text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
ଅଙ୍କଲ୍, ଯେତେବେଳେ "ବାପା" ମରିଯାନ୍ତି..
୫-୬ ବର୍ଷର ନିରୀହ ପିଲାଟିଏ ତାର ଛୋଟ ଭଉଣିକୁ ଧରି ମନ୍ଦୀରର ଏକ କୋଣରେ ବସି ହାତ ଯୋଡି କେଜାଣି ଭଗବାନଙ୍କୁ କଣ ଯେ ମାଗୁୁଥିଲା !!
ଚିରା ମଇଳା ପୋଷାକ ଟିଏ ପିନ୍ଧୀଥିଲା । ତାର ସୁନ୍ଦର ଛୋଟ କୋମଳ ଗାଲରେ ଲୁହର ଧାର ବହିଯାଉଥିଲା । ବହୁତଲୋକ ତାକୁ ଦେଖୁଥିଲେ, କିନ୍ତୁ ସେ କିଛି ନ ଜାଣିଲା ପରି କେବଳ ଭଗବାନଙ୍କ ସହ କଥାହେବାରେ ଲାଗିଥିଲା ।
ସେ ଭଗବାନଙ୍କ ପ୍ରାର୍ଥନା ସାରି ଉଠିବା ସମୟରେ ମୁଁ ତାର କୁନି ହାତଟିକୁ ଧରିନେଲି ଓ କହିଲି:- ପୁଅରେ, ଭଗବାନଙ୍କୁ କଣ ମାଗିଲୁ ?
ପିଲାଟି ଉତ୍ତର ଦେଲା:-
ମୋ ବାପାଙ୍କର ମୃତ୍ୟୁ ହୋଇଯାଇଛି, ତେଣୁ ତାଙ୍କ ପାଇଁ ସ୍ବର୍ଗ,
ମୋ ମା ସବୁବେଳେ କାନ୍ଦୁଛି, ତାଙ୍କ ପାଇଁ ଧୈର୍ଯ୍ୟ,
ମୋ ଟିକି ଭଉଣୀ ମାଙ୍କୁ ସବୁବେଳେ ସାଟ୍ ପ୍ୟାଣ୍ଟ ଖେଳନା ମାଗୁଛି, ତେଣୁ ତା ପାଇଁ ପଇସା ।
ମୁଁ ପୁଣି ପଚାରିଲି:-
ତୁମେ ସ୍କୁଲ୍ ଯାଉଛ ତ ?
ପିଲାଟି କହିଲା:- ହଁ, ମୁଁ ସ୍କୁଲ୍ ଯାଏ ।
ମୁଁ ପଚାରିଲି:- ତୁମେ କେଉଁ ଶ୍ରେଣୀରେ ପଢୁଛ ?
ପିଲାଟି କହିଲା:- ନାଁ ଅଙ୍କଲ୍, ମୁଁ ପଢିବାକୁ ସ୍କୁଲ୍ ଯାଏ ନାହିଁ । ମା ଚଣା 🥜ବନେଇ ଦିଅନ୍ତି, ମୁଁ ସେଗୁଡିକୁ ବିକିବା ପାଇଁ ସ୍କୁଲ୍ ଯାଏ । ପିଲାମାନେ ମୋ ଠାରୁ ଚଣା କିଣନ୍ତି ଓ ଦି ପଇସା ରୋଜଗାର ହୁଏ ।
ଟିକି ନିରୀହ ପିଲାଟିର କଅଁଳ ଓଠର ଏପରି ଗୋଟିଏ ଗୋଟିଏ ନିଷ୍ଠୁର ସତ୍ୟ ଶବ୍ଦ ଶୁଣି ମୋର ରୁମ ଟାଙ୍କୁରି ଉଠୁଥିଲା ।
ଇଛା ନ ଥିଲେ ବି ପଚାରିଲି କି ତୁମର କେହି ସମ୍ପର୍କୀୟ କି ବନ୍ଧୁବାନ୍ଧବ ଅଛନ୍ତି କି ନାଁ ?
ପିଲାଟି କହିଲା:- ଜାଣେନା , ମା କହେ ଗରିବର କେହି ସମ୍ପର୍କୀୟ ନ ଥାନ୍ତି । ମା କେବେ ମିଛ କହନ୍ତି ନାହିଁ
କିନ୍ତୁ ଅଙ୍କଲ୍,
ମୋତେ ଲାଗେ କି ମୋ ମା ବେଳେବେଳେ ମିଛ କହନ୍ତି ବୋଲି..
ଯେତେବେଳେ ଆମେ ଭାଇଭଉଣି ଖାଉ ତ ମା ଟଆମ ପାଖରେ ବସିଥାଏ ଓ ଆମକୁ ଦେଖୁଥାଏ, କିନ୍ତୁ ଖାଇବାକୁ ଡାକିଲେ କହେ- ଧନରେ… ମୁଁ ଖାଇ ସାରିଛି, ତୁମେମାନେ ଖାଅ । ସେତେବେଳେ ଲାଗେ କି ମୋ ମା ମୋତେ ମିଛ କହେ ବୋଲି..
ମୁଁ ପଚାରିଲି:- ପୁଅରେ, ତୁମକୁ ଯଦି ତୁମ ଘରର ଖର୍ଚ ମିଳିଯାଏ, ତୁମେ ପାଠ ପଢିବ ତ ?
😰ପିଲାଟି କହିଲା:- କଦାପି ନୁହେଁ ।
ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି:- କାହିଁକି ?
😰ପିଲାଟି କହିଲା:- ପାଠ ପଢୁଆ ବାବୁମାନେ ଗରିବ ମାନଙ୍କୁ କେବେ ଭଲ ପାଆନ୍ତିନି । ମୋ ପାଖ ଦେଇ ଯାଆନ୍ତି, କିନ୍ତୁ କେବେ କେହି ପାଠୁଆ ବାବୁ ଆଜିଯାଏ ମୋତେ କିଛି ପଚାରି ନାହାନ୍ତି ।
😰ପିଲାଟିର କଥାଶୁଣି ମୁଁ ଯେତିକି ଆଶ୍ଚର୍ଯ୍ୟ ହଉଥିଲି, ସେତିକି ଲଜ୍ଜା ବି ଲାଗୁଥିଲା ମୋତେ ।
ପୁଣି ସେ କହିଲା:- ଏହି ମନ୍ଦୀରକୁ ମୁଁ ସବୁଦିନେ ଆସେ,କିନ୍ତୁ କେହି କେବେ ବି ମୋତେ କିଛି ପଚାରନ୍ତିନି । ସମସ୍ତେ ମୋ ବାପାକୁ ଚିହ୍ନିଥିଲେ, ହେଲେ ମୋତେ କେହି ବି ଚିହ୍ନୁ ନାହାନ୍ତି ।
ପିଲାଟି ଜୋର୍ ଜୋର୍ ରେ କାନ୍ଦୀକାନ୍ଦୀ ପଚାରିଲା:- ଅଙ୍କଲ୍, ଯେତେବେଳେ "ବାପା" ମରିଯାନ୍ତି ତ ସବୁ ଚିହ୍ନା ଲୋକ ଅଜଣା ଅଚିହ୍ନା କାହିଁକି ହୋଇଯାଆନ୍ତି ?
😰ପିଲାଟିର ଏହି ପ୍ରଶ୍ନର ଉତ୍ତର ମୋ ପାଖରେ କିଛି ବି ନ ଥିଲା । କେବଳ ଲଜ୍ଜାରେ ମୁଣ୍ଡ ତଳକୁ ଥିଲା ମୋର ।
ଧିକ ଆମର ବଡପଣ । ଧିକ ଆମର ବୁଦ୍ଧି ବିଦ୍ୟା । ଧିକ ଆମର ଭକ୍ତି ଓ ଭକ୍ତ ପଣିଆ । ଏମିତି ଧନ ସମ୍ପତ୍ତୀ, ମିଛ ଅହଂକାର ର ମାନେ କ'ଣ ? କାହିଁକି ଏ ମିଛ ଭକ୍ତି ର ଅହମିକା ? ଆମ ଭିତରେ କଣ ମଣିଷ ପଣିଆ ବୋଲି ଟିକିଏ ବି ନାହିଁ ?
ଟିକିଏ ଭାବିଲେ..
ଏହିଭଳି କେତେ ଯେ କଅଁଳ ଫୁଲ ସମୟର ଅଦିନିଆ ଝଡରେ ଦଳି ମକଚି ଝଡି ପଡୁଛନ୍ତି ତାହା ବେଶ୍ ଅନୁମେୟ ।
କେବଳ ଗୋଟିଏ ଚେଷ୍ଟା ନିଶ୍ଚୟ ଜାରି ରଖନ୍ତୁ । ଏହି ଛୋଟ ପିଲାଟି ପରି ଅନେକ ଅସହାୟ, ବେସାହାରା ଙ୍କୁ ଖୋଜି ବାହାର କରନ୍ତୁ ଓ ସେମାନଙ୍କୁ ସାହାଯ୍ୟ କରନ୍ତୁ । ଏହା ହିଁ ବୋଧେ ପ୍ରକୃତ ମାନବିକତା…
ମନ୍ଦୀରରେ ଦାମିକା ଫୁଲମାଳ ଓ ଫଳମୂଳ , ସହ ୧୦୦ ଟଙ୍କା ଦକ୍ଷୀଣା ଦେବା ପୂର୍ବରୁ ପାଖରେ ଥିବା କୌଣସୀ ଗରିବକୁ ଟିକେ ଦେଖିନିଅନ୍ତୁ, ବୋଧେ ସେମାନଙ୍କୁ ହିଁ କିଛି ଖାଦ୍ୟ ଓ କପଡା ର ଅଧିକ ଆବଶ୍ୟକ ଥିବ ।
ଏହି ମେସେଜ୍ ପଢୁଥିବା ମୋର ବନ୍ଧୁମାନଙ୍କୁ ବିନମ୍ର ଅନୁରୋଧ 👏 ଆପଣ କିଛି ସମୟ ପାଇଁ କେହି ଗରିବ ବେସାହାରା ର ଆଖି ସହ ଆଖି ମିଶାଇ ଦେଖନ୍ତୁ ଓ ଆପଣଙ୍କୁ ନିଶ୍ଚୟ କିଛି ଅନୁଭବ ମିଳିବ ।
🥀ଅନେକ ଫୋଟ କିମ୍ବା ଭିଡିଓ ତ ସେୟାର୍ କରୁଛନ୍ତି, ଥରେ ଏହି ମେସେଜ୍ କୁ ସେୟାର୍ କରନ୍ତୁ, ହୁଏତ ଆପଣଙ୍କ ମାଧ୍ୟମରେ କେହି ବେସାହାରାକୁ ସାହାରା ମିଳିଯାଇପାରେ ।
ନିଜ ଭିତରେ ଓ ସମାଜରେ ପରିବର୍ତନ ଆଣିବାର ପ୍ରଚେଷ୍ଟା ଜାରି ରଖନ୍ତୁ ।
👉🏽"ଚିତ୍ର"ନୁହେଁ "ଚରିତ୍ର" ସୁନ୍ଦର କରନ୍ତୁ ।।
👉🏽"ଭବନ" ନୁହେଁ "ଭାବନା" ସୁନ୍ଦର କରନ୍ତୁ ।।
👉🏽"ସୌଧ" ନୁହେଁ "ସାଧନା" ସୁନ୍ଦର କରନ୍ତୁ ।।
👉🏽"ଦୃଷ୍ଟି" ନୁହେଁ "ଦୃଷ୍ଟିକୋଣ" ସୁନ୍ଦର କରନ୍ତୁ ।। | <urn:uuid:bf903c83-3305-4f5b-94cc-c29f46366238> | CC-MAIN-2018-30 | http://www.janatakhabar.in/%E0%AC%B8%E0%AC%BE%E0%AC%B9%E0%AC%BF%E0%AC%A4%E0%AD%8D%E0%AD%9F/%E0%AC%85%E0%AC%99%E0%AD%8D%E0%AC%95%E0%AC%B2%E0%AD%8D-%E0%AC%AF%E0%AD%87%E0%AC%A4%E0%AD%87%E0%AC%AC%E0%AD%87%E0%AC%B3%E0%AD%87-%E0%AC%AC%E0%AC%BE%E0%AC%AA%E0%AC%BE-%E0%AC%AE%E0%AC%B0%E0%AC%BF/ | 2018-07-21T03:45:57Z | s3://commoncrawl/crawl-data/CC-MAIN-2018-30/segments/1531676592309.94/warc/CC-MAIN-20180721032019-20180721052019-00253.warc.gz | ory | 0.999987 | Orya | 2 | {"ory_Orya_score": 0.9999874830245972} |
କବିଙ୍କ ଜନ୍ମ
ପନ୍ଚଦଶ ଶତାବ୍ଦୀର କଥା. ବର୍ତମାନର ଜଗତ୍ସିଂହପୁର ଜିଲ୍ଲାର କନକପୁରଠାରୁ ଅଳ୍ପ ଦୁରରେ ଥିବା ବଡ ସାରୋଳ ଗାଁର "କଳିନାଗ" ଠାରେ ଏକ ଶୁଦ୍ର ପରିବାରରେ ଜନ୍ମଲାଭ କରିଥିଲେ କବି ସାରଳା ଦାସ. କେଉଁ ତିଥିରେ କବି ଜନ୍ମଲାଭ କରିଥିଲେ, ସେ ସମ୍ବନ୍ଧରେ ତାଙ୍କ ରଚନାରୁ କିଛି ମିଳେ ନାହିଁ. ହୁଏତ ମହାଭାରତୀୟ ପରମ୍ପରାରେ ଅନୁପ୍ରାଣିତ ହୋଇ ସେ ମହାକବି କାଳିଦାସ, ଭବଭୁତି, ସେକ୍ସ୍ପିୟର ଏବଂ ଅଶ୍ଵଘୋଷଙ୍କ ପରି ନିଜ ବଂଶ ପରିଚୟ ଦେବାକୁ ଇଛା ପ୍ରକାଶ କରିନାହାନ୍ତି. ତେବେ ସେ ତାଙ୍କ ଗ୍ରନ୍ଥମାନଙ୍କରେ ଝଙ୍କଡ ପ୍ରଗଣାର କନକବତୀ ପାଟଣା ଅନ୍ତର୍ଗତ ସାରୋଳ ଗ୍ରାମରେ ଜନ୍ମ ହୋଇଥିବାର ଲେଖିଛନ୍ତି. ଏବେ ମଧ୍ୟ ସେଠାରେ "ଶାରଳା ଦାସନ୍କ ଡିହ" ଅଛି. ଲୋକ କଥାରୁ କବିନ୍କ ସମ୍ଭ ନ୍ଧରେ ଅନେକ କଥା ଜଣା ଯାଏ. କବି ନ୍କ ଘର ଚନ୍ଦ୍ରଭାଗାନଦୀ ତଟରେ ଥିଲ ଓ ଅଳ୍ପ ଦୂରରେ "ବୃଦ୍ଧା ନଦୀ" ବହି ଯାଉଥିଲା. ସେମାନେ ଚାରି ଭାଇ ଥିଲେ ଆଉ ତାଙ୍କ ପରିବାରଟି ସେ ଗ୍ରାମର ମୁଖିଆ ପରିବାର ଥିଲା. ସେମାନଙ୍କର ଇଷ୍ଟଦେବୀ ଥିଲେ "ଶାରଳା", ତେଣୁ ତାଙ୍କ ପରିବାରର ଲୋକେ ମା ଶାରଳାଙ୍କୁ ସେବାପୁଜା କରୁଥିଲେ. ମା'ଙ୍କ ଆଶୀର୍ବାଦରୁ କବିଙ୍କ ପରିବାର ଅନ୍ନବସ୍ତ୍ରରେ ସର୍ବଦା ସୁଖୀ ଥିଲେ. ପରିବାରର ଲୋକେ ଅଭାବ ଅନାଟନ କଣ ଜାଣିନଥିଲେ. ଗଜପତି କପିଳେନ୍ଦ୍ରଦେବ ଓଡିଶାର ଶାସକ ଥିଲେ ଓ ତାଙ୍କ ଶାସନ କାଳରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥିଲେ. ଓଡିଶାର ମାଟି ସୁଜଳା ସୁଫଳା ଶସ୍ୟ ଶ୍ୟାମଳା. ଯେଉଁଆଡେ ଚାହିଁଲେ ସବୁଜ ରଙ୍ଗ. ନାନା ଜାତିର ଫୁଲ, ଫଳ ଖାଦ୍ୟ ଶାସ୍ୟରେ ପରିପୂର୍ଣ. ନିଜେ ଖାଇ ବଳକା ଦ୍ରବ୍ୟରେ ବେପାର ବଣିଜ କରି ଓଡିଆ ପୁଅ ଏ ରାଜ୍ୟକୁ ସୁନାରେ ଭରୁଥିଲା.
ସେତେବେଳେ କେବଳ ଓଡିଶାରେ ନୁହେଁ ପ୍ରାୟ ଭାରତ ବର୍ଷରେ ସଂସ୍କୃତ ଭାଷା ପ୍ରଧାନ ଥିଲା. ବ୍ରାହ୍ମଣମାନେ ସଂସ୍କୃତରେ ଲେଖାପଢା ଓ କଥାବାର୍ତ୍ତା କରୁଥିଲେ. ଅନ୍ୟ ଜାତିର ଲୋକଙ୍କର ଏ ସବୁରେ ଅଧିକାର ନଥିଲା. ଓଡିଆ ଭାଷାରେ ଲୋକମାନେ କଥାବାର୍ତ୍ତା କରୁଥିଲେ. ଆଜିକାଲିକା ପରି ବହିପତ୍ର ନଥିଲା. ଓଡିଆ ଭାଷା ଓ ସାହିତ୍ୟର ଲିଖିତ ରୁପ ନଥିଲା. କିଏ ଜାଣିଥିଲା ଏଇ ଚାଷୀପୁଅ ଦେବଦୁତ ପରି ଓଡିଆସାହିତ୍ୟର ମୁଳଦୁଆ ପକାଇବେ? ଏତେ ବଡ କୋଠା ଠିଆ କରିବେ ବୋଲି? ତାଙ୍କଠୀରୁ ଓଡିଆ ଭାଷାର ଅଗ୍ରଗତୀ ଆରମ୍ଭ ହେଲା.ସରଳ ଓଡିଆ ଭାଷାରେ ଗାଉଁଲୀ ଚାଷୀମୁହଁରେ ଦାଣ୍ଡୀ ବୃତ୍ତର ଗୀତ ଛୁଟିଲା. ଓଡିଆ ଘରର ସବୁକଥା ସେଥିରେ ପ୍ରକାଶ ପାଇଲା. ଲୋକେ ନିଜକୁ ସେହି ଆଦର୍ଶରେ ଗଢି, ଭାରତରେ ନିଜ ସଂସ୍କୃତି ପାଇଁ ସୁନାମ ପା ଇଲେ.
ଚାଷୀଘରର ପିଲା. ହିଡମାଟି ହିଡରେ ଲଦିଲେ ପେଟ ପୁରେ. କଥାରେ ଅଛି, ଚଷା – ଲକ୍ଷ ଜୀବ ପୋଷା. ବୈଶାଖମାସ ଅଷ୍ଟମୀ ତିଥୀ, ମଙ୍ଗଳ ଵାର. ପ୍ରବଳ ଖରା. କବି ଯନ୍ତାରେ ଆଖୁ କିଆରୀକୁ ପାଣି ବୋହୁଥିଲେ. ପାଖରେ ରାସ୍ତା, ଲୋକମାନେ ଯେ ଯାହା କାମରେ ଯିବା ଆସିବା କରୁଥାନ୍ତି. କବି ପାଣିବୁହା ପରିଶ୍ରମର କଷ୍ଟ ଉଣା କରିବା ପାଇଁ ଗୀତ ଗାଉଥାନ୍ତି. ମା ଶାରଳା ପ୍ରତିଦିନ ପରି ସେଦିନ ରାସ୍ତାରେ ବୁଲି ଯାଉଥାନ୍ତି. ସେ ନାନା ଅଳଙ୍କାର ପିନ୍ଧିଥିବା ଏକ ଦିବ୍ୟ ତରୁଣୀଙ୍କୁ ଦେଖି ଗୀତ ବନ୍ଦ କରିଦେଲେ. କିଛି ସମୟ ପରେ ଦେବୀ ବୃଦ୍ଧା ବେଶରେ ଆସି କାହିଁକି ଗୀତ ବନ୍ଦ କଲ ବୋଲି ପ୍ରଶ୍ନ କଲେ. କବି କେଵଳ ତାଙ୍କୁ ଦେଖି ୟାଡୁସ୍ୟାଡୁ ଗୀତକୁ ବନ୍ଦ କରିଛନ୍ତି ଵୋଲିକହିଲେ. ମା କହିଲେ ଏଣିକି ତୁମ କଣ୍ଠରୁ ଅନ୍ୟ କିଛି ଗୀତ ନ ବାହାରି କେବଳ ବିଷ୍ନୁଚରିତ ବାହାରିବ. ଏହା ମୋର ଆଶିର୍ବାଦ. ତାପରେ ସେ କୁଅଡେ ଉଭେଇଗଲେ.
କବି ତାଙ୍କର ପରିଚୟ ପାଇବାକୁ ବ୍ୟାକୁଳ ହୋଇ ଉଠିଲେ. ମନ ମଧ୍ୟରେ ମାଙ୍କ କଥା ଭାବି କବି ଶୋଇ ଶୋଇ ସ୍ଵପ୍ନ ଦେଖିଲେ. ଚାରିଆଡ ଅଲୋକିର ହୋଇଗଲା.ଦେବୀ ଶାରଳା ସିଂହ ବାହନରେ ବିଜେ ହୋଇଥାନ୍ତି. ଆଠଟି ବାହୁରେ ଅଶ୍ତ୍ରଶସ୍ତ୍ର ସହ ଲେଖନୀ ତାଳପତ୍ର ରହିଥାଏ. ଝୁଣା, ଗୋକୁଳ, ଚୁଆ ଓ ଚନ୍ଦନର ବାସ୍ନାରେ ଚାରିଦିଗମହକି ଉଠୁଥାଏ. ମାଙ୍କ ଦିବ୍ୟ ମୂର୍ତ୍ତୀ ଦେଖି କବି ପ୍ରଣାମ କଲେ.
ମା ଖୁସିରେ ତାଙ୍କୁ ଉଠେଇ ନେଇ କହିଲେ – ବାବୁରେ! ମୁ ହେଉଛି ଝଙ୍କଡବାସିନୀ ମହିଷା-ମର୍ଦିନୀ ଶାରଳା. ମୁଁ ମହାଲକ୍ଷ୍ମୀ ଓ ମହା ସରସ୍ଵତୀ. ପାଣି ବୋହିବା ବେଳେ ମୁଁ ଦେଖା ଦେଇଥିଲି. ତୁ ଏଣିକି ବିଷ୍ନୁପୁରାଣ ରଚନାରେ ମନ ପ୍ରାଣ ଢାଳି ଦେ.
କବି ପ୍ରଶ୍ନ କଲେ " ମା ଲୋ, ମୁଁ ତ ମୁର୍ଖ! କେମିତି ଲେଖିବି?"
ମା କହିଲେ " ପୁଅ! ମୁ ପରା ଅଛି. ତୁ ବ୍ୟସ୍ତ ହେଉଛୁ କାହିଁକି? ମୁଁ ସର୍ବଦା ତୋ କଣ୍ଠରେ ବସି ଗୀତ ରଚନରେ ସାହାଯ୍ୟ କରିବି. ଏତିକି କହି ଲେଖନୀ ତାଳପତ୍ର ଖେଦା ଦେଇ ମା ଉଭେଇ ଗଲେ.
ରାତି ପାହିଲା, କବି ସ୍ଵପ୍ନକଥା ମନେ ପକାଇ ଅଥୟ ହୋଇପଡିଲେ. ସତକୁ ସତ ଶେଯରୁ ଲେଖନୀ ତାଳପତ୍ର ପାଇଲେ. ନିତ୍ୟକର୍ମ ସାରି ମାଙ୍କ ମନ୍ଦିରକୁ ଯାଇ ଶହେ ଆଠ ପ୍ରଣାମ କରି ପ୍ରନ୍ଥ ରଚନାରେ ମନ ଦେଲେ.
ସେତେବେଳେ କେବଳ ଓଡିଶାରେ ନୁହେଁ ପ୍ରାୟ ଭାରତ ବର୍ଷରେ ସଂସ୍କୃତ ଭାଷା ପ୍ରଧାନ ଥିଲା. ବ୍ରାହ୍ମଣମାନେ ସଂସ୍କୃତରେ ଲେଖାପଢା ଓ କଥାବାର୍ତ୍ତା କରୁଥିଲେ. ଅନ୍ୟ ଜାତିର ଲୋକଙ୍କର ଏ ସବୁରେ ଅଧିକାର ନଥିଲା. ଓଡିଆ ଭାଷାରେ ଲୋକମାନେ କଥାବାର୍ତ୍ତା କରୁଥିଲେ. ଆଜିକାଲିକା ପରି ବହିପତ୍ର ନଥିଲା. ଓଡିଆ ଭାଷା ଓ ସାହିତ୍ୟର ଲିଖିତ ରୁପ ନଥିଲା. କିଏ ଜାଣିଥିଲା ଏଇ ଚାଷୀପୁଅ ଦେବଦୁତ ପରି ଓଡିଆସାହିତ୍ୟର ମୁଳଦୁଆ ପକାଇବେ? ଏତେ ବଡ କୋଠା ଠିଆ କରିବେ ବୋଲି? ତାଙ୍କଠୀରୁ ଓଡିଆ ଭାଷାର ଅଗ୍ରଗତୀ ଆରମ୍ଭ ହେଲା.ସରଳ ଓଡିଆ ଭାଷାରେ ଗାଉଁଲୀ ଚାଷୀମୁହଁରେ ଦାଣ୍ଡୀ ବୃତ୍ତର ଗୀତ ଛୁଟିଲା. ଓଡିଆ ଘରର ସବୁକଥା ସେଥିରେ ପ୍ରକାଶ ପାଇଲା.
ବ୍ରାହ୍ମଣ ପ୍ରଧାନ ସମାଜରେ ଶୁଦ୍ର ହୋଇ ପୁରାଣ ସାହିତ୍ୟ ଲେଖିବାରୁ ବ୍ରାହ୍ମଣମାନଙ୍କ ରାଗରୁ ବନ୍ଚିଵାକୁ କବି ସାରୋଳ ଗ୍ରାମ ଛାଡି ଦେଲେ. ସେ ବୃଦ୍ଧା ନଦୀ କୁଳରେ ଏକ ନିକାନ୍ଚନ ସ୍ଥାନ ଦେଖି ଆଶ୍ରମ କଲେ. ସେଠାରେ ଗ୍ରନ୍ଥ ରଚନାରେ ମନ ଦେଲେ. ଦୈନିକ ତିନ୍ତୁଳିପଦା ଆଶ୍ରମରୁ (ମଠ) ଶାରଳା ମନ୍ଦିରକୁ ଯାଇ ଦେବୀଦର୍ଶନ କରିବା କବିଙ୍କୁ ବହୁତ କଷ୍ଟକର ହେଉଥିଲା. ମା ପୁଅର ଦୁଃଖ ଜାଣି କହିଲେ "ପୁଅ, ତୋର ଦୁଃଖ ଦେଖି ମୁଁ ସହିପାରୁନାହିଁ. ତୁ ଖରା, ବର୍ଷା,ଝଡ ଓ ଶୀତରେ ନିଯମିତ ଆସି ମୋର ଦର୍ଶନ କରୁଛୁ. ତାପରେ ଯାଇ ଯାହା ଜଳସ୍ପର୍ଶ କରୁଛୁ. ବାଟ ଦୁଇ ତିନିନ କୋଷ ଆସୁଛୁ, ଯ଼ାଉଛୁ. ତୋର କଷ୍ଟ ଉଣା କରିବା ପାଇଁ ମୁ ପ୍ରସନ୍ନ ହେଉଛି. ତୁ ଆଜି ବାଟରେ ଗଲାବେଳେ ଦେଖିବୁ, ଯେଉଁଠି ବଗ ଛନ୍ଚାଣକୁ ମାଡି ବସିଥିବ, ସେଇଠାରେ ମୁଁ ପ୍ରକଟ ହେବି.
କବି ମୁଣ୍ଡିଆ ମାରି ପାଦୁକ ପାଇଲେ. ଗୁଡାଏ ବାଟ ଚାଲି ସେ ଆସିଲାବେଳେ ଚାରି ଆଡକୁ ଚାହିଁ ଚାହିଁ ଆସୁଥାନ୍ତି. ହଠାତ ଆଗରେ ଥିବା ପଡିଆ ଜମିରେ ଗୋଟିଏ ବଗ ଛନ୍ଚାଣକୁ ମାଡି ବସିଥିବାର ସେ ଦେଖିଲେ. କବି ଜାଣିଲେ ମା ସେଇଠି ବାହାରିବେ. ତାଙ୍କୁ ପୁର୍ବରୁ ଦେଖିଥିବା ସ୍ଵପ୍ନାଦେଶ ଗୋଟି ଗୋଟି କରି ମନେ ପଡିଗଲା. ତେଣୁ ସେଠାରେ ସେ ଦେବୀଙ୍କୁ ପ୍ରାର୍ଥନା କଲେ.
ଶୁନ୍ୟବାଣୀ ହେଲା ମୁଁ ଏଇଠି ଅଛି ପୁତ୍ର! ତୁ ମୋତେ ଉଦ୍ଧାର କରି ମନ୍ଦିରରେ ରଖ. ପ୍ରତିଦିନ ଏଇଠି ମୋତେ ଦର୍ଶନ କଲେ ତୋର ମନୋବାଙ୍ଛା ପୁର୍ଣ ହେବ. କବି ଗ୍ରାମବାସୀଙ୍କ ସାହାଯ୍ୟରେ ସେ ସ୍ଥାନକୁ ଖୋଳାଇଲେ, ମାଟି ଭିତରୁ ଅଷ୍ଟଭୂଜା ଦେବୀ ମୁର୍ତ୍ତୀ ପାଇଲେ. କବିଙ୍କ ଆଖିରୁ ଆନନ୍ଦର ଝର ଝର ହୋଇ ଲୁହ ବୋହିଗଲା. କବି ମାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଭକ୍ତିରେ ଗଡିଗଲେ. ସମବେତ ଜନତା ମା ଶାରଳାଙ୍କ ଜୟ ଜୟକାରରେ ଚଉଦିଗ କମ୍ପାଇ ଦେଲେ. ସମସ୍ତେ ମିଳି ମିଶି ସେଇଠି ମାଙ୍କ ମନ୍ଦିରଟିଏ ତୋଳାଇଲେ. କବିଙ୍କ ମଠ ପଶ୍ଚିମ ଦିଗରେ ଥିବାରୁ ମନ୍ଦିରର ମୁହଁ ପଶ୍ଚିମ ଦିଗକୁ ରହିଲା. କବି ମଠରେ ବସି ମାଙ୍କୁ ଦର୍ଶନ କରିବେ ବୋଲି ଇଛା କରିଥିଲେେ. କବିଙ୍କର ଏଇ ଇଛାକୁ ମା ପୁର୍ଣ କରିଥିଲେ. ଏବେବି ସେହି ବିଲ ଶାରଳା ମନ୍ଦିର ମୁହଁ ଓ କବିଙ୍କ ସମାଧି ପୀଠ ପଶ୍ଚିମ ମୁଖା ହୋଇ ରହିଛି.
ମହଭାରତ ଗ୍ରନ୍ଥରେ ତାଙ୍କର ପୁର୍ବଜନ୍ମ ସମ୍ବନ୍ଧରେ ସୂଚନା ଦେଇ କବି ଲେଖିଛନ୍ତି ଯେ ସେ କପିଳାସ ପର୍ବତରେ "ନନ୍ଦିକେଶ୍ଵର" ନାମରେ ଶିଵଙ୍କର ଦ୍ଵାରପାଳ ଥିଲେ. ପାର୍ବତୀ ଦୁର୍ଗାରୁପରେ ମହିଷାସୁର ବଧ କରିବାକୁ
ସିଂହବାହନରେ ଗଲାବେଳେ ତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ. ଦୁର୍ଗା ଵିଵସନା ହୋଇ ମହିଷାସୁରକୁ ଵଧ କରିବା କଥା ଵିଘ୍ନରାଜଙ୍କୁ କହିବାରୁ ସେ ଅଭିଶାପ ପାଇଲେ. ଫଳରେ ସେ ମର୍ତ୍ତ ମଣ୍ଡଳରେ ଜନ୍ମ ଗ୍ରହଣ କଲେ. ପ୍ରଥମ ଜନ୍ମରେ କାଳିଦାସ, ଦ୍ଵିତୀୟରେ ମହାକାଳିକା ରୁପେ ସେ ଜନ୍ମ ନେଇଛନ୍ତି. ଏବେ ତ୍ରୁତୀୟ ଜନ୍ମ ଭାବରେ ଶାରଳା ଦାସ କବି ହୋଇଛନ୍ତି. ସେ ଆଉ ଏକ ଜନ୍ମ ଏ ସଂସାରରେ ନେବେ. ପ୍ରତ୍ୟେକ ଜନ୍ମରେ ପନ୍ଦର ଲକ୍ଷ କଥା ଭାବି ଚାରି ଜନ୍ମରେ ଷାଠିଏ ଲକ୍ଷ କଥା ଲେଖିବେ. ସମସ୍ତକଥା ଵିଷ୍ନୁଲୀଳା ଉପରେ ହୋଇଥିବ, ଯାହାଦ୍ଵାରା ସେ ଶାପମୁକ୍ତ ହୋଇ କୈଳାଶକୁ ଫେରିଯାଇ ପାରିବେ.
ଆଦିକବି ଶାରଳା ଦାସ ତାଙ୍କର ଗ୍ରନ୍ଥ ମାନଙ୍କରେ ନିଜକୁ ଗଣ୍ଡମୁର୍ଖ, ଅଜ୍ଞାନ ଏବଂ ଅପଣ୍ଡିତ ବୋଲି ପ୍ରକାଶ କରିଛନ୍ତି. ସେ କେବେଳ ମା ଶାରଳାଙ୍କ ଆଶୀର୍ଵାଦରୁ କାବ୍ୟ ଲେଖିଛନ୍ତି ବୋଲି ଵର୍ଣନା କରିଛନ୍ତି. ତେଣୁ ସମାଲୋଚକମାନେ ତାଙ୍କୁ ମହାମୁର୍ଖ ଭାବେ ବର୍ଣନା କରିଛନ୍ତି. ଯେକୌଣସି ପାଠକ ଯଦି ଶାରଳା ସାହିତ୍ୟ ପଢିବ, ତେବେ ସେ ନିଶ୍ଚୟ ଅନୁଭବ କରିବ ଯେ ଶାରଳା ଦାସ ମୋତେ ଗଜମୁର୍ଖ ନ ଥିଲେ. ସେଥିଲେ ବିଭିନ୍ନ ଶାସ୍ତ୍ରର ପଣ୍ଡିତ. ବରଂ ସେ ତତ୍କାଳୀନ ସମାଜର ବଡପଣ୍ଡାମାନଙ୍କ ମୂର୍ଖ ବନାଇ ଦେଉଥିଲେ. ଶାରଳା ଦାସ ଅଵଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ. କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରଵେଶ ଥିଲା. ସେ ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିଲେ. ତାଙ୍କର ଅସୀମ ଜ୍ଞାନ ଥିଲା. ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ବହୁତ ଥିଲା. ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ. ଏତେ ସବୁ ସତ୍ତ୍ଵେ ସେ ସେତେବେଳର ସମାଜକୁ ଭୟ କରୁଥିଲେ. ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡିଆ ସାହିତ୍ୟରୁପୀ କୋଣାର୍କ ଗଢିଲେ. ଓଡିଆ ଭାଷାରେ ଏତେବଡ ଓ ଏତେଗୁଡାଏ ଗ୍ରନ୍ଥ ଲେଖିବା ଦ୍ଵାରା ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତାତାଙ୍କ ସାହିତ୍ୟକୁ ଅନାଦର କରିବେ, ଖାସ ଏଇ ଭୟରେ ସେ ଚତୁରବୁଦ୍ଧିରେ ନିଜ କାମକୁ ଆଗେଇ ନେଲେ. ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି. ଯାହା ମା ଶାରଳା କୁହନ୍ତି, ତାକୁ ହିଁ ସେ ଲେଖିଛନ୍ତି. ତାଙ୍କର କିଛି ଦୋଷ ନାହିଁ. ଯେ କୌଣସି ଦ୍ରବ୍ୟରେ ତୁଳସିପତ୍ର ପଡିଲେ ଯେପରି ଵିଷ୍ନୁଙ୍କ ପସାଦ ହୁଏ, ଠିକ ସେମିତି ଶାରଳା ଦେବୀଙ୍କ ନାମକୁ ନେଇ କବି ତାଙ୍କ ପରି ଜଣେ ଶୁଦ୍ରର ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ. ଏଥିରୁ ସେ କେତେଦୁର ଇଶ୍ଵର ଵିଶାସୀ ଥିଲେ ତାହାର ପ୍ରମାଣ ମିଳେ. ଓଡିଆ ଭାଷା ସାହିତ୍ୟର ସେ ଜଣେ ଵିରଳ ପ୍ରତିଭା. କବିଙ୍କ ଶାସ୍ତ୍ରଜ୍ଞାନ ଓ ସୈନ୍ୟବାହିନୀରେ ସାମିଲ ହୋଇ ଅନେକ ସ୍ଥାନ ବୁଲି ବିଭିନ୍ନ ଘଟଣାକୁ ଆଖିରେ ଦେଖି ସ୍ମରଣରେ ରଖିଥିବା ସବୁକଥା ତାଙ୍କର ସାହିତ୍ୟକୃତିରେ ଦେଖାଯ଼ାଏ.
ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡିକ ମଧ୍ୟରେ "ଵିଲଙ୍କା ରାମାୟଣ", "ମହାଭାରତ", "ଚଣ୍ଡି ପୁରାଣ" ଏବଂ "ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ. ଆହୁରି ଅନେକ ଗ୍ରନ୍ଥ ଶେଷ୍ରେ ଶାରଳାଙ୍କ ଦ୍ଵାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କ ଦ୍ଵାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ.
ବିଲଙ୍କା ରାମାଯ଼ଣ
ଦଶାନନ ରାଵଣକୁ ଵଧକରି ରାମ ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ଫେରି ଆସିଥାନ୍ତି. ସାରା ଅଯୋଧ୍ୟା ଉତ୍ସଵ ମୁଖର ହୋଇ ଉଠିଥାଏ ରାମଙ୍କର ରାଜ୍ୟାଭିଷେକର ଆଯୋଜନରେ. କିନ୍ତୁ ବିଧିର ବିଧାନ ବିଚିତ୍ର. ଅଭିଷେକ ହୋଇଗଲେ ରାମଚନ୍ଦ୍ର ରାଜକାର୍ଯ୍ୟରେ ଵ୍ୟସ୍ତ ରହିଯିବେଯଦି ବିଲଙ୍କାସୁରକୁ ଵଧ କରି ଦେବତାମାନଙ୍କୁ କିପରି ଉଦ୍ଧାର କରିବେ ବୋଲି ବ୍ରହ୍ମାଙ୍କୁ ଯମ ପଚାରିଛନ୍ତି. ଭଗବାନଙ୍କ
ଆବିର୍ଭାଵ କେବଳ ଧର୍ମ ସଂସ୍ଥାପନ ନିମିତ୍ତ. ରାମ ଵଶିଷ୍ଠୠଷିଙ୍କୁ ଅନେକ କଷ୍ଟକରି ରାଵଣଙ୍କୁ ଵଧ କଲେ ବୋଲି କହିବା ବେଳେ ସୀତା ପ୍ରତିବାଦ କରି ସେ ନିଜେ ରାଵଣକୁ ନିହତ କରିଛନ୍ତି ବୋଲି ଯୁକ୍ତି କରିଛନ୍ତି. ଶେଷରେ ନିଜ ଶକ୍ତିର ପ୍ରମାଣ ଦେବାକୁ ରାମ ଏକାକୀ ଵିଲଙ୍କାସୁରକୁ ଵଧ କରିବାକୁ ଯାଇଛନ୍ତି. ପରେ ହନୁମାନ ରାମଙ୍କୁ ସାହାଯ୍ୟ କରି ମଧ୍ୟ ସଫଳ ହୋଇ ପାରିନାହାନ୍ତି. କିପରି ରାମଙ୍କର ମୃତ୍ୟୁ ହେବ ବୋଲି ଵିଲଙ୍କାସୁର ଗ୍ରାମଦେଵତୀଙ୍କୁ ପୂଜା କଲାପରେ ଯଜ୍ଞ କରିଛି. ମାତ୍ର ହନୁମାନ ଓ ରାମଚନ୍ଦ୍ର ତାଙ୍କୁ ସମ୍ପୁର୍ଣ କରାଇ ଦେଇ ନାହାନ୍ତି. ଵିଲଙ୍କାସୁରକୁ ଵଧ କରିବାକୁ ସୀତାଙ୍କର ଆବଶ୍ୟକତା ଅଛି ବୋଲି ଦେଵତାମାନେ କହିବାରୁ ହନୁମାନ ଯାଇ ସୀତା ଓ ଲକ୍ଷ୍ମଣଙ୍କୁ ଵିଲଙ୍କା ଆଣିଛନ୍ତି. ରାମ, ଲକ୍ଷ୍ମଣ, ହନୁମାନ ମିଳିତଭାବରେ ଯୁଦ୍ଧ କରି ଵିଲଙ୍କାସୁରକୁ ମାରି ପାରି ନାହାନ୍ତି. ଦେଵଗଣ ସୀତାଙ୍କୁ ପ୍ରାର୍ଥନା କରି ରାକ୍ଷସ ଵଧ କରିବାକୁ ନିଵେଦନ କରିବାରୁ ସୀତା ଚିତ୍ରସେନ ରଥରେ ବସି ଯୁଦ୍ଧଭୁମିକୁ ଆସିଛନ୍ତି. ଯୁଦ୍ଧକରି ଶେଷରେ ଵିଵସ୍ତ୍ର ହେବାରୁ ରାକ୍ଷସ ସୀତାଙ୍କୁ ହରଣ କରି ନେବାକୁ ସ୍ଥିର କରିଛି. ରାମ, ଲକ୍ଷ୍ମଣଙ୍କ ମିଳିତ ଅସ୍ତ୍ରରେ ଵିଲଙ୍କାସୁରର ମୃତ୍ୟୁହୋଇଛି ଓ ପରେ ରାମଙ୍କ ରାଜ୍ୟ ଅଭିଷେକ ଉତ୍ସଵ ମହାସମାରୋହରେ ପାଳିତ ହୋଇଛି.
ମହାଭାରତ
ଵ୍ୟାସଦେବଙ୍କ ଲିଖିତ ସଂସ୍କୃତ ମହାଭାରତର କଥାବସ୍ତୁକୁ ନେଇ ଆଦିକଵି ସାରଳା ଦାସ ଓଡିଆରେ ମହାଭାରତ ଲେଖିଛନ୍ତି. ସଂସ୍କୃତରୁ ଅନୁବାଦ କରି ନାହାନ୍ତି. କଵି ନିଜର ଦୃଷ୍ଟିଭଙ୍ଗୀ ଓ ମୌଳିକ ଵିଚାରବୋଧର ପ୍ରକାଶ କରିଛନ୍ତି. ଓଡିଆ ଘରର ଚାଲିଚଳଣୀ, ରୀତିନୀତି, ଖାଦ୍ୟପେୟ,ଵେଶଭୁଷା, ପୁଣ୍ୟପର୍ବ, ଯାନିଯାତ୍ରା, କଥାବାର୍ତ୍ତା ସବୁକିଛି ତାଙ୍କ ମହାଭାରତରେ ଫୁଟି ଉଠିଛି. ସେ କେତେକ ସ୍ଥାନରେ ସଂସ୍କୃତ ମହାଭାରତ ଘଟଣାକୁ ସଂକ୍ଷିପ୍ତ କରି, କେଉଠି ବା ଛୋଟକୁ ବଡ କରି ବର୍ଣନା କରିଛନ୍ତି. ତ ଆଉ କେଉଁଠି କେତେକ ଘଟଣାକୁ ସମ୍ପୁର୍ଣ ଛାଡ଼ି ଦେବାବେଳେ କେଉଁଠି କେଉଁଠି ଯାହା ମୁଳ ମହାଭାରତରେ ନାହିଁ ସେପରି ଘଟଣା ନିଜ ମନରୁ ଵର୍ଣନାକରିଛନ୍ତି.
କବି ଶାହାଡ଼ାଗଛର ମାହାତ୍ମ୍ୟ, ଶାନ୍ତନୁଙ୍କ ସହ ଗଙ୍ଗାଙ୍କ ଵିଵାହ, ସିନ୍ଧିଚୋର କଥା, ସତ୍ୟ ଆମ୍ବ କଥା, ବାବନାଭୁତ କଥା, ଗାନ୍ଧାରିଙ୍କ ସନ୍ତାନଲାଭ କଥା, ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କ ନାମକରଣ, ଅଳସୁଆ କାହାଣୀ, ସିହ-ଶୃଗାଳ କଥା, ସିଂହ-ମଶା କଥା, ତୁଳସୀଵଣ ବାଘ ଓ ତୁଳାମୁହାଁଙ୍କ ଗଳ୍ପ, କଳି ଅଵତରଣ ପ୍ରସଙ୍ଗ ଓ ସୁହାଣୀ କନ୍ୟା ସହ ଯୁଧିଷ୍ଠିରଙ୍କ ଵିଵାହ କଥା – ଏନିତି କେତେସବୁ ଗପ ନିଜ ମନରୁ ସୃଷ୍ଟି କରିଛନ୍ତି. ସେ ଗଳ୍ପରୁ କିଛି ଶୁଣାଯାଉ.
ଶାହଡ଼ାଗଛର ମାହାତ୍ମ୍ୟ
ଥରେ ଦେବ ଦେବ ମହାଦେବ ବୃଷଭ ପିଠିରେ ବସି ବୁଲି ଯାଉଥିଲେ. ବାଟରେ ଯାଉ ଯାଉ ବୃଷଭ ତାର ବାମପଟରେ ଗୋଟିଏ ଶାହଡା ଗଛ ଦେଖି ଖୁସିହେଲା.ସେ ଗଛ ନିକଟକୁ ଯାଇ ପତ୍ରଟିଏ ଆଣି ନିଜ ମୁଣ୍ଡରେ ରଖିଲା. ମହାଦେବ ଏହାର ରହସ୍ୟ କଣ ପଚାରିବାରୁ ବୃଷଭ ଉତ୍ତରଦେଲା "ଶାହାଡ଼ା ଗଛର ପତ୍ରକୁ ମୁଣ୍ଡରେ ରଖିଲେ ସେଦିନ ଅମୃତ ସଦୃଶ ଖାଦ୍ୟ ପଦାର୍ଥ ମିଳେ". ଏକଥା ବୃଷଭଠାରୁ ଶୁଣି ଶିଵ ଆଶ୍ଚର୍ଯ୍ୟ ହେଲେ.
ଘଟଣାର ସତ୍ୟତା ପରୀକ୍ଷା କରିବାକୁ ସେ ବୃଷଭକୁ ନେଇ ବିଭିନ୍ନ ସ୍ଥାନକୁ ଗଲେ. ଦୁହେଁ କ୍ଳାନ୍ତ ହୋଇ ପଡିବାରୁ ଶେଷରେ ସୁର୍ଯ଼୍ୟାସ୍ତ ସମୟକୁ ଶିଵ କୈଳାସ ଫେରି ଆସିଲେ. ଏଣେ ଭୁତନାଥଙ୍କ ଵିଳମ୍ବ ଦେଖି ପାର୍ବତୀ ଅମୃତତୁଲ୍ୟ ଭୋଜନ ବାଢ଼ି କେଵଳ ପନ୍ଚଗ୍ରାସୀ କରୁଥାନ୍ତି ଏତିକିବେଳେ ଶିଵଙ୍କର ଡମ୍ବରୁ ଶବ୍ଦ ଶୁଣାଗଲା. ଦେବୀ ଖାଦ୍ୟ ଥାଳି ତରତରରେ ନେଇ ବୃଷଭ କୁଣ୍ଡରେ ପକାଇ ଦେଇ ଆସି ମୁହଁ ଧୋଇଛନ୍ତି. ଅର୍ଘ୍ୟଥାଳି ନେଇ ସ୍ଵାମୀଙ୍କୁ ଵନ୍ଦାପନା କରି ପ୍ରାସାଦକୁ ନେଇ ଆସିଛନ୍ତି. ବୃଷଭକୁ କିଛି ଖାଦ୍ୟ ନ ଦେବାକୁ କଡା ଆଦେଶ ଦେଇ ଶିଵ ଆନନ୍ଦରେ ରାତି କଟାଇଛନ୍ତି.
ତେଣେ ବିଚରା ବୃଷଭ ସାରାଦିନ ବୁଲି ବୁଲି ଘରକୁ ଫେରିଲା ପରେ ପ୍ରଭୁଙ୍କ ନିଷ୍ଠୁର ଆଦେଶ ଶୁଣି ମନଦୁଃଖରେ ବାସିନଡା ଖାଇବାକୁ ଅଛି ବୋଲି ଭାବିଛି. କିନ୍ତୁ ହଠାତ୍ କୁଣ୍ଡରୁ ଆସୁଥିବା ମହମହ ଅମୃତ ବାସ୍ନା ଆଘ୍ରାଣ କରି ବୃଷଭ ଆଶ୍ଚର୍ଯ୍ୟ ହୋଇଛି ଓ ତାପରେ କୁଣ୍ଡକୁ ଦେଖି ଆନନ୍ଦରେ ନାଚି ଉଠିଛି. ସେ ତା ଆଖିକୁ ଵିଶ୍ଵାସ କରିପାରିନି. ଜାତି ଜାତିକା ଖାଦ୍ୟପେୟ ପଦାର୍ଥରେ ତା କୁଣ୍ଡ ପରିପୁର୍ଣ. ବୃଷଭ ଶାହଡ଼ା ଗଛ ଦେଖିବା ଓ ତା ପତ୍ରମୁଣ୍ଡରେ ରଖିବା ହେତୁ ଆଜି ଅପୁର୍ବ ଖାଦ୍ୟ ମିଳିଛି ଜାଣି ଖୁସି ମନରେ ସବୁ ଖାଇ ଆନନ୍ଦରେ ଶୋଇ ପଡିଛି.
ତା ପରଦିନ ସକାଳୁ ଶିଵ ଉଠି ତାଙ୍କର ପ୍ରିୟ ବାହନକୁ ଗତ କାଲି ଦେଇଥିବା ନିଷ୍ଠୁର ଆଦେଶକୁ ମନେ ପକାଇ ଶୀଘ୍ର ଶୀଘ୍ର ଯାଇ ତା ପାଖରେ ପହନ୍ଚିଛନ୍ତି. ତାଠାରୁ ସବୁ କଥା ଶୁଣି ଶାହାଡ଼ାଗଛର ମାହାତ୍ମ୍ୟ ଜାଣିଛନ୍ତି.
ଉଆଁସୀ କନ୍ୟା
ବ୍ରହ୍ମରାକ୍ଷସ ଜନ୍ମରୁ ଅନ୍ଧ ଧୃତରାଷ୍ଟ୍ରଙ୍କୁ କନ୍ୟା ମିଳୁନଥିଲେ କି ବ୍ରହ୍ମରାକ୍ଷସୀ ଉଆଁସୀ କନ୍ୟା ଗାନ୍ଧାରୀଙ୍କୁ ବର ମିଳୁନଥିଲେ. ଏଣୁ ଦୁହେଁ ଅବିବାହିତ ଥିଲେ. ସେମାନଙ୍କ ପ୍ରସ୍ତାବ ଯେଉଁଠି ପଡୁଥିଲା ସେ ବରକନ୍ୟା ମାନେ ମରିଯାଉଥିଲେ.ଶେଷରେ ବ୍ୟାସକବି ନିଜେ ଯାଇ ଗାନ୍ଧାରସେନ ରାଜାଙ୍କଠାରୁ ତାଙ୍କ ପୁଅ ଧୃତରାଷ୍ଟ୍ରଙ୍କ ପାଇଁ ଗାନ୍ଧାରୀଙ୍କୁ ମାଗିଲେ. ରାଜା ତ ପ୍ରଥମରେ ରାଜି ହେଉ ନଥିଲେ, କିନ୍ତୁ ପରେ ମାନିଲେ. ତେବେ ବିବାହ ପୁର୍ବରୁ ବ୍ୟାସଦେଵଙ୍କ ପରାମର୍ଶରେ ରାଜା ଗାନ୍ଧାରସେନ ତାଙ୍କର ଏକମାତ୍ର କନ୍ୟା ଗାନ୍ଧାରୀଙ୍କୁ ଶାହାଡ଼ାଗଛ ସହ ଵିଵାହ ଦେଲେ. ଯେମିତି ଶାହାଡ଼ାଗଛର ଡାଳରେ ଗାନ୍ଧାରୀଙ୍କ ହାତ ରଖି ହସ୍ତଗଣ୍ଠି ପଡିଛି, ସେମିତି ଆଖିପିଛୁଳାକେ ସମସ୍ତଙ୍କ ଆଖି ଆଗରେ ସେ ଗଛରେ ନିଆଁ ଲାଗିଗଲା ଓ ଗଛଟି ପୋଡି ପାଉଁଶ ହୋଇଗଲା. ସମସ୍ତେ ଚମକି ପଡିଲେ ଏ ଘଟଣା ଦେଖି. ଗାନ୍ଧାରୀଙ୍କ ସବୁ ଦୋଷ କଟିଗଲା ଓ ତାପରେ ସେ ଧୃତରାଷ୍ଟ୍ରଙ୍କୁ ଵିଵାହ କଲେ.
ସତ୍ୟ ଆମ୍ବ କଥା
ଦିନେ କୌରଵ କୁଳଶ୍ରେଷ୍ଠ ଦୁର୍ଯୋଧନ ପାଣ୍ଡଵମାନଙ୍କ ଅଜ୍ଞାତ ଵନବାସ ସ୍ଥାନର ପରିଚୟ ପାଇବା ଉଦ୍ଦେଶ୍ୟରେ ଶକୁନିଙ୍କ ସହ ମନ୍ତ୍ରଣା କରିଛନ୍ତି. ମାମୁଁଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ପାଣ୍ଡବମାନଙ୍କ ଅନୁସନ୍ଧାନ ନିମିତ୍ତ ପଠାଇଛନ୍ତି. ଯେଉଁମାନେ ଆଶ୍ଵିନ ମାସରେ ଆମ୍ବଫଳ ଦେଇ ପାରିବେ, ସେମାନେ ପାଣ୍ଡଵ ବୋଲି ଚିନ୍ହିବ ଵୋଲି ଗୌରମୁଖଙ୍କୁ କହିଛନ୍ତି. ଚାରିମାସ କାଳ ଖୋଜି ଖୋଜି ଶେଷରେ ଗୌରମୁଖ ପାଣ୍ଡଵମାନଙ୍କୁ ଅସ୍କନ୍ଦ ଵନରେ ଠାବ କରି ତାଙ୍କର ଅତିଥି ହୋଇଛନ୍ତି. ଖାଇବା ପାଇଁ ସେ ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ବ ମାଗିଛନ୍ତି. ଅତିଥିମାନଙ୍କର ଏପରି କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡିଛନ୍ତି ଓ ଏହାର ସମାଧାନ ପାଇଁ ମନେ ମନେ ଉପାୟ ଖୋଜିଛନ୍ତି. ଯୁଧିଷ୍ଠିର ଅସମୟରେ ଆମ୍ବ ମିଳିବନାହିଁ ଜାଣି ମଧ୍ୟ ଚାରିଭାଇଙ୍କୁ ଆମ୍ବ ଆଣିବାକୁ ପଠାଇ ନିରାଶ ହୋଇଛନ୍ତି. ଶେଷରେ ଅତିଥିଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଯୁଧିଷ୍ଠିର ଶ୍ରୀକୃଷ୍ନଙ୍କୁ ସ୍ମରଣ କରିଛନ୍ତି. ଶ୍ରୀକୃଷ୍ନ ପହଙ୍ଚିବା ପରେ ପଣ୍ଚୁପାଣ୍ଡଵ ଏବଂ ଦ୍ରୌପଦୀ ସତକଥା କହିଛନ୍ତି. ପାଙ୍ଚଭାଇଙ୍କ ସତକଥା ଶୁଣି ଟାକୁଆରୁ ଗଜା ହୋଇ ଗଛ ହୋଇଛି. ଫୁଲ ଫୁଟି କଷି ଧରିଛି. ଆମ୍ବଟି ଶେଷକୁ ଦ୍ରୌପଦୀଙ୍କ ସତ୍ୟକଥାରେ ପାଚି ହଳଦିଆ ପଡିଯାଇଛି.
ଯୁଧିଷ୍ଠିର ବ୍ରାହ୍ମଣଙ୍କୁ ସେ ଅଦିନ ଆମ୍ବଟି ପ୍ରଦାନ କରିଛନ୍ତି. ବ୍ରାହ୍ମଣ ଗଧୋଇସାରି ଆମ୍ବ ଖାଇବେ କହି ଆମ୍ବଟି ନେଇ ଦୁର୍ଯୋଧନଙ୍କୁ ଦେବେ ବୋଲି ସ୍ଥିର କରି ସେଠାରୁ ପଳାଇ ଯାଇଛନ୍ତି. ମାତ୍ର ଏ ମନ୍ଦ ଉଦ୍ଦେଶ୍ୟ ଜାଣି ଶ୍ରୀକୃଷ୍ନ ଆମ୍ବଟି ହରଣ କରି ନେଇଛନ୍ତି ଓ ଦୁର୍ଯୋଧନ ପାଣ୍ଡଵମାନଙ୍କ ସମ୍ବନ୍ଧରେ ଆଉ ପ୍ରମାଣ ପାଇନାହାନ୍ତି.
ବାବନାଭୁତ କଥା
ତୁଙ୍ଗଭଦ୍ରା ନଦୀ କୁଳରେ ଜ୍ଞାନପୁର ନାମକ ଗାଁଟିଏ. ସେ ଗାଁକୁ ଲାଗି ଏକ ବଡ ଭୟଙ୍କର ମଶାଣୀ ଥାଏ. ସେ ମଶାଣୀରେ ରାଜା ଥିଲା ବାବନାଭୁତ. ତା ଅଧୀନରେ ଥିବା ଭୁତ, ଡାହାଣୀ, ଚିରୁଗୁଣୀ ତା ଆଦେଶ ପାଳନ୍ତି. ସେମାନେ ସେ ବାଟରେ ଯାଉଥିବା ଲୋକମାନଙ୍କୁ ଢେଲାପଥର ପକାଇ ହଇରାଣ କରନ୍ତି. ରାତିରେ ସେମାନଙ୍କୁ ଦେଖି କେହି ଯଦି ଭେଟଣା ହୋଇଗଲା, ତେବେ ରକ୍ତବାନ୍ତି କରି ମରି ଯାଉଥିଲା. ଭୁତମାନଙ୍କର ଏପରି ଉପ୍ତାତରେ ସେ ଗାଁ ଲୋକମାନେ ଡରିହରି ବଡ କଷ୍ଟରେ ଦିନ ବିତାଉଥାନ୍ତି.
ଭଗବାନ ଦିନେ ତାଙ୍କର ଡାକ ଶୁଣିଲେ. ସୋମରାଷ୍ଟ୍ର ଦେଶରୁ ଶୁଦ୍ରକ ରାଉଳ ଆସି ସେ ଗାଁରେ ପହଙ୍ଚିଲେ. ତାଙ୍କୁ ଗୁଣି ଗାରୁଡି ଜଣାଥିଲା. ଲୋକମାନେ ରାଉଳଙ୍କୁ ପାଇ ଖୁସି. ତାଙ୍କପାଇଁ ଘରଦ୍ଵାର କରିଦେଲେ. ରାଉଳଙ୍କର ସିନା ଘରଦ୍ଵାର ହୋଇଗଲା ହେଲେ ଚାଷ ପାଇଁ ଜମି ତ ଦରକାର. ଜମି ନ ହେଲେ ସେ ଓ ତାଙ୍କ ପିଲାଛୁଆ ଖାଇବେ କଣ? ଜମି ବା କାହିଁ? ସେ ବୁଲି ବୁଲି ସ୍ଥିର କଲେ ସେ ବଡ ମଶାଣୀକୁ ଲାଗି ଯେଉଁ ଅନାବାଦୀ ଜମି ଅଛି, ତାକୁ ତାଡି ଚାଷ କରିବେ. ଚାଷଜମିରୁ ଯାହା ଉତ୍ପନ୍ନ କରିବେ ତାକୁ ବିକି ପରିଵାର ପୋଷିବେ.
ଗା ଲୋକଙ୍କୁ ସେ ମନକଥା କହିବାରୁ ଗାଁବାଲା ତାଙ୍କୁ ବାବନାଭୁତ କଥା କହି ସେ କାମ ନ କରିବାକୁ ପରାମର୍ଶ ଦେଲେ. ବାବନାଭୁତର ଉପଦ୍ରବ କଥା କହିଲେ. ସେ କିପରି ଲୋକମାନଙ୍କୁ ହଇରାଣ ହରକତ କରି ମୃତ୍ୟୁମୁଖରେ ପକାଏ ସେକଥା କହିଲେ.
ଶୁଦ୍ରକ କହିଲା – ମୁଁ କେତେ ଭୁତ ପ୍ରେତଙ୍କୁ ଏଇ ହାତରେ ସାବଡ଼ କରିଦେଇଚି. ବାବନାଟା କେତେ ମାତ୍ର! ମୁଁ ଏବର୍ଷ ସେ ଜମିରେ ମାଘତିଳ ଚାଷ କରିବି. ମୋତେ ହଳ ଚାରିଟା ଯୋଗାଡ଼ କରିଦିଅ. ତେଣିକି ମୋ ଦାୟୀତ୍ଵ. ତୁମେମାନେ ଵ୍ୟସ୍ତ ହୁଅନାହିଁ. ମୁଁ କେବଳ ଚାଷ ଆରମ୍ଭ କରେ, ଦେଖିବ ବାବନା କିପରି ଏ ସ୍ଥାନ ଛାଡ଼ିଯାଉଛି.
ହଳ ଚାଲିଲା. ଭୁତମାନେ ଯାଇ ବାବନାଭୁତକୁ ସବୁ କଥା ଜଣାଇଲେ. ବାବନା ଆଦେଶରେ ଶହ ଶହ ଭୁତ ତାଙ୍କର କିଳିକିଳା ନାଦରେ ହଳିଆମାନଙ୍କୁ ଭୟଭୀତ କଲେ. ସେମାନେ ଡରରେ ବରଡାପତ୍ର ପରି କମ୍ପୁଥାନ୍ତି.
ଏତିକି ବେଳେ ଶୁଦ୍ରକ ରାଉଳ ପହଙ୍ଚିଗଲା. ତା ଵିଦ୍ୟା ପ୍ରୟୋଗ କରି ଦଉଡି ଠେଙ୍ଗାରେ ସେମାନଙ୍କୁ ଆଛ୍ଛା ପାନେ ଦେଲା. ଭୁତମାନେ ତାଙ୍କୁ ମୁକ୍ତିଦେବାକୁ ପ୍ରାର୍ଥନା କଲେ. ରାଉଳ କହିଲା ଯଦି ତାକୁ ୬୦ପଉଟି ତିଳ ଦେବେ, ତେବେ ସେମାନଙ୍କୁ ମୁକ୍ତି ମିଳିବ. ସେମାନେ ରାଜି ହୋଇ ପଳାଇଗଲେ ଓ ବାବନାକୁ ସବୁ କହିଲେ. ବାବନାଭୁତ ସେ କଥାରେ ରାଜି ହେଲାନାହିଁ. ସେ ତା କାମ କରିବାକୁ ବାହାରି ଗଲା.
ରାଉଳ ଜମିରୁ ଯାଇ କିଛି ସମୟପରେ ଘରେ ପହନ୍ଚି ଦେଖିଲା ତା ପୁଅ ଖାଲି ନାଚିକୁଦି ଚିତ୍କାର କରୁଛି. ନାନା କଥା କହୁଛି. ରାଉଳ ଜାଣିଲା ତାକୁ ଭୁତ ଗ୍ରାସିଛି. ସେ ମନ୍ତ୍ର ପଢି ଭୁତକୁ ପିଟିଲା. ବାବନାଭୁତ ନାକ କାନ ଘଷି ରାଉଳକୁ ଷାଠିଏ ପଉଟି ତିଳ ଦେଇଗଲା ଯେ, ଆଉ ତାର ପତ୍ତା ମିଳିଲା ନାହି. ସେ ତାର ବଂଶ ଦଳବଳ ନେଇ କୁଅଡେ ଚାଲିଗଲା. ଲୋକମାନେ ରାଉଳକୁ ଧନ୍ୟ ଧନ୍ୟ କରି ଖୁସିରେ ରହିଲେ.
ଦ୍ଵାପର ଯୁଗର ଶ୍ରୀକୃଷ୍ଣ କଳିଯୁଗର ଜଗନ୍ନାଥ
ଵିଶ୍ଵ ଦରବାରରେ ଓଡିଶାର ଜଗନ୍ନାଥ ଧର୍ମ ଅତୁଳନୀଯ. ଜଗନ୍ନାଥ ଓଡିଆ ଜାତିର ଜାତୀୟ ଦେଵତା ହେଲେ ହେଁ, ତାଙ୍କର ପ୍ରସିଦ୍ଧି ଵିଶ୍ଵବ୍ୟାପୀ. ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଆରାଧ୍ୟ ଦେଵତା.ସେ ହେଉଛନ୍ତି ସବୁ ଧର୍ମର ସମନ୍ଵୟ. ସବୁ ଚିନ୍ତା ଚେତନା ଏବଂ ସାରସ୍ଵତକୁ ଏକାଠିମିଶାଇ ଦେଲେ ଯାହା ହେବ ତାହା ହିଁ ହେଉଛି – ଜଗନ୍ନାଥ ଧର୍ମ. ସେଇଥି ପାଇଁ ପ୍ରତ୍ୟେକ ଧର୍ମର ଧର୍ମାବଲମ୍ବୀ ତାଙ୍କୁ ନିଜ ନିଜ ଧର୍ମମତର ପ୍ରତୀକ ଵିଗ୍ରହ ରୁପେ ଗ୍ରହଣ କରିବା ଲାଗି ଦ୍ଵିଧା ପ୍ରକଶ କରନ୍ତି ନାହିଁ. ଜଗତର ନାଥ ଜଗନ୍ନାଥଙ୍କୁ କିଏ କହେ 'ରାମ' କିଏ କହେ 'ବାମନ' କିଏ କହେ 'ଅଲେଖ ନିରଞନ' ପୁଣି କିଏ କହେ 'ବୁଦ୍ଧଦେବ'. ମାତ୍ର ଶାରଳା ଦାସ ଯୁକ୍ତି ଦର୍ଶାଇ ଦ୍ରୁଢ ସ୍ଵରରେ କହିଛନ୍ତି, ସେ ହେଉଛନ୍ତି 'ଶ୍ରୀକୃଷ୍ଣ'.
ଦ୍ଵାପର ଯୁଗର କଥା. ଶ୍ରୀକୃଷ୍ଣ ଶିଆଳି ଲତାରେ ଚୁପ ଚାପ ଶୋଇଥିଲେ. ଏଇ ସମୟରେ ଜାରାଶବର ସେ ବଣକୁ ମୃଗୟା ଉଦ୍ଦେଶ୍ୟରେ ଆସିଥିଲା. ଲତା ଗହଳିରେ ସେ ଶ୍ରୀକୃଷ୍ଣର ପାଦ ଯୋଡିକୁ ଦେଖି ସେ ମୃଗୁଣୀର କାନ ବୋଲି ଭାବିଲା ଏବଂ ଶର ବିନ୍ଧିଲା. ପାଖକୁ ଯାଇ ଦେଖେ ତସେ ଦ୍ଵାରିକାଧିପତି ଶ୍ରୀକୃଷ୍ଣ. ତାଙ୍କର ମହିମା ସେ ଆଗରୁ ଜାଣିଥିଲା. ଏବେ ସେ ଶ୍ରୀକୃଷ୍ଣ ହତ୍ୟାର କାରଣ ହୋଇଥିବାରୁ ନିଜକୁ ଖୁବ ଧିକ୍କାର କଲା.
ମାତ୍ର ଏହା ଥିଲା ବିଧିର ବିଧାନ – ଜାରା ପୁର୍ବ ଜନ୍ମରେ ମାଗିଥିବା ବରର ମନସ୍କାମନା ପୁରଣ ମାତ୍ର .
"କାତରେ ବେନି ହାତ ଯୋଡି, କୃଷ୍ଣଙ୍କ ଚରଣ ତଳେ ପଡି
ଉଠି କପାଳେ ମାରି କର, ବୋଲଇ ମୁହିଁ ଦୁରାଚାର
ନ ଜାଣି କଲି ଏଡେ କର୍ମ, କେ ମତେ କଲା ମତିଭ୍ରମ
ତୁ ନାଥ ଜଗତ ସୋଦର, ଏ ଅପରାଧ କ୍ଷମା କର"
ଜାରାଶବର ହାତରେ ଶ୍ରୀକୃଷ୍ଣଙ୍କ ଦେହବସାନ ହେଲା ପରେ ପାଣ୍ଡଵମାନେ ତାଙ୍କୁ ନେଇ ସମୁଦ୍ର କୁଳରେ ଦାହ କଲେ. ମାତ୍ର ସେ ଅକ୍ଷୟ ବ୍ରହ୍ମ କଣ ସହଜରେ ଦାହ ହୁଅନ୍ତା? ପୋଡିବା ପାଇଁ ବହୁ ଚେଷ୍ଟାକରି ପାଣ୍ଡଵମାନେ ନିରାଶ ହେଲେ. ଶେଷକୁ ଉପାୟ ନପାଇ ପାଣ୍ଡଵମାନେ ସେଇ ଦରପୋଡା ବ୍ରହ୍ମକୁ ସମୁଦ୍ରରେ ଭସାଇ ଦେଲେ. ସେ ବ୍ରହ୍ମ ଭାସି ଭାସି ଯାଇ ପୁରୀର ସମୁଦ୍ର ତଟରେ ପହନ୍ଚିଲା. ସେଇଠି ଯୁଗ ଯୁଗ ଧରି ସେ ନୀଳମାଧଵ ରୁପରେ ପୂଜା ପାଇଲେ. ଵିଷ୍ଣୁଙ୍କ ସନ୍ଧାନରେ ମାଳବରୁ ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ବ୍ରାହ୍ମଣ ଵିଦ୍ୟାପତି ଆସିଲେ. ନୀଳମାଧଵ ଉଭେଇ ଯାଇ ବାଙ୍କି ମୁହାଣରେ ଦେଖା ଦେଲେ ଦାରୁବ୍ରହ୍ମ ଆକାରରେ. ରାଜା ସୈନ୍ୟସାମନ୍ତ, ସକଳ ଅଶ୍ଵ ଗଜ ନେଇ "ଦାରୁବ୍ରହ୍ମ " ପାଇଁ ଗଲେ. ସେ ଦାରୁବ୍ରହ୍ମ ପ୍ରୁଷ୍ଠରେ ଶ୍ରୀକୃଷ୍ଣଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ପ୍ରଭୃତି ଚିହ୍ଣ ସବୁ ବିଦ୍ୟମାନ ଥିଲା. ମାତ୍ର ଦାରୁବ୍ରହ୍ମ ଅଟଳ ରହିବାରୁ ରାଜା ଅଧିଆ ପଡିଲେ. ଠାକୁର ତାଙ୍କୁ ସ୍ଵପ୍ନରେ ଛାୟାପ୍ରାୟ ଦୃଶ୍ୟ ହୋଇ କହିଲେ "ରାଜା, ତୋର ପାର୍ଥିବ ଶକ୍ତି ବଳରେ ଏଠାରୁ ମୋତେ ଟଳେଇ ନେବାର ବୃଥା ଚେଷ୍ଟା କରନା. ଆସନ୍ତା କାଲି ମୋର ପ୍ରକୃତ ସେବକ ବିଦ୍ୟାପତିଙ୍କର ଵଂଶଧର ମାନଙ୍କୁ ଡକେଇ ଆଣି ଗୋଟିଏ ପାଖରେ ଠିଆ କରାଇବୁ ଓ ଆର ପାଖରେ ଜାରାର ଵଂଶଧରଙ୍କୁ. ସେଇମାନେ ଏକତ୍ର ଛୁଇଁଲେ ମୁଁ ଯିବି". ଶେଷରେ ତାହା ହି ହେଲା. ଦାରୁବ୍ରହ୍ମ ଭକ୍ତମାନଙ୍କ ଉପସ୍ଥିତିରେ ଅକ୍ଳେଶରେ ଉଠି ଚାଲିଲେ. ଅମୁହାଁ ଦେଉଳରେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ପରାମର୍ଶରେ ମୂର୍ତ୍ତୀଗଢା ଆରମ୍ଭ ହେଲା. ଏଇ ମୂର୍ତ୍ତୀ ଗଢିବା କାର୍ଯ଼୍ୟ କଲେ ସ୍ଵୟଂ ଵିଶ୍ଵକର୍ମା.
ସେଇ ଦାରୁ ଦେଵତା… ଶବର ଦେଵତା… ହେଉଛନ୍ତି ଦ୍ଵାପରର ଶ୍ରୀକୃଷ୍ଣ (ଜଗନ୍ନାଥ) ବଳଭଦ୍ର ଏଵଂ ସୁଭଦ୍ରା! ପାଖରେ ତାଙ୍କର ସୁଦର୍ଶନ.
ଯାହା ପାଖରେ ଵିଚାର ନାହିଁ ଆର୍ଯ଼୍ୟ, ଅନାର୍ଯ଼୍ୟ, ବ୍ରାହ୍ମଣ, ଶୁଦ୍ର, ହିନ୍ଦୁ ମୁସଲମାନର. ସେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତଙ୍କର.
ଆଜିକୁ ଛହଶହ ବର୍ଷ ତଳେ ଶାରଳା ଦାସ ଯାହା କଳ୍ପନା କରି ଯାଇଥିଲେ ଆଜି ତାହା ଵାସ୍ତବ ରୁପ ନେଇଛି.
କଳି ଅଵତରଣ ପ୍ରସଙ୍ଗ
ମହାଭାରତ ଯୁଦ୍ଧ ଶେଷ ହେଲା. ଧର୍ମରେ ଥିବାରୁ ପନ୍ଚୁପାଣ୍ଡଵଙ୍କର ଵିଜୟ ହେଲା. ସେତେବେଳକୁ ଦ୍ଵାପର ଯୁଗ ସରି ଆସିଲାଣି. କଳିଯୁଗ ପ୍ରଵେଶ କରିବ. କଳିକାଳରେ ଧର୍ମନନ୍ଦନ ଯୁଧିଷ୍ଠିର କିପରି ରାଜ୍ୟ କରିବେ ବୋଲି ଭାବି ସହଦେଵ କଳିକୁ ଅଟକାଇ ରଖିଲେ. ଯୁଧିଷ୍ଠିର ସ୍ଵର୍ଗାରୋହଣ କରିବାକୁ ପ୍ରସ୍ତୁତ ହେଉଥାନ୍ତି. ସେତିକିବେଳେ ତାଙ୍କ ପାଖହୁ ଏକ ମୋକଦ୍ଦମା ଆସିଲା. ଜଣେ ବ୍ରାହ୍ମଣ ଓ ତାଙ୍କର ଶୁଦ୍ର ଚାକର ସହ ସୁନାକଙ୍କଣ ଦୁଇଟି ଧରି ଆସିଲେ. ବ୍ରାହ୍ମଣଙ୍କ ଢିପଜମିରୁ ଖୋଳୁ ଖୋଳୁ ଶୁଦ୍ରକୁ ତାହା ମିଳିଥିଲା, ତେଣୁ ସେ ମାଲିକଙ୍କ ପାଖରେ ତାହା ଦେଲା. କିନ୍ତୁ ବ୍ରାହ୍ମଣ ସେ କଙ୍କଣ ଗ୍ରହଣ କଲେ ନାହିଁ, ବରଂ କହିଲେ ଯେ ସେ କଙ୍କଣ ତାଙ୍କର ପ୍ରାପ୍ୟ ନୁହେଁ. ସେ ପରିଶ୍ରମ କରି ପାଇଛି ଏଣୁ ତାର ନେବା ଉଚିତ. ମାତ୍ର ଚାକର ସେକଥା ନ ଶୁଣି ମାଲିକଙ୍କ ଜମିରୁ ତାହା ମିଳିଥିବାରୁ ତାହା ମାଲିକଙ୍କର ବୋଲି ଯୁକ୍ତି କରିଥିଲା. ଏଥିପାଇଁ ଦୁଇଜଣଙ୍କ ଭିତରେ କଳିଗୋଳ ଭୟଙ୍କର ରୁପ ଧାରଣ କଲା. ଉଭୟ ଏହାର ସମାଧାନ ପାଇ ବହୁଲୋକଙ୍କ ପାଖକୁ ଯାଇ ନିରାଶ ହୋଇ ସେମାନେ ଯୁଧିଷ୍ଠିରଙ୍କ ପାଖକୁ ଆସିଲେ ନ୍ୟାୟ ପାଇଁ. ଯୁଧିଷ୍ଠିର ସବୁ ସୁଣି ସମାଧାନ ପାଇଁମନ୍ତ୍ରୀ ସହଦେଵଙ୍କୁ ପଚାରିଲେ. ସହଦେଵ କହିଲେ ମୁ କଳିକୁ ଅଟକାଇ ରଖିଛି, ଏଣୁ ଦ୍ଵାପର ଯୁଗର ପ୍ରଭାବ ଏବେ ବି ରହିଛି. ଆପଣ ତ ସ୍ଵର୍ଗକୁ ବାହାରିଲେଣି. ଆପଣଙ୍କ ଆଜ୍ଞା ହେଲେ ମୁ କଳିକୁ ମୁକ୍ତ କରିଦେବି. ରାଜା ପରୀକ୍ଷିତ ଏହାର ଵିଚାର କରିବେ.
ଯୁଧିଷ୍ଠିର ସେଥିରେ ରାଜି ହେବାରୁ ସହଦେବ କଳିକୁ ମୁକ୍ତ କରିଦେଲେ. ପରୀକ୍ଷିତଙ୍କ ଆଗରେ ହଠାତ କଳି ପ୍ରଭାବରେ ବ୍ରାହ୍ମଣ ଓ ଶୁଦ୍ରଙ୍କ କଥା ଓ ଯୁକ୍ତି ବଦଳି ଗଲା. ଦୁହେଁ କଙ୍କଣକୁ ନିଜର ବୋଲି ଦାବୀ କଲେ, ନାନା ଯୁକ୍ତି ଦେଇ ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ କଙ୍କଣର ମାଲିକ ସେମାନେ. ହଠାତ ଦୁହେଁ କଙ୍କଣ ପାଇବା ପାଇଁ କଳିଗୋଳ ମଧ୍ୟ କଲେ. ସବୁ ଶୁଣି ରାଜା ପରୀକ୍ଷିତ କହିଲେ – ତୁମେ କେହି ସେ ଜିନିଷ ପାଇବ ନାହିଁ. ତାହା ରାଜକୋଷରେ ଜମା ହେବ.
ସେ ଘଟଣା ଦେଖି ଯୁଧିଷ୍ଠିର ଆଉ ମୁହୁର୍ତ୍ତଟିଏ ମଧ୍ୟ କଳି ରାଜୁତିରେ ନ ରହିବାକୁ ସ୍ଥିର କଲେ. ଚାରିଭାଇ ଓ ଦ୍ରୌପଦୀଙ୍କୁ ନେଇ ହିମାଳୟ ଅଭିମୁଖେ ଚାଲିଲେ.
ଚଣ୍ଡି ପୁରାଣ
ଶୁକ-ପରୀକ୍ଷିତ ସମ୍ବାଦ ଛଳରେ କବି ଚଣ୍ଡିପୁରାଣରେ ସମସ୍ତ କଥାକୁ ବର୍ଣନା କରିଛନ୍ତି. ମହାଭାରତର ଵିଲଙ୍କା ରାମାୟଣ ପରି ଚଣ୍ଡିପୁରାଣ ଗ୍ରନ୍ଥଟି କବି ସାରଳା ଦାସ ଚଣ୍ଡିଙ୍କ ଆଜ୍ଞାରେ ତାଙ୍କରି ଭାଷାକୁ ପ୍ରକାଶ କରିବାର ବର୍ଣନା କରିଛନ୍ତି. ଏହି ପୁରାଣ ପରବର୍ତ୍ତୀ କାଳରେ ହିନ୍ଦୁମାନଙ୍କ ଘରେ ଚଣ୍ଡିପୁରାଣ ଭାବେ ଅଦ୍ୟାବଧି ପୂଜିତ ହେଉଛି.
ବ୍ରହ୍ମାଙ୍କ ବଳରେ ବଳିୟାନ ମହିଷାସୁର ଦେବ, ଦାନବ, ଯକ୍ଷ, ରକ୍ଷ, ଗନ୍ଧର୍ବ, ନର ଓ ବାନର କାହା ଦ୍ଵାରା ମୃତ୍ୟୁ ହେବନାହିଁ ବୋଲି ଜାଣି ପ୍ରବଳ ଯୁଦ୍ଧଯ଼ରେ ସମସ୍ତଙ୍କୁ ପରାସ୍ତ କଲା. ଦିଗ୍ବିଜୟୀ ଵୀର ହୋଇ ଶେଷରେ ସ୍ଵର୍ଗ ଉପରେ ଆକ୍ରମଣ କଲା ଓ ଦେବଗଣଙ୍କୁ ପରାସ୍ତ କଲା. ଅନେକ ଦେବତାଙ୍କୁ ଆଣି ବନ୍ଦୀ କଲା. ଦେବତାମାନେ ଭୟରେ ଲୁଚିଲେ. ତାର ପାପର କଳସ ପୁରି ଆସିଲା, ପାପର ଶେଷ ଅବସ୍ଥା ଆସିଲା.
ଦେଵତାଙ୍କ ମୁଖର ଅଗ୍ନିରୁ ଦେଵୀ ଦୁର୍ଗା ଜନ୍ମ ନେଲେ. ମହିଷାସୁର ଦେବୀଙ୍କ ମୋହିନୀ ରୁପରେ ଟାଣି ହୋଇ ତାଙ୍କୁ ସ୍ତ୍ରୀ ରୁପେ ପାଇବାପାଇଁ ତାର ସେନାପତି ଚାମର, ବେମାଳ, କାଳ, ଵିକାଳ, କାନ୍ତିମାଳା, ଵିଡାଳାକ୍ଷ, ରକ୍ତବିର୍ୟ, ଵୀରଘଣ୍ଟ ଓ କାଳଦନ୍ତ ଆଦିଙ୍କୁ ପଠାଇଛି. ମାତ୍ର ଦେବୀ ସମସ୍ତଙ୍କୁ ମାରି ଶେଷରେ ମହିଷାସୁରକୁ ବଧ କରି ସମସ୍ତଙ୍କୁ ଶାନ୍ତି ପ୍ରଦାନ କରିଛନ୍ତି.
ଲକ୍ଷ୍ମୀନାରାୟଣ ବଚନିକା
କବିଙ୍କ ଅନ୍ୟାନ୍ୟ ଗ୍ରନ୍ଥ ଗୁଡିକ "ଦାଣ୍ଡିବୃତ୍ତ"ରେ ଲେଖାଯାଇଛି, ହେଲେ ଲକ୍ଷ୍ମୀନାରାୟଣ ବଚନିକା ଗ୍ରନ୍ଥଟି ଖୁବ କ୍ଷୁଦ୍ର, ଅଣାଅଶୀ ପଦର. ଗ୍ରନ୍ଥଟିରେ ଲକ୍ଷ୍ମୀ ନାରାୟଣଙ୍କର କଥୋପକଥନ ବର୍ଣନା କରାଯାଇଛି.
ଲକ୍ଷ୍ମୀନାରାୟଣ ତାଙ୍କର ଗୁରୁବାର ବ୍ରତ ସମ୍ବନ୍ଧରେ ଯାହା କିଛି ବର୍ଣନା କରିଛନ୍ତି ତାହାହିଁ ଗ୍ରନ୍ଥଟିର ବିଷୟବସ୍ତୁ. ଲକ୍ଷ୍ମୀ ମଣ୍ଡାଫୁଲ, ପଦ୍ମଫୁଲ ଓ ଅଁଳା ପୂଜାରେ ବହୁତ ଖୁସି ହୁଅନ୍ତି ଏବଂ ଭକ୍ତମାନଙ୍କୁ ମନଜାଣି ଫଳ ଦେଇଥାନ୍ତି. ଲକ୍ଷ୍ମୀ ପୁରୁଷ ଓ ସ୍ତ୍ରୀ ମାନଙ୍କର ବିଭିନ୍ନ ଆଚାର ବ୍ୟବହାର କଥା କହି କାହା ପାଖରେ କମ୍ ରହନ୍ତି ବର୍ଣନା କରିଛନ୍ତି. ଏହାଛଡା ସମାଜର ସମସ୍ତ ଅନୀତି କାର୍ଯ୍ୟକୁ ବାରଣ କରିଛନ୍ତି. ସମାଜରେ କେଉଁ ଦିନ କଣ କରିବ,କଣ ନ କରିବ, ଭଲ ବା ମନ୍ଦ କାମ କଲେ କି ଫଳ ମିଳେ, ଗୁରୁବାର ବ୍ରତ ଭାବେ ସମାଜକୁ ଉପଦେଶ ଦେଇଛନ୍ତି. ଗାଇ ବାଛୁରୀ ଜନ୍ମ ଦେଲେ କେତେ ଦିନ ପରେ ଦୁହିଁବା କଥା, କେଉଁ ତିଥିରେ କଣ ଖାଇବା ନିଷେଧ, ଦାନ୍ତରେ ନଖ କଟିଲେ କି ଫଳ ମିଳେ ବର୍ଣନା ରହିଛି. ଏସବୁ ଦ୍ଵାରା ସମାଜରେ ବିଶୃଙ୍ଖଳା ନ ପଶି ସମାଜ ସୁସ୍ଥ ଥିବାର ଜଣାଯାଏ.
କବିଙ୍କ ଶେଷ ଜୀବନ
ଆଦିକବି ଓଡିଆ ଭାଷାରେ ପ୍ରଥମ କବି. ତେଣୁ ସେ କେତେଗୁଡିଏ ଗ୍ରନ୍ଥ ରଚନ କଲା ପରେ ଦିନେ କାଳର ଡାକରା ପାଇଲେ. ପ୍ରତିବର୍ଷ ର ମାଘ ସପ୍ତମୀ ତିଥୀ ତାଙ୍କର ତିରୋଧାନ ଦିବସ ରୁପେ ପାଳିତ ହୁଏ. ଆଦିକବି ଶାରଳା ଦାସଙ୍କ ମହାପ୍ରୟାଣ ପରେ ଲୋକମାନେ ତାଙ୍କ ମଠରେତାଙ୍କୁ ସମାଧି ଦେଇଥିଲେ. ଏହା ଥିଲା କବି ଶାରଳା ଦାସଙ୍କର ଅନ୍ତିମ ଇଛା. ତାଙ୍କର ସାହିତ୍ୟ କ୍ରୁତି ଯୋଗୁଁ ଆଦିକବି ଓଡିଶାର ପୁରପଲ୍ଲୀରେ ସର୍ବତ୍ର ଚିର ଅମର. ଆମର ସାହିତ୍ୟର ଭାବଧାରାକୁ ଆଗେଇ ନେବା କ୍ଷେତ୍ରରେ ଯେଉଁ କେତେକ କବି, କାବ୍ୟକାର, ଭାବୁକ, ଭାଷାକାରଅଦ୍ୟାବଧି ଉଦ୍ୟମ କରୁଛନ୍ତି, ସେମାନଙ୍କୁ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଉଛି. | <urn:uuid:e36dc497-4b7f-4dfb-a403-2ab1f4258e7b> | CC-MAIN-2018-30 | https://blogodia.wordpress.com/category/odia-literature/ | 2018-07-22T02:28:02Z | s3://commoncrawl/crawl-data/CC-MAIN-2018-30/segments/1531676593004.92/warc/CC-MAIN-20180722022235-20180722042235-00573.warc.gz | ory | 0.999975 | Orya | 14 | {"ory_Orya_score": 0.9999750852584839} |
କନକ ବ୍ୟୁରୋ: ଆସିଗଲା ପାର୍ବଣ ଋତୁ । ଗତକାଲି ଗଣେଶ ପୂଜା ସରିବା ପରେ ଆଗକୁ ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା ଓ ଶେଷରେ କାଳୀପୂଜା । ପାର୍ବଣ ପାଇଁ ଏବେଠାରୁ ରାଜଧାନୀର ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦିରେ ଭିଡ଼ ଜମିବା ଆରମ୍ଭ ହୋଇ ଗଲାଣି । ବିଶେଷକରି ସପିଂ ମଲ୍, ମାର୍କେଟ୍ ବିଲ୍ଡିଂ, ୟୁନିଟ-୧ ଓ ୨ ହାଟ, ସହିଦନଗର, ବାପୁଜୀନଗର, ବାଣୀବିହାର, ଖଣ୍ଡଗିରି, କଳ୍ପନା, ଏଜି ଛକ, ଜୟଦେବ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, କଟକରୋଡ ଗୋଲେଇ ଛକ, ପଳାଶୁଣିରୁ ବମିଖାଲ ରାସ୍ତା ଏବଂ ପ୍ରମୁଖ ଛକଗୁଡ଼ିକରେ ଦିନ ଓ ସଂଧ୍ୟା ସମୟରେ ଟ୍ରାଫିକ୍ ଜାମ୍ ହୋଇଯାଉଛି ।
ଗୋଟିଏ ଛକରୁ ଅନ୍ୟ ଏକ ଛକ ପର୍ଯ୍ୟନ୍ତ ଯିବାକୁ ଏତେ ସମୟ ଲାଗୁଛି ଯେ ମନେ ହେଉଛି ଯେମିତି ଟ୍ରାଫିକ୍ ବ୍ୟବସ୍ଥା ରାଜଧାନୀରେ ବିଗିଡ଼ି ଯାଇଛି । କେଉଁଠି ଉଠା ଦୋକାନୀ ଫୁଟପାଥ୍ ମାଡ଼ି ବସିଛନ୍ତି ଆଉ କେଉଁଠି କାର୍ ଓ ବାଇକ୍ ପାର୍କିଂ ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହେଉଛି । ଟ୍ରାଫିକ୍ ନିୟମକୁ ବି ବେଖାତିର କରୁଛନ୍ତି ବାଇକ୍ ଓ କାର ଚାଳକ ।
ଗତ ବର୍ଷ ପୂଜା ସମୟରେ ରାଜଧାନୀ ବିଭିନ୍ନ ସ୍ଥାନରେ ସିରିଜ ଦୁର୍ଘଟଣା ଘଟିଥିଲା । ଟ୍ରାଫିକ୍ ବ୍ୟବସ୍ଥା ଅସମ୍ଭାଳ ହୋଇ ପଡ଼ିଥିଲା । ପୂଜାମଣ୍ଡପଗୁଡ଼ିକ ନିକଟରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । ଜନପଥ, ଜାତୀୟ ରାଜପଥ, କଟକରୋଡରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ ପଥଚାରୀ ଓ କାର୍ ଚାଳକମାନେ । କାର୍ ପାର୍କିଂ କରିବାକୁ କେଉଁଠି ଜାଗା ମିଳି ନ ଥିଲା । ଟ୍ରାଫିକ୍ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଏଭଳି ପରିସ୍ଥିତି ଦେଖା ଦେଇଥିଲା ।
ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥା ଭୁଶୁଡ଼ି ଯିବାର ପ୍ରମୁଖ କାରଣ ହେଲା ବେଆଇନ୍ ପାର୍କିଂ । ଜନପଥଠାରୁ ଆରମ୍ଭ କରି ବିଦ୍ୟୁତମାର୍ଗ, ସଚିବାଳୟ ମାର୍ଗକୁ ଚଉଡ଼ା କରାଯାଇଥିଲେ ମଧ୍ୟ ଏବେ ବି ଉଭୟ ପାର୍ଶ୍ୱରେ ବେଆଇନ୍ ପାର୍କିଂ କାରଣରୁ ଟ୍ରାଫିକ୍ ଜାମ ହେଉଛି । ଟ୍ରାଫିକ୍ ପୁଲିସ ସେହି ବେଆଇନ ପାର୍କିଂ ପ୍ରତି ଧ୍ୟାନ ଦେଉ ନାହିଁ । କିନ୍ତୁ କେତେକ ନିର୍ଦିଷ୍ଟ ଛକରେ ପୁଲିସ ଠିଆ ହୋଇ କାର୍ ଚାଳକଙ୍କ ସିଟ୍ ବେଲଟ୍ ଓ ବାଇକ ଚାଳକଙ୍କ ହେଲମେଟ୍ ଚେକିଂରେ ବ୍ୟସ୍ତ ରହୁଛି ।
ପ୍ରତ୍ୟେକ ଛକରେ ଦୁଇ ଜଣ ଟ୍ରାଫିକ୍ କନଷ୍ଟେବଲଙ୍କୁ ଡ୍ୟୁଟି ଦିଆ ଯାଉଛି । କାରଣ ଜଣେ ପୋଷ୍ଟରେ ଠିଆ ହୋଇ ସିଗନାଲ୍ ଦେଉଥିବାବେଳେ ଅନ୍ୟ ଜଣେ ଗାଡ଼ିଗୁଡ଼ିକୁ ସୂଚାରୁ ଢଙ୍ଗରେ ଛାଡ଼ିବା ବ୍ୟବସ୍ଥା କରିବ । କିନ୍ତୁ ଏବେ ବିଭିନ୍ନ ଛକରେ ଦେଖିବାକୁ ମିଳୁଛି, ଜଣେ ଟ୍ରାଫିକ୍ କନେଷ୍ଟବଲ୍ ପୋଷ୍ଟରେ ଥିବାବେଳେ ଅନ୍ୟ ଜଣେ ବାଇକ୍ ଉପରେ ବସି ମୋବାଇଲ୍ ଖେଳରେ ବ୍ୟସ୍ତ ରହୁଛନ୍ତି । ଏମାନଙ୍କ ଉପରେ ଟ୍ରାଫିକ୍ ଇନ୍ସପେକ୍ଟର ଓ ଏସିପିମାନଙ୍କ କର୍ତ୍ତୃତ୍ୱ ରହୁନାହିଁ ।
ସେହିପରି ରାଜଧାନୀର ସଚଳ ଥିବା ଏକାଧିକ ଅଟୋମେଟିକ୍ ଟ୍ରାଫିକ୍ ସିଗନାଲ୍ ପଏଣ୍ଟକୁ ଜାଣିଶୁଣି ଡ୍ୟୁଟି କରୁଥିବା ଟ୍ରାଫିକ୍ କନଷ୍ଟେବଲ୍ମାନେ ବନ୍ଦ କରି ଦେଇଛନ୍ତି । ଗୋଟିଏ ପଟରେ ଥିବା ଗାଡ଼ି ମୋଟର ସଂପୂର୍ଣ୍ଣ ଭାବେ କ୍ଲିଅର ହେବା ପରେ ଅନ୍ୟ ପଟ ଗାଡ଼ିକୁ ଛଡ଼ା ଯାଉଛି । ଯାହା ଫଳରେ ଗାଡ଼ିସବୁ ଲମ୍ବା ଧାଡ଼ି ହୋଇ ଛିଡ଼ା ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି ।
ବିଭିନ୍ନ ସପିଂ ମଲ୍, ଜୁଏଲାରି ଦୋକାନ ଓ ବିଶେଷକରି ଜନପଥରେ କେତେକ ନିର୍ଦିଷ୍ଟ ଦୋକାନ ଆଗରେ ୩ ଥାକରେ ବେଆଇନ୍ ପାର୍କିଂ ହେଉଛି । କିନ୍ତୁ ସେମାନଙ୍କର ଟ୍ରାଫିକ୍ ବଡ଼ ବାବୁମାନଙ୍କ ସହିତ ଉତ୍ତମ ସମ୍ପର୍କ ଥିବା କାରଣରୁ ସେଠାରେ ଟ୍ରାଫିକ୍ ପୁଲିସ ଚଢ଼ଉ କରୁନାହିଁ । ରାଜଧାନୀର କଳ୍ପନା ଛକ, ଶିଶୁଭବନ, ମାଉସୀମା, ଖଣ୍ଡଗିରି, ବମିଖାଲ, ଜାଗମରା ଛକରେ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି । ବିଭିନ୍ନ ଛକରେ ଲାଗିଥିବା ଟ୍ରାଫିକ୍ ବୁଥ ଓ ପୋଷ୍ଟଗୁଡ଼ିକ ନଷ୍ଟ ହୋଇ ଗଲାଣି। ସେପେଟେ ୬ ଚକିଆ ଗାଡ଼ି ଅବାଧରେ ସହର ଭିତରକୁ ପ୍ରବେଶ କରୁଛନ୍ତି ।
କର୍ମଚାରୀ ଅଭାବର ବାହାନା ଦେଖାଉଥିବା ଟ୍ରାଫିକ୍ ପୁଲିସର ଉଚ୍ଚ ଅଧିକାରୀମାନେ ଥାନା ଛାଡ଼ି କେଉଁ ଆଡ଼େ ଯାଉ ନାହାନ୍ତି । ଯେଉଁ କାରଣରୁ ରାଜଧାନୀରେ ପ୍ରତିଦିନ ୨୦ରୁ ୨୫ଟି ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଧନ ଜୀବନ ନଷ୍ଟ ହେଉଛି । କିନ୍ତୁ କମିସନରେଟ୍ ପୁଲିସର ଟ୍ରାଫିକ୍ ବାବୁମାନେ ନିଦାବିଷ୍ଣୁ ସାଜି ବସି ରହିଛନ୍ତି । ଆଗକୁ ପାର୍ବଣ ସମୟ ଆସୁଥିବାରୁ ଏବେଠାରୁ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି ନ କଲେ ପୂଜା ସମୟରେ ଅବସ୍ଥା ଅସମ୍ଭାଳ ହେବ ବୋଲି କୁହାଯାଉଛି । | <urn:uuid:8c5e7067-cc16-4c20-a4c5-733eabf2473b> | CC-MAIN-2018-30 | http://kanaknews.com/traffic-snarls-a-major-problem-in-bhubaneswar/ | 2018-07-23T04:13:53Z | s3://commoncrawl/crawl-data/CC-MAIN-2018-30/segments/1531676594886.67/warc/CC-MAIN-20180723032237-20180723052237-00253.warc.gz | ory | 0.999997 | Orya | 7 | {"ory_Orya_score": 0.9999967813491821} |
ହାଟଡ଼ିହି, ୧୬ । ୮ : ଆସୁସ୍ମାନ ଭାରତ ଯୋଜନାରେ କେନ୍ଦୁଝର ଜିଲ୍ଲାର ଦୁଇଟି ଡାକ୍ତରଖାନାକୁ ସାମିଲ କରାଯାଇଥିବାବେଳେ ହାଟଡିହି ବ୍ଳକର ସୋସୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ସାମିଲ ହୋଇଛି । ଗତ ଅଗଷ୍ଟ ୧୫ତାରିଖ ଦିନ ଏହାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ମାୟାଧର ଜେନା, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଶୁଂ ଶେଖର ବଳ, ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକତ୍ସାଧିକାରୀ ପ୍ରଭାସ ଚନ୍ଦ୍ର ସାହୁ, ସୋସୋ ଡାକ୍ତର କୁଲଦୀପ ସେଠୀ, ବ୍ଲକଅଧ୍ୟକ୍ଷାଙ୍କ ପ୍ରତିନିଧି ବିମ୍ବାଧର ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା,ସରପଞ୍ଚ କାଞ୍ଚନ ନାଇକ, ବିପିଓ ଶୁଭେନ୍ଦୁ…"ଆୟୁସ୍ମାନ ଭାରତ ଯୋଜନାରେ ସୋସୋ ଡାକ୍ତରଖାନା ଉଦ୍ଘାଟିତ"
ହାଟଡ଼ିହି, ୧୬ । ୮ : ହାଟଡିହି ପଞ୍ଚାୟତ ପକ୍ଷରୁ ଆନନ୍ଦପୁର ଭଦ୍ରକ ରାସ୍ତାର ବ୍ଲକ ଛକ ଓ ହାଇସ୍କୁଲ ଛକ ନିକଟରେ ଦ୍ରୁତ ଜାନବାହାନକୁ ରୋକିବାପାଇଁ ସ୍ପିଡିବ୍ରେକର ଲଗାଯାଇଛି । ଏହି ରାସ୍ତାଦେଇ ଶହଶହ ଗାଡି ଦ୍ରୁତଗତିରେ ଯାଉଥିବାରୁ ଦୁର୍ଘଟଣାମାନ ବୃଦ୍ଧି ପାଉଛି । ବ୍ଲକ ଛକ ଓ ହାଇସ୍କୁଲ ଛକରେ ଛାତ୍ରଛାତ୍ରୀ ମାନେ ଯାତାୟତ କରୁଥିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି । ଏହି ସ୍ଥାନ ମାନଙ୍କରେ ସ୍ପିଡି ବ୍ରେକର ଲଗାଇବାପାଇଁ ଦାବି ହୋଇ ଆସୁଥିଲା । ଫଳରେ ହାଟଡିହି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ କଳ୍ପତରୁ ସେଠୀଙ୍କ ସହଯୋଗରେ ଦୁଇଟି ପ୍ରମୁଖ ସ୍ଥାନରେ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ…"ହାଟଡିହି ପଞ୍ଚାୟତ ପକ୍ଷରୁ ସ୍ପିଡି ବ୍ରେକର ସ୍ଥାପନ"
ହାଟଡ଼ିହି, ୧୫/୮/ : ହାଟଡିହି ବିକାଶ ମଞ୍ଚ ପକ୍ଷରୁ ତହସିଲ ନିକଟସ୍ଥ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମଞ୍ଚର ଉପଦେ୍ଦଷ୍ଟା ତଥା ବରିଷ୍ଠ ଶିକ୍ଷାବିତ ସୁରେନ୍ଦ୍ର ନାଥ ବାରିକ ଜାତୀୟ ପତାକା ଉତ୍ତୋଳନ କରି ସଦସ୍ୟମାନଙ୍କୁ ଆଜିର ଯୁବ ସମାଜ ସମାଜସେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ହାଟଡିହି ବିକାଶ ମଞ୍ଚର ସଭାପତି ନିତ୍ୟାନନ୍ଦ ପହି, ସମ୍ପାଦକ ସନାତନ ଜେନା, ନୃଷିହଂ ଚରଣ ସେଠୀ, କାମପାଳ ନାୟକ, ଜତିନ୍ଦ୍ର ମଲ୍ଲିକ, ପବିତ୍ର ମୋହନ ମଲ୍ଲିକ, ଶାନ୍ତନୁ କୁମାର ନାୟକ, ଇନ୍ଦ୍ରମଣି ଜେନା, ଶ୍ରୀଧର ଜେନା, କଳ୍ପତରୁ ସେଠୀ, ବଳରାମ ଜେନା, ପ୍ରଦୀପ ନାୟକ, ଜଗନ୍ନାଥ ନାୟକ, କାଳନ୍ଦୀ…"ହାଟଡିହିରେ ବିକାଶ ମଞ୍ଚ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ"
ହାଟଡ଼ିହି, ୧୫/୮/ : ହାଟଡିହି ବ୍ଲକରେ ନବନିଯୁକ୍ତ ୯୦ଜଣ କନିଷ୍ଠ ଶିକ୍ଷକଙ୍କୁ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହାଟଡିହି କଲେଜ ପରିସରରେ ସଂଘ ସଭାପତି ଦେବାଶିଷ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଗୁଣନିଧି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ସଂଘ ର ଜିଲ୍ଲାସଭାପତି ସୂର୍ଯ୍ୟପ୍ରକାଶ ସେଠୀ, ସମ୍ମାନୀତ ଅତଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ତପୋଧନ ସ୍ୱାଇଁ, ସୁରେଶ କୁମାର ଜେନା ଏବଂ ରାଜ୍ୟ ସଂଘର ମହାସଚିବ ବିବେକାନନ୍ଦ ବେହେରା ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ସୁନ୍ଦର ହାଟଡିହି…"ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା"
ହାଟଡ଼ିହି, ୧୫/୮/ : ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ସଂଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଗୁଣନିଧି ଦାସ, ଏବିଇଓ ତଥା ବିଆରସିସି ତପୋଧନ ସ୍ୱାଇଁ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ଲେଖାଏଁ ପୋଷାକ ବଣ୍ଟନ କରିଥିଲେ । ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ରାଧାକୃଷ୍ଣ ପତି, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ପର୍ଶୁରାମ ନାୟକ, ରମେଶ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ…"ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ପୋଷାକ ବଣ୍ଟନ"
ହାଟଡ଼ିହି, ୧୫/୮/ : ହାଟଡିହି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୨ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ଠାରେ ଆନନ୍ଦପୁର ବିଧାୟକ ମାୟାଧର ଜେନା ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରି ସ୍ୱାଧିନତା ଦିବସ ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ବିଡିଓ ଆନନ୍ଦ ଚନ୍ଦ୍ର ସେଠୀ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ବ୍ଲକର ବିକାଶୋନ୍ମୁକ୍ଷୀ କାର୍ଯ୍ୟକୁ ଆଗେଇ ନେବାରେ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ମତ ଦେଇଥିଲେ । ଏଥିରେ ସମିତିସଭ୍ୟ ନାରାୟଣ ବେହେରା, ମନୋଜ…"ହାଟଡିହି- ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ"
ହାଟଡ଼ିହି, ୧୫/୮/ : ଜନସମୃଦ୍ଧ ପାର୍ଟି ହାଟଡିହି ବ୍ଲକ ପକ୍ଷରୁ ଛେନାପଦିଛକ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଛେନାପଦି ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସଦସ୍ୟ ଦନାର୍ଦ୍ଦନ ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ଶାସଙ୍ଗ ଜାଗୃତୀ ସ୍କୁଲର ଛାତ୍ରଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଏଥିରେ ସଭାପତି ପଦ୍ମନାଭ ଜେନା, ଯୁବ ସମାଜସେବୀ ନନ୍ଦୁ ଚରଣ ଜେନା, ବରିଷ୍ଠ ସଦସ୍ୟ ବୈଲୋଚନ ନାୟକ, ଜିତେନ୍ଦ୍ର ରାଉତ, ଆନନ୍ଦ ଚନ୍ଦ୍ର ଖଟୁଆ, ବାବୁଲି ପରିଡା,ପଦ୍ମିନୀ ଦାସ, ପ୍ରିତୀଲତା ନାୟକ, ସଞ୍ଜୁଲତା ଦାସ, ଶାନ୍ତିଲତା ଜେନା, ଗାୟତ୍ରୀ…"ହାଟଡିହିରେ ଜନସମୃଦ୍ଧ ପାଟି ପକ୍ଷରୁ ସ୍ୱାଧୀନତା ଦିବସ"
ହାଟଡ଼ିହି,୧୪ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଶାଳଣିଆଁ ଗ୍ରାମର ଚନ୍ଦ୍ରମୌଳି ମହାନ୍ତି ତାଙ୍କର ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଦିଲ୍ଲୀରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଶାଳଣିଆଁ ହାଇସ୍କୁଲର ଶିକ୍ଷକ କୋଦଣ୍ଡଧର ମହାନ୍ତିଙ୍କ ପୁଅ ଚନ୍ଦ୍ରମୌଳି ଦିଲ୍ଲୀରେ ସ୍ୱଚ୍ଛଭାରତ ଅଭିଯାନ, ଜଳଛ୍୍ର ଓ ରକ୍ତଦାନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟକରି ଉଚ୍ଚ ପ୍ରଶସିଂତ ହୋଇଛନ୍ତି । ଗତ ୧୨ତାରିଖ ଦିନ ଜଗତଜନନୀ ସେବା ସଂସ୍ଥାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ କୋର୍ଟର ମୁକ୍ୟ ବିଚାରପତି ଜଗମୋହନ ସିଂହ, ଇନ୍ଦିରାଗାନ୍ଧୀ ମହାବିଦ୍ୟାଳୟର ମୁଖ୍ୟ ସୁଚାରକ ବି.ଏନ. ମିଶ୍ରା, ଗ୍ରୀନ ପିକ୍କର ମୁଖ୍ୟ…"ଦିଲ୍ଲୀରେ ଓଡିଆ ଯୁବକ ଚନ୍ଦ୍ରମୌଳି ମହାନ୍ତି ସମ୍ମାନୀତ"
ହାଟଡ଼ିହି,୧୪ । ୮ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଅଣା-ସମଣା ରାସ୍ତାରେ ଆଜି ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ପରୀବା ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ସେଠାରୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବରରୁ ଜଣାଯାଇଛି ଯେ ବଡରମ୍ପାସ ଗ୍ରାମର ଅଭି ବାରିକ ନାମକ ଜଣେ ପରିବା ବ୍ୟବସାୟୀ ଦିୟମିତ ଛେନାପଦିଛକ ମାର୍କେଟରୁ ପରିବା ନେଇ ଗାଁ ଗାଁ ବୁଲି ବିକ୍ରୀ କରିଥାନ୍ତି । ଆଜି ସେ ଛେନାପଦି ମାର୍କେଟରୁ ପରିବାନେଇ ସାଇକେଲରେ ବଡରମ୍ପାସ ଯାଉଥିବାବେଳେ ବଡରମ୍ପାସ ଗାଁ ନିକଟରେ ସମ୍ମୁଖରୁ ଆସୁଥିବା ଓଡି୨୨ଜି ୨୦୯୧ ନମ୍ବର ବିଶିଷ୍ଟ ଟ୍ରାକ୍ଟରଟି ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା…"ଟ୍ରାକ୍ଟର ଧକ୍କାରେ ଜଣେ ଗୁରୁତର"
ହାଟଡ଼ିହି,୧୪ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଯଡିହି ବ୍ଳକ ବଡରମ୍ପାସ ପଞ୍ଚାୟତର ପିଅନ ନାରାୟଣ ବଳ (ନାଣ୍ଡୁ)ଙ୍କ ଗଳିତଶବ ଉଦ୍ଧାର କରାଯାଇଛି । ସେ ୪ଦିନ ହେଲା ନିଖୋଜ ଥିବାନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିଲା । ଆଜି ସକାଳୁ ଗାଁ ପାଖ ଏକ ନିକାଞ୍ଚନ ପୋଖରୀରେ ତାର ମୃତଦେହ ଭାଷୁଥିବାର ଦେଖିବାକୁ ମିଳିଥିଲା । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରିବା ସହିତ ପୋଷ୍ଟମଟମ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛନ୍ତି । ତାଙ୍କୁ କେହି ହତ୍ୟାକରି ଏଠାରେ ପିଙ୍ଗିଦେଇଥିବା ସନେ୍ଦହ କରାଯାଉଥିବା ତାଙ୍କ ପୁଅ ଅଜୟ ଅଭିଯୋଗ କରିଛନ୍ତି ।"ବଡରମ୍ପାସ ପଞ୍ଚାୟତ ପିଅନଙ୍କ ଗଳିତଶବ ଉଦ୍ଧାର, ହତ୍ୟା ସନେ୍ଦହ" | <urn:uuid:4bc09923-cda2-4bb9-9e4d-8c1bb9088cc0> | CC-MAIN-2018-34 | http://odiapua.com/author/kishoreacharya/ | 2018-08-16T15:32:12Z | s3://commoncrawl/crawl-data/CC-MAIN-2018-34/segments/1534221211126.22/warc/CC-MAIN-20180816152341-20180816172341-00585.warc.gz | ory | 0.999979 | Orya | 1 | {"ory_Orya_score": 0.9999793767929077} |
ଆଜିଠୁ ଲାଗିଲା ଅଙ୍କୁଶ: ଏକକାଳୀନ ୫ରୁ ଊର୍ଧ୍ୱ ଚାଟ୍ବକ୍ସରେ ପଠାଇ ହେବନି ହ୍ଵାଟ୍ସଆପ୍ ବାର୍ତ୍ତା; ବାର୍ତ୍ତା ଆପଣଙ୍କର ନା ଅନ୍ୟ କାହାର ପଡ଼ିଯିବ ଧରା
ନୂଆଦିଲ୍ଳୀ: ହ୍ଵାଟ୍ସଆପ୍ ଜରିଆରେ ବିଭିନ୍ନ ଗୁଜବ ଖବର ପ୍ରଚାର ହେବା ପରେ କମ୍ପାନି ପକ୍ଷରୁ ଏ ନେଇ ଏକ ସମାଧାନ ବାଟ ବାହାର କରାଯାଇଛି। ଏହି ନୂଆ ପରିକଳ୍ପନା ଜରିଆରେ ହ୍ଵାଟ୍ସଆପ୍ ଗ୍ରାହକମାନଙ୍କର ବିଶ୍ୱସନୀୟତାକୁ ବଜାୟ ରଖିବାର ପ୍ରୟାସ କରିଛି କମ୍ପାନି। ଏଣିକି ବ୍ୟବହାରକାରୀ ଏକକାଳୀନ ହ୍ଵାଟ୍ସ୍ଆପ୍ରେ ୫ରୁ ଊର୍ଧ୍ୱ ଅନ୍ୟ ବ୍ୟବହାରକାରୀ କିମ୍ବା ଗ୍ରୁପ୍କୁ ଗୋଟାଏ ଆଇଟମ୍(ଫଟୋ, ଭିଡିଓ, ଟେକ୍ସଟ୍) ପଠାଇପାରିବେ ନାହିଁ। ଏହି ଅଙ୍କୁଶ ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି।
ବୁଧବାର କମ୍ପାନି ପକ୍ଷରୁ ଜାଣିବାକୁ ମିଳିଛି ଯେ, ଏକକାଳୀନ ଅନେକ ଜଣଙ୍କୁ ବାର୍ତ୍ତା ପଠାଇବାର ସୁବିଧା ରହିଲେ ଗୁଜବ ଖବର ଖୁବ୍ ଶୀଘ୍ର ବ୍ୟାପୀ ପାରୁଛି। ଏହଛଡ଼ା କମ୍ପାନି ଖୁବ୍ ଜଲ୍ଦି ମେସେଜ୍ ପ୍ରେରଣ କରିବାର ଶୈଳୀ ବି ପରିବର୍ତ୍ତନ କରିବ ବୋଲି ସୂଚନା ପ୍ରଦାନ କରିଛି। ଏହି ନୂଆ ଶୈଳୀ ଦ୍ୱାରା ଜଣାପଡ଼ିଯିବ ଯେ ବାର୍ତ୍ତାଟି ଜଣେ ନିଜେ ଲେଖିକରି ପ୍ରେରଣ କରିଛି ନା ଅନ୍ୟ କାହାର ପଠାଯାଇଥିବା ବାର୍ତ୍ତାକୁ ଫରଓ୍ଵାର୍ଡ କରିଛି। | <urn:uuid:92e1da3f-e9b4-4a57-8a93-531febf056fa> | CC-MAIN-2018-34 | http://odishanewstoday.com/%E0%AC%86%E0%AC%9C%E0%AC%BF%E0%AC%A0%E0%AD%81-%E0%AC%B2%E0%AC%BE%E0%AC%97%E0%AC%BF%E0%AC%B2%E0%AC%BE-%E0%AC%85%E0%AC%99%E0%AD%8D%E0%AC%95%E0%AD%81%E0%AC%B6-%E0%AC%8F%E0%AC%95%E0%AC%95%E0%AC%BE/ | 2018-08-16T16:17:30Z | s3://commoncrawl/crawl-data/CC-MAIN-2018-34/segments/1534221211126.22/warc/CC-MAIN-20180816152341-20180816172341-00585.warc.gz | ory | 0.999979 | Orya | 14 | {"ory_Orya_score": 0.9999788999557495} |
ରାଜା ପୁରନ୍ଦର ପୁଲିନ୍ଦ ରାଜ୍ୟରେ ରାଜୁତି କରୁଥା'ନ୍ତି । ତାଙ୍କ ଦରବାରରେ ଚାରିଜଣ କପଟି ପଣ୍ଡିତ ଥା'ନ୍ତି । କିଛି ନା କିଛି ବାହାନା ଦେଖାଇ ସେମାନେ ରାଜାଙ୍କଠାରୁ ଟଙ୍କା ସୁନା ନେଇ ଆରାମ୍ରେ ଜୀବନ ବିତାଉଥା'ନ୍ତି ।
ଥରେ ସେମାନେ ଭାବିଲେ ରାଜାଙ୍କଠାରୁ ବହୁତ ସୁନା ଦାନ ସ୍ୱରୂପ ନେବେ । ସୁତରାଂ ସେମାନେ ଗୋଟିଏ ଉପାୟ ଠିକ୍ କଲେ । ଦିନେ ଦରବାରରେ ରାଜା ବସିଥା'ନ୍ତି, ଚାରି ପଣ୍ଡିତ ଯାଇ କହିଲେ, "ମହାରାଜ, ଗତକାଲି ଆମେମାନେ ଆପଣଙ୍କ ଜାତକ ବିଚାର କରି ଦେଖିଲୁ ଯେ, ଆଉ ଅଳ୍ପଦିନ ମଧ୍ୟରେ ଆପଣଙ୍କ ଦୁଇ ହାତ ପୁରାପୁରି ଅଚଳ ହୋଇଯିବ । ଆଖି ମଧ୍ୟ ନଷ୍ଟ ହେବାର ବିପଦ ରହିଛି । ପୁଣି କ୍ରମେ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଅଚଳ ହୋଇଯିବ ।"
ରାଜା ଏକଥା ଶୁଣି ଖୁବ୍ ବ୍ୟସ୍ତ ହୋଇ କହିଲେ, "ଏତେବଡ ବିପଦ? ତେବେ କିପରି ଗ୍ରହଶାନ୍ତି କରାଯିବ? ଏହାର କିଛି ପ୍ରତିକାର ଅଛି?"
ପଣ୍ଡିତମାନେ କହିଲେ "ହଁ, ହଁ, ନିଶ୍ଚୟ ଅଛି । ଆମେ ଶାସ୍ତ୍ର ସବୁ ପଢି ଦେଖିଲୁ ଯେ ଏକମାତ୍ର ଉପାୟ ହେଉଛି, ଆପଣ ଏକ ସୁନାର କୁରାଢୀ ନେଇ ଗଛ କାଟିବେ । ତା'ପରେ ସେଇଟି କୌଣସି ପଣ୍ଡିତଙ୍କୁ ଦାନ ଦେଇଦେବେ ।"
ରାଜା ସେମାନଙ୍କ କଥା ଅନୁସାରେ ବଣିଆକୁ ଡକାଇ ସୁନାର କୁରାଢୀ ତିଆରି କରିବା ପାଇଁ ଆଦେଶ ଦେଲେ ।
ଗୁରୁବାର ଦିନ ଶୁଭ ମୁହୂର୍ତ୍ତ ଦେଖି ପଣ୍ଡିତଗଣ, ମନ୍ତ୍ରୀ, ଓ ଅନ୍ୟାନ୍ୟ ଲୋକମାନଙ୍କ ସହ ରାଜା ସୁନାର କୁରାଢୀ ଧରି ବଗିଚାକୁ ଗଲେ । ସାଙ୍ଗରେ ବାଦ୍ୟକାରୀମାନେ ମଧ୍ୟ ଚାଲିଥା'ନ୍ତି । ମହା ଆଡମ୍ବରରେ ଯାଇ ଉଦ୍ୟାନସ୍ଥ ସରୋବର କୂଳରେ ଏକ ବଡ ଆମ୍ବଗଛ ପାଖରେ ରାଜା ପହଁଚିଲେ ଓ ଏକ ଶୁଖିଲା ଡାଳ କାଟିବାକୁ ଆରମ୍ଭ କଲେ । ଦୁଇ ଚାରିଚୋଟ ମାରିବା ପରେ ଅଭ୍ୟାସ ନଥିବା ହେତୁ ରାଜାଙ୍କ ହାତ ଥରିଲା ଓ କୁରାଢୀଟି ସରୋବର ମଧ୍ୟରେ ଗଳି ପଡିଲା ।
ଏପରି ଅବସ୍ଥା ଦେଖି ଦୁଇ ତିନିଜଣ ସନ୍ତରଣକାରୀ ଯୁବକ ପାଣିକୁ ଯାଇ କୁରାଢୀ ଖୋଜିବାକୁ ଉଦ୍ୟତ ହେଉଛନ୍ତି, ଏହି ସମୟରେ ଏକ କଳା ବର୍ଣ୍ଣର ବିଶାଳକାୟ ମନୁଷ୍ୟ ପାଣିରୁ ଉଠି ହାତରେ ଏକ ଲୁହା କୁରାଢୀ ଧରି ତାହା ସ୍ଥଳ ଉପରକୁ ଫିଙ୍ଗି ଦେଲା ।
ତାକୁ ଦେଖି ଭୟରେ ସମସ୍ତେ ଥରିଲେ । କେହି ଜଣେ ସାହସ କରି ପଚାରିଲା, "ତୁମେ କିଏ?"
ସେ କହିଲା, "ମୁଁ ରଙ୍ଗ" ଏହା କହି ସେ ପୁଣି ପାଣିରେ ବୁଡିଗଲା ।
ତା'ପରେ ରାଜା ଉଆସକୁ ଲେଉଟି ଆସିଲେ । ତାଙ୍କ ମନରେ ଶାନ୍ତି ନଥାଏ । ଦୁଇଟି ଆତଙ୍କ ତାଙ୍କୁ ଘେରି ରହିଥାଏ । ଗୋଟିଏ ତାଙ୍କର ଗ୍ରହଦୋଷରୁ ଅବୟବ ଅଚଳ ହେବାର ଭୟ । ଆଉ ଗୋଟିଏ ଏହି ନୂଆ ଭୟଙ୍କର ଜୀବ, ଯିଏ କି ମୁହୂର୍ତ୍ତକରେ ସୁନାକୁ ଲୁହା କରି ଦେଲା । ରାଜା ବ୍ୟସ୍ତ ହୋଇ ପଣ୍ଡିତ ଚାରିଜଣ, ମନ୍ତ୍ରୀ ଓ ପାରିଷଦ ବର୍ଗଙ୍କୁ ଡକାଇ ମନ୍ତ୍ରଣା ଗୃହରେ ଏକ ସଭା କଲେ । ରାଜା କହିଲେ, "ସୁନାକୁ ଲୁହା କରିଦେଉଥିବା କିଏ ଏ ରାକ୍ଷସ? ତମେ ସମସ୍ତେ ମିଳି ତା' ବିଷୟରେ ମୋତେ କୁହ ତାକୁ ଏଠାରୁ କିପରି ତଡିବା? ନହେଲେ ଆମ ରାଜପ୍ରାସାଦରେ ଥିବା ସମସ୍ତ ସୁନାକୁ ସେ ଲୁହା କରିଦେବ, ଏପରି ହେଲେ ତ ଆମର ସର୍ବନାଶ ହେବ ।" | <urn:uuid:f08eb6f6-d1e7-432c-aa6c-c0501af1775c> | CC-MAIN-2018-34 | http://odiagapa.com/%E0%AC%B0%E0%AC%99%E0%AD%8D%E0%AC%97%E0%AC%A1/ | 2018-08-19T10:14:08Z | s3://commoncrawl/crawl-data/CC-MAIN-2018-34/segments/1534221215075.58/warc/CC-MAIN-20180819090604-20180819110604-00105.warc.gz | ory | 0.999972 | Orya | 6 | {"ory_Orya_score": 0.999971866607666} |
କରାଚି: ପାକିସ୍ତାନରେ ହୋଇଥିବା ନ୍ୟାସନାଲ ଆସେମ୍ବଲିରେ ପାକିସ୍ତାନ ପିପୁଲ୍ସ ପାଟି (ପିପିପି)ର ମହେଶ କୁମାର ମଲାନି ବିଜୟ ହାସଲ କରିଛନ୍ତି। ଦକ୍ଷିଣ ସିନ୍ଧ ପ୍ରାନ୍ତର ଥରପରକରରୁ ଜେନରାଲ ସିଟରୁ ସଂସଦୀୟ ନିର୍ବାଚନ ଜିତିଥିବା ପ୍ରଥମ ଓ ଏକମାତ୍ର ହିନ୍ଦୁ ହେଉଛନ୍ତି ମହେଶ ମଲାନି। ମଲାନି ପାକିସ୍ତାନ ପିପଲ ପାର୍ଟି ତରଫରୁ ଏନ୍ଏ-୨୨୨ ସିଟ୍ରେ ଛିଡା ହୋଇଥିଲେ।ତେବେ ୧୬ବର୍ଷ ପରେ ପାକିସ୍ତାନରେ ଅଣ-ମୁସଲମାନଙ୍କୁ ସାଧାରଣ ନିର୍ବାଚନରେ ଭୋଟ ଦେବା ଓ ନିର୍ବାଚନ ଲଢ଼ିବାର ଅଧିକ ମିଳିଛି।
ପାକିସ୍ତାନର ହିନ୍ଦୁ ରାଜସ୍ଥାନୀ ପୁଷ୍କରନା ବ୍ରାହ୍ମଣ ନେତା ମଲାନି ଏହି ନିର୍ବାଚନରେ ପାଖାପାଖି ୧୪ଜଣଙ୍କୁ ହରାଇ ନ୍ୟାସନାଲ ଆସେମ୍ବଲିରେ ବିଜୟୀ ହୋଇଛନ୍ତି। ୫୫ବର୍ଷୀୟ ମହେଶ କୁମାର ମଲାନି ନ୍ୟାସନାଲ ଆସେମ୍ବଲ(ଏନ୍ଏ)୨୨୨ ନିର୍ବାଚନ କ୍ଷେତ୍ରରୁ ଗ୍ରେଡ ଡେମୋକ୍ରେଟିକ ଏଲିୟାନ୍ସର ନିଜର ନିକଟତମ ପ୍ରତିଦ୍ୱଦ୍ୱୀ ଅରବ ଜକାଉଲ୍ଲାଙ୍କୁ ୧୯ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ମଲାନି ୨୦୦୩-୦୮ରେ ଆରକ୍ଷିତ ସିଟ୍ର ସଂସଦୀୟ ସଦସ୍ୟ ଥିଲେ।
ପାକିସ୍ତାନ ମିଡିଆ ରିପୋର୍ଟ ଅନୁସାରେ, ମଲାନିଙ୍କୁ ୩୭,୨୪୫ ଭୋଟ ମିଳିଥିବା ବେଳେ ଜକାଉଲ୍ଲାଙ୍କୁ ୧୮୩୨୩ ଭୋଟ ମିଳିଥିଲା। ମଲାନି ୨୦୧୩ରେ ହୋଇଥିବା ସାଧାରଣ ନିର୍ବାଚନରେ ସିନ୍ଧରେ ପ୍ରାନ୍ତୀୟ ଆସେମ୍ବଲି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। | <urn:uuid:504abbfc-bf23-4e7e-8cbd-f8a9a54fa0e2> | CC-MAIN-2018-34 | http://sambad.in/india-and-beyond/mahesh-malani-first-and-only-hindu-to-win-an-election-in-pakistan-read-more-at-https-www-oneindia-com-international-mahesh-malani-first-and-only-hindu-to-win-an-election-in-pakistan-2744328-html-185259/ | 2018-08-16T06:19:55Z | s3://commoncrawl/crawl-data/CC-MAIN-2018-34/segments/1534221210463.30/warc/CC-MAIN-20180816054453-20180816074453-00157.warc.gz | ory | 0.99991 | Orya | 5 | {"ory_Orya_score": 0.9999099969863892} |
କୋରାପୁଟ ;ତା୧୮-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କଟକରୁ ଜୟପୁର ଆସୁଥିବା ଏକ ଘରୋଇ ବସ ବୁଧବାର ଭୋର ସମୟରେ ରାମଭତ୍ରପୁରମ୍ ନିକଟରେ ଏକ ଟ୍ରକ ପଛରେ ବାଡେଇବା ହେବା ଯୋଗୁଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକ ଜଣକ କୋରାପୁଟ ଜିଲା ସୁନାବେଡା୧ ସ୍ଥିତ ଜଗନ୍ନାଥ ମନ୍ଦିର ପୂଜକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମିଶ୍ର(୨୫)ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ମୃତ ପୂର୍ଣଚନ୍ଦ୍ର ନଡିଆ ରାଣୀ ନାମକ ଏକ ଘରୋଇ ବସରେ ଭୁବନେଶ୍ୱରରୁ ସୁନାବେଡା ଫେରୁଥିଲେ। ରାମଭଦ୍ରପୁର୍ମ-ସାଲୁର ମଝିରେ ସେ କୌଣସି କାରଣରୁ ସିଟରୁ ଉଠି ଆସି ଗେଟ୍ ନିକଟରେ ଛିଡା ହୋଇଥିଲେ। ବସଟି ଦୃତ ଗତିରେ ଯାଉଥିବାବେଳେ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ପିଟି ଦେଇଥିବାବେଳେ ନଡିଆ ରାଣୀ ବସ ପଛରେ ଆସୁଥିବା ରାଜଧାନୀ ନାମକ ଅନ୍ୟ ଏକ ଘରୋଇ ବସ ନଡିଆ ରାଣୀକୁ ଧକ୍କା ଦେଇଥିଲା। ଫଳରେ ପୂର୍ଣ ଚନ୍ଦ୍ର ବସର ଗେଟରେ ଚାପି ହୋଇ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ଏଥିରେ ଅନ୍ୟ ୭ଜଣ ଆହତ ହୋଇ ବଡଙ୍ଗା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। | <urn:uuid:e190c438-7bc3-4074-a23f-34a95837db79> | CC-MAIN-2018-34 | http://odiapua.com/%E0%AC%9F%E0%AD%8D%E0%AC%B0%E0%AC%95%E0%AD%8D%E0%AC%95%E0%AD%81-%E0%AC%AC%E0%AC%BE%E0%AC%A1%E0%AD%87%E0%AC%87%E0%AC%B2%E0%AC%BE-%E0%AC%AC%E0%AC%B8%E0%AD%8D%E0%AC%9C%E0%AC%A3%E0%AD%87-%E0%AC%AE/ | 2018-08-19T18:54:44Z | s3://commoncrawl/crawl-data/CC-MAIN-2018-34/segments/1534221215284.54/warc/CC-MAIN-20180819184710-20180819204710-00477.warc.gz | ory | 0.999935 | Orya | 4 | {"ory_Orya_score": 0.9999351501464844} |
ଲୋଇସିଂହା: ବଲାଂଗୀର ଜିଲ୍ଲା ଲୋଇସିଂହା ଫରେଷ୍ଟ ରେଞ୍ଜ ନେଗପାଲି ଜଙ୍ଗଲରୁ ଶାକୁଆନ କାଠ ଚୋରି ହେଉଥିବା ଖବର ପାଇ ଜଙ୍ଗଲ ଓ ପୁଲିସ ବିଭାଗ ତଥା ଗ୍ରାମବାସୀମାନେ ଚଢ଼ଉ କରିଥିଲେ। କାଠ କଟାଳିମାନେ ଫେରାର ହୋଇଯାଇଥିବା ବେଳେ କାଠ ବୋଝେଇ ହୋଇଥିବା ଗାଡିର ଡ୍ରାଇଭର ଓ ତାର ସହଯୋଗୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। କର୍ମଚାରୀ ସୁନୀଲ ମିଶ୍ରଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। କାଠ କଟାଳି ଫେରାର ହୋଇ ଯାଇଥିଲେ। ଗାଡ଼ି ଚାଳକ ଗାଡ଼ି ନେଇ ପଳାଉ ଥିବାବେଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ସେମାନଙ୍କୁ ପୁଲିସ ଗିରଫ କରିଥିଲା। (ଓଡି୦୨ସି-୨୯୮୫) ଗାଡ଼ିଟିକୁ ଜବତ କରାଯାଇଥିଲା। କାଠ ମାଫିଆମାନେ ସମ୍ବଲପୁରର ବୋଲି ଗାଡ଼ିର ଡ୍ରାଇଭର ପ୍ରକାଶ କରିଛି। | <urn:uuid:6b956ba6-e656-4fc7-a432-b66c5d51d521> | CC-MAIN-2018-34 | http://sambad.in/district/timber-loaded-truck-seizedtwo-arrested-2379/ | 2018-08-14T23:30:38Z | s3://commoncrawl/crawl-data/CC-MAIN-2018-34/segments/1534221209650.4/warc/CC-MAIN-20180814225028-20180815005028-00708.warc.gz | ory | 0.999933 | Orya | 5 | {"ory_Orya_score": 0.9999330043792725} |
ଭୁବନେଶ୍ୱର : ପୃଥ୍ୱୀରାଜ କୁଅଁରଙ୍କୁ ନେଇ ଏବେ କେନ୍ଦୁଝର ବିଜେପିରେ ବିବାଦ ସୃଷ୍ଟିହୋଇଛି । ପୃଥ୍ୱୀରାଜଙ୍କ ନେତୃତ୍ୱକୁ ପୁରୁଣା ବିଜେପି କର୍ମୀମାନେ ଗ୍ରହଣ କରିବା ମୁଡ଼ରେ ନାହାନ୍ତି । ଯାହାର ପ୍ରତିଫଳନ ବିଜେପିର ପ୍ରାକ ନିର୍ବାଚନୀ ବୈଠକରେ ଦେଖିବାକୁ ମିଳିଛି । ପୃଥ୍ୱୀରାଜ କୁଅଁରଙ୍କ ଗୋଷ୍ଠୀ ସହ ବିଜେପି ନେତା ଭଗବାନ ସାହୁଙ୍କ ଗୋଷ୍ଠୀ ଭିତରେ ବାକବିତଣ୍ଡା ହେବା ସହ ହାତାହାତି ପର୍ଯ୍ୟନ୍ତ କଥାଯାଇଛି । ଯାହା ଏବେ କେନ୍ଦୁଝର ରାଜନୀତିକୁ ସରଗରମ କରିଦେଇଛି । ସୂଚନାଯୋଗ୍ୟଯେ, ନୟାଗଡ଼ରେ ଲାଲା ମନୋଜ ରାୟଙ୍କ ସହ ପୁରୁଣା ବିଜେପି ନେତାଙ୍କ ମଧ୍ୟରେ ହୋଟେଲରେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିପାଇଁ ଯୁବମୋର୍ଚ୍ଚାର ନେତାମାନଙ୍କୁ ଦଳ ନିଲମ୍ବିତ କରିଥିଲା ।
ମିଳିଥିବା ସୂଚନାନୁଯାୟୀ ଘଟଗାଁର ଏକ ହୋଟେଲରେ ବିଜେପିର ପ୍ରାକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଭାରୀ ବିରଜା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ବହୁ ପୁରୁଖା ନେତା ଯୋଗ ଦେଇଥିଲେ । ଆଲୋଚନା ଠିକଠାକ ଚାଲିଥିଲା । ତେବେ କଂଗ୍ରେସରୁ ଯାଇ ବିଜେପିରେ ମିଶିଥିବା ପୃଥ୍ୱୀରାଜ କୁଅଁରଙ୍କ ଭାଷଣ ବେଳେ ବିବାଦ ଆରମ୍ଭ ହୋଇଥିଲା । ଭାଷଣ ବେଳେ ପୃଥ୍ୱୀରାଜ କହିଲେଯେ, ତାଙ୍କ ପାଇଁ ଘସିପୁରାରେ ବିଜେପି ସ୍ଥିତିରେ ଉନ୍ନତି ଘଟିଛି । ତେବେ କିଛି ପୁରୁଣା ନେତା ବିଜେଡ଼ି ଓ କଂଗ୍ରେସ ଠାରୁ ଟଙ୍କା ନେଇ ଦଳର କ୍ଷତି କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ତେବେ ପୃଥ୍ୱୀରାଜଙ୍କ ଏହି କଥାକୁ ସହଜରେ ଗ୍ରହଣ କରିପାରିନଥିଲେ ପୂର୍ବତନ ବିଜେପି ପ୍ରାର୍ଥୀ ଭଗବାନ ସାହୁ । ସେ ପୃଥ୍ୱୀରାଜଙ୍କୁ କଥାକୁହା ନେତା ବୋଲି କହି ଅଟ୍ଟହାସ୍ୟ କରିଥିଲେ । ଭଗବାନ ସାହୁଙ୍କ କଟାକ୍ଷକୁ ହଜମ କରିନପାରି ପୃଥ୍ୱୀରାଜ ଓ ତାଙ୍କ ସମର୍ଥକମାନେ ବୈଠକରେ ହୋହାଲ୍ଲା କରିଥିଲେ । ଏମିତିକି ଭଗବାନଙ୍କ ସହ ହାତାହାତି ହୋଇଥିଲା । ମାଡ଼ ଖାଇ ଭଗବାନ ବୈଠକ ଅଧାରୁ ଉଠି ଯାଇଥିଲେ । ଫଳରେ ସଭାକାର୍ଯ୍ୟ ବନ୍ଦ କରାଯାଇଥିଲା । ଏମିତିକି ପୃଥ୍ୱୀରାଜଙ୍କ ବିରୋଧରେ ଭଗବାନ ସାହୁଙ୍କ ଗୋଷ୍ଠୀ ଦଳୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ରାଜ୍ୟ ସଭାପତିଙ୍କୁ ଅବଗତ କରିଥିବା ଜାଣିବାକୁ ମିଳିଛି । | <urn:uuid:dad12b6c-1ee9-4539-8dc8-68e81a5cd0d2> | CC-MAIN-2018-34 | http://odiaspotnews.in/news-details/20774 | 2018-08-16T08:05:31Z | s3://commoncrawl/crawl-data/CC-MAIN-2018-34/segments/1534221210559.6/warc/CC-MAIN-20180816074040-20180816094040-00446.warc.gz | ory | 0.999994 | Orya | 4 | {"ory_Orya_score": 0.9999938011169434} |
ଭାରତୀୟ ବାୟୁସେନା ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗସ୍ତ
ହାଇଦ୍ରାବାଦ: ଭାରତୀୟ ବାୟୁସେନା ବିମାନର ଏକ ପ୍ରଶିକ୍ଷଣ ବିମାନ ହାଇଦ୍ରାବାଦ ନିକଟରେ ଗୁରୁବାର ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣା କିଭଳି ଓ କାହିକିଁ କି ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କହାରି କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ଘଟିବା ସମୟରେ ପାଇଲଟ ସମେତ ତିନିଜଣ ବିମାନରେ ଥିଲେ।
ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ବିମାନର ଏକ ପ୍ରଶିକ୍ଷଣ ବିମାନ ହାକିମପେଟ ଏୟାରଫୋର୍ସ ଷ୍ଟେସନ୍ରୁ ଉଡାଣ ଆରମ୍ଭ କରିଥିଲା। ତେବେ ଆଜି ସକାଳ ୧୧.୫୦ମିନିଟରେ ତେଲଙ୍ଗାନାର କେସାରାରେ ଏହି ବିମାନଟି ଦୁର୍ଘଟଣାଗସ୍ତ ହୋଇଥିଲା। ପାଇଲଟ ଦୁର୍ଘଟଣା ସମୟରେ ବିମାନରୁ ପରାଚୁଟ ଜରିଆରେ ବାହାରକୁ ବାହାରିଥିଲେ। | <urn:uuid:ba59da2e-453f-439f-919d-672d34d1b63b> | CC-MAIN-2018-34 | http://sambad.in/india-and-beyond/trainee-aircraft-of-iaf-crashed-2998/ | 2018-08-16T08:07:06Z | s3://commoncrawl/crawl-data/CC-MAIN-2018-34/segments/1534221210559.6/warc/CC-MAIN-20180816074040-20180816094040-00446.warc.gz | ory | 0.999992 | Orya | 7 | {"ory_Orya_score": 0.9999924898147583} |
ଅଜବ ପରମ୍ପରା: ଏଠି ବର୍ଷର ୫ ଦିନ ମହିଳାମାନେ ଉଲଗ୍ନ ରୁହନ୍ତି, ହେଲେ କାହିଁକି?
ସିମ୍ଲା: ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲାଣି। ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ୱପ୍ନ ଦେଖିଲାଣି। ହେଲେ ଏବେ ବି କିଛି ଅନ୍ଧ ବିଶ୍ୱାସ ଓ ପୁରୁଣା ପରମ୍ପରାରେ ବୁଡ଼ି ରହିଛି ମଣିଷ। ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅଜବ ବିଶ୍ୱାସରେ ଛନ୍ଦି ହୋଇପଡ଼ି ଥିବା ମଣିଷ ସେଥିରୁ ମୁକୁଳି ପାରୁନି। ଏକବିଂଶ ଶତାବ୍ଦୀରେ ମଧ୍ୟ ସେମିତି କିଛି ଅଦ୍ଭୁତ ଓ କୁତ୍ସିତ ପରମ୍ପରା ଏବେ ବି ବଞ୍ଚିରହିଛି। ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ। ଏହି ଯେମିତି ହିମାଚଳ ପ୍ରଦେଶର ଗୋଟିଏ ଅଞ୍ଚଳରେ ମହିଳାମାନେ ୫ ଦିନ ଉଲଗ୍ନ ରହିବା। ଏଭଳି ପରମ୍ପରା ବର୍ଷକୁ ଥରେ ପାଳନ କରାଯାଇଥାଏ। ଏହି ସମୟରେ ସେମାନେ ପୁରୁଷଙ୍କ ସମ୍ମୁଖକୁ ଆସନ୍ତି ନାହିଁ। ହିମାଚଳପ୍ରଦେଶର ମଣିକର୍ଣ୍ଣ ଘାଟି ପାଦଦେଶର ଗାଁ ପିଣିର ମହିଳମାନେ ଏହି ମହିଳାମାନେ ନିଷ୍ଠାର ସହ ଏହି ପରମ୍ପରାକୁ ପାଳନ କରିଥାନ୍ତି।
ଅଗଷ୍ଟ ୧୭ରୁ ୨୧ ତାରିଖ ଭିତରେ ପିଣି ଗାଁର ମହିଳାମାନେ ଏହି ପରମ୍ପରା ପାଳନ କରିଥାନ୍ତି। ପରିବାରର ମଙ୍ଗଳ ପାଇଁ ସମ୍ପୂର୍ଣ୍ଣ ଉଲ୍ଲଗ୍ନ ରହିଥାଆନ୍ତି। ଏହି ସମୟରେ ସେମାନେ ପୁରୁଷଙ୍କ ଆଗକୁ ଆସନ୍ତି ନାହିଁ। ଏପରିକି ସ୍ୱାମୀ ସ୍ତ୍ରୀ ଆଗକୁ ଆସନ୍ତି ନାହିଁ। ଯେଉଁ ମହିଳା ଏହି ପରମ୍ପରା ଠିକ୍ ଭାବେ ପାଳନ କରେନାହିଁ ତାଙ୍କ ପରିବାର ଉପରେ ବିପଦ ମାଡ଼ି ଆସେ ବୋଲି ବିଶ୍ୱାସ ରହିଛି । ଏହା ଏକ କୁତ୍ସିତ ପରମ୍ପରା ହୋଥିଲେ ମଧ୍ୟ ମହିଳାମାନେ ଏହାକୁ ଭୟରେ ମାନିଥାନ୍ତି। ଏହି ସମୟରେ ବିଶେଷ ପୂଜାର ମଧ୍ୟ ଆୟୋଜନ କରାଯାଇଥାଏ। କୌଣସି ବ୍ୟକ୍ତି କାହାର ମନ୍ଦ ଚିନ୍ତା କରନ୍ତି ନାହିଁ। ଏପରିକି ହସନ୍ତି ନାହିଁ। ମଦ ଓ ଆମିସଠାରୁ ଦୂରେଇ ରୁହନ୍ତି। ଏପରି ପରମ୍ପରାକୁ ନିଷ୍ଠାର ସହ ପାଳନ କରାଯିବା ପଛରେ ରହିଛି ଏକ ପୌରାଣିକ ତତ୍ତ୍ୱ ରହିଛି।
ବହୁବର୍ଷ ତଳେ ଏକ ରାକ୍ଷସର ଛାଇ ଉକ୍ତ ଗାଁ ଉପରେ ପଡ଼ିଥିଲା। ସୁନ୍ଦର ଲୁଗା ପିନ୍ଧୁଥିବା ବ୍ୟକ୍ତିଙ୍କୁ ରାକ୍ଷସ ଉଠାଇ ନେଉଥିଲା। ଗାଁ ଲୋକଙ୍କ ଗୁହାରି ଶୁଣି ଲାହୁଆ ଘୋଡ଼ ନାମକ ଜଣେ ଦେବତା ଆସି ରାକ୍ଷସକୁ ବଦ୍ଧ କରିଥିଲେ। ସେହିଦିନଠାରୁ ଏହି ଦେବତାଙ୍କୁ ପୂଜା କରାଯାଉଛି। ଏପରିକି ଏହି ପରମ୍ପରାକୁ ଅତି ଉତ୍ସାହର ସହ ପାଳନ କରାଯାଉଛି। ଏହି ସମୟରେ ଗାଁକୁ ମାଦକ ଦ୍ରବ୍ୟ ମନା। | <urn:uuid:f6ea2d72-1160-4950-9b52-a9895da743bd> | CC-MAIN-2018-34 | https://odishareporter.in/top-story/superstition-where-woamn-stay-nude-5-days-241608 | 2018-08-20T20:58:05Z | s3://commoncrawl/crawl-data/CC-MAIN-2018-34/segments/1534221217006.78/warc/CC-MAIN-20180820195652-20180820215652-00126.warc.gz | ory | 0.999968 | Orya | 4 | {"ory_Orya_score": 0.9999679327011108} |
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଷ୍ଟାଇଲିଶ୍ ଦେଖା ଯିବା ପାଇଁ ଆଜିକାଲି ଯୁବକଯୁବତୀମାନେ ଶରୀରରେ ଟାଟୁ କରୁଛନ୍ତି। ଏହା ଏକ ଫ୍ୟାଶନ୍ ହୋଇଯାଇଛି। ଆପଣମାନେ ଦେଖିଥିବେ ଅନେକ ଯୁବକ,ଯୁବତୀ ସେମାନଙ୍କ ହାତରେ, ବେକରେ ଓଁ ଲେଖି ଟାଟୁ କରିଥାଆନ୍ତି। କେହି କେହି ଟାଟୁରେ ଗଣେଶ ଚିତ୍ର କରନ୍ତି ତ ଆଉ କେହି କୌଣସି ମନ୍ତ୍ରକୁ ଟାଟୁ ମାଧ୍ୟମରେ ଶରୀରରେ ଲେଖି ଦିଅନ୍ତି। ଯଦି ଆପଣ ବି ଏପରି କିଛି ଟାଟୁ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ଲେଖାଟିକୁ ଥରେ ପଢ଼ି ନିଅନ୍ତୁ।
ବହୁତ୍ କମ୍ ଲୋକ ଏହା ଜାଣିଥିବେ ଯେ, ଶରୀରରେ କରାଯାଇଥିବା 'ଓଁ' ଓ 'ଗଣେଶ' ଆଦି ଟାଟୁ କେବଳ ସୌନ୍ଦର୍ଯ୍ୟ ବଢ଼ାଏ ନାହିଁ, ଏହା ଜୀବନ ଉପରେ ବି ସିଧାସଳଖ ପ୍ରଭାବ ପକାଇଥାଏ। ତା'ହେଲେ ଆସନ୍ତୁ ଜାଣିବା ଏହା ଦ୍ୱାରା ପଡ଼ୁଥିବା ପ୍ରଭାବ ଭଲ ନା ଖରାପ।
(୧) ଯଦି ଆପଣଙ୍କ ଶରୀରରେ 'ଓଁ' ବା 'ସ୍ୱସ୍ତିକ'ର ଟାଟୁ ରହିଛି, ତେବେ ଏହା ଆପଣଙ୍କ ଜୀବନ ଉପରେ ସେତେବେଳେ ଭଲ ପ୍ରଭାବ ପକାଇବ ଯେତେବେଳେ ଏହାର ଆକୃତିକୁ ଠିକ୍ ଭାବେ ତିଆରି କରାଯାଇଥିବ। 'ଓଁ' ଓ 'ସ୍ୱସ୍ତିକ' ଟାଟୁ ଠିକ୍ ଭାବେ ହୋଇଥିଲେ ତାହା ମନକୁ ପ୍ରସନ୍ନ ରଖିଥାଏ। ଏହା ମନୋବଳ ବଢ଼ାଏ ଓ ସଫଳତା ପାଇବା ଦିଗରେ ସାହାଯ୍ୟ କରିଥାଏ।
(୨) ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯଦି ଧାର୍ମିକ ଟାଟୁ କରିବା ସମୟରେ ଏହାର ଆକୃତି ଖରାପ ହୋଇଯାଏ ଅବା ଏହାକୁ ଭୁଲ୍ ଢଙ୍ଗରେ କରାଯାଇଥାଏ, ତା'ହେଲେ ସେହି ବ୍ୟକ୍ତିଙ୍କର ଲାଭ ହେବା ପରିବର୍ତ୍ତେ କ୍ଷତି ହୋଇଥାଏ। ସର୍ବପ୍ରଥମେ ଏହା ବ୍ୟକ୍ତିର ମନ ଉପରେ ଖରାପ ପ୍ରଭାବ ପକାଇଥାଏ। ବିଭିନ୍ନ ପ୍ରକାର ନକାରାତ୍ମକ ଚିନ୍ତା ମନକୁ କବଳିତ କରେ। ଏହା ବ୍ୟକ୍ତିର ବ୍ୟବହାରକୁ ମଧ୍ୟ ବଦଳାଇ ଦିଏ। | <urn:uuid:5fef12aa-53d1-4e5b-9581-ca9c630ed55f> | CC-MAIN-2018-34 | http://odishareporter.in/life-style/keep-this-thing-in-mind-before-making-tattoos-256367 | 2018-08-16T21:48:53Z | s3://commoncrawl/crawl-data/CC-MAIN-2018-34/segments/1534221211185.57/warc/CC-MAIN-20180816211126-20180816231126-00446.warc.gz | ory | 0.999974 | Orya | 2 | {"ory_Orya_score": 0.9999743700027466} |
କନକ ବ୍ୟୁରୋ: କଟକ ବଡ ମେଡିକାଲର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମେଡିକାଲ ପରିସରରେ ଶିଶୁ ବିକ୍ରି ଉଦ୍ୟମ ପଣ୍ଡ ହୋଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଚାଇଲ୍ଡ ଲାଇନ ଦ୍ୱାରା ଏହି ଘଟଣା ସାମ୍ନାକୁ ଆସିବା ପରେ ମେଡିକାଲ କର୍ତୃପକ୍ଷ ସଫେଇ ଦେଇଛନ୍ତି । ଏଥିରେ କୁହାଯାଇଛି ଘଟଣାର ତଦନ୍ତ ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।
ଗତ ୨୯ ତାରିଖରେ ଏସସିବିରେ ୩ ଜଣ ଶିଶୁଙ୍କୁ ଜନ୍ମଦେଇଥିଲେ ଭଦ୍ରକ ଅଂଚଳର ଜଣେ ମହିଳା । କିନ୍ତୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଚାଇଲ୍ଡ ଲାଇନର ଅଧିକାରୀ ପଂହଚିବା ପରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ଦାରିଦ୍ର୍ୟ କାରଣରୁ ଏଭଳି କରୁଥିବା ସ୍ୱୀକାର କରିଥିଲେ । ପୂର୍ବରୁ ବଡ ମେଡିକାଲରେ ଦଲାଲ ଗିରଫ ହେବା ଓ ପିଲା ଚୋରି ଭଳି ଘଟଣା ଘଟିଥିଲେ ସୁଦ୍ଧା କିଭଳି ସ୍ତ୍ରୀ ଓ ପ୍ରସୂତି ବିଭାଗ ସାମ୍ନାରେ ପିଲା ବିକ୍ରି ଉଦ୍ୟମ ହେଉଥିଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । | <urn:uuid:a6dec955-a982-4cbf-b55b-d116d8ddd801> | CC-MAIN-2018-34 | http://kanaknews.com/new-born-baby-sell-in-scb-medical/ | 2018-08-17T19:21:03Z | s3://commoncrawl/crawl-data/CC-MAIN-2018-34/segments/1534221212768.50/warc/CC-MAIN-20180817182657-20180817202657-00526.warc.gz | ory | 1.000006 | Orya | 6 | {"ory_Orya_score": 1.0000057220458984} |
କନକ ବ୍ୟୁରୋ : ବନ୍ଦ ହେଲା ବ୍ୟାଙ୍କକକୁ ବିମାନ ସେବା । ଭୁବନେଶ୍ୱରରୁ ବ୍ୟାଙ୍କକ ଯାଉଥିବା ଏୟାର ଇଣ୍ଡିଆର ବିମାନ ସେବାକୁ ହଠାତ୍ ବନ୍ଦ କରି ଦିଆଯାଇଛି । ପ୍ରାୟ ୭ ମାସ କାଳ ସପ୍ତାହକୁ ତିନି ଦିନ ବ୍ୟାଙ୍କକକୁ ବିମାନ ଉଡ଼ାଣ କରିବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପରିଚାଳନାଗତ ସମସ୍ୟା ଦେଖାଇ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ ସେବା ବନ୍ଦ କରିଦେଇଛନ୍ତି।
ଭୁବନେଶ୍ୱରରୁ ବ୍ୟାଙ୍କକକୁ ରବିବାର ଶେଷ ଥର ପାଇଁ ବିମାନ ଉଡ଼ାଣ ହୋଇଥିବାବେଳେ ଆଜି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଜୁଲାଇ ୧୬ରୁ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ପରିଚାଳନାଗତ ସମସ୍ୟା ଯୋଗୁଁ ଏହି ରୁଟରେ ବିମାନ ଉଡ଼ାଣ କରିବନି। ସେହିପରି ଭୁବନେଶ୍ୱରରୁ ବେଙ୍ଗାଲୁରକୁ ଉଡ଼ାଣ କରୁଥିବା ଏହି ବିମାନର ଉଡ଼ାଣ ବି ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ବାତିଲ୍ କରାଯାଇଛି। ଏହି ସମୟରେ କୌଣସି ବୁକିଂ ନରଖିବାକୁ ସମସ୍ତ ଟୁର୍ ଅପରେଟର ଏବଂ ଟ୍ରାଭେଲ୍ ଏଜେନ୍ସିଗୁଡ଼ିକୁ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।
ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ବିମାନ ଉଡ଼ାଣ ବନ୍ଦ ରହିଲା ବୋଲି ଜଣାଇଛନ୍ତି। କିନ୍ତୁ କେବେ ପୁଣି ବିମାନ ଉଡ଼ାଣ ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ ଭାବେ ଜଣାଇ ନାହାନ୍ତି।ଏନେଇ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଏୟାର ଇଣ୍ଡିଆକୁ କେବେ ବି ଭରସାଯୋଗ୍ୟ ସଂସ୍ଥା ଭାବେ ଆମେ ନେଇପାରିନୁ। ସେମାନେ ହଠାତ୍ ବିମାନ ଉଡ଼ାଣ ବନ୍ଦ କରୁଛନ୍ତି। ବାରମ୍ବାର ଏପରି ହେଲାଣି। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାରଙ୍କଠାରୁ କୌଣସି ସବସିଡି ନେଉନଥିବାରୁ ଆମେ କିଛି ବି କହିପାରିବୁନି। ତେଣୁ ଏବେ ବ୍ୟାଙ୍କକକୁ କିପରି ଅଧିକ ବିମାନ ସେବା ଆରମ୍ଭ ହେବ ସେଥିପାଇଁ ଅନ୍ୟ ବିମାନ ଉଡ଼ାଣ ସଂସ୍ଥା ସହ ଆଲୋଚନା କରିବୁ। ଏୟାର ଏସିଆ ଏହି ରୁଟରେ ବିମାନ ଉଡ଼ାଣ କରିବାକୁ ଆଗ୍ରହ ଦେଖାଇଥିଲା। ତେଣୁ ପ୍ରଥମେ ଏୟାର ଏସିଆ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଡିସେମ୍ବର ୧୦, ୨୦୧୭ରେ ଏୟାର ଇଣ୍ଡିଆ ଭୁବନେଶ୍ୱରକୁ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଉଡ଼ାଣର ଉଦଘାଟନ କରିଥିଲେ। ଅଧିକାଂଶ ସମୟରେ ବିମାନର ସମସ୍ତ ସିଟ୍ ବିକ୍ରି ହେଉଥିଲା। ହେଲେ ହଠାତ୍ କାହିଁକି ବିମାନ ଉଡ଼ାଣ ବନ୍ଦ କରାଗଲା ସେନେଇ କେହି ଠିକ୍ ଉତ୍ତର ଦେଇପାରୁନାହାନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଏବେ ହଜ୍ ଯାତ୍ରା ପାଇଁ ବିଭିନ୍ନ ରୁଟରେ ବିମାନ ବାତିଲ୍ କରୁଥିବାବେଳେ ସେଥିପାଇଁ ଭୁବନେଶ୍ୱର-ବ୍ୟାଙ୍କକ୍ ରୁଟ୍ରେ ବିମାନ ଉଡ଼ାଣ ବାତିଲ୍ କରିଛି। | <urn:uuid:970a6cb6-6f3a-46a0-b3b6-4dac20ebaec5> | CC-MAIN-2018-34 | http://kanaknews.com/bhubaneswar-to-bangkok-root-flight-closed-by-air-india-from-july-16-11/ | 2018-08-22T07:30:58Z | s3://commoncrawl/crawl-data/CC-MAIN-2018-34/segments/1534221219692.98/warc/CC-MAIN-20180822065454-20180822085454-00206.warc.gz | ory | 0.999943 | Orya | 8 | {"ory_Orya_score": 0.9999428987503052} |
କନକ ବ୍ୟୁରୋ : କେନ୍ଦ୍ରରେ ଶାସନ କରୁଥିବା ମୋଦୀ ସରକାରଙ୍କୁ ବିରୋଧୀମାନେ ଗୋଟିଏ ପରେ ଗୋଟିଏ ସମସ୍ୟା ଉପରେ ପକାଉଛନ୍ତି । ପ୍ରଥମେ ସେମାନଙ୍କ ଅଭିଯୋଗ ଅନୁସାରେ ଏହି ସରକାର ମହିଳାମାନଙ୍କୁ ସଠିକ ଭାବରେ ସୁରକ୍ଷା ଦେଇପାରିନାହାନ୍ତି । ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ କୈାଣସି ପ୍ରକାର ଉନ୍ନତି ମୂଳକ କାମ ମଧ୍ୟ ହୋଇ ପାରୁନାହିଁ । ତେବେ ଏହାରି ମଧ୍ୟରେ କେରଳରେ କ୍ୟାଥୋଲିକ୍ ବିସପ୍ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଚର୍ଚ୍ଚରେ କନଫେସନ (ସ୍ୱୀକାରୋକ୍ତି) ପ୍ରଥାକୁ ବନ୍ଦ କରିବା ପାଇଁ ଜାତୀୟ ମହିଳା କମିସନ ଅଧ୍ୟକ୍ଷାଙ୍କ ପ୍ରସ୍ତାବକୁ ଜୋରଦାର ବିରୋଧ କରାଯାଇଛି। ଏଭଳି ପ୍ରସ୍ତାବ ସଂପୂର୍ଣ୍ଣ ଅଯୌକ୍ତିକ ବୋଲି ଦର୍ଶାଇ ସଂଖ୍ୟାଲଘୁଙ୍କ ବିରୋଧରେ ଏହା କୌଣସି 'ଗୁପ୍ତ ଏଜେଣ୍ଡା' କି ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ ଜାତୀୟ ମହିଳା କମିସନ ଅଧ୍ୟକ୍ଷା ନିକଟରେ କହିଥିଲେ ଯେ ଚର୍ଚ୍ଚରେ କନଫେସନ ପ୍ରଥାକୁ ସଂପୂର୍ଣ୍ଣ ବନ୍ଦ କରାଯିବା ଆବଶ୍ୟକ।
ଏଥିରେ ମହିଳାଙ୍କୁ ବ୍ଲାକ୍ମେଲ କରାଯାଉଛି ଏବଂ ସେମାନଙ୍କ ଦୁର୍ବଳତାରୁ ଫାଇଦା ଉଠାଇ ଶୋଷଣ ଚାଲିଛି। କମିସନ ଅଧ୍ୟକ୍ଷ ରେଖା ଶର୍ମା କହିଥିଲେ ଯେ ଚର୍ଚ୍ଚରେ ପାଦ୍ରୀମାନେ କନଫେସନ ଆଳରେ ମହିଳାଙ୍କ ଉପରେ ଚାପ ସୃଷ୍ଟି କରି ସେମାନଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ବ୍ଲାକମେଲ କରୁଥିବା ରିପୋର୍ଟ ସାମ୍ନାକୁ ଆସିଛି। ଚର୍ଚ୍ଚରେ ପାଦ୍ରୀଙ୍କ ସମ୍ମୁଖରେ ନିଜ ଦୋଷତ୍ରୁଟି ସ୍ୱୀକାର କରିବା ପରମ୍ପରାକୁ କନଫେସନ କୁହାଯାଉଛି। କେରଳରେ କେତେକ ବଳାତ୍କାର ମାମଲାରେ ଏଭଳି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହେବାପରେ ଏହାକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଇଥିଲା। ଏହାପରେ କନଫେସନ ଉଚ୍ଛେଦ ପାଇଁ ମହିଳା କମିସନ ପ୍ରସ୍ତାବ ଦେଇଥିଲେ। ତେବେ ଚର୍ଚ୍ଚରେ କନଫେସନ ଆଳରେ କୌଣସି ଅପରାଧିକ କାର୍ଯ୍ୟକୁ କଦାପି ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ବିଭିନ୍ନ ସଂଗଠନ ମତ ରଖିଛନ୍ତି। ତେବେ ଏହା ପ୍ରଥମ ନୁହେଁ ଅନେକ ସମୟରେ ଧାର୍ମିକ ଭାବନାକୁ ନେଇ ସମସ୍ୟା ଦେଖାଯାଇଛି । ତେବେ ସରକାରଙ୍କୁ ଏପରି ସମସ୍ୟା ଘେରିଛି । କାରଣ ପ୍ରତ୍ୟେକ ସମୟରେ ଅନେର ରାଜ୍ୟରେ ଧାର୍ମିକ ସମସ୍ୟା ଦେଖାଯାଉଛି ।
ଏଥରେ କେନ୍ଦ୍ରସରକାର ଓ ସର୍ବୋଚ୍ଚ ନ୍ୟାୟାଳୟରେ ଅନେକ ମାମଲା ମଧ୍ୟ ହୋଇଛି । ଯେହେତୁ ଏହା ଧାର୍ମିକ କଥା ତେଣୁ ହଠାତ କୈାଣସି ପ୍ରକାର ନିଷ୍ପତ୍ତି ହୋଇପାରୁନାହିଁ । ପୂର୍ବରୁ କେରଳରେ ସାବରମାଳା ମନ୍ଦିରରେ ମହଳାମାନଙ୍କ ପ୍ରବେଶ ଉପରେ ଯେଉଁ କଟକଣା ଲାଗିଥିଲା ତାହାକୁ ଉଚ୍ଚେଦ କରିବା ପାଇଁ କୋର୍ଟରେ ମାମଲା ରୁଜୁ ହୋଇଥିଲା କିନ୍ତୁ କୋର୍ଟ ମନ୍ଦିର ପ୍ରଶାସନକୁ କହିଥିଲେ ଯଦି ଏପରି କିଛି ନିୟମ ରହିଛି ତେବେ ତାହାକୁ କୋର୍ଟରେ ଦାଖଲ କରନ୍ତୁ ନଚେତ ସମ୍ବିଧାନ ଅନୁସାରେ ରାୟ ପ୍ରକାଶ ହେବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ତେବେ ପୁଣିଥରେ ଚର୍ଚ୍ଚରେ ଦେଖାଯାଇଥିବା ସମସ୍ୟାକୁ କିପରି ଭାବରେ ସମଧାନ କରାଯିବ ତାହା ଉପରେ ରହିଛି ନଜର । | <urn:uuid:644fbe62-caf4-470d-9e0e-e3e12436a4a3> | CC-MAIN-2018-34 | http://kanaknews.com/kerala-confressing-contervercy/ | 2018-08-22T07:30:50Z | s3://commoncrawl/crawl-data/CC-MAIN-2018-34/segments/1534221219692.98/warc/CC-MAIN-20180822065454-20180822085454-00206.warc.gz | ory | 1.000001 | Orya | 4 | {"ory_Orya_score": 1.000001311302185} |
ହରିବଂଶ ନାରାୟଣ ସିଂହ । ନର୍ବନିର୍ବାଚିତ ରାଜ୍ୟସଭା ଉପାଧ୍ୟକ୍ଷ । ଏନଡିଏରୁ ପ୍ରାର୍ଥୀ ହୋଇଥିବା ହରିବଂଶ ୟୁପିଏ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ପରାସ୍ତ କରି ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନକୁ ନେଇ ଦୀର୍ଘଦିନ ଧରି କଳ୍ପନା ଜଳ୍ପନା ଲାଗି ରହିଥିଲା । ଆଉ ଶେଷରେ ଆଜି ବାଜି ମାରି ନେଇଛନ୍ତି ହରିବଂଶ । ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ୧୨୫ ଖଣ୍ଡ ଭୋଟ ମିଳିଥିବା ବେଳେ ହରିପ୍ରସାଦ ପାଇଥିଲେ ମାତ୍ର ୧୦୫ ଟି ଭୋଟ । ଆଉ ଏହାସହ ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ଜେଡିୟୁ ଟିକେଟରେ ପ୍ରଥମଥର ଲାଗି ରାଜ୍ୟସଭାକୁ ଆସିଥିବା ହରିବଂଶ ନାରାୟଣ ସିଂଙ୍କର ଦୀର୍ଘ ୪୦ ବର୍ଷର ସାମ୍ବାଦିକତା କ୍ୟାରିୟର । ରାଜନୀତିକୁ ପ୍ରବେଶ ପୂର୍ବରୁ ବିଭିନ୍ନ ଖବରକାଗଜ ଓ ପତ୍ର ପତ୍ରିକାରେ କାମ କରିବାର ରହିଛି ଅଭିଜ୍ଞତା ।
– ମାତ୍ର ୫୦୦ ଟଙ୍କା ଦରମାରେ ଆରମ୍ଭ କରିଥିଲେ କାମ
– ୧୯୭୭ରେ ଟ୍ରେନି ଜର୍ଣ୍ଣାଲିଷ୍ଟ ଭାବେ 'ଟାଇମ୍ସ ଅଫ ଇଣ୍ଡିଆ'ରେ ଯୋଗଦାନ
– ପରେ ସେ ମୁମ୍ବାଇ ଚାଲିଆସିଲେ
– ୧୯୮୧ ପର୍ଯ୍ୟନ୍ତ 'ଧର୍ମ ୟୁଗ' ମାଗାଜିନରେ କାମ
– ପରେ ସେ ବ୍ୟାଙ୍କ ଅଫ ଇଣ୍ଡିଆରେ ଯୋଗଦେଲେ
– ଏହାପରେ 'ଅମୃତ ବଜାର' ପତ୍ରିକାରେ କାମକଲେ
– ରବିବାର ବିଶେଷାଙ୍କରେ ସହକାରୀ ସଂପାଦକ ଥିଲେ
– ୧୯୮୯ରୁ ରାଂଚିରେ 'ପ୍ରଭାତ ଖବର'ରେ କାମ କଲେ
– ୨୫ବର୍ଷ ଧରି ଏହି ଖବରକାଗଜର ସଂପାଦକ ରହିଲେ
୨୦୧୪ରେ ପ୍ରଥମଥର ଲାଗି ନୀତିଶ କୁମାରଙ୍କ ଜେଡିୟୁ ଦ୍ୱାରା ରାଜ୍ୟସଭାକୁ ମନୋନିତ ହେଲେ ହରିବଂଶ । ଆଉ ଏବେ ଏନଡିଏ ସମର୍ଥନରେ ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବସିଛନ୍ତି ଏହି ଅଭିଜ୍ଞ ସାମ୍ବାଦିକ । ଆଉ ସବୁଠୁ ବଡ କଥା ହେଲା, ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିଲେ ମଧ୍ୟ ତାଙ୍କର ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନଥିଲା । ଏହି ବାବଦରେ ହରିବଂଶ ଲେଖିଥିଲେ ଯେ, ରାଜ୍ୟସଭା ଫର୍ମ ପାଇଁ ସେ ସୁରକ୍ଷା ରାଶି ବାବଦକୁ ୧୦ ହଜାର ଟଙ୍କା ଦେଇଥିଲେ । ତେବେ ବିନା ପ୍ରତିଦ୍ୱନ୍ଦିତାରେ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ସୁରକ୍ଷା ରାଶି ବାବଦ ୧୦ ହଜାର ଟଙ୍କା ମଧ୍ୟ ତାଙ୍କୁ ଫେରାଇ ଦିଆଯାଇଥିଲା । ଆଉ ଏଭଳି ଭାବେ ବିନା ଟଙ୍କା ଖର୍ଚ୍ଚ କରି ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଯେତେବେଳେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଗଲା ସେତେବେଳେ ସେ ଜେଡିୟୁର ପ୍ରାଥମିକ ସଦସ୍ୟ ମଧ୍ୟ ନଥିଲେ ।
ପ୍ରଭାତ ଖବରରେ କାମ କରୁଥିଲାବେଳେ ତତକାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ତାଙ୍କୁ ରାଜନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ । ଯେଉଁଥିପାଇଁ ସେ ସାମ୍ବାଦିକତା ଛାଡିଥିଲେ । କିନ୍ତୁ ଚନ୍ଦ୍ରଶେଖର ସରକାରରୁ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିନେବା ପରେ ସେ ପୁଣି ସାମ୍ବାଦିକତା କ୍ଷେତ୍ରକୁ ଫେରିଯାଇଥିଲେ । ଆଉ ତାଙ୍କ ବ୍ୟକ୍ତିତ୍ୱକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଚନ୍ଦ୍ରଶେଖର ସରକାରଙ୍କ ପତନ ନେଇ ହରିବଂଶଙ୍କ ପାଖରେ ସୂଚନା ଥିଲା, ହେଲେ ସେ ଏବାବଦରେ କାହାରିକୁ ଜଣାଇନଥିଲେ । ଅଗଷ୍ଟ କ୍ରାନ୍ତି ସହିତ ଉତର ପ୍ରଦେଶ ବଲିଆର ବଡ ସଂପୃକ୍ତି ରହିଛି ଏବଂ ହରିବଂଶଙ୍କ ଘର ସେହି ବଲିଆରେ ହୋଇଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ଜେପି ଆନ୍ଦୋଳନର ପୁରୋଧା ଜୟପ୍ରକାଶ ନାରାୟଣଙ୍କ ଗାଁ ୟୁପି ବଲିଆ ଜିଲ୍ଲାର ସୀତାବ ଦିୟାରା ଗାଁରେ ଏକ ସାଧାରଣ ଚାଷୀ ପରିବାରରେ ୧୯୫୬ରେ ହରିବଂଶଙ୍କ ଜନ୍ମ । ନିଜକୁ ଜେପିଙ୍କ ସାମାଜିକ ଆନ୍ଦୋଳନରେ ସାମିଲ କରିଥିଲେ । ଯେଉଁଥିପାଇଁ ନାଁରୁ ନାରାୟଣ ସିଂ ସାଙ୍ଗିଆକୁ କାଟି ଦେଇଥିଲେ । ଆଉ ବିଜେପି ନେତାମାନଙ୍କ ଭିତରେ ଏହି ବ୍ୟକ୍ତିତ୍ୱଙ୍କ ପାଇଁ ରହିଛି ଯଥେଷ୍ଟ ସମ୍ମାନ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ତାଙ୍କ ସଂପର୍କ ମଧ୍ୟ ବେଶ ନିବିଡ ବୋଲି କୁହାଯାଉଛି । ଏପରିକି ନୀତିଶ କମାରଙ୍କ ଇମେଜ ବିଲ୍ଡିଂରେ ହରିବଂଶଙ୍କର ବଡ ଭୂମିକା ରହିଛି । ସମ୍ବାଦିକତା ପାଇଁ ସରକାରୀ ଚାକିରି ଛାଡି ଦେଇଥିବା ହରିବଂଶ ବନାରଶ ହିନ୍ଦୁ ବିଶ୍ୱ ବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପିଜି ଓ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିଛନ୍ତି । ସବୁବେଳେ ଗାଁ ସହ ଯୋଡିହୋଇ ରହିବାକୁ ପସନ୍ଦ କରୁଥିବା ଓ ସାଦାସିଧା ଜୀବନ ବ୍ୟତିତ କରୁଥିବା ଏହି ରାଜ୍ୟସଭା ସାଂସଦ ନିଜ ସାଂସଦ ପାଣ୍ଠିର ଅଧିକାଂଶ ଭାଗ ବିଭିନ୍ନ ବୈଜ୍ଞାନିକ ଗବେଷଣା ସଂସ୍ଥାରେ ଖର୍ଚ୍ଚ କରିଛନ୍ତି । ରାଜନୈତିକ ସଂପର୍କ ନଥିବା ବିହାର ରୋହତାସ ଜିଲ୍ଲାର ବହୁଆରା ଗାଁକୁ ସେ ସାସଂଦ ଆଦର୍ଶ ଗ୍ରାମ ଯୋଜନାରେ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି । ତାଙ୍କର ଏପରି ସ୍ୱଭାବ ଅଣଏନଡିଏ ଦଳଗୁଡିକୁ ମଧ୍ୟ ତାଙ୍କ ସପକ୍ଷରେ ଭୋଟ ଦେବା ଲାଗି ପ୍ରଭାବିତ କରିଥିବା କୁହାଯାଉଛି । ସବୁଠାରୁ ବଡ କଥା ହେଉଛି ହରିବଂଶଙ୍କ ନାଁକୁ ସାମ୍ନାକୁ ଆଣି ବିଜେପି ଓ ଜେଡିୟୁ ଭିତରେ ଚାଲିଥିବା ଅସନ୍ତୋଷର ଅନ୍ତ ହୋଇଛି । | <urn:uuid:fd5ac650-f3c7-4120-ae63-f0cce31ca5b9> | CC-MAIN-2018-34 | http://kanaknews.com/some-interesting-fact-about-new-rs-dy-chairperson-harivansh/ | 2018-08-22T07:30:54Z | s3://commoncrawl/crawl-data/CC-MAIN-2018-34/segments/1534221219692.98/warc/CC-MAIN-20180822065454-20180822085454-00206.warc.gz | ory | 0.999998 | Orya | 6 | {"ory_Orya_score": 0.9999983310699463} |
ସ୍ୱରାଙ୍କ 'ବୀରେ ଦି ୱେଡ଼ିଙ୍ଗ' ବିବାଦୀୟ ଦୃଶ୍ୟ ନେଇ ମୁହଁ ଖୋଲିଲେ ତାଙ୍କ ମା'
ମୁମ୍ବାଇ: ନିକଟରେ ମହିଳାଙ୍କ ଉପରେ ଆଧାରିତ ଫିଲ୍ମ 'ବୀରେ ଦି ୱେଡ଼ିଙ୍ଗ'ରେ ସ୍ୱରା ଭାସ୍କରଙ୍କର ଏକ ବୋଲ୍ଡ ସିନ୍ ରହିଛି। ଯାହା ପାଇଁ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ସ୍ୱରାଙ୍କୁ ବହୁ ସଂଖ୍ୟାକ ଲୋକଲଜ୍ଜ୍ୟର ସାମ୍ନା କରିବାକୁ ପଡ଼ୁଛି । ଏଥିରେ ସ୍ୱରାଙ୍କର ଏକ ଆପତ୍ତିଜନକ ଦୃଶ୍ୟ ରହିଛି ଯାହାକୁ ଦେଖି ସୋସିଆଲ ମିଡ଼ିଆରେ ତାଙ୍କୁ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳିଛି । ଯାହାର ବର୍ତ୍ତମାନ ଉତ୍ତର ଦେଇଛନ୍ତି ସ୍ୱରାଙ୍କ ମା' ଇରା ଭାସ୍କର ।
ସ୍ୱରା ଭାସ୍କରଙ୍କ ମା' ଜଣେ ଫିଲ୍କ ଇତିହାସିକାର ହେବା ସହ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପ୍ରଫେସର । ତାଙ୍କ ଝିଅ ସ୍ୱରାଙ୍କ ଉପରେ 'ବୀରେ ଦି ୱେଡ଼ିଙ୍ଗ'ରେ ଦେଇଥିବା ଆପତ୍ତିଜନକ ଦୃଶ୍ୟ ପାଇଁ ବିଭିନ୍ନ ପ୍ରକାରର ଆରୋପ ଲଗାଯାଉଥିବା ବେଳେ ତାଙ୍କ ମା' ନିକଟରେ ଏକ ଇଣ୍ଟରଭ୍ୟୁରେ ଚଳଚ୍ଚିତ୍ରରେ ବୋଲ୍ଡ ସିନ୍ ଉପରେ ନିଜର ମତ ପ୍ରଦାନ କରିଛନ୍ତି।
ଭାରତୀୟ ସିନେମାର ମୂଳ ବିଷୟ ସେସ୍କୁଆଲିଟି ବା ଯୌନତା ନୁହଁ , ଯାହାକୁ ସିଧାସଳଖ ଭାବେ ବ୍ୟକ୍ତ କରାଯାଇପାରିବ । ସିନେମା ଇତିହାସରେ ନଜର ପକାଇଲେ ବର୍ତ୍ତମାନ ବହୁତ ପ୍ରକାରର ପରିବର୍ତ୍ତନ ପରିଲକ୍ଷିତ ହେବ । ବର୍ତ୍ତମାନ ସିନେମା ମହିଳାଙ୍କ କାମବାସନା ଉପରେ ଅଧିକ ଧ୍ୟାନ ହେଉଥିବା ଦେଖିବାକୁ ମିଳୁଛି। ଏପରି ଅନେକ ଜିନିଷ ରହିଛି ଯାହାକୁ ଗୀତ ସାହାଯ୍ୟରେ ବର୍ଣ୍ଣନା କରାଯାଇପାରିବ । ସେ ଯେକୌଣସି ଭାଷା ହେଉନା କାହିଁକି ଗୀତ ଜରିଆରେ କାମବାସନା ଏବଂ ସେସ୍କୁଆଲିଟି ଦେଖାଇବା ହେଉଛି ଏକ ସରଳ ସହ ଉପାୟ ବୋଲି କହିଛନ୍ତି ଇରା ଭାସ୍କର ।
ତେବେ ସ୍ୱରାଙ୍କ ମା' ସିଧାସଳଖ ଭାବେ ତାଙ୍କ ସମର୍ଥର୍ନ କରି ନ ଥିଲେ ମଧ୍ୟ ତାଙ୍କ କଥାବାର୍ତ୍ତାରୁ ଏହା ସୂଚିତ ହେଉଛି ସେ ସ୍ୱରାଙ୍କ ଏପରି ଅଭିନୟକୁ ସଂପୂର୍ଣ୍ଣ ଭାବେ ସମର୍ଥନ କରୁଛନ୍ତି । | <urn:uuid:bca3eaee-36a5-4cd5-ad88-508461bb4a54> | CC-MAIN-2018-34 | http://sambad.in/entertainment/swara-bhasker-mother-ira-bhaskar-open-up-about-such-scenes-in-general-154256/ | 2018-08-22T07:45:50Z | s3://commoncrawl/crawl-data/CC-MAIN-2018-34/segments/1534221219692.98/warc/CC-MAIN-20180822065454-20180822085454-00206.warc.gz | ory | 1.000003 | Orya | 6 | {"ory_Orya_score": 1.0000025033950806} |
୧୦୩ କୋଟି ଟଙ୍କା ପ୍ରାରମ୍ଭିକ ବ୍ୟୟ ଅଟକଳରେ ବଲାଙ୍ଗୀରଠାରେ ଭାରତ ପେଟ୍ରୋଲିୟମ୍ ଦ୍ୱାରା ପ୍ରତିଷ୍ଠିତ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ୍ ଗେହଲଟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ବଟଲିଂ ପ୍ଲାଂଟର କାର୍ଯ୍ୟ ସମାପ୍ତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନାଁ ନନେଇ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ସାଙ୍କେତିକ ଭାବରେ ମାନ୍ୟବରଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ଦିଆଯାଉଥିବା ବେଳେ ବଲାଙ୍ଗୀରର ବଟଲିଂ ପ୍ଲାଂଟର କାମ ଶୁଭ ଦେବା ସହ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ବଟଲିଂ ପ୍ଲାଂଟ ସମ୍ପୂର୍ଣ୍ଣ ହେଲେ ରାଜ୍ୟର ୧୪ଟି ଜିଲ୍ଲାକୁ ଏଲପିଜି ଯୋଗାଣ ଆହୁରି ସହଜ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ପ୍ରକଳ୍ପରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଭର୍ତ୍ତି କରିବାର କ୍ଷମତା ରହିଥିବା ବେଳେ ସ୍ଥାନୀୟ ଯୁବ ଗୋଷ୍ଠୀ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ୨୦୧୪ ମସିହାରେ ରାଜ୍ୟର କୋଟିଏ ଘରୁ ମାତ୍ର ୨୦ ଲକ୍ଷ ଘରେ ଏଲପିଜି ସଂଯୋଗ ଥିବା ବେଳେ ଆଜି ଦିନରେ ତାହା ୬୦ ଲକ୍ଷରୁ ଅଧିକ ହୋଇସାରିଲାଣି । ବଲାଙ୍ଗୀର ଜିଲ୍ଲାର ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ବଲାଙ୍ଗୀର ଜିଲ୍ଲାରେ ୨୦୧୪ ସୁଦ୍ଧା ମୋଟ ୪୦ ହଜାର ଘରେ ଏଲପିଜି ଥିବା ବେଳେ ଏବେ ତାହା ୨.୩୧ ଲକ୍ଷ ଘରେ ପହଂଚିସାରିଲାଣି । ୬୦ ବର୍ଷରେ ୪୦ ହଜାର ଓ ୪ ବର୍ଷରେ ୧.୯୧ ଲକ୍ଷ ଏଲପିଜି ଯୋଗାଣ ମୋଦି ସରକାରଙ୍କ କାର୍ଯ୍ୟଦକ୍ଷତାର ପ୍ରମାଣ । ଶ୍ରୀ ପ୍ରଧାନ କହିଛନ୍ତି ଖାଲି ଗ୍ରାହକ ସଂଖ୍ୟାରେ ନୁହେଁ ବଲାଙ୍ଗୀର ଜିଲ୍ଲାରେ ୩୨ଟି ଏଲପିଜି ବିତରକ ସଂଖ୍ୟାରେ ଆଉ ୧୬ଟି ଯୋଡି ଏହାକୁ ୪୮କୁ ବୃଦ୍ଧି କରାଯାଇପାରିଛି । ସେ କହିଛନ୍ତି ବରଗଡ ଜିଲ୍ଲାରେ କୃଷି ବର୍ଜ୍ୟରୁ ଇନ୍ଧନ କାରଖାନା ଭାରତ ସରକାର ଆରମ୍ଭ କରିବାକୁ ଯାଉଥିବା ବେଳେ ବଲାଙ୍ଗୀରରେ ମଧ୍ୟ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ସେପରି ଏକ ପ୍ରକଳ୍ପ ଜିଲ୍ଲା ଓ ଆଖପାଖ ଜିଲ୍ଲାର ଅର୍ଥନୀତିକୁ ମଜବୁତ୍ କରିବ । ଭାରତ ସରକାରଙ୍କ ହାତରେ ଏଲପିଜି ଯୋଗାଣ ଦାୟିତ୍ୱ ସିଧାସିଧା ଥିବା କାରଣରୁ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି । ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଲାଙ୍ଗୀର ଜିଲ୍ଲା ପାଇଁ ୬୬,୯୮୫ ଘର ପାଇଁ ଭାରତ ସରକାର ଅର୍ଥ ଯୋଗାଇଥିବା ବେଳେ ମାତ୍ର ୨୯.୭୧୮ ଘର ବର୍ତ୍ତମାନ ସୁଦ୍ଧା ପୂରଣ ହୋଇପାରିଛି । ସବୁ ଘରେ ବିଜୁଳି ଲଗାଇବା ପାଇଁ କେନ୍ଦ୍ର ଅର୍ଥ ଦେଇଛି । ମାତ୍ର ବିଜୁଳି ଯୋଗାଣ ମନ୍ଥର ରହିଛି । ସେହିପରି ପାଇଖାନା ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜନ ଆନ୍ଦୋଳନ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲା ରାଷ୍ଟ୍ରୀୟ ହାର ଠାରୁ ବହୁ ପଛରେ ରହିଛି । ଶ୍ରୀ ପ୍ରଧାନ କହିଛନ୍ତି ରେଳପଥ ନେଇ ବଲାଙ୍ଗୀର ଲୋକଙ୍କର ବଡ଼ ଆକାଂକ୍ଷା ରହିଛି । ରାଜ୍ୟ ସରକାର ଭୂମି ଯୋଗାଇନଥିବା କାରଣରୁ କାମ ଆଗେଇ ପାରୁନାହିଁ । ଯେତେ ଶୀଘ୍ର ଜାଗା ମିଳିବ ସେତେ ଶୀଘ୍ର କାମ ଆଗେଇବ । ଶ୍ରୀ ପ୍ରଧାନ କହିଛନ୍ତି ଭୁବନେଶ୍ୱରରେ ରେଳ ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ବଲାଙ୍ଗୀରର ପ୍ରବୃଦ୍ଧ ନାଗରିକଙ୍କ ଉପସ୍ଥିତିରେ ସମୀକ୍ଷା କରିବା ପାଇଁ ପ୍ରସ୍ତାବ ଦେବା ସହ ଏପରି ହେଲେ କାହା ପାଇଁ ରେଳ ନିର୍ମାଣ ମନ୍ଥର ହୋଇଛି ତାହା ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବଲାଙ୍ଗୀରରେ ଏକ ଇନଡୋର ଷ୍ଟାଡିୟମ୍ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗେଲ୍ ରାଜି ହୋଇଥିବା ବେଳେ ରାଜ୍ୟ ସରକାର ଭୂମି ଓ ଅନ୍ୟାନ୍ୟ ସୁବିଧା ନଯୋଗାଇବା କାରଣରୁ ଏହା ଆହୁରି ବିଳମ୍ବିତ ହେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ବିଜେଡି ସାଂସଦ ଆସିବାପାଇଁ ପୂର୍ବରୁ ମନା କରିଥିବା ବେଳେ ଦଳର ବିଧାୟକ ଆୟୁବ୍ ଖାନ୍ ଓ ଟୁକୁନି ସାହୁ ଶେଷ ମୁହୂର୍ତରେ ନଆସିବା ନେଇ ପରୋକ୍ଷରେ ସମାଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । | <urn:uuid:a09cc316-465f-4137-bf1f-5e2ad8c75fb6> | CC-MAIN-2018-34 | https://samanyakathan.com/webpage/detailnews/1454/10 | 2018-08-22T08:09:56Z | s3://commoncrawl/crawl-data/CC-MAIN-2018-34/segments/1534221219692.98/warc/CC-MAIN-20180822065454-20180822085454-00206.warc.gz | ory | 1.000005 | Orya | 11 | {"ory_Orya_score": 1.0000050067901611} |
କାଲାଙ୍କୁ ସ୍ୱର୍ଣ୍ଣ; ଇତିହାସ ରଚିଲେ ଜୋର୍ଗେନ୍
ଶୀତକାଳୀନ ଅଲିମ୍ପିକ୍ସ
ପିଙ୍ଗ୍ଚାଙ୍ଗ୍ (ଦକ୍ଷିଣ କୋରିଆ): ଚଳିତ ଶୀତକାଳୀନ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ସ୍ୱିଡେନ୍ର ଚାର୍ଲୋଟେ କାଲାଙ୍କ ନାମକୁ ଯାଇଛି। ଶନିବାର ମହିଳା ୧୫ କିଲୋମିଟର ସ୍କାଇଥଲନ୍ରେ କାଲା ପ୍ରଥମ ସ୍ଥାନ ଅକ୍ତିଆର କରି ସ୍ୱର୍ଣିମ ସଫଳତା ହାତେଇଥିଲା ବେଳେ ନରେଓ୍ଵର ମାରିତ୍ ଜୋର୍ଗେନ୍ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ଜୋର୍ଗେନ୍ ନିଜ ଜୀବନର ୧୧ ପଦକ ଜିତି ସବୁଠୁ ସଫଳ ଶୀତକାଳୀନ ଅଲିମ୍ପିଆନ୍ ବିବେଚିତ ହୋଇଛନ୍ତି। ଏକ୍ଷେତ୍ରରେ ସେ ରୁଷିଆର ରାଇସା ସ୍ମେତାନିନା ଏବଂ ଇଟାଲିର ଷ୍ଟିଫାନି ବେଲ୍ମୋଣ୍ଡୋଙ୍କୁ ପଛରେ ପକାଇ ଦେଇଛନ୍ତି। ଜୋର୍ଗେନ୍ ମଧ୍ୟ ମହିଳା କ୍ରସ୍ କଣ୍ଟ୍ରି ସ୍କାଇଂରେ ମୋଟ ୩୭ ପଦକ ଜିତି ରାଇସାଙ୍କ ସମକକ୍ଷ ହୋଇଛନ୍ତି। ମହିଳାରେ ଜୋର୍ଗେନ୍ ସବୁଠୁ ସଫଳ ଅଲିମ୍ପିଆନ୍ ବିବେଚିତ ହୋଇଥିଲା ବେଳେ କେବଳ ପୁରୁଷରେ ନରେଓ୍ଵର ଜୋର୍ନ ଡାହେଲି ହିଁ ୧୨ ପଦକ ପଦକ ଜିତି ଜୋର୍ଗେନ୍ଙ୍କଠୁ ଆଗରେ ରହିଛନ୍ତି। ୨୦୧୦ ଭାଙ୍କୋଭର୍ ଏବଂ ୨୦୧୪ ସୋଚି ଅଲିମ୍ପିକ୍ସରେ ୩ ଲେଖାଏଁ ସ୍ୱର୍ଣ୍ଣ ଜିତିଥିବା ୩୭ ବର୍ଷ ବୟସ୍କା ଜୋର୍ଗେନ୍ ଶୀତକାଳୀନ ଅଲିମ୍ପିକ୍ସରେ ନିଜ ଆଧିପତ୍ୟ ଜାହିର କରିଛନ୍ତି। ଶନିବାର ୧୫ କିଲୋମିଟର ସ୍କାଇଥଲନ୍ରେ ଫିନ୍ଲାଣ୍ଡ୍ର କ୍ରିଷ୍ଟା ପରମାକୋଓ୍ଵିସ୍କି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ହାତେଇଥିଲା ବେଳେ ଜେସିକା ଡିଗିନ୍ସ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଫଳରେ ଜେସିକା ପ୍ରଥମ ଆମେରିକୀୟ ମହିଳା ଭାବେ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ କାଲା ୨୦୧୪ ସୋଚି ଅଲିମ୍ପିକ୍ସରେ ଜୋର୍ଗେନ୍ଙ୍କଠୁ ପଛରେ ପଡ଼ି ରୌପ୍ୟ ପଦକ ପାଇଥିଲା ବେଳେ ଏଠାରେ ପ୍ରତିଶୋଧ ନେଇଛନ୍ତି। ଶିବ ୩୬ରେ ସନ୍ତୁଷ୍ଟଚଳିତ ଶୀତକାଳୀନ ଅଲିମ୍ପିକ୍ସରେ ଭାରତୀୟ ତାରକା ଶିବ କେଶବନ୍ଙ୍କ ଅଭିଯାନ ଆରମ୍ଭରୁ ଶେଷ ହୋଇଯାଇଛି। ଶନିବାର ପୁରୁଷ ଏକକ ଲଗେ ବର୍ଗରେ ମୋଟ ୪୦ ପ୍ରତିଯୋଗୀଙ୍କ ମଧ୍ୟରୁ ଶିବ ୩୬ତମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଶିବ ୫୦,୫୭୮ ସେକେଣ୍ଡ୍ ସମୟ ନେଇ ଦୌଡ଼ ଶେଷ କରିଥିଲେ। | <urn:uuid:5a355eb1-9883-442b-87ee-05ecf69d6ec4> | CC-MAIN-2018-34 | http://sambad.in/sports/winter-olympic-81982/ | 2018-08-14T15:35:35Z | s3://commoncrawl/crawl-data/CC-MAIN-2018-34/segments/1534221209165.16/warc/CC-MAIN-20180814150733-20180814170733-00580.warc.gz | ory | 0.9999 | Orya | 5 | {"ory_Orya_score": 0.999900221824646} |
ନୂଆଦିଲ୍ଲୀ: ଟାଇଗର ଗର୍ଲ କ୍ୟାଟ୍ରିନା ନିଜର ପରିଶ୍ରମ ଏବଂ ସାଧନା ବଳରେ ବଲିଉଡ୍ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରିଛନ୍ତି । ତେବେ ବର୍ତ୍ତମାନ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ଠଗ୍ସ ଅଫ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ରହିଥିବା ବେଳେ ଏନେଇ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି । ତାଙ୍କର ପରିଶ୍ରମ ଏବଂ ଚଳଚ୍ଚିତ୍ର ପାଇଁ ଏକ ଗୀତର ଅଭ୍ୟାସର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଆସିଛି । ଏଥିରେ କ୍ୟାଟ୍ରିନା କ୍ୟାସିକାଲ୍ ଭଙ୍ଗୀର ନୃତ୍ୟ କରୁଥିବାର ନଜର ଆସୁଛନ୍ତି । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଆସିବା ପରେ ବହୁଳ ଭାବେ ଭାଇରାଲ ହେବା ସହ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଚଳଚ୍ଚିତ୍ରକୁ ନେଇ ଉତ୍ସାହ ବୃଦ୍ଧି ପାଇଛି।
Katrina Kaif at dance rehearsals today pic.twitter.com/N6ezlbivBj
— Katrina Kaif Online (@KatrinaKaifFB) May 12, 2018
ଠଗ୍ସ ଅଫ ହିନ୍ଦୁସ୍ତାନ ଚଳଚ୍ଚିତ୍ରଟି ୟସ୍ରାଜ ପ୍ରଡ଼କ୍ଟସନ ବ୍ୟାନରରେ ପ୍ରସ୍ତୁତ ହେଉଥିବା ବେଳେ ଏଥିରେ କ୍ୟାଟ୍ରିନାଙ୍କ ବିପକ୍ଷରେ ନଜର ଆସିବେ ବଲିଉଡ୍ର ପରଫେକ୍ଟସନିଷ୍ଟ ଆମିର ଖାନ । ଚଳଚ୍ଚିତ୍ରଟିର କାହାଣୀ ୧୮୩୯ରେ ଫିଲିପ୍ ମେଣ୍ଟୋଜ୍ ଟେଲରଙ୍କ ଦ୍ୱାରା ଲେଖାଯାଇଥିବା କଫେସନ୍ ଅଫ ଠଗ୍ସ ଉପରେ ଆଧାରିତ ରହିଥିବା ବେଳେ ଏହାର ସୁଟିଂ ଖୁବ୍ ଜୋରସୋରରେ ଚାଲୁରହିଛି। ଏଥିରେ ଆମିର ଏବଂ କ୍ୟାଟ୍ରିନାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଫାତିମା ସନା ଆଦିଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । | <urn:uuid:5d6fb613-d6f3-4bec-b2f3-6b0832c902e2> | CC-MAIN-2018-34 | http://sambad.in/entertainment/katrina-kaif-thugs-hindostan-dance-viral-video-139474/ | 2018-08-19T03:52:30Z | s3://commoncrawl/crawl-data/CC-MAIN-2018-34/segments/1534221214691.99/warc/CC-MAIN-20180819031801-20180819051801-00260.warc.gz | ory | 0.999998 | Orya | 5 | {"ory_Orya_score": 0.9999979734420776} |
'ରେଡ'ଫିଲ୍ମର ପ୍ରମୋସନ ସମୟରେ ରାଗିଲେ ସାମ୍ବାଦିକଙ୍କ ଉପରେ
ଇଲିଆନା ଡିକ୍ରୁଜ ଏବେ ତାଙ୍କର ଅପକମିଂ ସିନେମା 'ରେଡ୍'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଅଜୟ ଦେବଗନ ଇଲିଆନାଙ୍କ ଅଭିନୀତ ଫିଲ୍ମ 'ରେଡ' ୧୬ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଅଛି । ତେଣୁ ଏବେ ଦୁହେଁ ଫିଲ୍ମର ପ୍ରମୋସନକୁ ନେଇ ଅତ୍ୟନ୍ତ ବ୍ୟସ୍ତ ରହୁଛନ୍ତି ।
ନିକଟରେ ସେ ତାଙ୍କ ଫିଲ୍ମର ଟିମ୍ ସହିତ 'ରେଡ୍'ର ପ୍ରମୋସନ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା ଯାହାଫଳରେ ଇଲିଆନା ଖୁବ ରାଗି ଯାଇଥିଲେ । ସେଠାରେ ଉପସ୍ଥିତ ଜଣେ ସାମ୍ବାଦିକ ସମସ୍ତଙ୍କର ପରିଚୟ କରାଇଥିଲେ । ଯେଉଁଠି ଅଜୟ ଦେବଗନଙ୍କୁ ସୁପରଷ୍ଟାର କୁହାଯାଇଥିଲା ସେଠାରେ ଇଲିଆନାଙ୍କୁ ଷ୍ଟାର ତ ଦୂର କଥା ତାଙ୍କ ସରନେମ ମଧ୍ୟ ଭୂଲ କୁହାଯାଇଥିଲା ।
ଇଲିଆନା ଡିକ୍ରୁଜଙ୍କୁ ଇଲିଆନା ଡିସୁଜା ନାଆଁରେ ପରିଚିତ କରାଇଥିଲେ । ଏହା ଥରେ ନୁହେଁ ତିନି ତିନି ଥର ହେଲା । ଏହା ଥରେ ନୁହେଁ ବାରମ୍ବାର ବାରମ୍ବାର କହିଥିଲେ । ସାମ୍ବାଦିକ ଜଣକ ଇଲିଆନା ଡିକ୍ରୁଜକୁ ଡିସୁଜା ବୋଲି ପରିଚୟ ଦେଇଥିବାରୁ ଇଲିଆନା ରାଗି ଯାଇଥିଲେ ।
ସାମ୍ବାଦିକ ଜଣକ ବାରମ୍ବାର ଏଭଳି କହିବାରୁ ଇଲିଆନା ରାଗି କହିଲେ କି ଘରେ ଯାଇ ପ୍ରଥମେ ହୋମୱାର୍କ କରି ଆସିବା ଉଚିତ । କାହାର ନାଆଁ କ'ଣ ଆଉ ଆପଣ କହୁଛନ୍ତି କ'ଣ ? କାହାର ନାଁ କୁ ଏପରି ମିଶାଇ କହିବା ଦ୍ୱାରା ସାମ୍ନା ଲୋକଙ୍କୁ ଖରାପ ଅନୁଭବ ହୋଇଥାଏ ।
ରାଜକୁମାର ଗୁପ୍ତା 'ରେଡ'ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ସେ ପୂର୍ବରୁ 'ନୋ ୱାନ କିଲ୍ଡ ଜେସିକା'ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହା ପ୍ରଥମ ଫିଲ୍ମ ଯାହା ଇନକମ ଟ୍ୟାକ୍ସ ପରେ ଆଧାରିତ ଅଟେ । ଫିଲ୍ମ କାହାଣୀ ୧୯୮୦ମସିହାର ହୋଇଥିବା ହାଇ ପ୍ରୋଫାଇଲ ଇନକମ ଟ୍ୟାକ୍ସ ରେଡ ସହ ଜଡିତ । ଏହି ଫିଲ୍ମ ୧୬ମାର୍ଚ୍ଚ ୨୦୧୮ରେ ରିଲିଜ ହେବ ।
ପଢନ୍ତୁ ; | <urn:uuid:25fe05fb-3575-48f6-aba1-4f49d53cebcb> | CC-MAIN-2018-34 | https://enewsodia.com/ileann-d-cruz-gets-angry-in-raid-promotion-because-call-her-sure-name-wrong/ | 2018-08-20T22:10:20Z | s3://commoncrawl/crawl-data/CC-MAIN-2018-34/segments/1534221217354.65/warc/CC-MAIN-20180820215248-20180820235248-00420.warc.gz | ory | 0.999995 | Orya | 6 | {"ory_Orya_score": 0.9999953508377075} |
ଆଦିଲ ରସିଦ କମ୍ ସମୟ ମଧ୍ୟରେ ୩ଟି ଓ୍ଵିକେଟ୍ ନେବା ପରେ ଭାରତ ବିଶାଳ ସ୍କୋର କରିପାରି ନାହିଁ । ରସିଦଙ୍କ ପ୍ରଭାବିତ ବୋଲିଂ ଯୋଗୁଁ ଭାରତ ୩୩ ରନ୍ ମଧ୍ୟରେ ଦିନେଶ କାର୍ତ୍ତିକ, ବିରାଟ କୋହଲି ଓ ସୁରେଶ ରାଇନାଙ୍କୁ ହରାଇଥିଲା । ସ୍କୋର ୧୨୫ ରନରେ କାର୍ତ୍ତିକ, ୧୫୬ ରନରେ କୋହଲି ଓ ୧୫୮ ରନରେ ରାଇନା ପାଭଲିଅନ୍ ଫେରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓ୍ଵିକେଟ୍ ହରାଇ ୨୫୬ ରନ୍ ସଂଗ୍ରହ କରିଛି । ଦ୍ୱିପାକ୍ଷୀକ ଶୃଙ୍ଖଳା ବିଜୟୀ ହେବାକୁ ଇଂଲଣ୍ଡକୁ ୨୫୭ ରନ୍ ଲକ୍ଷ ମିଳିଛି ।
ମହେନ୍ଦ୍ର ସିଂହ ଧୋନି ଅର୍ଦ୍ଧଶତକରୁ ବଂଚିତ ହୋଇଥିଲେ । ସେ ୬୬ ବଲ ଖେଳି ୪୨ ରନ୍ ଯୋଡ଼ିବା ପରେ ଡେଭିଡ଼ ଓ୍ଵିଲିଙ୍କ ବଲ ଜୋସ ବଟଲରଙ୍କୁ କ୍ୟାଚ ଦେଇ ୭ମ ଓ୍ଵିକେଟରେ ଆଉଟ ହୋଇଥିଲେ । ଭାରତ ୨୨୧ ରନରେ ଧୋନିଙ୍କୁ ହରାଇ ଥିଲା । ଇନିଂସର ଶେଷ ବଲରେ ଅଷ୍ଟମ ଓ୍ଵିକେଟର ଶିକାର ହୋଇଥିଲେ ଭୁବନେଶ୍ୱର କୁମାର(୨୧) । ସେ ଡେଭିଡ ଓ୍ଵିଲିଙ୍କ ବଲ ଜନି ବେୟାରଷ୍ଟୋଙ୍କୁ କ୍ୟାଚ ଦେଇଥିଲେ । ଶାର୍ଦ୍ଦୁଲ ଠାକୁର ଅପରାଜିତ ୨୨ ରନ୍ ଯୋଡ଼ିଥିଲେ ।
୩ ମ୍ୟାଚର ଶୃଙ୍ଖଳାର ଅନ୍ତିମ ମୁକାବିଲା ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ଦେଖାଯାଇଥିବା ବେଳେ ଭାରତ ୮୪ ରନରେ ଶିଖର ଧାଓ୍ଵନ(୪୪)ଙ୍କୁ ହରାଇଥିଲା । ବେନ୍ ଷ୍ଟୋକଙ୍କ ଦ୍ୱାରା ରନ୍ ଆଉଟ ହୋଇ ଧାଓ୍ଵନ ପାଭଲିଅନ ଫେରିଥିଲେ । ଇଂଲଣ୍ଡର ୩ୟ ଶିକାର ହୋଇଥିଲେ ଦିନେଶ କାର୍ତ୍ତିକ(୨୧) । ସ୍କୋର ୧୨୫ ଥିବା ବେଳେ ସେ ଆଦିଲ ରସିଦଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ଭାରତ ୧୫୬ ରନରେ ବିରାଟ କୋହଲିଙ୍କୁ ହରାଇଥିଲା । କୋହଲି(୭୧) ୭୨ଟି ବଲ ଖେଳି ୭ଟି ଚୌକା ମାରିଥିଲେ । ସେ ଆଦିଲ ରସିଦଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ସେହିପରି ରସିଦଙ୍କ ୩ୟ ଶିକାର ହୋଇଥିଲେ ସୁରେଶ ରାଇନା(୧) । ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧ ରନ୍ କରି ମାର୍କ ଉଡ଼ଙ୍କ ବଲ ଜୋସ୍ ବଟଲରଙ୍କୁ କ୍ୟାଚ ଦେଇ ପାଭଲିଅନ୍ ଫେରିଥିଲେ ।
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ ଅନ୍ତର୍ଜାତୀୟରେ ମଙ୍ଗଳବାର ୪୮ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତ ୧୩ ରନରେ ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇବା ପରେ କୋହଲି କ୍ରିଜକୁ ପ୍ରବେଶ କରିଥିଲେ । ସେ ୨ୟ ଓ୍ଵିକେଟ ପାଇଁ ଶିଖର ଧାଓ୍ଵନଙ୍କ ସହିତ ୭୧ ରନ୍ ଭାଗିଦାରୀ ହୋଇ ପାରିଥିଲେ । ସେହିଭଳି ସେ ଦିନେଶ କାର୍ତ୍ତିକଙ୍କ ସହିତ ୫୪ ରନର ଭାଗିଦାରୀ ହୋଇଥିଲେ । ଲିଡସ୍ ଷ୍ଟାଡିୟମରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା । | <urn:uuid:997cea59-9ca0-4f95-a60d-eb0be40d7e12> | CC-MAIN-2018-34 | http://kanaknews.com/india-set-257-target-for-england/ | 2018-08-21T19:23:23Z | s3://commoncrawl/crawl-data/CC-MAIN-2018-34/segments/1534221218899.88/warc/CC-MAIN-20180821191026-20180821211026-00500.warc.gz | ory | 1.000008 | Orya | 11 | {"ory_Orya_score": 1.0000081062316895} |
ଆସନ୍ତା ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ । ଏହି ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଆନଥ କୁମାରଙ୍କ ସୁଚନା । ଏହି ମୌସୁମୀ ଅଧିବେସନରେ ୧୮ଟି କାର୍ଯ୍ୟ ଦିବସ ରହିଥିବା ଧାର୍ଯ୍ୟ କରାଯାଇଛି । ତେବେ ଗତ ଏପ୍ରିଲ ମାସରେ ସଂସଦରେ ବସିଥିବା ବଜେଟ ଅଧିବେଶନ ପୁରା ଫିକା ପଡିଯାଇଥିଲା । କାରଣ ଲୋକସଭା ୧ ପ୍ରତିଶତ ସମୟ ଆଲୋଚନା ହୋଇଥିବା ବେଳେ ରାଜ୍ୟସଭାରେ ୬ ପ୍ରତିଶତ ସମୟ ଆଲୋଚନା ହୋଇଥିଲା । ତେବେ ବାସ୍ତବିକ ଭାବେ ଲୋକସଭା ପାଇଁ ୨୧ ପ୍ରତିଶତ ଘଣ୍ଟା ଏବଂ ରାଜ୍ୟସଭା ସଦନ ପାଇଁ ୨୧ ପ୍ରତିଶତ ନିର୍ଦ୍ଦାରିତ ସମୟ ମଧ୍ୟରୁ ପୂର୍ବ ବଜେଟ ଅଧିବେଶନ ନୈରାଶ୍ୟ ଜନକ ଥିଲା ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।
ପୂର୍ବ ସଂସଦୀୟ ବଜେଟ ଅଧିବେଶନରେ ମୋଟ ୨୫୦ ଘଣ୍ଟା ବେକାର ହୋଇଯାଇଥିଲା ବୋଲି ଅର୍ଥ ବିଶେଷଜ୍ଞମାନେ ମତପ୍ରକାଶ କରିଥିଲେ । କାରଣ ପୂର୍ବ ବଜେଟ ଅଧିବେଶନରେ କେବଳ ପିଏନବି ଘୋଟାଲା ଏବଂ ଏସି-ଏସଟି ଅଧିନିୟମ ଭଳି ପ୍ରସଙ୍ଗରେ ସଂସଦରେ ଆଲୋଚନା ହୋଇଥିଲା । ଯାହାର ସୁଫଳ କିଛି ମିଳି ନଥିବା ମଧ୍ୟ ଅର୍ଥନୀତି ବିଶେଷଜ୍ଞମାନେ କହିଥିଲେ । ପିଆରଏସରୁ ମିଳିଥିବା ସୁଚନା ମୁତାବକ ଶେଷ ସଂସଦୀୟ ଅଧିବେଶନରେ ୨ହଜାର ଉତ୍ପାଦକ ପ୍ରସ୍ତାବ ପାଇଁ ଆଲୋଚନା ହେବାର ଥିଲେ ମଧ୍ୟ ଲୋକସଭାରେ ସରକାରୀ ବିଲ ଉପରେ କେବଳ ୩ମିନିଟ ସମୟ ଦିଆଯାଇଥିବାବେଳେ ରାଜ୍ୟସଭାରେ ମାତ୍ର ୧୪ ମିନିଟ ସମୟ ଆଲୋଚନା କରାଯାଇଥିଲା । ଯାହାକି ୨୦୧୪ ମସିହା ପରଠାରୁ ସବୁଠାରୁ କମ ସଂସଦୀୟ ଆଲୋଚନା ଅଧିବେଶନ ସମୟ ବୋଲି ଦର୍ଶାଇଛି । | <urn:uuid:0d74f493-ac97-4c08-ace4-b84a5928b271> | CC-MAIN-2018-34 | http://kanaknews.com/parliaments-monsoon-session-to-be-held-from-july-18-to-august-10/ | 2018-08-21T19:23:31Z | s3://commoncrawl/crawl-data/CC-MAIN-2018-34/segments/1534221218899.88/warc/CC-MAIN-20180821191026-20180821211026-00500.warc.gz | ory | 0.999994 | Orya | 5 | {"ory_Orya_score": 0.9999942779541016} |
ପୁଣି ଖୋଲିବ ଆରୁଷି ହତ୍ୟା ମାମଲା ଫାଇଲ। ଆହ୍ଲାବାଦ ହାଇକୋର୍ଟର ରାୟକୁ ଚ୍ୟାଲେ଼ଞ୍ଜ କରି ସିବିଆିଇର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସିବିଆଇର ଆବଦନ ସହ ଡାକ୍ତର ଦମ୍ପତି ତଲୱାରଙ୍କ ଘରେ କାମ କରୁଥିବା ଘରୋଇ ସହାୟକଙ୍କ ପତ୍ନୀ ଏହି ମାମଲାରେ କରିଥିବା ଆବେଦନର ମଧ୍ୟ ଶୁଣାଣି କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏନେଇ ଡାକ୍ତର ଦମ୍ପତିଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ୨୦୦୮ର ଏହି ଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ଆହ୍ଲାବାଦ ହାଇକୋର୍ଟ ଗତବର୍ଷ ଅକ୍ଟୋବର ୧୨ରେ ନିର୍ଦୋଷ ଘୋଷଣା କରିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଏବର୍ଷ ମାର୍ଚ୍ଚ ମାସରେ ସିବିଆଇ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲା। | <urn:uuid:d2dd43d8-94a5-4c93-84c0-1fc0a908a13b> | CC-MAIN-2018-34 | http://www.prameyanews7.com/arushi-murder-case-file-to-be-reopen/ | 2018-08-15T17:23:21Z | s3://commoncrawl/crawl-data/CC-MAIN-2018-34/segments/1534221210243.28/warc/CC-MAIN-20180815161419-20180815181419-00222.warc.gz | ory | 0.999996 | Orya | 8 | {"ory_Orya_score": 0.9999959468841553} |
ବହରାଗୋଡ଼ା : ଆଜି ଅପରାହ୍ନରେ ଝାଡ଼ଖଣ୍ଡର ବଡ଼ଶୋଳ ଥାନା ଅନ୍ତର୍ଗତ କୁମାରଡୁବି ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, କୁମାରଡୁବି ଗାଁର ଦୁର୍ଗାପଦ ସାନ୍ତରାଙ୍କ ଘରେ ବାଣ ତିଆରି ଚାଲୁଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ବିସ୍ଫୋରଣ ହୋଇ ଘରେ ଥିବା ଗ୍ୟାସ୍ ଟାଙ୍କି ଫାଟିଯାଇଥିଲା। ଫଳରେ ସଂପୃକ୍ତ କୋଠାଘରଟି ଭୁଶୁଡ଼ି ପଡ଼ିଥିଲା। ଏଥିରେ ଦୁର୍ଗାପଦ ଜିଅନ୍ତା ଜଳିଯାଇଥିବା ବେଳେ ତାଙ୍କ ମାଆ ଅମ୍ବିକା (୬୦) ଓ ସ୍ଥାନୀୟ ବାସିନ୍ଦା ପତିତପାବନ ଦାସ(୪୫)ଙ୍କ ସମେତ ସେହି ବାଟ ଦେଇ ଯାଉଥିବା ଗାଁର ପତିତପାବନ ଦାସଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦମକଳବାହିନୀ ପହଞ୍ଚି ଦୀର୍ଘ ୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିବା ବେଳେ ପୂର୍ବରୁ ନିଆଁ ପଡ଼ୋଶୀ ଘରକୁ ବ୍ୟାପୀ ୪ଟି ଘର ଜଳିଯାଇଥିଲା। ଗୁରୁତର ଆହତ ଗାଁର ବନମାଳୀ ମାହାର ଓ ଦୀପକ କୁମାର ସାହୁଙ୍କୁ ଜାମସେଦପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ବନମାଳୀଙ୍କର ମୃତ୍ୟୁ ଘଟିଛି। ସେହିପରି କୋଠା ତଳେ ଚାପି ହୋଇ ମୃତ୍ୟୁ ଘଟିିଥିବା ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ। | <urn:uuid:4cbd7dc8-4cae-4d85-80c6-30990aa6756c> | CC-MAIN-2018-34 | http://sambad.in/state/seven-dead-in-blast-at-illegal-cracker-unit-1858/ | 2018-08-17T11:29:30Z | s3://commoncrawl/crawl-data/CC-MAIN-2018-34/segments/1534221212040.27/warc/CC-MAIN-20180817104238-20180817124238-00382.warc.gz | ory | 0.999855 | Orya | 6 | {"ory_Orya_score": 0.9998548030853271} |
ଆଜ୍ଞା ହଁ ! ମାତ୍ର ୧ ଟଙ୍କା ଦେଇ ଆପଣ କିଣିପାରିବେ ନିଜ ମନପସନ୍ଦର ସ୍ମାର୍ଟଫୋନ ଏବଂ ଲାପଟପ । ଭାରତର ଲୋକପ୍ରିୟ ଇ-କମର୍ସ କଂପାନୀ ତଥା ଫ୍ଲିପକାର୍ଟରେ ୧୩ ମଇରୁ ଆରମ୍ଭ ହେବାକୁ ଯାଉଛି ମେଗା ସେଲ୍ । ଯେଉଁଥିରେ ଆପଣ ଲାଟେଷ୍ଟ ଗ୍ୟାଜେଟ କମ୍ବା ଘରର କୌଣସି ବି ବୈଦ୍ୟୁତିକ ଉପକରଣ ବହୁ ଶସ୍ତାରେ ତଥା ଖୁବ୍ କମ ଦାମରେ କିଣିପାରିବେ ।
ସୂଚନା ମୁତାବକ, ଫ୍ଲିପକାର୍ଟ ପୁଣି ଥରେ ନିଜର ଗ୍ରାହକମାନଙ୍କୁ "ବିଗ ସପିଂ ଡେଜ"ସେଲର ଉପହାର ଭେଟି ଦେବାକୁ ଯାଉଛି । ଯାହା ୧୩ ମଇରୁ ୧୬ ମଇ ପର୍ଯ୍ୟନ୍ତ ତଥା ଦୀର୍ଘ ଚାରିଦିନ ଧରି ଚାଲିବ । କଂପାନୀ ସୂଚନା ମୁତାବକ, ଏହି ସେଲରେ ମୋବାଇଲ, ବିଭିନ୍ନ ବୈଦ୍ୟୁତିକ ଉପକରଣ, ଫ୍ୟାସନ ଏବଂ ଅନ୍ୟାନ୍ୟ ପ୍ରଡକ୍ଟ ଉପରେ ଭାରି ଡିସକାଉଂଟ ସହ ଅନେକ ଆକର୍ଷଣୀୟ ଅଫର୍ସ ମଧ୍ୟ ମିଳିବ ।
ତେବେ ଫ୍ଲିପକାର୍ଟର ଏହି ବିଗ ସପିଂ ଡେଜ ସେଲର ସବୁଠାରୁ ଖାସ୍ କଥା ହେଲା କଂପାନୀର ଗେମସ କର୍ଣ୍ଣର । କଂପାନୀ ନିଜ ସାଇଟରେ ଗେମ କର୍ଣ୍ଣରର ଆୟୋଜନ କରିବ, ଯାହା ଜରିଆରେ ଗେମ ଖେଳିବା ଉପରେ ଗ୍ରାହକଙ୍କୁ ମାତ୍ର ୧ ଟଙ୍କାରେ ଲାପଟପ ଏବଂ ମୋବାଇଲ କିଣିବାର ସୁଯୋଗ ମିଳିବ । ଏଥିସହିତ ହିଁ ବିଗ ସପିଂ ଡେଜ ସେଲରୁ କିଣିବା ସମୟରେ ଗ୍ରାହକଙ୍କୁ ୧୦୦ ପ୍ରତିଶତ କ୍ୟସବ୍ୟାକ୍ ମଧ୍ୟ ମିଳିପାରେ ।ଏହି ସେଲରେ ଲାପଟପ, କ୍ୟାମେରା, ପାୱାର ବ୍ୟାଙ୍କ, ଟ୍ୟାବଲେଟ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ସେହିପରି ଟିଭି ଏବଂ ଅନ୍ୟାନ୍ୟ ଆସୋସୋରିଜ ଉପରେ ବି ୭୦ ପ୍ରତିଶତ ରିହାତି ସହ ଉପଲବ୍ଧ କରାଯିବ ।
ଫ୍ଲପକାର୍ଟର ଏହି ସେଲରେ କଂପାନୀ Bajaj Finjhrw Ltd. ଏବଂ କ୍ରେଡିଟ୍ କାର୍ଡ ଟ୍ରାଂଜାକସନ ଉପରେ ନୋ କଷ୍ଟ ଇଏମଆଇ ଅଫର ଦେଇରଖୁଛି । ଖାଲି ଏତିକି ନୁହେଁ ଗ୍ରାହକମାନେ ଯଦି ଡେବିଟ୍ କାର୍ଡରୁ ଟ୍ରାନଜାକସନ କରୁଛନ୍ତି ତେବେ ଇଏମଆଇ ଏବଂ Buy now & Pay later ଭଳି ବିକଳ୍ପର ଲାଭ ଉଠାଇପାରିବେ । ଏହାବ୍ୟତୀତ ଏଚଡିଏଫସି ବ୍ୟାଙ୍କ ସହ ପାର୍ଟନରସିପ ମଧ୍ୟ କରିଛି । ଯାହାଦ୍ୱାରା ଉଭୟ କ୍ରେଡିଟ ଏବଂ ଡେବିଟ କାର୍ଡରୁ ପେମେଂଟ କରିବା ଉପରେ ୧୦ ପ୍ରତିଶତର ଇନଷ୍ଟାଂଟ ଡିସକାଉଂଟ ମଧ୍ୟ ଗ୍ରାହକଙ୍କୁ ମିଳିବ । ଏହି ଡିସକାଉଂଟ ଇଏମକେ ଟ୍ରାଂଜାକସନ ଉପରେ ବି ଗ୍ରାହକଙ୍କୁ ମିଳିବ । | <urn:uuid:61643c55-b6f8-4864-b171-d3df336ff517> | CC-MAIN-2018-34 | http://kanaknews.com/special-lipkart-big-shopping-days/ | 2018-08-20T02:34:03Z | s3://commoncrawl/crawl-data/CC-MAIN-2018-34/segments/1534221215523.56/warc/CC-MAIN-20180820023141-20180820043141-00622.warc.gz | ory | 0.99998 | Orya | 8 | {"ory_Orya_score": 0.9999803304672241} |
ଚନ୍ଦ୍ର ପରି ମଙ୍ଗଳ ଗ୍ରହକୁ ଯାତ୍ରା କରିବାର ସମସ୍ତ ବ୍ୟବସ୍ଥା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯୋଜନା ମୁତାବକ ବିଶ୍ଵର ଅନେକ ସ୍ଥାନରୁ ଅନେକ ଲୋକ ଲୋହିତ ଗ୍ରହକୁ ଯାତ୍ରା କରିବାର ବ୍ୟବସ୍ଥା କରାଯାଇଛି । ଏହି ଯାତ୍ରା ପାଇଁ ଲକ୍ଷାଧିକ ଭାରତୀୟ ମଧ୍ୟ ଟିକଟ ବୁକ କରି ସାରିଛନ୍ତି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ଏହା ସଂପୁର୍ଣ୍ଣ ସତ ।
୨୦୧୮ ମେ ୫ରେ ଲଞ୍ଚ ହେବାକୁ ଥିବା ନାସାର ଇନସାଇଟ(ଇଣ୍ଟରିୟର ଏକ୍ସପ୍ଲୋରେସନ ୟୁଜିଙ୍ଗ ସେଇସମିକ ଇନଭେଷ୍ଟିଗେସନ, ଜିଓଡେସି ଆଣ୍ଡ ହିଟ ଟ୍ରାନ୍ସପୋର୍ଟ)ରେ ଏହି ଯାତ୍ରୀମାନେ ମଙ୍ଗଳଗ୍ରହ ଯିବେ । ଅନଲାଇନ ମାଧ୍ୟମରେ ଟିକଟ ବୁକ କରିବାକୁ ପୂର୍ବରୁ ନାସା ସୂଚନା ଜାରି କରିଛି ।
ମଙ୍ଗଳଗ୍ରହ ଅଭିଯାନରେ ପୃଥିବୀରୁ ୨,୪୨,୯,୮୦୭ଜଣ ଲୋକ ଯିବେ, ଯେଉଁଥିରୁ ୧, ୩୮, ୮୯୯ ଜଣ ଲୋକ ଭାରତୀୟ । ନାସା ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି ଯେ, ଏହି ଅଭିଯାନରେ ବିଶ୍ୱ ତାଲିକାରେ ଭାରତର ନାମ ୩ୟ ସ୍ଥାନରେ ରହିଛି । ୬,୭୬, ୭୭୩ଜଣ ଲୋକଙ୍କ ସହିତ ଆମେରିକା ପ୍ରଥମ ସ୍ଥାନ ଓ ୨,୬୨,୭୫୨ଜଣ ଲୋକଙ୍କ ସହିତ ଚୀନ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ସେ ଯାହା ହେଉ ଚୀନ ତଳକୁ ଲକ୍ଷାଧିକ ଭାରତୀୟ ମଙ୍ଗଳ ଗ୍ରହ ଯିବାକୁ ମନ କରିଛନ୍ତି ।
ନାସାର ଜେଟ ପ୍ରୋପୁଲିଜ ଲାବ୍ରୋଟୋରି(ଜେପିଏଲ) ଆଣ୍ଟ୍ରୁ ଗୁଡସ କହିଛନ୍ତି, ମଙ୍ଗଳ ଗ୍ରହ ଯିବା ପାଇଁ ଆବେଦନର ଶେଷ ତାରିଖ ଗତ ସପ୍ତାହରେ ଥିଲା । ମଙ୍ଗଳ ଗ୍ରହ ପାଇଁ ୭୨୦ ଦିନିଆ ଯାତ୍ରା ହେବ । ଯାତ୍ରା କାଳରେ ଯାତ୍ରୀମାନେ ସୌରମଣ୍ଡଳ ସମ୍ବନ୍ଧୀୟ ଅନେକ ଜ୍ଞାନ ଉପାର୍ଜନ କରିପାରିବେ । | <urn:uuid:caab1329-ceb3-44bc-92fb-d507d4922130> | CC-MAIN-2018-34 | https://enewsodia.com/one-lakh-indians-book-ticket-for-mars/ | 2018-08-15T06:40:00Z | s3://commoncrawl/crawl-data/CC-MAIN-2018-34/segments/1534221209980.13/warc/CC-MAIN-20180815063517-20180815083517-00043.warc.gz | ory | 1.000008 | Orya | 10 | {"ory_Orya_score": 1.0000077486038208} |
ନୁଆଦିଲ୍ଲୀ:ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ବୁଧବାର ସାଂସଦ ମାନଙ୍କୁ ଏକ କାର୍ୟ୍ୟକ୍ରମରେ ଫୁଟବଲ ଭେଟି ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ଯୁବ ମାନଙ୍କ ମଧ୍ୟରେ ଫୁଟବଲକୁ ନେଇ ଉତ୍ସାହ ସୃଷ୍ଟି କରିବା ରହିଛି। ଯାହାକୁ ନେଇ ଯୁବ ଏବଂ ଖେଳ ମନ୍ତ୍ରଣାଳୟ ପକ୍ଷରୁ ଏପରି ଅଭିନବ ପ୍ରୟାସ କରାଯାଇଛି। ଚଳିତ ବର୍ଷ ମଧ୍ୟ ଭାରତରେ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ ଖେଳାଯିବ। ଏହାକୁ ପ୍ରୋତ୍ସାହନ ଦେବା ପାଇଁ ଶ୍ରୀମତି ମହାଜନ ଏପରି କରିଛନ୍ତି। ପୂର୍ବରୁ ଖେଳମନ୍ତ୍ରୀ ବିଜୟ ଗୋଏଲ ମଧ୍ୟ ବିଜେପି ସଂସଦୀୟ ସମିତି ବୈଠକ ସମୟରେ ଫୁଟବଲ ନେଇ ଖେଳକୁ ପ୍ରମୋଟ୍ କରୁଥିବା ଦେଖାଦେଇଥିଲା। ଭାରତରେ ପ୍ରଥମ ଥର ପାଇଁ ୧୭ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। କାର୍ୟ୍ୟକ୍ରମ ଅନୁଯାୟୀ, ଫିଫା ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ୨୮ ଅକ୍ଟୋବରରେ କୋଲକାତାର ସୋଲ୍ଟ ଲେକ୍ ଷ୍ଟାଡ଼ିୟମରେ ଖେଳାଯିବ। ଗୌହାଟି ଏବଂ ନବି ମୁମ୍ୱାଇରେ ଏହାର ସେମିଫାଇନାଲ ମ୍ୟାଚ୍ ଗୁଡ଼ିକ କରାଯିବ। ଅନୁରୂପ ଭାବେ କ୍ୱାଟର ଫାଇନାଲ ଗୋଆ, ଗୌହାଟି ଏବଂ କୋଚିରେ ଖେଳାଯିବାକୁ ରହିଛି। ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଦିଲ୍ଲୀ ଏବଂ ନବି ମୁମ୍ୱାଇର ଡ଼ିୱାଇ ପାଟିଲ ଷ୍ଟାଡ଼ିୟମରେ ଖେଳାଯିବ। | <urn:uuid:7df7bbf1-906e-48f0-98dd-16921390e6a8> | CC-MAIN-2018-34 | http://onakhabar.com/%E0%AC%AC%E0%AC%BE%E0%AC%9A%E0%AC%B8%E0%AD%8D%E0%AC%AA%E0%AC%A4%E0%AC%BF%E0%AC%99%E0%AD%8D%E0%AC%95-%E0%AC%AB%E0%AD%81%E0%AC%9F%E0%AC%AC%E0%AC%B2-%E0%AC%AD%E0%AD%87%E0%AC%9F%E0%AC%BF/ | 2018-08-14T21:24:44Z | s3://commoncrawl/crawl-data/CC-MAIN-2018-34/segments/1534221209585.18/warc/CC-MAIN-20180814205439-20180814225439-00675.warc.gz | ory | 1.000006 | Orya | 3 | {"ory_Orya_score": 1.000006079673767} |
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 27 Oriya Bible: Easy-to-Read Version (ERV-OR)
ପାଉଲଙ୍କର ରୋମକୁ ଜଳଯାତ୍ରା
27 ଇତାଲିଆକୁ ଜାହାଜରେ ଯାତ୍ରା କରିବା ପାଇଁ ସ୍ଥିର ହେବାରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାୟିତ୍ୱ ଯୂଲିଅ ନାମକ ଶତସେନାପତିଙ୍କ ହସ୍ତରେ ଅର୍ପଣ କରାଗଲା। ସେହି ଯୂଲିଅ ସମ୍ରାଟଙ୍କର ସେନାବାହିନୀରେ ଗ୍ଭକିରୀ କରୁଥିଲେ। ଆମ୍ଭେମାନେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜରେ ଉଠିଲୁ। 2 ସେହି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥେସଲନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ।
3 ତହିଁ ଆରଦିନ ଆମ୍ଭେ ସୀଦୋନରେ ପହଞ୍ଚିଲୁ। ଯୂଲିଅ ପାଉଲଙ୍କ ପ୍ରତି ଦୟା ଦେଖେଇ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ୟକତା ପୂର୍ଣ୍ଣ କଲେ। 4 ତା'ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ। ସେ ସମୟରେ ପ୍ରତିକୂଳ ପବନ ବହୁଥିଲା। ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ୱୀପ ନିକଟ ଦେଇ ଜଳଯାତ୍ରା କଲୁ। 5 ତା'ପରେ ଆମ୍ଭେ କିଲିକିୟା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀରେ ପହଞ୍ଚିଲୁ। 6 ସେଠାରେ ଯୂଲିଅ ଆଲେକ୍ଜାଣ୍ଡ୍ରିୟାର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲେ ସେ ଆମ୍ଭମାନଙ୍କୁ ସେଥିରେ ଚଢ଼ାଇ ଦେଲେ।
7 ଆମ୍ଭେମାନେ କିଛି ଦିନ ଧୀରେ ଧୀରେ ଯାତ୍ରା କଲୁ। ଶେଷରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ କ୍ନିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋର୍ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋନୀର ନିକଟ କ୍ରୀତୀ ଦ୍ୱୀପ ଉପକୂଳ ଦେଇ ଯାତ୍ରା କଲୁ। 8 ଆମ୍ଭେ କୂଳେ କୂଳେ ବହୁତ କଷ୍ଟରେ ଯାତ୍ରା କଲୁ। ତା'ପରେ ଆମ୍ଭେ ଲାସାୟା ନଗର ପାଖ 'ସୁନ୍ଦର ବନ୍ଦର' ନାମକ ସ୍ଥାନରେ ପହଞ୍ଚିଲୁ।
9 ଏହିପରି ବହୁତ ସମୟ ବିତିଗଲା। ସେତେବେଳେ ଯିହୂଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହୋଇ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହୋଇ ଆସୁଥିଲା। ତେଣୁ ପାଉଲ ସେମାନଙ୍କୁ ସାବଧାନ କରେଇ କହିଲେ, "ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜନକ ହେବ। 10 ଏହା ଦ୍ୱାରା ଯେ କେବଳ ଜାହାଜ ଓ ଜିନିଷପତ୍ରର କ୍ଷତି ଘଟିବ ତାହା ନୁହେଁ, ହୁଏତ ଆମ୍ଭମାନଙ୍କର ଜୀବନ ମଧ୍ୟ ଗ୍ଭଲିଯାଇପାରେ।" 11 କିନ୍ତୁ ସେନାଧିକାରୀ, ପାଉଲଙ୍କ କହିଥିବା କଥା ଅପେକ୍ଷା ଜାହାଜର କ୍ୟାପଟେନ୍ ଓ ମାଲିକଙ୍କ କଥାକୁ ଅଧିକ ବିଶ୍ୱାସ କଲେ। 12 ସେହି ବନ୍ଦରଟି ଶୀତ କଟେଇବା ପାଇଁ ଅନୁପଯୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୈନୀକ୍ସ୍ରେ ପହଞ୍ଚିବା ଆଶାରେ ସେଠାରେ ଆମ୍ଭ ସହିତ ଯିବା ପାଇଁ ଓ ଶୀତଋତୁ କଟେଇବା ପାଇଁ ପରାମର୍ଶ ଦେଲେ। ଫୈନୀକ୍ସ୍ କ୍ରୀତି ଉପଦ୍ୱୀପର ଗୋଟିଏ ନଗର। ଫୈନୀକ୍ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।
ତୋଫାନ
13 ତା'ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା। ଜାହାଜରେ ଥିବା ଲୋକମାନେ ଭାବିଲେ, "ଆମ୍ଭେ ଯେଉଁ ପବନ ବହିବା ଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ।" ତେଣୁ ଆମ୍ଭେ ଲଙ୍ଗର ଉଠେଇ କ୍ରୀତି ଉପଦ୍ୱୀପର କୂଳେକୂଳେ ଯାତ୍ରା କଲୁ। 14 ମାତ୍ର ଅଳ୍ପ ସମୟ ପରେ ହଠାତ୍ ପାଗ ବଦଳିଗଲା। "ଉତ୍ତର ପୂର୍ବୀୟ" ନାମକ ପବନ, ଦ୍ୱୀପଆଡ଼ୁ ପ୍ରଚଣ୍ଡ ବେଗରେ ବୋହିବାକୁ ଲାଗିଲା। 15 ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠେଲି ନେଲା। ଜାହାଜ ପବନରେ ସ୍ଥିର ହୋଇ ରହି ନ ପାରିବାରୁ ଆମ୍ଭେ ତାକୁ ଭାସିଯିବା ପାଇଁ ଛାଡ଼ି ଦେଲୁ।
16 ତା'ପରେ ଆମ୍ଭେ କ୍ଳାଉଦ ନାମକ ଉପଦ୍ୱୀପ ଉହାଡ଼ରେ ଜାହାଜ ଚଳାଇଲୁ। ସେଠାରେ ଗୋଟିଏ ଜୀବନ ରକ୍ଷକ ଡଙ୍ଗାକୁ ବହୁ କଷ୍ଟରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ। 17 କେବଳ ତାହାକୁ ଜାହାଜ ଭିତରକୁ ନେଲୁ। ତାହାକୁ ଏକାଠି ଧରି ରଖିବା ପାଇଁ ଜାହାଜର ଗ୍ଭରିପଟେ ଦଉଡ଼ିରେ ବାନ୍ଧି ଦେଲେ। ନାବିକମାନେ ଗ୍ଭେରାବାଲିରେ ଜାହାଜ ଲାଗିଯିବାର ଭୟ କଲେ। ତେଣୁ ସେମାନେ ଉପର ପାଲଗୁଡ଼ିକ ଖସେଇ ପବନରେ ଜାହାଜଟିକୁ ଭସେଇ ଦେଲେ।
18 ତହିଁ ଆରଦିନ ସେମାନେ ଝଡ଼ ପ୍ରବଳ ବେଗରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ରରେ ପକେଇ ଦେଲେ। 19 ତୃତୀୟ ଦିନ ସେମାନେ ନିଜ ହାତରେ ଜାହାଜର ସରଞ୍ଜାମ ସବୁ ପାଣିକୁ ଫୋପାଡ଼ି ଦେଲେ। 20 ଆମ୍ଭେ ବହୁତ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ତାରା କିଛି ଦେଖି ପାରିଲୁ ନାହିଁ। ପ୍ରଚଣ୍ଡ ଝଡ଼ ବତାସର ବେଗ କମିଲା ନାହିଁ। ଆମ୍ଭେମାନେ ଜୀବନ ରକ୍ଷା କରିବାର ସମସ୍ତ ଆଶା ହରେଇ ବସିଲୁ। ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ୟୁ ଘଟିବ। ଅନେକ ଦିନ ପର୍ଯ୍ୟନ୍ତ ଆମ୍ଭେମାନେ କେହି କିଛି ଖାଇ ନ ଥିଲୁ।
21 ଶେଷରେ ପାଉଲ ସେମାନଙ୍କୁ କହିଲେ, "ବନ୍ଧୁଗଣ, ତୁମ୍ଭେମାନେ ଯଦି ମୋ' କଥା ଶୁଣି କ୍ରୀତି ଉପଦ୍ୱୀପରୁ ଜାହାଜ ଛାଡ଼ି ନ ଥା'ନ୍ତ, ତେବେ ତୁମ୍ଭେମାନଙ୍କର ଏ ଜାହାଜ ନଷ୍ଟ ହୋଇ ନ ଥା'ନ୍ତା ଓ ଏତେ କ୍ଷତି ଘଟି ନ ଥା'ନ୍ତା। 22 କିନ୍ତୁ ବର୍ତ୍ତମାନ ମୋର କଥାଶୁଣ ଓ ସାହସ ଧର। କାରଣ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଜୀବନ ଯିବ ନାହିଁ। କେବଳ ଜାହାଜଟି ନଷ୍ଟ ହୋଇଯିବ। 23 ମୁଁ ଯେଉଁ ପରମେଶ୍ୱରଙ୍କର ସେବା କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତିରେ ମୋ' ପାଖରେ ଠିଆ ହୋଇ କହିଲେ, 24 'ଭୟ କର ନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ଯିବ। ପରମେଶ୍ୱର ତୁମ୍ଭ ହେତୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।' 25 ତେଣୁ ବନ୍ଧୁଗଣ! ଖୁସୀ ହୁଅ। ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରେ। ତାହାଙ୍କ ଦୂତ ମୋତେ ଯେପରି କହିଛନ୍ତି, ଠିକ୍ ସେହିପରି ଘଟିବ। 26 କିନ୍ତୁ ଆମ୍ଭେ କୌଣସି ଉପଦ୍ୱୀପ କୂଳରେ ଖଣ୍ଡ ବିଖଣ୍ଡ ହୋଇ ପଡ଼ିବୁ।"
27 ଝଡ଼ର ଚଉଦ ଦିନରେ ପ୍ରାୟ ମଧ୍ୟରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିୟା ସମୁଦ୍ରର ପାଖରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗରେ ନିକଟବର୍ତ୍ତୀ ହୋଇଛନ୍ତି ବୋଲି ସନ୍ଦେହ କଲେ। 28 ସେମାନେ ଗୋଟିଏ କଡ଼ରେ ଓଜନ ଓହଳିଥିବା ଦଉଡ଼ି ସାହାଯ୍ୟରେ ମାପ କରି ସେଠାରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସେମାନେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ। 29 ସେମାନେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥରରେ ଧକ୍କା ହୋଇଯିବ। ତେଣୁ ସେମାନେ ଜାହାଜର ପଛପଟେ ଗ୍ଭରୋଟି ଲଙ୍ଗର ପକାଇ ଦିନ ହେବା ପାଇଁ ଅପେକ୍ଷା କଲେ। 30 କେତେକ ନାବିକ ଜାହାଜ ଛାଡ଼ି ଗ୍ଭଲିଯିବାକୁ ଗ୍ଭହିଁଲେ। ତେଣୁ ସେମାନେ ଜୀବନ ରକ୍ଷକ ଡଙ୍ଗାକୁ ପାଣିରେ ଖସେଇ ଦେଲେ। ଯାହା ଫଳରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନାରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି। 31 କିନ୍ତୁ ପାଉଲ ସେନାଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, "ଏମାନେ ଯଦି ଜାହାଜରେ ନ ରହିବେ, ତେବେ ତୁମ୍ଭେମାନେ କେହି ରକ୍ଷା ପାଇବ ନାହିଁ।" 32 ତେଣୁ ସୈନିକମାନେ ଜୀବନ ରକ୍ଷକ ଡଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣିରେ ପକେଇ ଦେଲେ।
33 ପାହାନ୍ତିଆ ସମୟର ଠିକ୍ ପୂର୍ବରୁ ପାଉଲ ସେମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଅନୁରୋଧ କଲେ। ସେ କହିଲେ, "ତୁମ୍ଭେମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚଉଦ ଦିନ ଧରି ତୁମ୍ଭେମାନେ ଖାଦ୍ୟ ସ୍ପର୍ଶ କରି ନାହଁ। 34 ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ତୁମ୍ଭମାନଙ୍କ ମଧ୍ୟରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ୟ, ନଷ୍ଟ ହେବ ନାହିଁ।" 35 ଏତିକି କହିବା ପରେ ପାଉଲ କିଛି ରୋଟୀ ନେଇ ସମସ୍ତଙ୍କ ଆଗରେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡେଇ ଖାଇବାକୁ ଆରମ୍ଭ କଲେ। 36 ଏଥିରେ ସେମାନେ ସମସ୍ତେ ଉତ୍ସାହିତ ହେଲେ ଓ ସେମାନେ ମଧ୍ୟ ଖାଇବା ଆରମ୍ଭ କଲେ। 37 ଜାହାଜରେ ସର୍ବ ମୋଟ 276 ଜଣ ଥିଲେ। 38 ଆମ୍ଭେ ଯଥେଷ୍ଟ ପରିମାଣରେ ଖାଇବା ପରେ ଜାହାଜରେ ଥିବା ଗହମକୁ ସେମାନେ ସମୁଦ୍ରରେ ଫିଙ୍ଗି ଦେଲେ, ଯଦ୍ଦ୍ୱାରା ଜାହାଜ ହାଲୁକା ହୋଇଗଲା।
ଜାହାଜ ନଷ୍ଟ ହୋଇଗଲା
39 ଦିନ ହେଲା, ମାତ୍ର ନାବିକମାନେ ସେହି ସ୍ଥାନଟି ଚିହ୍ନି ପାରିଲେ ନାହିଁ। ସେମାନେ ଗୋଟିଏ ଉପସାଗର କୂଳରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସେହି କୂଳରେ ଜାହାଜ ଲଗେଇବା ପାଇଁ ସ୍ଥିର କଲେ। 40 ସେମାନେ ଲଙ୍ଗରଗୁଡ଼ିକ କାଟି ସମୁଦ୍ରରେ ଫିଙ୍ଗି ଦେଲେ। ସେମାନେ ମଙ୍ଗର ଦଉଡ଼ି ଫିଟେଇ ପବନରେ ସାମନା ପାଲଟି ଉଠାଇଲେ। ତା'ପରେ ସେମାନେ ବାଲିତଟ ଆଡ଼କୁ ଯାତ୍ରା କଲେ। 41 କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନରେ ଗୋଟିଏ ବାଲିଚଡ଼ାଠାରେ ଧକ୍କା ଖାଇ ଲାଗିଗଲା। ତେଣୁ ଜାହାଜର ଆଗ ଅଂଶ ଅଚଳ ହୋଇଗଲା ଓ ପଛ ଭାଗ ଲହରୀ ଧକ୍କାରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।
42 ବନ୍ଦୀମାନେ କାଳେ ପହଁରି ଖସି ଗ୍ଭଲିଯିବେ, ସେଥିପାଇଁ ସୈନ୍ୟମାନେ ଭୟରେ ସେମାନଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କଲେ। 43 କିନ୍ତୁ ସେନା ଅଧିକାରୀ ଯୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଗ୍ଭହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦେବା ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡେଇଁ ପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ। 44 ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭେଳା ସାହାଯ୍ୟରେ କୂଳକୁ ଯିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦରେ କୂଳରେ ଆସି ପହଞ୍ଚିଲେ। କାହାର ମୃତ୍ୟୁ ହେଲା ନାହିଁ। | <urn:uuid:003e2096-b63d-41ec-b0b3-6a95781f8355> | CC-MAIN-2018-34 | https://www.biblegateway.com/passage/?search=%E0%AC%AA%E0%AD%8D%E0%AC%B0%E0%AD%87%E0%AC%B0%E0%AC%BF%E0%AC%A4%E0%AC%AE%E0%AC%BE%E0%AC%A8%E0%AC%99%E0%AD%8D%E0%AC%95%20%E0%AC%95%E0%AC%BE%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F%E0%AC%B0%20%E0%AC%AC%E0%AC%BF%E0%AC%AC%E0%AC%B0%E0%AC%A3+27&version=ERV-OR | 2018-08-14T21:42:33Z | s3://commoncrawl/crawl-data/CC-MAIN-2018-34/segments/1534221209585.18/warc/CC-MAIN-20180814205439-20180814225439-00675.warc.gz | ory | 0.999939 | Orya | 18 | {"ory_Orya_score": 0.99993896484375} |
ଇତିହାସ ପୃଷ୍ଠାରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ଥାନ ଦିଆଯାଇଛି । ସେଥି ମଧ୍ୟରୁ ଭଗତ ସିଂହ ହେଉଛନ୍ତି ଅନ୍ୟତମ । ଦେଶ ପାଇଁ ଅନେ ମହାନ କାମ କରି ଆଜି ବି ଲୋକଙ୍କ ମନରେ ଅମର ହୋଇ ରହିଛନ୍ତି । ଏହି କ୍ରାନ୍ତିକାରୀ ଯବାନଙ୍କ ବିଷୟରେ ଭାରତର ପ୍ରତିଟି ପିଢି ଅବଗତ ରହିଛନ୍ତି । ଯାହାଙ୍କ ମହାନ କାମ ପାଇଁ ଭାରତର ଯୁବପିଢିମାନେ ଆଜିବି ପ୍ରେରିତ ହେଉଛନ୍ତି ଏବଂ ତାଙ୍କ ପ୍ରେରଣାରେ କାର୍ଯ୍ୟ କରୁଛନ୍ତି । ସହିଦ ଭଗତ ସିଂହ ଜଣେ ମହାନ କ୍ରାନ୍ତିକାରୀ ଥିଲେ ଯାହାଙ୍କ ନାଁ ଶୁଣିଲେ ଇଙ୍ଗରେଜମାନେ ଭୟରେ କମ୍ପି ଉଠୁଥିଲେ । ଭଗତ ସିଂହ ଭାରତ ମା'ର ଜଣେ ବିର ସୁପୁତ୍ର ଯିଏ ଭାରତ ମାତାକୁ ସ୍ୱାଧୀନତା ଦେବା ପାଇଁ ହସି ହସି ନିଜ ପ୍ରାଣର ଆହୁତି ଦେଇଥିଲେ ।
ଭଗତ ସିଂହ ସେପ୍ଟେମ୍ବର ୨୮ ତାରିଖ ୧୯୦୭ ତାରିଖରେ ପଞ୍ଜବର ଲାୟପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମ ଏକ ଶିଖ ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ସରଦାର କିସାନ ସିଂହ ସାଧୁ ଏବଂ ମାତା ନାମ ବିଦ୍ୟାବତୀ ଥିଲା । ତାଙ୍କର ପାଞ୍ଚ ଭାଇ ତିନି ଭଉଣି ଥିଲେ । ସମସ୍ତ ଭାଇ ଭଉଣିଙ୍କ ମଧ୍ୟରୁ ଭଗତ ସିଂହ ସବୁଠାରୁ ଚାଲାକ ଚତୁର ଏବଂ ବିଚେକ୍ଷଣ ବୁଦ୍ଧିଆ ଥିଲେ । ଭଗତ ସିଂହଙ୍କ ପରିବାର ପୂର୍ବରୁ ହିଁ ଦେଶପ୍ରେମୀ ଥିଲେ ଏବଂ ଦେଶ ପାଇଁ ଲଢି ଆସୁଥିଲେ । ଭଗତ ସିଂହଙ୍କ ଜନ୍ମ ସମୟରେ ତାଙ୍କ ପିତା ଏବଂ ତାଙ୍କର ଦୁଇ ଦାଦା ଜେଲରେ ବନ୍ଦି ହୋଇ ରହିଥିଲେ । ବାପା ଦାଦାଙ୍କ ଭଳି ଭଗତ ସିଂହଙ୍କ ଭିତରେ ବି ଛୋଟ ବେଳୁ ଦେଶପ୍ରେମ ଭରି ହୋଇ ରହିଥିଲା । ସେ ତାଙ୍କର ପାଠପଢା ଗାଁ ସ୍କୁଲରୁ ଆରମ୍ଭ କରିଥିଲେ । ସ୍କୁଲରେ ଅନ୍ୟ ପିଲାଙ୍କ ଭଳି ଭଗତ ନଥିଲେ । ସେ ପ୍ରତିଦିନ ନୂଆ ନୂଆ ସାଙ୍ଗ ବନାଇବାକୁ ପସନ୍ଦ କରୁଥିଲେ । ଅନ୍ୟ ସପିଲାମାନେ ସ୍କୁଲ କକ୍ଷରେ ପାଠ ପଢୁଥିବା ବେଳେ ଭଗତ ଶ୍ରେଣୀ ଗୃହରୁ ବାହାରିଯାଇ ନଦୀ କୁଳରେ ବସି ଝରଣାକୁ ଦେଖିବା ସହ ଚଢେଇମାନଙ୍କ ରାବକୁ ଅନୁଭବ କରୁଥିଲେ ।
ଭଗତ ସିଂହ ଧିରେ ଧିରେ ବଡ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଲାଗିଥିଲେ । ଭାରତକୁ ଆଜାଦି ଦେବା ପାଇଁ ଅନେକ ସଂଗଠନରେ ଯୋଗ ଦେଇଥିଲେ ଏବଂ ଅନେକ ସଂଗଠନ ମଧ୍ୟ ବନାଇଥିଲେ । ସଂଗଠନରେ ମିଶି ଇଂରେଜ ମାନଙ୍କ ବିରୁଦ୍ଧରେ ଲଢୁଥିଲେ । କାଳ କ୍ରମେ ଭଗତ ସିଂହ ଇଂରେଜମାନଙ୍କ ପାଇଁ ଏକ ମୁଁଣ୍ଡ ବିନ୍ଧା ପାଲଟି ଯାଇଥିଲେ । ସେତେବେଳ ସମୟରେ ଭଗତ ସିଂହଙ୍କ ନାଁ ଶୁଣିଲେ ଇଂରେଜମାନେ ଭୟଭିତ ହୋଇ ଉଠୁଥିଲେ । ତେଣୁ ଭଗତ ସିଂହଙ୍କୁ ରାସ୍ତାରୁ ହଟାଇବା ପାଇଁ ଇଂରେଜମାନେ ଭଗତ ଏବଂ ତାଙ୍କର କେତେକ ସାଥୀଙ୍କୁ ବନ୍ଦି କରି ଜେଲରେ ଭର୍ତି କରିଦେଇଥିଲେ ।
୧୪ ଜୁଲାଇ ୧୦୨୯ରେ ଭଗତ ସିଂହ ନିଜର ଦାବି ପୁରା କରିବା ପାଇଁ ଏକ ପତ୍ର ଭାରତ ସରକାରଙ୍କ ଗୁରୁ ସଦସ୍ୟଙ୍କ ପାଖକୁ ପଠାଇଥିଲେ । ସେଥିରେ ଲେଖାଥିଲା, ରାଜନୈତିକ କଏଦି ହୋଇଥିବା କାରଣରୁ ଆମକୁ ମଧ୍ୟ ଭଲ ଖାଦ୍ୟ ଖାଇବାକୁ ଦିଆଯାଉ । ଏଥିପାଇଁ ଆମର ଖାଦ୍ୟ ମଧ୍ୟ ୟୁରୋପିଆନ କଏଦିଙ୍କ ଖାଦ୍ୟ ଭଳି ହେବା ଆବଶ୍ୟକ । ଆମକୁ ଜେଲରେ କାମ କରିବାକୁ କୁହାନଯାଉ । ଏହି ଭଳି ଅନେକ ଦାବି କରି ଅନସନ ଆରମ୍ଭ କରିଥିଲେ ଭଗତ । କେବଳ ଭଗତ ନୁହେଁ ଭଗତଙ୍କ ଅନ୍ୟ ସାଥୀମାନେ ମଧ୍ୟ ଏହି ଅନସନରେ ସାମିଲ ହୋଇଥିଲେ । ସରକାରଙ୍କ ପାଇଁ ଏହି ଅନସନ ଏକ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଥିଲା । ସେପଟେ ପ୍ରତିଦିନ ଭଗତ ସିଂହଙ୍କ ଶରୀରର ଓଜନ ୫ ପାଉଣ୍ଡ ଲେଖାଏ କମିବାକୁ ଲାଗିଥିଲା । ୨ ସେପ୍ଟେମ୍ବର ୧୯୨୯ରେ ସରକାର ଜେଲ ଇନକ୍ୱାରି କମିଟି ସ୍ଥାପନା କଲେ । ୧୩ ସେପ୍ଟେମ୍ବର ବେଳକୁ ଏହି ଆନ୍ଦୋଳନ ଭୟଙ୍କର ରୁପ ନେଇଥିଲା । ଏହି ଆନ୍ଦୋଳନରେ ଭଗତ ସିଂହଙ୍କ କେତେକ ମିତ୍ର ଭୋକ ଉପାସରେ ସହିଦ ହୋଇଗଲେ । ପ୍ରାୟ ୧୧୪ ଦିନ ଅନସନରେ ବସିବା ପରେ ଭଗତ ସିଂହ ଏବଂ ତାଙ୍କ ସାଥୀମାନେ ରୁଟି ଏବଂ ଡାଲି ଖାଇ ଅନସନକୁ ସମାପ୍ତ କରିଥିଲେ ।
ଭଗତ ସିଂହଙ୍କୁ ଫାଶୀ :
ଭଗତ ସିଂହ ଜେଲରେ ରହି ମଧ୍ୟ ତାଙ୍କର ଦୁଃସାହସିକ କାର୍ଯ୍ୟକ୍ରମ ବନ୍ଦ କରିନଥିଲେ । ତେଣୁ ବ୍ରିଟିସ ସରକାର ଏହି ମାମଲାକୁ ତୁରନ୍ତ ସମାଧାନ କରିବାକୁ ଚାହୁଁଥିଲେ । ସେଥିପାଇଁ ବ୍ରିଟିସ ସରକାର ମେ ୧ ତାରିଖ ୧୯୩୦ରେ ଏକ ଟ୍ରିବୁନାଲ ବୈଠକ ଡକାଇଥିଲେ । ସେହି ବୈଠକରେ ଏକ ତରଫା ନିଷ୍ପତି ନିଆଯାଇ ୭ ଅକ୍ଟବର ୧୯୩୦ରେ ଭଗତ ସିଂହ ଏବଂ ତାଙ୍କ ସାଥୀଙ୍କ ବିରୁଦ୍ଧରେ ଶୁଣାଣି ହୋଇଥିଲା । ଏହି ଶୁଣାଣିରେ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରଙ୍କୁ ଫାସି ଦଣ୍ଡରେ ଦଣ୍ଡିତ କରିବା ସହ ତାଙ୍କ ଅନ୍ୟ ସାଥୀମାନଙ୍କୁ କଳାପାଣି ଦଣ୍ଡରେ ଦଣ୍ଡିତ କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ, ୨୪ ମାର୍ଚ୍ଚ ୧୯୩୧ରେ ଭଗତଙ୍କୁ ଫାଶୀ ଦିଆଯିବାର ନିଷ୍ପତି ନିଆଯାଇଥିଲା । କିନ୍ତୁ ଜନ ଆନ୍ଦୋଳନକୁ ଆଖିଆଗରେ ରଖି ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ୭ଟା ୩୩ ମିନିଟରେ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଦେଇଦିଆଗଲା । ଏହି ମହାନ ବ୍ୟକ୍ତିତ୍ୱ ନିଜ ଦେଶବାସିଙ୍କ ମଧ୍ୟରେ ଦେଶ ପ୍ରେମ ଯଗାଇବା ପାଇଁ ସହିଦ ହୋଇଯାଇଥିଲେ । | <urn:uuid:ea0de694-5171-4061-b7bf-e4ece0d6d2db> | CC-MAIN-2018-34 | http://kanaknews.com/independence-days-special-about-bhagat-singh/ | 2018-08-16T18:06:58Z | s3://commoncrawl/crawl-data/CC-MAIN-2018-34/segments/1534221211146.17/warc/CC-MAIN-20180816171947-20180816191947-00115.warc.gz | ory | 1.000008 | Orya | 5 | {"ory_Orya_score": 1.0000078678131104} |
କନକ ବ୍ୟୁରୋ : ନିଆଳିର ମେଣ୍ଢା ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିବା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବୟାନ୍, ଏହି ପୂରା ଘଟଣାର ଚର୍ଚ୍ଚାର ମୋଡକୁ ବଦଳାଇ ଦେଇଛି । ମନ୍ତ୍ରୀ କହିଛନ୍ତି ,ମେଣ୍ଢା ମୃତ୍ୟୁ ପଛରେ ରହିଛି ରାମଶିଆଳ । ବନବିଭାଗର ୩ଟି ଟିମର ଛାନଭିନ୍ ପରେ ଭଅଁରାଗଡ଼ ଜଙ୍ଗଲରୁ ଠାବ ହୋଇଛି ରାମଶିଆଳର ପାଦ ଚିହ୍ନ । ସନ୍ଦେହ କରାଯାଉଛି ଏହାର ଆଖପାଖ ଅଂଚଳରେ ଦଳ ବାନ୍ଧି ରହୁଛନ୍ତି ରାମଶିଆଳ । ଆଉ କାବୁ କରିବା ପାଇଁ ଚାଲିଛି ଯୋଜନା ।
ଭୟଭୀତ ନହେବା ପାଇଁ ସବୁ ମହଲରୁ ଅନୁରୋଧ କରାଯାଉଥିଲେ ବି ମାନୁନି ଲୋକଙ୍କ ମନ । ଟାୟାର ଓ ମଶାଲ୍ ଜାଳି ,ରାତି ଅଧରେ ବାହାରି ପଡୁଛନ୍ତି ସେହି ଅଜଣା ଜନ୍ତୁ ସନ୍ଧାନରେ । ରାତି ଉଜାଗର ରହି ,ହୋ ହାଲ୍ଲା ଭିତରେ ଖୋଜା ଚାଲିଛି ମେଣ୍ଢା ମୃତ୍ୟୁର ରହସ୍ୟ । ମେଣ୍ଢା ମୃତ୍ୟୁର ଆତଙ୍କ ଭିତରେ ନିଆଳି କଂଟାପଡ଼ା ଗାଁରେ ପହଂଚିଛନ୍ତି ଜଣେ ତାନ୍ତ୍ରିକ । ଅଦୃଶ୍ୟ ଜନ୍ତୁ ଦାଉରୁ ରକ୍ଷା ପାଇଁ ମନ୍ତ୍ରତନ୍ତ୍ରର ଆଶ୍ରୟ ନେଇଛନ୍ତି ଲୋକେ । ଅଜଣା ଆତଙ୍କ ଲୋକଙ୍କୁ ଅନ୍ଧବିଶ୍ୱାସ ଆଡକୁ ଟାଣି ନେଉଥିବା ବେଳେ ତାନ୍ତ୍ରିକ କହୁଛନ୍ତି ଭୂତ କିମ୍ବା ଅଲୌକିକ ଶକ୍ତିର ଏହା କାମ ନୁହେଁ ।
କିଏ ମାରୁଛି ମେଣ୍ଢା । ମଣିଷ ନା' ପଶୁ । ଏହା ପଛର ସତ ଜାଣିବା ପାଇଁ ତୃତୀୟ ଦିନରେ ନିଆଳିର ଘନ ଅନ୍ଧକାରରେ ରାତି ବିତାଇଛି କନକ ନ୍ୟୁଜ୍ କ୍ୟାମେରା ଟିମ୍ । ରାତିସାରା ବୁଲିବା ପରେ ବି କୌଣସି ସନ୍ଧାନ ମିଳୁନି ସତ, କିନ୍ତୁ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ନୂଆ ନୂଆ କାହାଣୀ । ହେଲେ ଏବେବି ରହସ୍ୟ ଘେରରେ ରହିଛି ନିଆଳି ମେଣ୍ଢା ମୃତ୍ୟୁ ଘଟଣା । ଆଉ କେବେ ପୂରା ଘଟଣା ଉପରୁ ପରଦା ହଟିବ ତାକୁ ଅପେକ୍ଷା କରାଯାଇଛି । | <urn:uuid:49be4b45-f776-402b-bcfc-314659d065b9> | CC-MAIN-2018-34 | http://kanaknews.com/niali-sheep-death-issue-supense-continue/ | 2018-08-16T18:06:56Z | s3://commoncrawl/crawl-data/CC-MAIN-2018-34/segments/1534221211146.17/warc/CC-MAIN-20180816171947-20180816191947-00115.warc.gz | ory | 0.999974 | Orya | 5 | {"ory_Orya_score": 0.9999743700027466} |
କନକ ବ୍ୟୁରୋ : ଏଣିକି ସିବିଏସଇ ପରୀକ୍ଷା ପାଇଁ ଆଧାର ବାଧ୍ୟତାମୂଳକ । ନବମ ଓ ଏକାଦଶ ପରୀକ୍ଷା ପାଇଁ ପଂଜୀକରଣ ପାଇଁ ଏହାକୁ ବାଧ୍ୟତାମୂଳକ କରିଛି ସିବିଏସଇ । ଏନେଇ ସିବିଏସଇ ପକ୍ଷରୁ ଗତ ୨୬ ତାରିଖରେ ବିଜ୍ଞପ୍ତି ଜାରି ହୋଇଛି । ଏହା ଛଡା ସମସ୍ତ ସ୍ୱୀକୃତି ପ୍ରାପ୍ତ ବିଦ୍ୟାଳୟ ମଧ୍ୟ ସ୍ୱତନ୍ତ୍ର ଭାବେ ପଂଜୀକରଣ କରିବାକୁ ମଧ୍ୟ କୁହାଯାଇଛି ।
ପ୍ରଥମ ଥର ପାଇଁ କୌଣସି ଏକ ବୋର୍ଡ ଆଧାରକୁ ବାଧ୍ୟତାମୂଳକ କରିଛି । କିନ୍ତୁ ଗୋପନୀୟତାର ଅଧିକାର ପ୍ରସଙ୍ଗ ସୁପ୍ରିମକୋର୍ଟ ରାୟ ଦେଇଥିବା ବେଳେ ଆଧାର ବାଧ୍ୟତାମୂଳକ କେତେ ଗ୍ରହଣୀୟ ହେବ? ଏବେ ଆଧାରର ବୈଧ୍ୟତା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି । ଦୀର୍ଘ ଦିନ ଧରି ଆଧାରକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଛି । ଏପଟେ ସିବିଏସଇ ନେଇ ଥିବା ଏହି ପଦକ୍ଷେପ ପୁଣି ଏକ ବିବାଦ ସୃଷ୍ଟି କରିବ ନାହିଁ ତ? | <urn:uuid:fab42d6b-cad6-4d1a-a441-76cbe7a1cac3> | CC-MAIN-2018-34 | http://kanaknews.com/cbse-makes-aadhaar-number-mandatory-for-class-9-11-registration/ | 2018-08-19T09:08:05Z | s3://commoncrawl/crawl-data/CC-MAIN-2018-34/segments/1534221215075.58/warc/CC-MAIN-20180819090604-20180819110604-00355.warc.gz | ory | 1.000009 | Orya | 8 | {"ory_Orya_score": 1.0000091791152954} |
କନକ ବ୍ୟୁରୋ : ପାରାଦ୍ୱୀପ ତୈଳ ବିଶୋଧନାଗାରକୁ ମିଳିବନି ଓଡିଶାର ସହାୟତା । ରାଜ୍ୟ ସରକାର ଏହି ସଂସ୍ଥାକୁ ଘୋଷଣା କରିଥିବା ସୁଧମୁକ୍ତ ରୁଣ ଓ ଭାଟ ଛାଡ ସୁବିଧାକୁ ପ୍ରତ୍ୟାହାର କରିନେଇଛନ୍ତି । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଗ୍ରହଣ କରିନେଇଛି । ରାଷ୍ଟ୍ରୀୟ ଉଦ୍ୟୋଗ ଇଂଡିୟାନ ଅଏଲ୍ କର୍ପୋରେସନ ଲିମିଟେଡ୍ କୁ ମିଳୁଥିବା ଆର୍ଥିକ ପ୍ରୋତ୍ସାହନକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।
ଆର୍ଥିକ ହାନି ଓ ରାଜସ୍ୱ ଶୃଙ୍ଖଳା ବିଗିଡିବା ଆଶଙ୍କାରେ ଏମିତି ପଦକ୍ଷେପ ନିଆଯାଇଛି ବୋଲି ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ ଗତକାଲି ବିଧାନସଭାରେ ସୂଚନା ଦେଇଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଅନ୍ୟାନ୍ୟ କମ୍ପାନୀଙ୍କୁ ରାଜ୍ୟ ସରାକର ଏହି ସୁବିଧା ଦେଉଥିବା ବେଳେ ଆଇଓସିଏଲ୍କୁ ଏହା ବନ୍ଦ କରିବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରତି ଥିବା ଇର୍ଷାଭାବ ମୁଖ୍ୟ କାରଣ ବୋଲି ବିଜେପି ଅଭିଯୋଗ କରିଛି । | <urn:uuid:11b3ea9f-d995-4210-b9e1-e02f7a45a33e> | CC-MAIN-2018-34 | http://kanaknews.com/nabeen-pattanaik-denied-to-help-iocl-paradeep/ | 2018-08-19T09:08:02Z | s3://commoncrawl/crawl-data/CC-MAIN-2018-34/segments/1534221215075.58/warc/CC-MAIN-20180819090604-20180819110604-00355.warc.gz | ory | 1.000007 | Orya | 8 | {"ory_Orya_score": 1.0000073909759521} |
– ମଙ୍ଗଳାଯୋଡି ଗାଁ ଚିଲିକା ବିକାଶର ପ୍ରୟୋଗଶାଳା ହେଉ
– ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଓଏନଜିସି ୟୁନେସ୍କୋ ସହ ମିଶି କାମ କରୁଛି
– ଗରୀବ ଲୋକଙ୍କ ଘରେ ଯୋଜନାର ଲାଭ ପହଂଚାଇବା ମୋଦି ସରକାରଙ୍କ ପ୍ରାଥମିକତା
ମଙ୍ଗଳାଯୋଡି/ ଭୁବନେଶ୍ୱର, ୦୫ ମଇ (ଓଡ଼ିଆ ପୁଅ) – ଚିଲିକାକୁ ବିକଶିତ କରିବା ସହ ଚିଲିକା ଆଧାରିତ ଗାଁ ଗୁଡିକର ଜୀବନ ଜୀବିକା ବିଷୟ ଚିନ୍ତା କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ଓ ମଙ୍ଗଳାଯୋଡି ଗାଁ ଚିଲିକା ବିକାଶର ପ୍ରୟୋଗଶାଳା ହେଉ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଓଏନଜିସି ୟୁନେସ୍କୋ ସହ ମିଶି କାମ କରୁଛି।
ମଙ୍ଗଳାଯୋଡି ଠାରେ ଗ୍ରାମ ସ୍ୱରାଜ ଅଭିଯାନର ଅଙ୍ଗ ଭାବେ ଏକ ଉଜ୍ୱଳା ପଂଚାୟତରେ ଯୋଗ ଦେଇ ଶ୍ରୀ ପ୍ରଧାନ ଉଜ୍ୱଳା ଯୋଜନାରେ ଗରୀବ ମହିଳା ମାନଙ୍କୁ ଉଜ୍ୱଳା ଗ୍ୟାସ ବାଂଟିବା ସହ ମୋଦି ସରକାରର ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିଥିଲେ।
ମଙ୍ଗଳାଯୋଡି ଗାଁର ୭୮୦ ପରିବାର ମଧ୍ୟରୁ ୪୬୩ ପରିବାରରେ ପୂର୍ବରୁ ଏଲପିଜି ପହଂଚି ସାରିଥିବା ବେଳେ ନୂଆ ୧୨୫ ଜଣଙ୍କୁ ଉଜ୍ୱଳା ଯୋଜନାରେ ଶ୍ରୀ ପ୍ରଧାନ ଗ୍ୟାସ ବଂଟନ କରିଥିଲେ। ଜାତିଗତ ପ୍ରମାଣପତ୍ର ଓ ଅନ୍ୟାନ୍ୟ କାଗଜ ଯୋଗାଡ ହେବା ମାତ୍ରେ ସେମାନଙ୍କୁ ଏଲପିଜି ସଂଯୋଗ ଯୋଗାଇ ଦିଆ ଯିବାକୁ ପଦକ୍ଷେପ ନିଆ ଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ମଙ୍ଗଳାଯୋଡି ଗାଁର ୧୪୩ ଜଣଙ୍କ ଘରେ ବିଜୁଳି ସଂଯୋଗ କରା ଯାଇଥିଲା। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଓ ଜୀବନ ଜ୍ୟୋତି ବୀମା ଯୋଜନାରେ ୩୫୦ ଲେଖା ପରିବାର ସାମିଲ ହୋଇଥିଲେ। ୭୧ ପରିବାରକୁ ସ୍ୱଳ୍ପ ମୂଲ୍ୟରେ ୨୦୦ ଏଲଇଡି ବଲ୍ବ ଯୋଗାଇ ଦିଆ ଯାଇଥିଲା।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଦିଲ୍ଲୀରେ ଓ ଭୁବନେଶ୍ୱରରେ ସରକାର ମାନେ ଥିଲେ। ମାତ୍ର ମୋଦି ସରକାର ପରି ଗାଁର ଗରୀବ ଲୋକ ମାନଙ୍କ କଥା କିଏ ଚିନ୍ତା କରୁ ନ ଥିଲେ। ଘରେ ପାଇଖାନା ପହଂଚିବା, ବିଜୁଳି ପହଂଚିବା, ରୋଷେଇ ଗ୍ୟାସ ପହଂଚିବା, ଶସ୍ୟ ବୀମା ମିଳିବା, ସବୁ ରୋଗ ପାଇଁ ଟୀକା ବ୍ୟବସ୍ଥା କରିବା, ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ବୀମା ମୋଦି ସରକାର ହିଁ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ଦେଶର ପ୍ରଧାନ ସେବକ। ଓଡିଆ ଭାଷାରେ ପ୍ରଧାନ ହଳିଆ। ପ୍ରଧାନମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେ ହଳିଆ ଭାବେ ପ୍ରଜାତନ୍ତ୍ରରେ ମାଲିକ ଜନସାଧାରଣଙ୍କୁ ହିସାବ ଦେବାକୁ ଆସିଛନ୍ତି। ଯଦି କେଉଁ କାମ ଘରେ ପହଂଚି ନାହିଁ ତାକୁ ପହଂଚା ଯିବା ପାଇଁ ବ୍ୟବସ୍ଥା କରା ଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। | <urn:uuid:4cb3ba05-5f75-4981-9131-df6685662874> | CC-MAIN-2018-34 | http://odiapua.com/%E0%AC%AE%E0%AC%99%E0%AD%8D%E0%AC%97%E0%AC%B3%E0%AC%BE%E0%AC%AF%E0%AD%8B%E0%AC%A1%E0%AC%BF%E0%AC%B0%E0%AD%87-%E0%AC%8F%E0%AC%B2%E0%AC%AA%E0%AC%BF%E0%AC%9C%E0%AC%BF-%E0%AC%AA%E0%AC%82%E0%AC%9A%E0%AC%BE/ | 2018-08-19T09:28:51Z | s3://commoncrawl/crawl-data/CC-MAIN-2018-34/segments/1534221215075.58/warc/CC-MAIN-20180819090604-20180819110604-00355.warc.gz | ory | 0.999998 | Orya | 5 | {"ory_Orya_score": 0.9999983310699463} |
କନକ ବ୍ୟୁରୋ : ମୁଣ୍ଡଳି ପହଂଚିବ ବନ୍ୟାଜଳ । ହୀରାକୁଦରୁ ଛଡାଯାଇଥିବା ପ୍ରଥମ ବନ୍ୟାଜଳ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୁଣ୍ଡଳି ଛୁଇଁବ । ଏବେ ମୁଣ୍ଡଳିରେ ୨ ଲକ୍ଷ ୯ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ପୂର୍ବାପେକ୍ଷା ଏଠାରେ ଜଳସ୍ତର ଖୁବ୍ କମ ରହିଛି । ସେହିପରି ମୁଣ୍ଡଳିରେ ଜଳସ୍ତରର ବିପଦ ସଙ୍କେତ ୯୭ ଥିଲା ବେଳେ ଏବେ ଏହା ୮୧ରେ ରହିଛି । ବିପଦ ସ୍ତରଠାରୁ ଖୁବ ତଳେ ରହିଛି ଜଳସ୍ତର । ତେଣୁ ବନ୍ୟା ଆଶଙ୍କା କମ୍ ରହିଛି ବୋଲି କୁହାଯାଉଛି ।
ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ବନ୍ଦ ପାଇଁ ନିର୍ଦ୍ଦେଶ । ହୀରାକୁଦରୁ ୧୭ଟି ଗେଟ୍ ଦେଇ ଗତକାଲିଠାରୁ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ଆଉ ୫ଟି ଗେଟ୍ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ କରି ୫ଟି ଗେଟ୍ ବନ୍ଦ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨ ଦଶମିକ ୨୫ ଫୁଟ୍ ରହିଛି । ସେକେଣ୍ଡ ପିଛା ୯୪ ହଜାର ୮୬୯ କ୍ୟୁସେକ୍ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୧ ହଜାର ୪୦୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ଜଳଭଣ୍ଡାରର ଜଳସ୍ତର ବଢିବା ପରେ ଗତକାଲି ପର୍ଯ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯାଇଥିଲା । ଆସନ୍ତା ୨୯ ତାରିଖର ଲଘୁଚାପ ଓ ୨୭ ତାରିଖର ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଅଧିକ ଗେଟ୍ ଖୋଲା ଯାଇଥିଲା । ଜଳଭଣ୍ଡାରର ଜଳକୁ ୬୦୯ ଫୁଟ୍ ରଖିବା ପାଇଁ ଉଦ୍ୟମ କରାଯାଉଛି । | <urn:uuid:6c7dced5-c2b1-4c84-8f35-d611f22b9391> | CC-MAIN-2018-34 | http://kanaknews.com/flood-water-reached-mundali-in-evening/ | 2018-08-19T21:06:25Z | s3://commoncrawl/crawl-data/CC-MAIN-2018-34/segments/1534221215393.63/warc/CC-MAIN-20180819204348-20180819224348-00010.warc.gz | ory | 0.999997 | Orya | 4 | {"ory_Orya_score": 0.9999973773956299} |
ଅମିଶ ତ୍ରିପାଠୀ, ନିରୁପମା ରାଓ ଏବଂ ପଦ୍ମଜ ପାଲଙ୍କୁ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ କୃତିତ୍ୱକୁ ସମ୍ମାନ ଜଣାଇ ସେମାନଙ୍କୁ ପ୍ରତିÂିତ କଳିଙ୍ଗ ସାହିତ୍ୟ ପୁରସ୍କାର , ୨୦୧୮ ରେ ସମ୍ମାନିତ କରାଯିବ ବୋଲି କଳିଙ୍ଗ ସାହିତ୍ୟ ସମାରୋହର ନିଦେ୍ର୍ଧଶକ ଶ୍ରୀ ରଶ୍ମି ରଞ୍ଜନ ପରିଡ଼ା ସୂଚନା ଦେଇଛନ୍ତି ।
କଳିଙ୍ଗ ସାହିତ୍ୟ ସମାରୋହ, ଗତ ୪ ବର୍ଷ ଧରି ବିଭିନ୍ନ ସାହିତ୍ୟ ସମାରୋହ ମଧ୍ୟରେ ଜାତୀୟସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବର୍ତମାନ ୫ମ କଳିଙ୍ଗ ସାହିତ୍ୟ ସମାରୋହ ଆମ ନିକଟରେ ଉପସ୍ଥିତ । ଜୁନ ୮ ତାରିଖରୁ ୧୦, ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏହି କଳିଙ୍ଗ ସାହିତ୍ୟ ସମାରୋହରେ ସାହିତ୍ୟ, ସିନେମା, ଗଣମାଧ୍ୟମ ଏବଂ ରାଜନୀତି ଜଗତରୁ ୨୫୦ ରୁ ଊଦ୍ଧ୍ୱର୍ ବିଶିÂ ବ୍ୟକ୍ତି ବିଶେଷ ଓଡ଼ିଶାର ଏହି ମନ୍ଦିରମାଳିନୀ ସହରରେ ଏକତି୍ରତ ହୋଇ 'ଟୁୱାର୍ଡସ୍ ଏ ଜଷ୍ଟ ସୋସାଇଟୀ : ସାହିତ୍ୟରେ ସମାନତା, ନିରପେକ୍ଷତା ଏବଂ ମାନବୀୟତା' ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବେ ।
କଳିଙ୍ଗ ସାହିତ୍ୟ ସମାରୋହ (କେଏଲ୍ଏଫ୍) ଭାରତର ଅଗ୍ରଣୀ ସାହିତି୍ୟକ ମଂଚ ମଧ୍ୟରେ ପ୍ରମୁଖ ଏବଂ ଉଭୟ ଅନୁଭୂତିସମ୍ପନ୍ନ ଏବଂ ସାହିତି୍ୟକ ଯୁବବର୍ଗଙ୍କୁ ଆକର୍ଷିତ କରିବାରେ ଭାରତର ପୂର୍ବାଂଚଳରେ ସର୍ବଶ୍ରେÂ । ସାହିତ୍ୟ, ନ୍ୟାୟିକ, ସମାନତା, ନିରପେକ୍ଷତା ଏବଂ ମାନବୀୟତା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା, ତର୍କ ଏବଂ ସମାନତାକୁ ସର୍ବ ସମ୍ମୁଖକୁ ଆଣିବା ନିମନ୍ତେ ପୂର୍ବ ଆୟୋଜିତ ସାହିତ୍ୟ ସମାରୋହଠାରୁ ଅଧିକ ପ୍ରଭାବଶାଳୀ ଏହି ସମାରୋହର ୫ମ ସଂସ୍କରଣ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ନାମକୁ ଗୋଟିଏ ମଂଚରେ ଏକତ୍ରିତ କରିବ ।
କଳିଙ୍ଗ ସାହିତ୍ୟ ପୁରସ୍କାର, ୨୦୧୮
କଳିଙ୍ଗ ସାହିତ୍ୟ ପୁରସ୍କାର : ପଦ୍ମଜ ପାଲ
କଳିଙ୍ଗ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର : ଅମିଶ ତ୍ରିପାଠୀ
କଳିଙ୍ଗ କାରୁବାକୀ ପୁରସ୍କାର : ନିରୁପମା ରାଓ | <urn:uuid:ac47655b-aa25-43d4-bc1e-6cdca161c982> | CC-MAIN-2018-34 | http://odishan.com/23909 | 2018-08-19T21:59:53Z | s3://commoncrawl/crawl-data/CC-MAIN-2018-34/segments/1534221215393.63/warc/CC-MAIN-20180819204348-20180819224348-00010.warc.gz | ory | 1.000005 | Orya | 5 | {"ory_Orya_score": 1.000004529953003} |
ପାଇକମାଲ,୧୦।୭(ଡି.ଏନ.ଏ): ବରଗଡ ଜିଲା ପାଇକମାଲ ଥାନା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ମାଝି ପାଲି ଗ୍ରାମର ମନୋରଞ୍ଜନ ଡନସନାଙ୍କ ପୁଅ ଜିତୁ(୧୯) ୨୦୧୬ ଡିସେମ୍ବର୭ ତାରିଖରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ଏ ନେଇ ତାଙ୍କ ବାପା ମନୋରଞ୍ଜନ ୨୫ତାରିଖରେ ପାଇକମାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନଂ୧୮୭/୧୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପ୍ରକାଶ ଯେ, ଜିତୁ ପଦ୍ମପୁରସ୍ଥିତ ତ୍ରୀପାଠୀଚାମ୍ବରରେ ରହି ଯୁକ୍ତ୨ରେ ପାଠ ପଢୁଥିଲେ। ସେ ୭ ତାରିଖରେ ଶରୀର ଅସୁସ୍ଥ ଥିବା କହି ବରଗଡ଼ ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ନ ଥିବାରୁ ସେ ଫେରି ଆସିଥିଲେ। ଏହି ସମୟରେ ୨ଜଣ ଯୁବକ ଜିରା ନଦୀ ନିକଟରେ ମାଡପିଟ କରି ତାଙ୍କଠାରୁ ଦୁଇଟି ମୋବାଇଲ ଓ ୨୦୦୦ଟଙ୍କା ଲୁଟି ନେଇ ଜିରା ନଦୀ ବାଲିରେ ପକାଇ ଦେଇଥିଲେ ା ପରେ ହୋସ ଆସିବା ପରେ ବରଗଡ ରେଲୱେଷ୍ଟେଶନ ଯାଇ ସେ ଦିଲୀ ପଲାଇ ଯାଇଥିଲେ ା ସେଠାରେ ଗୋଟେଏ କେଟ୍ରିଙ୍ଗରେ ରହି କାମ କରୁଥିଲେ । ୧ବର୍ଷ ପରେ ସେ ଟ୍ରେନରେ ପୁଣି କଲିକତା ପଲାଇ ଆସି ସେଠାରେ ଏକ ବେଣ୍ଡ ପାଟିରେ ରହି କାମ କରୁଥିଲେ ା ଚଳିତ ମାସ ୫ତରିଖରେ ଜିତୁ କଲିକତାର ଏକ ଆଇସ୍କ୍ରିମ ବିକାଳିଙ୍କୁ ନିଜର କାହାଣୀ କହିବା ସହ ଘରର ମୋବାଇଲ ନଂ ଦେଇଥିଲେ। ଆଇସ୍କ୍ରିମ ବିକାଳି ଜିତୁର ଘରକୁ ଫୋନ ଯୋଗେ ସବୁକଥା କହିଥିଲେ । ଘର ଲୋକେ ବିଶ୍ୱାସ କରି ନ ପାରି ପୁଅର ଫଟୋ ମୋବାଇଲରେ ପଠାଇବା ପାଇଁ କହିଥିଲେ ା ଫଟୋ ପାଇବା ପରେ ପାଇକମାଲ ପୋଲିସକୁ ଜଣାଇ ୭ ତାରିଖରେ କଲିକତା ଅଭିମୁଖେ ପରିବାରର ୭ଜଣ ଯାଇଥିଲେ । ସେଠାରେ ଆଇସ୍କ୍ରିମ ବିକାଳିଙ୍କ ସହିତ ଫୋନରେ କଥା ହୋଇ ପୁଅକୁ ପାଇଥିଲେ । ଜିତୁଙ୍କୁ ଧରି ଖୁସିରେ ପରିବାରର ସମସ୍ତେ ଦିଘା ବୁଲିବାକୁ ଯାଇଥିଲେ । ସେଠାରୁ ଭୁବନେଶ୍ୱର ବୁଲି ଯାଇଥିଲେ । ଭୂବନେଶ୍ୱରରେ ବୁଲିବା ସମୟରେ ଜିତୁ ଅନ୍ୟତ୍ର ଦୌଡି ପଳାଇ ଯିବାରୁ ପରିବାର ଲୋକେ ନିକଟସ୍ଥ ଥାନାରେ ଜଣାଇଥିଲେ । ଥାନା ଅଧିକାରୀ ଜିତୁଙ୍କୁ ଅଟକ ରଖି ସମସ୍ତ ବିଷୟ ପଚରାଉଚୁରା କରିଥିଲେ ଏବଂ ଗୋଟିଏ ଦିନ ପରେ ଛାଡିଦେଇ ଥିଲେ । ମଙ୍ଗଳବାର ସମସ୍ତେ ଜିତୁଙ୍କୁ ଆଣି ଘରେ ପହଞ୍ଚତ୍ବା ପରେ ଘରର ଲୋକେ ଖୁସି ହୋଇଯାଇଥିଲେ। ଦୀର୍ଘ ଦିନ ପୁଅକୁ ନ ପାଇବା ପରେ ଜିତୁଙ୍କ ବାପା ପୂର୍ବରୁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହା ପରେ ବରଗଡ ପୋଲିସ ତନାଘନା କରି ୨୦୧୭ ଅକ୍ଟୋବର୨୨ରେ ହଲୁଗୁଲା(୨୨) ଓ ରାଘବ ନାୟକ(୨୨)ଙ୍କୁ ୩୦୨,୨୦୧,୩୪୧ଧାରାରେ ମାମଲା ରୁଜୁ କୋର୍ଟ ଚାଲାଣ କରି କୋର୍ଟ ଚାଲାଣ କରିଥିଲେ । କିଛି ଦିନ ପରେ ସେମାନେ ବେଲରେ ଆସିଥିଲେ। | <urn:uuid:a2d32e99-e8b3-4d41-aeae-61857aaaa953> | CC-MAIN-2018-34 | http://www.dharitri.com/main/news/53935 | 2018-08-19T21:00:46Z | s3://commoncrawl/crawl-data/CC-MAIN-2018-34/segments/1534221215393.63/warc/CC-MAIN-20180819204348-20180819224348-00010.warc.gz | ory | 0.999988 | Orya | 4 | {"ory_Orya_score": 0.9999877214431763} |
କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । କ୍ୟାମେରାରେ କଏଦ ହେଲା ହାର୍ଟ ଆଟାକର ଲାଇଭ ଚିତ୍ର । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁରରେ । ବାଇକରେ ବସି ଯାଉଥିବା ସମୟରେ ଟଳିପଡିଲେ ସମ୍ବାଦର ନବରଙ୍ଗପୁର ପାପଡାହାଣ୍ଡି ସାମ୍ବାଦିକ ଏ.ଜଗଦିଶ ରାଓ । ଜଗଦିଶ ତାଙ୍କ ସାଙ୍ଗ ସହିତ ହାର୍ଟ ଚେକଅପ ପାଇଁ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଇଥିଲେ ।
ତେବେ ପୁଣି ଥରେ ହାର୍ଟ ଚେକଅପ ପାଇଁ ଡାକ୍ତରଙ୍କ ପାଖକୁ ତାଙ୍କ ସାଙ୍ଗ ଗାଡିରେ ବସି ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ଗାଡିର ପଛପଟେ ବସିଥିବା ସମୟରେ ହଠାତ ତଳେ ପଡିଯାଇଥିଲେ ଜଗଦିଶ । ତାଙ୍କର ହାର୍ଟ ଆଟାକ ଆସିବାରୁ ସେ ଟଳିପଡିଥିବା ଜଣାପଡିଛି । ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହାର୍ଟଆଟାକର ଶିକାର ଏହି ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି ।
ଜଗଦିଶଙ୍କ ଘରେ ବର୍ତମାନ ତାଙ୍କର ବୃଦ୍ଧା ମା'ଙ୍କ ସହ ପତ୍ନୀ, ୨ଝିଅ ଅଛନ୍ତି। ସ୍ୱର୍ଗତଃ ରାଓ ନିଜ ଅଞ୍ଚଳରେ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ପରିଚିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। 'ସମ୍ବାଦ' ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ଜୟପୁର ସଂସ୍କରଣ ଶାଖା ପରିଚାଳକ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ରାଓଙ୍କ ଶୋକାକୁଳ ପରିବାରଙ୍କୁ ସମଦେବନା ଜଣାଇଛନ୍ତି। | <urn:uuid:afaea5a5-cdb5-49fc-ba3b-22504005839b> | CC-MAIN-2018-34 | http://kanaknews.com/journalist-jagadish-rao-passes-away/ | 2018-08-16T19:49:00Z | s3://commoncrawl/crawl-data/CC-MAIN-2018-34/segments/1534221211167.1/warc/CC-MAIN-20180816191550-20180816211550-00400.warc.gz | ory | 0.999995 | Orya | 5 | {"ory_Orya_score": 0.9999945163726807} |
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର। ଏହି କାମରେ ତିନିଜଣ ନେତା ଲାଗିଥିଲେ। ସେମାନେ ନିର୍ବାଚନ ପ୍ରଚାର କରିବା ଆଳରେ ବିଜେପୁର ଯାଇ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ମାତ୍ର ଏହି ତିନିଜଣ ନେତା କିଏ ସେ ସମ୍ପର୍କରେ ମୁହଁ ଖୋଲି ନାହାଁନ୍ତି କଂଗ୍ରେସର ପ୍ରଖର ତୁଣ୍ଡ, ସୁର ରାଉତରାୟ।
ସେ କହିଛନ୍ତି- "ବିଜେପୁରରେ ଲଢ଼ିଥିବା ତିନିଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରଣୟ ସାହୁ ହେଉଛନ୍ତି ବେଷ୍ଟ। ସେ ତୃଣମୂଳ ସ୍ତରର କର୍ମୀ। ଚାଷୀଙ୍କ ପାଇଁ ବହୁ କାମ କରିଛନ୍ତି। କିନ୍ତୁ ତାଙ୍କୁ ହରାଇବାକୁ ଦଳ ଭିତରେ ଷଡ଼ଯନ୍ତ୍ର ହୋଇଥିଲା। ସେମାନେ ଚାହୁଁଥିଲେ କଂଗ୍ରେସ ପ୍ରାର୍ଥୀ ହାରିଗଲେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ବିଦା ହେବେ ଏବଂ ସେମାନେ ଶପଥ ନେବେ। ସେମାନଙ୍କ ନାଁ କହିହେବ ନାହିଁ। ସେମାନେ କିଏ ସମସ୍ତେ ଜାଣିଛନ୍ତି। ସେମାନଙ୍କ ସମ୍ପର୍କରେ କିଛି କହିବି ନାହିଁ। ସେ ଗୁଡ଼ାକ ପିମ୍ପୁଡ଼ି। ସମୟ ସୁବିଧା ଦେଖି କାମୁଡ଼ି ଦେବେ। ମ୍ଫୁ କରିଦେଲେ ଉଡି ଯିବେ।"
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ସୁର କହିଥିଲେ-"ନବୀନ ବାବୁ ମାଇନିଂ ବିକ୍ରି ପଇସା ରଖିଥିଲେ। ସେହି ପଇସାକୁ ବିଜେପୁରରେ ଖର୍ଚ୍ଚ କରିଛନ୍ତି। ନରେନ୍ଦ୍ର ମୋଦି କେରାଣ୍ଡି ଗୁନ୍ଥି ଭାକୁଢ଼ ଧରିବା ପାଇଁ ଧର୍ମେନ୍ଦ୍ର ଜରିଆରେ ନାଲିଆ ବିଡା ଟଙ୍କା ବାଣ୍ଟିଛନ୍ତି। ଭୋଟର ପିଛା ନବୀନ ୧୦,୦୦୦ ଟଙ୍କା ଓ ବିଜେପି ୧୧,୦୦୦ ଟଙ୍କା ବାଣ୍ଟିଛନ୍ତି। ଆମ ପାଖରେ ପଇସା କାହିଁ ବାଣ୍ଟିବୁ? ମାତ୍ର ୩୦ରୁ ୪୦ ଲକ୍ଷ ଟଙ୍କା ଭିତରେ ଖର୍ଚ୍ଚ କରିଛୁ। ଏହା ପରେ ମଧ୍ୟ କଂଗ୍ରେସ କମିଂ, ଡୋଣ୍ଟ ଓରି। ପ୍ରାୟ ଦେଢ଼ କିମ୍ୱା ୨୦୦୦ ଭୋଟ୍ ବ୍ୟବଧାନରେ ଆମେ ଜିତିବୁ।"
ଫାଟ୍ ନେଇ ସେ କହିଛନ୍ତି-"ଫାଟ ସବୁ ଦଳରେ ଅଛି। କ'ଣ ବିଜେଡିରେ ନାହିଁ? ତାଙ୍କର ପ୍ରସନ୍ନ ଆଚାର୍ଯ୍ୟ ଆମ ପାଇଁ ଭିତିରି ପ୍ରଚାର କରିଛନ୍ତି। ଯୁବ, ଛାତ୍ର ଓ ମହିଳା କଂଗ୍ରେସ ନେଇ ଆମେ ମଇଦାନକୁ ଉହ୍ଲାଇଥିଲୁ।"
ସୁରଙ୍କ ମନ୍ତବ୍ୟ ନେଇ ପ୍ରସନ୍ନଙ୍କ ମତାମତ ମିଳିପାରିନାହିଁ। | <urn:uuid:4c5f779c-0cc8-447e-b851-0ed21f56438b> | CC-MAIN-2018-34 | http://odishareporter.in/odisha/sura-criticized-congress-bjd-and-bjp-214750 | 2018-08-16T19:42:12Z | s3://commoncrawl/crawl-data/CC-MAIN-2018-34/segments/1534221211167.1/warc/CC-MAIN-20180816191550-20180816211550-00400.warc.gz | ory | 0.99998 | Orya | 4 | {"ory_Orya_score": 0.999980092048645} |
(୧)
ଦିନ ନାହିଁ, ରାତି ନାହିଁ, କାମ ଚାଲିଛି । ଧରଣୀର ମାଟି ଗୋଡ଼ି ପଥର ସଙ୍ଗେ ଧରଣୀବାସୀ କେତେଗୁଡ଼ିଏ ମାନବ ସେଠି ସମାନ ହୋଇ ମିଶି ରହିଛନ୍ତି । ସେମାନଙ୍କର ଜାତି ମହତ୍ତ୍ୱ ନାହିଁ, ମାନ ଗୌରବ ନାହିଁ, କଲିବର ମହିମା ବା ଅଭିଶାପରେ ଓଡ଼ିଆ, ତେଲଙ୍ଗା, ହିନ୍ଦୁ, ମୁସଲମାନ ସମସ୍ତେ ସେଠାରେ ସମାନ ।
ଅନବରତ କାର୍ଯ୍ୟ ଚାଲିଛି । ପର୍ବତ ତାଡ଼ି ପଥର ଫଟା ଯାଉଛି, ହାତୁଳି ଧରି ପଥର ଗୁଣ୍ଡା କରାଯାଉଛି, ଆଉ, ବୁଭୁକ୍ଷୁ ମାନବ ସେ ଗୁଡ଼ାକ ବୁଭୁକ୍ଷୁ ଭାବରେ ବୋହି ନେଇ ଠାଏ ଠାଏ ଜମା କରୁଛି- ସେହିଠାରେ ରସୁଲକୋଣ୍ଡାର ବିରାଟ ଘାଇ ବନ୍ଧା ଯାଉଛି ।
ଏ ପାଖେ ପର୍ବତ, ସେ ପାଖେ ପର୍ବତ- ଏ ମଧ୍ୟରେ ମାଟି ପଥର ଓ ମାନବର ଲୀଳା ଅନେକ ଦିନ ହେଲା ଚାଲିଛି । ମଣିଷ ମୁଣ୍ଡରୁ ବାଳ ଉପୁଡ଼ି ଯାଉଛି, ଆଖିର ତେଜ କମି ଆସୁଛି, ପାଦର ଗତି ଶିଥିଳ ହୋଇପଡୁଛି, ତଥାପି ସେହି ମାନବ-କୁଲି ମାଟି, ଗୋଡ଼ି, ପଥର ବୋହିବାରୁ ବିରତ ହେଉ ନାହାନ୍ତି ।
ଏହି କୁଲି ପ୍ରାଣରେ ପୁଣି ହସ । ତାହା ବଡ଼ ବିଚିତ୍ର ଧରଣର ହସ । କିଏ କେତେ ମାଟି ବୋହିଲା, କିଏ କେତେ ପଇସା ପାଇଲା- ଏଥିରେ ହିଁ ସେମାନଙ୍କର ସାନ ବଡ଼ର ମହିମା । ସେଠି ଯେବେ କିଏ ବଡ଼ ଜାତିର ଲୋକ ଛୋଟ ଜାତିର ଲୋକକୁ ଜାତି କଥା ପଚାରେ, ଉତ୍ତର ପାଏ- "ମୁଁ କୁଲି, କୁଲିଗିରି କରି ମୁଁ ପଇସା ପାଏ ।" ଗଙ୍ଗାନାଇଡୁ, ରାମଦାସ, ମଧୁରାଉଳ, ରଘୁମିଶ୍ର ସମସ୍ତଙ୍କ ସାଙ୍ଗର ମୁଁ ଜଣେ ।
ରସୁଲକୋଣ୍ଡାର ଘାଇ ଏହିପରି ସାମ୍ୟଶିକ୍ଷା ଦେଇ ଅନେକ ଦିନ ଅନେକ ମାନବପ୍ରାଣୀଙ୍କୁ ବଞ୍ଚାଇ ରଖିଥିବା କଥା ଏବେ ମଧ୍ୟ ସେ ଅଞ୍ଚଳର ବନବାସୀ କନ୍ଧଙ୍କଠାରୁ ପ୍ରାସାଦବାସୀ ଭଦ୍ରଲୋକଙ୍କ ପର୍ଯ୍ୟନ୍ତ ଅନେକଙ୍କ ମୁହଁରୁ ନିରାଟ ସତ୍ୟ ରୂପେ ଶୁଣାଯାଏ ।
(୨)
ସେଦିନ ଏବେ ଅର୍ଦ୍ଧଶତାବ୍ଦୀରୁ ବଳିଗଲାଣି । ସେଠାରେ ମାଟି ଗୋଡ଼ି ବର୍ତ୍ତମାନ ସୁନା ପାଲଟି ମାନବର ଅକଳନ୍ତି ରତ୍ନ ଭଣ୍ଡାରରେ ପରିଣତ ହୋଇଗଲାଣି । ସେଠାର ପାଣି ବର୍ତ୍ତମାନ ଭଞ୍ଜଭୂମି ଗଞ୍ଜାମରେ ଅମୃତଧାରା ରୂପେ ଗ୍ରାମ ବିଲ ପ୍ରାନ୍ତରରେ ସୁନାର ଫୁଲ ଫୁଟାଇ ଦେଲାଣି । ଆଉ ସେ ଯୁଗର କଥା- ସେହି କୁଲି-ଧର୍ମର ସାମ୍ୟପୀଠ କଥା କିଏ ମନେ ପକାଉଛି । ସେହି ଯୁଗର ଏକ ମାତୃବର କ୍ଷୁଦ୍ର କାହାଣୀ ଏହିଠାରେ ଏତେ ଦିନ ପରେ କୁହାଯାଉଛି ।
ଦିନେ ସେଠାରେ ସନ୍ଧ୍ୟା ହେଲା । ଦୂର ମଫସଲ ଭିତରେ ଯେପରି ସନ୍ଧ୍ୟାର ନୃତ୍ୟଛାୟା ଆରମ୍ଭ ହୁଏ, ସେପରି ହେଲା ନାହିଁ । କ୍ରମେ ତରୁଲତା ମୂଳ ଅନ୍ଧାର- ତା'ପରେ ଗିରିଗୁହା ଅନ୍ଧାର, ତା'ପରେ ପର୍ବତର ଶିଖର ଦେଶ ନିଷ୍ପ୍ରଭ, ଶେଷରେ ନିଭଶ୍ଚୁମ୍ୱୀ ପାହାଡ଼ଟା କେଉଁଆଡ଼େ ଅଦୃଶ୍ୟ । ଚାହୁଁ ଚାହୁଁ ନିବିଡ଼ ଅନ୍ଧକାର ଭିତରେ ବିଶାଳ ଧରଣୀ କୁଆଡ଼େ ବୁଡ଼ିଗଲା । ଖାଲି ଶୁଭିଲା ବନ୍ୟ ପଶୁର ବିକଟ ଚିତ୍କାର, ଆଉ ପବନର ସନ ସନ ଶବ୍ଦ ।
ସେହି ଭିତରେ କିନ୍ତୁ ଧରଣୀବାସୀ ସେହି ଶ୍ରାନ୍ତ କ୍ଳାନ୍ତ କୁଲିଗୁଡ଼ାକ ଆନନ୍ଦରେ ଅଧୀର ହୋଇ ମାତି ଉଠିଲେ । କିଏ କହିଲା-
"ଜୟ ହେ ରଘୁପତି ରାଜା ରାମ ।"
କିଏ କହିଲା-
"କହ ଭାଇ, ଆଲ୍ଲା ହୋ ଆକବର ।"
କାହାର ଗମ୍ଭୀର ସ୍ୱର ଚମକ ଦେଇ ଉଠିଲା-
"ବଂ ବଂ ଶିବ- ଭୋଳାନାଥ. . . ।"
ଏହିପରି କେତେ ପ୍ରକାରେ ମହା-ମହିମଙ୍କ ମହିମା ସଙ୍ଗୀତ ଶୁଣାଗଲା । ରସୁଲକୋଣ୍ଡାର ନିର୍ଜୀବ ଗୋଡ଼ି, ମାଟି, ପଥର ଭିତରୁ ପ୍ରତିଧ୍ୱନି ଉଠି ବେଳେ ବେଳେ ଶାନ୍ତ ନୈଶ ଗଗନକୁ ଚମକାଇ ଦେଇ ନୂତନ ବିଶ୍ୱ ସୃଷ୍ଟିକଲା ।
ସେହି ସନ୍ଧ୍ୟାରେ ଘାଇରେ କାମ କରୁଥିବା କୁଲିମାନଙ୍କର ଏକ ବଣଭୋଜୀ । ହିନ୍ଦୁ, ମୁସଲମାନ, ଓଡ଼ିଆ, ତେଲଙ୍ଗା, ବ୍ରାହ୍ମଣ, ଚଣ୍ଡାଳ ସମସ୍ତଙ୍କର ଉତ୍ସବ । ସମସ୍ତେ କୁଲି- ସମସ୍ତେ ବୁଝିଥିଲେ ସେଠି ସମସ୍ତେ ସମାନ । ଗାଣ୍ଡୁଆଏ ମାଟି ମୁଣ୍ଡକୁ ଟେକିଲେ କେତେ ଝାଳ ବୁହେ, ଖଣ୍ଡେ ପଥର ଗୁଣ୍ଡ କଲେ କିପରି ଷୋଳ ଶିରା ଦୁହିଁ ହୋଇଯାଏ- ଏ ପ୍ରାଣର ବ୍ୟଥା ସମସ୍ତଙ୍କୁ ଏକାପରି ଜଣାଥିଲା । ତେଣୁ ସମସ୍ତେ ସମସ୍ତଙ୍କୁ ଜାଣିଥିଲେ- ସମସ୍ତେ ସମସ୍ତଙ୍କୁ କୁଲି ବୋଲି ପରିଚୟ ଦେଉଥିଲେ ।
ସେହି ଭୋଜୀରେ ସାମ୍ୟ ଧର୍ମ ପାଳିତ ହେଲା ।
– ତାପରେ – | <urn:uuid:29df678e-9f5b-47a6-b938-88d95f8d3afd> | CC-MAIN-2018-34 | http://www.ameodia.com/odia-kathaa/odia-story/odia-story-jaatira-dhakkaa-1-godabarisha-mohapatra/ | 2018-08-18T14:32:33Z | s3://commoncrawl/crawl-data/CC-MAIN-2018-34/segments/1534221213689.68/warc/CC-MAIN-20180818134554-20180818154554-00560.warc.gz | ory | 0.999972 | Orya | 11 | {"ory_Orya_score": 0.9999717473983765} |
ଲଣ୍ଡନ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି) ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ବେଲ୍ଜିୟମ୍ର ବ୍ରସେଲ୍ସ ଚାଲିଯାଇଛନ୍ତି। ଏକ ବିମାନରୁ ଓହ୍ଲାଇବା ବେଳେ ସେ ବିଭିନ୍ନ ସମ୍ବାଦପତ୍ରରେ ତାଙ୍କ ସମ୍ପର୍କିତ ଖବର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥିବା ଦେଖିବାକୁ ପାଇଥିଲେ। ବ୍ରିଟେନ୍ରେ ରହିବା ଓ ରାଜନୈତିକ ଶରଣ ଚାହୁଁଥିବା ସମ୍ପର୍କିତ ଲେଖାଟିକୁ ପଢ଼ିବା ପରେ ସେ ତୁରନ୍ତ ବ୍ରସେଲ୍ସ ଚାଲିଯାଇଥିଲେ ବୋଲି କୁହାଯାଉଛି। ତାଙ୍କ ପାଖରେ ସିଙ୍ଗାପୁର୍ର ପାସ୍ପୋର୍ଟ ରହିଛି। ଅନ୍ୟ ଏକ ଘଟଣାକ୍ରମରେ, ଆଜି ବ୍ରିଟେନ୍ ପକ୍ଷରୁ ନିରବ ମୋଦିଙ୍କ ସମ୍ପର୍କରେ ସୂଚନା ଭାରତକୁ ପ୍ରଦାନ କରାଯାଇଛି। ତେବେ ସେ କେଉଁଠାରେ ଅଛନ୍ତି ତାହା ବ୍ରିଟେନ୍ ଜଣାଇ ନାହିଁ। ସିବିଆଇକୁ ବ୍ରିଟେନ୍ ଏହି ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ପିଏନ୍ବିରୁ ୧୩ ହଜାର କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ନିରବ ମୋଦି, ତାଙ୍କ ମାମୁଁ ମେହୁଲ ଚୋକ୍ସି ଓ ଅନ୍ୟ ସମ୍ପର୍କୀୟଙ୍କ ବିଷୟରେ ବ୍ରିଟେନ୍କୁ ଭାରତ ସରକାର ତଥ୍ୟ ମାଗିଥିଲେ। କେବଳ ବ୍ରିଟେନ୍ ନୁହେଁ, ଯେଉଁ ସବୁ ଦେଶରେ ନିରବ ଅଛନ୍ତି ବୋଲି ସନ୍ଦେହ ହେଉଥିଲା ସେହି ସବୁ ରାଷ୍ଟ୍ରକୁ ଭାରତ ତଥ୍ୟ ମାଗିଥିଲା। ଫେବ୍ରୁଆରି ମାସରୁ ବ୍ରିଟେନ୍କୁ ତଥ୍ୟ ମଗାଯାଇଥିବା ବେଳେ ଏତେ ତାହାର ଉତ୍ତର ମିଳିଛି। ତେବେ ବ୍ରିଟେନ୍ ଅନ୍ୟ କଣ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ତାହା ସିବିଆଇ ପକ୍ଷରୁ କହିବାକୁ ମନା କରାଯାଇଛି। ଇତି ମଧ୍ୟରେ ସିବିଆଇ ପକ୍ଷରୁ ନିରବ ଓ ତାଙ୍କ ଭାଇ ନିଶାଲ୍ଙ୍କ ବିରୋଧରେ ଇଣ୍ଟରପୋଲ୍ ଜରିଆରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ଆବେଦନ କରାଯାଇଛି। ଅନ୍ୟ ପକ୍ଷରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଆଜି କୁହାଯାଇଛି ଯେ, ପିଏନ୍ବି ଠକେଇର ଜଣେ ବଡ଼ ହିତାଧିକାରୀ ହେଉଛନ୍ତି ନିରବ। | <urn:uuid:548cade0-f534-4bfd-b101-3908b8a99a5f> | CC-MAIN-2018-34 | http://sambad.in/business/nirav-go-brasel-158513/ | 2018-08-22T05:26:03Z | s3://commoncrawl/crawl-data/CC-MAIN-2018-34/segments/1534221219495.97/warc/CC-MAIN-20180822045838-20180822065838-00160.warc.gz | ory | 0.999996 | Orya | 5 | {"ory_Orya_score": 0.9999959468841553} |
ବାଙ୍ଗାଲୋର: ବାଙ୍ଗାଲୁରୁର ଜୟନଗରରେ ଥିବା ନେସ୍ନାଲ୍ କଲେଜର ଛାତ୍ର ବିଶ୍ୱାସ ଜି ରବିବାର ଏକ ପୋଖରୀରେ ବୁଡ଼ି ଯାଉଥିବା ଦୃଶ୍ୟ ତାଙ୍କ ସାଙ୍ଗମାନଙ୍କ ସେଲ୍ଫିରେ କଏଦ ହୋଇ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେମାନେ ବାଙ୍ଗାଲୁରୁରୁ ୪୦ କିଲୋମିଟର ଥିବା ରାମନଗର ଜିଲ୍ଲାର କନକପୁର ନିକଟସ୍ଥ ରାଭଗୋନ୍ଦଲୁ ବେଟାରେ ପିକ୍ନିକ୍ କରିବାକୁ ଯାଇଥିଲେ। ସେଠାରେ ସେମାନେ ଏକ ପୋଖରୀରେ ପଶି ଗାଧୋଇଥିଲେ। ପୋଖରୀ ପଶି ଗାଧାପାଧା କରି ମସ୍ତି କରୁଥିବା ସମୟରେ ବିଶ୍ୱାସ ପଛରେ ରହି ଯାଇଥିଲେ। ତାଙ୍କୁ ପହଁରା ଆସି ନଥିବାରୁ ସେ ଗଭୀର ପାଣିରେ ବୁଡ଼ିଯାଉଥିଲେ। ଏହି ସମୟରେ ବିଶ୍ୱାସଙ୍କ ସାଙ୍ଗମାନେ ଦଳ ହୋଇ ସେଲ୍ଫି ନେଉଥିଲେ। ସେହି ସେଲ୍ଫିଟିକୁ ପରବର୍ତ୍ତୀ ମୂହୁର୍ତ୍ତରେ ଦେଖିବାରୁ ସେଥିରେ ବିଶ୍ୱାସ ବୁଡ଼ିଯାଉଥିବା ବେଳର ଦୃଶ୍ୟ କଏଦ ହୋଇଥିଲା।
ସୋମବାର ଦିନ ବିଶ୍ୱାସଙ୍କ ମୃତ୍ୟୁ ନେଇ ତାଙ୍କ ବାପାମାଆ ଏବଂ ସଂପର୍କୀୟମାନେ ସୋମବାର କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ଅସାବଧାନତା ହେତୁ ଏପରି ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତିି। | <urn:uuid:5e8540ce-6331-4ac4-a1f3-3719d8926ec8> | CC-MAIN-2018-34 | http://sambad.in/india-and-beyond/student-drown-scene-captured-in-friends-selfi-2191/ | 2018-08-14T13:35:58Z | s3://commoncrawl/crawl-data/CC-MAIN-2018-34/segments/1534221209040.29/warc/CC-MAIN-20180814131141-20180814151141-00542.warc.gz | ory | 0.999988 | Orya | 7 | {"ory_Orya_score": 0.9999877214431763} |
କନକ ବ୍ୟୁରୋ : ନଦୀ ପଠା ପାଲଟିଛି ବାଲିଆ ମାଫିଆଙ୍କ ଚରାଭୁଇଁ । ବେଆଇନ ଭାବେ ବୌଦ୍ଧ ମହାନଦୀ ଏବଂ ତେଲନଦୀ ଗର୍ଭରୁ ବାଲି ଚୋରା ଚାଲାଣ ହେଉଛି । ଟ୍ରାକ୍ଟର, ହାଇଓା ଭଳି ବଡବଡ ଗାଡି ସାହାଯ୍ୟରେ ପଡୋଶୀ ଜିଲ୍ଲାକୁ ହେଉଛି ବାଲି ରପ୍ତାନି । ଆଉ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବା ବେଳେ ମାଲାମାଲ ହେଉଛନ୍ତି ମାଫିଆ ।
ବାଲିମାଫିଆ ମାନେ ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ଦିନରାତିକୁ ଏକ କରି ଖୁଲମଖୁଲା ଭାବେ ମହାନଦୀ ଏବଂ ତେଲନଦୀ ପଠାରୁ ଦୈନିକ ଶହଶହ ବାଲି ବୋଝେଇ ଗାଡି ଚାଲାଣ କରୁଛନ୍ତି । କେତେବେଳେ ଶ୍ରମିକ ଲୋଡିଂ କରୁଛନ୍ତି ତ ଆଉ କେତେବେଳେ ହିଟାଜି ମେସିନ ସାହାଯ୍ୟରେ ଲୋଡିଂ ହେଉଛି ବାଲି । ଟ୍ରାକ୍ଟର, ହାଇଓା, ପିକଅପ, ଟ୍ରକ ଭଳି ବଡ ଗାଡି ସାହାଯ୍ୟରେ ନଦୀ ପଠାରୁ ଚୋରି କରି ନିଆଯାଉଛି ବାଲି । ଆଉ ଏହି ବାଲି ଗୁଡିକ ପଡୋଶୀ କନ୍ଧମାଳ, ସୋନପୁର, ନୟାଗଡ ଜିଲ୍ଲାକୁ ରପ୍ତାନୀ କରି ମାଲେମାଲ ହେଉଛନ୍ତି ବାଲି ମାଫିଆ । କଂଟାମାଳ ତେଲନଦୀ ଠାରୁ ଯେ ମହାନଦୀର ମାରାଡ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ଗୋଟିଏ ପାଶ୍ୱର୍ରେ ରହିଛି ବାଲିର ସମୁଦ୍ର । ବାଲି ମାଫିଆମାନେ କେଉଁଠି ଗୋଟିଏ ବାଲିଘାଟର ଟେଣ୍ଡର ମାଧ୍ୟମରେ କାଗଜପତ୍ର କରିଥିବାବେଳେ ୧୦ ରୁ ୧୫ ଟି ନଦୀ ପଠାରୁ ବାଲି ଉଠାଉଛନ୍ତି ତ ଆଉ କେଉଁ ପଠାରୁ ବିନା ଟେଣ୍ଡରରେ ବାଲି ମାଫିଆ ମାନେ ବାଲି ଉଠାଉଥିବା ଅଭିଯୋଗ ହୋଇଛି । ଏପରି ଜିଲ୍ଲାରେ ଶହଶହ ବେଆଇନ ବାଲି ଘାଟରୁ ବାଲି ମାଫିଆମାନେ ଖୁଲମଖୁଲା ବେଆଇନ ବାଲି ଚାଲାଣ କରୁଥିବାବେଳେ ସରକାର ହରାଉଛନ୍ତି କୋଟିକୋଟି ଟଙ୍କାର ରାଜସ୍ୱ । ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମଧ୍ୟ ସଂପୃକ୍ତି ଥିବା ଅଭିଯୋଗ ହେବା ସହିତ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ସେଭଳି ବୌଦ୍ଧ ସହରର ମହାନଦୀ ସେତୁ ନିକଟରୁ ମଧ୍ୟ ବେଧଡକ ଭାବେ ଚାଲିଛି ବେଆଇନ ବାଲି ଚୋରାଚାଲାଣ । ଲିଜରେ ନେଇଥିବା ଜୈନେକ ଠିକାଦାର ନିଦ୍ଦିଷ୍ଟ ପରିମାଣରୁ ମାତ୍ରାଧିକ ପରିମାଣର ବାଲି ଉଠାଇ ଚାଲିଥିବା ବେଳେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା । ବାଲିମାଫିଆ ଏବଂ ପ୍ରଶାସନର ଭିତିରି ବୁଝାମଣା ଯୋଗୁଁ ବାଲି ଉଠାଣ ପାଇଁ ଧାର୍ଯ୍ୟ କରାଯାଇଥିବା ସରକାରୀ ନିତି ନିୟମକୁ ମଧ୍ୟ ଫୁ କରି ଉଡାଇ ଲୁଟୁଛନ୍ତି ବାଲି । କୌଣସି ନଦୀ ପଠାରୁ ବାଲି ଉଠାଇବାକୁ ହେଲେ ପରିବେଶ ମଞ୍ଜୁରି ନିତ୍ୟାନ୍ତ ଜରୁରୀ । ଏଥିସହ ମାଇନ୍ସ ଏବଂ ମିନେରାଲ ଆକ୍ଟ ଅନୁଯାୟୀ ଯେଉଁ ସ୍ଥାନରୁ ବାଲି ଉଠାଣ ହେବ ସେହି ସ୍ଥାନର ଏରିଆ ଓ ବାଲିର ଗଚ୍ଛିତ ପରିମାଣକୁ ଆକଳନ କରି ବାଲି ପରିବହନ କେତେ ହୋଇପାରିବ ତାହାର ରିପୋର୍ଟ କୁ ଭିତ୍ତି କରି ବାଲି ଉଠାଇବାର ନିୟମ ଥିବାବେଳେ ଏଠାରେ ଏହାର ଖୋଲା ଖୋଲି ଉଲଙ୍ଘନ କରାଯାଉଛି । ଆଉ ଏଥିପାଇଁ ନିର୍ଦ୍ଧିଷ୍ଟ ସମୟ ଭିତରେ ହିଁ ବାଲି ଉଠାଣ ହେବା ନେଇ ରହିଛି ନିୟମ ।
ଯେମିତି କି ଏହି ପଠାରୁ ବାଲି ଉଠାଉଥିବା ଠିକାଦାରଙ୍କ ଲାଇସେନ୍ସ ୮୦୦୦ କ୍ୟୂବିକ୍ ମିଟର ଅର୍ଥାତ୍ ୫୦୦ ଗୋଟି ହାଇୱା ମାପର ବାଲି ଉଠାଇବା କଥା ହେଲେ ଏହାର ଯଥେଷ୍ଟ ଅଧିକା ପରିମାଣରେ ଚାଲାଣ କରିବା ସହିତ ଆହୁରି ଯଥେଷ୍ଟ ପରିମାଣରେ ବାଲି ଗଚ୍ଛିତ କରାଯାଇଛି । ଯାହାକି ଏହା କଳାବଜାର ନିମନ୍ତେ ଉଦ୍ଦିଷ୍ଟ ଥିବା ଅଭିଯୋଗ ହୋଇଛି । ପ୍ରଶାସନ ର ନାକ ତଳେ ଯଦି ଏମିତି ତେବେ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ କଣ ହେଉଥିବା ତାହା ସହଜରେ ଅନୁମେୟ । ସରକାରୀ ସବୁ ନିତିନିୟମ ଦଳିମକଚି ସରକାରଙ୍କ ନାଲିଫିତା ତଳେ ରଖାଯାଇଛି । ଚୋର ଖୋଜୁଛି ଅନ୍ଧାର ରାତି ପରି ବାଲିମାଫିଆମାନେ ବର୍ଷ ସାରା ବାଲି ଚୋରି କରିଚାଲୁଥିବାବେଳେ ଜିଲ୍ଲା ପ୍ରଶାସନ ସବୁ ଜାଣି ଚୁପ ହୋଇ ବସିପଡିବା ଘଟଣାକୁ ବୌଦ୍ଧବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ମହାନଦୀ ଓ ତେଲନଦୀ ଶଯ୍ୟା ରୁ ହେଉଥିବା ବାଲି ଚୋରାଚାଲାଣ ଉପରେ କେବେ ଲାଗିବ ରୋକ ? କେବେ ହେବ ବାଲି ମାଫିଆ ଓ ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ତାହା ଉପରେ ରହିଛି ଏବେ ସମସ୍ତଙ୍କ ନଜର । | <urn:uuid:bf4a1756-a6c7-41fc-a4be-5c84d2b3b70a> | CC-MAIN-2018-34 | http://kanaknews.com/sand-loot-increase-day-by-day-at-boudh/ | 2018-08-19T01:43:10Z | s3://commoncrawl/crawl-data/CC-MAIN-2018-34/segments/1534221214538.44/warc/CC-MAIN-20180819012213-20180819032213-00222.warc.gz | ory | 0.999954 | Orya | 4 | {"ory_Orya_score": 0.9999536275863647} |
କନକ ବ୍ୟୁରୋ : ପାଣିର ପ୍ରବଳ ସ୍ରୋତରେ ଭାସିଯାଇଛନ୍ତି ହରିଣ ଓ କୃଷ୍ଣସାର ମୃଗ । ଗତ ୧୫ ତାରିଖରେ ଗଂଜାମ ପୁରୁଷତ୍ତମପୁରରେ ଥିବା ଖରଖରି ନାଳରେ ବନ୍ୟା ଜଳ ଆସିଥିଲା । ଏଥିରେ ୧୫ରୁ ୨୦ ହରିଣ ଭାସିଯାଇଥିଲେ । ଗ୍ରାମବାସୀ କିଛି ହରିଣଙ୍କୁ ଉଦ୍ଧାର କରି ବନବିଭାଗକୁ ଦେଇଥିବା ବେଳେ ଆହୁରି କିଛି ହରିଣ ପାଣିରେ ଭାସିଯାଇଥିଲେ । କେମିତି ଓ କେଉଁ ପରିସ୍ଥିତିରେ ହରିଣ ଭାସିଗଲେ ଏବଂ ସେମାନଙ୍କୁ ଉଦ୍ଧାର କରାଯାଇଛି ନା ହରିଣ ପ୍ରାଣ ହରାଇଛନ୍ତି ସେନେଇ ସାମନାକୁ ଆସିଛି ସତ ।
ଗଂଜାମ ପୁରୁଷୋତମପୁର ବ୍ଲକର କେ ଏନ୍ ପୁର ହରିଣ ଓ କୃଷ୍ଣସାର ମୃଗଙ୍କ ବାସସ୍ଥଳୀ । ଶହ ଶହ ସଂଖ୍ୟାରେ ହରିଣ ଏଠାରେ ଥିବା ଖରଖରି ନାଳ ଅଂଚଳରେ ଖାଦ୍ୟ ପାଇଁ ଘୁରି ବୁଲନ୍ତି । ଗତ ୧୫ ତାରିଖ ଦିନ ଏହି ନାଳରେ ବନ୍ୟା ଜଳ ଆସିଥିଲା । ଆଉ ସେଠାରେ ପାଣି ପିଉଥିବା ବେଳେ ଗଭୀର ସ୍ରୋତରେ ଭାସିଯାଇଥିଲେ ୧୫ରୁ ୨୦ ହରିଣ ।
କିଛି ହରିଣକୁ ଗାଁଲୋକ ଉଦ୍ଧାର କରିଥିଲେ । ଆହତ ହରିଣକୁ ଚିକିତ୍ସା କରି ବନବିଭାଗକୁ ଦେଇଥିଲେ । ହେଲେ ନଇର ପ୍ରବଳ ସ୍ରୋତରେ ଆହୁରି କିଛି ହରିଣ ଭାସିଯାଇଥିବା ଗାଁଲୋକ କହିଛନ୍ତି । ବଡ କଥା ହେଉଛି ସେଥି ମଧ୍ୟରେ କିଛି ବିରଳ କୃଷ୍ଣସାର ମୃଗ ବି ରହିଥିଲେ । ଅଭିଯୋଗ ହୋଇଛି ହରିଣ ଓ କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ବନ ବିଭାଗ ଦୃଷ୍ଟି ଦେଉନି । ଫଳରେ ପ୍ରତିବର୍ଷ ଏଭଳି ଭାବେ ଅନେକ ବିରଳ ଜୀବ ପାଣିରେ ଭାସିଯାଉଛନ୍ତି । | <urn:uuid:fd650981-1989-41fa-88f2-65c95455f86b> | CC-MAIN-2018-34 | http://kanaknews.com/deer-floated-on-rain-water-at-ganjam/ | 2018-08-16T01:03:19Z | s3://commoncrawl/crawl-data/CC-MAIN-2018-34/segments/1534221210387.7/warc/CC-MAIN-20180815235729-20180816015729-00621.warc.gz | ory | 1.000004 | Orya | 5 | {"ory_Orya_score": 1.0000040531158447} |
କନକ ବ୍ୟୁରୋ : ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ନେଲେ ବରିଷ୍ଠ ଆଇଏଏସ ଅଫିସର ଉପେନ୍ଦ୍ର ନାଥ ବେହେରା । ରାଜଭବନରେ ଅନୁଷ୍ଠିତ ହୋଇଛି ଏହି ଶପଥ କାର୍ଯ୍ୟକ୍ରମ । ଉପେନ୍ଦ୍ରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ଏସ ସି ଜମିର । ଓଇଆରସି ଅଧ୍ୟକ୍ଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଉପେନ୍ଦ୍ର ନାଥ ବେହେରା । ବିଦ୍ୟୁତ୍ ଗ୍ରାହକଙ୍କ ସ୍ୱାର୍ଥକୁ ଆଖିରେ ରଖି ବିତରକ କଂପାନୀ ଗୁଡିକ ସହ କିପରି ଉତ୍ତମ ସମନ୍ୱୟ ରଖାଯାଇ ପାରିବ, ତାହାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି । ଏହା ସହ ବୈଷୟିକ କ୍ଷତି କିପରି ନହେବ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଓଇଆରସି ଅଧ୍ୟକ୍ଷ ।
16th January, 2017 | 1:48 pm
You might also like
- କଟକରେ ଏନକାଉଣ୍ଟର ! ଅନିଲ ବେହେରା ଓରଫ ଚିକୁକୁ ଗୁଳି କଲା କମିସନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ।
- ଅନଲାଇନ ସାଇଟରୁ ଅର୍ଡ଼ର ହୋଇଥିଲା ପ୍ରୋଟିନ ପାଉଡର ! ପାର୍ସଲ ଆସିବା ପରେ ସେଥିରୁ ବାହାରିଲା କୁମ୍ଭିର ।
- କେରଳରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ଦୁଇ ଆଇଏଏସ ଅଫିସର । ଟ୍ରକରୁ ଆଶ୍ରୟସ୍ଥଳୀକୁ କାନ୍ଧରେ ବୋହିନେଲେ ଚାଉଳ ବସ୍ତା ।
- ଅଟଳଙ୍କୁ ରାଷ୍ଟ୍ରୀୟ ସମ୍ମାନ ! କେବଳ ଭାରତ ନୁହେଁ ଏହି ସବୁ ଦେଶର ମଧ୍ୟ ଜାତୀୟ ପତାକା ଅର୍ଦ୍ଧନିମିତ୍ତ ରହିଛି । | <urn:uuid:9a8dc09e-560e-4bc6-99e0-694d094f2ba4> | CC-MAIN-2018-34 | http://kanaknews.com/upendra-nath-behera-oerc-chairperson/ | 2018-08-17T20:30:59Z | s3://commoncrawl/crawl-data/CC-MAIN-2018-34/segments/1534221212910.25/warc/CC-MAIN-20180817202237-20180817222237-00061.warc.gz | ory | 0.999993 | Orya | 1 | {"ory_Orya_score": 0.999992847442627} |
ଧର୍ମଗଡ଼/ରାୟଗଡ଼ା(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଫଳରେ କଳାହାଣ୍ଡିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷାରେ ଜିଲ୍ଲାର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଗୋପାଳପୁର-ରାୟପୁର ରାସ୍ତାର ମଦନପୁରଠାରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ସେହିପରି ଭବାନୀପାଟଣା-ଥୁ.ରାମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଥୁ.ରାମପୁର-କଲମପୁର ରାସ୍ତା ମଝିରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
କଲମପୁର ବ୍ଲକ୍ର ୩ଟି ଗାଁ ସମ୍ପୂର୍ଣ୍ଣ ଭାବେ ପାଣି ଘେରରେ ରହିଛି। ବାଲିଛଡ଼ା, ବିରିପୁର ଓ ମାଟିଖାଲ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଇନ୍ଦ୍ରାବତୀ ପ୍ରକଳ୍ପର ହାତୀ ବ୍ୟାରେଜ୍ର ୫ଟି ଗେଟ୍ ଖୋଲାଯାଇଛି। ଫଳରେ ହାତୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ରାୟଗଡ଼ା ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ନାଗାବଳୀ ଓ ବଂଶଧାରା ନଦୀ ଫୁଲିବାରେ ଲାଗିଛି। ଗୁଣପୁର ନିକଟରେ ବଂଶଧାରା ବିପଦ ସଂକେତର ନିକଟତର ହୋଇଛି। ବଂଶଧାରାରେ ବିପଦ ସଂକେତ ୮୪ ମିଟର ଥିବାବେଳେ ବର୍ତ୍ତମାନ ସେଠାରେ ୮୨.୩୨ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି। | <urn:uuid:1e7e5ff4-7218-4c16-9d36-3ad5db8b1188> | CC-MAIN-2018-34 | https://odishareporter.in/odisha/heavy-rain-kalahandi-254818 | 2018-08-18T18:05:30Z | s3://commoncrawl/crawl-data/CC-MAIN-2018-34/segments/1534221213693.23/warc/CC-MAIN-20180818173743-20180818193743-00141.warc.gz | ory | 0.999692 | Orya | 3 | {"ory_Orya_score": 0.9996920824050903} |
ନୂଆଦିଲ୍ଲୀ: ଉତ୍ତର ଓ ପୂର୍ବ-ଉତ୍ତର ଭାରତକୁ ଛୁଇଁଛି ମୌସୁମୀ। ଏହାର ପ୍ରଭାବରେ ଉତ୍ତର ଭାରତର କିଛି ରାଜ୍ୟରେ ବର୍ଷା ହେଉଛି। ପବନରେ ଆଦ୍ରତା ଆସିବାରୁ ଧୂଳିରେ ହସ୍ତସନ୍ତ ହେଉଥିବା ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ମିଳିଛି।
ଅନ୍ୟପକ୍ଷରେ ଆସାମରେ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି। ୬ ଜିଲ୍ଲାର ସାଢେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ୨୩ ଲୋକଙ୍କ ମୃତ୍ୟୁ ଘଟିଛି। ଏଠାରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଗତକାଲି ବନ୍ୟା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନ୍ଡିଆରପିଏଫ୍ର ଟିମ୍ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ଅଧିକାରୀଙ୍କ ଅନୁସାରେ, ହୋଜେଇ, କର୍ବୀ ଆଙ୍ଗଲାଙ୍ଗ ପଶ୍ଚିମ, ଗୋଲାଘାଟ, କରିମଗଞ୍ଜ, ହେଲକାଣ୍ଡି ଓ କଚରା ଜିଲ୍ଲାର ୪ଲକ୍ଷ ୪୮ ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି।
ବ୍ରହ୍ମପୁତ୍ର ନଦୀ ଏବେ ଜୋରହାଟରେ ନିମାତିଘାଟ ଓ କଚାରରେ ଏପି ଘାଟ ନିକଟରେ ବିପଦସଙ୍କୁଳ ଉପରେ ପ୍ରଭାବିତ ହେଉଛି। ଧନସିରି ପରି ଅନ୍ୟ ନଦୀରେ ମଧ୍ୟ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି। ମଣିପୁରର ଇମ୍ଫାଲ୍ ଘାଟିରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। କେବେଳ ଲେଲେଙ୍ଗ ନଦୀ ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି। | <urn:uuid:bb6c7321-c69a-452c-a963-95581d99941d> | CC-MAIN-2018-34 | http://odishareporter.in/nation/23-people-died-due-to-flood-in-north-east-india-245998 | 2018-08-15T14:58:24Z | s3://commoncrawl/crawl-data/CC-MAIN-2018-34/segments/1534221210133.37/warc/CC-MAIN-20180815141842-20180815161842-00190.warc.gz | ory | 0.999987 | Orya | 3 | {"ory_Orya_score": 0.9999874830245972} |
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୩ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ନିଜ ସପକ୍ଷରେ ମତଦାନକୁ ନେବା ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେବେ ଜିଲ୍ଲାପରିଷଦ ନିର୍ବାଚନରେ ଦଳୀୟ ଚିହ୍ନରେ ହେଉଥିବାରୁ କାହାକୁ ପ୍ରାର୍ଥୀ କରିବ ସେ ନେଇ ରାଜନୈତିକ ଦଳ ଗୁଡ଼ିକ ପ୍ରକ୍ରିୟା ଆରମ୍ଭ କଲେଣି। ୱାର୍ଡ଼ ମେମ୍ୱର, ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନ ଦଳୀୟ ଚିହ୍ନରେ ହେଉନଥିଲେ ମଧ୍ୟ ନିଜ ସପକ୍ଷରେ ସେମାନଙ୍କୁ ରଖିବା ପାଇଁ ରାଜନୈତିକ ଦଳ ଗୁଡ଼ିକ ସଜବାଜ ଆରମ୍ଭ କଲେଣି।
ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ବାରିପଦାରେ କଂଗ୍ରେସ ନିର୍ବାଚନୀ ବିଗୁଲ ଫୁଙ୍କିଛି। ମୟୂରଭଞ୍ଜରେ ଦଳର କ'ଣ ରହିବ ମୁଖ୍ୟ ପ୍ରସଙ୍ଗ ସେ ନେଇ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଜିଲ୍ଲା ପରିଷଦରେ ଉପଯୁକ୍ତ ପ୍ରାର୍ଥୀ ଚଳୟନ ନେଇ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।
ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,"ପଞ୍ଚାୟତ ନିର୍ବାଚନ ପାଇଁ ଆମର ବୁଥ୍ସ୍ତରୀୟ ଟିମ୍ କାମ ଆରମ୍ଭ କରିଦେଇଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟା ପରେ ସମଗ୍ର ରାଜ୍ୟରେ ପ୍ରଚାରକୁ ଜୋରଦାର କରାଯିବ।"
ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି ପଛରେ ନାହିଁ। ରାଜଧାନୀରେ ବୈଠକ କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଦଳୀୟ କର୍ମୀ। ବୈଠକରେ ପ୍ରାର୍ଥୀ ଚୟନ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି।
ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,"ଆଗାମୀ ୩ ଦିନ ଭିତରେ ବିଜେପି ତା'ର ରଣନୀତି ସ୍ଥିର କରିବ ଏବଂ ପ୍ରାର୍ଥୀ ଚୟନ ପ୍ରକ୍ରିୟା ପାଇଁ ତୃଣମୂଳସ୍ତର ପର୍ଯ୍ୟନ୍ତ ଯିବ। ସବୁ ଅଧିକାର ଜିଲ୍ଲା ସମିତିମାନଙ୍କୁ ଦିଆଯିବ।"
ଅନ୍ୟପକ୍ଷରେ ବିଜେଡି ତା'ର ପ୍ରତିଷ୍ଠା ଦିବସ ପାଳନ ବାହାନାରେ ଦଳ ପଞ୍ଚାୟତ ନିର୍ବାଚନୀ ବିଗୁଲ ଫୁଙ୍କିଛି। ସରକାରୀ କାର୍ଯ୍ୟକ୍ରମ ନାଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ସବୁ ଜିଲ୍ଲା ଗସ୍ତ ବୁଲି ସାରିଛନ୍ତି।
ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି,"ପଞ୍ଚାୟତ ନିର୍ବାଚନ ପାଇଁ ଦଳ ସାମଗ୍ରୀକ ଭାବେ ପ୍ରସ୍ତୁତ ଅଛି। ପ୍ରାର୍ଥୀ ଚୟନରେ ସ୍ଥାନୀୟ ପ୍ରତିନିଧିଙ୍କ ଉପରେ ଗୁରୁତ୍ୱ ରହିବ।" | <urn:uuid:4fa553f0-c133-4656-acd2-950a8bb7cef0> | CC-MAIN-2018-34 | http://odishareporter.in/odisha/panchyat-election-3-prepar-116760 | 2018-08-15T14:58:21Z | s3://commoncrawl/crawl-data/CC-MAIN-2018-34/segments/1534221210133.37/warc/CC-MAIN-20180815141842-20180815161842-00190.warc.gz | ory | 0.999987 | Orya | 4 | {"ory_Orya_score": 0.9999873638153076} |
କାଇରୋ ନଗରରେ ଜଣେ ବିଦୂଷକ ଥା'ନ୍ତି, ତାଙ୍କ ନାମ ଗୋହୋ । ଥରେ ସେ ଭାବିଲେ ତାଙ୍କର ବଳକା ସମୟକୁ ବଗିଚା ତିଆରି କରିବାରେ ସେ ଲଗାଇବେ । ତା'ପରେ ସେ ଭଲ ମାଟି ଅଣାଇ ଏକ ବିସ୍ତୃତ ସ୍ଥାନ ଉପରେ ବଗିଚା ବନାଇଲେ । ସେ ନିଜେହିଁ ସବୁ ଦେଖାଶୁଣା କରୁଥା'ନ୍ତି । ନାନା ସ୍ଥାନରୁ ନାନା ପ୍ରକାରର ଫଳ ଓ ଫୁଲ ଗଛ ସବୁ ଅଣାଇ ସେ ଏକ ସୁନ୍ଦର ବଗିଚା ବନାଇଲେ । ଯିବା ଆସିବା ଲୋକେ ବଗିଚାଟି ଦେଖି ଖୁବ୍ ଆନନ୍ଦିତ ହେଉଥା'ନ୍ତି ।
ଥରେ ଜଣେ ଅମୀର, ଗୋହୋଙ୍କ ସହିତ ଦେଖା କରିବାକୁ ଆସିଲେ । ସେ ଦେଖିଲେ ଗୋହୋ ବଗିଚାରେ ଘାସ ବାଛିବାରେ ବ୍ୟସ୍ତ । ସେ ଟିକିଏ ଥଟ୍ଟା କରି କହିଲେ, "ଆରେ ଭାଇ, ତମେ ତ କ'ଣ ଜଣେ ବଡ ମାଳୀ ହୋଇଗଲଣି? ଆଉ ନୂଆ ନୂଆ ଗଛ ସବୁ କାହିଁକି କରୁନାହଁ?"
ଗୋହୋ କହିଲେ, "ଯେତିକି ନୂଆ ଗଛ ଓ ନୂଆ ପ୍ରକାରର ମଞ୍ଜି ମିଳିଛି ମୁଁ ସେସବୁ ସଂଗ୍ରହ କରି ଲଗାଇଛି । କାହିଁକି, ଆପଣ କିଛି ନୂଆ ମଞ୍ଜି ଦେଇପାରିବେ କି?"
ଅମୀର କହିଲେ "ହଁ, ହଁ, ଦେଇପାରିବି ନାହିଁ କାହିଁକି? ସେଇ କଥା ତ ମୁଁ କହୁଛି । ମୁଁ ଦେଇ ପାରିବି ଯେ ତୁମେ ସେ ମଞ୍ଜିରୁ ଗଛ ତିଆରି କରିପାରିଲେ ହେଲା ।"
ଗୋହୋ କହିଲେ, "ଆପଣ ମନରେ କୌଣସି ସନ୍ଦେହ ନ ରଖି ମୋତେ ମଞ୍ଜି ଦିଅନ୍ତୁ ନା; ମୁଁ ଠିକ୍ ଗଛ କରିଦେବି ।"
ଅମୀର କହିଲେ "ଆଚ୍ଛା ଏପରି କଥା! ତେବେ ତ ଆଜିହିଁ ମୁଁ ମୋ ଚାକର ହାତରେ ପଠାଇ ଦେବି ।"
ଅମୀର ଚାଲିଗଲେ । ପରଦିନ ସତକୁ ସତ ଅମୀରଙ୍କ ଚାକର ଗୋଟିଏ ପୁଟୁଳା ଆଣି ଗୋହୋଙ୍କ ହାତରେ ଦେଲା ।
ମାଳୀମାନଙ୍କ ଅଭ୍ୟାସ ହେଉଛି ନୂଆ ମଞ୍ଜି ପାଇଲେ ଗୋଟିଏ ପାଟିରେ ପକାଇ ତାକୁ ଚାଖନ୍ତି । ଗୋହୋ ସେପରି କରି ଜାଣି ପାରିଲେ ଯେ ଅମୀର ସାହେବ ତାଙ୍କ ସହିତ ଫାଜିଲାମି ଖେଳୁଛନ୍ତି । ସେ ଯେଉଁଗୁଡିକ ପଠାଇଥିଲେ ତାହା ମଞ୍ଜି ଯେ, କିନ୍ତୁ ସେଗୁଡିକ କୌଣସି ଫଳ ବା ଫୁଲର ମଞ୍ଜି ନୁହେଁ, ଶୁଖିଲା ମାଛ ମଞ୍ଜି ।
ଦୁଇ ସପ୍ତାହ ପରେ ଦିନେ ଗୋହୋଙ୍କ ସହିତ ଅମୀରଙ୍କର ବଜାରରେ ଦେଖା ହେଲା । ଦେଖିବା ମାତ୍ରେ ଅମୀର ଗୋହୋଙ୍କୁ ପଚାରିଲେ, "କ'ଣ ଭାଇ, ତୁମ ବଗିଚା କିପରି ଅଛି? ଗୋଲାପ ସବୁ ଫୁଟୁଛି ତ?"
ଗୋହୋ କହିଲେ, "ହଁ, ହଁ, ଆପଣଙ୍କ କୃପାରୁ ଏତେ ଫୁଲ ଫୁଟୁଛି ଯେ ପତ୍ର ସୁଦ୍ଧା ବି ଦେଖାଯାଉନାହିଁ ।"
ଅମୀର ଅଳ୍ପ ହସି ପଚାରିଲେ "ଆଚ୍ଛା, ଖୁବ୍ ଭଲ କଥା । ଆରେ ହଁ, ମୁଁ ଯେଉଁ ମଞ୍ଜି ପଠାଇଥିଲି ତୁମେ ତାକୁ ବୁଣିଲ ତ?"
ଗୋହୋ କହିଲେ – "ହଁ, ହଁ, ମୁଁ ତ ସେହିଦିନହିଁ ମଞ୍ଜିଗୁଡିକ ବୁଣିଦେଲି ।"
ଅମୀର ମନେ ମନେ ହସି କହିଲେ, "ହଁ ବୁଣି ତ ଦେଲ; ଗଜା ଉଠିଲା କି? ମୋ ଜୁଆଇଁ କହୁଥିଲେ, ସାଧାରଣ ମାଳୀଙ୍କ ହାତରେ ସେ ମଞ୍ଜି ଗଜା ହେବ ନାହିଁ ।"
ଗୋହୋ କହିଲେ "ଏକବାରେ ସତ କଥା । ମୁଁ ଯେହେତୁ ଜଣେ ସାଧାରଣ ମାଳୀ ନୁହେଁ ତେଣୁ ମଞ୍ଜିରୁ ଗଜା ଉଠିଛି । ସେଥିରେ ଖରା ନ ଲାଗିବାକୁ ମୁଁ ପତର ଠୋଲା ସବୁ ଘୋଡାଇ ରଖିଛି । ଗଜାରୁ ଛୋଟ ଛୋଟ ଗଛ ହେଲାଣି । କାଲି ଆସନ୍ତୁ ନା, ଆମ ବଗିଚାକୁ ଦେଖିଯିବେ!"
ଅମୀର ଭାବିପାରିଲେ ନାହିଁ ଯେ, ଏହା କିପରି ସମ୍ଭବ ହେଲା । ସେ କହିଲେ, "ଆଚ୍ଛା, ଠିକ୍ ଅଛି, କାଲି ମୁଁ ଆସିବି ।"
ଅମୀର ଯିବା ପରେ ଗୋହୋ ମାଛ ଦୋକାନରୁ କେତେଗୁଡିଏ ଛୋଟ ଛୋଟ ମାଛ କିଣି ଘରକୁ ଆସିଲେ । ତା'ପରେ ସେଗୁଡିକ ବଗିଚାକୁ ନେଇ ସେ ଓ ତାଙ୍କ ପୁଅ ଧାଡି ଧାଡି କରି ପୋତିଲେ । ଯେପରି ମାଛର ମୁହଁ ପାଖର ଅଧା ଉପରକୁ ରହିବ ଓ ଲାଞ୍ଜଟି ମାଟି ଭିତରେ ରହିବ । ତା' ଉପରେ ପତର ଠୋଲା ଘୋଡାଇ ସୁନ୍ଦର କରି ସେ ରଖିଲେ ।
ପରଦିନ ଅମୀର ସକାଳୁ ଆସି ପହଁଚିଗଲେ । କାରଣ ମାଛମଞ୍ଜି ଗଜା ହେବା ଭଳି ଅଜବ କଥା ଶୁଣି ବୋଧେ ରାତିସାରା ସେ ଶୋଇପାରି ନାହାଁନ୍ତି । ଅମୀରଙ୍କୁ ଦେଖି ଗୋହୋ ଆଦର ସହକାରେ ପାଛୋଟି ନେଇ ବଗିଚାକୁ ନେଇଗଲେ । ସେଠାରେ ପହଁଚି ସେ କହିଲେ, "ଦେଖନ୍ତୁ ପତ୍ରଠୋଲା ଢଙ୍କା ହୋଇଥିବା ଗଛ ଗୁଡିକ ଆପଣ ପଠାଇଥିବା ମଞ୍ଜିରୁ ଉଠିଛି ।" ଏତିକି କହି ସେ ଢାଙ୍କୁଣୀ ଉଠାଇ ଦେଲେ । ଅମୀର ଦେଖିଲେ ମାଟି ଭିତରୁ ମାଛ ସବୁ ଉପରକୁ ମୁହଁ କରି ଉଠିଛନ୍ତି । ତାଙ୍କ ମୁଣ୍ଡ ଗୋଳମାଳ ହୋଇଗଲା । ସେ କହିଲେ, "ଏହା କି ଆଶ୍ଚର୍ଯ୍ୟ ଓ ଚମତ୍କାର କଥା! ମୁଁ ନିଜ ଆଖିରେ ନ ଦେଖିଥିଲେ କେବେ ମଧ୍ୟ ବିଶ୍ୱାସ କରି ନଥା'ନ୍ତି ।"
ଗୋହୋ କହିଲେ, "ମୋର ଦଶଏକର ଜମି ଥିଲେ ମୁଁ କେବେଠାରୁ ଏ ଫସଲ କରି ସାରନ୍ତିଣି ।"
"ମୋର ତ ଜମି ଅଛି; ଏ ଫସଲ ମୁହିଁ କରିବି ।" ଏତିକି କହି ଅମୀର ତାଙ୍କ ଚାକରଙ୍କୁ ଡାକି କହିଲେ, "ଏ ବର୍ଷ ମୋର ସବୁ ଜମିରେ ତମେମାନେ ମାଛଅଣ୍ଡା ବୁଣିବ ।" କିଛିଦିନ ମଧ୍ୟରେ ଏ ଖବର ସମସ୍ତେ ଜାଣିଗଲେ । ଅମୀରଙ୍କୁ ଦେଖିଲେହିଁ ସେମାନେ ହସିବାକୁ ଲାଗିଲେ । କ୍ରମେ ସେ ଜାଣିଗଲେ ପ୍ରକୃତ ସତ୍ୟ କ'ଣ? ଅନ୍ୟକୁ ଠକାଇବାକୁ ଯାଇ ସେ କିପରି ଦୟନୀୟ ଭାବରେ ଠକେଇ ହୋଇ ଯାଇଛନ୍ତି । ସେ କଥା ସେ ଅନେକ ଡେରିରେ ବୁଝିଲେ । | <urn:uuid:2f46c56a-74e3-4f3c-a8c2-bbf3bd4e391b> | CC-MAIN-2018-34 | http://odiagapa.com/%E0%AC%AE%E0%AC%BE%E0%AC%9B-%E0%AC%AB%E0%AC%B8%E0%AC%B2/ | 2018-08-16T12:31:07Z | s3://commoncrawl/crawl-data/CC-MAIN-2018-34/segments/1534221210735.11/warc/CC-MAIN-20180816113217-20180816133217-00270.warc.gz | ory | 0.999983 | Orya | 9 | {"ory_Orya_score": 0.9999834299087524} |
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍ ଓ ଅଗ୍ନିଶମ ସେବା ୟୁନିଟ୍କୁ ସଜାଗ ରଖିବା ସହ ଭୁବନେଶ୍ୱର-କଟକ ମହାନଗର ନିଗମ ଅଞ୍ଚଳରେ ଆବଶ୍ୟକ ସ୍ଥଳେ ରିଲିଫ୍ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିଦ୍ଦେର୍ଶ ଦେଇଛନ୍ତି। ଅପରପକ୍ଷରେ ବନ୍ୟାଞ୍ଚଳ ଓ ଜଳ ଘେରରେ ରହୁଥିବା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ୮ଟି ଡାକ୍ତରୀ ଟିମ୍ ଗଠନ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ରାଜ୍ୟର ୩ଟି ଜିଲ୍ଲା ସୁନ୍ଦରଗଡ଼, ସମ୍ୱଲପୁର ଓ ଝାରସୁଗୁଡ଼ାକୁ ଛାଡ଼ି ବାକି ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଅଧିକ ବର୍ଷା ହୋଇଛି। ମାଲକାନଗିରି, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଜୟପୁରରୁ ମାଲକାନଗିରି, ଜୟପୁରରୁ ବାଲିମେଳା ଓ କାଲିମେଳାରୁ ମୋଟୁ ପର୍ଯ୍ୟନ୍ତ ଯୋଗାଯୋଗ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇଛି। ଅନ୍ୟ ସ୍ଥାନଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥାକୁ ଜାରି ରଖିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି। ମାଲକାନଗିରିରେ ଦୁଇଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇଛି। କଳାହାଣ୍ଡି ଜିଲ୍ଲାରେ ହୋଇଥିବା ଘାଇ ଗୁଡ଼ିକୁ ମରାମତି କରାଯାଇଛି। ଜିଲ୍ଲାରେ ଏବେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ଭୁବନେଶ୍ୱରର ବିଭିନ୍ନ ଜଳମଗ୍ନ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଓ ଅଗ୍ନିଶମ ସେବା ୟୁନିଟ୍ ଗୁଡ଼ିକୁ ନିୟୋଜିତ କରାଯାଇଛି। ଆବଶ୍ୟକସ୍ଥଳେ ଅଗ୍ନିଶମ ବିଭାଗର ପମ୍ପ ନିୟୋଜିତ କରାଯାଇ ଜଳ ନିଷ୍କାସନ କରାଯାଉଛି। କଟକରେ ମଧ୍ୟ ଓଡ୍ରାଫ୍ ଟିମ୍କୁ ମୁତୟନ କରାଯାଇଛି। ୬ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ସହ ୧୮୧ଟି ପମ୍ପ୍ ମାଧ୍ୟମରେ ସହରର ଜଳ ନିଷ୍କାସନ କରାଯାଉଛି। ଆବଶ୍ୟକସ୍ଥଳେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ବନ୍ୟା ଅଞ୍ଚଳକୁ ଡାକ୍ତରୀ ଟିମ୍ ପଠାଯାଉଛି। ସେମାନେ ଲୋକଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ। ୨୪ ଘଣ୍ଟିଆ କଂଟ୍ରୋଲ ରୁମ୍ ଖୋଲାଯାଇ ଲୋକଙ୍କ ଅଭିଯୋଗ ଉପରେ ତ୍ୱରିତ୍ ପଦକ୍ଷେପ ନିଆଯାଉଛି। | <urn:uuid:6cf02b00-38a9-49e7-bb63-f7ae1ba657a9> | CC-MAIN-2018-34 | http://odishareporter.in/odisha/8-medical-teams-sent-to-rain-hit-areas-255007 | 2018-08-16T14:25:41Z | s3://commoncrawl/crawl-data/CC-MAIN-2018-34/segments/1534221211000.35/warc/CC-MAIN-20180816132758-20180816152758-00553.warc.gz | ory | 0.999957 | Orya | 3 | {"ory_Orya_score": 0.9999570846557617} |
ଜଣେ କିନ୍ନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖି ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ମାଗିଛି । କାହିଁକି ନାଁ ତାଙ୍କୁ ଏୟାର ଇଣ୍ଡିଆ କେବିନ କ୍ୟୁ ମେମ୍ବରର ଚାକିରି ଦେବାକୁ ମନା କରିଦିଆଯାଇଛି।ଏୟାର ଇଣ୍ଡିଆରେ ଚାକିରି ନ ଦେବା ନଷ୍ପତି ବିରୋଧରେ ଗତବର୍ଷ ନଭେମ୍ବରରେ ସାନଭି ପିନ୍ନୁସ୍ୱାମୀ ମାମଲା ରୁଜୁ କରିଛନ୍ତି।
ସମାଜ ସବୁବେଳେ କିନ୍ନରଙ୍କୁ ଭିନ୍ନ ନଜରରେ ଦେଖିଥାଏ। କେବଳ ସମାଜ ପାଇଁ ହିଁ ହାତରେ ଢୋଲ ଧରି ନିଜ ସମୂଦାୟ ସହ ଘର ଘର ଯାଇ ଶୁଭକାମନା ଜଣାଇବା ପାଇଁ ବାଧ୍ୟ ହୁଅନ୍ତି ଏମାନେ। ନିଜ ଇଚ୍ଛାରେ ବଞ୍ଚିବା ପାଇଁ ଚାହିଁଲେ ମଧ୍ୟ ବଞ୍ଚିପାରୁନାନ୍ତି। ଏମାନେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ପାଇବା ପାଇଁ ସବୁଦିନ ଲଢ଼େଇ କରୁଛନ୍ତି।
୨୦୧୧ର ଜନଗଣନା ରିପୋର୍ଟ ଅନୁଯାୟୀ ଭାରତରେ ଅଛନ୍ତି ୪ ଲକ୍ଷ ୯୦ ହଜାର କିନ୍ନର।
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ କିନ୍ନରମାନଙ୍କୁ ମିଳିଥିଲା ତୃତୀୟଲିଙ୍ଗର ସମ୍ମାନ। ତଥାପି ସେମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳି ପାରିନି। ତେବେ ଏହି କିନ୍ନରମାନଙ୍କ ମଧ୍ୟରେ ଏମିତି କିଛି ଅଛନ୍ତି ଯେଉଁମାନେ ନିଜର ଦକ୍ଷତା ଏବଂ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। ତଥାପି ଲୋକେ ଆଜି ବି ତାଙ୍କୁ ଗ୍ରହଣ କରିପାରନ୍ତି ନାହିଁ। ତେବେ ସମାଜର ଏପରି ନଜରରେ ଅତିଷ୍ଠ ହୋଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖି ଇଚ୍ଛା ମୃତ୍ୟ ମାଗିଛନ୍ତି କିନ୍ନର ଶାନଭୀ। କାରଣ ଏୟାର ଇଣ୍ଡିଆ ତାଙ୍କୁ ଚାକିରିରେ ରଖିବା ପାଇଁ ମନା କରିଦେଇଛି।
ଶାନଭୀଙ୍କ କହିବା ଅନୁସାରେ ବିନା ଚାକିରିରେ ତାଙ୍କର ଗୁଜୁରାଣ ମେଂଟାଇବା ବହୁତ କଷ୍ଟ ହୋଇପଡିଛି । ସେଥିପାଇଁ ତାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ସେ କହିଛନ୍ତି। ସେ ଆହୁରୀମଧ୍ୟ କହିଛନ୍ତି କି ଭାରତ ସରକାର ତାଙ୍କ ପ୍ରଶ୍ନର ଉତ୍ତର ଦେଇ ନାହାନ୍ତି । ସେ ନିଜର ଖାଇବା ଖର୍ଚ୍ଛମଧ୍ୟ ତୁଲାଇବାକୁ ଅସମର୍ଥ । ଶାନଭୀ ଟ୍ରାନ୍ସ ରାଇଡ ନାଓ କଲେକଟେଡ୍ ନାମକ ଏକ ଫେସବୁକ୍ ରେ ମଧ୍ୟ ଏହି ପତ୍ର ଅପଲୋଡ କରିଥିଲେ।
ପଢନ୍ତୁ; | <urn:uuid:26c7732e-4767-4e57-9444-4a95c4dac545> | CC-MAIN-2018-34 | https://enewsodia.com/kinner-sanvi-write-a-letter-to-president/ | 2018-08-16T13:34:20Z | s3://commoncrawl/crawl-data/CC-MAIN-2018-34/segments/1534221211000.35/warc/CC-MAIN-20180816132758-20180816152758-00553.warc.gz | ory | 0.999927 | Orya | 13 | {"ory_Orya_score": 0.9999271631240845} |
ଦିନେ ପୂଜକ ଆର୍ତ୍ତ ତ୍ରାଣଙ୍କୁ କହିଲେ – "ପୂଜକ ମହାଶୟ, ମନ୍ଦିର ଚଳାଇବା କାର୍ଯ୍ୟ ଆପଣଙ୍କ ଦ୍ୱାରା ମୋଟେ ହେବ ନାହିଁ । ଦେଖନ୍ତୁ ମୋ ମନ୍ଦିରରେ କ'ଣ ନାହିଁ । ଆଉ ଆପଣଙ୍କ ମନ୍ଦିର ତ ଭାଙ୍ଗିରୁଜି ଗଲାଣି । ଏ ଭଙ୍ଗାରୁଜା ମନ୍ଦିରରେ କ'ଣ କେଉଁ ଭଗବାନ କେବେ ରହିବେ । ତେଣୁ ଏଠିକି ଭକ୍ତ କାହିଁକି ବା ଆଉ ଆସିବେ । ପୂଜକ ତ୍ରାଣ ଆର୍ତ୍ତଙ୍କ କଥାରେ ସହମତି ପ୍ରକାଶ କରି ତାଙ୍କ ମନ୍ଦିର ମଧ୍ୟକୁ ଚାଲିଗଲେ ।
ଦିନକର କଥା । ସେଦିନ ତ ପୂର୍ଣ୍ଣିମା ତିଥି ପଡିଥାଏ । ସେଦିନ ଭଗବାନଙ୍କର ଜଳାଭିଷେକ ହେବ । ଦୁଇ ପୂଜକ ଜଳ ଆଣିବା ପାଇଁ ନଈକୁ ଗଲେ । ଜଳ ଆଣି କିଛି ବାଟ ଆସିବା ପରେ ଆର୍ତ୍ତ ଦେଖିଲେ ପାଣିରେ ଗୋଟିଏ ଛୋଟ ସାପଛୁଆଟିଏ ପହଁରୁଛି । ସେହି ସାପ ଛୁଆ ଦେଖି ପୂଜକ ଆର୍ତ୍ତ ହଠାତ୍ ବହୁତ ରାଗିଗଲେ । ଆଉ ସେ ତତ୍କ୍ଷଣାତ୍ ପାଣିରୁ ସେହି ସାପଛୁଆଟିକୁ କାଢି ବାଡେଇ ବାଡେଇ ମାରିଦେଲେ । ହେଲେ ଆର୍ତ୍ତଙ୍କର ଏପରି କାର୍ଯ୍ୟ ତ୍ରାଣଙ୍କୁ ଆଦୌ ପସନ୍ଦ ହେଲା ନାହିଁ । ତେଣୁ ଏସବୁ ଦେଖି ତ୍ରାଣ କହିଲେ – 'ପୂଜକ ମହାଶୟ ସାପଛୁଆଟି ତ ପାଣିର ଜୀବ । ପାଣି ବିନା ତା' ପକ୍ଷେ ବଂଚିବା ଏକଦମ୍ ଅସମ୍ଭବ । ଆପଣ ବରଂ ତାକୁ ନ ମାରି ପାଣିରେ ଛାଡି ଦେଇଥିଲେ ତ ଭଲ ହୋଇଥାଆନ୍ତା ।' ଏକଥା ଶୁଣି ହଠାତ୍ ଆର୍ତ୍ତ ବହୁତ ରାଗିଗଲେ । ତାପରେ ସେ କ୍ରୋଧରେ କହିଲେ – ଏ ସାପଛୁଆ ମୋ ପାଣି ସବୁ ଅପବିତ୍ର କରିଦେଲା । ମୁଁ ଏତେ କଷ୍ଟ କରି ଏତେ ଦୂରରୁ ପାଣି ନେଇ ଆସିଲି ମାତ୍ର ଏ ଦୁଷ୍ଟ ସାପ ଛୁଆ ସବୁ ବେକାର କରିଦେଲା । ତେଣୁ ଆଜି ଆଉ ଭଗବାନଙ୍କର ଜଳାଭିଷେକ କଦାପି ମଧ୍ୟ ହୋଇପାରିବ ନାହିଁ । ଏହା କହି ସେ ପୂଜକ ଆର୍ତ୍ତ ପାଣି ସବୁ ଢାଳି ଦେଲେ । | <urn:uuid:5101d54b-789c-46e4-9bad-efeba5899687> | CC-MAIN-2018-34 | http://odiagapa.com/%E0%AC%AA%E0%AD%8D%E0%AC%B0%E0%AC%95%E0%AD%83%E0%AC%A4-%E0%AC%AA%E0%AD%82%E0%AC%9C%E0%AC%95/2/ | 2018-08-19T07:51:25Z | s3://commoncrawl/crawl-data/CC-MAIN-2018-34/segments/1534221214713.45/warc/CC-MAIN-20180819070943-20180819090943-00073.warc.gz | ory | 1.000003 | Orya | 4 | {"ory_Orya_score": 1.0000025033950806} |
ଗୁରୁ ଭକ୍ତି
ଆ.ଓ.ରି(ତା୨୩|୪)-
ଭଗବାନ୍ ଶଙ୍କରାଚାର୍ଯ୍ୟଙ୍କ ନିକଟରେ ଗିରି ନାମରେ ଜଣେ ଶିଷ୍ୟ ଥିଲେ। ସେ ଅନ୍ୟ ଶିଷ୍ୟଙ୍କ ତୁଳନାରେ ସମ୍ପୂର୍ଣ୍ଣ ନିରକ୍ଷର ଥିଲେ। ଗିରିଙ୍କ ଉପରେ ଗୁରୁଙ୍କ ବସ୍ତ୍ର ପ୍ରକ୍ଷାଳନ ସେବା ନ୍ୟସ୍ତ ଥିଲା। ସେ ନିରକ୍ଷର ଥିଲେ ମଧ୍ୟ ଗୁରୁଙ୍କ ପ୍ରତି ତାଙ୍କର ଅଗାଧ ଭକ୍ତି ଥିଲା ଓ ସେ ଗୁରୁ ସେବା ନିଷ୍ଠାର ସହ ସମ୍ପାଦନ କରୁଥିଲେ। କିଛି ନ ବୁଝିଲେ ମଧ୍ୟ ଗୁରୁଙ୍କ ବାଣୀ ଓ ଉପଦେଶ ଶ୍ରଦ୍ଧାର ସହ ଶୁଣୁଥିଲେ।
ଦିନେ ଆଚାର୍ଯ୍ୟ ଶଙ୍କର ପାଠ ଆରମ୍ଭ ନ କରି ଇତସ୍ତତଃ ଦୃଷ୍ଟିପାତ କରୁଥିଲେ। ଶିଷ୍ୟମାନେ ଏହା ଦେଖି ଟିକିଏ ବିସ୍ମିତ ହୋଇ ପଚାରିଲେ "ଗୁରୁଦେବ ! ଆପଣ ଅଧ୍ୟାପନା ଆରମ୍ଭ କରୁନାହାନ୍ତି ଯେ ?" ଆଚାର୍ଯ୍ୟ କହିଲେ " କାହିଁ ତୁମେ ସମସ୍ତେ ତ ଉପସ୍ଥିତ ହୋଇନାହଁ? ଗିରିକୁ ତ ମୁଁ ଦେଖୁନାହିଁ। ସେ ଆସିଲେ ପାଠ ଆରମ୍ଭ କରିବା। "
ଆଚାର୍ଯ୍ୟଙ୍କ ଆଦେଶରେ କିଛି ସମୟ ଅପେକ୍ଷା କରିବା ପରେ ଜଣେ ଶିଷ୍ୟ କହିଲେ " ଗୁରୁଦେବ! ଗିରି ନଦୀ କୂଳକୁ ଆପଣଙ୍କ ବସ୍ତ୍ର ପ୍ରକ୍ଷାଳନ ଉଦ୍ଦେଶ୍ୟରେ ଯାଇଛି"। ଆଚାର୍ଯ୍ୟ ଶ୍ମିତହାସ୍ୟ କରି କହିଲେ " ହଉ ସେ ଆସୁ ଆରମ୍ଭ କରିବା। " ସମସ୍ତେ ଭାବିଲେ ଗିରିତ ନିରକ୍ଷର, ପୁଣି ତାପାଇଁ ଗୁରୁଦେବ ଏତେ ଅପେକ୍ଷା କରୁଛନ୍ତି କାହିଁକି ?
ସେଠାରେ ପଦ୍ମପାଦ ନାମରେ ଆଉଜଣେ ଶିଷ୍ୟ ଥିଲେ। ସେ ହଠାତ୍ କହିଉଠିଲେ "ଠାକୁର! ଗିରି ତ ସମ୍ପୂର୍ଣ୍ଣ ନିରକ୍ଷର , ପୁଣି ସେ ଶାସ୍ତ୍ର ଆଲୋଚନା କଣ ବୁଝିପାରିବ ଯେ ?"
ପଦ୍ମପାଦଙ୍କ କଥା ଶୁଣି ଆଚାର୍ଯ୍ୟ ଶ୍ମିତହାସ୍ୟ କରି ପୁଣି କହିଲେ "ଆରେ ସେ ଆସୁ । ନ ବୁଝିଲେ ମଧ୍ୟ ସେ ଅତିଶୟ ଶ୍ରଦ୍ଧାରେ ସବୁକଥା ଶ୍ରବଣ କରେ"।
ଏଣେ ଗିରିଙ୍କ ଭାଗ୍ୟ ସୁପ୍ରସନ୍ନ ହୋଇଉଠିଲା। ତାଙ୍କର ଐକାନ୍ତିକ ଗୁରୁଭକ୍ତି ତାଙ୍କୁ ସର୍ବବିଦ୍ୟାଧାରଣର ଉପଯୋଗୀ କରି ପକାଇଲା। ଗ୍ରହଣ କରିବା ଓ ଧାରଣ କରିବାର ସାମର୍ଥ୍ୟ ଏବଂ ଶ୍ରଦ୍ଧାହିଁ ଅଧିକାରର ହେତୁ। ଉପଦେଶ ଗ୍ରହଣ କରିବାର ସାମର୍ଥ୍ୟ ଯାହଙ୍କର ନାହିଁ ଏବଂ ଗୁରୁ ଓ ତାଙ୍କ ଉପଦେଶବାକ୍ୟରେ ଯେଉଁମାନଙ୍କର ଶ୍ରଦ୍ଧା ନାହିଁ ସେମାନେ କେବେହେଲେ କୃପାର ଅଧିକାରୀ ହୋଇ ପାରନ୍ତି ନାହିଁ।
ଆଚାର୍ଯ୍ୟ ଗୁରୁଭକ୍ତିର ମାହାତ୍ମ୍ୟ ବୁଝାଇ ଶିଷ୍ୟମାନଙ୍କର ବିଦ୍ୟାଭିମାନ ଦୂରକରିବା ନିମିତ୍ତ ଏବଂ ନିର୍ବୋଧ ବ୍ୟକ୍ତି ଯେ ଉପେକ୍ଷଣୀୟ ନୂହନ୍ତି ଏସବୁ କଥା ବୁଝାଇବା ନିମିତ୍ତ ମନେମନେ ଗିରିଙ୍କୁ ସର୍ବବିଦ୍ୟା ପ୍ରଦାନ କଲେ। ଗିରି ଗୁରୁଦେବଙ୍କ କୃପାରୁ ବ୍ରହ୍ମବିଦ୍ୟାର ଅଧିକାରୀ ହୋଇଗଲେ। ସେ ସଙ୍ଗେସଙ୍ଗେ ତ୍ରୋଟକ ଛନ୍ଦରେ ଗୋଟିଏ ଗୁରୁମାହାତ୍ମ୍ୟ ସ୍ତୋତ୍ର ରଚନା କରି ଆଚାର୍ଯ୍ୟଙ୍କ ବସ୍ତ୍ର ଧୌତ କରି ସାରି ତାହା ଘେନି ଆଚାର୍ଯ୍ୟଙ୍କ ସମୀପରେ ଉପସ୍ଥିତ ହେଲେ।
ସମସ୍ତେ ଗିରିଙ୍କ ମୁଖରୁ ଅପରୂପ ଶ୍ଲୋକ ଶ୍ରବଣ କରି ଚମକ୍ତୃତ ହୋଇଗଲେ। ଯେ କେବେହେଲେ ସଂସ୍କୃତ ବାକ୍ୟ ଉଚ୍ଚାରଣ କରିପାରେ ନାହିଁ , ତା ମୁଖରୁ ଅପୂର୍ବ ଶ୍ଲୋକ ଶ୍ରବଣ କରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ଏହାହିଁ ଥିଲା ଗିରିଙ୍କ ଗୁରୁଭକ୍ତିର ଓ ଗରୁ ନିଷ୍ଠାର ଚମକ୍ତାର। | <urn:uuid:e8bdc388-08fb-474e-94e8-b766c2587585> | CC-MAIN-2018-34 | http://www.aajiraodisha.org/reverence-to-guru/ | 2018-08-21T02:26:43Z | s3://commoncrawl/crawl-data/CC-MAIN-2018-34/segments/1534221217909.77/warc/CC-MAIN-20180821014427-20180821034427-00233.warc.gz | ory | 1.000005 | Orya | 6 | {"ory_Orya_score": 1.0000053644180298} |
ମଦ ବିରୋଧୀ ଅଭିଯାନରେ ସାମିଲ ହେବ କୁକୁର
ପାଟଣା: ସେନା ବାହିନୀରେ ହେଉ କି ପୋଲିସ ପ୍ରଶାସନରେ କାମ କରି କୁକୁର ବହୁତ ସାହାସିକତା ଦେଖାଇଛନ୍ତି। ବୋମା ଖୋଜିବା, ଶତ୍ରୁଙ୍କ ଗତିବିଧିର ସୂଚନା ଦେବା ଓ ଅପରାଧୀଙ୍କ ପାଖରେ ପୋଲିସକୁ ପହଞ୍ଚାଇବାରେ ଏମାନେ ଦକ୍ଷତାର ସହ କାମ କରିଥାନ୍ତି। ଏବେ ଆଉ ଏକ ମହତ କାମରେ କୁକୁର ନିୟୋଜିତ ହେବାକୁ ଯାଉଛନ୍ତି। ଏଣିକି କେଉଁଠି ମଦ ଚୋରାରେ ରଖା ଯାଉଛି, ତାହାର ସନ୍ଧାନ କରିବେ କୁକୁର। ବିହାର ସରକାର ଏପରି କିଛି ତାଲିମପ୍ରାପ୍ତ କୁକୁରଙ୍କୁ ମଦ ବିରୋଧୀ ଅଭିଯାନରେ ସାମିଲ କରିବାକୁ ଯାଉଛନ୍ତି। ଯେଉଁମାନେ ଶୁଙ୍ଘି ଶୁଙ୍ଘି ଚୋରା ମଦ ଥିବା ସ୍ଥାନଠାବ କରିବେ। ଏହାଦ୍ୱାରା ମଦ ବ୍ୟବସାୟ ଉପରେ ବହୁ ପରିମାଣରେ ଆଙ୍କୁଶ ଲଗାଯାଇ ପାରିବ ବୋଲି ସରକାର ଆଶା ବାନ୍ଧିଛନ୍ତି।
ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏପ୍ରିଲ ୨୦୧୬ରୁ ବିହାରରେ ମଦ ବିରୋଧୀ ଆଇନ୍ ଆଣି ଏହାର ବିକ୍ରି ଉପରେ କଟକଣା ଲଗାଇଛନ୍ତି। ଏହାପରଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚୋରାରେ ମଦ ବିକ୍ରି ହେଉଛି। ଯାହାକୁ ବନ୍ଦ କରିବା ପୋଲିସ ପ୍ରଶାସନ ପକ୍ଷେ କାଠିକର ପାଠ ହେଉଛି। ଏପରି ସ୍ଥିତିରେ ଚୋରା ମଦ କାରବାର ସ୍ଥଳ ଚିହ୍ନଟ କରିବାକୁ ତେଲେଙ୍ଗାନାରୁ ୨୦ଟି ତାଲିମପ୍ରାପ୍ତ କୁକୁର ଅରାଯିବ। ଏମାନେ ଚୋରା ମଦ କାରବାର ସ୍ଥଳ ଖୋଜି ବାହାର କରିବେ।
ତେଲେଙ୍ଗାନା ଇଣ୍ଟିଗ୍ରେଟେଡ୍ ଟ୍ରେନିଙ୍ଗ୍ ଆକାଡେମୀ (ଆଇଆଇଏଟି)ରେ କୁକୁରମାନଙ୍କୁ ଏହି ତାଲିମ ଦିଆଯାଉଛି ବୋଲି ବିହାରର ପୋଲିସ ମହାନିଦ୍ଦେର୍ଶକ ବିନୟ କୁମାର କହିଛନ୍ତି। ଉଭୟ ବିସ୍ଫୋରକ ଓ ମଦ ଖୋଜି ବାହାର କରିବାକୁ ଏମାନଙ୍କୁ ତାଲିମ ଦିଆଯାଉଛି।
ପ୍ରାଥମିକ ସ୍ତରରେ ଏହି ୨୦ଟି କୁକୁରଙ୍କୁ ୮ରୁ ୯ ମାସ ଧରି ମଦ ଶୁଙ୍ଘିବାର ତାଲିମ ଦିଆଯିବ। ଏଥିରେ ସଫଳ ହେବା ପରେ ଏମାନେ ଚୋରା ମଦ ବିକ୍ରି ସ୍ଥଳ ଠାବ କରିପାରିବେ।
ଏହି କୁକୁରଙ୍କୁ ବିହାର ପୋଲିସ୍ର ୪ଟି ଜୋନ୍ ପାଟନା, ମୁଜାଫରପୁର, ଦରଭଙ୍ଗା ଓ ଭାଗଲପୁରରେ ନିୟୋଜିତ କରାଯିବ।
ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହେଲେ ତେଲେଙ୍ଗାନାରୁ ଅଧିକ କୁକୁର ଆଣିବାକୁ ଯୋଜନା ରଖିଛନ୍ତି ବିହାର ସରକାର। | <urn:uuid:87e95027-d223-46e7-8946-2086e96a6116> | CC-MAIN-2018-34 | https://odishareporter.in/nation/bihar-govt-use-dog-to-control-alcohol-business-244098 | 2018-08-21T02:20:50Z | s3://commoncrawl/crawl-data/CC-MAIN-2018-34/segments/1534221217909.77/warc/CC-MAIN-20180821014427-20180821034427-00233.warc.gz | ory | 0.999759 | Orya | 4 | {"ory_Orya_score": 0.9997585415840149} |
ଆଦିପୁସ୍ତକ 2 Oriya Bible: Easy-to-Read Version (ERV-OR)
ସପ୍ତମ ଦିନ-ବିଶ୍ରାମ
2 ଏହିପରି ଭାବରେ, ପରମେଶ୍ୱର ଆକାଶମଣ୍ଡଳରେ ଓ ପୃଥିବୀ ମଧ୍ୟରେ ଥିବା ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ କଲେ। 2 ସପ୍ତମ ଦିନରେ, ପରମେଶ୍ୱର ସୃଷ୍ଟିର ପ୍ରତ୍ୟେକ କାର୍ଯ୍ୟ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନରେ ପରମେଶ୍ୱର ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ ନେଲେ। 3 ତା'ପରେ ପରମେଶ୍ୱର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ୱର ସମସ୍ତ ସୃଷ୍ଟି କରି ସାରିଲା ପରେ ବିଶ୍ରାମ ନେଲେ।
ମନୁଷ୍ୟର ସୃଷ୍ଟି
4 ଏହା ହେଲା ପୃଥିବୀ ଓ ଆକାଶମଣ୍ଡଳର ଇତିହାସ। ଯେଉଁ ସମୟରେ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ଏହା ସେହି ସମୟର ଇତିହାସ। 5 ସେହି ସମୟରେ କୌଣସି ବୁଦା ବା ଘାସ ବଢ଼ି ନ ଥିଲା, ସଦାପ୍ରଭୁ ପୃଥିବୀରେ ବର୍ଷା କରାଇ ନ ଥିଲେ। କାରଣ ପୃଥିବୀର ଯତ୍ନ ନେବା ପାଇଁ କେହି ନ ଥିଲେ।
6 ଭୂମିରେ କାକର ପଡ଼ି ସମସ୍ତ ପୃଥିବୀକୁ ସନ୍ତସନ୍ତିଆ କଲା। 7 ଏହା ପରେ ସଦାପ୍ରଭୁ ପରମେଶ୍ୱର ଭୂମିରୁ ଧୂଳି ନେଇ ମନୁଷ୍ୟ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। 8 ଏହା ପରେ ସଦାପ୍ରଭୁ ପରମେଶ୍ୱର, ଏଦନର ପୂର୍ବ ଦିଗରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସେଠାରେ ସେ ସୃଷ୍ଟି କରିଥିବା ମନୁଷ୍ୟକୁ ରଖିଲେ। 9 ସଦାପ୍ରଭୁ ପରମେଶ୍ୱର ପ୍ରତ୍ୟେକ ପ୍ରକାର ବୃକ୍ଷ ଯାହା ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ, ପୃଥିବୀରେ ସୃଷ୍ଟି କଲେ। ସେହିପରି ଭାବରେ ଉଦ୍ୟାନର ମଧ୍ୟଭାଗରେ ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ବିଷୟରେ ଜ୍ଞାନ ଦେବା ବୃକ୍ଷ ମଧ୍ୟ ଉତ୍ପନ୍ନ କଲେ।
10 ଗୋଟିଏ ନଦୀ ଏଦନରୁ ପ୍ରବାହିତ ହୋଇ ଉଦ୍ୟାନକୁ ଜଳ ଦିଏ। ଏହା ପରେ ସେହି ନଦୀ ଗ୍ଭରି ଭାଗରେ ବିଭକ୍ତ ହେଲା। 11 ପ୍ରଥମ ନଦୀର ନାମ ପିଶୋନ୍ ଥିଲା। ତାହା ସମସ୍ତ ହବିଲା ଦେଶ ଚତୁର୍ପାର୍ଶ୍ୱ ଦେଇ ବହିଗଲା, ଯେଉଁ ସ୍ଥାନରେ ସୁବର୍ଣ୍ଣ ଅଛି। 12 ସେହି ଦେଶରେ ଚିତ୍ତାକର୍ଷକ ସୁବର୍ଣ୍ଣ, ମୁକ୍ତା ଓ ଗୋମେଦକମଣି ଅଛି। 13 ଦ୍ୱିତୀୟ ନଦୀର ନାମ ଗୀହୋନ୍ ଥିଲା। ଏହା ସମସ୍ତ କୁଶ ଦେଶକୁ ବ୍ୟାପିଥିଲା। 14 ତୃତୀୟ ନଦୀର ନାମ ହିଦ୍ଦେକଲ୍ ଥିଲା, ଏହା ଅଶୂରିୟ ଦେଶର ସମ୍ମୁଖ ଦେଇ ଗମନ କରେ ଏବଂ ଚତୁର୍ଥ ନଦୀର ନାମ ଫରାତ୍ ଥିଲା।
15 ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନରେ କୃଷିକର୍ମ ଓ ତାହାର ଯତ୍ନ ନେବା ପାଇଁ ନିଯୁକ୍ତ କଲେ। 16 ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଏହି ନିର୍ଦ୍ଦେଶ ଦେଲେ ଏବଂ କହିଲେ, "ତୁମ୍ଭେ ଉଦ୍ୟାନର ଯେକୌଣସି ଗଛର ଫଳ ଖାଇ ପାରିବ। 17 କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସେହି ବୃକ୍ଷର ଫଳ ଖାଇବ ତୁମ୍ଭେ ସେହି ଦିନ ମରିବ!"
ପ୍ରଥମ ନାରୀ
18 ଏହା ପରେ ସଦାପ୍ରଭୁ ପରମେଶ୍ୱର କହିଲେ, "ମୁଁ ଦେଖି ପାରୁଛି ଯେ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପଯୁକ୍ତ ସହକାରିଣୀ ନିର୍ମାଣ କରିବି।"
19 ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳିରୁ ସମସ୍ତ ପଶୁ ଓ ଆକାଶରେ ସମସ୍ତ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ସମସ୍ତଙ୍କୁ ମନୁଷ୍ୟ ନିକଟକୁ ଦେଖାଇବାକୁ ଆଣିଲେ। ସେହି ମନୁଷ୍ୟ ସେମାନଙ୍କୁ କ'ଣ କହି ଡାକିବ, ଏହା ଜାଣିବା ପାଇଁ। ସେହି ସୃଷ୍ଟ ପ୍ରାଣୀଙ୍କୁ ସେ ଯାହା କହି ଡାକିଲା, ତାହା ସେମାନଙ୍କର ନାମ ହେଲା। 20 ମନୁଷ୍ୟ ବଡ଼ ପ୍ରାଣୀମାନଙ୍କର ନାମ, ଆକାଶରେ ଉଡ଼ୁଥିବା ପକ୍ଷୀ ଏବଂ ପ୍ରତ୍ୟେକ ଜୀବିତ ପ୍ରାଣୀଙ୍କର ନାମ ରଖିଲା। କିନ୍ତୁ ତା' ଭିତରୁ କାହାକୁ ତାଙ୍କର ଅନୁରୂପ ସହକାରିଣୀ ଭାବେ ବାଛି ପାରି ନ ଥିଲା। 21 ତା'ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଘୋର ନିଦ୍ରାରେ ଶୁଆଇ ଦେଲେ। ସେ ତା'ର ଶରୀରରୁ ଖଣ୍ଡେ ପଞ୍ଜରା ନେଲେ ଏବଂ ସେହି କ୍ଷତ ବନ୍ଦ କରିଦେଲେ। 22 ସଦାପ୍ରଭୁ ପରମେଶ୍ୱର ମନୁଷ୍ୟର ପଞ୍ଜରା ହାଡ଼ରୁ ଏକ ସ୍ତ୍ରୀ ନିର୍ମାଣ କଲେ ଏବଂ ମନୁଷ୍ୟ ନିକଟକୁ ତାହାକୁ ଆଣିଲେ। 23 ସେହି ମନୁଷ୍ୟ କହିଲା,
"ସେ ମୋ' ପରି, ତା'ର ହାଡ଼ ମୋର ହାଡ଼ରୁ ଆସିଛି।
24 ମନୁଷ୍ୟ ପିତାମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରିତ ହେବ। ଯେପରି ସେମାନେ ଏକ ବ୍ୟକ୍ତି, ଏହା ଏପରି ଭାବରେ ହେବ।
25 ମନୁଷ୍ୟ ଓ ତାଙ୍କର ସ୍ତ୍ରୀ ଉଲଗ୍ନ ଥିଲେ, କିନ୍ତୁ ସେମାନେ ଲଜ୍ଜାବୋଧ କରୁ ନ ଥିଲେ। | <urn:uuid:ebd25ddc-d018-46d2-85c9-c36115ccc912> | CC-MAIN-2018-34 | https://www.biblegateway.com/passage/?search=%E0%AC%86%E0%AC%A6%E0%AC%BF%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+2&version=ERV-OR | 2018-08-14T07:37:02Z | s3://commoncrawl/crawl-data/CC-MAIN-2018-34/segments/1534221208676.20/warc/CC-MAIN-20180814062251-20180814082251-00454.warc.gz | ory | 1.000007 | Orya | 16 | {"ory_Orya_score": 1.0000070333480835} |
ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇ ସାରିଛି । ବର୍ଷାକୁ ନେଇ ଭୟ ଥିଲେ ମଧ୍ୟ ଏବେ କିଛିଟା ଆସ୍ଵସ୍ତି ଅଛି । ଷ୍ଟାଡିୟମରୁ ତମ୍ବୁ ମଧ୍ୟ ଉଠିଯାଇଛି । ଦିନ ୧ଟା ବେଳେ ଭାରତ ଶ୍ରୀଲଙ୍କା ୩ ଟିକିଆ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପାଇଁ ଟସ୍ ପଡ଼ିଥିଲା। ଟସ୍ ଜିଣି ଶ୍ରୀଲଙ୍କା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ କରିବାକୁ ଆହ୍ଵାନ ଦେଇଛି।
ଭାରତ ପକ୍ଷରୁ ଧାୱନ ଓ ଲୋକେଶ ରାହୁଲ ଓପନିଂ କରିଥିଲେ । ପ୍ରଥମ ବଲରେ ହିଁ ଭାରତର ୱିକେଟ ପାଟଣା ହୋଇଥିଲା । ଲୋକେଶ ରାହୁଲ ମ୍ୟାଚର ପ୍ରଥମ ବଲ ଖେଳି ଉଇକେଟ୍ କିପରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ମାତ୍ର କିଛି ସମୟ ବ୍ୟବଧାନରେ ୮ ରନ୍ କରି ଶିଖର ଧାଓ୍ଵନ ମଧ୍ୟ ବୋଲ୍ଡ ଆଉଟ୍ ହୋଇଛନ୍ତି। ଭାରତ ମାତ୍ର ୧୩ ରନ୍ରେ ଦୁଇଟି ଉଇକେଟ୍ ହରାଇ ବିପଦରେ ପଡ଼ିଛି। ଉଭୟ ୱିକେଟକୁ ଶ୍ରୀଲଙ୍କାର ପେସ୍ ବୋଲର ସୁରଙ୍ଗ ଲାକ୍ମଲ ହାସିଲ କରିଛନ୍ତି ।
ମ୍ୟାଚ୍ ମଧ୍ୟାହ୍ନ ୧.୩୦ରେ ଆରମ୍ଭ ହୋଇଛି । ଅପରାହ୍ନ ୩.୩୦ରେ ଟି-ବ୍ରେକ ହେବାସହ ମ୍ୟାଚ୍ ୫.୩୦ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । | <urn:uuid:94a5a9f0-8d1d-469d-a14b-86bd8455aef9> | CC-MAIN-2018-34 | https://enewsodia.com/india-vs-sri-lanka/ | 2018-08-15T06:40:05Z | s3://commoncrawl/crawl-data/CC-MAIN-2018-34/segments/1534221209980.13/warc/CC-MAIN-20180815063517-20180815083517-00294.warc.gz | ory | 1.000008 | Orya | 6 | {"ory_Orya_score": 1.0000077486038208} |
ପ୍ରଥମ ଥର ଏହି ଯୋଡିକୁ ଦେଖିବାକୁ ପାଇବେ ଦର୍ଶକ
୨୦୧୪ରେ ମୋହିତ ସୁରୀଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏବଂ ବକ୍ସ ଅଫିସରେ ସଫଳତା ହାସଲ କରିଥିବା ରୋମାଣ୍ଟିକ ଆକ୍ସନ ଥ୍ରୀଲର ସିନେମା ' ଏକ ଭିଲେନ ' ସିକ୍ଵେଲ ଏକ ଭିଲେନ -୨ ପାଇଁ ପ୍ରସ୍ତୁତ ସାରିଛି । ଗତ ଥର ପରି ଏଥର ବି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ତାଙ୍କ ସହ ଅଭିନେତ୍ରୀ କୀର୍ତି ସାନୋନ ନଜର ଆସିବେ ।
ଏକ ଭିଲେନର ସିକ୍ଵେଲ ନିର୍ମାଣ ସମ୍ପର୍କରେ ନିର୍ମାତାଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ଏକ ରୋମାଣ୍ଟିକ ଥ୍ରୀଲରର ସିକ୍ଵେଲକୁ ନେଇ ଜୋରେ ଚର୍ଚା ଧରିଛି । ୨୦୧୪ରେ ଏକ ଭିଲେନରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଶ୍ରଦ୍ଧା ଓ ସିଦ୍ଧାର୍ଥ ମଲହୋତ୍ରା ।
ଶ୍ରଦ୍ଧା ଓ ସିଦ୍ଧାର୍ଥ ମଲହୋତ୍ରା ଯୋଡିକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ । ରିତେଶ ଦେଶମୁକ ଖଳନାୟକ ଭୂମିକାରେ ନଜର ଆସିଥିଲେ । ଏବେ ସିକ୍ଵେଲରେ ସିଦ୍ଧାର୍ଥଙ୍କ ସହିତ କୀର୍ତିଙ୍କ ଯୋଡିକୁ ବି ଦର୍ଶକ ପସନ୍ଦ କରିବେ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି । ପୂର୍ବରୁ ସିଦ୍ଧାର୍ଥ ସହିତ କୀର୍ତି ଏକତ୍ର ଆମେରିକୀୟ ବ୍ରାଣ୍ଡ ସ୍କାନ ପାଇଁ ପ୍ରସ୍ତୁତ ମ୍ୟୁଜିକାଲ ପ୍ରମୋରେ ଦେଖିବାକୁ ମିଳିଥିଲେ ।
ପଢନ୍ତୁ ; | <urn:uuid:a646f864-801c-4732-869b-8a4e8a48d356> | CC-MAIN-2018-34 | https://enewsodia.com/sidhartha-and-kirti-together-a-film-ek-villen-2/ | 2018-08-18T12:28:40Z | s3://commoncrawl/crawl-data/CC-MAIN-2018-34/segments/1534221213666.61/warc/CC-MAIN-20180818114957-20180818134957-00525.warc.gz | ory | 1.000008 | Orya | 12 | {"ory_Orya_score": 1.0000083446502686} |
ଓଲିଉଡର ଜଣେ ଲୋକପ୍ରିୟ ନାୟିକା ହେଲେ ଅନୁ ଚୌଧୁରୀ । ସେ ଶିଶୁ କଳାକାର ଭାବେ ପ୍ରଥମେ ପରଦାକୁ ଆସିଥିଲେ। ହେଲେ ନାୟିକା ରୂପେ ତାଙ୍କର ପ୍ରଥମ ସିନେମା ଥିଲା ସନକ ଦେବତାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦେଶିତ ସୁପରହିଟ୍ 'ମା' ଗୋଜବାୟାଣୀ'। ଇତି ମଧ୍ୟରେ ସେ ଓଲିଉଡରେ ପ୍ରାୟ ୨୦ ବର୍ଷ ବିତାଇ ସାରିଲେଣି। ତାଙ୍କର ପ୍ରଥମ ସିନେମାର ନାୟକ ଥିଲେ ମନୋଜ ପଣ୍ଡା। ଏହାପରେ ତାଙ୍କର ପ୍ରେମିକ ଭାବେ ପରଦାରେ ନଜର ଆସିଛନ୍ତି ସିଦ୍ଧାନ୍ତ, ଶ୍ରୀତମ, ଅନୁଭବ, ଦୀପକ, ଅରିନ୍ଦମ୍ , ଦୁଷ୍ମନ୍ତ ଏବଂ ସୁନୀଲ୍ କୁମାର ପ୍ରମୁଖ ନାୟକମାନେ।
ହେଲେ ଆପଣ କ'ଣ ଜାଣନ୍ତି କି ବଲିଉଡ ନାୟକ ସୁମିତ ସହଗଲ ଏବଂ ଚନ୍ଦ୍ରଚୁଡ଼ ସିଂହଙ୍କ ସହିତ ବି ଅନ୍ସ୍କ୍ରିନ୍ ରୋମାନସ୍ କରିବାର ସୁଯୋଗ ପାଇଛନ୍ତି । ହଁ ତାଙ୍କୁ ଏଭଳି ସୁଯୋଗ ମିଳିଥିଲା ଓଡ଼ିଆ ଛବିରେ । ସ୍ନେହଲତା ସାହୁଙ୍କ ପ୍ରଯୋଜିତ ତଥା ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ସିନେମାରେ'ସମୟ ଖେଳୁଛି ଚକାଭଉଁରୀ'ରେ ପ୍ରଥମ ଏବଂ ଅନ୍ତିମ ଥର ଲାଗି ସୁମିତ-ଅନୁ ଯୋଡିକୁ ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଚନ୍ଦ୍ରଚୁଡ ସିଂହଙ୍କ ସହିତ ଅନୁ ସରୋଜ ଶତପଥୀଙ୍କ ନିର୍ଦ୍ଦେଶିତ 'କେମିତି ଏ ବନ୍ଧନ' ଅନସ୍କ୍ରିନ୍ ରୋମାନସ୍ କରିଥିଲେ । | <urn:uuid:ec85df7c-b6de-4f44-83a2-4ab1e81711ab> | CC-MAIN-2018-34 | http://kanaknews.com/anu-with-these-two-bollywood-stars/ | 2018-08-18T23:47:56Z | s3://commoncrawl/crawl-data/CC-MAIN-2018-34/segments/1534221213903.82/warc/CC-MAIN-20180818232623-20180819012623-00183.warc.gz | ory | 0.999989 | Orya | 20 | {"ory_Orya_score": 0.9999890327453613} |
ବିଦ୍ୟାଳୟରେ ପ୍ରତିଦିନ ବାରଟାରେ ଏକ ଛୁଟି ହୁଏ । ସବୁ ପିଲା ସେତେବେଳେ ବାହାରକୁ ଯାଇ ପାଞ୍ଚ ମିନିଟ୍ ପରେ ଫେରି ଆସନ୍ତି । ପାଠ ପଢ଼ା ପୂର୍ବପରି ଚାଲେ ।
ଶିକ୍ଷକ ଲକ୍ଷ୍ୟ କଲେ ସବୁପିଲା ବାହାରକୁ ଯାଉଥିବା ବେଳେ ଜିତୁ ଯାଉନି । ସେ ଦଶ ମିନିଟ୍ ପରେ ଯାଏ । ପରେ କାହିଁକି ଯାଏ ? କୁଆଡେ଼ ଯାଏ ? କାହିଁକି ଯାଏ ? ଏଭଳି ଗୁଡ଼ାଏ ପ୍ରଶ୍ନ ଶିକ୍ଷକଙ୍କ ମନରେ ଆସିଲା । ସେ ଅନୁସନ୍ଧିତ୍ସୁ ହୋଇ ପଡ଼ିଲେ ।
ତା'ପରିଦିନ ଯେତେବେଳେ ଜିତୁ ଏକଛୁଟି ଗଲା ଶିକ୍ଷକ ତା' ପଛେ ପଛେ ଅନୁସରଣ କଲେ । ଦେଖିଲେ, ଜିତୁ ବାଳକ ପରିସ୍ରାଗାରକୁ ନ ଯାଇ ବିଦ୍ୟାଳୟ ପଛପଟେ ଥିବା ଏକ ବରକୋଳି ଗଛ ମୂଳକୁ ଯାଉଛି । କ'ଣ ଗୋଟିଏ କରୁଛି । କିଛି ପୋତିଲା ଭଳି କାମ କରୁଛି । ଫେରିଲାବେଳେ ହାତ ନଳକୂଅରେ ଧୋଇ ଆସୁଛି ।
ଜିତୁ ଫେରି ଆସୁଥିବା ଦେଖି ଶିକ୍ଷକ ଏକ ପଳାଶ ବୁଦା ଉହାଡ଼ରେ ଲୁଚି ଗଲେ । ଜିତୁ କିନ୍ତୁ ଏକଥା ଜାଣି ପାରିଲା ନାହିଁ । ଶିକ୍ଷକ ସେଠାକୁ ଯାଇ କିଛି ପୋତା ହୋଇଥିବା ଦେଖିଲେ । ଖୋଳିବାରୁ କିଛି କଙ୍କିଙ୍କ ମୁଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଲେ । କିଛି ବୁଝିପାରିଲେ ନାହିଁ ।
ଶିକ୍ଷକ ଜିତୁକୁ ସେଦିନ ଅପରାହ୍ନବେଳେ ଏକା ଡାକିଲେ । ସତକଥା କହିବାକୁ ବୁଝାଇଲେ । ଜିତୁ ଥଙ୍ଗ ଥଙ୍ଗ ହୋଇ ଶେଷରେ ସତକଥା ମାନିଗଲା । ଶିକ୍ଷକ ତାକୁ ଗାଳିଦେଲେ ନାହିଁ । ବୁଝାଇ କହିଲେ, "କଙ୍କି ଏକ ଉପକାରୀ ପତଙ୍ଗ । ଏହା ମଶା ମାଛି ଭଳି ଅପକାରୀ କୀଟ ପତଙ୍ଗମାନଙ୍କୁ ଖାଦ୍ୟରୂପେ ଗ୍ରହଣ କରି ମଣିଷର ଅଶେଷ ଉପକାର କରିଥାଏ । ଆମେ ତାଙ୍କୁ ଧରିବା କି ମାରିବା ନାହିଁ । ତାଙ୍କ ମୁଣ୍ଡରୁ କେବେ ବି ଟଙ୍କା ହୁଏନା ବୁଝିଲୁ ।"
ଶିକ୍ଷକଙ୍କ କଥା ଶୁଣି ଜିତୁ କାନ ଧରିଲା ଆଉ ସେଭଳି ନ କରିବାକୁ ପ୍ରତିଶ୍ରୁତି ଦେଲା । ଜିତୁ, ସତରେ ବଦଳିଗଲା । | <urn:uuid:218766de-93d0-42f5-a966-a250561ddb3e> | CC-MAIN-2018-34 | http://www.ameodia.com/children/preach/odia-preach-children-tankaa-kanishtha-kishore-sahu/ | 2018-08-19T00:15:50Z | s3://commoncrawl/crawl-data/CC-MAIN-2018-34/segments/1534221213903.82/warc/CC-MAIN-20180818232623-20180819012623-00183.warc.gz | ory | 0.99999 | Orya | 20 | {"ory_Orya_score": 0.9999898672103882} |
କଥା କଥାରେ ଆମେ ବେଳେ ବେଳେ କହନ୍ତି, 'କାଲି କିଏ ଦେଖିଛି'। ଆସନ୍ତାକାଲି କଥା ଛାଡ଼ନ୍ତୁ, ଆଉ ଘଣ୍ଟାଏ ପରେ କ'ଣ ହେବ କହି ହେବନାହିଁ। କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ୨୦୩୦ ଅର୍ଥାତ ୧୨ବର୍ଷ ଆଗକୁ ଯାଇ ଫେରି ଆସିଥିବାର ଦାବି କରିଛନ୍ତି। ଲାଏ ଡିଟେକ୍ଟର ଟେଷ୍ଟରେ ମଧ୍ୟ ସେ ସତ କହୁଥିବା ପ୍ରମାଣିତ ହୋଇଛି। ତାଙ୍କ ନାଁ ନୋହା। ଆମେରିକାର ଏକ ରେଡିଓ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଛନ୍ତି। ନୋହା ୨୦୩୦ରୁ ଫେରିବା ନେଇ ଦାବି କରିଥିବା ବେଳେ ଆସନ୍ତା ୧୨ ବର୍ଷରେ ପୃଥିବୀରେ କ'ଣ ସବୁ ଘଟିବ ସେ ନେଇ ମଧ୍ୟ କହିଛନ୍ତି।
– ପ୍ରଥମେ ନୋହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଅନେକ ବାଦବିବାଦ ସତ୍ତ୍ୱେ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ। ୨୦୨୦ରେ ସେ ପୁଣିଥରେ ନିର୍ବାଚନ ଜିତିବେ।
– ଆଗକୁ ଏମିତି ରୋବର୍ଟ ଆସିବେ ଯାହା ଘରର ସମସ୍ତ କାମ ଏକା କରିପାରିବ।
– ୨୦୨୦ବେଳକୁ ମୋବାଇଲ୍ ଫୋନ୍ ଆମ କଳ୍ପନାଠୁ ଅଧିକ କାମ କରୁଥିବ।
-୨୦୨୮ବେଳକୁ ମଣିଷ ମଙ୍ଗଳ ଗ୍ରହକୁ ଯିବା ଆସିବା କରୁଥିବ।
-ଆଗକୁ କ୍ୟାନ୍ସର୍ ପରି ଭୟଙ୍କର ରୋଗର ସହଜରେ ଚିକିତ୍ସା ହୋଇପାରିବ।
ନୋହାଙ୍କ ଭବିଷ୍ୟବାଣୀକୁ କିଛି ଲୋକ ବିଶ୍ୱାସ କରୁଥିବା ବେଳେ କିଛି ଲୋକ ତାଙ୍କୁ ପାଗଳ ବୋଲି କହୁଛନ୍ତି। | <urn:uuid:1b3dd4a3-8d69-411b-bb51-8640c563cb93> | CC-MAIN-2018-34 | http://odishareporter.in/nation/this-man-from-america-claims-returned-from-2030-213748 | 2018-08-16T19:44:35Z | s3://commoncrawl/crawl-data/CC-MAIN-2018-34/segments/1534221211167.1/warc/CC-MAIN-20180816191550-20180816211550-00656.warc.gz | ory | 0.99991 | Orya | 4 | {"ory_Orya_score": 0.9999104738235474} |
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଟ୍ରିକ ଓ +୨ ପରୀକ୍ଷାକୁ ସଂପୂର୍ଣ୍ଣ କପିମୁକ୍ତ କରିବାକୁ ଯୋଜନା। ଆସନ୍ତାବର୍ଷରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ଜିରୋ କପିଜୋନ୍ କରିବା ଲକ୍ଷ୍ୟରେ ସବୁଠି ସିସିଟିଭି ଲଗାଯିବା ପାଇଁ ପ୍ରସ୍ତୁତି ଚାଲିଛି। ଆସନ୍ତା ବର୍ଷରୁ ରାଜ୍ୟର ସମସ୍ତ ୨୮୧୮ଟି ମାଟ୍ରିକ କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଯୋଜନା କରାଯାଉଛି। ଶିକ୍ଷା ବିଭାଗ ଓଷ୍ଟା ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ପରୀକ୍ଷା ପଦ୍ଧତିରେ ସଂସ୍କାର ଓ ଗୁଣାତ୍ମକ ଶିକ୍ଷା ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର।
ପୂର୍ବରୁ କେବଳ ପ୍ରଶ୍ନପତ୍ର ରହୁଥିବା ପରୀକ୍ଷା ହବ୍ ଗୁଡିକରେ ସିସିଟିଭି ଲାଗୁଥିଲା। ହେଲେ ଏଥର ସବୁ ପରୀକ୍ଷା ହଲ୍ରେ ସିସିଟିଭି ଲଗାଯିବାର ଯୋଜନାକୁ ସ୍ୱାଗତ କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ। ତେବେ ଏସବୁ ପଦକ୍ଷେପ ସହ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମିର ବିକାଶ ଉପରେ ବି ଗୁରୁତ୍ୱ ଦିଆଯାଉ ବୋଲି ଯୁକ୍ତି ବାଢିଛି ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ।
ମାଟ୍ରିକ୍ ସହ ଯୁକ୍ତ ଦୁଇ ସ୍ତରରେ ମଧ୍ୟ ସିସିଟିଭି ଲଗାଇବା ପାଇଁ ଯୋଜନା ହେଉଛି। ତେବେ ଏହିସବୁ ସଂସ୍କାର ସରକାରୀ ସ୍କୁଲ ଓ କଲେଜ ଗୁଡ଼ିକୁ କେବେ ସିବିଏସ୍ଇ ପରିଚାଳିତ ଶିକ୍ଷାନୁଷ୍ଠାନର ସମକକ୍ଷ କରିପାରୁଛି ତାଉପରେ ସମସ୍ତଙ୍କ ନଜର ରହିଛି। | <urn:uuid:ead42a8b-1ab5-4bad-a06f-491a5f0333f2> | CC-MAIN-2018-34 | http://odishareporter.in/odisha/cctv-will-installed-in-examination-hall-242536 | 2018-08-14T16:15:45Z | s3://commoncrawl/crawl-data/CC-MAIN-2018-34/segments/1534221209165.16/warc/CC-MAIN-20180814150733-20180814170733-00076.warc.gz | ory | 1 | Orya | 5 | {"ory_Orya_score": 1.000000238418579} |
ଭୁବନେଶ୍ୱର: ଜଣେ ଯୁବକଙ୍କୁ କାଠଫାଳିଆରେ ଆକ୍ରମଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଫୁଲବାଣୀ ଜିଲ୍ଲା ଖଜୁରୀଆପଦା ଅଞ୍ଚଳର ଅରବିନ୍ଦ ବେହେରା। ଏଠାରେ ଲକ୍ଷ୍ମୀସାଗର ଜଗନ୍ନାଥବିହାର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ୍ରେ ଗାଡ଼ିଚାଳକ ଭାବେ କାମ କରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଅରବିନ୍ଦ ସେହି ସ୍କୁଲର କର୍ମଚାରୀ ଶ୍ରୀଧର ନାୟକଙ୍କୁ ଗାଳିଗୁଲଜ କରିଥିଲା। ପ୍ରତିବାଦ କରିବାରୁ ଅରବିନ୍ଦ ଏକ କାଠଫାଳିଆରେ ଶ୍ରୀଧରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ଶ୍ରୀଧର ଗୁରୁତର ଆହତ ହୋଇଥିଲେ। ସେଠାରେ ଥିବା କର୍ମଚାରୀମାନେ ଉଭୟଙ୍କ ମାରପିଟ୍ ଦେଖି ଧାଇଁ ଆସିଥିଲେ। ଅରବିନ୍ଦକୁ ଅଟକାଇବା ସହ ପୁଲିସକୁ ଫୋନ୍କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧରଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏହାପରେ ଅରବିନ୍ଦକୁ ଗିରଫ କରି ଥାନାକୁ ନେଇଥିଲା। ଏ ନେଇ ଶ୍ରୀଧର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅରବିନ୍ଦକୁ କୋର୍ଟ ଚାଲାଣ କରିଛି। | <urn:uuid:17ff4e90-9d98-4e67-867b-b84fde504b82> | CC-MAIN-2018-34 | http://sambad.in/crime/youth-attack-accuse-arrest-81404/ | 2018-08-14T15:41:37Z | s3://commoncrawl/crawl-data/CC-MAIN-2018-34/segments/1534221209165.16/warc/CC-MAIN-20180814150733-20180814170733-00076.warc.gz | ory | 0.999934 | Orya | 5 | {"ory_Orya_score": 0.9999337196350098} |
ନୂଆଦିଲ୍ଲୀ ଭାରତ ସରକାର ୩୬ଟି ରାଫେଲ୍ ଯୁଦ୍ଧ ବିମାନ କ୍ରୟ କରିବା ନେଇ ଫ୍ରାନ୍୍ସ ସରକାରଙ୍କ ସହ କରିଥିବା ଚୁକ୍ତିକୁ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି। ୨୦୧୫ରେ ଏନ୍ଡିଏ ସରକାର ସିଧାସଳଖ ଫ୍ରାନ୍୍ସ ସରକାରଙ୍କ ସହ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେଇଥିବା ବେଳେ ଏବେ ରାଫେଲ ଯୁଦ୍ଧ ବିମାନର ମୂଲ୍ୟକୁ ନେଇ ମୁଖ୍ୟ ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ କୌଣସି ମଉକା ହାତଛଡ଼ା କରୁନାହିଁ। ୫୮ ହଜାର କୋଟି ଟଙ୍କାରେ ମୋଦି ସରକାର ରାଫେଲ କ୍ରୟ ଚୁକ୍ତି କରିଛନ୍ତି ଏବଂ ଏ ବାବଦ ସବିଶେଷ କ୍ରୟ ବିବରଣୀ ସାର୍ବଜନୀନ କରିବାକୁ କଂଗ୍ରେସ ଦଳ ଦାବି କରୁଛି। ପୂର୍ବରୁ ୨୦୦୮ରେ କଂଗ୍ରେସ ସରକାର ଅମଳରେ ହୋଇଥିବା ରାଫେଲ ଚୁକ୍ତିକୁ ବିଭିନ୍ନ କାରଣୁ ବାତିଲ କରାଯାଇଥିଲା ଏବଂ ଏନ୍୍ଡିଏ ସରକାର ଅମଳରେ ସଂପୂର୍ଣ୍ଣ ନୂଆ ଚୁକ୍ତି ସଂପାଦିତ ହୋଇଛି । ଗୋଟିଏ ଯୁଦ୍ଧ ବିମାନ ପିଛା କେତେ ଅର୍ଥ ଦେଇ ଭାରତ କ୍ରୟ କରିଛି ତାହାର ତଥ୍ୟ ପ୍ରଘଟ କରିବା ଦାବିରେ କଂଗ୍ରେସ ଅଡ଼ି ବସିଛି। ତେବେ ଅନ୍ତର୍ଜାତୀୟ ନିୟମ ଏବଂ ଦେଶର ସୁରକ୍ଷାକୁ ଉଲ୍ଲଂଘନ କରି ଏ ବାବଦ ତଥ୍ୟ ପ୍ରଘଟ କରାଯାଇପାରିବ ନାହିଁ ଏବଂ ଏଭଳିକରି ସରକାର ଉଭୟ ରାଷ୍ଟ୍ର ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ଚାହୁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଏ ବାବଦ ତଥ୍ୟ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ଜଣାଇ ଦେଇଛି। ତେବେ ଏହି ଚୁକ୍ତି ଏକ ବଡ଼ ଦୁର୍ନୀତି ବୋଲି କଂଗ୍ରେସର ଲଗାତାର ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲୁନାହାନ୍ତି। ରାଫଲ୍ ଚୁକ୍ତି ଏବେ ମୋଦିଙ୍କ ଗଳାରେ କଣ୍ଟା ହୋଇ ରହିଥିବାରୁ ବିରୋଧ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଏକଜୁଟ୍ ହୋଇଛନ୍ତି।
ବିବାଦର ଆରମ୍ଭ
ଭାରତର ବାୟୁସେନା ପାଇଁ ୧୨୩ଟି ଲଢ଼ୁଆ ବିମାନର ଆବଶ୍ୟକତା ଥିବାରୁ ଫ୍ରାନ୍୍ସର ଡାସଲ୍୍୍ଟ କମ୍ପାନି ଦ୍ୱାରା ପ୍ରସ୍ତୁତ ରାଫେଲ ଯୁଦ୍ଧ ବିମାନ କ୍ରୟ ନିମନ୍ତେ ଗୁରୁତ୍ୱ ଦିଆଯାଇଥିଲା। କଂଗ୍ରେସ ସରକାର ଅମଳରେ ଏ ବାବଦରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାରେ ବହୁ ପ୍ରତିବନ୍ଧକ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୟୁପିଏ ସରକାର ଅମଳର ପୁରୁଣା ଚୁକ୍ତିକୁ ବାତିଲ କରି ୩୬ଟି ନୂତନ ପିଢ଼ିର ରାଫେଲ କ୍ରୟ ପାଇଁ ଫ୍ରାନ୍୍ସ ସରକାରଙ୍କ ସହ ଚୁକ୍ତି କରିଥିଲେ। ତେବେ କଂଗ୍ରେସ ଅଭିଯୋଗ କରିଛି ଯେ ଶିଳ୍ପପତି ଅନିଲ ଅମ୍ବାନିଙ୍କୁ ଫାଇଦା ଦେବାପାଇଁ ଏହି ନୂତନ ଚୁକ୍ତି ସଂପାଦିତ ହୋଇଛି ଏବଂ ଏହାପଛରେ ବଡ଼ ଧରଣର ଦୁର୍ନୀତି ରହିଛି।
୨୦୧୨ ଚୁକ୍ତିର ବିଫଳତା
ଭାରତୀୟ ବାୟୁସେନା ଆବଶ୍ୟକ କରୁଥିବା ୧୨୬ଟି ଯୁଦ୍ଧ ବିମାନ କ୍ରୟ ପାଇଁ ହୋଇଥିବା ଟେଣ୍ଡରରେ ଫ୍ରାନ୍୍ସର ଡାସଲ୍୍୍ଟ କମ୍ପାନି ଯୋଗ୍ୟ ବିଡର୍ ଭାବେ ବିବେଚିତ ହୋଇଥିଲା। ଏ ବାବଦରେ ୟୁପିଏ ସରକାର ମଧ୍ୟ ତତ୍ପରତା ପ୍ରକାଶ କରି ୧୮ଟି ଯୁଦ୍ଧ ବିମାନ ତୁରନ୍ତ ବ୍ୟବହାରକ୍ଷମ ସ୍ଥିତିରେ କ୍ରୟ କରିବା ପାଇଁ କମ୍ପାନି ସହ ଚୁକ୍ତି କରିଥିଲେ। ପରବର୍ତ୍ତୀ ସମୟରେ ବଳକା ୧୦୮ଟି ବିମାନ ଡାସଲ୍୍ଟ କମ୍ପାନି ହିନ୍ଦୁସ୍ତାନ ଏରୋନଟିକ୍୍ସ ଲିମିଟେଡ (ଏଚ୍୍ଏଏଲ୍) ଦ୍ୱାରା ତିଆରି କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଭାରତ ଓ ଫ୍ରାନ୍୍ସ ମଧ୍ୟରେ ଯୁଦ୍ଧ ବିମାନର ମୂଲ୍ୟକୁ ନେଇ ସହମତି ହୋଇ ନପାରିବାରୁ ଏହି ଚୁକ୍ତି କାର୍ଯ୍ୟକାରୀ ହୋଇପାରି ନଥିଲା।
୨୦୧୫ରେ ନୂଆ ଚୁକ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୦୧୫ରେ ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ ପାଇଁ ଫ୍ରାନ୍୍ସ ସରକାରଙ୍କ ସହ ବୁଝାାମଣା କରିଥିଲେ। ପୂର୍ବରୁ ଏ ବାବଦରେ ହୋଇଥିବା ଚୁକ୍ତିକୁ ବାତିଲ କରି ନୂଆ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ୨୦୧୬ ଜାନୁଆରିରେ ଫ୍ରାନ୍୍ସ ରାଷ୍ଟ୍ରପତି ଫ୍ରାନ୍୍ସୁଆ ଓଲାନ୍ଦ ଭାରତ ଗସ୍ତରେ ଆସିଥିବା ବେଳେ ଚୂଡ଼ାନ୍ତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ୭.୮ ବିଲିୟନ ଡଲାର ମୂଲ୍ୟରେ ରାଫେଲ ଯୁଦ୍ଧ ବିମାନ କ୍ରୟ ପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଥିଲେ।
୨୦୧୭ରେ ରାଫେଲ ଦୁର୍ନୀତି ଅଭିଯୋଗ
ରାଫେଲ କ୍ରୟରେ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଦଳ ଗତବର୍ଷ ଅଭିଯୋଗ ଆଣିବା ପରେ ଏହି ଚୁକ୍ତିକୁ ନେଇ ନାନା ବିବାଦ ସାମ୍ନାକୁ ଆସିଥିଲା। ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ ରାଫେଲ କ୍ରୟ ବାବଦ ଘୋଷଣା କରିବା ସଂପୂର୍ଣ୍ଣ ମାମଲାକୁ ବିବାଦୀୟ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ପ୍ରଧାନମନ୍ତ୍ରୀ ପୂର୍ବ ଚୁକ୍ତିକୁ ବଦଳାଇ ନିର୍ଦ୍ଦିଷ୍ଟ କମ୍ପାନିକୁ ଫାଇଦା ଦୋପାଇଁ ଉଦ୍ୟମ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁତର ଅଭିଯୋଗ କରିଛନ୍ତି। ତେବେ କଂଗ୍ରେସ ନିଜ ସରକାର ଅମଳରେ ରାଫେଲ କ୍ରୟ ପାଇଁ ନିର୍ଦ୍ଧାରିତ ମୂଲ୍ୟକୁ ବର୍ତ୍ତମାନର ରାଫେଲ ମୂଲ୍ୟ ସହ ତୁଳନା କରି ଦୁର୍ନୀତି ଅଭିଯୋଗ କରିବା ହାସ୍ୟାସ୍ପଦ ବୋଲି କେତେକ ମହଲ ମତ ଦେଇଛନ୍ତି। ଭାରତକୁ ୧୨୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ କରିବା ପାଇଁ ୩୦.୪୫ ବିଲିୟନ ଡଲାର ଦେବାକୁ ହେବ। ତେବେ ଡାସଲ୍୍ଟ କମ୍ପାନି ହାଲ୍ ସହ ରାଫେଲ ଜ୍ଞାନକୌଶଳ ହସ୍ତାନ୍ତର ପାଇଁ ରାଜି ହୋଇନଥିବା ବେଳେ ଏହାର ନିର୍ମାଣରେ ଏବେ ରିଲାଏନ୍୍ସ ଡିଫେନ୍ସ ଲିମିଟେଡ଼ ଡାସଲ୍ଟର ମୁଖ୍ୟ ସହଯୋଗୀ ରହିଛି । ଅନିଲ ଅମ୍ବାନିଙ୍କୁ ପ୍ରତିରକ୍ଷା ଶିଳ୍ପକୁ ସହାୟତା କରିବାକୁ ମୋଦି ସରକାର ଫ୍ରାନ୍୍ସ ସରକାରଙ୍କ ପ୍ରସ୍ତାବରେ ରାଜି ହୋଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।
ଜେଟ୍ଲିଙ୍କ ରାଫେଲ୍ ବୟାନକୁ ନେଇ ଲୋକସଭାରେ ହଙ୍ଗାମା
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଆଜି ରାଫେଲ କ୍ରୟ ଚୁକ୍ତିକୁ ନେଇ ଲୋକସଭାରେ ଦେଇଥିବା ବୟାନକୁ କେନ୍ଦ୍ରକରି ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି। ଜେଟ୍୍ଲି କହିଥିଲେ ଯେ ଦେଶସ୍ୱାର୍ଥରେ ସଂପାଦିତ ହୋଇଥିବା ଚୁକ୍ତିକୁ ସଂପୂର୍ଣ୍ଣ ପ୍ରଘଟ କରବାକୁ ଦାବି କରି କଂଗ୍ରେସ ବିଭ୍ରାନ୍ତି ସୃଷ୍ଟି କରୁଛି ଏବଂ ଏଭଳି କରିବାର ଅଧିକାର ଏହି ଦଳର ନାହିଁ। ସର୍ବାଧିକ ସ୍ୱଚ୍ଛତା ଏବଂ ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ରାଫେଲ କ୍ରୟ ଚୁକ୍ତି କରିଥିବା ସେ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲକୁ ନେଇ ଯେଉଁ ମିଥ୍ୟା ଓ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି ତାହାକୁ ଦେଶବାସୀ ବଝିସାରିଛନ୍ତି। ରାହୁଲ ଏ ବାବଦରେ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁୂ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ବୋଲି ଜେଟ୍୍ଲି କହିଥିଲେ। ଜେଟ୍୍୍ଲିଙ୍କ ବୟାନକୁ ନେଇ କଂଗ୍ରେସ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ। ଜେଟ୍୍ଲି ଯୁକ୍ତି ଦର୍ଶାଇ କହିଥିଲେ ଯେ ୟୁପିଏ ସରକାର ଅମଳରେ ହୋଇଥିବା ରାଫେଲ ଚୁକ୍ତି ବାବଦରେ ସମସ୍ତ ତଥ୍ୟ ସରକାର ଦେଶର ସୁରକ୍ଷା ଏବଂ ଅନ୍ତର୍ଜାତୀୟ ଚୁକ୍ତିକୁ ସମ୍ମାନ ଦେଇ ଗୋପନ ରଖିଥିବା ବେଳେ ଏବେ ଏନ୍୍ଡିଏ ସରକାର କେଉଁ ଆଧାରରେ ତଥ୍ୟ ପ୍ରଘଟ କରିବାକୁ କଂଗ୍ରେସ ଦଳ ଦାବି କରୁଛି। | <urn:uuid:d78c1ac1-3984-4ce4-ba29-377772a563b7> | CC-MAIN-2018-34 | http://sambad.in/india-and-beyond/modi-face-problem-for-rafael-case-80625/ | 2018-08-14T15:41:28Z | s3://commoncrawl/crawl-data/CC-MAIN-2018-34/segments/1534221209165.16/warc/CC-MAIN-20180814150733-20180814170733-00076.warc.gz | ory | 1 | Orya | 5 | {"ory_Orya_score": 1.0000004768371582} |
କମଳ ଦେଶର ରାଜକୁମାରୀ କମଳ କୁମାରୀ, ଅତ୍ୟନ୍ତ ବୁଦ୍ଧିମତୀ ଯୁଦ୍ଧବିଦ୍ୟା ଓ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଦ୍ୟାରେ ମଧ୍ୟ ଧୂରନ୍ଧର ଥିଲେ । ରାଜା ତାଙ୍କ ଝିଅ କମଳ କୁମାରୀଙ୍କୁ ବିବାହ ଦେବାକୁ ଚାହିଁଲେ । ଝିଅ କମଳ କୁମାରୀଙ୍କୁ ବିଦ୍ୟା ଓ ବୁଦ୍ଧିରେ ଯେଉଁ ରାଜକୁମାର ଜିତିଯିବ ସେ ସେହି ରାଜକୁମାରଙ୍କୁ ହିଁ ବିବାହ କରିବେ ।
ରାଜା ବି ତାଙ୍କ ଝିଅ କଥାରେ ସମ୍ମତି ଜଣାଇଲେ । ତେଣୁ ପଡୋଶୀ ରାଜ୍ୟମାନଙ୍କରେ ଦୂତ ମାଧ୍ୟମରେ ପ୍ରଚାର କରାଗଲା । ରାଜା ପଡୋଶୀ ରାଜକୁମାରମାନଙ୍କୁ ଆମନ୍ତ୍ରଣ କଲେ । ବିଦ୍ୟା ବୁଦ୍ଧି ପରୀକ୍ଷା ହେବାର ଏକ ନିର୍ଦ୍ଦିଷ୍ଟ ଦିନ ମଧ୍ୟ ନିର୍ଦ୍ଧାରିତ କରାଗଲା । ସେହିଦିନ ରାଜକୁମାରମାନେ ଯାଇ କମଳ ଦେଶରେ ପହଁଚିଲେ । ରାଜା ଝିଅ କମଳ କୁମାରୀ ପ୍ରତ୍ୟେକ ରାଜକୁମାରଙ୍କ ବିଦ୍ୟା ବୁଦ୍ଧି ପରୀକ୍ଷା କଲେ । ପ୍ରତ୍ୟେକ ରାଜକୁମାରଙ୍କୁ କେତେଗୁଡିଏ ପ୍ରଶ୍ନ ପଚାରିଲେ । କିନ୍ତୁ ରାଜକୁମାରୀ ଦୁଇ ଜଣ ରାଜକୁମାର ଯଥା ଦେବେନ୍ଦ୍ର କୁମାର ଓ ଚନ୍ଦ୍ରଶେଖରଙ୍କୁ ପରୀକ୍ଷା କରି ଦେଖିଲେ ଏ ଦୁଇ ରାଜକୁମାରଙ୍କର ବିଦ୍ୟା ବୁଦ୍ଧି ପୁରା ସମାନ । ସେମାନେ ରାଜା ଝିଅ କମଳ କୁମାରୀଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଠିକ୍ ଠିକ୍ ଦେଇଛନ୍ତି । ଉଭୟ ମଧ୍ୟ ବୁଦ୍ଧି ପରୀକ୍ଷାରେ ଜିତି ଯାଇଛନ୍ତି । ଦୁହେଁ ସମାନ ଭାବରେ ତଥା ଦକ୍ଷ ଭାବରେ ପ୍ରମାଣିତ ହେଲେ । ଉଭୟଙ୍କର ଯୁଦ୍ଧ ବିଦ୍ୟା, ରାଜ୍ୟ ଶାସନ ବିଦ୍ୟାରେ ଯଥେଷ୍ଟ ଜ୍ଞାନ ଥିବାର ପ୍ରମାଣ ମିଳିଲା । ରାଜକୁମାରୀ କମଳ କୁମାରୀ ଏଥର ବଡ ଅଡୁଆରେ ପଡିଲେ । ସେ ତ ଆଉ ଏକାବେଳେ ଦୁଇ ଜଣ ରାଜକୁମାରଙ୍କୁ ବିବାହ କରିବେ ନାହିଁ । | <urn:uuid:2cf9c2b8-4367-4b38-bf38-e746c283e678> | CC-MAIN-2018-34 | http://odiagapa.com/%E0%AC%AC%E0%AD%81%E0%AC%A6%E0%AD%8D%E0%AC%A7%E0%AC%BF%E0%AC%AE%E0%AC%A4%E0%AD%80-%E0%AC%B0%E0%AC%BE%E0%AC%9C%E0%AC%95%E0%AD%81%E0%AC%AE%E0%AC%BE%E0%AC%B0%E0%AD%80/ | 2018-08-19T02:01:29Z | s3://commoncrawl/crawl-data/CC-MAIN-2018-34/segments/1534221214538.44/warc/CC-MAIN-20180819012213-20180819032213-00476.warc.gz | ory | 1.000007 | Orya | 6 | {"ory_Orya_score": 1.0000070333480835} |
ନୂଆଦିଲ୍ଲୀ: ମୁଜାଫରପୁର ଶେଲ୍ଟର ହୋମ୍ରେ ୩୪ ବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ଚିଠି ଲେଖିଛନ୍ତି। ଦୁଇ ପୃଷ୍ଠା ସମ୍ବଳିତ ଉକ୍ତ ଚିଠିରେ ସେ ନୀତିଶଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଚିଠିରେ ଲେଖିଛନ୍ତି,'ସାର୍ ଆପଣଙ୍କର କେହି ଝିଅ ନାହାନ୍ତି। ଯଦି ଉକ୍ତ ଆଶ୍ରମରେ ରହୁଥିବା ୩୪ ବାଳିକାଙ୍କ ମଧ୍ୟରୁ କେହି ଜଣେ ଆପଣଙ୍କ ଝିଅ ହୋଇଥାନ୍ତେ, ତାହାଲେ ମଧ୍ୟ କ'ଣ ଆପଣ ଚୁପ୍ ରହିଥାନ୍ତେ?' ଏଥିସହ ସେ କହିଛନ୍ତି ଯେ, ଏହି ଘଟଣା ତାଙ୍କ କାର୍ଯ୍ୟକ୍ଷେତ୍ର ବାହାରେ ଥିଲେ ମଧ୍ୟ ଜଣେ ମହିଳା ହୋଇଥିବାରୁ ସେ ଏହି ଚିଠି ଲେଖିଛନ୍ତି। ସେଠାରେ ୩୪ ବାଳିକାଙ୍କୁ ବାରମ୍ବାର ବଳାତ୍କାର କରାଯାଇଥିବାବେଳେ କେତେଜଣଙ୍କୁ ହତ୍ୟା କରାଯାଇ ପୋତି ଦିଆଯାଇଥିବା ସେ କହିଛନ୍ତି। ଏନ୍ଜିଓ ମାଲିକ ବ୍ରଜେଶ ଠାକୁରଙ୍କ ସମେତ କେତେ ଜଣ ନେତା ଓ ଅଧିକାରୀ ପ୍ରତିଦିନ ସେଠାରେ ବଳାତ୍କାର କରୁଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ଘଟଣାକୁ ୩ ମାସ ବିତିଥିଲେ ମଧ୍ୟ ନୀତିଶ ସରକାର ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। | <urn:uuid:3bd48cd5-4f69-4436-bc36-836eacff46d1> | CC-MAIN-2018-34 | http://odishareader.in/2018/08/04/swati-letter-to-nitis-kumar-shelter-rape-daily/ | 2018-08-17T00:09:36Z | s3://commoncrawl/crawl-data/CC-MAIN-2018-34/segments/1534221211316.39/warc/CC-MAIN-20180816230727-20180817010727-00232.warc.gz | ory | 0.99999 | Orya | 1 | {"ory_Orya_score": 0.9999903440475464} |
କିସମିସ କହିବା ସ୍ୱାସ୍ଥ୍ୟ ପକ୍ଷେ ବେଶ ଲାଭଦାୟକ ଅଟେ। ଏହାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। କିସମିସ୍ ପ୍ରାୟ ସବୁ ମିଠା ଦ୍ରବ୍ୟରେ ବ୍ୟବହାର କରାଯାଏ। କିସମିସ୍ ଆଇରନର ପରିମାଣ ଅଧିକ ମାତ୍ରାରେ ଥାଏ ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବଢିଥାଏ। ଏହାକୁ ଖାଇବାଦ୍ଵାରା ଅନେକ ଫାଇଦା ମିଳିଥାଏ।
କିସମିସ୍ ରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ। ଯାହା ଆମକୁ ସବୁ ରୋଗରୁ ରକ୍ଷା କରେ। ଏହା ଆମ ତ୍ୱଚା ପାଇଁ ଲାଭଦାୟକ ଅଟେ। ତେଣୁ ଏହାକୁ ପ୍ରତିଦିନ ଖାଇବା ଆବଶ୍ୟକ।
କିସମିସ୍ ସାଧାରଣ ଭାବେ ଲୋକମାନେ ସୁଖିଲା ଖାଇଥାଆନ୍ତି କିନ୍ତୁ ଏହାକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ଏହା ଆମ ଶରୀର ପାଇଁ ଅନେକ ଲାଭ ଦାୟକ ହୋଇଥାଏ।
ଖାଲି କିସମିସ୍ ନୁହେଁ ଏହାର ପାଣି ମଧ୍ୟ ଆମ ପାଇଁ ବେଶ ଲାଭଦାୟକ। କିସମିସ୍ ପାଣି ରକ୍ତକୁ ସୁଦ୍ଧ କରିଥାଏ। ଏହି ପାଣିକୁ ସବୁଦିନ ପାନ କଲେ ପେଟ ଜନିତ ସବୁ ରୋଗ ଭଲ ହୋଇଥାଏ। ସବୁଦିନ କିସମିସ୍ ଖାଇବା ଦ୍ୱାରା ବୃକକ୍ ଓ ଲିଭର ସୁସ୍ଥ ରହିଥାଏ। | <urn:uuid:4bebc8c1-a2f6-4224-9d84-00ba1ffb065f> | CC-MAIN-2018-34 | https://enewsodia.com/benefit-of-raisin/ | 2018-08-16T23:45:37Z | s3://commoncrawl/crawl-data/CC-MAIN-2018-34/segments/1534221211316.39/warc/CC-MAIN-20180816230727-20180817010727-00232.warc.gz | ory | 0.999944 | Orya | 6 | {"ory_Orya_score": 0.9999439716339111} |
ନୂଆଦିଲ୍ଲୀ,୧୪-୨
ଉପକୂଳ ନୌ ପରିବହନ କ୍ଷେତ୍ରରେ ବିଦେଶୀ ଜାହାଜଗୁଡିକୁ ଅନୁମତି ମିଳିପାରେ। ଏହି ପ୍ରସ୍ତାବ ଉପରେ ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ, ବନ୍ଦରଗୁଡିକର ଦକ୍ଷତା ବୃଦ୍ଧି ତଥା ଘରୋଇ ନୌ ପରିବହନ ଶିଳ୍ପରେ ଅଭିବୃଦ୍ଧି ଲାଗି ଏହି ଭଳି ପ୍ରସ୍ତାବ ଉପରେ ସରକାର ବିଚାର କରୁଥିବା ଜଣେ ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଦେଶର ବିଭିନ୍ନ ବନ୍ଦରରୁ ଉପକୂଳ ସ୍ଥାନଗୁଡିକୁ ସାମଗ୍ରୀ ପରିବହନ କରିବାକୁ ସରକାର ଚିନ୍ତା କରୁଛନ୍ତି। ବର୍ତ୍ତମାନର କାବୋଟେଜ୍ ଆଇନ ଫଳରେ ବିଦେଶୀ ଜାହାଜଗୁଡିକ ଦୁଇ ଘରୋଇ ବନ୍ଦର ମଧ୍ୟରେ ମାଲ୍ ପରିବହନ ଲାଗି ଅସୁବିଧାର ସାମ୍ନା କରୁଛନ୍ତି। ଏଣୁ ଉକ୍ତ କ୍ଷେତ୍ରରେ ବିଦେଶୀ ଜାହାଜ ଗୁଡିକ ଅନୁମତି ଦେବା ପ୍ରସ୍ତାବ ଉପରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଉକ୍ତ କ୍ଷେତ୍ରରେ ଥିବା ପୁରୁଣା ଆଇନ ଯୋଗୁ ବହୁ ଅସୁବିଧା ସୃଷ୍ଟି ହେଉଥିବା ଭାରତୀୟ ରପ୍ତାନୀକାରୀ ମହାସଂଘ(ଏଫଆଇଇଓ)ର ମହାନିର୍ଦ୍ଦେଶକ ଅଜୟ ସହାଇ କହିଛନ୍ତି। ନିୟମରେ ପରିବର୍ତ୍ତନ ହେଲେ ଏହା ଦ୍ୱାରା ପ୍ରତିଦ୍ୱନ୍ଦିତା ବୃଦ୍ଧି ହେବ ବୋଲି ସେ କହିଛନ୍ତି। | <urn:uuid:c5b7a238-c8fb-46b1-bd3a-bdbc4f26f889> | CC-MAIN-2018-34 | http://www.dharitri.com/main/news/21978 | 2018-08-17T21:08:39Z | s3://commoncrawl/crawl-data/CC-MAIN-2018-34/segments/1534221212910.25/warc/CC-MAIN-20180817202237-20180817222237-00312.warc.gz | ory | 0.999998 | Orya | 5 | {"ory_Orya_score": 0.9999983310699463} |
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିଗଲା ଭୁବନେଶ୍ୱର ଏମ୍ସର ମୂଳ ନିର୍ମାଣ ଯୋଜନା। ମୂଳ ନକ୍ସାରେ ଥିବା ହେଲିପ୍ୟାଡ୍ ଜାଗାରେ ତିଆରି ହେବ ଧର୍ମଶାଳା। ନକ୍ସଲ ଆକ୍ରମଣ ଓ ଅନ୍ୟ ଘଟଣାରେ ଆହତ ଯବାନଙ୍କୁ ତୁରନ୍ତ ଏମ୍ସ ଟ୍ରମା କେୟାର ସେଣ୍ଟରକୁ ଆଣିବା ଲାଗି ଭୁବନେଶ୍ୱର ଏମ୍ସ କ୍ୟାମ୍ପସ୍ରେ ହେଲିପ୍ୟାଡ୍ ନିର୍ମାଣ ଲାଗି ପ୍ରସ୍ତାବ ଥିଲା। ତେବେ ଏଠାରେ ନାଲ୍କୋ ସହାୟତାରେ ଧର୍ମଶାଳା ନିର୍ମାଣ ଲାଗି ନିଷ୍ପତ୍ତି ହେବା ପରେ ମୂଳ ନିର୍ମାଣ ଯୋଜନାକୁ କାହିଁକି ପରିବର୍ତ୍ତନ କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ ।
ସୂଚନାଯୋଗ୍ୟ, ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନାରେ ମାଓବାଦୀଙ୍କ ଆକ୍ରମଣରେ ଗୁରୁତର ଆହତ ହେଉଛନ୍ତି ଅନେକ ଯବାନ। ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଭୁବନେଶ୍ୱର ଏମ୍ସ କ୍ୟାମ୍ପସରେ ହେଲିପ୍ୟାଡ୍ ନିର୍ମାଣ ଲାଗି ପ୍ରସ୍ତାବ ରହିଥିଲା। ଟ୍ରମା କେୟାର ସେଣ୍ଟର ପାଖରେ ହେଲିପ୍ୟାଡ୍ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇଥିଲା । ମାତ୍ର ଏବେ ମୂଳ ନକ୍ସାରେ କରାଯାଇଛି ପରିବର୍ତ୍ତନ। ହେଲିପ୍ୟାଡ୍ ନିର୍ମାଣ ଲାଗି ଉଦ୍ଦିଷ୍ଟ ସ୍ଥାନରେ ରୋଗୀଙ୍କ ସମ୍ପର୍କୀୟଙ୍କ ରହିବା ପାଇଁ ଧର୍ମଶାଳା ତିଆରି ହେବ ବୋଲି କହିଛନ୍ତି ନିର୍ଦ୍ଦେଶିକା ବି. ଗୀତାଞ୍ଜଳି।
ଏଣେ ଏମ୍ସକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ ହୋଇଥିଲା ଓ ସେଥିଲାଗି ଯେଉଁ ଢଙ୍ଗରେ କାମ ହେବା କଥା ସେଥିରେ ଶିଥିଳତା ଆସିଥିବା କହିଛନ୍ତି ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର । ସେହିପରି ଏମ୍ସରେ ହେଲିପ୍ୟାଡ୍ ନିର୍ମାଣ ହୋଇଥିଲେ ପୂର୍ବ ଭାରତରେ ମଧ୍ୟ ଏହା ଏକ ସ୍ୱତନ୍ତ୍ର ମାନ୍ୟତା ହାସଲ କରିଥାନ୍ତା। ତେଣୁ ଯୋଜନାରେ ପରିବର୍ତ୍ତନକୁ ନାପସନ୍ଦ କରିଛନ୍ତି ପ୍ରଫେସର ମହାପାତ୍ର । ସେହିପରି ହେଲିପ୍ୟାଡ୍ ଯୋଜନା ପରିବର୍ତ୍ତନ ନିଷ୍ପତ୍ତି ଠିକ୍ ନୁହେଁ ବୋଲି ପୂର୍ବତନ ପୁଲିସ୍ ପ୍ରଶାସକ ଏସ୍.ଏନ୍. ତ୍ୱିଓ୍ୱାରୀ ବି ମତ ରଖିଛନ୍ତି। | <urn:uuid:78c6a2df-7241-48de-bade-3bbed397dde1> | CC-MAIN-2018-34 | https://odishareporter.in/odisha/rest-house-to-be-built-in-aiims-bhubaneswar-in-place-of-helipad-258726 | 2018-08-18T18:08:47Z | s3://commoncrawl/crawl-data/CC-MAIN-2018-34/segments/1534221213693.23/warc/CC-MAIN-20180818173743-20180818193743-00392.warc.gz | ory | 1.000001 | Orya | 2 | {"ory_Orya_score": 1.0000014305114746} |
ଦୃଢ଼ ଇଛାଶକ୍ତି ଥିଲେ ସଫଳତା ବିଳମ୍ବ ହୋଇପାରେ କିନ୍ତୁ ସୁନିଶ୍ଚିତ । କଟକ ସହରର ହରିପୁର ରୋଡରେ ରହୁଥିବା କବିତା ହେଉଛିନ୍ତ ଏହାର ଏକ ବଳିଷ୍ଠ ଉଦାହରଣ । କବିତାଙ୍କର କାହାଣୀ ଏକ ଭିନ୍ନ ସ୍ୱାଦର । ଆତ୍ମନିର୍ଭରଶୀଳ ହେବାର ଏକାନ୍ତ ଇଛା ତାଙ୍କୁ ଆଜି ଅନ୍ୟମାନଙ୍କ ପାଇଁ ଏକ ସଫଳ କାହାଣୀର ନାୟିକା ସଜାଇଛି ।
କବିତାଙ୍କ ଟମବୟ ଲୁକ ହେଉଛି ତାଙ୍କର ଅନ୍ୟ ଏକ ପରିଚୟ । ଯାହାକି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ଓଡିଶାର ପ୍ରାଚୀନ ସହରର କଟକର ହରିପୁର ରୋଡର ସ୍ଥାୟୀ ବାସିନ୍ଦା ହେଉଛନ୍ତି କବିତା । ସାଧାରଣରେ ସେ କବିତା ଅପା ରୂପେ ପରିଚିତ ଓ ଏହି ପରିଚୟ ତାଙ୍କୁ ବହୁ ଆନନ୍ଦ ଦେଇଥାଏ ବୋଲି କବିତା କୁହନ୍ତି । ନିଜର ସଫଳତା ପାଇଁ ସେ ଅନେକ ପ୍ରଶଂସା ପାଇଛନ୍ତି ଓ ସମ୍ବର୍ଦ୍ଧିତ ହୋଇଛନ୍ତି ।
ମାତ୍ର ୬ ବର୍ଷ ବୟସରେ ସେ ଓଡିଶା କ୍ରିକେଟ ଆସୋସିଏସନରେ କରାଟେ କ୍ଲାସ ଜଏନ କରିଥିଲେ ଓ ଛୋଟ ବେଳୁ ସର୍ବଦା ପୁଅପିଲାଙ୍କ ପୋଷାକ ପିନ୍ଧିବା ସହ ବାଳ କାଟିବାକୁ ପସନ୍ଦ କରୁଥିଲେ ଏବଂ ଏହି ବେଶରେ ସେ ଖୁବ ସୁନ୍ଦର ଲାଗୁଥିଲେ । ଦୁଇ ବର୍ଷର କରାଟେ ଶିକ୍ଷା ପରେ ସେ ନିଜ ଘରେ ପିଲାମାନଙ୍କୁ କରାଟେ ଶିକ୍ଷା ଦେବାକୁ ଆରମ୍ଭ କଲେ ଓ ମାସିକ ୧୨୦୦ ରୁ ୧୩୦୦ ଟଙ୍କା ରୋଜଗାର କରୁଥିଲେ ଓ ସେ ନିଜ ଶିକ୍ଷା ପାଇଁ ମଧ୍ୟ ପରିବାର ଉପରେ ନିର୍ଭରଶୀଳ ହୋଇନାହାଁନ୍ତି ବୋଲି ସେ କୁହନ୍ତି ।
ଦଶମ ଶିକ୍ଷା ସମାପ୍ତ ପରେ ସେ ବୟାଳିଶ ମୌଜାସ୍ଥିତ ବେଲାବାଇ ଫ୍ଲୋରର୍ସରେ କାମ କରିବା ଆରମ୍ଭ କଲେ । ଏହା ନିଜ ଘର ପାଖରୁ ୧୦ କିଲୋମିଟର ଦୂରଥିଲା ଓ ସେଥିପାଇଁ ସେ ଦୈନିକ ୨୦ କିଲୋମିଟର ସାଇକେଲ ଚଳାଉଥିଲେ । କେବଳ ସେତିକି ନୁହେଁ ସେଠାରେ ସକାଳ ୭ ଟାରୁ ସନ୍ଧ୍ୟା ୫.୩୦ ଟାଏ କାମ କରି ଆସିବା ପରେ ସନ୍ଧ୍ୟା ୭ ଟାରୁ ରାତି ୧୦ ଟା ଯାଏ ବିଦ୍ୟା ବିକାଶ ଡିଷ୍ଟ୍ରିବ୍ୟୁଟରରେ ଏକାଉଣ୍ଟାଟର କାର୍ଯ୍ୟ କରୁଥିଲେ । ଏ ନେଇ ସେ କୁହନ୍ତି ମୁଁ କେବେ ପରିଶ୍ରମ କରିବାକୁ ଡରେ ନାହିଁ ବରଂ ସର୍ବଦା ସ୍ୱାଭୀମାନର ଜୀବନ ବଂଚିବାକୁ ପସନ୍ଦ କରେ ।
ଏହିପରିଭାବେ ୨୦୧୧ ସୁଦ୍ଧା ମୁଁ ଏକ ଲକ୍ଷରୁ କିଛି ଅଧିକ ଟଙ୍କା ସଂଚୟ କରିପାରିଥିଲି । ଏହି ସମୟରେ ମୁଁ ଏକ ଦୈନିକ ଓଡିଆ ଖବର କାଗଜରୁ ପ୍ରଧାନମନ୍ତ୍ରୀ ଏମ୍ପ୍ଲୋୟମେଣ୍ଟ ଜେନେରେସନ ପ୍ରୋଗ୍ରାମ ବିଷୟରେ ଜାଣିବାକୁ ପାଇଲି । ଏଥିପାଇଁ ସର୍ବନିମ୍ନ ଅଷ୍ଟମ ପାସ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ଥିଲା । ମୁଁ ଦଶମ ପାସ କରିଥିବାରୁ ଏଥିପାଇଁ ଆବେଦନ କଲି । ପ୍ରଥମ ଉଦ୍ୟମରେ ବିଫଳ ହେଲେ ମଧ୍ୟ ଦ୍ୱିତୀୟ ଚେଷ୍ଟାରେ ମୁଁ ୯.୭୪ ଲକ୍ଷ ଟଙ୍କାର ରୁଣ ପାଇଲି ଓ ୨୧ ନଭେମ୍ବର ୨୦୧୨ରେ ଶ୍ରୀ ଫୁଡ ପ୍ରଡକ୍ଟର ଆରମ୍ଭ କଲି ବୋଲି କବିତା ନିଜର ଅନୁଭୂତି ବର୍ଣ୍ଣନା କରନ୍ତି ।
କେବଳ ସେତିକି ନୁହେଁ ପାଠରେ ଦୁର୍ବଳଥିବା କବିତା ପ୍ରଥମ ଚେଷ୍ଟାରେ ମେଟ୍ରିକ ପାଶ କରିପାରି ନଥିଲେ ମଧ୍ୟ ସେ ୱାରଧା ସେଣ୍ଟର ଫର ଡିଷ୍ଟାନ୍ସ ଏଜୁକେଶନରୁ ହିନ୍ଦିରେ ସ୍ନାତୋକତର କରିଛନ୍ତି । ତାଙ୍କର ପ୍ରେରଣା ସମ୍ପର୍କରେ ସେ କୁହନ୍ତି ମୋ ବଡ ବାପା ପିଲା ବେଳୁ ସର୍ବଦା କହୁଥିଲେ ମୋ ଝିଅ କିଛି କରିବ । ସେ କିଛି ବର୍ଷ ତଳେ ଦେହତ୍ୟାଗ କରିଗଲେ । କିନ୍ତୁ ତାଙ୍କର ସେହି ପ୍ରେରଣା ମୋତେ ସର୍ବଦା ଆଗକୁ ବଢ଼ିବାକୁ ଶକ୍ତି ପ୍ରଦାନ କରିଛି ।
ଅନ୍ୟ ଏକ କଥା ହେଲା ତାଙ୍କର ଶ୍ରୀ ଫୁଡ ପ୍ରଡକ୍ଟସ୍ର ସେ ମହିଳାମାନଙ୍କୁ ହିଁ ପ୍ରଥମ ପ୍ରାଥମିକତା ଦେଇଥାନ୍ତି ଓ ଅଧିକାଂଶ କର୍ମଚାରୀ ମହିଳା ଅଟନ୍ତି ।
Related Stories
Stories by Team Odia | <urn:uuid:fd6c4b29-3283-4f76-b598-5564e8f28080> | CC-MAIN-2018-34 | https://odia.yourstory.com/read/916419e3f7/- | 2018-08-15T14:27:23Z | s3://commoncrawl/crawl-data/CC-MAIN-2018-34/segments/1534221210133.37/warc/CC-MAIN-20180815141842-20180815161842-00441.warc.gz | ory | 1.000005 | Orya | 15 | {"ory_Orya_score": 1.000004529953003} |
ମହାମହିମ ବେଞ୍ଜାମିନ ନେତାନ୍ୟାହୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଭାରତ ଓ ଇସ୍ରାଏଲ ବାଣିଜ୍ୟିକ ନେତାମାନେ,
ଦେବୀ ଓ ସଜ୍ଜନମଣ୍ଡଳୀ,
ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ଇସ୍ରାଏଲ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କୁ ମୋର ଦେଶବାସୀଙ୍କ ତରଫରୁ ସ୍ୱାଗତ କରୁଛି। ଉଭୟ ଦେଶର ସିଇଓମାନଙ୍କ ସହ ଏକଜୁଟ୍ ହେବା ଆଉ ଏକ ଖୁସିର କଥା। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ମୁଁ ଏବେଏବେ ଦ୍ୱିପାକ୍ଷିକ ସିଇଓ ଫୋରମ୍ ମାଧ୍ୟମରେ ଭାରତ ଓ ଇସ୍ରାଏଲର ବ୍ୟବସାୟିକ ନେତାଙ୍କ ସହ ଫଳପ୍ରଦ ବାର୍ତ୍ତାଳାପ ସମାପ୍ତ କରିଛୁ। ଏହି ଆଲୋଚନା ଓ ସିଇଓଙ୍କ ଭାଗିଦାରୀକୁ ନେଇ ମୁଁ ବହୁତ ଆଶାବାଦୀ ଅଛି, ଯାହାକି ଗତବର୍ଷ ଆରମ୍ଭ ହୋଇଥିଲା।
ବନ୍ଧୁଗଣ,
ମୋର ସର୍ବଦା ଇସ୍ରାଏଲ ଓ ତା'ର ଲୋକଙ୍କ ପ୍ରତି ଗଭୀର ସମ୍ମାନ ରହିଛି। ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ୨୦୦୬ ମସିହାରେ ଇସ୍ରାଏଲ ଗସ୍ତ କରିଥିଲି। ପୁଣି ଗତବର୍ଷ ଜୁଲାଇରେ ଇସ୍ରାଏଲ ଯାଇଥିଲି ଓ ଏହା ଭାରତର ଏଭଳି ପ୍ରଥମ ଗସ୍ତ ଥିଲା।
ଏହା ଅତ୍ୟନ୍ତ ଖାସ୍ ଗସ୍ତ ଥିଲା। ଇସ୍ରାଏଲ ଦ୍ୱାରା ନିଆଯାଇଥିବା ଉଲ୍ଲେଖନୀୟ ନବସୃଜନ, ଉଦ୍ୟୋଗ ଓ ଅଧ୍ୟବସାୟକୁ ମୁଁ ନିକଟରୁ ଅନୁଭବ କରିଥିଲି। ନୂଆ ଉତ୍ସାହ ଓ ଉଦ୍ଦେଶ୍ୟ ଯାହା ଗତ କିଛିବର୍ଷ ଧରି ଆମର ସମ୍ବନ୍ଧକୁ ସୁଦୃଢ଼ କରୁଛି। ଏହା ଆମର ଭାଗିଦାରୀକୁ ଉଚ୍ଚ ଶିଖରକୁ ନେବାରେ ସହାୟକ ହେବ। ଆମର ଲୋକଙ୍କ ଦ୍ୱାରା ଭାରତ-ଇସ୍ରାଏଲ ସମ୍ବନ୍ଧକୁ ଏକ ଉଜ୍ୱଳମୟ ନୂଆ ଅଧ୍ୟାୟକୁ ନେବା ଦିଗରେ କାର୍ଯ୍ୟ ଓ ସେମାନଙ୍କର ଜୀବନର ସୁଧାର ପାଇଁ ପାରସ୍ପରିକ ସୁଯୋଗକୁ ଆମେ ସମର୍ଥନ କରୁଛୁ।
ଆମର ସମ୍ପର୍କର ଉନ୍ନତିରେ ବ୍ୟବସାୟ ଓ ଉଦ୍ୟୋଗର ଭୂମିକା ମହତ୍ୱପୂର୍ଣ୍ଣ। ଏହା ଆପଣମାନଙ୍କର ମିଳିତ ପ୍ରୟାସ, ଯାହା ଆମର ଆଲୋଚନା ପାଇଁ ବାସ୍ତବିକ ମୂଲ୍ୟକୁ ସାମିଲ କରାଇବ ଓ ଠୋସ୍ ସଫଳତା ଆଣିଦେବ। ଆମ ପାଇଁ ଭାରତୀୟ ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ଓ ଅତ୍ୟାଧୁନିକ ଇସ୍ରାଏଲୀ ପ୍ରଯୁକ୍ତିବିଦ୍ୟାର ପ୍ରାସଙ୍ଗିକତା ସୀମାହୀନ ଆକାଶ ଭଳି ଓ ଯାହାକି ଆମେ ମିଳିତ ଭାବେ ହାସଲ କରିପାରିବୁ।
ବନ୍ଧୁଗଣ,
ମୁଁ ଆଜି ଅତ୍ୟନ୍ତ ଖୁସି ଯେ ଆଜି ଆମେ 'ଭାରତ-ଇସ୍ରାଏଲ ଶିଳ୍ପାଂଚଳ ଗବେଷଣା ଓ ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନ ପାଣ୍ଠି'(ଆଇ୪ଏଫ୍ ) ଅନ୍ତର୍ଗତ ମିଳିତ ଗବେଷଣା ଓ ବିକାଶ ପ୍ରକଳ୍ପ ପାଇଁ ପ୍ରଥମ କାର୍ଯ୍ୟକୁ ଶୁଭାରମ୍ଭ କରିଛୁ ଯାହାକି ମୋର ଗତବର୍ଷ ଜୁଲାଇ ମାସରେ ଇସ୍ରାଏଲ ଗସ୍ତବେଳେ ଘୋଷଣା ହୋଇଥିଲା। ଏହି ପାଣ୍ଠି ଆଗାମୀ ୫ବର୍ଷ ମଧ୍ୟରେ ଖର୍ଚ୍ଚ କରାଯିବ। ଦୁଇ ଦେଶର ପ୍ରତିଭାବାନ୍ ଙ୍କ ପାଇଁ ମିଳିତ ସ୍ୱାଗତଯୋଗ୍ୟ ସୁଯୋଗ ହେବ ଯାହାକି ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସମାଧାନ ହେବ ଓ ବ୍ୟବସାୟିକ ଭାବେ ଏହାକୁ ଅନ୍ୱେଷଣ ମଧ୍ୟ କରାଯାଇ ପାରିବ।
ମୁଁ ଏହି ପ୍ଲାଟଫର୍ମକୁ ଉପଯୋଗ କରିବା ପାଇଁ ଦୁଇ ଦେଶର ଉଦ୍ୟୋଗୀଙ୍କୁ ଦୃଢ଼ ଭାବେ ପ୍ରୋତ୍ସାହିତ କରୁଛି। ମିଳିତ ଅନୁସନ୍ଧାନ ଓ ଗବେଷଣା(ଆରଆଣ୍ଡଡି) ପ୍ରକଳ୍ପ ଯଥା 'ଡାଟା ଆନାଲିଟିକ୍ସ' ଏବଂ 'ସାଇବର ସ୍ପେସ୍ ସୁରକ୍ଷା' କ୍ଷେତ୍ର ମାଧ୍ୟମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ କରିବା ମଧ୍ୟ ସମାନ ଭାବେ ଉତ୍ସାହଜନକ।
ମୁଁ ଖୁସି ଯେ ଭାରତ-ଇସ୍ରାଏଲ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ ୨୦୧୮ ଜୁଲାଇରେ ଭାରତରେ ହେବାକୁ ଯାଉଛି। ମୁଁ ଆଶା କରୁଛି ଏହି ସମ୍ମିଳନୀ ନୂଆ ପ୍ରଯୁକ୍ତିବିଦ୍ୟା ସହ ବିକାଶକୁ ପ୍ରୋତ୍ସାହିତ କରିବ। ଏପରିକି ଏହାର ଗ୍ରାଉଣ୍ଡ ୱାର୍କକୁ ଦିନକ ପରେ ଆଇସିଆରଇଏଟିଇରୁ ଆରମ୍ଭ କରାଯିବ। ଆମେ ଉଭୟ ଗୁଜରାଟ ଯାଉଛୁ ଏହି କ୍ୟାମ୍ପସ୍ ର ଉଦ୍ ଘାଟନ କରିବା ପାଇଁ, ଯାହାକି ଏକ ପ୍ରମୁଖ ନବସୃଜନ ହବ୍ ଭାବେ ବିକଶିତ ହେବ।
ବନ୍ଧୁଗଣ,
ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଗୁଜରାଟର ଗ୍ରାମାଂଚଳକୁ ନେଇକରି ଯିବି କାରଣ ପ୍ରଯୁକ୍ତିବିଦ୍ୟା ଓ ନବସୃଜନର ବାସ୍ତବ ଶକ୍ତି ସାଧାରଣ ଲୋକଙ୍କୁ ଫାଇଦା ଦେବା ପାଇଁ ଉଦ୍ଦିଷ୍ଟ। ଇସ୍ରାଏଲ ନିଜର ନବସୃଜନ ଓ ଅଙ୍କୁର ଅଭିନବ ପରିବେଶ ବ୍ୟବସ୍ଥା ସହ ଷ୍ଟାର୍ଟଅପ୍ ରାଷ୍ଟ୍ର ଭାବେ ବିଶ୍ୱରେ ପରିଚିତ।
ଏହାର ଶ୍ରେୟ ମଧ୍ୟ ଇସ୍ରାଏଲର ଉଦ୍ୟୋଗୀମାନଙ୍କୁ ଯାଉଛି। ଆପଣମାନେ ଇସ୍ରାଏଲକୁ ଦୃଢ଼, ସ୍ଥିର ଓ ଅଭିନବ ଅର୍ଥବ୍ୟବସ୍ଥାରେ ପରିଣତ କରାଇଛନ୍ତି। ଆପଣମାନେ ୮ ନିୟୁତ ଲୋକଙ୍କ ଦେଶକୁ ବିଶ୍ୱରେ ପ୍ରଯୁକ୍ତିବିଦ୍ୟାର ପାୱାର ହାଉସ୍ ଭାବେ ଆଲୋକିତ କରିବାରେ ସକ୍ଷମ ହୋଇଛନ୍ତି।
ତେଣିକି ତାହା ଜଳ ଜ୍ଞାନକୌଶଳ ହେଉ ଅବା କୃଷି ଜ୍ଞାନକୌଶଳ ବା ଖାଦ୍ୟ ଉତ୍ପାଦନ, ପ୍ରକ୍ରିୟାକରଣ ଅବା ସଂରକ୍ଷଣ – ସବୁଥିରେ ଇସ୍ରାଏଲ ନୂଆ ଅଗ୍ରଣୀ ସଫଳ ରାଷ୍ଟ୍ର ଭାବେ ଚମକପ୍ରଦ ଉଦାହରଣ ପାଲଟିଛି। ତାହା ଭୌତିକ ଅବା ଯଥାର୍ଥ ସୁରକ୍ଷା ହେଉ, ଅବା ତାହା ସ୍ଥଳ, ଜଳ ଓ ଆକାଶ ସବୁଠି ଆପଣଙ୍କର ଜ୍ଞାନକୌଶଳକୁ ପ୍ରଶଂସା ମିଳିଛି। ବାସ୍ତବରେ ଭାରତର ଏକ ଜଳାଭାବ ରାଜ୍ୟର ବାସିନ୍ଦା ହୋଇଥିବାରୁ ମୁଁ ନିର୍ଦ୍ଦିଷ୍ଟ ଭାବେ ଇସ୍ରାଏଲର ଜଳ ପରିଚାଳନା ଦକ୍ଷତାକୁ ପ୍ରଂଶସା କରୁଛି।
ଭାରତରେ, ପାର୍ଥକ୍ୟ ଦେଖିବା ପାଇଁ ଆମେ ଉଭୟ ମାକ୍ରୋ ଓ ମାଇକ୍ରୋସ୍ତରରେ କ୍ରମାଗତ ୩ବର୍ଷ ହେଲା ପଦକ୍ଷେପ ନେଉଛୁ। ଆମର ଆଦର୍ଶ ଉକ୍ତି ହେଉଛି : ସୁଧାର, ପ୍ରଦର୍ଶନ ଓ ରୂପାନ୍ତରଣ।
ପରିଣାମ ଦୁଇଗୁଣା ହୋଇଛି। ଗୋଟିଏ ପଟେ ବିଶ୍ୱର ଶ୍ରେଷ୍ଠମାନଙ୍କ ସହ ଆମର ପ୍ରକ୍ରିୟାମାନ, ପ୍ରଣାଳୀ ଓ ବ୍ୟବସ୍ଥାକୁ ଏକାଠି କରିଛୁ ଓ ଅନ୍ୟପଟେ ଆମେ ଦ୍ରୁତ ଅଭିବୃଦ୍ଧିକୁ ଗତିଶୀଳ କରିବାରେ ସକ୍ଷମ ହୋଇଛୁ।
ଗଭୀର ଢାଂଚାଗତ ସଂସ୍କାର ସତ୍ୱେ, ଆମେ ସବୁଠୁ ଦ୍ରୁତ ଅଭିବୃଦ୍ଧି କରୁଥିବା ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ରହିଛୁ। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ୪୦ ପ୍ରତିଶତ ବୃଦ୍ଧି ସହ ସର୍ବକାଳୀନ ସର୍ବାଧିକ ରହିଛି। ଯୁବବର୍ଗଙ୍କ ଦକ୍ଷତା ଓ ନିଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହେଉଛି। ଆମ ଜନସଂଖ୍ୟାର ୬୫ ପ୍ରତିଶତ ହେଉଛନ୍ତି ୩୫ ବର୍ଷ ବୟସରୁ କମ୍ ଓ ପ୍ରଯୁକ୍ତବିଦ୍ୟା ଆଧାରିତ ଅଭିବୃଦ୍ଧି ପାଇଁ ବ୍ୟାକୁଳ ଅଛନ୍ତି।
ଏହା ଆମର ସବୁଠୁ ବଡ଼ ସୁଯୋଗ ଓ ଚାଲେଞ୍ଜ ମଧ୍ୟ। ଏହି ଉଦ୍ଦେଶ୍ୟରେ ଆମେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛୁ। ଭାରତ ଓ ଇସ୍ରାଏଲ ଭାଗିଦାରୀରେ ଏହି କ୍ଷେତ୍ର ପାଇଁ ବ୍ୟାପକ ସମ୍ଭାବନା ରହିଛି। ଭାରତ-ଇସ୍ରାଏଲ ନବସୃଜନ ସେତୁ ଉଭୟ ପକ୍ଷର ଷ୍ଟାର୍ଟଅପ୍ ମଧ୍ୟରେ ଏକ ସଂଯୋଗ ଭାବେ କାର୍ଯ୍ୟ କରିବ। ଜ୍ଞାନର ଏହି ବିଶାଳ ଭଣ୍ଡାର ପାଇଁ ମୁଁ ମଧ୍ୟ ଭାରତୀୟ ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଓ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ନିଜର ଇସ୍ରାଏଲ ପ୍ରତିପକ୍ଷମାନଙ୍କ ସହ ନିଶ୍ଚିତ ଭାବେ ସହଭାଗିତା କରିବାକୁ କହିଛି।
ଭାରତର ଆକାର ଓ ପରିମାପକ ରହିଛି।
ଇସ୍ରାଏଲ ପାଖରେ ଫୂର୍ତି ଓ ତ୍ୱରିତ୍ କରିବାର ଗୁଣ ରହିଛି।
ଅନେକ ବିଚାର ଓ ପ୍ରଯୁକ୍ତିବିଦ୍ୟା ରହିଛି ଯାହାକି ଉପଯୋଗ ହୋଇପାରିବ ଅବା ବ୍ୟବସାୟିକ ଭାବେ ଭାରତରେ ଶୀର୍ଷକୁ ପହଂଚାଇ ପାରିବ।
ବନ୍ଧୁଗଣ,
ଏବେ, ଆମେ ସବୁଠୁ ବଡ଼ ନିର୍ମାଣକାରୀ ରାଷ୍ଟ୍ର ଭାବେ ଉଭା ହୋଇଛୁ। କିନ୍ତୁ ଆମେ ଏପର୍ଯ୍ୟନ୍ତ ଏହା କରିନାହୁଁ। ଆମେ ଆମର ଯୁବବର୍ଗଙ୍କ ଶକ୍ତିର ଫାଇଦା ଉଠାଇ ଭାରତକୁ ବିଶ୍ୱସ୍ତରରେ ନିର୍ମାଣ ହବ୍ କରାଉଛୁ।
'ମେକ୍ ଇନ୍ ଇଣ୍ଡିଆ' ପ୍ରୟାସ ଏହାକୁ ହାସଲରେ ସହାୟକ ହେବା ପାଇଁ ପ୍ରସ୍ତୁତ କରାଯାଇଛି। ଏସବୁ ପ୍ରୟାସ ମାଧ୍ୟମରେ, ଏକ ଆନୁଷ୍ଠାନିକ ଅର୍ଥବ୍ୟବସ୍ଥାର ନୂଆ ପାରିପାଶ୍ୱିର୍କ ବ୍ୟବସ୍ଥା ଓ ଏକୀକୃତ ଟିକସ ବ୍ୟବସ୍ଥା ସହ ମିଳିତ ଭାବେ ନବ ଭାରତ ଗଠନ ନିମନ୍ତେ ଆମେ ପ୍ରୟାସ କରୁଛୁ।
ଆମେ ବିଶେଷକରି ଭାରତକୁ ଜ୍ଞାନ ଆଧାରିତ, କୌଶଳ ସମର୍ଥିତ ଓ ଜ୍ଞାନକୌଶଳ ଆଧାରିତ ସମାଜରେ ବିକଶିତ କରିବା ପାଇଁ ଉତ୍ସୁକ ଅଟୁ। ଡିଜିଟାଲ ଭାରତ ଓ କୌଶଳ ଭାରତ ମାଧ୍ୟମରେ ଏକ ଚମକ୍ରାର ପ୍ରୟାସ ଆରମ୍ଭ ହୋଇସାରିଛି। ଏହି ପରିବର୍ତ୍ତନକୁ ସଫଳ କରିବା ପାଇଁ ଗତ କିଛି ବର୍ଷ ମଧ୍ୟରେ ମୋ' ସରକାର ପର୍ଯ୍ୟାପ୍ତ ସୁଧାର କରିଛି।
ବ୍ୟବସାୟ ଓ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିବା ଅନେକ ନିୟାମକ ଓ ନୀତି ସମସ୍ୟାକୁ ଆମେ ସମାଧାନ କରିଛୁ। ଆମେ ଭାରତରେ 'ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍ ' ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛୁ।
ଏହାର ପରିଣାମ ମଧ୍ୟ ଦେଖିବାକୁ ମିଳିଛି:
ଗତ ତିନିବର୍ଷ ମଧ୍ୟରେ ବିଶ୍ୱବ୍ୟାଙ୍କର ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍ ସୂଚକାଙ୍କରେ ଭାରତ ୪୨ତମ ସ୍ଥାନକୁ ଯାଇପାରିଛି।
ଦୁଇବର୍ଷ ମଧ୍ୟରେ ଡବ୍ଲୁଆଇପିଓର ଗ୍ଲୋବାଲ୍ ଇନୋଭେସନ୍ ସୂଚକାଙ୍କର ୨୧ତମ ସ୍ଥାନକୁ ଯାଇଛି
ଗତ ଦୁଇବର୍ଷ ମଧ୍ୟରେ ବିଶ୍ୱ ଆର୍ଥିକ ଫୋରମ୍ ର ଆନ୍ତର୍ଜାତିକ ପ୍ରତିଯୋଗିତା ସୂଚକାଙ୍କରେ ଆମେ ୩୨ତମ ସ୍ଥାନକୁ ଆଗକୁ ଯାଇଛୁ, ଯାହାକି କୌଣସି ରାଷ୍ଟ୍ର ପାଇଁ ସର୍ବାଧିକ।
ବିଶ୍ୱବ୍ୟାଙ୍କର ୨୦୧୬ ମସିହା ଲଜିଷ୍ଟିକ୍ ପରଫାର୍ମେନ୍ସ ସୂଚକାଙ୍କରେ ଆମେ ୧୯ତମ ସ୍ଥାନକୁ ଯାଇଛୁ।
ୟୁଏନ୍ ସିଟିଏଡି ଦ୍ୱାରା ତାଲିକାଭୁକ୍ତ ୧୦ଟି ପ୍ରତ୍ୟକ୍ଷ ବିଦେଶୀ ନିବେଶ ସ୍ଥଳୀରେ ଆମେ ଶୀର୍ଷରେ ରହିଛୁ। କିନ୍ତୁ ଆମେ ଏତିକିରେ ଅଟକିବୁ ନାହିଁ। ଆମେ ଅଧିକ କରିବାକୁ ଚାହୁଁଛୁ ଓ ଭଲ କରିବାକୁ ମଧ୍ୟ।
ପୁଞ୍ଜି ଓ ପ୍ରଯୁକ୍ତିବିଦ୍ୟାର ଆଗମନ ନିମନ୍ତେ ପ୍ରତିରକ୍ଷା ସମେତ ଅଧିକାଂଶ କ୍ଷେତ୍ରକୁ ଆମେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପାଇଁ ଉନ୍ମୁକ୍ତ କରିଛୁ। ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ମଧ୍ୟ ସ୍ୱୟଂଚାଳିତ ମାର୍ଗରେ ଅନୁମୋଦିିତ ହୋଇଛି।
ଆମେ ଏବେ ସର୍ବାଧିକ ଉନ୍ମୁକ୍ତ ଅଥଁବ୍ୟବସ୍ଥା ମଧ୍ୟରେ ରହିଛୁ। ଗତ କିଛିଦିନ ପୂର୍ବରୁ ଆମେ ଏକକ ବ୍ରାଣ୍ଡ୍ ଖୁଚୁରା ଓ ନିର୍ମାଣ ବିକାଶ କ୍ଷେତ୍ରରେ ୧୦୦ ପ୍ରତିଶତ ସ୍ୱୟଂଚାଳିତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ଅନୁମତି ଦେଇଛୁ। ଆମେ ମଧ୍ୟ ଆମର ଜାତୀୟ ବାହକ ଏୟାର ଇଣ୍ଡିଆକୁ ବିଦେଶୀ ନିବେଶକଙ୍କ ପାଇଁ ଉନ୍ମୁକ୍ତ କରିଛୁ।
ପ୍ରତ୍ୟେକ ଦିନ ଆମେ ଭାରତରେ ବ୍ୟବସାୟକୁ ସହଜ କରାଉଛୁ। ଟିକସ କ୍ଷେତ୍ରରେ ଆମେ ବହୁ ସଂଖ୍ୟକ ସଂସ୍କାର କାର୍ଯ୍ୟକାରୀ କରିଛୁ। ଜିଏସ୍ ଟି ସଂସ୍କାରକୁ ସଫଳତା ଓ ସହଜ ଭାବେ ଆରମ୍ଭ କରାଯାଇଛି।
ଏହା ଅଦ୍ୟାବଧିର ସବୁଠୁ ବଡ଼ ବ୍ୟବସାୟ ଓ ଆର୍ଥିକ ସୁଧାର ଯାହା ଭାରତ କରିଛି। ଜିଏସ୍ ଟି ଓ ଆର୍ଥିକ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ଦେଣନେଣର ଆରମ୍ଭ କରି ଆମେ ଆଧୁନିକ ଟିକସ ବ୍ୟବସ୍ତା ଆଡ଼କୁ ଆଗଉଛୁ ଯାହାକି ପାରଦର୍ଶୀ, ସ୍ଥାୟୀ ଓ ଅନୁମାନସାପେକ୍ଷ।
ବନ୍ଧୁଗଣ,
ଅନେକ ଇସ୍ରାଏଲୀ କମ୍ପାନୀ ମେକ ଇନ୍ ଇଣ୍ଡିଆ ପାଇଁ ଭାରତୀୟ କମ୍ପାନୀ ସହ ହାତ ମିଳାଇଛନ୍ତି। ଏଥିରେ ବିଶେଷକରି ଆଧୁନିକ ଜଳ ପ୍ରଯୁକ୍ତିବିଦ୍ୟା ଓ କୃଷି ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଓ ସୁରକ୍ଷା ବ୍ୟବସ୍ଥା, ଫାର୍ମା ଜ୍ଞାନ କ୍ଷେତ୍ରରେ ଅନେକ କମ୍ପାନୀ ଭାରତରେ ପାଦ ଥାପି ସାରିଛନ୍ତି।
ସେହିପରି ଭାରତୀୟ କମ୍ପାନୀମାନେ ମଧ୍ୟ ଇସ୍ରାଏଲରେ ଅନେକ କ୍ଷେତ୍ର ଯଥା ଆଇଟି, ଜଳସେଚନ ଓ ଫାର୍ମାରେ ଉଲ୍ଲେଖନୀୟ ଉପସ୍ଥିତି ଜାହିର କରିଛନ୍ତି।
ହୀରା ସର୍ବଦା ଆମର ବ୍ୟବସାୟ ଏକ ସୁଦୃଢ଼ କାରକ ହୋଇ ରହିଛି। ପୂର୍ବ ତୁଳନାରେ ଏବେ ଅନେକ ବ୍ୟବସାୟ ଯୌଥ ଉଦ୍ୟୋଗରେ ଚାଲିଛି। ତେବେ ଏହା ଏବେ କେବଳ ଆରମ୍ଭ ମାତ୍ର, ଇସ୍ରାଏଲ ସହ ଆମର ବ୍ୟବସାୟ ବୃଦ୍ଧି ପାଇ ୫ ବିଲିୟନ ଡଲାରରୁ ଅଧିକ ହୋଇଛି।
କିନ୍ତୁ ଏହା ଏବେ ବି ବାସ୍ତବ ସମ୍ଭାବନାଠୁ ବହୁ ତଳେ ରହିଛି। ଆମକୁ ନିଶ୍ଚିତ ଭାବେ ଆମର ସମ୍ପର୍କର ପୂର୍ଣ୍ଣ କ୍ଷମତାକୁ ପ୍ରାପ୍ତ କରିବାକୁ ପଡ଼ିବ। ଏହା ନାକେବଳ ଏକ କୂଟନୀତିକ ବାଧ୍ୟତାମୂଳକ ବରଂ ଆର୍ଥିକ ମଧ୍ୟ। ମୁଁ ଆପଣମାନଙ୍କ ପରାମର୍ଶକୁ ସ୍ୱାଗତ କରୁଛି କି କିଭଳି ଆମର ମିଳିତ କ୍ଷମତାକୁ ଉନ୍ମୁକ୍ତ କରିପାରିବା। ନବସୃଜନ, ସଂଯୋଜନ ଓ ସମସ୍ୟାର ସମାଧାନ କରିବାର ଭାବନା ଦୁଇ ଦେଶ ମଧ୍ୟରେ ଜନ୍ମଜାତ ଭାବେ ରହିଛି।
କେବଳ ଗୋଟିଏ ଉଦାହରଣ ଦେଉଛି :
ଭାବନ୍ତୁ ପରିବେଶ ଓ ଆର୍ଥିକ ଫାଇଦା କ'ଣ ମିଳିବ, ଯଦି ଆମେ ନଷ୍ଟ ସାମଗ୍ରୀକୁ ସଂଚୟ କରିବାରେ ସହଯୋଗ କରିପାରିବା ଓ ଯଦି ଆମେ ଆମର ଫଳ, ପନିପରିବା ଓ ଉଦ୍ୟାନକୃଷିରେ ଭ୍ୟାଲୁ ମିଶାଇବା। ସେହିପରି ଜଳ କ୍ଷେତ୍ରରେ ମଧ୍ୟ।
ଆମ ପାଖରେ ଜଳାଭାବ ଭଳି ପର୍ଯ୍ୟାପ୍ତ ସ୍ଥିତି ରହିଛି। ଆମ ପାଖରେ ଖାଦ୍ୟକୁ ଫୋପାଡ଼ିବାର ସ୍ଥିତି ରହିଥିବାବେଳେ ଅନେକ ଏବେ ଭୋକିଲା ରହୁଛନ୍ତି।
ବନ୍ଧୁଗଣ,
ଭାରତର ବିକାଶ ଏଜେଣ୍ଡା ବ୍ୟାପକ। ଏହା ଇସ୍ରାଏଲୀ କମ୍ପାନୀଗୁଡ଼ିକ ପାଇଁ ବ୍ୟାପକ ଆର୍ଥିକ ସୁଯୋଗ ଆଣିଦେବ। ଭାରତରେ କାମ କରିବା ପାଇଁ ମୁଁ ଅଧିକରୁ ଅଧିକ ଇସ୍ରାଏଲ ଲୋକ, ବ୍ୟବସାୟୀ ଓ କମ୍ପାନୀକୁ ଆମନ୍ତ୍ରଣ କରୁଛି।
ସରକାର ଓ ଲୋକଙ୍କ ସହ ଭାରତର ବ୍ୟବସାୟୀ ସମୁଦାୟ ମଧ୍ୟ ଆପଣମାନଙ୍କ ସଙ୍ଗେ ହାତ ମିଳାଇବାକୁ ଆଗ୍ରହୀ। ମୁଁ ଆପଣଙ୍କ କମ୍ପାନୀଗୁଡ଼ିକୁ ଓ ଉଦ୍ୟୋଗର ସମସ୍ତ ସଫଳତା କାମନା କରୁଛୁ। ଯାହା ଆବଶ୍ୟକ ପଡ଼ିବ ସେଥିପାଇଁ ମୁଁ ମୋର ଓ ମୋ' ସରକାର ସମର୍ଥନର ପ୍ରତିଶ୍ରୁତି ଦେଉଛି। ଆଉ ଭାରତ-ଇସ୍ରାଏଲର ବାଣିଜ୍ୟ ଓ ଆର୍ଥିକ ସହଭାଗିତାକୁ ତ୍ୱରାନ୍ୱିତ ନିମନ୍ତେ କ୍ରମାଗତ ସମର୍ଥନ ନିମନ୍ତେ ମୁଁ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ଧନ୍ୟବାଦ ଜଣାଉଛି। ଆମର ଭାଗିଦାରୀକୁ ଅନେକ ସଫଳତା ମିଳିବ ବୋଲି ମୁଁ ଦୃଢ଼ ନିଶ୍ଚିତ।
ଧନ୍ୟବାଦ! | <urn:uuid:ec971315-b6ed-4d60-88f5-3fcb63ac8892> | CC-MAIN-2018-34 | http://odiapua.com/%E0%AC%AD%E0%AC%BE%E0%AC%B0%E0%AC%A4-%E0%AC%87%E0%AC%B8%E0%AD%8D%E0%AC%B0%E0%AC%BE%E0%AC%8F%E0%AC%B2-%E0%AC%AC%E0%AC%BE%E0%AC%A3%E0%AC%BF%E0%AC%9C%E0%AD%8D%E0%AD%9F-%E0%AC%B6%E0%AC%BF%E0%AC%96/ | 2018-08-16T11:46:31Z | s3://commoncrawl/crawl-data/CC-MAIN-2018-34/segments/1534221210735.11/warc/CC-MAIN-20180816113217-20180816133217-00521.warc.gz | ory | 0.999992 | Orya | 7 | {"ory_Orya_score": 0.9999922513961792} |
୧୨,୪୦୦ କୋଟି ଟଙ୍କାର ଠକେଇ ପରେ ସଂଘର୍ଷ କରୁଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କ ସାମନାରେ ଆଉ ଏକ ବଡ ବିପଦ ମୁଣ୍ଡ ଟେକି ଛିଡା ହୋଇଛି । ବ୍ୟାଙ୍କର ଅନେକ ଏଟିଏମରୁ ଲୋକଙ୍କୁ ଟଙ୍କା ଉଠାଇବାରେ ଅସୁବିଧା ହେଉଛି । ଏହା ବ୍ୟତୀତ ପିଏନବି ବ୍ୟାଙ୍କ ଶାଖା ଗୁଡିକରେ ନେଣଦେଣ ପ୍ରକ୍ରିୟା ସୂଚାରୂ ରୁପେ କରିବା ପାଇଁ ମଧ୍ୟ ଅସୁବିଧା ହେଉଛି । ପିଏନବି ବ୍ୟାଙ୍କର ଏଟିଏମ ଓ ଶାଖା ଗୁଡିକରେ ହେଉଥିବା ଅସୁବିଧା ଯାନ୍ତ୍ରିକ ତ୍ରୁଟି କାରଣରୁ ବୋଲି ଜଣା ପଡିଛି ।
ବାସ୍ତବରେ ବ୍ୟାଙ୍କ ଏହି ସମୟରେ କୋର ବ୍ୟାଙ୍କିଙ୍ଗ ସିଷ୍ଟମକୁ ଅପଗ୍ରେଡ କରିଛି । ଏହି କାରଣରୁ ତାର ବ୍ୟାଙ୍କ ଶାଖା ଗୁଡିକରେ ବ୍ୟାଙ୍କିଙ୍ଗ ନେଣଦେଣ କରିବାରେ ବହୁତ ଅସୁବିଧା ହେଉଛି । ସୂଚନାଯୋଗ୍ୟ, ସିଷ୍ଟମ ଅପଡେଟ କରିବା କାରଣରୁ ଯାନ୍ତ୍ରିକ ସମସ୍ୟା ସାମନାକୁ ଆସିଛି ।
ଜଣାଇ ଦିଆଯାଉଛି ଯେ ଗତ ଦିନ ମାନଙ୍କରେ ପିଏନବିର କୋର ବ୍ୟାଙ୍କିଙ୍ଗ ସିଷ୍ଟମ 'ଫିନେକଲ ୧୦'କୁ ଅପଗ୍ରେଡ କରାଯାଇଥିଲା। ଏହି ସିଷ୍ଟମକୁ ଇନଫୋସିସ ଅପଗ୍ରେଡ କରି୍ଥିଲା । ଏହା ଉପରେ ସୂଚନା ରଖୁଥିବା ଲୋକଙ୍କ କହିବାନୁସାରେ ସିଷ୍ଟମ ସଂପୂର୍ଣ୍ଣ ରୂପେ ଅପଗ୍ରେଡ ହେବା ପାଇଁ ୯୦ ଦିନର ସମୟ ଲାଗେ, କିନ୍ତୁ ଇନଫୋସିସକୁ ଏହି କାମ ମାତ୍ର ୪୫ଦିନରେ କରିବାକୁ କୁହାଯାଇଥିଲା । ସେଥିପାଇଁ ଏହି ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ପିଏନବି ଅଧିକାରୀଙ୍କ କହିବା ହିସାବରେ ଏହି ସମସ୍ୟା ଶେଷ ହୋଇଯାଇଛି ଓ ସେମାନେ ଠିକରେ କାମ କରିବା ଆରମ୍ଭ କରିଦେଲେଣି ।
ସୂଚନାଯୋଗ୍ୟ, ପଂଜାବ ନ୍ୟାସନାଲ ବ୍ୟାଙ୍କ ପ୍ରଥମେ ୧୨,୪୦୦ କୋଟି ଟଙ୍କାର ଠକେଇର ଶିକାର ହେବା ପରେ ସଂଘର୍ଷ କରୁଛି। ଏହି ମାମଲାରେ ନିରଭ ମୋଦି ଓ ଗୀତାଂଜଳି ଜ୍ୱେଲର୍ସର ପ୍ରମୂଖ ମେହୁଲ ଚୋକସୀଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନିଆ ଯାଉଛି । | <urn:uuid:eb195f9a-a82e-4327-92f0-15ffcde3bf68> | CC-MAIN-2018-34 | http://kanaknews.com/pnb-fraud-nirav-modi-mehul-chowksi-banking-operation/ | 2018-08-18T06:49:21Z | s3://commoncrawl/crawl-data/CC-MAIN-2018-34/segments/1534221213405.46/warc/CC-MAIN-20180818060150-20180818080150-00681.warc.gz | ory | 1 | Orya | 7 | {"ory_Orya_score": 1.000000238418579} |
ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ଲୋଡା ଯାଇଥିବା ସାକ୍ଷ୍ୟପ୍ରଦାନ ଓ ସତ୍ୟପାଠ ଦାଖଲ ସମୟସୀମା ସୋମବାର ଶେଷ ହୋଇଛି। ଆଜି କମିସନ ପକ୍ଷରୁ ୧୬ ଜଣଙ୍କଠାରୁ ସାକ୍ଷ୍ୟ ନିଆଯାଇଥିବା ବେଳେ ୪ ଜଣଙ୍କଠାରୁ ସତ୍ୟପାଠ ଗ୍ରହଣ କରାଯାଇଛି।
ସତ୍ୟପାଠ ମାମଲାର ପ୍ରଥମ ତଦନ୍ତକାରୀ ଅଫିସର ମମତା ପାଣିଗ୍ରାହୀ,କ୍ରାଇମ୍ ବ୍ରାଞ୍ଚ ସିଏବି ସୌଭାଗ୍ୟ ପଟ୍ଟନାୟକ, ପଟାଙ୍ଗି ଆଇଆଇସି ଦେବ କୁମାର ଗମାଙ୍ଗ, ଜୟପୁରର ପୂର୍ବତନ ଆଇଆଇସି ତପନ ନାରାୟଣ ରଥଙ୍କ ଠାରୁ ସତ୍ୟପାଠ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ପୀଡିତାଙ୍କ ପରିବାର ପକ୍ଷରୁ କୌଣସି ସତ୍ୟପାଠ ଦାଖଲ କରାଯାଇ ନଥିବା ଜଣା ପଡ଼ିଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୦ରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରେ ସୁରକ୍ଷା କର୍ମୀ ପୋଷାକରେ ଥିବା ୪ ଜଣ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ବିଚାର ବିଭାଗୀୟ କମିସନ ପକ୍ଷରୁ ଫେବ୍ରୁଆରି ୧୨ରେ ବିଧବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କମିସନଙ୍କ ନିକଟରେ ମାର୍ଚ୍ଚ ୧୬ରେ ସତ୍ୟପାଠ ଦାଖଲର ଶେଷ ଦିନ ରହିଛି। | <urn:uuid:131e15bd-e952-4586-96a6-560b37bd0668> | CC-MAIN-2018-34 | http://sambad.in/state/kunduli-gang-rape-suicide-case-122488/ | 2018-08-21T21:35:48Z | s3://commoncrawl/crawl-data/CC-MAIN-2018-34/segments/1534221219109.94/warc/CC-MAIN-20180821210655-20180821230655-00281.warc.gz | ory | 0.999988 | Orya | 6 | {"ory_Orya_score": 0.9999880790710449} |
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 26 Oriya Bible: Easy-to-Read Version (ERV-OR)
ରାଜା ଆଗ୍ରିପ୍ପାଙ୍କ ସମ୍ମୁଖରେ ପାଉଲ
26 ଆଗ୍ରିପ୍ପା ପାଉଲଙ୍କୁ କହିଲେ, "ତୁମ୍ଭକୁ ନିଜ ସପକ୍ଷରେ କହିବା ପାଇଁ ଅନୁମତି ଦିଆଗଲା।" ତା'ପରେ ପାଉଲ ନିଜ ହାତ ପ୍ରସାରିତ କରି ନିଜ ପକ୍ଷରେ କହିବାକୁ ଲାଗିଲେ। 2 ହେ ରାଜା ଆଗ୍ରିପ୍ପା, "ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଛି, କାରଣ ମୁଁ ଆଜି ଆପଣଙ୍କ ସମ୍ମୁଖରେ ଯିହୂଦୀମାନଙ୍କ ଦ୍ୱାରା ଅଭିଯୋଗ ବିରୁଦ୍ଧରେ ମୋ' ପକ୍ଷରେ ଉତ୍ତର ଦେବା ପାଇଁ ସମର୍ଥ ହୋଇପାରିଛି। 3 ଏ କଥା ସତ୍ୟ ଯେ, ଆପଣ ଯିହୂଦୀୟ ପରମ୍ପରା ଓ ସେମାନେ ଯୁକ୍ତି କରୁଥିବା ବିଷୟରେ ଉତ୍ତମ ଜ୍ଞାନ ରଖିଛନ୍ତି। ତେଣୁ ମୋର କଥା ଧୈର୍ଯ୍ୟ ସହକାରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।
4 "ସମସ୍ତ ଯିହୂଦୀୟମାନେ ମୋର ସମ୍ପୂର୍ଣ୍ଣ ଜୀବନ ବିଷୟରେ ଜାଣନ୍ତି। ମୁଁ ପିଲାଦିନରୁ ନିଜ ଦେଶରେ ଓ ପରେ ଯିରୁଶାଲମରେ କିପରି ବାସ କରିଥିଲି, ତାହା ସେମାନେ ଜାଣନ୍ତି। 5 ସେମାନେ ମୋତେ ବହୁତ ଦିନରୁ ଜାଣନ୍ତି। ସେମାନେ ଯଦି ଗ୍ଭହାନ୍ତି ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଜଣେ ଉତ୍ତମ ଫାରୂଶୀ ଥିଲି। ଯିହୂଦୀୟ ଧର୍ମ ବ୍ୟବସ୍ଥାକୁ ଫାରୂଶୀମାନେ ଅନ୍ୟ କୌଣସି ଯିହୂଦୀୟ ଦଳର ଲୋକଙ୍କ ଅପେକ୍ଷା ଅଧିକ ଦୃଢ଼ ଭାବରେ ମାନନ୍ତି। 6 ଆମ୍ଭମାନଙ୍କ ପୂର୍ବପୁରୁଷଙ୍କ ନିକଟରେ ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ଉପରେ ନିର୍ଭର କରିଥିବାରୁ ମୋର ଆଜି ବିଗ୍ଭର ହେଉଛି। 7 ଯେଉଁ ପ୍ରତିଜ୍ଞାକୁ ଇସ୍ରାଏଲର ବାରଟି ଗୋଷ୍ଠୀ ମଧ୍ୟ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ୱରଙ୍କୁ ପୂଜା କରନ୍ତି, ମୁଁ ମଧ୍ୟ ସେହି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି। ହେ ରାଜା! ସେହି ପ୍ରତିଜ୍ଞା ଉପରେ ମୋର ଆଶା ଓ ବିଶ୍ୱାସ ଥିବାରୁ ଯିହୂଦୀମାନେ ମୋ' ବିରୁଦ୍ଧରେ ଅଭିଯୋଗ କରୁଛନ୍ତି। 8 ପରମେଶ୍ୱର ଯେ ଲୋକମାନଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରି ପାରିବେ, ଏ କଥା ଆପଣମାନେ କାହିଁକି ଅସମ୍ଭବ ବୋଲି ଭାବୁଛନ୍ତି?
9 "ମୁଁ ଯେତେବେଳେ ଫାରୂଶୀ ଥିଲି, ସେତେବେଳେ ମୁଁ ମଧ୍ୟ ନାଜରିତୀୟ ଯୀଶୁଙ୍କ ବିରୁଦ୍ଧରେ ଅନେକ କାର୍ଯ୍ୟ କରିବି ବୋଲି ଭାବୁଥିଲି। 10 ଏ ଭଳି କରୁଥିବା ବେଳେ ମୁଁ ଯିରୁଶାଲମରେ ପରମେଶ୍ୱରଙ୍କର ଅନେକ ଲୋକଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି। ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତେବେଳେ ମୃତ୍ୟୁଦଣ୍ଡ ଦିଆଯାଉଥିଲା, ସେତେବେଳେ ମୁଁ ମଧ୍ୟ ଏହା ଠିକ୍ ବୋଲି ଭାବି ସେଥିରେ ପୂର୍ଣ୍ଣ ସମ୍ମତ ହୋଇଥିଲି। ମୁଁ ପରମେଶ୍ୱରଙ୍କର ଅନେକ ଲୋକମାନଙ୍କୁ ଧରି ଆଣି କାରାଗାରରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାଯାଜକମାନଙ୍କଠାରୁ କ୍ଷମତା ପାଇଥିଲି। ମୁଁ ସେମାନଙ୍କୁ ସମାଜଗୃହ ସବୁରେ ଦଣ୍ତ ଦେଇଥିଲି। 11 ମୁଁ ସେମାନଙ୍କୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିବା ପାଇଁ ବାଧ୍ୟ କରିଥିଲି। ମୁଁ ସେମାନଙ୍କ ବିରୁଦ୍ଧରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସେମାନଙ୍କୁ ଅତ୍ୟାଗ୍ଭର କରିବା ପାଇଁ ବିଦେଶୀ ନଗର ଗୁଡ଼ିକୁ ମଧ୍ୟ ଯାଇଥିଲି।
ଯୀଶୁଙ୍କୁ ଦେଖିଥିବା ବିଷୟରେ ପାଉଲଙ୍କ ବର୍ଣ୍ଣନା
12 "ଥରେ ମୁଖ୍ୟ ଯାଜକମାନେ ମୋତେ ଦମ୍ମେସକ ନଗରକୁ ଯିବା ପାଇଁ ଅନୁମତି ଓ କ୍ଷମତା ଦେଲେ। 13 ମୁଁ ଦମ୍ମେସକକୁ ଯାଉଥିଲି। ସେତେବେଳେ ଖରାବେଳ ହୋଇଥିଲା। ହଠାତ୍ ମୁଁ ଆକାଶରେ ଗୋଟିଏ ଆଲୋକ ଦେଖିଲି। ସେହି ଆଲୋକ ସୂର୍ଯ୍ୟଙ୍କଠାରୁ ମଧ୍ୟ ଆହୁରି ଉଜ୍ଜ୍ୱଳ ଥିଲା। ତାହା ମୋର ଓ ମୋ' ସହିତ ଯାଉଥିବା ଲୋକଙ୍କ ଗ୍ଭରିପଟେ ଝଲକୁ ଥିଲା। 14 ଆମେ ସମସ୍ତେ ତଳେ ପଡ଼ିଗଲୁ। ସେତେବେଳେ ମୁଁ ଏବ୍ରୀ ଭାଷାରେ ଗୋଟିଏ ସ୍ୱର ମୋତେ କହୁଥିବାର ଶୁଣିଲି, 'ଶାଉଲ, ଶାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା ଦେଉଛ? କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭପାଇଁ ଅସମ୍ଭବ ଅଟେ।'
15 "ମୁଁ ପଗ୍ଭରିଲି, 'ପ୍ରଭୁ, ଆପଣ କିଏ?'
"ସେ କହିଲେ, 'ମୁଁ ସେହି ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ।' 16 ତୁମ୍ଭେ ଏବେ ଠିଆହୁଅ। ମୁଁ ତୁମ୍ଭକୁ ଜଣେ ସେବକରୂପେ ନିଯୁକ୍ତ କରିବା ପାଇଁ ତୁମ୍ଭ ନିକଟରେ ଦେଖା ଦେଇଅଛି। ତୁମ୍ଭେ ମୋ' ବିଷୟରେ ଯାହା ଦେଖିଲ, ଓ ଯାହା ମୁଁ ତୁମ୍ଭକୁ ଦେଖାଇବି, ତୁମ୍ଭେ ତା'ର ସାକ୍ଷୀହେବ। 17 ମୁଁ ତୁମ୍ଭକୁ ତୁମ୍ଭ ନିଜ ଓ ଅନ୍ୟ ଦେଶର ଲୋକମାନଙ୍କଠାରୁ ରକ୍ଷା କରିବି। ସେମାନଙ୍କର ଆଖି ଖୋଲି ଦେବା ପାଇଁ ମୁଁ ତୁମ୍ଭକୁ ପଠାଉଛି। 18 ତୁମ୍ଭେ ସେହି ଲୋକମାନଙ୍କୁ ସତ୍ୟ ପଥ ଦେଖାଇବ ଓ ସେମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସେମାନଙ୍କୁ ଶୟତାନର ଶକ୍ତି ନିକଟରୁ ଦୂରେଇ ନେଇ ପରମେଶ୍ୱରଙ୍କ ପାଖକୁ ଆଣିବ। ତେବେ ସେମାନଙ୍କର ପାପକୁ କ୍ଷମା କରାଯିବ। ଯେଉଁମାନେ ମୋତେ ବିଶ୍ୱାସ କରି ପବିତ୍ର ହୋଇଛନ୍ତି ସେମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ।'"
ପାଉଲଙ୍କ ନିଜ କାର୍ଯ୍ୟ ବିଷୟରେ କହିବା
19 ପାଉଲ କହିଲେ, "ହେ ମହାରାଜା ଆଗ୍ରିପ୍ପା, ମୁଁ ସେହି ସ୍ୱର୍ଗୀୟ ଦର୍ଶନର ବାଧ୍ୟ ହେଲି। 20 ମୁଁ ପ୍ରଥମେ ଦମ୍ମେସକ ନଗରରେ, ପରେ ଯିରୁଶାଲମରେ ସମଗ୍ର ଯିହୂଦା ଓ ଅଣଯିହୂଦୀ ଦେଶମାନଙ୍କରେ ମଧ୍ୟ ପ୍ରଗ୍ଭର କଲି। ମୁଁ ସେମାନଙ୍କୁ ଅନୁତାପ କରି ପରମେଶ୍ୱରଙ୍କ ପାଖକୁ ଫେରିବା ପାଇଁ କହିଲି। ସେମାନଙ୍କ ହୃଦୟ ପରିବର୍ତ୍ତନ ପାଇଁ ଉଚିତ୍ କାର୍ଯ୍ୟ କରିବା ପାଇଁ ମଧ୍ୟ କହିଲି।
21 "ଏଥିପାଇଁ ମନ୍ଦିରରେ ଥିବା ସମୟରେ ଯିହୂଦୀମାନେ ମୋତେ ବନ୍ଦୀ କଲେ, ଓ ମାରିବାକୁ ଚେଷ୍ଟା କଲେ। 22 କିନ୍ତୁ ମୋତେ ପରମେଶ୍ୱର ସାହାଯ୍ୟ କଲେ। ସେ ଆଜି ପର୍ଯ୍ୟନ୍ତ ମୋତେ ସାହାଯ୍ୟ କରିଆସୁଛନ୍ତି। ପରମେଶ୍ୱରଙ୍କ ସାହାଯ୍ୟ ପାଇ ମୁଁ ଏଠାରେ ଠିଆ ହୋଇଛି। ଉଭୟ ପ୍ରଭାବଶାଳୀ ଓ ସାଧାରଣ ଲୋକମାନଙ୍କୁ, ମୁଁ ଦେଖିଥିବା କଥା କହୁଛି। ମୁଁ କିଛି ନୂଆ କଥା କହୁ ନାହିଁ। ମୋଶା ଓ ଭାବବାଦୀମାନେ ଯାହାସବୁ ଘଟିବ ବୋଲି କହିଛନ୍ତି, ମୁଁ ସେହି କଥା କହୁଛି। 23 ସେମାନେ କହିଛନ୍ତି, ଖ୍ରୀଷ୍ଟ ମୃତ୍ୟୁବରଣ କରିବେ ଓ ମୃତ୍ୟୁରୁ ପୁନରୁତ୍ଥିତ ହେଉଥିବା ପ୍ରଥମ ବ୍ୟକ୍ତି ହେବେ। ମୋଶା ଓ ଭାବବାଦୀମାନେ କହିଛନ୍ତି, କେବଳ ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଆଲୋକ ଦେଖାଇବେ।"
ପାଉଲଙ୍କର ଆଗ୍ରିପ୍ପାଙ୍କ ଧାରଣା ବଦଳେଇବାର ଚେଷ୍ଟା
24 ପାଉଲ ଆତ୍ମରକ୍ଷା ପାଇଁ ଏହିସବୁ କଥା କହିଲା ବେଳେ, ଫେଷ୍ଟ ଖୁବ୍ ଜୋର୍ରେ କହିଲେ, "ପାଉଲ, ତୁମ୍ଭେ ପାଗଳ। ବହୁତ ପଢ଼ିବା କାରଣରୁ ତୁମ୍ଭେ ପାଗଳ ହୋଇ ଯାଇଛ।"
25 ପାଉଲ ଏହା ଶୁଣି ଉତ୍ତର ଦେଲେ, "ହେ ମହାମାନ୍ୟ ଫେଷ୍ଟ, ମୁଁ ପାଗଳ ନୁହେଁ। ମୋର ସବୁ କଥା ସତ୍ୟ ଓ ଯୁକ୍ତିଯୁକ୍ତ। 26 ରାଜା ଆଗ୍ରିପ୍ପା ଏସବୁ କଥା ଜାଣନ୍ତି। ତାହାଙ୍କୁ ଏହା ସ୍ପଷ୍ଟ ଭାବରେ କହି ପାରିବି, କାରଣ ମୁଁ ଜାଣେ ଯେ, ତାହାଙ୍କ ଦୃଷ୍ଟିରୁ ଏ ସମସ୍ତ ବିଷୟ ବାଦ୍ ଯାଇ ନାହିଁ, ଯେହେତୁ ଏହିସବୁ କୌଣସି ଗୁପ୍ତ ସ୍ଥାନରେ କରାଯାଇ ନାହିଁ। 27 ହେ ରାଜା ଆଗ୍ରିପ୍ପା, ଆପଣ କ'ଣ ଭାବବାଦୀମାନଙ୍କ ଲେଖାରେ ବିଶ୍ୱାସ କରନ୍ତି କି? ମୁଁ ଜାଣେ, ଆପଣ ବିଶ୍ୱାସ କରନ୍ତି।"
28 ଆଗ୍ରିପ୍ପା ପାଉଲଙ୍କୁ କହିଲେ, "ତୁମ୍ଭେ କ'ଣ ଏତେ ସହଜରେ ମୋତେ ଖ୍ରୀଷ୍ଟିୟାନ କରିଦେବ ବୋଲି ଭାବୁଛ?"
29 ପାଉଲ ଉତ୍ତର ଦେଲେ, "ପରମେଶ୍ୱର କରନ୍ତୁ, ଶୀଘ୍ର ବା ବିଳମ୍ବରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମୋ' କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମୋ' ପରି ହୁଅନ୍ତୁ।"
30 ତା'ପରେ ରାଜା, ରାଜ୍ୟପାଳ, ରାଣୀ ବର୍ଣ୍ଣୀକୀ ଓ ଅନ୍ୟମାନେ ସମସ୍ତେ ଠିଆ ହେଲେ ଓ ପ୍ରସ୍ଥାନ କଲେ। 31 ସେମାନେ ବିଗ୍ଭର ଗୃହ ଛାଡ଼ିଲା ବେଳେ ପରସ୍ପର ସହିତ କଥାବାର୍ତ୍ତା ହେଲେ। ସେମାନେ କହିଲେ, "ଏହି ଲୋକକୁ ହତ୍ୟା କରିବା କି ବନ୍ଦୀ କରିବା ଉଚିତ୍ ନୁହେଁ। ସେ ପ୍ରକୃତରେ କିଛି ଖରାପ କାର୍ଯ୍ୟ କରି ନାହିଁ।" 32 ଆଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, "ଆମ୍ଭେ ଏହି ଲୋକକୁ ମୁକ୍ତି ଦେଇପାରିଥା'ନ୍ତୁ, କିନ୍ତୁ ସେ ଯଦି କାଇସରଙ୍କୁ ଆବେଦନ କରି ନ ଥା'ନ୍ତା।" | <urn:uuid:152916b0-bde5-4daf-8251-d4a94c769e5f> | CC-MAIN-2018-34 | https://www.biblegateway.com/passage/?search=%E0%AC%AA%E0%AD%8D%E0%AC%B0%E0%AD%87%E0%AC%B0%E0%AC%BF%E0%AC%A4%E0%AC%AE%E0%AC%BE%E0%AC%A8%E0%AC%99%E0%AD%8D%E0%AC%95%20%E0%AC%95%E0%AC%BE%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F%E0%AC%B0%20%E0%AC%AC%E0%AC%BF%E0%AC%AC%E0%AC%B0%E0%AC%A3+26&version=ERV-OR | 2018-08-15T18:55:53Z | s3://commoncrawl/crawl-data/CC-MAIN-2018-34/segments/1534221210249.41/warc/CC-MAIN-20180815181003-20180815201003-00004.warc.gz | ory | 0.999996 | Orya | 17 | {"ory_Orya_score": 0.9999963045120239} |
ଆବଶ୍ୟକ ସାମଗ୍ରୀ
ଅଟା, ଘିଅ, ଚିନି, କାଜୁ, ପିସ୍ତା, କିସ୍ମିସ୍,ଗୁଜୁରାତି
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କଡେଇରେ ଘିଅ ଗରମ କରନ୍ତୁ। ଏହାପରେ ଅଟାକୁ ସେହି ଗରମ ଘିଅରେ ପକାଇ ଭାଜନ୍ତୁ। ନାଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଭଲ ଭାବେ ଭାଜି ହେବା ପରେ ସେଥିରେ ଅଟାର ତିନିଗୁଣ ପାଣିଦିଅନ୍ତୁ।
ସେଥିରେ ଚିନି ମିଶାଇ ଗୋଳାନ୍ତୁ। ସେ ପର୍ଯ୍ୟନ୍ତ ଘାଣ୍ଟନ୍ତୁ ଯେ ପର୍ଯ୍ୟନ୍ତ ଅଟା ବିଣ୍ଡଗୁଡା ଫିଟି ନଯିବ। ଏହାପରେ ଏଥିରେ କଟା ଯାଇଥିବା କିସ୍ମିସ୍ ଏବଂ କାଜୁ ପକାନ୍ତୁ। ହାଲୱାକୁ ଲଗାତାର ଚାମଚରେ ଗୋଳାନ୍ତୁ ନହେଲେ ଅଟା କଡାଇରେ ଲାଗିଯିବ।
ଯେତେବେଳେ ହାଲୱା ମୋଟା ହୋଇଯିବ ସେଥିରେ ଘିଅ ମିଶାଇ ଭଲ ଭାବେ ଗୋଳାନ୍ତୁ। ହାଲୱା ଗାଢା ହୋଇଯିବ ଓ କଡାଇରେ ଲାଗୁନଥିବ ସେତିକିବେଳେ ଗୁଜୁରାତି ଓ ଆଉ କିଛି ଘିଅ ମିଶାଇ ଦିଅନ୍ତୁ। ଏହାପରେ ହାଲୱାକୁ ବାହାରକୁ କାଢି ସେଥିରେ କିଛି କାଜୁ ଓ ପିସ୍ତା ଦେଇ ସଜାନ୍ତୁ ଓ ଗରମ ଗରମ ଖାଆନ୍ତୁ। | <urn:uuid:11e1e07b-2701-49ed-8c5d-7fdb68307a4c> | CC-MAIN-2018-34 | https://enewsodia.com/receipe-of-atta-halwa/ | 2018-08-17T13:39:57Z | s3://commoncrawl/crawl-data/CC-MAIN-2018-34/segments/1534221212323.62/warc/CC-MAIN-20180817123838-20180817143838-00164.warc.gz | ory | 0.999858 | Orya | 19 | {"ory_Orya_score": 0.9998576641082764} |
– ବିଭିନ୍ନ ହସପିଟାଲ ଯାଇ ସମ ହସପିଟାଲ ଅଗ୍ନିକାଣ୍ଡରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବେ
– କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବୈଠକରେ ଯୋଗଦେବେ ଶ୍ରୀ ନଡ୍ଡା
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନ ଭୁବନେଶ୍ୱରରେ ପହଂଚିବେ ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
ସେ କହିଛନ୍ତି ଯେ ଦୁଇ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ଦିନ ଦଶଟା ବେଳେ ପହଂଚିବେ । ପରେ ସେମାନେ ମିଳିତ ଭାବେ କ୍ୟାପିଟାଲ ହସପିଟାଲ (ସକାଳ୧୦.୧୦) , ଏମ୍ସ ( ଦିନ ୧୧ଟା) , ଆମ୍ରୀ ହସପିଟାଲ (ଦିନ ୧୧.୪୦) , ସମ ହସପିଟାଲ ( ଦିନ ୧୨.୦୫), କିମ୍ସ ହସପିଟାଲ ( ଦିନ ୧୨.୪୫) ଗସ୍ତ କରିବେ ।
ସୋମବାର ଦିନ ସମ ହସପିଟାଲରେ ଅଗ୍ନିକାଣ୍ଡ ଘଟିବା କାରଣରୁ ଏହି ହସପିଟାଲରୁ ଅନ୍ୟାନ୍ୟ ହସପିଟାଲକୁ ସ୍ଥାନାନ୍ତରିତ ହୋଇଥିବା ରୋଗୀ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ସହ ରୋଗୀ ସେମାନଙ୍କର ଆଟେଣ୍ଡାଂଟ ତଥା ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ସହ ସିଧା ସିଧା କଥା ହେବେ । ଦୁଇ ମନ୍ତ୍ରୀ ସମ ହସପିଟାଲ ଯାଇ ଦୁର୍ଘଟଣା ସ୍ଥଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି ।
ଅପରାହ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଧିକାରୀ ମାନଙ୍କ ସହ ଏକ ବୈଠକ କରି ସମ ହସପିଟାଲ ଅଗ୍ନିକାଣ୍ଡ ପରବର୍ତୀ ପରିଚାଳନା ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
- ସମହସପିଟାଲ ଅଗ୍ନକାଣ୍ଡ ଘଟଣା ଦିନକ ପରେବି ଏତଲା ହୋଇନି; ସରକାର ମନ୍ଦ ଉଦେଶ୍ୟ ପ୍ରମାଣିତ ହୋଇଯାଉଛି
- ସୋଆ ବିଶ୍ୱ ବିଦ୍ୟାଳୟ ଛାତ୍ରସଂଘ ତରଫରୁ ସମୂହ ଦୀପଦାନ | <urn:uuid:6aae0cef-32b1-4ab9-9af3-2534204f37cc> | CC-MAIN-2018-34 | http://odishan.com/18035 | 2018-08-18T10:02:29Z | s3://commoncrawl/crawl-data/CC-MAIN-2018-34/segments/1534221213540.33/warc/CC-MAIN-20180818095337-20180818115337-00244.warc.gz | ory | 1.000005 | Orya | 12 | {"ory_Orya_score": 1.0000054836273193} |
ଯାଜପୁର ରୋଡ଼ (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦର ପୌରାଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣା ବିରୋଧରେ ବାହାରିଛି ଯାଜପୁର କିନ୍ନର ଆସୋସିଏସନ୍ 'ଶାନ୍ତିସେନା'। ଆଜି ଏ ସଂପର୍କରେ ସଂଗଠନ ପକ୍ଷରୁ ଏକ ଲିଖିତ ଅଭିଯୋଗ ଯାଜପୁର ରୋଡ଼ ଥାନାରେ ଦିଆଯାଇଛି। ଏଥିରେ ଅଭିଯୋଗ କରାଯାଇଛି ଯେ, ଗତ ୮ ତାରିଖ ଦିନ ବ୍ୟାସନଗର ପୌର ପରିଷଦର କାଉନ୍ସିଲ୍ ବୈଠକ ଚାଲିଥିବା ବେଳେ ଦେବେନ୍ଦ୍ର ସାମଲ ନାମକ ବ୍ୟକ୍ତି ପୌରାଧ୍ୟକ୍ଷା ସବିତା ରାଉତଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାକୁ ୪ ଦିନ ପୂରି ଯାଇଥିଲେ ବି ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ନାରୀଙ୍କ ପ୍ରତି ଅସମ୍ମାନକୁ କିନ୍ନର ସଂଗଠନ ନିନ୍ଦା କରିବା ସହ ୩ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଯାଜପୁର ଜିଲ୍ଲା କିନ୍ନର ସଂଘ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବ ବୋଲି ସମ୍ପାଦିକା କାଜଲ କିନ୍ନର ଚେତାବନୀ ଦେଇଛନ୍ତି। ତେବେ କିନ୍ନର ସଂଘର ଏହି ଅଭିଯୋଗ ସଂପର୍କରେ ଅଭିଯୁକ୍ତ ଦେବେନ୍ଦ୍ର ସାମଲଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। | <urn:uuid:07df3289-b3f3-4f86-b89f-1f479753e8d6> | CC-MAIN-2018-34 | https://odishareporter.in/odisha/kinnar-supports-vyasanagar-municipal-chair-person-244500 | 2018-08-18T00:46:06Z | s3://commoncrawl/crawl-data/CC-MAIN-2018-34/segments/1534221213247.0/warc/CC-MAIN-20180818001437-20180818021437-00065.warc.gz | ory | 0.999921 | Orya | 4 | {"ory_Orya_score": 0.999921441078186} |
କଟକ-ମହାନଦୀବିହାର : ଏକ ଆନ୍ତଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ । ଏହି ର୍ୟାକେଟ୍ରେ ଦୁଇ ଅପରାଧୀଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ କଟକ ସଦର ଭାଣପୁର ଭଟ୍ଟସାହି ଜିତୁ ଓରଫ ବଣ୍ଟି ରାଉଳ ଏବଂ ସଇଣ୍ଡା ବାଲିସାହିର ଚନ୍ଦୁର ଓରଫ ଚନ୍ଦନ କିଶୋର ବେଉରା(୧୯) । ପୁଲିସ ସେମାନଙ୍କ ନିକଟରୁ ୧୭ଟି ବାଇକ୍ ଏବଂ ଦୁଇଟି ମୋବାଇଲ ଫୋନ୍ ଜବତ କରିଛି ।
ସୂଚନା ଅନୁଯାୟୀ, ଦଶହରା ସମୟରେ ଓମ୍ପି ଛକ ନିକଟରେ ପୁଲିସ ବ୍ଲକିଂ କରୁଥିବା ବେଳେ ଦୁଇ ସନ୍ଦିଗ୍ଧ ଯୁବକ ଏକ ହିରୋହଣ୍ଡା ସ୍ପ୍ଲେଣ୍ଡର ପ୍ଲସ୍(ଓଆର୍ ୦୧ ଏଫ୍ ୪୮୮୮)ରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଥାନାକୁ ଦୁଇ ଅଭିଯୁକ୍ତଙ୍କୁ ନେଇ ପଚରାଉଚରା କରିବା ପରେ ଉଭୟଙ୍କ ନିକଟରୁ ଏକ ଆନ୍ତଜିଲ୍ଲା ବାଇକ ଚୋରି ର୍ୟାକେଟ୍ ସମ୍ପର୍କରେ ପୁଲିସ ଖବର ପାଇଥିଲା । ଏହାପରେ ଚାଉଳିଆଗଞ୍ଜ ଆଇଆଇସି ଅଜୟ କୁମାର ଦାସଙ୍କ ନେତୃତ୍ୱରେ ଏକ ସ୍କ୍ଵାଡ୍ ଗଠନ ହୋଇ କଟକ, ବ୍ରହ୍ମପୁର, ମଞ୍ଚେଶ୍ୱର, ରଶୁଗଡ଼, ମାଳିସାହି, ବରଗଡ଼ ଅଞ୍ଚଳରେ ଚଢ଼ଉ କରି ପୁଲିସ ୧୭ଟି ବାଇକ୍ ଜବତ କରିଥିଲା। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲିଟୁଆ ଓରଫ ପ୍ରକାଶ ପଢ଼ିଆରୀ ଏବଂ ଧାନ୍ନଗରପଡ଼ା ଅଞ୍ଚଳର ବଳିଆ ଓରଫ ସନ୍ତୋଷ ସାହୁ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଥିବା ବେଳେ ସେମାନେ ୧୮ରୁ ୨୦ ବର୍ଷର ପିଲାଙ୍କୁ ଚୋରି କାମରେ ନିୟୋଜିତ କରୁଥିବା ଖବର ମିଳିଥିଲା ।
ଚୋରି ହୋଇଥିବା ବାଇକ୍ଗୁଡ଼ିକୁ ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା । ଏସବୁକୁ ଜାଲ୍ ପ୍ରମାଣପତ୍ର ବଳରେ ବିକ୍ରି କରାଯାଇଥିବା ପ୍ରମାଣ ମିଳିଛି । ଏହି କାରବାର ପଛରେ ଆର୍ଟିଓର କିଛି ଅସାଧୁ କର୍ମଚାରୀ ଥିବା କୁହାଯାଉଛି । ବାଇକ୍ଗୁଡ଼ିକୁ ଭାଣପୁର ଅଞ୍ଚଳରୁ ଜବତ କରାଯାଇଛି । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲିଟୁଆ ଏବଂ ବଳିଆ ଫେରାର ହୋଇଯାଇଛନ୍ତି । ଏହି ର୍ୟାକେଟ୍ କଟକ, ଭୁବନେଶ୍ୱର, ଜଗତସିଂହପୁର ଅଞ୍ଚଳରୁ ୬୦ରୁ ଅଧିକ ବାଇକ୍ ଚୋରି କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି । ଆଜି ଚାଉଳିଆଗଞ୍ଜ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସିପି ତ୍ରିନାଥ ମିଶ୍ର ଚୋରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । | <urn:uuid:3e966ce6-2ad5-4fed-bd72-00b942c1bee1> | CC-MAIN-2018-34 | http://sambad.in/district/cuttack/%E0%AC%AC%E0%AC%BE%E0%AC%87%E0%AC%95%E0%AD%8D%E2%80%8C-%E0%AC%B2%E0%AD%81%E0%AC%9F%E0%AD%87%E0%AC%B0%E0%AC%BE-%E0%AC%97%E0%AD%8D%E0%AD%9F%E0%AC%BE%E0%AC%99%E0%AD%8D%E0%AC%97%E0%AD%8D%E2%80%8C%E0%AC%B0-3119/ | 2018-08-20T16:35:16Z | s3://commoncrawl/crawl-data/CC-MAIN-2018-34/segments/1534221216718.53/warc/CC-MAIN-20180820160510-20180820180510-00305.warc.gz | ory | 0.999958 | Orya | 6 | {"ory_Orya_score": 0.9999581575393677} |
କନକ ବ୍ୟୁରୋ : ରାଜ୍ୟ ଓ କେନ୍ଦ୍ର ସରକାରା ଲୋକମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ଖାସକରି ଯେପରିକି କୈାଣସି ଲୋକ ସ୍ୱାସ୍ଥ ସମସ୍ୟାରେ ପ୍ରାଣ ତ୍ୟାଗ ନକରେ ସେଥିପାଇଁ ଅନେକ କାମ ସରକାର ହାତକୁ ନେଇଛନ୍ତି । ମାଗଣା ଆମ୍ବୁଲାନ୍ସ ସେବାଠାରୁ ଆରମ୍ଭ କରି ନିରାମୟ ଔଷଧ ମାଗଣାରେ ଦେବା ପର୍ଯ୍ୟନ୍ତ । କିନ୍ତୁ ଏତେ ସବୁ ଯୋଜନା ହେଲାପରେ ମଧ୍ୟ ଅନେକ ସମୟରେ ଅଭିଯୋଗ ଆସେ କି ଲୋକମାନେ ସଠିକ ସମୟରେ ସ୍ୱାସ୍ଥ୍ୟ ସେବା ପାଇପାରୁନାହାନ୍ତି । ଏପରି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । ସେଠାକାର ଲକ୍ଷ୍ମଣନାୟକ ମେଡିକାଲରେ କଲେଜରେ ଅନେକ ଅଭିଯୋଗ ଆସିଥିବା ଦେଖାଦେଇଛି । ତେଣୁ ସେଠାରେ ଲୋକମାନେ ଧାରଣାରେ ବସିଥିବା ସୂଚନା ମିଳିଛି ।
କେବଳ ଲୋକମାନେ ନୁହେଁ ବରଂ ଖୋଦ ସେଠାକାର ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଧାରଣାରେ ବସିଥିବା ଦେଖାଦେଇଛି । ବିଧାୟକ ଅଭିଯୋଗ କରିଛନ୍ତି ଯେ, ସେଠାକାର ଲୋକମାନଙ୍କୁ ଭଲରେ ଚିକିତ୍ସା ସେବା ମିଳିପାରୁନାହିଁ । ଆଦିବାସୀଙ୍କ ଲାଗି ସରକାର ଅନେକ ଯୋଜନା କରୁଛନ୍ତି ହେଲେ କୈାଣସି ସୁବିଧା ଏଠାକାର ଲୋକମାନେ ପାଇ ପାରୁନାହାନ୍ତି । ତେଣୁ ଏପରି ଭାବରେ ଆନ୍ଦୋଳନ କରାଯାଉଥିବା ବିଧାୟକ କହିଛନ୍ତି । ଏପରି ସମସ୍ୟାକୁ ନେଇ ଆସନ୍ତ କାଲି କୋରାପୁଟ ବନ୍ଦ ଡାକରା ଦିଆଯାଇଛି । ମେଡିକାଲ କଲେଜରେ ମୋଟ ୮୨ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୩୧ ଡାକ୍ତର ସେଠାରେ ରହି ରୋଗୀମାନଙ୍କ ସେବା କରୁଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ ସେମାନଙ୍କ ମଧ୍ୟରୁ ୧୮ଜଣଙ୍କୁ ଜୟପୁର ମେଡିକାଲ ଏହାରି ମଧ୍ୟରେ ବଦଳି କରାଯାଇଛି । ତେଣୁ ବର୍ତ୍ତମାନ ସମୟରେ ୧୪ ଜଣ ଡାକ୍ତର ମେଡିକାଲରେ ରହି ରୋଗୀମାନଙ୍କ ଚିକିତ୍ସା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଏକାଥରକେ ୯ ଜଣ ଛୁଟିରେ ରହିଛନ୍ତି ।
ତେବେ ଏତେ କମ ସଂଖ୍ୟାରେ ଡାକ୍ତର କିପରି ଭାବରେ ଏତେମାତ୍ରାରେ ରୋଗୀମାନଙ୍କର ଚିକିତ୍ସା କରିବେ ସେନେଇ ଚିନ୍ତାରେ ରୋଗୀ ଓ ସ୍ଥାନୀୟ ବାସୀ । ତେବେ ବାରମ୍ବାର ଏନେଇ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଅବଗତି କରାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ତେଣୁ ବାଧ୍ୟ ହୋଇ ଗତକାଲି କୋରାପୁଟ ବନ୍ଦ କରିବା ସହ ଯେ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ କରାନଯିବ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଆନ୍ଦୋଳନ କାରୀମାନେ ସୂଚନା ଦେଇଛନ୍ତି । ଏହାସହ ବିଧାୟକ କହିଛନ୍ତି ଯେ, ଏଠାକାର ଲୋକ ଆଦିବାସୀ ହୋଇଥିବାରୁ ସରକାର ସେମାନଙ୍କ କଥାକୁ ଏତଟା ଗୁରୁତ୍ୱ ଦେଉନାହାନ୍ତି । ଆମ କଥା ନଶୁଣିଲେ ଆମେ ଏହି ଆନ୍ଦୋଳନକୁ ଜୋରଦାର କରିବୁ ବୋଲି ବିଧାୟକ କହିଛନ୍ତି । ଏହି ଆନ୍ଦୋଳନରେ ଶତାଧିକ ଲୋକ ସାମିଲ ହୋଇଥିବା ସୂଚନା ମିଳିଛି । | <urn:uuid:e756fe3f-5e64-47dc-8a50-1f212d9ef4a2> | CC-MAIN-2018-34 | http://kanaknews.com/yesterday-koraput-strike/ | 2018-08-14T23:10:47Z | s3://commoncrawl/crawl-data/CC-MAIN-2018-34/segments/1534221209650.4/warc/CC-MAIN-20180814225028-20180815005028-00457.warc.gz | ory | 0.999986 | Orya | 5 | {"ory_Orya_score": 0.9999861717224121} |
କନକ ବ୍ୟୁରୋ : କଟକରେ ପୁଣି ଏନକାଉଣ୍ଟର । କଟକ ଗୁଳିକାଣ୍ଡରେ ସଂପୃକ୍ତ ଡି-ବ୍ରଦର୍ସଙ୍କ ସହଯୋଗୀ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକକୁୁ ଏନକାଉଣ୍ଟର କରିଛି ପୁଲିସ୍ । ଏହି ଏନକାଉଣ୍ଟରରେ ସଦା ନାୟକଙ୍କ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଆହତ ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସଦା ଆଜି ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ଶ୍ରୀକରୁଆ ନିକଟରେ ଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଏହା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସଦାର ଗୋଡ଼କୁ ଲକ୍ଷ୍ୟ କରି ଗୁଳି କରିଥିଲା। ସେଠାରୁ ଫେରାର ହେବାକୁ ଉଦ୍ୟମ କରୁଥିବା ସଦା ପୁଲିସ ଗୁଳିରେ ତଳେ ପଡ଼ିଯାଇଥିଲା। ସଦା ନିକଟରୁ ଗୋଟିଏ ବନ୍ଧୁକ, ୪ଟି ଗୁଳି ଓ ଗୋଟିଏ ମୋବାଇଲ ଜବତ ହୋଇଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସଦାର ଧଳ ବ୍ରଦର୍ସଙ୍କ ସହିତ ସଂପୃକ୍ତି ଥିଲା। ଅନ୍ୟପଟେ ଗତ ମାସରେ କଟକ ଗୁଳିକାଣ୍ଡର ପୁଲିସ ପର୍ଦ୍ଦାଫାସ କରିଛି । ଏହି ଗୁଳିକାଣ୍ଡରେ ଜଣେ ଗରିଫ ହୋଇଥିବା ବେଳେ ଆଜି ସଦା ନାୟକକୁ ଏନକାଉଂଟର କରିଛି ପୁଲିସ । | <urn:uuid:a57c6f26-29be-4d1e-a855-fb269abd5bfa> | CC-MAIN-2018-34 | http://kanaknews.com/encounter-in-cuttack-2/ | 2018-08-15T20:49:58Z | s3://commoncrawl/crawl-data/CC-MAIN-2018-34/segments/1534221210304.2/warc/CC-MAIN-20180815200546-20180815220546-00537.warc.gz | ory | 0.999952 | Orya | 6 | {"ory_Orya_score": 0.9999516010284424} |
ବୌଦ୍ଧ: କଣ୍ଟାମାଳ ଥାନା ଅନ୍ତର୍ଗତ ମଲିକୁଦ ଠାରେ କଣ୍ଟାମାଳ ପୁଲିସ ଗଞ୍ଜେଇ ସହ ବାଇକ୍ ଜବତ କରିଛି। ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଆଇଆଇସି ନରେଶ ପ୍ରଧାନ ପ୍ରକାଶ କରିଛନ୍ତି। ଶନିବାର ବିଳମ୍ବିତ ରାତ୍ରିରେ କଣ୍ଟାମାଳ ପୁଲିସ ପାଟ୍ରୋଲି କରୁଥିବା ବେଳେ ଦୁଇଟି ବାଇକ (ସିଜି୧୩ଏଚ-୩୭୮୩ ) ଏବଂ ନମ୍ବର ବିହୀନ ଏକ ବାଇକ୍ରେ ୪ ଜଣ ଆସୁଥିବା ଦେଖି ସେମାନଙ୍କୁ ପୁଲିସ ଅଟକାଇ ଥିଲା। ଯାଞ୍ଚ କରିବାରୁ ସେମାନଙ୍କଠାରୁ ଗଞ୍ଜେଇ ବାହାରି ଥିଲା। ସେମାନେ ଫୁଲବାଣୀ ଜିଲ୍ଲା ଗୋଚାପଡା ଅଞ୍ଚଳରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡିଥିଲା। ପୁଲିସ ଗଞ୍ଜେଇ ଓ ବାଇକକୁଜବତ କରି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମଙ୍ଗଳୁ ଭୋଇଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ ତାହା ୧୩ କିଲୋ ୬୦୦ ଗ୍ରାମ ଥିବା ଜଣାପଡିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଛତିଶଗଡ ରାଜ୍ୟ ରାଇଘର ଜିଲ୍ଲାର ଧରମ ସିଂହ(୩୬), ସଂପତ ସିଧାର (୩୫), ରାମଦୟାଲ ଚୈାହାନ (୨୮) ଏବଂ ଲିଲାଧର ବିଶ୍ୱକର୍ମା (୪୪)। ଏନେଇ କଣ୍ଟାମାଳ ଥାନା କେସ ନଂ ୬୩/୨୦୧୮ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। | <urn:uuid:47c4c6b4-429f-4702-9645-c6424a487dd6> | CC-MAIN-2018-34 | http://sambad.in/district/boudh/4arrested-for-supplying-ganja-126649/ | 2018-08-14T13:47:38Z | s3://commoncrawl/crawl-data/CC-MAIN-2018-34/segments/1534221209040.29/warc/CC-MAIN-20180814131141-20180814151141-00035.warc.gz | ory | 0.999962 | Orya | 4 | {"ory_Orya_score": 0.999962329864502} |
କନକ ବ୍ୟୁରୋ : ଭାଇରାଲ ହେଲା ଅଶ୍ଳୀଳ ଭିଡିଓ । ନୟାଗଡ କଂଟିଲୋ ଅଂଚଳର ଏକ କଲେଜର ଦୁଇ ଛାତ୍ରଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାରେ ଦୁଇ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନାଷ୍ଠାନ ନେଇଛି କଲେଜ । କଲେଜରୁ ଛାତ୍ରଛାତ୍ରୀ ଦୁଇ ଜଣଙ୍କୁ ବହିଷ୍କାର କରିଛନ୍ତି ଅଧ୍ୟକ୍ଷ । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି ।
ପୁଣି ମୋବାଇଲରୁ ମୋବାଇଲକୁ ଘୁର ବୁଲିଲା ଅଶ୍ଳୀଳ ଭିଡିଓ । ନୟାଗଡ କଂଟିଲୋରେ ଏକ କଲେଜର ଜଣେ ଯୁକ୍ତ ତିନି ଛାତ୍ରଙ୍କ ସହ ସେହି କଲେଜର ଯୁକ୍ତ ଦୁଇ ନାବାଳିକା ଛାତ୍ରୀ ଅସଂଜତ ଅବସ୍ଥାରେ ଥିବା ଭିଡିଓ ଭାଇରାଲ ହେବା ପରେ ଚାଂଚଲ୍ୟ । ଭିଡିଓ ସାମ୍ନାକୁ ଆସିବା ପରେ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ନାବାଳିକା ଛାତ୍ରୀ ।
– ଛାତ୍ରୀଙ୍କ ଅଭିଯୋଗ ତାଙ୍କ ଅଜ୍ଞାତରେ ଚିତ୍ର ଉତ୍ତୋଳନ କରିଛନ୍ତି ସାଙ୍ଗରେ ଥିବା ଯୁବକ
– ମିଠାକଥା କହି ପ୍ରେମ ଜାଲରେ ପକାଇବା ପରେ ଅନ୍ତରଙ୍ଗ ଭିଡିଓକୁ ସୁଟ କରିଛନ୍ତି
– ମୋବାଇଲରେ ଭିଡିଓ ଉଠାଇବା ସହ ଏହାକୁ ଭାଇରାଲ କରିଛନ୍ତି ଯୁବକ ଜଣକ
– ଇଜ୍ଜତକୁ ବଜାରରେ ଏଭଳି ନିଲାମ କରିଥିବାରୁ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି
ମାମଲା ଥାନାରେ ପହଂଚିଥିବାବେଳେ ପୋଲିସ ସଂପୃକ୍ତ ନାବାଳିକା ଛାତ୍ରୀଙ୍କ ଡାକ୍ତରୀ ମାଇନା କରିବା ସହ ୧୬୭ରେ ବୟାନ ରେକର୍ଡ କରିଛି । ଆଉ ଅଭିଯୁକ୍ତ ଛାତ୍ରଙ୍କ ନାଁରେ ପସ୍କୋ ଆଇନରେ ମାମଲା କରିବା ସହ ଆଇପିସିର ଧାରା ୩୭୫ ଅର୍ଥାତ ଧର୍ଷଣ ଏବଂ ଅଶ୍ଳୀଳ ଭିଡିଓକୁ ଭଆଇରାଲ କରିବା ଅଭିଯୋଗରେ ଆଇଟି ଆକ୍ଟର ବିଭିନ୍ନ ଦଫା ଲଗାଇ ଛାନଭିନ ଆରମ୍ଭ କରିଛି ।
ସେପଟେ ଆଉଏକ ଘଟଣାକ୍ରମରେ ମାମଲା ଥାନାରେ ପହଂଚିଥିବାରୁ ବଦନାମ ହେବା ଭୟରେ ନୟାଗଡ କଂଟିଲୋର ସୃପୃକ୍ତ କଲେଜ ଦୁଇ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରିଛି । ସବୁଠାରୁ ବଡକଥା ହେଉଛି ନାବାଳିକାଙ୍କ ସରଳତାରୁ ସୁଯୋଗ ନେଇ ତାଙ୍କ ଅଜାଣତରେ ଚିତ୍ର ଉତୋଳନ କରିବା ସହ ଏହାକୁ ଭାଇରାଲ କରିଦେଇଛି ଛାତ୍ର ଜଣକ । ନୟାଗଡରୁ ପ୍ରଦୀପ୍ତ ମହାପାତ୍ରଙ୍କ ରିପୋର୍ଟ, କନକ ନ୍ୟୁଜ । | <urn:uuid:8a19c148-832e-4f22-bca0-ca3833f7a864> | CC-MAIN-2018-34 | http://kanaknews.com/nayagarh-viral-video-two-students-rusticated-from-college/ | 2018-08-17T05:33:38Z | s3://commoncrawl/crawl-data/CC-MAIN-2018-34/segments/1534221211719.12/warc/CC-MAIN-20180817045508-20180817065508-00275.warc.gz | ory | 1.000008 | Orya | 6 | {"ory_Orya_score": 1.0000077486038208} |
ଓ୍ବାଶିଂଟନ୍ ଗର୍ଭଧାରଣର ପ୍ରଥମ ୩ରୁ ୮ସପ୍ତାହ ମଧ୍ୟରେ ଜ୍ୱର ହେଲେ ଗର୍ଭସ୍ଥ ଶିଶୁର ହୃତ୍ପିଣ୍ଡ ଓ ମୁହଁର ବିକୃତି ଘଟିଥାଏ। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଗର୍ଭଧାରଣର ପ୍ରଥମ ୩ମାସ ମଧ୍ୟରେ ମା'କୁ ଜ୍ୱର ହେଲେ ହୃତ୍ପିଣ୍ଡରେ କିଛି ସମସ୍ୟା ଦେଖାଦେବା ସହିତ ଓଠ ଫାଟିବା ଭଳି ମୁହଁରେ ବିକୃତି ସୃଷ୍ଟି ହୋଇଥାଏ। ଏଥିପାଇଁ କୌଣସି ଭୂତାଣୁ ଦାୟୀ କି ଅନ୍ୟ ସଂକ୍ରମଣ ଯୋଗୁ ଏପରି ଘଟିଥାଏ କିମ୍ବା କେବଳ ଜ୍ୱର ଏହି ସମସ୍ୟା ପାଇଁ ଦାୟୀ ତାହାକୁ ନେଇ ଦୀର୍ଘଦିନ ହେଲା ବିତର୍କ ଜାରି ରହିଛି। ଅଧୁନା ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏଥିପାଇଁ ଜ୍ୱରକୁ କାରଣ ଭାବେ ଚିହ୍ନଟ କରାଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ଗର୍ଭଧାରଣର ପ୍ରଥମ ୩ରୁ ୮ସପ୍ତାହ ମଧ୍ୟରେ ଜ୍ୱର ହେଲେ ହୃତ୍ପିଣ୍ଡ ଏବଂ ମାଢ଼ି ବିକାଶ ବାଧାପ୍ରାପ୍ତ ହୁଏ। ଏ ସଂକ୍ରାନ୍ତୀୟ ଏକ ନିଷ୍କର୍ଷ ସାଇନ୍ସ ସିଗ୍ନାଲିଙ୍ଗ୍ ଜର୍ନାଲ୍ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ମା' ଏସିଟାମିନୋଫେନ୍ ଔଷଧର ବିବେକାନୁମୋଦିତ ବ୍ୟବହାର କରିବା ଦ୍ୱାରା ଗର୍ଭସ୍ଥ ଶିଶୁର ଅଙ୍ଗ ବିକୃତିକୁ କେତେକାଂଶରେ ଦୂର କରାଯାଇପାରିବ। ଏ ସମ୍ପର୍କରେ ଆମେରିକାସ୍ଥିତ ଡ୍ୟୁକ୍ ୟୁନିଭର୍ସିଟିର ସହଯୋଗୀ ପ୍ରଫେସର ଏରିକ୍ ବେନର କହନ୍ତି, ଗର୍ଭଧାରଣ ବେଳେ କୌଣସି ଔଷଧ ସେବନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ଏହି ସମୟରେ ଏସିଟାମିନୋଫେନ୍ ସେବନ କଲେ ଜ୍ୱର ଦୂର ହୋଇପାରିବ। ତେବେ ଏ ସମ୍ପର୍କରେ ମହିଳାମାନେ କୌଣସି ବିପଦର ଆଶଙ୍କା ଓ ଉପକାରିତା ବିଷୟରେ ଡାକ୍ତରଙ୍କ ପରାମର୍ଶ ଲୋଡିବାକୁ ଗବେଷକମାନେ କହିଛନ୍ତି। | <urn:uuid:bf088198-9a2d-472c-9f67-c895a440ee48> | CC-MAIN-2018-34 | http://www.dharitri.com/main/news/7667 | 2018-08-17T05:00:56Z | s3://commoncrawl/crawl-data/CC-MAIN-2018-34/segments/1534221211719.12/warc/CC-MAIN-20180817045508-20180817065508-00275.warc.gz | ory | 0.999982 | Orya | 4 | {"ory_Orya_score": 0.9999816417694092} |
କନକ ବ୍ୟୁରୋ : ଜନ୍ମଦିନରେ ଅନଶନ । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜି ୧୨ ଘଂଟିଆ ଅନଶନ କରୁଛନ୍ତି । ଅମରାବତୀରେ ଦଳୀୟ ନେତା ଓ କର୍ମୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଅନଶନରେ ବସିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ ସଫାସଫା ମନା କରିଦେବା ପରେ ଏହାକୁ ନେଇ ଆନ୍ଧ୍ରର ପ୍ରତିବାଦ ଜୋରଦାର ହୋଇଛି । ଏମିତିକି ଏନଡିଏର ହାତ ଛାଡି ଦେଇଛି ଟିଡିପି । ଆଜି ଅନଶନ ଅବସରରେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି- ପରିବାର ଅପେକ୍ଷା ରାଜ୍ୟର ସ୍ୱାର୍ଥ ବଡ । ପରିବାର ଲୋକଙ୍କ ଗହଣରେ ସମୟ ବିତାଇବା ଅପେକ୍ଷା ୫କୋଟି ଆନ୍ଧ୍ରବାସିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢ଼େଇ କରିବା ଭଲ ।
ସୂଚନାଯୋଗ୍ୟ 'ରାଜ୍ୟକୁ କେନ୍ଦ୍ରର ଅସହଯୋଗ' ବିରୋଧରେ ପ୍ରତିବାଦ ଜଣାଇ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି । ଆଜି ୬୮ ବର୍ଷରେ ପଦାର୍ପଣ କରୁଥିବା ତେଲୁଗୁ ଦେଶମ୍ ପାର୍ଟିର ମୁଖ୍ୟ ଆଜି ଅନଶନ କରିବେ ବୋଲି ଗତ ସପ୍ତାହରେ ଘୋଷଣା କରି କହିଥିଲେ, ଏପ୍ରିଲ୍ ୨୦ ମୋର ଜନ୍ମଦିନ । ରାଜ୍ୟର ସମସ୍ୟା ଏବଂ କେନ୍ଦ୍ରର ନୀତି ଲାଗି ସେ ଦିନ ମୁଁ ସକାଳୁ ସନ୍ଧ୍ୟା ଯାଏଁ ଉପବାସ ରହିବି । ଏମିତି କରି ମୁଁ କେନ୍ଦ୍ର ବିରୋଧରେ ମୋର ପ୍ରତିବାଦ ଜାହିର କରିବି । ସବୁ ବର୍ଗର ଲୋକ ବିଜୟଓ୍ଵାଡାସ୍ଥିତ ଇନ୍ଦିରା ଗାନ୍ଧୀ ମ୍ୟୁନିସିପାଲ୍ କର୍ପୋରେସନ୍ ଷ୍ଟାଡିୟମରେ ସମବେତ ହୋଇ ମୁଖ୍ୟମନ୍ତ୍ରୀଙ୍କ 'ନ୍ୟାୟ ପାଇଁ ଲଢ଼େଇ'ରେ ଅଂଶ ଗ୍ରହଣକାରୀ ସାଜିଛନ୍ତି ।
ଜନ୍ମଦିନରେ ପରିବାର ସହ ସମୟ ନ ବିତାଇ ଚନ୍ଦ୍ରବାବୁ ନାଇଡୁ ସକାଳ ୭ଟାରୁ ଯାଇ ଆଇଜିଏମ୍ସି ଷ୍ଟାଡିୟମ୍ରେ ଅନଶନରେ ବସିଛନ୍ତି । ରାଜ୍ୟର ପାଞ୍ଚ କୋଟି ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେ ଦିନିକିଆ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହାତ୍ମା ଗାନ୍ଧୀ, ପୋର୍ସନ୍ ଶ୍ରୀମରାମୁଲୁ, ଜ୍ୟୋତି ରାଓ ଫୁଲେଙ୍କୁ ଶ୍ରଦ୍ଧାସୁମନ ଦେଇ ସେ ମଞ୍ଚ ଉପରକୁ ଆସିଥିଲେ । ତାଙ୍କୁ ତିରୁମାଲା ମନ୍ଦିର, କନକ ଦୁର୍ଗା ମନ୍ଦିରର ପୁରୋହିତଙ୍କ ସମେତ ଇସ୍ଲାମ୍, ଖ୍ରୀଷ୍ଟିଆନ୍, ବୌଦ୍ଧ, ଶିଖ୍ ଏବଂ ଜୈନ ସମ୍ପ୍ରଦାୟର ବୟୋଜ୍ୟୋଷ୍ଠମାନେ ଆଶୀର୍ବାଦ ଦେଇଥିଲେ । ତାଙ୍କ ଦଳର କର୍ମୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ମହିଳାଙ୍କ ସମାରୋହ ଆଡ଼କୁ ଚାହିଁ ଚନ୍ଦ୍ରବାବୁ ନାଇଡୁ ନିରବରେ ବସିଥିଲେ । ଆନ୍ଧ୍ର ପାଇଁ ନ୍ୟାୟ ଲେଖା ଯାଇଥିବା ପ୍ଲାକାର୍ଡ ଧରି ଲୋକେ ମଞ୍ଚ ପାଖରେ ଚଲାବୁଲା କରୁଥିଲେ । | <urn:uuid:4b2ef361-9808-4c63-9c26-50a253eb7c54> | CC-MAIN-2018-34 | http://kanaknews.com/tdp-chief-as-he-strikes-against-centres-injustice-to-andhra/ | 2018-08-21T07:53:05Z | s3://commoncrawl/crawl-data/CC-MAIN-2018-34/segments/1534221218070.73/warc/CC-MAIN-20180821073241-20180821093241-00591.warc.gz | ory | 0.999996 | Orya | 6 | {"ory_Orya_score": 0.9999963045120239} |
ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ୍ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୧୯୮୯ ବ୍ୟାଚ୍ ଆଇପିଏସ୍ ଅଫିସର ବି. ରାଧିକାଙ୍କୁ ପଦୋନ୍ନତି ଦିଆଯିବା ସହ ନୂଆ ଦାୟିତ୍ୱ ଦିଆଯାଇଛି । ରାଧିକାଙ୍କୁ ରାଜ୍ୟ ସଶସ୍ତ୍ର ପୁଲିସ୍ (ଏସଏପି)ର ଏଡ଼ିଜି ଭାବେ ନିଯୁକ୍ତି ମିଳିଛି । ଅପରପକ୍ଷରେ ୧୯୯୮ ବ୍ୟାଚ୍ ଆଇପିଏସ୍ ରାଜେଶ କୁମାରଙ୍କୁ ରାଜ୍ୟ କ୍ରାଇମ୍ ରେକର୍ଡ଼ସ ବୁ୍ୟରୋର ନୂତନ ନିଦେ୍ର୍ଦଶକ ଭାବେ ନିଯୁକ୍ତ କରାଯାଇଛି । ଏହି ପଦବୀରେ ବି. ରାଧିକା କାର୍ଯ୍ୟ କରୁଥିଲେ । | <urn:uuid:634a8120-8691-4a7c-aaa3-4c127f7c1f0c> | CC-MAIN-2018-34 | http://odiaspotnews.in/news-details/3641 | 2018-08-14T15:59:52Z | s3://commoncrawl/crawl-data/CC-MAIN-2018-34/segments/1534221209165.16/warc/CC-MAIN-20180814150733-20180814170733-00328.warc.gz | ory | 1.000005 | Orya | 9 | {"ory_Orya_score": 1.0000054836273193} |
ଦିଲ୍ଲୀ : ଯୋଡାମୁଣ୍ଡ ଲାଗି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ଜଗା-କାଳିଆଙ୍କ ଦିଲ୍ଲୀର ଏମସରେ ଅପରେସନ କରାଯାଇ ଦୁଇ ଭାଇଙ୍କୁ ଅଲଗା କରାଯାଇଥିଲା । ଏବେ ଦୁଇ ଭାଇ ଜଗା କାଳିଆ ସୁସ୍ଥ ହେଉଛନ୍ତି । କାଳିଆ ଠୁ ଜଗା ଆହୁରୀ ଅଧିକ ଫିଟ ଅଛି । ବଳିଆର ସ୍ବାସ୍ଥ୍ୟବସ୍ଥାରେ ପାଖାପାଥି ୭୦ ପ୍ରତିଶତ ସୁଧାର ଆସିଥିବାବେଳେ ଜଗାର ଦେହ ୯୦ ପ୍ରତିଶତରୁ ଅଧିକ ସୁସ୍ଥ ଅଛି । ଏମଏସରୁ ସୁତ୍ର ଅନୁସାରେ ମିଳିଥିବା ସୂଚନା ଅନୁସାରେ ଆଉ କିଛି ଦିନ ପରେ ଏହି ଦୁଇ ଭାଇଙ୍କୁ ଏମଏସରୁ ଡି-ଚାର୍ଜ କରାଯିବ । ତେବେ ଅପରେସନ ପରର ୨ବର୍ଷ ବି ଦୁଇ ଭାଇଙ୍କ ଲାଗି ବେଶ ଗୁରୁତ୍ବ ପୂଣ୍ଣ ରହିଛି । ତେଣୁ ଏହି ଦୁଇ ଭାଇଙ୍କୁ ଭୁବନେଶ୍ବରରେ ଅବଜରଭେସନରେ ରଖାଯାଇ ଚିକିତ୍ସା କରାଯିବ ବୋଲି ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପଜେନା ସୂଚନା ଦେଇସାରିଛନ୍ତି ।
କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡାମୁଣ୍ଡ ଶିଶୁ ଜଗା ଓ କାଳିଆଙ୍କୁ ନୂଆଦିଲ୍ଲୀର ଏମସ୍ରେ ବିରଳ ଅସ୍ତ୍ରୋପଚାର ହୋଇ ୨ ଭାଇଙ୍କର ଯୋଡାମୁଣ୍ଡକୁ ଅପରେସନ କରାଯାଇ ସଫଳତା ସହ ଅଲଗା କରାଯାଇଛି। ଅକ୍ଟୋବର ୨୫ରେ ଦିଲ୍ଲୀ ଏମ୍ସରେ ଯୋଡା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏକ ବିଶାଳ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା। ଏଥିରେ ନିଶ୍ଚେତକ, ହୃଦରୋଗ, ଶିଶୁ ଚିକିତ୍ସା ବିଭାଗ, ସ୍ନାୟୁରୋଗ ଆଦି ବିଭିନ୍ନ ବିଭାଗର ଡାକ୍ତର ସାମିଲ ରହିଥିଲେ । ଅପରେସନ ଲାଗି ରାଜ୍ୟ ସରକାର କୋଟିଏ ଟଙ୍କାର ସହାୟତ ଦେବା ସହ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । | <urn:uuid:b0a06b07-e791-48bd-a95a-633ee43a4b0f> | CC-MAIN-2018-34 | http://onakhabar.com/%E0%AC%B8%E0%AD%81%E0%AC%B8%E0%AD%8D%E0%AC%A5-%E0%AC%B9%E0%AD%87%E0%AC%89%E0%AC%9B%E0%AC%A8%E0%AD%8D%E0%AC%A4%E0%AC%BF-%E0%AC%9C%E0%AC%97%E0%AC%BE-%E0%AC%95%E0%AC%BE%E0%AC%B3%E0%AC%BF%E0%AC%86/ | 2018-08-15T13:09:46Z | s3://commoncrawl/crawl-data/CC-MAIN-2018-34/segments/1534221210105.8/warc/CC-MAIN-20180815122304-20180815142304-00408.warc.gz | ory | 0.99998 | Orya | 4 | {"ory_Orya_score": 0.9999796152114868} |
ଦୈବାତ୍ ସେହି ସମୟରେ ଶିବ – ପାର୍ବତୀ ସେହି ବାଟ ଦେଇ ଭ୍ରମଣ କରିବାକୁ ବାହରି ଥାନ୍ତି ।
ଯେତେବେଳେ ପାର୍ବତୀ, ମଦନ ସେନର କାନ୍ଦ ଶୁଣିଲେ ତାଙ୍କ ମନରେ ଦୟା ଆସିଲା, ମଦନ ସେନର ଦୁଃଖ ଦୂର କରିବା ନିମନ୍ତେ ମହାଦେବଙ୍କୁ ଅନୁରୋଧ କଲେ ଆଉ ମଧ୍ୟ ଶିବଙ୍କୁ ବୁଝାଇ ଶୁଝାଇ ମଦନ ସେନଙ୍କ ପାଖକୁ ନେଇ ଆସିଲେ ।
ଭଗବାନ ଶଙ୍କର କାନ୍ଦିବାର କାରଣ ପଚାରିଲେ । ମଦନ ସେନ ଆଦ୍ୟ ପ୍ରାନ୍ତ କରି ସବୁ କଥା କହି ଗଲା । ପିତା କିପରି ଦେଶରୁ ବାହାର କରିଦେବା ଠାରୁ ଚନ୍ଦ୍ରପ୍ରଭାକୁ ସର୍ପ ଦଂଶନ କରିବା ପର୍ଯ୍ୟନ୍ତ । ତାପରେ ସେ ପ୍ରଭୁଙ୍କୁ କହିଲେ – ପ୍ରଭୁ, ଏବେ ମୁଁ ସ୍ଥିର କରିଛି ସେହି ଚିତାକୁ ଡେଇଁ ଆତ୍ମ ବଳୀ ଦେବି । କାରଣ ମୋର ପ୍ରାଣ ପ୍ରିୟା ପତ୍ନୀକୁ ଛାଡି ମୁହୂର୍ତେ ସୁଦ୍ଧା ବଂଚି ପାରିବି ନାହିଁ ।
ମଦନ ସେନ ମୁହଁରୁ ଏ ପ୍ରକାର କଥା ଶୁଣି ମହାଦେବ ଜାଣି ଗଲେ ଯେ ରାଜ କୁମାର ରାଜ କୁମାରୀଙ୍କ ବିନା ବଂଚି ପାରିବ ନାହିଁ । ଏହା ଜାଣି ପ୍ରଭୁ ମଦନ ସେନକୁ କହିଲେ – ତୋର ପରମାୟୁ ହେଉଛି ଷାଠିଏ ବର୍ଷ । ଯେଉଁଥିରୁ କୋଡିଏ ବର୍ଷ କଟି ଗଲାଣି । ଆଉ ଚାଳିଶ ବର୍ଷ ବାକି ।
ତୁ ଯଦି ତୋ ବୟସରୁ କୋଡିଏ ବର୍ଷ ହାତରେ ଜଳ ଧରି ସଂକଳ୍ପ ପୂର୍ବକ ଦେଇ ଦେବୁ, ତେବେ ଦୁହିଁଙ୍କର ବୟସ ସମାନ ହୋଇଯିବ । ଏଥିରେ ତୁ ଯଦି ରାଜି, ତେବେ ତୋର ସ୍ତ୍ରୀ ବଂଚି ଉଠିବ ।
ମଦନ ସେନ କହିଲା – ପ୍ରଭୁ ! ଏଥିରେ ମୁଁ ରାଜି । ତାପରେ ମହାଦେବ, ମଦନ ସେନ ହାତରେ ଜଳ ଦେଇ କୋଡିଏ ବର୍ଷ ଆୟୁଷ ଦେବା ପାଇଁ ସଙ୍କଳ୍ପ କରାଇ ନେଲେ । ଆଉ ତା ପୂର୍ବରୁ ମଦନ ସେନକୁ ସତର୍କ କରାଇ ଦେଲେ ଯେ ହଁ, ଯେତେ ବେଳେ ତୁ ଦେଇଥିବା ବୟସକୁ ସଙ୍କଳ୍ପ କରି ଫେରାଇ ଆଣିବୁ, ସେତିକି ବେଳେ ରାଣୀ ମରି ଯିବ । କିନ୍ତୁ ଏକଥା ରାଣୀକୁ କଦାପି କହିବୁ ନାହିଁ । କାରଣ କଥାଟାକୁ ଗୋପନ ରଖିଥିଲେ କେତେ ବେଳେ ତୋର କାମରେ ଆସିବ । | <urn:uuid:29a77f19-6646-4a30-8181-d8353bc7186a> | CC-MAIN-2018-34 | http://odiagapa.com/%E0%AC%B0%E0%AC%BE%E0%AC%9C%E0%AC%BE-%E0%AC%AE%E0%AC%A6%E0%AC%A8-%E0%AC%B8%E0%AD%87%E0%AC%A8-%E0%AC%95%E0%AC%A5%E0%AC%BE/2/ | 2018-08-17T07:01:09Z | s3://commoncrawl/crawl-data/CC-MAIN-2018-34/segments/1534221211933.43/warc/CC-MAIN-20180817065045-20180817085045-00568.warc.gz | ory | 1.000004 | Orya | 4 | {"ory_Orya_score": 1.0000039339065552} |
ଲଣ୍ଡନ୍: ଦୁଇ ଦିନ ପରେ ବଦଳି ଯାଇଛି ପାଗ। ଆଉ ପାଗ ବଦଳିବା ସହ ଐତିହାସିକ ଲର୍ଡସ୍ ଗ୍ରାଉଣ୍ଡ୍ରେ ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ୍ ସିରିଜ୍ରେ କମ୍ବ୍ୟାକ୍ର ଆଶା ବି ମଉଳିବାରେ ଲାଗିଛି।
ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟର୍ ତୃତୀୟ ଦିନ ଶେଷ ଖବର ସୁଦ୍ଧା ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସ୍ରେ ୫ ୱିକେଟ୍ ହରାଇ ୨୭୮ ରନ୍ କରିବା ସହ ୧୭୧ ରନ୍ରେ ଆଗୁଆ ରହିଛି। ୱିକେଟ୍ କିପର୍ ବ୍ୟାଟସ୍ମ୍ୟାନ୍ ଜନ୍ନି ବେୟାରଷ୍ଟୋଙ୍କ ସହ ଅଲରାଉଣ୍ଡର କ୍ରିସ୍ ୱକ୍ସ ୬ଷ୍ଠ ୱିକେଟ୍ ପାଇଁ ଶତକୀୟ ଭାଗିଦାରୀ କରି ଭାରତୀୟଙ୍କ ପାଇଁ ଚିନ୍ତାର କାରଣ ସାଜିଛନ୍ତି।
ଶେଷ ଖବର ସୁଦ୍ଧା ବେୟାରଷ୍ଟୋ ୮୦ ରନ୍ ଓ ୱକ୍ସ ୮୫ ରନ୍ କରି ଅପରାଜିତ ରହିଛନ୍ତି।
ପ୍ରଥମ ଇନିଂସ୍ରେ ଇଂଲଣ୍ଡ୍ ବଡ଼ଧରଣର ଅଗ୍ରଣୀ ନେଲେ ବିରାଟ୍ ବାହିନୀ ପାଇଁ ମ୍ୟାଚ୍ ବଞ୍ଚାଇବା କଷ୍ଟକର ହୋଇପଡ଼ିବ।
ଭାରତର ପ୍ରଥମ ଇନିଂସ୍ ସ୍କୋର୍ ୧୦୭ ରନ୍ ଜବାବ୍ରେ ଆଜି ବ୍ୟାଟିଂ ଆରମ୍ଭ କରିଥିବା ଟିମ୍ ଇଂଲଣ୍ଡକୁ ଏକ ଇନ୍ ସୁଇଂ ଜରିଆରେ ପ୍ରଥମ ଝଟ୍କା ଦେଇଥିଲେ ଭାରତୀୟ ସ୍ପଡ୍ଷ୍ଟାର୍ ମହମ୍ମଦ ସାମି।
କିନ୍ତୁ ୫ମ ୱିକେଟ୍ ପାଇଁ ବେୟାରଷ୍ଟୋ ଓ ବଟଲର୍ ଦ୍ରୁତ ୪୨ ରନ୍ ଯୋଡ଼ି ଇଂଲଣ୍ଡକୁ ଏକ ବଡ଼ ଅଗ୍ରଣୀ ଆଡ଼କୁ ନେଇଥିଲେ। ତେବେ ବଟଲର୍ଙ୍କୁ ପ୍ୟାଭିଲିୟନ୍ର ରାସ୍ତା ଦେଖାଥିଲେ ସାମି।
କିନ୍ତୁ ଏହାପରେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ବଦଳରେ ଦଳକୁ ଫେରିଥିବା କ୍ରିସ୍ ୱକ୍ସ ଅର୍ଦ୍ଧଶତକ ହାସଲ କରିବା ଥିଲା ଇଂଲିଶ ପ୍ରଥମ ଇନିଂସର ପ୍ରମୁଖ ଘଟଣା। ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ୍ ଦଖଲ କରିଛନ୍ତି। | <urn:uuid:44d11afe-9a9b-4cc8-9023-6c7ac34d9e29> | CC-MAIN-2018-34 | https://odishareporter.in/sports/india-loses-grip-over-lords-test-262832/ | 2018-08-17T07:51:21Z | s3://commoncrawl/crawl-data/CC-MAIN-2018-34/segments/1534221211933.43/warc/CC-MAIN-20180817065045-20180817085045-00568.warc.gz | ory | 0.999995 | Orya | 4 | {"ory_Orya_score": 0.9999946355819702} |
କନକ ବ୍ୟୁରୋ : ଖସିପଡିଲା ହେଲିକପ୍ଟର । ତୀର୍ଥଯାତ୍ରୀଙ୍କୁ ନେଇ ବଦ୍ରିନାଥରୁ ହରିଦ୍ୱାର ଆସୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟର କ୍ରାସ ହେବା ଯୋଗୁଁ ଘଟଣାସ୍ଥଳରେ ଜଣେ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ଯାତ୍ରୀକ ତ୍ରୁଟି ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ପୁଲିସ ଦୁର୍ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଆଜି ସକାଳେ ତୀର୍ଥ ଯାତ୍ରୀଙ୍କୁ ନେଇ ବଦ୍ରିନାଥରୁ ଟେକ୍ ଅଫ କରିବା ମାତ୍ରେ ହେଲିକପ୍ଟରଟି ତଳକୁ ଖସି ପଡିଥିଲା ।
ଦୁର୍ଘଟଣା ପରେ ହେଲିକପ୍ଟରରୁ ବାହାରିବା ସମୟରେ ବ୍ଲେଡରେ ଆଘାତ ଯୋଗୁ ଚିଫ୍ ଇଞ୍ଜିନିୟର ବିକ୍ରମ ଲାମ୍ବାଙ୍କ ମୃତ୍ୟୁ ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି । ତେବେ ଦୁଇ ପାଇଲଟ ସାମାନ୍ୟ ଆହତ ହୋଇଥିବାବେଳେ ପାଂଚ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଗଢୱାଲ କମିଶନର ବିନୋଦ ଶର୍ମାଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତରାଖଣ୍ଡ ମୁଖ୍ୟ ସଚିବ ଏସ୍ ରାମସ୍ୱାମୀ । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ମୁମ୍ବାଇର କ୍ରିଷ୍ଟାଲ ଏଭିଏସନ କମ୍ପାନୀର ବୋଲି ଜଣାପଡିଛି । | <urn:uuid:0198a450-2bed-4f5b-a5e3-3ab2f219a0a4> | CC-MAIN-2018-34 | http://kanaknews.com/badrinath-to-haridwar-helicopter-crash-chief-engineer-dead/ | 2018-08-19T03:40:00Z | s3://commoncrawl/crawl-data/CC-MAIN-2018-34/segments/1534221214691.99/warc/CC-MAIN-20180819031801-20180819051801-00008.warc.gz | ory | 1.000008 | Orya | 4 | {"ory_Orya_score": 1.0000079870224} |
ସାରା ଦେଶରେ ୧ ଜୁଲାଇରୁ ଲାଗୁ ହେଉଛି ଜିଏସଟି । ଏଥିପାଇଁ ମନୋରଞ୍ଚନ ଜଗତରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି । ମନୋରଞ୍ଜନ ଜଗତରେ ଏବେ ସବୁ ରାଜ୍ୟରେ ଏକ ପ୍ରକାର କର ଆଦାୟ କରାଯିବ । ଜିଏସଟି କାଉନସିଲ ଏହି ଦର ୧୮ ଓ ୨୮ ପ୍ରତିଶତ ନେବା ପାଇଁ ନିଷ୍ପତି ନେଇଛି । ଜିଏସଟି ଅନୁସାରେ ଏବେ ସିନେମାର ଯେଉଁ ଟିକଟ ୧୦୦ ଟଙ୍କାରୁ କମରେ ମିଳୁଛି, ତା'ଉପରେ ୧୮ ପ୍ରତିଶତ କର ଦେବାକୁ ପଡ଼ିବ ।
ଏହାସହ ୧୦୦ ଟଙ୍କାରୁ ଅଧିକ ଟଙ୍କାର ଟିକଟ ଉପରେ ୨୮ ପ୍ରତିଶତ କର ଦେବାକୁ ହେବ । ଏବେ ପର୍ଯ୍ୟନ୍ତ ସିନେମାରେ ମନରୋଞ୍ଜନ କର ଆଦାୟ କିରବାର ଅଧିକାର କେବଳ ଥିଲା ରାଜ୍ୟର । ଆଞ୍ଚଳିକ ସିନେମାରେ ସବୁ ରାଜ୍ୟ ମନରୋଞ୍ଜନ କର ରେ ରିହାତି ଦେଇଥାଆନ୍ତି । ଯେପରି ମହାରାଷ୍ଟ୍ରରେ ବଲିଉଡ଼ ସିନେମା ପାଇଁ ୪୫ ପ୍ରତିଶତ କର ଆଦାୟ କରୁଥିବାେବେଳ ମରାଠୀ ସିନେମା ପାଇଁ ମାତ୍ର ୭ ପ୍ରତିଶତ ଆଦାୟ କରନ୍ତି ।
ଜିଏସଟିର ପ୍ରଭାବ ସବୁ ସିଙ୍ଗିଲ୍ ସ୍କ୍ରିନ ସିନେମା ହଲରେ ଉପରେ ଅଧିକ ପଡ଼ିବ । ରାଜସ୍ଥାନ ଓ ଛତିଶଗଡ଼ ରାଜ୍ୟ ନିଜର ଆଞ୍ଚଳିକ ସିନେମା ପାଇଁ କର ମୁକ୍ତ କରିଦେଇଛି । ଏମିତିରେ ୧୮ ପ୍ରତିଶତ ଓ ୨୮ ପ୍ରତିଶତ କର ଆଞ୍ଚଳିକ ସିନେ ନିର୍ମାତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ । ଆମ ଦେଶରେ ମାତ୍ର ୯୦୦ ସିଙ୍ଗିଲ ସ୍କ୍ରିନ୍ ସିନେମା ଘର ଅଛି ଯାହା ଭାରତ ଜନସଂଖ୍ୟାକୁ ଦେଖିଲେ ବହୁତ କମ୍ । ଜିଏସଟି ଲାଗୁ ହେଲେ ଏହି ସିଙ୍ଗିଲ ସ୍କ୍ରିନ୍ ସିନେମା ଘରଗୁଡ଼ିକ ବନ୍ଦ ହେବାପାଇଁ ବାଧ୍ୟ ହେବେ । | <urn:uuid:4bd3255a-89a3-44ed-ae78-06b94193ecd4> | CC-MAIN-2018-34 | http://kanaknews.com/gst-good-for-bollywood-but-regional-cinema-likely-to-be-hit/ | 2018-08-19T03:39:58Z | s3://commoncrawl/crawl-data/CC-MAIN-2018-34/segments/1534221214691.99/warc/CC-MAIN-20180819031801-20180819051801-00008.warc.gz | ory | 1.000006 | Orya | 4 | {"ory_Orya_score": 1.0000056028366089} |
କୃଷ୍ଣପୁରରେ କୃଷ୍ଣଶାସ୍ତ୍ରୀ ନାମକ ଜଣେ ପଣ୍ଡିତ ଥା'ନ୍ତି । ତାଙ୍କ ଘରର ପଛପଟେ ଏକ ଗଭୀର କୁଅ ଥାଏ, ତାକୁ ସମସ୍ତେ ପାତାଳ ଗଙ୍ଗା କହୁଥାନ୍ତି । ସେ କୁଅରେ ଥାଏ ଏକ କଚ୍ଛପ । କୁହାଯାଏ କୃଷ୍ଣଶାସ୍ତ୍ରୀଙ୍କ ଜେଜେବାପା ତାକୁ ସେଥିରେ ଆଣି ଛାଡିଥିଲେ ।
କୃଷ୍ଣଶାସ୍ତ୍ରୀଙ୍କ ଘର ପଛପଟେ ଏକ ବିରାଟ ଖୋଲା ସ୍ଥାନ ଥାଏ । ସେଠାରେ ଗ୍ରାମର ଲୋକମାନେ ଆସି ଏକତ୍ରିତ ହୁଅନ୍ତି । କୃଷ୍ଣଶାସ୍ତ୍ରୀ ସେଠାରେ ପୁରାଣ ପଢି ସମସ୍ତିଙ୍କୁ ଶୁଣାନ୍ତି । କୁଅଟି ସେହିପଟରେ ଥାଏ । କେହି କେହି ସେଥିରୁ ପାଣି କାଢି ହାତ ମୁହଁ ଧୁଅନ୍ତି ଓ ଭକ୍ତିଭାବରେ ପୁରାଣ ଶୁଣନ୍ତି ।
କେହିକେହି କହନ୍ତି ଯେ କୂପମଣ୍ଡୁକ ନ ହୋଇ ଜ୍ଞାନୀଲୋକ ପାଖରୁ ପୁରାଣ ଶୁଣି ଜ୍ଞାନ ଅର୍ଜନ କରି ଜୀବନକୁ ସାର୍ଥକ କରିବା ଉଚିତ୍ । ଏସବୁ ଶୁଣି ଶୁଣି ପାତାଳ ଗଙ୍ଗାରେ ଥିବା କଚ୍ଛପର ମନ ମଧ୍ୟରେ ଚିନ୍ତା ପଶିଲା । ସେ ଭାବିଲା, "ମୁଁ ତ କୁଅରେ ରହିଛି । ମୁଁ କ'ଣ କୂପମଣ୍ଡୁକ ପରି ହୋଇଗଲି ନା କ'ଣ? ମୁଁ ଦିନେ ନା ଦିନେ ଏଠାରୁ ବାହାରକୁ ଯାଇ ଜୀବନକୁ ସାର୍ଥକ କରିବାକୁ ଚାହେଁ ଭଗବାନତ ପୁଣି ଦିନେ ମୋହରି ରୂପ ନେଇ ଧରା ପୃଷ୍ଠରେ ଅବତାର ଗ୍ରହଣ କରିଥିଲେ ।" ମନ ଭିତରେ ତା'ର ଏହି ଅଭିପ୍ସା ଜାଗ୍ରତ ହେଲା ।
ଦିନେ କୌଣସି ଭକ୍ତ ପାଣି କାଢିଲାବେଳେ କଚ୍ଛପଟି ମଧ୍ୟ ବାଲ୍ଟିରେ ଚଢି ବାହାରକୁ ଆସିଲା ସେତେବେଳେ କୃଷ୍ଣଶାସ୍ତ୍ରୀ ଦଶ ଅବତାରଙ୍କର କାହାଣୀ ବିଷୟରେ ବୁଝାଉଥିଲେ । ଠିକ୍ ସେତିକିବେଳେ କୁଅରୁ କୁର୍ମାବତାରଙ୍କର ଆଗମନ ହେଲା । ଭକ୍ତମାନେ ବଡ ଉତ୍ସୁକ ହୋଇ ସେ କଚ୍ଛପକୁ ଦେଖିଲେ ।
ସେ କଚ୍ଛପଟି ଆକାରରେ ଖୁବ୍ ବିରାଟ ଥିଲା । ତାକୁ ଦେଖିବାମାତ୍ରେ କୃଷ୍ଣଶାସ୍ତ୍ରୀ କହିଲେ, "ମନେ ହେଉଛି, ସାକ୍ଷାତ୍ ବିଷ୍ଣୁ କୁର୍ମ ଅବତାର ରୂପରେ ଏଠାକୁ ଚାଲି ଆସିଲେ । ଆମ ସମସ୍ତିଙ୍କର ଜନ୍ମ ସଫଳ ହେଲା ।" ଏତିକି କହି ସେ କଚ୍ଛପକୁ ପ୍ରଣାମ କଲେ । ଏକଥା ଦେଖି ଭକ୍ତମାନେ ମଧ୍ୟ ସେ କଚ୍ଛପକୁ ପ୍ରଣାମ କରିବାକୁ ଲାଗିଲେ । ଏସବୁ ଦେଖି କଚ୍ଛପ ଗର୍ବରେ ଫୁଲି ଉଠିଲା । ସେ ଅତି ଖୁସି ହୋଇ ଭାବିଲା, "ଆଃ, ମୁଁ ତ ଭଗବାନ ବିଷ୍ଣୁଙ୍କର ଅବତାର ବନିଗଲିଣି ମୁଁ କେତେ ଭାଗ୍ୟବାନ୍ ବୋଲି ଏମାନେ ମୋତେ ପ୍ରଣାମ କରୁଛନ୍ତି ।" ତା'ପରେ ସେ ନିର୍ଭୟରେ ଭକ୍ତଜନଙ୍କ ପ୍ରତି ସ୍ନେହଦୃଷ୍ଟିରେ ଚାହିଁ ରହିଲା । ଭକ୍ତମାନେ ମଧ୍ୟ ଖୁସି ହୋଇ ଜୟଧ୍ୱନି କଲେ, "କୁର୍ମାବତାରଙ୍କର ଜୟ । ଆମେ ଧନ୍ୟ ହେଲୁ ।"
କୃଷ୍ଣଶାସ୍ତ୍ରୀ ସେ କଚ୍ଛପଟିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୁର ଚନ୍ଦନ ପିନ୍ଧାଇ ଦେଇ ମନ୍ଦିର ପିଣ୍ଡାରେ ତାକୁ ବସାଇଦେଲେ । ତା'ପରେ ନଡିଆ ଭାଙ୍ଗି, ଦୀପ ଧରି, ଆଳତୀ କରି ତା'ର ପୂଜା କଲେ । ଭକ୍ତଜନ ସବୁ କୁର୍ମାବତାରଙ୍କର ଜୟଜୟକାର କଲେ । ତା'ପରେ ସେମାନଙ୍କର ଯୋଜନା ହେଲା କୁର୍ମାବତାରଙ୍କ ମନ୍ଦିର ବନାହେବ । ଏଣୁ ଚାନ୍ଦା ବି ଆଦାୟ ହେଲା । ଏଣେ କୃଷ୍ଣଶାସ୍ତ୍ରୀଙ୍କର ମଧ୍ୟ ରୋଜଗାର ଭଲ ହେଲା । ସେ ଆନନ୍ଦରେ ବିଭୋର ।
ତା'ପରେ ତାଙ୍କ ମନକୁ ଏକ ଚିନ୍ତା ଆସିଲା । ମନ୍ଦିର ତିଆରି ହୋଇଗଲେ ତ କଚ୍ଛପକୁ ସେଠାକୁ ନେଇଯିବେ ତେବେ ତାଙ୍କର ରୋଜଗାର ବନ୍ଦ ହୋଇଗଲେ କ'ଣ କରାଯିବ । ଏବିଷୟରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ ପରାମର୍ଶ କଲେ ।
ପରଦିନହିଁ କୃଷ୍ଣଶାସ୍ତ୍ରୀଙ୍କ ସ୍ତ୍ରୀଙ୍କ ମଧ୍ୟରେ କୂର୍ମାବତାର ପ୍ରକଟିତ ହେଲେ । ସେ କହିଲେ, "ମୋ ପାଇଁ ତୁମେ ମନ୍ଦିର ତିଆରି କର ନାହିଁ । ହେ ମୋର ପ୍ରିୟ ଭକ୍ତମାନେ ମୋ କଥା ଯଦି ନ ମାନିବ ତ ମୋର ଜୀବନ ସମାପ୍ତ ହୋଇଯିବ । ଯଦି କଥା ଶୁଣିବ ତ ତୁମର ମଙ୍ଗଳ ହେବ ।"
ଏହା ଶୁଣି ଭକ୍ତମାନେ ମନ୍ଦିର ବନାଇବାର ଯୋଜନା ବନ୍ଦ କଲେ । କଚ୍ଛପ ଏସବୁ ଦେଖିଥିଲା । କୃଷ୍ଣଶାସ୍ତ୍ରୀଙ୍କ ଏଭଳି ନାଟକ ଦେଖି ସେ ରାଗିଗଲା । ଏଣେ କୃଷ୍ଣଶାସ୍ତ୍ରୀ କଚ୍ଛପକୁ ନମସ୍କାର କରି କହିଲେ, "ହେ କୂର୍ମରାଜ । ତମେ କୁଅରୁ ବାହାରକୁ ଆସିବାରୁ ତୁମର ଓ ମୋର ଜୀବନ ଅତ୍ୟନ୍ତ ଆନନ୍ଦରେ ବିତୁଛି । ଏମିତି ସବୁଦିନେ ପଇସା ଆସୁ । ମୁଁ ତୁମ ପାଇଁ ସୁନା ରୂପାର ଅଳଙ୍କାର ସବୁ ବନାଇ ଦେବି ।"
କଚ୍ଛପକୁ ଏସବୁ ଭଲ ଲାଗିଲା ନାହିଁ । ସେ ଭାବିଲା ଯେ ଏହି ମନୁଷ୍ୟ ନାମକ ପ୍ରାଣୀ ବଡ ସ୍ୱାର୍ଥୀ ଓ ସେଥିପାଇଁ ସେ ଅନ୍ୟକୁ ଠକାଇ ଥାଏ । ସେ ମନ ଭିତରେ ବଡ ଦୁଃଖୀ ଥିଲା । ଭାବିଲା ଯେ ସେ କୁଅ ଭିତରେ ବରଂ ବହୁତ ଆନନ୍ଦରେ ଥିଲା ।
କିଛିଦିନ ମଧ୍ୟରେ କୃଷ୍ଣଶାସ୍ତ୍ରୀ ଅନେକ ଜମିବାଡି କିଣିଲେ ଓ ବିରାଟ କୋଠା ସବୁ ବନାଇଲେ । ଅନ୍ୟମାନେ ତାଙ୍କୁ ଦେଖି ଇର୍ଷ୍ୟା କଲେ । ତେଣୁ ଦିନେ ସେ କଚ୍ଛପକୁ ନେଇ ଗାଁମୁଣ୍ଡରେ ଥିବା ପୋଖରୀରେ ଛାଡିଦେଇ ଆସିଲେ ।
ପରଦିନ ପୁଣି ତାଙ୍କ ପତ୍ନୀଙ୍କ ମଧ୍ୟରୁ କୂର୍ମାବତାର ପ୍ରକଟ ହୋଇ କହିଲେ, "ମୁଁ କୃଷ୍ଣଶାସ୍ତ୍ରୀଙ୍କ ପତ୍ନୀଙ୍କ ମଧ୍ୟରେ କୂର୍ମାବତାର କହୁଛି । ତୁମ ମଧ୍ୟରେ ଥିବା ଇର୍ଷ୍ୟା ଦ୍ୱେଷ ଯୋଗୁଁ ମୁଁ ବଡ ଦୁଃଖିତ । ତୁମେମାନେ ଯଦି ନିଜ ନିଜ ଭିତରେ ପ୍ରେମଭାବ ନେଇ ରହିବ ତ ମୁଁ ତୁମମାନଙ୍କୁ ପୁଣି ଥରେ ଦର୍ଶନ ଦେବି । ତେଣୁ ନିଜ ମଧ୍ୟରେ ଥିବା ଝଗଡା ଅତି ଶୀଘ୍ର ଶେଷ କର ।"
ତା'ପରେ କୁର୍ମାବତାରଙ୍କୁ ପୁଣି କୃଷ୍ଣଶାସ୍ତ୍ରୀଙ୍କ ଘରକୁ ଅଣାଗଲା ଓ ମହାସମାରୋହରେ ତାଙ୍କର ପୂଜା କରାଗଲା । ଏବେ ଭକ୍ତଜନ ପୂର୍ବ ପରି କୂର୍ମାବତାରଙ୍କ ପାଖକୁ ବଡ ଭକ୍ତିରେ ଯିବାଆସିବା କଲେ । କୃଷ୍ଣଶାସ୍ତ୍ରୀଙ୍କର ମଧ୍ୟ ପୂର୍ବପରି ରୋଜଗାର ବଢିଲା ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । | <urn:uuid:94e4323e-437e-4aee-a706-743683cdb94c> | CC-MAIN-2018-34 | http://odiagapa.com/%E0%AC%95%E0%AD%81%E0%AC%B0%E0%AD%8D%E0%AC%AE%E0%AC%BE%E0%AC%AC%E0%AC%A4%E0%AC%BE%E0%AC%B0/ | 2018-08-19T03:37:42Z | s3://commoncrawl/crawl-data/CC-MAIN-2018-34/segments/1534221214691.99/warc/CC-MAIN-20180819031801-20180819051801-00008.warc.gz | ory | 1.000001 | Orya | 6 | {"ory_Orya_score": 1.000001072883606} |
ଆଜିର ଯୁବପୀଢିଙ୍କ ପାଇଁ ସ୍ମାର୍ଟଫୋନ ବ୍ୟବହାର ଏକ ଫ୍ୟାସନରେ ପରିଣତ ହୋଇଗଲାଣି । ସେହିପରି ସ୍ମାର୍ଟଫୋନର ଚାହିଦା ବଢିବା ସହ ହେଡଫୋନର ବି କ୍ରେଜ ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଲୋକଙ୍କର ଏହି ପାଗଳାମୀ କାରଣରୁ ପ୍ରତିଦିନ କେହି ନା କେହି , କେଉଁଠି ନା କେଉଁଠି ଦୁର୍ଘଟଣାର ଶିକାର ହେଉଛନ୍ତି ଆଉ ଅକାଳରେ ମୃତ୍ୟୁର ମୁହଁ ଦେଖିବାକୁ ପଡୁଛି । ତେବେ ଏକଥା ଆମେ କହୁ ନାହିଁ ବରଂ ନିକଟରେ ଏକ ଅଧ୍ୟୟନରୁ ହିଁ ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା ।
ଏହାବ୍ୟତୀତ ଏହାର ଏକ ସଦ୍ୟ ଉଦାହରଣ ହେଲା କୁଶୀନଗରରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯେଉଁଥିରେ ୧୨ ଜଣ କୋମଳମତି ଶିଶୁଙ୍କର ଜୀବନ ଆଖି ପିଛୁଳାକେ ଚାଲି ଯାଇଥିଲା । ସେମାନେ ଭାବିଥିଲେ ସବୁଦିନ ଭଳି ସେଦିନ ବି ସେମାନେ ସ୍କୁଲ ଯିବେ ଆଉ ପାଠ ପଢିବେ , ସାଙ୍ଗମାନଙ୍କ ସହ ଖେଳିବେ ହେଲେ କିଏ ଜାଣିଥିବା ସେଦିନ ସେମାନଙ୍କ ଜୀବନର ଶେଷଦିନ ହେବ ବୋଲି । ଆମେ ଏଠାରେ ନିକଟରେ କୁଶୀନଗରରେ ଘଟିଥିବା ଭୟାନକ ଦୁର୍ଘଟଣା ବିଷୟରେ କହୁଛୁ । ଏଠାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ରେଲୱେ କ୍ରସିଂରେ ଏକ ଟ୍ରେନକୁ ଧକ୍କା ଦେବା କାରଣରୁ ଘଟଣାସ୍ଥଳରେ ହିଁ । ୧୨ ଜଣ ନୀରିହ ଶିଶୁଙ୍କୁ ପ୍ରାଣବାୟୁ ଚାଲିଯାଇଥିଲା ଏବଂ ଅନ୍ୟ ୧୨ ଜଣ ପିଲା ଗୁରୁତର ଭାବରେ ଆହାତ ହୋଇ ଏବେବି ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ଏଭଳି ଏକ ବଡ ଦୁର୍ଘଟଣା ପଛର କାରଣ ଯଦି ଆପଣ ଜାଣିବେ ତେବେ ଆପଣ ବି ନିଜକୁ କେବେ କ୍ଷମା କରିପାରିବେ ନାହିଁ । ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହି ଦୁର୍ଘଟଣା ପାଇଁ ଦାୟୀ ହେଉଛି ହେଡଫୋନ । ଆଜ୍ଞା ହଁ ! ହେଡଫୋନ । ସୂଚନା ମୁତାବକ, ଦୁର୍ଘଟଣା ସମୟରେ ପିଲାଙ୍କୁ ନେଇ ଯାଉଥିବା ଏହି ଭ୍ୟାନଟିର ଡ୍ରାଇଭର ହେଡଫୋନରେ ଗୀତ ଶୁଣି ଶୁଣି ଡ୍ରାଇଭିଂ କରୁଥିଲେ । ଯେଉଁ କାରଣରୁ ଟ୍ରେନର ହର୍ଣ୍ଣ ତାଙ୍କୁ ଶୁଣାଯାଇନଥିଲା । ଫଳରେ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ତେବେ ଦେଶରେ ଏଭଳି ଘଟଣା ଘଟିବା କୌଣସି ନୂଆ ନୁହେଁ ବରଂ ପୂର୍ବରୁ ବି ଏହି ହେଡଫୋନକୁ ନେଇ ଅନେକ ଦୁର୍ଘଟଣା ଘଟିଛି ଆଉ ଅନେକ ଲୋକଙ୍କୁ ଜୀବନ ମଧ୍ୟ ଯାଇଛି । ଯାହାର ଏକ ଅଧ୍ୟୟନ କରିଥିଲା ଏମ୍ସର ଟ୍ରୋମା ସେଂଟର । ଏହି ଅଧ୍ୟୟନ ଅନୁସାରେ ,ଦେଶରେ ଘଟୁଥିବା ଅଧିକାଂଶ ଦୁର୍ଘଟଣାର ଦାୟୀ ହେଉଛି ହେଡଫୋନ । କାରଣ କାନରେ ହେଡଫୋନ ଲଗାଇ ରାସ୍ତା ପାରି ହେବା କିମ୍ବା ରାସ୍ତାରେ ଚାଲୁଥିବା ସମୟରେ ଆମର ପୂରା ଏକାଗ୍ରତା ଫୋନଉପକୁ ହିଂ ଚାଲିଆସିଥାଏ । ଯାହାଦ୍ୱାରା ଆମକୁ ଜଣା ପଡିନଥାଏ କି ଆଖପାଖରେ କଣ ଘଟୁଛି । ଫଳରେ ଆମେ ଦୁର୍ଘଟଣା ଶିକାର ହୋଇଥାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ଡବ୍ଲୁଏଚଓର ସୂଚନା ଅନୁସାରେ, ଅଡିଓ ଡିଭାଇସ ବ୍ୟବହାର ଦ୍ୱାରା ସଂପୂର୍ଣ୍ଣ ବିଶ୍ୱର ପାଖାପାଖି ୧୦୧ କୋଟି ଯୁବା ଶ୍ରବଣ ଶକ୍ତିର କ୍ଷମତା ହରାଇବସିଥାନ୍ତି । | <urn:uuid:39fa1dcd-f9f8-4137-9135-99e85ed37ccd> | CC-MAIN-2018-34 | http://kanaknews.com/special-headphone-is-risky-for-your-life/ | 2018-08-20T22:14:56Z | s3://commoncrawl/crawl-data/CC-MAIN-2018-34/segments/1534221217354.65/warc/CC-MAIN-20180820215248-20180820235248-00168.warc.gz | ory | 1.000004 | Orya | 6 | {"ory_Orya_score": 1.0000039339065552} |
କନକ ବ୍ୟୁରୋ : ପୋଖରୀରେ ମାଛ ଧରିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମାଛ ଧରାଳିଙ୍କ ମୃତ୍ୟୁ । କେନ୍ଦ୍ରପଡା ଜିଲ୍ଲା ପୁରୋଷୋତ୍ତମପୁର ବରହମପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ପୋଖରିରୁ ମାଛ ଚୋରିକୁ ରୋକିବା ପାଇଁ ଚାରି ପାଶ୍ୱର୍ରେ କରେଂଟ ଚାର୍ଜ କରିଥିଲେ ନିଲାମଧାରୀ ମଂଟୁ ପାଣି । ସକାଳୁ ସକାଳୁ ମଂଟୁଙ୍କ ଉପସ୍ଥିତିରେ ପୋଖରିରେ ମାଛ ଧରାଳି ମାଛ ଧରିବାକୁ ପଶିବା ପୂର୍ବରୁ ବିଦ୍ୟୁତ୍ ସଂଯୋଗ କାଟିବାକୁ ଭୁଲିଯାଇଥିଲେ । ଆଉ ପୋଖରିରେ ପଶୁପଶୁ ୨ ମାଛଧରାଳିଙ୍କ ଜୀବନ ଯାଇଥିଲା । ମୃତକ ମାନେ ସେହିଗ୍ରାମର ଅମରେନ୍ଦ୍ର ପ୍ରଧାନ ଓ ଅରଖିଆ ଗ୍ରାମର ଗୋକୁଳ ଦଳେଇ ବୋଲି ଜଣାପଡିଛି । ଗ୍ରାମବାସୀ ମୃତଦେହକୁ ଉଦ୍ଧାର କରିବା ସହ ନିଲାମଧାରୀକୁ ଅଟକ ରଖିଛନ୍ତିି ।
ସୂଚନାଯୋଗ୍ୟ ଉକ୍ତ ପୋଖରୀରେ ମାଛ ଚାଷ କରିବାକୁ ଆଠ ଦଶ କିଲୋମିଟର ଦୂର ଅଙ୍ଗୁଳାଇ ଗାଁ'ର ମଣ୍ଟୁ ପାଣି ଲିଜ୍ ନେଇ ଥିଲେ। କାଳେ ମାଛ ଚୋରି ହୋଇଯିବ ସେଥିପାଇଁ ସେ ପ୍ରତି ସନ୍ଧ୍ୟାରେ ଆସି ପୋଖରୀଠୁ ୨୦୦ ମିଟର୍ ଦୂରରେ ଅବସ୍ଥିତ ତପନ ରାଉତଙ୍କ ଘରୁ ଏକ ଜି. ଆଇ. ତାର ଟାଣି ପୋଖରୀରେ ପକାଇ ତା' ମଧ୍ୟକୁ ବିଜୁଳି ପ୍ରବାହ କରାଉଥିଲେ ଓ ସକାଳେ ଆସି ବିଜୁଳି ସଂଯୋଗ କାଟି ଦେଉଥିଲେ। ଦୁର୍ୟୋଗକୁ ଆଜି ତାହା କରି ନ ଥିଲେ।ମାଛ ମାରିବାକୁ ଆଜି ସକାଳେ ଚାରି ପାଞ୍ଚଜଣ ଆସିଥିଲେ। ପ୍ରଥମେ ଦୁଇ ଜଣ ପୋଖରୀରେ ପଶିବା ମାତ୍ରେ ବିଜୁଳି ଆଘାତ ପାଇ ମରିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ପୋଖରୀରେ ଅନ୍ୟ ଜଣେ ପଶୁଥିବାବେଳେ ବିଜୁଳି ଆଘାତ ପାଇ ଥିଲେ ମଧ୍ୟ ଆହତ ହୋଇ ବଞ୍ଚି ଯାଇଛନ୍ତି।ଏବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚିଛି। ଉତ୍ତ୍ୟକ୍ତ ଲୋକେ ମଣ୍ଟୁ ପାଣିଙ୍କୁ ଏକ ଘରେ ପୂରାଇ ଅଟକ ରଖିଛନ୍ତି। | <urn:uuid:829ce0d9-3a65-44d1-a16a-08eead90edf6> | CC-MAIN-2018-34 | http://kanaknews.com/two-dies-after-electrocution-while-fishing-in-the-pond-in-kendrapara/ | 2018-08-20T22:14:58Z | s3://commoncrawl/crawl-data/CC-MAIN-2018-34/segments/1534221217354.65/warc/CC-MAIN-20180820215248-20180820235248-00168.warc.gz | ory | 0.999976 | Orya | 6 | {"ory_Orya_score": 0.9999756813049316} |
କିଛି ଦିନ ଆଗରୁ ଭାରତୀୟ ଚଳଚିତ୍ର ଇତିହାସର ସର୍ବଶ୍ରେଷ୍ଠ ଚଳଚିତ୍ର ବାହୁବଳୀକୁ ନେଇ ବକ୍ସ ଅଫିସରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଯାହାର ଏକ ଦୃଶ୍ୟରେ ରାଣୀ ଶିବଗାମୀ ବାହୁବଳୀଙ୍କୁ ବଂଚାଇବାକୁ ଅଥଳ ଜଳରାଶି ଭିତରେ ନିଜ ଜୀବନକୁ ବାଜି ଲଗାଇଥିଲେ । ଇଶ୍ୱରଙ୍କ ପାଖରେ ନିଜକୁ ସମର୍ପି ହାତରେ ଶିଶୁ ମହେନ୍ଦ୍ର ବାହୁବଳୀଙ୍କୁ ବଂଚାଇ ରଖିଥିଲେ ଶିବଗାମୀ । ଯିଏ ପରବର୍ତ୍ତୀ ପର୍ଯ୍ୟାୟରେ ମାହେଶ୍ମତୀ ସାମ୍ରାାଜ୍ୟର ରକ୍ଷକ ସାଜିଥିଲେ ।
ରାଜନୀତିର ଚର୍ଚ୍ଚା ଆଉ ପର୍ଯ୍ୟାଲୋଚନା ଭିତରେ ବାହୁବଳୀର ସନ୍ଦର୍ଭ ଉଠିବା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ହେଲେ ଏହାର ପ୍ରାସଙ୍କିତା ରହିଛି । ଯେତେବେଳେ ବିଜୁ ଜନତା ଦଳର ଉପସଭାପତି ତଥା କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କଂଗ୍ରେସ ଅଛୁଆଁ ନୁହେଁ ବୋଲି ବୟାନ୍ ଦେଇଛନ୍ତି । ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରେ ଏହି ବୟାନର ଯଥେଷ୍ଟ ମହତ୍ତ୍ୱ ରହିଛି ।
୨୦୧୯ରେ ବିଜେପିର ମିଶନ ୧୨୦କୁ ବିଜେଡି ଦିବାସ୍ୱପ୍ନ ବୋଲି ପ୍ରମାଣିତ କରିବ । ଏହି ମିଶନରେ ଯିଏ ସହଯୋଗ କରିବ, ଆମେ ତାଙ୍କୁ ଗ୍ରହଣ କରିବୁ । ସାମ୍ପ୍ରଦାୟିକ ଶକ୍ତି ବିଜେପିକୁ ରୋକିବାକୁ କଂଗ୍ରେସ ଆସିଲେ, ଆମେ ସ୍ୱାଗତ କରିବୁ । ବିଜେପିର ସାମ୍ପ୍ରଦାୟିକ ମନୋଭାବକୁ ଅଣ ବିଜେପି ଦଳ ମୁକାବିଲା କରିବା ଦରକାର । ୧୪୭ ଆସନରୁ କେତେ ଆସନରେ କଂଗ୍ରେସ ଜିତିବ କହିଲେ, ଆମେ ବୁଝାମଣା ବାବଦରେ ଆଗକୁ ବଢିବୁ । ଚୁଡାନ୍ତ ନିଷ୍ପତ୍ତି ନେବେ ଦଳର ସୁପ୍ରିମୋ । ଆଦର୍ଶଗତ ଦୃଷ୍ଟିରୁ ବିଜେପି ଶତ୍ରୁ, କଂଗ୍ରେସ ଶତ୍ରୁ ନୁହେଁ କେବଳ ପ୍ରତିଦ୍ୱନ୍ଦ୍ୱୀ । ସାମ୍ପ୍ରଦାୟିକ ମଂଜିକୁ ରୋକିବାକୁ କଂଗ୍ରେସ ଆଗ୍ରହୀ ହେଲେ ବିଜେଡି କଥା ହେବ : ଦାମୋଦର ରାଉତ, କୃଷିମନ୍ତ୍ରୀ
ଦାମୋଦର ରାଉତଙ୍କ ଏହି ବୟାନ ପୁଣି ଥରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ସରଗରମ କରିଛି । ୨୦୧୯ ନିର୍ବାଚନ ବେଳକୁ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଂଟ ହେବ କି? ଆସନ ବୁଝାମଣା କରି ବିଜେପିକୁ ରୋକିବାକୁ ଉଦ୍ୟମ କରାଯିବ କି? ଜାତୀୟ ସ୍ତରରେ ଯେଉଁ ମହାମେଂଟର ପରିକଳ୍ପନା କରାଯାଉଛି, ଓଡିଶା ମଧ୍ୟ ତାର ଅଂଶବିଶେଷ ହେବ କି? ଅଭିଜ୍ଞ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଦାମୋଦର ରଉତଙ୍କ ଏହା ବ୍ୟକ୍ତିଗତ ବୟାନ ଭାବେ ଦେଖାଯିବ ନା ଏହା ପଛରେ ଦଳୀୟ ଆଭିମୁଖ୍ୟ ରହିଛି । ସୋମବାର ଯଥାସମ୍ଭବ ଦଳ ଏହାକୁ ବ୍ୟକ୍ତିଗତ ବୟାନ କରି ନିଜକୁ ଏହି ବିବାଦରୁ ଦୁରେଇ ରଖିଥିଲା ।
ଦାମ ବାବୁ ବିଜେପି ବିରୋଧୀ ଆଭିମୁଖ୍ୟ ରଖିଛନ୍ତି । ବିଜେଡି ସବୁବେଳେ ଗୋଟିଏ ଉଭୟ ୟୁପିଏ ଓ ଏନଡିଏ ଠାରୁ ସମଦୁରତ୍ୱ ଅବଲମ୍ବନ କରି ଆସୁଛନ୍ତି : ସସ୍ମିତ ପାତ୍ର, ବିଜେଡି ମୁଖପାତ୍ର
ଦାମ ବାବୁଙ୍କର ଏହା ବ୍ୟକ୍ତିଗତ ମତ । ରାଜ୍ୟରେ ଏକାକି ଲଢେଇ କରିବାକୁ ବିଜେଡି ସକ୍ଷମ, ଦଳର ସଂଗଠନ ବେଶ ମଜଭୁତ ରହିଛି । ଆସନ୍ତା ନିର୍ବାଚନରେ ବିଜେଡି ୧୨୩ ଆସନ ଜିତିବ : ସୁର୍ଯ୍ୟ ପାତ୍ର, ଯୋଗାଣ ମନ୍ତ୍ରୀ
ବିଜୁ ଜନତା ଦଳର ଏଭଳି ବୟାନ ଦର୍ଶାଉଛି ଯେ, ବିଜେପି ବିରୋଧୀ ଆଭିମୁଖ୍ୟ ରଖୁଥିବା ଦଳ ସେମାନଙ୍କ ପାଇଁ ଅଛୁଆଁ ନୁହଁନ୍ତି । ତେବେ ବର୍ଷକ ତଳେ ଏଭଳି ମତ ରଖିଥିବା ଭର୍ତ୍ତୃହରି ମହତାବଙ୍କ ପାଇଁ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଭିନ୍ନ ଆଭିମୁଖ୍ୟ ପୋଷଣ କରିଥିଲେ । ଏପରିକି ସେହି ସମୟରେ ଭର୍ତ୍ତୃହରିଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ହେଲେ ନୋଟିର ଜବାବ କଣ ଆସିଲା ଓ ବିଜେଡି ସୁପ୍ରିମୋ ତାଙ୍କ ପାଇଁ କିଭଳି ଆଭିମୁଖ୍ୟ ପୋଷଣ କଲେ ତାହା ଆଜି ବି ଅନ୍ଧାରରେ ।
ବିଜେପିର ମୁକାବିଲା ପାଇଁ କଂଗ୍ରେସ ସହିତ ମେଂଟ କରିବାକୁ ବିଜେଡି ପଛାଇବନି । ମୁଖ୍ୟମନ୍ତ୍ରୀଙ୍କ କଥା ଅନୁସାରେ ଏହି ବକ୍ତବ୍ୟ ରଖିଛି । ସ୍ୱତନ୍ତ୍ର ରାଜ୍ୟ ପ୍ରସଙ୍ଗରେ କଂଗ୍ରେସ ଆମ ସହ ଥିଲା, ବିରୋଧରେ ବିଜେପି ଗଲା । ରାଜନୀତିର ତ୍ରିକୋଣୀୟ ପ୍ରତିଯୋଗୀତାରେ ବିଜେଡିକୁ ଫାଇଦା ହିଁ ଫାଇଦା । ସମଦୂରତା ରଖୁଥିବା ବିଜେଡିକୁ, କେନ୍ଦ୍ରମନ୍ତ୍ରୀ ରାଜ୍ୟରେ କାହିଁକି ସମାଲୋଚନା କରୁଛନ୍ତି? : ଭର୍ତ୍ତୃହରି ମହତାବ, ବିଜେଡି ସାଂସଦ
ମହତାବଙ୍କ ଏହି ବୟାନକୁ ବିଜେଡିର ସବୁ ସ୍ତରରେ ନିନ୍ଦା କରାଯାଇଥିଲା । ଏପରିକି ଦଳୀୟ ସ୍ତରରେ ଏହାର ଅନୁଧ୍ୟାନ କରାଯିବ ବୋଲି ମୁଖପାତ୍ର କହିଥିଲେ । ହେଲେ ଦାମ ବାବୁଙ୍କ ବୟାନ ପରେ କିନ୍ତୁ ଦଳର ଆଭିମୁଖ୍ୟ ଗରମ ନୁହେଁ, ନରମ ଅଛି । ତେବେ ଏହାରି ଭିତରେ କଣ ଏଭଳି ପରିବର୍ତ୍ତନ ଆସିଛି ଯେ, ଦାମ ବାବୁଙ୍କ ବୟାନକୁ ଦଳୀୟ ନେତା ଭିନ୍ନ ଚକ୍ଷୁରେ ଦେଖୁଛନ୍ତି ।
ଭର୍ତ୍ତୃହରି ମହତାବ ନଭେମ୍ବରରେ ରଖିଥିଲେ ତାଙ୍କର ବୟାନ । ଯେଉଁ ସମୟରେ ରାଜ୍ୟ ରାଜନୀତିରେ ବିଜେପି ଏକ ଶକ୍ତି ଭାବେ ଉଭା ହୋଇନଥିଲା । ନେତା ମାନେ ସାଢେ ଚାରି କୋଟି ଓଡିଆଙ୍କ ଦଳ ଭାବେ ବିଜେଡିକୁ ଉପସ୍ଥାପନ କରୁଥିଲେ । ହେଲେ ଏହାରି ଭିତରେ ସରିଛି ପଂଚାୟତ ନିର୍ବାଚନ । ଯେଉଁଠି ବିଜେଡିର ଶକ୍ତି ଅପେକ୍ଷାକୃତ ଭାବେ ବଢିଛି । ରାଜ୍ୟରେ ଦ୍ୱିତୀୟ ଦଳ ଭାବେ ଉଭା ହୋଇଛି ବିଜେପି । ୨୦୧୨ ତୁଳନାରେ ବିଜେଡି ୨୫ ପ୍ରତିଶତ ଆସନ ହରାଇଥିବା ବେଳେ ବିଜେପି ପାଖାପାଖି ୯ ଗୁଣା ଅଧିକ ଆସନ ପାଇଥିଲା । ଆଉ କଂଗ୍ରେସ ଅଧାରୁ ଅଧିକ ଆସନ ହରାଇଥିଲା । ଏହାପରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳିଯାଇଛି ।
ଗତ କିଛି ଦିନର ରାଜନୈତିକ କାର୍ଯ୍ୟକଳାପ ଦେଖିଲେ ଲାଗୁଛି, ବିଜୁ ଜନତା ଦଳର ନେତାଙ୍କ ମନରେ ଏକ ଅଜଣା ଡର ପ୍ରବେଶ କରିଛି । ଆଉ ଯେଉଁ ଦଳକୁ ବିଜେଡି ନେତା ମାନେ ସାଇନବୋର୍ଡ ପାର୍ଟି ଭାବେ ଉଲ୍ଲେଖ କରୁଥିଲେ, ଆଜି ତାକୁ ଡରିବା ବା ରଣନୀତିକୁ ନେଇ ବିଚଳିତ ହେବା ଆରମ୍ଭ କରିଛନ୍ତି । ଯେଉଁଥିପାଇଁ ଦାମ ବାବୁ କଂଗ୍ରେସ ସହ ମେଂଟ ବାବଦରେ ବୟାନ ଦେଇଛନ୍ତି । ତେଣୁ ଉଭୟ ଭର୍ତ୍ତହରି ଓ ଦାମ ବାବୁଙ୍କ ବୟାନକୁ ବିଜେଡିର ଅନ୍ଦର ମହଲ ଭିନ୍ନ ନିକିତିରେ ତଉଲୁଛି । ପଂଚାୟତ ନିର୍ବାଚନର ଭୋଟ୍ ଆଣିଛି ଏହି ଫରକ୍ ।
ଏବେ ନଜର ପକାନ୍ତୁ ଭୋଟ୍ ସମୀକରଣ ଉପରେ । ୨୦୧୪ ନିର୍ବାଚନରେ ବିଜେଡି ପାଇଥିଲା ପାଖାପାଖି ୪୪ ପ୍ରତିଶତ ଭୋଟ । ସାରା ଦେଶରେ ବିଜେପି ସପକ୍ଷରେ ହାୱା ବହୁଥିବା ବେଳେ ଓଡିଶାରେ କିନ୍ତୁ ନବୀନ ଏହାକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ୧୧୭ ବିଧାନସଭା ଆସନ ଓ ୨୦ ଲୋକସଭା ଆସନରେ ବାଜି ମାରି ନବୀନ ରେକର୍ଡ ସ୍ଥାପନ କରିଥିଲେ । ୧୮ ପ୍ରତିଶତ ଭୋଟ ପାଇଥିଲା ଭାରତୀୟ ଜନତା ପାର୍ଟି । ୧୦ ଜଣ ବିଧାୟକ ଓ ଜଣେ ସାଂସଦ ଜିତିଥିଲେ ବିଜେପିର । କଂଗ୍ରେସ ୨୫ ପ୍ରତିଶତ ଭୋଟ ପାଇବାରେ ସକ୍ଷମ ହୋଇଥିଲା । ଆଉ ଜିତିଥିଲା ୧୬ଟି ବିଧାନସଭା ସିଟ୍ ।
ତେବେ ପଂଚାୟତ ନିର୍ବାଚନ ପରେ ସ୍ଥିତି ବଦଳିଯାଇଛି । ରାଜ୍ୟରେ ଦୁଇ ନମ୍ବର ଦଳ ହୋଇଛି ବିଜେପି । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ପାଇଛି ପାଖାପାଖି ୪୨ ପ୍ରତିଶତ ଭୋଟ । ବିଜେପି ପାଖାପାଖି ୩୪ ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସ ପାଇଥିଲା ୧୮ ପ୍ରତିଶତ ଭୋଟ । ଯାହା ସ୍ପଷ୍ଟ ଭାବେ ଦର୍ଶାଉଥିଲା ଯେ, ରାଜ୍ୟରେ ବିଜେପି ତାର ଶକ୍ତି ଏକାଠି କରୁଛି । ଉଭୟ ବିଜେଡି ଓ କଂଗ୍ରେସ ନିଜ ନିଜ ଭୋଟ ହରାଇଥିବା ବେଳେ ବିଜେପି ଆଗକୁ ବଢିବାରେ ସମର୍ଥ ହୋଇଥିଲା । ଏହାକୁ ଆଖି ଆଗରେ ରଖି ବିଜେଡି କିଛି ବଡ ଧରଣର ଯୋଜନା କରୁଛି କି? ଯାହାର ଅଂଶ ସ୍ୱରୁପ ଡାକ୍ତର ଦାମୋଦର ରାଉତ ଦେଇଛନ୍ତି କଂଗ୍ରେସ ସହ ମେଂଟ ବୟାନ୍ ।
ଅତୀତରେ ବିହାରରେ ବିଜେପିକୁ ଅଟକାଇବାକୁ ଆରଜେଡି-ଜେଡିୟୁଓ କଂଗ୍ରେସ ଏକାଠି ହୋଇଥିଲେ । ଉଦ୍ଦେଶ୍ୟ ଥିଲା ସାମ୍ପ୍ରଦାୟିକ ଶକ୍ତିକୁ ଅଟକାଇବା । ଆଉ ଏହି ମହାମେଂଟ କ୍ଷମତାକୁ ବି ଆସିଲା । ହେଲେ ମହାମେଂଟକୁ ବଂଚାଇ ରଖାଯାଇପାରିଲାନି । ଉତ୍ତରପ୍ରଦେଶ ନିର୍ବାଚନରେ ମହାମେଂଟର ପରିକଳ୍ପନା କରାଯାଇଥିଲା । ହେଲେ ଏହା ବାସ୍ତବତାର ରୁପ ନେଲାଇନାହିଁ । ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ନେତାମାନେ ସ୍ୱୀକାର ମଧ୍ୟ କରିଥିଲେ । ଯଦି ମହାମେଂଟ ଗଠନ ହୋଇଥାନ୍ତା ତେବେ ବିଜେପି ଜିତିପାରିନଥାନ୍ତା । ତେଣୁ ମହାମେଂଟର ପରିକଳ୍ପନାର ଅଂଶସ୍ୱରୁପ ଆଗାମୀ ଦିନରେ କଂଗ୍ରେସ ଯେ ବିଜେଡି ପାଖକୁ ନଯିବ, ଏହାକୁ କେହି ବି ଅସ୍ୱୀକାର କରିପାରିବେ ନାହିଁ ।
ଏବେ ଆସିବା ଜାତୀୟ ସ୍ତରରେ ଚାଲିଥିବା ମହାମେଂଟ ପରିକଳ୍ପନାର ପ୍ରସଙ୍ଗକୁ । ରାହୁଲ ଗାନ୍ଧୀ ଏଆଇସିସି ସଭାପତି ଭାବେ ଦାୟିତ୍ୱ ପାଇବା ପରେ ସୋନିଆ ଗାନ୍ଧୀ ୟୁପିଏ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବେ । ସୋନିଆଙ୍କର ମେଂଟ ରାଜନୀତିରେ ଅଭିଜ୍ଞତା ବି ଢେର । ୧୦ ବର୍ଷ ଧରି ୟୁପିଏ କ୍ଷମତାସୀନ ଥିଲା । ଆଉ ମେଂଟ ରାଜନୀତିରେ ସଫଳତାର ସହ ଗୋଟିଚାଳନା କରିଥିଲେ ସୋନିଆ ଗାନ୍ଧୀ । ତେଣୁ ଆଗାମୀ ଦିନରେ ମୋଦି ବନାମ ମହାମେଂଟର ଚାଲିଥିବା ପରିକଳ୍ପନା ବାସ୍ତବତାର ରୁପ ନେଇପାରେ । ଆଉ ସେହି ସମୟରେ ଅଣ ସାମ୍ପ୍ରଦାୟିକ ଦଳଙ୍କୁ ଏକାଠି ହେବାକୁ ଜାତୀୟ ସ୍ତରରୁ ଆହ୍ୱାନ ଉଠିପାରେ । ଆଉ ସେଭଳି ସ୍ଥଳେ ବିଜେଡିର ଆଭିମୁଖ୍ୟ କଣ ରହିବ । ବିଜେଡି ସେହି ସମୟରେ କଂଗ୍ରେସ ସହ ଯାଇ ୟୁପିଏର ଅଂଶୀଦାର ହେବ କି ନାହିଁ, ତାହା ହେବ ସବୁଠାରୁ ବଡ ନିଷ୍ପତ୍ତି ।
ରାଜନୈତିକ ସମୀକ୍ଷକଙ୍କ ମତରେ, ବିଜେଡି ଆବଶ୍ୟକତା ଠାରୁ ଅଧିକ ବିଚଳିତ ହୋଇଛି । ହୁଏତ ଦଳ ଚିନ୍ତା କରୁଛି, ଆଗାମୀ ଦିନରେ ବିଜେପିକୁ ଏକାକି ଟକ୍କର ଦେବାକୁ ଦଳ ସକ୍ଷମ ନୁହେଁ, ତେଣୁ ଅନ୍ୟ ଦଳର ସମର୍ଥନ ଆବଶ୍ୟକ । ଫଳସ୍ୱରୁପ ବିଜେଡିର ନେତାମାନେ ଏଭଳି ବୟାନମାନ ରଖୁଛନ୍ତି । ଯାହା ତୃଣମୁଳ ସ୍ତରରେ କର୍ମୀଙ୍କ ଦ୍ୱନ୍ଦ୍ୱରେ ପକାଇପାରେ । ଆଜିର ଦିନରେ ବିଜେଡି ପାଇଁ ବଡ ବିପଦ ପ୍ରତିପକ୍ଷ ନୁହେଁ, ବରଂ ନିଜ ଦଳରେ ଚାଲିଥିବା ଅନ୍ତଃକନ୍ଦଳ । ଅର୍ଥାତ୍ ନିଜ ଦଳରେ ନେତାମାନେ ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି, ତାହା ଆଗାମୀ ଦିନରେ ଦଳକୁ ଅଡୁଆରେ ପକାଇପାରେ ।
ତେବେ ପ୍ରଶ୍ୱ ଉଠୁଛି, ଯଦି କଂଗ୍ରେସ ଓ ବିଜେଡି ମଧ୍ୟରେ ବୁଝାମଣା ହୁଏ ତେବେ ଓଡିଶାରେ ଭୋଟର ଏହାକୁ କିଭଳି ଗ୍ରହଣ କରିବେ? ୨୦୦୦ ମସିହାରେ ଯେତେବେଳେ ବିଜେଡି-ବିଜେପି ମେଂଟ କ୍ଷମତାକୁ ଆସିଥିଲେ, ସେତେବେଳେ ଭୋଟରଙ୍କ କଂଗ୍ରେସ ବିରୋଧୀ ଆଭିମୁଖ୍ୟ ଭୋଟରେ ପ୍ରତିଫଳିତ ହୋଇଥିଲା । ଦୁଇ ଦୁଇ ଥର ମେଂଟ ସରକାର କ୍ଷମତାକୁ ଆସିଲା । ଆଉ ଏହାପରେ ବିଜେଡି ଏକାକି ଦୁଇ ଦୁଇ ଥର ଶାସନ ଗାଦିକୁ ଆସିଛି । ଯଦି କଂଗ୍ରେସ ଓ ବିଜେଡି ମଧ୍ୟରେ ମେଂଟ ହୁଏ ତେବେ ଏହା ଦଳ ପାଇଁ ଆଶୀର୍ବାଦ ବଦଳରେ ଅଭିଶାପ ହୋଇପାରେ ।
ତେବେ ବିବାଦ ପରେ ମଙ୍ଗଳବାର ଦାମ ବାବୁ କହିଛନ୍ତି, ତାଙ୍କ କଥାର ଅର୍ଥକୁ ଅନର୍ଥ କରାଯାଇଛି । ବିଜେଡି ଏକାକୀ ଲଢିବ ଆଉ ୧୨୫ ଆସନରେ ଜିତିବ । ବିଜୁ ଜନତା ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ । ସୁର୍ଯ୍ୟପାତ୍ର କହିଛନ୍ତି, ଦାମ ବାବୁଙ୍କ କଥା ସହଜରେ ହଜମ ହେଉନାହିଁ । କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ।
ତେବେ ସ୍ଥିତି ଯାହା ହେଉ ନା କାହିଁକି, ଦାମ ବାବୁ ଏକ ଗୁଢ ରହସ୍ୟ ସାମ୍ନାକୁ ଆଣିଛନ୍ତି । ତେବେ ଏହାକୁ ଠିକ ବାହୁବଳୀର ସେହି ଦୃଶ୍ୟ ସହ ତୁଳନା କରାଯାଇପାରେ । ଯେଉଁଠି ହାତ ଉପରେ ଛୋଟ ଶିଶୁଟି ବଂଚି ରହିଥିଲା । ଆଉ ଦାମ ବାବୁଙ୍କ ଅନୁସାରେ, ଆଗାମୀ ଦିନରେ ହାତ ସାହାରାରେ ଶଙ୍ଖ ନିଜ ସ୍ଥିତି ବଜାୟ ରଖିବାକୁ ଉଦ୍ୟମ କରିବ । ସେଠି ମାହେସ୍ମତୀ ସାମ୍ରାଜ୍ୟର ଉଦ୍ଧାର ପାଇଁ ଶିବଗାମୀ ଉଦ୍ୟମ କରିଥିଲେ । ଆଉ ଓଡିଶାରେ ସାମ୍ପ୍ରଦାୟିକ ଶକ୍ତି ବିଜେପିକୁ ରୋକିବାକୁ କେଉଁ ସ୍ତରରେ ଉଦ୍ୟମ ଆରମ୍ଭ ହେଉଛି, ତାଉପରେ ନଜର । ସେତେବେଳେ କଣ ଏହି ନାରା ଦିଆଯିବ, ବିଜେଡିକୋ ହାଥ୍ ପସନ୍ଦ ହେ, ଓଡିଶାକୋ ୟେ ସାଥ୍ ପସନ୍ଦ ହେ । | <urn:uuid:3b56671c-e824-472c-91f2-2220e189b9e2> | CC-MAIN-2018-34 | http://kanaknews.com/special-odisha-politics/ | 2018-08-15T05:25:21Z | s3://commoncrawl/crawl-data/CC-MAIN-2018-34/segments/1534221209884.38/warc/CC-MAIN-20180815043905-20180815063905-00325.warc.gz | ory | 0.999989 | Orya | 9 | {"ory_Orya_score": 0.9999887943267822} |
କନକ ବ୍ୟୁରୋ : କେନ୍ଦ୍ର ସରକାର ବିଭିନ୍ନ ସମୟରେ ଆୟକର ସୀମା ବଢାଇବାରେ ଦେଖାଯାଉଛି । ତେବେ ଗୁରୁବାର ପୁଣିଥରେ କେନ୍ଦ୍ର ସରକାର ଆଜି ଆୟକର ରିଟର୍ଣ୍ଣ ଦାଖଲ ଅବଧି ମାସେ ବୃଦ୍ଧି କରିଛନ୍ତି। ୨୦୧୮-୧୯ ଆକଳନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ଜୁଲାଇ ୩୧ ଥିବା ବେଳେ ଏହାକୁ ଅଗଷ୍ଟ ୩୧ ତାରିଖ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ଵିଟ୍ ଜରିଆରେ ଏହି ସୂଚନା ଦିଆଯାଇଛି। ନିର୍ଧାରିତ ସମୟ ମଧ୍ୟରେ ଆୟକର ରିଟର୍ଣ୍ଣ ଦାଖଲ ନକଲେ ଚଳିତବର୍ଷ ଜରିମାନା ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଧାରିତ ତାରିଖ ପରେ ଏବଂ ଡିସେମ୍ବର ୩୧ ପୂର୍ବରୁ ରିଟର୍ଣ୍ଣ ଦାଖଲ କଲେ ୫ ହଜାର ଟଙ୍କା ଏବଂ ଡିସେମ୍ବର ୩୧ ପରେ ରିଟର୍ଣ୍ଣ ଦାଖଲ କଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ତେବେ ଯେଉଁ ମାନେ ଆୟକର ଭରି ନାହାନ୍ତି ସେମାନେ ସରକାରଙ୍କ ନିୟମ ଅନୁସାରେ ବଢାଯାଇଥିବା ତାରିଖ ମଧ୍ୟରେ ନିଜର ଆୟକର ଦାଖଲ କରିପାରିବେ ।
ଲୋକମାନଙ୍କର ସୁବିଧା ପାଇଁ ସରକାର ବାରମ୍ବାର ସମୟ ବଢାଇବାରେ ଦେଖାଯାଉଛି । ପୂର୍ବରୁ ସରକାର କେଉଁ ସମୟରେ ଆୟକର ଦେବେ ତାହାର ସମୟସୀମା ଧାର୍ଯ୍ୟ କରିବା ସହ କେଉଁ କେଉଁ ପ୍ରମାଣର ଆବଶ୍ୟକତା ରହିଛି ତାହାର ମଧ୍ୟ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ତେବେ ଅନେକ ଲୋକ ବର୍ତ୍ତମାନ ସମୟରେ ଅନେକ ଲୋକ କର ଦେଇପାରିନଥିବାରୁ ସରକାରା ପୁଣି ଥରେ ବାଧ୍ୟ ହୋଇ ଏହାର ସମୟସୀମା ବୃଦ୍ଧି କରିଥିବା ଜଣାପଡିଛି । | <urn:uuid:497b1d32-2cf2-40b3-b43f-f9b24c564970> | CC-MAIN-2018-34 | http://kanaknews.com/central-gove-increse-the-date-of-income-tax/ | 2018-08-16T02:20:17Z | s3://commoncrawl/crawl-data/CC-MAIN-2018-34/segments/1534221210408.15/warc/CC-MAIN-20180816015316-20180816035316-00405.warc.gz | ory | 0.999994 | Orya | 4 | {"ory_Orya_score": 0.9999942779541016} |
କଥା କଣ କି, ଫେସବୁକ୍ ନିଜ ଷ୍ଟୋରେଜରେ ନୂଆ ଫିଚର ଯୋଡିବାକୁ ଯାଉଛି , ଯାହାଦ୍ୱାରା ଅଧିକରୁ ଅଧିକ ୟୁଜର୍ସଙ୍କ ସହ ଇଂଟରାକ୍ସନ କରାଯାଇପାରିବ । ଏଠାରେ ଆମେ କହି ରଖୁଛୁ କି, ଏହି ନୂଆ ଫିଚରକୁ ଫେସବୁକ ଆପରେ ଯୋଡି ଦିଆଯାଇଛି । ଫେସବୁକ ନିଜ ଷ୍ଟୋରେଜ ଫିଚରରେ ଗ୍ରୁପ ଚାର୍ଟ ଏବଂ ରିଆକ୍ସନ ଫିଚରକୁ ଆଡ କରିଛି ।
ମିଳିଥିବା ସୂଚନା ମୁତାବକ, ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ ତଥା ଫେସବୁକ ନିକଟରେ କିଛି ନୂଆ ଫିଚର ସଂପର୍କରେ ଘୋଷଣା କରିଛି । ଯେଉଁଥିରେ ଫେସବୁକରେ ପୋଷ୍ଟ ହେଉଥିବା ଫଟୋ, ଭିଡିଓ ଏବଂ ଷ୍ଟୋରି ଆପଣା ଛାଏଁ ୨୪ ଘଂଟା ପରେ ଗାଏବ ହୋଇଯିବ । ଯଦି କୌଣସି ୟୁଜର କୌଣସି ଷ୍ଟୋରି ଉପରେ ରିପ୍ଲାଏ କରନ୍ତି ତେବେ ତାହା ଅନ୍ୟ ୟୁଜର୍ସଙ୍କୁ ରିପ୍ଲାଏର ଅପସନ ନଜର ଆସିବ । ଅର୍ଥାତ୍ ଯଦି କୌଣସି ବ୍ୟକ୍ତି ଆପଣଙ୍କ ପୋଷ୍ଟ ଉପରେ କମେଂଟ କରନ୍ତି ତେବେ ଏକ ନୂଆ ଗ୍ରୁପ କ୍ରିଏଟ ହୋଇଯିବ , ଯାହାକି ଅନ୍ୟ ୟୁଜର୍ସଙ୍କୁ ବି ସେହି ଷ୍ଟୋରି ଉପରେ କମେଂଟ କରିବାର ସୁବିଧା ପ୍ରଦାନ କରିବ । | <urn:uuid:69b99c4c-3c7a-4fd8-8bc2-14e201af6555> | CC-MAIN-2018-34 | http://kanaknews.com/special-facebook-will-make-your-photo-and-videos-disappear/ | 2018-08-16T02:20:19Z | s3://commoncrawl/crawl-data/CC-MAIN-2018-34/segments/1534221210408.15/warc/CC-MAIN-20180816015316-20180816035316-00405.warc.gz | ory | 0.999984 | Orya | 4 | {"ory_Orya_score": 0.9999842643737793} |
ଆଜିକାଲି ଦୁନିଆ ଏମିତି ହୋଇଗଲାଣି ସମସ୍ତେ ଅର୍ଥ ଓ ସ୍ୱାର୍ଥ ପାଇଁ ଭୁଲି ଯାଉଛନ୍ତି ମାନବିକତା । ଆଉ କିଛି ଲୋକ ଅଛନ୍ତି ଅନ୍ୟମାନଙ୍କୁ ଠକି , ରାତାରାତି ବଡଲୋକ ହେବାର ଚେଷ୍ଟାରେ ଆଗେଇ ଚାଲିଛନ୍ତି । ଲୋକଙ୍କୁ ଠକିବା ପାଇଁ ଠକମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ସେମାନେ ଗୋଟିଏ ପରେ ଗୋଟିଏ ହାଇଟେକ୍ ତରିକା ଆପଣେଉଛନ୍ତି । ଅନଲାଇନ୍ ଟ୍ରାଜାକ୍ସନରେ ତ ଖୁବ୍ ସାବଧାନ ରହିବା ଜରୁରୀ । କାରଣ ଏଥିରେ ଏବେ ବେଶୀ ମାତ୍ରାରେ ଠକାମୀର ଶୀକାର ହେବାର ବାଟ ରହିଛି । କିନ୍ତୁ ଆପଣ ଯଦି ଆପଣ କାହାକୁ ଚେକ୍ ରେ କିଛି ଅର୍ଥ ଦେଉଛନ୍ତି ତ ସେତେବେଳେ ବି ସତର୍କତା ଅବଲମ୍ବନ କରିବା ଉଚିତ୍ । କାରଣ ଆପଣଙ୍କର ଟିକିଏ ବି ଅବହେଳାରେ ଅନେକ ସମସ୍ୟାରେ ପଡିପାରନ୍ତି । ଆଉ ପୁରା କାଙ୍ଗାଳ ହୋଇପାରନ୍ତି । ନିଜକୁ ବ୍ୟାଙ୍କ ବା ବୀମା କଂପାନୀର କର୍ମଚାରୀ କହୁଥିବା କୌଣସି ଅଜଣା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ । ତାଙ୍କର ପରିଚୟ ପୁରା ପାଇବାକୁ ଚେଷ୍ଟା କରନ୍ତୁ ।
କେମିତି ହୁଏ ମ୍ୟାଜିକ୍ ମେନ୍ ରେ ଠକେଇ ?
ଏବେ ଠକ ବା ଖଳ ବ୍ୟକ୍ତିମାନେ ଲୋକଙ୍କୁ ଠକିବା ପାଇଁ ନୂଆ ତରିକା ଆପଣେଇଛନ୍ତି । ମ୍ୟାଜିକ୍ ପେନ ଜରିଆରେ ଏହି କାମ କାରୁଛନ୍ତି ଠକମାନେ । ଏହି ଠକ ସଂସ୍ଥାର ସଦସ୍ୟ ଲୋକଙ୍କ ଆକର୍ଷକ ବୀମା ପଲିସ୍ ବା ବ୍ୟାଙ୍କର ସର୍ଭିସ୍ ଦେଇ ଲୋକଙ୍କ ଠକିବାର ବାଟ ତିଆରି କରନ୍ତି । ଏମିତି ଅନେକ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ଏମିତି ଏକ ମାମଲା ୟୁପିର ମେରଠର ଅଟେ । ଯେଉଁଠି ଠକଦଳ ଜଣେ ମହିଳା ପ୍ରଫେସରଙ୍କର ଫିକ୍ସଡ ଡିପୋଜିଟ୍ ନାମରେ ଚେକ୍ ମାଗିଲେ ଓ ତାଙ୍କା ଖାତାରୁ ସବୁ ଟଙ୍କା ନେଇଯାଇଥିଲେ ।
ଏହି ଦଳର ସଦସ୍ୟ ନିଜକୁ ବ୍ୟାଙ୍କ୍ କର୍ମଚାରୀ ବା ବୀମା କଂପାନୀର ଏଜେଂଟ କହି ଲୋକଙ୍କ ସହ ସଂପର୍କ ସ୍ଥାପନ କରନ୍ତି । ସେମାନଙ୍କ ପାଖରେ ନକଲି ପରିଚୟ ପତ୍ର ମଧ୍ୟ ଥାଏ । ମେରଠର ଘଟଣା ରେ ଠକମାନେ ମହିଳା ପ୍ରଫେସରଙ୍କୁ ନିଜର ବିଜନେସ୍ କାର୍ଡ ଦେଖାଇଥିଲେ । ଏବଂ ଟାର୍ଗେଟ ପୁରା କରିବାର ସମୟ ଦେଇ ବ୍ୟାଙ୍କ ଆକାଉଂଟ ଖୋଲିବା ଓ ଫିକ୍ସଡ୍ ଡିପୋଜିଟ୍ କରିବାକୁ ଅନୁରୋଧ କରିଥିଲେ । ଏହା ଠକ ଲୋକଙ୍କୁ ଆକର୍ଷକ ବୀମା ଯୋଜମା ଓ ବୀମା ପଲିସ୍ ବିଷୟରେ କହିଥାନ୍ତି । ଏବଂ ତାଙ୍କୁ ଏଥିପାଇଁ କୌଶଳ କ୍ରମେ ରାଜି କରାଇଥାନ୍ତି । ଥରେ ଯଦି କୌଣସି ଲୋକ ସେମାନଙ୍କ କଥାରେ ରାଜିହୋଇଯା'ନ୍ତି ,ସେମାନଙ୍କ ଠାରୁ ବୀମା କଂପାନୀର ଫେବରରେ ଚେକ୍ ନେଇଥାନ୍ତି । କୌଣସି ବ୍ୟାଙ୍କ ବା ବୀମା କଂପାନୀର ଫେବରରେ ଆକାଉଂଟପେଡ୍ ଚେକ୍ ଦେବାରେ କୌଣସି ଠକାମୀ ହୋଇପାରିନଥାଏ , ଏଥିପାଇଁ ଲୋକେ ମଧ୍ୟ ସହଜରେ ସେମାନଙ୍କୁ ନିର୍ଦ୍ଧାରିତ ରକମର ଅର୍ଥ ଭରି ଚେକ୍ ଦେଇଥାନ୍ତି । କିନ୍ତୁ ଅସଲ ଖେଳ ଏହିଠାରେ ହୋଇଥାଏ । ଠକମାନେ ମ୍ୟାଜିକ୍ ପେନ୍ ଦ୍ୱାରା ଚେକ୍ ଭରି ଦସ୍ତଖତ ସହ ସବୁ ବିବରଣୀ ପୂରଣ କରିଥାନ୍ତି । ପରେ ସେମାନେ ଯେଉଁ ବ୍ୟାଙ୍କ ବା ବୀମା କଂପାନୀ ନାଁରେ ଚେକ୍ ପୂରଣ ହୋଇଛି ତାକୁ ଲିଭାଇ ସେଠାରେ ନିଜର ନାଁ ( ନକଲି ଖାତା ଚଳେଇବାକୁ ନକଲି ନାଁ ) ଲେଖିଥାନ୍ତି ଏବଂ ଆକାଉଣ୍ଟରୁ ଅର୍ଥ କାଢି ନେଇଥାନ୍ତି ।
କେମିତି ରହିବେ ସାବଧାନ ?
ସବୁଠୁ ପ୍ରଥମେ ନିଜକୁ ବ୍ୟାଙ୍କ ବା ବୀମା କଂପାନୀର କର୍ମଚାରୀ କହୁଥିବା ଅଜଣା ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ । ତାଙ୍କର ସଂପୂର୍ଣ୍ଣ ରୂପେ ପରିଚୟ ଜାଣିବା ପରେ ଯାହା କଥାବାର୍ତ୍ତା କରନ୍ତୁ । ସବୁଠୁ ଅଧିକ ସାବଧାନ ଚେକ୍ ପୂରଣ ବେଳେ । ଯଦି ଚେକ୍ ଦେଉଛନ୍ତି ତ ଏଜେଣ୍ଟକୁ ତାଙ୍କର ପେନ୍ ବ୍ୟବହାର ନକରି ନିଜ ପେନ ରେ ଲେଖିବାକୁ କୁହନ୍ତୁ ।
(ସୌଜନ୍ୟ-ନବଭାରତ ଟାଇମ୍ସ) | <urn:uuid:e9d00179-1cbb-4f82-89e7-da7e89eadb40> | CC-MAIN-2018-34 | http://kanaknews.com/special-news-beware-criminal-racket-may-trap-and-dupe-you-though-magic-pen/ | 2018-08-16T23:52:51Z | s3://commoncrawl/crawl-data/CC-MAIN-2018-34/segments/1534221211316.39/warc/CC-MAIN-20180816230727-20180817010727-00485.warc.gz | ory | 0.999999 | Orya | 12 | {"ory_Orya_score": 0.9999988079071045} |
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ବିମାନବନ୍ଦରରେ ଡ୍ରୋନ୍ ଆତଙ୍କ। ଏପରି ଖବର ଆସିବା ପରେ ଦିଲ୍ଲୀ ବିମାନ ବନ୍ଦରର ସମସ୍ତ ରନ୍ୱେରେ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ସେହିପରି ବିମାନବନ୍ଦରକୁ ଆସୁଥିବା ସମସ୍ତ ଫ୍ଲାଇଟ୍କୁ କିଛି ସମୟ ପାଇଁ ଡାଇଭର୍ଟ କରାଯାଇଥିଲା। ଜଣେ ପାଇଲଟ୍ ଡ୍ରୋନକୁ ଠାବ କରିବା ପରେ ସୂଚନା ଦେଇଥିଲେ। ଏହାପରେ ସତର୍କତା ପାଇଁ ବିମାନବନ୍ଦରରେ ଏପରି ପଦକ୍ଷେପ ନିଆଯାଇଥିଲା। ତେବେ ଏହି ଡ୍ରୋନ କେଉଁଠୁ ଆସିଲା ଏବଂ କୁଆଡେ ଗଲା ଏହାକୁ ନେଇ ଆରମ୍ଭ ହୋଇଯାଇଛି ତନାଘନା। ଅନ୍ୟପଟେ ଘଟଣା ପରେ ବିମାନ ବନ୍ଦରରେ ପୁଣି ବିମାନ ଚଳାଚଳ ଆରମ୍ଭ ହୋଇଥିବା ଜଣାପଡିଛି। ଘଟଣାର ସତ୍ୟାସତ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଯଦିଓ ମିଳିପାରିନାହିଁ। ତଥାବି ତଦନ୍ତକାରୀ ଟିମ୍ ତଦନ୍ତ ଚଲାଇଛି ।
Prev Post
Next Post | <urn:uuid:0867abfb-ed4f-4d1d-9e22-1c12da921531> | CC-MAIN-2018-34 | https://odishareporter.in/nation/delhi-airport-ground-flight-after-pilot-spots-drone-in-the-area-159009 | 2018-08-17T11:26:29Z | s3://commoncrawl/crawl-data/CC-MAIN-2018-34/segments/1534221212040.27/warc/CC-MAIN-20180817104238-20180817124238-00132.warc.gz | ory | 0.99996 | Orya | 5 | {"ory_Orya_score": 0.9999599456787109} |
ବହୁଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ଜେଲ୍ରେ ଥିବା ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଶୁକ୍ରବାର ତାଙ୍କୁ ମୁମ୍ବାଇର ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ୨୦୧୨ଏପ୍ରିଲ ୨୪ରେ ଇନ୍ଦ୍ରାଣୀ ତାଙ୍କ କନ୍ୟା ସୀନା ବୋରାକୁ ସମ୍ପତ୍ତି ଜନିତ ବିବାଦ ହେତୁ ହତ୍ୟା କରିବା ସହ ସୀନାର ମୃତଦେହକୁ ରାଇଗଡ଼ ଜିଲା ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଏହି ମାମଲାରେ ଇନ୍ଦ୍ରାଣୀ ଓ ତାଙ୍କ ପୂର୍ବ ସ୍ୱାମୀ ସଞ୍ଜିବ ଖାନ୍ନାଙ୍କୁ ଅଗଷ୍ଟ ୨୦୧୫ରେ ଗିରଫ କରାଯାଇ ଥିବାବେଳେ ଡ୍ରାଇଭର ଶ୍ୟାମଭର ରାଇଙ୍କୁ ମଧ୍ୟ ଗିରଫ କରାଯାଇ ଥିଲା। ପରେ ଏହି ମାମଲାରେ ଅଧିକ ତଦନ୍ତ ପରେ ପୁଲିସ ଇନ୍ଦ୍ରାଣୀଙ୍କ ବର୍ତ୍ତମାନ ସ୍ୱାମୀ ପିଟର ମୁଖାର୍ଜୀଙ୍କ ମଧ୍ୟ ୨୦୧୫ ନଭେମ୍ବରରେ ଗିରଫ କରିଥିଲେ। | <urn:uuid:14897170-8fab-486f-b977-fbcf5e5a5f2d> | CC-MAIN-2018-34 | https://enewsodia.com/indrani-mukharji-hospitalised/ | 2018-08-18T10:02:51Z | s3://commoncrawl/crawl-data/CC-MAIN-2018-34/segments/1534221213540.33/warc/CC-MAIN-20180818095337-20180818115337-00495.warc.gz | ory | 0.999987 | Orya | 5 | {"ory_Orya_score": 0.9999867677688599} |
ସମ୍ବଲପୁର, ୧/୯(ଓଡ଼ିଆ ପୁଅ) : କେନ୍ଦ୍ର ସରକାରଙ୍କ ଦ୍ୱାରା ରାଫେଲ ବିମାନ ଖରିଦରେ ହୋଇଥିବା ଦେଶର ରାଜକୋଷ ହାନୀ ଏବଂ ସ୍କାନର ପର୍ଦ୍ଦାଫାଶ କରିବା ପାଇଁ କଂଗ୍ରେସ ଦେଶବ୍ୟାପୀ ଜନଜାଗରଣ କରିବ ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ମୁଖପାତ୍ର ପୱନ୍ ଖେରା ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସମ୍ବଲପୁର କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ବାୟୁସେନାର ସୁପାରିଶ କ୍ରମେ ୟୁପିଏ ସରକାର ଲଢ଼ୁଆ ବିମାନ କିଣିବାକୁ ଟେଣ୍ଡର କରିଥିଲେ। ଭଲ ଲଢ଼ୁଆ ବିମାନ ଭାବରେ ଫ୍ରାନ୍ସର ଦାସଲଟ୍ ଏଭିଏସନ୍ କମ୍ପାନୀର ରାଫେଲକୁ ଚୟନ କରାଯାଇ ବାୟୁସେନାର ଆବଶ୍ୟକତା ମୁତାବକ ୧୨୬ଟି ବିମାନ କିଣାଯିବାକୁ ସ୍ଥିର ହୋଇଥିଲା। ସେଥିରୁ ୧୮ଟି ସିଧାସଳଖ ଉଡ଼ିବା ସ୍ଥିତିରେ ଆସିବା ଏବଂ ୧୦୮ଟି ବିମାନ ଟେକ୍ନୋଲୋଜି ହସ୍ତାନ୍ତରଣରେ ହାଲ୍ ଦ୍ୱାରା ପ୍ରସ୍ତୁତ କରାଯିବାକୁ ନିର୍ଣ୍ଣୟ ହୋଇଥିଲା। ଦାସଲ୍ଟ କମ୍ପାନୀ ସହ ହୋଇଥିବା କଥାବାର୍ତ୍ତା ଅନୁଯାୟୀ ପ୍ରତ୍ୟେକ ବିମାନର ମୂଲ୍ୟ ୫ଶହ ୨୬ କୋଟି ୧୦ଲକ୍ଷ ଟଙ୍କା ଲେଖାଏଁ ଧାର୍ଯ୍ୟ ହୋଇଥିବା ବେଳେ ମୋଟ୍ ୧୨୬ଟି ବିମାନ ପାଇଁ ୧୮ ହଜାର ୯୪୦ କୋଟି ଟଙ୍କା ମୂଲ୍ୟ ପଡ଼ିଥାନ୍ତା। ୨୦୧୪ରେ ଏ ନେଇ ଚୂଡ଼ାନ୍ତ ନିର୍ଣ୍ଣୟ ବାକିଥିବା ବେଳେ ସରକାର ପରିବର୍ତ୍ତନ ହୋଇ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଥିଲା। ପ୍ରାୟ ୧ ବର୍ଷ ଉତ୍ତାରୁ ୨୦୧୫ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଫ୍ରାନ୍ସ ଗସ୍ତରେ ଯାଇଥିବା ବେଳେ ଭାରତ ୩୬ଟି ରାଫେଲ ବିମାନ କିଣିବ ବୋଲି ତରବରିଆ ଭାବେ ଘୋଷଣା କରାଗଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ତକ୍ରାଳୀନ ପ୍ରତିରକ୍ଷା ମନ୍ତ୍ରୀ ନଥିବା ବେଳେ ଶିଳ୍ପପତି ଅନିଲ ଅମ୍ବାନୀ ଉପସ୍ଥିତ ଥିଲେ। ଏଣେ ୩୬ଟି ବିମାନ କିଣା ନେଇ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟିର ଅନୁମୋଦନ ନ ଥିଲା। ଏହା ସହିତ ପ୍ରତିରକ୍ଷା ସାମଗ୍ରୀ କିଣାରେ ଆବଶ୍ୟକ ହେଉଥିବା ନିର୍ଦ୍ଧାରିତ ନିୟମକୁ ଅଣଦେଖା କରାଗଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ୟୁପିଏ ସରକାର ସମୟରେ ନିର୍ମିତ ଗୋଟିଏ ଲେଖାଏଁ ବିମାନର ମୂଲ୍ୟ ୩ ଗୁଣ ଅଧିକ ୧୬୭୦ କୋଟି ୭୦ ଲକ୍ଷ ଟଙ୍କାରେ ଧାର୍ଯ୍ୟ କରାଗଲା। ସେଥିରେ ପୁଣି ରାଫେଲ୍ ବିମାନ କିଣା ନେଇ ପ୍ରଧାମନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏକତରଫା ନିଷ୍ପତ୍ତି ଟେକ୍ନୋଲୋଜି ହସ୍ତାନ୍ତରଣ ବାବଦରେ ୨୦୧୪ରେ ଦାସଲଟ୍ କମ୍ପାନୀ ସହ ହାଲ୍ର ହୋଇଥିବା ଚୁକ୍ତିନାମାକୁ ଜଳାଞ୍ଜଳି ଦେଲା। ଏଣେ ଶିଳ୍ପପତି ଶ୍ରୀ ଅମ୍ବାନୀ ମାତ୍ର ୧୨ ଦିନ ତଳେ ପଞ୍ଜୀକୃତ କରିଥିବା ରିଲାଏନ୍ସ ଡିଫେନ୍ସ ଲିମିଟେଡ଼୍କୁ ୩୦ ହଜାର କୋଟି ଟଙ୍କାର ଅଫ୍ସେଟ୍ କଣ୍ଟ୍ରାକ୍ଟ ଦିଆଗଲା। ଏବେ ପୁଣି ରିଲାଏନ୍ସ ଡିଫେନ୍ସ ଲିମିଟେଡ଼ ଆହୁରି ୧ଲକ୍ଷ କୋଟି ଟଙ୍କାର ଲାଇଫ୍ ସାଇକେଲ କଷ୍ଟ କଣ୍ଟ୍ରାକ୍ଟ ଲାଭ କରିଛି। ଏହିଭଳି ଭାବେ ମୋଦୀ ସରକାର ବାୟୁ ସେନା ଆବଶ୍ୟକ କରୁଥିବା ବିମାନର ସଂଖ୍ୟା ହ୍ରାସ କରି ଜାତୀୟ ସୁରକ୍ଷାକୁ ବିପନ୍ନ କରିବା ସହ ଦେଶର ରାଜକୋଷ ଉପରେ ଅତିରିକ୍ତ ବୋଝ ଲଦିଥିବା ଓ ରାଷ୍ଟ୍ରାୟତ୍ତ ସଂସ୍ଥା ହାଲ୍ର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବା ଶ୍ରୀ ଖେରା କହିଛନ୍ତି। ସେ ଆହୁରି କହିଥିଲେ ଯେ, ଏହି ପ୍ରସଙ୍ଗରେ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅଫ୍ସେଟ୍ କଣ୍ଟ୍ରାକ୍ଟ ଦିଆଯାଇ ନଥିବା ନିରାଟ ମିଛ କଥା କହିଛନ୍ତି। ଯାହାକି ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ୍ରୁ ଧରାପଡ଼ିଛି।
ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସମ୍ପାଦକ ଏମ୍ ୱାଲି, ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ କୁମାର ଗୁରୁ, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର କିଶୋର ପତି, ପୂର୍ବତନ ସାଂସଦ ଅମର ପ୍ରଧାନ, ପ୍ରଦେଶ କଂଗ୍ରେସ କର୍ମକର୍ତ୍ତା ରାଜକିଶୋର ଦାସ, ରାଜୁ ଷଡ଼ଙ୍ଗୀ, ସୁରେଖା ସାହୁ, ଦୁଲାଲଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ପଟ୍ଟନାୟକ, ସେମ ହେମ୍ବ୍ରମ୍, ପଞ୍ଚାୟତିରାଜ ସଂଗଠନ ଅଧ୍ୟକ୍ଷ ଆସଫ୍ ଅଲ୍ଲୀ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ। | <urn:uuid:fc7964a8-2ac6-4579-9c1a-9b3acd8b0aab> | CC-MAIN-2018-39 | http://odiapua.com/%E0%AC%B0%E0%AC%BE%E0%AC%AB%E0%AD%87%E0%AC%B2-%E0%AC%AC%E0%AC%BF%E0%AC%AE%E0%AC%BE%E0%AC%A8-%E0%AC%95%E0%AC%BF%E0%AC%A3%E0%AC%BE%E0%AC%B0%E0%AD%87-%E0%AC%B8%E0%AD%8D%E0%AC%95%E0%AC%BE%E0%AC%AE/ | 2018-09-18T20:55:18Z | s3://commoncrawl/crawl-data/CC-MAIN-2018-39/segments/1537267155702.33/warc/CC-MAIN-20180918205149-20180918225149-00037.warc.gz | ory | 0.999974 | Orya | 3 | {"ory_Orya_score": 0.9999738931655884} |