text
stringlengths
265
390k
id
stringlengths
47
47
dump
stringclasses
96 values
url
stringlengths
17
5.15k
date
stringlengths
20
20
file_path
stringlengths
109
155
language
stringclasses
1 value
language_score
float64
0.31
1
language_script
stringclasses
1 value
minhash_cluster_size
int64
1
1.05k
top_langs
stringlengths
23
515
ଚେନ୍ନାଇର ୪୮ ବର୍ଷୀୟ କେ. ରବିଚନ୍ଦ୍ରନ୍ ବୃତ୍ତିରେ ଜଣେ ଅଟୋରିକ୍ସା ଚାଳକ । କିନ୍ତୁ ସେ ଏବେ ପାଲଟିଛନ୍ତି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ତାଙ୍କ ଅଟୋରେ ଯାତ୍ରା କରୁଥିବା ଜଣେ ଯାତ୍ରୀର ଚିକିତ୍ସା ପାଇଁ ସେ ନିଜ ଅଟୋକୁ ବନ୍ଧକ ରଖିବା ଏକ ନୂଆ ଉଦାହରଣ ସୃଷ୍ଟି କରିଛି । କିଛି ମାସ ତଳେ ରବିଚନ୍ଦ୍ରନଙ୍କ ଅଟୋରେ ଜଣେ ଯାତ୍ରୀ ରାମାପୁରମଠାରୁ ତ୍ରିପଲିକେନ ପର୍ଯ୍ୟନ୍ତ ଯିବା ପାଇଁ ବସିଥିଲେ । ସେମାନେ ମାଉଣ୍ଟ ରୋଡ୍ ଛୁଇଁବା କ୍ଷଣି ୫୭ ବର୍ଷୀୟ ଯାତ୍ରୀ ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ରବିଚନ୍ଦ୍ରନ୍ ତାଙ୍କୁ ନିକଟରେ ଥିବା ଏକ ଘରୋଇ କ୍ଲିନିକକୁ ନେଇ ଯାଇଥିଲେ । ପରେ ତାଙ୍କୁ ରାଜୀବ ଗାନ୍ଧୀ ସାଧାରଣ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଯାତ୍ରୀ ଜଣଙ୍କର ହୃଦୟକୁ ସଂଯୋଗ କରୁଥିବା ରକ୍ତନଳୀର ତିନିଟି ସ୍ଥାନରେ ବ୍ଲକ୍ ହୋଇଥିଲା । ତାଙ୍କ ହୃଦୟରେ ତୁରନ୍ତ ଏକ ପେସ୍ ମେକର୍ ଲଗାଇବାକୁ ପଡିବ ବୋଲି ଡାକ୍ତରମାନେ ରବିଚନ୍ଦ୍ରନଙ୍କୁ କହିଥିଲେ । ରବିଚନ୍ଦ୍ରନ୍ ସମ୍ପୃକ୍ତ ଯାତ୍ରୀଙ୍କ ପରିବାର ଲୋକଙ୍କ ଏ ବିଷୟରେ ଅବଗତ କରାଇଥିଲେ । ସେଦିନ ରାତିରେ ସେହି ଅସୁସ୍ଥ ଯାତ୍ରୀ ଜଣଙ୍କ ପୁଅ କୋଲକାତାରୁ ବିମାନ ଯୋଗେ ଚେନ୍ନାଇରେ ପହଞ୍ଚିଥିଲେ । ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ଲାଗିବ ବୋଲି ଡାକ୍ତରମାନେ କହିଥିଲେ । ତେବେ ରବିଚନ୍ଦ୍ରନ୍ ଓ ସମ୍ପୃକ୍ତ ଯାତ୍ରୀଙ୍କ ପୁଅ ଡାକ୍ତରଖାନାର ମୁଖ୍ୟଙ୍କ ସହ ଆଲୋଚନା କରି ଚିକିତ୍ସା ଖର୍ଚ୍ଚ ୪୭,୦୦୦ଟଙ୍କା ସ୍ଥିର କରିଥିଲେ । କିନ୍ତୁ ଅସୁସ୍ଥ ଯାତ୍ରୀଙ୍କ ପୁଅ ନିକଟରେ ମାତ୍ର ୧୫,୦୦୦ ଟଙ୍କା ଥିଲା । ଏଣୁ କ'ଣ କରାଯିବ କିଛି ବୁଦ୍ଧିବାଟ ଦିଶିଲାନି । ଏହି ସମୟରେ ରବିଚନ୍ଦ୍ରନ୍ ନିଜର ଏକ ମାତ୍ର ସମ୍ପତ୍ତି, ତାଙ୍କ ଅଟୋରିକ୍ସାକୁ ବନ୍ଧକ ରଖି ବାକି ଟଙ୍କାର ଯୋଗାଡ କରିଥିଲେ । ନିକଟରେ ଚେନ୍ନାଇର ଆନ୍ନା ଅଟୋ ୱେଲଫେୟାର୍ ଟ୍ରଷ୍ଟ ପକ୍ଷରୁ ରବିଚନ୍ଦ୍ରନଙ୍କୁ ସମ୍ମାନିତ କରାଯାଇଛି । ତାଙ୍କ ସହ ଆଉ ୧୬ଜଣ ଅଟୋ ରିକ୍ସା ଚାଳକ(୩ଟି ମହିଳା ସମେତ)ଙ୍କୁ ମଧ୍ୟ ଏହିଭଳି ଉଦାହରଣ ସୃଷ୍ଟି କରିଥିବାରୁ ସମ୍ମାନୀତ କରାଯାଇଛି । ଆନ୍ନା ଅଟୋ ୱେଲଫେୟାର୍ ଟ୍ରଷ୍ଟ, ଚେନ୍ନାଇରେ ଅଟୋ ରିକ୍ସା ଚାଳକମାନଙ୍କୁ ଏହିଭଳି ଉଦାହରଣ ସୃଷ୍ଟି କରୁଥିବା କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ଅଟୋରେ ଏକ ଫୋନ୍ ନମ୍ବର-୯୨୪୩୦୦୦୧୧୧ ଲେଖାଥିବା ଷ୍ଟିକର୍ ସବୁ ଲଗାଯାଇଛି । ଏହି ନମ୍ବରରେ ଫୋନ୍ କରି ଜଣେ ଯାତ୍ରୀ ଅଟୋ ଚାଳକଙ୍କ ଆଚରଣ ଓ ବ୍ୟବହାର ବିଷୟରେ ମତାମତ ଦେଇ ପାରିବେ । ଏହି ମତାମତକୁ ଭିତ୍ତି କରି ପ୍ରତ୍ୟେକ ମାସରେ ଟ୍ରଷ୍ଟ ପକ୍ଷରୁ ଅଟୋ ଚାଳକମାନଙ୍କୁ ସମ୍ମାନୀତ କରାଯାଉଛି । ପଢନ୍ତୁ ଆଉ କିଛି ସମାନ ଧାରାର କାହାଣୀ - Related Stories Stories by Jyoti Prakash
<urn:uuid:41945356-6c83-4e16-8180-f637af13a712>
CC-MAIN-2018-26
https://odia.yourstory.com/read/e85aaf68f0/-
2018-06-22T19:16:27Z
s3://commoncrawl/crawl-data/CC-MAIN-2018-26/segments/1529267864776.82/warc/CC-MAIN-20180622182027-20180622202027-00412.warc.gz
ory
1.000007
Orya
10
{"ory_Orya_score": 1.0000067949295044}
ପଲ୍ଲୀ ଗାଁଟିଏ । ଗାଁର ଶେଷ ମୁଣ୍ଡ ପୋଖରୀ ହୁଡାରେ ସୁନ୍ଦର ମନ୍ଦିର ଥାଏ। ସେହିଠାରେ ଜଣେ ସାଧୁ ରହୁଥାନ୍ତି । ପ୍ରତିଦିନ ସେହି ମନ୍ଦିରକୁ ଭକ୍ତଙ୍କର ସୁଅ ଛୁଟୁଥାଏ । କାହାର କେମିତି ମାନସିକ ପୂରଣ ହେଲେ ମନ୍ଦିର ଲାଗି ଟଙ୍କା ପଇସା ବା ଜିନିଷପତ୍ର ଦାନସ୍ୱରୂପ ଆସି ପହଁଚୁଥିଲା । ସାଧୁବାବା ଥାଆନ୍ତି ଠାକୁରଙ୍କର ମାଲିକ ସ୍ୱରୂପ । ସୁତରାଂ ଦାନସୂତ୍ରରୁ ମିଳୁଥିବା ଜିନିଷ ରଖି ଦିଅନ୍ତି ସିନା କାହାକୁ କିଛି ଧନ୍ୟବାଦ କି ଶୁଭ କାମନା ଜଣାନ୍ତି ନାହିଁ । ଦିନକର କଥା । ଜଣେ ଧନୀ ବଣିକ ଏକ ମୁଣିରେ ଚାରିଶହ ସୁନାମୋହର ଆଣି ମନ୍ଦିରର କିଛି କାର୍ଯ୍ୟରେ ଲଗାଇଦେବା ପାଇଁ ସାଧୁବାବାଙ୍କ ହାତରେ ଦେଇ ଗଲେ । ଏବେ ସାଧୁବାବା ତାକୁ ନେଇ ମନ୍ଦିରର ଏକ ଠଣାରେ ରଖିଦେଇ ତାଙ୍କ କାମରେ ଲାଗିଗଲେ । ଏତେଗୁଡିଏ ଟଙ୍କା ଦାନଦେବା ସତ୍ୱେ ବି ସାଧୁ ଦାତାଙ୍କୁ ଧନ୍ୟବାଦଟିଏ ଦେଲେ ନାହିଁ ଯାହା ଧନୀବଣିକ ଆଶା କରୁଥିଲେ । ସାଧୁବାବାଙ୍କ ଏଭଳି ଆଚରଣରେ ଧନୀ ବଣିକ ଅତ୍ୟନ୍ତ କ୍ଷୁବ୍ଧ ହୋଇଗଲେ । ଏହି କଥା ସେହି ମନ୍ଦିରରେ ଆଉ ଜଣେ ଭକ୍ତ ଆଗରେ ଅତି ଦୁଃଖର ସହିତ କହିଲେ । ଫଳରେ କଥାଟି ଆଉ ଲୁଚି ରହିଲା ନାହିଁ । ପରେ ଏହା ସାଧୁବାବାଙ୍କ କାନକୁ ବି ଗଲା । କିଛି ଦିନ ପରେ ସେଇ ଧନୀ ବଣିକଙ୍କ ସହିତ ସାଧୁବାବାଙ୍କର ଭେଟ ହେଲା । ସାଧୁବାବା ତାଙ୍କୁ ପଚାରିଲେ, "ସେଦିନ ଦାନ ଦେଲା ପରେ ମନ ଦୁଃଖ କରୁଥିଲେ କି?" ଏବେ ଧନୀ ବଣିକ କହିଲେ, "ଆଜ୍ଞା, ଚାରିଶହ ସ୍ୱର୍ଣ୍ଣମୁଦ୍ରା କିଛି କମ୍ ନୁହେଁ । ଏତେଗୁଡିଏ ଟଙ୍କା ଦାନଦେଇ ଅନ୍ତତଃ ସାମାନ୍ୟ ଧନ୍ୟବାଦଟିଏ ଆଶା କରୁଥିଲି । ନ ପାଇବାରୁ ମୋର ମନ ଦୁଃଖ ହେଲା ।"
<urn:uuid:7afb1894-651a-4060-9d56-f0631992bdb0>
CC-MAIN-2018-26
http://odiagapa.com/%E0%AC%A6%E0%AC%BE%E0%AC%A8%E0%AC%A6%E0%AD%87%E0%AC%87-%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%E0%AC%A6%E0%AC%BE%E0%AC%A8-%E0%AC%86%E0%AC%B6%E0%AC%BE-%E0%AC%95%E0%AC%B0%E0%AC%BF%E0%AC%AC/
2018-06-18T05:30:51Z
s3://commoncrawl/crawl-data/CC-MAIN-2018-26/segments/1529267860089.11/warc/CC-MAIN-20180618051104-20180618071104-00130.warc.gz
ory
0.999965
Orya
7
{"ory_Orya_score": 0.9999648332595825}
ସବିତା ଦେବୀ ଭାରି ଗୁଣି ମଣିଷ ଟିଏ । ବୟସ ଏଇ ଷାଠିଏ କି ସତୁରି ହେବ । ଏଇ ଦୁଇ ବାଇ ଚାରି ଘର ଟିରେ ଏକା ରୁହନ୍ତି । ଉପର ଘରଟିକୁ ଆମ ଭଳି ପାଠ ପଢୁଆ ଝିଅ କେତେ ଜଣଙ୍କୁ ଭଡାରେ ଦେଇଛନ୍ତି । ପ୍ରାୟ ଦଶ ବର୍ଷ ହେବ ଏମିତି ଏକା ରହି ଆସୁଛନ୍ତି ସେ । ସ୍ୱାମି ଆଉ ନାହନ୍ତି, ପିଲାମାନେ ବାହରେ ରୁହନ୍ତି । ଭାରି ସମୟାନୁବର୍ତିତା ସେ, ଘର ସାରା ଆଲାର୍ମ ଘଣ୍ଟା ଲାଗିଛି । କିନ୍ତୁ କେବେ ବାଜିବା ଆମେ ଶୁଣିନୁ । ସବିତା ଦେବି ତ ଘରର କଲିଙ୍ଗ ବେଲ୍ରେ ବି ଟେପ ଲଗେଇ ରଖିଛନ୍ତି । କିଏ କଲିଙ୍ଗ ବେଲ ମାରିବା ଜାକେ ଜାଏନି କେହିଦୁଆର ମୂହଁ କୁ ଆସିବା ଆଗରୁ ହିଁ ଦୁଆର ଖୋଲି ଦିଅନ୍ତି ସେ, କେଜାଣି କେମିତି ଜାଣନ୍ତି । ସକାଳ ଠିକ୍ ପାଞ୍ଚଟାରେ ଉଠନ୍ତି ନା ଗୋଟେ କଣ୍ଟା ଏପଟ ନା ସେପଟ ଆଲାର୍ମ ବାଜିବା ପୁର୍ବରୁ ହିଁ ତାକୁ ବନ୍ଦ କରିଦିଅନ୍ତି । ସିଧା ଜାଇ ରୋଷେଇରେ ଧିମା ଆଞ୍ଚରେ ଚାହା ଚଢାନ୍ତି ଆଉ ସିଧା ଗାଧୁଆ ଘରେ ପସନ୍ତି ଠିକ ଦଶ ମିନଟରେ ବାହରି ଆସନ୍ତି । ରନ୍ଧାଘରର ଆଲାର୍ମ ବନ୍ଦ କରି ସେଠୁ ଚା କୁ କପ୍ ରେ ଧରି ବାରଣ୍ଡାରେ ଦୁର ଦିବାକର କୁ ଚାହିଁ ବସନ୍ତି କିଛି ସମୟ । କ୍ଷୀର ବାଲା ବେଲ ମାରିବ ପୁର୍ବରୁ ସେଠି ବାସନ ଧରି ଠିଆ ହୋଇଜାଆନ୍ତି ସେ । କବାଟ କଣରୁ ଖବର କାଗଜଟି ବାହାର କରି ଠିକ ଟେବୁଲର ମଝିରେ ରଖନ୍ତି । ଘଡି କଣ୍ଟାରେ ଦଶ ବାଜିବା ଆଗରୁ ଡ଼ାଇନିଙ୍ଗର ଆଲାର୍ମକୁ ବନ୍ଦ କରି ଜଳଖିଆ ଧରି ବସି ଜାଆନ୍ତି । ଏଇମିତି ସବୁ ଜାଗାରେ ଗୋଟିଏ ଗୋଟିଏ ଆଲାର୍ମ ଘଡି ସବୁ କାମ ପାଇଁ । ପ୍ରତିଦିନ ଏଇ କାର୍ଯ୍ୟକ୍ରମ ତାଙ୍କର ସ୍ଥିର ଥାଏ । ଦିନର ସମସ୍ତ କାମ ସରିଲା ପରେ ସୋଇବା ପୁର୍ବରୁ ପୁଣି ଦ୍ୱିତୀୟ ଦିନ ସମାନ ଆଲାର୍ମ ଲଗେଇ ଦେଇ ସୁଅନ୍ତି ସେ । ମୁଁ ଏଠିକି ଆସିବା ବାସ କିଛି ଦିନ ହିଁ ହୋଇଥିଲା ମୋ ସହପାଠି ମାନଙ୍କଠୁ ବାସ ଏସବୁ କଥା ସୁଣିଥିଲି ମତେ ବହୁତ କୌତୁହଳ ଲାଗୁଥିଲା ଜାଣିବା ପାଇଁ, କାହିକି ଜଣେ ମଣିଷ ଏମିତି ବାନ୍ଧି ରଖିଛି ନିଜକୁ ଘଡି ଭିତରେ । ଅନୁଶାସନ ମନୁଷ୍ୟ ପାଇଁ ଆବଶ୍ୟକ କିନ୍ତୁ ଏମିତି ଲାଗୁଥିଲା ଯେମିତି ସେ ଘର ଭିତରେ କେହି ଜଣେ ସବିତା ଦେବିଙ୍କୁ ବନ୍ଦି କରି ରଖିଛି ଆଉ ଏଇ ଘଡି ମାନେ ତାକୁ ଅନବରତ ଚାହିଁ ରହିଛନ୍ତି କିନ୍ତୁ କିଏ ? ବହୁତଥର ଚେଷ୍ଟା କରିଛି ପଚରିବା ପାଇଁ କିନ୍ତୁ ସାହାସ ହୋଇନି । ଦିନେ ସଞ ବେଳେ ସବିତାଦେବି ଛାତକୁ ଜାଉଥିଲେ ଗଛରେ ପାଣି ଦେବା ପାଇଁ, ମୁ ବି ତାଙ୍କ ପଛରେ ସେଠିକି ଆସିଲି ଏଇମିତି ଧିରେ ଧିରେ ଆମ ଦୁହିଁଙ୍କର ବନ୍ଧୁତା ହୋଇଗଲା । ସବିତା ଦେବୀ ନିଜେ କୁହନ୍ତି ମୁ ତାଙ୍କର ପ୍ରଥମ ଆଉ ବୋଧ ହୁଏ ଶେଷ ବନ୍ଧୁ । ଏଇମିତି କିଛିଦିନ ବିତିଗଲା ପରେ ଦିନେ ମୁଁ ସାହସ କରି ପଚାରିଲି ଭାବିଥିଲି କାଳେ ବିରକ୍ତ ହେବେ କିନ୍ତୁ ସେମିତି କିଛି ହେଲାନି, ପ୍ରଥମ ଥର ତାଙ୍କ ଆଖିରେ ଭୟ ଦେଖିଲି, କିଛି କହିବା ପୁର୍ବରୁ ପାଖରେ ଥିବା ପାଣୀ ଗିଲାସଟିକୁ ପିଇଗଲେ ଆଉ କିଛି ସମୟ ପରେ କହିଲେ କିଛି ନାହିଁ ବାସ ଅଭ୍ୟାସ ରେ ପଡିଗଲାଣି ଯେ ଆଉ ଜାଉନି । ମୁ ଉଣେଇଶ ବର୍ଷର ଥିଲି ବାହା ହୋଇ ଆସିଥିଲି, ମାଁ କାନେକାନେ କହିଥିଲା ସ୍ୱାମି ହେଲେ ତୋର ଦେବତା ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳିବୁ । ଅବାଧ୍ୟ ହେଲେ ବାପା ମାଁ ର ନାଁ ପଡିଯିବ । ବଧୁ ବେଶରେ ଆସିଛୁ ପୁଣି ଅସ୍ଥି ରେ ବାହରିବୁ । ମୁ ଠିକ ସେୟା ହି କରି ଚାଲିଲି । ସ୍ୱାମିଙ୍କୁ ସବୁ କାମ ଏକଦମ ସମୟରେ ଦରକାର୍, ନା ଟିକେ ଏପଟ ନା ସେପଟ, ଶବ୍ଦ୍ ବିଲକୁଲ ପସନ୍ଦନଥିଲା ଆଲାର୍ମ ଘଡି ଗୁଡିକ ଲାଗିଛି ତ କିନ୍ତୁ ଆବାଜ କଲା ମାତ୍ରେ ଜୋର ଜୋର କାନ୍ଥରେ ପିଟନ୍ତି, ମୁ ପଚାରିଲି କଣ ଘଡି ଗୁଡିକୁ? ମୋ ଆଡେ ଚାହିଁ ସବିତା ଦେବି କହିଲେ" ନା ମତେ" ମୁ ଅବାକ ହୋଇ ଚାହିଁ ରହିଲି କେବଳ। ଘଡିର କଣ୍ଟା ସହ ମତେ ବୁଲେଇବା ସେ ସିଖେଇଦେଇ ଜାଇଛନ୍ତି । ମୋର ଚାରୋଟି ଛୁଆ ହେଲେ ମୋ ସ୍ୱାମି କୋଳାହଳ ଜମା ସହିପାରନ୍ତିନି ତେଣୁ ସବୁ ଛୁଆ ମୋର ବୋର୍ଡିଙ୍ଗରେ ପାଠ ପଢିଲେ ଆଉ ବାପାଙ୍କ ଏତାଦୃଶ ପ୍ରକୃତି ଦେଖି ଆଉ ଘରକୁ ଆସିଲେନି । ମୁ କିଛି ପଚାରିବା ପୁର୍ବରୁ ହିଁ ସେ କହିଲେ ହଁ ମୁ ଜାଣିଛି କଣ ପଚାରିବ ମୁ କାହିକି ଏଇଠି ରହୁଛି ଏୟା ତ ! ମୁ ତାଙ୍କୁ ବହୁତ ଭଲପାଏ, ମତେ ଲାଗେ ସେ ବି ମତେ ଭଲ ପାଉଥିଲେ କାରଣ ଦିନ ସାରା କୌଣସି ନା କୌଣସି କାରଣରୁ ସେ ମତେ ମାରିଥାନ୍ତି କିନ୍ତୁ ସେ ହିଁ ସେ ଜଖମରେ ମଲମ ବି ଲଗାନ୍ତି ସେ ମାନୁଥିଲେ ଜେ କାଳେ ସ୍ତ୍ରୀ ସ୍ୱାମିଠୁ ଆଗୁଆ ମରିବା କଥା ତାହା ହେଲେ ଜାଇଁ ତାଙ୍କୁ ସ୍ୱର୍ଗ ସୁଖ ମିଳିବ । ସେଷ ଶଯ୍ୟାରେ ପଡିଥିବା ସମୟରେ ସେ ମତେ କାନେ କାନେ କହିଥିଲେ ସାବି ତୁ ଭାବୁଚୁ ମୋ ପରେ ତୁ ଆଜାଦ ହୋଇଜିବୁ ଏ ଘର ଛାଡି କୁଆଡେ ବି ଜିବୁନି ସାବି, ମୁ ଏଇ ଆଲାର୍ମ ଘଡି ଭିତରେ ରହି ତତେ ଚାହିଁ ରହିଚି ଆଉ ଏପାରିରେ ତତେ ଅପେକ୍ଷା କରିଚି । ମୁ ସିନା ସେଠିକୁ ଆସିପାରିବିନି କିନ୍ତୁ ଦିନେ ନା ଦିନେ ତୁ ତ ଏଠିକି ଆସିବୁ ଆଉ ସେତେବେଳେ ……..। ତମେ କଣ ଭାବୁଚ ମୁ ନିଜେ ଉଠୁଚି ଘଡି ବନ୍ଦ କରିବା ପାଇ ସେ ମତେ ଉଠେଇ ଦିଅନ୍ତି, ଜୋରକରି । ଏମିତି ଏକ ତର୍କର ମୁ କଣ ବା ଜବାବ ଦେବି ଆଉ କଣ କହି ତାଙ୍କୁ ସେ ଭ୍ରମର ଦୁନିଆରୁ ବାହାରକୁ ଆଣିବି ମୁ ବୁଝିପାରୁନଥିଲି । କିଛି ପଚାରିବାକୁ ଉଦିଷ୍ଟହେଲା ବେଳେ ହି ସେ କହିଲେ, ମୁ ଜାଣିଚି ଏସବୁ ଗୋଟେ ଭ୍ରମ, ମୋ ପିଲା ମାନେ ଏ ଘରକୁ ଆସିବାକୁ ଜମା ଚାହୁଁ ନାହାନ୍ତି, ମତେ ବହୁତ ଥର ଡାକୁଛନ୍ତି ଏଠୁ ଚାଲିଯିବାକୁ କିନ୍ତୁ ମୁଁ ବି ସ୍ଥିର କରିସାରିଛି ବାହା ହୋଇ ସ୍ୱାମି ହାତ ଧରି ଏଇ ଘରକୁ ଆସିଥିଲି, ଆଉ ଏଇଠୁ କେବଳ ମୋ ଅସ୍ଥି ହିଁ ବାହାରକୁ ଜିବ। ହସି କି କହିଲେ ମୋର ଅଭ୍ୟାଶ ହୋଇଗଲାଣି ଏବେ, ବର୍ତ୍ତମାନ ପୁଜା ସମୟ ହୋଇଗଲାଣି ଘଡି ବନ୍ଦ କରିବାର ଅଛି ଜାଉଛି, କାଲି ଆସିବୁ ଘରକୁ ,ନାତିର ଜନ୍ମଦିନ ତ ପିଠା କରିବି। ମୁଁ ଆଉ କିଛି କହିଲିନି, ହସି କି ହଁ ଭରିଲି । ଏଇଥିରେ ତାଙ୍କର ଖୁସି ଜଦି ସେଥିରେ ବାଧା ଦେବା ଠିକ ହେବନି। ଏମିତି ବହୁତ ଦିନ ଚାଲିଗଲା ମୋର ପରିକ୍ଷା ଆଗକୁ ଥିଲା । ମୁ ପଢାପଢିରେ ଟିକେ ବ୍ୟସ୍ତ ଥିଲି ତେଣୁ ସବିତା ମାଉସି ଘର ଆଡେ ଆଉ ଧ୍ୟାନ ଦେଇନଥିଲି, ସେଦିନ ଡେରି ଯାଏଁ ପଢି ପାହନ୍ତରୁ ଟିକେ ଆଖି ଲାଗିଥିଲା ହଠାତ ତଳ ଘରୁ ଆଲାର୍ମ ଘଡିଟି ଜୋରରେ ବାଜି ଉଠିଲା । ମୋର ନିଦ ଭାଙ୍ଗିଗଲା ସହପାଠି ମାନେ ତଳକୁ ଧାଇଁଗଲେ ଆଉ ମୁଁ ? ମୁଁ ଘଟଣାଟିର ମର୍ମ ଅନୁମାନ କରି ସାରିଥିଲି……………………….
<urn:uuid:35603de6-8f0a-4641-9ef8-968625c7a7cd>
CC-MAIN-2018-26
http://www.ameodia.com/odia-kathaa/odia-short-story/odia-short-story-aalaarm-paramita-mishra/
2018-06-18T09:41:04Z
s3://commoncrawl/crawl-data/CC-MAIN-2018-26/segments/1529267860168.62/warc/CC-MAIN-20180618090026-20180618110026-00146.warc.gz
ory
0.99993
Orya
15
{"ory_Orya_score": 0.9999303817749023}
କନକ ବ୍ୟୁରୋ : ବିଜେପୁରରେ ପ୍ରଚାର ସରଗରମ । ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ପ୍ରଚାରବେଳେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ସାଧାରଣ ଲୋକଙ୍କ ସହ ମାଗିଛନ୍ତି ଭୋଟ । ସାଧାରଣ ନିର୍ବାଚନର ଫାଇନାଲ ପୂର୍ବରୁ ବିଜେପୁର ଉପନିର୍ବାଚନର ସେମିଫାଇନାଲ ଲଢେଇ । ଆଉ ଏହି ଉପନିର୍ବାଚନ ଲଢେଇରେ ବାଜି ଲାଗିଛି ରାଜେନେତାଙ୍କ ଅସ୍ମିତା ଓ ରାଜନୈତିକ ଦଳଙ୍କ ସମ୍ମାନ । ତେବେ ଏହି ଲଢେଇରେ ବାଜି ମାରିବା ପାଇଁ ବିଜେପୁର ପ୍ରଚାର ମୈଦାନରେ ସେନାପତି ଭାବେ ଓହ୍ଲାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଶୋକଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଦୀର୍ଘ ୧୮ ବର୍ଷ ଧରି ବିଜେପୁରବାସୀଙ୍କୁ ଠକିଛନ୍ତି ରାଜ୍ୟ ସରକାର । ଏପରିକି ମୌଳିକ ସୁବଧାରୁ ବଞ୍ଚିତ ହୋଇଛନ୍ତି ବିଜେପୁର ବାସୀ । କିନ୍ତୁ ଏବେ ଭୋଟର ପରିବର୍ତ୍ତନ ପାଇଁ ମନ ବଳାଇ ସାରିଲେଣି । ତେଣୁ ବିଜେପି ବିଜେପୁରରେ ଜିତିବା ସୁନିଶ୍ଚିତ । ଏଭଳି କହି ଧର୍ମେନ୍ଦ୍ର ମାଇଣ୍ଡଗେମ ଖେଳିଛନ୍ତି । ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିବାକୁ ବିଜେଡି ପକ୍ଷରୁ ପ୍ରଚାର ଲଢେଇକୁ ଫୁଲ ଦମରେ ଆରମ୍ଭ କରିଛି । ମୈଦାନକୁ ଓହ୍ଲାଇଛନ୍ତି ଓଲିଉଡର ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି । ଏକ ବିଶାଳ ରୋଡ ସୋ କରି ଲୋକଙ୍କୁ ରୀତା ସାହୁଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି । ଅନୁଭବଙ୍କ ପ୍ରଚାର ବିଜେଡି କର୍ମୀଙ୍କ ମନରେ ଜୋଶ ଭରି ଦେଇଛି । ହାଇଭୋଲଟେଜ ପ୍ରଚାରରେ ପଛୁଆ ଥିବା କଂଗ୍ରେସ କିନ୍ତୁ ଆଜି ଫୁଲ ଦମରେ ପ୍ରଚାର କରିଛି । ପ୍ରଣୟ ନିଜେ ପ୍ରଚାରର ମଙ୍ଗ ଧରି ଘରକୁ ଘର ବୁଲି ନିଜ ପାଇଁ ଭୋଟ ମାଗୁଛନ୍ତି । କୁଲତା ସଂପ୍ରଦାୟର ଏହି ନେତା ଏକ ବଡ ଜନସମର୍ଥନ ପାଇବେ ବୋଲି ଆଶା ରଖିଛନ୍ତି । ପ୍ରଚାର ସମୟରେ ବିଜେଡି-ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରଣୟ । ଦୀର୍ଘ ୧୮ ବର୍ଷ ଧରି ବିଜେପୁର ପାଇଁ ଉଭୟ ଦଳ କଣ କରିଛନ୍ତି ତାହାର ହିସାବ ଦିଅନ୍ତୁ ତା ପରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ପ୍ରଣୟ କହିଛନ୍ତି । ଏସବୁ ଭିତରେ ଆଜି ପ୍ରଚାର ପାଇଁ ଯାଇଥିବା ବିଜେପି ଗାଡିକୁ ଅଟକାଇ ଦେଇଥିଲେ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକ । ଆବଶ୍ୟକୀୟ ଅନୁମତି ନଥିବାରୁ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରଚାରଗାଡି ମଧ୍ୟ ଅଟକି ରହିଥିଲା ।
<urn:uuid:a078495d-70d1-40fc-915b-f8752de7728c>
CC-MAIN-2018-26
http://kanaknews.com/dharmendra-and-anubhav-campaign-in-bijepur/
2018-06-19T10:39:13Z
s3://commoncrawl/crawl-data/CC-MAIN-2018-26/segments/1529267862248.4/warc/CC-MAIN-20180619095641-20180619115641-00466.warc.gz
ory
1.000004
Orya
8
{"ory_Orya_score": 1.000003695487976}
ଉତ୍ତରକୋରିଆ ଶାସକ ନାନାଶାହ କିମ୍ ଜୋଙ୍ଗ ସର୍ବଦା ଆମେରିକା ପ୍ରତି ନିଜର ଆଭିମୁଖ୍ୟକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଅନେକ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ସହ ପରମାଣୁ ବୋମାର ଧମକ ମଧ୍ୟ ଦେଇଥିବା ଚର୍ଚ୍ଚାର ଶିରୋନାମା ପାଲଟିଛି। ଏସବୁ ମଧ୍ୟରେ ସିଙ୍ଗାପୁରଠାରେ ମଙ୍ଗଳବାର ଟ୍ରମ୍ପ-ଉନ୍ଙ୍କ ମଧ୍ୟରେ ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ତେବେ ନିଜର ସୁରକ୍ଷାକୁ ନେଇ ବେଶ ସଚେତନ ରହୁଥିବା ଉନ୍ଙ୍କ ଏକ ଜୀବନ ଶୈଳୀକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ଦେଖାଯାଇଛି। ତାହା ହେଲା ଶୌଚାଳୟ। କିମ୍ ଯେଉଁଠିକୁ ବି ଯାଆନ୍ତି ସାଙ୍ଗରେ ନିଜର ଶୌଚାଳୟକୁ ନେଇ ଯିବାକୁ ପସନ୍ଦ କରନ୍ତି। ଏହି ଭେଟ ନିମନ୍ତେ ସେ ରବିବାର ସିଙ୍ଗାପୁରରେ ପହଞ୍ଚିଥିବା ବେଳେ ସେ ସାଙ୍ଗରେ ଶୌଚାଳୟ(ଟୟଲେଟ୍) ନେଇ ଆସିବାକୁ ଅନେକ କୌତୂହଳ ଦୃଷ୍ଟିରେ ଦେଖୁଛନ୍ତି। ଦକ୍ଷିଣ କୋରିଆର ଏକ ଖବର ସଂସ୍ଥା ଏହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେଥିରେ ଲେଖାଯାଇଛି ଯେ, କିମ୍ ବୁଲେଟ୍ ପ୍ରୁଫ୍ କାର ସହ ନିଜସ୍ବ ଶୌଚାଳୟ ନେଇ ହୋଟେଲରେ ପହଞ୍ଚିଛନ୍ତି। ଉତ୍ତରକୋରିଆ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ଏହାକୁ ନିର୍ମାଣ କରାଯାଇଛି। ଏହାକୁ ଗୋଟିଏ ଜାଗାରୁ ଅନ୍ୟସ୍ଥାନକୁ ନେବା ସହଜ। କିମ୍ଙ୍କୁ ଅନ୍ୟମାନଙ୍କ ଶୌଚାଳୟ ବ୍ୟବହାର କରିବାରେ ଅମଙ୍ଗ ହୋଇଥାନ୍ତି। ଏପରିକି କେହି ତାଙ୍କର ମଳମୂତ୍ର ପରୀକ୍ଷା କରି ତଥ୍ୟ ହାସଲ କରିପାରନ୍ତି ଭାବି ସେ ଏପରି କରିଥାନ୍ତି ବୋଲି କୁହାଯାଏ।
<urn:uuid:b4ce09f4-a0c9-4fe7-92e1-60c38fb6cfcb>
CC-MAIN-2018-26
http://www.dharitri.com/main/news/45831
2018-06-20T11:23:22Z
s3://commoncrawl/crawl-data/CC-MAIN-2018-26/segments/1529267863518.39/warc/CC-MAIN-20180620104904-20180620124904-00146.warc.gz
ory
0.999966
Orya
4
{"ory_Orya_score": 0.9999662637710571}
ବାଲିଆପାଳ, ୮।୩(ଡି.ଏନ.ଏ.)-ବାଲିଆପାଳ ବ୍ଲକ କୁଣ୍ଡୁଳି ପଞ୍ଚାୟତର କୁଣ୍ଡୁଳି ଗ୍ରାମର ୩ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ର ଲାଗି ଗୃହ ନିର୍ମାଣ ହୋଇଥିବା ସତ୍ତ୍ୱେ ପିଲାମାନେ ଭଙ୍ଗା ଚାଳିଆରେ ବସି ପାଠ ପଢୁଛନ୍ତି। ପିଲାମାନେ ଖରା ଏବଂ ବର୍ଷାରେ ସେହି ଭଙ୍ଗା ଘରେ ପଢୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଏହି କେନ୍ଦ୍ର ଲାଗି ଗୃହ ନିର୍ମାଣ ହୋଇଥିଲା। ଉକ୍ତ ଘରେ କିଛି ସିମେଣ୍ଟ ବସ୍ତା ରହିଛି। ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମର ୱାର୍ଡମେମ୍ବର ଅମରେନ୍ଦ୍ର ପଟ୍ଟାୟତ, ନରେଶ ମଲ୍ଲିକ, ସୁରେଶ ମଲ୍ଲିକ, ଟୁନା ମଲ୍ଲିକ ପ୍ରମୁଖ ଅଭିଯୋଗ କରିଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ବହୁ ଦାବି ପରେ ଗୃହ ତିଆରି ହେଲା। ଦୀର୍ଘ ୩ ବର୍ଷହେଲା ଏହି ଗୃହରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିବା ପାଇଁ ଗ୍ରାମବାସୀ ଦାବି କରିଆସୁଛନ୍ତି। ମାତ୍ର ତାହା ନ ହୋଇ କେତେକ ବ୍ୟକ୍ତି ନିଜ କାର୍ଯ୍ୟରେ ନିୟୋଜିତ କରି ସମୟ ସମୟରେ ସିମେଣ୍ଟ ଗୋଦାମ କରୁଛନ୍ତି। ଆଜି ପର୍ଯ୍ୟନ୍ତ ପିଲାମାନଙ୍କୁ କେନ୍ଦ୍ରରୁ ପୋଷାକ ମିଳିନାହିଁ। ଏ ବିଷୟରେ ବାଲିଆପାଳ ସିଡିପିଓ ଶାକରାମଣି ଟୁଡୁ କହିଛନ୍ତି ଯେ, ଅଙ୍ଗନୱାଡ଼ି ପାଇଁ ତିଆରି କରାଯାଇଥିବା ଗୃହ ହସ୍ତାନ୍ତର କରାଯାଇ ନ ଥିବାରୁ ଉକ୍ତ ଗୃହରେ ଅଙ୍ଗନୱାଡ଼ି କେନ୍ଦ୍ର ଚଳାଇବା ସମ୍ଭବ ହେଉନାହିଁ । ଅନ୍ୟ ଅଭିଯୋଗଗୁଡିକ ବିଷୟରେ ସିଡିପିଓ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।
<urn:uuid:8b1eb24b-ee21-4d9d-9eca-32fbf90ae97d>
CC-MAIN-2018-26
http://www.dharitri.com/main/news/24546
2018-06-24T11:05:55Z
s3://commoncrawl/crawl-data/CC-MAIN-2018-26/segments/1529267866932.69/warc/CC-MAIN-20180624102433-20180624122433-00146.warc.gz
ory
0.999893
Orya
4
{"ory_Orya_score": 0.9998934268951416}
ଆମର ଏହି ଶ୍ରୁଙ୍ଖଳାର ପ୍ରଥମ କାହାଣୀ ଲୋକଙ୍କୁ ଖୁବ ଭଲ ଲାଗିଥିବାରୁ ମୁ ତାଙ୍କୁ ଅନେକ ଧନ୍ୟବାଦ ଦେବାକୁ ଚାହୁଁଛି। ଯଦି ଆପଣ ଏହାକୁ ପଢିନାହାନ୍ତି ତେବେ ଏଠାରେ ପଢିବାର ସୁଯୋଗ ପାଇପାରିବେ। ଆଜି ମୁଁ ଜଣେ ଉଦ୍ୟୋଗୀଙ୍କ କାହାଣୀ ଏଠାରେ କହିବି। ଆମେ ସେହି ଅନୁସନ୍ଧାନ ଜାରି ରଖିଛୁ, ଜଣେ ଶିଳ୍ପଦ୍ୟୋଗୀ କିପରି ହୋଇଥାନ୍ତି? ପ୍ରତିଦିନ ତାଙ୍କୁ କିଭଳି ପ୍ରେରଣା ମିଳିଥାଏ। ପାଣ୍ଠି ସଂଗ୍ରହ, ବିକାଶ, ସଂଖ୍ୟା ଓ ସଫଳତାର ଚିକ୍କଣ ଚଟାଣ ପଛରେ ଜଣେ ଶିଳ୍ପ ଉଦ୍ୟୋଗୀଙ୍କ କିଭଳି ମନୋବୃତ୍ତି ତାଙ୍କୁ ଆଗେଇ ନେଇଥାଏ। ମୁଁ ବର୍ତ୍ତମାନ ଶିଳ୍ପଦ୍ୟୋଗୀ, Knowlarityର ପ୍ରତିଷ୍ଠାତା ଅମ୍ବରିଶ ଗୁପ୍ତାଙ୍କ ସମ୍ପର୍କରେ କହିବି। ତାଙ୍କ ସହ ମୋର ଏକ ଅନ୍ତରଙ୍ଗ ଆଳାପ ହେଇଥିଲା। କଥାବାର୍ତ୍ତା ଭିତରେ ସେ କେତେବେଳେ ହସୁଥାନ୍ତି, କେତେବେଳେ ଅନ୍ୟକୁ ହସାଉଥାନ୍ତି ତ କେତେବେଳେ କଥା କହୁ କହୁ ଭାବବିହ୍ଵଳ ହେଇ ପଡୁଥାନ୍ତି। ତାଙ୍କ କହିବା ଅନୁସାରେ ଅମ୍ବରିଶଙ୍କ କାହାଣୀ ମୁ ଏଇଠି ଉତଥାପନ କରୁଛି। ମୋର ଆଶା ଏହା ଆପଣଙ୍କୁ ପ୍ରେରଣା ଯୋଗାଇବା ଯେମିତି ଏହା ମୋତେ ପ୍ରେରିତ କରିଛି। ତାଙ୍କର ସରଳତା, ଜୀବନର ଅର୍ଥ ଖୋଜିବାର ନିଛକ ପ୍ରୟାସ ଏବଂ ଅନୁସନ୍ଧାନର ଫଳସ୍ଵରୂପ ଉଦ୍ୟୋଗ ସୃଷ୍ଟି ହେଉଥିବା କଥାକୁ ମୁଁ ସବୁଦିନ ମନେ ରଖିବି। "ମୁଁ ଆଜି ଯାହା ବି ହେଇପାରିଛି ସବୁ ମୋ ବାପା ମାନକ ଯୋଗୁ। ମୁ କାନପୁରରୁ ଆସିଛି।ମୋ ଜୀବନର ସର୍ବପ୍ରଥମ ପ୍ରେରଣା ହେଉଛନ୍ତି ମୋ ମାଁ।ସେ ଖୁବ ସଚୋଟ ଓ ସରଳ ମୋ ବାପା ବ୍ୟବସାୟୀ କିନ୍ତୁ ତ ପୂର୍ବରୁ ଏକ କବି। କବିତା ଓ ଦର୍ଶନ ମୋ ଜୀବନର ଏକ ଅଂଶ ଥିଲା। ଆମେ ଧନୀ ନ ହେଲେ ମଧ୍ୟ ଆମର କିଛି ଆର୍ଥିକ ଅସୁବିଧା ନଥିଲା। ଜୀବନରେ ସ୍ନେହ ଓ ଭଲପାଇବା ଭରପୁର ଥିଲା। ପରିବାର ଭିତରେ ପରସ୍ପର ସ୍ନେହରୁ ସ୍ଥିରତା ଓ ଦର୍ଶନରୁ ମୁ ଅଭିଜ୍ଞତା ହାସଲ କରିଛି।" ମୋର ପିଲା ଦିନର ଏକ ଘଟଣା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା। ତାହା ହେଲା କାନପୁର ସହରରେ ଶିଳ୍ପ କାରଖାନାର ପତନ। କାନପୁରରେ ଶିଳ୍ପ କାରଖାନା ଧ୍ଵଂସ ପାଇବା ବାସ୍ତବରେ ଏକ ଦୁଖଦ ଘଟଣା। ଏହି କାରଖାନା ଗୁଡିକର ବଡବଡ ଧ୍ଵଂସମୁଖୀ ପାଚେରୀ ଦେଖିଲେ ମନରେ ଖୁବ କଷ୍ଟ ହୁଏ। ଲୋକମାନେ କମ କରିବା ବନ୍ଦ କରିଦେଲେ। ଆମ ଘର ପାଖରେ ଗୋଟିଏ ମିଲ ଥିଲା – ଲାଲ ଈମ୍ଳୀ, ଯେଉଁଥିରୁ କି ଲୁଗା ତିଆରି କରାଯାଉଥିଲା। ଏହାର ଖରାପ ପରିଚାଳନା ଯୋଗୁଁ ସରକାର ତା' ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ହଠାତ ମିଲ ମାଲିକ ଜାଣିଗଲେ ଯେ ନିଜକୁ ଚଲାଇବାକୁ ହେଲେ ତାଙ୍କୁ ଅନେକ ଟଙ୍କା ଖରଚ କରିବାକୁ ହେବ ଏବଂ କାମ କରିନଥିବା କର୍ମଚାରୀ ମାନଙ୍କୁ ମଧ୍ୟ ଦରମା ଦେବାକୁ ପଡିବ। ତେଣୁ ସେ ନୀରବରେ କିଛି ନକରି ବସିଗଲେ। ଲୋକେ କାମ ବଡ କରିଦେଲେ ଓ ମାସ ଶେଷରେ ସେମାନଙ୍କ ଦରମା ଦାବି କଲେ। ହଠାତ କାରଖାନା ଭିତରେ କାର୍ଯ୍ୟକଳାପ ଧିମେଇ ଗଲା। ପରିବେଶରେ ଅଳସୁଆପଣ, କର୍ମହୀନତା ଓ ନିରାଶାର ଭାବ ଦେଖାଗଲା। ମୋତେ ଏସବୁ କିଛି ଠିକ ଲାଗୁ ନଥାଏ। ଏହା ଉଚିତ ନଥିଲା। କଣ ସବୁ ଘଟୁଛି ତାକୁ ବୁଝିବା ପାଇଁ ମୁଁ ବଡଧରଣର ଅର୍ଥନୀତି ସଂକ୍ରାନ୍ତ ପୁସ୍ତକଗୁଡିକ ପଢିବା ଆରମ୍ଭ କଲି। ଏହି ବହିଗୁଡିକ ହେଇଗଲେ ମୋର ସବୁଠୁ ଭଲ ସାଙ୍ଗ। ପ୍ରତି କଥାରେ ମୁ ପ୍ରଶ୍ନ କରିବା ଆରମ୍ଭ କରିଦେଲି। ମୋର ବନ୍ଧୁ କୁଟୁମ୍ବଙ୍କ ଭଳି ଝୋଟଅଖା ମୁ ବିକିବାକୁ ଚାହୁଁନଥିଲି(ହସ)। ତେଣୁ କମ୍ପ୍ୟୁଟର ବିଜ୍ଞାନ ପଢିବା ପାଇଁ ମୁଁ ଆଇଆଇଟି, କାନପୁରରେ ନାମ ଲେଖାଇଲି। ପାଠପଢା ମୋତେ ଖୁବ ଭଲ ଲାଗୁଥିଲା। ଦେଖିବାକୁ ଗଲେ ମୁ ଏକ ମେଧାବୀ ଛାତ୍ର ଥିଲି(ହସି)। ମୁଁ ଯେତେବେଳେ ହୋମି ଯେ ଭାବା ପୁରସ୍କାର ପାଇଲି, ତାହା ମୋତେ ଖୁବ ଉତ୍ସାହିତ କଲା। ଆଇଆଇଟିରୁ ଅନେକ କିଛି ଶିଖିବାର ସୁଯୋଗ ମିଳିଲା। ସେଥିରୁ ହିଁ ମୁଁ ଜୀବନର ପ୍ରକୃତ ପନ୍ଥା ବାଛି ନେଇଥିଲି। ତାପରେ ମୁଁ ଜାଣିସାରିଥିଲି ଯେ ଏବେ ମୁଁ ଯେଉଁ ପାଠ ପଢୁଛି ତାକୁ ତୁରନ୍ତ କାମରେ ଲଗାଇ ହେବନି। ଆଇଆଇଟିରୁ ବାହାରିଲା ପରେ ମୁଁ ବିଭିନ୍ନ ଦେଶରେ କାମ କରିଛି। ୨୦୦୩ରେ ମୋର ବିବାହ ହେଲା। ମୋ ସ୍ତ୍ରୀ ହେଲେ ଚୀନର ବାସିନ୍ଦା।ମୋ ମାଁଙ୍କ ସହ ମୁଁ ତାଙ୍କଠାରୁ ମଧ୍ୟ ଅନେକ ପ୍ରେରଣା ପାଇଛି। ବେଜିଂ ଇଉନିଭର୍ସିଟିରୁ ପାଠ ପଢିସାରିବା ପରେ ସେ ଚୀନ୍ର ସେନାବାହିନୀରେ ବର୍ଷେ କାଳ କାମ କରିଥିଲେ। ସେ ଜଣେ ଅତ୍ୟଧିକ ଶ୍ରୁଙ୍ଖଳିତ ଓ ବିଜ୍ଞ ନାରୀ ଅଟନ୍ତି। ସେ ସବୁବେଳେ ମୋତେ ଚେସରେ ହରେଈ ଦେଉଥିଲେ। ଆମ ଭିତରେ ଦର୍ଶନ ଶାସ୍ତ୍ର ଏବଂ ଭାରତ ଚୀନ ଯୁଧ୍ୟରୁ ନେଇ ସବୁବେଳେ କଥା କଟାକଟି ହେଉଥିଲା (ହସ)। ଆମେ ସବୁବେଳେ ଇତିହାସ, ରାଜନୀତି ଓ ସାହିତ୍ୟକୁ ନେଇ ଯୁକ୍ତିତର୍କ ହେଉଥିଲା। ମୋର ମନେ ଅଛି, ଯେତେବେଳେ ନିଜ ଦେଶରେ ଏକ ବ୍ୟବସାୟ ଆରମ୍ଭ କରିବାର ବଡ ସ୍ଵପ୍ନ ନେଇ ମୁଁ ବାଙ୍ଗାଲୋରକୁ ଆସିଲି। ସେତେବେଳେ ମନରେ ଅନେକ ବିଚାର ଥାଏ ହେଲେ ବ୍ୟବସାୟ କରିବାର ବାସ୍ତବ ଅଭିଜ୍ଞତା ଖୁବ କମ ଥାଏ। ମୋର ମାନେ ହେଲା ବ୍ୟବସାୟ ଆରମ୍ଭ କରିବା, କଲେଜରେ ପ୍ରଥମ ପାଦ ଦେବା ସହ ସମାନ। ସମସ୍ତେ ଆପଣଙ୍କୁ ଜାଣିଥିବେ, ପରସ୍ପରକୁ ସାହାଯ୍ୟ କରୁଥିବେ ଏବଂ ବିଶ୍ଵାସ ମଧ୍ୟ କରୁଥିବେ; ଯଦି ଆପଣ କୌଣସି ଭଲ ଉତ୍ପାଦନ ବାହାର କରିପାରିଲେ, ଆପଣଙ୍କ ବ୍ୟବସାୟ ସ୍ଥାପିତ ହେଇଯିବ। ମୋର ପ୍ରଥମ ପ୍ରୟାସରେ ହିଁ ମୁ ଏହା ଜାଣିପାରିଲି। ଅସଲରେ କେହି କିଛି ଖିଆଲ କରନ୍ତି ନାହି। ମୁଁ ଧୀରେ ଧୀରେ ଧୈର୍ଯ୍ୟହରା ହେବାକୁ ଲାଗିଲି ଏବଂ ଆମେରିକା ଫେରିଯିବାକୁ ମନସ୍ଥ କଲି। ମୋର ମନେ ଅଛି ମୁଁ ଆମେରିକା ଫେରିଯିବା କଥା ମୋ ସ୍ତ୍ରୀଙ୍କୁ ବାରମ୍ବାର କହୁଥିଲି(ସେ ସମୟରେ ମୋ ସ୍ତ୍ରୀ ଆମେରିକାରେ ଥିଲେ)। ତାଙ୍କର ମତ ଥିଲା ' ପ୍ରଥମେ ଆରମ୍ଭ କରିଥିବା କାମ ଶେଷ କର, ପଛକୁ ଫେର ନାହିଁ। ଖୁବ କମ ସମୟ ଭିତରେ ମୋର ସଞ୍ଚୟ ପଇସା ସରିଯିବାକୁ ଲାଗିଲା। ମୋତେ ଅଣନିଶ୍ଵାସୀ ଲାଗୁଥାଏ। ମୋତେ କେହି ପଇସା ଦେବାକୁ ରାଜି ନଥାନ୍ତି ଏବଂ କୌଣସି କାମ ଠିକ ଭାବରେ ହେଉ ନଥାଏ। ଶେଷରେ କାର୍ନେଜି ମେଲନରେ ଏମବିଏ କରିବାକୁ ମୁଁ ଆମେରିକା ଫେରିଗଲି। ଏମବିଏ କରିପାରିବା ପରେ McKinsey Consultingରେ କାମ କଲି ଏବଂ ସେଠାରେ ବହୁତ ପରିଶ୍ରମ କଲି। ସେଠାରେ ସପ୍ତାହ ଶେଷରେ ଛୁଟି ମଧ୍ୟ ନଥିଲା। ଏହି ସଂସ୍ଥାରେ କାମ କରିଚାଲିଲେ ୨୦ବର୍ଷ ପରେ ମୋ ଜୀବନ କଣ ହେବ ସେ କଥା ମୋତେ ଜଳଜଳ ହୋଇ ଦେଖା ଯାଉଥିଲା। ଏହା ଏକ ସ୍ଥାୟୀ ଚାକିରି ଥିଲା, ତଥାପି ମୋତେ ମନେ ହେଲା ଯେ ମୁ ଜୀବନରେ ଯାହା କରିବାକୁ ଚାହୁଁଛି, ଏହା ସେ କାମ ନୁହେଁ। ନିଜ କାମ ଆରମ୍ଭ କରିବାର କୀଟ ମୋ ମୁଣ୍ଡରେ ରହିଥାଏ। ଖାଲି ସମୟକୁ ଅପେକ୍ଷା କରି ରହିଥାଏ। ୨୦୦୮ମସିହାରେ ପୁଣିଥରେ ବ୍ୟବସାୟ କରିବାକୁ ଭାରତକୁ ଫେରିଆସିଲି। ୨୦୦୯ ମସିହାରେ Knowlarityକୁ ଆରମ୍ଭ କଲି। ମୋ ସ୍ତ୍ରୀ ସେଯାଏ ଆମେରିକାରେ ରହିଥାନ୍ତି ଏବଂ ମୁଁ ଉଭୟ ଭାରତ ଓ ଆମେରିକା ମଧ୍ୟରେ ଯିବା ଆସିବା କରୁଥାଏ। ଥରେ ଆମେରିକା ଯାଇଥାଏ। ସେଠାରେ ମୁଁ ଓ ମୋ ସ୍ତ୍ରୀ ମିଶି ଦୂରବାଟ ଗାଡି ଚଳାଇ ଯାଇଥିଲୁ। ଆମର ସେଦିନ ଛୁଟି ଥାଏ। ହଠାତ ଜଣେ ବାଇକ ଚାଳକ ଦ୍ରୁତ ଗତିରେ ଆସି ଆମ କାରକୁ ଧକ୍କା ଦେଲା। କାରଟି ଓଲଟି ପଡିଲା। ପରେ ଜାଣିଲି ଯେ ବାଇକ ଚାଳକଟି ମଦ ପିଇଥିଲା। ଏହି ଦୁର୍ଘଟଣାରେ ମୋ ସ୍ତ୍ରୀ ପ୍ରାଣ ହରାଇଲେ। ସେଦିନଠାରୁ ମୁଁ ଯାହା ଆରମ୍ଭ କରେ ତାକୁ ଶେଷ କରିଥାଏ। ତାଙ୍କ କଥା ମୋ ମନରେ ରହିଯାଇଛି। ସେ, ମୋତେ ତାଙ୍କ ଭଳି ସ୍ପଷ୍ଟବାଦୀ, ଶ୍ରୁଙ୍ଖଳିତ ଓ ସବୁବେଳେ ସଦମାର୍ଗରେ କାର୍ଯ୍ୟ କରିବାକ ଚାହୁଁଥିଲେ।ସେ ଦିନଠାରୁ ଜୀବନର କ୍ଷଣଭଙ୍ଗୁରତାକୁ ମୁଁ ବୁଝିଛି ଓ ସମ୍ମାନ ଦେଇଆସିଛି। ଆପଣ ପଛକୁ ହିସାବ କରିବା ଆରମ୍ଭ କଲେ ଜାଣିପାରିବେ ଯେ ଆଉ କେତେ କମ ସମୟ ବାକି ଅଛି। ପ୍ରତ୍ୟେକ ବସ୍ତୁ ଭିତରେ ଆପଣ ସହାବସ୍ଥାନକୁ ଦେଖନ୍ତୁ। ତା ଛଡା ପ୍ରତି କଥାକୁ ଅତି ଗୁରୁତ୍ଵର ସହ ନେବା ବନ୍ଦ କରିଦେଲେ, ଆପଣ ଛୋଟ ଛୋଟ କଥାକୁ ମଧ୍ୟ ଉପଭୋଗ କରିପାରିବେ। ମୁଁ ପ୍ରତିଦିନ ମନରେ କ୍ଷୁଧା ଓ ଉତ୍ସାହକୁ ନେଇ ଆଗକୁ ବଢିଥାଏ। Related Stories Stories by Team Odia
<urn:uuid:10e4edcd-307a-4c70-a1df-d7966ed5e832>
CC-MAIN-2018-26
https://odia.yourstory.com/read/0d7933879c/-knowlarity
2018-06-22T12:58:24Z
s3://commoncrawl/crawl-data/CC-MAIN-2018-26/segments/1529267864482.90/warc/CC-MAIN-20180622123642-20180622143642-00551.warc.gz
ory
0.999939
Orya
8
{"ory_Orya_score": 0.9999392032623291}
ଏକ ସହରରେ ଜଣେ ମନ୍ଦ ସ୍ୱଭାବର ବ୍ୟକ୍ତି ରହୁଥିଲେ । ଧନ-ସମ୍ପତ୍ତି-କ୍ଷମତା ସବୁକିଛି ତାଙ୍କ ପାଖରେ ଥିଲା । ତେଣୁ ଅତି ଗର୍ବରେ ସେ ଧରାକୁ ସରା ମଣୁଥିଲେ । ଅନ୍ୟକୁ ତାତ୍ସଲ୍ୟ ଓ ଥଟ୍ଟା କରିବାକୁ ସେ ଭାରି ଭଲ ପାଉଥିଲେ । ଦିନେ ରାସ୍ତାରେ ଯାଉଥିବା ଜଣେ ମହାତ୍ମାଙ୍କୁ ଏ ମନ୍ଦ ବ୍ୟକ୍ତିଜଣକ ନିଜ ଘରକୁ ଖାଇବା ପାଇଁ ଡାକିଲେ । ତହୁଁ ସେ ସାଧୁ ଜଣକ ମନ୍ଦ ବ୍ୟକ୍ତିଙ୍କ ଘରକୁ ପ୍ରବେଶ କଲା ମାତ୍ରେ, ଅତି ତାତ୍ସଲ୍ୟ କରି ସେ ବ୍ୟକ୍ତି ସାଧୁ ଜଣକୁ ଗାଳି ଦେଲେ । କହିଲେ ମୁର୍ଖ ତୋ ବାପାର ସମ୍ପତ୍ତି ଏଠି ରଖା ହୋଇଛି ନା କ'ଣ, ଖାଇବା ପାଇଁ ଧାଇଁ ଆସିଛୁ । ଅତି ଶୀଘ୍ର ମୋ ଘର ଆଗରୁ ପଳା । ଏପରି କଥା ଶୁଣି ସେ ସାଧୁ ଜଣକ ଯେପରି ପ୍ରସନ୍ନ ହୋଇ ଘରକୁ ଆସିଥିଲେ, ଠିକ୍ ସେହିଭଳି ଚିତ୍ତରେ ସେଠାରୁ ଫେରିବାକୁ ମଧ୍ୟ ଲାଗିଲେ । ଏତିକିବେଳେ ସେ ମନ୍ଦବ୍ୟକ୍ତି ପୁଣି ସାଧୁ ମହାତ୍ମାଙ୍କୁ ଡାକ ପକାଇଲେ । ହସ ହସ ମୁହଁରେ ସାଧୁ ମହାତ୍ମା ପୁଣି ଫେରି ଆସିଲେ । ଫେରୁଥିବା ସାଧୁଙ୍କୁ ଦେଖି ମନ୍ଦବ୍ୟକ୍ତି ଜଣକ ପୁଣି କହିବାକୁ ଲାଗିଲେ, ଆରେ ନିର୍ଲ୍ଲଜ ତୋତେ ଟିକେ ଲାଜ ଲାଗୁ ନାହିଁ, ଡାକିଲା ମାତ୍ରେ କୁକୁର ଭଳି ଚାଲି ଆସୁଛୁ । ଏସବୁ ଶୁଣି ସେ ସାଧୁ ଜଣକ କିଛି ବି ନକହି ସେଠାରୁ ଫେରିଗଲେ । ଏହିପରି ଭାବରେ ଦଶ ବାର ଥର ସାଧୁ ମହାତ୍ମାଙ୍କୁ ସେ ମନ୍ଦବ୍ୟକ୍ତି ଜଣକ ଡାକି ଅପମାନ ପରେ ଅପମାନ ଦେଲେ । କିନ୍ତୁ ପ୍ରତିଥର କେବଳ ନୀରବ ରହୁଥିଲେ ସାଧୁ । ସାଧୁଙ୍କର କୌଣସି ପ୍ରତିକ୍ରିୟା ନଦେଖି ଏଥର ଖୁବ୍ ଲଜ୍ଜିତ ହେଲେ ସେ ମନ୍ଦବ୍ୟକ୍ତି । ତାପରେ ସେ କେବଳ ଅନୁତାପର ଅଗ୍ନିରେ ନିଜେ ଦଗ୍ଧ ହେଲେ । ସେ ମନ୍ଦବ୍ୟକ୍ତି ଜଣକ ମହାତ୍ମାଙ୍କ ପାଦ ତଳେ ପଡି, ଅପମାନ ଦେଇ ଥିବାରୁ କ୍ଷମା ମାଗିଲେ । ଏଥର ସାଧୁ ମହାତ୍ମା କହିଲେ, କୁକୁରର ମଧ୍ୟ ଠିକ୍ ଏହି ସ୍ୱଭାବ । ତାକୁ ହୁସ୍ କଲେ ସେ ପଳାଇ ଥାଏ ଓ ଆଦର କରି ଡାକିଲେ ପୁଣି ପାଖକୁ ଫେରି ଲାଞ୍ଜ ହଲାଏ । ମୁଁ କୁକୁରଠାରୁ ଏହି ସହନଶୀଳତା ହିଁ ଶିଖିଛି, ତେଣୁ ମୋର ମନ ସର୍ବଦା ପ୍ରସନ୍ନ ଥାଏ ।
<urn:uuid:c8681553-1f51-439c-8b70-0337cc3240ca>
CC-MAIN-2018-26
http://odiagapa.com/%E0%AC%B8%E0%AC%B9%E0%AC%A8%E0%AC%B6%E0%AD%80%E0%AC%B3%E0%AC%A4%E0%AC%BE/
2018-06-18T00:23:44Z
s3://commoncrawl/crawl-data/CC-MAIN-2018-26/segments/1529267859904.56/warc/CC-MAIN-20180617232711-20180618012711-00276.warc.gz
ory
1.000006
Orya
5
{"ory_Orya_score": 1.0000056028366089}
ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳର ବାଳକାଟିରେ ଥିବା ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ରୋଗୀ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ୱାସ୍ଥ୍ୟ ବିଭାଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିୟମ ଆଧାରରେ ଏଠାରେ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁନି। ବିଭିନ୍ନ ବିଭାଗରେ ଆବଶ୍ୟକ ହେଉଥିବା ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନଥିବାରୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଏକରକମ ଠପ୍ ହୋଇଯାଇଛି। ଏନେଇ ବାଲିଅନ୍ତାବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ଡାକ୍ତରଙ୍କ ସୂଚନାନୁସାରେ, ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମିଶାଇ ଶିଶୁ, ସ୍ତ୍ରୀରୋଗ, ସର୍ଜରି ଏବଂ ମେଡିସିନ୍ ବିଭାଗରେ ଅନ୍ୟୁନ ୫ଜଣ ବିଶେଷଜ୍ଞ ନିଯୁକ୍ତି ପାଇବା କଥା। ହେଲେ ଏଠାରେ ଜଣେ ମାତ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଅନ୍ୟ ୩ ଜଣ ଆୟୁଷ ଡାକ୍ତରଙ୍କ ସମେତ ହୋମିଓପ୍ୟାଥିକ୍ ଡାକ୍ତରଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟସେବା। ସେହିପରି ୬ ଜଣ ନର୍ସଙ୍କ ସ୍ଥାନରେ ୪ ଜଣ ଅଛନ୍ତି। ଏଠାରେ ଜଣେ ବି ସୁଇପର୍ ନାହାନ୍ତି। ଏଭଳି ସ୍ଥିତିରେ ଜରୁରୀକାଳୀନ ଆଉଟ୍ଡୋର୍ ଓ ଇନ୍ଡୋର ସେବା ପ୍ରଦାନ କ୍ଷେତ୍ରରେ ସମସ୍ୟା ଉପୁଜିଛି। ଏପରି ଅବ୍ୟବସ୍ଥା ଯୋଗୁ ଏଠାକୁ ଆସୁଥିବା ରୋଗୀ ଉପଯୁକ୍ତ ଚିକିତ୍ସା ସେବା ନପାଇ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ଖାଲି ସେତିକି ନୁହେଁ, ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ଔଷଧ ମଧ୍ୟ ରୋଗୀମାନଙ୍କୁ ମିଳୁ ନଥିବା ଅଭିଯୋଗ ହେଉଛି। ପାଥୋଲାବ୍ ସେବା ମିଳୁନି। ଡାକ୍ତରଖାନା ପରିସରରେ ଥିବା ଭଙ୍ଗା ଓ ମୁକୁଳା ଓଭରହେଡ୍ ସିନ୍ଥେଟିକ୍ ପାଣିଟାଙ୍କିରୁ କ୍ୱାର୍ଟର୍ସ ଓ ବିଭିନ୍ନ ଓ୍ଵାର୍ଡକୁ ପ୍ରଦୂଷିତ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ବରିଷ୍ଠ ନାଗରିକ ତଥା ସମାଜସେବୀ ମାଧବ ମହାପାତ୍ରଙ୍କ କହିବାନୁଯାୟୀ, ରୋଗୀ କଲ୍ୟାଣ ସମିତି ଅର୍ଥ ବାଟବଣା ହେଉଛି। ଡାକ୍ତରଖାନାର ବିକାଶ ଏବଂ ରୋଗୀମାନଙ୍କ ଉଦ୍ଦେଶ୍ୟରେ ଏହାକୁ ବ୍ୟୟ ଅଟକଳ କରା ନଯାଇ ସୌଖୀନ ସାମଗ୍ରୀ ଖର୍ଚ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହେଉଛି। ଡାକ୍ତରଖାନାର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିୟମିତ ଭାବେ ଆସୁ ନଥିବା ଭଳି ଗୁରୁତର ଅଭିଯୋଗ ଆସିଛି। ଅନ୍ୟପକ୍ଷରେ କାର୍ଯ୍ୟରତ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ୍ତ ସାହୁ ତାଙ୍କ ବିରୋଧରେ ହୋଇଥିବା ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି। ତେବେ ରୋଗୀ ସେବାଠାରୁ ଆରମ୍ଭ କରି ଡାକ୍ତରଖାନାର ସାମଗ୍ରିକ ବିକାଶ ଦିଗରେ ଜିଲ୍ଲା କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
<urn:uuid:bb3babad-193e-4f83-90b1-59e2ea4cffad>
CC-MAIN-2018-26
http://sambad.in/metro/bad-service-not-work-24-hour-154466/
2018-06-20T01:58:01Z
s3://commoncrawl/crawl-data/CC-MAIN-2018-26/segments/1529267863407.58/warc/CC-MAIN-20180620011502-20180620031502-00276.warc.gz
ory
0.999998
Orya
5
{"ory_Orya_score": 0.9999982118606567}
ରାଜାବଳୀର ପ୍ରଥମ ପୁସ୍ତକ 20 Oriya Bible: Easy-to-Read Version (ERV-OR) ବିନ୍ହଦଦ୍ ଓ ଆହାବ ଯୁଦ୍ଧ କଲେ 20 ଅରାମର ରାଜା ବିନ୍ହଦଦ୍ ଆପଣାର ସମସ୍ତ ସୈନ୍ୟ ଏକତ୍ରିତ କଲେ। ପୁଣି ତାଙ୍କର ସଙ୍ଗରେ ବତିଶ୍ ଜଣ ରାଜା ଆଉ ଅଶ୍ୱଗଣ ଓ ରଥମାନ ସଙ୍ଗରେ ଥିଲେ। ପୁଣି ସେ ଯାଇ ଶମରିୟା ଅବରୋଧ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। 2 ତା'ପରେ ଇସ୍ରାଏଲର ରାଜା ଆହାବ ନଗର ଭିତରକୁ ଦୂତଗଣ ପ୍ରେରଣ କଲେ। 3 ସେହି ବାର୍ତ୍ତା ଥିଲା, "ବିନ୍ହଦଦ୍ କହନ୍ତି, 'ତୁମ୍ଭେମାନେ ତୁମ୍ଭର ସମସ୍ତ ରୂପା, ସୁନା ମୋତେ ଦେବ। ଆଉ ମଧ୍ୟ ତୁମ୍ଭର ଭାର୍ଯ୍ୟା ଓ ସନ୍ତାନମାନଙ୍କୁ ମୋତେ ଦେଇଦେବ।'" 4 ଇସ୍ରାଏଲର ରାଜା ଉତ୍ତର ଦେଲେ, "ହେ ମୋର ପ୍ରଭୁ, ମହାରାଜ, ଆପଣଙ୍କ ବାକ୍ୟାନୁସାରେ ମୁଁ ଓ ମୋର ସର୍ବସ୍ୱ ଆପଣଙ୍କର।" 5 ତା'ପରେ ଦୂତମାନେ ଆହାବଙ୍କ ନିକଟକୁ ଫେରି ଆସି କହିଲେ, "ବିନ୍ହଦଦ୍ କହନ୍ତି, 'ତୁମ୍ଭେ ଆପଣା ରୂପା, ସୁନା, ଭାର୍ଯ୍ୟା ଓ ସନ୍ତାନମାନଙ୍କୁ ମୋ' ହସ୍ତରେ ସମର୍ପଣ କର ବୋଲି ମୁଁ କହି ପଠାଇଲି। 6 ଆସନ୍ତାକାଲି ପ୍ରାୟ ଏହି ସମୟରେ ମୁଁ ତୁମ୍ଭ ନିକଟକୁ ମୋର ଦାସମାନଙ୍କୁ ପଠାଇବି, ସେମାନେ ତୁମ୍ଭର ଗୃହ ଓ ତୁମ୍ଭ ଅଧିକାରୀମାନଙ୍କର ଗୃହ ଅନୁସନ୍ଧାନ କରିବେ। ଯାହାକିଛି ମୂଲ୍ୟବାନ ଜିନିଷ ପାଇବେ ସେମାନେ ନେଇଯିବେ।'" 7 ତେଣୁ ରାଜା ଆହାବ ଦେଶର ସମସ୍ତ ପ୍ରାଚୀନବର୍ଗଙ୍କୁ ଡକାଇଲେ ଏବଂ କହିଲେ, "ମୁଁ ବିନୟ କରି କହୁଛି, ବିଗ୍ଭର କର, ବିନ୍ହଦଦ୍ ଅସୁବିଧା ସୃଷ୍ଟି କରୁଛି। ପ୍ରଥମେ ସେ ମୋର ଭାର୍ଯ୍ୟା, ମୋର ସନ୍ତାନଗଣ, ମୋର ସୁନା, ରୂପା ନେବାକୁ ଲୋକ ପଠାଇଲା ଓ ସେ ସବୁ ଦେବାକୁ ମୁଁ ସମ୍ମତ ହେଲି। ମାତ୍ର ସେ ବର୍ତ୍ତମାନ ସବୁକିଛି ନେବାକୁ ଗ୍ଭହୁଁଛି।" 8 ଏଥିରେ ସମସ୍ତ ପ୍ରାଚୀନବର୍ଗ ଓ ସମସ୍ତ ଲୋକ ରାଜାଙ୍କୁ କହିଲେ, "ଆପଣ ତାଙ୍କ କଥାରେ କର୍ଣ୍ଣପାତ କରନ୍ତୁ ନାହିଁ କିମ୍ବା ସେଥିରେ ସମ୍ମତ ହୁଅନ୍ତୁ ନାହିଁ।" 9 ବର୍ତ୍ତମାନ ଆହାବ ବିନ୍ହଦଦଙ୍କ ନିକଟକୁ ସମ୍ବାଦ ପଠାଇ କହିଲେ, "ପ୍ରଥମେ ଆପଣ ଯାହା କହିଥିଲେ ମୁଁ ତାହା କରିବି ମାତ୍ର ଦ୍ୱିତୀୟରେ ଯେଉଁ ଆଜ୍ଞା ଦେଲେ ତାହା ପାଳନ କରିବି ନାହିଁ।" ରାଜା ବିନ୍ହଦଦଙ୍କର ଦୂତମାନେ ରାଜାଙ୍କ ନିକଟକୁ ବାର୍ତ୍ତା ନେଇ ଫେରିଗଲେ। 10 ତା'ପରେ ସେହି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନେଇ ବିନ୍ହଦଦ୍ଠାରୁ ଫେରି ଆସିଲେ ଓ କହିଲେ, "ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିୟାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗରରେ କିଛି ରହିବ ନାହିଁ। ଏପରି ମୋର ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ୟ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତେବେ ଦେବତାମାନଙ୍କ ଦ୍ୱାରା ମୁଁ ଅଧିକ ଦଣ୍ତିତ ହୋଇପାରେ।" 11 ରାଜା ଆହାବ ଉତ୍ତର ଦେଲେ, "ବିନ୍ହଦଦଙ୍କୁ କୁହ ସାଞ୍ଜୁ ପରିଧାନ କରିଥିବା ଲୋକ ସାଞ୍ଜୁ କାଢ଼ିବା ପାଇଁ ଜୀବିତ ଥିବା ଲୋକପରି ଦର୍ପ ନ କରୁ।" 12 ରାଜା ବିନ୍ହଦଦ୍ ଅନ୍ୟ ରାଜାମାନଙ୍କ ସହିତ ପାନ କରୁଥିବା ସମୟରେ ଦୂତମାନେ ଏ ସମ୍ବାଦ ଦେଲେ। ରାଜା ତାଙ୍କର ଲୋକମାନଙ୍କୁ ପ୍ରସ୍ତୁତ ହେବାକୁ ଆଦେଶ ଦେଲେ। ତେଣୁ ସେମାନେ ପ୍ରସ୍ତୁତ ହୋଇ ନଗର ବିରୁଦ୍ଧରେ ଆକ୍ରମଣ କରିବାକୁ ବାହାରିଲେ। 13 ସେହି ସମୟରେ ଜଣେ ଭବିଷ୍ୟଦ୍ବକ୍ତା ଇସ୍ରାଏଲ ରାଜାଙ୍କ ନିକଟକୁ ଆସି କହିଲେ, "ହେ ରାଜା ଆହାବ, ସଦାପ୍ରଭୁ ଏହା କୁହନ୍ତି, 'ତୁମ୍ଭେ କ'ଣ ଏହି ବିପୁଳ ସୈନ୍ୟବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ୱାରା ଏହାକୁ ପରାଜିତ କରାଇବି, ତାହାହେଲେ ତୁମ୍ଭେ ମୋତେ ସଦାପ୍ରଭୁ ବୋଲି ଜାଣିବ।'" 14 ତହୁଁ ଆହାବ କହିଲେ, "କାହାଦ୍ୱାରା ପରାଜିତ କରାଇବେ?" ଭବିଷ୍ୟଦ୍ବକ୍ତା ଉତ୍ତର ଦେଲେ, "ଯୁବା ଲୋକମାନଙ୍କ ଦ୍ୱାରା 'ଯେଉଁମାନେ ରାଜାଙ୍କର ଅଧିକାରୀମାନଙ୍କର ସାହାଯ୍ୟକାରୀ ଥିଲେ।'" ତା'ପରେ ରାଜା କହନ୍ତି, "କିଏ ଯୁଦ୍ଧ ଆରମ୍ଭ କରିବାକୁ ସୈନ୍ୟମାନଙ୍କୁ ଆଦେଶ ଦେବା ପାଇଁ ଯାଉଛି?" ସେ କହିଲେ, "ତୁମ୍ଭେ।" 15 ତେଣୁ ଆହାବ ପ୍ରଦେଶର ଯୁବା ଅଧିପତିମାନଙ୍କୁ ଏକତ୍ରିତ କରି ଗଣିଲେ। ସେମାନଙ୍କ ସଂଖ୍ୟା 232 ହେଲା। ତା'ପରେ ଇସ୍ରାଏଲର ସୈନ୍ୟମାନଙ୍କୁ ଏକତ୍ରିତ କରି ଗଣି ଦେଖିଲେ, ସେମାନଙ୍କ ସଂଖ୍ୟା 7000 ହେଲା। 16 ମଧ୍ୟାହ୍ନରେ ଯେତେବେଳେ ରାଜା ବିନ୍ହଦଦ୍ ଓ ବତିଶ୍ ଜଣ ଅନ୍ୟ ରାଜା ନିଜ ଶିବିରରେ ପାନ କରୁଥିଲେ ଓ ମତ୍ତ ହୋଇଥିଲେ, ସେହି ସମୟରେ ଆହାବ ଆକ୍ରମଣ ଆରମ୍ଭ କରିଦେଲେ। 17 ପ୍ରଦେଶର ଯୁବା ଅଧିପତିମାନେ ପ୍ରଥମେ ଆକ୍ରମଣ କଲେ। ବିନ୍ହଦଦ୍ର ଲୋକମାନେ ତାକୁ ସମ୍ବାଦ ଦେଲେ: ଶମରିୟାର ଲୋକମାନେ ଅଗ୍ରସର କରୁଛନ୍ତି ଆକ୍ରମଣ କରିବା ପାଇଁ। 18 ତେଣୁ ବିନ୍ହଦଦ୍ କହିଲେ, "ସେମାନେ ସନ୍ଧି ପାଇଁ ଆସିଥିଲେ ତାଙ୍କୁ ଜୀବିତ ଧର ଓ ଯଦି ସେମାନେ ଯୁଦ୍ଧପାଇଁ ଆସିଥିଲେ ସେମାନଙ୍କୁ ଜୀବିତ ଧର।" 19 ଏହା ମଧ୍ୟରେ ପ୍ରଦେଶର ଯୁବା ଅଧିପତିମାନେ ସେହି ଆକ୍ରମଣର ନେତୃତ୍ୱ ନେଲେ ଓ ଇସ୍ରାଏଲର ସୈନ୍ୟମାନେ ତାଙ୍କର ଅନୁସରଣ କଲେ। 20 ଇସ୍ରାଏଲର ପ୍ରତ୍ୟେକ ଯୋଦ୍ଧା ତାଙ୍କ ବିରୁଦ୍ଧରେ ଆସିଥିବା ଶତ୍ରୁମାନଙ୍କୁ ବଧ କଲେ, ତା'ପରେ ଇସ୍ରାଏଲୀୟମାନେ ଅରାମୀୟମାନେ ପଳାୟନକାରୀମାନଙ୍କ ପଛରେ ଗୋଡ଼ଇଲେ। ଅରାମର ରାଜା ବିନ୍ହଦଦ୍ ଅଶ୍ୱାରୋହୀମାନଙ୍କ ସହିତ ଏକ ଅଶ୍ୱ ପୃଷ୍ଠରେ ପଳାଇଯାଇ ନିଜକୁ ରକ୍ଷା କଲେ। 21 ରାଜା ଆହାବ ଅରାମର ସମସ୍ତ ଅଶ୍ୱ ଓ ରଥକୁ ଅଧିକାର କରିବାର ନେତୃତ୍ୱ ନେଲେ ଓ ଅରାମୀୟମାନଙ୍କୁ ସମୂଳେ ପରାଜିତ କଲେ। 22 ତା'ପରେ ଭବିଷ୍ୟଦ୍ବକ୍ତା ଆହାବଙ୍କ ନିକଟକୁ ଯାଇ କହିଲେ, "ଅରାମର ରାଜା ବିନ୍ହଦଦ୍ ପୁନର୍ବାର ଯୁଦ୍ଧ କରିବାକୁ ଆସନ୍ତା ବସନ୍ତରେ ଆସିବ। ତୁମ୍ଭେ ଘରକୁ ଯାଇ ନିଜର ସୈନ୍ୟବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦେବାକୁ ସୁଚିନ୍ତିତ ଯୋଜନା କର।" ବିନ୍ହଦଦଙ୍କ ପୁନଃ ଆକ୍ରମଣ 23 ବିନ୍ହଦଦ୍ର ଅଧିକାରୀମାନେ ତାଙ୍କୁ କହିଲେ, "ଇସ୍ରାଏଲର ଦେବତାଗଣ ପର୍ବତଗଣର ଦେବତାଗଣ ଅଟନ୍ତି, ତେଣୁ ଇସ୍ରାଏଲୀୟମାନେ ବିଜୟୀ ହେଲେ। ଆମ୍ଭେମାନେ ପର୍ବତରେ ଯୁଦ୍ଧ କରି ହାରିଲୁ। ମାତ୍ର ଆମ୍ଭେମାନେ ଯଦି ପଦାରେ ଯୁଦ୍ଧ କରୁ, ତେବେ ଆମ୍ଭେ ସେମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବୁ। 24 ଏହା ହିଁ ତୁମ୍ଭର କରିବା ଉଚିତ୍। ଆଉ ସୈନ୍ୟଗ୍ଭଳନା ଦାୟିତ୍ୱ ବତିଶ୍ ରାଜାମାନଙ୍କ ବଦଳରେ ସେନାପତିମାନଙ୍କ ହସ୍ତରେ ଦିଅନ୍ତୁ। 25 ଆଉ ଆପଣ ହରାଇଥିବା ସୈନ୍ୟ ବଦଳରେ ସୈନ୍ୟ, ଅଶ୍ୱ ବଦଳରେ ଅଶ୍ୱ ଓ ରଥ ବଦଳରେ ରଥ ସଂଗ୍ରହ କରନ୍ତୁ। ଆମ୍ଭେମାନେ ପଦାରେ ଲଢ଼ିବା। ପୁଣି ଆମ୍ଭେମାନେ ନିଶ୍ଚୟ ସେମାନଙ୍କ ଅପେକ୍ଷା ବଳବାନ୍ ହେବା ଓ ଜିତିବା।" ରାଜା ସେମାନଙ୍କର ପ୍ରସ୍ଥାବ ଗ୍ରହଣ କଲେ ଓ ସେହିରୂପେ କାର୍ଯ୍ୟ କଲେ। 26 ଅନନ୍ତର ପରବର୍ଷ ବସନ୍ତରେ ବିନ୍ହଦଦ୍ ଅରାମୀୟମାନଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଅଫେକକୁ ଗଲେ। 27 ଇସ୍ରାଏଲୀୟ ସୈନ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ଅରାମୀୟ ସୈନ୍ୟଗଣ ଆଡ଼କୁ ମାଡ଼ି ଗ୍ଭଲିଲେ। ସେମାନେ ଅରାମୀୟମାନଙ୍କ ବିପରୀତ ପାର୍ଶ୍ୱରେ ଶିବିର ସ୍ଥାପନ କଲେ। ମାତ୍ର ଇସ୍ରାଏଲର ସୈନ୍ୟଗଣ ଦୁଇଟି କ୍ଷୁଦ୍ର ଛାଗପଲ ସଦୃଶ ଦେଖା ଯାଉଥିଲା ବେଳେ ଅରାମୀୟମାନେ ସମଗ୍ର ଦେଶରେ ବ୍ୟାପି ଯାଇଥିଲେ। 28 ଏହି ସମୟରେ ପରମେଶ୍ୱରଙ୍କ ପ୍ରେରିତ ଜଣେ ଲୋକ ଆହାବଙ୍କୁ ଆସି କହିଲେ, "ସଦାପ୍ରଭୁ କୁହନ୍ତି, 'ଅରାମୀୟ ଲୋକମାନେ କହିଛନ୍ତି ସଦାପ୍ରଭୁ ପର୍ବତଗଣର ପରମେଶ୍ୱର ଅଟନ୍ତି କିନ୍ତୁ ତଳଭୂମିର ପରମେଶ୍ୱର ନୁହନ୍ତି। ତେଣୁ ମୁଁ ତୁମ୍ଭକୁ ଏହି ବିଶାଳ ସୈନ୍ୟବାହିନୀକୁ ପରାସ୍ତ କରିବାକୁ ଦେବି। ଯାହା ଫଳରେ ମୁଁ ଯେ ପରମେଶ୍ୱର ତୁମ୍ଭେ ଜାଣି ପାରିବ।'" 29 ଦୁଇ ସୈନ୍ୟବାହିନୀ ସାତ ଦିନ ଧରି ସମ୍ମୁଖାସମ୍ମୁଖୀ ହୋଇ ଶିବିର ସ୍ଥାପନ କରି ରହିଲେ। ସପ୍ତମ ଦିନରେ ଯୁଦ୍ଧ ଆରମ୍ଭ ହେଲା ଓ ଇସ୍ରାଏଲୀୟ ସୈନ୍ୟମାନେ ଗୋଟିଏ ଦିନରେ ଅରାମୀୟ ସୈନ୍ୟମାନଙ୍କ ମଧ୍ୟରୁ 100,000 ପଦାତିକ ସୈନ୍ୟ ବଧ କଲେ। 30 ମାତ୍ର ଅବଶିଷ୍ଟ ସମସ୍ତ ଲୋକ ଅଫେକକୁ ପଳାଇ ନଗରରେ ପ୍ରବେଶ କଲେ। ଆଉ 27,000 ସୈନ୍ୟମାନଙ୍କ ଉପରେ ପାଚେରୀ ପଡ଼ିଲା। ବିନ୍ହଦଦ୍ ନଗର ମଧ୍ୟକୁ ପଳାଇ ଯାଇ ଏକ କୋଠରୀରେ ଲୁଚି ରହିଲେ। 31 ତାଙ୍କର ଦାସମାନେ ସେମାନଙ୍କୁ କହିଲ, "ଆମ୍ଭେ ଶୁଣିଅଛୁ ଯେ ଇସ୍ରାଏଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନୟ କରୁଛୁ, ଆମ୍ଭମାନଙ୍କୁ କଟିରେ ଅଖା ପିନ୍ଧିବାକୁ ଓ ମୁଣ୍ତରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇସ୍ରାଏଲ ରାଜାଙ୍କ ନିକଟକୁ ଯିବାକୁ ଦିଅନ୍ତୁ। ହୁଏତ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବେ।" 32 ତହୁଁ ସେମାନେ କଟିରେ ଅଖା ପିନ୍ଧି ଓ ମୁଣ୍ତରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜା ନିକଟକୁ ଯାଇ ବିନୟର ସହିତ କହିଲେ, "ତୁମ୍ଭର ଦାସ ବିନ୍ହଦଦ୍ କହୁଛି, 'ଦୟାକରି ମୋତେ ବଞ୍ଚାନ୍ତୁ।'" ଆହାବ ଉତ୍ତର ଦେଲେ, "ସେ କ'ଣ ତଥାପି ବଞ୍ଚିଛି? ସେ ତ ମୋରଭାଇ।" 33 ବିନ୍ହଦଦ୍ର ଲୋକମାନେ ଜାଣିବାକୁ ଗ୍ଭହିଁଲେ, ରାଜା ଆହାବ ବିନ୍ହଦଦଙ୍କୁ ଦୟା ଦେଖାଇବେ କି ନା, ସେମାନେ ଆଶାକଲେ, ଗୋଟିଏ ସୂଚନା ତାଙ୍କ ବାକ୍ୟକୁ ନିଶ୍ଚିତ କରିବାକୁ, ତେଣୁ ଏହି କଥାର ସତ୍ୟତା ଜାଣିବା ପାଇଁ ଆହାବ ଯେତେବେଳେ ବିନ୍ହଦଦଙ୍କୁ ଭାଇ ବୋଲି ଡାକିଲା, ସେମାନେ ସଙ୍ଗେ ସଙ୍ଗେ କହିଲେ, "ହଁ! ବିନ୍ହଦଦ୍ ତୁମ୍ଭର ଭାଇ।" ତହୁଁ ରାଜା ଆହାବ କହିଲେ, "ମୋ' ନିକଟକୁ ତାଙ୍କୁ ଆଣ।" ବିନ୍ହଦଦ୍ ଯେତେବେଳେ ଆସିଲେ ଆହାବ ତାଙ୍କୁ ନେଇ ନିଜ ରଥରେ ବସାଇଲେ। 34 ସେତେବେଳେ ବିନ୍ହଦଦ୍ ଆହାବଙ୍କୁ କହିଲେ, "ମୋର ପିତା ଯେଉଁ ନଗରଗୁଡ଼ିକ ତୁମ୍ଭ ପିତାଙ୍କଠାରୁ ନେଇ ଥିଲେ ମୁଁ ତୁମ୍ଭକୁ ସେଗୁଡ଼ିକ ଫେରାଇ ଦେବାକୁ ଯାଉଛି। ଯେହେତୁ ମୋର ପିତା ଯେପରି ଶମରିୟାରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସେହିପରି କରିବେ।" ଆହାବ ଉତ୍ତର ଦେଲେ, "ଯଦି ତୁମ୍ଭେ ଏଥିରେ ସମ୍ମତ, ତେବେ ମୁଁ ତୁମ୍ଭକୁ ଛାଡ଼ି ଦେବି।" ଦୁଇ ରାଜା ଶାନ୍ତିଚୁକ୍ତିରେ ସମ୍ମତ ହେଲେ ଓ ରାଜା ଆହାବ ବିନ୍ହଦଦଙ୍କୁ ମୁକ୍ତ କଲେ। ଜଣେ ଭବିଷ୍ୟଦ୍ବକ୍ତା ଆହାବ ବିରୁଦ୍ଧରେ କହିଲେ 35 ଭବିଷ୍ୟଦ୍ବକ୍ତାଗଣଙ୍କ ମଧ୍ୟରୁ ଜଣେ ବକ୍ତା ନିଜର ସାଥୀକୁ କହିଲା, "ମୋତେ ମାର!" ସେ ଏ କଥା ସଦାପ୍ରଭୁଙ୍କ ଆଜ୍ଞାରେ କହିଲା। ମାତ୍ର ସେ ଲୋକ ମାରିବା ପାଇଁ ମନା କଲା। 36 ତେଣୁ ପ୍ରଥମ ଭବିଷ୍ୟଦ୍ବକ୍ତା କହିଲେ, "ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ପାଳନ କଲ ନାହିଁ। ତେଣୁ ତୁମ୍ଭେ ଏ ସ୍ଥାନ ତ୍ୟାଗ କଲାବେଳେ ଗୋଟିଏ ସିଂହ ତୁମ୍ଭକୁ ବଧ କରିବ।" ଯେତେବେଳେ ଦ୍ୱିତୀୟ ଭବିଷ୍ୟଦ୍ବକ୍ତା ସେ ସ୍ଥାନରୁ ଗଲା, ଗୋଟିଏ ସିଂହ ତାକୁ ବଧ କଲା। 37 ପ୍ରଥମ ଭବିଷ୍ୟଦ୍ବକ୍ତା ଅନ୍ୟ ଜଣେ ଲୋକକୁ କହିଲା, "ମୁଁ ବିନୟ କରୁଅଛି, ତୁମ୍ଭେ ମୋତେ ମାର!" ସେହି ଲୋକଟି ତାକୁ ମାରି ମାରି କ୍ଷତ ବିକ୍ଷତ କଲା। 38 ତେଣୁ ଭବିଷ୍ୟଦ୍ବକ୍ତା ଆପଣା ମୁଖରେ ବସ୍ତ୍ର ଆବୃତ କରି ଛଦ୍ମ ବେଶରେ ରହିଲା ଓ ତାକୁ କେହି ଜାଣି ପାରିଲେ ନାହିଁ। ସେ ପଥ ମଧ୍ୟରେ ସେହି ଦେଶରେ ରାଜାଙ୍କୁ ଅପେକ୍ଷା କରି ରହିଲା। 39 ରାଜା ତା'ବାଟ ଦେଇ ଗଲାବେଳେ ସେ ରାଜାଙ୍କୁ କହିଲା, "ମୁଁ ଯୁଦ୍ଧ ଭୂମିକୁ ଯାଇଥିଲି। ଆମ୍ଭର ଜଣେ ଲୋକ ଜଣେ ଶତ୍ରୁ ସୈନ୍ୟକୁ ଆଣି ମୋତେ କହିଲେ, 'ଏହି ଲୋକଟିକୁ ଜଗ, ଯଦି ସେ ପଳାୟନ କରେ ତେବେ ତୁମ୍ଭେ ତା' ବଦଳରେ ତୁମ୍ଭର ଜୀବନ ଦେବ। ନଚେତ୍ ଏକତାଳନ୍ତ ରୂପା ଦେବ।' 40 ମୁଁ ଏଣେ ତେଣେ କାର୍ଯ୍ୟରତ ଥିଲା ବେଳେ ସେ ଖସିଗଲା।" ତହିଁରେ ଇସ୍ରାଏଲର ରାଜା କହିଲେ, "ତୁମ୍ଭେ ଶତ୍ରୁକୁ ଛାଡ଼ି ଦେଇଥିବାରୁ ଦୋଷୀ ହୋଇଅଛ। ତୁମ୍ଭର ନିଜର ବାକ୍ୟସବୁ ତୁମ୍ଭର ନିଷ୍ପତ୍ତି ଉଚ୍ଚାରଣ କରେ।" 41 ଏହା ପରେ ସେହି ଭବିଷ୍ୟଦ୍ବକ୍ତା ତା'ର ମୁହଁରୁ ବସ୍ତ୍ର କାଢ଼ିନେଲା। ଇସ୍ରାଏଲର ରାଜା ତାକୁ ଜାଣିଲେ ଯେ ସେ ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରୁ ଅନ୍ୟତମ। 42 ତତ୍ପରେ ସେ ଭବିଷ୍ୟଦ୍ବକ୍ତା ରାଜାଙ୍କୁ କହିଲେ, "ସଦାପ୍ରଭୁ ଏହିକଥା କହନ୍ତି, 'ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ଦେଇଥିଲୁ, ତୁମ୍ଭେ ତାକୁ ଆପଣା ହସ୍ତରେ ଛାଡ଼ିଅଛ। ଏଣୁ ତା'ର ପ୍ରାଣ ବଦଳରେ ତୁମ୍ଭର ପ୍ରାଣ ଯିବ। ଆଉ ତାହାର ଲୋକମାନଙ୍କ ବଦଳରେ ତୁମ୍ଭର ଲୋକମାନେ ଯିବେ।'" 43 ତା'ପରେ ଇସ୍ରାଏଲର ରାଜା ବିଦୀର୍ଣ୍ଣ ଓ ବ୍ୟସ୍ତତା ହୋଇ ଶମରିୟାରେ ପହଞ୍ଚିଲେ।
<urn:uuid:2846bf16-2e36-411e-b7b3-2f84023f28dd>
CC-MAIN-2018-26
https://www.biblegateway.com/passage/?search=%E0%AC%B0%E0%AC%BE%E0%AC%9C%E0%AC%BE%E0%AC%AC%E0%AC%B3%E0%AD%80%E0%AC%B0%20%E0%AC%AA%E0%AD%8D%E0%AC%B0%E0%AC%A5%E0%AC%AE%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+20&version=ERV-OR
2018-06-25T01:32:00Z
s3://commoncrawl/crawl-data/CC-MAIN-2018-26/segments/1529267867304.92/warc/CC-MAIN-20180624234721-20180625014721-00596.warc.gz
ory
0.999974
Orya
15
{"ory_Orya_score": 0.9999741315841675}
ଗତକାଲି ପତଞ୍ଜଳି ଲଞ୍ଚ କରିଥିବା ନୂତନ ମେସେଜିଂ ଆପ୍ 'କିମ୍ଭୋ'କୁ ଗୁଗୁଲ ପ୍ଲେ ଷ୍ଟୋରରୁ କାହିଁକି ହଟାଇ ଦିଆଯାଇଛି ଜାଣନ୍ତୁ ନୂଆଦିଲ୍ଲୀ: ଅାୟୁର୍ବେଦ ଠାରୁ ଅାରମ୍ଭ କରି ସାବୁନ୍, ତେଲ, ବିସ୍କୁଟ୍ ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ସଫଳତାର ହାସଲ କରିବା ପରେ ଯୋଗଗୁରୁ ବାବା ରାମଦେବ ଟେଲିକମ୍ ଓ ସୋସିଆଲ ମିଡିଆ ସେକ୍ଟରରେ ଧମାଲ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ବାବା ରାମଦେବ କମ୍ପାନି ପତଞ୍ଜଳି ମୋବାଇଲ୍ ସେବା କ୍ଷେତ୍ରରେ ପ୍ରବେଶ କରି ସିମ୍ କାର୍ଡ ଲଞ୍ଚ କରିବା କଥା ଆପଣମାନେ ଶୁଣିଥିଲେ। ତେବେ ବୁଧବାର ପତଞ୍ଜଳି କମ୍ୟୁନିକେସନ୍ ମେସେଜିଂ ଆପ୍ 'କିମ୍ଭୋ' ଲଞ୍ଚ କରିଥିଲା ବୋଲି ଖବର ପ୍ରକାଶ ପାଇଥିଲା। ଗୋଟିଏ ଦିନ ଭିତରେ ଏହି ଆପ୍କୁ ୫୦ହଜାର ଥର ଡାଉନ୍ଲୋଡ କରାଯାଇଥିବା ସୂଚନା ମିଳିଛି। ଏବେ ଏହି ଆପ୍କୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ଯେଉଁ ବ୍ୟବହାରକାରୀ ଥରେ ଏହି ପତଞ୍ଜଳିର କିମ୍ଭୋ ଆପ୍କୁ ଡାଉନ୍ଲୋଡ କରିଥିଲେ ସେମାନଙ୍କ ଫୋନ୍ର ପ୍ଲେ ଷ୍ଟୋରରେ ଏବେ ବି ଏହି ଆପ୍ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ଏହି ଆପ୍କୁ ଡାଉନ୍ଲୋଡ କରିବା ପରେ ଯେଉଁମାନେ ଅନ୍ଇନ୍ଷ୍ଟଲ କରି ଦେଇଛନ୍ତି ସେମାନଙ୍କ ଫୋନ୍ରେ ବି ଏହି ଆପ୍ ସୂଚିତ ହେଉଛି। ତେବେ ଏହି ଆପ୍ ଡାଉନ୍ଲୋଡ କରିବା ପରେ ଫୋନ୍ ହ୍ୟାଙ୍ଗ ହେବାର ସମସ୍ୟା ହେଉଥିବା ଜଣାପଡ଼ିଛି। ଏବେ ଏହା ବିଟା ଭର୍ସନ୍ରେ ରହିଛି, ଯାହାକି ଠିକ୍ ଭାବେ କାମ କରୁନାହିଁ। ତେଣୁ ଏହାକୁ ଗୁଗୁଲ ପ୍ଲେ ଷ୍ଟୋଟରୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି। ଏବେ ଗୁଗୁଲ ପ୍ଲେ ଷ୍ଟୋରରେ ସର୍ଚ୍ଚ କରିବା ପରେ କିମ୍ଭୋ ଆପ୍ ଦେଖା ଯାଉନାହିଁ। କିମ୍ଭୋ ନାମରେ ଅନ୍ୟ ଏକ ଆପ୍ ଟପ୍ରେ ରହଛି। ଯାହାକି ପତଞ୍ଜଳିର ନୁହେଁ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଏହି କିମ୍ବୋ ଆପ୍ ଅନ୍ୟ ମେସେଜିଂ ଆପ୍କୁ ଯେମିତିକି ଇମୋ ଓ ହ୍ଵାଟସ୍ଆପ୍କୁ ଟକ୍କର ଦେବ ବୋଲି କମ୍ପାନି ଦାବି କରିଥିଲା। ଏହି ଆପ୍କୁ ନେଇ ବାବା ରାମଦେବ କୌଣସି ପ୍ରତିକ୍ରିୟା ଏଯାବତ୍ ରଖି ନାହାନ୍ତି। 'କିମ୍ଭୋ' ଆପ୍କୁ ଗୁୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନ୍ଲୋଡ କରିହେବ ବୋଲି କୁହାଯାଇଥିଲା। ଏହି ଆପ୍କୁ ମଇ ୩୦ ତାରିଖରେ ଅପଡେଟ କରାଯାଇଥିଲା। ଏହାର ଫିଚର ହ୍ଵାଟସ୍ଆପ୍ ଭଳି ଭିଡିଓ କଲିଂ ବ୍ୟତୀତ ବ୍ୟବହାରକାରୀ ଚାଟିଂ, ମେସେଜ, ଭିଡିଓ, ଫଟୋ ଓ ଅଡିଓ କ୍ଲିପ୍ ସାଙ୍ଗସାଥୀଙ୍କ ସହିତ ସେୟାର କରି ପାରିବେ। ଏହି ଆପ୍ରେ ଲୋକେସନ୍ ବି ସେୟାର କରାଯାଇ ପାରିବ। 'କିମ୍ଭୋ' ଆପ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। କିଛିଦିନ ତଳେ ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ସହିତ ମିଶି ବାବା ରାମଦେବ ସ୍ୱଦେଶୀ ସମୃଦ୍ଧି ସିମ୍ କାର୍ଡକୁ ଉନ୍ମୋଚନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସିମ୍ କାର୍ଡକୁ ପତଞ୍ଜଳିର କର୍ମଚାରୀ ଓ ଅଧିକାରୀମାନେ ବ୍ୟବହାର କରିବେ। ସାଧାରଣ ଲୋକଙ୍କ ପାଖରେ ଏହି ସିମ୍ କିଛି ଦିନ ପରେ ପହଞ୍ଚିବ। ଏହି ସିମ୍ ଥିବା ଲୋକଙ୍କୁ ପତଞ୍ଜଳି ଉତ୍ପାଦ କିଣିବା ବେଳେ ୧୦ପ୍ରତିଶତ ରିହାତି ପ୍ରଦାନ କରାଯିବ। ୧୪୪ ଟଙ୍କା ରିଚାର୍ଜ କରି ଗ୍ରାହକମାନେ ସାରା ଦେଶରେ ଅସୀମିତ କଲ୍ କରିପାରିବେ, ୨ ଜିବି ଡାଟା ଓ ୧୦୦ ଏସ୍ଏମ୍ଏସ୍ ସୁବିଧା ମଧ୍ୟ ପାଇବେ। ଏହା ଉପରେ ଅଢ଼େଇ ଲକ୍ଷ ଟଙ୍କାର ମେଡିକାଲ୍ ବୀମା ଓ ୫ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ମିଳିବ। କେବଳ ସଡ଼କ ଦୁର୍ଘଟଣା ଭଳି ପରିସ୍ଥିତିରେ ଏହି ବୀମା ରାଶି ମିଳିବ।
<urn:uuid:0d150285-6d43-46da-8681-bb14b870d29e>
CC-MAIN-2018-26
http://sambad.in/business/whatsapp-rival-kimbho-removed-from-play-store-150347/
2018-06-18T17:28:01Z
s3://commoncrawl/crawl-data/CC-MAIN-2018-26/segments/1529267860684.14/warc/CC-MAIN-20180618164208-20180618184208-00293.warc.gz
ory
0.999916
Orya
5
{"ory_Orya_score": 0.9999160766601562}
'ସରାହା' ଆପ୍ ଅତି ଖୁବ ଅଳ୍ପ ଦିନରେ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି । ତେବେ ଏହି ଆପ ଯେତେ ଲୋକପ୍ରିୟ ହେଲେ ମଧ୍ୟ ଏଥିରେ ଅଧିକ ବିପଦ ଥିବାର ଖବର ଆସୁଛି । 'ସରାହା' ଏପରି ଏକ ଆପ୍ ଯାହା ଜରିଆରେ ସେଣ୍ଡରର ପରିଚୟ ବିନା ହିଁ ବ୍ୟବହାରକାରୀଙ୍କୁ ମେସେଜ କରାଯାଇ ପାରିବ । ସମସ୍ତେ ଜାଣନ୍ତି କୌଣସି ବି ଆପକୁ ନିଜ ସ୍ମାର୍ଟଫୋନରେ ଅପଲୋଡ଼ କଲେ, ତାହା କିଛି ଅନୁମତି ଦାବି କରେ । ସରାହା ଆପ୍ ମଧ୍ୟ ଡାଉନଲୋଡ଼ ସମୟରେ ଏପରି କିଛି ଅନୁମତି ଦାବିକରେ । ସାଧାରଣତଃ ଆପ ଗୁଡ଼ିିକୁ ଇନଷ୍ଟୋଲ କରିବା ସମୟରେ ଏପରି ଅନୁମତି ମାଗନ୍ତି, ଯାହା ଜରୁରୀ ଥାଏ । କିନ୍ତୁ ଯଦି କୌଣସିି ଆପ୍ ଆପଣଙ୍କୁ ଏପରି କିଛି ଅନୁମତି ମାଗୁଛି ଯାହା ଉକ୍ତ ଆପ ପାଇଁ ଦରକାରୀ ନୁହେଁ, ତେବ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ସରାହା ଇନଷ୍ଟୋଲ କରିବା ସମୟରେ ଆପଣଙ୍କୁ ପୁରା କଂଟାକ୍ଟ ତାଲିକା ମଗାଯାଏ । କିନ୍ତୁ ପ୍ରଶ୍ନ ଉଠୁଛି ଯଦି ସରାହା ଆପଙ୍କୁ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟ ଦରକାର ନାହିିଁ, ତବେ ଇନଷ୍ଟୋଲ ସମୟରେ ଏପରି ଅନୁମତି ମାଗେ କାହିଁକି ? ରିପୋର୍ଟ ଅନୁସାରେ ସିନିୟର ସିକ୍ୟରିଟି ଆନାଲିଷ୍ଟ ଜ୍ୟାକରୀ ଜୁୁନିୟନ କହିଛନ୍ତି, ସରାହା ଆପ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ କଂଟାକ୍ଟ ତାଲିକାକୁ ସର୍ଭର ପଠାଉଛି । ସେ ଏହି ଆପକୁ ନିଜର ଗ୍ୟାଲେକ୍ସି ଏସ୫ ରେ ଇନଷ୍ଟୋଲ କରିଥିଲେ, ଯେଉଁ ସ୍ମାର୍ଟଫୋନରେ ଆଣ୍ଡ୍ରଏଡ଼ର ପୁରୁଣା ଭର୍ସନ ୫.୧୧ ରହିଛି । ତା'ପରେ ଫୋନରେ ସେ ବିୟୁଆରପି ସୁଟ୍ ନାମ ଏକ ଟୁଲ ଦ୍ୱାରା ଆନାଲାଇଜ କରିଥିଲେ । ଏହି ଟୁଲ ପତ୍ତା ଲଗାଇଥାଏ କି ଫୋନର ମାଲିକର ଡାଟା କେଉଁଠାକୁ ପଠାଯାଉଛି । ଏହି ସପ୍ଟୱେରକୁ ଚଳାଇବା ପରେ ଯେତେବଳେ ଜୁୁନିୟନ ସରାହା ଆପକୁ ଖୋଲିଥିଲେ, ସେତେବେଳ ଏହା ମାଧ୍ୟମରେ ଜଣାପଡ଼ିଲା, ସରାହା ଦ୍ୱାରା ସଂଗ୍ରହ କରାଯାଇଥିବା ତଥ୍ୟ ସର୍ଭରରେ ଅପଲୋଡ଼ କରାଯାଉଛି । ସେ କହିଛନ୍ତି ଯେମିତି ହିଁ ଆପଣ ଏହି ଆପ୍ ଲଗ ଇନ କରୁଛନ୍ତି ଏହା ଆପଣଙ୍କ ଆଣ୍ଡ୍ରଏଡ଼ ସ୍ମାର୍ଟଫୋନରେ ଗଚ୍ଛିତ ଡାଟା ଯେପରି ଇମେଲ ଓ ଫୋନର କଂଟାକ୍ଟ ତାଲିକାକୁ ପଠାଇଦିଏ । ଏହା ବ୍ୟତୀତ ନୂତନ ଭର୍ସନ ଆଣ୍ଡ୍ରଏଡ଼ ଓ ଆଇଓଏସ୍ ରେ ମଧ୍ୟ ସେ ଟେଷ୍ଟ କରି ଏହି ଅସୁବିଧା ଦେଖିଥିଲେ । ଆପ୍ ଅନୁମତିରେ ଏମିତି ଅସୁବିଧାର ଏକ ବଡ଼ ଉଦାହରଣ ହେଲା ଉବର ଆପ୍ । କମ୍ପାନୀ ବିଗତ ବର୍ଷ ଏହି ଆପର ଅପଡ଼େଟ୍ ଜାରି କରିଥିଲା । ସେହି ସମୟରେ ଠିକ ସରାହା ପରି ଉବର ଆପ୍ ଏପରି କିଛି ଅଜବ ଅଜବ ଅନୁମତି ନେଉଥିଲା, ଯାହା ଖୁବ ଆଶ୍ଚର୍ଯ୍ୟକର ଥିଲା । କାରଣ ଉବର ଏପରି ଅପ୍ସନ ରଖିଥିଲା ଯାହାଦ୍ୱାରା ଯଦି ଗ୍ରାହକ ଉବର ବ୍ୟବହାର କରୁଛନ୍ତି, ତେବେ ଏପରି କରିବା ଦ୍ୱାରା ଲୋକେସନ ଟ୍ରାକ ହୋଇପାରିବ । ଏହି ରିପୋର୍ଟ ପରେ ସରାହା ଆପର ପ୍ରତିଷ୍ଠାତା ଜନ-ଅଲ ଆବିଦୀନଙ୍କର ପ୍ରତିକ୍ରିୟା ମଧ୍ୟ ଆସିଥିଲା । ସେ କହିଛନ୍ତି, ଗ୍ରାହକଙ୍କ କଣ୍ଟାକ୍ଟ ତାଲିକାକୁ ଆଗାମୀ ସମୟରେ ହଟାଇ ଦିଆଯିବ । ଆଗାମୀ ସମୟରେ ଫାଉଣ୍ଡ ଓ ପ୍ରେଣ୍ଡସ ନାମ ଫିିଚର ଲଂଚ କରାଯିବ ଏବଂ ଏଥିପାଇଁ ହିଁ କଣ୍ଟାକ୍ଟ ଅନୁମତି ନିଆଯାଇଥିଲା । ଆବିଦୀନ କହିଛନ୍ତି, ଯେଉଁ ସହଯୋଗୀ ସହ ସେ କାମ କରୁଥିଲେ ଏବେ ସେ ତାଙ୍କ ସହ ଆଉ କାମ କରୁନାହାନ୍ତି । ସେ ହିଁ ଏହି ଫିଚର ହଟାଇବାର ଥିଲା କିନ୍ତୁ ଭୁଲରେ ଏପରି ହୋଇପାରିଲା ନାହିଁ । ଏବେ ଏହି ଫିଚରକୁ ହଟାଇ ନିଆଯାଇଛି ବୋଲି ଆବିଦୀନ ସ୍ପଷ୍ଟ କରିଛନ୍ତି ।ସରାହା ଡାଟାବେସରେ ଆଉ କିଛି କଂଟାକ୍ଟ ତାଲିକା ନାହିଁ । ତେବେ ଆପଣଙ୍କୁ ଏଇଠି କହିରଖୁଛୁ, ଆପ ଷ୍ଟୋର କିମ୍ବା ଗୁଗୁଲ ପ୍ଲେ ଷ୍ଟୋରରେ ପ୍ରାୟ ଆପ୍ ଇନଷ୍ଟୋଲ କରିବା ସମୟରେ ଗ୍ରାହକଙ୍କ ଠାରୁ ଏପରି ଅନୁମତି ମାଗନ୍ତି ଯାହାର ଦରକାର ସେହି ଆପକୁ ନଥାଏ । କିନ୍ତୁ ସେତେବେଳ ଯଦି ଆପଣ ପ୍ରଶ୍ନ କରନ୍ତି, ଏପରି ଅନୁମତି କାହିଁକି ନିଆଯାଉଛି, ତେବେ ସେମାନେ ଉତ୍ତରରେ କୁହନ୍ତି, ଆପଣଙ୍କ ଚାହିଁଲେ ଅନୁମତି ଦଅନ୍ତୁ । ଏଥିପାଇଁ କିଛି ବାଧ୍ୟବାଧକତା ନଥାଏ । ତେବେ କିଛି ସ୍ୱତନ୍ତ୍ର ଆପଣ ବିନା ଅନୁମତିରେ ସେପରି କିଛି କାମ କରନ୍ତି ନାହିଁ, ଏଥିପାଇଁ ଇନଷ୍ଟୋଲ ସମୟରେ କିଛି ଏପରି ଅନୁମତି ଦେବାକୁ ପଡ଼େ । ଏହି ଖବର ପରେ ଜୈନ-ଅଲ ଆବିଦୀନ ଆଲୋଚନା କରି କହିଥିଲେ, ଆଗକୁ ଥିବା ଅପଡ଼େଟରେ କଣ୍ଟାକ୍ଟ ତାଲିକା ଆଉ ମଗାଯିବ ନାହିିଁ । ଆମେ ଏହି ମାମଲାରେ ସାଇବର ସିକ୍ୟୁରିଟି ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛୁ, ଯଦ୍ୱାରା ଗ୍ରାହକଙ୍କୁ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ତାଙ୍କ କଥାରେ କେତେ ସତ୍ୟତା ଅଛି ତାହା ଆଗାମୀ ଦିନରେ ଦେଖିବା ପାଇଁ ମିଳିବ ।
<urn:uuid:17286233-252a-4d3a-a43a-06f48292031e>
CC-MAIN-2018-26
http://kanaknews.com/sarahah-app-contacts-permission/
2018-06-21T16:07:57Z
s3://commoncrawl/crawl-data/CC-MAIN-2018-26/segments/1529267864191.74/warc/CC-MAIN-20180621153153-20180621173153-00613.warc.gz
ory
0.999977
Orya
7
{"ory_Orya_score": 0.9999773502349854}
ବ୍ୟବହାରିକ ନିବନ୍ଧନ ମାଲକାନଗିରି ୱେବସାଇଟର ବିଷୟବସ୍ତୁ ପରିଚାଳନା କରୁଛି । ଯଦିଓ ଏହି ୱେବସାଇଟର ବିଷୟବସ୍ତୁକୁ ନିର୍ଭୁଲ ଓ ବିସ୍ତୃତ ଭାବେ ପ୍ରଚଳନ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଛି,ଏହି ତଥ୍ୟସବୁକୁ ଆଇନଗତ ଦୃଷ୍ଟିକୋଣରୁ ବିବୃତି ଭାବେ ନିଆଯାଇପାରିବ ନାହିଁ କିମ୍ବା ଆଇନଗତ ବୈଧ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନହିଁ । ଏହି ପୋର୍ଟାଲରୁ ତଥ୍ୟର ବ୍ୟବହାର କାରଣରୁ ଯଦି କାହାକୁ କ୍ଷତି ଘଟେ ତେବେ ,କୌଣସି ଘଟଣାରେ ମାଲକାନଗିରି ଜିଲ୍ଲା ଏଥି ନିମନ୍ତେ ହୋଇଥିବା ପରିଣାମଗତ ବା ପରୋକ୍ଷଭାବେ ହୋଇଥିବା ଅପରିସୀମ ଖର୍ଚ୍ଚ , କ୍ଷତି ବା ନଷ୍ଟ ପାଇଁ ଦାୟୀ ରହିବନାହିଁ । ଏହି ପୋର୍ଟାଲରୁ ଅନ୍ୟ ୱେବସାଇଟକୁ ସଂଯୋଗ ବ୍ୟବସ୍ଥା (ଲିଙ୍କ) ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ କରାଯାଇଛି । ସବୁ ସମୟରେ ସେହିସବୁ ଲିଙ୍କ ପୃଷ୍ଠା ଉପଲବ୍ଧ ଅଛି କି ନାହିଁ , ସେସବୁର ସ୍ଥାୟିତ୍ଵ ସଂପର୍କରେ ଆମ୍ଭେ ଲିଖିତ ପ୍ରତିଶ୍ରୁତି ବା ପ୍ରତ୍ୟାଭୂତି (ଗ୍ୟାରେଣ୍ଟି) ଦେଇପାରିବୁ ନାହିଁ । ଏହି ନିବନ୍ଧନ ଓ ସର୍ତ୍ତ ଭାରତୀୟ ଆଇନ ଅନୁସାରେ ନିୟନ୍ତ୍ରଣ ଓ ବ୍ୟାଖ୍ୟା କରାଯିବ । ନିବନ୍ଧନ ଓ ସର୍ତ୍ତକୁ ନେଇ କୌଣସି ବିବାଦ ଦେଖାଦେଲେ ତାହା ଭାରତୀୟ ନ୍ୟାୟାଳୟମାନଙ୍କର କ୍ଷମତା ପରିସର ବିଷୟଭୁକ୍ତ ହେବ । ପ୍ରକାଶନ ସ୍ଵତ୍ଵ ଏହି ୱେବସାଇଟରେ ଉପଲବ୍ଧ ତଥ୍ୟ ଆମ୍ଭମାନଙ୍କଠାରୁ ଇ-ମେଲ ଯୋଗେ ଉପଯୁକ୍ତ ଭାବେ ଅନୁମତି ନିଆଯାଇ ନିଃଶୁଳ୍କ ପୁନରୁତ୍ପାଦନ କରାଯାଇପାରିବ । କିନ୍ତୁ, ଲେଖା ବା ବିଷୟବସ୍ତୁ ମର୍ଯ୍ୟାଦା ହାନିକାରକ ବା ବିପଥ ଗାମୀ ନ ହୋଇ ଠିକ ଭାବରେ ଉତ୍ପନ୍ନ ହେବା ଆବଶ୍ୟକ । ଯେଉଁସବୁ ବିଷୟଗୁଡିକ ପ୍ରକାଶିତ ହେବା ବା ଅନ୍ୟମାନଙ୍କୁ ପ୍ରଦାନ କରାଯିବ ,ସେସବୁର ମୂଳ ଉତ୍ସ ପରିସ୍କାର ଭାବରେ ସ୍ଵୀକୃତି ହେବା ବିଧେୟ । ତୃତୀୟ ପକ୍ଷର ସ୍ଵତ୍ଵ ଭାବେ ଚିହ୍ନଟ ହୋଇଥିବା ବିଷୟବସ୍ତୁକୁ ପୁନରୁତ୍ପାଦନ ପାଇଁ ସ୍ଵତ୍ଵାଧିକାର ଅନୁମତି ସଂପ୍ରସାରିତ କରାଯାଇପାରିବନାହିଁ । ଏହି ବିଷୟବସ୍ତୁକୁ ପୁନରୁତ୍ପାଦନ କରିବା ନିମନ୍ତେ ସମ୍ପୃକ୍ତ ବିଭାଗ ବା ସ୍ଵତ୍ଵାଧିକାରୀମାନଙ୍କ ଠାରୁ ପ୍ରାଧିକରଣ କରିବାକୁ ପଡିବ । ଗୋପନୀୟତା ରକ୍ଷା ନୀତି ଏହି ୱେବ ସାଇଟ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଚିହ୍ନଟ କଲା ପରି କୌଣସି ନିର୍ଦ୍ଦିଷ୍ଟ ସୂଚନା ଯଥା-ନାମ, ଦୁରଭାଷା ନମ୍ବର,ଇ-ମେଲ ଠିକଣା ଆଦି ଆପଣଙ୍କଠାରୁ ସ୍ଵୟଂକ୍ରିୟ ଭାବେ ଅଧିକୃତ କରନ୍ତି ନାହିଁ । ଯଦି ୱେବସାଇଟ ବ୍ୟକ୍ତିଗତ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରନ୍ତି, ତେବେ କେଉଁ ଉଦ୍ଦେଶ୍ୟରେ ତାହା ସଂଗ୍ରହ କରିବାକୁ ଚାହୁଁଛନ୍ତି, ଆପଣଙ୍କୁ ଜଣାଇବାକୁ ପଡିବ ଯଥା ମତାମତ ଫର୍ମ ସହିତ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ସୁରକ୍ଷା ଦେବା ପାଇଁ ଯଥେଷ୍ଟ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିବେ । ଆମ୍ଭେ ୱେବସାଇଟରେ ସ୍ଵେଚ୍ଛାକୃତ ଭାବେ ଉପଲବ୍ଧ କାହାର ବ୍ୟକ୍ତିଗତ ସ୍ଵତନ୍ତ୍ରତାକୁ ଚିହ୍ନଟ କଲାପରେ ସୂଚନାକୁ କୌଣସି ତୃତୀୟ ପକ୍ଷ (ସରକାରୀ ବା ବେସରକାରୀ)ଙ୍କୁ ବିକ୍ରୟ ବା ଭାଗ ହେବାକୁ ଦେଉନାହୁଁ । ଏହି ୱେବସାଇଟକୁ ଯୋଗା ଯାଇଥିବା ସୂଚନା ହଜିବା, ଅପବ୍ୟବହାର, ଅନଧିକୃତ ବ୍ୟବହାର କିମ୍ବା ପ୍ରକଟ, ପରିବର୍ତ୍ତନ କିମ୍ବା ନଷ୍ଟ ହେବାରୁ ସୁରକ୍ଷିତ ରହିବା । ଆମେ କେତେକ ସୂଚନା ବ୍ୟବହାରକାରୀ (ୟୁଜର)ଙ୍କଠାରୁ ସଂଗ୍ରହ କରିଥାଉ ଯଥା ଇଣ୍ଟରନେଟ ପ୍ରୋଟୋକଲ (ଆଇ.ପି.) ଠିକଣା, ନିୟନ୍ତ୍ରକ (ଡୋମେନ)ଙ୍କ ନାମ, ବ୍ରାଉଜର ପ୍ରକାର, ଅପରେଟିଙ୍ଗ ସିଷ୍ଟମ, ଯେଉଁ ପୃଷ୍ଠା ପରିଦର୍ଶନ କରିଛନ୍ତି, ତାହାର ତାରିଖ ଓ ସମୟ । ଆମେ ଏହି ବ୍ୟବହାରକାରୀମାନଙ୍କ ବ୍ୟକ୍ତିଗତ ସ୍ଵତନ୍ତ୍ରତାକୁ ଆମ ୱେବସାଇଟକୁ ପରିଦର୍ଶନ କରୁଥିବା ବ୍ୟକ୍ତିର ପରିଚୟ ସହିତ ଯୋଡିବା ପାଇଁ କୌଣସି ପ୍ରକାର ଉଦ୍ୟମ କରୁନାହିଁ, ଯେ ପର୍ଯ୍ୟନ୍ତ ସାଇଟ ନଷ୍ଟ ହେବା ଉଦ୍ୟମ ହୋଇଥିବା ଜଣାନପଡେ । ହାଇପର ଲିଙ୍କିଙ୍ଗ ପଲିସି ୱେବସାଇଟକୁ ବାହାରେ ଥିବା ଅନ୍ୟ ବୃହତ ୱେବସାଇଟ ବା ପୋର୍ଟାଲ ସହିତ ସଂଯୋଗ ନୀତି ଏହି ୱେବସାଇଟର ଅନେକ ସ୍ଥାନରେ ଆପଣ ଅନ୍ୟ ୱେବସାଇଟ/ ପୋର୍ଟାଲ ସହିତ ଯୋଡା ଯାଇଥିବା (ଲିଙ୍କ) ଦେଖିବାକୁ ପାଇବେ । ଏହା ଆପଣଙ୍କର ସୁବିଧା ଦୃଷ୍ଟିରୁ କରାଯାଇଛି । ଆମେ ଏହି ଲିଙ୍କ ସବୁବେଳେ କାର୍ଯ୍ୟକ୍ଷମ ଅଛି ବୋଲି ପ୍ରତ୍ୟାଭୁତ(ଗ୍ୟାରେଣ୍ଟି) ଦେଇପାରିବୁ ନାହିଁ ଏବଂ ଲିଙ୍କ ପୃଷ୍ଠାଗୁଡିକ ପ୍ରତି ଆମର ନିୟନ୍ତ୍ରଣ ନାହିଁ ।
<urn:uuid:5cde0c12-f851-4ed9-bab6-d7851c22a9db>
CC-MAIN-2018-26
https://malkangiri.nic.in/od/%E0%AD%B1%E0%AD%87%E0%AC%AC%E0%AC%B8%E0%AC%BE%E0%AC%87%E0%AC%9F%E0%AD%8D-%E0%AC%A8%E0%AD%80%E0%AC%A4%E0%AC%BF/
2018-06-18T04:22:02Z
s3://commoncrawl/crawl-data/CC-MAIN-2018-26/segments/1529267860041.64/warc/CC-MAIN-20180618031628-20180618051611-00010.warc.gz
ory
1.000007
Orya
544
{"ory_Orya_score": 1.0000066757202148}
କନକ ବ୍ୟୁରୋ : ଅସୁସ୍ଥ ଖବରକୁ ଖଣ୍ଡନ କରିଛନ୍ତି ରାଜ୍ୟପାଳ ଏସସି ଜମିର । କହିଛନ୍ତି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ହୃଦଘାତ ଯୋଗୁଁ ରାଜ୍ୟପାଳଙ୍କୁ ଗତକାଲି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବୋଲି ଖବର ପ୍ରଚାର ହୋଇଥିଲା । ହୃଦଘାତ ଖବରକୁ ଅପପ୍ରଚାର ବୋଲି କହିଛନ୍ତି ରାଜ୍ୟପାଳ । ହୃଦଘାତ ନୁହେଁ ନର୍ମାଲ ଚେକ୍ଅପ୍ ପାଇଁ ଡାକ୍ତରଖାନାକୁ ଆସିଥିବା ରାଜ୍ୟପାଳ କହିଛନ୍ତିା ସେପଟେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲକୁ ଯାଇ ରାଜ୍ୟପାଳଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବୁଝିଛନ୍ତି । ରାଜ୍ୟପାଳ ସଂପୂର୍ଣ୍ଣ ସୁସ୍ଥ ଥିବା ଓ ସ୍ୱାଭାବିକ ଭାବେ କଥାବାର୍ତା କରୁଥିବା ସେ କହିଛନ୍ତି । ମୁଁ ତାଙ୍କ ଶତାୟୁ କାମନା କରୁଛି । ଭଗବାନ ତାଙ୍କୁ ଦୃଢ ଇଚ୍ଛାଶକ୍ତି ଦିଅନ୍ତୁ ବୋଲି ଧର୍ମେନ୍ଦ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଗତକାଲି ରାଜ୍ୟପାଳ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତାଙ୍କୁ ହୃଦରୋଗ ବିଭାଗରେ ଚିକିତ୍ସା କରାଯାଉଥିଲା । ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତରଖାନାକୁ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ । ହସ୍ପିଟାଲରେ ଡାକ୍ତରଙ୍କ ସହ ଆଲୋଚନା କରି ରାଜ୍ୟପାଳଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିଥିଲେ ।
<urn:uuid:59126e61-da72-4b46-8e36-4671de5c26c4>
CC-MAIN-2018-26
http://kanaknews.com/dharmendra-pradhan-meet-sc-jamir/
2018-06-21T04:15:59Z
s3://commoncrawl/crawl-data/CC-MAIN-2018-26/segments/1529267864022.18/warc/CC-MAIN-20180621040124-20180621060124-00327.warc.gz
ory
1.000005
Orya
8
{"ory_Orya_score": 1.0000048875808716}
ଆଗକୁ ଆସୁଛି ରଜ । ଆଉ ଏହି ରଜରେ ସଙ୍ଗୀତ ପ୍ରେମୀଙ୍କୁ ଏଣ୍ଟରଟେନ୍ କରିବା ପାଇଁ ରେଡ଼ିଓ ଚକଲେଟ୍ ୧୦୪ ଏଫଏମ୍ ଭେଟି ଦେଇଛି ମନଛୁଆଁ ରୋମାଂଟିକ ଗୀତ 'ରେଶମି ସୂତା' । କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଗୌରବଙ୍କ ମିଠା ମିଠା ଭଏସ୍ ଶୁଣିବାକୁ ମିଳିଛି ଏହି ଗୀତରେ । ଜବରଦସ୍ତ ଲିରିକ୍ସ ସାଙ୍ଗକୁ ଆକର୍ଷଣୀୟ ମ୍ୟୁଜିକ୍ ଏହି ଗୀତକୁ କରିଛି ଶ୍ରୁତିମଧୁର । ଗୀତଟିକୁ ୟୁଟୁବରେ ରିଲିଜ୍ କରାଯାଇଛି । ଆଉ ସୋସିଆଲ୍ ମିଡିଆରେ ମଧ୍ୟ ଏହି ଗୀତକୁ ଶ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ମନ ଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ଗୌରବ । ଦୁହିଁଙ୍କୁ ଏହି ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ଏହି ଗୀତର ଭିଡିଓ ମେକିଂ ରେଡିଓ ଚକଲେଟରେ କରାଯାଇଥିଲା । ଏହି ରୋମାଂଟିକ୍ ଗୀତର ଲିରିକ୍ସ ଦେଇଛନ୍ତି ସରୋଜ ବିଶ୍ୱାଳ । ସୌମିତ୍ରି ପଲାଇଙ୍କ ମନଛୁଆ ସଙ୍ଗୀତ ଏହି ଗୀତକୁ କରିଛି ଆହୁରି ଶ୍ରୁତିମଧୁର । ରେଡିଓ ଚକଲେଟ୍ ୧୦୪ ଏଫଏମ୍ ପ୍ରତ୍ୟେକ ସପ୍ତାହରେ ନୂଆ ନୂଆ ଭିନ୍ନ ସ୍ୱାଦର ଗୀତ ସବୁ ପ୍ରସ୍ତୁତ କରିଥାଏ । ଆଉ ଚଳିତ ସପ୍ତାହରେ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଗୀତ ଭଳି ଶ୍ରୋତା ଏହି ଗୀତକୁ ବି ପସନ୍ଦ କରିବେ ବୋଲି ଆଶା କରାଯାଉଛି ।
<urn:uuid:6003bddf-a3f1-4fc9-8c70-5463664a052a>
CC-MAIN-2018-26
http://kanaknews.com/radio-chocolate-new-romantic-song-reshami-suta-release-11/
2018-06-22T05:10:05Z
s3://commoncrawl/crawl-data/CC-MAIN-2018-26/segments/1529267864354.27/warc/CC-MAIN-20180622045658-20180622065658-00007.warc.gz
ory
1.000006
Orya
6
{"ory_Orya_score": 1.000005841255188}
ଅମୃତଭଣ୍ଡା ଉତ୍ପାଦନ ବ୍ୟବସାୟିକ ଭିତ୍ତିରେ ଅମୃତଭଣ୍ଡା ଉତ୍ପାଦନ - Contents - ଉପକ୍ରମ ଅମୃତଭଣ୍ଡା ଗୋଟିଏ ଅଧିକ ଅମଳକ୍ଷମ ତଥା ସହଳ ଅର୍ଥକାରୀ ଫସଲ । ଏହା ବିଭିନ୍ନ ପ୍ରକାରର ମାଟି ଏବଂ ଜଳବାୟୁ ରେ ସହଜ ଭାବରେ ଚାଷ କରାଯାଇପରେ । କଞ୍ଚା ଅମୃତଭଣ୍ଡା ପରିବା ଭାବରେ ବ୍ୟବହାର କରାଯାଉଥିବା ବେଳେ ପାଚିଲା ଫଳକୁ ତାଜା ଖାଇବା ସହ ବିଭିନ୍ନ ପ୍ରକାର ପ୍ରକ୍ରିୟା ଖାଦ୍ୟ ଭାବରେ ବ୍ୟବହାର କରାଯାଇଥାଏ । ଯଥା- ଜାମ, ମୃଦୁପାନୀୟ ,ଚକୋଲେଟ ଏବଂ ସରବତ ଇତ୍ୟାଦି । ପାଚିଲା ଅମୃତଭଣ୍ଡାରେ ଶର୍କରା , ପୃଷ୍ଟିସାର ଜୀବସାର "କ" ଏବଂ "ଗ" ପ୍ରଚୁର ମାତ୍ରାରେ ଥାଏ । ଅମୃତଭଣ୍ଡାରୁ କଞ୍ଚା ଅବସ୍ଥାରେ ପାପେନ ନାମ ଏକ ଏନଜାଇମ ବାହାରେ କରାଯାଇ ବିଭିନ୍ନ ପ୍ରକାର ଉଦ୍ୟୋଗରେ ବ୍ୟବହାର କରାଯାଏ । ମୃତ୍ତିକା ଓ ଜଳବାୟୁ ଅମୃତଭଣ୍ଡା ଗଛରେ ବର୍ଷ ସାରା ଫୁଲ ଏବଂ ଫଳ ଆସେ । ତେଣୁ ଏହାକୁ ନିଗିଡା ଏବଂ ଉର୍ବର ମାଟିରେ ଲଗାଇବା ଉଚିତ । ଉଷ୍ଣ ଏବଂ ଆଦ୍ର ଜଳବାୟୁ ଅମୃତଭଣ୍ଡା ଚାଷ ପାଇଁ ଅନୁକୂଳ ଅଟେ । ସମୁଦ୍ରପତ୍ତନ ଠାରୁ ୧୦୦୦ ମିଟର ଉଚ୍ଚ ସ୍ଥାନରେ ମଧ୍ୟ ଗଛ ଭଲ ବଢିପାରେ । ତୁଷାରପାତ ହେଲେ ଗଛର ବହୁତ କ୍ଷତି ହୋଇଥାଏ । ସେହିପରି ଶୁଷ୍କ ଏବଂ ପ୍ରବଳ ବେଗରେ ପବନ ବହୁଥିବା ଅଞ୍ଚଳ ଅଥବା ବାରମ୍ବାର ଝଡ ହେଉଥିବା , ଅଧିକ ବୃଷ୍ଟିପାତ ତଥା ପାଣି ଜମି ରହୁଥିବା ଅଞ୍ଚଳ ଅମୃତଭଣ୍ଡା ଚାଷ ପାଇଁ ଅନୁପଯୁକ୍ତ । ଅଧିକ ବର୍ଷା ହେଉଥିବା କିମ୍ବା ଜଳ ନିଷ୍କାସନର ବ୍ୟବସ୍ଥା ନଥିଲେ ଓସାରିଆ ହୁଡା ତିଆରି କରାଯାଇ ସେଥିରେ ଅମୃତଭଣ୍ଡା ଚାଷ କରାଯାଇପାରିବ । ଅମୃତଭଣ୍ଡା ଚାଷ ପାଇଁ ୨ ଫୁଟ ଗଭୀର ବାଲିଆ ଦୋରସା ଜୈବିକ ପଦାର୍ଥଯୁକ୍ତ ନିଗିଡା ପଟୁମାଟି ଉତ୍କୃଷ୍ଟ ଅଟେ । ଉନ୍ନତ କିସମ ବର୍ତ୍ତମାନ ଆମ ଦେଶରେ ଅନେକ ଉନ୍ନତ ଏବଂ ଅଧିକ ଅମଳକ୍ଷମ କିସମ ମିଳୁଛି । ସେଗୁଡିକ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଛି ଯଥା (କ) ଏବଂ (ଖ) ଉଭୟଲିଙ୍ଗୀ । - ଶୁଦ୍ଧ ଦ୍ଵିଲିଙ୍ଗୀ: ଏହି କିସମଗୁଡିକର ବିଶୁଦ୍ଧ ଅଣ୍ଡିରା ଓ ମାଈ ଗଛ ବାହାରେ । ପୁସା ନହ୍ନା , ପୁଷ୍ପା ଜାଏଣ୍ଟ , ସି.ଓ-୧ , ସି.ଓ-୨ ଏବଂ ପନ୍ଥ-୨ ଏହି କିସମ ଅନ୍ତର୍ଗତ । - ଉଭୟଲିଙ୍ଗୀ (ଗାଇନୋଡାଇଓସିୟମ) : ଏହି ପ୍ରକାର କିସମରେ ସଂପୂର୍ଣ୍ଣ ଅଣ୍ଡିରା ଗଛ ହୁଏ ନାହିଁ । ଏହି ବର୍ଗରେ କୁର୍ଗ ହନିଡ଼ିୟୁ , ସୂର୍ଯ୍ୟ ଶୋଲୋ , ସି.ଓ.-୩ ପୁଷ୍ପା ଡେଲିସିୟସ ଏବଂ ପୁଷା ମଜେଷ୍ଟି ଅନ୍ତର୍ଭୁକ୍ତ । ପୁଷା ନହ୍ନା ବାମନ କିସମ ଅମୃତଭଣ୍ଡା ଯାହାକୁ ପାକଶାଳା ବଗିଚାରେ ଲଗାଯାଇପାରିବ । ସି.ଓ-୨ ଏବଂ । ସି.ଓ-୫ କିସମରେ ଅଧିକ ମାତ୍ରାରେ ପାପେନ ଉତ୍ପାଦନ ହୁଏ । କିସମ ଏବଂ ଚାଷ ପ୍ରଣାଳୀ ଅନୁଯାୟୀ ଅମୃତଭଣ୍ଡା କିସମର ଫଳର ଓଜନ ୧ କିଲୋଗ୍ରାମରୁ ୧-୫ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଚାରା ପ୍ରସ୍ତୃତିକରଣ ଅମୃତଭଣ୍ଡା ଏକ ପରପରାଗସଙ୍ଗମକାରୀ ଫସଲ ହୋଇଥିବାରୁ ବିଶୁଦ୍ଧ ମଞ୍ଜି ବ୍ୟବହାର କରିବା ଗୁରୁତ୍ଵପୂର୍ଣ୍ଣ । ତେଣୁ ବିଶ୍ଵସନୀୟ ସଂସ୍ଥା କିମ୍ବା ମଞ୍ଜି ବ୍ୟବହାର କରିବା ଗୁରୁତ୍ଵପୂର୍ଣ୍ଣ । ତେଣୁ ବିଶ୍ଵସନୀୟ ସଂସ୍ଥା କିମ୍ବା ମଞ୍ଜି ବ୍ୟବସାୟୀଙ୍କ ଠାରୁ ଚାରା କିଣିବା ଆବଶ୍ୟକ । ମଞ୍ଜିର ଅଙ୍କୁରଣ କ୍ଷମତା ଖୋଲା ଜାଗାରେ ୪୫ ରୁ ୫୦ ଦିନ ପର୍ଯ୍ୟନ୍ତ ରହେ । କିନ୍ତୁ ଏକ ବାୟୁ ନିରୋଧକ ପାତ୍ରରେ ଏହା ୪ ରୁ ୫ ମାସ ପର୍ଯ୍ୟନ୍ତ ରହିପାରିବ । ୨ ମିଟର ଲମ୍ବ, ୧ ମିଟର ଓସାର ଏବଂ ମାଟିଠାରୁ ୧୫ ସେମି ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୃତ କରାଯାଏ । ଚାରାଗଛର ଭଲ ବୃଦ୍ଧି ପାଇଁ ପଟାଳି ପିଛା ୨ ଝୁଡି ପଙ୍କୁଆ ମାଟି ଏବଂ ୧ ଝୁଡି ସଢା ଗୋବରଖତ ପଟାଳିର ଉପରିଭାଗରେ ଭଲ ଭାବରେ ମିଶାଇଦେବା ଆବଶ୍ୟକ । ତଳିଘେରାରେ ମଞ୍ଜି ବୁଣିବା ପୂର୍ବରୁ ମଞ୍ଜିକୁ ୬ ରୁ ୮ ଘଣ୍ଟା ପାଣିରେ ଭିଜାଇଲା ପରେ ସେଗୁଡିକ ଛାଣି ୨ ଘଣ୍ଟା ପର୍ଯ୍ୟନ୍ତ ଛାଇରେ ଶୁଖାଇବା ଆବଶ୍ୟକ । ମଞ୍ଜି ଗୁଡିକ ଛାଇଲେ ଶୁଖାଇଲା ପରେ ପ୍ରତି କିଗ୍ରା ମଞ୍ଜିରେ ୨୦ ଗ୍ରାମ ବାଭିଷ୍ଟିନ ଗୁଣ୍ଡକୁ ଭଲଭାବରେ ମିଶାଇ ମଞ୍ଜି ବିଶୋଧନ କରାଯାଏ । ବିଶୋଧିତ ମଞ୍ଜିକୁ ପ୍ରସ୍ତୁତ କରାଯାଇଥିବା ତଳି ଘେରରେ ଧାଡିକୁ ଧାଡି ୧୫ ସେମି ଏବଂ ମଞ୍ଜିକୁ ମଞ୍ଜି ୫ ସେମି ଦୂରତାରେ ୨-୩ ସେମି ଗଭୀରରେ ବୁଣାଯାଏ । ଏକ ହେକ୍ଟର ଅମୃତ ଭଣ୍ଡା ଚାଷ ପାଇଁ ୨୫୦ ରୁ ୫୦୦ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ । ମଞ୍ଜି ବୁଣିଲାପରେ ପ୍ରତିଦିନ ତଳିଘେରରେ ଝରା ସାହାଯ୍ୟରେ ପାଣିଦେବା ଉଚିତ । ବୁଣିବାର ୨ ସପ୍ତାହ ମଧ୍ୟର୍ରେ ମଞ୍ଜିରୁ ଗଜା ବାହାରେ । ଗଜାବାହାରିବା ସମୟରେ ତଳିଘେରାକୁ ୧ ଲିଟର ପାଣିରେ ୩ ଗ୍ରାମ ରିଡୋମିଲ ମିଶାଇ ଦ୍ରବଣ ପ୍ରସ୍ତୃତ କାରୀ ସିଞ୍ଚନ କରିବା ଉଚିତ । ଚାରା ଗଛଗୁଡିକ ୪ ରୁ ୫ ପତ୍ର ହୋଇଗଲାପରେ ସେଗୁଡିକୁ ୧୦ x୪x୩ ସେମି ଛିଦ୍ରଯୁକ୍ତ ପଲିଥିନ ଥଳିରେ ଲଗାଇ ଏକ ଲିଟର ପାଣିରେ ୩ ଗ୍ରାମ ବାଭିଷ୍ଟିନଗୁଣ୍ଡ ମିଶାଇ ଗଛମୂଳରେ ସିଞ୍ଚନ କରିବା ଦରକାର । ଏହା ବ୍ୟତୀତ ସିଧାସଳଖ ପଲିଥିନ ଥଳିରେ ମଧ୍ୟ ସହଜ ଏବଂ ସୁବିଧା ଉପାୟରେ ଚାରା ପ୍ରସ୍ତୃତ କରାଯାଇପାରିବ । ସେଥିପାଇଁ ୨୦x ୧୫ ସେମି ଆକାର ୧୫୦ ଗାଯ ମୋଟାଇ ବିଶିଷ୍ଟ ଛିଦ୍ରଯୁକ୍ତ ପଲିଥିନ ଥଳି ଆବଶ୍ୟକ ହୋଇଥାଏ । ସମପରିମାଣ ମାଟି, ବାଲି, ଓ ସଢା ଗୋବରଖତ ମିଶାଇ ପଲିଥିନ ଥଳିଗୁଡିକ ଭରିଦିଆଯାଏ । ପ୍ରତି ଥଳିରେ ୨ଟି ଲେଖାଏଁ ମଞ୍ଜି ୨-୩ ସେମି ଗଭୀରରେ ଲଗାଯାଏ । ବର୍ଷା ହେଉନଥିଲେ ପ୍ରତିଦିନ ଝରା ସାହାଯ୍ୟରେ ପାଣି ଦେବାକୁ ପଡିଥାଏ । ମଞ୍ଜିଗୁଡିକଲ ଗଜା ହୋଇଗଲାପରେ ଗୋଟିଏ ଥଳିରେ କେବଳ ଗୋଟିଏ ଗଛ ବଢିବାକୁ ଦିଆଯାଏ । ଚାରାଗୁଡିକ ୨ମାସ କିମ୍ବା ୨୦-୨୫ ସେମି ଉଚ୍ଚତା ହୋଇଗଲେ ସେଗୁଡିକ ଜମିରେ ଲଗାଯାଏ । ଚାଷ ପ୍ରଣାଳୀ ଚାରାଗଛ ଲଗାଇବା ପୂର୍ବରୁ ଜମିକୁ ୩-୪ ଥର ଓଡଚାଷ କାରୀ ମଇ ଦେଇ ସମତୁଲ କରିଦେବା ଉଚିତ । ଏହା ପରେ ୧.୫ x ୧.୫ମି ବ୍ୟବଧାନରେ ୫୦x ୫୦x ୫୦ ସେମି ଆକାରରେ ଗାତ ଖୋଲାଯାଇ ୧୫ ଦିନ ପର୍ଯ୍ୟନ୍ତ ଖରାରେ ଶୁଖିବାକୁ ଦିଆଯାଏ । ଗାତ ଖୋଲିବା ସମୟରେ ପ୍ରଥମେ ୨୫ ସେମି ଗଭୀରର ଉପରମାଟି ଗୋଟିଏ ପଟେ ଏବଂ ତାପରେ ୨୫ସେମି ଗଭୀରର ଉପର ମାଟି ଅନ୍ୟପଟେ ରଖିବା ଉଚିତ । ବର୍ଷା ଆରମ୍ଭ ପୂର୍ବରୁ ଉପରସ୍ତରର ମାଟି କୁ ସେହିପରି ତଳେ ଭରିଦେଇ ଉପରସ୍ତରର ତଳୁ ବାହାରକାରୀ ଅନ୍ୟପଟେ ରଖିଥିବା ମାଟିରେ ୨-୩ ଝୁଡି ସଢା ଗୋବରଖତ ମିଶାଇ ଗାତଗୁଡିକୁ ଭରିଦେବା ଉଚିତ । ଥରେ ଦୁଇଥର ବର୍ଷା ହୋଇଗଲା ପରେ ଚାରାଗୁଡିକୁ ସାବଧାନପୂର୍ବକ ପଲିଥିନରୁ ବାହାରକାରୀ ଗାତରେ ଠିକ ମଧ୍ୟ ଭାଗରେ ଲଗାଇଦେବା ଉଚିତ । ଦ୍ଵିଲିଙ୍ଗୀ କିସମଗୁଡିକ ପ୍ରତି ଗାତରେ ୩ ଟି ଲେଖାଏଁ ଏବଂ ଉଭୟଲିଙ୍ଗୀ କିସମଗୁଡିକ ପ୍ରତି ଗାତରେ ଗୋଟିଏ ଗଛ ଲଗାଯାଏ । ଚାରା ଗଛଗୁଡିକୁ ପବନରୁ ରକ୍ଷାକରିବା ପାଇଁ ୨ଟି ବାଡି ଏବଂ ସୁତୁଲି ସାହାଯ୍ୟରେ ବାନ୍ଧିଦେବା ଉଚିତ ।ଜଳ ସେଚନ ଚାରା ଗଛଗୁଡିକ ଲଗାଇବା ପରେ ୨-୩ ଦିନ ପର୍ଯ୍ୟନ୍ତ ହାଲୁକା ସିଞ୍ଚନ କରିବା ଆବଶ୍ୟକ । ସାଧାରଣତଃ ବର୍ଷାଋତୁରେ ଜଳସେଚନର ଅବଶ୍ୟକତା ପଡିନଥାଏ । ଶୀତଦିନରେ ୮-୧୦ ଦିନ ଅନ୍ତରରେ ଏବଂ ଖରାଦିନେ ୪-୫ ଦିନ ଅନ୍ତରରେ ପାଣି ଦେବାକୁ ପଡିଥାଏ । ବୁନ୍ଦା ଜଳସେଚନ ପ୍ରଣାଳୀ ଦ୍ଵାରା ସେଚନ କଲେ ଶତକଡା ୫୦ ଭାଗ ପାଣିର ଅବଶ୍ୟକତା କମିବା ସଙ୍ଗେ ସଙ୍ଗେ ଗଛ ଏବଂ ଫଳର ବୃଦ୍ଧି ହୋଇଥାଏ । ଏହା ବ୍ୟତୀତ, ଏହି ପ୍ରଣାଳୀ ଅବଲମ୍ବନ କଲେ ଅମୃତଭଣ୍ଡା ଗଛରେ ହେଉଥିବା ମୂଳସଢା ରୋଗ ଏବଂ ଅନାବନା ଘାସର ବୃଦ୍ଧି ବହୁ ପରିମାଣରେ କମ ହୋଇଥାଏ । ଆଧାର - ଡଃ ଦୀନବନ୍ଧୁ ମହାରଣା
<urn:uuid:11780394-3769-4dc6-af3c-71603dc6a513>
CC-MAIN-2018-26
http://or.vikaspedia.in/agriculture/b36b38b4db2f-b09b24b4db2ab3eb26b28/b05b2eb43b24b2db23b4db21b3e-b09b24b4db2ab3eb26b28
2018-06-20T10:59:32Z
s3://commoncrawl/crawl-data/CC-MAIN-2018-26/segments/1529267863518.39/warc/CC-MAIN-20180620104904-20180620124904-00399.warc.gz
ory
0.999969
Orya
20
{"ory_Orya_score": 0.9999686479568481}
ଅଲେଖ ଚନ୍ଦ୍ର ମିଶ୍ର ବିଖ୍ୟାତ ରୁଷୀୟ ଦାର୍ଶନିକ କାଉଣ୍ଟ ଲିଓ ଟଲଷ୍ଟୟଙ୍କ ଭାଷାରେ କୃପଣଠାରୁ ବଡ଼ ଦାନୀ କେହି ନାହିଁ। ଅନ୍ୟମାନେ ତ ନିଜ ଓ ପରିବାର ପାଇଁ ଧନ ଖର୍ଚ୍ଚ କଲା ପରେ ଯାହା ବଳେ ସେଥିରୁ କିଞ୍ଚିତ୍ ଦାନ କରନ୍ତି। କିନ୍ତୁ କୃପଣ ନ ଖାଇ, ନ ପିନ୍ଧି ଏପରି କି ନିଜ ପାଇଁ ବି ମୌଳିକ ଆବଶ୍ୟକତା ପୂର୍ଣ୍ଣ ନ କରି ଧନ ସବୁ ସାଇତି ରଖିଥାଏ ଏବଂ ମଲାବେଳେ ସବୁତକ ଧନ ସେ ଦାନ କରିଯାଏ। ପୃଥିବୀରେ ଯେତେ ସତ୍କର୍ମ ଅଛି ତା' ଭିତରେ ଦାନ ଏକ ମହତ୍ କର୍ମ। କାରଣ ଏ ସଂସାରଟା ଦବାନବାର ବୁଝାମଣା ଉପରେ ପ୍ରତିଷ୍ଠିତ। ଏହା ସୁସମ୍ପର୍କ ଓ ବନ୍ଧୁତ୍ୱର ନିଦର୍ଶନ। ଶାସ୍ତ୍ର କହେ- "ଦଦାତି ପ୍ରତିଗୃହ୍ଣାତି ଗୃହ୍ୟମାଖ୍ୟାତି ପୃଚ୍ଛତି। ଭୁଂକ୍ତେ ଭୋଜୟତେ ଚୈବ ଷଡ଼େତେ ପ୍ରୀତିଲକ୍ଷଣମ୍।ା" ତେଣୁ ଯୁଗ ଯୁଗ ଧରି ଦାନ ଓ ପ୍ରତିଦାନର ମହତ୍ତ୍ୱ ପ୍ରତିପାଦିତ ହୋଇଆସିଛି ଏବଂ ବିଭିନ୍ନ ରୂପରେ ଏହା ସମ୍ପାଦିତ ହେଉଅଛି, ଯଥା-ଜନ୍ମଦାନ, ଭିକ୍ଷାଦାନ, କନ୍ୟାଦାନ, ଅନ୍ନଦାନ, ଜଳଦାନ, ଧନଦାନ, ବିଦ୍ୟାଦାନ, ଜୀବନଦାନ, ଭୂମିଦାନ, ଅଭୟ ପ୍ରଦାନ, ଆଶ୍ରୟ ପ୍ରଦାନ, ଶ୍ରମଦାନ, ଗର୍ଭଦାନ (ସରୋଗେସି), ସନ୍ତାନଦାନ (ପୋଷ୍ୟ), ରକ୍ତ ଦାନ, ଅଙ୍ଗଦାନ (ଚକ୍ଷୁ, କିଡ୍ନୀ, ହୃତ୍ପିଣ୍ଡ ଇତ୍ୟାଦି), ଆଶିଷ ପ୍ରଦାନ, ପିଣ୍ଡଦାନ ଇତ୍ୟାଦି ଏବଂ ଏ ପ୍ରତ୍ୟେକେ ସ୍ବସ୍ବ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ। ଦାନ ଦେବା ଓ ନେବା ଏକ ନିତିଦିନିଆ ଘଟଣା ହେଲେ ବି ଏହାର ସମ୍ପାଦନରେ କିଛିମାତ୍ରାରେ ଶୃଙ୍ଖଳା ନିହିତ, ଯେପରି ଦାନ ପ୍ରତ୍ୟାଶାରହିତ ହେବା ଉଚିତ। ଏପରି କି ଦାନ ଦେଇଥିବା ବସ୍ତୁକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ କିମ୍ବା ପ୍ରକାରାନ୍ତରେ ଫେରେଇନେବା ମହାପାପ। ଦାନ ଦେଇ ପ୍ରକାଶ କରିବା, ପ୍ରଶଂସା ଆଶା କରିବା କିମ୍ବା ଗର୍ବିତ ହେବାରେ ଦାନର ଅପଚୟ ଘଟେ। ସେଥିପାଇଁ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀବିଗ୍ରହ ନିର୍ମାଣ ପରେ ବଂଶଶୂନ୍ୟ ହେବା ପାଇଁ ପ୍ରଭୁଙ୍କ ନିକଟରେ କାମନା କରିଥିଲେ। ପ୍ରତିଟି ଦାନ ସଦିଚ୍ଛାର ସହିତ ଏବଂ ଛଳନାରହିତ ହେଲେ ତା'ର ମୂଲ୍ୟ ରହେ। ମନରେ କୁଣ୍ଠା ରଖି ଦାନ ଦେଲେ ତାହା ନିଷ୍ଫଳ ହୋଇଯାଏ। ଭାଗବତରେ ଅଛି- "କଳ୍ପନା ମୂଳେ କାଳ ଥାଇଁ, ସେ ଦ୍ରବ୍ୟ ଛୁଇଁ ନ ଯୋଗାଇ।" କୁହାଯାଏ, ଦେବା ହାତ ଉପରକୁ ଓ ମାଗିବା ହାତ ତଳକୁ କିମ୍ବା ମାଗିଲାଠାରୁ ହୀନ ନାହିଁ, ଦେଲାଠାରୁ ପୁଣ୍ୟ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଗ୍ରହୀତାକୁ ନିମ୍ନ ଦୃଷ୍ଟିରେ ଦେଖିବା। କାରଣ 'ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ।' ଦାନ କରିବାର ଭାବନା ମନରେ ଆସିବା ମାତ୍ରେ ତାହା ତତ୍କ୍ଷଣାତ୍ କରଣୀୟ। କାରଣ ମୁହୂର୍ତ୍ତକର ବ୍ୟବଧାନ ହୁଏତ ଦାନ କରିବାର ସଂକଳ୍ପକୁ ବଦଳେଇ ଦେଇପାରେ। ଏ କ୍ଷେତ୍ରରେ ଦାତା କର୍ଣ୍ଣଙ୍କର ଦୃଷ୍ଟାନ୍ତ ଅନୁସରଣୀୟ। ଏକଦା ମହାରାଜା କର୍ଣ୍ଣ ସ୍ନାନ ପୂର୍ବରୁ ଏକ ସୁବର୍ଣ୍ଣ ପାତ୍ର ହାତରେ ଧରି ଦେହରେ ତୈଳ ମର୍ଦ୍ଦନ କରୁଥିଲେ। ଏହି ସମୟରେ ଶୁଭିଲା ଜଣେ ଭିକ୍ଷୁଙ୍କର ନିବେଦନ। ସେ ତତ୍କ୍ଷଣାତ୍ ନିଜର ବାମ ହାତରେ ଧରିଥିବା ତୈଳପାତ୍ରକୁ ଭିକ୍ଷୁକର ହାତକୁ ବଢେଇଦେଲେ। ତାହା ଦେଖି ଜଣେ ପାର୍ଶ୍ୱଚର ପଚାରିଲା- ମଣିମା, ଆପଣ ବାମ ହାତରେ ଦାନ ଦେଲେ। ଏହା ତ ବିଧିସଙ୍ଗତ ନୁହେଁ। କର୍ଣ୍ଣ ଉତ୍ତର ଦେଲେ- ଦାନର ପ୍ରଥମ ନିୟମ ହେଲା ତାହା ତତ୍କ୍ଷଣାତ୍ ସମ୍ପନ୍ନ ହେବା ଉଚିତ। ବାମ ହାତରୁ ଡାହାଣ ହାତ ବଦଳେଇବା ଭିତରେ ହୁଏତ ଦାନର ସଂକଳ୍ପ ବଦଳି ଯାଇପାରେ। କୁହାଯାଏ ଦେଇଥିଲେ ପାଇ। ଦାନ ଦେଇଥିବା ବସ୍ତୁ ବହୁଗୁଣିତ ହୋଇ ଦାତାଙ୍କ ନିକଟକୁ ଫେରିଆସେ। ଯେପରି ପୂର୍ବଜନ୍ମରେ ନିଜର ମହାର୍ଘ ବସ୍ତ୍ରକୁ ଚିରିଦେଇ ପ୍ରଭୁଙ୍କର ସେବା କରିଥିବା ଦ୍ରୌପଦୀ କୁରୁସଭାରେ ତା'ର ପ୍ରତିଦାନ ସ୍ବରୂପ କୋଟିବସ୍ତ୍ର ଉପହାର ପାଇଥିଲେ। ଦାନ ଦ୍ୱାରା ଯଶ ଓ ପୁଣ୍ୟ ଲାଭ ହୁଏ। ଶାସ୍ତ୍ରାନୁସାରେ- 'ଯଶପୁଣ୍ୟଂ ଚ ଦାନେନ ଦ୍ରବିଣସ୍ତୁ ବାଣିଜ୍ୟୟା।' ଦାନ ଦେଲେ ଧନ ବଢ଼େ। ତେଣୁ ଗୁପ୍ତଧନ ଓ ଭୁକ୍ତଧନ ମଧ୍ୟରେ ଦ୍ୱିତୀୟଟିକୁ ହିଁ ଅଧିକ ଶ୍ରେୟସ୍କର କୁହାଯାଏ। ସେଥିପାଇଁ ଦାନର ବାର୍ତ୍ତାବହ ଅନେକ ମହାତ୍ମା ଯୁଗ ଯୁଗ ଧରି ଚିରସ୍ମରଣୀୟ ହୋଇ ରହିଯାଇଛନ୍ତି। ଦାତା କର୍ଣ୍ଣ, ଦାନବୀର ହରିଶ୍ଚନ୍ଦ୍ର, ମହାଦାନୀ ବଳି, ମହର୍ଷି ଦଧୀଚି ( ଦେବତାଙ୍କ ହିତ ପାଇଁ ଯିଏ ଜୀବନ ଦାନ ଦେଇଥିଲେ), ମହାରାଜା ଶିବି (ଶରଣାପନ୍ନକୁ ରକ୍ଷା କରିବା ପାଇଁ ଯିଏ ନିଜର ଶରୀରକୁ ଦାନ ଦେଇଥିଲେ), ରାଜା ଜୀମୂତବାହନ (ସର୍ପକୁଳର ରକ୍ଷା ପାଇଁ ଯିଏ ଗରୁଡ଼ର ଖାଦ୍ୟ ହୋଇଥିଲେ) ଇତ୍ୟାଦି ଅନେକ ବ୍ୟକ୍ତି ଅଦ୍ୟାବଧି ସ୍ମରଣୀୟ ହୋଇ ରହିଛନ୍ତି। ଦାନ ଏହିପରି ଏକ ମହାନ୍ ପରମ୍ପରାର ବାବଦୂକ ହେଲେ ବି ଏହାର ଅପସମ୍ପାଦନ ବେଳେ ବେଳେ ଅନେକ ସମସ୍ୟା ସୃଷ୍ଟି କରେ। ସତ୍ପାତ୍ରରେ ଦାନ ଯେତିକି ପୁଣ୍ୟ, ଅପାତ୍ରରେ ଦାନ ସେତିକି ପାପ। ବାମନରୂପୀ ଭଗବାନଙ୍କୁ ଦାନ ଦେଇ ଦାନବ ସମ୍ରାଟ ବଳି ପାତାଳବୈକୁଣ୍ଠ ପ୍ରାପ୍ତ ହୋଇଥିଲେ। ଅଥଚ ଛଦ୍ମବେଶୀ ରାବଣକୁ ଦାନ ଦେଇ ସତୀ ଶିରୋମଣି ସୀତା ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ। ଅଗ୍ନି ଦେବତାଙ୍କୁ ଖାଣ୍ଡବ ବନ ଉପହାର ଦେଇ ଅର୍ଜୁନ ଦୁର୍ଲଭ ଦିବ୍ୟାସ୍ତ୍ର ଲାଭ କରିଥିଲେ। ରାଜା ବିଶ୍ୱାମିତ୍ରଙ୍କୁ ଆତିଥ୍ୟ ପ୍ରଦାନ କରି ବ୍ରହ୍ମର୍ଷି ବଶିଷ୍ଠ ପ୍ରାଣ ସଂଶୟର ସମ୍ମୁଖୀନ ହୋଇଥିଲେ। ତେଣୁ ଯଥାର୍ଥରେ କୁହାଯାଇଅଛି- ଜଳେ ତୈଳଂ ଖଳେ ଗୁହ୍ୟଂ ପାତ୍ରେ ଦାନମନାଗପି। ପ୍ରାଜ୍ଞେ ଶାସ୍ତ୍ରଂ ସ୍ବୟଂ ଯାତି ବିସ୍ତାରଂ ବସ୍ତୁଶକ୍ତିତଃ।ା" ସେହିପରି ସର୍ପକୁ କ୍ଷୀରଦାନ ଦେଲେ ସେ ଦାତାକୁ ହିଁ ଦଂଶେ। ମୂର୍ଖକୁ ଉପଦେଶ ଦାନ କଲେ ତା'ର କ୍ରୋଧ ବୃଦ୍ଧି ହୁଏ। ଅତଏବ ଦାନର ଉପାଦେୟତା ଗ୍ରହୀତାଙ୍କର ସ୍ଥିତି ଉପରେ ନିର୍ଭରଶୀଳ। ତେବେ ଗୋଟିଏ କଥା ନିଶ୍ଚିତ ଯେ, ଏହାଦ୍ୱାରା ଦାତା ଓ ଗ୍ରହୀତା ଉଭୟେ ଉପକୃତ ହୁଅନ୍ତି। ସାରଦାଶ୍ରୀ, ୯୦୪, ଶାସ୍ତ୍ରୀନଗର, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮ ଅଲେଖ ଚନ୍ଦ୍ର ମିଶ୍ର
<urn:uuid:a8ac40eb-afbf-499d-bf5f-bac54e779da3>
CC-MAIN-2018-26
http://www.dharitri.com/main/news/15637
2018-06-17T22:01:57Z
s3://commoncrawl/crawl-data/CC-MAIN-2018-26/segments/1529267859817.15/warc/CC-MAIN-20180617213237-20180617233237-00147.warc.gz
ory
0.999993
Orya
5
{"ory_Orya_score": 0.9999932050704956}
ରାଜଗାଙ୍ଗପୁର,୩।୧(ଡି.ଏନ.ଏ)- ୨ ଦିନର ପ୍ରତୀକ୍ଷା ପରେ ବୁଧବାର ସକାଳେ ଶହୀଦ ସିଆର୍ପିଏଫ୍ ଯବାନ ପ୍ରଦୀପ ପଣ୍ଡାଙ୍କ ମରଶରୀର ରାଜଗାଙ୍ଗପୁର ସହରରେ ପହଞ୍ଚତ୍ବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ବତଃପ୍ରବୃତ୍ତ ଭାବେ ସହରର ଦୋକାନ ବଜାର ବନ୍ଦ ହୋଇଯାଇଥିଲା। ଶହୀଦ ପ୍ରଦୀପ ଅମର ରହେ, ପାକିସ୍ତାନ ମୁର୍ଦାବାଦ ନାରାରେ ସହର ପ୍ରକମ୍ପିତ ହୋଇଉଠିଥିଲା । ମଙ୍ଗଳବାର ରାତି ସାଢ଼େ ୯ଟାରେ ପ୍ରଦୀପଙ୍କ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା। ପରେ ସଡ଼କ ପଥରେ ରାଉରକେଲା ଦେଇ ରାଜଗାଙ୍ଗପୁର ସହରକୁ ନିଆଯାଇଥିଲା। ସକାଳ ୮ଟାରେ ମରଶରୀର ପହଞ୍ଚତ୍ବା ପରେ ରାଜଗାଙ୍ଗପୁର ସହର ଜନସମୁଦ୍ରରେ ପରିଣତ ହୋଇଥିଲା। ଏକ ଶୋଭାଯାତ୍ରାରେ ରାଜଗାଙ୍ଗପୁର ରାଣୀବନ୍ଧଠାରୁ ସହରର ବସଷ୍ଟାଣ୍ଡ ପାଖ ଖେଳପଡ଼ିଆକୁ ମରଶରୀରକୁ ଅଣାଯାଇଥିଲା। ସେଠାରେ ସୁନ୍ଦରଗଡ଼ ଜିଲାପାଳ ବିନୀତ ଭରଦ୍ୱାଜ, ଏସ୍ ପି ପିନାକି ମିଶ୍ର, ସମ୍ବଲପୁର ସିଆର୍ପିଏଫ୍ ଡିଆଇଜି ବୀରେନ୍ଦ୍ର କୁମାର ଶର୍ମା, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଅରବିନ୍ଦ ମହାପାତ୍ର, କମାଣ୍ଡର ଗୋକୁଳ କୁମାର ଗୁପ୍ତା, ଭାଜପା ରାଉରକେଲା ବିଧାୟକ ଦିଲୀପ ରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶହୀଦ ପ୍ରଦୀପଙ୍କୁ ଗାର୍ଡ ଅଫ୍ ଅନର ଦେଇଥିଲେ। ପରେ ଶହୀଦଙ୍କ ମରଶରୀରକୁ ବସଷ୍ଟାଣ୍ଡରୁ ସୁବାଷ ଛକ ଓସିଏଲ ଦେଇ ତାଙ୍କ ପୈତୃକ ଘର ଲିପଲୋଇ ଗ୍ରାମକୁ ନିଆଯାଇଥିଲା। ୨୦ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଭିନ୍ନ ଛକରେ ଅପେକ୍ଷା କରି ରହିଥିବା ହଜାର ହଜାର ଲୋକେ ଶହୀଦଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେଇଥିଲେ। ଓସିଏଲ କମ୍ପାନୀ ଗେଟ୍ଠାରେ ଡାଲମିଆ ପରିବାର ତରଫରୁ ପୁନିତ ଡାଲମିଆ, ଯଦୁହରି ଡାଲମିଆ, ଗଣେଶ ଜୀରକୁଣ୍ଠଓ୍ବାରଙ୍କ ସମେତ ଉପସ୍ଥିତ କର୍ମଚାରୀମାନେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶହୀଦଙ୍କ ମରଶରୀର ପ୍ରଥମେ ତାଙ୍କ ଘରକୁ ନିଆଯାଇଥିଲା । ସେଠାରେ ପରିବାର ସଦସ୍ୟ, ବନ୍ଧୁ ଓ ପରିଜନମାନେ ଶେଷ ଦର୍ଶନ କରିଥିଲେ। ପରେ ମରଶରୀରକୁ ଘର ନିକଟ ଲିପଲୋଇ ନାଳ ପାଖକୁ ଅନ୍ତିମ ସତ୍କାର ପାଇଁ ନିଆଯାଇ ଜିଲାପାଳ, ଏସ୍ ପି, ଡିଆଇଜି କବିତା ଜଲାନଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ସହ ତୋପ ସଲାମିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଭଣଜା ଜିତୁ ପାଢ଼ି ଶହୀଦ ପ୍ରଦୀପଙ୍କ ମରଶରୀରରେ ମୁଖାଗ୍ନୀ ଦେଇଥିଲେ। ଶହୀଦ ପ୍ରଦୀପ ରାଜଗାଙ୍ଗପୁର ସହରର ଲିପଲୋଇଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ପୀତାମ୍ବର ପଣ୍ଡା ଓସିଏଲ ସିମେଣ୍ଟ କାରଖାନାରେ କାମ କରୁଥିଲେ । ପ୍ରଦୀପ ରାଜଗାଙ୍ଗପୁର ସହରର ରାଷ୍ଟ୍ରୀୟ ବିଦ୍ୟାଳୟ ଓ ପରେ ଡାଲମିଆ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କ ଭାଇ କାଶ୍ମୀରର ଫୁଲୱାମା ଜିଲାର ଲୋଥାପୋରା ସିଆର୍ପିଏଫ୍ କ୍ୟାମ୍ପରେ ଯବାନ ଭାବେ କାର୍ଯ୍ୟରତ ଅଟନ୍ତି। ଶହୀଦ ପ୍ରଦୀପ ପଣ୍ଡାଙ୍କ ୩ ବର୍ଷର ପୁଅ ରହିଥିବାବେଳେ ତାଙ୍କ ସ୍ତ୍ରୀ ୩ ମାସର ଅନ୍ତସତ୍ତ୍ବା। ପ୍ରଦୀପ ୩୧ ତାରିଖ ରାତିରେ ତାଙ୍କ ସ୍ତ୍ରୀ ଓ କେତେକ ବନ୍ଧୁଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏହାର କିଛି ସମୟ ପରେ କ୍ୟାମ୍ପ୍ ଉପରେ ଆତଙ୍କବାଦୀମାନେ ହାମ୍ଲା କରିଥିଲେ। ଏହାର ମୁକାବିଲା କରିବାକୁ ଯାଇ ପ୍ରଦୀପଙ୍କ ସମେତ ୫ଜଣ ଯବାନ ଶହୀଦ ହୋଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ରାଜଗାଙ୍ଗପୁର ସହର ସମେତ ସୁନ୍ଦରଗଡ଼ ଜିଲାରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ଅନ୍ତିମ ଦର୍ଶନ ଲାଗି ରାଜଗାଙ୍ଗପୁର ସହରବାସୀ ବ୍ୟାକୁଳ ହୋଇଉଠିଥିଲେ। ଶହୀଦଙ୍କ ପରିବାରଙ୍କୁ ରାଜ୍ୟ ସରକାର ୫ଲକ୍ଷ ଟଙ୍କାର ସହାୟତା ସହ ତାଙ୍କ ସ୍ତ୍ରୀଙ୍କୁ ମାସକୁ ୨ହଜାର ଟଙ୍କା ଭତ୍ତା ଘୋଷଣା କରିଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସହରବାସୀ ଏହାକୁ ନାପସନ୍ଦ କରିଛନ୍ତି। ଶହୀଦ ପ୍ରଦୀପଙ୍କ ପରିବାରକୁ ରାଜ୍ୟ ସରକାର ୨୦ଲକ୍ଷରୁ ଉର୍ଦ୍ଧ୍ୱ ସହାୟତା ରାଶି ଯୋଗାଇ ଦେବାକୁ କଂଗ୍ରେସର ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ ଦାବି କରିଛନ୍ତି। ସେହିପରି ତାଙ୍କ ସ୍ତ୍ରୀଙ୍କୁ ମାସିକ ୧୦ହଜାର ଟଙ୍କା ଭତ୍ତା ଦିଆଯାଉ ବୋଲି ସହରବାସୀଙ୍କ ତରଫରୁ ମଧ୍ୟ ଦାବି ହୋଇଛି। ଏ ନେଇ ସୁନ୍ଦରଗଡ଼ ଜିଲାପାଳଙ୍କୁ ପଚାରିବାରେ ସରକାରଙ୍କ ତରଫରୁ ସହାୟତା ରାଶି ଘୋଷଣା ହୋଇସାରିଛି। ଜିଲା ପ୍ରଶାସନ ଶହୀଦ ପ୍ରଦୀପଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି କହିଥିଲେ ।
<urn:uuid:64b64397-0300-43ea-8cfa-5b870618a9d6>
CC-MAIN-2018-26
http://www.dharitri.com/main/news/16528
2018-06-17T22:01:47Z
s3://commoncrawl/crawl-data/CC-MAIN-2018-26/segments/1529267859817.15/warc/CC-MAIN-20180617213237-20180617233237-00147.warc.gz
ory
0.99999
Orya
5
{"ory_Orya_score": 0.9999899864196777}
ଆବଶ୍ୟକୀୟ ଆଇନଗତ ଯୋଗ୍ୟତା ନ ଥାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ପଦାଧିକାରୀଙ୍କୁ ବିମୋହିତ କରି ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହକର୍ମୀ ସୁବ୍ରତ ପୃଷ୍ଟି ତଥା ତାଙ୍କ ନ୍ୟାସ ଓଡିଶା ରାଜକୋଷରୁ ବହୁ ଲକ୍ଷ ଟଙ୍କା ନେଇଯାଇଥିବା ହେତୁ ତାହା ତାଙ୍କଠରୁ ଆଦାୟ କରିବା ପାଇଁ ଭାଷା ଆନ୍ଦୋଳନ , ଓଡିଶା ଦାବି କରିଛି । ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କିତ ସରକାରୀ ସନ୍ଦର୍ଭ ଚୋରି କରି ରାଜ୍ୟବାସୀଙ୍କ ପ୍ରତି ବିଶ୍ଵାସଘାତକତା କରିଥିବା କାରଣରୁ ଡ଼. ପଟ୍ଟନାୟକଙ୍କୁ କଳାତାଲିକା ଭୁକ୍ତ କରିବାକୁ ଆନ୍ଦୋଳନର ଦାବି ଉପରେ ସରକାର ଶୋଇରହିଥିବା ବେଳେ ତାଙ୍କର ଏକ ଅନଧିକୃତ ପ୍ରକାଶନ ପାଇଁ ରାଜକୋଷରୁ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପ୍ରତିପୁରଣ ସକାଶେ ଗୋଟି ଚାଳନ ଚାଲିଛି । ଏହା ବନ୍ଦ କରିବାକୁ ଓ ତାଙ୍କ ବିରୁଦ୍ଧରେ ଅପରାଧିକ ଅଭିଯୋଜନ ଆରମ୍ଭ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଦେଇ ତହିଁର ନକଲ ସଂସ୍କୃତି ସଚିବ ଓ ଭାଷା ପ୍ରତିଷ୍ଠାନକୁ ପ୍ରଦାନ କରିଛନ୍ତି । ତାହା ନିମ୍ନରେ ସ୍ଥାନିତ ହେଲା । ମହାଶୟ , ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜ୍ୟ ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ମାଧ୍ୟ୍ୟମରେ ରାଜକୋଷରୁ ଅର୍ଥ ବ୍ୟୟ କରି ଯେଉଁ ପ୍ରାମାଣିକ ଯୁକ୍ତି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ ତାହାକୁ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ ପୃଷ୍ଟି ଓ ସେମାନଙ୍କ ନ୍ୟାସ 'ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା' ଚୋରି କରିନେଇ, ସରକାରୀ ନିଷେଧାଦେଶ ଉଲ୍ଲଙ୍ଘନ କରି, କିପରି ସରକାରୀ ସତ୍ଵାଧିକାରର ଏକ ସମାନ୍ତରାଳ ସତ୍ଵାଧିକାର ତିଆରି କରିଛନ୍ତି ଓ ତହିଁର ଘରୋଇ ବ୍ୟବସାୟିକ ଉପଯୋଗ କରୁଛନ୍ତି ତାହାର ସପ୍ରମାଣ ପ୍ରତିବେଦନ ରଖି ମୁଁ ଭାଷା ଆନ୍ଦୋଳନ ଓଡ଼ିଶାର ଅଧ୍ୟକ୍ଷ ଭାବେ ମାନ୍ୟବର ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲି କି , ଆମ ମାତୃଭାଷା କ୍ଷେତ୍ରକୁ ଭାଷା ମାଫିଆଙ୍କ ଚାରଣ ଭୂମି ହେବାରୁ ରକ୍ଷା କରିବା ପାଇଁ ଏହି ବ୍ୟକ୍ତି ଓ ସଂସ୍ଥାମାନଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ହେଉ ଓ ରାଜ୍ୟ ପ୍ରତି ବିଶ୍ଵାସଘାତକତା କାରଣରୁ ତାଙ୍କୁ କଳାତାଲିକାଭୂକ୍ତ କରାଯାଉ । ମୋ ପାଖରେ ଥିବା ତଥ୍ୟ ଅନୁଯାୟୀ ମୁଖ୍ୟ ଶାସନ ସଚିବ ତହିଁ ଉପରେ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସଂସ୍କୃତି ସଚିବଙ୍କୁ ଆଦେଶ ଦେଇଥିଲେ । ଗତ ଡିସେମ୍ବର ମାସରୁ ତାହା ସେହିପରି ପଡିଛି । ଏପରି ସରକାରୀ ଉଦାସୀନତାର ସୁଯୋଗ ନେଇ ଜାତୀୟ ଭାଷା ସମ୍ମିଳନୀ ନାମରେ ପ୍ରୋକ୍ତ ବ୍ୟକ୍ତି ଓ ସଂସ୍ଥାମାନେ ସଂସ୍କୃତି ବିଭାଗରୁ ବହୁ ଲକ୍ଷ ଟଙ୍କାର ସହାୟତା ନେଇଛନ୍ତି ଯାହାର କିୟଦଂଶ ମୁଁ ଗଣମାଧ୍ୟମରେ ପ୍ରକାଶ କରିଛି । ଏଥି ସହ ସଂଯୁକ୍ତ ହୋଇଥିବା ନିବନ୍ଧ ଏଥିପାଇଁ ତଥ୍ୟ ଦେବାକୁ ସକ୍ଷମ । ସଂସ୍କୃତି ସଚିବାଳୟରୁ ଏକ ସଂଗୃହିତ ସୂଚନା ଅନୁସାରେ 2ୟ ଭାଷା ସମ୍ମିଳନୀ ଅବସରରେ ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥା ପ୍ରକାଶ କରିଥିବା ଏକ ସଂକଳନ ପାଇଁ 1.60 ଲକ୍ଷ ଟଙ୍କା ପ୍ରତିପୁରଣ ପ୍ରଣାଳୀରେ ନେବାକୁ ସଂସ୍କୃତି ବିଭାଗ ଉପରେ ପ୍ରଭାବ ପକାଇଛନ୍ତି ଓ ତାହା ପ୍ରଦାନ କରିବାକୁ ସଜବାଜ ଚାଲିଛି । ସଂସ୍କୃତି ବିଭାଗର ଆର୍ଥିକ ସହାୟତା ନିୟମାବଳୀ 1986 ଏପରି ପାଣ୍ଠି ପ୍ରଦାନକୁ ବିରୋଧ କରେ; କାରଣ , ଏପରି ସହାୟତା ପାଇଁ କୌଣସି ନିୟମ ନାହିଁ ଓ ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥାର ଯୋଗ୍ୟତା ବି ନାହିଁ । ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଓଡିଶା ସରକାରଙ୍କ ଭାଷା ପ୍ରତିଷ୍ଠାନ ଗଭୀର ଗବେଷଣାଲବ୍ଧ ତଥ୍ୟ ଉପରେ ଶାସ୍ତ୍ରୀୟ ମାନ୍ୟତା ପାଇଁ ଯେଉଁ ଯୁକ୍ତି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ , ଅର୍ଥ ଅଭାବରୁ ତାହା ଜନସାଧାରଣଙ୍କ ପାଇଁ ମୁଦ୍ରିତ ହୋଇପାରିଲା ନାହିଁ । ତହିଁର ମୁଦ୍ରଣ ଏକାନ୍ତ ଆବଶ୍ୟକ । ସେଥିରେ ଅର୍ଥ ଲଗାଣ ନ କରି , ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥାମାନଙ୍କର ଅନଧିକୃତ ପୁସ୍ତକ ପ୍ରକାଶନର ଖର୍ଚ୍ଚ ପ୍ରତିପୁରଣ କରିବା କେବଳ ଅଯୌକ୍ତିକ ନୁହଁ , ବେଆଇନ ମଧ୍ୟ । ଏହି ପ୍ରେକ୍ଷାପଟରେ ପ୍ରସ୍ତାବିତ ପ୍ରତିପୁରଣ ନିଷିଦ୍ଧ କରିବାକୁ ଓ ଉପର ନାମିତ ଲୋକେ ଓ ସଂସ୍ଥା 1986 ନିୟମାବଳୀ ଅନୁସାରେ ସରକାରୀ ସହାୟକ ପାଣ୍ଠି ପାଇଁ ଆଦୌ ଯୋଗ୍ୟ ନ ହୋଇଥିଲେ ମଧ୍ୟ ସଂଯୁକ୍ତ ଥିବା ଦଲିଲ ଅନୁଯାୟୀ ଅବୈଧ ଭାବେ ବହୁ ଲକ୍ଷ ଟଙ୍କା ରାଜକୋଷରୁ ନେଇସାରିଥିବା ହେତୁ ସେ ସମସ୍ତ ଟଙ୍କା ସେମାନଙ୍କ ଠାରୁ ଓ ସେହି ସଂସ୍ଥା ଠାରୁ ଆଦାୟ କରାଯାଉ ଏବଂ ଓଡିଶା ସରକାରଙ୍କ ପ୍ରତି ଶାସ୍ତ୍ରୀୟ ମାନ୍ୟତା କ୍ଷେତ୍ରରେ ବିଶ୍ଵାସ ଭଙ୍ଗ କରିଥିବା ହେତୁ ସେମାନଙ୍କୁ ଓ ତାଙ୍କ ଉପର ନାମିତ ସଂସ୍ଥାକୁ ଅପରାଧିକ ଦଣ୍ଡବିଧାନର ସମ୍ମୁଖୀନ କରାଯିବା ସଂଗେ ସଂଗେ ସେମାନଙ୍କୁ କଳାତାଲିକା ଭୁକ୍ତ କରାଯାଉ । ଇତି । ଆପଣଙ୍କର ସୁଭାଷ ଚନ୍ଦ୍ର ପଟ୍ଟନାୟକ , ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା
<urn:uuid:30a5981f-784d-4ad5-904b-21851442be79>
CC-MAIN-2018-26
http://bhashaandolan.com/demand-for-prosecution/
2018-06-22T22:59:29Z
s3://commoncrawl/crawl-data/CC-MAIN-2018-26/segments/1529267864822.44/warc/CC-MAIN-20180622220911-20180623000911-00467.warc.gz
ory
1.000008
Orya
58
{"ory_Orya_score": 1.0000081062316895}
ଭୂଷଣ୍ଡପୁରର ଉଗ୍ରତାରା ଶକ୍ତିପୀଠ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ସନ୍ନିକଟ ଭୂଷଣ୍ଡପୁର ରେଳ ଷ୍ଟେସନ ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଏହି ଶକ୍ତିପୀଠଟି । ସ୍ଥାନଟିର ନାଁ ମୂଳିଝରଗଡ । ପ୍ରାଚୀନ ରାଜତନ୍ତ୍ରର ଏହି ମୂଳିଝରଗଡର ଅଧିଷ୍ଠାତ୍ରୀ ଦେବୀ ଥିଲେ ମାଆ ଉଗ୍ରତାରା । ଓଡିଶାରେ ଗଙ୍ଗ ବଂଶର ରାଜତ୍ଵ ସମୟରେ ତତ୍କାଳୀନ ଗଜପତି ମହାରାଜାଙ୍କ ଦ୍ଵାରା ଏହି ମନ୍ଦିରଟି ନିର୍ମିତ୍ତ ହୋଇଥିଲା । ବାହ୍ୟ ଶତ୍ରୁ ଆକ୍ରମଣରେ ମୂଳିଝରଗଡଟି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲେ ସୁଧା ଏହି ଗଡର ଅଧିଷ୍ଠାତ୍ରୀ ଦେବୀ ମାଆ ଉଗ୍ରତାରା ଅଦ୍ୟାବଧି ବିରାଜମାନ । ଏହି ସ୍ଥାନଟି ଓଡିଶାର ଏକ ପ୍ରମୁଖ ଶକ୍ତିପୀଠ ରୂପେ ପରିଚିତ । ସ୍ଥାନୀୟ ପୂଜକ ମାନେ ପବିତ୍ର ତାରା ମନ୍ତ୍ରରେ ମାଆଙ୍କର ପୂଜା-ଅର୍ଚ୍ଚନା କରିଥାନ୍ତି । ବିଭିନ୍ନ ପର୍ବ ପର୍ବାଣୀରେ ମାଆଙ୍କୁ ସ୍ଵତନ୍ତ୍ର ଭାବେ ସୁସଜ୍ଜିତ କରାଯାଇଥାଏ । ଏହି ପୀଠର ବିଶିଷ୍ଟ ପର୍ବ ହେଉଛି ରଜପର୍ବ । ଏହି ସମୟରେ ମାଆ ଉଗ୍ରତାରଙ୍କ ପୀଠରେ ସ୍ଵତନ୍ତ୍ର ପୂଜା ବିଧି ସହିତ ନାନାଦି ହୋମ ଯଜ୍ଞ ଓ ନାମ ସଙ୍କୀର୍ତ୍ତନ ଆଦି ଲାଗିରହିଥାଏ । ଦୀର୍ଘ ପନ୍ଦର ଦିନ ଧରି ମେଳା ମଉଛବରେ ସ୍ଥାନଟି କୋଳାହଳମୟ ହୋଇଉଠେ । ଏହି ସମୟକୁ ଛାଡିଦେଲେ ବର୍ଷ ସାରା ଏଠାରେ ଭକ୍ତ ମାନଙ୍କର ଭିଡ ଲାଗିରହିଥାଏ କାରଣ ଏହା ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ । ଖୁବ ମନୋରମ ପ୍ରକୃତିକ ପରିବେଷ୍ଟନୀ ମଧ୍ୟରେ ବଣଭୋଜିର ମଜ୍ଜା ନେବାପାଇଁ ଖୁବ ଦୂର ଦୁରାନ୍ତରୁ ଦର୍ଶକ ମାନେ ବଣଭୋଜି ନିମନ୍ତେ ପ୍ରତିଦିନ ଏଠାକୁ ଆସନ୍ତି । ପ୍ରତିଦିନ ମନ୍ଦିର ପରିସରରେ ମାଆଙ୍କ ପୂଜା ଲାଗି ଶଙ୍ଖୁଡି ଭୋଗର ଆୟୋଜନ କରାଯାଇଥାଏ । ଦୂର ଦୁରନ୍ତରୁ ଆସୁଥିବା ଦର୍ଶକ ମାନଙ୍କ ରହଣି ନିମନ୍ତେ ମନ୍ଦିର ନିକଟରେ ଅନେକ ଧର୍ମଶାଲା ମାନ ରହିଅଛି ଏବଂ ନିକଟରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ଏକ ଡାକବଙ୍ଗଳା ମଧ୍ୟ ରହିଛି । ଏବଂ ବିବାହ ବ୍ରତ ନିମନ୍ତେ କଲ୍ୟାଣମଣ୍ଡପ ଓ ଏକ ଶିଶୁ ଉଦ୍ୟାନ ମଧ୍ୟ ରହିଛି । ଭୁବନେଶ୍ଵର ଠାରୁ ଜାତୀୟ ରାଜପଥରେ ୫୦ କିଲୋମିଟର ଦକ୍ଷିଣକୁ ଆସିଲେ ମାଆ ଉଗ୍ରତାରାଙ୍କ ରହଣି ଛକ ପଡେ ଓ ସେଠାରୁ ମାତ୍ର ୩ କିଲୋମିଟର ପୂର୍ବ ଦିଗରେ ଏହି ସ୍ଥାନଟି ଅବସ୍ଥିତ । ଏବଂ ପୂର୍ବତଟ ରେଳପଥରେ ଭୂଷଣ୍ଡପୁର ରେଳଷ୍ଟସନ ଠାରୁ ମାତ୍ର ଦୁଇ କିଲୋମିଟର ଦୂର । ତଥ୍ୟ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମଙ୍ଗଳାଯୋଡି, ଖୋରଧା, ଓଡିଶା, ଦୂରଭାଷ – ୯୪୩୭୧୮୩୯୩୭
<urn:uuid:a70b5474-a941-411f-b827-2734eefe2330>
CC-MAIN-2018-26
https://banamalli.org/odisha-ra-pramukha-shaktipitha-bhusandapur-ra-maa-ugratara/
2018-06-20T01:52:01Z
s3://commoncrawl/crawl-data/CC-MAIN-2018-26/segments/1529267863407.58/warc/CC-MAIN-20180620011502-20180620031502-00528.warc.gz
ory
1.000005
Orya
6
{"ory_Orya_score": 1.0000046491622925}
– କଟକ ବସ୍ତିର ସ୍କୁଲ "ଅଶା ଆଶ୍ୱାସନା" ଦେଶ ପାଇଁ ପ୍ରେରଣାର ଉତ୍ସ – ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବୃକ୍ଷରୋପଣ ଉପରେ ଦେଲେ ଗୁରୁତ୍ୱ – ପ୍ଲାଷ୍ଟିକ ପ୍ରଦୂଷଣ ଭବିଷ୍ୟତ ଲାଗି ଘୋର ବିପଦ – "ଆମେ ଫିଟ୍ ତ ଇଣ୍ଡିଆ ଫିଟ୍" ସ୍ଲୋଗାନ ଦେଲେ ମୋଦୀ ନମସ୍କାର। "ମନ କି ବାତ୍" ମାଧ୍ୟମରେ ପୁଣିଥରେ ଆପଣମାନଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ମିଳିଛି। ଆପଣମାନଙ୍କର ଭଲଭାବେ ମନେଥିବ ନୌବାହିନୀର ଛଅଜଣ ମହିଳା କମାଣ୍ଡରଙ୍କୁ ନେଇ ଗୋଟିଏ ଦଳ ବିଗତ ଅନେକ ମାସ ଧରି ସମୁଦ୍ର ଯାତ୍ରାରେ ଯାଇଥିଲେ। "ନାବିକା ସାଗର ପରିକ୍ରମା" – ମୁଁ ତାଙ୍କରି ବିଷୟରେ କିଛି କହିବାକୁ ଚାହୁଁଛି। ଭାରତର ଏହି ଛଅ ସୁପୁତ୍ରୀ – ତାଙ୍କର ସେହି ଦଳ ୨୫୪ ଦିନ – ୨୫୦ରୁ ବି ଅଧିକ ଦିନ ସମୁଦ୍ର ପଥରେ INSV ତାରିଣୀରେ ସାରା ବିଶ୍ୱ ଭ୍ରମଣ କରି ମେ' ମାସ ୨୧ ତାରିଖ ଦିନ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ସମଗ୍ର ଦେଶ ବହୁତ ଉତ୍ସାହର ସହିତ ସ୍ୱାଗତ କରିଛି। ବିଭିନ୍ନ ମହାସାଗର ଏବଂ ସାଗର ପଥରେ ଯାତ୍ରାକରି ସେମାନେ ପ୍ରାୟ ୨୨୦୦୦ Nautical Miles ଦୂରତା ଅତିକ୍ରମ କରିଛନ୍ତି। ଏହା ବିଶ୍ୱରେ ଏହି ଧରଣର ଏକ ସ୍ୱତନ୍ତ୍ର ଘଟଣା ଥିଲା ଗତ ବୁଧବାର ଦିନ ମୋତେ ଏହି ଝିଅମାନଙ୍କ ସହ ସାକ୍ଷାତ କରିବାର ସେମାନଙ୍କ ଅନୁଭୂତି ଶୁଣିବାର ସୁଯୋଗ ମିଳିଲା। ମୁଁ ପୁଣିଥରେ ଏହି ଝିଅମାନଙ୍କୁ ସେମାନଙ୍କ ଦୁଃସାହାସକୁ – ଆମ ନୌବାହିନୀର ଗୌରବ ବୃଦ୍ଧି କରିଥିବା ହେତୁ, ଭାରତର ସମ୍ମାନ ବୃଦ୍ଧି କରିଥିବା ହେତୁ ଏବଂ ବିଶେଷକରି – ଭାରତର ଝିଅମାନେ କୌଣସି ଗୁଣରେ କମ୍ ନୁହଁନ୍ତି – ଏ ବାର୍ତ୍ତା ବିଶ୍ୱବାସୀଙ୍କୁ ଦେଇଥିବା ହେତୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। Sense of Adventureକୁ କିଏ ବା ନ ଜାଣେ? ଯଦି ଆମେ ମାନବ ଜାତିର ପ୍ରଗତିର ଯାତ୍ରା ଉପରେ ଦୃଷ୍ଟିନିକ୍ଷେପ କରିବା ତେବେ ଆମେ ଦେଖିବା ଯେ କିଛି ନା କିଛି ଦୁଃସାହସିକ କାର୍ଯ୍ୟରୁ ହିଁ ପ୍ରଗତିର ଆବିର୍ଭାବ ଘଟିଛି। ପ୍ରଗତି ଦୁଃସାହସିକ କାର୍ଯ୍ୟ (adventure)ରୁ ହିଁ ତ ଜନ୍ମନିଏ। କିଛିକରି ଦେଖାଇବାର ଇଚ୍ଛାଶକ୍ତି, ଗତାନୁଗତିକ ଢଙ୍ଗରୁ ଦୂରେଇଯାଇ କିଛି କରିବାର ଇଚ୍ଛା, କୌଣସି ଅସାଧାରଣ କାର୍ଯ୍ୟକରି ଦେଖାଇବାର ଅଭିଳାଷ, ମୁଁ ବି କିଛି କରି ଦେଖାଇପାରେ – ମନରେ ଏହି ଭାବନା ପୋଷଣ କରୁଥିବା ଲୋକଙ୍କ ସଂଖ୍ୟା କମ୍ ହୋଇପାରେ କିନ୍ତୁ ଏମାନଙ୍କ କାର୍ଯ୍ୟ ଯୁଗ ଯୁଗ ଧରି କୋଟି କୋଟି ଲୋକଙ୍କୁ ପ୍ରେରଣା ଯୋଗାଇଥାଏ। ବିଗତ ଦିନମାନଙ୍କରେ Mount Everest ଉପରେ ବିଜୟଲାଭ କରିଥିବା ଲୋକଙ୍କ ବିଷୟରେ ଅନେକ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସିଥିବା ଆପଣମାନେ ଲକ୍ଷ୍ୟ କରିଥିବେ। ଶହ ଶହ ବର୍ଷଧରି Everest ମାନବ ଜାତି ପାଇଁ ଆହ୍ୱାନ ସୃଷ୍ଟି କରିଆସିଛି ଏବଂ ସାହସୀ ବ୍ୟକ୍ତିମାନେ ଏହି ଆହ୍ୱାନକୁ ଗ୍ରହଣ କରିଆସିଛନ୍ତି। ମେ ମାସ ୧୬ ତାରିଖ ଦିନ ମହାରାଷ୍ଟ୍ରର ଚନ୍ଦ୍ରପୁରସ୍ଥିତ ଗୋଟିଏ ଆଶ୍ରମ–ବିଦ୍ୟାଳୟର ୫ ଜଣ ଆଦିବାସୀ ଛାତ୍ର, tribal students – ମନିଷା ଧୁର୍ବେ, ପ୍ରମେଶ ଆଲେ, ଉମାକାନ୍ତ ମଡୱି, କବିଦାସ କାତ୍ମୋଡ଼େ, ବିକାଶ ସୋୟାମ – ଆମର ଏହି ଆଦିବାସୀ ପିଲାମାନଙ୍କ ଦଳ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଉପରେ ବିଜୟ ଲାଭ କରିଛନ୍ତି। ଆଶ୍ରମ ବିଦ୍ୟାଳୟର ଏହି ଛାତ୍ରମାନେ ଅଗଷ୍ଟ ୨୦୧୭ରେ ଏଥିପାଇଁ ତାଲିମ ନେବା ଆରମ୍ଭ କରିଥିଲେ। ୱାର୍ଦ୍ଧା, ହାଇଦ୍ରାବାଦ, ଦାର୍ଜିଲିଂ, ଲେହ, ଲଦାଖ୍ଠାରେ ଏମାନେ ତାଲିମ ଗ୍ରହଣ କରିଥିଲେ। "ମିଶନ୍ ଶୌର୍ଯ୍ୟ" ଅଧିନରେ ଏହି ଯୁବକମାନଙ୍କୁ ଚୟନ କରାଯାଇଥିଲା ଏବଂ ମିଶନର ନାମକୁ ସାର୍ଥକ କରି ଏଭେରେଷ୍ଟ ବିଜୟ କରି ଏମାନେ ସାରା ଦେଶକୁ ଗୌରବାନ୍ୱିତ କରିଛନ୍ତି। ମୁଁ ଚନ୍ଦ୍ରପୁରର ବିଦ୍ୟାଳୟ କର୍ମଚାରୀମାନଙ୍କୁ, ମୋର ଏହି ଛୋଟ ସାଥିମାନଙ୍କୁ ଅନ୍ତରରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। କିଛିଦିନ ତଳେ ଷୋଳ ବର୍ଷ ବୟସ୍କା ଶିବାଙ୍ଗୀ ପାଠକ ନେପାଳ ତରଫରୁ Everest ବିଜୟ କରିବାରେ ସର୍ବକନିଷ୍ଠ ଭାରତୀୟ ମହିଳା ହୋଇପାରିଛନ୍ତି। ପୁତ୍ରୀ ଶିବାଙ୍ଗୀକୁ ଅନେକ ଅନେକ ଅଭିନନ୍ଦନ। ଅଜିତ ବଜାଜ ଏବଂ ତାଙ୍କ ସୁପୁତ୍ରୀ ଦିୟା ଏକତ୍ର Everest ବିଜୟ କରିବାରେ ପ୍ରଥମ ଭାରତୀୟ ପିତା-ପୁତ୍ରୀ ହୋଇପାରିଛନ୍ତି। କେବଳ ଯେ ଯୁବଗୋଷ୍ଠୀ ହିଁ Everest ପର୍ବତାରୋହଣ କରିଛନ୍ତି ତାହା ନୁହେଁ ମଇ ୧୯ ତାରିଖରେ ସଙ୍ଗୀତା ବହଲ୍ Everest ପର୍ବତାରୋହଣ କରିଛନ୍ତି। ସଙ୍ଗୀତାଙ୍କ ବୟସ ୫୦ ବର୍ଷରୁ ମଧ୍ୟ ଅଧିକ। Everest ବିଜୟ କରିଥିବା କିଛି ଲୋକ ଏକଥା ଦର୍ଶାଇଛନ୍ତି ଯେ, ସେମାନେ କେବଳ କୌଶଳର ଅଧିକାରୀ ନୁହନ୍ତି ବରଂ ସେମାନେ ସମ୍ବେଦନଶୀଳ ମଧ୍ୟ। ବିଗତ ଦିନରେ "ସ୍ୱଚ୍ଛ ଗଙ୍ଗା ଅଭିଯାନ" ଅନ୍ତର୍ଗତ BSFର ଗୋଟିଏ ଦଳ Everest ଶୃଙ୍ଗ ଆରୋହଣ କରିଥିଲେ। କିନ୍ତୁ ଫେରିଲା ବେଳକୁ ସେମାନେ ନିଜ ସହ ବହୁ ମାତ୍ରାରେ ଅଳିଆ ଆବର୍ଜନା ଧରିଆସିଥିଲେ। ଏହି କାର୍ଯ୍ୟ ନିଶ୍ଚିତ ଭାବରେ ପ୍ରଶଂସନୀୟ। ତା'ସାଙ୍ଗକୁ ଏହା ସ୍ୱଚ୍ଛତା ପ୍ରତି ସେମାନଙ୍କ ସଂକଳ୍ପବଦ୍ଧତାକୁ ମଧ୍ୟ ଦର୍ଶାଉଛି। ଅନେକ ବର୍ଷ ଧରି ଲୋକମାନେ Everest ଶୃଙ୍ଗ ଆରୋହଣ କରିଛନ୍ତି ଏବଂ ଅନେକେ ଏଥିରେ ସଫଳତା ମଧ୍ୟ ଲାଭ କରିଛନ୍ତି। ମୁଁ ଏହି ସମସ୍ତ ସାହସୀ ବୀରମାନଙ୍କୁ ବିଶେଷ କରି ଝିଅମାନଙ୍କୁ ଅନ୍ତରରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ ଆଉ ବିଶେଷକରି ମୋର ଯୁବବନ୍ଧୁଗଣ, ଏଇ ଦୁଇମାସ ଆଗରୁ ଯେତେବେଳେ ମୁଁ Fit India କଥା କହିଥିଲି ସେତେବେଳେ ଚିନ୍ତା କରିନଥିଲି ଯେ ଏକଥାକୁ ନେଇ ଏତେ ଭଲ response ଆସିବ, ଏହାକୁ ସମର୍ଥନ କରି ପ୍ରତ୍ୟେକ କ୍ଷେତ୍ରରୁ ଏତେ ଲୋକ ଆଗେଇ ଆସିବେ, ଏହା ମୁଁ ଚିନ୍ତା ମଧ୍ୟ କରିନଥିଲି। Fit India କଥା କହିଲେ – ମୋ ମତରେ ଆମେ ଯେତେ ଅଧିକ ଖେଳିବା ଆମ ଦେଶ କ୍ରୀଡ଼ା କ୍ଷେତ୍ରରେ ସେତେ ଅଧିକ ଉନ୍ନତି କରିବ। Social Mediaରେ ଲୋକେ fitness challenge ର Video ଗୁଡ଼ିକୁ share କରୁଛନ୍ତି। ସେଥିରେ ପରସ୍ପରକୁ tag କରି ସେମାନଙ୍କୁ Challenge କରୁଛନ୍ତି। Fit Indiaର ଏହି ଅଭିଯାନରେ ଆଜିକାଲି ସମସ୍ତେ ସାମିଲ ହେଉଛନ୍ତି। ଚଳଚ୍ଚିତ୍ର ଜଗତର ଲୋକେ ହୁଅନ୍ତୁ, କ୍ରୀଡ଼ାକ୍ଷେତ୍ରରୁ ହୁଅନ୍ତୁ, ଦେଶର ସାଧାରଣ ନାଗରିକ ହୁଅନ୍ତୁ, ସେନାବାହିନୀର ଯବାନ ହୁଅନ୍ତୁ, ସ୍କୁଲ ଶିକ୍ଷକ ହୁଅନ୍ତୁ, ଚତୁର୍ଦ୍ଦିଗରୁ କେବଳ ଗୋଟିଏ ସ୍ୱର ଶୁଭୁଛି – "ଆମେ fit ତ India fit"। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଜୀ ମୋତେ Challenge କରିବା, ମୋ ପାଇଁ ଆନନ୍ଦର କଥା ଏବଂ ମୁଁ ମଧ୍ୟ ତାଙ୍କ Challengeକୁ ଗ୍ରହଣ କରିଛି। ମୋ ମତରେ ଏହା ଖୁବ୍ ଭଲ କଥା କାରଣ ଏଭଳି Challenge ଆମକୁ ନିଜକୁ fit ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ fit ରହିବା ପାଇଁ ପ୍ରୋତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, "ମନ୍ କି ବାତ୍"ରେ ଆଗରୁ ଅନେକ ଥର ଆପଣମାନେ ମୋ'ଠାରୁ ଖେଳ ବିଷୟରେ, ଖେଳାଳିମାନଙ୍କ ବିଷୟରେ କିଛି ନା କିଛି କଥା ଶୁଣିଛନ୍ତି। ଗତଥର ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆମର ନାୟକ, ନିଜ ମନକଥା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମକୁ କହିଥିଲେ। "ନମସ୍କାର ସାର୍, ମୁଁ ଛବି ଯାଦବ, Noidaରୁ କହୁଛି। ମୁଁ ଆପଣଙ୍କ "ମନ କି ବାତ୍"ର ଜଣେ ନିୟମିତ ଶ୍ରୋତା ଆଉ ଆଜି ଆପଣଙ୍କୁ ନିଜ ମନକଥା କହିବାକୁ ଚାହୁଁଛି। ଆଜିକାଲି ଗ୍ରୀଷ୍ମଛୁଟି ଆରମ୍ଭ ହୋଇଯାଇଛି। ଜଣେ ମା' ହିସାବରେ ମୁଁ ଦେଖୁଛି ଯେ, ପିଲାମାନେ ଅଧିକାଂଶ ସମୟ internet gamesରେ ହିଁ ବିତାଉଛନ୍ତି। ଅଥଚ ଆମ ପିଲାବେଳେ ଆମେ traditional games ଖେଳୁଥିଲୁ। ଯେଉଁଗୁଡ଼ିକ ପ୍ରାୟତଃ Outdoor Game ଥିଲା। ଯେମିତିକି ଗୋଟିଏ ଖେଳ ଥିଲା ଯେଉଁଥିରେ ୭ଟି ପଥର ଖଣ୍ଡ ଗୋଟିକ ଉପରେ ଗୋଟିଏ କରି ରଖାଯାଉଥିଲା ସେଗୁଡ଼ିକୁ ବଲ୍ ସାହାଯ୍ୟରେ ମାରିବାକୁ ହେଉଥିଲା। ତା'ଛଡ଼ା ଉଠା-ପକା, ଖୋ ଖୋ ଏଭଳି ଖେଳ ସବୁ ଥିଲା ଯାହା ଆଜିକାଲି ପ୍ରାୟ ହଜିଗଲାଣି। ବର୍ତମାନର ପିଢ଼ିକୁ ଆପଣ traditional games ବିଷୟରେ କିଛି କହିବା ପାଇଁ ମୁଁ ଆପଣଙ୍କୁ ନିବେଦନ କରୁଛି ଯାହାଫଳରେ ସେମାନେ ମଧ୍ୟ ଏହି ଖେଳଗୁଡ଼ିକ ପ୍ରତି ଆକୃଷ୍ଟ ହେବେ। ଧନ୍ୟବାଦ।" ଛବି ଯାଦବ ଜୀ, ଆପଣଙ୍କ ଫୋନକଲ୍ ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ। ଏକଥା ସତ ଯେ ପ୍ରତ୍ୟେକ ଗଳିକନ୍ଦିରେ ଖେଳାଯାଉଥିବା ଏହି ଖେଳଗୁଡ଼ିକ ଯାହା ପିଲାମାନଙ୍କ ଜୀବନର ବିଶେଷ ଅଙ୍ଗ ଥିଲା ସେଗୁଡ଼ିକ ଆଜିକାଲି କମି କମି ଯାଉଛି। ଏହି ଖେଳଗୁଡ଼ିକ ଖରାଛୁଟିର ଗୋଟିଏ ବିଶେଷ ଅଂଶ ଥିଲା। କେତେବେଳେ ଦି'ପହରରେ ତ କେତେବେଳେ ରାତ୍ରି ଭୋଜନ ପରେ ଚିନ୍ତାମୁକ୍ତ ହୋଇ ପିଲାମାନେ ଘଂଟା ଘଂଟା ଧରି ଏହି ଖେଳ ଖେଳୁଥିଲେ। କିଛି ଖେଳ ତ ଏମିତି ଥିଲା ଯାହାକୁ ସାରା ପରିବାର ମିଶି ଖେଳୁଥିଲା। ଗୋଲି ଖେଳ, ଖୋ ଖୋ ହେଉ, ନଟୁ ହେଉ କି ଗୁଚିତାଣ୍ଡୁ ଏମିତି କେଜାଣି କେତେ ଖେଳ କାଶ୍ମୀରଠାରୁ କନ୍ୟାକୁମାରୀ ଯାଏ, କଚ୍ଛଠାରୁ କାମରୁପ ଯାଏ ପ୍ରତ୍ୟେକଙ୍କ ବାଲ୍ୟକାଳର ଅଭିନ୍ନ ଅଙ୍ଗ ଥିଲା। ହୁଏତ ବିଭିନ୍ନ ଜାଗାରେ ଏହାକୁ ଭିନ୍ନ ଭିନ୍ନ ନାମରେ ଜାଣିଥିବେ – ଯେମିତିକି ପିଠ୍ଠୁ ଖେଳଟି ଅନେକ ନାମରେ ପରିଚିତ। କେଉଁଠି ଲାଗୋରି, କେଉଁଠି ସାତୋଲିଆ, ସାତ୍ ପଥ୍ଥର, ଡିକୋରୀ, ସତୋଦିଆ କେଜାଣି କେତେ ନାଁରେ ଏହି ଖେଳ ପରିଚିତ। ପାରମ୍ପାରିକ ଖେଳରେ ଉଭୟ ପ୍ରକାର ଖେଳ ରହିଛି। Outdoor ଅଛି, Indoor ମଧ୍ୟ ଅଛି। ଆମ ଦେଶର ବିବିଧତା ପଛରେ ଲୁଚିରହିଥିବା ଏକତା ମଧ୍ୟ ଏହି ଖେଳଗୁଡ଼ିକରେ ଦେଖିବାକୁ ମିଳେ। ସେହି ଗୋଟିଏ ଖେଳ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନାମରେ ପରିଚିତ। ମୁଁ ଗୁଜୁରାଟର ଲୋକ। ମୁଁ ଜାଣିଛି ସେଠାକାର ଗୋଟିଏ ଖେଳକୁ ଚୋମଲ ଇସ୍ରୋ କହନ୍ତି, ଏହା କଉଡ଼ି, ତେନ୍ତୁଳି ମଞ୍ଜି କିମ୍ବା dice ସାହାଯ୍ୟରେ ଲମ୍ବ ଏବଂ ପ୍ରସ୍ଥରେ ଆଠଟି ଲେଖାଏଁ ଘରଥିବା ବର୍ଗାକାର ବୋର୍ଡ ଉପରେ ଖେଳାଯାଏ। ଏହି ଖେଳଟି ପ୍ରାୟ ପ୍ରତ୍ୟେକ ରାଜ୍ୟରେ ରହିଛି। କର୍ଣ୍ଣାଟକରେ ଏହାକୁ ଚୌକାବାରା କହୁଥିଲେ ମଧ୍ୟପ୍ରଦେଶରେ ଅଭୁ, କେରଳରେ ପିକଡାକଲି ତ ମହାରାଷ୍ଟ୍ରରେ ଚମ୍ପଲ, ତାମିଲନାଡୁରେ ଦାୟାମ୍ ଓ ଥାୟାମ୍ ତ ପୁଣି ରାଜସ୍ଥାନରେ ଚଙ୍ଗାପୋ କେଜାଣି କେତେ ନାଁ ଥିଲା ଏହି ଖେଳର। ସେ ରାଜ୍ୟର ଲୋକ ଅନ୍ୟ ରାଜ୍ୟର ଭାଷା ନ ଜାଣି ଥାଇପାରେ କିନ୍ତୁ ଦେଖିଲେ କହିବ ଯେ ଏ ଖେଳଟି ପରା ଆମେ ବି ଖେଳୁ। ଆମ ଭିତରୁ ଏମିତି କିଏ ଥିବ ଯିଏ ପିଲାଦିନେ ଗୁଚିତାଣ୍ଡୁ ନ ଖେଳିଥିବ? ଏହି ଖେଳ ତ ଗାଁଠାରୁ ସହର ଯାଏ ସବୁଠି ଖେଳାହୁଏ। ଦେଶର ବିଭିନ୍ନ ଅଂଚଳରେ ଏହାକୁ ଭିନ୍ନ ଭିନ୍ନ ନାମରେ ଜାଣନ୍ତି। ଆନ୍ଧ୍ରପ୍ରଦେଶରେ ଏହାକୁ ଗୋଟିବିଲ୍ଲା ବା କର୍ରାବିଲ୍ଲା ନାମରେ ଜାଣନ୍ତି ଓଡ଼ିଶାରେ ଏହାକୁ ଗୁଲିବାଡି କହନ୍ତି ତ ମହାରାଷ୍ଟ୍ରରେ ବିତିଡାଲୁ କହନ୍ତି। କିଛି ଖେଳର ନିର୍ଦ୍ଦିଷ୍ଟ season ରହିଛି। ଯେମିତିକି ଗୁଡ଼ି ଉଡ଼ାଇବାର ନିର୍ଦ୍ଦିଷ୍ଟ ଗୋଟିଏ season ରହିଛି। ଯେବେ ସମସ୍ତେ ଗୁଡ଼ି ଉଡାନ୍ତି। ଖେଳିବା ସମୟରେ ଆମେ ଆମ ଭିତରେ ଥିବା ଅଦ୍ୱିତୀୟ ଗୁଣଗୁଡ଼ିକୁ ବିନା ବାଧାରେ ପ୍ରକାଶ କରିପାରୁ। ଆପଣମାନେ ଲକ୍ଷ୍ୟ କରିଥିବେ – କିଛି ଲାଜକୁଳା ପିଲା ମଧ୍ୟ ଖେଳିବା ସମୟରେ ବେଶ୍ ତତ୍ପର ହୋଇଉଠନ୍ତି। ନିଜକୁ ପରିପ୍ରକାଶ କରନ୍ତି। ଗମ୍ଭୀର ମୁଦ୍ରାରେ ଥିବା ବ୍ୟକ୍ତିଠାରେ ମଧ୍ୟ ଖେଳିବା ସମୟରେ ତା' ଭିତରେ ଲୁଚି ରହିଥିବା ପିଲାଟି ବାହାରିଆସେ। ପାରମ୍ପରିକ ଖେଳଗୁଡ଼ିକ ଏପରି ଭାବେ ସୃଷ୍ଟି ହୋଇଛି ଯଦ୍ୱାରା ଶାରୀରିକ କ୍ଷମତା ସହ ଆମର ତର୍କନିଷ୍ଠ ଚିନ୍ତନ, ଏକାଗ୍ରତା, ସଚେତନତା ଓ ସ୍ଫୁର୍ତି ମଧ୍ୟ ସମୃଦ୍ଧ ହୋଇଥାଏ। ଏହାବ୍ୟତୀତ ଖେଳର ଅର୍ଥ କେବଳ ଖେଳ ନୁହେଁ, ଜୀବନର ମୂଲ୍ୟବୋଧକୁ ଶିକ୍ଷା ଦେବାର ମାଧ୍ୟମ ମଧ୍ୟ। କେମିତି ଲକ୍ଷ୍ୟପ୍ରାପ୍ତ କରିବା, ଦୃଢ଼ ମନୋବଳ ହାସଲ କରିବା, ପରସ୍ପରକୁ ସହଯୋଗ କରିବା ତଥା ସାମୂହିକ ଉତ୍ସାହ ସୃଷ୍ଟି କରିବା ଇତ୍ୟାଦି ଖେଳ ଦ୍ୱାରା ହିଁ ଶିଖିବାକୁ ମିଳେ। ବିଗତ ଦିନଗୁଡ଼ିକରେ ମୁଁ ଦେଖୁଥିଲି ଯେ ବ୍ୟାପାର ପ୍ରବନ୍ଧନ ସହ ସମ୍ପୃକ୍ତ ତାଲିମ କାର୍ଯ୍ୟକ୍ରମଗୁଡ଼ିକରେ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଏବଂ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଆନ୍ତରିକ ସମ୍ପର୍କ ଜନିତ ଦକ୍ଷତା ବୃଦ୍ଧି ନିମନ୍ତେ ଆଜିକାଲି ପାରମ୍ପରିକ ଖେଳଗୁଡ଼ିକର ବ୍ୟବହାର ହେଉଛି। ବ୍ୟକ୍ତିର ସାମଗ୍ରିକ ବିକାଶରେ ଏହି ଖେଳଗୁଡ଼ିକ ଉପଯୋଗୀ ସାବ୍ୟସ୍ତ ହେଉଛି। ଏହି ଖେଳଗୁଡ଼ିକୁ ଖେଳିବାର କୌଣସି ନିର୍ଦ୍ଦିଷ୍ଟ ବୟସର ବନ୍ଧନ ବି ନାହିଁ। ପିଲାମାନଙ୍କଠାରୁ ଆରମ୍ଭ କରି ଜେଜେବାପା – ଜେଜେମା', ଅଜା-ଆଈ ପର୍ଯ୍ୟନ୍ତ ଯେତେବେଳେ ଏହି ଖେଳଗୁଡ଼ିକୁ ଖେଳିପାରୁଛନ୍ତି, ସେତେବେଳେ generation gap କଥା ମହତ୍ୱହୀନ ଲାଗୁଛି। ଏହାସହିତ ଆମେମାନେ ନିଜର ସଂସ୍କୃତି ଓ ପରମ୍ପରା ବିଷୟରେ ଜ୍ଞାନଲାଭ କରୁଛନ୍ତି। କିଛି ଖେଳ ମଧ୍ୟ ଆମମାନଙ୍କୁ ସମାଜ, ପରିବେଶ ଇତ୍ୟାଦି ସମ୍ବନ୍ଧରେ ସଚେତନ କରୁଅଛି। କେବେ କେବେ ମନରେ ପ୍ରଶ୍ନ ଉଠୁଛି, ଆମର ଏହି ପାରମ୍ପରିକ ଖେଳଗୁଡ଼ିକ ବିଲୁପ୍ତ ହୋଇଯିବନି ତ? ଯଦି ଏପରି ହୁଏ, ତାହେଲେ କେବଳ ଖେଳଗୁଡ଼ିକ ବିଲୁପ୍ତ ହେବନାହିଁ, ଆମର ପିଲାଦିନର ସ୍ମୃତି ସବୁ ବିଲୁପ୍ତ ହୋଇଯିବ। ସେତେବେଳେ ଆମେମାନେ କେବଳ ଏହି କବିତା ପଂକ୍ତିଗୁଡ଼ିକୁ ଶୁଣିବାକୁ ପାଇବା – ୟହ ଦୌଲତ ଭି ଲେ ଲୋ ୟହ ଶୌହରତ ଭି ଲେ ଲୋ ଭଲେ ଛିନ୍ ଲୋ ମୁଝସେ ମେରୀ ଯବାନୀ ମଗର ମୁଝକୋ ଲୌଟା ଦୋ ବଚପନ କା ସାବନ ବୋ କାଗଜ କି କସ୍ତି, ବୋ ବାରିଶ କା ପାନି ଏହି ପାରମ୍ପରିକ ଖେଳଗୁଡ଼ିକୁ ବିଲୁପ୍ତ ହେବାକୁ ନ ଦେବାପାଇଁ ଆମମାନଙ୍କୁ ପ୍ରୟାସରତ ହେବାକୁ ପଡ଼ିବ। ଏଣୁ ଆଜିର ଆବଶ୍ୟକତା ଏହା ଯେ ଏହି ଖେଳଗୁଡ଼ିକର ବିକାଶ ନିମନ୍ତେ ବିଦ୍ୟାଳୟଗୁଡ଼ିକ ସହିତ ସାହି-ବସ୍ତି ତଥା ଯୁବ ସମାଜକୁ ଆଗେଇ ଆସିବାକୁ ହେବ। Crowd Sourcing ଦ୍ୱାରା ଆମେମାନେ ନିଜର ପାରମ୍ପରିକ ଖେଳଗୁଡ଼ିକର ଏକ ବିଶାଳ archive ନିର୍ମାଣ କରିପାରିବା। ଏହି ଖେଳଗୁଡ଼ିକର Videos ତିଆରି କରାଯାଇପାରେ ଯେଉଁଥିରେ ଖେଳଗୁଡ଼ିକର ନିୟମ ତଥା ଖେଳଗୁଡ଼ିକୁ ଖେଳିବାର ବିଭିନ୍ନ କୌଶଳ ପ୍ରଦର୍ଶିତ କରାଯାଇପାରିବ। Animation Film ମଧ୍ୟ ତିଆରି କରାଯାଇପାରେ। ଏହାଦ୍ୱାରା ଆମର ନୂତନ ବଂଶଧରମାନେ ସାହି-ବସ୍ତିରେ ଖେଳାଯାଉଥିବା ଏହି ପାରମ୍ପରିକ ଖେଳଗୁଡ଼ିକୁ ଦେଖିବାର ସୁଯୋଗ ପାଇବେ ତଥା ଖେଳି ଆନନ୍ଦ ପାଇବେ, ଯେଉଁମାନଙ୍କ ପାଇଁ କେବେ କେବେ ଏହି ଖେଳଗୁଡ଼ିକ ଆଶ୍ଚର୍ଯ୍ୟଜନକ ଅଟେ। ମୋ ପ୍ରିୟ ଦେଶବାସୀଗଣ। ଆଗାମୀ ଜୁନ୍ ୫ ତାରିଖରେ ଆମ ଦେଶ ଭାରତକୁ ବିଶ୍ୱ ପରିବେଶ ଦିବସ ସମାରୋହକୁ ଆୟୋଜିତ କରିବାର ଦାୟିତ୍ୱ ପ୍ରଦାନ କରାଯାଇଅଛି। ଏହା ଆମ ଦେଶ ପାଇଁ ଏକ ଗୌରବର ବିଷୟ ତଥା ସମଗ୍ର ପୃଥିବୀରେ ଜଳବାୟୁ ପରିବର୍ତ୍ତନକୁ କମାଇବା ଦିଗରେ ଭାରତର ନେତୃତ୍ୱକୁ ମିଳୁଥିବା ସ୍ୱୀକୃତିର ପରିଚାୟକ ମଧ୍ୟ। ଏ ବର୍ଷର ବିଶ୍ୱ ପରିବେଶ ଦିବସ ସମାରୋହର Theme ରଖାଯାଇଛି – Beat Plastic Pollution। ମୋର ଆପଣ ସମସ୍ତଙ୍କୁ ନିବେଦନ ଯେ ଏହି Theme ମୂଳ ଅର୍ଥକୁ ତଥା ଏହାର ମହତ୍ୱକୁ ହୃଦୟଙ୍ଗମ କରିବା ସହ ଆପଣମାନେ Polythene, low grade plastic ବ୍ୟବହାର ନ କରିବାର ନିଷ୍ପତି ନିଅନ୍ତୁ ତଥା plastic pollutionର ଯେଉଁ ଏକ ନକାରାତ୍ମକ ପ୍ରଭାବ ଆମ ପ୍ରକୃତି ଉପରେ, ବନ୍ୟଜୀବ ଉପରେ ତଥା ଆମ ସ୍ୱାସ୍ଥ୍ୟ ଉପରେ ପଡ଼ୁଅଛି, ତାକୁ କମ୍ କରିବାର ଚେଷ୍ଟା କରନ୍ତୁ। ବିଶ୍ୱ ପରିବେଶ ଦିବସର Website wed-india2018କୁ ଯାଆନ୍ତୁ ଏବଂ ସେଠାରେ ପ୍ରଦତ ସୁନ୍ଦର ପରାମର୍ଶଗୁଡ଼ିକୁ ପଢ଼ନ୍ତୁ, ଜାଣନ୍ତୁ ଏବଂ ନିଜ ନିଜର ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବାର ଚେଷ୍ଟା କରନ୍ତୁ। ଯେତେବେଳେ ଭୟଙ୍କର ଗରମ ଅନୁଭୂତ ହୁଏ, ସେତେବେଳେ ବନ୍ୟା ଆସେ। ବର୍ଷା ହେବା ମଧ୍ୟ କମ୍ ହୁଏନାହିଁ। ଅସହ୍ୟ ଥଣ୍ଡା ପଡ଼ିଲେ ପ୍ରତ୍ୟେକ ବ୍ୟକ୍ତି ଜଳବାୟୁ ବିଶାରଦ ହୋଇ ବିଶ୍ୱ ତାପମାନ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ମତାମତ ଦେବାରେ ଲାଗନ୍ତି। କିନ୍ତୁ ଏ ପ୍ରକାର ଚର୍ଚ୍ଚା ଦ୍ୱାରା କ'ଣ ବା ଲାଭ? ପ୍ରକୃତି ପ୍ରତି ଉଦାର ହେବା, ପ୍ରକୃତିର ସୁରକ୍ଷା କରିବା ଆମମାନଙ୍କର ସହଜାତ ଗୁଣ ହେବା ଆବଶ୍ୟକ। ଏହା ଆମ ସଂସ୍କାରରେ ରହିବା ଦରକାର। ବିଗତ କିଛି ସପ୍ତାହମାନଙ୍କରେ ଆମେମାନେ ସମସ୍ତେ ଦେଖିଛନ୍ତି ଯେ ଦେଶର ଭିନ୍ନ-ଭିନ୍ନ ଅଂଚଳମାନଙ୍କରେ କାଳବୈଶାଖୀର ପ୍ରକୋପ ସହିତ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିଲା ଯାହାକି ଋତୁଚକ୍ରର ବ୍ୟତିକ୍ରମ ଅଟେ। ଜନସମ୍ପଦ ସହିତ ଧନସମ୍ପଦର କ୍ଷତି ମଧ୍ୟ ହେଲା। ଏ ସମସ୍ତ ଘଟଣା ମୁଖ୍ୟତଃ ପାଣିପାଗ ଧାରାରେ ଦେଖାଦେଉଥିବା ପରିବର୍ତ୍ତନର ପରିଣାମ। ଆମ ସଂସ୍କୃତି ଓ ଆମ ପରମ୍ପରା ଆମମାନଙ୍କୁ ପ୍ରକୃତି ସହ ସଂଘର୍ଷ କରିବାର ଶିକ୍ଷା ଦେଇନାହିଁ। ଆମମାନଙ୍କୁ ପ୍ରକୃତି ସହ ସଦ୍ଭାବ ସହ ରହିବାର ତଥା ପ୍ରକୃତି ସହିତ ମିଶିକରି ରହିବା ଦରକାର। ମହାତ୍ମାଗାନ୍ଧୀ ନିଜର ସମଗ୍ର ଜୀବନକାଳରେ ପ୍ରତିଟି କ୍ଷେତ୍ରରେ ଏହି କଥାର ମହତ୍ୱ ପ୍ରତିପାଦିତ କରିଥିଲେ। ଆଜି ଯେତେବେଳେ ଭାରତ climate justice କଥା କହୁଛି, Cop21 ଏବଂ ପେରିସ ରାଜିନାମାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ତଥା û International Solar Alliance ମାଧ୍ୟମରେ ସମଗ୍ର ସଂସାରକୁ ଆମେ ଏକତ୍ର କରିଛନ୍ତି ତାହେଲେ, ଏସବୁ ମୂଳରେ ମହାତ୍ମାଗାନ୍ଧୀଙ୍କର ସେହି ସ୍ୱପ୍ନକୁ ସାକାର କରିବାର ଉଦ୍ଦେଶ୍ୟ ମଧ୍ୟ ସନ୍ନିହିତ ରହିଛି। ଏହି ପରିବେଶ ଦିବସରେ ଆମ ସମସ୍ତଙ୍କୁ ଚିନ୍ତା କରିବା ଦରକାର ଯେ ଆମେ ନିଜର ଗ୍ରହକୁ ସ୍ୱଚ୍ଛ ଏବଂ ସବୁଜିମାଭରା କରି ରଖିବା ପାଇଁ କ'ଣ କରିପାରିବା? ଏ ଦିଗରେ କେଉଁସବୁ ଉପାୟ ଅବଲମ୍ବନ କରିବା? କ'ଣ ସବୁ ନୂତନ ପରିକଳ୍ପନା କରିପାରିବା? ବର୍ଷାଋତୁ ଆସୁଛି। ଏ ବର୍ଷ ରେକର୍ଡ ସଂଖ୍ୟାରେ ବୃକ୍ଷରୋପଣର ଲକ୍ଷ୍ୟ ରଖିପାରିବା ଏବଂ କେବଳ ବୃକ୍ଷରୋପଣ ନୁହେଁ, ବୃକ୍ଷଗୁଡ଼ିକ ବଡ଼ ହେବାଯାଏ ତା'ର ସୁରକ୍ଷାର ବ୍ୟବସ୍ଥା ବି କରିବା ଆବଶ୍ୟକ। ମୋର ପ୍ରିୟ ଦେଶବାସୀଗଣ ମୁଖ୍ୟତଃ ମୋ ନବଯୁବକ ବନ୍ଧୁଗଣ। ଆପଣମାନେ ଜୁନ୍ ୨୧କୁ ସବୁବେଳେ ମନେ ରଖନ୍ତି। କେବଳ ଆପଣମାନେ ଓ ଆମେମାନେ ନୁହନ୍ତି, ସମଗ୍ର ବିଶ୍ୱ ଜୁନ୍ ୨୧କୁ ମନେରଖେ। ସମଗ୍ର ବିଶ୍ୱରେ ଜୁନ୍ ୨୧ ତାରିଖ 'ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ' ରୂପେ ପାଳିତ ହୁଏ ଏବଂ ଏହା ସର୍ବସ୍ୱୀକୃତ ହୋଇସାରିିଛି। କିଛିମାସ ପୂର୍ବରୁ ଏହି ଦିବସ ପାଳନ ନିମନ୍ତେ ଲୋକମାନେ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି। ଏ ବର୍ଷ ଖବର ମିଳିବାରେ ଲାଗିଛି ଯେ ସମଗ୍ର ବିଶ୍ୱରେ ଜୁନ୍ ୨୧ରେ ଅନ୍ତଃରାଷ୍ଟ୍ରୀୟ ଯୋଗଦିବସ ପାଳନ କରିବା ନିମନ୍ତେ ଜୋରସୋର୍ରେ ପ୍ରସ୍ତୁତି ହେଉଅଛି। 'ଏକତା ଓ ସାମାଜିକ ସୌହାର୍ଦ୍ଦ୍ୟ' ପାଇଁ ଯୋଗ – ଏହି ସନ୍ଦେଶକୁ ବିଶ୍ୱବାସୀ କିଛିବର୍ଷ ପୂର୍ବରୁ ହୃଦୟଙ୍ଗମ କରିଅଛନ୍ତି। ସଂସ୍କୃତର ମହାନ୍ କବି ଭର୍ତ୍ତୃହରି କେତେ ଶତାବ୍ଦୀ ପୂର୍ବେ ନିଜ 'ଶତକତ୍ରୟମ୍'ରେ ଲେଖିଥିଲେ – 'ଧୈର୍ଯ୍ୟଂ ଯସ୍ୟ ପିତା କ୍ଷମା ଚ ଜନନୀ ଶାନ୍ତି ଶ୍ଚିରଂ ଗେହିନୀ ସତ୍ୟଂ ସୁନୁରୟଂ ଦୟା ଚ ଭଗିନୀ ଭ୍ରାତା ମନଃ ସଂଯମଃ। ଶଯ୍ୟା ଭୂମିତଳଂ ଦିଶୋପି ବସନଂଜ୍ଞାନାମୃତଂ ଭୋଜନଂ ଏତେ ଯସ୍ୟ କୁଟିମ୍ବିନଃ ବଦ ସଖେ କସ୍ମାଦ୍ ଭୟଂ ଯୋଗିନଃ।' କେତେ ଶତାବ୍ଦୀ ପୂର୍ବେ କୁହାଯାଇଥିବା ଏହି କଥାର ପ୍ରତ୍ୟକ୍ଷ ଅର୍ଥ ଏହା ଯେ ନିୟମିତ ଯୋଗ ଅଭ୍ୟାସ କରିବା ଦ୍ୱାରା କେତେକ ଭଲ ଗୁଣ ପ୍ରିୟଜନ ଓ ମିତ୍ରଙ୍କ ପରି ସହାୟକ ହୋଇଥାଏ। ଯୋଗ କରିବା ଦ୍ୱାରା ମନରେ ସାହସ ସୃଷ୍ଟି ହୁଏ ଯାହା ସର୍ବଦା ପିତା ପରି ଆମର ରକ୍ଷା କରିଥାଏ। କ୍ଷମାଗୁଣ ବି ଉତ୍ପନ୍ନ ହୁଏ ଯେପରି ମା'ର ନିଜ ସନ୍ତାନମାନଙ୍କ ପ୍ରତି ରହିଥାଏ ତଥା ମାନସିକ ଶାନ୍ତି ଆମର ଚିରମିତ୍ରର ଭୂମିକା ଗ୍ରହଣ କରେ। ଭର୍ତ୍ତୃହରି କହିଛନ୍ତି ଯେ ନିୟମିତ ଯୋଗ କରିବା ଦ୍ୱାରା ସତ୍ୟ ଆମର ସନ୍ତାନ, ଦୟା ଆମର ଭଗିନୀ, ଆତ୍ମସଂଯମ ଆମର ଭ୍ରାତା, ସ୍ୱୟଂ ଧରିତ୍ରୀ ଆମର ଶଯ୍ୟା ଏବଂ ଜ୍ଞାନ ଆମର କ୍ଷୁଧାନିବାରକ ହୋଇଥାଏ। ଯେତେବେଳେ ଏସବୁ ଗୁଣଗୁଡ଼ିକ କୌଣସି ବ୍ୟକ୍ତିର ମିତ୍ର ହୋଇଯାଏ, ସେତେବେଳେ ଯୋଗୀ ସବୁ ପ୍ରକାରର ଭୟ ଉପରେ ବିଜୟପ୍ରାପ୍ତ କରିନିଏ। ଆଉଥରେ ମୁଁ ସମସ୍ତ ଦେଶବାସୀଙ୍କୁ ନିବେଦନ କରୁଛି ଯେ ଆପଣମାନେ ଯୋଗର ଐତିହ୍ୟକୁ ବିକଶିତ କରାନ୍ତୁ ଏବଂ ଏକ ସୁସ୍ଥ, ସମୃଦ୍ଧ ଓ ସଦ୍ଭାବପୂର୍ଣ୍ଣ ରାଷ୍ଟ୍ର ନିର୍ମାଣ କରନ୍ତୁ। ମୋର ପ୍ରିୟ ଦେଶବାସୀଗଣ ଆଜି ମେ ମାସ ୨୭ ତାରିଖ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପୁଣ୍ୟତିଥି। ମୁଁ ପଣ୍ଡିତଜୀଙ୍କୁ ପ୍ରଣାମ କରୁଛି। ଏହି ମେ ମାସ ଆଉ ଗୋଟିଏ ସ୍ମୃତି ସହିତ ବି ଜଡ଼ିତ ଆଉ ସେଇଟି ହେଲା ବୀର ସାବରକରଙ୍କ କଥା। ୧୮୫୭ରେ ସେ ମାସଟି ଏହି ମେ ମାସ ହିଁ ଥିଲା ଯେତେବେଳେ ଭାରତବାସୀ ଇଂରେଜମାନଙ୍କୁ ନିଜ ଶକ୍ତିର ପରିଚୟ ଦେଇଥିଲେ। ଦେଶର ଅନେକ ଭାଗରେ ଆମର ଯୱାନ ଏବଂ କୃଷକମାନେ ସାହସର ସହିତ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିଥିଲେ। ଦୁଃଖର କଥା ଦୀର୍ଘଦିନ ପର୍ଯ୍ୟନ୍ତ ଆମେମାନେ ୧୮୫୭ର ଏହି ମହତ୍ୱପୂର୍ଣ୍ଣ ଘଟଣାଟିକୁ ଖାଲି ବିଦ୍ରୋହ ବା ସିପାହୀ ବିଦ୍ରୋହ ବୋଲି କହିଚାଲିଲେ। ବାସ୍ତବରେ ସେହି ଘଟଣାଟିକୁ ଅତି ହାଲ୍କା ଭାବରେ ନିଆଯାଇଥିଲା ତା'ନୁହେଁ ବରଂ ଏହା ଆମର ସ୍ୱାଭିମାନ ପାଇଁ ମଧ୍ୟ ଧକ୍କା ଦେବାର ପ୍ରୟାସ ଥିଲା। ସେ ବୀର ସାବରକର୍ ହିଁ ଥିଲେ ଯିଏକି ନିର୍ଭୀକ ଭାବରେ ଲେଖିଲେ ଯେ ୧୮୫୭ରେ ଯାହା ଘଟିଥିଲା ସେ କୌଣସି ବିଦ୍ରୋହ ନ ଥିଲା ବରଂ ତାହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଥିଲା। ସାବରକରଙ୍କ ସହିତ ଲଣ୍ଡନର India Houseର ବୀରମାନେ ତା'ର ୫୦ ବର୍ଷ ପୂର୍ତି ଉତ୍ସବ ଅତ୍ୟନ୍ତ ଧୁମଧାମ୍ରେ ପାଳନ କରିଥିଲେ। ଏହା ମଧ୍ୟ ଏକ ଅଦ୍ଭୁତ ସଂଯୋଗ ଥିଲା ଯେ ଯେଉଁ ମାସରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ସଂଗଠିତ ହୋଇଥିଲା ସେହି ମାସରେ ସାବରକର ଜନ୍ମଗ୍ରହଣ କରିଥିଲେ। ସାବରକରଙ୍କ ବ୍ୟକ୍ତିତ୍ୱର ଅନେକ ବିଶେଷତ୍ୱ ଥିଲା। ସେ ଶସ୍ତ୍ର ଏବଂ ଶାସ୍ତ୍ର ଉଭୟର ଉପାସକ ଥିଲେ। ବୀର ସାବରକରଙ୍କୁ ଆମେ ସାଧାରଣତଃ ତାଙ୍କର ସାହସ ଏବଂ ବ୍ରିଟିଶ ଶାସନର ବିରୋଧି ଭାବରେ ଜାଣୁ। କିନ୍ତୁ ଏହାବ୍ୟତୀତ ସେ ଜଣେ ଓଜସ୍ୱୀ କବି ଏବଂ ସମାଜସୁଧାରକ ମଧ୍ୟ ଥିଲେ ଯିଏକି ସର୍ବଦା ସଦ୍ଭାବନା ଏବଂ ଏକତା ଉପରେ ଗୁରୁତ୍ୱ ଦେଉଥିଲେ। ସାବରକରଙ୍କ ସମ୍ପର୍କରେ ଆମର ପ୍ରିୟ ମାନନୀୟ ଅଟଳବିହାରୀ ବାଜପେୟୀ ଏକ ଅଦ୍ଭୁତ ବର୍ଣ୍ଣନା ଦେଇଛନ୍ତି। ଅଟଳଜୀ କହିଥିଲେ – ସାବରକର ମାନେ ତେଜ, ସାବରକର ମାନେ ତ୍ୟାଗ, ସାବରକର ମାନେ ତପ, ସାବରକର ମାନେ ତତ୍ୱ, ସାବରକର ମାନେ ତର୍କ, ସାବରକର ମାନେ ତାରୁଣ୍ୟ, ସାବରକର ମାନେ ତୀର ଆଉ ସାବରକର ମାନେ ତଲୱାର। କେତେ ସଠିକ୍ ଚିତ୍ରଣ କରିଥିଲେ ମାନନୀୟ ଅଟଳଜୀ। ସାବରକର କବିତା ଏବଂ ବିପ୍ଳବ ଦୁଇଟାକୁ ସାଥିରେ ନେଇ ଚାଲିଥିଲେ। ସେ ଏକାଧାରାରେ ଜଣେ ସମ୍ବେଦନଶୀଳ କବି ଏବଂ ସାହାସୀ ବିପ୍ଳବୀ ଥିଲେ। ମୋର ପ୍ରିୟ ଦେଶବାସୀଗଣ, ମୁଁ ଟିଭିରେ ଗୋଟିଏ କାହାଣୀ ଦେଖୁଥିଲି। କାହାଣୀଟି ରାଜସ୍ଥାନର ସିକର ଅଂଚଳର ବସ୍ତିରେ ରହୁଥିବା ଗରିବ ଝିଅମାନଙ୍କର କାହାଣୀ। ଆମର ଏଇ ଝିଅମାନେ, ଯେଉଁମାନେ ଅଳିଆ ଗୋଟେଇବା ଠାରୁ ଆରମ୍ଭ କରି ଘର ଘର ବୁଲି ମାଗିକରି ପେଟ ପାଳୁଥିଲେ ସେମାନେ ଆଜି ସିଲେଇ ଶିଖି ଗରିବମାନଙ୍କ ପାଇଁ ପିନ୍ଧିବାର ବସ୍ତ୍ର ତିଆରି କରୁଛନ୍ତି। ଏଠିକାର ଝିଅମାନେ ଏବେ ନିଜର ଏବଂ ନିଜ ପରିବାର ପାଇଁ ପୋଷାକ ବନେଇବା ସାଥେ ସାଥେ ଅନ୍ୟମାନଙ୍କ ପାଇଁ ଭଲ ପୋଷାକ ସିଲେଇ କରୁଛନ୍ତି। ତା'ସହିତ ସେମାନେ କୌଶଳ ବିକାଶର ପ୍ରଶିକ୍ଷଣ ବି ନେଉଛନ୍ତି। ଆମର ଏହି ଝିଅମାନେ ଆଜି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ସେମାନେ ଆତ୍ମସମ୍ମାନର ସହ ଜୀବିକା ନିର୍ବାହ କରିବା ସଙ୍ଗେ ସଙ୍ଗେ ନିଜ ପରିବାର ପାଇଁ ମଧ୍ୟ ଏକ ଶକ୍ତିରେ ପରିଣତ ହୋଇଛନ୍ତି। ଆଶା ଓ ବିଶ୍ୱାସରେ ପରିପୂର୍ଣ୍ଣ ଏହି ଝିଅମାନଙ୍କୁ ମୁଁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟ ପାଇଁ ଶୁଭକାମନା ଜଣାଉଛି। ଏମାନେ ଦେଖାଇ ଦେଇଛନ୍ତି ଯେ, ଯଦି କିଛି କରିବାର ଆଗ୍ରହ ଥିବ ଏବଂ ସେଥିପାଇଁ ଆପଣ ସଂକଳ୍ପବଦ୍ଧ ହୁଅନ୍ତି ତେବେ ସମସ୍ତ ବାଧାବିଘ୍ନ ସତ୍ୱେ ମଧ୍ୟ ସଫଳତା ପ୍ରାପ୍ତ କରାଯାଇପାରେ। ଏହା ଖାଲି ସିକରର ନୁହଁ ପୁରା ହିନ୍ଦୁସ୍ଥାନର କଥା ହୋଇପାରିବ। ଆପଣଙ୍କ ପାଖାପାଖି ସାଇପଡ଼ିଶାରେ ଧ୍ୟାନ ଦେଇ ଦେଖିଲେ ଲୋକମାନେ ସଂଘର୍ଷ କରି କେମିତି ଅସୁବିଧା, ବାଧାବିଘ୍ନକୁ ପରାସ୍ତ କରୁଛନ୍ତି ତାହା ଦେଖିପାରିବେ। ଆପଣ ନଜର କରିଥିବେ ଯେତେବେଳେ ଆଖପାଖର ଚା' ଦୋକାନକୁ ଆମେ ଯାଉ ସେଠି ଆମେମାନେ ଚା'ର ଆନନ୍ଦ ନଉ। ତା' ସାଥେ ସାଥେ ସେଠି ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ ହୁଏ। ଏହି ଆଲୋଚନା ରାଜନୈତିକ ହୋଇପାରେ, ସାମାଜିକ ହୋଇପାରେ, ଚଳଚ୍ଚିତ୍ର ସମ୍ବନ୍ଧୀୟ, ଖେଳ ସମ୍ବନ୍ଧୀୟ ହୋଇପାରେ। କେତେବେଳେ କୌଣସି ସମସ୍ୟା ଏବଂ ତା'ର ସମାଧାନ ବିଷୟରେ ମଧ୍ୟ ହୋଇଥାଏ। କିନ୍ତୁ ଏହି ଆଲୋଚନା ବା ବିଚାର ବିମର୍ଷ କେବଳ ସେଇଜାଗାରେ ହିଁ ସୀମିତ ହୋଇ ରହିଯାଇଥାଏ। କିନ୍ତୁ ସେହିମାନଙ୍କ ଭିତରେ କିଛି ଲୋକ ଏମିତି ବି ଥାଆନ୍ତି ଯେଉଁମାନେ ତାକୁ ନିଜର କାର୍ଯ୍ୟ ବଳରେ ପରିଶ୍ରମ ଏବଂ ନିଷ୍ଠା ବଳରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥାନ୍ତି ଏବଂ ତାକୁ ବାସ୍ତବ ରୂପ ଦେଇପାରିଥାନ୍ତି। ଅନ୍ୟମାନଙ୍କର ସ୍ୱପ୍ନକୁ ନିଜର ସ୍ୱପ୍ନରେ ପରିଣତ କରି ତାକୁ ପୂରଣ କରିବା ଦିଗରେ ନିଜକୁ ଉତ୍ସର୍ଗ କରିବାର ଗୋଟିଏ ଏହିଭଳି କାହାଣୀ ହେଲା ଓଡ଼ିଶାର କଟକ ସହରରେ ବସ୍ତିରେ ରହୁଥିବା ଶ୍ରୀମାନ ଡି. ପ୍ରକାଶ ରାଓଙ୍କ କଥା। କାଲି (୨୬.୦୫.୨୦୧୮)ହିଁ ମୋତେ ଡି. ପ୍ରକାଶ ରାଓଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ଶ୍ରୀମାନ୍ ଡି. ପ୍ରକାଶ ରାଓ ପାଂଚ ଦଶନ୍ଧି ଧରି ସହରରେ ଚା' ଦୋକାନଟିଏ କରି ଚା' ବିକୁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ମାମୁଲି ଚା'ବାଲା ସତୁରୀରୁ ଅଧିକ ପିଲାଙ୍କ ଜୀବନକୁ ଶିକ୍ଷାର ଆଲୋକରେ ଆଲୋକିତ କରିବାର ପ୍ରୟାସ କରିଛନ୍ତି। ସେ ବସ୍ତିରେ ରହୁଥିବା ପିଲାମାନଙ୍କ ପାଇଁ 'ଆଶା ଓ ଆଶ୍ୱାସନା' ନାମକ ସ୍କୁଲଟିଏ ଖୋଲିଛନ୍ତି। ଏଇ ଗରିବ ଚା'ବାଲା ତାଙ୍କ ଆୟର ଶତକଡ଼ା ପଚାଶଭାଗ ସେଇ ସ୍କୁଲ ପାଇଁ ଖର୍ଚ୍ଚକରି ଦିଅନ୍ତି। ସେ ସ୍କୁଲକୁ ଆସୁଥିବା ସବୁ ପିଲାଙ୍କ ପାଇଁ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଭୋଜନର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ନିଜର କଠିନ ପରିଶ୍ରମ, ନିଷ୍ଠା ଏବଂ ଗରିବ ପିଲାମାନଙ୍କ ଜୀବନକୁ ଏକ ନୂତନ ଦିଗଦର୍ଶନ ଦେଇଥିବାରୁ ମୁଁ ଶ୍ରୀ ଡି. ପ୍ରକାଶ ରାଓଙ୍କୁ ଅଭିନନ୍ଦନ ଜଣାଉଛି। ସେ ଏହି ପିଲାମାନଙ୍କର ଜୀବନରୁ ଅନ୍ଧକାରକୁ ଦୂର କରିଛନ୍ତି। 'ତମସୋ ମା ଜ୍ୟୋତିର୍ଗମୟଃ' ଏହି ବେଦ ବାକ୍ୟଟିକୁ କିଏ ନ ଜାଣେ। କିନ୍ତୁ ଏହି ବାକ୍ୟକୁ ନିଜ ଜୀବନରେ ପ୍ରୟୋଗ କରି ସାକାର କରିଛନ୍ତି ଶ୍ରୀ ଡି. ପ୍ରକାଶ ରାଓ। ତାଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ, ସମାଜ ପାଇଁ ତଥା ସମଗ୍ର ଦେଶ ପାଇଁ ଏକ ପ୍ରେରଣା ସ୍ରୋତ। ଆପଣଙ୍କ ଆଖପାଖରେ ମଧ୍ୟ ଏଇଭଳି ଘଟଣାମାନ ଘଟୁଥିବ। ଅଗଣିତ ଘଟଣା ଏମିତି ଥିବ। ଆସନ୍ତୁ ଆମେ ସକାରାତ୍ମକ ଚିନ୍ତାଧାରାକୁ ଆଗେଇନେବା। ଜୁନ୍ ମାସରେ ଏତେ ଗରମ ହୁଏ ଯେ ଲୋକମାନେ ବର୍ଷାକୁ ଅପେକ୍ଷା କରନ୍ତି ଆଉ ଆକାଶକୁ ଆଶାଭରା ନୟନରେ ଚାହିଁ ରହନ୍ତି। ଆଉ କିଛିଦିନ ପରେ ଲୋକମାନେ ଚାନ୍ଦକୁ ବି ଅପେକ୍ଷା କରିବେ। ଚାନ୍ଦ ଦେଖାଯିବାର ଅର୍ଥ ହେଲା 'ଇଦ୍' ପାଳନ କରାଯାଇପାରିବ। ରମଜାନ୍ରେ ଏକମାସର ଉପବାସ ପରେ ଇଦ୍ ପର୍ବର ପାଳନ ଏକ ଆନନ୍ଦର ଅବସର। ମୋର ବିଶ୍ୱାସ ସବୁ ଲୋକ ଅତ୍ୟନ୍ତ ଉତ୍ସାହର ସହିତ ଇଦ୍ ପାଳନ କରିବେ। ଏହି ଅବସରରେ ପିଲାମାନଙ୍କୁ ବିଶେଷକରି ଭଲ 'ଇଦି' ବା ଉପହାର ବି ମିଳିବ। ମୁଁ ଆଶା କରୁଛି ଯେ ଇଦ୍ ପର୍ବ ଆମ ସମାଜର ସଦ୍ଭାବ ଏବଂ ବନ୍ଧନକୁ ଆହୁରି ମଜଭୁତ୍ କରିବ। ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା। ମୋର ପ୍ରିୟ ଦେଶବାସୀଗଣ! ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଆଗାମୀ 'ମନ୍ କୀ ବାତ' ସହ ଆସନ୍ତା ମାସରେ କଥାହେବା। ନମସ୍କାର।
<urn:uuid:a5d0c2b8-3140-4f5a-a81f-181c89a97085>
CC-MAIN-2018-26
http://odiapua.com/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8%E0%AC%AE%E0%AC%A8%E0%AD%8D%E0%AC%A4%E0%AD%8D%E0%AC%B0%E0%AD%80%E0%AC%99%E0%AD%8D%E0%AC%95-%E0%AC%AE%E0%AC%A8%E0%AD%8D-%E0%AC%95%E0%AC%BF/
2018-06-25T02:15:18Z
s3://commoncrawl/crawl-data/CC-MAIN-2018-26/segments/1529267867364.94/warc/CC-MAIN-20180625014226-20180625034226-00208.warc.gz
ory
0.99997
Orya
5
{"ory_Orya_score": 0.9999698400497437}
କନକ ବ୍ୟୁରୋ : ବୁଲେଟ୍ ଟ୍ରେନ୍ ଓ ସୁପରଟ୍ରେନର ସ୍ୱପ୍ନ ଦେଖୁଥିବା ଭାରତୀୟ ରେଳବାଇକୁ ଆଜି ଏକ ବିରାଟ ଧକ୍କା ଲାଗିଛି । ଜଗଦଲପୁରରୁ ଭୁବନେଶ୍ୱର ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ ଓଡିଶାର ରାୟଗଡା ସୀମାନ୍ତ ଆନ୍ଧ୍ର ପ୍ରଦେଶର କୁନେରୁ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୩୯ ଜଣ ପ୍ରାଣ ହରାଇଥିବା ବେଳେ ୫୦ ରୁ ଅଧିକ ଆହତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହା ସହ ଓଡିଶାର ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରେଳମନ୍ତ୍ରୀ ସୁରେଶ ପ୍ରଭୁ ଘଟଣାସ୍ଥଳରେ ପହଁଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ମାତ୍ର ୨ ମାସର ବ୍ୟବଧାନରେ ଏହା ହେଉଛି ଦ୍ୱିତୀୟ ବଡ ଧରଣର ରେଳ ଦୁର୍ଘଟଣା । ଯାହା ରେଳବାଇର ଯାତ୍ରୀ ସୁରକ୍ଷା ଉପରେ ପ୍ରଶ୍ନ ଲଗାଇଛି । ଶନିବାର ଅପରାହ୍ନ ୩ଟାରେ ଛତିଶଗଡର ଜଗଦଲପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ହୀରାଖଣ୍ଡ ଏକ୍ସପ୍ରେସ୍ । ୨୨ବଗିରେ ଯାତ୍ରା କରୁଥିଲେ ହଜାର ହଜାର ଯାତ୍ରୀ । ସମୟ ପ୍ରାୟ ୧୧ଟା୧୫ ମିନିଟରେ ରାୟଗଡାଠାରୁ ମାତ୍ର ୨୪ କିଲୋମିଟର ଦୂର ଆନ୍ଧ୍ରର କୁନେରୁ ଷ୍ଟେସନ୍ ନିକଟରେ ହଠାତ୍ ଲାଇନଚ୍ୟୁତ ହୋଇଗଲା ହୀରାଖଣ୍ଡ ଏକ୍ସପ୍ରେସ୍ । ଟ୍ରାକ୍ ତଳକୁ ଲଦାଲଦି ହୋଇ ଖସିପଡିଲା ୯ଟି ବଗି । ଯାତ୍ରୀଙ୍କ ଚିତ୍କାରରେ ଚମକି ପଡିଲା ଅନ୍ଧାର ରାତି । ଠପ୍ ହୋଇଗଲା ରାୟଗଡା – ବିଜୟନଗରମ୍ ମଧ୍ୟରେ ଟ୍ରେନ୍ ଚଳାଚଳ । ଓଡିଶା ଓ ଆନ୍ଧ୍ର ସହ କେନ୍ଦ୍ରୀୟ ଉଦ୍ଧାରକାରୀ ଦଳ ସାମିଲ୍ ହୋଇଥିଲେ ଟ୍ରେନ୍ ତଳେ ଚାପି ହୋଇ ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ । ଗ୍ୟାସ୍ କଟର୍ ଓ କ୍ରେନ୍ ଯୋଗେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରାଯାଇଥିଲା । ସେପଟେ ଦିନ ଗଡିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଥିଲା । ମୃତକଙ୍କ ପରିଚୟ ଖୋଜି ସେମାନଙ୍କ ପରିବାର ବର୍ଗକୁ ଜଣାଇବା ସହ ଆହତ ଯାତ୍ରୀଙ୍କୁ ରାୟଗଡା ଓ ପାର୍ବତୀପୁରମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ମହାନିର୍ଦେଶକ ପହଂଚିଥିଲେ ରାୟଗଡା ହସ୍ପିଟାଲରେ । ସେପଟେ ରାଜ୍ୟ ଅଗ୍ନିଶମ ବିଭାଗ ମଧ୍ୟ ଉଦ୍ଧାର ଓ ଆହତଙ୍କୁ ହସ୍ପିଟାଲରେ ପହଂଚାଇବାକୁ ସମସ୍ତ ଶକ୍ତି ଖଟାଇଥିଲା । ସାମାନ୍ୟ ଆହତ ଓ ଦୁର୍ଘଟଣାରେ ଫସି ରହିଥିବା ଅନ୍ୟ ଯାତ୍ରୀଙ୍କୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଟିଟଲାଗଡ ଅଣାଯାଇଥିଲା । ସେପଟେ ଦୁର୍ଘଟଣା ଯୋଗୁଁ ସେହି ରାସ୍ତାର ୭ଟି ଟ୍ରେନ୍ ଚଳାଚଳକୁ ବାତିଲ୍ କରାଯିବା ସହ ୮ଟି ଟ୍ରେନର ଗତିପଥ ବଦଳା ଯାଇଛି ।
<urn:uuid:a691ab8a-dcd6-4a15-8ab5-c70f08c0c4c2>
CC-MAIN-2018-26
http://kanaknews.com/hirakhand-express-train-accident-39-died/
2018-06-19T17:50:45Z
s3://commoncrawl/crawl-data/CC-MAIN-2018-26/segments/1529267863109.60/warc/CC-MAIN-20180619173519-20180619193519-00229.warc.gz
ory
1.000008
Orya
5
{"ory_Orya_score": 1.000008463859558}
କନକ ବ୍ୟୁରୋ : ଆଜି ୫ଟି ଜିଲ୍ଲାରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ । ଏନେଇ ଫୁଲବାଣୀର ବାଲିଗୁଡା ନିକଟରେ ମାଓବାଦୀ ପୋଷ୍ଟର ଲଗାଇଛନ୍ତି । ରାୟଗଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ଫୁଲବାଣୀରେ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । କୋରାପୁଟ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ମହାନଦୀ ବଂଚାଓ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ୫ଟି ଜିଲ୍ଲାରେ ମାଓବାଦୀ ବନ୍ଦ ପାଳନ କରୁଛନ୍ତି । ଗତକାଲି ରାତିରେ ରାୟଗଡା ଜିଲ୍ଲା ମୁନିଗୁଡା ଅନ୍ତର୍ଗତ ଭୁର୍ଷିଖମରଠାରେ ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି ମାଓବାଦୀ । ଫଳରେ ମୁନିଗୁଡା ଭବାନପାଟଣା ରାସ୍ତାରେ ଯାତାୟତ ବନ୍ଦ ରହିଛି । ୨୧ ତାରିଖ ଅର୍ଥାତ ଆଜିର ବନ୍ଦ ପାଳନକୁ ସଫଳ କରିବା ସହ ମହାନଦୀ ବଂଚାଇବାକୁ ଆହ୍ୱାନ ଦେଇ ବଂଶଧାରା ନାଗାବଳୀ ଘୁମୁସୁରୁ ଏରିଆ କମିଟି ପକ୍ଷରୁ ପୋଷ୍ଟର ମରାଯାଇଛି । ସେପଟେ ବନ୍ଦକୁ ଆଖି ଆଗରେ ରଖି ସରକାରୀ ବସ ଚଳାଚଳ ବନ୍ଦ ରହିଛି । ଅପରପକ୍ଷରେ ମାଓ ହିଂସା ଓ ଅଘଟଣକୁ ଏଡାଇବା ପାଇଁ ପୁଲିସ ସଜାଗ ଥିବା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ।
<urn:uuid:04418b46-cb9e-4bd0-bea0-093a9d87079c>
CC-MAIN-2018-26
http://kanaknews.com/mao-protest-in-5-district-today/
2018-06-19T17:50:29Z
s3://commoncrawl/crawl-data/CC-MAIN-2018-26/segments/1529267863109.60/warc/CC-MAIN-20180619173519-20180619193519-00229.warc.gz
ory
0.999636
Orya
8
{"ory_Orya_score": 0.9996360540390015}
ରାଜା ବିଜୟସେନ ଶିବମଲ୍ଲଙ୍କୁ ଆଲିଙ୍ଗନ କରି କୃତ୍ୟକୃତ୍ୟ ହୋଇ କହିଲେ, "ଶିବମଲ୍ଲ, ତୁମର ତ୍ୟାଗ ଅଦ୍ଭୁତ, ଅତୁଳନୀୟ । ତୁମକୁ ଭୁଲ୍ ବୁଝିଥିବାରୁ ମୋତେ କ୍ଷମା କର । ରାଜସଭାରେ କେବଳ ଆର୍ୟୁବେଦ ନୁହେଁ, ବିଭିନ୍ନ ପ୍ରକାରର ଔଷଧଶାସ୍ତ୍ରରେ ନିପୁଣ ବୈଦ୍ୟମାନେ ବି ଅଛନ୍ତି । ରକ୍ତବୀର୍ଜ୍ୟ ସର୍ପ ଦଂଶନର ଔଷଧ, ଏକମାତ୍ର ଉପାୟ ଏହି ପୁଷ୍ପ, ଏହା ଭାବି ତୁମେ ହତାଶ ହୁଅନାହିଁ । ମୁଁ ତୁମକୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇବି ।" ବିଜୟସେନ, ଶିବମଲ୍ଲଙ୍କୁ ସଙ୍ଗରେ ଧରି ଅଶ୍ୱ ଝପଟାଇ ତୁରନ୍ତ ରାଜଧାନୀ ଫେରିଲେ । ବେତାଳ ରାଜା ବିକ୍ରମାର୍କଙ୍କୁ କାହାଣୀଟି ଶୁଣାଇସାରିବା ପରେ, ନିଜର ସନ୍ଦେହ ପ୍ରକାଶ କରି କହିଲା, "ରାଜନ୍, ଶିବମଲ୍ଲର ବ୍ୟବହାର ଅସଙ୍ଗତ ଓ ତ୍ରୁଟିପୂର୍ଣ୍ଣ, ଏହା ନିଃସନ୍ଦେହ ନୁହେଁ କି? ସେ ରାଜକୁମାରୀ ଅମୃତାଙ୍କର ମନ ଜିଣିବା ପାଇଁ ତାଙ୍କର ଅଙ୍ଗରକ୍ଷକ ଭାବେ କାର୍ଯ୍ୟ କରୁଥିଲା । ଯେତେବେଳେ ସେ ସେହି ଦୁଷ୍ପ୍ରାପ୍ୟ ପୁଷ୍ପଟି ହାସଲ କଲା, ସେ ଅମୃତାଙ୍କୁ ନିଜର ଧର୍ମପତ୍ନୀ କରିବାର ଅଭିଳାଷ ପୋଷଣ କରିବା ଯଥାର୍ଥ ଥିଲା । କାରଣ ଏହି ଅସାଧାରଣ ସଫଳତା ପାଇଁ ତାକୁ ନିଜର ଅମୂଲ୍ୟ ଦୃଷ୍ଟିଶକ୍ତି ହରେଇବା ପାଇଁ ପଡିଲା । କିନ୍ତୁ ମୁର୍ଖତାର ଚରମ ପରାକାଷ୍ଠା ଦେଖାଇ ସେ ଏହି ପୁଷ୍ପ ରାଜା ବିଜୟସେନଙ୍କୁ ଅର୍ପଣ କଲା । ବିଜୟସେନ ସେଠାରେ ପହଁଚିବା ପୂର୍ବରୁ ପୁଷ୍ପଟି ଆଣିବା ପାଇଁ ସେ କାହିଁକି ଚେଷ୍ଟା କଲା ନାହିଁ, ତାହା ମୁଁ ବୁଝିପାରୁନାହିଁ । ବିଜୟସେନଙ୍କୁ ପୁଷ୍ପ ଆଣିବା ପାଇଁ ବାରଣ କରିବା କ'ଣ ତା'ର ସଂକୀର୍ଣ୍ଣ ମାନସିକତାର ପରଚିୟ ଦେଉ ନାହିଁ କି? ପୁନଶ୍ଚ ଏପରି ବ୍ୟକ୍ତିକୁ ମହାତ୍ୟାଗୀ କହି ପ୍ରଶଂସା କରିବା କ'ଣ ବିଜୟସେନଙ୍କର ଅଜବ ବ୍ୟବହାର ନୁହେଁ?" ବିଜୟସେନ ପ୍ରଥମରୁ ରାଜକୁମାରୀଙ୍କୁ ବାଧ୍ୟତାପୂର୍ବକ ବିବାହ କରିବାପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କ ପତ୍ର ପଢିବାପରେ ନିଜର ମନୋଭାବ ପରିବର୍ତ୍ତନ କଲେ । ଏହି ବିଚାର-ପରିବର୍ତ୍ତନ କ'ଣ ଏକ ବିଚିତ୍ର ନିଷ୍ପତି ନୁହେଁ? ଏହା ଫଳରେ ରାଜକୁମାରୀଙ୍କର ତାଙ୍କ ପ୍ରତି ଶ୍ରଦ୍ଧା ଯେ ନିଶ୍ଚୟ କମିଯିବ । ଏକଥା କ'ଣ ସେ ବୁଝିପାରୁ ନ ଥିଲେ? ଯଦିବା ସେ ଏହା ଜାଣିଥିଲେ ତେବେ ନିଜେ ସର୍ପଗନ୍ଧା ପୁଷ୍ପ ଆଣିବା ପାଇଁ କାହିଁକି ଯାଇଥିଲେ? କ'ଣ ଶିବମଲ୍ଲଙ୍କ ପ୍ରତି ତାଙ୍କର ଅହେତୁକ ଈର୍ଷା କାରଣରୁ? ମୋର ଏହି ସନ୍ଦେହର ସମାଧାନ ଜାଣି ମଧ୍ୟ ଯଦି ତୁମେ ନୀରବ ରୁହ, ତେବେ ତୁମ ମସ୍ତକ ଶତଧା ବିଦୀର୍ଣ୍ଣ ହେବ ।" ରାଜା ବିକ୍ରମାର୍କ ଅବିଳମ୍ବେ କହିଲେ, "ଶିବମଲ୍ଲ ରାଜକୁମାରୀଙ୍କୁ ବିବାହ କରିବା ଉଦ୍ଧେଶ୍ୟରେ ତାଙ୍କର ଅଙ୍ଗରକ୍ଷକ ସାଜିଥିଲେ, ଏହା ସମ୍ପୂର୍ଣ୍ଣ ରୂପେ ଭୁଲ୍ ଧାରଣା ଅଟେ । ସେହିପରି ଅମୃତା ମଧ୍ୟ ଶିବମଲ୍ଲ ପ୍ରତି ନିଜର ପ୍ରେମଭାବ ପ୍ରକାଶ କରିନାହାଁନ୍ତି । କେବଳ ଧନୁର୍ବିଦ୍ୟାରେ ବିଚକ୍ଷଣ ହାସଲ କରିଥିବା ଏହି ଯୁବକଙ୍କୁ ସେ ଖୁବ୍ ପ୍ରଶଂସା କରନ୍ତି । ରାଜକୁମାରୀ ଅମୃତା ଜଣେ ଆତ୍ମାଭିମାନୀ ଯୁବତୀ । ସେହି କାରଣରୁ ସେ ତାଙ୍କୁ ବିବାହ କରିବାର ଲାଳସା ପୋଷଣ କରିଥିବା ମହାରାଜା ବିଜୟସେନଙ୍କ ପତ୍ରର ଏପରି ଉତ୍ତର ଦେଇ ତାଙ୍କର ଆଖି ଖୋଲି ଦେଇଛନ୍ତି । ବିଜୟସେନ ଅମୃତାଙ୍କ ପାଇଁ ସର୍ପଗନ୍ଧା ପୁଷ୍ପ ହାସଲ କରିବା ପାଇଁ ଯାତ୍ରାରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି, ତାଙ୍କ ମନରେ ଅମୃତାଙ୍କ ପ୍ରତି ଥିବା ଶ୍ରଦ୍ଧା, କାଣିଚାଏ ବି ଉଣା ହୋଇନାହିଁ । ପୁଷ୍ପଟିକୁ ବୃକ୍ଷରୁ ତଳକୁ ପକାଇ ସାରିବା ପରେ ଶିବମଲ୍ଲ ହୃଦୟଙ୍ଗମ କଲେ, ବୃକ୍ଷମୂଳର ସର୍ପଘେରରୁ ସେହି ପୁଷ୍ପଟି ଉଦ୍ଧାର କରିବା ସହଜସାଧ୍ୟ ନୁହେଁ । ଯଦି ସେ ସ୍ୱୟଂ ପୁଷ୍ପଟି ଆଣିବା ପାଇଁ ଯାଇ ଅନ୍ଧ ହୋଇଯାଆନ୍ତି, ତେବେ, କିଏ ନେଇ ତାହା ରାଜକୁମାରୀଙ୍କ ପାଖରେ ପହଁଚାଇବ? ଏହା ଉପଲବ୍ଧି କରି ସେ ବିଜୟସେନ ସେଠାରେ ପହଁଚିବା ପର୍ଯ୍ୟନ୍ତ ନୀରବରେ ଠିଆହୋଇ ରହିଥିଲେ । ନିଜର କର୍ତ୍ତବ୍ୟ ପୂରଣ ପାଇଁ ସେ ବିଜୟସେନଙ୍କୁ ପୁଷ୍ପ ଆଣିବା ପାଇଁ ରୋକିଲେ । ନିଜ କର୍ତ୍ତବ୍ୟପାଳନରେ ଦୃଢ ସଂକଳ୍ପ ଏହି ଯୁବକଙ୍କୁ ରାଜା ବିଜୟସେନ ମୁକ୍ତକଣ୍ଠରେ ପ୍ରଶଂସା କଲେ । ଏପରି ମହାନୁଭବ ଯୁବକଙ୍କୁ ଭୁଲ୍ ବୁଝିଥିବାରୁ ନିଜେ ପଶ୍ଚାତାପ କଲେ ଓ ସକଳ ପ୍ରକାରର ଚିକିତ୍ସା ଯୋଗାଇ ଦେବାପାଇଁ ସଙ୍ଗରେ ନେଇଗଲେ ।" ଏହିପରି ରାଜାଙ୍କର ମୌନତା ଭଗ୍ନ କରିବାରେ ସଫଳ ହୋଇ ଶବ ସହ ଶବସ୍ଥିତ ବେତାଳ ବି ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଝୁଲି ପଡିଲା ।
<urn:uuid:b0319830-4c05-4997-a96d-112857146662>
CC-MAIN-2018-26
http://odiagapa.com/%E0%AC%B6%E0%AC%BF%E0%AC%AC%E0%AC%AE%E0%AC%B2%E0%AD%8D%E0%AC%B2%E0%AC%99%E0%AD%8D%E0%AC%95-%E0%AC%95%E0%AC%BE%E0%AC%B9%E0%AC%BE%E0%AC%A3%E0%AD%80/5/
2018-06-20T17:22:41Z
s3://commoncrawl/crawl-data/CC-MAIN-2018-26/segments/1529267863830.1/warc/CC-MAIN-20180620163310-20180620183310-00549.warc.gz
ory
1.000005
Orya
4
{"ory_Orya_score": 1.0000048875808716}
କନକ ବ୍ୟୁରୋ : ଅସ୍ତ୍ରବିରତି ଚୁକ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସପ୍ତାହକ ତଳେ ପ୍ରତିଶ୍ରୁତି ଦେଇଥିବା ପାକିସ୍ତାନ ଆଜି ଏହାର ଉଲ୍ଲଂଘନ କରି ଭାରତ ସହ ପ୍ରତାରଣା କରିଛି । ଜମ୍ମୁ କଶ୍ମୀରର ଅଖନୁର ସେକ୍ଟରରେ ପାକିସ୍ତାନ ସେନା ଅଚାନକ ପ୍ରବଳ ଗୁଳିବର୍ଷା କରିବାରୁ ଭାରତର ଏକ ଆଗୁଆ ଘାଟିରେ ମୁତୟନ ଥିବା ବିଏସଏଫର ୨ ଜଣ ସହକାରୀ ସବଇନ୍ସ୍ପେକ୍ଟର ସହିଦ ହୋଇଯାଇଛନ୍ତି । ପାକ୍ ଗୁଳିମାଡ଼ରେ କାନଛକ ଏବଂ ଖୋର୍ରେ ୧୩ ଜଣ ନାଗରିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସପ୍ତାହକର ନୀରବତା ପରେ ଏବେ ଭାରତ-ପାକ୍ ଅନ୍ତର୍ଜାତୀୟ ସୀମାରେ ପୁଣି ଭୟଙ୍କର ଉତ୍ତେଜନା ଦେଖାଦେଇଛି । ପାକ୍ ଅସ୍ତ୍ରବିରତି ଉଲ୍ଲଂଘନର ଭାରତ କଡ଼ା ଜବାବ ଦେଇ ଭାରୀ ଯୁଦ୍ଧାସ୍ତ୍ରରେ ଗୁଳିଗୋଳା ବର୍ଷା କରିଛି । ସପ୍ତାହକ ତଳେ ଉଭୟ ଦେଶର ଡିଜିଏମ୍ ଓ ୨୦୦୩ ଅସ୍ତ୍ରବିରତି ଚୁକ୍ତିକୁ ସଂପୂର୍ଣ୍ଣ ଲାଗୁ କରିବା ପାଇଁ ସହମତି ପ୍ରକାଶ କରିଥିଲେ ଏବଂ ପାକିସ୍ତାନ ଏ ଦିଗରେ କୌଣସି ସର୍ତ୍ତ ଉଲ୍ଲଂଘନ କରିବ ନାହିଁ ବୋଲି ପ୍ରତିଶ୍ରୃତି ଦେଇଥିଲା । ତେବେ ଏହା କେବଳ ପାକିସ୍ତାନର ଏକ ବଡ଼ ଛଳନା ଥିଲା ବୋଲି ଆଜି ପ୍ରମାଣିତ ହୋଇଛି । ବିଏସଏଫ ମହାନିର୍ଦ୍ଦେଶକ ରାମ ଅବତାର କହିଛନ୍ତି ଯେ ଆଜି ପାକିସ୍ତାନ ସେନା ଅନ୍ତର୍ଜାତୀୟ ସୀମାରେ ଅଚାନକ ସ୍ୱୟଂ ଚାଳିତ ବନ୍ଧୁକରୁ ଗୁଳିବର୍ଷା ଆରମ୍ଭ କରିଦେଇଥିଲା । ଅସ୍ତ୍ରବିରତି ବନ୍ଦ ରହିଥିବାରୁ ଏକ ଆଗୁଆ ପୋଷ୍ଟ୍ରେ ମୁତୟନ ୨ ଜଣ ଯବାନ ସ୍ୱାଭାବିକ ଭାବେ ସେମାନଙ୍କ କାର୍ଯ୍ୟ କରୁଥିଲେ । ତେଣୁ ପାକିସ୍ତାନ ସେନାର ଅତର୍କିତ ଆକ୍ରମଣକୁ ପ୍ରତିହତ କରିପାରି ନଥିଲେ । ସହିଦ ହୋଇଥିବା ୨ ଯବାନ ହେଲେ ସତ୍ୟ ନାରାୟଣ ଯାଦବ ଏବଂ ବିଜୟ କୁମାର ପାଣ୍ଡେ। ଉଭୟ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । ପାକିସ୍ତାନର ଏଭଳି ବିଶ୍ୱାସଘାତକତାର କଡ଼ା ଜବାବ ଦିଆଯାଉଛି ବୋଲି ସେ କହିଛନ୍ତି । ଅଖନୁର ସେକ୍ଟରରେ ଭାରତୀୟ ସେନା ପାକିସ୍ତାନକୁ ଆଜି ଅପରାହ୍ନରେ ଭାରୀ ଯୁଦ୍ଧାସ୍ତ୍ରରେ ଜବାବ ଦେଇଛି । ଏଥିରେ ପାକିସ୍ତାନ ପଟେ ବ୍ୟପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି । ତେବେ ପାକିସ୍ତାନ ସେନା ସୀମାବର୍ତ୍ତୀ ଗ୍ରାମଗୁଡ଼ିକର ନିରୀହ ଜନତାଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଭାରତ କେବଳ ପାକ୍ ସେନା ପୋଷ୍ଟ ଓ ଘାଟିକୁ ଟାର୍ଗେଟ କରୁଛି ବୋଲି ସେ କହିଛନ୍ତି ।
<urn:uuid:ad3c2478-f06b-4a53-829f-ab7f18930d29>
CC-MAIN-2018-26
http://kanaknews.com/two-bsf-personnel-martyred-as-pakistan-violates-ceasefire-in-jammu-and-kashmir/
2018-06-21T17:41:19Z
s3://commoncrawl/crawl-data/CC-MAIN-2018-26/segments/1529267864256.26/warc/CC-MAIN-20180621172638-20180621192638-00229.warc.gz
ory
1.000005
Orya
9
{"ory_Orya_score": 1.000004529953003}
କନକ ବ୍ୟୁରୋ : ବିଜେପି ନେତାଙ୍କ ବିତଣ୍ଡା ଯୁକ୍ତି । ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ । ଦୀନେଶ ଶର୍ମା କହିଛନ୍ତି ପୌରାଣିକ ଯୁଗରେ ଭାରତରେ ଥିବା ଟେଷ୍ଟଟ୍ୟୁବ୍ ବେବିର ସୂତ୍ର । ଟେଷ୍ଟଟ୍ୟୁବ ବେବିର କୌଶଳ ଥିବା ବୋଲି ଦେବୀ ସୀତାଙ୍କ ଜନ୍ମ ମାଟି ପାତ୍ରରୁ ସଂଭବ ହେଲା ବୋଲି କହିଛନ୍ତି । ଆଉ ବିପ୍ଳବ ଦେବଙ୍କ ଭଳି ମହାଭାରତ ଯୁଗର ଲାଇଟ୍ ଟେଲିକାଷ୍ଟର ପୁରୁଣା ଫର୍ମୁଲା ବି ବୟାନ କରିଛନ୍ତି । ଦୀନେଶ ଶର୍ମା ଜଣେ ସାଧାରଣ ଲୋକ ନୁହଁନ୍ତି, ସେ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୧ – ଲୋକେ କହନ୍ତି ସୀତା ମାଟି ପାତ୍ରରୁ ଜନ୍ମ ହୋଇଥିଲେ ୨-ଏହାର ଅର୍ଥ ହେଲା ରାମାୟଣ ଯୁଗରେ ଟେଷ୍ଟ ଟ୍ୟୁବ ବେବିର ବୈଷୟିକ ଜ୍ଞାନ ଉପଲବ୍ଧ ଥିଲା ଉତ୍ତରପ୍ରଦେଶର ଏହି ବରିଷ୍ଠ ବିଜେପି ନେତା ଆଉ ଏକ ପାଦକୁ ଆଗକୁ ଯାଇ ଲାଇଭ ଟେଲିକାଷ୍ଟରେ ବି ବୟାନ ଦେଇଛନ୍ତି । ସେ କହିଛନ୍ତି ୧ -ଆଜିକାଲି ଲାଇଭ୍ ଟେଲିକାଷ୍ଟ କରାଯାଉଛି ୨-କିନ୍ତୁ ମୁୁଁ ଭାବୁଛି ମହାଭାରତ ଯୁଗରେ ମଧ୍ୟ ଏହି ବୈଷୟିକ ଜ୍ଞାନ ଉପଲବ୍ଧ ଥିଲା । ୩- ଲାଇଭ୍ ଟେଲିକାଷ୍ଟ ମାଧ୍ୟମରେ ସଞ୍ଜୟ ରାଜା ଧୃତରାଷ୍ଟ୍ରଙ୍କୁ ମହାଭାରତ ଯୁଦ୍ଧର ଟିକନିଖ୍ ବିବରଣୀ ଦେଉଥିଲେ । ଏହି ମନ୍ତବ୍ୟରେ ଗୋଟିଏ ଦିନ ପୂର୍ବରୁ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ, ସାମ୍ବାଦିକତାକୁ ମଧ୍ୟ ପୌରାଣିକ ଯୁଗ ସହ ଯୋଡ଼ି ବୟାନ ରଖିଥିଲେ । କହିଥିଲେ, ୧ – ଆପଣଙ୍କ ଗୁଗଲ ଏବେ ଆରମ୍ଭ ହୋଇଛି । ୨- କିନ୍ତୁ ଆମର ଗୁଗଲ ପ୍ରାଚୀନ ଯୁଗରୁ ଆରମ୍ଭ ହୋଇଥିଲା ୩- ସୂଚନା ଦେବାରେ ନାରଦ ମୁନି ସବୁଠାରୁ ଆଗରେ ଥିଲେ ୪-ସେ କ୍ଷଣିକ ମାତ୍ରେ ଯେ କୌଣସି ସ୍ଥାନକୁ ଯାଇ ସୂଚନା ଦେଉଥିଲେ ।
<urn:uuid:4ee52bee-3921-49e1-be51-39367222fc21>
CC-MAIN-2018-26
http://kanaknews.com/sita-was-a-test-tube-baby-up-deputy-cm-dinesh-sharma/
2018-06-22T17:07:31Z
s3://commoncrawl/crawl-data/CC-MAIN-2018-26/segments/1529267864740.48/warc/CC-MAIN-20180622162604-20180622182604-00549.warc.gz
ory
1.000004
Orya
6
{"ory_Orya_score": 1.0000044107437134}
କ୍ରିକେଟ ଗ୍ରାଉଣ୍ଡରେ ନିଜର ଜଲୱା ଦେଖାଇବେ ରଣବୀର । ଆଗାମୀ ସିନେମା '୮୩'ରେ ଷ୍ଟାର କ୍ରିକେଟର କପିଳଦେବଙ୍କ ଭୂମିକାରେ ନଜର ଆସିବେ ରଣବୀର ସିଂହ । ୧୯୮୩ କ୍ରିକେଟ ବିଶ୍ୱକପ୍ ଉପରେ ଫିଲ୍ମଟି ଆଧାରିତ । ସିନେମାରେ କପିଳଦେବଙ୍କ ନେତୃତ୍ୱରେ କିଭଳି ଏକ ନୂଆ ଟିମ୍ ୱେଷ୍ଟଇଣ୍ଡିଜକୁ ହରାଇଲା । ଏବଂ ଅର୍ନ୍ତଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଲା ତାର ଝଲକ ଦେଖିବାକୁ ମିଳିବ ଏହି ସିନେମାରେ । ନିର୍ଦ୍ଦେଶକ କବିର ଖାନ୍ କହିଛନ୍ତି କି ୧୯୮୩ରେ ଭାରତ ବିଶ୍ୱକପ ଜିତିବା ପରେ କ୍ରିକେଟର ଚିତ୍ର ବଦଳିଯାଇଛି । ସେହି ମୁହୁର୍ତ୍ତକୁ ଭବିଷ୍ୟତ ପୀଢିକୁ ସିନେମା ମାଧ୍ୟମରେ ଜଣାଇବା ପ୍ରୟାସ ହେଉଛି । ସିନେମାଟି ଆସନ୍ତା ବର୍ଷ ଏପ୍ରିଲ ୫ରେ ରିଲିଜ ହେବାର ଅଛି । ସୂଚନାଯୋଗ୍ୟ ରଣବୀର ସିଂ ଏବେ ତାଙ୍କର ଆଗାମୀ ସିନେମା 'ପଦ୍ମାବତୀ' ପାଇଁ ବ୍ୟସ୍ତ ଅଛନ୍ତି । ବହୁ ବାଦ ବିବାଦ ଭିତରେ ତିଆରି ହୋଇଛି ସିନେମା । 'ପଦ୍ମାବତୀ'ଙ୍କ ଆତ୍ମଜୀନବୀ ଉପରେ ଆଧାରିତ ଏହି ସିନେମା । ପଦ୍ମାବତୀ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ । ରଣଣୀର ସିଂ ଆଲ୍ଲାଉଦିନ ଖିଲିଜି ଓ ଶାହିଦ କପୁର ରାଜା ରତନ ସିଂ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିନେମାରେ ଆଦିତି ରାଓ ହାଇଦ୍ରୀ ମଧ୍ୟ ଏକ ଗୁରୁତ୍ୱପର୍ଣ୍ଣ ଭୂମିକାରେ ନଜର ଆସିବେ । ଭନସାଲୀଙ୍କ ଏହି ସିନେମା ପୂର୍ବରୁ ଅନେକ ମୁସ୍କିଲର ସାମ୍ନା କରିସାରିଛି ପ୍ରଥମେ ଜୟପୁରରେ ସୁଟିଂ ସମୟରେ ସିନେମାକୁ ବିରୋଧ ପ୍ରଦର୍ଶନ ଆଉ ଏବେ ପୁଣି ଥରେ ଆଠ ମାସ ପାଇଁ ଘୁଞ୍ଚିଗଲା ସିନେମାର ରିଲିଜ ତାରିଖ ।
<urn:uuid:554c7724-9579-400f-a38c-06fb429555c6>
CC-MAIN-2018-26
http://kanaknews.com/ranveer-singh-on-playing-kapil-dev-in-83/
2018-06-21T04:13:57Z
s3://commoncrawl/crawl-data/CC-MAIN-2018-26/segments/1529267864022.18/warc/CC-MAIN-20180621040124-20180621060124-00579.warc.gz
ory
0.999979
Orya
4
{"ory_Orya_score": 0.9999794960021973}
ବିଶ୍ୱ ପ୍ରକୃତିର ଉତ୍ତମ ବିଧାନ, ମାନବ କର୍ତ୍ତବ୍ୟର ପଥ କଣ ? କେଉଁ ମାର୍ଗରେ ସେ ନିଜ ସ୍ୱାଧିନ କର୍ମଶକ୍ତିର ପ୍ରୟୋଗ କରି ଜୀବନ କୃତାର୍ଥ କରିବ ? ବୈଦିକ ଦୃଷ୍ଟିକୋଣରୁ ଏହାର ଉତ୍ତର ହେଉଛି 'ଯଞ୍ଗନୀତି' । ନିଜ ଅଧିକାର ପାଇଁ ଯଞ୍ଗ ସଂପାଦନ ମାନବ ଜୀବନର କୃତାର୍ଥ ମାର୍ଗ । ଯାହା ଉଚିତ୍, ତାହାହିଁ ବିଶ୍ୱ ବିଧାନ ଓ ଅନୁକୂଳ ଅଟେ । ଯାହା ବିଶ୍ୱ ମଙ୍ଗଳ, ତାର ପ୍ରାପ୍ତି ପାଇଁ କାମନା କରିବା, ସକଳ ପ୍ରେୟ ସାମଗ୍ରୀକୁ ବଳି ବା ଆହୂତି ପ୍ରଦାନ କରିବାର ନାମ ଯଞ୍ଗ । ଅଥାର୍ଥ, ନିଜ ପାଖରେ ଥିବା ଅମାପ କର୍ମଶକ୍ତି, ଞ୍ଗାନଶକ୍ତି, ଭୋଗ୍ୟବସ୍ତୁ, ସୁବିଧା ସୁଯୋଗକୁ ଶ୍ରେୟ ଉଦ୍ଦେଶ୍ୟରେ, ପ୍ରକୃତି ଉଦ୍ଦେଶ୍ୟରେ, ବିଶ୍ୱନିୟନ୍ତା ମଙ୍ଗଳମୟ ଦେବଗଣଙ୍କ ପ୍ରସନ୍ନ ଲାଗି ଉତ୍ସର୍ଗ କରିବାହିଁ ଯଞ୍ଗ ସଂପାଦିତ ହୁଏ । ଦେବତାଙ୍କୁ ପ୍ରସନ୍ନ କରିବା ଅର୍ଥ ଶ୍ରେୟର ଅନୁବର୍ତ୍ତନ ଓ କଲ୍ୟାଣ ମାର୍ଗରେ ଆତ୍ମନିଯୋଗ କରିବା । ଯେ ପ୍ରେୟର ଆଦର କରେ ସେ ଦେବତାଙ୍କ ବିରୋଧ କରେ, ଅତାର୍ଥ ବିଶ୍ୱ ମଙ୍ଗଳ ବିଧାନକୁ ଅଗ୍ରାହ୍ୟ କରି ଦେହିନ୍ଦ୍ରିୟ ମନୋବୃତ୍ତିକୁ ତୁପ୍ତି କରେ । ବିଶ୍ୱବିଧାନର ପ୍ରତିକୂଳ ମାର୍ଗରେ ଯାଇ ସ୍ୱକୀୟ ଆକାଂଙକ୍ଷାକୁ ଚରିତାର୍ଥ କରେ । ମାନବର ଯଥାର୍ଥ ଗୌରବରୁ ବଞ୍ଚିତ ହୁଏ । ଦେବତାଙ୍କ ପ୍ରସନ୍ନ, ଅର୍ଥାତ୍ ବିଶ୍ୱବିଧାନର ଅନୁକୂଳ ପ୍ରାପ୍ତ ଉଦ୍ଦେଶ୍ୟରେ ନିଜର ଶକ୍ତି, ଭୋଗ୍ୟ ସାମଗ୍ରୀ ଓ ପୁଞ୍ଜିକୁ ସଠିକ୍ ମାର୍ଗରେ ବିନିଯୋଗ କରି ଜୀବନ ବିତାଇବା ଯଥାର୍ଥ ଧର୍ମ । ବିଚାର ପୂର୍ବକ ସ୍ୱଇଛାରେ ଯଞ୍ଗବ୍ରତୀ ହେବା ମାନବୀୟ ଧର୍ମ । ଏହି ଯଞ୍ଗହିଁ ଶ୍ରେୟର ମାର୍ଗ ଓ ଉନ୍ନତତର ବ୍ୟାପକତର । ତେଣୁ ମନୁଷ୍ୟ ଯେବେ ଦେବତାଙ୍କୁ ପ୍ରସନ୍ନ କରି ପ୍ରାପ୍ତବସ୍ତୁକୁ ତ୍ୟାଗ କରେ, ଦେବତା ତା'ପ୍ରତି ପ୍ରସନ୍ନ ହୁଅନ୍ତି । ମନୁଷ୍ୟ ଯଦି ବିଶ୍ୱ ପ୍ରକୀୟାର ନିୟାମକ ଧର୍ମ ବିଧାନର ଅନୁକୂଳ ପଥରେ ନିଜ ଶକ୍ତି ସଦବ୍ୟବହାର କରେ, ତେବେ ବିଶ୍ୱ ବ୍ୟାପାର ସମୂହ ଏହାର ଅନୁକୂଳ ହୋଇ ଉପସ୍ଥିତ ହେବ ଓ ତାର ଆକାଂଙକ୍ଷିତ ସ୍ଥାୟୀ ସୁଖବସ୍ତୁ ସମୂହକୁ ତାକୁ ଦେଇ କୃତାର୍ଥ କରେ । ଏହା ଦେବତା ଓ ମନୁଷ୍ୟର ବିଶ୍ୱନୀତି ଓ ମାନବୀୟ ସ୍ୱାଧିନତା । ଏପ୍ରକାର ପରସ୍ପରାନୁକୂଳ ହେବା ପରେ ମନୁଷ୍ୟ ଜୀବନ ସାର୍ଥକ ପାଲଟେ । ଜଗତ ମଧ୍ୟ ମଙ୍ଗଳ ପାଲଟି ଯାଏ, ବ୍ୟକ୍ତିର ଓ ସମୂହର କଲ୍ୟାଣ ଘଟେ, ଯାହା ବ୍ୟକ୍ତି ଓ ସମାଜର ମଙ୍ଗଳ । ବର୍ତ୍ତମାନର ସଂଭୋଗ ଓ ଭବିଶ୍ୟତର ସଂଭୋଗ ଏକ ସଙ୍ଗରେହିଁ ସଂପାଦିତ ହୁଏ । ତ୍ୟାଗ ଭିତରେ ଭୋଗ, ବୃହତ୍ କଲ୍ୟାଣରେ ଆତ୍ମନିୟୋଗ ଦ୍ୱାରା କଲ୍ୟାଣ ପ୍ରାପ୍ତି, ବିଶ୍ୱ ସେବା ଦ୍ୱାରା ଅଭିଷ୍ଠ ସିଦ୍ଧି, ଦେବତାଙ୍କ ପ୍ରୀତି ସଂପାଦନା ଦ୍ୱାରା ଶ୍ରେୟ ଓ ପ୍ରେୟର ସାମଞ୍ଜସ୍ୟ ବିଧାନ, ଏହି ଯଞ୍ଗ ନୀତିହିଁ ବୈଦିକ ଧର୍ମନୀତି । ଏପ୍ରକାର ଦେବତ୍ୱର ଜୀବନ ଯାପନହିଁ ଅଭିଷ୍ଠ ସିଦ୍ଧିର ସୁନିଶ୍ଚିତ ଉପାୟ । ଜୀବନକୁ ଯଞ୍ଖମୟ କରିବା ଦ୍ୱାରାହିଁ ମନୁଷ୍ୟତ୍ୱର ସମୁଚିତ୍ତ ବିକାଶ ଘଟେ । ବୈଦିକ ନୀତି ଅବଲମ୍ବନ କରିବା ଫଳରେ ମନୁଷ୍ୟ ସହ ମନୁଷ୍ୟର ସଙ୍ଘର୍ଷ ବଦଳରେ ସମ୍ମିଳନ, ପ୍ରତିଦ୍ୱନ୍ଦ୍ୱିତା ବଦଳରେ ସହଯୋଗିତା, ମତଭେଦ ବଦଳରେ ଆଦାନ ପ୍ରଦାନ, ସ୍ୱାର୍ଥ ବଦଳରେ ତ୍ୟାଗ ଓ ପ୍ରେମ ସମ୍ବନ୍ଧ ପ୍ରତିଷ୍ଠିତ ହୁଏ । ଦେଶ, କାଳ ଓ ଅବସ୍ଥାର ପରିବର୍ତ୍ତନ ଆସେ, ରୁଚି, ବୁଦ୍ଧି, ପ୍ରକୃତି ଓ ସାମ୍ରାଜ୍ୟରେ ନାନାବିଧ ବୈଚିତ୍ର କାରଣ ଘଟେ । ବିଭିନ୍ନ ମନୁଷ୍ୟର ଅନୁଷ୍ଠିତ ଯ୍ଞ୍ଖର ଆକୃତି ଓ ପ୍ରକୃତିରେ ଭିନ୍ନତା ଆସିବା ସ୍ୱାଭାବିକ । କାରଣ ଧନୀର ଯଞ୍ଗ ଓ ଗରିବର ଯଞ୍ଗ, ରାଜା ଓ ପ୍ରଜାର ଯଞ୍ଗ, ଞ୍ଗାନୀ ଓ ମୂର୍ଖର ଯଞ୍ଗ, ବୀର ଓ ଦୃର୍ବଳର ଯଞ୍ଗ ଏକ ପ୍ରକାର ହେବା ସମ୍ଭବ ନୁହେଁ, ଏକ ପ୍ରକାର ହେବାରେ ଯଞ୍ଗନୀତିର ସାର୍ଥକତା ନୁହେଁ । ତେଣୁ ବେଦରେ ବିଭିନ୍ନ ପ୍ରକାର ଯଞ୍ଗର ବିଧାନ ରହିଛି । ଋଷିଗଣଙ୍କ ମାଧ୍ୟମରେ ବିଭିନ୍ନ ପ୍ରକାରର ଅଧିକାର ସଂପନ୍ନ ମନୁଷ୍ୟ ପାଇଁ ବିଭିନ୍ନ ଜାତୀୟ ଅଭିଷ୍ଠ ସିଦ୍ଧିର ଉପାୟ ରୀତିରେ ନାନା ଯଞ୍ଗର ବିଧାନ ସମାଜରେ ଗଠିତ ଓ ପ୍ରଚାରିତ ହୋଇଛି, କିନ୍ତୁ ଯଞ୍ଗର ମୂଳନୀତି ସମସ୍ତଙ୍କ ପାଇଁ ସମାନ । ପ୍ରତ୍ୟେକ ନିଜର ସ୍ୱାଧିକାର ବଳରେ ଯଞ୍ଗ ଦ୍ୱାରା ଅନନ୍ତତର ଅଧିକାରର ପ୍ରାପ୍ତିରେ ସଫଳ ହୁଏ, ଯଞ୍ଗମୟ ଜୀବନ ଯାପନ ମାନବର ଅଧିକାର । ସେ କେବଳ ଏହି ଉପାୟରେ କୃତାର୍ଥ ଲଭିବାରେ ସମର୍ଥ ହୁଏ, ଏହା ଦ୍ୱାରା ତା'ର ଚିତ୍ତ ଉଦାର ହୋଇଯାଏ, ଦେହର ଇନ୍ଦ୍ରିୟ ପବିତ୍ର ପାଲଟିଯାଏ, ଭୋଗ୍ୟ ବିଷୟାସକ୍ତି ଓ ତତ୍ ଜନିତ ବନ୍ଧନ ଶିଥିଳ ପାଲଟେ, ଦୃଷ୍ଟି ବ୍ୟାଟକ ଓ ଗମ୍ଭୀର ହୁଏ, ଜୀବନ ଉନ୍ନତତର ଭୂମି ଉପରେ ଆରୋହଣ କରେ ଓ ଚିରସ୍ଥାୟୀ ସୁଖ ପ୍ରାପ୍ତ କରେ । ବୈଦିକ ଦୃଷ୍ଟି ଅବଲମ୍ବନରେ ଶ୍ରେୟର ଅନୁବର୍ତ୍ତନ କଲେ ଚିତ୍ତ ଯେତେ ପରିଶୁଦ୍ଧ ହୁଏ, ପ୍ରେୟର କାମନା ସେତେ ସେତେ କମିକମି ଯାଏ ଓ ଉନ୍ନତରୁ ଉନ୍ନତତର ଆଦର୍ଶ ମାନବ ହୃଦୟକୁ ଅନୁପ୍ରାଣିତ କରେ , ଉନ୍ନତରୁ ଉନ୍ନତତର ଯଞ୍ଗାନୁଷ୍ଠାନରେ ଅଧିକାର ଓ ପ୍ରବୃତ୍ତି ପ୍ରାପ୍ତ ହୋଇଥାଏ । ଶେଷରେ ଜିଞ୍ଗାସାର ଉଦୟ ଘଟେ, ଯାହାକୁ ଅନ୍ତ କୁହାଯାଏ । ବୈଦିକ ଞ୍ଖାନ, ବୈଦିକକର୍ମ, ବୈଦିକ ଭାବ ଓ ସାଧନା, ଏସବୁ ଚରମ ଆଦର୍ଶ ଜାଣି ଆକାଂଙକ୍ଷା ଉତ୍ପନ୍ନ ହୁଏ । ମାନବର ଚରମ ଶ୍ରେୟ କଣ ? ଯାହାର ପ୍ରାପ୍ତି ପରେ ସମ୍ପୂର୍ଣ୍ଣ ଭୋଗ ବାସନାର ଅବସାନ ଘଟିବ, କ'ଣ ଏଭଳି କର୍ମ, ଯାହା ଭିତରେ ସମସ୍ତ କର୍ମର ଐକାନ୍ତିକ ପରିସମାପ୍ତି ଘଟିପାରିବ । ହୃଦୟରେ କଣ ଏଭଳି ଭାବ ଅନୁଶୀଳନ ସମ୍ଭବ, ଯାହା ଭିତରେ ଅନ୍ୟ ସବୁ ଭାବର ପ୍ରବାହ ବିଲୀନ ହୋଇଯିବ । ଏହାହିଁ ନିଶ୍ଚିତ ଜିଞ୍ଗାସା, ବୈଦାନ୍ତିକ ଜିଞ୍ଗାସା ଓ ଯାହାର ସାଧନା ଶ୍ରେୟ ସାଧନା ଅଟେ । ମାନବୀୟ ସତ୍ୟାନୁସନ୍ଧିତ୍ସା କ୍ଷେତ୍ରରେ ଦୁଇଟି ପ୍ରେରଣା ଅନୁଭୂତ ହୁଏ । ଗୋଟିଏ ଞ୍ଗାନରୂପକ ପ୍ରେରଣା ଓ ଅନ୍ୟଟି ଐକ୍ୟଞ୍ଖାନ ରୂପକ ପ୍ରେରଣା । ମନ ଓ ବୁଦ୍ଧି ଏ'ଦୁଇ ପ୍ରେରଣା ଦ୍ୱାରା ଚାଳିତ ହୋଇ ସତ୍ୟର ଅନୁସନ୍ଧାନ କରେ, ଏଥିରେ କାର୍ଯ୍ୟ ଅପେକ୍ଷା `କାରଣ' ଅଧିକତର ସତ୍ୟ ଅଟେ । ବହୁତ ଅପେକ୍ଷା ଐକ୍ୟ ଅଧିକତର ସତ୍ୟ ହୋଇଥାଏ । ଇନ୍ଦ୍ରିୟ ଓ ମନ ସମଗ୍ର ସମଉପଯୋଗ କାର୍ଯ୍ୟ ସମୂହର କାରଣ ଓ ଏହା ଭିତରେ ଐକ୍ୟ ସୂତ୍ରର ଆବିଷ୍କାର ହୁଏ । ଏହି ତତ୍ତ୍ୱର ଆବିଷ୍କାର ଫଳରେ ମାନବର ବୁଦ୍ଧି ଏହିକଥାକୁ ଉପଲବ୍ଧି କରେ । ମଣିଷର ଏହି ତତ୍ତ୍ୱାନୁସନ୍ଧିତ୍ସୁ ବୁଦ୍ଧି କ୍ରମଶଃ ବିକଶିତ ହୋଇ ସଂକୀର୍ଣ୍ଣତା ମୁକ୍ତ ହୁଏ । ବିଶାଳ ଜଗତର ମୂଳ କାରଣକୁ ଅନୁସନ୍ଧାନ କରିବାରେ ଲାଗିଯାଏ । ଅଖଣ୍ତ ତତ୍ତ୍କ୍ୱର ବିଚିତ୍ର ଅଭିବ୍ୟକ୍ତି ରୂପେ ଦର୍ଶନ କରିବାକୂ ପ୍ରଯତ୍ନଶୀଳ ହୁଏ । ଏହି ଅନୁସନ୍ଧାନ ଓ ପ୍ରଯତ୍ନର ଫଳରୁ ଉପଲବ୍ଧ ହୁଏ ଅସଂଖ୍ୟ ଜଡ ଓ ଚେତନ ପଦାର୍ଥ ମୂଳରେ ଅଦ୍ୱିତୀୟ ବସ୍ତୁ ନିତ୍ୟ ବିଦ୍ୟମାନ । ଯାହା କେବଳ ନିଜ ସର୍ତ୍ତାରେ ସର୍ତ୍ତାବାନ ହୁଏ ଓ ଏଥିରୁ ଅନ୍ୟ ସମସ୍ତ ପଦାର୍ଥର ଉତ୍ପନ ଘଟିଛି । ଏହାର ସର୍ତ୍ତାରେହିଁ ସମସ୍ତ ସର୍ତ୍ତାର ବିଟିତ୍ର ଅଭିବ୍ୟକ୍ତ, ତାରିମଧ୍ୟରେ ସମସ୍ତଙ୍କ ସ୍ଥିତି ଓ ଗତି ଘଟେ । ଏହା କେବଳ ସ୍ୱତନ୍ତ୍ର ସର୍ତ୍ତା ବିଶିଷ୍ଟ ଅଦ୍ୱିତୀୟ ବସ୍ତୁର ସ୍ୱୟଂ ପ୍ରକାଶ । ତେଣୁ ଚୈତନ୍ୟ ସୂରୂପ ଏହା ସବୁ ଦେଶ କାଳରେ ଅତୀତ ଅଟେ । ଏହି ଅଖଣ୍ତ ସୂରୂପର ରୂପ ପ୍ରକାଶ ବସ୍ତୁ ବୃହତ୍ ହେବାର କାରଣ ଏହା ବ୍ରହ୍ମ ନାମରେ ଅଭିହିତ । ଏପରିକି ଏହା ସର୍ବ କାଳାତୀତ ଓ ସର୍ବକାଳାଶ୍ରୟ ହେବାରୁ ଏହା ଅକାଳ ଓ ମହାକାଳ ନାମରେ ମଧ୍ୟ ଅଭିହିତ । ଏହା 'ଏକମେବାଦ୍ୱିତୀୟମ୍', 'ସ୍ୱୟଂ ଞ୍ଗାନମନନ୍ତମ୍', 'ଆନନ୍ଦ ରୂପ ସମୃତମ', 'ଶାନ୍ତ ଶିବଂମ୍', ପରମ ଓ ଚରମତବ୍ୟ' ଜୟ ଅଧିଗତ ଓ ଆସ୍ୱାଦିତ ହୋଇଥାଏ । ଏଥିରେ ଞ୍ଗାନର ଓ କର୍ମର ଚରମ ସାର୍ଥକତା ଓ ସବୁ ଭାବନାରେ ଏକ ମହାଭାବର ନିତ୍ୟ ପ୍ରତିଷ୍ଠା ଘଟେ । ଏହି ପରମ ସତ୍ୟକୁ ଞ୍ଗାନର ଅନ୍ତ, କର୍ମର ଅନ୍ତ, ଭୋଗର ଅନ୍ତ ଓ ଭାବର ଅନ୍ତ ବୋଲି ଧରାଯାଏ, ତେଣୁ ଏହା ବେଦାନ୍ତ ଅଟେ । ଏହି ବେଦାନ୍ତିକ ଧାଳଣା ପ୍ରାପ୍ତ ପରେ ବିଶ୍ୱ ଜଗତ ଅକାରଣ ଲକ୍ଷ୍ୟହୀନ ପ୍ରାକୃତିକ ନିୟମାବଳୀ ଦ୍ୱାରା ପରିଚାଳିତ ବୋଲି ମଧ୍ୟ ହୃଦବୋଧ ହୁଏନାହିଁ । ବରଂ ସମଗ୍ର ବିଶ୍ୱ ବ୍ରହ୍ମାଣ୍ତ 'ଏକ ବ୍ରହ୍ମ'ରେ ସଂଯୁକ୍ତ ଓ ଏକ ବ୍ରହ୍ମ ଦ୍ୱାରା ସୁନିୟନ୍ତିତ ଅଟେ । ବ୍ରହ୍ମମୟ ଜଗତ, ଏକବ୍ରହ୍ମ ସମଗ୍ର ଜଗତର, ସବୁ ପଦାର୍ଥର ପ୍ରାଣ ସୂରୂପ, ଅନ୍ତରାତ୍ମା ସୂରୂପରେ ଅର୍ନ୍ତଯ୍ୟାମୀ ନିୟନ୍ତା ରୂପେ ବିରାଜମାନ କରେ । ତେଣୁ ଜଗତ ମୂଳତଃ ଏକବ୍ରହ୍ମ । ବ୍ରହ୍ମହିଁ ପ୍ରତ୍ୟେକ ବସ୍ତୁ ଓ ବ୍ୟାପାରର ଏକ ସୂତ୍ରରେ ଗ୍ରଂଥିତ । ବୈଦିକ ଦୃଷ୍ଟି ଲବ୍ଧ ସବୁ ଦେବତା ଏକ ବ୍ରହ୍ମରୁହିଁ ବିଚିତ୍ର ବିଭୂତି ରୂପେ ପ୍ରତିୟମାନ ହୁଅନ୍ତି । ଜଗତ ଭିତରେ ଦେବଗଣଙ୍କ ବିଚିତ୍ର ଶକ୍ତିର ଖେଳ ପରିଦୃଷ୍ଟ । ଏସବୁ ଶକ୍ତି ଏକ ମହାଶକ୍ତିର ପରି ପ୍ରକାଶ । ଏହି ମହାଶକ୍ତି ଏକ ଅଦ୍ୱିତୀୟ ସଚ୍ଚିଦାନନ୍ଦ ପରମ ମଙ୍ଗଳମୟ ବ୍ରହ୍ମ ଶକ୍ତି । ଏହି ମହାଶକ୍ତି ଘଟନ ଅଘଟନ ଘଟାଏ, ମହାଶକ୍ତିର ସ୍ୱଭାବରେ ବିଦ୍ୟମାନ ହୁଏ । ତେଣୁ ମହାଶକ୍ତିକୁ 'ମାୟା' ବା 'ମହାମାୟା' ବା 'ଯୋଗମାୟା' ଆଦି ଆଖ୍ୟା ଦିଆଯାଇପାରେ । ଏହି ଯୁକ୍ତି ଅନୁଯାୟୀ ମାୟା ବ୍ରହ୍ମ ସୂରୂପ ଅଭିନ୍ନ । ବ୍ରହ୍ମହିଁ ସ୍ୱକୀୟ ମହାଶକ୍ତିର ଅବଲମ୍ବନରେ ନିଜକୁ ଜଗତ ରୂପରେ ପ୍ରକାଶ କରିଥାଏ , ବ୍ରହ୍ମମୟ ଜଗତରେ ଅନ୍ୟ କିଛି ସତ୍ୟ ନୁହେଁ , ସର୍ବଖବ୍ଳିଦଂ ବ୍ରହ୍ମ, ସର୍ବ ଶିବମୟଂଜଗତ୍ । ଅନ୍ୟର ଓ ନିଜଜୀବନର ସ୍ୱାର୍ଥକତା ପରମନିଃଶ୍ରେୟ କଣ ? ଏହାର ନିର୍ଦ୍ଧାରଣ ପାଇଁ ନିଜ ସୂରୂପକୁ ହୃଦୟଙ୍ଗମ କରିବା ଆବଶ୍ୟକ- ମୁଁ କିଏ, ମୋର ସୂରୂପ କଣ ? ମୁଁ' ଏହା କେବଳ ଅନନ୍ୟ ବସ୍ତୁ,ବ୍ୟକ୍ତି ଓ କର୍ମ ସମ୍ବନ୍ଧିୟ ପରିଚୟ ଓ ଉପାଧି ମାତ୍ର, ଏପରିକି ଅନ୍ୟ ଠାରୁ ଧାର ନିଆଯାଇ ଥିବା ପରିଚୟ- ତୁମର,ତାଙ୍କର,ମୋର,ଆପଣଙ୍କର…ନିଜର ପରିଚୟ ମାତ୍ର । କିନ୍ତୁ ମୋର ଅସଲ ସୂରୂପ କଣ ? ବିଚାର କଲେ ଉପଲବ୍ଧି ହେବଯେ- ମୁଁ ନିତ୍ୟଶୁଦ୍ଧ ମୁକ୍ତ ସଚ୍ଚିଦାନନ୍ଦ ସୂରୂପ ଆତ୍ମା ଅଟେ । ପାରମାର୍ଥିକ ବ୍ରହ୍ମ ସହ ମୋର ଭାବ/ପାର୍ଥକ୍ୟ ନାହିଁ, ଆମର ଞ୍ଗାନ କର୍ମାଦି ବିଷୟ ରୂପରେ ଯେ ବିଶ୍ୱାଳ ଜଡ ଜଗତ ବିଦ୍ୟମାନ, ଏହାର ମୂଳରେଯେ ବ୍ରହ୍ମ ବିଦ୍ୟମାନ, ସେହିଁ କେବଳ ଞ୍ଖାତା,କର୍ତ୍ତା ଓ ଭୋକ୍ତା ରୂପେ ବିଦ୍ୟମାନ ରହିବା, ଅର୍ଥାତ୍ ମୋର ମଧ୍ୟ ତାତ୍ତ୍ୱିକ ସ୍ୱରୂପ ସେହି ଏକହିଁ ବ୍ରହ୍ମ ଅଟନ୍ତି । 'ୟାସ୍ନବସୌ ପୁରୁଷଃ ସୌଂହଂମସ୍ସିଂ', 'ଅହଂ ବ୍ରହ୍ମସ୍ସିଂ' । ଯେଉଁ ପ୍ରକାର ବ୍ରହ୍ମରେ ନିଜକୁ ଉପଲବ୍ଧ କରିହୁଏ, ପ୍ରତ୍ୟେକ ଜୀବହିଁ,ତମେ ମଧ୍ୟ ବ୍ରହ୍ମରେ ଅଭିନ୍ନ ରୂପେ ଦର୍ଶନ ପାଅ- 'ତତ୍ତ୍ୱମସି','ଜୀବୋ ବ୍ରହ୍ମାଦ ନାପରଃ" । ଏପ୍ରକାର ବିଚାର ସିଦ୍ଧାନ୍ତରେ ପହଞ୍ଚି ହୁଏଯେ, ଅଦ୍ୱିତୀୟ ନିତ୍ୟ ପବିତ୍ର ସଚ୍ଚିଦାନନ୍ଦ ବ୍ରହ୍ମ ଯେ, ଅସଂଖ୍ୟ ଆତ୍ମା ସୂରୂପରେ, ଅସଂଖ୍ୟ ଞ୍ଗାତା, କର୍ତ୍ତା ଓ ଭୋକ୍ତା ଓ ଅସଂଖ୍ୟ ବୀଜ,କାର୍ଯ୍ୟ ଓ ଭୋଗ୍ୟରୂପେ, ଅସଂଖ୍ୟ ଚେତନ/ଜଡ ରୂପେ ନିଜକୁ ପ୍ରକଟ କରି ଅନାଦି,ଅନନ୍ତ କାଳରୁ ଲୀଳାକରି ଆସୁଛନ୍ତି । ପାରମାର୍ଥତଃ ଏକ ବ୍ରହ୍ମହିଁ ଆତ୍ମାକୁ ଛାଡି ନରହିବାର କାରଣ, ଏ ସର୍ବ ସମ୍ବନ୍ଧାତୀତ, ସର୍ବ ଭାବାତୀତ, ଗୁଣାତୀତ, ନିରୂପାଧିକ, ନିର୍ଗୁଣ ନିର୍ବିଶେଷ ଅଟେ, ଅନ୍ୟ ଓ ଏହି ନିଜର ମାୟା ଶକ୍ତିର ଯୋଗରେ ଅସଂଖ୍ୟ ନାମ ଓ ରୂପରେ ପ୍ରକଟ ହୋଇ ସବିଶେଷ, ସଗୁଣ, ଅନନ୍ତ ଗୁଣାଧାର, ଅନନ୍ତ ଭାବଧାର, ସର୍ଡସମ୍ବନ୍ଧମୟ ଓ ସର୍ବୋପାଧିବିଭୂଷିତ ହୋଇଥାନ୍ତି, ଏହା ପରମାର୍ଥିକ ଦୃଷ୍ଟିକୋଣ । ତେଣୁ ପାରମାର୍ଥକ କୌଣସି କର୍ତ୍ତବ୍ୟ-ଅକର୍ତ୍ତବ୍ୟ, ପ୍ରାପ୍ତ-ତ୍ୟକ୍ତ,ଶ୍ରେୟ-ଅଶ୍ରେୟ କିଛି ମଧ୍ୟ ରହି ପାରେ ନାହିଁ । ମୁଁ' ବସ୍ତୁତଃ ନିତ୍ୟ ପୂର୍ଣ୍ଣତାରେ ପ୍ରତିଷ୍ଠିତ ବ୍ରହ୍ମରୁ ଅଭିନ୍ନ, ସୁତରାଂ ମୋର ସାଧ୍ୟ ବା ସାଧନା କିଛି ନାହିଁ, ଯାହା ମୋର କର୍ତ୍ତବ୍ୟ-ଅକର୍ତ୍ତବ୍ୟ କରିବାର ଦ୍ୱନ୍ଦ୍ୱର ଅନୁଭବ ଅଟେ । କାରଣ ମୁଁ ନିଜର ସୂରୂପକୁ ଅନୁଭବ କରିପାରେ ନାହିଁ, କେବଳ ଅନିତ୍ୟ ଉପାଧିୟକୁହିଁ ନିଜର ସୂରୂପ ବୁଝୁ । ନିଜ ସୂରୂପର ଞ୍ଗାନ ମିଳିଗଲା ପରେ ସବୁ ଦ୍ୱନ୍ଦ୍ୱ 5 ମିଳେଇଯାଏ । ତେଣୁ ନିଜ ସୂରୂପର ସାକ୍ଷାତ୍ କରିବାହିଁ ମୋର ଏକ ମାତ୍ର ସାଧନା, ଅଞ୍ଖାନତାର ନିରାକରଣର ଦ୍ୱାରା ଏହି ଆତ୍ମତତ୍ତ୍ୱ ବ୍ରହ୍ମକୁ ଉପଲବ୍ଧ କରିବା ମାନବ ଜୀବନର ଚରମ ଆଦର୍ଶ । ଯେପର୍ଯ୍ୟନ୍ତ ଅଞ୍ଖାନତା ନିବୃତ୍ତି ନାହିଁ, ସେପର୍ଯ୍ୟନ୍ତ ଆତ୍ମାସୂରୂପ ବା ସାକ୍ଷାତ୍କାର ଘଟିପାରିବ ନାହିଁ । ତେଣୁ ଦେହିନ୍ଦ୍ରିୟ ମନ,ବୁଦ୍ଧିକୁ ତତ୍ତ୍ୱଞ୍ଖାନ ପ୍ରାପ୍ତିର ଅନୁକୂଳ କରାଇବା ଓ ଏହି ଚରମ ସତ୍ୟକୁ ତତ୍ତ୍ୱକୁ ଶ୍ରବଣ, ମନନ ଓ ନିତ୍ୟ ଆସନହିଁ ଏକମାତ୍ର ସାଧନ ଅଟେ । ଏହାର ଉଦ୍ଦେଶ୍ୟ କର୍ତ୍ତାର ସଂଯମ, ଉଦାରତା ଭାବର ଅନୁଶୀଳନ କରିବା ଆବଶ୍ୟକ ଅଛି । ଏହି ଯଞ୍ଖସାଧନ ଅଙ୍ଗୀଭୂତ ହେଲେ ଦେହିନ୍ଦ୍ରିୟ ମନ ଓ ବୁଦ୍ଧିକୁ ସୁସଂସ୍କୃତ କରି କ୍ରମଶଃ ଶ୍ରେୟକୁ ଜୀବନରେ ପରିଚାଳିତ କରିରଖେ । ଯାଦ୍ୱାରା ବ୍ରହ୍ମ ସୂରୂପ ଉପଲବ୍ଧି ଘଟି ସର୍ବତ୍ୟାଗର ମହାଯଞ୍ଗ ସୃଷ୍ଟି କରେ । ମୁଁ' ଓ ମୋ'ର କହିବାରେ ଯାହା ବୁଝାପଡେ ସେ ସବୁ ବ୍ରହ୍ମାଗ୍ନିରେ ଆହୂତ ଦେଇ ଅହଂଶୂନ୍ୟ ଭାବ ପ୍ରତିଷ୍ଠା କରିବାହିଁ ଯଞ୍ଗ ସାଧନର ଚରମ ସାର୍ଥକତା । ସବୁ ପ୍ରକାରର ପ୍ରାଣକର୍ମ, ଇନ୍ଦ୍ରିୟକର୍ମ, ମାନସିକ କର୍ମର ସୁସଂଯତ କରିବାର ବୁଦ୍ଧିକୁ ବ୍ରହ୍ମକାରିତା କରିବାହିଁ ସଂଯମର ପରାକାଷ୍ଠା କୁହାଯିବ । ଯାବତୀୟ ଚିତ୍ତବୃତ୍ତିକୁ ସର୍ବୋତ୍ତମ ଭାବ ସମନ୍ୱିତ ଏକମାତ୍ର ପ୍ରେମବୃତ୍ତିରେ ପରିଣତ କରି ଆତ୍ମାଭିନ୍ନ ନିଖିଳ ରସାମୃତ ସିନ୍ଧୁସଚ୍ଚିଦାନନ୍ଦ ବ୍ରହ୍ମକୁ ଉପାସନା କରିବା ଓ ଐକାନ୍ତିକ ରୂପରେ ବ୍ରହ୍ମମୟ ମହାଭାବରେ ପ୍ରତିଷ୍ଠା କରିବାହିଁ ଉପାସନାର ପରାକାଷ୍ଠା ଅଟେ । ତେଣୁ ବେଦ ବେଦାନ୍ତହିଁ ସକଳ ମାନବ ସାଧନା'ର ପରମ ମିତ୍ର ଅଟେ । ଯାହା କେବଳ ମାନବକୁ ଞ୍ଗାନାଲୋକରେ କେବଳ ନୁହେଁ ପରତ୍ମାଙ୍କ ନିକଟରେ ପହଞ୍ଚାଇ ଦିଏ….!!! ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ ଦୂରଭାଷ : 94377 40280
<urn:uuid:bfdba36b-a4ea-42ce-a9f4-67f580443e7c>
CC-MAIN-2018-26
https://banamalli.org/prose-bedanta-hin-manab-sadhana-ra-mitra/
2018-06-24T05:17:26Z
s3://commoncrawl/crawl-data/CC-MAIN-2018-26/segments/1529267866358.52/warc/CC-MAIN-20180624044127-20180624064127-00259.warc.gz
ory
1.000006
Orya
9
{"ory_Orya_score": 1.0000059604644775}
ଆବଶ୍ୟକୀୟ ସାମଗ୍ରୀ: ଖିର, ସୁଜି, ଗଜୁରାତି ଗୁଣ୍ଡ, କାଜୁ, ପିସ୍ତା ବାଦାମ, କିସ୍ମିସ୍, ଗୁଆ ଘିଅ ଓ ଭିନେଗାର। ପ୍ରସ୍ତୁତି ପ୍ରଣାଳୀ: ଛେନା ଛିଣ୍ଡେଇବା ପାଇଁ ପ୍ରଥମେ ଚୁଲାରେ ଖିର ବସାନ୍ତୁ। ଖିରକୁ ଫୁଟାଇ ଦିଅନ୍ତୁ। ଖିର ଫୁଟିଯିବା ପରେ ସେଥିରେ ଭିନେଗାର ପକାଇ ଛେନା ଛିଣ୍ଡେଇ ଦିଅନ୍ତୁ। ଆପଣ ଚାହିଁଲେ ଭିନେଗାର ବଦଳରେ ଲେମ୍ବୁ ରସ ବି ପକାଇ ପାରିବେ। କିଛି ସମୟ ପରେ ଆପଣ ଦେଖିବେ ଛେନା ଛିଣ୍ଡି ଯାଇଥିବ। ତା'ପରେ ଛେନାକୁ ଛାଣି ଅନ୍ୟ ଏକ ପାତ୍ରରେ ରଖନ୍ତୁ। ଛେନା ପାଣିକୁ ମଧ୍ୟ ଏକ ପାତ୍ରରେ ଆଳ୍ପ କାଢି ରଖନ୍ତୁ। ଛେନା ଅଳ୍ପ ଥଣ୍ଡା ହୋଇଯିବା ପରେ ଚକଟି ଦିଅନ୍ତୁ। ମନେ ରଖିବେ ଛେନାକୁ ଅଧିକ ଥଣ୍ଡା କରିବେ ନାହିଁ। ନଚେତ ଛେନା ଟାଣ ହୋଇଯାଇ ପାରେ। ତା'ପରେ ଛେନାରେ ଚିନି, ସୁଜି, ଗୁଜୁରାତି ଗୁଣ୍ଡ ଦେଇ ଭଳ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ସ୍ୱାଦ ଅନୁଯାୟୀ ଚିନି, ଗୁଆ ଘିଅ ଦେଇ ଚିନି ଛେନାରେ ମିଶିବା ପର୍ଯ୍ୟନ୍ତ ଚକଟନ୍ତୁ। ତା'ପରେ ସେଥିରେ ଛେନା ପାଣି ଦେଇ ଗୋଲାଇ ଦିଅନ୍ତୁ। ଛେନା ଭଲ ଭାବେ ଚକଟି ହୋଇଯିବା ପରେ ସେଥିରେ ପିସ୍ତା ବାଦାମ, କାଜୁ ଦେଇ ଗୋଳାଇ ଦିଅନ୍ତୁ। ଅନ୍ୟପଟେ ଏକ ଛୋଟ ପାତ୍ରରେ ଚାରିପଟେ ଘିଅ ଲଗେଇ ଦେଇ ତା' ଉପରେ ଗୋଟିଏ ବଟର ପେପର ରଖିଦିଅନ୍ତୁ। ସେହି ବଟର ପେପର ଉପରେ ପ୍ରସ୍ତୁତ ହୋଇଥିବା ଛେନା ରଖନ୍ତୁ। ମନେ ରଖିବେ ପାତ୍ରକୁ ପୂରା ଭରିବେ ନାହିଁ। ଏହାପରେ ପୂର୍ବରୁ ଗରମ ହୋଇଥିବା ସେହି ଡିସ୍ ଭିତରେ ଛେନା ରଖିଥିବା ପାତ୍ରଟିକୁ ରଖନ୍ତୁ। ଅଳ୍ପ ନିଆଁରେ ତାକୁ ସିଝାନ୍ତୁ। ଛେନା ପୋଡ ବାଦାମୀ ରଙ୍ଗ ହୋଇ ଆସିଲେ ଚୁଲାରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚେଷ୍ଟି ଟେଷ୍ଟି ଛେନାପୋଡ।
<urn:uuid:7e77ee4d-0911-48a5-b186-4a545d0c24b6>
CC-MAIN-2018-26
http://odishareporter.in/top-story/makes-chena-poda-in-house-242095
2018-06-25T19:13:22Z
s3://commoncrawl/crawl-data/CC-MAIN-2018-26/segments/1529267868876.81/warc/CC-MAIN-20180625185510-20180625205510-00602.warc.gz
ory
0.999937
Orya
4
{"ory_Orya_score": 0.999936580657959}
ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାଯକ ଓଡ଼ିଶାରେ ସରକାର ଓ ସାମ୍ବାଦିକ ମୁହାଁମୁହିଁ ହେବା ଏହା ପୂର୍ବରୁ କେବେ ଘଟି ନ ଥିଲା । ମାତ୍ର ଏବେ ଏହା ଘଟୁଛି; କାରଣ, ଗଣତନ୍ତ୍ରର ଗଳରୋଧକୁ ସାମ୍ବାଦିକମାନେ ବିରୋଧ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ନିଜ ଅପଶାସନକୁ ଘୋଡ଼ାଇବା ପାଇଁ ଯେଉଁ ସବୁ ପଦ୍ଧତ୍ତି ଆପଣାଇଛନ୍ତି ତହିଁରେ ମୁଖ୍ୟ ହେଉଛି ଗଣମାଧ୍ୟମର ପ୍ରତିନିଧିମାନଙ୍କ ମନରେ ଭୟ ସୃଷ୍ଟିକରି ତଥ୍ୟ ପ୍ରକଟନରୁ ସେମାନଙ୍କୁ ନିବୃତ୍ତ କରାଇବାର ଅପଚେଷ୍ଟା । ଫଳରେ ପ୍ରେସ୍ ସ୍ବାଧୀନତା ବିପନ୍ନ ହୋଇଛି ପ୍ରଚଣ୍ଡ ଭାବେ, ଯହିଁର ନିରାକରଣ ପାଇଁ ଓଡ଼ିଶାର ସାମ୍ବାଦିକମାନେ ମିଡ଼ିଆ ୟୁନିଟି ଫର ଫ୍ରିଡ଼ମ୍ ଅଫ୍ ପ୍ରେସ୍ (Media Unity for Freedom of Press, ସଂକ୍ଷେପରେ MUFP) ନାମକ ଏକ ଐକ୍ୟ ମଞ୍ଚ (ଏହାପରଠୁଁ ଐକ୍ୟ ମଞ୍ଚ) ଗଠନ କରି ନିର୍ଯ୍ୟାତିତ ସାମ୍ବାଦିକମାନଙ୍କ ମନୋବଳ ବଢ଼ାଉଛନ୍ତି ଓ ସରକାରୀ ଜୁଲୁମ ବିରୁଦ୍ଧରେ ଜନମତ ଜାଗ୍ରତ କରାଇ ଚାଲିଛନ୍ତି । ଏହି ଐକ୍ୟ ମଞ୍ଚର ଡାକରାରେ ଓଡ଼ିଶାର ସମସ୍ତ ବିରୋଧୀ ଦଳ, ଏପରିକି ପରସ୍ପରର ଘୋର ବିରୋଧୀ ବି.ଜେ.ପି. ଓ ବାମପନ୍ଥୀ ଦଳଗୁଡ଼ିକ ନିଜ ନିଜ ଦଳୀୟ ପାତାକା ନ ନେଇ ଏକାଠି ହେବା ଓ ଏହି ପ୍ରକ୍ରିୟାରେ ଓଡ଼ିଶା ଗଣ ସମାଜ ପରି ବୃହତ୍ତର ଜନ ମଞ୍ଚ ଜନ୍ମ ନେବା ସରକାରଙ୍କ ମୁଣ୍ଡବଥା ବଢ଼ାଇଦେଇଛି । ଅଥଚ, ନିଜର ଭୁଲ ସୁଧାରିବା ପରିବର୍ତ୍ତେ ସରକାର ଅଧିକରୁ ଅଧିକ ଜୁଲୁମ ଚଳାଇଚାଲିଛନ୍ତି ସାମ୍ବାଦିକମାନଙ୍କ ଉପରେ ନିକଟତମ କାଳରେ ଢେଙ୍କାନାଳ ଜିଲ୍ଲାରେ ଏପରି ଘଟଣା ଘଟିଛି । ସେଠାରେ ଶୋଷଣର ଯନ୍ତା ସାଜିଥିବା ଭୂଷଣ ଲୁହା କାରଖାନାରେ ଶ୍ରମିକ ଧର୍ମଘଟର ଖବର ପାଇ ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ଦୁଇଜଣ ସାମ୍ବାଦିକ – ପ୍ରଦୀପ ସେନାପତି (ଇଟିଭି) ଓ ଜୟନ୍ତ ନାଥ (ସମ୍ବାଦ) – କାରଖାନା କର୍ତ୍ତୃପକ୍ଷ ଓ ପୋଲିସ ସଲାସୁତରାରେ ମିଛ ମକଦ୍ଦମାରେ ଫସିଛନ୍ତି । ଏହି ଦୁଇ ସାମ୍ବାଦିକ ଶ୍ରମିକମାନଙ୍କୁ ଉସୁକାଇ ଧର୍ମଘଟ କରାଇଛନ୍ତି ବୋଲି କାରଖାନା କର୍ତ୍ତୃପକ୍ଷ ଅଭିଯୋଗ କରିଥିବା ହେତୁ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ଋଜୁ ହୋଇଥିବା ପୋଲିସ କହୁଛି । ଶ୍ରମ ଆଇନ ଉଲଂଘନ କରିଚାଲିଥିବା ଏକ କାରଖାନାର କର୍ତ୍ତୃପକ୍ଷଙ୍କ କଥା ପୋଲିସପାଇଁ ବେଦର ଗାର ହୋଇଥିବାବେଳେ ଦୁଇ ସମ୍ବାଦିକଙ୍କ କଥା କାହିଁକି ଗ୍ରହଣଯୋଗ୍ୟ ହୋଇନାହିଁ, ତହିଁର ତର୍ଜମା କଲେ ସନ୍ଦେହ ଘନିଭୁତ ହୁଏ ଯେ, ସମ୍ବାଦିକମାନଙ୍କୁ ଭୟଭୀତ କରାଇ ରଖିବାକୁ ସରକାର ଚଳାଇଥିବା କ୍ରମାଗତ ଷଡ଼ଯନ୍ତ୍ରର ଏହା ଏକ ଅଂଶବିଶେଷ ମାତ୍ର । କ୍ରମାଗତ ଷଡ଼ଯନ୍ତ୍ର ଅନୁପମ ଭାରତର କାଶୀପୁର ପ୍ରତିନିଧି ଶ୍ରୀ କୀତ୍ତିର୍ ଚନ୍ଦ୍ର ସାହୁଙ୍କୁ ଦେଶଦ୍ରୋହ ଅଭିଯୋଗରେ ପୋଲିସ ଫସାଇବା ଦିନରୁ ଏ ଷଡ଼ଯନ୍ତ୍ରର ଧାରା ଧରା ପଡ଼ିଛି । ୨୦୦୪ ଫେବୃୟାରୀ ମାସରେ ତାଙ୍କୁ ଗିରଫ କରି ସେ ନକ୍ସଲପନ୍ଥୀଙ୍କ ସହ ସମ୍ପୃକ୍ତ ଥିବା ଦର୍ଶାଇ ଦୌରା ସୁପର୍ଦ୍ଦ କରାୟାଇଥିଲା । କିନ୍ତୁ ଆଦିତ୍ୟ ବିର୍ଲା ଶିଳ୍ପ ଗୋଷ୍ଠୀର ଉତ୍କଳ ଆଲୁମିନା ପ୍ଳାଣ୍ଟ୍ ଦ୍ବାରା କ୍ଷତିଗ୍ରସ୍ତ ଆଦିବାସୀମାନଙ୍କ ଦୁରାବସ୍ଥା ସମ୍ପର୍କରେ ସମ୍ବାଦ ପରିବେଷଣ କରୁଥିବା ହେତୁ ତାଙ୍କୁ ଏପରି ମିଛ ମକଦ୍ଦମାରେ ଫସା ୟାଇଥିବା ସ୍ଥାନୀୟ ଲୋକେ ଜାଣନ୍ତି । ଖତୁରାମ ସୁନାନି ଓ ମେଘନାଦ ଖର୍ସେଲ୍ ଅନାହାର କ୍ଳିଷ୍ଟ ସିନାପାଲି ବ୍ଳକ୍ । ସେଠି ପେଟ ବିକଳରେ ଲୋକେ ଝିଙ୍କିରି ନାମକ ଏକ ପ୍ରକାରର କଅଁଳିଆ ପଥର ଖାଉଥିବା ଦେଖି ସେହି ହୃଦୟବିଦାରକ ଦୃଶ୍ୟର ଚିତ୍ରୋତ୍ତଳନ କରିଥିଲେ ଏହି ଦୁଇ ସାମ୍ବାଦିକ ଓ ଏପରିଭାବେ ଭୋକ ଦାଉ ସହିଯାଉଥିବାଥିବା ଗ୍ରାମବାସୀମାନଙ୍କ ଦୁଃଖର ସବିଶେଷ ବିବରଣୀ ବି ସଂଗ୍ରହ କରିଥିଲେ। ଗଣମାଧ୍ୟମରେ ତାହା ପ୍ରସାରିତ ହେବା ପରେ ପରେ ସମ୍ପୃକ୍ତ ଗାଁରେ ରାତି ଅଧିଆ ଖାଦ୍ୟଦ୍ରବ୍ୟ ରଖି ଓ ନଳକୂପ ଖୋଳି ସରକାର ନିଜ ଚର୍ମରକ୍ଷାପାଇଁ ତ ଚେଷ୍ଟା କଲେ; କିନ୍ତୁ ଏହି ଉଭୟ ସାମ୍ବାଦିକଙ୍କ ବିରୁଦ୍ଧରେ ଅବିଳମ୍ବେ ଆରମ୍ଭ ହେଲା ଦେଶଦ୍ରୋହ ଅଭିଯୋଗରେ ମକଦ୍ଦମା, ୨୦୦୭ ମଇ ମାସରେ ପୋଲିସ ସେମାନଙ୍କୁ ଗିରଫ କଲା ପରେ । ଲେନିନ୍ ରାୟ ଓଡ଼ିଆ ପତ୍ରିକା 'ନିଶାନ'ର ସମ୍ପାଦକ । ସରକାରୀ ଦୁରାଚାର ଉପରେ ଆଲୋକପାତ କରୁଥିବା ହେତୁ ତାଙ୍କୁ ସାବାଡ଼ କରିବାକୁ ମସୁଧା ଚାଲିଥିଲା । ଯୋଗକୁ, କନ୍ଧମାଳରେ ଧର୍ମ ନାମରେ ଘଟିଥିବା ରକ୍ତକ୍ଷୟକୁ ସମାଲୋଚନା କରି ସେ ଏକ ଲେଖା ପ୍ରକାଶ କଲେ। ପୋଲିସ ଆଖିରେ ସେ ବନିଗଲେ ମାଓବାଦୀ ଓ ୨୦୦୮ ଡିସେମ୍ବର ୮ରେ ଗିରଫ ହୋଇ ନିର୍ଯ୍ୟାତିତ ହେଲେ, ହାଜତରେ ସଢ଼ିଲେ । ଲକ୍ଷ୍ମଣ ଚୌଧୁରୀ ସରକାରଙ୍କ ଗେହ୍ଲାପୁଅ ବନି ମୋହନା ଥାନାର ଭାରପ୍ରାପ୍ତ ଅଧିକାରୀ ଚୋରା ଗଞ୍ଜେଇ କାରବାର ଚଳାଇଥିଲେ । ସମ୍ବାଦର ସ୍ଥାନୀଯ ପ୍ରତିନିଧି ଭାବେ ଚୌଧୁରୀ ଏହି ଅପରାଧର ଚିତ୍ର ପରିବେଷଣ କରି ତାଙ୍କୁ ଓ ଶାସକ ଦଳକୁ ଅଡୁଆରେ ପକାଇଦେଲେ। ଦେଶଦ୍ରୋହ ଅପରାଧରେ ତାଙ୍କୁ ୨୦୦୯ ସେପ୍ଟେମ୍ବର ୨୦ରେ ଗିରଫ କରାଯାଇ ହାଜତକୁ ପଠାଗଲା । MUFP ଏହାର ଦୃଢ଼ ପ୍ରତିବାଦ କରିବା ଫଳରେ ଭିଜିଲାନ୍ସ ପୋଲିସ ଥାନା ଅଧିକାରୀଙ୍କ ଉପରେ ନଜର ରଖି ଗଞ୍ଜେଇ କାରବାର ବେଳେ ଘଟଣାସ୍ଥଳରୁ ତାଙ୍କୁ ଧରିଲେ। MUFP ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଇ ଚୌଧୁରୀଙ୍କୁ ମିଥ୍ୟା ମକଦ୍ଦମା କବଳରୁ ଉଦ୍ଧାର କରିବାକୁ ଯେତେ ନିବେଦନ କଲେ ବି ସେ ନ ଶୁଣି ସାବ୍ୟସ୍ତ କରିଦେଲେ କି, ତାଙ୍କ ଦଳର ସଲାସୁତରାରେ ଚାଲିଥିବା ଚୋରା ଗଞ୍ଜେଇ କାରବାରକୁ ଧରାପକାଇଥିବାରୁ ସାମ୍ବାଦିକଜଣକ ଯଦି ଦେଶଦ୍ରୋହ କରିଥିବା ପୋଲିସ ଭାବିଲା, ତେବେ ତାହାହିଁ ନିଶ୍ଚୟ ଠିକ୍ । ଓଡ଼ିଶା ହାଇକୋଟର୍ ଏଥିରେ ହସ୍ତକ୍ଷେପ କରିଛନ୍ତି। ସାମ୍ବାଦିକମାନଙ୍କ ଉପରେ ବଢ଼ିଚାଲିଥିବା ନିର୍ଯ୍ୟାତନାରେ ଅତିଷ୍ଠ ହୋଇ MUFP ଏକ ଶ୍ବେତ ପତ୍ର ପ୍ରକାଶ କରିଛି ଗତ ବର୍ଷ ମାଚ୍ଚର୍ ମାସରେ । ଗୋଟିଏ ଗଣତନ୍ତ୍ରରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସଚରାଚର ସମ୍ମାନିତ ସାମ୍ବାଦିକମାନଙ୍କ ଐକ୍ୟ ମଞ୍ଚର ଏପରି ଏକ ଶ୍ବେତ ପତ୍ର ସରକାରଙ୍କୁ ନିଶ୍ଚୟ ତାଙ୍କ ଭୁଲ୍ ସୁଧାରିବାକୁ ପ୍ରଚୋଦିତ କରିଥାନ୍ତା । ଏବଂ ଏହା ପରେ ହୁଏତ ଏହିପରି ଭୁଲ୍ ୟେପରି ନ ହୁଏ ସରକାର ନିଶ୍ଚିତ କରିଥାନ୍ତେ। ମାତ୍ର ଓଡ଼ିଶାରେ ଏପରି ଏକ ସରକାର ଚାଲିଛି ଯେ ଏହି ଶ୍ବେତ ପତ୍ରର ବି କୌଣସି ପ୍ରଭାବ ପଡ଼ିନାହିଁ ତାଙ୍କ ଉପରେ। ବିଦେଶୀ କବଳରୁ ଭାରତ ମୁକ୍ତ ହେବାର ସାମ୍ବତ୍ସରିକ ଉତ୍ସବ ମାତ୍ର ୧୪ ଦିନ ବାକି ଥିବାବେଳେ, ୨୦୧୧ ଅଗଷ୍ଟ ୧ ତାରିଖରେ ହିଁ ଜୁନାଗଡ଼ର ଚାଷୀମାନଙ୍କ ଉପରେ ଚାଲିଥିବା ନିର୍ଯ୍ୟାତନାର ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ପୋଲିସର ନିର୍ମମ ଲାଠିମାଡ଼ ଏହାର ପ୍ରମାଣ ଦିଏ । ନୂଆବର୍ଷରେ ବି ସେହି ପୁରୁଣା ଆଚରଣ ପୁରୁଣା ବର୍ଷ ବଦଳି ନୂଆ ବର୍ଷ ୨୦୧୨ ଆସି ସାରିଛି। ମାତ୍ର ଓଡ଼ିଶା ସରକାରଙ୍କ ସାମ୍ବାଦିକ ବିରୋଧୀ ମତଲବ ଓ ଆଚରଣ ବଦଳି ନାହିଁ। ଢେଙ୍କାନାଳରେ କାରଖାନା ଖୋଲିଥିବା ଭୂଷଣ ଷ୍ଟିଲ୍ କର୍ତ୍ତୃପକ୍ଷଙ୍କ ଶୋଷଣାଭ୍ୟାସ ବିରୁଦ୍ଧରେ ସୃଷ୍ଟି ହୋଇଥିବା ଶ୍ରମିକ ଅଶାନ୍ତିର ଖବର ନେବାକୁ ଯାଇଥିବା ଦୁଇ ଜଣ ସାମ୍ବାଦିକଙ୍କ ବିରୁଦ୍ଧରେ ଶ୍ରମିକ ଧର୍ମଘଟକୁ ପ୍ରୋତ୍ସାହିତ କରୁଥିବା ପରି ମିଥ୍ୟା ଅଭିଯୋଗରେ ଗତ ୩ ତାରିଖରେ ପୋଲିସ ଯେପରି ମାମଲା ଋଜୁ କରିଛି ଏବଂ ସେମାନଙ୍କୁ ଗିରଫ କରିବାକୁ ସଜବାଜ ହେଉଛି ତାହାହିଁ ତହିଁର ପ୍ରମାଣ । ଏହି ମାମଲା ପଞ୍ଜିକରଣ ପଛରେ ଯଦି ସରକାରୀ ଷଡ଼ଯନ୍ତ୍ର ନ ଥାନ୍ତା ତେବେ ଦୁଇ ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମିଛ ମକଦ୍ଦମାରେ ଫସାଇବାକୁ ଉଦ୍ୟମ କରିଥିବା ଅପରାଧରେ ଭୂଷଣ ଷ୍ଟିଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ହିଁ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରନ୍ତାଣି । ଓଡ଼ିଶାରେ ଗଣତନ୍ତ୍ରର ଏପରି ଭୟଙ୍କର ଗଳ ରୋଧ କେବେ ବି ଘଟି ନ ଥିଲା ।
<urn:uuid:253e2a0b-cdf6-45df-9f86-710b2453a6d4>
CC-MAIN-2018-26
http://saubhasya.com/category/politics/page/2/
2018-06-25T19:51:53Z
s3://commoncrawl/crawl-data/CC-MAIN-2018-26/segments/1529267868876.81/warc/CC-MAIN-20180625185510-20180625205510-00602.warc.gz
ory
1
Orya
57
{"ory_Orya_score": 1.000000238418579}
କନକ ବ୍ୟୁରୋ : ଖଦି ଗ୍ରାମୋଦ୍ୟୋଗର ନୂଆ କ୍ୟାଲେଣ୍ଡର ଓ ଡାଏରୀରେ ଗାନ୍ଧୀଙ୍କ ଫୋଟୋ ବଦଳରେ ମୋଦିଙ୍କ ଫଟୋକୁ ନେଇ ବିବାଦ ତେଜିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଅସନ୍ତୁଷ୍ଟ ହୋଇଛି । ଏ ନେଇ କ୍ଷୁଦ୍ର, ଲଘୁ ଓ ମଧ୍ୟମ ମନ୍ତ୍ରାଳୟକୁ ସ୍ପଷ୍ଟୀକରଣ ମାଗିଛି ପିଏମଓ । ଖଦି ଗ୍ରାମୋଦ୍ୟୋଗର ଡାଏରୀ ଓ କ୍ୟାଲେଣ୍ଡରରେ ମୋଦିଙ୍କ ଫଟୋ ପିଏମଓର ବିନା ଅନୁମତିରେ ଛପା ଯାଇଥିବା ସୂଚନା ମିଳିଛି । 17th January, 2017 | 9:55 am You might also like - ରେଳ କିମ୍ବା ସଡକ ଦୂର୍ଘଟଣାରେ ସହାୟକ ହେବ "ହେଲ୍ପ ମି ଡିୟର"ଆପ୍ ! ଲୋକେ ହେବେନି କଲବଲ । - ବିଜେପି ଫୋକସରେ ଓଡିଶା! ଜୁଲାଇ ୧ରେ ଓଡିଶା ଗସ୍ତରେ ଆସି, ମିଶନ ୧୨୦ର ସମୀକ୍ଷା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । - ହୁସିଆର୍ ! ବଜାରରେ ମିଳୁଛି ନକଲି କ୍ଷୀର, ପେଟକୁ ଯିବା କ୍ଷଣି ହୋଇଯାଉଛି ଜହର । ତେବେ ବିନା ପ୍ୟାକେଟ ଖୋଲି ଏଭଳି ଜାଣନ୍ତୁ ଅସଲି ଓ ନକଲି ଭିତରେ ଫରକ - ଗଂଜାମ ହିଞ୍ଜିଳିରେ ଚାଂଚଲ୍ୟ : ସଂପତି ପାଇଁ ବାପାକୁ ପିଟି ପିଟି ମାରିଦେଲା ସଇତାନ ପୁଅ
<urn:uuid:ca34ebb9-2daa-4ef1-9473-8b8b8b1c7d2a>
CC-MAIN-2018-26
http://kanaknews.com/modi-in-khadi-calender-issue/
2018-06-18T07:53:21Z
s3://commoncrawl/crawl-data/CC-MAIN-2018-26/segments/1529267860089.13/warc/CC-MAIN-20180618070542-20180618090542-00011.warc.gz
ory
0.999979
Orya
1
{"ory_Orya_score": 0.9999793767929077}
ଆଖୁଚାଷ ଆଖୁଚାଷ - Contents - ଉପକ୍ରମ ଆଖୁ ଲଗାଇବା ପୂର୍ବରୁ ବିହନ ଆଖୁକୁ ବିଶୋଧନ କରନ୍ତୁ । ଆଖୁ ଖଣ୍ଡ ଗୁଡିକୁ ଏକ ବିଶେଷ ଦ୍ରବଣରେ (୧୦୦ ଲିଟର ପାଣିରେ ୧୫୦ ଗ୍ରାମ୍ କାର୍ବେଣ୍ଡାଜିମ୍ +୨୦୦ ମି,ଲି କ୍ଳୋରୋପାଇରିଫସ୍ + ୧ କି,ଗ୍ରା ,ୟୁରିୟା )୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ଏବଂ ତା ପରେ ବିହନକୁ ବାହାର କରି ଜମିରେ ଲଗାନ୍ତୁ । ଏହା ଦ୍ଵାରା ନାଲିସଢା (Red rot) ରୋଗକୁ ଅନେକାଂଶରେ ଦମନ କରାଯାଇପାରିବ ଓ ଆଖୁ ମଞ୍ଜିରୁ ଭଲ ଗଛ ବାହାରି ଥାଏ । ଆକୁ ମଞ୍ଜିକୁ ୫୪ ଡିଗ୍ରୀ ସେଲସିୟସ ଗରମ ବାମ୍ଫ ଦ୍ଵାରା ୨ ରୁ ୨.୫ ଘଣ୍ଟା ଯାଏ ବିଶୋଧନ କାରିପାରିଲେ କଳାଛାଟ(Smut), ଘସୁଆ ରୋଗ (Grassyshootdisease), ନାଲି ପଟା ରୋଗ (Red Striped disease)ର ପରିଚାଳନା କରାଯାଇ ପାରିବ । ଆଖୁ ଲଗାଇବା ପ୍ରଣାଳୀ ବିଭିନ୍ନ ପଦ୍ଧତିରେ ଆଖୁ ଲଗାଯାଇପାରିବ। ସେଗୁଡିକ ହେଲା । ସମତଳ ଶଯ୍ୟା ପଦ୍ଧତି (Flat planting method) ଆହା ଏକ ପାରମ୍ପରିକ ପଦ୍ଧତି । ପ୍ରଥମେ ଜମିକୁ ଦୁଇ ଚାରି ଓଡ ଚାଷ କରି ମାଟି କୁ ଭଲ ଭାବରେ ଗୁଣ୍ଡ କରି ଦିୟାଯାଏ । ପରେ ମଇ ଦେଇ ସମତଳ କରାଯାଏ ଲଗାଇଲା ବେଳେ ଦେଶୀ ଲଙ୍ଗଳରେ ସିଆର କଟାଯାଏ । ସିୟରର ଗଭୀରତା ୧୦ ରୁ ୧୫ ସି,ମି,ହୋଇଥାଏ ।ସିଆର ମଧ୍ୟରେ ଆଖୁ ଖଣ୍ଡଗୁଡିକୁ ମୁଣ୍ଡକୁ ମୁଣ୍ଡ ଲଗାଇ ପକାଯାଏ । ଆଖୁ ଖଣ୍ଡଗୁଡିକ ପକାଇବା ପରେ ମଇ ଦେଇ ସମତଳ କରି ଦିଆଯାଏ । ଏହି ପଦ୍ଧତିରେଆଖୁ ଲଗାଇଲେ ଚାଷୀ ଭାଇମାନେ କେତେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । - ଅଧିକ ବିହନ ଲାଗେ । - କମ୍ ଗଜା ବାହାରେ । - ମଡା ପାଣି ଯୋଗୁଁ ମଞ୍ଜୀର ଆନେକ ଆଖି ପଚିଯାଏ । - କ୍ଷେତରେ ସବୁ ମୁଣ୍ଡକୁ ସମାନ ପରିମାଣ ପାଣି ଲାଗେ ନାହିଁ । - ଆଖୁ ଗଯା (ଗାଳି) ବାହାରିବା ବିଳମ୍ବ, ଯୋଗୁଁ , ଘାସ ଲଟାର ପ୍ରାଦୁର୍ଭାବ ବଢିଯାଏ । - ବିଳମ୍ବରେ କ୍ଷତ ସାର ପ୍ରୟୋଗ ଯୋଗୁଁ ଅମଳରେ ଯଥେଷ୍ଟ ହ୍ରାସ ଘଟେ ଖାଇ / ସିଆର ପଦ୍ଧତି (Trench method of planting) ଦ୍ରୁତ କୃଷି ଯାନ୍ତ୍ରିକି କରଣ ଫଳରେ ଆଖୁ ଲଗାଇବାର ଏହି ପଦ୍ଧତି ଚାଷୀଭାଇମାନଙ୍କ ଦ୍ଵାରା ବେଶ୍ ଆଦୃତ ହେବାରେ ଲାଗିଛି । ଏହି ପଦ୍ଧତିରେ ଜମିକୁ ପ୍ରଥମେ ଚାଷ କରି ସମତୁଲ କରାଯାଏ । ଆଖୁ ଲଗାଇବାର କିଛି ଦିନ ପୂର୍ବରୁ ଟ୍ରାକ୍ଟର ସାହାଯ୍ୟରେ ଖାଇ ପ୍ରସ୍ତୁତ କରାଯାଏ । ଖଇର ଗଭୀରତା ସାଧରଣତଃ ୨୦ ରୁ ୨୫ ସେମି ରହେ । ଗୋଟିଏ ସିଆରର କେନ୍ଦ୍ରରୁ ଅନ୍ୟ ସିଆରର କେନ୍ଦ୍ର ମଧ୍ୟରେ ବ୍ୟବଧାନ ୭୫ ସେ,ମି /୯୦ ସେ,ମି, ୧୨୦ ସେ,ମି, ହୋଇ ପାରେ ବର୍ତ୍ତମାନ ଯାନ୍ତ୍ରିକ ପଦ୍ଧତିରେ କୋଡାଖୁସା ଓ ହୁଡା ଟେକା ହେଉଥିବାରୁ ଅଧିକ ବ୍ୟବଧାନରେ ସିଆର / ଖାଇ କରାଯାଇଛି । ଚିନିଶିଳ୍ପ ଅଞ୍ଚଳରେ ଖାଇକୁ ଖାଇ ୧୨୦ ସେ,ମି ରଖାଯାଇଛି ପରବର୍ତୀ ସମୟରେ ହୁଡାରୁ ମାଟି ଖସି ଏକ ଉତ୍ତମ ଶଯ୍ୟା ପ୍ରସ୍ତୁତ ହୋଇଥାଏ ସିଆର ମଧ୍ୟରେ ଆଖୁମଞ୍ଜି ଖଣ୍ଡଗୁଡିକୁ ବିଛାଇ ସିଆରରେ ପାଣି ଛଡ଼ାଯାଏ । ମାଟି ବତୁରିଗଲେ ମଞ୍ଜିଖଣ୍ଡ ଗୁଡିକୁ ମାଟି ଭିତରକୁ ହାତରେ /ଗୋଡରେ ଦାବି ଦିଆ ଯାଏ । ମଞ୍ଜି ଖଣ୍ଡ ଗୁଡିକ ହୁଡାର ଗୋଟିଏ ପାଖକୁ ଲଗାଯାଏ ସିଆର ମଝିରେ ମଞ୍ଜି ପଡିଗଲେ ଗଯା ମରିଯାଏ କାରଣ ସିଆରରେ ସେଚଜଳ ବାରମ୍ବାର ଯାଉ ଥିବାରୁ ମଞ୍ଜୀର ଆଖିସଢି ଯିବାର ଆଶଙ୍କା ଥାଏ ଏହି ପଦ୍ଧତିରେ ଆକୁ ଲଗାଯାଏ , ଆଖୁରେ ୪୫ ଦିନ ଓ ୭୫ ଦିନରେ ସାର ଦେବା ସୁବିଧା ହୋଇ ଥାଏ । ଆଖୁ ଲଗାଇବାର ୧୫୦ ଦିନ ମଧ୍ୟରେ ଶେଷହୁଡା ଟେକିବାର ସୁବିଧା ହୋଇଥାଏ । ଏହି ପଦ୍ଧତିରେ ଚାଷ କଲେ ପାଣି ମଧ୍ୟ କମ ଖର୍ଚ ହୋଇ ଥାଏ । ଜଳ ଭାବ ସମୟରେ ଏକାନ୍ତର ସିଆର ସେଚ (Alternate furrow irrigation) ବ୍ୟବସ୍ଥା କରାଯାଇ ପାରିବ । ଗଛର ପ୍ରାରମ୍ଭିକ ବୃଦ୍ଗୀ ସମୟରେ ହେଉଥିବା ଘାସ ଲତାକୁ ସହଜରେ ପରିଚାଳନା କରାଯାଇ ପାରିବ । ହୁଡା ଦେବା ପୂର୍ବରୁ ହୁଡାରେ ଥିବା ଘାସଲତାକୁ ତୃଣକମାରି ସାହାର୍ଯ୍ୟ ରେ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ । ଯୁଗଳ ଧାଡି ପଦ୍ଧତି (Pair row method) ଏହି ପଦ୍ଧତିରେ ପାଖାପାଖି ଦୁଇ ଧାଡିରେ ବ୍ୟବଧାନ 75 ସେ,ମି ରହିଥାଏ । ଗୋଟିଏ ଧାଡି ଯୁଗଳକୁ ଅନ୍ୟ ଏକ ଧାଡି ଯୁଗଲ 105 ସେ,ମି ରହିଥାଏ । ଏପରି ବ୍ୟବଧାନ ରାଖୀ ଟ୍ରାକ୍ଟର ସଂଯୁକ୍ତ ସିଆର କଟା ଲଙ୍ଗଳ ବ୍ୟବାହାର କରି ସିଆର କଟା ଯାଏ । ଏହି ପଦ୍ଧତିରେ ଚାଷ କଲେ ସିଆର ପଦ୍ଧତି ଅପେକ୍ଷା କମ ପାଣି ଲାଗେ ସହଜରେ କମ ଖର୍ଚରେ ବୁନ୍ଦା ଜଳସେଚନର ବ୍ୟବସ୍ଥା କରାଯାଇପାରିବ ଏହି ପଦ୍ଧତିରେ ଲଗାଇଲେ ସୂର୍ଯ୍ୟ କିରଣ ଓ ପ୍ରୟୋଗ କରାଯାଇଥିବା କ୍ଷତ ସାର ବିଶେଷ ବିନିଯୋଗ କରା ଯାଇପାରିବ । କ୍ଷେତରେ ଉତମ ବାୟୁ ଚଳା ଚାଳ ଯୋଗୁ ରୋଗ ପୋକ କମ ହୋଇଥାଏ । ସ୍ଥାନାନ୍ତର ଲଗାଇବା ପଦ୍ଧତି (Spaced Planting Technique) ତ୍ଵରିତ ବିହନ ଉତ୍ପାଦନ (seed multiplication) ନିମନ୍ତେ ଏହି ପଦ୍ଧତିରେ ବ୍ୟବହାର କରାଯାଇଛି । ସିଧାସଳ ଆଖୁ ମଞ୍ଜିରୁ କ୍ଷେତରେ ନ ଲାଗାଇ ତଳିଘରାରେ ତଳି ପକାଯାଏ । ସୁବିଧା ଥିଲେ ପଲିଥିନ ମୁଣାରେ ଚାରା ଉତରାଯାଏ । ଏକ ଆଖି ବିଶିଷ୍ଟ ଆଖୁ ମଞ୍ଜି ଖଣ୍ଡ ପ୍ରସ୍ତୁତ କରାଯାଏ । ଏହାର ପ୍ରସ୍ତୁତି ପାଇଁ ବିଶେଷ କୌଶଳ ଆବଶ୍ୟକ । କାରଣ କାଟିଲାବେଳେ ଆଖି ଫାଟି ଯିବାର ସମ୍ଭାବନା ଥାଏ । ଚାରା ଚାରି ପାତ୍ର ବିଶିଷ୍ଟ ହୋଇଗଲେ କ୍ଷେତରେ ଲଗାଯାଏ । ସାଧାରଣତଃ ଧାଡିକୁ ଧାଡି ୯୦ କିମି ଓ ଗଛକୁ ଗଛ ୪୫-୬୦ ସେମି ବ୍ୟବଧାନରେ ଚାରା ଲଗାଯାଏ । ଲଗାଇବା ସମୟକୁ ବିଚାର କରି ଗଛ କୁ ଗଛ ଆବଶ୍ୟକୀୟ ବ୍ୟବଧାନ ରଖାଯାଏ । ଲ୍ଗାଯାଉଥିବା ଚାରା ପେଶୀପୋଷଣ କିମ୍ବା କଲିକା ନିଷ୍କାସନ ପଦ୍ଧତିରେ ଉତ୍ପାଦାନ କରାଯାଇପାରିବ ଏଥିରେ ସାଧାରଣ ପଦ୍ଧତି ପାଇଁ ଆବଶ୍ୟକୀୟ ହେଉଥିବା ବିହନର ମାତ୍ର ଏକ ତୃତୀୟାଂସ ଲାଗିଥାଏ । ପେଶୀପୋଷଣ ପଦ୍ଧତି ମୁଖ୍ୟତଃ ବିଜ୍ଞାନ ଗାରରେ ସୀମିତ ଥିବା ବେଳେ ସମ୍ପ୍ରତି ଚାଷୀ ଭାଇ ମାନେ କଲିକା ନିଷ୍କାସନ ପଦ୍ଧତିରେ ଆଖୁ ଚାରା ଉତ୍ପାଦାନ କରିପାରୁଛନ୍ତି । ଆଧାର : କୃଷି ମହାବିଦ୍ୟାଳୟ, ଓ.ୟୁ.ଏ.ଟି.
<urn:uuid:e918fe76-9348-48d8-bfe2-4bd750b98203>
CC-MAIN-2018-26
http://or.vikaspedia.in/agriculture/b36b38b4db2f-b09b24b4db2ab3eb26b28/b06b16b41b1ab3eb37
2018-06-22T08:58:58Z
s3://commoncrawl/crawl-data/CC-MAIN-2018-26/segments/1529267864387.54/warc/CC-MAIN-20180622084714-20180622104714-00011.warc.gz
ory
0.999977
Orya
20
{"ory_Orya_score": 0.9999771118164062}
କୋରାପୁଟ ; ତା୧୨-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ନନ୍ଦପୁର ସରକାରୀ ଉଚ ବିଦ୍ୟାଳୟ ପଡିଆରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନନ୍ଦପୁର ବ୍ଲକ ନିମନ୍ତେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ସାଂସଦ ଝିନ୍ନ ହିକକା, ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, ଜିଲା ପରିଷଦ ସଭାପତି ପ୍ରଭୂ ଜାନୀ, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହି, କ୍ରୀଟ ଅଧ୍ୟକ୍ଷ ଅଶୋକ କୁମାର ପାଙ୍ଗିଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ମଧୁ ମୁଦୁଲି, ଜିଲ୍ଲା ପରିଷଦ ସଭ୍ୟ ପ୍ରଭାତ ଗୁରୁମାଇ ଓ ନାସୁଲ କାମୁଡି ଏବଂ ଅନ୍ୟ ପଂଚାୟତ ପ୍ରତିନିଧିମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବ୍ଲକର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପଂଚାୟତ ପ୍ରତିନିଧି ମାନଙ୍କ ସହ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ୧୯୯ଟି ପ୍ରକଳ୍ପ ନିମନ୍ତେ ୪କୋଟି ୩୯ଲକ୍ଷ ଟଙ୍କା ଅନୁମୋଦନ କରିଥିବା ଜଣା ପଡିଛି। ବିଶେଷ କରି ବ୍ଲକର ୨୩ଟି ପଂଚାୟତର ବିଭିନ୍ନ ଗ୍ରାମରେ କଲ୍ୟାଣ ମଣ୍ଡପ, କୋଠଘରର ଉନ୍ନତି କରଣ, ନିଶାଣୀମୁଣ୍ଡା ନିର୍ମାଣ, ପାଠାଗାର, ସ୍କୁଲରେ ଶ୍ରେଣୀଗୃହ ଏବଂ ଅଙ୍ଗନୱାଡି କୋଠା ନିର୍ମାଣ ଉପରେ ଗୁରୂତ୍ୱ ଦିଆ ଯାଇଥିବା ଜଣା ପଡିଛି। ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ନିର୍ମାଣ କରି ସରକାରୀ ଯୋଜନା ଗୁଡିକ ସମ୍ପର୍କରେ ସୂଚନା ଦିଆ ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ପରିଷଦ ଉପସଭାପତି ତୁଲସି କିରସାନି, କୋରାପୁଟ ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି, ବିଜେଡି ସଂପାଦକ ସନ୍ତୋଷ ପଣ୍ଡା, ବିଜେଡି ନେତା ଉତ୍କଳ ରଂଜନ ନାୟକ, ଶିବ ପ୍ରସାଦ ପଟ୍ଟନାୟକ, ତ୍ରିପୁରାରୀ ଗରଡା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବିଡିଓ ରାମେଶ୍ୱର ପ୍ରଧାନ ପରିଚାଳନା କରିଥିବାବେଳେ ଅନ୍ୟ କର୍ମଚାରୀ ସହାୟତା କରିଥିଲେ ଓ ଶେଷରେ ଚାଟୁଆ ସରପଂଚ ପୂର୍ଣ ଚନ୍ଦ୍ର ଗଲୋରି ଧନ୍ୟବାଦ ଦେଇଥିଲେ।
<urn:uuid:597c0787-0022-4be7-8ad0-d38097bd7b7d>
CC-MAIN-2018-26
http://odiapua.com/%E0%AC%A8%E0%AC%A8%E0%AD%8D%E0%AC%A6%E0%AC%AA%E0%AD%81%E0%AC%B0-%E0%AC%AC%E0%AD%8D%E0%AC%B2%E0%AC%95%E0%AC%B0%E0%AD%87-%E0%AC%86%E0%AC%AE-%E0%AC%97%E0%AC%BE%E0%AC%81-%E0%AC%86%E0%AC%AE-%E0%AC%AC/
2018-06-24T09:02:33Z
s3://commoncrawl/crawl-data/CC-MAIN-2018-26/segments/1529267866926.96/warc/CC-MAIN-20180624083011-20180624103011-00011.warc.gz
ory
0.999971
Orya
4
{"ory_Orya_score": 0.999970555305481}
୨୦୨୦ ସୁଦ୍ଧା ଭାରତର ଖୁଚୁରା ବଜାର ବ୍ୟବସାୟ ଏକ ଲକ୍ଷ କୋଟି ଆମେରିକୀୟ ଡଲାରରେ ପହଞ୍ଚିଥିବ, ଆଉ ଏଥିରୁ ୬୦୦୦ କୋଟି ହେଉଛି ଇ-କମର୍ସ । ଏଯାଏଁ ଭାରତୀୟ ଖୁଚୁରା ବଜାର ଏକ ଅଣଚିହ୍ନିତ କ୍ଷେତ୍ର ହୋଇ ରହିଯାଇଛି ଏବଂ ଅଫଲାଇନ ଓ ଅନଲାଇନ୍ ବିକ୍ରେତାଙ୍କ ମଧ୍ୟରେ ବ୍ୟାପକ ଦୂରତା ରହିଯାଇଛି । ସ୍ଵତନ୍ତ୍ର ଭାବେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରମାନଙ୍କୁ ଦୃଷ୍ଟିରେ ରଖି GetNowAt ଭଳି କିଣାକିଣି ୱେବସାଇଟ ପ୍ରସ୍ତୁତ କରାଯାଇଛି । ଏଥିରେ ଗ୍ରାହକମାନେ ଇଣ୍ଟରନେଟ, ମୋବାଇଲ ଆପ୍ (getnow.at/app), ଫୋନ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ସାମଗ୍ରୀ ମଗାଇ ପାରିବେ । ନାଗପୁରରେ ପ୍ରତିଷ୍ଠିତ ଏହି ଷ୍ଟାର୍ଟଅପ୍ ଏଯାବତ ୧୦ ହଜାରରୁ ଅଧିକ ଗ୍ରାହକ ପାଇସାରିଲାଣି, ୩ ହଜାରରୁ ଅଧିକ ବ୍ୟକ୍ତି ଏହି ଆପ୍ ବ୍ୟବହାର କରୁଛନ୍ତି ଏବଂ ମାସକୁ ୨୦୦୦ରୁ ଅଧିକ ଅର୍ଡର ଆସୁଛି । ବର୍ତ୍ତମାନ ଏଥିରେ ତେଜରାତି ସଉଦା, ତାଜା ଦ୍ରବ୍ୟ, ମିଠା ଓ ଖାରା, କେକ୍ ଓ ବେକେରି, ଇଲେକଟ୍ରୋନିକ୍ସ, ମୋବାଇଲ ଓ କମ୍ପ୍ୟୁଟର, ଘରୋଇ ସରଂଜାମ ଇତ୍ୟାଦି ଉପଲବ୍ଧ ଥିବାବେଳେ ଆଗକୁ ଟିକେଟ୍ ବୁକ୍ ଓ ଔଷଧ ବିକ୍ରୟ ଏହା ସହ ସାମିଲ କରିବାକୁ ଯୋଜନା ରହିଛି । ଅଫଲାଇନରୁ ଅନଲାଇନ୍ GetNowAtର ପ୍ରତିଷ୍ଠାତାମାନେ ଅନୁଭବ କରନ୍ତି, ଅଫଲାଇନ ବିକ୍ରେତାମାନେ ପ୍ରଯୁକ୍ତିକୁ ଡରୁଛନ୍ତି । GetNowAt ସହ-ପ୍ରତିଷ୍ଠାତା ଜୟେଶ ବାଗଡେ଼(୩୫) କହନ୍ତି, 'ଭାରତରେ ସମୁଦାୟ ବାଣିଜ୍ୟର ୫୭ ପ୍ରତିଶତ ହେଉଛି ଖାଦ୍ୟ ଓ ତେଜରାତି ସାମଗ୍ରୀ । ଆପଣ ରହୁଥିବା ସ୍ଥାନଠାରୁ ସୀମିତ ପରିଧି ମଧ୍ୟରେ ଘଟୁଥିବା କିଣାବିକା ବ୍ୟାପାରକୁ ହାଇପରଲୋକାଲ ଓ ନିଅରକମର୍ସ ବୋଲି ବୁଝିବା । ଏବଂ ଏଯାବତ ଏହା ଅଫଲାଇନରେ ହିଁ ଚାଲିଛି।' ଅନ୍ୟତମ ସହ-ପ୍ରତିଷ୍ଠାତା ଶୈଳେଶ ଦେଶପାଣ୍ଡେ କହନ୍ତି, 'ଆମେ ଅଫଲାଇନ-ଟୁ-ଅନଲାଇନ(O2O) କ୍ଷେତ୍ରରେ ପ୍ରବେଶ କରି ଉଚ୍ଚଦରର ସେବା ପ୍ରତିଶ୍ରୁତି ଓ ପ୍ରଯୁକ୍ତି ମାଧ୍ୟମରେ ଦୂରତାକୁ ଯୋଡ଼ିବାକୁ ନିଷ୍ପତ୍ତି ନେଲୁ । ଆମେ ସ୍ଥାନୀୟ ବିକ୍ରେତାମାନଙ୍କ ପାଇଁ ଗୋଟେ ଅନଲାଇନ ପ୍ଲାଟଫର୍ମ ପ୍ରସ୍ତୁତ କଲୁ ଯେଉଁଠି ସେମାନେ ନିଜର ବିକ୍ରିଯୋଗ୍ୟ ଦ୍ରବ୍ୟ ସ୍ଥାନିତ କରିପାରିବେ । ଆମେ ସେମାନଙ୍କୁ ଗ୍ରାହକଙ୍କ ସହ ସିଧାସଳଖ ଯୋଡ଼ିବା ସମେତ ଅଧିକ ଅର୍ଡର ସୃଷ୍ଟିକଲୁ, ଷ୍ଟୋରରୁ ଦ୍ରବ୍ୟ ଆଣି ସମାନ ଦିନ ଗ୍ରାହକ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କଲୁ ଏବଂ ଗ୍ରାହକଙ୍କ ଠାରୁ ଦେୟ ଆଣିବା ଦାୟିତ୍ୱ ବି ଆମେ ମୁଣ୍ଡାଇଲୁ ।' ଭିସି-ସର୍କଲ କାର୍ଯ୍ୟକ୍ରମରେ ଜୟେଶଙ୍କ ପ୍ରଚେଷ୍ଟା ପରେ ଜୁନ ୨୦୧୫ରେ ମୁମ୍ବାଇର ପୁଞ୍ଜିଦାତା ଅତୁଲ୍ୟ ମିତ୍ତଲଙ୍କ ଠାରୁ ପ୍ରାକ୍-ସିଡ୍ ରାଉଣ୍ଡରେ ପୁଞ୍ଜି ହାସଲ କରିବାରେ ସମର୍ଥ ହେଲା GetNowAt । ଅତୁଲ୍ୟ ମିତ୍ତଲ କହନ୍ତି, 'ଗୋଟେ ଛୋଟ ବ୍ୟବସାୟକ ବିକଶିତ କରିବାକୁ ସେମାନଙ୍କର ଆଗ୍ରହ ଓ ଉଦ୍ୟମ ମୋତେ ପ୍ରଭାବିତ କଲା ଓ GetNowAtରେ ପୁଞ୍ଜିନିବେଶ ପାଇଁ ମୁଁ ନିଷ୍ପତ୍ତି ନେଲି । ଯଦିଓ ସେମାନେ ମୂଳରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସ୍ଥାନୀୟ ବିକ୍ରେତାଙ୍କୁ ବଜାର ଚାହିଦା ଅର୍ଥନୀତି ସହ ପ୍ରତିଯୋଗିତା କରିବାର ଉଦ୍ୟମ ମୋର ପସନ୍ଦ ଆସିଲା ।' ସମମନା ଧାରାବାହିକ ଉଦ୍ୟୋଗୀ ଜୟେଶ ଜଣେ ଧାରବାହିକ ଉଦ୍ୟୋଗୀ ଯିଏ କି touristlink.comର ସହ-ପ୍ରତିଷ୍ଠାତା ସାଙ୍ଗକୁ holiday.com, Go Trip India Privalte Limited, Salt Lake SMS India Pvt Ltd ପ୍ରମୁଖ ପ୍ରତିଷ୍ଠାନର ସିଓଓ ଥିଲେ । ୨୦୧୪ ନଭେମ୍ବରରେ ସେ GetNowAt ଏକକ ଉଦ୍ୟମରେ ଆରମ୍ଭ କଲେ । ସେତେବେଳେ ଭର୍ଜିନିଆରୁ ପ୍ରଯୁକ୍ତି ପାଠ ପଢ଼ି ଆସିଥିବା ଶୈଳେଶ ନାଗପୁରରେ ଇଣ୍ଡିଲଫ୍ଟ ଆରମ୍ଭ କଲେ । ଉଭୟେ ନାଗପୁର ଷ୍ଟାର୍ଟଅପ୍ ମିଟ ରେ ଭେଟ ହେଲେ ଓ ହାତ ମିଳାଇବାକୁ ନିଷ୍ପତ୍ତି ନେଲେ । ଶୈଳେଶ କହନ୍ତି, 'ଆମେ ପ୍ରତିଟି ଡେଲିଭରିରୁ କମିଶନ ପାଇଥାଉ । ବିକ୍ରେତାମାନଙ୍କ ପାଇଁ ଆମ ପ୍ଲାଟଫର୍ମରେ କୌଣସି ଦେୟ ନାହିଁ । ଦେଣନେଣ ସଫଳ ହେଲେ ହିଁ ଜଣେ ସଫଳ ବିକ୍ରେତା ଠାରୁ ଆମେ କମିଶନ ଆଦାୟ କରିଥାଉ । ତେବେ ଏଭଳି ସେବା ଯୋଗାଇବାରେ କ'ଣ GetNowAt ପ୍ରଥମ? ନା ଏଥିରେ ବି ପ୍ରତିଯୋଗିତା ଅଛି । ଜୟେଶ କହନ୍ତି, 'ଦେଶରେ ୫୭ ଭାଗ ବଜାର ତେଜରାତିର ଥିବା ବେଳେ ଆମେ ୫୭ ହଜାର କୋଟି ଡଲାରର ସମୁଦାୟ ବଜାର ଆମକୁ ଅପେକ୍ଷା କରିଛି । ଏଥିରୁ ୪୦ ପ୍ରତିଶତ ମେଯ୍ୟୋ ସହରରେ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ବଜାରର ଆକାର ୩୪ ହଜାର କୋଟି ଡଲାର ହେବ । ବଡ଼ ବଡ଼ ଅନୁଷ୍ଠାନ ଓ ସ୍ଥାନୀୟ କ୍ଷୁଦ୍ର ଅନୁଷ୍ଠାନଗୁଡ଼ି ପାଇଁ ଏ ବଜାରରେ ବ୍ୟାପକ ସୁଯୋଗ ରହିଛି ।' ଶୈଳେଶ ପୁଣି କହନ୍ତି, 'ଆମେ ଗ୍ରୋଫର୍ସ, ପିପରଟ୍ୟାପ୍, ବିଗ୍ ବାସ୍କେଟ ଭଳି ବଡ଼ ବଡ଼ କମ୍ପାନିକୁ ଆମର ପ୍ରତିଯୋଗୀ ବୋଲି ଭାବୁନା । ବରଂ ସେମାନେ ଆମର ସହଯୋଗୀ ହେଇପାରିବେ । ଆମେ ଏବେ କିଛି ପୁଞ୍ଜିଦାତାଙ୍କ ସହ ପରବର୍ତ୍ତୀ ନିବେଶ ପାଇଁ କଥାବାର୍ତ୍ତା କରୁଛୁ । GetNowAt ଏବେ କେବଳ ନାଗପୁରରେ ଅଧିକରୁ ଅଧିକ ଗ୍ରାହକ ଆପଣେଇବାକୁ ଉଦ୍ୟମ କରୁଛି । ସେମାନେ କ'ଣ ଆହରଣ କରିଛନ୍ତି? GetNowAtର ପ୍ରତିଷ୍ଠାତାମାନେ ନିଜର ଶିକ୍ଷା ଓ ଅନୁଭୂତି ନିମ୍ନମତେ ବଖାଣିଛନ୍ତି- ସବୁକିଛି ହାଇପରଲୋକାଲ ନୁହେଁ: ଏମିତି କିଛି ଦ୍ରବ୍ୟ ଅଛି ଯାହା ସ୍ଥାନୀୟ ବ୍ୟବସାୟ ଉପରେ ହିଁ ନିର୍ଭର କରେ ଦେଢ଼ ଘଣ୍ଟାରେ ୫୦ ପ୍ରତିଶତ ଅପେକ୍ଷା ୪ ଘଣ୍ଟାରେ ୧୦୦ ପ୍ରତିଶତ ଭଲ: ତ୍ୱରିତ ଡେଲିଭରି ଭଲ, କିନ୍ତୁ ଶତପ୍ରତିଶତ ସେବା ଓ ଗ୍ରାହକ ସନ୍ତୁଷ୍ଟି ତାହା ଠାରୁ ଅଧିକ ଗୁରୁତ୍ୱପୂର୍ଣ ମୁହଁର ଭାଷା ହିଁ ସବୁକିଛି: ବିଜ୍ଞାପନ, ରିହାତି ଅପେକ୍ଷା ବ୍ୟକ୍ତିଗତ ଗ୍ରାହକସେବା ଅଧିକ ଗୁରୁତ୍ତ୍ଵପୂର୍ଣ ସମ୍ପୂର୍ଣ ଭାବେ ଗ୍ରାହକଙ୍କୁ ଏଡ଼ାଇବା ନିରର୍ଥକ: ବରଂ ସେମାନଙ୍କ ବ୍ୟବହାର ଓ ଅଭ୍ୟାସ ପରିବର୍ତ୍ତନ ପାଇଁ ଚେଷ୍ଟା କରିବା ଶୈଳେଶ କହନ୍ତି, 'ଛୋଟ ସହର ବା ବଜାରରେ ରହୁଥିବା ବ୍ୟକ୍ତି ଯେତେବେଳେ ବିଶ୍ୱସ୍ତରୀୟ ବଡ଼ ବ୍ୟବସାୟର ସ୍ଵପ୍ନ ଦେଖେ, ମୁଁ ଏହାକୁ ପ୍ରଶଂସା କରେ । ଯେମିତି କି ମୁଁ ନିଜେ ଆମେରିକା ଛାଡ଼ି ଭାରତ ଫେରିଆସିଲି । ମୁଁ ଆଶା କରୁଛି ଚାଲାଖ ବ୍ୟକ୍ତି ନିଜ ଘରସହରକୁ ଫେରିଆସିବ । ଭାରତର ବିକାଶ ସେତେବେଳେ ହେବ ଯେତେବେଳେ ସମସ୍ତେ ଏହାର ଫାଇଦା ପାଇବେ ।' ମୂଳ ଲେଖା - ମୁକ୍ତି ମଶିହ ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା Related Stories Stories by Team Odia
<urn:uuid:e111ae05-7c35-4b34-8176-96da02241885>
CC-MAIN-2018-26
https://odia.yourstory.com/read/ff647f0ccb/-
2018-06-24T08:51:25Z
s3://commoncrawl/crawl-data/CC-MAIN-2018-26/segments/1529267866926.96/warc/CC-MAIN-20180624083011-20180624103011-00011.warc.gz
ory
0.99999
Orya
10
{"ory_Orya_score": 0.9999899864196777}
କଥା କାହାଣୀ ସବୁ ଏଇଠି ଘଟେ , ଘରେ, ବାହାରେ, ମୋ ସହ ଆଉ ଆପଣମାନଙ୍କ ସହ ।ଏଇଠି ଘଟଣା ଚରିତ୍ର ସବୁ ସାଧାରଣ ଥାଆନ୍ତି। ହେଲେ କେତେ କଥା ବହୁତ ଅସାଧାରଣ ହୋଇଥାଏ । ମନର ଏକ ନିଛାଟିଆ କୋଣରେ ତୁହାକୁ ତୁହା ଗୁମୁରି ହେଉଥାଏ। ସେଦିନ କ୍ଲାନ୍ତଶ୍ରାନ୍ତ ଶରୀରଟାକୁ ନେଇ ବସ୍ରେ ଘରକୁ ଫେରୁଥାଏ । ମୋର ସମ୍ମୁଖରେ ମାଆଟିଏ ଆଉ ପୁଅଟିଏ ବସିଥାନ୍ତି । ଧିରେଧିରେ ସେମାନଙ୍କ କଥାବାର୍ତ୍ତା ମୋତେ ମୋ ଅଜାଣତରେ ସେମାନଙ୍କ ଆଲୋଚନାକୁ ଟାଣି ଆଣିଲା। ମୁଁ ଶୁଣିବାରେ ଲାଗିଲି । ମାଆ – (ଅତି ବ୍ୟସ୍ତବିବ୍ରତ ହୋଇ ଧୀରସ୍ୱରରେ) ପିଟର୍, ମୁଁ ତୋ ବିଷୟରେ ଭାବି ଅତ୍ୟନ୍ତ ବିବ୍ରତ ଧନମୋର । ପିଟର୍ – ଏ ମା, ତୁମେ ନିଜକୁ କାହିଁକି ଏଇମିତି ଦୁର୍ବଳ ମନେ କରୁଛ ? ମାଆ – (ଆଖିରୁ ଲୁହ ଝରାଇ) ମୁଁ ତୋ ପାଇଁ ଭାବିଭାବି ଏତେ ସରି ହେଉଛି ପୁଅ । ପିଟର୍ – ମାଆ, ତୁମେ ଜମାରୁ ବ୍ୟସ୍ତ ହୁଅ ନାହିଁ, ମୋ ପାଇଁ ତୁମେ ଅଛ ଆଉ ମୁଁ ତୁମ ପାଇଁ । ମାଆ – ମୁଁ ସେ ପାରିକୁ ଚାଲିଗଲା ପରେ ତୋର ଅବସ୍ଥା କଣ ହେବ, ତୋର ଯତ୍ନ କିଏ ନେବ ପୁଅ ? ପିଟର୍ – ଏ ମା, ତୁମେ ସେ ପାରିକୁ ଯିବା ସମୟ ଯଥେଷ୍ଟ ପୂର୍ବରୁ ଜଣା ପଡ଼ିଯିବନା ? ସେତେବେଳେ ମୁଁ ନିଶ୍ଚୟ ତୁମ ସାଙ୍ଗରେ ଯିବାର ବ୍ୟବସ୍ଥା କରିନେବି । ତୁମ ଆଉ ମୋ ଯୋଡ଼ିକୁ କିଏ ଅଲଗା କରି ପାରିବନି । ଏହା ତ୍ରିବାର ସତ୍ୟ । ମାଆ – ନା'ରେ ଧନ ମୋର, ତୁ କାହିଁକି ସେପାରିକୁ ଯିବୁ ? ମୁଁ କେଭେଁ ସେମିତି ଚାହିଁବିନି । ପିଟର୍ – ମାଆ, ଯଦି ଏପାରିରେ ଆମେ ମିଶି ରହିଛେ ତେବେ ସେପାରିରେ ରହିବାରେ ଜମା ଅସୁବିଧା ହେବନାହିଁ । ତୁମେ ମୋ ପାଇଁ ଯେପରି ସଦାସର୍ବଦା ଛାଇଭଳି ଲାଗିରହିଛ ମୁଁ ବି ଠିକ୍ ସେୟା କରିବି । ଏହା କରିବାକୁ ତୁମେ କଣ ଭଗବାନ ମଧ୍ୟ ମୋତେ ଅଟକାଇ ପାରିବେନି । ମାଆଙ୍କ ଆଖିରୁ ଧାରଧାର ହୋଇ ଲୁହ ଝରୁଥାଏ ଆଉ ସେ ପୁଅକୁ କୁଣ୍ଢାଇ ଧରି ନିଜ କୋହକୁ ସମ୍ଭାଳିବାର ପ୍ରୟାସ କରୁଥାନ୍ତି । ମୋ ଆଖିରୁ ମଧ୍ୟ ଦୁଇଧାର ତତଲା ଲୁହ କେତେବେଳେ ଝରି ମୋ ଓଠଧାରକୁ ଲୁଣିଆ କରିସାରିଥିଲେ, ଜାଣିପାରିନଥିଲି । ସୁଧିଜନେ, ଏହା କୌଣସି କଳ୍ପନାପ୍ରସୂ କଥାକାହାଣୀ ନୁହେଁ, ମୋ ନିଜ ଅନୁଭୂତିର ସତ୍ୟ ଘଟଣାଟିଏ । ଆପଣ ଏହା ହୃଦୟଙ୍ଗମ କରନ୍ତୁ ଯେ ମୁଁ ଏହା କାହିଁକି ଆପଣଙ୍କ ନିକଟରେ ପ୍ରକାଶ କରୁଅଛି । ପୁଅଟି ର ବୟସ ୧୮/୨୦ ବର୍ଷ ଆଉ ସେ ଜଣେ ମାନସିକ ରୋଗୀ । ସେ ଠିକ୍ରେ କଥାବାର୍ତ୍ତା କରିପାରୁନଥିଲେ । ପାଟିରୁ ଲାଳଜାବ ଗଡ଼ାଇ ଗୋଟିଏ ପଟକୁ ଢ଼ଳି ରହିଥିଲେ । ଯେତେବେଳେ, ଲକ୍ଷଲକ୍ଷ ଟଙ୍କା ରୋଜଗାର ଆଉ ସୁସ୍ଥ ସବଳ ଶରୀର ଥାଇ ମଧ୍ୟ କେତେଜଣ ନିଜର ଗୁରୁଜନଙ୍କୁ ହତାଦର କରିବାରେ ପଛଘୁଞ୍ଚା ଦେଇନଥାନ୍ତି, ସେହି ପରିପ୍ରେକ୍ଷୀରେ ପୁଅଟି ନିଜେ ମାନସିକ ବିକାରଗ୍ରସ୍ତ ହୋଇ ମଧ୍ୟ ନିଜର ଏହି ସସ୍ନେହ ଭରସା ଆଉ ଏହିଭଳି ଉତ୍ତମ ମାନବଚେତାର ପରିଚୟ ଦେଇଥିଲେ । ଏହାହିଁ ମୋର ମନକୁ ଛୁଇଁ ଯାଇଥିଲା ।
<urn:uuid:10e1cdce-48a5-470a-8c4d-43a0aaa470ac>
CC-MAIN-2018-30
http://odishan.com/12078
2018-07-17T03:47:04Z
s3://commoncrawl/crawl-data/CC-MAIN-2018-30/segments/1531676589557.39/warc/CC-MAIN-20180717031623-20180717051623-00505.warc.gz
ory
1.000001
Orya
6
{"ory_Orya_score": 1.0000011920928955}
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳର ବହୁ ଚର୍ଚ୍ଚିତ ସମ୍ପ୍ରସାରଣ କାମ ଶେଷ କରିଛନ୍ତି। ସେ ନୂଆ ମନ୍ତ୍ରୀମଣ୍ଡଳରେ ୯ ଜଣଙ୍କୁ ସାମିଲ କରିଥିବା ବେଳେ ୫ ଜଣଙ୍କୁ ବଡ ଦେଇଛନ୍ତି। ଏଥିରେ ଯୁବ, ମହିଳା ଓ ଅଭିଜ୍ଞ ଲୋକଙ୍କୁ ସ୍ଥାନ ଦିଆଯାଇଛି। ପୂର୍ବରୁ ମନ୍ତ୍ରୀମଣ୍ଡଳରେ ସାମିଲ ଥାଇ ବିଭିନ୍ନ ଘଟଣା କ୍ରମରେ ବଡ ପଡିଥିବା ପୁରୁଣା ୩ ଜଣଙ୍କୁ ଫେରାଇ ଅଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଛାଡି ୧୨ ଜଣଓ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ୮ ଜଣ ସ୍ଥାନ ପାଇଛନ୍ତି। ତୃତୀୟ ଦଫା ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀବଙ୍କର ଦ୍ଵିତୀୟ ସମ୍ପ୍ରସାରଣ। ୫ ଜଣ ବାଦ ପଡ଼ିଥିବା ମନ୍ତ୍ରୀ ହେଉଛନ୍ତି ପ୍ରଫୁଲ୍ଲ ଘଡ଼େଇ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ପୁଷ୍ପେନ୍ଦ୍ର ସିଂଦେଓ। ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ୯ ଜଣ ନୂଆ ମନ୍ତ୍ରୀ ହେଲେ କଳ୍ପତରୁ ଦାସ, ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ପ୍ରତାପ କେଶରୀ ଦେବ, ସୁବ୍ରତ ତରାଇ, ରଜନୀକାନ୍ତ ସିଂ, ସରୋଜିନୀ ହେମ୍ବ୍ରମ, ଅରୁଣ ସାହୁ ଓ ରବିନାରାୟନ ନନ୍ଦ। - ରେଳ ଉପରେ ଚିଲିକା ଦର୍ଶନ - ମନରେଗା ସିଏଜି ତଦନ୍ତ ସରକାର ମାଗିଲେ ରିପୋର୍ଟ
<urn:uuid:0b325931-b273-4e24-aa48-0b2f6ac27a64>
CC-MAIN-2018-30
http://odishan.com/792
2018-07-17T03:52:11Z
s3://commoncrawl/crawl-data/CC-MAIN-2018-30/segments/1531676589557.39/warc/CC-MAIN-20180717031623-20180717051623-00505.warc.gz
ory
1.000004
Orya
5
{"ory_Orya_score": 1.0000040531158447}
ଭୁବନେଶ୍ୱର: ରାଞ୍ଚିରେ ଗୁରୁବାର ଉଦ୍ଯାପିତ ଦ୍ୱିତୀୟ ପୂର୍ବାଞ୍ଚଳ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ଏଥି ସହ ପୂର୍ବାଞ୍ଚଳରେ ଓଡ଼ିଶାର ପ୍ରାଧାନ୍ୟ ଅବ୍ୟାହତ ରହିଛି। ଫାଇନାଲରେ ଓଡ଼ିଶା ୬ ଓ୍ଵିକେଟ୍ରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା। ୧୨୧ ରନ୍ର ବିଜୟ ଲକ୍ଷ୍ୟକୁ ଓଡ଼ିଶା ସୁଧୀର ସୋନୀଙ୍କ ୭୨* ରନ୍ ବଳରେ ୧୦ ଓଭରରେ ୪ ଓ୍ଵିକେଟ୍ ବିନିମୟରେ ହାସଲ କରି ନେଇଥିଲା। ପୂର୍ବରୁ ଝାଡ଼ଖଣ୍ଡ ନିର୍ଧାରିତ ୧୫ ଓଭରରେ ୯ ଓ୍ଵିକେଟ୍ ହରାଇ ୧୨୦ ରନ୍ କରିଥିଲା। ସୁଧୀର ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ହେବା ସହିତ ପ୍ରତିଯୋଗିତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ପୁରସ୍କାର ପାଇଥିଲେ। ଓଡ଼ିଶାର ଦ୍ରୁତ ବୋଲର ଅମିତ୍ ଜୁଏଦ୍ ଶ୍ରେଷ୍ଠ ବୋଲର ସମ୍ମାନ ପାଇଥିଲେ। ପୂର୍ବରୁ ଓଡ଼ିଶା ଲିଗ୍ ପର୍ଯ୍ୟାୟରେ ଆସାମ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲ୍ରେ ଓଡ଼ିଶା ୫୬ ରନରେ ବିହାରକୁ ପରାସ୍ତ କରିଥିଲା। ଓଡ଼ିଶାର ୧୦୨ ରନ୍ ଜବାବରେ ବିହାର ୪୬ ରନ୍ କରିଥିଲା। ୭ ଦିନିଆ ପ୍ରଶିକ୍ଷଣ ଶିବିର ସହିତ ରାଞ୍ଚି ଗସ୍ତ କରିଥିବାରୁ ଓଡ଼ିଶା ଦଳ ଭଲ ପ୍ରଦର୍ଶନ କରିପାରିଲା ବୋଲି ଦଳକୁ ଅଭିନନ୍ଦନ ଜଣାଇବା ଅବସରରେ ପ୍ରକାଶ କରିଛନ୍ତି ଟେନିସ୍ କ୍ରିକେଟ୍ ଇଣ୍ଡିଆର ବୈଷୟିକ ମୁଖ୍ୟ ରିଣ୍ଟୁ ମିତ୍ର। ଓଡ଼ିଶା ଖେଳାଳିମାନଙ୍କୁ ଓଡ଼ିଶା ରାଜ୍ୟ ଟେନିସ୍ କ୍ରିକେଟ୍ ସଂଘ ଉପ ସଭାପତି ଅବିନାଶ ସାହୁ ଏବଂ ରାଜେନ୍ଦ୍ର ମହାରଣା ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଗଣେଶ କୁମାର ସେଠୀ ଅଧିନାୟକ ଏବଂ ଅମିତ୍ ଜୁଏଦ୍ ଉପ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ବାସୁଦେବ ଓଝା ପ୍ରବଂଧକ ଏବଂ ରଂଜିତ ସ୍ୱାଇଁ ପ୍ରଶିକ୍ଷକ ଦାୟିତ୍ୱକୁ ସଫଳତା ସହ ତୁଲାଇଥିଲେ। ଓଡ଼ିଶା ଦଳ: ଗଣେଶ କୁମାର ସେଠୀ (ଅଧିନାୟକ), ଅମିତ୍ ଜୁଏଦ୍, ଅମରେନ୍ଦ୍ର ଚନ୍ଦ୍ର ଦାସ, ଦୀପକ କୁମାର ମଲ୍ଲିକ, ମୃଣାଲ ସ୍ୱରୂପ ସେଠୀ, ସୁଧୀର ସୋନୀ, ଉମାକାନ୍ତ ବେହେରା, ଏମ୍ ରାଜା ରାଓ, ପଙ୍କଜ କୁମାର ଦାସ, ଜଗମୋହନ ସ୍ୱାଇଁ, ଇସ୍ଲାମ ମିର୍ଜା, ଦୀପକ କୁମାର ପରିଡ଼ା, ଗୌରବ କୁମାର ରାଉତ, ମାନସ ମୁଖୀ, ବିକ୍ରମ କୁମାର ଦାସ, ପ୍ରସାଦ ଖୁଣ୍ଟି, ସ୍ମୃତି ରଂଜନ ଦାସ, ବିଶାଲ ବିଶ୍ୱଜିତ୍ ଦାସ। ପ୍ରବଂଧକ: ବାସୁଦେବ ଓଝା, ପ୍ରଶିକ୍ଷକ: ରଂଜିତ ସ୍ୱାଇଁ, ଟିସିଏଆଇ ଅଧିକାରୀ: ସୁଧାକର ମୁଦୁଲି।
<urn:uuid:60632ccb-ec1a-4d6c-b149-bebd076b7b95>
CC-MAIN-2018-30
http://sambad.in/sports/odisha-team-win-132816/
2018-07-23T03:55:09Z
s3://commoncrawl/crawl-data/CC-MAIN-2018-30/segments/1531676594886.67/warc/CC-MAIN-20180723032237-20180723052237-00505.warc.gz
ory
0.999979
Orya
4
{"ory_Orya_score": 0.9999792575836182}
ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ରୋଟାରୀ କ୍ଲବ ପୁରୀ ପକ୍ଷରୁ ଆମରୀ ହସପିଟାଲର ସହଯୋଗିତାରେଏକ ସ୍ୱାସ୍ଥ୍ୟ ଶିବିର ରୋଟାରୀ କମ୍ୟୁନିଟି ସେଂଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ଆୟୋଜିତ ହୋଇ ଏହି ଶିବିରରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା।ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞଡାଃ ଫରେଶ ଅଗ୍ରୱାଲ ଏବଂ ସ୍ତ୍ରୀ ଓ ପ୍ରସୂତିରୋଗ ଡାଃ ହରପ୍ରିତ କୌର ଶିବିରାର୍ଥୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଶିବିରରେ ଲୋକ ମାନଙ୍କର ର୍ୟାଣ୍ଡମ୍ ବ୍ଲଡ ସୁଗାର ଏବଂ ଇସିଜି ପରୀକ୍ଷା ମାଗଣାରେ କରାଯାଇଥିଲା। ଆଇଏମ୍ଏ ପୁରୀ ଶାଖା ସଂପାଦକ ଡାଃ ବାନାମ୍ବର ସେନାପତି ଆମରୀ ହସପିଟାଲ ଡାଃ ବିବେକ ତ୍ରୀପାଠୀ, ସୋନମ ଶର୍ମା, ଡାଃ ନରହରି ମିଶ୍ର, ଶିବିରାର୍ଥୀ ମାନଙ୍କରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ। ରୋଟାରୀ କ୍ଲବ ସଭାପତି ଭକ୍ତଚରଣ ଦାସ, ସଂପାଦକ ବଦ୍ରୀ ପାତ୍ର, ଇନରହୁଇଲି ସଭାନେତ୍ରୀ ଅନୀତା ଦାସ, ରୋଟାରୀଆନ ସନ୍ତୋଷ ଲେଙ୍କା, ପ୍ରଦୀପ ଦାସ, ପ୍ରସନ୍ନ ମିଶ୍ର, ବିଭୁତି ତ୍ରୀପାଠୀ, ଭୀମସେନ ପାତ୍ର, ଅନୀତା ଦାସ, ଗୀତା ଚୋଧୁରୀ, ସ୍ୱାଗତିକା ରାଉତ, ପ୍ରତାପ ସାହୁ, ମାୟାଧର ମହାରଣା, ଅମ୍ବିକା ଦାସ, ବିଜୟ ପତି, ଗୋକୁଳାନନ୍ଦ ପଟ୍ଟନାୟକ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।
<urn:uuid:d8431eda-39ed-4bc0-a1d9-f93996b8dea5>
CC-MAIN-2018-30
http://odiapua.com/%E0%AC%B0%E0%AD%8B%E0%AC%9F%E0%AC%BE%E0%AC%B0%E0%AD%80-%E0%AC%95%E0%AD%8D%E0%AC%B2%E0%AC%AC-%E0%AC%B8%E0%AD%8D%E0%AD%B1%E0%AC%BE%E0%AC%B8%E0%AD%8D%E0%AC%A5%E0%AD%8D%E0%AD%9F-%E0%AC%B6%E0%AC%BF/
2018-07-16T06:49:40Z
s3://commoncrawl/crawl-data/CC-MAIN-2018-30/segments/1531676589222.18/warc/CC-MAIN-20180716060836-20180716080836-00575.warc.gz
ory
0.999992
Orya
5
{"ory_Orya_score": 0.9999916553497314}
ପୁରୁଷ ହୁଅନ୍ତୁ ବା ମହିଳା, ଯିଏ ଥରେ ପୋଲିସ ଚାକିରି ପାଇଗଲେ ସେ ପୋଷାକ ବଳରେ ବଳୀୟାନ ହୋଇଯାଇଥାନ୍ତି। ଏପରିକି ପୋଲିସ ପୋଷାକରେ ନ ଥିଲେ ମଧ୍ୟ ତାଙ୍କ ଠାଣି ଅଧିକ କିଛି କହିଥାଏ। ନିକଟରେ ମହାରାଷ୍ଟ୍ରର କଲ୍ୟାଣୀଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଗତ ସୋମବାର ସନ୍ଧ୍ୟା ୭ଟା ୧୫ ମିନିଟ୍ରେ ମହିଳା ସବ୍ଇନ୍ସପେକ୍ଟର ପ୍ରତୀକ୍ଷା ଲାକ୍ଡେ ତିସ୍ଗାଓଁ ରୋଡ୍ସ୍ଥିତ ତିସାଇ ମନ୍ଦିରକୁ ଗାଉନ୍ ପିନ୍ଧି ବୁଲିବାକୁ ଯାଇଥିଲେ। ମନ୍ଦିର ପରିସରରେ ବସିଥିବା କେତେ ଜଣ ମହିଳାଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗାଉନ ପିନ୍ଧି ଭିତରକୁ ଯିବା ଠିକ୍ ନୁହେଁ ବୋଲି ଟିପ୍ପଣି ଦେଇଥିଲେ। ଏତିକିରେ ପ୍ରତୀକ୍ଷାଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା। ସେ ସ୍ଥାନୀୟ ମହିଳା ଆଶା ଗାଇକ୍ଓ୍ବାଡଙ୍କ ଉପରେ ହାତ ଉଠାଇଦେଇଥିଲେ। ପରେ ତାଙ୍କୁ ବିଧାଗୋଇଠା ମାରିଚାଲିଥିଲେ। ଉପସ୍ଥିତ ଲୋକେ ପ୍ରତୀକ୍ଷାଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ। ସେହି ବେଳର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିଲା। ମହିଳା ପୋଲିସ ଅଫିସରଙ୍କ ଅସୌଜନ୍ୟ ବ୍ୟବହାରର ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ଅନେକେ ତାଙ୍କୁ ନିନ୍ଦା କରିଛନ୍ତି। ସାମାନ୍ୟ କଥାକୁ ନେଇ ମାଡ଼ ମରାଯାଇଥିବାରୁ ପୀଡ଼ାତାଙ୍କୁ ନ୍ୟାୟ ମିଳୁ ବୋଲି ସାଧାରଣରେ ଦାବି ହୋଇଛି। ହେଲେ ପୀଡ଼ିତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
<urn:uuid:1d78d4e4-7cd6-4484-8a57-9ca0917c96e1>
CC-MAIN-2018-30
http://www.dharitri.com/main/news/10919
2018-07-18T06:29:32Z
s3://commoncrawl/crawl-data/CC-MAIN-2018-30/segments/1531676590069.15/warc/CC-MAIN-20180718060927-20180718080927-00575.warc.gz
ory
0.999932
Orya
4
{"ory_Orya_score": 0.9999322891235352}
ଲକ୍ଷ୍ନୌ : ଲକ୍ଷ୍ନୌରେ ଥିବା ଆଞ୍ଚଳିକ ପାସପୋର୍ଟ ଅଫିସରେ ଗତ ମାସରେ ତାନଭି ସେଠଙ୍କ ପାସପୋର୍ଟକୁ ନେଇ ହୋଇଥିବା ବିବାଦରେ ଏକ ନୂଆ ମୋଡ ଆସିଛି । ଏକ ବିଭାଗୀୟ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ପାସପୋର୍ଟ ଅଧିକାରୀ ବିକାଶ ମିଶ୍ର ଆବଶ୍ୟକତାଠାରୁ ଅଧିକ ପ୍ରଶ୍ନ ପଚାରିଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏହି ବିଭାଗୀୟ ତଦନ୍ତ ପରେ ଉକ୍ତ ଦମ୍ପତ୍ତିଙ୍କ ପାସପୋର୍ଟକୁ ମଂଜୁର କରାଯାଇଛି । ଲକ୍ଷ୍ନୌର ଆଞ୍ଚଳିକ ପାସପୋର୍ଟ ଅଧିକାରୀ ପିୟୁଷ ବର୍ମା କହିଛନ୍ତି ଯେ ଉକ୍ତ ଦମ୍ପତ୍ତିଙ୍କର ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ । ଆହୁରି ମଧ୍ୟ ନୂଆ ନିୟମ ଅନୁସାରେ ଭାରତର ଯେ କୌଣସି ସ୍ଥାନରେ ପାସପୋର୍ଟ ଆବେଦନ କରିହେବ । ଏସବୁକୁ ଦୃଷ୍ଟିରେ ରଖି ସେମାନଙ୍କୁ ପାସପୋର୍ଟ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ଜୁନ ୨୦ରେ ମହମ୍ମଦ ଅନସ ସିଦ୍ଦିକୀ ଓ ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ ପାସପୋର୍ଟ ଅଫିସରେ ଅଧିକାରୀ ବିକାଶ ମିଶ୍ର ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ କହିଥିଲେ । ଏହି ଅଭିଯୋଗକୁ ଟ୍ଵିଟ କରି ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ୟାଗ୍ କରିଥିଲେ । ଏହାକୁ ନେଇ ବିବାଦ ଦେଖାଯିବା ପରେ ମିଶ୍ରଙ୍କୁ ତରବରିଆ ଭାବେ ବଦଳି କରାଯାଇଥିଲା ।
<urn:uuid:05a90455-2aa1-4c88-b4c1-8554f9410179>
CC-MAIN-2018-30
http://sambad.in/india-and-beyond/govt-issues-passport-to-interfaith-couple-171012/
2018-07-20T06:49:08Z
s3://commoncrawl/crawl-data/CC-MAIN-2018-30/segments/1531676591543.63/warc/CC-MAIN-20180720061052-20180720081052-00575.warc.gz
ory
1.000007
Orya
5
{"ory_Orya_score": 1.0000072717666626}
ହୋଟେଲ୍ର ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍ ଭୁବନେଶ୍ୱର (ସଂଗ୍ରାମ କେଶରୀ ଦାସ ମହାପାତ୍ର): ଆପଣ ମହାକାଶ ଯାତ୍ରାର ସ୍ୱପ୍ନ ଦେଖୁଛନ୍ତି କି? ଜିରୋ ଗ୍ରାଭିଟିରେ ମହାକାଶଚାରୀଙ୍କ ପରି ଭାସି ବୁଲିବାକୁ ଚାହୁଁଛନ୍ତି କି? ଗୋଟିଏ ଦିନରେ ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ଚାହୁଁଛନ୍ତି କି? କିଛି ନହେଲେ ବି, ଆପଣ ପୃଥିବୀ ବାହାରେ ଛୁଟି କଟାଇବାକୁ ଚାହୁଁଛନ୍ତି କି? ଆଉ ୪ ବର୍ଷ ଅପେକ୍ଷା କରନ୍ତୁ । ଆପଣଙ୍କ ଇଚ୍ଛା ୨୦୨୨ ମସିହା ସୁଦ୍ଧା ପୂରଣ ହୋଇପାରେ । କାରଣ ମହାକାଶରେ ପ୍ରଥମ ବିଳାସପୂର୍ଣ୍ଣ ହୋଟେଲ ଖୋଲିବାକୁ 'ଅରିଅନ୍ ସ୍ପାନ୍' ନାମକ ଏକ କମ୍ପାନୀ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ସ୍ପେସ୍ ୨.୦ ସମ୍ମିଳନୀରେ ଘୋଷଣା କରିଛି । ମହାକାଶରେ ସ୍ଥାପିତ ହେବାକୁ ଥିବା ଏହି ହୋଟେଲର ନାଁ ରହିବ 'ଅରୋରା ଷ୍ଟେସନ୍' । ଅରୋରା ଷ୍ଟେସନ୍ ୨୦୨୧ ମସିହାରେ ପୃଥିବୀ ପୃଷ୍ଠରୁ ୩୨୨ କିଲୋମିଟର ଦୂରରେ ଅବସ୍ଥାପିତ ହେବ । ଏହା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍ଏସ୍ ଠାରୁ ମାତ୍ର ୮୦ କିଲୋମିଟର ତଳେ ପୃଥିବୀକୁ ଦିନକୁ ୧୬ଥର ପରିକ୍ରମା କରିବ । ପ୍ରତି ୯୦ ମିନିଟରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିହେବ । ସେଠାରେ ଆପଣ ମାଇକ୍ରୋ ଗ୍ରାଭିଟି ବା କ୍ଷୀଣ ମାଧ୍ୟାକର୍ଷଣରେ ଭାସିବୁଲିବେ । ମହାକାଶଚାରୀଙ୍କ ଭଳି ସମସ୍ତ ଅନୁଭୂତି ପାଇବେ । ମହାକାଶରେ ରହି ହାଇସ୍ପିଡ୍ ଇଣ୍ଟରନେଟ୍ ସାହାଯ୍ୟରେ ପୃଥିବୀରେ ଥିବା ପରିବାରଲୋକ କିମ୍ବା ବନ୍ଧୁ ଓ ପ୍ରିୟଜନଙ୍କୁ ସହ ଭିଡିଓ କଲ୍ କରିପାରିବେ । ମହାକାଶରୁ ପୃଥିବୀକୁ ଦେଖିବାର ସୁଯୋଗ ପାଇବେ । ୨୦୨୨ ମସିହା ସୁଦ୍ଧା ସେହି ହୋଟେଲରେ ରହିବା ପାଇଁ ଲୋକ ପଠାଇବା ଆରମ୍ଭ କରିବ 'ଅରିଅନ୍ ସ୍ପାନ୍' କମ୍ପାନୀ । ତେବେ ଏଥିପାଇଁ କମ୍ପାନୀ ୱେବସାଇଟରେ ବୁକିଂ ଆରମ୍ଭ ହୋଇସାରିଛି । ହୋଟେଲରେ ଥରକେ ୬ଜଣ ଲୋକ (୨ଜଣ ସହାୟକଙ୍କ ସମେତ) ୧୨ ଦିନ ପାଇଁ ରହିପାରିବେ । ତେବେ ଏଥିପାଇଁ ଯାତ୍ରା ପୂର୍ବରୁ ଆପଣଙ୍କୁ ୩ମାସ ପ୍ରଶିକ୍ଷଣ ନେବାକୁ ପଡ଼ିବ । ଏବେ ଆସିବା ଖର୍ଚ୍ଚ ପ୍ରସଙ୍ଗକୁ । ମହାକାଶରେ ସ୍ଥାପିତ ହେବାକୁ ପ୍ରଥମ ବିଳାସପୂର୍ଣ୍ଣ ହୋଟେଲ୍ 'ଅରୋରା ଷ୍ଟେସନ୍'ରେ ଗୋଟିଏ ଯାତ୍ରା ଅର୍ଥାତ୍ ୧୨ ଦିନ ପାଇଁ ଜଣଙ୍କୁ ୯.୫ ମିଲିୟନ୍ ଆମେରିକୀୟ ଡଲାର୍ ଅର୍ଥାତ୍ ପ୍ରାୟ ୬୨ କୋଟି ଟଙ୍କା ଦେବାକୁ ପଡ଼ିବ । ତେବେ ଏଥିପାଇଁ ଆପଣଙ୍କୁ ଏବେଠୁ ହୋଟେଲ୍ ବୁକ୍ କରିବାକୁ ଫେରସ୍ତ ଯୋଗ୍ୟ ୮୦ ହଜାର ଡଲାର୍ ଅର୍ଥାତ୍ ପ୍ରାୟ ୫୨ଲକ୍ଷ ଟଙ୍କା ଅଗ୍ରୀମ ଦେବାକୁ ପଡ଼ିବ ।
<urn:uuid:05a4f721-c73b-4b16-a1f7-5b43939f87b4>
CC-MAIN-2018-30
http://khabar.odishatv.in/top-news/first-time-new-luxury-hotel-to-open-in-space/4184/
2018-07-21T07:44:03Z
s3://commoncrawl/crawl-data/CC-MAIN-2018-30/segments/1531676592420.72/warc/CC-MAIN-20180721071046-20180721091046-00255.warc.gz
ory
1.000005
Orya
12
{"ory_Orya_score": 1.0000050067901611}
କାଳବୈଶାଖୀ ସତର୍କ ସୂଚନା: ରାତି ୧୦ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଭୁବନେଶ୍ୱର: କାଳବୈଶାଖୀ ନେଇ ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ବର୍ଷା, ବଜ୍ରପାତ ଓ ଝଡ଼ତୋଫାନ ସହ କୁଆପଥର ମାଡ଼ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୦ଟି ଜିଲ୍ଲାର ଲୋକଙ୍କୁ ରାତି ୧୦ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ କହିଛି। ଆଜି ସନ୍ଧ୍ୟାରୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି।
<urn:uuid:57004ae3-5112-4a2b-84bc-b2e27ee44504>
CC-MAIN-2018-30
http://khabar.odishatv.in/top-news/thunderstorm-alert-in-odisha/3935/
2018-07-21T08:03:44Z
s3://commoncrawl/crawl-data/CC-MAIN-2018-30/segments/1531676592420.72/warc/CC-MAIN-20180721071046-20180721091046-00255.warc.gz
ory
0.999971
Orya
10
{"ory_Orya_score": 0.9999706745147705}
ଟିଭିରେ କ'ଣ ଦେଖୁଛନ୍ତି ଆପଣ, ଜାଣି ପାରିବେ ସରକାର ନୂଆଦିଲ୍ଲୀ : ଏଣିକି ଆପଣ ଘରେ ବସି ଟିଭିରେ କ'ଣ ସବୁ ଦେଖୁଛନ୍ତି ତା' ଉପରେ କଡ଼ା ନଜର ରଖିବେ ସରକାର। ଏଥିପାଇଁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସ୍ୟାଟେଲାଇଟ୍ ସର୍ଭିସ ପ୍ରୋଭାଇଡର ଦ୍ୱାରା ସେଟ୍ଅପ୍ ବକ୍ସରେ ଏକ ଚିପ୍ ଖଞ୍ଜିବାକୁ ଯାଉଛି। ଯାହା ସରକାରଙ୍କୁ ଆପଣ ଦେଖୁଥିବା ଚ୍ୟାନେଲ୍ ବିଷୟରେ ଖବର ଦେବ ଅର୍ଥାତ ଚିପ୍ ଦ୍ୱାରା ଟ୍ରାକିଂ କରି ସରକାର ତଥ୍ୟ ହାସଲ କରିବାକୁ ଚାହୁଁଛନ୍ତି। ଖବର ଅନୁସାରେ ଟେଲିଭିଜନ ଉପରେ କଡ଼ା ନଜର ରଖିବାକୁ ସରକାର ଚାହୁଁଛନ୍ତି। ତେଣୁ ଏହି ନୂଆ ପ୍ରସ୍ତାବ ଉପରେ ମତାମତ ଦେବା ପାଇଁ ଏହାକୁ ଟେଲିକମ୍ ଅଥୋରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ପାଖକୁ ପଠାଇଯାଇଛି। BARC (ବ୍ରୋଡକାଷ୍ଟିଂ ଅଡିଆନ୍ସ ରିସର୍ଚ୍ଚ କାଉନ୍ସିଲ୍) ଦ୍ୱାରା ଦିଆଯାଉଥିବା ତଥ୍ୟ ଉପରେ ସତର୍କ ରହି ସରକାର ଏପରି ନିଷ୍ପତ୍ତି ନେଉଥିବା କୁହାଯାଉଛି। କାରଣ ସରକାରଙ୍କୁ ଲାଗୁଛି ଯେ, BARC ଏଦିଗରେ ଏକଚାଟିଆ ଭାବେ କାର୍ଯ୍ୟ କରୁଛି। ତଥ୍ୟ କେଉଁଠି ଆଣିଲା, କେଉଁ ପଦ୍ଧତିରେ ଆଣିଲା ଏବଂ କେଉଁ ଅଞ୍ଚଳକୁ ସର୍ଭେ କରି ତଥ୍ୟ ଆଣିଲା ଏସବୁ ବିଷୟରେ କୌଣସି ସୂଚନା ଦିଏ ନାହିଁ। BARCର ଏପର୍ଯ୍ୟନ୍ତ କୌଣସି ବିକଳ୍ପ ନଥିବାରୁ ଏପରି ହେଉଛି। ସୂଚନା ମନ୍ତ୍ରଣାଳୟ ଅନୁସାରେ ଏହି ନୂଆ ସୁବିଧା ଲାଗୁ ହେଲେ କେଉଁ ଚ୍ୟାନେଲ୍କୁ କେତେ ଲୋକ ଦେଖୁଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ିବ। ଫଳରେ ବିଜ୍ଞାପନ ଦାତା ଓ DAVP( ଡାଇରେକ୍ଟର ଅଫ୍ ଆଡଭାଟାଇଜିଂ ଆଣ୍ଡ ଭିଜୁଆଲ ପବ୍ଲିସିଟି)କୁ ନିଜର ବିଜ୍ଞାପନ ଚଳାଇବା ସହଜ ହେବ। ଏଥିସହିତ ଚ୍ୟାନେଲ୍ର ଲୋକପ୍ରିୟତା ମଧ୍ୟ ପ୍ରଚାର ହେବ। ଏପଟେ BARCର କହିବା କଥା ହେଲା ସେମାନେ ମନ୍ତ୍ରଣାଳୟର ଗାଇଡ୍ଲାଇନ୍ ଅନୁସାରେ କାମ କରୁଛନ୍ତି। BARC ନିଜର BAR-O ମିଟର ସାହାଯ୍ୟରେ ଅଡିଆନ୍ସଙ୍କୁ ୱାଟର୍ମାର୍କିଂ କରି ଚ୍ୟାନେଲ୍ଗୁଡ଼ିକ ଠାରୁ ସିଧାସଳଖ ତଥ୍ୟ ଏକତ୍ରିତ କରିଥାଏ। କିନ୍ତୁ ଏ ବିଷୟରେ କେବୁଲ କିମ୍ବା ଡାଇରେକ୍ଟ-ଟୁ-ହୋମ୍ ସେବା ପ୍ରଦାନକାରୀ କିଛି ଜାଣି ପାରିନଥାନ୍ତି।
<urn:uuid:e5ed24e9-cb43-489a-9a40-6e8aee4c288f>
CC-MAIN-2018-30
http://khabar.odishatv.in/top-news/govt-wants-know-what-you-watch-tv/4946/
2018-07-22T07:02:07Z
s3://commoncrawl/crawl-data/CC-MAIN-2018-30/segments/1531676593051.79/warc/CC-MAIN-20180722061341-20180722081341-00575.warc.gz
ory
0.999946
Orya
7
{"ory_Orya_score": 0.999945878982544}
ମୁମ୍ବାଇ: ଦୁଇ ପୃଥକ୍ ଅଗ୍ନିକାଣ୍ଡରେ ତିନି ମୃତ ନୂଆଦିଲ୍ଲୀ: ଗୁରୁବାର ଦିନ ନଓ୍ଵି ମୁମ୍ବାଇ ଅନ୍ତର୍ଗତ ଏୟାରୋଲି ସେକ୍ଟର-୩ସ୍ଥିତ ଏକ କସ୍ମେଟିକ୍ ଦୋକାନରେ ନିଅାଁ ଲାଗିଯିବାରୁ ଦୁଇ ଜଣଙ୍କର ଜୀବନ ହାନି ଘଟିଛି। ସେମାନେ ହେଉଛନ୍ତି ମାଆ ଓ ଝିଅ। ଘଟଣାସ୍ଥଳକୁ ଦୁଇଟି ଦମକଳ ଯାଇ ଘଣ୍ଟାଏ କାଳ ପରିଶ୍ରମ କରିବା ପରେ ନିଅାଁ ଲିଭାଇ ଥିଲେ। ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଆନ୍ଧେରିସ୍ଥିତ ମିତ୍ତଲ୍ ଇଷ୍ଟେଟ୍ ବିଲ୍ଡିଙ୍ଗ୍ସ ଅନ୍ତର୍ଗତ ଏକ ଗୋଦାମରେ ନିଅାଁ ଲାଗିଯିବାରୁ ଜଣକର ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ହେଉଛନ୍ତି ୩୦ ବର୍ଷିୟ ପ୍ରଦୀପ ବିଶ୍ୱକର୍ମା। ଡାକ୍ତରଖାନାକୁ ନିଆଯିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
<urn:uuid:359a44db-de1d-4170-a90a-64e0023fa7ce>
CC-MAIN-2018-30
http://sambad.in/india-and-beyond/three-killed-in-two-separate-incidents-of-fire-in-mumbai-84843/
2018-07-15T19:09:50Z
s3://commoncrawl/crawl-data/CC-MAIN-2018-30/segments/1531676588961.14/warc/CC-MAIN-20180715183800-20180715203800-00354.warc.gz
ory
0.999976
Orya
6
{"ory_Orya_score": 0.9999760389328003}
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୪ ଘଣ୍ଟା ଭିତରେ ରାଜ୍ୟରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ବଲାଙ୍ଗୀର ଓ କନ୍ଧମାଳରେ ପୋଲିସ ଏନକାଉଣ୍ଟର କରି ଦୁଇ ଜଣ ଲେଖାଏଁ ମାଓବାଦୀଙ୍କୁ ମାରିଛି। କନ୍ଧମାଳ ସୁଡ଼ୁରୁକୁମ୍ପାରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨ଜଣ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କଠାରୁ ୪ଟି ବନ୍ଧୁକ ଜବତ କରାଯାଇଛି। ସେହିପରି ଗତକାଲି ରାତିରେ ବଲାଙ୍ଗିର ବେଲପଡ଼ା ଥାନା ଅନ୍ତର୍ଗତ ଡୁଡୁକାମାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଏନ୍କାଉଣ୍ଟରରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ ଡିଭିଜିନାଲ କମିଟି ମେମ୍ବର ସଞ୍ଜୀବ ଓ ଏରିଆ କମିଟି ମେମ୍ବର ରାକେଶ। ସଞ୍ଜୀବ ନାଁରେ ୫ ଲକ୍ଷ ଓ ରାକେଶ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ମୃତ ମାଓବାଦୀଙ୍କଠାରୁ ଗୋଟିଏ AK-47 ଓ ଗୋଟିଏ ଇନସାନ୍ ରାଇଫଲ୍ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଉଭୟେ ବଲାଙ୍ଗିର-ବରଗଡ଼-ମହସମୂଦ ବିବିଏମ୍ ଡିଭିଜନ୍ର ବଲାଙ୍ଗିର ପ୍ଲାଟୁନର ନେତୃତ୍ୱ ନେଉଥିଲେ। ଅପରେସନ୍ରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ପୋଲିସ୍ ସନ୍ଦେହ କରୁଛି। ଚଳିତବର୍ଷ ବିଭିନ୍ନ ଅପରେସନ୍ରେ ୯ଜଣ ମାଓବାଦୀ ପ୍ରାଣ ହରାଇଲେଣି।
<urn:uuid:aca54bac-8dff-4eca-8aea-e28a8f48c883>
CC-MAIN-2018-30
http://odishareporter.in/odisha/4-maoist-killed-in-odisha-in-24-hour-235823
2018-07-17T18:59:10Z
s3://commoncrawl/crawl-data/CC-MAIN-2018-30/segments/1531676589892.87/warc/CC-MAIN-20180717183929-20180717203929-00354.warc.gz
ory
0.99964
Orya
7
{"ory_Orya_score": 0.999639630317688}
ମନ୍ତ୍ରୀମାନେ ରାଜାଙ୍କୁ ପରାମର୍ଶ ଦେବାଲାଗି ନିଯୁକ୍ତ ହୋଇଥାନ୍ତି । ସୁତରାଂ ମନ୍ତ୍ରୀମାନେ ଅତ୍ୟନ୍ତ ଚତୁର ଥିବା ଜଣାଯାଏ । ଠିକ୍ ସେହିପରି ଜଣେ ରାଜାଙ୍କ ପାଖରେ ଚତୁର ମନ୍ତ୍ରୀ ଥିଲେ । ସେ ରାଜ ନଅର ଜଗିବା ପାଇଁ ଜଣେ ମାତ୍ର ସୈନିକକୁ ନିଯୁକ୍ତି ଦେଲେ । ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ମନ୍ତ୍ରୀଙ୍କୁ ପଚାରିଲେ, "ଏଡେ ବଡ ରାଜପ୍ରାସାଦ, ତା' ସାଥୀରେ ପୁଣି ମୂଲ୍ୟବାନ ରତ୍ନ ଭଣ୍ଡାର ଜଗିବା ପାଇଁ ଜଣେ ସିପାହୀ କ'ଣ କରିପାରିବ? ଅଧିକ ସିପାହୀ ନିଯୁକ୍ତିରେ ଅସୁବିଧା କ'ଣ ଥିଲା?" ଏହାଶୁଣି ମନ୍ତ୍ରୀ କହିଲେ, "ମଣିମା! ଯେଉଁଠି ଜଣେ ସିପାହୀ ହେଲେ କାମ ଚଳିଯିବ ସେଠାରେ ଅଧିକ ନିଯୁକ୍ତି ଦେଇ କାହିଁକି ରାଜକୋଷରୁ ଅର୍ଥ ଅପବ୍ୟୟ କରିବା? ସିପାହୀ ଜଣକ ଯଦି ସାଧୁ, ସଚ୍ଚୋଟ ଓ କର୍ମନିଷ୍ଠ ହୋଇଥିବ ତେବେ ସେ ଏକାହିଁ ସବୁ କାର୍ଯ୍ୟ କରିପାରିବ ।" ଏବେ ରାଜା ନୀରବ ରହିଲେ । ଦିନ ଗଡି ଚାଲିଲା । ଦିନେ ରାତ୍ରିରେ ଜଗୁଆଳି ସିପାହୀ ଜଣକ ଘୋର ବିପଦର ସମ୍ମୁଖୀନ ହେଲା । ଅବଶ୍ୟ ଜଣେ ବ୍ୟକ୍ତିଙ୍କର ସହଯୋଗରେ ସିପାହୀ ଜଣକ ବିପଦମୁକ୍ତ ହୋଇଗଲା । ତାଙ୍କୁ କୃତଜ୍ଞତା ଜଣାଇ ସିପାହୀ ଜଣକ କହିଲା, "ଭାଇ, ମୁଁ ତୁମ ପାଖରେ ଚିର ଋଣୀ । ଦରକାରବେଳେ ତୁମ ଋଣ ପରିଶୋଧ କରି ମୁକ୍ତ ହେବି ।" ଏହି କଥାଟି ଦିନେ ରାଜାଙ୍କ କାନକୁ ଆସିଲା । ରାଜା ଭାବିଲେ ଭବିଷ୍ୟତରେ ସିପାହୀ ଲୋକଟିର ଋଣ ପରିଶୋଧ କରିବା ପାଇଁ ଅସାଧୁ ଉପାୟ ଅବଲମ୍ବନ କରିପାରେ । ସୁତରାଂ ସିପାହୀର ସାଧୁତା ପରୀକ୍ଷା କଲେ ଜଣାଯିବ ଯେ ସିପାହୀ କେତେ ସଚ୍ଚୋଟ? ଏବେ ରାଜା କଲେ କ'ଣ ନା, ସିପାହୀକୁ ବିପଦ ବେଳେ ସାହାଯ୍ୟ କରିଥିବା ଲୋକଟିକୁ ଡକାଇ ପଠାଇଲେ । ସେ ଲୋକଟି ଥିଲା ପ୍ରକୃତରେ ଏକ ଚୋର । ରାଜା ସେ ଲୋକକୁ କହିଲେ, "ତୁ ଏବେ ଯାଇ ସିପାହୀ ରାଜନଅରରେ ପହରା ଦେଉଥିବା ବେଳେ ତୋର ଋଣପରିସୋଧ କରିବା କଥା କହିବୁ । କୃତଜ୍ଞତା ପରିଶୋଧ କରିବା ସ୍ୱରୂପ ରାଜାନଅର ଭିତରକୁ ପ୍ରବେଶ କରିବା ପାଇଁ ଅନୁରୋଧ କରିବୁ ।"
<urn:uuid:038d0773-a2a1-4bd3-8895-e727a542fce5>
CC-MAIN-2018-30
http://odiagapa.com/%E0%AC%95%E0%AC%B0%E0%AD%8D%E0%AC%AE%E0%AC%A8%E0%AC%BF%E0%AC%B7%E0%AD%8D%E0%AC%A0-%E0%AC%B8%E0%AC%BF%E0%AC%AA%E0%AC%BE%E0%AC%B9%E0%AD%80/
2018-07-16T10:30:31Z
s3://commoncrawl/crawl-data/CC-MAIN-2018-30/segments/1531676589251.7/warc/CC-MAIN-20180716095945-20180716115945-00301.warc.gz
ory
0.999996
Orya
6
{"ory_Orya_score": 0.9999964237213135}
– ରାଧାକାନ୍ତ ଦାଶ ନୂଆ ଘରକୁ ଆସି ଜିନିଷ ସଜାଡିବାରେ ବ୍ୟସ୍ତ ପରିଧି। କିଛି ସମୟ ପରେ ତାର ଆଖି ପଡିଲା ଗୋଟେ କାଗଜ କାର୍ଟୁନ ଉପରେ, ଯାହାକି ଘରର ଗୋଟେ କୋଣରେ ରହିଥିଲା। ପରିଧି ସେ କାଗଜ କାର୍ଟୁନ ପାଖକୁ ଯାଇ ଖୋଲିବାରୁ ସେଥିରୁ ବାହାରିଲା ତା ସହ ଅଫିସରେ ବିତିଥିବା କିଛି ମୁହୂର୍ତ୍ତର ଫଟୋ। କିଛି ଅଫିସ ଷ୍ଟାଫଙ୍କ ସହ ପିକନିକ ଏବଂ ଚା ପିଇବାର ଫଟୋ। ଦୀପାବଳୀ ଓ ହୋଲି ଉତ୍ସବର କିଛି ସ୍ମରଣୀୟ ମୁହୂର୍ତ୍ତ ବାନ୍ଧି ହୋଇ ରହିଥିଲା ସେ ଫଟୋ ଭିତରେ। ଫଟୋ ଗୁଡ଼ିକୁ ଦେଖି ସ୍ମିତ ହାସ୍ୟ ଖେଳି ଯାଇଥିଲା ପରିଧି ମୁହଁରେ, ହେଲେ ମନରେ ଆଉ କିଛି। ଫଟୋକୁ ଧରି ପରିଧି ଭାବିବାକୁ ଲାଗିଲା ବିତିଯାଇଥିବା ଦିନଗୁଡିକୁ। ଏମ୍॰ବି॰ଏ॰ ସାରିବା ପରେ ଗୋଟେ ପ୍ରାଇଭେଟ ମାର୍କେଟିଂ ଅଫିସରେ କାମ କରେ। ସବୁବେଳେ ନିଜ କାମରେ ହେଲା ନ କରି ନିଜ ଅଫିସରେ ସମୟ ଦିଏ ପରିଧି। ଏଭିତରେ ତାର ବିବାହ ହୋଇଛି ପ୍ରିୟ ସାଥିରେ। ପ୍ରିୟ ଜଣେ ଡେଣ୍ଟିଷ୍ଟ। ଘର ପାଖରେ ନିଜର କ୍ଲିନିକ୍ କରି ବେଶ୍ ଭଲ ନାଁ କରିଛନ୍ତି। ବିବାହ ପରେ ଦମ୍ପତିମାନେ କୁଆଡେ ବୁଲିବାକୁ ଗଲାବେଳେ ପରିଧି ଯାଉଥିଲା ଏକା, ତା ପୁଣି ଅଫିସ କାମରେ। ସବୁ ସପ୍ତାହର ଶେଷଦିନ ମାନେ ରବିବାର ପାଇଁ କିଛି ନା କିଛି ପୋଗ୍ରାମ କରେ ପ୍ରିୟ। ହେଲେ ସରି, କହି ଅଫିସ ବାହାରି ଯାଏ ପରିଧି। କଣ ବା କରିବ ଅଫିସର କାମ ବି କରିବାକୁ ପଡିବ। ପ୍ରିୟ ଏସବୁରେ ଖରାପ ଭାବେନି। କାରଣ ସେ ପରିଧିକୁ ଠିକ୍ ରେ ଚିହ୍ନେ। ପରିଧିର ଡେରି ରାତି ପର୍ୟ୍ୟନ୍ତ କାମ କରି ଲେଟରେ ଘରକୁ ଫେରିବା ଓ ଶୋଇବାକୁ ଗଲାବେଳେ ଲାପଟପ ଧରି ଘରେ ବି ଅଫିସ କାମ କରେ, ହେଲେ ଏସବୁ ରେ ବିରକ୍ତ ହୁଏନି ପ୍ରିୟ। କାମ ସାରିବା ପରେ ଦୁହେଁ ମିଶି ରୋଷେଇ କରନ୍ତି ଓ ତା ଭିତରେ ଗପସପ। ରୁଟି ତିଆରି ପରିଧିକୁ ଆସେ ହେଲେ ରୁଟି ପୃଥିବୀ ପରି ଗୋଲ ନହୋଇ ହୋଇଯାଏ ଭାରତ ପରି। କିନ୍ତୁ ପ୍ରିୟକୁ ରୁଟି ତିଆରି ଆସେ ସେଥିପାଇଁ ପ୍ରିୟ ସବୁବେଳେ ରୁଟି ତିଆରି କରେ। ଏଇମିତିରେ ଚାଲେ ତାଙ୍କ ଜୀବନ ସଂସାର। ପରିଧିକୁ ଡେରି ରାତି ପର୍ୟ୍ୟନ୍ତ କାମ କରିବା ଦେଖି ଅଫିସର ସାଙ୍ଗ ମାନେ କହନ୍ତି, " ଆରେ ତୁ ଏଠି ଏମିତି ଏତେ ରାତି ପର୍ୟ୍ୟନ୍ତ କାମ ନ କରି କିଛି ସମୟ ତୋ ମିଷ୍ଟରଙ୍କୁ ଦେବା କଥା। " ପରିଧି କହେ, " ଆରେ ଦେଖୁଚୁ ତ ଏଠି ଏତେ କାମ, କଣ କରିବି ?" ଆଉ ଜଣେ ସାଙ୍ଗ କହେ, " ତୋ ପରି ସଚ୍ଚୋଟ କର୍ମଚାରୀଙ୍କୁ କେବେ ବାହା ହେବା କଥା ନୁହେଁ। " ସମସ୍ତେ ହସନ୍ତି, ପରିଧି ଭାବେ ସେ ଅଫିସର କାମ ପାଇଁ ପ୍ରିୟଠୁ ଦୂରେଇ ଯାଉନିତ ? ଫୋନ ଆସେ ପ୍ରିୟର। କିଛି ସମୟ କଥାହୋଇ ପୁଣି କାମରେ ଲାଗିଯାଏ ପରିଧି। ଅଫିସର ଡାଇରେକ୍ଟର ମଧ୍ୟ ଖୁସି ପରିଧି ଉପରେ। ହେବେନି ବା କେମିତି ପରିଧି ଭଳି କର୍ତ୍ତବ୍ୟପରାୟଣ କର୍ମଚାରୀ ପାଇ ତାଙ୍କ ଅଫିସ ବହୁତ ଆଗରେ। ଏମିତିରେ ଦୁଇବର୍ଷ ବିତିଗଲାଣି। ପରିଧି ଏବେ ଗର୍ଭବତୀ। ଏକଥା ଜାଣିବା ପରେ ପ୍ରିୟ କହେ, " ଏବେ ଅଫିସ କାମ ସହିତ ତୁମକୁ ଆମ ସନ୍ତାନର ଧ୍ୟାନ ରଖିବାକୁ ପଡିବ। " ପରିଧି କହେ, ' କାଇଁ ତମେ କୁଆଡେ ଗଲ କି ?" ଦୁହେଁ ବହୁତ ଜୋରରେ ହସନ୍ତି। " ଆଉ କିଛି ଦିନପରେ ଆମ ଅଫିସର ଫାଉଣ୍ଡେସନ ଡେ। ଆଉ ଏଥରକ 'ବେଷ୍ଟ ଏମ୍ପ୍ଲୋଇ ଅଫ ଇଅର ଆୱାର୍ଡ' ମୋତେ ମିଳିବ ବୋଲି ସାର କହିଲେ ଆଉ ତା ସାଙ୍ଗକୁ ପ୍ରମୋସନ। କାହିଁକି ନା ମୋ ପାଇଁ ଆମ ଅଫିସ ଆଜି ଏତେ ଉପରେ। " ଏକଥା ଶୁଣି ପ୍ରିୟ ଆଗୁଆ ଅଭିନନ୍ଦନର ମେଘ ଢାଳି ପକାଏ ପରିଧି ଉପରେ। ପରିଧି ଏବେ ଛଅ ମାସର ଗର୍ଭବତୀ। ଆଜି ଦେହ ଠିକ୍ ନ ଲାଗିବାରୁ ଜଲଦି ଅଫିସରୁ ଘରକୁ ଫେରିଆସେ। ପରିଧିକୁ ଏତେ ଜଳଦି ଘରେ ଦେଖି ପ୍ରିୟ କୁହେ, " କଣ ମାଡାମ ଆଜି ଏତେ ଜଲଦି ? ମୁଁ ସ୍ଵପ୍ନ ଦେଖୁନାହିଁ ତଃ ?" ଦୁହେଁ ଖୁବ୍ ମଜା କରନ୍ତି। ଅଫିସର ନୋଟିସ ବୋର୍ଡ ରେ 'ବେଷ୍ଟ ଏମ୍ପୋଲୋଇ ଅଫ ଇଅର ଆୱାର୍ଡ' ଆଉ କାହା ନାଁ ପାଖରେ ଦେଖି ପରିଧି ରାଗିଯାଏ। ତା' ଆଖିରୁ ଝରିପଡେ ଦୁଇଧାର ଲୁହ। ସେ ଜୋର-ଜୋର ପାଦ ପକେଇ ଫେରେ ତା କ୍ୟାବିନ୍ କୁ। ପରିଧି ସହ କାମ କରୁଥିବା ଅନନ୍ୟାକୁ ଦିଆଯାଏ 'ବେଷ୍ଟ ଏମ୍ପୋଲୋଇ ଅଫ ଇଅର ଆୱାର୍ଡ'। ସମସ୍ତେ ଅନନ୍ୟାକୁ ଶୁଭେଛାର ବାର୍ତ୍ତା ଦେଉଥାନ୍ତି। ଏସବୁ ଦେଖି ବହୁତ ଭାଙ୍ଗିପଡେ ପରିଧି। ଡାଇରେକ୍ଟରଙ୍କୁ ଦେଖାକରିବା ପାଇଁ ଯାଏ ତାଙ୍କ କ୍ୟାବିନ୍ କୁ। ଡାଇରେକ୍ଟର, " ପ୍ଳିଜ୍ ସିଟ୍।" ପରିଧି କିଛି କହିବା ଆଗରୁ ଡାଇରେକ୍ଟର କୁହନ୍ତି, " ପରିଧି ! ଆଇ ଆମ୍ ସରି। ମୁଁ କଣ କରିବି ? ତୁମେ ଏବେ ପ୍ରେଗନେଣ୍ଟ ତା' ପୁଣି ଛଅ ମାସର। ଆଉ ତୁମେ କାମ କରୁଥିବା ଫାଇଲ ମୁଁ ଏବେ ଅନନ୍ୟାକୁ ଦେଲି। ବିକଚ୍ ତୁମେ କୌଣସି ମୁହୂର୍ତ୍ତରେ ଇରେଗୁଲାର ହେଇପାର। ଆଉ ସେ କଷ୍ଟମର ଚାହାନ୍ତି ଯେ ତାଙ୍କ ଫାଇଲ 'ବେଷ୍ଟ ଏମ୍ପ୍ଲୋଇ ଅଫ ଇଅର ଆୱାର୍ଡ' ହିଁ କରନ୍ତୁ। ଆଉ ତୁମେ ଜାଣିଛ ସେ ଆମ ଅଫିସର ପୁରୁଣା କଷ୍ଟମର। ସେଥିପାଇଁ ଆମେ ବାଧ୍ୟ ହୋଇ ଅନନ୍ୟାକୁ 'ବେଷ୍ଟ ଏମ୍ପ୍ଲୋଇ ଅଫ ଇଅର ଆୱାର୍ଡ' ଦେବାକୁ ବାଧ୍ୟ ହେଲୁ। ନହେଲେ ମୁଁ କଣ ଅଫିସର ସମସ୍ତ ଷ୍ଟାଫ ଜାଣିଛନ୍ତି ଯେ ତୁମେ କେତେ କାମ କର। " ପରିଧି କଣ କହିବ କିଛି ବୁଝିପାରୁ ନଥିଲା। ମନେ ମନେ କାହା ଉପରେ ରାଗୁଥିଲା। ପୁଣି କହିଲେ ଡାଇରେକ୍ଟର, " ଆଉ କିଛିଦିନ ପରେ ଆମେ ତୁମକୁ ପ୍ରମୋସନ ଦେଉଛୁ ନା। ତା ପୁଣି ସିନିୟର ମ୍ୟାନେଜର। " ପରିଧି ଭାବୁଥିଲା ତାକୁ ଯେମିତି ତା ପ୍ରମୋସନ ଖାଲି ଖାଲି ରେ ମିଳିଯାଉଛି। ପ୍ରମୋସନ ପାଇବାକୁ ହକ୍-ଦାର ସେ। ପରିଧି ଡାଇରେକ୍ଟରଙ୍କ କ୍ୟାବିନ୍ ଠୁ ଫେରିଥିଲା। ମନରେ କଷ୍ଟ ଥିଲା। କି ଏତେ ପରିଶ୍ରମ ଆଊ ଏତେ କାମ ଯେଉଁ ଫାଇଲ ପାଇଁ କରୁଥିଲା ସେ ବି ତା' ହାତରୁ ଚାଲିଗଲା। ସେ ଘରକୁ ଫେରିଲା ପରେ ପ୍ରିୟକୁ ସବୁକଥା କହିଲା। ପ୍ରିୟ ଏକଥା ଶୁଣି କହିଲା, " ପ୍ରମୋସନ ପରେ ମୁଁ ତୁମକୁ 'ମ୍ୟାନେଜର ମାଡ଼ାମ' ବୋଲି ଡାକିବି। ଆଛା ଦେଖିଲ ସେପଟ ରୁମ୍ ରେ ତୁମକୁ କିଏ ଅପେକ୍ଷା କରିଛନ୍ତି।" ପରିଧି ଯାଇ ଦେଖେ ପ୍ରିୟର ମା ଆସିଛନ୍ତି। ପରିଧି ମାଙ୍କୁ ମୁଣ୍ଡିଆ ମାରେ। ପ୍ରିୟର ମା ପରିଧିକୁ ବହୁତ ଭଲ ପାଆନ୍ତି। ପରିଧି ମଧ୍ୟ ତାଙ୍କୁ। ସେ କେବଳ ପରିଧିର ଓ ଘରକୁ ଆସୁଥିବା ନୂତନ ଅତିଥିର ଭଲଭାବେ ଦେଖାଶୁଣା କରିବା ପାଇଁ ଆସିଛନ୍ତି। ପରିଧି ଅଫିସରେ ଥିଲାବେଳେ ତା ମୋବାଇଲକୁ ଫୋନ କରନ୍ତି ମା। ମଝିରେ ମଝିରେ କାମ ବ୍ୟସ୍ତରେ ରହି ମାଙ୍କ ଫୋନ ନ ନେଲେ, ମା ଫୋନ କରନ୍ତି ଅଫିସର ଲ୍ୟାଣ୍ଡଲାଇନ କୁ ଓ କୁହନ୍ତି, " ପରିଧି ତୋ ବ୍ୟାଗ୍ ରେ ମୁଁ ଆପେଲ ରଖିଦେଇଛି ଖାଇଦେବୁ। " ପରିଧି ବ୍ୟାଗ୍ ରେ ଦେଖେ ଆପେଲ ଅଛି। ପରିଧିକୁ ଏସବୁ ଭଲଲାଗେ ହେଲେ ରାଗ ବି ଲାଗେ। ତା ପାଇଁ ଭଲ ପାଇବା ଦେଖି ମାଙ୍କ ଉପରେ ଖୁସି ହୁଏ ପରିଧି। ଆଉ ସେତ ଏବେ ଛୋଟ ପିଲା ନୁହଁ ହେଲେ, କେତେ ବେଳେ ପାଣି ପିଇବୁ, କଣ ଖାଇବୁ କହନ୍ତି ଫୋନ୍ ଯୋଗେ ମା। ମୁଁ କଣ ଛୋଟ ପିଲା ଏକଥା ଭାବି ବେଳେ ବେଳେ ରାଗିଯାଏ ପରିଧି। ଏଇମିତିରେ କିଛିଦିନ ବିତିଗଲାଣି। ଆଜି ସନ୍ଧ୍ୟାରେ ଅଫିସର କଂଫେରେନସ ହଲରେ ମିଟିଙ୍ଗ ଅଛି। ପ୍ରମୋସନ ବି ମିଳିବ ପରିଧିକୁ। ଯେତେ ରାଗ ଦୁଃଖ ଥିଲେ ମଧ୍ୟ କେମିତି ଗୋଟେ ଖୁସି ଅଛି ପରିଧି ମୁହଁରେ। ସେ ମିଟିଙ୍ଗ ଚାଲିଥିବା ହଲର ଆଗାଧଡିର ଚେୟାରରେ ବସିଗଲା। ସଭା ଆରମ୍ଭ ହେଲା। ସିନିୟର ମ୍ୟାନେଜର ପ୍ରମୋସନ ପାଇଁ ଡକାଗଲା। ପରିଧି ଠିଆ ହୋଇଗଲା ସିଟ୍ ରୁ। ଶାଢୀ ସଜେଇବା ବେଳେ ମାଇକ୍ ରେ ପରିଧି ମିଶ୍ର ନ ଥିଲା। ଅନ୍ୟ ଜଣେ ଗଲେ ଓ ସିନିୟର ମ୍ୟାନେଜର ପୋଷ୍ଟ କୁ ପ୍ରମୋସନ ହେଲେ। ପରିଧି ଏସବୁ ସହ୍ୟ ନ କରି ଜୋରରେ ପାଦ ପକେଇ ପକେଇ ସିଧା ଫେରିଲା ନିଜ କ୍ୟାବିନ୍ କୁ। ତାକୁ ବହୁତ ରାଗ ଲାଗୁଥିଲା ଆଖିତଳ ଓଦା କରିସାରିଥିଲା ପରିଧି ଆଖିର ଲୁହ। ଲୁହକୁ ପୋଛିଲା ବେଳକୁ କ୍ୟାବିନ୍ କବାଟର କିଛି ଶବ୍ଦ ଶୁଣି ପରିଧି ଚାହେଁ ଡାଇରେକ୍ଟର କବାଟ ଖୋଲି କହିଲେ, " ପରିଧି ଅଫିସର ବୋର୍ଡ ମେମ୍ବରଙ୍କ କହିବା କଥା ଯଦି ଆମେ ତୁମକୁ ପ୍ରମୋସନ ଦେଉଛୁ ତେବେ ଠିକ ଅଛି, ହେଲେ ତୁମେ ଏବେ ଗର୍ଭବତୀ ଆଉ କିଛି ମାସପରେ ଆଉ କାମ କରିପାରିବ ନାହିଁ ସେଥିପାଇଁ….., ଆମେ ସରି ପରିଧି। " ଏକଥା ଗୁଡିକ ଶୁଣିଲା ପରେ ପରିଧି ଭାବୁଥିଲା, ଯେତେ ଦେହ ଖରାପ ହେଲେ ବି ମୁଁ ଅଫିସ ଆସିଛି। ଅଫିସ ପାଇଁ ମୋ ପରିବାର ସହ ମୁଁ ଠିକରେ ସମୟ କାଟିପାରିନି। ହେଲେ ଏ ଅଫିସ ମୋତେ ଦେଇଛି କଣ ? ନିଜର କ୍ରୋଧକୁ ସହ୍ୟ ନ କରିପାରି ସେ ଇସ୍ତଫା ଦେଇଛି। ଘରେ ପ୍ରିୟ ଓ ମା ବହୁତ ବୁଝେଇଛନ୍ତି। ହେଲେ ପରିଧିକୁ ଗ୍ରାସ କରିଛି ଏକ ଦୁଃଖଦ ସମୁଦ୍ର। ସେ ଘର ବାଲକୋନୀରେ ଠିଆ ହୋଇ ଦେଖୁଛି ସୂର୍ୟ୍ୟଙ୍କୁ। ସେ କେମିତି ଧୀରେ ଧୀରେ ଅସ୍ତ ହେଉଛନ୍ତି। ଅନ୍ଧାର ଆଗରେ ସୂର୍ୟ୍ୟଙ୍କ କିରଣ ହାରିଯାଇଛି। ମୁଁ ମଧ୍ୟ ସେହିପରି ହାରି ଯାଇଛି। କେତେବେଳେ ମା ଆସି ପାଖରେ ପଡିଥିବା ଚେୟାର ରେ ବସିସାରିଛନ୍ତି ପରିଧି ଜାଣିପାରିନି। ମା କହିଛନ୍ତି, " ପରିଧି ସୂର୍ୟ୍ୟ ସବୁଦିନ ଅସ୍ତ ହୁଏ। କିନ୍ତୁ କିଛି ଘଣ୍ଟାର ବ୍ୟବଧାନରେ ସେ ପୁଣି ଉଦୟ ହୁଏ ଏକ ନୂତନ ସକାଳ ସହ, ନୂତନ ଚିନ୍ତାଧାରା ନେଇ ନୂଆ କିଛି କରିବା ପାଇଁ। " ଏଇଭିତରେ ଦୁଇବର୍ଷ ହେଇଗଲାଣି। ପରିଧି ଏବେ କମ୍ପାନୀର ଡାଇରେକ୍ଟର। ମହିଳା ମାନଙ୍କ ପାଇଁ ଶସ୍ତାରେ ସାନିଟାରୀ ନାପକିନ୍ ଯୋଗାଉଥିବା କମ୍ପାନୀ କରି ତାକୁ ସଫଳ କରିବାରେ ସେ ବହୁ ପ୍ରଶଂସାର ପାତ୍ର। ମହିଳାମାନଙ୍କ ପାଇଁ ସାଜିଛନ୍ତି ଏକ ଜ୍ଵଳନ୍ତ ଉଦାହରଣ। ସେ ଜଣେ ସୁପ୍ରତିଷ୍ଠିତ ଶିଳ୍ପୋଦ୍ୟଗୀ ହୋଇପାରିଛି। ମା'ଙ୍କର ସେଇ କେଇପଦ କଥା ' ସୂର୍ୟ୍ୟ ସବୁଦିନ ଅସ୍ତ ହୁଏ ହେଲେ ଉଦୟ ବି ହୁଏ କିଛି ନୂଆ କରିବା ପାଇଁ। ' ପ୍ରିୟ ଓ ତାଙ୍କ ପୁଅ ପ୍ରଜ୍ଵଳ ସହିତ ପରିଧି ଏବେ ବେଶ୍ ଖୁସିରେ। …………………. ରତନପୁର ଶାସନ, କୁହୁଡି, ଖୋର୍ଦ୍ଧା -୭୫୨୦୨୭ ଓଡିଶା
<urn:uuid:626a40c8-2a14-4f3a-a853-67ef69989c91>
CC-MAIN-2018-30
http://odiapua.com/%E0%AC%85%E0%AC%AC%E0%AC%B6%E0%AD%8D%E0%AD%9F%E0%AC%AE%E0%AD%8D%E0%AC%AD%E0%AC%BE%E0%AC%AC%E0%AD%80/
2018-07-21T23:14:32Z
s3://commoncrawl/crawl-data/CC-MAIN-2018-30/segments/1531676592861.86/warc/CC-MAIN-20180721223206-20180722003206-00083.warc.gz
ory
0.999869
Orya
7
{"ory_Orya_score": 0.9998688697814941}
ରାୟଗଡା ୦୧/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )– ଜିଲ୍ଲା ସ୍ୱାସ୍ଥ୍ୟ ସମିତି ରାୟଗଡା ତରଫରୁ ଜେ କେ ପୁର ସ୍ଥିତ ମନୋରଂଜନ କେନ୍ଦ୍ର ଠାରେ ଡେଙ୍ଗୁ ଏବଂ ଭେକ୍ଟର ବାହିତ ରୋଗ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡ ବିଧାୟକ ଲାଲବିହାରୀ ହିମିରିକା, ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚନ୍ଦ୍ରିକା ପ୍ରସାଦ ଦାସ, ଉପ-ଜିଲ୍ଲାପାଳ ତଥା ଭାରପ୍ରାପ୍ତ ପିଏ, ଆଇଟିଡିଏ ପ୍ରବୀର କୁମା ନାୟକ, ଜେ.କେ.ପେପର ମିଲର କାର୍ଯ୍ୟନିର୍ବାହୀ ଉପ-ସଭାପତି ପି.କେ.ସୁରି, ଜିଲ୍ଲା ପରିଷଦ ମେମ୍ବର ପି.ଗୌରୀ, ରାୟଗଡା ବ୍ଲକ ଅଧ୍ୟକ୍ଷ ପି.ରାମୁଲୁ ପ୍ରମୁଖ ଉପସ୍ଥିତ ଥିଲେ। ବର୍ତମାନର ପରିସ୍ଥିତିରେ ରାୟଗଡା ଜିଲ୍ଲାରେ କିପରି ଡେଙ୍ଗୁ ସମସ୍ୟାକୁ ରୋକାଯାଇ ପାରିବ ତାହା ନେଇ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା। ରାୟଗଡା ଜିଲ୍ଲାରେ ପ୍ରଥମେ ମେ ମାସରେ ବିରନାରାୟଣପୁର ଗ୍ରାମରେ ୯ ଜଣଙ୍କ ଦେହର ଡେଙ୍ଗୁ ଭୂତାଣୁ ଥିବା ଚିହ୍ନଟ ହୋଇଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏକ ଚାରିଜଣିଆ ଟିମ ଗଠନ କରାଯାଇ ସ୍ୱଚ୍ଛଭାରତ ଅଭିଯାନ ଅନ୍ତର୍ଗତ ବିରନାରାୟଣପୁର ଗ୍ରାମ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା। ଆଶାକର୍ମୀ ମାନେ ଘର ଘର ବୁଲି ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ। ମଶା ବଂଶବିସ୍ତାର କରୁଥିବା ସ୍ଥାନ ଗୁଡିକୁ ସଫା ସୁତରା କରାଯାଇଥିଲା। ଏହି କାମରେ ଗ୍ରାମବାସୀ ମାନେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଗଠନ କରାଯାଇଥିବା ଟିମକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଏଥି ସହ ବିରନାରାୟଣପୁର ଏବଂ ଆଖପାଖ ଗ୍ରାମ ଗୁଡିକରେ ଫଗିଙ୍ଗ(ଧୁଆଁ ) ଛଡା ଯାଉଛି। ଜିଲ୍ଲାରେ ଅନ୍ୟ ୯ ଜଣଙ୍କ ଦେହରେ ଏନଏସ୧ ଏଲିସା ଡେଙ୍ଗୁ ଭୂତାଣ ଥିବା ଜଣାପଡିଥିଲା। ଜେ କେ ପୁର ର ୪ ଜଣ, ଅମଲାଭଟା ର ୩ ଜଣ, ପିତାମହଲ ଗ୍ରାମର ଜଣେ ଏବଂ ମୁନିଗୁଡାର ଜଣେ ଥିବା ଜଣା ପଡିଛି। ରାୟଗଡା ବ୍ଲକ ଅନ୍ତର୍ଗତ ସୁଲଭା ଗ୍ରାମରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ଜିଲ୍ଲା ପ୍ରଶାସନ ପ୍ରକାଶ କରିଥିଲେ ମଧ୍ୟ କେତେ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ତାହା ପ୍ରକାଶ କରିନଥିଲେ। ବର୍ତମାନ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜେ କେ କାଗଜ କଳ ମିଳିତ ଭାବେ ଡେଙ୍ଗୁ ଭୁତାଣୁକୁ ନାଶ କରିବା ପାଇଁ ହାତ ମିଳାଇଛନ୍ତି। ଡେଙ୍ଗୁ ଭୂତାଣୁକୁ ନାଶ କରିବା ପାଇଁ ଧୂଆଁ ଛାଡିବା, ମଶା ଗୁଡିକର ଲାଭା ଗୁଡିକୁ ନାଶ କରିବା ନିମନ୍ତେ ଔଷଧ ସ୍ପ୍ରେ ଏବଂ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଡେଙ୍ଗୁ ଭୂତାଣୁକୁ ସମୂଳେ ନାଶ କରିବା ପାଇଁ ଏହି ବୈଠକରେ ନିଷ୍ପତି ହୋଇଥିଲା।
<urn:uuid:b6dd0f70-b404-478d-aa80-48e117c6e66c>
CC-MAIN-2018-30
http://odiapua.com/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE%E0%AC%B8%E0%AD%8D%E0%AC%A4%E0%AC%B0%E0%AD%80%E0%AD%9F-%E0%AC%A1%E0%AD%87%E0%AC%99%E0%AD%8D%E0%AC%97%E0%AD%81-%E0%AC%8F%E0%AC%AC%E0%AC%82/
2018-07-21T23:12:43Z
s3://commoncrawl/crawl-data/CC-MAIN-2018-30/segments/1531676592861.86/warc/CC-MAIN-20180721223206-20180722003206-00083.warc.gz
ory
0.999873
Orya
5
{"ory_Orya_score": 0.9998725652694702}
ଭାରତରେ ଆଉ ଗୋଟିଏ ବଡ ରାଜ୍ୟ ଥିଲା ସେ ରାଜ୍ୟର ନାମ ସୁବର୍ଣ୍ଣ ନଗର । ସେହି ରାଜ୍ୟରେ ଯେ ରାଜା ଥିଲେ ତାଙ୍କର ନାମ ଅନଙ୍ଗ ଉଦୟ । ଦିନେ ରାଜାଙ୍କର କୋଷ୍ଠି ଗଣନାରୁ ପଣ୍ଡିତେ କହିଲେ ଯେ ଭୃଗୁଙ୍କ ପୋଥି ଅନୁସାରେ ଆମର ଛାମୁ ପୂର୍ବ ଜନ୍ମରେ ଜଣେ ଖୁବ୍ ବଡ ଧନୀ ସୌଦାଗର ଥିଲେ । ତାଙ୍କର ସ୍ତ୍ରୀଙ୍କର ନାମ କେଶରୀ । କେଶରୀ ଦେଖିବା ଲାଗି ଅନିନ୍ଦ୍ୟ ସୁନ୍ଦରୀ, ବୟସ ପଚିଶରୁ ତିରିଶ ମଧ୍ୟରେ ହେଲେ ମଧ୍ୟ ଦେଖିବାର ଲୋକମାନେ କହିବେ ହଁ ରାଣୀଙ୍କର ବୟସ ଖୁବ୍ କମ୍ ହେବ କଂଚା ବୟସର ଝିଅ । କଅଁଳ ଗୌରବର୍ଣ୍ଣର ଚର୍ମ । ଯାହା ହେଉ ଝିଅର ଭାଗ୍ୟ ଭଲ । ତା' ଭାଗ୍ୟରେ କେତେ ବଡ ଘାଗର ମିଳିଛି । ଦିନେ ଅନଙ୍ଗ ଉଦୟ ସୌଦାଗର ବଣିଜ ବେପାର କରିବା ନିମନ୍ତେ ବିଦେଶକୁ ବାହାରି ଗଲେ । ସ୍ୱାମୀ ଯେତେ ବେଳେ ବେପାର ବଣିଜ କରିବା ନିମନ୍ତେ ବାହାର ବିଦେଶ ଯାଉଛନ୍ତି ସ୍ତ୍ରୀ ହିସାବରେ କେଶରୀ ନିଜ ପୁରରେ ରହିବାକୁ ବାଧ୍ୟ ହେଲେ । ସ୍ୱାମୀ ସୌଦାଗର ଅନଙ୍ଗ ଉଦୟଙ୍କୁ ଛାଡି ଦେଲେ କେଶରୀଙ୍କର ସେ ଘରେ ଆଉ ଆପଣାର ବୋଲି କେହି ନଥିଲେ । ଶାଶୁ ନଥିଲେ କି ଶଶୁର ନଥିଲେ । ଦିଅର ନଥିଲେ କି ନଣନ୍ଦ ନଥିଲେ । ଘରକୁ ଏକା କେଶରୀ, ସୌଦାଗର କେଶରୀର ସୁବିଧା ନିମନ୍ତେ ଘରେ ଜଣେ ରୋଷେୟାକୁ ନିଯୁକ୍ତି କରି ଦେଇ ଗଲେ । ସେ ରୋଷେୟା ପୂଜାରୀର ନାମ ମଦନ ସୁନ୍ଦର, ମଦନ ସୁନ୍ଦରର ସେତେ ବେଳକୁ ଯୁବକ ବୟସ । ବଳିଲା ବଳିଲା ହାତ, ଗୋଡ, ଖୁବ୍ ସୁନ୍ଦର ମୁଖ ପୁଣି ଗୌରବର୍ଣ୍ଣ । ସେ ସିନା ଗରୀବ ଘରେ ଜନ୍ମ ହୋଇ ଥିବାରୁ ଏମିତି ତାକୁ ପର ଘରେ ମୁଣ୍ଡ ଗୁଂଜି ନିଜର ପେଟ ପୋଷିବାକୁ ପଡିଲା । ତାହା ନହେଲେ ମଦନ ସୁନ୍ଦରର ରୂପକୁ ଦେଖିଲେ ସ୍ୱର୍ଗର ଦେବ କନ୍ୟା ମାନେ ମଧ୍ୟ ମଦନ ସୁନ୍ଦର ରୂପରେ ମୋହିତ ହୋଇ ଯିବେ ।
<urn:uuid:826df6a7-d4cd-4fe0-bb4d-c5ebb42d36e9>
CC-MAIN-2018-30
http://odiagapa.com/%E0%AC%A7%E0%AC%B0%E0%AD%8D%E0%AC%AE-%E0%AC%B8%E0%AC%B9%E0%AC%BF%E0%AC%AC-%E0%AC%A8%E0%AC%BE%E0%AC%B9%E0%AC%81/
2018-07-16T14:49:41Z
s3://commoncrawl/crawl-data/CC-MAIN-2018-30/segments/1531676589350.19/warc/CC-MAIN-20180716135037-20180716155037-00028.warc.gz
ory
0.999986
Orya
14
{"ory_Orya_score": 0.9999864101409912}
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦମାସ୍ ହୁସିଆର୍। ରଥ ଯାତ୍ରା ସମୟରେ ପୁରୀ ଷ୍ଟେସନ୍ରେ କୌଣସି ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର ବା ଅସଦାଚରଣ କଲେ ଫସିବ। କାରଣ ଆପଣଙ୍କୁ ଜଗିଛି ସିସିଟିଭି। ଆଉ ପହରା ଦେଉଛନ୍ତି 'ସୁଭଦ୍ରା ବାହିନୀ'। ଏନେଇ ସୂଚନା ଦେଇଛନ୍ତି ରେଳବାଇ ଡିଭିଜନାଲ ମ୍ୟାନେଜର ବ୍ରଜ ମୋହନ ଅଗ୍ରୱାଲ। ପବିତ୍ର ରଥଯାତ୍ରା ପାଇଁ ଇଷ୍ଟକୋଷ୍ଟ ରେଲେୱ ପକ୍ଷରୁ ୧୮୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଆସନ୍ତା ୧୪ ତାରିଖରୁ ୨୩ ତାରିଖ ମଧ୍ୟରେ ଏସବୁ ଟ୍ରେନ୍ ପୁରୀକୁ ଚଳାଚଳ ଆରମ୍ଭ କରିବ। ଏଥିସହିତ ୬୦ଟି ଅଧିକ ଟିକେଟ କାଉଣ୍ଟର ଖୋଲାବାକୁ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ୫୫୦ ଆର୍ପିଏଫ୍, ୬୦୦ ଜିଆର୍ପି, ୪ଟି ଡଗ୍ ସ୍କ୍ୱାର୍ଡ ସହ ମହିଳାଙ୍କ ସୁରକ୍ଷା ପାଇଁ ସୁଭଦ୍ରା ବାହିନୀ ନିୟୋଜିତ କରାଯିବାର ବ୍ୟବସ୍ଥା କରାଯାଇଛି। ଏହାସହ ବିଭିନ୍ନ ଷ୍ଟେସନରେ ସିସି ଟିଭି, ପୁରୀରେ ୨ଟି ଡ୍ରୋନ୍ କ୍ୟାମେରା ମଧ୍ୟ ବ୍ୟବହାର କରାଯିବ। ସେହିଭଳି ରଥଯାତ୍ରା ସମୟରେ ଟ୍ରେନ୍ ଭିତରେ ଓ ରେଳ ଷ୍ଟେସନରେ ଖାଦ୍ୟ ସହ ପିଇବା ପାଣିର ଯାଞ୍ଚ କଡାକଡି କରାଯିବ। ଟ୍ରେନ୍ ସଂପର୍କରେ ତଥ୍ୟ ଜାଣିବା ପାଇଁ ମୋବାଇଲ୍ ଆପ୍ ପ୍ରଚଳନ କରାଯିବ ବୋଲି ଡିଆର୍ଏମ୍ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟେଲଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଚକ୍ରଧରପୁର ଓ ପାରଳାଖେମୁଣ୍ଡିରୁ ଟ୍ରେନ୍ ଚଳାଇବାକୁ ଚିଠିରେ ଅନୁରୋଧ କରିଛନ୍ତି। ଏହି ଟ୍ରେନ୍ ଚଳାଚଳ କଲେ ଛତିଶଗଡ଼ ଓ ଝାଡ଼ଖଣ୍ଡର ଲୋକେ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି।
<urn:uuid:52b0ca18-5e25-4b25-908d-2b99c12746ba>
CC-MAIN-2018-30
http://odishareporter.in/odisha/puri-railway-station-250808
2018-07-17T13:49:02Z
s3://commoncrawl/crawl-data/CC-MAIN-2018-30/segments/1531676589726.60/warc/CC-MAIN-20180717125344-20180717145344-00348.warc.gz
ory
0.999976
Orya
3
{"ory_Orya_score": 0.9999758005142212}
ନୂଆଦିଲ୍ଲୀ: ୧୯୮୮ ମସିହାରେ ଆକ୍ରୋଶମୂଳକ ଦୁର୍ଘଟଣା ଘଟାଇ ହତ୍ୟା କରିବା ମାମଲାରେ ପଞ୍ଜାବ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ୍ର ନବଜ୍ୟୋତ ସିଂହ ସିଦ୍ଧୁଙ୍କ ୩ବର୍ଷ ଜେଲ ଦଣ୍ଡକୁ କାଏମ ରଖିବା ପାଇଁ ଆଜି ପଞ୍ଜାବ ସରକାର ସୁପ୍ରିମକୋର୍ଟରେ କହିଛନ୍ତି। ଏହି ମାମଲାରେ ନିଜର ସମ୍ପୃକ୍ତି ଅଭିଯୋଗକୁ ମନ୍ତ୍ରୀ ସିଦ୍ଧୁ ଖଣ୍ଡନ କରିଆସୁଥିବା ବେଳେ ତାଙ୍କ ବୟାନକୁ ମିଛ ବୋଲି ପଞ୍ଜାବ ସରକାରଙ୍କ ଓକିଲ ସୁପ୍ରିମକୋର୍ଟରେ କହିଛନ୍ତି। ୧୯୮୮ ମସିହା ଡିସେମ୍ବର ୨୭ ତାରିଖ ଦିନ ପଟିଆଲା ନିକଟରେ ଆକ୍ରୋଶମୂଳକ ଭାବେ ସିଦ୍ଧୁ ଗୁରନାମ ସିଂହ(୬୫)ଙ୍କୁ ଗାଡ଼ି ଧକ୍କା ଦେଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୨୦୦୬ ମସିହାରେ ପଞ୍ଜାବ ଓ ହରିଆନା ହାଇକୋର୍ଟ ସିଦ୍ଧୁଙ୍କୁ ୩ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। କିନ୍ତୁ ୨୦୦୭ ମସିହାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଜାମିନ ପ୍ରଦାନ କରିଥିଲେ।
<urn:uuid:c0e2c316-e5c4-4757-bf1a-b7b977e2e05d>
CC-MAIN-2018-30
http://sambad.in/india-and-beyond/sindhu-arrest-120393/
2018-07-17T13:48:35Z
s3://commoncrawl/crawl-data/CC-MAIN-2018-30/segments/1531676589726.60/warc/CC-MAIN-20180717125344-20180717145344-00348.warc.gz
ory
0.99999
Orya
4
{"ory_Orya_score": 0.9999898672103882}
ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଦୁଇଦିନିଆ ଗସ୍ତରେ ଆସି ଆଜି ଓଡିଶା ମାଟିରେ ପୁଣି ପରିବର୍ତ୍ତନର ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ପୁଣିଥରେ ସରକାରଙ୍କୁ ଉପାଡି ଫୋପାଡିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଭବାନୀପାଟଣା ମହାସମାବେଶରେ ନବୀନଙ୍କ ଉପରେ ବର୍ଷିବା ସହ ରାଜ୍ୟ ସରକାର ବିକାଶ କରିବାରେ ବିଫଳ ହୋଇଥିବାର ଲମ୍ବା ଅଭିଯୋଗ ରଖି ୨୦୧୯ରେ ବିଜେପିକୁ ସରକାର କରିବାକୁ ମଉକା ଦେବାକୁ ଅନୁରୋଧ କରିଛନ୍ତି। ହେଲେ ଏଥର ତାଙ୍କ ପାଟିରୁ ୧୨୦ ପ୍ଲସ୍ ସ୍ଲୋଗାନ ଶୁଣିବାକୁ ମିଳିନି। ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୧୨୦ ଆସନ ଜିତିବ ବୋଲି ପ୍ରଥମେ ଅମିତ ଶାହା କହିଥିଲେ। ଏହାପରେ ରାଜ୍ୟ ବିଜେପି ଉତ୍ସାହିତ ହୋଇ ପଡି ମଇଦାନକୁ କୁଦି ପଡ଼ିଥିଲା। ଯେବେ ବି ଯେଉଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିଲେ, କିଛି କୁହନ୍ତୁ ଅବା ନ କୁହନ୍ତୁ ୧୨୦ ପ୍ଲସ୍ କଥା କହିବାକୁ ଭୁଲୁ ନଥିଲେ। ହେଲେ ଏଥର ଅମିତ ଶାହାଙ୍କ ପାଟିରୁ ଏହା ଶୁଣା ନଯିବା ବହୁତ ପ୍ରଶ୍ନ ଛିଡା କରୁଛି। କୁହାଯାଉଛି, ପଞ୍ଚାୟତ ନିର୍ବାଚନର ସଫଳତାକୁ ନେଇ ଡେଉଁଥିବା ବିଜେପିକୁ ବିଜେପୁର ଉପନିର୍ବାଚନ ତା'ର ଅସଲ ସ୍ଥିତି ସମ୍ପର୍କରେ ଚେତାଇ ଦେଇଛି। ଏହି ଉପନିର୍ବାଚନ ପରେ ବିଜେପିର '୧୨୦ ପ୍ଲସ୍' କେବଳ ଦିବାସ୍ୱପ୍ନ ବୋଲି ବିଜେଡି ଓ କଂଗ୍ରେସ ପକ୍ଷରୁ ଆକ୍ଷେପ କରାଯାଇଥିଲା। ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ୧୨୦ ପ୍ଲସ୍ ବହୁ ଦୂରରେ ବୋଲି ମତ ଦେଇଥିଲେ। ଏପରି ସ୍ଥିତିରେ ଅମିତ ଶାହା ୧୨୦ ପ୍ଲସ୍ କଥା ଉଠାଇବାକୁ ଉଚିତ ମଣି ନଥିବା ଚର୍ଚ୍ଚା ହେଉଛି। ରାଜନୈତିକ ପଣ୍ଡିତମାନେ କହୁଛନ୍ତି ଯେ, ଏବେ ଅମିତ ଶାହା ଓଡ଼ିଶାରେ ବିଜେପି ଔକାତ ବିଷୟରେ ବାସ୍ତବ ସ୍ଥିତି ପାଇ ସାରିଛନ୍ତି। ତେଣୁ ବାହୋସ୍ପୋଟର ମାତ୍ରା ଟିକିଏ କମେଇ ଦେଇଚନ୍ତି। ସୂଚନାଯୋଗ୍ୟ, ସାଧାରଣ ସଭା ପରେ ଅମିତ ଶାହା ସେପ୍ଟେମ୍ବରରେ ବିସ୍ତାରକଙ୍କୁ ଦେଇଥିବା ଟାସ୍କର ସମୀକ୍ଷା କରିଥିଲେ। କୋର କମିଟି ସମସ୍ୟଙ୍କ ଗୁପ୍ତ ମନ୍ତ୍ରଣା କରବା ସହ ସଂସଦୀୟ କ୍ଷେତ୍ର ପାଇଁ ଦାୟିତ୍ୱ ନେଇଥିବା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ମୋର୍ଚ୍ଚା ସଭାପତି, ସାଧାରଣ ସଂପାଦକ ଓ ବିଧାୟକମାନଙ୍କ ସହ ବୈଠକ କରି ମିଶନ ୧୯ର ରୋଡମ୍ୟାପ ପ୍ରସ୍ତୁତ କରିଥିଲେ।
<urn:uuid:8ac09564-75eb-40ed-9d8a-184de1975ba9>
CC-MAIN-2018-30
http://odishareporter.in/odisha/this-time-amit-saha-did-not-say-about-120-plus-224634
2018-07-20T14:41:46Z
s3://commoncrawl/crawl-data/CC-MAIN-2018-30/segments/1531676591683.78/warc/CC-MAIN-20180720135213-20180720155213-00028.warc.gz
ory
0.999979
Orya
3
{"ory_Orya_score": 0.9999793767929077}
କନକ ବ୍ୟୁରୋ : ପୁରୀ ସମୁଦ୍ର କୂଳରେ ହୋଭର କ୍ରାଫ୍ଟର ମଜା ନେଇଫାରିବେ ପର୍ଯ୍ୟଟକ । ଅକ୍ଟୋବର ଶେଷ,ସୁଦ୍ଧା ପର୍ଯ୍ୟଟକ ହୋଭର କ୍ରାଫ୍ଟରେ ବସିପାରିବେ । ଗତକାଲି ପୁରୀ ରାଜଭବନ ପଛପଟ ସମୁଦ୍ରରେ ଅପରାହ୍ନ ୩ଟାରେ ଟେଷ୍ଟ ରନ୍ କରାଯାଇଥିଲା । ଟେଷ୍ଟରନ୍ ସଫଳ ହୋଇଛି । ପ୍ରଥମ ଥର ପାଇଁ ଓଡିଶା ସମୁଦ୍ର ଉପକୂଳରେ ଏଭଳି ଯାନ ଚାଲିବାକୁ ଯାଉଥିବାରୁ ପର୍ଯ୍ୟଟକ ମାନେ ଉତ୍ସାହିତ ଅଛନ୍ତି । ସଫଳତାର ସହ ହୋଭର କ୍ରାଫ୍ଟ ପାଣିରେ ଚାଲିବାକୁ ସକ୍ଷମ ହୋଇଛି । ଖୁବ୍ ଶୀଘ୍ର ପର୍ଯ୍ୟଟକ କ୍ରାଫ୍ଟରେ ବସି ସମୁଦ୍ର ମଝିରେ ନୀଳଜଳରାଶିର ମଜ୍ଜା ଉଠାଇପାରିବେ ବୋଲି କହିଛନ୍ତି ହୋଭରକ୍ରାଫ୍ଟ ଫ୍ରାଂଚାଇଜ ମାଲିକ କମଳେନ୍ଦୁ ଦେ । ଏହାକୁ ଚଲାଇବା ପାଇଁ ବାଲି ନୋଳଇା ସାହିିର ଜି .ସହଦେବଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ହୋଭର କ୍ରାଫ୍ଟ ପ୍ରଶିଖକ ରାଜୀବ କୋତଫ୍ୱାଲ ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ସାଧାରଣ ସ୍ପିଡବୋଟ ଓଜେଟ ସ୍କି ଠାରୁ ଏହାକୁ ଚଳାଇବା ଭିନ୍ନ ହୋଇଥିବାରୁ ଏଥିପାଇଁ ଚାରିରୁ ପାଞ୍ଚ ଦିନ ଟ୍ରେନିଂର ଆବଶ୍ୟକତା ରହିଛି । ଏହା ଚାଲିବା ବେଳେ ମାଟି ବା ପାଣିରୁ ୯ ଇଂଚ ଉଚ୍ଚତା ରହୁଥିବାରୁ ଏହା ଏକ ସମୟରେ ପାଣି ଓ ମାଟି ଉପରେ ଚାଲିବାକୁ ସକ୍ଷମ ହୋଇଛି । କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ଏହି ହୋଭର କ୍ରାଫ୍ଟ ମିଲିଟାରୀ ଓ ପାରମିଲିଟାରୀରେ ବ୍ୟବହାରର କରାଯାଇଥାଏ । ଏଥିରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଯେଉଁଥିରେ ପର୍ୟ୍ୟଟକ ବସିଲେ ବୁଡିବାର ଭୟ ନଥାଏ । ଏଥିରେ ମିନି ଏୟାର କ୍ରାଫ୍ଟ ଇଂଜିନ ରହିଛି । ଏହା ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବାରୁ ପାଣିର ସ୍ଥିତି ଯାହା ଥିଲେ ବି ଏହି ଯାନ ସେଠାରୁ ବାହାରି ଆସିବାର କ୍ଷମତା ରଖିଥାଏ । ଏହି ଯ।ନ ମଙ୍ଗଳା ମୁହାଣରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ସ୍ୱୀକୃତିପ୍ରାପ୍ତ ହୋଇଛି । ଆଗକୁ ପର୍ଯ୍ୟଟନ ଋତୁ ଆସୁଛି । ପୁରୀ ସମୁଦ୍ର କୂଳରେ ବହୁ ଲୋକଙ୍କ ସମାଗମ ହେବ । ଏହି ସମୟରେ କ୍ରାଫ୍ଟର ବସିବାର ମଜା ନେଇପାରିବେ ପର୍ଯ୍ୟଟକ ।
<urn:uuid:203caf22-ded0-424b-afb6-9787039356c5>
CC-MAIN-2018-30
http://kanaknews.com/hovercraft-in-puri/
2018-07-23T13:29:57Z
s3://commoncrawl/crawl-data/CC-MAIN-2018-30/segments/1531676596463.91/warc/CC-MAIN-20180723125929-20180723145929-00348.warc.gz
ory
1.000007
Orya
8
{"ory_Orya_score": 1.000006914138794}
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାଁରେ ଗିରଫ ୱାରେଂଟ ଜାରି କରାଯାଇଛି । ଏକ ଦୁର୍ନୀତି ମାମଲାରେ କୋର୍ଟଙ୍କ ବାରମ୍ବାର ନୋଟିସ ପରେ ବି ସରିଫ କୋର୍ଟରେ ଅନୁପସ୍ଥିତ ରହିବାରୁ ତାଙ୍କ ନାଁରେ ଗିରଫ ୱାରେଂଟ ଜାରି କରଯାଇଥିବା ଜଣାପଡିଛି । ଲଣ୍ଡନରେ ସରିଫଙ୍କ ସ୍ତ୍ରୀଙ୍କ ଚିକିତ୍ସା ଚାଲିଛି । ତେଣୁ ନୱାଜ ସରିଫଙ୍କୁ ହାଜରରୁ ଛାଡ କରିବା ଲାଗି ସରିଫଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଓକିଲ ଏହାକୁ ଅଗ୍ରାହ୍ୟ କରିଥିଲେ । ନଭେମ୍ବର ୩ରେ ମାମଲାର ପରବର୍ତୀ ଶୁଣାଣି ହେବ । ପାକିସ୍ତାନର ଆଇନ ଅନୁସାରେ ପରବର୍ତୀ ଶୁଣାଣି ଯାଏଁ କୋର୍ଟ ଜାମିନ ନଦେଲେ ସରିଫ ଗିରଫ ହୋଇପାରନ୍ତି । ନୱାଜ ସରିଫଙ୍କ ବିରୋଧରେ ପାକିସ୍ତାନରେ ଦୁର୍ନୀତି ମାମଲା ଚାଲିଛି । କୋର୍ଟଙ୍କ ବାରମ୍ବାର ସମନ ସତ୍ୱେ ସେ ହାଜର ହେଉନାହାନ୍ତି । ଆଗାମୀ ଶୁଣାଣି ପୂର୍ବରୁ ସରିଫଙ୍କୁ ଜାମିନ ନମିଳିଲେ ପାକିସ୍ତାନ ନିୟମ ଅନୁସାରେ ବିଦେଶରୁ ଫେରିବା ମାତ୍ରେ ତାଙ୍କୁ ଗିରଫ କରାଯିବ । ବିଦେଶରେ ସମ୍ପତି ଲୁଚାଇବା ଅଭିଯୋଗରେ ତାଙ୍କ ସରିଫ ନାଁରେ ତିନୋଟି ମାମଲାର ଶୁଣାଣି ବେଳେ ସରିଫ କୋର୍ଟରେ ଅନୁପସ୍ଥିତ ଥିଲେ । ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ୬୭ ବର୍ଷିୟ ସରିଫଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଜୁଲାଇ ମାସରେ ଇସ୍ତଫା ଦେଇଥିଲେ ।
<urn:uuid:bffcc1fb-396b-40ea-bb11-7643bf4ba66e>
CC-MAIN-2018-30
http://kanaknews.com/pakistani-court-issues-arrest-warrant-against-former-pm-nawaz-sharif/
2018-07-23T13:29:13Z
s3://commoncrawl/crawl-data/CC-MAIN-2018-30/segments/1531676596463.91/warc/CC-MAIN-20180723125929-20180723145929-00348.warc.gz
ory
0.999999
Orya
9
{"ory_Orya_score": 0.9999991655349731}
ମାଲକାନଗିରି : ପଡୋଶୀ ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପକୁ ପୁଣି ବିରୋଧ। ଶାସକ ବିଜୁ ଜନତା ଦଳ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ସମେତ ଜିଲ୍ଲା ମହକୁମାରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳ ପକ୍ଷରୁ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡିଶାର ଅର୍ଦ୍ଧାଧିକ ଅଂଚଳ ବୁଡ଼ିଯିବ। ମାଲକାନଗିରି ଜିଲ୍ଲାର ମୋଟୁ ତହସିଲର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡା ଗ୍ରାମ ଜଳମଗ୍ନ ହେବ। ମୋଟୁରେ ୨୫ଟି ଗ୍ରାମର ୬୮୧୮ ଲୋକ ପ୍ରଭାବିତ ହେବେ। ପ୍ରଭାବିତ ଲୋକଙ୍କ ମଧ୍ୟରେ ୫୯୧୬ ଜଣ ଆଦିବାସୀ ଅଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଏଥିସହ ୭୬୫୬ ହେକ୍ଟର ଜମି ଓ ଜଙ୍ଗଲ ବୁଡ଼ିଯିବାର ଆଶଙ୍କା ରହିଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଅନୁମତି ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଛି। ଫଳରେ, ପୋଲାଭରମ୍ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଆଜି ବିଜେଡି ଦାବି କରିଛି।
<urn:uuid:90ce2b75-57ff-4adb-bd34-4953c7551b88>
CC-MAIN-2018-30
http://sambad.in/state/bjd-protest-against-polavarm-projects-in-malkanagiri-118609/
2018-07-18T00:43:24Z
s3://commoncrawl/crawl-data/CC-MAIN-2018-30/segments/1531676589980.6/warc/CC-MAIN-20180718002426-20180718022426-00457.warc.gz
ory
0.999988
Orya
5
{"ory_Orya_score": 0.9999881982803345}
ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାଗବତ ସନ୍ଧାନରେ ଆଜି ସନ୍ଧ୍ୟାରେ ଛୁରାମାଡରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାରୁ ପ୍ରକାଶ ଯେ, କବିତା ମହାନ୍ତି (ଛଦ୍ମନାମ) ନାମକ ଜଣେ ଯୁବତୀଙ୍କ ବାପାଙ୍କୁ ଅଭିଯୁକ୍ତ ଶତ୍ରୁଘ୍ନ ନାୟକ ଆଜି ସନ୍ଧ୍ୟାରେ ଛୁରୀରେ ଆକ୍ରମଣ କରିଛି। ତାଙ୍କର ବାମ ହାତରେ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ଏକତରଫା ପ୍ରେମରୁ ଏପରି ଘଟଣା ଘଟିଥିବା ସୂଚନା ମିଳୁଛି। ଅଭିଯୁକ୍ତ ଶତ୍ରୁଘ୍ନ ନାୟକଙ୍କ ଘର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କେ.ନୂଆଗାଁରେ। ଏହି ଘଟଣାପରେ ସ୍ଥାନୀୟ ଲୋକେ ଅଭିଯୁକ୍ତ ଶତ୍ରୁଘ୍ନଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।
<urn:uuid:a5e1ce9d-a831-4225-b649-09ded84f9465>
CC-MAIN-2018-30
http://sambad.in/crime/one-injured-after-knife-attack-in-mancheswar-26717/
2018-07-19T02:13:30Z
s3://commoncrawl/crawl-data/CC-MAIN-2018-30/segments/1531676590443.0/warc/CC-MAIN-20180719012155-20180719032155-00137.warc.gz
ory
0.99991
Orya
5
{"ory_Orya_score": 0.9999097585678101}
ନୂଆଦିଲ୍ଲୀ : ପ୍ୟାନ କାର୍ଡ ସହ ଆଧାର ସଂଯୋଗର ଶେଷ ତାରିଖ ଆଜି ସମାପ୍ତ ହୋଇଯାଇଥିବାବେଳେ ଏହାକୁ ସରକାର ଆଉ ବଢାଇନାହାନ୍ତି । କିନ୍ତୁ କଣ୍ଟ୍ରୋଲ ଦୋକାନରୁ ରିହାତି ଦରରେ ଖାଦ୍ୟଶସ୍ୟ ପାଇବା ଲାଗି ଆଧାର ଦାଖଲ କରିବାର ଶେଷ ତାରିଖକୁ ସରକାର ବଢାଇଦେଇଛନ୍ତି । ପୂର୍ବରୁ ଏଥିପାଇଁ ଶେଷ ତାରିଖ ୩୦ ଜୁନ ରଖାଯାଇଥିବାବେଳେ ତାହାକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଏ ସଂପର୍କରେ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ଶେଷତାରିଖ ସଂପ୍ରସାରଣ ଆସାମ, ଜାମ୍ମୁ ଓ କାଶ୍ମୀର ଓ ମେଘାଳୟ ପାଇଁ ଲାଗୁ ହେବ ନାହିଁ । ୨୦୧୭ ଫେବ୍ରୁଆରୀ ମାସରେ ସରକାର କଣ୍ଟ୍ରୋଲ ଦୋକାନରୁ ରିହାତି ଦରରେ ଖାଦ୍ୟଶସ୍ୟ ପାଇବା ପାଇଁ ଆଧାର ସିଡିଂ ବାଧ୍ୟତାମୂଳକ କରିଥିଲେ । ଖାଦ୍ୟ ସବସୀଡି ପାଇଁ ସରକାର ଖର୍ଚ୍ଚ କରୁଥିବା ପ୍ରାୟ ୧.୪ ଲକ୍ଷ କୋଟି ଟଙ୍କା ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ତାହା ନିଶ୍ଚିତ କରିବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ସରକାର ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଖାଦ୍ୟଶସ୍ୟ ୧-୩ ଟଙ୍କା ଦରରେ ପ୍ରଦାନ କରୁଛନ୍ତି ।
<urn:uuid:4d18c6ef-b946-4e6b-b634-16a4f771b465>
CC-MAIN-2018-30
http://sambad.in/india-and-beyond/govt-extends-adhaar-sseding-deadline-for-subsidised-foodgrain-to-sept-30-168643/
2018-07-22T16:22:24Z
s3://commoncrawl/crawl-data/CC-MAIN-2018-30/segments/1531676593378.85/warc/CC-MAIN-20180722155052-20180722175052-00415.warc.gz
ory
1.000009
Orya
6
{"ory_Orya_score": 1.0000085830688477}
ରାଜଧାନୀର ବାପୁଜୀ ନଗରରେ ସ୍ଲିପୱେଲର ଏକ ନୂଆ ଗ୍ୟାଲେରି ଖୋଲିଛି। ଏହାର ଉଦଘାଟନ କରିଥିଲେ ଭୁବନେଶ୍ଵର ମହାନଗରନିଗମ ମେୟର ଅନନ୍ତ ନାରାୟଣ ଜେନା ଓ ସ୍ଲିପୱେଲର ଉପସଭାପତି ମନୋଜ ଶର୍ମା। ଏହି ଉପଲକ୍ଷେ କମ୍ପାନୀର ଓଡ଼ିଶା ମୁଖ୍ୟ ସୋମନାଥ ଘୋଷାଲ ଯୋଗ ଦେଇଥିଲେ। ଏହି ଗ୍ୟାଲେରିରେ ସ୍ଲିପୱେଲ ସ୍ପ୍ରିଙ୍ଗ, କଏର ଓ ଫୋମରେ ତିଆରି ମ୍ୟାଟ୍ରେସ, ତକିଆ ଓ କୁଶନ ମିଳିବ। ସେହିପରି ଲ୍ୟାଟେଷ୍ଟ ଟେକ୍ନୋଲୋଜିରେ ତିଆରି ହୋଇଥିବା ସ୍ଳିପୱେଲ ଇମ୍ପ୍ରେଶନ ମ୍ୟାଟ୍ରେସ ମଧ୍ୟ ଏଠାରେ ରହିଛି। ଏହାର ମୂଲ୍ୟ ୪୦ ହଜାର (ଡବଲ ସାଇଜ) ଟଙ୍କା ରହିଛି। ଏହାକୁ ମିଶାଇ ଓଡ଼ିଶାରେ ସ୍ଳିପୱେଲର ଗ୍ୟାଲେରି ସଂଖ୍ୟା ୪କୁ ବଢିଛି। ତେବେ ବର୍ଷକ ମଧ୍ୟରେ ଆଉ ୫ଟି ଗ୍ୟାଲେରି ଖୋଲାଯିବାକୁ ଯୋଜନା ରଖାଯାଇଛି। - ଅଗଷ୍ଟ ୩୦ ସୁଦ୍ଧା ବିପିଏଲ ତାଲିକା ଚୂଡ଼ାନ୍ତ - ରାଷ୍ଟ୍ରପତି ନିର୍ବାଚନ: କ୍ରସ ଭୋଟିଂ ଚିନ୍ତା
<urn:uuid:66059a07-2e82-4b5c-af6b-9e7992991d11>
CC-MAIN-2018-30
http://odishan.com/666
2018-07-23T17:26:08Z
s3://commoncrawl/crawl-data/CC-MAIN-2018-30/segments/1531676599291.24/warc/CC-MAIN-20180723164955-20180723184955-00095.warc.gz
ory
0.99995
Orya
5
{"ory_Orya_score": 0.9999496936798096}
ଭୁବନେଶ୍ୱର: ରାଜଧାନୀର ସବୁଠୁ ବଡ଼ ସପିଂ ମଲ୍ ଏସ୍ପ୍ଲାନେଡ୍ ଓ୍ଵାନ୍ ଗୁରୁବାର ସର୍ବସାଧାରଣଙ୍କ ପାଇଁ ଖୋଲିବ। ଏଥିପାଇଁ ସପିଂ ମଲ୍ରେ ଖୋଲିଥିବା ଦୋକାନଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଫର୍ ବର୍ଷା କରିଛନ୍ତି। ଆସନ୍ତା ୧୪ତାରିଖରେ ଏହି ମଲ୍୍ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବ। ଏହି ସପିଂ ମଲ୍ ଖୋଲିବା ପୂର୍ବରୁ ଆଜି ପୂଜାର୍ଚ୍ଚନା ଶେଷ ହୋଇଛି। ରସୁଲଗଡ଼ରୁ ବମିଖାଲ ରାସ୍ତାରେ ରାଜଧାନୀର ସବୁଠୁ ବଡ଼ ସପିଂ ମଲ୍ 'ଏସ୍ପ୍ଲାନେଡ୍ ଓ୍ଵାନ୍' ନିର୍ମାଣ ହୋଇଛି। ଏଠାରେ ବିଭିନ୍ନ ବ୍ରାଣ୍ଡର ସପିଂ ଷ୍ଟୋର୍ ଖୋଲିଥିବାବେଳେ ଲୋକମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସୁବିଧା ସୁଯୋଗ ରହିଛି। ସିନେମା ହଲ୍, ଫୁଡ୍ କୋର୍ଟ, ପିଲାଙ୍କ ପାଇଁ ଖେଳିବା ବ୍ୟବସ୍ଥା ବି ଅଛି। ପ୍ରାୟ ୧୫୦ଟି ଷ୍ଟୋର୍ ଏଠାରେ ଖୋଲିଛି। ଗ୍ରାହକଙ୍କ ସୁବିଧା ପାଇଁ ଲିଫ୍ଟ, ୨୪ ଘଣ୍ଟିଆ ପାଣି, ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇଛି। ଏହି ମଲ୍ର ଅନ୍ୟତମ ଆକର୍ଷଣ ହେଉଛି ସିନେପଲିସ୍ର ମଲ୍ଟିପ୍ଲେକ୍ସ 'ସିନେମା ହଲ୍'। ଏକସଙ୍ଗେ ୭ଟି ପରଦାରେ ସିନେମା ଚାଲିବ। ଯେଉଁଥିରେ ୧,୨୫୦ ଜଣ ଦର୍ଶକଙ୍କ ପାଇଁ ଆରାମଦାୟକ ସିଟ୍ ରହିବ। ମଲ୍ର ଭିଡ଼କୁ ନଜରରେ ରଖି ୧୦୦୦ କାର୍ ଓ ବାଇକ୍ ପାର୍କିଂ ବ୍ୟବସ୍ଥା ଅଛି। ଏହା ସହିତ ଯୁବପିଢ଼ିଙ୍କ ପାଇଁ ଫିଟ୍ନେସ୍ ସେଣ୍ଟର୍, ମନୋରଂଜନ କ୍ଲବ୍ ହାଉସ୍ ବି ରହିଛି। ମଲ୍ ବାହାରେ ସେଲ୍ଫି ପଏଣ୍ଟ କରାଯାଇଛି। ଯାହା ଯୁବପିଢ଼ିଙ୍କୁ ଆକର୍ଷଣ କରିବ। ୪ଲକ୍ଷ ୫୦ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫୦୦କୋଟି। ବିଶ୍ୱର ସବୁଠାରୁ ବଡ଼ ନିର୍ମାଣକାରୀ ସଂସ୍ଥା ଅଷ୍ଟ୍ରେଲିଆର ଲିଗ୍ଟନ୍ କମ୍ପାନି ଏହି ମଲ୍ ନିର୍ମାଣ କରିଛି।
<urn:uuid:32307ee5-0b35-4777-9a84-542ba8702639>
CC-MAIN-2018-30
http://www.timesofodisha.com/?p=9533
2018-07-18T08:23:57Z
s3://commoncrawl/crawl-data/CC-MAIN-2018-30/segments/1531676590074.12/warc/CC-MAIN-20180718080513-20180718100513-00185.warc.gz
ory
0.999991
Orya
10
{"ory_Orya_score": 0.9999905824661255}
କନକ ବ୍ୟୁରୋ : ଜଳପଥରେ ଚୀନ ବାରମ୍ବାର ନିଜର ଆଧିପତ୍ୟ ଜାହିର କରୁଛି । ତେଣୁ ସମୁଦ୍ରରେ ଚୀନର ଚାଲକୁ ମାତ ଦେବପାଇଁ ଭାରତ ନୌସେନାରେ ସାମିଲ କରୁଛି ଆଇଏନଏସ କଲବେରୀ । ଶତ୍ରୁର ସମସ୍ତ ଯୋଜନାକୁ ବିଫଳ କରିବ ଅତ୍ୟାଧୁନିକ କୌଶଳ ତଥା ସ୍କୋର୍ପିୟନ ଶ୍ରେଣୀୟ ବୁଡ଼ା ଜାହାଜ କଲବେରୀ । ସେପ୍ଟେମ୍ବର ଶେଷ ଭାଗରେ ଭାରତୀୟ ନୌସେନାକୁ ମିଳିବ ଏହି ଉନ୍ନତ ବୁଡ଼ାଜାହାଜ । ହିନ୍ଦ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ ସବୁବେଳେ ନିଜ ଉପସ୍ଥିତି ଜାହିର କରୁଥିବାବେଳେ କଲବେରୀ ମାଧ୍ୟମରେ ନିଜର ସ୍ଥିତି ମଜବୁତ କରିବ ଭାରତ । ଚଳିତ ମାସ କଲବେରୀ ଭାରତୀୟ ନୌସେନାରେ ସାମିଲ ହେବା ପରେ ଆସନ୍ତାବର୍ଷ ଆଇଏନଏସ ଖଣ୍ଡେରୀ ମିଳିବ ନୌସେନାକୁ । ୨୦୦୫ ମସିହାରୁ ଭାରତ ଓ ଫ୍ରାନ୍ସର ମିଳିତ ଉଦ୍ୟମରେ ପ୍ରାୟ ୬ଟି ସବମେରାଇନର ପ୍ରସ୍ତୁତି ଚାଲିଛି । ୨୦୧୨ ସୁଦ୍ଧା ଭାରତକୁ ସ୍କୋର୍ପିୟନ ଶ୍ରେଣୀର ପ୍ରଥମ ବୁଡ଼ାଜାହାଜ ମିଳିବା ପାଇଁ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଏଥିରେ ବିଳମ୍ବ ଦେଖାଦେଇଛି । ଅନ୍ୟପଟେ ୨୦୩୦ ସୁଦ୍ଧା ୨୪ ଟି ଅତ୍ୟାଧୁନିକ ବୁଡ଼ାଜାହାଜ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ନୌସେନା ।
<urn:uuid:3c7059e7-4fe3-4781-aff7-0a58d761a5f2>
CC-MAIN-2018-30
http://kanaknews.com/indian-navy-commission-submarine-ins-kaveri-this-month/
2018-07-15T19:11:07Z
s3://commoncrawl/crawl-data/CC-MAIN-2018-30/segments/1531676588961.14/warc/CC-MAIN-20180715183800-20180715203800-00608.warc.gz
ory
0.999992
Orya
9
{"ory_Orya_score": 0.9999922513961792}
ଖୋର୍ଧା : ଶୁକ୍ରବାର ବିଳମ୍ବିତ ରାତିରେ ଖୋର୍ଧା ଟାଉନ୍ ଥାନା ଅନ୍ତର୍ଗତ ଗଡ଼ଖୋର୍ଧା ହାଉସିଂବୋର୍ଡର୍ କଲୋନିରେ କିଛି ଯୁବକ ଡକାୟତି ଯୋଜନା ଚଳାଇଥିବା ବେଳେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ୍, ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି, ଗୋଟିଏ କଟୁରି, ୨ଟି ଟ୍ୟାବ ଏବଂ ୩ଟି ମୋବାଇଲ୍ ସହ ୩ଟି ବାଇକ୍(ଓଡି-୦୨ଏକ୍ୟୁ-୯୮୬୧, ଓଡିି-୦୨ଡବ୍ଲୁ-୮୦୫୭, ଓଡିି-୦୨ଏଟି-୫୬୭୬) ଓ ୨ଟି ଜାଲ୍ ନମ୍ବର ପ୍ଲେଟ୍ ଜବତ ହୋଇଛି। ଖୋର୍ଧା ଟାଉନ ଥାନାଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଧା ଏସ୍ପି ଦୀପ୍ତିରଞ୍ଜନ ରାୟ ଦେଇଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟାରେ ଖୋର୍ଧା ଟାଉନ ଥାନା ଏସ୍ଆଇ ବ୍ରହ୍ମାନନ୍ଦ ସ୍ୱାଇଁ ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ ଗଡ଼ ଖୋର୍ଧା ହାଉସିଂ ବୋର୍ଡର ଏକ ଘରେ କିଛି ଯୁବକ ଡକାୟତି ଯୋଜନା ଚଳାଇଥିବା ଖବର ମିଳିଥିଲା। ଉକ୍ତ ଘର ଉପରେ ଶ୍ରୀ ସ୍ୱାଇଁଙ୍କ ନେତୃତ୍ୱରେ ଚଢ଼ଉ ହୋଇଥିଲା। ଗିରଫ ଯୁବକମାନେ ହେଲେ ବେଗୁନିଆ ଥାନା ଗୋଡ଼ାର ପିଣ୍ଟୁ ମାଝି ଓରଫ ନୀଳାମ୍ବର ଉଦୟସିଂ(୨୦), ଗୋଡ଼ା ସାମନ୍ତରାପୁରର ବିଶ୍ୱରଂଜନ ସାମନ୍ତସିଂହାର(୨୦), ଦେଉଳି ଜାମୁସାହିର ଅନୀଲ ମାର୍ଥା(୨୩) ଏବଂ ସଦର ଥାନା ଗଡ଼ ଗୁଡୁମର ଖେତୁ ଓରଫ ଯାମିନୀକାନ୍ତ ସୁନ୍ଦରାୟ(୩୭)। ଉଲ୍ଲେଖଯୋଗ୍ୟ, ଫାଇନାନ୍ସ କଂପାନି ଟଙ୍କା ନେଇ ଯାଉଥିବା ମ୍ୟାନେଜରଙ୍କୁ ନିଶାଣ କରୁଥିବା ଅଭିଯୁକ୍ତ ପିଣ୍ଟୁ ନାମରେ ଆଗରୁ ସଦର, ଜଙ୍କିଆ, ବେଗୁନିଆ ଏବଂ ନିରାକାରପୁର ଥାନାରେ ୧୨ଟି ମାମଲା ରହିଛି। ଦୋକାନରୁ ଲୁଟ୍କରି ୨ ଯୁବକ ଗିରଫ ଚନ୍ଦ୍ରଶେଖରପୁର : ଜଣେ ବ୍ୟବସାୟୀଙ୍କୁ ମାଡ଼ମାରି ତାଙ୍କ ଦୋକାନରୁ ବିଭିନ୍ନ ପ୍ରକାର ଜିନିଷପତ୍ର ଲୁଟ୍କରି ଫେରାର ହୋଇଯାଇଥିବା ଦୁଇ ଲୁଟେରାଙ୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗାଡ଼କଣର ସର୍ଯ୍ୟନାରାୟଣ ପ୍ରଧାନ(୨୫) ଓ ପ୍ରଶାନ୍ତିବିହରର ଦିବ୍ୟଜ୍ୟୋତି ପଣ୍ଡା। କୌଣସି ଏକ କାରଣରୁ ଯୁବକ ଦୁହେଁ ଶୁକ୍ରବାର ମଧ୍ୟାହ୍ନରେ ଅଜୟ କୁମାର ସାହୁଙ୍କ ଦୋକାନକୁ ଯାଇ ସେଠାରେ ଗଣ୍ଡଗୋଳ କରିଥିଲେ। ପରେ ସେମାନେ ଅଜୟଙ୍କୁ ମାଡ଼ମାରି ତାଙ୍କ ଦୋକାନରୁ ବିଭିନ୍ନ ପ୍ରକାର ଜିନିଷ ଓ କିଛି ଟଙ୍କା କ୍ୟାସ୍ ବାକ୍ସରୁ ନେଇ ପଳାଇଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବାପରେ ପୁଲିସ୍ ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ୨ଲୁଟେରା ଗିରଫ, ମୋବାଇଲ୍ ଜବତ ଭୁବନେଶ୍ୱର : କିଛିଦିନ ତଳେ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ଥିବା ଏକ କାର୍ କାଚ ଭାଙ୍ଗି ଲୁଟ୍ପାଟ କରି ଫେରାର୍ ଥିବା ଦୁଇ ଲୁଟେରାକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ୟୁନିଟ୍-୩ ମାଳିସାହି ମସ୍ଜିଦ୍ କଲୋନି ଅଞ୍ଚଳର ସେକ୍ ସଦାମହୁସେନ୍(୧୯) ଓ ସେକ୍ ସାଜିଭ ଉଦ୍ଦିନ(୧୯)। ଏପ୍ରିଲ୍ ୨୫ ତାରିଖରେ ଶୁଭମ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ମାଷ୍ଟରକ୍ୟାଣ୍ଟିନ୍ ନିକଟରେ କାର ରଖି ଷ୍ଟେସନ୍ ଭିତରକୁ ଯାଇଥିଲେ। ତେବେ ସେ ଫେରିବା ବେଳକୁ ସଦାମହୁସେନ୍ ଓ ସାଜିଭ ତାଙ୍କ କାର କାଚଭାଙ୍ଗି ପର୍ସ ଓ ୩ଟି ମୋବାଇଲ୍ ନେଇଯାଇଥିଲେ। ଏନେଇ ଶୁଭମ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ମୋବାଇଲ୍ ଟ୍ରାକିଂରୁ ପୁଲିସ ଉଭୟଙ୍କ ଠିକଣା ଠାବ କରିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ଉଭୟଙ୍କ ଘରେ ଚଢ଼ଉ କରି ଗିରଫ କରିବା ସହ ୨ଟି ମୋବାଇଲ୍ ଜବତ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
<urn:uuid:4bd150af-b78e-430f-b3c9-e22df615f8bb>
CC-MAIN-2018-30
http://sambad.in/crime/4-thief-arrested-173256/
2018-07-21T19:30:36Z
s3://commoncrawl/crawl-data/CC-MAIN-2018-30/segments/1531676592654.99/warc/CC-MAIN-20180721184238-20180721204238-00608.warc.gz
ory
0.999888
Orya
5
{"ory_Orya_score": 0.9998877048492432}
ନୂଆଦିଲ୍ଲୀ: ଦିଲ୍ଲୀ କ୍ଷମତା ବିବାଦକୁ ଆଉ ଆଗକୁ ନ ବଢ଼ାଇ ରାଜ୍ୟର ସର୍ବାଙ୍ଗୀନ ଉନ୍ନତିି ପାଇଁ କାର୍ଯ୍ୟ କରିବେ ବୋଲି ଉପରାଜ୍ୟପାଳ ଅନିଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସହମତି ପ୍ରକାଶ କରିବା ସତ୍ତ୍ୱେ ଦିଲ୍ଲୀ କ୍ଷମତା ବିବାଦର ସମ୍ପୂର୍ଣ୍ଣ ଫଇସଲା ହୋଇପାରି ନାହିଁ। କାରଣ ଏବେ ବି ସେବା ବିଭାଗକୁ ନେଇ ଉଭୟଙ୍କ ମଧ୍ୟରେ ଟଣାଓଟରା ପରିସ୍ଥିତି ଲାଗିରହିଛି। ସେବା ବିଭାଗ ଛାଡ଼ିବାକୁ କେହି ରାଜି ନ ଥିବା ସୂଚନା ମିଳିଛି। ଆଜିର ବୈଠକ ପରେ ଏକ ଖବରଦାତା ସମ୍ମିଳନୀରେ ନିଜ ନୈରାଶ୍ୟକୁ ଜାହିର କରି କେଜ୍ରିଓ୍ଵାଲ୍ କହିଛନ୍ତି, ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ କେନ୍ଦ୍ର କୌଣସିମତେ ମାନୁନାହିଁ। ଯଦିଓ ଫାଇଲ୍କୁ ନେଇ ଉପରାଜ୍ୟପାଳ ସବୁଜ ସଂକେତ ଦେଇଛନ୍ତି ଏବଂ ଆଗକୁ ଫାଇଲ୍ ବଦଳରେ କେବଳ ନିଷ୍ପତ୍ତି ପଠାଇବାକୁ କହିଛନ୍ତି, ତଥାପି ସେବା ବିଭାଗକୁ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି। ଦିଲ୍ଲୀ ସରକାରଙ୍କୁ ଏହି ବିଭାଗର ଦାୟିତ୍ୱ ଦିଆଯାଉ ବୋଲି ବୈଜଲ ଆଦୌ ଚାହୁଁନାହାନ୍ତି। ଏଭଳି ସ୍ଥଳେ ସୁପ୍ରିମ୍କୋର୍ଟଙ୍କ ରାୟକୁ ସେମାନେ ଖୋଲା ଉଲ୍ଲଂଘନ କରୁଛନ୍ତି ବୋଲି କେଜ୍ରିଓ୍ଵାଲ୍ ଅଭିଯୋଗ କରିିଛନ୍ତି। ଅପରପକ୍ଷରେ କେଜ୍ରିଓ୍ଵାଲ୍ଙ୍କ ଅଭିଯୋଗକୁ ଗୃହମନ୍ତ୍ରୀ ରାଜନାଥ ସିଂହ ଖଣ୍ଡନ କରିଛନ୍ତି। କେଜ୍ରିଓ୍ଵାଲ୍ ଏଭଳି କହି ଅଯଥା ବିଭ୍ରାନ୍ତି ସୃଷ୍ଟି କରୁଥିବା ସେ ଦର୍ଶାଇଛନ୍ତି। ସୁପ୍ରିମ୍ କୋର୍ଟ ରାୟ ସତ୍ତ୍ୱେ ବିବାଦ ତୁଟୁନଥିବାରୁ ଦିଲ୍ଲୀରେ ପୁଣି ଜଟିଳ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି।
<urn:uuid:ecdc2ecf-4f41-4105-9c1a-ef355f16879d>
CC-MAIN-2018-30
http://sambad.in/india-and-beyond/center-dont-follow-supreme-court-judgement-172413/
2018-07-21T19:29:03Z
s3://commoncrawl/crawl-data/CC-MAIN-2018-30/segments/1531676592654.99/warc/CC-MAIN-20180721184238-20180721204238-00608.warc.gz
ory
0.999964
Orya
9
{"ory_Orya_score": 0.9999639987945557}
କନକ ବ୍ୟୁରୋ : ଏନକାଉଂଟର ନୁହେଁ ହତ୍ୟାକାଣ୍ଡ । ଏଭଳି ଅଭିଯୋଗ ଆଣିଛି ମାଓ ସଂଗଠନ । ଏନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛି ମାଓ ସଂଗଠନ । ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କପାତୁଟି ଜଙ୍ଗଲରେ ଏନକାଉଂଟର କରିଥିଲେ ଡିଭିଏଫ ଯବାନ । ଏହି ଏନକାଉଂଟରରେ ଜଣେ ମାଓ କମାଣ୍ଡର ନିହତ ହୋଇଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା । 7th June, 2017 | 11:11 am You might also like - ମୂଷା ଉପଦ୍ରବରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଇନଷ୍ଟଲ କରିବା ପାଇଁ ପଡ଼ିବ ମାଗଣା ଆପ୍ - ଆହୁରି ଦକ୍ଷ ହେବେ ଓଡ଼ିଶାର ଯୁବଗୋଷ୍ଠୀ : ରାଜ୍ୟରେ ପ୍ରତିଷ୍ଠା ହେବ ବିଶ୍ୱ ଦକ୍ଷତା କେନ୍ଦ୍ର - ଗେଣ୍ଡାଳିଆ ଆସିଲେ ମୈାସୁମୀ ବର୍ଷା ଆସିବା ନେଇ ସୂଚନା ପାଇଥାଆନ୍ତି ଚାଷୀ ! ବିଦେଶୀ ଗେଣ୍ଡାଳିଆଙ୍କୁ ଦେଖିବାକୁ ମିଳୁଛି ଯାଜପୁରରେ ! - ବ୍ରେନ୍ ଟ୍ୟୁମରର ସବୁଠାରୁ ଉକୃଷ୍ଟ ଚିକିତ୍ସା ଗାମା ନାଇଫ୍ ! କ'ଣ ଏହି ଗାମା ନାଇଫ୍ ଥେରାପି ଆସନ୍ତୁ ଜାଣିବା ।
<urn:uuid:e540a89f-7155-45be-bbe9-ff3a8d76131d>
CC-MAIN-2018-30
http://kanaknews.com/mao-encounter-issue-at-chitrakonda/
2018-07-18T10:36:56Z
s3://commoncrawl/crawl-data/CC-MAIN-2018-30/segments/1531676590127.2/warc/CC-MAIN-20180718095959-20180718115959-00553.warc.gz
ory
0.999903
Orya
1
{"ory_Orya_score": 0.9999030828475952}
ରାଜଧାନୀ ଭୁବନେଶ୍ୱରକୁ ୭୦ବର୍ଷ ଛୁଇଁଛି। କିନ୍ତୁ ଯୌବନର ସ୍ପର୍ଶ ଲାଗିବା ଏବେ ଆରମ୍ଭ ହୋଇଛି। ଐତିହ୍ୟ ନଗରୀ, ମନ୍ଦିରମାଳିନୀ ପରିଚୟ ନେଇ ବଞ୍ଚିଥିବା ଭୁବନେଶ୍ୱର ଇତିମଧ୍ୟରେ ସ୍ମାର୍ଟ ସିଟି ହୋଇଯାଇଛି। ନିଜର ପୁରୁଣା ପରିଚୟକୁ ସାଥୀ କରି ଆଧୁନିକତାକୁ ଆପଣାଇଛି। ଭୁବନେଶ୍ୱରକୁ ରାଜଧାନୀ ମାନ୍ୟତା ଦେବା ପାଇଁ ଜର୍ମର୍ାନ ଆର୍କିଟେକ୍ଟ ଓଟୋ କୋନିଗ୍ସବର୍ଗର ପ୍ରସ୍ତୁତ କରିଥିବା ନକ୍ସା ଏବେକାର ସ୍ମାର୍ଟ ସିଟି ଡିଜାଇନ୍ରେ ପୂରା ବଦଳିଯାଇଛି। ରାଜଧାନୀବାସୀଙ୍କୁ ପୁଳା ପୁଳା ସ୍ୱପ୍ନ ଦେଖାଯାଇଛି। ୭୦ବର୍ଷରେ ରାଜଧାନୀ ଯେତିକି ସ୍ୱପ୍ନ ଦେଖୁଛି ତାହା ବାସ୍ତବ ରୂପ ନେଲେ ଆଧୁନିକ ସହରର ସଂଜ୍ଞା ପାଲଟିଥିବା ଇଟାଲି, ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆ, ବୋଗାଟା, କୁପରଟିନୋ ଭଳି ସହରକୁ ପଛରେ ପକାଇଦେବ। ରାସ୍ତାଘାଟରୁ ଆରମ୍ଭ କରିି ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥା, ଜୀବନଶୈଳୀରୁ ଆରମ୍ଭ କରି କ୍ରୀଡ଼ା ଭିତ୍ତିଭୂମିରେ ବ୍ୟାପକ ପରିବର୍ତନ ଆଣିବାକୁ ଯୋଜନା ହୋଇଛି। ଏହାବାଦ୍ ଭୁବନେଶ୍ୱରକୁ ପୂର୍ବ ଭାରତରର ଶିକ୍ଷା, କ୍ରୀଡ଼ା, ଆଇଟି, ଐତିହ୍ୟ ଏବଂ ପୁଞ୍ଜିନିବେଶର ହବ୍ରେ ପରିଣତ କରାଯିବ। ଭୁବନେଶ୍ୱରକୁ ବିଶ୍ୱର ଏକ ସ୍ୱତନ୍ତ୍ର ସହର ଭାବେ ଗଢ଼ି ତୋଳିବାକୁ ଦେଖାଯାଉଥିବା ସ୍ୱପ୍ନର ମୂଳଦୁଆ ପଡ଼ିଯାଇଛି। ଅପେକ୍ଷା ବାସ୍ତବ ରୂପକୁ। ଉପସ୍ଥାପନା: ବିଶ୍ୱଜିତ ଦାଶ ଅଳଙ୍କରଣ: ରବି ବାପୁଜୀନଗରରେ ଗୋଟିଏ ଛାତ ତଳେ ଜନସୁବିଧା ଅଶୋକନଗର, ବାପୁଜୀ ନଗର, ଖାରବେଳନଗର ପ୍ରଭୃତି ଅଞ୍ଚଳର ଲୋକଙ୍କୁ ଯେପରି ସୁବିଧାରେ ସରକାରଙ୍କ ବିଭିନ୍ନ ସେବା ଉପଲବ୍ଧ ହେବ ସେଥିପାଇଁ ନିର୍ମାଣ ହେବ ଇଣ୍ଟିଗ୍ରେଟେଡ୍ ପବ୍ଲିକ ସର୍ଭିସ୍ ସେଣ୍ଟର-୨। ଏଠାରେ ସ୍ୱାସ୍ଥ୍ୟ ସେବାରୁ ଆରମ୍ଭ କରି ପାର୍କ, ଅନଲାଇନ୍ରେ ବିଭିନ୍ନ ବିଲ୍ ପ୍ରଦାନ ବ୍ୟବସ୍ଥା, ପାଠାଗାର ଆଦି ସୁବିଧା ଉପଲବ୍ଧ ହେବ। ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇ ସାରିଥିବାବେଳେ ଏବେ ଜମି ଖୋଜା ଚାଲିଛି। ଜମି ମିଳିଲେ ଏନେଇ ଟେଣ୍ଡର୍ ପ୍ରକ୍ରିୟା ହେବ। ମାଳି ସାହିରେ ନିର୍ମାଣ ଶ୍ରମିକଙ୍କ ପାଇଁ ଭଡ଼ା ଘର ୟୁନିଟ-୩ସ୍ଥିତ ମାଳିସାହିରେ ନିର୍ମାଣ ଶ୍ରମିକଙ୍କୁ ଭଡ଼ା ଘର ଯୋଗାଇବା ଏବଂ ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇବା ପାଇଁ ସୋସିଆଲ ଇକ୍ୟୁଟି ସେଣ୍ଟର ନିର୍ମାଣ କରାଯାଉଛି। ଏଠାରେ ଦୈନିକ ୫୦ଟଙ୍କା ହିସାବରେ ଘର ଭଡ଼ା ଏବଂ ୫ଟଙ୍କାରେ ଖାଦ୍ୟ, ବିଶୁଦ୍ଧ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି। ଗତବର୍ଷ ଡିସେମ୍ବର ୨୭ରେ ଏହି ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ଡିସେମ୍ବର ୨୬ରେ ଶେଷ ହେବ। ଏଥିପାଇଁ ୫.୪କୋଟି ଖର୍ଚ୍ଚ ହେବ। ଜନପଥରେ ବିଏମ୍ସି ମୁଖ୍ୟାଳୟ ସତ୍ୟନଗର ଶ୍ମଶାନ ସମ୍ମୁଖରେ ୟୁନିଟ-୯ରେ ବିଏମ୍ସିର ମୁଖ୍ୟ କାର୍ଯ୍ୟାଳୟ ହେବ। ୧୨ମହଲା ବିଶିଷ୍ଟ ହେବାକୁ ଥିବା ଏହି ବିଲଡିଂକୁ ମନ୍ଦିର ଏବଂ ଆଧୁନିକ ଡିଜାଇନ୍ର ଛାପ ଦିଆଯିବ। ଏଠାରେ ୪.ଏକର ଜମିରେ ବିଏମ୍ସି ଓ ସ୍ମାର୍ଟ ସିଟି ଭୁବନେଶ୍ୱରର ସମସ୍ତ ମୁଖ୍ୟ କାର୍ଯ୍ୟାଳୟ ରହିବ। ଏହି ପ୍ରକଳ୍ପ ଅଢ଼େଇ ବର୍ଷରେ ଶେଷ ହେବ। ଏଥିପାଇଁ ୫୭.୩୯କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ସରକାରୀ କ୍ୱାର୍ଟର୍ସ ଉଚ୍ଛେଦ ହେବା ପରେ ଏହାର ଶିଳାନ୍ୟାସ ହେବ। ୨.୫ଏକର ଜମିରେ ଏହି ବିଲ୍ଡିଂ ନିର୍ମାଣ ହେବ। ବେସ୍ମେଣ୍ଟ ସହ ୧୨ମହଲା ବିଶିଷ୍ଟ ହେବ। ପ୍ରାୟ ୨ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିଲଡିଂ ନିର୍ମାଣ ହେବ। ବେସ୍ମେଣ୍ଟରେ ପାର୍କିଂ ସହ ଖୋଲା ସ୍ଥାନ ପାର୍କିଂ ପାଇଁ ଛଡ଼ାଯିବ। ଏଠାରେ ଲୋକଙ୍କ ଧାରଣା ପାଇଁ ବି ସ୍ଥାନ ରହିବ। ପ୍ରଥମ ଦୁଇ ମହଲା ସମେତ ପଞ୍ଚମ ଓ ଷଷ୍ଠ ମହଲାରେ ବିଏମ୍ସି କାର୍ଯ୍ୟାଳୟ, ତୃତୀୟ ଓ ଚତୁର୍ଥ ମହଲାରେ ସ୍ମାର୍ଟ ସିଟି ଭୁବନେଶ୍ୱରର ଇଣ୍ଟିଗ୍ରେଟେଡ୍ ସିଟି ଅପରେସନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମ୍ସି) ହେବ। ଏଠାରେ ଦୁଇ ମହଲା ଉଚ୍ଚର ଏକ ପରଦା ଲାଗିବ। ଯେଉଁଥିରେ ସାରା ରାଜଧାନୀ ଉପରେ ନଜର ରଖାଯିବ। ଏଠାରେ ୨୪ଘଣ୍ଟା ପୁଲିସ, ଅଗ୍ନିଶମ, ଟ୍ରାଫିକ, ଓସଡମା ଭଳି ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥାର ଅଧିକାରୀମାନେ ବି ରହିବେ। ରାଜମହଲରେ ୪୫୨କାର୍ ପାର୍କିଂ ବ୍ୟବସ୍ଥା ଏଠାରେ ଏକ ଏକର ଜମିରେ ହେବ ବହୁତଳ କାର୍ ପାର୍କିଂ ପ୍ରକଳ୍ପ ନିର୍ମାଣ ହେଉଛି। ୭ମହଲା ବିଶିଷ୍ଟ ଏହି ପ୍ରକଳ୍ପର ବେସମେଣ୍ଟରେ ଦୁଇ ମହଲା ଏବଂ ଉପରକୁ ୬ମହଲା ରହିବ। ଏଠାରେ ୪୫୨ଟି କାର୍ ପାର୍କିଂ ବ୍ୟବସ୍ଥା ରହିବ। ମୋଟ୍ ୦.୯୭୨ଏକର ତଥା ୧,୪୩,୭୧୮ ବର୍ଗଫୁଟ ଅଞ୍ଚଳରେ ହେବାକୁ ଥିବା ଏହି ବହୁତଳ ପାର୍କିଂ ପାଇଁ ୪୩.୮୫ କୋଟି ଖର୍ଚ୍ଚ ଅଟକଳ ହୋଇଛି। ଦେଢ଼ ବର୍ଷ ମଧ୍ୟରେ ଅର୍ଥାତ୍ ଜୁନ୍ ୨୬, ୨୦୧୯ରେ ଏହି ପ୍ରକଳ୍ପ ଚୂଡ଼ାନ୍ତ ରୂପ ପାଇବ। ପାଶ୍ଚାତ୍ୟ ସହରର ଅନୁଭୂତି ଦେବ ସ୍ମାର୍ଟ ଜନପଥ ସ୍ୱାର୍ଟ ସିଟି ଭୁବନେଶ୍ୱରରେ ସବୁଠୁ ବିକଶିତ ଅଞ୍ଚଳ ହେବ ଭୁବନେଶ୍ୱର ଟାଉନ ସେଣ୍ଟର ଡିଷ୍ଟ୍ରିକ୍ଟ ଅଞ୍ଚଳ (ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ଡାହାଣ ପାର୍ଶ୍ୱ ଅଞ୍ଚଳ)। ଏହି ୯୮୫ ଏକର ଜମିରେ ସ୍ମାର୍ଟ ସିଟିର ପ୍ରକୃତ ରୂପ ଦେଖିବାକୁ ମିଳିବ। ଏହାର ପ୍ରମୁଖ ପ୍ରକଳ୍ପ ହେବ ସ୍ମାର୍ଟ ଜନପଥ। ୨୭୬.୩୫କୋଟିରେ ଜନପଥକୁ ସ୍ମାର୍ଟ ରୂପ ଦେବାକୁ ଯୋଜନା ହୋଇଥିବାବେଳେ ଏଥିରେ ଲୋକଙ୍କୁ ସହଜରେ, ସୁବିଧାରେ ଓ ସୁରକ୍ଷିତ ଭାବେ ଯାତାୟାତ କରିବାର ଅନୁଭୂତି ମିଳିବ। ଶିଶୁ ଭବନରୁ ବାଣୀ ବିହାର ପର୍ଯ୍ୟନ୍ତ ରାସ୍ତାର ରୂପ ବଦଳିଯିବ। ସ୍ମାର୍ଟ ସିଟିର ଏହି ରାସ୍ତାକୁ ସ୍ମାର୍ଟ ରୋଡ୍ କୁହାଯିବ। ୟୁରୋପୀୟ ଦେଶଗୁଡ଼ିକ ଭଳି ଏହି ରାସ୍ତାର ଡିଜାଇନ୍ ହେବ। ପ୍ରଶସ୍ତ ଓ ଚକାଚକ୍ ରାସ୍ତା, ଆଧୁନିକ ଟ୍ରାଫିକ ସିଗନାଲ୍, ଦୁର୍ଘଟଣା ମୁକ୍ତ ଅଞ୍ଚଳ, ଜବରଦଖଲମୁକ୍ତ, ପଥଚାରୀଙ୍କ ପାଇଁ ଫୁଟପାଥ୍, ୯ଇଞ୍ଚର ଫୁଟପାଥ୍, ସ୍ୱତନ୍ତ୍ର ସାଇକେଲ୍ ଟ୍ରାକ୍ ଆଦି ରହିବ। ଗୋଟିଏ ସ୍ଥାନରେ ସୁ-ଉଚ୍ଚ ବିଲଡିଂରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଆବାସିକ ପ୍ରକଳ୍ପ ରହିବ। ଏହି ରାସ୍ତାରେ ଗାଡ଼ି ଚଳାଚଳରେ ଯେପରି କୌଣସି ପ୍ରକାରର ଅସୁବିଧା ନ ହେବ ସେଥିପାଇଁ ପ୍ରତି ୨୦୦ରୁ ୫୦୦ମିଟରରେ ପାର୍କିଂ ପାଇଁ ଜାଗା ରହିବ। ପାର୍କିଂ ଅଞ୍ଚଳ ବାଦ୍ ବାହାରେ ଯଦି କିଏ ଗାଡ଼ି ରଖିବେ ତେବେ ଗାଡ଼ି ଜବତ କରି ଜରିମାନା ଆଦାୟ କରାଯିବ। ଏହିଭଳି ଭାବେ ଜନପଥକୁ ସ୍ମାର୍ଟ ରୋଡ୍ରେ ପରିଣତ କରିବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ କର୍ତୃପକ୍ଷ ଯୋଜନା କରିଛନ୍ତି। ଅକ୍ଟୋବର ୪, ୨୦୧୭ରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଦୁଇ ବର୍ଷରେ ଏହାକୁ ଚୂଡ଼ାନ୍ତ ରୂପ ଦେବାକୁ ନିଷ୍ପତ୍ତି ହୋଇଛି। କେବଳ ରାସ୍ତା ନିର୍ମାଣ ପାଇଁ ୮୦.୪୭କୋଟି ଖର୍ଚ୍ଚ ହେବ।
<urn:uuid:7e6d973a-f6a4-4102-9ba6-1f94072d914f>
CC-MAIN-2018-30
http://sambad.in/metro/happy-birth-day-bhubanswer-70th-dream-120486/
2018-07-19T11:23:08Z
s3://commoncrawl/crawl-data/CC-MAIN-2018-30/segments/1531676590866.65/warc/CC-MAIN-20180719105750-20180719125750-00233.warc.gz
ory
0.99997
Orya
15
{"ory_Orya_score": 0.9999701976776123}
ଲକ୍ଷ୍ନୌ: ଦେଶରେ କୃଷି ଓ କୃଷକଙ୍କ ସ୍ଥିତି କିଭଳି ଦୟନୀୟ ରହିଛି ତାହା ଉତ୍ତରପ୍ରଦେଶର ଗରିବ କୃଷକଙ୍କ ଉପରେ ଦୃଷ୍ଟିପାତ କଲେ ଯେ କେହି ଅନୁଭବ କରିପାରିବ। କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବର୍ଷ ବିଭିନ୍ନ ପଦକ୍ଷେପ ଘୋଷଣା ହେଉଥିଲେ ମଧ୍ୟ ସେସବୁର କୌଣସି ପ୍ରଭାବ ପଡ଼ୁନାହିଁ। କୃଷିଋଣ ଛାଡ଼ ଠାରୁ ଆରମ୍ଭ କରି କୃଷକମାନଙ୍କ ପାଇଁ ସ୍ପେସାଲ୍ ପ୍ୟାକେଜ୍ ଘୋଷଣା ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେଉନାହିଁ। ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ୟୁପିର ଜଣେ କୃଷକ ଚାଷ ପାଇଁ ଶେଷରେ କିଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ୟୁପିର ଝାନ୍ସି ଜିଲ୍ଲା ମୌରନିପୁର ସ୍ଥିତ ବଡ଼ଗାଓଁର ଜଣେ ୬୦ ବର୍ଷୀୟ କୃଷକ ଅଛେଲାଲ୍ ଅହରଓ୍ଵାର୍ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ତାଙ୍କ ଜୀବନ ଜୀବିକା ଚାଷ ହୋଇଥିଲେ ମଧ୍ୟ ଚାଷ ପାଇଁ ଟ୍ରାକ୍ଟର କିଣିବା କିମ୍ବା ହଳେ ବଳଦ ଯୋଗାଡ଼ କରିବାକୁ ତାଙ୍କ ପାଖରେ ଅର୍ଥ ନାହିଁ। ଶେଷରେ ଅଛେଲାଲ୍ କିଛି ଉପାୟ ନପାଇ ନିଜ ଦୁଇ ଝିଅଙ୍କୁ ବଳଦ ଭାବେ ଲଙ୍ଗଳରେ ଯୋଚି ବିଲରେ ହଳ କରିଛନ୍ତି। ସେମାନଙ୍କର ଆଶା ଭଲ ବର୍ଷାହେଲେ ଜମିରେ ଅନ୍ତତଃ ଭଲ ଫସଲ ଫଳିବ ଏବଂ ପରିଶ୍ରମର ମୂଲ୍ୟ ମିଳିବ। ଅଛେଲାଲ୍ଙ୍କ ଦୁଇ ଝିଅ ରବିନା (୧୩) ଏବଂ ଶିବାନୀ (୧୦) ପାଠ ପଢ଼ିବା ବୟସରେ ବାପାଙ୍କ ସହ ବିଲରେ ଖଟୁଛନ୍ତି। କାରଣ ଚାଷ ନକଲେ ସେମାନଙ୍କୁ ଖାଇବାକୁ ଭାତ ମୁଠେ ମିଳିବା କଷ୍ଟକର ହୋଇପଡ଼ିବ। ଉଭୟ ରବିନା ଏବଂ ଶିବାନୀ ମଧ୍ୟ ଆଶାବାଦୀ ଅଛନ୍ତି ଯେ ସେମାନଙ୍କ ପରିଶ୍ରମର ଉତ୍ତମ ଫଳ ମିଳିବ ଏବଂ ବାପା ବଳଦ କିଣିବାକୁ ସକ୍ଷମ ହେବେ। ରବିନା ଗାଁ ସ୍କୁଲ୍ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଶିବାନୀ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି। ଅଛେଲାଲ୍ ବଡ଼ଗାଓଁରେ ଏକ ଚାଳ ଘରେ ରୁହନ୍ତି। ଅଛେଲାଲ୍ଙ୍କର ରାସନ କାର୍ଡ ରହିଛି ଏବଂ ଏହି କାର୍ଡରେ ତାଙ୍କୁ ପ୍ରତିମାସରେ ୨୦ କିଲୋଗ୍ରାମ୍ ଖାଦ୍ୟଶସ୍ୟ ମିଳୁଛି । ଘରେ ଶୌଚାଳୟ ତିଆରି କରିବାକୁ ସେ ସ୍ୱପ୍ନ ରଖିଛନ୍ତି, କିନ୍ତୁ ସରକାରୀ ସହାୟତା ତାଙ୍କୁ ମିଳୁନାହିଁ। ଅଛେଲାଲ୍ଙ୍କ ଉପରେ ଏବେ ଦେଢ଼ଲକ୍ଷ ଟଙ୍କାର ଋଣଭାର ରହିଛି।
<urn:uuid:af3d6b2f-56f5-4384-9ab9-917b94f5d6d6>
CC-MAIN-2018-30
http://sambad.in/india-and-beyond/no-money-for-trackter-and-bull-169276/
2018-07-23T11:22:11Z
s3://commoncrawl/crawl-data/CC-MAIN-2018-30/segments/1531676596336.96/warc/CC-MAIN-20180723110342-20180723130342-00233.warc.gz
ory
0.999993
Orya
7
{"ory_Orya_score": 0.9999932050704956}
ଭୁବନେଶ୍ୱର : ହକି ବିଶ୍ୱକପ୍ ପୂର୍ବରୁ ରାଜଧାନୀରେ ୨୦୦ଟି ନୂଆ ସିଟି ବସ୍ ଚାଲିବାକୁ ଥିବାବେଳେ ଏହାର ରହଣି ପାଇଁ ପଟିଆ ଓ ପାତ୍ରପଡ଼ାରେ ଦୁଇଟି ଟର୍ମିନାଲ ବା ବସ୍ ଡିପୋ ହେବ। ଏଥିପାଇଁ ବିଡିଏ ପକ୍ଷରୁ ଜମି ଅଧିଗ୍ରହଣ ହୋଇଥିବାବେଳେ ଆଜି ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ କ୍ଷେତ୍ର ପରିଦର୍ଶନ କରିଛନ୍ତି। କିପରି ବସ୍ ପାର୍କିଂ ହେବ, କେଉଁଠି କ'ଣ କ'ଣ ସୁବିଧା ଉପଲବ୍ଧ ହେବ, କିପରି ସମସ୍ତ କାର୍ଯ୍ୟ ଅକ୍ଟୋବର ସୁଦ୍ଧା ଶେଷ ହେବ ସେନେଇ ବିଡିଏ ଉପାଧ୍ୟକ୍ଷ ଆଲୋଚନା କରିଛନ୍ତି। ଏଠାରେ ୧୦୦ ବସ୍ ପାର୍କିଂ ହେବା ଭଳି ବ୍ୟବସ୍ଥା ରହିବ। ଏହାସହ ଗ୍ୟାରେଜ୍, ଶୌଚାଳୟ, ସର୍ଭିସ୍ ଷ୍ଟେସନ୍, ଡ୍ରାଇଭର୍ ବିଶ୍ରାମାଗାର, ମାର୍କେଟ୍ କମ୍ପ୍ଲେକ୍ସ ଆଦି ନିର୍ମାଣ ହେବ।
<urn:uuid:3945d8a2-1251-4cde-9467-5b08cd2e4c2d>
CC-MAIN-2018-30
http://sambad.in/metro/city-bus-depot-in-patia-139785/
2018-07-23T13:29:09Z
s3://commoncrawl/crawl-data/CC-MAIN-2018-30/segments/1531676596463.91/warc/CC-MAIN-20180723125929-20180723145929-00599.warc.gz
ory
0.999989
Orya
7
{"ory_Orya_score": 0.9999892711639404}
ଭୁବନେଶ୍ୱର: ପବିତ୍ର ଓଡ଼ିଆ ନୂଆ ବର୍ଷ ଅବସରରେ ସ୍ଥାନୀୟ ସହିଦ ନଗରସ୍ଥିତ ପ୍ଲଟ ନମ୍ବର ୧୫୪ରେ ରାଜ୍ୟର ସର୍ବପୁରାତନ ଏସ୍ଆର ଚେସ୍ କେନ୍ଦ୍ରର ନୂତନ ଗୃହ ଶନିବାର ଉଦ୍ଘାଟିତ ହୋଇଛି। କେଶବାନନ୍ଦ ସ୍ମାରକୀ ବିଜେତା ଆଇଏମ୍ ସୋମକ ପାଲିତ୍ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। କେନ୍ଦ୍ରର ସଭାପତି ଶୁଭାଶିଷ ପଟ୍ଟନାୟକ, ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ, ଏଓସିଏ ସମ୍ପାଦକ କେ କେ ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ସତ୍ୟଜିତ୍ ପଟ୍ଟନାୟକ, ପ୍ରଶିକ୍ଷକ ପ୍ରଣବ ମହାନ୍ତି, ଅବିନାଶ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଆଇଏମ୍ ସୋମକ ପାଲିତ ନବ ପ୍ରତିଭାମାନଙ୍କୁ ଚେସ୍ ସମ୍ପର୍କିତ ଉପାଦେୟ ପରାମର୍ଶ ଦେଇଥିଲେ।
<urn:uuid:b1e4f4df-f113-41e7-b029-632c3b1bd312>
CC-MAIN-2018-30
http://sambad.in/sports/asia-chess-opening-121532/
2018-07-18T03:20:15Z
s3://commoncrawl/crawl-data/CC-MAIN-2018-30/segments/1531676590046.11/warc/CC-MAIN-20180718021906-20180718041906-00067.warc.gz
ory
0.999999
Orya
4
{"ory_Orya_score": 0.9999986886978149}
ଶିକରପାଇ, ୩।୧(ଡି.ଏନ୍.ଏ)-ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ପଞ୍ଚାୟତ ଧାମଲିମା ଗ୍ରାମ ରାସ୍ତାପାର୍ଶ୍ୱରେ ଆକ୍ସିସ ବ୍ୟାଙ୍କ ଫାଉଣ୍ଡେଶନ ଆର୍ଥିକ ସହାୟତା ଏବଂ ହର୍ଷ ଟ୍ରଷ୍ଟର ବୈଷୟିକ ସହଯୋଗକ୍ରମେ ପନିପରିବାର ଦୈନିକ ଗ୍ରୀନ୍ ମାର୍କେଟ ଉଦ୍ଘାଟିତ ହୋଇଯାଇଛି । କଲ୍ୟାଣସିଂହପୁର ବିଡିଓ ଅନୁପ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। ହର୍ଷଟ୍ରଷ୍ଟ ଟିମ୍ ଲିଡର ସାମନ୍ତ ଦିଗାଲଙ୍କ ସଂଯୋଜିତ ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଅମ୍ବିକା ସାରକା, ୱାର୍ଡସଭ୍ୟା ଗଙ୍ଗା ମିଣିଆକା, ଜିଲା ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଗୌରାଙ୍ଗ ଚରଣ ରାଉତ, ସହକାରୀ କୃଷି ଅଧିକାରୀ ନାରାୟଣ ସାହୁ, ଅନୁଜଯନ୍ତ୍ରୀ, ସିଏସ୍ଟିଡି ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ, ହର୍ଷଟ୍ରଷ୍ଟ ଜିଲା ସଂଯୋଜକ ଶରତ କୁମାର ସାହୁ, କାର୍ଯ୍ୟ ନିର୍ବାହୀ ପବିତ୍ର କୁମାର ପାଲ, ଭାଗ୍ୟରଥି ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପନିପରିବା ଚାଷ ମାଧ୍ୟମରେ ଗ୍ରାମାଞ୍ଚଳର ଗରିବ ଚାଷୀ କିପରି ଆର୍ଥିକ ଭାବେ ସ୍ବାବଲମ୍ବୀ ହେବା ସହ ସେମାନଙ୍କର ଉତ୍ପାଦିତ ପଦାର୍ଥକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରି ମୌଳିକ ଆବଶ୍ୟକତା ମେଣ୍ଟାଇପାରିବେ ସେ ସମ୍ପର୍କରେ ଅତିଥିମାନେ ପରାମର୍ଶ ଦେଇଥିଲେ । ଉନ୍ନତ ପଦ୍ଧତିରେ ଜୈବିକ କୃଷି, ମୃତ୍ତିକା ଓ ଜଳ ସଂରକ୍ଷଣ, ମୂଲ୍ୟଯୁକ୍ତତା ପ୍ରସଙ୍ଗରେ ମଧ୍ୟ ଏହି ଅବସରରେ ଆଲୋକପାତ କରାଯାଇଥିଲା । ଶ୍ରୀ ଗଣେଶ ଏବଂ ମା' କାଳୀ ମହିଳା ସ୍ବୟଂସହାୟକ ଦଳର ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
<urn:uuid:cc9fb25e-70a3-42e9-a69f-8cde4c46c443>
CC-MAIN-2018-30
http://www.dharitri.com/main/news/16491
2018-07-20T18:35:04Z
s3://commoncrawl/crawl-data/CC-MAIN-2018-30/segments/1531676591719.4/warc/CC-MAIN-20180720174340-20180720194340-00036.warc.gz
ory
0.999988
Orya
4
{"ory_Orya_score": 0.999988317489624}
ନୂଆଦିଲ୍ଲୀ : ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ(ସାର୍କ) ସମ୍ମିଳନୀରେ ଭାରତ ଯୋଗ ଦେବନାହିଁ। ସୀମାପାର ଆତଙ୍କବାଦକୁ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଯେଭଳି ପ୍ରୋତ୍ସାହନ ଦେଉଛି, ସେହି ସ୍ଥିତିରେ ସାର୍କ ସହ ଆଗକୁ ବଢ଼ିବା ସମ୍ଭବ ନୁହେଁ ବୋଲି ଆଜି ବୈଦେଶିକ ସଚିବ ବିଜୟ ଗୋଖଲେ ସ୍ପଷ୍ଟ କରିଛନ୍ତି। ପାକିସ୍ତାନକୁ ବାରମ୍ବାର ସତର୍କ କରାଇବା ସତ୍ତ୍ୱେ ସୀମାରେ ଅଶାନ୍ତି ସୃଷ୍ଟି ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ଥମୁନାହିଁ। ତେଣୁ ପାକିସ୍ତାନ ସହ ଏହି ସମ୍ମିଳନୀରେ ଭାରତ ଆଗକୁ ବଢିପାରିବ ନାହିଁ ବୋଲି ଗୋଖ୍ଲେ କହିଛନ୍ତି। ବିଗତ ଦୁଇ ବର୍ଷ ହେବ ସାର୍କ ସମ୍ମିଳନୀ ହୋଇନାହିଁ। ତେଣୁ ଚଳିତବର୍ଷ ଏହି ସମ୍ମିଳନୀର ଆୟୋଜନ ପାଇଁ ଭାରତକୁ ରାଜି କରାଇବା ପାଇଁ ପାକିସ୍ତାନ ନେପାଳକୁ ଅନୁରୋଧ କରିଥିଲା। ବର୍ତ୍ତମାନ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ଭାରତ ଗସ୍ତରେ ଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ରାଜି କରାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ୨୦୧୪ରେ ଶେଷ ଥର ପାଇଁ ନୋପଳର କାଠମାଣ୍ଡୁରେ ଏହି ସମ୍ମିଳନୀ ହୋଇଥିଲା। ୨୦୧୬ରେ ପାକିସ୍ତାନ ଆତଙ୍କବାଦୀଙ୍କ ଉରି ସେନା କ୍ୟାମ୍ପ ଆକ୍ରମଣ ପରେ ସେହି ବର୍ଷ ଇସ୍ଲାମାବାଦରେ ଆୟୋଜିତ ହେବାକୁ ଥିବା ସାର୍କ ସମ୍ମିଳନୀରେ ଭାରତ ଯୋଗ ଦେବାକୁ ମନା କରିଦେଇଥିଲା।
<urn:uuid:7aa46693-e1b6-4f4e-954f-3fde36774a12>
CC-MAIN-2018-30
http://sambad.in/india-and-beyond/india-will-not-participate-in-saarc-summit-117473/
2018-07-18T07:07:44Z
s3://commoncrawl/crawl-data/CC-MAIN-2018-30/segments/1531676590069.15/warc/CC-MAIN-20180718060927-20180718080927-00058.warc.gz
ory
0.999987
Orya
5
{"ory_Orya_score": 0.9999872446060181}
Facebook TwitterYoutube ଅନୁଗୁଳ ବ୍ୟାଙ୍କ ଡକାୟତି ଘଟଣାରେ ବିହାରର ଗୟା ଅଞ୍ଚଳରୁ ୨ ଜଣଙ୍କୁ ଗିରଫ କଲା ଅନୁଗୁଳ ପୋଲିସ । ବିହାର ପୋଲିସ ସହାୟତାରେ ଅଭିଯୁକ୍ତ ଓମ ପ୍ରକାଶ ଦାସ ଓ ରାଜେଶ ଦାସକୁ ଗିରଫ କରିଛି ଅନୁଗୁଳ ପୋଲିସ ।ତେବେ ଉଭୟଙ୍କୁ ଗୟା କୋର୍ଟରେ ହାଜର କରି ପୋଲିସ ଅନୁଗୁଳ ଆଣୁଥିବା ଜଣାପଡିଛି । ସେମାନଙ୍କ ଠାରୁ ୩୪୩ ଗ୍ରାମ ସୁନା ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।ଏହି ଅଭିଯୁକ୍ତମାନେ ଗତ କିଛି ଦିନ ପୂର୍ବେ ଅନୁଗୁଳରେ ହୋଇଥିବା ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଡକାୟତିରେ ସଂପୃକ୍ତି ଥିଲେ ।ତେବେ ଏହି ବ୍ୟାଙ୍କ ଡକାୟତିର ଚେର କେତେ ଦୂର ଲମ୍ବିଛି ସେନେଇ ଛାନଭିନ କରୁଛୁ ପୋଲିସ ? ସମ୍ବଲପୁର ଅମିରାନଗରରେ ସଡକ ଦୁର୍ଘଟଣା । ନୋ ପାର୍କିଂ ଜୋନରେ ଥିବା ଏକ ଜେସିବି କୁ ପଛରୁ ପିଟିଲା ସ୍କୁଲ ଭ୍ୟାନ ।ଏହି ଭ୍ୟାନ ଟି ଛାତ୍ରଛାତ୍ରୀଙ୍କୁ ନେଇ ଅଇଠାପାଲି ପଟରୁ ସ୍କୁଲ କୁ ଯାଉଥିଲା । ତେବେ ଭ୍ୟାନଟି ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଭ୍ୟାନରେ ବସିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଜଣ ଆହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭିର୍ତ୍ତି କରାଯାଉଛି । ଘଟଣାସ୍ଥଳରେ ଭ୍ୟାନର ଡ୍ରାଇଭର ଫେରାର ହୋଇଥିବା ବେଳେ ତଦନ୍ତ କରୁଛି ଅଇଠାପାଲି ପୋଲିସ । ବୌଦ୍ଧ ବାଉଁଶୁଣୀ ଥାନା ମଲ୍ଲିକପଡା ଗାଁରେ ହତ୍ୟାକାଣ୍ଡ । ଭୋଜି ଆସର ପରେ ବସଚାକୁ ନେଇ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ସୈମିତ୍ରୀ ସାହୁ । ଗତକାଲି ବିଳମ୍ବିତ ରାତିରେ ଗାଁର 4 ଜଣ ସାଙ୍ଗ ହୋଇ ଗାଁରେ ଏକ ଘରେ ଭୋଜି କରିଥିଲେ ।କୌଣସି କାରଣରୁ ପରସ୍ପର ମଧ୍ୟରେ ଝଗଡା ହୋଇଥିଲା । ଅନ୍ୟ ତିନି ଜଣ ମିଶି ସଙ୍ଘ ବଦ୍ଧ ଭାବେ ଟାଙ୍ଗିଆରେ ସୈମିତ୍ରୀକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଗୁରୁତର ଅବସ୍ଥାରେ ସୈମିତ୍ରୀକୁ ବାଉଁଶୁଣୀ ଡାକ୍ତରଖାନା ଅଣାଯାଇଥିଲା ।ସେଠାରେ ତାଙ୍କର ମୃତ ହୋଇଯାଇଛି ।ବାଉଁଣୁଣୀ ପୋଲିସ ସାଙ୍ଗ ହୋଇ ଭୋଜି କରିଥିବା ତିନି ଜଣକୁ ଅଟକ ରଖିଛି ।ପୋଲିସର କହିବା ଅନୁଯାଇ ଅଜିତ ମହାକୁଡ ହେଉଛି ମୁଖ୍ୟ ଅଭିଯୁକ୍ତ ।ପ୍ରଥମେ ଅଜିତ ମହାକୁଡ ଏକ ଟାଙ୍ଗିଆରେ ସୈତିତ୍ରୀ ସାହୁଙ୍କ ମୁଣ୍ଡରେ ମାରିଥିଲେ । ଅନ୍ୟ ଦୁଇ ଜଣ ତାଙ୍କୁ ସାହାଯ୍ୟ କରିଥିଲେ ।ଅନ୍ୟ ଦୁଇ ଜଣ ଅଭିଯୁକ୍ତ ମାନେ ହେଲେ ଜଗା ବେହେରା ଏବଂ ଶାନ୍ତ ଜାନୀ । ପୋଲିସ ମୃତ ଦେହ ଜବତ କରିବା ସହିତ ଅଧିକ ଅନୁସନ୍ଧାନ ଜାରି ରଖିଛି । ଉଦ୍-ଘାଟନ ହେଲା ଭୁବନେଶ୍ୱର କମାଣ୍ଡ ସେଣ୍ଟର । ସ୍ମାଟ ସିଟି ଭୁବନେଶ୍ୱରକୁ ଅଧିକ ସ୍ମାର୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଭୁବନେଶ୍ୱର ଅପରେସନ ସେଣ୍ଟର ସମତେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ବିଏମସି ଭବାନୀ ମଲର ପଞ୍ଚମ ମହଲାରେ ଏହି କମାଣ୍ଡ ସେଣ୍ଟର ଉଦଘାଟିତ ହୋଇଛି . ଭୁବନେଶ୍ୱର ଅପରେସନ ସେଣ୍ଟର ଆରମ୍ଭ ଦ୍ୱାରା ରାଜଧାନୀର ପ୍ରମୂଖ ସ୍ଥାନରେ ଯେଉଁଠାରେ ଜନଗହଳି ଅତ୍ୟଧିକ ରହୁଛି ସେଠାରେ ଲୋକଙ୍କ ଗିତିବିଧି ଏବଂ ସମସ୍ୟାରେ ପଡିଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ । ଏହି ସେଣ୍ଟର କାର୍ଯ୍ୟକ୍ଷମ ହେବାଦ୍ୱାରା ରାଜଧାନୀର ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଗମନା ଗମନ, ଅତ୍ୟାବଶ୍ୟକ ସେବା, ବିପର୍ୟ୍ୟୟକୁ ପରିଚାଳନା କରିବା ସହଜ ହେବ । ପୋଲିସ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଓ ଅନ୍ୟାନ୍ୟ ଏଜେନ୍ସି ସହ ସମନ୍ୱୟ ରଖି ଏସବୁ କାର୍ୟ୍ୟ ସମ୍ପାଦିତ କରାଯିବ । ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ । ଏହା ସହ ଶହୀଦ ନଗରରେ ସ୍ମାର୍ଟ ପାର୍କ ଏବଂ ଏଜି ଛକରେ ସୌରଚାଳିତ ଆଡାଫ୍ଟିଡ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥାର ଉଦଘାଟନ, ଶହୀଦନଗରଠାରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ନିର୍ମାଣ ହେବାକୁଥିବା ସ୍ୱତନ୍ତ୍ର ସେନସରୀ ପାର୍କ ଓ ବାପୁଜୀ ନଗରରେ ହେବାକୁଥିବା ସମନ୍ୱିତ ଜନସେବାକେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
<urn:uuid:69a65211-ddc2-4c7b-9182-75ea0ef90dc3>
CC-MAIN-2018-30
http://mbctv.co.in/index.php/component/k2/itemlist/user/42-mbctvbureau?limit=4&start=20
2018-07-16T20:13:29Z
s3://commoncrawl/crawl-data/CC-MAIN-2018-30/segments/1531676589455.35/warc/CC-MAIN-20180716193516-20180716213516-00543.warc.gz
ory
1.000002
Orya
3
{"ory_Orya_score": 1.000002384185791}
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନ୍ସର୍ରେ ପୀଡ଼ିତ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ପୂର୍ବରୁ ତାଙ୍କ କେଶକୁ କାଟି ଛୋଟ କରି ଦିଆଯାଇଛି। କେଶ କଟା ଯାଉଥିବାର ଏକ ଭିଡିଓ ସେ ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ପୋଷ୍ଟ୍ କରିଛନ୍ତି। ତାଙ୍କ ସହିତ ତାଙ୍କ ସ୍ୱାମୀ ଗୋଲ୍ଡୀ ବେହଲ୍ ମଧ୍ୟ ଅଛନ୍ତି। ଏହି ଭିଡିଓ ସହ ସୋନାଲି ଏକ ମେସେଜ୍ ମଧ୍ୟ ପୋଷ୍ଟ୍ କରିଛନ୍ତି। ସେ ଲେଖିଛନ୍ତି,"ଏହାକୁ ଶେୟାର କରିବା ବି ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଶା କରୁଛି ଯେ ଏହାକୁ ଦେଖି ଆପଣମାନେ ଭାବିବେ ଯେ ଏବେବି ସବୁ କିଛି ଶେଷ ହୋଇଯାଇନି।" ସୋନାଲି ଏହି ଭିଡିଓ ଶେୟାର କରିବା ପରେ କରଣ ଜୋହରଙ୍କ ଠାରୁ ଆରମ୍ଭ କରି ପରିଣିତି ଚୋପ୍ରାଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ତାଙ୍କୁ ଆଶ୍ୱାସନା ଦେଇଛନ୍ତି। ସମସ୍ତେ ତାଙ୍କୁ ଜଣେ ଦୃଢ଼ମନା ମହିଳା ବୋଲି କହିଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ସମସ୍ତେ କାମନା କରିଛନ୍ତି। କିଛି ଦିନ ତଳେ ସୋନାଲି ନିଜେ ଟ୍ୱିଟ୍ କରି ତାଙ୍କୁ କ୍ୟାନ୍ସର୍ ହୋଇଛି ବୋଲି ଜଣାଇଥିଲେ। ସେ ହାଇଗ୍ରେଡ୍ କ୍ୟାନ୍ସର୍ରେ ପୀଡ଼ିତ ହୋଇଛନ୍ତି, ଯାହା ଏବେ ଶେଷ ସ୍ତରରେ ପହଞ୍ଚିଯାଇଛି। ତାଙ୍କର ଅବହେଳା କାରଣରୁ କ୍ୟାନ୍ସର୍ ଶେଷ ସ୍ତରରେ ପହଞ୍ଚି ଯାଇଛି ବୋଲି ଡାକ୍ତରମାନେ କହିଛନ୍ତି। ଦୀର୍ଘ ଦିନ ହେଲା ସେ ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିଲେ। କିନ୍ତୁ ସେ ଏହାକୁ ଅଣଦେଖା କରିଥିଲେ। ଯନ୍ତ୍ରଣା ଅସହ୍ୟ ହେଲା ପରେ ଯାଇ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଓ ଟେଷ୍ଟ୍ ପରେ ଜଣାପଡ଼ିଥିଲା ଯେ ସେ କ୍ୟାନ୍ସର୍ରେ ପୀଡ଼ିତ। ଦେଖନ୍ତୁ ସୋନାଲି ଶେୟାର କରିଥିବା ଭିଡିଓ
<urn:uuid:30693823-ed6b-4bca-9261-43074fb3fb60>
CC-MAIN-2018-30
http://odishareporter.in/entertainment/sonali-shares-a-video-on-her-instagram-page-252064
2018-07-17T20:44:48Z
s3://commoncrawl/crawl-data/CC-MAIN-2018-30/segments/1531676589902.8/warc/CC-MAIN-20180717203423-20180717223423-00223.warc.gz
ory
1
Orya
3
{"ory_Orya_score": 0.9999998807907104}
ଇଟାଲୀର ଏକ ଗାଁରେ ଏମିତି ରହସ୍ୟମୟ ଘଟଣା ଘଟୁଛି। ୨୦୦୪ ମସିହାରୁ ଏହି ଗାଁରେ ଭିନ୍ନ ଭିନ୍ନ ସ୍ଥାନରେ ହଠାତ୍ ନିଆଁ ଲାଗିଯାଉଛି। କେତେବେଳେ କାହା କାର୍ ତ କେତେବେଳେ କାହା ବିଛଣା, ଜଳି ପୋଡ଼ି ପାଉଁଶ ହୋଇଯାଉଛି ସବୁକିଛି। ତେବେ ଦୀର୍ଘ ୧୩ବର୍ଷ ଧରି ଏମିତି ଅପ୍ରୀତିକର ଘଟଣା ଘଟୁଛି ଇଟାଲୀର ସିସିଲିଆନ ଭେଲି ଅଫ୍ କାନେଟୋ ଡି କାନେରିଆ ଗାଁରେ। ଏହି ଗାଁରେ ପ୍ରତିଦିନ ଯେକୌଣସି ପରିବାରରେ ନିଆଁ ଲାଗି କିଛି ନା କିଛି ପୋଡ଼ିଯାଉଛି। କେତେ କେତେ ରଥୀ ମହାରଥୀ ଏହାର ରହସ୍ୟ ଉନ୍ମୋଚନରେ ଲାଗିପଡ଼ିଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିପାରିନି। ଗ୍ରାମର କିଛି ଲୋକ ଏହାକୁ ଦୁଷ୍ଟ ଆତ୍ମାଙ୍କ କାରନାମା ଦର୍ଶାଉଥିବାବେଳେ ଆଉ କେହି ଅଲୌକିକ ଶକ୍ତିର ପ୍ରଭାବ ବୋଲି ଚର୍ଚ୍ଚା କରୁଛନ୍ତି। ୨୦୦୭ରେ ଏକ ଖବରକାଗଜରେ ଏ ସମ୍ବନ୍ଧରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ଅନୁଯାୟୀ ଅନ୍ୟ ଗ୍ରହର ଜୀବ ବା ଏଲିଏନ୍ସମାନଙ୍କୁ ଏହି ରହସ୍ୟ ସହ ଯୋଡ଼ାଯାଇ ଅଜଣା ବିଦ୍ୟୁତ୍ ଚୁମ୍ବକୀୟ ବିକିରଣକୁ ଏଥିପାଇଁ ଦାୟୀ କରାଯାଇଥିଲା। ତେବେ ଏବେ ମଧ୍ୟ ରହସ୍ୟ ଘେରରେ ରହିଛି ଏହି ଗାଁ। ଆତଙ୍କିତ ଜୀବନ ବିତାଉଛନ୍ତି ଏଠାକାର ଗ୍ରାମବାସୀ।
<urn:uuid:915f21d0-b131-48a8-a01b-e703ab0c93ae>
CC-MAIN-2018-30
http://www.dharitri.com/main/news/9104
2018-07-17T21:12:18Z
s3://commoncrawl/crawl-data/CC-MAIN-2018-30/segments/1531676589902.8/warc/CC-MAIN-20180717203423-20180717223423-00223.warc.gz
ory
0.999766
Orya
6
{"ory_Orya_score": 0.9997660517692566}
ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କର ପୁସ୍ତକ 48 Oriya Bible: Easy-to-Read Version (ERV-OR) ପରମେଶ୍ୱର ଜଗତକୁ ଶାସନ କରନ୍ତି 48 ସଦାପ୍ରଭୁ କୁହନ୍ତି, "ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇସ୍ରାଏଲ ପରି ଖ୍ୟାତ, ଦୟାକରି ମୋ' କଥା ଶୁଣ। ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ ଓ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭେମାନେ ଏହି କାର୍ଯ୍ୟ ସତ୍ୟ ଓ ଧାର୍ମିକତାରେ କରୁ ନାହିଁ। 2 "କାରଣ ସେମାନେ ନିଜକୁ ପବିତ୍ର ନଗରର ଲୋକ ବୋଲି ଖ୍ୟାତ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କ ଉପରେ ନିର୍ଭର କରନ୍ତି; ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ। 3 "ପୂର୍ବକାଳରେ ଯାହା ଘଟିଲା ଆମ୍ଭେ ତାହା ବହୁ ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ। ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ। ଆମ୍ଭେ ତାହା କଲୁ ଓ ଅକସ୍ମାତ୍ ତାହା ସବୁ ଘଟିଲା। 4 କାରଣ ମୁଁ ଜାଣେ ତୁମ୍ଭେ ଅବାଧ୍ୟ; ମୋର ବାକ୍ୟ ତୁମ୍ଭେ ବିଶ୍ୱାସ କରିବାକୁ ଅସମ୍ମତ। ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ୱରୂପ ବୋଲି ଆମ୍ଭେ ଜାଣିଲୁ। 5 ତେଣୁ ପ୍ରାଚୀନକାଳରୁ ତୁମ୍ଭ ପ୍ରତି ତାହା ଘଟିବ ବୋଲି ପ୍ରକାଶ କଲୁ; ତାହା ଘଟିବା ପୂର୍ବରୁ ତୁମ୍ଭକୁ ଜଣାଇଲୁ। ତାହା ନ ହେଲେ ତୁମ୍ଭେ କହିଥା'ନ୍ତ, 'ଆମ୍ଭର ଦେବତା ଏହା କରିଅଛନ୍ତି,' ପୁଣି କହିଥା'ନ୍ତ 'ଆମ୍ଭର ଖୋଦିତ ଓ ଛାଞ୍ଚରେ ଢଳା ପ୍ରତିମା ଏହା ଆଜ୍ଞା କରିଅଛନ୍ତି।'" ଇସ୍ରାଏଲକୁ ପବିତ୍ର କରିବାକୁ ପରମେଶ୍ୱର ଦଣ୍ଡ ଦିଅନ୍ତି 6 "ତୁମ୍ଭେମାନେ ଶୁଣିଅଛ, ଏବଂ ବର୍ତ୍ତମାନ ତୁମ୍ଭେ ଦେଖ! ତୁମ୍ଭେମାନେ କ'ଣ ତାହା ପ୍ରକାଶ କରିବ ନାହିଁ? ବର୍ତ୍ତମାନ ତୁମ୍ଭକୁ ଆମ୍ଭେ ବଡ଼ ଗୁରୁତ୍ୱର କିଛି ତୁମ୍ଭକୁ ଦେଖାଇଦେବୁ, ଯାହାକି ତୁମ୍ଭର ଅଜ୍ଞାତ ଅଟେ। 7 ପୂର୍ବକାଳରୁ ନୁହେଁ, ମାତ୍ର ଏବେ ସେସବୁ ସୃଷ୍ଟ ହେଲା। ଆଜି ଦିନର ପୂର୍ବରୁ ତୁମ୍ଭେ ସେସବୁ ଶୁଣି ନ ଥିଲ। 'ନଚେତ୍ ତୁମ୍ଭେ ଜାଣିଥିଲ ବୋଲି କହିଥା'ନ୍ତ।' 8 ବାସ୍ତବିକ ତୁମ୍ଭେ ଶୁଣିଲ ନାହିଁ; ତୁମ୍ଭେ ଜାଣିଲ ନାହିଁ; ବହୁକାଳରୁ ତୁମ୍ଭର କାନ ମୁଦ୍ରିତ ଥିଲା; କାରଣ ତୁମ୍ଭେ ଅତି ବିଶ୍ୱାସଘାତ କରିଥିଲ; ଜନ୍ମରୁ ତୁମ୍ଭେ ଅଧର୍ମାଗ୍ଭରୀ ବୋଲି ଖ୍ୟାତ ହୋଇଥିଲ; ଆମ୍ଭେ ଜାଣିଲୁ। 9 "ମାତ୍ର ଆମ୍ଭେ ନିଜର ପ୍ରଶଂସା ପାଇଁ କ୍ରୋଧ ସମ୍ବରଣ କରିବା। ଏଥିପାଇଁ ତୁମ୍ଭକୁ ଉଚ୍ଛିନ୍ନ କରିବା ନାହିଁ। ତୁମ୍ଭେ ଆମ୍ଭର କ୍ଷାନ୍ତ ଯୋଗୁଁ ପ୍ରଶଂସା କରିବ। 10 "ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିବୁ। ମାତ୍ର ଲୋକମାନେ ଯେପରି ରୂପାକୁ ଅଗ୍ନିରେ ପକାଇ ପରିଷ୍କାର କରନ୍ତି ସେପରି ନୁହେଁ। ଆମ୍ଭେ ତୁମ୍ଭକୁ ଦୁଃଖରୂପକ ଉହ୍ମେଇରେ ପକାଇ ପରିଷ୍କାର କରିବୁ। 11 ଆମ୍ଭେ କେବଳ ନିଜ ପାଇଁ, ନିଜ ସକାଶେ ଏହା କରିବା। କାରଣ ଆମ୍ଭର ନାମକୁ ଅପବିତ୍ର କାହିଁକି କରିବା? ପୁଣି ଆମ୍ଭେ ନିଜର ମହିମା ଅନ୍ୟକୁ ଦେବା ନାହିଁ। 12 "ହେ ଯାକୁବ, ଆମ୍ଭ ଆହୂତ ଇସ୍ରାଏଲ, ତୁମ୍ଭେମାନେ ଆମ୍ଭ କଥାକୁ ଶ୍ରବଣ କର। ଆମ୍ଭେ ହେଉଛୁ ଆଦ୍ୟ ଓ ଅନ୍ତ। 13 ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଦକ୍ଷିଣ ହସ୍ତ ଆକାଶମଣ୍ଡଳ ବିସ୍ତାର କରିଅଛି। ତେଣୁ ଆମ୍ଭେ ସେମାନଙ୍କୁ ଡାକିଲେ ସେମାନେ ଏକତ୍ର ଆମ୍ଭ ସମ୍ମୁଖରେ ଛିଡ଼ା ହୁଅନ୍ତି। 14 "ତୁମ୍ଭେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭ କଥା ଶ୍ରବଣ କର; ସେମାନଙ୍କ ମଧ୍ୟରେ କିଏ ଏହିସବୁ କଥା କରିଅଛନ୍ତି?" ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି। ସେ ବାବିଲ ଉପରେ ତାଙ୍କର ଉଦ୍ଦେଶ୍ୟ ସଫଳ କରିବେ ଓ କଲ୍ଦୀୟମାନଙ୍କ ଉପରେ ତାଙ୍କର ବାହୁ ରହିବ। 15 "ଆମ୍ଭେ ନିଜେ ତାଙ୍କୁ କହିଅଛୁ, ନିଜେ ତାଙ୍କୁ ଆହ୍ୱାନ କରିଅଛୁ, ନିଜେ ତାଙ୍କୁ ଆଣିଅଛୁ; ସେ ନିଜ ପଥରେ କୃତକାର୍ଯ୍ୟ ହେବ। 16 ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହିକଥା ଶୁଣ। ଆଦ୍ୟରୁ ଆମ୍ଭେ ଗୋପନରେ କିଛି କହି ନାହୁଁ। ବହୁ କାଳରୁ ଆମ୍ଭେ ସେଠାରେ ଅଛୁ।" ପୁଣି "ଏବେ ମୋର ପ୍ରଭୁ ସଦାପ୍ରଭୁ ମୋତେ ଓ ତାଙ୍କର ଆତ୍ମାକୁ ପ୍ରେରଣ କରିଛନ୍ତି। 17 ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କୁହନ୍ତି, "ଆମ୍ଭେ ସଦାପ୍ରଭୁ, ତୁମ୍ଭର ପରମେଶ୍ୱର, ତୁମ୍ଭର ମଙ୍ଗଳ ପାଇଁ ତୁମ୍ଭକୁ ଶିକ୍ଷା ଦେଉ ଓ ତୁମ୍ଭକୁ ଉଚିତ୍ ମାର୍ଗରେ ଗମନ କରିବାକୁ ନିର୍ଦ୍ଦେଶ ଦେଉ। 18 ତୁମ୍ଭେ ଯଦି ଆମ୍ଭର ଆଜ୍ଞା ପାଳନ କରିଥା'ନ୍ତ, ତେବେ ତୁମ୍ଭର ଶାନ୍ତି ନଦୀତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ତୁମ୍ଭ ନିକଟକୁ ଆସିଥା'ନ୍ତା। 19 ପୁଣି ତୁମ୍ଭେ ଯଦି ଆମ୍ଭର ଆଜ୍ଞାକୁ ଅବଧାନ କରିଥା'ନ୍ତ ତେବେ ତୁମ୍ଭର ବଂଶ ବାଲୁକା ତୁଲ୍ୟ ଓ ତୁମ୍ଭର ସନ୍ତାନଗଣ ବାଲୁକା କଣା ତୁଲ୍ୟ ହୋଇଥା'ନ୍ତେ। ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିମ୍ବା ବିନଷ୍ଟ ହୋଇ ନ ଥା'ନ୍ତା।" 20 ହେ ମୋର ସନ୍ତାନଗଣ, ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କଲ୍ଦୀୟମାନଙ୍କ ମଧ୍ୟରୁ ପଳାୟନ କର; ତୁମ୍ଭେମାନେ ଆନନ୍ଦ ଧ୍ୱନି କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ବିଖ୍ୟାତ କର; ତୁମ୍ଭେମାନେ କୁହ, "ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।" 21 ସଦାପ୍ରଭୁ ଯଦିଓ ମରୁଭୂମିରୁ ସେମାନଙ୍କୁ ନେଲେ, ସେମାନେ ତୃଷାର୍ତ୍ତ ହେଲେ ନାହିଁ। ସେ ସେମାନଙ୍କ ପାଇଁ ଶୈଳରୁ ଜଳସ୍ରୋତ ବୁହାଇଲେ; ଆଉ ମଧ୍ୟ ସେ ଶୈଳକୁ ବିଦୀର୍ଣ୍ଣ କଲେ ଓ ତହିଁରୁ ଜଳ ନିର୍ଗତ ହେଲା। 22 ମାତ୍ର ସଦାପ୍ରଭୁ କୁହନ୍ତି, "ଦୁଷ୍ଟ ଲୋକମାନଙ୍କର ଶାନ୍ତି ନାହିଁ।" Isaiah 48 New International Version (NIV) Stubborn Israel 48 "Listen to this, you descendants of Jacob, you who are called by the name of Israel and come from the line of Judah, you who take oaths in the name of the Lord and invoke the God of Israel— but not in truth or righteousness— 2 you who call yourselves citizens of the holy city and claim to rely on the God of Israel— the Lord Almighty is his name: 3 I foretold the former things long ago, my mouth announced them and I made them known; then suddenly I acted, and they came to pass. 4 For I knew how stubborn you were; your neck muscles were iron, your forehead was bronze. 5 Therefore I told you these things long ago; before they happened I announced them to you so that you could not say, 'My images brought them about; my wooden image and metal god ordained them.' 6 You have heard these things; look at them all. Will you not admit them? "From now on I will tell you of new things, of hidden things unknown to you. 7 They are created now, and not long ago; you have not heard of them before today. So you cannot say, 'Yes, I knew of them.' 8 You have neither heard nor understood; from of old your ears have not been open. Well do I know how treacherous you are; you were called a rebel from birth. 9 For my own name's sake I delay my wrath; for the sake of my praise I hold it back from you, so as not to destroy you completely. 10 See, I have refined you, though not as silver; I have tested you in the furnace of affliction. 11 For my own sake, for my own sake, I do this. How can I let myself be defamed? I will not yield my glory to another. Israel Freed 12 "Listen to me, Jacob, Israel, whom I have called: I am he; I am the first and I am the last. 13 My own hand laid the foundations of the earth, and my right hand spread out the heavens; when I summon them, they all stand up together. 14 "Come together, all of you, and listen: Which of the idols has foretold these things? The Lord's chosen ally will carry out his purpose against Babylon; his arm will be against the Babylonians. 15 I, even I, have spoken; yes, I have called him. I will bring him, and he will succeed in his mission. 16 "Come near me and listen to this: "From the first announcement I have not spoken in secret; at the time it happens, I am there." And now the Sovereign Lord has sent me, endowed with his Spirit. 17 This is what the Lord says— your Redeemer, the Holy One of Israel: "I am the Lord your God, who teaches you what is best for you, who directs you in the way you should go. 18 If only you had paid attention to my commands, your peace would have been like a river, your well-being like the waves of the sea. 19 Your descendants would have been like the sand, your children like its numberless grains; their name would never be blotted out nor destroyed from before me." 20 Leave Babylon, flee from the Babylonians! Announce this with shouts of joy and proclaim it. Send it out to the ends of the earth; say, "The Lord has redeemed his servant Jacob." 21 They did not thirst when he led them through the deserts; he made water flow for them from the rock; he split the rock and water gushed out. 22 "There is no peace," says the Lord, "for the wicked."
<urn:uuid:20efa916-dca5-40e3-9ef0-6e7ca7738fe6>
CC-MAIN-2018-30
https://www.biblegateway.com/passage/?search=%E0%AC%AF%E0%AC%BF%E0%AC%B6%E0%AC%BE%E0%AC%87%E0%AD%9F%20%E0%AC%AD%E0%AC%AC%E0%AC%BF%E0%AC%B7%E0%AD%8D%E0%AD%9F%E2%80%8C%E0%AC%A6%E0%AD%8D%E2%80%8C%E0%AC%AC%E0%AC%95%E0%AD%8D%E0%AC%A4%E0%AC%BE%E0%AC%99%E0%AD%8D%E0%AC%95%E0%AC%B0%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95%2048&version=ERV-OR;NIV
2018-07-17T21:46:36Z
s3://commoncrawl/crawl-data/CC-MAIN-2018-30/segments/1531676589902.8/warc/CC-MAIN-20180717203423-20180717223423-00223.warc.gz
ory
0.999271
Orya
3
{"ory_Orya_score": 0.9992712140083313}
ନୂଆଦିଲ୍ଲୀ : ପଟିଦାର ନେତା ନରେନ୍ଦ୍ର ପଟେଲ ଗତକାଲି ବିଜେପି ବିରୋଧରେ ଆଣିଥିବା ୧ କୋଟି ଟଙ୍କା ଲାଞ୍ଚ ଅଭିଯୋଗ ପରେ ପରେ ଅନ୍ୟତମ ପଟିଦାର ନେତା ନିଖିଲ ସାଓ୍ଵାନି ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ନିକଟରେ ବିଜେପିରେ ଯୋଗ ଦେଇଥିବା ନିଖିଲଙ୍କ କହିବା ଅନୁଯାୟୀ, ବିଜେପି କେବଳ ନିର୍ବାଚନୀ ଦୌଡ଼ ପାଇଁ ପଟିଦାର ସମ୍ପ୍ରଦାୟକୁ ହାତେଇବାକୁ ଚେଷ୍ଟା କରୁଛିି। କିନ୍ତୁ ପ୍ରକୃତରେ ପଟିଦାର ସମ୍ପ୍ରଦାୟ ପ୍ରତି ବିଜେପିର ଆନ୍ତରିକତା ଶେଷ ପର୍ଯ୍ୟନ୍ତ ରହିବନି ବୋଲି ହୃଦୟଙ୍ଗମ କରିବା ପରେ ହିଁ ସେ ଦଳରୁ ଇସ୍ତଫା ଦେବା ନିଷ୍ପତ୍ତି ନେଇଛନ୍ତି। ବିଜେପି କେବଳ ପଟିଦାରମାନଙ୍କୁ ଭୋଟ୍ ବ୍ୟାଙ୍କ୍ ଭାବେ ଗ୍ରେହଣ କରିଛି ଏବଂ ଏହାର ପ୍ରତିଶ୍ରୁତି କେବଳ ଲଲି ପପ୍ ସଦୃଶ ବୋଲି ସାଓ୍ଵାନି କହିଛନ୍ତି।
<urn:uuid:6f67d43e-d368-47ca-a171-0c0650b472cc>
CC-MAIN-2018-30
http://sambad.in/india-and-beyond/sawani-resigned-from-bjp-party-14519/
2018-07-19T20:47:25Z
s3://commoncrawl/crawl-data/CC-MAIN-2018-30/segments/1531676591296.46/warc/CC-MAIN-20180719203515-20180719223515-00223.warc.gz
ory
0.999984
Orya
5
{"ory_Orya_score": 0.9999837875366211}
ନିଶ୍ଚିନ୍ତକୋଇଲି, ୨୯।୭: କେନାଲରେ ଠିକ୍ଭାବେ ପାଣି ଆସୁ ନ ଥିବା ପ୍ରତିବାଦରେ ଚାଷୀମାନେ ନିଶ୍ଚିନ୍ତକୋଇଲି ବ୍ଲକ କଟକ-ଚାନ୍ଦବାଲି ରାସ୍ତାର ସୁକରପଡ଼ା କେନାଲ ପୋଲ ଉପରେ ଶନିବାର ସକାଳୁ ରାସ୍ତାରୋକୋ କରିଥିଲେ। ତେବେ ଆଗାମୀ ୨ ଦିନ ମଧ୍ୟରେ କେନାଲ ପାଣି ଚାଷୀଙ୍କ ନିକଟରେ ପହଞ୍ଚିବ ବୋଲି ପୋଲ ନିର୍ମାଣକାରୀ ଠିକାଦାର ସଂସ୍ଥା ପ୍ରତିଶୃତି ଦେବା ପରେ ରାସ୍ତାରୋକୋ ହଟିଛି। ସୂଚନାଯୋଗ୍ୟ, ୯ ନମ୍ବର କେନାଲ ପୋଲ ଜଳସ୍ତରଠାରୁ ନିମ୍ବରେ ଥିବାରୁ କେନାଲରେ ଠିକ୍ଭାବେ ପାଣି ଯାଉନାହିଁ। କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚୁ ନ ଥିବାରୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଅପରପକ୍ଷରେ କେନାଲର ଉପରମୁଣ୍ଡରେ ପାଣି ଜମାହୋଇ ଗାଁ ଭିତରକୁ ପଶିଯିବାରୁ ଗାଁଲୋକେ ମଧ୍ୟ ରାସ୍ତା ଅବରୋଧରେ ସାମିଲ ହୋଇଥିଲେ। ପଉଲସ୍ତି ପାଣି ପଞ୍ଚାୟତ ନେତୃତ୍ବରେ ଏହି ରାସ୍ତାରୋକୋ କରାଯାଇଥିଲା।
<urn:uuid:cdee6087-df56-498a-9f22-26a0d905998f>
CC-MAIN-2018-30
http://www.dharitri.com/main/news/51
2018-07-20T20:22:35Z
s3://commoncrawl/crawl-data/CC-MAIN-2018-30/segments/1531676591831.57/warc/CC-MAIN-20180720193850-20180720213850-00543.warc.gz
ory
0.999753
Orya
4
{"ory_Orya_score": 0.9997534155845642}
ଲଣ୍ଡନ:ଅକ୍ଷୟ ଶକ୍ତିକୁ ବିକଳ୍ପ ଇନ୍ଧନ ରୂପେ ବ୍ୟବହାର କରିବା ଲାଗି ବହୁ ପରୀକ୍ଷାନିରୀକ୍ଷା ଚାଳିଛି। ଏହି କ୍ରମରେ ପବନ ବ୍ୟବହାର କରି ଇନ୍ଧନ ପ୍ରସ୍ତୁତ କରିବାରେ ସମର୍ଥ ହୋଇଛନ୍ତି ବ୍ରିଟେନ୍ର ଏକ ବୈଜ୍ଞାନିକ ଦଳ। ପବନରେ ଥିବା ଅମ୍ଳଜାନ ବ୍ୟବହାର କରି ମେଥାନଲ୍ ବ୍ୟବହାର କରିଛନ୍ତି। ମେଥାନଲ୍ ହେଉଛି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କେମିକାଲ ଯାହା ଯାନବାହନରେ ଇନ୍ଧନ ଭାବେ ବ୍ୟବହାର କରାଯାଇଥାଏ। ତେବେ ଏହି ପ୍ରକ୍ରିୟା ଦ୍ୱାରା ବିଶ୍ୱବ୍ୟାପୀ ସ୍ବଚ୍ଛ, ସବୁଜ ଶିଳ୍ପ ପ୍ରକ୍ରିୟା ଦିଗରେ ସହାୟକ ହେବ ବୋଲି ଆଶାକରାଯାଉଛି। ଉଚ୍ଚ ତାପମାତ୍ରାରେ ପ୍ରାକୃତିକ ଗ୍ୟାସ୍କୁ ଉତ୍ତପ୍ତ କରି ହାଇଡ୍ରୋଜେନ୍ ଏବଂ କାର୍ବନ୍ ମନୋକ୍ସାଇଡ୍ ଭାବେ ଅଲଗା କରାଯାଇ ମେଥାନଲ ପ୍ରସ୍ତୁତ ହୋଇଥାଏ। ଏହାକୁ ପୁଣିଥରେ ମିଶ୍ରଣ କରାଯାଇଥାଏ। ଏହି ପ୍ରକ୍ରିୟାକୁ 'ଷ୍ଟିମ୍ ରିଫର୍ମିଂ' ଏବଂ 'ମେଥାନଲ୍ ସିନ୍ଥେସିସ୍' ବୋଲି କୁହାଯାଏ ଏବଂ ଏହା ଅତ୍ୟନ୍ତ ଖର୍ଚ୍ଚସାପେକ୍ଷ ଓ ଶକ୍ତି ଖର୍ଚ୍ଚକାରୀ। ବର୍ତ୍ତମାନ ବ୍ରିଟେନ୍ର କାର୍ଡିଫ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ସରଳ ଉପାୟରେ ମିଥେନ୍ରୁ ମେଥାନଲ୍ ପ୍ରସ୍ତୁତି କରିପାରିବେ ବୋଲି ଦାବି କରିଛନ୍ତି। ଅମ୍ଳଜାନ ଏବଂ ହାଇଡ୍ରୋଜେନ୍ ପେରକ୍ସାଇଡ୍ ବ୍ୟବହାର କରି କମ୍ ଖର୍ଚ୍ଚ ଏବଂ କମ୍ ଉତ୍ତାପରେ ମେଥାନଲ୍ ସୃଷ୍ଟି କରାଯାଇଛି। ଶହ ଶହ ବର୍ଷ ପୂର୍ବରୁ ହୋଇ ଆସୁଥିବା ମେଥାନଲ୍ ପ୍ରସ୍ତୁତ ପ୍ରକ୍ରିୟାଠାରୁ ନୂଆ ପଦ୍ଧତି ବେଶ୍ ଫଳପ୍ରଦ ହେବ ବୋଲି କାର୍ଡିଫ୍ କାଟାଲିସିସ୍ ଇନ୍ଷ୍ଟିଚ୍ୟୁଟ୍ର ଗବେଷକ ଗ୍ରାହାମ୍ ହଚିଂ ପ୍ରକାଶ କରିଛନ୍ତି। ତେବେ ଏହି ପଦ୍ଧତି ଜୀବାଶ୍ମ ଇନ୍ଧନ ଲାଗି ବିଶେଷ ଭାବେ ସହାୟକ ହେବ। ଏହାର ବ୍ୟବସାୟୀକରଣ ହେଲେ ଇନ୍ଧନର ସୁରକ୍ଷା କରାଯାଇପାରିବ ବୋଲି ଗ୍ରାହାମ୍ କହିଛନ୍ତି।
<urn:uuid:a218ab1b-30ef-4701-8549-888f602c1cc6>
CC-MAIN-2018-30
http://www.dharitri.com/main/news/2652
2018-07-22T12:27:21Z
s3://commoncrawl/crawl-data/CC-MAIN-2018-30/segments/1531676593223.90/warc/CC-MAIN-20180722120017-20180722140017-00164.warc.gz
ory
1
Orya
4
{"ory_Orya_score": 0.9999997615814209}
କନକ ବ୍ୟୁରୋ : ବିଷ ମାଛର ତଦନ୍ତ । ମାଛକୁ ତଟକା ରଖିବା ଲାଗି ଫର୍ମାଲ ଡିହାଇଡ୍ ଭଳି ସାଂଘାତିକ ରାସାୟନିକ ପଦାର୍ଥ ମିଶା ଯାଉଥିବା ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଯାଂଚ । ପୁରୀ ସହକାରୀ ମତ୍ସ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ କରିଛନ୍ତି ଧରପଗଡ଼ । ଅସ୍ତରଙ୍ଗ ହାଟ, ମାଛଧରା ବନ୍ଦର ଏବଂ ବିଭିନ୍ନ ଗୋଦାମରେ ଚଢାଉ କରି ମାଛକୁ ଯାଂଚ କରିବା ସହ ନମୂନା ସଂଗ୍ରହ କରିଛନ୍ତି । ଜିଲ୍ଲା ମତ୍ସ୍ୟ ବିଭାଗ ସହ ଅସ୍ତରଙ୍ଗ ଥାନା ଓ ସାମୁ୍ଦ୍ରିକ ଥାନା ପୁଲିସ ଏହି ଚଢାଉରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ସିଫାରେ ମାଛରେ ରାସାୟନିକ ପ୍ରଲେପ ଦିଆଯାଇଛି କି ନାହିଁ ନମୂନା ପରୀକ୍ଷା ପରେ ସତ ସାମନାକୁ ଆସିବ । ଯଦି ପ୍ରମାଣ ମିଳେ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ । ଅସ୍ତରଙ୍ଗ ସମୁଦ୍ରରୁ ମାଛ ମାରି ଆଣୁଥିବା ବ୍ୟବସାୟୀ ଏହାକୁ ଦୀର୍ଘଦିନ ତାଜା ରଖିବା ପାଇଁ ଫର୍ମାଲ ଡିହାଇଡ ନାମକ ଏକ ମାରାତ୍ମକ ରାସାୟନିକ ପଦାର୍ଥ ବ୍ୟବହାର କରୁଥିବା ନେଇ କନକ ନ୍ୟୁଜକୁ ସୂଚନା ମିଳିଥିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତା ପଶିଛି ପ୍ରଶାସନର । ମାଛକୁ ତଟକା ରଖିବା ପାଇଁ ଫର୍ମାଲ ଡିହାଇଡ୍ ବ୍ୟବହାର ହେଉଥିବା ଅଭିଯୋଗ ହୋଇଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି କେମିକାଲ ମୃତଦେହକୁ ସଂରକ୍ଷଣ କରିବାକୁ ବ୍ୟବହାର ହୁଏ । ଅର୍ଥାତ ମଣିଷ ମରିବା ପରେ ତାର ମୃତଦେହ ଯେପରି ଶଢିନଯାଏ, ସେଥିପାଇଁ ଏହି କେମିକାଲ ଦେଇ ସଂରକ୍ଷିତ କରାଯାଏ । କମ୍ ମୂଲ୍ୟରେ ମିଳୁଥିବା ଏହି କେମିକାଲ ଅଧିକ ପରିମାଣର ମାଛ ସଂରକ୍ଷିତ ରଖିବାକୁ ସକ୍ଷମ ହୋଇଥିବାରୁ ଅସାଧୁ ମାଛ ବ୍ୟବସାୟୀ ଏହାକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା ।
<urn:uuid:7f58ac8e-c15c-4ad6-899f-da28a79d9802>
CC-MAIN-2018-30
http://kanaknews.com/toxic-chemicals-used-to-preserve-fish-in-astaranga/
2018-07-17T00:05:52Z
s3://commoncrawl/crawl-data/CC-MAIN-2018-30/segments/1531676589536.40/warc/CC-MAIN-20180716232549-20180717012549-00269.warc.gz
ory
0.999999
Orya
10
{"ory_Orya_score": 0.999998927116394}
କଟକ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଜଳକ୍ରୀଡ଼ା ମଣ୍ଡପ, ଝୁଲଣ ମଣ୍ଡପ ସମେତ ମୁକ୍ତିମଣ୍ଡପ, ମା' ସର୍ବ ମଙ୍ଗଳା ମନ୍ଦିର, ଆଦି ନୃସିଂହ ମନ୍ଦିର, ମା' ମହାଲକ୍ଷ୍ମୀ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ତୁରନ୍ତ ମରାମତି କରାଯିବା ଆବଶ୍ୟକ ବୋଲି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଳେଖ କାରାଯାଇଛି। ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କ ମନ୍ଦିର ଓ ମଣ୍ଡପ ଗୁଡିକର ଏଏସଆଇର ଇଂଜିନିୟର ଓ ଅଧିକାରୀ ଯାଞ୍ଚ କରିଥିଲେ। ଯାଞ୍ଚରୁ ଉପରୋକ୍ତ ୬ଟି ମନ୍ଦିରର ତୁରନ୍ତ ମରାମତି ଆବଶ୍ୟକ ବୋଲି ଜଣାପଡିଛି। ଏଥିସହିତ ପାତାଳେଶ୍ୱର ମନ୍ଦିର, ବୈକୁଣ୍ଠେଶ୍ୱର ମନ୍ଦିର, ମା ଅନ୍ନପୂର୍ଣ୍ଣା ମନ୍ଦିର, ରାମ ମନ୍ଦିର, ବରଭୟ ହନୁମାନ ମନ୍ଦିରର ମରାମତି କରାଯିବା ଆବଶ୍ୟକ ବୋଲି ଯାଞ୍ଚ ସମୟରେ ସ୍ପଷ୍ଟ ହୋଇଥିଲା। ସିଂହଦ୍ୱାର ଓ ପଶ୍ଚିମ ଦ୍ୱାରର ଭିତର ଗୁମୁଟ ସହିତ ପ୍ରତିହାରୀ ନିଯୋଗ-ରାଧାକୃଷ୍ଣ ମନ୍ଦିରର ମଧ୍ୟ ମରାମତି କରାଯିବା ଦରକାର ବୋଲି ଏଏସଆଇ ସତ୍ୟପାଠରେ ଉଲ୍ଲେଖ କରିଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ତୁରନ୍ତ ମନ୍ଦିର ପରିସରରେ ଥିବା ଏହି ସବୁ ମନ୍ଦିର, ମଣ୍ଡପ ଓ ଦ୍ୱାରର ଭିତର ଗୁମୁଟର ମରାମତି ପାଇଁ ପଦକ୍ଷେପ ନେବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଏହି ସବୁ ପ୍ରସ୍ତାବିତ ମରାମତି କାର୍ଯ୍ୟର ଅଗ୍ରଗତି ସଂପର୍କରେ ଏଏସଆଇ ସବିଶେଷ ରିପୋର୍ଟ ଦାଖଲ କରିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏଏସଆଇ ସୁପରିନ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏଚ୍.ଏ.ନାୟକଙ୍କ ପକ୍ଷରୁ ଦାୟର ସତ୍ୟପାଠରେ ଜୟ ବିଜୟ ଦ୍ୱାରର ମରାମତି କାର୍ଯ୍ୟ ମେ' ୧୨ରୁ ଆରମ୍ଭ ହୋଇଛି ବୋଲି ଉଲ୍ଲେଖ କରାଯାଇଛି। ପୂର୍ବରୁ ଏପ୍ରିଲ ୧୮ରେ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଜୟବିଜୟ ଦ୍ୱାର ମରାମତି ପାଇଁ ମେ' ୧ରୁ ସ୍ଥାନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ ଚିଠି ଲେଖିଥିଲା। କିନ୍ତୁ ମେ' ୧୧ରେ ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଥିଲା। ପ୍ରତି ଦିନ ଦୁଇଟି ପର୍ଯ୍ୟାୟରେ ମରାମତି କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଥିଲା। ସକାଳେ ମଙ୍ଗଳ ଆଳତିରୁ ଦ୍ୱାରପାଳ ପୂଜା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟାହ୍ନ ଧୂପରୁ ସଂଧ୍ୟା ଆଳତି ପର୍ଯ୍ୟନ୍ତ ମରାମତି କାମ କରିବା ପାଇଁ ପ୍ରଶାସନ ଅନୁମତି ଦେଇଥିଲା। ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତି ପାଇଁ ମରାମତି କାର୍ଯ୍ୟ କେତେକ ଦିବସରେ ବନ୍ଦ ରହିବ ଓ ଏ ସଂପର୍କରେ ପୂର୍ବରୁ ସୂଚନା ଦିଆଯିବ। ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ମେ' ୧୧ର ଚିଠିକୁ ଏଏସଆଇ ହାଇକୋର୍ଟରେ ଦାଖଲ କରିଥିଲା ଓ ଦର୍ଶାଇଥିଲା ଯେ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ମେ' ୧୨ରୁ ଜୟବିଜୟ ଦ୍ୱାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତି ଦିନ ଦୁଇଟି ପର୍ଯ୍ୟାୟରେ ମରାମତି କାର୍ଯ୍ୟ ସଂପାଦନ କରାଯାଉଛି। କିନ୍ତୁ ଏହି ମରାମତି କାର୍ଯ୍ୟ ପାଇଁ କେତେ ଦିନ ଲାଗିବ ସେ ନେଇ ସତ୍ୟପାଠରେ କିଛି ଉଲ୍ଲେଖ କରାଯାଇ ନଥିଲା। ଅନ୍ୟପକ୍ଷରେ ଜୟବିଜୟ ମରାମତି କାର୍ଯ୍ୟ ପାଇଁ ୩୦ ଦିନ ଲାଗିବ ବୋଲି ପୂର୍ବରୁ ଏଏସଆଇ ଶୁଣାଣି ସମୟରେ ଦର୍ଶାଇଥିଲା। ପ୍ରତି ଦିନ ନିର୍ଦ୍ଧାରିତ ସମୟଠାରୁ କମ୍ ସମୟ ମରାମତି ପାଇଁ ଏଏସଆଇକୁ ପ୍ରଦାନ କରାଯାଉ ଥିବା ବେଳେ ଏହି କାର୍ଯ୍ୟ କେବେ ସରିବ ସେ ନେଇ ଏଏସଆଇ ସନ୍ଦେହରେ ଥିବା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ମରାମତି କାର୍ଯ୍ୟ ସମୟରେ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଆଜି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୮, ଜୁଲାଇ ୫ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।
<urn:uuid:a6db853d-0689-4e44-ad5d-e624287263c1>
CC-MAIN-2018-30
http://sambad.in/state/jaganath-temple-case-140130/
2018-07-17T00:16:20Z
s3://commoncrawl/crawl-data/CC-MAIN-2018-30/segments/1531676589536.40/warc/CC-MAIN-20180716232549-20180717012549-00269.warc.gz
ory
0.999988
Orya
6
{"ory_Orya_score": 0.999988317489624}
ବଲାଙ୍ଗୀର : ବଲାଙ୍ଗୀରରେ ଫଳକ ରାଜନିତି । ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ମୁହା ମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସାଂସଦ କଳିକେଶ ସିଂହଦେଓ । ବିରୋଧୀ ଦଳ ନେତା ତଥା ବଲାଙ୍ଗୀର ସାଂସଦ ପ୍ରକଳ୍ପ ଉଦଘାଟନ କରିବାର ଦିନକ ପରେ ସେଇ ପ୍ରକଳ୍ପକୁ ପୁଣି ଭିତ୍ତି ପ୍ରସ୍ତର ଦେଇଛନ୍ତି ବଲାଙ୍ଗୀର ସାଂସଦ କଳେକେଶ ନାରାୟଣ ସିଂହଦେଓ । ଏହାକୁ ନେଇ ମୁହାଁ ମୁହଇଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ । ଏହାର ପ୍ରତିବାଦରେ ପାଣ୍ଡିରେ ଆଗରେ ଧାରଣା ଦେଇଛି କଂଗ୍ରେସ । ଦେଓଗାଁ ଠାରେ ଏକ ଆଦର୍ଶ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ପ୍ରଥମେ ବିଧାୟକ ଓ ପରେ ସାଂସଦ କରିଛନ୍ତି ଭିତ୍ତିପ୍ରସ୍ତର ସ୍ଥାପନ। ସେପଟେ ଗତ କାଲି ବିଧାୟକ ନରସିଂହ ମିଶ୍ର କରିଥିବା ଭିତ୍ତିପ୍ରସ୍ତା ସ୍ଥାପନକୁ ଭଙ୍ଗା ଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଏନେଇ ଦେଓଗାଁ ଫାଣ୍ଡିରେ ଧାରଣା ଦେବା ସହ କରିଛି ବିକ୍ଷୋଭ। ଗୋଟିଏ ଗାଁ , ଗୋଟିଏ ସ୍ଥାନ ଓ ପ୍ରକଳ୍ପ ମଧ୍ୟ ଗୋଟିଏ। ହେଲେ ଭିତ୍ତିପ୍ରସ୍ତର ସ୍ଥେପନ ହୋଇଛି ଦୁଇଟି । ବଲାଙ୍ଗୀର ଦେଓଗାଁ ବ୍ଲକ ଚନ୍ଦ୍ରପୁର ଗାଁରେ ହୋଇଛି । ଗତ କାଲି ବଲାଙ୍ଗୀର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କରିଥିଲେ ଏହି ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ। ୩ କୋଟି ୧୭ ଲକ୍ଷ ୧୬ ହଜାର ୬୩୫ ଟଙ୍କା ବ୍ୟାୟରେ କରାଯାଉଥିବା ଆଦର୍ଶ ବିଦ୍ୟାଳୟର ନିର୍ମାଣର ଭିତ୍ତି ପ୍ରସ୍ତରକରିଥିଲେ ନରସିଂହ ମିଶ୍ର । ହେଲେ ବିରୋଧୀ ଦଳ ନେତାଙ୍କ ଭିତ୍ତି ପ୍ରସ୍ତର ସ୍ଥାପନର ଗୋଟିଏ ଦିନ ପରେ ସେଇ ପ୍ରକଳ୍ପକୁ ପୁଣି ଥରେ ଉଦଘାଟନ କରିଛନ୍ତି ବଳାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ । ବାଇକ ରାଲିରେ ଆସି ବେଶ ଆଡମ୍ବରରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଦୁଇଟି ଦୁଇଟି ଫଳକ ତାହା ପୁଣି ଦୁଇଥର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଘଟଣା ଏବେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ବଲାଙ୍ଗୀର ଜିଲ୍ଲାରେ। ଏହାକୁନେଇ କଂଗ୍ରେସ ପକ୍ଷରୁ ଧାରଣ ଦିଆଯାଇଥିଲା ।
<urn:uuid:b1574758-455c-437a-be58-857ade3e9d85>
CC-MAIN-2018-30
http://onakhabar.com/foundation-politics-at-balangir/
2018-07-23T00:21:40Z
s3://commoncrawl/crawl-data/CC-MAIN-2018-30/segments/1531676594675.66/warc/CC-MAIN-20180722233159-20180723013159-00269.warc.gz
ory
1.000008
Orya
2
{"ory_Orya_score": 1.0000077486038208}
ରାଷ୍ଟ୍ରପତିଙ୍କ ନାମରେ ମିଛ : ସେବାୟତ କହିଲେ ବଦନାମ୍ ପାଇଁ ଷଡ଼୍ଯନ୍ତ୍ର; ଜିଲ୍ଲାପାଳ, ପୂର୍ବତନ ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା ପୁରୀ : ଭାରତର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ନାମରେ ଜିଲ୍ଲା ପ୍ରଶାସନ କହିଥିବା ମିଛ ଧରାପଡ଼ିଯାଇଛି। ରାଷ୍ଟ୍ରପତିଙ୍କୁ କୌଣସି ଦୁର୍ବ୍ୟବହାର ହୋଇନାହିଁ କି ସେ ଏ ସଂକ୍ରାନ୍ତରେ କାହାକୁ କିଛି ଅଭିଯୋଗ କରିନଥିବା ସଂପର୍କରେ ଆଜି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ତମ୍ବିତୋଫାନ ହେଲାଣି। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମଧ୍ୟ ଗଣମାଧ୍ୟମ ଆଗରେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ବି ଚମକାଇ ଦେବା ଭଳି। ରାଷ୍ଟ୍ରପତିଙ୍କ ଦର୍ଶନ ବିଶୃଙ୍ଖଳା ନେଇ କୌଣସି ଚିଠି ଆସିନାହିଁ କି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଅସନ୍ତୋଷ ପ୍ରକାଶ କରାଯାଇନାହିଁ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ନାମରେ ପରିଚାଳନା କମିଟି ବିବରଣୀରେ ଯାହା ଉଲ୍ଲେଖ କରିଥିଲେ ତାହା ମିଛ ବୋଲି ସ୍ପଷ୍ଟ ହୋଇଛି। ବିନା ଚିଠିରେ ରାଷ୍ଟପତି ଓ ତାଙ୍କ ପତ୍ନୀଙ୍କ ଦେହରେ କିଛି ସେବକ ଘସି ହୋଇଥିବା, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଅସନ୍ତୋଷ ପ୍ରକାଶ ପାଇବା ଓ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରି ଏ ପ୍ରକାର ମିଛକୁ ବୈଠକ ବିବରଣୀରେ ଉଲ୍ଲେଖ କରିବା ନେଇ ବିବାଦ ମୁଣ୍ଡ ଟେକିଛି। ରାଷ୍ଟ୍ରପତିଙ୍କଠୁ ଚିଠି ଆସି ନାହିଁ ବୋଲି କଥା ସ୍ପଷ୍ଟ ହେବା ପରେ ସେବାୟତ ସମାଜ ଆଜି ତାତିଛନ୍ତି। ସେବାୟତଙ୍କୁ ସମଗ୍ର ଦେଶରେ ବଦନାମ୍ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଷଡ଼୍ଯନ୍ତ୍ର ରଚନା କରିଛି ବୋଲି ଅଭିଯୋଗ ଉଠିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ପଛରେ ଯିଏ ଦାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଆଜି ସୁଆର ସେବକ ଦାମୋଦର ମହାସୁଆର ସିଂହଦ୍ଵାର ଥାନାରେ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ପୂର୍ବତନ ମୁଖ୍ୟ ପ୍ରଶାସକଙ୍କ ନାମରେ ଏତଲା ଦେଇଛନ୍ତି। ଘଟଣା ପ୍ରକରଣରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେବାୟତ ସମାଜ ପକ୍ଷରୁ ମାନହାନି ମକଦ୍ଦମା କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଏତେ ବଡ଼ ମିଛ କିଏ କହିଲା? ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବିବରଣୀରେ କିଏ ଏହାକୁ ଉଲ୍ଲେଖ କରିଛି ତାକୁ ନେଇ ମଧ୍ୟ ଏବେ ସନ୍ଦେହ ଉପୁଜିଛି। ବିବରଣୀ ମୁତାବକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ସମସ୍ତ ତଥ୍ୟ ରଖିଥିଲେ। ତେବେ ଏ ତଥ୍ୟ ମୁଖ୍ୟ ପ୍ରଶାସକ କାହା ପାଖରୁ ପାଇଥିଲେ? ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କାହା ପାଖକୁ ଏ ନିର୍ଦ୍ଦେଶ ଆସିଥିଲା। ଏ ସମସ୍ତ ଘଟଣାରେ ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଫସିଯାଇଛି। ବୈଠକର ବିବରଣୀ ମୁତାବକ, ଗତ ମାର୍ଚ୍ଚ ୧୮ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀ ଶ୍ରୀମନ୍ଦିରରେ ମହାପ୍ର୍ରଭୁଙ୍କ ଦର୍ଶନ କରିଥିଲେ। ଦର୍ଶନ ବେଳେ ଗର୍ଭଗୃହରେ ମହାମହିମ ରତ୍ନ ସିଂହାସନରେ ମଥା ରଖିବାକୁ ଉଦ୍ୟମ କରୁଥିବା ବେଳେ ଖୁଣ୍ଟିଆ ମେକାପ ସେବକ ଆଡେଇଲେ ନାହିଁ। କେତେକ ସେବକ ମହାମହିମ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ପତ୍ନୀଙ୍କ ଦେହରେ ଘସି ହୋଇ ଯାଇଥିଲେ। ଯାହାକୁ ନେଇ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ପରେ ବିଭିନ୍ନ ଗଣମାଧ୍ୟମ ସାମ୍ନାରେ ଜଣେ ସେବକ ଯେପରି ମନ୍ତବ୍ୟ ରଖିଲେ ସେଥିରେ ମଧ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଅସନ୍ତୋଷ ପ୍ରକାଶ କରିଥିଲା। ଏ କଥା ମୌଖିକ ଭାବେ ନୁହେଁ, ସମସ୍ତ କଥାକୁ ଗତ ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକର ବିବରଣୀରେ ଉଲ୍ଲେଖ କରାଯାଇଥିଲା।
<urn:uuid:df14fb4b-6907-4c8b-abc1-964647c687cd>
CC-MAIN-2018-30
http://sambad.in/state/priest-denies-president-kovinds-harassment-at-jagannath-temple-case-167650/
2018-07-16T14:21:55Z
s3://commoncrawl/crawl-data/CC-MAIN-2018-30/segments/1531676589350.19/warc/CC-MAIN-20180716135037-20180716155037-00541.warc.gz
ory
0.999997
Orya
5
{"ory_Orya_score": 0.9999966621398926}
ରାୟପୁର (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କୁ ଧରି ରାୟପୁରରେ ଛାନ୍ଭିନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଗତ ଦୁଇ ଦିନ ହେଲା ପୁଞ୍ଜିଲାଲଙ୍କୁ ବିଭିନ୍ନ ସ୍ଥାନକୁ ନେଇ କ୍ରାଇମବ୍ରାଞ୍ଚ ଡେମୋ କରାଉଛି। ତେବେ ଯେଉଁ ଅଟୋ ଚାଳକଙ୍କ ସହାୟତାରେ ପୁଞ୍ଜିଲାଲ୍ କୋରିୟର କରିଥିଲା, ତାଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ପାଇପାରିନାହିଁ କ୍ରାଇମବ୍ରାଞ୍ଚ। ଉକ୍ତ ଅଟୋ ଚାଳକଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ପାଇଁ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ରାୟପୁରରେ ତନାଘନା ଜାରି ରଖିଛି। ଏହି ଅଟୋ ଚାଳକଙ୍କ ସମ୍ପର୍କରେ ଯିଏ ସୂଚନା ଦେବେ ତାଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଆଇଜି ଅରୁଣ ବୋଥ୍ରା ରାୟପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୁଞ୍ଜିଲାଲ୍ ସଂପୃକ୍ତ ଅଟୋ ଚାଳକଙ୍କୁ ଅଧିକ ୨୦ ଟଙ୍କା ଦେଇ ସ୍କାଏକିଙ୍ଗ କୋରିୟର ସଂସ୍ଥାରେ ପାର୍ସଲ୍ ବୁକିଂ କରାଇଥିଲେ। ଆଇଜି କହିଛନ୍ତି,"ଡ୍ରାଇଭର ଉପରେ ଆମର ରାଗ ନାହିଁ। ସେ ତା କାମ କରିଛି। ସେ ଜାଣି ନଥିଲା ପାର୍ସଲ ଭିତରେ ବୋମା ଅଛି। ଡ୍ରାଇଭର ମିଳିଗଲେ ଦୋଷୀକୁ ଦଣ୍ଡ ଦେବା ସହଜ ହେବ। ତାଙ୍କ ସମ୍ପର୍କରେ ଯିଏ ସୂଚନା ଦେବ ତାଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ମିଳିବ।" ଆଇଜି ବୋଥ୍ରା ଆହୁରି ମଧ୍ୟ କହିଛନ୍ତି ଯେ ସେ ଡ୍ରାଇଭର ମିଳିଲେ ଭଲ। ନ ମିଳିଲେ ବି ବିଶେଷ କିଛି ଫରକ ପଡ଼ିବନି। କାରଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ ପ୍ରମାଣ ରହିଛି। କାରଣ ପୂର୍ବରୁ ପୁଞ୍ଜିଲାଲ ନିଜର ସମସ୍ତ ଦୋଷକୁ ସ୍ୱୀକାର କରି ସାରିଛନ୍ତି ଏବଂ ଘଟଣାରେ ଅନୁତାପ କରି କ୍ରାଇମବ୍ରାଞ୍ଚ ଆଗରେ କାନ୍ଦି ପକାଇଛନ୍ତି। ଏହାବ୍ୟତୀତ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଥିବା ମୋବାଇଲ୍, ଲ୍ୟାପ୍ଟପ୍ ଏବଂ ଡାଏରୀର ରିପୋର୍ଟ ଆସିବା ପରେ ଅନେକ ତଥ୍ୟ ପ୍ରମାଣିତ ହୋଇଯିବ ବୋଲି ସେ କହିଛନ୍ତି। ଆସନ୍ତାକାଲି ପୁଞ୍ଜିଲାଲ୍ଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରୁଛି। ଏହାପରେ ତାଙ୍କୁ ପାଟଣାଗଡ଼ ଏସ୍ଡିଜେଏମ୍ ତାଙ୍କୁ ହାଜର କରାଯିବ। ତାଙ୍କୁ କ୍ରାଇମବ୍ରାଞ୍ଚ ଆହୁରି ରିମାଣ୍ଡରେ ନେବ ନା ନାହିଁ, ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। ଭିଡିଓରେ ଶୁଣନ୍ତୁ ଆଇଜି ଆଉ କ'ଣ କହିଛନ୍ତି-
<urn:uuid:bf630523-8839-4dba-8d59-e540d4a7028d>
CC-MAIN-2018-30
http://odishareporter.in/odisha/crime-branch-announced-reward-of-25-thousand-rupees-233655
2018-07-17T15:48:09Z
s3://commoncrawl/crawl-data/CC-MAIN-2018-30/segments/1531676589752.56/warc/CC-MAIN-20180717144908-20180717164908-00221.warc.gz
ory
0.999922
Orya
7
{"ory_Orya_score": 0.9999220371246338}
କନକ ବ୍ୟୁରୋ: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କର୍କଟ ରୋଗୀଙ୍କୁ ଦିଆଯିବ ମାଗଣା ଚିକିତ୍ସା । ସଚିବାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗୀଙ୍କୁ ମାଗଣାରେ କେମୋଥେରାପି ସହିତ ଚିକିତ୍ସା ଓ ପରାମର୍ଶ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲାର ସରକାରୀ ହସ୍ପିଟାଲ ସମେତ କୋରାପୁଟ, ରାୟଗଡା, ନବରଙ୍ଗପୁର, ବାଲେଶ୍ୱର, ମୟୂରଭଞ୍ଜ, ଫୁଲବାଣୀ ଓ ପୁରୀରେ ଏଭଳି ସୁବିଧା ଉପଲବ୍ଧ ଥିଲା । କିନ୍ତୁ ଏବେ କର୍କଟ ରୋଗର ମାଗଣା ଚିକିତ୍ସା ସୁବିଧା ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ହୋଇ ପାରିବ । ଯେଉଁଥିପାଇଁ ଆବଶ୍ୟକ ସମସ୍ତ ପାଣ୍ଠି ରାଜ୍ୟ ସରକାର ବହନ କରିବେ । ଆଗାମୀ ୨ ବର୍ଷ ମଧ୍ୟରେ ନବରଙ୍ଗପୁର, ଝାରସୁଗୁଡା, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୪୦ରୁ ୫୦ କୋଟି ଟଙ୍କା ବ୍ୟୟରେ ଗୋଟିଏ ଗୋଟିଏ ରେଡିଓ ଥେରାପି ସେଂଟର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
<urn:uuid:3aa9382f-96f1-4e31-8555-28c6700aa247>
CC-MAIN-2018-30
http://kanaknews.com/cm-naveen-pattanaik-declaration-on-cancer-deases/
2018-07-20T14:17:34Z
s3://commoncrawl/crawl-data/CC-MAIN-2018-30/segments/1531676591683.78/warc/CC-MAIN-20180720135213-20180720155213-00541.warc.gz
ory
0.999989
Orya
7
{"ory_Orya_score": 0.9999886751174927}
ଆମେ ବର୍ତ୍ତମାନ ଏକ ଏପରି ଯୁଗରେ ଆସି ପହଞ୍ଚିଛୁ ଯେଉଁଠାରେ ଆମର କର୍ମବହୁଳ ଦୈନନ୍ଦିନ ଜୀବନର ଅଧିକାଂଶ ଦିଗରେ ଆମେ ଟେକନୋଲଜିକୁ ଲୋଡୁଛୁ ବା ତା' ଉପରେ ନିର୍ଭର କରୁଛୁ। ଆଜି ଆମର ପ୍ରାୟ ସମସ୍ତ କାର୍ଯ୍ୟ, ରୁଚି ଏପରିକି ଚିନ୍ତାଧାରା ମଧ୍ୟ ଆମେ ଅନଲାଇନରେ କଣ ପଢୁଛୁ ବା ଦେଖୁଛୁ, ଆମ ସ୍ମାର୍ଟ ଫୋନର ୧୬ ଜିବି ଜାଗାକୁ କେଉଁ ସବୁ ଆପ୍ପ ମାନେ ମାଡ଼ି ବସିଛନ୍ତି ଓ ଆମକୁ କି'ପ୍ରକାର ତଥ୍ୟ ଓ ସୁବିଧା ଦେଉଛନ୍ତି, ତା'ରି ଉପରୁ ଗଜା ଧରୁଛି। ଏଇ ସବୁ ଜିନିଷ ଆମକୁ ଅନ୍ୟ ମଣିଷ ଏହା ପରିକି ରୋବୋଟ (ଯେମିତିକି ଶିରି ଓ କୋର୍ଟାନା) ମାନଙ୍କ ସହ ଯୋଗାଯୋଗର ସବୁଠାରୁ ସରଳ ଓ ସୁବିଧା ମାଧ୍ୟମଟି ଯୋଗାଇଦେଉଛି। ଭୌଗୋଳିକ ସ୍ଥିତିଓ ଦୂରତାର ୟା ଉପରେ କିଛି ଫରକ ନାହିଁ। ଆପଣଙ୍କ ଡ୍ରଇଂ ରୁମରେ ବସି ବିଦେଶରେ ରହୁଥିବା ଆପଣଙ୍କ ଭଉଣୀ ସହ ଆପଣ ଘଣ୍ଟା ଘଣ୍ଟା ହାଙ୍ଗ ଆଉଟ କରିପାରୁଛନ୍ତି ଠିକ ସେମିତି ଯେମିତି ଗୋଟିଏ ରୁମରେ ବସି ଆଳାପ କରିପାରୁଥାନ୍ତେ। କୃତିମ ବୁଦ୍ଧିମତ୍ତାକୁ ନେଇ ହେଉଥିବା ବୈଷୟିକ ପ୍ରଗତି ଓ ବିକାଶ ଗୁଡ଼ିକ ସହ ଆମ ମସ୍ତିଷ୍କ ଲାଗିପଡିଛି କିପରି ଆହୁରି ଅଧିକ ସୁବିଧା ମିଳିପାରିବ ଯାହାକି ଆମକୁ ବର୍ତ୍ତମାନ ଠାରୁ ଆହୁରି ଅଧିକ ଆରାମ ଦେବ। ଏହାକୁ ଇଂରାଜୀର ଗୋଟିଏ ବାକ୍ୟରେ କହିଲେ ହେବ - maximum comfort and minimum effort। ଏଇଠି ଆସୁଛି ଗୁଗଲର ନୂଆଁ ଆପ୍ପ - - 'Google Allo'। ଏଥିରେ ଥିବା ଲୋଭନୀୟ ନୂଆଁ ଓ ସହଜ ବ୍ୟବାହାରଯୋଗ୍ୟ ଫିଚର ସହ ଗୁଗଲ ଏହି କ୍ଷେତ୍ରର ପୁରୁଣା ଖେଳାଳୀଙ୍କୁ ଜବରଦସ୍ତ ଟକ୍କର ଦେବାକୁ କମର ଭିଡ଼ିଛି। ମେସେଜିଙ୍ଗରେ ନମ୍ବର ଏକ Whatsapp ବର୍ତ୍ତମାନ ଆଣ୍ଡ୍ରୋଏଡ ଓ iOS ମେସେଜିଙ୍ଗ କ୍ଷେତ୍ରରେ ନିଜର ପ୍ରଭୁତ୍ଵ ଜାରି ରଖିଛି। ତା'ର ଇଉଜର ବେସରେ ରହିଛନ୍ତି ବେଶ କିଛି ବିରାଟ ଦେଶମାନେ। କିନ୍ତୁ Allo ବୋଧହୁଏ ଏସବୁକୁ ନିଜ ଆଡ଼େ ଟାଣି ନେଇପାରେ। ଯଦିଓ Whatspp, Facebook Messenger ଓ iMessage ସହ ମିଶି ଏପରି ଅନେକ ଗୁଡ଼ିଏ ସେବା ଓ ସୁବିଧା ଦେଉଛି ଯାହାକି ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ଜୀବନକୁ ଆହୁରି ସରଳ କରିଦେଉଛି କିନ୍ତୁ Allo ନେଇକରି ଆସିଛି ସେସବୁ ଠାରୁ ଉତ୍ତମ ଓ କିଛି ''smart abilities', ଯାହା ମୋଟାମୋଟି ଭାବରେ ଆପଣଙ୍କର ଭର୍ଚୁଆଲ ଆସିଷ୍ଟାଣ୍ଟ ଭାବେ କାମ କରିବ। ଯଦିଓ Whatsappର ଅନୁଗତ ମାନେ ଏଇ ନୂଆ ଆପ୍ପ ବିରୁଦ୍ଧରେ କହିପାରନ୍ତି ଓ Facebook ଦ୍ଵାରା ଅଧିକୃତ ଅହି ଆପ୍ପ ସହ ତାଙ୍କର ଆନୁଗତ୍ୟ ବଜାୟ ରଖିପାରନ୍ତି, ଆସନ୍ତୁ ଦେଖିବା ଏହି ଦୁଇ ମେସେଜିଙ୍ଗ ଆପ୍ପ ମଧ୍ୟରେ ଏକ ତୁଳନାତ୍ମକ ବିଶ୍ଳେଷଣ ଯାହା କିଛି ତଥ୍ୟ ସାମନାକୁ ଆଣିବ ଯାହା ବୋଧହୁଏ ଇଙ୍ଗିତ କରିପାରେ ଯେ Google Allo ଖୁବଶୀଘ୍ର Whatsappକୁ ପଛରେ ଛାଡ଼ିଦେଇପାରେ। • ଗୁଗଲ ଆସିଷ୍ଟାଣ୍ଟ ଏଇ ଆପ୍ପଟି ଆପଣଙ୍କର ନିଜସ୍ୱ ଆସିଷ୍ଟାଣ୍ଟ ପରି କାମ ଦେବ ଯଦିଓ ଭର୍ଚୁଆଲ କିନ୍ତୁ ଆସିଷ୍ଟାଣ୍ଟ ନିଶ୍ଚୟ। ଯଦିଓ Whatsappରେ ଗୁଡ଼ିଏ ସ୍ଵତନ୍ତ୍ର ଫିଚର ରହିଛି ଯେମିତିକି ନିଜର ଭୌଗୋଳିକ ସ୍ଥାନ, କୌଣସି ଫାଇଲ, ଅଡିଓ ରେକର୍ଡିଂ ପଠେଇପାରିବେ ମାତ୍ର ଏସବୁ ହେଲା ସେଭ କରାଯାଇଥିବା ଫାଇଲ ଯାହାକୁ ଆପଣ ଏହି ଆପ୍ପ ମାଧ୍ୟମରେ ଶେୟାର କରନ୍ତି। Allo କିପରି ଭାବେ ତା'ଠାରୁ ଅଲଗା – ଆପଣ ବୋଧହୁଏ ଭାବୁଥାଇପାରନ୍ତି ଯେ ଅମକ ଜାଗାରୁ ସମକ ଜାଗାକୁ ଯିବା ପାଇଁ ସମୟ ଏତେ ଲାଗିବ, ଅଥବା କୌଣସି ଏକ ଗନ୍ତବ୍ୟ ସ୍ଥଳ ପାଇଁ ସବୁଠାରୁ ଶସ୍ତା ଓ ଭଲ ଫ୍ଲାଇଟ କଅଣ ଅବା ସେଠାରେ କଉ ହୋଟେଲ ସବୁଠାରୁ ଭଲ ରିହାତି ଦେଉଛି, ବାସ Allo ଖୋଲି @google ଟାଇପ କରି ନିଜର ପ୍ରଶ୍ନ ଲେଖିଦିଅନ୍ତୁ ଏବଂ ପରକ୍ଷଣରେ ଆପଣ ସେ ନେଇ ସମସ୍ତ ଖବର, ତଥ୍ୟ ଓ ସମସ୍ତ ଉପଲବ୍ଧ ଛବି ମଧ୍ୟ ପାଇଯିବେ। • ମେସେଜ ଭିତରେ ସର୍ଚ ଆପଣ ଗୋଟେ ଡିନର ପ୍ଳାନ କରୁଥାଇପାରନ୍ତି ବା ଗୋଟେ ହିଟ ନୂଆଁ ଗୀତ Whatsappରେ ସାଙ୍ଗମାନଙ୍କ ସହ ଶେୟାର କରିବାକୁ ଚାହାଁନ୍ତି – ଆପଣଙ୍କୁ whatsapp ବନ୍ଦ କରିବାକୁ ପଡିବ ବା backgroundରେ ତାକୁ ଚାଲୁ ରଖି ଅନ୍ୟ ଫୁଡ/ମିଉଜିକ ଖୋଲି ସେଥିରୁ ଆପଣଙ୍କ ପସନ୍ଦ ଲିଙ୍କ କପି କରି ପୁଣି whatsapp ଖୋଲି ସେଥିରେ ଚାଟରେ ପଠେଇବାକୁ ପଡେ। କିନ୍ତୁ Google Alloରେ କେବଳ @google ଟାଇପ କରି ନିର୍ଦ୍ଧିଷ୍ଟ ରେସ୍ତୋରାଁର ନାମ ବା ଆପଣଙ୍କ ପସନ୍ଦ ଗୀତର ମୁଖ୍ଡ଼ା ଟାଇପ କରିଦେଲେ ତାଙ୍କୁ ନେଇ ସବୁ ଉପଲବ୍ଧ ଲିଙ୍କ ଆପ୍ପ ଆପଣଙ୍କୁ ଦେଇଦେବ ଯାହାକୁ ଆପଣ ପ୍ରିଭିଉ କରିବା ପରେ ଇଚ୍ଛା ଅନୁସାରେ ଶେୟାର କରିପାରିବେ। ତେଣୁ ଆପଣଙ୍କୁ ଚାଟ ବକ୍ସ ବନ୍ଦ କରିବାର ଆବଶ୍ୟକତା ନାହିଁ ଓ ଚାଟ କରୁଥିବା ସହ ଆପଣ ଅନ୍ୟ ତଥ୍ୟ ସେଇ ସମାନ ସ୍କ୍ରୀନରେ ପାଇପାରିବେ। • ଅଟୋମାଟିକ ପ୍ରତିକ୍ରିୟା ଏହି ଆପ୍ପଟି କିଛି ଆପଣଙ୍କ ତରଫରୁ କିଛି ଅଟୋମାଟିକ ପ୍ରତିକ୍ରିୟା ବା ଉତ୍ତର ମଧ୍ୟ ପଠେଇପାରେ। machine-learning technology ଥିବା ଏକ ସଫ୍ଟୱେର ଜରିଆରେ ଜଣେ ଇଉଜରଙ୍କର ପ୍ରାୟ ବ୍ୟବହାର ହେଉଥିବା ପ୍ରତିକ୍ରିୟାକୁ ଏହା ଷ୍ଟୋର କରିଥାଏ। ଧୀରେ ଧୀରେ ଆପ୍ପ ବ୍ୟବହାର କରିବା ସହ ଏହି ସଫ୍ଟୱେରର ଦକ୍ଷତା ବଢିଥାଏ। ଏଇ ଧରନ୍ତୁ ଆପଣଙ୍କ ଜଣେ ସାଙ୍ଗ ଆପଣଙ୍କୁ ମେସେଜ କଲେ – How are you ? ଆପ୍ପ ଆପଣଙ୍କୁ ଏକ ରେଡ଼ିମେଡ଼ ଉତ୍ତର ଅଫର କରିବା ଯେମିତିକି - 'Good, how about you' ଯାହାକୁ ଆପଣ ପଠେଇପାରିବେ। ପ୍ରଥମେ ଟିକେ ଖାପଛଡା ଲାଗିଲେ ବି ଆପଣ ଯଦି ବ୍ୟସ୍ତ ଅଛନ୍ତି ତେବେ ଏହା ଅନେକ ସାହାଯ୍ୟ କରିବ। • ଫୋଟୋ Recognition Google ଏଥିରେ ଏକ 'photo recognition' ସଫ୍ଟୱେର ମଧ୍ୟ ଯୋଡ଼ିଛି ଯାହା ଆପଣ ରିସିଭ କରୁଥିବା ଫୋଟୋକୁ ଚିହ୍ନି ତା' ପାଇଁ ଏକ ଉପଯୁକ୍ତ ପ୍ରତିକ୍ରିୟା ମଧ୍ୟ ଅଫର କରିବ। ଯେମିତିକି ଆପଣଙ୍କ ସାଙ୍ଗ ଆପଣଙ୍କୁ ଏକ ସୁନ୍ଦର ସୂର୍ଯ୍ୟାସ୍ତର ଫୋଟୋ ପଠେଇଛନ୍ତି, ଆପ୍ପ ଆପଣଙ୍କୁ 'beautiful' ବା 'wow' ରିପ୍ଲାଇ କରିବାର ପରାମର୍ଶ ଦେବ। ସାଧାରଣତଃ ଆପଣ ବ୍ୟବହାର କରୁଥିବା କିଛି ବାକ୍ୟ ଉପରେ ଆଧାର କରି ପ୍ରତିକ୍ରିୟାର ପରାମର୍ଶ ଆସିବା। ଶେଠୀ ମଧ୍ୟରୁ ଆପଣ ନିଜ ପସନ୍ଦର ପ୍ରତିକ୍ରିୟାକୁ ସିଲେକ୍ଟ କରି ପଠେଇପାରିବେ। • Selective end to end encryption Whatsapp ଓ Allo ଉଭୟ ଚାଟ ପାଇଁ end to end encryption ଅଫର କରନ୍ତି କିନ୍ତୁ Allo 'selective end to end encryption' ଅଫର କରେ। ତା' ମାନେ ହେଲା ଆପଣ କୌଣସି ଏକ ନିର୍ଦ୍ଧିଷ୍ଟ contactଙ୍କ ସହ incognito ମୋଡରେ ଚାଟ କରିପାରିବେ ଯାହା ଫଳରେ ଚାଟ ପରେ ସେଇ ଚାଟର କୌଣସି history ରହିବ ନାହିଁ (ଆପଣ ନିଜେ ସେଟ କରିଥିବା expiration period ଅନୁସାରେ)। • Text formatting ଓ ଆହୁରି ଉନ୍ନତ ଫିଚର Google Allo ଆପଣଙ୍କୁ ଟେକ୍ସଟକୁ ଫର୍ମାଟ କରି ବଡ ବା ଛୋଟ ସାଇଜର ଫଣ୍ଟ ପଠେଇବାର ବିକଳ୍ପ ମିଳୁଛି। send ବଟନକୁ ଉପରକୁ ବା ତଳକୁ ସ୍ଲାଇଡ କରି ଆପଣ ଫଣ୍ଟର ସାଇଜ ବଡ଼ ବା ଛୋଟ କରିପାରିବେ। ଏଥିରେ ଆପଣ ଷ୍ଟିକରର ଏକ ବିଶାଳ ସଂଗ୍ରହ ବ୍ୟବହାର କରିପାରିବେ ଓ ତା'ଛଡ଼ା କୌଣସି ଏକ ଫୋଟୋ ପଠେଇବା ଆଗରୁ ଆପଣ ତା'ଉପରେ କିଛି ଲେଖି ମଧ୍ୟ ପାରିବେ। • Google ବ୍ରାଣ୍ଡର ଟ୍ୟାଗ ଲାଇନ ନିଶ୍ଚୟ Whatsappକୁ ଫେସବୁକ ଅଧିଗତ କରିନେଇଛି କିନ୍ତୁ Google Allo ହେଲା ସଂପୂର୍ଣ୍ଣ ଭାବେ Googleର ନିଜର ସୃଷ୍ଟି ଓ ସମ୍ପତ୍ତି। ଏଥିରେ ଭିଡିଓ କଲିଂ ବା ସିଧାସଳଖ କଲିଂର ସୁବିଧା ଦିଆଯାଇନାହିଁ କାରଣ googleର ଅନ୍ୟ ଆପ୍ପ Duo ଓ Hangoutରେ ଏ ସୁବିଧା ରହିଛି। ଏଥିରେ ରହିଛି Google ସର୍ଚର ପାୱାର ଯାହା ଯୋଗୁ ଯୋଗାଯୋଗ ଆହୁରି ସରଳ, ସୁବିଧାଜନକ ଓ ସୁରକ୍ଷିତ ହେଇଥାଏ। ବିନା କୌଣସି ତର୍କରେ Whatsapp ବର୍ତ୍ତମାନର ଭର୍ଚୁଆଲ ଯୋଗାଯୋଗର ବେତାଜ ବାଦଶାହ। କିନ୍ତୁ Google Allo ଏହି ସତ୍ୟକୁ ବଦଳାଇବାର ସମ୍ଭାବନା ରହିଛି। ଆପଣ କଅଣ ଭାବୁଛନ୍ତି। କମେଣ୍ଟ କରି ଜଣାନ୍ତୁ ନା! Related Stories Stories by Team Odia
<urn:uuid:ed490659-efa4-4406-ad75-6901134cd31d>
CC-MAIN-2018-30
https://odia.yourstory.com/read/50efb4f15c/-google-allo-whatsapp-
2018-07-21T15:27:06Z
s3://commoncrawl/crawl-data/CC-MAIN-2018-30/segments/1531676592636.68/warc/CC-MAIN-20180721145209-20180721165209-00221.warc.gz
ory
0.999942
Orya
13
{"ory_Orya_score": 0.9999418258666992}
ବୁଗୁଡ଼ା : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ। ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍ର ୫ଟି ଟିମ୍ ଆଜି ପ୍ରଶାନ୍ତଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ମୋଟ ୫ଟି ସ୍ଥାନରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଛାନ୍ଭିନ୍ କରିଛନ୍ତି। ଖବର ମିଳିବା ସୁଦ୍ଧା ପ୍ରଶାନ୍ତଙ୍କ ପାଖରୁ ମୋଟ ଏକ କୋଟି ୫୫ ଲକ୍ଷ ୮୩ହଜାର ୮୭୯ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଛି। ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରହିଛି। ଭିଜିଲାନ୍ସର ଦୁଇଟି ଟିମ୍ ଆଜି ଭଂଜନଗରରେ ପ୍ରଶାନ୍ତଙ୍କ ଦୁଇ ପୁଅଙ୍କ ନାମରେ ଥିବା ଗୋଟିଏ ତିନି ମହଲା କୋଠା(ଯାହାର ମୂଲ୍ୟ ୬୮ଲକ୍ଷ ୮୨ହଜାର ୧୪୭), ବାଇପାସ୍ ରୋଡ୍ରେ ଥିବା ନିଜସ୍ୱ ଘର(୭ଲକ୍ଷ ୫୦ହଜାର ଟଙ୍କା), ବୁଗୁଡ଼ା କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟର ଏବଂ ବେଲଗୁଣ୍ଠା ବ୍ଲକ ବଡ଼ବୋରସିଙ୍ଗିରେ ଥିବା ଶ୍ୱଶୁର ଘର ଓ ଦୁଇ ଶଳାଙ୍କ ବାସଭବନରେ ଚଢଉ କରିିଥିଲେ। ଭୋର୍ ୪ଟାରୁ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଆରମ୍ଭ ହୋଇଥିଲା। ବୁଗୁଡ଼ା ସରକାରୀ ବାସଭବନରୁ ନଗଦ ୩ଲକ୍ଷ ୪୩ହଜାର ୬୧୦ ଟଙ୍କା, ୩୬୩ ଗ୍ରାମ୍ ଓଜନର ସୁନା ଅଳଙ୍କାର (୫ଲକ୍ଷ ୪୪ହଜାର ୫ଶହ), ୩ଶହ ଗ୍ରାମ୍ ରୁପା ଅଳଙ୍କାର ଜବତ ହୋଇଛି। ସେହିପରି ବୁଗୁଡ଼ା ଓ ଭଂଜନଗରରେ ୬ଲକ୍ଷ ୧୬ହଜାର ଟଙ୍କା ମୂଲ୍ୟର ଜମି, ୨ଲକ୍ଷ ୨୬ହଜାର ଟଙ୍କାର ଘର କରକରଣା ସାମଗ୍ରୀ, ବିଭିନ୍ନ କଂପାନିରେ ୬ଲକ୍ଷ ୯ହଜାର ୫୦୩ ଟଙ୍କାର ଇନୁସ୍ୟୁରାନ୍ସ, ୪୫ହଜାର ୫ଶହ ଟଙ୍କା ବ୍ୟାଙ୍କ ଡିପୋଜିଟ୍, ୧୦ ଲକ୍ଷ ଟଙ୍କା ମୂଲ୍ୟର ଏକ ସ୍କୋର୍ପିଓ ଥିବା ଜଣାପଡ଼ିଛି। ଖବର ମିଳିବା ସୁଦ୍ଧା ବିଭିନ୍ନ ସ୍ଥାନରେ ଖୋଳତାଡ଼ ଜାରି ରହିଛି। ବ୍ରହ୍ମପୁର ଭିଜିଲାନ୍ସ ଡିିଭିଜନ୍ ଏସ୍ପି ବେଣୁଧର ନାୟକଙ୍କ ନେତୃତ୍ୱରେ ଇନସପେକ୍ଟର ରାଜୀବ କୁମାର ବେହେରା, କୁମୁଦିନୀ ସାହୁ, ନିର୍ମଳ ଚନ୍ଦ୍ର ନାୟକ ପ୍ରମୁଖ ଚଢଉ କରିଥିଲେ।
<urn:uuid:ba216b34-ea0a-4993-a677-12efc42d92f2>
CC-MAIN-2018-30
http://sambad.in/district/ganjam/buguda-forest-ranger-in-vigilance-net-15615/
2018-07-19T04:13:38Z
s3://commoncrawl/crawl-data/CC-MAIN-2018-30/segments/1531676590493.28/warc/CC-MAIN-20180719031742-20180719051742-00000.warc.gz
ory
0.999893
Orya
6
{"ory_Orya_score": 0.9998925924301147}
ନୂଆଦିଲ୍ଲୀ: ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ମଙ୍ଗଳବାର ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ କରାଯାଇଛି। ବିଶେଷକରି ଉତ୍ତର ଭାରତରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ସେହିଭଳି ବିହାରର ଆରାରେ ସପକ୍ଷ ଓ ବିପକ୍ଷବାଦୀମାନଙ୍କ ମଧ୍ୟରେ ପଥର ପିଙ୍ଗାଫିଙ୍ଗି ହୋଇ ୧୨ ଜଣ ଆହତ ହୋଇଛନ୍ତି। ଦେଶରେ ବିଭିନ୍ନ ରାଜ୍ୟରେ ରାସ୍ତା ଓ ରେଳ ରୋକ କରାଯାଇଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ସହ ୧୪୪ ଧାରା ଲାଗୁ କରାଯାଇଥିଲା। ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରାସ୍ତା ବନ୍ଦ କରିବା ସହ ରେଳ ରୋକ କରାଯାଇଛି। ବିହାର ଆରାରେ ସ୍ଥିତି ଗମ୍ବୀର ହେବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିମାଡ଼ କରିଛି। ଏଥିସହିତ ସହରରେ ଅତିରିକ୍ତ ସୁରକ୍ଷାକର୍ମୀମାନଙ୍କୁ ମୁତୟନ କରାଯାଇଛି। ମଧ୍ୟପ୍ରଦେଶରେ ବି ବନ୍ଦର ପ୍ରଭାବ ସ୍ପଷ୍ଟ ଅନୁଭୂତ ହୋଇଛି। ସେଠାରେ ସରକାର ଆଗୁଆ ସତର୍କତା ଅବଲମ୍ବନ କରି କର୍ଫ୍ୟୁ ଜାରି କରିଥିଲେ। ଫଳରେ ଆଜି ସେଠାରେ ଜନଜୀବନ ପ୍ରଭାବିତ ହୋଇଥିଲା। ଉତ୍ତର ପ୍ରଦେଶର ସହାରନପୁର, ମୁଜାଫରନଗର, ଶାମିଲି ଓ ହାପୁଡ଼ରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ସେହିପରି ରାଜ୍ୟର ଫିରୋଜାବାଦ ଜିଲ୍ଲାରେ ସମସ୍ତ ସ୍କୁଲ ଆଜି ବନ୍ଦ ରଖାଯାଇଥିଲା। ରାଜସ୍ଥାନର ଜୟପୁର ଓ ଉତ୍ତରାଖଣ୍ଡ ନୈନିତାଲରେ ୧୪୪ ଧାରା ଜାରି କରିବା ସହିତ ଜୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ଓଡ଼ିଶାର ନୂଆପଡ଼ା ଜିଲ୍ଲା ଖରିଆରରେ ମଧ୍ୟ ବିପକ୍ଷବାଦୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ଢେଲାମାଡ଼ କରାଯାଇଥିଲା। ଏସ୍ସି, ଏସ୍ଟି ଅତ୍ୟାଚାର ନିରୋଧ ଆଇନରେ ସଂଶୋଧନକୁ ନେଇ ଗତ ୨ ତାରିଖରେ ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଇଥିଲା। ଏଥିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା ଏହା ପ୍ରତିବାଦରେ ଓ ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ସୋସିଆଲ୍ ମିଡିଆରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ତେବେ ବନ୍ଦକୁ କୌଣସି ବଡ଼ ରାଜନୈତିକ ଦଳ ସମର୍ଥନ କରି ନାହାଁନ୍ତି।
<urn:uuid:a1903c86-e816-44fb-82d8-abaa1728717e>
CC-MAIN-2018-30
http://odishareporter.in/nation/bharat-vand-in-all-india-226447
2018-07-21T03:57:59Z
s3://commoncrawl/crawl-data/CC-MAIN-2018-30/segments/1531676592309.94/warc/CC-MAIN-20180721032019-20180721052019-00000.warc.gz
ory
0.999943
Orya
3
{"ory_Orya_score": 0.9999432563781738}
ଅଧାରୁ ପରୀକ୍ଷା ଛାଡ଼ିଲେ ୫ ଲକ୍ଷ ବିଦ୍ୟାର୍ଥୀ ୟୁପିରେ ପରୀକ୍ଷାରେ କପି କଟକଣା ଲକ୍ଷ୍ନୌ: ସମ୍ପ୍ରତି ଉତ୍ତରପ୍ରଦେଶରେ ଚାଲିଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଅସଦ୍ ଉପାୟ ସହ ପରିଚିତ ଥିବା ପରୀକ୍ଷାର୍ଥୀମାନଙ୍କୁ ଏ ବର୍ଷର କପି କଟକଣାକୁ କଡ଼ାକଡ଼ି ସାମନା କରିବାକୁ ପଡ଼ିଛି। ଫଳରେ ପ୍ରଥମ ଦୁଇ ଦିନର ପରୀକ୍ଷା ପରେ ପାଖାପାଖି ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଧାରୁ ପରୀକ୍ଷା ଛାଡ଼ିଥିବା ଜଣାଯାଇଛି। ଉଲ୍ଲେଖ ଥାଉ କି, ରାଜ୍ୟର ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଏଣିକି ଶିକ୍ଷା ପ୍ରଣାଳୀରେ ଗୁଣାତ୍ମକ ମାନ ଆଣିବା ଉପରେ କଠୋର ପଦକ୍ଷେପ ନେଇଛନ୍ତି। ଏ ବର୍ଷ ଠାରୁ ପରୀକ୍ଷାକେନ୍ଦ୍ରରେ କୌଣସି ପ୍ରକାର ଅସଦ୍ ଉପାୟ ଅବଲମ୍ବନକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ସରକାର ଏକ ରକମ ଶପଥ ନେଇଛନ୍ତି ବୋଲି କହିଛନ୍ତି। ସେଇ ଅନୁସାରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ନିକଟରେ କଡ଼ା ପହରା ସାଙ୍ଗକୁ ପରୀକ୍ଷା ପ୍ରକୋଷ୍ଠରେ ମଧ୍ୟ ସତର୍କ ରହିବା ଲାଗି ପରୀକ୍ଷକମାନଙ୍କୁ ନିର୍ଦ୍ଦେଶ ରହିଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ତତ୍କାଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଫଳ ସ୍ୱରୂପ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି। ହଲ୍ରେ କପି କରିବାକୁ ମାନସିକ ପ୍ରସ୍ତୁତି ସହ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ହିନ୍ଦୀ ଏବଂ ଗୃହବିଜ୍ଞାନ ପରି ସାଧାରଣ ବିଷୟରେ ମଧ୍ୟ ହତାଶ ହେବାକୁ ପଡ଼ିଛି। ପରିଣତି ସ୍ୱରୂପ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆଉ ତୃତୀୟ ଦିନ ପରୀକ୍ଷାକୁ ଫେରିନଥିବା ଜଣାଯାଇଛି।
<urn:uuid:ea3b0b40-5c6a-4817-9a41-ccaa4f838358>
CC-MAIN-2018-30
http://sambad.in/india-and-beyond/5-lakh-student-quit-in-exam-80610/
2018-07-18T18:23:22Z
s3://commoncrawl/crawl-data/CC-MAIN-2018-30/segments/1531676590314.29/warc/CC-MAIN-20180718174111-20180718194111-00290.warc.gz
ory
1.000006
Orya
5
{"ory_Orya_score": 1.0000064373016357}
ହିନ୍ଦୁମାନଙ୍କ ଧର୍ମୀୟ ଉତ୍ସବରେ ବହୁଳ ଭାବରେ ବ୍ୟବହାର କରାଯାଉଥିବା ସିନ୍ଦୂରରେ ସୀସା ରହୁଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ ଏହା ବୁଦ୍ଧିମତ୍ତା ହ୍ରାସ କରିବା ସହିତ ପିଲାଙ୍କ ଅଭିବୃଦ୍ଧି ବିଳମ୍ବ କରାଏ। ଭାରତ ଓ ଆମେରିକାରୁ ସଂଗୃହୀତ କେତେକ ନମୁନାକୁ ଅଧ୍ୟୟନ କରିବା ପରେ ଏହା ଜାଣିବାକୁ ମିଳିଛି। ଆମେରିକାର ରୁଟ୍ଗର୍ସ ୟୁନିଭର୍ସିଟି ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଇତିମଧ୍ୟରେ ଆମେରିକାର ନ୍ୟୁଜର୍ସିରୁ ସଂଗୃହୀତ ୧୯% ନମୁନା ଏବଂ ଭାରତରୁ ସଂଗୃହୀତ ୪୩% ନମୁନାର ପ୍ରତି ଗ୍ରାମ୍ ପିଛା ୨୦ମାଇକ୍ରୋଗ୍ରାମ୍ଠୁ ଅଧିକ ସୀସା ରହୁଥିବା ଜାଣିବାକୁ ମିଳିଛି। ଆମେରିକାର ଫୁଡ ଆଣ୍ଡ୍ ଡ୍ରଗ ଆଡମିନିଷ୍ଟ୍ରେଶନ୍ (ଏଫ୍ଡିଏ) ଦ୍ୱାରା ଧାର୍ଯ୍ୟ ମାତ୍ରାଠାରୁ ଏହା ଅଧିକ। ଏ ସମ୍ପର୍କରେ ରୁଟ୍ଗର୍ସ ସହଯୋଗୀ ପ୍ରଫେସର ଡେରେକ୍ ଶେଣ୍ଡେଲ୍ କହନ୍ତି, ବ୍ୟବହାର କରାଯାଉଥିବା ସିନ୍ଦୂରରେ ଅନୁମୋଦିତ ମାତ୍ରାଠାରୁ ଅଧିକ ସୀସା ରହିଛି। ସୀସାମୁକ୍ତ ନ ହେବା ପର୍ଯ୍ୟନ୍ତ ଆମେରିକାରେ ସିନ୍ଦୂର ବିକ୍ରୟ ନିଷିଦ୍ଧ କରାଯାଇଛି। ଗବେଷକମାନେ ସିନ୍ଦୂରର ୧୧୮ଟି ନମୁନା ସଂଗ୍ରହ କରିଥିଲେ। ହିନ୍ଦୁ ବିବାହିତା ମହିଳାମାନେ ଏହି ଲାଲ୍ ପାଉଡରକୁ ଭ୍ରୂଲତା ମଧ୍ୟଭାଗରେ ଏବଂ ସିନ୍ଥିରେ ପିନ୍ଧିଥାଆନ୍ତି। ଏହାକୁ ପୁରୁଷ ଓ ପିଲାମାନେ ଧାର୍ମିକ ଉତ୍ସବାଦି ବେଳେ ବ୍ୟବହାର କରିଥାଆନ୍ତି। ସଂଗ୍ରହ କରାଯାଇଥିବା ଏକତୃତୀୟାଂଶ ନମୁନାରେ ଅନୁମୋଦିତ ମାତ୍ରାଠାରୁ ଅଧିକ ସୀସା ଥିବା ଜାଣିବାକୁ ମିଳିଛି। ନ୍ୟୁଜର୍ସିର ଦକ୍ଷିଣ ଏସୀୟ ଷ୍ଟୋରଗୁଡ଼ିକରୁ ସଂଗ୍ରହ କରାଯାଇଥିବା ୯୫ଟି ନମୁନା ଏବଂ ନୂଆଦିଲ୍ଲୀ ଏବଂ ବମ୍ବେ ଷ୍ଟୋରଗୁଡ଼ିକରୁ ସଂଗ୍ରହ କରାଯାଇଥିବା ୨୩ଟି ନମୁନାରେ ଆମେରିକାର ଏଫ୍ଡିଏ ଦ୍ୱାରା ଧାର୍ଯ୍ୟ ମାତ୍ରାଠାରୁ ଅଧିକ ସୀସା ରହିଛି।
<urn:uuid:d1823a25-378e-4805-815f-769d177014a0>
CC-MAIN-2018-30
http://www.dharitri.com/main/news/4182
2018-07-19T05:53:11Z
s3://commoncrawl/crawl-data/CC-MAIN-2018-30/segments/1531676590559.95/warc/CC-MAIN-20180719051224-20180719071224-00634.warc.gz
ory
0.999966
Orya
5
{"ory_Orya_score": 0.9999659061431885}
ଗାଈ ଗୋବର ଦ୍ୱାରା ହୋଇଥାଏ ସାଧାରଣ ପ୍ରସବ ଓ କ୍ଷୀର ପାନରୁ ଅପରାଧ ସଂଖ୍ୟା ହ୍ରାସ ପାଇଥାଏ, ଏଭଳି ଦାବି କିଏ କରିଛନ୍ତି ଜାଣନ୍ତୁ ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍) ସହିତ ଜଡ଼ିତ ଥିବା ସଂସ୍ଥା ଗୋ ସେବା ସମଗ୍ର ଦେଶରେ ୧୫ଦିନ ପାଇଁ ଗୋ ଜପ ମହାଯଜ୍ଞ କରିବାର ଯୋଜନା କରୁଛନ୍ତି। ମାର୍ଚ୍ଚ ୩୧ରେ ହେବାକୁ ଥିବା ଏହି ମହାଯଜ୍ଞକୁ ଦେଶର କେତେକ ମନ୍ଦିରରେ ଆୟୋଜିତ କରାଯିବ। ଏହି ମହାଯଜ୍ଞ କରିବା ପଛରେ ସଂସ୍ଥାର ଉଦ୍ଦେଶ୍ୟ ହେଉଛି, ଏହା ଦ୍ୱାରା ଲୋକମାନଙ୍କୁ ଗାଈ ଦ୍ୱାରା ହେଉଥିବା ଫାଇଦା ସମ୍ପର୍କରେ ଜାଗୃତ କରିବା। ଆରଏସ୍ଏସ୍ର ଏହି ସଂସ୍ଥା ଗାଈ ଗୋବରର ଆଠଟି ଫାଇଦା ସହିତ ଗାଈର ଅନ୍ୟ ଉତ୍ପାଦକୁ ନେଇ ହେଉଥିବା ଲାଭ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିବା ପାଇଁ ଯୋଜନା କରିଛନ୍ତି। ସଂସ୍ଥାର ଦାବି ଅନୁଯାୟୀ, ଗାଈର କ୍ଷୀର ପିଇବା ଦ୍ୱାରା ଅପରାଧି ସଂଖ୍ୟା ହ୍ରାସ ପାଇ ଥାଏ। ସେହିପରି ଗାଈର ଗୋବରରୁ ବାହାରୁଥିବା ତରଳ ପଦାର୍ଥରେ ତୁଳସୀ ରସ ମିଶାଇ ପିଇଲେ ପ୍ରସବ ପୀଡା ହୋଇ ନ ଥାଏ। ସାଧାରଣ ପ୍ରସବ ହେବାର ସହାୟକ ହୋଇଥାଏ। ଆରଏସ୍ଏସ୍ ବରିଷ୍ଠ ପ୍ରଚାରକ ଶଙ୍କର ଲାଲ ଦାବି କରି କହିଛନ୍ତି, ଗତ ଆଠବର୍ଷ ମଧ୍ୟରେ ୩ ହଜାର ମହିଳାଙ୍କ ସାଧାରଣ ପ୍ରସବ ହୋଇଥିଲା। କାରଣ ସେମାନଙ୍କୁ ପ୍ରସବ ପୀଡା ସମୟରେ ୪୦ଗ୍ରାମ ଗାଈ ଗୋବରରୁ ବାହାରୁଥିବା ତରଳ ପଦାର୍ଥରେ ତୁଳସୀ ରସ ମିଶ୍ରଣ କରି ପିଇବାକୁ ଦିଆଯାଇଥିଲା। ଏମିତି କରିବାର ଦୁଇଘଣ୍ଟା ମଧ୍ୟରେ ମହିଳାଙ୍କ ସାଧାରଣ ପ୍ରସବ ହୋଇଥାଏ। ସେହିପରି ଅନ୍ତସତ୍ତ୍ୱା ଥିବା ସମୟରେ ମହିଳାମାନେ ଯଦି ୮ମାସ ପର୍ଯ୍ୟନ୍ତ ଗାଈ କ୍ଷୀରରୁ ପ୍ରସ୍ତୁତ ଦହିକୁ ଏକ ରୁପା ଗିନାରେ ପ୍ରତିଦିନ ଖାଇବେ ତେବେ ସେମାନଙ୍କ ଶିଶୁ ଗୋରାବର୍ଣ୍ଣ ହୋଇଥାଏ। କେବଳ ଏତିକି ନୁହେଁ, ଶିଶୁଟିର ମସ୍ତିଷ୍କ ପ୍ରଖର ହେବା ସହିତ ଶିଶୁଟି ବଡ଼ ହେଲେ ସାତ୍ୱିକ୍ ବ୍ୟବହାର କରିଥାଏ। ଏଥିସହିତ ଗାଈ କ୍ଷୀର ପିଇବା ଦ୍ୱାରା ଶିଶୁମାନଙ୍କ ଭିତରେ ମାନବବାଦୀ ଗୁଣର ବିକାଶ ହୋଇଥାଏ, ଫଳରେ ସେମାନଙ୍କ ଭିତରେ ଅପରାଧିକ ମନଭାବ କମ୍ ଦେଖା ଦେଇଥାଏ। ଶଙ୍କର ଲାଲ ସମଗ୍ର ଦେଶରେ ଗୋ ସେବାର କାମ ଦେଖି ଥାଆନ୍ତି। ମଇଁଷି ଓ ଜର୍ସି ଗାଈର ଦୁଗ୍ଧ ପିଉଥିବା ଲୋକମାନେ ଅଧିକ କ୍ରୋଧିତ ହୋଇଥାଆନ୍ତି। ସେମାନଙ୍କ ସହନଶୀଳତା ଶକ୍ତି ହ୍ରାସ ପାଇଥାଏ।
<urn:uuid:1e9c2177-4a07-4876-9472-fb1577f15248>
CC-MAIN-2018-30
http://sambad.in/india-and-beyond/cow-milk-can-arrest-crime-graph-said-rss-79148/
2018-07-18T18:18:22Z
s3://commoncrawl/crawl-data/CC-MAIN-2018-30/segments/1531676590314.29/warc/CC-MAIN-20180718174111-20180718194111-00421.warc.gz
ory
1.000001
Orya
6
{"ory_Orya_score": 1.0000009536743164}
ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ପଞ୍ଚଳ ଗ୍ରାମରେ ବାଲିଅନ୍ତା ଥାନା ପୁଲିସ ଟିମ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ବାଲିଅନ୍ତା ଥାନା ପୁଲିସ ଉପରୋକ୍ତ ପରିବାରର ମୋଟ ୭ ଜଣ ସଦସ୍ୟଙ୍କ ନାମ ପକ୍ଷଭୁକ୍ତ କରି ମାମଲା ରୁଜୁ କରିଛି। ଏନେଇ ଥାନାରେ କେସ୍ ନଂ ୩୮/ ୧୮ ରେ ଏକ ମାମଲା ରୁଜୁ କରି ପୁଲିସ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଯୋଜନା ଚଳାଇଥିବା ଜଣାପଡ଼ିଛି। ହେଲେ ଖୋଦ୍ ଥାନାର ଜଣେ ଅଧିକାରୀଙ୍କ ଉପରେ ଆକ୍ରମଣ ହେବାର ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତବାନ୍ଧି ବସିଛି। ଅନ୍ୟପକ୍ଷରେ ଆକ୍ରମଣର ଶିକାର ହୋଇଥିବା ପୁଲିସ ଅଧିକାରୀଙ୍କ ପରିବାର ପୁଲିସ ହେଡକ୍ୱାର୍ଟର ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଥାନାର ଜଣେ ଅଧିକାରୀଙ୍କ ସୂଚନାନୁଯାୟୀ ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ପରିବାରର ୫ ଜଣ ପୁରୁଷ ଏବଂ ମହିଳାଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ନେଇ ମଧ୍ୟ ସୂଚନା ମିଳିଛି ।
<urn:uuid:4bcd8ad0-f781-466c-bde2-0696ea6cadaf>
CC-MAIN-2018-30
http://sambad.in/metro/attack-on-police-case-against-family-members-78826/
2018-07-18T18:17:58Z
s3://commoncrawl/crawl-data/CC-MAIN-2018-30/segments/1531676590314.29/warc/CC-MAIN-20180718174111-20180718194111-00421.warc.gz
ory
0.999999
Orya
6
{"ory_Orya_score": 0.9999986886978149}
ରାକ୍ଷୀ ସାୱନ୍ତଙ୍କୁ ବିନା କାରଣରେ ଡ୍ରାମା କୁଇନ କୁହାଯାଏ ନାହିଁ । ଏଥିପାଇଁ ସେ ସମୟ ସମୟରେ କିଛି କିଛି ଏପରି ଓଲଟାସିଧା କାମ କରନ୍ତି ଯଦ୍ୱାରା ସେ ଲାଇମ୍ ଲାଇଟରେ ଆସିଯାଆନ୍ତି । ଏବେ ରାକ୍ଷୀ ପୁଣି ଥରେ ନିଜ ଆଡ଼କୁ ଧ୍ୟାନ ଆକର୍ଷିତ କରିବା ପାଇଁ ଏପରି କିଛି ନୂତନ ଇଚ୍ଛା ପ୍ରକାଶ କରିଛନ୍ତି । ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତକଥା ହେଲା ଯୋଗ ଦିବସରେ ଅନ୍ୟ ସିନେ ତାରକାଙ୍କ ପରି ରାକ୍ଷୀ ସାୱନ୍ତ ମଧ୍ୟ ଯୋଗ ଗୁରୁ ମନଦୀପଙ୍କ ପାଖରେ ଯୋଗ କରିବା ପାଇଁ ପହଞ୍ଚିଥିଲେ । ସେଠାରେ ରାକ୍ଷୀଙ୍କୁ ପ୍ରଶ୍ନ କରାଯାଇଥିଲା କି ରାଷ୍ଟ୍ରପତି ଦୌଡ଼ରେ ଯଦି କୌଣସିି ସିନେ ତାରକାଙ୍କ ନାମ ନିଆଯାଏ, ତେବେ କେଉଁ ନାମ ଏହି ପଦ ପାଇଁ ଯୋଗ୍ୟ ହେବ? ରାଷ୍ଟ୍ରପତି ହେବା ପ୍ରଶ୍ନର ଏହି ଉତ୍ତରରେ ରାକ୍ଷୀ ସାୱନ୍ତ କହିଛନ୍ତି, ମୋତେ ଲାଗୁନି ବଲିଉଡ଼ର କୌଣସି ତାରକାଙ୍କ ପାଖରେ ଏପରି କିଛି ଯୋଗ୍ୟତା ଅଛି ଯିଏ ରାଷ୍ଟ୍ରପତି ହୋଇପାରିବେ । ଯିଏ ଏହି ପଦ ପାଇଁ ଯୋଗ୍ୟ ସେ ହିଁ ରାଷ୍ଟ୍ରପତି ହୁଅନ୍ତୁ । ଯଦି କାହା ପାଖରେ ସମୟ ନାହିଁ ତେବେ ମୋତେ ହିଁ ରାଷ୍ଟ୍ରପତି କରିଦିଅନ୍ତୁ, ଦେଶର କଲ୍ୟାଣ ହେବ । ତେବେ ରାକ୍ଷୀଙ୍କ ଏହି ବୟାନ ଉପରେ କେହି ଗରୁତ୍ୱ ଦିଅନ୍ତୁ ନାହିଁ କାରଣ ଏହା ପ୍ରଥମ ଥର ନୁହଁ ଯେବେ ସେ ନିଜର ଏପରି ଓଲଟା ପାଲଟା ବୟାନ ଦେଇ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଚାହିଁଛନ୍ତି । କେତେବେଳେ ନିଜର ବୋଲ୍ଡ ଫଟୋ ଅପଲୋଡ଼ କରି ତ କେତେବେଳେ କିଛି ଆପତ୍ତିଜନକ ବୟାନ ଦେଇ ସେ ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଚାହାନ୍ତି । ତେଣୁ ଏପରି ବୟାନ ଦେବା ତାଙ୍କ ପାଇଁ କିଛି ନୂଆ କଥା ନୁହଁ । ସୌଜନ୍ୟ – ଅମାରଉଜାଲା
<urn:uuid:34dc3cb2-d5d0-4eeb-84f5-8f9f66f4108b>
CC-MAIN-2018-30
http://kanaknews.com/drama-queen-rakhi-sawant-wants-to-be-the-president-of-india/
2018-07-20T18:29:56Z
s3://commoncrawl/crawl-data/CC-MAIN-2018-30/segments/1531676591719.4/warc/CC-MAIN-20180720174340-20180720194340-00421.warc.gz
ory
1.000007
Orya
5
{"ory_Orya_score": 1.0000065565109253}
ଭୁବନେଶ୍ୱର : ୪୮୮ କଲେଜରେ କାର୍ଯ୍ୟରତ ରାଜ୍ୟ ଦରମାପ୍ରାପ୍ତ ଡେମୋନ୍ଷ୍ଟ୍ରେଟର୍, ବିଇଡି, ଲାଇବ୍ରେରିଆନ୍, କ୍ଲର୍କ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ କ୍ରମାଗତ ଭାବେ ଅଣଦେଖାର ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି ଓଡ଼ିଶା ବେସରକାରୀ କଲେଜ କର୍ମଚାରୀ ସଂଘ। ଦେବରାୟ କଲେଜରେ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ସଚିତ୍ର କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘ ଅଭିଯୋଗ କରିଛି ଯେ, ଉକ୍ତ କର୍ମଚାରୀମାନେ ୧୯୯୦ରେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଟିବିଏରେ ଅନ୍ତର୍ଭୁକ୍ତ ହୋଇଥିିବା ବେଳେ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉକ୍ତ କର୍ମଚାରୀମାନଙ୍କୁ ଏସିପି କିମ୍ବା ଆର୍ଏସିପିରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ଉକ୍ତ କର୍ମଚାରୀମାନେ ଟିବିଏ ପାଇନଥିବା ଆଧାରରେ ଅର୍ଥ ବିଭାଗ ପ୍ରତ୍ୟାଖ୍ୟାନ କରିଥିଲା। ମାତ୍ର ଏହିସବୁ କଲେଜରେ ୨୦୧୪ରେ ଏକ ନୂତନ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ସରକାର ରାଜ୍ୟ ଦରମାପ୍ରାପ୍ତ ଅଧ୍ୟାପକଙ୍କ ପାଇଁ ପଦୋନ୍ନତି ବ୍ୟବସ୍ଥାକୁ ୨୦୧୪ ଜାନୁଆରି ପହିଲାରୁ ଲାଗୁ କରିଛନ୍ତି। ଯଦ୍ୱାରା ଅଧ୍ୟାପକଙ୍କ ମୂଳ ଦରମା ବୃଦ୍ଧି ସହିତ ସେମାନଙ୍କ ଗ୍ରେଡ୍ ପେ'କୁ ୪୬୦୦ରୁ ୬୬୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରିକି ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କୁ ୨୦୧୫ରୁ ଆର୍ଏପିସିରେ ଅନ୍ତର୍ଭୁକ୍ତ କରାଯାଇଛି। କ୍ରମାଗତ ଅବହେଳାର ଶିକାର ହୋଇଥିବା ଉକ୍ତ କର୍ମଚାରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ସଂଘର ଅଭିଯୋଗ ତଥା ଅନୁରୋଧକ୍ରମେ ସପ୍ତମ ବେତନ କମିସନ୍ ୨୦୧୬ ଆଧାରରେ ଏକ ନୂତନ ବ୍ୟବସ୍ଥା 'ଏମ୍ଏସିପି'ରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପ୍ରସ୍ତାବ ଅର୍ଥ ବିଭାଗକୁ ପ୍ରେରଣ କରିଛନ୍ତି। ତେଣୁ କ୍ରମାଗତ ଅବହେଳାର ଶିକାର ହୋଇଥିବା କର୍ମଚାରୀମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସଂଘର ସଭାପତି ସଚିତ୍ର କୁମାର ପାତ୍ର, ସମ୍ପାଦକ ଗଣେଶ ଚନ୍ଦ୍ର ରାଉତ, ପ୍ରଶାନ୍ତ ଦାଶ, ଭଗବାନ ନାୟକ, ପ୍ରଦୀପ୍ତ ସୂତାର, ରତ୍ନାକର ମାଝୀ ପ୍ରମୁଖ ନେତୃବୃନ୍ଦ ଦୃଢ଼ ଦାବି କରିଛନ୍ତି।
<urn:uuid:0bf4afb3-9938-4c84-b5de-00fec457b9cb>
CC-MAIN-2018-30
http://sambad.in/state/staff-of-488-category-block-grant-colleges-stage-18822/
2018-07-16T10:52:24Z
s3://commoncrawl/crawl-data/CC-MAIN-2018-30/segments/1531676589251.7/warc/CC-MAIN-20180716095945-20180716115945-00047.warc.gz
ory
1.000005
Orya
7
{"ory_Orya_score": 1.0000053644180298}
ଖାଦ୍ୟ ଅଧିକାର ପାଇଁ ଲଢ଼େଇ ଚାଲିଥିବା ବେଳେ କେତେକ ମାମୁଲି ସୂଚନା ସମସ୍ତେ ନିହାତି ରୂପେ ଜାଣି ରଖିବା ଦରକାର। ଆମେ ସବୁ ଦିନ ବଞ୍ଚିବା ପାଇଁ ସମାନ ଭାବରେ ଭୋଜନ ଅଭ୍ୟାସ ରଖିଥିବାରୁ ବିଭିନ୍ନ ଖାଦ୍ୟ ପଦାର୍ଥର ପରିମାଣ ମଧ୍ୟ ଆମ ପରିବାର ପାଇଁ ସମାନ ପରିମାଣରେ ଆବଶ୍ୟକ ହୋଇଥାଏ। ଏହି ସାଧାରଣ ତତ୍ତ୍ଵ ଆଧାରରେ ଖାଉଟିକାର୍ଡ଼ଧାରୀମାନଙ୍କୁ ଦୈନିକ ପ୍ରାପ୍ୟ ହିସାବରେ ମାସିକ ପଡ଼ି (ରାସନ୍) ଯୋଗାଇ ଦିଆଯାଏ। ଏକ ମାସ = ୪ ସପ୍ତାହ ହିସାବରେ ବର୍ଷକ ୫୨ ସପ୍ତାହ ହୋଇଥିବାରୁ ୫୨ ÷ ୪ = ୧୩ ମାସ ପାଇଁ ଚିନି, ଚାଉଳ, ଗହମ, ତେଲ, କିରୋସିନ ଇତ୍ୟାଦି ଯୋଗାଇ ଦିଆଯାଇଥାଏ। କିନ୍ତୁ ପଞ୍ଜିକା (କ୍ୟାଲେଣ୍ଡର)ରେ ୧୨ ମାସ ଥିବାରୁ ଅନେକ ନାଗରିକଙ୍କର ଧାରଣା ରହିଛି ଯେ 'ସାଧାରଣ ବଣ୍ଟନ ବ୍ୟବସ୍ଥା'(PDS) ଅଧୀନରେ ବର୍ଷକୁ ୧୨ ଥର ସାମଗ୍ରୀ ବିତରଣ ହୋଇଥାଏ ଏବଂ ପଡ଼ିକାର୍ଡ଼ଧାରୀମାନେ ସୁଲଭ ମୂଲ୍ୟ ଦୋକାନରୁ ସେହି ଅନୁସାରେ ସାମଗ୍ରୀ କିଣନ୍ତି। କିନ୍ତୁ ବାସ୍ତବରେ ବର୍ଷକୁ ୧୩ ଥର ସାମଗ୍ରୀ ଆସେ; ସରକାରୀ ଭାଷାରେ ତାହାକୁ ପିଡିଏସ୍ ସାମଗ୍ରୀର ୧୩ଟି କୋଟା (qouta) କହନ୍ତି । ଯେଉଁ ଅଳ୍ପ କେତେ ଜଣ ଏକଥା ଜାଣନ୍ତି, ସେମାନେ ଏହାକୁ 'ପୂଜା କୋଟା' ନାମରେ ଜାଣନ୍ତି। ସରକାରୀ ବାବୁମାନେ ମଧ୍ୟ ଏହି ଶବ୍ଦ ବ୍ୟବହାର କରନ୍ତି। ପୂଜା ଅର୍ଥ ଦଶହରା। ଭାରତର ୮୦ ଭାଗ ଅଞ୍ଚଳରେ ଦଶହରା ଛୁଟି ହିଁ ସବୁଠୁ ବଡ଼ ଛୁଟି। ତେଣୁ ଶାସକୀୟ ପରମ୍ପରାରେ 'ଦଶହରା' ବା 'ପୂଜା'ର ସ୍ଵତନ୍ତ୍ର ଗୁରୁତ୍ଵ ରହିଛି। ଛାଡନ୍ତୁ, ସେ ପୂଜାର ମାୟା। ଅସଲ କଥା ହେଲା ଯେ ସେହି ତ୍ରୟୋଦଶ କୋଟାକୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ହଡ଼ପ କରିବା ଏକ ପରମ୍ପରା ହୋଇଯାଇଛି। ଯଦି ଖାଦ୍ୟ ଅଧିକାର କର୍ମୀମାନେ ଏହା ବିରୋଧରେ ସଂଗ୍ରାମ ନକରିବେ, ତେବେ ପରିସ୍ଥିତି ଭୟାବହ ହୋଇପଡ଼ିବ। ଏବେ ଗପଟିଏ ନିଶ୍ଚୟ କହିବି: ୧୯୬୨ ମସିହାର କଥା। ଜଣେ ବୟସ୍କ ବ୍ୟକ୍ତି ଯିଏ କି କୃଷି ବିଭାଗର ଅଧସ୍ତନ ଅଧିକାରୀ, ସେ ନିଜର ଶିକ୍ଷିତ ଝିଅ ପାଇଁ ବରପାତ୍ର ଖୋଜନ୍ତେ, ୨ଟି ପ୍ରସ୍ତାବ ଜୁଟିଲା। ତହିଁରୁ ଜଣେ ହାଇସ୍କୁଲ ଶିକ୍ଷକ, ମାସିକ ଦରମା ୭୫ ଟଙ୍କା। ଅନ୍ୟ ଜଣେ ସପ୍ଲାଇ ଇନିସ୍ପେକ୍ଟର, ମାସିକ ଦରମା ୫୦ ଟଙ୍କା। ତେବେ ବୟସ୍କ ବ୍ୟକ୍ତି ଜଣକ ଦ୍ଵିତୀୟ ପ୍ରସ୍ତାବଟିକୁ ଗ୍ରହଣ କଲେ। ଅର୍ଥାତ୍ ସେହି ଯୁବକଙ୍କୁ ଜ୍ବାଇଁ କରିବାକୁ ନିଷ୍ପତ୍ତି ନେଲେ। ଉଭୟ ଯୁବକଙ୍କର ପାରିବାରିକ ପୃଷ୍ଠଭୂମି ବା ଶରୀର ଗଠନରେ କୌଣସି ଖୁଣ ନଥିଲା। କିନ୍ତୁ ଦ୍ଵିତୀୟ ଯୁବକ ହିଁ ଅଧିକ ରୋଜଗାରିଆ ବୋଲି ବିବେଚନା କରି ସଂପୃକ୍ତ କନ୍ୟାପିତା ଏଭଳି ନିଷ୍ପତ୍ତି ନେଲେ। ଏବେ ଆପଣଙ୍କୁ ଗଣିତ ପାଠ ପଢ଼ାଇବାକୁ ପଡିବ ନାହିଁ ଯେ ୫୦ ସଂଖ୍ୟାଟା ୭୫ ଠାରୁ କିଭଳି ବଡ଼ ହେଲା! ୫୦,୦୦୦ ଟଙ୍କା କିଭଳି ୭୫,୦୦୦ ଟଙ୍କା ଠାରୁ ବଡ଼ ହେଲା? କହିବା ବାହୁଲ୍ୟ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦୁର୍ନୀତି ବହୁ ବର୍ଷର ପୁରୁଣା ଏବଂ ଦୁର୍ନିୀତି ଦ୍ଵାରା ବେଶି ଧନ ଠୁଳ କରିଥିବା ବ୍ୟକ୍ତି ହିଁ ସମାଜରେ ବେଶି ମର୍ଯ୍ୟାଦା ପାଆନ୍ତି। ଏକ ସୁସ୍ଥ ସମାଜ ଓ ସଭ୍ୟ ସମାଜ ଗଠନ ପାଇଁ ଏବେ ସେଭଳି ଭାବନାର ବିପରୀତ ଗତିରେ ଆଗେଇବାକୁ ପଡ଼ିବ। ଆପଣ ନିଜ ନିଜ କ୍ଷେତ୍ରରେ ଏହି ବାର୍ତାକୁ ପ୍ରଚାର କରନ୍ତୁ। ପରିବର୍ତନ ସୁନିଶ୍ଚିତ। ବିମଳ ପ୍ରସାଦ, ୯୯୩୭୩୫୩୨୯୩
<urn:uuid:4b38a81d-2078-4916-835b-efd2ab84a479>
CC-MAIN-2018-30
http://odiapila.blogspot.com/2015/09/pds-13-quota.html
2018-07-20T10:24:06Z
s3://commoncrawl/crawl-data/CC-MAIN-2018-30/segments/1531676591578.1/warc/CC-MAIN-20180720100114-20180720120114-00047.warc.gz
ory
0.999983
Orya
2
{"ory_Orya_score": 0.9999833106994629}
କଟକ : ଘରେ ବସି ସହଜରେ ଅନଲାଇନ୍ ଟିକେଟ କଲେ । ଆଗତୁରା ଟଙ୍କା ବି ଦେଲେ । ହେଲେ ସହଜରେ ମିଳିଥିବା ଏଇ ଅନଲାଇଟ୍ ଟିକେଟ ଏବେ ଦର୍ଶକଙ୍କ ପାଇଁ କାଳ ହୋଇଛି । ଟିକେଟ୍ରେ ଦସ୍ତଖତ ଓ ସିଟ୍ ନମ୍ବର ନଥିବାରୁ ହରଡଘଣାରେ ପଡ଼ିଛନ୍ତି ଦର୍ଶକ । ତେବେ ଏଭଳି ଦର୍ଶକଙ୍କୁ ଷ୍ଟାଡ଼ିୟମ ଭିତରକୁ ଯିବା ପାଇଁ ଅନୁମତି ମିଳିବ ବୋଲି ଓସିଏ ପକ୍ଷରୁ ଘୋଷଣା କରାଯାଇଥିଲେ । ହେଲେ ଏବେ ଦସ୍ତଖତ କି ସିଟ୍ ନମ୍ବର ନଥିଲେ ଷ୍ଟାଡ଼ିୟମ୍ ଭିତରକୁ ଛାଡ଼ୁନି ପୁଲିସ୍ । ଫଳରେ ବାଟବାଟୀ ଷ୍ଟାଡ଼ିୟମ ନିକଟରେ ଦର୍ଶକମାନେ ହଙ୍ଗାମା କରିଛନ୍ତି । ଗେଟ୍ ସାମ୍ନାରେ ସେମାନେ ଧାରଣା ବି ଦେଇଛନ୍ତି । ସେପଟେ ଅନଲାଇନରେ ଟିକେଟ ବିକିଥିବା ସଂସ୍ଥାର ଅଧିକାରୀଙ୍କୁ ଧରି ଚଲେଇ ଚଲେଇ ନେବା ଭଳି ଅଭାବନୀୟ ଦୃଶ୍ୟ ବି ଦେଖିବାକୁ ମିଳିଛି । ଏଭଳି ଏକ ଅପ୍ରୀତିକର ସ୍ଥିତି ଏବେ ପୁଲିସ ପ୍ରଶାସନ ଏବଂ ଓସିଏର ଚିନ୍ତା ବଢାଇଦେଇଛି ।
<urn:uuid:103a3188-80df-4e21-a038-155e7027d5e9>
CC-MAIN-2018-30
http://odiaspotnews.in/news-details/18471
2018-07-23T09:29:29Z
s3://commoncrawl/crawl-data/CC-MAIN-2018-30/segments/1531676596204.93/warc/CC-MAIN-20180723090751-20180723110751-00367.warc.gz
ory
0.999993
Orya
7
{"ory_Orya_score": 0.9999932050704956}
ନୟାଗଡ଼(ଓଡ଼ିଶା ରିପୋର୍ଟର): ଘରେ ଘରେ ଲୋକଙ୍କୁ ବିଜୁଳି ସୁବିଧା ଯୋଗାଇଦେବାକୁ ସରକାରୀ ସ୍ତରରେ ଚାଲିଛି ଅନେକ ଯୋଜନା। ହେଲେ ଏମିତି କିଛି ଗାଁ ଅଛି ଯେଉଁଠି ବିଜୁଳି ଆଲୁଅ ସାତ ସପନ। ଆଉ ଅନ୍ଧାର ପାଲଟିଛି ଚିର ସାଥୀ। ବିଜୁଳି ଟିକକ ପାଇବା ପାଇଁ ପ୍ରଶାସନକୁ ଅଭିଯୋଗ କରି ଥକି ଗଲେଣି ଲୋକେ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲା ବ୍ଲକ୍ର ଖଣ୍ଡାଧୁଆ ଗାଁରୁ। ଡିଜିଟାଲ ଯୁଗରେ ଗାଁଲୋକଙ୍କ ପାଇଁ ବିଜୁଳି ପାଲଟିଛି ସାତ ସପନ। ସନ୍ଧ୍ୟା ଆସିଲେ ମାଡି ଆସେ ବହଳ ଅନ୍ଧାର, ଆଉ ତା'ଭିତରେ କଷ୍ଟେମଷ୍ଟେ ଚାଲେ ଲୋକଙ୍କ ଜୀବନ ଜୀବିକା। ବସାଉଠା, ଖିଆପିଆ , ପାଠପଢା ସବୁପାଇଁ ସାହାଭରସା ପାଲଟିଛି ଡିବିରି ଆଲୁଅ। ଏମିତିକି ସନ୍ଧ୍ୟା ହେଲେ ହ୍ରିଂସ ଜନ୍ତୁଙ୍କ ଭୟରେ ଘରେ ଘରେ ପଡିଯାଏ ତାଟିକବାଟ। ଏହି ଗାଁରେ ୧୦୦ରୁ ଅଧିକ ଲୋକେ ରହୁଥିବା ବେଳେ ବିଜୁଳି ଟିକକ ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ଏହି ଗାଁଟି ଅଭୟାରଣ୍ୟ ଅଂଚଳରେ ଥିବାରୁ ସରକାରୀ ଯୋଜନା ପାଲଟିଛି ଅପହଞ୍ଚ। ଏମିତିକି ମୋବାଇଲ ଚାର୍ଜ କରିବାକୁ ଲୋକଙ୍କୁ ଯିବାକୁ ପଡୁଛି ୫ କିଲୋମିଟର ବାଟ। ଗଲା ୧୦ବର୍ଷ ହେଲା ବିଜୁଳି ପାଇଁ ନେତା ପ୍ରଶାସନକୁ ଜଣାଇ ଥକିଗଲେଣି ଲୋକେ। ଏନେଇ ଜିଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି ଖୁବ୍ ଶୀଘ୍ର ଗାଁକୁ ବିଜୁଳି ସଂଯୋଗ କରାଯିବ । ବର୍ଷେ କି ଦୁଇବର୍ଷ ନୁହେଁ, ୧୦ ବର୍ଷ ହେଲା ଖଣ୍ଡାଧୁଆ ଗାଁଲୋକେ ବିଜୁଳି ଆଲୁଅକୁ ଅପେକ୍ଷା କରି ରହିଛନ୍ତି। ତେବେ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ମୁତାବକ କେବେ ସେମାନଙ୍କ ସମସ୍ୟା ଦୂର ହେବ ସେନେଇ ଆଶା ଆଶଙ୍କାରେ ଲୋକେ।
<urn:uuid:c94ef5bc-289e-4dba-a737-d8bb8fe594e8>
CC-MAIN-2018-30
http://odishareporter.in/odisha/electricity-problem-nayagada-227647
2018-07-21T13:28:18Z
s3://commoncrawl/crawl-data/CC-MAIN-2018-30/segments/1531676592579.77/warc/CC-MAIN-20180721125703-20180721145703-00098.warc.gz
ory
0.998721
Orya
3
{"ory_Orya_score": 0.998720645904541}
ଲକ୍ଷ୍ନୌ,୧୨।୪: ଉନ୍ନାଓ ଗଣବଳାତ୍କାରର ଅଭିଯୁକ୍ତ କୁହାଯାଉଥିବା ଭାଜପା ବିଧାୟକ କୁଲ୍ଦୀପ ସିଂହ ସେଂଗରଙ୍କ ନାଁରେ ଶେଷରେ ଏଫ୍ଆଇଆର୍ ଦାଖଲ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତ ବିଧାୟକଙ୍କ ନାଁରେ ମାଖି ଥାନାରେ ଆଇପିସି ଧାରା ୩୬୩, ୩୬୬, ୩୭୬ ଓ ପେକ୍ସୋ ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି। ଏହାସହ ଉତ୍ତର ପ୍ରଦେଶ ସରକାର ଉକ୍ତ ମାମଲାର ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଗୃହ ବିଭାଗ ପୀଡିତାଙ୍କ ପିତାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଉନ୍ନାଓ ଜିଲା ଚିକିତ୍ସାଳୟର ୨ ଜଣ ଡାକ୍ତରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏହାସହ ଜେଲ ଚିକିତ୍ସାଳୟରେ ଥିବା ୩ ଜଣ ଡାକ୍ତରଙ୍କ ଉପରେ ବେପରୁଆ ଚିକିତ୍ସା ଅଭିଯୋଗ ମଧ୍ୟ ହୋଇଛି।
<urn:uuid:68dd7af0-5c80-4b1d-9f7f-d29e24dfb4b2>
CC-MAIN-2018-30
http://www.dharitri.com/main/news/29480
2018-07-22T12:42:01Z
s3://commoncrawl/crawl-data/CC-MAIN-2018-30/segments/1531676593223.90/warc/CC-MAIN-20180722120017-20180722140017-00418.warc.gz
ory
0.999828
Orya
7
{"ory_Orya_score": 0.9998278021812439}
Facebook TwitterYoutube ସରିଲା ୯ ଦିନର ଲୀଳାଖେଳା. ସିଂହଦ୍ୱାରରେ ୩ ରଥ. ଆଜି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇ ଦର୍ଶନ ଦେବେ ଚତୁର୍ଧାମୂର୍ତ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । ଭୁଷୁଡୁଛି ଟିଟୋର କଳା ସାମ୍ରାଜ୍ୟ. ପୋଲିସ ପଞ୍ଝାରେ ଜଣଙ୍କ ପରେ ଜଣେ ଟିଟୋର ସହଯୋଗୀ. କେନ୍ଦ୍ରାପଡା ପୋଲିସ ଏନକାଉଣ୍ଟରରେ ଆହାତ ହୋଇଛି ଟିଟୋର ମୁଖ୍ୟ ସହଯୋଗୀ ବାବୁ ଓରଫ ଭବାନୀ ଶଙ୍କର ସାହୁ. ଆଜି ଭୋର ୩.୪୫ରେ ନାଇଟ୍ ପାଟ୍ରୋଲିଂ ଏନକାଉଣ୍ଟର କରିଛି କେନ୍ଦ୍ରାପଡା ସ୍ପେଶାଲ ସ୍କ୍ୱାର୍ଡ ଓ ଟାଉନ ପୋଲିସ. ବାବୁ ସାହୁ ଏକ ବାଇକ ଯୋଗେ ଛଘରିଆ-ଇଛାପୁର ରାସ୍ତାରେ ଫେରୁଥିବା ବେଳେ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ଫଳରେ ବାବୁ ପୋଲିସ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସ ଟିମ ପ୍ରଥମେ ଏକ ବ୍ଲାଙ୍କ ଫାୟାରିଂ କରିଥିଲା । ପରେ ବାବୁ ପୁଣି ଆଉ ଏକ ରାଉଣ୍ଡ ଗୁଳି ଚଳାଇଥିଲା । କିଛି ସମୟ ପାଇଁ ପୋଲିସ-ବାବୁ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା. ବାବୁର ଆଣ୍ଠୁକୁ ୨ ରାଉଣ୍ଡ ଗୁଳି କରିଥିଲା ପୋଲିସ । ଫଳରେ ବାବୁ ଗୁରୁତର ଆହତ ହୋଇଥିଲା । ତାର ଡାହାଣ ଗୋଡରେ ଗୁଳି ବାଜିଥିବାରୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବାବୁ ନାଁରେ ହତ୍ୟା, ଦାଦାବଟି, ଟେଣ୍ଡର ଫିକ୍ସିଂ ଭଳି ୫୦ରୁ ଅଧିକ କେସ କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକର ବିଭିନ୍ନ ଥାନାରେ ରହିଛି । କେନ୍ଦ୍ରାପଡା ପୋଲିସ ଓ ଏସଟିଏଫ ର ମୋଷ୍ଟ ଓ୍ୱାଣ୍ଟେଡ ଲିଷ୍ଟରେ ଥିଲା ବାବୁ ସାହୁ । ବଙ୍ଗୋପସାଗର ଉପରେ ସୃଷ୍ଟ ଡିପ୍ରେସନ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଏହା ଦୁର୍ବଳ ହୋଇ ପୁଣି ଲଘୁଚାପର ରୂପ ନେବ ବୋଲି ଜଣାପଡିଛି । ଏହାର ପ୍ରଭାବରେ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନ ସହ ସୁନ୍ଦରଗଡ, ଝାରସୁଗୁଡା, ସମ୍ୱଲପୁର, ଦେଓଗଡ, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ ସୋନପୁର, ବଲାଙ୍ଗୀର, ନୂଆପଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି । ଉତ୍ତର ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ସମୁଦ୍ର ଅଶାନ୍ତ ରହିବା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି । ସେପଟେ ସମ୍ବଲପୁର ବୁର୍ଲାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ଭଦ୍ରକ ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣୀଙ୍କ ଠାରେ ଶ୍ରାବଣଯାତ୍ରା ଆରମ୍ଭ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଏହି ପୀଠରେ ଜଳାଭିଶେକ କରିବା ପାଇଁ ଛୁଟି ଆସନ୍ତି । ହଜାର ହଜାର କାଉଡିଆଙ୍କ ଭିଡକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥି ସହିତ ନଦୀ ଘାଟରେ ସୁରକ୍ଷା ବ୍ୟବସ୍ଥା ପାଇଁ ଓଡ୍ରାଫ ଟିମ୍, ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ କରାଯାଇଛି । କାଉଡିଆଙ୍କ ଭିଡ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ସକାଳ ଭୋର ୫ ଟାରେ ବାବାଙ୍କ ପହଡ ଖୋଲାଯିବା ପରେ ମଙ୍ଗଳା ଆଳତୀ, ସକାଳ ଧୂପ, ସକାଳ ଭୋଗ, ଶୁଖିଲା ଭୋଗ କରାଯାଇଥିଲା । ପରେ ବାବାଙ୍କୁ ବେଶ ଲାଗି କରାଯିବା ସହ ମନ୍ଦିରକୁ ଲାଗି ରହିଥିବା ଶ୍ରବଣୀ ମହାଦେବଙ୍କ ଜଳାଭିଶେକ ଲାଗି କାଉଡିଆଙ୍କୁ ବ୍ୟାରିକେଟ୍ ମଧ୍ୟରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସୁଥିବା କାଉଡିଆଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଶିବ ଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ୱରେ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । Known for its commitment in delivering programme that resolve to be tender with the young, compassionate with the aged, sympathetic with the striving and tolerant of the weak and wrong in sync with the needs of the times.
<urn:uuid:e182f638-45ea-4c81-8289-1ff8f0943832>
CC-MAIN-2018-30
http://mbctv.co.in/index.php/odisha
2018-07-23T13:54:05Z
s3://commoncrawl/crawl-data/CC-MAIN-2018-30/segments/1531676596463.91/warc/CC-MAIN-20180723125929-20180723145929-00098.warc.gz
ory
0.999984
Orya
1
{"ory_Orya_score": 0.999983549118042}
କଲୋମ୍ବୋ: ସବୁ ଭାରତୀୟଙ୍କ ପସନ୍ଦ ନାଗିନ୍ ଡ୍ୟାନ୍ସ। କୌଣସି ସଙ୍ଗୀତ କାର୍ଯ୍ୟକ୍ରମ ହେଲେ ନାଗିନ୍ ଡ୍ୟାନ୍ସ ଆଗ ଦରକାର। ବିନା ନାଗିନ୍ ଡ୍ୟାନ୍ସରେ ତ ରୋଷଣିର କିଛି ମାନେ ନଥାଏ। ହେଲେ କେବେ ଭାବିଛନ୍ତି କୌଣସି ବିଦେଶୀ ନାଗିନ୍ ଡ୍ୟାନ୍ସ କରିବା କଥା। ତାହା ପୁଣି କ୍ରିକେଟ୍ ପରି ଲୋକପ୍ରିୟ ଖେଳର ଜଣେ ପ୍ରତିଷ୍ଠିତ ବିଦେଶୀ ଖେଳାଳି ପଡ଼ିଆ ଭିତରେ ଏମିତି କରିବାର। ଆଜ୍ଞା ହଁ ବାଂଲାଦେଶର ବିସ୍ଫୋରକ ବ୍ୟାଟ୍ସମ୍ୟାନ ମୁଶଫିକୁର ପଡ଼ିଆ ଭିତରେ ଏପରି ଡ୍ୟାନ୍ସ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଏପରି ନିଦାହାସ୍ ସିରିଜରେ ଗତକାଲି ବାଂଲାଦେଶ, ଶ୍ରୀଲଙ୍କାକୁ ୫ ୱିକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ର ମୁଖ୍ୟ ଆକର୍ଷଣ ଥିଲେ ବାଂଲାଦେଶର ମୁଶଫିକୁର। ସେ ୭୨ ରନ୍ର ଧୂଆଁଧାର ଇଂନିସ୍ ଖେଳି ଅପରାଜିତ ଦେଶକୁ ଜିତାଇ ଥିଲେ। ମ୍ୟାଚ୍ ଜିତିବା ପରେ ମୁଶଫିକୁର ବହୁତ ଉତ୍ସାହିତ ହୋଇଯାଥିଲେ ଓ ପଡ଼ିଆରେ ନାଗିନ୍ ଡ୍ୟାନ୍ସ କରିବାକୁ ଲାଗିଥିଲେ।
<urn:uuid:8a493f3c-7344-40de-b83c-513e8db2332e>
CC-MAIN-2018-30
http://odishareporter.in/sports/nidahas-trophy-2018-mushfiqur-rahim-nagin-dance-after-win-over-sri-lanka-217906
2018-07-23T13:15:26Z
s3://commoncrawl/crawl-data/CC-MAIN-2018-30/segments/1531676596463.91/warc/CC-MAIN-20180723125929-20180723145929-00098.warc.gz
ory
0.999944
Orya
5
{"ory_Orya_score": 0.9999442100524902}
ରଣପୁର ବ୍ଲକ ଡିମିରିଆ ମହାବିଦ୍ୟାଳୟ ପକ୍ଷରୁ ବାତ୍ୟା ଓ ବନ୍ୟା ବିପନ୍ନଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଏବଂ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ୨୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ବଦାନ୍ୟତା ପାଇଁ ଧନ୍ୟବାଦ ଜଣାଇଥିଲେ । ସେହିପରି ଭାରତ ସ୍କାଉଟ ଓ ଗାଇଡ୍ସ ସଂଗଠନ ପକ୍ଷରୁ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଚାଶହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । - ଓଡିଶା ମେଟାଲିଫେରସ ଖଣି ସୁରକ୍ଷା ସପ୍ତାହ ଉଦଯାପିତ - କେନ୍ଦ୍ର ଓ ରାଜ୍ୟ ସରକାର ପୋସ୍କୋ ର ଦଲାଲଗିରି କରୁଛନ୍ତି – ସ୍ଵଦେଶୀ ଜାଗରଣମଞ୍ଚ
<urn:uuid:5022c0d3-6ef6-43df-b8c8-be32d09a9eca>
CC-MAIN-2018-30
http://odishan.com/10884
2018-07-19T15:19:21Z
s3://commoncrawl/crawl-data/CC-MAIN-2018-30/segments/1531676591140.45/warc/CC-MAIN-20180719144851-20180719164851-00478.warc.gz
ory
1.000008
Orya
4
{"ory_Orya_score": 1.000008463859558}
ବାରିପଦା/କଟକ, ୨ା୩(ଆପ୍ର): ବାରିପଦା ସହରର ପ୍ରଫୁଲ୍ଲ ନଗର ଅଞ୍ଚଳରେ ଗତ ୧୦ବର୍ଷ ଧରି ଚାଲିଥିବା ସେଣ୍ଟ ଫ୍ରାନସିସ୍ ଜାଭିୟର ହାଇସ୍କୁଲର ୨୦ଜଣ ଛାତ୍ରଛାତ୍ରୀ ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେବାରୁ ବଞ୍ଚିତ ହେବା ସହ ଠକେଇର ଶିକାର ହୋଇଥିବା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି । ପୁଲିସ ହାଇସ୍କୁଲର ପ୍ରିନ୍ସିପାଲ ସଞ୍ଜୟ ସେନ ଓ ନିର୍ଦ୍ଧେଶିକା ଶ୍ରାବଣୀ ସେନଙ୍କୁ ବାରିପଦା ଟାଉନ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି । ଘଟଣାରୁ ପ୍ରକାଶଯେ, ସିବିଏସଇ କର୍ତ୍ତୃପକ୍ଷଙ୍କ ସ୍ୱୀକୃତି ପାଇଥିବା ଦର୍ଶାଇ ଏହି ହାଇସ୍କୁଲ ବେଆଇନ ଭାବେ ଗତ ୧୦ବର୍ଷ ଧରି ଚାଲି ଆସିଥିଲା । ଏହି ହାଇସ୍କୁଲର ୨୦ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ଦେବା ଲାଗି ହାଇସ୍କୁଲର ପ୍ରିନ୍ସିପାଲ ସଞ୍ଜୟଙ୍କ ସହ ନିଜ ନିଜର ଅଭିଭାବକମାନଙ୍କୁ ସାଥିରେ ଧରି କଟକରେ ପରୀକ୍ଷା ଦେବାକୁ ଗତ ମଙ୍ଗଳବାର ପହଁଞ୍ଚିଥିଲେ । ବୁଧବାର ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ହାଇସ୍କୁଲର ପ୍ରିନ୍ସିପାଲ ପରୀକ୍ଷା ଆଡ୍ମିଟକାର୍ଡ ପ୍ରଦାନ କରିବାକୁ ବିଫଳ ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଫଳରେ ସେମାନେ କଟକର ଚାଉଳିଆଗଞ୍ଜ ଥାନାକୁ ଯାଇ ଏ ସମ୍ପର୍କରେ ପ୍ରଥମେ ପୁଲିସକୁ ସୂଚନା ଦେଇଥିଲେ । ମାତ୍ର ଚାଉଳିଆଗଞ୍ଜ ପୁଲିସର ପରାମର୍ଶକ୍ରମେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ହାଇସ୍କୁଲର ପ୍ରିନ୍ସିପାଲଙ୍କୁ ସାଙ୍ଗରେ ଧରି ବାରିପଦା ଟାଉନ ଥାନାରେ ପହଁଞ୍ଚି ଘଟଣା ସମ୍ପର୍କରେ ଖବର ଦେଇଥିଲେ । ଉତ୍ତ୍ୟକ୍ତ ଅଭିଭାବକ ଓ ଲୋକେ ହାଇସ୍କୁଲର ପ୍ରିନ୍ସିପାଲ ସଞ୍ଜୟ ଓ ନିର୍ଦ୍ଧେଶିକା ଶ୍ରାବଣୀଙ୍କୁ ଥାନା ସାମ୍ନାରେ ନିସ୍ତୁକ ମାଡ ମାରିଥିବାର ଜଣାପଡିଛି । ପରେ ଉତ୍ତ୍ୟକ୍ତ ଅଭିଭାବକମାନଙ୍କ ପକ୍ଷରୁ ଥାନାରେ ୨୦ଟି ଏତଲା ଦାଏର ହୋଇଥିବା ପ୍ରକାଶ । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ କବଳରୁ ପୁଲିସ୍ ହାଇସ୍କୁଲର ପ୍ରିନ୍ସିପାଲ ସଞ୍ଜୟ ଓ ନିର୍ଦ୍ଧେଶିକା ଶ୍ରାବଣୀଙ୍କୁ ଉଦ୍ଧାର କରି ଥାନା ଭିତରକୁ ନେଇଥିଲା । ଜଣାପଡିଛିଯେ, ଗତ ବର୍ଷକ ତଳେ ହାଇସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କଠାରୁ ସିବିଏସଇ ରେଜିଷ୍ଟ୍ରେସନ ଫିସ୍ ବାବଦରେ ୬ହଜାର ଟଙ୍କା ଲେଖାଏଁ ଏବଂ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଲାଗି ବିପୁଳ ଅର୍ଥ ଆଦାୟ କରାଯାଇଥିଲା । କଟକର ଏକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାକେନ୍ଦ୍ର ହୋଇଥିବାର ଧାରଣା ଦିଆଯାଇ ସେମାନଙ୍କୁ କଟକକୁ ନିଆଯାଇଥିଲା । ଏ ଘଟଣାରେ ପୋଲିସ୍ ଏକ ଠକେଇ ମାମଲା ରୁଜୁ କରିଛି । ବାରିପଦା ସହରରେ ଗତ କିଛିବର୍ଷ ମଧ୍ୟରେ ବହୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କଠାରୁ ବିପୁଳ ଅର୍ଥ ଅସୁଲି ଚାଲିଥିବା ବେଳେ ଏସବୁ ବିଦ୍ୟାଳୟର ସ୍ଥିତି କ'ଣ ତାହା ଜଣାପଡିନାହିଁ । ଏପରିକି ଜିଲା ଶିକ୍ଷା ଅଧିକାରୀ ବେଆଇନ ଭାବେ ଚାଲିଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକ ସମ୍ପର୍କରେ ଜାଣିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଠକାମୀର ଅଯଥା ଶିକାର ହେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ନାନା ଆଶଙ୍କା ସୃଷ୍ଟି ହେଲାଣି । ସିବିଏସ୍ଇ ପରୀକ୍ଷାରୁ ୨ଠ ବିଦ୍ୟାର୍ଥୀ ବଞ୍ଚିତ Mar 02, 2016, 19:34 pm24
<urn:uuid:0013552b-3171-40ce-a2fe-de3312ec21a3>
CC-MAIN-2018-30
http://sarbasadharana.com/?p=18036
2018-07-18T03:03:51Z
s3://commoncrawl/crawl-data/CC-MAIN-2018-30/segments/1531676590046.11/warc/CC-MAIN-20180718021906-20180718041906-00573.warc.gz
ory
1.000005
Orya
5
{"ory_Orya_score": 1.0000054836273193}
କୋରାପୁଟ ; ତା୧୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋଟିଆକୁ ଆଜି ଦକ୍ଷିଣ-ପଶ୍ଚିମାଂଚଳ ରେଂଜ ଦାୟିତ୍ୱରେ ଥିବା ଡିଆଇଜି ଆଶିଷ ସିଂହ୍ ପରିଦର୍ଶନ କରିଛନ୍ତି। କୋରାପୁଟ ଏସପି ଡା.କନୱାର ଭିଶାଲ ସିଂହଙ୍କ ସହ ଡିଆଇଜି ମାଓ ଅଧ୍ୟୁଷିତ କୋଟିଆରେ ପହଂଚି ସ୍ଥିତିର ଅନୁଧ୍ୟାନ କରିବା ସହ ନୂତନ ଥାନା ଗୃହ ନିର୍ମାଣ ନିମନ୍ତେ ଚିହ୍ନଟ କରାଯାଇଥିବା ଜମି ପରିଦର୍ଶନ କରିଥିଲେ।ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନ, ପଂଚାୟତ ନିର୍ବାହୀ ଅଧିକାରୀ ତିଲକ ଖେମୁଣ୍ଡୁ ଓ ଏପିଓ ସୈାମେନ୍ଦ୍ର ନାୟକ ଓ ବାସିନ୍ଦାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।କୋଟିଆରୁ ଫେରି ସେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ।ଥାନା ନିର୍ମାଣ ନିମନ୍ତେ ୩ ଏକର ଜମି ମିଳିଛି ଓ ଏହାର ମ୍ୟାପ ମିଳିଗଲେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଡିଆଇଜି ଆଶିଷ ସିଂହ୍ ଆଜି କୋରାପୁଟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ସ୍ଥାନୀୟ ବାସିନ୍ଦାକଂ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ପୋଲିସ ପ୍ରତିଶୃତିବଦ୍ଧ ବୋଲି ସେ ସୂଚନା ଦେଇଥିଲେ।ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ଡାକ୍ତର ସିଂ ମଧ୍ୟ ଉପସ୍ଥିତ ଥିଲେ।
<urn:uuid:f01116fb-1004-4b38-9e54-8ef901d0fb7b>
CC-MAIN-2018-30
http://odiapua.com/%E0%AC%95%E0%AD%8B%E0%AC%9F%E0%AC%BF%E0%AC%86-%E0%AC%97%E0%AC%B8%E0%AD%8D%E0%AC%A4-%E0%AC%95%E0%AC%B2%E0%AD%87-%E0%AC%A1%E0%AC%BF%E0%AC%86%E0%AC%87%E0%AC%9C%E0%AC%BF-%E0%AC%AA%E0%AD%8D%E0%AC%B0/
2018-07-21T04:13:57Z
s3://commoncrawl/crawl-data/CC-MAIN-2018-30/segments/1531676592309.94/warc/CC-MAIN-20180721032019-20180721052019-00253.warc.gz
ory
0.99991
Orya
4
{"ory_Orya_score": 0.9999097585678101}