text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
ସୁରଟ,୨୫।୧୨: ଗୁଜରାଟର ସୁରଟରେ ୨୫୧ ଯୋଡା ଦମ୍ପତିଙ୍କର ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଯେଉଁ ଝିଅମାନେ ପିତୃହରା ଏବଂ ଆର୍ଥିକ ଦୃଷ୍ଟିକୋଣରୁ ସ୍ବଚ୍ଛଳ ନୁହନ୍ତି ସେମାନଙ୍କୁ ଝିଅ ଭାବେ ଗ୍ରହଣ କରି ମହେଶ ସଭାନି ନାମକ ବ୍ୟବସାୟୀ ଏହି ବିବାହର ଆୟୋଜନ କରିଥିଲେ। ଗତ ୫ବର୍ଷ ଧରି ସଭାନି ଏମିତି ବିବାହ କରି ଆସୁଛନ୍ତି। ଏପର୍ଯ୍ୟନ୍ତ ୧୦୦୦ରୁ ଊର୍ଦ୍ଧ୍ୱ କନ୍ୟାଙ୍କର ସେ ବିବାହ କରି ସାରିଲେଣି। କେବଳ ହିନ୍ଦୁ ନୁହେଁ ମୁସଲମାନ ଓ ଖ୍ରୀଷ୍ଟିଆନ ଝିଅମାନଙ୍କର ବିବାହ ମଧ୍ୟ କରିଛନ୍ତି ସଭାନି। | <urn:uuid:46089362-1268-440c-971d-c501c95fbefe> | CC-MAIN-2018-17 | http://www.dharitri.com/main/news/15491 | 2018-04-25T10:21:29Z | s3://commoncrawl/crawl-data/CC-MAIN-2018-17/segments/1524125947795.46/warc/CC-MAIN-20180425100306-20180425120306-00325.warc.gz | ory | 0.999998 | Orya | 3 | {"ory_Orya_score": 0.9999978542327881} |
ନୂଆଦିଲ୍ଲୀ,୨।୧: ଭାରତୀୟ ମେଡିକାଲ ପରିଷଦକୁ ଜାତୀୟ ମେଡ଼ିକାଲ କମିଶନ(ଏନ୍ଏମ୍ସି) ଭାବେ ପରିବର୍ତ୍ତନ କରାଯିବା ନେଇ ଗତ ଶୁକ୍ରବାର ଲୋକସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଦ୍ୱାରା ପ୍ରସ୍ତାବିତ ବିଲ୍ ଆଗତ ହୋଇଥିଲା। ଏହି ବିଲ୍କୁ ବିରୋଧ କରି ଦେଶବ୍ୟାପି ୩ ଲକ୍ଷରୁ ଅଧିକ ଡାକ୍ତର ମଙ୍ଗଳବାର ୧୨ ଘଣ୍ଟିଆ ଧର୍ମଘଟ ଦେଇଥିଲେ। ତେବେ ଏହାର ବିଚାର ସଂସଦୀୟ ସ୍ଥାୟୀ କମିଟି କରିବ ବୋଲି କେନ୍ଦ୍ର ସରକାର ସୂଚିତ କରିବାପରେ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହୃତ କରିଛନ୍ତି। ସୂଚନାଯୋଗ୍ୟ ଏହି ବିଲ୍ ଦ୍ୱାରା ମେଡ଼ିକାଲ ଶିକ୍ଷାର ଘରୋଇ କରଣ ବୃଦ୍ଧି ପାଇବ। ଫଳରେ ମଧ୍ୟମ ଓ ଆର୍ଥିକ ଅନଗ୍ରସର ବର୍ଗର ଶିକ୍ଷାର୍ଥୀ ଏହି ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗରୁ ବଞ୍ଚିତ ହେବେ ବୋଲି ଭାରତୀୟ ମେଡ଼ିକାଲ ଆସୋସିଏସନ୍ ପକ୍ଷରୁ ସୂଚିତ କରିଥିଲା। ପୂର୍ବରୁ ୧୫ ପ୍ରତିଶତ ସିଟ୍ରେ ନାମ ଲେଖା ଫି ମ୍ୟାନେଜମେଣ୍ଟ୍ ଧାର୍ଯ୍ୟ କରୁଥିବାବେଳେ ନୂଆ ବିଲ୍ ଅନୁସାରେ ଏବେ ୬୦ ପ୍ରତିଶତ ସିଟ୍ର ନାମଲେଖା ଫି ମ୍ୟାନେଜମେଣ୍ଟ୍ ନିଶ୍ଚିତ କରିବ ବୋଲି କୁହାଯାଇଥିଲା। ଅବଶିଷ୍ଟ ୪୦ ପ୍ରତିଶତ ସିଟ୍ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବ। ସେହିପରି ପୁରୁଣା ନିୟମ ଅନୁସାରେ ଭାରତୀୟ ମେଡ଼ିକାଲ ଆସୋସିଏସନରେ ୧୩୬ ଜଣ ସଦସ୍ୟ ରହୁଥିଲେ। ମାତ୍ର ନୂଆ ବିଲ୍ ଅନୁସାରେ ସଦସ୍ୟ ସଂଖ୍ୟା ୨୫ ରହିବ। ସେଥିମଧ୍ୟରୁ ୨୦ଜଣ ପ୍ରତିନିଧି ସରକାରଙ୍କ ଦ୍ୱାରା ମନୋନୀତ ହେବେ ଓ ଅବଶିଷ୍ଟ ୫ ପ୍ରତିନିଧି ବିଭିନ୍ନ ରାଜ୍ୟରୁ ନିର୍ବାଚିତ ହେବେ ବୋଲି ବିଲ୍ରେ ଦର୍ଶାଯାଇଥିଲା। ଏହି ପ୍ରସ୍ତାବକୁ ଭାରତୀୟ ମେଡିକାଲ ଆସୋସିଏସନ୍ ପକ୍ଷରୁ ବିରୋଧ କରାଯାଇଥିଲା। | <urn:uuid:c98fb2a0-753e-43b2-9343-ca1c864c5738> | CC-MAIN-2018-17 | http://www.dharitri.com/main/news/16382 | 2018-04-25T10:20:48Z | s3://commoncrawl/crawl-data/CC-MAIN-2018-17/segments/1524125947795.46/warc/CC-MAIN-20180425100306-20180425120306-00325.warc.gz | ory | 1 | Orya | 5 | {"ory_Orya_score": 1.0000003576278687} |
ବୌଦ୍ଧ,୧୭/୦୮ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା ଆଇନପା୍ରଧିକରଣ ପକ୍ଷରୁ ଏକ ସଚେତନତା ଶିବିର ମୁଣ୍ଡାପଡା ଗା୍ରମପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଇନ ପା୍ରଧିକରଣର ସଚିବ ମିନାକ୍ଷୀ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବୌଦ୍ଧ ବ୍ଳକ ବିଡିଓ ନିହାର ରଂଜନ କହଁର, ଜିଲା ପ୍ରୋଗା୍ରମ କୋଓଅଡିନେଟର ଆଶିଷ ମହାନ୍ତି, ମୁଣ୍ଡାପଡା ସରପଂଚ ବିଦ୍ୟାଧର ସ୍ୱାଇଁ ଉପସ୍ଥିତ ଥିଲେ । ଏହି ଶିବିରରେ ସରକାରଙ୍କ ମମତା ଯୋଜନା, ବିଜୁକୃଷକ ଯୋଜନା, ବିଜୁ କନ୍ୟାରନô ଯୋଜନା, ବିଜୁପକାଘର ଯୋଜନା, ବିଜୁ ଆତ୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଗା୍ରମୀଣ ଆବାସ ଯୋଜନା, ମହାତ୍ମଗାନ୍ଧୀ କର୍ମନିଯୁକ୍ତି ଯୋଜନା ଉପରେ ଥିବା ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଶିବିରରେ ପଞ୍ଚାୟତର ପ୍ରାୟ ୮୦ ଜଣ ଜନସାଧାରଣ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନ ହୋଇଥିଲେ । | <urn:uuid:4c14ecd7-5a84-4150-a23c-e1439bfdfad6> | CC-MAIN-2018-17 | http://odiapua.com/%E0%AC%9C%E0%AC%BF%E0%AC%B2%E0%AC%BE-%E0%AC%AA%E0%AC%BE%E0%AD%8D%E0%AC%B0%E0%AC%A7%E0%AC%BF%E0%AC%95%E0%AC%B0%E0%AC%A3-%E0%AC%AA%E0%AC%95%E0%AD%8D%E0%AC%B7%E0%AC%B0%E0%AD%81-%E0%AC%B8%E0%AC%9A/ | 2018-04-20T13:06:19Z | s3://commoncrawl/crawl-data/CC-MAIN-2018-17/segments/1524125937780.9/warc/CC-MAIN-20180420120351-20180420140351-00501.warc.gz | ory | 0.999952 | Orya | 2 | {"ory_Orya_score": 0.9999520778656006} |
କନକ ବ୍ୟୁରୋ : ପେଟ୍ରୋଲ ଟାଙ୍କିରେ କେମିତି ହୁଏ ତେଲ ଚୋରି । ଯୋଗାଣ ମନ୍ତ୍ରୀ ବଖାଣିଛନ୍ତି ପେଟ୍ରୋଲ ଟାମ୍ପରିଂର ରହସ୍ୟ । ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ପେଟ୍ରୋଲ ଟାଙ୍କିରେ ଏକ ପମ୍ପିଂ ମେସିନ ଲଗାଯାଇଛି । ଯାହା ତୈଳ ପରିମାଣକୁ ଭିତରୁଆ ଟାଣି ଦିଏ । ଯେଉଁଥିପାଇଁ ନିର୍ଦ୍ଧାରିତ ପରିମାଣରୁ କମ୍ ପେଟ୍ରୋଲ ଗାଡିକୁ ମିଳିଥାଏ । ମନ୍ତ୍ରୀ କହିଛନ୍ତି ଏହା ମୁଖ୍ୟତଃ ଗାଁରେ ଥିବା ପେଟ୍ରୋଲ ପମ୍ପରେ ହୁଏ । କାରଣ ସେଠାରେ ମାନ ଯାଂଚ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥାଏ । ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରୁ ଅଧିକାରୀ ପଠାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
କିଛି ଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ ବିଭାଗ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗଣ ବିଭାଗକୁ ଏକ ପତ୍ର ଆସିଥିଲା । ଯେଉଁଥିରେ ଓଡିଶାର ୮୨ଟି ପେଟ୍ରୋଲ ପମ୍ପରେ ଜାପାନୀ ଚିପ୍ ଯୋଗେ ତୈଳ ହେରଫେର କରାଯାଉଥିବା ନେଇ ଅଭିଯୋଗ ଦର୍ଶାଯାଇଥିଲା । ପେଟ୍ରୋଲ ଟାମ୍ପରିଂ ନେଇ ଗତ କିଛି ଦିନେ ଯୋଗଣ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢାଉ କରାଯାଇଥିଲା । | <urn:uuid:d44bf813-42cf-4dcd-8cd9-6e0801568069> | CC-MAIN-2018-17 | http://kanaknews.com/surya-patra-told-about-petrol-tampering/ | 2018-04-23T13:44:01Z | s3://commoncrawl/crawl-data/CC-MAIN-2018-17/segments/1524125946011.29/warc/CC-MAIN-20180423125457-20180423145457-00181.warc.gz | ory | 1.000009 | Orya | 5 | {"ory_Orya_score": 1.0000090599060059} |
ବଲିଉଡର ବିଗତ ଦିନର ଲୋକପ୍ରିୟ ନାୟକ ବିନୋଦ ଖାନ୍ନାଙ୍କ ଶରୀରରେ ପାଣିର ମାତ୍ରା କମ ଯୋଗୁଁ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତା'ପରେ ବିନୋଦ ଖାନ୍ନାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ଶୁଣିବାକୁ ମିଳିଥିଲ । କେବଳ ଏତିକି ନୁହଁ ତାଙ୍କ ମୃତ୍ୟୁ ହୋଇଯାଇଛି ବୋଲି ମଧ୍ୟ ଖବର ଆସିଥିଲା ।
କିନ୍ତୁ ଏବେ ମେଡିକାଲ କର୍ତ୍ତୃପକ୍ଷ ତରଫରୁ ବିନୋଦ ଖାନ୍ନାଙ୍କ ସ୍ଥିତକୁ ନେିଇ ଏକ ସ୍ଫଷ୍ଟ ସୂଚନା ମିଳିଛି । ଏହି ସୂଚନାରେ କୁହାଯାଇଛି 'ଶରୀରରେ ପାଣିର ମାତ୍ରା କମ୍ ଥିବାରୁ ତାଙ୍କର ଅବସ୍ଥା ହଠାତ ବିଗିଡି ଯାଇଥିଲା । ଏବେ ଧୀରେ ଧୀରେ ତାଙ୍କ ସ୍ଥିତିରେ ସୁଧାର ଆସୁଛି ବୋଲି ଜଣାଇଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । | <urn:uuid:9f2a84c8-8b31-4015-ab88-4a0dde9a0882> | CC-MAIN-2018-17 | http://kanaknews.com/vinod-khanna-s-condition-stable-now/ | 2018-04-20T04:53:20Z | s3://commoncrawl/crawl-data/CC-MAIN-2018-17/segments/1524125937114.2/warc/CC-MAIN-20180420042340-20180420062340-00452.warc.gz | ory | 1.000003 | Orya | 7 | {"ory_Orya_score": 1.0000026226043701} |
କନକ ବ୍ୟୁରୋ : ସମ୍ବଲପୁରରେ ହନୁମାନ ଜୟନ୍ତୀ ଆସିଲେ ଚର୍ଚ୍ଚାକୁ ଆସନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର । କାରଣ ପ୍ରଶାସନର କଟକଣା ସତ୍ୱେ ଆଖଡା ଶୋଭାଯାତ୍ରାରେ ଖଣ୍ଡା ବୁଲାଇଥାନ୍ତି ବିଜେପିର ଏହି ଦବଙ୍ଗ ନେତା । ହେଲେ ପରମ୍ପରା ଆଳରେ ପ୍ରଶାସନର ବାରଣକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଏହି ନେତା ଏବେ ଜେଲରେ । ବିଜେପୁର ଭୋଟ ବେଳେ ମନ୍ତ୍ରୀ ସୁଶାନ୍ତ ସିଙ୍କ ଭାଇଙ୍କ ଉପରକୁ ଆକ୍ରମଣ ଘଟଣାରେ ତାଙ୍କୁ ଗିରଫ କରିଛି ସୋହେଲା ପୋଲିସ ।
ମନ୍ତ୍ରୀଙ୍କ ଭାଇ ସୁବ୍ରତ ସିଂଙ୍କୁ ମରଣାନ୍ତର ଆକ୍ରମଣ ଅଭିଯୋଗରେ ଅନ୍ୟ ୭ଜଣଙ୍କ ସହ ଗିରଫ ହୋଇ ଜେଲରେ ଅଛନ୍ତି ପଶ୍ଚିମ ଓଡିଶାର ଏହି ପ୍ରଭାବଶାଳୀ ବିଜେପି ନେତା ଜୟନାରାୟଣ ମିଶ୍ର । ତେଣୁ ପ୍ରଶ୍ନ ଉଠୁଛି ଏଥର ସମ୍ବଲପୁର ହନୁମାନ ଜୟନ୍ତୀରେ ଆଖଡା ଶୋଭାଯାତ୍ରାବେଳେ ଖଣ୍ଡା ବୁଲିବ ନା ନାହିଁ । ପରମ୍ପରା ଅନୁସାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବିଭିନ୍ନ ଆଖଡା କମିଟି ପକ୍ଷରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଥାଏ । ହେଲେ କୌଣସି ଅଘଟଣ ଏଡାଇବାକୁ ପ୍ରଶାସନ ଖଣ୍ଡା ଓ ନିଆଁ ବୁଲାଇବା ଉପରେ କଟକଣା ଲଗାଇଛି । ସମନ୍ୱୟ ସମିତି ମଧ୍ୟ ଶୋଭାଯାତ୍ରାରେ ଖଣ୍ଡା ନ ବୁଲାଇବାକୁ ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛି ।
ସୂଚନାଯୋଗ୍ୟ ଆଜି ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତି । ସମ୍ବଲପୁର ସହରରେ ଜୟନ୍ତି ପାଳନ କରୁଛି ସମନ୍ୱୟ ସମିତି । ବିଭିନ୍ନ ପଡାରେ ସଭା ଓ ଶୋଭାଯାତ୍ରା ପାଇଁ ସମନ୍ୱୟ ସମିତି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଧୁମଧାମରେ ହନୁମାନ ଜୟନ୍ତି ପାଳନ ପାଇଁ ପ୍ରସ୍ତୁତି କରାଯାଇଥିବାବେଳେ ଶୋଭାଯାତ୍ରାରେ ୩୦ରୁ ଅଧିକ ସାମିଲ ହେବା ସୂଚନା ରହିଛି । ତେବେ ଚଳିତବର୍ଷ ପ୍ରଥମଥର ଲାଗି ଶୋଭାଯାତ୍ରାର ରାସ୍ତା ପରିବର୍ତନ କରାଯାଇଛି ।
ବାଲିବନ୍ଧାରୁ ଶୋଭାଯାତ୍ରା ବାହାରି ଜିଲ୍ଲା ସ୍କୁଲ ଛକରେ ପହଂଚିବ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି । ଶୋଭା ଯାତ୍ରା ସମୟରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦ରୁ ଅଧିକ ଅଫିସର ମୁତୟନ ରହିବେ । ତେବେ ଶୋଭାଯାତ୍ରାରେ ଖଣ୍ଡା ଓ ନିଆଁ ବୁଲାଇବାକୁ ବାରଣ କରିଛି ପୋଲିସ । କଟକଣାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । | <urn:uuid:b58d4ba8-64ee-4ae4-8fe8-73aa52d6aebc> | CC-MAIN-2018-17 | http://kanaknews.com/sambalpur-hanuman-jayanti-jaynaryan-mishra-bjp/ | 2018-04-20T16:10:19Z | s3://commoncrawl/crawl-data/CC-MAIN-2018-17/segments/1524125944479.27/warc/CC-MAIN-20180420155332-20180420175332-00270.warc.gz | ory | 0.999995 | Orya | 7 | {"ory_Orya_score": 0.9999949932098389} |
ସମାଜର କେତେଜଣ ନିଆରା ମଣିଷଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ରାଧିକା ସି.ଏସ୍, ଯାହାଙ୍କ ଦିନ ଆରମ୍ଭ ହୁଏ ସମାଜସେବାରୁ । ଯନ୍ତ୍ରଣା ଜର୍ଜରିତ ଦରିଦ୍ର ଓ ଅସହାୟ ରୋଗୀଙ୍କୁ ନିଜ ଆମ୍ବୁଲାନ୍ସରେ ଅତି ଅଳ୍ପ ଅବା ମୂଲ୍ୟରେ ହସ୍ପିଟାଲ ନେବା ଆଣିବା ହେଉଛି ରାଧିକାଙ୍କର ମୁଖ୍ୟ କାମ । ଜୀବନରେ ବହୁ ଉତ୍ ଥାନ ପତନ ଦେଇ ଗତି କରିଥିବା ରାଧିକା ଆଜି ୧୦ଟି ଆମ୍ବୁଲାନ୍ସର ମାଲିକାଣୀ । ଘରୋଇ ଚାକରାଣୀଠୁ ନେଇ ହସ୍ପିଟାଲ, ନର୍ସିଂହୋମ୍ ରେ ଧାଈ କାମ କରିଛନ୍ତି ରାଧିକା ।
ସ୍ଵାମୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନ ଆହୁରି ଯନ୍ତ୍ରଣାମୟ ହୋଇଯାଇଥିଲା । ସେତେବେଳେ ସେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ବେଶ୍ କେତେଥର ଉଦ୍ୟମ କରିଥିଲେ । ମାତ୍ର ବିଧିର ବିଧାନ ବୋଧହୁଏ ଭିନ୍ନ ଥିଲା । ଦିନେ ନିଜ ଜୀବନକୁ ଶେଷ କରିଦେବାକୁ ଚାହୁଁଥିବା ରାଧିକା ଆଜି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ତତ୍ପର । କର୍ଣ୍ଣାଟକର ମାଙ୍ଗାଲୋର୍ରେ ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ ରାଧିକା । ପରିବାରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିଲା । ଅନିଚ୍ଛା ସତ୍ତ୍ୱେ ଷଷ୍ଠ ଶ୍ରେଣୀ ପରେ ଆଉ ଆଗକୁ ପଢି ପାରିନଥିଲେ । ଘର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ତାଙ୍କୁ କେତେବେଳେ ଆୟା ତ ଆଉ କେତେବେଳେ ଘର ପାଖ ଆଙ୍ଗନବାଡିରେ ପାଚିକା, ଆୟା ତ ଆଉ କେତେବେଳେ ଘର ପାଖ ଆଙ୍ଗନବାଡିରେ ପାଚିକା, ପୁଣି କେତେବେଳେ ଘରୋଇ ଚାକରାଣୀ ଭାବେ କାମ କରିବାକୁ ପଡୁଥିଲା । ତେବେ କାମ କରିବାର ଏହିସବୁ ଅଭିଜ୍ଞତା ଖୁବ୍ ତିକ୍ତ ହୋଇପଡିବାରୁ ସେ କ୍ଷୋଭ ଓ ଦୁଃଖରେ ମାତ୍ର ୧୫ ବର୍ଷ ବୟସରେ ଘର ଛାଡିଦେଇଥିଲେ । ମାଙ୍ଗାଲୋରଠାରୁ ୬୦ କିମି ଦୂରରେ ପୁଟ୍ଟୁରନାମକ ସ୍ଥାନକୁ ଚାଲି ଯାଇଥିଲେ । ସେଠାରେ ଜଣେ ଡାକ୍ତରଙ୍କ ଘରେ ଚାକରାଣୀ ଭାବେ କାମ କରିଥିଲେ । କାମ ପ୍ରତି ତାଙ୍କ ନିଷ୍ଠା ଦେଖି ସେହି ଡାକ୍ତର ତାଙ୍କୁ ଏକ ହସ୍ପିଟାଲ୍ ରେ ଧାଈ ଭାବେ ରଖାଇ ଦେଇଥିଲେ । ସେହି ହସ୍ପିଟାଲଟି ବିଭିନ୍ନ କାରଣରୁ ବନ୍ଦ ହୋଇଯିବା ପରେ ରାଧିକା ମାଙ୍ଗାଲୋରସ୍ଥିତ ଆଉ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରିବାକୁ ଲାଗିଲେ । ସେହି ସମୟରେ ସେ ଉକ୍ତ ହସ୍ପିଟାଲର ଡ୍ରାଇଭର ସି ଏସ୍ ସୁରେଶଙ୍କୁ ବିବାହ କରିଥିଲେ ।
ବିବାହର ମାତ୍ର ଛଅ ବର୍ଷ ପରେ ଅଚାନକ ସୁରେଶଙ୍କର ମୃତ୍ୟୁ ହୋଇଥିଲା । ପୁଣି ଥରେ ଯନ୍ତ୍ରଣାମୟ ଜୀବନ ରାଧିକାଙ୍କୁ ବ୍ୟତିବ୍ୟସ୍ତ କରିଥିଲା । ସେତେବେଳକୁ ରାଧିକା ଦୁଇ ପିଲାଙ୍କ ମା' ବି ହୋଇସାରିଥିଲେ । ଏହା ସହିତ ସେ ରଣଭାରରେ ମଧ୍ୟ ବୁଡିଥିଲେ । ଏମିତିକି ଦିନକୁ ଦୁଇ ଓଳି ଦୁଇ ମୁଠା ଆହାର ଯୋଗାଡ କରିବା ମଧ୍ୟ ତାଙ୍କ ପାଇଁ ଅସମ୍ଭବ ହୋଇପଡିଥିଲା ।
ଏହି ସମୟରେ ତାଙ୍କୁ ସହାୟତାର ହାତ ବଢେଇଥିଲେ ସୁନୀଲ ନାମକ ଜଣେ ବ୍ୟକ୍ତି; ଯିଏ କି ରାଧିକାଙ୍କ ସ୍ଵାମୀ ସୁରେଶଙ୍କ ସୁପାରିଶ କ୍ରମେ ସେହି ହସ୍ପିଟାଲର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ । ସୁନୀଲ ହିଁ ରାଧିକାଙ୍କୁ ଆମ୍ବୁଲାସ ଚଲାଇବା ଶିଖାଇଥିଲେ।ଏହାପରେ ରାଧିକା ନିଜେ ଏକ ଆମ୍ବୁଲାନ୍ସ କିଣିଥିଲେ । ମାତ୍ର ତାଙ୍କର ବ୍ୟବସାୟ ସେତେ ଜମିନଥିଲା । ଏହାର କିଛିଦିନ ପରେ ସ୍ଵାମୀଙ୍କ ବୀମା ଅର୍ଥରେ ସେ ପୁଣି ଏକ ଆମ୍ବୁଲାନ୍ସ କିଣିଥିଲେ । ଧୀରେ ଧୀରେ ତାଙ୍କ ବ୍ୟବସାୟର କଳେବର ବଢିବାରେ ଲାଗିଲା । ଏବେ ସେ ୧୦ଟି ଆମ୍ବୁଲାନ୍ସର ମାଲିକାଣୀ । ଘରୋଇ ନର୍ସିଂ ହୋମ୍ ଏବଂ ହସ୍ପିଟାଲରେ ସେ ତାଙ୍କର କେତୋଟି ଆମ୍ବୁଲାନ୍ସ ଭଡା ସୂତ୍ରରେ ଦେଇଥିବା ବେଳେ ଆଉ କେତୋଟିକୁ ସେ ଦରିଦ୍ର ଲୋକମାନଙ୍କ ପାଇଁ ରଖିଛନ୍ତି। ଲୋକଙ୍କ ଆବଶ୍ୟକତା ଅନୁସାରେ ସେ ଆମ୍ବୁଲାନ୍ସ ଯୋଗାଇ ଦେଉଛନ୍ତି । କିଲୋମିଟର ପିଛା ଅତି କମ୍ ଅର୍ଥ ଦାବି କରୁଥିବାରୁ ଦରିଦ୍ର ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଖରେ ରାଧିକାଙ୍କ ଆମ୍ବୁଲାନ୍ସର ଚାହିଦା ଅଧିକ । ଅନେକ ଥର ଏମିତି ବି ହୋଇଛି ଯେ ତାଙ୍କ ଆମ୍ବୁଲାନ୍ସରେ ଯାଇଥିବା କୌଣସି ରୋଗୀଙ୍କର ମୃତ୍ୟୁ ଘଟିଲେ ସେ ମୃତକଙ୍କ ଆତ୍ମୀୟଙ୍କ ଠାରୁ ଟଙ୍କାଟିଏ ମଧ୍ୟ ନେଇନାହାନ୍ତି। ଅନେକ ସମୟରେ ଦରିଦ୍ର ଲୋକମାନଙ୍କ ପାଇଁ ରାଧିକା ହସ୍ପିଟାଲ ର ବିଲ୍ ମଧ୍ୟ ପୈଠ କରିଛନ୍ତି। ଗରିବ ଓ ଅସହାୟ ରୋଗୀଙ୍କ ଶୁଭକାମନାକୁ ପାଥେୟ କରି ରାଧିକା ଆଗେଇ ଚାଲିଛନ୍ତି।
Related Stories
Stories by Ruchi Panigrahi | <urn:uuid:1b7959a6-a0e8-46f6-a990-ef5f7665926c> | CC-MAIN-2018-17 | https://odia.yourstory.com/read/e8a669ff30/- | 2018-04-23T19:05:53Z | s3://commoncrawl/crawl-data/CC-MAIN-2018-17/segments/1524125946165.56/warc/CC-MAIN-20180423184427-20180423204427-00372.warc.gz | ory | 0.999994 | Orya | 17 | {"ory_Orya_score": 0.9999936819076538} |
କଟକ/ପୁରୀ : ହାଇକୋଟଙ୍କ ନିର୍ଦେଶ କ୍ରମେ ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀମନ୍ଦିର ଜଗମୋହନ ଭକ୍ତଙ୍କ ନିମନ୍ତେ ଖୋଲାଯାଇଛି । ଏବେ ଭିତର କାଠରୁ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ହାଇକୋର୍ଟଙ୍କ ୩ ଜଣିଆ ଦଳ ଓ ଜିଲାପାଳଙ୍କ ଉପସ୍ଥିତିରେ ଅପରାହ୍ନ ୫ଟା ୧୦ରେ ଜଗମୋହନ ଖୋଲାଯାଇଥିଲା । ୨୦୧୬ ଜାନୁଆରୀ ୨୮ରେ ଶ୍ରୀମନ୍ଦିରର ଜଗମୋହନକୁ ବନ୍ଦ କରିଦିଆଯାଇଥିଲା । ଦୀର୍ଘ ୨ ବର୍ଷ ୨ ମାସ ପରେ ଜଗମୋହନ ଖୋଲାଯାଇଛି ।
Home ଆମ ଓଡ଼ିଶା | <urn:uuid:d36b7d5d-cf94-4082-b94b-5cac6fd62cf5> | CC-MAIN-2018-17 | http://www.samajalive.in/jagamohan-2/7183.html | 2018-04-21T22:51:45Z | s3://commoncrawl/crawl-data/CC-MAIN-2018-17/segments/1524125945459.17/warc/CC-MAIN-20180421223015-20180422003015-00179.warc.gz | ory | 1.000007 | Orya | 5 | {"ory_Orya_score": 1.0000070333480835} |
ଗୀତସଂହିତା 12 Oriya Bible: Easy-to-Read Version (ERV-OR)
ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍ ସ୍ୱରରେ ଦାଉଦଙ୍କର ଗୀତ।
12 ହେ ସଦାପ୍ରଭୁ, ମୋତେ ଉଦ୍ଧାର କର,
କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି।
ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ୱାସୀ ଲୋକର ହ୍ରାସ ହେଉଛି।
2 ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ୟା କହନ୍ତି।
ପ୍ରତ୍ୟେକ ମଣିଷ ଆଜି ଗ୍ଭଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ୟା କଥାରେ ଭୁଲାଇ କହନ୍ତି।
3 ସଦାପ୍ରଭୁ ସେମାନଙ୍କର ଓଷ୍ଠ ବନ୍ଦ କରିବେ, ଯିଏ ମିଥ୍ୟା ବାକ୍ୟ ଉଚ୍ଚାରଣ କରେ।
ସଦାପ୍ରଭୁ ସେମାନଙ୍କର ଜିହ୍ୱା ବନ୍ଦ କରିବେ, ଯିଏ ଗର୍ବର କାହାଣୀ ପ୍ରକାଶ କରେ।
4 ସେହି ଲୋକମାନେ କହନ୍ତି, "ଆମ୍ଭେମାନେ ଏହିପରି ମିଥ୍ୟା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିବୁ।
ଆମ୍ଭେ ଜାଣୁ ଆମ୍ଭକୁ କ'ଣ କହିବାକୁ ପଡ଼ିବ।
ଯାହା ଫଳରେ କେହି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।"
5 କିନ୍ତୁ ସଦାପ୍ରଭୁ କହନ୍ତି,
"ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି।
ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି।
କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।"
6 ଦାପ୍ରଭୁଙ୍କର ବାକ୍ୟସବୁ ସତ୍ୟ ଓ ନିର୍ମଳ।
ଯାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସେଗୁଡ଼ିକୁ ସାତଥର ତରଳା ଯାଇଥିବା ରୂପା ପରି ଶୁଦ୍ଧ।
7 ହେ ସଦାପ୍ରଭୁ, ସେହି ଅସହାୟ ଲୋକମାନଙ୍କର ଯତ୍ନ ନିଅ।
ସେମାନଙ୍କୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର।
8 ସେହି ଦୁଷ୍ଟ ଲୋକମାନେ ଯଦିଓ ପ୍ରାଧାନ୍ୟ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦେଖିବାକୁ ସୁନ୍ଦର ଗହଣା ପରି।
ଏହା ବହୁମୂଲ୍ୟ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ। | <urn:uuid:8ad588ba-1e8c-4512-a2cb-661154de19bb> | CC-MAIN-2018-17 | https://www.biblegateway.com/passage/?search=%E0%AC%97%E0%AD%80%E0%AC%A4%E0%AC%B8%E0%AC%82%E0%AC%B9%E0%AC%BF%E0%AC%A4%E0%AC%BE+12&version=ERV-OR | 2018-04-21T23:23:15Z | s3://commoncrawl/crawl-data/CC-MAIN-2018-17/segments/1524125945459.17/warc/CC-MAIN-20180421223015-20180422003015-00179.warc.gz | ory | 0.999997 | Orya | 15 | {"ory_Orya_score": 0.9999972581863403} |
ଯୋଡ଼ା: ଟାଟା ଷ୍ଟିଲ ଓଏମ୍କୁ୍ୟ ବିଭାଗର ନୋଆମୁଣ୍ଡି ଲୌହ ଖଣି (ଏନ୍ଆଇଏମ୍) ଆଜି ଖଣି ନିରୀକ୍ଷଣ ପାଇଁ ଡ୍ରୋନ୍ ପ୍ରଣାଳୀର ଶୁଭାରମ୍ଭ କରିଛି । ଏହାସହିତ ଏନ୍ଆଇଏମ୍ ଦେଶର ପ୍ରଥମ ଖଣି ଭାବେ ଖଣି ନିରୀକ୍ଷଣ ପାଇଁ ଡ୍ରୋନ୍ ପ୍ରଣାଳୀ କାର୍ଯ୍ୟକାରୀ କରିଛି ।
ଓଡ଼ିଶା ସରକାରଙ୍କ ଖଣି ବିଭାଗ ସଚିବ ତଥା ଆଇଏଏସ୍ ଶ୍ରୀ ବଲଭିନ୍ଦର କୁମାର, ଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନ୍ସର ମହା ନିୟନ୍ତ୍ରକ ଶ୍ରୀ ଆର.କେ ସିହ୍ନା, ଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନ୍ସର ଖଣି ନିୟନ୍ତ୍ରକ (ସିଜେଡ୍) ଶ୍ରୀ ଏ ବି ପାଣିଗ୍ରାହୀ, ଟାଟା ଷ୍ଟିଲ କଞ୍ଚାମାଲ ବିଭାଗର ଭାଇସ ପ୍ରେସିଡେଣ୍ଟ ଶ୍ରୀ ରାଜୀବ ସିଂହଲ ଓ ଟାଟା ଷ୍ଟିଲ ଓଏମ୍କୁ୍ୟ ବିଭାଗର ମହା ପ୍ରବନ୍ଧକ ଶ୍ରୀ ପଙ୍କଜ ସତିଜାଙ୍କ ଉପସ୍ଥିତିରେ ଏହି ପ୍ରଣାଳୀର ଉଦ୍ଘାଟନ କରିଥିଲେ ।
ମହାକାଶ କୌଶଳର ପ୍ରୟୋଗ ଓ ମୋବାଇଲ୍ ଆପ୍ ମାଧ୍ୟମରେ ଆମ ପକ୍ଷରୁ ଖଣି ସର୍ଭିଲିଆନସ୍ ପ୍ରଣାଳୀ କାର୍ଯ୍ୟକାରୀ କରାଯାଇଛି ବୋଲି ଏହି ଅବସରରେ ଶ୍ରୀ କୁମାର କହିଥିଲେ । ଏହା ବେଆଇନ ଖନନ, ଖଣି ଯୋଜନା ପରିଚାଳନା, ଉପôାଦନ, ମାଲ ପରିବହନ ଓ ରାଜସ୍ୱ ପରିଶୋଧ ଉପରେ ସତର୍କ ନଜର ରଖିବାରେ ସହାୟତା କରିବ ବୋଲି ସେ ମତ ପ୍ରକାଶ କରିଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିିଂହଲ କହିଥିଲେ ଯେ, ଏହା ଆମ ପାଇଁ ଗର୍ବର ମୂହୁର୍ତ୍ତର୍ । ଏହି କ୍ଷେତ୍ରରେ ହେଉଥିବା ସଦ୍ୟ ପରିବର୍ତ୍ତନରୁ ଲାଭ ଉଠାଇବା ପାଇଁ ଆମେ ସର୍ବଦା ଉଦ୍ୟମ କରିଛୁ । ଏହି ପ୍ରଣାଳୀ ବିଶ୍ୱସ୍ତରରେ ଖଣି ଶିଳ୍ପରେ ଡିଜିଟାଇଜେସ୍ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ସହ ନିଜକୁ ଖାପଖୁଇବା ସହ ନୂତନ କୌଶଳ ମାଧ୍ୟମରେ କାର୍ଯ୍ୟ ଦକ୍ଷତାରେ ଉନ୍ନତି ଆଣିବାରେ ମଧ୍ୟ ସହାୟକ ହୋଇପାରିବ । ଡ୍ରୋନ୍ ସହାୟତାରେ ଖଣି ନିରୀକ୍ଷଣ ଦ୍ୱାରା ବେଆଇନ୍ ଖଣି ଖନନ ପ୍ରତିରୋଧ କରାଯିବା ସହିତ ଦାୟିତ୍ୱାବନ ଖଣି ପ୍ରଶାସକ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିପାରିବ ।
ଏହି କୌଶଳ ଖଣି ନିରୀକ୍ଷଣ, ପରିବେଶ ନିରୀକ୍ଷଣ, ଲିଜ୍ ପାଚେରୀ ନିରୀକ୍ଷଣ ଓ ଚାଷପଯୋଗୀ ଜମି ସୃଷ୍ଟି କରିବାରେ ସହାୟକ ହେବ ବୋଲି ଶ୍ରୀ ସତିଜା ଏହି ଅବସରରେ ମତ ପ୍ରକାଶ କରିଥିଲେ ।
ଖଣି ଅଞ୍ଚଳ ଉପରେ ସତର୍କ ନଜର ରଖିବା, ଲିଜ୍ ପାଚେରୀ ନିରୀକ୍ଷଣ, ସୁରକ୍ଷା ଜୋନ୍ର ନିରୀକ୍ଷଣ, ଚାଷପଯୋଗୀ ଜମିର ନିରୀକ୍ଷଣ ଓ ଘନତ୍ୱ ଆକଳନ ପାଇଁ କ୍ୱୋରୀ ଓ ବର୍ଜ୍ୟ ପରିଚାଳନାର ପ୍ରେଫାଇଲିଂ ନୋଆମୁଣ୍ଡି ଅଞ୍ଚଳରେ ଏହି ପ୍ରଣାଳୀ ଶୁଭାରମ୍ଭ କରିବାର ମୁଖ୍ୟ ଉଦେ୍ଧଶ୍ୟ ।
ଏହି ପ୍ରଣାଳୀ ମାଧ୍ୟମରେ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହିତ ସ୍ୱଂୟ ପରିଚାଳିତ ଯାନବାହନ, ଇଣ୍ଟରନେଟ୍ର ବ୍ୟବହାର, ବିଗ୍ ଡାଟା, ବିଶ୍ଲେଷଣ, ରିମୋଟ୍ ନିୟନ୍ତ୍ରଣ କେନ୍ଦ୍ର ଓ ରକ୍ଷଣାବେକ୍ଷଣ ଭଳି ନବୀନତମ କୌଶଳ ବ୍ୟବହାର ଓଏମ୍କୁ୍ୟ ବିଭାଗର ମୁଖ୍ୟ ଲକ୍ଷ୍ୟ । ଲିଜ୍ ଅଞ୍ଚଳରେ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହି ପ୍ରଣାଳୀର ବ୍ୟବହାର କରାଯିବ ।
ଡିଜିଟାଲ ପଦକ୍ଷେପ ଅନ୍ତର୍ଗତ ଏନ୍ଆଇଏମ୍ ପକ୍ଷରୁ ମୋବାଇଲ୍ ଉପଯୋଗୀ ଖଣି ଯୋଜନା (ଏମ୍ପିଓପି), ଏକ୍ସ-ପ୍ୟାକ୍/ଏକ୍ସ-ଆକ୍ଟ ବ୍ୟବହାର ମାଧ୍ୟମରେ ଚୀର ସ୍ଥାୟୀ ଓ ଦୀର୍ଘ ସ୍ଥାୟୀ ଖଣି ଯୋଜନା ଓ ୨୦୧୫ରେ ୩ଡି ଲେଜର ସ୍କାନ୍ର କାର୍ଯ୍ୟକାରୀ କରାଯାଇଛି । ଦୀର୍ଘସ୍ଥାୟୀ ବିକାଶ ଫ୍ରେମ୍ୱାର୍କ ଅନ୍ତର୍ଗତ ଓଡ଼ିଶା ସରକାରଙ୍କ ଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନ୍ସ ପକ୍ଷରୁ ନୋଆମୁଣ୍ଡି ଲୌହ ଖଣିକୁ ୫ ଷ୍ଟାର ରେଟିଂ ମର୍ଧ୍ୟ ପ୍ରଦାନ କରାଯାଇଛି । | <urn:uuid:0ed3d1b4-4a44-4ab0-9b8e-053b16b14d42> | CC-MAIN-2018-17 | http://odishan.com/18545 | 2018-04-22T10:23:34Z | s3://commoncrawl/crawl-data/CC-MAIN-2018-17/segments/1524125945584.75/warc/CC-MAIN-20180422100104-20180422120104-00280.warc.gz | ory | 1.000007 | Orya | 5 | {"ory_Orya_score": 1.0000073909759521} |
ଗ୍ରାମାଞ୍ଚଳରେ ସୋସିଆଲ ମିଡିଆର ବ୍ୟବହାର ବଢ଼ିଚାଲିଥିବା ବେଳେ, ଗ୍ରାମୀଣ ଜନତାଙ୍କୁ ଆଖି ଆଗରେ ରଖି କୋଲକାତାର ଶ୍ରେଇ ଗ୍ରୁପ୍ ଆରମ୍ଭ କରିଛି 'ସହଜ ଇ-ଭିଲେଜ୍' ମାଧ୍ୟମରେ ଇ-କମର୍ସ ବା ଇଣ୍ଟରନେଟ୍ ବ୍ୟବସାୟ ସୁଯୋଗ । ଏମ୍-ବିକାଶ ସହ ମିଳିତ ଭାବେ ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ ଓ ଫ୍ରାଞ୍ଚାଇଜି ମାଧ୍ୟମରେ ଏମ୍-ବିକାଶ ଇ-କମର୍ସ ପ୍ଲାଟଫର୍ମ 'mVPay'କୁ ଏହା ଇ-କମର୍ସ ସେବା ପ୍ରଦାନ କରୁଛି ।
ସହଜ ପକ୍ଷରୁ କୁହାଯାଏ, ବିଗତ ଗୋଟିଏ ବର୍ଷରେ ଗ୍ରାମାଞ୍ଚଳରେ ସୋସିଆଲ ମିଡିଆର ବ୍ୟବହାର ଶତ ପ୍ରତିଶତ ବୃଦ୍ଧି ପାଇଛି ଓ ଏହା ମାଧ୍ୟମରେ ପ୍ରାୟ ୨୫ ଲକ୍ଷ ଗ୍ରାମ୍ୟ ଗ୍ରାହକଙ୍କର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏହି ବିଶାଳ ଗ୍ରାହକ ସମାଜକୁ ଛୁଇଁବା ଲାଗି ଗ୍ରାମ୍ୟ ବଜାରକୁ ଏବେ ଏମ୍-କମର୍ସ ଓ ଇ-କମର୍ସ ପାଇଁ ସହାୟତାର ଜରୁରୀ ରହିଛି ।
ପିଟିଆଇ ରିପୋର୍ଟ ମନୁସାରେ, ଏକ ବିଶାଳ ବିକ୍ରେତା ଗୋଷ୍ଠୀକୁ ନେଇ ଏମ୍-ବିକାଶ ଏକ ପ୍ରଯୁକ୍ତିଭିତ୍ତିକ ପ୍ଲାଟଫର୍ମ ପ୍ରସ୍ତୁତ କରିଛି । ଏବେ ପରୀକ୍ଷାମୂଳକ ଭାବେ ତାମିଲନାଡ଼ୁ ଗ୍ରାମାଞ୍ଚଳରେ ଏହାକୁ ବ୍ୟବହାର କରାଯାଉଛି । ଏହାର ସଫଳତା ପରେ ଖୁବ୍ ଶୀଘ୍ର ଏହି ପ୍ଲାଟଫର୍ମକୁ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଆସାମ ଓ ଉତ୍ତରପ୍ରଦେଶରେ ପ୍ରୟୋଗ କରାଯିବାର ଲକ୍ଷ୍ୟ ରହିଛି ।
ଏହା ଭିତରେ ଗୁଜରାଟ କୋଅପରେଟିଭ୍ ସମିତି ୨୦୧୫ରେ ସହଜ ଶ୍ରେଷ୍ଠ କିଓସ୍କ ଇମ୍ପ୍ଳିମେଣ୍ଟେସନ୍ ବିଭାଗରେ ବିଜୟୀ ହୋଇଛି । ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ପ୍ରାଯୁକ୍ତିକ ଉନ୍ନତ ସୂଚନାଧର୍ମୀ କିଓସ୍କ ପ୍ରସ୍ତୁତି ପାଇଁ ସହଜକୁ ଏହି ପୁରସ୍କାର ମିଳିଛି ।
Related Stories
Stories by Team Odia | <urn:uuid:21263fa2-36cd-4162-b642-60e3da997375> | CC-MAIN-2018-17 | https://odia.yourstory.com/read/ca88800631/- | 2018-04-22T02:48:02Z | s3://commoncrawl/crawl-data/CC-MAIN-2018-17/segments/1524125945484.58/warc/CC-MAIN-20180422022057-20180422042057-00294.warc.gz | ory | 0.999993 | Orya | 10 | {"ory_Orya_score": 0.9999933242797852} |
ଭୁବନେଶ୍ୱର,(ଓଟି): ଏଆଇସିସି କମିଟିରେ ଓଡ଼ିଆ ଝିଅ ମନସା ତ୍ରିପାଠୀ ସର୍ବକନିଷ୍ଠ ସଭ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି । ମାତ୍ର ୨୦ ବର୍ଷ ବୟସରେ ମନୀଷା ଏଆଇସିସିର ସଭ୍ୟ ହୋଇ ଜାତୀୟସ୍ତରରେ ବି ଚର୍ଚ୍ଚା ସୃଷ୍ଟି କରିଛନ୍ତି । ମନୀଷାଙ୍କ ବାପା ମୁନା ତ୍ରିପାଠୀ ଏବେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଅଛନ୍ତି ।
ନବରଙ୍ଗପୁର କଲେଜରେ ରାଜନୈତିକ ବିଜ୍ଞାନ ସମ୍ମାନର ଦ୍ୱିତୀୟ ବର୍ଷର ଛାତ୍ରୀ ମନସା ପିଲାଦିନୁ ସାମାଜିକ କାର୍ଯ୍ୟ ସହ ଜଡ଼ିତ ରହି ଆସିଛନ୍ତି । ପାଠ ପଢ଼ିବା ବେଳେ ରାଜନୀତିରେ ଅଂଶଗ୍ରହଣ କଲେ କୌଣସି ସମସ୍ୟାରେ ସମ୍ମୁଖୀନ ହେବେନାହିଁ ; ବରଂ ତାଙ୍କୁ ଏଆଇସିସି କମିଟିରେ ସାମିଲ କରି ରାହୁଲ ଗାନ୍ଧୀ ଯୁବବର୍ଗଙ୍କ ହାତରେ ନେତୃତ୍ୱ ଦେବା ପାଇଁ କେତେ ପ୍ରଯତ୍ନଶୀଳ ତାହା ପ୍ରମାଣିତ ହୋଇଛି ବୋଲି ମନସା କହିଛନ୍ତି ।
ମନସା ରାଜନୈତିକ ପରିବାରରୁ ଆସିଛନ୍ତି । ତାଙ୍କ ଜେଜେ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ତାଙ୍କ ବାପା ମଧ୍ୟ କଂଗ୍ରେସ ରାଜନୀତି ସହ ଓତଃପ୍ରୋତ ଭାବେ ଜଡ଼ିତ । | <urn:uuid:52d64878-5005-4f36-ba78-543255f63b17> | CC-MAIN-2018-17 | http://odishatime.com/odiya/aicc-member-odia-girl-manasha/ | 2018-04-19T13:23:30Z | s3://commoncrawl/crawl-data/CC-MAIN-2018-17/segments/1524125936969.10/warc/CC-MAIN-20180419130550-20180419150550-00450.warc.gz | ory | 0.999992 | Orya | 4 | {"ory_Orya_score": 0.9999918937683105} |
ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଆଜି କିଛି ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ସ୍ଥାନରେ।
ବଲାଙ୍ଗିରରେ ରୁଦ୍ର ନାରାୟଣ ସେନା ପକ୍ଷରୁ ପିକେଟିଂ କରାଯାଇ ସହରର ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ କରାଯାଇଛି। ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରୁଛନ୍ତି ରୁଦ୍ର ନାରାୟଣ ସେନାର କର୍ମୀମାନେ। ବନ୍ଦ ଯୋଗୁଁ ବସ୍ ଚଳାଚଳ ପ୍ରଭାବିତ ରହିଛି।
କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ଜୟପାଟଣା, କଲମପୁର ଅଞ୍ଚଳର ବିଜମରା, ବାନେର ଓ ପର୍ଲାରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ସମସ୍ତ ସ୍କୁଲ, କଲେଜ ବନ୍ଦ ସହ ଗାଡିଚଳାଚଳ ଠପ୍ ହୋଇଯାଇଛି।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ବାରିପଦା ସହର ସମେତ ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଆଦି ଜାଗାରେ ପିକେଟିଂ କରାଯାଇ ବନ୍ଦ କରାଯାଇଛି। ସେପଟେ ବୌଦ୍ଧ ଜିଲ୍ଲାରେ ମଧ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ବନ୍ଦ୍କୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଗତ ୨ ତାରିଖରେ SC/ST ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଭାରତ ବନ୍ଦ ପାଳନ କରାଯାଇଥିଲା। | <urn:uuid:652581e9-af7b-4aec-aaa2-df460eaf6336> | CC-MAIN-2018-17 | http://khabar.odishatv.in/top-news/bharat-bandh-calls-against-caste-reservation/4468/ | 2018-04-25T14:26:42Z | s3://commoncrawl/crawl-data/CC-MAIN-2018-17/segments/1524125947822.98/warc/CC-MAIN-20180425135246-20180425155246-00450.warc.gz | ory | 0.999786 | Orya | 6 | {"ory_Orya_score": 0.9997857213020325} |
ଚନ୍ଦ୍ରଶେଖରପୁର : ହଂସପାଳସ୍ଥିତ ସତ୍ୟ ବିହାର ପରିସରରେ ଥିବା 'କଳିଙ୍ଗ ଆଡଭାନସ୍ ପବ୍ଲିକ୍ ସ୍କୁଲ୍'ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଅନୁଷ୍ଠାନର କୁନିକୁନି ଛାତ୍ରଛାତ୍ରୀମାନେ ସକାଳେ ବିଭିନ୍ନ ପ୍ରକାର ବିଜ୍ଞାନ ପ୍ରକଳ୍ପମାନ ପଦର୍ଶନ କରିଥିଲେ। ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ସେମାନଙ୍କ ପ୍ରକଳ୍ପ ନିର୍ମାଣ କରିବାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଲିଉଡ୍ ହାସ୍ୟ ଅଭିନେତା ସଲିଲ୍ ମିତ୍ର ପିଲାମାନଙ୍କ ମୁହଁରୁ ହସ୍ ଯେପରି କେବେ ବି ବନ୍ଦ ନହୁଏ ସେ ଦିଗପ୍ରତି ଅଭିଭାବକମାନେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ। ସେହିଭଳି ଅନ୍ୟତମ ଅତିଥି ଭାବେ ପ୍ରଫେସର ଫରିକମୋହନ ଧଳ, ବିିଦ୍ୟାଧର ବାରିକ, ସମାଜସେବୀ କାଳୀଚରଣ ସିଂ, ଚଳଚ୍ଚିତ୍ର ନିର୍ଦେଶକ ଅବତାର ସିଂ ଓ ସିବୁଲି ତ୍ରିପାଠୀ, କେ.ସୁବୁଦ୍ଧି ରାୟ ଏବଂ ଯଦୁନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗଳ୍ପ ମାଧ୍ୟମରେ ପିଲାମାନଙ୍କୁ ଭଲ ମଣିଷ ହେବାନେଇ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଡ଼.ସୁଶାନ୍ତ ଦାସ ଓ ଅଧ୍ୟକ୍ଷା ସାଗରିକା ଦାସ ଅତିଥିମାନଙ୍କୁ ଉପହାର ପ୍ରଦାନ କରିବା ସହିତ ଧନ୍ୟବାଦ ଜଣାଇଥିଲେ। ଶେଷରେ ସ୍କୁଲ୍ର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ଓ ପିଲାଙ୍କ ଦ୍ୱାରା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। | <urn:uuid:8e3f7fd6-0d2e-4e20-9d8d-0b48eca08009> | CC-MAIN-2018-17 | http://sambad.in/metro/annual-function-of-kalinga-advances-school-82689/ | 2018-04-25T06:38:11Z | s3://commoncrawl/crawl-data/CC-MAIN-2018-17/segments/1524125947705.94/warc/CC-MAIN-20180425061347-20180425081347-00397.warc.gz | ory | 1.000007 | Orya | 6 | {"ory_Orya_score": 1.0000066757202148} |
ପୁନେ : ପୁନେରେ ଘଟିଛି ଏକ ଅଭାବନୀୟ ଘଟଣା । କନୱର ହର୍ଷବର୍ଦ୍ଧନ ରାଘବ ନାମକ ଜଣେ ୨୨ବର୍ଷୀୟ ମ୍ୟାନେଜମେଂଟ ଛାତ୍ର କରିଛନ୍ତି ଆତ୍ମହତ୍ୟା । ଆତ୍ମହତ୍ୟାର କିଛି ବଡ କାରଣ ନୁହେଁ । କେବଳ ନିଜ ପୋଷା କୁକୁରର ମୃତ୍ୟୁରେ ମର୍ମାହତ ହୋଇ ଏହି ଯୁବକ ଜଣକ କରିଛନ୍ତି ଏଭଳି ଦୁଃଖଦ କାଣ୍ଡ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି ଏହି ଖବର ।
ସୂଚନା ଅନୁସାରେ କନୱର ନାମକ ଏହି ଯୁବକ ରଖିଥିଲେ ଏକ କୁକୁର । ନାଁ ଦେଇଥିଲେ ସିସ୍କା । ଯାହାକୁ ଅତି ସ୍ନେହ ଓ ଆଦର କରୁଥିଲେ । ହେଲେ ହଠାତ୍ ଆଠ ମାସ ତଳେ ଏହି ପୋଷା କୁକୁରର ମୃତ୍ୟୁ ହୋଇଯାଇଥିଲା । ଯାହାଦ୍ୱାରା ଖୁବ୍ ଦୁଃଖ ପାଇଥିଲେ ରାଘବ । ଆଉ ସେହି ଦିନଠୁ ମାନସିକ ଅବସାଦରେ ରହୁଥିଲେ । ନିଜ ପୋଷା କୁକୁର ସିସ୍କାର ମୃତ୍ୟୁ ପାଇଁ ସର୍ବଦା ମାସିକ ଅଶାନ୍ତିରେ ରହୁଥିବା ରାଘବ ଗତ ସୋମବାର ରାତିରେ ଜଣେ ସଂପର୍କୀୟଙ୍କ ଛଅ ମହଲା କୋଠାରୁ ଡେଇଁ କରିଥିଲେ ଆତ୍ମହତ୍ୟା । ଘରେ ଛାଡିଯାଇଥିଲେ ଏକ ସୁଇସାଇଡ୍ ନୋଟ୍ । ନିଜ ପ୍ରିୟ ସିସ୍କାର ମୃତ୍ୟୁରେ ଦୁଃଖ ସହ୍ୟନକରିପାରି ଆତ୍ମହତ୍ୟା କରିଛନ୍ତି ବୋଲି ଲେଖିଥିଲେ ।
ରାଘବଙ୍କ ପିତା-ମାତା ରାୟପୁର ,ଛତିଶଗଡରେ ରୁହନ୍ତି । ରାଘବ ଜଣେ ଡିମ୍ଡ ବିଶ୍ୱବିଦ୍ୟାଳୟର ଏମବିଏର ପ୍ରଥମ ବର୍ଷର ଛାତ୍ର । କଲେଜ୍ ହଷ୍ଟେଲରେ ରହୁଥିଲେ । ତାଙ୍କ ବାପା ଜଣେ ସେନା ଅଫିସର ଓ ତାଙ୍କ ଭଉଣୀ ଆର୍ମଡ୍ ଫୋର୍ସ ମେଡିକାଲ କଲେଜର ଜଣେ ଡାକ୍ତର ମଧ୍ୟ । । ନିଜ ପରିବାର ଓ ସଂପର୍କୀୟ ମଧ୍ୟ ଭାରତୀୟ ସେନାର ବଡ ବଡ ପଦବୀରେ ରହିଛନ୍ତି । ଏଭଳି ଏକ ଭଲ ପରିବାରରେ ବଢିଥିବା ରାଘବର ଆତ୍ମହତ୍ୟା ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି । | <urn:uuid:6f70c5d2-a7cf-4aa9-b490-8ffb940ec20b> | CC-MAIN-2018-17 | http://kanaknews.com/special-news-a-management-student-allegedly-committed-suicide-for-his-pet-dogs-death-in-pune/ | 2018-04-21T16:53:53Z | s3://commoncrawl/crawl-data/CC-MAIN-2018-17/segments/1524125945272.41/warc/CC-MAIN-20180421164646-20180421184646-00221.warc.gz | ory | 1.000005 | Orya | 13 | {"ory_Orya_score": 1.000004768371582} |
ତୁମେ ମୋତେ ଚାହୁଁଛ କି ନା ମୁଁ ଜାଣେନା
କିନ୍ତୁ, ମୋତେ ଲାଗୁଛି ତୁମେ ମୋତେ ଚାହୁଁଛ।
ମୋର କହିବା ତୁମେ ଶୁଣୁଛ କି ନା ମୁଁ ଜାଣେନା
କିନ୍ତ, ମୋତେ ଲାଗୁଛି ତୁମେ ଶୁଣୁଛ।
ମୋତେ ଦେଖି ତୁମେ ହସୁଛ କି ନ ମୁଁ ଜାଣେନା
ମୋତେ ତୁମେ ଭଲ ପାଉଛ କି ନା ମୁଁ ଜାଣେନା
ହେଲେ ମୁଁ ତୁମକୁ ଚାହୁଁଛି, ତୁମକୁ ଡାକୁଛି
ଆଉ, ମୁଁ ତୁମକୁ ଭଲପାଉଛି
ମୋ ଜୀବନଠୁଁ ବି ବେଶୀ।
କାରଣ ତୁମ ନାଲି ଓଠର ମୁରୁକି ମୁରୁକି
ହସତ ମୋତେ ଆକୃଷ୍ଟ କରିଛି
ତୁମେ ହିଁ ତ ମୋତେ ଏଠାକୁ ନେଇ ଆସିଛ
ତୁମେ ହିଁ ତ ମୋତେ ସବୁକିଛି ଦେଇଛ
ଆଉ, ତୁମେ ହିଁ ମୋତେ ଶିଖାଇଛ 'ଭଲପାଇବା'
ହଁ, ୟା ପରେ ବି ଯଦି ତୁମେ ମୋତେ ଭଲନପାଅ
ତାହାଲେ ହେ ପ୍ରଭୁ,
ତୁମର ବିଶାଳ ବାହୁରେ ମୋତେ ଟାଣି ନେଇ
ଲୀନ କରିଦିଅ ତୁମରି ଶରୀରେ।
ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା,ଗଂଜାମ, ପିନ୍-୭୬୧୧୦୫, ମୋ-୯୮୬୧୭୩୨୨୫୬
E-mail- [email protected] Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ [email protected] ରେ ସମ୍ପର୍କ କରନ୍ତୁ | <urn:uuid:0cba2620-cebd-439e-91c2-559b30688778> | CC-MAIN-2018-17 | http://www.aahwaan.com/articles/article.php?id=234 | 2018-04-20T20:30:46Z | s3://commoncrawl/crawl-data/CC-MAIN-2018-17/segments/1524125944682.35/warc/CC-MAIN-20180420194306-20180420214306-00317.warc.gz | ory | 0.999671 | Orya | 5 | {"ory_Orya_score": 0.999671459197998} |
ପୁଣେ : ପୁଣେରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ଦଣ୍ଡ ଦେବାକୁ ଯାଇ ଶିକ୍ଷକ ଜଣଙ୍କ ତା'ଙ୍କ ବେକରେ ବାଡ଼ି ଭର୍ତ୍ତି କରି ଦେଇଥିବା ଅଭିଯୋଗ ହୋଇଛି । ଗଣିତର ଏକ ପ୍ରଶ୍ନ ପଚରାଯାଇଥିବା ବେଳେ ଛାତ୍ର ଜଣଙ୍କ ତାହାର ଉତ୍ତର ଦେବାରେ ବିଫଳ ହୋଇଥିଲେ । ଏଥିରେ ରାଗି ଯାଇ ଶିକ୍ଷକ ଜଣଙ୍କ ପାଖରେ ଥିବା ବାଡ଼ିକୁ ତା'ଙ୍କ ବେକରେ ଭର୍ତ୍ତି କରି ଦେଇଥିଲେ । ଏହି ଘଟଣା ଘଟିବା ପରେ ଛାତ୍ରଙ୍କୁ ଗମ୍ଭୀର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏ ଘଟଣା ପରେ ପୀଡ଼ିତଙ୍କ ପରିବାର ଲୋକେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏତଲା ଦେଇଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ପୁଣେର ପିମ୍ପଲବାଡ଼ିରେ । ଛାତ୍ର ଜଣଙ୍କ ପିମ୍ପଲବାଡ଼ିରେ ଥିବା ଜିଲ୍ଲା ପରିଷଦ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଏପ୍ରିଲ ୧୦ରେ ତାଙ୍କର ଗଣିତ ପରୀକ୍ଷା ଥିଲା । ଛାତ୍ର ଜଣଙ୍କ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଠିକ୍ ଦେଇ ନ ପାରିବାରୁ ଶିକ୍ଷକ ଚନ୍ଦ୍ରକାନ୍ତ ସିନ୍ଦେ ଏକ ବାଡ଼ିକୁ ତା'ଙ୍କ ବେକରେ ଭର୍ତ୍ତି କରି ଦେଇଥିଲେ । ଏହା ପରେ ପୀଡ଼ିତଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ଆକ୍ରମଣ ପରେ ତାଙ୍କର ଖାଦ୍ୟ ନଳି ଏବଂ ଶ୍ୱାସକ୍ରିୟା ନଳି କଟି ଯାଇଥିବା ଜଣା ପଡ଼ିଛି । ପୀଡ଼ିତଙ୍କୁ ପୁଣେ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗମ୍ଭୀର ରହିଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ଶିକ୍ଷକଙ୍କୁ ପୁଲିସ ଗିରଫ କରି ନଥିବା ବେଳେ ପୀଡ଼ିତ ସୁସ୍ଥ ହେବା ପରେ ତାଙ୍କ ବୟାନ ରେକର୍ଡ଼ କରିବା ପାଇଁ ପୁଲିସ ଅପେକ୍ଷା କରିଥିବା ଜଣା ପଡ଼ିଛି । | <urn:uuid:84657ecc-d163-4856-9061-082c6e981d51> | CC-MAIN-2018-17 | http://sambad.in/crime/8-yr-old-in-icu-teacher-pierces-throat-failing-to-solve-math-problem-121395/ | 2018-04-23T19:31:56Z | s3://commoncrawl/crawl-data/CC-MAIN-2018-17/segments/1524125946165.56/warc/CC-MAIN-20180423184427-20180423204427-00637.warc.gz | ory | 1.000009 | Orya | 5 | {"ory_Orya_score": 1.0000091791152954} |
ଯୋଧପୁର: ସଲମାନ୍ ଖାନ୍ଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହେବା ପରେ ଶନିବାର ଅପରାହ୍ନ ୩ଟାରେ ତାଙ୍କୁ ଜାମିନ୍ ମିଳିଛି। ସନ୍ଧ୍ୟା ସୁଦ୍ଧା ସେ ଜେଲରୁ ବାହାରକୁ ଆସିବେ ବୋଲି ସୂଚନା ମିଳିଛି।
ଆଜି ପୂର୍ବାହ୍ନ ୧୧ଟା ପରେ ଯୋଧପୁର ସେସନ୍ସ କୋର୍ଟରେ ଅଭିନେତା ସଲମାନ୍ଙ୍କ ଜାମିନ ଆବେଦନ ଶୁଣାଣି ଆରମ୍ଭ ହୋଇଥିଲା। ଶୁଣାଣି ପରେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ ଓ ଅପରାହ୍ଣ ୨ଟା ପରେ ରାୟ ଅାସିବ ବୋଲି କୁହାଯାଇଥିଲା।
ଉଲ୍ଲେଖଯୋଗ୍ୟ, ୧୯୯୮ ମସିହାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଗତ ଗୁରୁବାର ଯୋଧପୁର ସେସନ୍ସ କୋର୍ଟ ଅଭିନେତା ସଲମାନ୍ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ପାଇଁ କାରାଦଣ୍ଡାଦେଶର ଶୁଣାଣି କରିଥିଲେ। ଯୋଧପୁର ସେଣ୍ଟ୍ରାଲ୍ ଜେଲରେ ଦୁଇଦିନ ରହିବା ପରେ ସଲମାନଙ୍କୁ ଆଜି ଜାମିନ୍ ମିଳିଛି। ଖୁବ୍ ଶୀଘ୍ର ସେ ଜେଲରୁ ବାହାରକୁ ଆସିବେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କମାନେ ଖୁବ୍ ଖୁସି ହୋଇଯାଇଛନ୍ତି। ସଲମାନଙ୍କୁ ଭେଟିବା ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। | <urn:uuid:ad882557-7758-49bd-9192-4b9d2ceaf962> | CC-MAIN-2018-17 | http://sambad.in/india-and-beyond/salman-khans-bail-plea-117083/ | 2018-04-23T19:25:31Z | s3://commoncrawl/crawl-data/CC-MAIN-2018-17/segments/1524125946165.56/warc/CC-MAIN-20180423184427-20180423204427-00637.warc.gz | ory | 0.999983 | Orya | 4 | {"ory_Orya_score": 0.9999827146530151} |
ଲକ୍ଷ୍ନୌ,୧୮।୧୨: ଚାରବାଗ ରେଲଓ୍ବେ ଷ୍ଟେଶନକୁ ଅନ୍ତରାଷ୍ଟ୍ରୀୟ ସ୍ତରର ଷ୍ଟେଶନ ଭାବେ ପରିଚୟ ଦେବାକୁ ଖୁବ୍ ଶୀଘ୍ର କାମ ଆରମ୍ଭ କରାଯିବ। ଏଠାରେ ପ୍ଲାଟଫର୍ମ ଉପରେ ମେଟ୍ରୋ ଲାଇନ୍ ଭଳି ଏକ ଛାତ ନିର୍ମାଣ କରାଯିବ। ତା'ସହ ଗାଡ଼ିମଟର ଯିବା ଆସିବା ପାଇଁ ଭୂତଳ ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତା କ୍ୟାବ-ଓ୍ବେ, ମେଟ୍ରୋ ଷ୍ଟେଶନ ଏବଂ ଚାରବାଗର ଭିନ୍ନ ଭିନ୍ନ ସଡ଼କକୁ ସଂଯୋଗ କରିବ। ଏଥିପାଇଁ ୬୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିରେ ଏସ୍କାଲେଟର ଓ ଲିପ୍ଟର ସୁବିଧା ମଧ୍ୟ ରହିବ। ତିନି ବର୍ଷ ମଧ୍ୟରେ ଏହି କାମ ସମ୍ପୂର୍ଣ୍ଣ ହେଉଥିବା ବେଳେ ଆସନ୍ତା ୨୦୧୮ରେ ଏହି କାମ ଆରମ୍ଭ କରାଯିବ ବୋଲି କୁହାଯାଉଛି। | <urn:uuid:9ed04c1d-0b76-4bf9-bb26-2ed301df4986> | CC-MAIN-2018-17 | http://www.dharitri.com/main/news/14780 | 2018-04-21T11:39:50Z | s3://commoncrawl/crawl-data/CC-MAIN-2018-17/segments/1524125945143.71/warc/CC-MAIN-20180421110245-20180421130245-00265.warc.gz | ory | 0.999962 | Orya | 4 | {"ory_Orya_score": 0.9999619722366333} |
ବିଜେପୁର,୨୨।୧୨(ଡି.ଏନ୍.ଏ.): ସରକାର୍ ପରଶାସନିକ୍ ସେବାକେ ନିର୍ମଲ କରବାର ଲାଗି ସୂଚନା ଅଧିକାର ଆଇନ୍ ଲାଗୁ କରିଛନ୍। ଅରଜିକାରୀ ସୂଚନା ଅଧିକାର ଲାଗି ଆବେଦନ୍ କରବାର ମାସେ ଭିତରେ ସୂଚନା ଦେବାର ନିୟମ୍ ଅଛେ। ମାସେ ନୁଁ ଅଧ୍କା ହେଇଯାଇଥିଲେ ଭିଲ ଅରଜିକାରୀକେ ସୂଚନା ନାଇଁ ଦିଆଯାଉ ଥିବାର୍ ଅଭିଯୋଗ ହେଉଛେ। ବରଗଡ଼ ଜିଲା ବିଜେପୁର ବ୍ଲକ ଅଫିସନେ ଏନତା ଅବସ୍ତା ଦେଖବାକେ ମିଲିଛେ। ମିଲିଥିବାର୍ ସୂଚନା ଅନ୍ସାରେ ବ୍ଲକର ଜାରିଂ ପନ୍ଚେତରେ ଇନ୍ଦିରା ଆବାସ୍, ବିଜୁ ପକ୍କାଘର୍, ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନାରେ ବହୁତ ଘୋଟାଲା ହେଇଛେ। ପରକୁତ୍ ହିତାଧିକାରୀ ଇ ଯୋଜନା ନୁଁ ବଁଚିତ୍ ହେଉଛନ ଆର ଥିଲାବାଲା ଲୋକ ଯୋଜନାକେ ହାତଉଥିବାର୍ ଅଭିଯୋଗ ହେଉଛେ। ସେଥିର୍ଲାଗି ଇ ପନ୍ଚେତର ପୁର୍ନା ଗାଁର୍ ପ୍ରଫୁଲ୍ଲ ସେଠ୍ ଇନ୍ଦିରା ଆବାସ, ବିଜୁ ପକ୍କାଘର୍ ୨୦୧୧-୧୨ ନୁଁ ୨୦୧୭-୧୮ ତକ୍ କାହା କାହାକେ ଦିଆଯାଇଛେ ସୂଚନା ଅଧିକାର ଆଇନ୍ରେ ମାଗିଛନ। ସେ ଗଲା ମାସର ୮ ତାରିଖ ବ୍ଲକ ସୂଚନା ଅଧିକାରୀକରନେ ଅରଜି କରିଥିଲେ। ହେଲେ ସୂଚନା ମାଗବାର ମାସେ ନୁଁ ଅଧ୍କା ହେଇଥିଲେ ଭିଲ ତାହାକୁ ସୂଚନା ନାଇଁ ଦିଆଯାଇଥିବାର ସେ ଅଭିଯୋଗ କରିଛନ। ଇ ବାବଦେ ସେ ବରଗଡ଼ ଜିଲାପାଲକଁର ଅଭିଯୋଗ କୁଠରିରେ ଗୁହାରି କରିଥିଲେ ଭିଲ ଲାଭ ନାଇଁ ହେଲା। ଆଏଜ ନେବ କାଲି ନେବ ବଲି ତାହାକୁଁ ଦିନ୍ ଗଡ଼େଇ ଚାଲିଥିବାର ଅଭିଯୋଗ କରିଛନ। ସୂଚନା ହିସାବେ ଆଘଲାନୁ ଇ ଜାରିଂ ପନ୍ଚେତରେ ରାସ୍ତା ତିଆରି କାମ୍ରେ ଭିଲ ବହୁତ ଲାଁଚଖୁଁଚ କାମ ହେଇଥିଲା। ଜାରିଂ ଗାଁର ସୂଚନା ଅଧିକାର କରମୀ ସୁଶାନ୍ତ ଗଡ଼ତିଆ ସୂଚନା ମାଧ୍ୟମ୍ଥି ଇ ସବୁ ଲୋକଲୋଚନକେ ଆନିଥିଲେ। ଇ ବାବ୍ଦେ ସେ ବରଗଡ଼ ଜିଲାପାଲ, ଭିଜିଲାନ୍ସ ବିଭାଗରେ ଭିଲ ଅଭିଯୋଗ କରିଥିଲେ। ହେଲେ କିଛି ଲାଭ ନାଇଁ ହେଲା। ଇ ଲାଁଚଖୁଁଚ କାରବାର ଲାଗି ଗଲା ବଛର ୨୦୧୬ ସାଲେ ବିଜେପୁର ଜିଲା ପରିଷଦ ଉପନିର୍ବାଚନ ସମିଆରେ ଜାରିଂ ଗାଁର ଦୁଇଶହ ନୁଁ ଅଧ୍କା ଲୋକ ଭୋଟ୍ ବର୍ଜନ କରିଥିଲେ। ଇ ବାବ୍ଦେ ସୂଚନା ଅଧ୍କାରୀ ଅକ୍ଷୟ କୁମାର ବଡପଣ୍ଡାକୁଁ ଯୋଗାଯୋଗ କରବାରେ କହେଲେ ଯେ ମୋର ପାଖେ ହେ ପନ୍ଚେତର ତଥ୍ୟ ନାଇଁନ। ଗଲା ମାସୁ ହେ ପନ୍ଚେତର ଇଓକେ ସୂଚନା ତଥ୍ୟ ପଠାବାକେ ଚିଠି ଲେଖିଥିଲି। ଆଏଜ୍ ଭିଲ ଅରଜିକାରୀକଁର ସାମ୍ନାରେ ଜାରିଂ ପନ୍ଚେତର ଇଓକେ ଫୁନ୍ଥି ଜନେଇଛେଁ ବଲି ସେ କହିଛନ। | <urn:uuid:261a2394-8e0d-4c9a-afa2-978111e6c8fc> | CC-MAIN-2018-17 | http://www.dharitri.com/main/news/15275 | 2018-04-23T11:24:27Z | s3://commoncrawl/crawl-data/CC-MAIN-2018-17/segments/1524125945942.19/warc/CC-MAIN-20180423110009-20180423130009-00265.warc.gz | ory | 0.999092 | Orya | 5 | {"ory_Orya_score": 0.9990922212600708} |
କାବୁଲ,୩୧।୧୨: ଆଫଗାନିସ୍ତାନର ମଜର-ଏ-ସରିଫ୍ ସହରର ବାଲଖ୍ ଅଞ୍ଚଳରେ ଥିବା ଏକ ଖଣିରେ ବିସ୍ଫୋରଣ ଫଳରେ ୧୧ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଶନିବାର ସନ୍ଧ୍ୟାରେ ପୋଲିସ ଘେରି ରହିଥିବା ଏକ ଚୁମ୍ବକ ଖଣିରେ ବିସ୍ଫୋରଣ କରାଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ତେବେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏପର୍ଯ୍ୟନ୍ତ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। | <urn:uuid:1c7350b9-a40e-4d68-9647-e86ec5c4cf05> | CC-MAIN-2018-17 | http://www.dharitri.com/main/news/16166 | 2018-04-23T11:24:43Z | s3://commoncrawl/crawl-data/CC-MAIN-2018-17/segments/1524125945942.19/warc/CC-MAIN-20180423110009-20180423130009-00265.warc.gz | ory | 0.99991 | Orya | 5 | {"ory_Orya_score": 0.9999103546142578} |
ମାଲାକନଗିରି, ୫ା୩ (ଓଡିଆ ପୁଅ ) ଦୀର୍ଘବର୍ଷପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ସିଧାସଳଖ ଭାବେ ସୁଦୁର ହାଇଦ୍ରାବାଦ ସହରକୁ ଶୀତତାପ ନିୟନ୍ତ୍ରୀତ ଭିଡିଓ ଡିଲକ୍ସ ବସ ଆଜି ଠାରୁ ଚଳାଚଳ ଆରମ୍ଭକରିଛି। ଆଜି ସନ୍ଦ୍ୟାରେ ମାଲକାନଗିରି ଜିଲ୍ଲାସଦର ମହକୁମା ବସଷ୍ଟାଣ୍ଡ ଠାରେ ଘରୋଇବସ ମାଲିକ ସଂଘପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ମାଲକାନଗିରି ବିଧାୟକ ମାନସମାଡକାମି ଯୋଗଦେଇ ସବୁଜପତକା ଦେଖାଇ ଉକ୍ତ ନୁତନବସଟିକୁ ଉଦଘାଟନ କରିଛନ୍ତି। ୪୦ ସିଟ୍ ବିଶିଷ୍ଟ ଅମିସ ନାମକ ଭିଡିଓ ଡିଲକ୍ସ କୋଚ ଏସି ଘରୋଇ ବସଟି ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ପ୍ରତିଦିନ ସନ୍ଧ୍ୟା ୫ଟାରେ ହାଇଦ୍ରାବାଦ ଅଭିମୁଖେ ଛାଡିବ, ଏହି ବସଟି କାଲିମେଳା, ପଡିଆ ବ୍ଲକହୋଇ ଛତିଶଗଡ କୋଟାଂ ଦେଇ ହାଇଦ୍ରାବାଦରେ ତାପରଦିନ ସକାଳ ୫ଟାରେ ପହଁଚି ପୁଣି ସେହିଦିନ ସନ୍ଧ୍ୟା ୫ଟାରେ ମାଲକାନଗିରି ଅଭି ମୁଖେ ଯାତ୍ରାକରିବାର ବ୍ୟବସ୍ଥା ହୋଇଛି।
ଆଜିର ଉଦଘାଟନି ଉତ୍ସବ ପରେ ପ୍ରଥମଦିନରେ ହାଇଦ୍ରାବାଦକୁ ୩୫ଜଣ ଯାତ୍ରୀ ଯାତ୍ରାକରିଛନ୍ତି। ବସରେ ଯାତ୍ରାକରୁଥିବା ସମସ୍ତ ଯାତ୍ରୀ ମାନଙ୍କୁ ବିଧାୟକ ସେମାନଙ୍କ ଯାତ୍ରାସଫଳତା କମନାକରି ବିଦାୟକାଳିନ ସମ୍ବୋର୍ଦ୍ଦନା ଜଣାଇଥିଲେ। ମାଲକାନଗିରି ଠାରୁ ହାଇଦ୍ରାବାଦକୁ ୫୧୨କିମି ଦୂରତା ଓ ୧୨ଘଟାଂ ସମୟ ମଧ୍ୟରେ ପହଁଚି ଯାଉଥିବାରୁ ମାଲକାନଗିରି ଜିଲ୍ଲାବାସୀ ଏବେ ସିଧାସଳଖ ଭାବେ ହାଇଦ୍ରାବାଦ ସହର ସହିତ ସଂପର୍କ ସ୍ଥାପନ କରିପାରିଛନ୍ତି। ଏହି ଉଦଘାଟନି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ଘରୋଇବସ ମାଲିକ ସଂଘ ସଭାପତି ଭକ୍ତଚରଣ ରାଉତ, ହାଇଦ୍ରାବାଦକୁ ଚଳା ଚଳାକରୁଥିବା ଅମିସ ବସର ମାଲିକ ସଂଜିବ ତ୍ରୀପାଠୀ, ବରିଷ୍ଟ ସାମ୍ବାଦିକ ରତ୍ନାକରଦାଶ, ଆଇନିଜିବୀ ରାମପ୍ରସାଦ ପଟନାୟକ, ଘରୋଇବସ ସଂଘର ସନ୍ତୋଷପାଣିଗ୍ରାହି, ଅଶୋକ ରାଉତ, ଛବିଦାସ, କୁନୁ, କାଳିଆ ଜେନ, ବାବୁଲା, ପ୍ରଭାତ, ରାଜୁ, ନାଲ୍ଲିଗୁରୁ, ପ୍ରମୁଖ ଉପସ୍ଥିତ ଥିଲେ। ଦେଶସ୍ୱାଧୀନ ହେବାପର ଠାରୁ ମାଲକାନଗିରି ଜିଲ୍ଲାବାସୀ ହାଇଦ୍ରାବାଦକୁ ସିଧାସଳଖ ଭାବେ ବସରେ ଯାତ୍ରାକରିବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଥିଲା। ଦୀର୍ଘ ବର୍ଷପରେ ସେମାନଙ୍କ ସ୍ୱପ୍ନସଫଳ ହୋଇଥିବାରୁ ଜିଲ୍ଲାବାସୀ ଘରୋଇ ବସ ମାଲିକ ସଂଘ ଓ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି।ମାଲକାନଗିରି ଠାରୁ ହାଇଦ୍ରାବାଦକୁ ଦୂରତା କମିଯିବା ସହିତ ମାତ୍ର ୬୦୦ଟଙ୍କା ବସ ଭଡାପଡୁଥିବାରୁ ଏବେ ଜିଲ୍ଲାବାସୀ ସିଧାସଳଖ ଭାବେ ହାଇଦ୍ରାବଦ ମେଡିକାଲକୁ ଉଚତର ଚିକିତ୍ସା ପାଇଁ ଯିବା ସହ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସହଜ ହୋଇଯାଇଛି। | <urn:uuid:48b59bbb-c274-4fdb-bb4c-ff565df555d6> | CC-MAIN-2018-17 | http://odiapua.com/%E0%AC%AE%E0%AC%BE%E0%AC%B2%E0%AC%95%E0%AC%BE%E0%AC%A8%E0%AC%97%E0%AC%BF%E0%AC%B0%E0%AC%BF-%E0%AC%B0%E0%AD%81-%E0%AC%B9%E0%AC%BE%E0%AC%87%E0%AC%A6%E0%AD%8D%E0%AC%B0%E0%AC%BE%E0%AC%AC%E0%AC%BE%E0%AC%A6/ | 2018-04-19T15:32:47Z | s3://commoncrawl/crawl-data/CC-MAIN-2018-17/segments/1524125936981.24/warc/CC-MAIN-20180419150012-20180419170012-00074.warc.gz | ory | 0.999967 | Orya | 5 | {"ory_Orya_score": 0.9999673366546631} |
କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ କାଠଯୋଡି ରେଳଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ପଛପଟୁ ଧକ୍କା ଦେଇଛି ଭୁବନେଶ୍ୱର-ଭଦ୍ରକ ଡିଏମୟୁ ଟ୍ରେନ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ବର୍ତମାନ ସୁଦ୍ଧା କଟକ ଏସସିବି ମେଡିକାଲର କାଜୁଆଲଟିରେ ଭର୍ତି କରାଯାଇଥିବା ସୂଚନା ମିଳିଛି ।
ସେପଟେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ସେଠାରେ ପୋଲିସ କମିଶନର ଓ କଟକ ଡିସିପି ସମେତ ରେଳ ଅଧିକାରୀ ଉପସ୍ଥିତ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ପାଇଁ ଓଡ୍ରାଫ୍ ଟିମର ସହାୟତା ମାଗିଛି ପୂର୍ବତଟ ରେଳବାଇ । ଏହି ଦୁର୍ଘଟଣା ପରେ ଭୁବନେଶ୍ୱର – କଟକ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଟ୍ରେନ ଦୁର୍ଘଟଣାର ସମସ୍ତ ଆହତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ । ସେପଟେ ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ମିଳିଛି । | <urn:uuid:30d30eb9-700e-47e2-b6d4-7c4c4054e0c1> | CC-MAIN-2018-17 | http://kanaknews.com/train-accident-near-cuttack-one-died/ | 2018-04-24T14:14:29Z | s3://commoncrawl/crawl-data/CC-MAIN-2018-17/segments/1524125946721.87/warc/CC-MAIN-20180424135408-20180424155408-00394.warc.gz | ory | 1.000007 | Orya | 7 | {"ory_Orya_score": 1.0000070333480835} |
ଯାଜପୁର : ଶାଳୀ ଓ ଭିଣୋଇ ମାର୍କେଟିଂ କରି ଘରକୁ ଫେରୁଥିବାବେଳେ ଦୁର୍ଘଟଣା ହେବାରୁ ଶାଳୀର ମୃତୁ୍ୟ ଘଟିଛି । ଅପରପକ୍ଷରେ ଗୁରୁତର ଆହତ ଅବସ୍ଥାରେ ଭିଣୋଇଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମୃତକଙ୍କ ନାମ ମନୀଷା ଭୋଇ ହୋଇଥିବାବେଳେ ତାଙ୍କ ଘର ଝାଲପଡ଼ା ବୋଲି ଜାଣିବାକୁ ମିଳିଛି ।
ସଦର ଥାନା କବିରପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ହରିପୁରରୁ ମାର୍କେଟିଂ ସାରି ବାଇକ୍ ଯୋଗେ ମନୀଷା ଓ ତାଙ୍କ ଭିଣୋଇ ଘରକୁ ଫେରୁଥିଲେ । ତେବେ ବାଟରେ ଏକ ଟ୍ରକ ବାଇକକୁ ଧକ୍କ୍ା ଦେଇଥିଲା । ଏପରିକି ଟ୍ରକଟି ବାଇକ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ମନୀଷାଙ୍କର ମୃତୁ୍ୟ ଘଟିଥିଲା । | <urn:uuid:2fe97217-940b-424b-ac91-bbd8ff2f04a0> | CC-MAIN-2018-17 | http://odiaspotnews.in/news-details/19559 | 2018-04-22T06:26:22Z | s3://commoncrawl/crawl-data/CC-MAIN-2018-17/segments/1524125945497.22/warc/CC-MAIN-20180422061121-20180422081121-00345.warc.gz | ory | 1.000006 | Orya | 5 | {"ory_Orya_score": 1.0000061988830566} |
ସୁନ୍ଦରଗଡ଼, ୧୯।୪(ଡି.ଏନ.ଏ.) -ସୁନ୍ଦରଗଡ଼ ସହରରେ ପିଡ଼ିଏସ୍ ସାମଗ୍ରୀ ପାଉଥିବା ଖାଉଟିମାନେ ଗୁରୁବାର ସକାଳ ସାଢେ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡ଼ିଆରଡ଼ିଏ ଛକରେ ଧାରଣା ଦେବା ସହ ରାସ୍ତା ଅବରୋଧ କରିଥିଲେ। ଫଳରେ ସହରକୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟିମାନଙ୍କୁ ଦିଆଯାଉଥିବା ଚିନି, ଚାଉଳ, କିରୋସିନ ମୈତ୍ରୀ ଅନୁଷ୍ଠାନ ମାଧ୍ୟମରେ ଦିଆଯାଉଥିଲା। ସୁନ୍ଦରଗଡ଼ ସହରରେ ଡ଼େଙ୍ଗୀଭାଟି, ଶଙ୍କରା, ବ୍ରାହ୍ମଣପଦାରେ ମୈତ୍ରୀ ଅନୁଷ୍ଠାନ ରହିଛି। ଏହି ୩ଟି ଅନୁଷ୍ଠାନ ଅଧିନରେ ୧୮ ହଜାର ଖାଉଟି ରହିଛନ୍ତି। ମାତ୍ର ଗତ ୬ ତାରିଖରୁ ଏହି ୩ଟି ମୈତ୍ରୀ ଅନୁଷ୍ଠାନକୁ ଯୋଗାଣ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି। ଖାଉଟିଙ୍କୁ ଡ଼ିଲରଙ୍କ ଜରିଆରେ ପିଡ଼ିଏସ ସାମଗ୍ରୀ ଦେବାର ବ୍ୟବସ୍ଥା କରାଯାଇଛି। ଏହାକୁ ବିରୋଧ କରି ପୂର୍ବଭଳି ମୈତ୍ରୀ ଜରିଆରେ ଖାଉଟି ସାମଗ୍ରୀ ଦେବା ଦାବିରେ ୫ଶହୁ ଊର୍ଦ୍ଧ୍ୱ ଖାଉଟି ଆନ୍ଦୋଳନ କରିଥିଲେ। ମଧ୍ୟାହ୍ନ ୧୨ଟାରେ ଖାଉଟିମାନେ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। | <urn:uuid:4f927fc8-526f-4279-a23b-f38c5448129a> | CC-MAIN-2018-17 | http://www.dharitri.com/main/news_by_cat/1/144 | 2018-04-22T17:54:25Z | s3://commoncrawl/crawl-data/CC-MAIN-2018-17/segments/1524125945637.51/warc/CC-MAIN-20180422174026-20180422194026-00165.warc.gz | ory | 0.999957 | Orya | 4 | {"ory_Orya_score": 0.9999569654464722} |
ବିଶ୍ୱାସଘାତ : ଆଧାର ତଥ୍ୟ ଲିକ୍!
News Story - Posted on 2017-11-19
ଅନନ୍ୟ ପରିଚୟ ବା ଆଧାର ବ୍ୟବସ୍ଥାରେ ନିଜେ ସରକାର ହିଁ ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ ସହିତ ଖେଳ ଖେଳିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଧୀନସ୍ତ ପ୍ରାୟ ୨୦୦ ସଂସ୍ଥା ଆଧାରଧାରୀଙ୍କ ନାମ, ଠିକଣା ଓ ଅନ୍ୟାନ୍ୟ ସୂଚନା ପବ୍ଲିକ ଡୋମେନ୍ ବା ସାଧାରଣ ମଂଚରେ ପ୍ରଘଟ କରିଦେଇଛନ୍ତି । ଏକଥା ପୁଣି ଅନ୍ୟ କେହି କହି ନାହାନ୍ତି, କହିଛନ୍ତି ଖୋଦ ଆଧାର କର୍ତ୍ତୃପକ୍ଷ ବା ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ।
ତେବେ ଏକଥା ନଜରକୁ ଆସିଲା ପରେ ଆଧାର କର୍ତ୍ତୃପକ୍ଷ ଏସବୁ ତଥ୍ୟକୁ ପବ୍ଲିକ ଡୋମେନରୁ ଲିଭେଇ ଦେଇଛନ୍ତି ବୋଲି କହିଛନ୍ତି । ସୂଚନା ଅଧିକାର ଆଇନ ବଳରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଏହା ପ୍ରକାଶ କରିଛନ୍ତି ଆଧାର କର୍ତ୍ତୃପକ୍ଷ । ତେବେ କେବେ ଏଭଳି ଉଲ୍ଲଙ୍ଘନ ହୋଇଥିଲା ତାହା ଏଇ କର୍ତ୍ତୃପକ୍ଷ ପ୍ରକାଶ କରି ନାହାନ୍ତି । କର୍ତ୍ତୃପକ୍ଷ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ତ ୨୧୦ଟି ସଂସ୍ଥା ଆଧାରଧାରୀଙ୍କ ନାମ, ଠିକଣା, ନମ୍ବର ଓ ଅନ୍ୟାନ୍ୟ ବିବରଣୀ ବିଭିନ୍ନ ସରକାରୀ ୱେବସାଇଟ୍ରେ ପ୍ରକାଶ କରାଯାଇଥିଲା । କେତେକ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟ ଅନେକ ଆଧାର ହିତାଧିକାରୀଙ୍କ ବ୍ୟକ୍ତିଗତ ତଥ୍ୟ ପଦାରେ ପକାଇ ଦେଇଥିଲେ ।
ଏକଥା ନଜରକୁ ଆସିଲା ପରେ ଆଧାର କର୍ତ୍ତୃପକ୍ଷ ସଂପୃକ୍ତ ୱେବସାଇଟ୍ଗୁଡ଼ିକରୁ ଏସବୁ ତଥ୍ୟ ଲିଭେଇ ଦେଇଛନ୍ତି ବୋଲି ଆରଟିଆଇ ପ୍ରଶ୍ନକର୍ତ୍ତାଙ୍କୁ ଉତ୍ତର ଦିଆଯାଇଛି । ତେବେ ପ୍ରଶ୍ନକର୍ତ୍ତାଙ୍କୁ ୟୁଆଇଡିଏଆଇ ଏକଥା ମଧ୍ୟ କହିଛି ଯେ ଆଧାର ସହିତ ଅତ୍ୟନ୍ତ ସୁଦୃଢ଼ ନିରାପତ୍ତା ବ୍ୟବସ୍ଥା ଖଂଜା ଯାଇଛି । ଏହି ବ୍ୟବସ୍ଥାକୁ ନିୟମିତ ଉନ୍ନତ କରାଯାଉଛି । ତଥ୍ୟ ନିରାପତ୍ତା ଓ ଗୋପନୀୟତା ଉପରେ ଆଧାର ବ୍ୟବସ୍ଥା ସର୍ବୋଚ୍ଚ ଅଗ୍ରାଧିକାର ପ୍ରଦାନ କରୁଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି । | <urn:uuid:fae308fe-33dc-4b95-b59a-bb6509b99267> | CC-MAIN-2018-17 | http://samanyakathan.com/readmore.php?sid=2240 | 2018-04-20T20:25:05Z | s3://commoncrawl/crawl-data/CC-MAIN-2018-17/segments/1524125944682.35/warc/CC-MAIN-20180420194306-20180420214306-00595.warc.gz | ory | 1.000003 | Orya | 3 | {"ory_Orya_score": 1.0000033378601074} |
ନିରାକାରପୁର: ଗତକାଲି ରାତିରେ ମାଆ ସହିତ ଆସି ଏକ କୂଅରେ ପଡ଼ିଯାଇଥିବା ଏକ ହାତୀଛୁଆକୁ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ହାତୀ ଛୁଆ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ମଞ୍ଜରିଆପାଟଣା ଗ୍ରାମର ପ୍ରଭାକର ବେହେରାଙ୍କ କୂଅରେ ପଡିଥିବା ଜଣାପଡ଼ିବା ପରେ ସେଠାରେ ଗହଳି ଲାଗିଥିଲା।ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବିଭାଗ ଓ ବନବିଭାଗକୁ ଖବର ଦେବା ପରେ ଉଭୟ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ହାତୀ ଛୁଆଟିକୁ କୂଅରୁ ଉଦ୍ଧାର କରିଥିଲେ। କୂଅରୁ ଉଦ୍ଧାର ହେବା ପରେ ଏତେ ଲୋକଙ୍କୁ ଦେଖି ଭୟଭୀତ ହାତୀ ଛୁଆଟି ସେଠାରୁ ଦୌଡ଼ିଯାଇ ଏକ କେନାଲରେ ପଡ଼ି ଯାଇଥିଲା। ତାକୁ ସେଠାରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଖୋର୍ଦ୍ଧା ନର୍ସରି ପରିସରରେ ଥିବା ଏକ ଖୁଆଡ଼ ମଧ୍ୟରେ ରଖାଯାଇଛି। | <urn:uuid:4e77cc5d-c374-4035-825f-39c63304f61c> | CC-MAIN-2018-17 | http://sambad.in/district/elephant-calf-rescued-from-well-20625/ | 2018-04-25T22:23:11Z | s3://commoncrawl/crawl-data/CC-MAIN-2018-17/segments/1524125947968.96/warc/CC-MAIN-20180425213156-20180425233156-00275.warc.gz | ory | 0.999975 | Orya | 4 | {"ory_Orya_score": 0.9999752044677734} |
ମୁମ୍ବାଇ: ସମସ୍ତଙ୍କ ଭିତରେ ଏକ ଧାରଣାଟେ ରହିଯାଇଛି ଯେ ଦୁଇ ଅଭିନେତ୍ରୀଙ୍କ ଭିତରେ କେବେ ବି ଗୋଟେ ସ୍ନେହର ସଂପର୍କ ହୋଇନପାରେ। ମାତ୍ର ଆଜିକାଲିର ଯୁବପିଢ଼ି ତାହାକୁ ଭୁଲ୍ ପ୍ରମାଣ କରିବାରେ ଲାଗିଛନ୍ତି। ଅଭିନେତ୍ରୀ ସୋନମ କପୁର୍ ଏବଂ ସୋନାକ୍ଷୀ ସିହ୍ନାଙ୍କ ଭିରରେ ଥିବା ମଧୁର ସଂପର୍କ ତାହାର ଏକ ଜ୍ୱଳନ୍ତ ଉଦାହରଣ।
ନିକଟରେ ନେହା ଧୁପିଆଙ୍କ ଚାଟ୍ ସୋ' ବିଏଫ୍ଏଫ୍ରେ ଡିଜାଇନର୍ ମନୀଷ ମଲହୋତ୍ରା ଏବଂ ଅଭିନେତ୍ରୀ ସୋନାକ୍ଷୀ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଥମେ ମନୀଷଙ୍କୁ ନେହା ସୋନମ୍ଙ୍କ ଫେସନ୍ ବିଷୟରେ ପଚାରିବାରୁ ସେ କହିଛନ୍ତି କି 'ସୋନମ୍ ବହୁତ୍ ଫେସନେବଲ୍। ସୋନମ ଯେତିକି ଦିଶନ୍ତି ତା'ଠାରୁ ବେଶି ପ୍ରତିଭାମୟୀ। ସେ ଭବିଷ୍ୟତରେ ଆହୁରି ଗୁଡ଼ାଏ ଚଳଚ୍ଚିତ୍ର କରନ୍ତୁ ।' ମାତ୍ର ସେଠାରେ ଉପସ୍ଥିତ ସୋନାକ୍ଷୀ ସୋନମଙ୍କ ଉପରେ ଟିକେ ନକାରାତ୍କମ ମତାମତ ରଖିଥିଲେ। ସେ କହିଥିଲେ ଯେ 'ଥରେ ସୋନମ ଅଯଥାରେ ଥରେ ମୋତେ ଆଟିଟିଉଡ୍ ଦେଖାଇଥିଲେ।'
ସୋନାକ୍ଷୀଙ୍କର ଏହି ମତାମତକୁ ରିପୋର୍ଟ କରି ସୋନ୍ମ ଟୁଇଟର୍ରେ ତାଙ୍କୁ କ୍ଷମା ମାଗିଛନ୍ତି। ସେ ପ୍ରଥମେ ମନୀଷଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ତା'ପରେ ଲେଖିଛନ୍ତି, ' ସୋନା! ତୁମ ପ୍ରତି ସବୁବେଳେ ମୋର ଏକ ସଦ୍ଭାବ ରହିଆସିଛି। ମୁଁ କେବେ ବି ଅନୁଭବ କରିନି ଯେ ତୁମକୁ କେବେ ଆଟିଟିଉଡ୍ ଦେଖାଇଛି ବୋଲି। ଯଦି ତୁମକୁ ଏପରି କେବେ ଅନୁଭବ ହୋଇଛି ତେବେ ମୁଁ ବାସ୍ତବରେ ଦୁଃଖିତ।'
— Sonam Kapoor (@sonamakapoor) February 10, 2018
Aww dont be silly @sonamakapoor! We've all been on these shows where we are coaxed to say things we really dont wanna!!!! And then arent we used to things being blown out of proportion? Not to be taken seriously! Big hug 😘 https://t.co/pyCFbu18si
— Sonakshi Sinha (@sonakshisinha) February 10, 2018
ସୋନମଙ୍କର ଏହି ଟୁଇଟ୍ର ଉତ୍ତର ଦେଇ ସୋନାକ୍ଷୀ ଲେଖିଛନ୍ତି, 'ବୋକୀଙ୍କ ପରି ହୁଅନି ସୋନମ୍। ଆମେ ସମସ୍ତେ ସେଭଳି ପରିସ୍ଥିତିରେ ଅଛନ୍ତି ଯେ ଯେଉଁଟି ଇଚ୍ଛା ନକରି ବି ଆଟିଟିଉଡ୍ ଦେଖାଇବାକୁ ପଡ଼େ। ତାହାକୁ ଏତେ ଗୁରୁତର ଭାବେ ଚିନ୍ତା କରନ୍ତି। ମୋ ତରଫରୁ ଆଲିଙ୍ଗନ ତୁମକୁ।' | <urn:uuid:98c7ef6a-b5cd-4215-9870-3fc7bb52701d> | CC-MAIN-2018-17 | http://sambad.in/entertainment/sonam-kapoor-publicly-apologizes-to-sonakshi-sinha-find-out-why-83059/ | 2018-04-26T01:34:02Z | s3://commoncrawl/crawl-data/CC-MAIN-2018-17/segments/1524125948047.85/warc/CC-MAIN-20180426012045-20180426032045-00080.warc.gz | ory | 0.999809 | Orya | 5 | {"ory_Orya_score": 0.9998088479042053} |
କଟକ ୨/୬ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) ପ୍ରଥମ ପର୍ଯ୍ୟାୟରେ ଓଡିଶାର ୭ଟି ସହରରେ ଆଜି MODI (Making of Developed India) ଉତ୍ସବ ଆରମ୍ଭ ହୋଇଛି। ଏହି ସ୍ଥାନଗୁଡିକ ହେଲା – ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ଭଦ୍ରକ, ରାଜଗାଙ୍ଗପୁର (ସୁନ୍ଦରଗଡ), ପାରଳାଖେମୁଣ୍ଡି (ଗଜପତି) ଏବଂ ବୌଦ୍ଧ। ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ଓ କଟକଠାରେ ଆଜି ଆୟୋଜିତ MODI ଉତ୍ସବକୁ ଆନୁଷ୍ଠାନିକ ଭାବେ ବିଧାୟକ ଶ୍ରୀ ବସନ୍ତ ପଂଡା ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଜାତୀୟ ଗଣତାନ୍ତ୍ରିକ ମେଂଟ ସରକାରର ତିନି ବର୍ଷ ପୂର୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଏହି ଉତ୍ସବମାନ ଆୟୋଜନ କରାଯାଉଛି। ତିନି ଦିନ ଧରି…"ରାଜ୍ୟର ୭ଟି ସହରରେ ଆଜିଠାରୁ ଆରମ୍ଭ ହେଲା MODI ଉତ୍ସବ"
କଟକ, ୧/୬ (ଓଡ଼ିଆ ପୁଅ/ତପନ କୁମାର ସାହୁ): କଟକ ମହାନଗର ନିଗମର ଆଜି ୨୬ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଟକ ସହରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ହୋଇପାରୁନଥିବା, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ କଚ୍ଛପ ଗତିରେ ଚାଲିବା ଭଳି ଘଟଣାକୁ ନେଇ କର୍ପୋରେଟରଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଥିଲା। କଟକ ସହରରେ ଜନସାଧାରଣ ବିଶୁଦ୍ଧ ପାନୀୟଜଳ ମୁନ୍ଦାଏ ପାଇବାରୁ ବଞ୍ଚିତ ହେଉଥିବା ବେଳେ ୬୦ବର୍ଷର କଳଙ୍କିଲଗା ପୁରୁଣା ପାଇପ ଏପର୍ଯ୍ୟନ୍ତ ବଦଳା ଯାଇ ପାରିଲା ନାହିଁ। ଫଳରେ ଲୋକେ ଦୂଷିତ ଜଳ ବ୍ୟବହାର କରି ଜଣ୍ଡିସ, ଝାଡ଼ାବାନ୍ତି ଭଳି ବହୁ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। କଟକ ସହରର…"ସିଏମସିର ୨୬ତମ କାଉନସିଲ ବୈଠକ ; ଉନ୍ନୟନ କାର୍ଯ୍ୟରେ ସିଏମସିର ବିଫଳତାକୁ ନେଇ ବିରୋଧୀଙ୍କ ମହଲରେ ଅସନ୍ତୋଷ"
ସହରରେ ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଦିଗହରା: ବ୍ୟାଙ୍କରେ ପଡ଼ି ରହିଛି କୋଟି କୋଟି ଟଙ୍କା; ଚାଲିଛି ସିଏମସି ଓ ପୂର୍ତ୍ତ ବିଭାଗର କାଦୁଅଫିଙ୍ଗା ରାଜନୀତି କଟକ,୨୯ା୫/(ଓଡ଼ିଆ ପୁଅ/ତପନ କୁମାର ସାହୁ): କଟକ ମହାନଗର ନିଗମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଆନ୍ତରିକତାର ଅଭାବରୁ ତାହା ଦିଗହରା ହୋଇପଡ଼ିଛି। ଗୋଟିଏ ପଟେ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଅନ୍ୟପଟେ କିଛି ଅସାଧୁ ବ୍ୟକ୍ତିବିଶେଷଙ୍କ ଯୋଗୁଁ କଟକ ସହରରେ ବହୁ ସରକାରୀ ଯୋଜନା ଆତ୍ମସାତ ହେବାରେ ଲାଗିଛି। ଇତି ମଧ୍ୟରେ କେନ୍ଦ୍ର ସରକାର କଟକ ସହରକୁ କୋଟି କୋଟି ଟଙ୍କାର ଅନୁଦାନ ଦେଇଥିଲେ ମଧ୍ୟ ରାଜନୈତିକ ବ୍ୟକ୍ତିବିଶେଷ, ଠିକାଦାର ଓ ଅସାଧୁ ଅଧିକାରୀଙ୍କ ଯୋଗୁଁ ବର୍ଷ ବର୍ଷ ଧରି…"ସହରରେ ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଦିଗହରା: ବ୍ୟାଙ୍କରେ ପଡ଼ିରହିଛି କୋଟିକୋଟି ଟଙ୍କା ; ଚାଲିଛି ସିଏମସି ଓ ପୂର୍ତ୍ତ ବିଭାଗର କାଦୁଅଫିଙ୍ଗା ରାଜନୀତି"
ଭୁବନେଶ୍ୱର, ୨୭/୫ (ଓଡ଼ିଆ ପୁଅ) ଓଡିଶାରେ ୩ଟି ନୂଆ ସାଇବର ପୋଲିସ ଷ୍ଟେସନ ଖୋଲିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଠାରେ ଏହି ୩ଟି ସାଇବର ପୋଲିସ ଷ୍ଟେସନ ଖୋଲାଯିବ। ଶୁକ୍ରବାରଦିନ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ୩ଟି ସାଇବର ପୋଲିସ ଷ୍ଟେସନରେ କାମ କରିବା ପାଇଁ ୩୩ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏଥିମଧ୍ୟରୁ ୬ଟି ଇନ୍ସପେକ୍ଟର, ୧୨ଟି ସବ୍ ଇନ୍ସପେକ୍ଟର, ୬ଟି ଆସିଷ୍ଟାଣ୍ଟ ସବ୍ ଇନ୍ପେକ୍ଟର ଓ ୯ଟି କନେଷ୍ଟବଳ ପଦବୀ। ପ୍ରତ୍ୟେକ ସାଇବର ପୋଲିସ ଷ୍ଟେସନରେ ୨ ଜଣ ଇନ୍ସପେକ୍ଟର, ୪ ଜଣ ସବ୍…"ରାଜ୍ୟରେ ଖୋଲିବ ୩ଟି ନୂଆ ସାଇବର ପୋଲିସ ଷ୍ଟେସନ ଏଥିପାଇଁ ୩୩ ଟି ନୂଆ ପଦବୀ ସୃଷ୍ଟି"
କଟକ, ୨୭/୫ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର) – କଟକ ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥର ଭାଣପୁର ନିକଟରେ ଏକ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି; କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲା ବରି ଅଞ୍ଚଳର ଭଗବାନ ମହାରଣା ନିଜ ବାଇକ ଯୋଗେ ଭୁବନେଶ୍ୱରରୁ କଟକ ଫେରୁଥିବାବେଳେ ଭାଣପୁର ନିକଟରେ ଏକ ଗାଈ ପଶି ଆସିବାରୁ ସେ ରାସ୍ତରେ ପଡ଼ି ଆହତ ହୋଇଥିଲେ। ରାସ୍ତା ପାର୍ଶ୍ୱରେ ବାଇକ ରଖି ଶ୍ରୀ ମହାରଣା ନିକଟସ୍ଥ ଦୋକାନକୁ ଯାଇଥିବାବେଳେ ପୁରୀରୁ କଟକ ଆସୁଥିବା 'ନିଶା' ନାମକ ଏକ ଦୃତଗାମୀ ଘରୋଇ ବସ ବାଇକ ଉପରେ ମାଡ଼ିଯାଇ କିଛି ବାଟ ଘୋଷାଡ଼ି ନେଇଥିଲା।…"ବାଇକକୁ ଧକ୍କା ଦେଇ ବସ ଜଳିଗଲା"
କଟକ, ୨୦ା୪ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥର ତ୍ରିନାଥବଜାରଠାରେ ଶୀତଳ ପାନୀୟ ଜଳ ବିତରଣ କେନ୍ଦ୍ର ଆରମ୍ଭ ହୋଇଛି। ସମାଜସେବୀ ସ୍ୱର୍ଗତ ମହେନ୍ଦ୍ରନାଥ ଦାସଙ୍କ ସ୍ମୃତିରେ ସ୍ଥାପିତ ଏହି କେନ୍ଦ୍ରକୁ ନିଆଳି ବିଧାୟକ ଡା.ପ୍ରମୋଦକୁମାର ମଲିକ ଓ ଜୟଦେବ ବିଧାୟକ ଶଶିଭୂଷଣ ବେହେରା ମିଳିତଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ବାରଙ୍ଗ ବ୍ଲକ ଅଧ୍ୟକ୍ଷ ସରୋଜକୁମାର ସାହୁ, ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ରଶ୍ମିତା ସାହୁ, ନଗରୀ ସରପଞ୍ଚ ରଞ୍ଜନା ପାତ୍ର, ଆଇନଜୀବୀ କବିନାରାୟଣ ଜେନାଙ୍କ ସମେତ ଲିଙ୍ଗରାଜ ମହାନ୍ତି, ଅଦ୍ୱୈତ ମହାନ୍ତି, ଘନଶ୍ୟାମ ପାତ୍ର, ନୁର ମହମ୍ମଦ, ପ୍ରଶାନ୍ତ ଦାସ, ଗଣେଶଚନ୍ଦ୍ର ସାହୁ, ବଙ୍ଗାଳି ପରିଜା ପ୍ରମୁଖ ଉପସ୍ଥିତ ଥିଲେ। ସୁନ୍ଦରପ୍ରକାଶ…"ଥଣ୍ଡା ପାନୀୟ ଜଳ ବିତରଣ କେନ୍ଦ୍ର" | <urn:uuid:4183da99-4c1a-4234-887b-7190339d2c4e> | CC-MAIN-2018-17 | http://odiapua.com/category/city_news/cuttack_news/page/4/ | 2018-04-20T13:26:36Z | s3://commoncrawl/crawl-data/CC-MAIN-2018-17/segments/1524125937780.9/warc/CC-MAIN-20180420120351-20180420140351-00226.warc.gz | ory | 0.999946 | Orya | 1 | {"ory_Orya_score": 0.999946117401123} |
ଅଲ୍ ଓଡ଼ିଶା ନାଲ୍କୋ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଗତ କାଲି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଠାରେ ଉଦ୍ଯାପିତ ହୋଇଯାଇଛି । ପୁରସ୍କାର ବିତରଣ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଲ୍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ଘୋଷଣା କରିଛନ୍ତି ଯେ । ସେ ଆହୁରି ମଧ୍ୟ କହିଲେ ଯେ ସଂପ୍ରତି ଏକ ବୃତ୍ତି ଭାବେ ବିବେଚିତ ହେଉଥିବା ଏହି କ୍ରୀଡ଼ାକୁ ନାଲ୍କୋ ସର୍ବଦା ପ୍ରୋସôାହିତ କରିଛି । ବିଗତ ୧୭ ବର୍ଷ ଧରି ନାଲ୍କୋ ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାର ଟେନିସ୍ ପ୍ରତିଭାଙ୍କୁ ଉସôାହିତ କରିଆସିଛି । ରାଜ୍ୟର ବୃତ୍ତିଗତ ଟେନିସ୍ ଖେଳାଳୀମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରିବା ପର୍ଯ୍ୟନ୍ତ ନାଲ୍କୋ ଏହି ସହାୟତା ଜାରୀ ରଖିବ ବୋଲି ଶ୍ରୀ ଚାନ୍ଦ କହିିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଦିଗରେ ନିଜର ଲାଭର ୨ ପ୍ରତିଶତ ବ୍ୟତୀତ, ନାଲ୍କୋ ଅତିରିକ୍ତ ୩୦୦ କୋଟି ଟଙ୍କା ବ୍ୟୟ କରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶୃତି ଦେଇଛି । କ୍ରୀଡାକୁ ପ୍ରୋସôାହନ ପ୍ରଦାନ କରିବା ନାଲ୍କୋର ପ୍ରମୁଖ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ମଧ୍ୟରୁ ଅନ୍ୟତମ ।
ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗର ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ନାଲ୍କୋର ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ ଏବଂ ଭୁବନେଶ୍ୱର ଜିଲ୍ଲା ଟେନିସ୍ ଆସୋସିଏସନ୍ର ସଭାପତି ଶ୍ରୀ ସୁରେଶ ମହାପାତ୍ର ଉପସ୍ଥିତ ଥିଲେ । | <urn:uuid:2ee79d6f-8bd9-4e3f-a0b5-858eeac6c1ad> | CC-MAIN-2018-17 | http://odishan.com/15841 | 2018-04-22T04:20:59Z | s3://commoncrawl/crawl-data/CC-MAIN-2018-17/segments/1524125945493.69/warc/CC-MAIN-20180422041610-20180422061610-00186.warc.gz | ory | 1.000008 | Orya | 4 | {"ory_Orya_score": 1.000008225440979} |
କନକ ବ୍ୟୁରୋ : ନବୀନଙ୍କୁ ଘାରିଛି ବିଜେପୁର ଚିନ୍ତା । ବାଜି ମାରିବାକୁ ୧୪ ଦିନରେ ଡଜନେରୁ ଅଧିକ ବୈଠକ । ସନ୍ତୁଷ୍ଟ ଓ ଅସନ୍ତୁଷ୍ଟଙ୍କୁ ଧରି ନବୀନଙ୍କ ମନ୍ତ୍ରଣା । ଉପକୁଳରୁ ପଶ୍ଚିମ ଯାଏଁ, ନେତାଙ୍କ ସୁଅ ଲାଗିଥିଲା । କୁହାଯାଉଛି, ରୀତାଙ୍କୁ ନେଇ ସବୁ ମହଲ ଖୁସି ନାହାନ୍ତି । ଖାସ କରି ସୁଶାନ୍ତ ସିଂ ଓ ସ୍ନେହାଙ୍ଗିନି ଛୁରିଆଙ୍କ ଭିତରେ ବିବାଦ କମିବା ବଦଳରେ ବଢୁଛି । ଯାହାକୁ ନେଇ ସୁପ୍ରିମୋ ଚିନ୍ତାରେ ।
ହେଲେ ଏହାରି ଭିତରେ ସମସ୍ତଙ୍କ ନଜର ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ । କାରଣ, ନିର୍ବାଚନରେ ହାରିବା ପରେ ହାଇକୋର୍ଟ ଯାଇଥିଲେ ପ୍ରସନ୍ନ । ପ୍ରସଙ୍ଗ ବିଚାରାଧୀନ, ତେଣୁ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରୁନି । ସୁଚନା ଅନୁସାରେ, କଟକ ଯାଇ ଆଇନଜୀବିଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ଅନ୍ୟପଟେ ଉପ-ନିର୍ବାଚନ ନେଇ ବିଜେପୁରରେ ପାଗ ଉଷ୍ମ ହୋଇଛି । ଅଧା ପଡିଥିବା ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉଠିଛି ଦାବି । ନଚେତ୍ ଭୋଟ୍ ବର୍ଜନ କରିବାକୁ ନାଲିଆଖି ।
ନିର୍ବାଚନ ଗୋଟିଏ ହେଲେ ପ୍ରଭାବ ଅନେକ । ଫଳ ଯାହା ଆସିବ ତାହା ଅନେକ ରାଜନୈତିକ ଦିଶା ନିର୍ଦ୍ଧାରଣ କରିବ । ବିଜେଡି ବାଜିମାରିଲେ ବିଜେପିର ଦାବି ଫୁସକି ଯିବ, ଆଉ ବିଜେପି ବାଜିମାରିଲେ ବାର୍ତା ଯିବ, ଓଡିଶା ବଡ ପରିବର୍ତ୍ତନ ପାଇଁ ମନ ବଳାଇଲାଣି । ତେଣୁ ସମସ୍ତ ପ୍ରକାର କୈାଶଳ ଆପଣାଇ ବିଜେପୁର ଦଖଲ କରିବାକୁ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ପ୍ରୟାସ । | <urn:uuid:0e7f8ec8-0bcb-497d-8116-cedf2ded9f81> | CC-MAIN-2018-17 | http://kanaknews.com/bijepur-bypoll-bjds-important-meeting-in-party-office/ | 2018-04-27T04:34:02Z | s3://commoncrawl/crawl-data/CC-MAIN-2018-17/segments/1524125949036.99/warc/CC-MAIN-20180427041028-20180427061028-00506.warc.gz | ory | 1.000003 | Orya | 8 | {"ory_Orya_score": 1.0000030994415283} |
ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ଏକ କୋଟି ଟଙ୍କାର ବିଶାଳ ଷ୍ଟେଜ୍ ଭାଙ୍ଗିଗଲା। ଉଡାଇ ନେଲା ବଡ ବଡ ହୋଡିଂ। ଭୟରେ ସେହି ସ୍ଥାନ ଛାଡ଼ି ଦୌଡ଼ିଲେ ଲୋକେ। ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ତିଆରି ହୋଇଥିବା ଏହି ମଞ୍ଚ ଝଡ଼ପବନ ଯୋଗୁ ଭୁଶୁଡ଼ିପଡ଼ିଛି। ଯାଜପୁରକୁ ୧୫୦ ବର୍ଷ ପୂରଣ ଅବସରରେ ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ୯ଦିନ ଧରି ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଏହା ଥିଲା ଶେଷଦିନ।
ଏହି ଅବସରରେ ବଲିଉଡ ସିଙ୍ଗର ସୋନୁ ନିଗମଙ୍କ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ପାଖାପାଖି ୮୦ ହଜାର ଦର୍ଶକ ନିରାଶ ହୋଇଛନ୍ତି। ସୂଚନା ଅନୁଯାୟୀ, ୧୮୬୯ରେ ଯାଜପୁର ପୌରପାଳିକା ଗଠନ ହୋଇଥିଲା ଏବଂ ୧୯୯୩ରେ ଯାଜପୁରକୁ ଜିଲ୍ଲା ମାନ୍ୟତା ଦିଆଯାଇଥିଲା। ଏବେ ଯାଜପୁର ପୌରପାଳିକାକୁ ୧୫୦ ବର୍ଷ ଏବଂ ଜିଲା ଗଠନକୁ ୨୫ ବର୍ଷ ପୂର୍ତ୍ତି ଉତ୍ସଵ ଚାଲିଥିଲା। କାଳବୈଶାଖୀ ଯୋଗୁଁ ବ୍ୟାପକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି। | <urn:uuid:337827ff-9c5f-48ae-9322-ec0c04e3cb60> | CC-MAIN-2018-17 | http://khabar.odishatv.in/top-news/sonu-nigams-concert-stage-collapses-in-jajpur/3732/ | 2018-04-27T04:44:34Z | s3://commoncrawl/crawl-data/CC-MAIN-2018-17/segments/1524125949036.99/warc/CC-MAIN-20180427041028-20180427061028-00506.warc.gz | ory | 0.999974 | Orya | 7 | {"ory_Orya_score": 0.9999737739562988} |
ବର୍ଷାକୁ ଚାହିଁ ଚାହିଁ ଉଜୁଡିବାକୁ ବସିଲଣି କ୍ଷେତ. କେମିତି ସୁଝିବେ ଋଣ ଟଙ୍କା ଏବେ ସେଇ ଚିନ୍ତାରେ ଚାଷି. ଏହି ଦୃଶ୍ୟ କେବଳ ଗୋଟିଏ ଜମିର କି ଗୋଟିଏ ବ୍ଲକର ନୁହେଁ. ଟିଟିଲାଗଡ ଉପଖଣ୍ଡର ବେଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ଓ ସଇଁତଳା ବ୍ଲକର ଦୃଶ୍ୟ. ଆକାଶରେ ଘୁରିବୁଲୁଥିବା ଭସାମେଘକୁ ଦେଖି ବର୍ଷା ହେବ ବୋଲି ଆଶା କରିବା ଛଡା ଆଉ କିଛି କରିପାରୁ ନାହିଁ ଚାଷୀ.ଚଳିତ ବର୍ଷ ଟିଟିଲାଗଡ ଜିଲ୍ଲାରେ ମୋଟ ୧୭ହଜାର ହେକ୍ଟର ଜମିରେ ଚାଷ କରିବାର ଲକ୍ଷ୍ୟ ରଖାଯାଇଥିଲା. ଉପଖଣ୍ଡର ସମସ୍ତ ବ୍ଲକରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୫୦ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖ ସୁଦ୍ଧା ଟିଟିଲାଗଡ ବ୍ଲକରେ ୫୪.୬୦, ତୁରେକେଲା ବ୍ଲକରେ ୪୩.୨୦, ବଙ୍ଗୋମୁଣ୍ଡାରେ ୪୪, ମୁରିବାହାଲରେ ୫୨.୦୭ ତଥା ସଇଁତଳା ବ୍ଲକରେ ୬୨ ମିଲିମିଟର ବର୍ଷା ହୋଇଛି. ପ୍ରବଳ ଖରା ଯୋଗୁଁ ମୁଖ୍ୟତଃ ଢିପ ଜମିରେ କରାଯାଇଥିବା ଧନ ନଷ୍ଟ ହେବାକୁ ବସିଲାଣି. ଏପରି ପରିସ୍ଥିତିରେ ମରୁଡି ହେବା ଥୟ ବୋଲି ଆଶଙ୍କା କରୁଛନ୍ତି ଚାଷି. ଚାଷର ଏପରି ସ୍ଥିତି ନେଇ ଟିଟିଲାଗଡ ଜିଲ୍ଲା କୃଷି ଅଧିକାରୀଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଅଗଷ୍ଟ ମାସରେ ଆଶାନୁରୁପ ବର୍ଷା ହୋଇନାହିଁ. ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷ ସମ୍ପୁଣ୍ଣ ନଷ୍ଟ ମଧ୍ୟ ହୋଇ ନାହିଁ . ହେଲେ ଆସନ୍ତା ୨ ରୁ ୪ ଦିନ ମଧ୍ୟରେ ବର୍ଷା ନହେଲେ ଚାଷ ସମ୍ପୁଣ୍ଣ ନଷ୍ଟ ହେବା ସହ ମରୁଡି ପରିସ୍ଥିତି ସୃଷ୍ଟି ହେବ.ଗତବର୍ଷ ବର୍ଷାଭାବ ଚାଷିଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବାବେଳେ ଚଳିତ ବର୍ଷା ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି. ଏହିପରି ପରିସ୍ଥିତିରେ ଚାଷିଙ୍କ ପାଇଁ ପ୍ରଶାସନର ସହାୟତା ଜରୁରୀ ହୋଇପଡିଛି. | <urn:uuid:56129e11-07c2-4f8b-9170-86b264597b44> | CC-MAIN-2018-17 | http://mbctv.co.in/index.php/odisha/item/637-2017-08-12-10-15-38 | 2018-04-21T15:41:28Z | s3://commoncrawl/crawl-data/CC-MAIN-2018-17/segments/1524125945232.48/warc/CC-MAIN-20180421145218-20180421165218-00334.warc.gz | ory | 0.999972 | Orya | 11 | {"ory_Orya_score": 0.9999719858169556} |
ତୁରୁମୁଙ୍ଗା,ତା ୧୩.୦୪(ଓଡିଆ ପୁଅ/ସନ୍ତୋଷ ପତି)କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମପଞ୍ଚାୟତରେ ପିଡିଏସ ସାମଗ୍ରୀ କିରିସିନର ଅଧିକ ଦରରେ ବିକ୍ରିକୁ ନେଇ ହିତାଧିକାରୀଙ୍କ ବିରୋଧ ସହ ଉତ୍ତେଜନା । ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ ଅପରାହ୍ନରେ ମୁରୁସୁଆଁ ପଞ୍ଚାୟତରେ ପିଡିଏସ ସାମଗ୍ରୀ କିରୋସିନର ଲିଟର ପ୍ରତି ୧ଟଙ୍କା ଅଧିକ ନେଉଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ନେଇ ଶତାଧିକ ହିତାଧିକାରୀ ଗ୍ରାମପଞ୍ଚାୟତର ସରପଞ୍ଚ ସୁନିତା ନାଏକ ଓ ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ କିଛି ସମୟ ପାଇଁ ବନ୍ଦ କରି ରଖିଦେଇଥିବାର ଜଣାପଡିଛି । ଏ…"କିରୋସିନ ଅଧିକ ଟଙ୍କାରେ ବିକ୍ରିକୁ ନେଇ ମୁରୁସୁଆଁ ପଞ୍ଚାୟତରେ ଉତ୍ତେଜନା, ନାଏବ ସରପଞ୍ଚଙ୍କୁ ତାଲା ପକାଇଲେ ହିତାଧିକାରୀ"
ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) : ଉତ୍ତର ବ୍ରାଜୀଲର ଏକ ଜେଲରୁ ଖସିବାକୁ ପ୍ରୟାସ କରୁଥିବା ୧୯ କଏଦୀଙ୍କୁ ମାରିଦିଆଗଲା। ମୃତକଙ୍କ ମଧ୍ୟରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଅଛନ୍ତି। ଏକ ସମାଚାର ଏଜେନ୍ସି ରିପୋର୍ଟରୁ ଏହି ଘଟଣା ସ୍ଥାନୀୟ ସମୟାନୁସାରେ ଦ୍ୱିପ୍ରହର ଗୋଟେ ବେଳେ ସାନ୍ତା ଇଜାୱେଲ ଜେଲ ପରିସରରେ ହୋଇଛି। ହଥିଆର ସହିତ ଏକ ଗୋଷ୍ଠୀ ଜେଲ ଉପରେ ଆକ୍ରମଣ କରି କିଛି କଏଦୀଙ୍କୁ ଖସାଇ ନେବାରେ ସହାୟତା କରୁଥିଲେ। ମୃତ ୧୯ କଏଦିଙ୍କର ପରିଚୟ ମିଳିଛି। ଏହି ସମୟରେ ଜଣେ ଜେଲ ଗାର୍ଡଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତା' ସହିତ ଚାରିଜଣ ସୁରକ୍ଷା ଗାର୍ଡ ମଧ୍ୟ ଆହତ ହୋଇଛନ୍ତି।"ବ୍ରାଜିଲ : ଜେଲରୁ ଖସିଯିବାକୁ ଚେଷ୍ଟା କରୁଥିବା ୧୯ କଏଦୀଙ୍କୁ ମାରିଦିଆଗଲା"
କୋରାପୁଟ ୯-୪ (ଓଡ଼ିଆ ପୁଅ) : ରବିବାରଦିନ ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପ୍ରଜାବେଡ଼ାପଦରରେ ଥିବା ଶେବାଶ୍ରମ ସ୍କୁଲ ଛାତ୍ରାବାସ ପରିସରରୁ କିଛି ଅଜ୍ଞାତ ଦୁର୍ବୃତ୍ତ ୩ଜଣ ଆଦିବାସୀ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଖବର ମିଳିଛି। ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ ୬ ଜଣ ଛାତ୍ରୀ ବିଳମ୍ବିତ ରାତିରେ ବାହାରକୁ ପରିଶ୍ରା କରିବାପାଇଁ ଆସିଥିବା ସମୟରେ ପୂର୍ବ ଯୋଜନାନୁଯାୟୀ ସେଠାରେ ବଲେରୋ ଗାଡ଼ିରେ ଥିବା କେତେକ ଅଜ୍ଞାତ ଯୁବକ ୬ ଜଣ ଛାତ୍ରୀମାନଙ୍କ ମଧ୍ୟରୁ ତିନିଜଣଙ୍କୁ ନେଇଯାଇଥିଲେ। ବାକୀ ତିନିଜଣଙ୍କୁ ଛାଡ଼ିଦେଇଥିଲେ। ଆଜି ସକାଳେ ଅପହୃତ ଛାତ୍ରୀମାନେ ଶେବାଶ୍ରମକୁ ଫେରି ଆସିଛନ୍ତି। ରିପୋର୍ଟ ଅନୁଯାୟୀ ସେହି ନାବାଳିକାମାନେ ଫେରି ଆସିବା ପରେ…"ଓଡିଶାର କୋରାପୁଟରେ ଛାତ୍ରାବାସ ପରିସରରୁ ୩ ଛାତ୍ରୀ ଅପହୃତ: ଆଜି ଫେରିଲେ ଅପହୃତ ଛାତ୍ରୀମାନେ"
ହାଇଦ୍ରାବାଦ ୯-୪ (ଓଡ଼ିଆ ପୁଅ) : ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାର ଡଙ୍କେଶ୍ୱର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। କଥିତ ରୂପରେ ୫୨ ବର୍ଷର ଜଣେ ଶ୍ରମିକକୁ ଏକ ଶିଶୁକନ୍ୟା ସହିତ ବଳାତ୍କାର କରିବା ଅଭିଯୋଗରେ ପରିବାରର ଲୋକମାନେ ପିଟିପିଟ୍ ମାରିଦେଇଛନ୍ତି। ସୂଚନାଯୋଗ୍ୟଯେ, ଗାଁରେ ନାବାଳିକା ଏକୁଟିଆ ଥିବା ବେଳେ ଶ୍ରମିକ ଜଣକ ସନ୍ଧ୍ୟାରେ ନାବାଳିକାର ଘରେ ପ୍ରବେଶ କରିଥିଲା ଏବଂ ତା' ସହିତ ବଳାତ୍କାର କରିବା ପରେ ସେଠାରୁ ସେ ଚାଲିଯାଇଥିଲା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି। ପରେ ବାଲିକା, ନିଜର ମା'କୁ ଏହି ଘଟଣା ଶୁଣାଇବା ପରେ ପରିବାର ଏବଂ ଗ୍ରାମବାସୀମାନେ ସେହି ବ୍ୟକ୍ତିକୁ ଧରି ତାକୁ ଦଣ୍ଡାବାଡ଼ିରେ ପିଟି ପିଟି ମାରି ଦେଇଥିଲେ…"ତେଲେଙ୍ଗାନା: କଥିତ ରୂପରେ ନାବାଳିକା ସହିତ ବଳାତ୍କାର କରିଥିବା ଶ୍ରମିକକୁ ପିଟିପିଟି ମାରିଦେଲେ"
ତୁରୁମୁଙ୍ଗା ୮-୪ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଚମ୍ପୁଆ ମହତାବ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କୁଲର ଜଣେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାଇ ଚମ୍ପୁଆ ମହତାବ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସେଠୀ ସେହି ସ୍କୁଲର ହଷ୍ଟେଲରେ ରହି ପାଠ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରଙ୍କ ସହିତ ଯୌନ ସମ୍ପର୍କ ରଖିବା ଏବଂ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଗତକାଲି ସମ୍ପୃକ୍ତ ଛାତ୍ରଙ୍କ ଭାଇ ସ୍କୁଲକୁ ଆସିଥିବା ସମୟରେ ଛାତ୍ର ଜଣଙ୍କ ଭାଇଙ୍କ ସହିତ ଘରକୁ ପଳାଇବାକୁ ଜିଦ ଧରି ବସିଥିଲେ। ଏପରିକି ଏହି ସ୍କୁଲରେ ପାଠ ପଢିବାକୁ…"ଛାତ୍ରକୁ ଯୌନ ନିର୍ଯାତନା ଅଭିଯୋଗ: ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରଫ"
ହରିଚନ୍ଦନପୁର, ତା ୦୭.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ହାଟ ପଡିଆ ନିକଟରେ ଥିବା ଶନି ମନ୍ଦିରରୁ ଆଜି ସକାଳ ୬ଟା ସମୟରେ ୬ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ସକାଳ ସମୟରେ ହରିଚନ୍ଦନପୁର ଦଣ୍ଡାହୁଡି ସାହିର ସୁରେନ୍ଦ୍ର ମଣ୍ଡଳ କୌଣସି କାମରେ ଶନି ମନ୍ଦିର ପାଖ ଦେଇ ଯାଉଥିଲେ। ଛୋଟ ଶିଶୁର କାନ୍ଦ ଶୁଣି ମନ୍ଦିର ନିକଟକୁ ଦୌଡି ଯାଇଥିଲେ। ଏବଂ ସେଠାରେ ଦେଖିଥିଲେ ୬ମାସର ଶିଶୁ ପୁତ୍ରଟି ଏକା ବସି କାନ୍ଦିବା ସହ ପଲେ କୁକୁର ଘେରି ବସିଛନ୍ତି। ଶିଶୁ ପୁତ୍ରଟିକୁ ଉଦ୍ଧାର କରି ଘରକୁ ଆଣିବା ସହ ପୋଲିସ ପ୍ରଶାସନକୁ ଜଣାଇଥିଲେ ଓ ପରେ ପରେ…"ହରିଚନ୍ଦନପୁର ଶନି ମନ୍ଦିରରୁ ୬ ମାସର ଶିଶୁ ପୁତ୍ର ଉଦ୍ଧାର"
ରାୟଗଡା ୦୬/୦୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସିଆରପିଏଫ ଚତୁର୍ଥ ବାଟାଲିୟନର ୪୦ ଜଣ ଜବାନ ଲ୍ୟାଣ୍ଡମାଇନ ବଷ୍ଫୋରଣରୁ ଅଳ୍ପକେ ବର୍ତି ଯାଇଛନ୍ତି। ରାୟଗଡା ଜିଲ୍ଲା ସଦର ମହକୁମା ବାରିଝୋଲା ଗ୍ରାମ ଠାରେ ବନ୍ଧୁକ ଚାଳନା ଅଭ୍ୟାସ ପାଇଁ ଯିବା ସମୟରେ ଏକ ଲ୍ୟାଣ୍ଡ ମାଇନ ଠାବ ହୋଇଥିଲା। ଅଧିକ ଲ୍ୟାଣ୍ଡମାଇନ ପୋତା ଯାଇଥିବା ସନ୍ଦେହ ନେଇ ସନ୍ଧାନୀ କୁକୁର ସହାୟତରେ ଲ୍ୟାଣ୍ଡମାଇନର ସ୍ଥିତି ଜାଣିବା ପରେ ସେ ଗୁଡିକୁ ନଷ୍ଟ କରାଯାଇଛି। ଏହି ଘଟଣା ଘଟିବା ପରେ ସମଗ୍ର ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି କାରଣ ସହର ଠାରୁ ମାତ୍ର ୪ କି.ମି ଦୂରରେ ଏହି…"ଲ୍ୟାଣ୍ଡମାଇନ ବଷ୍ଫୋରଣ, ଅଳ୍ପକେ ବର୍ତିଲେ ୪୦ ସିଆରପିଏଫ ଜବାନ"
ଯୋଡା- ତା ୦୬/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦିନକୁ ଦିନ ଯୋଡା ସହର ଅପରାଧିଙ୍କ ଚରାଭୂମି ପାଲଟୁଛି। ଭୁଜାଲି, ବନ୍ଧୁକ ଦେଖାଇ ଲୁଟ, ଅପରହଣ ଘଟଣା ନିତିଦିନିଆ ଘଟଣାରେ ପରିଣତ ହେବାକୁ ବସିଲାଣି। ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ୧୦ ଘଟିକା ସମୟରେ ସମ୍ଭୁ ଚୌଧୁରୀ ନାମକ ଜଣେ ବ୍ୟବସାୟୀ ତାଙ୍କ ମୋଟରସାଇକେଲ ଯୋଗେ କୁନ୍ଦୁରୁନାଲାସ୍ଥିତ ଘରକୁ ଫେରୁଥିବା ସମୟରେ ଡିଏଭି ସ୍କୁଲ ଛକ ନିକଟରେ ୪ ଜଣ ଦୁବୁତ୍ତ ଝାଡଖଣ୍ଡ ନମ୍ବର ଥିବା ଏକ ଆପାଚି ମୋଟରସାଇକେଲରେ ଆସି ତାଙ୍କୁ ଅଟକାଇବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କରି ମୋଟରସାଇକେଲରେ ଅନ୍ୟ ଦୁଣ ଜଣ…"ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ"
ଉତ୍ତର ପ୍ରଦେଶର ରଘୁନାଥପୁରା ଗ୍ରାମରେ ଦବଙ୍ଗ ପିତା-ପୁତ୍ର କଥିତ ରୂପରେ ନିର୍ବସ୍ତ୍ର କରି ଏକ ଦଳିତ ମହିଳାକୁ ଗଛରେ ବାନ୍ଧି ଦେଇ ପିଟିଲେ ଲଲିତପୁର/ଉତ୍ତର ପ୍ରଦେଶ ୬-୪ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶରେ ମହିଳାଙ୍କ ବିରୁଦ୍ଧରେ ହିଂସା ଉପରେ ରୋକ ଲାଗୁନାହିଁ। ମିଡ଼ିଆ ରିପୋର୍ଟ ଅନୁଯାୟୀ ଲଲିତପୁର ଜିଲ୍ଲାର ନଗର କୋତବାଲୀ କ୍ଷେତ୍ରର ରଘୁନାଥପୁରା ଗ୍ରାମରେ ଗୁରୁବାରଦିନ ଦବଙ୍ଗ ପିତା-ପୁତ୍ର କଥିତ ରୂପରେ ନିର୍ବସ୍ତ୍ର କରି ଏକ ଦଳିତ ମହିଳାକୁ ଗଛରେ ବାନ୍ଧି ପିଟିଥିବାର ଖବର ଆସିଛି। ପୁଲିସ କ୍ଷେତ୍ରାଧିକାରୀ ହିମାଂଶୁ ଗୌରବ ଶୁକ୍ରବାରଦିନ ମିଡ଼ିଆକୁ କହିଛନ୍ତି କି "ଗ୍ରାମରେ ହଲ୍କୁ ନାମକ ଏକ ବ୍ୟକ୍ତି ଅବୈଧ ଶରାବ କାରୋବାରରେ ଲିପ୍ତ ଥିଲା। ଦଳିତ ମହିଳା…"ଉତ୍ତର ପ୍ରଦେଶ : ଦବଙ୍ଗ ପିତା-ପୁତ୍ର ଦଳିତ ମହିଳାକୁ ନିର୍ବସ୍ତ୍ର କରି ପିଟିଲେ"
ଅନୁଗୋଳ, ୬/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଥାନା ଅନ୍ତର୍ଗତ ବଜାରଛକଠାରେ ଥିବା ଆନ୍ଧ୍ର ବ୍ୟାଙ୍କରେ କଳାକନା ବୁଲାଇଛନ୍ତି ଲୁଟେରା। ବନ୍ଧୁକ ମୁନ୍ରେ ଲୁଟି ନେଇଛନ୍ତି ୨୨ଲକ୍ଷରୁ ନଗଦ ଅର୍ଥ ଓ ସୁନାଗହଣା। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ସାଧାରଣ ଗ୍ରାହକଭାବେ ୬ଜଣ ଲୁଟେରା ବ୍ୟାଙ୍କରେ ପଶି ବ୍ୟାଙ୍କ କର୍ମଚାରୀ ଏବଂ ଉପସ୍ଥିତ ଉପଭୋକ୍ତାଙ୍କୁ ବନ୍ଧୁକ ଦେଖାଇ ଡରାଇବାସହ ଏକ ରୁମ୍ ରେ ଭର୍ତି କରି ଦେଇଥିଲେ। ସେମାନଙ୍କର ମୋବାଇଲଗୁଡ଼ିକୁ ନେଇଯାଇ ତାଲା ପକାଇ ଦେଇଥିଲେ। ପରେ ବ୍ୟାଙ୍କର ଷ୍ଟ୍ରଙ୍ଗରୁମ୍ ଖୋଲି ସେଠାରେ ଥିବା ଲକରଗୁଡ଼ିକୁ ଭାଙ୍ଗି ସୁନାଗହଣା ଏବଂ ୨୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଚମ୍ପଟ ମାରିଥିଲେ। ସୂଚନା ପାଇ ଅନୁଗୋଳ…"ବନ୍ଧୁକ ମୁନରେ ଆନ୍ଧ୍ର ବ୍ୟାଙ୍କରୁ ନଗଦ ଅର୍ଥ ଓ ସୁନାଗହଣା ଲୁଟ" | <urn:uuid:3b223bbe-e087-4730-9ce8-1d2e700a0bee> | CC-MAIN-2018-17 | http://odiapua.com/category/crime/page/2/ | 2018-04-19T19:38:45Z | s3://commoncrawl/crawl-data/CC-MAIN-2018-17/segments/1524125937016.16/warc/CC-MAIN-20180419184909-20180419204909-00109.warc.gz | ory | 0.999946 | Orya | 2 | {"ory_Orya_score": 0.9999462366104126} |
କୁହାଯାଏ ଓଡ଼ିଶାର ଗୋଟିଏ ସଂସ୍କୃତି, ଜଗନ୍ନାଥ ସଂସ୍କୃତି। ପ୍ରତ୍ୟେକଟି ସାଂସ୍କୃତିକ ବିଭବ ଗୁନ୍ଥି ହୋଇ ରହିଛି ପ୍ରଭୁ ଜଗନ୍ନାଥଙ୍କ ପାଖରେ। ସେଇ ଚତୁର୍ଧା ମୂରତି ପାଖରେ। ଆଉ ସେଇଥି ପାଇଁ 'ଓଡ଼ିଆ' ଓ 'ଓଡ଼ିଶା'ର ଅସ୍ମିତା(Identity) ପାଲଟି ଯାଇଛି 'ବଡ଼ଦେଉଳ' ବା 'ଶ୍ରୀମନ୍ଦିର' ବା ଜଗନ୍ନାଥ ମନ୍ଦିର। କିଛି ଓଡ଼ିଆ ବହୁ ବର୍ଷ ଧରି କୌଣସି ଦୂରବର୍ତୀ ସହରରେ ବସବାସ କଲେ, ନିଜର ଉପସ୍ଥିତି ଜାହିର କରିବା ପାଇଁ ନିର୍ମାଣ କରିଥାଆନ୍ତି, ଜଗନ୍ନାଥ ମନ୍ଦିର। ତାହା ରାଜ୍ୟ ବାହାରେ ହେଉ ଅବା ଦେଶ ବାହାରେ। ଆଉ ସେଇ ମନ୍ଦିରରେ ସତେ ଯେମିତି ବନ୍ଧାଯାଇଥାଏ ଓଡ଼ିଆମାନଙ୍କର ପାରସ୍ପରିକ ସଂପର୍କର ଡୋରି! ହେଲେ ଏସବୁର ମୂଳ ହେଉଛି ଶ୍ରୀକ୍ଷେତ୍ର ପୁରୀର ଜଗନ୍ନାଥ ମନ୍ଦିର। ସହସ୍ର ବର୍ଷର ଏହି ପ୍ରାଚୀନ ମନ୍ଦିରର ଜଗମୋହନରୁ ବାରମ୍ବାର ପଥର ଖସୁଥିଲେ ସୁଦ୍ଧା କେବଳ ବିଶେଷଜ୍ଞମାନେ ତୁହାକୁ ତୁହା ପରିଦର୍ଶନ କରୁଛନ୍ତି, ଅଥଚ କାମ ଶୂନ। ଦିନେ ଦୁଇଦିନର କଥା ନୁହେଁ, ବର୍ଷ ବର୍ଷ ଧରି ଏହି ପ୍ରହସନ ଚାଲିଛି। କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ଅଧୀନରେ ଏହାର ରକ୍ଷଣାବେକ୍ଷଣ ଥିବା କହି ଓଡ଼ିଶା ପ୍ରଶାସନ ଚୁପ୍ ବସୁଥିବା ବେଳେ କେନ୍ଦ୍ରୀୟ ବିଭାଗର ଅଧିକାରୀମାନେ ବି ଦିନ ଗଡ଼ାଇବାରେ ମାହିର। ଅଥଚ ସେଇ ଅଧିକାରୀମାନଙ୍କ ଦରମା ପାଇବାରେ ଆଦୌ କୌଣସି ଊଣା ହେଉ ନାହିଁ।
'ଜଗମୋହନ' କ'ଣ?
ମୁଖଶାଳା ଓ ମନ୍ଦିରର ମଧ୍ୟଭାଗ ହେଉଛି ଜଗମୋହନ। ବିଶେଷତଃ ପ୍ରାଚୀନ ମନ୍ଦିରଗୁଡ଼ିକରେ ଏଭଳି ନିର୍ମାଣ ଢାଞ୍ଚା ଦେଖିବାକୁ ମିଳିଥାଏ। ଭିଡ଼ ଥିବା ସମୟରେ ସାଧାରଣତଃ ଜଗମୋହନ ପାଖରୁ ଦର୍ଶନ କରି ବାହାରିଯିବାଟା ସୁବିଧା ହୋଇଥାଏ। ଦୂରରୁ ଦେଖିଲେ ବଡ଼ ମନ୍ଦିର ପାଖରେ ଏହାର ଉପରିଭାଗ ଆଉ ଏକ ସାନ ମନ୍ଦିରର ଭ୍ରମ ସୃଷ୍ଟି କରେ। ତେବେ ବିପୁଳ ଭକ୍ତଙ୍କ ସମାଗମକୁ ସମ୍ଭାଳିବା ଏବଂ ଭାରତ ଭଳି ଏକ ଗ୍ରୀଷ୍ମପ୍ରଧାନ ଦେଶରେ ଉପଯୁକ୍ତ ଅମ୍ଳଜାନ ଚଳାଚଳ କରାଇବା ହିଁ ଜଗମୋହନ ଢାଞ୍ଚାର ବିଶେଷତ୍ଵ।
ଆଧୁନିକ ପାଠରେ ଇଂଜିନିୟରିଂ ଓ ସ୍ଥାପତ୍ୟ, ଗୋଟିଏ ଗୋଟିଏ 'ବିଜ୍ଞାନ'। କିନ୍ତୁ ଆମ ସଂସ୍କୃତି ଓ ପରମ୍ପରାରେ ଏହା 'କଳା' ବର୍ଗଭୁକ୍ତ। ବିଶାଳ କଟା ପଥର ଉପରେ ସେଭଳି ପଥରଗୁଡ଼ିକୁ ଭାରସାମ୍ୟ ଓ ଚାପ ସୂତ୍ର ପ୍ରୟୋଗ କରି ସଜାଯାଇଛି। ତହିଁର ଯୋଡ଼ଣିଗୁଡ଼ିକରେ ଯେଉଁ ସିମେଣ୍ଟ ଭଳି ପଦାର୍ଥ ପ୍ରୟୋଗ ହୋଇଥିଲା, ତାହା ସମୟକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଖରାପ ହୋଇଯାଇଛି ବା ମାଟିରେ ପରିଣତ ହୋଇଛି। ବର୍ଷ ବର୍ଷ ଧରି ବର୍ଷାପାଣି ନିଷ୍କାସନକୁ ଅଣଦେଖା କରାଯାଇଥିବାରୁ ଜଗମୋହନର ଭିତର ଛାତ ନଷ୍ଟ ହେବାରେ ଲାଗିଛି। ତେଣୁ ଜଗମୋହନର ଉପର ଅଂଶର ସମସ୍ତ ଯୋଡ଼େଇଗୁଡ଼ିକରେ ଉଚ୍ଚମାନର ସିମେଣ୍ଟ ଖୁଞ୍ଚ ଦେଇ ପଲସ୍ତରା କରାଗଲେ, ତାହା ଅନେକ ମାତ୍ରାରେ ବିପଦକୁ ଟାଳି ପାରିବ। କିନ୍ତୁ ହାସ୍ୟାସ୍ପଦ କଥା ଯେ ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ଏଭଳି ମରାମତି କାମ ହେବ ବୋଲି ନିଷ୍ପତ୍ତି ହୋଇଛି। ଏଣେ ରାଜ୍ୟ ସରକାରଙ୍କ ନିର୍ଦେଶ ରହିଛି ଯେ ଅଂଶୁଘାତ ସତର୍କତା ପାଇଁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କୌଣସି ପରିଶ୍ରମ କାମ କରାଯିବ ନାହିଁ। ଏଠାରେ ସ୍ପଷ୍ଟ କରିବାକୁ ଚାହୁଛୁ ଯେ ଜଗମୋହନର ବାହାର ପଟ ଉପରିଭାଗର ଯୋଡ଼େଇ ପଲସ୍ତରା କାମ ଜୁନ୍ ୫ ତାରିଖ ଭିତରେ ସରିବା ଦରକାର। ଯେପରିକି ମରାମତି ସରିବା ପୂର୍ବରୁ କୌଣସି ମୂଷଳଧାରା ବର୍ଷାର ପ୍ରଭାବ ନପଡ଼େ। ସେଥିପାଇଁ ଅତ୍ୟାଧୁନିକ ଟାର୍ପୋଲିନ୍ ଟାଣି ଅସ୍ଥାୟୀ ବର୍ଷା-ପ୍ରତିରୋଧୀ ବ୍ୟବସ୍ଥା କରାଯାଇପାରେ। ଏବେ ୪୦ଡିଗ୍ରୀ ତାପମାତ୍ରାରେ ସବୁ ଶୁଖିକି ରହିଛି। ତେଣୁ ଉପର ଅଂଶର ପଲସ୍ତରା କାମ ପ୍ରଥମେ ହେବ। ଯାହାକି ୨୦୧୬ ଜୁନ୍ ୫ ତାରିଖ ମଧ୍ୟରେ ସରିବା ଜରୁରୀ।
କିଛି ବର୍ଷ ତଳେ ମନ୍ଦିରରେ ଚୂନ ଧଉଳା ହୋଇଥିବାରୁ ଏହାର ପ୍ରାଚୀନତା ଲୁଚି ଯାଇଥିଲା। ଲୋକମାନଙ୍କ ଦାବିକୁ ସମ୍ମାନ ଦେଇ ସେହି ଚୁନକୁ ପୁଣି ଛଡ଼ାଇବାକୁ ପଡ଼ିଥିଲା। (ସେହି ଚୂନଲଗା ବେଳର ମନ୍ଦିର ଫଟୋ ଏହି ଲେଖା ସହ ଦେଇଛୁ) ପ୍ରଶାସନ ପ୍ରତ୍ୟୁତ୍ପନ୍ନମତିତା ଦେଖାଇହେବାକୁ ଯାଇ କିଛି ଅପରିଣାମଦର୍ଶୀ ନିଷ୍ପତ୍ତି ନେଉଛି, ଯାହାକି କେବଳ ଲୋକହସାର କାରଣ ପାଲଟୁଛି। ହେଲେ ଏବେର ଆବଶ୍ୟକତା ହେଉଛି, ଯୋଡ଼େଇଗୁଡ଼ିକୁ ଉଚ୍ଚମାନର ରଙ୍ଗୀନ ସିମେଣ୍ଟ ପଲସ୍ତରାରେ ଭରି ଦିଆଯିବ। ପରେ ସେହି ପଥର ଭଳି ରଙ୍ଗ ଅଥବା ପାଣି-ରଙ୍ଗର ପ୍ରଲେପ ଦେବାକୁ ହେବ। ଯାହା ଫଳରେ ବର୍ଷାପାଣିରୁ ସୁରକ୍ଷା ସହ ଲୁଣିହାୱା ଓ ଉତ୍ତାପରୁ ମଧ୍ୟ ସୁରକ୍ଷା ଦିଆଯାଇପାରିବ। ପ୍ରାଚୀନତାକୁ ମଧ୍ୟ ସସମ୍ମାନେ ସାଇତି ହେବ।
ମରାମତି କରିବ କିଏ?
ଆଭ୍ୟନ୍ତରୀଣ ଓଡ଼ିଶାର ଅଭିଜ୍ଞ ରାଜମିସ୍ତ୍ରୀମାନେ ହିଁ କରିବେ। ଯେଉଁ ରାଜମିସ୍ତ୍ରୀମାନଙ୍କର ମନ୍ଦିର ନିର୍ମାଣର ସୁଦୀର୍ଘ ଅନୁଭବ ରହିଛି। ଏହା ସହ ଲୋଡ଼ା ହେବେ ଖିଚିଂର ପଥର କାରିଗର। ଏଥିପାଇଁ ସରକାର ଜରୁରୀ ବିଜ୍ଞପ୍ତି ଜାରି କରି ସେହି କାରିଗରମାନଙ୍କୁ ଚିହ୍ନଟ କରି ସସମ୍ମାନେ ସଂଗଠିତ କରାଇବା ଦରକାର। ଆଉ ତା'ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଜ୍ଜଳ ଆଲୋକରେ କେବଳ ରାତିରେ ଚାଲିବ ମରାମତି କାମ। ସଂପୂର୍ଣ ନିଷ୍ଠା ଓ ଲୋକାଚାର ମଧ୍ୟରେ ହିଁ ଏହି କାମ ୨୦୧୬ ଜୁନ୍ ୫ ତାରିଖ ରବିବାର ସୁଦ୍ଧା ସାରିବାକୁ ହେବ। ଏଥିରେ ଦରମାଖିଆ ଅଫିସରମାନେ ତୁହାକୁ ତୁହା ପରିଦର୍ଶନ କରିବା ଦରକାର ନାହିଁ। ନଚେତ୍, ବଡ଼ଦେଉଳ ମରାମତି ମହାକାର୍ଯ୍ୟ ହୁଏତ ଖଣ୍ଡିଆ ରହିଯିବ।
ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଜଗମୋହନକୁ ଧରି ରଖିବା ପାଇଁ ଷ୍ଟିଲ୍ ଖୁମ୍ବ ଲଗାଯିବ। ଯାହା ଲାଗୁଛି, ଏହା ସଂପୃକ୍ତ ବିଭାଗ ବା ପ୍ରଶାସନର ''ବିନାଶ କାଳେ ବିପରୀତ ବୁଦ୍ଧି''। କାରଣ ଲୁହାଖୁମ୍ବ ଲଗାଇଲେ ଯେ ବଡ଼ଦେଉଳରୁ ଆଉ ପଥର ଖସିବନି, ଏହାର ଗ୍ୟାରେଣ୍ଟି କେହି ଦେଉ ନାହାନ୍ତି। ମନ୍ଦିରର ମୂଳ ସ୍ଥାପତ୍ୟ ସହ ମାଙ୍କଡ଼ାମି ନକରିବା ଉଚିତ। ଅନ୍ୟ ଏକ ଯୁକ୍ତି ହେଲା, କୌଣସି ଜନପଦର ଉଚ୍ଚତମ କୋଠା ହେଉଛି ମନ୍ଦିର। ସେଥିରେ ଯେଉଁ ଆର୍ଥିଙ୍ଗ୍ ଥାଏ, ତାହା ବଜ୍ରାଘାତରୁ ସ୍ଥାନୀୟ ଜନ ଓ ଜନପଦକୁ ସୁରକ୍ଷିତ ରଖେ। ଆଉ ଭକ୍ତମାନେ ଦାନ ଆକାରେ ଯେଉଁ ଧନଧାନ୍ୟ ଠୁଳ କରିଥାଆନ୍ତି, ତାହାର ଉଦ୍ଦେଶ୍ୟ ହେଲା, ବିଦେଶୀ ଆକ୍ରମଣକାରୀ ଓ ଲୁଟେରାମାନେ ଯେପରି ତାହାକୁ ସହଜରେ ନେଇ ଯାଇପାରିବେ ଏବଂ ସ୍ଥାନୀୟ ଜନତାଙ୍କ ଧନଜୀବନ ଉପରେ ଆଉ ଦୃଷ୍ଟି ପକାଇବେ ନାହିଁ। ଏହି ଉଭୟ କାରଣରୁ ମଧ୍ୟ ରାତିରେ ମନ୍ଦିରରେ କେହି ଶୋଇବାକୁ ବାରଣ କରାଯାଇଛି। ଉପରୋକ୍ତ କାରଣଗୁଡ଼ିକ ପାଇଁ ମନ୍ଦିରକୁ ସବୁବେଳେ ଜନପଦ ଠାରୁ କିଞ୍ଚିତ୍ ଦୂରତାରେ ତୋଳାଯାଇଥାଏ। ଏବେ ସାର୍ବଭୌମ ରାଷ୍ଟ୍ରରେ ଗଣତନ୍ତ୍ର ପ୍ରତିଷ୍ଠା ଏବଂ ପ୍ରତିରକ୍ଷା/ ନିରାପତ୍ତା ବ୍ୟବସ୍ଥା ସତ୍ୱେ ଦେଶର ଶହଶହ ମନ୍ଦିରରେ ବିପୁଳ ସମ୍ପତ୍ତି ଠୁଳ ହୋଇ ରହିଯାଇଛି ବା ରଖାଯାଉଛି। ଯାହାକି ଦେଶର ଅର୍ଥନୀତି ପାଇଁ ଏକ ବିଡମ୍ବନା ଓ ବିପଦ।
ଯେଉଁ ଲୁହା ଖୁମ୍ବ ପୋତାଯିବା କଥା କୁହାଯାଉଛି, ସେହି ଖୁମ୍ବ ପୋଲା କି ନିଦା? ତାହା ନିଦା ହେବା ଜରୁରୀ ଏବଂ ଛାତ ସହ ସଂଲଗ୍ନ ହେଉଥିବାରୁ ଉତ୍ତମ ଆର୍ଥିଙ୍ଗ୍ କରାଯିବା ଜରୁରୀ। ଅନ୍ୟ ପକ୍ଷରେ ସ୍ଵାଧୀନ ଭାରତବର୍ଷରେ କେଉଁଠି କଳଙ୍କହୀନ ନିଦା ଲୁହା ଖୁମ୍ବ ତିଆରି ହେଉଛି କି? ଯଦି ତାହା ଦକ୍ଷିଣ କୋରିଆରୁ ଆମଦାନୀ ହେଉଥାଏ, ତେବେ ଆମ୍ଭର କୌଣସି ଆପତ୍ତି ନାହିଁ। ଏହି ଲୁହା ଖୁମ୍ବ ସ୍ଥାପନ ପ୍ରସ୍ତାବକୁ ନେଇ ଆମ୍ଭର ଦ୍ଵାପରଯୁଗ କଥା ମନେ ପଡୁଛି। ଏକଦା ମେଘରାଜ ଇନ୍ଦ୍ରଦେବଙ୍କ ଭୂମିକାକୁ ନେଇ ଶ୍ରୀକୃଷ୍ଣ ନିଜର ଭିନ୍ନମତ ପ୍ରକାଶ କରନ୍ତେ, ଇନ୍ଦ୍ରଦେବ ପ୍ରବଳ ବର୍ଷା କଲେ। ତେଣୁ ଗିରି ଗୋବର୍ଧନ ପାଦଦେଶର ଜନପଦବାସୀ ହନ୍ତସନ୍ତ ହେଲେ। ସେଇଠୁ କ'ଣ ହେଲାନା, ଶ୍ରୀକୃଷ୍ଣ ନିଜର କାଣି ଆଙ୍ଗୁଠିରେ ଟେକି ଧରିଲେ ଗିରି ଗୋବର୍ଧନକୁ। ଆଉ ତାହାରି ତଳେ ଆଶ୍ରିତ ହେଲେ ସ୍ଥାନୀୟ ଜନତା ଓ ଗୋସମ୍ପଦ। କାଳେ ଗୋବର୍ଧନ ପର୍ବତ ଖସି ପଡ଼ିବ, ତେଣୁ ଯାଦବମାନେ ନିଜନିଜର ପାଞ୍ଚଣକୁ ଠେକେରା ଲଗେଇଦେଇଥିଲେ। ସ୍ଵଂୟ ଲୀଳାମୟ ଯେତେବେଳେ ଅଦୃଶ୍ୟ ଶକ୍ତି ପ୍ରୟୋଗ କରି ଗୋବର୍ଧନକୁ ଛାତ ଭଳି ଟେକି ରଖିଛନ୍ତି, ସେତେବେଳେ ସାଧାରଣ ମଣିଷ ଭିତରେ ତଥାପି ବିଶ୍ଵାସ ଊଣା ହେବା ଭଳି, ଏବେର ଲୁହାଖୁମ୍ବ ସ୍ଥାପନ ନିଷ୍ପତ୍ତି, ସେଭଳି ମାନସିକତାର କେବଳ ଏକ ଆଧୁନିକ ପରିପ୍ରକାଶ। ତେଣୁ ଏ ପ୍ରଶାସନ ଠିକ୍ ଭାବେ ଯୋଗାଯୋଗ ନରଖିଲେ ରେଳୱାଗନ୍ କାରଖାନା ଭଳି ''ଓଡ଼ିଆଙ୍କ ଅସ୍ମିତା'' ବି ହାତଛଡ଼ା ହୋଇଯିବାର ଆଶଙ୍କା ରହିଛି।
ବିମଳ ପ୍ରସାଦ, ଭୁବନେଶ୍ଵର | <urn:uuid:7e64e2ff-4156-4266-921b-618ba74151c8> | CC-MAIN-2018-17 | http://odiapila.blogspot.in/2016/03/ | 2018-04-19T20:55:37Z | s3://commoncrawl/crawl-data/CC-MAIN-2018-17/segments/1524125937045.30/warc/CC-MAIN-20180419204415-20180419224415-00546.warc.gz | ory | 0.999968 | Orya | 6 | {"ory_Orya_score": 0.9999678134918213} |
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକନ୍ ଓ ରଣବୀର ସିଂହଙ୍କ ମଧ୍ୟରେ ଦୀର୍ଘ ୫ବର୍ଷ ହେବ ରିଲେସନ୍ସିପରେ ଅଛନ୍ତି। କିନ୍ତୁ ଏହି ଲଭବାର୍ଡ ନିଜ ସମ୍ପର୍କକୁ ନେଇ କାହା ଆଗରେ କେବେ ମୁହଁ ଖୋଲି ନାହାନ୍ତି। କିଛି ଦିନ ହେବ ଏହି ଲଭବାର୍ଡଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ପରିବାର ପକ୍ଷରୁ ବାହାଘରର ପ୍ରସ୍ତୁତି ଚାଲିଥିବା ମଧ୍ୟ ଜଣାପଡ଼ିଛି। ଏକ ସାକ୍ଷାତକାରରେ ଦୀପିକା ନିଜର ବ୍ୟକ୍ତିଗତ ଜୀବନ ଓ ଭବିଷ୍ୟତର ପ୍ଲାନକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,"ବିବାହ ମୋ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ମୁଁ ଏହାକୁ ଏଡ଼େଇ ପାରିବି ନାହିଁ। ନିଜକୁ ଏକ ମାଆ ଓ ପତ୍ନୀ ଭାବେ ଦେଖିବାକୁ ଇଚ୍ଛା ରହିଛି।"
ଦୀପିକାଙ୍କ ଏହି ମନ୍ତବ୍ୟପରେ ରଣବୀର ଓ ତାଙ୍କର ବିବାହକୁ ନେଇ ଚାଲିଥିବା ଚର୍ଚ୍ଚାର ସତ୍ୟତା ରହିଛି ବୋଲି ଜଣାପଡ଼ିଛି। ଚଳିତ ବର୍ଷ ଦୀପିକା ଓ ରଣବୀର ବିବାହ କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଦୁହେଁ ହିନ୍ଦୁ ଧର୍ମ ରୀତିନୀତି ଅନୁସାରେ ବନ୍ଧୁବାନ୍ଧବ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ବିବାହ କରିବେ। ଉଭୟ ପରିବାର ପକ୍ଷରୁ ବିବାହର ତାରିଖ ନିର୍ଦ୍ଧାରଣ ହୋଇ ସାରିଛି ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଦୀପିକା ଏଥର ତାଙ୍କ ଜନ୍ମ ଦିନ ବୟଫ୍ରେଣ୍ଡ ରଣବୀର ସିଂହଙ୍କ ପାଳନ କରିଥିଲେ। ଏହି ଅବସରରେ ଦୁହିଁଙ୍କ ପରିବାର ମଧ୍ୟ ଏକାଠି ହୋଇଥିଲେ। ସେହିଦିନ ଉଭୟଙ୍କ ନିବର୍ଦ୍ଧ ହୋଇଥିଲା ବୋଲି ଚର୍ଚ୍ଚା ହୋଇଥିଲା । | <urn:uuid:2d56fae0-aea0-4714-a169-d4a500342494> | CC-MAIN-2018-17 | http://odishareporter.in/entertainment/desire-to-become-mother-and-working-wife-224711 | 2018-04-19T09:37:02Z | s3://commoncrawl/crawl-data/CC-MAIN-2018-17/segments/1524125936833.6/warc/CC-MAIN-20180419091546-20180419111546-00365.warc.gz | ory | 0.999994 | Orya | 3 | {"ory_Orya_score": 0.9999943971633911} |
ଥରେ ଭୂମିକମ୍ପରେ କେତେଖଣ୍ଡ ଶିଳା ପଥର ଅପସରି ଯିବା ଫଳରେ ପର୍ବତର ମଧ୍ୟଦେଶରେ ଅତୀତର ଜଣେ ଶିଳ୍ପୀ-ରାଜକୁମାର ନିର୍ମାଣ କରିଥିବା ସୁବର୍ଣ୍ଣ ପ୍ରତିମା ଦୃଷ୍ଟି ଗୋଚର ହେଲା । ତାକୁ ଜୀବନ୍ୟାସ ଦେବାର ରହସ୍ୟ ଜାଣିବା ନିମନ୍ତେ ରାଜୁ ପ୍ରପାତ ପାରି ହୋଇ ଚାଲିଯିବା ପୂର୍ବରୁ ତା'ର ସୁରକ୍ଷା ଦାୟିତ୍ୱ ଦେବା ପାଇଁ ସେ ରାଜ୍ୟର ମୂଢ ରାଜାକୁ ଡାକିନେଇ ଆସିଲା । ପ୍ରଥମେ ରାଜା କିଛି ଦେଖିପାରିଲେ
ନାହିଁ । କିନ୍ତୁ ରାଜୁକୁ ଛୁଇଁବା ପରେ ପ୍ରତିମା ଦେଖିଲେ ଓ ସେ ଦର୍ଶନରେ ନିଜେ ସୁନ୍ଦର ଦିଶିଲେ ।
ତା'ପରେ …
ଦର୍ପଣ ଆଣିବା ପାଇଁ ରାଜାଙ୍କ ଆଦେଶ ପ୍ରତି ଅମାତ୍ୟମାନେ କର୍ଣ୍ଣପାତ କଲେ ନାହିଁ । କାହିଁକିନା ସେତେବେଳେ ସେମାନେ ବିମୁଗ୍ଧ ନୟନରେ ସେ ପ୍ରତିମା ଆଡେ ଅନାଇ ରହିଥିଲେ ।
ରାଜୁ କହିଲା "ମହାରାଜ! ଖାଲି ଆପଣ ନୁହଁନ୍ତି, ଆପଣଙ୍କର ଏ ଅତିଜ୍ଞାନୀ ଅମାତ୍ୟମାନେ ବି ଖୁବ୍ ସୁନ୍ଦର ଦିଶୁଛନ୍ତି ।" ତା'କଥା ଶୁଣି ରାଜା ଗମ୍ଭୀର ହୋଇଗଲେ । ସେହି ପରିତ୍ୟକ୍ତ ନଅରର ଅର୍ଦ୍ଧ ଧ୍ୱସ୍ତ ସ୍ତମ୍ଭଗୁଡିକ ଭଳି ନିଶ୍ଚଳ ଭାବରେ ଠିଆହୋଇ ରହିଥିବା ଅମାତ୍ୟବର୍ଗଙ୍କୁ ସେ ଥରେ ପର୍ଯ୍ୟବେକ୍ଷଣ କରିନେଲେ । ସେମାନେ ସେଯାଏଁ ଅପଲକ ଆଖିରେ ସେ ପ୍ରତିମା ଆଡେ ଅନାଇଥାନ୍ତି । ରାଜା ଅଭିଯୋଗ କଲାଭଳି କଣ୍ଠରେ କହିଲେ "କିନ୍ତୁ ଏମାନେ ସୁନ୍ଦର ଦିଶିବା ଦରକାର କଣ? ପ୍ରତିମା ଜୀବନ ପାଇଲେ ତାକୁ ବାହାହେବା ପାତ୍ର ତ ମୁଁ!" | <urn:uuid:deae162d-babf-4523-a6f0-8092ac45033f> | CC-MAIN-2018-17 | http://odiagapa.com/%E0%AC%95%E0%AC%A8%E0%AC%95-%E0%AC%89%E0%AC%AA%E0%AC%A4%E0%AD%8D%E0%AD%9F%E0%AC%95%E0%AC%BE%E0%AC%B0-%E0%AC%95%E0%AC%BE%E0%AC%B9%E0%AC%BE%E0%AC%A3%E0%AD%80/ | 2018-04-25T10:12:13Z | s3://commoncrawl/crawl-data/CC-MAIN-2018-17/segments/1524125947795.46/warc/CC-MAIN-20180425100306-20180425120306-00045.warc.gz | ory | 0.999961 | Orya | 7 | {"ory_Orya_score": 0.9999611377716064} |
ଜଟଣୀ : ସ୍ଥାନୀୟ ଚିନ୍ତାମଣି ନଗରରେ ରହୁଥିବା ରବୀନ୍ଦ୍ର ରାଓଙ୍କ ଘରୁ ଗତ ସନ୍ଧ୍ୟାରେ ଚୋରି ହୋଇଯାଇଥିବା ନେଇ ଜଟଣୀ ଥାନାରେ ଅଭିଯୋଗ ହୋଇଛି। ରବୀନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସଂଧ୍ୟା ୬ଟାରୁ ୮ଟା ମଧ୍ୟରେ ସେ ବାହାରକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଆଲମିରାରୁ ୩ ଭରିରୁ ଊର୍ଧ୍ୱ ମୂଲ୍ୟର ସୁନା ଗହଣା ଓ ନଗଦ ୮୫ହଜାର ଟଙ୍କା ଚୋରି କରି ନେଇଥିଲେ। ବିଳମ୍ବିତ ରାତିରେ ରବୀନ୍ଦ୍ର ଘରକୁ ଫେରି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଅନୁସନ୍ଧାନ କରି ଫେରିଥିବା ସୂଚନା ମିଳିଛି। | <urn:uuid:2bf0618f-f135-44de-9861-8f5b2b8fd5a0> | CC-MAIN-2018-17 | http://sambad.in/crime/loot-in-house-5-82138/ | 2018-04-26T01:26:37Z | s3://commoncrawl/crawl-data/CC-MAIN-2018-17/segments/1524125948047.85/warc/CC-MAIN-20180426012045-20180426032045-00363.warc.gz | ory | 0.999967 | Orya | 5 | {"ory_Orya_score": 0.9999674558639526} |
କନକ ବ୍ୟୁରୋ : ଆସୁଛି ଦୀପାବଳି । ଆଲୋକର ଏ ପର୍ବ ପାଇଁ କେତେ ସଜବାଜ, କେତେ ପ୍ରସ୍ତୁତି । ହେଲେ କେବେ ଭାବିଛନ୍ତି, ଯେଉଁମାନଙ୍କ ଜୀବନ ଅମାବାସ୍ୟାର ଅନ୍ଧାର ଭିତରେ ଘାଂଟିଚକଟି ହେଉଛି । ଯେଉଁମାନଙ୍କ ପାଇଁ କିଛି ମାନେ ରଖେନି ଏ ଆଲୋକର ପର୍ବ । ସେମିତି କିଛି ମଣିଷଙ୍କ ମୁହଁରେ ଖୁସି ଭରି ଦେବାକୁ ଆମର ଏ ଅଭିଯାନ- ବାଣ ନୁହେଁ ହସ ଫୁଟାଇବା । ଆସନ୍ତୁ ଦେଖିବା, କିଏ ଆଜି ହସ ବଜାରରୁ ହସ କିଣି ପହଂଚି ଯାଇଛନ୍ତି ଅଭାବୀ ବସ୍ତିରେ ।
ସୁଶାନ୍ତ, ବୟସ ୨୦ ବର୍ଷ । ପରିବାରର ବୋଝ ମୁଣ୍ଡାଇବା ବୟସରେ ଖୋଦ୍ ନିଜେ ପରିବାର ପାଇଁ ପାଲଟି ଯାଇଛନ୍ତି ବୋଝ । ସାହାରାଟିଏ ନହେଲେ ଘରୁ ପାଦ ପାଢ଼ିବା ବି ସଂଭବ ହଉନି । ଭୁବନେଶ୍ୱରର ସାଲିଆ ସାହିରେ ବାପା-ମା ଓ ଭାଇଙ୍କୁ ନେଇ ରୁହନ୍ତି ସୁଶାନ୍ତ । ଜନ୍ମ ହେଲା ବେଳକୁ ସବୁ ଠିକ ଠାକ୍ ଥିଲା, ହେଲେ ୧୪ବର୍ଷ ଛୁଇଁଲା ବେଳକୁ ୨ଟି ଯାକ ଗୋଡ ଅଚାନକ୍ ଅକାମୀ ହୋଇଗଲା । ପରିବାର ଉପରେ ଯେମିତି ଛିଣ୍ଡି ପଡ଼ିଲା ଦୁଃଖର ପାହାଡ଼ ।
ଦୁଃଖ ଓ ଯନ୍ତ୍ରଣା ଭିତରେ ବି କିନ୍ତୁ ହସିବା ଭୁଲି ନାହାଁନ୍ତି ସୁଶାନ୍ତ । ପଢ଼ିବାକୁ ବହୁତ ଆଗ୍ରହ, ସ୍କୁଲ-କଲେଜ ଯିବା ପାଇଁ ଖୁବ୍ ଇଚ୍ଛା । ସେଥିପାଇଁ ତ, ଯେଉଁଠି ଯାହା ବହିପତ୍ର ମିଳିଲେ, ଘରେ ବସି ପଢିବା ଆରମ୍ଭ କରିଦିଅନ୍ତି ।
ସୁଶାନ୍ତଙ୍କ ଜୀବନର ଘନ ଅନ୍ଧକାର ଭିତରେ ଆସୁଛି ପୁଣି ଏକ ଦୀପାବଳି । ଠିକ୍ ଅନ୍ୟପିଲାଙ୍କ ଭଳି ହସଖୁସିରେ ଆଲୋକର ପର୍ବ ପାଳିବାକୁ ତାର ବି ଇଚ୍ଛା । ହେଲେ ଗୋଟିଏ ପଟେ ଦାରିଦ୍ର୍ୟ ଏବଂ ଅନ୍ୟପଟେ ଶାରିରୀକ ଭିନ୍ନକ୍ଷମତା । ଆଉ ସୁଶାନ୍ତଙ୍କ ସଂପର୍କରେ ଆମଠୁ ଜାଣିବା ପରେ ତାଙ୍କ ପାଖରେ ପହଂଚିଥିଲେ-ସେଦିନର ଅଭିନେତା ଓ ଆଜିର ରାଜନେତା ମୁନ୍ନା ଖାନ୍ । ଆଉ ସାଥିରେ ନେଇ ଆସିଥିଲେ ହସ ବଜାରରୁ କିଛି ଉପହାର ।
ଆମର ଏହି ଅଭିଯାନ ଜରିଆରେ ସୁଶାନ୍ତଙ୍କ ମୁହଁରେ ଫୁଟିଛି ହସ । ଆଉ ଏମିତି ଅନେକ ସୁଶାନ୍ତଙ୍କ ମୁହଁରେ ହସ ଫୁଟିବା ବାକି ରହିଛି । | <urn:uuid:07bd13ce-57c6-46c4-90c5-5886a1d665d3> | CC-MAIN-2018-22 | http://kanaknews.com/bana-nuha-hasa-phutaiba-munna-khan-joins-hand-with-kanak-news/ | 2018-05-24T12:07:16Z | s3://commoncrawl/crawl-data/CC-MAIN-2018-22/segments/1526794866276.61/warc/CC-MAIN-20180524112244-20180524132244-00520.warc.gz | ory | 0.999995 | Orya | 8 | {"ory_Orya_score": 0.9999953508377075} |
ଓ୍ବାଶିଂଟନ୍,୨୫।୧: ଚିକିତ୍ସା ସମୟରେ ଅନେକ ଯୁବତୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଜିମ୍ନାଷ୍ଟିକ୍ ସହ ଜଡିତ ଥିବା ଜଣେ ଡାକ୍ତରଙ୍କୁ ୪୦ ରୁ ୧୭୫ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ଫଳରେ ଲୋରି ନାସର ନାମକ ଉକ୍ତ ବ୍ୟକ୍ତି ଜଣକ ସାରା ଜୀବନ ଜେଲର ଚାରିକାନ୍ଥ ଭିତରେ ରହିବେ ବୋଲି ସୂଚନା ମିଳିଛି। ୧୫୦ରୁ ଅଧିକ ଯୁବତୀଙ୍କୁ ଯୌନ ଶୋଷଣ କରିବା ଅଭିଯୋଗ ଲାଗିଛି ତାଙ୍କ ଉପରେ। ପ୍ରଥମେ ୭ ଜଣ ମହିଳା ତାଙ୍କ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ମାମଲା ସାମ୍ନାକୁ ଆସିବା ପରେ ୧୫୦ରୁ ଅଧିକ ଯୁବତୀ ଲୋରିଙ୍କ ନାଁରେ ସମାନ ଅଭିଯୋଗ ଆଣିଥିଲେ। ମିଶିଗାନର ଏକ ଅଦାଲତ ମାମଲାର ଲଗାତର ୭ଦିନ ବିଚାର କରି ଲୋରିଙ୍କୁ ୪୦ରୁ ୧୭୫ ବର୍ଷର ଦେଲଦଣ୍ଡ ଆଦେଶ ଦେଇଛନ୍ତି। | <urn:uuid:5de08348-d435-4e24-b87f-1de670d8359b> | CC-MAIN-2018-22 | http://www.dharitri.com/main/news/19410 | 2018-05-27T13:33:11Z | s3://commoncrawl/crawl-data/CC-MAIN-2018-22/segments/1526794868316.29/warc/CC-MAIN-20180527131037-20180527151037-00200.warc.gz | ory | 0.999893 | Orya | 5 | {"ory_Orya_score": 0.9998927116394043} |
କନକ ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତାକାଲି ସମଗ୍ର ରାଜ୍ୟରେ ୨୪ଘଂଟିଆ ବସ୍ ଚଳାଚଳ ବନ୍ଦ ରହିବ । କାଲି ସକାଳ ୬ଟାରୁ ତାପରଦିନ ୬ଟା ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତି ନେଇଛିି ବସ ମାଲିକ ସଂଘ । ଏହି ଧର୍ମଘଟ ଡାକରା ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଭାପତି ।
ଆଠମଲ୍ଲିକ ବସ୍ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ମହାରାଜା ବସର ମାଲିକଙ୍କୁ ଗିରଫ କରିବା ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛି ସଂଘ । ମହାରାଜା ବସ୍ ମାଲିକଙ୍କ ନାଁରୁ ମାମଲା ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ସଂଘ । ତେବେ ଏହି ବନ୍ଦରୁ ସ୍କୁଲ , କଲେଜ ବସ୍ ବାଦ ଦିଆଯାଇଛି । | <urn:uuid:6d6d66f9-a7dd-4817-be72-9096b711f2cc> | CC-MAIN-2018-22 | http://kanaknews.com/24-hour-bus-strike-in-odisha/ | 2018-05-23T05:08:54Z | s3://commoncrawl/crawl-data/CC-MAIN-2018-22/segments/1526794865450.42/warc/CC-MAIN-20180523043959-20180523063959-00199.warc.gz | ory | 0.999994 | Orya | 5 | {"ory_Orya_score": 0.9999943971633911} |
ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁରରେ ଚାଷୀଙ୍କ ବିରାଟ ପଟୁଆର । ଉତରାଂଚଳ ଆରଡିସିଙ୍କ ଅଫିସ ଆଗରେ ହଜାର ହଜାର ଚାଷୀ ମେଳି ବାନ୍ଧିଛନ୍ତି । ବିଭିନ୍ନ ଦାବି ନେଇ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ପକ୍ଷରୁ ଏହି ଧାରଣା ଦିଆଯାଉଛି । ଚାଷୀମାନେ ଏକ ରାଲିରେ ଆସି ଆରଡିସିଙ୍କ ଅଫିସ ଆଗରେ ପହଂଚି ବିକ୍ଷୋଭ ପ୍ରଦର୍ଶ ନ କରିବା ସହ ଧାରଣାରେ ବସିଛନ୍ତି ।
22nd September, 2016 | 8:47 am
You might also like
- ଯାତ୍ରୀଙ୍କଠାରୁ ୫ଟି କଥା ଲୁଚାଇ ରଖିଥାନ୍ତି ଏୟାରହୋଷ୍ଟେସ । କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ
- ୱାଶିଙ୍ଗ ମେସିନରେ କପଡା ଧୋଇବା ସମୟରେ ଏହି ୭ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ
- ମାତ୍ର ୩ ଟଙ୍କାରେ ଘରେ ପ୍ରସ୍ତୁତ କରନ୍ତୁ ଏହି ଜିନିଷ । ୩୦ ଦିନ ଯାଏ ଆପଣଙ୍କ ଘରେ ପସି ପାରିବେନି ଗୋଟିଏ ବି ମଶା, ଜାଣନ୍ତୁ ତିଆରି କରିବାର ପୂରା ବିଧି
- ଘରୋଇ ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର : ଏଣିକି ବିନା କୈାଣସି ଡକ୍ୟୁମେଣ୍ଟରେ ଉଠାଇପାରିବେ ବିମାନଯାତ୍ରାର ମଜା, କେବଳ କରିବାକୁ ପଡିବ ଏତିକି କାମ | <urn:uuid:bc714a8f-f8cd-492d-b141-122ce95b334d> | CC-MAIN-2018-22 | http://kanaknews.com/farmer-raily-at-sambalpur-rdc-office/ | 2018-05-23T05:07:28Z | s3://commoncrawl/crawl-data/CC-MAIN-2018-22/segments/1526794865450.42/warc/CC-MAIN-20180523043959-20180523063959-00199.warc.gz | ory | 0.999957 | Orya | 1 | {"ory_Orya_score": 0.9999574422836304} |
ସକାଳ ହେବା ସଂଗେ ସଂଗେ ଛେଳି ଘାସ ଚରିବାକୁ ଜଙ୍ଗଲକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଗଲା । ଯିବା ସମୟରେ ସେ ନିଜ ଛୁଆଙ୍କୁ କହିଲା – ଛୁଆ ମାନେ କବାଟ କିଳି କରି ଦିଅ । ଯେମିତି କେହି କବାଟ ଖୋଲି କରି ବାହାରକୁ ନ ଆସେ । ଯଦି କବାଟ ପାଖରେ କେହି ଆସି ତୁମକୁ ଡାକେ ଏବଂ କହେ ଗଧିଆଙ୍କ ବଂଶ ନାଶ ହେଉ, ତେବେ ତୁମେ ଯାଇ ତା' ସହିତ ମିଳା ମିଶା କରିବ ଏବଂ ତାକୁ ତୁମର ବନ୍ଧୁ ବୋଲି ଭାବିବ । ଯଦି କେହି ଏହି କଥା ନ କହେ ତେବେ ତାକୁ ତୁମେ ନିଜର ଶତ୍ରୁ ଭାବିବ ଆଉ ତା' ସହିତ ମିଳା ମିଶା କରିବ ନାହିଁ କି କବାଟ ମଧ୍ୟ ଖୋଲିବ ନାହିଁ ।
ଏହି କଥା କହି ସେ କବାଟ କିଳି ଦେଇ ଚାଲି ଗଲା । ଛେଳି ଚାଲି ଯିବା ପରେ ଗୋଟିଏ ଗଧିଆ ଆସି ସେଠାରେ ପହଁଚିଲା । ସେ ଚୁପ୍ ଚାପ୍ ସେଠାରେ ଛିଡା ହୋଇ ମା' ଛେଳିର କଥା ସବୁ ଶୁଣୁ ଥିଲା ଆଉ ସେ ସୁଯୋଗ ଖୋଜୁ ଥିଲା କେମିତି ଛେଳି ଛୁଆ ମାନଙ୍କୁ ଖାଇବ ବୋଲି ।
ଗଧିଆ ଦ୍ୱାର ପାଖରେ ପହଁଚି କହିଲା – କ'ଣ କରୁଛ ଛୁଆ ମାନେ? କବାଟ କିଳି ତ ଖୋଲ । ଏହି ଗଧିଆ ମାନେ କେତେ ଉତ୍ପାତ ଆରମ୍ଭ କରି ରଖିଛନ୍ତି । ତାଙ୍କ ବଂଶ ଧ୍ୱଂସ ହେଉ । | <urn:uuid:bbebc6fe-a2ad-4487-8bd6-7faa1156e5b4> | CC-MAIN-2018-22 | http://odiagapa.com/%E0%AC%AC%E0%AC%BF%E0%AC%9A%E0%AC%BE%E0%AC%B0-%E0%AC%95%E0%AC%B0%E0%AC%BF-%E0%AC%95%E0%AC%BE%E0%AC%AE-%E0%AC%95%E0%AC%B2%E0%AD%87-%E0%AC%A4%E0%AC%BE%E0%AC%B9%E0%AC%BE-%E0%AC%B9%E0%AC%BF%E0%AC%A4/ | 2018-05-26T03:57:31Z | s3://commoncrawl/crawl-data/CC-MAIN-2018-22/segments/1526794867309.73/warc/CC-MAIN-20180526033945-20180526053945-00519.warc.gz | ory | 1 | Orya | 6 | {"ory_Orya_score": 0.9999998807907104} |
Posts from the Actions Category
Choose another category?
ବିଶେଷ ପ୍ରତିନିଧି
ଓଡ଼ିଆଵିଦ୍ଵେଷୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଳଗୌରବ ମଧୁସୂଦନଙ୍କୁ ବି ନିଜ ପ୍ରଚାର-ବେଦିକା ଭାବେ ବ୍ୟବହାର କରିଛନ୍ତି ଓ ପ୍ରଚାରକ ଟିଭି କ୍ରିୟୁ ଫେରିଗଲା ପରେ ଓଡ଼ିଆ ଜାତିର ଏହି ଚିରବନ୍ଦ୍ୟ ମନୀଷୀଙ୍କ ପବିତ୍ର ପ୍ରତିମୂର୍ତ୍ତିକୁ ସରକାରୀ ଅମର୍ଯ୍ୟାଦାର କବଳକୁ ଫିଙ୍ଗି ଦେଇଛନ୍ତି •
କୁଳଗୌରବଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ମଧୁପ୍ରୀତି ଦେଖାଇବାକୁ ତାଙ୍କ ପ୍ରତିମୂର୍ତ୍ତିରେ ଠିକାଦାର ଦ୍ଵାରା ଫୁଲମାଳ ଚଢା ଯାଇଥିଲା ; ମୁଖ୍ୟମନ୍ତ୍ରୀ ଆସିଲେ, କ୍ୟାମେରା ଆଗରେ ମଧୁପ୍ରୀତି ଦେଖାଇଲେ •
"ବାହା ପରେ ବେଦି ମୁହଁ ପୋଡ଼ା" ପରି କୁଳଗୌରବଙ୍କ ପବିତ୍ର ପ୍ରତିମୂର୍ତ୍ତି ଅସନା ଓ ପଚା ସରକାରୀ ଫୁଲମାଳ କବଳରେ ପଡିଛି •
ସମ୍ପୃକ୍ତ ବିଭାଗକୁ ବାରମ୍ବାର ଜଣାଇବା ସତ୍ତ୍ଵେ ଏ ଆବର୍ଜନା ସଫା ନ ହେବାରୁ ଏପ୍ରିଲ ୩୦ରେ ଭାଷା ଆନ୍ଦୋଳନର ଏକୋଇଶି ଜଣ କଳାପତାକା ଅଭିଯାତ୍ରୀ ଏହି ଆବର୍ଜନା ସୃଷ୍ଟିକରିଥିବା ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କୁ ତାଙ୍କ ସରକାରୀ ପ୍ରକୋଷ୍ଠରେ ଭେଟି ଓଡ଼ିଆ ଜାତିର ପରମପୂଜ୍ୟ କୁଳବୃଦ୍ଧଙ୍କ ପ୍ରତି ଏପରି ସରକାରୀ ଅମର୍ଯ୍ୟାଦା ପ୍ରଦର୍ଶନ ବନ୍ଦ କରିବାକୁ ଅନୁରୋଧ କରିଥିଲେ ଓ ସମ୍ପୃକ୍ତ ଠିକାଦାର ଦ୍ଵାରା କୁଳଗୌରବଙ୍କ ପବିତ୍ର ପ୍ରତିମୂର୍ତ୍ତିରୁ ସରକାରୀ ଆବର୍ଜନା ତୁରନ୍ତ ଅପସାରଣ ପାଇଁ ଅନୁରୋଧ କରିଥିଲେ •
ସେମାନେ ନିଜେ ଏହି ଆବର୍ଜନା ସଫା କରିପାରିଥାନ୍ତେ , କିନ୍ତୁ ତାହା କରିବାକୁ ହେଲେ ଏହି ପବିତ୍ର ପ୍ରତିମୂର୍ତ୍ତି ଦେହରେ ପାଦ ଦେଇ ସେମାନଙ୍କୁ ଉପରକୁ ଚଢ଼ିବାକୁ ପଡିଥାନ୍ତା , ଯାହା ସେମାନଙ୍କ ପାଇଁ ସହ୍ୟ ହୋଇନଥାନ୍ତା ; କାରଣ ସେମାନେ ପ୍ରତିଦିନ ସେହି ପ୍ରତିମୂର୍ତ୍ତି ପାଦ ତଳେ ପ୍ରଣତି ଜଣାଇଥାନ୍ତି •
ଓଡ଼ିଆ ଜାତିର ପ୍ରକୃତ ନମସ୍ୟମାନଙ୍କ ପ୍ରତି ଓଡିଶା ସରକାର ଏପରି ଅବଜ୍ଞା ଓ ଅପମାନ ପ୍ରଦର୍ଶନ ନ କରିବା ଉଚିତ •
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡିଶା ସରକାରୀ ଭାଷା ଆଇନ ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଆଇନଟିର ସଂଶୋଧନ ଦାବିରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ତୃତୀୟ ବର୍ଷରେ ପହଞ୍ଚିଥିବା ବେଳେ, ବାରମ୍ବାର ଟାଳଟୁଳ କରିକରି ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂଶୋଧନ ବିଧେୟକ ବିଧାନସଭାରେ ଉପସ୍ଥାପିତ କରିଛନ୍ତି ତାହା ଯଦି ଗୃହୀତ ହୁଏ , ତେବେ ଆଇନ ଉଲ୍ଲଙ୍ଘନକାରୀ ବଦଳରେ ଓଡ଼ିଶାର ଜନସାଧାରଣ ହିଁ ଦଣ୍ଡିତ ହେବେ । ବିଧାନସଭାର ସଭ୍ୟମାନେ ଏହି ପ୍ରପଞ୍ଚବୁଦ୍ଧିପ୍ରସୂତ ବିଧେୟକଟିକୁ ପ୍ରତ୍ୟାଖ୍ୟାନ କରନ୍ତୁ ବା ଆବଶ୍ୟକୀୟ ସଂଶୋଧନ ସହ ପାରିତ କରନ୍ତୁ । ଏହା ନ ହେଲେ ଭାଷା ଆନ୍ଦୋଳନ ଏହି ଖଳ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରିବାକୁ ଶ୍ରେୟ ମଣିବ ।
ସଂଶୋଧନ ବିଧେୟକଟି ମୂଳ ଅଧିନିୟମରେ '୪କ' ନାମକ ଏକ ନୂଆ ଧାରା ଯୋଡ଼ିବ, ଯହିଁରେ ଲେଖାଥିବ:
"ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।"
ଅର୍ଥାତ୍ ଭାଷା ଆଇନର ଉଲ୍ଲଙ୍ଘନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଦଣ୍ଡବିଧାନ ହୋଇପାରେ ବା ତାଙ୍କ ବଦଳରେ ସମ୍ପୃକ୍ତ ବିଭାଗକୁ ଦଣ୍ଡବିଧାନ ହୋଇପାରେ । ଯେହେତୁ କର୍ମଚାରୀମାନେ ଆଇନ ଖିଲାପ କରିବେ ସେହେତୁ ସ୍ବଭାବିକ ଭାବେ ସେମାନେ ନିଜକୁ ନିଜେ ଦଣ୍ଡିତ ନ କରି ଦଣ୍ଡ ନଦିବେ ବିଭାଗ ମୁଣ୍ଡରେ । କାରଣ, ଏହି ସୁଯୋଗ ଏହି ଆଇନ ସଂଶୋଧନ ହିଁ ସେମାନଙ୍କୁ ଯୋଗାଇଦେବ ।
ବିଭାଗଟିଏ ଦଣ୍ଡିତ ହେବାର ଅର୍ଥ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବା , କାରଣ ବିଭାଗଗୁଡ଼ିକର ସମସ୍ତ ଖର୍ଚ୍ଚ ଲୋକେ ବହନ କରିଥାନ୍ତି, ମୁଖ୍ୟମନ୍ତ୍ରୀ ବା ତାଙ୍କ ଗୋଲାମମାନେ ନୁହନ୍ତି ।
ଏହି ବିଧେୟକ କେଉଁ 'ଉଦ୍ଦେଶ୍ୟ ଓ କାରଣ' ହେତୁ ଉପସ୍ଥାପିତ ହୋଇଛି, ତାହା ଆଇନତଃ ଅଛି ଏହାର 'ଉଦ୍ଦେଶ୍ୟ ଓ କାରଣ କଥନ'ରେ । ତାହା ଏହିପରି :
"ତା ୨୬. ୧ ୨. ୨୦୧୭ ରିଖ ଦିବା ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରିମଣ୍ଡଳର ୫୧ତମ ବୈଠକର ନିଷ୍ପତ୍ତି ଅନୁସାରେ ସରକାରୀ ଭାଷାର ବ୍ୟାପକ ବ୍ୟବହାର କରୁଥିବା ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କେମଚାରୀ / ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ପାଇଁ ଓଡିଶା ସରକାରୀ ଭାଷା ଅଧିନିୟମରେ ସଂଶୋଧନ କରି ଆବଶ୍ୟକ ବ୍ୟବସ୍ଥାମାନ କରିବା ଦରକାର ଅଟେ ।
ତଦନୁସାରେ ଓଡିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ସଂଶୋଧନ କରିବା ନିମନ୍ତେ ଆବଶ୍ୟକୀୟ ଚିଠା ସଂଶୋଧନ ବିଧେୟକ, ୨୦୧୮ ପ୍ରସ୍ତୁତ କରାଯାଇଛି , ଯଦ୍ଦ୍ଵାରା ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ବିହିତ କରିବା ପାଇଁ ରାଜ୍ୟ ସରକାରଙ୍କର କ୍ଷମତା ରହିବ ।"
ଏଥିରେ ଥିବା 'କର୍ମଚାରୀ / ଭିଭାଗ' ଶବ୍ଦପୁଞ୍ଜକୁ ପ୍ରସ୍ତାବିତ '୪କ' ଧାରାରେ ଥିବା 'କର୍ମଚାରୀ ବା ବିଭାଗ' ଶବ୍ଦପୁଞ୍ଜର ମଧ୍ୟବର୍ତ୍ତୀ 'ବା' ଶବ୍ଦ ସହାୟତାରେ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଯାଏ ଯେ, ଭାଷା ଆଇନ ଉଲ୍ଲଙ୍ଘନ କରି, ବିଭାଗ ମୁଣ୍ଡରେ ଅଠା ବୋଳି , ନିରାପଦରେ ଖସିଯିବା ପାଇଁ ହିଁ ଓଡ଼ିଆବିରୋଧୀ ପଦାଧିକାରୀମାନେ ଏହି ପ୍ରପଞ୍ଚକୌଶଳ ପ୍ରୟୋଗ କରିଛନ୍ତି । ଏହି ଚିଠା ବିଧେୟକ ଯଦି ଏହି ରୂପରେ ପାରିତ ଓ ପ୍ରବର୍ତ୍ତିତ ହୁଏ , ତେବେ, ଖିଲାପକାରୀ କର୍ମଚାରୀ ବଦଳରେ ବିଭାଗମାନେ ଦଣ୍ଡିତ ହେବେ । ବିଭାଗମାନେ ଦଣ୍ଡିତ ହେବା ଅର୍ଥ ରାଜ୍ୟବାସୀ ଦଣ୍ଡିତ ହେବା ସୁନିଶ୍ଚିତ ।
ସବୁଠୁ ଚମକପ୍ରଦ ହେଲା, ଓଡ଼ିଆ ଜାତିକୁ ଦଣ୍ଡିତ କରିବାକୁ ଉଦ୍ଦିଷ୍ଟ ଏହି ସଂଶୋଧନ ବିଧେୟକର ଚିଠା ପ୍ରସ୍ତୁତି ବେଳେ ଓ ସେହି ଚିଠାକୁ ବିଧାନସଭାରେ ଉପସ୍ଥାପନ କଲାବେଳେ ଓଡ଼ିଆ ଜାତିର ଜାତୀୟ ସ୍ଵାର୍ଥ ଅପେକ୍ଷା ଓଡ଼ିଆ ଵିଦ୍ଵେଷୀଙ୍କ ସ୍ଵାର୍ଥ ରକ୍ଷା ପ୍ରତି ଗୁରୁତ୍ବ ଦିଆଯାଇଛି ।
ଭାଷା ଆନ୍ଦୋଳନର କଳାପତାକା ସାରା ଓଡ଼ିଶାରେ ଲହର ସୃଷ୍ଟି କରୁଥିବା ଦେଖି , ତହିଁରେ ଅତର୍ଛି , ନବୀନଙ୍କ ଓଡ଼ିଆ ଭାଷାପ୍ରେମର ନମୁନା ଦେଖାଇବାକୁ ବିଜେଡିର ପୁରୀ ସମାବେଶ ସମୟରେ ୨୬. ୧ ୨. ୨୦୧୭ ଦିନ ସେଠାରେ ମନ୍ତ୍ରୀମଣ୍ଡଳ ବୈଠକ କରାଇ ଭାଷା ସମ୍ପର୍କିତ ୨୦ଟି ପ୍ରସ୍ତାବ ପାରିତ କରାଯାଇଥିଲା । ତହିଁରୁ ୩ୟଟି ଏହିପରି :
"ସରକାରୀ ଭାଷା ଆଇନ, ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ଵ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ତା ୦୧ . ୦୪. ୨୦୧୮ରିଖ ଠାରୁ କାର୍ଯ୍ୟକାରୀ କରାଯିବ ।"
ଏହି "ଦେଖାସୁନ୍ଦରୀ ବଉଳୀଗାଈ" ପ୍ରସ୍ତାବରେ ଉଚ୍ଚାରିତ "ଦଣ୍ଡବିଧାନ ବ୍ୟବସ୍ଥା"ର ସମଭିବ୍ୟାହାରରେ ପ୍ରୋତ୍ସାହନ ବ୍ୟବସ୍ଥା ଥିବା ହେତୁ ଏହା ସ୍ପଷ୍ଟ ବାରିହୋଇପଡୁଥିଲା କି, ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର ଦାବି ଯେହେତୁ ଓଡିଶା ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ପାଉଛି ସେହେତୁ ତହିଁ ସପକ୍ଷରେ ପ୍ରସ୍ତାବ କରି ତହିଁର ଉହାଡ଼ରେ ବିଭାଗଗୁଡ଼ିକୁ ଦଣ୍ଡିତ କରାଇ ଅପରାଧୀ କର୍ମଚାରୀମାନେ ନିରାପଦରେ ଖସିଯିବାକୁ ଯେଉଁ କଳକୌଶଳ ଭିଆଇଛନ୍ତି ତାହାକୁ ହିଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ଉପରେ ନଦିଛନ୍ତି ।
କର୍ମଚାରୀମାନଙ୍କ ଦୋଷ ହେତୁ ବିଭାଗଗୁଡ଼ିକ ଅର୍ଥାତ୍ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବେ – ଏତିକି କେବଳ ଏହି ଖଳବୁଦ୍ଧିପ୍ରସୂତ ପ୍ରସ୍ତାବରେ ନଥିଲା, ଓଡ଼ିଆ ଭାଷାରେ ସେବାପ୍ରାପ୍ତି ପାଇଁ ଆମ ଲୋକଙ୍କ ମୌଳିକ ଅଧିକାରକୁ ବିଭାଗଗୁଡ଼ିକ ଅର୍ଥାତ୍ କର୍ମଚାରୀମାନେ ନିର୍ଦ୍ଦିଷ୍ଟ କରିବାକୁଥିବା "ମାନଦଣ୍ଡ" ଓ ପରିସର ("କ୍ଷେତ୍ର")ର ଅନୁବର୍ତ୍ତୀ କରାଇବା ଷଡଯନ୍ତ୍ର ଥିଲା ଏହି ଅତି ଧୂର୍ତ୍ତ ପ୍ରସ୍ତାବରେ ।
ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନବାବୁଙ୍କ ତରଫଦାରୀ କରି ଏହି ପ୍ରସ୍ତାବ ଦୃଷ୍ଟେ କଳାପତାକା ଅଭିଯାନ ବନ୍ଦ କରିଦେବାକୁ ଆମ ଉପରେ ଚାପ ପ୍ରୟୋଗ କରିଥିଲେ । ଆମେ ରାଜି ନ ହେବାରୁ ତାଙ୍କ କାଗଜରେ ଆମ ସମ୍ବାଦ ଆଉ ଦେଲେନାହିଁ । କଳାପତାକା ଅଭିଯାନ ବ୍ୟାପକତର ହେଲା । ଓଡ଼ିଆ ଜାତି ତା ଭାଷା ଜନନୀ ପାଇଁ ସଂଗ୍ରାମ ଚଳାଇରଖିବାକୁ ନିଜ ପ୍ରତିଜ୍ଞାରେ ଅଟଳ ରହିଲା ।
ସୁତରାଂ ଏହି ଆନ୍ଦୋଳନ ଭିତ୍ତିରେ ମନ୍ତ୍ରୀମାନେ ପୁନଶ୍ଚ ବୈଠକ କଲେ ୧୪. ୩ . ୨୦୧୮ ତାରିଖରେ ଏବଂ ଏହି ବୈଠକରେ ୨୬. ୧ ୨. ୨୦୧୭ ତାରିଖର "ଦେଖାସୁନ୍ଦରୀ ବଉଳୀଗାଈ" ପ୍ରସ୍ତାବକୁ ନିରସ୍ତ (supersede) କରାଇ ଏକ ସାନି ପ୍ରସ୍ତାବ ଗ୍ରହଣ କଲେ, ଯହିଁରେ ନିର୍ଦ୍ଦିଷ୍ଟ କରାଗଲା କି ଓଡ଼ିଆ ଭାଷାରେ ସେବା ପ୍ରଦାନ କରୁନଥିବା କର୍ମଚାରୀ ହିଁ ଦଣ୍ଡିତ ହେବେ (ବିଭାଗ ନୁହେଁ) ଓ ଏହାକୁ ପକ୍କା କରିବା ପାଇଁ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏପରି ଦଣ୍ଡବିଧାନପାଇଁ ସରକାରୀ ଭାଷା ଆଇନର "ତୁରନ୍ତ" ସଂଶୋଧନ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ସଂଶୋଧନର "ଉଦ୍ଦେଶ୍ୟ ଓ କାରଣ" ନିର୍ଦ୍ଦିଷ୍ଟ କରିଦେଲେ ।
ସରକାରଙ୍କଠାରୁ ଗୋପନୀୟ (secret) ବର୍ଗରେ ଇଂରାଜୀ ଭାଷାରେ ନିର୍ଗତ ହୋଇଥିବା ଏହି ପ୍ରସ୍ତାବଟିର ଭାଷା ଥିଲା ଏହିପରି :
"Though the Act is very old Act and is in force since 1954, the provisions of the notification issued under sub section (2) of section 2 of the said Act vide notification No.7152-Gen. dtd 29.03.1985 published in the extra ordinary issue of the Odisha gazette No. 562 dtd 10.04.1985 directing all the employees and Officers of the State Government excepting those specified in the schedule thereto to use Odia language in all official noting, the same is not properly implemented as there is no provision of imposing penalty against the Officers or employees who are violating the provisions of the notifications under the Act."
ଅତଏବ, ଆଇନଟିରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ ଏହାକୁ କେହି ମାନୁନାହାନ୍ତି ବୋଲି ଭାଷା ଆନ୍ଦୋଳନ ସହ ମନ୍ତ୍ରୀମଣ୍ଡଳ ଏକମତ ହୋଇଥିଲା ଏବଂ ଏହି କାରଣ ହେତୁ ଓଡ଼ିଆ ଭାଷାରେ କାମ ନ କରୁଥିବା କର୍ମଚାରୀ ଓ ପଦାଧିକାରୀଙ୍କ ଦଣ୍ଡବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନର ତୁରନ୍ତ ସଂଶୋଧନପାଇଁ ନିର୍ଦ୍ଦେଶ ଦେଇଥିଲା । ଏହି ପ୍ରସ୍ତାବ ଭିତ୍ତିରେ ନିର୍ଗତ ପ୍ରେସ ବିଜ୍ଞପ୍ତିରେ ଏହା ହିଁ ଲେଖା ଅଛି :
"Government have decided to bring the amendment immediately providing penalties for such erring officers and employees who don't obey the directions issued under sub section 2 of section 2 , so that they will implement the provisions of the notification in its letter and spirit."
ଅତଏବ, ୧୪. ୩ . ୨୦୧୮ ତାରିଖରେ ଅନୁଷ୍ଠିତ ବୈଠକରେ ଏହି ମନ୍ତ୍ରୀମଣ୍ଡଳ ୨୬. ୧ ୨. ୨୦୧୭ ତାରିଖର "ଦେଖାସୁନ୍ଦରୀ ବଉଳୀଗାଈ" ପ୍ରସ୍ତାବକୁ କେବଳ ନିରସ୍ତ (supersede) କରାଇଥିଲା ତା ନୁହେଁ, ଭାଷା ଆଇନ ଉଲ୍ଲଙ୍ଘନ ଦୋଷରେ କୌଣସି ବିଭାଗ ନୁହେଁ, ପରନ୍ତୁ କେବଳ କର୍ମଚାରୀ ଓ ପଦାଧିକାରୀମାନେ ଦଣ୍ଡିତ ହେବେ ବୋଲି ସ୍ପଷ୍ଟ କରି ଏବଂ "ଆଇନଟିରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ ତାହା କାର୍ଯ୍ୟକାରୀ ହୋଇପାରୁନି" ବୋଲି ସ୍ବୀକାର କରି, ଏହାର ପ୍ରତିକାର ପାଇଁ ଖିଲାପକାରୀ କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜି ତୁରନ୍ତ ଆଇନ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇ ସଂଶୋଧନର "ଉଦ୍ଦେଶ୍ୟ ଓ କାରଣ" ମଧ୍ୟ ନିର୍ଦ୍ଦିଷ୍ଟ କରିଥିଲା ।
କ୍ଷୋଭର କଥା, ମୁଖ୍ୟମନ୍ତ୍ରୀ ଆଗତ କରିଥିବା ସଂଶୋଧନ ବିଧେୟକରେ ଓଡିଶା ସରକାରୀ ଭାଷା ଆଇନ ବ୍ୟାପାରରେ ସବୁଠୁ ବଡ଼ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିବା ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ବୈଠକର ନିଷ୍ପତ୍ତିକୁ ଉଦ୍ଦେଶ୍ୟମୂଳକ ଭାବେ ନିଶ୍ଚିହ୍ନ କରି ନିରସ୍ତ ହୋଇସାରିଥିବା ୨୬. ୧ ୨. ୨୦୧୭ ତାରିଖର "ଦେଖାସୁନ୍ଦରୀ ବଉଳୀଗାଈ" ପ୍ରସ୍ତାବକୁ ସଂଶୋଧନର ଭିତ୍ତି ଭାବେ ପ୍ରଦର୍ଶିତ କରାଯାଇଛି । କାରଣ ଏତଦ୍ଦ୍ଵାରା ହିଁ କେବଳ ଭାଷା ଆଇନର ତୁରନ୍ତ କାର୍ଯ୍ୟକାରିତା ବନ୍ଦ କରାଯାଇ ପାରିବ ଓ କର୍ମଚାରୀମାନେ "ନିର୍ଦ୍ଦିଷ୍ଟ" କରିବାକୁଥିବା "ମାନଦଣ୍ଡ" ଓ "କ୍ଷେତ୍ର" ଭିତରେ ଓଡ଼ିଆ ଜାତିର ଭାଷା ଜନନୀକୁ କଏଦୀ କରି ରଖାଯାଇପାରିବ ଏବଂ କର୍ମଚାରୀମାନଙ୍କ ଦୋଷ ପାଇଁ ବିଭାଗଗୁଡ଼ିକୁ ଅର୍ଥାତ୍ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯାଇ ପାରିବ ।
ମନ୍ତ୍ରିମଣ୍ଡଳର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକୁ ଜଣେ ମୁଖ୍ୟମନ୍ତ୍ରୀ ଯେ ନିଶ୍ଚିହ୍ନ କରିଦେଇପାରନ୍ତି ତାହା ଅକଳ୍ପନୀୟ । ସେ ଯଦି ଏହା ନ କରିଥିବେ ଓ ସମ୍ପୃକ୍ତ ଶାସନ ସଚିବଙ୍କୁ ବିଶ୍ଵାସ କରି ତାଙ୍କଦ୍ବାରା ତିଆରି ଚିଠାକୁ ଅନୁମୋଦନ ଦେଇଥିବା, ତେବେ ତାଙ୍କର କର୍ତ୍ତବ୍ୟ ହେଉଛି, ଏହି ଚିଠାକୁ ପାରିତ ନ କରାଇ ସ୍ଥଗିତ ରଖିବା ଓ ପରେ ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିକୁ ଆଧାର କରି ପୁନରାୟ ଏହାକୁ ସଠିକ ଭାବେ ଆଗତ କରିବା; କାରଣ ଯେଉଁ ରୂପରେ ଏହି ଚିଠା ବିଧାନସଭା ସମ୍ମୁଖରେ ରଖାଯାଇଛି ସେହି ରୂପରେ ଏହା ଗୃହୀତ ହୋଇଗଲେ ଓଡ଼ିଆ ଜାତି ତା ମାତୃଭାଷା କ୍ଷେତ୍ରରେ ପ୍ରବଞ୍ଚିତ ହୋଇ ରହିବ ।
ଆବଶ୍ୟକୀୟ ଆଇନଗତ ଯୋଗ୍ୟତା ନ ଥାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ପଦାଧିକାରୀଙ୍କୁ ବିମୋହିତ କରି ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହକର୍ମୀ ସୁବ୍ରତ ପୃଷ୍ଟି ତଥା ତାଙ୍କ ନ୍ୟାସ ଓଡିଶା ରାଜକୋଷରୁ ବହୁ ଲକ୍ଷ ଟଙ୍କା ନେଇଯାଇଥିବା ହେତୁ ତାହା ତାଙ୍କଠରୁ ଆଦାୟ କରିବା ପାଇଁ ଭାଷା ଆନ୍ଦୋଳନ , ଓଡିଶା ଦାବି କରିଛି । ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କିତ ସରକାରୀ ସନ୍ଦର୍ଭ ଚୋରି କରି ରାଜ୍ୟବାସୀଙ୍କ ପ୍ରତି ବିଶ୍ଵାସଘାତକତା କରିଥିବା କାରଣରୁ ଡ଼. ପଟ୍ଟନାୟକଙ୍କୁ କଳାତାଲିକା ଭୁକ୍ତ କରିବାକୁ ଆନ୍ଦୋଳନର ଦାବି ଉପରେ ସରକାର ଶୋଇରହିଥିବା ବେଳେ ତାଙ୍କର ଏକ ଅନଧିକୃତ ପ୍ରକାଶନ ପାଇଁ ରାଜକୋଷରୁ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପ୍ରତିପୁରଣ ସକାଶେ ଗୋଟି ଚାଳନ ଚାଲିଛି । ଏହା ବନ୍ଦ କରିବାକୁ ଓ ତାଙ୍କ ବିରୁଦ୍ଧରେ ଅପରାଧିକ ଅଭିଯୋଜନ ଆରମ୍ଭ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଦେଇ ତହିଁର ନକଲ ସଂସ୍କୃତି ସଚିବ ଓ ଭାଷା ପ୍ରତିଷ୍ଠାନକୁ ପ୍ରଦାନ କରିଛନ୍ତି । ତାହା ନିମ୍ନରେ ସ୍ଥାନିତ ହେଲା ।
ମହାଶୟ ,
ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜ୍ୟ ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ମାଧ୍ୟ୍ୟମରେ ରାଜକୋଷରୁ ଅର୍ଥ ବ୍ୟୟ କରି ଯେଉଁ ପ୍ରାମାଣିକ ଯୁକ୍ତି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ ତାହାକୁ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ ପୃଷ୍ଟି ଓ ସେମାନଙ୍କ ନ୍ୟାସ 'ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା' ଚୋରି କରିନେଇ, ସରକାରୀ ନିଷେଧାଦେଶ ଉଲ୍ଲଙ୍ଘନ କରି, କିପରି ସରକାରୀ ସତ୍ଵାଧିକାରର ଏକ ସମାନ୍ତରାଳ ସତ୍ଵାଧିକାର ତିଆରି କରିଛନ୍ତି ଓ ତହିଁର ଘରୋଇ ବ୍ୟବସାୟିକ ଉପଯୋଗ କରୁଛନ୍ତି ତାହାର ସପ୍ରମାଣ ପ୍ରତିବେଦନ ରଖି ମୁଁ ଭାଷା ଆନ୍ଦୋଳନ ଓଡ଼ିଶାର ଅଧ୍ୟକ୍ଷ ଭାବେ ମାନ୍ୟବର ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲି କି , ଆମ ମାତୃଭାଷା କ୍ଷେତ୍ରକୁ ଭାଷା ମାଫିଆଙ୍କ ଚାରଣ ଭୂମି ହେବାରୁ ରକ୍ଷା କରିବା ପାଇଁ ଏହି ବ୍ୟକ୍ତି ଓ ସଂସ୍ଥାମାନଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ହେଉ ଓ ରାଜ୍ୟ ପ୍ରତି ବିଶ୍ଵାସଘାତକତା କାରଣରୁ ତାଙ୍କୁ କଳାତାଲିକାଭୂକ୍ତ କରାଯାଉ । ମୋ ପାଖରେ ଥିବା ତଥ୍ୟ ଅନୁଯାୟୀ ମୁଖ୍ୟ ଶାସନ ସଚିବ ତହିଁ ଉପରେ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସଂସ୍କୃତି ସଚିବଙ୍କୁ ଆଦେଶ ଦେଇଥିଲେ । ଗତ ଡିସେମ୍ବର ମାସରୁ ତାହା ସେହିପରି ପଡିଛି ।
ଏପରି ସରକାରୀ ଉଦାସୀନତାର ସୁଯୋଗ ନେଇ ଜାତୀୟ ଭାଷା ସମ୍ମିଳନୀ ନାମରେ ପ୍ରୋକ୍ତ ବ୍ୟକ୍ତି ଓ ସଂସ୍ଥାମାନେ ସଂସ୍କୃତି ବିଭାଗରୁ ବହୁ ଲକ୍ଷ ଟଙ୍କାର ସହାୟତା ନେଇଛନ୍ତି ଯାହାର କିୟଦଂଶ ମୁଁ ଗଣମାଧ୍ୟମରେ ପ୍ରକାଶ କରିଛି । ଏଥି ସହ ସଂଯୁକ୍ତ ହୋଇଥିବା ନିବନ୍ଧ ଏଥିପାଇଁ ତଥ୍ୟ ଦେବାକୁ ସକ୍ଷମ । ସଂସ୍କୃତି ସଚିବାଳୟରୁ ଏକ ସଂଗୃହିତ ସୂଚନା ଅନୁସାରେ 2ୟ ଭାଷା ସମ୍ମିଳନୀ ଅବସରରେ ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥା ପ୍ରକାଶ କରିଥିବା ଏକ ସଂକଳନ ପାଇଁ 1.60 ଲକ୍ଷ ଟଙ୍କା ପ୍ରତିପୁରଣ ପ୍ରଣାଳୀରେ ନେବାକୁ ସଂସ୍କୃତି ବିଭାଗ ଉପରେ ପ୍ରଭାବ ପକାଇଛନ୍ତି ଓ ତାହା ପ୍ରଦାନ କରିବାକୁ ସଜବାଜ ଚାଲିଛି । ସଂସ୍କୃତି ବିଭାଗର ଆର୍ଥିକ ସହାୟତା ନିୟମାବଳୀ 1986 ଏପରି ପାଣ୍ଠି ପ୍ରଦାନକୁ ବିରୋଧ କରେ; କାରଣ , ଏପରି ସହାୟତା ପାଇଁ କୌଣସି ନିୟମ ନାହିଁ ଓ ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥାର ଯୋଗ୍ୟତା ବି ନାହିଁ ।
ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଓଡିଶା ସରକାରଙ୍କ ଭାଷା ପ୍ରତିଷ୍ଠାନ ଗଭୀର ଗବେଷଣାଲବ୍ଧ ତଥ୍ୟ ଉପରେ ଶାସ୍ତ୍ରୀୟ ମାନ୍ୟତା ପାଇଁ ଯେଉଁ ଯୁକ୍ତି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ , ଅର୍ଥ ଅଭାବରୁ ତାହା ଜନସାଧାରଣଙ୍କ ପାଇଁ ମୁଦ୍ରିତ ହୋଇପାରିଲା ନାହିଁ । ତହିଁର ମୁଦ୍ରଣ ଏକାନ୍ତ ଆବଶ୍ୟକ । ସେଥିରେ ଅର୍ଥ ଲଗାଣ ନ କରି , ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥାମାନଙ୍କର ଅନଧିକୃତ ପୁସ୍ତକ ପ୍ରକାଶନର ଖର୍ଚ୍ଚ ପ୍ରତିପୁରଣ କରିବା କେବଳ ଅଯୌକ୍ତିକ ନୁହଁ , ବେଆଇନ ମଧ୍ୟ ।
ଏହି ପ୍ରେକ୍ଷାପଟରେ ପ୍ରସ୍ତାବିତ ପ୍ରତିପୁରଣ ନିଷିଦ୍ଧ କରିବାକୁ ଓ ଉପର ନାମିତ ଲୋକେ ଓ ସଂସ୍ଥା 1986 ନିୟମାବଳୀ ଅନୁସାରେ ସରକାରୀ ସହାୟକ ପାଣ୍ଠି ପାଇଁ ଆଦୌ ଯୋଗ୍ୟ ନ ହୋଇଥିଲେ ମଧ୍ୟ ସଂଯୁକ୍ତ ଥିବା ଦଲିଲ ଅନୁଯାୟୀ ଅବୈଧ ଭାବେ ବହୁ ଲକ୍ଷ ଟଙ୍କା ରାଜକୋଷରୁ ନେଇସାରିଥିବା ହେତୁ ସେ ସମସ୍ତ ଟଙ୍କା ସେମାନଙ୍କ ଠାରୁ ଓ ସେହି ସଂସ୍ଥା ଠାରୁ ଆଦାୟ କରାଯାଉ ଏବଂ ଓଡିଶା ସରକାରଙ୍କ ପ୍ରତି ଶାସ୍ତ୍ରୀୟ ମାନ୍ୟତା କ୍ଷେତ୍ରରେ ବିଶ୍ଵାସ ଭଙ୍ଗ କରିଥିବା ହେତୁ ସେମାନଙ୍କୁ ଓ ତାଙ୍କ ଉପର ନାମିତ ସଂସ୍ଥାକୁ ଅପରାଧିକ ଦଣ୍ଡବିଧାନର ସମ୍ମୁଖୀନ କରାଯିବା ସଂଗେ ସଂଗେ ସେମାନଙ୍କୁ କଳାତାଲିକା ଭୁକ୍ତ କରାଯାଉ । ଇତି ।
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସେଦିନର ସଙ୍କଟ ଆଜି ବି ସେମିତି ଅଛି । ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡକାରୀମାନେ ଆଜି ବି ଦଣ୍ଡବିଧାନର ଉର୍ଦ୍ଧ୍ବରେ । ସେଦିନଠାରୁ ଆଜି ଯାଏଁ ଓଡ଼ିଆବିରୋଧୀ ନାଟକରେ ସେମିତି ନାୟକ ହୋଇରହିଛନ୍ତି ମୁଖ୍ୟମନ୍ତ୍ରୀ । ଭାଷା ଜନନୀ ପଛେ ମରିଯାଉ , ତାଙ୍କ ଗୋଡ଼ାଣିଆମାନେ ଏବେ ବି ଭାବୁଛନ୍ତି, "ତୋଷାମଦ କରି ବଢ଼ାଇବେ ଜାତି ମାନ" !
"ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେଦିନେ?"
ହେ କୁଳଗୌରବ , ଏ ଜାତିକି ଶକ୍ତିଦିଅ । | <urn:uuid:3a8be9d6-9ba4-4228-ae87-40ca3b56e24a> | CC-MAIN-2018-22 | http://bhashaandolan.com/category/actions/ | 2018-05-25T06:39:59Z | s3://commoncrawl/crawl-data/CC-MAIN-2018-22/segments/1526794867046.34/warc/CC-MAIN-20180525063346-20180525083346-00582.warc.gz | ory | 1.000001 | Orya | 1 | {"ory_Orya_score": 1.0000009536743164} |
ଦଶମ ଶ୍ରେଣୀରେ ଛାତ୍ରୀ ଲିପ୍ସା ପ୍ରଧାନ । ବରଗଡ ଜିଲାର ଭଟଲି ବ୍ଲକ୍ ଅନ୍ତର୍ଗତ କମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢନ୍ତି । ବୟସ ସିନା କମ୍। ହେଲେ ମନ ତାଙ୍କର ବଡ ଓ ଆଶା ଅସୁମାରୀ। ପାଠପଢାରେ ଖୁବ୍ ଭଲ । ତା'ସହ ନିଜ ଅଞ୍ଚଳର ଲୋକ ଓ ତାଙ୍କ ସମସ୍ୟା ସମ୍ପର୍କରେ ବି ସେ ବେଶ୍ ଅବଗତ।
ମହୁଲ ଗୋଟାଇବା ଯନ୍ତ୍ରର ଉଦ୍ଭାବନ
ସେ ଦେଖିଛନ୍ତି ଗ୍ରୀଷ୍ମ ଋତୁ ଆସିଗଲେ ପଶ୍ଚିମ ଓଡିଶାର ଚାଷୀ ପରିବାର ମହୁଲ ଫୁଲ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି। ବଡି ଭୋରରୁ ପୂରା ପରିବାର ଲୋକେ ନିଜ ଚାଷ ଜମିରେ ଥିବା ମହୁଲ ଗଛ ତଳକୁ ଯାଇ ମହୁଲ ଫୁଲ ଗୋଟାଇବାରେ ଲାଗିପଡନ୍ତି । ଉଦୁଉଦିଆ ଖରାରେ ମଧ୍ୟ ସେମାନେ ମହୁଲ ଫୁଲ ଗୋଟାଇଥାନ୍ତି । ଏହାଦ୍ୱାରା ଭଲ ରୋଜଗାର ହୁଏ ସତ। ହେଲେ ଏଭଳି ଗୋଟି ଗୋଟି କରି ମହୁଲ ଗୋଟାଇବା ଦ୍ଵାରା ଅଣ୍ଟା ବ୍ୟଥା ହୋଇଥାଏ । ଆବହମାନ କାଳରୁ ଏହି କାମ ଚାଲିଆସୁଥିବା ଯୋଗୁ ଚାଷୀ ପରିବାର ଏହାକୁ ଏକ ପରମ୍ପରା ବୋଲି ମନେ କରି ପରିଶ୍ରମକୁ ଭୁଲିଯାଆନ୍ତି । ମହୁଲ ଫୁଲ ଗୋଟାଇବାର ଅନ୍ୟ କୌଣସି ପଦ୍ଧତି କି ଯନ୍ତ୍ର ବି ନାହିଁ ।
ଏଥିପାଇଁ କେବଳ ମହୁଲ ଗଛର ତଳେ ପଡିଥିବା ପତ୍ରକୁ ପୂର୍ବରୁ ପୋଡିଦିଆଯାଏ, ଯେମିତିକି ମହୁଲ ଫୁଲ ତଳେ ପଡିବା ପରେ ଭଲ ଭାବେ ଦେଖାଯିବ । ତେବେ ଅନେକ ସମୟରେ ଦେଖାଯାଏ ଏମିତିଭାବେ ମହୁଲ ଗଛ ତଳେ ନିଆଁ ଲଗାଯିବା ଯୋଗୁ ସେହି ନିଆଁ ବ୍ୟାପିଯାଇ ପାଖରେ ଥିବା ବହୁ ଗଛ ମଧ୍ୟ ପୋଡି ନଷ୍ଟ ହୋଇଯାଏ । ଏସବୁ ସମସ୍ୟାକୁ ପିଲାଟି ଦିନରୁ କମଗାଁ ଗ୍ରାମର ବିଶିକେଶନ ପ୍ରଧାନ ଏବଂ ଆରତୀ ପ୍ରଧାନଙ୍କ ଝିଅ ଲିପ୍ସା ଦେଖିଥିଲେ ଓ ତାକୁ ଅଙ୍ଗେ ନିଭେଇଥିଲେ ମଧ୍ୟ । କାରଣ ସେ ବି ପରିବାର ସହିତ ବିଲକୁ ଯାଇ ମହୁଲ ଫୁଲ ଗୋଟାଉଥିଲେ । ତେଣୁ ଏହାର କିଛି ସମାଧାନ ପାଇଁ ଅନେକ ଥର ଚିନ୍ତା କରିଥିଲେ । ଶେଷରେ ନିଜ ବିଜ୍ଞାନ ଶିକ୍ଷକ ସୁବୋଧ କୁମାର ସାହୁଙ୍କ ଦିଗ୍ଦର୍ଶନ ଏବଂ ମାତାପିତାଙ୍କ ପ୍ରେରଣା ଓ ସହାୟତାରେ ସେ ଏକ ଯନ୍ତ୍ର ତିଆରି କଲେ । ତାକୁ ସେ ପ୍ରଥମେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳାରେ ପ୍ରଦର୍ଶନ କରିଥିଲେ । ସେଠାରେ ତାଙ୍କର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ । ପରେ ସେହି ପ୍ରକଳ୍ପ ଜିଲାସ୍ତରୀୟ ବିଜ୍ଞାନ ମେଳାକୁ ମଧ୍ୟ ମନୋନୀତ ହୋଇଥିଲା । ଏହାପରେ ଲିପ୍ସାଙ୍କ ଏହି କ୍ଷୁଦ୍ର ପ୍ରକଳ୍ପ ରାଜ୍ୟ ଓ କେନ୍ଦ୍ର ସ୍ତରରେ ବି ଆଦୃତ ହୋଇପାରିଲା । ଏହା ସହିତ ବୈଜ୍ଞାନିକମାନଙ୍କ ସ୍ଵୀକୃତି ମଧ୍ୟ ମିଳିଲା । ଏହି ଯନ୍ତ୍ର ତିଆରି ପାଇଁ ବେଶି ଖର୍ଚ୍ଚ ହେଉ ଥିବାବେଳେ ଚାଷୀମାନଙ୍କ ପାଇଁ ଖୁବ୍ ଉପାଦେୟ। କମ୍ ସମୟରେ ବେଶି ଉତ୍ପାଦନ ସମ୍ଭବପର ବୋଲି ବୈଜ୍ଞାନିକମାନେ ମଧ୍ୟ ସ୍ଵୀକୃତି ଦେଲେ ।
ପୁରଷ୍କୃତ ଏବଂ ସମ୍ମାନ
ଏଥିପାଇଁ ଏହି ମହୁଲ ଗୋଟାଇବା ଯନ୍ତ୍ର 'ଏପିଜେ ଅବଦୁଲ କଲାମ୍ ଇଗ୍ନାଇଟ୍ ଆୱାର୍ଡ' ପାଇଁ ମନୋନୀତ ହେଲା । ଏହାସହିତ ଅହମ୍ମଦାବାଦ ଆଇଆଇଏମ୍ ପରିସରରେ ଏକ ଭବ୍ୟ ଉତ୍ସବରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲିପ୍ସାଙ୍କ ମାତାପିତା ମଧ୍ୟ ଉପସ୍ଥିତ ଥିଲେ । ଆଉ ଝିଅର କୃତିତ୍ଵରେ ଖୁବ୍ ଗର୍ବ ଅନୁଭବ କରିଥିଲେ ବୋଲି ପରିବାର ବର୍ଗ କହନ୍ତି । କେବଳ ମାତା ପିତା ନୁହନ୍ତି ତାଙ୍କ ଗାଁର ପ୍ରତ୍ୟେକ ଅଧିବାସୀ ଓ ସେ ପଢୁଥିବା ବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ରୀଛାତ୍ର, ପ୍ରଧାନ ଶିକ୍ଷକ ବି ଖୁବ୍ ଗର୍ବିତ ।
ଯେବେ ଯେବେ ନାରୀ ଘରର ଏରୁଣ୍ଡି ଡେଇଁଛି ସଫଳତା ତା' ପାଦ ଛୁଇଁଛି । ଆଉ ପ୍ରମାଣିତ କରିଦେଇଛି ସେ ନୁହେଁ ଦୂର୍ବଳା।
Related Stories
Stories by Ruchi Panigrahi | <urn:uuid:f6fdcaf6-10bc-4b0f-870c-534df22bc76d> | CC-MAIN-2018-22 | https://odia.yourstory.com/read/5873389f8a/- | 2018-05-26T07:45:10Z | s3://commoncrawl/crawl-data/CC-MAIN-2018-22/segments/1526794867374.98/warc/CC-MAIN-20180526073410-20180526093410-00262.warc.gz | ory | 1.000004 | Orya | 20 | {"ory_Orya_score": 1.0000038146972656} |
ଭୁବନେଶ୍ୱର : ପଞ୍ଚଦଶ ଅର୍ଥ କମିସନ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ରାଜ୍ୟ ସରକାର ପଞ୍ଚମ ରାଜ୍ୟ ଅର୍ଥ କମିସନ ଗଠନ କରିଛନ୍ତି। କମିସନର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଫିସର ତଥା ପୂର୍ବତନ ରାଜ୍ୟ ନିର୍ବାଚନ କମିସନର ରବି ନାରାୟଣ ସେନାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସାମସମ୍ ମହାରଣା, ପୂର୍ବତନ ପୌର ପ୍ରଶାସକ ସଂଜୀବ ମିଶ୍ର ଓ ଜାଭିୟର ପରିଚାଳନା ପ୍ରତିଷ୍ଠାନର ପ୍ରଫେସର ଡ. ଅସିତ ମହାନ୍ତି ଉଭୟ ସଦସ୍ୟ ଅଛନ୍ତି। ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗର ସଚିବ ଏହାର ସହଯୋଗୀ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଯୋଜନା ଓ ସମନ୍ଵୟ ବିଭାଗର ଅତିରିକ୍ତ ଶାସନ ସଚିବ ଦେବ କୁମାର ଜେନାଙ୍କୁ ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୩ ଅକ୍ଟୋବର ୧୩ ତାରିଖରେ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଗଠନ ହୋଇଥିଲା। ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଚିନ୍ମୟ ବସୁଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। | <urn:uuid:1f7bd80e-3183-4438-ab58-087918c16e5b> | CC-MAIN-2018-22 | http://sambad.in/state/odisha-forms-5th-state-finance-commission-133555/ | 2018-05-22T09:40:04Z | s3://commoncrawl/crawl-data/CC-MAIN-2018-22/segments/1526794864657.58/warc/CC-MAIN-20180522092655-20180522112655-00094.warc.gz | ory | 0.999987 | Orya | 6 | {"ory_Orya_score": 0.9999874830245972} |
କନକ ବ୍ୟୁରୋ : ୪ ବର୍ଷର ମୋଦି ସରକାର ପ୍ରଥମ ଥର ଏକ ବଡ ପରୀକ୍ଷାର ସାମନା କରିପାରନ୍ତି ଆସନ୍ତାକାଲି । ଟିଡିପି ଓ ୱାଇଏସଆର କଂଗ୍ରେସଙ୍କ ଅନାସ୍ଥା ନୋଟିସକୁ ଗ୍ରହଣ କରି ଭୋଟ ପାଇଁ ନିଷ୍ପତି ନେଇପାରନ୍ତି ବାଚସ୍ପତି । ଅନାସ୍ଥା ଆଗତ କରିବା ପାଇଁ ଆବଶ୍ୟକ ସଦସ୍ୟଙ୍କ ସମର୍ଥନ ରହିଥିବାରୁ ମୋଦିଙ୍କୁ ଲୋକସଭାରେ ବିଶ୍ୱାସ ଜିତିବାକୁ ପଡିବ । ଏଭଳି ସ୍ଥିତିରେ ବିଜେଡିର ଆଭିମୁଖ୍ୟ କଣ ହେବ, ଅନାସ୍ଥା ସପକ୍ଷରେ ଯିବ କିମ୍ବା ବିପକ୍ଷରେ ଯିବ, ତାହା ଉପରେ ରହିଛି ସମସ୍ତଙ୍କର ନଜର ।
ସୋମବାର ଦିନ ଉଠିବ ପଡିବ ଲୋକସଭା । ପ୍ରଥମ ଥର ପାଇଁ ମୋଦି ସରକାର ଦେଇପାରନ୍ତି ବଡ଼ ପରୀକ୍ଷା । କାରଣ ଦୁଇ ଦୁଇଟି ଅନାସ୍ଥା ନୋଟିସ୍ ଦେଇଛନ୍ତି ଆନ୍ଧ୍ରର ଦୁଇ ପ୍ରତିଦ୍ୱନ୍ଦୀ ଦଳ ଟିଡିପି ଓ ୱାଇଏସଆର କଂଗ୍ରେସ । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଭୋଟିଂ ପାଇଁ ୫୦ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକ ରହିଛି । କଂଗ୍ରେସ, ଅନାସ୍ଥାକୁ ସମର୍ଥନ କରୁଥିବାରୁ ଭୋଟିଂ ହେବା ଏକପ୍ରକାର ନିଶ୍ଚିତ ।ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ମୋଦି ସରକାର ଯେ ଲୋକସଭାରେ ଆସ୍ଥା ହରାଇବେ, ସେହି ସମ୍ଭାବନା କ୍ଷୀଣ । ହେଲେ ୨୦୧୪ ରେ ସରକାର ଗଢିବା ବେଳେ ବିଜେପି ଓ ଏନଡିଏର ଯେଉଁ ଦମ୍ଭ ଥିଲା, ସେଥିରେ ମାଡ଼ ହେବା ନିଶ୍ଚିତ ।
ତୃଣମୂଳ କଂଗ୍ରେସ, ଟିଆରଏସ, ଏସପି ଓ ବାମ ଦଳଗୁଡିକର ମୋଦି ସରକାରଙ୍କ ବିରୋଧରେ ସେମାନଙ୍କ ଆଭିମୁଖ୍ୟ ବେଶ୍ ସ୍ପଷ୍ଟ । ବର୍ତମାନ ନଜର ରହିଛି ବିଜେଡି, ଏନଡିଏର ସହଯୋଗୀ ଦଳ ଶିବସେନା, ଏଆଇଏଡିଏମ୍ ଆଦି ଦଳ ଉପରେ । ଉଭୟ ବିଜେପି ଓ କଂଗ୍ରେସ ସହ ସମଦୂରତା ଅବଲମ୍ବନ କରୁଥିବା ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଏଭଳି ଏକ ମୁହୂର୍ତରେ ନବୀନ କି ନିଷ୍ପତି ନେଉଛନ୍ତି, ତାହାକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଛି । କାରଣ ଏହା ହିଁ ବିଜେଡିର ୨୦୧୯ ରଣନୀତିକୁ ଇଂଗିତ କରିବ ।
ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡି ଆଗରେ ତିନିଟି ବିକଳ୍ପ ରହିଛି :
ପ୍ରଥମ ବିକଳ୍ପ: କେନ୍ଦ୍ର ସରକାରଙ୍କ ଅନାସ୍ଥା ସପକ୍ଷରେ ଭୋଟ ଦେବ । ଯଦି ବିଜେଡି ଏପରି କରୁଛି, ତାହା ସ୍ପଷ୍ଟ କରିବ ଯେ ବିଜେଡି ପୂର୍ବ ଆଭିମୁଖ୍ୟ ବଦଳାଇ ନୂଆ ରଣନୀତି ପାଇଁ ପ୍ରସ୍ତୁତ ହେଉଛି ।
ଦ୍ୱିତୀୟ ବିକଳ୍ପ: ଅନାସ୍ଥା ବିପକ୍ଷରେ ଭୋଟ । ଏପରି ହେଲେ ଏହା ସୂଚାଇବ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡକୁ ଢଳୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅବଶ୍ୟ ବର୍ତମାନର ସ୍ଥିତି ଯାହା, ଏପରି ହେବା ଆଶା କ୍ଷୀଣ ।
ତୃତୀୟ ବିକଳ୍ପ: ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଭୋଟିଂ ବେଳେ ଲୋକସଭାରେ ଅନୁପସ୍ଥିତ ରହିବେ ବିଜେଡି ସାଂସଦ । ଏହି ତୃତୀୟ ବିକଳ୍ପ ବିଜେଡି ପାଇଁ ଅଧିକ ସୁହାଇବ ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି । କାରଣ ଏପରି କଲେ ବିଜେପି-କଂଗ୍ରେସ ଠାରୁ ସମଦୂରତା ନୀତି ବଜାୟ ରହିବ ଏବଂ ଅନାସ୍ଥା ଆଲୋଚନାରେ ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିବାର ସୁଯୋଗ ମିଳିବ ।
ଶୁକ୍ରବାର ଦିନ ଅନାସ୍ଥା ନୋଟିସ୍ ଦିଆଯାଇଥିଲେ ବି ଗ୍ରହଣ କରାଯାଇନାହିଁ । ଅନାସ୍ଥା ନୋଟିସ୍ ଠିକଠାକ୍ ଥିଲେ ସୋମବାର ଦିନ ନିଷ୍ପତି ନେବେ ବୋଲି କହିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ । ସେପଟେ କଂଗ୍ରେସ ସମେତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେବାପାଇଁ ଏକାଠି ହେଉଛନ୍ତି ବିରୋଧୀ । | <urn:uuid:93fc5bbe-92d0-47ed-9c33-b583e47f8bb7> | CC-MAIN-2018-22 | http://kanaknews.com/no-confidence-motion-on-modi-government/ | 2018-05-26T10:01:32Z | s3://commoncrawl/crawl-data/CC-MAIN-2018-22/segments/1526794867416.82/warc/CC-MAIN-20180526092847-20180526112847-00094.warc.gz | ory | 1.000003 | Orya | 6 | {"ory_Orya_score": 1.0000027418136597} |
କନକ ବ୍ୟୁରୋ: ଜେଲ୍ ପାଚେରୀ ଡେଇଁ କଏଦୀ ଫେରାର । କେନ୍ଦ୍ରାପଡା ଜିଲ୍ଲା ଉପକାରାଗାରରୁ ପାଚେରୀ ଡେଇଁ ଜଣେ କଏଦୀ ଫେରାର ହୋଇଯାଇଛି । ରାତିରେ ଏ ସମ୍ପର୍କରେ ଜଣାପଡିବା ପରେ ଚୌଦ୍ୱାର ଜେଲ୍ ସୁପରିନ୍ଟେଣ୍ଡେଂଟ୍ ଓ କେନ୍ଦ୍ରାପଡା ଏସପି ଉପକାରାଗାରରେ ପହଂଚି ତଦନ୍ତ କରିଛନ୍ତି ।
ଏହା ସହ ଆଜି ଆଡିସନାଲ ଡିଜି ଓ ଆଡିସନାଲ ଆଇଜି ମଧ୍ୟ କେନ୍ଦ୍ରାପଡା ସବଜେଲରେ ପହଂଚି ତଦନ୍ତ କରିଛନ୍ତି । ଫେରାର କଏଦୀଙ୍କ ନାଁ ରଙ୍ଗାଧର ବିଶ୍ୱାଳ । ନିକିରାଇ ଥାନା ମିରଜାପୁର ଗାଁର ରଙ୍ଗାଧର ହତ୍ୟା ମାମଲାରେ ୪ ବର୍ଷ ହେଲା ଜେଲରେ ରହିଥିଲେ । | <urn:uuid:026e342e-b4e1-4ba8-b48b-4c8eb45d3733> | CC-MAIN-2018-22 | http://kanaknews.com/victim-ferar-at-kendrapada/ | 2018-05-26T10:02:08Z | s3://commoncrawl/crawl-data/CC-MAIN-2018-22/segments/1526794867416.82/warc/CC-MAIN-20180526092847-20180526112847-00094.warc.gz | ory | 0.99979 | Orya | 6 | {"ory_Orya_score": 0.9997904896736145} |
- କିପରି ପାଇବେ ଓଡିଶା ମାଟ୍ରିକ ପରୀକ୍ଷା ଫଳ
- ବହୁ ଚର୍ଚ୍ଚିତ ବଲାଙ୍ଗୀର ପାର୍ସଲ ବୋମା ଘଟଣାରେ ପୁଞ୍ଜିଲାଲ ମେହେର ମୁଖ୍ୟ ଅଭିଯୁକ୍ତ
- ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
- ଆସନ୍ତାକାଲି ଠୁ ସ୍କୁଲ ବନ୍ଦ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
- ଏସ୍. ଜୟଶଙ୍କର ନିଯୁକ୍ତ ହେଲେ ଟାଟାସନ୍ସ ଗ୍ରୁପ୍ର ଗ୍ଲୋବାଲ କର୍ପୋରେଟ୍ ବ୍ୟାପାର ସଭାପତି
ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ ୨୦୧୮
ଭୁବନେଶ୍ୱର: ଚଳିତ ବର୍ଷ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ଏହି ମେ ମାସ ପ୍ରଥମ ସପ୍ତାହରେ ପ୍ରକାଶିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପରୀକ୍ଷା ଫଳ ପ୍ରକାଶନ ହେବା ପରେ ଛାତ୍ର ଛାତ୍ରୀ ମାନେ ସିଧାସଳଖ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ ରୁ ନିଜ ରୋଲ ନମ୍ବର ଦେଇ ପାଇପାରିବେ । ବୋର୍ଡର ନିଜସ୍ୱ ୱେବସାଇଟ ହେଉଛି http://bseodisha.nic.in/ ଯେଉଁଥିରେ କି ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକ ମାନେ ସିଧାସଳଖ ପରୀକ୍ଷାଫଳ ପାଇପାରିବେ । ଆହୁରି ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ଅସୁବିଧା ନ ହେବା ପାଇଁ ଏହାକୁ ମଧ୍ୟ http://orissaresults.nic.in ୱେବସାଇଟରେ ପ୍ରକାଶନ କରାଯିବ ବୋଲି ସୂଚନା ଦିଆ ଯାଇଛି । ଏହାସହ +୨ ପରୀକ୍ଷା ଫଳ ମଧ୍ୟ ପ୍ରକାଶନ ହେବାର ସମ୍ଭାବନା ରହିଛି ।
ଚଳିତ ବର୍ଷ ୨୦୧୮ ମସିହାରେ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଓଡ଼ିଶାରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଗତ ଫେବୃଆରୀ ମାସ ୨୩ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୮ ତାରିଖ ପର୍ଯ୍ୟନ୍ତ ଏହି ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କପି ରୋକିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ସୁଚାରୁ ରୂପେ ପରୀକ୍ଷାକୁ ପରିଚାଳନା କରାଯାଇଥିଲା। ଗତ ବର୍ଷ ରାଜ୍ୟରେ ମାଟ୍ରିକ ପରିଖରେ ପାସ ହାର ଥିଲା ୮୫ .୨୮ ପ୍ରତିଶତ।
ତେବେ ଏବେ ପ୍ରାୟ ସବୁ ଶିକ୍ଷାନୁଷ୍ଠାନ ଗୁଡିକୁ ରାଜ୍ୟ ସରକାର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛୁଟି ଘୋଷଣା କରିଛନ୍ତି । ତଥାପି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଏହି ବର୍ଷ ପରୀକ୍ଷା ଫଳ ପ୍ରକାଶନ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଶିକ୍ଷକ ମାନଙ୍କ ଖାତା ଦେଖା ବର୍ଜନ ଯୋଗୁଁ ସମସ୍ତେ ପ୍ରାୟ ଫଳ ପ୍ରକାଶନ ଠିକ ସମୟରେ ହେବାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ।
Odisha HSC class 10th result 2018 BSE Odisha Matric Result 2018
କିପରି ଜାଣିବେ ମାଟ୍ରିକ ପରୀକ୍ଷା ଫଳ :
୨ : 'HSC Class 10th Result 2018' ଉପରେ କ୍ଲିକ କରନ୍ତୁ।
୩ : ଆବଶ୍ୟକୀୟ ଜାଗାରେ ନିଜର ନାମ ଏବଂ ରୋଲ ନମ୍ବର ଭରନ୍ତୁ।
୪: ଏହାପରେ ତଳେ ଥିବା ସବମିଟ ବଟନ ରେ କ୍ଲିକ କରନ୍ତୁ।
ଏହାପରେ ତଳେ ଏକ ସ୍କ୍ରିନ ରେ ଆପଣଙ୍କ ମାର୍କ ସିଟ ଆସିଯିବ। ଏହାକୁ ଆପଣ ଡାଉନଲୋଡ଼ ମଧ୍ୟ ସେଠାରୁ କରିପାରିବେ । ମାତ୍ର ଏହା ଆପଣଙ୍କ ଫାଇନାଲ ମାର୍କସିଟ ନୁହେଁ । ଫାଇନାଲ ମାର୍କସିଟ ଆପଣ ନିଜ ବିଦ୍ୟାଳୟ ଅଥବା ବୋର୍ଡ଼ରୁ ସିଧା ସଳଖ ହାସଲ କରିପାରିବେ । | <urn:uuid:203b95e7-25df-4648-8057-d144b50bdffc> | CC-MAIN-2018-22 | https://odishaupdate.com/odisha-board-result/ | 2018-05-23T01:27:15Z | s3://commoncrawl/crawl-data/CC-MAIN-2018-22/segments/1526794865023.41/warc/CC-MAIN-20180523004548-20180523024548-00449.warc.gz | ory | 1.000005 | Orya | 2 | {"ory_Orya_score": 1.0000051259994507} |
ଭାରତ ଉପରେ ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଆଇଏସର ନଜର । ଗୋଟିଏ ପଟେ ଇରାକ ଓ ଇରାନରେ ଆଇଏସର ଗଡ ଭାଙ୍ଗୁଥିବା ବେଳେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ଆଇଏସ ଆତଙ୍କବାଦୀ । ବିଶ୍ୱର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ସଂଗଠନ 'ଇସଲାମିକ୍ ଷ୍ଟେଟ'ର ଆତଙ୍କବାଦୀ ନେତାମାନେ ଆଜି ଏକ ଅଡିଓ କ୍ଲିପ୍ ଜରିଆରେ ଭାରତ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି।
ଆଇଏସର ଆତଙ୍କବାଦୀମାନେ ଭାରତରେ ପ୍ରସିଦ୍ଧ କୁମ୍ଭମେଳା ସମୟରେ ଦେଶରେ ଭୟଙ୍କର ଆତଙ୍କବାଦୀ ହମଲା ଘଟାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
ଏକ ପୁରୁଷ କଣ୍ଠସ୍ୱରରେ ରେକର୍ଡିଂ ହୋଇଥିବା ୧୦ ମିନିଟ୍ ସମୟ ଅବଧିର ଏହି ଅଡିଓ କ୍ଲିପରେ ଶୁଦ୍ଧ ଆରବିକ୍ ଉଚ୍ଚାରଣରେ ଏହା (ଦୌଲାତୁଲ୍ ଇସଲାମ୍) ଆଇଏସର ୫୦ତମ ଅଡିଓ କ୍ଲିପ୍ ବୋଲି ଦାବି କରାଯାଇଛି।
ନିକଟ ଅତୀତରେ, ଲାସ୍- ଭେଗାସରେ ଆଇଏସ୍ ପକ୍ଷରୁ ହୋଇଥିବା ଆତଙ୍କବାଦୀ ହମଲା ଶୈଳୀରେ କୁମ୍ଭମେଳାରେ ଆଇଏସ୍ ପକ୍ଷରୁ ଆକ୍ରମଣ କରାଯିବ ବୋଲି ଏଥିରେ ଚେତାବନୀ ଦିଆଯାଇଛି। 'ଯେ କେହି ଚାହିଁଲେ ମଧ୍ୟ ଆମକୁ ଏଥିରୁ କୌଣସି ସ୍ଥିତିରେ ବି ବିରତ ରଖି ପାରିବ ନାହିଁ' ବୋଲି ଅଡିଓ କ୍ଲିପରେ କୁହାଯାଇଛି। କେରଳ ପୁଲିସ୍ ଏହି ଅଡିଓ କ୍ଲିପକୁ ଅନୁଧ୍ୟାନ କଲାପରେ କହିଛି ଯେ ଅଡିଓ କ୍ଲିପ୍ରେ ଥିବା କଣ୍ଠସ୍ୱର ହେଉଛି ଆଇଏସ୍ ଆତଙ୍କବାଦୀ ରସିଦ୍ ଅବଦୁଲ୍ଲାର। ରସିଦ୍ ଅବଦୁଲ୍ଲା ଆଇଏସ୍ ସଂଗଠନରେ ଯୋଗଦେବା ପାଇଁ ଦେଶ ଛାଡ଼ି ଆଫଗାନିସ୍ତାନ ପଳାୟନ କରିଥିଲା। ସେ ଏବେ ଆଇଏସର ଜଣେ ତୁଙ୍ଗ କର୍ମକର୍ତ୍ତା ସାଜିଛି। ଏହି ଅଡିଓ କ୍ଲିପ୍ ଏବେ ଦେଶ ବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି। | <urn:uuid:5ef5dc46-889c-4638-9bd3-a2b6118f5982> | CC-MAIN-2018-22 | http://kanaknews.com/is-terrorist-target-india-says-about-audio-tape/ | 2018-05-26T02:37:28Z | s3://commoncrawl/crawl-data/CC-MAIN-2018-22/segments/1526794867277.64/warc/CC-MAIN-20180526014543-20180526034543-00129.warc.gz | ory | 0.999822 | Orya | 8 | {"ory_Orya_score": 0.9998223185539246} |
ରାୟଗଡା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ଦେଖା ଦେଇଥିବା ବନ୍ୟା ସମୟରେ ସ୍ୱାସ୍ଥ୍ୟସେବା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଭାଗୀୟ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଜଳବନ୍ଦୀରେ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା, ଆବଶ୍ୟକସ୍ଥଳେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିବା, ଯଥେଷ୍ଟ ପରିମାଣର ଓ.ଆର୍.ଏସ୍, ହାଲୋଜେନ ବଟିକା, ସାଲାଇନ୍, ସାପକାମୁଡା ଇଂଜେକ୍ସନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଔଷଧ ଉପଲବ୍ଧ କରାଯିବା ସଂପର୍କରେ ଆଲୋଚନା କରି ସଜାଗ ରହି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଛନ୍ତି । ଗତକାଲିଠାରୁ ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକ ଡାଃ କୈଳାସ ଚନ୍ଦ୍ର ଦାଶ ରାୟଗଡା ଯାଇଥିବା ବେଳେ ଆଜି ପରିବାର କଲ୍ୟାଣ ବିଭାଗ ନିଦେ୍ର୍ଦଶକ ଡାଃ ବିନୋଦ ମିଶ୍ର ଆଜି କଳାହାଣ୍ଡି ଜିଲ୍ଲାକୁ ଯାଇଛନ୍ତି । ସଂପୃକ୍ତ ଜିଲ୍ଲାର ନୋଡାଲ ଅଫିସରମାନେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ତଦାରଖ କରୁଛନ୍ତି । ସଂପୃକ୍ତ ଜିଲ୍ଲାମାନଙ୍କରେ ପାଣିଘେରରେ ରହିଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସତର୍କ ଦୃଷ୍ଟି ରଖିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଦଶ ଦେଇଛନ୍ତି । ବନ୍ୟା ପରବର୍ତ୍ତୀ ସମୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ·ଲେଞ୍ଜ । କାରଣ ବନ୍ୟା ପାଣି ହ୍ରାସ ପାଇବା ପରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ । ସେଥି ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକୀୟ ଔଷଧ ସହ ସମସ୍ତ ସ୍ୱାସ୍ଥ୍ୟ ପଦାଧିକାରୀ ଏବଂ କର୍ମ·ରୀମାନଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ହେବ । କୌଣସି ସ୍ଥାନରେ ଯେପରି ମହାମାରୀ ଦେଖା ନଯାଏ ସେଥି ପ୍ରତି ସର୍ବେକ୍ଷଣ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ସହିତ ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ ରକ୍ଷାକରି କାର୍ଯ୍ୟକରିବାକୁ ପରାମର୍ଶ ଦିଆଯାଇଛି । ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଦଶିକା ଶାଳିନୀ ପଣ୍ଡିତ, ଅତିରିକ୍ତ ସଚିବ ସୁରଜିତ ଦାଶ, ଯୁଗ୍ମ ସଚିବ ଅଜିତ ମିଶ୍ର, ପରିବାର କଲ୍ୟାଣ ନିଦେ୍ର୍ଦଶକ ଡାଃ ବିନୋଦ ମିଶ୍ର, ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାଃ ଜେ.କେ.ତ୍ରିପାଠୀ, ଯୁଗ୍ମନିଦେ୍ର୍ଦଶକ ଡାଃ ମଦନ ମୋହନ ପ୍ରଧାନ ଏବଂ ଉପନିଦେ୍ର୍ଦଶକ ଡାଃ ଅର୍ଘ୍ୟ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟସେବା ତ୍ୱରାନ୍ୱିତ
Jul 17, 2017, 18:55 pm18 | <urn:uuid:8b3486a1-3ce8-403c-b2dc-9e630d80457c> | CC-MAIN-2018-22 | http://sarbasadharana.com/?p=39888 | 2018-05-25T05:21:59Z | s3://commoncrawl/crawl-data/CC-MAIN-2018-22/segments/1526794867041.69/warc/CC-MAIN-20180525043910-20180525063910-00451.warc.gz | ory | 1.000005 | Orya | 2 | {"ory_Orya_score": 1.0000052452087402} |
ମାଷ୍ଟରକ୍ୟାଣ୍ଟିନ୍ ହେବ ସ୍ମାର୍ଟ ଏରିଆ । ଏହାର ପାରିପାଶ୍ୱର୍ର ଚେହେରା ବଦଳିଯିବ । ଆସନ୍ତା ୫ବର୍ଷ ମଧ୍ୟରେ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳକୁ ସମ୍ପୂର୍ଣ୍ଣ ସ୍ମାର୍ଟ ସିଟି କରିବାକୁ ଯୋଜନା ପ୍ରସ୍ତୁତ କରିବ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ସ୍ମାର୍ଟ ଏରିଆ ବାଛିବାକୁ ବିଏମ୍ସି ଲୋକଙ୍କୁ ନେଇ ଭୋଟିଂ କରିଥିଲା । ଏହି ଭୋଟିଂରେ ବିଏମ୍ସି କରିଥିବା ୭ଟି ଜିଲ୍ଲା ମଧ୍ୟରୁ ମାଷ୍ଟରକ୍ୟାଣ୍ଟିନ୍ ବା କେନ୍ଦ୍ରୀୟ ବ୍ୟବସାୟ ଜିଲ୍ଲାକୁ ସର୍ବାଧିକ ଭୋଟ୍ ମିଳିଛି । ଏହି ଅଞ୍ଚଳକୁ ଅତ୍ୟାଧୁନିକ ରୂପ ଦେବାକୁ ବିଏମ୍ସି ନିଷ୍ପତ୍ତି ନେଇଛି । ଏହାର ଡିପିଆର୍ ପ୍ରସ୍ତୁତ କରି ସ୍ମାର୍ଟ ସିଟି ଚୂଡାନ୍ତ ରିପୋର୍ଟକୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ଦିଆଯିବ ବୋଲି ବିଏମ୍ସି କମିଶନର ଡ.କ୍ରିଷନ କୁମାର କହିଛନ୍ତି ।
ଦେଶର ୯୮ଟି ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଛି ଭୁବନେଶ୍ୱର । ଏବେ ଟପ୍-୨୦ ରେସରେ ଦୌଡୁଛି । ତେବେ ସହର ସ୍ମାର୍ଟ ସିଟି ହେଲେ ନିର୍ଦ୍ଧିଷ୍ଟ ଏକ ଅଞ୍ଚଳକୁ ମଡେଲ ଭାବେ ନେଇ ପ୍ରଥମେ ବିକାଶ କରାଯିବ । ପରେ ଏହି ମଡେଲ ଅଞ୍ଚଳ ଆଧାରରେ ପୂରା ସହରକୁ ସ୍ମାର୍ଟ କରାଯିବ । ଏଥିପାଇଁ ଏହି ମଡେଲ ଅଞ୍ଚଳ ବାଛିବାକୁ ବିଏମ୍ସି ଏକ ସ୍ମାର୍ଟ ସିଟି ଭୋଟିଂ କରିଥିଲା । ଭୋଟିଂରେ ମୋଟ ୨ଲକ୍ଷ ୭୫ହଜାର ଲୋକ ମତ ଦେଇଥିଲେ । ଭୋଟିଂରେ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳ ସବୁଠୁ ଅଧିକ ଭୋଟ୍ ପାଇଁ ପ୍ରଥମ ହୋଇଛି । ଏଥିପାଇଁ ଏହାକୁ ପ୍ରଥମେ ମଡେଲ ଅଞ୍ଚଳ କରିବାକୁ ଯୋଜନା ହୋଇଛି ।
ମାଷ୍ଟରକ୍ୟାଣ୍ଟିନକୁ ସ୍ମାର୍ଟ ମଡେଲ ଅଞ୍ଚଳ କରିବାକୁ ଦାୟିତ୍ୱରେ ଥିବା କନସଲ୍ଟାନ୍ସି ସଂସ୍ଥାମାନେ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳ ଟାଉନ୍ ସେଣ୍ଟର ହେବ । ଟାଉନସେଣ୍ଟର ବାର୍ସିଲୋନା ସହର ଢାଞ୍ଚାରେ ଗଢାଯିବ । ମାଷ୍ଟରକ୍ୟାଣ୍ଟିନ୍ ଆଖପାଖର ପ୍ରାୟ ୬୭୦ଏକର ଅଞ୍ଚଳ ବିକାଶ କରାଯିବ । ଏଥିପାଇଁ ପୂରା ଅଞ୍ଚଳର ମ୍ୟାପ୍ ପ୍ରସ୍ତୁତ କରିଛି ଟେକନିକାଲ୍ କମିଟି । ପ୍ରସ୍ତାବିତ ଟାଉନ୍ ସେଣ୍ଟରର ମଝିରେ ରହିବ ମାଷ୍ଟରକ୍ୟାଣ୍ଟିନ୍ । ପୂର୍ବରେ ଜନପଥ ଓ ପଶ୍ଚିମରେ ରେଳ ଧାରଣା ପାଖ ଅଞ୍ଚଳ ରହିବ । ସେହିପରି ମହର୍ଷି କଲେଜରୁ ବମିଖାଲ ଲେବୁଲ କ୍ରସିଂ ଦେଇ ଆଇଡିବିଆଇ ଛକ ଅଞ୍ଚଳ ଏହି କେନ୍ଦ୍ରର ଉତ୍ତରରେ ରହିବ । ଏହାର ଦକ୍ଷିଣରେ ଉଦ୍ୟାନ ମାର୍ଗ ଏରିଆ ଅଛି । କ୍ୟାପିଟାଲ ହସ୍ପିଟାଲରୁ ଶିଶୁ ଭବନ ଛକ, ରାଜମହଲ ଛକ, ଅଶୋକ ନଗର ମାର୍କେଟ ଅଞ୍ଚଳ, ଭୁବନେଶ୍ୱର ରେଳ ଷ୍ଟେସନ,ସିଟି ବସଷ୍ଟାଣ୍ଡ, ମାଷ୍ଟରକ୍ୟାଣ୍ଟିନ୍ ଛକ, ରାମମନ୍ଦିର ଛକ, ରୂପାଲି ଛକ ଓ ଏହାର କିଛି ପାଖ ଅଞ୍ଚଳ ଉପରେ ଏହି ଅତ୍ୟାଧୁନିକ ଟାଉନ୍ ସେଣ୍ଟର ଠିଆ ହେବ । ଏହି ଅଞ୍ଚଳରେ ଥିବା ମୋଟ ୬୭୦ ଏକର ଜାଗା ଉପରେ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରାଯିବ ।
ଡ.କ୍ରିଷନ କୁମାର କହିଛନ୍ତି, ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ସାଇକେଲ ଟ୍ରାକକୁ ନେଇ ଅତ୍ୟାଧୁନିକ ଟେକ୍ନୋଲୋଜି ପର୍ଯ୍ୟନ୍ତ ସବୁ ସୁବିଧା ରହିବ । ଫଳରେ ଲୋକେ ଗୋଟିଏ ଜାଗାରେ ଲୋକେ ସବୁ ସୁବିଧା ପାଇପାରିବେ । ରେଳ ଷ୍ଟେସନକୁ ଟ୍ରାନ୍ସପୋର୍ଟେସନ୍ ହବ୍ ଭାବେ ଗଢାଯିବ । ଏଠାରେ ସାଇକେଲ ଟ୍ରାକ୍, ସୁବ୍ୟବସ୍ଥିତ ରାସ୍ତା, ଅତ୍ୟାଧୁନିକ ପବ୍ଲିକ୍ ଟ୍ରାନ୍ସପୋର୍ଟ ସୁବିଧା ଓ ଫୁଟ୍ ଓଭରବ୍ରିଜ୍ ଭଳି ବହୁମୁଖୀ ସହରୀ ଯୋଗାଯୋଗ ସୁବିଧା ରହିବ।
ସେହିପରି ଅଶୋକ ନଗର ଓ ମାଷ୍ଟରକ୍ୟାଣ୍ଟିନ୍ ଛକର ଆହୁରି ବିକାଶ କରାଯିବ । ଏଠାରେ କମର୍ସିଆଲ୍ ଓ ଅଫିସ କମ୍ପ୍ଲେକ୍ସ, ବହୁତଳ ପାର୍କିଂର ବିକାଶ କରାଯିବ । ଏଠାରେ ଟ୍ରାନ୍ଜିଟ୍ ଓରିଏଣ୍ଟେଡ୍ ଡେଭଲପ୍ମେଣ୍ଟ(ଟିଓଡି) ବ୍ୟବସ୍ଥା ହେବ । ସେହିପରି ଜନପଥକୁ ହାଇଷ୍ଟ୍ରିଟ୍ କରାଯିବ । ଲୋକେ ପାଦରେ ଚାଲି ସପିଂ ଓ ଯାତାୟତ କରିବା ଭଳି ସୁବିଧା ଉପଲବ୍ଧ ରହିବ । ପ୍ରସ୍ତାବିତ ଲେକ୍ ଜୋନ୍ ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏଥିରେ ବୋଟିଂ, ସ୍ୱିମିଂ ଓ ବିଭିନ୍ନ ଜଳକ୍ରୀଡା ସୁବିଧା ରଖିବାକୁ ପ୍ଲାନ୍ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳକୁ ଏମିତି ଭାବେ ବିଶ୍ୱସ୍ତରୀୟ କରିବାକୁ ବିଏମ୍ସି ଯୋଜନା କରିଛି ।
Related Stories
Stories by smrutiranjan biswal | <urn:uuid:1eeaadcb-3cf6-4af3-8bac-95f60b94ee83> | CC-MAIN-2018-22 | https://odia.yourstory.com/read/f25a0ccac1/- | 2018-05-27T05:18:55Z | s3://commoncrawl/crawl-data/CC-MAIN-2018-22/segments/1526794868003.97/warc/CC-MAIN-20180527044401-20180527064401-00451.warc.gz | ory | 0.999983 | Orya | 14 | {"ory_Orya_score": 0.9999827146530151} |
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଆଜି (ସୋମବାର) ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ (ଏଆଇଆଇଏଏମ୍ଏଏସ୍)ରେ ସଫଳତା ପୂର୍ବକ ବୃକ୍କ (କିଡ୍ନି) ପ୍ରତିରୋପଣ ଅସ୍ତ୍ରୋପଚାର ସଂପନ୍ନ ହୋଇଛି।
ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ତଳେ ୬୫ ବର୍ଷ ବୟସ୍କ ଜେଟଲୀ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗତ ପ୍ରାୟ ଏକ ମାସ ଧରି ତାଙ୍କର ଡାଏଲେସିସ୍ ଚାଲିଥିଲା। କିଡ୍ନି ପ୍ରତିରୋପଣ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଜେଟଲୀ ଗତ ଶନିବାର ଦିନ ଏଆଇଆଇଏଏମ୍ଏଏସ୍ରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ୮ଟା ସମୟରେ ଏଆଇଆଇଏଏମ୍ଏଏସ୍ର ବରିଷ୍ଠ ଡାକ୍ତର ଓ ଆପୋଲ ହସ୍ପିଟାଲର ବରିଷ୍ଠ ନେଫ୍ରୋଲୋଜିଷ୍ଟ ଡକ୍ଟର ସନ୍ଦୀପ ଗୁଲେରିଆଙ୍କୁ ନେଇ ଏକ ଡାକ୍ତର ଦଳ ଜେଟଲୀଙ୍କର ଏହି କିଡନି ପ୍ରତିରୋପଣ ଅସ୍ତ୍ରୋପଚାର କରିଥିଲେ।
I am being treated for kidney related problems & certain infections that I have contracted. I am therefore currently working from controlled environment at home. The future course of my treatment would be determined by the doctors treating me.
— Arun Jaitley (@arunjaitley) April 5, 2018
କିଡନି ପ୍ରତିରୋପଣ ଅସ୍ତ୍ରୋପଚାର ପରେ ଏବେ ଜେଟଲୀ ଓ ତାଙ୍କୁ କିଡ୍ନି ଦାନ କରିଥିବା ବ୍ୟକ୍ତି ଉଭୟେ ଭଲ ଅଛନ୍ତି ଏବଂ ଦ୍ରୃତ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ଏଆଇଆଇଏଏମ୍ଏଏସ୍ ପକ୍ଷରୁ ଜାରି ଏକ ବୁଲେଟିନ୍ରେ କୁହାଯାଇଛି।
ଜେଟଲୀ ତାଙ୍କ ଅସୁସ୍ଥତା ପାଇଁ ଆସନ୍ତା ସପ୍ତାହରେ ଲଣ୍ଡନ ଠାରେ ହେବାକୁ ଥିବା ଭାରତ- ୟୁକେ ଅର୍ଥନୈତିକ ଓ ଆର୍ଥିକ କଥାବାର୍ତ୍ତା ପାଇଁ ଲଣ୍ଡନ ଗସ୍ତକୁ ବାତିଲ କରିଦେଇଛନ୍ତି। | <urn:uuid:a5afbe8e-8329-48b7-9145-46097af9b819> | CC-MAIN-2018-22 | http://sambad.in/india-and-beyond/fm-arun-jaitley-undergoes-successful-kidney-transplant-at-aiims-stable-139391/ | 2018-05-23T08:54:11Z | s3://commoncrawl/crawl-data/CC-MAIN-2018-22/segments/1526794865468.19/warc/CC-MAIN-20180523082914-20180523102914-00201.warc.gz | ory | 0.999813 | Orya | 6 | {"ory_Orya_score": 0.9998132586479187} |
– ସଂସଦରେ ଗୃହୀତ ଆନ୍ଧ୍ର ବିଭାଜନ ଆଇନରେ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଇଥିଲା ୟୁପିଏ
– ସରକାର ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ଅର୍ଥ ପ୍ରଦାନ କରିବା ବାଧ୍ୟବାଧକତା
– ଓଡିଶା, ଛତିଶଗଡ ଓ ତେଲେଙ୍ଗାନା ମିଳିତ ପଦକ୍ଷେପ ଜରୁରୀ
– ନଗଡା, ଗୁମୁଡୁମାହା, ଦାନମାଝୀ, ଶିକ୍ଷା, ସ୍ୱାସ୍ଥ୍ୟ ସେବାର ବିଫଳତାକୁ ଲୁଚାଇବାକୁ ମହାନଦୀ ପ୍ରସଙ୍ଗ ଉଠଉଛି
ବିଜେଡି
ଆନ୍ଧ୍ରରେ ପୋଲାଭରମ ପ୍ରକଳ୍ପ ମାମଲାରେ ଓଡିଶାର କିଛି ଆଦିବାସୀ ଗାଁ ବୁଡିବ ଓ
ଏହା ଦ୍ୱାରା ଓଡିଶାର କ୍ଷତି ହେବ ବୋଲି ଭାରତୀୟ ଜନତା ପାର୍ଟୀର ପୂର୍ବରୁ ଏହି ମତ ଥିଲା ଓ ବର୍ତମାନ ମଧ୍ୟ ପାର୍ଟୀ
ଏହି ମତରେ ସ୍ପଷ୍ଟ ଅଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ମଙ୍ଗଳବାର ଦିନ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବାରମ୍ବାର ଏ ପ୍ରଶ୍ନ ଉଠୁଛି ଯେ ଆଜିର
କେନ୍ଦ୍ର ସରକାର କାହିଁକି ଏହି ପ୍ରକଳ୍ପକୁ ବନ୍ଦ କରୁ ନାହାନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଯେ ତକ୍ରାଳୀନ ୟୁପିଏ ସରକାର
୨୦୧୩ ଡିସେମ୍ବର ମାସରେ ସଂସଦରେ ଗୃହୀତ କରାଇଥିବା ଆନ୍ଧ୍ର ପ୍ରଦେଶ ବିଭାଜନ ସମ୍ପର୍କିତ ଆକ୍ଟରେ
ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିଲେ। ସରକାର ଏକ ନିରନ୍ତର ପ୍ରକ୍ରିୟା। ସଂସଦରେ ଗୃହୀତ
ଆଇନ ଆଧାରରେ ପୋଲାଭରମ ପ୍ରକଳ୍ପ ବାବଦର ସମସ୍ତ ଖର୍ଚ ବହନ କରିବା କେନ୍ଦ୍ର ସରକାରଙ୍କ ପାଇଁ ବାଧ୍ୟବାଧକତା।
ଶ୍ରୀ ପ୍ରଧାନ କହିଥିଲେ ଯେ କେବଳ ଓଡିଶା ନୁହେଁ ଛତିଶଗଡ ଓ ତେଲେଙ୍ଗାନା ମଧ୍ୟ ପୋଲାଭରମ ପ୍ରକଳ୍ପ କାରଣରୁ
କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ତିନି ରାଜ୍ୟ ମିଳିତ ଭାବରେ ନିଜ ନିଜ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉଚିତ।
ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ସେ ପୁଣି କହିଲେ ଯେ ପୋଲାଭରମ ପ୍ରକଳ୍ପ ନେଇ ଓଡିଶାର ସ୍ୱାର୍ଥ ସମ୍ବନ୍ଧିତ ଦାବି
ସରକାର, ରାଜନୈତିକ ଦଳ, ସାମାଜିକ ସଂଗଠନ ଓ କୌଣସି ବ୍ୟକ୍ତିବିଶେଷ ଉଠାଇଲେ ବିଜେପିର ସମର୍ଥନ ରହିବ।
ମହାନଦୀ ନେଇ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୂଳ ପ୍ରଶ୍ନ ହେଉଛି ଓଡିଶାକୁ ପାଣି
ମିଳିବ ନା ନାହିଁ। ଏଥିନେଇ କେନ୍ଦ୍ର ସରକାରଙ୍କ ତରଫରୁ ଓଡିଶାକୁ ଆଶ୍ୱସ୍ତ କରି କୁହାଯାଇଛି ଯେ ୧୯୫୦ ମସିହାରେ
ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଓଡିଶାକୁ ଯେଉଁ ଭାଗ ପାଣି ମିଳିବା ପାଇଁ ସ୍ଥିର ହୋଇଥିଲା, ସେଥିରୁ ବୁନେ୍ଦ ହେଲେ
ପାଣି କମିବ ନାହିଁ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାର ନଗଡାର ଶିଶୁ ମଡକ, ଗୁମୁଡୁମାହାର ଆଦିବାସୀ-ଦଳିତ ହତ୍ୟା, ଦାନ ମାଝୀ
ପରେ ଅନେକ ଘଟଣା, ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି ପଡିବା ପରି ଲମ୍ବା ବିଫଳତାର ଉତର ନ ଦେବା ପାଇଁ
ମହାନଦୀ ପ୍ରସଙ୍ଗକୁ ରାଜ୍ୟ ସରକାର ଢାଲ କରୁଛନ୍ତି।
- ବିଜୁଜନତା ଦଳର ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ବିରୋଧରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ଗଣବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର
- ଓଡିଶା ବିକାଶ କନ୍କ୍ଲେଭର ଦ୍ୱିତୀୟ ଦିନ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ତଳେ ଥିବା ଲୋକଟି ପାଖରେ ଯୋଜନାର ସୁଫଳ ପହଂଚିବା ଉପରେ ଗୁରୁତ୍ୱ | <urn:uuid:c542dcc1-8635-43f0-bba4-8e9a69a473bd> | CC-MAIN-2018-22 | http://odishan.com/17790 | 2018-05-27T21:43:04Z | s3://commoncrawl/crawl-data/CC-MAIN-2018-22/segments/1526794870470.67/warc/CC-MAIN-20180527205925-20180527225925-00081.warc.gz | ory | 1.000002 | Orya | 8 | {"ory_Orya_score": 1.0000016689300537} |
ରତ୍ନପୁରର ଜମିଦାର ରଘୁବୀର ଅତ୍ୟନ୍ତ ବନ୍ଧୁବତ୍ସଳ ଥିଲେ । ତାଙ୍କର ସେହି ଦୁର୍ବଳତାର ସୁଯୋଗ ନେଇ ଦଳେ ବନ୍ଧୁ ସଦା ସର୍ବଦା ତାଙ୍କ ଘରେ ଆଡ୍ଡା ଜମାଉଥିଲେ, ରଘୁବୀରଙ୍କର ସମୟ, ଧନ, ମନ ସବୁ ନଷ୍ଟ ହୁଏ । ହେଲେ ସେକଥାକୁ କେହିବି ଦୃଷ୍ଟି ଦେଉ ନଥିଲେ । ତାଙ୍କର ସହିବା ଶକ୍ତିର ତ ପୁଣି ଗୋଟାଏ ସୀମା ଅଛି? ଅତି ଅସହ୍ୟ ହେବାରୁ ସେ ଦିନେ ତାଙ୍କ ଦେବାନକୁ ଡାକି ନିଜର ମନକଥା କହିଲେ ।
ସେ ଦେବାନ୍ ଜଣକ ବଡ ବୁଦ୍ଧିମାନ୍ ଥିଲେ । ସେ ଅଳ୍ପ ସମୟରେ ସବୁ ବୁଝିଗଲେ ଓ ସମସ୍ୟାର ସମାଧାନ କରିବାକୁ ତତ୍ପର ହୋଇ ପଡିଲେ । ସେମାନଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହେଲା, ଏସବୁ ଅଭ୍ୟାସ ଭାଙ୍ଗି ଦେବାକୁ ସେମାନେ କୌଣସି ଏକ ଯୋଜନା ପ୍ରସ୍ତୁତ କଲେ । ପୁଣି ଜମିଦାର ତ ଆଉ ନିଷ୍ଠୁର ଭାବରେ 'ନା' ବି କରିପାରିବେ ନାହିଁ । ତେଣୁ ସବୁଆଡକୁ ଜଗି ରଖି ଏକ ଯୋଜନା ପ୍ରସ୍ତୁତ ହେଲା ।
ପରଦିନ ଜମିଦାର ତାଙ୍କର ବନ୍ଧୁ ମଣ୍ଡଳୀଙ୍କୁ ଧରି ବସିଥା'ନ୍ତି । କିଛି ସମୟ କଥାବାର୍ତ୍ତା ହେବା ପରେ ଜଣେ ଧଳା ପୋଷାକ ପିନ୍ଧା ବ୍ୟକ୍ତି ସେଠାକୁ ଆସିବାର ଦେଖାଗଲା । ରଘୁବୀର ନିଜ ଆସନ ଛାଡି ଠିଆ ହେଲେ ଓ ତାଙ୍କୁ ସ୍ୱାଗତ କରି ଆଣିବା ପାଇଁ ଦ୍ୱାର ପର୍ଯ୍ୟନ୍ତ ଗଲେ । ତାଙ୍କୁ ସଙ୍ଗରେ ନେଇ ଆସିଲେ ଓ ଅଳ୍ପ କିଛି କଥା କହିବା ପରେ ସେ ହଠାତ୍ ଉଠିପଡି କହିଲେ, "ମୋ ହାତରେ ସମୟ ଖୁବ୍ କମ୍ । ପୁଣି ତୁମର ସମୟ ମଧ୍ୟ ମୁଁ ନଷ୍ଟ କରିବାକୁ ଚାହେଁନାହିଁ, ଆଜି ମୋତେ ବିଦାୟ ଦିଅ । ପରେ କେବେ ମୁଁ ଆସିବି ।" ଏତିକି କହି ସେ ସେହିକ୍ଷଣି ଯିବାକୁ ଆରମ୍ଭ କଲେ । ଜମିଦାର ମଧ୍ୟ ତାଙ୍କ ସହିତ ଦୁଆର ପର୍ଯ୍ୟନ୍ତ ଗଲେ ଓ ସେହିଠାରେ କିଛି ସମୟ କଥା ହେଲେ । ଇତିମଧ୍ୟରେ ବନ୍ଧୁମଣ୍ଡଳୀ ଦେଖିଲେ ଯେ ଦେବାନ୍ବାବୁ ସେଠାରେ ବସିଛନ୍ତି । ସେମାନେ ପଚାରିଲେ, "ଦେବାନ୍ବାବୁ, ଆମେ ଏତେଦିନ ଏଠାକୁ ଆସିଛୁ, କିନ୍ତୁ ଜମିଦାର ଯେ କାହାକୁ ଏତେ ସମ୍ମାନ ଦେବାର କେବେବି ଦେଖିନାହୁଁ; ଯିଏ ଆସିଲେ ସିଏ ଏମିତି କେଉଁ ମହାନ୍ ଲୋକ କି ଯାହାଙ୍କୁ ଏତେ ସମ୍ମାନ ଦିଆଯାଉଛି? ତମେ କ'ଣ ତାଙ୍କୁ ଚିହ୍ନ?"
ଦେବାନ୍ କହିଲେ "ହଁ, ମୁଁ ତ ତାଙ୍କୁ ଭଲ ଭାବରେ ଚିହ୍ନେ । ସେ ହେଲେ ଅମରେନ୍ଦ୍ର ବାବୁ, ସହରର ଜଣେ ବଡ ବ୍ୟବସାୟୀ ତଥା ଧନୀଲୋକ । ଆମ ବାବୁଙ୍କର ସିଏ ହେଉଛନ୍ତି ଗୁରୁଭାଇ । ବୋଧହୁଏ ଗୁରୁଦେବ କିଛି ଖବର ପଠାଇଛନ୍ତି । ତାଙ୍କୁ ଆମ ବାବୁ ବହୁତ ସମ୍ମାନ କରନ୍ତି । ସଂସାର କ୍ଷେତ୍ରରେ ସେ ଜଣେ ଧନୀ, ପୁଣି ତାଙ୍କର ଏକ ଆଦର୍ଶ ପରିବାର ମଧ୍ୟ ଅଛି । ଆହୁରି ମଧ୍ୟ ସେ ବହୁତ ଦାନ କରନ୍ତି, ଅନେକ ଲୋକଙ୍କୁ ସେ ଆର୍ଥିକ ସାହାର୍ଯ୍ୟ ମଧ୍ୟ କରନ୍ତି । ସର୍ବୋପରି ସେ ମଧ୍ୟ ଜଣେ ଜ୍ଞାନୀ ବ୍ୟକ୍ତି । ମୁଁ ଆମ ବାବୁଙ୍କ ମୁହଁରୁ ସଦା ସର୍ବଦା ତାଙ୍କର ପ୍ରଶଂସା ଶୁଣିଥାଏ କାରଣ ତାଙ୍କ ଗୁରୁଦେବଙ୍କର ଉପଦେଶ ସେ ମାନନ୍ତି, ସମୟ କେବେବି ଅଯଥାରେ ନଷ୍ଟ କରନ୍ତି ନାହିଁ । ଆମ ବାବୁଙ୍କର ବହୁତ ସମୟ ନଷ୍ଟ ହେବାରୁ ବୋଧହୁଏ ଗୁରୁଦେବ କିଛି ଖବର ଦେଇଛନ୍ତି । ହୁଏତ ଗୁରୁଙ୍କ ଆଦେଶରେ କୌଣସି କାମର ଦାୟିତ୍ୱ ନେଇ ସେ କାମ କରିପାରୁ ନାହାଁନ୍ତି ବୋଲି ଅମରେନ୍ଦ୍ର ବାବୁଙ୍କ ହାତରେ ଗୁରୁ କିଛି ଖବର ପଠାଇଛନ୍ତି ।"
ବନ୍ଧୁମାନଙ୍କ ମଧ୍ୟରୁ ଜଣେ କହିଲେ "ଓ ତେବେ ଏପରି କଥା । ତେବେ ଆମେ ତ ତାଙ୍କର ବେଶିଭାଗ ସମୟ ନଷ୍ଟ କରୁଛୁ । ଯଦି ଗୁରୁଙ୍କର ଅଭିଶାପ ଆମ ଉପରେ ପଡେ? ଚାଲ ଆଜିଠୁ ଏସବୁ ବନ୍ଦ । କେବଳ ସମୟ କରି ଦିନକୁ ମାତ୍ର ଘଂଟାଏ ସମସ୍ତେ ଏକାଠି ହେବା ।" ସେଥିରେ ସମସ୍ତେ ସମ୍ମତ ହେଲେ ଓ ଯିବାକୁ ଉଠିଲେ ।
ଇତିମଧ୍ୟରେ ଜମିଦାର ଫେରି ଆସି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, "ଏ କ'ଣ ଆଜି ଏତେ ଶୀଘ୍ର ସମସ୍ତେ ଉଠି ପଡିଲେ?"
ଜଣେ ବନ୍ଧୁ କହିଲେ "ଆଜି ଆମେ ଯାଉଛୁ । କାଲିଠାରୁ ଆମେ ସମସ୍ତେ ଗୋଟିଏ ଘଂଟା ପାଇଁ ସଂଧ୍ୟା ପୂର୍ବରୁ ମିଳିତ ହେବା । ମାତ୍ର ଘଂଟାଏ, ତା'ଠାରୁ ମୁହୂର୍ତ୍ତଟିଏ ମଧ୍ୟ ବେଶି ଯେପରି ନୁହେଁ ।"
ଏକଥା ଶୁଣି ଜମିଦାର ଅଳ୍ପ ହସି କହିଲେ, "ଇତିମଧ୍ୟରେ ଆପଣମାନଙ୍କର ହଠାତ୍ କ'ଣ ଏପରି ପରିବର୍ତ୍ତନ ହୋଇଗଲା? ଦେବାନ୍ବାବୁଙ୍କଠାରୁ କିଛି ଶୁଣିଲେ କି? ଏକଥା ଅବଶ୍ୟ ସତ ଯେ ଆମେ ଗଳ୍ପ କରୁ କରୁ ସମୟ କୁଆଡେ ଯେ ବିତି ଯାଉଛି ତାହା ଜାଣି ହେଉନାହିଁ । ଆମେ ସମସ୍ତେ ଏଣିକି ସେତିକି ସମୟ କୌଣସି କାର୍ଯ୍ୟ ପାଇଁ ଦେବା ।" ଏହାପରେ ସେମାନେ ମଧ୍ୟ ଅଳ୍ପ ହସି ନୀରବରେ ସେ ସ୍ଥାନ ଛାଡି ଚାଲିଗଲେ ।
ସେମାନେ ସେଠାରୁ ଯିବା ପରେ ଜମିଦାର ଦେବାନ୍ଙ୍କୁ ପଚାରିଲେ, "ଆଚ୍ଛା ସେ ଅମରେନ୍ଦ୍ରଟି କିଏ? ତାଙ୍କର ଅଭିନୟ ଅତି ଚମତ୍କାର । ତାଙ୍କୁ ପୁରସ୍କାର ଦେବାକୁ ହେବ । ସେ ମୋର ଗୋଟେ ବଡ ଉପକାର କଲେ ।"
ତାଙ୍କର ଏକଥା ଶୁଣି ଦେବାନ୍ ଅଳ୍ପ ହସି କହିଲେ, "ସେ ମୋ ସ୍ତ୍ରୀର ଭାଇ । ତାକୁ ମୁଁ କାଲି ଏଠାକୁ ନେଇ ଆସିବି ଓ ଆପଣଙ୍କ ସହିତ ତା'ର ଚିହ୍ନା କରାଇ ଦେବି । ସେ ଏଠାକୁ ଦୁଇଦିନ ପାଇଁ ଆସିଥିଲା ।"
ଦୁହେଁ କାର୍ଯ୍ୟର ସାଫଲ୍ୟରେ ଖୁବ୍ ହସିଲେ ଓ ଆଶ୍ୱସ୍ତ ଅନୁଭବ କଲେ । | <urn:uuid:245a6643-e0ad-4d55-b0e4-8984113a2665> | CC-MAIN-2018-22 | http://odiagapa.com/%E0%AC%AE%E0%AD%81%E0%AC%95%E0%AD%8D%E0%AC%A4%E0%AC%BF/ | 2018-05-22T02:14:12Z | s3://commoncrawl/crawl-data/CC-MAIN-2018-22/segments/1526794864622.33/warc/CC-MAIN-20180522014949-20180522034949-00392.warc.gz | ory | 0.999998 | Orya | 15 | {"ory_Orya_score": 0.9999984502792358} |
ଚିତ୍ରପୁର ଗ୍ରାମରେ ଶ୍ୟାମା ନାମ୍ନୀ ଜଣେ ମହିଳା ରହୁଥିଲା, କଜିଆ କରିବାରେ ସେ ସିଦ୍ଧ; ତା'ରି ପାଖ ଘରେ ତା' ନଣନ୍ଦ ସୁନୀତା ବି ରହୁଥିଲା । ଛୋଟ ଛୋଟ କଥାରେ ସଦା ସର୍ବଦା ଝଗଡା ଲାଗି ରହିଥାଏ ।
ଦିନେ ସୁନୀତାର ବିଲେଇ ଶ୍ୟାମା ଘରର ଦୁଧ ପିଇଦେଲା । ଶ୍ୟାମା ତ ସେଥିରେ ରାଗି ମୁସ୍ତେଜ । ଯାହା ଇଚ୍ଛା ଗାଳି ଦେଲା । ସୁନୀତା କହିଲା, "ମୋ ବିଲେଇ ଦୁଧର ଦୁଇଗୁଣ ଦୁଧ ମୁଁ କିଣି ଦେଉଛି; ଏବେ ତ କମ୍ସେକମ୍ ଚିତ୍କାର କରିବା ବନ୍ଦ କର ।"
ଶ୍ୟାମା କହିଲା, "ତୁମେ ଏବେ ନେଇ ସେ ବିଲେଇକି ଜଙ୍ଗଲରେ ଛାଡିଆସ ।"
ସୁନୀତା କହିଲା, "ତୁମ କଥାରେ କିଏ ଅଛି? ଅସମ୍ଭବ କଥା କହୁଛ । ଏତେଦିନର ପାଳିଥିବା ବିଲେଇ; ଅଜ୍ଞାନ ପଶୁ କିଛି ଦୋଷ କରିଦେଲା ତ କ'ଣ ସେଠୁ ହୋଇଗଲା? ତୁମ କଥାରେ ପଡି ମୁଁ ତାକୁ ଜଙ୍ଗଲରେ ଛାଡି ଆସିବି ।"
ସୁନୀତାର ଏଭଳି ଉତ୍ତର ଯୋଗୁଁ ଝଗଡା ଆହୁରି ବଢିଲା ଓ କ୍ରମେ ତାହା ଏକ ଭୟଙ୍କର ରୂପ ଧାରଣ କଲା । ଶ୍ୟାମାର ସ୍ୱାମୀ ତଥା ସୁନୀତାର ଭାଇ ମଦନ ସେତେବେଳେ କ୍ଷେତବାଡି ଦେଖିବାକୁ ଯିବ ବୋଲି ବାହାରିଥିଲା । ସୁନୀତାକୁ ଅନାଇ ସେ ଖୁବ୍ ବିରକ୍ତ ହୋଇ କହିଲା, "ସକାଳ ନ ହେଉଣୁ ଝଗଡା ଆରମ୍ଭ ହୋଇଗଲା । ଏବେ ବନ୍ଦ କରୁଛୁ ନା ନାହିଁ?"
ଭାଇଠୁ ଏପରି କଥା ଶୁଣି ସୁନୀତା ରାଗିଯାଇ କହିଲା, "ସ୍ତ୍ରୀ ତରଫ ହୋଇ ମୋତେ ଗାଳି ଦେବାକୁ ଆସିଲା । ସ୍ତ୍ରୀର ଚାକର । ପ୍ରଥମେ ତୁ ତୋ ସ୍ତ୍ରୀର ମୁହଁ ବନ୍ଦ କର । ନକରି ପାରିବୁ ତ ସବୁଦିନ ପାଇଁ ସେମିତି ଚୁପ୍ ରହ ଅନ୍ୟାୟ କଥାରେ ତୁ ଏମିତି ବାରମ୍ବାର କହିଲେ ମୋ ମୁହଁରୁ ପୁଣି ଶୁଣିବୁ ।"
ଭଉଣୀଠାରୁ ଏପରି କଥା ଶୁଣି ସେ ଲଜ୍ଜାରେ ମୁହଁ ତଳକୁ କରି ଜମି ଦେଖିବାକୁ ଚାଲିଗଲା । କିନ୍ତୁ ଶ୍ୟାମାକୁ ଏକଥା ଖୁବ୍ ବାଧିଲା । ସେ କହିଲା, "ନିଜ ବଡ ଭାଇକୁ ସ୍ତ୍ରୀର ଚାକର ବୋଲି କହୁଛ । ତୁମକୁ ଟିକିଏ ଲଜ୍ଜା ଲାଗୁନାହିଁ? ବୋଧହୁଏ ତୁମର ଅତି ବେଶି ଗର୍ବ ହୋଇଗଲାଣି । ମୁଁ ଗ୍ରାମ ମୁଖିଆଙ୍କ ପାଖରେ ଏ ବିଷୟରେ ଅଭିଯୋଗ କରିବି ।"
ସୁନୀତା ମଧ୍ୟ ତା' ନିଜ କଥାରେ ଅଟଳ । ସେ କହିଲା, "ମୁଁ କ'ଣ ଆଜି ନୂଆ କଥାଟିଏ କହିଲି କି? ସେଥିପାଇଁ ଗାଁ ମୁଖିଆ ପାଖରେ ମୁଁ ମୋ ମୁଣ୍ଡ ନୋଇଁବି? ସତକଥା ତ କହିଲି ଗାଁ ସାରା ତ ସମସ୍ତେ ସେଇଆ କହୁଛନ୍ତି । ତୁମେ ଆଜି ମୁଖିଆକୁ କହିଲେ ସତ୍ୟଟା କ'ଣ କେବେବି ଅସତ୍ୟ ହୋଇଯିବ ।
ଶ୍ୟାମା କ୍ଷଣକ ମଧ୍ୟରେ ଗାଁ ମୁଖିଆଙ୍କ ପାଖରେ ଯାଇ ପହଁଚିଲା ଓ ଉକ୍ତ ଝଗଡା ବିଷୟରେ କହିଲା । ସେ ପୁଣି କହିଲା ମୁଖିଆ ଏପରି କରନ୍ତୁ ଯେଉଁଥିରେ ସୁନୀତା ମୋ ପାଦ ଧରି ମୋତେ କ୍ଷମା ମାଗିବ ।
ମୁଖିଆ ତ ବହୁ ଆଗରୁ ସେ ଦୁଇଜଣଙ୍କୁ ବେଶ୍ ଭଲଭାବେ ଜାଣିଥିଲେ । ତେଣୁ ସେ ପଚାରିଲେ, "ତୁମର କ'ଣ କେହି ସାକ୍ଷୀ ଅଛି? ଏ କ୍ଷେତ୍ରରେ ସାକ୍ଷୀ ନିହାତି ପକ୍ଷରେ ଦରକାର ।"
ଶ୍ୟାମା କହିଲା "ହଁ, ମୋର ସାନଭାଇ ରାମ ଓ ମୋ ଦିଅର ରାଜା ବି ସେଠାରେ ସେତେବେଳେ ଥିଲେ ।"
ତା'ପରେ ସେ ମୁଖିଆ କହିଲେ, "ସାକ୍ଷୀ ଦୁହିଁଙ୍କୁ ନେଇ ଆସ ।" ଏଣେ ଚାକରକୁ ପଠାଇ ସୁନୀତାକୁ ମଧ୍ୟ ସେ ଡାକି ଆଣିଲେ ।
ସମସ୍ତେ ମୁଖିଆଙ୍କ ଘରେ ଯାଇ ପହଁଚିଲେ । ମୁଖିଆ ପ୍ରଥମେ ରାମକୁ ପଚାରିଲେ, "ଯେବେ ସୁନୀତା ତୁମ ଭିଣେଇଙ୍କୁ ସ୍ତ୍ରୀର ଚାକର ବୋଲି କହିଲେ ତୁମେ କ'ଣ ସେତେବେଳେ ସେଠି ଥିଲ ଓ ନିଜେ ତାହା ଶୁଣିଛ?"
"ହଁ, ଆଜ୍ଞା, ଏକଥା ମୁଁ ଥରେ ନୁହେଁ ତିନିଥର ଶୁଣିଛି । ମୋ ଭିଣେଇ ତ ଖୁବ୍ ବଳଶାଳୀ ବ୍ୟକ୍ତି । କିଛିଦିନ ଆଗରୁ ଜଣେ ଚୋର କାନ୍ଥରେ ସିନ୍ଧି କରି ଘରେ ପଶିଥିଲା, ମୋ ଭିଣେଇ ତା'କୁ ଦୁଇ ହାତରେ ଉଠାଇ ଧରି ପାଚିରି ସେପାଖକୁ ଫୋପାଡି ଦେଲେ । ମୋର ଭିଣେଇ ଗ୍ରାମର ଋଣ ଅସୁଲ୍ କରନ୍ତି । ଏସବୁ ପରେ ମଧ୍ୟ ସେ କିପରି ଚାକର ହେଲେ? ତା'ପୁଣି ସ୍ତ୍ରୀର?
ଏଥର ମୁଖିଆ ଅଳ୍ପ ହସି ରାଜାକୁ ଚାହିଁଲେ । ରାଜା କହିଲା, "ଭାଇ ଯେତେବେଳେ କ୍ଷେତ ଦେଖିବାକୁ ଯାଆନ୍ତି, ଚାକରମାନେ ଯଦି କାମ ନ କରୁଥା'ନ୍ତି ତେବେ ଭାଇଙ୍କୁ ଦେଖି ଭୟରେ ସେମାନେ ଖାଲି ଥରନ୍ତି । ସେଥିରେ ପୁଣି "ସ୍ତ୍ରୀର ଚାକର" ବୋଲି ତାଙ୍କୁ କେଉଁ ସାହସରେ କୁହାହେଲା?"
ରାମର ଓ ରାଜାର ଉତ୍ତର ପାଇବା ପରେ ମୁଖିଆ ଏବେ ସୁନୀତାକୁ କହିଲେ, "ଶୁଣିଲ ତ? ତୁମର ଭାଇ କିପରି ବଳଶାଳୀ? ସେଥିରେ ତୁମେ ଏପରି କଥା କିମିତି କହିଲ?"
ମୁଖିଆଙ୍କ ସବୁକଥା ଶୁଣି ସୁନୀତା ଆଦୌ ବିଚଳିତ ନ ହୋଇ କହିଲା, "ମୁଁ ଜାଣେ ମୋ ଭାଇ ବଳଶାଳୀ, ବ୍ୟକ୍ତିତ୍ୱ ସମ୍ପନ୍ନ; ସେ ଟଙ୍କା ଅସୁଲ୍ କରେ, ଚାକରମାନଙ୍କୁ ଧମକାଇ ତାଙ୍କ ଦ୍ୱାରା ସବୁ କାମ କରାଏ, ବେଶ୍ ବଳଶାଳୀ ସେ । ହେଲେ ସେସବୁ ଭାଉଜର ଅନୁପସ୍ଥିତିରେ ।"
ସୁନୀତା କଥା ଶୁଣି ମୁଖିଆଙ୍କର ଦୁଇ ଚାକର ହସି ପକାଇଲେ । ତତ୍ସହିତ ମୁଖିଆ ମଧ୍ୟ ଖୋଦ୍ ହସିଲେ ।
ମୁଖିଆ କହିଲେ, "ଏବେ ମୁଁ ଜାଣିଲି "ସ୍ତ୍ରୀର ଚାକର" ବୋଲି କହିବା କେତେ ଅପମାନଜନକ ।"
ତା'ପରେ ସେ ଦୁଇଜଣକୁ ଅଲଗା ଅଲଗା ସମୟରେ ଡାକି ବୁଝାଇ କହିଲେ, "ଛୋଟ କଥା ନେଇ ତୁମେ ଦୁହେଁ ଝଗଡା କରିବା ଅସୁନ୍ଦର । କ୍ରମେ ତୁମ ଝଗଡା ଦେଖିବାକୁ ଗ୍ରାମର ଲୋକ ମଧ୍ୟ ଆସି ଗଦା ହେବେ । ତେଣୁ ଆଜିଠାରୁ ନିଜ ନିଜର ଭୁଲ୍ ସଂଶୋଧନ କର ଓ ଝଗଡା ବନ୍ଦ କର ।" ଏହିପରି ଭାବରେ ସେ ଦୁହିଁଙ୍କୁ ବୁଝାଇ ମୁଖିଆ ସେମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦେଲେ । | <urn:uuid:d7d84d98-d48c-4327-87f4-351ad1433326> | CC-MAIN-2018-22 | http://odiagapa.com/%E0%AC%B8%E0%AD%8D%E0%AC%A4%E0%AD%8D%E0%AC%B0%E0%AD%80%E0%AC%B0-%E0%AC%9A%E0%AC%BE%E0%AC%95%E0%AC%B0/ | 2018-05-22T01:55:57Z | s3://commoncrawl/crawl-data/CC-MAIN-2018-22/segments/1526794864622.33/warc/CC-MAIN-20180522014949-20180522034949-00392.warc.gz | ory | 0.999973 | Orya | 7 | {"ory_Orya_score": 0.9999728202819824} |
ମେଷ: କୌଣସି ବିବାଦରେ ପଶନ୍ତୁ ନାହିଁ। ବଡ଼ ସ୍ୱପ୍ନ ଦେଖିବେ। ବଡ଼ ଧରଣର ଆର୍ଥିକ ଲାଭର ସୁଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ। ତେବେ ସତର୍କ ରହିବା ଆବଶ୍ୟକ। ଘରର ବୟୋଜ୍ୟେଷ୍ଠ ଲୋକଙ୍କ ସହ ସମୟ ବିତାନ୍ତୁ। କିଛି ହଜି ଯାଇଥିବା ବସ୍ତୁ ଆଜି ମିଳିପାରେ। କର୍ମକ୍ଷେତ୍ରରେ ଆଜି ଦିନଟି ଆପଣଙ୍କ ପାଇଁ ଏତେ ଭଲ ରହିବ ନାହିଁ। ପ୍ରେମ ସଂପର୍କରେ ସୁଧାର ଆସିପାରେ।
ମିଥୁନ: ଖାଇବାପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବିବାହ ସ୍ଥିର ହେବାର ଯୋଗ ରହିଛି। ଅଫିସ୍ରେ ଅଧନସ୍ତ କର୍ମଚାରୀଙ୍କ ପାଇଁ ଆପଣ ଅଡ଼ୁଆରେ ପଡ଼ି ପାରନ୍ତି। ଯାନବାହନ ଚଳାଇବା ବେଳେ ସତର୍କ ରୁହନ୍ତୁ। ନ ହେଲେ ଦୁର୍ଘଟଣା ଘଟିପାରେ।
କର୍କଟ: କ୍ୟାରିୟରରେ ନୂଆ ସୁଯୋଗ ମିଳିବ। ରଚନାତ୍ମକ କାମ ପାଇଁ ଆଜି ଦିନଟି ଭଲ ଅଛି। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ।
ସିଂହ: ପ୍ରିୟଜନଙ୍କ ସହ ସାକ୍ଷାତ ହେବ। ଜୀବନସାଥୀଙ୍କ ସହ ବିବାଦରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଠା ଖାଇ ଯାତ୍ରା କରନ୍ତୁ, ଶୁଭଫଳ ମିଳିବ।
କନ୍ୟା: ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ସଂପର୍କ ପ୍ରତି ଧ୍ୟାନ ଦିଅନ୍ତୁ। ମନବାଞ୍ଛା ପୂରଣ ହେବ। ବଡ଼ ଧରଣର ଆର୍ଥିକ ଲାଭ ହେବାର ସଂକେତ ମିଳୁଛି। ଆପଣ ସଫଳତା ପାଇବାକୁ କଠିନ ପରିଶ୍ରମ କରୁଛନ୍ତି। ଆଜି ତାର ଫଳ ମିଳିବ। ଆପଣଙ୍କ ଗ୍ରହଗୁଡ଼ିକ ଆପଣଙ୍କ ସହିତ ଅଛନ୍ତି।
ତୁଳା: ସଂପତ୍ତି ପାଇଁ ଘରେ ବିବାଦ ଦେଖା ଦେଇପାରେ। ପରିବାରରେ ଅଶାନ୍ତିର ବାତାବରଣ ଦେଖାଯିବ। ପ୍ରେମ ରାସ୍ତାରେ ଦେଖାଯାଉଥିବା ବାଧା ଆଜି ହଟିଯିବ। ପାର୍ଟନରଙ୍କ ସହ ପ୍ରେମ ସଂପର୍କ ଆହୁରି ଗଭୀର ହେବ। ଆପଣଙ୍କର କିଛି ପୁରୁଣା ସମସ୍ୟା ସମାଧାନ ପାଇଁ ଆଜି ଉଦ୍ୟମ ଆରମ୍ଭ କରିବେ।
ବିଛା: ଧନହାନି ଯୋଗ ରହିଛି। କୌଣସି ନୂଆ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଆଜି ଦିନଟି ଭଲ ଅଛି।
ଧନୁ: ଘରେ ସୁଖଶାନ୍ତି ବଜାୟ ରହିବ। ଆର୍ଥିକ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଲେଖାଲେଖି କରୁଥିବା ବ୍ୟକ୍ତିମାନେ ସେମାନଙ୍କ ଯୋଜନାରେ ଆଜି ସଫଳ ହେବେ।
ମକର: କୁମ୍ଭ: ଯଦି ଆପଣ ଚାକିରି ଖୋଜୁଛନ୍ତି, ତା'ହେଲେ ଆଜି ଆପଣଙ୍କୁ ରୋଜଗାର କରିବାର ଅନେକ ବିକଳ୍ପ ମିଳିବ। ଏଣୁ ସବୁ ବିକଳ୍ପ ଉପରେ ଗଭୀର ଚିନ୍ତା କରି ନିଷ୍ପତ୍ତି ନେବେ। କାହା ସହିତ ଯୁକ୍ତି କରନ୍ତୁ ନାହିଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
କୁମ୍ଭ: କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ସୂଚନା ଓ ଫୋନ୍ ନମ୍ବର ଦେବା ପୂର୍ବରୁ ଟିକେ ଚିନ୍ତା କରନ୍ତୁ। ଅଫିସ୍ ଅବା ବ୍ୟବସାୟ କାମରେ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। କ୍ୟାରିୟରର ଭଲ ଦିଗରେ ଯାଉଛି। ଆଜି କିଛି ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିଛି।
ମୀନ: କୌଣସି ବଡ଼ ସୁଯୋଗ ଆଜି ମିଳିପାରେ। ମାନସମ୍ମାନ ମିଳିବ। ଅଶାନ୍ତି ଦେଖା ଦେଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପାରିବାରିକ ସମସ୍ୟା ଦୂର ହେବ। କ୍ୟାରିୟରରେ ଉତ୍ତମ ଫଳ ମିଳିବ। | <urn:uuid:479b2c48-98f6-46c6-9a00-cd42c84db92d> | CC-MAIN-2018-22 | http://odishareporter.in/top-story/horoscope-of-22-th-april-229481 | 2018-05-25T03:30:18Z | s3://commoncrawl/crawl-data/CC-MAIN-2018-22/segments/1526794866938.68/warc/CC-MAIN-20180525024404-20180525044404-00072.warc.gz | ory | 0.99994 | Orya | 3 | {"ory_Orya_score": 0.9999401569366455} |
ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ଶିଖରପୁର ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧୁବାବୁ ପେନ୍ସନ୍ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା। ଏପରିକି ଗ୍ରାମ ପଞ୍ଚାୟତ ପକ୍ଷରୁ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଜିକୁ ୯ ମାସ ହେବ ଯୋଗୀନାଥ ସ୍ୱାଇଁ(୬୫)ଙ୍କୁ ଭତ୍ତା ପ୍ରଦାନ କରି ଆସୁଥିଲେ। କିନ୍ତୁ ଗତ ସେପ୍ଟେମ୍ବର ମାସରେ ହିତାଧିକାରୀଙ୍କ ନାମରେ ଆଉ ଭତ୍ତା ଆସୁ ନାହିଁ ବୋଲି କହି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ଦାସ ଭତ୍ତା ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି। ଏପରିକି ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ଦାସ ପୂର୍ବରୁ ମଧ୍ୟ ଗୋଟିଏ ମାସର ଭତ୍ତା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ପ୍ରଧାନ ୭ମାସ ଧରି ଭତ୍ତା ପ୍ରଦାନ କରି ଆସୁଥିଲେ। ତେଣୁ ପ୍ରଶାସନ ପକ୍ଷରୁ ମଧୁବାବୁ ପେନ୍ସନ୍ ଯୋଜନାରେ ଦିଆଯାଇଥିବା ପରିଚୟ ପତ୍ର ନକଲି ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ପଞ୍ଚାୟତ ନିର୍ବାଚନରେ ଭୋଟର୍ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଶାସକ ଦଳ ପାଇଁ ଏଭଳି ନକଲି ଭତ୍ତା ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ଆସିବା ପରେ ଏ ନେଇ ଖଣ୍ଡପଡ଼ାରେ ଚର୍ଚ୍ଚା ଜୋର୍ ଧରିଛି। ଏ ସମ୍ପର୍କରେ ହିତାଧିକାରୀ ଜଣକ ନୟାଗଡ଼ ଉପଜିଲ୍ଲାପାଳଙ୍କୁ ତିନି ଦିନ ତଳେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଦେଖିବାକୁ ମିଳିଛି। ତେବେ ପ୍ରଶ୍ନ ଉଠୁଛି ଶିଖରପୁର ପଞ୍ଚାୟତରେ ବିଜେଡି ସରପଞ୍ଚ ପ୍ରାର୍ଥୀ ନବ କିଶୋର ସାହୁ ତତ୍କାଳୀନ ବିଡିଓ ସିପ୍ରା ସେଠୀଙ୍କୁ ହାତ କରି ବିଜୟୀ ସରପଞ୍ଚ ପ୍ରାର୍ଥୀ ଭିକାରୀ ଚରଣ ସାହୁଙ୍କୁ ନିର୍ବାଚନରେ ଅନିୟମିତତା କରି ହରାଇଥିବା ନେଇ ଏକ ମାମଲା ଏବେ ବି କୋର୍ଟରେ ବିଚାରାଧୀନ ରହିଛି। ଏହି ପରି ମଧ୍ୟ କିଆଝର ପଞ୍ଚାୟତରେ ପକ୍କା ଘର ଓ ଭତ୍ତା ନିମନ୍ତେ କିଛି ନକଲି କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଅନୁଦାନ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ଆସିଛି। ଫଳରେ ଭୋଟ୍ ପାଇଁ ନକଲି ଭତ୍ତା ବଣ୍ଟନ ପ୍ରଶାସନ ଓ ସରକାରୀ ଦଳର ଅସଲି ମୁଖାକୁ ପଦାରେ ପକାଇ ଦେଇଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଭାରପ୍ରାପ୍ତ ବିଡିଓ ରତନଲାଲ୍ ଲୋହରାଙ୍କୁ ପଚାରିବାରୁ ଅନୁଧ୍ୟାନ କଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। | <urn:uuid:64a21533-6899-432e-b68c-0bee838a2247> | CC-MAIN-2018-22 | http://sambad.in/state/fake-pension-for-vote-2709/ | 2018-05-27T03:21:07Z | s3://commoncrawl/crawl-data/CC-MAIN-2018-22/segments/1526794867995.55/warc/CC-MAIN-20180527024953-20180527044953-00072.warc.gz | ory | 0.999992 | Orya | 6 | {"ory_Orya_score": 0.9999915361404419} |
ନୂଆଦିଲ୍ଲୀ : ଚୀନ୍ ୟୁନିଭର୍ସିଟିର ବିଦ୍ୟାର୍ଥୀମାନେ ଏଣିକି ' ଜି ଜିନପିଙ୍ଗ୍ ବିଚାରଧାରା' ଉପରେ ଅଧ୍ୟୟନ କରିବେ। ଚୀନ୍ର ସବୁ ୟୁନିଭର୍ସିଟି ଗୁଡ଼ିକରେ ଏଣିକି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବିଚାରଧାରା ଉପରେ ଅଧ୍ୟୟନ ଓ ଗବେଷଣା କରାଯିବ। ଚୀନ୍ର ଏହି ମହାନ ନେତାଙ୍କ ଉତ୍କୃଷ୍ଟ ଦର୍ଶନକୁ ସବୁ ବିଦ୍ୟାର୍ଥୀଙ୍କ ହୃଦ୍ ଏବଂ ମସ୍ତିଷ୍କରେ ସଠିକ୍ ସ୍ଥାନ ଦେବାଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚୀନ କମ୍ୟୁନିଷ୍ଟ ପାର୍ଟି ସମ୍ବିଧାନରେ ସ୍ଥାନ ପାଇଥିବା ଜିନପିଙ୍ଗ୍ଙ୍କ ବିଚାରଧାରା ଅଧ୍ୟୟନ ପାଇଁ ପାଖାପାଖି ୨୦ ୟୁନିଭର୍ସିଟି ଗୁଡ଼ିକ ଗବେଷଣା ଅନୁଷ୍ଠାନ ପ୍ରତିଷ୍ଠା କରିସାରିଛନ୍ତି। ସମାଜବାଦ ସହ ଚୀନ ବୈଶିଷ୍ଠ୍ୟ ଉପରେ ଜିନପିଙ୍ଗଙ୍କ ବିଚାରଧାରା ଏକ ନୂଆ ଯୁଗ ଏବଂ ନୂଆ ପିଢି ପାଇଁ ମନ୍ତ୍ର ସଦୃଶ ହେବ। ଦୈନନ୍ଦିନ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ଜିନପିଙ୍ଗଙ୍କ ବିଚାରଧାରାର ପ୍ରତିଫଳନ ହେବ। ତେବେ ବ୍ୟବସାୟ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡ଼ିକରେ ଏକ ନୂଆ ଯୁଗର ଆରମ୍ଭ ନେଇ ଚୀନ୍ ବୈଶିଷ୍ଠ୍ୟ ସହ ସମାଜବାଦ ଉପରେ ଜିନପିଙ୍ଗଙ୍କ ବିଚାରଧାରା ଉପରେ ଶିକ୍ଷାଦେବାପାଇଁ ଅନେକ ପ୍ରଫେସର ଏବଂ ବିଶେଷଜ୍ଞଙ୍କୁ ଏକାଠି କରାଯାଇଥିବା ହୁନାନ୍ ନର୍ମାଲ ୟୁନିଭର୍ସିଟି ମୁଖ୍ୟ ଜିଆଙ୍ଗ ହୋଙ୍ଗଜିନ୍ କହିଛନ୍ତି। | <urn:uuid:969add58-b869-48f2-9567-635e79afbddd> | CC-MAIN-2018-22 | http://sambad.in/india-and-beyond/china-university-included-zi-zin-ping-justification-18658/ | 2018-05-20T13:48:31Z | s3://commoncrawl/crawl-data/CC-MAIN-2018-22/segments/1526794863570.21/warc/CC-MAIN-20180520131723-20180520151723-00400.warc.gz | ory | 0.99996 | Orya | 5 | {"ory_Orya_score": 0.9999603033065796} |
ଜୟପୁର( ଟି.ଗୌରିଶଙ୍କର): ପ୍ରାୟ ସମସ୍ତେ ଡାକ୍ତରମାନଙ୍କୁ ସମାଲୋଚନା କରନ୍ତି। ସମସ୍ତଙ୍କର ସେଇ ସମାନ ଅଭିଯୋଗ,ଡାକ୍ତରମାନଙ୍କର ଆଉ ସେବା ମନୋବୃତ୍ତି ନାହିଁ। ଖାଲି ଟଙ୍କା ପାଇଁ କାମ କରୁଛନ୍ତି। ତେବେ ଏହା ସବୁବେଳେ ଠିକ୍ ନୁହେଁ। ଏବେ ବି ଏମିତି ଅନେକ ଡାକ୍ତର ଅଛନ୍ତି, ଯେଉଁମାନେ ନିଜ କାର୍ଯ୍ୟକୁ ନେଇ ବେଶ୍ ଯତ୍ନବାନ। ସେମାନେ ଟଙ୍କା ଅପେକ୍ଷା ରୋଗୀ ସେବାକୁ ଗୁରୁତ୍ୱ ଦିଅନ୍ତି। ଆଜି ସେମିତି ଏକ ଘଟଣା ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ଜୟପୁର ଡାକ୍ତରଖାନାରେ। ସେଠାରେ ଜଣେ ଡାକ୍ତର ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ କରିବା ସହିତ ମଣିଷପଣିଆ ବି ଦେଖାଇଛନ୍ତି। ଆବଶ୍ୟକ ପଡ଼ିବାରୁ ନିଜେ ରକ୍ତ ଦେଇ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ତାଙ୍କ ନାଁ ଡାକ୍ତର ଭୂପତି ଭୂଷଣ ଜେନା। ସେ ଜଣେ ଭେଷଜ ବିଶେଷଜ୍ଞ।
ବୈପାରିଗୁଡ଼ା ବ୍ଲକ୍ ଦୋରାଗୁଡ଼ା ଗାଁର ମଣି ଗୋଲାରୀ(୨୭) ନାମକ ଜଣେ ମହିଳା ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲେ। ଡାକ୍ତର ଭୂପତି ଭୂଷଣ ଜେନା ତାଙ୍କର ଚିକିତ୍ସା କରିବା ବେଳେ ହିମୋଗ୍ଲୋବିନ୍ କମ୍ ଥିବା ଜାଣିବାକୁ ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଦିଆଯିବ ନିହାତି ଜରୁରୀ ଥିଲା। ମହିଳାଙ୍କ ସ୍ୱାମୀ ଗୋଟିଏ ରକ୍ତ ଦେବା ପାଇଁ କହିଥିଲେ। କିନ୍ତୁ ଆହୁରି ୩ ୟୁନିଟ୍ ରକ୍ତ ଆବଶ୍ୟକ ଥିଲା। ଏହାପରେ ଡାକ୍ତର ଭୂପତି ଜେନା ଆଉ ବିଳମ୍ବ କରି ନଥିଲେ। ସେ ନିଜେ ରକ୍ତ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଥିଲେ। ବର୍ତ୍ତମାନ ଉକ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଡାକ୍ତର କହିଛନ୍ତି। | <urn:uuid:4be73ae6-89e0-4b7c-a141-b44764a4eb22> | CC-MAIN-2018-22 | http://odishareporter.in/odisha/doctor-donates-blood-to-patient-232352 | 2018-05-24T05:58:18Z | s3://commoncrawl/crawl-data/CC-MAIN-2018-22/segments/1526794865928.45/warc/CC-MAIN-20180524053902-20180524073902-00384.warc.gz | ory | 0.999785 | Orya | 7 | {"ory_Orya_score": 0.9997850060462952} |
ରାୟଗଡ଼ା(ମନୋଜ ପାତ୍ର): ଇମ୍ଫା ଥେରୁବାଲି ପ୍ଲାଣ୍ଟ ସାମ୍ନାରୁ ହଟିଲେ ଆନ୍ଦୋଳନକାରୀ। ଦୀର୍ଘ ୧୮ ଦିନ ପରେ ଆଜି ଆନ୍ଦୋଳନ ଶେଷ ହୋଇଛି। ଗତକାଲି ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ପରେ ଶେଷରେ ଆଜି ଆନ୍ଦୋଳନ ହଟିଛି। ରାୟଗଡ଼ା SDPOଙ୍କ ଉପସ୍ଥିତିରେ ଖୋଲାଯାଇଛି କମ୍ପାନୀ ଗେଟ୍।
ଗତ ୨୩ ତାରିଖରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନକାରୀ ଇମ୍ଫା କମ୍ପାନୀ ସମ୍ମୁଖରେ ଧାରଣା ଦେବା ସହ ପ୍ଲାଣ୍ଟ ପରିସରକୁ କାହାରିକୁ ଛାଡୁନଥିଲେ। ଗତକାଲି ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ, ଇମ୍ଫା କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରାୟ ୪ ଘଣ୍ଟା ଧରି ହୋଇଥିବା ଏହି ବୈଠକରେ ଆନ୍ଦୋଳନକାରୀଙ୍କ ୧୪ଟି ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାର, ଏସ.ପି. ରାହୁଲ ପି.ଆର.ଙ୍କ ସହ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଥେରୁବାଲି ଇମ୍ଫାର ସିନିୟର ଜେନେରାଲ ମ୍ୟାନେଜର କେ.ଭି.ରାଓ, ଡିଜିଏମ୍ ଅଜୟ କୁମାର ବେଉରା ଓ ଲୋକସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଯୋଗ ଦେଇଥିଲୋ
ଆନ୍ଦୋଳନକାରୀଙ୍କ ପକ୍ଷରୁ ୨୫ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ବୈଠକ ପରେ ଶୁକ୍ରବାର ସକାଳ ୧୦ଟାରେ କମ୍ପାନୀ ମୁଖ୍ୟ ଗେଟ୍ ଖୋଲାଯାଇ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ଅନ୍ଦୋଳନର ନେତୃତ୍ୱ ନେଉଥିବା ଜିତୁ ଜାକାସିକା କହିଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ହିଁ କାର୍ଯ୍ୟ କରାଯିବ ବୋଲି ଥେରୁବାଲି ଇମ୍ଫା କମ୍ପାନୀର ସିନିୟର ଜି.ଏମ୍ କେ.ଭି. ରାଓ କହିଥିଲେ। | <urn:uuid:2cfe2eb3-208b-4b1a-bf28-7d7ca8457d3f> | CC-MAIN-2018-22 | http://odishareporter.in/odisha/imfa-agitation-called-off-235084 | 2018-05-24T05:58:35Z | s3://commoncrawl/crawl-data/CC-MAIN-2018-22/segments/1526794865928.45/warc/CC-MAIN-20180524053902-20180524073902-00384.warc.gz | ory | 0.999946 | Orya | 5 | {"ory_Orya_score": 0.9999457597732544} |
ଭଦ୍ରକ: ଜିଲ୍ଲାପାଳ ଜ୍ଞାନ ଦାସ ବୁଧବାର ବିଭିନ୍ନ ବ୍ଲକର ୭ଜଣ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଇନ୍ଦିରା ଗାନ୍ଧି ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ ଆଶାନୁରୁପେ ଘର ପ୍ରଦାନ କରାଯାଇ ନଥିବାରୁ ଏହି ୭ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ନିକଟରେ ହୋଇଥିବା ନିକଟରେ ହୋଇଥିବା ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ଜଣାପଡ଼ିଥିଲା ଯେ, ଜିଲ୍ଲାରେ ସରକାରଙ୍କ ଯୋଜନାକୁ ସଫଳ ରୂପ ଦିଆଯାଇ ପାରି ନାହିଁ।
ଜିଲ୍ଳାପାଳ ଦାସ ଭଦ୍ରକ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁରବିନ୍ଧା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ବିଶ୍ୱନାଥ ମହାରଣା, ଭଣ୍ଡାରିପୋଖରୀ ବ୍ଲକର ଇଓ ସୋଲମପୁର ପଞ୍ଚାୟତର ଇଓ ପ୍ରକାଶ ନାୟକ, ବାସୁଦେବପୁର ବ୍ଲକର ଜଗନ୍ନାଥପ୍ରସାଦ ଗ୍ରାମପଞ୍ଚାୟତର ଇଓ ଜଗନ୍ନାଥ ଦାସଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ବନ୍ତ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଇଓ ପୂର୍ଣ୍ଣଚନ୍ଦ୍ର ସାହୁ, ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂନିଭୂତି ଗ୍ରାମପଞ୍ଚାୟତର ଇଓ ଅଜୟ କୁମାର ବଳ, ଧାମନଗର ବ୍ଲକର ଦବୋଦା ଗ୍ରାମପଞ୍ଚାୟତର ଇଓ ଆଦିତ୍ୟ କୁମାର କହଁର ଓ ତିହିଡ଼ି ବ୍ଲକ ଦୌଲତପୁର ଗ୍ରାମପଞ୍ଚାୟତର ଇଓ ନଳିନୀକାନ୍ତ ଦାସ ନିଲମ୍ବନ କରାଯାଇଛି। | <urn:uuid:177add28-603f-4c7f-81d4-4b1834389ffa> | CC-MAIN-2018-22 | http://sambad.in/district/bhadrak/seven-eo-of-bhadrak-suspended-2558/ | 2018-05-20T21:33:28Z | s3://commoncrawl/crawl-data/CC-MAIN-2018-22/segments/1526794863689.50/warc/CC-MAIN-20180520205455-20180520225455-00032.warc.gz | ory | 0.999838 | Orya | 7 | {"ory_Orya_score": 0.9998379945755005} |
ଉରି: ଉରି ଆକ୍ରମଣ ବର୍ଷକ ପରେ ଆତଙ୍କବାଦୀ ପୁଣିଥରେ ଉରିରେ ବଡଧରଣର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ଯାହାକୁ ଭାରତୀୟ ସେନା ଅସଫଳ କରିଦେଇଛି। ରବିବାର ଆତଙ୍କବାଦୀ ଉରିର କଲଗାଇ ଅଞ୍ଚଳରେ ଥିବା ସୂଚନା ପାଇବା ମାତ୍ରେ ଅପରେସନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀ ଓ ସେନା ମଧ୍ୟରେ ଅପରେସନ୍ରେ ଚାଲିଥିଲା। ଏହି ଅପରେସନ୍ରେ ଚାରି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେନା ଜବତ କରିଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକେ ୪୭, ମାଗାଜିନ୍, ଗୋଳା-ବାରୁଦ ଓ ହେଣ୍ଡ ଗ୍ରିନେଡ ସାମିଲ ରହିଛି। ମୃତ ଆତଙ୍କବାଦୀଙ୍କ ଅସ୍ତ୍ରଶସ୍ତ୍ରରେ ପାକିସ୍ତାନ ବ୍ରାଣ୍ଡର ଚିହ୍ନ ଥିବା ଦେଖିବାକୁ ମିଳିଥିଲା।
ଭାରତୀୟ ସେନା ଅଧିକାରୀ ହରପ୍ରୀତ ସିଂହ ସୋମବ।ର କହିଛନ୍ତି, ଉରି ଏଯାବତ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସେନା ସମ୍ପୂର୍ଣ୍ଣ ଉରିକୁ ଛାନ୍ଭିନ୍ କରୁଛନ୍ତି।
ପୂର୍ବବର୍ତ୍ତୀ ଖବର | <urn:uuid:474cdddc-1313-4c20-89eb-96ab2e3de99a> | CC-MAIN-2018-22 | http://sambad.in/india-and-beyond/uri-encounter-ak-47-rifles-ak-47-magazines-ammunition-hand-grenades-sized-1985/ | 2018-05-20T21:33:45Z | s3://commoncrawl/crawl-data/CC-MAIN-2018-22/segments/1526794863689.50/warc/CC-MAIN-20180520205455-20180520225455-00032.warc.gz | ory | 0.999988 | Orya | 6 | {"ory_Orya_score": 0.999988317489624} |
ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାମନା ଏକ୍ସପ୍ରେସ୍ର ଶୁଭାରମ୍ଭ କରିଥିଲେ। ଟ୍ରେନ୍ ବାରାଣାସୀରୁ ଭଦୋଦରା ଅଭିମୁଖେ ପ୍ରଥମଥର ପାଇଁ ଯାତ୍ରା ଆରମ୍ଭ କରିଥିଲା। ରବିବାର ଟ୍ରେନ୍ ବାରାଣାସୀରୁ ଭଦୋଦରା ଫେରିବା ପରେ ଜେନେରାଲ କୋଚରୁ ତିନିଟି ଶୌଚାଳୟରେ ନଳ ନଥିଲା। ଟ୍ରେନ୍ରେ ଥିବା ଚାରିଟି ହେଣ୍ଡଓ୍ଵାସ ଓ ଦୁଇଟି କାରପେଟକୁ କେହି ଚୋରାଇ ନେଇଛନ୍ତି। ସିଟ୍ଗୁଡ଼ିକରେ ସ୍କ୍ରାଚ ଦାଗ ରହିବା ସହିତ ଟ୍ରେନ୍ର କାଚ ଭଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଟ୍ରେନ୍ରେ ଏଭଳି କ୍ଷୟକ୍ଷତି କିଏ କରିଛି ରେଲେଓ୍ଵ ଅଧିକାରୀଙ୍କୁ ଏହାର କୌଣସି ସୂଚନା ନାହିଁ। ତେବେ ଟ୍ରେନ୍ର ଏଭଳି ଅବସ୍ଥା ପାଇଁ ଯାତ୍ରୀ ହିଁ ଦାୟୀ ବୋଲି କୁହାଯାଉଛି।
ପୂର୍ବବର୍ତ୍ତୀ ଖବର | <urn:uuid:09800e44-f641-4ac4-bf75-2823756f1435> | CC-MAIN-2018-22 | http://sambad.in/business/varanasi-vadodara-mahamana-express-finds-its-taps-carpet-stolen-2485/ | 2018-05-24T21:09:06Z | s3://commoncrawl/crawl-data/CC-MAIN-2018-22/segments/1526794866870.92/warc/CC-MAIN-20180524205512-20180524225512-00032.warc.gz | ory | 1 | Orya | 6 | {"ory_Orya_score": 0.9999995231628418} |
କନକ ବ୍ୟୁରୋ : ମାଛ ମାରିବା ପାଇଁ ବିସ୍ଫୋରଣ କଲାବେଳେ ଅଘଟଣ । ୯ ଦିନ ତଳେ ବାହା ହୋଇଥିବା ଯୁବକଙ୍କ ଚାଲିଗଲା ଜୀବନ । ସମ୍ବଲପୁର ଯୁଯୁମୁରା ବ୍ଲକର ଗିରିପାଲି ବିଶାଳପଡାରେ ଘଟିଛି ଏପରି ଅଘଟଣ । ମାଳତୀଯୋରରେ ମାଛ ମାରିବା ପାଇଁ ବିସ୍ଫୋରଣ ବେଳେ ନବବିବାହିତ ଉମେଶ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଏକ ପ୍ଲାଷ୍ଟିକ ବୋତଲରେ ବାଲି ଆଉ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ବୋତଲରେ ଜିଲାଟିନ ଓ ପିନ ଖଞ୍ଜିବା ପରେ କଏଲ ଲଗାଯାଇଥିଲା । ନଦୀକୂଳରେ ରହି କଏଲରେ ନିଆଁ ଲଗାଇଥିଲେ ଉମେଶ । ହେଲେ ନଦୀ ଭିତରକୁ ଫିଙ୍ଗିବା ପୂର୍ବରୁ କଏଲରେ ନିଆଁ ଧରିବା କ୍ଷଣି ବିସ୍ଫୋରଣ ହୋଇଥିଲା । ଆଉ କିଛି ଦୂରକୁ ଛିଟିକି ପଡିଥିବା ଉମେଶଙ୍କର ଅନ୍ତବୁଜୁଳା ବାହାରି ପଡିବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ମାତ୍ର ୨୩ ଦିନ ତଳେ ଉମେଶଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଉମେଶଙ୍କ ମୃତ୍ୟୁ ଗାଁରେ ବିଶାଳପଡା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଆହତମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଶାସନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । | <urn:uuid:cda5a9fb-ac42-4d7c-9002-3979309452c4> | CC-MAIN-2018-22 | http://kanaknews.com/explosive-blast-during-catching-fish-in-jujumura/ | 2018-05-27T21:32:11Z | s3://commoncrawl/crawl-data/CC-MAIN-2018-22/segments/1526794870470.67/warc/CC-MAIN-20180527205925-20180527225925-00352.warc.gz | ory | 1.000002 | Orya | 8 | {"ory_Orya_score": 1.0000015497207642} |
'ବୁରା ନା ମାନୋ ହୋଲି ହୈ' ଶବ୍ଦରେ ଫାଟି ପଡୁଛି ଗଗନ ପବନ । ଆଜିଠୁ ସମସ୍ତେ ହୋଲି ଖେଳିବାରେ ମସଗୁଲ । କିନ୍ତୁ ଅସଲ ମଜା କାଲି ଅଛି । ରଙ୍ଗ ଓ ଖୁସିର ପାର୍ବଣ ହୋଲି ଆଣି ଦେଇଛି ଢ଼େର ସାରା ଖୁସି । କିନ୍ତୁ , ଏହି ଖୁସି ବେଳେବେଳେ ପାଲଟି ଯାଏ ଦୁଃଖଦାୟୀ । ଯେଉଁଠି ଲୋକ ହୋଲି ଖେଳିବାକୁ ଉତ୍ସାହୀ, ସେଇଠି ଘାତକ ରଙ୍ଗକୁ ନେଇ ଚିନ୍ତିତ ମଧ୍ୟ । ଏହି ବିପଦ ଖୁସିର ରଙ୍ଗ ମେଁ ଭଙ୍ଗ ଦେବାରେ ଡେରି କରିବନି ।
ପୁରାତନ କାଳରେ ହୋଲି ଏବଂ ରଙ୍ଗର ସମ୍ବନ୍ଧ ପ୍ରକୃତି ସହିତ ଥିଲା, ସରଳତା ଓ ସମନ୍ୱୟ ସହ ଥିଲା, ହେଲେ ଆଜିକାଲିର ହୋଲିର ସଂପର୍କ ରାସାୟନିକ ଘାତକ ରଙ୍ଗ ସହିତ ଅଛି । ଯାହା ଆମ ଶରୀର ଉପରେ କ୍ଷତିକାରକ ପ୍ରଭାବ ପକାଇବ । ଏହାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ସୂଚନା ଦେଉଛୁ ।
ଋାସାୟନିକ ରଙ୍ଗରେ ହୋଲି ଖେଳିବା କେତେ ଦୂର ଘାତକ ?
ଗୋଟିଏ ପଟେ ଋାସାୟନିକ ରଙ୍ଗ ଆମ ଶରୀର ଉପରେ ତ୍ୱଚା ରୋଗ, ଆଲର୍ଜି ସୃଷ୍ଟି କରେ । ସେମିତି ଅନ୍ୟ ପଟେ ଏହା ଆଖିରେ ଅନେକ ଯନ୍ତ୍ରଣା ଦାୟକ ପରିଣାମ ଦିଏ , ଯେମିତି ଆଖି କୁଣ୍ଡେଇବା, ନାଲି ହୋଇଯିବା, ଅନ୍ଧତ୍ୱ । ରଙ୍ଗକୁ ଧୋଇବା ପରେ ଏହା ନଦୀନାଳକୁ ପ୍ରବେଶ କରି ପ୍ରଦୂଷଣର କାରକ ବୃଦ୍ଧି କରେ । କେମିକାଲ ରେ ତିଆରି ରଙ୍ଗ ଯେମିତି କଳା, କିଡନୀକୁ ପ୍ରଭାବିତ କରେ , ସବୁଜ ରଙ୍ଗ ଆଁଖିରେ ଆଲର୍ଜି ଓ କେବେ କେବେ ନେତ୍ରହୀନତାକୁ ବି ଟାଣି ନିଏ । ସେହିପରି ବାଇଗଣି ରଙ୍ଗ ଶ୍ୱାସ ଏବଂ ଆଲର୍ଜିକୁ ଜନ୍ମ ଦିଏ । ସିଲଭର ରଙ୍ଗ କ୍ୟାନସରର କାରଣ ଥିବା ବେଳେ ନାଲି ରଙ୍ଗ ଚର୍ମରେ କ୍ୟାନସର ଭଳି ଭୟାବହ ରୋଗ ସୃଷ୍ଟି କରେ ।
ତେବେ ସୁରକ୍ଷିତ ହୋଲି ଖେଳିବାକୁ ଚାହୁଁଛନ୍ତି ଯଦି ବ୍ୟବହାର କରନ୍ତୁ ପ୍ରାକୃତିକ ରଙ୍ଗ, ଯାହା ଆପଣଙ୍କ ଦେହରେ ପକାଇବନି କୁପ୍ରଭାବ ଏବଂ ଆପଣ ନେଇ ପାରିବେ ଏହାର ଅସଲ ମଜା । | <urn:uuid:1b8a4bf9-e598-4561-98ba-b89a5d77c4a8> | CC-MAIN-2018-22 | http://kanaknews.com/holi-color-effect-on-body/ | 2018-05-27T21:31:34Z | s3://commoncrawl/crawl-data/CC-MAIN-2018-22/segments/1526794870470.67/warc/CC-MAIN-20180527205925-20180527225925-00352.warc.gz | ory | 1.000003 | Orya | 7 | {"ory_Orya_score": 1.0000027418136597} |
୧୭ଶ ଶତାବ୍ଦୀର ଶେଷଭାଗର ରାଜକବି ଭାବେ ସୁପରିଚିତ । ରାଧାକୃଷ୍ଣଙ୍କ ଲୀଳା ଆଧାରିତ ଅନେକ ଚଉପଦୀର ରଚୟିତା । ଏହାଙ୍କ ସମ୍ପୂର୍ଣ୍ଣ ରଚନାବଳୀ ବିଶାଳ କିନ୍ତୁ ଏଯାଏଁ ସଙ୍କଳିତ ଓ ପ୍ରକାଶିତ ହୋଇପାରିନାହିଁ । ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଏହାଙ୍କୁ ଉପେନ୍ଦ୍ର, ଦୀନକୃଷ୍ଣ, ଭୂପତି ଓ ଲୋକନାଥ ବିଦ୍ୟାଧରଙ୍କ ଅପେକ୍ଷା ଉତ୍କୃଷ୍ଟତମ କବି ବୋଲି କହିଛନ୍ତି ।
Want create site? Find Free WordPress Themes and plugins.
Did you find apk for android? You can find new Free Android Games and apps. | <urn:uuid:fed1ccf9-ddb8-4f99-9f9d-49ada0ba9b44> | CC-MAIN-2018-22 | http://projectpothi.org/dinabandhu-raja-harichandan-king/ | 2018-05-24T23:31:23Z | s3://commoncrawl/crawl-data/CC-MAIN-2018-22/segments/1526794866894.26/warc/CC-MAIN-20180524224941-20180525004941-00571.warc.gz | ory | 0.9999 | Orya | 2 | {"ory_Orya_score": 0.9999003410339355} |
ନୂଆଦିଲ୍ଲୀ: ଇଜ୍ ଅଫ୍ ଡୁଇଂ ବିଜନେସ ବା ସହଜରେ ବ୍ୟବସାୟ କରିବା ବର୍ଗୀକରଣରେ ଭାରତର ସ୍ଥାନ ୧୩୦ରୁ ୧୦୦କୁ ଉଠିଛି । ବିଶ୍ୱ ବ୍ୟାଙ୍କ ତରଫରୁ ପ୍ରକାଶ ପାଇଥିବା ବର୍ଗୀକରଣ ତାଲିକାରେ ଭାରତ ୧୯୦ ଦେଶଙ୍କ ମଧ୍ୟରେ ୧୦୦ ସ୍ଥାନରେ ରହିଛି । ଗତ ତିନି ବର୍ଷରେ ହୋଇଥିବା ସଂସ୍କାର ଯୋଗୁଁ ଭାରତରେ ବ୍ୟବସାୟ କରିବା ଅଧିକ ସହଜ ହୋଇଛି ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ।
ବିଶ୍ୱ ବ୍ୟାଙ୍କ ତାଲିକା ଅନୁସାରେ ବ୍ୟାବସାୟିକ ପରିବେଶ ସହଜ କରିବାରେ ସଫଳତା ଅର୍ଜନ କରିଥିବା ସର୍ବୋଚ୍ଚ ୧୦ ରାଷ୍ଟ୍ର ମଧ୍ୟରେ ଭାରତ ରହିଛି । ତେବେ ଏହି ସଫଳତା ସତ୍ତ୍ୱେ ଭାରତର ସ୍ଥାନ ୧୯୦ ଦେଶ ମଧ୍ୟରେ ଶେଷ ଅଧାରେ ରହିଛି । ତଥାପି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏହି ସ୍ଥାନୋନ୍ନତିରେ ଆତ୍ମସନ୍ତୋଷ ପ୍ରକାଶ କରିବା ସହିତ କହିଛନ୍ତି ଯେ ଏହି ରିପୋର୍ଟରେ ସରକାର ଗ୍ରହଣ କରିଥିବା ଅନେକ ନୂତନ ସଂସ୍କାରକୁ ବିବେଚନା କରାଯାଇ ନାହିଁ । ଆଗକୁ ଏସବୁ ସଂସ୍କାରର ମୂଲ୍ୟାୟନ ହେଲେ ଭାରତର ସ୍ଥାନ ସହଜ ବ୍ୟାବସାୟିକ ସ୍ଥିତି ତାଲିକାରେ ନିଶ୍ଚୟ ଅଧିକ ଉପରକୁ ଉଠିବ ।
ବିଶ୍ୱ ବ୍ୟାଙ୍କ ଅନୁସାରେ ସହଜ ବ୍ୟବସାୟ ସ୍ଥିତିର କେତେକ ମାନକରେ ଭାରତ ଅନେକ ଅଗ୍ରଗତି କରିଛି । ଋଣ ମିଳିବା କ୍ଷେତ୍ରରେ ଭାରତର ସ୍ଥାନ ଆଗରୁ ୪୪ ଥିଲାବେଳେ ଏଥର ୨୯କୁ ଉଠିଛି । ସେହିପରି କ୍ଷୁଦ୍ର ନିବେଶକାରୀଙ୍କ ସୁରକ୍ଷା କ୍ଷେତ୍ରରେ ୧୩ ସ୍ଥାନରୁ ୪କୁ ଉଠିଛି ଭାରତ । ଟିକସ ମାମଲା ସୁଧାରିବାରେ ୧୭୨ରୁ ୧୧୯, ଚୁକ୍ତି କାର୍ଯ୍ୟାନ୍ୱୟନରେ ୧୭୨ରୁ ୧୬୪ ସ୍ତାନକୁ ଉନ୍ନୀତ ହୋଇଛି । ତେବେ ସଂପତ୍ତି ପଂଜୀକରଣ କ୍ଷେତ୍ରରେ ଭାରତର ସ୍ଥାନ ୧୩୮ରୁ ୧୫୪କୁ , ବିଦୁ୍ୟତ ସଂଯୋଗ ପାଇବା କ୍ଷେତ୍ରରେ ୨୬ରୁ ୨୯ ଏବଂ ସୀମାପାର ବାଣିଜ୍ୟ କ୍ଷେତ୍ରରେ ୧୪୩ରୁ ୧୪୬କୁ ଖସିଯାଇଛି ।
ଏହି ରିପୋର୍ଟ ଅନୁସାରେ ଭାରତ ବ୍ୟତିତ ଅନ୍ୟ ଯେଉଁ ୯ଟି ଦେଶ ଇଜ୍ ଅଫ୍ ଡୁଇଂ ବିଜନେସରେ ସର୍ବୋଚ୍ଚ ସଫଳତା ହାସଲ କରିଛନ୍ତି ସେସବୁ ଦେଶ ହେଲେ ବ୍ରୁନେଇ, ଇସ୍ରାଏଲ, ଥାଇଲାଣ୍ଡ, ମାଲୱି, କୋସୋଭୋ, ଜାମ୍ବିଆ, ଜିବୋଟି ଓ ଏଲ ସାଲଭାଡର । ଏହି ରିପୋର୍ଟରେ ଏକଥା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଭାରତରେ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ହେଲେ ବୃହତ ବ୍ୟବସାୟ ଅପେକ୍ଷା କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟକୁ ଅଧିକ ପ୍ରୋତ୍ସାହିତ କରାଯିବା ଦରକାର । ପୂର୍ବ ରିପୋର୍ଟରେ ଭାରତ ୧୩୦ତମ ସ୍ଥାନରେ ରହିଥିଲା । | <urn:uuid:a34acf15-9536-4e9a-b50a-4af623c22c8e> | CC-MAIN-2018-22 | http://odiaspotnews.in/news-details/17965 | 2018-05-27T11:41:07Z | s3://commoncrawl/crawl-data/CC-MAIN-2018-22/segments/1526794868248.78/warc/CC-MAIN-20180527111631-20180527131631-00314.warc.gz | ory | 1.000007 | Orya | 5 | {"ory_Orya_score": 1.0000066757202148} |
କନକ ବ୍ୟୁରୋ : ଭାରତ ବନ୍ଦ । ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ବନ୍ଦ ପାଳନ କରୁଛନ୍ତି । ୧୨ଟି ଦାବି ନେଇ ସଂଗଠନଗୁଡିକ ଏହି ବନ୍ଦ ଡାକରା ଦେଇଛନ୍ତି । ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, ସର୍ବନିମ୍ନ ମାସିକ ମଜୁରି ୧୮ ହଜାର ଟଙ୍କା ଘୋଷଣା କରିବା, ଠିକା ଶ୍ରମିକଙ୍କୁ ସ୍ଥାୟୀ କରିବା, ୬୦ବର୍ଷ ପରେ ସର୍ବନିମ୍ନ ୩ହଜାର ଟଙ୍କା ପେନସନ ପ୍ରଦାନ କରିବା ଆଦି ଦାବିରେ ବନ୍ଦ ପାଳନ କରାଯାଉଛି । ସଂଗଠନଗୁଡିକ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଶ୍ରମ ସଂସ୍କାର ନାଁରେ କେନ୍ଦ୍ର ସରକାର ଅନେକ ଶ୍ରମିକ ବିରୋଧୀ ଆଇନ ଆଣୁଛନ୍ତି ।
ଦୁଇଟି ବଜେଟରେ ମହିଳା, ଶିଶୁ ବିକାଶ ଓ ସାମାଜିକ ସୁରକ୍ଷା ଖର୍ଚ୍ଚ କାଟ କରାଯାଇଛି । ଏହି ବନ୍ଦ ଯୋଗୁ ବ୍ୟାଙ୍କିଙ୍ଗ ସେବା, ପବ୍ଲିକ୍ ଟ୍ରାନସପୋର୍ଟ ଓ ଟେଲିକମ ବିଭାଗ ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ବ୍ୟାଙ୍କିଙ୍ଗ ସେବା ସହ ଜଡିତ ୫ଟି ସଂଗଠନ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ତେଣୁ ବ୍ୟାଙ୍କିଙ୍ଗ ସେବା ଏକ ପ୍ରକାର ଠପ୍ ହୋଇଯିବାର ସମ୍ଭାବନା ରହିଛି । କେବଳ ଅଲ ଇଣ୍ଡିଆ ବ୍ୟାଙ୍କିଂ ଅଫିସର୍ସ କନଫଡେରେସନ ଏହି ଆନ୍ଦୋଳନରୁ ଓହରିଯାଇଛି । | <urn:uuid:8b037569-9005-4747-9948-584f1bf6682b> | CC-MAIN-2018-22 | http://kanaknews.com/bharat-bandh/ | 2018-05-22T08:24:33Z | s3://commoncrawl/crawl-data/CC-MAIN-2018-22/segments/1526794864648.30/warc/CC-MAIN-20180522073245-20180522093245-00007.warc.gz | ory | 0.999998 | Orya | 6 | {"ory_Orya_score": 0.9999978542327881} |
କେନ୍ଦୁଝର ତା ୨୫.୨ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରର କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍। ଜଣେ ଯାତ୍ରୀଙ୍କର ଅବସ୍ଥା ସଂଙ୍କଟାପନ୍ନ ଥିବା ବେଳେ ୧୩ ଜଣ ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସାଇବାବା ନାମକ ଏହି ବସଟି ରାତିରେ ଟାଟାରୁ ଭାୟା କେନ୍ଦୁଝର ହୋଇ ଅନୁଗୁଳ ଯାଉଥିବା ସମୟରେ ରାତି ପ୍ରାୟ ୩.୩୦ ମିନିଟ ସମୟରେ କାଞ୍ଜିପାଣି ଘାଟିରେ ଏକ ଟର୍ଣ୍ଣୀଙ୍ଗରେ ବସଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା। ଯାତ୍ରୀ ମାନେ ବହୁ କଷ୍ଟରେ ଘାଟିରୁ ରାସ୍ତା ଉପରକୁ ଉଠି ଆସିବା ପରେ ଗୁରୁତର ହୋଇଥିବା ୧୩ ଜଣ ଯାତ୍ରୀଙ୍କୁ ବହୁ…"ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ :୧୩ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି"
କେନ୍ଦୁଝର ୧୨-୧ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ବେଆଇନ ଟୋଲପ୍ଲାଜା ଉଚ୍ଛେଦ ଦାବିରେ ଆଜି ହଜାର ହଜାର ସଂଖ୍ୟାରେ ଲୋକ ୨୦ ନମ୍ବର ଜାତୀୟ ରାଜପଥ ର ସିଲିସୁଆଁ ଠାରେ ଜାତୀୟ ରାଜପଥ କରିଛନ୍ତି। ନିୟମ ଅନୁଯାୟୀ ୨ଟି ଟୋଲପ୍ଲାଜା ମଧରେ ଅନୁନ୍ୟ ୬୦ କି.ମି ବ୍ୟବଧାନ ଏବଂ ମୁନିସପାଲିଟି ଅଂଚଳରୁ ୧୦ କି.ମି ଦୁରରେ ସ୍ଥାପନ ହେବ। କିନ୍ତୁ କେନ୍ଦୁଝରରେ ଏହି ନିୟମ ଉଲ୍ଲଘଂନ କରାଯାଇ ଟୋଲପ୍ଲାଜା ସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏପରି ବେଆଇନ ଟୋଜପ୍ଲାଜା ଉଠାଇବା ଦାବିରେ ଆଜି ଶତାଧିକ ପୁରୁଷ ଓ ମହିଳା ରାଜରାସ୍ତା କୁ ଓହ୍ଲାଇଛନ୍ତି। ଟୋଲ ପ୍ଲାଜା ର ୧ କିମି ଅଞ୍ଚଳରେ…"ବେଆଇନ ଟୋଲପ୍ଲାଜା ଉଚ୍ଛେଦ ଦାବିରେ ହଜାର ହଜାର ଲୋକଙ୍କର ୪୮ ଘଣ୍ଟିଆ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ, ୧୪୪ ଧାରା ଜାରି" | <urn:uuid:6b8a4377-0bf5-43ab-8d7c-928ee1040af1> | CC-MAIN-2018-22 | http://odiapua.com/author/bibhuti/page/5/ | 2018-05-22T17:55:02Z | s3://commoncrawl/crawl-data/CC-MAIN-2018-22/segments/1526794864837.40/warc/CC-MAIN-20180522170703-20180522190703-00482.warc.gz | ory | 0.999757 | Orya | 1 | {"ory_Orya_score": 0.9997571110725403} |
ରୋମୀୟଙ୍କ ପ୍ରତି ପତ୍ର 15 Oriya Bible: Easy-to-Read Version (ERV-OR)
15 ଆମ୍ଭେ ଆମ୍ଭର ବିଶ୍ୱାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାଯ୍ୟ କରିବା ଉଚିତ୍ ଏବଂ ସେମାନଙ୍କର ଦୁର୍ବଳତାରୁ ସେମାନଙ୍କୁ ଉଦ୍ଧାର କରିବା। ଆମ୍ଭେ କେବଳ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ। 2 ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ସେମାନଙ୍କ ବିଶ୍ୱାସକୁ ବଳବାନ କରିବା ଓ ବଢ଼ାଇବା ଦୃଷ୍ଟିରୁ ଆମ୍ଭେ ସେମାନଙ୍କ ପାଇଁ କ'ଣ ଭଲ ତାହା ଭାବିବା ଉଚିତ୍। 3 ଖ୍ରୀଷ୍ଟ ମଧ୍ୟ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରି ନ ଥିଲେ। ତାହାଙ୍କ ବିଷୟରେ ଶାସ୍ତ୍ର କୁହେ: "ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସେମାନେ ମୋର ବି ଅପମାନ କରିଛନ୍ତି।" [a] 4 ଶାସ୍ତ୍ରରେ ଯେଉଁ କଥା ମାନ ଲେଖା ଅଛି, ସେଗୁଡ଼ିକ ଦ୍ୱାରା ଆମ୍ଭର ଧୈର୍ଯ୍ୟ ଓ ଶକ୍ତି ବଢ଼େ ଓ ଆମ୍ଭେ ଭରସା ଲାଭ କରୁ। 5 ଧୈର୍ଯ୍ୟ ଓ ଶକ୍ତି ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗରେ ମିଳିମିଶି ରୁହ। 6 ତା'ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ୱରଙ୍କୁ ମହିମା ପ୍ରଦାନ କରି ପାରିବ। 7 ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେମାନେ ପରସ୍ପରକୁ ଗ୍ରହଣ କର। 8 ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସେବକ ହେଲେ। 9 ଅଣଯିହୂଦୀ ଲୋକେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ କରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ୟ ସେ ଏହା କଲେ। ଶାସ୍ତ୍ର କୁହେ:
"ସେଥିପାଇଁ ମୁଁ ଅଣଯିହୂଦୀ ଲୋକଙ୍କ ଭିତରେ ତୁମ୍ଭକୁ ଧନ୍ୟବାଦ ଜଣାଇବି,
10 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,
"ତୁମ୍ଭେ ଅଣଯିହୂଦୀମାନେ, ପରମେଶ୍ୱରଙ୍କର ବଛା ହୋଇଥିବା ଲୋକଙ୍କ ସହିତ ପ୍ରସନ୍ନ ରହିବା ଉଚିତ୍।"
11 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,
"ତୁମ୍ଭେ ଅଣଯିହୂଦୀମାନେ ପ୍ରଭୁଙ୍କର ପ୍ରଶଂସା ଗାନ କର,
12 ଯିଶାଇୟ ମଧ୍ୟ କୁହନ୍ତି,
"ଯିଶୟ [b]ଙ୍କ ବଂଶରୁ ଜଣେ ପ୍ରକାଶିତ ହେବ।
13 ମୁଁ ସମସ୍ତ ଭରସାର ସ୍ରୋତ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା'ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ରଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ।
ପାଉଲ ନିଜ କାର୍ଯ୍ୟ ବିଷୟରେ କହୁଛନ୍ତି
14 ମୋ' ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ତୁମ୍ଭେମାନେ ଭଲ ଗୁଣରେ ପରିପୂର୍ଣ୍ଣ। ତୁମ୍ଭମାନଙ୍କର ପ୍ରଚୁର ଜ୍ଞାନ ଅଛି ଓ ତୁମ୍ଭେମାନେ ପରସ୍ପରକୁ ଶିକ୍ଷା ଦେଇ ପାରିବ। 15 କିନ୍ତୁ ପୁନର୍ବାର ମନେ ପକାଇବା ପାଇଁ ମୁଁ ଖୋଲାଖୋଲି ଭାବେ କେତେକ ବିଷୟରେ ଲେଖିଥିଲି। ପରମେଶ୍ୱରଙ୍କଠାରୁ ବିଶେଷ ଅନୁଗ୍ରହଦାନ ପାଇଥିବାରୁ, ମୁଁ ଏପରି କଲି। 16 ପରମେଶ୍ୱର ମୋତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସେବକ ହୋଇ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଯୁକ୍ତି କଲେ। ସେ ମୋତେ ସୁସମାଗ୍ଭର ଶିକ୍ଷା ଦେବାର କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି କଲେ। ଏପରି କରିବା ଉଦ୍ଦେଶ୍ୟ ହେଲା ଯେ, ଅଣଯିହୂଦୀମାନେ ଉତ୍ସର୍ଗଦାନ ସ୍ୱରୂପ ହେବେ ଯାହାକି ପରମେଶ୍ୱର ଗ୍ରହଣ କରିବେ। ଏହି ଦାନ ଲୋକମାନେ ପରମେଶ୍ୱରଙ୍କ ପାଇଁ ପବିତ୍ରଆତ୍ମା ଦ୍ୱାରା ପବିତ୍ର କରାଗଲା।
17 ମୁଁ ଗର୍ବ କରେ ଯେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ରହି ମୁଁ ପରମେଶ୍ୱରଙ୍କ ସେବା କରିଛି। 18 ମୁଁ ନିଜେ କରିଥିବା କାର୍ଯ୍ୟ ବିଷୟରେ କିଛି କହିବି ନାହିଁ। ମୁଁ କେବଳ ସେହି କଥା ଗୁଡ଼ିକ କହିବି, ଯାହା ଖ୍ରୀଷ୍ଟ ଯୀଶୁ ମୋ' ଦ୍ୱାରା କରିଛନ୍ତି ଯଦ୍ଦ୍ୱାରା ଅଣଯିହୂଦୀମାନେ ପରମେଶ୍ୱରଙ୍କ ବାଧ୍ୟ ହେବେ। ସେମାନେ ମୋ' କଥା ଓ କାର୍ଯ୍ୟ ପାଇଁ ପରମେଶ୍ୱରଙ୍କୁ ମାନିଛନ୍ତି। 19 ସେମାନେ ଆଶ୍ଚର୍ଯ୍ୟକର୍ମ ଓ ଅଦ୍ଦ୍ଭୂତ ଘଟଣା ମାଧ୍ୟମରେ ପବିତ୍ରଆତ୍ମାଙ୍କର ଶକ୍ତିରେ ପରମେଶ୍ୱରଙ୍କୁ ମାନିଛନ୍ତି। ମୁଁ ଯିରୁଶାଲମଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମୋର ସେହି କାର୍ଯ୍ୟ ସମାପ୍ତ କଲି। 20 ମୁଁ ସେହି ଜାଗାମାନଙ୍କରେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବାକୁ ଇଚ୍ଛା କରେ, ଯେଉଁଠାରେ ଖ୍ରୀଷ୍ଟଙ୍କର ନାମ ମଧ୍ୟ ଲୋକମାନେ ଶୁଣି ନାହାନ୍ତି। ଏପରି କରିବା ଉଲେଖ୍ୟ ଯେ, ଅନ୍ୟ ଲୋକ ଦ୍ୱାରା ଆରମ୍ଭ କରା ଯାଇଥିବା ମୂଳଦୁଆ ଉପରେ କାର୍ଯ୍ୟକୁ ଯେପରି ମୁଁ ଆଉଥରେ ନ କରେ। 21 କିନ୍ତୁ ଶାସ୍ତ୍ରରେ ଏହିପରି ଲେଖା ହୋଇଛି:
"ଯେଉଁ ଲୋକମାନଙ୍କୁ ତାହାଙ୍କ ବିଷୟରେ କୁହାଯାଇ ନାହିଁ, ସେମାନେ ତାହାଙ୍କୁ ଦେଖିବେ
ପାଉଲଙ୍କର ରୋମ ଯିବା ଯୋଜନା
22 ସେଥିପାଇଁ ଅନେକ ଥର ମୋତେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଅଟକାଇ ଦିଆଯାଇଛି।
23 ଏବେ ଏହି ଅଞ୍ଚଳରେ ମୁଁ ମୋର କାର୍ଯ୍ୟ ସମାପ୍ତ କରି ସାରିଛି। ବିଗତ ଅନେକ ବର୍ଷଧରି ମୁଁ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଇଚ୍ଛା କରୁଥିଲି। 24 ଅତଏବ ମୁଁ ଯେତେବେଳେ ସ୍ପେନକୁ ଯିବି, ସେତେବେଳେ ତୁମ୍ଭମାନଙ୍କୁ ଦେଖା କରିବି। ଆଶାକରେ ଯେ ସ୍ପେନକୁ ଯିବାବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ସେଠାରେ ରହିବି ଓ ଆନନ୍ଦ ଉପଭୋଗ କରିବି। ତୁମ୍ଭେମାନେ ମୋତେ ମୋର ଯାତ୍ରାରେ ମଧ୍ୟ ସାହାଯ୍ୟ କରି ପାରିବ।
25 ପରମେଶ୍ୱରଙ୍କ ଲୋକଙ୍କ ସେବାରେ ଏବେ ମୁଁ ଯିରୁଶାଲମ ଯାଉଛି। 26 ଯିରୁଶାଲମଠାରେ ଥିବା ପରମେଶ୍ୱରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସେମାନେ ସେମାନଙ୍କର ସହାୟ ହୋଇପାରିବେ। 27 ସେମାନେ ଖୁସୀରେ ଏହା କରିଛନ୍ତି। ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସେମାନଙ୍କର ଜାଗତିକ ଆଶୀର୍ବାଦକୁ ବ୍ୟବହାର କରିବା ଉଚିତ୍। 28 ଅତଏବ, ମୁଁ ଏହି ସେବାମୂଳକ କର୍ମ ଏକାଠି ଶେଷ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ଯିରୁଶାଲମର ଗରିବମାନଙ୍କୁ ଦେଲା ପରେ ତୁମ୍ଭମାନଙ୍କ ନଗର ବାଟ ଦେଇ ସ୍ପେନ ଯିବି।
ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ଓ ସେଠାରେ ରହିବି। 29 ମୁଁ ଜାଣେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତେବେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଆଶୀର୍ବାଦ ନେଇ ଆସିବି।
30 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁରୋଧ କରେ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ମୋ' ପାଇଁ ପ୍ରାର୍ଥନା କରିବା ଦ୍ୱାରା ମୋତେ ସାହାଯ୍ୟ କର। ତୁମ୍ଭେମାନେ ପ୍ରଭୁ ଯୀଶୁ ଓ ଆତ୍ମାର ପ୍ରେମ ଲାଭ କରୁଥିବା ଦୃଷ୍ଟିରୁ ଏପରି କର। 31 ପ୍ରାର୍ଥନା କର ଯେ, ମୁଁ ଯିହୂଦାଠାରେ ଅବିଶ୍ୱାସୀଲୋକମାନଙ୍କ କବଳରୁ ରକ୍ଷା ପାଇବି। ଏବଂ ଏଥିପାଇଁ ମଧ୍ୟ ପ୍ରାର୍ଥନା କରେ ଯେ, ଯିରୁଶାଲମଠାରେ ଯାହା ସାହାଯ୍ୟ ପହଞ୍ଚିବ ସେଥିରେ ପରମେଶ୍ୱରଙ୍କ ଲୋକେ ପ୍ରସନ୍ନ ହେବେ। 32 ତା'ପରେ ଯଦି ପରମେଶ୍ୱର ଇଚ୍ଛା କରନ୍ତି ତା'ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନେବି। 33 ଶାନ୍ତିଦାତା ପରମେଶ୍ୱର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ। ଆମେନ୍। | <urn:uuid:13d87861-efea-43f2-a6ef-a5eb6194c1c9> | CC-MAIN-2018-22 | https://www.biblegateway.com/passage/?search=%E0%AC%B0%E0%AD%8B%E0%AC%AE%E0%AD%80%E0%AD%9F%E0%AC%99%E0%AD%8D%E0%AC%95%20%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%20%E0%AC%AA%E0%AC%A4%E0%AD%8D%E0%AC%B0+15&version=ERV-OR | 2018-05-26T22:23:14Z | s3://commoncrawl/crawl-data/CC-MAIN-2018-22/segments/1526794867904.94/warc/CC-MAIN-20180526210057-20180526230057-00334.warc.gz | ory | 1.000006 | Orya | 13 | {"ory_Orya_score": 1.000005841255188} |
ହାଇଦ୍ରାବାଦ: ହାଇଦ୍ରାବଦର ଜଣେ ୨୪ ବର୍ଷିଅ ଛାତ୍ର ଜଣେ ୧୦ ବର୍ଷିଅ ଶିଶୁକୁ ୧୦ ଳକ୍ଷ ଟଙ୍କା ପାଇଁ ଅପହରଣ କରିଥିବା ଅଭିଯୋଗରେ ଉକ୍ତ ଯୁବକଙ୍କୁ ଶନିବାର ହାଇଦ୍ରାବାଦ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ବଲେ ସୋମାଶେଖର ରାଓ। ସେ ଜେ ଜେ ନଗରର ଛାତ୍ର।
ସୂଚନାଯୋଗ୍ୟ, ଷଷ୍ଠ ଶ୍ରେଣୀର ପଢୁଥିବା ଅପହୃତ ବାଳକ ମାଲାରେଡ୍ଡି ନଗରରୁ ନିଜ ଟିଉସନ୍ରୁ ନ ଫେରିବାରୁ ପିଲାଟିର ବାପା ସଂଧ୍ୟା ୭ଟାରେ ପୁଲିସ୍ରେ ଅଭିଯୋଗ କରିଥିଲେ। ତା'ପରେ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଅପହୃତ ବାଳକର ବାପା ଯଦି ୧୦ ଲକ୍ଷ ଟଙ୍କା ନ ଦିଅନ୍ତି ତେବେ ସେ ତାଙ୍କ ପୁଅକୁ ଫେରି ପାଇବେନି ବୋଲି ଅପହରଣକାରୀ ଧମକ ଦେଇଥଲା।
ପୁଲିସ୍ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସମର୍ଥ ହୋଇଛି। ପୁଲିସ୍ ହାତରେ ଧରାପଡ଼ିବା ପରେ ଅଭିଯୁକ୍ତ ଜଣକ ପୁଲିସ୍ ସମ୍ମୁଖରେ ନଜ ଦେଷ ସ୍ୱୀକାର କରିଛି। ସେ ସରସ୍ୱତୀ ନଗରଠାରୁ ପିଲାଟିକୁ ଅପହରଣ କରି ଏକ କାର୍( TS 08 EA 1602)ରେ ରଖିଥିଲେ। ଅଭିଯୁକ୍ତ ପିଲାଟିର ବାପାଙ୍କ ନମ୍ବର ପାଇଯିବା ପରେ ସେ ଫୋନ୍ କରି ଅର୍ଥ ଦାବି କରିଥିଲା। ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି ହେପାଜତରେ ରଖିଛି। ତାଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। | <urn:uuid:c6c1e809-991b-4c37-b585-8ad6b3e6365d> | CC-MAIN-2018-22 | http://sambad.in/crime/10-years-boy-kiddnaped-by-24-years-student-1718/ | 2018-05-24T00:04:24Z | s3://commoncrawl/crawl-data/CC-MAIN-2018-22/segments/1526794865863.76/warc/CC-MAIN-20180523235059-20180524015059-00511.warc.gz | ory | 0.999986 | Orya | 7 | {"ory_Orya_score": 0.9999858140945435} |
ଗଞ୍ଜାମ (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ପୁଣି ଥରେ ସମୂହ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୧୦ ହଜାର ଅଲିଭ ରିଡଲେ ସମୂହ ଅଣ୍ଡାଦାନରେ ସାମିଲ ହୋଇଛନ୍ତି। ଗତ ଫେବୃୟାରୀ ୨୦ ତାରଖରେ ପ୍ରାୟ ୪ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏହାର ୫୦ ଦିନ ପରେ ଲକ୍ଷାଧିକ କଇଁଛ ଛୁଆ ସମୁଦ୍ର ମୁହାଁ ହେଲେଣି। ତେବେ କଇଁଛ ଛୁଆଙ୍କ ସମୁଦ୍ର ମୁହାଁ ସମୟରେ ପୁଣି ଥରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ବନ ବିଭାଗର ଚିନ୍ତା ବଢାଇ ଦେଇଛି।
ସୂଚନା ଅନୁସାରେ ପୂର୍ବରୁ ୨୦୦୬ ଏବଂ ୨୦୧୨ ମସିହାରେ ଅଲିଭ ରିଡଲେ ଏଭଳି ସମୂହ ଅଣ୍ଡାଦାନ କରିଥିଲେ। ତେବେ ଘଟଣାର ୭ବର୍ଷ ପରେ ଏଭଳି ଅଣ୍ଡାଦାନକୁ ପରିବେଶବିତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପରୀକ୍ଷା କରାଯିବା ଆବଶ୍ୟକ ବୋଲି ଡିଏଫ୍ଓ କହିଛନ୍ତି। | <urn:uuid:15d4e536-f614-4a25-a187-590f48e10159> | CC-MAIN-2018-22 | http://odishareporter.in/odisha/nesting-of-olive-ridley-tutles-begins-228978 | 2018-05-23T11:14:20Z | s3://commoncrawl/crawl-data/CC-MAIN-2018-22/segments/1526794865595.47/warc/CC-MAIN-20180523102355-20180523122355-00581.warc.gz | ory | 0.999949 | Orya | 3 | {"ory_Orya_score": 0.9999493360519409} |
ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅର୍ନ୍ତଗତ କୁଇକୀଳା ଡବଲ୍ ମର୍ଡର ଓ କୁକୁରପେଟା ମାଉସୀପୁତୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝସକେତନ ସାହୁ କୋର୍ଟ ପରିସରରୁ ଚମ୍ପଟ ମାରିଛି। ବିଚାରାଧୀନ କଏଦୀ ଥିବା ଝସକେତନକୁ ଆଜି ଅନୁଗୋଳ ଜିଲ୍ଲା କୋର୍ଟକୁ ଅଣାଯାଇଥିଲା। ତେବେ ପରିସ୍ରା କରିବା ବାହାନାରେ କରି ଝସକେତନ କୋର୍ଟରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ମୃତକଙ୍କ ପରିବାର ଲୋକେ ଭୟଭୀତ ଅଛନ୍ତି। ପୋଲିସ ଝସକେତନକୁ ଧରିବାକୁ ଉଦ୍ୟମ କରୁଛି।
ଅନୁଗୋଳ ଏସ୍ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,"ଆଜି କୋର୍ଟ ପରିସରରୁ ହତ୍ୟା ଅଭିଯୁକ୍ତ ଝସକେତନ ଖସି ପଳାଇ ଯାଇଛି। ତେଣୁ ସାକ୍ଷୀମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଯଦି ଦରକାର ପଡେ ଅଧିକ ପୋଲିସ ସୁରକ୍ଷା ଦିଆଯିବ। ଝସକେତନକୁ ଧରିବାକୁ ୨ଟି ଟିମ୍ ଗଠନ କରାଯାଇଛି। ଅତିଶୀଘ୍ର ତାକୁ ଧରାଯିବ।"
ସୂଚନାଯୋଗ୍ୟ, କୁଶକିଳା ଗାଁର ଯୋଗେଶ୍ୱର ସାହୁ ଓ ହିରଣାକ୍ଷ୍ୟ ସାହୁ ନିଖୋଜ ପଛରେ ସେହି ଗାଁର ଝସକେତନର ହାତ ଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ଝସକେତନକୁ ଗିରଫ କରିବା ସହ ଗାଁ ସ୍କୁଲ ପଛପଟୁ ୧୫ରୁ ୧୬ ଫୁଟ୍ ମାଟିତଳୁ ଯୋଗେଶ୍ୱର ଓ ହିରଣାକ୍ଷ୍ୟଙ୍କ ମୃତଦେହ ଉଦ୍ଧାର କରିଥିଲା। ଝସକେତନକୁ ପଚରାଉଚରା ବେଳେ ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୁରପେଟା ଅଞ୍ଚଳରେ ଅବଳା ଗଡ଼ନାୟକ ନାମକ ଜଣେ ମହିଳା ଓ ତାଙ୍କ ପୁତୁରା କୁମୁଦ ସାହୁଙ୍କୁ ମଧ୍ୟ ସେ ହତ୍ୟା କରି ସମାନ ଢଙ୍ଗରେ ମାଟି ତଳେ ପୋତି ଦେଇଥିବା ସ୍ୱୀକାର କରିଥିଲା। ଫେବୃୟାରୀ ୧୫ ତାରିଖରେ ପୋଲିସ ଉକ୍ତ ସ୍କୁଲ ପରିସରରୁ ଅବଳା ଓ କୁମୁଦଙ୍କ କଙ୍କାଳ ଉଦ୍ଧାର କରିଥିଲା। | <urn:uuid:b767c638-f34d-4441-9612-f61020b228a4> | CC-MAIN-2018-22 | http://odishareporter.in/odisha/man-escapes-from-police-custody-237139 | 2018-05-25T03:19:41Z | s3://commoncrawl/crawl-data/CC-MAIN-2018-22/segments/1526794866938.68/warc/CC-MAIN-20180525024404-20180525044404-00584.warc.gz | ory | 0.999956 | Orya | 7 | {"ory_Orya_score": 0.9999556541442871} |
ଭୁବନେଶ୍ୱର: ଭାରତରତ୍ନ ଇନ୍ଦିରା ଗାନ୍ଧିଙ୍କର ପୁଣ୍ୟତିଥି ଅବସରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭୁବନେଶ୍ୱର ଆଇଜି ପାର୍କରୁ ବାହାରି ଥିବା ଇନ୍ଦିରା ଜ୍ୟୋତି ଯାତ୍ରାକୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଧନା ଦିଆଯାଇଥିଲା। ପିପିଲଠାରେ ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ନେତୃତ୍ୱରେ ଏକ ହଜାରରୁ ଊର୍ଧ୍ୱ କଂଗ୍ରେସ କର୍ମୀ ଇନ୍ଦିରା ଜ୍ୟୋତିକୁ ପାଛୋଟି ନେଇଥିଲେ। ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ସେଠାରେ ଆୟୋଜିତ ପଦଯାତ୍ରାରେ ଯୋଗ ଦେଇଥିଲେ।
ସେହିପରି ଇନ୍ଦିରା ଜ୍ୟୋତିକୁ ନିମାପଡ଼ା ନିର୍ବାଚନ ମଣ୍ଡଳୀର ହରିପୁର କଂଗ୍ରେସ ନେତା ବିଶ୍ୱରଂଜନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସ୍ୱାଗତ କରିଥିଲେ। ନିମାପଡ଼ାଠାରେ ଶ୍ରୀ ହରିଚନ୍ଦନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ନିଆଳି ନିର୍ବାଚନ ମଣ୍ଡଳୀରେ ଯୁବ ନେତା ଶଶିକାନ୍ତ ଲେଙ୍କାଙ୍କ ନେତୃତ୍ୱରେ ଏକ ହଜାରରୁ ଊର୍ଦ୍ଧ୍ୱ ମଟର ସାଇକେଲ୍ ର୍ୟାଲି ସହ ଜ୍ୟୋତିକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ନିଆଳି ବଜାରଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପିସିସି ସଭାପତି ଶ୍ରୀ ହରିଚନ୍ଦନ ଇନ୍ଦିରା ଗାନ୍ଧିଙ୍କର ଦେଶ ତଥା ଜାତି ପ୍ରତି ଥିବା ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା ବିକାଶ ପ୍ରତି ବିଶେଷକରି ଆଦିବାସୀ ଓ ଦଳିତଙ୍କ ଉତ୍ଥାନ ପାଇଁ ଶ୍ରୀମତୀ ଗାନ୍ଧିଙ୍କର ଯେଉଁ ଆନ୍ତିରିକତା ଥିଲା ତାହା ଅତୁଳନୀୟ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ। ପରେ ଇନ୍ଦିରା ଜ୍ୟୋତିକୁ କଟକର ପ୍ରେସ ଛକଠାରେ ସ୍ଥାନୀୟ କଂଗ୍ରେସ ନେତୃବୁନ୍ଦ ଓ କର୍ମୀମାନେ ସ୍ୱାଗତ କରିଥିଲେ। ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଇନ୍ଦିରା ଜ୍ୟୋତିକୁ ଚୌଦ୍ୱାର ପର୍ଯ୍ୟନ୍ତ ନିଆଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମରେ ପିସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ଜେନା, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେଉରା, ବାଙ୍କନିଧି ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଇନ୍ଦିରା ଜ୍ୟୋତିଯାତ୍ରା ସାରା ରାଜ୍ୟ ପରିକ୍ରମା କରିବାକୁ ଥିବାବେଳେ ଆଜି ରାତିରେ ଢେଙ୍କାନାଳରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି। | <urn:uuid:4a679d42-296d-43d1-ad2c-784f29f46d38> | CC-MAIN-2018-22 | http://sambad.in/metro/indra-jyoti-jatra-19352/ | 2018-05-26T04:02:20Z | s3://commoncrawl/crawl-data/CC-MAIN-2018-22/segments/1526794867309.73/warc/CC-MAIN-20180526033945-20180526053945-00264.warc.gz | ory | 0.999966 | Orya | 5 | {"ory_Orya_score": 0.9999661445617676} |
ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ସବୁ ରାଜନୀତି ଦଳର ନେତା ଜୋରସୋରରେ କରୁଛନ୍ତି ପ୍ରଚାର। ନିର୍ବାଚନୀ ରାଲିରେ କଂଗ୍ରସ ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି। ଏହି ସମୟରେ କଂଗ୍ରେସ ପାଇଁ କର୍ଣ୍ଣାଟକରେ ତୋଫାନୀ ନିର୍ବାଚନୀ ରାଲି କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ସମୃଦ୍ଧ ଭାରତ କନଫରେନ୍ସରେ ବେଙ୍ଗାଲୁରୁରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଆଲୋଚନା କରୁଥିବାବେଳେ ସାମ୍ବାଦିକ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଯଦି ଏକକ ସଂଖ୍ୟା ଗରିଷ୍ଠ ଦଳଭାବେ ଉଭା ହୁଏ ତେବେ ତେବେ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏବର୍ଷ ଦ୍ବିତୀୟ ଥର ପାଇଁ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛୁକ ବୋଲି ଦେଇଛନ୍ତି ଇସାରା। ଗତବର୍ଷ ସେପ୍ଟେମ୍ବରରେ ଆମେରିକାର ବର୍କିଲେ ବିଶ୍ବବିଦ୍ୟାଳୟରେ ଛାତ୍ରମାନଙ୍କ ସହିତ ଆଲୋଚନା କରୁଥିବାବେଳେ ରାହୁଲ ୨୦୧୯ରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ବୋଲି ଇସାରା ଦେଇଥିଲେ। ବିଜେପିକୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ରାହୁଲ କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପୁଣି ଥରେ କ୍ଷମତାକୁ ଆସିବନି । ଏପରିକି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିର୍ବାଚନମଣ୍ଡଳି ବାରଣାସୀ ହରାଇପାରନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧି। ସବୁ ବିରୋଧୀ ଦଳ ଏକଜୁଟ ହେଲେ ବିଜେପି ପୁଣି ଥରେ କ୍ଷମତା ଦଖଲ କରିବା ସମ୍ଭବ ହେବନି ବୋଲି କହିଛନ୍ତି ରାହୁଲ। ଏପରିକି ଉତ୍ତରପ୍ରଦେଶରେ ବିଜେପି ୫ଟିରୁ ଅଧିକ ଆସନରେ ବିଜୟୀ ହୋଇପାରିବନି ବୋଲି ରାହୁଲ ଗାନ୍ଧି କହିଛନ୍ତି। | <urn:uuid:604c860f-1ea9-47aa-bc5e-75f579870f87> | CC-MAIN-2018-22 | http://onakhabar.com/iwill-become-congress-prime-minister-candidate-in2019-election-rahul-gandhi/ | 2018-05-28T04:59:48Z | s3://commoncrawl/crawl-data/CC-MAIN-2018-22/segments/1526794871918.99/warc/CC-MAIN-20180528044215-20180528064215-00264.warc.gz | ory | 0.999966 | Orya | 9 | {"ory_Orya_score": 0.9999661445617676} |
ଭୁବନେଶ୍ୱର : ରାଜ୍ୟରେ ୧୦ଟି ଜିଲ୍ଲାରେ ବୁଲିବ ଚକ୍ଷୁ ମୋବାଇଲ ଭ୍ୟାନ୍। ଚକ୍ଷୁ ରୋଗକୁ ତୃଣମୂଳସ୍ତରରେ ଚିହ୍ନଟ କରିବା ପାଇଁ ଏହି ଭ୍ୟାନ୍ ବୁଲିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସାର୍ବଜନୀନ ଚକ୍ଷୁ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଲୋକମାନଙ୍କ ପାଇଁ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି।
ସୂଚନା ଅନୁଯାୟୀ, କୋରାପୁଟ, ରାୟଗଡ଼ା, କନ୍ଧମାଳ, ମାଲକାନାଗିରି ଓ ନବରଙ୍ଗପୁର ଭଳି ଜିଲ୍ଲାରେ ଏହି ମୋବାଇଲ ଭ୍ୟାନ୍ ବୁଲିବ। ଏଥିରେ ଜଣେ ଲେଖାଏଁ ଅପଟ୍ରୋମେଟ୍ରିକ୍ ଆସିଷ୍ଟାଣ୍ଟଙ୍କ ସମେତ ସମସ୍ତ ଡାକ୍ତରୀ ସରଞ୍ଜାମ ରହିବ। ସପ୍ତାହରେ ଥରେ ଏହି ଭ୍ୟାନ୍ ଜିଲ୍ଲାରେ ବୁଲିବା ସହିତ ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରାଯିବ। ଯେଉଁ ଜିଲ୍ଲାରେ ଏହି ମୋବାଇଲ ଭ୍ୟାନ୍ ବୁଲିବ ସେହି ଜିଲ୍ଲାରେ ଥିବା ଗୋଟିଏ ସିଏଚ୍ସି ଓ ଅନ୍ୟ ୨୦ଟି ଜିଲ୍ଲାରେ ଥିବା ୨ଟି ଲେଖାଏଁ ସିଏଚ୍ସିକୁ ଭିଜନ୍ ସେଣ୍ଟର୍ରେ ପରିଣତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଏହାସହ ରାଜ୍ୟରେ ପ୍ରଥମଥର ଲାଗି ଚକ୍ଷୁ ପରୀକ୍ଷା ବ୍ୟବସ୍ଥାକୁ ଡିଜିଟାଇଜେସନ୍ କରାଯିବ। ଚକ୍ଷୁ ପରୀକ୍ଷା କରୁଥିବା ପ୍ରତ୍ୟେକ ରୋଗୀଙ୍କୁ ଏକ ଚୁକ୍ଷସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ। ଏହି କାର୍ଡରେ ରୋଗୀଙ୍କ ସମସ୍ତ ତଥ୍ୟ ରହିବ। ଫଳରେ ପରବର୍ତୀ ସମୟରେ ଯଦି ସେହି ରୋଗୀ ଜଣକ ଜିଲ୍ଲା ବାହାରେ ଅନ୍ୟ କୌଣସି ସରକାରୀ ଡାକ୍ତରଖାନାରେ ନିଜର ଚିକିତ୍ସା କରନ୍ତି ତେବେ ସେଠାରେ ମଧ୍ୟ ରୋଗୀଙ୍କ ସମସ୍ତ ତଥ୍ୟ ଡାକ୍ତର ଜାଣିପାରିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ଏକ ସ୍ୱତନ୍ତ୍ର ସଫ୍ଟେଓ୍ଵୟାର ପ୍ରସ୍ତୁତ କରାଯିବ। ଏନ୍ଆଇସି ଜରିଆରେ ଏହା କାର୍ଯ୍ୟକାରୀ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୨କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ୍ରପ୍ ବା ଡାଏବେଟିକ୍ ରେଟିନୋପ୍ୟାଥି ଓଡ଼ିଶା ପ୍ରୋଜେକ୍ଟ୍ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ଜରିଆରେ ମଧ୍ୟ ଚକ୍ଷୁ ରୋଗୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ବ୍ୟବସ୍ଥା ହୋଇଛି। | <urn:uuid:94c95ca1-bd41-4978-b703-1c00908412e1> | CC-MAIN-2018-26 | http://sambad.in/state/vision-mobile-van-runs-in-odisha-soon-155791/ | 2018-06-21T08:19:36Z | s3://commoncrawl/crawl-data/CC-MAIN-2018-26/segments/1529267864110.40/warc/CC-MAIN-20180621075105-20180621095105-00592.warc.gz | ory | 0.999991 | Orya | 5 | {"ory_Orya_score": 0.9999914169311523} |
ପୁରୀ : ଶ୍ରୀମନ୍ଦିର ସଂପର୍କିତ ଏକ ମାମଲାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ପୁରୀ ଜିଲ୍ଲା ଜଜ୍ଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିି। ଏହି ପ୍ରସଙ୍ଗରେ ପୁରୀ ଜିଲ୍ଲା ଜଜ୍ ଶ୍ରୀମନ୍ଦିର ପ୍ରଶାସନକୁ ବିଭିନ୍ନ ପ୍ରସଙ୍ଗ ଉପରେ ଜବାବ ତଲବ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କି ପ୍ରକାର ପଦକ୍ଷେପ ନିଆଯାଇଛି, ଶ୍ରୀମନ୍ଦିରର ପରିମଳ ବ୍ୟବସ୍ଥା, ଶ୍ରୀମନ୍ଦିରରେ କେତୋଟି କ୍ଲୋଜ୍ ସର୍କିଟ୍ କ୍ୟାମେରା ଲାଗିଛି ଓ ଏହାର ସ୍ଥିତି କଣ ସେ ସଂପର୍କରେ ଜଣାଇବାକୁ କୁହାଯାଇଛି। ଏଥିସହିତ ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ପୂର୍ବରୁ କେତୋଟି କମିସନ୍ ଗଠନ କରାଯାଇଛି ସେ ସଂପର୍କରେ ମଧ୍ୟ ସୂଚନା ଦେବାକୁ ଜିଲ୍ଲା ଜଜ୍ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ଦଇତାଙ୍କ ବୈଠକ
ପୁରୀ : ଦାନଦକ୍ଷିଣା ଉପରେ ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଆଜି ଦଇତାମାନଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଦୋଳମଣ୍ଡପ ସାହି ରାଧାବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶୃଙ୍ଖଳିତ ରଥଯାତ୍ରା ଓ ରଥଯାତ୍ରାରେ ଦଇତାମାନଙ୍କ ଦାନଦକ୍ଷିଣା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସୁପ୍ରିମ୍କୋର୍ଟଙ୍କ ରାୟ ସହ ଦଇତାଙ୍କ ଦାନଦକ୍ଷିଣାର କୌଣସି ସଂପର୍କ ନଥିବାବେଳେ ଏହା ଉପରେ ଦଇତାମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଦଇତାମାନେ କହିଛନ୍ତି, ବର୍ଷକୁ ଥରେ ରଥଯାତ୍ରା ସମୟରେ ସେମାନଙ୍କ ସେବା ପଡ଼େ। ଏହି ସମୟରେ ଯାହା କିଛି ଦାନଦକ୍ଷିଣା ମିଳେ ସେଥିରେ ଆମେ ବର୍ଷେ ଚଳୁ। ଏହି ସମୟରେ ଦାନଦକ୍ଷିଣା ଉପରେ କୌଣସି କଟକଣା ଜାରି କରାଯିବା ଠିକ ନୁହେଁ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଦଇତାମାନେ କହିଛନ୍ତି। ଆଜିର ଏହି ବୈଠକରେ ଦେବପତି ମହାପାତ୍ର, ସଭାପତି ରାମକୃଷ୍ଣ ଦାସ ମହାପାତ୍ର, ପ୍ରେମାନନ୍ଦ ଦାସ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ଗଣେଶ ଦାସ ମହାପାତ୍ର, ଦୁର୍ଗାଦାସ, ଚନ୍ଦ୍ରଶେଖର, ବିନାୟକ ଦାସ ମହାପାତ୍ର, କାର୍ତ୍ତିକ ଦାସ ମହାପାତ୍ର, ରାଜା ସ୍ୱାଇଁ, ହଳଧର ଦାସ ମହାପାତ୍ରଙ୍କ ସମେତ ଯୁବ ଦଇତାପତିମାନେ ଉପସ୍ଥିତ ଥିଲେ। | <urn:uuid:2f3aa9da-be76-4576-88a8-fe31286ba3ca> | CC-MAIN-2018-26 | http://sambad.in/state/puri-jagannath-temple-dispute-2-159317/ | 2018-06-20T13:00:31Z | s3://commoncrawl/crawl-data/CC-MAIN-2018-26/segments/1529267863519.49/warc/CC-MAIN-20180620124346-20180620144346-00016.warc.gz | ory | 0.999989 | Orya | 5 | {"ory_Orya_score": 0.9999885559082031} |
ସାଧୁ ସୋରେନ୍ ଆଉ ଦାନମାଝି କିଏ ?
ମୁଁ ଠିକ୍ ସେ ଯାଣେନା , ସତ କହୁଛି
ଆଜିକାଲି ଟିଭି ନୁୟୁଜ୍ ଟିକେ କମ ଦେଖେ
ସେଇ ରାହୁଲ_ମୋଦି କଳି ,
ଚାଷି ଆତ୍ମହତ୍ୟା , ମୃତ୍ୟୁ ର ଅସନମ୍ମାନ
ଆଉ ଅଧିକ କଣ ଦେଖାଏ ଟେଲିଭିଜନ୍ !
ଏ ସବୁ ଅପେକ୍ଷା ମୋର ମନେ ପଡେ ବୋଉ
ଆଜି କହୁଥିଲା " ବୁଝିଲୁ ମୋତେ ଅଣଷଠି ହେଲାଣି "
ଟିକେ ଡରିଗଲି, କାହିଁକି କହିଲା ଏତକ ମୋ ବୋଉ ।
ଏ ବୟଷରେ ବି ସେ ସକାଳୁ ଉଠେ
ଯଦିଓ ମୁଁ ହସ୍ପିଟାଲରେ ଥିବାବେଳେ
ପଡିଯାଇ ତା ଅଣ୍ଟା ଦରଜ, ସେ ଆଜି ବି କଷ୍ଟ ପାଏ
ତାକୁ ଟିକେ ଡାକ୍ତର ଦେଖେଇ ପାରିନି !
ତାର ଡାଇବେଟିସ୍, ସକାଳୁ ଜଳଦି ଖାଇବା କଥା
ନନାଙ୍କ ଚା' ପାଇଁ ଅପେକ୍ଷା କରୁକରୁ ତା
ବ୍ରେକଫାଷ୍ଟ୍ ଟାଇମଟା ଲଞ୍ଚରେ ପହଞ୍ଚେ ।
କେତେଥର ଦିନକୁ ଫୋନକରେ
ମୋ ଖାଇବା ମୋ ଝିଅ କଥା ବୁଝେ
ପୁଅର ଦୁଷ୍ଟାମୀକୁ କାନେଇ ଥାଏ ।
ମୋର ମନେପଡେନ୍ତି ମୋ ସାନ ଭଉଣୀ ମାନେ
ଦି'ଜଣ ଦିଲ୍ଲୀରେ ରୁହନ୍ତି ଜଣେ ମୁମ୍ବାଇ
ଜଣେ ପୁନେ ଆଉ ଆମେରିକା
କିଛି ଏତେ ପାଖରେ ବି ନିଶ୍ବାସ ବାଜେ ।
ମୁଁ ଆଇନା ଦେଖିଲେ ସେମାନେ ମନେ ପଡନ୍ତି
କାହିଁକି ମୋ ପରି ଦିଶନ୍ତିକି ସେମାନେ ?
ହେଇଥିବ , ମୁଁ କି ଯାଣେ !
ଆଜିକାଲି ମୁଁ ଭାରି ଡରେ
କୋଉଠି ଗୋଟେ କିଛି ଅଳଟଣା ଘଟିଲେ
କିଏ ଏସିଡ୍ ଭିଙ୍ଗିଦେଲେ ବା ରେପ୍ ମଡର ହେଲେ ।
ମୁଁ ଡରିବିନି ତ ଆଉ କଣ କରିବି
ଏ କଷ୍ଟକୁ ନେଇ କବିତା ଲେଖିଲେ
ଲୋକ କୁହନ୍ତି " ଫେମିନିଷ୍ଟ "
ମୋ ଝିଅ ଆଜି ପଚାରୁଥିଲା
" ମମି ଫେମିନିଜିମ୍ ମାନେ କଣ" ?
ମୁଁ କହିବି କହିବି ହେଇ ଚୁପ୍ ରହିଲି
କଣ ତାକୁ କୁହନ୍ତି " ଝିଅଲୋ ତୋ ପାଇଁ
ମୋ ଭଉଣୀମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ଭୋଗେ
ତାକୁ କୁହାଯାଏ ଫେମିନିଜିମ୍ " ।
ଏତକ କହିଥିଲେ କଣ ସେ ବୁଝନ୍ତା କି ?
ଅନେକ କିଛି ବୁଝିବାର ବୟଷ ତାର ହେଇନି
ଯେମିତି ;
ମୁଁ ବୁଝି ପାରେନି ଫେମିନିଜିମ୍ ବା ଫେମିନିଷ୍ଟ ପରି ଶବ୍ଦ
ସାଧୁ ସୋରେନ୍ କି ଦାନ ମାଝି କିଏ ମୁଁ ଯାଣେନି
କାହିଁକି ନା ମୋ ବୋଉ ଆଉ ମୋ ନିଜ ଜଞ୍ଜାଳରୁ
ଆଡିଯାକେ ମୁଁ ବାହାରି ପାରିନି , କ୍ଷମା କରିବେ ।
ଫ୍ଲାଟ୍ ନଂ : ୨୦୬, କୁସୁମ୍ ବାଟିକା, ଶତାବ୍ଦୀ ନଗର, ୟୁନିଟ୍ - ୮ ବୟ୍ସ ହାଇସ୍କୁଲ ସମ୍ମୁଖ,
ଭୁବନେଶ୍ବର—୭୫୧୦୦୩, ଭ୍ରାମ୍ୟଭାଷ : ୯୮୬୧୪୮୦୯୯୯Go Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ [email protected] ରେ ସମ୍ପର୍କ କରନ୍ତୁ | <urn:uuid:a34576de-fac6-4962-83e4-69626e7a2f0d> | CC-MAIN-2018-26 | http://www.aahwaan.com/articles/article.php?id=26 | 2018-06-23T00:44:39Z | s3://commoncrawl/crawl-data/CC-MAIN-2018-26/segments/1529267864848.47/warc/CC-MAIN-20180623000334-20180623020334-00090.warc.gz | ory | 0.999926 | Orya | 25 | {"ory_Orya_score": 0.9999257326126099} |
ଦ୍ୱିତୀୟ ମନ୍ତ୍ରୀ ସଂଜୀବୀ କହିଲେ, 'ଶତ୍ରୁ ସହିତ ଯୁଦ୍ଧ ନକରି ସନ୍ଧି କରିବା ଉଚିତ୍ । କାରଣ ଶତ୍ରୁ ଆମଠାରୁ ବଳବାନ୍ । ବଳବାନ୍ ଶତ୍ରୁ ସହିତ ଯୁଦ୍ଧ କରିବା ଅର୍ଥ ପରାସ୍ତ ହେବା ହିଁ ସାର ହୁଏ । ତେଣୁ ଶତ୍ରୁ ସହିତ ସମ୍ମୁଖ ଯୁଦ୍ଧ ନକରି କୂଟନୀତି ଦ୍ୱାରା ବଳବାନ୍ ଶତ୍ରୁକୁ ପରାସ୍ତ କରାଯାଇପାରେ । ଯେପରି ସିଂହ ବଳଶାଳୀ ହୋଇଥିଲେ ମଧ୍ୟ ସାମାନ୍ୟ ଠେକୁଆର ବୁଦ୍ଧି ନିକଟରେ ପରାଜିତ ହୋଇ ଶେଷରେ ମୃତ୍ୟୁ ବରଣ କଲା' ।
ଏହାପରେ କୁଆରାଜା ମେଘବର୍ଣ୍ଣକୁ ତୃତୀୟ ମନ୍ତ୍ରୀ 'ଅନୁଜୀବି' କହିଲେ, 'ମହାରାଜ! ଆମ୍ଭମାନଙ୍କର ଶତ୍ରୁ ବଳବାନ୍ । ତେଣୁ ତା ସହିତ ଯୁଦ୍ଧ କିମ୍ବା ସନ୍ଧି ସ୍ଥାପନ କରିବା ଉଚିତ୍ ହେବ ନାହିଁ । ଏହି କ୍ଷେତ୍ରରେ ଆମକୁ ଦୁଇଟି ପନ୍ଥା ଅବଲମ୍ବନ କରିବାକୁ ପଡିବ । ଚାଲନ୍ତୁ ଆମେ ସମସ୍ତେ ଏହି ଜାଗା ଛାଡି ଅନ୍ୟତ୍ର ପଳାଇବା । ନଚେତ୍ ପ୍ରଥମେ ଆମ୍ଭେମାନେ ଜାଣିବା ଆବଶ୍ୟକ ଯେ, ଯୁଦ୍ଧରେ ଆମେ ବିଜୟୀ ହେବା କି, ନାହିଁ । ଏହି ସମ୍ବନ୍ଧରେ ଅବଗତ ନହୋଇ ଯଦି ଆମେ ଶତ୍ରୁକୁ ଆକ୍ରମଣ କରିବା ତା'ହେଲେ ପରାଜୟ ସୁନିଶ୍ଚିତ ।'
ଏହାପରେ ମେଘବର୍ଣ୍ଣ ଚତୁର୍ଥ ମନ୍ତ୍ରୀ 'ପ୍ରଜୀବୀ'ଙ୍କ ପରାମର୍ଶ ଲୋଡିଲେ । ପ୍ରଜୀବୀ ନିଜର ମତାମତ ଦେବାକୁ ଯାଇ କହିଲେ, 'ମହାରାଜ! ଆପଣ ନିଶ୍ଚିନ୍ତରେ ଏଠାରେ ବାସ କରନ୍ତୁ । ସମସ୍ତେ ଯଦି ଏକାଠି ହୋଇ ରହିବା, ଯେତେ ବଡ ଶତ୍ରୁ ହେଲେ ମଧ୍ୟ ସେ ପରାଜିତ ହୋଇପାରିବ । ଉଦାହରଣ ଦେବାକୁ ଯାଇ କହିଲେ, ପାଣି ମଧ୍ୟରେ କୁମ୍ଭୀରଟି ବିରାଟକାୟ ହାତୀକୁ ଟାଣି ନେଇପାରେ ମାତ୍ର ପାଣି ମଧ୍ୟରୁ ବାହାରି ଆସିଲେ ସାମାନ୍ୟ କୁକୁର ଦ୍ୱାରା ମଧ୍ୟ ସେ ପରାଜିତ ହୋଇଥାଏ । ତେଣୁ ଅନ୍ୟ କୌଣସି ସ୍ଥାନକୁ ନଯାଇ ଏହି ସ୍ଥାନରେ ରହି ଆପଣ ଶତ୍ରୁର ମୁକାବିଲା କରନ୍ତୁ । ଦେଖିବେ ଆମ୍ଭେମାନେ ନିଶ୍ଚୟ ବିଜୟୀ ହେବା' ।
ଏହାପରେ ରାଜା ମେଘବର୍ଣ୍ଣ ପଂଚମ ମନ୍ତ୍ରୀ ଚିରଂଜୀବିଙ୍କର ପରାମର୍ଶ ଲୋଡିଲେ । ଚିରଂଜୀବି କହିଲେ 'ନିଜେ ଏକାକୀ କୌଣସି ପଦକ୍ଷେପ ନେବା ଉଚିତ୍ ନୁହେଁ । ଅନ୍ୟଠାରୁ ସାହାଯ୍ୟ ଗ୍ରହଣ କରିବା ଆବଶ୍ୟକ । ପବନ ବହୁ ଥିବା ସ୍ଥାନରେ ଜଳନ୍ତା ନିଆଁ ଲିଭିଯାଇଥାଏ । ତେଣୁ ଆପଣ ଏ ସ୍ଥାନ ଛାଡି କଦାପି ଅନ୍ୟତ୍ର ଯାଆନ୍ତୁ ନାହିଁ । ଅନ୍ୟ ସ୍ଥାନରେ ଆପଣଙ୍କୁ କେହି ସାହାଯ୍ୟ କରିବେ ନାହିଁ । ଜ୍ୱଳନ୍ତ ଅଗ୍ନିଶିଖାକୁ ପବନ ସାହାଯ୍ୟ କରିଥାଏ କିନ୍ତୁ ଅନ୍ୟତ୍ର ଏକାକୀ ଜଳୁଥିବା ଦୀପଶିଖାକୁ ପବନ କଦାପି ସାହାଯ୍ୟ କରିନଥାଏ' ।
ମେଘବର୍ଣ୍ଣଙ୍କ ଦରବାରର ପାଂଚଜଣ ମନ୍ତ୍ରୀ ପାଂଚ ପ୍ରକାର ମତବ୍ୟକ୍ତ କଲେ । ପାଂଚଜଣଙ୍କ ମଧ୍ୟରୁ ରାଜା କାହାର ମତକୁ ଗ୍ରହଣ କରିବେ କିଛି ଠିକ୍ କରିପାରିଲେ ନାହିଁ । ବଡ ଦ୍ୱନ୍ଦ୍ୱରେ ପଡିଲେ । ଶେଷରେ ରାଜାଙ୍କ ମନକୁ ଏକ ଚିନ୍ତା ଆସିଲା । ନିଜ ପିତାଙ୍କ ସମୟରେ ସ୍ଥିରଜୀବି ନାମକ ଜଣେ ବୃଦ୍ଧ ମନ୍ତ୍ରୀ ଥିଲେ । ସେ ଥିଲେ ଅତ୍ୟନ୍ତ ବୁଦ୍ଧିମାନ୍ । ରାଜା ମେଘବର୍ଣ୍ଣ ତାଙ୍କରି ମତାମତ ଲୋଡିଲେ । ତାଙ୍କ ପାଖରେ ଯାଇ ପହଁଚି କହିଲେ, 'ମହାଶୟ! ମୋର ପ୍ରଣାମ ଗ୍ରହଣ କରନ୍ତୁ ।' ଏହା କହିସାରି ଏ ପର୍ଯ୍ୟନ୍ତ ଘଟିଥିବା ସମସ୍ତ ଘଟଣା ବର୍ଣ୍ଣନା କଲେ । ଏବଂ କେଉଁ ମତାମତକୁ ସେ ଗ୍ରହଣ କରିବେ ତାହା ତାଙ୍କୁ ସ୍ଥିରଜୀବି କହିଲାପରେ ସେ ତାହା ସାଦରେ ଗ୍ରହଣ କରିବେ ।
ସବୁ ଶୁଣି ସାରିବା ପରେ ସ୍ଥିରଜୀବି କହିଲେ, ଆପଣଙ୍କ ଦରବାରର ମନ୍ତ୍ରୀମାନେ ନୀତିଶାସ୍ତ୍ର ଅନୁଯାୟୀ ମତପ୍ରଦାନ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ବିପଦକୁ ଏଡାଇବା ପାଇଁ ତାହା ଆମର କୌଣସି କାର୍ଯ୍ୟରେ ଆସିବ ନାହିଁ । ଶତ୍ରୁକୁ ପରାଜିତ କରିବାକୁ ହେଲେ କୂଟ ନୈତିକ କୌଶଳ ଅବଲମ୍ବନ କରିବା ଆବଶ୍ୟକ । ପ୍ରଥମେ ଶତ୍ରୁ ସହିତ କପଟ ଭାବରେ ମିତ୍ରତା ସ୍ଥାପନ କରି ତା'ର ଦୁର୍ବଳତାକୁ ଅନୁସନ୍ଧାନ କରିବ । ଉଚିତ୍ ସମୟ ସୁଯୋଗ ଦେଖି ଶତ୍ରୁକୁ ଧ୍ୱଂସ କରିବ । | <urn:uuid:e8a0d74f-53f3-4081-8db5-22d8b5f99fb9> | CC-MAIN-2018-26 | http://odiagapa.com/%E0%AC%95%E0%AD%81%E0%AC%86-%E0%AC%8F%E0%AC%AC%E0%AC%82-%E0%AC%AA%E0%AD%87%E0%AC%9A%E0%AC%BE-%E0%AC%95%E0%AC%BE%E0%AC%B9%E0%AC%BE%E0%AC%A3%E0%AD%80/2/ | 2018-06-23T15:38:09Z | s3://commoncrawl/crawl-data/CC-MAIN-2018-26/segments/1529267865098.25/warc/CC-MAIN-20180623152108-20180623172108-00105.warc.gz | ory | 1.000008 | Orya | 4 | {"ory_Orya_score": 1.0000079870224} |
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲା ଚୋରି ଭାଇରସ୍ ଏବେ ସାରା ରାଜ୍ୟରେ ବ୍ୟାପିବାରେ ଲାଗିଛି। ଏହି ଭାଇରସ୍ ରାୟଗଡ଼ାରୁ କୋରାପୁଟ୍, ଗଞ୍ଜାମରୁ କଟକ ଦେଇ ବାଲେଶ୍ୱର ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି। ଏସ୍ପି ଓ ପୋଲିସ୍ ଡିଜିଙ୍କ ପରାମର୍ଶକୁ ଖାତିର କରୁନାହାନ୍ତି ଲୋକେ। ଯେଉଁଠି ଅଚିହ୍ନା ଲୋକଙ୍କୁ ଦେଖିଲେ ଗୋଡ଼ାଇଲେ। ଆଉ ଧରାପଡ଼ିଲେ ବାନ୍ଧି ନିର୍ଧୁମ ପିଟିଲେ। ଗତ କିଛି ଦିନ ଧରି ଏପରି ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କିନ୍ତୁ ଗତକାଲି ସବୁ ସୀମା ପାର୍ କରିଗଲେ ଲୋକେ। ପିଲା ଚୋର ସନ୍ଦେହରେ ମାଡ଼ ଖାଉଥିବା ୨ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଆଇଆଇସିଙ୍କୁ ମଧ୍ୟ ଛାଡ଼ିଲେ ନାହିଁ। ତାଙ୍କୁ ଉତ୍ତ୍ୟକ୍ତ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ପରିସ୍ଥିତି ଅସମ୍ଭାଳ ହେଉଥିବା ଦେଖି ଓଡ଼ିଶା ପୋଲିସ ଆଡ଼ଭାଇରାଜରି ଜାରି କରିଛି।
୧: ଆମ ସମାଜରେ କିଛି ଲୋକ ପିଲା ଚୋରି ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି। ବାସ୍ତବରେ ଏହା ଭିତ୍ତିହୀନ ଓ ମିଥ୍ୟା। ଓଡ଼ିଶାରେ ଏପର୍ଯ୍ୟନ୍ତ ସେମିତି କିଛି ଘଟଣା ଘଟିନାହିଁ।
୨: ପିଲା ଚୋରି ମିଥ୍ୟା ଖବରକୁ ହ୍ୱାଟ୍ସଆପ୍ କିମ୍ୱା ଫେସ୍ବୁକ୍ରେ ପଠାନ୍ତୁ ନାହିଁ। ଏପରି ଖବର ପଠାଇଲେ ମିଥ୍ୟା ଜନିତ ଅପରାଧରେ ଅଂଶିଦାର ହୁଅନ୍ତୁ ନାହିଁ। ଯାହାକି ଏକ ଦଣ୍ଡନୀୟ ଅପରାଧ ଅଟେ।
୩: ଆମ ପିଲାମାନେ ବାହାର ରାଜ୍ୟରେ ପାଠ ପଢ଼ୁଛନ୍ତି। ଏପରିକି ଲୋକମାନେ ବାହାର ରାଜ୍ୟରେ ଜୀବିକା ନିର୍ବାହ କରୁଛନ୍ତି। ସେହିପରି ଅନ୍ୟ ରାଜ୍ୟର ପିଲା ଓ ଲୋକମାନେ ଏଠାରେ ଅଛନ୍ତି। ଓଡ଼ିଆ ଭାଷା ଜାଣିନଥିବା ଲୋକଙ୍କୁ ସନ୍ଦିଗ୍ଧ ପିଲା ଚୋର ଭାବିବା ଠିକ୍ ନୁହଁ।
୪: ଚୋରମାନେ ଛୋଟ ପିଲାମାନଙ୍କୁ ଅପହରଣ କରି ସେମାନଙ୍କ ଯକୃତ, ହୃତପିଣ୍ଡ ଓ ଆଖି ଆଦି ତାଡି ନେଉଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଅସମ୍ଭବ। କାରଣ ଏସବୁ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଡାକ୍ତରଖାନାରେ ସତର୍କତାର ସହ ସଂରକ୍ଷଣ କରାଯାଇ ଉପଯୋଗି ହେବା ପାଇଁ ଚେଷ୍ଟା କରାଯାଇଥାଏ। ସାଧାରଣ ଭାବରେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଅଙ୍ଗ ଓ ପ୍ରତ୍ୟଙ୍ଗକୁ ଶାରୀରରୁ ଅଲଗା କଲେ ତାହା ବ୍ୟବହାର ଉପଯୋଗୀ ହୋଇପାରିବ ନାହିଁ।
୫: ଓଡ଼ିଆ ଭାଷା ଜାଣିନଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆପଣଙ୍କ ଅଞ୍ଚଳରେ ଦେଖିଲେ ନିକଟସ୍ଥା ଥାନା ବା ଏସ୍ପିଙ୍କ ଜଣାନ୍ତୁ।
୬: ସମସ୍ତ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ନିଜ ଅଞ୍ଚଳ ଗସ୍ତ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବେ। ଦରକାର ପଡ଼ିଲେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କୌଣସି ନିର୍ଦ୍ଦୋଷ ବ୍ୟକ୍ତିକୁ ଏଭଳି ଅକାରଣେ ହଇରାଣ ବା ଆକ୍ରମଣ କଲେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ।
୭: ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଥାନା ଏବଂ ଅଦାଲତର ପରିସରଭୁକ୍ତ। ଏଣୁ ଆପଣମାନେ ଆଇନ୍କୁ ହାତକୁ ନିଅନ୍ତୁ ନାହିଁ।
୧୬ ଜଣଙ୍କୁ ଗିରଫ କଲା ପୋଲିସ
ରାୟଗଡ଼ା ଜିଲ୍ଲା ପେରୁଗୁଡ଼ାରେ ପିଲାଚୋର ଅଭିଯୋଗରେ ୨ ଜଣଙ୍କୁ ମାଡ଼ ହୋଇଥିଲା। ଏପରିକି ସେମାନେ ଆସିଥିବା ବୋଲେରୋକୁ ଭଙ୍ଗା ରୁଜୁ କରିଥିଲେ। ଏନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଅମ୍ବାଦଳା ପୋଲିସ୍ ଆଜି ପେରୁଗୁଡ଼ା ଗାଁ ୧୬ ଜଣଙ୍କୁ ଗିରଫ କରିଛି। | <urn:uuid:51d5df0e-977a-4023-abd0-e0388e0241f3> | CC-MAIN-2018-26 | http://odishareporter.in/odisha/odisha-police-issue-advisery-240187 | 2018-06-21T17:43:20Z | s3://commoncrawl/crawl-data/CC-MAIN-2018-26/segments/1529267864256.26/warc/CC-MAIN-20180621172638-20180621192638-00481.warc.gz | ory | 0.999941 | Orya | 6 | {"ory_Orya_score": 0.9999411106109619} |
କନକ ବ୍ୟୁରୋ : ଡେରାରୁ ଫେରାର ହୋଇଯାଇଛନ୍ତି ବିପାସନା । ଡେରାର ତୃତୀୟ କ୍ଷମତାଶାଳୀ କର୍ମକର୍ତ୍ତା ଭାବେ ବିପାସନା ଜଣାଶୁଣା । ତେବେ ରାମରହିମ ଗିରଫ ହୋଇ ଜେଲରେ ରହିବା ତାଙ୍କ ଜଣକ ପରେ ଜଣେ ନିକଟତମ ଅନୁଗାମୀ ଡେରାରୁ ଫେରାର ହେଉଛନ୍ତି । ଗତ ଶୁକ୍ରବାରଠାରୁ ତାଙ୍କୁ ଆଉ ଡେରାରେ ଦେଖିବାକୁ ମିଳୁନାହିଁ। କେତେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ରାମରହିମଙ୍କ ପୁଅ ଯଶମିତଙ୍କୁ ଦେବାକୁ ରାଜସ୍ଥାନର ଗଙ୍ଗନଗରକୁ ଯାଇ ସେ ଆଉ ମୁଖ୍ୟ କାର୍ଯ୍ୟାଳୟକୁ ଫେରିନାହାନ୍ତି। ଗୁରମିତ ରାମରହିମ ଓ ହନିପ୍ରୀତଙ୍କ ପରେ ସେ ତୃତୀୟ ସର୍ବାଧିକ କ୍ଷମତାସମ୍ପନ୍ନ ଥିଲେ। ଅପରପକ୍ଷରେ ଡେରା ସମ୍ପ୍ରଦାୟର କେୟାରଟେକର ଭାବେ ଦାୟିତ୍ୱ ତୁଲାଇବାକୁ ରାମରହିମ ତାଙ୍କ ପୁଅ ଯଶମିତଙ୍କୁ ନିର୍ଦ୍ଦେଶ ଦେଇଥିବା ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି।
ରାମରହିମ ଜେଲ୍କୁ ଯିବାପରେ ତାଙ୍କର ପୋଷ୍ୟକନ୍ୟା ତଥା ପ୍ରମୁଖ ସହଯୋଗୀ ହନିପ୍ରୀତ ଫେରାର ରହିଛନ୍ତି। ଜେଲଦଣ୍ଡ ପରେ ହିଂସା ସୃଷ୍ଟିକରି ରାମରହିମଙ୍କୁ ଫେରାର କରାଇବାକୁ ସେ ଷଡ଼ଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଗିରଫଦାରି ଏଡ଼ାଇବାକୁ ସେ ନେପାଳ ପଳାଇଥିବା ସନ୍ଦେହ କରାଯାଉଛି। ରାମରହିମଙ୍କ ଅନ୍ୟତମ ଶକ୍ତିଶାଳୀ ସହଯୋଗୀ ଆଦିତ୍ୟ ଇନସାନ ମଧ୍ୟ ଫେରାର ରହିଛନ୍ତି। ଏବେ ବିପାସନା ଫେରାର ହୋଇଛନ୍ତି। ରାମରହିମଙ୍କ ବ୍ୟଭିଚାର ସମ୍ପର୍କରେ ବିଭିନ୍ନ ତଥ୍ୟ ପାଇବାକୁ ଓ ହନିପ୍ରୀତ, ଆଦିତ୍ୟ ଇନସାନଙ୍କ ଫେରାର ନେଇ ତାଙ୍କୁ ପୁଲିସ ଜେରା କରିପାରେ, ଏପରିକି ସେ ଗିରଫ ମଧ୍ୟ ହୋଇପାରନ୍ତି ବୋଲି ବରାବର ଆଶଙ୍କା କରୁଥିବା ଡେରା ଅନ୍ତେବାସୀମାନେ କହିଛନ୍ତି। ଗତ ଶୁକ୍ରବାରରୁ ତାଙ୍କର ପତ୍ତା ନଥିବାବେଳେ ମୋବାଇଲ ଫୋନ୍ ମଧ୍ୟ ସ୍ୱିଚ ଅଫ୍ ରହିଛି।
ରାମରହିମଙ୍କ ମା' ନସିବ କୌର ଗତ ଗୁରୁବାର ସୁନାରିଆ ଜେଲ୍ରେ ପୁଅକୁ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରାମରହିମ ତାଙ୍କ ଅନୁପସ୍ଥିତିରେ ପୁଅ ଯଶମିତ ସଂପ୍ରଦାୟର କେୟାରଟେକର ଭାବେ ଦାୟିତ୍ୱ ନିର୍ବାହ କରିବ ବୋଲି ମା'ଙ୍କୁ କହିଥିବା ଡେରା ସୂତ୍ରରୁ ପ୍ରକାଶ। ଯଶମିତ ବ୍ୟତୀତ ଦ୍ୱିତୀୟ କେୟାରଟେକର ଭାବେ ଗୁରଦାସ ସିଂହ ସଲଓ୍ଵାରାଙ୍କ ନାମ ରାମରହିମ ଉଲ୍ଲେଖ କରିଥିଲେ। ଗୁରଦାସ ସିଂହ ହରିଆଣାର ଡେପୁଟି ଆଡଭୋକେଟ ଜେନେରାଲ ଥିଲେ। ସେ ରାମରହିମଙ୍କ ସମ୍ପର୍କୀୟ। ଗତ ଅଗଷ୍ଟ୨୫ରେ ରାମରହିମ ଜେଲ୍କୁ ଯିବାବେଳେ ଗୁରଦାସ ତାଙ୍କ ବ୍ୟାଗକୁ ଧରିଥିବାରୁ ତାଙ୍କୁ ରାଜ୍ୟ ସରକାର ପଦରୁ ବହିଷ୍କାର କରିଥିଲେ।
ରାମରହିମଙ୍କ ଜେଲଦଣ୍ଡ ଆଦେଶ ପରେ ପଞ୍ଚକୁଲାରେ ଦଙ୍ଗା ହାଙ୍ଗମା ଘଟାଇଥିବା ଅଭିଯୋଗରେ ପୁଲିସ ଆଜି ପ୍ରକାଶ ଇନସାନଙ୍କ ସମେତ ୩ଜଣଙ୍କୁ ଗିରଫ କରିଛନ୍ତି। ପ୍ରକାଶ ଫେରାର ରହିଥିବା ଆଦିତ୍ୟଙ୍କ ସମ୍ପର୍କୀୟ। ତାଙ୍କୁ ପଞ୍ଜାବର ମୋହାଲିରୁ ଗିରଫ କରାଯାଇଛି। ତାଙ୍କଛଡ଼ା ପ୍ରଦୀପ ଗୋୟଲଙ୍କୁ ରାଜସ୍ଥାନର ଉଦୟପୁର ଓ ବିଜୟ ନାମକ ଜଣେ ବ୍ୟକ୍ତିଙ୍କୁ ପଞ୍ଚକୁଲାରୁ ପୁଲିସ ଗିରଫ କରି ପଚରାଉଚୁରା କରୁଛି। ପୂର୍ବରୁ ପୁଲିସ ଡେରାର ୫ ଅନୁଗାମୀଙ୍କୁ ଗିରଫ କରିଥିଲା। | <urn:uuid:0c4f6bc1-3bd7-4388-bea1-1173308d5ff6> | CC-MAIN-2018-26 | http://kanaknews.com/after-honeypreet-vipassana-abscond-from-dera/ | 2018-06-18T03:22:09Z | s3://commoncrawl/crawl-data/CC-MAIN-2018-26/segments/1529267860041.64/warc/CC-MAIN-20180618031628-20180618051628-00511.warc.gz | ory | 0.999934 | Orya | 7 | {"ory_Orya_score": 0.9999336004257202} |
କୋରାପୁଟ;ତା୦୧-୦୧-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସେମିଲିଗୁଡା ଥାନା ସୁବାଇ ସାପ୍ତାହୀକି ହାଟରେ ଏକ ବୋଲେର ଜିପ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସେମିଲିଗୁଡା ରେଲି ସାହିର ବି.ନିରାମଙ୍କ ପତ୍ନୀ ବି.ରୁକ୍ମଣୀ(୩୦) ବୋଲି ଜଣା ପଡିଛି। ରୁକ୍ମଣୀ ସୁବାଇ ହାଟରେ ରାସ୍ତା କଡରେ ବସି କଦଳୀ ବିକୁଥିବାବେଳେ ନନ୍ଦପୁରରୁ ସେମିଲିଗୁଡା ଆସୁଥିବା ଏକ ମେକ୍ସ ପିକଅପ୍ ଭ୍ୟାନ ରାସ୍ତା କଡରେ ବସିଥିବା କେତେକ ଉଠା ଦୋକାନୀଙ୍କୁ ଧକ୍କା ଦେଇଥିଲା। ଆହତ ଚାରିଜଣଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିବାବେଳେ ବାଟରେ ରୁକ୍ମଣୀଙ୍କ ମୃତ୍ୟୁ ହୋଇଥିଲା। ମୃତ ରୁକ୍ମଣୀଙ୍କ ସମ୍ପର୍କୀୟମାନେ ସେମିଲିଗୁଡା ନିକଟସ୍ଥ ବିଲେଇଗୁଡା ଗ୍ରାମରେ ଥିବା ଗାଡି ମାଲକଙ୍କ ଘରକୁ ଯାଇ କ୍ଷତି ପୂରଣ ଦେବା ଲାଗି ଦାବି କରିବା ସହ ମାଲିକଙ୍କ ଘର ସମ୍ମୁଖରେ ରାସ୍ତା ରୋକ କରିଥିଲେ। ସୂଚନା ପାଇଁ ସେମିଲିଗୁଡା ପୋଲିସ ସେଠାରେ ପହଞ୍ଚି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ଓ ଗାଡି ମାଲିକଙ୍କ ଠାରୁ କ୍ଷତି ପୂରଣ ଆଦାୟ କରି ଦେବାକୁ ପ୍ରତିଶୃତି ପରେ ପରିସ୍ଥିତି ଶାନ୍ତ ପଡିଥିଲା। | <urn:uuid:5d478784-2c64-4491-b05d-3ae2397f1e40> | CC-MAIN-2018-26 | http://odiapua.com/%E0%AC%AD%E0%AD%8D%E0%AD%9F%E0%AC%BE%E0%AC%A8%E0%AD%8D-%E0%AC%A7%E0%AC%95%E0%AD%8D%E0%AC%95%E0%AC%BE%E0%AC%B0%E0%AD%87-%E0%AC%AE%E0%AC%B9%E0%AC%BF%E0%AC%B3%E0%AC%BE-%E0%AC%AE%E0%AD%83%E0%AC%A4/ | 2018-06-22T05:50:01Z | s3://commoncrawl/crawl-data/CC-MAIN-2018-26/segments/1529267864354.27/warc/CC-MAIN-20180622045658-20180622065658-00511.warc.gz | ory | 0.999931 | Orya | 7 | {"ory_Orya_score": 0.9999308586120605} |
ବାଲେଶ୍ୱର, କଟକ, ଭଦ୍ରକ, ସମେତ ଏହି ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଧବାର ସୂଚନା ଦେଇଛି। ତେଣୁ ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଆଦି ଜିଲ୍ଲାରେରେ ଘଡଘଡି ସହ ବର୍ଷା ହୋଇପାରେ। ବିଜୁଳି ମାରୁଥିବା ସମୟରେ ଘର ବାହାରିବା ପାଇଁ କିମ୍ବା ବାହାରେ ଥିବା ସମୟରେ ଗଛ ମୂଳରେ ଛିଡା ହେବାର ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି। ସେହିପରି ଆଗାମୀ ୨୪ଘଣ୍ଟା ମଧ୍ୟରେ ବାଲେଶ୍ୱର, କଟକ, ଭଦ୍ରକ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଗତକାଲି ତାଳଚେର ଓ ଭବାନୀପଟଣାରେ ସର୍ବାଧିକ ତାପମାତ୍ରା ୩୫.୨ଡିଗ୍ରୀ ଥିବା ବେଳେ ହୀରାକୁଦରେ ସର୍ବନମ୍ନ ୧୬.୮ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ଗତକାଲି ବାଲେଶ୍ୱର,କଟକ, ଜଗତସିଂହପୁର,ବରଗଡ଼, ଦେଓଗଡ଼,ଭଦ୍ରକ,ଗଜତସିଂହପୁର,ମୟୁରଭଞ୍ଜ, ବରଗଡ଼, କେନ୍ଦ୍ରାପଡ଼ା, ସୋନପୁର ଓ ବଲାଙ୍ଗୀର ଆଦି ସ୍ଥାନରେ ବର୍ଷା ହୋଇଥିଲା। | <urn:uuid:40c7de3c-b3d7-4041-9721-38eb1e51cfb6> | CC-MAIN-2018-26 | http://sambad.in/state/thunderstorm-with-lightning-gusty-surface-wind-likely-to-occur-at-one-or-two-places-158287/ | 2018-06-18T07:40:26Z | s3://commoncrawl/crawl-data/CC-MAIN-2018-26/segments/1529267860089.13/warc/CC-MAIN-20180618070542-20180618090542-00532.warc.gz | ory | 0.999717 | Orya | 6 | {"ory_Orya_score": 0.9997168183326721} |
ଶଙ୍କରପୁରର ବିଠଲ ସହିତ ପଡୋଶୀ ଗ୍ରାମର ସାବିତ୍ରୀର ବିବାହ ସମ୍ପନ୍ନ ହେଲା । ସାବିତ୍ରୀର ବାପ, ମା, ଜେଜେବାପା, ଜେଜେମା, ଦାଦା, ଖୁଡୀ ସମସ୍ତେ ଏକାଠି ରହୁଥିଲେ । ସାବିତ୍ରୀ ସେହି ବିରାଟ ପରିବାରରେ ଗୋଟିଏ ବୋଲି ଝିଅ । ତେଣୁ ଅତି ଗେହ୍ଲାରେ ସେ ବଢିଥାଏ । ତା' ମା' ତାକୁ ପିଲାଟିଦିନରୁ ପେଟ ଭରି ଖୁଆଏ । ସେହି ଅଭ୍ୟାସ ତା'ର ଥାଏ ।
ବିବାହ ପୂର୍ବରୁ ବିଠଲ ନିଜେ ଖାଦ୍ୟ ତିଆରି କରୁଥାଏ; କାରଣ ତା' ଘରେ ତା'ର ନିଜର ବୋଲି ଆଉ କେହି ବି ନଥାଏ । ସାବିତ୍ରୀ ତା' ଘରକୁ ବୋହୁ ହୋଇ ଆସିବା ପରେ ବିଠଲ, ତାକୁ ରୋଷେଇ ଘର ଦେଖାଇ କହିଲା, "ଦେଖ, ଏଇ ଗିନାରେ ଗିନାଏ ଚାଉଳ ହେଲେ ମୋ ପେଟ ଭରେ । ତେଶୁ ଏଣିକି ତମେ ଦୁଇଗିନା ଚାଉଳ ରାନ୍ଧିବ ।" ସାବିତ୍ରୀ ତା'ସ୍ୱାମୀର ସବୁ କଥା ଶୁଣି ଚୁପ୍ ରହିଲା । ଭାବିଲା, "ଏଥିରେ ତ ମୋର ପେଟ କସ୍ମିନ୍ କାଳେ ବି ଭରିବ ନାହିଁ । ଯଦି ସେ କିଛି କୁହେ ହୁଏତ ତା' ସ୍ୱାମୀ ରାଗିବେ, ହୁଏତ ସେ କଞ୍ଜୁସ୍ ହୋଇଥିବେ । ତେଣୁ ମୋର ଯାହା କିଛି କରିବାର କଥା ମୁଁ ତାହା ଗୋପନରେ କରିବି ।"
ସପ୍ତାହକ ପରେ । ଅଧା ପେଟ ପୁରା ହୋଇଥିବା ଯୋଗୁଁ ତାକୁ ଆଉ ନିଦ ମଧ୍ୟ ଠିକ୍ସେ ହେଉ ନାହିଁ । ଅଷ୍ଟମ ଦିନ ସେ ଦେଖିଲା ଯେତେବେଳେ ବିଠଲ ଗାଢ ନିଦରେ ଶୋଇଛି, ଠିକ୍ ସେତେବେଳେ ସେ ଚୁପ୍ ଚାପ୍ ରୋଷେଇ ଘରକୁ ଯାଇ କ୍ଷିରୀ ତିଆରି କରି ପେଟ ଭରି ତାକୁ ଖାଇଲା । ସେହି ଦିନଠାରୁ ପ୍ରତିଦିନ ରାତିରେ ସେ ରୋଷେଇ ଘରେ ପଶି କିଛି ଖାଦ୍ୟ ବନାଇ ଖାଇନିଏ ।
ଦିନେ ରାତିରେ ସେ କ୍ଷିରୀ ବନାଇ କଦଳୀ ପତ୍ରରେ ତାକୁ ଢାଳି ଥଣ୍ଡା କଲା । ଅଳ୍ପ ସମୟ ପାଇଁ ଅନ୍ୟ ଘରକୁ ଯାଇ ସେଠାରୁ ଫେରି ଆସି ସେ ଦେଖେ ତ ଜଣେ ଅଚିହ୍ନା ଲୋକ ସେଠାରେ ଆସି ଠିଆ ହୋଇଛି । ଏସବୁ ଦେଖି ସେ ସାବିତ୍ରୀ ହଠାତ୍ ଚିତ୍କାର କରିବାକୁ ଯାଉଥିଲା, ମାତ୍ର ସେ ଲୋକଟି କହିଲା, "ମୋଟେ ଚିତ୍କାର କରନାହିଁ । କଲେ ତୁମ ଗଳା ମୁଁ ଚିପି ଦେବି । ମୁଁ ଜଣେ ଭୟଙ୍କର ଚୋର । କେଉଁଠି କ'ଣ ଅଛି ଶୀଘ୍ର ମୋତେ ତାହା ଦେଇ ଦିଅ ।"
ଏମାନଙ୍କ କଥାବାର୍ତ୍ତା ଯୋଗୁଁ ବିଠଲର ନିଦ ଭାଙ୍ଗିଲା । ସେ ଶୋଇବା ଘରେ ଥାଇ ପଚାରିଲା, "ସାବିତ୍ରୀ, କଥା କ'ଣ? ଏ ସମୟରେ ତୁମେ ପୁଣି କାହା ସହିତ କଥା ହେଉଛ? କ'ଣ ଅନ୍ୟ କେହି କଥା କହିବାର ଶୁଭୁଛି ।"
ସାବିତ୍ରୀ ଭାବିଲା ଯେ ତା'ର ଲୁଚିକରି ଖାଇବାଟା ତ ଏଥର ନିଶ୍ଚୟ ଧରା ପଡିବ । ତେଣୁ ଚୋରକୁ ଧୀରେ ଧୀରେ ସାବିତ୍ରୀ କହିଲା, "ବୋଧେ ମୋ ସ୍ୱାମୀ ଏଠାକୁ ଆସୁଛନ୍ତି, ସେ ତୁମକୁ ଚୋର ବୋଲି ଜାଣିଲେ ସିଧା ମାରିପକାଇବେ । ତେଣୁ ତୁମେ ଚଟାପଟ ଏହି କ୍ଷିରୀ ପତ୍ର ପାଖରେ ବସିଯାଅ ଆଉ ଏହାକୁ ଖାଅ ।"
ତା'ପରେ ସେ ଚୋର ଜଣକ କିଂକର୍ତ୍ତବ୍ୟବିମୁଢ ହୋଇ ଚଟାପଟ ବସିପଡି ସେତକ କ୍ଷିରୀ ଖାଇବାକୁ ଆରମ୍ଭ କଲା । ବିଠଲ ଘର ଭିତରକୁ ଆସିବା ମାତ୍ରେ, ସାବିତ୍ରୀ ତାଙ୍କୁ କହିଲା, "ଇଏ ହେଲେ ମୋର ନିକଟ ସମ୍ପର୍କରେ ଜଣେ ଭାଇ । କୌଣସି ଏକ କାମ ପାଇଁ ସେ ସହର ଯାଉଥିଲା, ଏଠାରେ ସେ ଅଟକି ଗଲା ।" | <urn:uuid:2785a027-92dd-4254-b820-19f15813b324> | CC-MAIN-2018-26 | http://odiagapa.com/%E0%AC%9A%E0%AD%8B%E0%AC%B0-%E0%AC%85%E0%AC%A4%E0%AC%BF%E0%AC%A5%E0%AC%BF/ | 2018-06-19T21:57:48Z | s3://commoncrawl/crawl-data/CC-MAIN-2018-26/segments/1529267863206.9/warc/CC-MAIN-20180619212507-20180619232507-00264.warc.gz | ory | 1.000002 | Orya | 7 | {"ory_Orya_score": 1.0000016689300537} |
କନକ ବ୍ୟୁରୋ : ଏ ରାଜ୍ୟ ସରକାର କିଭଳି ନିଜର ଅଧିନସ୍ତ କର୍ମଚାରୀ ମାନଙ୍କ ଉପରେ ଦାଉ ସାଧୁଛନ୍ତି ତାହାର ଅସଲ ଚେହେରା ବର୍ତମାନ ସାମ୍ନାକୁ ଆସିଛି । ୫ ମିନିଟ ସ୍କୁଲକୁ ବିଳମ୍ବରେ ପହଚିଂବା ରୁ ୬ ବର୍ଷ ହେଲାଣି ଶିକ୍ଷୟତ୍ରୀଙ୍କୁ ମିଳୁନି ଦରମା । କେବଳ ଏତିକି ନୁହେଁ ବରିଷ୍ଠ ଅଧିକାରୀଙ୍କ ଠାରୁ ନିନ୍ଦନୀୟ ଭାଷା ଶୁଣି ମାନସିକ ଭାବେ ମଧ୍ୟ ଅସହାୟ ହୋଇପଡିଛନ୍ତି ଶିକ୍ଷୟତ୍ରୀ ଜଣଙ୍କ । କେବଳ କାରଣ ଦର୍ଶାଅ ନୋଟିସ ଜାରି କରି ଏହିଭଳି ଶୋଷଣ କରାଯାଉଛି । ଏହି ୬ ବର୍ଷ ମଧ୍ୟରେ ପ୍ରୋମୋସନ ମଧ୍ୟ ପାଇଛନ୍ତି ହେଲେ ଦରମା ମିଳୁନାହିଁ ।
ସୁନ୍ଦରଗଡ ଜିଲ୍ଲା ସରଡେଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରୀତିପ୍ରଭା ପଟେଲ । ବିନା ଦରମାରେ ୬ ବର୍ଷ ହେବ ଶିକ୍ଷୟିତ୍ରୀ ଜଣକ ଜାରି ରଖିଛନ୍ତି ନିଜର ଶିକ୍ଷାଦାନ । ଭୁଲ ଥିଲା ଏତିକି । ୫ ମିନିଟ ବିଳମ୍ବରେ ପହଚିଂଥିଲେ ସ୍କୁଲ । ଆଉ ସେଦିନ ସ୍କୁଲ ପରିଦର୍ଶନରେ ଆସିଥିଲେ ତତ୍କାଳୀନ ଶିକ୍ଷା ସଚିବ ତଥା କମିଶନର ଅପରାଜିତା ଷଡ଼ଙ୍ଗୀ । ଖଣି ଅଂଚଳ ଯୋଗୁଁ ଜାମ୍ ରେ ଫସିଯାଇଥିବା ଶିକ୍ଷୟିତ୍ରୀ ନିଜର ଅସୁବିଧା ଜଣାଇବା ସହ ଗୁହାରୀ କରିଥିଲେ । କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ । ବିନା ନୋଟିସରେ ତାଙ୍କର ଦରମା ବନ୍ଦ କରିଦିଆଗଲା । ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାଶିକ୍ଷା ଅଧିକାରୀ, ଜିଲ୍ଲାପାଳ ଓ ରାଜ୍ୟ ଶିକ୍ଷା ବିଭାଗ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ତାଙ୍କର ଦୁଃଖ କେହି ଶୁଣିନଥିଲେ ।
ଏହା ମଧ୍ୟରେ ପ୍ରତିପ୍ରଭା ପଟେଲଙ୍କୁ ପଦୋନ୍ନତି କରାଯାଇ ପ୍ରଧାନ ଶିକ୍ଷୟତ୍ରୀ କରାଗଲା । କିନ୍ତୁ ଦରମା ମିଳିଲାନି । ୬ ବର୍ଷ ହେବ ଦରମା ନମିଳିବାରୁ ପରିବାରର ଆର୍ଥିକ ସ୍ଥିତି ଠାରୁ ଆରମ୍ଭ କରି ତାଙ୍କର ମାନସିକ ସ୍ଥିତି ଦୋହଲାଇ ଯାଇଥିବା କହଛନ୍ତି ଶିକ୍ଷୟତ୍ରୀ । ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାକୁ ସ୍ୱୀକାର କରିବା ସହିତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଭୁଲ ଯୋଗୁଁ ଏଭଳି ଘଟଣା ଘଟିଥିବା କହିଛନ୍ତି ।
ଏହା କେବଳ ଶିକ୍ଷା ବିଭାଗର ଅବହେଳା ନୁହେଁ ଖାମିଖିଆଲ ନୀତିର ଏକ ଜ୍ୱଳନ୍ତ ଉଦାହରଣ । ସାମାନ୍ୟ ଭୁଲ ପାଇଁ ଏତେ ବଡ ଦଣ୍ଡ ପରେ ବି ହାରିଯାଇନାହାଁନ୍ତି ଶିକ୍ଷୟତ୍ରୀ ଜଣକ । ଏବେ ବି ଜାରି ରଖିଛନ୍ତି ସଂଘର୍ଷ । | <urn:uuid:63290d5e-deac-498c-b347-ad22d4996df2> | CC-MAIN-2018-26 | http://kanaknews.com/without-salary-a-teacher-teaching-6yrs/ | 2018-06-23T21:13:50Z | s3://commoncrawl/crawl-data/CC-MAIN-2018-26/segments/1529267865250.0/warc/CC-MAIN-20180623210406-20180623230406-00264.warc.gz | ory | 1.000003 | Orya | 9 | {"ory_Orya_score": 1.0000032186508179} |
Facebook TwitterYoutube
ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନଶିପ । ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଓ ନାଲକୋ ର ମିଳିତ ସହଯୋଗରେ ଏହି ଚମ୍ପିୟାନଶିପ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁନିୟର , ସବ ଯୁନିଅର ଓ ୧୯ ବର୍ଷ ରୁ କମ ବର୍ଗରେ ଉଭୟ ବାଳକ ଓ ବାଳିକା ବର୍ଗରେ ଖେଳ ହେବ । ନକ ଆଉଟ ପର୍ଯ୍ୟାୟ ରେ ଉଭୟ ଶିଙ୍ଗୀଲ୍ସ ଓ ଡବଲ ରେ ଖେଳାଳି ମାନେ ଏହି ପ୍ରତିଯୋଗୀତା ରେ ଭାଗ ନେଇଛନ୍ତି । ରାଜ୍ୟ ର ୨୭ ଟି ଜିଲ୍ଲାରୁ ୧୮୬ ଜଣ ବାଳକ ଓ ବାଳିକା ଆୟୋଜିତ ଏହି ଚମ୍ପିୟାନଶିପ ରେ ଭାଗ ନେଇଛନ୍ତି । ୧୯ ବର୍ଷ ରୁ କମ ବର୍ଗର ବାଳକ ବାଳିକା ଏହିଠାରୁ ମନୋନୀତ ହୋଇ ଆସନ୍ତା ମାସ ରେ ରାଞ୍ଚି ରେ ହେବାକୁ ଥିବା ଜୋନାଲ ଚମ୍ପିୟାନଶିପ ରେ ଭାଗ ନେବେ ।
ରାୟଗଡା ସହରରେ ପ୍ରଥମ ଥର ପାଇଁ ଆନ୍ତଃଜିଲ୍ଲା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ ଜାତୀୟ ବ୍ୟାଡମିଣ୍ଟନ ଖେଳାଳୀ ମନୋଜ କୁମାର ସାବତ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ରାୟଗଡା ବିଧାୟକ ଲାଲବିହାରୀ ହିମିରିକା, ବିଧାୟକ ଜଗନ୍ନାଥ ସାରକା, ଜିଲ୍ଲାପାଳ ଓ ଏସପି ପ୍ରମୁଖ ଅତିଥିଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗୀତାରେ ୬ଟି ଜିଲ୍ଲାର ୬୪ ଜଣ ପୁରୁଷ ଓ ୧୪ଜଣ ମହିଳା ବ୍ୟାଡମିଣ୍ଟନ ଖେଳାଳୀ ଭାଗ ନେଇଛନ୍ତି. ଏହି ପ୍ରତିଯୋଗୀତା ହେବା ଦ୍ୱାରା ସ୍ଥାନୀୟ ପ୍ରତିଭାର ବିକାଶ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି. | <urn:uuid:73c9dc8f-cffe-4076-92bb-d3afd5bd3ddf> | CC-MAIN-2018-26 | http://mbctv.co.in/index.php/sports/itemlist/tag/badminton%20court | 2018-06-20T13:23:57Z | s3://commoncrawl/crawl-data/CC-MAIN-2018-26/segments/1529267863519.49/warc/CC-MAIN-20180620124346-20180620144346-00289.warc.gz | ory | 0.999993 | Orya | 12 | {"ory_Orya_score": 0.9999932050704956} |
ପାରଳାଖେମୁଣ୍ଡି,୧୪ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଏମ.ଏସ.ସ୍ୱାମୀନାଥନ କୃଷି ବିଦ୍ୟାଳୟ ଆନୁକୁଲ୍ୟରେ କୃଷକ ମେଳା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ପେସାଲ ଇନଷ୍ଟିଚୁ୍ୟଟ ଫର ଓମେନସ ଇନ ଏଗ୍ରିକଲଚର ଭୁବନେଶ୍ୱରର ନିଦେ୍ର୍ଦଶକ ଡ.ଏସକେ ଶ୍ରୀବାସ୍ତବଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଉପସଭାପତି ପ୍ରଫେସର ଡିଏନ ରାଓ, ରେଜିଷ୍ଟର ଅନିତା ପାତ୍ର, ପ୍ରଫେସର ହରିବନ୍ଧୁ ପଣ୍ଡା,ଡିନ ପ୍ରଫେସର ଅଶୋକ ମିଶ୍ର, ପ୍ରଫେସର ବିଷ୍ଣୁ ପ୍ରସାଦ ମିଶ୍ର, ପ୍ରଫେସର ଏମ ଦେବେନ୍ଦ୍ର ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ସିଫାର ପ୍ରଧାନ ବୈଜ୍ଞାନିକ ଡ.ଏସକେ ସ୍ୱାଇଁ ଓ ଅନ୍ୟାନ୍ୟ ବୈଜ୍ଞାନିକମାନେ କୃଷକମାନଙ୍କୁ ଉଦ୍ବଧନ ଦେଇ ଆଧୁନିକ କୃଷି ଯନ୍ତ୍ରପାତି ଦ୍ୱାରା କିପରି ଉନ୍ନତ କୃଷି କାର୍ଯ୍ୟ ହୋଇପାରିବ ଏବଂ ଏହାଦ୍ୱାରା କିପରି କୃଷକମାନଙ୍କ ଅର୍ଥନୈତିକ ଅଗ୍ରଗତି ହୋଇପାରିବ ସେବିଷୟରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ । ସେହିପରି ଏହି ଅଞ୍ଚଳର ଅଧିକାଂଶ ପରିବାର କୃଷି ଉପରେ ନିର୍ଭର କରୁଥିବା ବେଳେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଏହିପରି କାର୍ଯ୍ୟକ୍ରମ ସେହି କୃଷକମାନଙ୍କୁ ଉତ୍ସାହିତ କରିବାରେ ସହାୟକ ହୋଇପାରିବ ବୋଲି କୁହାଯାଇଥିଲା । ସେହିପରି ଅତି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ଏହି କୃଷକମେଳାରେ କୃଷକମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ଜିଲାର ପ୍ରାୟ ୧୦୦୦ଚାଷିଙ୍କୁ ନେଇ ଏହି ମେଳା ଆୟୋଜନ ହୋଇଥିବା ବେଳେ ବୈଜ୍ଞାନିକ ଓ ଚାଷିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ବାର୍ତ୍ତାଳପ ହୋଇଥିଲା । ଏହି ମେଳାରେ ସମନ୍ୱିତ କୃଷି ଯୋଜନା ପ୍ରାକୃତିକ ଉତ୍ପାଦନର ସଦବିନିଯୋଗ, ଉନ୍ନତ କୃଷି ଉତ୍ପାଦନ ଇତ୍ୟାଦି ବିଷୟରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ଉଦ୍ୟାନ କୃଷି, ଫୁଡ ପ୍ରୋସେସିଙ୍ଗ, ମାଛ ଚାଷ ଇତ୍ୟାଦିରେ କିପରି ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ହୋଇପାରିବ ତାହା ପ୍ରଦର୍ଶନ ହୋଇଥିଲା । ଏହି କର୍ମଶାଳା ଜିଲାର କୃଷକମାନଙ୍କ ଉପରେ ଏକ ସାକାରାତ୍ମକ ପ୍ରଭାବ ବିସ୍ତାର କରିପାରିଛି । | <urn:uuid:c02c4f02-02c8-400d-b9a4-a1c3d51663d2> | CC-MAIN-2018-26 | http://odiapua.com/%E0%AC%B8%E0%AD%87%E0%AC%9E%E0%AD%8D%E0%AC%9A%E0%AD%81%E0%AC%B0%E0%AC%BF%E0%AC%86%E0%AC%A8-%E0%AC%AC%E0%AC%BF%E0%AC%B6%E0%AD%8D%E0%AD%B1%E0%AC%AC%E0%AC%BF%E0%AC%A6%E0%AD%8D%E0%AD%9F%E0%AC%BE-2/ | 2018-06-22T13:15:52Z | s3://commoncrawl/crawl-data/CC-MAIN-2018-26/segments/1529267864482.90/warc/CC-MAIN-20180622123642-20180622143642-00289.warc.gz | ory | 0.999998 | Orya | 4 | {"ory_Orya_score": 0.9999980926513672} |
ଭଦ୍ରକ,୨୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିଶିଷ୍ଠ କଳାକାର ସଂଗୀତାଚାର୍ଯ୍ୟ ସ୍ୱର୍ଗତ କରୁଣାକର ଦାଶଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦେ୍ଧାତ୍ସବ ପଳିକିରି ସ୍ଥିତ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ୧୮ତାରିଖ ପୂର୍ବାହ୍ନରେ ସ୍ୱର୍ଗତ ଦାଶଙ୍କ ପ୍ରତିମୂର୍ତ୍ତି ବୟୋଜ୍ୟେଷ୍ଠ ଯାତ୍ରା କଳାକାର ବୈଷ୍ଣବ ଚରଣ ଶତପଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନାଟ୍ୟକାର ବୈଷ୍ଣବ ଚରଣ ଶତପଥି ,ବରିଷ୍ଠ ସାମ୍ବାଦିକ ବାସୁଦେବ ତି୍ରପାଠୀ, ଉକ୍ରଳ ସାମ୍ବାଦିକ ସଂଘର ଭଦ୍ରକ ଜିଲ୍ଲା ସଭାପତି ରବିନାରାୟଣ ଖିଲାର, ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ରାଉତ, ଲକ୍ଷ୍ମୀଧର ଦାଶ, ସମାଜସେବୀ ପିତାମ୍ବର ପାତ୍ର, ଉମାକାନ୍ତ ମାଝୀ, ସାମ୍ବାଦିକ ଅପୂର୍ବ ରଂଜନ ବେହେରା, ରମେଶ ଚନ୍ଦ୍ର ପାଗଳ, ସୁଶାନ୍ତ ରାଉତ, ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜ୍ୟେଷ୍ଠ ପୁତ୍ର ସାମ୍ବାଦିକ ସୁଧାକର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ମଧ୍ୟମ ପୁତ୍ର ନିରାକାର ଦାଶ କୃତଜ୍ଞତା ଜ୍ଞାପନ କରିଥିଲେ । କନିଷ୍ଠ ପୁତ୍ର ଦିବାକର ଦାଶ ସଭା ପରିଚାଳନାରେ ସହଯୋଗ କରିଥିଲେ । | <urn:uuid:e366aea5-6ab8-4c84-a10f-bb03d20aa755> | CC-MAIN-2018-26 | http://odiapua.com/%E0%AC%B8%E0%AC%82%E0%AC%97%E0%AC%BE%E0%AC%A4%E0%AC%BE%E0%AC%9A%E0%AC%BE%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F-%E0%AC%B8%E0%AD%8D%E0%AD%B1%E0%AC%B0%E0%AD%8D%E0%AC%97%E0%AC%A4-%E0%AC%95%E0%AC%B0/ | 2018-06-24T12:34:37Z | s3://commoncrawl/crawl-data/CC-MAIN-2018-26/segments/1529267866937.79/warc/CC-MAIN-20180624121927-20180624141927-00289.warc.gz | ory | 1.000005 | Orya | 4 | {"ory_Orya_score": 1.0000053644180298} |
ଜଣେ ସୁପ୍ରସିଦ୍ଧ ସାଧୁବାବା ଜଙ୍ଗଲର ପାଦଦେଶରେ ଆଶ୍ରମ ରଚନା କରି ରହୁଥାନ୍ତି । ସ୍ୱଭାବରେ ସେ ଥିଲେ ଅତ୍ୟନ୍ତ ଧୀର ଓ ଶାନ୍ତ । କୌଣସି କଥାରେ ସେ ବିଚଳିତ ହେଉନଥିଲେ । ସୁତରାଂ ସମସ୍ତେ ତାଙ୍କୁ ଧୈର୍ଯ୍ୟର ପାହାଡ ଆଖ୍ୟା ଦେଇଥିଲେ ।
ଦିନକର କଥା । ତାଙ୍କ ଜୀବନର ସାୟାହ୍ନକାଳରେ ନିଜର ପ୍ରିୟତମ ଶିଷ୍ୟଙ୍କୁ ଡାକି କହିଲେ, "ମୋର ଅସଂଖ୍ୟ ଶିଷ୍ୟ ଅଛନ୍ତି । ହେଲେ ମୋ ଅନ୍ତେ ତୋତେ ଏ ଆଶ୍ରମର ଉତ୍ତରାଧିକାରୀ ଭାବରେ ବାଛିଛି । ସୁତରାଂ ମୋ ଅନ୍ତେ ତୁ ମୋର ଶିକ୍ଷାକୁ ଆଗକୁ ନେଇ ପାରିବୁ ବୋଲି ମୋ ବିଶ୍ୱାସ ।"
ଏତକ କହି ଗୁରୁ ଏକ ମୋଟା ଗ୍ରନ୍ଥ ଆଣି ଶିଷ୍ୟକୁ ଦେଇ କହିଲେ, "ଏ ପୁସ୍ତକଟି ଉତ୍ତରାଧିକାରୀ ସୂତ୍ରରେ ମୋ ଗୁରୁଙ୍କ ଠାରୁ ମୁଁ ପାଇଥିଲି । ସେ ମଧ୍ୟ ତାଙ୍କ ଗୁରୁଙ୍କଠାରୁ ଏହା ପ୍ରାପ୍ତ ହୋଇଥିଲେ । ଏମିତି ବାର ପିଢି ଧରି ଏହା ତଳକୁ ତଳକୁ ଏପର୍ଯ୍ୟନ୍ତ ଗଡିଆସିଲାଣି । ଏବେ ଏହା ତୋ ପାଖରେ ରହିବ । ଏଥିରେ ଗୁରୁମାନେ ନିଜନିଜର ଉପଲବ୍ଧ ଲେଖିଛନ୍ତି । ମୁଁ ଲେଖିଛି, ତୁ ବି ଲେଖିବୁ । ହଁ ମନେରଖ, ବହିଟିକୁ ଅତି ଯତ୍ନ ସହକାରେ ପ୍ରତ୍ୟହ ପୂଜାର୍ଚ୍ଚନା କରି ରଖିବାକୁ ହେବ । ଏହା ଏକ ଅମୂଲ୍ୟ ସଂପଦ ।"
ଏବେ ଗୁରୁଙ୍କ କଥା ଶୁଣି ଶିଷ୍ୟ କହିଲା, "ଆପଣ ମୋତେ ବୈରାଗ୍ୟର ପାଠ ପଢାଇଛନ୍ତି । ତେଣୁ ଏ ବହି ମୁଁ ରଖି ପାରିବି ନାହିଁ । ମୋ ପାଖରେ ସମସ୍ତ ଧନ ସମ୍ପତ୍ତି ତୁଚ୍ଛ ହୋଇଥିଲାବେଳେ ଏ ଅମୂଲ୍ୟ ସମ୍ପତ୍ତିକୁ ରଖିବି କିପରି? ଏହା ମୋ ପ୍ରତି ଆସକ୍ତି ସୃଷ୍ଟି କରି ମୋତେ ପଥଭ୍ରଷ୍ଟ କରିଦେବ ।"
ଏଥର ଗୁରୁ କହିଲେ, "ବତ୍ସ! ତୁମେ ବୁଝିବାକୁ ଚେଷ୍ଟା କର । ବାର ପୁରୁଷ ଧରି ଏ ବହିଟି ଆମ ଗୁରୁକୁଳର ମହାନ୍ ପରମ୍ପରାକୁ ବହନ କରିଛି । ସୁତରାଂ ମୋ ସହିତ ଯୁକ୍ତି ତର୍କ ନକରି ଏହାକୁ ଯତ୍ନରେ ସାଇତି ରଖ ।" | <urn:uuid:2923ff23-ab3e-4299-acaf-6b54d954b7d8> | CC-MAIN-2018-26 | http://odiagapa.com/%E0%AC%B6%E0%AC%BF%E0%AC%B7%E0%AD%8D%E0%AD%9F-%E0%AC%97%E0%AD%81%E0%AC%B0%E0%AD%81%E0%AC%99%E0%AD%8D%E0%AC%95%E0%AD%81-%E0%AC%AC%E0%AC%B3%E0%AC%BF%E0%AC%97%E0%AC%B2%E0%AD%87/ | 2018-06-18T00:28:33Z | s3://commoncrawl/crawl-data/CC-MAIN-2018-26/segments/1529267859904.56/warc/CC-MAIN-20180617232711-20180618012612-00034.warc.gz | ory | 1.000007 | Orya | 6 | {"ory_Orya_score": 1.000006914138794} |
ଅନ୍ଧାରରୁ ଆଲୋକକୁ ଆଣିବାରେ ତାଙ୍କର ଥାଏ ମୁଖ୍ୟ ଭୂମିକା । ଦେଶରେ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ ତଥା ଦେଶ ନିର୍ମାଣରେ ତାଙ୍କର ଥାଏ ପ୍ରଚ୍ଛନ୍ନ ହାତ । ସେ ହେଉଛନ୍ତି 'ଗୁରୁ' । ସେ ହିଁ ବ୍ରହ୍ଣା, ବିଷ୍ଣୁ ଓ ମହେଶ୍ୱର । ଛାତ୍ରଟିଏ ଦେଖିଦେଲେ ଭକ୍ତିପୂତ ଭାବେ ତାଙ୍କ ପାଦତଳେ ମଥାନତ କରିଥାଏ । ଆଉ ସିଏ ଯଦି ରାସ୍ତାରେ ଭିକ ମାଗିବ ତାକୁ କଣ କୌଣସି ଛାତ୍ର ସହିପାରିବ ନା ବରଦାସ୍ତ କରିପାରିବ ? ଏଭଳି ଏକ ଘଟଣାକୁ ନେଇ କେରଳରେ ଚର୍ଚ୍ଚା ଜୋର ।
ନଭେମ୍ବର ୫ତାରିଖ ଦିନ ଜଣେ ସରକାରୀ କର୍ମଚାରୀ ବିଦ୍ୟା ଏମ.ଆର ଜଣେ ସାଙ୍କଙ୍କୁ ଥାମ୍ପାନୁର ରେଲୱେ ଷ୍ଟେସନ ନିକଟରେ ଅପେକ୍ଷା କରିଥିଲେ । ସେହି ସମୟରେ ଜଣେ ଅନେକ ଦିନ ଧରି ସଫା ହୋଇନଥିବା ମଇଳା ଲୁଗାପିନ୍ଧା ସ୍ତ୍ରୀଲୋକ ହାତରେ ପଲିଥିନ ଧରିଥିବାର ଦେଖିଲେ । ବିଦ୍ୟା ତାଙ୍କ ପଛରେ ଯାଇ ଦେଖିଲେ ସେ ଗଛରୁ ଫଳତୋଳି ଖାଉଛନ୍ତି । ବିଦ୍ୟା ତାଙ୍କୁ ପଚାରିଥିଲେ , 'ଆପଣଙ୍କୁ ଭୋକ ଲାଗୁଛି' ?
ମଇଳା ଲୁଗା ପିନ୍ଧିଥିବା ମହିଳା ଜଣକ ଉତ୍ତରଦେଇଥିଲେ ' ନାଁ ' ତଥାପି ବିଦ୍ୟା ତାଙ୍କ ପାଇଁ ଇଡଲି ଓ ବରା ଆଣିଥିଲେ । ମହିଳା ଜଣକ ଖାଇସାରିବା ପରେ ବିଦ୍ୟା ତାଙ୍କ ସହ କଥାବାର୍ତ୍ତା କରିଥିଲେ ଓ କିଛି ପ୍ରଶ୍ନ ପଚାରିଥିଲେ । ତାଙ୍କର କଥାବାର୍ତାରୁ ଲାଗୁଥିଲା ସେ ଜଣେ ଶିକ୍ଷିତ ମହିଳା ।ଏବଂ ବିଦ୍ୟା ଜାଣିବାକୁ ପାଇଥିଲେ ସେ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ।
ତାଙ୍କ ବିଷୟରେ ଓ ସେ ପଢାଇଥିବା ମାଲାପୁରମ ସ୍କୁଲ ବିଷୟରେ ସୋସିଆଲ ପେଜରେ ପୋଷ୍ଟ କରିଦେଇଥିଲେ । ତାପରେ ବଦଳି ଯାଇଥିଲା ସମସ୍ତ ଘଟଣା । ଠୋପେଠୋପେ ପାଣି ମିଶି ଯେପରି ସମୁଦ୍ର ପାଲଟିଯାଏ ସେହିପରି ତାଙ୍କ ଛାତ୍ରଛାତୀମାନେ ତାଙ୍କୁ ଚିହ୍ନିପାରିଥିଲେ ଓ ଜାଣିପାରିଥିଲେ ସେ ହେଉଛନ୍ତି ତାଙ୍କର ଗଣିତ ଶିକ୍ଷୟତ୍ରୀ ।
ଶିକ୍ଷୟତ୍ରୀଙ୍କ ନିକଟକୁ ଛୁଟିଲା ସହାୟତାର ସୁଅ । କିନ୍ତୁ ଗୁରୁ କଣ କେବେ ତା ସ୍ୱାଭିମାନ ହରାଇପାରେ ? ନାଁ ଛାତ୍ରଛାତ୍ରୀଙ୍କ ନିକଟରୁ କିଛି ପାଇବା ଆଶା ଥାଏ । ସେଥିପାଇଁ ତ ସେ ଗୁରୁ । କିନ୍ତୁ ସ୍ୱାଭିମାନୀ ଶିକ୍ଷୟତ୍ରୀ ଛାତ୍ରଙ୍କ ସହ ଯିବା ପାଇଁ ମନାକରିବା ସହ ତାଙ୍କ ସ୍ୱାମୀ ଓ ପୁ୍ଅଙ୍କ ସହ ରହିବା ପାଇଁ ଜିଦ କରିଥିଲେ । ଇତିମଧ୍ୟରେ ଏନେଇ ପୋଲିସକୁ ଜଣାଯାଇଛି । ଏନେଇ ଏକ କେସ ମଧ୍ୟ କରାଯାଇଛି । ପୋଲିସ ଗଣିତ ଶିକ୍ଷୟତ୍ରୀଙ୍କ ଭଉଣୀକୁ ଚିହ୍ନ ଟ କରିଥିବା ବେଳେ ତାଙ୍କ ପୁଅ ସ୍ୱାମୀଙ୍କୁ ଖୋଜୁଛି ।
ତେବେ ଆଜିର ଯୁଗରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପ୍ରତି ବି ଭକ୍ତି ରହିଛି । ସମ୍ମାନ ରହିଛି ନିଜର ପ୍ରିୟ ଶିକ୍ଷୟତ୍ରୀହ୍କ ପ୍ରତି । ଯାହା ଦେଖାଇଛନ୍ତି ତାଙ୍କର ଅଗଣିତ ଛାତ୍ରଛାତ୍ରୀ । ଗଣିତ ଶିକ୍ଷୟତ୍ରୀଙ୍କ ପ୍ରତି ଛାତ୍ରଛାତ୍ରୀଙ୍କ ଭଲ ପାଇବା ନିଶ୍ଚିତ ଭାବେ ପ୍ରଶଂସନୀୟ । | <urn:uuid:5fca184f-6190-4982-978d-9935ea0cdd59> | CC-MAIN-2018-26 | http://kanaknews.com/retired-kerala-maths-teacher-found-begging-at-a-railway-station-how-she-was-identified-by-her-students-from-a-facebook-pag/ | 2018-06-19T00:43:44Z | s3://commoncrawl/crawl-data/CC-MAIN-2018-26/segments/1529267861641.66/warc/CC-MAIN-20180619002120-20180619022120-00342.warc.gz | ory | 1.000008 | Orya | 5 | {"ory_Orya_score": 1.0000079870224} |
ମଶା ସମସ୍ତଙ୍କୁ କାମୁଡ଼ି ଥାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ପ୍ରତି ମଶାମାନେ ଅଧିକ ଆକର୍ଷିତ ହୋଇଥାନ୍ତି। ସେମାନଙ୍କ ରୂପ ରଙ୍ଗ କି ଶାରୀରିକ ଗଠନ ନୁହଁ ବରଂ କିଛି ବ୍ଲଡ ଗ୍ରୋପକୁ ମଶାମାନେ ଏମିତି ସମସ୍ୟା ଉପୁଜି ଥାଏ। ଏକ ସର୍ଭେ ରିପୋର୍ଟରୁ ହିଁ ଏହା ଜଣାପଡ଼ିଛି। ଆସନ୍ତୁ ଜାଣିବା କେଁଉମାନଙ୍କୁ ମଶା ଅଧିକ କାମୁଡ଼ିଥାଏ।
୧- ଯେଉଁମାନଙ୍କର ବ୍ଲଡ୍ ଗ୍ରୁପ୍ 'O' ସେମାନଙ୍କୁ ମଶା ଅଧିକ କାମୁଡ଼ିଥାଏ। ଏହି ରକ୍ତରେ କିଛି ବିଶେଷ କଣିକା ଓ ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି। ଯାହା ମଶାମାନଙ୍କୁ ଆକର୍ଷିତ କରିଥାଏ।
୨- ଏକ ସର୍ଭେ ଅନୁଯାୟୀ ଯେଉଁମାନେ ଲମ୍ବା ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି ସେମାନଙ୍କୁ ମଧ୍ୟ ମଶା ଅଧିକ କାମୁଡ଼ିଥାଏ। କାରଣ ଏମାନେ ନିଶ୍ୱାସ ତ୍ୟାଗ କରିବା ସମୟରେ ବାହାରୁ ଥିବା କାର୍ବନ୍ ଡାଇଅକ୍ସାଇଡ୍ରେ ଶରୀରର ଗନ୍ଧ ମିଶିଥାଏ। ଯାହାକି ମଶାମାନଙ୍କୁ ଆକର୍ଷିତ କରିଥାଏ।
୩- ଯେଉଁମାନଙ୍କର ଅତ୍ୟଧିକ ଝାଳ ବାହାରିଥାଏ ବା ଅତ୍ୟଧିକ ଝାଳର ଦୁର୍ଗନ୍ଧ ବାହାରିଥାଏ, ସେମାନଙ୍କୁ ମଶା ଅଧିକ କାମୁଡ଼ିଥାଏ। କାରଣ ଝାଳରେ ଲାକ୍ଟିକ୍ ଏସିଡ୍, ୟୁରିକ ଏସିଡ୍, ଆମୋନିଆ ପରି ତତ୍ତ୍ୱ ରହିଥାଏ। ଏହା ମଶାମାନଙ୍କୁ ଅଧିକ ଆକର୍ଷିତ କରିଥାଏ। | <urn:uuid:9f0d6363-0b78-4380-bd01-6ba5edf386f3> | CC-MAIN-2018-26 | http://odishareporter.in/top-story/which-people-are-more-favourite-of-mosquit-207625 | 2018-06-19T00:34:13Z | s3://commoncrawl/crawl-data/CC-MAIN-2018-26/segments/1529267861641.66/warc/CC-MAIN-20180619002120-20180619022120-00342.warc.gz | ory | 0.999984 | Orya | 3 | {"ory_Orya_score": 0.9999843835830688} |
ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ-ପ୍ରଯୋଜକ ମହେଶ ଭଟ୍ଟଙ୍କୁ ମିଳିଛି ହତ୍ୟା ଧମକ । ଗତ ଫେବ୍ରୁଆରି ୨୬ ତାରିଖ ଦିନ ତାଙ୍କ ଫୋନକୁ ଏକ ଅଜଣା ନମ୍ବରରୁ ଫୋନ୍ କରି କେହି ଜଣେ ୫୦ ଲକ୍ଷ ଟଙ୍କା ଦାବି କରିଥିଲା ।ଏହି ଅର୍ଥକୁ ଲକ୍ଷ୍ନୌର ଏକ ବ୍ୟାଙ୍କରେ ଜମା କରିବାକୁ ଉକ୍ତ ବ୍ୟକ୍ତି କହିଥିଲା । ସେ କହିଥିଲା କି ଏହି ଅର୍ଥ ଜମା ନ କଲେ ତାଙ୍କୁ ଏବଂ ତାଙ୍କ ଝିଅ ଆଲିଆଙ୍କୁ ସହିତ ପରିବାରର ଅନ୍ୟ ସଦସ୍ୟଙ୍କୁ ହତ୍ୟା କରାଯିବ । ଏହା ପରେ ମହେଶ ଭଟ୍ଟ ମୁମ୍ବାଇର ଜୁହୁ ଥାନାରେ ଏଫ୍ଆଇଆର ଦେଇଛନ୍ତି । ଏହା ପରେ ତାଙ୍କର ହ୍ଵାଟସ୍ଆପକୁ ମଧ୍ୟ ଏପରି ଧମକ ଆସିଥିଲା। ବର୍ତ୍ତମାନ ମୁମ୍ବାଇ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ପଦେଖେପ ସ୍ୱରୂପ କ୍ରାଇମବ୍ରାଞ୍ଚ ମହେଶ ଭଟ୍ଟଙ୍କ ଫୋନ୍ ତନଖି କରିବା ସହିତ ତାଙ୍କର ବୟାନ ରେକର୍ଡ କରିଛି। | <urn:uuid:0502d4ea-8324-4a35-8f4b-9dfbee916900> | CC-MAIN-2018-26 | http://odia.annnews.in/odia/entertainment-others/news/Entertainment-Bollywood-Ffilm-Maker-Mahesh-Bhatta-threat | 2018-06-22T01:29:40Z | s3://commoncrawl/crawl-data/CC-MAIN-2018-26/segments/1529267864337.41/warc/CC-MAIN-20180622010629-20180622030629-00022.warc.gz | ory | 1.000007 | Orya | 9 | {"ory_Orya_score": 1.0000067949295044} |
ଶ୍ରୀଲଙ୍କାନ୍ ବିୟୁଟି ଜ୍ୟାକଲିନ୍୍ ଫର୍ଣ୍ଣାଣ୍ଡିଜ୍ । ବିୟୁଟିଫୁଲ ଚେହେରା ସାଙ୍ଗକୁ ତାଙ୍କର ହଟ୍୍ ଅନ୍ଦାଜ ଦର୍ଶକଙ୍କୁ କିମିୟା କରିଛି । ତାଙ୍କ ଅଭୀନିତ ଫିଲ୍ମ କିକ୍୍, ରେସ୍୍-୨, ହାଉସଫୁଲ-୨, ହାଉସଫୁଲ-୩, ମର୍ଡର-୨ ଆଦି ହିଟ୍୍ ସାବ୍ୟସ୍ତ ହୋଇଛି । ତେବେ କିଛିଦିନର ବ୍ୟବଧାନ ପରେ ପୁଣି ଥରେ ବଡ ପରଦାକୁ ଆସିବାକୁ ତୟାରି ଆରମ୍ଭ କରିଦେଲେଣି ଏହି ଅଭିନେତ୍ରୀ । ହଁ ଫିଲ୍ମ ମେକର୍୍ ରାଜ ନମ୍ବୁଦାରୀ ଏବଂ କ୍ରିଣ୍ଣା ଡିଙ୍କ ନୂଆ ଫିଲ୍ମ ରିଲୋଡେଡରେ ଜ୍ୟାକଲିନଙ୍କୁ ଲିଡ୍୍ ରୋଲରେ ଦେଖିବାକୁ ମିଳିବ । ଆଉ ଏଥିରେ ତାଙ୍କର ଯୋଡିଦାର ସାଜିଛନ୍ତି ସାଇଲେଣ୍ଟ ବୟ ସିଦ୍ଧାନ୍ତ ମଲହୋତ୍ରା । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଦୁହେଁ ସ୍କ୍ରିନ୍୍ ସେୟାର କରିବେ । ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଆରମ୍ଭ ହୋଇଯାଇଛି । ଫିଲ୍ମର ସୁଟିଂ ମୁମ୍ବାଇ, ବ୍ୟାଙ୍କକ୍୍ ଏବଂ ମିୟାମିରେ କରାଯାଇଛି । ଏମାନଙ୍କ ବ୍ୟତୀତ ଫିଲ୍ମରେ ସୁନୀଲ ସେଟ୍ଟୀ ଓ ଦର୍ଶନ କୁମାରଙ୍କୁ ଗୁରୁତ୍ୱପୂର୍ଣ୍ଣ୍ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ସଙ୍ଗୀତ ସଜାଇଛନ୍ତି ସୁପରହିଟ୍୍ ଯୋଡି ସଚିନ-ଜିଗର । ଫିଲ୍ମଟି ଅଗଷ୍ଟ ୨୫ରେ ପରଦାକୁ ଆସିବ । | <urn:uuid:848ee98a-2a84-48e5-becb-eb7cd15c13c3> | CC-MAIN-2018-26 | http://onakhabar.com/%E0%AC%B8%E0%AC%BF%E0%AC%A6%E0%AD%8D%E0%AC%A7%E0%AC%BE%E0%AC%A8%E0%AD%8D%E0%AC%A4-%E0%AC%9C%E0%AD%8D%E0%AD%9F%E0%AC%BE%E0%AC%95%E0%AC%B2%E0%AC%BF%E0%AC%A8-%E0%AC%AF%E0%AD%8B%E0%AC%A1%E0%AC%BF/ | 2018-06-22T02:01:26Z | s3://commoncrawl/crawl-data/CC-MAIN-2018-26/segments/1529267864337.41/warc/CC-MAIN-20180622010629-20180622030629-00022.warc.gz | ory | 0.999996 | Orya | 5 | {"ory_Orya_score": 0.9999957084655762} |
ଭୁବନେଶ୍ୱର: ଓଲିଉଡ ନାୟିକା କାବ୍ୟା କିରଣ୍ ଏବେ ପରଦାକୁ ପୁଣି ଆସୁଛନ୍ତି। ଆଗରୁ ସେ ଏଯାଏଁ କେବଳ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ହଁ , କାବ୍ୟା ୨୦୧୪ ରେ ରିଲିଜ୍ ହୋଇଥିବା ଥ୍ରିଡି ଓଡ଼ିଆ ସିନେମା 'କାଉଁରି କନ୍ୟା'ରେ ପରଦାକୁ ଆସିଥିଲେ। ସୌମରଂଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କାବ୍ୟା କିରଣ୍ଙ୍କ ଅଭିନୟ ବି ବେଶ୍ ପ୍ରଭାବଶାଳୀ ଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଂଜନ ସାହୁ,ଅର୍ଦ୍ଧେନ୍ଦୁ ଓ ପାୟଲ୍ ଭୂୟାଁ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିଥବଲା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।
'କାଉଁରୀ କନ୍ୟା' ରିଲିଜ୍ ହେବା ବେଳକୁ କାବ୍ୟା କିରଣ୍ ବଲିଉଡକୁ ଯାଇସାରିଥିଲେ। ସେଠି ସେ ରାମରତନ୍, ରଙ୍ଗ୍ -ଏ -ଇଶ୍କ ଓ ଜୟବୀର ପାଂଘଲ ଭଳି ହିନ୍ଦୀ ସିନେମାରେ କାମ କରିବାରେ ସୁଯୋଗ ପାଇଥିଲେ।
ତେବେ ତା' ଭିତରେ କାବ୍ୟା ଅନ୍ୟ ଏକ ଓଡ଼ିଆ ସିନେମା 'ପ୍ରେମ ହୁଏ ଚୋରି ଚୋରି'ରେ ବି କାମ କରିଥିଲେ। ଏଥିରେ ଫିମେଲ୍ ଲିଡରେ ଥିଲେ। ସୌମ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍ ଫିଲ୍ମ ଏଯାଏଁ ରିଲିଜ୍ ହୋଇ ନାହିଁ।
ତେବେ କାବ୍ୟା ଇତିମଧ୍ୟରେ ଅନ୍ୟ ଏକ ଓଡ଼ିଆ ସିନେମାରେ ନାୟିକା ଭୂମିକା ନିଭାଇଛନ୍ତି। ଏହି ସିନେମାର ଟାଇଟଲ୍ ହେଲା 'ରହସ୍ୟ'। ନବାଗତ ବିଘ୍ନେଶ୍ୱର ପଣ୍ଡା ଏହାର ନିର୍ଦ୍ଦେଶକ। 'ରହସ୍ୟ'ରେ ପ୍ରଥମଥର ପାଇଁ କାବ୍ୟା କିରଣ୍ ଡବଲ୍ ରୋଲ୍ରେ ନଜର ଆସିବେ।
ଏହି ସିନେମାରେ ଗୋଟିଏ ଭୂମିକାରେ କାବ୍ୟାଙ୍କୁ ଜଣେ ରାଜ କୁମାରୀ ଇନ୍ଦୁମତୀ ଓ ଅନ୍ୟଟିରେ କଲେଜ୍ ପଢ଼ୁଆ ଯୁବତୀ ଶ୍ରୁତି ଭୂମିକାରେ ଦେଖିବାକୁ ପାଇବେ ଦର୍ଶର୍କ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନବାଗତ ତୁଷାର,ଅଙ୍କିତା ମହାନ୍ତି,ଗୁଲୁ ମାଇକେଲ ଓ ଅବକାଶ ମିଶ୍ର ଏବଂ ବିଘ୍ନେଶ୍ୱର ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି।
ନିହାର-ଶାନ୍ତନୁ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଶାନ୍ତନୁ ସିଅ ଓ ନାରାୟଣ ସାହୁ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି। ବି.ଚନ୍ଦନ କୁମାର ସଂଳାପ ଲେଖିଛନ୍ତି। ଏହା ସଙ୍ଗୀତ ନିର୍ଦ୍ଦେଶକଭାବେ ଡେବ୍ୟୁ ସିନେମା ହେବ। | <urn:uuid:9a972955-afb3-40f7-af3d-74219999463b> | CC-MAIN-2018-26 | http://sambad.in/entertainment/kavya-kiran-in-dual-role-156985/ | 2018-06-18T17:25:55Z | s3://commoncrawl/crawl-data/CC-MAIN-2018-26/segments/1529267860684.14/warc/CC-MAIN-20180618164208-20180618184208-00040.warc.gz | ory | 0.999924 | Orya | 6 | {"ory_Orya_score": 0.999923586845398} |
କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ନେଇ ଆଜି ବିଜେପି, ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦେଉଥିବା ବେଳେ, ଏପଟେ ବିଜେପିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଶ୍ୱଭୂଷଣ ହରିଚନ୍ଦନ ପୁଣି ମୁହାଁମୁହିଁ ହୋଇଛନ୍ତି । ବିଶ୍ୱଭୂଷଣ କହିଛନ୍ତି ବିଜୟ ମହାପାତ୍ର ତଥ୍ୟ ସଂଗ୍ରହ ନକରି କିଛି କହିବା ଉଚିତ ନୁହେଁ । ସେପଟେ ବିଜୟ ମହାପାତ୍ର କହିଛନ୍ତି ସେ ବିଶ୍ୱଭୂଷଣଙ୍କ ନାଁ ନେଇନାହାନ୍ତି, ତେଣୁ ସେ ଦେହକୁ କାହିଁକି ନେଉଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ।
ଗୋଟିଏ ପ୍ରସଙ୍ଗ ଦୁଇଟି ମତ । ମତ ପୁଣି ପରସ୍ପର ବିରୋଧୀ । ଗୋଟିଏ ପଟେ ବିଜୟ ମହାପାତ୍ର ଅନ୍ୟପଟେ ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀମନ୍ଦିର ପରିଚାଳନା ନେଇ ଶଙ୍କରାଚାର୍ଯ୍ୟଙ୍କ ମତକୁ ସମର୍ଥନ କରିବାକୁ ଯାଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବିଜେପି ପୋଷ୍ଟରେ ଗୋଲଟିଏ କଲା ଭଳି ମନ୍ତବ୍ୟ ଦେବା ପରେ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିିଛନ୍ତି ବିଜେପିର ତୁଙ୍ଗ ନେତା ବିଶ୍ୱଭୂଷଣ ହରିଚନ୍ଦନ । ବିଜୟ ମହାପାତ୍ରଙ୍କ ପ୍ରଶ୍ନର ଉତର ଦେବାକୁ ଯାଇ ରଖିଛନ୍ତି ୯ବର୍ଷର ହିସାବ କିତାବର ଲମ୍ବା ତାଲିକା ।
ଶ୍ରୀମନ୍ଦିର ପରିଚାଳନା ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ବୟାନ ଏହି ବିତର୍କର ନିଆଁରେ ଘିଅ ଢ଼ାଳି ଦେଇଥିଲା । ଆଉ ପ୍ରସଙ୍ଗ ଫେରିଯାଇଥିଲା ମେଂଟ ସରକାର ସମୟକୁ । ଶଙ୍କରାଚାର୍ଯ୍ୟ କହିଥିଲେ, ବିଜେଡ଼ି ସହ ମେଣ୍ଟ କରି ସରକାରରେ ଥିବା ବେଳେ ଆଇନ ବିଭାଗର ଦାୟିତ୍ୱ ତୁଲାଉଥିଲେ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ସେତେବେଳେ ଶ୍ରୀମନ୍ଦିର ସଂସ୍କାର ପାଇଁ ବିଜେପି ନେତା କଣ ପଦକ୍ଷେପ ନେଇଥିଲେ ବୋଲି ପ୍ରଶ୍ନ କରିଥିଲେ ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟଙ୍କ ଏହି ବୟାନ ପରେ ବିଜେପି ଭିତରୁ ହିଁ ଶୁଭିଥିଲା ଏକ ବିପରୀତ ମତ । ଯାହା, ଶ୍ରୀମନ୍ଦିର ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା ବିଜେପିକୁ ହରଡଘଣାରେ ପକାଇ ଦେଇଥିଲା ।
କନକ ନ୍ୟୁଜ୍ ଡିବେଟରେ ଭାଗ ନେଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଏବଂ ବିଜେଡି ସାଂସଦଙ୍କ ବାକ୍ବିତଣ୍ଡା ଭିତରେ ବିଜୟ ମହାପାତ୍ରଙ୍କ ବୟାନ ଆସିଲା । ଯାହାର ଉତର ରଖିବା ପାଇଁ ଖୋଦ୍ ସାମ୍ବାଦିକ ସମ୍ମିଳନୀକୁ ଓହ୍ଲାଇ ଆସିଲେ ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀମନ୍ଦିର ଏକ ଏଭଳି ପ୍ରସଙ୍ଗ ଯାହା, ଭକ୍ତଙ୍କୁ ଯେତିକି ପ୍ରଭାବିତ କରିଛି ନେତାଙ୍କୁ ବୟାନବାଜୀ କରିବା ପାଇଁ ସେତିକି ଉସୁକାଉଛି । କାରଣ ଭାବପ୍ରବଣତା ପାଇଁ ବୋଧହୁଏ ଏହାଠାରୁ ଆଉ ବଡ ପ୍ରସଙ୍ଗ କିଛି ନାହିଁ । ହେଲେ ବିଜୟଙ୍କ ଟାର୍ଗେଟରେ ବିଜେପି ଆସିଥିବା ଦଳ ପାଇଁ ବଡ ଅଡୁଆ ସୃଷ୍ଟି କରିଛି । | <urn:uuid:22e176bb-bb5b-4072-acf4-8b9037055df6> | CC-MAIN-2018-26 | http://kanaknews.com/bijay-and-biswa-bhushan-on-ratna-bhandar-and-jagannath-temple/ | 2018-06-25T15:53:35Z | s3://commoncrawl/crawl-data/CC-MAIN-2018-26/segments/1529267868135.87/warc/CC-MAIN-20180625150537-20180625170537-00360.warc.gz | ory | 1.000003 | Orya | 7 | {"ory_Orya_score": 1.0000026226043701} |
ଅଧିକାଂଶ ଲୋକେ ରାତିରେ ଶୋଇବା ସମୟରେ ନିଦରେ ଏପଟସେପଟ ହୁଅନ୍ତି। ରାତିରେ ସ୍ୱପ୍ନ ଦେଖିବା ସମୟରେ ନିଦରେ କଥା ହେବା ସହ ବାଉଳିଚାଉଳି ହୋଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଲୋକେ ନିଦ ସମୟରେ କଣ ପାଇଁ ବାଉଳିଚାଉଳି ହୋଇଥାନ୍ତି।
ନିଦରେ କଥା ହେବା ଅବା ଗପିବା ପେରୋସୋମୋନିଆ ଭଳି ସମସ୍ୟାକୁ ବୁଝାଏ। ଏହାର ଅର୍ଥ ଶୋଇବା ସମୟରେ ଅସ୍ୱାଭାବିକ ବ୍ୟବହାର କରିବା। ତେବେ ଏହାକୁ ରୋଗର ରୂପ ଦିଆଯାଇହେବ ନାହିଁ। ଯଦି କୌଣସି ବ୍ୟକ୍ତି ନିଦ୍ରାରେ ଚିତ୍କାର କରେ କିମ୍ୱା ବାଡେଇଛାଟେଇ ହୁଏ ତେବେ ଏହା ଡିମେନ୍ସିୟା ତଥା ନିଦ୍ରା ଜନିତ ରୋଗ। ହେଲେଏହା ପଛରେ କ'ଣ ରହିଛି କାରଣ ଆସନ୍ତୁ ଜାଣିବା।
ନିଦରେ କଥା ହେବା କିମ୍ୱା ବାଉଳିଚାଉଳି ହେବା ପଛରେ ମୁଖ୍ୟ କାରଣ ହେଉଛି ଚିନ୍ତା। ମାନସିକ ଚିନ୍ତାରେ ରହୁଥିବା ଲୋକଙ୍କୁ ଏହି ସମସ୍ୟା ଦେଖାଦେଇଥାଏ। ଚିନ୍ତା ଦୂର ପାଇଁ ଆପଣ ପଢାପଢି କରିପାରିବେ । ନିଜକୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ। ଏହାଛଡା ଔଷଧର ପାର୍ଶ୍ୱପ୍ରତିକ୍ରିୟା , ମାନସିକ ରୋଗ କାରଣରୁ ଲୋକେ ରାତିରେ ବାଉଳି ଚାଉଳି ହୋଇଥାନ୍ତି।
କିପରି କରିବେ ପ୍ରତିକାର
ଏଥିପାଇଁ ନିଦ ପୁରା ହେବା ଜରୁରୀ । ରାତିରେ ଠିକ୍ ସମୟରେ ଶୋଇ ଠିକ୍ ସମୟରେ ଉଠିବା ଦ୍ୱାରା ଏପରି ସମସ୍ୟା ଦୂର ହୁଏ।
ଅନେକଥର ଶରୀରରେ ରକ୍ତସଞ୍ଚାଳନ ସଠିକ୍ ଭାବେ ନହେବା କାରଣରୁ ନିଦରେ ବାଉଳିଚାଉଳି ହେବା ଦେଖାଦିଏ। ଏଥିପାଇଁ ଯୋଗ ବ୍ୟାୟାମ କରନ୍ତୁ।
ଗୀତ ମୁଣ୍ଡକୁ ଶାନ୍ତ ରଖେ। ଏହା ଚିନ୍ତା ଦୂର କରିବାରେ ମଧ୍ୟ ସହାୟକ ହୁଏ। ଶୋଇବା ପୂର୍ବରୁ ମଧୁର ଗୀତ ଶୁଣନ୍ତୁ। ଏହାଦ୍ୱାରା ରାତିରେ ଭଲ ନିଦ ହେବା ସହ ଉପୋରକ୍ତ ସମସ୍ୟା ଦୂର ହୋଇଥାଏ।
ନିୟମିତ ଭାବେ ଏପରି ସମସ୍ୟାର ସମ୍ମୁଖୀନ ମନୋବିଜ୍ଞାନୀଙ୍କ ପରାମର୍ଶ ନେଇପାରିବେ। | <urn:uuid:caa97198-c6de-4098-b50f-824d468cb370> | CC-MAIN-2018-26 | http://odishareporter.in/top-story/why-people-talk-in-sleep-13-43-240568 | 2018-06-18T01:45:26Z | s3://commoncrawl/crawl-data/CC-MAIN-2018-26/segments/1529267859923.59/warc/CC-MAIN-20180618012148-20180618032148-00394.warc.gz | ory | 0.999787 | Orya | 6 | {"ory_Orya_score": 0.9997871518135071} |
ଚେକ୍ ଗଣରାଜ୍ୟ
ଇତିହାସ[ସମ୍ପାଦନା]
୫ମ ଖ୍ରୀଷ୍ଟାବ୍ଦରେ ସ୍ଲେଭିକ ସମ୍ପ୍ରଦାୟର ଜନଜାତି ଚେକ୍ ରିପବ୍ଲିକରେ ବସବାସ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ଏହି ଦେଶ ଅଷ୍ଟ୍ରିଆ-ହଙ୍ଗେରୀ ନିୟନ୍ତ୍ରଣରେ ଥିଲା । ୧୯୧୮ରେ ଚେକ୍ ରିପବ୍ଲିକ ଓ ସ୍ଲୋଭାକ ଏକତ୍ର ହୋଇ ଚେକ୍ ରିପବ୍ଲିକ ଗଠନ କରିଥିଲେ । ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଦେଶକୁ ଜର୍ମାନୀ ଅକ୍ତିଆର କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଚେକ୍ ସାଧାରଣତନ୍ତ୍ର ସୋଭିଏତ ସଂଘର ମିିତ୍ରରାଷ୍ଟ ହୋଇଥିଲା । ୱାର୍ସ ଚୁକ୍ତିଅନୁଯାୟୀ ଚେକ୍ ରିପବ୍ଲିକ ରୁଷ ନେତୃତ୍ୱାଧୀନ ସାମରିକ ମେଣ୍ଟରେ ଯୋଗ ଦେଇଥିଲା । ସୋଭିଏତ ସଂଘର ପତନ ପରେ ୧୯୮୯ରେ ଚେକ୍ ରିପବ୍ଲିକ୍ ସୋଭିଏତ ସଂଘରୁ ମୁକ୍ତ ହୋଇ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହୋଇଥିଲା । ପରେ ଚେକ୍ ରିପବ୍ଲିକ ଆମେରିକା ନେତତ୍ୱାଧୀନ ସାମରିକ ମେଣ୍ଟର ସଦସ୍ୟତା ଲାଭ କରିଥିଲା । ଅପ୍ରେଲ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପରେ ଚେକ୍ ରିପବ୍ଲିକରେ କମ୍ୟୁନିଷ୍ଟ ସରକାର କ୍ଷମତାସୀନ ହୋଇଥିଲା । ପରବର୍ତ୍ତି ସମୟରେ ଏହି ଦେଶ ଗଣତାନ୍ତ୍ରିକ ଶାସନକୁ ଆପଣାଇଥିଲା । ପ୍ରାୟ ୪୨ ବର୍ଷ କମୁନିଷ୍ଟ ଶାସନର ଅନ୍ତ ପରେ ୧୯୮୯ରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବେଲକାଭ ହାଭେଲ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୯୩ ଜାନୁଆରୀ ୧ତାରିଖରେ ଚେକ୍ ରିପବ୍ଲିକଠାରୁ ସ୍ଲୋଭାକିଆ ପୃଥକ ହୋଇଥିଲା । ୨୦୦୪ରେ ୟୁରୋପୀୟ ରାଷ୍ଟ୍ର ସଂଘରେ ଯୋଗ ଦେଇଥିଲା ।
ଭୂଗୋଳ[ସମ୍ପାଦନା]
ଧର୍ମ[ସମ୍ପାଦନା]
ପ୍ରଶାସନିକ ବିଭାଜନ[ସମ୍ପାଦନା]
ଭାଷା[ସମ୍ପାଦନା]
ଆଧାର[ସମ୍ପାଦନା]
- "Oxford English Dictionary". Retrieved 13 September 2014.
|ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ ।| | <urn:uuid:f49e87c2-8285-4858-8032-b7001a200cda> | CC-MAIN-2018-26 | https://or.wikipedia.org/wiki/Czech_Republic | 2018-06-20T04:04:27Z | s3://commoncrawl/crawl-data/CC-MAIN-2018-26/segments/1529267863411.67/warc/CC-MAIN-20180620031000-20180620051000-00394.warc.gz | ory | 1.000006 | Orya | 83 | {"ory_Orya_score": 1.0000064373016357} |
ନୂଆଦିଲ୍ଲୀ: ଆସନ୍ତାକାଲି ମୋଦି ସରକାରକୁ ୪ ବର୍ଷ ପୂରଣ ହେଉଛି। ଏହି ଅବସରରେ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାବାକୁ ସରକାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଏହାସହ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନକୁ ଯିବା ପାଇଁ ବିଜେପି ପକ୍ଷରୁ ନୂଆ ନାରା ଦିଆଯାଇଛି। ୩ ମିନିଟ୍ର ଏହି ଭିଡିଓରେ ଦଳ ପକ୍ଷରୁ 'ସାଫ୍ ସରକାର, ସହି ବିକାଶ' ନାରା ଦିଆଯାଇଛି। ଭିଡିଓ ଶେଷରେ କୁହାଯାଇଛି, '୨୦୧୯ ମେଁ ଏକବାର ଫିର ମୋଦି ସରକାର।'
ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। ୪ ବର୍ଷରେ ସରକାର ଆଣିଥିବା ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା କାମ ଆରମ୍ଭ କରିଦେଇଛନ୍ତି।
ବିଜେପି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ନୂଆ ଦଳ ପକ୍ଷରୁ ଏହି ନୂଆ ନାରା ଦିଆଯାଇଛି। ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ଏହି ନୂଆ ନାରା ଦିଆଯାଇଛି।
ତିନି ମିନିଟ୍ର ଏହି ଭିଡିଓରେ ସରକାରଙ୍କ ବିଭିନ୍ନ ଯୋଜନା ଓ ନିଷ୍ପତ୍ତି ଲୋକଙ୍କ ଜୀବନଶୈଳୀରେ କିପରି ପରିବର୍ତ୍ତନ ଆଣିଛି ଦେଖାଇବାକୁ ଚେଷ୍ଟା କରାଯାଇଛି।
ଓଡ଼ିଶାର କଟକରେ ଆସନ୍ତାକାଲି ମୋଦି ସାଧାରଣ ସଭାରେ ଯୋଗଦେବେ। ବିଜେପି ପାଇଁ ଓଡ଼ିଶା ବହୁତ ଗୁରୁତ୍ୱପୂର୍ଣ୍ଣ। ଲୋକସଭାକୁ ଓଡ଼ିଶାରୁ ୨୧ ସଦସ୍ୟ ଆସିଥାନ୍ତି। ୨୦୧୪ ନିର୍ବାଚନରେ ମାତ୍ର ଗୋଟିଏ ଆସନରେ ଦଳ ଏଠାରେ ଜିତିବାକୁ ସକ୍ଷମ ହୋଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ଦଳ ରାଜ୍ୟରେ ନିଜ ସ୍ଥିତି ସୁଧାରିବାକୁ ଜୋରଦାର ଉଦ୍ୟମ କରୁଛି।
ସେହିପରି ଦିଲ୍ଲୀରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦଳର ୪ ବର୍ଷ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବେ। | <urn:uuid:06c8060c-bcbe-462f-bf03-346ec6ccae75> | CC-MAIN-2018-26 | http://odishareporter.in/nation/bjp-back-in-election-for-2019-with-a-new-slogan-239140 | 2018-06-19T20:26:19Z | s3://commoncrawl/crawl-data/CC-MAIN-2018-26/segments/1529267863119.34/warc/CC-MAIN-20180619193031-20180619213031-00092.warc.gz | ory | 0.999972 | Orya | 7 | {"ory_Orya_score": 0.9999722242355347} |
ସୁଦୀପା କବାଟ ଖୋଲି ବାହାକୁ ଆସିଲେ । ରାସ୍ତାଟା ଶୁନ୍ଶାନ୍ । ଜହ୍ନ ଆଲୁଅ ଥୋପି ଥୋପି ହୋଇ ଝରି ପଡୁଛି । ଦୂର ପାହାଡ଼ଟା ଝାପ୍ସା ଦିଶୁଛି ।
ଆଜି ତାଙ୍କର ଜନ୍ମଦିନ । ଏମିତି ଏକ ଲଗ୍ନରେ ଦିନେ ସେ ନୂତନ ଆଭୂଷଣରେ ମଣ୍ଡିତ ହୋଇ ବନ୍ଧୁବାନ୍ଧବୀଙ୍କ ସହିତ ନିଜକୁ ଉପଭୋଗ କରୁଥିଲେ । ନୂତନ ସମ୍ଭାଷଣ, ନୂତନ ଅଭିନନ୍ଦନର ଦୀର୍ଘାୟୁ ସଂଳାପ ଶୁଣୁଥିଲେ । ଆଜି ସେମିତି କିଛି ଅନୁଭୂତି ମନକୁ ଆସୁନି । କିନ୍ତୁ ଜନ୍ମଦିନର ଠିକଣା କାହିଁକି ମନ ଭିତରକୁ ଆସୁଛି ? ସେ କ'ଣ ଚାହାଁନ୍ତି ? ସେ ପ୍ରଶ୍ନର ଉତ୍ତର ପୁନରାବୃତ୍ତି କଲେ ତାଙ୍କ ଫାଙ୍କା ପଡ଼ିଥିବା ମନରେ ସ୍ୱରଟିଏ ଗାଇଯିବ ଏକ ଅବୋଧ୍ୟ କବିତାର ଅସମ୍ପୂର୍ଣ୍ଣ କେତେ ଶବ୍ଦ । ଆଉ ସେ କବିତାର ଶିରୋନାମାଟା ସେ ଇଚ୍ଛା କରି ଭୁଲିଯିବାକୁ ଚାହାଁନ୍ତି ।
ସେ ଏଠି ଏକାକୀ । ଜୀବନକୁ ଏକାକୀତ୍ୱ ଦ୍ୱୀପଟିଏ କେତେବେଳେ ଓହ୍ଲେଇ ଆସେ । କେତେବେଳେ ଆଶା ଆକାଂକ୍ଷାର ସବୁଜ ଦୃଶ୍ୟ ମରୁଭୂମି ପାଲଟେ ।
ଏଇ ଟିକିଏ ଆଗରେ ପାହାଡ଼ୀ ନଈର ସୁଅ । ଯିବେ କି ସେଠାକୁ ! ସେ ନଈ ସୁଅରେ ଚନ୍ଦ୍ରମାର ତରଳ ଚପଳ ଜ୍ୟୋତ୍ସ୍ନା ଦୋଳି ଖେଳୁଛି । ଛଳଛଳ ସ୍ୱାଧୀନା ସୁକନ୍ୟା ନଦୀର ଗତି ତାଙ୍କ ମନରେ ସୃଷ୍ଟି କରୁଛି ଭାବାନ୍ତର । ଅଂଶୁମାନଙ୍କ ପାଇଁ ସେ ଏମିତି ନଦୀଟିଏ ହୋଇଯାଆନ୍ତେ କି !
ଅଂଶୁମାନ. . . ଅଂଶୁମାନ
ଏଇ ବୟସରେ ଅଂଶୁମାନଙ୍କ ପାଇଁ ଭାବ ବିହ୍ୱଳ ହେବା ଚପଳାମୀ ନୁହେଁ କି ତରୁଣୀ ସୁଲଭ ଦୁର୍ବଳତା ନୁହେଁ ।
ତେବେ !
ଅତୀତକୁ କ'ଣ ଭୁଲି ହୁଏ ?
ନାଁ, ଅତୀତର ଭିଜାମାଟିର ଗନ୍ଧ ଏବେବି ତାଙ୍କୁ ପ୍ରଲୁବ୍ଧ କରୁଛି । ମନେପଡୁଛି ଏମିତି ଜନ୍ମଦିନର ମହୋତ୍ସବ ଭିତରୁ ଗୋଟିଏ ଦୃଶ୍ୟ । ସେତେବେଳେ ସେ କଲେଜ୍ରେ ପଢୁଥିଲେ । ଜନ୍ମଦିନର ଉତ୍ସବ ଭିତରେ ନୀଳପରୀ ପରି ସଜେଇ ହୋଇ ନିଜ ପ୍ରିୟଜନଙ୍କ ଉପହାର ଆଉ ଶୁଭେଚ୍ଛାରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ । ସର୍ବଶେଷରେ ସେ ପାଇଥିବା ଛୋଟ ଅଥଚ ମୂଲ୍ୟବାନ୍ ଉପହାରଟା ଯେତିକି ବିସ୍ମିତ କରିଥିଲା, ସେତିକି ଶିହରଣ ଭରିଦେଇଥିଲା ।
ଏମିତି ଏକ ଉପହାର କିଏ କ'ଣ କେବେ ଆଶା କରିପାରେ ?
ତାଙ୍କର ସଦ୍ୟ ଅଙ୍କିତ ଏକ ସୁନ୍ଦର ଚିତ୍ରପଟ !
ସୁଦୀପା ଚକିତ ହୋଇପଡ଼ିଥିଲେ ଆଉ ବିବ୍ରତ ମଧ୍ୟ । ଆଉ ସେଇ ଛୋଟ ଚିଠି । ଏକ ଜରୁରୀ କାର୍ଯ୍ୟ ପାଇଁ ସାକ୍ଷାତ୍ କରିପାରୁନାହିଁ । ଉପହାରଟି ଗ୍ରହଣ କରିବ ।
ସୁଦୀପା କାହାକୁ କ'ଣ ପଚାରିବେ, ଠିକ୍ କରିପାରିନଥିଲେ ।
ଚିଠିଟାକୁ ଭୁଲିବାକୁ ତାଙ୍କୁ ସମୟ ଲାଗିବନି, କିନ୍ତୁ ସେଇ ଚିତ୍ରପଟ ।
ଚିତ୍ରଟାକୁ ଭୁଲିହୁଏନା । ଲୋଭ ଆସୁଛି ମନରେ ।
ସମୟ ଦେଖି ନିର୍ଜନ ମଧ୍ୟାହ୍ନରେ ପୁଣି ଖୋଲିଥିଲେ ଚିତ୍ରପଟଟି । ଅବିକଳ ସେ । ଯେଉଁ ନୀଳ ଶାଢ଼ୀଟାକୁ ସେ ଭଲ ପାଆନ୍ତି, ସେଇ ଶାଢ଼ୀ ଆକାଶର ଚନ୍ଦ୍ରମାକୁ ଚାହିଁ ଏକ ବିଶେଷ ମୁଦ୍ରାରେ ବିମୁଗ୍ଧା ସୁଦୀପ୍ତା । ସେ ଭଙ୍ଗୀରେ ଭରା ନଈର ଉଦ୍ଦାମତା ନାହିଁ । ଅଛି ବର୍ଷାର ଆଦ୍ର ଫସଲରେ ଢଳ ଢଳ ହେଉଥିବା ସରଳତା, ସତେଜତା ।
କିନ୍ତୁ ଏହା କ'ଣ ସମ୍ଭବ ହୋଇପାରେ ?
ଏମିତି ଜଣେ ନିବିଡ଼ତମ ଚିତ୍ରକର ବନ୍ଧୁ ତ ତାଙ୍କର କେହି ନାହାନ୍ତି । ଭୟରେ ସେ ଚୁପ୍ ରହିଥିଲେ । କାହାକୁ କିଛି କହିନଥିଲେ । ସେ ସମସ୍ୟାର ସମାଧାନ କିନ୍ତୁ ଆପେ ଆପେ ହୋଇଯାଇଥିଲା । ଭାଇଙ୍କ ଅନ୍ତରଙ୍ଗ ବନ୍ଧୁଟି ଯେ ଜଣେ ବିଖ୍ୟାତ ଚିତ୍ରକର, ଏକଥା ଜାଣିଲାପରେ ସେ ଜିଭ କାମୁଡ଼ି ପକାଇଥିଲେ ।
ଏ. . . ମା' ଏଇ ପୁଣି ଚିତ୍ର ଆଙ୍କନ୍ତି । ଆଉ ଏମିତି ଚିତ୍ର ଆଙ୍କନ୍ତି, ଯାହା ଜନ୍ମଦିନ ପାଇଁ ଉପହାର ମଧ୍ୟ ହୋଇପାରେ ।
ସେଇ ଚିତ୍ରକର ଭାଇଙ୍କର ଅନ୍ତରଙ୍ଗ ବନ୍ଧୁ ଅଂଶୁମାନ ରାୟ ।
ଅଂଶୁମାନ ତାଙ୍କ ଘରକୁ ପ୍ରାୟ ଆସୁଥିଲେ ।
ଅଂଶୁମାନ ଚିତ୍ର ଆଙ୍କୁଥିଲେ । ସୁନ୍ଦର ଲୋଭନୀୟ ଚିତ୍ର । ସେଗୁଡ଼ିକ ତାଙ୍କ ଡ୍ରଇଂ ରୁମ୍ରେ ସ୍ଥାନ ପାଇଥିଲା । ଭାଉଜ ସେଥିରୁ କେତେଟା ନେଇ ବେଡ୍ରୁମ୍ରେ ସଜେଇ ଥିଲେ । ଅଥଚ ତାଙ୍କ ପାଖରେ ଥିଲା ସେଇ ଏକାକିନୀ ଚିତ୍ରପଟଟି । ସେଇ ମଦାଳସୀ ଚିତ୍ରଟି ତାଙ୍କ ନିଛାଟିଆ ଜୀବନରେ ଭରି ଦେଇଥିଲା ରୂପ ନଗରୀର ଉପକଥା ସବୁ ।
ବେଳେବେଳେ ସେ ଧକ୍କା ଖାଇଲା ପରି ଅଟକି ଯାଉଥିଲେ । ଅଂଶୁମାନ ତାଙ୍କ ଘର ସମକକ୍ଷ ହେବା ପାଇଁ ଅନେକ ଗୁଡ଼ିଏ ପାହାଚ ଅତିକ୍ରମ କରିବାକୁ ପଡ଼ିବ । ତେବେ ଅଂଶୁମାନ ଆସିଲେ ଘରେ ଚହଳ ପଡ଼ିଯାଉଥିଲା । ସବୁକାମ ବନ୍ଦ କରି ଭାଇ ଭାଉଜ ଗାଡ଼ି ଧରି ବାହାରୁଥିଲେ । ସେମାନେ ସୁଦୀପାକୁ ଡାକୁଥିଲେ । ବାଧ୍ୟ କରୁଥିଲେ ଯିବାକୁ ।
ଅଂଶୁମାନ ସବୁଜ ଉପତ୍ୟକାରେ ବସି କେତେ ସହଜରେ ଚିତ୍ର ସବୁ ଆଙ୍କୁଥିଲେ । ଶାନ୍ତ ବନାନୀ, ଖଣ୍ଡିଉଡ଼ା ମେଘ ଆଉ ଯୁଗଳ ବିହଙ୍ଗର ଦୃଶ୍ୟ ।
ଜୀବନର ସବୁ ଇସ୍ତାହାରକୁ ଚିତ୍ରରେ ଫୁଟାନ୍ତି ଅଂଶୁମାନ ।
ଆଉ ଦିନକର ସେଇ ଛୋଟ ଘଟଣାଟି ତାଙ୍କ ଜୀବନରେ ଏକ କିମ୍ୱଦନ୍ତୀ ପାଲଟିଗଲା । ତାହା ସ୍ମରଣ କଲେ ଆଜି ମଧ୍ୟ ଏକ କଣ୍ଠରୋଧୀ ହାହାକାରରେ ଛଟପଟ ହୁଅନ୍ତି । ସେଦିନ ମଧ୍ୟ ଥିଲା ଏକ ସୁଦେଷ୍ଣା ସନ୍ଧ୍ୟା । ଆଲୁଳାୟିତ ଜ୍ୟୋତ୍ସ୍ନାର ମୃଦୁ ପରଶରେ ସମୁଦ୍ରର ଉତ୍ଥିତ ନୀଳ ଢେଉ ମନରେ ଆଙ୍କୁଥିଲା ସ୍ୱପ୍ନର ସୀମାହୀନ ସାମ୍ରାଜ୍ୟଟିଏ ।
ଅଂଶୁମାନ ନିଜ ତରଫରୁ ପ୍ରସ୍ତାବ ଦେଇଥିଲେ ସେଦିନର ସେଇ ଚିତ୍ରପଟ ତୁମ ଜନ୍ମଦିନ ପାଇଁ ଶୀଘ୍ର ଶୀଘ୍ର ଆଙ୍କି ଦେଇଥିଲି । ସେଥିରେ କିଛି ତ୍ରୁଟି ରହିଯାଇଥିଲା । ଆଜି ତୁମକୁ ମୋ ସାମ୍ନାରେ ଦେଖି ଚିତ୍ର ଆଙ୍କିବି । ରାଜି ?
ସୁଦୀପା ମନା କରିପାରିନଥିଲେ ।
ଝାଉଁଗଛର ବାଲୁକା ଶଯ୍ୟାରେ ଏକ ବିଶିଷ୍ଟ ମୁଦ୍ରାରେ ସେ ବସିଥିଲେ । ଅଂଶୁମାନ ଚିତ୍ର ଆଙ୍କୁଥିଲେ ଅତି ନିବିଡ଼ତମ ସ୍ପର୍ଶ ଦେଇ, ଅତି ଏକାଗ୍ର ଚିତ୍ତରେ । କିନ୍ତୁ ଚିତ୍ରଟିର ସ୍କେଚ୍ ସମ୍ପୂର୍ଣ୍ଣ ସରିନଥିଲା ।
ଶୁଭ୍ରାଙ୍ଗୀ ଚନ୍ଦ୍ରମା ମେଘମାନଙ୍କର ଆକ୍ରମଣରେ ଆତଙ୍କିତ ହୋଇପଡ଼ିଥିଲା । ଝାଉଁବଣରେ ପବନର ସାହାନାଇ ଭୟାକୁଳ କରିଦେଇଥିଲା ପରିବେଶକୁ । ଆକାଶରେ ଅଦିନ ଝଡ଼ର ସୂଚନା ।
ଏକ ଆହତ ଅଭିମାନରେ ଥରି ଉଠିଥିଲେ ସୁଦୀପା ।
ଅଂଶୁମାନ ପ୍ରବୋଧନା ଦେଇଥିଲେ । ତୁମେ ଆଦୌ ବିଚଳିତ ହୁଅନାହିଁ ଦୀପା । ତୁମର ସେ ମଡ଼େଲ୍ଟା ମୋ ସାମ୍ନାରେ ଲିପିବଦ୍ଧ ହୋଇ ରହିଗଲା । ତୁମକୁ ନ ଦେଖି ମଧ୍ୟ ମୁଁ ବେଶ୍ ଆଙ୍କି ପାରିବି । ସର୍ତ୍ତ ରହିଲା, ତୁମ ଜନ୍ମଦିନରେ ଏହି ଛବିଟି ନିଶ୍ଚୟ ପାଇବ ।
ତା'ପର ଘଟଣା ଗୁଡ଼ିକ ସବୁ ଏକାନ୍ତ ଆଚମ୍ୱିତ ଆଉ ଆକସ୍ମିକ ।
ସମୟର କର୍ଦ୍ଦମାକ୍ତ ନଦୀରେ ଜୀବନର ପ୍ରତିବିମ୍ୱ ଭାରି ଅସ୍ପଷ୍ଟ ହୋଇ ପଡ଼ିଥିଲା । ଭାଇଙ୍କର ଆକସ୍ମିକ ମୃତ୍ୟୁର ଛାୟା ପରିବାରର ସମସ୍ତ ମାଧୁରିମାକୁ ପୋଡ଼ି ଜାଳି ଲୁପ୍ତ କରିଦେଲା । ସହର ଛାଡ଼ିବାକୁ ପଡ଼ିଥିଲା । ଶେଷ ମୁହୂର୍ତ୍ତରେ ଅଂଶୁମାନଙ୍କ ସହ ସାକ୍ଷାତ୍ ମଧ୍ୟ ହୋଇପାରିନଥିଲା ।
ଦୀର୍ଘ ପନ୍ଦର ବର୍ଷ ତଳର ଝାପ୍ସା ଅତୀତ ।
ଅଂଶୁମାନ ରହିଗଲେ ଅନେକ ଦୂରରେ ।
ମନେ ପଡ଼ିଲେ ସ୍ୱପ୍ନ ପରି ଲାଗୁଛି । କିନ୍ତୁ ସେ ଅସମ୍ପୂର୍ଣ୍ଣ ଚିତ୍ରଟିର ସଫଳ ରୂପାୟନ ହୋଇପାରିଲା ନାହିଁ । ସୁଦୀପା ଆସ୍ତେ ଆସ୍ତେ ଭୁଲିଯିବାକୁ ଚେଷ୍ଟା କଲେ ।
ମନ ଭୁଲାଇବାକୁ ଅଧ୍ୟାପିକା ଚାକିରୀ ମଧ୍ୟ ବାଛିନେଲେ । କିନ୍ତୁ ସେ ବିବାହ କଲେନି କାହିଁକି ? ସେ ଚିତ୍ରଟିର ସମ୍ପୂର୍ଣ୍ଣ ରୂପାୟନକୁ ଅପେକ୍ଷା କରି ରହିଥିଲେ ନା ତାଙ୍କ ଆତ୍ମୀୟ ସ୍ୱଜନଙ୍କ ଆଗ୍ରହ ନଥିଲା । କ'ଣ ପାଇଁ ସେ ଅବାଧ୍ୟ ହେଲେ ?
ଅତୀତର ରୋମନ୍ଥନ । ଭିନ୍ନ ସ୍ୱାଦର ଜୀବନ ।
ଏଇ ସଙ୍କୁଚିତ ଦୈର୍ଘ୍ୟ ପ୍ରସ୍ଥର ସହର ଭିତରେ ହଠାତ୍ ଦିନେ ଦେଖା ହୋଇଗଲେ ଅଂଶୁମାନ ଗୋଟିଏ ଚିତ୍ରକଳା ପ୍ରଦର୍ଶନୀରେ । ଅଂଶୁମାନଙ୍କ ଚିତ୍ର ସେଥିରେ ସ୍ଥାନ ପାଇଥିଲା । ସମ୍ମାନ ପାଇଥିଲା । ପୁରସ୍କୃତ ହୋଇଥିଲା । ନଈର ଚହଲା ପାଣିରେ ଏକୁଟିଆ ନାଉରୀର ଚିତ୍ର । ଦୂର ଆକାଶରେ ଭାସିଯାଉଥିଲେ ବକାଳିକା ମାଳିକା । ଆଉ ନଈର ଘୁମନ୍ତ ଜଳକୁ ଚାହିଁ କୂଳରେ ଠିଆ ହୋଇଥିଲା ଅପରୂପା ତରୁଣୀଟିଏ ପଥର ଖଣ୍ଡକୁ ଆଉଜି, ଏକ ବିମୁଗ୍ଧ ଠାଣିରେ । ଅଂଶୁମାନ ଅନେକଥର ଆସିଛନ୍ତି ତା' କ୍ୱାଟରକୁ । ପରିଚୟ ପୁଣି ଘନିଷ୍ଠ ହୋଇଛି । ତେବେ ଆଗପରି ଏତେ ଆନ୍ତରିକତା ସେ ଅନୁଭବ କରିନାହାନ୍ତି । ଅନେକଥର ସେଇ ଅସମ୍ପୂର୍ଣ୍ଣ ଚିତ୍ରଟାର ରୂପାୟନ ମନ ଭିତରେ ଉଦୟ ହୋଇ ପୁଣି ଅସ୍ତ ହୋଇ ଯାଇଛି ।
ଏଇ ଉତ୍ତୀର୍ଣ୍ଣ ବୟସର ଅପରାହ୍ନରେ ବି ମନେ ମନେ ପ୍ରଗଳ୍ଭା ହୋଇ ଉଠନ୍ତି ସୁଦୀପା । ଚିତ୍ରଟିର ଭୂମିକା ଯେ ତାଙ୍କ ଜୀବନରେ ଅନେକ କିଛି, ଏହା ଅଂଶୁମାନଙ୍କୁ କହିବାକୁ ଯାଇ ଅଟକି ଯାଆନ୍ତି । ଛିଃ, କ'ଣ ଭାବିବେ ଅଂଶୁମାନ । ଅଂଶୁମାନ ଭୁଲିଯିବେଣି କି ମନେ ଥିଲେ ମଧ୍ୟ ଗୋଟେ ସାମାନ୍ୟ ଘଟଣା ଭାବି ଗୁରୁତ୍ୱ ଦେଇନଥିବେ ।
ଠିକ୍ ତ, ଭୁଲିଯିବାଟା ହିଁ ଜୀବନ ।
ଭୁଲି ପାରିନାହାନ୍ତି ବୋଲି ତ ସୁଦୀପା ଏକ ଶ୍ୱାସରୋଧୀ ଦାବାଗ୍ନିର ପରିଧିରୁ ନିଜକୁ ମୁକ୍ତ କରିପାରୁନାହାନ୍ତି ।
କଥା ମଝିରେ ଉଦାସ ଆଉ ଗମ୍ଭୀର ହୋଇ ଯାଆନ୍ତି ଅଂଶୁମାନ ।
ସୁଦୀପା ପଚାରି ପାରନ୍ତି ନାହିଁ ସମୁଦ୍ର କୂଳ ଝାଉଁବଣ କି ଢେଉ ଆଉ ଶାମୁକାର କଥା । ଅଂଶୁମାନ ବିବାହ କରିନାହାନ୍ତି କାହିଁକି ? ସୁଦୀପା ପଚାରି ପାରନ୍ତି ନାହିଁ । କେମିତି ଗୋଟେ ନାହିଁ ନାହିଁର ଶୂନ୍ୟତାରେ ଆଚ୍ଛନ୍ନ ହୋଇ ପଡ଼ନ୍ତି ସୁଦୀପା ।
ଇସ୍ ଅଂଶୁମାନଙ୍କ ସହିତ ମୋଟେ ଦେଖା ହୋଇନଥାନ୍ତା କି !
ସୁଦୀପା ଫେରିଲେ । ଏଇ ପାହାଡ଼ୀ ନଦୀର ଭରାସ୍ରୋତ ତାଙ୍କ ଅତୀତକୁ ପୋଛି ଦେଇପାରିନି । ଏ ନଦୀର ଆରପାରିରେ ସେ ଖାଲି ଶୁଣୁଥିବେ ଝରାପତ୍ରର କାରୁଣ୍ୟ କବିତା ।
ଘରେ ପହଞ୍ଚି ସେ ସ୍ତବ୍ଧ ହୋଇଗଲେ । ଏ ଯେ ଅଂଶୁମାନ । ସୁଦୀପା କି କୈଫିୟତ ଦେବେ । କୁଆଡ଼େ ସେ ଯାଇଥିଲେ ଏତେ ରାତିରେ ଘର ଖୋଲାକରି ।
ବିନା ଉପକ୍ରମଣିକାରେ ଅଂଶୁମାନ ଧରାଇଦେଲେ ଉପହାରଟିଏ ।
ଚମକି ପଡ଼ିଲେ ସୁଦୀପା । ଏ କ'ଣ ?
ଅଂଶୁମାନ କହିଲେ ସର୍ତ୍ତଥିଲା ଏଇ ଚିତ୍ରଟି ତୁମ ଜନ୍ମଦିନରେ ଦେବାପାଇଁ । ତୁମ ଠିକଣା ଅନେକ ଖୋଜିଛି । ତୁମ ଜନ୍ମଦିନରେ ଅନେକଥର ମନେ ପଡ଼ିଛ ତୁମେ । ଚିତ୍ରଟି ତୁମକୁ ଦେଇନପାରିବାର ଅବଶୋଷର ଦଗ୍ଧ ହୋଇଯାଇଛି ମୁଁ, ଅନୁତାପ ଆସିଛି ।
ଆନନ୍ଦ ଆଉ ବିସ୍ମୟର ସମ୍ମିଶ୍ରଣରେ ସୁଦୀପାଙ୍କ ଆଖି ଛଳଛଳ ।
ତାଙ୍କ ପାଖରେ ଦିନେ ଚିତ୍ରଟିର ଗୁରୁତ୍ୱ ଯଦିଓ ଥିଲା, ଆଜି ତା'ର ମୂଲ୍ୟବୋଧ କିଛି ବି ନୁହେଁ । ତଥାପି ଲୋଭ ସମ୍ୱରଣ କରିପାରିଲେ ନାହିଁ । ଉପହାରଟି ଖୋଲିଲେ । ଝାଉଁବଣ ଛାଇରେ କାହାପାଇଁ ଅପେକ୍ଷାରତା ସେ ବିରହିଣୀ । ଠିକ୍ ସେଇ ଦୃଶ୍ୟ ଆକାଶରେ ଅଗଣିତ ତାରାଙ୍କର ଶୋଭାଯାତ୍ରା । ସମୁଦ୍ର ବକ୍ଷରେ ରଜତ ଜ୍ୟୋତ୍ସ୍ନାର ଉତ୍ତରୀୟ । ସେ ଦୃଶ୍ୟରେ ଶ୍ରାବଣର ଉଦ୍ଦାମତା ନାହିଁ । ଅଛି ଆଶ୍ୱିନର ମନ ଚହଲା ଦୃଶ୍ୟ ।
ନା, ଏ ଚିତ୍ର ସୁଦୀପା ଦାସଙ୍କର ନୁହେଁ । ଏକ ଅଭିଶପ୍ତା ଉର୍ବଶୀର । କେତେବେଳେ ନିଦରୁ ଉଠିଲା ପରି ସୁଦୀପା କହିଲେ "ସାମାନ୍ୟ ଗୋଟେ ଚିତ୍ରଟା ପାଇଁ ଆପଣଙ୍କ ପରି କଳାକାର ଆଦୌ ବିଚଳିତ ହେବା ଉଚିତ୍ ନୁହେଁ । ଚିତ୍ରଟା ଫେରି ପାଇନଥିଲେ ମଧ୍ୟ ମୁଁ ମୋଟେ ମନ ଦୁଃଖ କରିନଥାନ୍ତି ।"
ଉଦାସ କଣ୍ଠରେ ଅଂଶୁମାନ କହିଲେ "ତୁମେ ବୁଝିପାରିବ ନାହିଁ । କଳାକାର ଆଖିରେ ଦୁନିଆଁର ବୟସ ବଢେ଼ନାହିଁ । ତା' ସୃଷ୍ଟି ତା' ପାଇଁ ସ୍ଥିର ଅଚଞ୍ଚଳ । କାହାଚିତ୍ର ଆଙ୍କିଲା ବେଳେ ସେ ଉତ୍ତାପରେ ଦଗ୍ଧୀଭୂତ ହୋଇଯାଏ, ଆଉ କାହାଚିତ୍ର ଆଙ୍କିଲା ବେଳେ ସେ ନବବର୍ଷାର ସ୍ପର୍ଶ ଅନୁଭବ କରେ ।"
ଅତିକ୍ରାନ୍ତ ଅତୀତର ଝାପ୍ସା ଛାଇ ।
ସେଇ ଅସମ୍ପୂର୍ଣ୍ଣ ଚିତ୍ରଟିର ସଫଳ ପ୍ରତିରୂପ ମନ ଭିତରେ ଅଙ୍କନ କରି ଶିହରିତ ହୋଇ ଉଠିଛନ୍ତି । ନିଛାଟିଆ ପ୍ରହରର କ୍ଳାନ୍ତ ମୁହୂର୍ତ୍ତ ଗୁଡ଼ିକ ଇନ୍ଦ୍ରଧନୁର ସାତରଙ୍ଗୀ ଆଲୁଅରେ ଭରି ଦେଇଛି ସ୍ପନ୍ଦନ ଶିହରଣ ।
ଅଥଚ ଆଜି ସେଇ ସୁନ୍ଦର ଚିତ୍ରପଟଟାକୁ ଆଖି ଆଗରେ ଦେଖି ମଧ୍ୟ ଆନନ୍ଦରେ ଉତ୍ଫୁଲ୍ଲ ହୋଉ ଉଠୁନାହାନ୍ତି । ଉତ୍ତେଜନାରେ ଅସ୍ଥିର ହେଉନାହାନ୍ତି । ଅଂଶୁମାନଙ୍କୁ କୃତଜ୍ଞତା ଜଣାଇ ପାରୁନାହାନ୍ତି । ଭାଦ୍ରବର ଭରାନଦୀ ବେଶ ବଦଳାଇଛି । ସେ ନଦୀର କୂଳରେ ଧୂସର ଅରଣ୍ୟର ଆଞ୍ଜୁଳା ଆଞ୍ଜୁଳା ତୃଷ୍ଣା । ଏ ନଦୀ ଧାରାରେ ବିହଙ୍ଗୀର ଶୋଷ ମେଣ୍ଟେନା । ଚକ୍ରବାକୀର ଆଖି ଲୁହରେ ଏ ନଦୀର ଜଳ ଗାଢ଼ ଲବଣାକ୍ତ । ବାହାରେ ଜ୍ୟୋତ୍ସ୍ନା ଝରୁଛି । ଚତୁର୍ଦ୍ଦଶୀର ମାୟାବିନୀ ମୁକୁଳା ଜ୍ୟୋତ୍ସ୍ନା ।
ଆଜି ତାଙ୍କର ଜନ୍ମଦିନ ।
ବିନା ନିମନ୍ତ୍ରଣରେ ଆସିଛନ୍ତି ଅଂଶୁମାନ । | <urn:uuid:9b002726-98f0-4f90-be64-333ee8793ef6> | CC-MAIN-2018-26 | http://www.ameodia.com/odia-kathaa/odia-story/odia-story-padma-palaasha-manjurani-mishra/ | 2018-06-20T19:11:28Z | s3://commoncrawl/crawl-data/CC-MAIN-2018-26/segments/1529267863834.46/warc/CC-MAIN-20180620182802-20180620202802-00412.warc.gz | ory | 1.000002 | Orya | 10 | {"ory_Orya_score": 1.0000022649765015} |