78303a56-30f3-4966-92df-e3ae91e91651>
CC-MAIN-2018-43
http://odiapua.com/%E0%AC%AE%E0%AC%B9%E0%AC%BF%E0%AC%B3%E0%AC%BE-%E0%AC%B8%E0%AD%81%E0%AC%B0%E0%AC%95%E0%AD%8D%E0%AC%B7%E0%AC%BE-%E0%AC%AF%E0%AC%BE%E0%AC%A4%E0%AD%8D%E0%AC%B0%E0%AC%BE-%E0%AC%86%E0%AC%B0%E0%AC%AE/
2018-10-23T12:38:15Z
s3://commoncrawl/crawl-data/CC-MAIN-2018-43/segments/1539583516135.92/warc/CC-MAIN-20181023111223-20181023132723-00191.warc.gz
ory
0.999843
Orya
4
{"ory_Orya_score": 0.9998428821563721}
କନକ ବ୍ୟୁରୋ : ଆଗାମୀ ଦୁଇ ଦିନ ଧରି ଦେଶର ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଆଶଙ୍କା ରହିଛି । ଆଉ ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୪ ତାରିଖ ଯାଏଁ ପାଗ ଏଭଳି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଖାସକରି ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଆସନ୍ତାକାଲି ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିଭଳି ୧୩ ତାରିଖରେ ମଧ୍ୟ ୬ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ାରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ୧୪ ତାରିଖରେ ମଧ୍ୟ ଏହି ଲଘୁଚାପର ପ୍ରଭାବ ରାଜ୍ୟର ୮ଟି ଜିଲ୍ଲାରେ ଦେଖିବାକୁ ମିଳିବ । କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, କନ୍ଧମାଳ,କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ସୂଚନା ଦେଇଛଇ ପାଣିପାଗ ବିଭାଗ । ତେଣୁ ଏହି ସମୟ ମଧ୍ୟରେ ଧୀବର ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
<urn:uuid:84ce5a2a-e47d-46b2-81b5-ffd552b77ebf>
CC-MAIN-2018-43
http://kanaknews.com/heavy-to-heavy-rain-fall-in-odisha-in-next-48-hours/
2018-10-17T06:13:12Z
s3://commoncrawl/crawl-data/CC-MAIN-2018-43/segments/1539583510998.39/warc/CC-MAIN-20181017044446-20181017065946-00391.warc.gz
ory
0.99997
Orya
8
{"ory_Orya_score": 0.9999697208404541}
ଭୁବନେଶ୍ୱର,୬।୨(ବ୍ୟୁରୋ): ଉପନିର୍ବାଚନ ପାଖେଇବା ସହ ଭାଜପା ନେତା ଓ କର୍ମୀ ଦଳ ଛାଡ଼ିବାରେ ପ୍ରତିଯୋଗିତା କରୁଥିବା ଦେଖାଯାଉଛି। ବରପାଲିର ୨୩ ଭାଜପା କର୍ମୀ ମଙ୍ଗଳବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଅନ୍ୟପଟେ ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ବରଗଡ଼ ଜିଲା ଆଗଲପୁର ମଣ୍ଡଳ ସଭାପତିଙ୍କ ସମେତ ୪ଜଣଙ୍କୁ ଭାଜପା ବହିଷ୍କୃତ କରିଛି। ଭାଜପାର ରାଜ୍ୟ ମୁଖ୍ୟ ପ୍ରବକ୍ତା ସଜ୍ଜନ ଶର୍ମା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହା ଜଣାଇଛନ୍ତି। ଏଭଳି ପରିସ୍ଥିତି ଭାଜପା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
<urn:uuid:3c4ea0fa-8e57-4a8a-bd6f-7e3a2867c0aa>
CC-MAIN-2018-43
http://www.dharitri.com/main/news/20888
2018-10-17T05:54:08Z
s3://commoncrawl/crawl-data/CC-MAIN-2018-43/segments/1539583510998.39/warc/CC-MAIN-20181017044446-20181017065946-00391.warc.gz
ory
0.99995
Orya
5
{"ory_Orya_score": 0.9999496936798096}
ଭାରତରେ ପ୍ରଥମଥର ପାଇଁ ଜଣେ ମହିଳା ଆଇପିଏସ୍ ଅଫିସରଙ୍କୁ ଏକ ଅର୍ଦ୍ଧସାମରିକ ବଳର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ତାମିଲନାଡୁ କ୍ୟାଡେରର ଆଇପିଏସ୍ ଅଫିସର୍ ୫୮ ବର୍ଷୀୟ ଅର୍ଚ୍ଚନା ରାମାସୁନ୍ଦରମ୍ ସଶସ୍ତ୍ର ସୀମା ବଳ(ଏସ୍ଏସବି )ର ମୁଖ୍ୟ ଭାବେ ଦାୟିତ୍ଵ ନେଇଛନ୍ତି । ଜାନୁଆରୀ ୩୧ ତାରିଖରେ ଏସ୍ଏସବିର ପୂର୍ବତନ ମୁଖ୍ୟ ବି.ଡି ଶର୍ମା ଅବସର ଗ୍ରହଣ କରିଛନ୍ତି । ଅର୍ଚ୍ଚନା ନିଜର ସେବାନିବୃତ୍ତି(୩୦ ସେପ୍ଟେମ୍ବର, ୨୦୧୭) ପର୍ଯ୍ୟନ୍ତ ଏହି ବିଭାଗ ସମ୍ଭାଳିବେ । ତାଙ୍କ ସମ୍ପର୍କରେ ୫ଟି ତଥ୍ୟ ଜାଣିବା: ୧. ଅର୍ଚ୍ଚନା ରାମାସୁନ୍ଦରମ୍ ୧୯୮୦ ବ୍ୟାଚର ଆଇପିଏସ୍ । ଏସ୍ଏସବିରେ ଯୋଗ ଦେବା ପୂର୍ବରୁ ସେ ଜାତୀୟ ଅପରାଧ ଅଭିଲେଖାଗାର(ଏନସିଆରବି)ର ମୁଖ୍ୟ ଭାବେ କାର୍ଯ୍ୟରତା ଥିଲେ । ୨. ଦେଶର ପ୍ରଥମ ମହିଳା ଭାବେ ସେ ସିବିଆଇର ଯୁଗ୍ମ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରିଥିଲେ । ୧୯୯୯ ମସିହାରୁ ୨୦୦୬ ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳି ସେ ଅର୍ଥନୈତିକ ଅପରାଧ ସହ ଜଡିତ ମାମଲା ସବୁର ଦାୟିତ୍ୱ ନେଇଥିଲେ । ୩. ସିବିଆଇର ଯୁଗ୍ମ ସମ୍ପାଦକ ହେବା ପୂର୍ବରୁ ସେ ଏହାର ଡେପୁଟି ଇନସପେକ୍ଟର୍ ଜେନେରାଲ୍ ରହିଥିଲେ । ୪. ଏହା ପୂର୍ବରୁ ସେ ତାମିଲନାଡୁ ସମବେଶ ସେବା ମୁକରିର ବୋର୍ଡ(ୟୁନିଫର୍ମଡ୍ ସର୍ଭିସେସ୍ ରିକ୍ରୁଟମେଣ୍ଟ ବୋର୍ଡ)ର ଡିଜିପି ଓ ଚେୟାର ରହିଥିଲେ । ୫. ୨୦୧୪ରେ ତାଙ୍କୁ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ କରାଯିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ତାଙ୍କୁ ଏହି ପଦବୀ ମିଳିବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହାପରେ ହିଁ ସେ ଏନସିଆରବିର ମୁଖ୍ୟ ହୋଇ ଦାୟିତ୍ୱ ଗ୍ରହଣ କରିଥିଲେ । ଫେବୃଆରୀ ୨୦୧୪ରେ କେନ୍ଦ୍ର ସରକାର, ଅର୍ଚ୍ଚନାଙ୍କର ଆବେଦନକୁ ମଞ୍ଜୁର କରିବା ସହ ଦାୟିତ୍ୱ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତିନି ମାସ ପରେ ବି ତାମିଲନାଡୁ ସରକାର ଅର୍ଚ୍ଚନାଙ୍କ ରିଲିଭ୍ ଅର୍ଡର୍ ଜାରି କରି ନଥିଲା । ୨୦୧୪, ମେ ୮ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଜଣାଇ ସେ ସିବିଆଇରେ ଯୋଗ ଦେଇଥିଲେ । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ପଳାୟନପନ୍ଥୀ କହି ରାଜ୍ୟ ସରକାର ବରଖାସ୍ତ କରିଥିଲେ । ପରିଶେଷରେ ସେ ଏନସିଆରବିରେ ଯୋଗ ଦେଇଥିଲ । ତାଙ୍କ ସମ୍ପର୍କରେ ପୂର୍ବତନ ସିବିଆଇ ମୁଖ୍ୟ ଆର୍॰କେ ରାଘବନ୍ କୁହନ୍ତି, "ଅର୍ଚ୍ଚନା ଜଣେ ଅତ୍ୟନ୍ତ ନିଷ୍ଠା ବାନ ଓ କର୍ତ୍ତବ୍ୟନିଷ୍ଠ ଅଫିସର୍ । ସେ ଖୁବ୍ ପରିଶ୍ରମୀ । ସବୁବେଳେ ସେ ନିଜ ନିଷ୍ପତ୍ତିର ଦାୟିତ୍ୱ ନେଇଥାନ୍ତି ।" ଭାରତରେ ୫ଟି ଅର୍ଦ୍ଧ ସାମରିକ ବଳ ରହିଛନ୍ତି । ସେମାନେ ହେଲେ, କେନ୍ଦ୍ରୀୟ ଅତିରିକ୍ତ ପୋଲିସ୍ ବାହିନୀ(ସିଆରପି ଏଫ୍), ସୀମା ସୁରକ୍ଷା ବଳ(ବିଏସ୍ଏଫ୍), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସ୍ଏଫ୍), ଇଣ୍ଡୋ-ତିବେତାନ୍ ସୀମା ପୋଲିସ୍(ଆଇଟିବିପି) ଏବଂ ସଶସ୍ତ୍ର ସୀମା ବଳ(ଏସ୍ଏସବି) । ନେପାଳ ଓ ଭୂଟାନ ସୀମାରେ ଏସ୍ଏସବି ସୈନିକମାନେ ମୁତୟନ ହୋଇ ଦେଶର ସୁରକ୍ଷା କରିଥାନ୍ତି । ଆଉ କିଛି ସମ୍ପର୍କିତ କାହାଣୀ ପଢନ୍ତୁ - Related Stories Stories by Jyoti Prakash
<urn:uuid:b76f02ee-a686-4389-934f-566df7efd54b>
CC-MAIN-2018-43
https://odia.yourstory.com/read/5a5f6711af/-5-
2018-10-17T04:54:47Z
s3://commoncrawl/crawl-data/CC-MAIN-2018-43/segments/1539583510998.39/warc/CC-MAIN-20181017044446-20181017065946-00391.warc.gz
ory
0.999992
Orya
9
{"ory_Orya_score": 0.9999924898147583}
ଟାଟା ଗୃପ ପୂର୍ବତନ ମୁଖ୍ୟ ରତନ ଟାଟା ବ୍ୟାବସାୟିକ ନିଷ୍ପତ୍ତି ନେବାରେ ବେଶ ଚତୁର । ତାଙ୍କର ପ୍ରତିଟି ପଦକ୍ଷେପକୁ ବ୍ୟବସାୟ ଜଗତ ଚାହିଁ ରହିଥାଏ । ଭାରତରେ ଷ୍ଟାର୍ଟ-ଅପ୍ ସଂସ୍ଥାଗୁଡ଼ିକର ଭବିଷ୍ୟତକୁ ଭଲ ଭାବେ ପରଖି ପାରଥିବା ରତନ ଟାଟା ଚଳିତ ବର୍ଷ ଏ ଯାଏଁ ଚାରିଟି ସଂସ୍ଥାରେ ନିଜର ପୁଞ୍ଜିନିବେଶ କରିସାରିଲେଣି । ସଦ୍ୟତମ ରିପୋର୍ଟ ଅନୁସାରେ ଟି' ବକ୍ସ ନାମକ ଷ୍ଟାର୍ଟଅପ୍ ସଂସ୍ଥାରେ ସେ ନିଜର ପାଣ୍ଠି ନିବେଶ କରିଛନ୍ତି । ଏହାକୁ ମିଶାଇ ସେ ୨୦ରୁ ଅଧିକ ନୂଆ ସଂସ୍ଥାରେ ପୁଞ୍ଜିନିବେଶ କରିସାରିଲେଣି । ତିନି ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିଲା ଟି'ବକ୍ସ । ଆସାମ, ଦାର୍ଜିଲିଂ, ନୀଳଗିରି ଓ ନେପାଳରୁ ସ୍ୱତନ୍ତ୍ର ଚା' ସଂଗ୍ରହ କରି ଏହି କଂପାନି ନିର୍ଦ୍ଧିଷ୍ଟ ଗ୍ରାହକମାନଙ୍କ ନିକଟରେ ତାହାକୁ ପହଂଚାଇବାର କାରବାର କରୁଛି । ରତନ ଟାଟାଙ୍କଠାରୁ ମିଳିଥିବା ପାଣ୍ଠିକୁ ବ୍ୟବହାର କରି ଟି' ବକ୍ସ ବିଶ୍ୱର ନୂଆ ନୂଆ ବଜାରରେ ପ୍ରବେଶ କରିବାକୁ ଯୋଜନା ରଖିଛି । ଟି' ବକ୍ସର ପ୍ରତିଷ୍ଠାତା ତଥା ସିଇଓ କୌଶଲ ଦୁଗର କହିଛନ୍ତି ଯେ, ରତନ ଟାଟାଙ୍କ ବିଷୟରେ କାହାକୁ କିଛି କହିବାର ଆବଶ୍ୟକତା ନାହିଁ । ତାଙ୍କର ଦୃଢ଼ ନେତୃତ୍ୱ ଯୋଗୁଁ ଟାଟା ଗୃପ ବିଶ୍ୱ ସ୍ତରରେ ପହଂଚି ପାରିଛି । ଚା' କାରବାର କ୍ଷେତ୍ରରେ ରତନ ଟାଟାଙ୍କ ଦୀର୍ଘ ବର୍ଷର ଅଭିଜ୍ଞତାକୁ ଟି' ବକ୍ସ ବ୍ୟବହାର କରିବେ । ଭାରତର ଏକ ନମ୍ବର ପ୍ରିମିୟମ୍ ଟି' ବ୍ରାଣ୍ଡ୍ ଭାବେ ଟି' ବକ୍ସ ଉଭା ହେବ ବୋଲି ସେ କହିଛନ୍ତି । ବର୍ତମାନ ସୁଦ୍ଧା ଟି' ବକ୍ସ ୭ ନିୟୁତ ଡଲାର ପାଣ୍ଠି ହାସଲ କରିସାରିଛି । ମାର୍ଚ୍ଚ ସୁଦ୍ଧା ଏହା ୬ ନିୟୁତ ଡଲାର ସିରିଜ୍ ଏ ପାଣ୍ଠି ହାସଲ କରିଥିଲା । Related Stories Stories by PK
<urn:uuid:bbb6d1e0-5d4b-49e1-ad23-d3247c76c9f8>
CC-MAIN-2018-43
https://odia.yourstory.com/read/7016fdb199/-
2018-10-17T05:33:38Z
s3://commoncrawl/crawl-data/CC-MAIN-2018-43/segments/1539583510998.39/warc/CC-MAIN-20181017044446-20181017065946-00391.warc.gz
ory
0.999998
Orya
9
{"ory_Orya_score": 0.999997615814209}
ବାରମ୍ବାର ସେଲ୍ଫି ନେବା ଓ ସୁନ୍ଦର ଦେଖାଯିବା ପାଇଁ ଫିଲ୍ଟର୍ସ ପ୍ରୟୋଗ କରି ଫଟୋର ଏଡିଟିଙ୍ଗ କରିବା କୌଣସି ସଉକ ନୁହେଁ ବରଂ ଏହା ଏବେ ମାନସିକ ରୋଗରେ ପରିଣତ ହେବାକୁ ଯାଉଛି । ଏକ ଗବେଷଣାରୁ ଯାହା ଜଣା ପଡିଛି ସ୍ନାପ ଚାର୍ଟ ଓ ଫେସଟ୍ୟୁନ ଭଳି ଆପକୁ ବ୍ୟବହାର କରି ସୋସିଆଲ ମିଡିଆରେ ଅଧିକ ସୁନ୍ଦର ଦେଖାଯିବାର ନିଶା ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ଝିଅମାନେ ସୁନ୍ଦର ଦେଖାଯିବା ଫୋବିୟାରେ ଗ୍ରାସିତ ହେଉଛନ୍ତି । ସେମାନେ ସୋଶିଆଲ ମିଡିଆକୁ ହିଁ ସୁନ୍ଦର ଦେଖାଯିବାର ସଠିକ୍ ସ୍ଥାନ ଭାବୁଛନ୍ତି । ଗବେଷଣାରୁ ଯାହା ଜଣାପଡିଛି ଖାସକରି ସେଲ୍ଫିରେ ସୁନ୍ଦର ଦେଖାଯାଉଥିବା ଯୁବପିଢ଼ି ଶାରୀରିକ କୁରୂପତା ସମ୍ବନ୍ଧୀ ମାସନିକ ବିକାର ଶିକାର ହେଉଛନ୍ତି । ଯୁବଗୋଷ୍ଠୀ ପ୍ରଥମେ ସେଲ୍ଫି ନିଅନ୍ତି ଓ ଯଦି ସେମାନଙ୍କୁ ସେଇ ଫଟୋଟି ପସନ୍ଦ ନହୁଏ, ତେବେ ଏଡିଟିଙ୍ଗ ଆପ୍ ଜରିଆରେ ନିଜ ଲୁକକୁ ଅଧିକ ସୁନ୍ଦର କରିବା ପାଇଁ ଚେଷ୍ଟା କରନ୍ତି । ବାରମ୍ବାର ଫଟୋରେ ସୁନ୍ଦର ଦେଖାଯିବା ନଯିବାରୁ ଲୋକମାନେ ପ୍ଲାଷ୍ଟିକ୍ ସର୍ଜରୀ ଓ ଅନ୍ୟ ଥେରାପି ଆଡକୁ ମୁହାଁଉଛନ୍ତି । ମୋଟ୍ ଜନସଂଖ୍ୟାର ପାଖାପାଖି ୨ ପ୍ରତିଶତ ଲୋକ ଏବେ ଏହି ରୋଗର ଶିକାର ହେଉଛନ୍ତି । ବାରମ୍ବାର ନିଜ ଫଟୋ ବଦଳାଇବା ଏବଂ ହାବଭାବ ବଦଳାଇ ଫଟୋ ଅପଲୋଡ କରୁଥିିବା ଝିଅମାନେ ସାଧାରଣତଃ ଭାବନ୍ତି କି ସୋଶିଆଲ ମିଡିଆରେ ସୁନ୍ଦର ଦେଖାଯିବା ହିଁ ବାସ୍ତବିକ ସୁନ୍ଦରତା । ଅନୁସନ୍ଧାନରେ ସାମିଲ କରାଯାଇଥିବା ୫୫ ପ୍ରତିଶତ ପ୍ଲାଷ୍ଟିକ ସର୍ଜନଙ୍କ କହିବାନୁସାରେ, ତାଙ୍କ ପାଖକୁ ସୁବଠାରୁ ଅଧିକ ଏମିତି ରୋଗୀ ଆସନ୍ତି, ଯେଉଁମାନେ ସେଲ୍ଫିରେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ପ୍ରାୟତଃ ଅଧିକାଂଶ ଲୋକମାନେ ସ୍ନାପଚାର୍ଟ ଡିସ୍ମୋର୍ଫିୟା ର ଶିକାର ହେଉଛନ୍ତି । ସେମାନେ ଭିନ୍ନ ଭିନ୍ନ ଲୁକରେ ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ କରୁଛନ୍ତି । ଏହାର ସମାଧାନ ସର୍ଜରୀ ନୁହଁ ଓ ଏହା ଦ୍ୱାରା ଆପଣଙ୍କ ଲୁକ୍ ଅଧିକ ଖରାପ ହେବାର ବିପଦ ରହିଛି । ଏଭଳି ଲୋକମାନଙ୍କୁ ସର୍ଜରୀ ପରିବର୍ତ୍ତେ ମନୋଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ ।
<urn:uuid:8b243fca-3bb4-49e2-b47f-24dd6c2f2fb0>
CC-MAIN-2018-43
http://kanaknews.com/obsession-for-flawless-selfie-can-affect-mental-health/
2018-10-18T11:29:18Z
s3://commoncrawl/crawl-data/CC-MAIN-2018-43/segments/1539583511806.8/warc/CC-MAIN-20181018105742-20181018131242-00551.warc.gz
ory
0.999989
Orya
5
{"ory_Orya_score": 0.9999892711639404}
୧୨ ବର୍ଷର ଝିଆରିକୁ ଦୁଷ୍କର୍ମ ଉଦ୍ୟମ କଲା ସମ୍ପର୍କୀୟ ଦାଦା ବାଙ୍କୀ (ସଞ୍ଜିବ ନାୟକ): ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ୧୨ ବର୍ଷର ଝିଆରିଙ୍କୁ ସମ୍ପର୍କୀୟ ଦାଦା କଲା ଦୁଷ୍କର୍ମ ଉଦ୍ୟମ। ଏପରି କଳଙ୍କିତ ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ଥାନା ଅଞ୍ଚଳରେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବାଙ୍କୀ ଥାନାରେ ନାଚ ପାଟି ପଡ଼ିଛି। ରାତିରେ ଗାଁର ଅଧିକାଂଶ ଲୋକ ନାଚ ଦେଖିବାକୁ ଯାଇଥିଲେ। ଆଜି ସକାଳେ ନାଚ ଦେଖି ଆସି ଘରେ ଶୋଇଥିଲେ। ଆଉ କିଛି ପରିବାର ଲୋକେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ନାବାଳିକା ଜଣକ ସମ୍ପର୍କୀୟ ଦାଦା ପଦ୍ମନାଭ ସାହୁଙ୍କ ଘରକୁ ଆସିଥିଲେ। ନାବାଳିକାଙ୍କୁ ଏକୁଟିଆ ପାଇଁ ପଦ୍ମନାଭ ନାବାଳିକା ତାଙ୍କୁ ଏକ ଘର ଭିତରକୁ ଟେକିନେଇ କବାଟ ଦେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଚିତ୍କାର ଶୁଣି ସାହି ପଡ଼ିଶା ଆସି କବାଟ ବାଡେଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ନାବାଳିକାଙ୍କୁ ଅଶ୍ଲୀଳ ଭିଡ଼ିଓ ଦେଖାଉଥିବା ମଧ୍ୟ ଅଭିଯୋଗ ହୋଇଛି।
<urn:uuid:89729a9e-fb79-44cf-8979-babab23c300a>
CC-MAIN-2018-43
https://odishareporter.in/odisha/attempt-to-rape-in-banki-239451
2018-10-18T12:30:34Z
s3://commoncrawl/crawl-data/CC-MAIN-2018-43/segments/1539583511806.8/warc/CC-MAIN-20181018105742-20181018131242-00551.warc.gz
ory
0.999987
Orya
6
{"ory_Orya_score": 0.9999873638153076}
ପୁରାଣକାଳର କଥା । ରୁଷ୍ ଦେଶରେ ବୁଢୀଟିଏ ଥାଏ । ତା'ର ଦୁଇଟି ପୁଅ ଥିଲେ । ଜଣେ ପିଲାବେଳୁ ମରିଗଲା । ଅନ୍ୟଟି ବଡ ହୋଇ ବିଦେଶକୁ ପଳାଇଲା । ଦିନେ ଜଣେ ସିପାହୀ ବୁଢୀ ପାଖକୁ ଆସି କହିଲା, "ମାଉସୀ, ବାଟରେ ରାତି ହୋଇଗଲା । ରାତିକ ପାଇଁ ମୋତେ ଏଠାରେ ଜାଗା ଦେବ? ସକାଳ ହେବା ମାତ୍ରେ ମୁଁ ଏଠାରୁ ପଳାଇବି ।" ବୁଢୀ ପଚାରିଲା "ଠିକ୍ ଅଛି ପୁଅ । ରାତିକ ରହିଯା । କିନ୍ତୁ ତୁ ଏବେ କେଉଁଠୁ ଆସିଲୁ?" ତା'ପରେ ସେ ସିପାହୀ କହିଲା "ମାଉସୀ, ମୁଁ ଅନ୍ୟ ଲୋକରୁ ଆସିଛି ।" ବୁଢୀ ପଚାରିଲା "ସତେ? ମୋର ବି ପୁଅଟିଏ ଅନ୍ୟ ଲୋକକୁ ଚାଲିଯାଇଛି । ତୁ ତାକୁ କେବେ ସେଠାରେ ଦେଖିଛୁ କି?" ସିପାହୀ କହିଲା "ହଁ, ହଁ, ଦେଖିଛି । ମୁଁ ଓ ସେ ତ ଗୋଟିଏ ବଖରାରେ ରହୁ ।" ବୁଢୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା "ସତେ?" ସିପାହୀ କହିଲା "ତୁମ ପୁଅ ସେଠାରେ ବଗ ଚରାଇବାର କାମ କରୁଛି ।" ବୁଢୀ କହିଲା "ଓଃ, ବିଚରାକୁ କେତେ କଷ୍ଟ ନ ହେଉଥିବ ଟି?" ସିପାହୀ କହିଲା "ମାଉସୀ ସେମାନଙ୍କୁ ଏକାଠି ଅଡେଇବା ପାଇଁ କଂଟାଝାଡରେ ପଶି ଲୁଗା ଏବଂ ଦେହ ଛିଡିଯାଏ ।" ବୁଢୀ ପଚାରିଲା "ଓହୋ, ତେବେ ତ ତା'ର ସମୁଦାୟ ପୋଷାକପତ୍ର ଫାଟିଯିବଣି ।" ସିପାହୀ କହିଲା "ହଁ ମାଉସୀ, ତାଙ୍କର ସମସ୍ତ ପୋଷାକ ନଷ୍ଟ ହୋଇ ଗଲାଣି ।" ବୁଢୀ କହିଲା ତେବେ ମୋ ପାଖରେ ଖଣ୍ଡେ ଚାଳିଶ ଗଜ ଲମ୍ବର ନୂଆ କପଡା ଅଛି । କିଛି ପଇସା ମଧ୍ୟ ଅଛି । ଏସବୁ ମୋ ପୁଅକୁ ଦେଇଦେବ ନା? ସିପାହୀ କହିଲା "ନିଶ୍ଚୟ ଦେଇ ଦେବି ମାଉସୀ । ମୁଁ କ'ଣ ଏତେ ଟିକିଏ କାମ କରିପାରିବି ନାହିଁ?" ସେଦିନ ରାତିରେ ସେ ବୁଢୀ ଘରେ ଆରାମରେ ଶୋଇଲା ରାତି ପାହିବାରୁ ଲୁଗା ଜିନିଷପତ୍ର ଧରି ଅତି ଆନନ୍ଦରେ ସେ ତା' ନିଜ ରାସ୍ତା ଧରିଲା ।
<urn:uuid:748ed290-686e-4c0b-8475-9fc152822ad8>
CC-MAIN-2018-43
http://odiagapa.com/%E0%AC%AE%E0%AC%B9%E0%AC%BE%E0%AC%A0%E0%AC%95/
2018-10-19T20:25:30Z
s3://commoncrawl/crawl-data/CC-MAIN-2018-43/segments/1539583512434.71/warc/CC-MAIN-20181019191802-20181019213302-00151.warc.gz
ory
0.999909
Orya
6
{"ory_Orya_score": 0.9999086856842041}
ନିଅଣ୍ଟିଆ ଓ ଅନିୟମିତ ବର୍ଷା ଫଳରେ ରାଜ୍ୟର କେତେକ ଅଞ୍ଚଳ ଉପରେ ମରୁଡ଼ିର କରାଳ ଛାୟା ଦେଖା ଦେଇଥିବା ନେଇ ଗତ ତେର ତାରିଖ ବିଧାନସଭାରେ ଗଭୀର ଉଦ୍ବେଗ ପ୍ରକାଶ ପାଇଥିଲା। ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୃହକୁ ସୂଚନା ଦେଇଥିଲେ ଯେ କେତେକ ଅଞ୍ଚଳରେ 'ମରୁଡ଼ି ଭଳି ପରିସ୍ଥିତି ଦେଖା ଦେଲାଣି'। ମନ୍ତ୍ରୀ ମହୋଦୟ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ, କ୍ଷେତ୍ର ସ୍ତରରେ ସ୍ଥିତିର ଆକଳନ କରାଯାଇ ମରୁଡ଼ିର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଇତିମଧ୍ୟରେ ସପ୍ତାହେରୁ ଅଧିକ କାଳ ବିତି ଯାଇଥିଲେ ସୁଦ୍ଧା ମରୁଡ଼ି ପରିସ୍ଥିତିର ଏକ ବିଶ୍ୱସନୀୟ ଚିତ୍ର ମିଳି ପାରିନାହିଁ। ଶୁକ୍ରବାର ଦିନ ମରୁଡ଼ି ପରିସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ତେବେ, ଅନେକ ଜିଲ୍ଲାରୁ ଜିଲ୍ଲାପାଳ ମାନଙ୍କ ରିପୋର୍ଟ ତଥାପି ଅପେକ୍ଷା କରାଯାଇଥିବାରୁ ସ୍ଥିତିର ଆକଳନ ସମ୍ଭବ ହୋଇ ନଥିଲା। ଆମ ଶାସନ ବ୍ୟବସ୍ଥାରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏହା ଏକ ଗୁରୁତର ସମସ୍ୟା। ଠିକଣା ସମୟରେ କ୍ଷେତ୍ର ସ୍ତରରୁ ବାସ୍ତବ ସ୍ଥିତି ସମ୍ପର୍କରେ ସୂଚନା ମିଳୁନଥିବାରୁ ଅବସ୍ଥାର ଠିକ୍ ଆକଳନ ହୋଇ ପାରୁନାହିଁ କି ତାର ମୁକାବିଲା ସକାଶେ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇ ପାରୁନାହିଁ। ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ବିପର୍ଯ୍ୟୟ ପୀଡ଼ିତମାନେ। ଦୁର୍ବିପାକ ଜନିତ ଆପତ୍କାଳୀନ ସ୍ଥିତିରେ ବିପର୍ଯ୍ୟୟ ପରିଚାଳନା ଆଶାଜନକ ହେଉନାହିଁ। ତେବେ ସାଂପ୍ରତିକ ମରୁଡ଼ି ପରିସ୍ଥିତି ନେଇ ଅନେକ ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ 'ମରୁଡ଼ି ପ୍ରଭାବିତ ଅଞ୍ଚଳ' ଘୋଷଣା ପାଇଁ ସରକାର ଏ ସଂକ୍ରାନ୍ତ ନୀତିରେ ପରିବର୍ତ୍ତନ ପାଇଁ ଚିନ୍ତା କରୁଛନ୍ତି। ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ, ଆସନ୍ନ ମରୁଡ଼ି ସାମ୍ନା କରିବାକୁ ଯାଉଥିବା ଚାଷୀଙ୍କୁ ଏହା କିଛି ମାତ୍ରାରେ ଆଶ୍ୱସ୍ତ କରୁଥିବ। ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ମରୁଡ଼ି ଅଞ୍ଚଳ ଘୋଷଣା ପାଇଁ 'ଫସଲ କଟା ରିପୋର୍ଟ' ବଦଳରେ ଏଣିକି 'ବୃଷ୍ଟିପାତର ରିପୋର୍ଟ'କୁ ମାପକାଠି ଭାବେ ଗ୍ରହଣ କରିବା ଲାଗି ସରକାର ଚିନ୍ତା କରୁଛନ୍ତି। ଏହି ନୂଆ ନୀତିରେ ଗ୍ରାମପଞ୍ଚାୟତକୁ ଏକକ ଭାବେ ଗ୍ରହଣ କରାଯିବ। ସରକାରଙ୍କ ପ୍ରସ୍ତାବିତ ନୂଆ ବ୍ୟବସ୍ଥାରେ ଯଦି କୌଣସି ପଞ୍ଚାୟତରେ କ୍ରମାଗତ ତିନି ସପ୍ତାହ ଧରି ସ୍ୱାଭାବିକଠାରୁ ୫୦ ପ୍ରତିଶତ କମ୍ ବର୍ଷା ହୁଏ, ତେବେ ସେହି ନିପାଣିଆ ତିନି ସପ୍ତାହର ସମୟକୁ 'ଶୁଷ୍କ ଅବଧି' ଭାବେ ବିଚାର କରି ସମ୍ପୃକ୍ତ ପଞ୍ଚାୟତକୁ 'ମରୁଡ଼ି ପ୍ରଭାବିତ' ଘୋଷଣା କରାଯିବ। 'ଫସଲ କଟା' ବଦଳରେ 'ଶୁଷ୍କ ଅବଧି'କୁ ମାପକାଠି ଭାବେ ଗ୍ରହଣ କରାଯିବା ଏକ ଉନ୍ନତ ବ୍ୟବସ୍ଥା। ଏହି ବ୍ୟବସ୍ଥାର ପ୍ରମୁଖ ସକାରାତ୍ମକ ଦିଗଗୁଡ଼ିକ ହେଲା- ସ୍ୱଚ୍ଛତା, ସରଳତା ଓ ସହଳ ପ୍ରକ୍ରିୟା। ଫସଲ କଟା ରିପୋର୍ଟ ନେଇ ଅନେକ ସମୟରେ ରାଜସ୍ୱ ଅଧିକାରୀ ଓ ଚାଷୀଙ୍କ ମଧ୍ୟରେ ସହମତି ରହୁନଥିଲା। କିନ୍ତୁ ବୃଷ୍ଟିପାତ ରିପୋର୍ଟ ନେଇ ଅସହମତି କିମ୍ବା ବିବାଦର ବିଶେଷ ଅବକାଶ ରହିବ ନାହିଁ। ତେଣୁ ଏହା ଏକ ଅପେକ୍ଷାକୃତ ସ୍ୱଚ୍ଛ ବ୍ୟବସ୍ଥା। ଏହା ବାସ୍ତବବାଦୀ ମଧ୍ୟ ଏଥିପାଇଁ ଯେ, ତିନି ସପ୍ତାହ ଧରି ଯଦି ସ୍ୱାଭାବିକଠାରୁ ଅଧା ବି ବୃଷ୍ଟିପାତ ନ ହୁଏ, ତେବେ ସେହି ପଞ୍ଚାୟତରେ ଫସଲହାନି ଘଟି ଅମଳ ପ୍ରଭାବିତ ହେବା ନିଶ୍ଚିତ। ଏ ବର୍ଷ ସରକାରଙ୍କ ତାଜା ରିପୋର୍ଟ ଅନୁଯାୟୀ ୧୦୭ଟି ବ୍ଲକ୍ରେ ଗତ ସପ୍ତାହ ସୁଦ୍ଧା ସ୍ୱାଭାବିକ ଠାରୁ ୧୯ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ କମ୍ ବର୍ଷା ହୋଇଛି। ଏଥିରୁ ୨୫ଟି ବ୍ଲକ୍ରେ ୨୯ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ କମ୍ ବୃଷ୍ଟିପାତ ହୋଇଛି। ଏହିସବୁ ବ୍ଲକ୍ରେ ଏମିତି ଅନେକ ସଂଖ୍ୟକ ଗ୍ରାମପଞ୍ଚାୟତ ଥିବ, ଯେଉଁଠି ଏହି ପରିମାଣରୁ ବି କମ୍ ବର୍ଷା ହୋଇଥିବ ଏବଂ ସରକାରଙ୍କ ନୂଆ ମାପକାଠି 'ଶୁଷ୍କ ଅବଧି' ଅନୁଯାୟୀ ତିନି ସପ୍ତାହରୁ ଅଧିକ କାଳ ନିପାଣିଆ (ସ୍ୱାଭାବିକଠାରୁ ୫୦ ପ୍ରତିଶତ କମ୍ ବର୍ଷା) ରହିବା ଫଳରେ 'ମରୁଡ଼ି ଅଞ୍ଚଳ' ଘୋଷିତ ହେବା ଲାଗି ହକ୍ଦାର ହୋଇପାରିବ। ଦ୍ୱିତୀୟ ସକାରାତ୍ମକ ଦିଗଟି ହେଲା- ନୂଆ ବ୍ୟବସ୍ଥାରେ ମରୁଡ଼ି ଅଞ୍ଚଳ ଘୋଷଣା ପ୍ରକ୍ରିୟାରେ ଅହେତୁକ ବିଳମ୍ବକୁ ଏଡ଼ାଯାଇ ପାରିବ। 'ଫସଲ କଟା' ବ୍ୟବସ୍ଥାରେ ଫସଲ ଅମଳକ୍ଷମ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ଏହି କାରଣରୁ ଗତ ୨୦୧୫ ମରୁଡ଼ିର ପୂର୍ଣ୍ଣାଙ୍ଗ ଚିତ୍ର ମିଳିବାରେ ଅଯଥା ବିଳମ୍ବ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦୭ଟି ବ୍ଲକ୍ରେ କେବଳ ୨,୫୭,୯୩୦ ହେକ୍ଟର ଜମିରେ ମରୁଡ଼ି ଜନିତ ଫସଲ ହାନି ହୋଇଥିବା ଆକଳନ କରାଯାଇଥିଲା। ଏହା ପରେ ଆଉ ଦୁଇଟି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ ମଧ୍ୟ କ୍ଷୟକ୍ଷତିର ସ୍ପଷ୍ଟ ଆକଳନ ହୋଇପାରି ନଥିଲା। ଚୂଡ଼ାନ୍ତ ଆକଳନରେ ମରୁଡ଼ି ପ୍ରଭାବିତ ବ୍ଲକ୍ ସଂଖ୍ୟା- ପ୍ରାରମ୍ଭିକ ଆକଳନ ତୁଳନାରେ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଥିଲା। ଚୂଡ଼ାନ୍ତ ମରୁଡ଼ି କ୍ଷୟକ୍ଷତି ରିପୋର୍ଟ ଅନୁଯାୟୀ ୨୩୫ ବ୍ଲକ୍ର ୧୫,୩୫,୯୦୨ ହେକ୍ଟର ଚାଷ ଜମି ମରୁଡ଼ି ପ୍ରଭାବିତ ଦର୍ଶାଯାଇଥିଲା। ସ୍ଥିତିର ଆକଳନରେ ଏ ବିଳମ୍ବ ସ୍ୱାଭାବିକ ଭାବେ ମରୁଡ଼ି ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତିରେ ସମସ୍ୟା ସୃଷ୍ଟି କରେ। ସବୁଠାରୁ ବଡ଼ ଅସୁବିଧା ହେଲା, ମରୁଡ଼ି ପ୍ରଭାବିତ ଚାଷୀଙ୍କ ପାଖରେ ସହାୟତା ପହଞ୍ଚିବା ଏତେ ବିଳମ୍ବିତ ହୁଏ ଯେ, ସହାୟତା ମୂଲ୍ୟହୀନ ହୋଇପଡ଼େ। ୨୦୧୫ର ମରୁଡ଼ି ବେଳେ ବହୁସଂଖ୍ୟକ ଚାଷୀଙ୍କର ଏହି ତିକ୍ତ ଅଭିଜ୍ଞତା ରହିଛି। ସରକାର ୧୦୦୦ କୋଟିର ମରୁଡ଼ି ପ୍ୟାକେଜ୍ ଘୋଷଣା କଲେ। କିନ୍ତୁ 'ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ' ଭଳି ବହୁସଂଖ୍ୟକ ଚାଷୀ 'ଇନ୍ପୁଟ୍ ସବ୍ସିଡି' ଅନେକ ବିଳମ୍ବରେ ପାଇଲେ ଏବଂ ଆଉ କେତେ ଚାଷୀ ତ ଆଦୌ ପାଇଲେ ନାହିଁ। ନୂଆ ବ୍ୟବସ୍ଥା ଫଳରେ ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ଵିତ ହେବ ବୋଲି ଆଶା କରାଯାଏ। ଅବଶ୍ୟ, ନୂଆ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସରକାରଙ୍କୁ ଆଉ କେତେକ ବିଷୟ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ ଓ ବ୍ୟବସ୍ଥାରେ ଅଧିକ ସ୍ପଷ୍ଟତା ମଧ୍ୟ ଆବଶ୍ୟକ। ପ୍ରଥମ, ପ୍ରତି ପଞ୍ଚାୟତର ବୃଷ୍ଟିପାତ ପରିମାଣ ରେକର୍ଡ ପାଇଁ ବିଶ୍ୱସନୀୟ ବ୍ୟବସ୍ଥା ଓ ବୃଷ୍ଟିପାତର ଦୈନିକ ବିବରଣୀ ସଂଗ୍ରହ ଅତ୍ୟନ୍ତ ଜରୁରୀ ଅନ୍ୟଥା, ଅଯଥା ବିଭ୍ରାନ୍ତି ଦେଖା ଦେବାର ଆଶଙ୍କା ରହିଛି। ଦ୍ୱିତୀୟରେ ଏ ବ୍ୟବସ୍ଥା କେବଳ ଅଣଜଳସେଚିତ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ। ଜଳସେଚିତ ଅଞ୍ଚଳରେ ପାଣି ଅଭାବ ଜନିତ ଫସଲ ହାନି ପ୍ରସଙ୍ଗରେ ନୀତି କ'ଣ ହେବ? ରାଜ୍ୟର ପ୍ରାୟ ୬୨ ଲକ୍ଷ ହେକ୍ଟର ଜମିରୁ ୬୬ ପ୍ରତିଶତ ଅଣଜଳସେଚିତ ଏବଂ ଅବଶିଷ୍ଟ ୩୪ ପ୍ରତିଶତ ଜଳସେଚିତ (କେବଳ ଖରିଫରେ)। ତେବେ ଯେଉଁ ସବୁ ଅଞ୍ଚଳକୁ 'ଜଳସେଚିତ' ବୋଲି ସରକାରୀ ରେକର୍ଡରେ ଦେଖାଯାଇଛି, ସେଥିରୁ ବି ଅନେକ ଅଞ୍ଚଳକୁ ପାଣି ମାଡୁନାହିଁ। ପୁଣି ମାତ୍ର ୧୩ ଲକ୍ଷ ହେକ୍ଟର ଜମି ବୃହତ୍ ଓ ମଧ୍ୟମ ସେଚ ପ୍ରକଳ୍ପ ଦ୍ୱାରା ଜଳସେଚିତ ହେଉଥିବା ବେଳେ କ୍ଷୁଦ୍ର, ଉଠା ଓ ଅନ୍ୟାନ୍ୟ ଉତ୍ସରୁ ଅବଶିଷ୍ଟ ୧୫ ଲକ୍ଷ ହେକ୍ଟର ଜମି ଜଳସେଚିତ ହେଉଛି। ଏଥିରୁ ଅନେକ ଉତ୍ସରୁ ଜଳସେଚନକୁ 'ନିଶ୍ଚିତ ସେଚ' ବ୍ୟବସ୍ଥା ବୋଲି କୁହାଯାଇ ପାରିବ ନାହିଁ। ତେଣୁ 'ଜଳସେଚିତ' ଅଞ୍ଚଳର ଯଦି ଜଳସେଚନର 'ଅନିଶ୍ଚତତା' କାରଣରୁ ଫସଲ ହାନି ହୁଏ, ତେବେ କେଉଁ ମାପକାଠିରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯାଇ ପାରିବ? ଏ ବିଷୟ ଉପରେ ସରକାରୀ ସ୍ତରରେ ଅଧିକ ଆଲୋଚନା ହୋଇ ସ୍ପଷ୍ଟ ନୀତି ନିର୍ଦ୍ଧାରଣର ଅପେକ୍ଷା କରାଯାଏ। ଏ ପ୍ରସଙ୍ଗରେ ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଫସଲ ବୀମା ଯୋଜନାରେ ସରକାରଙ୍କ ଏହି ନୂଆ ବ୍ୟବସ୍ଥାକୁ ମାନ୍ୟତା ମିଳିବ କି ନାହିଁ? ଉଭୟ ସରକାର ଓ ବୀମା କମ୍ପାନିମାନେ ଏ ବିଷୟ ସ୍ପଷ୍ଟ କରିବା ଉଚିତ। ଅନ୍ୟଥା ଚାଷୀମାନେ ହଇରାଣର ସମ୍ମୁଖୀନ ହେବେ। ପୂର୍ବବର୍ତ୍ତୀ ଖବର
<urn:uuid:1a3795ea-fc78-46f2-87ab-549e303af26f>
CC-MAIN-2018-43
http://sambad.in/editorial/drought-declear-2495/
2018-10-15T09:35:02Z
s3://commoncrawl/crawl-data/CC-MAIN-2018-43/segments/1539583508988.18/warc/CC-MAIN-20181015080248-20181015101748-00151.warc.gz
ory
0.99996
Orya
5
{"ory_Orya_score": 0.9999604225158691}
ନୂଆଦିଲ୍ଲୀ : ରାଜ୍ୟସଭାରେ ପୋଲାଭରମ ପ୍ରକଳ୍ପ ସମ୍ପର୍କୀତ ସାଂସଦ ବିଜୟ ସାଇ ରେଡ୍ଡିଙ୍କର ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଅର୍ଜନ ରାମ ମେଘଓ୍ଵାଲା କହିଛନ୍ତି ଯେ,ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ପୋଲାଭରମ ପ୍ରକଳ୍ପକୁ ବୈଷୟିକ ସହାୟତା ପ୍ରଦାନ କରିବା ସହି ଉଚିତ୍ ସମୟରେ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ କେନ୍ଦ୍ର ଜଳ ସମ୍ପଦ,ନଦୀ ବିକାଶ ଓ ଗଙ୍ଗା ରିନ୍ୟୁଭେସନ ମନ୍ତ୍ରାଳୟ ଦ୍ୱାରା ଡ୍ୟାମ୍ ଡିଜାଇନ୍ ରିଭ୍ୟୁ ପ୍ୟାନେଲ ଗଠନ କରାଯାଇଛି। ଏତଦ୍ବ୍ୟତୀତ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ କିଭଳି ତ୍ୱରାନ୍ଵିତ କରାଯାଉଛି ତାହାର ଅବଲୋକନ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଶୀର୍ଷ କମିଟି ମଧ୍ୟ ଗଠନ କରାଯାଇଛି ଯାହା ପ୍ରକଳ୍ପ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ କାର୍ଯ୍ୟର ଅଗ୍ରଗତିକୁ ବିଭିନ୍ନ ଦିଗରୁ ସମୀକ୍ଷା କରିବ। ପ୍ରକଳ୍ପ ନିର୍ମାଣର ସମସ୍ତ ଯୋଜନା,ଗୁଣବତ୍ତା,ସୁରକ୍ଷା,ବ୍ୟୟ ବରାଦ ଭଳି ପ୍ରସଙ୍ଗରେ ମଧ୍ୟ କମିଟି ଧ୍ୟାନ ଦେବ। ପ୍ରକଳ୍ପ ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ କାର୍ଯ୍ୟର ସମୀକ୍ଷା ଓ ମନିଟରିଂ ପାଇଁ କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କାର୍ଯ୍ୟର ତଦାରଖ କରିବ। ଆନ୍ଧ୍ରପ୍ରଦେଶ ସରକାରଙ୍କ ସୂଚନା ଅନୁସାରେ ପୋଲାଭରମ ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଓ ୪ଟି ସୁପରିଟେଣ୍ଡିଂ ଯନ୍ତ୍ରୀଙ୍କ ପଦବୀରେ ନିଯୁକ୍ତି ହୋଇଛି। ୩୦ଟି ଏକ୍ସ୍ୟୁକ୍ୟୁଟିଭ୍ ଯନ୍ତ୍ରୀଙ୍କ ପଦରୁ ୨୭ଟିରେ,୧୦୦ଟି ଡେପୁଟୀ ଏକ୍ସ୍ୟୁକ୍ୟୁଟିଭ୍ ଯନ୍ତ୍ରୀଙ୍କ ପଦରୁ ୮୯ ଟିରେ,୩୮୪ଟି ଆସିଷ୍ଟାଣ୍ଟ ଏକ୍ସ୍ୟୁକ୍ୟୁଟିଭ୍ ଯନ୍ତ୍ରୀଙ୍କ ପଦରୁ ୩୪୯ଟିରେ ନିଯୁକ୍ତି କାର୍ଯ୍ୟ ସରିଛି। ଏତଦ୍ବ୍ୟତୀତ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ମେଘଓ୍ଵାଲା ସାଂସଦ କେଭିବି ରାମଚନ୍ଦ୍ର ରାଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ,ପୋଲାଭରମ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୬ଟି ଜଳସେଚନ ପ୍ରକଳ୍ପରୁ ଜାତୀୟ ମାନ୍ୟତା ପାଇଥିବା ପ୍ରକଳ୍ପ ତାଲିକାରେ ସାମିଲ ହୋଇଛି। ପ୍ରକଳ୍ପକୁ ପ୍ରଥମେ ୪୩୪୩.୫୨କୋଟି ଟଙ୍କା, ପରବର୍ତ୍ତୀ ସମୟରେ ୧୦୨୦.୬୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଓ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ଏବଂ ଆନ୍ଧ୍ରପ୍ରଦେଶ ସରକାର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବାର ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ଜାରି ରହିଥିବା ତଥା ୨୦୧୯ରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ଯୋଜନା ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତେଲେଙ୍ଗାନା ସ୍ୱତନ୍ତ୍ର ପ୍ରତିନିଧି ଭୁବନେଶ୍ୱର : ଏଣିକି ଅଦାଲତରେ ପୋଲାଭରମ୍ ପ୍ରକଳ୍ପ ବିରୋଧରେ ଉଭୟ ତେଲେଙ୍ଗାନା-ଓଡ଼ିଶା ଏକାଠି ହୋଇ ଲଢ଼ିବେ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପ୍ରତିନିଧି ତେଜାବତ୍ ରାମଚନ୍ଦ୍ରୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏଭଳି ପ୍ରସ୍ତାବ ଦେଇଥିବା ସେ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଶ୍ରୀ ରାମଚନ୍ଦ୍ରୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ଉଭୟ ରାଜ୍ୟ ପୋଲାଭରମ୍ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି। ତେଲେଙ୍ଗାନାର ପ୍ରାୟ ୨ ଲକ୍ଷ ଅନୁସୂଚିତ ଜନଜାତି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ, ଏହି ପ୍ରକଳ୍ପର ପରିବର୍ତନ ହେବା ଉଭୟ ରାଜ୍ୟ ଚାହାନ୍ତି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶ ସରକାର ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଏ ନେଇ ପରିସ୍ଥିତି ଜଟିଳ ହୋଇପଡ଼ିଛି।
<urn:uuid:bd781b08-fe0a-4d36-a04f-ec23d2889b41>
CC-MAIN-2018-43
http://sambad.in/india-and-beyond/polavaram-project-3-78776/
2018-10-16T14:21:07Z
s3://commoncrawl/crawl-data/CC-MAIN-2018-43/segments/1539583510754.1/warc/CC-MAIN-20181016134654-20181016160154-00311.warc.gz
ory
1.000005
Orya
6
{"ory_Orya_score": 1.0000050067901611}
ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀ ଜ୍ୱର ହ୍ରାସ ପାଇଛି ଭୁବନେଶ୍ୱର: ମଶା ଓ ଜଳ ବାହିତ ରୋଗ ନିୟନ୍ତ୍ରଣରେ ୨୦୧୭ ଓ ୨୦୧୮ ମସିହାରେ ରାଜ୍ୟକୁ ଉଲ୍ଲେଖନୀୟ ସଫଳତା ମିଳିଛି। ମ୍ୟାଲେରିଆ ୮୮%, ଡେଙ୍ଗୁ ୫୦% ଓ ଜାପାନୀ ଜ୍ୱର ୬୭% ହ୍ରାସ ପାଇଛି। ଆଜି ସଚିବାଳୟରେ ଅନୁଷ୍ଠିତ ଆନ୍ତଃବିଭାଗୀୟ ସମନ୍ଵୟ କମିଟି ବୈଠକରୁ ଏହି ସୂଚନା ମିଳିଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଂପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ କ୍ଷେତ୍ରସ୍ତରୀୟ ସମନ୍ଵୟ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ପ୍ରମୋଦ ମେହେର୍ଦ୍ଦା ଜଣାଇଥିଲେ, ୨୦୧୭ ଜୁଲାଇରୁ ୨୦୧୮ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମ୍ୟାଲେରିଆରେ କେହି ମୃତ୍ୟୁବରଣ କରିନାହାନ୍ତି। ସେହିପରି ୨୦୧୬ରେ ମୋଟ୍ ୮,୩୮୦ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିଲା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ମସିହାରେ ଡେଙ୍ଗୁ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୪୧୫୮ ଓ ୬ କୁ କମିଯାଇଥିଲା। ଏହା ଫଳରେ ରାଜ୍ୟରେ ଡେଙ୍ଗୁ ସ୍ଥିତିରେ ୫୦% ହ୍ରାସ ଘଟିଥିଲା। ୨୦୧୬ ମସିହାରେ ଜାପାନୀ ଜ୍ୱରରେ ୨୪୨ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୩୯ ଜଣ ମୃତ୍ୟୁ ମୁଖରେ ପଡ଼ିଥିଲେ। ୨୦୧୭ ମସିହାରେ ୭୯ ଜଣ ଆକ୍ରାନ୍ତ ହୋଇଥିଲା ବେଳେ କେହି ମୃତ୍ୟୁବରଣ କରି ନ ଥିଲେ। ୨୦୧୮ରେ ବି ଜାପାନୀ ଜ୍ୱରରେ କେହି ମୃତ୍ୟୁ ମୁଖରେ ପଡ଼ି ନାହାନ୍ତି। ସେହିପରି ଡାଇରିଆ ଓ ହେପାଟାଇଟ୍ସ୍ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ସଫଳତା ମିଳିଛି। ସାର୍ବଜନୀନ ଟିକାଦାନ, ଶିଶୁମାନଙ୍କୁ ରୋଟାଭାଇରସ୍ ଟିକାକରଣ, ହେପାଟାଇଟିସ୍ ଟିକାକରଣ, ମଶା ନିରୋଧକ ମଶାରୀ ବଣ୍ଟନ, ଓଆର୍ଏସ୍ ଓ ଜଳ ବିଶୋଧନ ବଟିକା ବଣ୍ଟନ ଏବଂ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ବୈଠକରେ ପରିବେଶ ଓ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍, ସ୍ୱାସ୍ଥ୍ୟ ବିଭାଗର ସଚିବ ପ୍ରମୋଦ ମେହେର୍ଦ୍ଦା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ବିଶାଳ ଗଗନ ଓ ଜାତୀୟ ସ୍ୱାସ୍ଥ୍ୟ ମିସନ୍ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
<urn:uuid:8f916fe2-b41a-4989-94d4-6b84dfe81bb9>
CC-MAIN-2018-43
http://sambad.in/state/maleriay-dengu-fever-less-140150/
2018-10-16T14:23:06Z
s3://commoncrawl/crawl-data/CC-MAIN-2018-43/segments/1539583510754.1/warc/CC-MAIN-20181016134654-20181016160154-00311.warc.gz
ory
0.999987
Orya
3
{"ory_Orya_score": 0.9999866485595703}
ଆଜିକାଲି ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି । ଘରେ ରୋଷେଇ କରି ଘର ସମ୍ଭାଳିବା ସହ ଅଫିସରେ ମଧ୍ୟ ସୁଚାରୂପେ ନିଜ କାର୍ଯ୍ୟ ନିର୍ବାହ କରୁଛନ୍ତି ମହିଳା । ସେନାରେ ସାମିଲ ହେବା ଠାରୁ ଆରମ୍ଭ କରି ବିମାନ ଉଡ଼ାଉଛନ୍ତି ଆଜିକାଲିର ମହିଳା । ଅନ୍ୟ ଉପରେ ନିର୍ଭର ନକରି ନିଜେ କାମ କରି ଆତ୍ମସମ୍ମାନ ସହ ଜୀବନ ଜିଉଁଛନ୍ତି । ଆଜିକା ସମୟରେ ମହିଳାମାନେ ସବୁକିଛି କରିବା ପାଇଁ ସକ୍ଷମ ବୋଲି ପ୍ରତି ପଦକ୍ଷେପରେ ପ୍ରମାଣିତ କରୁଛନ୍ତି । ତେବେ ଟୋଲଗେଟରେ ଆପଣ ସବୁବେଳେ ପୁରୁଷ ଲୋକ କାମ କରୁଥିବାର ଦେଖୁଥିବେ । କିନ୍ତୁ ଆଗକୁ ଏଥିରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଟୋଲ ପ୍ଲାଜାରେ ଯଦି କେହି ମହିଳା ଟୋଲ ଟ୍ୟାକ୍ସ ଏବଂ ବ୍ୟାରିୟର ଓପରେଟ କରୁଥିବା ଦେଖନ୍ତି, ତେବେ ଆଶ୍ୱର୍ଯ୍ୟ ହେବାର କିଛି ନାହିଁ । କାରଣ ଆଉ ତିନି ଦିନ ପରେ ମହିଳା ଦିବସ ( ୮ ମାର୍ଚ୍ଚ)ଠାରୁ ଇନ୍ଦୋର ବାୟପାସର ଟୋଲ ପ୍ଲାଜାର ସଂଚାଳନ ଦାୟିତ୍ୱ ମହିଳାମାନଙ୍କ ହାତକୁ ଆସିଯିବ । ଇନ୍ଦୋର ବାୟପାସ୍ ମଙ୍ଗୋଲିଆ ସ୍ଥିତ ଟୋଲ ପ୍ଲାଜାରେ ମହିଳାମାନେ ଆଦାୟ କରିବେ ଟୋଲ ଟାକ୍ସ । ଯାନବାହାନ ଆସିବା ପରେ ବ୍ୟାରିୟର ତଳକୁ କରିବା ସହ ଟୋଲ ଆଦାୟ ଏବଂ ବ୍ୟାରିୟର ଖୋଲିବେ ମହିଳା । ଇନ୍ଦୋର ବାୟପାସ୍ ଟୋଲ ପ୍ଲାଜାର ୧୬ ମଧ୍ୟରୁ ୧୪ଟି ବ୍ୟାରିୟର ଉପରେ ମହିଳାକର୍ମୀଙ୍କୁ ନିଯୁକ୍ତି କରାଯାଉଛି । ଏଭଳି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ମହିଳାଙ୍କୁ ଉତ୍ସାହିତ କରିବା । ଏବଂ ନିତିଦିନ ହେଉଥିବା ବାଦବିବାଦ ଓ ମାରପିଟ୍ ଭଳି ସମସ୍ୟା କମିପାରେ ବୋଲି କୁହାଯାଉଛି । ଇନ୍ଦୋର ଦେୱାସ ଟୋଲବେଜ କମ୍ପାନୀର କାର୍ଯ୍ୟକର୍ତ୍ତମାନେ ଆଶା କରିଛନ୍ତି, ଏଭଳି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଯୋଗୁଁ ଯେଉଁ ରାଜନୀତିକ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଟୋଲ ଟ୍ୟାକ୍ସ ଦେଉନାହନ୍ତି, ସେମାନେ ଟ୍ୟାକ୍ସ ଦେବେ । ହୋଇପାରେ ସେମାନେ ମହିଳାମାନଙ୍କ ସହ ଯୁକ୍ତିତର୍କ କରିବାକୁ ପଂଚଘୁଚା ଦେଇପାରନ୍ତି । ତେବେ କମ୍ପାନୀ ୧୫ ଜଣ ମହିଳାଙ୍କୁ ଟୋଲକର୍ମୀ ଭାବେ ନିଯୁକ୍ତି ଦେଇଛି । ଏବଂ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ମହିଳା ଦିବସର ଅବସରରେ ୧୪ ଟୋଲ ବୁଥ ସଂଚାଳନର କାମ ବିଧିବଧ ଭାବେ ମହିଳାମାନେଙ୍କୁ ଦାୟିତ୍ୱ ଦିଆଯିବ । ଆରମ୍ଭର କିଛିଦିନ ପାଇଁ ଟୋଲକର୍ମୀ ତାଙ୍କ ସହିତ ରହିବେ, କାରଣ ସେମାନେ କୌଣସି ପ୍ରକାର ସମସ୍ୟାରେ ସମ୍ମୁଖୀନ ନହୁଅନ୍ତୁ । କମ୍ପାନୀର କର୍ମଚାରୀଙ୍କ କହିଛନ୍ତି, ପରୀକ୍ଷାମୂଳକ ରୂପେ କିଛି ମହିଳାଙ୍କୁ ବର୍ତ୍ତମାନ କୌଣସି ନା କୌଣସି ବୁଥରେ ଦାୟିତ୍ୱ ଦିଆଯାଉଛି । ମହିଳା କାମ ଶିଖିବା ମାତ୍ରେ, ତାଙ୍କ ଡ୍ୟୁଟି ଟୋଲ ଗେଟରେ ଦିଆଯିବ । ଟୋଲ ପ୍ଲାଜାର ନିଯୁକ୍ତି ଦାତା ଇଂନ୍ଧର-ଦେବାସ ଟୋଲବେଜ କମ୍ପାନୀର ଟିମ ଲିଡର ଅଜୟ ପାଣ୍ଡେଙ୍କ କହିବାନୁସାରେ, ମହିଳା ଟୋଲକର୍ମୀଙ୍କୁ ଡ୍ୟୁଟି ସମୟ ସକାଳ ୮ ଠାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଦିଆଯିବ । ଏଭଳି କରିବା ଉଦ୍ଦ୍ୟେଶ ହେଲା, ମହିଳା ରାତି ହେବା ପୂର୍ବରୁ ତାଙ୍କ ଘରେ ପହଂଚିପାରିବେ । ସନ୍ଧ୍ୟାରୁ ତା'ପର ଦିନ ସକାଳ ପର୍ଯ୍ୟନ୍ତ ପୁରୁଷମାନେ ଟୋଲଗେଟ ସମ୍ଭାଳିବେ । ଟ୍ରେନିଂରେ ମହିଳାମାନଙ୍କୁ ଟୋଲ ଗେଟରେ ଲଗାଯାଇଥିବା କମ୍ୟୁଟର ସିଷ୍ଟମ, କାର୍ଯ୍ୟପ୍ରଣାଳୀ ସହ ସାଧାରଣ ଜନତାଙ୍କ ବ୍ୟବହାର ସମ୍ଭନ୍ଧରେ ଶିକ୍ଷା ଦିଆଯାଉଛି ।
<urn:uuid:0257b596-74e8-4a6d-8cba-40a9cdfa4b3f>
CC-MAIN-2018-43
http://kanaknews.com/national-now-women-will-cut-slips-on-toll-tax-and-recover-tax/
2018-10-18T15:52:20Z
s3://commoncrawl/crawl-data/CC-MAIN-2018-43/segments/1539583511889.43/warc/CC-MAIN-20181018152212-20181018173712-00432.warc.gz
ory
0.999999
Orya
4
{"ory_Orya_score": 0.9999991655349731}
ବୁର୍ଲା: ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ( ଭିମସାର)ର ନବଗଠିତ କାର୍ଯ୍ୟକାରିଣୀ କମିଟି ପ୍ରଥମ ବୈଠକ ଭୀମସାର ଲେକଚରର ହଲଠାରେ ଅନୁଷ୍ଠିତ ହୋଇଛି। ଭିମସାର ନିର୍ଦ୍ଦେଶକ ଡ. ଅଶ୍ମିନ ପୂଜାହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିମସାର କାର୍ଯ୍ୟନିର୍ବାହୀ ବୈଠକରେ ଭିମସାରର ଭିତ୍ତିଭୂମି ବିକାଶ, ନୂତନ ଡାକ୍ତର ଓ ଅଧ୍ୟପକ ନିଯୁକ୍ତି ସହିତ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିି ନେଇ କେତେକ ପରାମର୍ଶ ଉପରେ ଆଲୋଚନା ହୋଇଛି। ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ଶେଷ ସପ୍ତାହରେ ସରକାର ଭିମସାରର ନୂତନ କାର୍ଯ୍ୟନିର୍ବାହୀ କମିଟି ଗଠନ କରିଥିଲେ।
<urn:uuid:a9d6d6bb-e6cf-4628-90e8-f431878ea703>
CC-MAIN-2018-43
http://sambad.in/state/vimsar-executive-body-meeting-started-1262/
2018-10-19T23:59:30Z
s3://commoncrawl/crawl-data/CC-MAIN-2018-43/segments/1539583512499.22/warc/CC-MAIN-20181019232929-20181020014429-00032.warc.gz
ory
0.999994
Orya
4
{"ory_Orya_score": 0.9999943971633911}
ଯାତ୍ରାପୁସ୍ତକ 15 Oriya Bible: Easy-to-Read Version (ERV-OR) ମୋଶାଙ୍କ ସଙ୍ଗୀତ 15 ଏହା ପରେ ମୋଶା ଓ ଇସ୍ରାଏଲୀୟ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କଲେ, "ଆମ୍ଭେ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା। ସେ ମହାନ କାର୍ଯ୍ୟ କରିଛନ୍ତି। ସେ ଅଶ୍ୱ ଏବଂ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କଲେ। 2 ସଦାପ୍ରଭୁ ହେଉଛନ୍ତି ମୋର ଶକ୍ତି। ସେ ମୋତେ ରକ୍ଷା କରନ୍ତି। ଏବଂ ମୁଁ ତାଙ୍କର ପ୍ରଶଂସା କରି ଗାନ କରିବି। ସଦାପ୍ରଭୁ ହେଉଛନ୍ତି ମୋର ପରମେଶ୍ୱର ଏବଂ ମୁଁ ତାଙ୍କର ପ୍ରଶଂସା କରିବି। ସଦାପ୍ରଭୁ ହେଉଛନ୍ତି ମୋର ପୂର୍ବପୁରୁଷମାନଙ୍କର ପରମେଶ୍ୱର ଏବଂ ମୁଁ ତାଙ୍କର ସମ୍ମାନ କରିବି। 3 ସଦାପ୍ରଭୁ ଯୁଦ୍ଧବୀର, ସଦାପ୍ରଭୁ ତାଙ୍କର ନାମ। 4 ସେ ଫାରୋଙ୍କର ରଥ ଏବଂ ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗରରେ ନିମଗ୍ନ ହୋଇ ଅଛନ୍ତି। 5 ଗଭୀର ଜଳ ସେମାନଙ୍କୁ ଆଚ୍ଛାଦନ କରିଅଛି। ସେମାନେ ପ୍ରସ୍ତର ତୁଲ୍ୟ ଅଗାଧ ଜଳରେ ବୁଡ଼ି ଗଲେ। 6 "ସଦାପ୍ରଭୁ ତାଙ୍କର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ ଏବଂ ସଦାପ୍ରଭୁ, ତାଙ୍କର ଦକ୍ଷିଣ ହସ୍ତରେ ଶତ୍ରୁକୁ ପରାସ୍ତ କଲେ। 7 ତୁମ୍ଭେ ନିଜର ଉତ୍କୃଷ୍ଟ ମହିମାରେ, ନିଜର ପ୍ରତିକୂଳାଗ୍ଭରୀମାନଙ୍କୁ ଧ୍ୱଂସ କରିଛ। ତୁମ୍ଭେ ତୁମ୍ଭର କ୍ରୋଧାଗ୍ନି ପଠାଅ। ତାହା ସେମାନଙ୍କୁ ନଡ଼ାପରି ଗ୍ରାସ କରେ। 8 ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ ପ୍ରାଚୀରତୁଲ୍ୟ ପରିଣତ କଲା। ଏବଂ ଜଳସ୍ରୋତ ପ୍ରାଚୀରତୁଲ୍ୟ ହୋଇଗଲା। ସମୁଦ୍ର ମଧ୍ୟସ୍ଥଳରେ ଜଳ ଜମାଟ ହୋଇଗଲା। 9 "ଶତ୍ରୁ କହିଲା, 'ମୁଁ ସେମାନଙ୍କୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ୟ ଭାଗ କରି ନେବି। ସେମାନଙ୍କର ଉପରେ ମୋର ଅଭିଳାଷ ପୂର୍ଣ୍ଣ ହେବ। ମୁଁ ଆପଣା ଖଡ଼୍ଗ ନିକ୍ଷେପ କରିବି, ମୋର ହସ୍ତ ସେମାନଙ୍କୁ ବିନାଶ କରିବ।' 10 ମାତ୍ର ତୁମ୍ଭେ ତାଙ୍କୁ ଫୁଙ୍କରେ ଉଡ଼ାଇ ଦେଲ ଓ ସମୁଦ୍ରରେ ସେମାନଙ୍କୁ ବୁଡ଼ାଇ ଦେଲ। ସେମାନେ ସୀସା ପରି ଅଗାଧ ସମୁଦ୍ରରେ ବୁଡ଼ିଗଲେ। 11 "ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କୌଣସି ଦେବତା ଅଛି କି? ନା, ତୁମ୍ଭ ପରି ଆଉ କେହି ନାହାନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ଯ୍ୟ ଶକ୍ତିରେ ପରିପୂର୍ଣ୍ଣ, ତୁମ୍ଭେ ବଡ଼ ଅଦ୍ଭୂତ କାର୍ଯ୍ୟ କର! 12 ତୁମ୍ଭେ ଆପଣା ଦକ୍ଷିଣ ହସ୍ତ ଉଠାଇଲ ଏବଂ ପୃଥିବୀ ସେମାନଙ୍କୁ ଗ୍ରାସ କଲା। 13 କିନ୍ତୁ ତୁମ୍ଭେ ଦୟାରେ ରକ୍ଷା କରିଥିବା ଲୋକମାନଙ୍କୁ ଆଗେଇ ନେଲ। ତୁମ୍ଭେ ଆପଣା ପରାକ୍ରମରେ ସେମାନଙ୍କୁ ତୁମ୍ଭର ପବିତ୍ର ନିବାସସ୍ଥାନକୁ ନେଇ ଯାଇଛ। 14 "ଲୋକମାନେ ଏହା ଶୁଣି ଅଛନ୍ତି, ସେମାନେ ଭୟରେ କମ୍ପୁ ଅଛନ୍ତି। ପଲେଷ୍ଟୀୟ ନିବାସୀମାନେ ଭୟରେ ଥରିବାକୁ ଲାଗିଲେ। 15 ଇଦୋମର ନେତାଗଣ ଭୟରେ ଥରିଲେ। ମୋୟାବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ୟ ଭୟରେ ଥରିଲେ। କିଣାନୀୟମାନେ ସେମାନଙ୍କର ସାହସ ହରାଇଲେ। 16 ସେହି ସମସ୍ତ ଲୋକମାନେ ଭୟଭୀତ ହେବେ। ତୁମ୍ଭ ବାହୁର ଶକ୍ତି ଦ୍ୱାରା ସେମାନେ ପଥର ପରି ନିଶ୍ଚଳ ହେବେ, ଯେପର୍ଯ୍ୟନ୍ତ ତୁମ୍ଭର ଲୋକମାନେ, ଯେଉଁମାନଙ୍କୁ ତୁମ୍ଭେ ମୁକ୍ତ କଲ ଗ୍ଭଲି ଯାଇ ନାହାନ୍ତି। 17 ତୁମ୍ଭେ ସେମାନଙ୍କୁ ଆଣ ଓ ସେମାନଙ୍କୁ ନିଜ ପର୍ବତରେ ସ୍ଥାପନ କର। ହେ ସଦାପ୍ରଭୁ, ତୁମ୍ଭ ନିଜ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛ, ସଦାପ୍ରଭୁ ତୁମ୍ଭର ହସ୍ତ ଏକ ଧର୍ମଧାମ ପ୍ରସ୍ତୁତ କରିଅଛି। 18 "ସଦାପ୍ରଭୁ ଚିରଦିନ ରାଜତ୍ୱ କରିବେ।" 19 କାରଣ ଫାରୋଙ୍କର ଘୋଡ଼ା, ରଥ ଏବଂ ସୈନ୍ୟମାନେ ସବୁ ସମୁଦ୍ର ଭିତରକୁ ଗ୍ଭଲି ଯାଇଛନ୍ତି। ସଦାପ୍ରଭୁ ସେମାନଙ୍କ ଉପରେ ସମୁଦ୍ର ଜଳ ଆଚ୍ଛାଦିତ କରାଇଲେ। ମାତ୍ର ଇସ୍ରାଏଲ ଲୋକମାନେ ସମୁଦ୍ର ମଧ୍ୟରେ ଶୁଷ୍କ ରାସ୍ତାରେ ଗମନ କଲେ। 20 ଏହା ପରେ ହାରୋଣର ଭଉଣୀ, ଭବିଷ୍ୟଦ୍ବକ୍ତ୍ରୀ ମରିୟମ ଦାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିୟମ ପୁନରାବୃତ୍ତି କଲେ। 21 ତା'ପରେ ମରିୟମ ଲୋକମାନଙ୍କୁ କହିଲେ, "ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ଯେହେତୁ ସେ ମହାନ କାର୍ଯ୍ୟ କରିଛନ୍ତି। ସେ ଅଶ୍ୱ ଓ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।" ଇସ୍ରାଏଲ ପ୍ରାନ୍ତର ମଧ୍ୟକୁ ଯାଆନ୍ତି 22 ମୋଶା ଇସ୍ରାଏଲ ଲୋକମାନଙ୍କୁ ସୂଫସାଗରଠାରୁ ପର୍ବତ ଆଡ଼କୁ ନେଇଗଲେ। ସେମାନେ ତିନି ଦିନ ଧରି ମରୁଭୂମିରେ ଯାତ୍ରା କଲେ, ଲୋକମାନେ ଟିକେ ମଧ୍ୟ ପାଣି ପାଇଲେ ନାହିଁ। 23 ତିନି ଦିନ ପରେ ଲୋକମାନେ ମାରାଠାରେ ପହଞ୍ଚିଲେ। ସେଠାରେ ପାଣି ଥିଲା କିନ୍ତୁ ତିକ୍ତତା ହେତୁ ପାନୀୟ ଯୋଗ୍ୟ ନ ଥିଲା। ଯେଉଁଥିପାଇଁ ସେହି ସ୍ଥାନର ନାମ ହେଲା ମାରା। 24 ଲୋକମାନେ ମୋଶାଙ୍କ ନିକଟରେ ଅଭିଯୋଗ କଲେ। ଲୋକମାନେ କହିଲେ, "ଆମ୍ଭେ କ'ଣ ପିଇବୁ?" 25 ମୋଶା ସଦାପ୍ରଭୁଙ୍କୁ ଡାକ ପକାଇଲେ। ତେଣୁ ସଦାପ୍ରଭୁ ତାଙ୍କୁ ଏକ ବୃକ୍ଷ ଦେଖାଇଲେ। ମୋଶା ସେହି ବୃକ୍ଷର ଶାଖାକୁ ଜଳରେ ପକାନ୍ତେ ଏହା ମଧୁର ହୋଇଗଲା। ସେହି ସ୍ଥାନରେ, ସଦାପ୍ରଭୁ ତାଙ୍କୁ ବ୍ୟବସ୍ଥା ଓ ଆଜ୍ଞା ଦେଲେ। ସେଠାରେ ସେ ତାଙ୍କୁ ପରୀକ୍ଷା କଲେ। 26 ତା'ପରେ ସେ କହିଲେ, "ତୁମ୍ଭେ ଯେବେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର ଏବଂ ତାଙ୍କ ଦୃଷ୍ଟିରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ୟବସ୍ଥାସବୁ ପାଳନ କର, ତେବେ ମିଶରୀୟମାନେ ଯେଉଁସବୁ ରୋଗରେ ପିଡ଼ୀତ ହେଲେ, ତୁମ୍ଭେମାନେ ସେହି ରୋଗରେ ପିଡ଼ୀତ ହେବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।" 27 ଏହା ପରେ ଲୋକମାନେ ଏଲୀମକୁ ଗଲେ। ଏଲୀମଠାରେ ବାରଟି ନିର୍ଝର ଏବଂ ସତୁରୀଟି ଖଜୁରୀ ଗଛ ଥିଲା। ତେଣୁ ଲୋକମାନେ ସେଠାରେ ପାଣି ପାଖରେ ଛାଉଣି ସ୍ଥାପନ କଲେ।
<urn:uuid:1b2d1fc6-b6f9-4e2b-a36b-69019596916e>
CC-MAIN-2018-43
https://www.biblegateway.com/passage/?search=%E0%AC%AF%E0%AC%BE%E0%AC%A4%E0%AD%8D%E0%AC%B0%E0%AC%BE%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+15&version=ERV-OR
2018-10-22T12:57:19Z
s3://commoncrawl/crawl-data/CC-MAIN-2018-43/segments/1539583515041.68/warc/CC-MAIN-20181022113301-20181022134801-00352.warc.gz
ory
1.000001
Orya
14
{"ory_Orya_score": 1.0000014305114746}
ରାଉରକେଲା : ରକ୍ଷଣାବେକ୍ଷଣର ଅଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ବ୍ଲାଷ୍ଟ ଫର୍ଣ୍ଣେସ୍-୫ ଦୁର୍ଗାରେ ପୁଣି ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି। ୫ ଦିନ ଧରି କ୍ରମାଗତ ଉତ୍ପାଦନ ପ୍ରଭାବିତ ହେବାରୁ ଆଜି ଏହାକୁ ବନ୍ଦ କରି ଦିଆଯାଇଛି। ଏଥିଯୋଗୁଁ କାରଖାନାର ୧୩ କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଉଛି। ଗତ ୧୭ ତାରିଖ ପୂର୍ବାହ୍ନ ୯ଟା ୪୫ ମିନିଟ୍ରେ ବ୍ଲାଷ୍ଟ ଫର୍ଣ୍ଣେସ୍ ଦୁର୍ଗାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବ୍ଲାଷ୍ଟ୍ ଫର୍ଣ୍ଣେସ୍ର ଚାପ ସଂରକ୍ଷଣକାରୀ ଟର୍ବାଇନ୍ (ଟିଆର୍ଟି) ଠିକ୍ ଭାବେ କାମ କରିନଥିଲା। ଚାପ ଓ ତାପ ନିୟନ୍ତ୍ରଣ ହୋଇ ନପାରିବାରୁ ଉତ୍ପାଦନ ପ୍ରଭାବିତ ହୋଇଛି। ଗତ ରାତି ସାଢେ ୩ଟାରେ ବ୍ଲାଷ୍ଟ୍ ଫର୍ଣ୍ଣେସ୍ ଆଦୌ ଉତ୍ତପ୍ତ ହୋଇନଥିଲା। କ୍ରମାଗତ ଏଭଳି ଅବସ୍ଥାରେ ରହିବାରୁ ଆଜି ଅପରାହ୍ଣ ୩ଟାରୁ 'ଦୁର୍ଗା'କୁ ବନ୍ଦ କରି ଦିଆଯାଇଛି।
<urn:uuid:e36113ab-c7ce-4127-804c-3f2907f003ad>
CC-MAIN-2018-43
http://sambad.in/state/rsp-blast-furnace-5-damaged-163528/
2018-10-15T12:53:03Z
s3://commoncrawl/crawl-data/CC-MAIN-2018-43/segments/1539583509196.33/warc/CC-MAIN-20181015121848-20181015143348-00281.warc.gz
ory
0.999982
Orya
3
{"ory_Orya_score": 0.9999822378158569}
ଏସିଆ କପ ଟାଇଟଲ ପାଇଁ ଆଜି ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଭାରତ-ବାଂଲାଦେଶ । ଭାରତ ଟସ୍ ଜିତି ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ତେବେ ଏସବୁ ଭିତରେ ଭାରତ-ଆଫଗାନିସ୍ତାନ ସୁପର-୪ ମ୍ୟାଚର ରୋମାଞ୍ଚକର ମୁକାବିଲାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ କୁନି ଭାରତୀୟ କ୍ରିକେଟ ଫ୍ୟାନଙ୍କୁ କାନ୍ଦୁଥିବାର ଦେଖିବାକୁ ମିଳିଛି । ଆଉ ଏହି କୁନି ଫ୍ୟାନ ଏବେ ସୋସିଆଲ ମିଡିଆର ନୂଆ ସେନସେସନ ପାଲଟି ଯାଇଛନ୍ତି । — Kabali of Cricket (@KabaliOf) September 25, 2018 ୨୬ ସେପ୍ଟେମ୍ବର । ଏସିଆ କପର ସୁପର-୪ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ-ଆଫଗାନିସ୍ତାନ । ତେବେ ଏହି ମ୍ୟାଚରେ ଆଫଗାନିସ୍ତାନ ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଭାରତ ସହ ମ୍ୟାଚ ଟାଇ କରିବାକୁ ସକ୍ଷମ ହୋଇଥିଲେ । ଆଫଗାନିସ୍ତାନର ୨୫୨ ରନ ଜବାବରେ ଭାରତ ମଧ୍ୟ ସମସ୍ତ ୱିକେଟ ହରାଇ ୨୫୨ ହିଁ କରିବାକୁ ସକ୍ଷମ ହୋଇଥିଲା । ତେବେ ଶେଷ ଓଭରରେ ରବୀନ୍ଦ୍ର ଜାଡେଜା ଆଉଟ ହେବା କ୍ଷଣି ଗ୍ୟାଲେରୀରେ ବସିଥିବା ଏକ କୁନି ଭାରତୀୟ ଫ୍ୟାନ ଅର୍ଜନ ସିଂହ ଭୋ ଭୋ ହୋଇ କାନ୍ଦିଥିଲେ । କୁନି ପ୍ରଂଶସକକୁ ଲାଗିଥିଲା କି ଭାରତ ଏହି ମ୍ୟାଚ୍ ହାରିଗଲା । ଆଉ ଏହି ସମୟରେ କୁନି ପ୍ରଂଶସକ କାନ୍ଦୁଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା । ଆଉ ଏହା ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ପୂରା ଦୁନିଆ ଏହି କୁନି କ୍ରିକେଟପ୍ରେମୀଙ୍କ କ୍ରିକେଟପ୍ରେମକୁ ଦେଖି ଆଶ୍ଚଯ୍ୟ ହୋଇଯାଇଥିଲା । ତେବେ ସେ ଗ୍ୟାଲେରୀରେ କାହିଁକି କାନ୍ଦୁଥିଲେ ତାହାର କାରଣ କହିଛନ୍ତି ଅର୍ଜନ । — Amarpreet Singh (@itsamarpreet) September 26, 2018 ଅର୍ଜନ କହିଛନ୍ତି, ମୁଁ ଶେଷ ପର୍ଯ୍ୟନ୍ତ ମ୍ୟାଚର ମଜା ନେଇଥିଲି । ଏପରିକି ଯେତେବେଳେ ଜିତିବାକୁ ମାତ୍ର ୧ ରନ ଆବଶ୍ୟକ ଥିଲା ସେତେବେଳେ ଜାଡେଜା ଏକ ବଡ ସଟ ଖେଳିଥିଲେ । କିଛି ସମୟ ପାଇଁ ଲାଗିଥିଲା ଯେ ବଲଟି ବାଉଣ୍ଡରୀ ଲାଇନ ପାର କରିବା ସହ ଛକା ହୋଇଯିବ । କିନ୍ତୁ ଏହି ସଟ ଖେଳିବା ପ୍ରୟାସରେ ନିଜ ୱିକେଟ ହରାଇଥିଲେ ଜାଡେଜା । ଆଉ ଏହାସହ ଟାଇରେ ଶେଷ ହୋଇଥିଲା ମ୍ୟାଚ୍ । ଏହାସହ ଅର୍ଜନ କହିଛନ୍ତି, ସେ ଚାହୁଁନଥିଲେ କି ଅଧିନାୟକ ଭାବେ ଧୋନି ନିଜର ଶେଷ ଦିନିକିଆ ହାରନ୍ତୁ । ସେଥିପାଇଁ ସେ କାନ୍ଦିଥିଲେ । — CricfreakZ (@cricfreakz) September 26, 2018 କାନ୍ଦିବା ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଷ୍ଟାର ପାଲଟି ଯାଇଥିଲେ ଅର୍ଜନ । ଏପରିକି ତାଙ୍କୁ ହରଭଜନ ମଧ୍ୟ ବୁଝାଇଥିଲେ ଯେ, ଫାଇନାଲ ମ୍ୟାଚରେ ଭାରତ ଜିତିବ । ଏହାଛଡା ଏହି କୁନି ଫ୍ୟାନଙ୍କୁ ଭାରତୀୟ ବୋଲର ଭୁବନେଶ୍ୱର କୁମାର ଫୋନ କରି ମଧ୍ୟ ବୁଝାଇଥିଲେ । ଖେଳ ଶେଷରେ ଆଫଗାନିସ୍ତାନର ଷ୍ଟାର ବୋଲର ରଶିଦ ଖାନ ମଧ୍ୟ ଅର୍ଜନଙ୍କ ସହ ଫଟୋ ଉଠାଇଥିଲେ । ଆଉ ଏସବୁ ଭିତରେ ଭାରତ-ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଦେଖିବାକୁ ମଧ୍ୟ ଷ୍ଟାଡିୟମରେ ପହଞ୍ଚିଛନ୍ତି ଅର୍ଜନ ।
<urn:uuid:ca9a4dd6-4ffe-4add-8e3e-bbb3a0a64d5c>
CC-MAIN-2018-43
http://kanaknews.com/why-arjan-singh-crying-after-india-afg-match/
2018-10-18T02:53:23Z
s3://commoncrawl/crawl-data/CC-MAIN-2018-43/segments/1539583511642.47/warc/CC-MAIN-20181018022028-20181018043528-00041.warc.gz
ory
0.999996
Orya
5
{"ory_Orya_score": 0.9999961853027344}
ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ନା ମହେନ୍ଦ୍ର ସିଂ ଧୋନି । ଏକଥା ଆମେ ଏଥିପାଇଁ କହୁଛୁ କାରଣ ବିସିସିଆଇ ନଜରରେ ଗତକାଲି ରାତି ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ଅଧିନାୟକ ଧୋନି ଥିଲେ । କିନ୍ତୁ ସୋସିଆଲ ମିଡିଆରେ ଏହାକୁ ନେଇ ଯେତେବେଳେ ମଜାକ କରାଗଲା ସେତେବେଳେ ବୋର୍ଡ଼ ନିଜର ଭୁଲ ବୁଝିପାରି ଏହାକୁ ଠିକ କରିଛି । ଘଟଣା ଅନୁଯାୟୀ, ବିସିସିଆଇର ୱେବସାଇଟରେ ମହେନ୍ଦ୍ର ସିଂ ଧୋନିଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ଦର୍ଶାଯାଇଥିଲା । ୱେବସାଇଟରେ ମହେନ୍ଦ୍ର ସିଂଙ୍କ ଧୋନିଙ୍କ ପ୍ରୋଫାଇଲର ତଳ ପାଶ୍ୱର୍କୁ ତାଙ୍କ ନାମ ପାଖରେ ଅଧିନାୟକ ବୋଲି ଲେଖାଯାଇଥିଲା । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହେବା ପରେ ଶୁକ୍ରବାର ଏଥିରେ ପରିବର୍ତ୍ତନ କରାଯାଇଛି । ଏବଂ ଧୋନିଙ୍କ ପ୍ରୋଫାଇଲରୁ ଅଧିନାୟକ ଶବ୍ଦ ହଟାଇ ଦିଆଯାଇଛି । କିନ୍ତୁ ଏହାକୁ ଠିକ୍ କରିବା ପୂର୍ବରୁ ବିସିସିଆଇର ଏହି ଭୁଲ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରିଥିଲା । ତେବେ ଏହାକୁ ପରିବର୍ତ୍ତନ କରିବା ପରେ ମଧ୍ୟ କୋହଲିଙ୍କ ନାମ ପାଶ୍ୱର୍ରେ ଅଧିନାୟକ ଲେଖିବାକୁ ଭୁଲି ଯାଇଛି ବିସିସିଆଇ । ଏଠାରେ ସୂଚନାଯୋଗ୍ୟ ଯେ, ଧୋନି ଡିସେମ୍ବର ୨୦୧୪ ମସିହାରେ ଅଷ୍ଟ୍ରେଲିଆ ସିରିଜ ମଝିରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏହାବାଦ୍ ୪ ଜାନୁଆରୀ ୨୦୧୭ ମସିହାରେ ଦିନିକିଆ କ୍ରିକେଟ ଓ ଟି-୨୦ ଫର୍ମାଟର ଅଧିନାୟକ ପଦ ଛାଡିଥିଲେ ଧୋନି । ଏହାପରେ ଏହି ତିନୋଟି ଫର୍ମାଟରେ ଭାରତର ଅଧିନାୟକ ଭାବେ ବିରାଟ କୋହଲିଙ୍କୁ ନିଯୁକ୍ତି ଦିଆଯାଇଛି ।
<urn:uuid:86fc290a-d7b9-4ba9-8ea1-9098eebbfb77>
CC-MAIN-2018-43
http://kanaknews.com/bcci-website-mistakenly-dhoni-as-captain-of-indian-cricket-team/
2018-10-19T09:19:05Z
s3://commoncrawl/crawl-data/CC-MAIN-2018-43/segments/1539583512382.62/warc/CC-MAIN-20181019082959-20181019104459-00201.warc.gz
ory
0.999987
Orya
6
{"ory_Orya_score": 0.9999873638153076}
ହେମାଙ୍ଗ ପ୍ରସାଦ ରାଉଳ ଓଡ଼ିଶା ରାଜନୀତିରେ ଗଂଜାମ ଜିଲ୍ଲା ଏକ ସମୃଦ୍ଧଶାଳୀ ଅଂଚଳ ଭାବରେ ବିଗତ ଦୁଇ ଦଶନ୍ଧି ଧରି ନିଜର ଛାପ ଛାଡ଼ିଛି ଶାସନ ତନ୍ତ୍ରର ବିଧି ଓ ବ୍ୟବସ୍ଥାରେ । ମୁଖ୍ୟମନ୍ତ୍ରୀଙ୍କ ସମେତ ଏକରୁ ଅନେକ ମନ୍ତ୍ରୀ, ବିଧାୟକ ଗଂଜାମ ଜିଲ୍ଲାରୁ ପ୍ରତିିନିଧିତ୍ୱ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନେଇ ସ୍ୱଚ୍ଛ ଭାବମୂର୍ତ୍ତି ସ୍ୱଚ୍ଛ ଶାସନ କହି କ୍ଷମତା ପଦରେ ରହି ଯଥେଷ୍ଟ ଖେଳ ଖେଳି ଆସିଛନ୍ତି । ମନ୍ତ୍ରୀମାନଙ୍କ ମଧ୍ୟରେ ରାମକୃଷ୍ଣ ପଟ୍ଟନାୟକଙ୍କ ପରେ ସୂର୍ଯ୍ୟନାରାୟଣ ପାତ୍ର ପ୍ରଭୁତ୍ୱର ଅଧିକାରୀ ହୋଇ ନବୀନଙ୍କ ବିଶ୍ୱସ୍ତତାର ତାଲିକାରେ ରହି ଦୀର୍ଘବର୍ଷ ଧରି ମନ୍ତ୍ରୀ ପଦରେ ରହିଛନ୍ତି । ବିଜୁ ବାବୁଙ୍କ ସମୟରେ ମତ୍ସ୍ୟ, ପଶୁପାଳନ ରାଷ୍ଟ୍ରମନ୍ତ୍ରୀ ପଦରୁ ରାଜନୈତିକ ଜୀବନର ଅମଳିନ ସ୍ୱାକ୍ଷର ବହନ କରିଥିବା ସୂର୍ଯ୍ୟନାରାୟଣ ପାତ୍ର ଆଜି ପୁତ୍ର ବିପ୍ଳବ ପାତ୍ର ପାଇଁ ବହୁ କୋଟି ଟଙ୍କାର ପ୍ରଶ୍ନ ବଳୟରେ ଠିଆ ହେବାକୁ ଯାଉଛନ୍ତି । ଏହା ନିଶ୍ଚୟ ଗଂଜାମ ରାଜନୀତିରେ ଝଡ଼ ସୃଷ୍ଟି କରିବ । ଅର୍ଥତତ୍ତ୍ୱ ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ବିପ୍ଳବ ପାତ୍ରଙ୍କୁ ଜେରା କରିବା ପରେ ମନ୍ତ୍ରୀଙ୍କ ଉତ୍ତର ଆଦୌ ସହଜରେ ଗ୍ରହଣୀୟ ହେବନି । ସିବିଆଇ ଜେରା କରିବ ପୁଅକୁ ଏବଂ ରାଜ୍ୟ ମନ୍ତ୍ରୀ ପରିଷଦର ସଭ୍ୟ କହିବେ ମୁଁ ଗଣମାଧ୍ୟମରୁ ଜାଣିଲି ସୂଚାଇ ଦେଉଛି ଯେ ଏମାନଙ୍କ କୃତିକୀର୍ତ୍ତିଠୁ ଅପକୀର୍ତ୍ତି ଭୟରେ ବୋଧେ ସବୁ ଜାଣି ନଜାଣିଲା ପରି ଏକ କୃତ୍ରିମ ଅଭିନୟ କରୁଛନ୍ତି । ଗଂଜାମ ଜିଲ୍ଲାରେ ସୂର୍ଯ୍ୟ ପାତ୍ରଙ୍କ ଘର । ରାଜନୈତିକ ଜୀବନ ଦୀର୍ଘ ତିନି ଦଶନ୍ଧି ଧରି ଚାଲିଆସିଛି । ସଂସଦୀୟ ନିର୍ବାଚନରେ ପରାସ୍ତ ହେବା ପରେ ବିଧାନସଭାକୁ ଯାଇ ରାଷ୍ଟ୍ରମନ୍ତ୍ରୀ । ପରେ ବହୁବାର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନବୀନ ପଟ୍ଟନାୟକଙ୍କ ଚାକର କହି ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମର୍ପଣର ସଂଦେଶ ଦେଇ ସମସ୍ତଙ୍କ ମନରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲେ । ପୁଅ ବିପ୍ଳବକୁ ସିବିଆଇ ଜେରା ପରେ ଗଣମାଧ୍ୟମ ସୂର୍ଯ୍ୟପାତ୍ରଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାରୁ ସେ ମୁଁ ଜାଣିନି ଏବଂ ସିବିଆଇ ସହ କଥା ହୋଇଛି କହିଥିଲେ । ଏହି ଦୁଇଟି କଥା ନିଶ୍ଚୟ ସଂଦେହକୁ ମଜବୁତ କରୁଛି । ବାପା ପୁଅ ନିଶ୍ଚୟ ସାଂଘାତିକ ଅଭିଯୋଗର ସମ୍ମୁଖୀନ ହେବା ସ୍ୱାଭାବିକ । ଗଂଜାମ ଜିଲ୍ଲା ଚିଟ୍ ଫଣ୍ଡର ଗଡ଼ । ଏଇଠୁ ବହୁ କୋଟି କୋଟି ଟଙ୍କା ବିଭିନ୍ନ ଚିଟ୍ଫଣ୍ଡ ସଂସ୍ଥା କେବଳ ଉଠାଇ ନାହାନ୍ତି ବରଂ ରାଜନେତାଙ୍କର ଛାତ୍ରଛାୟା ତଳେ ଉପକୃତ ହୋଇ କ୍ଷମତାଶାଳୀ ପ୍ରଭାବଶାଳୀ ନେତାଙ୍କ ଦ୍ୱାରା ଢ଼େର ସୁବିଧା ସୁଯୋଗ ପାଇଛନ୍ତି । ତଦନୁରୂପ କିଛି ବିଧାୟକ ଚିଟ୍ ଫଣ୍ଡ ଟଙ୍କାରେ ମାଲାମାଲ୍ ହୋଇଛନ୍ତି । ଏସବୁକୁ ତର୍ଜମା କଲେ ମନ୍ତ୍ରୀ ପୁଅଠୁ ସିବିଆଇର ଜେରା ଆରମ୍ଭର ଖଡ଼ିଛୁଆଁ ପର୍ବ ଆଗାମୀ ଦିନରେ ଗଂଜାମ ଜିଲ୍ଲାର ଅନେକ ବିଧାୟକଙ୍କ ଛାତି ଥରାଇବ ଏହା ଏକ ସାଙ୍କେତିକ ସଂଦେଶ । ଗଂଜାମ ଜିଲ୍ଲାର ଚିଟ୍ଫଣ୍ଡ କଂପାନୀମାନଙ୍କ ସହ ସଂପର୍କକୁ ନେଇ ଲୋକମାନଙ୍କ ମଧ୍ୟରେ କ୍ଷୋଭ ଦେଖାଦେଇଥିଲା । କୋଟି କୋଟି ଟଙ୍କାର ସଂପତ୍ତି ଅର୍ଜନ କରିଥିବା କିଛି ମୁଷ୍ଟିମେୟ ନେତା, ଲୋକ ପ୍ରତିନିଧି, ବିଧାୟକ ଓ ସାଂସଦମାନେ ଚିଟ୍ଫଣ୍ଡ ସଂସ୍ଥାମାନଙ୍କ ରଂଗୀନ କାର୍ଯ୍ୟକ୍ରମରେ ହେଉ ବା ବହୁବିଧ ଯୋଜନାର ଶୁଭାରମ୍ଭରେ ଉପସ୍ଥିତ ରହି ଉତ୍ସାହିତ କରୁଥିଲେ । ଏଇ ନେତାମାନେ ବିତ୍ତଶାଳୀ ପ୍ରଭାବଶାଳୀ ଓ କ୍ଷମତାଶାଳୀ । ଯଦି ଆଗାମୀ ଦିନରେ ସିବିଆଇର ଜେରା କାୟା ବିସ୍ତାର କରିିବ ଏଇମାନଙ୍କ ମଧ୍ୟରୁ ଅନେକ ଛନ୍ଦି ହେବା ସ୍ୱାଭାବିକ । ଦୁଇ ଦଶନ୍ଧିର ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତମ ନେତାଙ୍କର ଯଦି ଦୁର୍ନୀତିର, ଭ୍ରଷ୍ଟାଚାରର ଗନ୍ଧ ବାରି ହୁଏ ଜଣେ ଜଣେ ନେତାର କ୍ଷମତାର ଖେଳ ପ୍ରାୟତଃ ଅସ୍ତ ହେବା ଜଳଜଳ ଦିଶୁଛି । ଆଗାମୀ ନିର୍ବାଚନ ପୂର୍ବରୁ ସିବିଆଇର ଓଡ଼ିଶା ନେତାମାନଙ୍କୁ ଜେରା ହେଉବା ତଦନ୍ତ ହେଉ ଏହା ନିଶ୍ଚୟ ବିଜେଡ଼ି ପାଇଁ ଗଂଜାମ ଜିଲ୍ଲାରେ ଅଶୁଭଙ୍କର ସଂଦେଶ ଦେବ । କିନ୍ତୁ ବିରୋଧୀ ଦଳର ପ୍ରକୃତ ନେତୃତ୍ୱ ଅଭାବରୁ ବିଶେଷ କିଛି ଶାସକ ଦଳର କ୍ଷତି ହୋଇନପାରେ । ନୂଆ ମୁହଁ ନେତା, ଯୁବ ନେତୃତ୍ୱ ନେଇ ନବୀନ ପୁଣି ଗୋଟି ଚାଳନା କରି ସାର୍ଥକ ସାରଥୀର ବାର୍ତ୍ତା ଦେବେ ଗଂଜାମ ମାଟିରେ । ବିଜେପି ହୁଅନ୍ତୁ କି କଂଗ୍ରେସ ହୁଏତ ଏକ ଇସ୍ୟୁ ପାଇଁ ମନବଳାଇ କେବଳ କୁଶପୁତ୍ତଳିକା ଦାହ ଅବା ପ୍ରେସମିଟ୍ କରି ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଇସ୍ତଫା ଦାବି କରିପାରନ୍ତି କିନ୍ତୁ ନବୀନଙ୍କ ଅଭେଦ୍ୟ ଗଡ଼ରେ ଏଇ ଦୁଇ ବିରୋଧୀଙ୍କ ସ୍ୱରକୁ ଲୁଚାଇ ଦେବେ ସପ୍ତରଥୀ । ନୂଆ ନବୀନଙ୍କ ଗଡ଼ ଅଭ୍ୟୁଦୟ ହେବ । ନୀତିର ସ୍ୱଚ୍ଛତାର ନବୀନଙ୍କ ଗଂଜାମ ୨୦୧୯ରେ ପୁଣି ଜାହିର କରିବ ନେତୃତ୍ୱ, ଏହା ମଧ୍ୟ ନିଃସଂଦେହ ।
<urn:uuid:8067642b-3012-4033-b3d1-9debea67e9d4>
CC-MAIN-2018-43
https://samanyakathan.com/webpage/detailnews/1520/8
2018-10-21T21:07:39Z
s3://commoncrawl/crawl-data/CC-MAIN-2018-43/segments/1539583514355.90/warc/CC-MAIN-20181021203102-20181021224602-00521.warc.gz
ory
1.000005
Orya
4
{"ory_Orya_score": 1.0000052452087402}
ଭୁବନେଶ୍ୱର, ଜୁଲାଇ ୨୯, ୨୦୧୬ (ଓଡ଼ିଶାଲାଇଭ ବ୍ୟୁରୋ): ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ସଂଯୋଗୀକରଣ କରିବା ନିମନ୍ତେ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦିଲ୍ଲୀରେ ଆୟୋଜିତ ଆଞ୍ଚଳିକ ବିମାନ ଚଳାଚଳକୁ ନେଇ ଜାତୀୟ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଏ. ଗଜପତି ରାଜୁ ଓ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନାଙ୍କ ନିକଟରେ ଓଡ଼ିଶାକୁ ବିମାନ ଚଳାଚଳ ଦିଗରେ କେନ୍ଦ୍ର ସରକାରଙ୍କ ଆଗ୍ରହ ଓ କାର୍ଯ୍ୟ ପ୍ରଣାଳୀ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଆୟୋଜିତ ଆଞ୍ଚଳିକ ବିମାନ ସଂଯୋଗୀକରଣ ସଂପର୍କିତ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ ଜାତୀୟ ବେସାମରିକ ବିମାନ ଚଳାଚଳ ନୀତିରେ ବିଭିନ୍ନ ଅଞ୍ଚଳକୁ ସଂଯୋଗୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ଓଡ଼ିଶା ସରକାର ଭୁବନେଶ୍ୱରରୁ ଜୟପୁର, ସମ୍ବଲପୁର ଓ ରାଉରକେଲାକୁ ନିଜ ପାଂଠିରୁ ସବ୍ସିଡ଼ ପ୍ରଦାନ କରି ବିମାନ ଚଳାଚଳ ନିମନ୍ତେ ଉଦ୍ୟମ କରିଥିଲେ। ମାତ୍ର ଅପରେଟରମାନଙ୍କ କୁପରିଚାଳନା ହେତୁ ତାହା ସଫଳ ହେଲା ନାହିଁ। ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ରାଜ୍ୟ ସରକାର ଝାରସୁଗୁଡାର ଉନ୍ନତିକରଣ ନିମନ୍ତେ ମାଗଣା ଜମି ସହିତ ପ୍ରାୟ ୭୫ କୋଟି ଟଙ୍କା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାହା କାର୍ଯ୍ୟକ୍ଷମ ହେଲେ ଓଡ଼ିଶାରେ ଆଞ୍ଚଳିକ ବିମାନ ପରିବହନ ବ୍ୟବସ୍ଥାକୁ ବୃଦ୍ଧି କରାଯାଇପାରିବ। ଏହା ବ୍ୟତୀତ ଭୁବନେଶ୍ୱର ବିମାନବନ୍ଦରକୁ ସଂଯୋଗ କରି ଭୁବନେଶ୍ୱର-ବ୍ରହ୍ମପୁର-ବିଶାଖାପାଟଣା, ଭୁବନେଶ୍ୱର-ଉତ୍କେଲା-ରାୟପୁର, ଭୁବନେଶ୍ୱର-ରାଉରକେଲା-ରାଞ୍ଚି, ଭୁବନେଶ୍ୱର-କେଉଁଝର-କୋଲକାତାକୁ ଆନ୍ତଃରାଜ୍ୟ ସଂଯୋଗୀକରଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଦାବି କରିଛନ୍ତି। ରାଜ୍ୟର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଅଞ୍ଚଳକୁ ବିମାନ ଯୋଗାଯୋଗ ଆରମ୍ଭ ହେଲେ ବିଶାଳ ଅର୍ଥନୈତିକ ସୁବିଧା ମିଳିବ। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ବ୍ୟତୀତ ରାଜ୍ୟରେ ୨୦ଟି ବିମାନ ଅବତରଣ କେନ୍ଦ୍ର ରହିଛି। କିନ୍ତୁ ଆଞ୍ଚଳିକ ବିମାନଯାତ୍ରା ବ୍ୟବସ୍ଥା ଓଡ଼ିଶାରେ ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି। ଆଞ୍ଚଳିକ ସ୍ତରରେ ଭୁବନେଶ୍ୱର-ବ୍ରହ୍ମପୁର-ଜୟପୁର, ଭୁବନେଶ୍ୱର-ଉତ୍କେଲା-ଜୟପୁର, ଭୁବନେଶ୍ୱର-ସମ୍ବଲପୁର-ରାଉରକେଲା ଏବଂ ଭୁବନେଶ୍ୱର-ଅନୁଗୁଳ-ରାଉରକେଲାକୁ ନିୟମିତ ବିମାନ ଚଳାଚଳର ଆବଶ୍ୟକତା ରହିଥିବାରୁ ଏହି ସ୍ଥାନଗୁଡିକୁ ଆଞ୍ଚଳିକ ବିମାନପଥ ଭାବରେ ଘୋଷଣା କରାଯାଉ। ଏହି ସମ୍ମିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ସଚିବ ଶ୍ରୀ ଚୁବେଙ୍କ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ସଚିବ, ବିମାନ ଚଳାଚଳ ସହ ସଂପୃକ୍ତ ବିଭିନ୍ନ ଏଜେନ୍ସି କର୍ତ୍ତୃପକ୍ଷ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
<urn:uuid:eb4428f6-5602-477d-94cb-a16ffff57086>
CC-MAIN-2018-43
http://odishalive.tv/news/%E0%AC%93%E0%AD%9C%E0%AC%BF%E0%AC%B6%E0%AC%BE%E0%AC%B0-%E0%AC%AC%E0%AC%BF%E0%AC%AD%E0%AC%BF%E0%AC%A8%E0%AD%8D%E0%AC%A8-%E0%AC%B8%E0%AD%8D%E0%AC%A5%E0%AC%BE%E0%AC%A8%E0%AC%95%E0%AD%81-%E0%AC%AC/
2018-10-23T05:01:38Z
s3://commoncrawl/crawl-data/CC-MAIN-2018-43/segments/1539583516071.83/warc/CC-MAIN-20181023044407-20181023065907-00121.warc.gz
ory
0.999952
Orya
4
{"ory_Orya_score": 0.9999517202377319}
ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ଆରମ୍ଭ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସେଚତନତା ରଥର ଆଜି ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହି ରଥ ନିୟୋଜିତ ହୋଇଛି। ଗଞ୍ଜାମ, ଖୋର୍ଧା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, କଟକ ଓ ବଲାଙ୍ଗୀର ପରେ ଅନ୍ୟ ଜିଲ୍ଲାରେ ଏହି ସଚେତନତା ରଥ ପହଞ୍ଚିବ। ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଲେ, ସଚେତନତା ରଥ ଜରିଆରେ ବିଏସ୍କେୱାଇ ଯୋଜନା ସଂପର୍କରେ ଲୋକଙ୍କ ସମସ୍ତ ସୂଚନା ଦିଆଯିବ। ଲୋକକଳା ଭଳି ଏକ ବଳିଷ୍ଠ ପ୍ରଚାର ଜରିଆରେ ଜିଲ୍ଲା ଲୋକକଳା ସଂଘ, ବ୍ଲକ୍ ଲୋକକଳା ସଂଘ ଓ ସହରାଞ୍ଚଳ ଲୋକକଳା ସଂଘ ସଦସ୍ୟମାନେ ବୋଧଗମ୍ୟ ଭାଷା ଓ ଅଭିନୟ ଜରିଆରେ ଏହି ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରାଇବେ। ସ୍ବାଧୀନତା ଦିବସରୁ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ସ୍ବାସ୍ଥ୍ୟସେବା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ପ୍ରଥମ ମାସ ସୁଦ୍ଧା ୪୫ଲକ୍ଷ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବା ଶ୍ରୀ ଜେନା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ଓ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
<urn:uuid:cf23ab43-da6d-46b4-a4f7-2543177abfd1>
CC-MAIN-2018-43
http://sambad.in/state/biju-swasthya-kalyan-yojana-220335/
2018-10-23T05:54:10Z
s3://commoncrawl/crawl-data/CC-MAIN-2018-43/segments/1539583516071.83/warc/CC-MAIN-20181023044407-20181023065907-00121.warc.gz
ory
0.999963
Orya
4
{"ory_Orya_score": 0.9999631643295288}
କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ନଡିଆ ଯୋଗାଇବା ପାଇଁ ଟେଣ୍ଡର ଆହ୍ୱାନ କରିଛି ମନ୍ଦିର ପ୍ରଶାସନ । ବିଭିନ୍ନ ପର୍ବ ପର୍ବାଣୀ ଓ ଦୌନିନ୍ଦିନ ନୀତିରେ ବ୍ୟବହୃତ ହେଉଥିବା ବଡ ଓ ସାନ ନଡିଆ ଦର ପାଇଁ ଟେଣ୍ଡର ଆହ୍ୱାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ୧୪ ତାରିଖ ସୁଦ୍ଧା ଆବେଦନ କରିବା ପାଇଁ ବିଜ୍ଞପ୍ତିରେ ଦର୍ଶାଯାଇଛି । ଇଚ୍ଛୁକ ବ୍ୟକ୍ତି ଓ ସଂସ୍ଥା ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ୫ ଶହ ଟଙ୍କା ଅମାନତ ଦାଖଲ ସହ ଆବଶ୍ୟକୀୟ ଫର୍ମ ପୂରଣ କରି ରେଜିଷ୍ଟ୍ରି ଯୋଗେ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ କୋଟେସନ ପଠାଇଯିବା ପାଇଁ କୁହାଯାଇଛି । ୧୫ ତାରିଖରେ ଏ ବାବଦରେ କୋଟେସନ ଦାତା କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ନିଷ୍ପତି ଗ୍ରହଣ କରାଯିବ । ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବି । ଶ୍ରୀଜଗନ୍ନାଥଙ୍କ ନିଜସ୍ୱ ଜମିରୁ ନଡିଆ ଆସୁଥିବାବେଳେ ଟେଣ୍ଡର କାହିଁକି ଡକାଯାଇଛି ସେ ନେଇ ପ୍ରଶ୍ନ କରିଛନ୍ତି ।
<urn:uuid:a8855432-8e8f-4195-b2ed-f995ec30c7ba>
CC-MAIN-2018-43
http://kanaknews.com/coconut-tender-in-puri/
2018-10-22T16:29:18Z
s3://commoncrawl/crawl-data/CC-MAIN-2018-43/segments/1539583515352.63/warc/CC-MAIN-20181022155502-20181022181002-00484.warc.gz
ory
0.999997
Orya
5
{"ory_Orya_score": 0.9999973773956299}
କଟକ: ଆଜି ଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ୭ଦିନ ଧରି ଚାଲିବାକୁ ଥିବା ଯାତ୍ରାରେ ୧୩୦୦ ଷ୍ଟଲ ଓ ୪୦୦୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଦୋକାନ ଖୋଲାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର ବାଲିଯାତ୍ରା ରାମଦୋଳି, ବ୍ରେକ୍ ଡ୍ୟାନସ ଓ ପିଲାଙ୍କ ପାଇଁ ଚକ୍ରି ଦୋଳି ଭଳି ଦୋଳି ଦେଖିବାକୁ ମିଳିବ। କଟକ ବାଲିଯାତ୍ରାରେ ୫୦ ପ୍ଲାଟୁନ ଫୋର୍ସ ଓ ୩୦୦ ଅଫିସର ନିୟୋଜିତ କରାଯାଇଥିବା କଟକ ଡିସିପି ସଞ୍ଜୀବ ଅରୋରା କହିଛନ୍ତି। ସେ କହିଛନ୍ତି, ବାଲିଯାତ୍ରାରେ ୩୦ଟି ସିସିଟିଭି କ୍ୟାମେରା ଓ ୩୫ଟି ଏଡ୍ ପୋଷ୍ଟ ରହିବ। ବାଲିଯାତ୍ରା ପଡ଼ିଆ ଉପରେ ତୀକ୍ଷ୍ନ ଦୃଷ୍ଟି ରଖାଯାଇଛି।
<urn:uuid:b9fcb850-d38a-487b-b9f9-711cbf2e2688>
CC-MAIN-2018-43
https://www.onakhabar.com/%E0%AC%95%E0%AC%9F%E0%AC%95%E0%AC%B0-%E0%AC%90%E0%AC%A4%E0%AC%BF%E0%AC%B9%E0%AC%BE%E0%AC%B8%E0%AC%BF%E0%AC%95-%E0%AC%AC%E0%AC%BE%E0%AC%B2%E0%AC%BF%E0%AC%AF%E0%AC%BE%E0%AC%A4%E0%AD%8D%E0%AC%B0%E0%AC%BE/
2018-10-22T16:14:48Z
s3://commoncrawl/crawl-data/CC-MAIN-2018-43/segments/1539583515352.63/warc/CC-MAIN-20181022155502-20181022181002-00484.warc.gz
ory
0.999993
Orya
15
{"ory_Orya_score": 0.9999927282333374}
ଭୁବନେଶ୍ୱର : ମହାନଦୀ ଜଳବିବାଦ ଟ୍ରିବୁନାଲରେ ନିଜ ନିଜର ପ୍ରତିନିିଧିମାନଙ୍କୁ ମନୋନୀତ କରିବାକୁ ଟ୍ରିବୁନାଲ ପକ୍ଷରୁ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଅଗଷ୍ଟ ୬, ୨୦୧୮ ସୁଦ୍ଧା ନିଜର ପ୍ରତିନିଧି ମନୋନୟନ କାର୍ଯ୍ୟ ଚୂଡାନ୍ତ କରିବାକୁ ଏହି ନୋଟିସରେ କୁହାଯାଇଛି । ଅନ୍ତଃରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ ର ନିୟମ ୪ ଅନୁସାରେ ଜାରି ଏହି ନୋଟିସରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ଶେଷତାରିଖ ସୁଦ୍ଧା କୌଣସି ରାଜ୍ୟ ନିଜର ପ୍ରତିନିଧି ପଠାଇବାକୁ ବିଫଳ ହେଲେ, ଉକ୍ତ ରାଜ୍ୟ ଅନୁପସ୍ଥିତ ରହିଲା ବୋଲି କୁହାଯିବ । ମହାନଦୀ ଜଳ ଆବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୧୨ରେ ମହାନଦୀ ଜଳ ବିବାଦ ଟ୍ରିବୁନାଲ ଗଠନ କରିଥିଲେ । କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଖାନଓ୍ଵିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟ୍ରିବୁନାଲରେ ପାଟନା ହାଇକୋର୍ଟ ଜଜ୍ ଜଷ୍ଟିସ ଡଃ ରବି ରଂଜନ ଓ ଦିଲ୍ଲୀ ହାଇକୋର୍ଟ ଜଜ୍ ଜଷ୍ଟିସ ଇନ୍ଦରମିତ କୌର କୋଚାର ସଦସ୍ୟ ଅଛନ୍ତି । ଏହି ଟ୍ରିବୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିଛି । ଏହି ଟ୍ରିବୁନାଲ ଗଠନ ପାଇଁ ଦାବି କରି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ ଦାଏର କରିଥିଲେ । ଏହି ମାଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଗତ ଜାନୁୟାରୀ ୨୩ରେ ଏକ ଜଳବିବାଦ ଟ୍ରିବୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
<urn:uuid:bf9c63a6-d44d-4626-ab44-60786142594e>
CC-MAIN-2018-43
http://sambad.in/state/mahanadi-tribunal-asks-5-states-to-nominate-representatives-149687/
2018-10-24T00:46:56Z
s3://commoncrawl/crawl-data/CC-MAIN-2018-43/segments/1539583517628.91/warc/CC-MAIN-20181024001232-20181024022732-00084.warc.gz
ory
1.000004
Orya
14
{"ory_Orya_score": 1.000003695487976}
ଭୁଲ୍ କଲେ ସୋନା, ଗାଳି ଖାଉଛନ୍ତି ନବୀନ ବିଚିତ୍ର ଆମ ସାମାଜିକ ଚରିତ୍ର ବା ସୋସିଆଲ୍ ଟ୍ରେଣ୍ଡ। ଭୁଲ୍ କଲା ଜଣେ, ଗାଳି ଖାଉଛନ୍ତି ଆଉଜଣେ। ଅବଶ୍ୟ ଲୋକଙ୍କର କାମ ହେଲା, ସେମାନେ ନିନ୍ଦା କରିବାକୁ ଚାହୁଁଥିବା ଲୋକଟିକୁ ମେଳ ଖାଇଲା ପରି ଏକ ଘଟଣାକୁ ଅପେକ୍ଷା କରିଥାନ୍ତି। ଏବେ ଗାୟିକା ସୋନା ମହାପାତ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଘଟିଛି ସେମିତି କିଛି। ଭୁବନେଶ୍ୱର (ଦେବଦତ୍ତ ରଥ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୋକପ୍ରିୟ ଜଣାଣ 'ଆହେ ନୀଳ ଶଇଳ'କୁ ବିକୃତ କରି ଗାଇ ବିବାଦ ଘେରକୁ ଆସିଛନ୍ତି ଗାୟିକା ସୋନା ମହାପାତ୍ର। ଭକ୍ତ ସାଲବେଗଙ୍କ ଦ୍ୱାରା ଲିଖିତ ଏହି ପ୍ରସିଦ୍ଧ ଭଜନର କେତେକ ଶବ୍ଦକୁ ସୋନା ଠିକ୍ ଭାବେ ଉଚ୍ଚାରଣ କରିନାହାନ୍ତି। ସେ ଏହାକୁ ଭିନ୍ନ ଶୈଳୀରେ ଗାଇଛନ୍ତି ବୋଲି ଯେତେ କହିଲେ ବି, ସେ ଯେ ଗୀତଟିକୁ ବିକୃତ କରିଛନ୍ତି ତାହା ତାଙ୍କ ଗାୟନ ଶୈଳୀରୁ ହିଁ ଜଣାପଡ଼ି ଯାଉଛି। ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର, ଚରଣକୁ ଚରଣେ, ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ପୂର୍ବରୁ ସୋନା ପ୍ରସିଦ୍ଧ ସମ୍ବଲପୁରୀ ସଙ୍ଗୀତ "ରଙ୍ଗବତୀ"କୁ ଭୁଲ ଢଙ୍ଗରେ ଗାଇ ବିବାଦ ଘେରକୁ ଆସିଥିଲେ। ତେବେ କଥାଟା ଏଠି ନାହିଁ। ସୋନାଙ୍କୁ ଏବେ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଯାଇଛି। ପୁରୀରେ କିଛି ଲୋକ ତାଙ୍କ ପୋଷ୍ଟର ପୋଡ଼ିଛନ୍ତି। ସୋନାଙ୍କ ବିରୋଧରେ ସୋସିଆଲ ମିଡିଆରେ ମଧ୍ୟ ଅନେକ ନକାରାତ୍ମକ ପୋଷ୍ଟ ଦେଖିବାକୁ ମିଳୁଛି। ସୋନାଙ୍କୁ ଅତି ଖରାପ ଭାଷାରେ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଉଛି। କେତେ ସେ କ୍ଷମା ମାଗନ୍ତୁ ବୋଲି ଦାବି କରୁଛନ୍ତି। ତେବେ ଏହା ଭିତରେ ଅନେକ ଲୋକ ସୋନାଙ୍କୁ ଛାଡ଼ି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଳି ଦେଉଥିବାର ଦେଖାଯାଇଛି। ଅନେକ ଲୋକ ନବୀନଙ୍କ ଓଡ଼ିଆ ଜ୍ଞାନ ସଂପର୍କରେ ଟିପ୍ପଣୀ ଦେଇଛନ୍ତି। ଏମିତିକି ଆଜି ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ସାମ୍ବାଦିକ ମାନଙ୍କୁ ଦେଇଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶାର ମୁଖ୍ୟଙ୍କୁ ଓଡ଼ିଆ ଜଣାନାହିଁ, ସେଟା ଆପଣଙ୍କୁ ଦିଶୁନି କିମ୍ବା କେହି କେଶ୍ କରୁନାହାଁନ୍ତି, କିନ୍ତୁ ସୋନାଙ୍କ ବିରୋଧରେ କେଶ୍ କରିବାକୁ ବହୁତ ଆଗ୍ରହ ଦେଖାଉଛନ୍ତି। ସେହିପରି ସୋସିଆଲ୍ ମିଡିଆରେ କେତେକ କହିଛନ୍ତି ଯେ, ସୋନା ଯଦି କିଛି ଶବ୍ଦକୁ ବିକୃତ କରି ଉଚ୍ଚାରଣ କରି ଜଗନ୍ନାଥ ତଥା ଓଡ଼ିଆ ସଂସ୍କୃତିର ଅପମାନ କରିଛନ୍ତି, ତେବେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଶୁଦ୍ଧ ଓଡ଼ିଆ ଉଚ୍ଚାରଣ କରୁଛନ୍ତି କି?
<urn:uuid:62cb3fe0-bab2-4d44-b71c-2e6687f3582e>
CC-MAIN-2018-43
https://odishareporter.in/odisha/naveen-trolled-in-social-media-for-sona-mohapatra-246369
2018-10-24T01:19:34Z
s3://commoncrawl/crawl-data/CC-MAIN-2018-43/segments/1539583517628.91/warc/CC-MAIN-20181024001232-20181024022732-00084.warc.gz
ory
0.999946
Orya
2
{"ory_Orya_score": 0.9999463558197021}
ପ୍ରଚାର ଏମିତି ଏକ ଜିନିଷ ଯେଉଁଥିରେ ଲୋକ ଖରାପ ଜିନିଷକୁ ମଧ୍ୟ ଭଲ ଦରରେ ବିକ୍ରି କରିଥାନ୍ତି । ଆଉ ଠିକ ଏହି କାରଣରୁ ଆଜିକାଲି ଦୁନିଆରେ ଲୋକମାନେ ସାମଗ୍ରୀ ଠାରୁ ଅଧିକ ଖର୍ଚ୍ଚ ପ୍ରଚାରରେ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ସରକାରଙ୍କ ପ୍ରଚାର ଜୋରସୋରରେ କରୁଛନ୍ତି । କିନ୍ତୁ ମୋଦିଙ୍କର ଏହି ପ୍ରଚାର ଛପେଇବା ପାଇଁ ଯେଉଁ ଟିମ ରହିଛନ୍ତି ସେଥିରେ କିଛି ତ୍ରୁଟି ରହିଛି । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଭ୍ୟୁ କରିବା ଉଚିତ । ଏବେ ଆପଣ ଆଜିର ଖବରକାଗଜ ଅର୍ଥାତ ୩୦ ଏପ୍ରିଲ ଖବରକାଗଜର ପ୍ରଥମ ପୃଷ୍ଠାରେ ବାହାରିଥିବା ପ୍ରଚାରଟିକୁ ଦେଖନ୍ତୁ । ଏଥିରେ ଆପଣ ବୋଧହୁଏ କିଛି ତ୍ରୁଟି ଜାଣିପାରୁନଥିବେ । ତେବେ ହାଇଲାଇଟ କରାଯାଇଥିବା ସ୍ଥାନକୁ ଦେଖନ୍ତୁ । ଏହା ହେଉଛି ଦିନ ଦୟାଲ ଉପାଧ୍ୟାୟ ଦୀନ ଦୟାଲ ଗ୍ରାମ ଜ୍ୟୋତି ଯୋଜନାର ବିଜ୍ଞାପନ ଅଟେ । ତେବେ ଏହାର ଅର୍ଥ ପ୍ରଚାର ପାଇଁ ବହୁଳ ମାତ୍ରାରେ ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଏଥି ପ୍ରତି ଦୃଷ୍ଟି ଦିଆଯାଉନାହିଁ । ସେଥିପାଇଁ ଗୋଟିଏ ଫଟୋ ଅନେକ ସ୍ଥାନରେ ନଜର ଆସୁଛି । ଏମିତି ଲାଗୁଛି ଯେମିତି ମୋଦିଙ୍କ ପ୍ରଚାର କରିବା ପାଇଁ ଆଉ ଲୋକ ହିଁ ନାହାନ୍ତି । ତେଣୁ ଗୋଟିଏ ଫଟୋ ସବୁ ପ୍ରଚାରରେ ବ୍ୟବହାର କରାଯାଉଛି ।
<urn:uuid:f53ab93a-0a2f-460d-b741-91a9709bb2e7>
CC-MAIN-2018-43
http://kanaknews.com/advertise-of-deen-dayal-upadhaya-is-badly-designed/
2018-10-22T01:24:48Z
s3://commoncrawl/crawl-data/CC-MAIN-2018-43/segments/1539583514443.85/warc/CC-MAIN-20181022005000-20181022030500-00401.warc.gz
ory
1.000009
Orya
7
{"ory_Orya_score": 1.0000091791152954}
ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ ରିଟେନ୍ ଓ୍ଵାଲ୍ ରଡ୍ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍ଫ୍ରାର ପରିଚାଳନା ନିର୍ଦେଶକ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ପୁଲିସ ୩୦୪/୩୩୭/୩୩୮/୩୪ ଭଳି ସଙ୍ଗିନ ଦଫା ଲଗାଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ କୋର୍ଟଚାଲାଣ କରାଯାଇନାହିଁ। ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ୮ମାସ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଏହି ଓଭରବ୍ରିଜରେ ଦୁର୍ଘଟଣା ଘଟିଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି। ନୂଆଦିଲ୍ଲୀଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏଥିସହିତ ମୃତ ଶ୍ରମିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ବି ସରକାର ବହନ କରିବେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏଥିସହିତ ତତ୍କାଳ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ପୂର୍ତ ବିଭାଗର ଦୁଇ ମୁଖ୍ୟଯନ୍ତ୍ରୀ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ସେହିଭଳି ଗତକାଲିର ଦୁର୍ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗତବର୍ଷ ଜଣଙ୍କ ଜୀବନ ଯିବା ପରେ ଏହି ସଂସ୍ଥାକୁ ସରକାର କଳା ତାଲିକାଭୁକ୍ତ କରିଥିଲେ। ପୁଣି କ'ଣ ହେଲା ବା କାହାର ଅଦୃଶ୍ୟ ଚାପରେ ସରକାର ସଂପୃକ୍ତ ସଂସ୍ଥାକୁ ସୁରକ୍ଷା ଦେଲେ ସେ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀଙ୍କର ଏହି ସଂସ୍ଥା ସହିତ ସଂପର୍କ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି। ଏଥିସହିତ ରାଜଧାନୀର ସବୁଠାରୁ ଜନଗହଳିପୂର୍ଣ୍ଣ ବମିଖାଲ ଅଂଚଳରେ ଏହି ଓଭରବ୍ରିଜ୍ ଏବେ ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଲାଣି। ଆସନ୍ତା ଜୁନ୍ ମାସରେ ଏହି ଓଭରବ୍ରିଜ ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଓଭରବ୍ରିଜ୍ ନିରାପଦ ତ? ଏମିତି ଏକ ପ୍ରଶ୍ନ ସବୁ ମହଲରେ ଉଙ୍କି ମାରିଲାଣି। ତେବେ ଗତକାଲିର ଘଟଣା ପରେ ସାଇଣ୍ଟିଫିକ୍ ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ଛାନ୍ଭିନ୍ ଆରମ୍ଭ କରିଥିଲେ। ରାଜ୍ୟ ଫୋରେନ୍ସିକ୍ ଟିମ୍ର ୪ଜଣ ବିଶେଷଜ୍ଞଙ୍କ ସମେତ ୮ ଜଣିଆ ଟିମ୍ ଲୁହାରଡ୍ ଖସି ପଡ଼ିଥିବା ସ୍ଥାନରେ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। କେଉଁ ପରିସ୍ଥିତିରେ ଓ କାହିଁକି ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ କରିଥିଲେ। ତଦନ୍ତ ସମୟରେ ମୃତ ଓ ଆହତ ଶ୍ରମିକଙ୍କ ରକ୍ତ ନମୁନା ସଂଗ୍ରହ ସହ ଦୁର୍ଘଟଣାସ୍ଥଳର ଭିଡିଓ, ଅଡିଓଗ୍ରାଫି କରାଯାଇଛି। ଏ ସଂପର୍କରେ ସାଇଣ୍ଟିଫିକ୍ ଟିମ୍ ଏକ ରିପୋର୍ଟ ଖୁବ୍ଶୀଘ୍ର ଡିସିପିଙ୍କୁ ପ୍ରଦାନ କରିବ। ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ଯେ, ଲକ୍ଷ୍ମୀସାଗର ଥାନା ପୁଲିସ ନିଜ ଆଡୁ ମାମଲା ରୁଜୁ ହୋଇଛି। କାହିଁକି ଦୁର୍ଘଟଣା ଘଟିଲା, ଏଥିପାଇଁ କିଏ ଦାୟୀ, ଓଭରବ୍ରିଜ ନିର୍ମାଣ ବେଳେ କେଉଁ ଅଧିକାରୀ ଦାୟିତ୍ୱରେ ଥିଲେ, ଶ୍ରମିକମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରାଯାଇଥିଲା କି ନାହିଁ, ସେ ନେଇ ତଦନ୍ତ ହେବ। ଦୋଷୀ କିଏ ଜଣାପଡ଼ିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପଣ୍ଡା ଇନ୍ଫ୍ରା ଓ ପୂର୍ତ ବିଭାଗର ଅନ୍ୟ କର୍ମଚାରୀମାନଙ୍କୁ ଗିରଫ କରିବାକୁ କମିସନରେଟ ପୁଲିସର ସ୍ୱତନ୍ତ୍ର ସ୍କ୍ଵାଡ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଗତବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଘଟିଥିବା ଅଘଟଣରେ ଲକ୍ଷ୍ମୀସାଗର ଥାନା ପୁଲିସ ପଣ୍ଡା ଇନ୍ଫ୍ରାର ପରିଚାଳନା ନିର୍ଦେଶକ ପ୍ରତାପଙ୍କ ସମେତ ପୂର୍ତ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ସହକାରୀ ଯନ୍ତ୍ରୀ କିଶୋର ରାଉତ ଏବଂ ପଣ୍ଡା ଇନ୍ଫ୍ରାର ପ୍ରୋଜେକ୍ଟ ମ୍ୟାନେଜର ଭିପୁଲ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ପଣ୍ଡା ଇନ୍ଫାଷ୍ଟ୍ରକଚର୍ର ଅନ୍ୟତମ ନିର୍ଦେଶକ ସନ୍ତୋଷ ପଣ୍ଡା ଓ ନିର୍ଦେଶିକା ସୁଜାତା ପଣ୍ଡା ହାଇକୋର୍ଟରୁ ଜାମିନ୍ରେ ଆସିଥିଲେ। ଗତ କିଛିଦିନ ତଳେ ପରିଚାଳନା ନିର୍ଦେଶକ ପ୍ରତାପ ଜାମିନ୍ରେ ଆସିଥିଲେ।
<urn:uuid:f3c18193-5822-4619-b728-1dd183bd6b72>
CC-MAIN-2018-43
http://sambad.in/state/flyover-mishap-panda-infra-projects-owner-arrested-133591/
2018-10-22T01:52:19Z
s3://commoncrawl/crawl-data/CC-MAIN-2018-43/segments/1539583514443.85/warc/CC-MAIN-20181022005000-20181022030500-00401.warc.gz
ory
0.999986
Orya
7
{"ory_Orya_score": 0.999985933303833}
କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଚିଟ୍ ଫଣ୍ଡ ଠକାମିର ଶିକାର ହୋଇଛନ୍ତି । ତାଙ୍କଠାରୁ ବିକ୍ରମ୍ ଇନଭେଷ୍ଟମେଣ୍ଟ କଂପାନି ନାମକ ଏକ ସଂସ୍ଥା ପାଖାପାଖି ୪ କୋଟି ଟଙ୍କା ଠକି ନେଇଛି । ଦ୍ରାବିଡ଼ ଏଥିନେଇ ବେଙ୍ଗାଲୁରୁର ସଦାଶିବ ନଗର ଥାନାରେ ଶନିବାର ଏତଲା ଦାୟର କରିଥିବା ଜଣା ପଡ଼ିଛି । କେବଳ ଦ୍ରାବିଡ଼ ନୁହେଁ ଏହି କଂପାନି ଆହୁରି ଅନେକ ଭାରତୀୟ କ୍ରୀଡ଼ା ତାରକାଙ୍କୁ ଠକି ଥିବା ମଧ୍ୟ ସଦାଶିବ ନଗର ଥାନାର ଭାରପ୍ରାପ୍ତ ଅଧିକାରୀ ନବୀନ କହିଛନ୍ତି । ତେବେ କଂପାନି ବିରୋଧରେ ଦ୍ରାବିଡ଼ ପ୍ରଥମେ ଥାନାରେ ଲିଖିତ ଅଭିଯୋଗ କରିଥିବା ସେ ସୂଚନା ଦେଇଛନ୍ତି । ଏହି ମାମଲାରେ ପୁଲିସ ଜଣେ ପୂର୍ବତନ କ୍ରୀଡ଼ା ସାମ୍ବାଦିକଙ୍କ ସହ ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରା ଉଚରା ଆରମ୍ଭ କରିଛି । କଂପାନିର ମାଲିକ ରାଘବେନ୍ଦ୍ର ଶ୍ରୀନାଥ ଏବଂ ପୂର୍ବତନ କ୍ରୀଡ଼ା ସାମ୍ବାଦିକ ତଥା ଏଜେଣ୍ଟ ସୁତରାମ ସୁରେଶଙ୍କ ପ୍ରରୋଚନା ଏବଂ ମିଥ୍ୟା ପ୍ରତିଶ୍ରୁତିରେ ଭଳି ଯାଇ ଦ୍ରାବିଡ଼ ବିକ୍ରମ୍ ଇନଭେଷ୍ଟମେଣ୍ଟ କଂପାନିରେ ୨୦ କୋଟି ଟଙ୍କା ବିନିଯୋଗ କରିଥିଲେ । ରାଘବେନ୍ଦ୍ର ଓ ସୁତରାମ ତାଙ୍କୁ ବ୍ୟାଙ୍କ ଦେଉଥିବା ଲାଭାଂଶଠାରୁ ଯଥେଷ୍ଟ ଅଧିକ ଲାଭ ଦେବେ ବୋଲି କହିଥିଲେ । ତେବେ ଅଧିକ ଟଙ୍କା ତ ଛାଡ଼ନ୍ତୁ ମୂଳଧନରୁ ଆହୁରି ୪ କୋଟି ଟଙ୍କା ତାଙ୍କୁ ଏ ପର୍ଯ୍ୟନ୍ତ ମିଳି ନଥିବା ଦ୍ରାବିଡ଼ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ଏଥିନେଇ ସମସ୍ତ କାଗଜପତ୍ର ମଧ୍ୟ ସେ ପୁଲିସକୁ ଦେଇଛନ୍ତି । ବ୍ୟାଡ୍ମିଣ୍ଟନ୍ ତାରକା ସାଇନା ନେହଓ୍ଵାଲ, ପ୍ରକାଶ ପାଦୁକୋନଙ୍କ ସମେତ ୮୦୦ ଲୋକଙ୍କଠାରୁ ବିକ୍ରମ୍ ଇନଭେଷ୍ଟମେଣ୍ଟ କଂପାନି ୧୦୦ରୁ ଅଧିକ କୋଟି ଟଙ୍କା ଠକି ନେଇଥିବାର ସୂଚନା ମିଳିଛି । କଂପାନି ସମସ୍ତଙ୍କୁ ବାର୍ଷିକ ୪୦ ପ୍ରତିଶତ ହାରରେ ଲାଭାଂଶ ଦେବ ବୋଲି ପ୍ରତିଶ୍ରୁତି ଦେଇ ଏଭଳି କାଣ୍ଡ ଘଟାଇଥିଲା ।
<urn:uuid:c149b6f7-add5-4542-88fb-a2e30fe8a206>
CC-MAIN-2018-43
http://kanaknews.com/cricket-rahul-dravid-lodged-complaint-with-police-in-the-case-of-rs-4-crore-fraud/
2018-10-23T09:33:36Z
s3://commoncrawl/crawl-data/CC-MAIN-2018-43/segments/1539583516123.97/warc/CC-MAIN-20181023090235-20181023111735-00001.warc.gz
ory
0.999994
Orya
4
{"ory_Orya_score": 0.9999938011169434}
ଶିରିଡ଼ି (ମହାରାଷ୍ଟ୍ର): ଗତ ୨୭ ତାରିଖ ଶୁକ୍ରବାର ଦିନ ପବିତ୍ର ଗୁରୁପୂର୍ଣ୍ଣିମା ପାଳନ ଅବସରରେ ମହାରାଷ୍ଟ୍ରର ପ୍ରସିଦ୍ଧ ଶିରିଡ଼ି ସାଇ ମନ୍ଦିରରେ ୬କୋଟି ୪୦ ଲକ୍ଷ ୯୫ ହଜାର ୩୦୫ ଟଙ୍କା ମୂଲ୍ୟର ଦାନ ମନ୍ଦିରର ଦାନବାକ୍ସ ମଧ୍ୟରୁ ସଂଗ୍ରହ କରାଯାଇଛି। ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ କର୍ତ୍ତୃପକ୍ଷ ମନ୍ଦିର ଦାନବାକ୍ସ ମଧ୍ୟରୁ ୧୩.୮୩ ଲକ୍ଷ ଟଙ୍କାର ଅଳଙ୍କାର, ୬.୪୧ ଲକ୍ଷ ଟଙ୍କାର ନଗଦ ଅର୍ଥ, ୧୧.୨୫ର ବୈଦେଶିକ ମୁଦ୍ରା ସଂଗ୍ରହ କରିଥିବା ଜାଣିବାକୁ ମିଳିଛି। ପବିତ୍ର ଗୁରୁପୂର୍ଣ୍ଣିମା ପାଳନ ଉପଲକ୍ଷେ ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ଶିରିଡ଼ି ଠାରେ ହୋଇଥିଲା। ଭକ୍ତମାନେ ଦିନ ତମାମ୍ ଲମ୍ବା ଲାଇନ୍ରେ ଠିଆ ହୋଇ ଶିରିଡ଼ି ସାଇ ବାବାଙ୍କର ଦର୍ଶନ କରିବା ସହ ସାଇଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ଅବସରରେ ଭକ୍ତମାନେ ବାବାଙ୍କ ପ୍ରତି ନିଜର ଭକ୍ତି ଓ ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ଏହି ସମସ୍ତ ଅଳଙ୍କାର ଓ ନଗଦ ଅର୍ଥ ରାଶିକୁ ବାବାଙ୍କ ଦାନ ବାକ୍ସରେ ଦାନ କରିଥିଲେ। ଗରୁପୂର୍ଣ୍ଣିମା ପାଳନ ଉପଲକ୍ଷେ ମନ୍ଦର ସମେତ ସମଗ୍ର ଶିରିଡ଼ି ଧାମକୁ ପ୍ରଚୁର ଫୁଲରେ ସଜା ଯାଇଥିଲା।
<urn:uuid:98eceeb3-c822-4f24-babe-d9d7784f4015>
CC-MAIN-2018-43
http://sambad.in/india-and-beyond/shirdi-sai-baba-temple-gets-donations-worth-rs-64095305-during-guru-purnima-186319/
2018-10-17T18:15:57Z
s3://commoncrawl/crawl-data/CC-MAIN-2018-43/segments/1539583511206.38/warc/CC-MAIN-20181017174543-20181017200043-00284.warc.gz
ory
1.000001
Orya
6
{"ory_Orya_score": 1.000001072883606}
ଚୀନ୍କୁ ମାତ୍ ଦେବାକୁ ଭାରତ ଆରମ୍ଭ କରିବ ଅପରେସନ୍ ଆଲର୍ଟ ନୂଆଦିଲ୍ଲୀ: ବିଗତ ସାତ ସପ୍ତାହ ଧରି ଡୋକଲାମ ଅଞ୍ଚଳରେ ଭାରତ-ଚୀନ୍ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଚୀନ୍ ବିବାଦୀୟ ଡୋକଲାମ ଅଞ୍ଚଳକୁ ନେଇ ବାରମ୍ୱାର ଭାରତକୁ ଯୁଦ୍ଧ ଧମକ ଦେଉଛି। ଏପରିକି ସୀମାରେ ଅଧିକ ସଂଖ୍ୟାରେ ସୈନ୍ୟ ଠୁଳ କରୁଛି ଚୀନ୍। କିନ୍ତୁ ଏସବୁ ଭିତରେ ଭାରତ ମଧ୍ୟ ନିଜ ଋଣନୀତିରେ ପରିବର୍ତ୍ତନ ଆଣିଛି। ଚୀନ୍ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏକରମକମ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରି ସାରିଲାଣି ଭାରତ। ଏଥିପାଇଁ ଅକ୍ଟୋବରରେ ଭାରତୀୟ ସେନା କରୁଥିବା ଅପରେସନ୍ ଆଲର୍ଟ ଯୁଦ୍ଧାଭ୍ୟାସ ଦୁଇମାସ ପୂର୍ବରୁ ଅର୍ଥାତ ଅଗଷ୍ଟ ମାସରେ କରିବାକୁ ସ୍ଥିର କରିଛି। ଅପରେସନ୍ ଆଲର୍ଟ: ପ୍ରତିବର୍ଷ ଅକ୍ଟୋବର ମାସରେ ଭାରତୀୟ ସେନା ଏହି ଯୁଦ୍ଧାଭ୍ୟାସ କରିଥାଏ। ଏହି ଅଭ୍ୟାସରେ ସେନା ତଳିଆ ସ୍ଥାନରୁ ପାହାଡ ଉପରକୁ ଯାଇଥାନ୍ତି। ଯାହା ଦ୍ୱାରା ସେମାନେ ପାହାଡ଼ ଉପରେ ହେଉଥିବା ଅସୁବିଧା ଓ ଖରାପ ପାଗରେ କିପରି ନିଜକୁ ରକ୍ଷା କରିହେବ ସେହି କଳା ଶିଖିଥାନ୍ତି। ଏହି ଅଭ୍ୟାସରେ ସେନା ପ୍ରାୟ ୧୫ ହଜାର ଫୁଟ୍ ଉପରକୁ ଯାଇଥାନ୍ତି। ଏବେ ୧୦ ହଜାର ଫୁଟ ଉଚ୍ଚ ଡୋକଲାମ ଅଞ୍ଚଳରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ମାତ୍ର ୧୦୦ରୁ ୧୫୦ ଫୁଟ୍ ଦୂରତା ରହିଛି। ଗତକାଲି ଚୀନ୍ ଏହି ବିବାଦୀୟ ଅଞ୍ଚଳରୁ ୧୦୦ ମିଟର ପଛକୁ ହଟିବାକୁ ରାଜି ହୋଇଛି। କିନ୍ତୁ ଚୀନ୍ ସେନାକୁ ଡୋକଲାମ ଅଞ୍ଚଳରୁ ୨୫୦ ମିଟର ପଛକୁ ହଟିଯିବାକୁ କହିଛି ଭାରତ। ଯେତେଦିନ ପର୍ଯ୍ୟନ୍ତ ଚୀନ୍ ସେନା ୨୫୦ ମିଟର ପଛକୁ ନ ହଟିଥିବ ଭାରତୀୟ ସେନା ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ଭାରତ ରୋକଠୋକ ଜଣାଇ ଦେଇଛି। ଡୋକଲାମ ସୀମାରୁ ଚୀନ୍ ସେନା ହଟିବାକୁ ରାଜି ହେବା ଭାରତକୁ ଆଶ୍ୱସ୍ତ କରିଛି। ହେଲେ ଅହଂକାରରେ ବୁଡି ରହିଥିବା ଚୀନ୍ର ଏପରି ୟୁଟର୍ଣ୍ଣ ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଲୁଚି ନାହିଁ ତ ? କାରଣ ସିକିମ୍-ଭୁଟାନ-ତିବ୍ବତ ଟ୍ରାଇ ଜଙ୍କସନରେ ଏବେ ସେନା ଠୁଳ କରୁଛି ଚୀନ୍। ଏପରିକି ବିବାଦୀୟ ଡୋକଲାମ ଅଞ୍ଚଳରୁ ଏକ କିଲୋମିଟର ଦୂରରେ ୮୦୦ରୁ ଉର୍ଦ୍ଧ୍ୱ ସୈନ୍ୟଙ୍କ ରହିବା ପାଇଁ ୮୦ଟି ତମ୍ବୁ ଟାଣି ସାରିଲାଣି । ଯାହା ଚୀନ୍ର ଦୋମୁହାଁ ନୀତିକୁ ଦର୍ଶାଉଛି। ସମ୍ଭାବ୍ୟ ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ମଧ୍ୟ ଶୀର୍ଷ ସ୍ତରରେ ପ୍ରସ୍ତୁତି କରାଯାଇଛି। ଭାରତ ପକ୍ଷରୁ ପଦାତିକ ବାହିନୀର ଦୁଇଟି ଡିଭିଜନ ସିକିମ ଅଭିମୁଖେ ଯାତ୍ରା କରିଛି। ମାଉଣ୍ଟେନ କର୍ପସର ଦୁଇଟି ଡିଭିଜନ ସୀମାକୁ ଯାଇଛନ୍ତି। ଏପରିକି ଅଧିକ ସଂଖ୍ୟାରେ ସୈନ୍ୟଙ୍କୁ ଯେ କୌଣସି ପରିସ୍ଥିତିରେ ମୁକାବିଲା ଲାଗି ସଜାଗ ରଖିଛି ଭାରତ।
<urn:uuid:ef05ee01-5c83-4d82-a5c1-1804b544fed5>
CC-MAIN-2018-43
https://odishareporter.in/nation/india-army-starts-operation-alert-in-augest-157276
2018-10-17T18:26:22Z
s3://commoncrawl/crawl-data/CC-MAIN-2018-43/segments/1539583511206.38/warc/CC-MAIN-20181017174543-20181017200043-00284.warc.gz
ory
0.999993
Orya
4
{"ory_Orya_score": 0.9999933242797852}
କୋଲକାତା : ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ବଙ୍ଗଳା ଓ ଓଡ଼ିଶା ମଧ୍ୟରେ ଏକ ମଧୁର ସଂପର୍କ ଶତାବ୍ଦୀ ଶତାବ୍ଦୀ ଧରି ଗଢ଼ି ଉଠିଛି। 'ନବକଳେବର କଥା'ର ବଙ୍ଗଳା ସଂସ୍କରଣ ଏହି ସଂପର୍କକୁ ଅଧିକ ଘନିଷ୍ଠ କରିବ ବୋଲି 'ଶ୍ରୀଜଗନ୍ନାଥ ମହାପ୍ରଭୁର ନବକଳେବର' ପୁସ୍ତକର ଲୋକାର୍ପଣ ଉତ୍ସବରେ ଅତିଥି ଓ ବକ୍ତାମାନେ ମତପ୍ରକାଶ କରିଛନ୍ତି। କୋଲକାତାର ରବୀନ୍ଦ୍ର ଭବନ ପରିସରସ୍ଥିତ ଜୀବନାନନ୍ଦ ସଭାଗୃହଠାରେ ଅସିତ ମହାନ୍ତିଙ୍କ 'ନବକଳେବର କଥା' ପୁସ୍ତକର ଏହି ବଙ୍ଗଳା ସଂସ୍କରଣ ଲୋକାର୍ପିତ ହୋଇଥିଲା। ଡକ୍ଟର କୃଷ୍ଣଚନ୍ଦ୍ର ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ସୁଧୀର ଦତ୍ତ କଲିକତାର 'ପ୍ରଭା ପ୍ରକାଶନୀ' ପକ୍ଷରୁ ପ୍ରକାଶିତ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଉତ୍ସବରେ ଅନୁବାଦିକା ଭାରତୀ ନନ୍ଦୀ ଓ ଲେଖକ ଶ୍ରୀ ମହାନ୍ତି ଉପସ୍ଥିତ ଥିଲେ। ବଙ୍ଗଳା କବୟିତ୍ରୀ ତ୍ରିଷ୍ଣା ବସାକ ପୁସ୍ତକର ସମୀକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ଦତ୍ତ ଓ ଶ୍ରୀମତୀ ବସାକ ଓଡ଼ିଶା ସହ ରହିଥିବା ସେମାନଙ୍କର ମଧୁର ସଂପର୍କର ସ୍ମୃତିଚାରଣ କରିଥିଲେ। କବି ଶ୍ରୀ ଦତ୍ତଙ୍କର ଘର ଓଡ଼ିଶା-ବଙ୍ଗଳା ସୀମାନ୍ତର୍ବୀ ଏକ ଗ୍ରାମରେ ଏବଂ ପିଲାଦିନେ ମାତୃଭାଷା ବଙ୍ଗଳା ସହିତ ଓଡ଼ିଆ ଶିଖି ସେ ଜଗନ୍ନାଥ ଦାସଙ୍କ ଭାଗବତର ଦଶମ ସ୍କନ୍ଧ ପଢ଼ି ପାରୁଥିଲେ ବୋଲି କହିଥିଲେ। ସେହିପରି ଶ୍ରୀମତୀ ବସାକଙ୍କ ପିତା ଓଡ଼ିଶାରେ କାର୍ଯ୍ୟ କରୁଥିଲାବେଳେ ସେ ପିଲାଦିନେ ଓଡ଼ିଶାରେ ଖାଇଥିବା ଗରମ ଗରମ ରସଗୋଲାର ସ୍ୱାଦ ଏଯାଏ ଭୁଲି ପାରିନାହାନ୍ତି ବୋଲି କହିଥିଲେ। ଓଡ଼ିଶା ସହ ବଙ୍ଗବାସୀଙ୍କର ରହିଥିବା ଏପରି ଅନେକ ମଧୁର ସଂପର୍କ ସହିତ ପୁରୀ ସମୁଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ରହିଥିବା ମୈତ୍ରୀ ବନ୍ଧନକୁ ଏହି ଅନୁବାଦ ପୁସ୍ତକ ଦୃଢ଼ କରିବ ବୋଲି ଅତିଥି ଦ୍ୱୟ କହିଥିଲେ। ଏହି ଅବସରରେ ଲେଖକ ଶ୍ରୀ ମହାନ୍ତି ଓ ଅନୁବାଦିକା ଶ୍ରୀମତୀ ନନ୍ଦୀ ନିଜ ନିଜର ଲେଖକୀୟ ଓ ଅନୁବାଦକୀୟ ଅନୁଭୂତି ବଖାଣି ଥିଲେ। ଉତ୍ସବର ଆୟୋଜକ ଶ୍ରୀଜଗନ୍ନାଥ ସାହିତ୍ୟ ପରିଷଦ ଓ ପୁସ୍ତକର ସର୍ବ ଭାରତୀୟ ବିତରକ ସୃଜନ ଇଣ୍ଡିଆ ପକ୍ଷରୁ ଲେଖକ, ଅନୁବାଦକ ଓ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀଜଗନ୍ନାଥ ସାହିତ୍ୟ ପରିଷଦ ପକ୍ଷରୁ ଉତ୍ସବକୁ ସାଫଲ୍ୟ ନନ୍ଦୀ ସଂଯୋଜନା କରିଥିଲାବେଳେ ଡକ୍ଟର ଜ୍ଞାନେଶ୍ୱର ମିଶ୍ର ଧନ୍ୟବାଦ ଦେଇଥିଲେ।
<urn:uuid:9e35b1c5-da7d-40a0-896c-493ba49dc9cc>
CC-MAIN-2018-43
http://sambad.in/state/nabakalebara-katha-book-translation-in-bengali-language-release-61421/
2018-10-20T08:40:01Z
s3://commoncrawl/crawl-data/CC-MAIN-2018-43/segments/1539583512679.76/warc/CC-MAIN-20181020080138-20181020101638-00044.warc.gz
ory
1.000003
Orya
10
{"ory_Orya_score": 1.0000029802322388}
ଆଜି ପ୍ରବଳ ବର୍ଷିବ, ସତର୍କ କଲା ପାଣିପାଗ ବିଭାଗ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ। ପବନ ମଧ୍ୟ ବୋହିବ। ଏଥିପାଇଁ ୮ ଜିଲ୍ଲାବାସୀଙ୍କୁ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ଆଜି ଅନୁଗୋଳ, କୋରାପୁଟ, ଗଂଜାମ, ଗଜପତି, ରାୟଗଡ଼ା, ଝାରସୁଗୁଡ଼ା, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏପରିକି ପବନ ମଧ୍ୟ ବୋହିବ। ପବନର ବେଗ ୫୦ରୁ ୬୦ କିମି ରହିବ। ଘଡ଼ଘଡ଼ି ମଧ୍ୟ ମାରିବ। ଏପରି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ତେଣୁ ଏହି ସମୟ ଭିତରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଗତ କିଛି ଦିନ ଧରି ସକାଳେ ପାଗ କାଉଁଳିଆ ରହୁଛି। ମଧ୍ୟାହ୍ନରେ ମୁଣ୍ଡଫଟା ଖରା ହେଉଛି। ଅପରାହ୍ନରେ ଧୂଳି ଝଡ଼ ହେବା ସହିତ ବର୍ଷା ହେଉଛି। ଘଡ଼ଘଡ଼ି ମାଧ୍ୟ ମାରୁଛି। ଦୁଇ ଦିନ ତଳେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁହୋଇଥିବା ଅଭିଯୋଗ ହେଉଛି।
<urn:uuid:8a0965e6-603a-4d2c-83eb-f3850c83bdb4>
CC-MAIN-2018-43
https://odishareporter.in/odisha/heavy-rain-in-8-district-of-odisha-238386
2018-10-21T14:42:29Z
s3://commoncrawl/crawl-data/CC-MAIN-2018-43/segments/1539583514030.89/warc/CC-MAIN-20181021140037-20181021161537-00204.warc.gz
ory
0.999958
Orya
5
{"ory_Orya_score": 0.9999581575393677}
ଆଦିପୁସ୍ତକ 33 Oriya Bible: Easy-to-Read Version (ERV-OR) ଯାକୁବ ତାଙ୍କର ସାହସିକତା ଦେଖାଇଲେ 33 ଅନନ୍ତର ଯାକୁବ ଏଷୌ ଆସୁଥିବାର ଦେଖିଲେ। ଏଷୌ ତାଙ୍କ ସହିତ ଗ୍ଭରିଶହ ଲୋକଙ୍କୁ ଧରି ଆସୁଥିଲେ। ଯାକୁବ ତାଙ୍କର ପରିବାରକୁ ଗ୍ଭରି ଭାଗରେ ବିଭକ୍ତ କଲେ। ଲେୟା ଏବଂ ତା'ର ପିଲାମାନେ ଗୋଟିଏ ଦଳରେ ରହିଲେ। ରାହେଲ ଓ ଯୋଷେଫ ଗୋଟିଏ ଦଳରେ ରହିଲେ। ଦୁଇଦାସୀ ଏବଂ ତାଙ୍କର ପିଲାମାନେ ଦୁଇ ଗୋଟି ଦଳରେ ରହିଲେ। 2 ଯାକୁବ, ଆଗେ ଦୁଇ ଦାସୀ ଓ ସେମାନଙ୍କର ସନ୍ତାନଗଣଙ୍କୁ ତା' ପଛେ ଲେୟା ଓ ତା'ର ସନ୍ତାନଗଣ, ସବା ଶେଷରେ ରାହେଲ ଓ ଯୋଷେଫକୁ ରଖିଲେ। 3 ସେମାନଙ୍କ ଆଗରେ ଯାକୁବ ଗଲେ, ସେ ଯେତେବେଳେ ଭାଇର ନିକଟବର୍ତ୍ତୀ ହେଲେ। ଭକ୍ତି ଦେଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲେ। 4 ଯେତେବେଳେ ଏଷୌ ଯାକୁବଙ୍କୁ ଦେଖିଲେ ସେ ତାଙ୍କୁ ଭେଟିବା ପାଇଁ ଦୌଡ଼ିଗଲେ। ଏହା ପରେ ସେ ତାଙ୍କର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲେ, ପୁଣି ଦୁହେଁ କାନ୍ଦିବାକୁ ଲାଗିଲେ। 5 ଏଷୌ, ସ୍ତ୍ରୀ ଓ ପିଲାମାନଙ୍କୁ ଦେଖିଲେ, ସେ ପଗ୍ଭରିଲେ, "ତୁମ୍ଭ ସହିତ ଏହି ଲୋକମାନେ କିଏ?" ଯାକୁବ ଉତ୍ତର ଦେଲେ, "ପରମେଶ୍ୱର ମୋତେ ଦୟା କରି ଏ ସମସ୍ତ ସନ୍ତାନ ଦେଇଛନ୍ତି।" 6 ଏହା ପରେ ଦୁଇଦାସୀ ଓ ତାହାର ପିଲାମାନେ ଏଷୌ ନିକଟକୁ ଗଲେ। ସେମାନେ ଏଷୌକୁ ଭୂମିଷ୍ଠ ପ୍ରଣାମ କଲେ। 7 ଏହା ପରେ ଲେୟା ଏବଂ ତାଙ୍କର ସନ୍ତାନଗଣ ଏଷୌକୁ ପ୍ରଣାମ କଲେ। ଏବଂ ଏହା ପରେ ରାହେଲ ଓ ଯୋଷେଫ ଏଷୌ ନିକଟକୁ ଯାଇ ପ୍ରଣାମ କଲେ। 8 ଏଷୌ କହିଲେ, "ମୁଁ ଆସିବା ସମୟରେ ଯେଉଁମାନଙ୍କୁ ଦେଖିଲି ସେମାନେ କିଏ? ସେ ପଶୁଗୁଡ଼ିକ କାହା ନିମନ୍ତେ ନେଉଛନ୍ତି।" ଯାକୁବ ଉତ୍ତର ଦେଲେ, "ସେଗୁଡ଼ିକୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଉପହାର ଦେଇଛି। ତେଣୁ ମୋତେ ଗ୍ରହଣ କର।" 9 କିନ୍ତୁ ଏଷୌ କହିଲେ, "ତୁମ୍ଭର ମୋତେ କିଛି ଉପହାର ଦେବା ଦରକାର ନାହିଁ, ଭାଇ ମୋ' ପାଇଁ ବହୁତ ଅଛି।" 10 ଯାକୁବ କହିଲେ, "ନା ଭାଇ ମୁଁ ତୁମ୍ଭକୁ ଅନୁରୋଧ କରୁଛି। ଯଦି ତୁମ୍ଭେ ମୋତେ ବାସ୍ତବରେ ଗ୍ରହଣ କରୁଛ ତେବେ ମୋର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁ ଦେଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସୀ। ମୋତେ ପରମେଶ୍ୱରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାରେ ତୁମ୍ଭେ ମୋତେ ଗ୍ରହଣ କରିଥିବାରୁ, ମୁଁ ଖୁସୀ। 11 ତେଣୁ ମୁଁ ବିନତି କରୁଛି ତୁମ୍ଭେ ମୋର ଉପହାର [a] ଗ୍ରହଣ କର। ପରମେଶ୍ୱର ମୋ' ପ୍ରତି ସଦୟ ହୋଇଛନ୍ତି। ମୋର ଆବଶ୍ୟକତାଠାରୁ ଅଧିକ ପାଇଛି।" ଯାକୁବ ଏଷୌକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲେ। ତେଣୁ ସେ ସେଗୁଡ଼ିକୁ ଗ୍ରହଣ କଲେ। 12 ଏହା ପରେ ଏଷୌ କହିଲେ, "ତୁମ୍ଭେ ତୁମ୍ଭର ଯାତ୍ରା ଗ୍ଭଲୁ ରଖ। ମୁଁ ମଧ୍ୟ ତୁମ୍ଭ ସହିତ ଯିବି।" 13 କିନ୍ତୁ ଯାକୁବ ତାଙ୍କୁ କହିଲେ, "ତୁମ୍ଭେ ଜାଣ ମୋର ସନ୍ତାନଗଣ ଛୋଟ ଏବଂ ମୁଁ ମୋର ପଶୁଗଣଙ୍କର ଓ ତାଙ୍କର ଛୁଆମାନଙ୍କ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ। ମୁଁ ଯଦି ତାଙ୍କୁ ବଳପୂର୍ବକ ଗୋଟିଏ ଦିନରେ ବହୁତ ବାଟ ନେଇଯାଏ ତେବେ ସମସ୍ତ ପଶୁ ମରିଯିବେ। 14 ତେଣୁ ମୋର ପ୍ରଭୁ ତୁମ୍ଭେ ଆମ୍ଭ ଆଗରେ ଗ୍ଭଲ, ମୁଁ ତୁମ୍ଭକୁ ଧୀରେ ଧୀରେ ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧୀରେ ଯିବି କାରଣ ମୋର ପିଲାମାନେ କ୍ଳାନ୍ତ ହୋଇ ପଡ଼ିବେ। ମୁଁ ତୁମ୍ଭକୁ ସେୟୀରରେ ସାକ୍ଷାତ କରିବି।" 15 ତେଣୁ ଏଷୌ କହିଲେ, "ତୁମ୍ଭର ସାହାଯ୍ୟ ପାଇଁ ମୁଁ ମୋର କିଛି ଲୋକଙ୍କୁ ଛାଡ଼ି ଯାଉଛି।" କିନ୍ତୁ ଯାକୁବ କହିଲେ, "ଏହା ତୁମ୍ଭର ଦୟା ହେବ। କିନ୍ତୁ ଏସବୁ କରିବାର କିଛି ଆବଶ୍ୟକ ନାହିଁ।" ମାତ୍ର ପ୍ରଭୁଙ୍କର ଆନୁଗ୍ରହ ଥାଉ। 16 ତେଣୁ ସେହି ଦିନ ଏଷୌ ସେୟୀରକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କଲେ। 17 କିନ୍ତୁ ଯାକୁବ ସୁକ୍କୋତକୁ ଗଲେ। ସେହି ସ୍ଥାନରେ ସେ ଆପଣା ପାଇଁ ଏକ ଗୃହ ତିଆରି କଲେ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲେ। ତେଣୁ ସେହି ସ୍ଥାନର ନାମ ସୁକ୍କୋତ ହେଲା। 18 ଏହି ପ୍ରକାରେ ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲେ। 19 ଏହା ପରେ ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକଶ କସୀତା ନାମକ ରୌପ୍ୟ ମୁଦ୍ରାଦେଇ ସେହି ତମ୍ବୁ ସ୍ଥାନଟିକୁ କିଣିଲେ। 20 ପୁଣି ଯାକୁବ ସେଠାରେ ପରମେଶ୍ୱରଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ, "ଏଲ ଇସ୍ରାଏଲର ପରମେଶ୍ୱର।" Footnotes:
<urn:uuid:c008e362-a6be-479c-80f8-6e4fbb7575f9>
CC-MAIN-2018-43
https://www.biblegateway.com/passage/?search=%E0%AC%86%E0%AC%A6%E0%AC%BF%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+33&version=ERV-OR
2018-10-21T15:28:10Z
s3://commoncrawl/crawl-data/CC-MAIN-2018-43/segments/1539583514030.89/warc/CC-MAIN-20181021140037-20181021161537-00204.warc.gz
ory
0.999986
Orya
15
{"ory_Orya_score": 0.9999864101409912}
କନକ ବ୍ୟୁରୋ : କର୍ମଶାଳାର ଶେଷଦିନରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିପ୍ସ । ଆଜି ଶେଷଦିନରେ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳଙ୍କୁ ଶାସନର ମନ୍ତ୍ର ଦେଇଛନ୍ତି । ସେ କହିଛନ୍ତି କି, ଦୁଇଦିନିଆ ଜିଲ୍ଲାପାଳ କର୍ମଶାଳାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଓ ପରାମର୍ଶ ଆସିଛି । ଏବେ ସୁଦ୍ଧା ୧୮୫ଟି ପରାମର୍ଶ ଆସିଛି । କିଛି ଜିଲ୍ଲାପାଳ ଅତି ଭଲ ପ୍ରଦର୍ଶନ କରିଛନ୍ତି । ଯେଉଁ ଜିଲ୍ଲାପାଳ ଭଲ କାମ କରିବେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ । ରାଜ୍ୟ ସରକାର ଦୃର୍ନୀତି ପ୍ରତି ଜିରୋ-ଟୋଲରେସନ ଦେଖାଇଛନ୍ତି । ଅଭିଯୋଗ ପ୍ରକୋଷ୍ଠକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଦେଖନ୍ତୁ ଏହି ଭିଡିଓ-
<urn:uuid:a009af63-4624-499e-8d0e-c22d70c64c7b>
CC-MAIN-2018-43
http://kanaknews.com/cm-naveen-patnaik-stresses-on-4th-t-transformation-in-addition-to-3ts-required-for-pro-people-prog-at-collectors-conference/
2018-10-22T21:28:16Z
s3://commoncrawl/crawl-data/CC-MAIN-2018-43/segments/1539583515539.93/warc/CC-MAIN-20181022201445-20181022222945-00364.warc.gz
ory
1.000004
Orya
5
{"ory_Orya_score": 1.0000040531158447}
ଆଦିବାସୀ ବହୁଳ କୋରାପୁଟ ଜିଲ୍ଳାରେ ରହିଛି ତାଙ୍କର ସିଲାଇ କାରଖାନା । ସେଠାରେ ଲୋକମାନେ ଲୋକପ୍ରିୟ କୋଟପାଡ ଡିଜାଇନକୁ କପଡ଼ା ଉପରେ ଫ୍ୟାଶନର ରୂପ ଦେବାରେ ଲାଗିଛନ୍ତି । ଲୋକମାନଙ୍କୁ ଏହି ସୁଯୋଗ ପ୍ରଦାନ କରିଛନ୍ତି ଓଡ଼ିଶାର ଫ୍ୟାଶନ ଡିଜାଇନର ସିଦ୍ଧାର୍ଥ ପଟ୍ଟନାୟକ। କୋରାପୁଟର ପାରମ୍ପରିକ ଆଦିବାସୀ ଡିଜାଇନକୁ ନେଇ ସେ ପ୍ରସ୍ତୁତ କରିଛନ୍ତି ଅନେକ ଫ୍ୟାଶନ ସାମଗ୍ରୀ । ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ସାମଗ୍ରୀଗୁଡ଼ିକ ବିଭିନ୍ନ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବା ସହ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି । ସେ ଚମ୍ପା ଔର ଚିଣ୍ଟି ନାମକ ବ୍ରାଣ୍ଡ୍ ନାମରେ ନିଜର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ସେ ଆଦିବାସୀ ମହିଳା ଓ ପୁରୁଷମାନଙ୍କୁ ଶାଲ, ଶାଢ଼ୀ ଓ ଗାମୁଛା ଡିଜାଇନ କରିବାର କାମ ଶିଖାଉଛନ୍ତି । ଓଡ଼ିଶାର ପୋଷାକ ଡିଜାଇନ ସବୁ ବେଳେ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇଥାଏ । ପ୍ରକୃତିର ସୌନ୍ଦର୍ଯ୍ୟ ସବୁ ବେଳେ ସେଥିରେ ଦେଖିବାକୁ ମିଳିଥାଏ । ସିଦ୍ଧାର୍ଥ ପ୍ରକୃତିର ଏହି ଶୋଭାକୁ ନିଜ କଲେକ୍ସନରେ ସ୍ଥାନ ପ୍ରଦାନ କରନ୍ତି । ସେ ପାରମ୍ପରିକ ଓଡ଼ିଆ ଲୋକକଳାକୁ ଆଧୁନିକ ଫ୍ୟାଶନ ସହ ମିଶାଇ ଏଭଳି ପୋଷାକ ଓ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଯାହା ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥିବା ବେଳେ ଆଧୁନିକ ମଧ୍ୟ ଲାଗୁଛି । ସେଥିପାଇଁ ତାଙ୍କ କଲେକ୍ସନଗୁଡ଼ିକ ବହୁତ ସଫଳ ହୋଇପାରିଛି । ଲୋକକଳାକୁ ଫ୍ୟାଶନ ରୂପ ପ୍ରଦାନ କରିବାର କାମ ସେ ଚମ୍ପା ଔର ଚିଣ୍ଟି ବ୍ରାଣ୍ଡ୍ ଖୋଲିବା ପରେ ଆରମ୍ଭ କରିଥିଲେ । ଦିଲ୍ଲୀର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନୋଲୋଜି (ଏନଆଇଏଫଟି)ରେ ପାଠ ପଢ଼ିଥିବା ସିଦ୍ଧାର୍ଥ ସବୁ ବେଳେ ପ୍ରାକୃତିକ ରଙ୍ଗକୁ ନେଇ କାମ କରିବାକୁ ପସନ୍ଦ କରନ୍ତି । ସେ କୋରାପୁଟର କୋଟପାଡକୁ ଏଥିପାଇଁ ଚୟନ କରିଛନ୍ତ କାରଣ ସେଥିରେ ବିଶେଷ ଭାବେ ଗାଢ଼ ନୀଳ ରଙ୍ଗ ଓ ଲାଲ ରଙ୍ଗ ବ୍ୟବହାର ହୋଇଥାଏ । କୋଟପାଡରେ ଏଭଳି ରଙ୍ଗ ବ୍ୟବହାର ହୋଇଥାଏ ଯାହାକୁ ଦେଖିଲେ ତାହା ସମ୍ପୂର୍ଣ୍ଣ ପ୍ରାକୃତିକ ଭଳି ମନେ ହେବ । ସେ କହନ୍ତି ଯେ, ଭାରତରେ ଯେଉଁ କିଛି ସ୍ଥାନରେ ପ୍ରାକୃତିକ ରଙ୍ଗକୁ ନେଇ କାମ ହେଉଛି ସେଥି ମଧ୍ୟରୁ ବହୁତ କିଛି ଓଡ଼ିଶାରେ ରହିଛି । କୋରାପୁଟ ସେଥିରୁ ଅନ୍ୟତମ । କୋରାପୁଟର ଦୁଇଟି ସଂପ୍ରଦାୟ କୋଟପାଡ ପ୍ରସ୍ତୁତ କରିବାରେ କାମ କରୁଛନ୍ତି । ସାନ୍ତାଳମାନେ କୋଟପାଡ ପାଇଁ ସୁତା ସଂଗ୍ରହ କରିବା କାମ କରନ୍ତି । ତାହାକୁ ରଙ୍ଗ ମଧ୍ୟ ଦିଅନ୍ତି । ପାଣିକା ସଂପ୍ରଦାୟର ଲୋକମାନେ ତାହାକୁ ବୁଣିବା କାମ କରନ୍ତି । ସୁତାକୁ ରଙ୍ଗ କରିବା କାମ ମହିଳାମାନେ କରନ୍ତି । ବେଳେ ବେଳେ ପୁରୁଷମାନେ ସେଥିରେ ତାଙ୍କୁ ସାହାଯ୍ୟ କରନ୍ତି । କିନ୍ତୁ ବୁଣାବୁଣି କାମ ଅଧିକାଂଶ ପୁରୁଷମାନେ କରନ୍ତି । ଏବେ ମହିଳାମାନେ ମଧ୍ୟ ଏହି କାମ କରୁଛନ୍ତି । କୋଟପାଡ ପାଇଁ ଯେଉଁ ସୂତା ସଂଗ୍ରହ କରାଯାଇଥାଏ ପ୍ରଥମେ ତାହାକୁ ଗାଈ ଖତରେ ଗୋଳାଇ ୨୦ ଦିନ ରଖାଯାଏ । ଉତ୍କଳିକା ଜରିଆରେ ବୁଣାକାରମାନେ କୋଟପାଡ କାମ କରୁଛନ୍ତି । ଏ ଦିଗରେ ଉତ୍କଳିକା ସେମାନଙ୍କୁ ବହୁତ ସାହାଯ୍ୟ କରୁଛି । କୋଟପାଡରେ ସାଧାରଣତଃ ଆଦିବାସୀମାନଙ୍କ ଜୀବନ କାହାଣୀ ଦେଖିବାକୁ ମିଳେ । ଏହା ବ୍ୟତୀତ ଏଥିରେ ମନ୍ଦିର, ପକ୍ଷୀ, ଫୁଲ, ପତ୍ର, ଶଂଖ, ଟାଙ୍ଗିଆ ଓ ଅସ୍ତ୍ର ଆଦି ଦେଖିବାକୁ ମିଳେ । ସିଦ୍ଧାର୍ଥ ଢ଼େଙ୍କାନାଳର ବହୁ ଚର୍ଚ୍ଚିତ ଗହଣା ଡିଜାଇନ୍ ଧୋକ୍ରାକୁ ନିଜ ଡିଜାଇନରେ ସାମିଲ ମଧ୍ୟ କରୁଛନ୍ତି । ସେ ଏଭଳି ଡିଜାଇନ୍ ପ୍ରସ୍ତୁତ କରୁଥିବା ବିଷୟରେ କହନ୍ତି ଯେ, ଆମେ ଲୋକମାନଙ୍କ ପାଇଁ ଆଦିବାସୀ କଳାକୁ ନେଇ ଅନେକ ପ୍ରକାର ପୋଷାକ ପ୍ରସ୍ତୁତ କରିଦେଉ, କିନ୍ତୁ ସେହି ପୋଷାକ ସହିତ କେଉଁ ଗହଣା ପିନ୍ଧିବାକୁ ହେବ ତାହା ଲୋକମାନେ ସହଜରେ ଚୟନ କରିପାରନ୍ତି ନାହିଁ । ସେଥିପାଇଁ ଡୋକରା ଆଦିବାସୀ ଗହଣା ଡିଜାଇନକୁ ନେଇ ଆମେ ଗହଣା ପ୍ରସ୍ତୁତ କରି ସେମାନଙ୍କୁ ଯୋଗାଇ ଦେଉଛୁ । ପୁରୁଷମାନଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା କୁର୍ତାର ବଟନ ଗୁଡିକୁ ସେ ଧୋକ୍ରାର ରୂପ ଦେଉଛନ୍ତି । ସିଦ୍ଧାର୍ଥ ତାମିଲନାଡୁର ଗାନ୍ଧୀ ଗ୍ରାମ ଟ୍ରଷ୍ଟରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିବାର ତାଲିମ ନେଇଛନ୍ତି । ସିଦ୍ଧାର୍ଥ ଓ ତାଙ୍କ ୬ ଜଣିଆ ଟିମ ଏବେ ପଟ୍ଟଚିତ୍ର ଓ ଚାନ୍ଦୁଆ ଡିଜାଇନକୁ ମଧ୍ୟ ଏକ ଫ୍ୟାଶନେବଲ ରୂପ ପ୍ରଦାନ କରୁଛନ୍ତି । ଏହାକୁ ବ୍ୟବହାର କରି ସେମାନେ ପୋଷାକ, ଜୋତା ଆଦି ପ୍ରସ୍ତୁତ କରୁଛନ୍ତି । ପଟ୍ଟଚିତ୍ର ଜଗନ୍ନାଥ ପରମ୍ପରା ସହ ଜଡ଼ିତ । କିନ୍ତୁ ଧର୍ମୀୟ ଭାବନାକୁ ଆଘାତ ପହଂଚିବା ଭଳି କୌଣସି ଡିଜାଇନ୍ ସେମାନେ ନିଜ ସାମଗ୍ରୀରେ ବ୍ୟବହାର କରୁନାହାନ୍ତି । Related Stories Stories by PK
<urn:uuid:fd7c477d-9767-4710-821a-e5ff4831bcd8>
CC-MAIN-2018-43
https://odia.yourstory.com/read/7b9c2aca6a/-
2018-10-17T03:31:28Z
s3://commoncrawl/crawl-data/CC-MAIN-2018-43/segments/1539583510969.31/warc/CC-MAIN-20181017023458-20181017044958-00201.warc.gz
ory
1.000006
Orya
17
{"ory_Orya_score": 1.0000061988830566}
ବ୍ୟାଙ୍କକ୍: ଜୀବନ ହରାଇ ପ୍ଲାଷ୍ଟିକ୍ର ଘାତକ ପରିଣାମ ପରିପ୍ରକାଶ କଲା ଥାଇଲାଣ୍ଡର ଏକ କଇଁଛ। ପ୍ଲାଷ୍ଟିକ୍ ଯୋଗୁ ସାମୁଦ୍ରିକ ଜୀମନ କିଭଳି ଭାବେ ପ୍ରଭାବିତ ହେବାରେ ଲାଗିଛି ତାହା କଇଁଛର ଅସ୍ତ୍ରୋପଚାର ପରେ ଜାଣିବାକୁ ମିଳିଛି। ଦେଶର ଚାନ୍ଥାବୁରୀ ପ୍ରଦେଶ ଉପକୂଳରୁ ଜୁନ୍ ୪ରେ ଏକ କଇଁଛର ମୃତଦେହ ଉଦ୍ଧାର କରାଯାଇଥିଲା। ବ୍ୟବଚ୍ଛେଦ କରିବା ପରେ ଏହା ପେଟରୁ ବ୍ୟାପକ ମାତ୍ରାରେ ପ୍ଲାଷ୍ଟିକ୍ ଜମା ହୋଇଥିବା ଦେଖିବାକୁ ମିଳିଥିଲା। ସମ୍ଭବତଃ ଏହାଯୋଗୁ ତାର ମୃତ୍ୟୁ ହୋଇଥିବା କୁହାଯାଉଛି। ଥାଇଲାଣ୍ଡର ସମୁଦ୍ର ଭିତରେ ପଡ଼ି ରହିଥିବା ପ୍ଲାଷ୍ଟିକ୍ ବ୍ୟାଗ୍, ରବର ବ୍ୟାଣ୍ଡ, ବେଲୁନ୍ ଖଣ୍ଡ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ କଇଁଛଟି ଆହାର ଭାବେ ଗ୍ରହଣ କରିଥିଲା। ପ୍ରକାଶ ଯେ, ଥାଇଲାଣ୍ଡ ହେଉଛି ବିଶ୍ୱର ସର୍ବବୃହତ୍ ପ୍ଲାଷ୍ଟିକ୍ ବ୍ୟବହାରକାରୀ ଦେଶ। ପ୍ଲାଷ୍ଟିକ୍ ପଦାର୍ଥ ସମୁଦ୍ରକୁ ଯିବାଦ୍ୱାରା ପ୍ରତିବର୍ଷ ଦେଶର ଉପକୂଳଗୁଡ଼ିକରୁ ବ୍ୟାପକ ମାତ୍ରାରେ ସାମୁଦ୍ରିକ ଜୀବଜନ୍ତୁଙ୍କ ମୃତଦେହ ଉଦ୍ଧାର କରାଯାଇଥାଏ। ତେବେ ଜୁନ୍ ୫ରେ ପାଳିତ ହୋଇଥିବା ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ ଥିଲା 'ପ୍ଲାଷ୍ଟିକ୍ ପ୍ରଦୂଷଣ ହଟାଅ'। ପ୍ଲାଷ୍ଟିକ୍ର ବିପଜ୍ଜନକ ପରିଣାମ ସମ୍ପର୍କରେ ବିଶ୍ୱବାସୀଙ୍କୁ ଅବଗତ କରିବା ଲାଗି ଏବର୍ଷ ପରିବେଶ ଦିବସରେ ଏଭଳି ବାର୍ତ୍ତା ପ୍ରସାର କରାଯାଇଛି।
<urn:uuid:5bc7ba5a-3955-40f7-96b7-d8f2b59c4f42>
CC-MAIN-2018-43
http://www.dharitri.com/main/news/45827
2018-10-18T09:54:04Z
s3://commoncrawl/crawl-data/CC-MAIN-2018-43/segments/1539583511761.78/warc/CC-MAIN-20181018084742-20181018110242-00361.warc.gz
ory
1.000004
Orya
4
{"ory_Orya_score": 1.0000044107437134}
କନକ ବ୍ୟୁରୋ: ସୋସିଆଲ ମିଡିଆରେ ଗୁଜବକୁ ନେଇ କଠୋର ହେଲେ କେନ୍ଦ୍ର ସରକାର । ବିଶେଷ କରି ହ୍ୱାଟସଆପରେ ପିଲା ଚୋରୀ ଭଳି ବିଭିନ୍ନ ପ୍ରକାର ଗୁଜବ ଘୁରି ବୁଲିବା ଦ୍ୱାରା ଲୋକଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ । ଏଭଳି ଘଟଣା ପାଇଁ ହ୍ୱାଟସଆପ ଭଳି ସାମାଜିକ ଗଣମାଧ୍ୟମ ଅଧିକାଂଶ ମାତ୍ରାରେ ଦାୟୀ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏଭଳି ଦାୟିତ୍ୱହୀନତା ଓ ବିସ୍ଫୋରକ ସନ୍ଦେଶକୁ ନିଜ ପ୍ଲାଟଫର୍ମରେ ରୋକ ଲଗାଇବା ପାଇଁ ଗତକାଲି ହ୍ୱାଟସଆପକୁ ଚେତାବନୀ ଦେଇଛନ୍ତି । ଏହାସହ ଫେସବୁକକୁ ମଧ୍ୟ ସରକାର ଛାଡି ନାହାନ୍ତି । ଏହି ଘଟଣାରେ ଫେସବୁକର ମାଲିକାନାରେ ଥିବା କମ୍ପାନୀ ମଧ୍ୟ ନିଜ ଦାୟିତ୍ୱ ଓ ଉତରଦାୟିତ୍ୱରୁ ଓହରି ପାରିବେ ନାହିଁ । ତେବେ ଗତ କିଛି ମାସ ହେବ ପିଲା ଚୋରୀ ଭଳ ଗୁଜବ ସୋସିଆଲ ମିଡିଆରେ ଘୁଲି ବୁଲିବା ଦ୍ୱାରା ଆସାମ, ମହାରାଷ୍ଟ୍ର, କର୍ଣ୍ଣାଟକ, ତ୍ରିପୁରା ଓ ପଶ୍ଚିମବଙ୍ଗରେ ଲୋକଙ୍କୁ ପିଟିପିଟି ହତ୍ୟା କରାଯିବା ଭଳି ଘଟଣାକୁ ଦୁଃଖ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସରକାର। ହ୍ଵାଟସଆପ୍ ଦ୍ୱାରା ଏଭଳି ଦାୟିତ୍ୱହୀନ ଏବଂ ବିସ୍ଫୋରକ ବାର୍ତ୍ତା ଦିଆନିଆ ବନ୍ଦ କରିବା ନେଇ ତୁରନ୍ତ ପଦକ୍ଷେପ ନେବାକୁ ଏହି ମେସେଜିଂ ଆପକୁ କହିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବିବୃତିରେ କୁହାଯାଇଛି ଯେ ହ୍ଵାଟ୍ସଆପ୍ ଦ୍ୱାରା ଏଭଳି ଦାୟିତ୍ୱହୀନ ଏବଂ ବିସ୍ଫୋରକ ବାର୍ତ୍ତା ପ୍ରସାରଣ ଆଦୌ ଗ୍ରହଣୀୟ ନୁହେଁ। ଏହି ଗୁଜବରୁ ଘଟୁଥିବା ହତ୍ୟାକାଣ୍ଡ ଖୁବ୍ ଯନ୍ତ୍ରଣାଦାୟକ। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏହି ଗୁଜବ ରୋକିବା ପାଇଁ ସୋସିଆଲ ନେଟଓ୍ଵର୍କିଂ ସାଇଟ୍ ଫେସବୁକ୍, ଟ୍ଵିଟର ଏବଂ ହ୍ଵାଟସଆପର ସହାୟତା ନିଆଯିବ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାରେ ବିସ୍ତାର ଆଲୋଚନା ପାଇଁ ମନ୍ତ୍ରାଳୟ ପକ୍ଷରୁ ସଂସ୍ଥାଗୁଡ଼ିକର କାର୍ଯ୍ୟନିର୍ବାହୀଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତି କରାଯାଉଛି।
<urn:uuid:55a82ce6-bf8c-4db0-b5c1-4ae2baccd3bb>
CC-MAIN-2018-43
http://kanaknews.com/22govt-warns-whatsapp-over-spread-of-messages-triggering-violence/
2018-10-23T11:41:16Z
s3://commoncrawl/crawl-data/CC-MAIN-2018-43/segments/1539583516135.92/warc/CC-MAIN-20181023111223-20181023132723-00441.warc.gz
ory
0.999993
Orya
5
{"ory_Orya_score": 0.9999934434890747}
କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ଗୁଜୁରାଟ । ନଭସାରୀ ଜିଲ୍ଲାର ବିଭିନ୍ନ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ଜୁଆର ଗାଁ ମୁହାଁ ହୋଇଛି । ଗାଁ ଭିତରେ ଜୁଆର ପାଣି ମାଡି ଆସୁଛି । ଯାହାଫଳରେ ଗାଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଅଧିକ ବର୍ଷା ଯୋଗୁଁ ଭୂସ୍ଖଳନ ମଧ୍ୟ ହୋଇଛି । ଲଗାଣ ବର୍ଷା ହେତୁ ଗୁଜୁରାଟ ବିଶେଷ ଭାବେ ପ୍ରଭାବିତ ହୋଇଛି । ବିିଭନ୍ନ ନଦୀର ଜଳସ୍ତର ବୃଦ୍ଧି ସାଙ୍ଗକୁ ସମୂଦ୍ର ଅଶାନ୍ତ ରହୁଛି । ଯାହାଫଳରେ ନଦୀକୂଳିଆ ଓ ସମୂଦ୍ର ଉପକୂଳବର୍ତ୍ତି ଅଂଚଳର ଲୋକମାନେ ଭୟଭୀତ ହୋଇ ଅଛନ୍ତି । ଗାଁ ଗୁଡିକ ବର୍ଷା ଜଳରେ ବୁଡିରହିଥିବାବେଳେ ସେପଟେ ହସ୍ପିଟାଲ ଭିତରେ ବର୍ଷା ପାଣି ପଶିବାର ଖବର ଆସିଛି । ବେଡ ଉପରେ ରୋଗୀ ଆଉ ତଳେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମହରାଷ୍ଟ୍ରର ବାଇ ଗଙ୍ଗାବାଇ ହସ୍ପିଟାଲରେ । ଲଗାଣ ବର୍ଷା ମୁମ୍ବାଇ, ମହରାଷ୍ଟ୍ର ସମେତ ବିଭିନ୍ନ ସ୍ଥାନରେ ସଂଗୀନ ପରିସ୍ଥିତି ସୃଷ୍ଟି କରିଛି । ପୂର୍ବଅପେକ୍ଷା ମୁମ୍ବାଇରେ ବର୍ଷାର ପରିମାଣ କରିଛି । କିନ୍ତୁ ସ୍ଥିତି ପୂର୍ବଭଳି ରହିଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି ମହରାଷ୍ଟ୍ରର ଏହି ଘଟଣାରୁ । ହସ୍ପିଟାଲରେ ଜିମରହିଥିବା ବର୍ଷା ପାଣି ଭିତରେ ପଶି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଯିବାକୁ ପଡୁଛି । ଯାହାଫଳରେ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
<urn:uuid:478cc108-7852-4ccc-9c65-5952c3a4e5fc>
CC-MAIN-2018-43
http://kanaknews.com/heavy-rain-in-gujrat/
2018-10-23T12:53:35Z
s3://commoncrawl/crawl-data/CC-MAIN-2018-43/segments/1539583516135.92/warc/CC-MAIN-20181023111223-20181023132723-00441.warc.gz
ory
1.000003
Orya
4
{"ory_Orya_score": 1.0000030994415283}