text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
ପ୍ରେମିକ ଚାଟିଂ କରିବା ପାଇଁ ଫେସ୍ବୁକ୍ ଖୋଲିଲା ବେଳକୁ ଦେଖିଲା ପ୍ରେମିକା ଆତ୍ମହତ୍ୟାର କରୁଥିବାର ଲାଇଭ୍ ଦୃଶ୍ୟ, ଶେଷରେ….
କୋଲକାତା: ପଶ୍ଚିମବଙ୍ଗରେ ଆତ୍ମହତ୍ୟାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ତାଙ୍କ ପ୍ରେମିକକୁ ଦେଖା କରି ଆସିବା ପରେ ଫେସ୍ବୁକ୍ରେ ଲାଇଭ୍ କରି ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଘଟିଥିବା କୁହାଯାଇଛି।
ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ୧୮ବର୍ଷର ଜଣେ ଯୁବତୀ ସୋନପୁର ଅଞ୍ଚଳର ବ୍ୟାଦେପୁରାରେ ବସବାସ କରନ୍ତି। ଶନିବାର ଉକ୍ତ ଯୁବତୀ ନିଜର ପ୍ରେମିକକୁ ଦେଖା କରି ଘରକୁ ଫେରିଥିଲା। ଝିଅ ଘରକୁ ଫେରିବା ପରେ ତାର ସ୍ୱଭାବରେ ପରିବର୍ତ୍ତନ ଆସିଥିଲା ବୋଲି ମାଆ କହନ୍ତି। ସେ କାହାରି ସହିତ କଥା ନ ହୋଇ ଚୁପ୍ଚାପ୍ ରହିଥିଲା। ମୃତ ଯୁବତୀଙ୍କ ମାଆ ନିକଟସ୍ଥ ଏକ ହସ୍ପିଟାଲରେ କାମ କରୁଥିଲେ। ଘରେ କେହି ନଥିବା ସମୟରେ ଯୁବତୀ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଯାହାର ଦୃଶ୍ୟକୁ ସେ ଫେସ୍ବୁକ୍ରେ ଲାଇଭ୍ ଷ୍ଟ୍ରିମ୍ କରିଥିଲେ ଓ ଅନ୍ୟପଟେ ଏହି ଦୃଶ୍ୟକୁ ତାର ପ୍ରେମିକ ଦେଖୁଥିଲା। ପୁଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି। | <urn:uuid:4cc83011-8bf2-4200-a10e-90156fefa024> | CC-MAIN-2018-39 | http://sambad.in/crime/woman-streams-suicide-on-facebook-live-157768/ | 2018-09-21T04:14:50Z | s3://commoncrawl/crawl-data/CC-MAIN-2018-39/segments/1537267156780.2/warc/CC-MAIN-20180921033529-20180921053929-00357.warc.gz | ory | 1.000002 | Orya | 4 | {"ory_Orya_score": 1.0000015497207642} |
ବ୍ୟବସାୟୀ ଉତ୍ସାହିତ, ଖାଉଟି ଚିନ୍ତିତ
ସହାୟକ ମୂଲ୍ୟ ବୃଦ୍ଧି ପରେ ସେନ୍ସେକ୍ସ ବଢ଼ିଲା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଧାନ ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। ନିର୍ବାଚନକୁ ଆଉ ମାତ୍ର ୧ ବର୍ଷରୁ କମ୍ ସମୟ ଥିବାବେଳେ ସରକାର ବିଭିନ୍ନ ଫସଲର ସହାୟକ ମୂଲ୍ୟରେ କିଛିଟା ଆଖିଦୃଶିଆ ବୃଦ୍ଧି କରି ଚାଷୀ ଓ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିନ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଏହି ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ପୁଞ୍ଜି ବଜାର ନିବେଶକମାନେ ସ୍ୱାଗତ କରିଛନ୍ତି। ଏମ୍ଏସ୍ପି ମୂଲ୍ୟ ବୃଦ୍ଧି ଘୋଷଣା ପରେ ପୁଞ୍ଜି ବଜାର ନିବେଶକମାନେ ଉତ୍ସାହିତ ହୋଇ ପଡ଼ିଛନ୍ତି। ଫଳରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍ସେକ୍ସରେ ୨୬୭ ପଏଣ୍ଟ ବୃଦ୍ଧି ଘଟି ଏହା ୩୫୬୪୫ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ମଧ୍ୟ ୭୦ ପଏଣ୍ଟ ବୃଦ୍ଧି ପାଇ ୧୦୭୬୯ ପଏଣ୍ଟରେ ବନ୍ଦ ହୋଇଛି।
ବ୍ୟବସାୟୀମାନେ ଉତ୍ସାହିତ ହେବାର କାରଣ ହେଲା ଫସଲର ସହାୟକ ମୂଲ୍ୟ ବୃଦ୍ଧି କରାଯାଇ ଥିବାରୁ ଗ୍ରାମାଞ୍ଚଳରେ କୃଷକଙ୍କ ଆୟ ବୃଦ୍ଧି ଘଟିବ। ଫଳରେ ସେମାନେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ସମର୍ଥ ହେବେ। ଏଥିଯୋଗୁଁ କମ୍ପାନିଙ୍କ ବିକ୍ରିବଟା ବଢ଼ିବ। ବିଶେଷକରି ଟ୍ରାକ୍ଟର ଏବଂ ବାଇକ୍ କମ୍ପାନି ଗୁଡ଼ିକର ବିକ୍ରି ଗ୍ରାମାଞ୍ଚଳରେ ଅଧିକ ମାତ୍ରାରେ ହେବ। ଏହାର ପ୍ରଭାବ ଆଜି ଅଟୋମୋବାଇଲ କମ୍ପାନିର ନିବେଶକଙ୍କ ଉପରେ ପଡ଼ିଛି। ସେନ୍ସେକ୍ସରେ ଆଜି ଯେଉଁ ବୃଦ୍ଧି ଘଟିଛି ସେଥିରେ ଅଟୋ କମ୍ପାନି ଏବଂ ବ୍ୟାଙ୍କର ନିବେଶକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି। ସହାୟକ ମୂଲ୍ୟ ବୃଦ୍ଧି ପ୍ରଭାବରେ ଆଗାମୀ ଦିନରେ ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ିବ। ଏହାଫଳରେ ଦେଶର ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ଘଟିବ। ଗତ ଫେବ୍ରୁଆରି ୧ ତାରିଖରେ ବଜେଟ୍ରେ ସରକାର ଏମ୍ଏସ୍ପି ସଂକ୍ରାନ୍ତ ପ୍ରସ୍ତାବ ଘୋଷଣା କରିବା ବେଳଠାରୁ ହିଁ ରିଜର୍ଭ ବ୍ୟାଙ୍କ ଏହି ଆଶଙ୍କା ଜାରି କରି ଆସିଛି। ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା ପରେ ଇଣ୍ଡିଆ ରେଟିଂ ପକ୍ଷରୁ ଏ ନେଇ ସତର୍କ କରାଇ ଦିଆଯାଇଛି। ଏଥିଯୋଗୁଁ ପାଇକାରୀ ମୁଦ୍ରାସ୍ଫୀତିରେ ୦.୩୮ ପ୍ରତିଶତ ଏବଂ ଖୁଚୁରା ମୁଦ୍ରାସ୍ଫୀତିରେ ୦.୭୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଏହି ସଂସ୍ଥା ଆକଳନ କରିଛି। କେବଳ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନୁହେଁ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ମଧ୍ୟ ମୁଦ୍ରାସ୍ଫୀତି ଉପରେ ଚାପ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଗତ କିଛିଦିନ ତଳେ ସର୍ବକାଳୀନ ନିମ୍ନ ସ୍ତରକୁ ଖସି ଆସିଥିଲା। ଟଙ୍କା ଦୁର୍ବଳ ହେବା ଫଳରେ ଆମଦାନୀ କରାଯାଉଥିବା ସାମଗ୍ରୀ ମଧ୍ୟ ମହଙ୍ଗା ହେବ। ତେଣୁ ଫସଲର ସହାୟକ ମୂଲ୍ୟ, ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଟଙ୍କା ଦୁର୍ବଳ ହେବା ପ୍ରଭାବରେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଘଟିବା ଆଶଙ୍କା ସୃଷ୍ଟି ହୋଇଛି। ଏସବୁକୁ ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କ ନିଶ୍ଚିତ ଭାବେ ବିଚାରକୁ ନେବ। ଦୀର୍ଘଦିନ ପରେ ଗତମାସରେ ରିଜର୍ଭ ବ୍ୟାଙ୍କ ଗତମାସରେ ରେପୋ ରେଟ୍ରେ ୦.୨୫ ପ୍ରତିଶତ ବୃଦ୍ଧି କରିଥିଲା। ଏବେ ପୁଣି ମୁଦ୍ରାସ୍ଫୀତି ବୃଦ୍ଧି ଆଶଙ୍କା ଦେଇଥିବାରୁ ଆସନ୍ତା ଅଗଷ୍ଟ କିମ୍ବା ଅକ୍ଟୋବରରେ ରିଜର୍ଭ ବ୍ୟାଙ୍କ ପୁଣି ରେପୋ ରେଟ୍ ବୃଦ୍ଧି କରିବା ସମ୍ଭାବନା ରହିଛି। ଫସଲର ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ସରକାରଙ୍କ ଉପରେ ପ୍ରାୟ ୧୫ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ସରକାର ଯଦି ଯଥେଷ୍ଟ ପରିମାଣର ରାଜସ୍ୱ ସଂଗ୍ରହ କରି ନପାରନ୍ତି ତାହେଲେ ଏମ୍ଏସ୍ପି ଏବଂ ତେଲ ଦର ବୃଦ୍ଧି ଏବଂ ଟଙ୍କା ଦୁର୍ବଳ ହେବାର ପ୍ରଭାବରେ ଦେଶର ମାକ୍ରୋ ଅର୍ଥନୀତିର ଗଣିତ ବିଗିଡିଯିବାର ଆଶଙ୍କା ରହିଛି। | <urn:uuid:e421c70d-4489-4c2b-95fa-a4dee8989bc5> | CC-MAIN-2018-39 | http://sambad.in/business/business-man-happy-for-msp-171162/ | 2018-09-22T07:18:04Z | s3://commoncrawl/crawl-data/CC-MAIN-2018-39/segments/1537267158205.30/warc/CC-MAIN-20180922064457-20180922084857-00517.warc.gz | ory | 0.999994 | Orya | 6 | {"ory_Orya_score": 0.9999938011169434} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୨୯(ଓଡ଼ିଶା ଡ଼ଟ୍ କମ୍) ବିଜେଡିର ବରିଷ୍ଠ ନେତା ତଥା ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ବାସଭବନରେ ମଙ୍ଗଳବାର ରାତିରେ ଦଳୀୟ ନେତା, ମନ୍ତ୍ରୀ ଓ ବିଧାୟକ ଏକତ୍ରିତ ହୋଇଥିବା ବେଳେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ନେଇ ଚର୍ଚ୍ଚା ଚାଲିଛି ।
ତେବେ ପେଟ୍ରୋଲ ର ବୃଦ୍ଧି ପ୍ରତିବାଦରେ ଆସନ୍ତା ୩୧ ତାରିଖ ବନ୍ଦ ପାଳନ ଦୃଷ୍ଟିରୁ ବିଚାରବିମର୍ଶ ପାଇଁ ଆଲୋଚନା କରାଯାଇଛି ବୋଲି ଗଣମାଧ୍ୟକୁ କୁହାଯାଇଛି ।
ଦଳକୁ ଦୀର୍ଘ ୧୨ ବର୍ଷ ଧରି ଦିଗଦର୍ଶନ ଦେଇଆସୁଥିବା ମହାପାତ୍ରଙ୍କୁ ଭେଟି ପରାମର୍ଶ ନେବାରେକୌଣସି ପ୍ରତିବନ୍ଧକ ନାହିଁ । ତେଣୁ ଏଥିନେଇ କୌଣସି ସନ୍ଦେହ ପ୍ରକଟ କରିବା ଆବକ୍ୟକ ନାହିଁ ବୋଲି ଜଣେ ଦଳୀୟ ନେତା କହିଛନ୍ତି ।
ସନ୍ଧ୍ୟା ଠାରୁ ବହୁ ଦଳୀୟ ନେତା, ବିଧାୟକ ପ୍ୟାରୀଙ୍କୁ ଭେଟିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା । ଅନ୍ୟପକ୍ଷରେ ଦଳର କେତେକ ବିଧାୟକ ଓ ମନ୍ତ୍ରୀମାନେ ନବୀନ ନିବାସରେ ମଧ୍ୟ ଏକତ୍ରିତ ହୋଇଥିଲେ ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:34743218-7a63-43cb-b161-9eea2f1a4869> | CC-MAIN-2018-39 | http://www.odisha.com/2012/05/29/%E0%AC%B0%E0%AC%BE%E0%AC%9C%E0%AD%8D%E0%AD%9F-%E0%AC%B0%E0%AC%BE%E0%AC%9C%E0%AC%A8%E0%AD%80%E0%AC%A4%E0%AC%BF%E0%AC%B0%E0%AD%87-%E0%AC%A8%E0%AD%82%E0%AC%86-%E0%AC%B8%E0%AC%AE%E0%AD%80%E0%AC%95/ | 2018-09-22T07:10:12Z | s3://commoncrawl/crawl-data/CC-MAIN-2018-39/segments/1537267158205.30/warc/CC-MAIN-20180922064457-20180922084857-00517.warc.gz | ory | 1.000004 | Orya | 12 | {"ory_Orya_score": 1.0000035762786865} |
କନକ ବ୍ୟୁରୋ : ପୁଣି ବିବାଦରେ ଅନଲାଇନ୍ ସପିଂ ସାଇଟ୍ ଆମାଜନ୍ । ଭାରତର ଜାତୀୟ ପତାକା ତ୍ରିରଙ୍ଗାକୁ ଅପମାନ କରିବା ପରେ ଏବେ ମହାତ୍ମା ଗାନ୍ଧୀଙ୍କୁ ଅପମାନ । ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ଓ ବାର୍ତା ଥିବା ଚପଲ ବିକ୍ରି କରୁଛି ଆମାଜାନ । ଏନେଇ ଟ୍ୱିଟର ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କିଛି ଭାରତୀୟ । ଏହି ଚପଲର ମୂଲ୍ୟ ୧୬.୯୯ ଡଲାର ରଖିଥିବା ବେଳେ ଡାକଖର୍ଚ୍ଚ ୨.୯୯ ଡଲାର ରଖାଯାଇଛି । ଏହାର ବିକ୍ରେତା ହେଉଛି କାଫେପ୍ରେସ ।
ଗତ ବୁଧବାର ଦିନ ତ୍ରିରଙ୍ଗା ଚିତ୍ରର ପାପୋଛ ନେଇ କଡା ପ୍ରତିକ୍ରିୟା ରଖିଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଫଳରେ ଆମାଜନ ପକ୍ଷରୁ କ୍ଷମାମାଗିବା ସହ ଏହି ପାପୋଛକୁ ହଟାଇ ଦିଆଯାଇଥିଲା । ଏବେ ମହାତ୍ମା ଗାନ୍ଧୀକୁ ଅପମାନ ଦିଆଯାଇଛି । ଏନେଇ ସରକାର ତୁରନ୍ତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି । ବାରମ୍ବାର ଭାରତ ପ୍ରତି ଆମାଜନର ଏଭଳି ଆଭିମୁଖ୍ୟକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । | <urn:uuid:86db1b04-0617-4ec9-b8f7-f5ff219b38a2> | CC-MAIN-2018-39 | http://kanaknews.com/after-indian-flag-doormat-amazon-now-sells-mahatma-gandhi-chappal/ | 2018-09-23T12:35:00Z | s3://commoncrawl/crawl-data/CC-MAIN-2018-39/segments/1537267159359.58/warc/CC-MAIN-20180923114712-20180923135112-00117.warc.gz | ory | 1.000005 | Orya | 4 | {"ory_Orya_score": 1.0000048875808716} |
କନକ ବ୍ୟୁରୋ : ପୁରୀ ମହୋତ୍ସବର ଆସର । ୫ ଦିନ ହେଲାଣି ମହୋଦଧି ବେଳାଭୂମୀର ଶୀତୁଆ ସଂଧ୍ୟାକୁ ସ୍ମରଣୀୟ କରୁଛନ୍ତି କଳାକାର । ନାଚଗୀତର ତାଳେ ତାଳେ ଝୁମୁଛନ୍ତି ଦର୍ଶକ । ପଂଚମ ସଂଧ୍ୟା ଆରମ୍ଭ ହୋଇଥିଲା ବିଦେଶିନୀଙ୍କ ନୃତ୍ୟରୁ । ବ୍ରାଜିଲର ସାମ୍ବା ନୃତ୍ୟ ବେଳାଭୂମୀର ଶୀତୁଆ ସଂଧ୍ୟାକୁ ସ୍ୱାଗତ କରିଥିଲା । ତା'ପରେ କାର୍ନିଭାଲ ଗାର୍ଲଙ୍କ ମାର୍ଶାଲ ଆର୍ଟକୁ ନେଇ ଫ୍ୟୁଜନ୍ ନୃତ୍ୟ ଦର୍ଶକଙ୍କୁ ବାକ୍ ଶୂନ୍ୟ କରିଦେଇଥିଲା । ଏଭଳି ଭାବେ ବିଦେଶୀ କଳାକାରମାନେ ସେମାନଙ୍କ ନୃତ୍ୟ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜୟ କରିଛନ୍ତି ।
ବିଦେଶିନୀଙ୍କ ନୃତ୍ୟ ସାଙ୍ଗକୁ ଓଲିଉଡର କଳାକାର ସମ୍ବିତ ଓ ଏଲିନାଙ୍କ ତୁମକୁ ଦେଖିଲା ପରେ, ଟାଟୁ ବାଲି ଆଦି ନୃତ୍ୟର ଯାଦୁରେ ପୂରା ପରିବେଶ ରୋମାଂଟିକ୍ ହୋଇଥିଲା । ସମ୍ବିତ ନିଜ ଜନ୍ମ ମାଟିରେ ଆୟୋଜିତ ମହୋତ୍ସବରେ ସାମିଲ ହୋଇଥିବାରୁ ଖୁସି ଜାହିର କରିଛନ୍ତି । ଏଲିନା ଓ ସମ୍ବିତଙ୍କ ନୃତ୍ୟ ପରିବେଷଣ ପରେ ପାନ୍ଥନିିବାସ ନିକଟ ବେଳାଭୂମୀ ମଂଚକୁ ଆସିଥିଲେ ପପ୍ ସିଙ୍ଗର ଜେସିକା ଓ ଚଣ୍ଡି ପ୍ରସାଦ ।
ଜେସିକାଙ୍କ ଟ୍ୱିକିଂଲ ଟ୍ୱିକିଂଲ ଲିଟଲ ଷ୍ଟାର ଗୀତରେ ଝୁମି ଉଠିଥିଲେ ଦର୍ଶକ । ବିଚ୍ କାର୍ଣ୍ଣିଭାଲ ଚଳିତ ବର୍ଷ ପ୍ରଥମ ଥର ପାଇଁ କରାଯାଉଥିବାରୁ ଏହାର ଭରପୁର ମଜା ଉଠାଉଛନ୍ତି ପର୍ଯ୍ୟଟକ । ଆଜି ସଂଧ୍ୟାରେ ଦର୍ଶକଙ୍କ ମନ ମୋହିବେ ଫୈଜଲ ପୁରିଆ ଓ ତାଙ୍କ ଟିମ୍, ଓଲିଉଡ ଷ୍ଟାର ଅର୍ଚିତା, ସବ୍ୟସାଚୀ ଏବଂ କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର ଓ ଅନ୍ତରା ଚକ୍ରବର୍ତୀ ।
ଏହା ସହ ଦେଖନ୍ତୁ ଏହି ଭିଡିଓ : | <urn:uuid:a7879838-c764-484f-b886-2e53720895e0> | CC-MAIN-2018-39 | http://kanaknews.com/puri-beach-carnival-2/ | 2018-09-23T12:15:16Z | s3://commoncrawl/crawl-data/CC-MAIN-2018-39/segments/1537267159359.58/warc/CC-MAIN-20180923114712-20180923135112-00117.warc.gz | ory | 1.000004 | Orya | 5 | {"ory_Orya_score": 1.0000039339065552} |
କନକ ବ୍ୟୁରୋ: ପୁଣି ପାକିସ୍ତାନକୁ ଆମେରିକାର କଡ଼ା ଚେତାବନୀ । ଆତଙ୍କବାଦୀଙ୍କୁ ପାକିସ୍ତାନ ସହଯୋଗ କରୁଥିବା ଟ୍ରମ୍ପଙ୍କ ଯୁକ୍ତି ପରେ ଏବେ ପୁଣି କଡ଼ା ଚେତାବନୀ ଦେବ ଆମେରିକା । ଆସନ୍ତା ସପ୍ତାହରେ ଆମେରିକାର ସେକ୍ରେଟାରୀ ଅଫ୍ ଷ୍ଟେଟ ତଥା ସୁରକ୍ଷା ପରାମର୍ଶଦାତା ରେକ୍ସ ଟିଲରସନଙ୍କୁ ପାକିସ୍ତାନ ପଠାଇବେ ଟ୍ରମ୍ପ ।
ଆତଙ୍କବାଦୀ ସଂଗଠନ ଗୁଡିକୁ ପାକ ଦେଉଥିବା ସହାୟତା ବନ୍ଦ କରିବା ନେଇ ଟ୍ରମ୍ପଙ୍କ ସୁରକ୍ଷା ପରାମର୍ଶଦାତା ରେକ୍ସ ଟିଲରସନ ପାକିସ୍ତାନକୁ କଡ଼ା ତାଗିଦ କରିବେ ବୋଲି ସୂଚନା ମିଳିଛି । ପାକିସ୍ତାନ ଆତଙ୍କବାଦୀ ମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ଟ୍ରମ୍ପ ମନ୍ତବ୍ୟ ଦେବାର କିଛି ସପ୍ତାହ ପରେ ଏବେ ଆମେରିକା ସୁରକ୍ଷା ପରାମର୍ଶଦାତା ରେକ୍ସ ଟିଲରସନ ପାକିସ୍ତାନ ଗସ୍ତ କରିବେ ।
ରେକ୍ସ ଟିଲରସନଙ୍କ ଗସ୍ତ ପରେ ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମାଟିସ ମଧ୍ୟ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତାଲିବାନର ଆତକଙ୍କବାଦୀକୁ ପାକିସ୍ତାନ ଦେଉଥିବା ସହାୟତା ବନ୍ଦ କରିବା ଦିଗରେ ଏଥର କଡା ଆଭିମୁଖ୍ୟ ଗ୍ରହଣ କରିଛି ଆମେରିକା । | <urn:uuid:089bda67-3c4e-4b63-90d6-461f04a6d947> | CC-MAIN-2018-39 | http://kanaknews.com/trump-sends-lieutenants-to-pakistan-with-tough-message/ | 2018-09-23T12:15:46Z | s3://commoncrawl/crawl-data/CC-MAIN-2018-39/segments/1537267159359.58/warc/CC-MAIN-20180923114712-20180923135112-00117.warc.gz | ory | 0.999971 | Orya | 8 | {"ory_Orya_score": 0.9999709129333496} |
କୋଲକାତା: ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ଜଣେ ମହିଳା ବନ୍ଧୁକ ମୁନରେ ତାଙ୍କ ସ୍ୱାମୀଙ୍କ ଦୁଇକାନ କାଟି ଦେଇଛନ୍ତି। ମଙ୍ଗଳବାର ଦିନ କୋଲକାତାର ନାର୍କେଲଡଙ୍ଗାରେ ଏହି ଘଟଣା ଘଟିଛି। ନିଜ ସ୍ୱାମୀଠାରୁ ୨୦ବର୍ଷ ବଡ଼ ଏହି ମହିଳା ତାଙ୍କ ସାନ ଭଉଣୀ ସହଯୋଗରେ ସ୍ୱାମୀର କାନ କାଟିଛନ୍ତି। ୪୦ବର୍ଷୀୟା ମମତାଜ ୨୦ବର୍ଷୀୟ ତନ୍ଭୀରଙ୍କୁ ବିବାହ କରିବା ପରଠାରୁ ଦୁହିଁଙ୍କ ଭିତରେ କଳହ ଲାଗି ରହିଥିଲା।
ଘଟଣାରୁ ପ୍ରକାଶ ୨ବର୍ଷ ପୂର୍ବେ କିଛି ସାଙ୍ଗଙ୍କ ପ୍ରରୋଚନାରେ ପଡ଼ି ନିଜଠାରୁ ୨୦ବର୍ଷ ବଡ଼ ମମତାଜଙ୍କୁ ବିବାହ କରିଥିଲେ ତନ୍ଭୀର। ଏହାପରଠାରୁ ତାଙ୍କ ଉପରେ ମମତାଜ ଓ ତାଙ୍କ ଭଉଣୀମାନଙ୍କ ନିର୍ଯାତନା ଆରମ୍ଭ ହୋଇ ଯାଇଥିଲା। ଅନେକବାର ସେ ଲୁଚି ପଳାଇ ଆସିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ମମତାଜ୍ଙ୍କ ଗୁଣ୍ଡାମାନେ ତାଙ୍କୁ ଧରି ଆଣୁଥିଲେ। ମଙ୍ଗଳବାର ରାତିରେ ମମତାଜ ଓ ତାଙ୍କ ଭଉଣୀ ତନ୍ଭୀରଙ୍କୁ ବନ୍ଧୁକ ଦେଖାଇ ତାଙ୍କର ଦୁଇକାନ କାଟି ଦେଇଥିଲେ। ଏହାପରେ ସେମାନେ ତନ୍ଭୀର ମରିଯାଇଛି ବୋଲି ଭାବି ତାଙ୍କୁ ଫୋପାଡି ଦେଇଥିଲେ। ତନ୍ଭୀର କହିଛନ୍ତି ଯେ, ସେମାନେ ମୋ କାନ କାଟି ଦେଲେ। ଯଦି ମୁଁ ବିରୋଧ କରିଥାଆନ୍ତି, ତେବେ ମୋତେ ଜୀବନରୁ ମାରି ଦେଇଥାଆନ୍ତେ।
ଅନ୍ୟପକ୍ଷରେ ତନଭୀରଙ୍କ ପରିବାରଲୋକ ପୁଲିସ ଜାଣିଶୁଣି ମମତାଜଙ୍କୁ ଗିରଫ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି, ପୁଲିସ କହିଛି ଯେ ମମତାଜ ନିଖୋଜ ହୋଇଯାଇଛନ୍ତି। | <urn:uuid:dd422337-b5ae-4a97-9540-2b3045240ae4> | CC-MAIN-2018-39 | http://sambad.in/crime/40-year-old-wife-cuts-off-20-year-old-husbands-ears-179217/ | 2018-09-23T12:20:05Z | s3://commoncrawl/crawl-data/CC-MAIN-2018-39/segments/1537267159359.58/warc/CC-MAIN-20180923114712-20180923135112-00117.warc.gz | ory | 0.999962 | Orya | 4 | {"ory_Orya_score": 0.9999624490737915} |
ଚନ୍ଦ୍ରଶେଖରପୁର: ରାଜଧାନୀକୁ କଳାରାହଙ୍ଗ ପଞ୍ଚାୟତ ସହ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଦୟା ପଶ୍ଚିମ କେନାଲ ସେତୁ କାମ ଅଧାରେ ଲଟକିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ୨୦୧୬ ଡିସେମ୍ବରରେ ପ୍ରାୟ ୪୪ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ନିମନ୍ତେ ଶୁଭ ଦିଆଯାଇଥିଲା। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଉପସ୍ଥିତିରେ ସେତୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସେତୁ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରାଯିବ ବୋଲି ସେତେବେଳେ ଦୃଢ଼ୋକ୍ତି ପ୍ରକାଶ କରାଯାଇଥିଲା। ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି ସେତୁ ନିର୍ମାଣ କାର୍ଯ୍ୟ ଏଯାବତ୍ ସମାପ୍ତ ହୋଇପାରିନାହିଁ। ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଏହି ସେତୁ କାମ ନିମ୍ନମାନର ତଥା ବ୍ୟାପକ ପିସି କାରବାର ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।
କଳାରାହଙ୍ଗକୁ ରାଜଧାନୀ ସହ ଯୋଡ଼ିବାରେ ଏହି ସେତୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ସେତୁ ହେବା ପରେ କଳାରାହଙ୍ଗ ବାସିନ୍ଦା ଆଉ ଅଯଥାରେ ଦୀର୍ଘ ପଥ ଯିବାକୁ ପଡ଼ିବ ନାହିଁ। ସେହିପରି କଳାଝରି, ଓସ୍ତପଡ଼ା, ବରିମୁଣ୍ଡ, କଲ୍ୟାଣପୁର ଓ ପାଖାପାଖି ଅଞ୍ଚଳ ସହ ମଧ୍ୟ ଯୋଗଯୋଗ ସୁଗମ ହେବ। କିନ୍ତୁ ଏହି ବିଜୁ ବାବୁଙ୍କ ସ୍ମୃତିରେ ନିର୍ମାଣ ହେଉଥିବା ସେତୁ କାମ ଅହେତୁକ ବିଳମ୍ବ ହେଉଥିବା ଓ ନିମ୍ନମାନର ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନି।
ଜୟ ପ୍ରକାଶ ମିଶ୍ର, ସ୍ଥାନୀୟ ବାସିନ୍ଦା
କେନାଲ୍ରେ ପାଣି ଆସିଯିବା ଓ ଅନ୍ୟାନ୍ୟ କିଛି କାରଣରୁ ଏହି ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି। ଏହି ସେତୁରେ ଦୁଇଟି ପିଅର୍ ଓ ଦୁଇଟି ଆବଟମେଣ୍ଟ ହେବ। ଆବଟମେଣ୍ଟ ଉପରେ ଦୁଇ ଫୁଟ୍ ଢଳେଇ ହେବ। ତେଣୁ ରାସ୍ତା ପତନରୁ ଆଦୌ ତଳକୁ ହେବ ନାହିଁ। ସେହିପରି ନିର୍ମାଣରେ ଗୁଣବତା ସହିତ ବୁଝାମଣା କରାଯାଉନାହିଁ।
କମଳଲୋଚନ ପ୍ରଧାନ, ବିଭାଗୀୟ ଜେଇ
ସେତୁର ପିଲର୍ ଉଭୟପଟ ରାସ୍ତାଠାରୁ ଯଥେଷ୍ଟ ନିମ୍ନରେ ରହିଛି। ଭବିଷ୍ୟତରେ ରାସ୍ତା ନିର୍ମାଣ ହୋଇ ଆଉ ଉଚ୍ଚା ହେଲେ ସାଧାରଣ ଲୋକ ହଇରାଣ ହେବେ। ଏହି ସେତୁ ନିର୍ମାଣ କାର୍ଯ୍ୟରେ ବ୍ୟାପକ ପିସି କାରବାର ହୋଇଛି। ବିଭାଗୀୟ ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀ କାମ ସମୟରେ ଉପସ୍ଥିତ ରହୁନାହାନ୍ତି। ଧାର୍ଯ୍ୟ ସମୟଠାରୁ ଯଥେଷ୍ଟ ବିଳମ୍ବ ହୋଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମାପ୍ତ ହେବାର ନାଁ ଧରୁନି। ଏମିତି ହେଲେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବୁ।
ସୁଶାନ୍ତ ସାବତ, ବିଜେପି ନେତା | <urn:uuid:cb28ee3b-4995-4632-a4a9-1c9d1598eaf2> | CC-MAIN-2018-39 | http://sambad.in/metro/east-kenal-setu-152421/ | 2018-09-23T12:28:57Z | s3://commoncrawl/crawl-data/CC-MAIN-2018-39/segments/1537267159359.58/warc/CC-MAIN-20180923114712-20180923135112-00117.warc.gz | ory | 0.999981 | Orya | 3 | {"ory_Orya_score": 0.9999814033508301} |
ଖଣ୍ଡଗିରି: ମୁହଁ ଦେଇ ହଉନି ଫଳ ବଜାରରେ। ସାବିତ୍ରୀ ପୂଜା ଅବ୍ୟବହିତ ପୂର୍ବରୁ ବଜାରରେ ସବୁ ଫଳ ଅମୂଲ ମୂଲ ହୋଇଛି। ଆମ୍ବ ସିନା ୧୦୦ ଟଙ୍କା ଛୁଇଁବାକୁ ବାକି ଅଛି ନହେଲେ କମଳା, ସେଓ ଓ ଅଙ୍ଗୁର ଭଳି ଆଗଧାଡ଼ିର ଫଳ ସବୁ ୧୫୦ ଟପିବାକୁ ବସିଛି। ଏବେ ସେଓ ତ ୧୮୦ ଟଙ୍କା ରହିଛି, ମାତ୍ର ସାବିତ୍ରୀ ବେଳକୁ ୨୦୦ ଟଙ୍କା ହୋଇପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା କଲେଣି। ତେଣୁ ଚଳିତ ବର୍ଷ ଫଳ ବଜାରର ତାତି ଉଭୟ ଉପଭୋକ୍ତା ଓ ବେପାରୀଙ୍କ ପାଇଁ କାଳ ପାଲଟିଛି। ଖାଉଟିମାନେ ମାପିଚୁପି କିଣିବାକୁ ବାଧ୍ୟ ହେଉଥିବାରୁ ବେପାରୀଙ୍କ ବେପାର ମାନ୍ଦା ରହୁଛି। ସାବିତ୍ରୀ ପାଖେଇ ଆସିଲାଣି। ବନ୍ଧୁ ଘରକୁ ବୋଝଭାର ପଠାଇବା ପାଇଁ ସମସ୍ତେ ବାହାରି ପଡ଼ିଲେଣି। ତେଣୁ ଏବେଠାରୁ ଫଳ ବଜାରରେ ଧରିଲାଣି ନିଅାଁ। ରାଜଧାନୀରେ ଆଜି ଫଳ ବଜାର ତାତି ବେଶ୍ ପରିଲକ୍ଷିତ ହୋଇଥିଲା। ବିଶେଷକରି ଆମ୍ବ ଦର ଚଳିତ ବର୍ଷ ଆକାଶଛୁଅାଁ ହୋଇଛି। ଭଲ ଆମ୍ବ କିଲୋ ପିଛା ୧୦୦ ଟଙ୍କା। ଅବଶ୍ୟ କିଛି କିଛି ସ୍ଥାନରେ କିଲୋ ୮୦ ଟଙ୍କାରେ ମିଳୁଛି। ମାତ୍ର ତାହା ସାମାନ୍ୟ ନିମ୍ନମାନର। ସେହିଭଳି ସେଓ କିଲୋ ୧୮୦ ଟଙ୍କା ଥିବା ବେଳେ ଅଙ୍ଗୁର କିଲୋ ୧୨୦ ଟଙ୍କାରୁ ଆରମ୍ଭ କରି ୧୪୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଲିଚୁ ୧୫୦ ଟଙ୍କା ଓ କମଳା ୧୦୦ରୁ ୧୨୦ ଟଙ୍କା ଦରରେ ବିକ୍ରି ହେଉଛି। କଦଳୀ ଡଜନ ୫୦ ଟଙ୍କାରୁ ତଳକୁ ନାହିଁ। ସପୁରୀ ଗୋଟା ୩୦ ଟଙ୍କା। ଫଳ କିଣୁଥିବା ଉପଭୋକ୍ତାମାନଙ୍କ କହିବା କଥା ନିଜ ପୂଜା ପାଇଁ ସିନା କମ୍ କିଣିଲେ ଚଳିଯିବ, କିନ୍ତୁ ବନ୍ଧୁଘରକୁ ପଠାଇବା ବେଳକୁ ମୁଣ୍ଡ ଘୂରାଇ ଦେଉଛି। ସେହିଭଳି ବେପାରୀମାନଙ୍କ କହିବା କଥା ଦର ବଢ଼ିଲେ ଲାଭ କମ୍। ଅଧିକ ପରିମାଣରେ ବିକିଲେ ସିନା ଦି ପଇସା ଲାଭ ମିଳନ୍ତା! ଏବେ ଆକାଶଛୁଅାଁ ଦର ହୋଇଥିବାରୁ ଲୋକେ କିଲୋଟିଏ ସ୍ଥାନରେ ଅଧ କିଲୋ କିଣି କାମ ଚଳାଇବାକୁ ଇଚ୍ଛା କରୁଛନ୍ତି। ତେଣୁ ଲାଭ ପରିମାଣ ପ୍ରଭାବିତ ହେଉଛି। ବହୁ ଦାମ ଦେଇ ଫଳ କିଣି ବିକିବା ବେଳକୁ ସମସ୍ୟା ହେଉଛି। ଏମିତିରେ ଗରମ ପାଗ ଯୋଗୁଁ ବହୁ ପରିମାଣରେ ଫଳ ନଷ୍ଟ ହୋଇ ଯାଉଥିବାରୁ କ୍ଷତି ହେଉଛି ସିନା ଲାଭ ନାହିଁ କହିଲେ ଚଳେ। ବଡ଼ କଥା ହେଉଛି ଏବେ ବଜାରରେ ମିଳୁଥିବା ସମସ୍ତ ପ୍ରକାର ଫଳ କେବଳ ବାହାର ରାଜ୍ୟରୁ ଆମଦାନୀ ହେଉଛି।
ଶାଢ଼ି ବଜାରରେ ଭିଡ଼ ଅସମ୍ଭାଳ
ଭୁବନେଶ୍ୱର: ମାତ୍ର ୩ ଦିନ ପରେ ସାବିତ୍ରୀ ଅମାବାସ୍ୟା। ବିଶେଷକରି ହିନ୍ଦୁ ନାରୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନ ସାବିତ୍ରୀ ଯମରାଜଙ୍କ କବଳରୁ ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିବା ପୁରାଣରେ ବର୍ଣ୍ଣିତ ରହିଛି। ସେଥିପାଇଁ ଏହି ଦିନଟିକୁ ସାବିତ୍ରୀ ଓଷା ରୂପେ ପାଳନ କରାଯାଇଥାଏ। ତେବେ ନୂଆ ଶାଢ଼ି ପିନ୍ଧି ଏହି ଓଷା କରିବାର ପରମ୍ପରା ଥିବାରୁ ରାଜଧାନୀର ସବୁ ଶାଢ଼ି ଦୋକାନରେ ଏବେ ନାହିଁ ନଥିବା ଗହଳି। ଛୋଟ ଶାଢ଼ି ଦୋକାନଠାରୁ ଆରମ୍ଭ କରି ବଡ଼ ସୋ'ରୁମ୍, ସପିଙ୍ଗ୍ ମଲ୍ ପର୍ଯ୍ୟନ୍ତ ସବୁଠି ଭିଡ଼। ସକାଳୁ ରାତି ଯାଏଁ ଗହଳି ଲାଗି ରହୁଛି। ସନ୍ଧ୍ୟାରେ ମାର୍କେଟ୍ ବିଲ୍ଡିଂରେ ତ ପାଦ ପକାଇବାକୁ ଜାଗା ନାହିଁ। ପୁଣି ଆସନ୍ତାକାଲି ଦ୍ୱିତୀୟ ଶନିବାର ଓ ପରଦିନ ରବିବାର ଥିବାରୁ ଗହଳି ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ସାଧାରଣତଃ ଓଡ଼ିଶାରେ ଶାଢ଼ି ଓ ପୋଷାକ ବଜାର ସାବିତ୍ରୀ ଓଷାଠାରୁ ଆରମ୍ଭ ହୋଇ ରଜ ଯାଏଁ ଚାଲେ। ପ୍ରାୟ ପ୍ରତିଟି ଓଡ଼ିଆ ଘରେ ଝିଅ, ବୋହୂମାନେ ଶାଢ଼ି ଓ ପୋଷାକ କିଣନ୍ତି। ଗ୍ରାହକଙ୍କ ଏହି ଚାହିଦାକୁ ଆଖି ଆଗରେ ରଖି ବ୍ୟବସାୟୀମାନେ ମଧ୍ୟ ନୂଆ ନୂଆ ଡିଜାଇନ୍ର ଶାଢ଼ି ଓ ଡ୍ରେସର ପସରା ମେଲାଇଛନ୍ତି। ସେହିପରି ଗ୍ରାହକଙ୍କୁ ନିଜ ଦୋକାନ ପ୍ରତି ଆକୃଷ୍ଟ କରିବା ପାଇଁ ରିହାତି ଦେବାରେ କେହି କାର୍ପଣ୍ୟ ପ୍ରକାଶ କରୁନାହାନ୍ତି। ରିହାତି ନେଇ ବ୍ୟବସାୟୀମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। 'ବୟନିକା'ର ଜଣେ ଆଟେଣ୍ଡାଣ୍ଟ ଲକ୍ଷ୍ମୀଧର ଦାସଙ୍କ କହିବା ଅନୁସାରେ, ସାବିତ୍ରୀକୁ ଦୃଷ୍ଟିରେ ରଖି ଏବେ ଶାଢ଼ି ଉପରେ ୨୫% ରିହାତି ଦିଆଯାଉଛି। ଆଜିକାଲିର ଆଧୁନିକ ଯୁଗରେ ମଧ୍ୟ ପାରମ୍ପରିକ ଶାଢ଼ିର ଚାହିଦା ଅଧିକ ରହିଛି। ଆମ ଦେକାନର ପାଟ ଶାଢ଼ି, ବାପ୍ତା ଶାଢ଼ି, ସୂତା ଶାଢ଼ି, ଟସର ଶାଢ଼ିର ଚାହିଦା ଅଧିକ ରହଛି। ଏହାର ଦାମ୍ ୫୦୦ଟଙ୍କାରୁ ଆରମ୍ଭ ହୋଇ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଠାରେ ଦିନକୁ ୧୦ଲକ୍ଷ ଟଙ୍କାରୁ ଅଧିକ ଶାଢ଼ି ବିକ୍ରି ହେଉଛି ବୋଲି ଶ୍ରୀ ଦାସ କହିଥିଲେ। ସେହିପରି ମାର୍କେଟ୍ ବିଲ୍ଡିଂକୁ ଶାଢ଼ି କିଣିବାକୁ ଆସିଥିବା ସହିଦଗରର ମୋନାଲିସା ମହାନ୍ତି କହନ୍ତି, ସବୁ ବର୍ଷ ସାବିତ୍ରୀ ବେଳେ ଅଧିକ ଶାଢ଼ି କିଣିଦେଉ। କାରଣ ନୂଆ ନୂଆ ଡିଜାଇନ୍ର ଶାଢ଼ି ଏହି ସମୟରେ ମିଳେ। ପୁଣି ଦର ବି କିଛିଟା କମ୍ ଥାଏ। ତେଣୁ ଭଲ ଶାଢ଼ି କିଣିବା ପାଇଁ ସବୁ ବର୍ଷ ସାବିତ୍ରୀକୁ ଅପେକ୍ଷା କରିଥାଉ। | <urn:uuid:d237d1f2-1e90-4d58-802a-22d221c041aa> | CC-MAIN-2018-39 | http://sambad.in/metro/hike-froot-price-137819/ | 2018-09-23T00:39:46Z | s3://commoncrawl/crawl-data/CC-MAIN-2018-39/segments/1537267158766.65/warc/CC-MAIN-20180923000827-20180923021227-00482.warc.gz | ory | 0.99996 | Orya | 6 | {"ory_Orya_score": 0.9999595880508423} |
ପାଟଣା , ତା୨୧/୦୭(ଓଡ଼ିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡ଼ା ବ୍ଲକ ବନବୀର ନିକଟ ବନବୀର – ଦାମାହୁଦା ରାସ୍ତାର ତାଗାବନ୍ଧା ହୁଡି ନିକଟରୁ ଗତ ୧୭ତାରିଖ ମଙ୍ଗଳବାର ପାଟଣା ପୋଲିସ ଏକ ଅଜଣା ଯୁବକର ମୃତଦେହ ଉଦ୍ଧାର କରିଥିଲା ତେବେ ମୃତ ଯୁବକ ଜଣଙ୍କ ଘଟଗାଁ ଥାନା ଭାଲୁକିପତଳା ଗ୍ରାମ ର ଗୋଲକ ନାଏକ (୩୩) ବୋଲି ଜଣାପଡିଛି । ଆଜି ମୃତ ଗୋଲକଙ୍କ ସ୍ତ୍ରୀ ଫୁଲମଣୀ ନାଏକ ଫଟୋ ଏବଂ ପକେଟରେ ଥିବା ସିମ କାର୍ଡରୁ ତାଙ୍କ ସ୍ବାମୀ ବୋଲି ସ୍ପଷ୍ଟ କରିବା ସହ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ତାଙ୍କ ସ୍ବାମୀ ହତ୍ୟାକାରୀ ମାନଙ୍କୁ ଗିରଫ ପାଇଁ ଦାବୀ ଜଣାଇଛନ୍ତି । ତେବେ ଗୋଲକ ନାଏକ ଙ୍କ ଶଶୁର ଘର କରଞ୍ଜିଆ ହୋଇଥିବା ବେଳେ ସେ ପରିବାର ସହ କରଞ୍ଜିଆ ରେ ରହୁଥିଲେ । ପାଟଣା ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ ଗୋଲକଙ୍କ ଅପମୃତ୍ୟୁ ମାମଲାକୁ ହତ୍ଯା ମାମଲାରେ ଭାବେ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । | <urn:uuid:d6c9a8f0-e653-4317-b034-59c933ad01e5> | CC-MAIN-2018-39 | http://odiapua.com/%E0%AC%85%E0%AC%9C%E0%AC%A3%E0%AC%BE-%E0%AC%97%E0%AC%B3%E0%AC%BF%E0%AC%A4-%E0%AC%B6%E0%AC%AC%E0%AC%B0-%E0%AC%AA%E0%AC%B0%E0%AC%BF%E0%AC%9A%E0%AD%9F-%E0%AC%AE%E0%AC%BF%E0%AC%B3%E0%AC%BF%E0%AC%B2/ | 2018-09-25T08:49:02Z | s3://commoncrawl/crawl-data/CC-MAIN-2018-39/segments/1537267161350.69/warc/CC-MAIN-20180925083639-20180925104039-00242.warc.gz | ory | 0.999995 | Orya | 4 | {"ory_Orya_score": 0.9999953508377075} |
କେନ୍ଦୁଝର ତା ୭.୪.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କାଳବୈଶାଖି ପ୍ରଭାବରେ କେନ୍ଦୁଝରରେ ଗତ ୩ଦିନ ଧରି ଝଡବର୍ଷା ଲାଗିରହିଥିବାବେଳେ ଶୁକ୍ରବାର ସଂଧ୍ୟାରେ ବର୍ଷା ସଙ୍ଗକୁ ପ୍ରବଳ କୁଆପଥର ମାଡ ହୋଇଛି। ଏହି କୁଆପଥର ମାଡରେ ଚାଷୀଙ୍କ ମେରୁଦଣ୍ଡ ପ୍ରାୟତଃ ଭାଙ୍ଗି ପଡିଛି। ବର୍ଷା ଏବଂ କୁଆପଥର ଚାଷୀଙ୍କ ଫସଲ ନଷ୍ଟ କରି ଦେଇଥିବା ବେଳେ ଏବେ ଚାଷୀକୁଳ କିପରି ଋଣ ଶୁଝିବେ ଓ ପରିବାର ମୁହଁରେ ମୁଠେ ଆହାର ଦେବେ ସେହି ଚିନ୍ତା ରେ ମୁଣ୍ଡରେ ହାତଦେଇ ବସିଛି।
ସମଗ୍ର କେନ୍ଦୁଝର ଜିଲ୍ଲାରେ ଚାଷୀମାନେ ହଜାହଜାର ଏକର ଜମିରେ କରିଛନ୍ତି ରବି ଫସଲ। ବିଶେଷକରି ଖରାଦିନେ ୨ପଇସା ଭଲ ମିଳିବା ଆଶାରେ ଚାଷୀମାନେ ପରିବା ଚାଷକୁ ଆଦରି ନେଇଛନ୍ତି। କିନ୍ତୁ ଗତ ୩ଦିନ ଧରି ଲାଗିରହିଥିବା ବର୍ଷା ସାଙ୍ଗକୁ ଗତକାଲିର ପ୍ରବଳ କୁଆପଥର ମାଡ ସେମାନଙ୍କ ଆଶାକୁ ଧୁଳିସାତ କରିଦେଇଛି। ସ୍ଥିତି ପରିଖିବାକୁ ଆମ ଟିମ କେନ୍ଦୁଝର ସଦରବ୍ଲକ ଜର୍ନାର୍ଦ୍ଦନପୁର ପଂଚାତରର ଭୁୟାଁ ସାହିରେ ପହଂଚିଥିଲା। ଏହି ଗୋଟିଏ ଗ୍ରାମର ଚିତ୍ର ଦେଖିଲେ ଜିଲ୍ଲାର ଅବସ୍ଥା ବେଶ ବାରି ହୋଇପଡୁଥିଲା। ଏହି ଗ୍ରାମରେ ବହୁ ଚାଷୀ ବିଲାତି, ବାଇଗଣ, ବିନଚୁଇଁ, କଲରା, ଭେଣ୍ଡି ଆଦି ଫସଲ କରିଥିଲେ। କିନ୍ତୁ କୁଆପଥର ମାଡରେ ସେ ସବୁ ନଷ୍ଟ ହୋଇଯାଇଛି। ଗଛର ପତ୍ର ସବୁ ଝଡି ଯାଇଥିବା ବେଳେ ଯାହାକିଛି ରହିଛି ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କଂଚା ବିଲାତି ଓ ବାଇଗଣ ସବୁ କୁଆ ପଥର ମାଡରେ ଫାଟି ଆଁ କରି ରହିଛି, ବାକି ଗଛ ଗୁଡିକ ଭୁଇଁରେ ଲୋଟି ପଡିଛି। ଚାଷଜମିର ଏପରି ଅବସ୍ଥା ଦେଖି ଚାଷୀ ଆଖିରେ ଲୁହ ଆସିଯାଇଛି। ଏପରିକି ୨ଦିନ ହେବ ଚିନ୍ତାରେ ଛାଷୀ ଘରେ ଚୁଲି ମଧ୍ୟ ଜଲୁନାହିଁ। ସରକାର ଓ ବେସରକାର ସଂସ୍ଥା ସହ ସାହୁକାର ଠାରୁ ଲୋନ ଓ ହାତ ଉଧାରି କରି ଚାଷ କରିଥିଲେ, ଧାରକରଜ ଏବେ କିପରି ସୁଜିବେ ସେନେଇ ଚିନ୍ତାରେ ପଡିଛନ୍ତି। ତେଣୁ ସରକାର କୌଣସି ପଦକ୍ଷେପ ନେବାକୁ ସେମାନେ ନେହୁରା ହେଉଛନ୍ତି। ଆଉ ସରକାର ନଶୁଣିଲେ ସେମାନେ ବାଧ୍ୟ ହୋଇ ଚାଷୀମାନେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ଦିଲ୍ଲୀପ ବାସ୍ତା, ଘାଷିରାମ ଟୁଡୁ ଓ କାହ୍ନୁ ଚରଣ ପାତ୍ର ଆଦି।
ଜିଲ୍ଲା କୃଷି ଉପନିର୍ଦେଶକ ଚିତ ରଞ୍ଜନ ସାହୁ ବର୍ଷା ଏବଂ କୁଆପଥର ମାଡରେ ବ୍ୟାପକ ଚାଷ ନଷ୍ଟ ହୋଇଥିବା ସ୍ୱୀକାର କରିଥିବାବେଳେ ତାହାର ଆକଳନ କରାଯାଇ ସରକାରଙ୍କ ନିୟମ ଅନୁଯାୟୀ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୁରଣ ଦେବାକୁ ପ୍ରତିଶୃତି ଦେଇଛନ୍ତି। | <urn:uuid:4e3363ca-9c6a-458a-b3c0-d444e804e7a2> | CC-MAIN-2018-39 | http://odiapua.com/%E0%AC%B8%E0%AC%B0%E0%AC%95%E0%AC%BE%E0%AC%B0-%E0%AC%A8%E0%AC%AC%E0%AD%81%E0%AC%9D%E0%AC%BF%E0%AC%B2%E0%AD%87-%E0%AC%86%E0%AC%A4%E0%AD%8D%E0%AC%AE%E0%AC%B9%E0%AC%A4%E0%AD%8D%E0%AD%9F%E0%AC%BE/ | 2018-09-25T09:15:30Z | s3://commoncrawl/crawl-data/CC-MAIN-2018-39/segments/1537267161350.69/warc/CC-MAIN-20180925083639-20180925104039-00242.warc.gz | ory | 0.999863 | Orya | 4 | {"ory_Orya_score": 0.9998633861541748} |
୧୯୩୦ ମସିହାରେ ବ୍ରିଟିଶ୍ ସରକାର ଭାରତର ଶାସନ ସଂସ୍କାର ସମ୍ୱନ୍ଧରେ ଆଲୋଚନାର କରିବା ପାଇଁ ତାଙ୍କ ମନୋନୀତ ପ୍ରତିନିଧିମାନଙ୍କୁ ନେଇ ପ୍ରଥମ ଗୋଲ୍ଟେବୁଲ୍ ବୈଠକ ଡକାଇଥିଲେ ମାତ୍ର ଏହି ବୈଠକକୁ କଂଗ୍ରେସ ବର୍ଜନ କରିଥିଲା । ବୈଠକ ଶେଷରେ ଭାରତର ଭବିଷ୍ୟତ ଶାସନ ଖସଡ଼ା ସମ୍ପର୍କରେ ଯେଉଁ ଘୋଷଣା କଲେ ତାକୁ ବିଚାରକୁ ନେବା ପାଇଁ ମହାତ୍ମାଗାନ୍ଧୀ ଓ ଜାତୀୟ କଂଗ୍ରେସ୍ କାର୍ଯ୍ୟକାରୀ କମିଟିର ସଭ୍ୟମାନଙ୍କୁ ଜେଲ୍ରୁ ଖଲାସ କରି ଦିଆଯାଇଥିଲା । ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଗାନ୍ଧି ଇରଉଇନ୍ ଚୁକ୍ତି ସ୍ୱାକ୍ଷରୀତ ହେଲା । ସନ୍ଧି ସର୍ତ୍ତ ଅନୁସାରେ ସମଗ୍ର ଦେଶରେ ରାଜନୈତିକ ବନ୍ଦୀମାନେ ଖଲାସ ହେଲେ ।
ସେତେବେଳେ ବିହାରର ହଜାରୀବାଗ ଜେଲ୍ରେ ଆବଦ୍ଧ ଥିବା ଓଡ଼ିଶାର ରାଜବନ୍ଦୀମାନେ ଖଲାସ ହୋଇଥିଲେ । ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ ଫେରିଲା ବାଟରେ ରେଳ ଷ୍ଟେସନମାନଙ୍କରେ ସେମାନଙ୍କୁ ଲୋକେ ବିପୁଳ ସମ୍ୱର୍ଦ୍ଧନା ଜଣାଇଥିଲେ । ସେମାନେ ପ୍ରଥମେ ବାଲେଶ୍ୱରଠାରେ ଓହ୍ଲାଇ ଶ୍ରୀଜଙ୍ଗ ଗ୍ରାମକୁ ଯାଇଥିଲେ ଓ ସେଠାରେ ଶ୍ରୀଜଙ୍ଗ ଅଧିବାସୀଙ୍କ ଉପରେ ଇଂରେଜ ସରକାରଙ୍କ ପୋଲିସର ଅତ୍ୟାଚାର କାହାଣୀ ଶୁଣି ଅଭିଭୂତ ହୋଇ ଯାଇଥିଲେ । ତା'ପରେ ସେମାନେ କଟକରେ ପହଞ୍ଚାଇବା ପରେ ସେମାନଙ୍କୁ ଅଦ୍ଭୂତପୂର୍ବ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେତେବେଳକୁ କଂଗ୍ରେସର କେନ୍ଦ୍ର କାର୍ଯ୍ୟାଳୟ କଟକରେ ସ୍ୱରାଜ ଆଶ୍ରମ ଇଂରେଜ ସରକାର ତାଲା ପକାଇ ବନ୍ଦ କରି ଦେଇଥିଲେ ଓ ସବୁ କାଗଜପତ୍ର ନେଇ ଯାଇଥିଲେ । ତେଣୁ କଂଗ୍ରେସ ସଂଗ୍ରାମୀମାନେ ଆସି କଟକ ଜୈନମନ୍ଦିରରେ ଅସ୍ଥାୟୀ ଭାବରେ ରହି କାର୍ଯ୍ୟ କରିଥିଲେ । କଟକଠାରେ କାଠଯୋଡ଼ି ନଦୀ ବାଲିଠାରେ ଆଚାର୍ଯ୍ୟ ହରିହର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀମତୀ ରମାଦେବୀ ବାନରସେନାଙ୍କ ନିଷ୍ଠାପର ଆନ୍ଦୋଳନ ଓ ସେମାନଙ୍କ ଉପରେ ଅତ୍ୟାଚାର କାହାଣୀ ବର୍ଣ୍ଣନା କଲାବେଳେ ସେଠାରେ ଉପସ୍ଥିତ ଜନତାଙ୍କ ଭିତରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିଲା ।
୧୯୩୧ କରାଚି କଂଗ୍ରେସ ଅଧିବେଶନ ପରେ ଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ଅତିରିକ୍ତ ସଭ୍ୟ ଭାବରେ ପ୍ରଥମଥର ପାଇଁ ଓଡ଼ିଶାରୁ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ମନୋନୀତ ହୋଇଥିଲେ । ଓଡ଼ିଶାବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଥିଲା । | <urn:uuid:775a31dc-387d-422a-b549-0578afad286f> | CC-MAIN-2018-39 | http://www.ameodia.com/editorial/odisha-history-gandhi-rrwin-chukti-balaram-mohanty/ | 2018-09-26T13:09:58Z | s3://commoncrawl/crawl-data/CC-MAIN-2018-39/segments/1537267164925.98/warc/CC-MAIN-20180926121205-20180926141605-00402.warc.gz | ory | 1.000006 | Orya | 17 | {"ory_Orya_score": 1.000005841255188} |
ଲୋକପ୍ରିୟ ତାମିଲ ଅଭିନେତ୍ରୀ ପ୍ରିୟଙ୍କା ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଗତକାଲି ସକାଳେ ତାଙ୍କର ମୃତ ଦେହ ଘରର ଏକ ଫ୍ୟାନରେ ଝୁଲୁ ଥିବାର ଦେଖାଯାଇଥିଲା। ଯଦିଓ ତାଙ୍କ ଆତ୍ମହତ୍ୟାର ପ୍ରକୂତ କାରଣ ସ୍ପଷ୍ଠ ହୋଇନାହିଁ କିନ୍ତୁ କୁହାଯାଇଛି କି କେତେକ ପାରିବାରିକ କାରଣରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି।
ପ୍ରିୟଙ୍କା ତାମିଲ ଟିଭି ଶୋ' 'ଓ୍ବାମସମ'ର ଜ୍ୟୋତିକା ଚରିତ୍ର ଲାଗି ବେଶ୍ ଜଣାଶୁଣା ଥିଲେ। ଏହି ଧାରାବାହିକରେ ସେ ବାହୁବଲୀ ଫେମ୍ ଆକ୍ଟ୍ରେସ ରମ୍ୟା କୃଷ୍ଣନ୍ଙ୍କ ସହ ନଜରକୁ ଆସିଥିଲେ। ସେ ଆତ୍ମହତ୍ୟା କରିଥିବା ନେଇ ପ୍ରଥମେ ତାଙ୍କ ଚାକରାଣୀ ସୂଚନା ଦେଇଥିଲେ। ବୁଧବାର ସକାଳେ ସେ କାମ କରିବାକୁ ତାଙ୍କ ଘରେ ପହଞ୍ଚିବା ପରେ ପ୍ରିୟଙ୍କା ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଘରୋଇ କଳହ ଯୋଗୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। | <urn:uuid:3f4331d0-99d6-49ab-8e79-65535feb1c35> | CC-MAIN-2018-39 | https://enewsodia.com/amp/tamil-actress-commits-sucide/ | 2018-09-18T22:54:19Z | s3://commoncrawl/crawl-data/CC-MAIN-2018-39/segments/1537267155792.23/warc/CC-MAIN-20180918225124-20180919005124-00481.warc.gz | ory | 1 | Orya | 13 | {"ory_Orya_score": 1.0000003576278687} |
ସମ୍ବଲପୁର: ଚିପିଲିମା ପାଓ୍ଵାର ଚାନେଲରେ ଶୁକ୍ରବାର ୨ଜଣ ନବଜାତ ଶିଶୁଙ୍କର ମୃତଦେହ ଭାସୁଥିବା .ଦେଖିବାକୁ ମିଳିଛି। ବିଶ୍ୱର ଦୀର୍ଘତମ ନଦୀବନ୍ଧ 'ହୀରାକୁଦ ବନ୍ଧ' ତଳ ଭାଗରେ ଥିବା ଚିପିଲିମା ପାଓ୍ଵାର ଚାନେଲରେ ଥିବା ଦଳ ଭିତରେ ଭାସୁଥିବା ୨ ଶିଶୁଙ୍କର ଶବକୁ କିଛି ପର୍ଯ୍ୟଟକ ପ୍ରଥମେ ଦେଖିଥିଲେ। ସମ୍ବଲପୁର ଜିଲ୍ଲାର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ 'ମାଁ ଘଣ୍ଟେଶ୍ୱରୀ'ଙ୍କ ଦର୍ଶନରେ ଯାଇଥିବା କିଛି ପର୍ଯ୍ୟଟକ ନବଜାତ ଶିଶୁ ଦ୍ୱୟଙ୍କର ମୃତଦେହ ଭାସୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାଁ ଘଣ୍ଟେଶ୍ୱରୀଙ୍କ ପୀଠକୁ ଯିବାକୁ ହେଲେ ପାଓ୍ଵାର ଚାନେଲ ପାର୍ଶ୍ୱରେ ଥିବା ସଂକୀର୍ଣ୍ଣ ପୋଲ ଦେଇ ଯିବାକୁ ପଡ଼ିଥାଏ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।
ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନ ଥିବା ବେଳେ ଦିନ ତମାମ ନବଜାତ ଶିଶୁ ଦ୍ୱୟ ପାଣିରେ ଭାସିବା ନେଇ ଯୋରଦାର ଆଲୋଚନା ହେଉଛି। ଲୋକମାନଙ୍କ କହିବା ଅନୁସାରେ ବୁର୍ଲା ବଡମେଡ଼ିକାଲରେ ମରି ଯାଇଥିବା ନବଜାତକୁ କେହି କେନାଲରେ ଭସାଇ ଦେଇଥାଇ ପାରେ। ସେହିପରି ଅବୈଧ ପ୍ରଣୟରୁ ଜନ୍ମଲାଭ କରିଥିବାରୁ କୌଣସି ଅବିବାହିତା ଯୁବତୀ ମଧ୍ୟ ପିଲା ଦ୍ୱୟଙ୍କୁ ପାଣିରେ ଭସାଇ ଦେଇ ଥାଇ ପାରେ ବୋଲି କିଛି ଲୋକ ସନ୍ଦେହ କରୁଛନ୍ତି। | <urn:uuid:3937ba5c-2737-4273-a69d-c744386bd6b8> | CC-MAIN-2018-39 | http://sambad.in/district/sambalpur/dead-body-of-two-new-born-found-in-chipilima-power-channel-98528/ | 2018-09-20T05:21:25Z | s3://commoncrawl/crawl-data/CC-MAIN-2018-39/segments/1537267156416.22/warc/CC-MAIN-20180920041337-20180920061337-00081.warc.gz | ory | 0.999988 | Orya | 4 | {"ory_Orya_score": 0.9999878406524658} |
କନକ ବ୍ୟୁରୋ: ଜାକର୍ତ୍ତାରେ ହୋଇଥିବା ୧୮ତମ ଏସିଆନ ଗେମ୍ସ ପ୍ରତିଯୋଗିତାରେ ଭାରତୀୟ ଆଥଲେଟ୍ସମାନେ ନିଜର ଶ୍ରେଷ୍ଟ ପ୍ରଦର୍ଶନ କରିଛନ୍ତି । ଯହାକି ବିଗତ ଇତିହାସରେ ହୋଇଥିବା ଅନେକ ଏସୀୟ କ୍ରୀଡ଼ା ସଂସ୍କରଣ ଠାରୁ ଉନ୍ନତ ପ୍ରଦର୍ଶନ ବୋଲି ବିବେଚନା କରାଯାଉଛି । ଚଳିତ ଏସୀୟ କ୍ରୀଡାରେ ଭାରତୀୟ ଦଳ ମୋଟ୍ ୬୯ ଟି ପଦକ ହାସଲ କରି ସୁନାମ ଅର୍ଜନ କରିଛି । ଏହି ସୁନାମଧନ୍ୟ ଖେଳାଳୀଙ୍କ ମଧ୍ୟରେ 'ସେପକ୍ ଟାକରୱ' କ୍ରୀଡାରେ ବ୍ରୋଞ୍ଜ୍ ପଦକ ହାତେଇଥିବା ହରିଶ କୁମାର ବି ଥିଲେ। ଏବେ ହରିଶ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । କାରଣ ହରିଶ ଜଣେ ଉତ୍ତମ ଖେଳାଳୀ ହୋଇ ମଧ୍ୟ ନିଜ ବାପାଙ୍କୁ ସାହାଯ୍ୟ କରିବାକୁ ଯାଇ ଦିଲ୍ଲୀରେ ଥିବା ତାଙ୍କର ଚା' ଦୋକାନରେ ଏବେ ଚା' ବିକି ଗୁଜୁରାଣ ମେଣ୍ଟାଉଥିବା ବିଷୟ ଜାଣିଲେ ଆପଣ ମଧ୍ୟ ହରିଶଙ୍କ ଲଗନକୁ ସଲାମ କରିବାକୁ ପଛାଇବେ ନାହିଁ ।
ହରିଶ ପିଲାଦିନରୁ ଘର ଚଳାଇବା ପାଇଁ ତାଙ୍କ ବାପାଙ୍କ ସହି ମିଶିକରି ଚା'ବିକ୍ରୀ କରୁଛନ୍ତି । କାରଣ ତାଙ୍କ ଆର୍ଥିକ ସ୍ଥିତି ଏତେ ଭଲ ନାହିଁ । ତା ଉପରେ ହରିଶଙ୍କ ଦୁଇ ଭଉଣୀ ଦୃଷ୍ଟିହୀନ । ତେଣୁ ଘର ଚଳାଇବା ପାଇଁ ତାଙ୍କୁ ବାପାଙ୍କ ସହିତ ସାହାଯ୍ୟ କରିବାକୁ ପଡୁଛି । ଏହାକୁ ନେଇ ହରିଶ କୁହନ୍ତି, ରୋଜଗାରର ସେପରି କୌଣସି ବିଶେଷ ଉତ୍ସ ନାହିଁ। ମୋ ପରିବାରକୁ ସମର୍ଥନ କରିବା ପାଇଁ ମୁଁ ମୋ ବାପାଙ୍କ ଚା' ଦୋକାନରେ ତାଙ୍କୁ ସାହାଯ୍ୟ କରେ। ଅପରାହ୍ନ ୨ଟାରୁ ୬ଟା ମଧ୍ୟରେ ମୁଁ ମୋ ବାପାଙ୍କୁ ଦୋକାନରେ ସାହାଯ୍ୟ କରେ। ମୋ ଭବିଷ୍ୟତ ପାଇଁ ଓ ମୋ ପରିବାରର ପେଟ ପୋଷିବା ପାଇଁ ମୁଁ ଏକ ଭଲ ଚାକିରିର ସନ୍ଧାନରେ ଅଛି।
ଜୀବନରେ ଏତେ ସଂଘର୍ଷ ଥିଲେ ମଧ୍ୟ ହରିଶ ୨୦୧୧ ମସିହାରେ ଭାରତୀୟ ଟିମ୍ ପାଇଁ ଖେଳିବା ଆରମ୍ଭ କରିଥିଲେ। ହରିଶଙ୍କ କୋଚ୍ ହେମରାଜ ତାଙ୍କୁ 'ସେପକ୍ ଟାକରୱ' ଖେଳ ଖେଳିବା ପାଇଁ ପ୍ରଥମେ ସୁଯୋଗ ଦେଇଥିଲେ। ଆରମ୍ଭରୁ ହିଁ ତାଙ୍କ କୋଚ ହରିଶଙ୍କୁ ନେଇ ସ୍ପୋର୍ସ ଅଥରିଟି ଅଫ୍ ଇଣ୍ଡିଆ(ଏସ୍ଏଆଇ)ରେ ତାଙ୍କର ପରିଚୟ କରାଇଥିଲେ। ଯାହାଫଳରେ ହରିଶ ମାସିକ କିଟ୍ ପାଇବାରେ ସମର୍ଥ ହେଉଥିଲେ। ଦୈନିକ ଖେଳ ଜାରି ରଖି ଶେଷରେ ସେ ନିଜ ଦେଶ ପାଇଁ ପଦକ ଆଣିବାରେ ସମର୍ଥ ହେଲେ। କିନ୍ତୁ ଯିଏ ଦେଶ ପାଇଁ ପଦକ ଆଣିଛନ୍ତି ସିଏ ଚା' ବିକିବାରେ ତିଳେ ମାତ୍ର କୁଣ୍ଠାବୋଧ କରୁ ନାହାନ୍ତି । ୧୨୦ କୋଟି ଦେଶବାସୀଙ୍କ ଆଶା ଭରସାରେ ବିଜୟର ସ୍ୱାଦ ଚଖେଇବାଥିବା ହରିଶ ଏବେ ଖୋଜୁଛନ୍ତି ନିଜ ପରିବାରକୁ ପୋଷିବାର ବାଟ । | <urn:uuid:dc0dbe76-5a54-426c-b369-9e161361056a> | CC-MAIN-2018-39 | http://kanaknews.com/asian-games-2018-bronze-medallist-harish-kumar-sells-tea-on-return-to-india/ | 2018-09-23T16:01:59Z | s3://commoncrawl/crawl-data/CC-MAIN-2018-39/segments/1537267159561.37/warc/CC-MAIN-20180923153915-20180923174315-00001.warc.gz | ory | 1.000007 | Orya | 7 | {"ory_Orya_score": 1.0000065565109253} |
ସାଇନ୍ସରେ କ୍ୟାରିୟର ଗଢିତୋଳିବାକୁ ଇଚ୍ଛୁକ ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ପୂରା ପାଠପଢା ପାଇଁ ସ୍କଲାର୍ସିପ ପାଇବାର ସୁବର୍ଣ୍ଣ ସୁଯୋଗ । ଛାତ୍ରଛାତ୍ରୀମାନେ ଏନଟିଏସଇ ଟେଷ୍ଟ କ୍ଲିୟର କରି ଏକାଶଦରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ପ୍ରତିମାସ ସ୍କଲାର୍ସିପ ପାଇପାରିବେ ।ସଂପୂର୍ଣ୍ଣ ଦେଶରେ ସ୍କୁଲ ସ୍ତରରେ ଥିବା ପ୍ରତିଭାଗୁଡିକୁ ଖୋଜିବା ବାହାର କରିବା ପାଇଁ ଏନସିଇଆରଟି ତଥା ନ୍ୟାସନାଲ ଚ୍ୟାଲେଂଟ ସର୍ଚ୍ଚ ଏଗ୍ଜାମିନେସନ (ଏନଟିଏସଇ) ଆୟୋଜନ କରିଥାଏ । ଦୁଇଟି ପର୍ଯ୍ୟାୟରେ ହେଉଥିବା ପରୀକ୍ଷାରେ ପ୍ରଥମ ପର୍ଯ୍ୟାୟର ପରୀକ୍ଷା ନଭେମ୍ବର ମାସରେ ହେବ । ଛାତ୍ରଛାତ୍ରୀମାନେ ଏଥିପାଇଁ ସେପ୍ଟେମ୍ବର ସୁଦ୍ଧା ଆବେଦନ କରିପାରିବେ । ତେବେ ଦଶମ ଶ୍ରେଣୀରେ ପାଠପଢୁଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ ।
ସୂଚନା ମୁତାବକ, ଏନଟିଏସଇ କ୍ଲିୟର କରିଥିବା ଛାତ୍ରଛାତ୍ରୀଙ୍କୁ ଏକାଦଶ ଏବଂ ଦ୍ୱାଦଶରୁ ପ୍ରତି ମାସ ସ୍କଲାର୍ସିପ ମିଳିବ । ସେହିଭଳି ବିଜ୍ଞାନରେ ଗ୍ରାଜୁଏସନ ଏବଂ ପିଜି କରିବା ଦ୍ୱାରା ପ୍ରତିମାସ ୨ ହଜାର ଟଙ୍କା ଏବଂ ପିଏଚଡି ପାଇଁ ୟୁଜିସି ନିୟମ ଅନୁସାରେ ସ୍କଲାର୍ସିପ ମିଳିବ । ସେହିପରି ଏନଟିଏସଇ କ୍ଲିୟର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଦେଶର ଟପ୍ ଇଂଜିନିୟରିଂ ସଂସ୍ଥାମାନଙ୍କରେ ପାଠପଢିବାର ସୁଯୋଗ ମଧ୍ୟ ମିଳିବ ।
ଏନଟିଏସଇ ଷ୍ଟେଜ-୧ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦୁଇଟି ବିଷୟ କ୍ଲିୟର କରିବାକୁ ହେବ । ମେଂଟାଲ ଏବିଲିଟି ଟେଷ୍ଟ ତଥା ମେଟରେ ଗଣିତ ପାଇଁ ୧୦୦ଟି ପ୍ରଶ୍ନ କରାଯିବ । ସେହିପରି ଦ୍ୱିତୀୟ ବିଷୟ ସ୍କଲାଷ୍ଟିକ୍ ଆପ୍ଟିଚ୍ୟୁଟର ୧୦୦ ନମ୍ବର ହେବ । ଉଭୟ ବିଷୟର ପରୀକ୍ଷା ପାଇଁ ୨ ଘଂଟା ସମୟ ଦିଆଯିବ । ସାଧାରଣ ବର୍ଗରେ ୪୦ ପ୍ରତିଶତ ଏବଂ ସଂରକ୍ଷଣ ବର୍ଗରେ ୩୨ ପ୍ରତିଶତର ମାର୍କ ପାସ୍ ପାଇଁ ସ୍ଥିର କରାଯାଇଛି ।
ଏଠାରେ ଆମେ କହି ରଖୁଛୁ କି, ଦଶମରେ ପାଠପଢୁଥିବା ଛାତ୍ରଛାତ୍ରୀ, ଯେଉଁମାନେ ନବମ କ୍ଲାସରେ ୬୧ ପ୍ରତିଶତରୁ ଅଧିକ ନମ୍ବର ହାସଲ କରିଥିବେ, ସେମାନେ ହିଁ ଏଥିପାଇଁ ଆବେଦନ କରିପାରିବେ । ତେବେ ଏଥିପାଇଁ ଚଳିତ ମାସ ଶେଷ ସୁଦ୍ଧା ଆବେଦନ କରିବାକୁ ହେବ । ସେହିପରି ଆବେଦନ ଫର୍ମ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଅନୁମୋଦିତ ହେବା ନିହାତି ଜରୁରୀ । | <urn:uuid:a3c7f048-a733-4a7a-b740-0d3d2bd1b07d> | CC-MAIN-2018-39 | http://kanaknews.com/special-clear-the-ntse-get-scholarship/ | 2018-09-23T16:01:29Z | s3://commoncrawl/crawl-data/CC-MAIN-2018-39/segments/1537267159561.37/warc/CC-MAIN-20180923153915-20180923174315-00001.warc.gz | ory | 1.000008 | Orya | 6 | {"ory_Orya_score": 1.0000079870224} |
ଗୁଣପୁର/ରାୟଗଡ଼ା : ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ମୃତକ ୩ ଜଣ ହେଲେ ବାପା, ମା' ଓ ସେମାନଙ୍କର ଏକ ଝିଅ। ଅଭିଯୁକ୍ତମାନେ ଅତ୍ୟନ୍ତ ନୃଶଂସ ଭାବେ ସେମାନଙ୍କୁ ହତ୍ୟା କରିଥିଲେ। ବାପାମା'ଙ୍କୁ ପିଟିପିଟି ଦରମରା କରିବା ସହିତ ଝିଅ ପାଟିରେ କୀଟନାଶକ ଇଞ୍ଜେକ୍ସନ୍ ଭର୍ତ୍ତି କରି ମୃତପ୍ରାୟ କରିଦେଇଥିଲେ। ଏହାପରେ ଜୀବନ ଥାଉଥାଉ ୩ ଜଣଙ୍କୁ ମାଟି ତଳେ ପୋତି ଦେଇଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ପୁଣିଥରେ ମାଟିତଳୁ କାଢ଼ି ପୋଡ଼ି ଦେଇଥିଲେ। ଗୁଣପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜି ଏହିଭଳି ଏକ ସମ୍ବେଦନଶୀଳ ଘଟଣାରେ ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି। ଗୁଣିଗାରେଡ଼ି ଘଟଣାରେ ଫାଶୀ ଦଣ୍ଡାଦେଶ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି।
ପ୍ରାୟ ଦେଢ଼ ବର୍ଷର ଶୁଣାଣି ପରେ ଗତ ୧୧ତାରିଖ ଦିନ ଗୁଣପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡ. ଶୁଭେନ୍ଦୁ କୁମାର ପତି ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାାଦେଶକୁ ସଂରକ୍ଷିତ କରି ରଖିଥିଲେ। ଆଜି ରାୟ ଶୁଣାଇ ନାବାଳକ ବ୍ୟତିରକେ ଅନ୍ୟ ୯ ଜଣଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦେବାକୁ ନିର୍ଦେଶ ଦେଇଛନ୍ତି। ଫାଶୀ ପାଇଥିବା ଅଭିଯୁକ୍ତମାନେ ହେଲେ, ଅଜନ୍ତ ଶବର, ବୁଭୁନା ଶବର, ମାଲୁକୁ ଶବର, ପୋଡନ୍ତୁ ଶବର, ଇରୁ ଶବର, ଲାକିଆ ଶବର, ଡେଗୁନୁ ଶବର, ଦଶନ୍ତ ଶବର ଓ ଦାଲସା ଶବର।
ପୁଲିସର ଚାର୍ଜସିଟ୍ରେ ମୋଟ ୨୪ଜଣ ସାକ୍ଷୀ ରହିଥିବା ବେଳେ ଜଣେ ମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ୧୧ଜଣଙ୍କ ବୟାନକୁ ଆଧାର କରି କୋର୍ଟ ଏହି ରାୟ ଦେଇଛନ୍ତି। ଅଦାଲଦଙ୍କ ରାୟ ପରେ ସମସ୍ତ ଆସାମୀଙ୍କୁ ଗୁଣପୁରସ୍ଥିତ ଉପକାରଗାରକୁ ପଠାଯାଇଛି। ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ କୋରାପୁଟସ୍ଥିତ ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ୨୦୧୬ ମସିହା ସେପ୍ଟେମ୍ବର ମାସରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଟଲଣା ପଞ୍ଚାୟତ ଅନ୍ତର୍ଗତ କିତୁଂ ଗ୍ରାମରେ ଏହି ଘଟଣା ଘଟିଥିଲା। ସେହି ଗାଁର ଅସୀମ ଶବର, ତାଙ୍କ ପତ୍ନୀ ଆମ୍ବଏ ଶବର ଏବଂ ବଡ଼ ଝିଅ ଅସମଣି ଶବର ଗୁଣି କରି ସମସ୍ତଙ୍କୁ ହତ୍ୟା କରୁଥିବା ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ। ଏହାପରେ ଗାଁରେ ବୈଠକ ହୋଇ ୨ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦିଆଯାଇଥିଲା। ବହୁ କଷ୍ଟରେ ଅସୀମ ଲକ୍ଷେ ଟଙ୍କା ଦେଇଥିଲେ। ତଥାପି ଗ୍ରାମବାସୀଙ୍କ ଆକ୍ରୋଶରୁ ବର୍ତି ପାରି ନ ଥିଲେ। ସେପ୍ଟେମ୍ବର ୯ତାରିଖ ଦିନ ଅଜନ୍ତ ଶବର, ବୁଭୁନା ଶବର, ମାଲୁକୁ ଶବର, ପୋଡନ୍ତୁ ଶବର, ଇରୁ ଶବର, ଲାକିଆ ଶବର, ଡେଗୁନୁ ଶବର, ଦଶନ୍ତ ଶବର, ଦାଲସା ଶବର ଏବଂ ଅନ୍ୟ ଜଣେ ନାବାଳକ ଘରେ ପଶି ଦଂପତିଙ୍କ ସହ ଦୁଇ ଝିଅଙ୍କୁ ଆକ୍ରମଣ କରିଥିଲେ। ଘରୁ ଘୋଷାରି ନେଇ ସାନ ଝିଅ ମେଳତି ଶବରଙ୍କୁ ଅଳ୍ପ ଦୂରରେ ଗୋଟିଏ ଖୁଣ୍ଟିରେ ବାନ୍ଧି ଦେଇଥିଲେ। ଅନ୍ୟମାନଙ୍କୁ ଗାଁ ଶେଷ ମୁଣ୍ଡରେ ଥିବା ଗୁହାଳରେ ନିର୍ମମ ଭାବେ ପିଟିଥିଲେ। ଦରମରା ଅବସ୍ଥାରେ ଥିବା ବଡ ଝିଅ ଆଶାମଣିଙ୍କ ପାଟି, ଆଖି ଓ ସମ୍ବେଦନଶୀଳ ଅଙ୍ଗରେ କୀଟନାଶକ ଔଷଧ ଭର୍ତି ଇଞ୍ଜେକ୍ସନ ଦେଇଥିଲେ। ସେଠାରୁ ପୁଣି ୩ ଜଣଙ୍କୁ ପିଟି ପିଟି ଗାଁ ଶ୍ମଶାନକୁ ନେଇ ଗୋଟିଏ ଗାତ ଖୋଳି ପୋତି ଦେଇଥିଲେ। ତେବେ, ଘଟଣା ପ୍ରଘଟ ହୋଇଯିବାରୁ ଦୁଇ ଦିନ ପରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଶବକୁ କାଢି ସଂପୂର୍ଣ୍ଣ ପୋଡି ଦେଇ ପୁଣି ମାଟି ପକାଇ ଘୋଢାଇ ଦେଇଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୃଶ୍ୟର ଜଣେ ମାତ୍ର ସାକ୍ଷୀ ରହିଥିଲେ ସାନ ଝିଅ ମେଳିତ ଶବର। ତାଙ୍କୁ ବି ଦୁଇ ଦିନ ଧରି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ନଜରବନ୍ଦୀ କରି ରଖାଯାଇଥିଲା। କୌଶଳକ୍ରମେ ସେ ଗାଁରୁ ଖସିଯିବାରୁ ଘଟଣା ଲୋକଲୋଚନକୁ ଆସିଥିଲା।
ହତ୍ୟାକାଣ୍ଡର ପ୍ରାୟ ସପ୍ତାହେ ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ପର୍ଯ୍ୟାୟକ୍ରମେ ସଂପୃକ୍ତ ୧୦ ଜଣଙ୍କୁ ଗିରଫ ହୋଇଥିଲେ ହେଁ ଜଣେ ନାବାଳକ ହୋଇଥିବାରୁ ବ୍ରହ୍ମପୁର ରିମାଣ୍ଡ ହୋମକୁ ପଠାଯାଇଥିଲା। ଅନ୍ୟ ସମସ୍ତେ ଗୁଣପୁର ଉପକାରାଗାରରେ ବିଚାରଧୀନ କଏଦୀ ଭାବେ ରହିଥିଲେ।
ଘଟଣାକ୍ରମ
୯ ସେପ୍ଟେମ୍ବର ୨୦୧୬: ରାତି ପ୍ରାୟ ୭ଟା ୧୫ରେ ଗୁଣିଗାରେଡି ସନ୍ଦେହରେ ଅସୀମ ଶବର, ପତ୍ନୀ ଆମ୍ବଏ ଶବର ଏବଂ ବଡଝିଅ ଆଶମଣି ଶବରଙ୍କୁ ପିଟି ପିଟି ଅର୍ଧମରା କରିବା ସହ ଜିଅନ୍ତା ପୋତି ଦିଆଯାଇଥିଲା।
୧୬ ସେପ୍ଟେମ୍ବର ୨୦୧୬: ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାକୁ ପୋତି ଦେଇଥିବା ଶବକୁ ବାହାର କରି ପୋଡ଼ି ଦେଇଥିଲେ।
୧୬ ସେପ୍ଟେମ୍ବର ୨୦୧୬: ପୁଲିସ୍ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଦସଲ ଶବର, ଦଶନ୍ତ ଶବର, ଡେଙ୍ଗୁନ ଶବର, ଅଜନ୍ତି ଶବର, ପଢନ୍ତି ଶବର, ମାଲକ ଶବରଙ୍କୁ ଗିରଫ କରିଥିଲା।
୧୭ ସେପ୍ଟେମ୍ବର ୨୦୧୬: କୋରାପୁଟରୁ ୫ଜଣିଆ ସାଇଣ୍ଟିଫିକ
ଦଳ ଘଟଣାସ୍ଥଳ ପରିଦର୍ଶନ କରି ହାଡ଼ ଓ ପାଉଁଶ ଜବତ କରି ପରୀକ୍ଷା ପାଇଁ ନେଇଥିଲେ।
୧୮ ସେପ୍ଟେମ୍ବର ୨୦୧୬: ଛଦ୍ମବେଶରେ ବୁଲୁଥିବା ଅଭିଯୁକ୍ତ ବାବୁନ ଶବରକୁ ଗଜପତି ଜିଲ୍ଲାରେ ପୁଲିସ ଗିରଫ କରିଥିଲା।
୧୯ ସେପ୍ଟେମ୍ବର ୨୦୧୬: ୧୯ ତାରିଖ ମଧ୍ୟାହ୍ନରେ ଗୁଣପୁର ଜେଏମଏଫସି କୋର୍ଟରେ ମେଳିତା ଶବରଙ୍କ ୧୬୪ଧାରା ଅନୁଯାୟୀ ବୟାନ ରେକର୍ଡ କରାଯାଇଥିଲା।
୨୦ ସେପ୍ଟେମ୍ବର ୨୦୧୬: ୨୦ ତାରିଖ ଦିନ ଅଭିଯୁକ୍ତ ଇରୁ ଶବର, ଲାକିଆ ଶବର, ଭୁବନ ଶବରଙ୍କୁ ପୁଲିସ ଗିରଫ କରାଯାଇଥିଲା। ନାବାଳକ ଅଭିଯୁକ୍ତକୁ ଗିରଫ କରି ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଥିଲା।
୧୦ ଜୁଲାଇ ୨୦୧୭: ପୁଟାସିଂ ଥାନା ଆଇଆଇସି ଜ୍ଞାନେନ୍ଦ୍ର କୁମାର ସାହୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ।
୧୧ ଏପ୍ରିଲ ୨୦୧୮: ମାନ୍ୟବର ଏଡିଜେ ଡ଼. ଶୁଭେନ୍ଦୁ କୁମାର ପତି ୧୦ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
୧୩ ଏପ୍ରିଲ ୨୦୧୮: ୯ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କଲେ ଏଡିଜେ। | <urn:uuid:a018f515-f105-43b3-9a36-e4b224ed3aaf> | CC-MAIN-2018-39 | http://sambad.in/state/nine-sentenced-to-death-in-odisha-triple-murder-case-121109/ | 2018-09-23T16:25:10Z | s3://commoncrawl/crawl-data/CC-MAIN-2018-39/segments/1537267159561.37/warc/CC-MAIN-20180923153915-20180923174315-00001.warc.gz | ory | 0.999981 | Orya | 4 | {"ory_Orya_score": 0.9999812841415405} |
ବିଜେପି-ଜେଡ଼ିୟୁ ମେଣ୍ଟ ପରେ ବିହାର ଜନତାଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଖୁବ ଶୀଘ୍ର ବିହାରକୁ ୧.୨୫ ଲକ୍ଷ କୋଟିର ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିବେ । ବିହାର ବିଧନାସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ୟାକେଜର ଘୋଷଣା କରିଥିଲେ । କିନ୍ତê ନିର୍ବାଚନରେ ବିଜେପିର ପରାଜୟ ଯୋଗୁଁ ସ୍ୱତନ୍ତ୍ର ପ୍ୟାକଜ କଥା ଭୁଲି ଯାଇଥିଲା କେନ୍ଦ୍ର । କିନ୍ତୁ ନୀତିଶ କୁମାର ଯେପରି ଆରଜେଡ଼ି ସହ ମେଣ୍ଟ ଭାଙ୍ଗି ବିଜେପି ସରକାର ସହ ମିଶିଲେ ସେହି ଦିନ ଏହି ପ୍ୟାକେଜ ମିଳିବାର ଆଶା ବଢ଼ିଗଲା ।
ବିହାରରେ ଏବେ ବେକାବୁ ହେଉଛି ବିହାର ବନ୍ୟା ପରିସ୍ଥିତି । ସଙ୍କଟରେ ଲକ୍ଷାଧିକ ଜନଜୀବନ । ବନ୍ୟା ପରିସ୍ଥିତି ଯୋଗୁଁ ଲୋକଙ୍କ ଅବସ୍ଥା ସଙ୍ଗୀନ । ଗୋଟିଏ ପଟେ ବନ୍ୟା ସମସ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ବିଗୁଡିଛି । ବନ୍ୟାରେ ଏପର୍ଯ୍ୟନ୍ତ ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ବନ୍ୟାରେ ଫସଲ ମଧ୍ୟ ସବୁୁ ନଷ୍ଟ ହୋଇଯାଇଛି । ବିଗତ ସପ୍ତାହରେ ହିଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନରେନ୍ଦ୍ର ମୋଦିଙ୍କ ସହ ମିଶି ତାଙ୍କ ଘୋଷଣା କଥା ମନେ ପକାଇ ଦେଇଥିଲେ ।
ସୂଚନାଯୋଗ୍ୟ ବିହାର ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଅନ୍ଦାଜରେ ରାଲିରେ ବିହାର ପାଇଁ ପ୍ୟାକେଜ ଘୋଷଣା କରିଥିଲେ, ସେହି ସମୟରେ ନୀତିଶ କୁମାର ଓ ତାଙ୍କର ସହଯାଗୀ ଥିବା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଉକ୍ତ ଘୋଷଣାକୁ କେବଳ ନିର୍ବାଚନ ପାଇଁ ବୋଲି ଦର୍ଶାଇଥିଲେ । ନିତୀଶ ଓ ଲାଲୁ ମିଳିତ ଭାବେ ସମାଲୋଚନା କରି କହିଥିଲେ, ମୋଦି ବିହାରର ଜନତାଙ୍କ ନିଲାମ ଡାକୁଛନ୍ତି ।
ଏହି ମାଲାରେ ଜେଡ଼ିୟୁର ମୁଖ୍ୟ ପ୍ରବକ୍ତା କେସୀ ତ୍ୟାଗୀ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କୁ ଏହି ପ୍ୟାଜେକ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ୟୁପିଏ ସରକାରଙ୍କ ଠାରୁ ମଧ୍ୟ ସ୍ୱାତନ୍ତ୍ର ପ୍ୟାକେଜର ଦାବି କରିଥିଲେ । କିନ୍ତୁ ତାଙ୍କ ଦାବି ପୁରଣ ହୋଇନଥିଲା । ତ୍ୟାଗୀ କହିଛନ୍ତି ମୋଦି ଯାହା ଘୋଷଣା କରିଥିଲେ ତାହା ଖୁବ ଶୀଘ୍ର ବିହାର ଜନତାଙ୍କୁ ମିଳିବ । ଏହାସହ ଜେଡ଼ିୟୁ ଆଗାମୀ ଦିନରେ ଏନଡ଼ିଏ ସହ ସାମିଲ ହେବ ବୋଲି ତ୍ୟାଗୀ ଘୋଷଣା କରିଛନ୍ତି । | <urn:uuid:5fbcc35c-845e-448f-b44b-eecf38a3a2f4> | CC-MAIN-2018-39 | http://kanaknews.com/central-government-will-issue-1-45-lac-crore-as-special-package-for-bihar/ | 2018-09-24T19:17:21Z | s3://commoncrawl/crawl-data/CC-MAIN-2018-39/segments/1537267160641.81/warc/CC-MAIN-20180924185233-20180924205633-00161.warc.gz | ory | 1.000008 | Orya | 6 | {"ory_Orya_score": 1.0000077486038208} |
କନକ ବ୍ୟୁରୋ : ତହସିଲଦାରଙ୍କୁ ଛୁରି ମାରିଲେ ହୋମଗାର୍ଡ । କୋରାପୁଟ ଜିଲ୍ଲା ନନ୍ଦପୁର ତହସିଲଦାରଙ୍କୁ ଛୁରାମାଡ କରିଛନ୍ତିି ଜଣେ ଗୃହରକ୍ଷୀ । ଫଳରେ ତହସିଲଦାରଙ୍କ ପେଟ ଓ ଛାତିରେ ଗଭୀର କ୍ଷତ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ନନ୍ଦପୁର ତହସିଲଦାର ସୁବ୍ରତ ପାଣିଗ୍ରାହୀ ଅଫିସ ଆଗରେ ଛିଡା ହୋଇଥିବାବେଳେ ପାଡୁଆ ଥାନାର ହୋମଗାର୍ଡ ଦମୁ ଖେମୁନୁ ତାଙ୍କ ଉପରେ ହଠାତ୍ ମରଣାନ୍ତକ ଆକ୍ରମଣ କରିଥିଲେ ।
ଏକ ଜମି ବିବାଦକୁ କେନ୍ଦ୍ର କରି ହୋମଗାର୍ଡ ଜଣକ ଛୁରାମାଡ କରିଥିବା ପୁଲିସ୍ ଅନୁମାନ କରୁଛି । ରେଳବାଇର ଜମି କହି ୪ ଏକର ଯାଗା ଉପରେ ଘରକରି ରହିଆସୁଥିଲେ ଦମୁ ଓ ଅନ୍ୟକିଛି ବ୍ୟକ୍ତି । ଏହି ବିବାଦୀୟ ଜମିର ସ୍ୱତ୍ୱ ଅନ୍ୟଜଣେ ବ୍ୟକ୍ତିଙ୍କୁ ଦେବାସହ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେହି ଆଧାରରେ ତହସିଲଦାର ଜମି ଖାଲି କରିଥିବାବେଳେ ଏଥିରେ ଉତକ୍ଷିପ୍ତ ହୋଇ ହୋମଗାର୍ଡ ଦମୁ ଖେମୁନୁ ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ପୋଲିସ କହିଛି । ଅଭିଯୁକ୍ତ ହୋମଗାର୍ଡଙ୍କୁ ଗିରଫ କରିବା ସହ ପୋଲିସ କୋର୍ଟ ଚାଲାଣ କରିଛି । | <urn:uuid:fd5b7d37-34ae-4728-b25f-64328d09947f> | CC-MAIN-2018-39 | http://kanaknews.com/tahasildar-attack-by-a-homeguard-at-koraput/ | 2018-09-20T07:09:22Z | s3://commoncrawl/crawl-data/CC-MAIN-2018-39/segments/1537267156418.7/warc/CC-MAIN-20180920062055-20180920082055-00521.warc.gz | ory | 1.000002 | Orya | 10 | {"ory_Orya_score": 1.0000022649765015} |
ଦୁର୍ଗା ପୂଜାରେ ରିଲିଜ୍ ହେବାକୁ ଯାଉଛି ଅନୁଭବଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ପ୍ରେମକୁମାର । ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପ୍ରଥମେ ରଜରେ ମୁକ୍ତିଲାଭ କରିଥାନ୍ତା । କିନ୍ତୁ ସୁଟିଂ ସେଟ୍-ରେ ଅନୁଭବ ଆହତ ହୋଇଯିବା କାରଣରୁ ଫିଲ୍ମର ସୁଟ୍ ଅଧାରେ ବନ୍ଦ ହୋଇଗଲା । ପାଖାପାଖି ୨ ମାସର ବିଶ୍ରାମ ପରେ ଅନୁଭବ ପ୍ରେମକୁମାରର ସୁଟିଂ ପୁରା କରିଛନ୍ତି । ତେବେ ନିକଟରେ ଏହି ଫିଲ୍ମର ଅଡିଓ ରିଲିଜ୍ କରାଯାଇଛି । ଅଡିଓ ରିଲିଜ୍ ଫଙ୍କସନ୍-ରେ ଫିଲ୍ମର ସମସ୍ତ କାଷ୍ଟ ଏବଂ କ୍ରିୟୁ ଉପସ୍ଥିତ ରହି ଏହାର ଅଡିଓ କ୍ୟାସେଟ୍ ଉନ୍ମୋଚନ କରିଥିଲେ । ତେବେ ପ୍ରେମାନନ୍ଦ ଫିଲ୍ମର ଗୀତ ସଜାଇଥିବା ବେଳେ ହ୍ୟମାନ୍ ସାଗର, ଅନନ୍ୟା, ଦିପ୍ତିରେଖା, ସତ୍ୟଜିତ୍ ଓ ଋତୁରାଜ ଗୀତ ପାଇଁ କଣ୍ଠଦାନ କରିଛନ୍ତି । ପ୍ରେମକୁମାରରେ ଅନୁଭବ ଜଣେ ସେଲସ୍ ମ୍ୟାନ୍ ଚରିତ୍ରରେ ନଜର ଆସିବେ। ଏବଂ ଅନୁଭବଙ୍କ ବିପକ୍ଷରେ ଶିବାନୀ ଓ ତମନ୍ନା ଅଭିନୟ କରିଛନ୍ତି । | <urn:uuid:5341de4f-5a4a-4ebc-9795-f4677afdf26d> | CC-MAIN-2018-39 | http://www.prameyanews7.com/anubhab-prem-kumar-to-be-release-on-this-festive-season/ | 2018-09-22T15:03:23Z | s3://commoncrawl/crawl-data/CC-MAIN-2018-39/segments/1537267158450.41/warc/CC-MAIN-20180922142831-20180922163231-00281.warc.gz | ory | 0.999998 | Orya | 8 | {"ory_Orya_score": 0.9999983310699463} |
କ୍ୟାମ୍ପସର ସୌନ୍ଦର୍ଯ୍ୟ ବଢ଼ିବ ଏମ୍ଏନ୍ୟୁ ସହ ହେବ ରାଜିନାମା
ଛାତ୍ର ବିନିମୟ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବ ଉତ୍କଳ ବିଶ୍ୱବିିଦ୍ୟାଳୟ
ଭୁବନେଶ୍ୱର: ବାହାର ଦେଶ ସହ ଛାତ୍ର-ଶିକ୍ଷକ ବିନିମୟ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବ ଉତ୍କଳ ବିଶ୍ୱବିଦ୍ୟାଳୟ। ପୂର୍ବରୁ କିଛି ଦେଶର ବିଶ୍ୱବିଦ୍ୟାଳୟ ସହ ଛାତ୍ର ବିନିମୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏବେ ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ମିକ ପରିଚାଳନା ଓ ଶୈଳ୍ପିକ ସମ୍ପର୍କ (ପିଏମ୍ଆଇଆର୍) ବିଭାଗ ଓ ମାଲଦ୍ୱୀପ ନ୍ୟାସନାଲ ୟୁନିଭରସିଟି (ଏମ୍ଏନ୍ୟୁ) ସହ ଛାତ୍ର ଓ ଶିକ୍ଷକ ବିନିମୟ କାର୍ଯ୍ୟକ୍ରମ କରାଯିବ। ଏନେଇ ଖୁବ୍ଶୀଘ୍ର ରାଜିନାମା ହେବାକୁ ଯାଉଛି।
ପିଏମ୍ଆଇଆର୍ ବିଭାଗ ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି ଯେ ଏହାଦ୍ୱାରା ଦକ୍ଷିଣ ଏସିଆ ତଥା ସାର୍କ ଦେଶଗୁଡ଼ିକ ସହ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ପର୍କ ସୁଦୃଢ଼ ହୋଇପାରିବ। ନିବିଡ଼ତା ମଧ୍ୟ ବଢ଼ିବ। ଉଭୟ ପରସ୍ପରର ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବେ। ପିଲାମାନେ ବିଶେଷ ଉପକୃତ ହେବେ। ଛାତ୍ରଛାତ୍ରୀ ନିଜ କାର୍ଯ୍ୟରେ ଯୋଗଦେବା ସମୟରେ ଆଉ କଷ୍ଟକର ହେବ ନାହିଁ। ଭଲ ମ୍ୟାନେଜର କିଭଳି ହୋଇପାରିବେ, ସେନେଇ ଜ୍ଞାନ ଆହରଣ କରିପାରିବେ। ଶ୍ରୀଲଙ୍କା, ମାଲଦ୍ୱୀପ, ନେପାଳ, ବାଙ୍ଗଲାଦେଶ, ଭୂଟାନ ସହ ଭାରତର ଭଲ ସମ୍ପର୍କ ଥିବାରୁ ତାହାକୁ ଆଖିରେ ରଖି ଗବେଷଣାକୁ ସୁଦୃଢ଼ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି।
ପ୍ରଫେସର ତ୍ରିପାଠୀ ଆହୁରି କହିଛନ୍ତି ତ୍ରିଭୂବନ ବିଶ୍ୱବିଦ୍ୟାଳୟ ସହ ମଧ୍ୟ ରାଜିନାମା ନେଇ କଥାବାର୍ତ୍ତା ଚାଲିଛି। ଗତ ମାର୍ଚ୍ଚ ମାସରେ ପିଏମ୍ଆଇଆର ୧୦ଜଣ ଛାତ୍ରଛାତ୍ରୀ ସେଠାରେ ଆଲୋଚନାଚକ୍ରରେ ଯୋଗଦେବାକୁ ଯାଇଥିଲା। ଚଳିତ ଶିକ୍ଷାବର୍ଷରେ ସେଠାକାର କିଛି ଛାତ୍ରଛାତ୍ରୀ ଏଠାକୁ ଆସିବା ଲାଗି ଆଲୋଚନା ଚାଲିଛି। ପ୍ରଥମେ ଛାତ୍ରଛାତ୍ରୀଙ୍କ ବିନିମୟ କାର୍ଯ୍ୟକ୍ରମ ହେବ। ପରବର୍ତୀ ଅବସ୍ଥାରେ ଶିକ୍ଷକ ବିନିମୟ କାର୍ଯ୍ୟକ୍ରମ ହେବ। ଏଠାରୁ ଅଧ୍ୟାପକମାନେ ଯାଇ ସେଠାରେ ୧୫ ଦିନ ଧରି ପଢ଼ାଇବେ। ସେଠାକାର ଶିକ୍ଷକ ମଧ୍ୟ ଏଠାକୁ ଆସିବେ। ପିଏମ୍ଆଇଆର୍ ବିଭାଗ ପକ୍ଷରୁ ଗତ ଦୁଇଦିନ ଧରି ଅନୁଷ୍ଠିତ 'କର୍ମଚାରୀ ସମ୍ପର୍କ:ଆଜି ଓ ଆସନ୍ତାକାଲି' ଶୀର୍ଷକ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ ଉକ୍ତ ଦୁଇ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ସହ ଆଲୋଚନା ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।
ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରଫେସର ଓ କର୍ମଚାରୀ ରହୁଥିବା ଅଞ୍ଚଳ, ଛାତ୍ର ଓ ଛାତ୍ରୀନିବାସ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ବଢ଼ାଯିବ। ଏହାର ରୂପରେଖ କିଭଳି ହେବ, ସେ ନେଇ ପ୍ରସ୍ତାବ ଦେବାକୁ କ୍ୟାମ୍ପସ ଉନ୍ନୟନ କମିଟି ଗଠିତ ହୋଇଛି। ଗତକାଲି ବସିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। କମିଟି ରିପୋର୍ଟ ଆଧାରରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସେହିପରି କ୍ୟାମ୍ପସରେ ଏକ ନୂତନ ମାର୍କେଟ ପ୍ରତିଷ୍ଠା ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ସିଏସ୍ଆର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଦିଗରେ ପଦକ୍ଷେପ ନେବାକୁ ସ୍ଥିର ହୋଇଛି। ଚଣ୍ଡୀଖୋଲଠାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ନିଯୁକ୍ତ ହୋଇଥିବା ଓଏସ୍ଡି ସମ୍ପର୍କରେ ବି ଆଲୋଚନା ହୋଇଛି। ଆଗକୁ ରଥଯାତ୍ରା ହେବାକୁ ଥିବାରୁ ତାହାକୁ କିଭଳି ସୁରୁଖୁରରେ ଶେଷ କରିବା, ରାସ୍ତା ମରାମତି ପରି ବିଷୟ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। | <urn:uuid:3d6699b1-e87f-47f7-8fd9-6c4567024b9b> | CC-MAIN-2018-39 | http://sambad.in/metro/in-cress-campus-beauty-170601/ | 2018-09-24T23:19:09Z | s3://commoncrawl/crawl-data/CC-MAIN-2018-39/segments/1537267160842.79/warc/CC-MAIN-20180924224739-20180925005139-00041.warc.gz | ory | 0.999999 | Orya | 4 | {"ory_Orya_score": 0.9999986886978149} |
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଜ ବ୍ୟକ୍ତିଗତ ଗ୍ରନ୍ଥାଗାରରୁ ୩,୫୦୦ ଖଣ୍ଡ ବହି ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ଦାନ କରିଛନ୍ତି । ସୁଚନାନୁସାରେ ଶ୍ରୀଯୁକ୍ତ ସିଂହ ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟର ଛାତ୍ର ରହି ଆସିଛନ୍ତି । ନିକଟରେ ଏହି ଖବର ଜଣେ ଅଧ୍ୟକ୍ଷ ଗଣମାଧ୍ୟମକୁ ଦେଇଛନ୍ତି । ଅଧିକାରୀଙ୍କ କହିବାନୁସାରେ ନୂଆଦିଲ୍ଲୀରୁ ପୁସ୍ତକ,ସ୍ମୃତି ଚିତ୍ର,ଚିତ୍ର ଆଦିକୁ ବିଶ୍ୱବିଦ୍ୟାଳୟକୁ ଆଣିବା ପାଇଁ ପ୍ରୟାସ କରାଯାଉଛି । ୩,୫୦୦ ଖଣ୍ଡ ବହି ଏବଂ ଅନ୍ୟ ଶିକ୍ଷଣୀୟ ବସ୍ତୁ ବିଶ୍ୱବିଦ୍ୟାଳୟ ପରିସର ଗୁରୁ ତେଗ ବାହାଦୁର ଭବନରେ ରହିବ । ସୁଚନା ମୁତାବକ ମନମୋହନ ସିଂହ ୧୯୫୦ ମସିହାରେ ଉକ୍ତ ବିଶ୍ୱବିଦ୍ୟାଳୟର ଛାତ୍ର ରହିବା ସହ ୩୨ ବର୍ଷ ବୟସରେ ଅର୍ଥଶାସ୍ତ୍ର ବିଭାଗରେ ଅଧ୍ୟାପକ ମଧ୍ୟ ରହିସାରିଛନ୍ତି । ୧୯୮୩ ମସିହାରେ ଉକ୍ତ ବିଶ୍ୱବିଦ୍ୟାଳୟ ତାଙ୍କୁ "ଡକ୍ଟର ଅଫ୍ ଲେଟର" ଉପାଧିରେ ଅଭିଷିକ୍ତ କରିଥିଲା । ୨୦୦୪ ରୁ ଆରମ୍ଭ କରି ୨୦୧୪ ପର୍ଯ୍ୟନ୍ତ ସେ ଭାରତର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଥିଲେ ।
image courtesy : Prajavani
12th April, 2018 | 1:30 pm
You might also like
- ପିସିଆର ଭ୍ୟାନ୍ ଭିତରେ ଯୁବତୀଙ୍କୁ ମାଡ ମାରି ଅଡୁଆରେ ପୋଲିସ୍ କର୍ମଚାରୀ ! ଭିଡିଓ ହେଲା ଭାଇରାଲ୍ ।
- ସୁପ୍ରିମକୋର୍ଟରେ ଆଜି ଆସିବ ବଡ ରାୟ । ଆଧାର ନେଇ ଆଜି ହଟିବ ସସପେନ୍ସ । ପଦୋନ୍ନତିରେ ସଂରକ୍ଷଣ ନେଇ ବି ସର୍ବୋଚ୍ଚ କୋର୍ଟଙ୍କ ଆସିବ ଫୈସଲା
- ତାସ ଖେଳରୁ ଗଲା ଜୀବନ ! ମାତ୍ର ୪୦ଟଙ୍କା ପାଇଁ ମୟୂରଭଞ୍ଜରେ ଜଣଙ୍କୁ ନିର୍ମମ ହତ୍ୟା, ମାଟି ତଳୁ ଶବ ଉଦ୍ଧାର କଲା ପୋଲିସ
- ୟୁଏନ୍ ବୈଠକରେ ମା' ସହ ପହଞ୍ଚିଲା ୩ ମାସର ଛୋଟ ଶିଶୁ ! ମା' ଝିଅ ରଚିଲେ ଇତିହାସ । | <urn:uuid:24a01984-32d8-4f7e-93fc-078faa57a8ec> | CC-MAIN-2018-39 | http://kanaknews.com/ex-prime-minister-distribute-books/ | 2018-09-26T03:07:03Z | s3://commoncrawl/crawl-data/CC-MAIN-2018-39/segments/1537267163146.90/warc/CC-MAIN-20180926022052-20180926042452-00201.warc.gz | ory | 1.000005 | Orya | 1 | {"ory_Orya_score": 1.0000050067901611} |
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଦେଶ ସ୍ୱାଧୀନ ହେବାର ୭୦ ଦଶକ ଛୁଇଁଲାଣି। ହେଲେ ଭଦ୍ରକ ଜିଲା ଧାମନଗର ନିର୍ବାଚନୀ ମଣ୍ଡଳର ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଇଚ୍ଛାପୁର-ବରଗଡା ଓ କଷଟି ଗ୍ରାମର ଲୋକେ ଏବେବି ଯାତାୟତର ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ପଞ୍ଚାୟତ ଅଧୀନରେ ଥିବା ଆରଡି ରୋଡ୍ ବରଗଡା ଠାରୁ କୋରୁଆ କେନାଲ ବନ୍ଧ ପର୍ଯ୍ୟସ୍ତ ୨ କିମି ରାସ୍ତା ମରାମତି ଅଭାବରୁ ଏବେ ଏଭଳି ଅବସ୍ଥାରେ ପହଞ୍ଚିଛି ଯେ ଲୋକେ ଗ୍ରାମପଞ୍ଚାୟତ ଅଫିସ୍, ଗୋବିନ୍ଦପୁର ହାଟ, ବଜାର ଓ କୋରୁଆ କଣ୍ଟ୍ରୋଲ ଦୋକାନକୁ ଯିବାପାଇଁ ଅସରାଏ ବର୍ଷାରେ ବହୁ ହନ୍ତସନ୍ତ ହେଉଛନ୍ତି। ଇଚ୍ଛାପୁର ଗ୍ରାମରୁ ପ୍ରତିଦିନ ପାଠ ପଢିବା ପାଇଁ ମଧ୍ୟଇଂରାଜୀ ଠାରୁ କଲେଜ ପର୍ଯ୍ୟନ୍ତ ପ୍ରାୟ ଶତାଧିକ ପିଲା ବାହାର ବିଦ୍ୟାଳୟ ଓ କଲେଜକୁ ଯା' ଆସ କରନ୍ତି। ଇଚ୍ଛାପୁର ଗ୍ରାମରୁ ପ୍ରତିବର୍ଷ ଟନ୍ ଟନ୍ ଧାନ, ଫଳ ଫସଲ, ଛତୁ, ଛେନା ଭଳି ସାମଗ୍ରୀ ବାହାରରୁ ରପ୍ତାନୀ ହୁଏ। ମାତ୍ର ଉପରୋକ୍ତ ରାସ୍ତାର ଅବସ୍ଥା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ତାହା ପାଦଚଲା ଯୋଗ୍ୟ ମଧ୍ୟ ହୋଇରହିନାହିଁ। ବିଭିନ୍ନ ବିପଦ ସମୟରେ ଏହି ଗ୍ରାମକୁ ଆମ୍ବୁଲାନ୍ସ ଓ ଦମକଳଟିଏ ଆସିବା ସମ୍ଭବପର ହୋଇପାରୁନାହିଁ। ଏହି ସମସ୍ୟାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ପୂର୍ବରୁ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଥିଲେ ମଧ୍ୟ ତାହା ନିରର୍ଥକ ହୋଇଛି। ଏଣୁ ଏବେ ଗ୍ରାମବାସୀମାନଙ୍କ ମଧ୍ୟରେ ବିଦ୍ୟାଧର ପ୍ରଧାନ, ପ୍ରଦୀପ ଜେନା, ସନାତନ ଜେନା, ଶତ୍ରୁଜିତ୍ ଜେନା, ନିର୍ମଳ ଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ଜେନା, ଧରମା ଜେନା, ଈଶ୍ୱର ଜେନା, ସୁଶାନ୍ତ କୁମାର ସ୍ୱାଇଁ, ସୋମନାଥ ରାଉତ ପ୍ରମୁଖ ଏହି ସମସ୍ୟା ସଂପର୍କରେ ସ୍ଥାନୀୟ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ସାକ୍ଷାତ୍ କରି ସେମାନଙ୍କର ଏହି ସମସ୍ୟାକୁ ନେଇ ଲିଖିତ ପତ୍ର ପ୍ରଦାନ କରିଛନ୍ତି। ଏବଂ ପ୍ରାୟ ୨ କିମି ଧରି ନଷ୍ଟ ହୋଇଥିବା ଏହି ରାସ୍ତାର ମରାମତି ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। | <urn:uuid:442fdbfa-78e1-4199-a8a6-8cd187a0a592> | CC-MAIN-2018-39 | http://odiapua.com/%E0%AC%B0%E0%AC%BE%E0%AC%B8%E0%AD%8D%E0%AC%A4%E0%AC%BE-%E0%AC%AE%E0%AC%B0%E0%AC%BE%E0%AC%AE%E0%AC%A4%E0%AC%BF-%E0%AC%AA%E0%AC%BE%E0%AC%87%E0%AC%81-%E0%AC%87%E0%AC%9A%E0%AD%8D%E0%AC%9B%E0%AC%BE/ | 2018-09-26T03:39:17Z | s3://commoncrawl/crawl-data/CC-MAIN-2018-39/segments/1537267163146.90/warc/CC-MAIN-20180926022052-20180926042452-00201.warc.gz | ory | 0.999996 | Orya | 3 | {"ory_Orya_score": 0.9999958276748657} |
କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଜାରି ରହିଛି ଜଗା ବଳିଆଙ୍କ ଅପରେସନ୍ । ପ୍ରଥମ ପର୍ୟ୍ୟାୟ ଅପରେସନ୍ ସରିଥିବା ବେଳେ ଆହୁରୀ ୬ ରୁ ୮ ଘଂଟା ଲାଗିପାରେ ବୋଲି କହିଛନ୍ତି ଏମ୍ସ ନ୍ୟୁରୋସର୍ଜନ୍ ବିଭାଗ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର । ଭୋର୍ ୪ ଆରମ୍ଭ ହୋଇଥିବା ଏହି ବିରଳ ଅପରେସନକୁ ବର୍ତ୍ତମାନ ସୁଦ୍ଧା ୧୪ଘଂଟା ହୋଇ ସାରିଲାଣି । ଏବଂ ଶେଷ ହେବାକୁ ଲାଗିବ ଆହୁରୀ ୬ ରୁ ୮ ଘଂଟା । ବର୍ତ୍ତମାନ ସୁଦ୍ଧା ଅପରେସନ୍ ଠିକ୍ ଠାକ୍ ଚାଲିଥିବା ବେଳେ ଏହି ଯୋଡା ମୁଣ୍ଡ ଶିଶୁଙ୍କ ଅବସ୍ଥା ସ୍ଥିର ଅଛି ବୋଲି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଡାକ୍ତର ଅଶୋକ ମହାପାତ୍ର । ଏହି ଅପରେସନ୍ ପାଇଁ ୪୦ ଜଣିଆ ଡାକ୍ତରୀ ଦଳ ସାମିଲ୍ ଥିବା ବେଳେ ଜାପାନରୁ ଆସିଥିବା ବିଶେଷଜ୍ଞ ମଧ୍ୟ ଅଛନ୍ତି । କେ. ତାକି ଜାୱାଙ୍କ ନେତୃତ୍ୱରେ ଏହି ଅପରେସନ୍ ଚାଲିଛି ।
ଫୁଲବାଣୀର ଯାଆଁଳା ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀରେ ଅପରେସନ ପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଦୁଇ ଶିଶୁଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ନିଜ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଦେଇଥିଲେ । ପ୍ରଥମେ ଦୁଇ ଶିଶୁଙ୍କୁ କଟକ ବଡ ମେଡ଼ିକାଲ ଅଣାଯାଇ ଚିକିତ୍ସା କରାଯାଇଥିଲା । ଆଉ ପରେ ଉଭୟଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା ।
ସୂଚନାଯୋଗ୍ୟ ଲଗାତର ମାସେ ଧରି ସବୁ ପରୀକ୍ଷା କରିବା ପରେ ସ୍ୱତନ୍ତ୍ର ଡାକ୍ତର ଟିମ୍ ନେତୃତ୍ୱରେ ଆଜି ସକାଳୁ ଅପରେସନ ଆରମ୍ଭ ହୋଇଛି । ହସପିଟାଲରେ ଆଡମିଟ୍ ପରେ ଦୁଇ ଶିଶୁଙ୍କ ଇସିଜି, ସିଟି ସ୍କାନ, ଏମ୍ଆରଆଇ, ଅଲଟ୍ରାସାଉଣ୍ଡ ଏବଂ ଏକ୍ସରେ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ପ୍ଲାଷ୍ଟିକ ସର୍ଜରୀ, ଆନାସ୍ଥେସିଆ ଓ ସର୍ଜରୀ ବିଭାଗର ବିଶେଷଜ୍ଞ ଓ ଡାକ୍ତର ମଧ୍ୟ ସାମିଲ ଅଛନ୍ତି । ଆଜି ଯଦି ଏହି ବିରଳ ଅପରେସନ ସଫଳ ରହେ , ତେବ ଏହା ସଫଳ ହେଲେ ଭାରତୀୟ ଚିକିତ୍ସା ବିଜ୍ଞାନରେ ଯୋଡିଦେବ ଏକ ନୂତନ ଅଧ୍ୟାୟ । | <urn:uuid:7f095fae-d0db-4070-b9dc-d251c8db6e35> | CC-MAIN-2018-39 | http://kanaknews.com/six-to-8-hour-more-for-the-operation-of-conjoined-twins-of-kandhamal/ | 2018-09-18T14:06:39Z | s3://commoncrawl/crawl-data/CC-MAIN-2018-39/segments/1537267155413.17/warc/CC-MAIN-20180918130631-20180918150631-00593.warc.gz | ory | 1.000003 | Orya | 7 | {"ory_Orya_score": 1.0000028610229492} |
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଗିରଫ ଦାବିରେ ଆଜି ଲୋକସଭା ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଂଜିତ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ପହଞ୍ଚି ବିକ୍ଷୋଭ କରିଥିଲେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ବିମୁଦ୍ରୀକରଣ ସମୟରେ ଗୁଜୁରାଟର ବିଭିନ୍ନ କୋ-ଅପରେଟିଭ୍ ବ୍ୟାଙ୍କରେ ମାତ୍ର ୫ ଦିନ ମଧ୍ୟରେ ୭୪୫ କୋଟି ପୁରୁଣା ନୋଟ୍ ବଦଳ ପାଇଁ ଜମା ହୋଇଥିଲା। ଏଥିରେ ଅମିତ୍ ଶାହଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରାଯାଇଛି। ଆଜିର ଏହି ବିକ୍ଷୋଭରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ଯୁବ କଂଗ୍ରେସ ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସମେତ ସଂକୁନା କହଁର, ବଟକୃଷ୍ଣ ରାଉତରାୟ, କୃଷ୍ଣଚନ୍ଦ୍ର ମହାନ୍ତି, ବଳରାମ ନନ୍ଦ, ରାଜେଶ ନାୟକ, ବିରଞ୍ଚି ବାରିକ, ଜଗଦୀଶ ଗଜେନ୍ଦ୍ର, ସୌମ୍ୟରଞ୍ଜନ ମାହାରୀ, ସାଗର ପଟ୍ଟନାୟକ, ସ୍ୱରୂପ ଦାସ ପ୍ରମୁଖ ଉପସ୍ଥିତ ଥିଲେ। | <urn:uuid:f1bc14d1-5657-4f8c-a07f-fc9ff90d2a44> | CC-MAIN-2018-39 | http://sambad.in/metro/youth-congress-protests-against-amit-saha-165968/ | 2018-09-18T13:58:58Z | s3://commoncrawl/crawl-data/CC-MAIN-2018-39/segments/1537267155413.17/warc/CC-MAIN-20180918130631-20180918150631-00593.warc.gz | ory | 0.99999 | Orya | 1 | {"ory_Orya_score": 0.9999897480010986} |
ପ୍ରେମରେ ବି ବ୍ରେକଅପ୍ ଫି: ପ୍ରେମିକ ଦେଲେ ୨କୋଟି, ପ୍ରେମିକା କହିଲେ ଆହୁରି ଦରକାର
ପ୍ରେମରେ ପଡିବା ତାପରେ ବ୍ରେକଅପ୍ କରିବା ଆଜିକାଲିର ଯୁବପିଢୀଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି। ଏଠି ପ୍ରତ୍ୟେକ ଦିନ ମନ ମିଳେ ଆଉ ବିଚ୍ଛେଦ ବି ହୁଏ। କିଛି ଦିନ କାନ୍ଦକଟା ଚାଲେ ତା'ପରେ ପରିସ୍ଥିତି ଠିକ୍ ହୋଇଯାଏ। ଅବଶ୍ୟ ପ୍ରେମିକା ଛାଡିକି ଚାଲିଗଲେ ପ୍ରେମିକ ରାଗେ, କେବେ କେବେ ପ୍ରତିଶୋଧପରାୟଣ ହୋଇ ଜଘନ୍ୟ କାଣ୍ଡ କରେ। ହେଲେ ସବୁ ପ୍ରେମିକ ସେମିତି ନୁହଁନ୍ତି । କିଛି ପ୍ରେମିକ ଏମିତି ଅଛନ୍ତି ଯେଉଁମାନେ ବ୍ରେକଅପ୍ ହେବା ପରେ ପ୍ରେମିକାକୁ ବ୍ରେକଅପ୍ ଫି ଦିଅନ୍ତି। କିନ୍ତୁ ଏ ବିଷୟରେ ଆପଣମାନେ ବୋଧହୁଏ କେବେ ଶୁଣିନଥିବେ। ଆଜି ଏମିତି ଏକ ଘଟଣା ସଂପର୍କରେ ପଢ଼ନ୍ତୁ।
ଘଟଣାଟି ଘଟିଛି ଚୀନର ହଙ୍ଗଜାଉ ସହରରରେ। ଏବେ ଯୋଡ଼ିଙ୍କର ପ୍ରେମ ବିଚ୍ଛେଦ ହେଲା। ଗତ ରବିବାର ଦିନ ଏକ ବାର୍ରେ ଉଭୟ ଭେଟ ହେବାକୁ ସ୍ଥିର କଲେ। ପ୍ରଥମେ ପହଞ୍ଚିଲେ ପ୍ରେମିକ ତାଙ୍କ ହାତରେ ଥିଲା ଏକ ସୁଟ୍କେସ୍। ତାପରେ ପହଞ୍ଚିଲେ ପ୍ରେମିକା। ସେ ଆସିବାକ୍ଷଣି ପ୍ରେମିକ ସୁଟ୍କେସ୍ଟିକୁ ବଢାଇଦେଲେ ପ୍ରେମିକା ହାତକୁ। ପ୍ରେମିକା ସୁଟ୍କେସ୍ ଖୋଲିଲେ। ସୁଟ୍କେସ୍ରେ ଯେତିକି ପଇସା ଥିଲା ତାହା ପ୍ରେମିକାଙ୍କୁ କମ୍ ଲାଗିଲା। ସୁଟ୍କେସ୍ରେ ୩ଲକ୍ଷ ଡଲାର(ଭାରତୀୟ ମୁଦ୍ରାରେ ୨କୋଟିରୁ ଅଧିକ)ଥିଲା, କିନ୍ତୁ ପ୍ରେମିକାଙ୍କୁ ଅଧିକ ଅର୍ଥ ଦରକାର ଥିଲା। ଫଳରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଲା ଏବଂ ପ୍ରେମିକ ଜଣଙ୍କ ଘଟଣାସ୍ଥଳରୁ ଚାଲିଗଲେ। ତାର ଅଳ୍ପ କିଛି ସମୟ ପରେ ପ୍ରେମିକା ମଧ୍ୟ ସୁଟ୍କେସ୍ ଟିକୁ ସେଠାରେ ଛାଡି ଚାଲିଗଲେ। କିଛି ସମୟ ପରେ ବାରର ଷ୍ଟାଫ୍ଙ୍କ ହାତରେ ସେହି ସୁଟ୍କେସ୍ଟି ଲାଗିଲା। ସେ ସୁଟ୍କେସ୍ ଖୋଲିବା ପରେ ଦେଖିଲେ ସେଥିରେ ବିଡା ବିଡା ଟଙ୍କା ଅଛି। ଏହାପରେ ସେ ପୋଲିସକୁ ଏସମ୍ପର୍କରେ ସୂଚନା ଦେଲେ।
ପୋଲିସ ଆସି ତଦନ୍ତ କରିବା ପରେ ଜଣାପଡିଲା ଯେ ପ୍ରେମିକ ଜଣେ ଆଇଟି ଅଫିସର। ବାର ଷ୍ଟାଫ୍ଙ୍କ କହିବା ଅନୁଯାୟୀ ସେଦିନ ସେ ଉଭୟଙ୍କୁ ଝଗଡା କରିବାର ଦେଖିଥିଲେ। ଯୁବତୀ ଜଣଙ୍କ ସୁଟ୍କେସ୍ଟିକୁ ଛାଡିକି ଯିବାପରେ ସେ ପ୍ରେମିକକୁ ଜଣାଇଥିଲେ। ପ୍ରେମିକ ଯେତେବେଳେ ସୁଟ୍କେସ୍ ନେବା ପାଇଁ ଆସିଲା ପୋଲିସ ତାଙ୍କୁ ଗିରଫ କରିଥିଲେ।
ଗିରଫ ହେବା ପରେ ପ୍ରେମିକ ଖୁଲାସା କଲେ ଯେ ବ୍ରେକଅପ୍ ପରେ ସେ ତାଙ୍କର ଏକ୍ସ-ଗାର୍ଲଫ୍ରେଣ୍ଡଙ୍କୁ ବ୍ରେକଅପ୍ ଫି ଦେଉଥିଲେ। କିନ୍ତୁ ସେ ୧୦ମିଲିୟନ ୟୁଆନ ଚାହୁଁଥିଲେ। ସୁଟ୍କେସ୍ରେ ସେତିକି ଟଙ୍କା ନଥିବାର ଦେଖି ସେ ସୁଟ୍କେସ୍ଟିକୁ ସେଠାରେ ରଖି ଚାଲିଯାଇଥିଲେ। | <urn:uuid:b2d1e0fe-41d9-427f-bcfa-adc6d54659ed> | CC-MAIN-2018-39 | https://odishareporter.in/nation/man-gave-3-lakh-dollars-to-ex-girlfriend-as-break-up-fee-235179 | 2018-09-18T13:44:57Z | s3://commoncrawl/crawl-data/CC-MAIN-2018-39/segments/1537267155413.17/warc/CC-MAIN-20180918130631-20180918150631-00593.warc.gz | ory | 0.999963 | Orya | 7 | {"ory_Orya_score": 0.999962568283081} |
ଆସନ୍ତା ଡିସେମ୍ବର ମାସ ୨୭ ତାରିଖରେ ଆଇଡିବିଆଇ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବାର ସମ୍ଭାବନା ରହିଛି । ଏହି ଧର୍ମଘଟ ସେମାନେ ବେତନ ସଂଶୋଧନ ଦାବିରେ କରିବେ ବୋଲି ସୂଚନା ମିଳିଛି ।
ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଏବଂ ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ସଂଘ (ଏଆଇବିଓଏ) ପକ୍ଷରୁ ହେବାକୁ ଥିବା ଏହି ଧର୍ମଘଟକୁ ୟୁଏଫବିୟୁ( ବ୍ୟାଙ୍କ ସଂଘର ମିଳିତ ଫୋରମ୍) ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି।
ଆଇଡିବିଆଇ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ବେତନ ୨୦୧୨ ନଭେମ୍ବର ୧ରୁ ସଂଶୋଧନ ହେବାର ଆବଶ୍ୟକତା ଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ହୋଇନାହିଁ । ଏଣୁ ସେମାନେ ଶେଷରେ ଧର୍ମଘଟ କରିବାର ନିସ୍ପତି ନେଇଛନ୍ତି । | <urn:uuid:4ca66ef0-e8c6-48fb-b355-7cafb33fb101> | CC-MAIN-2018-39 | http://enewsodia.com/bank-employee-strike-from-dec-27/ | 2018-09-19T16:16:45Z | s3://commoncrawl/crawl-data/CC-MAIN-2018-39/segments/1537267156252.62/warc/CC-MAIN-20180919161420-20180919181420-00433.warc.gz | ory | 1.000005 | Orya | 10 | {"ory_Orya_score": 1.0000051259994507} |
ଭୁବନେଶ୍ୱର: ହଜ୍ ଯାତ୍ରାରେ ବାହାରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କର ସାରା ଓଡ଼ିଶାରେ ଥିବା ଶାଖାଗୁଡ଼ିକରେ ହଜ୍ ଉମରାହ ଫୋରେକ୍ସ ପ୍ଲସ୍ କାର୍ଡ ପ୍ରଦାନ କରାଯାଉଛି। ରାଜ୍ୟରେ ଥିବା ବ୍ୟାଙ୍କର ୧୪୩ ଟି ଶାଖା ମଧ୍ୟରୁ ଯେକୌଣସି ଶାଖାରୁ ଓ ଭୁବନେଶ୍ୱରରେ ଥିବା ହଜ୍ ହାଉସ୍ରୁ ଗ୍ରାହକମାନେ ମୁଦ୍ରା ବିନିମୟ କରି ସାଉଦି ରିଆଲ୍ ପାଇପାରିବେ।ହଜ୍ ଉମରାହ୍ ଫୋରେକ୍ସ ପ୍ଲସ୍ କାର୍ଡରେ ବୀମା ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଏହି କାର୍ଡରେ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷଣୀୟ ଡିଲ୍ ଓ ଅଫର୍ ପ୍ରଦାନ କରିବା ପାଇଁ ବ୍ୟାଙ୍କ ଅନେକ ବ୍ୟବସାୟୀଙ୍କ ସହ ବୁଝାମଣା କରିଛି। ଏହି କାର୍ଡ ଜରିଆରେ ହଜ୍ ଶ୍ରଦ୍ଧାଳୁମାନେ ସବୁ ପ୍ରକାର ପେମେଣ୍ଟ୍ କରିପାରିବେ ଓ ଏଟିଏମ୍ରୁ ଟଙ୍କା ଉଠାଇପାରିବେ। ଗ୍ରାହକମାନେ ପ୍ରିପେଡ୍ ବ୍ୟାକ୍ଅପ୍ କାର୍ଡ ଜରିଆରେ ବିଦେଶୀ ମୁଦ୍ରାକୁ ପୁଣି କାର୍ଡରେ ଭର୍ତି କରିପାରିବେ। ସାରା ବିଶ୍ୱର ଅନ୍ତର୍ଜାତିକ ବିମାନ ବନ୍ଦରଗୁଡ଼ିକରେ ଥିବା ଡ୍ୟୁଟି ଫ୍ରି (ଶୁଳ୍କ ମୁକ୍ତ) ଦୋକାନାଗୁଡ଼ିକରେ ଗ୍ରାହକମାନେ ସପିଙ୍ଗ ମଧ୍ୟ କରିପାରିବେ। ରାଜ୍ୟରେ ଏଚ୍ଡିଏଫ୍ସି ବ୍ୟାଙ୍କର ଥିବା ୧୪୩ଟି ଶାଖାରୁ ଶ୍ରଦ୍ଧାଳୁମାନେ ସାଉଦି ରିଆଲ୍ ଓ ହଜ୍ ଉମରାହ୍ ଫୋରେକ୍ସ କାର୍ଡ ପାଇପାରିବେ। | <urn:uuid:d29c1fc0-0d09-4e32-83e5-2c8885ba8fe4> | CC-MAIN-2018-39 | http://sambad.in/business/%E0%AC%B9%E0%AC%9C-%E0%AC%AF%E0%AC%BE%E0%AC%A4%E0%AD%8D%E0%AC%B0%E0%AD%80%E0%AC%99%E0%AD%8D%E0%AC%95-%E0%AC%B8%E0%AD%81%E0%AC%AC%E0%AC%BF%E0%AC%A7%E0%AC%BE-%E0%AC%AA%E0%AC%BE%E0%AC%87%E0%AC%81-179387/ | 2018-09-19T16:58:33Z | s3://commoncrawl/crawl-data/CC-MAIN-2018-39/segments/1537267156252.62/warc/CC-MAIN-20180919161420-20180919181420-00433.warc.gz | ory | 0.999997 | Orya | 4 | {"ory_Orya_score": 0.9999974966049194} |
କର୍ଣ୍ଣାଟକ ନିର୍ବାଚନ: ୧୯-ଫାଇନାଲ୍ ପୂର୍ବରୁ କଂଗ୍ରେସ-ବିଜେପି ପାଇଁ କାଲି ସେମିଫାଇନାଲ୍
ରାତି ପାହିଲେ କର୍ଣ୍ଣାଟକ ବିଧାନସଭା ପାଇଁ ମତଦାନ। ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି ନିର୍ବାଚନ କମିଶନ। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆସନ୍ତାକାଲି ୨୨୩ଟିରେ ଭୋଟ ଗ୍ରହଣ ହେବ। ପୋଲିଂ ପାଟି ବୁଥରେ ପହଞ୍ଚି ସାରିଥିବା ବେଳେ ଅନ୍ୟାନ୍ୟ ଆନୁସଂଗିକ ପ୍ରସ୍ତୁତି ବି ସରିଛି। ସକାଳ ୮ଟାରେ ମତଦାନ ଆରମ୍ଭ ହୋଇ ସଂନ୍ଧ୍ୟା ୫ଟା ଯାଏ ଚାଲିବ। ରାଜ୍ୟର ପ୍ରାୟ ୫ କୋଟି ଭୋଟର ୩ହଜାର ୩୭୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
ଏଥର ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ଗାଦିଚ୍ୟୁତ୍ କରିବା ଲାଗି ପୁରା ଦମ୍ ଲଗାଇଛି ବିଜେପି। ତେବେ ରାଜ୍ୟର ଭୋଟର ଶାସନ ଗାଦିରେ କାହାକୁ ବସାଉଛନ୍ତି ତାହା ଜାଣିବା ଲାଗି ୧୫ ତାରିଖ ଯାଏ ଅପେକ୍ଷା କରିବାକୁ ପଡିବ।
୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ଖାସ୍ କରି ଦେଶରେ କ୍ଷମତା ଦୃଷ୍ଟିରୁ ସଂକୁଚିତ ହୋଇଯାଇଥିବା କଂଗ୍ରେସ ପାଇଁ କର୍ଣ୍ଣାଟକ ବିଜୟ ମହୋଷଧୀ ସାବ୍ୟସ୍ତ ହୋଇପାରେ। ଆଉ ସେଥିଲାଗି ରାହୁଲଙ୍କଠାରୁ ଆରମ୍ଭ କରି ସୋନିଆଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଚାର ମଇଦାନରେ ବେଶ ଝାଳ ବୁହାଇଛନ୍ତି।
ଏପଟେ ଦକ୍ଷିଣ ଭାରତରେ ପୁଣି ସ୍ଥିତି ଜାହିର କରିବା ଲାଗି ବିଜେପି ପାଇଁ ଏହା ଆଉ ଏକ ମଉକା। ସେହିପରି କର୍ଣ୍ଣାଟକ ଜିତି ମୋଦିଙ୍କ ଜନପ୍ରିୟତାକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ରହିଛି ବିଜେପି। ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳ ସଭାପତି ଅମିତ୍ ଶାହାଙ୍କୁଠୁ ଆରମ୍ଭ କରି ଦଳର ତୁଙ୍ଗ ନେତାମାନେ ରାଜ୍ୟରେ ଡେରା ପକାଇବା ସହ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ପ୍ରୟାସ କରିଛନ୍ତି।
କଂଗ୍ରେସ ବିଜେପି ଲଢେଇ ମଧ୍ୟରେ ଆଞ୍ଚଳିକ ପାର୍ଟି ଦେବେଗୌଡ଼ାଙ୍କ ଜେଡିଏସକୁ ଉପେକ୍ଷା କରିହେବ ନାହିଁ। ରାଜ୍ୟର କିଛି ଅଞ୍ଚଳରେ ଏବେବି ଦଳର ବେଶ ପତିଆରା ରହିଛି। ପୂର୍ବରୁ ହୋଇଥିବା ଜନମତ ସର୍ଭେରେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ଏବଂ ଜେଡିଏସ୍ ନିଜ ଭୋଟ ବ୍ୟାଙ୍କ ବଜାୟ ରଖିବା ନେଇ ପୂର୍ବନୁମାନ କରାଯାଇଥିଲା। ସେପରି ହେଲେ କିଙ୍ଗ ମେକର ସିଟ୍ରେ ରହିବ ଜେଡିଏସ୍। | <urn:uuid:651270b5-fd69-4b6b-844a-f4aac4f0a428> | CC-MAIN-2018-39 | https://odishareporter.in/nation/tomorrow-karnataka-election-235133 | 2018-09-19T17:30:09Z | s3://commoncrawl/crawl-data/CC-MAIN-2018-39/segments/1537267156252.62/warc/CC-MAIN-20180919161420-20180919181420-00433.warc.gz | ory | 0.999963 | Orya | 7 | {"ory_Orya_score": 0.9999626874923706} |
ଦେଶରେ ସାମ୍ପ୍ରଦାୟିକ ସଦ୍ଭାବ, ଜାତୀୟ ଏକତା, ବିବିଦ୍ଧ ସଂସ୍କୃତି ଓ ଜାତୀୟତାର ରକ୍ଷା ପାଇଁ ଦେଶବ୍ୟାପୀ ନଭେମ୍ବର 19 ରୁ 25 ପର୍ଯ୍ୟନ୍ତ 'କୌମୀ ଏକତା ସପ୍ତାହ' (ଜାତୀୟ ଏକତା ସପ୍ତାହ' ପାଳନ କରାଯିବ ।
ସପ୍ତାହବ୍ୟାପୀ ପାଳନ କରାଯିବାକୁ ଥିବାକୁ କାର୍ଯ୍ୟକ୍ରମ ହେଲା:
ନଭେମ୍ବର 19: ଏହାକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯିବ । ଧର୍ମନିରପେକ୍ଷତା, ଅହିଂସା ଏବଂ ସାମ୍ପ୍ରଦାୟିକତା ବିରୋଧୀ ପ୍ରସଙ୍ଗରେ ବୈଠକ, ଆଲୋଚନାଚକ୍ର ଅନୁଷ୍ଠିତ ହେବ ।
ନଭେମ୍ବର 20: ଏହି ଦିନକୁ ସଂଖ୍ୟାଲଘୁ କଲ୍ୟାଣ ଦିବସ ଭାବେ ପାଳନ କରାଯିବ । ଦଙ୍ଗାଗ୍ରସ୍ତ ଅଂଚଳରେ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହେବ ।
ନଭେମ୍ବର 21: ଭାଷାଗତ ସୁସଙ୍ଗତ ଦିବସ ଭାବେ ପାଳନ କରାଯିବ । ସ୍ୱତନ୍ତ୍ର ସାହିତ୍ୟିକ କାର୍ଯ୍ୟକ୍ରମ ତଥା କବି ସମ୍ମିଳନୀ ଅନୁଷ୍ଠିତ ହେବ । ବିଭିନ୍ନ ଅଂଚଳର ଭାଷାକୁ ପ୍ରଶଂସା କରି ଭିନ୍ନ ଭିନ୍ନ ଅଂଚଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ନଭେମ୍ବର 22: ଦୁର୍ବଳ ଶ୍ରେଣୀଙ୍କ ଦିବସ ଭାବେ ପାଳନ କରାଯିବ । ଅନୁସୂଚିତ ଜାତି/ଜନଜାତି ତଥା ଦୁର୍ବଳ ଶ୍ରେଣୀଙ୍କ ବିକାଶ ପାଇଁ ପ୍ରଣୟନ ହୋଇଥିବା ବିଭିନ୍ନ ସରକାରୀ ଯୋଜନାକୁ ଅବଗତ କରାଇବା ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହେବ । ବଳକା ଜମିକୁ ଭୂମିହୀନ ଶ୍ରେଣୀଙ୍କ ମଧ୍ୟରେ ବଂଟନକୁ ଗୁରୁତ୍ୱ ଦିଆଯିବ ।
ନଭେମ୍ବର 23: ସାଂସ୍କୃତିକ ଏକତା ଦିବସ ଭାବେ ପାଳନ କରାଯିବ । ଭାରତୀୟ ପରମ୍ପରା, ବିଭିନ୍ନତାର ଏକତାକୁ ଉପସ୍ଥାପନ କରିବା ଏବଂ ସାଂସ୍କୃତିକ ସଂରକ୍ଷଣ ଓ ଏକତାର ପ୍ରଚାର ପାଇଁ ଦେଶବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ନଭେମ୍ବର 24: ମହିଳା ଦିବସ ଭାବେ ପାଳନ କରାଯିବ । ଭାରତୀୟ ସମାଜରେ ମହିଳାଙ୍କ ଗୁରୁତ୍ୱ ଏବଂ ଦେଶର ବିକାଶରେ ସେମାନଙ୍କ ଭୂମିକା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର କରାଯିବ ।
ନଭେମ୍ବର 25: ସଂରକ୍ଷଣ ଦିବସ ଭାବେ ପାଳନ କରାଯିବ । ପରିବେଶ ସଂରକ୍ଷଣ ଦିଗରେ ସଚେତନତାର ଆବଶ୍ୟକତା ଉପରେ ଅବଗତ କରାଇବାକୁ ଦେଶବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ମିଶି ଏକ ସ୍ୱୟଂଶାସିତ ସଂସ୍ଥା ଦ ନ୍ୟାସନାଲ ଫାଉଣ୍ଡେସନ ଫର କମ୍ୟୁନାଲ ହାରମୋନି କୌମୀ ଏକତା ସପ୍ତାହରେ ସାମ୍ପ୍ରଦାୟିକ ସଦ୍ଭାବ ଅଭିଯାନ ଚଲାଇବ ଏବଂ ନଭେମ୍ବର 25 ତାରିଖରେ ସାମ୍ପ୍ରଦାୟିକ ସଦ୍ଭାବ ପତାକା ଦିବସ ପାଳନ କରିବ । ଏହି ଫାଉଣ୍ଡେସନ ଜାତୀୟ ଏକତା ଓ ସାମ୍ପ୍ରଦାୟିକ ସଦ୍ଭାବ ରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି । ଏହା ମଧ୍ୟ ସାମ୍ପ୍ରଦାୟିକ, ଜାତିବାଦ ଏବଂ ଆତଙ୍କବାଦ ହିଂସାରେ ପ୍ରଭାବିତ ଅନାଥ ପିଲାମାନଙ୍କ ଥଇଥାନ ପାଇଁ କାମ କରିବା ସହ ଆର୍ଥିକ ସହାୟତା ଦେଉଛି । | <urn:uuid:e2a8ab96-8a59-4478-8bf8-c86074e444ee> | CC-MAIN-2018-39 | http://odishan.com/21931 | 2018-09-20T22:10:47Z | s3://commoncrawl/crawl-data/CC-MAIN-2018-39/segments/1537267156622.36/warc/CC-MAIN-20180920214659-20180920235059-00033.warc.gz | ory | 1.000001 | Orya | 4 | {"ory_Orya_score": 1.0000008344650269} |
ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ସବ୍କା ସାଥ୍, ସବ୍କା ବିକାଶ'ର ନାରାରେ ବୋଧହୁଏ ରାଉରକେଲାର ନାମ ନାହିଁ । ନହେଲେ ୩ ବର୍ଷ ତଳେ ରାଉରକେଲାର ବିକାଶ ପାଇଁ ସେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତେ କେମିତି? ପୁଣି ତାଙ୍କ ପ୍ରତିଶ୍ରୁତିକୁ ମନେପକାଇବା ପାଇଁ ୧୫୫୦ କିଲୋମିଟର ପଦଯାତ୍ରାରେ ଯାଇଥିବା ମୋ ପୁଅ ମୁକ୍ତିକାନ୍ତର ଡାକ ସେ ନଶୁଣି ଚୁପ୍ ରହନ୍ତେ କେମିତି? ସବୁ ବେଳେ 'ମନ୍ କି ବାତ୍' ଶୁଣାଉଥିବା ପ୍ରଧାନମନ୍ତ୍ରୀ ମୋଦୀ ମୋ ପୁଅର ମନ୍ କି ବାତ୍ କେବେ ଶୁଣିବେ?-ଏଭଳି ଶବ୍ଦରେ କ୍ଷେଦୋକ୍ତି ପ୍ରକାଶ କରିଛନ୍ତି ମୁକ୍ତିକାନ୍ତଙ୍କ ମା' ବାସନ୍ତୀ ବିଶ୍ୱାଳ। ମୁକ୍ତିକାନ୍ତଙ୍କ ସମର୍ଥନରେ ସ୍ଥାନୀୟ ସେକ୍ଟର-୨ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଯୁବ ଜାଗୃତି ମଞ୍ଚର ଆବାହକ ଗୋପାଳ ଜେନା ଜାରି ରଖିଥିବା ଅନଶନସ୍ଥଳକୁ ଆଜି ସକାଳ ୧୧ଟାରେ ସ୍ୱାମୀ (ମୁକ୍ତିକାନ୍ତଙ୍କ ବାପା) ମହେନ୍ଦ୍ର ଓ ସାନ ପୁଅ ଶ୍ରୀକାନ୍ତଙ୍କ ସହ ପହଞ୍ଚିବା ପରେ ସେ ନିଜ ମର୍ମ ବେଦନା ପ୍ରକାଶ କରିଥିଲେ। ଅନଶନରତ ମୁକ୍ତିକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ କିଛି ଘଟିଲେ ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ହିଁ ସିଧାସଳଖ ଦାୟୀ ରହିବେ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ, ଦିଲ୍ଲୀ ଯନ୍ତରମନ୍ତରରେ ଦିନେ ଓ ରାମଲୀଲା ମୈଦାନରେ ଦୁଇ ଦିନ ଧରି ଆମରଣ ଅନଶନ ଜାରି ରଖିଥିବା ରାଉରକେଲା ଖରିଆବାହାଲ ବସ୍ତିର ମୃତ୍ତିକା ଶିଳ୍ପୀ ମୁକ୍ତିକାନ୍ତ ବିଶ୍ୱାଳ (୨୯)ଙ୍କୁ ଆଜି ରାତି ପ୍ରାୟ ୮ଟାରେ ଦିଲ୍ଲୀ ତିଲକନଗର ମାର୍ଗ ପୁଲିସ୍ ପୁଣି ଉଠାଇ ନେଇ ଜବାହରଲାଲ୍ ନେହରୁ ମାର୍ଗସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରିଛି। ରାଉରକେଲାରୁ ଦିଲ୍ଲୀ ଦୀର୍ଘ ୧୫୫୦ କିଲୋମିଟର ପଦଯାତ୍ରା ଓ ଏହା ପରେ ୩ ଦିନ ଧରି ଅନଶନ ଜାରି ରଖିଥିବା ମୁକ୍ତିକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ଘଟିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଦିଲ୍ଲୀ ପୁଲିସ୍ କହିଛି। ତେବେ ବିନାନୁମତିରେ ସେ ଅନଶନରେ ବସିଥିବାରୁ ତାଙ୍କୁ ଗିରଫ କରାଯିବ କି ନାହିଁ, ସେ ସମ୍ପର୍କରେ ପୁଲିସ୍ କିଛି ସ୍ପଷ୍ଟ କରିନାହିଁ। ମୁକ୍ତିକାନ୍ତ କହିଛନ୍ତି ଯେ, ଆଜି ପୂର୍ବାହ୍ନରୁ ସନ୍ଧ୍ୟା ମଧ୍ୟରେ ପୁଲିସ୍ ଅନଶନସ୍ଥଳୀକୁ ପ୍ରାୟ ୭ ଥର ଆସି ଫେରିଯାଇଥିଲେ। ରାତି ୮ଟାରେ ସଶସ୍ତ୍ର ବାହିନୀ ସହ ଆସ ପୁଲିସ୍ ତାଙ୍କୁ ଜୋର-ଜବରଦସ୍ତ ଉଠାଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ଇଞ୍ଜେକସନ୍ ଦେବା ପରେ ସେ ପ୍ରାୟ ୧୦ ମିନିଟ୍ ଯାଏ ବେହୋସ୍ ହୋଇ ପଡ଼ିଥିଲେ। ଚେତା ଫେରିବା ପରେ ତାଙ୍କୁ ଆଉ ଗୋଟିଏ ଇଞ୍ଜେକସନ୍ ଦିଆଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ମୁକ୍ତିକାନ୍ତ ଶଯ୍ୟାରୁ ଉଠିପାରୁ ନାହାନ୍ତି ବୋଲି 'ସମ୍ବାଦ'କୁ କହିଛନ୍ତି।
ପ୍ରକାଶଥାଉକି, ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ୍ ହସ୍ପିଟାଲ (ଆଇଜିଏଚ୍)କୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ୍ କଲେଜରେ ରୂପାନ୍ତର ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତିକୁ ତାଙ୍କୁ ସ୍ମରଣ କରାଇବା ଲକ୍ଷ୍ୟରେ ଗତ ଏପ୍ରିଲ୍ ୧୬ରେ ମୁକ୍ତିକାନ୍ତ ଏଠାରୁ ପଦଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ୭୧ ଦିନ ଚାଲିବା ପରେ ସେ ଗତ ଜୁନ୍ ୨୭ ତାରିଖରେ ଦିଲ୍ଲୀରେ ପହଞ୍ଚିଥିଲେ। | <urn:uuid:cc5fc1d7-f3e3-485e-90bd-4b301ff4afd1> | CC-MAIN-2018-39 | http://sambad.in/state/police-again-catch-muktikant-170530/ | 2018-09-23T04:38:20Z | s3://commoncrawl/crawl-data/CC-MAIN-2018-39/segments/1537267159006.51/warc/CC-MAIN-20180923035948-20180923060348-00353.warc.gz | ory | 0.999984 | Orya | 8 | {"ory_Orya_score": 0.9999837875366211} |
ଆଜିକାଲି ଦୁନିଆରେ ସେଲଫି ଓ ଫଟୋର ଟ୍ରେଣ୍ଡ ଖୁବ୍ ଚାଲିଛି । ଯେ ଯେମିତି ପାରିଲା ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଆଉ କେତେ ଲାଇକ୍ ଆସିଲା ତାହାକୁ ନେଇ ଖୁସି ହେଉଛନ୍ତି । ଏଥିପାଇଁ ଅଜବ ଅଜବ ଫଟୋ ସବୁ କ୍ଲିକ୍ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେବାପାଇଁ ମଣିଷ ଆପଣାଉଛି ଅଦ୍ଭୁତ ଉପାୟ । ଭୁଲିଯାଉଛି ମାନବିକତା । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମେକ୍ସିକୋ ସହରରେ । ମେକ୍ସିକୋସ୍ଥିତ କାର୍ଦେନାଶରେ ହୋଇଥିବା ଏକ ଫଟୋସୁଟ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିରେ ୩ଜଣ ଯୁବତୀ କବରସ୍ଥଳୀରେ ସମାଧି ଉପରେ ପାଦ ରଖି ଫଟୋ ଉଠାଇଛନ୍ତିି । ଆଉ ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇଛି ।
ଫେସବୁକରେ ଏହି ଫଟୋ ପୋଷ୍ଟହେବା ପରେ କାର୍ଦେନାଶ ବାସିନ୍ଦା ଏନ୍ସି ହର୍ନାନ୍ଦେଜ ନାମକ ମହିଳା ଏହାକୁ ନେଇ ଆପତ୍ତିିଜନକ ମନ୍ତବ୍ୟ ଦେଇଛନ୍ତି ଏବଂ କବରସ୍ଥଳିଟି ତାଙ୍କ ଜେଜେ ବାପାଙ୍କର ହୋଇଥିବା ମହିଳାଜଣକ ଦାବି କରିବା ସହ ଫଟୋସୁଟ୍ ଅଥୋରିଟିରେ ମଧ୍ୟ ଅଭିଯୋଗ କରିଛନ୍ତି । ଏନ୍ସି କହିଛନ୍ତି, "ସେହି ମହିଳାମାନେ ନିଜକୁ ଭାବୁଛନ୍ତି କ'ଣ, ସେମାନେ ମୋ ଜେଜେଙ୍କ କବରସ୍ଥଳୀରେ ଏଭଳି ଫଟୋ ନେଲେ ! " ଏବଂ ଏହା ମଧ୍ୟ କହିଛନ୍ତି ଏମାନଙ୍କୁ ବୋଧ ହୁଏ ତାଙ୍କ ଘରେ ସୁସଂସ୍କାର ଦିଆଯାଇନାହିଁ ,ବର୍ତ୍ତମାନ ଏମାନଙ୍କୁ ସମ୍ମାନ ଦେବା ମୁଁ ଶିଖାଇବି ।
ଏପଟେ ଏହି ପୋଷ୍ଟକୁ ନେଇ ଫେସବୁକରେ ମଧ୍ୟ ଚାଂଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଅନେକ ନେଗେଟିଭ କମେଂଟ ଆସୁଛି । ଏହି ଫଟୋକୁ ମେକଅପ୍ ଟିଚର ଆଗସୋ ଅଟ୍ରେଗା ଫେସବୁକରେ ପୋଷ୍ଟ କରିବା ସହ ନିଜର ୪ଲକ୍ଷ ଫଲୋୟର୍ସଙ୍କ ସହ ଶେୟାର କରିଛନ୍ତି । ଏହା ସହ ଏହି ଫଟୋ ଗୁଡିକୁ ୨୦ ହଜାର ଥର ଶେୟାର କରାଯାଇଛି । ଏବଂ ହଜାର ହଜାର କମେଂଟ ମିଳିଛି । ଅଧିକ ୟୁଜର୍ସ ଏହା ଏକ ଅପମାନ ସୂଚକ ଓ ମୃତତକଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ।
ଏହି ମାମଲାକୁ ନେଇ ସିଟି ଅଥୋରିଟି ପକ୍ଷରୁ କୌଣସି କମେଂଟ୍ ଆସିନାହିଁ । ଏହା ସହ ଏହି ଯୁବତୀମାନଙ୍କର ପରିଚୟର ବି ଖୁଲାସା ହୋଇନାହିଁ ।
(ସୌଜନ୍ୟ- ଦୈନିକ ଭାସ୍କର) | <urn:uuid:fc08dd3f-c271-4f05-9f13-b5018c59b12d> | CC-MAIN-2018-39 | http://kanaknews.com/girls-photo-shoot-on-grave/ | 2018-09-24T08:04:18Z | s3://commoncrawl/crawl-data/CC-MAIN-2018-39/segments/1537267160233.82/warc/CC-MAIN-20180924070508-20180924090908-00513.warc.gz | ory | 1 | Orya | 7 | {"ory_Orya_score": 0.9999998807907104} |
ହରିଚନ୍ଦନପୁର,ତା ୩୦ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଠାଗୋଳା ଗ୍ରାମର ବ୍ରହ୍ମାନନ୍ଦ ସାହୁଙ୍କ ପୁଅ ଗଗନ ସାହୁ ନିଖୋଜକୁ ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗଗନ ପିଟାପିଟି ଗ୍ରାମର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠାୟନ କରୁଥିଲେ । ସେ ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ କିଛି ଦିନ ପୂର୍ବରୁ ଗଗନ ମିଳିମିଳା ରୋଗରେ ପିଡିତ ଥିବାରୁ ଘରକୁ ଛୁଟି ନେଇ ଯାଇଥିଲେ । ମିଳିମିଳା ଭଲ ହେବା ପରେ ଚଳିତ ମାସ ୯ତାରିଖ ଦିନ ଗଗନ ହାତରେ ୨୦କିଲୋ ଚାଉଳ ଧରି ଘରୁ ହଷ୍ଟେଲ ଅଭିମୁଖେ ଆସିଥିଲେ । ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ବ୍ରହ୍ମନନ୍ଦ ପୁଅକୁ ହଷ୍ଟେଲରେ ଛାଡିବା ପାଇଁ ଆସିପାରିନଥିବାର ଜଣାପଡିଛି । ଗଗନ ପିଠାଗୋଳା ଗ୍ରାମରୁ ଗୋଟିଏ ବସ ଯୋଗେ ଆସି ଝାଡପୋଖରୀ ଛକ ନିକଟରେ ଉହ୍ଲାଇଥିଲେ । ସେଠାରୁ ୩କିଲୋମିଟର ଗଲା ପରେ ରାଧାକୃଷ୍ଣ ବିଦ୍ୟାଳୟ ଆସିଥାଏ, କିନ୍ତୁ ଗଗନ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ ପହଞ୍ଚିନଥିଲେ । ଚାଷ କାର୍ଯ୍ୟରେ ବ୍ୟସ୍ତକୁ ନେଇ ପରିବାର ଲୋକମାନେ ବିଦ୍ୟାଳୟକୁ ଆସିପାରିନଥିବା ସହ ଫୋନ ନମ୍ବର ଡିଲିଟ୍ ହୋଇଯାଇଥିବାକୁ ନେଇ ବିଦ୍ୟାଳୟ ଦାୟିତ୍ୱରେ ଥିବା କତୃପକ୍ଷଙ୍କ ସହ ଯୋଗା ଯୋଗ କରିପାରିନଥିଲେ । ଚାଷ କାର୍ଯ୍ୟ ସରିବା ପରେ ଗତ ସୋମବାର ଦିନ ଗଗନଙ୍କ ମାଆ ଜିତନ ସାହୁ ପୁଅକୁ ଦେଖା କରିବା ପାଇଁ ବିଦ୍ୟାଳୟକୁ ଆସିଥିଲେ । ବିଦ୍ୟାଳୟରେ ପହଞ୍ଚି ଗଗନକୁ ଦେଖା କରିବା ପାଇଁ ଦାୟିତ୍ୱରେ ଥିବା କତୃପକ୍ଷକୁ କହିଥିଲେ । କତୃପକ୍ଷ ପାଖରୁ ଶୁଣିବାକୁ ପାଇଥିଲେ କି ଗଗନ ବିଦ୍ୟାଳୟକୁ ଆସିନାହାନ୍ତି । ଖବର ପାଇବା ପରେ କାଳେ ଗଗନ ନିଜ ସର୍ମ୍ପକୀୟ ବନ୍ଧୁବାନ୍ଧବ ଘରକୁ ବୁଲିବାକୁ ପଳାଇଥିବ ବୋଲି ଭାବି ସମସ୍ତଙ୍କ ଘରକୁ ଯାଇ ଖୋଜାଖୋଜି କରିବା ପରେ ମଧ୍ୟ ଗଗନଙ୍କର କୈାଣସି ସନ୍ଧାନ ପାଇନଥିଲେ । ସନ୍ଧାନ ନପାଇ ଗଗନ ନିଖୋଜ ହୋଇଥିବାକୁ ନେଇ ଥାନାରେ ଫଟୋ କପି ସହ ସମସ୍ତ ତଥ୍ୟ ଦେଇ ଏକ ଲିଖିତ ଅଭିଯୋଗ କରିଥିବାର ଜଣାଇଛନ୍ତି । | <urn:uuid:d026ad3c-3fea-44be-adb7-3a02e616fa18> | CC-MAIN-2018-39 | http://odiapua.com/%E0%AC%B9%E0%AC%B7%E0%AD%8D%E0%AC%9F%E0%AD%87%E0%AC%B2-%E0%AC%AF%E0%AC%BF%E0%AC%AC%E0%AC%BE-%E0%AC%B0%E0%AC%BE%E0%AC%B8%E0%AD%8D%E0%AC%A4%E0%AC%BE%E0%AC%B0%E0%AD%81-%E0%AD%AF%E0%AC%AE-%E0%AC%B6/ | 2018-09-21T16:00:37Z | s3://commoncrawl/crawl-data/CC-MAIN-2018-39/segments/1537267157216.50/warc/CC-MAIN-20180921151328-20180921171728-00001.warc.gz | ory | 1.000003 | Orya | 3 | {"ory_Orya_score": 1.0000029802322388} |
ଜବରଦଖଲକାରୀଙ୍କୁ ସରକାରଙ୍କ ପ୍ରୋତ୍ସାହନ: ଜବରଦଖଲ କର, ଜମିର ମାଲିକ ହୁଅ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜବରଦଖଲକାରୀଙ୍କୁ ପ୍ରୋତ୍ସାହନ ପାଇଁ ସରକାରୀ ଯୋଜନା। ଯଦିଓ ଏ ଯୋଜନା ଚୂଡ଼ାନ୍ତ ହୋଇନି ତଥାପି ଆଇନ ଆସିବା ପାଇଁ ପ୍ରସ୍ତୁତ ହୋଇଛି ଚିଠା ବିଲ୍। ପୂର୍ବରୁ ଜବରଦଖଲକାରୀଙ୍କୁ ସାବାଡ଼ କରିବା ପାଇଁ ସରକାର ନିଜେ ଅଧ୍ୟାଦେଶ ଆଣିଥିଲେ। ଏବେ ଏହାର ବିପରୀତ ଆଇନ ଆଣି ଜବରଦଖଲକାରୀଙ୍କ ଥଇଥାନ ପାଇଁ ଚାଲିଥିବା ସରକାରୀ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ବିରୋଧୀ ଅଭିଯୋଗ କରିଛନ୍ତି, ଏହା ନିର୍ବାଚନ ପୂର୍ବରୁ ବଡ଼ବଡିଆ ଜବରଦଖଲକାରୀଙ୍କ ଥଇଥାନ ପାଇଁ ନୂଆ ଫନ୍ଦି।
ସରକାରୀ ଜମିରେ ଅନୁପ୍ରବେଶ ଦଣ୍ଡନୀୟ। ବିଧାନସଭାରେ ଅଧ୍ୟାଦେଶ ଆଣିବା ପରେ ରାଜଧାନୀରେ ଜବରଦଖଲକାରୀଙ୍କ ପାଇଁ ସତର୍କଘଣ୍ଟି ବଜାଇ ବୋର୍ଡ ଲଗାଇଛନ୍ତି ସରକାର। କିନ୍ତୁ ଯୋଉଠି ବୋର୍ଡ ଲାଗିଛି ସେଇଠି ଜବରଦଖଲକାରୀ କରିଛନ୍ତି ଘର। କିଛି ସ୍ଥାନରେ ଛାତ ଘର ବି ହୋଇଛି। ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ସରକାର ୨୦୧୫ ଏପ୍ରିଲରେ ଆଣିଥିଲେ ଜମି ଜବରଦଖଲ ହଡ଼ପ ନିରୋଧ ଅଧ୍ୟାଦେଶ। ଏଥିରେ ସରକାରୀ ଜମି ହଡ଼ପକାରୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ଥିଲା। ୩ ମାସ ଏହି ଅଧ୍ୟାଦେଶ ବଳବତ୍ତର ରହିଲା। ତେବେ ବିଡ଼ମ୍ବନା ହେଉଛି, ଅଧ୍ୟାଦେଶ ପରେ ସରକାର ବିଲ୍କୁ ବିଧାନସଭାରେ ପାରିତ କରିଥିଲେ ବି ଏହାକୁ ରାଜ୍ୟପାଳଙ୍କ ଅନୁମତି ମିଳିଲାନାହିଁ। ତେବେ ବିଲ୍ରେ କିଛି ପରିବର୍ତ୍ତନ ପାଇଁ ସରକାର ଏହାକୁ ଆଇନ ବିଭାଗକୁ ପଠାଇ କିଛି ଦିନ ଚୁପ ରହିବା ପରେ ଏକ ସମ୍ପୂର୍ଣ୍ଣ ବିପରୀତ ବିଲ ଆଣିବାକୁ ଯୋଜନା କରୁଛନ୍ତି। ଯେଉଁଥିରେ ଜବରଦଖଲକାରୀଙ୍କୁ ଥଇଥାନ କରି ଜମି ସ୍ଥାୟୀ ଭାବେ ତାଙ୍କ ନାଁରେ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।
ପ୍ରସ୍ତାବିତ ଚିଠା ବିଲ୍ରେ ଥିବା ବ୍ୟବସ୍ଥା ଅନୁସାରେ ଏହା ବସ୍ତିବାସିନ୍ଦାଙ୍କ ପାଇଁ ଲାଗୁ ହେବ ନାହିଁ। କେବଳ ସହରର ସରକାରୀ ଜମିକୁ ଜବରଦଖଲ କରି ଦୀର୍ଘ ଦିନ ଧରି ରହୁଥିବା ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ ହେବ। ଆଗକୁ ନିର୍ବାଚନ, ସହରରେ ଅନେକ ସରକାରୀ ଜମି ବଡ଼ବଡ଼ଇାଙ୍କ କବ୍ଜାରେ। ତେଣୁ ବଡ଼ବଡ଼ିଆ ଜବରଦଖଲକାରୀଙ୍କ ଥଇଥାନ ପାଇଁ ସରକାରଙ୍କ ଏହା ଏକ ଫନ୍ଦି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ସୂଚନା ଅନୁସାରେ, ରାଜ୍ୟରେ ୪୫ ହଜାର ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । କେବଳ ଭୁବନେଶ୍ୱରରେ ଜବରଦଖଲରେ ରହିଛି ୪୭୪ ଏକର ସରକାରୀ ଜମି। | <urn:uuid:897d7fc5-13e9-4cb9-a1a9-4b1e3dcc172a> | CC-MAIN-2018-39 | https://odishareporter.in/odisha/govt-plane-for-land-acquisitions-act-251038 | 2018-09-21T16:17:41Z | s3://commoncrawl/crawl-data/CC-MAIN-2018-39/segments/1537267157216.50/warc/CC-MAIN-20180921151328-20180921171728-00001.warc.gz | ory | 0.99999 | Orya | 3 | {"ory_Orya_score": 0.9999897480010986} |
ଆଲ୍ମାଟି: ଅଲିମ୍ପିକ୍ କାଂସ୍ୟ ପଦକ ବିଜେତା କାଜାକସ୍ତାନର ଡେନିସ୍ ଟେନ୍ (୨୫ ବର୍ଷ)ଙ୍କର ଗୁରୁବାର ଅକାଳ ମୃତ୍ୟୁ ଘଟିଛି। ସ୍ଥାନୀୟ ପୁଲିସର କହିବାନୁଯାୟୀ ଡେନିସ୍ଙ୍କୁ ଦୁଇ ଜଣ ଦୁର୍ବୃତ ଛୁରାମାଡ଼ କରିଥିଲେ। ତାଙ୍କ କାର୍ରୁ ଦର୍ପଣ ଚୋରି କରୁଥିବା ସମୟରେ ଦୁଇ ଚୋରଙ୍କ ସହ ଡେନିସ୍ଙ୍କର ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଥିଲା। ଚୋରଙ୍କ ଛୁରା ମାଡ଼ରେ ସେ ରକ୍ତାକ୍ତ ହୋଇ ଯାଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଅତ୍ୟଧିକ ରକ୍ତ ସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ଟେନ୍ ସୋଚି ଅଲିମ୍ପିକ୍ରେ ଫିଙ୍ଗର ସ୍କେଟିଂରେ କାଂସ୍ୟ ପଦକ ଜିତିଥିଲେ। | <urn:uuid:27dd83b6-5037-4758-abbf-19340cf2555a> | CC-MAIN-2018-39 | http://sambad.in/sports/olympic-wineer-dead-180741/ | 2018-09-23T22:02:16Z | s3://commoncrawl/crawl-data/CC-MAIN-2018-39/segments/1537267159820.67/warc/CC-MAIN-20180923212605-20180923233005-00321.warc.gz | ory | 0.999982 | Orya | 3 | {"ory_Orya_score": 0.9999821186065674} |
ଜଳଖିଆ ଦୋକାନରେ ପିଟିହେଲା କାର୍
ନରସିଂହପୁର(ଦିଲ୍ଲୀପ ପଣ୍ଡା): କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ବାଗଧରିଆ ଛକ ଠାରେ ଏକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ୱିତ ରାତିରେ ନୟାଗଡ଼ ପଟୁ ଆସୁଥିବା ଏକ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଜଳଖିଆ ଦୋକନରେ ପିଟି ହୋଇଯାଇଥିଲା। ଏଥିରେ କାର୍ ଚାଳକ ଓ ଆଗ ସିଟ୍ରେ ବସିଥିବା ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। | <urn:uuid:ed9a0b81-d903-45e5-b02b-74a042ba2581> | CC-MAIN-2018-39 | https://odishareporter.in/odisha/2-injured-in-road-accident-232882 | 2018-09-23T22:06:48Z | s3://commoncrawl/crawl-data/CC-MAIN-2018-39/segments/1537267159820.67/warc/CC-MAIN-20180923212605-20180923233005-00321.warc.gz | ory | 0.999913 | Orya | 7 | {"ory_Orya_score": 0.9999134540557861} |
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଗତବର୍ଷ ପରି ଚଳିତବର୍ଷ ଏହି ଜିଲାର ଧାମନଗର ବ୍ଲକ୍ କମାରବନ୍ଧ ଗ୍ରାମର ବିବେକାନନ୍ଦ ପାଠଚକ୍ର ଆନୁକୂଲ୍ୟରେ ୨୮ତମ ଯୁବତ୍ସୋବ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ପାଠଚକ୍ରର ସଦସ୍ୟ/ସଦସ୍ୟା ତଥଶ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଭାତଫେରୀ ମାଧ୍ୟମରେ ସ୍ଥାନୀୟ ଅଂଚଳ ପରିକ୍ରମା କରି ବିବେକାନନ୍ଦଙ୍କ ଆଦର୍ଶ ବାର୍ତ୍ତା ପ୍ରଚାର କରିଥିଲେ। ପରେ ସଂଘର କର୍ମକର୍ତ୍ତା ଅଶୋକ ରାଉତ, ଦୀପକ ରାଉତ, ସତ୍ୟବ୍ରତ ରାଉତ, କବି ପ୍ରସାଦ ମଲ୍ଲିକ ଓ ଆଲୋକ ରାଉତଙ୍କ ସହ ଛାତ୍ରଛାତ୍ରୀମାନେ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସମୂହ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ। ବିବେକାନନ୍ଦଙ୍କ ଆଦର୍ଶ ଓ ଜୀବନୀ ସଂପର୍କିତ ବକ୍ତୃତା ପ୍ରତିଯୋଗିତା ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତାମାନ ନାଟ୍ୟ ନିର୍ଦ୍ଦେଶକ ସଂଜୀବ ସ୍ୱାଇଁ, ଚିତ୍ତରଂଜନ ବାରିକ ଓ ବୈରାଗୀ ଧଳଙ୍କ ସଂଯୋଜନାରେ ଦିବସବ୍ୟାପୀ ହୋଇଥିଲା। ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ସଂଗୀତାଚାର୍ଯ୍ୟ ସୁବାଷ ଚନ୍ଦ୍ର ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ନାଥ ରାଉତଙ୍କ ଦ୍ୱାରା ଧାମନଗର ବ୍ଲକ୍ର ମ୍ୟାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ର ତପନ କୁମାର ମିଶ୍ରଙ୍କୁ ରଘୁନାଥ ଧଳ ସ୍ମୃତି ସମ୍ମାନ ପ୍ରଦାନ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ତପନ ଧଳ, ସନ୍ତୋଷ ମଲ୍ଲିକ, ଅଜୟ ସ୍ୱାଇଁ, ଅନିଲ୍ ରାଉତ, ସୁରେଶ ମଲ୍ଲିକ, ରଂଜନ ରାଉତ, ସ୍ୱରାଜ ସ୍ୱାଇଁ, ବିଶ୍ୱଜିତ୍ ମଲ୍ଲିକ, ଗତିକୃଷ୍ଣ ବାରିକ ପ୍ରମୁକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। | <urn:uuid:a7724425-62c7-4790-bd6f-7d46a8877d87> | CC-MAIN-2018-39 | http://odiapua.com/%E0%AC%95%E0%AC%AE%E0%AC%BE%E0%AC%B0%E0%AC%AC%E0%AC%A8%E0%AD%8D%E0%AC%A7-%E0%AC%AC%E0%AC%BF%E0%AC%AC%E0%AD%87%E0%AC%95%E0%AC%BE%E0%AC%A8%E0%AC%A8%E0%AD%8D%E0%AC%A6-%E0%AC%AA%E0%AC%BE%E0%AC%A0%E0%AC%9A/ | 2018-09-25T00:48:48Z | s3://commoncrawl/crawl-data/CC-MAIN-2018-39/segments/1537267160853.60/warc/CC-MAIN-20180925004528-20180925024928-00481.warc.gz | ory | 1.000008 | Orya | 9 | {"ory_Orya_score": 1.0000078678131104} |
ଆକାଶରେ ସୂର୍ଯ୍ୟ ଥିଲେ- ଯଦିଓ ପଶ୍ଚିମ ଦିଗନ୍ତ ଧୀରେ ଧୀରେ ଲାଲ୍ ପଡ଼ି ଆସୁଥିଲା । ସୂର୍ଯ୍ୟାଲୋକ ଧୀରେ ଧୀରେ ଶୀତଳ ହୋଇ ଆସୁଥିଲେ ବି ଗଛର ଡାଳପତ୍ର ଉପରକୁ ସନ୍ଧ୍ୟାର ଅନ୍ଧାର ଓହ୍ଲାଇ ଆସିବା ତଥାପି ବିଳମ୍ୱ ଥିଲା- ଠିକ୍ ସେତିକିବେଳେ ପରୀକ୍ଷାର୍ଥୀ-ପଞ୍ଚଦଶୀ-ବନୁ ରଙ୍ଗମିସ୍ତ୍ରୀର ଝିଅ ଆରତି ମଲ୍ଲିକର ଇଜ୍ଜତ ଲୁଟି ହୋଇଗଲା ।
ସଫା ଶ୍ୟାମଳ ରଙ୍ଗ, ଚିତ୍ରକରର ହାତଅଙ୍କା ଛବି ଭଳି ଦେବୀମୂର୍ତ୍ତି ପରି ମୁହଁର ଗଢ଼ଣ-ବୟସ ତୁଳନାରେ ଈଷତ୍ ଲମ୍ୱା-ଆରତି ସବୁଦିନ ଭଳି ମାଥ୍ ସାରଙ୍କ କୋଚିଂ କ୍ଲାସରୁ ଏକୁଟିଆ ଫେରୁଥିଲା । ସ୍କୁଲ୍କୁ ଗଲାବେଳେ ତାଙ୍କ ସାହିର ଆଉ ତିନିଜଣ ତା' ସାଥିରେ ଯାଆନ୍ତି- ସେମାନେ ତଳ କ୍ଲାସ୍ର ଛାତ୍ରୀ-ମାଧ୍ୟମିକ ପରୀକ୍ଷାର୍ଥୀ ନୁହଁନ୍ତି ବୋଲି କୋଚିଂ କ୍ଲାସକୁ ଯିବା ଦରକାର ହୁଏ ନାହିଁ- ତାକୁ ଏକାକିନୀ କୋଚିଂ କ୍ଲାସ୍କୁ ଯିବାକୁ ହୁଏ । ପ୍ରଥମେ ପ୍ରଥମେ ବାପା ତାକୁ କାମରୁ ଫେରିଲାବେଳେ ସାଙ୍ଗରେ ନେଇଆସୁଥିଲା- ଗତ ପନ୍ଦର ଦିନ ହେଲା ବାଉଁଶଭାରା ବାନ୍ଧି ହସ୍ପିଟାଲ୍ ବିଲ୍ଡିଂ ବାହାରପଟ କାନ୍ଥ ରଙ୍ଗ କଲାବେଳେ ହଠାତ୍ ବାଉଁଶ ଭାରା ଭାଙ୍ଗି ପଡ଼ିଲା । ଡାହାଣ ଗୋଡ଼ର ହାଡ଼ ଭାଙ୍ଗିଯାଇଥିଲା । ଯେତେ ପ୍ରକାର ଚିକିତ୍ସା କଲେ ବି ରଙ୍ଗମିସ୍ତ୍ରୀର ଗୋଡ଼ ଠିକ୍ ହେଲା ନାହିଁ । ଛୋଟେଇ ଛୋଟେଇ ସେ କାମକୁ ଯାଇପାରୁ ନାହିଁ । ଝିଅକୁ କୋଚିଂ କ୍ଲାସ୍ରୁ ସାଙ୍ଗରେ ଧରି ଘରକୁ ଫେରିବା ପ୍ରଶ୍ନ ଉଠୁ ନାହିଁ ।
କୋଚିଂ ସେଣ୍ଟର୍ରୁ ବାହାରି ଗ୍ରାମ୍ୟ ବ୍ୟାଙ୍କ ଛକରୁ ସିଧା ଘରକୁ ଫେରୁଥିଲା ଆରତି । ତାକୁ ପଛରୁ କେହି ଅନୁସରଣ କରୁଛି କି ନାହିଁ ତେଣିକି ତା'ର ନିଘା ନ ଥିଲା । ପଛରୁ କାହାରି ନିଶ୍ୱାସ ପ୍ରଶ୍ୱାସର ଶବ୍ଦ ସେ ଶୁଣିପାରି ନଥିଲା । ଶୁଣାଯାଉଥିଲା କେବଳ ଦ୍ରୁତ ପଦକ୍ଷେପ । ପଛକୁ ଡରରେ ନ ଚାହିଁ ସେ ଚାଲିବାର ବେଗ ବଢ଼ାଇ ଦେଉଥିଲା । ଏଲ୍.ପି. ସ୍କୁଲ୍ ପାଖାପାଖି, ଛଞ୍ଚାଣ ଭଳି ଲୋକଟା ଛୁଟି ଆସି ତାକୁ କାବୁ କରିନେଲା- ଯେତେ ଛାଟିପିଟି ହେଲେ ବି, ତା' କବଜାରୁ ନିଜକୁ ମୁକୁଳେଇ ନେବା ଲାଗି ଯେତେ ଚେଷ୍ଟା କଲେ ବି ସେ ପାରିଲା ନାହିଁ । ଆଖପାଖରେ କେହି ଲୋକ ନଥିଲେ । ଗାଈଗୋରୁ କିମ୍ୱା ଛେଳିମେଣ୍ଢାଟିଏ ମଧ୍ୟ ଦେଖାଯାଉ ନଥିଲା । ଦୁର୍ବୃତ୍ତର ଅକ୍ଟୋପାସ-ବନ୍ଧନରୁ ମଣିଷ ହୁଅନ୍ତୁ କି ଈଶ୍ୱର ହୁଅନ୍ତୁ- ତାକୁ ମୁକୁଳାଇ ନେବା ପାଇଁ ସେ ନିଜର ସବୁ ଶକ୍ତି ଲଗାଇ ବଡ଼ ପାଟିରେ ଚିତ୍କାର କରିବାକୁ ଗଲାବେଳେ ଲୋକଟା ତା' ପାଟି ଭିତରେ ନିଜ ଜିଭଟା ଭର୍ତ୍ତି କରି ଦେଇ ତାକୁ ଚୁପ୍ କରିଦେଲା । ଲୋକଟା ମୁହଁରୁ ଦେଶୀ ମଦର ଗନ୍ଧ ବାହାରୁଥିଲା- ସେ ଗନ୍ଧରେ ତା'ର ବାନ୍ତି ଉଠି ଆସୁଥିଲା- ତା' ପାଟି ଭିତରେ ସେ ଲୋକଟାର ଗନ୍ଧିଆ ଜିଭକୁ ଦାନ୍ତରେ କାମୁଡ଼ି ଦୁଇ ଗର କରିଦେବା କଥା ସେହି ମୁହୂର୍ତ୍ତରେ ସେ ଭୁଲିଯାଇଥିଲା ତା'ର ପ୍ରତିରୋଧ କରିବାର ଇଚ୍ଛାଶକ୍ତି ଧୀରେ ଧୀରେ ଲୋପ ପାଇଯାଇଥିଲା । ସେଇ ସୁଯୋଗରେ ଲୋକଟା ତାକୁ ଶୂନ୍ୟେ ଶୂନ୍ୟେ ଉଠାଇ ନେଇ ଧୀରେ ଧୀରେ ଅନ୍ଧାର ଘୋଟି ଆସୁଥିବା ନିର୍ଜ୍ଜନ ନିମ୍ନପ୍ରାଥମିକ ବିଦ୍ୟାଳୟ ପଛପଟ ବାରଣ୍ଡାରେ . . . ।
କିନ୍ତୁ ଲୁଣ୍ଠନର ଚରମ ମୁହୂର୍ତ୍ତର ଠିକ୍ ଅବ୍ୟବହିତ ପୂର୍ବରୁ ତାଙ୍କ ହାଇସ୍କୁଲ୍ ପିଅନର ପୁଅ ମାଧବ ଦେବଦୂତ ଭଳି ସାଇକେଲ୍ରେ ଆସି ପହଞ୍ଚିଗଲା- ତା'ର ଶରୀର ଅଭ୍ୟନ୍ତରରେ ପାପ ପ୍ରବେଶ କରିବା ଆଗରୁ ମାଧବର ବଦ୍ଧମୁଷ୍ଟିର ଆଘାତରେ ତା'ର ସତୀତ୍ୱ ବଞ୍ଚିଗଲା- କିନ୍ତୁ ଲୁଟ ହୋଇଗଲା ତା'ର ଇଜ୍ଜତ ।
ନିଶାଗ୍ରସ୍ତ ଲୋକଟାର ଶାରୀରିକ ସୌଷ୍ଠବ ତୁଳନାରେ ପିଅନପୁଅ ମାଧବର ଶରୀର ଗଢ଼ଣ ଖୁବ୍ ଦୁର୍ବଳ – କିନ୍ତୁ ତା'ର ଆରତିଅପା ଉପରେ ପାଶବିକ ଅତ୍ୟାଚାର କରିଥିବା ଲୋକଟାକୁ ଶାସ୍ତି ଦେବା ପାଇଁ ସେ ନିଜ ଭିତରେ କେଉଁଠୁ କେଜାଣି ଆସୁରିକ ଶକ୍ତି ଖୋଜି ପାଇଲା, ଫିଲ୍ମ ଷ୍ଟାଇଲ୍ରେ ଗୋଟାକ ପରେ ଗୋଟାଏ ଘୁସି ମାଡ଼ରେ ସେ ଦୁର୍ବୃତ୍ତର ଥୋମଣି, ଦାନ୍ତରୁ ରକ୍ତ ବାହାରିଲା- ମୁହଁ ଫୁଲିଗଲା- ଆଣ୍ଠୁମାଡ଼ି ବସି ଲୋକଟା କାନ୍ଦ କାନ୍ଦ ହୋଇ କହିଲା- "ମତେ ମାର ନାଇଁ-ନିଶା ଜୋର୍ରେ ମୁଁ ଗୋଟାଏ ମସ୍ତବଡ଼ ପାପ କରି ପକେଇଛି- ମତେ ଥାନାକୁ ନେଇ ଚାଲ ।"
ଆରତି ସେତେବେଳକୁ ଅନ୍ଧାରରେ ସ୍କୁଲ୍ଘର ଭିତରକୁ ଚାଲିଯାଇ କୌଣସି ମତେ ଛିଣ୍ଡା ଶାଲୱାର ପଞ୍ଜାବି ଘୋଡ଼େଇ ହୋଇ ପଡ଼ି ଲଜ୍ଜା ନିବାରଣ କଲା । ସେ ଭୟରେ ଗୋଟିସୁଦ୍ଧା ଥରୁଥିଲା । କାନ୍ଦ ବନ୍ଦ ହୋଇଯାଇଥିଲେ ବି ଛାତି ଭିତରର କୋହ ତୁହାକୁ ତୁହା ଉଠି ଆସି ତାକୁ ଅଣନିଶ୍ୱାସୀ କରିଦେଉଥିଲା ।
ଲୋକେ ଜମି ଯାଇଥିଲେ । ସମୟ ପରେ ପୁଲିସ୍ ଜିପ୍ ମଧ୍ୟ ଆସି ପହଞ୍ଚିଗଲା- ଖବର ପାଇ ଛୋଟେଇ ଛୋଟେଇ ତା'ର ବାପା, ବାହୁନି ବାହୁନି ତା'ର ମାଆ ।
ପୁଲିସ୍ ଦାରୋଗା ଦେଖଣାହାରିଙ୍କ ମାଡ଼ରେ ଅର୍ଦ୍ଧମୃତ ଅବସ୍ଥାରେ ତଳେ ପଡ଼ି ଧକେଇ ହେଉଥିବା ଅପରାଧୀ ମୁହଁରେ ଟର୍ଚ୍ଚ ଆଲୁଅ ପକାଇ ଚମକି ଉଠିଲେ । ଆପେ ଆପେ ତାଙ୍କ ଜିଭ କାମୁଡ଼ି ହୋଇଗଲା । ଇଏତ ଆମ କାକଭୁଷଣ୍ଡପୁର ବିଧାୟକ ବୃନ୍ଦାବନ ନାଏକଙ୍କ ପୁଅ ପ୍ରଦୀପ । ରାଜଧାନୀ ସହରରେ କୌଣସି ସାଇନ୍ସ କଲେଜ୍ରେ ସିଟ୍ ମିଳିଲା ନାହିଁ ବୋଲି ବିଧାୟକ ବାବୁ ପୁଅକୁ ଆଣି ଏଇ ମଫସଲି ସହରରେ ପ୍ରାଇଭେଟ୍ କଲେଜ୍ ବିବେକାନନ୍ଦ ମହାବିଦ୍ୟାଳୟରେ ନାମ ଲେଖାଇ ଦେଇ ଯାଇଥିଲେ ।
ଅପରାଧୀ ହେଲେ ବି ଏମ୍.ଏଲ୍.ଏ.ଙ୍କ ପୁଅ ।
ତାଙ୍କୁ ଗିରଫ୍ କରି ଥାନାକୁ ନେବେ କି ୱାର୍ଣ୍ଣିଂ ଦେଇ ହଷ୍ଟେଲ୍ରେ ଛାଡ଼ି ଦେଇ ଆସିବେ, ଏଇ ଦ୍ୱନ୍ଦ୍ୱର ଦୋଳିରେ ଝୁଲୁଥିବା ପ୍ରଦୀପ ନିଜର ଦୁଇ ହାତ ତାଙ୍କ ଆଡ଼କୁ ବଢ଼ାଇ ଦେଇ କହିଲା, "ମୁଁ ଜଘନ୍ୟ ପାପ କରିଛି- ଏ ପାପର କ୍ଷମା ନାହିଁ- ମତେ ଗିରଫ୍ କର ପ୍ଲିଜ୍ ।"
ବାପାମାଆଙ୍କ ସହ ରିକ୍ସାରେ ବସି ଡାକ୍ତରଖାନାକୁ ଗଲାବେଳେ ଲୋକଟାର ଶେଷ କଥା ପଦକ ଶୁଣି ଆରତି ତା' ଆଡ଼କୁ ଶେଷ ଥର ପାଇଁ ଦୃଷ୍ଟି ପହଁରାଇ ନେଲା । ତାକୁ ମାଡ଼ି ବସି ତା' ଉପରେ ବଳତ୍କାର କଲାବେଳେ ତା'ର ମୁହଁ ଯେପରି ହିଂସ୍ର ଆଉ ନିଷ୍ଠୁର ଦେଖା ଯାଉଥିଲା, ମାଡ଼ ଖାଇ ନିଶା ଛାଡ଼ିଗଲା ପରେ ସେ ମୁହଁ ତାକୁ କିପରି କୋମଳ ଓ କରୁଣ ଦେଖାଗଲା । ତା'ର ଲୁଣ୍ଠିତ ଦେହ ତାକୁ ଅପବିତ୍ର ଲାଗୁଥିଲେ ବି ଲୁଣ୍ଠନକାରୀର ମାଡ଼ଖିଆ ମୁହଁରେ ରକ୍ତ ଦାଗ ଦେଖି ତା' ପ୍ରତି ଆରତିର କିପରି କରୁଣ ଆସିଗଲା ।
ଲୋକଟା ନୁହେଁ, ପିଲାଟାଏ ।
ପିଲାଟି ତାକୁ କିପରି ଯୁଦ୍ଧରେ ହରାଇ ଦେଇ ତା' ଦେହର ନିଷିଦ୍ଧାଞ୍ଚଳରେ ନିଜ ଅଧିକାରର ଦାଗ ଆଙ୍କି ଦେଲା ଭାବିଲା ମାତ୍ରେ ତା'ର ତାଳୁରୁ ତଳିପା' ଯାଏ ଏକ ହିମଶୀତଳ ଶିହରଣ ସଞ୍ଚରିଯାଇ ତା'ର ମଞ୍ଜ କମ୍ପାଇ ଦେଉଥିଲା । ଭୟରେ, ଲଜ୍ଜାରେ, ଅପମାନରେ ଆଉ ଯୁଦ୍ଧ ନ କରି ହାରିଯାଇଥିବାର ଆତ୍ମଗ୍ଲାନିରେ ତ"ର ମରିଯିବା ପାଇଁ ଇଚ୍ଛା ହେଉଥିଲା ।
ଏଇ ପିଲାଟାର ଲାଳସାର ସଂକ୍ରାମଣରେ ସେ ଯେପରି କିଶୋରୀରୁ ଯୁବତୀ ହୋଇଯାଇଛି, ଏଇଭଳି ଏକ ଭୟର ଭୂତ ତା' ମୁଣ୍ଡ ଉପରେ ସବାର ହୋଇଯାଇଥିଲା ।
– ତା'ପରେ – | <urn:uuid:c4c8d0e7-4a7b-48db-946d-831da649c396> | CC-MAIN-2018-39 | http://www.ameodia.com/odia-kathaa/odia-story/odia-story-premara-pratimaa-1-dr-bibhuti-pattanaik/ | 2018-09-25T01:45:28Z | s3://commoncrawl/crawl-data/CC-MAIN-2018-39/segments/1537267160853.60/warc/CC-MAIN-20180925004528-20180925024928-00481.warc.gz | ory | 0.99999 | Orya | 7 | {"ory_Orya_score": 0.9999903440475464} |
ଲଗାଣ ବର୍ଷାରେ ବେହାଲ୍ ମୁମ୍ବାଇ
ମୁମ୍ବାଇ : ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ଲଗାତର ଚତୁର୍ଥ ଦିନ ପାଇଁ ବର୍ଷା ଜାରି ରହିଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଚାରିଆଡେ ପାଣି ହିଁ ପାଣି। ରାସ୍ତା ଘାଟ, ଜାତୀୟ ରଜାପଥ, ଟ୍ରେନ ଲାଇନ୍ ସବୁଠି ସମାନ ଅବସ୍ଥା । କେଉଁଠି ପାଣି ଯୋଗୁଁ ବିଚ୍ ରାସ୍ତାରେ ଗାଡି ମଟର ଅଟକି ରହିଛି ତ କେଉଁଠି ଅଣ୍ଟେ ପାଣିରେ ଲୋକେ ପାର ହେଉଛନ୍ତି। ଲଗାତର ଚାରିଦିନର ଲଗାଣ ବର୍ଷା ପରେ ଦାଦର, ଥାନେ, ହନ୍ଦମାତା, ଲୋୟର ପାନେଲ ଭଳି ଅଂଚଳରେ ବର୍ଷାର ପ୍ରଭାବ ବେଶି ଦେଖାଦେଇଛି। ରାସ୍ତା ଉପରେ ଅଣ୍ଟେ ଉଚ୍ଚର ପାଣି ଚାଲୁଥିବାରୁ ଯାନବାହାନ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି।
ଲଗାଣ ବର୍ଷାର ପ୍ରଭାବ ମୁମ୍ବାଇର ଲାଇଫ ଲାଇନ୍ କୁହାଯାଉଥିବା ମୁମ୍ବାଇ ଲୋକାଲ୍ ଉପରେ ମଧ୍ୟ ପଡିଛି । ରେଲେଓ୍ୱ ଟ୍ରାକ୍ରେ ଦୁଇ ଫୁଟ ଉଚ୍ଚରେ ପାଣି ଜମି ରହିଥିବାରୁ ଅନେକ ସ୍ଥାନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । କିଛି ସ୍ଥାନରେ ରାସ୍ତାରେ ଟ୍ରେନ୍ ଅଟକି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଉଛି। ରେଲୱେର ସୂଚନା ଅନୁସାରେ ନାଲସପୋରା ଅଂଚଳରେ ପାଣି ଜମିବା ଯୋଗୁଁ ଭ୍ୟାନ୍ଦେର-ଭିରାର ମଧ୍ୟରେ ଲୋକାଲ୍ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଲାଗି ରହିବ। ମଙ୍ଗଳବାର ସକାଳ ୮ରୁ ଗୋଟାଏ ଭିତରେ ମୁମ୍ବାଇରେ ୪୯ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସହରର ଅନେକ ସ୍ଥାନରେ ଏନଡିଆରଏଫ୍ ଓ କୋଷ୍ଟ ଗାର୍ଡଙ୍କୁ ନିୟୋଜିତ କରାଯାଇଛି।ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ମୁମ୍ବାଇ ପ୍ରଶାସନ ତରଫରୁ କୁହାଯାଇଛି।
ବର୍ଷା ଯୋଗୁଁ ମୁମ୍ବାଇର ଡବାବାଲା ମଧ୍ୟ ସେମାନଙ୍କ ସେବାକୁ ମଙ୍ଗଳବାର ବନ୍ଦ କରିଦେଇଛନ୍ତି । ତଳିଆ ଅଂଚଳରେ ଥିବା ଲୋକଙ୍କୁ ଉଚ୍ଚା ଜାଗାକୁ ସ୍ଥାନାନ୍ତର କରାଯାଇଛି। | <urn:uuid:99c66ad1-0965-4bca-bce9-13b38344862c> | CC-MAIN-2018-39 | https://khabar.odishatv.in/top-news/heavy-downpour-disrupts-normal-life-in-mumbai/15763/ | 2018-09-24T15:19:46Z | s3://commoncrawl/crawl-data/CC-MAIN-2018-39/segments/1537267160568.87/warc/CC-MAIN-20180924145620-20180924170020-00529.warc.gz | ory | 0.999933 | Orya | 4 | {"ory_Orya_score": 0.9999333620071411} |
କେନ୍ଦ୍ରାପଡା ୨୯/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତ ସଙ୍ଘ ପକ୍ଷରୁ ଏନ୍ଜେନ୍ ହଟାଅ ଅଭିଯାନ ସାରା ଜିଲ୍ଲାରେ ଆରମ୍ଭ ହୋଇଯାଇଛି । ବିଦ୍ୟୁତ୍ ଉପଭୋକ୍ତା ସଙ୍ଘର ଏକ ବୈଠକ ସହରର କଜଳାସ୍ଥିତ ସେସୁ ପରିଚାଳକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିବାବେଳେ ଭୀମସେନ ପରିଡା, ରବିନ୍ଦ୍ର କୁମାର ବେହେରା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରମୁଖ ଯୋଗଦେଇ ଏନ୍ଜେନ୍ କମ୍ପାନୀର ମନମୁଖୀ ଓ ଦାୟିତ୍ୱହୀନ ସେବା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଗତ ୨୦୧୩ ମସିହା ଅପ୍ରେଲ ମାସ ପହିଲାରୁ ଏନ୍ଜେନ୍ କମ୍ପାନୀ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ନେଇଛି । ଏନ୍ଜେନ୍ କେବଳ ଯେ ଉପଭୋକ୍ତ ମାନଙ୍କୁ ଶୋଷଣ କରୁଛି ତାହା ନୁହେଁ ଏନ୍ଜେନ୍ ସ୍ଥାନୀୟ ଯୁବକମାନଙ୍କୁ ସ୍ୱଳ୍ପ ଦରମାରେ ଖଟାଇ ସେମାନଙ୍କୁ ଶୋଷଣ କରୁଛି । ଏଥିସହିତ ଅର୍ଥ ଆଦାୟ ପାଇଁ ଓଡିଶା ବିଦ୍ୟୁତ୍ ନିୟାମକ କମିଶନ ଦ୍ୱାରା ସ୍ଥିରୀକୃତ ନୀତି ନିୟମକୁ ଏହି କମ୍ପାନୀ ମାନୁନାହିଁ ଏହାର କାର୍ଯ୍ୟକୁ ତଦାରଖ କରିବାର ଦାୟିତ୍ୱ ସେସୁ ଅଧିକାରୀମାନଙ୍କର ଥିଲେ ମଧ୍ୟ ସେସୁ କର୍ମଚାରୀ ଓ ଅଧିକାରୀମାନେ ଏନ୍ଜେନ୍ର କାର୍ଯ୍ୟକୁ ଆଖି ବୁଜି ଦେଇଛନ୍ତି । ଏହା ସହିତ ଦିନକୁ ୫ରୁ ୧୦ଥର ବିଦ୍ୟୁତ କାଟ ହେଉଛି । ବ୍ୟବସାୟୀକ ବଣ୍ଟନ ଜନିତ କ୍ଷତି ପ୍ରତିବର୍ଷ ଶତକଡା ୫ଭାଗ କମାଇବା କଥା ଯାହାକି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ । ମିଟର ପୋଡିଗଲେ ମିଟର ନବସାଇ ଆଭରେଜ ବିଲ୍ ସ୍ଥଳେ ଲୋଡ୍ ଫୋକ୍ଟର ବିଲ୍ ଦିଆଯାଇ ଲୋକଙ୍କୁ ଶୋଷଣ କରାଯାଉଛି । ତେଣୁ ଏ ସବୁକୁ ବନ୍ଦ ନକଲେ ଆସନ୍ତା ଦିନରେ ଉପଭୋକ୍ତାମାନେ ଆନେ୍ଦାଳନାମ୍ôକ ପନ୍ଥା ଗ୍ରହଣ କରିବେ ବୋଲି ଉପଭୋକ୍ତା ସଂଘ ପକ୍ଷରୁ ଏହି ବୈଠକରେ ଚେତାବନି ଦିଆଯାଇଥିଲା । | <urn:uuid:7ec2a7c9-c106-4602-9e7f-7e7dfb70e8c0> | CC-MAIN-2018-39 | http://odiapua.com/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%AC%E0%AC%BF%E0%AC%A6%E0%AD%8D%E0%AD%9F%E0%AD%81%E0%AC%A4%E0%AD%8D-%E0%AC%89%E0%AC%AA%E0%AC%AD%E0%AD%8B%E0%AC%95%E0%AD%8D%E0%AC%A4%E0%AC%BE/ | 2018-09-25T20:30:26Z | s3://commoncrawl/crawl-data/CC-MAIN-2018-39/segments/1537267162385.84/warc/CC-MAIN-20180925202648-20180925223048-00129.warc.gz | ory | 1.000001 | Orya | 3 | {"ory_Orya_score": 1.0000007152557373} |
ଭୁବନେଶ୍ୱର, ୩୦/୪/୨୦୧୮(ଓଡ଼ିଆ ପୁଅ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଲିପଡ଼ା ପଞ୍ଚାୟତ ସରପଞ୍ଚ କୁମାରୀ ପ୍ରଶାନ୍ତି ସେଠୀ, ଦୁଲଣପୁର ସରପଞ୍ଚ ସୁନୀଲ କୁମାର ସାହୁ, ଗୋବିନ୍ଦପୁର ସରପଞ୍ଚ ନବକିଶୋର ବେହେରା, ଓସ୍ତିଆ ପଞ୍ଚାୟତ ସମିତି ସଭ୍ୟା ସଂଜୁ ଦେଇ, ବାରଙ୍ଗ ବ୍ଲକ ମଧୁପୁର ସରପଞ୍ଚ ଶ୍ରୀମତୀ ସୁମିନା ପ୍ରଧାନ, ବାଙ୍କୀ ଏନ୍ଏସି ୱାର୍ଡ ନଂ୧୪ର କାଉନ୍ସିଲର ଶ୍ରୀମତୀ ଅପରାଜିତା ସ୍ୱାଇଁ, ୱାର୍ଡ ନଂ୧୫ର ପୂର୍ବତନ କାଉନ୍ସିଲର ଧର୍ମାନନ୍ଦ ସ୍ୱାଇଁଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ନେତୃତ୍ୱରେ ଆଜି ନବୀନ ନିବାସ ଠାରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।
ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ଶତାଧିକ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି। ଏହାଫଳରେ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ମଜଭୁତ ହୋଇପାରିବ। ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଯାହା ଆଜି ବାଙ୍କୀର ଚିତ୍ର, ତାହା ଆଜି ସମଗ୍ର ଓଡ଼ିଶାର ଚିତ୍ର। କେନ୍ଦ୍ର ରାଜ୍ୟକୁ ଅଣଦେଖା କରୁଛି। ଯେ କୌଣସି ଜାତୀୟ ଦଳଗୁଡିକ ତାଙ୍କ ଏଜେଣ୍ଡାରେ କାମ କରୁଛନ୍ତି। ଏଥିଯୋଗୁ ଆଜି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଞ୍ଚଳିକ ଦଳ ହିସାବରେ ବିଜୁ ଜନତା ଦଳ ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କ ସ୍ୱାର୍ଥ ସାଧନ କରିପାରିବ। ତେଣୁ ଲୋକେ ଜାଣିଛନ୍ତି, ବିଜୁ ଜନତା ଦଳ ଜରିଆରେ ସେମାନଙ୍କୁ ନ୍ୟାୟ ମିଳିବ।
ବିଜେଡିରେ ମିଶିଥିବା ନୂତନ କର୍ମୀମାନେ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଓ ସମଗ୍ର ଦେଶରେ ଆମ ରାଜ୍ୟକୁ ବିକାଶ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ପହଞ୍ଚାଇଥିବାରୁ ଆମେ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦେଲୁ। ଆଗାମୀ ଦିନରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଅଗ୍ରଗାମୀ ବିକଶିତ ଓଡ଼ିଶା ତଥା ସମୃଦ୍ଧ ଓ ସବୁଜ ବାଙ୍କୀ ଗଠନ ପାଇଁ ଆମେ ସମର୍ପିତ ଭାବେ ବିଜୁ ଜନତା ଦଳ ନୀତି ଓ ଆଦର୍ଶ ପ୍ରତି ଅଙ୍ଗିକାରବଦ୍ଧ।
ନବୀନ ନିବାସରେ ଅନୁଷ୍ଠିତ ଆଜିର ଏହି ମିଶ୍ରଣ ପର୍ବରେ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ଉଷା ଦେବୀଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ ଓ କର୍ମୀ ଉପସ୍ଥିତ ଥିଲେ। | <urn:uuid:e6473b49-a1a9-47d1-a34f-0c5d69d291fd> | CC-MAIN-2018-39 | http://odiapua.com/%E0%AC%B8%E0%AC%B0%E0%AC%AA%E0%AC%9E%E0%AD%8D%E0%AC%9A-%E0%AC%93-%E0%AC%95%E0%AC%BE%E0%AC%89%E0%AC%A8%E0%AD%8D%E2%80%8C%E0%AC%B8%E0%AC%BF%E0%AC%B2%E0%AC%B0%E0%AC%99%E0%AD%8D%E0%AC%95-%E0%AC%B8/ | 2018-09-25T21:50:16Z | s3://commoncrawl/crawl-data/CC-MAIN-2018-39/segments/1537267162385.84/warc/CC-MAIN-20180925202648-20180925223048-00129.warc.gz | ory | 0.999976 | Orya | 4 | {"ory_Orya_score": 0.9999761581420898} |
ରାଶି ଲଡୁ ଏବଂ ରାଶି ତେଲର ଆମ ସମାଜରେ ଯଥେଷ୍ଟ ପ୍ରଚଳନ ରହିଛି। ତେବେ ରାଶିର ଆହୁରି ଅନେକ ଉପକାରିତା ମଧ୍ୟ ରହିଛି । ଏଥିମଧ୍ୟରୁ ଗୋଟିଏ ହେଲା ଶୀତ ଦିନେ ଯଥେଷ୍ଟ ପରିମାଣର ରାଶି ଖାଇଲେ ଏହା ଆପଣଙ୍କର ଯୌନ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ । ପ୍ରତ୍ୟହ ଅନ୍ୟୁନ ୧୦୦ ଗ୍ରାମ୍ ରାଶି ଦ୍ୱାରା ପ୍ରସ୍ତୁତ ଯେ କୌଣସି ଖାଦ୍ୟ ଗ୍ରହଣ କଲେ ଏହି ସୁଫଳ ମିଳିଥାଏ ବୋଲି ଚିକିତ୍ସକଙ୍କ ମତ ।
ଏହା ହାଇପର୍ ଟେନସନ୍ ସହ ଲଢ଼ିବାର କ୍ଷମତା ମଧ୍ୟ ମିଳିଥାଏ। ଏତଦ୍ବ୍ୟତୀତ ରକ୍ତଚାପଜନିତ ଅସୁବିଧାକୁ ମଧ୍ୟ ଦୂର କରିଥାଏ । ଦୈନିକ ରାଶି ଖାଇଲେ କାର୍ଡିଓମସ୍କୁଲାର୍ ସିଷ୍ଟମ୍ରେ ଉତ୍ପନ୍ନ ହେଉଥିବା ଉତ୍ତେଜନା ହ୍ରାସ ପାଇଥାଏ । ରାଶିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏବଂ ମିନେରାଲ୍ସ ଥିବା ଯୋଗୁଁ ଏହା କର୍କଟ ରୋଗ ସହ ଲଢ଼ିବାର କ୍ଷମତା ବି ବୃଦ୍ଧି କରିଥାଏ । ଏଥିରେ ଫାଇଟେଟ୍ ନାମକ ଏକ ପଦାର୍ଥ ଥିବା ହେତୁ ତାହା କର୍କଟ ରୋଗର କୋଷ ବୃଦ୍ଧିକୁ ପ୍ରତିହତ କରିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି । ବିଶେଷକରି ଶୀତଋତୁରେ ରାଶି ଖାଇଲେ ଆପଣଙ୍କର ତ୍ୱଚା ମୁଲାୟମ ବି ରହେ । | <urn:uuid:2f98ac5d-bcd5-478d-8480-d3060d032a56> | CC-MAIN-2018-39 | http://sambad.in/lifestyle/benefits-of-this-134249/ | 2018-09-23T02:36:50Z | s3://commoncrawl/crawl-data/CC-MAIN-2018-39/segments/1537267158958.72/warc/CC-MAIN-20180923020407-20180923040807-00173.warc.gz | ory | 1.000006 | Orya | 6 | {"ory_Orya_score": 1.0000064373016357} |
ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ 'ଗୁହାରି'
ଭୁବନେଶ୍ୱର: 'ବଡ଼ଠାକୁର ହେ ବେଳ ଆସି ଶେଷ ହୋଇଲା', 'କାଳିଆ ସୁନା କିଛି ମୋର ନାହିଁ'…। ଏମିତି ଅନେକ ଭକ୍ତିଭରା ଗୀତ ବାଜି ଉଠୁଥିଲା ପ୍ରେକ୍ଷାଳୟରେ। ଉପସ୍ଥିତ ଶ୍ରୋତାମାନେ ଭକ୍ତିରେ ତଲ୍ଲୀନ ହୋଇ ଯାଇଥିଲେ। ଅବସର ଥିଲା ପବିତ୍ର ରଥଯାତ୍ରା ଉପଲକ୍ଷେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ 'ଗୁହାରି'। ତିନି ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମର ଶେଷ ସଂଧ୍ୟାରେ ରାମ-ଲକ୍ଷ୍ମଣ ବେହେରା, ମହାପାତ୍ର ମିନତି ଭଞ୍ଜ, ସୁବାସ ଦାସ, ସୁଜାତା ପଣ୍ଡା, ରବି ନାରାୟଣ ଦାସ, ପରାଶକ୍ତି ସୁଭଦ୍ରିକା, ଲତା ଘୋଷ, ଦିଲ୍ଲୀପ କୁମାର ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ ଓ କେଶବ ଚନ୍ଦ୍ର ରାଉତ ପ୍ରମୁଖ କଣ୍ଠଶିଳ୍ପୀମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଳାକାନ୍ତ ମିଶ୍ର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଶ୍ରୀଜଗନ୍ନାଥଙ୍କ ମହିମା ଉପରେ ଆଲୋଚନା କରିଥିଲେ। ସଭା ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ ଓ ଧନ୍ୟବାଦ ଦେଇଥିଲେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ। | <urn:uuid:79a55e07-351b-4c00-824f-81f352beb460> | CC-MAIN-2018-39 | http://sambad.in/metro/jaganatha-bhalti-sangita-180168/ | 2018-09-23T02:40:44Z | s3://commoncrawl/crawl-data/CC-MAIN-2018-39/segments/1537267158958.72/warc/CC-MAIN-20180923020407-20180923040807-00173.warc.gz | ory | 0.99999 | Orya | 3 | {"ory_Orya_score": 0.9999899864196777} |
ଦେବଗଡ ୨୩-୮ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) ଦେବଗଡ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡିକର କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଯତ୍ନବାନ ହେବାପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା, ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତକର୍ମନିଯୁକ୍ତି ଯୋଜନା, ଚର୍ତୁଃଦଶ କେନ୍ଦ୍ର ଅର୍ଥ କମିଶନ ଓ ୪ର୍ଥ ରାଜ୍ୟ ଅର୍ଥ କମିଶନ ପାଣ୍ଠି ବିନିଯୋଗ, ଆମ ଗାଁ ଆମ ବିକାଶ, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଅଙ୍ଗନବାଡିକେନ୍ଦ୍ର ନିର୍ମାଣ ଏବଂ ନୂତନ ଭାବେ ଗଠିତ ପଂଚାୟତଗୁଡିକର କାର୍ଯ୍ୟାଳୟ ଗୃହ ନିର୍ମାଣ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
ଜିଲ୍ଲାପାଳ ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ଏବଂ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ବକେୟା ଥିବା ୪୭୧୯ ଟି ଘରର ନିର୍ମାଣ କାର୍ଯ୍ୟ ଡିସେମ୍ବର ମାସ ଶେଷ ସୁଦ୍ଧା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତକର୍ମନିଯୁକ୍ତି ଯୋଜନାରେ ବୃକ୍ଷରୋପଣ, ପ୍ରଧାନମନ୍ତ୍ରୀ କ୍ରିଷି ସିଂଚାଇ ଯୋଜନା, ସବୁଦିନିଆ ରାସ୍ତା ନ ଥିବା ଗ୍ରାମକୁ ଗମନା ଗମନର ସୁବିଧା ନିମନ୍ତେ ରାସ୍ତା ନିର୍ମାଣ, ପ୍ରତ୍ୟେକ ପଂଚାୟତରେ ଖେଳପଡିଆ ଏବଂ ନଳକୂପ ଖନନ ଆଦି ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଚର୍ତୁଃଦଶ କେନ୍ଦ୍ର ଅର୍ଥ କମିଶନ ଓ ୪ର୍ଥ ରାଜ୍ୟ ଅର୍ଥ କମିଶନରୁ ମିଳିଥିବା ପାଣ୍ଠିର ଶୀଘ୍ର ବିନିଯୋଗ କରି ସେପ୍ଟେମ୍ବର ମାସ ସୁଦ୍ଧା ସୈାରଚାଳିତ ରାସ୍ତାପାର୍ଶ୍ୱ ଆଲୋକିକରଣ ବ୍ୟବସ୍ଥା ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ୨୦୧୭-୧୮ ଆର୍ଥିକ ବର୍ଷରେ ଅସଂପୂର୍ଣ୍ଣ ଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକର ନିର୍ମାଣ କାର୍ଯ୍ୟ ଡିସେମ୍ବର ମାସ ସୁଦ୍ଧା ସମାପ୍ତ କରି ସିଡିପିଓଙ୍କୁ ହସ୍ତାନ୍ତର କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ତାଗିଦ୍ କରିଥିଲେ। ଆମ ଗାଆଁ ଆମ ବିକାଶ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଞୁର କରାଯାଇଥିବା ପ୍ରକଳ୍ପଗୁଡିକ ସେପ୍ଟେମ୍ବର ମାସ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ନୂତନ ଭାବେ ଗଠିତ ୧୦ ଟି ପଂଚାୟତର କାର୍ଯ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ କହିଥିଲେ। ସମୀକ୍ଷା ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଆସନ୍ତା ଅକ୍ଟୋବର ୨ ତାରିଖରୁ କାର୍ଯ୍ୟକାରୀ କରାଯାଉଥିବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ସରକାରଙ୍କ ନିର୍ଦ୍ଦିଷ୍ଟ ମାପଦଣ୍ଡ ଓ ସମୟସୀମା ମଧ୍ୟରେ ହିତାଧିକାରୀ ଚୟନ ଉପରେ ଗୁରୁତ୍ୱାରୋପ କରିବା ସଂଗେ ସଂଗେ ଯେପରି କୈାଣସି ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ନ ପଡନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଭିନସେଣ୍ଟ ପୂନମ କାନ୍ତ ଏକ୍କା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ବୈଷୟିକ) ନିହାର ରଞନ ଦାଶ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଗଜେନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକର ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଂଚାୟତ ନିର୍ବାହୀ ଅଧିକାରୀ, ପୈାର ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରି ପ୍ରକଳ୍ପ ନିର୍ଦ୍ଦେଶକ ବୃନ୍ଦ ଯୋଗଦେଇଥିଲେ। | <urn:uuid:be51d7f0-29a4-4f83-a6c9-30ba72b74d37> | CC-MAIN-2018-39 | http://odiapua.com/%E0%AC%A6%E0%AD%87%E0%AC%AC%E0%AC%97%E0%AC%A1-%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE%E0%AC%AA%E0%AC%BE%E0%AC%B3%E0%AC%99%E0%AD%8D%E0%AC%95-%E0%AC%89%E0%AC%A8%E0%AD%8D%E0%AC%A8/ | 2018-09-26T14:42:29Z | s3://commoncrawl/crawl-data/CC-MAIN-2018-39/segments/1537267165261.94/warc/CC-MAIN-20180926140948-20180926161348-00093.warc.gz | ory | 0.999992 | Orya | 6 | {"ory_Orya_score": 0.9999916553497314} |
ପୁରୀ ଅଫିସ, ୬।୨: 'ଜଗନ୍ନାଥ ଇନ୍ ହିଷ୍ଟୋରିକାଲ ପର୍ସପେକ୍ଟିଭିସ୍' ପୁସ୍ତକରେ ଶ୍ରୀମନ୍ଦିର ଭିତର ଫଟୋ ଛପାଯାଇଥିବା ଘଟଣାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ମଙ୍ଗଳବାର ସଚେତନ ନାଗରିକ ମଞ୍ଚ ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏଥିସହ ସେନା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଲାଗି ଦୁଇ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ପୂର୍ବାହ୍ନରେ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ମଞ୍ଚର ପ୍ରସନ୍ନ କୁମାର ଦାଶ ପ୍ରମୁଖ ଥାନାରେ ପହଞ୍ଚତ୍ ଏତଲା ଦେଇଛନ୍ତି।
ସେନା ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଶ୍ରୀମନ୍ଦିରକୁ କ୍ୟାମେରା ନେବା ବେଆଇନ। ଭିତରେ ଫଟୋ ଉଠାଇବା ଏକ ଧାର୍ମିକ ଅପରାଧ। ହେଲେ ମରାମତି ନଁାରେ ଏଏସ୍ଆଇ ମନ୍ଦିରକୁ ଭାଙ୍ଗିଚାଲିଛି। ମରାମତି ସମୟରେ ବାହାରିଥିବା ବହୁ ମୂର୍ତ୍ତି, ଭିତରବେଢା ଓ ଗରୁଡ଼ ସ୍ତମ୍ଭ ନିକଟରୁ ବାହାରିଥିବା ବହୁ ପୁରାତନ ପଥର ଆଦିର ପତ୍ତା ମିଳୁନାହିଁ। ଏମିତି କି ଶ୍ରୀମନ୍ଦିର ଭିତର ଫଟୋ ଉଠାଯାଇ ବାହାରେ ବୁଲୁଛି। 'ଜଗନ୍ନାଥ ଇନ୍ ହିଷ୍ଟୋରିକାଲ ପର୍ସପେକ୍ଟିଭିସ୍' ପୁସ୍ତକରେ ଶ୍ରୀମନ୍ଦିର ଭିତରର ବହୁ ଫଟୋ ରହିଛି। ଏହା ଶ୍ରୀମନ୍ଦିର ଆଇନ ବିରୋଧୀ। ଏହା କେବଳ ବେଆଇନ ନୁହେଁ ବରଂ ଏହାଦ୍ୱାରା ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଛି। ଶ୍ରୀମନ୍ଦିର ଭିତରକୁ ଯଦି ଜଣେ ଭକ୍ତ ନ ଜାଣି ମୋବାଇଲ ଫୋନ ନେଉଛି ତାଙ୍କଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି। ତେଣୁ ଯେଉଁ ବହିରେ ଶ୍ରୀମନ୍ଦିର ଭିତର ଫଟୋ ଛପାଯାଇଛି ସେହି ପୁସ୍ତକକୁ ନିଷିଦ୍ଧ କରାଯାଉ ଓ ଲେଖକଙ୍କୁ ଗିରଫ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଗଲେ ଆଗକୁ ଏଭଳି ଭୁଲ କରିବାକୁ କେହି ସାହସ କରିବେ ନାହିଁ। ନିକଟରେ ଅନ୍ୟ ଜଣେ ଏଏସ୍ଆଇ ଅଧିକାରୀ ଏଭଳି ଫଟୋ ଭାଇରାଲ କରି ପରେ କ୍ଷମା ପ୍ରାର୍ଥନା କରି ଖସି ଯାଇଥିଲେ। ତେଣୁ ଏହି ଘଟଣାରେ ଯଦି ତୁରନ୍ତ ପଦକ୍ଷେପ ନିଆ ନ ଯାଏ ତେବେ ସେନା କୋର୍ଟକୁ ଯିବ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି।
ସେହିପରି ମଞ୍ଚ ପକ୍ଷରୁ ଥାନାରେ ସମାନ ପ୍ରକାର ଅଭିଯୋଗ କରାଯାଇଛି। ଉକ୍ତ ପୁସ୍ତକକୁ ବଜାରରୁ ସରକାର ଜବତ କରିବା, ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ଏବଂ କ୍ୟାମେରା ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମଞ୍ଚ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି। | <urn:uuid:13720d92-4e99-4331-b930-46186b8950ab> | CC-MAIN-2018-39 | http://www.dharitri.com/main/news/20969 | 2018-09-19T02:10:45Z | s3://commoncrawl/crawl-data/CC-MAIN-2018-39/segments/1537267155814.1/warc/CC-MAIN-20180919004724-20180919024724-00171.warc.gz | ory | 0.999981 | Orya | 4 | {"ory_Orya_score": 0.9999814033508301} |
ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କେଶୁରା ଝାରପଡ଼ା ଛକରେ ପଥଚାରୀଙ୍କ ପାଇଁ ଏକ ପାନୀୟ ଜଳ ସେବା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟ କୋରଡ଼କଣ୍ଟାର ନିର୍ମାଲ୍ୟ ବରିଷ୍ଠ ନାଗରିକ ସଂଘର ସଦସ୍ୟମାନଙ୍କ ଦ୍ୱାରା ୬ବର୍ଷ ଧରି ଚାଲି ଆସୁଛି। ଆଜି ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ସରପଞ୍ଚ ବିନୋଦିନୀ ଜେନା ସେବାକେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଏହି ସମାରୋହରେ ସଂଘର ସଭାପତି ରମାକାନ୍ତ ମହାପାତ୍ର ଓ ସଂପାଦକ ଯୁଗଳ କିଶୋର ସାହୁ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦାଶିବ ସାହୁ, ପ୍ରଭାକର ସାହୁ, ନିତ୍ୟାନନ୍ଦ ଦାଶ, ଦିବାକର ଜେନା, ଚୈତନ୍ୟ ପରିଡ଼ା, ବିଶି ରାଉତ, ଗଣେଶ ମିଶ୍ର, ଧ୍ରୁବ ଚରଣ ପୃଷ୍ଟି, ପୂର୍ଣ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହି ପଥଚାରୀମାନଙ୍କୁ ଦହିପଣା ବିତରଣ କରିଥିଲେ। ଏହି ଅବସରରେ ପ୍ରାୟ ୨ହଜାର ପଥଚାରୀଙ୍କୁ ଦହିପଣା ବଣ୍ଟନ କରାଯାଇଥିଲା। | <urn:uuid:9e8a16ef-6707-41a7-a89d-56a0a2db27e3> | CC-MAIN-2018-39 | http://sambad.in/metro/jala-chhatra-opening-121708/ | 2018-09-26T01:11:59Z | s3://commoncrawl/crawl-data/CC-MAIN-2018-39/segments/1537267162809.73/warc/CC-MAIN-20180926002255-20180926022655-00011.warc.gz | ory | 1.000005 | Orya | 4 | {"ory_Orya_score": 1.000004529953003} |
ସାରା ଦେଶରେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖାଲି ସେତିକି ତେଲଦରକୁ ନେଇ ଦେଶ ବ୍ୟାପି ଆନ୍ଦୋଳନ ଜାରି ରହିଥିବା ବେଳେ ଏଯାବତ କୌଣସି ବି ସୁଫଳ ମିଳିପାରି ନାହିଁ । ତେବେ ଏଭଳି ପରିସ୍ଥିତିରେ ଦେଶରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠି ବର୍ତ୍ତମାନ ସମୟରେ ବି ଉଭୟ ପେଟ୍ରୋଲ-ଡିଜେଲ ବହୁତ କମ ଦରରେ ବିକ୍ରି ହେଉଛି । ଆଜ୍ଞା ହଁ । ଆଜ୍ଞା ହଁ ! ଭାରତର ଏଭଳି ହିଁ ଏକ ସ୍ଥାନ ରହିଛି, ଯେିଁଠି ଅଂଶରେ ପେଟ୍ରୋଲ ଏବଂ ଡିଜେଲର ଦାମ ପଡୋଶି ଦେଶମାନଙ୍କ ସହ ସମାନ ରହିଛି ଏବଂ ଏଠାରେ ଲୋକମାନଙ୍କୁ ତୈଳର ମହଙ୍ଗା ମାଡ ସହିବାକୁ ପଡିନି ।
ପେଟ୍ରୋଲ ଡିଜେଲ ଦରର ଦାମରେ ଅଧାରୁ ଅଧିକ ଭାଗ ଉଭୟ କ୍ନ୍୍ରେ ଏବଂ ରାଜ୍ୟ ସରକାରୀଙ୍କ ଦ୍ୱାରା ଲଗାଯାଉଥିବା ଟ୍ୟାକ୍ସର ଅଟେ । ଯେଉଁ କାରଣରୁ ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ପ୍ରତି ଲିଟର ପହଂଚିଥିବା ବେଳେ ଦିଲ୍ଲୀରେ ୮୦ ଟଙ୍କାରେ ବିକ୍ରି ହେଉଛି ।
ପେଟ୍ରୋଲ-ଡିଜେଲ ଦରର ଗଣିତ
ଉଭୟ ପେଟ୍ରୋଲ-ଡିଜେଲ ଦରର ବାସ୍ତବିକ ମୂଲ୍ୟ ହେଲା, ଯେଉଁଥିରେ ଦେଶର ତୈଳ କଂପାନୀମାନେ ପେଟ୍ରୋଲ ପମ୍ପ ବିକ୍ରେତାଙ୍କ ତୈ÷ଳ ଉପଲବ୍ଧ କରାନ୍ତି । ଆଜି ଦେଶର ସବୁଠାରୁ ବଡ ତୈଳ କଂପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ପେଟ୍ରୋଲ ପମ୍ପମାନଙ୍କରେ ୩୯.୨୧ ଟଙ୍କା ପ୍ରତି ଲିଟର ଦରରେ ପେଟ୍ରୋଲ ବିକ୍ରି କରୁଛି । ଏହି ଦାମରେ ଉଭୟ ଭାଟ ଏବଂ ଏକ୍ସାଇଜ ଡ୍ୟୁଟି ସାମିଲ ନାହିଁ ଏବଂ ଏହି ବିକ୍ରି ଉପରେ ସାଧାରଣ ଜନତା ପେଟ୍ରୋଲ ପମ୍ପ ଉପରେ ଏକ ଲିଟର ପେଟ୍ରୋଲ ପାଇଁ ଦିଲ୍ଲୀ ରେ ୮୦ ଟଙ୍କା ଦେଉଛି ତ ମୁମ୍ବାଇରେ ଉପଭୋକ୍ତା ପାଖାପାଖି ୯୦ ଟଙ୍କାରେ ଦେଉଛନ୍ତି ।
ଭାଟ ଏବଂ ଏକ୍ସାଇଜ
ପେଟ୍ରୋଲର ବାସ୍ତବିକ ମୂଲ୍ୟ ଉପରେ ୧୯.୪୮ ଟଙ୍କା ଏକ୍ସାଇଜ ଡ୍ୟୁଟି ବାବଦକୁ ଯୋଡା ଯାଇଥାଏ । ସେହିପରି ଡିଜେଲ ଉପରେ ୧୫. ୩୩ ଟଙ୍କାର ଏକ୍ସାଇଜ ଡ୍ୟୁଟି ଯୋଡା ଯାଇଥାଏ । ଏହି ଡ୍ୟୁଟି କେନ୍ଦ୍ର ସରକାରଙ୍କ ଟ୍ୟାକ୍ସ ଜରିଆରେ ରୋଜଗାର କରିବାର ଏକ ମାଧ୍ୟମ । ଏହାଛଡା ପ୍ରତ୍ୟେକ ରାଜ୍ୟରେ ପୃଥକ ପୃଥକ ଦରରେ ଭାଟ ଆଦାୟ କରାଯାଇଥାଏ । ମହାରାଷ୍ଟ୍ର ମୁମ୍ବାଇରେ ଯେଉଁଠି ପେଟ୍ରୋଲର ବାସ୍ତବିକ ଦରର ୩୯.୧୨ ପ୍ରତିଶତ ଭାଟ ଆଦାୟ କରାଯାଇଥାଏ ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଦାମ ଉପରେ ୨୭ ପ୍ରତିଶତ ଭାଟ ଲଗାଯାଇଥାଏ ।
ଏଠାରେ ଆମେ କହି ରଖୁଛୁ କି, ଯେଉଁଠି ଦେଶରେ ସର୍ବାଧିକ ୩୯.୧୨ ପ୍ରତିଶତ ଭାୟ ମହାରଷ୍ଟ୍ରରେ ଆଦାୟ କରାଯାଉଛି । ସେଇଠି ଆଣ୍ଡାମାନ ନିକୋବରରେ ମାତ୍ର ୬ ପ୍ରତିଶତଚ ଭାଟ ଆଦାୟ କରାଯାଉଛି । ଆଣ୍ଡାମାନ ନିକୋବରରେ ମାତ୍ର ୬ ପ୍ରତିଶତ ଭାଟ ଏବଂ ୧୯.୪୮ ଟଙ୍କାରେ ସେଂଟ୍ରାଲ ଏକ୍ସାଇଜ ସହିତ ଆଜିର ଦିନରେ ପେଟ୍ରୋଲ ଦାମ ୬୮.୯୦ ଟଙ୍କା ପ୍ରତି ଲିଟର ରହିଛି । ସେହିପରି ଆଣ୍ଡାମାନ ନିକୋବରରେ ଡିଜେଲ ଉପରେ ୧୫.୩୩ ଟଙ୍କା ସେଂଟ୍ରାଲ ଏକ୍ସାଇଜ ସହିତ ୬ ପ୍ରତିଶତ ଭାଟ ଆଦାୟ କରାଯାଉଛି । ଯାହାଦ୍ୱାରା ଆଜିର ଦିନରେ ଡିଜେଲ ଦର ପ୍ରତି ଲିଟର ପିଛା ରହିଛି ମାତ୍ର ୬୭.୪୭ ଟଙ୍କା । ଅର୍ଥାତ୍ ମାତ୍ର ୬ ପ୍ରତିଶତ ଭାଟ ସହିତ କେନ୍ଦ୍ର ଶାସିତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅନ୍ୟ ସହରମାନଙ୍କ ତୁଳନାରେ ପାଖାପାଖି ୨୦ ଟଙ୍କା ପ୍ରତି ଲିଟର କମ୍ ଦାମରେ ଉପଭୋକ୍ତାଙ୍କୁ ବିକ୍ରି କରାଯାଉଛି । | <urn:uuid:4be4aaa8-7390-4cc3-a224-7f23a4b70b1f> | CC-MAIN-2018-39 | http://kanaknews.com/special-cheapest-petrol-and-diesel-in-central-governed-state/ | 2018-09-19T05:11:58Z | s3://commoncrawl/crawl-data/CC-MAIN-2018-39/segments/1537267155924.5/warc/CC-MAIN-20180919043926-20180919063926-00051.warc.gz | ory | 1.000007 | Orya | 7 | {"ory_Orya_score": 1.0000065565109253} |
ପୁରୀ:୧୮/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରାବଣ ଦଶମୀ ତିଥିରେ ଆରମ୍ଭ ହେବ ଶ୍ରୀମନ୍ଦିର ସମେତ ମଠବାଡିରେ ପ୍ରସିଦ୍ଧ ଝୁଲଣ ଯାତ। ଏଥିପାଇଁ ମଠବାଡିଗୁଡିକରେ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କେଉଁଠି ଝୁଲଣ କୁଞ୍ଜ ତିଆରି ଚାଲିଛିତ ଆଉ କେଉଁଠି କୁଞ୍ଜକୁ ଆକର୍ଷଣୀୟ ଭାବେ ସଜାଇବା କାର୍ଯ୍ୟ ଆରମ୍ଭ ହୋଇଛି। ୭ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଶ୍ରୀମନ୍ଦିର ସମେତ ମଠ ବାଡିଗୁଡିକରେ ପାଳିତ ହେବ। ଏଥିପାଇଁ ପ୍ରସ୍ତୁତି ଏବେ ଜୋରଦାର। ପ୍ରାବୃତରାସ ବା ବର୍ଷା ଋତୁର ଭାବମୟ ଉତ୍ସବ ହେଉଛି ଝୁଲଣ ଯାତ୍ରା। ଏହି କାରଣରୁ ବର୍ଷା ଋତୁରେ ମଧୁମେୟ ହ୍ରାସ ସୁଧ ଗୌଡୟ ପରମ୍ପରାର ମାଧ୍ୟମରେ ଆସିଛି। ଏଥିପାଇଁ କର୍ମ ତତ୍ପର ହୋଇ ପଡିଛି ମଠବାଡିଗୁଡିକ। ପ୍ରତ୍ୟେକ ମଠରେ ଚାଲିଛି ଝୁଲଣ କୁଞ୍ଜ ତିଆରି। ସଖୀ, ଓଲଟ ସଖୀ, ପଶୁପକ୍ଷୀ, ଶୁଆଶାରୀ, ବୁଢ଼ାବୁଢ଼ୀ, ପିଲଣ, ଖମ୍ବ, ବାଙ୍କ ଆଦି ଝୁଲଣ କୁଞ୍ଜ ପାଇଁ ଏବେ ପ୍ରସ୍ତୁତି ଚାଲିଛି। ଜଗନ୍ନାଥ ବଲ୍ଲଭ ମଠରେ ପରମ୍ପରା ଗତ ଭାବେ କାରୀଗରମାନେ ଏହି ଝୁଲଣ କୁଞ୍ଜ ପ୍ରସ୍ତୁତ କରୁଛନ୍ତି। ସହରରେ ଥିବା ରାଧାଶ୍ୟାମ ମଠ, ପାପୁଡିଆ ମଠ, ଜିଅର ସ୍ୱାମୀ ମଠ, ଏମାର ମଠ, ଗୌଡ ବିହାର, ରାଧାକାନ୍ତ ମଠ, ଝାଞ୍ଜପୀଠ ମଠ ସମେତ ଅନ୍ୟାନ୍ୟ ବ୍ରେଷ୍ଣବ ଓ ସମ୍ପ୍ରଦାୟ ମଠବାଡିରେ ଝୁଲଣ ଯାତ୍ରା ପାଇଁ କରାଯାଉଛି ବ୍ୟାପକ ସାଜସଜ୍ଜା। କୁଞ୍ଜକୁ ଆକର୍ଷଣୀୟ ଭାବେ ସଜ୍ଜିତ କରୁଛନ୍ତି ସାଧୁସନ୍ଥ। ଡାଳି, ଲତା, ପଶୁପକ୍ଷୀ ଏବଂ ସଖୀମାନଙ୍କ ସମାଗମରେ ପ୍ରସ୍ତୁତ ହେଉଛି ମହାପ୍ରଭୁଙ୍କ ବର୍ଷାକାଳୀନ ରାସସ ସ୍ଥଳୀ ଝୁଲଣ କୁଞ୍ଜ। | <urn:uuid:2bd50e53-1571-4a13-8c7b-41542a8bf7d1> | CC-MAIN-2018-39 | http://odiapua.com/%E0%AC%AA%E0%AD%81%E0%AC%B0%E0%AD%80-%E0%AC%9D%E0%AD%81%E0%AC%B2%E0%AC%A3-%E0%AC%AA%E0%AD%8D%E0%AC%B0%E0%AC%B8%E0%AD%8D%E0%AC%A4%E0%AD%81%E0%AC%A4%E0%AC%BF/ | 2018-09-21T12:06:19Z | s3://commoncrawl/crawl-data/CC-MAIN-2018-39/segments/1537267157070.28/warc/CC-MAIN-20180921112207-20180921132607-00371.warc.gz | ory | 0.999974 | Orya | 4 | {"ory_Orya_score": 0.9999736547470093} |
ଭଦ୍ରକ, ୯ା ୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଉ ୬ ଦିନ ବାକି। ଏଥି ପାଇଁ ପୀଠରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ବିଶେଷକରି ଯାତ୍ରାରେ ଲକ୍ଷାଧିକ ଭକ୍ତମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଗତମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ। ଉକ୍ତ ବୈଠକରେ ଅଗଣିତ ଭକ୍ତମାନଙ୍କର ଯାତାୟାତ, ପାନୀୟଜଳ, ସ୍ୱାସ୍ଥ୍ୟ ଓ ପରିମଳ ଉପରେ ଗୁରୁତ୍ୱରୋପ ଭାବେ ଆଲୋଚନା କରାଯିବା ସହ ଭଦ୍ରକ- ଆରଡି ମୁଖ୍ୟ ରାସ୍ତାର ମରାମତି ସହ ପୀଠକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାର ମରାମତି, ବିଶୁଦ୍ଧ ପାନୀୟଜଳ ଯୋଗଣ, ଅତିରିକ୍ତ ସ୍ୱାସ୍ଥ୍ୟସେବା ସହ ଆମ୍ବୁଲାନ୍ସ ବ୍ୟବସ୍ଥା ଆଦି ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ଜାଗରଯାତ୍ରାର ଅଧ୍ୟକ୍ଷ ତଥା ଭଦ୍ରକ ଜିଲାପାଳ ଜ୍ଞାନ ଦାସ ପରାମର୍ଶ ଦେଇଥିଲେ। ହେଲେ ପୂର୍ତ୍ତ ଓ ଗୃହ ବିଭାଗର ଅଧିକାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଭଦ୍ରକ-ଆରଡି ମୁଖ୍ୟ ରାସ୍ତା ମରାମତି ନହେବାରୁ ଖାଲଖମା ହୋଇ ପଡିଛି। ଉକ୍ତ ରାସ୍ତାର ଅସୁରାଳି ଠାରୁ କୋଠାର ପର୍ଯ୍ୟନ୍ତ ପ୍ରାୟ ୩କି.ମି ରାସ୍ତାର ମଧ୍ୟଭାଗରେ ବଡଫାଟ ସୃଷ୍ଟି ହେବାସହ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଧୁଷୁରୀ ଠାରୁ ମଠଡିହ ପର୍ଯ୍ୟନ୍ତ ପ୍ରାୟ ୧୪କି.ମି ରାସ୍ତାରେ ବଡବଡ ଖାଲଖମା ସୃଷ୍ଟି ହୋଇଥିବାରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଦେଖା ଦେଉଛି। ଏପଟେ ଆରଡିପୀଠର ଜାଗରଯାତ୍ରା ଆଉମାତ୍ର ୬ଦିନ ବାକି ଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖାଯାଇନାହିଁ। ଫଳରେ ଯାତ୍ରାଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲକ୍ଷାଧିକ ଭକ୍ତ ଖାଲଖମା ରାସ୍ତାରେ ଯାତାୟାତ କରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବା ସହ ତୁରନ୍ତ ଭଦ୍ରକ-ଆରଡି ମୁଖ୍ୟ ରାସ୍ତର ମରାମତି ପାଇଁ ସାଧାରଣରେ ଦାବି ହୋଇଛି। | <urn:uuid:2a5cecc2-5ba0-4efb-b465-7d4140c57a3e> | CC-MAIN-2018-39 | http://odiapua.com/%E0%AC%AD%E0%AC%A6%E0%AD%8D%E0%AC%B0%E0%AC%95-%E0%AC%86%E0%AC%96%E0%AC%A3%E0%AD%8D%E0%AC%A1%E0%AC%B3%E0%AC%AE%E0%AC%A3%E0%AC%BF%E0%AC%99%E0%AD%8D%E0%AC%95-%E0%AC%9C%E0%AC%BE%E0%AC%97%E0%AC%B0/ | 2018-09-21T12:11:28Z | s3://commoncrawl/crawl-data/CC-MAIN-2018-39/segments/1537267157070.28/warc/CC-MAIN-20180921112207-20180921132607-00371.warc.gz | ory | 0.999999 | Orya | 3 | {"ory_Orya_score": 0.9999988079071045} |
ବଣାଇଁଗଡ଼ : ବଣାଇଁ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ସାପ୍ତାହିକ ବଜାର ନିକଟରେ ଜଣେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କର ଶବକୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଥିବାବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ବ୍ରାହ୍ମଣୀଧର ଗ୍ରାମର ଜୟରାମ ମୁଣ୍ଡା(୫୪) ଆଜି ଖୁଣ୍ଟଗାଁ ସାପ୍ତାହିକ ବଜାରକୁ ବଜାର କରିବା ପାଇଁ ଆସିଥିଲେ। ସେ ବଜାର ସାରି ଘରକୁ ଫେରୁଥିବା ସମୟରେ ବଜାର ନିକଟରେ ହଠାତ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଣାଇ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। | <urn:uuid:af81e0b2-31d9-4a9c-821c-2d4b6a3a7a58> | CC-MAIN-2018-39 | http://sambad.in/state/one-dead-in-sunstroke-160623/ | 2018-09-21T11:55:52Z | s3://commoncrawl/crawl-data/CC-MAIN-2018-39/segments/1537267157070.28/warc/CC-MAIN-20180921112207-20180921132607-00371.warc.gz | ory | 0.999929 | Orya | 3 | {"ory_Orya_score": 0.9999294281005859} |
– ରୟାଲ ଇନଫ୍ରାର ଠିକାଦାରଙ୍କୁ ସିଧାସଳଖ ୭୪ କୋଟି ଟଙ୍କାର ମୁନାଫା ଦିଆଯାଇଛି
– ସେତୁ ନିର୍ମାଣରେ ଅନିୟମିତତା ଦେଖାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଭଷ୍ଟ୍ରାଚାରର ନଗ୍ନ ଉଦାହରଣ
ଭୁବନେଶ୍ୱର, ତା.୦୩/୦୮ (ଓଡ଼ିଆ ପୁଅ) : ରାଜ୍ୟସରକାର ଗୁରୁପ୍ରିୟା ସେତୁ ନିର୍ମାଣରେ ଠିକାଦାରଙ୍କୁ ଅହେତୁକ ଅନୁକଂପା ଦେଖାଇଛନ୍ତି। ସିଏଜି ଏନେଇ ଆପତି ଉଠାଇବା ସହ ସେତୁ ନିର୍ମାଣ କାର୍ଯ୍ୟରେ ଅନେକ ଅନିୟମିତତା ହୋଇଛି ବୋଲି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ରାଜ୍ୟସରକାର ନିୟମ ବାହାରେ ଠିକାଦାରଙ୍କୁ ଅହେତୁକ ଅନୁକଂପା ଦେଖାଇ ୭୩.୯୧ କୋଟି ଟଙ୍କାର ଲାଭ ଦେବା ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଆଜି ମହାମହିମ ରାଜ୍ୟପାଳଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ରୟାଲ ଇନଫ୍ରାର ଠିକାଦାରଙ୍କୁ ସିଧାସଳଖ ୭୪ କୋଟି ଟଙ୍କାର ମୁନାଫା ଦିଆଯାଇଛି। ଏହି ସେତୁ ନର୍ମାଣ ମାଧ୍ୟମରେ ଓଡିଶାବାସୀଙ୍କ ଧନସଂପତିର ହରିଲୁଟ୍ କରାଯାଇଛି ବୋଲି ଶ୍ରୀ ପଣ୍ଡା ମହାମହିମ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ଆର୍ଥୀକ ସହାୟତାରେ ଏହି ସେତୁ ନିର୍ମାଣ ହୋଇଛି ଏବଂ ଏହି ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅର୍ଥ ଅନୀୟମିତତା ପାଇଁ ସିବିଆଇ ତଦନ୍ତ ନିହାତି ଆବଶ୍ୟକ ବୋଲି ମହାମହିମ ରାଜ୍ୟପାଳଙ୍କ ପାଖରେ ବିଜେପି ପ୍ରତିନିଧର ଦଳ ଅଭିଯୋଗ କରିଛି।
ଗୁରୁପ୍ରିୟା ସେତୁରେ ୭୩.୯୧ କୋଟି ଟଙ୍କାର ଦୁର୍ନୀତି ହୋଇଛି। ସଂପୂର୍ଣ୍ଣ ଇପିସି ଚୁକ୍ତି ଅନୁଯାୟୀ ଏହି ସେତୁ ନିର୍ମାଣ ହୋଇଥିବା ସତ୍ୱେ ନିୟମ ବାହାରକୁ ଯାଇ ଡଙ୍ଗା, ବୋଟ, ଲଂଚ ଭଡା ବାବଦକୁ ୨୪ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଆନୁସାଂଗିକ ବାବଦ ଖର୍ଚ୍ଚ ପାଇଁ ଅତିରିକ୍ତ ୪କୋଟି ଟଙ୍କା ଠିକାଦାର ସଂସ୍ଥାକୁ ପ୍ରଦାନ କରାଯାଇଛି। ସେତୁ ନିର୍ମାଣ ପାଇଁ ପ୍ରଥମେ ୨୦୦୬ ମସିହାରେ ଗ୍ୟାମନ ଇଣ୍ଡିଆକୁ ରାଜ୍ୟସରକାର ୪୭ କୋଟି ୪୧ଲକ୍ଷ ୯୫ ହଜାର ଟଙ୍କାର କାର୍ଯ୍ୟାଦେଶ ଦେଇଥିଲେ। କିନ୍ତୁ ଏତିକି ଅର୍ଥରେ କାର୍ଯ୍ୟ ହୋଇନପାରିବା କଥା କହି ଗ୍ୟାମନ ଇଣ୍ଡିଆ ୯୦.୫୧ କୋଟି ଦାବି କରିଥିଲା। ୨୦୧୦ ମସିହା ଫେବୃଆରୀ ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଗ୍ୟାମନ ଇଣ୍ଡିଆକୁ କାର୍ଯ୍ୟରୁ ଅନ୍ତର କଲେ। ଟେଣ୍ଡର ନିୟମ ଅନୁଯାୟୀ କ୍ଷତିପୂରଣ ବ୍ୟବସ୍ଥା ଥିବା ସତ୍ୱେ କମିଟି ନିଷ୍ପତି ଅନୁଯାୟୀ ରାଜ୍ୟ ସରକାର ବିନା କ୍ଷତିପୂରଣରେ କାର୍ଯ୍ୟ ବନ୍ଦ ନିଷ୍ପତି ନେଲେ। ମାଟି ପରୀକ୍ଷା ପାଇଁ ଗ୍ୟାମନ ଇଣ୍ଡିଆକୁ ପ୍ରଦାନ କରାଯାଇଥିବା ୯କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେବା ପ୍ରସଙ୍ଗରେ ମଧ୍ୟ ସିଏଜି ପ୍ରଶ୍ନ ଉଠାଇଛନ୍ତି। ଏହି ସେତୁ ନିର୍ମାଣ ପାଇଁ ପ୍ରଥମେ ୯୦.୫୧ କୋଟି ଟଙ୍କାକୁ ବାରଣ କରିଥିବା ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ରୟାଲ ଇନଫ୍ରାକୁ ଏହି ସେତୁ ନିର୍ମାଣ ପାଇଁ ୧୮୭ କୋଟି ଟଙ୍କା ଦେଇ ଠିକାଦାରଙ୍କୁ ପୂର୍ତ ବିଭାଗ ଏବଂ ରାଜ୍ୟ ସରକାର ଅହେତୁକ ଅନୁକଂପା ଦେଖାଇଥିବା ସିଏଜି ତାଙ୍କ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଓଡିଶାର ଏକ ଆଦିବାସୀ ଅଧ୍ୟୁଷିତ ପ୍ରଭାବିତ ମାଲକାନଗିରିର ବିଚ୍ଛିନ୍ନାଂଚଳଙ୍କ ପାଇଁ ଗୁରୁପ୍ରିୟା ସେତୁର ଆବଶ୍ୟକତା ଥିଲା। କିନ୍ତୁ ସେତୁ ନିର୍ମାଣରେ ଅନିୟମିତତା ଦେଖାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଭଷ୍ଟ୍ରାଚାରର ନଗ୍ନ ଉଦାହରଣ ବୋଲି ସ୍ମାରକ ପତ୍ର ପ୍ରଦାନ କରି ରାଜ୍ୟପାଳଙ୍କ ନିକଟରେ ବିଜେପି ଅଭିଯୋଗ କରିଛି।
ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ବିଜେପିର ଏହି ଉଚ୍ଚସ୍ତରୀୟ ପ୍ରତିନିଧୀମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରି ଗୁରୁପ୍ରିୟା ସେତୁର ନିର୍ମାଣରେ ହୋଇଥିବା ସମସ୍ତ ଘୋଟାଲର ପର୍ଦ୍ଦାଫାଶ କରିବା ପାଇଁ ସିବିଆଇକୁ ଅନୁମୋଦନ କରିବା ପାଇଁ ରାଜ୍ୟପାଳଙ୍କୁ ବିଜେପି ଅନୁରୋଧ କରିଛି।
ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ମହାମହିମ ରାଜ୍ୟପାଳ ବିଜେପିର ପ୍ରତିନିଧିଦଳକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି ବୋଲି ସାକ୍ଷାତ ପରେ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ଶ୍ରୀ ପଣ୍ଡାଙ୍କ ସମେତ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗୋଲକ ପ୍ରସାଦ ମହାପାତ୍ର ଏବଂ ପୀତାମ୍ବର ଆଚାର୍ଯ୍ୟ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ ଦାସ ପ୍ରମୁଖ ସାମିଲ ଥିଲେ। | <urn:uuid:2298aaff-ea24-4c0e-a6b2-e1c43727efd5> | CC-MAIN-2018-39 | http://odiapua.com/%E0%AC%B0%E0%AC%BE%E0%AC%9C%E0%AD%8D%E0%AD%9F%E0%AC%AA%E0%AC%BE%E0%AC%B3%E0%AC%99%E0%AD%8D%E0%AC%95%E0%AD%81-%E0%AC%AD%E0%AD%87%E0%AC%9F%E0%AC%BF-%E0%AC%B8%E0%AC%BF%E0%AC%AC%E0%AC%BF%E0%AC%86%E0%AC%87/ | 2018-09-23T20:37:45Z | s3://commoncrawl/crawl-data/CC-MAIN-2018-39/segments/1537267159744.52/warc/CC-MAIN-20180923193039-20180923213439-00131.warc.gz | ory | 0.999989 | Orya | 4 | {"ory_Orya_score": 0.9999892711639404} |
ମୁମ୍ବାଇ: ପାଖେଇ ଆସିଲାଣି ଅନୀଲ କପୁରଙ୍କ ଲାଡଲୀ ସୋନମଙ୍କ ବାହାଘର। ପ୍ରେମିକ ଆନନ୍ଦ ଆହୁଜାଙ୍କ ସହ ଆଗାମୀ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସୋନମ। ଏବେ ସୋନମଙ୍କୁ ନେଇ ବେଶ୍ ସରଗରମ ହୋଇଛନ୍ତି ଗଣମାଧ୍ୟମ ସଂସ୍ଥା। ତାଙ୍କର ଟିକ୍ ନିକ୍ କଥା ଉପରେ ଏବେ ଲୋକଙ୍କ ନଜର ରହିଛି। କେବଳ ଆଜିର କି କାଲି ର କଥା ନୁହେଁ, ଏପରିକି ସୋନମ ୬ ବର୍ଷ ତଳେ କ'ଣ କହିଥିଲେ ତାହା ବି ଚର୍ଚ୍ଚା ପାଲଟିଛି।
ସୋନମ ଛଅ ବର୍ଷ ତଳେ ଏକ ସାକ୍ଷାତକାରରେ ଯାହା କହିଥିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା। ପିତା ଅନୀଲଙ୍କୁ ଅନେକ ଭଲପାଉଥିବା ସତ୍ତ୍ୱେ ସେ ତାଙ୍କ ପରି ଜୀବନସାଥୀ ଚହାନ୍ତି ନାହିଁ ବୋଲି ସ୍ପଷ୍ଟ କହିଥିଲେ। ସବୁ ଝିଅଙ୍କର ସ୍ୱପ୍ନ ଥାଏ ସେ ନିଜ ଜୀବନସାଥୀଙ୍କ ଭିତରେ ବାପାଙ୍କ ଗୁଣ ପାଆନ୍ତୁ। ମାତ୍ର ସୋନମଙ୍କ ଇଚ୍ଛାର ବ୍ୟତିକ୍ରମର କାରଣ ଟିକେ ଅଲଗା।
ସୋନମ କହିଥିଲେ କି ତାଙ୍କ ଭିତରେ ନିଜ ବାପାଙ୍କ ଗୁଣ ଭରି କରି ରହିଛି। ତାଙ୍କ ଜୀବନସାଥୀ ଯଦି ତାଙ୍କ ପରି ହୁଅନ୍ତି ତେବେ ଚଳିବା ମୁସ୍କିଲ୍ ହୋଇଯିବ। କାହିଁକି ନା, ଉଭୟ ଅନୀଲ ଓ ସୋନମ ଦୁହେଁ ଖୁବ୍ ପିଲାଳିଆ ସ୍ୱଭାବର। ସେମାନଙ୍କୁ ସମ୍ଭାଳିବା ପାଇଁ ମାଆ ସୁନୀତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼େ। ଏପଟେ ତାଙ୍କ ମାଆ ବି ଚାହୁଁଥିଲେ କି ସୋନଙ୍କୁ ଜଣେ ଚିନ୍ତାଶୀଳ ଯୁବକର ସାଥ୍ ମିଳୁ। ଫଳରେ ତାଙ୍କର ଝିଅର ନଖରାମିକୁ ସେ ସମ୍ଭାଳି ପାରିବେ।
ସୋନମ ଶେଷରେ କହିଥିଲେ କି 'ମୋ ବାପାଙ୍କୁ ମୁଁ ଖୁବ୍ ଭଲପାଏ। ମୋ ବାପାଙ୍କର ଅନେକ ଗୁଣ ମୋ ଭିତରେ ରହିଥିବାରୁ ସେହି ଗୁଣ ସବୁ ମୋ ଜୀବନସାଥୀ ଭିତରେ ନ ରହିଲେ ଭଲ। ନଚେତ ପରସ୍ପରକୁ ସମ୍ଭାଳିବା ନେଇ ସମସ୍ୟା ସୃଷ୍ଟି ହୋଇପାରେ।'
ଯୋଗକୁ ସୋନମଙ୍କ ଭାବି ସ୍ୱାମୀ ଆନନ୍ଦ ଆହୁଜା ଖୁବ୍ ବୁଝିଲାସୁଝିଲା। ସେ କର୍ମତତ୍ପର ସହ ସୋନମଙ୍କ ନଖରାମିର ଖୁବ୍ ଧ୍ୟାନ ରଖନ୍ତି। | <urn:uuid:b8753673-dc61-4d8f-9b1c-80cf8f5fc30a> | CC-MAIN-2018-39 | http://sambad.in/entertainment/sonam-kapoor-anil-kapoor-133779/ | 2018-09-23T20:01:31Z | s3://commoncrawl/crawl-data/CC-MAIN-2018-39/segments/1537267159744.52/warc/CC-MAIN-20180923193039-20180923213439-00131.warc.gz | ory | 0.999961 | Orya | 8 | {"ory_Orya_score": 0.9999607801437378} |
ଆପଣ କଣ ଆପଣଙ୍କ ମୃତ୍ୟୁକୁ ନେଇ ଚିନ୍ତିତ? ଆପଣଙ୍କର ମୃତ୍ୟୁ କେବେ ଏବଂ କେଉଁଠି ହେବ, ଏହାର ଉତ୍ତର ଜାଣିବା ପାଇଁ ଫେସବୂକ ଲଗିଂ ବଟନକୁ କ୍ଲିକ କରନ୍ତୁ
କେଉଁ ବହି ପଢିଲେ ଆପଙ୍କ ଜୀବନ ସଇଳି ବଦଳି ପାରିବ?
ଆପଣଙ୍କ ପୁରୁଣା ପ୍ରେମିକ କେଉଁ କଥା କୁ ଭୁଲି ପାରିନାହିଁ?
ଜାଣିବାକୁ ଚାହଁନ୍ତିକି ଆପଣଙ୍କ ପ୍ରଥମ kissର ବ୍ୟକ୍ତିଙ୍କ ନାମର 1st letter କଣ ହୋଇଥିବ?
ଆପଣଙ୍କ ପ୍ରୋଫାଇଲ ପିକ୍ଚର ଦେଖିଲେ ଲୋକଙ୍କ ମନକୁ କଣ ଭାବନା ଆସେ
ଜାଣନ୍ତୁ ବର୍ତମାନ ଆପଣଙ୍କ relationship status କଣ ଅଛି?
ଆପଣ ପ୍ରେମରେ କେତେ % ରିଅଲ ଓ କେତେ % ଫେକ?
ଆପଣଙ୍କ ଅସୁବିଧା କୋଉଠି?
କେଉଁ 5ଟି text ଆପଣ ଆପଣଙ୍କ ପାଟର୍ନରଙ୍କୁ ଲେଖିବା କଥା?
ଆସନ୍ତା ୩ ମାସ ଭିତରେ ତୁମ ସହ କଣ ଚମତ୍କାର ହେବାକୁ ଯାଉଛି ଜାଣନ୍ତୁ?
View More | <urn:uuid:f4a22312-9783-4b20-b233-911ba37f535a> | CC-MAIN-2018-39 | https://odia.ezeedigi.com/where-will-you-die/ | 2018-09-24T22:52:00Z | s3://commoncrawl/crawl-data/CC-MAIN-2018-39/segments/1537267160842.79/warc/CC-MAIN-20180924224739-20180925005139-00291.warc.gz | ory | 0.999982 | Orya | 1 | {"ory_Orya_score": 0.9999816417694092} |
କନକ ବ୍ୟୁରୋ : ଦେଶକୁ ଥରାଇ ଦେଇଛି ଦୁଇଟି ଦୁଷ୍କର୍ମ ଖବର । ଆଉ ଏହା ଭିତରେ କାଶ୍ମୀରର କାଠୁଆରେ ଜଣେ ୮ ବର୍ଷର ଝିଅକୁ ଗଣବଳାକ୍ରାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଦୁଷ୍କର୍ମ ଘଟଣାରେ ଚାର୍ଜସିଟ୍ ଦାଖଲ କରିବାରେ ବାଧା ସୃଷ୍ଟି କରୁଥିବା ଜିଲ୍ଲା ବାର୍ ଆସୋସିଏସନ୍ ଓ ହାଇକୋର୍ଟ ବାର୍ ଆସୋସିଏସନକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ସେପଟେ ଉତରପ୍ରଦେଶର ଉନାଓରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ବିଜେପି ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହି ଦୁଇଟି ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ହସ୍ତକ୍ଷେପ କରିବାକୁ ଆଗେଇ ଆସିଛନ୍ତି ନ୍ୟାୟାଳୟ । ତେବେ ଜମ୍ମୁ କାଶ୍ମୀରରେ ଯେଉଁ ସ୍ପର୍ଶକାତର ଘଟଣା ଘଟିଥିଲା ତାହା ସାରା ଦେଶର ମୁଣ୍ଡ ତଳକୁ କରିଦେଇଛି ।
ରାତି ୧୨ଟାରେ ରାଜଧାନୀର ରାଜରାସ୍ତାରେ ବାହାରିଥିବା ରାଲି ପଛରେ ରାଜନୈତିକ ସମର୍ଥନ ତ ରହିଛି, କିନ୍ତୁ ଆଠବର୍ଷର ଜଣେ ଅସହାୟ ଝିଅକୁ ନ୍ୟାୟ ଦେବା ଲାଗି ସ୍ୱର ବି ସ୍ପଷ୍ଟ ବାରି ହୋଇପଡୁଥିଲା । ଆଉ ଏହି ସମ୍ବେଦନଶୀଳ ଘଟଣାରେ ବି ହସ୍ତକ୍ଷେପ କରିବାକୁ ପଛାଇ ନାହାନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଜାମ୍ମୁ-କାଶ୍ମୀର କାଠୁଆରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅନୁଧ୍ୟାନ ପାଇଁ ନିଜଆଡୁ ଆଗ୍ରହ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ ଦୋଷୀଙ୍କ ବିରୋଧରେ ଚାର୍ଜସିଟ ଦାଖଲରେ ବାଧା ଦେଉଥିବାରୁ କାଠୁଆ ଜିଲ୍ଲା ବାର ଆସୋସିଏସନ ଓ ଜାମ୍ମୁ ହାଇକୋର୍ଟ ବାର ଆସୋସିଏସନକୁ କଡା ସମାଲୋଚନା କରିଛନ୍ତି । ଧିରେଧିରେ ସାଂପ୍ରଦାୟିକ ରଙ୍ଗ ନେଉଛି ଜାମ୍ମୁ-କାଶ୍ମୀରର ଏହି ସ୍ପର୍ଷକାତର ପ୍ରସଙ୍ଗ । କାରଣ ଅଭିଯୁକ୍ତଙ୍କ ସହ ଛିଡା ହୋଇଛି ହିନ୍ଦୁ ଏକତା ମଂଚ । ଯାହା ପଛରେ ମେହମୁବା ମୁଫତି କ୍ୟାବିନେଟର ଦୁଇ ବିଜେପି ମନ୍ତ୍ରୀଙ୍କ ସମର୍ଥନ ରହିଛି । ସେପଟେ ଦୋଷୀଙ୍କୁ କଠୋର ଦଣ୍ଡ ଦାବି କରି ବିକ୍ଷୋଭ ଜାରି ରଖିଛି ବଖେରବାଲ ସଂପ୍ରଦାୟ । ଆଉ ଏହାରି ଭିତରେ ଗିରଫ ୮ଜଣଙ୍କ ବିରୋଧରେ ୧୮ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଂଚ ପୁଲିସ ।
ଚାର୍ଜସିଟ୍ ଅନୁସାରେ ଗତ ଜାନୁଆରୀ ୧୦ ତାରିଖରେ ଜଙ୍ଗଲକୁ ଘୋଡା ଚରାଇବା ପାଇଁ ଯାଇଥିଲା ୮ବର୍ଷର ଝିଅ- ଆସିଫା । ଯେଉଁଠାରୁ ତାକୁ ଅପହରଣର ଷଡଯନ୍ତ୍ର ରଚିଥିଲା ସାଂଝୀ ରାମ୍ । ଆଉ ତାରି ନିର୍ଦ୍ଦେଶରେ ଆସିଫାକୁ ଅପହରଣ କରିନେଇଥିଲା ରାମର ପୁତୁରା । ଏଥିପାଇଁ ସେ ତାର ଘନିଷ୍ଠ ବନ୍ଧୁ ପରଭେସ କୁମାର ଓରଫ ମନୁର ସହାୟତା ନେଇଥିଲା । ଆସିଫା ଚରାଇବାକୁ ଆଣିଥିବା ଘୋଡାକୁ ପାଉନଥିବାରୁ ରାମର ପୁତୁରାକୁ ପଚରାଉଚରା କଲାବେଳେ ସେ ତାକୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲା । ଆଉ ଆସିଫା ଷଡଯନ୍ତ୍ରର ସୁରାଗ ପାଇ ଖସିଯିବାକୁ ଉଦ୍ୟମ କଲାବେଳେ ଗୋଟିଏ ହାତରେ ତାର ବେକ ଓ ଅନ୍ୟ ହାତରେ ପାଟିକୁ ଚାପି ଧରିଥିଲା ରାମର ପୁତୁରା । ଆସିଫା ତଳେ ପଡିଯିବାରୁ ଅତି ନୃସଂସ ଭାବେ ତାକୁ ବଳାକ୍ରାର କରିଥିଲା ନାବାଳକ ଜଣକ । ଏହି ସମୟରେ ଆସିଫା ସଜ୍ଞାହୀନ ହୋଇପଡିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି । ଏହାପରେ ସହଯୋଗୀ ମନୁ ମଧ୍ୟ ତାକୁ ବଳାକ୍ରାର କରିବାକୁ ପଛାଇ ନଥିଲା ।
ଦୁଇଦୁଇ ଜଣ ପାଶବିକ ଅତ୍ୟାଚାର କରିବା ପରେ ଅଚେତ ହୋଇପଡିଥିବା ଆସିଫାକୁ ଆଣି ମନ୍ଦିରର ଏହି ଷ୍ଟୋରରୁମରେ ରଖିଥିଲେ । ଏହି ଅନ୍ଧାରୁଆ କୋଠରୀରେ ଆସିଫାକୁ ୪ଦିନ ରଖିବା ସହ ନିଶା ଔଷଧ ଦେଇ ବାରମ୍ବାର ବଳାକ୍ରାର କରିଥିଲେ ଏକାଧିକ ବ୍ୟକ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଅନୁଭବ କରି ଶେଷରେ ଆସିଫାକୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ରାମ୍ । ଜାନୁଆରୀ ୧୫ ତାରିଖରେ ଆସିଫାକୁ ପଥରରେ ଛେଚି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗିଦେବାକୁ କହିଥିଲା ସାଂଝୀ ରାମ୍ । ଏହି ନୃସଂଶ ହତ୍ୟାକାଣ୍ଡ ସାରା ଦେଶକୁ ବ୍ୟଥିତ କରିଥିବାବେଳେ ପକ୍ସୋ ଆଇନରେ ସଂଶୋଧନ କରି ନାବାଳିକାଙ୍କୁ ବଳାକ୍ରାର କରୁଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ବ୍ୟବସ୍ଥା କରିବେ ବୋଲି କହୁଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ।
ସାରା ଦେଶକୁ ବ୍ୟଥିତ କରିଦେଇଥିବା ଏହି ବଳାକ୍ରାର ଓ ହତ୍ୟା ମାମଲା ଜାମ୍ମୁ-କଶ୍ମୀମର ସରକାରଙ୍କୁ ମଧ୍ୟ ବିଚଳିତ କରିଦେଇଛି । ବିଜେପି ସହ କ୍ଷମତାରେ ଥିବା ପିଡିପି ତାର ସମସ୍ତ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା ମାନଙ୍କୁ ନେଇ ଶନିବାର ଏକ ଜରୁରୀ ବୈଠକ ଡାକିଛି । ଯେଉଁଠାରେ କାଠୁଆ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ ।
ଅନ୍ୟପଟେ ଉନ୍ନାଓ ବଳାକ୍ରାର ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ କଡା ପଦକ୍ଷେପ । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକଙ୍କୁ ଅଟକ ରଖି ଜେରା କରିବା ପରିବର୍ତେ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି କୋର୍ଟ । ମେ ୨ ତାରିଖ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଯୋଗୀ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଜି ଭୋରରୁ ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂ ସେଙ୍ଗରକୁ ଅଟକ ରଖି ୫ ଘଂଟା ଧରି ମାରାଥନ ଜେରା କରିଛି ସିବିଆଇ ।
ଲକ୍ଷେ୍ନø ସ୍ଥିତ ସିବିଆଇ ଅଫିସରେ କୁଲଦୀପଙ୍କୁ ନେଇ ଜେରା କରାଯାଇଛି । ଏହାସହ ଉନ୍ନାଓ ଯାଇ ପୀଡିତଙ୍କ ପରିବାରଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଏହି ମାମଲାରେ କୋ÷ଣସି ଦୋଷୀଙ୍କୁ ଛଡା ଯିବ ନାହିଁ । ସିବିଆଇ ଏହି ମାମଲାରେ ବର୍ତମାନ ସୁଦ୍ଧା ୩ଟି ମାମଲା ରୁଜୁ କରିଛି । ଗତବର୍ଷ ୟୁପିର ଉନ୍ନାଉ ଜିଲ୍ଲାରେ ୧୭ ବର୍ଷର ନାବାଳିକାଂକୁ ବଳାକ୍ରାର କରାଯାଇଥିବା ଅଭିଯୋଗ ହୋଇଥିଲା । | <urn:uuid:94d3cdd5-95d9-474f-873a-7f60439d332d> | CC-MAIN-2018-39 | http://kanaknews.com/kathua-and-unnao-rape-case-update/ | 2018-09-26T02:46:15Z | s3://commoncrawl/crawl-data/CC-MAIN-2018-39/segments/1537267163146.90/warc/CC-MAIN-20180926022052-20180926042452-00451.warc.gz | ory | 1 | Orya | 8 | {"ory_Orya_score": 1.0000003576278687} |
କନକ ବ୍ୟୁରୋ : ପାଣି ପାଇଁ ରାତି ଅନିଦ୍ରା । ଶୋଷ ମେଂଟାଇବାକୁ ଲୋକଙ୍କ ଆଖିରୁ ହଜିଯାଇଛି ନିଦ । ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଡୁମୁରିବାଡି ସାହିରେ ଏହା ନିତିଦିନିଆ କଥା । ଘନ ଅନ୍ଧାର ଭିତରେ ନଳକୂଅ ପାଖରେ ଲାଗିଛି ମହିଳାଙ୍କ ଲମ୍ବା ଲାଇନ । ପାଣି ଗରାଏ ପାଇଁ ପ୍ରତିଦିନ ଏମିତି ରାତି ଅଧରୁ ଆସି ନଳକୂଅ ପାଖରେ ଲାଇନ ଲଗାଇଥନ୍ତା ଏଠାକାର ଆଦିବାସୀ ସାନ୍ତାଳ ମହିଳାମାନେ ।
୭୦ରୁ ଅଧିକ ଆଦିବାସୀ ସାନ୍ତାଳ ପରିବାରକୁ ନେଇ କେନ୍ଦୁଝର ସଦର ବ୍ଲକର ଡୁମୁରିବାଡି ସାହି । ସାହି ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ୨ଟି ନଳକୂଅ ଅଛି । ୩ ବର୍ଷ ହେବ ଗୋଟିଏ ଅଚଳ ହୋଇପଡିଥିବା ବେଳେ ଅନ୍ୟଟିର ଅବସ୍ଥା ଏପରି ଯେ, ଘଂଟାରୁ ଅଧିକ ସମୟ ପରିଶ୍ରମ କଲେ ଗୋଟିଏ ଗରା ପୂରିବା ବଡ କଷ୍ଟ । ଆଉ ଯଦି କେହି ନଳକୂଅରୁ ପାଣି ନପାଆନ୍ତି ତେବେ ସେମାନଙ୍କ ଶୋଷ ମେଂଟାଇବାର ଶେଷ ଠିକଣା ଗାଁ ନିକଟ ଗୋଳିଆ ଚୂଆ । ଅନ୍ୟପଟେ ଡୁମୁରିବାଡି ସାହି ଜଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦୁଝର ସଦର ବିଡିଓ ।
ଖଣି ଜିଲ୍ଲାର ବିକାଶ ପାଇଁ ଗଠନ ହୋଇଛି ଡିଏମଏଫ ଫଣ୍ଡ । ଆଉ ଏହି ପାଣ୍ଠିରେ ରହିଛି ୨ହଜାର କୋଟିରୁ ଅଧିକ ଟଙ୍କା । ଏହା ସତ୍ୱେ ବି ପାନୀୟ ଜଳ ପାଇଁ ଲୋକଙ୍କ ସଂଘର୍ଷ ଦେଖିଲେ, ସ୍ୱଭାବିକ ଭାବେ ପ୍ରଶ୍ନ ଉଠେ ଏ ପାଣ୍ଠି କାହା ସ୍ୱାର୍ଥରେ?
ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡ ତେଲନଦୀ କୁଳରେ ଥିବା ଛିଲିପା ଗାଁରେ ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା । ଗ୍ରାମାବାସୀଙ୍କ ଶୋଷ ମେଂଟାଇବା ପାଇଁ ଥିବା ନଳକୂଅ ଅଚଳ ହୋଇପଡିଛି । ଏହାସହ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଜଳ ଯୋଗାଇ ପ୍ରକଳ୍ପ ବି ଅଚଳ ହୋଇପଡିଛି । ଯାହା ଲୋକଙ୍କ ସମସ୍ୟାକୁ ବଢିଯାଇଛି ।
ତେଲନଦୀ କୁଳରେ ରହିଛି ଧର୍ମଗଡ ବ୍ଲକର ଛିଲିପା ଗାଁ । ୪ହଜାରରୁ ଅଧିକ ଲୋକ ବସବାସ କରୁଥିବା ଏହି ଗାଁରେ ଶୋଷ ମେଂଟାଇବା ପାଇଁ ରହିଛି ୮ଟି ନଳକୂପ । ସେଥିରୁ ୫ଟି ଅଚଳ ହୋଇ ପଡିଥିବା ବେଳେ ୩ଟି ଗ୍ରାମବାସୀଙ୍କ ଜୀବନରେଖା ପାଲଟିଛି । ଫଳରେ ରାତି ପାହିଲେ ନଳକୂଅ ପାଖରେ ମହିଳାଙ୍କ ଭିଡ ଲାଗୁଥିବା ବେଳେ ପାଟିତୁଣ୍ଡ କରିବା ନିୟମିତ ଘଟଣା ହୋଇଯାଇଛି ।
ଛିଲିପା ଗାଁର ଜଳ ସଂକଟ ଦୂର କରିବା ପାଇଁ ୧କୋଟି ୫୬ଲକ୍ଷ ଟଙ୍କା ବିନିମୟରେ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି । ଇଂଟେକ ୱେଲ, ଓଭରହେଡ ଟ୍ୟାଙ୍କ ଓ ବିଦ୍ୟୁତ ଟ୍ରାନ୍ସଫରମର ବସିବା ସହ ଗାଁରେ ୨୮ଟି ଷ୍ଟାଂଡ ପୋଷ୍ଟ ହୋଇଛି । ହେଲେ ନିମ୍ନମାନର କାମ ଯୋଗୁଁ ଅଳ୍ପ କିଛି ଦିନ ପାଣି ଯୋଗାଇବା ପରେ ବନ୍ଦ ହୋଇପଡିଛି ଜଳ ଯୋଗାଣ ପ୍ରକଳ୍ପ । ସେପଟେ ଜଳ ସମସ୍ୟାକୁ ନେଇ ଜଳ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଖୁବ୍ଶୀଘ୍ର ପ୍ରତିକାର ବ୍ୟବସ୍ଥା କରାଯିବ । ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କ ଅର୍ଥଖୋର ମନୋଭାବ ଯୋଗୁଁ ଶୋଷରେ ରହୁଛି ମଣିଷ । | <urn:uuid:1d0cd8b8-f86d-404f-b811-efc2ce7d2648> | CC-MAIN-2018-39 | http://kanaknews.com/keonjhar-water-problem/ | 2018-09-26T03:22:46Z | s3://commoncrawl/crawl-data/CC-MAIN-2018-39/segments/1537267163146.90/warc/CC-MAIN-20180926022052-20180926042452-00451.warc.gz | ory | 0.999998 | Orya | 7 | {"ory_Orya_score": 0.9999977350234985} |
ଖଣ୍ଡପଡ଼ା: ଖଣ୍ଡପଡ଼ା ସହରାଞ୍ଚଳ ଅନ୍ତର୍ଗତ ପୂର୍ତ ବିଭାଗ ଡାକ ବଙ୍ଗଳା ଛକ ନିକଟରେ ବାଇକ୍ ଦୁର୍ଘଟଣା ଘଟି ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଯୁବକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରଥମେ ଖଣ୍ଡପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ପ୍ରକାଶ ଥାଉକି, ଦଶପଲ୍ଲା ସୁବଳୟାର ପପୁ ରଣା ନାମକ ଏହି ଯୁବକ ଜଣକ ଭାପୁର ବ୍ଲକ୍ ବଡ଼ସହରା ପଞ୍ଚାୟତରେ କିଛି ଦିନ ହେବ ଶ୍ୱଶୁର ତ୍ରିଲୋଚନ ରଣାଙ୍କ ଘରେ ରହି ଆସୁଥିଲେ। କିନ୍ତୁ ବାହାଡ଼ା ଛକରେ ମଦ କାଉଣ୍ଟର୍ରେ ମଦ୍ୟପାନ କରି ସେ ଆଜି ନିଜ ଘରକୁ ଫେରୁଥିବାବେଳେ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଟିଭିଏସ୍ ଷ୍ଟାର୍ ବାଇକ୍ (ଓଡି-୨୫-ଏଫ୍-୨୫୦୧)ଟି ଦୁର୍ଘଟଣାଗ୍ରସ୍ତ ହେବା ସହ ପପୁ ରାସ୍ତାରେ ଛିଟିକି ପଡ଼ିଥିଲେ। ଫଳରେ ପପୁର ହାତ, ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିବାବେଳେ କାନ୍ଧ ପାଖ ହାଡ଼ଟି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଖଣ୍ଡପଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ବାଇକ୍ଟିକୁ ଜବତ କରିଥିବା ସୂଚନା ମିଳିଛି। | <urn:uuid:15bb45c8-420f-4461-a49f-90745bff0215> | CC-MAIN-2018-39 | http://sambad.in/district/nayagarh/youth-injured-in-road-accident-203429/ | 2018-09-18T15:55:04Z | s3://commoncrawl/crawl-data/CC-MAIN-2018-39/segments/1537267155561.35/warc/CC-MAIN-20180918150229-20180918170229-00124.warc.gz | ory | 0.999957 | Orya | 4 | {"ory_Orya_score": 0.9999573230743408} |
"ସକାଳ ପାହିଲା ବେଳକୁ ବିଶ୍ୱ ମାନଚିତ୍ରରେ ପାକିସ୍ତାନ ବୋଲି ଦେଶ ନଥିବ" ବାଜେପେୟୀଙ୍କ ଏହି କଥା ଶୁଣି ସ୍ତବଧ ହୋଇଯାଇଥିଲେ କ୍ଲିଣ୍ଟନ
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀ ଅସୁସ୍ଥତା କାରଣରୁ ଆଜି ଏମସରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ହାଲଚାଲ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଦି ଏମସ ପହଞ୍ଚିଛନ୍ତି । ସେ ଶାସକ ଦଳ ହୁଅନ୍ତୁ ବା ବିରୋଧୀ ଦଳ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ନିଜର ସମୁଦାୟ ରାଜନୈତିକ ଜୀବନରେ ସମସ୍ତଙ୍କ ପ୍ରିୟ ଥିଲେ ଅଟଳ ଜୀ । ସେଥିପାଇଁ ସେ ଭାରତର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରେ ଗଣା ହେଉଛନ୍ତି । ଅଟଳଜୀ ବିଶାଳ ଓ ଉଦାର ହୃଦୟର ଥିଲେ ମଧ୍ୟ ବେଳେବେଳେ କଠୋରତା ମଧ୍ୟ ପ୍ରଦର୍ଶନ କରୁଥିଲେ । ଏପରି ଏକ ଘଟଣାର ଅବତାରଣା କରୁଛି । ପାକିସ୍ତାନ ସହ ସମ୍ପର୍କ ସୁଧାରିବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ । ୧୯୯୯ ମସିହାରେ ନିଜେ ବସ ଚଢି ଲାହୋର ଯାଇଥିଲେ । କିନ୍ତୁ ପାକିସ୍ତାନ ସଂପର୍କ ସୁଧାରିବା ତ ଦୂର କଥା, ପଛରୁ ଛୁରୀ ମାରିଲା । ଲାହୋର ବସ ଯାତ୍ରାର ଜବାବ କାରଗିଲ ଆକ୍ରମଣ ମାଧ୍ୟମରେ ଦେଲା । ଯୁଦ୍ଧର ଘନଘଟା ମଧ୍ୟରେ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଅଟଳଜୀଙ୍କ ଫୋନ କରି ଯୁଦ୍ଧ ବନ୍ଦ କରିବାକୁ ଚାପ ପ୍ରୟୋଗ କଲେ । କହିଲେ ଯେ ପାକିସ୍ତାନ ଏକ ଅଣୁ ଅସ୍ତ୍ର ସଂପନ୍ନ ଦେଶ । ତାକୁ ଭାରତ କାଶ୍ମୀର ଛାଡିଦେବା ଉଚିତ । ନ ହେଲେ ଭାରତ ଉପରେ ପରମାଣୁ ଆକ୍ରମଣ କରିଦେବ ।
ଏହାର ଜବାବରେ ଅଟଳଜୀ ଏପରି କଥା କହିଲେ ଯେ କ୍ଲିଣ୍ଟନଙ୍କ ମୁହଁରୁ କଥା ବାହାରିଲା ନାହିଁ । ଅଟଳଜୀ କହିଲେ, " ପାକିସ୍ତାନ ପରମାଣୁ ଆକ୍ରମଣ କଥା ଆମେ ପୂର୍ବରୁ ବିଚାରକୁ ଆଣିଛୁ । ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କଲେ ଭାରତର ୪୦ ପ୍ରତିଶତ ସ୍ଥାନ ନଷ୍ଟ ହୋଇଯିବ । କିନ୍ତୁ ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି ସକାଳ ପାହିଲା ବେଳକୁ ବିଶ୍ୱ ମାନଚିତ୍ରରେ ପାକିସ୍ତାନ ବୋଲି ଗୋଟିଏ ଦେଶ ନଥିବ ।" | <urn:uuid:9d9df3af-0ef2-4fb0-b653-57b32784c387> | CC-MAIN-2018-39 | http://sambad.in/india-and-beyond/vjapayees-answer-to-bill-clinton-157243/ | 2018-09-18T15:55:58Z | s3://commoncrawl/crawl-data/CC-MAIN-2018-39/segments/1537267155561.35/warc/CC-MAIN-20180918150229-20180918170229-00124.warc.gz | ory | 1.000008 | Orya | 4 | {"ory_Orya_score": 1.0000075101852417} |
ଜାକର୍ତା: ଅଷ୍ଟାଦଶ ଏସୀୟ କ୍ରୀଡ଼ା ଶନିବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହେବ। ଏହା ପୂର୍ବରୁ କିନ୍ତୁ ଫୁଟବଲ୍ ଏବଂ ହ୍ୟାଣ୍ଡବଲ୍ ଭଳି ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। ଭାରତୀୟ ହ୍ୟାଣ୍ଡବଲ୍ ଦଳ ଦୁର୍ଭାଗ୍ୟଜନକ ଭାବେ ତା' ପ୍ରଥମ ମ୍ୟାଚ୍ରେ ଚାଇନିଜ୍ ତାଇପେଠାରୁ ୨୮-୩୮ରେ ହାରି ଯାଇଛି। ୧୩ ଦଳୀୟ ପ୍ରତିଯୋଗିତାରେ ଇରାକ ଓ ଚାଇନିଜ୍ ତାଇପେ ସହ ଭାରତ ଗ୍ରୁପ୍ ଡି'ରେ ସ୍ଥାନ ପାଇଛି। ଏହି ଖେଳର ମହିଳା ବର୍ଗରେ ୧୦ ଦଳ ଭାଗ ନେଉଛନ୍ତି। ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆ, କାଜାଖସ୍ତାନ, ଚୀନ ଓ ଉତ୍ତରକୋରିଆ ସହ ଗ୍ରୁପ୍ 'ଏ'ରେ ଅଛି। | <urn:uuid:ee983d42-c1b3-4934-bd36-0d0a5ffb9a04> | CC-MAIN-2018-39 | http://sambad.in/sports/indian-handball-team-defeated-from-taipey-194507/ | 2018-09-18T15:54:05Z | s3://commoncrawl/crawl-data/CC-MAIN-2018-39/segments/1537267155561.35/warc/CC-MAIN-20180918150229-20180918170229-00124.warc.gz | ory | 0.999999 | Orya | 4 | {"ory_Orya_score": 0.9999985694885254} |
ଉପନ୍ୟାସଟିଏ ଯେ, ମାଇକ୍ ଆଗରେ କଥା କହିବ ଆଉ ତାକୁ ଲୋକେ ଶୁଣିବେ, କେହି କେବେ ଏହା କଳ୍ପନା କରି ନଥିଲେ । ଏମିତିକି ତାକୁ ଜୀବନ ଦେଉଥିବା ଲେଖକଟିଏ ବି । ୭୦ ଦଶକରେ ଯେତେବେଳେ ରେଡିଓ ଆମ ପାଇଁ ଜ୍ଞାନ, ଆମୋଦ ପ୍ରମୋଦ ଓ ହସଖୁସିର ଖୋରାକି ଆଣୁଥିଲା ସେତେବେଳେ ସେ ଏହାକୁ ବାସ୍ତ ରୂପ ଦେବାକୁ ଚାହିଁଲେ । ଆଉ ସଙ୍ଗେସଙ୍ଗେ ପହଞ୍ଚିଲେ ଖ୍ୟାତନାମା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ପାଖରେ । "ଅମୃତର ସନ୍ତାନ"କୁ ନେଇ ରେଡିଓ ସିରିଜ୍ ପ୍ରସ୍ତୁତ କରିବାର ପ୍ରସ୍ତାବ ଦେଲେ । ଗୋପୀନାଥ ବାବୁ ପ୍ରଥମେ ଏହାକୁ ଗ୍ରହଣ କରିପାରି ନଥିଲେ ସତ କିନ୍ତୁ ୩୦ ବର୍ଷ ହେଲା ନିଜର ପ୍ରଭାବଶାଳୀ କଣ୍ଠସ୍ୱରର ଯାଦୁରେ ଶ୍ରୋତାଙ୍କୁ ବାନ୍ଧି ପରିଥିବା ଏହି ୪୨ ବର୍ଷୀୟ ପ୍ରତିଭାଙ୍କୁ ସେ ମନା କରିପାରିଲେନି । ଫଳରେ 'ଅମୃତର ସନ୍ତାନ' କଥା କହିପାରିଲା ରେଡିଓରେ । ଯଦିଓ କଟକରେ ରେଡିଓ ଷ୍ଟେସନ୍ ଆରମ୍ଭରୁ ସେ ବେତାର ନାଟକରେ ଅଭିନୟ ସହ ମଞ୍ଚ, ସିନେମା ଓ ଟିଭିରେ ନୂଆ ପରିକଳ୍ପନାକୁ ବାସ୍ତବ ରୂପ ଦେଇଥିବା ସେହି ଦୃଢ଼ମନା, ସୃଜନଶୀଳ ଅନନ୍ତ ମହାପାତ୍ରଙ୍କ ସହ କଥାବାର୍ତ୍ତା ।
—–
[toggle title="ଅନନ୍ତ ମହାପାତ୍ର ନାଟ୍ୟକାର, ସମାଲୋଚକ ଓ ଉଦ୍ୟୋଗୀ " state="open"] ଜନ୍ମ: ୦୫ ଜୁନ୍ ୧୯୩୬ ବାପା: ଜଷ୍ଟିସ୍ ହରିହର ମହାପାତ୍ର ମା': ହରିପ୍ରିୟା ମହାପାତ୍ର ଅଭିନୟ: ବେତାର ନାଟକ, ଚଳଚ୍ଚିତ୍ର, ମଞ୍ଚ ନାଟକ, ଟିଭି ସିରିଏଲ୍ ସଂପୃକ୍ତ ଥିଏଟର ଗ୍ରୁପ୍: ସୃଜନୀ, ନାଟ୍ୟ ଶୋଧ ସଂସ୍ଥାନ, ଉକ୍ରଳ ରଙ୍ଗମଞ୍ଚ, ଥିଏଟର୍ ଇନ୍ ମୋସନ୍ ସିନେମା ସ୍କ୍ରିନ୍ପ୍ଲେ ଓ ନିର୍ଦ୍ଦେଶନା: ମାମୁ ବିଚାରକ ସଦସ୍ୟ: ଜାତୀୟ ଫିଲ୍ମ ପୁରସ୍କାର, ସେନ୍ସର ବୋର୍ଡ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ଫିଲ୍ମ ଡେଭେଲପ୍ମେଣ୍ଟ କର୍ପୋରେସନ୍, ଆକାଶବାଣୀ ଡ୍ରାମା ସ୍କ୍ରିପ୍ଟ କମ୍ପିଟିସନ୍, ଆକାଶବାଣୀ ସମ୍ମାନ, ପ୍ରତିଷ୍ଠା: ଟ୍ରାଭେଲ୍ ଏଜେଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶାର ପ୍ରତିଷ୍ଠାତା ସଭାପତି, ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ ସଭାପତି, ଇନ୍ଟାକ୍ ଆବାହକ, ସଙ୍ଗୀତ ନାଟକ ଏକାଡେମୀ ଥିଏଟର୍ ଏକ୍ସପର୍ଟ, କଲିକତାସ୍ଥିତ ରିଫ୍ଟର ଅଧ୍ୟକ୍ଷ ।[/toggle]
ଆପଣ ଜଣେ ଜଣାଶୁଣା ନାଟ୍ୟକାର । ରେଡିଓରୁ ମଞ୍ଚ ଆଡ଼କୁ ଆପଣଙ୍କ ଯାତ୍ରା କେମିତି ହେଲା ?
ପୂର୍ବରୁ ଅନେକ ନାଟ୍ୟ ଗୋଷ୍ଠୀ ନାଟକ ପରିବେଷଣ କରୁଥିଲେ । କିନ୍ତୁ ସେମାନଙ୍କ କିଛି ଉଦ୍ଦେଶ୍ୟ ନଥିଲା କି ସାମାଜିକ ଦାୟିତ୍ୱବୋଧ ନଥିଲା । ତା'ରି ବିରୋଧରେ ମୁଁ ୧୯୬୪ ମସିହାରେ ସୃଜନୀ ନାଟ୍ୟ ଗୋଷ୍ଠୀ ଗଠନ କଲି । ଏଥିରେ ଅଙ୍ଗୀକାରବଦ୍ଧ ନାଟକ କଲି । ନବନାଟ୍ୟ ଆନ୍ଦୋଳନର ଏହା ଲକ୍ଷ୍ୟ ।
ମୋର ଧାରଣା କୌଣସି ନାଟ୍ୟ ସଂସ୍ଥାର ଅଙ୍ଗୀକାରବଦ୍ଧତା ନାହିଁ । ଯଦି ଥାଆନ୍ତା ତେବେ ସେମାନେ ପେସାଦାର କାହିଁକି ହେଉ ନାହାନ୍ତି । ମୁଁ ୨୫୫ ରାତି ମାଣିକ ଯୋଡ଼ି ନାଟକ ଚଳାଇଥିଲି । ତେବେ ଏବେ କାହିଁକି ହେବ ନାହିଁ । ଯେଉଁମାନେ କହୁଛନ୍ତି ବର୍ତ୍ତମାନ ସମୟରେ ଅନେକ ମିଡିଆ ଆସିଲାଣି ଆଉ ତାହାକୁ ପ୍ରତିଦ୍ୱନ୍ଦ୍ୱିତା କରିବା ଅସମ୍ଭବ ତାହା ସମ୍ପୂର୍ଣ୍ଣ ଭୁଲ । ଏହା ଆମ ଅଯୋଗ୍ୟପଣିଆ ଛଡ଼ା ଆଉ କିଛି ନୁହେଁ ।
କିନ୍ତୁ ପରେ ଉକ୍ରଳ ରଙ୍ଗମଞ୍ଚ ଟ୍ରଷ୍ଟ ଆଉ ଥିଏଟର୍ ଅନ୍ ହୁଇଲ୍ ଗଠନ କରି ପେସାଦାର ନାଟକକୁ ଫେରିଲେ କାହିଁକି?
ଓଡ଼ିଶାରେ ପେସାଦାର ନାଟକ ପାଇଁ ଅନେକ ସୁଯୋଗ ରହିଛି । ଅନ୍ୟ କୌଣସି ରାଜ୍ୟରେ ଏପରି ସୁଯୋଗ ନାହିଁ । କାଁ ଭାଁ କେଉଁଠି ନାଟକ ପରିବେଷଣ ହେଉଥିବା ବେଳେ ଓଡ଼ିଶାରେ ନିୟମିତ ଭାବେ ନାଟକ ପରିବେଷଣର ଇତିହାସ ରହିଛି । ୧୯୩୯ ମସିହାରୁ ଆରମ୍ଭ ହୋଇଥିବା 'ଓଡ଼ିଶା ଥିଏଟର'ର କଥାକୁ ଯଦି ଉଦାହରଣ ଭାବେ ନେବା ତେବେ ଏହା ସପ୍ତାହକୁ ତିନି ଚାରି ଦିନ ନାଟକ ନିୟମିତ ପରିବେଷଣ କରି ଦର୍ଶକଙ୍କୁ ଆକୃଷ୍ଟ କରୁଥିଲା । ମୁଁ ସେହି ଧାରାକୁ ଧରିବାକୁ ଯାଇ ଏଭଳି ନାଟକ ପ୍ରସ୍ତୁତ କରିବାକୁ ଚାହିଁଲି ଯାହା ସାମାଜିକ ଦାୟିତ୍ୱ ତୁଲାଇବା ସହ ଲୋକଙ୍କ ପାଖରେ କିଛି ବାର୍ତ୍ତା ପହଞ୍ଚାଇ ପାରିବ ।
ନାଟକକୁ ପେସା ଭାବେ ଗ୍ରହଣ କରିବା କ'ଣ ସମ୍ଭବ?
ମୁଁ ସେଇଥିପାଇଁ କହିଥିଲି ଅସମ୍ଭବକୁ ସମ୍ଭବ ସେହି ବ୍ୟକ୍ତି କରିପାରିବ ଯିଏ ଅଙ୍ଗୀକାରବଦ୍ଧ ଓ ନିଷ୍ଠାରେ ରହିବ । ସେଇଥିପାଇଁ ୫ ବର୍ଷକାଳ ମୁଁ ନାଟକ କରିଥିଲି । ଏହାପରେ ଲୋକେ ନାଟକ ଦେଖିବାକୁ ଟିକେଟ୍ କରୁଥିଲେ । କିନ୍ତୁ ମୁଁ ଯେତେବେଳେ ସାମାଜିକ ପରିସ୍ଥିତିକୁ ନେଇ 'ସେଇ ତିନିଜଣ' ନାଟକ କଲି ସେତେବେଳେ ମୋ ଷ୍ଟେଜ୍ ଲିଜ୍ ବାତିଲ୍ କରାଗଲା । ଫଳରେ ନାଟକ ପରିବେଷଣ ବନ୍ଦ ହୋଇଗଲା । ଏହା ଅସହିଷ୍ଣୁତାର ଏକ ଉଦାହରଣ ।
ଅନେକ ସମୟରେ କୁହାଯାଏ ନାଟକ ଦର୍ଶକ ଭାବେ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀକୁ ଟାର୍ଗେଟ୍ କରିଥାଏ । ଏହାର ଦର୍ଶକ ସବୁ ଶ୍ରେଣୀର ନୁହନ୍ତି । ଆପଣଙ୍କ ମତରେ ନାଟକ ଶ୍ରେଣୀଭିତ୍ତିକ ଦର୍ଶକଙ୍କ ପାଇଁ ନା ସର୍ବସାଧାରଣଙ୍କ ପାଇଁ?
ନାଟକ ସର୍ବସାଧାରଣଙ୍କ ପାଇଁ ହେବା ଉଚିତ । କୌଣସି ନିର୍ଦ୍ଦିଷ୍ଟ ବର୍ଗକୁ ଟାର୍ଗେଟ୍ କରିବା ଉଚିତ ନୁହେଁ । ଯଦି ଏହା ହେଉଛି ତେବେ ତାହା ଆମ ଅଯୋଗ୍ୟତା ।
ଆପଣ କେବେ କୌଣସି ସମ୍ମାନ ସମ୍ବର୍ଦ୍ଧନା ଉତ୍ସବକୁ ଯାଆନ୍ତି ନାହିଁ । ଏମିତି କେଉଁଠୁ ପୁରସ୍କାର ମଧ୍ୟ ଗ୍ରହଣ କରନ୍ତି ନାହିଁ କାହିଁକି?
ମୁଁ ଭାବୁଛି ପୁରସ୍କାର ଆପଣଙ୍କୁ କେବେ ଭିନ୍ନ କରିପାରିବ ନାହିଁ ବରଂ ପୁରସ୍କାର ନ ନେଲେ ବୋଧହୁଏ ଆପଣ କିଛି ଭିନ୍ନ ହୋଇପାରିବେ । ସେଇଥିପାଇଁ ମୁଁ ପୁରସ୍କାର ଗ୍ରହଣ କରେ ନାହିଁ ।
ଆପଣ ଓଡ଼ିଶାରେ ଟ୍ରାଭେଲ୍ ଏଜେନ୍ସୀ କରିଥିଲେ । ଅନେକ ପର୍ଯ୍ୟଟକଙ୍କୁ ଓଡ଼ିଶା ବୁଲାଇଛନ୍ତି । ପର୍ଯ୍ୟଟନର ବିକାଶ ଲାଗି କି କି ପଦକ୍ଷେପ ନେବା ଆବଶ୍ୟକ?
ପ୍ରଥମେ ଭିତ୍ତିଭୂମି ତିଆରି ହେବା ଦରକାର । ପ୍ରଚାର ପାଇଁ ଅର୍ଥ ନିବେଶ ହେବା ପରିବର୍ତ୍ତେ ସରକାର ମୂଳ ଆବଶ୍ୟକତାକୁ ଅନୁଧ୍ୟାନ କରିବା ଦରକାର । ଏଯାଏଁ ଲିଙ୍ଗରାଜ ମନ୍ଦିର ପାଖରେ ଶୌଚାଳୟଟିଏ ହୋଇପାରିଲା ନାହିଁ । ସରକାର ଏବେ ଭାବୁଛନ୍ତି ଏ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ କରିବେ । ଏହାକଲେ ପର୍ଯ୍ୟଟନ ଆଉ ସାଧାରଣ ଲୋକଙ୍କର ପାଇଁ ହୋଇ ରହିବ ନାହିଁ । ବରଂ ଅତିଧନୀ ଓ ଧନୀ ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ ହୋଇଯିବ । ଏଥିରୁ ଦୂରେଇ ରହିବା ଦରକାର ।
ମୁଁ ଜଣେ କଳାକାର । କିନ୍ତୁ ଏଭଳି ଷ୍ଟାଟସ୍ରେ ବଞ୍ଚୁଛି ବୋଲି ସମସ୍ତେ ଭାବନ୍ତି ମୋର କିଛି ଅଭାବ ଅସୁବିଧା ନାହିଁ । କିନ୍ତୁ ନାଟକ କରିବାର ନିଶାରେ ମୁଁ କାବୁଲିବାଲାଠୁ ୩୬ ପ୍ରତିଶତ ସୁଧରେ ଧାର ଆଣି ନାଟକରେ ଲଗାଇଥିଲି । ପରେ ସେହି ନାଟକରୁ ପଇସା ଉଠାଇ ମୁଁ ସେ କରଜ ସୁଝିଛି । ଅର୍ଥାତ୍ ନାଟକ ଦେଇପାରିବ ବୋଲି ଯେଉଁ ବିଶ୍ୱାସ ନେଇ ମୁଁ ଆରମ୍ଭ କରିଥିଲି ସେ ବିଶ୍ୱାସ ଏବେବି ରହିଛି ।
ଅସହିଷ୍ଣୁତା ବଢ଼ିଥିବା ଅନେକ ଲୋକ କହୁଛନ୍ତି । ଆପଣ କେବେ ଅନୁଭବ କରିଛନ୍ତି ଏପରି ଅସହିଷ୍ଣୁ ବାତାବରଣ?
ଆଗରୁ ଅସହିଷ୍ଣୁ ବାତାବରଣ ଭାରତବର୍ଷରେ ବା ଓଡ଼ିଶାରେ ନଥିଲା । ଯଦି ଥାଆନ୍ତା ତେବେ ମୋ ଭଳି ଜଣେ ସାମନ୍ତ ବ୍ରାହ୍ମଣ ପରିବାରର ଦାୟାଦ ଯାହାଙ୍କ ମୁକ୍ତି ମଣ୍ଡପରେ ବସିବାର ସୁଯୋଗ ଥିଲା ସେ ଜଣେ ଖ୍ରୀଷ୍ଟିୟାନ୍ ଝିଅକୁ ୧୯୬୧ ମସିହାରେ ବାହା ହୋଇପାରି ନଥାନ୍ତା । ସେତେବେଳେ ଖବରକାଗଜରେ ଯଦିଓ ଏ ବିଷୟରେ ଖବର ବାହାରିଥିଲା କିନ୍ତୁ କୌଣସି ଲୋକ କେବେ ଆକ୍ଷେପ କରି ନଥିଲେ । ଆଜି କିନ୍ତୁ ଲୋକେ ଏ ବିଷୟକୁ ନେଇ ଆକ୍ଷେପ କରୁଛନ୍ତି । ଅନ୍ୟ ଧର୍ମ ସହ ମୋର କୌଣସି ସମ୍ପର୍କ ଅଛି କି ନାହିଁ ତାହା ଅସହିଷ୍ଣୁତାରୁ ଜଣାପଡ଼ିବା ଉଚିତ ନୁହେଁ ବରଂ ସହିଷ୍ଣୁତାରୁ ବିଚାର କରିବା ଉଚିତ । ଆମେ ଅନେକ ଉଦାହରଣ ସନାତନ ଧର୍ମ ବାବଦରେ ଦେଉଛୁ କିନ୍ତୁ କେବେ କହୁନୁ ଏହା ଆମକୁ ସହିଷ୍ଣୁତା ହିଁ ଶିଖାଉଛି ବୋଲି ।
ଅସହିଷ୍ଣୁତାକୁ ରାଜନୀତିର ଏକ ଅଙ୍ଗ ବୋଲି କୁହାଯାଉଛି । ଜାତୀୟସ୍ତରରେ ଅନୁପମ୍ ଖେର ଏବଂ ଓଡ଼ିଶାରେ ମନୋଜ ଦାସ ମଧ୍ୟ ଲେଖକ ଓ କବିଙ୍କ ଏ ବାବଦରେ ପୁରସ୍କାର ଫେରାଇବାକୁ ସମାଲୋଚନା କରିଛନ୍ତି । ଆପଣଙ୍କ ମତ କ'ଣ ରହିବ?
ମୁଁ ତ ଆଶ୍ଚର୍ଯ୍ୟ ହେଉଛି ମନୋଜ୍ ଏମିତି କାହିଁକି କହିଲେ? ଏବେ ସାମାଜିକ ଦାୟିତ୍ୱ ଆଉ ସଚେତନ ନାଗରିକଙ୍କ ଉପରେ ନାହିଁ । ସବୁ କିଛି ରାଜନୀତିକ ଲୋକମାନେ ଲୁଣ୍ଠନ କରି ନେଲେଣି । ସେମାନଙ୍କ ସଫଳତା କ'ଣ, ସାମାଜିକ ସ୍ଥିତି କ'ଣ ଯେ ସେମାନେ ଏହି ଦାୟିତ୍ୱକୁ ନେଇପାରିବେ? କେବଳ ରାଜନୀତିର ପ୍ରବେଶ ଯୋଗୁ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇଛି । ୧୯୫୨ ମସିହାରେ ପ୍ରଥମ ସଂସଦରେ ୪୮ ପ୍ରତିଶତ ଆଇନଜୀବୀ ଥିଲେ, ୨୨ ପ୍ରତିଶତ ଡାକ୍ତର ଥିଲେ । ଏଣୁତେଣୁ ଲୋକ କେହି ସେଥିରେ ନଥିଲେ । ଏଣୁ ନିଷ୍ପତ୍ତି ନେବା ପୂର୍ବରୁ ଉଚିତ ଆଲୋଚନା ହେଉଥିଲା । ସାମାଜିକ ଦାୟିତ୍ୱକୁ ସେମାନେ ବୁଝୁଥିଲେ । ଏବେ ପରିସ୍ଥତି ଓଲଟା ହୋଇଛି ।
କିନ୍ତୁ ଗଣତନ୍ତ୍ରରେ ତ ସବୁ ବର୍ଗର ଲୋକଙ୍କ ଯୋଗଦାନକୁ ଗୁରୁତ୍ୱ ଦିଆଯାଏ । ସେଇଥିପାଇଁ ଆମେ ପ୍ରତି ବର୍ଗକୁ ସଶକ୍ତ କରିବାକୁ ଚାହୁଁଛୁ । କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ କେମିତି ଗୁରୁତ୍ୱ ଦିଆଯାଇ ପାରିବ?
ମୁଁ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ କ୍ଷମତାକୁ ଠୁଳ କରିବା କଥା କହୁ ନାହିଁ । ବର୍ତ୍ତମାନ ଯେଉଁ ଡାକ୍ତର ଏବଂ ଆଇନଜୀବୀ ଅଛନ୍ତି ସେମାନଙ୍କ ଅବସ୍ଥା କ'ଣ । ସେମାନଙ୍କ ନୈତିକ ସ୍ଥିତିରେ ଏତେ ଅଧୋଗତି ଘଟିଛି ଯେ, ଆମେ ତାଙ୍କୁ ସାମାଜିକ ଦାୟିତ୍ୱ ମଧ୍ୟ ଦେଇ ପାରିବା ନାହିଁ ।
ତା' ହେଲେ ଶାସନ କିଏ କରିବ?
ମୋର ନିଜସ୍ୱ ଚିନ୍ତନ କହୁଛି, ଏ ପରିସ୍ଥିତିର ପରିବର୍ତ୍ତନ ଦିନେ ନା ଦିନେ ହେବ । ଗୋଟିଏ ଘଡ଼ିରେ ଯେମିତି ଘଣ୍ଟା କଣ୍ଟାଟି ବୁଲୁଛି ସେମିତି ଭାରତର ସାମାଜିକ ସ୍ଥିତି ବଦଳୁଛି । ଏବେ ସେ ଘଡ଼ିରେ ସାଢ଼େ ଛଅଟା ବାଜିଛି । ଅର୍ଥାତ୍ ବାରଟାରୁ ଏହି କଣ୍ଟା ଦ୍ୱୟ ସାଢ଼େ ଛଅଟାରେ ପହଞ୍ଚିଛନ୍ତି । ମୋର ଦୃଢ଼ ବିଶ୍ୱାସ ଦିନେ ଏ ଦୁଇଟି କଣ୍ଟା ପୁଣିଥରେ ୧୨ଟା ସ୍ଥାନରେ ପହଞ୍ଚିବେ । ଏହାର କାରଣ ହେଉଛି ଆମେ ସେ ବିଷୟରେ ଆଜି ଆଲୋଚନା କରୁଛୁ ।
ତା'ମାନେ ଆମେ ଅଧୋପତନର ଶେଷ ସୀମାରେ ପହଞ୍ଚିଛୁ?
ନିଶ୍ଚିତ ଭାବେ । ଆମେ ଆଜି ସେଇଥିପାଇଁ ଅସହିଷ୍ଣୁତା କଥା ଉଠାଉଛୁ । ସାମାଜିକ ଦାୟିତ୍ୱବୋଧ ବିଷୟରେ ଆଲୋଚନା କରୁଛୁ ।
କିନ୍ତୁ ଗୋଟିଏ ପ୍ରଶ୍ନ ଉଠୁଛି ଏ ଅସହିଷ୍ଣୁତା ଯାହା ଆମେ ବଢ଼ିଛି ବୋଲି କହୁଛୁ ଏହା କ'ଣ ସତରେ ୮ ମାସ ଭିତରେ ବଢ଼ିଯାଇଛି?
ସଂସ୍କୃତି ବା ସାମାଜିକ ବ୍ୟବସ୍ଥା ଗୋଟିଏ ରାତିରେ ବଦଳି ଯାଏ ବୋଲି ଭାବିବା ଉଚିତ ନୁହେଁ । ବର୍ଷ ବର୍ଷ ଲାଗି ଏହି ସଂସ୍କୃତି ତିଆରି ହୋଇଛି । ଠିକ୍ ସେହିଭଳି ଆଜି ଯେଉଁ ଅଧୋପତନ କଥା ଆମେ ହେଉଛୁ ତାହା ମଧ୍ୟ ଅନେକ ବର୍ଷ ହେଲା ଚାଲିଛି । କିନ୍ତୁ ମୋତେ ଲାଗୁଛି ଭାରତରେ ଏହା ବହୁତ ଜଲ୍ଦି ଘଟୁଛି ।
ମୋର ପ୍ରଥମ ନାଟକ ଯେତେବେଳେ ମଞ୍ଚସ୍ଥ ହୋଇଥିଲା ସେତେବେଳେ 'କଳିଙ୍ଗ'ର ସମ୍ପାଦକ ସୁରେନ୍ଦ୍ର ମହାନ୍ତି ଏକ ସମ୍ପାଦକୀୟ ଲେଖିଥିଲେ । ତାହାର ଧାଡ଼ିଗୁଡ଼ିକ ଏବେ ବି ମୋର ମନେ ଅଛି । ତାହା ଥିଲା "ଯଦି ଏମିତି ନାଟକ ବର୍ଷକୁ ଗୋଟିଏ ହେବ ତା ହେଲେ ଓଡ଼ିଶା ନାଟକ ପରମ୍ପରାରେ ନୂତନତ୍ୱ ସୃଷ୍ଟି ହେବ" । ୧୯୬୪ ମସିହାରେ ସୁରେନ୍ଦ୍ର ମହାନ୍ତିଙ୍କ ଭଳି ସମ୍ପାଦକ ମନୋରଞ୍ଜନ ଦାସ ଏବଂ ଅନନ୍ତ ମହାପାତ୍ରଙ୍କ ଭଳି ନାଟ୍ୟକାରଙ୍କ କୃତିକୁ ସମୀକ୍ଷା କରି ଏତେ ପ୍ରଶଂସା କରିଥିଲେ । ଆଜି ଆଉ ସେମିତି ସମୀକ୍ଷା ହେଉ ନାହିଁ । କେହି କେବେ କାହା କୃତିକୁ ପ୍ରଶଂସା କରୁନାହାନ୍ତି । ଏହା ଏକ ନ୍ୟୂନ ମନୋଭାବର ପରିଚୟ । ଯାହାକୁ ମଧୁସୂଦନ ଦାସ ଆରମ୍ଭ କରିଥିଲେ ।
ଅସହିଷ୍ଣୁତା ପ୍ରସଙ୍ଗରେ ଲେଖକ ଓ ବୁଦ୍ଧିଜୀବୀମାନେ ପୁରସ୍କାର ଫେରାଇବା ଦ୍ୱାରା ସରକାରଙ୍କ ଉପରେ କିଛି ପ୍ରଭାବ ପକାଇବ?
ନା, ବିଲ୍କୁଲ୍ ନୁହେଁ ବରଂ ସେମାନଙ୍କୁ ଏହା ଆଉ ଏକ ସୁଯୋଗ ଦେବ । ଆମ ସମାଜରେ ଆଉ ଏକ ଫାଟ ସୃଷ୍ଟି କରିବା ଲାଗି ସେମାନେ ଲାଗିଛନ୍ତି । ଆଉ ଏହାର ସୁଯୋଗ ନେଇ ସେମାନେ କହିବେ ଏଥିରେ କାହାର ଦୋଷ ନାହିଁ, ଏହା ଏକ ସାମାଜିକ ପରିବର୍ତ୍ତନ ଚକ୍ର । ଏହାକୁ ନିନ୍ଦା କରି ଲେଖକଟିଏ ପୁରସ୍କାର ଫେରାଉଛି ।
କିନ୍ତୁ ନିଜସ୍ୱ ଚିନ୍ତାଧାରାରେ ସୃଷ୍ଟି ଲେଖା ବା ନାଟକ ମାଧ୍ୟମରେ ସେ ପ୍ରତିବାଦ ଜଣାଇପାରି ଥାଆନ୍ତେ?
ମୋଟେ ନୁହେଁ । ଗୋଟିଏ ସାମାଜିକ ପରିବର୍ତ୍ତନରେ ଗୋଟିଏ ଲେଖା ବା ନାଟକ କି ଫିଲ୍ମର ମୂଲ୍ୟ କ'ଣ । ଯେତେବେଳେ ଏକ ସାମାଜିକ ପରିବର୍ତ୍ତନ ଆସିବାକୁ ଯାଉଛି ତାହା ଏମିତି ସବୁ ଘଟଣା ଦେଇ ହିଁ ଆସିବ ।
ଏହାଦ୍ୱାରା ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେବ?
ନିଶ୍ଚୟ ହେବ । ମଣିଷ ମନରେ ଦି'ଟା ଭାବ ରହିଛି । ଗୋଟିଏ ଭାବନା ଚାହ÷ୁଁଛି ମୋ ମନରେ ଶାନ୍ତି ରହୁ, ସଦ୍ଭାବ ରହୁ । ଅନ୍ୟ ଭାବଟି ଈର୍ଷା କରୁଛି । ଏହି ଭାବ ହିଁ ଦଙ୍ଗା ସୃଷ୍ଟି କରିପାରେ ।
ଓଡ଼ିଶାରେ ଅସହିଷ୍ଣୁତା କଥାକୁ ଆପଣ କେମିତି ଭାବୁଛନ୍ତି ।
ବର୍ତ୍ତମାନ ସାରା ଭାରତବର୍ଷରେ ମନ ଭିତରେ ଯେଉଁ ଗ୍ଲାନି ଆସୁଛି ସେ ବିଷୟକୁ କହୁଛନ୍ତି । ଯଦି ଏ ବିଷୟରେ ସୃଜନଶୀଳ ବ୍ୟକ୍ତିମାନେ ବସି କିଛି ନିଷ୍ପତ୍ତି ନେଇ ଥାଆନ୍ତେ ତେବେ ଆଜି ଏ ଘଟଣା ଏତେ ଉଗ୍ର ରୂପ ନେଇ ନଥାନ୍ତା । କିନ୍ତୁ ତାହା ନହୋଇ ରାଜନୀତିକ ହସ୍ତକ୍ଷେପ ହେଲା । | <urn:uuid:52909e93-644c-464c-a066-095c2701e954> | CC-MAIN-2018-39 | https://odishatime.com/odiya/conversation-with-writer-dramatist-playwright-anant-mohapatra/ | 2018-09-18T16:25:47Z | s3://commoncrawl/crawl-data/CC-MAIN-2018-39/segments/1537267155561.35/warc/CC-MAIN-20180918150229-20180918170229-00124.warc.gz | ory | 0.999998 | Orya | 6 | {"ory_Orya_score": 0.9999983310699463} |
ଭାରତ-ପାକ୍ ଗୁଜୁରାଟ ସୀମାରୁ ଅଳ୍ପ ଦୂରରେ ପାକିସ୍ତାନ ନିର୍ମାଣ କରିଛି ସାମରିକ ଘାଟି; ମୁତୟନ କରୁଛି ଜେଏଫ୍-୧୭ ଯୁଦ୍ଧ ବିମାନ
ଅହମ୍ମଦାବାଦ: ଦୀର୍ଘ ଦିନର ବ୍ୟବଧାନ ପରେ ଗୁଜୁରାଟର ସୌରାଷ୍ଟ୍ର-କଚ୍ଚ ଅଞ୍ଚଳରେ ପାକିସ୍ତାନ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଭାରତ-ପାକ୍ ଗୁଜୁରାଟ ସୀମାଠାରୁ ଅଳ୍ପ ଦୂରତ୍ୱରେ ପାକିସ୍ତାନ ଏକ ସାମରିକ ଘାଟି ନିର୍ମାଣ କରୁଛି।
ପାକିସ୍ତାନର ସିନ୍ଧ ପ୍ରଦେଶର ହାଇଦ୍ରାବାଦ ଜିଲ୍ଲାର ଭୋଲାରିଠାରେ ପାକିସ୍ତାନ ଏକ ଅତ୍ୟାଧୁନିକ ସାମରିକ ଘାଟି ନିର୍ମାଣ କରିବା ନଜରକୁ ଆସିଛି। ଏହି ସ୍ଥାନଟି ଭାରତୀୟ ସୀମାଠାରୁ କମ୍ ଦୂରତ୍ୱରେ ରହିଛି। ଏଠାରେ ପାକିସ୍ତାନ ଚାଇନାଠାରୁ ଆମଦାନୀ କରିଥିବା ଜେଏଫ୍-୧୭ ଯୁଦ୍ଧ ବିମାନ ମୁତାୟନ କରିବାକୁ ଯାଉଛି ବୋଲି ସୂଚନା ମିଳିଛି।
ସାମରିକ ସୂତ୍ରରୁ ଜାଣିବାକୁ ମିଳିଛି କି ଯଦିଓ ବେଶ୍ କିଛି ବର୍ଷ ହେବ ଏହି ସାମରିକ ଘାଟିଟି ସେଠାରେ ଥିଲା, କିନ୍ତ ପାକ୍ସେନା ସେଠାରେ କୌଣସି କାର୍ଯ୍ୟକଳାପ କରୁ ନ ଥିଲା। କିନ୍ଗତୁ ତ କିଛି ଦିନ ଭିତରେ ପାକ୍ ବାୟୁସେନା ଭାରତୀୟ ବାୟୁସେନାର ସମକକ୍ଷ ହେବା ଲାଗି ଚୀନ୍ ନିର୍ମିତ ଜେଏଫ-୧୭ ଯୁଦ୍ଧ ବିମାନ ବହୁ ସଂଖ୍ୟାରେ ସାମିଲ୍ କରିଛି।
ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନରୁ ବେଶ୍ କିଛି ସଂଖ୍ୟକ ବିମାନ ଭୋଲାରିଠାରେ ପାକିସ୍ତାନ ମୁତୟନ କରୁଥିବାରୁ ଖବର ମିଳିଛି। ଏହା ଗୁଜୁରାଟ ସୀମା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସାମରିକ ବିଶେଷଜ୍ଞ ମତ ଦେଇଛନ୍ତି। | <urn:uuid:7f8ee3bc-c7aa-4824-a3bc-3bfd970393c2> | CC-MAIN-2018-39 | http://sambad.in/india-and-beyond/pakistan-builds-air-base-near-gujarat-border-deploys-chinese-jf-17-fighters-174088/ | 2018-09-22T01:29:05Z | s3://commoncrawl/crawl-data/CC-MAIN-2018-39/segments/1537267158001.44/warc/CC-MAIN-20180922005340-20180922025740-00444.warc.gz | ory | 0.999852 | Orya | 6 | {"ory_Orya_score": 0.9998518228530884} |
କାହିଁକି ଓ କେମିତି ପାଳିବେ ପଣାସଂକ୍ରାନ୍ତି , ଶୁଣନ୍ତୁ କ'ଣ କୁହନ୍ତି ସଂସ୍କୃତି ଗବେଷକ
ଆଜି ହେଉଛି ବିଷୁବ ସଂକ୍ରାନ୍ତି। ଏହାକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଏଦିନ ସୂର୍ଯ୍ୟ ବିଶୁବ ରେଖାରେ ଅବସ୍ଥାନ କରିଥାନ୍ତି। ୧୨ଟି ରାଶି ଓ ୧୨ଟି ସଂକ୍ରାନ୍ତି ମଧ୍ୟରେ ଚାରୋଟି ମୁଖ୍ୟ ସଂକ୍ରାନ୍ତି ରହିଛି। ଏଥିରୁ ସର୍ବଶ୍ରେଷ୍ଠ ପଣା ସଂକ୍ରାନ୍ତି । ମୁଖ୍ୟତଃ ଦକ୍ଷିଣାୟନ ସଂକ୍ରାନ୍ତି , ଗର୍ଭଣା ସଂକ୍ରାନ୍ତି ଆଉ ମକର ସଂକ୍ରାନ୍ତିର ଅଧିକ ପ୍ରାଧାନ୍ୟ ରହିଛି। ପଣାସଂକ୍ରାନ୍ତିରେ ମହାବୀର ହନୁମାନ ଜନ୍ମ ଗ୍ରହଣ କରିଥିଲେ।
ତେଣୁ ଏହି ଦିନ ହନୁମାନଙ୍କ ପୂଜା କରାଯାଏ। ତେବେ ପଣା ସଂକ୍ରାନ୍ତିର ସ୍ୱତନ୍ତ୍ରତା ଅନେକ ରହିଛି। ଏଦିନ କିଛି କାର୍ଯ୍ୟ କରିବା ଦ୍ୱାରା ଜୀବନରେ ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ତେବେ ସଂସ୍କୃତି ଗବେଷକ ଡଃ ଚନ୍ଦ୍ରଶେଖର ଦାଶଙ୍କ ମତ କଣ ରହିଛି ଆସନ୍ତୁ ଜାଣିବା।
୨-ତୁଳସୀ ଗଛରେ ଠେକି ଲଗାଇ ଜଳ ଭରନ୍ତୁ।
୪-ଘର ଅଗଣାରେ ଗୋବର ପାଣି ଛିଞ୍ଚନ କରନ୍ତୁ। ଏହା ଘର ପାଇଁ ଶୁଭ ହୋଇଥାଏ।
୫-ପଣା ସଂକ୍ରାନ୍ତି ଶନିବାର ପଡୁଥିବାରୁ ଏହି ଦିନ ଶ୍ୱେତ ଅରଖ ଚେରକୁ ସୁନା , ରୂପା କିମ୍ୱା ତମ୍ୱା ତାବିଜରେ ଧାରଣ କରି ଡାହାଣ ହାତରେ ପୁରୁଷ ଏବଂ ବାମ ହାତରେ ନାରୀ ପିନ୍ଧିଲେ ସ୍ୱାସ୍ଥ୍ୟ ଭଲ ରହିବା ସହ ମାଲିମକଦ୍ଦମାରେ ଜୟଯୁକ୍ତ ହେବେ।
୬-ଫଳନ୍ତି ଡାଳିମ୍ବ ଗଛର ଚେରକୁ ହାତରେ ବାନ୍ଧିଲେ ଶୁଭଫଳ ମିଳିଥାଏ। | <urn:uuid:c8c24444-ddcf-49d0-a16d-a92ea80ac1ab> | CC-MAIN-2018-39 | https://odishareporter.in/top-story/why-people-observe-panasankranti-20-46-227370 | 2018-09-22T01:35:44Z | s3://commoncrawl/crawl-data/CC-MAIN-2018-39/segments/1537267158001.44/warc/CC-MAIN-20180922005340-20180922025740-00444.warc.gz | ory | 0.999975 | Orya | 3 | {"ory_Orya_score": 0.9999750852584839} |
କାବୁଲ,୫।୩: ଆଫଗାନିସ୍ତାନ ରାଜଧାନୀ କାବୁଲର ସେନା ଶିବିର ନିକଟରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତିକମରେ ୫ ଜଣ ଆହତ ହୋଇଥିବା ଜଣାପଡିଛି। ହେଲିକପ୍ଟରଟି କ୍ୱାମ୍ବର ସ୍କୋୟାର ସହର ନିକଟ ମାର୍ଶଲ ଫାହିମ୍ ମିଲିଟାରୀ ଏକାଡେମୀ ନିକଟରେ ଖସି ପଡିଥିବା ଜଣାପଡିଛି। ଉଡାଣର ମାତ୍ର କେତେ ମିନିଟ୍ ମଧ୍ୟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ଆହତ ହୋଇଥିବା ୫ ଜଣ ଯାକ ବିଦେଶୀ ନାଗରିକ ବୋଲି ସୂଚନା ମିଳିଛି। | <urn:uuid:a1c3f917-c674-4053-be85-d97f4e5ca928> | CC-MAIN-2018-39 | http://www.dharitri.com/main/news/24111 | 2018-09-23T07:21:46Z | s3://commoncrawl/crawl-data/CC-MAIN-2018-39/segments/1537267159160.59/warc/CC-MAIN-20180923055928-20180923080328-00044.warc.gz | ory | 0.999913 | Orya | 4 | {"ory_Orya_score": 0.9999130964279175} |
କନକ ବ୍ୟୁରୋ : ସୁପ୍ରିମ କୋର୍ଟଙ୍କ ରାୟ ପରେ ବେଆଇନ ଖଣିଜପଦାର୍ଥ ଉତ୍ତୋଳନ ବାବଦରେ ଖଣି ମାଲିକମାନଙ୍କ ଉପରେ କେତେ ଜରିମାନା ପଡ଼ିବ ସେ ନେଇ ଆଜି ପ୍ରାଥମିକ ସୂଚନା ଦେଇଛନ୍ତି ସରକାର । କେନ୍ଦ୍ରୀୟ କ୍ଷମତାସଂପନ୍ନ କମିଟି ବା ସିଇସି ପରିବେଶ ଉଲ୍ଲଂଘନ ବାବଦରେ ଖଣିମାଲିକମାନଙ୍କ ଉପରେ ପ୍ରାୟ ୧୭ ହଜାର ୫୦୦ କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରିଥିବା ବେଳେ ତାହାକୁ ମାନି ନେଇଛନ୍ତି ସୁପ୍ରିିମକୋର୍ଟ । ସେହି ଆଧାରରେ ପ୍ରଥମେ ଖଣି ମାଲିକମାନଙ୍କୁ ଦଶ ଦିନ ମଧ୍ୟରେ ଜୋରିମାନା ଦେବାକୁ ନୋଟିସ୍ ଜାରି କରାଯିବ ।
ଏହାବାଦ୍ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୂତାବକ ମାଇନିଂ ପ୍ଲାନ୍ ଓ କନ୍ସେଂଟ୍ ଟୁ ଅପରେଟର ଆଇନ ଉଲ୍ଲଂଘନ କରିଥିବା ଖଣି ମାଲିକମାନଙ୍କ ଉପରେ ପ୍ରାୟ ୨ ହଜାର କୋଟି ଟଙ୍କା ଜରିମାନା କରାଯିବ । ଜଙ୍ଗଲ ଆଇନର ଉଲ୍ଲଂଘନ ବାବଦରେ କେତେ ଜରିମାନା ହେବ ସେ ନେଇ ହିସାବ ଚାଲିଥିବା ମୁଖ୍ୟସଚିବ ସୂଚନା ଦେଇଛନ୍ତି । ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ଜରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ନଦେଲେ ଖଣିଗୁଡ଼ିକୁ ବନ୍ଦ କରିଦିଆଯିବ । ଆଜି ଉଚ୍ଚସ୍ତରୀୟ ଅଧିକାରୀ ଓ ଆଡଭୋକେଟ୍ ଜେନେରାଲଙ୍କ ସହ ଆଲୋଚନା କରିବା ପରେ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟସଚିବ । | <urn:uuid:89a47dbe-a08f-4b6e-95c5-f51a6e3fa488> | CC-MAIN-2018-39 | http://kanaknews.com/industry-worried-about-ramifications-from-supreme-courts-odisha/ | 2018-09-19T07:49:37Z | s3://commoncrawl/crawl-data/CC-MAIN-2018-39/segments/1537267155942.15/warc/CC-MAIN-20180919063526-20180919083526-00491.warc.gz | ory | 0.999979 | Orya | 4 | {"ory_Orya_score": 0.9999786615371704} |
୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ତାଙ୍କ କାର୍ଯ୍ୟକାଳର ଉପଲବ୍ଧିକୁ ଦେଶବାସୀଙ୍କ ଆଗରେ ବଖାଣିଛନ୍ତି । ଏହା ସହ ବିକାଶ କାର୍ଯ୍ୟରେ ସରକାରଙ୍କ ଗତି ବାବଦରେ ମଧ୍ୟ କହିଛନ୍ତି । ଗତ ଚାରି ବର୍ଷର ସଫଳତା ବଖାଣିବା ସହ ମୋଦି ଏହା ମଧ୍ୟ କହିଛନ୍ତି ଯେ, କେମିତି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଠାରୁ ଏନଡିଏ ସରକାର ଦ୍ରୁତ ଗତିରେ କାମ କରୁଛି । ଏବଂ ଦେଶ ଦୁଇ ଗୁଣା ଅଧିକ ବେଗରେ ବିକାଶ ଆଡକୁ ଗତି କରୁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ୨୦୧୩ରେ ଦେଶ ଯେଉଁ ଗତିରେ ଆଗଉଥିଲା ଏବଂ ଗତ ଚାରି ବର୍ଷରେ ଯେଉଁ ଭଳି ଭାବରେ ଦେଶରେ ବିକାଶର ସ୍ରୋତ ଆଗେଇ ଚାଲିଛି, ତାହାକୁ ତୁଳନା କଲେ ଆପଣ ବିକାଶର ଧାରା ବାବଦରେ ଜାଣିପାରିବେ । ମୋଦି କହିଛନ୍ତି ଯେ, ୨୦୧୩ ମସିହାରେ ଯେଉଁ ଗତିରେ କାମ ଚାଲୁଛି ସେହି ଗତିରେ କାମ ହୋଇଥିଲେ ଘରେ ଘରେ ଶୌଚାଳୟ ପହଞ୍ଚାଇବା ପାଇଁ ଅନେକ ବର୍ଷ ସମୟ ଲାଗିଥାନ୍ତା । ଏହା ସହ ଗାଁ ଗାଁରେ ବିଜୁଳି ପହଞ୍ଚାଇବା ପାଇଁ ଆହୁରି ୨୦ ବର୍ଷ ସମୟ ଲାଗିଥାନ୍ତା ।
ଏଥି ସହ ଉଜ୍ଜଳା ଯୋଜନା ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି ଯେ, ୨୦୧୩ରେ ଯେଉଁ ଭଳି ଭାବେ ଗ୍ୟାସ କନେକସନ୍ ଦିଆଯାଉଥିଲା, ସେହି ଗତିରେ କାମ ଚାଲୁଥିଲେ ଦେଶର ପ୍ରତିଟି ଘରେ ଗ୍ୟାସ କନେକସନ୍ ପହଞ୍ଚିପାରିନଥାନ୍ତା । ଏହା ଛଡା ମୋଦି କହିଛନ୍ତି ଯେ, ଯେଉଁ ଗତିରେ ୨୦୧୩ରେ ଗାଁ ପର୍ଯ୍ୟନ୍ତ ଅପଟିକାଲ ଫାଇବର ପହଞ୍ଚାଇବା କାମ ଚାଲିଥିଲା, ସେହି ଗତିରେ ଦେଶର ପ୍ରତିଟି ଗାଁକୁ ଅପଟିକାଲ ଫାଇବର ସହ ଯୋଡିବା ପାଇଁ ଅନେକ ଯୁଗ ବିତି ଯାଇଥାନ୍ତା । ମୋଦି କହିଛନ୍ତି ପୂର୍ବ ଭଳି ସବୁ କିଛି ରହିଛି କିନ୍ତୁ ସରକାରଙ୍କ କାମ କରିବାର ଗତି ବଢିଛି । ସେ କହିଛନ୍ତି ଯେ, ସେହି ପବନ ଅଛି, ସେହି ଆକାଶ ରହିଛି, ସେହି ବିଲଡିଂ ଅଛି, ସେହି ଅଧିକାରୀମାନେ ମଧ୍ୟ ଅଛନ୍ତି, ସବୁକିଛି ପୂର୍ବ ଭଳି ରହିଛି, କିନ୍ତୁ ଗତ ଚାରି ବର୍ଷରେ ଦେଶ ପରିବର୍ତ୍ତନ ଅନୁଭବ କରୁଛି । କାହିଁକି ନା ଏନଡିଏ ସରକାରରେ ନିଷ୍ପତ୍ତି ନେବାର ସାମର୍ଥ୍ୟ ଅଛି ବୋଲି ମୋଦି କହିଛନ୍ତି । | <urn:uuid:6660af32-78e2-42e6-bd89-1ebec46581fb> | CC-MAIN-2018-39 | http://kanaknews.com/modi-speech-at-lal-qila-counter-to-2013/ | 2018-09-19T07:02:06Z | s3://commoncrawl/crawl-data/CC-MAIN-2018-39/segments/1537267155942.15/warc/CC-MAIN-20180919063526-20180919083526-00491.warc.gz | ory | 0.999994 | Orya | 4 | {"ory_Orya_score": 0.9999935626983643} |
ପୁରୀ : ପୁରୀ ରେଳ ଷ୍ଟେସନ୍ର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାରଣରୁ ୧୨ଟି ଏକ୍ସପ୍ରେସ୍ ସହ ୮ଟି ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଛି। ଏଥିସହିତ ଅନ୍ୟ ୧୪ଟି ଏକ୍ସପ୍ରେସ୍କୁ ମଧ୍ୟ ଆଂଶିକ ଭାବେ ବାତିଲ କରାଯାଇଛି। ତେବେ ଏ ନେଇ ପୁରୀ ଆସୁଥିବା ଯାତ୍ରୀଙ୍କର କୌଣସି ପ୍ରକାର ଅସୁବିଧା ନହେବା ପାଇଁ ରେଳ ବିଭାଗ ପକ୍ଷରୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ଯାତ୍ରୀମାନେ ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼ ଓ ପୁରୀରୁ ଏହି ମାଗଣା ବସ୍ ସୁବିଧା ପାଇପାରିବେ। | <urn:uuid:9694aedc-3dfc-4dec-b14f-35afbe7c6a66> | CC-MAIN-2018-39 | http://www.samajalive.in/puri-47/35301.html | 2018-09-20T13:24:12Z | s3://commoncrawl/crawl-data/CC-MAIN-2018-39/segments/1537267156471.4/warc/CC-MAIN-20180920120835-20180920141235-00091.warc.gz | ory | 1.000005 | Orya | 4 | {"ory_Orya_score": 1.0000053644180298} |
ଅନ୍ଲାଇନ୍ ଠକାମି, ସ୍କାମ୍ ଆଦିକୁ ରୋକିବା ଲାଗି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିିଆ ପକ୍ଷରୁ ଅସୁରକ୍ଷିତ ଓ ପୁରୁଣା ଏଟିଏମ୍ କାର୍ଡଗୁଡିକୁ ବ୍ଲକ୍ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସେଗୁଡିକ ବଦଳରେ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆଙ୍କ ଦ୍ୱାରା ଅନୁମୋଦିତ ଚିପ୍ ଡେବିଟ୍ କାର୍ଡ ଦେବାର ବ୍ୟବସ୍ଥା କରିଛନ୍ତି । ଯେଉଁମାନେ ମାଗ୍ଷ୍ଟ୍ରାଇପ୍ ଏସିବିଆଇ ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତାହା ଖୁବ୍ ଶୀଘ୍ର ବ୍ଲକ୍ ହୋଇଯିବ ବୋଲି ଜଣାଯାଇଛି ।
ଏସ୍.ବି.ଆଇର ଓ୍ଵବସାଇଟ୍ ଏହା ଦର୍ଶାଯାଇଛିଯେ ଗତ ଫେବୃଆରି୨୮,୨୦୧୭ ସୁଦ୍ଧା ଯେଉଁ ଏଟିଏମ୍ କାର୍ଡଗୁଡ଼ିକୁ ବ୍ଲକ୍ କରାଯାଇଥିଲା, ତାହା ସେଭଳି ସ୍ଥାୟୀଭାବେ ବ୍ଲକ୍ ହୋଇଯିବ । ଏଥିରେ ଯେଉଁ କାର୍ଡଧାରୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନେ ଇଣ୍ଟରନେଟ୍ ବ୍ୟାଙ୍କିଂ ଜରିଆରେ ଇଭିଏମ୍ ଚିପ୍ କାର୍ଡ ପାଇବାକୁ ଆବେଦନ କରିପାରିବେ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି । ଏହି ସୁବିଧା କେବଳ ନିଜର ଜମା ଖାତାଥିବା ଶାଖାରେ ଉପଲବ୍ଧ ।
ବ୍ୟାଙ୍କ୍ରୁ ଏଟିଏମ୍ କାର୍ଡ ବ୍ଲକ୍ କରାଯାଇଥିବା ମେସେଜ୍ ମିଳିବାପରେ ରିପ୍ଲେସମେଣ୍ଟ କାର୍ଡ ପାଇବା ଲାଗି ବା ନିଜର ଜମାଖାତା ଥିବା ଶାଖାରେ ଆବେଦନ କରିପାରିବେ ।
ଇଭିଏମ୍ ଚିପ୍ ଡେବିଟ୍ କାର୍ଡ ମାଗ୍ ଷ୍ଟ୍ରାଇପ୍ କାର୍ଡ ଅପେକ୍ଷା ଅଧିକ ନିରାପଦ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି । ଗତବର୍ଷ ପ୍ରାୟ ୩୨ ଲକ୍ଷ ଏଟିଏମ୍ କାର୍ଡ ଉପରେ ସାଇବର ଆକ୍ରମଣ ହେବା ପରେ ଏସିବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ବ୍ୟାଙ୍କ୍କୁ୨୦୧୭, ସେପ୍ଟେମ୍ବର ୩୦ ସୁଦ୍ଧା ଇଭିଏମ୍ କାର୍ଡ ଇସ୍ୟୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । | <urn:uuid:a8840e05-aa54-4cd2-acc8-bd90524d2229> | CC-MAIN-2018-39 | https://enewsodia.com/sbi-starts-blocking-old-atm-cards/ | 2018-09-20T12:29:39Z | s3://commoncrawl/crawl-data/CC-MAIN-2018-39/segments/1537267156471.4/warc/CC-MAIN-20180920120835-20180920141235-00091.warc.gz | ory | 0.999975 | Orya | 6 | {"ory_Orya_score": 0.9999754428863525} |
ଖୁବ ଶୀଘ୍ର ଆପଣ ବିନା ନେଟୱର୍କରେ କୌଣସି ବି ମୋବାଇଲ କିମ୍ବା ଲ୍ୟାଣ୍ଡଲାଇନ ନମ୍ବରରେ କଲ କରି ପାରିବେ । ଟେଲିକମ ରେଗ୍ୟୁଲେଟର ତଥା ଟ୍ରାଇ ଏନେଇ ଏକ ଇଂଟରନେଟ୍ ଟେଲିକମ ଟେକନିକ ପାଇଁ ମଂଜୁରୀ ଦେଇଛି । ଯାହାଦ୍ୱାରା ୟୁଜର୍ସ ୱାଇଫାଇ ଜରିଆରେ କୌଣସି ବି ନମ୍ବରକୁ ବିନା ନେଟୱର୍କରେ କଲ୍ କରିପାରିବେ ।
ମାତ୍ର ଟ୍ରାଇର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କିଛି ପୁରୁଣା ଟେଲିକମ କଂପାନୀ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହା ଏକ ବଡ କାରବାର ଭାବେ ପ୍ରମାଣିତ ହେବ । ତେବେ ଏହି ବ୍ୟବସ୍ଥା ସେହିସମସ୍ତ ଅଚଂଳମାନଙ୍କରେ କାମ କରିବ ଯେଉଁ ଅଂଚଳରେ ମୋବାଇଲ ନେଟୱର୍କ ନାହିଁ କିମ୍ବା ଅଧିକ ଦୁର୍ବଳ ରହିଛି । ଇଂଟରନେଟ୍ ଟେଲିକମ ପାଇଁ ଟ୍ରାଇ ଦୂରସଂଚାର ବିଭାଗକୁ ନିଜର ସୁପାରିଶ ହସ୍ତାନ୍ତର କରିଛି । ଯେଉଁଥିରେ ଟ୍ରାଇ ହ୍ୱାଟସଆପ ଭଳି ଆପ ଜରିଆରେ ମୋବାଇଲ କଂପାନୀମାନଙ୍କ ନେଟୱର୍କରେ କଲ କରିବାର କିଛି ନିୟମ ସଂପର୍କରେ ପରାମର୍ଶ ଦେଇଛି । ଟ୍ରାଇର ସୁପାରିଶ ମୁତାବକ, ଏହାଦ୍ୱାରା ଇଂଟରନେଟ୍ ଟେଲିଫୋନ ଆପକୁ ମୋବାଇଲ ନମ୍ବର ସିରିଜ ସହିତ ସଂଯୋଗ କରାଯିବ । ଦୂରସଂଚାର କଂପାନୀମାନଙ୍କର କଲ ପାଇଁ ଶୁଳ୍କ ଏବଂ ଏଥିସହିତ ସାମାନ୍ୟ କଲ ସହ ଜଡିତ ସମସ୍ତ ନିୟମ ଲାଗୁ କରାଯିବ ।
ଟ୍ରାଇ, ଇଂଟରନେଟ୍ କଲିଂକୁ ଅତ୍ୟନ୍ତ ଉପଯୋଗୀ ଏବଂ ଭଏସ କଲିଂର ଲାଭ ଜନକ ବିକଳ୍ପ କରିଛି । ଟ୍ରାଇ ସୂଚନା ମୁତାବକ, ଏହା ସେସବୁ ଅଂଚଳମାନଙ୍କରେ କଲ ସଫଳତା ଦରକୁ ବୃଦ୍ଧି କରିବ ଯେଉଁଠାରେ ପବ୍ଲିକ ଇଂଟରନେଟ୍ ତ ଉପଲବ୍ଧ ଥିବ ମାତ୍ର କୌଣସି କଂପାନୀର ନେଟୱର୍କ ଆସୁନଥିବ । ତେବେ ଏସଂପର୍କରେ ଟ୍ରାଇ ଯେତେବେଳେ ଆଲୋଚନା କରିଥିଲା ସେତେବେଳେ ଟେଲିକମ କଂପାନୀମାନେ ଏହାର ବିରୋଧ କରଥିଲେ । କାରଣ ସେମାନଙ୍କର ଭୟ ରହିଛି କି ଏହାଦ୍ୱାରା କଂପାନୀମାନଙ୍କର ଭଏସ କଲିଂ ଦ୍ୱାରା ହେଉଥିବା ରୋଜଗାର ପ୍ରଭାବିତ ହେବ ।
ସୌଜନ୍ୟ: ଅମର ଉଜାଲା | <urn:uuid:f2588a65-4cbf-478e-bd55-c632549abeb1> | CC-MAIN-2018-39 | http://kanaknews.com/special-telecom-regulator-trai-giving-nod-to-internet-telephony-feature-enable-calling-with-wi-fi/ | 2018-09-22T18:42:21Z | s3://commoncrawl/crawl-data/CC-MAIN-2018-39/segments/1537267158633.40/warc/CC-MAIN-20180922182020-20180922202420-00411.warc.gz | ory | 0.999992 | Orya | 8 | {"ory_Orya_score": 0.9999921321868896} |
ନୂଆଦିଲ୍ଲୀ: ୪ ବର୍ଷିଆ ସ୍ନାତକ ଡିଗ୍ରି ବା ପ୍ରଫେସ୍ନାଲ୍ କୋର୍ସ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସିଧା ପିଏଚ୍ଡି ପ୍ରୋଗ୍ରାମ୍ରେ ନାମ ଲେଖାଇବାକୁ ସୁଯୋଗ ଦେବା ପାଇଁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ୍କୁ (ଆଇଆଇଏମ୍ଏସ୍) ମାନବ ସମ୍ବଳ ବିଭାଗ ଅନୁମତି ଦେବାର ସମ୍ଭାବନା ରହିଛି।
ଏ ସଂକ୍ରାନ୍ତରେ କେତେଗୁଡ଼ିଏ 'ଆଇଆଇଏମ୍ସ୍' ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଆଇଆଇଏମ୍- ବାଙ୍ଗାଲୋର୍ର ନିର୍ଦେଶକ ଜି ରଘୁରାମ କହନ୍ତି: ଏଭଳି ଛାତ୍ରଛାତ୍ରୀମାନଙ୍କୁ ଆମେ ନାଁ ଲେଖାଇବାକୁ ଅନୁମତି ଦେଇଥିଲେ ମଧ୍ୟ ସେମାନଙ୍କୁ ପିଏଚ୍ଡି ଡିଗ୍ରୀ ଦେବାକୁ ଅସମର୍ଥ ହେଉଛୁ। ସେମାନଙ୍କୁ ଡିଗ୍ରି ଦେବା ନିମନ୍ତେ ସରକାର ଆମକୁ ଅନୁମତି ଦେବା ଉଚିତ।
କିନ୍ତୁ, ସ୍ନାତକୋତ୍ତର କିଂବା ତତୁଲ୍ୟ ଡିଗ୍ରିଧାରୀ ସ୍କୋଲାରଙ୍କ ନିମନ୍ତେ ଆଇ ଆଇ ଟି- ଦିଲ୍ଲୀ ପିଏଚ୍ଡି ଡିଗ୍ରି କରିବା ପାଇଁ ସର୍ବନିମ୍ନ ସମୟ ସୀମା ତିନି ବର୍ଷ ବୋଲି ଧାର୍ଯ୍ୟ କରିଛି।
ଅନୁମତି ମିଳିଲେ ଦେଶରେ ଥିବା ୨୦ଟି ଆଇ ଆଇ ଏମ୍ସ୍ ଉପକୃତ ହେବେ। | <urn:uuid:9928c568-0852-495a-88c7-e6786b5c0735> | CC-MAIN-2018-39 | http://sambad.in/india-and-beyond/iims-set-to-admit-graduates-directly-in-phd-programmes-189176/ | 2018-09-23T23:53:26Z | s3://commoncrawl/crawl-data/CC-MAIN-2018-39/segments/1537267159938.71/warc/CC-MAIN-20180923232129-20180924012529-00011.warc.gz | ory | 0.999993 | Orya | 4 | {"ory_Orya_score": 0.9999932050704956} |
ଭୁବନେଶ୍ୱର : ଓଡ଼ିଶା ଘରୋଇ ନର୍ସିଂ ସ୍କୁଲ ଓ କଲେଜ୍ ଉଦ୍ୟୋଗୀ ସଂଘ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ନର୍ସିଂ ଏକ ବୃତ୍ତି ନୁହେଁ, ସେବା ବୋଲି ଅଭିହିତ କରିଛନ୍ତି। ସର୍ବଭାରତୀୟସ୍ତରରେ କିଭଳି ଗୁଣାତ୍ମକ ନର୍ସିଂଶିକ୍ଷା ପ୍ରଦାନ କରାଯାଇ ପାରିବ ସେ ନେଇ ଏହି ଉଦ୍ୟୋଗୀମାନେ ତତ୍ପର ହେବାକୁ ସେ ଆହ୍ଵାନ ଦେଇଛନ୍ତି। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରଭାତ ତ୍ରିପାଠୀ, ବିଧାୟକ ସୁରେନ୍ଦ୍ର ସେଠୀ, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେଇ ଅନ୍ତର୍ଜାତୀୟସ୍ତରରେ ମହିଳାମାନଙ୍କର ନିଯୁକ୍ତି କ୍ଷେତ୍ରରେ ନର୍ସିଂ ଟ୍ରେନିଂର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସଂଘର ସଭାପତି ସୁନୀଲ ରାଉତ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ପ୍ରଶାନ୍ତ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଓମ୍ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱଛାକୃତ ରକ୍ତଦାନ ଶିବିରରେ ୧୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରାଜ୍ୟସ୍ତରୀୟ ମେଧାବୀ ନର୍ସିଂ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର ୨ଶହରୁ ଊର୍ଧ୍ୱ ନର୍ସିଂ ସ୍କୁଲରୁ କର୍ମକର୍ତା, ନର୍ସିଂ ସେବା ଅଧିକାରୀ, ଟିଏନ୍ଏଆଇ ସଭାପତି ସ୍ୱାସ୍ଥ୍ୟସେବା ଅଧିକାରୀ, ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ସୁରଜିତ ଦାସ, ଡିଏମ୍ଇଟି ନର୍ସିଂ ନିର୍ଦେଶକ ଡ. କାଜଲ ରକ୍ଷିତ୍, ପ୍ରବନ୍ଧକ ଲକ୍ଷ୍ମୀମଣି ଟୁଡୁ, ଡିନ୍ ପ୍ରଦ୍ମାବତୀ ଓ ଯୁଗ୍ମ ଡିଏମ୍ିଟି ଡା. ଉମାକାନ୍ତ ଶତପଥି ପ୍ରମୁଖ ଯୋଗଦେଇଥିଲେ। ଦିବ୍ୟଲୋଚନ ନାୟକ, ଡା. ଶାରଦା ପ୍ରସାଦ ପରିଡ଼ା, ଡା. ସରୋଜ ଲେଙ୍କା, ପୁରୀର ବାବୁଲା ବେହେରା, ସୁଶାନ୍ତ ବିଶ୍ୱାଳ, ବୈଷ୍ଣବ ସାହୁ, ସଂଗ୍ରାମ ବିଶ୍ୱାଳ, ଶକ୍ତିମୟ ବିଶ୍ୱାଳ, ପରିଚାଳନାରେ ସହଯୋଗ କରିଥିବା ବେଳେ ବିଭିନ୍ନ ନର୍ସିଂ ସ୍କୁଲରୁ ଯୋଗଦେଇଥିବା ଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ନର୍ସିଂ ଶିକ୍ଷାକୁ ଉନ୍ନତ ଓ ମଜବୁତ କରିବା ପାଇଁ କର୍ମଶାଳା ଆୟୋଜିତ ହୋଇଥିଲା। ବିଶେଷତଃ ଏଥିରେ ୩ଟି ପ୍ରମୁଖ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା। ନର୍ସିଂ ନାମଲେଖା ନେଇ ବିଳମ୍ବରେ ବିଜ୍ଞପ୍ତି ପ୍ରକାଶ ହେଉଥିବାରୁ ଅନେକ ଛାତ୍ରୀ ଅପେକ୍ଷା ନ କରି ଅନ୍ୟ ରାସ୍ତା ଧରୁଛନ୍ତି। ଫଳରେ ବିଦ୍ୟାଳୟଗୁଡ଼ିକରେ ସିଟ୍ ଖାଲି ପଡୁଛି। ସେହିଭଳି ପରୀକ୍ଷା ମଧ୍ୟ ବିଳମ୍ବରେ ହେଉଥିବାରୁ ଛାତ୍ରଛାତ୍ରୀମାନେ ପ୍ରଭାବିତ ହେଉଛନ୍ତି। ଏହି ତିନୋଟି ପ୍ରସଙ୍ଗ ସହ ଛାତ୍ରଛାତ୍ରୀଙ୍କ କ୍ୟାରିୟର ନିର୍ଭର କରୁଥିବାରୁ ଏହାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ହେବ ବୋଲି ମତ ପ୍ରକାଶ ପାଇଛି। | <urn:uuid:e01e9882-c69c-4018-8673-e5e784ba94e6> | CC-MAIN-2018-39 | http://sambad.in/metro/foundation-day-of-privage-nuring-school-and-college-119948/ | 2018-09-24T00:05:33Z | s3://commoncrawl/crawl-data/CC-MAIN-2018-39/segments/1537267159938.71/warc/CC-MAIN-20180923232129-20180924012529-00011.warc.gz | ory | 0.999996 | Orya | 5 | {"ory_Orya_score": 0.9999963045120239} |
ବୃଦ୍ଧକାଳରେ ଆଉ ସହି ହେଉନାହିଁ ଅଜୀବନ କାରାଦଣ୍ଡ। ଆଶାରାମକୁ ବାଧୁଛି ଜେଲ ଦଣ୍ଡ। ରାଜ୍ୟପାଳଙ୍କୁ କ୍ଷମା ମାଗିଲେ ଆତ୍ମଘୋଷିତ ବାବା ଅଶାରାମ ବାପୁ। ଏ ନେଇ ସେ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ନିକଟକୁ ଏକ ଆବେଦନ ପତ୍ର ପଠାଇଛନ୍ତି। ବୟସ ଦୃଷ୍ଟିକୋଣରୁ ତାଙ୍କୁ ପ୍ରଦାନ କରାଯାଇଥିବା ଆଜୀବନ କାରାଦଣ୍ଡାଦେଶ ଅତ୍ୟନ୍ତ କଠୋର ହୋଇଥିବାରୁ ତାହାକୁ କୋହଳ କରିବାକୁ ଉକ୍ତ ଆବେଦନରେ ସେ ନିବେଦନ କରିଛନ୍ତି। ତାଙ୍କ ରାଜକ୍ଷମା ଆବେଦନକୁ ରାଜ୍ୟପାଳ ଇତିମଧ୍ୟରେ ଗୃହ ମନ୍ତ୍ରଣାଳୟ ନିକଟକୁ ପଠାଇ ସବିଶେଷ ରିପୋର୍ଟ ଲୋଡିଛନ୍ତି। ଆବେଦନଟି ଏବେ ଗୃହ ମନ୍ତ୍ରଣାଳୟରୁ ଯୋଧପୁର କେନ୍ଦ୍ରୀୟ କାରାଗାର ପ୍ରଶାସନ ଏବଂ ପରେ ଜିଲା ପ୍ରଶାସନ ନିକଟରେ ପହଞ୍ଚିଛି।
ଉଲ୍ଲେଖଯୋଗ୍ୟ,ନିଜକୁ ଭଗବାନ ବୋଲି କହୁଥିବା ଆଶାରାମ ବାପୁ ଗତ ୨୦୧୩ ମସିହା ଅଗଷ୍ଟ ୧୫ ତାରିଖ ଦିନ ନିଜ ଆଶ୍ରମରେ ଜଣେ ୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏହାର ଶୁଣାଣୀରେ ତାଙ୍କୁ ଯୋଧପୁର କୋର୍ଟ ଦୋଷୀ ସାବ୍ୟସ୍ତ କରାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଇଥିଲା । ପରେ ସେବେଠୁ ଏବେ ଯାଏଁ ଆଶାରାମ ଆଜୀବନ କାରାଦଣ୍ଡ ସହିଆସୁଛନ୍ତି । ତେବେ ଗତ ଜୁଲାଇ ୨ ତାରିଖରେ ଏହି ରାୟ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଆଶାରାମ । ସେପଟେ ହାଇକୋର୍ଟରେ ଏହାର ଶୁଣାଣୀ ପାଇଁ ଏଯାଏଁ ତାଲିକା ଭୁକ୍ତ ହୋଇନଥିବା ଜଣାପଡିଛି। | <urn:uuid:061ea20b-50ae-4505-8a99-3f1ecee7344d> | CC-MAIN-2018-39 | https://enewsodia.com/asaram-bapu-sends-mercy-plea-to-governor/ | 2018-09-25T03:34:25Z | s3://commoncrawl/crawl-data/CC-MAIN-2018-39/segments/1537267160923.61/warc/CC-MAIN-20180925024239-20180925044639-00171.warc.gz | ory | 0.999976 | Orya | 14 | {"ory_Orya_score": 0.9999762773513794} |
ଭୁବନେଶ୍ୱର, ୮ା୭ (ଓଡ଼ିଆ ପୁଅ) : ଓଡ଼ିଶାର ଅପ୍ରତିଦ୍ୱନ୍ଦ୍ୱି ନେତା, ଲେଖକ, ସ୍ତମ୍ଭକାର, ଜଣେ ସାମ୍ୟବାଦ ଚିନ୍ତାଧାରାର ବ୍ୟକ୍ତିତ୍ୱ, କର୍ମଚାରୀ ଜଗତର ଧ୍ରୁବତାରା, ଗଣଆନ୍ଦୋଳନର ସ୍ରଷ୍ଟା ସ୍ୱର୍ଗତ ପତିତପାବନ ପରିଡ଼ା ଓଡ଼ିଶାର ବିକାଶ ଦିଗରେ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିଲେ ବୋଲି ପତିତପାବନ ପରିଡ଼ାଙ୍କ ତ୍ରୟୋଦଶ ଶ୍ରାଦ୍ଧବାର୍ଷିକ ସ୍ମୃତି ସନ୍ଧ୍ୟାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଛନ୍ତି। ସେ କହିଛନ୍ତି ଯେ, ସ୍ୱର୍ଗତ ପରିଡ଼ା କେବଳ କର୍ମଚାରୀ ଓ ଶିକ୍ଷକ ନେତା ନଥିଲେ, ସେ ଓଡ଼ିଶାର ବିକାଶ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ପାରାଦ୍ୱୀପ ବନ୍ଦର, ଧାମରା ବନ୍ଦର, ଗୋପାଳପୁର ବନ୍ଦର ପୁର୍ନବିକାଶ ପାଇଁ ତାଙ୍କ ଉଦ୍ୟମପ ଉଲ୍ଲେଖନୀୟ ଥିଲା। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ଏବଂ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ସ୍ମୃତିସଭାରେ ଯୋଗଦେଇ ସ୍ୱର୍ଗତ ପରିଡ଼ାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ସଂଗଠନବିତ୍ କର୍ମଚାରୀ ନେତା ଚୈତନ୍ୟ ଚରଣ ନାୟକ, ଆନନ୍ଦ ଚନ୍ଦ୍ର ତ୍ରିପାଠୀ, ପର୍ଶୁରାମ ଜେନା ଓ ମୀନାମଞ୍ଜରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ କୁଳମଣି ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ନରସିଂହ ଆଚାରୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଦୀପ୍ତ କୁମାର ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବିଭିନ୍ନ ସଂଗଠନର ପ୍ରମୁଖ ନେତୃବୃନ୍ଦ ଓ ସ୍ୱର୍ଗତ ପରିଡ଼ାଙ୍କ ସହଯୋଗୀ ସାଥୀ ସର୍ବଶ୍ରୀ ଅନୀଲ କୁମାର ମହାନ୍ତି, ଜଗନ ମୋହନ ସାହୁ, ଲୋକନାଥ ରଥ, ବଳରାମ ପ୍ରସାଦ ବସୁ ମଲ୍ଲିକ, ଦୁର୍ଗାଚରଣ ନାୟକ, ପ୍ରଫେସର ବିଭୂଦତ୍ତ ପରାସର, ଲକ୍ଷ୍ମୀଧର ସାମନ୍ତସିଂହାର, ଗଗନ ଭଞ୍ଜ, ରବିନ୍ଦ୍ରନାଥ ଦାସ, ବିଭୂତି କାନୁନ୍ଗୋ, ଶ୍ୟାମସୁନ୍ଦର ଦାସ, ଅଶୋକ ଚୌଧୁରୀ, ଆଶୀଷ ନନ୍ଦ, ଗଙ୍ଗାଧର ସ୍ୱାଇଁ, ପ୍ରମୋଦ ପ୍ରଧାନ, ସଭାପତି ସାରଦା ପ୍ରସାଦ ମହାନ୍ତି ତାଙ୍କର ଅଭିଭାଷଣ ରଖିଥିବା ବେଳେ ଟ୍ରଷ୍ଟର କୋଷାଧ୍ୟକ୍ଷ ଅଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। | <urn:uuid:32d63dde-4ba2-466f-befb-4beebd4d65a3> | CC-MAIN-2018-39 | http://odiapua.com/%E0%AC%B8%E0%AD%8D%E0%AD%B1%E0%AC%B0%E0%AD%8D%E0%AC%97%E0%AC%A4-%E0%AC%AA%E0%AC%A4%E0%AC%BF%E0%AC%A4%E0%AC%AA%E0%AC%BE%E0%AC%AC%E0%AC%A8-%E0%AC%AA%E0%AC%B0%E0%AC%BF%E0%AD%9C%E0%AC%BE-%E0%AC%93/ | 2018-09-18T17:43:46Z | s3://commoncrawl/crawl-data/CC-MAIN-2018-39/segments/1537267155634.45/warc/CC-MAIN-20180918170042-20180918190042-00407.warc.gz | ory | 0.999996 | Orya | 4 | {"ory_Orya_score": 0.9999961853027344} |
ସମୁଦ୍ର କୂଳ ଲଙ୍ଘିବା ଘଟଣା : ଅନୁଧ୍ୟାନ କଲେ ଚେନ୍ନାଇ ବିଶେଷଜ୍ଞ ଦଳ
ମଙ୍ଗଳା ମୁହାଣ, ବେଳାମାର୍ଗରେ ନିର୍ମାଣ ହେବ ପ୍ରାଚୀର, ଖର୍ଚ୍ଚ ହେବ ୧୪ କୋଟି
ପୁରୀ : ପୁରୀ ବେଳାଭୂମିରେ ଅଶାନ୍ତ ସମୁଦ୍ର ଏବେ ଶାନ୍ତ ପଡ଼ିଛି ସତ, କିନ୍ତୁ ଲଙ୍ଘିଥିବା କୂଳ ପୂର୍ବଭଳି ଅସୁରକ୍ଷିତ ଅବସ୍ଥାରେ ରହିଛି। କିଛି ଦିନ ତଳେ ସମୁଦ୍ର ବାରମ୍ବାର କୂଳ ଲଙ୍ଘିବା ଯୋଗୁ ସ୍ୱର୍ଗଦ୍ୱାର ଓ ସମ୍ମୁଖ ବେଳାମାର୍ଗ ରାସ୍ତା ପାଇଁ ବିପଦ ସୃଷ୍ଟି ହୋଇଥିଲା।
ଆଜି ଚେନ୍ନାଇର ଏକ ବିଶେଷଜ୍ଞ ଟିମ୍ ଏଠାକୁ ଆସି ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିଠାରୁ ଷ୍ଟର୍ଲିନ୍ ହୋଟେଲ ନିକଟ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ବୁଲି ଦେଖିବା ସହ ୨୦୦୬ ମସିହାରେ ମଞ୍ଜୁର ହୋଇଥିବା ୧୪ କୋଟିର ପ୍ରକଳ୍ପ ଉପରେ ବିଚାରବିମର୍ଶ କରିଛନ୍ତି। ବେଳାଭୂମିରେ ସିନ୍ଥେଟିକ୍ ପ୍ରାଚୀର (ସି ଓ୍ଵାଲ) ନିର୍ମାଣ ପାଇଁ ଏଠାରେ ଅନୁକୂଳ ପରିବେଶ ଅଛି ନା ନାହିଁ ସେ ସଂପର୍କରେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରିଛନ୍ତି। ଏହାବାଦ୍ ରାମଚଣ୍ଡୀ ଯାଇ ସେଠାର ବେଳାଭୂମି ସ୍ଥିତି ବୁଲି ଦେଖିଛନ୍ତି। ଦିନେ ଦୁଇ ଦିନ ଭିତରେ ଚେନ୍ନାଇରୁ ଅନ୍ୟ ଏକ ଟିମ୍ ଆସି ମାପଚୁପ କରିବା ପରେ କାମ କେବେଠୁ ଆରମ୍ଭ ହେବ ସ୍ଥିରୀକୃତ ହେବ।
ଆଜି ସକାଳ ସାଢ଼େ ୯ଟାରେ ଆଇସିଜେଡ୍ଏମ୍ପି (ସମନ୍ଵିତ ଉପକୂଳ ଜୋନ୍ ପରିଚାଳନା ପ୍ରକଳ୍ପ)ର ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ନାୟକଙ୍କ ନେତୃତ୍ୱରେ ଚେନ୍ନାଇ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜିର ବରିଷ୍ଠ ବୈଜ୍ଞାନିକ ଅରୁଣ କୁମାର ଆଲୁଓ୍ଵାଲିଆ, ସତ୍ୟକିରନ୍ ରାଜୁ, ପି.କେ.ପାଣିଗ୍ରାହୀଙ୍କ ସମେତ ପୁରୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତ, ସହକାରୀ ଯନ୍ତ୍ରୀ ତପନ ମଜୁମଦାର, ଏସ୍ଡିଓ ଅନନ୍ତ କୁମାର ଶତପଥୀ ପ୍ରମୁଖ ସମୁଦ୍ର କୂଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ସଂପର୍କରେ ପୁରୀ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି, ୨୦୦୬ ଓ ୨୦୧୬ ମସିହାରେ ସମୁଦ୍ର ଏହିଭଳି କୂଳ ଲଂଘିଥିଲା। ବେଳାଭୂମି ସହ ବେଳାମାର୍ଗ ରାସ୍ତାକୁ ବି ଧୋଇ ନେଇଥିଲା। ଅତୀତରେ ମଙ୍ଗଳା ମୁହାଣର ସଂଯୋଗ ଗତିପଥ ବନ୍ଦ ହୋଇ ଅନ୍ୟ ଏକ ମୁହାଣ ସୃଷ୍ଟି ହୋଇଥିଲା। ଏହି ସ୍ଥିତି ପରେ ସମନ୍ଵିତ ଉପକୂଳ ଜୋନ୍ ପରିଚାଳନା ପ୍ରକଳ୍ପ ଜରିଆରେ ୧୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଯେଉଁଥିରେ ହୋଟେଲ୍ କୋକୋପାମ୍ଠାରୁ ହୋଟେଲ୍ ଷ୍ଟର୍ଲିନ୍ ପର୍ଯ୍ୟନ୍ତ ବେଳାଭୂମିରେ ପ୍ରାଚୀର ନିର୍ମାଣ ଓ ମଙ୍ଗଳା ମୁହାଣରେ ସମୁଦ୍ରରେ ମଙ୍ଗଳା ନଦୀ ଜଳ ମିଶିବା ପାଇଁ ଦୁଇଟି ରିଟେନିଂ ଓ୍ଵାଲ୍ କରିବାକୁ ଯୋଜନା ରହିଛି। ଆଜି ଚେନ୍ନାଇର ଏହି ଟିମ୍ ମଙ୍ଗଳା ମୁହାଣଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ବେଳାମାର୍ଗ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରକଳ୍ପ ପାଇଁ ଏହା ଯୋଗ୍ୟ କି ନାହିଁ ସେ ସଂପର୍କରେ ଯାଞ୍ଚ କରିଛନ୍ତି। ଦିନେ ଦୁଇଦିନ ଭିତରେ ଅନ୍ୟ ଏକ ଟିମ୍ ଆସି ମାପଚୁପ କରିବ। ପରେ ପ୍ରକଳ୍ପ କାମ ଆରମ୍ଭ ହେବ। ତେବେ ଏହା ପଥର କି ସିନ୍ଥେଟିକ୍ ପ୍ରାଚୀର ହେବ ସେ ନେଇ କିଛି ସ୍ଥିର ହୋଇନାହିଁ। ସଂପୂର୍ଣ୍ଣ ଅନୁଧ୍ୟାନ ଶେଷ ପରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଚୂଡାନ୍ତ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି। | <urn:uuid:b51a52ec-1419-4c38-b03a-eb745789b92c> | CC-MAIN-2018-39 | http://sambad.in/state/iit-chanai-team-examines-coastal-erosion-in-puri-207398/ | 2018-09-19T22:51:43Z | s3://commoncrawl/crawl-data/CC-MAIN-2018-39/segments/1537267156311.20/warc/CC-MAIN-20180919220117-20180920000117-00007.warc.gz | ory | 0.999983 | Orya | 4 | {"ory_Orya_score": 0.9999833106994629} |
ନିଜ ସାଧ୍ୟ ବଳରେ ସବୁକିଛି ଅସାଧ୍ୟ କାର୍ଯ୍ୟ ସମ୍ଭବ ହେଇପାରେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି କିନ୍ନର କେ. ପ୍ରତୀକା ୟସିନୀ । ଦେଶର ସର୍ବପ୍ରଥମ କିନ୍ନର ପୁଲିସ୍ ସବ୍ଇନ୍ସପେକ୍ଟର ଭାବେ ୨୭ ବର୍ଷ ବୟସ୍କା କେ. ପ୍ରତୀକା ୟସିନୀ ଗତ ସୋମବାର ଦିନ ତାମିଲନାଡ଼ୁ ପୁଲିସ୍ ପ୍ରଶାସନରେ ଯୋଗ ଦେଇଛନ୍ତି । ତାଙ୍କୁ ଚୋଲାଇମେଡୁ ଥାନା ସବ୍-ଇନ୍ସପେକ୍ଟର ଭାବେ ପ୍ରଥମ ନିଯୁକ୍ତି ମିଳିଛି।
ଉଲ୍ଲେଖଯୋଗ୍ୟ, ସାଲେମ୍ ଅଞ୍ଚଳରେ ରହୁଥିବା ଜନୈକ ଅଟୋ ଡ୍ରାଇଭର ଆରାସାନ୍ ଓ ତାଙ୍କ ପତ୍ନୀ ସୁମତିଙ୍କ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ୟାସିନୀ। ପରେ ତାଙ୍କୁ ୨୧ ବର୍ଷ ବୟସ ହୋଇଥିବା ବେଳେ ସେ ଘର ପରିତ୍ୟାଗ କରି ଗୋଟିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ରହି ସେଠାରେ ଚାକିରି କରୁଥିଲେ। ହେଲେ, ସେ ପ୍ରଥମରୁ ପୁଲିସ୍ ବିଭାଗରେ ଚାକିରି କରିବା ପାଇଁ ଚାହୁଁଥିଲେ ଏବଂ ଏଥିପାଇଁ ଆବେଦନ ମଧ୍ୟ କରୁଥିଲେ। ହେଲେ ପ୍ରତିଥର ତାଙ୍କ ଆବେଦନ ନାକଚ ହୋଇ ଯାଉଥିଲା। ପୁଲିସ୍ ପ୍ରଶାସନ ପକ୍ଷରୁ କୁହାଯାଉ ଥିଲା ଯେ ପୁଲିସ୍ ବିଭାଗରେ ନିଯୁକ୍ତି ପାଇଁ ତୃତୀୟ ଲିଙ୍ଗ ବ୍ୟକ୍ତିମାନଙ୍କର ଶାରିରୀକ ପରୀକ୍ଷା ନେବା ପାଇଁ କୌଣସି ବ୍ୟବସ୍ଥା ନାହିଁ।
ଏହା ବିରୋଧରେ ସେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ପୁଲିସ୍ ବିଭାଗରେ ନିଯୁକ୍ତି ପାଇଁ ତାଙ୍କ ଆବେଦନକୁ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ନିଯୁକ୍ତି ପାଇଁ ହୋଇଥିବା ସମସ୍ତ ପରୀକ୍ଷାରେ ସେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ଟ୍ରେନିଂ ପାଇଁ ପୁଲିସ୍ ଏକାଡେମିକୁ ପଠା ଯାଇଥିଲା ସେଠାରୁ ସେ ସଫଳତା ପୂର୍ବକ ଟ୍ରେନିଂ ସମାପ୍ତ କରିବା ପରେ ତାଙ୍କୁ ମୋମବାର ଦିନ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି କହିଛନ୍ତି ତାମିଲନାଡୁର ପୁଲିସ୍ ଆଇଜି।
ୟାସିନୀଙ୍କର ଏହି ନିଯୁକ୍ତି ଏବେ ତୃତୀୟ ଲିଙ୍ଗ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ନୂତନ ଆଶା ଓ ସମ୍ଭାବନା ସୃଷ୍ଟି କରିଛି। | <urn:uuid:7589f09d-3490-4f62-b07b-f48c261b87e5> | CC-MAIN-2018-39 | https://enewsodia.com/first-transgender-police-sub-inspector-k-pratika-yasini/ | 2018-09-22T05:18:30Z | s3://commoncrawl/crawl-data/CC-MAIN-2018-39/segments/1537267158045.57/warc/CC-MAIN-20180922044853-20180922065253-00327.warc.gz | ory | 1.000005 | Orya | 12 | {"ory_Orya_score": 1.0000054836273193} |
ବହୁତ ଜଣକୁ ଜଣା ନଥିଲେ ବି ଏହା ସତ କି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ରୁଚି ରଖନ୍ତି ନାହିଁ, ପ୍ରତିଦିନ ଶାରୀରିକ ବ୍ୟାୟାମ ସହ ଜିମ ଯାଆନ୍ତି । ସେ ମଧ୍ୟ ଜାପାନୀ ମାର୍ସାଲ ଆର୍ଟ 'ଆଇକିଡୋ'ର ବ୍ଲାକ ବେଲଟ ଅଧିକାରୀ । ନିକଟରେ ଏ କଥା ନିଜେ ପ୍ରକାଶ କରିଛନ୍ତି ରାହୁଲ । ମାର୍ଶଲ ଆର୍ଟ ଅଭ୍ୟାସ କରୁଥିବା ସମୟର କିଛି ଫଟୋକୁ ରାହୁଲ ଶେୟାର କରିଛନ୍ତି ନିଜର ଟ୍ବିଟର ଆକାଉଣ୍ଟରେ ।
ବୁଧବାର ଦିନ କଂଗ୍ରେସ ପାର୍ଟିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ବିଖ୍ୟାତ ତାଲିମଦାତା ପାରିତୋଶ କରଙ୍କ ସହ ରାହୁଳ 'ଆଇକିଡୋ' ଅଭ୍ୟାସ କରୁଥିବା ଫଟୋ ପୋଷ୍ଟ କରିଛି।ଅଣ୍ଟାରେ କଳା କମରପଟି ବାନ୍ଧି ପାରମ୍ପରିକ କେଇକୋଗି ପରିଧାନ କରି ରାହୁଲ ନିଜର କୌଶଳ ପ୍ରଦର୍ଶନ କରୁଛନ୍ତି।
ପିଏଚଡି ଚାମ୍ବର ଅଫ କମର୍ସର ବାର୍ଷିକ ବୈଠକରେ ବଳ୍ସର ବିଜେନ୍ଦର ସିଂହ ତାଙ୍କ ଜୀବନରେ କ୍ରୀଡ଼ାର ମହତ୍ତ୍ୱ ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ରାହୁଲ ନିଜର ମାର୍ସାଲ ଆର୍ଟ କଥା କହିଥିଲେ ।
ଗତ ସପ୍ତାହରେ ଗାନ୍ଧିଙ୍କର ଏହି ଦାୟଦ କହିଥିଲେ ଯେ ଅନ୍ୟ ରାଜନେତାଙ୍କ ଭଳି ସେ କ୍ରୀଡ଼ା ବିମୁଖ ନୁହନ୍ତି । କ୍ରୀଡ଼ା ପ୍ରତି ତାଙ୍କର ଆଗ୍ରହ ଅଛି ଏବଂ ସେ ତାଙ୍କର ବ୍ୟସ୍ତବହୁଳ କାର୍ୟ୍ୟନିର୍ଘଣ୍ଟରୁ ସମୟ କାଢ଼ି ସୁସ୍ଥ ରହିବାକୁ ଶାରୀରିକ କାର୍ୟ୍ୟକଳାପ କରନ୍ତି । ମୁଁ ବ୍ୟାୟାମ କରେ- ଦୌଡାଦୈାଡି କରିବା ସହ ସନ୍ତରଣ କରେ । ମୁଁ 'ଆଇକିଡୋ'ରେ ଜଣେ ବ୍ଲାକବେଲଟ ବିଜେତା । ମୁଁ ଖେଳେ କିନ୍ତୁ ତାହା ବାହାରେ ପ୍ରକାଶ କରେ ନାହିଁ। କିନ୍ତୁ, ଅତ୍ୟାବଶ୍ୟକ ଭାବେ ମୋ ଜୀବନରେ ଖେଳ ଥିଲା, ଅଛି ଏବଂ ରହିବ ବୋଲି ରାହୁଳ କହିଥିଲେ । | <urn:uuid:4cf598e8-14c9-4ea4-8e8a-4cece2e6bfb5> | CC-MAIN-2018-39 | https://enewsodia.com/black-belt-in-aikido-rahul-gandhi-showing-his-martial-art-moves/ | 2018-09-25T17:04:26Z | s3://commoncrawl/crawl-data/CC-MAIN-2018-39/segments/1537267161902.89/warc/CC-MAIN-20180925163044-20180925183444-00247.warc.gz | ory | 0.999974 | Orya | 5 | {"ory_Orya_score": 0.9999743700027466} |
କନକ ବ୍ୟୁରୋ : କେରଳରେ ଆଜି ବହୁ ପ୍ରତୀକ୍ଷିତ ମେଟ୍ରୋ ସେବାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଛନ୍ତି । ଉଦଘାଟନ ପରେ ସେ ମେଟ୍ରୋରେ ଯାତ୍ରା ମଧ୍ୟ କରିଛନ୍ତି । ଏହାସହ କୋଚିରେ ଆଜିଠାରୁ ମେଟ୍ରୋ ସେବାର ବ୍ୟବସାୟିକ ଚଳାଚଳ ଆରମ୍ଭ ହୋଇଛି ।
ଦେଶର ଏହା ପ୍ରଥମ ଏକୀକୃତ ମଲଟି ମଡେଲ ଟ୍ରାନପୋର୍ଟ ସିଷ୍ଟମ ବୋଲି ଦାବି କରାଯାଇଛି । କୋଟି ମେଟ୍ରୋ ସେବା ଦ୍ୱାରା ସହରରେ ଟ୍ରାଫିକ ସେବା ସୁଧୁରିବ ବୋଲି ଆଶା କରାଯାଉଛି । କୋଚି ହେଉଛି କେରଳ ବ୍ୟବସାୟିକ କେନ୍ଦ୍ରସ୍ଥଳୀ । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୩ କିଲୋମିଟର ପାଇଁ ଏହି ମେଟ୍ରୋ ସେବା ଆରମ୍ଭ ହୋଇଛି । | <urn:uuid:099d5900-f121-4ce3-8727-5a01f1f06424> | CC-MAIN-2018-39 | http://kanaknews.com/prime-minister-narendra-modi-flags-off-keralas-first-metro-in-kochi/ | 2018-09-21T19:31:06Z | s3://commoncrawl/crawl-data/CC-MAIN-2018-39/segments/1537267157503.43/warc/CC-MAIN-20180921190509-20180921210909-00132.warc.gz | ory | 1.000006 | Orya | 5 | {"ory_Orya_score": 1.0000064373016357} |
ରାଜ୍ୟସଭାରେ ଶପଥ ପାଠ କଲେ ତିନି ଓଡିଆ
ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ। ଗତକାଲି ଓଡ଼ିଶାର ୩ ସାଂସଦ ଦିଲ୍ଲୀପ ତିର୍କୀ, ଅନଙ୍ଗ ଉଦୟ ସିଂହଦେଓ ଓ ଏ ଭି ସ୍ୱାମୀଙ୍କର ରାଜ୍ୟସଭା କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି।
ସଂଖ୍ୟା ଦୃଷ୍ଟିରୁ ବିଜେଡି ହାତକୁ ତିନୋଟି ଯାକ ଆସନ ଯିବା ନିଶ୍ଚିତ ଥିବାରୁ ଅନ୍ୟ କୈାଣସି ଦଳ ପ୍ରାର୍ଥୀ ଦେଇନଥିଲେ । ଫଳରେ ବିଜେଡିର ତିନି ଜଣ ଯାକ ପ୍ରାର୍ଥୀ ସୈାମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ବିନା କୈାଣସି ପ୍ରତିଦ୍ୱନ୍ଦ୍ୱିତାରେ ବାଜିମାତ୍ କରିଥିଲେ।
ଆଜି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ନୂତନ ସଭ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ପ୍ରଥମେ କର୍ଣ୍ଣାଟକର ଦୁଇଜଣ ସଦସ୍ୟ କନ୍ନଡ଼ ଗଭାଷାରେ ଶପଥ ନେବା ପରେ ଓଡିିଶାରୁ ରାଜ୍ୟସଭାକୁ ନିର୍ବାଚିତ ପ୍ରଶାନ୍ତ ନନ୍ଦ ଶପଥ ଗ୍ରହଣ କରିଥିଲେ। ଶ୍ରୀ ନନ୍ଦ ଓଡ଼ିଆରେ ଶପଥ ନେବା ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ଶପଥ ଗ୍ରହଣ କରିଥିଲେ। ଶ୍ରୀ ପଟ୍ଟନାୟକ ଓଡ଼ିଆରେ ଶପଥ ନେଇଥିଲେ। ପରେ ଅଚ୍ୟୁତାନନ୍ଦ ସାମନ୍ତ ମଧ୍ୟ ଓଡ଼ିିଆରେ ଶପଥ ନେଇଥିଲେ। ଓଡ଼ିିଆରେ ଓଡ଼ିଶାର ରାଜ୍ୟସଭା ସଦସ୍ୟମାନେ ଶପଥ ନେବା ବେଳେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ ' ଓଡ଼ିଆ, ବଢ଼ିଆ' କହିବା ସହିତ ଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟସଭାକୁ ସ୍ୱାଗତ କରି ' କଂଗ୍ରାଚୁଲେସନ୍' ବୋଲି କହିଥିଲେ। | <urn:uuid:ba4f8aca-fd8d-4797-817f-27773f0705d9> | CC-MAIN-2018-39 | https://enewsodia.com/amp/rajyasabha-mp-took-oath-in-odia/ | 2018-09-24T02:15:57Z | s3://commoncrawl/crawl-data/CC-MAIN-2018-39/segments/1537267160085.77/warc/CC-MAIN-20180924011731-20180924032131-00452.warc.gz | ory | 0.999988 | Orya | 15 | {"ory_Orya_score": 0.9999878406524658} |
ପେଟରେ ଯନ୍ତ୍ରଣା ହେବାରୁ ଡ଼ାକ୍ତରଖାନାରେ ପହଞ୍ଚିଲେ ମହିଳା,ଅସ୍ତ୍ରୋପଚାର ପରେ ଗର୍ଭାଶୟରୁ ବାହାରିଲା ୩୫କିଲୋର ଟ୍ୟୁମର
ନାଦିଆ(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗରେ ଜଣେ ମହିଳାଙ୍କ ଗର୍ଭାଶୟରୁ ୩୫କିଲୋର ଟ୍ୟୁମର ବାହାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପେଟର ଯନ୍ତ୍ରଣା ଅସହ୍ୟ ହେବାରୁ ମହିଳାଜଣଙ୍କ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । କାରଣ ଜାଣିବା ପାଇଁ ତାଙ୍କର ଅଲଟ୍ରାସୋନୋଗ୍ରୋଫି କରାଯିବା ପରେ ଭିତରେ ଥିବା ଟ୍ୟୁମରର ଆକାର ଦେଖି ଡ଼ାକ୍ତରଙ୍କ ହୋସ ଉଡ଼ି ଯାଇଥିଲା । ତୁରନ୍ତ ଅସ୍ତ୍ରୋପଚାର କରାଯିବା ପରେ ଭିତରୁ ୩୫କିଲୋର ୨ଟି ଟ୍ୟୁମର ବାହାର କରିଥିଲେ ଡ଼ାକ୍ତର । ଏହି ଅସ୍ତ୍ରୋପଚାରଟି ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଥିବା କଲ୍ୟାଣ ମେଡ଼ିକାଲ କଲେଜରେ କରାଯାଇଥିବା ବେଳେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣା ପଡ଼ିଛି । ସୂଚନା ମୁତାବକ,ରଜନୀବାବୁରେ ରହୁଥିବା ଆର୍ତୀ ଅଧିକାରୀ ନାମକ ଜଣେ ମହିଳାଙ୍କ ପେଟରେ ହଠାତ୍ ଅସହ୍ୟ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯାହା ପାଇଁ ସେ କଲ୍ୟାଣ ମେଡ଼ିକାଲ କଲେଜ ଆସି ଡ଼ାକ୍ତରଙ୍କୁ ସବୁ ବିଷୟରେ ଜଣାଇବା ପରେ ଡ଼ାକ୍ତର ତାଙ୍କୁ ଅଲଟ୍ରାସୋନୋଗ୍ରାଫି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଅଲଟ୍ରାସୋନୋଗ୍ରାଫ ପରେ ଆର୍ତୀଙ୍କ ପେଟ ଭିତରେ ଏକ ବଡ଼ ଆକାରର ଟ୍ୟୁମର ହୋଇଥିବା ଡ଼ାକ୍ତର ଦେଖିଥିଲେ । ଏହା ପରେ ତୁରନ୍ତ ଅସ୍ତ୍ରୋପଚାର ପାଇଁ ନିର୍ଦ୍ଦେଶ ଦେବା ପରେ ଅସ୍ତ୍ରୋପଚାର କରାଯାଇ ଆର୍ତୀଙ୍କ ପେଟରୁ ୨ଟି ଟ୍ୟୁମରକୁ ବାହାର କରାଯାଇଥିଲା । ଏଭଳି ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ କରାଯାଇଛି ବୋଲି ଡ଼ାକ୍ତର କହିବା ସହ ଆର୍ତୀଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣା ପଡ଼ିଛି । | <urn:uuid:fdb3ae2e-13ba-4744-95ec-402618b7f8c2> | CC-MAIN-2018-39 | http://sambad.in/india-and-beyond/tumours-weighing-35-kg-successfully-removed-from-woman-s-body-in-west-bengal-185654/ | 2018-09-22T09:30:25Z | s3://commoncrawl/crawl-data/CC-MAIN-2018-39/segments/1537267158279.11/warc/CC-MAIN-20180922084059-20180922104459-00460.warc.gz | ory | 1.000008 | Orya | 5 | {"ory_Orya_score": 1.0000079870224} |
ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସୁରକ୍ଷିତ ଓ ଯତ୍ନଶୀଳ ସମାଜ ଗଠନ କରିବାର ଆବଶ୍ୟକତା ରହିଛି। ସେମାନେ କିପରି ନିଜ ପରିଣତ ବୟସରେ ଏକୁଟିଆ ଅନୁଭବ ନ କରିବେ ସେଥିପ୍ରତି ଧ୍ୟାନ ଦେବା ଉଚିତ। ସବୁ ସୁବିଧା ଯେପରି ସେମାନଙ୍କ ହାତ ପାହାନ୍ତାରେ ପହଞ୍ଚି ପାରିବ ସେପରି ବ୍ୟବସ୍ଥା କରାଇବା ଦରକାର। ବରିଷ୍ଠ ନାଗରିକଙ୍କ ସମସ୍ୟାର ସମାଧାନ ପାଇଁ ଏମିତି ଭାବେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତଥା ହେଲ୍ପ ଏଜ ଇଣ୍ଡିଆର ମିଳିତ ସହଯୋଗରେ ଆଜି ଜୟଦେବଭବନଠାରେ ବରିଷ୍ଠ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ-୨୦୧୮ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ନୀତେନ୍ ଚନ୍ଦ୍ରା, କ୍ରାଇମ୍ବ୍ରାଞ୍ଚ୍ ଏଡିଜି ଏସ କେ ଉପାଧ୍ୟାୟ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଓ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନୟକ ଯୋଗ ଦେଇଥିଲେ। ଏଥିରେ ହେଲ୍ପ ଏଜ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର 'ଭାରତରେ ବରିଷ୍ଠ ନାଗରିକଙ୍କ ପ୍ରତି ଦୁର୍ବ୍ୟବହାର ଅଧ୍ୟୟନ ରିପୋର୍ଟ-୨୦୧୮' ସର୍ଭେର ତଥ୍ୟ ଉପସ୍ଥାପନ କରିଥିଲେ। ୯୩ ବର୍ଷ ବୟସରେ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଥିବା ପୂର୍ବତନ ସାଂସଦ ତଥା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପଟ୍ଟନାୟକଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା। ଶେଷର ଖୋଲା ଆଲୋଚନାରେ ଉପସ୍ଥିତ ବରିଷ୍ଠ ନାଗରିକମାନେ ନିଜ ନିଜ ମତପ୍ରଦାନ କରିଥିଲେ। ହେଲ୍ପ ଏଜ ଇଣ୍ଡିଆର ରଞ୍ଜୟ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଏସ୍ଏସ୍ଇପିଡି ବିଭାଗର ଉପ ସଚିବ ଏସ୍ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।
'ଏନ୍ସିଟିଇ କାର୍ଯ୍ୟାଳୟ ଉଠିଯିବା ନେଇ ନିଷ୍ପତ୍ତି ହୋଇନାହିଁ'
ଚଳିତ ମାସ ଶେଷ ଭାଗରେ ଅବସର ନେବାକୁ ଥିବା ତଥା କେନ୍ଦ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଥିବା କେନ୍ଦ୍ର ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନୀଲ ସ୍ୱରୂପଙ୍କ ଓଡ଼ିଶା ଗସ୍ତ ଅବସରରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଆସିଥିବା ସୁଧାର ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁସ୍ତକଗତ ବିଦ୍ୟା ଅପେକ୍ଷା ସମ୍ବେଦନଶୀଳତା ରହିବା ଜରୁରି ବୋଲି ଶ୍ରୀ ସ୍ୱରୂପ ପ୍ରକାଶ କରିଥିଲେ। ଏହି ଅବସରରେ ଶ୍ରୀ ସ୍ୱରୂପଙ୍କର 'ସମ୍ବାଦ' ସହିତ ଏକ ସ୍ୱତନ୍ତ୍ର ଆଲୋଚନା।
ଓଡ଼ିଶାରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପିଲା ତୃତୀୟ ଶ୍ରେଣୀର ପାଠ ବିଷୟରେ କହିପାରୁନାହାନ୍ତି। କିନ୍ତୁ ଆପଣ ରାଜ୍ୟରେ ଶୈକ୍ଷିକ ପରିବେଶରେ ସୁଧାର ଆସିଥିବା କହି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ପ୍ରକୃତ ସ୍ଥିତି କଣ?
ଏ ସମସ୍ୟା କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ଏପରି ସମସ୍ୟା ଦେଖାଦେଇଛି। ନୋ ଡିଟେନ୍ସନ୍ ପଲିସି-୨୦୦୯ର ରୂପାୟନ ପରେ ଶିକ୍ଷାର ଗୁଣାତ୍ମକ ମାନକୁ ନେଇ ଏପରି ସମସ୍ୟା ସାମ୍ନାକୁ ଆସିଛି। ଏନେଇ କେନ୍ଦ୍ର ସରକାର ବ୍ୟାପକ ଯୋଜନା କରୁଛନ୍ତି। ଓଡ଼ିଶା ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟାପକ ଯୋଜନା କରୁଛନ୍ତି। ଶିକ୍ଷକ ତାଲିମଠାରୁ ଆରମ୍ଭ କରି ନିଯୁକ୍ତ ପ୍ରକ୍ରିିୟାକୁ ପ୍ରତିଯୋଗିତାମୂଳକ କରିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ।
ଭୁବନେଶ୍ୱରରେ ରହିଥିବା ଶିକ୍ଷକ ଶିକ୍ଷା ଜାତୀୟ ପରିଷଦ(ଏନ୍ସିଟିଇ) କାର୍ଯ୍ୟାଳୟ ଦିଲ୍ଲୀ ଉଠିଯିବା ନେଇ କ'ଣ କହିବେ?
ଭୁବନେଶ୍ୱରରେ ରହିଥିବା ଏନ୍ସିଟିଇ କାର୍ଯ୍ୟାଳୟ ପୂର୍ବ ଭାରତର ୧୨ଟି ରାଜ୍ୟର ଶିକ୍ଷକମାନଙ୍କର ଶିକ୍ଷା ସମ୍ବନ୍ଧରେ କାର୍ଯ୍ୟ କରୁଛି। ଏହାର ସମ୍ପୂର୍ଣ୍ଣ ନବୀକରଣ କରାଯାଇଛି। ଜାତୀୟସ୍ତରରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯାଉଛି। ମାତ୍ର ଭୁବନେଶ୍ୱରରୁ ଏହି କାର୍ଯ୍ୟାଳୟ ଉଠିଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।
ଛାତ୍ରଛାତ୍ରୀଙ୍କ ଉପରୁ ପାଠ ଚାପ ହଟାଇବା ଓ ରାଷ୍ଟ୍ରୀୟସ୍ତରରେ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାର କି ନୂତନ ଯୋଜନା କରିଛନ୍ତି?
ଛାତ୍ରଛାତ୍ରୀଙ୍କୁ ପୁସ୍ତକଗତ ବିଦ୍ୟା ଅପେକ୍ଷା ସମ୍ବେଦନଶୀଳ କରିବା ଆଜିକା ଦିନରେ ଏକ ବଡ଼ ଆହ୍ଵାନ। ଏନେଇ ବିଦ୍ୟାଳୟ ଓ ଶିକ୍ଷକଙ୍କ ଅପେକ୍ଷା ପିତାମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କର ସାମଗ୍ରୀକ ବିକାଶ ହେବା ଅଧିକ ନମ୍ବର ରଖିବା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କୁ ଅଯଥା ଚାପରୁ ଦୂରେଇବା ନିମନ୍ତେ ସିଲାବସ୍ରେ ପରିବର୍ତନ ଆଣିବା ବିଷୟରେ ଯୋଜନା ରହିଛି। ସେହିପରି ଶିକ୍ଷକମାନଙ୍କର ସମସ୍ୟା ସୁଧାରିବା ପାଇଁ ମଧ୍ୟ ବ୍ୟାପକ ଯୋଜନା ହୋଇଛି। ରାଜସ୍ଥାନ ଓ କର୍ଣ୍ଣାଟକରେ ଏହି ବ୍ୟବସ୍ଥାର ଉପଯୋଗ କରାଯାଇ ସଫଳତା ମିଳିଛି।
ନକଲି ସିବିଏସ୍ଇ ସ୍କୁଲ୍ଗୁଡ଼ିକୁ ନେଇ କ'ଣ କହିବେ?
ଏନେଇ ଅଭିଭାବକ ସଚେତନ ହେବା ଜରୁରି। ପିଲାଙ୍କୁ କୌଣସି ଶିକ୍ଷାନୁଷ୍ଠାନରେ ଦାଖଲ କରିବା ପୂର୍ବରୁ ଯଥେଷ୍ଟ ସୂଚନା ଆହରଣ କରିବା ଆବଶ୍ୟକ। ଏମିତି ସନ୍ଦିଗ୍ଧ ଶିକ୍ଷାନୁଷ୍ଠାନ ବିଷୟରେ ସୂଚନା ମିଳିଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବା ଆବଶ୍ୟକ। | <urn:uuid:f104b4b6-c595-4636-8db2-cb221aa81f40> | CC-MAIN-2018-39 | http://sambad.in/metro/safety-for-cinier-citizen-162244/ | 2018-09-22T09:29:45Z | s3://commoncrawl/crawl-data/CC-MAIN-2018-39/segments/1537267158279.11/warc/CC-MAIN-20180922084059-20180922104459-00460.warc.gz | ory | 0.999989 | Orya | 4 | {"ory_Orya_score": 0.9999887943267822} |
ଔରଙ୍ଗାବାଦ: ଆମ୍ବେଦକରଙ୍କ ନାଁ' ପୂର୍ବରୁ 'ମହାରାଜ' କହି ସମ୍ବୋଧନ କରିଥିବାରୁ ଶୁକ୍ରବାର ସନ୍ଧ୍ୟା ବେଳେ ଡକ୍ଟର ବାବାସାହେବ ଆମ୍ବେଦକର ମରାଠାଓ୍ଵାଡ଼ା ବିଶ୍ୱବିଦ୍ୟାଳୟର କାର୍ଯ୍ୟ ନିର୍ବାହୀ ରେଜିଷ୍ଟ୍ରାର୍ ସାଧନା ପାଣ୍ଡେଙ୍କୁ ଭାଇସ୍-ଚାନ୍ସେଲର୍ ନିଲମ୍ବିତ କରିଛନ୍ତି।
ବିଶ୍ୱବିଦ୍ୟାଳୟ ସିନେଟ୍ ସଦସ୍ୟଙ୍କ ବୈଠକରେ ଭାଇସ୍-ଚାନ୍ସେଲର୍ ବି ଏ ଚୋପାଡ଼େ ପାଣ୍ଡେଙ୍କ ନିଲମ୍ବନ କଥା ଘୋଷଣା କରିଛନ୍ତି।
ପରିଚାଳନା ପରିଷଦ୍ର ନିର୍ବାଚନ ସକାଶ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ।
ବୈଠକରେ କହିବା ବେଳେ ପାଣ୍ଡେ ଆମ୍ବେଦକରଙ୍କ ନାମ ପୂର୍ବରୁ 'ମହାରାଜ' ବୋଲି କହିଥିଲେ।
ମନ୍ଦ ଉଦ୍ଦେଶ୍ୟରେ ଆମ୍ବେଦକରଙ୍କ ନାମ ପୂର୍ବରୁ ଏଭଳି କୁହା ଗଲା ବୋଲି ସିନେଟ୍ ସଦସ୍ୟମାନେ ଅଭିଯୋଗ କରିଥିଲେ। ପାଣ୍ଡେ ଦକ୍ଷିଣପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ବୋଲି ମଧ୍ୟ ସେମାନେ ଦାବି କରି ଥିଲେ। କାର୍ଯ୍ୟ ନିର୍ବାହୀ ରେଜିଷ୍ଟ୍ରାର୍ ପାଣ୍ଡେଙ୍କୁ ନିଲମ୍ବିତ କରିବାକୁ ସେମାନେ ଅଡ଼ି ବସିବା ପରେ ଭାଇସ୍-ଚାନ୍ସେଲର୍ ପାଣ୍ଡେଙ୍କୁ ସଭା ଛାଡ଼ି ଚାଲି ଯିବାକୁ ନିର୍ଦେଶ ଦେଇ ଥିଲେ। | <urn:uuid:b8796725-00d3-488f-85f6-c10f9f4b498a> | CC-MAIN-2018-39 | http://sambad.in/india-and-beyond/maharashtra-varsity-official-suspended-for-adding-maharaj-title-to-ambedkars-name-160088/ | 2018-09-24T17:32:01Z | s3://commoncrawl/crawl-data/CC-MAIN-2018-39/segments/1537267160620.68/warc/CC-MAIN-20180924165426-20180924185826-00220.warc.gz | ory | 0.99995 | Orya | 3 | {"ory_Orya_score": 0.99994957447052} |
କଟକ : ଶନିବାର ସକାଳ ସାଢେ ୭ଟାରେ ରାଜଧାନୀ ଏକ୍ସପ୍ରେସ୍ରେ ପୁଲିସ ସୁରକ୍ଷା ବଳୟରେ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ଯିବେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର। ଜଣେ ଅଧିକାରୀ, ଏପିଆର ଓ ସୋହେଲା ଜେଲ କର୍ମଚାରୀଙ୍କ ସହ କଟକ ଏସ୍ସିବିରେ ଚିକିତ୍ସାଧୀନ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ। କଟକ ଷ୍ଟେସନ୍ରୁ ସେ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଯିବେ। ତାଙ୍କର କେତେଜଣ ଘନିଷ୍ଠ ସହଯୋଗୀ ମଧ୍ୟ ଦିଲ୍ଲୀ ଯିବେ। ଏଠାରେ ସୂଚନା ଯୋଗ୍ୟ ଯେ, ସପ୍ତାହେ ହେଲାଣି ଜୟନାରାୟଣଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ବିଭିନ୍ନ କାରଣରୁ ଦିଲ୍ଲୀ ଯାଇନଥିଲେ ଜୟନାରାୟଣ। ସୋହେଲା ଜେଲରେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କ ପ୍ରଥମେ ବୁର୍ଲା ଓ ପରେ କଟକ ବଡମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ପଠାଯିବାକୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲେ। | <urn:uuid:a8049e39-10ff-49f7-a6cf-e3bcc4f7301a> | CC-MAIN-2018-39 | http://sambad.in/state/jayanarayan-shifted-to-aiims-delhi-today-133499/ | 2018-09-24T17:29:16Z | s3://commoncrawl/crawl-data/CC-MAIN-2018-39/segments/1537267160620.68/warc/CC-MAIN-20180924165426-20180924185826-00220.warc.gz | ory | 0.999985 | Orya | 3 | {"ory_Orya_score": 0.9999845027923584} |
ବାପା ହେଲେ ସାମି
କୋଲକାତା: ଭାରତର ପେସ୍ ବୋଲର ମହମ୍ମଦ ସାମିଙ୍କ ପାଇଁ ପବିତ୍ର 'ଇଦ୍' ଆଣି ଦେଇଛି ଡବଲ୍ ଖୁସି। ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି ସାମି। ଗତକାଲି ଅପରାହ୍ନ ପ୍ରାୟ ୨ଟା ୪୦ ମିନିଟରେ ତାଙ୍କ ପତ୍ନୀ ହାସିନ୍ ଜାହାନ ଏହି କନ୍ୟା ସନ୍ତାନକୁ ପ୍ରସବ କରିଥିଲେ। ଉଭୟ ମା' ଓ ଝିଅ ସୁସ୍ଥ ଅଛନ୍ତି ବୋଲି ସାମି କହିଛନ୍ତି।
ଆଣ୍ଠୁରେ ଆଘାତ ଯୋଗୁ ତିନି ମାସ ହେଲାଣି ସାମି ଟିମରୁ ବାହାରେ ଅଛନ୍ତି। ବେଙ୍ଗଲୁରୁରେ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଥିଲେ। ସାମି କହିଛନ୍ତି ଯେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଆଉ କିଛି ଦିନ ପରେ ସେ ପୂରା ଫିଟ୍ ହୋଇଯିବେ।
ଅନ୍ୟପକ୍ଷରେ ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ୍ ସିରିଜରେ ସାମି ଖେଳିବା ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ସିରିଜରେ ସେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। | <urn:uuid:fcdf58ce-1ae1-4c9b-90a4-e2ca3d5eecb8> | CC-MAIN-2018-39 | https://odishareporter.in/sports/bapa-hele-sami-16670 | 2018-09-24T17:34:22Z | s3://commoncrawl/crawl-data/CC-MAIN-2018-39/segments/1537267160620.68/warc/CC-MAIN-20180924165426-20180924185826-00220.warc.gz | ory | 0.999905 | Orya | 6 | {"ory_Orya_score": 0.9999054670333862} |
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବାଳୟର ତୃତୀୟ ମହଲା କାର୍ଯ୍ୟାଳୟ ଏବେ ଖବରର ଶିରୋନାମା ପାଲଟିଛି। ଗତକାଲି ତିନି ଆଡ଼ୁ ଆକ୍ରମଣ ପରେ ଆଜି ନିଜେ ନବୀନ ମୁହଁ ଖୋଲିଛନ୍ତି। କହିଛନ୍ତି, ସେମାନଙ୍କର ଯେତେବେଳେ କୌଣସି ପ୍ରସଙ୍ଗ ନ ଥାଏ, ସେତେବେଳେ ମୋ କାର୍ଯ୍ୟାଳୟ ଉପରେ ଏପରି ଆକ୍ରମଣ କରିଥା'ନ୍ତି। ଏଥିରେ କୌଣସି ନୂତନତ୍ୱ ନାହିଁ। ବୈଜୟନ୍ତଙ୍କ ବାବଦରେ ଗଣମାଧ୍ୟମର ପ୍ରଶ୍ନରେ ନବୀନ କହିଥିଲେ, ଯାହା ଠିକ୍ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ। ମୁଁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟସ୍ତ। ଲୋକେ ଏହା ଜାଣିଛନ୍ତି।
ନବୀନ ଏପରି ମନ୍ତବ୍ୟ ଦେଲା ପରେ ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ। ସେ ଟ୍ଵିଟ୍ କରି କହିଛନ୍ତି, ମୁଁ ମର୍ମାହତ। ଯେତେବେଳେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ ବିଜୁ ବାବୁ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ, ସେତେବେଳେ କ'ଣ ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନ ଥିଲା? ଯଦି କିଛି ପ୍ରସଙ୍ଗ ନାହିଁ, ତେବେ ମାହାଙ୍ଗାରେ ୫ ପ୍ଲାଟୁନ୍ ପୁଲିସ୍ କାହିଁକି ମୁତୟନ କରାଯାଇଥିଲା? ମୁଁ ମାହାଙ୍ଗାରେ ଅଶାନ୍ତି ସୃଷ୍ଟି କରିଥିଲି କି? ମୁଁ ମୋ କାମ ଶାନ୍ତିପୂର୍ଣ୍ଣ ଭାବେ କରୁ ନ ଥିଲି କି ? ତଥାପି ମୁଁ ମୋ ନେତାଙ୍କୁ ଆଉ ଥରେ ସମୀକ୍ଷା କରିବା ପାଇଁ ଅନୁରୋଧ କରୁଛି। | <urn:uuid:fb961ef9-d321-4d97-bdae-710aaee5422d> | CC-MAIN-2018-39 | http://sambad.in/politics/odisha-cms-office-accused-of-political-interference-by-bjd-mp-and-bjp-64336/ | 2018-09-25T21:10:05Z | s3://commoncrawl/crawl-data/CC-MAIN-2018-39/segments/1537267162385.84/warc/CC-MAIN-20180925202648-20180925223048-00380.warc.gz | ory | 0.999972 | Orya | 6 | {"ory_Orya_score": 0.9999721050262451} |
ଭୁବନେଶ୍ୱର: ଖାରବେଳନଗର ଥାନା ପୁଲିସ ଜଣେ ଚୋରକୁ ଗିରଫ କରିବା ସହ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି। ସେ ହେଲା ଭଦ୍ରକ ଜିଲ୍ଲା ବାଁଶଡ଼ା ଅଞ୍ଚଳର କାର୍ତ୍ତିକ ଚନ୍ଦ୍ର ବଳ(୨୬)। ପୁଲିସ ସୂଚନା ମୁତାବକ, ଗତ ୨୧ ତାରିଖ ସନ୍ଧ୍ୟାରେ ତ୍ରିଲୋଚନ ନାୟକ ନାମକ ଜଣେ ବ୍ୟକ୍ତି ମାଷ୍ଟରକ୍ୟାଣ୍ଟିନ୍ରୁ କାମସାରି ମାର୍କେଟ ବିଲ୍ଡିଂ ଯାଉଥିଲେ। ଏହି ସମୟରେ କାର୍ତ୍ତିକ ଏକ ବାଇକ୍ରେ ଆସି ତାଙ୍କ ମୋବାଇଲ୍ ଝାମ୍ପି ନେଇଥିଲା। ତ୍ରିଲୋଚନ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ କାର୍ତ୍ତିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। | <urn:uuid:682b7ad3-7991-4932-a16a-77ae5f204c89> | CC-MAIN-2018-39 | http://sambad.in/crime/thief-arrest-mobile-cease-164113/ | 2018-09-21T10:14:58Z | s3://commoncrawl/crawl-data/CC-MAIN-2018-39/segments/1537267157028.10/warc/CC-MAIN-20180921092215-20180921112615-00181.warc.gz | ory | 0.999991 | Orya | 3 | {"ory_Orya_score": 0.9999911785125732} |
ଚୀନ୍ରେ ଥିବା ପ୍ରାଚୀରକୁ ବିଶ୍ୱର ସବୁଠାରୁ ଲମ୍ବା ପ୍ରାଚୀର କୁହାଯାଏ। କିନ୍ତୁ ଏହିପରି ଆଉ ଏକ ଲମ୍ବା ପ୍ରାଚୀର ଭାରତରେ ମଧ୍ୟ ରହିଛି। ଏହି ପ୍ରାଚୀର ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ଏହା ବିଶ୍ୱର ଦ୍ୱିତୀୟ ସବୁଠାରୁ ଲମ୍ବା ପ୍ରାଚୀର। ଯାହାକି ରାଜସ୍ଥାନରେ ଅବସ୍ଥିତ। ଏହା ମେବାରର କୁମ୍ଭଲଗଡ଼ ଦୁର୍ଗ ରୂପରେ ପରିଚିତ। ୧୧୦୦ ମିଟରର ଉଚ୍ଚତାରେ ଅବସ୍ଥିତ ଏହି ଦୁର୍ଗର ପ୍ରାଚୀର ୩୬ କିଲୋମିଟର ଲମ୍ବା। ଏହି ପ୍ରାଚୀରର ଚଉଡ଼ା ୧୫ ଫୁଟ। ଏଥିରେ ଏକାସଙ୍ଗେ ୧୦ଟି ଘୋଡ଼ା ଦୌଡ଼ି ପାରିବେ।
ଏହି ଦୁର୍ଗର ନିର୍ମାଣ ମହାରାଣା କୁମ୍ଭା କରାଇଥିଲେ। ଏହାର ନିର୍ମାଣ ପାଇଁ ପାଖାପାଖି ୧୫ (୧୪୪୩-୧୪୫୮) ବର୍ଷ ଲାଗିଥିଲା। ଏହି ଦୁର୍ଗର ଉଚ୍ଚ ସ୍ଥାନରେ ଗୁଡ଼ିକରେ ମହଲ, ମନ୍ଦିର ଓ ରହିବା ଉପଯୋଗୀ ବାସସ୍ଥଳୀ ନିର୍ମାଣ ହୋଇଛି। ଏହା ବ୍ୟତୀତ ଦୁର୍ଗର ସମତଳ ଭୂମିକୁ କୃଷି କାର୍ଯ୍ୟରେ ବ୍ୟବହାର କରାଯାଏ। ଏହି ଦୁର୍ଗ ୭ଟି ବିଶାଳ ଦ୍ୱାର ଓ ସୁଦୃଢ଼ ପ୍ରାଚୀର ସାହାଯ୍ୟରେ ସୁରକ୍ଷିତ ଅଛି। ଏହି ଦୁର୍ଗରେ ପୃଥ୍ଵୀରାଜଙ୍କ ପିଲାଦିନ କଟିଥିଲା।
କୁହାଯାଏ ୧୪୪୩ରେ ରାଣା କୁମ୍ଭା ଏହାର ନିର୍ମାଣ ଆରମ୍ଭ କରିଥିଲେ। କିନ୍ତୁ ଶତଚେଷ୍ଟା ସତ୍ୱେ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରିଲା ନାହିଁ। ନିର୍ମାଣ କାର୍ଯ୍ୟରେ ବହୁତ ବାଧାବିଘ୍ନ ଦେଖାଗଲା। ରାଜା ଏଥିରେ ଚିନ୍ତିତ ହୋଇ ଜଣେ ସନ୍ଥକୁ ଏହାର ସମାଧାନ ପାଇଁ ଡକାଇଲେ। ସନ୍ଥ ରାଜାଙ୍କୁ କହିଲେ ଯଦି କେହି ସ୍ୱଇଚ୍ଛାରେ ବଳୀ ଦେବାକୁ ରାଜି ହୁଏ ତେବେ ଯାଇ କାମ ଆରମ୍ଭ ହୋଇପାରିବ। ରାଜା ଏକଥା ଶୁଣି ଅଧିକ ଚିନ୍ତିତ ହୋଇଗଲେ। କାରଣ କିଏ କାହିଁକି ନିଜକୁ ବଳି ଦେବାକୁ ଚାହିଁବ।
ସେତେବେଳେ ସନ୍ଥ କହିଲେ ସେ ନିଜେ ବଳି ପାଇଁ ପ୍ରସ୍ତୁତ ଅଛନ୍ତି। ସନ୍ଥ କହିଲେ ସେ ପାହାଡ଼ ଉପରେ ଚାଲିବା ଆରମ୍ଭ କରିବେ ଓ ଯେତେବେଳେ ସେ ଯେଉଁଠିି ରହିଯିବେ, ସେହିଠାରେ ହିଁ ତାଙ୍କୁ ମାରି ଦିଆଯିବ ଏବଂ ସେଠାରେ ଏକ ଦେବୀ ମା'ଙ୍କ ମନ୍ଦିର ତିଆର କରାଯିବ। ସନ୍ଥଙ୍କ ପରାମର୍ଶ କ୍ରମରେ ହିଁ ସବୁ କାମ ହେଲା ଏବଂ ତା'ପରେ ପ୍ରାଚୀର କାମ ଆରମ୍ଭ କରାଗଲା। ଯାହା ଆଜି ବିଶ୍ୱରେ ଦ୍ୱିତୀୟ ସବୁଠାରୁ ବଡ଼ ପ୍ରାଚୀର ରୂପେ ପରିଚିତ। | <urn:uuid:8664590a-1ddc-4e19-99c2-77fea9f358f6> | CC-MAIN-2018-39 | http://sambad.in/special/2nd-largest-wall-of-the-world-kumbhalgarh-rajasthan-207794/ | 2018-09-21T10:20:22Z | s3://commoncrawl/crawl-data/CC-MAIN-2018-39/segments/1537267157028.10/warc/CC-MAIN-20180921092215-20180921112615-00181.warc.gz | ory | 0.999993 | Orya | 3 | {"ory_Orya_score": 0.9999926090240479} |
ଆଦିପୁସ୍ତକ 29 Oriya Bible: Easy-to-Read Version (ERV-OR)
ଯାକୁବ ରାହେଲଙ୍କୁ ସାକ୍ଷାତ କଲେ
29 ଏହା ପରେ ଯାକୁବ ତାଙ୍କର ଯାତ୍ରା ଗ୍ଭଲୁ ରଖିଲେ, ସେ ପୂର୍ବଦିଗସ୍ଥ ଦେଶକୁ ଗଲେ। 2 ଯାକୁବ ଦେଖିଲେ, ସେହି ଭୂମିରେ ଏକ କୂପ। ମେଷମାନେ, ସେହି କୂପ ନିକଟରେ ବିଶ୍ରାମ ନେଉଥିଲେ। ଏହା ହେଉଛି ସେହି ସ୍ଥାନ, ମେଷମାନେ ଜଳପାନ କରୁଥିଲେ। ଗୋଟିଏ ବଡ଼ ଶୀଳାଖଣ୍ଡ କୂପର ମୁହଁ ଘୋଡ଼ାଇ ରଖିଥିଲା। 3 ଯେତେବେଳେ ସବୁ ମେଷପଲ ସେହି କୂପ ନିକଟରେ ଉପସ୍ଥିତ ହୁଅନ୍ତି ସେତେବେଳେ ମେଷପାଳକମାନେ ଏହି ଶୀଳାକୁ କୂପର ସମ୍ମୁଖରୁ କାଢ଼ିଦିଅନ୍ତି। ମେଷମାନେ ପାଣି ପିଇ ସାରିବା ପରେ ସେମାନେ କୂପର ମୁହଁକୁ ପଥର ସହିତ ଆଚ୍ଛାଦନ କରନ୍ତି।
4 ଯାକୁବ ସେଠାରେ ସେହି ମେଷପାଳକମାନକୁ କହିଲେ, "ହେ ଭାଇମାନେ ତୁମ୍ଭର ଘର କେଉଁଠି?"
ସେମାନେ ଉତ୍ତର ଦେଇ କହିଲେ, "ଆମ୍ଭ ଘର ହାରଣରେ।"
5 ଏହା ପରେ ଯାକୁବ କହିଲେ, "ତୁମ୍ଭେମାନେ ଲାବନଙ୍କୁ ଜାଣିଛ କି, ଯେ କି ନାହୋରର ପୁତ୍ର?"
ମେଷପାଳକମାନେ କହିଲେ, "ହଁ, ଆମ୍ଭେମାନେ ତାଙ୍କୁ ଜାଣିଛୁ।"
6 ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, "ସେ କିପରି ଅଛନ୍ତି?"
ସେମାନେ ଉତ୍ତର ଦେଲେ, "ସେ ଭଲ ଅଛନ୍ତି, ତାଙ୍କର ସମସ୍ତ କୁଶଳ। ଦେଖ ତାଙ୍କର କନ୍ୟା ରାହେଲ ତାଙ୍କ ମେଷପଲ ସହିତ ଆସୁଛନ୍ତି।"
7 ଯାକୁବ କହିଲେ, "ଦେଖ, ଏବେ ବହୁତ ବେଳ ଅଛି। ମେଷପଲ ଏକତ୍ର କରିବାର ସମୟ ହୋଇ ନାହିଁ। ତୁମ୍ଭେମାନେ ମେଷଗଣଙ୍କୁ ଜଳପାନ କରାଇ ପୁନର୍ବାର ଚରାଇବାକୁ ନେଇଯାଅ।"
8 କିନ୍ତୁ ମେଷପାଳକ କହିଲେ, "ଯେପର୍ଯ୍ୟନ୍ତ ସମସ୍ତ ମେଷ ଏକତ୍ର ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଆମ୍ଭେ ଏହା କରି ପାରିବୁ ନାହିଁ। ସମସ୍ତ ଏକତ୍ର ହେବାପରେ ଆମ୍ଭେ କୂପ ସମ୍ମୁଖରୁ ପଥର କାଢ଼ିବୁ ଏବଂ ସମସ୍ତ ମେଷମାନେ ପାଣି ପିଇ ପାରିବେ।"
9 ଯେତେବେଳେ ଯାକୁବ ମେଷପାଳକମାନଙ୍କ ସହିତ କଥା ହେଉଥିଲେ ସେହି ସମୟରେ ରାହେଲ ତାଙ୍କ ପିତାଙ୍କର ମେଷପଲ ସହିତ ଉପସ୍ଥିତ ହେଲେ। ନିଜ ପିତାଙ୍କ ମେଷମାନଙ୍କର ଯତ୍ନ ନେବା ରାହେଲଙ୍କର କାର୍ଯ୍ୟ ଥିଲା। 10 ରାହେଲ ଥିଲେ ଲାବନର ଝିଅ। ଲାବନ ଥିଲେ ଯାକୁବର ମା' ରିବିକାର ଭାଇ। ଯାକୁବ ଯେତେବେଳେ ମାତୁଳ ଲାବନର କନ୍ୟା ମେଷ ସହିତ ରାହେଲକୁ ଦେଖିଲେ, ସେ ଯାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମେଷମାନେ ଜଳପାନ କଲେ। 11 ଏହା ପରେ ଯାକୁବ ତାଙ୍କୁ ଚୁମ୍ବନ ଦେଲେ ଏବଂ କାନ୍ଦିଲେ। 12 ଯାକୁବ ରାହେଲକୁ କହିଲେ ଯେ, ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିଯାଇ ତାଙ୍କ ପିତାଙ୍କୁ କହିଲେ।
13 ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷୟରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚୁମ୍ବନ ଦେଲେ। ଏବଂ ତାଙ୍କୁ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲେ।
14 ଏହା ପରେ ଲାବନ କହିଲେ, "ଏହା ଆଶ୍ଚର୍ଯ୍ୟ! ତୁମ୍ଭେ ମୋ' ବଂଶଧର।" ତେଣୁ ଯାକୁବ ଲାବନଙ୍କ ଘରେ ଏକ ମାସ ରହିଲେ।
ଲାବନ ଯାକୁବଙ୍କୁ ଫାନ୍ଦରେ ପକାଇଲେ
15 ଦିନେ ଲାବନ ଯାକୁବଙ୍କୁ କହିଲେ, "ତୁମ୍ଭେ ମୋର କୁଟୁମ୍ବ ବୋଲି କ'ଣ ବିନା ବର୍ତ୍ତନରେ ମୋର ଦାସକର୍ମ କରିବ? ଏଣୁ କି ବର୍ତ୍ତନ ନେବ? ତାହା କୁହ।"
16 ଲାବନର ଦୁଇଟି ଝିଅ ଥିଲେ। ବଡ଼ ଝିଅର ନାମ ଲେୟା ଓ ସାନ ଝିଅର ନାମ ରାହେଲ।
17 ରାହେଲ ବହୁତ ସୁନ୍ଦରୀ, ରୂପବତୀ ଥିଲେ ଏବଂ ଲେୟାର ନୟନ କୋମଳ ଓ ଦୁର୍ବଳ ଥିଲା [a] 18 ଯାକୁବ ରାହେଲକୁ ପ୍ରେମ କଲେ। ଯାକୁବ ଲାବନକୁ କହିଲେ, "ମୁଁ ତୁମ୍ଭ ପାଇଁ ସାତ ବର୍ଷ କାମ କରିବି ଯଦି ତୁମ୍ଭେ ମୋତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।"
19 ଲାବନ କହିଲା, "ଅନ୍ୟକୁ ବିବାହ କରିବା ଅପେକ୍ଷା ସେ ତୁମ୍ଭକୁ ବିବାହ କଲେ ନିଶ୍ଚିତ ଭଲ ହେବ। ତେଣୁ ତୁମ୍ଭେ ମୋ' ସହିତ ରୁହ।"
20 ତେଣୁ ଯାକୁବ ତାଙ୍କ ସହ ସେଠାରେ ସାତ ବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ୍ କମ ସମୟ ପରି ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ।
21 ସାତ ବର୍ଷ ପରେ ଯାକୁବ ଲାବନକୁ କହିଲେ, "ମୋତେ ରାହେଲକୁ ଦିଅ ମୁଁ ତାଙ୍କୁ ବିବାହ କରିବି। ତୁମ୍ଭ ପାଇଁ ମୋର କାମ କରିବା ସମୟ ସରି ଯାଇଛି।"
22 ତେଣୁ ଲାବନ ସେଠାକାର ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ। 23 ସେହି ଦିନ, ରାତିରେ ଲାବନ ଯାକୁବଙ୍କ ପାଇଁ ତାଙ୍କର ଝିଅ ଲେୟାକୁ ଆଣିଲେ। ଯାକୁବ ଏବଂ ଲେୟା ଉଭୟ ସହବାସ କଲେ। 24 ଆଉ ଲାବନ ଆପଣା କନ୍ୟା ଲେୟାର ଦାସୀ ହେବା ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକୁ ଦେଲେ। 25 ତା' ପରଦିନ ପ୍ରଭାତରେ ଯାକୁବ ଦେଖିଲେ ସେ ଯାହା ସହିତ ରାତି ବିତାଇଛନ୍ତି ସେ ଲେୟା ଥିଲା। ଯାକୁବ ଲାବନକୁ କହିଲେ, "ତୁମ୍ଭେ ମୋତେ ଠକିଛ। ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କଲି, ଯଦ୍ଦ୍ୱାରା ମୁଁ ରାହେଲକୁ ବିବାହ କରି ପାରିବି। ତୁମ୍ଭେ କାହିଁକି ମୋତେ ଠକିଲ?"
26 ଲାବନ କହିଲେ, "ଆମ୍ଭ ଦେଶରେ ଅଛି ଯେ, ବଡ଼ ବିବାହ କରିବା ପୂର୍ବରୁ ସାନ ବିବାହ କରି ପାରିବ ନାହିଁ। 27 କିନ୍ତୁ ତୁମ୍ଭେ ଏଠାରେ ବିବାହ ଉତ୍ସବ ସାତ ଦିନ ଧରି ପାଳନ କର ତା'ପରେ ମୁଁ ତୁମ୍ଭକୁ ରାହେଲ ସହିତ ବିବାହ ଦେବି। କିନ୍ତୁ ତୁମ୍ଭକୁ ମୋ' ପାଇଁ ଆଉ ସାତ ବର୍ଷ ପରିଶ୍ରମ କରିବାକୁ ପଡ଼ିବ।"
28 ତେଣୁ ଯାକୁବ ଏହିପରି କଲେ, ଏବଂ ଏକ ସପ୍ତାହ ବିତାଇଲେ। ଏହା ପରେ ଲାବନ ରାହେଲକୁ ତା'ର ସ୍ତ୍ରୀ ଭାବେ ତାଙ୍କୁ ଦେଲେ। 29 ଲାବନ ରାହେଲର ଦାସୀ ନିମନ୍ତେ ଆପଣାର ବିଲହା ନାମ୍ନୀ ଦାସୀକି ଦେଲେ। 30 ତେଣୁ ଯାକୁବ ରାହେଲ ସହିତ ସହବାସ କଲେ, ଏବଂ ଯାକୁବ ଲେୟା ଅପେକ୍ଷା ରାହେଲକୁ ଅଧିକ ଭଲ ପାଇଲେ। ଯାକୁବ ଲାବନ ପାଇଁ ଆଉ ସାତ ବର୍ଷ କାମ କଲେ।
ଯାକୁବର ପରିବାର ବଢ଼ିଲେ
31 ସଦାପ୍ରଭୁ ଦେଖିଲେ ଲେୟା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲେୟାକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।
32 ଲେୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବେନ୍ ଦେଲେ। ଲେୟା ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, "ସଦାପ୍ରଭୁ ମୋର ଦୁଃଖ ଦେଖି ଅଛନ୍ତି। ମୋର ସ୍ୱାମୀ ମୋତେ ଭଲ ପାଇବେ।"
33 ଲେୟା ପୁନରାୟ ଗର୍ଭବତୀ ହୋଇ ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାଙ୍କର ନାମ ଦେଲେ ଶିମିୟୋନ, ସେ ଶୁଣି ପାରିଲା। ଲେୟା କହିଲେ, "ସଦାପ୍ରଭୁ ଶୁଣିଲେ ଯେ ମୋ' ସ୍ୱାମୀ ମୋତେ ଘୃଣା କରନ୍ତି। ତେଣୁ ସେ ମୋ' କୋଳରେ ଏହି ସନ୍ତାନ ଦେଇଛନ୍ତି।"
34 ଲେୟା ପୁଣି ଗର୍ଭବତୀ ହେଲେ, ଏବଂ ଅନ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେ ସେହି ପିଲାର ନାମ ଦେଲା ଲେବୀ। ଲେୟା କହିଲେ, "ଏବେ ମୋ' ସ୍ୱାମୀ ମୋ'ଠାରେ ଆସକ୍ତ ହେବେ। ଯେହେତୁ ମୁଁ ତାଙ୍କୁ ତିନୋଟି ପୁତ୍ର ଦେଇଅଛି।"
35 ଏହା ପରେ ଲେୟା ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦେଲେ ଯିହୁଦା, ସେ କହିଲେ, "ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି।" ଏହା ପରେ ଲେୟା ପିଲା ଜନ୍ମ କରିବା ବନ୍ଦ କରିଦେଲେ।
Footnotes: | <urn:uuid:acaf92bf-287d-434f-a76f-8155937e7d8e> | CC-MAIN-2018-39 | https://www.biblegateway.com/passage/?search=%E0%AC%86%E0%AC%A6%E0%AC%BF%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+29&version=ERV-OR | 2018-09-21T09:53:14Z | s3://commoncrawl/crawl-data/CC-MAIN-2018-39/segments/1537267157028.10/warc/CC-MAIN-20180921092215-20180921112615-00181.warc.gz | ory | 0.999977 | Orya | 16 | {"ory_Orya_score": 0.9999771118164062} |
ପୁରୀ: ଶ୍ରୀମନ୍ଦିର ପରିସରରେ ବାରମ୍ବାର ସେଲଫି ଉଠାଇବା ଘଟଣା ପରେ ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନ ନେବାକୁ କଡା ନିୟମ କରାଯାଇଛି ବୋଲି ସୂଚନା ମିଳିଥିଲା। ଏଥିପାଇଁ ପ୍ରତି ଦ୍ୱାରରେ ବି ନୋଟିସ୍ ଲଗା ଯାଇଥିଲା। କେବଳ ଏତିକି ନୁହେଁ, ଶ୍ରୀମନ୍ଦିର ଭିତରକୁ ଯାଉଥିବା ପ୍ରତିଟି ଭକ୍ତଙ୍କ ଉପରେ ନଜର ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଥିଲା। ତେବେ ବୁଧବାର ଶ୍ରୀମନ୍ଦିର ଭିତରୁ ୪ଟି ମୋବାଇଲ ଫୋନ୍ ଜବତ ହେବା ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ସୁରକ୍ଷା ଓ ମନ୍ଦିର ଭିତରକୁ ଯିବା ପାଇଁ ଥିବା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବୁଧବାର ସକାଳଠାରୁ ସନ୍ଧ୍ୟା ମଧ୍ୟରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ହୋଇଥିବା ଏକ ସ୍ୱତନ୍ତ୍ର ସ୍କ୍ଵାଡ ୪ଟି ମୋବାଇଲ ଜବତ କରିଛି। ତେବେ ଏହି ୪ଟି ଫୋନ୍ ଦୁଇଜଣ ମହିଳା ଓ ଦୁଇଜଣ ପୁରୁଷଙ୍କ ଠାରୁ ଜବତ ହୋଇଛି। ସମସ୍ତଙ୍କଠାରୁ ଫୋନ୍ ଜବତ କରିବା ପରେ ତିନିଜଣଙ୍କୁ ଛାଡ଼ି ଦିଆଯାଇଛି। କେବଳ ଜଣେ ଗେରୁଆ ପିନ୍ଧିତିବା ମହିଳାଙ୍କୁ ଅଟକ ରଖାଯାଇଛି। ଏମାନଙ୍କ ପରିଚୟ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳି ପାରି ନଥିଲା। | <urn:uuid:8aa0ff4e-8758-4bb5-b01e-0b82defcce50> | CC-MAIN-2018-39 | http://sambad.in/district/mobile-seized-from-jagannath-temple-62918/ | 2018-09-21T23:33:08Z | s3://commoncrawl/crawl-data/CC-MAIN-2018-39/segments/1537267157574.27/warc/CC-MAIN-20180921225800-20180922010200-00253.warc.gz | ory | 0.999999 | Orya | 7 | {"ory_Orya_score": 0.9999991655349731} |
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିିଛି ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ। ବ୍ୟବହାରକାରୀ ବି ଏଥିମଧ୍ୟରୁ କିଛି ଭିଡିଓକୁ ଖୁବ୍ ସେୟାର କରି ତାକୁ ସୋସିଆଲ ମିଡିଆରେ ଟପ୍ ଭିଡିଓ ବନାଇ ଦେଇଥାଆନ୍ତି। ଏଇ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଖୁବ୍ ଭାଇରାଲ ହୋଇଛି। ଏହି ଭିଡିଓରେ ଶିଶୁଟି ଭକ୍ତି ଭଜନ ଗାଉଥିବା ନଜର ଆସୁଛି। ଶିଶୁଟିର ସୁମଧୁର ସ୍ୱରକୁ ଶୁଣି ଯେକେହି ରାମଙ୍କ ନାମ ଭଜିବାକୁ ଲାଗୁଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ନଜର ଆସୁଥିବାର ଶିଶୁର ବୟସ ଦୁଇ/ତିନି ବର୍ଷ ହେବ ବୋଲି ଜଣାପଡ଼ୁଛି। ସେ ଏକ ଧାର୍ମିକସ୍ଥଳରେ ମାଆ କୋଳରେ ବସିଛି। ମାଆ ମାଇକ୍ ଧରି ଥିବା ବେଳେ ଶିଶୁଟି ସୁମଧୁର ସ୍ୱରରେ 'ଗୋବିନ୍ଦ ଜୟ ଜୟ ଗୋପାଳ ଜୟ ଜୟ' ଭଜନ ଗାଉଛି। ଶିଶୁଟି ଭଜନ ଗାଇବା ପରେ ପୂରା ଭଜନମଣ୍ଡଳୀ ତାହାକୁ ପୁଣିଥରେ ଗାଉଛନ୍ତି। ଏହି ଭାଇରାଲ ଭିଡିଓକୁ ଏଯାବତ୍ ହଜାର ଲୋକ ଲାଇକ୍ ଓ ରିଟୁଇଟ କରି ସାରିଲେଣି। ଉକ୍ତ ଭିଡିଓ କେଉଁଠିକାର ଓ ଶିଶୁଟିର ନାମ କ'ଣ ତାହା ସ୍ପଷ୍ଟ ହୋଇପାରି ନାହିଁ। | <urn:uuid:e902b553-341e-4af1-b406-f74b420facf8> | CC-MAIN-2018-39 | http://sambad.in/special/a-little-boy-song-govind-bolo-hari-gopal-bolo-a-video-153557/ | 2018-09-23T02:54:12Z | s3://commoncrawl/crawl-data/CC-MAIN-2018-39/segments/1537267158958.72/warc/CC-MAIN-20180923020407-20180923040807-00413.warc.gz | ory | 0.999888 | Orya | 3 | {"ory_Orya_score": 0.9998879432678223} |
ଯାଜପୁର-୨/୯(ଓଡିଆ ପୁଅ/ଏ.ରାଉର)ଶୁକ୍ରବାର ମଧ୍ୟରାତ୍ରୀରୁ ଯାଜପୁରରେ ବର୍ଷା ଓ ଘଡ଼ଘଡ଼ିର ତାଣ୍ଡବ ଦେଖିବାକୁ ମିଳିଥିଲା । ମଧ୍ୟରାତ୍ର ପ୍ରାୟ ୧ଟା ବେଳୁ ଏହା ଆରମ୍ଭ ହୋଇଥିଲା । ବଜ୍ରପାତ ସହିତ ଅତିପ୍ରବଳ ବର୍ଷା ହୋଇଥିଲା । ଲଗାତାର ବଜ୍ରପାତ ଫଳରେ ଲୋକମାନେ ଘରେ ରହିବାକୁ ମଧ୍ୟ ଭୟ କରିଥିଲେ । ଦୀର୍ଘ ସମୟ ଧିରି ଏହି ବଜ୍ରପାତ ହୋଇଥିଲାବେଳେ ଏହାକୁ ନେଇ ଜନସାଧାରଣ ଆତଙ୍କିତ ହୋଇ ପଡିଥିଲେ । ବଜ୍ରପାତ ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ରାତି ୧ଟାରୁ ଆରମ୍ଭ ହୋଇଥିବା ବର୍ଷା ପ୍ରାୟ ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରବଳ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମିବା ସହିତ କିଛି ତଳିଆ ଅଂଚଳରେ ପାଣି ପଶି ଯାଇଥିଲା । ଫଳରେ ବହୁ ସଂଖ୍ୟକ ଘରେ ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ଜମି ରହିଥିଲା । ଘରେ ପାଣି ପଶିବା ଯୋଗୁ ଘରର ବହୁ ଆସବାବପତ୍ର ନଷ୍ଟ ହେବା ସହିତ ଘରୋଇ ଜିନିଷ ସବୁ ଘର ଭିତରେ ଭାଷୁଥିବା ଦେଖିବାକୁ ମିଳିଥିଲା । ଘରେ ପାଣି ପଶିବା ଫଳରେ କିଛି ଲୋକ ନିକଟସ୍ଥ ଘରେ ମଧ୍ୟ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ସହରର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ସହିତ ଜିଲା ଦୈାରା ଜଜଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି ଚାଲିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ବିଭିନ୍ନ ରାସ୍ତା ଉପରେ ମଧ୍ୟ ବର୍ଷା ପାଣି ଲହଡା ମାରୁଥିବା ଦେଖିବାକୁ ମିଳିଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଶିଶୁ ଉଦ୍ୟାନ ମଧ୍ୟରେ ବିପୁଳ ବର୍ଷାଜଳ ଜମି ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଯାଜପୁର ସନ୍ନିକଟ ଲଳିତେଶ୍ୱର ନଗର ସ୍ଥିତି ଏକ ପ୍ରକାର ବେହାଲ ହୋଇ ପଡିଛି । ଏହି ନଗରକୁ ପଶିବା ରାସ୍ତାର ମଙ୍ଗଳା ମନ୍ଦିର ନିକଟରେ ଆଣ୍ଠୁଏ ପାଣି ଜମିବା ସହିତ ନଗର ଭିତରର ବିଭିନ୍ନ ରାସ୍ତାରେ ବର୍ଷା ଜଳର ସ୍ରୋତ ପଡିଥିବା ଦେଖାଯାଇଛି । ଏହି ନଗରର କିଛି ତଳିଆ ଘରେ ମଧ୍ୟରାତ୍ରିରୁ ପାଣୀ ପଶିଥିଲାବେଳେ ସକାଳକୁ ଏହାର ଉଚ୍ଚତା ବେଶ ବଢି ଯାଇଥିଲା । ଫଳରେ ଲୋକମାନେ ନିଜନିଜ ଆସବାବପତ୍ରକୁ ଖଟ ଉପରେ କିମ୍ବା ଉଚ୍ଚ ସ୍ଥାନରେ ରଖିଥିବା ଦେଖିବାକୁ ମିଳିଥିଲା । ନଗର ମଧ୍ୟରେ ଥିବା ପ୍ରାୟ ୮ରୁ ଅଧିକ ଘରେ ପାଣି ପଶିଥିବା ଦେଖିବାକୁ ମିଳିଥିଲା । ଘରେ ବର୍ଷାପାଣି ପଶିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହରକତର ସମ୍ମୁଖିନ ହୋଇଛନ୍ତି । ଏହି ନଗରର ପାଣି କେନାଲ ବାଟେ ନିଷ୍କାଶିତ ହେଉଥିଲାବେଳେ ବର୍ତମାନ କେନାଲରେ ପାଣି ଛଡା ଯାଉଥିବାରୁ ଏହି ନଗର ମଧ୍ୟରେ ଜମି ରହିଥିବା ବର୍ଷା ଜଳ ନିଷ୍କାଶିତ ନହୋଇ ପାରି ପରିସ୍ଥିତିକୁ ଗମ୍ଭିର କରି ଦେଇଛି । ଆଗକୁ ଯାଜପୁରରେ ଅଧିକ ବର୍ଷା ହେବାକୁ ନେଇ ପାଣିପାଗ ବିଭାଗ ସତର୍କ କରିଥିବାରୁ ଏହାକୁ ନେଇ ଜନସାଧାରଣ ଚିନ୍ତାରେ ପଡିଛନ୍ତି । ଅପରପକ୍ଷେ ଗତକାଲି ରାତିରେ ହୋଇଥିବା ବଜ୍ରପାତରେ ଯାଜପୁର ସ୍ଥିତ ରକ୍ଷାକାଳୀ ମନ୍ଦିରର ବ୍ୟାପକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । କିଛି ବର୍ଷ ତଳେଏହି ମନ୍ଦିର ନିର୍ମାଣ ହୋଇଛି । ସିମେଂଟରେ ଏହି ମନ୍ଦିରର ବିଭିନ୍ନ କାରୁକାର୍ଯ୍ୟ ହୋଇଥିଲାବେଳେ ବଜ୍ରପାତ ଫଳରେ ମନ୍ଦିରର ବିଭିନ୍ନ ସ୍ଥାନ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ବହୁ କାରୁକାର୍ଯ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ମନ୍ଦିରରେ ଫାଟ ହୋଇଛି କି ନାହିଁ ତାହା ଜଣା ପଡିନାହିଁ । ଯାଜପୁର ଷଠିପୁର ରାସ୍ତାର ଆଙ୍କୁଲା ନିକଟରେ ଥିବା ଏକ ମୋବାଇଲ ଟାଉଆର ପ୍ରାଚୀର ମଧ୍ୟ ବର୍ଷାରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । | <urn:uuid:4f6d8753-f552-49e8-9d04-e3435bf2e344> | CC-MAIN-2018-39 | http://odiapua.com/%E0%AC%AF%E0%AC%BE%E0%AC%9C%E0%AC%AA%E0%AD%81%E0%AC%B0%E0%AC%B0%E0%AD%87-%E0%AC%AC%E0%AC%B0%E0%AD%8D%E0%AC%B7%E0%AC%BE%E0%AC%B0-%E0%AC%A4%E0%AC%BE%E0%AC%A3%E0%AD%8D%E0%AC%A1%E0%AC%AC-%E0%AC%98/ | 2018-09-24T07:23:40Z | s3://commoncrawl/crawl-data/CC-MAIN-2018-39/segments/1537267160233.82/warc/CC-MAIN-20180924070508-20180924090908-00013.warc.gz | ory | 1.000005 | Orya | 3 | {"ory_Orya_score": 1.0000046491622925} |
ପରଖିବ ଡିଜିସିଏ 'ଜେଟ୍' ଅବସ୍ଥା କେତେ ଖରାପ?
ନୂଆଦିଲ୍ଲୀ: ଏକଦା ଦେଶର ଏକ ନମ୍ବର ବିମାନ କଂପାନି କୁହାଯାଉଥିବା ଜେଟ୍ ଏୟାରେଓ୍ଵଜ୍ର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଏହା ଘୋର ଆର୍ଥିକ ସଙ୍କଟରେ ପଡ଼ିଯାଇଛି। ତେବେ କଂପାନିର ସ୍ଥିତି ବାସ୍ତବରେ କେତେ ଖରାପ ତାହା ଜଣାପଡ଼ୁନାହିଁ। ପାଣ୍ଠି ଅଭାବ ଯୋଗୁ ଏହି ବିମାନ କଂପାନି ଯାତ୍ରୀଙ୍କ ନିରାପତ୍ତା ପ୍ରତି ସାଲିସ କରୁନାହିଁ ତ? ଏହା ଜାଣିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ପକ୍ଷରୁ ଜେଟ୍ ଏୟାରେଓ୍ଵଜ୍ର ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଡିଜିସିଏର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ବିମାନ କଂପାନିଗୁଡ଼ିକର ନିରାପତ୍ତା ଅଡିଟ୍ ଏକ ନିୟମିତ ପ୍ରକ୍ରିୟା। କିନ୍ତୁ ଜେଟ୍ର ଆର୍ଥିକ ସ୍ଥିତି ଭଲ ନଥିବା ଜଣାପଡ଼ିବା ପରେ ଆମେ ତୁରନ୍ତ ଏହାର ଅଡିଟ୍ କରିବାକୁ ନିଷ୍ପତ୍ତି ନେଇଛୁ। ଅଗଷ୍ଟ ୨୭ରୁ ଏହି ଅଡିଟ୍ ଆରମ୍ଭ ହେବ। ତେଲ କଂପାନି, ଭେଣ୍ଡର୍ ଓ ବିମାନ ଲିଜ୍ ପ୍ରଦାନ କରିଥିବା ସଂସ୍ଥାକୁ ପେମେଣ୍ଟ୍ କରିବାରେ ଜେଟ୍ ଖିଲାପ କରୁଛି ନା ନାହିଁ ତାହା ଜାଣିବାକୁ ଡିଜିସିଏ ପ୍ରୟାସ କରିବ। ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଜେଟ୍ର ମେରୁଦଣ୍ଡ ଭାଙ୍ଗି ଦେଇଛି। ନିତିଦିନିଆ ଖର୍ଚ ତୁଲାଇବା ପାଇଁ କଂପାନି ପାଖରେ ପାଣ୍ଠି ନାହିଁ। କଂପାନିର ଅବସ୍ଥା ବିଷୟରେ କିଛି ଦିନ ତଳେ ଜଣାପଡ଼ିଥିଲା। ନିଜର ଆର୍ଥିକ ଫଳାଫଳ ଘୋଷଣା କରିବାରେ ବିଳମ୍ବ କରିବାରୁ ଜେଟ୍ର ସ୍ଥିତି ଭଲ ନାହିଁ ବୋଲି ଅନେକ ସନ୍ଦେହ କରିଥିଲେ। କିଛି ଦିନ ପରେ ଏହା ସତ ପ୍ରମାଣିତ ହୋଇଥିଲା। ନିଜର ବରିଷ୍ଠ ଅଧିକାରୀଙ୍କ ସମେତ ପାଇଲଟ୍ ଓ ଇଞ୍ଜିନିୟରମାନଙ୍କ ଦରମା କମ୍ କରିବାକୁ କଂପାନି ଘୋଷଣା କରିଥିଲା। ଏହାକୁ ପାଇଲଟ୍ ଓ ଇଞ୍ଜିନିୟରମାନେ ପ୍ରବଳ ବିରୋଧ କରିଥିଲେ। ଫଳରେ ନିଷ୍ପତ୍ତିକୁ ଶେଷ ସମୟରେ ଟାଳି ଦିଆଯାଇଥିଲା। ଜେଟ୍ ଏୟାରେଓ୍ଵଜ୍ ଉପରେ ୮୧୪୯ କୋଟି ଟଙ୍କାର ଋଣ ବୋଝ ରହିଛି। ସୁଧ ଦେବା ପାଇଁ ଏହାକୁ ଋଣ କରିବାକୁ ପଡୁଛି। ଗତ ସପ୍ତାହରେ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଜେଟ୍ ଋଣ ଖିଲାପ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ୟାଙ୍କ ପକ୍ଷରୁ କଂପାନି ଖାତାକୁ 'ଓ୍ଵାଚ୍ ଲିଷ୍ଟ୍'ରେ ସାମିଲ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ବିମାନ ଇନ୍ଧନ ମୂଲ୍ୟରେ ହୋଇଥିବା ବୃଦ୍ଧି ଜେଟ୍ର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଛୋଟ ବିମାନ କଂପାନିଗୁଡ଼ିକ ଅଧିକ ଯାତ୍ରୀ ପରିବହନ କରୁଥିବା ବେଳେ ଜେଟ୍ ଭଳି ବଡ଼ କଂପାନି ଯାତ୍ରୀଙ୍କୁ ଆକର୍ଷିତ କରିବାକୁ ସଂଘର୍ଷ କରୁଛି। | <urn:uuid:8f796ead-a4fe-40d1-9453-5d85f5f6a837> | CC-MAIN-2018-39 | http://sambad.in/business/check-jet-status-193854/ | 2018-09-19T06:01:06Z | s3://commoncrawl/crawl-data/CC-MAIN-2018-39/segments/1537267155924.5/warc/CC-MAIN-20180919043926-20180919063926-00301.warc.gz | ory | 0.999949 | Orya | 3 | {"ory_Orya_score": 0.9999493360519409} |
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟଙ୍କିକିଆ ଚାଉଳକୁ ନେଇ ବିବାଦ । ବିଜେପିର ବିଜ୍ଞାପନକୁ ବିରୋଧ କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।
ନିର୍ବାଚନ ଆଚରଣବିଧି ଉଲଂଘନ ଅଭିଯୋଗ ଆଣିଲା ବିଜେଡି । ସମ୍ବାଦପତ୍ରରେ ବାହାରିଥିବା ଖାଦ୍ୟ ସୁରକ୍ଷା ଯୋଜନା ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଆପତ୍ତି ଉଠାଇଛି ବିଜେଡି ।
ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳ ବାବଦକୁ ରାଜ୍ୟର କେତେ ଅନୁଦାନ ଓ କେନ୍ଦ୍ରର କେତେ ଅନୁଦାନ ବିଜ୍ଞାପନ ମାଧ୍ୟମରେ ସ୍ପଷ୍ଟ କରିଛି ବିଜେପି ।
ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ବିଜ୍ଞାପନରେ, ଗ୍ରାଫ ଜରିଆରେ ସ୍ପଷ୍ଟ କରାଯାଇଛି ଯେ, ରାଜ୍ୟ ସରକାର ଚାଉଳ କିଲୋଗ୍ରାମ ପିଛା ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀ ଦେଉଛନ୍ତି ଏକ ଟଙ୍କା ।
ଏତିକି ବେଳେ କେନ୍ଦ୍ର ସରକାର ଦେଉଛନ୍ତି ୨୯ ଟଙ୍କା ୬୭ ପଇସା । ଯାହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବିବାଦ ଦେଖାଦେଇଛି ।
ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ସତ୍ୱେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡିର ଏକ ଟିମ୍ ।
ଦଳର ବରିଷ୍ଠ ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବିଭିନ୍ନ ଯୋଜନା, ନିର୍ବାଚନ ଆଚରଣବିଧିକୁ ଉଲଂଘନ କରୁଥିବା ଅଭିଯୋଗ କରିଛି ବିଜେଡି । | <urn:uuid:58b0ded8-e9fe-48a2-85df-7165c8dc1fd3> | CC-MAIN-2018-39 | http://kanaknews.com/bjp-bjd-advertisement-war/ | 2018-09-21T14:12:15Z | s3://commoncrawl/crawl-data/CC-MAIN-2018-39/segments/1537267157203.39/warc/CC-MAIN-20180921131727-20180921152127-00061.warc.gz | ory | 0.999989 | Orya | 5 | {"ory_Orya_score": 0.9999892711639404} |
ଭୁବନେଶ୍ୱର: କୋରାପୁଟ, ରାୟଗଡ଼ା କିମ୍ବା ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଥିବା ଜଙ୍ଗଲ ଭିତରୁ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଜଣେ ମାଓବାଦୀ ଗିରଫ ହୋଇଛି। ଗିରଫ ହୋଇଥିବା ମାଓବାଦୀର ନାମ ଅଲିକ ଚକ୍ରବର୍ତ୍ତୀ ବୋଲି ଜଣାପଡ଼ିଛି। ସବୁଠାରୁ ସମ୍ବେଦନଶୀଳ ମାମଲା ହେଲା ଯେ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ମାଓବାଦୀ ଜଣକ ଗିରଫ ହୋଇଛିି। ମାଓବାଦୀ ଜଣକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ପୁଲିସ ଚଢ଼ାଉ କରିଥିଲା।
ସୂଚନା ଅନୁସାରେ ମାଓବାଦୀ ଜଣକ ପଶ୍ଚିମବଙ୍ଗ ପୁଲିସ ପାଇଁ ଦରାକାର ଥିଲା। ରେଡ ଷ୍ଟାର ଲିଡରକୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ପୁଲିସ ଅନେକ ଦିନ ପୂର୍ବରୁ ଜାଲ ବିଛାଇ ଥିଲା। ଏଥି ପାଇଁ ଓଡ଼ିଶା ଓ ଅନ୍ୟ ପଡ଼ୋଶୀ ରାଜ୍ୟର ପୁଲିସ ସହିତ ସମ୍ପର୍କରେ ଥିଲା।
ରାଜଧାନୀରୁ ମାଓବାଦୀ ଜଣକ ଗିରଫ ହେବା ପରେ ବୁଦ୍ଧିଜୀବୀମାନେ ଅନେକ ଆଲୋଚନା କରୁଛନ୍ତି। ସୁରକ୍ଷା ପାଇଁ କମିସନରେଟ ପୁଲିସର ଶକ୍ତ ବ୍ୟବସ୍ଥା ଥାଇ ମଧ୍ୟ ମାଓବାଦୀ ଜଣକ କେମିତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ସାହାସ କରିଛି ତାହା ଆଶ୍ଚର୍ଯ୍ୟ ମାମଲା। ମାଓବାଦୀ ଅଲିକ ଚକ୍ରବର୍ତ୍ତୀର ଚିକିତ୍ସା ପାଇଁ ଆଉ କେହି ବାହାର ଲୋକ କାମ କରୁଥାଇପାରେ ବୋଲି ସନ୍ଦେହ ହେଉଛି। ଓଡ଼ିଶା ମାଓବାଦୀ ସଂଗଠନ ସହିତ ଅଲିକର ସଂପୃକ୍ତି ଥାଇ ପାରେ ବୋଲି ସନ୍ଦେହ ହେଉଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। | <urn:uuid:75ccf7e3-2cad-4244-8114-7eb094119af5> | CC-MAIN-2018-39 | http://sambad.in/metro/maoist-arrested-from-pvt-hospital-in-bhubaneswar-150426/ | 2018-09-22T17:06:50Z | s3://commoncrawl/crawl-data/CC-MAIN-2018-39/segments/1537267158609.70/warc/CC-MAIN-20180922162437-20180922182837-00221.warc.gz | ory | 0.999975 | Orya | 5 | {"ory_Orya_score": 0.9999746084213257} |
ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି । ବିଷାଦଗ୍ରସ୍ତ ବ୍ୟକ୍ତି ବିଶେଷ ସାଧାରଣତଃ ଚୁପ୍ ଚାପ୍ , ନୀରାଶ ଏବଂ ନକରାତ୍ମକ ଚିନ୍ତାର ବଶବର୍ତ୍ତୀ ହୋଇଥାନ୍ତି ।ମାନସିକ ଦୁଃଶ୍ଚିନ୍ତା ସହ ଆନୁବାଂଶିକତା, ଅଧିକ ପରିଶ୍ରମ, ପାରିବାରିକ ସମସ୍ୟା,ଖରାପ ପରିବେଶ ଏବଂ ଏକୁଟିଆ ରହିବା ଆଦି ବିଷାଦ ବା ଡିପ୍ରେସନର ପ୍ରମୁଖ କାରଣ । ଯଦି ଏହାକୁ ଦୀର୍ଘ ସମୟ ଧରି ଅଣଦେଖ କରାଯାଏ । ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ ।ମାନସିକ ଲକ୍ଷଣ ସଙ୍ଗେ ସଙ୍ଗେ ଯଦି ଏହାର ଶାରୀରିକ ଲକ୍ଷଣ ଉପରେ ଧ୍ୟାନ ଦିଆଯାଏ ତେବେ ଏହାକୁ ଚିହ୍ନଟ କରିବା ସହିତ ଏହାର ଆଂଶୁ ଚିକିତ୍ସା କରାଯାଇ ପାରିବ ।
ଡିପ୍ରେସନର ମୁଖ୍ୟ ଶାରୀରିକ ଲକ୍ଷଣ
ବିଷାଦ ବା ଡିପ୍ରେସନରେ ଥିବା ଲୋକଙ୍କର ଅଧିକାଂଶ ସମୟରେ ପିଠିରେ ଯନ୍ତ୍ରଣା ହୋଇଥାଏ । ଏହାଦ୍ୱାରା ପିଠିରେ ଥିବା ମାଂସ ପେଶୀ ସଙ୍କୋଚିତ ହେବା ସହ ଅଧିକ ଶକ୍ତ ହୋଇଯାଇ ଥାଏ । ଯାହାଦ୍ୱାରା ଆପଣ ଯନ୍ତ୍ରଣାର ଶିକାର ହୋଇଥାଆନ୍ତି ।
ଆପଣଙ୍କ ଚର୍ମରେ ବିଭିନ୍ନ ସମସ୍ୟା ଦେଖାଯାଏ ଅର୍ଥାତ୍ ଚର୍ମ କୁଣ୍ଡାଇ ହେବା ,ଦେହ ସାରା ଲାଲ ରଙ୍ଗର ଦାଗ ଦେଖାଯିବା ତଥା ଫଳିଯିବା ଏବଂ ଏଥିସହ ଶରୀରରେ ଜଳାପଡା ହେବା ବିଷାଦର ଲକ୍ଷଣ ହୋଇଥାଏ ।
ବିଷାଦରେ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ ହୋଇଥାଏ । ଯାହାଦ୍ୱାରା ଅଧିକାଂଶ ସମୟରେ ବ୍ୟକ୍ତିଙ୍କ ଓଜନ ହଠାତ୍ ବୃଦ୍ଧି ପାଇଯିବା ସହ ହ୍ରାସ ପାଇଯିବାର ସମସ୍ୟା ମଧ୍ୟ ଦେଖାଯାଇଥାଏ ।
ଯଦି ଆପଣ ବିଷାଦରେ ଅଛନ୍ତି ତେବେ ଆପଣଙ୍କ ଅଧିକାଂଶ ସମୟରେ ଦୁର୍ବଳତା ଅନୁଭବ କରିଥାନ୍ତି । କୌଣସି କାମ କରିବାକୁ ମନ ଲାଗି ନଥାଏ କି ଫିଜିକାଲ ଫିଟ୍ ନ ଥିବାର ଆପଣ ଅନୁଭବ କରିଥାନ୍ତି ।
ପଢନ୍ତୁ ;ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଲେ କି ଲାଭ ମିଳେ ଜାଣନ୍ତୁ | <urn:uuid:f9aab23c-eeb8-4c58-83c4-ff12feca71fe> | CC-MAIN-2018-39 | https://enewsodia.com/physical-signs-of-depression/?amp_markup=1 | 2018-09-23T20:03:12Z | s3://commoncrawl/crawl-data/CC-MAIN-2018-39/segments/1537267159744.52/warc/CC-MAIN-20180923193039-20180923213439-00381.warc.gz | ory | 1.000006 | Orya | 15 | {"ory_Orya_score": 1.000006079673767} |
ବାରିପଦା ୨୬-୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଫେଲମାରିଛି ଜନନୀ ସୁରକ୍ଷା ଯୋଜନା। ଖବର ଦେବାପରେ ବି ଆସିଲାନି ୧୦୨ ଆମ୍ବୁଲାନ୍ସ। ବାଧ୍ୟ ହୋଇ ଗର୍ଭବତୀ ମହିଳା ସୁରକ୍ଷିତ ପ୍ରସବ ପାଇଁ ଅଟୋରେ ଆସିଲେ ଡାକ୍ତରଖାନା। ତେବେ ଡାକ୍ତରଖାନା ଆସିବା ବାଟରେ ଅଟୋରେ କଲେ ସନ୍ତାନ ପ୍ରସବ। ଏଭଳି ଏକ ଅଭାବନୀୟ ଘଟଣା ଆଜି ମୟୁରଭଞ୍ଜ ଜିଲ୍ଲାର ମୋରଡ଼ାବ୍ଲକ ଗଡିଗାଁ ପଞ୍ଚାୟତ ଫୁଲବାଡ଼ିଆ ଗ୍ରାମରେ ଘଟିଯାଇଛି। ଫୁଲବାଡ଼ିଆ ଗ୍ରାମର ପ୍ରେମଚାନ୍ଦ ମାହାନ୍ତଙ୍କ ପତ୍ନୀ ସୁଲୋଚନା ମହାନ୍ତଙ୍କ ଦ୍ୱିତୀୟ ଗର୍ଭ ଥିଲା ବେଳେ ଆଜି ସକାଳୁ ପ୍ରସବ ଯନ୍ତ୍ରଣା ହୋଇଥିଲା।ତେଣୁ ନିକଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ୧୦୨ ଆମ୍ବୁଲାନ୍ସ ଖବର ଦେଇଥିଲେ ତାଙ୍କ ସ୍ବାମୀ…"ଜନନୀ ସୁରକ୍ଷା ଯୋଜନା ବିଫଳ : ଅଟୋରେ ସନ୍ତାନ ପ୍ରସବ କଲେ ମହିଳା"
ଜୁଲାଇ ୧ ତାରିଖରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଆସୁଛନ୍ତି।ତାହା ପୁଣି କୌଣସି ସମାବେଶ ପାଇଁ ନୁହେଁ।ସାଙ୍ଗଠନିକ କାମ ପାଇଁ।ତେବେ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଏପରି ଗଣ୍ଡଗୋଳ ଏବଂ ଗଣ୍ଡଗୋଳର ମୂଳ କାରଣ ଯଦି ଅମିତ ଶାହାଙ୍କୁ ଆଭାସ ମିଳେ ତେବେ ଯେ କ'ଣ ହେବ ତାହାକୁ ନେଇ ରାଜ୍ୟ ବିଜେପି ନେତୃତ୍ୱ ଚିନ୍ତା କରିବାର ଆବଶ୍ୟକତା ଅଛି। ଭୁବନେଶ୍ୱର (ଦେବଦତ୍ତ ରଥ):ନୟାଗଡ଼ ବିଜେପିର ୨ ଗୋଷ୍ଠି ମଧ୍ୟରେ ଘଟିଛି ଗଣ୍ଡଗୋଳ।ଗଣ୍ଡଗୋଳରେ ଦୁଇ ଗୋଷ୍ଠୀର କିଛି ଜଣ ଆହତ ହୋଇଛନ୍ତି। ବିଜେପିର ଇରାନୀ ରାୟ ଏବଂ ପ୍ରଦୀପ୍ତ ଜେନାଙ୍କ ସମର୍ଥକ ଗୋଷ୍ଠି ମଧ୍ୟରେ ଏହି ଗଣ୍ଡଗୋଳ ଘଟିଛି।ଲାଲା ମନୋଜ ରାୟ ପ୍ରଥମେ କଂଗ୍ରେସରେ…"ଭଦ୍ରକ ପରେ ନୟାଗଡ଼ ବିଜେପିରେ ଗଣ୍ଡଗୋଳ:ଗଣ୍ଡଗୋଳର ମଞ୍ଜି ପୋତିଛି କିଏ?"
କରଞ୍ଜିଆ ୨୪-୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଦୃଘଟଣା। କେତେ ବେଳେ ନିଶାଶକ୍ତ ଅବସ୍ଥାରେ ବାଇକରୁ ଖସି ତ ଆଉ କେତେ ବେଳେ ଟ୍ରକ ଚାପାରେ ଯାଉଛି ଜୀବନ, ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କଲେ ମଧ୍ୟ କିଛି ସୁଫଳ ମିଳୁନି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯୋଶୀପୁର ଥାନା ଅନ୍ତର୍ଗତ ଯୋଶୀପୁର ରରୁଆଁ ଛକ ନିକଟରେ। ଶନିବାରଦିନ ରାତ୍ରି ୯ ଘଟିକା ପାଖା ପାଖି ଖୁଲାଡି ଗ୍ରାମର ହେମେନ୍ଦ୍ର ପାତ୍ର, ତାଙ୍କ ସ୍ତ୍ରୀ ଦୀପା ପାତ୍ର ଏବଂ ୨ ବର୍ଷର ଶିଶୁ ଏକ ମୋଟର ସାଇକେଲ ଯୋଗେ ଯୋଶୀପୁର ବଜାରରୁ ମାର୍କେଟିଙ୍ଗ ସାରି ଘରକୁ ଫେରୁଥିବା…"ବାଇକକୁ ଧକ୍କା ଦେଲା ଟ୍ରକ, ଏକ ବର୍ଷର ଶିଶୁ ସମେତ ୩ ଗୁରୁତର"
ବାରିପଦା ୨୩-୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦ ବ୍ଲକଠାରେ ଏକ ବୃହଦ ସରକାରୀ କାଗଜ କଳ ପ୍ରତିଷ୍ଠା ଦାବିରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା କେନ୍ଦ୍ରୀୟ କମିଟି ସଦସ୍ୟ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଶତାଧିକ ଶୁଳିଆପଦା ବ୍ଲକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଏ ଡି ଏମ ଓ ବ୍ରଜବନ୍ଧୁ ଭୋଇଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଚେତାବନୀ ଦେଇଥିଲେ ଯେ ଆଗାମୀ ଏକ ମାସ ଭିତରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବୃହତ ସ୍ବାର୍ଥକୁ ଯଦି ପୂରଣ ନ କରନ୍ତି ତେବେ ଆଗାମୀ ଅଗଷ୍ଟ ସାତ ତାରିଖ ଦିନ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…"କାଗଜକଳ କରଖାନା ପ୍ରତିଷ୍ଠା ପାଇଁ ଦାବି"
କରଞ୍ଜିଆ ୨୨-୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ଆଙ୍କର-ଚାଷ ଏବଂ ଚାଷୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଯୋଜନା ଆରମ୍ଭ ହୋଇଥିଲେ ମଧ୍ୟ ତାହା କିପରି ସୂଚାରୁ ରୂପେ କାର୍ଯ୍ୟ କାରିତା ହେବ ସେଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି ଜୁନ ଏକ ତାରିଖ ଠାରୁ ରାଜ୍ୟର ସମସ୍ତ ସମବାୟ ସମିତିମାନଙ୍କରେ ଚାଷୀମାନଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ସଚେତନତା କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆ ସମବାୟ ସମିତି ଦ୍ୱାରା ଆଜି ଆୟଜିତ ହଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ବିଜୟ କୁମାର ନାଏକ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜଳନ କରି ସଭାକାର୍ଯ୍ୟ…"ସମବାୟ ଆପଣଙ୍କ ଦ୍ୱାରରେ, ଏକ କୃଷକ ସଚେତନତା କାର୍ଯ୍ୟକ୍ରମ"
ଭୁବନେଶ୍ବର, ୨୨/୬ (ଓଡ଼ିଆ ପୁଅ) – ଭୁବନେଶ୍ବରସ୍ଥିତ IMAGE ଠାରେ ଚାଲିଥିବା ସଚେତନତା ତାଲିମ ପାଇଁ ଆସିଥିବା ବହଳଦା ବ୍ଲକ୍ର ଚାଷୀମାନେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଥିଲେ। କୃଷକ ସଚେତନତା କାର୍ଯ୍ୟକ୍ରମରେ ଆଜି ମୟୁରଭଂଜ ଜିଲାର ବହଳଦା ବ୍ଳକର ଚାଷୀମାନେ ଭାଗ ନେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ସେମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ସେମାନଙ୍କ ଅଞ୍ଚଳର ଚାଷବାସ ସଂପର୍କରେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ଯୋଜନାର ସଫଳ ବିନିଯୋଗ କରିବାପାଇଁ ପରାମର୍ଶ ଦେଇଥିଲେ। ଆଜି ଆନନ୍ଦପୁରର ୪୭ ଜଣ ଚାଷୀ ଭାଗ ନେଇଥିଲେ ଏବଂ ଏଥିରେ ୧୫…"ବହଳଦାର ଚାଷୀ ମାନଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ"
ବାରିପଦା ୨୧/୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ରାଇରଙ୍ଗପୁର ପୋଲିସକୁ ମିଳିଛି ଏକ ବଡ ଧରଣର ସଫଳତା। ଗତକାଲି ରାତିରେ ଦଲାଲ ଦ୍ୱାରା ଠକାମିର ଶିକାର ହୋଇ ବାହାର ରାଜ୍ୟକୁ ଚାଲାଣ ହଉଥିବା ତିନି ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁଯାୟୀ ଗତକାଲି ରାଇରଙ୍ଗପୁର ସ୍ଥିତ ବିଜୁ ପଟ୍ଟନାୟକ ମାର୍ଗଠାରେ ବିଭିନ୍ନ ସ୍ଥାନରୁ ଅଣାଯାଇଥିବା ଦଶ ଜଣ ଶ୍ରମିକ ବସ ଯୋଗେ ବାହାରକୁ ଯିବା ସମୟରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଦଶ ଜଣଙ୍କ ମଧ୍ୟରୁ ତିନି ଜଣ ଅଠର ବର୍ଷରୁ ଉର୍ଦ୍ଧ୍ବ ଥିବାବେଳେ ତିନି ଜଣ ବାର ବର୍ଷରୁ କମ ଅଛନ୍ତି। ପୋଲିସ…"ଶିଶୁ ଶ୍ରମିକ ଉଦ୍ଧାର"
ବାରିପଦା ୨୦ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟା ଓ ବାଙ୍ଗିରିପୋଷି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ କୋଡିଏ କିଲୋ ଗଂଜେଇ, ୧୮ ବୋତଲ ବିଦେଶୀ ମଦ ଜବତ ଓ ୧୩ ଟି ବିଅର ବୋତଲ ଜବତ କରାଯିବା ସହ ଚାରି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ବାଙ୍ଗିରିପୋଷି ଅଞ୍ଚଳର ଭାଗିରଥି ବେହେରା (୪୭) ଠାରୁ ୧କି ଗ୍ରା ୬୦୦ ଗ୍ରାମ ଓଜନର ଗଂଜେଇ ,୧୮ ଟି ବିଦେଶୀ ମଦ ବୋତଲ ଓ ୧୩ ଟି ବିଅର ବୋତଲ ,ରାଜୀବ କୁମାର ସେଠୀଠାରୁ ୩ କି ଗ୍ରା ୧୫୦ଗ୍ରାମ ର ଗଂଜେଇ, ସତ୍ୟବାନ ସେଠୀଠାରୁ ୯…"ମୟୁରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ"
କରଞ୍ଜିଆ ୧୮-୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କେରକେରା ଗ୍ରାମ ପଞ୍ଚାୟତ ମଣିକାଦୁମା ଗ୍ରାମରେ ବିଶ୍ୱ ମରୁଭୂମି ଓ ମରୁଡି ସୁରକ୍ଷା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସମେତ ଗ୍ରାମର ବହୁ ଲୋକ ଉକ୍ତ ସଭାରେ ସାମିଲ ହୋଇଥିଲେ, ବିଭାଗ ପକ୍ଷରୁ ଡେ଼ପୁଟି ରେଞ୍ଜର କିଶୋର ପାଣିଗ୍ରାହୀ ଜଙ୍ଗଲ କିପରି ସୁରକ୍ଷା କରିବେ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରିବେ, ନୂତନ ଜଙ୍ଗଲ କିପରି ସୃଷ୍ଟି କରାଯିବା ସହିତ ତାର ସୁରକ୍ଷା, ଭୁତଳ ଜଳର ସୁରକ୍ଷା ସହିତ ଲୋକଙ୍କୁ ସଚେତନତା କରିବା…"ବିଶ୍ୱ ମରୁଭୂମି ଓ ମରୁଡ଼ି ନିରାକରଣ ଦିବସ ଅନୁଷ୍ଠିତ"
ବାରିପଦା ୧୮-୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ରଜରେ କୋହଳ ପାଗ ଓ ବର୍ଷା ବଦଳରେ ମୁଣ୍ଡଫଟା ଖରା ଓ ଅସହ୍ୟ ଗୁଳୁଗୁଳି। ରାଜ୍ୟର ଆଠଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ। ଏସବୁ ଦେଖିଲେ ଲାଗୁଚି ସତେ ଯେମିତି ବାଟବଣା ହୋଇ ଯାଇଛି ମୌସୁମୀ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ଭାରତ ଆଡୁ ଗ୍ରୀଷ୍ମ ଲହରୀ ପ୍ରଭାବରେ ଆସନ୍ତା ୨୩ ତାରିଖ ପଯ୍ୟନ୍ତ ରାଜ୍ୟରେ ତାତି ଲାଗି ରହିବ। ଜୁନ ଦ୍ୱିତୀୟ ସପ୍ତାହରେ ଏ ଭଳି ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଲୋକମାନଙ୍କ ମନରେ ସନ୍ଦେହ ଜାତ ହେଉଛି ଯେ ପାଣିପାଗ ବିଭାଗର ଅନୁମାନ ଭୁଲ ହେଲା ନା ମୌସୁମୀ ଧୋକା…"ପ୍ରଚଣ୍ଡ ରୌଦ୍ର ତାପ: ଅସହ୍ୟ ହୋଇପଡିଛି ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ" | <urn:uuid:f8b24db6-1602-46f6-b975-32d535e5cb21> | CC-MAIN-2018-39 | http://odiapua.com/category/district_news/mayurbhanj/page/6/ | 2018-09-24T23:17:29Z | s3://commoncrawl/crawl-data/CC-MAIN-2018-39/segments/1537267160842.79/warc/CC-MAIN-20180924224739-20180925005139-00541.warc.gz | ory | 0.999911 | Orya | 1 | {"ory_Orya_score": 0.9999107122421265} |
କନକ ବ୍ୟୁରୋ : ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପଙ୍କ ହାର ଅଧିକ । ଏ କ୍ଷେତ୍ରରେ ବିହାରକୁ ମଧ୍ୟ ଟପିଯାଇଛି ଓଡ଼ିଶା । ବୟସ ନିର୍ବିଶେଷରେ ଓଡ଼ିଶାର ଅଧିକ ଲୋକ ମଦ୍ୟପାନ କରୁଥିବା ଜଣାପଡ଼ିଛି । ଜନସଂଖ୍ୟା ପଂଜୀକରଣ ମହାନିର୍ଦେଶକଙ୍କ ଏଭଳି ତଥ୍ୟ ଚିନ୍ତାର ବିଷୟ ହୋଇଛି ।
୨୦୧୪ ମସିହା ହୋଇଥିବା ଗଣନାରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶା ମଦ୍ୟପାନରେ ଜାତୀୟ ହାରକୁ ଟପିଯାଇଛି । ଜାତୀୟ ସ୍ତରରେ ୩୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ମଧ୍ୟରେ ମାତ୍ର ୧୩.୩ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ଏହି ହାର ରହିଛି ୧୭.୫ ପ୍ରତିଶତ । ଅର୍ଥାତ୍ ପ୍ରାୟ ୪.୨ ପ୍ରତିଶତ ଅଧିକ । ସେହିଭଳି ମହିଳାଙ୍କ କ୍ଷେତ୍ରରେ ବି ଏହି ହାର ୦.୩ ପ୍ରତିଶତ ଅଧିକ ଥିବା ଦେଖାଯାଇଛି ।
ଓଡ଼ିଶାରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କଲେ ବଡ଼ ଧରଣର ରାଜସ୍ୱ କ୍ଷତି ହେବ ନାହିଁ । ମାତ୍ର ଏହି ପଦକ୍ଷେପ ବାସ୍ତବବାଦୀ ନୁହେଁ ବୋଲି ବାରମ୍ବାର ରାଜ୍ୟ ସରକାର କହିଆସିଛନ୍ତି । ଏହି କାରଣରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ୧୯୫୬ ମସିହାରେ ପ୍ରଣୟନ ହୋଇଥିବା ଓଡ଼ିଶା ନିବାରଣ ଆଇନ କାର୍ଯ୍ୟକାରୀ କରାଯାଉନାହିଁ ।
ଏବେ ପ୍ରଶ୍ନ ଉଠୁଛି, ଓଡ଼ିଶା ସରକାର ନିଶାର ପ୍ରସାର କରାଇ ରାଜ୍ୟର ଉନ୍ନତି କରିପାରିବେ କି? ଅପରାଧ ଓ ସାମାଜିକ ବୈଷମ୍ୟ ଦୂର କରିପାରିବେ କି? | <urn:uuid:3d06d906-2966-4aa3-b9d6-54f3b0852a9f> | CC-MAIN-2018-39 | http://kanaknews.com/odidha-ahead-in-liquor-consumption/ | 2018-09-26T04:45:03Z | s3://commoncrawl/crawl-data/CC-MAIN-2018-39/segments/1537267163326.85/warc/CC-MAIN-20180926041849-20180926062249-00141.warc.gz | ory | 1.000009 | Orya | 4 | {"ory_Orya_score": 1.0000089406967163} |
ମୁମ୍ବାଇ ୯-୨ (ଓଡ଼ିଆ ପୁଅ) : ଖ୍ୟାତନାମା ଚଳଚିତ୍ର ଅଭିନେତା ଏବଂ ମେଗା ସୁପରଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ ହେବାରୁ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ଖବର ଅନୁଯାୟୀ ତାଙ୍କ ପେଟ, ବେକ ଏବଂ ସ୍ପାଇନ୍ ରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେଣୁ ସୂଚନା ଅନୁଯାୟୀ ବିଶେଷ କିଛି ହୋଇନାହିଁ। କପହାଯାଉଛିଯେ, ଏହା ଏକ ରୁଟିନ୍ ଚେକ୍ ଅପ୍।
ସୂଚନାଯୋଗ୍ୟଯେ, ଆଜି ଅମିତାଭଙ୍କର ଏବଂ ଋଷି କାପୁରଙ୍କ ଫିଲ୍ମ "102 ନଟ୍ ଆଉଟ୍" ରିଲିଜ୍ ହୋଇଛି। ସେଥିରେ ଅମିତାଭ 102 ବର୍ଷର ବୃଦ୍ଧଙ୍କ ଅଭିନୟ କରିଥିବା ବେଳେ ଋଷି କାପୁର 75 ବର୍ଷ ବୃଦ୍ଧର ଅଭିନୟ କରିଛନ୍ତି। | <urn:uuid:0adf250f-1099-40ed-84f9-e1684452dbe3> | CC-MAIN-2018-39 | http://odiapua.com/%E0%AC%85%E0%AC%AE%E0%AC%BF%E0%AC%A4%E0%AC%BE%E0%AC%AD-%E0%AC%AC%E0%AC%9A%E0%AD%8D%E0%AC%9A%E0%AC%A8-%E0%AC%A1%E0%AC%BE%E0%AC%95%E0%AD%8D%E0%AC%A4%E0%AC%B0%E0%AC%96%E0%AC%BE%E0%AC%A8%E0%AC%BE%E0%AC%B0/ | 2018-09-19T18:48:14Z | s3://commoncrawl/crawl-data/CC-MAIN-2018-39/segments/1537267156270.42/warc/CC-MAIN-20180919180955-20180919200955-00374.warc.gz | ory | 0.999893 | Orya | 4 | {"ory_Orya_score": 0.9998928308486938} |
ଯାଜପୁର-୩/୯(ଓଡିଆ ପୁଅ/ଏ.ରାଉତ) ଗତ ଶୁକ୍ରବାର ରାତିରେ ପ୍ରବଳ ବର୍ଷାରେ ଯାଜପୁର ଉପ କରାଗାର ପ୍ରାଚୀର ଭାଙ୍ଗି ଯାଇଥିଲା। ପ୍ରାୟ ୮୦ ମିଟରରୁ ଉର୍ଦ୍ଧ୍ୱ ଜେଲ ପ୍ରାଚୀର ସଂପୂର୍ଣ୍ଣ ଭୁଷୁଡି ପଡିଥିଲାବେଳେ ଏହା ଦ୍ୱାରା ଜେଲ ପରିସରରେ ଥିବା ଶୈାଚାଳୟ ସହିତ ଛାତ ଉପରେ ଥିବା କିଛି ପାଣି ଟାଙ୍କି କ୍ଷତିଗ୍ରସ୍ତ ହୋଇଥିଲା। ଘଟଣା ପରେ ଜେଲ ବିଭାଗର ଅତିରିକ୍ତ ଡିଜି ବିନୟାନନ୍ଦ ଝା ଜେଲକୁ ଆସି ସ୍ଥିତିର ଅନୁଧ୍ୟାନ କରିବା ସହିତ ଜିଲା ପ୍ରଶାସନ ସହିତ ଏ ନେଇ ଆଲୋଚନା କରିଥିଲେ। ଜିଲାପାଳ ରଞ୍ଜନ କୁମାର ଦାସ ପୁର୍ତ ବିଭାଗକୁ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲାବେଳେ ଏସପି ଚରଣ ସିଂ ମୀନା ଜେଲର ସୁରକ୍ଷା ଦୟିତ୍ୱ ସ୍ଥାନୀୟ ପୁଲିସ ଉପରେ ପ୍ରଦାନ କରିଥିଲେ। ଫଳରେ ଘଟଣା ପରଠାରୁ ପ୍ରାଚୀର ଭଙ୍ଗା ସ୍ଥଳରେ ପୁଲିସ ମୁତୟନ ହୋଇଥିଲାବେଳେ ପୁଲିସ ସେଠାରେ ଅହୋରାତ୍ର ପହରା ଦେଉଛି। ଆଜି ବର୍ଷା କମିବା ପରେ ପୁର୍ତ ବିଭାଗ ପକ୍ଷରୁ ଶ୍ରମିକ ଲଗାଯାଇ ଭଙ୍ଗା ପ୍ରାଚୀରକୁ ସଫା କରାଯିବା ସହିତ ଭଙ୍ଗା ପ୍ରାଚୀର କଡରେ ଟିଣ ଘେରା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଚୀର ଭାଙ୍ଗିବା ପରେ ବଳକା ରହିଥିବା ପ୍ରାଚୀରରେ ମଧ୍ୟ ଫାଟ ଦେଖିବାକୁ ମିଳିଛି। ଫଳରେ ଆଗାମି ଦିନରେ ଏହି ପ୍ରାଚୀର ମଧ୍ୟ ଭାଙ୍ଗି ଜିବାର ଆଶଂକା ସୃଷ୍ଟି ହୋଇଛି। ବ୍ରିଟିଶ ଅମଳରୁ ନିର୍ମାଣ ହୋଇଥିବା ଏହି ପ୍ରାଚୀର ଉପରେ ଇଟା ଯୋଡେଇ କରାଯାଇ ଅଧିକ ଉଚ୍ଚ କରାଯାଇଥିଲାବେଳେ ଏହା ଭାରସାମ୍ୟ ରକ୍ଷା କରି ପାରୁନଥିବା ମଧ୍ୟ ସଂଦେହ କରାଯାଉଛି। ଏହା ସହିତ ଏହି ରାସ୍ତାରେ ବହୁ ସଂଖ୍ୟାରେ ଭାରିଯାନ ଗତାଗତ କରିବା ଦ୍ୱାରା କମ୍ପନ ସୃଷ୍ଟି ହୋଇ ଏହାର ମୂଳକକୁ ଦୁର୍ବଳ କରୁଥିବା ମଧ୍ୟ ସଂଦେହ କରାଯାଉଛି। | <urn:uuid:0a840754-2fcb-43a8-9c7d-465fc92afe4a> | CC-MAIN-2018-39 | http://odiapua.com/%E0%AC%AF%E0%AC%BE%E0%AC%9C%E0%AC%AA%E0%AD%81%E0%AC%B0-%E0%AC%9C%E0%AD%87%E0%AC%B2-%E0%AC%AA%E0%AD%8D%E0%AC%B0%E0%AC%BE%E0%AC%9A%E0%AD%80%E0%AC%B0-%E0%AC%AD%E0%AC%99%E0%AD%8D%E0%AC%97%E0%AC%BE/ | 2018-09-19T18:20:43Z | s3://commoncrawl/crawl-data/CC-MAIN-2018-39/segments/1537267156270.42/warc/CC-MAIN-20180919180955-20180919200955-00374.warc.gz | ory | 1 | Orya | 6 | {"ory_Orya_score": 0.9999997615814209} |
ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍ ଯୋଶୀଙ୍କ ପ୍ରେରଣାଦାୟୀ କାହାଣୀ
ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍ ଯୋଶୀ । ଆଜି ତାଙ୍କର ୧୫୩ତମ ଜୟନ୍ତୀ।୧୮୬୫ ମସିହା ମାର୍ଚ୍ଚ ୩୧ ତାରିଖରେ ମହାରାଷ୍ଟ୍ର ଥାନେ ଜିଲ୍ଲାର କଲ୍ୟାଣ ଅଞ୍ଚଳରେ ଆନନ୍ଦି ଗୋପାଲ୍ ଯୋଶୀ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଡାକ୍ତର, ଯିଏ ଆମେରିକାରେ ଡାକ୍ତରୀ ଡିଗ୍ରୀ ହାସଲ୍ କରିଥିଲେ। ଏଥିସହିତ ଦେଶର ପ୍ରଥମ ମହିଳା ଭାବେ ସେ ଆମେରିକା ଯାଇଥିଲେ।
ସ୍ୱାମୀଙ୍କ ପ୍ରେରଣା ପାଇ ପାଠ ପଢିଥିଲେ: ଆନନ୍ଦି ମାତ୍ର ୯ ବର୍ଷ ବୟସରେ ବିଦୁର ଗୋପାଲରାଓ ଯୋଶୀଙ୍କୁ ବିବାହ କରିଥିଲେ। ବିଦୁର ଆନନ୍ଦିଙ୍କଠାରୁ ବୟସରେ ୨୦ ବର୍ଷ ବଡ଼ ଥିଲେ। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ହୋଇଥିବାରୁ ସ୍ତ୍ରୀ ଆନନ୍ଦିଙ୍କୁ ପାଠ ପଢ଼ିବା ପାଇଁ ପ୍ରେରିତ କଲେ। ୧୪ ବର୍ଷ ବୟସରେ ଆନନ୍ଦି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଡାକ୍ତରୀ ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଭାବରେ ଏଭଳି ପରିସ୍ଥିତି ଯେପରି ଆଉ ନ ହେଉ ସେଥିପାଇଁ ସେ ଚିକିତ୍ସା ବିଜ୍ଞାନ ଓ ଔଷଧ ବିଷୟରେ ଅଧ୍ୟୟନ କରିବାକୁ ଚାହିଁଲେ। ଏଥିରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଖୁବ୍ ସହଯୋଗ କଲେ।
ଆମେରିକାରେ ଅଧ୍ୟୟନ: ସ୍ୱାମୀଙ୍କ ସହଯୋଗରେ ଆନନ୍ଦି ମାତ୍ର ୧୬ ବର୍ଷ ବୟସରେ ଡାକ୍ତରୀ ପାଠ ପଢ଼ିବାକୁ ଆମେରିକା ଚାଲିଗଲେ। ସେଠାରେ ପେନ୍ସିଲଭାନିଆର ମହିଳା ମେଡିକାଲ୍ କଲେଜ୍ରେ ଡାକ୍ତରୀ ପାଠ ପଢ଼ିଲେ। ଏଠାରୁ ସେ ୧୮୮୬ ମସିହାରେ ଏମ୍ଡି ଡିଗ୍ରୀ ହାସଲ କରି ଭାରତ ଫେରିଥିଲେ। ସବୁଠାରୁ ଦୁଃଖର କଥା ,୧୮୮୭ ଫେବ୍ରୁଆରୀ ୨୬ ତାରିଖରେ ମାତ୍ର ୨୨ ବର୍ଷ ବୟସରେ ଆନନ୍ଦିଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କ ସ୍ୱପ୍ନ ସାକାର କରିବା ପୂର୍ବରୁ ଅଳ୍ପ ବୟସରୁ ହିଁ ଆରପାରିକୁ ଚାଲିଗଲେ। କମ୍ ବୟସରୁ ମହିଳାଙ୍କ ପାଇଁ ଆଦର୍ଶ ପାଲଟି ଥିବା ଆନନ୍ଦିଙ୍କ ଜୀବନ କାହାଣୀକୁ ନେଇ ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ତିଆରି ହୋଇସାରିଛି। ଦୂରଦର୍ଶନରେ ମଧ୍ୟ 'ଆନନ୍ଦି ଗୋପାଳ' ନାମରେ ଏକ ଧାରାବାହିକ ପ୍ରଦର୍ଶିତ ହୋଇଥିଲା। | <urn:uuid:eeee8962-6f1d-4a21-9ec0-c5045795d4cf> | CC-MAIN-2018-39 | https://khabar.odishatv.in/top-news/anandi-gopal-joshi-the-inspiring-story-of-indias-first-female-doctor/3587/ | 2018-09-24T09:10:54Z | s3://commoncrawl/crawl-data/CC-MAIN-2018-39/segments/1537267160337.78/warc/CC-MAIN-20180924090455-20180924110855-00454.warc.gz | ory | 0.999962 | Orya | 7 | {"ory_Orya_score": 0.999962329864502} |
ଶିକ୍ଷାନୁଷ୍ଠାନକୁ ଜମି ଦେବ ରାଜସ୍ୱ ବିଭାଗ
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଜମି ସମସ୍ୟା ଦୂର କରିବା ପାଇଁ ଖୁବଶୀଘ୍ର ନୂତନ ପଲିସି ନିର୍ଦ୍ଧାରଣ କରାଯିବ। ଏନେଇ ବିଧାନସଭାରେ ମତବ୍ୟକ୍ତ କରିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ନୂଆ ପଲିସି ଅନୁଯାୟୀ, ଶିକ୍ଷାନୁଷ୍ଠାନ ପାଇଁ ଜମି ଏକ ସମସ୍ୟା ହୋଇ ରହିବ ନାହିଁ। ରାଜ୍ୟରେ ଥିବା ଅନେକ ସ୍କୁଲ ଓ କଲେଜରେ ଆବଶ୍ୟକ ପରିମାଣର ଜମି ଉପଲବ୍ଧ ନ ଥିବା ଯୋଗୁଁ ଅନେକ ସମୟରେ ସେମାନଙ୍କୁ ଗ୍ରାଣ୍ଟ ମିଳିବାରେ ସମସ୍ୟା ସୃଷ୍ଟି ହେଉଛି। ସେନେଇ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଚଳିତମାସ ଶେଷ ସୁଦ୍ଧା ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।
ନୂଆ ପଲିସି ଅନୁଯାୟୀ ଯେଉଁ ଶିକ୍ଷାନୁଷ୍ଠାନର ଜମି ନାହିଁ ସେହି ଶିକ୍ଷାନୁଷ୍ଠାନକୁ ରାଜସ୍ୱ ବିଭାଗ ପକ୍ଷରୁ ଜମି ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବ। ସିଧାସଳଖ ଭାବରେ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ରାଜସ୍ୱ ବିଭାଗ ଜମି ଦେବ ନାହିଁ। ସ୍କୁଲ ହୋଇଥିଲେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଏବଂ କଲେଜ କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗକୁ ଜମି ହସ୍ତାନ୍ତର କରାଯିବ। ଏହାଦ୍ୱାରା ଗ୍ରାଣ୍ଡ ପାଇବାରୁ ବଞ୍ଚିତ ହେଉଥିବା ସ୍କୁଲ ଓ କଲେଜର ସମସ୍ୟା ଦୂର ହୋଇପାରିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। | <urn:uuid:c44173c8-d667-41ce-a45d-f8b5008c1499> | CC-MAIN-2018-39 | https://odishareporter.in/odisha/odisha-govt-project-227104 | 2018-09-24T09:46:35Z | s3://commoncrawl/crawl-data/CC-MAIN-2018-39/segments/1537267160337.78/warc/CC-MAIN-20180924090455-20180924110855-00454.warc.gz | ory | 0.999997 | Orya | 3 | {"ory_Orya_score": 0.9999973773956299} |
ଶକ୍ତିମୟୀ ନାରୀର ସଂଘର୍ଷର କାହାଣୀ
ବଲାଙ୍ଗିର(ସସ୍ମିତା ସାହୁ): ଦିନଥିଲା ନାରୀକୁ ଅବଳା ଓ ଦୁର୍ବଳା କୁହାଯାଉଥିଲା। ଚାରିକାନ୍ଥରେ ବାନ୍ଧି ହୋଇ ରହୁଥିଲା ନାରୀଟିଏ । ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଥିଲା ସିନା, ସାମାଜିକ କଟକଣା ଯୋଗୁଁ ବାହାରକୁ ବାହାରିପାରୁ ନ ଥିଲା। ନା କହିପାରୁଥିଲା ନା ସହି ପାରୁଥିଲା। ଏବେ କିନ୍ତୁ ଯୁଗ ବଦଳିଛି । ବଦଳିଛି ପରିବେଶ । ବଦଳିଯାଇଛି ନାରୀର ଜୀବନଚର୍ଯ୍ୟା । ଏରୁଣ୍ଡି ବନ୍ଧ ଡେଇଁ , ବାହାରକୁ ବାହାରିଛି ନାରୀ। ସ୍ୱାବଲମ୍ବୀ ହେବା ପାଇଁ ସଂଘର୍ଷରେ କେତେବେଳେ ସଫଳ ହୋଇଛି ତ କେତେବେଳେ ବିଫଳ। ନାରୀର ଏଇ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା।
ଜେମା ମହାକୁଡ। ବଲାଙ୍ଗିରଠାରୁ ୧୦ କିଲୋମିଟର ଦୂର ଚନ୍ଦନଭାଟି ଗାଁ ଶେଷ ମୁଣ୍ଡରେ ତାଙ୍କ ଘର। ଜୀବନ ଜୀବିକା ପାଇଁ ତାଙ୍କର ପୂରା ପରିବାର ଦିନେ ଦାଦନ ଖଟି ଯାଉଥିଲେ ।୨୦୧୨ ମସିହାରେ ଇଟାଭାଟିରେ ନିର୍ଯାତିତ ହେଉଥିବା ବେଳେ ସ୍ୱାମୀ ସମାରୁଙ୍କ ସହ ପୂରା ପରିବାରକୁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ଉଦ୍ଧାର କରିଥିଲା ଶ୍ରମ ବିଭାଗ। ଦାଦନ ଶ୍ରମିକ ଆଇନ ମୁତାବକ, ୭୬ ହଜାର ଟଙ୍କାର ପ୍ରଶାସନିକ ସହାୟତା ମିଳିଥିଲା। ଏହି ପୁଞ୍ଜିରେ ଆରମ୍ଭ ହେଲା ସଂଘର୍ଷ । ସ୍ୱାମୀ ସମାରୁଙ୍କ ପରାମର୍ଶ ପାଇ ଜମି ଭାଗ ନେଇ ଆରମ୍ଭ ହେଲା ଚାଷ । ଜେମା ଅକ୍ଲାନ୍ତ ପରିଶ୍ରମ କଲେ। ମାଟି ଖୋଲିବାଠାରୁ ଆରମ୍ଭ କରି ପାଣି ବୁହା, ସବୁ କାମ ଏକାକି କଲେ। ନିଜ ପରିଶ୍ରମର ଫଳ ସ୍ୱରୂପ ଗତ ଚାରିବର୍ଷ ଧରି, ଜଣେ ମହିଳା ପରିବା ଚାଷୀ ଭାବରେ ଆଖପାଖ ୪ ଖଣ୍ଡ ଗାଁରେ ବେସ୍ ନାଁ କରିଛନ୍ତି ଜେମା । ସେ ଚାଷ କରୁଥିବା ବେଳେ, ଉତ୍ପାଦିତ ପରିବାକୁ ବଜାରରେ ବିକ୍ରି କରିଥାନ୍ତି ତାଙ୍କ ସ୍ୱାମୀ ସମାରୁ । ମାତ୍ର ୨୦ ହଜାର ଟଙ୍କା ବଇନା ନେଇ ଦାଦନ ଖଟି ଯାଉଥିବା ଜେମା ଏବେ କିନ୍ତୁ ଜମି ବାବଦକୁ ବର୍ଷକୁ ୩୦ ହଜାର ଭଡା ଦେଉଛନ୍ତି । ଆଉ ସେଇ ଜମିରେ ଫଳାଉଛନ୍ତି ସୁନାର ଫସଲ।
ଠିକ ସେମିତି ଆଉ ଜଣେ ନାରୀ ହେଉଛନ୍ତି ସୌଦାମିନୀ । ଚନ୍ଦନଭାଟି ମେହେରପଡାର ମହେଶ୍ୱର ମେହେରଙ୍କ ସ୍ତ୍ରୀ ହେଉଛନ୍ତି ସୌଦାମିନୀ । ଗୋଟିଏ ପୁଅ, ଦୁଇଟି ଝିଅକୁ ନେଇ ତାଙ୍କ ପରିବାର । ଲୁଗା ବୁଣିବା କୌଳିକ ବୃତ୍ତି। କିନ୍ତୁ ୨୦୧୬ରେ ତାଙ୍କ ପରିବାର ଉପରେ ମାଡିପଡିଥିଲା ବିପଦ। ହୃଦରୋଗରେ ଆକ୍ରାନ୍ତ ହେଲେ ମହେଶ୍ୱର । ଡାକ୍ତର କଡ଼ା ଚେତାବନୀ ଦେଲେ ଯେ, ଆଉ ଲୁଗା ବୁଣି ପାରିବେନି। କେମିତି ଚଳିବ ପରିବାର ? ଭାଲେଣି ପଡିଲା ! ଏତିକି ବେଳେ ଛାତିରେ ଦମ୍ଭ ରଖି ଆଗକୁ ଆସିଲେ ସ୍ତ୍ରୀ ସୌଦାମିନୀ । ଆଗରୁ ସ୍ୱାମୀଙ୍କୁ ସହାୟତା କରୁଥିବା ମହିଳା ଜଣକ ଏବେ ସବୁକାମ ନିଜେ କରିବାକୁ ଅଣ୍ଟାଭିଡିଲେ । ଧୀରେ ଧୀରେ ସ୍ୱାମୀଙ୍କଠାରୁ ଲୁଗାବୁଣିବା ଶିଖିଗଲେ । ଏବେ ତାଙ୍କ ହାତର ଯାଦୁ, ବଜାରରେ ବିକ୍ରି ହେଉଛି । ସ୍ୱାମୀଙ୍କ ଚିକିତ୍ସା ସହ ପିଲାମାନଙ୍କ ପାଠପଢା ଖର୍ଚ୍ଚ ବି ଉଠିଯାଉଛି ତାଙ୍କ ପରିଶ୍ରମରୁ । | <urn:uuid:22a7caae-6fe5-4150-8764-ffeca82a37ef> | CC-MAIN-2018-39 | https://odishareporter.in/odisha/special-story-on-womens-day-217148 | 2018-09-24T09:45:29Z | s3://commoncrawl/crawl-data/CC-MAIN-2018-39/segments/1537267160337.78/warc/CC-MAIN-20180924090455-20180924110855-00454.warc.gz | ory | 0.999955 | Orya | 3 | {"ory_Orya_score": 0.9999548196792603} |
ଭୁବନେଶ୍ୱର: ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଦଳରେ ସାମିଲ ହେବାକୁ ଯିବା ପୂର୍ବରୁ ଉଦୀୟମାନ ଅଲ୍ରାଉଣ୍ଡର୍ ଲିଙ୍ଗରାଜ ରାଉତରାଙ୍କୁ ମଙ୍ଗଳବାର ମିଳିଛି ବିପୁଳ ଶୁଭେଚ୍ଛା ଓ ସମ୍ବର୍ଧନା। ମଙ୍ଗଳବାର ରାତିରେ ବାଙ୍ଗାଲୋର୍ ଗସ୍ତ ପୂର୍ବରୁ ବୁଦ୍ଧମନ୍ଦିର ପରିସରରେ ଲିଙ୍ଗରାଜଙ୍କୁ କ୍ୟାଭି (କ୍ରିକେଟ୍ ଆସୋସିଏସନ୍ ଅଫ୍ ଭିଜୁଆଲି ଇମ୍ପାୟରଡ୍) ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଶା ବିଧାନସଭାର ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ପକ୍ଷରୁ ଲିଙ୍ଗରାଜଙ୍କୁ କିଟ୍ ପ୍ରଦାନ କରାଯାଇଥିବା ବେଳେ ନକ୍ଷତ୍ର ନ୍ୟୁଜ୍ର ଅଧ୍ୟକ୍ଷ ଇଂଜିନିୟର୍ ପ୍ରଭାତ ରଂଜନ ମଲ୍ଲିକ ୮ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଦୁଇ ଦୁଇ ଥର ବିଶ୍ୱକପ୍ ବିଜେତା ମହମ୍ମଦ ଜାଫର ଇକ୍ବାଲ୍ ଏହି ଅବସରରେ କହିଥିଲେ, ଆମେ ୧୦ ବର୍ଷରେ ୨୦ ଅନ୍ତର୍ଜାତୀୟ କ୍ରିକେଟର୍ ଗଢ଼ିବା ନେଇ ଯେଉଁ ଯୋଜନା କରିଛୁ ଲିଙ୍ଗରାଜ ତାହାର ଆରମ୍ଭ ମାତ୍ର।
ଅନେକ ପ୍ରତିବଂଧକ ଭିତରେ ଦୃଷ୍ଟିହୀନ କ୍ରିକେଟର୍ମାନେ ସେମାନଙ୍କ ସଫଳତା ଦେବା ବଡ଼ କଥା ବୋଲି ସେ କହିଥିଲେ। ଏସ୍ଏସ୍ପିଡିର ରାଜ୍ୟ ଆୟୋଗ ମୀନତି ବେହେରା କହିଥିଲେ, ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ସହଯୋଗ ବଢ଼ିଛି ଏବଂ ଆଗକୁ ଏହା ଜାରି ରହିବ। ଏହି ଅବସରରେ ଲିଙ୍ଗରାଜ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ସସସ୍ତ ଶୁଭେଚ୍ଛୁ ଓ ହିତାକାଂକ୍ଷୀଙ୍କ ନିକଟରେ ଋଣି ବୋଲି ପ୍ରକାଶ କରିଥିଲେ। ଏହି ସମ୍ବର୍ଧନା ଉତ୍ସବରେ କ୍ୟାଭି ଓଡ଼ିଶାର ଉପ ସଭାପତି ତଥା ନକ୍ଷତ୍ର ନ୍ୟୁଜ୍ର ବାର୍ତା ସଂଯୋଜକ ଅଶୋକ କୁମାର ସାହୁ, କ୍ୟାଭି ସମ୍ପାଦକ ସନ୍ୟାସ କୁମାର ବେହେରା, ପୂର୍ବତନ ରଣଜୀ କ୍ରିକେଟର୍ ସତ୍ୟରଂଜନ ପଟ୍ଟନାୟକ, ଭିନ୍ନକ୍ଷମ ଅଭିନେତା ଜିତେନ୍ଦ୍ର ବିଶ୍ୱାଳ, ବାଲିଅନ୍ତା ବ୍ଲକ୍ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ଉପାଧ୍ୟକ୍ଷ ଦିଲୀପ କୁମାର ସ୍ୱାଇଁ, ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ, କ୍ୟାଭି ଯୁଗ୍ମ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, କୋଷାଧ୍ୟକ୍ଷ ପ୍ରଜ୍ଞାପାରମିତା ବେହେରା, କାର୍ଯ୍ୟକାରୀ ସଦସ୍ୟା ଅର୍ପିତା ମହାପାତ୍ର, ଯୋଗେନ୍ଦ୍ର ଜାନି ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡ଼ା ଲେଖକ ରୁଦ୍ର ପ୍ରସନ୍ନ ରଥ ମଧ୍ୟ ମଙ୍ଗଳବାର ଲିଙ୍ଗରାଜଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ଜୁଲାଇ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କା ଗସ୍ତରେ ଖେଳାଯିବାକୁ ଥିବା ସର୍ବପ୍ରଥମ ଦ୍ୱିପାକ୍ଷିକ ଦୃଷ୍ଟିହୀନ କ୍ରିକେଟ୍ ଶୃଙ୍ଖଳା ଲାଗି ଘୋଷିତ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି ବାଲିଅନ୍ତା ବ୍ଲକ୍ ସାତକାବାଦ ଗାଁର ୩୧ ବର୍ଷୀୟ ଲିଙ୍ଗରାଜ। | <urn:uuid:365400d5-5f3b-4c26-9859-22a3c6152925> | CC-MAIN-2018-39 | http://sambad.in/sports/lingaraj-welcomed-bywelwhishers-175001/ | 2018-09-19T09:54:24Z | s3://commoncrawl/crawl-data/CC-MAIN-2018-39/segments/1537267156096.0/warc/CC-MAIN-20180919083126-20180919103126-00181.warc.gz | ory | 0.999985 | Orya | 5 | {"ory_Orya_score": 0.9999853372573853} |