text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଞ୍ଚଳରେ ନାବାଳିକା ଗଣ ଗଣଦୁଷ୍କର୍ମ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଜଣେ ଅଟୋ ଚାଳକଙ୍କ ସହ ତାଙ୍କର ଅନ୍ୟ ସହଯୋଗୀ ନାବଳିକାଙ୍କୁ ଜଙ୍ଗଲ ମଧ୍ୟକୁ ଟେକି ନେଇ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଯେ ଖଜୁରୀପଡା ଥାନା ଅଞ୍ଚଳର ନାବାଳିକା ଜଣଙ୍କ କିଛି ଗ୍ରାମବାସୀଙ୍କ ସହ ହାଟ କରିବା ପାଇଁ ଅଟୋରେ ଯାଇଥିଲେ । ଫେରିବା ବେଳେ ଆଟୋ ଚାଳକ ଜଣଙ୍କ ବାଟରେ ଜଣ ଜଣ କରି ସମସ୍ତଙ୍କୁ ଓହ୍ଲାଇ ଦେଇଥିଲେ। ଶେଷରେ ନାବାଳିକା ଜଣଙ୍କ ଓହ୍ଲାଇବାର ଥିବାବେଳେ ଆଟୋ ଚାଳକ ଜଣଙ୍କ ତାଙ୍କୁ ଜଙ୍ଗଲ ମଧ୍ୟକୁ ଉଠାଇ ନେଇ ଅନ୍ୟ ସାଙ୍ଗମାନଙ୍କ ସହ ଗଣବଳାତ୍କାର କରିଥିଲେ । ପରେ ନାବାଳିକାକୁ ତାଙ୍କ ଘରେ ଛାଡି ଦେଇଥିଲେ । ଏହି ସମ୍ପର୍କରେ ପରିବାର ଲୋକଙ୍କୁ ନାବାଳିକା କହିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । | <urn:uuid:36cf93c3-a0c6-45ad-8e16-d2921479e7a8> | CC-MAIN-2018-39 | http://www.samajalive.in/rape-18/14175.html | 2018-09-20T12:41:18Z | s3://commoncrawl/crawl-data/CC-MAIN-2018-39/segments/1537267156471.4/warc/CC-MAIN-20180920120835-20180920141235-00341.warc.gz | ory | 1.000003 | Orya | 4 | {"ory_Orya_score": 1.0000028610229492} |
– ମେଡିକାଲ କଲେଜ ନିର୍ମାଣ ଅନୁଦାନକୁ ନେଇ ବିଜେଡିର ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ
– ମେଡିକାଲ କଲେଜ ନିର୍ମାଣ ପାଇଁ ୫୫୭ କୋଟି ଅର୍ଥ ଅନୁଦାନ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି
– ରାଜ୍ୟରେ ୪ ଟି ମେଡିକାଲ କଲେଜକୁ ୧୧୩ କୋଟି ହିସାବରେ କେନ୍ଦ୍ର ସରକାର ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି
– ଜଗ୍ନାଥଧାମ ପୁରୀରେ ହେବାକୁ ଥିବା ୫ମ ମେଡିକାଲ କଲେଜ ପାଇଁ ୧୦୫ କୋଟି ଟଙ୍କା ଅନୁଦାନ ମିଳିସାରିଛି
– ପୁରୀରେ ମେଡିକାଲ କଲେଜ ନିର୍ମାଣ କୌଣସି କାର୍ଯ୍ୟ ନହେବା ପ୍ରସଙ୍ଗରେ ଖୁବଶୀଘ୍ର ମନ୍ତ୍ରାଳୟକୁ ରିପୋର୍ଟ ଦେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୪ /୦୯ (ଓଡ଼ିଆ ପୁଅ) : ମୋଦି ସରକାରଙ୍କ ଅନୁଦାନରେ ଆଜି ଓଡିଶାରେ ୪ ଟି ମେଡିକାଲ କଲେଜ ସମ୍ଭବ ହୋଇପାରିଛି। ବିଜେଡି ଦଳର ସାଂସଦ ତଥା ପ୍ରବକ୍ତା ରାଜ୍ୟରେ ନୂତନ ମେଡିକାଲ କଲେଜ ନିର୍ମାଣ ପାଇଁ କୌଣସି ଅନୁଦାନ କେନ୍ଦ୍ର ସରକାର ଦେଇନଥିବା ବକ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି।
ରାଜ୍ୟରେ ମେଡିକାଲ କଲେଜ ନିର୍ମାଣ ପାଇଁ ୫୫୭ କୋଟି ଟଙ୍କା ଅନୁଦାନ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଆନୁମାନିକ ୧୭୯ କୋଟି ପ୍ରତ୍ୟେକ ମେଡିକାଲ କଲେଜର ପ୍ରୋଜେକ୍ଟ ପାଇଁ ଖର୍ଚ୍ଚର୍ ହୁଏ। ରାଜ୍ୟରେ ୪ ଟି ମେଡିକାଲ କଲେଜକୁ ୧୧୩ କୋଟି ହିସାବରେ କେନ୍ଦ୍ର ସରକାର ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି। ଦେଶ ସାରା ୫୮ଟି ମେଡିକାଲ କଲେଜକୁ କେନ୍ଦ୍ର ସରକାର ଏପରି ଅର୍ଥ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଚୌବେ କହିଛନ୍ତି।
ସେହିପରି ଜଗ୍ନାଥଧାମ ପୁରୀରେ ହେବାକୁ ଥିବା ୫ମ ମେଡିକାଲ କଲେଜ ପାଇଁ ୧୦୫ କୋଟି ଟଙ୍କା ଅନୁଦାନ ମିଳିସାରିଛି। ୮ କୋଟି ଟଙ୍କାର ୟୁଟିଲାଇଜେସନ ସାର୍ଟିଫିକେଟ ନମିଳିବାରୁ ବାକି ଅର୍ଥ ପ୍ରଦାନ କରାଯାଇପାରିନାହିଁ। ଅନ୍ୟପଟେ ପୁରୀରେ ମେଡିକାଲ କଲେଜ ନିର୍ମାଣ ପାଇଁ ବର୍ତମାନ ସୁଦ୍ଧା କୌଣସି କାମ ଆରମ୍ଭ ହୋଇନାହିଁ। ଜଗନ୍ନାଥ ଧାମକୁ ସବୁ ରାଜ୍ୟରୁ ତୀର୍ଥଯାତ୍ରୀ ଆସୁଥିବାରୁ ସେଠାରେ ଏକ ଉନ୍ନତ ମାନର ମେଡିକାଲ କଲେଜ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଆଜି ପର୍ଯ୍ୟନ୍ତ ସେଠି କାମ ଆରମ୍ଭ ହୋଇନାହିଁ। ଖୁବଶୀଘ୍ର ବିଭାଗୀୟ ମନ୍ତ୍ରାଳୟକୁ ଏହି ସମ୍ବନ୍ଧରେ ରିପୋର୍ଟ ଦେବେ ବୋଲି ଶ୍ରୀ ଚୌବେ କହିଛନ୍ତି।
ଦେଶ ସ୍ୱାଧୀନ ହେବାର ୭୦ ବର୍ଷରେ ଯେତିକି ମେଡିକାଲ କଲେଜ ଖୋଲିନଥିଲା ତାହାଠୁ ଅଧିକ ମେଡିକାଲ କଲେଜ ବିଗତ ୪ ବର୍ଷରେ ଖୋଲିଛି। ୪ ବର୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦଙ୍କ ମାର୍ଗ ଦର୍ଶନରେ ସମୁଦାୟ ୧୧୮ଟି ସରକାରୀ ଏବଂ ବେସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ସେଥିମଧ୍ୟରୁ ୫ଟି ମେଡିକାଲ କଲେଜ ପ୍ରଥମଥର ପାଇଁ ଓଡିଶାରେ ଖୋଲିବାକୁ ନେଇ ନିଷ୍ପତି ହୋଇଥିଲା। ଭୁବନେଶ୍ୱରରେ ଏମସ୍ ପ୍ରତିଷ୍ଠା ହେବା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ। ସେହିପରି ବାଲେଶ୍ୱରଠାରେ ୩୦୦ ବେଡ ବିଶିଷ୍ଟ ଏମ୍ସର ଏକ ସାଟେଲାଇଟ ସେଟଂର ଶିଳାନ୍ୟାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା କରିଛନ୍ତି। ଏହି ମେଡିକାଲ ପାଇଁ ୪୦.୩୧ କୋଟି ଅନୁଦାନ ଦିଆଯାଇଛି ଏବଂ ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ଶ୍ରୀ ଚୌବେ କହିଛନ୍ତି।
ଏହା ଛଡା ରାଜ୍ୟରେ ୩ଟି ମେଡିକାଲ କଲେଜରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ହେବା ପାଇଁ ୧୩୦ କୋଟି ଟଙ୍କାର ସହାୟତା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଏଥି ସହ ପ୍ରତ୍ୟେକ ମେଡିକାଲ କଲେଜ ପାଇଁ ୧୨୦ କୋଟି ଟଙ୍କା ଲେଖାଏଁ କେନ୍ଦ୍ର ସରକାର ପ୍ରଦାନ କରିବେ। ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇଁ ବ୍ରହ୍ମପୁରର ଏମ.କେ.ସି.ଜି ମେଡିକାଲ କଲେଜ ୯୨ପ୍ରତିଶତ, ବୁର୍ଲାର ଭି.ଏସ.ଏସ ମେଡିକାଲ କଲେଜ ୩୨ପ୍ରତିଶତ କାର୍ଯ୍ୟ ସରିଛି। କେବଳ କଟକ ଏସସିବି ମେଡିକାଲ କଲେଜର ଟେଣ୍ଡର କାର୍ଯ୍ୟ ଏବେ ଚାଲୁ ରହିଛି ବୋଲି ଶ୍ରୀ ଚୌବେ କହିଛନ୍ତି।
ଓଡିଶାରେ ମୋଦି ସରକାରଙ୍କ 'ଆୟୁଷ୍ମାନ ଭାରତ' ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ଶ୍ରୀ ଚୌବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହା ଲାଗୁ କଲେ ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଲୋକମାନେ ଏହି ସୁବିଧା ଉଠାଇ ପାରିବେ। ରାଜ୍ୟ ସରକାରଙ୍କ ଯୋଜନା କେବଳ ରାଜ୍ୟ ଭିତରେ ସୀମିତ ଅଟେ। ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ ଓଡିଶା ବାହାରେ ଥିବା ଲକ୍ଷ ଲକ୍ଷ ଓଡିଆ ଏହାର ସୁବିଧା ଉଠାଇ ପାରିବେ। ଏହା ସହ ରାଜ୍ୟ ବାହରକୁ ଚିକିତ୍ସା ପାଇଁ ଯାଉଥିବା ଗରିବ ଲୋକ ମଧ୍ୟ ଏହାର ଲାଭ ନେଇପାରିବ ବୋଲି ଶ୍ରୀ ଚୌବେ କହିଛନ୍ତି।
ଆଗାମୀ ଦିନରେ କେନ୍ଦ୍ର ସରକାର ଦେଶରେ ୧.୫ କୋଟି ୱେଲନେସ ସେଟଂର ଖୋଲିବାକୁ ନିଷ୍ପତି ନିଆଯାଇଛି। ଚଳିତ ବର୍ଷ ୧୫ ହଜାର ୱେଲନେସ ସେଟଂର ଖୋଲିବାକୁ ଯାଉଛି। ଏଥିରେ ୧୨ଟି ରୋଗ ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ସେହିପରି ଆୟୁଷ୍ମାନ ଭାରତରେ ୧୩୫୦ଟି ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା ରହିଛି। ଆଗାମୀ ୨୫ ସେପ୍ଟେମ୍ବର ଦିନ ୱେଲନେସ ସେଟଂରର ଶୁଭାରମ୍ଭ ହେବ ବୋଲି ଶ୍ରୀ ଚୌବେ ସୂଚନା ଦେଇଛନ୍ତି। | <urn:uuid:ec0ab939-6799-47a4-a160-a5275511d9a9> | CC-MAIN-2018-39 | http://odiapua.com/%E0%AC%AE%E0%AD%8B%E0%AC%A6%E0%AC%BF-%E0%AC%B8%E0%AC%B0%E0%AC%95%E0%AC%BE%E0%AC%B0%E0%AC%99%E0%AD%8D%E0%AC%95-%E0%AC%85%E0%AC%A8%E0%AD%81%E0%AC%A6%E0%AC%BE%E0%AC%A8%E0%AC%B0%E0%AD%87-%E0%AC%86/ | 2018-09-21T15:24:57Z | s3://commoncrawl/crawl-data/CC-MAIN-2018-39/segments/1537267157216.50/warc/CC-MAIN-20180921151328-20180921171728-00501.warc.gz | ory | 0.999994 | Orya | 5 | {"ory_Orya_score": 0.9999935626983643} |
ଟିଟିଲାଗଡ଼: ୬ ବର୍ଷ ପରେ ବି ଶେଷ ହୋଇପାରୁନି ଓଭରବ୍ରିଜ୍ କାମ
ଟିଟିଲାଗଡ଼: ଟିଟିଲାଗଡ଼ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥରେ ୬ ବର୍ଷ ତଳୁ ଆରମ୍ଭ ହୋଇଥିଲା ଏକ ଓଭର ବ୍ରିଜ୍ ନିର୍ମାଣ କାମ। କିନ୍ତୁ ଏଯାବତ ଏହି କାମ ଶେଷ ହୋଇପାରୁ ନାହିଁ। ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହେବ କି ନାହିଁ ସେ ନେଇ ଦେଖାଦେଇଛି ଅନିଶ୍ଚିତତା।
ଟିଟିଲାଗଡ଼ ସହର ମଧ୍ୟ ଦେଇ ଯାଇଛି ରାୟପୁର-ଗୋପାଳପୁର ୫୯ ନମ୍ୱର ଜାତୀୟ ରାଜପଥ। ହେଲେ ଏହି ଜାତୀୟ ରାଜପଥରେ ଗମନାଗମନ ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି ଦକ୍ଷିଣ-ପୂର୍ବ ରେଳପଥ। ଜାତୀୟ ରାଜପଥ ଉପରେ ହିଁ ଅତିକ୍ରମ କରିଛି ଏହି ରେଳ ଲାଇନ୍। ଦକ୍ଷିଣ ପୂର୍ବ ରେଳପଥର ଏହା ହେଉଛି ଏକ ବ୍ୟସ୍ତତମ ଲାଇନ୍। ତେଣୁ ଟ୍ରେନ ଯିବା ଆସିବା ପାଇଁ ବାରମ୍ବାର ଫାଟକ ପଡ଼େ। ଫଳରେ ଜାତୀୟ ରାଜପଥରେ ଯାଉଥିବା ଲୋକଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼େ। ଟିଟିଲାଗଡ଼ ବାସିନ୍ଦା ହିମାଂଶୁ ମହାରଣା କହିଛନ୍ତି ଯେ ସହର ମଧ୍ୟ ଭାଗରେ ରେଳ ଫାଟକ ରହିଛି। ସହରର ୧୫ଟି ୱାର୍ଡ ମଧ୍ୟରୁ ୧୦ଟି ୱାର୍ଡ ଫାଟକର ଗୋଟିଏ ପଟରେ ଓ ୫ଟି ୱାର୍ଡ ଅନ୍ୟ ପାର୍ଶ୍ୱରେ ରହିଛି। ଫାଟକର ଗୋଟିଏ ପାର୍ଶ୍ୱରେ ଅଗ୍ନିଶମ ବିଭାଗ, କଲେଜ, ଗ୍ରାମ ଉନ୍ନୟନ ସଂସ୍ଥା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଫିସ୍ ରହିଛି। ତେଣୁ ଲୋକଙ୍କୁ ବିଭିନ୍ନ କାମରେ ଫାଟକ ପାର ହେବାକୁ ପଡ଼େ। ବହୁ ସମୟରେ ଟ୍ରେନ୍ ଯାତାୟତ ପାଇଁ ଫାଟକ ବନ୍ଦ ରହୁଥିବା ଯୋଗୁ ଲୋକେ ହଇରାଣ ହୁଅନ୍ତି। ଟ୍ରାଫିକ୍ ଜାମ୍ ହୋଇଯାଏ।
ଟିଟିଲାଗଡ଼ ସହରବାସୀଙ୍କ ବାରମ୍ବାର ଦାବି ପରେ ୧୨କୋଟି ୫୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୦୦୯ ମାର୍ଚ୍ଚ ୨ ତାରିଖରୁ ଏହି ରାଜପଥ ଉପରେ ଏକ ଓଭର ବ୍ରିଜ୍ କାମ ଆରମ୍ଭ କରାଯାଇଥିଲା। ୧୮ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଥିଲା। କିନ୍ତୁ ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ଓଭର ବ୍ରିଜର ମାତ୍ର ତିନିଟି ପିଲର୍ କାମ ଶେଷ ହୋଇଛି। ଆଉ ଆଗକୁ ବଢୁନି ଏହାର ନିର୍ମାଣ କାର୍ଯ୍ୟ। କୁମୁଦ ବିହାରୀ ବେଦବାଗ କହିଛନ୍ତି ଯେ ତିନିଟି ପିଲର କାମ କରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଦିଆଯାଇଛି। ଠିକା ସଂସ୍ଥା କାମ ଛାଡ଼ି ପଳାଇ ଯାଇଥିବା ଯୋଗୁ ବ୍ରିଜଟି ଶେଷ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି।
ଗତ କିଛି ମାସ ତଳେ ଏହି ଓଭର ବ୍ରିଜର ନୂତନ ବ୍ୟୟ ଅଟକଳ କରି ଟେଣ୍ଡର କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରି ନାହିଁ। ଏନେଇ ଟିଟିଲାଗଡ଼ର ପିଡବ୍ଲ୍ୟୁଡି ଏସଡିଓ ଆଲୋକ ନାୟକ କହିଛନ୍ତି, ଏହି ପ୍ରକଳ୍ପର ନୂଆ ଡିଜାଇନ୍ ତିଆରି କରାଯାଇଛି। ବ୍ୟୟ ଅଟକଳ ମଧ୍ୟ ବଢ଼ାଇ ଦିଆଯାଇଛି। ନୂଆ ଟେଣ୍ଡର କାମ ଶେଷ ହୋଇଯାଇଛି। ଖୁବ୍ ଶୀଘ୍ର କାମ ଆରମ୍ଭ କରାଯିବ। | <urn:uuid:0ed32555-03cd-417e-b82e-6211aa249425> | CC-MAIN-2018-39 | https://odishareporter.in/or-special/titilagara-sixbashaparabisashahoiparunitvharabrijkama-17587 | 2018-09-21T15:53:26Z | s3://commoncrawl/crawl-data/CC-MAIN-2018-39/segments/1537267157216.50/warc/CC-MAIN-20180921151328-20180921171728-00501.warc.gz | ory | 0.999996 | Orya | 6 | {"ory_Orya_score": 0.9999959468841553} |
ଭୁବନେଶ୍ୱର, ୮ା୯(ଓଡ଼ିଆ ପୁଅ): ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜରେ ଅଧ୍ୟକ୍ଷଙ୍କ ସମେତ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲିପଡ଼ିଛି। ଏହି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନର ସ୍ୱୟଂଶାସିତ ମର୍ଯ୍ୟାଦାର ଅବଧି ସରି ଯାଇଥିଲେ ମଧ୍ୟ ୧୧ ବର୍ଷ ଧରି ତାହାର ନବୀକରଣ ହୋଇପାରିନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସ୍ୱୀକାରୋକ୍ତି ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ।
ଏହି ଶିକ୍ଷାନୁଷ୍ଠାନର ସ୍ୱୟଂଶାସିତ ମର୍ଯ୍ୟାଦାର ନବୀକରଣ ସହିତ ଉକ୍ତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଓ ଏଠାରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ଲାଗି ବିଧାୟକ ଶ୍ରୀ ରାୟ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଉକ୍ତ ଡିଗ୍ରୀ କଲେଜକୁ ୨୦୦୨ ମସିହାରେ ସ୍ୱୟଂଶାସିତ ମର୍ଯ୍ୟାଦା ମିଳିଥିବା ବେଳେ ତାହାର ଅବଧି ୨୦୦୭ ମସିହାରୁ ସରିଯାଇଛି। ଏ ସଂକ୍ରାନ୍ତରେ ୟୁଜିସି ସହ ଯୋଗାଯୋଗ ଚାଲିଛି ଏବଂ ନ୍ୟାକ୍ ଟିମ୍ର ପରିଦର୍ଶନ ପରେ ସ୍ୱୟଂଶାସିତ ମର୍ଯ୍ୟାଦାର ନବୀକରଣ ହେବ।
ଉକ୍ତ କଲେଜରେ ନିୟମିତ ଅଧ୍ୟକ୍ଷ ପଦବୀଟି ମଧ୍ୟ ଖାଲିପଡ଼ିଛି। ଏଥିପାଇଁ ଥିବା ୬୦ଟି ଶିକ୍ଷକ ପଦବୀ ମଧ୍ୟରୁ ମାତ୍ର ୨୩ ଜଣ ଥିବା ବେଳେ ୩୭ଟି ପଦବୀ ଖାଲି। ଏହି କଲେଜ ଲାଗି ଗଣିତ ପଢ଼ାଇବା ପାଇଁ ତିନୋଟି ମଞ୍ଜୁରୀ ପ୍ରାପ୍ତ ପଦବୀ ଥିବା ବେଳେ ଜଣେ ହେଲେ ଅଧ୍ୟାପକ ନାହାନ୍ତି। ସେହିପରି ଏଠାରେ ମନସ୍ତତ୍ତ୍ୱ, ସମାଜ ବିଜ୍ଞାନ ଓ ବାଣିଜ୍ୟ ବିଷୟରେ ମଧ୍ୟ କେହି ଅଧ୍ୟାପକ ନାହାନ୍ତି। ବିଜ୍ଞାନ ପାଠ୍ୟକ୍ରମ ଲାଗି ୨୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୫ଟି ବିଭାଗରେ ୧୪ଟି ପଦବୀ ଖାଲିପଡ଼ିଛି। ଏହି କଲେଜ ଲାଗି ଇଂରାଜୀ ବିଷୟର ୬ଟି ଓ ଓଡ଼ିଆ ବିଷୟ ପାଇଁ ୪ଟି ଅଧ୍ୟାପକ ପଦବୀ ଥିବା ବେଳେ ସେଥିରୁ ଯଥାକ୍ରମେ ୫ଟି ଓ ୨ଟି ପଦବୀ ଖାଲି। ଏହାଛଡ଼ା ପ୍ରାୟତଃ ସବୁ ବିଷୟରେ ଏଠାରେ ଅଧ୍ୟାପକ ପଦବୀ ଖାଲିଅଛି। ଉକ୍ତ କଲେଜ ଲାଗି ୭୫ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ବି ୪୫ଟି ଖାଲି ରହିଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି।
ରାଉରକେଲା ସ୍ୱୟଂଶାସିତ କଲେଜ ସମେତ ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ପ୍ରାୟ ସମସ୍ତ ସରକାରୀ ଓ ସାହାଯ୍ୟପ୍ରାପ୍ତ କଲେଜଗୁଡ଼ିକରେ ଜଣେ ହେଲେ ନିୟମିତ ଅଧ୍ୟକ୍ଷ ନାହାନ୍ତି ଏବଂ ଏହି କଲେଜଗୁଡ଼ିକରେ ବ୍ୟାପକ ସଂଖ୍ୟକ ଅଧ୍ୟାପକ ଓ ଅଣଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ସରକାର ପୂରଣ କରୁନଥିବାରୁ ଶିକ୍ଷାଦାନ ଓ ପ୍ରଶାସନିକ କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଖେଳ ନ ଖେଳି ତୁରନ୍ତ ରାଉରକେଲା ସମେତ ଜିଲ୍ଲାର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡ଼ିକ ପୂରଣ କରିବା ପାଇଁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି। | <urn:uuid:f710c91b-963c-413f-ac56-451d0a9d0195> | CC-MAIN-2018-39 | http://odiapua.com/%E0%AC%B6%E0%AC%BF%E0%AC%95%E0%AD%8D%E0%AC%B7%E0%AC%95-%E0%AC%85%E0%AC%AD%E0%AC%BE%E0%AC%AC-%E0%AC%AF%E0%AD%8B%E0%AC%97%E0%AD%81-%E0%AC%B0%E0%AC%BE%E0%AC%89%E0%AC%B0%E0%AC%95%E0%AD%87%E0%AC%B2/ | 2018-09-26T09:09:22Z | s3://commoncrawl/crawl-data/CC-MAIN-2018-39/segments/1537267164469.99/warc/CC-MAIN-20180926081614-20180926102014-00021.warc.gz | ory | 1.000002 | Orya | 5 | {"ory_Orya_score": 1.000002384185791} |
ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ସେପ୍ଟେମ୍ବର ୩ (ଓଡିଶା ଡଟ କମ) ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ବୁଧବାର ନିଜର ଅନ ଲାଇନ ବିକ୍ରି ବଟା ବ୍ୟବସ୍ଥାର ଶୁଭାରମ୍ଭ କରିଛି ।
କର୍ମ ବ୍ୟସ୍ତତା ତଥା ଅନ୍ୟ କାରଣରୁ ଦୋକାନ ଯାଇପାରୁନଥିବା ଗ୍ରାହକ ମାନେ ଘରେ ବସି ଅନଲାଇନରେ ଅର୍ଡର କରି ଏହି ସଂସ୍ଥାର ବିଭିନ୍ନ ସାମଗ୍ରୀ ପାଇପାରିବେ ।
ସହିଦ ନଗରରେ ଏହି ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥା ଖୋଲିଥିବା ଆଇସକ୍ରିମ ପାର୍ଲରକୁ ଉଦଘାଟନ କରିବା ଅବସରରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଏହି ଅନ ଲାଇନ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।
ତେବେ ଏହି ସେବା ବର୍ତମାନ ପାଇଁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଉପଲବ୍ଧ ହେବ। ଗ୍ରାହକ www.omfed.in କୁ ଯାଇ ନିଜ ଅର୍ଡର ଦେଇ ପାରିବେ । ଏହି ସେବା ପାଇବା ପାଇଁ ଗ୍ରାହକଙ୍କୁ ପଚାଶ ଟଙ୍କାର ଡେଲିଭେରୀ ଶୁଳ୍କ ଦେବାକୁ ପଡିବ ।
ଓମଫେଡ ଇତିହାସରେ ଏହା ହେଉଛି ଏକ ଐତିହାସିକ ଦିନ ବୋଲି ମହାରଥୀ ଏହି ଅବସରରେ କହିଛନ୍ତି ।
ସହରର ସିରିପୁରରେ ଓମଫେଡ ପୂର୍ବରୁ ଏକ ଆଇସକ୍ରିମ ପାର୍ଲର ଖୋଲି ସାରିଛି । ନିକଟ ଭବିଷ୍ୟତରେ ଆଉ ଦଶଟି ପାର୍ଲର ଖୋଲିବା ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି ଓମଫେଡ ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେଠୀଙ୍କ ଉଦ୍ୟମ କ୍ରମେ ସୋସିଆଲ ନେଟୱାର୍କରେ ନିଜର ଉପସ୍ଥିତି ଜାହିର କରିବା ସହ ଗ୍ରାହକଙ୍କ ସହ ଅଧିକ ଯୋଡିବା ଲକ୍ଷରଖି ଓମଫେଡ ଏହାପୂର୍ବରୁ ଏକ ସ୍ଵତନ୍ତ୍ର ଫେସବୁକ ପେଜ ବା ପୃଷ୍ଠା ମଧ୍ୟ ଆରମ୍ଭ କରିଛି ।
ଏହି ପୃଷ୍ଠାକୁ ପ୍ରାୟ ତିରିଶ ହଜାରରୁ ଉର୍ଦ୍ଧ୍ଵ ଗ୍ରାହକ ଓ ଶୁଭେଚ୍ଛୁ ଲାଇକ କରିଛନ୍ତି ।
ଓଡିଶା ଡଟ କମ | <urn:uuid:b3291af3-b601-4066-9353-5adafeb51b98> | CC-MAIN-2018-39 | http://www.odisha.com/2015/09/03/%E0%AC%93%E0%AC%AE%E0%AC%AB%E0%AD%87%E0%AC%A1-%E0%AC%86%E0%AC%B0%E0%AC%AE%E0%AD%8D%E0%AC%AD-%E0%AC%95%E0%AC%B2%E0%AC%BE-%E0%AC%85%E0%AC%A8%E0%AC%B2%E0%AC%BE%E0%AC%87%E0%AC%A8-%E0%AC%AC%E0%AC%BF/ | 2018-09-26T08:19:42Z | s3://commoncrawl/crawl-data/CC-MAIN-2018-39/segments/1537267164469.99/warc/CC-MAIN-20180926081614-20180926102014-00021.warc.gz | ory | 1.000005 | Orya | 26 | {"ory_Orya_score": 1.0000046491622925} |
ମାଲକାନଗିରି, ୯ା୧(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ଅବକାରି ବିଭାଗ କୁ ଏକ ବଡଧରଣର ସଫଳତା ମିଳିଛି। ଦୁଇଟି ଘଟଣାରେ 5 କ୍ବିଣ୍ଟାଲ 31କେଜି ଗଞ୍ଜେଇ ଓ ଗାଡି ଜବତ ହେବାସହିତ 3ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି, ଅଭିନବ ଉପାୟରେ ଠାକୁରପୁର୍ଣ୍ଣ ବ୍ରହ୍ମ ଶ୍ରୀ ଶ୍ରୀ ଗୁରୁଚାନ୍ଦ ଠାକୁର ଲେଖା ଯାଇଥିବା ଗାଡିରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଜିଲ୍ଲା ଅବକାରି ବିଭାଗ ହାବୁଡରେ ପଡି ଜଣେ ଗିରଫ ହେବା ସହିତ ୪ କ୍ୱିଟାଂଲ 27କେଜି ଗଞ୍ଜେଇ ଓ ଗାଡି ଜବତ ହୋଇଛି। ଅନ୍ୟ ଏକ ସ୍ଥାନରେ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୧ କ୍ବିଣ୍ଟା ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳେ ମାଲକାନଗିରି ଜିଲ୍ଲା ଅବକାରି ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରି ଇନିସପେକ୍ଟର ବିମ୍ବାଧର ପଣ୍ଡା, ସବ ଇନିସପେକ୍ଟର ପ୍ରମୋଦ କୁମାର ବାଣୁଆ, ସୁଶାନ୍ତ କୁମାର ପ୍ରଧାନ, ଦିଲ୍ଲିପ କୁମାର ରଥ, ଜଗା ରାଓ, ରାମଚନ୍ଦ୍ର ହନ୍ତାଳ, ଜେମ୍ସ, .ଦିନେଶ, ପ୍ରଦୋଷ ପ୍ରମୁଖ ଅବକାରୀ ବିଭାଗ କର୍ମଚାରି ମାନେ ବାଲିମେଳା ଗୋବିନ୍ଦ ପାଲ୍ଲି ରାସ୍ତାର କୁଡୁମୁଲୁଗୁମ୍ମା ବ୍ଲକସ୍ଥ ଆପନାମାଳା ରାସ୍ତାରେ ଜଗିରହିଥିଲେ। ସେହି ରାସ୍ତା ଦେଇ ଚିତ୍ରକୋଣ୍ଡା ଡାଇକ୨ ଅଚଂଳରୁ ଏକ ପିକ୍ଅପ୍ ଭ୍ୟାନ ଦୃତ ଗତିରେ ପଳାଉଥିବା ବେଳେ ତାକୁ ଗୋଡାଇ ଥିଲେ। ସେହି ଗାଡିଟି ଅବକାରି ବିଭାଗ କର୍ମଚାରି ଯାଉଥିବା ଗାଡିକୁ ଧକ୍କା ଦେଇ ଦୃତଗତିରେ ଖସିପଳାଇବାକୁ ଚାହୁଁଥିବା ବେଳେ କୌଶଳ କ୍ରମେ ଗାଡିଟିକୁ ଗୋଡାଇ ଧରିଥିଲେ। ସେ ଗାଡି ଧକ୍କାରେ ଆଗରେ ବସିଥିବା ଅବକାରି ସବଇନିସପେକ୍ଟର ସୁଶାନ୍ତ କୁମାର ନାୟକଙ୍କ ମୁଣ୍ଡରେ ଆଘାତ ଲାଗି ସେ ଅଳ୍ପକେ ବଡଧରଣର ଦୁର୍ଘଟଣାରୁ ବର୍ତି ଯାଇଥିଲେ। ଉକ୍ତ ପିକଅପ ଭ୍ୟାନ (ଗାଡି ନମ୍ବର.ଓଆର୦୨, ବିଟି ୯୨୫୧) ଗାଡିଟିକୁ ଖାନତଲାସି କରିବାରୁ ଉକ୍ତ ଗାଡି ରେ ଅଭିନବ ଉପାୟରେ ଡାଲା ଉପରକୁ ଗଞ୍ଜେଇ ବସ୍ତାରଖି ଯାଇଥିଲା। ଗାଡି ଡାଲାଟିକୁ ଖୋଲିବାରୁ ସେଥିରୁ ପ୍ରାୟ ୨୦ ଟି ବସ୍ତାରେ ଗଞ୍ଜେଇ ପ୍ୟାକେଟ ବୋଝେଇ ହୋଇ ରହିଥିଲା। ଅବକାରି ବିଭାଗ ଉକ୍ତ ଗଞ୍ଜେଇ ପ୍ୟାକେଟ ଗୁଡିକୁ ଖୋଲି ଓଜନ କରିଥିଲେ, ସେଥିରୁ ମିଳିଥିବା ୪ କ୍ୱିଟାଂଲ ୨୭ କେଜି ଉନ୍ନତ ମାନର ଗଞ୍ଜେଇ ଯାହାର କି ବଜାର ଦର ପ୍ରାୟ ୨୧ ଲକ୍ଷଟଙ୍କାରୁ ଉର୍ଦ୍ଧ୍ୱହେବ। ଏହି ଗଞ୍ଜେଇ ଗୁଡିକୁ ଚିତ୍ରକୋଣ୍ଡା ଡାଇକ୨ ଗ୍ରାମରୁ ବୋଝେଇ କରି ପଦ୍ମଗରି କୁ ନେଇ ସେଠାରୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବାର ଜଣାପଡିଛି। ଗାଡିଠି ଧକ୍କା ଦେବାପରେ ଦାନ୍ତୁ ଗୁଡାଗ୍ରାମର ଡ୍ରାଇଭର ବୁଟି ଖରା ଗାଡିରୁ ଓହ୍ଲାଇ କୁହୁଡିର ଅନ୍ଧାର ମଧ୍ୟରେ ଜଙ୍ଗଲରେ ଦୌଡିପଳାଇ ଫେରାର ହୋଇ ଯାଇଥିବା ବେଳେ ଗାଡିରେ ବସିଥିବା ଚିତ୍ରକୋଣ୍ଡା କୋପାଗୁଡା ଗ୍ରାମର ରବି ଖେମୁଡୁକୁ ଅବକାରି ବିଭାଗ ପକ୍ଷରୁ ଗିରଫ କରାଯାଇଛି।
ଠିକ ସେହିପରି ଓରକେଲ ଥାନାସ୍ଥ କୋଣ୍ଡେଲ ଗ୍ରାମରେ କିଛି ଲୋକ ଗଞ୍ଜେଇ ଚୋରା ଚାଲଣ କରିବା ପାଇଁ ପ୍ରସ୍ତୁତୁ ହେଉ ଥିବାର ଖବର ପାଇ ସେଠାକୁ ଜିଲ୍ଲା ଅବକାରି ବିଭାଗ ଅଧିକାରୀ ଓ କର୍ମଚାରିମାନେ ପହଁଚି ଚଢାଉ କରିଥିଲେ। ସେଠାରୁ ଏକ କ୍ୱିଟାଂଲ୪କେଜି ଗଞ୍ଜେଇ ଜବତ କରା ଯାଇ ଏମଭି ୩୮ ଗ୍ରାମର ପ୍ରହଲାଦ ଦାସ, ମାଥିଲି ଦୋରାଗୁଡା ଗ୍ରାମର ହାତିରାମ ଖେମୁଡୁ ଙ୍କୁ ଗିରଫ କରା ଯାଇଥିବା ବେଳେ ମୁଖ୍ୟ ଗଞ୍ଜେଇ ବେପାରି ସୁଜିତ ମଣ୍ଡଳ ଫେରାର ହୋଇ ଯାଇଥିଲେ। ଜବତ ସମସ୍ଥ ଗଞ୍ଜେଇ ଗୁଡିକୁ ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ଦୁର୍ଯ୍ୟୋଧନସାହୁ ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ମୋଟ ୫କ୍ୱିଟାଂଲ ୩୧କେଜି ଗଞ୍ଜେଇ ଜବତ ହୋଇଛି ଯାହାର ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କାର ହେବ ବୋଲି ଜିଲ୍ଲା ଅବକାରୀ ବିଭାଗ ସୁତ୍ରରୁ ଜଣାପଡିଛି, ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରା ଗଞ୍ଜେଇ ବେପାରିଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓ ପ୍ରବଣ ଅଚଂଳରେ ଶତାଧିକ ହେକ୍ଟର ଜମିରେ ଚୋରା ଗଞ୍ଜେଇ ଚାଷ ହୋଇଥାଏ, ଏହି ସବୁଅଚଂଳ ମାଓ ପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଚଂଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ, ଏହାରି ସୁଯୋଗରେ ଚୋରାଗଞ୍ଜେଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ କରି ବେଶ୍ ଲାଭବାନ ହୋଇଥାନ୍ତି। | <urn:uuid:528fe5ef-c841-40eb-a0c8-51bb6851e0ac> | CC-MAIN-2018-39 | http://odiapua.com/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE%E0%AC%85%E0%AC%AC%E0%AC%95%E0%AC%BE%E0%AC%B0%E0%AC%BF-%E0%AC%AC%E0%AC%BF%E0%AC%AD%E0%AC%BE%E0%AC%97-%E0%AC%AA%E0%AC%95%E0%AD%8D%E0%AC%B7%E0%AC%B0/ | 2018-09-18T18:59:25Z | s3://commoncrawl/crawl-data/CC-MAIN-2018-39/segments/1537267155676.21/warc/CC-MAIN-20180918185612-20180918205612-00097.warc.gz | ory | 0.999858 | Orya | 6 | {"ory_Orya_score": 0.9998584985733032} |
କାହିଁ କେତେ ଯୁଗରୁ କନ୍ଧ ଓ ପାଣ ସଂଘର୍ଷ ଲାଗିରହିଛି । ଜମି, ଜାତିକୁ ନେଇ ଗଣ୍ଡଗୋଳ, ହିଂସା । କ୍ରମଶଃ ଏହା ହିନ୍ଦୁ ଖ୍ରୀଷ୍ଟିୟାନ ରୂପ ନେଇ ଧର୍ମଭିତ୍ତିକସଂପ୍ରଦାୟିକଦଙ୍ଗା ଭାବେ ଦିନକୁ ଦିନ ବ୍ୟାପି ଭୟାନକ ଅବସ୍ଥାରେ ପହଞ୍ଚିଲାଣି । ସମଗ୍ର ଜଙ୍ଗଲରେ ଉତ୍ତେଜନା । ସ୍ଵାମୀଜୀଙ୍କର ନୃଶଂସ ହତ୍ୟାପରେ ପରିସ୍ଥିତି ଅଣାୟତ୍ତ । ଦିନ ପରେ ଦିନ କେତେ ଗାଁ ପୋଡି ଭସ୍ମୀଭୂତ ହୋଇଯାଉଛି । କିଏ କେତେ ମଲେଣି, ତାର ହିସାବ ନାହିଁ । ରିଲିଫ ଶିବିରରେ ଆସି ଅନେକ ଆଶ୍ରା ନେଇଛନ୍ତି । ଘରେ ଘରେ ତୀବ୍ର ଉତ୍ତେଜନା ।
ପୂର୍ବ ବର୍ଷମାନଙ୍କରେ କନ୍ଧ ପାଣ ସଂଘର୍ଷ ଗୋଟିଏ ଦୁଇଟି ଗାଁରେ ସୀମିତ ହୋଇ ରହୁଥିଲା । ପାଖ ଗାଁ ମାନଙ୍କରେ ଉତ୍ତେଜନା ବ୍ୟାପିଲେ ବି ସମସ୍ତେ ହିଂସାକୁ ଡେଇଁ ପଡୁନଥିଲେ । ସମସ୍ତଙ୍କର ବିଶ୍ଵାସ ଥିଲା ଯେ କିଛି ଦିନ ପରେ ଉତ୍ତେଜନା ଆପେ ପ୍ରଶମିତ ହୋଇଯିବ । କ୍ଷଣିକ କ୍ରୋଧ ବା ତିଷ୍ଟିବ କେତେ ଦିନ ? ବର୍ତ୍ତମାନ କିନ୍ତୁ ଚିନ୍ତାରବିଷୟ ଥିଲା କ୍ଷୀପ୍ରଭାବରେଅଗ୍ରସର ହେଉଥିବା ଉଗ୍ର ମାଓବାଦୀ କାର୍ଯ୍ୟକଳାପ । ମାଓବାଦୀ ହିଂସାକାଣ୍ଡ ବ୍ୟତୀତ ଅନ୍ୟାନ୍ୟ ଦଙ୍ଗା ମାନ ଆଇନଶୃଙ୍ଖଳା ସମସ୍ୟାଭାବେ ପରିଗଣିତ ହେଉଥିବା ବେଳେ ମାଓବାଦୀହିଂସା ଥିଲା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି ଏକ ଶକ୍ତ ଆହ୍ଵାନ । ସ୍ଵାମୀଜୀଙ୍କ ହତ୍ୟାକାଣ୍ଡ ମାଓବାଦୀଙ୍କ ଦ୍ଵାରା ହୋଇଥିବାର ଦୃଶ୍ୟ ଗଣମାଧ୍ୟମରେ ଚତୁର୍ଦିଗ ବ୍ୟାପିଯିବା ପରେ ସମଗ୍ର ଜିଲ୍ଲା ଏକ ଅଦ୍ଭୁତ ପରିସ୍ଥିତିର ସମ୍ମୁଖୀନ ହେଲା । ଦଙ୍ଗା ବ୍ୟାପିବାକୁ ଲାଗିଲା ଗାଁକୁ ଗାଁ । ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଶହ ଶହ ଲୋକ ରାସ୍ତା ଉପରକୁ ଓହ୍ଲାଇଲେ। ହିଂସା ବ୍ୟାପକ ଓ ମାରାତ୍ମକ ହେଲା ।
କେଉଁଠି ହିନ୍ଦୁ ଗାଁ ପୋଡିଗଲାଣି ତ କେଉଁଠି ଖ୍ରୀଷ୍ଟିଆନ ଗାଁ । ଅଧିକ କ୍ଷତିଗ୍ରସ୍ତ ଖ୍ରୀଷ୍ଟିଆନ ପଡା । ଖ୍ରୀଷ୍ଟିଆନମାନେ ସମୂହ ଭାବେ ଉଠି ଆସି ତିନି ଚାରୋଟି ବଡ ବଡ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି । ଦିନକୁ ଦିନ ଶିବିରରେ ଜନ ସଂଖ୍ୟା ବଢୁଛି । ସରକାରଙ୍କ ତରଫରୁ ମାଗଣା ଖାଇବା, ଔଷଧ ଯୋଗାଇ ଦିଆଯାଉଥାଏ । ରାତିରେ ରାସ୍ତାରେ ବଡ ବଡଗଛକାଟି ଉତ୍ତ୍ୟକ୍ତ ଜନତା ପକେଇ ଦେଉଥିବାରୁ ପୁଲିସ ପାଇଁ ଗାଡିରେପଇଁତରା ମାରିବା ବିପଦ ଶଙ୍କୁଳ ।
ତଥାପି ଡୁମିରୁମା ପଡ଼ାର ଶୁକ୍ରୁଡିଗଲ ଦୃଢ ନିଶ୍ଚିତ ଥିଲା ତାର କିଛି ହେବ ନାହିଁ । ଏସବୁ ଗଣ୍ଡଗୋଳ ଜୀବନରେ ସେ କେତେ ଦେଖିଛି । ପଡ଼ାରେ ମୀମାଂସା କରିଛି । କନ୍ଧ ଭାଇମାନଙ୍କୁ ନେହୁରା ହୋଇ ସନ୍ତୁଷ୍ଟ କରିପାରିଛି । ଜଙ୍ଗଲ ଅଭ୍ୟନ୍ତର ଏକ ଗାଁ ଡୁମିରୁମା, ପାରମ୍ପାରିକ ଶତ୍ରୁ କନ୍ଧ ଓ ପାଣମାନଙ୍କର ଦୁଇ ପଡା । ଶୁକ୍ରୁଡିଗଲର ବୟସ ଷାଠିଏ, ପ୍ରଥମ ଦୁଇ ପୁଅ ଜନ୍ମର ଦଶ ବାର ବର୍ଷ ପରେ ଭାଲୁ କାମୁଡାରେ ପ୍ରାଣତ୍ୟାଗ କରିଥିଲେ । ଏବେ ଦୁଇ ଝିଅ ଜାନି ଓ ବିଶି । ବୟସ ଅଠର, ବାର । ଶୁକ୍ରୁଡିଗଲ ନିଜ ଖ୍ରୀଷ୍ଟିଆନ ଭାଇ ସମ୍ବନ୍ଧଭିତରେ ଭିନ୍ନ ଗାଁରେ ବଡ ଝିଅଜାନି ପାଇଁ ବର ଖୋଜୁଛି । ଭଲ ଭେଣ୍ଡିଆ ମିଳିଲେ ତୁରନ୍ତ ଦୁଇ ହାତ କରିବ । କେତେ ଦିନ ଆଉ ଯୁବତୀ ଝିଅକୁ ଘରେ ରଖି ବିଲରେ ଖଟାଇବ ? ସେମାନେ ତ ପର ଘରର !
ଶୁକ୍ରୁଡିଗଲ ଘରକୁ ଲାଗି ମାଣେ ଚାଷ ଜମି । ମକା, ହଳଦୀ ଭରପୁର ହୋଇ ଫଳେ । ପ୍ରତି ବର୍ଷ ପାଖ ହାଟକୁ ନେଇ ବିକେ । ହାଟରେ ଶୁକ୍ରୁ ମକା ଓ ହଲଦୀର ଚାହିଦା ବେଶୀ । ଏସବୁ ଗଣ୍ଡଗୋଳରେ ଘର ନଛାଡ଼ି ଯିବାର ଅନ୍ୟତମ କାରଣ ତଥା ଅଦମ୍ୟ ଆକର୍ଷଣ ହେଉଛି ତା ମକା, ହଳଦୀ ଜମି । କେତେ କଷ୍ଟରେ ତାକୁ ଏତେ ଫଳେଇଛି !
ଜାନି କିନ୍ତୁ ସନ୍ଦୀହାନ ଥିଲା । ତାର ଯେତେ ସାଙ୍ଗ,ପଦ ଲୋକ ସମସ୍ତେ ଘର ଛାଡି ଶିବିରକୁ ଚାଲିଯାଇଥିଲେ । ପୁରା ପଡାଟା ଖାଁ ଖାଁ,ଭୟଙ୍କର ଭାବେ ଶୁନଶାନ । ଶୁଖିଲା ପତ୍ର ପଡିଲେ ବି ତାର ଶବ୍ଦ ଯେମିତି ପ୍ରତିଧ୍ଵନି ସୃଷ୍ଟି କରୁଛି ! ଦିନ ବେଳା ଯାହା ଘରୁ ଗୋଡ କାଢି ବାହାରକୁ ଯାଇ ହୁଏ । ରାତି ହେଲେ ଭୟାନକ ବିପଦ ଲାଗେ ତାକୁ, ଯେପରି ଅସୁରଟାଏ ଜଗି ବସିଛି ତାକୁ ଖାଇଯିବା ପାଇଁ ! କନ୍ଧ ପଡାର ବି କେହି ଜଣଙ୍କର ବି ଦେଖା ନାହିଁ କି ପାଦ ପଡିନାହିଁ ଏଇ କିଛି ଦିନ ହେବ । ରାତିରେ ଦୂରରୁ ଭାସିଆସୁଥିବା ଶୃଗାଳ ଓ ଶ୍ଵାନମାନଙ୍କର ବୋବାଳିରେ ଯେପରି ଏକ କ୍ରୂର ଅଟ୍ଟହାସ୍ୟର ପ୍ରତିଧ୍ଵନି ! ତାକୁ ଏକ ବିଚିତ୍ର ସ୍ଵର ଝାପସା ଭାବରେ ଶୁଣାଗଲା, ସମସ୍ତେ ମିଶି ଏକ ସ୍ଵରରେ କହୁଥିଲେ "ବଜରଙ୍ଗ ବାଲି କି ଜୟ " । ଜାନି ଡରିଗଲା । ଏପରି ସ୍ଲୋଗାନ ରାତିରେ ସେ କେବେ ଶୁଣିନଥିଲା । ସେ ଗୋଟାପଣେ ଥରି ଘର ଭିତରକୁ ଏକା ନିଃଶ୍ଵାସରେ ପଶିଗଲା ।
ତାର ଅଦ୍ଭୁତ ଅନୁଭବ ଓ ଭୟକୁ ଶୁକ୍ରୁଡିଗଲ ଆଗରେ କହିଲା । ଶୁକ୍ରୁ ହସରେ ଉଡାଇଦେଲା । ଜାନିକୁ ବୁଝାଇଲା , ସେମାନଙ୍କର କିଛି ଭୟ କରିବାର ନାହିଁ । ପିଲାବେଳକୁ ଏମିତି କେତେ ଗଣ୍ଡଗୋଳ ସେ ଦେଖିଛି । ଆଜି ସେ ବୁଢା ହେଲାଣି । ଜଙ୍ଗଲରେ ରହି ସେମାନେ କଣ ବାଘ, ଭାଲୁଙ୍କୁ ଡରୁଛନ୍ତି ? ମଣିଷକୁ କାହିଁକି ଡରିବେ? କାହିଁ କେତେ କାଳରୁ ନିତି ଚଳପ୍ରଚଳ କନ୍ଧମାନଙ୍କ ସହିତ ତ ଲାଗିରହିଛି । ଜଙ୍ଗଲରେ ନିଆଁ ଲାଗେ, ପୁଣି ଆପେ ଲିଭେ । ପ୍ରଭୁ ଅଛନ୍ତି, ମଣିଷର ହୃଦୟ ବିବେକ ଅଛି, ଏଥିରେ ଭୟ କରିବାର କିଛି ନାହିଁ । ସାବଧାନ ହୋଇ ଚଳିବାକୁ ହେବ କେବଳ ଏଇ କିଛି ଦିନ । ତଥାପି ଜାନି ଜିଦ ଧରେ କନ୍ଧମାନଙ୍କୁ ବିଶ୍ୱାସ ଅଛି ହେଲେ ରକ୍ତମୁହାଁ ମଣିଷ ଯେତେବେଳେ ପିଶାଚ ହୋଇଯାଏ, ସେ ସବୁ ଭୁଲିଯାଏ , ତାର ହୃଦୟ ବିବେକ, ସମ୍ପର୍କ । ନିଜ ସୁରକ୍ଷା ପାଇଁ ରିଲିଫ ଶିବିରରେ କିଛି ମାସ ରହି ଶାନ୍ତି ଫେରିଲେ ପଡାକୁ ଲେଉଟି ଆସିବା ଉଚିତ ହେବ । ଶୁକ୍ରୁଡିଗଲ ନଛୋଡବନ୍ଧା । ଜୀବନକୁ, ପଡାକୁ, ମଣିଷମାନଙ୍କୁ ସେ ଅଧିକ ଚିହ୍ନିଛି ,ତାର ଅନୁଭୂତି ଅଧିକ,ଜାନି କେତେ ଛୋଟ ପିଲା !
ତଥାପି ଜାନିର ଜିଦକୁ ଏଡାଇ ନପାରି ଶୁକ୍ରୁରାତିରେ ଲୁଚି ଲୁଚି ଯାଇ ସାନ ଝିଅ ବିଶିକୁ ରିଲିଫ ଶିବିରରେ ଛାଡିଆସିଲା । ଶରଣାର୍ଥୀଶିବିରରେ ନିଜ ଖ୍ରୀଷ୍ଟିଆନଭାଇମାନଙ୍କ ପାଖରୁ ଟାହି ଟାପରା ଶୁଣିଲା, କେହି କେହିତାକୁ ଉପହାସ କରି କହିଲେ ଶୁକ୍ରୁ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଯାଇଛି, ଏଣୁ ଗାଁରେ ରହୁଛି ! ଏ ସବୁ ସେ ଜାନି ପାଇଁ ସହିଗଲା । ପଡୋଶୀ ଘର ହେପାଜତରେ ବିଶିକୁ ଛାଡି ସେ ଓ ଜାନି ନିଜ ଘରକୁ ରାତିରେ ଲୁଚି ଲୁଚି ଫେରିଆସିଲେ । ଜାନିକୁ ସେ ଅନୁରୋଧ ଓ ବାଧ୍ୟ କରିଥିଲା ବିଶି ସହ ଶିବିରରେ ରହିବା ପାଇଁ । ଜାନି ଜିଦ ଧରିଲା ସେ ବାପକୁ ଏକୁଟିଆ ଗାଁରେ ଛାଡିବ ନାହିଁ । ତା ସହ ଫେରିବ ଡୁମୁରିମାକୁ । ଏଣୁ ଉଭୟେ ଫେରିଥିଲେ ।
ଜଙ୍ଗଲଟା ଦିନକୁ ଦିନ ଅଧିକ ଶୁନଶାନ ମନେ ହେବା ସହ ଭୟଙ୍କର ଲାଗୁଛି । ଦଙ୍ଗା କମିବାର ନାଁ ଧରୁନାହିଁ । ଦିନବେଳା କି ରାତିବେଳା କେତେବେଳେ ବି ଘରୁ ବାହାରିବା କାହା ପାଇଁ ବି ବିପଦ ।
ଜନ୍ମାଷ୍ଟମୀ ପରଠାରୁ ନିଆଁ ଲାଗିଛି । ରାତିରେ କେଉଁ କୋଣରେ କୋଉ ଦୂର ଗାଁରେ ନିଆଁ ଲାଗିଥିବ । ଏବେ ଥରେ ଅଧେ ଗୁଡୁମଗୁଡୁମ ଶବ୍ଦ ଶୁଣିଲାଣି ଜାନି। ଶୁକ୍ରୁ ଦିନ ଗଣେ କେତେ ଦିନ ଗଣ୍ଡଗୋଳ ହେଲା, ପଡାଟା ଅଶାନ୍ତ ହେବ। ଆଉ କେତେ ଦିନ ! ଘରେ କେତେ ଦିନ ବନ୍ଦୀ ଭଳି ରହିବ ? ଜାନିକୁ ଏକୂଟିଆ ଛାଡି ଜଙ୍ଗଲକୁ ଯାଇ ହେଊନାହିଁ । ନିଜକୁ ନିର୍ଜୀବ ଭଳି ଲାଗିଲାଣି । ଜାନିର ଓ ସମସ୍ତଙ୍କର ମଙ୍ଗଳ କାମନା କରି ସେ ପ୍ରଭୁଙ୍କୁ ପ୍ରାର୍ଥନା କଲା । ଶୁକ୍ରୁ ମନଟା ଏଇ କିଛି ଦିନ ହେବ ଅଧିକରୁ ଅଧିକ ଭାରାକ୍ରାନ୍ତ ମନେହେଉଛି । ପଡୋଶୀଙ୍କ ହେପାଜତରେ ବିଶିକୁ ରିଲିଫ କ୍ୟାମ୍ପରେ ଛାଡିଆସିଥିଲେ ବି ଛୁଆ ପାଖରେ ମନଟା ଆଉଟୁ ପାଉଟୁ ହୁଏ । ବେଶ ବ୍ୟତିବ୍ୟସ୍ତ ଲାଗେ, କିନ୍ତୁ ସେ ନାଚାର ।
ଏଥର ଜନ୍ମାଷ୍ଟମୀ ଏପରି ଭୟାନକ ହେବ ଏହା ତା କଳ୍ପନାର ବାହାରେ ! ପୂର୍ବ ବର୍ଷମାନଙ୍କରେ କେତେ ଯାକଯମକରେ ପାଳନ ହୋଇଛି । କନ୍ଧ ପଡାରୁ କୀର୍ତ୍ତନ କରି ସେମାନେ ଖ୍ରୀଷ୍ଟିଆନ ପଡାକୁ ଆସନ୍ତି । ମିଛିମିଛିକା କଂସ ବଧ ଅଭିନୟ ହୁଏ । ଏକା ସାଙ୍ଗରେ ପଙ୍ଗତ ହୁଏ । ଖୁସି ଓ ଆନନ୍ଦରେ ଡୁମୁରିଆ ଗାଁଟା ଫାଟି ପଡେ । ଏ ବର୍ଷ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ତାଟି କବାଟ ପଡିଛି ଘରେ ଘରେ । ଶୁକ୍ରୁ ମନରେ ବେଶ କଷ୍ଟ ହେଲା ।
ସକାଳେ ହଳଦୀ କିଆରିରେ ଶୁଷ୍କ ପତ୍ରଗୁଡାକ ଛିଣ୍ଡାଇଲାବେଳେ ଜାନି ବାପା ଆଡକୁ ଚାହିଁଲା । ଆଜି ଶୁକ୍ରୁ କାହିଁକି ଭିନ୍ନ ମନେ ହେଉଛି । ଶୁକ୍ରୁ ହାତରେ ଇସାରା କରି ଜାନିକୁ ପାଖକୁ ଡାକିଲା, "ଆଜି ବିଶି କଥାଟା ସକାଳଠାରୁ ବେଶ ମନେପଡୁଛି । ତାକୁ ରାତିରେ ଯାଇ ରିଲିଫ କ୍ୟାମ୍ପରୁ ନେଇ ଆସିବା । ଏଇ କିଛି ଦିନ ବିତିଗଲାଣି, କ'ଣଟା ହୋଇଗଲା ଯେ ?"
ଜାନି ବାପାକୁ ଆଉଁସି ଦେଇ 'ହଁ' ଭରିଲା । ଶୁକ୍ରୁ ମନରେ ଆଶ୍ଵାସନା ଓ ଶାନ୍ତି ଭରିଗଲା ।
ଆଜି ରାତିକୁ ଅପେକ୍ଷା । ଦୁହେଁ ଲୁଚି ଲୁଚି ଯାଇ କ୍ୟାମ୍ପରୁ ବିଶିକୁ ନେଇ ଆସିବେ ।
ପୂର୍ଣ୍ଣିମା । ଜଙ୍ଗଲରେ ବିଛାଡି ହୋଇ ପଡିଛି ରୂପସୀ ଜହ୍ନର ରୂପେଲି ଆଲୋକ । କିମିଆଁ କଲା ପରି କେଉଁଠି ଚକ ଚକ ସଫା ଦୃଶ୍ୟ ତ କେଉଁଠି ବୃକ୍ଷ ଅଢୁଆଳରଘନ ଅନ୍ଧକାର । ଅଚିହ୍ନା ପକ୍ଷୀଟିଏର କାକଳି ନିଃଶବ୍ଦ ମୁହୂର୍ତ୍ତକୁ ତୀର ଭଳି ବିନ୍ଧ କଲା ।
ଶୁକ୍ରୁ ଓ ଜାନି ଯିବା ପାଇଁ ପ୍ରସ୍ତୁତ ।
ଏ ସମୟରେ କବାଟରେ ଠକ ଠକ ଶବ୍ଦ ହେଲା । ଜାନି ଚମକି ପଡିଲା । ଭୟରେ ଶିହରି ଉଠିଲା । କିଛି ସମୟପରେ କବାଟରେ ଠକ ଠକ ଶବ୍ଦ ସହିତ ଏକ ପରିଚିତ ସ୍ଵର ଶୁଣାଗଲା, "ଶୁକ୍ରୁ, ମୁଁ ଟୁବୁରୁ କହୁଛି । ଟୁବୁରୁକାଲେସିକା ।"
ଶୁକ୍ରୁ ଓ ଜାନି ହୃଦୟରୁ ଦୀର୍ଘଶ୍ଵାସବାହାରିଗଲା । ଏକ ବିରାଟ ବିପଦ ଓ ଅନାଗତ ଆଶଙ୍କାରୁ ଯେପରି ମୁକ୍ତି ମିଳିଗଲା ।
ଶୁକ୍ରୁ ଯାଇ କବାଟଟା ଖୋଲିଦେଇ ଟୁବୁରୁକୁ କୁଣ୍ଢେଇ ପକେଇଲ। । ଶୁକ୍ରୁ ଆଖିରେ ଅଜାଣତରେ ଲୁହ ଭର୍ତ୍ତିହୋଇଗଲା । କେତେ ବର୍ଷର ନିବିଡ ସମ୍ପର୍କ ଟୁବୁରୁ ସହିତ ଶୁକ୍ରର । କନ୍ଧ ପଡାରେ ଘର, ଟୁବୁରୁ ଦେହ ଭୀଷଣ ଖରାପ ବେଳେ ଶୁକ୍ରୁ ବେତାରେ ବୋହି ଜଙ୍ଗଲ ପାରିହୋଇ ଡାକ୍ତରଖାନାରେ ପହଞ୍ଚେଇ ତାକୁ ରୋଗମୁକ୍ତ କରିବାରେ ସାହାଯ୍ୟ କରିଥିଲା । ଟୁବୁରୁ କ୍ଷେତରେ ଶୁକ୍ରୁ ଓ ଟୁବୁରୁ ଉଭୟେ ମିଶି ମକା ଓ ହଳଦୀ ଚାଷ କରନ୍ତି । ଦୁହିଁଙ୍କ ଭିତରେ ନିବିଡତା ବଢି ଦୁହେଁ ବେଶ ଅନ୍ତରଙ୍ଗ । ଡୁମୁରିମାରେ ଦୁହେଁ ବନ୍ଧୁତ୍ଵର ଜ୍ଵଳନ୍ତ ଉଦାହରଣ ।
ଟୁବୁରୁ କହିଲା, "ଶୁକ୍ରୁ, ଏ ଦଙ୍ଗା ପାଇଁ ମୁଁ ଆସିପାରୁନଥିଲି । ନେଲୁ ତୋ ପାଇଁ ଏ ପିଠା ଆଣିଛି । ଜନ୍ମାଷ୍ଟମୀ ପିଠା, ଡେରି ହେଲେ ବି ତୋ ପାଇଁ ଜାନି, ବିଶି ପାଇଁ ଆଣିଛି ।"
ଶୁକ୍ରୁ କୃତଜ୍ଞତାରେ କିଛି କହି ପାରିଲା ନାହିଁ । ତା କଣ୍ଠ ବାଷ୍ଫରୁଦ୍ଧ । ପ୍ରତିବର୍ଷ ଜନ୍ମାଷ୍ଟମୀ ଅବସରରେ ଟୁବୁରୁ ପିଠା ନେଇଆସେ । ପିଠା ସାଙ୍ଗରେ, ହଳଦୀ ଅଧା ବସ୍ତା । ନିଜ କ୍ଷେତର ପାରିଶ୍ରମିକ।
ଶୁକ୍ରୁ କହିଲା, "ତୋରି ସମ୍ପର୍କ, ଭରସାକୁ ପାଥେୟକରି ମୁଁ ପଡା ଛାଡିଯାଇନାହିଁ । ତୁ ଯେ ଅଛୁ ମୋ ବିପଦରେ ଅଣ୍ଟା ଭିଡିବା ପାଇଁ ।" ଏତକ କହିସାରି ଶୁକ୍ରୁ ଆଉଥରେ ଟୁବୁରୁକୁ କୁଣ୍ଢେଇ ପକେଇଲା ।
"ତୋ ଋଣ ଏ ଜୀବନରେ କ'ଣ, କୋଉ ଜନ୍ମରେ ମୁଁ ସୁଝିପାରିବି ନାହିଁ ମୁଁ ଯଦି ବଞ୍ଚିଛି କେବଳ ତୋରି ପାଇଁ । ତୁ ଯଦି ବେତାରେ ବୋହି ବୋହି ମୋତେ ନେଇନଥାନ୍ତୁ, ମୁଁ କ'ଣ ଜୀବନରେ ଥାନ୍ତି ? ତୁ ମୋତେ ପୁର୍ନଜନ୍ମ ଦେଇଛୁ । ମୁଁ ତୋ ପାଖରେ ଆଜନ୍ମ ଋଣୀ ।" ଟୁବୁରୁ କହିଲା ।
ଜାନି ସବୁ ଶୁଣୁଥାଏ । ତା ମନଟା ବିଶି ପାଖରେ । ସେ ସ୍ଥିର କରିଛି ଶୁକ୍ରୁକୁ ନେଇ ରିଲିଫ କ୍ୟାମ୍ପରେ ପହଞ୍ଚି ସେଠାରେ ଜିଦ ଧରିବ ଯେ ସେ ଆଉ ପଡାକୁ ଫେରିବ ନାହିଁ । ଶୁନଶାନରେ ପଡାରେ ଘରଟାକୁ ଏକୁଟିଆ ଜଗି କେତେଦିନ ଚଳିହେବ ? ପୁରା ସମାଜଟା ତ ଶିବିରରେ ! ଶୁକ୍ରୁ ଖାଲି ଘରୁ ଗୋଡ କାଢୁ ! ଜାନି ତା ମନ କଥାକୁ ବାପା ପାଖରେ ଲୁଚେଇ ରଖିଥାଏ ।
"ଛୋଟଟାକୁ ଦେଖୁ ନାହିଁ ?" ଟୁବୁରୁ ପଚାରିଲା ।
"ତାକୁ ରିଲିଫ କ୍ୟାମ୍ପରେ ଛାଡିଆସିଛି । ଜାନିଜିଦ କଲା । ମୋର ଟିକେ ବି ଇଚ୍ଛା ନଥିଲା । ଆଜି ଯାଉଛୁ ତାକୁ ଫେରାଇ ଆଣିବୁ । ତୁ ନ ଆସିଥିଲେ ଆମେ କିଛି ବାଟରେ ପହଞ୍ଚି ସାରିଥାନ୍ତୁ ।" ଶୁକ୍ରୁ ଉତ୍ତର ଦେଲା ।
"ମୁଁ ତାହେଲେ ଭୁଲ ସମୟରେ ପହଞ୍ଚିଲି । ହଉ ସାଙ୍ଗରେ ଏ ପିଠା ନେଇଯିବୁ । ବିଶିକୁ ଖୁଆଇବୁ । କହିବୁ ଟୁବୁରୁ କକା ଦେଇଛି ।"ଶୁକ୍ରୁକୁ ଆଲିଙ୍ଗନ କରି ଟୁବୁରୁ ବିଦାୟ ନେଲା ।
ଶୁକ୍ରୁଆଖିକୋଣରେ ଲୁହ ଜକେଇ ଆସିଲା । ଟୁବୁରୁ ବିଦାୟ ନେଲାପରେ ଶୁକ୍ରୁ କବାଟ ବନ୍ଦ କଲା ।
ପୂର୍ଣ୍ଣିମାର ଜହ୍ନ ବେଳକୁ ବେଳକୁ ବୃକ୍ଷ ଶୀର୍ଷ ଉପରକୁ ଉଠୁଥାଏ । ଘଞ୍ଚ ବୃକ୍ଷମାନଙ୍କର ଅଢୁଆଳରେ ଛପିଥିବା ଦଶ ଜଣ ଲୋକ ବାହାରି ଆସିଲେ । ଟୁବୁରୁ ଅଟକିଲା । ଦଶ ଜଣଙ୍କ ହାତରେ ଲାଠି, କିରୋସିନ ବୋତଲ, ନିଆଁହୁଳା ଓ ଟାଙ୍ଗିଆ ।
ଟୁବୁରୁ ହସିଲା।
"କେତେଜଣ?" ଜଣେପଚାରିଲା ।
"ଦୁଇଜଣ । ଶୁକ୍ରୁ ଓ ଜାନି ।"
ଟୁବୁରୁ ଏତକ କହିଗଲା ବେଳେ କିରୋସିନ ବୋତଲ ଧରିଥିବା ଲୋକଟା ଟୁବୁରୁ କାନ୍ଧକୁ ଖୁସିରେ ଥାପୁଡେଇ ଦେଲା ।
ପୂର୍ଣ୍ଣିମାର ଅନ୍ଧକାରରେ ଟୁବୁରୁ ତା ଘରକୁ ତରତରରେ ଚାଲିଲା । ବିପରୀତ ଦିଗରେ ଅଗ୍ରସର ହେଲେ ଦଶ ଜଣ ଲୋକ ।
ଶୁକ୍ତୁ ଚେତା ଫେରିଲା ବେଳକୁ ତା ଘର ପୋଡି ଛାରଖାର। ମାଡରେ ତା ଗୋଡ, ହାତ ଫୁଲି ଯାଇଛି। ଖଣ୍ଡିଆ,ଖାବରା । ସେହଳଦୀ କିଆରିରେ ପଡିରହିଛି ।
ବହୁ କଷ୍ଟରେ ଉଠି ପାଗଳ ଭଳି ଚାରିଆଡକୁ କ୍ଷେପିଗଲା । ଚିତ୍କାରକଲା "ଜାନି ଜାନି ।" ଭୋ ଭୋ ହୋଇ ଛାତି ଫଟାଇ କାନ୍ଦିଲା, ବୋବାଳି ଛାଡିଲା । ନିଜ କାନ୍ଦର ପ୍ରତିଧ୍ୱନିରେ ସେ ଯେପରି ନର୍କଯନ୍ତ୍ରଣା ଭୋଗୁଥାଏ । ଜାନିର ଚିହ୍ନବର୍ଣ୍ଣ ନଥାଏ । "ଜାନି ଜାନି," ଚିତ୍କାର ଛାଡିଲା ଶୁକ୍ରୁ । କିଛି ପ୍ରତ୍ୟୁତ୍ତର ନଥାଏ । ନିଜ ଡାକର ଶୂନ୍ୟ ଉତ୍ତର ତା ପାଖକୁ ଫେରିଆସିଲା। ସେ ଅଧିକ ଚିତ୍କାର କରି ବେହୋସ ହୋଇଗଲା ।
ଚେତା ଆସିଲା ପରେ ସେ ଦମ୍ଭଧରି ଆଗେଇଲା । ଆଉ ମୃତ୍ୟୁକୁ ଡ଼ର କଣ ? କଣ ବା ରହିଲା ଏ ଜୀବନରେ ? ଛୋଟେଇ ଛୋଟେଇ ସେ ଜଙ୍ଗଲ ଭିତରେ ଆଗେଇଲା, ଡୁମୁରିମାକୁ ପଛରେ ଛାଡି, ଚିହ୍ନା ଅଙ୍କାବଙ୍କା ରାସ୍ତା ବି ତାକୁ ରୁକ୍ଷ, ନିଷ୍ଠୁର ଲାଗୁଥିଲା । ଜାନିକୁ ମାଡିବସିବାର ଦୃଶ୍ୟ, ଶୁକ୍ରୁଉପରେ ଶକ୍ତ ପ୍ରହାର, ଘର ଜାଳିବାର ଦୃଶ୍ୟ ତା ମନକୁ କବଳିତ କରିଥାଏ । କି ଭୟଙ୍କର ନରପିଶାଚ ସମସ୍ତେ ମୁହଁକୁ ଗାମୁଛାରେ ଗୁଡେଇ ରଖିଥାନ୍ତି, ଖାଲି ଚିତ୍କାର, ଶୁକ୍ରୁଉପରେ ମାଡ, ଓଃ, ଜାନି …… ସେଥରିଉଠିଲା । ସେ କେବଳ ଚିତ୍କାର କରୁଥିଲା, "ମୋତେ ମାରିଦିଅ, ମୋ ଝିଅକୁ ଛାଡିଦିଅ।'' ବାରମ୍ବାର ସେଇ ଗୁହାରି ।
କିନ୍ତୁ ସେମାନେ ଥିଲେ ପିଶାଚ…..। ଜାନି ଏବେ କୋଉଠି ? ରିଲିଫ କ୍ୟାମ୍ପରେ ଶୁକ୍ରୁ ପହଞ୍ଚିଲା ପୂର୍ବରୁ କଥା ପ୍ରଘଟ ହୋଇସାରିଥାଏ । ସମସ୍ତେ ଉତ୍ତ୍ୟକ୍ତ ହୋଇ ଚାହିଁଥାନ୍ତି ।
ଶୁକ୍ରୁ ପହଞ୍ଚୁ ପହଞ୍ଚୁ ବିଶି ଦୌଡିଆସି ପଚାରିଲା, "ଜାନି, ଜାନି କାହିଁ ? ସେ କଣ ପଡ଼ାରେ ? ତାର କ'ଣ ହୋଇଛି ?" ଶୁକ୍ରୁ ବିଶିକୁ କୋଳେଇ ଆଣିଲା ।
ଉପସ୍ଥିତ ଉତ୍ତେଜିତ ଜନତା କେବଳ ମୂକଭାବରେ ଚାହିଁଥିଲେ ।
ରିଲିଫ କ୍ୟାମ୍ପ ବାହାରେ ପୋଲିସର ଘନ ଘନ ପଇଁତରା ।
କିଛି ଦିନ ବିତିଗଲା । ଶୁକ୍ରୁ ଆଖିରେ ନିଦ ଆସେନା । ନିଦ ଆସିବା ମାତ୍ରକେ ପୂର୍ଣ୍ଣିମା ରାତିର ଭୟଙ୍କର ଦୃଶ୍ୟଟା ମନେପଡି ତା ଦେହ ମନ ଶୀତେଇଯାଏ। ତାକୁ ପାଗଳ ଭଳି ଲାଗେ । ତଳେ ଛଟପଟ ହୁଏ ।
ଦିନେ ସକାଳୁ କ୍ୟାମ୍ପରେ ପୁଲିସ ପହଞ୍ଚି ଖବର ଦେଲା, "ଡାକ୍ତରଖ।ନାରେ ଜଣେ ଝିଅ କିଛି ଦିନ ହେବ ଚିକିତ୍ସିତ ହେଉଛି । ଘର ଗାଁ ଜଣା ନ।ହିଁ । ସେ ବି କିଛି କହିପାରୁନି । କାହାର ଯଦି ହୋଇଥିବ, ଯାଇ ଦେଖିଆସ।"
ଶୁକ୍ରୁଚମକି ପଡିଲା । ପୁଲିସ କଥା ଯଦି ସତ ତେବେ ! ବିଶିକୁ ଶିବିରରେ ଛାଡି ଏକା ନିଃଶ୍ଵାସରେ ଶୁକ୍ରୁଡାକ୍ତରଖାନାରେ ପହଞ୍ଚିଲା । ଡାକ୍ତରଖାନାରେ ଖୋଜି ଚମକିପଡିଲା । ଜାନି ! ଅଚେତ ଅବସ୍ଥାରେ ଶୋଇଛି । ପାଖରେ ନର୍ସ ଆସି କହିଲା, "ଏ ବୁଢା, କ'ଣ ଦେଖୁଛୁ ।"
ଶୁକ୍ରୁ କହିଲା, "ମୋ ଝିଅ ।"
ଅଜାଣତରେ ଶୁକ୍ରୁ ପଛପଟେ ପୁଲିସ ଛିଡାହେଲାଣି ।
ନର୍ସ କହିଲା, "ଝିଅକୁ ପୁଲିସ ଟିମ ରାସ୍ତାରୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଲା ବେଳୁ ଏ ପର୍ଯ୍ୟନ୍ତ ବେଳେ ବେଳେ ଚେତା ଆସୁଛି । ଦେହଯାକ ଖଣ୍ଡିଆ, ଖାବରା । ଖାଲି ଯାହା ନିଃଶ୍ଵାସ ଚାଲିଛି । ଡାକ୍ତର ବାବୁଙ୍କ ହାତରେ କିଛି ନାହିଁ । ରାଜଧାନୀର ବଡ ଡାକ୍ତରଖାନାକୁ ପଠାଇବାକୁ ପଡିବ ।"
ଶୁକ୍ରୁ ଅଚେତ ଜାନିର ମୁଣ୍ଡକୁ ଆଉଁସି ପକାଇଲା । ବିଚାରୀ ! ଶୁକ୍ରୁ ନିଜେ ପାପୀ । ଯଦି ଜାନିରକଥା ମାନି ଆରମ୍ଭରୁ ପଡା ଛାଡିଦେଇଥାନ୍ତା !
ପଛରେ ଠିଆ ହୋଇ ଥିବା ପୁଲିସ ଶୁକ୍ରୁକୁ କଣେଇ ଚାହିଁଥାଏ । କିଛି ସମୟ ପରେ ପଚାରିଲା, "ତୁ ସେ ଝିଅର ବାପା ।"
ହଠାତ ଜାନି ଆଖି ଖୋଲିଲା । ଦୁଇ ଆଖି ମେଲି ମୁହୂର୍ତ୍ତଟିଏ ପାଇଁ ଶୁକ୍ରୁକୁ ଚାହିଁ ଆଖି ବନ୍ଦ କରିଦେଲା । ଶୁକ୍ରୁ ନିଜ ଗାମୁଛାରେ ମୁହଁକୁ ଚାପିଧରି କଇଁ କଇଁ ହୋଇ କାନ୍ଦିଲା "ଜାନି ……. ।"
ପୁଲିସ ଦେଖୁଥାଏ । କିଛି ସମୟ ପରେ ଶୁକ୍ରୁକୁ ଡାକି ପଚାରିଲା,"ତୋ ନାଁ କ'ଣ ?"
"ଶୁକ୍ରୁ ଡିଗାଲ ।"
"ଗାଁ ?
"ଡୁମୁରିମା, ଖ୍ରୀଷ୍ଟିଆନ ପଡା ।"
"କେତେ ଜଣ ଲୋକ ଥିଲେ ?"
"ପାଖା ପାଖି ଦଶ ଜଣ ।"
"ଚିହ୍ନା ମୁହଁ ?"
"ସମସ୍ତେ ମୁହଁରେ ଗାମୁଛା ବାନ୍ଧିଥିଲେ ।"
"ଶେଷ ଦେଖା ତୋର କାହା ସହ ହୋଇଥିଲା ? କେଉଁ ଚିହ୍ନା ମୁହଁ ?"
ଶୁକ୍ରୁ ମନେପକାଇଲ।, 'ଶେଷ ଦେଖା ତ ଟୁବୁରୁ ସହ । ଜନ୍ମାଷ୍ଟମୀ ପିଠା, ହଳଦୀ ବସ୍ତା ।'
ପୁଲିସ କଥାକୁ ଦୋହରେଇଲା, "ହଁ ଶୁକ୍ରୁ ମନେପକା, କାହାକୁ ଶେଷଥର ତୋ ଘରେ ଭେଟିଥିଲୁ । ଶେଷ କଥା କାହା ସହିତ ?"
ଶୁକ୍ରୁ ନିରବ ରହିଲା । ସେ କାହାକୁ ଦେଖି ନାହିଁ । 'ତେବେ କ'ଣ ଟୁବୁରୁ !'ଶୁକ୍ରୁ ଆପାଦ ମସ୍ତକ ଶିହିରିଉଠିଲା। ନିଜକୁ କଷ୍ଟେ ମଷ୍ଟେ ସମ୍ଭାଳି ନେଲା ।
ପୁଲିସ ପୁଣି ପଚାରିଲା, "ମନେପକା, କାହା ସହ ଶେଷଥର କଥା ହୋଇଥିଲୁ ?" ଶୁକ୍ରୁ ନିରବ । ସେ କାହାକୁ ଦେଖି ନାହିଁ କି, ତାର କିଛି ମନେ ନାହିଁ ।
"ମନେ ନାହିଁ, ଆଜ୍ଞା ।"ଶୁକ୍ରୁ ଧୀରେ କହିଲା ।
ପୁଲିସ ଫେରିଯାଇ ଦୂରରେ ପଡିଥିବା ଚୌକିରେ ବିଶ୍ରାମ ନେଲା । ଶୁକ୍ରୁ ପାଇଁ ବାକି ଜୀବନ ପୁର୍ଣିମା ଆଣି ଦେଇଥିଲା ଅନ୍ଧକାର । ପୁଲିସ ଠଉରେଇ ପାରିଥିଲା ଶୁକ୍ରୁ ମୁହଁର ଭାବଭଙ୍ଗୀରୁ ଯେ ଶୁକ୍ରୁକେଉଁ ଏକ ଚିହ୍ନା ମୁହଁକୁ ଲୁଚେଇବାକୁ ବାରମ୍ବାର ଚେଷ୍ଟା କରିବାକୁ ଯାଇ ବାରମ୍ବାର ବିଫଳ ହେବା ସତ୍ତ୍ୱେ ନାମକୁ ଅପ୍ରକାଶ ରଖୁଛି । ଶୁକ୍ରୁର ଶରୀର ଯେପରି ପଥର ଖଣ୍ଡଟାଏ ମାର୍ତ୍ତୁଲରେ ଚୂନା ହେଲା ପରି ଗୁଣ୍ଡ ହୋଇଯାଉଛି ।
ପୁଲିସର ମଧ୍ୟ ହୃଦୟ ଅଛି । ଶୁକ୍ରୁର ମାନସିକ ଅବସ୍ଥାରେ ଅଧିକ ଜୋର ନ ଦେବାକୁ ସ୍ଥିର କରି ସେ ଚୌକିରେ ବିଶ୍ରାମ ନେଲା । ମିଛକୁ ସଠିକ ଅନୁମାନ କରିପାରିବା ସତ୍ତ୍ୱେ ଶୁକ୍ରୁର ଶେଷ ଉତ୍ତରକୁ ପୁଲିସ ସତ ବୋଲି ମାନିନେଲ। ।
ଏକ ମୃତବତ ଜାନି ପାଖରେ ଶୁକ୍ରୁ ବସି ଭାବୁଥିଲା ତା ପୃଥିବୀର ମଣିଷମାନଙ୍କର କଥା । | <urn:uuid:8759c96f-0a18-459d-b912-d3156d241629> | CC-MAIN-2018-39 | http://www.ameodia.com/?p=4348 | 2018-09-18T19:44:34Z | s3://commoncrawl/crawl-data/CC-MAIN-2018-39/segments/1537267155676.21/warc/CC-MAIN-20180918185612-20180918205612-00097.warc.gz | ory | 0.999981 | Orya | 8 | {"ory_Orya_score": 0.9999806880950928} |
ଓ୍ବାଶିଂଟନ: କମ୍ ଉଚ୍ଚତା ବା ଗେଡ଼ା ବ୍ୟକ୍ତି ଅଧିକ ଚନ୍ଦାପଣର ଶିକାର ହୋଇଥାନ୍ତି ବୋଲି ଗବେଷକ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ସେମାନଙ୍କଠାରେ ହରମୋନ୍ କ୍ଷରଣରେ ଅନିୟମିତତା ଦୃଷ୍ଟି ଗୋଚର ହୋଇଥାଏ। ଏହାର ପ୍ରଭାବରେ ଅକାଳରେ ସେମାନଙ୍କର କେଶ ଝଡ଼ିବା ଆରମ୍ଭ କରିଥାଏ। ଏଭଳି ବ୍ୟକ୍ତିଙ୍କଠାରେ ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ଅଧିକ ହୃଦ୍ରୋଗ, ପ୍ରୋଷ୍ଟେଟ୍ କର୍କଟ ସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ ବୋଲି ବନ୍ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡାକ୍ତର ଷ୍ଟିଫାନି ହେଇଲ୍ମ୍ୟାନ୍ ହେମ୍ବିଚ୍ ଓ ପ୍ରଫେସର ମାର୍କସ୍ ନୋଥେନ୍ ସୂଚିତ କରିଛନ୍ତି। ଏହି ମର୍ମରେ ଗବେଷକ ୨୦ହଜାର ଗେଡ଼ା ପୁରୁଷଙ୍କର ଶାରିରୀକ ସ୍ଥିତି ଓ ସେମାନଙ୍କଠାରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ଅଧ୍ୟୟନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୧ ହଜାର ଲୋକଙ୍କଠାରେ ଅକାଳ ଚନ୍ଦାପଣ ଦେଖାଯାଇଥିଲା। ସେହିପରି ୧୨ହଜାର ଲୋକଙ୍କଠାରେ ଅକାଳପକ୍ୱତା ସମସ୍ୟା ଦେଖିବାକୁ ମିଳିଥିଲା। ବିଭିନ୍ନ ଶାରିରୀକ ସମସ୍ୟା ପାଇଁ ଦାୟୀଥିବା ୬୩ ଗୁଣସୂତ୍ର ସମ୍ପର୍କରେ ଗବେଷକ ବିଶେଷ ଅଧ୍ୟୟନ କରି ଜାଣିପାରିଥିଲେ ଯେ, ହରମୋନ୍ କ୍ଷରଣରେ ଅନିୟମିତତା ଯୋଗୁ ଜଣେ ବ୍ୟକ୍ତି ଗେଡ଼ା ହେବା ସହିତ ତାଙ୍କଠାରେ ଅନ୍ୟ ରୋଗ ତୁଳନାରେ ଅକାଳ ଚନ୍ଦାପଣ ଅଧିକ ଦେଖାଯାଇଥାଏ। ସେମାନଙ୍କଠାରେ ଭିଟାମିନ୍-ଡି ଓ ଭିଟାମିନ୍-ଇ ସଂଶ୍ଳେଷଣ ହେବା ପ୍ରକ୍ରିୟା କମ୍ ରହିଥାଏ। ଫଳରେ ଏହାର ପ୍ରଭାବ କେଶ ଉପରେ ପଡିଥାଏ ଓ ଅକାଳପକ୍ୱତା ସହିତ ଚନ୍ଦାପଣ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। | <urn:uuid:1940b265-85dd-42df-96dc-ba1c3f13133a> | CC-MAIN-2018-39 | http://www.dharitri.com/main/news/24402 | 2018-09-18T20:38:38Z | s3://commoncrawl/crawl-data/CC-MAIN-2018-39/segments/1537267155676.21/warc/CC-MAIN-20180918185612-20180918205612-00097.warc.gz | ory | 0.999992 | Orya | 5 | {"ory_Orya_score": 0.999991774559021} |
୧୦ମ ଦିନରେ ପହଞ୍ଚିଲା ପଟ୍ଟିଦାର ନେତା ହାର୍ଦ୍ଦିକଙ୍କ ଆମରଣ ଅନଶନ: ଗୁରୁତର ହେଉଛି ସ୍ୱାସ୍ଥ୍ୟାବସ୍ଥା; ଘୋଷଣା କଲେ ଇଚ୍ଛାପତ୍ର
ଅହମ୍ମଦାବାଦ (ଗୁଜୁରାଟ): ପଟ୍ଟିଦାରମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଦାବି କରି ଗୁଜୁରାଟର ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲ ଗତ ଅଗଷ୍ଟ ୨୫ ତାରଖରୁ ଆରମ୍ଭ କରିଥିବା ଆମରଣ ଅନଶନ ଆଜି ୧୦ମ ଦିନରେ ପହଞ୍ଚିଛି। ଇତି ମଧ୍ୟରେ ଅନଶନରତ ହାର୍ଦ୍ଦିକଙ୍କ ସ୍ୱାସ୍ଥାବସ୍ଥା ଉଦ୍ବେଗଜନକ ହୋଇପଡ଼ି ଥିବାରୁ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ ସୁଦ୍ଧା ସେ ଡାକ୍ତରମାନଙ୍କର ପରାମର୍ଶକୁ ପ୍ରତ୍ୟାଖାନ କରିଦେଇଛନ୍ତି। ସେହିପରି ହାର୍ଦ୍ଦିକ ସାଲାଇନ୍ ନେବାକୁ ମଧ୍ୟ ମନା କରିଦେବା ସହ ପାଣି ସୁଦ୍ଧା ଗ୍ରହଣ କରୁ ନଥିବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମେ ଅଧିକରୁ ଅଧିକ ଗୁରୁତର ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ, କୌଣସି ସର୍ବସାଧାରଣ ସ୍ଥାନରେ ଅନଶନରେ ବସିବା ପାଇଁ ଗୁଜୁରାଟ ସରକାର ତାଙ୍କୁ ଅନୁମତି ଦେବାକୁ ମନା କରିଦେବା ପରେ ହାର୍ଦ୍ଦିକ ଗତ ଅଗଷ୍ଟ ୨୫ ତାରିଖ ଠାରୁ ନିଜ ଅହମ୍ମଦାବାଦସ୍ଥିତ ବାସଭବନରେ ଆମରଣ ଅନଶନରେ ବସିଛନ୍ତି ହାର୍ଦ୍ଦିକ।
ଏ ପରିସ୍ଥିତିରେ ପଟ୍ଟିଦାର ନେତା ହାର୍ଦ୍ଦିକ ଆଜି (ସୋମବାର) ତାଙ୍କର ଇଚ୍ଛାପତ୍ରକୁ ସାର୍ବଜନୀନ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନରୁ ଓହରିବେ ନାହିଁ ବୋଲି ଜିଦ୍ ଧରି ବସିଥିବା ପଟ୍ଟିଦାର ନେତା ହାର୍ଦ୍ଦିକ କହିଛନ୍ତି ଯେ ଅନଶନରତ ଥିବା କାଳରେ ଯଦି ତାଙ୍କର ମୁତ୍ୟୁ ଘଟେ ତେବେ ତାଙ୍କ ସଂପତ୍ତିର ଭାଗବଣ୍ଟା ତାଙ୍କ ଇଚ୍ଛାପତ୍ର ଅନୁଯାୟୀ ହେବ। ହାର୍ଦ୍ଦିକଙ୍କ ଇଚ୍ଛାପତ୍ର ଅନୁଯାୟୀ, ୨୦୧୫ରେ ହୋଇଥିବା ପଟ୍ଟିଦାର ଆନ୍ଦୋଳନ କାଳରେ ଯେଉଁ ୧୪ ଜଣ ପଟ୍ଟିଦାର ଯୁବକ ପ୍ରାଣ ହରାଇଥିଲେ ସେମାନଙ୍କ ପରିବାରବର୍ଗଙ୍କୁ ସଂପତ୍ତିର ଏକ ପ୍ରମୁଖ ଅଂଶ ପ୍ରଦାନ କରାଯିବ। ଏହାପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ୫୦ ହଜାର ଟଙ୍କା ବଳକା ରହିବ, ସେଥିରୁ ୨୦ ହଜାର ଟଙ୍କା ପିତାମାତାଙ୍କୁ ଓ ଅବଶିଷ୍ଟ ୩୦ ହଜାର ଟଙ୍କା ତାଙ୍କ ଗାଁ ବିରାମଗାମ୍ରେ ଥିବା ଗୋଶାଳାକୁ ପ୍ରଦାନ କରିବାକୁ ହାର୍ଦ୍ଦିକ ନିଜର ଇଚ୍ଛାପତ୍ରରେ ଘୋଷଣା କରିଛନ୍ତି। ଏଥିସହ ମୁତ୍ୟୁପରେ ତାଙ୍କ ଆଖି ଦୁଇଟିକୁ ମଧ୍ୟ ଦାନ କରିଦେବା ପାଇଁ ସେ ଇଚ୍ଛା ପ୍ରକଟ କରିଛନ୍ତି। ହାର୍ଦ୍ଦିକ କହିଛନ୍ତି ଯେ ଆଉ ୨୪ରୁ ୪୮ ଘଣ୍ଟା ମଧ୍ୟରେ ମୁଁ କଥା କହିବା ପାଇଁ ସମର୍ଥ ନଥିବି। ସେଥିପାଇଁ ମୁଁ ମୋ ଶେଷ ଇଚ୍ଛାପତ୍ରକୁ ସାର୍ବଜନୀନ କରିଦେବାକୁ ଉଚିତ୍ ମନେକଲି।
ହାର୍ଦ୍ଦିକଙ୍କ ସ୍ୱାସ୍ଥାବସ୍ଥା କ୍ରମେ ଗୁରୁତର ହେଉଥିବା ଜାଣିବା ପରେ କଂଗ୍ରେସ, ଏନ୍ସିପି, ଟିଏମ୍ସି, ଆର୍ଜେଡି ଓ ଆପ୍ର ବହୁ ନେତା ତାଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିବା ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ପତ୍ର ଲେଖି ହାର୍ଦ୍ଦିକଙ୍କ ଦାବି ମାନି ନେବାକୁ ଅନୁରୋଧ କରିଛନ୍ତି। | <urn:uuid:71e4ac84-c72e-4eb7-88cd-4864d006fffa> | CC-MAIN-2018-39 | http://sambad.in/india-and-beyond/after-state-government-fails-to-respond-to-hunger-strike-patidar-leader-hardik-patel-declares-his-will-205849/ | 2018-09-19T22:52:18Z | s3://commoncrawl/crawl-data/CC-MAIN-2018-39/segments/1537267156311.20/warc/CC-MAIN-20180919220117-20180920000117-00257.warc.gz | ory | 0.999986 | Orya | 4 | {"ory_Orya_score": 0.9999858140945435} |
ଫୁଲବାଣୀ : ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ଶଙ୍ଖରାଖୋଲ ବିଟ ହାଉସର ଫରେଷ୍ଟଗାର୍ଡ ମନୋରଂଜନ ଅମାତ ପଥର ପାଇଁ ଜଣଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନସ ଦ୍ୱାରା ଧରା ପଡି ଗିରଫ ହୋଇଛନ୍ତି।
ଜଙ୍ଗଲ କାଟି ପଥର ଆଣି କୂଅ ନିର୍ମାଣ କରୁଥିବା ଓ ଟଙ୍କା ନ ଦେଲେ ଜଙ୍ଗଲ ଆଇନ ଦେଖାଇ ହଇରାଣ କରିବାକୁ ଧମକଚମକ ଦେଇ ଶ୍ରୀ ଅମାତ ସ୍ଥାନୀୟ ଲାଇନପଡା ଶ୍ରୀକାଉଟି ଗାଁର ଶ୍ରୀମୁଖ କହଁରଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଜନା ଅନୁଯାୟୀ ଆଜି ସକାଳେ ଶ୍ରୀ କହଁର ବିଟ ହାଉସକୁ ଯାଇ ଫରେଷ୍ଟଗାର୍ଡ ଅମାତଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଫୁଲବାଣୀ ଭିଜିଲାନସ ଡିଏସ୍ପି ରବିକାନ୍ତ ସୁନା ଓ ଇନସପେକ୍ଟର ପି.ଛତ୍ରିଆ ଲାଞ୍ଚ ଟଙ୍କା ଜବତ କରିବା ସହ ଫରେଷ୍ଟଗାର୍ଡ ଅମାତଙ୍କୁ ଗିରଫ କରିଥିଲେ। ଚଢାଉରେ ଭିଜିଲାନସ କର୍ମଚାରୀ ଓ୍ଵାଇ.ବି ରବିକିରଣ,ଦିଲ୍ଲୀପ କୁାମର ପ୍ରଧାନ ଓ ରାମଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ। | <urn:uuid:860fc47d-f366-4b6b-a24c-893e6cce1bf0> | CC-MAIN-2018-39 | http://sambad.in/district/kandhmal/forest-guard-in-vigilance-net-141709/ | 2018-09-22T07:21:37Z | s3://commoncrawl/crawl-data/CC-MAIN-2018-39/segments/1537267158205.30/warc/CC-MAIN-20180922064457-20180922084857-00017.warc.gz | ory | 0.999987 | Orya | 8 | {"ory_Orya_score": 0.9999865293502808} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଫେବୃଆରୀ ୧୭,(ଓଡ଼ିଶା ଡ଼ଟ୍ କମ୍)-ସ୍ଥାନୀୟ ବାରଙ୍ଗ ନିକଟବର୍ତୀ ଝିଙ୍ଗରଡିହା ଗ୍ରାମରେ ଥିବା ବିଭିନ୍ ଇଟାଭାଟିରେ କାମ କରୁଥିବା ପରିବାରର ପିଲାମାନଙ୍କ ପାଇଁ ହମାରା ବଚପନ ସହୟତାରେ ସ୍ୱେଚ୍ଛାସେବୀ ସଂସ୍ଥା ଏଡ୍ ଏଟ୍ ଆକ୍ସନ ଏକ ଆଦ୍ୟ ଶୈଶବ ଶିକ୍ଷା ତଥା ବିକାଶ କେନ୍ଦ୍ରର ଆରମ୍ଭ କରିଛି ।
ଏହି କେନ୍ଦ୍ରରେ ପାୟ ୬୫ଜଣ ୩-୬ବର୍ଷ ପର୍ଯ୍ୟନ୍ତ ବୟସର ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଇପାରିବେ ତଥା ସେଠାରେ ସେମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ପରିବେଶ ପ୍ରଦାନ କରାଯିବାର ସମସ୍ତ ଚେଷ୍ଟା କରାଯିବ ।
ଭୁବନେଶ୍ୱର ଉପକଣ୍ଠସ୍ଥ ବିଭିନ୍ନ ଇଟାଭାଟିରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଏହି ପରିବାରମାନେ ରାଜ୍ୟର ପଛୁଆ ଜିଲ୍ଲାମାନଙ୍କରୁ ଆସିଥାନ୍ତି । ଶିଶୁ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ନାନା ବିଧ ଯୋଜନାମାନ ଥିଲେ ମଧ୍ୟ ଏହି ଅସ୍ଥାୟୀ ଶିଶୁମାନେ ତନ୍ମଧ୍ୟରୁ ଲାଭବାନ ହୋଇପାରନ୍ତି ନାହିଁ ।
ତେଣୁ ସେମାନଙ୍କର ଅର୍ଦ୍ଧାଧିକ ପିଲାଦିନ ଏହି ଇଟାଭାଟିରେ ବିନା ଶିକ୍ଷା ଓ ସୁରକ୍ଷାରେ କଟିଯାଇଥାଏ । ବର୍ଷର ୬-୭ ମାସ ଏହି ପିଲାମାନେ ଇଟାଭାଟିରେ ପ୍ରାୟ କଟାଇଥାନ୍ତି ।
ସେହି ପିଲାମାନଙ୍କ ସୁସ୍ଥ ସୁରକ୍ଷିତ ପିଲାଦିନକୁ ଆହୁରି ସୁରକ୍ଷିତ କରିବା ପାଇଁ ହମାରା ବଚପନ ସହାୟତାରେ ଏଡ୍ ଏଟ୍ ଆକ୍ସନ ପକ୍ଷରୁ ଏକ ଆଦ୍ୟ ଶୈଶବ ସୁରକ୍ଷା ବିକାଶ ଓ ଶିକ୍ଷା କେନ୍ଦ୍ର ଖୋଲାଯାଇଛି ।
ଏହି ପରି ଆହୁରି ୧୪ଟି ସ୍ଥାନୀୟ ଇଟା ଭାଟି ଅଞ୍ଚଳରେ ୮ଟି କେନ୍ଦ୍ର ଖୋଲାଯାଉଛି ଯାହାକି ପ୍ରାୟ ୭୦୦ ଏହିଭଳି ପିଲାଙ୍କୁ ସୁସ୍ଥ ତଥା ସୁରକ୍ଷିତ ପରିବେଶ ଓ ଶିକ୍ଷା ପ୍ରଦାନ କରିପାରିବ । ତେବେ ଏହି ଝିଙ୍ଗରପଡାର ବିଆଇସିସି ଇଟାଭାଟିର ମାଲିକ ଏ କେନ୍ଦ୍ର ପାଇଁ ଆବଶ୍ୟକ ସ୍ଥାନ ଓ ଭିତିଭୂମି ଯୋଗାଇଦେଇଛନ୍ତି ।
ସେହିପରି ଅନ୍ୟାନ ଭାଟି ମାଲିକମାନେ ମଧ୍ୟ ଏହିପରି ସହାୟତା ପ୍ରଦାନ କରିବେ ବୋଲି ହମାରା ବଚପନର ମୁଖ୍ୟ ମିହିର ମହାନ୍ତି ପ୍ରକାଶ କରିଛନ୍ତି ଏବଂ ସମଗ୍ର ରାଜ୍ୟରେ ଏପରି ଉଦ୍ୟମ ପ୍ରଥମ ବୋଲି ସେ କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ସହରାଞ୍ଚଳ ବସ୍ତିରେ ବାସ କରୁଥିବା ଶିଶୁମାନଙ୍କର ପିଲାବେଳକୁ ଏକ ସୁରକ୍ଷିତ ଓ ସୁସ୍ଥ ପରିବେଶରେ ପରିଣତ କରିବା ପାଇଁ ଶିଶୁ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଅଭିଯାନ ହେଉଛି ହମାରା ବଚପନ ।
ମଣିଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ତାହାର ପିଲାଦିନବା ଶୈଶବ । ଏହି ଶୈଶବ ସମୟରେ ଶିଶୁଟିର ସବୁପ୍ରକାର ବିକାଶ ଘଟିଥାଏ ।
ଏହି ସମୟରେ ତାହାର ବିକାଶ ଲାଗି ସୁସ୍ଥ ଓ ସୁରକ୍ଷିତ ପରିବେଶ ନ ମିଳିଲେ ହୁଏତ ତାହାର ଭବିଷ୍ୟତ ଅନିଶ୍ଚିତତା ଆଡକୁ ଯାଇପାରେ । ତେବେ ସରକାରୀ ସ୍ତରରେ ଏହି ଶିଶୁ ମାନଙ୍କ ଲାଗି ଆଇନ ପ୍ରଣୟନର ବ୍ୟବସ୍ଥା ଲାଗି ହମାରା ବଚପନ ତାହାର ଉଦ୍ୟମ ଆରମ୍ଭ କରିଛି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:1baa2996-9017-4ae4-bd1c-ea2939fc2090> | CC-MAIN-2018-39 | http://www.odisha.com/2013/02/17/%E0%AC%85%E0%AC%AC%E0%AC%B9%E0%AD%87%E0%AC%B3%E0%AC%BF%E0%AC%A4-%E0%AC%B6%E0%AC%BF%E0%AC%B6%E0%AD%81%E0%AC%99%E0%AD%8D%E0%AC%95-%E0%AC%AA%E0%AC%BE%E0%AC%87%E0%AC%81-%E0%AC%86%E0%AC%A6%E0%AD%8D/ | 2018-09-22T06:59:21Z | s3://commoncrawl/crawl-data/CC-MAIN-2018-39/segments/1537267158205.30/warc/CC-MAIN-20180922064457-20180922084857-00017.warc.gz | ory | 1.000004 | Orya | 24 | {"ory_Orya_score": 1.0000044107437134} |
ଭୁବନେଶ୍ୱର : ଗୁରୁବାର ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟର ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଆଇଆଇଏମ୍ ସମ୍ବଲପୁରକୁ ରାଜ୍ୟ ସରକାର ୧୮୧.୭୭ ଏକର ଜମି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଏହି କ୍ୟାବିନେଟ ବୈଠକରେ କୋରାପୁଟର ୩ଟି ବ୍ଲକରେ ଥିବା ମେଗା ପାଇପ୍ ଲାଇନ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ଦ୍ୱାରା ୨୬୮ ଗାଁର ୨ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ । ଗୋପାଳପୁରରେ ଟାଟା ଲାଗି ଉଦ୍ଧିଷ୍ଟ ୨୯୭୦ ଏକରକୁ ଭାଗ କରାଯିବ। ସେଠାରେ ଥିବା ୧୨୩୫ ଏକର ଜମିକୁ ସିଜ୍ କରାଯିବ ଓ ବାକି ୧୭୩୫ ଏକର ଜମିରେ ସାଧାରଣ ଶିଳ୍ପ ଜମି ମାନ୍ୟତା ରହିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ଏତଦବ୍ୟତିତ ବିପିୟୁଟିର ପ୍ରୋ ଚାନ୍ସେଲର ପଦବୀ ଉଚ୍ଛେଦ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି। ସବଅର୍ଡିନେଟ୍ ଫାଇନାନ୍ସ ସର୍ଭିସ ନିୟମରେ ହୋଇଥିବା ସଂଶୋଧନ ପ୍ରସ୍ତାବରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି ।
ଏହାକୁ ବାଦ ଦେଲେ ସରକାର ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ଲାଗି ସରକାର ଜମି ଯୋଗାଇବେ। ନୟାଗଡ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ୮୮୧.୭୪୫ ଏକର ଜମି ମାଗଣାରେ ଦେବାକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ସେହିପରି ଅଦିମ ଓଆର ଜରପା ସଂଗଠନକୁ ଅଧା ମୂଲ୍ୟରେ ଜମି ଦେବାକୁ ନିଷ୍ପତି ନିଆଯାଇଛି । ରାଜ୍ୟ ସରକାର ଓପିଏସ୍ସି ରିପୋର୍ଟ ୨୦୧୧-୧୨ ଓ ୨୦୧୨-୧୩କୁ ମଂଜୁରୀ ଦେଇଛନ୍ତି। | <urn:uuid:57679891-fcc3-4537-8361-7d857ff5eec7> | CC-MAIN-2018-39 | https://www.onakhabar.com/state-cabinet-approved-9-proposal-to-day/ | 2018-09-23T09:54:16Z | s3://commoncrawl/crawl-data/CC-MAIN-2018-39/segments/1537267159193.49/warc/CC-MAIN-20180923095108-20180923115508-00177.warc.gz | ory | 0.999967 | Orya | 2 | {"ory_Orya_score": 0.9999668598175049} |
ଭଦ୍ରକ,୨୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗତ ୧୭ ତାରିଖରେ ଖବରକାଗଜରେ ଭଦ୍ରକ ସ୍ୱଚ୍ଛ ଭାରତ ମିଶନରେ ମହାଦୁର୍ନୀତି, ଭିଜିଲାନ୍ସ ତଦନ୍ତ କେବେ ପ୍ରକାଶ ପାଇବା ପରେ ଭଦ୍ରକ ଭିଜିଲାନ୍ସ ୟୁନିଟ ପକ୍ଷରୁ ଉକ୍ତ ଅଫିସ୍ରେ ୨ୟ ଥର ଲାଗି ଖୋଳତାଡ ଆରମ୍ଭ ହୋଇଛି । ପ୍ରାୟ ୪ ଘଣ୍ଟା କାଳ ଭଦ୍ରକ ଭିଜିଲାନ୍ସ ୟୁନିଟ୍ ଡିଏସ୍ପି ଶରତ ମହାପାତ୍ର ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଫିସ୍କୁ ଯାଇ କାଗଜପତ୍ରକୁ ଯାଞ୍ଚ କରିଥିବାବେଳେ ଆରଡବ୍ଲୁ୍ୟ ଏସ୍ର ନିର୍ବାହୀ ଯନ୍ତ୍ରୀ ତଥା ଡିଏଡବ୍ଲୁ୍ୟଏମ୍ ସଭ୍ୟ ଅନ୍ତର୍ଯ୍ୟାମୀ ନାୟକଙ୍କ ଦପ୍ତରରେ ଛାନ୍ଭିନ୍ କରିଥିଲେ । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ବହୁ ଆବଶ୍ୟକ କାଗଜପତ୍ରକୁ ବିଭାଗ ପକ୍ଷରୁ ପଠାଯାଇଥିଲା । ତେବେ ଜିଲା ସଂଯୋଜକ ପରିମଳ ଓ ସ୍ୱଚ୍ଛତା ବ୍ରଜେଶ ସେନାପତି ଦିନତମାମ ଅନ୍ତର୍ଧାନ ରହିଥିଲେ । ତାଙ୍କ ୩ଟି ମୋବାଇଲ୍ ଫୋନ୍ ୮୨୮୦୪୦୮୦୮୮, ୯୪୩୭୧୦୨୪୪୭୨ ଓ ୯୯୩୭୧୨୫୭୮୭ ବନ୍ଦ ରହିଥିଲା । ଏହି ଖବର ପ୍ରକାଶ ପାଇବା ପରେ ଜିଲାପାଳ ଜ୍ଞାନ ଦାସ ଏହାର ବିଭାଗୀୟ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ତେବେ ଦୁର୍ନୀତି ଫାନ୍ଦରୁ ବଂଚିବା ଲାଗି ବେଆଇନ୍ ଭାବେ ପୁନଃ ନିଯୁକ୍ତି ପାଇଥିବା ଚାନ୍ଦବାଲି ବ୍ଲକ୍ର ୨ ଜଣ କୋ-ଅଡିନେଟରଙ୍କୁ ଚଳିତମାସ ପ୍ରଥମ ସପ୍ତାହରେ ଛଟେଇ ନିର୍ବାହୀଯନ୍ତ୍ରୀ କରାଯାଇଛି । ତେବେ ଏହି ଦପ୍ତରରେ ଘଟିଥିବା ଏକାଧିକ ହିତାଧିକାରୀଙ୍କୁ ପାଇଖାନା ନିର୍ମାଣ ବାବଦକୁ ଡବଲ ପେମେଣ୍ଟ, ୭ ରୁ ୮ ଥର କରି ପେମେଣ୍ଟ ସହ ଭଦ୍ରକ, ବାସୁଦେବପୁର ଓ ଧାମନଗର ବ୍ଲକ୍ର କେତେକ ପଞ୍ଚାୟତରେ ଆଦୌ ହିତାଧିକାରୀ ନଥିବା ମହୁ ଲୋକଙ୍କ ଆକାଉଣ୍ଟକୁ ସରକାରୀ ଟଙ୍କା ଟ୍ରାନ୍ସଫର ହୋଇ ପ୍ରାୟ ୪୦ ଲକ୍ଷ ଟଙ୍କା ଭଳି ସରକାରୀ ଟଙ୍କା ହେରଫର ହେବା ଘଟଣାକୁ ଭିଜିଲାନ୍ସ ବିଭାଗ ସର୍ବାଧିକ ଗୁରୁତ୍ୱ ଦେଉଛି । ହେଲେ ଫ୍ଲେକ୍ସ ପି୍ରଣ୍ଟିଂ ବାବଦକୁ ୩୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଘୋଟାଲା, ବାହାର ଜିଲାରୁ ଗାଡି ଭଡାରେ ଲଗାଇବା, ନିଯୁକ୍ତିରେ ଆଇନ୍ ଉଲ୍ଲଂଘନ ସହ ବହୁ କାର୍ଯ୍ୟକ୍ରମରେ ବ୍ୟାପକ ଅର୍ଥ ବାଟମାରଣାକୁ ଭିଜିଲାନ୍ସ ବିଭାଗ ଗୁରୁତ୍ୱ ଦେବାକୁ ଅଭିଯୋଗକାରୀ ଶିବପ୍ରସାଦ ମହାନ୍ତି ଦାବି କରିଛନ୍ତି । ସେହିଭଳି ଆଜି ଏକ ସଚେତନତା କାର୍ଯ୍ୟକ୍ରମକୁ ଏହି ଅଫିସ୍ରେ ବାତିଲ କରାଯାଇଛି । ନିର୍ବାହୀଯନ୍ତ୍ରୀ ଶ୍ରୀ ନାୟକଙ୍କୁ ଏଥିନେଇ ମତାମତ ନେବାକୁ ଯୋଗାଯୋଗ କରାଯାଇଥିବାବେଳେ ସେ ମୋବାଇଲ୍ ଉଠାଇନଥିଲେ । ଭିଜିଲାନ୍ସ ବିଭାଗ ସବୁ ଦୁର୍ନୀତି ଅଭିଯୋଗ ଉପରେ ତଦନ୍ତ କଲେ ଭଦ୍ରକ ସ୍ୱଚ୍ଛ ଭାରତ ମିଶନରେ ଘଟିଥିବା ମହାଦୁର୍ନୀତିର ପର୍ଦ୍ଦାଫାସ୍ ହେବ ବୋଲି କୁହାଯାଉଛି । | <urn:uuid:c508ecee-34a9-41d4-bd60-801b057484da> | CC-MAIN-2018-39 | http://odiapua.com/%E0%AC%AD%E0%AC%A6%E0%AD%8D%E0%AC%B0%E0%AC%95-%E0%AC%B8%E0%AD%8D%E0%AD%B1%E0%AC%9A%E0%AD%8D%E0%AC%9B-%E0%AC%AD%E0%AC%BE%E0%AC%B0%E0%AC%A4-%E0%AC%AE%E0%AC%BF%E0%AC%B6%E0%AC%A8%E0%AC%B0%E0%AD%87/ | 2018-09-19T13:09:40Z | s3://commoncrawl/crawl-data/CC-MAIN-2018-39/segments/1537267156224.9/warc/CC-MAIN-20180919122227-20180919142227-00062.warc.gz | ory | 1.000003 | Orya | 2 | {"ory_Orya_score": 1.0000030994415283} |
ଦେବଗଡ ୮-୨ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଦେବଗଡ ଥାନା ଅନ୍ତର୍ଗତ ଛୁରିଆବାହାଳ ନିକଟରେ ଓରିଆଲ ଷ୍ଟ୍ରକଚରାଲ କଂପାନୀ କ୍ଯାମ୍ପରୁ ମାଓବାଦୀ ପରିଚୟ ଦେଇ ବନ୍ଧୁକ ମୁନରେ ୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥିବା ଘଟଣାରେ ଦେବଗଡ ପୋଲିସ ଉକ୍ତ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ତାଙ୍କ ଠାରୁ ନଗଦ ୭୦ ହଜାର ଟଙ୍କା ଗୋଟିଏ ବନ୍ଧୁକ ୪ଟି ମୋବାଇଲ ଫୋନ ଓ ଡିଟୋନିଟର ଜବତ କରିଛି।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର ମହୁଲପାଳି ଅଞ୍ଚଳର ରାଜୀବ ଛତ୍ରିଆ (୨୮), କୁଚିଣ୍ଡାର ଅନିଲ ପଲେଇ (୨୨), ମହୁଲପାଳିର ପୁରୋହିତ ରନବିଡା (୨୦), ଡିମରିମୁଣ୍ଡା ଗ୍ରାମର ତନ୍ମୟ ବେହେରା କୁ ଗିରଫ କରାଯାଇଛି।ଆଉ ବାକି ୩ଜଣ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଦେବଗଡ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୁଲେମାନ ଏକ୍କା ପ୍ରକାଶ କରିଛନ୍ତି।ସୂଚନାରୁ ପ୍ରକାଶ ଯେ, ୩ଜାନୁଆରୀ ଦିନ କେତେକ ଦୁର୍ବୃତ୍ତ ନିଜକୁ ମାଓବାଦୀର ପିଚ୍ ଦେଇ ନିର୍ମାଣକାରୀ ସଂସ୍ଥାର ମ୍ଯାନେଜରକୁ ଟଙ୍କା ମାଗିଥିଲେ।କିନ୍ତୁ ନିର୍ମାଣକାରୀ ସଂସ୍ଥାର ମ୍ଯାନେଜର ଏହି କଥାକୁ ଗୁରୁତ୍ବ ସହକାରେ ନେଇଥିଲେ।କିନ୍ତୁ ୧୩ତାରିଖ ରାତିରେ ୭ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଉକ୍ତ କଂପାନୀର କ୍ଯାମ୍ପରେ ପଶି ବନ୍ଧୁକ ମୁନରେ ମ୍ଯାନେଜର ଠାରୁ ୨ଲକ୍ଷ ଲୁଟି ନେଇଥିଲେ।କିନ୍ତୁ କଂପାନୀ ମ୍ଯାନେଜର ଭୟଭିତହୋଇ ଏହି କଥା କୁ କାହାକୁ ଜଣାଇଥିଲେ।ଏନେଇ ୧୬ତାରିଖ ଦିନ ଦେବଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଏନେଇ ଦେବଗଡ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଥାନାରେ ଭାରପ୍ରାପ୍ତ ଅଧିକାରୀ ଆଶିଷ କୁମାର ଜେନା ମଧ୍ଯ ଉପସ୍ଥିତ ଥିଲେ। | <urn:uuid:d244a166-508d-480d-952d-53186faaa0f8> | CC-MAIN-2018-39 | http://odiapua.com/%E0%AC%AE%E0%AC%BE%E0%AC%93%E0%AC%AC%E0%AC%BE%E0%AC%A6%E0%AD%80-%E0%AC%A8%E0%AC%BE%E0%AC%B0%E0%AD%87-%E0%AC%9F%E0%AC%99%E0%AD%8D%E0%AC%95%E0%AC%BE-%E0%AC%B2%E0%AD%81%E0%AC%9F-%E0%AC%AC%E0%AC%A8/ | 2018-09-21T20:22:43Z | s3://commoncrawl/crawl-data/CC-MAIN-2018-39/segments/1537267157503.43/warc/CC-MAIN-20180921190509-20180921210909-00382.warc.gz | ory | 0.999916 | Orya | 7 | {"ory_Orya_score": 0.9999159574508667} |
କନକ ବ୍ୟୁରୋ : ଜୁଲାଇରେ ଟଳିଯାଇଥିବା ବନ୍ୟା ବିପଦ ଅଗଷ୍ଟରେ ପୁଣି ଫେରିଛି । ମହାନଦୀରେ ବଡ ଧରଣର ବନ୍ୟା ଆଶଙ୍କା ପ୍ରକାଶ ପାଇଛି । ବର୍ତମାନ ହୀରାକୁଦରୁ ୨୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଫଳରେ ତଳମୁଣ୍ଡରେ ଥିବା ୧୩ଟି ଜିଲ୍ଲାରେ ବନ୍ୟା ଆଶଙ୍କା ଉପୁଜୁଛି । ମହାନଦୀ ଅବବାହିକାରେ ଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସମ୍ବଲପୁର ତଳିଆ ଅଂଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଜୁଲାଇରେ ଟଳିଗଲା ବିପଦ । ଅଗଷ୍ଟରେ ପୁଣି ବନ୍ୟା ଆଶଙ୍କା । ମହାନଦୀରେ ମାଡିଆସୁଛି ବଡ ବନ୍ୟା । ମହାଦନୀ ଉପର ମୁଣ୍ଡରେ ଭାରି ବର୍ଷା ଲାଗିରହିଥିବାରୁ ହୀରାକୁଦ ନଦୀବନ୍ଧ ଉପରେ ଏହାର ପ୍ରଭାବ ପଡିଛି । ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହାର ୨୫ଟି ଗେଟ୍ ଖୋଲାଯାଇଛି । ତେଣୁ ମହାନଦୀ ତଳମୁଣ୍ଡରେ ଥିବା ଜିଲ୍ଲା ଗୁଡିକରେ ବନ୍ୟା ହେବ ବୋଲି ଆଶଙ୍କା କରାଯାଉଛି । ଏସବୁ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।
କର୍ଭ ରୁଲ ଅନୁଯାୟୀ ଯେତିକି ଜଳ ହୀରାକୁଦ ନଦୀବନ୍ଧରେ ରହିବା କଥା ତାଠାରୁ ଅଧିକ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡକୁ ୧ଲକ୍ଷ ୫୦ ହଜାର ୬୨୭ କ୍ୟୁସେକ ପାଣି ଜଳଭଣ୍ଡାରକୁ ପଶୁଛି । ବର୍ତ୍ତମାନ ପ୍ରାୟ ୪ ଲକ୍ଷ୍ୟ କ୍ୟୁସେକ ଜଳ ହୀରାକୁଦରୁ ଛଡା ଯାଉଛି । କଟକ ମୁଣ୍ଡଳୀ ଦେଇ ପ୍ରାୟ ୬ଲକ୍ଷ୍ୟ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଗୁରୁବାର ସକାଳ ସୁଦ୍ଧା ଏହା ୮ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି ।
ଗତ ୨୪ ଘଂଟା ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ୯୩ ଦଶମିକ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦରୁ ପାଣି ଛଡାଯିବା ଦ୍ୱାରା ସମ୍ବଲପୁର ସମେତ, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, ଯାଜପୁର ଓ ଖୋର୍ଦ୍ଧ ଜିଲ୍ଲାରେ ବନ୍ୟା ଆଶଙ୍କା ବଢିଯାଇଛି । | <urn:uuid:495f6725-7cc7-4c90-828b-20ddd1b09338> | CC-MAIN-2018-39 | http://kanaknews.com/flood-may-be-came-in-mahanadi11/ | 2018-09-22T22:33:22Z | s3://commoncrawl/crawl-data/CC-MAIN-2018-39/segments/1537267158766.53/warc/CC-MAIN-20180922221246-20180923001646-00542.warc.gz | ory | 0.999988 | Orya | 4 | {"ory_Orya_score": 0.9999881982803345} |
ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୧୦/୦୮ – ରାୟଗଡା ଜିଲ୍ଲା ଜିଲ୍ଲା ଦୌରା ବିଶ୍ୱଜିତ ଦାସ ଏକ ମାମଲାର ଶୁଣାଣି କରି ଅଭିଯୁକ୍ତ ରୁମିଲାଲ ନାୟକ (୩୦) ଙ୍କୁ ୩୦୪(୨) ପ୍ରକାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ କାଶିପୁର ବ୍ଲକ ଅନ୍ତର୍ଗତ ବଡଚେକଣା ଗ୍ରାମର ଧନିକା ନାୟକ ଏବଂ ବନମାଳି ନାୟକ ନିଜ ସାନ ପୁଅ ରଂଜିତ ନାୟକର ବାହାଘର ନେଇ ଆଲୋଚନା କରୁଥିଲେ । ଏହି ସମୟରେ ବନମାଳି ନାୟକଙ୍କ ବଡପୁଅ ରୁମିଲାଲ ନାୟକ ଆସି ସାନଭାଇ ରଂଜିତ ନାୟକକୁ ମୋଟର ସାଇକେଲ ଚାବି ମାଗିଥିଲେ । ମଟର…"ପିତୃ ହତ୍ୟାକାରୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ"
ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୬/୦୮ – ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଣି ପ୍ରଦାନ କରିଛନ୍ତି। ରାୟଗଡା ସ୍ଥିତ ରିଙ୍ଗ ରୋଡରେ ଥିବା ବଚପନ ଇଂରାଜୀ ମାଧ୍ୟମ ସ୍କୁଲର ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲର କପ୍ୟୁଟର ଶିକ୍ଷକ ଏମ.ଉଦୟ କୁମାର (୨୧) ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ଦେଉଥିବା ନେଇ ଛାତ୍ରର ମା ଗତ ତା ୦୨.୦୯.୧୭ ରିଖ ଦିନ ରାୟଗଡା ଥାନାରେ ଏତଲା ଦେଇଥିଲେ। ପୋଲିସ ପକ୍ଷରୁ ଥାନା କେଶ ନଂ ୨୧୯ / ୧୭ ରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ଶୁଣାଣି କରି…"ବଚପନ ସ୍କୁଲ ଛାତ୍ରଙ୍କୁ ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ମାମଲା ଅଭିଯୁକ୍ତ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡ ସହ ୩ ଲକ୍ଷ ଟଙ୍କା ଜରିମାନା"
ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )୦୩/୦୮ – ରାୟଗଡା ପୋଲିସକୁ ଆଜି ବଡ ଧରଣର ସଫଳତା ମିିଳିଛି । ୪ ଗୋଟି କେଶରେ ୧୬ ଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ବେଳେ ୩ ଜଣ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି । ଗିରଫ ହୋଇଥିବା ଡକାୟତ ମାନେ ବିଶେଷ କରି ବ୍ୟାଙ୍କ ଏବଂ ଏଟିଏମ ଲୁଟି କରିବା ପାଇଁ ଉଦ୍ୟମ କରୁଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ସୂଚନା ଦେଇଛନ୍ତି । ଗତ ମାସ ୧୬ ତାରିଖ ଦିନ ଚାନ୍ଦିଲି ଥାନା ଅନ୍ତର୍ଗତ ଗାଡିଶେଷଖାଲ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ…"ରାୟଗଡା ପୋଲିସକୁ ବଡ ଧରଣର ସଫଳତା ଡକାୟତ ଉଦ୍ୟମ ପଣ୍ଡ, ବହୁ ମାରଣାସ୍ତ୍ର ସହ ଲୁଟ ସାମଗ୍ରୀ ଜବତ"
ରାୟଗଡା ୨୫/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସହରରେ ଯେପରି ଜନସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ସେହି ଅନୁପାତରେ କୁକୁରଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏକ ପ୍ରକାର କହିବାକୁ ଗଲେ ବୁଲୁ କୁକୁରଙ୍କ ଦୌରାତ୍ମ ଯୋଗୁଁ ସହରବାସୀ ଅତିଷ୍ଟ ହୋଇପଡିଲେଣି। ରାୟଗଡା ସହରରେ ଦଳ ଦଳ ହୋଇ କୁକୁର ମାତିଛନ୍ତି ଏବଂ ଗୋଟିଏ ଦଳରେ ପ୍ରାୟ ୧୫ ରୁ ୨୦ କୁକୁର ଥିବା ଦେଖିବାକୁ ମିଳୁଛି, ସହରରେ ବର୍ତମାନ କୁକୁର ମାନଙ୍କ ରାଜ ଚାଲିଛି ବୋଲି କହିଲେ ଚଳିବ। କୁକୁର ଆକ୍ରମଣର ଶିକାର କେବଳ ଗାଈ, ଛେଳି, କୁକୁଡା ହେଉଛନ୍ତି ତାହା ନୁହେଁ ବର୍ତମାନ ମଣିଷ…"ମାଳ ମାଳ ହୋଇ ମାତିଛନ୍ତି, ତାତିଲେ କାମୁଡୁଛନ୍ତି – କୁକୁର"
ରାୟଗଡା ୦୯/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )– ରାଜ୍ୟ ସରକାର ଅନୁସୂୂଚିତ ଜାତି ଓ ଜନଜାତି ଛାଚ୍ର ଛାତ୍ରୀଙ୍କ ଶିକ୍ଷା ନିମନ୍ତେ ସବୁ ପ୍ରକାର ଯୋଜନା କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସଫଳତାର ଶୀର୍ଷକୁ ଛୁଇଁ ପାରିନାହିଁ। ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ମାଗଣା ଶିକ୍ଷାଦାନ ଠାରୁ ଆରମ୍ଭ କରି ଷ୍ଟାଇପେଣ୍ଡ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କାଁ ଭାଁ ଛାତ୍ର ଛାତ୍ରୀ ମାନେ ସଫଳତାର ପାହାଚ ଚଢି ଆଧୁନିକ ସମାଜ ସହିତ ହାତ ମିଶାଇ ଆଗକୁ ଅଗ୍ରସର ହୋଇପାରିଛନ୍ତି। କିନ୍ତୁ ବାସ୍ତବରେ ଯେଉଁ ପରିମାଣରେ ସଫଳତା ସରକାର ଆଶା କରୁଛନ୍ତି ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନଥିବା ଜଣା ପଡିଛି।…"ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ବିକାଶ କେବେ ହେବ ?"
ରାୟଗଡା୦୩/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ଜିଲ୍ଲାରେ ଡେଙ୍ଗୁ ରୋଗ ଦିନକୁ ଦିନ ଗୁରୁତର ହେବାକୁ ଲାଗିଛି। ଡେଙ୍ଗୁ ରୋଗ ଗାଁ ଗହଳିରେ ସୀମିତ ଥିବା ବେଳେ ଏବେ ଏହି ରୋଗ ସହରମୁହାଁ ହୋଇଛି। ରାୟଗଡା ସହରବାସୀ ଏବେ ଏକ ପ୍ରକାରର ଆତଙ୍କିତ ଜୀବନ ଯାପନ କରୁଥିବା ଦେଖାଦେଇଛି। ଏହି ଭଳି ଏକ ସମ୍ବେଦନଶୀଳ ପରିସ୍ଥିତିର ଶୀଘ୍ର ସମାଧାନ କରିବା ଦାବିରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏପଟେ ସହରରେ ଡେଙ୍ଗୁ ରୋଗୀଙ୍କ ଆକ୍ରାନ୍ତ ଦିନକୁ ଦିନ ବଢିବାରେ ଲାଗିଛି…"ଡେଙ୍ଗୁ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଜନଆନ୍ଦୋଳନ ହେବ – ଜିଲ୍ଲା କଂଗ୍ରେସ ସଭାପତି"
ରାୟଗଡା ୦୧/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )– ଜିଲ୍ଲା ସ୍ୱାସ୍ଥ୍ୟ ସମିତି ରାୟଗଡା ତରଫରୁ ଜେ କେ ପୁର ସ୍ଥିତ ମନୋରଂଜନ କେନ୍ଦ୍ର ଠାରେ ଡେଙ୍ଗୁ ଏବଂ ଭେକ୍ଟର ବାହିତ ରୋଗ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡ ବିଧାୟକ ଲାଲବିହାରୀ ହିମିରିକା, ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚନ୍ଦ୍ରିକା ପ୍ରସାଦ ଦାସ, ଉପ-ଜିଲ୍ଲାପାଳ ତଥା ଭାରପ୍ରାପ୍ତ ପିଏ, ଆଇଟିଡିଏ ପ୍ରବୀର କୁମା ନାୟକ, ଜେ.କେ.ପେପର ମିଲର କାର୍ଯ୍ୟନିର୍ବାହୀ ଉପ-ସଭାପତି ପି.କେ.ସୁରି, ଜିଲ୍ଲା ପରିଷଦ ମେମ୍ବର ପି.ଗୌରୀ, ରାୟଗଡା ବ୍ଲକ ଅଧ୍ୟକ୍ଷ ପି.ରାମୁଲୁ ପ୍ରମୁଖ…"ଜିଲ୍ଲାସ୍ତରୀୟ ଡେଙ୍ଗୁ ଏବଂ ଭେକ୍ଟର ବାହିତ ରୋଗ ସମ୍ବନ୍ଧୀୟ ଆଲୋଚନା"
ରାୟଗଡା ୨୭/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ) – ଦୀର୍ଘ ୪୫ ଦିନର ନିରବତା ପରେ ପୁଣି ଥରେ ଇମ୍ଫା କାରଖାନା ମୁଖ୍ୟ ଫାଟକରେ ତାଲା ଝୁଲିଲା। ୯ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କଂପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମଂଚର ଆବାହକ ଜିତୁ ଜାକେସିକା ପ୍ରକାଶ କରିଛନ୍ତି। ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ଇମ୍ଫା ମୁଖ୍ୟ ଫାଟକରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀଙ୍କ କହିବା କଥା ହେଲେ ଦୀର୍ଘ ୪୫ ଦିନ ବିତି ଯାଇଥିଲେ ମଧ୍ୟ କଂପାନୀ ୯ ଦଫା ଦାବି ପୂରଣ ସକାଶେ…"ଇମ୍ଫା କାରଖାନା ମୁଖ୍ୟ ଫାଟକରେ ପୁଣି ଥରେ ତାଲା ଝୁଲିଲା"
ରାୟଗଡା ୨୨/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – କିଛି ଦିନର ନିରବତା ରାୟଗଡା ଜିଲ୍ଲାରେ ପୁଣି ଥରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାୟଗଡା ସହର ଠାରୁ ୧୦ କି.ମି ଦୂରରେ ଥିବା ଜେ.କେ ପୁରରେ ଏହି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜେ କେ ପୁର ବି ସି ରୋଡର ମୁକ୍ତା ସାହିର ହରିହର ଶତପଥି ଙ୍କ ଝିଅ ଅଭିପ୍ସା(୧୨) ବର୍ଷ ର ଦେହ ଅସୁସ୍ଥ ହେବାରୁ ସେ ରାୟଗଡାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ସେ ଡେଙ୍ଗୁ ରେ ପିଡିତ ବୋଲି ଜଣା ପଡିଥିଲା। ତେବେ ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବାରୁ ଡାକ୍ତର ତାଙ୍କୁ…"ଜେ କେ ପୁରରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ"
ରାୟଗଡା ୧୮-୬ (ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ପୁଣି ଥରେ ଚର୍ଚ୍ଚାକୁ ଆସିଛି ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ, ଏଥର କିନ୍ତୁ ପ୍ରସବ ଜନିତ ଘଟଣା ନୁହେଁ ଚର୍ଚ୍ଚାକୁ ଆସିଛି ଦୁର୍ଷ୍କମ ପାଇଁ। ଘଟଣାରୁ ଜଣାପଡିଛି ଯେ କଲ୍ୟାଣସିଂହପୁର ସଦର ମହକୁମାର କଦମ୍ବଦ୍ୱାରା ସାହିର ଜଣେ ନାବାଳିକୁ ଜଣେ ବୃଦ୍ଧା ଦୁର୍ଷ୍କମ ଉଦ୍ୟମ କରିଥିଲେ। ରାତି ୨ ଟା ସମୟରେ ଜଳ ବେନିଆ ନାମ ଜଣେ (୫୫) ବର୍ଷିୟା ବୃଦ୍ଧି ରେବତି କରକରିଆକୁ ( ଛଦ୍ମନାମ -୧୮) ଏକୁଟିଆ ଶୋଇଥିବା ସମୟରେ ଦୁର୍ଷ୍କମ କରିବା ପାଇଁ ଉଦ୍ୟମ କରିଥିଲା। ରେବତି ପାଟି କରିବାକୁ ବେନିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ସକାଳେ…"ନାବାଳିକାକୁ ଦୁର୍ଷ୍କମ ଉଦ୍ୟମ, ଜଣେ ଗିରଫ" | <urn:uuid:45efea25-9ac7-4f62-99bc-bc0dfe3efcee> | CC-MAIN-2018-39 | http://odiapua.com/author/sangram/ | 2018-09-24T03:16:50Z | s3://commoncrawl/crawl-data/CC-MAIN-2018-39/segments/1537267160142.86/warc/CC-MAIN-20180924031344-20180924051744-00142.warc.gz | ory | 0.99993 | Orya | 1 | {"ory_Orya_score": 0.9999299049377441} |
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଏକ ଷ୍ଟୁଡିଓ। ସେଠାରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ସହ ଅନ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ଭିଡିଓ ସୁଟିଂ, ଏଡିଟିଂ ବିଷୟରେ ତାଲିମ ଦିଆଯିବ। ବିଶ୍ୱବିଦ୍ୟାଳୟ ଲାଗି ମଧ୍ୟ ଭିଡିଓ ପ୍ରସ୍ତୁତ କରାଯିବ। ଆଉ ବାହାର ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏଥିସହ ବାଙ୍ଗାଲୋର ଓ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ସମେତ ଓଡ଼ିଶା ବାହାରେ ଥିବା ଶିକ୍ଷାନୁଷ୍ଠାନ ସହ ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ କରାଯିବ। ଏନେଇ ଗତ ସପ୍ତାହରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ମୁଖ୍ୟଙ୍କ ସହ ଆଲୋଚନା ହୋଇଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି। ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଏମ୍କେସିଜି ପ୍ରେକ୍ଷାଳୟରେ ଆୟୋଜିତ 'ଆଫିନିଟି ୨୦୧୮'ର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ପଟ୍ଟନାୟକ ଏହା କହିଛନ୍ତି। ପିଜି କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ସାମ୍ବାଦିକମାନେ ସତ୍ୟ ଖବର ପ୍ରକାଶ କରିବା ଦରକାର। କୌଣସି ଚାପରେ ପଛଘୁଞ୍ଚା ଦେବା ଉଚିତ ନୁହେଁ। ଯେତେବେଳେ ବି କୌଣସି ସଂସ୍ଥା ବିରୋଧରେ ଖବର ଲେଖୁଛନ୍ତି ସେତେବେଳେ କର୍ତୃପକ୍ଷଙ୍କ ମତାମତ ନିଅନ୍ତୁ। ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସମ୍ପ୍ରସାରଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ସେ କହିଥିଲେ।
ସାମାଜିକ ସଙ୍ଗଠନ 'କନ୍ୟା ଅନ୍ମୋଲ୍ ହୈ'ର ଜାତୀୟ ସଂଯୋଜକ ସରୋଜ କୁମାର ଦାଶ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପାଠପଢ଼ା ପରେ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ବଢ଼େ ବୋଲି ମତବ୍ୟକ୍ତ କରିଥିଲେ। ବିଭାଗୀୟ ସଂଯୋଜିକା ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଲୋକ ପ୍ରଶାସନ ବିଭାଗ ମୁଖ୍ୟ ପ୍ରଫେସର ପଦ୍ମାଳୟା ମହାପାତ୍ର, 'କଫିବାଇଟ୍'ର ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ଡ. ଅଶୋକ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସମସ୍ତ ଅତିଥିଙ୍କ ସମେତ ଡ. ରମାକାନ୍ତ ମହାନନ୍ଦ, ମିନତି ଭୋଳ ଓ ବୈକୁଣ୍ଠନାଥ ସ୍ୱାଇଁଙ୍କୁ ସମ୍ବର୍ଧିତ କରାଯାଇଥିଲା। ଛାତ୍ରୀ ଅନନ୍ୟା ମିହିର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। | <urn:uuid:1407e2e1-2308-41c1-83e1-a739edd9b4ae> | CC-MAIN-2018-39 | http://sambad.in/metro/studio-open-in-utakal-university-119177/ | 2018-09-24T04:00:37Z | s3://commoncrawl/crawl-data/CC-MAIN-2018-39/segments/1537267160142.86/warc/CC-MAIN-20180924031344-20180924051744-00142.warc.gz | ory | 0.999998 | Orya | 4 | {"ory_Orya_score": 0.9999979734420776} |
ଓଡିଶା ଡଟ କମ ସମ୍ବାଦଦାତା
ଭୁବନେଶ୍ୱର,ମଇ ୨୫ (ଓଡିଶା ଡଟ କମ) : ଭୁବନେଶ୍ୱରର ଗଡ଼ଡୁମୁଡୁମା ଠାରେ ବିଶିଷ୍ଠ ସମାଜସେବୀ ଲୋକନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ପୃଥ୍ୱୀ କ୍ଷତ୍ରିୟ ମହାସଂଘ ଆୟୋଜିତ କ୍ଷତ୍ରିୟ ଏକତା ମହାଯଜ୍ଞ ଓ କ୍ଷତ୍ରିୟ ଏକତା ସମ୍ମାନ-୨୦୧୫ ସମାରୋହରେ ଅନୁଷ୍ଠିତ ହୋଇଛି ।
ଏହି ସମାରୋହରେ ପୂର୍ବତନ ମନ୍ତ୍ରୀ ଡା. ବେଣୁଧର ବଳିଆରସିଂହ ମୁଖ୍ୟ ଅତିଥି, ପ୍ରାକ୍ତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ।
ମହାସଂଘର ରାଷ୍ଟ୍ରୀୟ ଆବାହକ ଦେବୀଦତ୍ତପୃଥ୍ୱୀରାଜ ପ୍ରତାପସିଂହ ସମାରୋହର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ କ୍ଷତ୍ରିୟ, ଖଣ୍ଡାୟତ, ପାଇକ, ଚଷା, କୁଲତା, ବାଣାୟତ, ଓଡ଼ିଆ, କାଳଞ୍ଜୀ, ଦଳପତୀ ମାନଙ୍କୁ ଏକତ୍ରିତ ହେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ।
ଉକ୍ତ ସଭାରେ ମୁଖ୍ୟ ଅତିଥି ଡା.ବଳିଆରସିଂହ କ୍ଷତ୍ରିୟ ମାନଙ୍କର ଅତିତ ଗୌରବର ଗାଥା ଉପରେ ବର୍ଣ୍ଣନା କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ କ୍ଷତ୍ରିୟମାନଙ୍କର ଏକତ୍ରିକରଣ ଆମ ଓଡ଼ିଶା ପାଇଁ ନିଶ୍ଚତ ଭାବେ ଗୌରବ ଓ ଗାରିମାର ବିଷୟ ହେବ ।
ସଭାକୁ ସମ୍ଭୋଧନ କରି ମୁଖ୍ୟବକ୍ତା ଶ୍ରୀ ସ୍ୱାଇଁ କହିଲେ ଯେ ମଣିଷ ମାନଙ୍କର ଜାତିପ୍ରଥା ଭାରତରେ ଆଦିମ କାଳରୁ ନିଜର କୌଳିକ ବୃତ୍ତିକୁ ନେଇ ଅଦ୍ୟାବଧି ରହିଆସିଅଛି । କ୍ଷତ୍ରିୟ ମାନଙ୍କର ଦେଶର ସ୍ୱାଧୀନତା ଓ ପରବର୍ତ୍ତି ସମୟରେ ଦେଶ ସେବା କ୍ଷତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ କ୍ଷତ୍ରିୟମାନଙ୍କୁ ଭୂୟସୀ ପ୍ରସଂଶା କରିଥିଲେ । ସଂଘବଧ ଭାବେ କୌଣସି କାର୍ଯ୍ୟକ୍ରମକୁ ନିର୍ଦ୍ଧିଷ୍ଟ ରୂପରେଖ ଦେବା ପାଇଁ କ୍ଷତ୍ରିୟ ମାନଙ୍କୁ ସେ ଅନୁରୋଧ କରିଥିଲେ ।
ଏତଦ୍ ବ୍ୟତୀତ ସଭାରେ ସମ୍ମାନିତ ଅତିଥି ଭାବରେ ଇଂ. ଶିଶିର କୁମାର ନାୟକ, ବିଷିଷ୍ଠ ଶିକ୍ଷାବିତ୍ କାଳିଚରଣ ଜୟସିଂହ, ବଂଶୀଧର ନାୟକ, ପର୍ଶୁରାମ ସ୍ୱାଇଁ, ରାମଚନ୍ଦ୍ର ବଳବନ୍ତରାୟ, ଉଗ୍ରସେନ ମଙ୍ଗରାଜ ବାଳକୁଷ୍ଣ ସ୍ୱାଇଂ କ୍ଷତ୍ରିୟ ମାନଙ୍କର ବୈପ୍ଳବିକ ମୂଲ୍ୟବୋଧକୁ ସରକାରଙ୍କର ଅଣଦେଖା ପ୍ରତି କ୍ଷୋଭ ପ୍ରକାଶ କରିଥିଲେ ।
ବିଭିନ୍ନ କ୍ଷେତ୍ରରେ କ୍ଷତ୍ରିୟ ମାନଙ୍କୁ ଯୋଗ୍ୟତା ଭିତ୍ତିକ ସୁଯୋଗ ଓ ଓଡ଼ିଶାର ବିକାଶ କ୍ଷେତ୍ରରେ କ୍ଷତ୍ରିୟ ମାନଙ୍କର ସହଯୋଗ ପାଇଁ ଓଡ଼ିଶାର ବ୍ଲକ ଓ ଜିଲ୍ଲା ସ୍ତରୀୟ ସଭାର ଅୟୋଜନ କରି ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମତ ରଖିଥିଲେ ।
ସଭାକୁ ଅଧିକ ରୂଚକ ଓ ରୁଦ୍ଧିମନ୍ତ କରିବା ପାଇଁ ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳରୁ ଆସିଥିବା ପାଇକ ଆଖଡ଼ା ଦଳ ସେମାନଙ୍କର ସମରକଳା ପଦର୍ଶନ କରିଥିଲେ ।
ଶେଷରେ ୩୦ଜଣ ବିଷିଷ୍ଟ କ୍ଷତ୍ରିୟ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ଷତ୍ରିୟ ଏକତା ସମ୍ମାନ ୨୦୧୫ ପ୍ରଦାନ କରାଯାଇଥିଲା ।
ଓଡିଶା ଡଟ କମ | <urn:uuid:8721e18a-75f8-4059-9e20-d57aa98508b9> | CC-MAIN-2018-39 | http://www.odisha.com/2015/05/25/%E0%AC%95%E0%AD%8D%E0%AC%B7%E0%AC%A4%E0%AD%8D%E0%AC%B0%E0%AC%BF%E0%AD%9F-%E0%AC%8F%E0%AC%95%E0%AC%A4%E0%AC%BE-%E0%AC%AE%E0%AC%B9%E0%AC%BE%E0%AC%AF%E0%AC%9C%E0%AD%8D%E0%AC%9E-%E0%AC%93-%E0%AC%8F/ | 2018-09-25T07:13:56Z | s3://commoncrawl/crawl-data/CC-MAIN-2018-39/segments/1537267161214.92/warc/CC-MAIN-20180925063826-20180925084226-00302.warc.gz | ory | 1.000006 | Orya | 35 | {"ory_Orya_score": 1.0000061988830566} |
କେନ୍ଦ୍ରାପଡ଼ା : କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟାର୍ ଟିଟୋ ଓରଫ୍ ଶେଖ ଉସମାନ୍ ଅଲ୍ଲୀ ପୁଲିସ୍ ଏନ୍କାଉଣ୍ଟର୍ରେ ଆହତ ହୋଇଛି। ସୂଚନା ମୁତାବକ, ଏକ ବଡ଼ ଟେଣ୍ଡର ଫିକ୍ସିଂ ଫଇସାଲା କରିବାକୁ ଆସିଥିବା ବେଳେ କ୍ରାଇମ୍ବ୍ରାଞ୍ଚ୍ର ସ୍ପେସାଲ୍ ଟାସ୍କ ଫୋର୍ସ(ଏସଟିଏଫ୍) ତାକୁ ଧରିବାକୁ ଯାଇଥିଲା। ଏହି ସମୟରେ ପୁଲିସକୁ .ଦେଖି ଟିଟୋ ଓ ତା'ର ୩ ସହଯୋଗୀ ଏସ୍ଟିଏଫ୍ର ଟାଟା ସୁମୋ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲେ। ଏସ୍ଟିଏଫ୍ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଗୁଳି ବିନିମୟରେ ଟିଟୋ ଡାହାଣ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଛି। ବର୍ତ୍ତମାନ ଟିଟୋକୁ ଚିକିତ୍ସା ଲାଗି ବଡ଼ଚଣା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ କବଜାରେ ଥିବା ଟିଟୋକୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ନିଅାଯାଇଥିବା ଜଣାପଡ଼ିଛି।
ଉଲ୍ଳେଖଯୋଗ୍ୟ କି ଓଡ଼ିଶା ଓ ଓଡ଼ିଶା ବାହାରେ ଅପରାଧ ସାମ୍ରାଜ୍ୟ ଚଳାଇଥିବା ଗ୍ୟାଙ୍ଗଷ୍ଟର ଟିଟୋ ଗତ ୬ ବର୍ଷ ହେଲା ଫେରାର୍ ଥିଲା। ଟିଟୋ ନାମରେ ଟେଣ୍ଡର୍ ଫିକ୍ସିଂ, ଅପହରଣ, ହତ୍ୟା ଓ ଲୁଣ୍ଠନ ଭଳି ସଙ୍ଗୀନ ମାମଲା ରହିଛି। ଶେଷଥର ଲାଗି ଟିଟୋକୁ ୨୦୧୦ ମସିହାରେ ପୁଲିସ୍ ଗିରଫ କରିଥିଲା। ଟିଟୋ ଜେଲ୍ରୁ ଖସିବା ପରେ ଅଣ୍ଡର୍ଗ୍ରାଉଣ୍ଡ୍ ହୋଇ ତା' ଗ୍ୟାଙ୍ଗ୍ ଜରିଆରେ ଅପରାଧ ଚଳାଇଥିଲା। ୨୦୧୨ରେ ପୁଲିସ୍ ତାକୁ ଏନଏସଏରେ ବୁକ୍ କରାଯାଇଥିଲା। ଶବିବାର ସେ ଏକ ବଡ଼ ଟେଣ୍ଡର ଫିକ୍ସିଂ ଲାଗି ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳକୁ ଆସିଥିବା ବେଳେ ପୂର୍ବସୂଚନା ଅନୁସାରେ କ୍ରାଇମ୍ବ୍ରାଞ୍ଚ ତାକୁ ଧରିବା ଲାଗି ଜାଲ ବିଛାଇଥିଲା। ଆଇପିଏସ୍ ହିମାଂଶୁ ଲା୍ଲଙ୍କ ନେତୃତ୍ୱରେ କ୍ରାଇମ୍ବ୍ରାଞ୍ଚ୍ର ସ୍ପେସାଲ୍ ଟାସ୍କ ଫୋର୍ସ(ଏସଟିଏଫ୍) ଶେଷରେ ଟିଟେକୁ ଦିନ ୧୨ଟା ପାଖାପାଖି ଧରିବାକୁ ସକ୍ଷମ ହୋଇଥିଲା। | <urn:uuid:57a64972-35f6-4896-bdb5-7a02957c699c> | CC-MAIN-2018-39 | http://sambad.in/crime/tito-mia-encounter-by-crime-branch-police-168500/ | 2018-09-21T06:04:38Z | s3://commoncrawl/crawl-data/CC-MAIN-2018-39/segments/1537267156857.16/warc/CC-MAIN-20180921053049-20180921073449-00551.warc.gz | ory | 0.999862 | Orya | 5 | {"ory_Orya_score": 0.9998623132705688} |
କନକ ବ୍ୟୁରୋ : ମାଲକାନଗିରିରେ ନିର୍ମାଣ ସରିଥିବା ଗୁରୁପ୍ରିୟା ସେତୁ ଗସ୍ତ ଅନୁଧ୍ୟାନ କରିବ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ । ଏଥିପାଇଁ ସେଂଟ୍ରାଲ ରୋଡ ରିସର୍ଚ ଇନଷ୍ଟିଚ୍ୟୁଟ-ସି.ଆର.ଆର.ଆଇ.ର ପ୍ରତିନିଧି ଦଳ ମାଲକାନଗିରି ଆସୁଛନ୍ତି । ପ୍ରତିନିଧି ଦଳର ୭ ଜଣ ବରିଷ୍ଠ ବୈଜ୍ଞାନିକ ଗୁରୁପ୍ରିୟା ସେତୁର ମାନ ଯାଂଚ କରିବ । ୩ ଦିନ ଧରି ଏହି ଯାଂଚ ଚାଲିବ । ପ୍ରତିନିଧି ଦଳର ରିପୋର୍ଟ ପରେ ହେବ ଗୁରୁପ୍ରିୟା ସେତୁର ଉଦଘାଟନ । ମାଲକାନଗିରିର ବିଚ୍ଛିନ୍ନାଂଚଳରେ ସଂଯୋଗ କରିବା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇଛି । ଏହାହେଲେ ବିଚ୍ଛିନ୍ନାଂଚଳକୁ ଯୋଗାଯୋଗ ଅଧିକ ସହଜ ହେବ । ସେତୁକୁ ସିସିଟିଭି ନଜରରେ ରଖାଯାଇଛି ।
ସୂଚନାଯୋଗ୍ୟ ୫୦ ବର୍ଷ ପରେ ମାଲକାନଗିରିର ୩୦ ହଜାର ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ୱପ୍ନ ସଫଳ ହେବାକୁ ଯାଉଛି । ବହୁ ବାଧାବିଘ୍ନ ପରେ ବିଚ୍ଛିନ୍ନାଞ୍ଚଳକୁ ଯୋଡୁଥବା ଜାନବାଇ ନଦୀ ଉପରେ ହୋଇଥିବା ଗୁରୁପ୍ରିୟା ସେତୁ କାମ ଶେଷ ହୋଇଛି । ନିଜ ରାଜ୍ୟରେ ନିର୍ବାସନର ଜୀବନ ଜିଉଁଥିବା ଚିତ୍ରକୋଣ୍ଡାର ୧୫୧ଟି ଗାଁ ଲୋକ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି ।
ରାଜ୍ୟରେ ନିର୍ମାଣ ହୋଇଥିବା ଅନ୍ୟ ସେତୁ ଠାରୁ ସବୁଠାରୁ ଅଲଗା ହେଉଛି ଗୁରୁପ୍ରିୟା ସେତୁ । କାରଣ, ମାଲକାନଗିରିର ବିଚ୍ଚିନ୍ନାଞ୍ଚଳ ଚିତ୍ରକୋଣ୍ଡାର ୧୫୧ଟି ଗାଁର ଏହା ହେଉଛି ଆଶା ଭରସାର ସେତୁ । ୧୯୬୦ ମସିହା ପ୍ରାରମ୍ଭରୁ ଅର୍ଥାତ ୫୦ ବର୍ଷରୁ ଅଧିକ ବର୍ଷ ଧରି ବାହ୍ୟଜଗତରୁ ଅଲଗା ରହିଥିବା ଲୋକଙ୍କ ଭାଗ୍ୟ ଭବିଷ୍ୟତର ସେତୁ । ଅଂଚଳବାସୀ ଏନେଇ ବହୁତ ଉତ୍ସାହିତ ଅଛନ୍ତି । | <urn:uuid:d3a6939b-ffef-4ad2-bba0-ca338514de35> | CC-MAIN-2018-39 | http://kanaknews.com/central-team-on-gururiya-bridge/ | 2018-09-23T14:13:31Z | s3://commoncrawl/crawl-data/CC-MAIN-2018-39/segments/1537267159470.54/warc/CC-MAIN-20180923134314-20180923154714-00311.warc.gz | ory | 0.999986 | Orya | 6 | {"ory_Orya_score": 0.9999858140945435} |
ଭଦ୍ରକ/ବାଲେଶ୍ୱର/ଗାନ୍ଧିଛକ/ରୂପ୍ସା : ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବାହିତ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଁ ଭଦ୍ରକ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି କରିଥିବାବେଳେ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ୍ରେ ଥିବା ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ତେବେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ସ୍ଥିତି ସାମାନ୍ୟ ରହିଛି। ଦୁଇ ଜିଲ୍ଲାରେ ଗତକାଲିଠାରୁ ବେଶ୍ ଭଲ ବର୍ଷା ସତ୍ତ୍ୱେ ଏହି ଦୁଇ ନଦୀର ଜଳସ୍ତର ବିପଦ ସଂକେତଠାରୁ ଯଥେଷ୍ଟ ତଳେ ରହିଛି।
ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଆଜି ସଂଧ୍ୟା ସୁଦ୍ଧା ୧୭.୧୫ ମିଟରରେ ରହିଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୭. ୮୩ ମିଟର ହୋଇଥିବାରୁ ନଦୀର ଜଳ ବିପଦ ସଙ୍କେତ ଟପିଯିବାର ଆଶଙ୍କା ସୃଷ୍ଟି ହୋଇଛି। କେବଳ ବୈତରଣୀ ନୁହେଁ, ଭଦ୍ରକର ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ସାଳନ୍ଦୀ ନଦୀ ଉଛୁଳିଲେ ଭଦ୍ରକ ସହର ବୁଡିବା ସହ ତିହିଡ଼ି ଓ ଚାନ୍ଦବାଲି ବ୍ଲକରେ ବିଶେଷ କ୍ଷତି ପହଞ୍ଚାଇବ ବୋଲି ଜଳ ସଂପଦ ବିଭାଗ କହିଛି। ସାଳନ୍ଦୀର ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ହୋଇଥିବାରୁ ଏଇସବୁ ବନ୍ଧକୁ ତୁରନ୍ତ ମରାମତି କରାଯିବାର ଆବଶ୍ୟକତା ରହିଛି। ସେହିଭଳି ଭଦ୍ରକର ରେବ, କପାଳି, ଗେଙ୍ଗୁଟି, ମନ୍ତେଇ ନଈରେ ମଧ୍ୟ ଲଘୁଚାପଜନିତ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି।
ସେହିପରି ଦୁଇଦିନ ଧରି ଲଗାଣ ବର୍ଷା ହେବା ଫଳରେ ବାଲେଶ୍ୱର ଜିଲ୍ଲାର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଗତକାଲି ରାତିରୁ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମଥାନୀ ଜଳକା ପ୍ରୋଜେକ୍ଟଠାରେ ଜଳକାର ବିପଦ ସଂକେତ ୫.୫୦ ମିଟର ହୋଇଥିବା ବେଳେ ଗତକାଲି ରାତିରେ ଏହା ୫.୫୮ ମିଟରରେ ପ୍ରବାହିତ ହେଉଥିଲା। ଆଜି ଦିନ ୧୨ଟାରେ ଜଳକା ୫.୭୭ ମିଟରରେ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଲଗାଣବର୍ଷା ଫଳରେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଆଂଶିକ ଭାବେ ବଢ଼ିଥିବା ଜଣାପଡ଼ିଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଏବେ ୩.୬୮ମିଟରକୁ ଉଠିଥିବା ବେଳେ ୭.୨୦ ମିଟରରେ ସତର୍କ ସଙ୍କେତ ରହିଛି। ସେହିପରି ସୁବର୍ଣ୍ଣରେଖା ନଦୀରେ ୫.୨୯ ମିଟର ପର୍ଯ୍ୟନ୍ତ ଜଳସ୍ତର ଉଠିଥିବା ବେଳେ ଏହାର ସତର୍କ ସଙ୍କେତ ରହିଛି ୯.୪୫। ତେଣୁ ବର୍ତ୍ତମାନ ପାଇଁ ଏହି ଦୁଇ ନଦୀରେ ବନ୍ୟା ଆଶଙ୍କା ନଥିବା ଜଣାପଡ଼ିଛି। | <urn:uuid:4884b70c-4a0c-4dae-a6b5-e1d364631dee> | CC-MAIN-2018-39 | http://sambad.in/state/flood-water-level-rise-in-baitarani-river-jalaka-flows-above-danger-mark-181504/ | 2018-09-25T23:08:44Z | s3://commoncrawl/crawl-data/CC-MAIN-2018-39/segments/1537267162563.97/warc/CC-MAIN-20180925222545-20180926002945-00071.warc.gz | ory | 0.999955 | Orya | 5 | {"ory_Orya_score": 0.9999547004699707} |
ଆଗ୍ରାର ଜଣେ ୯୫ ବର୍ଷୀୟା ମହିଳା ଜଳ ଦେବୀ ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ଆସନ୍ତା ବିଧାନସଭା ନିର୍ବାଚନରେ ଆଗ୍ରା ଜିଲ୍ଲାର ଖେରାଗଡ଼ ଆସନରୁ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉତ୍ତର ପ୍ରଦେଶରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଲୋକଙ୍କ ମଧ୍ୟରେ ସେ ବୋଧ ହୁଏ ସବୁଠାରୁ ବୟସ୍କ। ଆଗ୍ରା ଜିଲ୍ଲାରେ ଥିବା ନଅଟି ବିଧାନ ସଭା ଆସନ ପାଇଁ ଆଶାୟୀ ୧୬୬ଟି ପ୍ରାର୍ଥୀଙ୍କ ମଧ୍ୟରୁ ଜଳ ଦେବୀ ଅନ୍ୟତମା। ଫେବୃଆରୀ ୧୧ରୁ ଆରମ୍ଭ ହେବାକୁ ଯାଉଛି ମତଦାନ।
ଜିଲ୍ଲା ପଞ୍ଚାଯତର ଜଣେ ପୁରୁଣା ସଦସ୍ୟା, ଜଳ ଦେବୀ ନିଜ ସୁପୁତ୍ର ରାମନାଥ ସିକରୱାରଙ୍କ ସଙ୍ଗେ ଏକ ହୁଇଲ ଚେୟାରରେ ବସି କିଲଟରୀ ଦପ୍ତରରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କର ପୁତ୍ର ତାଙ୍କର ଓକିଲ ମଧ୍ୟ। ମଜାର କଥା ହେଉଛି ଯେ ରାମନାଥ ମଧ୍ୟ ଜଣେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଭିଡିଓଟି ଦେଖନ୍ତୁ।
ଜଳ ଦେବୀ କୁହନ୍ତି ସେ ନିଜର ନିର୍ବାଚନ କ୍ଷେତ୍ରରେ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢିବା ପାଇଁ ବଦ୍ଧପରିକର ଏବଂ ସର୍ବଦା ସେଠାକାର ବିକାଶ ଦିଗରେ କାମ କରିଆସିଛନ୍ତି। ପୂର୍ବ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ଜଗନେର ବ୍ଲକରୁ ଲଢି ୧୩,୦୦୦ ଭୋଟରେ ଜିତି ସେ ରେକର୍ଡ ସୃଷ୍ଟି କରିଥିଲେ।
ଏଥର ବିଧାନ ସଭା ନିର୍ବାଚନ ପାଇଁ ମତଦାନ ୧୧ ଫେବୃଆରୀ ଓ ୮ ମାର୍ଚ୍ଚ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ସଞ୍ଚାଳିତ ହେବାକୁ ଯାଉଛି।
Related Stories
Stories by Team Odia | <urn:uuid:39a6336a-7017-446c-b60c-54f4c1707180> | CC-MAIN-2018-39 | https://odia.yourstory.com/read/8510741b67/- | 2018-09-25T22:34:36Z | s3://commoncrawl/crawl-data/CC-MAIN-2018-39/segments/1537267162563.97/warc/CC-MAIN-20180925222545-20180926002945-00071.warc.gz | ory | 0.999981 | Orya | 10 | {"ory_Orya_score": 0.9999810457229614} |
ମୁମ୍ବାଇ: ଚଳଚ୍ଚିତ୍ରରେ ପ୍ରଦର୍ଶିତ ହେଉଥିବା କେଉଁ ନାୟକ-ନାୟିକାଙ୍କ ମଧ୍ୟରେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ଦେଖିବା ପରେ ଏମିତି ଲାଗେନି କି ଯେମିତି ସତରେ ସେମାନେ ଦମ୍ପତି? ଯଦିଓ ଆମେ ସମସ୍ତେ ଜାଣନ୍ତି ବୃତ୍ତିଗତ ଜୀବନ ଓ ବ୍ୟକ୍ତିଗତ ଜୀବନ ଏକ ସମାନ୍ତରାଳ ରେଖା। ଯାହା ସବୁ ସିନେମାରେ ଦିଶେ ବାସ୍ତବରେ ସେପରି ହୋଇନଥାଏ। ମାତ୍ର ଏକଥା ଶହେ ପ୍ରତିଶତ ଠିକ୍ ନୁହେଁ। ଆବଶ୍ୟ ଏହା କହିପାରନ୍ତି ଯେ ସିନେମାରେ ପ୍ରଦର୍ଶିତ ହେଉଥିବା ପ୍ରେମ, ଆକର୍ଷଣ ବାସ୍ତବ ଜୀବନରେ କାହା କାହାକୁ ପ୍ରଭାବିତ କରିଥାଏ ତ ଆହୁରି କାହାକୁ କରିପାରି ନଥାଏ। ମାତ୍ର ସିନେମାରେ ପ୍ରଦର୍ଶିତ ହେଉଥିବା ଆଲିଙ୍ଗନ, ଚୁମ୍ବନ ମିିଛ ନୁହେଁ। ତେବେ, କଥା ଉଠୁଛି ଚଳଚ୍ଚିତ୍ରକୁ ଜୀବନ୍ତ କରିବା ପାଇଁ ନାୟକ-ନାୟିକାମାନେ ଯେଉଁ କିଛି ସମୟ ପାଇଁ ପରସ୍ପରର ନିକଟତର ହୁଅନ୍ତୁ କ'ଣ ସାମନ୍ୟ ବି ଆକର୍ଷିତ ହୁଅନ୍ତିନି ପରସ୍ପର ପ୍ରତି। ହଁ, ହୁଅନ୍ତି। ଏମିତି କିଛି କଥା ଆଜି ଆମେ ଆପଣଙ୍କୁ ଜଣାଇବୁ।
ହ୍ୟାଣ୍ଡ୍ସମ୍ ଅଭିନେତା ବିନୋଦ୍ ଖାନା ଏବଂ ସୁନ୍ଦରୀ ମାଧୁରୀ ଦିକ୍ଷିତଙ୍କ ଭିତରେ ଘଟିଥିଲା ଏମିତି କିଛି। ସେତେବେଳେ 'ଦୟାବାନ୍' ଚଳଚ୍ଚିତ୍ର ସୁଟିଂ ଚାଲିଥାଏ। ଏକ ଦୃଶ୍ୟରେ ବିନୋଦ୍ ମାଧୁରୀଙ୍କୁ ଚୁମ୍ବନ ଦେଉଥିବାର ସୁଟିଂ ଚାଲିଥାଏ। ବିନୋଦ ଏପରି ଏକ ଅନ୍ତରଙ୍ଗ ମୁହୂର୍ତ୍ତରେ ନିଜ ଉପରୁ ଆୟତ୍ତ ହରାଇ ବସିଲେ ଏବଂ ମାଧୁରୀଙ୍କୁ ଓଠକୁ ଖଣ୍ଡିଆ କରି ପକାଇଥିଲେ।
ସେଇ ଗୋଟାଏ ଚଳଚ୍ଚିତ୍ରରେ ସରି ନଥିଲା ବିନୋଦଙ୍କ କାହାଣୀ। 'ପ୍ରେମ ଧରମ' ସିନେମା ସୁଟିଂ ସମୟରେ ବିନୋଦ ପୁଣି ଥରେ ନିଜର ହୋସ୍ ହଜେଇ ଦେଇଥିଲେ। ଏହି ଚଳଚ୍ଚିତ୍ରରେ ସେ ଡିମ୍ପଲ କପାଡିଆଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରୁଥିବା ବେଳେ ଅଣଆୟତ୍ତ ହୋଇଯାଇଥିଲେ। ସେ ସେହି ଦୃଶ୍ୟରେ ଡିମ୍ପଲଙ୍କୁ ପାଗଳଙ୍କ ପରି ଆଲିଙ୍ଗନ ଓ ଚୁମ୍ବନ କରିବାରେ ଲାଗିଥିଲେ, ଯଦିଓ ନିର୍ଦ୍ଦେଶକ ମହେଶ ଭଟ୍ଟ ଅନେକ ସମୟ ପୂର୍ବରୁ କଟ୍ ବୋଲି କହି ସାରିଥିଲେ।
'ଗୋଲ୍ଡ ମେଡାଲ୍' ଚଳଚ୍ଚିତ୍ର ସୁଟିଂ ଚାଲିଥାଏ। ଅଭିନେତା ପ୍ରେମ ନାଥ ଅଭିନେତ୍ରୀ ଟିଜେଜ୍ ଫରିଆଲଙ୍କ ସହ ଏକ ଅନ୍ତରଙ୍ଗ ଦୃଶ୍ୟ ପାଇଁ ଟେକ୍ ଦେଉଥାନ୍ତି। ସୁଟିଂ ସରିବା ପରେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଫରିଆଲ୍ଙ୍କ ଉପରେ ବଳପୂର୍ବକ ଶୋଇ ରହିଥାନ୍ତି। ଅଭିନେତ୍ରୀ ସାହାଯ୍ୟ ମାଗିଥିଲେ ବି ଅନ୍ୟ ସମସ୍ତ କ୍ରିୟୁ ମେମ୍ବର ସାହାଯ୍ୟ ନକରି ଚାଲିଥିବା ଡ୍ରାମାକୁ ଉପଭୋଗ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।
'ପ୍ରେମ ପତିଜ୍ଞା' ଚଳଚ୍ଚିତ୍ରରେ ଅଭିନେତା ରଞ୍ଜିତ ଅଭିନେତ୍ରୀ ମାଧୁରୀଙ୍କୁ ଦୁଷ୍କର୍ମ କରିବାର ଏକ ଦୃଶ୍ୟ ରହିଥାଏ। ମାତ୍ର ଆଶ୍ଚର୍ଯ୍ୟର କଥା ହେଲା ରଞ୍ଜିତ ଚଳଚ୍ଚିତ୍ର ସୁଟିଂ ଚାଲିଛି ବୋଲି ଭୁଲିଯାଇ ସତକୁ ସତ ମାଧୁରୀଙ୍କୁ ଦୁଷ୍କର୍ମ କରିବାକୁ ବାହାରି ପଡ଼ିଥିଲେ।
ସେହିପରି ଦଲିପ୍ ତହିଲ୍ଙ୍କର ସୁନ୍ଦରୀ ଜୟପ୍ରଦାଙ୍କ ସହ ଏକ ଅନ୍ତରଙ୍ଗ ଦୃଶ୍ୟ ସୁଟିଂ ଚାଲିଥାଏ। ସେ ନିଜର ହୋସ୍ ହରାଇ ବସିବାରୁ ଜୟପ୍ରଦା ଏକ ଥାପଡ଼ ମାରି ଦଲିପ୍ଙ୍କୁ ବାସ୍ତବ ଏବଂ ଚଳଚ୍ଚିତ୍ର ଦୁନିଆ ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇଥିଲେ।
'ଏ ଜେଣ୍ଟେଲ୍ମ୍ୟାନ୍' ସୁଟିଂ ସମୟରେ ଜାକ୍ଲିନ୍ ପର୍ଣ୍ଣାଣ୍ଡିସ୍ ଏବଂ ସିଦ୍ଧାର୍ଥ ମଲହୋତ୍ରା ଟେକ୍ ଦଉ ଦଉ ନିଜ ଉପରୁ ଆୟତ୍ତ ହରାଇ ବସିଥିଲେ। ସେ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରଙ୍କୁ ଆଲିଙ୍ଗନ ଓ ଚୁମ୍ବନ କରିଥିଲେ। | <urn:uuid:644cd9b8-c1af-404a-848d-2d3336db8a70> | CC-MAIN-2018-39 | http://sambad.in/entertainment/intimate-scene-in-movie-59345/ | 2018-09-19T03:15:07Z | s3://commoncrawl/crawl-data/CC-MAIN-2018-39/segments/1537267155817.29/warc/CC-MAIN-20180919024323-20180919044323-00111.warc.gz | ory | 1.000003 | Orya | 6 | {"ory_Orya_score": 1.0000032186508179} |
ତୁରୁମୁଙ୍ଗା ୨-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) ସିମେଣ୍ଟ ଓ ଲୁହାଛଡ଼ ଚୋରି ଅଭିଯୋଗରେ ତୁରୁମୁଙ୍ଗା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ତଲବରୁଡା ଗ୍ରାମର ଗୌରହରି ପାତ୍ର ୨୫ , ଏବଂ ତୁରୁମଙ୍ଗା ଥାନା ଖୁଣ୍ଟାପଡା ଗ୍ରାମର ସପନ ଗିରି ୨୫, ଓ ବଂଶୀଧର ଦାଶ ୪୦। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଚୋରି ଜିନିଷ କିଣିଥିବା ଅଭିଯୋଗରେ ଗିରଫ ହୋଇଛି। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଈପଷିଠାରେ ନିର୍ମାଣାଧିନ ଗ୍ରୀଡ଼ ସବ ଷ୍ଟେସନରେ ବ୍ୟବହୃତ ହେଉଥିବା ସିମେଣ୍ଟ ଏବଂ ଲୁହାଛଡ଼ ଚୋରି କରି ଗିରଫ ହୋଇଛନ୍ତି। ଅଭିଯୋଗ ଅନୁଯାଇ ଗତ ଗୁରୁବାର ରାତିରେ ସେଠାରେ କାର୍ଯ୍ୟକରୁଥିବା ଶ୍ରମିକ ଏବଂ ସିକୁରିଟି ଗାର୍ଡ ୧୫ ବସ୍ତା ସିମେଣ୍ଟ ଏବଂ ୧୪୦ କେଜି ଲୁହାଛଡ ଚୋରି କରି ନିକଟସ୍ଥ ଖୁଣ୍ଟାପଡା ଗ୍ରାମର ବଂଶୀଧରଙ୍କ ପାଖରେ ବିକ୍ରି କରିଥିଲେ। ଗ୍ରୀଡ଼ର ସୁପ୍ରଭାଇଜର ସୁବାଶିଷ ପଣ୍ଡାଙ୍କ ଅଭିଯୋଗପରେ ତୁରୁମୁଙ୍ଗା ଥାନା ଏସଆଇ ପ୍ରେମ କୁମାର ଜେନା ଘଟଣାର ତଦନ୍ତ କରି ଚୋରି ସାମଗ୍ରୀ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତୁରୁମୁଙ୍ଗା ଥାନା କେସ ନମ୍ବର 26/2018 ମାମଲା ରୁଜୁ ହୋଇଛି। | <urn:uuid:dceb36b6-f75f-473b-96da-39570238d97e> | CC-MAIN-2018-39 | http://odiapua.com/%E0%AC%9A%E0%AD%8B%E0%AC%B0%E0%AC%BF-%E0%AC%8F%E0%AC%AC%E0%AC%82-%E0%AC%9A%E0%AD%8B%E0%AC%B0%E0%AC%BF-%E0%AC%9C%E0%AC%BF%E0%AC%A8%E0%AC%BF%E0%AC%B7-%E0%AC%95%E0%AC%BF%E0%AC%A3%E0%AC%BF%E0%AC%AC/ | 2018-09-24T21:44:11Z | s3://commoncrawl/crawl-data/CC-MAIN-2018-39/segments/1537267160754.91/warc/CC-MAIN-20180924205029-20180924225429-00351.warc.gz | ory | 0.999527 | Orya | 4 | {"ory_Orya_score": 0.9995266199111938} |
ଯାଜପୁର-୧୧/୭(ଓଡିଆ ପୁଅ/ଏ.ରାଉତ) ବୃକ୍ଷ ଆମ୍ଭ ମାନଙ୍କୁ ଏକ ମହତ କଥା ସବୁ ବେଳେ ଶିକ୍ଷା ଦେଇଥାଏ । ନିଜେ ଖରା ବର୍ଷା ସହିସହି ମଣିଷଙ୍କୁ ନିଜ ଛାଇରେ ଆଶ୍ରୟ ଦେବା ସହିତ ସୁସ୍ୱାଦୁ ଫଳ ପ୍ରଦାନ କରିଥାଏ । ବୃକ୍ଷ ହେଉଛି ଜୀବନ । ଗୋଟିଏ ଗଛ ଜୀବନ ଭରି ମଣିଷକୁ ବିଭିନ୍ନ ଉପାୟରେ ସହାୟତା ପ୍ରଦାନ କରୁଥିଲାବେଳେ ମଣିଷ ବୃକ୍ଷକୁ ସୁରକ୍ଷିତ ରଖିବାକୁ ଭୁଲି ଯାଏ । ନିଜ ଆବଶ୍ୟକତା ମେଂଟାଇବାକୁ ତାକୁ ହାଣି କାଟି ନଷ୍ଟ କରିଦିଏ । ଯାହା ପରିବେଶ ସନ୍ତୁଳନକୁ ବିଗାଡି ଦିଏ । ଏହି ଭଳି ଭାବେ ବିପୁଳ ସଂଖ୍ୟାରେ ଗଛ କଟା ଯାଉଥିଲାବେଳେ ବୃକ୍ଷରୋପଣ ସେଭଳି ଭାବେ ହେଉନଥିବାରୁ ଏହା ବର୍ତମାନ ଚିନ୍ତାର ବିଷୟ ହୋଇ ପଡିଛି । ଏହି ଭଳି ସମସ୍ୟା ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଚିନ୍ତାର କାରଣ ପାଲଟିଥିଲାବେଳେ ଅଧିକ ବୃକ୍ଷ ନଥିବାରୁ ପରିବେଶ ପ୍ରଦୂଶିତ ହେଉଛି । କଳିଙ୍ଗ ନଗରରେ ବହୁ ଶିଳ୍ପ ପ୍ରତିଷ୍ଠାନ ନିଜର କାୟା ମେଲାଇଥିଲାବେଳେ ବୃକ୍ଷର ଅଭାବ ମଧ୍ୟ କଳିଙ୍ଗନଗର ପରିବେଶକୁ ବିଷାକ୍ତ କରି ଦେଇଛି । ଏଥିରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ଅଛି । ଏହାକୁ ନେଇ ବହୁ ସମୟରେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲାବେଳେ ନିକଟରେ ୬୯ ତମ ବନ ମହୋସôବ ଅବସରରେ ୩୦ ହଜାରୁ ଉଦ୍ଧ୍ୱର୍ ବୃକ୍ଷ ରୋପଣ କରାଯାଇଛି । ଚଳିତ ବର୍ଷ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆହୁରି ୧ ଲକ୍ଷରୁ ଅଧିକ ବୃକ୍ଷରୋପଣ କରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ମତବ୍ୟକ୍ତ କରିବା ସହିତ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । | <urn:uuid:105256d3-39c8-4252-8621-a26f91c0428d> | CC-MAIN-2018-39 | http://odiapua.com/%E0%AC%9A%E0%AC%B3%E0%AC%BF%E0%AC%A4-%E0%AC%AC%E0%AC%B0%E0%AD%8D%E0%AC%B7-%E0%AC%B8%E0%AD%81%E0%AC%95%E0%AC%BF%E0%AC%A8%E0%AD%8D%E0%AC%A6%E0%AC%BE%E0%AC%B0%E0%AD%87-%E0%AC%8F%E0%AC%95-%E0%AC%B2/ | 2018-09-26T00:33:37Z | s3://commoncrawl/crawl-data/CC-MAIN-2018-39/segments/1537267162809.73/warc/CC-MAIN-20180926002255-20180926022655-00511.warc.gz | ory | 0.999995 | Orya | 5 | {"ory_Orya_score": 0.9999947547912598} |
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫିରୋଜପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କାର ଓ ଅଟୋ ଉପରେ ଏକ ଟ୍ରକ ପଡ଼ିଯିବାରୁ ଏହି ଘଟଣା ଘଟିଛି। ଏଥିରେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଫିରୋଜପୁରର ସିରସାଗଞ୍ଜ ଜାତୀୟ ରାଜପଥ-୨ରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଓଲଟି ପାର୍ଶ୍ୱରେ ଯାଉଥିବା ଏକ କାର ଓ ଅଟୋ ଉପରେ ପଡ଼ି ଯାଇଥିଲା। ଓ୍ଵାଗନରରେ ୬ ଜଣ ଲୋକ ଥିବା ବେଳେ ଅଟୋରେ ୫ଜଣ ବସିଥିଲେ। ପୁଲିସ ଅଧୀକ୍ଷକ(ଗ୍ରାମାଞ୍ଚଳ) ମହେନ୍ଦ୍ର ସିଂହ କହିଛନ୍ତି ଦୁର୍ଘଟଣାର ଶିକାର ହୋଇଥିବା ୧୧ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଏହି ସମୟରେ ଦୁର୍ଘଟଣା ସଂସ୍ପର୍ଶରେ ଅନ୍ୟ ୩ଜଣ ଲୋକ ମଧ୍ୟ ଆସି ଯାଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷିଅ ପିଲା ମଧ୍ୟ ସାମିଲ ଅଛି, ଯିଏ କି କାର ଭିତରେ ବସିଥିଲା। ଦୁର୍ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା। ମୃତଦେହଗୁଡ଼ିକ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ କହିବା ଅନୁସାରେ ଟ୍ରକ ଚାଳକଙ୍କ ଭୁଲ ଯୋଗୁଁ ଦୁର୍ଘଟଣା ଘଟିଥିଲା। ସେ ନିୟନ୍ତ୍ରଣ ହରାଇ ଡିଭାଇଡରରେ ଧକ୍କା ଦେଇଥିଲା। | <urn:uuid:ee0bf911-8b52-4300-bca8-6e32a2c457fd> | CC-MAIN-2018-39 | http://sambad.in/india-and-beyond/11-dead-in-road-accedent-in-uttarpradesh-60569/ | 2018-09-20T20:37:32Z | s3://commoncrawl/crawl-data/CC-MAIN-2018-39/segments/1537267156613.38/warc/CC-MAIN-20180920195131-20180920215531-00343.warc.gz | ory | 1.000001 | Orya | 6 | {"ory_Orya_score": 1.0000011920928955} |
ବାଙ୍ଗାଲୋର ଇନଷ୍ଟିଚ୍ୟୁଟ ଫର ସୋସିଆଲ ଏଣ୍ଡ ଇକୋନୋମିକ ଚେଞ୍ଜ ରେ, ଓଡ଼ିଶାର ବିଦ୍ୟୁତ ସଂସ୍କାର ଉପରେ ଗବେଷଣା କରିଥିବା ବିକାଶ ଦାଶଙ୍କ ସହ, ଏହାର ବିଭିନ୍ନ ଦିଗ ଉପରେ ଓଡ଼ିଶା ଡ଼ଟ୍ କମ୍ ର ଏକ ବିଶେଷ ସାକ୍ଷାତକାର ।
ଭୁବନେଶ୍ଵର,ମଇ ୫ (ଓଡ଼ିଶା ଡ଼ଟ୍ କମ୍) ବିଜୁଳି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ହେଉଛି ସମଗ୍ର ଭାରତରେ ପ୍ରଥମ ରାଜ୍ୟ । ତେବେ ଏହାର ସଫଳତା ଓ ବିଫଳତା ସଂପର୍କରେ ଆରମ୍ଭ ହୋଇଥିବା ତର୍କବିତର୍କ ଏ ଯାଏଁ ଶେଷ ହୋଇନାହିଁ ।
ବାଙ୍ଗାଲୋର ଠାରେ ଥିବା ବାଙ୍ଗାଲୋର ଇନଷ୍ଟିଚ୍ୟୁଟ ଫର ସୋସିଆଲ ଏଣ୍ଡ ଇକୋନୋମିକ ଚେଞ୍ଜ ନାମକ ଏକ ସଂସ୍ଥାରେ କାମକରୁଥିବା ବିକାଶ ଦାଶ ଏହି ସଂସ୍କାର ଉପରେ ନିଜର ଡ଼କ୍ଟରେଟ ପାଇଁ ଗବେଷଣା କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାର କାଟଣା ଗ୍ରାମ ରେ ଜନ୍ମଗ୍ରହଣ କରିଥିବା ଦାଶ ରାଜନୀତି ବିଜ୍ଞାନରେ ତାଙ୍କର ମାଷ୍ଟର ଡିଗ୍ରୀ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ହାସଲ କରିବା ପରେ ଇନ୍ଦୋରର ଡି.ଏ. ବିଶ୍ୱବିଦ୍ୟାଳୟରୁ ଆପ୍ଲାଏଡ୍ ସୋସିଆଲ୍ ସାଇନ୍ସରେ ଏମ୍ଫିଲ୍ କରିଛନ୍ତି ।
ଓଡିଶାର ଶକ୍ତି ଉଦ୍ୟୋଗ କ୍ଷେତ୍ରରେ କାମ କରିବାକୁ କାହିଁକି ଆଗ୍ରହ ପ୍ରକାଶ କଲେ ?
ଶାସନ ସମସ୍ୟା ସମ୍ପର୍କିତ କାମ ପ୍ରଥମେ ହାତକୁ ନେଇଥିଲି । ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ ସମ୍ପାଦନ କରାନଗଲେ କୌଣସି ଉନ୍ନୟନ ପ୍ରକଳ୍ପ ଫଳପ୍ରସୂ ହେବାର ସମ୍ଭାବନା ଯଥେଷ୍ଟ କ୍ଷୀଣ । ଯେ କୌଣସି ଆର୍ଥିକ ସଂସ୍କାର ପ୍ରକ୍ରିୟାର ସଫଳତା ନିମିତ୍ତ ମଧ୍ୟ ଏକଥା ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ, ଆର୍ଥିକ ସଂସ୍କାରକୁ ଶାସନ ବ୍ୟବସ୍ଥା କିଭଳି ପ୍ରଭାବିତ କରୁଛି, ତାର ପ୍ରତ୍ୟକ୍ଷ ଜ୍ଞାନ ଆହରଣ ନିମନ୍ତେ ମୁଁ ଆଗ୍ରହୀ ହୋଇପଡିଲି । ତେଣୁ ଶକ୍ତି ଉଦ୍ୟୋଗକୁ ଅନୁଧ୍ୟାନ କରିବା ଲାଗି ନିଷ୍ପତ୍ତି ନେଲି ।
ପିଏଚ୍ଡି ଏବଂ ପ୍ରୋଜେକ୍ଟ କାମ ନେଇ ଓଡିଶାର ବିଭିନ୍ନ ଅଞ୍ଚଳକୁ ଆପଣ ବ୍ୟାପକ ଗସ୍ତ କରିଛନ୍ତି । ଓଡିଶାର ସର୍ଭିସ ଡେଲିଭେରି ସିଷ୍ଟମ୍ ସମ୍ପର୍କରେ ଆପଣ କଣ ଅନୁଧ୍ୟାନ କରିଛନ୍ତି?
ବାସ୍ତବରେ, ବିତରଣ କମ୍ପାନୀ ଭଳି ବିଭିନ୍ନ ସର୍ଭିସ ଡେଲିଭେରି ଏଜେନ୍ସି ଏବଂ ଉନ୍ନତମାନ, ଉପଯୁକ୍ତ ପରିଚାଳନା ଏବଂ ନୀତିନିୟମକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଗଠିତ "ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗକୁ ଅନୁଧ୍ୟାନ କରୁଛି ।
ସମୂଚିତ ଦେୟରେ ଉନ୍ନତ ଏବଂ ନିରବିଚ୍ଛିନ୍ନ ଶକ୍ତି ପାଇଁ ଯେଉଁ ଗ୍ରାହକମାନେ ଆଗ୍ରହୀ ସେମାନଙ୍କ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି । ଆଶ୍ଚର୍ଯ୍ୟର ବିଷୟ, ବର୍ତ୍ତମାନ ସେବାର ମାନ ଏବଂ ବିତରଣକାରୀମାନଙ୍କ ଆଚରଣରେ ଅଧିକାଂଶ ଗ୍ରାହକ ଅସନ୍ତୁଷ୍ଟ ଥିବା ଭଳି ମନେ ହେଉଛି ।
ମୋ'ର ଅନୁଧ୍ୟାନ ବେଳେ ବିଶେଷକରି ରାଜ୍ୟର ଗ୍ରାମାଞ୍ଚଳରେ ଘନ ଘନ ଏବଂ ଦୀର୍ଘ ସମୟଧରି ଅଘୋଷିତ ପାୱାରକଟ୍ ଅତ୍ୟନ୍ତ ବେଦାନଦାୟକ ହୋଇଥିବା ଜାଣି ପାରିଛି । ବାରମ୍ବାର ମେକାନିକାଲ୍ ବ୍ରେକ୍ ଡାଉନ୍ ହେଉଛି । ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରୁନଥିବା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ।
ଏହାବ୍ୟତୀତ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ୱବୋଧର ଅଭାବ ରହିଛି । ମୋଟାମୋଟି ଭାବେ ଯଦିଓ ଭୋଲ୍ଟେଜ୍ ବୃଦ୍ଧି ପାଇଛି, ସାମଗ୍ରିକ ଭାବେ ଦେଖିବାକୁ ଗଲେ ସଂସ୍କାର ବ୍ୟବସ୍ଥାର ୭/୮ ବର୍ଷ ପରେ ମଧ୍ୟ ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇନାହିଁ ।
ସଂସ୍କାର ବ୍ୟବସ୍ଥା ଦ୍ୱାରା ଲୋକମାନେ ଉନ୍ନତମାନର ସେବା ପାଉଥିବାର ହୃଦବୋଧ ହେଉଛି କି?
ତୃଟିଥିବା ବିଲ୍ ଏବଂ ମିଟର ସମସ୍ୟାର ସମାଧାନରେ କର୍ତ୍ତୃପକ୍ଷ ବହୁ ବିଳମ୍ବ କରୁଥିବାର ଅସଂଖ୍ୟ ଗ୍ରାହକ ଅଭିଯୋଗ କରୁଛନ୍ତି । ଗୋଟିଏ ଉଦାହରଣ ଦେଉଛି । ନୟାଗଡ ରାଜସ୍ୱ ଜିଲ୍ଲାର ରଣପୁର ଇଲେକ୍ଟ୍ରିକ୍ ସେକ୍ସନ୍ ରେ (ଖୋର୍ଦ୍ଧା ଜିଲ୍ଲା) ଗ୍ରାହକମାନେ ଦୀର୍ଘ ଦିନରୁ କ୍ରମାଗତ ପାୱାରକଟ୍ ସମସ୍ୟାର ସମ୍ମୁଖିନ ହେଉଥିଲେ ।
ସମସ୍ୟାର ନିରାକରଣ ନିମିତ୍ତ ସେମାନେ ସେସ୍କୋ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାସହ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସ୍ମାରକପତ୍ର ଜରିଆରେ ଅବଗତ କରାଇଥିଲେ । କିନ୍ତୁ ସବୁ ବୃଥାରେ ପରିଣତ ହୋଇଥିଲା ।
ପ୍ରାୟତଃ ସବୁଦିନେ ଆମେ ଖବର ପାଉଛେ ଏ ଗାଁ ନତୁବା ସେ ଗାଁରେ ପାୱାରକଟ୍ ଯୋଗୁଁ ଅନ୍ଧାରରେ ବୁଡି ରହିଛି । ବିଦ୍ୟୁତ ଚୋରି କରିବା ଲାଗି ଅସାଧୁ ଗ୍ରାହକମାନଙ୍କୁ ପ୍ରୋତ୍ସାହନ ଯୋଗାଇବାରେ କେତେକ ବିଭାଗୀୟ କର୍ମଚାରୀ ସହଯୋଗ କରୁଥିବାର ଅନେକ ରିପୋର୍ଟ ଆସୁଛି । ମୋଟା ଅଙ୍କର ବିଲ୍କୁ ଯଥେଷ୍ଟ ପରିମାଣରେ ହ୍ରାସ କରାଯାଇପାରୁଛି ଏବଂ ଏଥିପାଇଁ ଗ୍ରାହକମାନଙ୍କୁ ହାତଗୁଞ୍ଜା ଦେଉଛନ୍ତି ।
ଅନ୍ୟପକ୍ଷରେ ବିଦ୍ୟୁତ ଶକ୍ତି ବିତରଣ ଦାୟିତ୍ୱରେ ଥିବା କମ୍ପାନୀମାନେ ଏହାଦ୍ୱାରା ପ୍ରଭୁତ କ୍ଷତିର ଶିକାର ହେଉଛନ୍ତି । ବାସ୍ତବ କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟା ଏକ ଜଟିଳ ପଦ୍ଧତି । ସଂସ୍କାର ବ୍ୟବସ୍ଥା ଯୋଗୁଁ ଏହା କିମ୍ବା ତାହା ହେଲା ବୋଲି ଆମେ କହିପାରିବା ନାହିଁ । ତେବେ ମୁଁ ଏତିକି କହିବି ଯେ, ସଂସ୍କାର ବ୍ୟବସ୍ଥା ପରେ ମଧ୍ୟ କ୍ୱାଲିଟି ସର୍ଭିସ୍ ଡେଲିଭେରି ପଦ୍ଧତିରେ ବିଶେଷ କିଛି ଅଗ୍ରଗତି ହୋଇପାରିନାହିଁ ।
ସଂସ୍କାର ବ୍ୟବସ୍ଥାରେ କେଉଁମାନେ ବିଶେଷ ଉପକୃତ ହୋଇଛନ୍ତି?
ହସ୍ତଗତ ତଥ୍ୟ ଓ ସୂଚନା ମୁତାବକ, ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ ହେବାପରେ ଛ'ଅ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି ହୋଇଛି । ଆଗାମୀ ଦିନରେ ଆଉଥରେ ବଡଧରଣର ଶୁଳ୍ପ ବୃଦ୍ଧି ପ୍ରସ୍ତାବ ବିଚାରାଧୀନ ରହିଛି । ଏହାଦ୍ୱାରା ସମାଜର ଗରିବ ଲୋକମାନେ ପ୍ରତ୍ୟକ୍ଷଭାବେ କ୍ଷତିଗ୍ରସ୍ତ ହେବେ ।
ବିଲ୍ ଦେୟ ପୈଠ କରିପାରୁନଥିବା କେତେକ ଗ୍ରାହକଙ୍କ ବିଦ୍ୟୁତ ସେବା ତାର ବିଚ୍ଛିନ୍ନ କରିଦିଆଯାଉଛି । ପାୱାରକଟ୍ ବେଳେ ବିକଳ୍ପ ବ୍ୟବସ୍ଥା ଲାଗି ଅଧିକ ବ୍ୟୟ କରୁଥିବା ଧନୀକ ଶ୍ରେଣୀର ଗ୍ରାହକମାନେ ଅଧିକ ଟଙ୍କା ଦେବାକୁ ଚାହୁଁଛନ୍ତି । ତେବେ ଗରିବ ଶ୍ରେଣୀର ଲୋକ, କ୍ଷୁଦ୍ର ବ୍ୟବସାୟୀ ଏବଂ କ୍ଷୁଦ୍ର ଉଦ୍ୟୋଗପତି ମାନଙ୍କ କ୍ଷେତ୍ରରେ ଏହା ହେଉନାହିଁ ।
ତା'ଛଡା ଧନୀକ ଗ୍ରାହକମାନେ ଅଧିକ ଶକ୍ତି ବ୍ୟବହାର କରୁଛନ୍ତି ଏବଂ ଅନ୍ୟମାନଙ୍କ ସବସିଡି ଅର୍ଥରାଶି ପ୍ରତି ଧ୍ୟାନ ଦେଉନାହାନ୍ତି । ଏହାଦ୍ୱାର ଧନୀକ ଗୋଷ୍ଠୀ ଲାଭବାନ ହେଉଥିବାବେଳେ ଗରିବ ସମ୍ପ୍ରଦାୟର ବ୍ୟକ୍ତିଗଣ କ୍ଷତିର ସମ୍ମୁଖିନ ହେଉଛନ୍ତି ।
ଓଡିଶାର ଶକ୍ତି ଉଦ୍ୟୋଗରେ ସବସିଡି ବ୍ୟବସ୍ଥା ସପକ୍ଷରେ ଆପଣ ଅଛନ୍ତି କି?
ଏହା ଏମିତି ଏକ ପ୍ରଶ୍ନ ଯାହା ଓଡିଶା ପାଇଁ ନୁହେଁ ସଂପୂର୍ଣ୍ଣ ଦେଶ ନିମନ୍ତେ ଉଦ୍ଧିଷ୍ଟ । ବିଦ୍ୟୁତ ଶକ୍ତି କେବଳ ଏକ ଘରୋଇ ଦ୍ରବ୍ୟ ନୁହଁ ବରଂ ଏହା ଦେଶର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ଲାଗି ଅପରିହାର୍ଯ୍ୟ । ସବୁ ଲୋକେ ୟୁଜର୍ସ ଫି' ଦେବା ଅବସ୍ଥାରେ ନାହାନ୍ତି । ଗରିବଙ୍କ ପାଇଁ ସବ୍ସିଡି ବ୍ୟବସ୍ଥା ହେବା ଆବଶ୍ୟକ । ତେବେ ସିଏ ଯାହା ହେଉନା କାହିଁକି, ଗରିବମାନଙ୍କ ସବ୍ସିଡି ଅର୍ଥର ଧନୀକ ଗୋଷ୍ଠୀ ଅପବ୍ୟୟ କରୁଛନ୍ତି ।
ଗରିବମାନେ କିଭଳି ଉପକୃତ ହେବେ, ପ୍ରଶାସନିକ ଦଳ ତାହାକୁ ସୁନିଶ୍ଚିତ କରିବାର ଆବଶ୍ୟତକା ରହିଛି । ଏଭଳି ସ୍ଥଳେ ସରକାରଙ୍କର ଗୁରୁ ଦାୟିତ୍ୱ ରହିଛି ।
ଗ୍ରାମାଞ୍ଚଳରେ କାମ କରୁଥିବା ଗ୍ରାମ୍ୟ ବିଦ୍ୟୁତ କମିଟି ସମ୍ପର୍କରେ ଆପଣଙ୍କ ମତାମତ କଣ?
ଶକ୍ତି ଉଦ୍ୟୋଗରେ ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣର ନମୂନା ସ୍ୱରୁପ ଜନ୍ମ ନେଇଥିଲା ଗ୍ରାମ୍ୟ ବିଦ୍ୟୁତ କମିଟି । ଉପଭୋକ୍ତାମାନେ ପାଉଥିବା ସେବା ବ୍ୟବସ୍ଥାର ମାନ ବୃଦ୍ଧି ଲାଗି ନିଆଯାଇଥିବା ଏହି ପଦକ୍ଷେପ ନିଶ୍ଚିତଭାବେ ଅଭିନନ୍ଦନୀୟ ପଦକ୍ଷେପ ।
ଓଡିଶାର ଅନେକ କମିଟି ସେମାନଙ୍କର ଦାୟିତ୍ୱ ଠିକ୍ ଭାବେ ସମ୍ପାଦନ କରି ପାରୁନାହାନ୍ତି । ତେବେ ଅନ୍ୟ କେତେକ ଏ ଦିଗରେ ଉଦାହରଣ ସୃଷ୍ଟି କରିଥିବାର ମଧ୍ୟ ନଜିର ରହିଛି । ଏ କ୍ଷେତ୍ରରେ ଗୋଟିଏ ଉଦାହରଣ ଦେବାକୁ ଚାହୁଁଛି । କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ସେକ୍ସନ୍ ଅଧିନରେ ଗାନ୍ଧିନଗର ନାମକ ଏକ ଗ୍ରାମ ରହିଛି ।
ଆମ ଅନୁଶୀଳନ ଅନୁସାରେ ଏଠାକାର ଗ୍ରାମ୍ୟ କମିଟି ସମଗ୍ର ରାଜ୍ୟ ପାଇଁ ଏକ ଉଦାହରଣ । ଗାଁର ଉପଭୋକ୍ତାମାନଙ୍କୁ ସାହାଯ୍ୟ କରିବା ଏବଂ ବିଭାଗୀୟ କର୍ମଚାରୀମାନଙ୍କୁ ଅର୍ଥ ଆଦାୟ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ ଦେବାରେ ଏହି କମିଟିର ଭୂମିକା ଉଲ୍ଲେଖନୀୟ । ମନୋଜ କୁମାର ମହାପାତ୍ର ନାମକ ଜଣେ ଯୁବକ ଗ୍ରାମ୍ୟ କମିଟିର ସଭାପତି ଦାୟିତ୍ୱ ତୁଲାଉଛନ୍ତି । ପ୍ରତ୍ୟେକ କାର୍ଯ୍ୟରେ ମଣିଷ ମନର ସମର୍ପଣ ଭାବ ଗୁରୁତ୍ୱପୂର୍ଣ୍ଣ ।
ଓଡିଶାର ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଯଦି କୌଣସି ପ୍ରକାରର ଅସଫଳ ପରିବେଶ ସୃଷ୍ଟି ହୁଏ, ଆପଣ ଏଥିପାଇଁ କାହାକୁ ଦାୟୀ କରିବେ ।
ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆନଯିବା ହିଁ ଏହାର ମୁଖ୍ୟ କାରଣ ହୋଇପାରେ ଏବଂ ଏଥିପାଇଁ ମୁଁ ସାମ୍ପ୍ରତିକ ପରିଚାଳନା ବ୍ୟବସ୍ଥାକୁ ଦାୟୀ କରିବି । କାରଣ ଆମେ ସମସ୍ତେ ଜାଣୁ, ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡିଶା ଏକ ସ୍ୱାବଲମ୍ବୀ ରାଜ୍ୟ ।
ଦୁର୍ବଳ ଆଇନ ବ୍ୟବସ୍ଥା ଏବଂ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାନଯିବା ଏହାର ଦ୍ୱିତୀୟ କାରଣ । ଏଥିପାଇଁ ଅବଶ୍ୟ ମୁଁ ସରକାରଙ୍କୁ ହିଁ ଦାୟୀ କରିବି । ଦୁଇ ଜଣ ଅଫିସର ମୋତେ କହୁଥିଲେ ଯେ, ସେମାନେ ଗୋଟିଏ ଗାଁକୁ ଚୋରି ତନଖି କାର୍ଯ୍ୟରେ ଯାଇଥିବାବେଳେ ଗ୍ରାମବାସୀଙ୍କ ହାତରୁ ମାଡ ଖାଇଥିଲେ ।
ସେମାନେ ଯେତେବେଳେ ଏ ସମ୍ପର୍କରେ ନିକଟସ୍ଥ ପୋଲିସ ଥାନାକୁ ଅଭିଯୋଗ କରିବାକୁ ଗଲେ, ସେଠାରେ ଉପସ୍ଥିତ ଅଧିକାରୀମାନେ ଅଭିଯୋଗପତ୍ର ମଧ୍ୟ ରଖିଲେ ନାହିଁ । ମାଡ ମାରିଥିବା ଗ୍ରାମବାସୀମାନେ ସ୍ଥାନୀୟ ବିଧାୟକଙ୍କ ନିୟନ୍ତ୍ରଣରେ ଥିବାରୁ ପୋଲିସ ସେମାନଙ୍କର ଅଭିଯୋଗ ରଖିବାକୁ ମନା କରିଦେଇଥିବାର ପରେ ଜଣା ପଡିଥିଲା ।
ଆପଣ ଓଡିଶାରେ ବ୍ୟାପକଭାବେ କ୍ଷେତ୍ର କାର୍ଯ୍ୟ ସମ୍ପାଦନ କରିଛନ୍ତି । ପ୍ରଚଳିତ ସେବା ବ୍ୟବସ୍ଥାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ କୌଣସି ପ୍ରକାରର ଅସନ୍ତୋଷ ଲକ୍ଷ୍ୟ କରିଛନ୍ତି କି?
ଅଧିକାଂଶ ଉପଭୋକ୍ତା କହନ୍ତି, ଏଠାରେ କିଛି ହେଲେ ହୋଇପାରିବ ନାହିଁ । ସେମାନେ କ'ଣ କରୁଛନ୍ତି? ଅପଦାର୍ଥ…..ଇତ୍ୟାଦି…..ଇତ୍ୟାଦି ।
ଓଡିଶାର ଶକ୍ତି ଉଦ୍ୟୋଗରେ ମୁଖ୍ୟ ସମସ୍ୟା କଣ?
ଅନୁକୂଳ ପୁଞ୍ଜି ବିନିଯୋଗ ପରିବେଶକୁ ସୁନିଶ୍ଚିତ କରିବାରେ ସରକାରୀ କଳର ନିଷ୍କ୍ରିୟତା ରହିଛି । ଆମେରିକୀୟ କମ୍ପାନୀ ଏଇଏସ୍ କାର୍ଯ୍ୟରୁ ଦୂରେଇ ଗଲା । ଉପଯୁକ୍ତ ଆଇନ ବ୍ୟବସ୍ଥା ଏବଂ ନିର୍ଦ୍ଦେଶନାମା ବ୍ୟବସ୍ଥା ଅଦ୍ୟାବଧି ହୋଇପାରିଲା ନାହିଁ ।
ବିଦ୍ୟୁତ ଖୁଣ୍ଟ ଠିକା ଯୋଗାଣରେ ବ୍ୟାପକ ଦୁର୍ନୀତି ଚାଲିଥିବା ସମ୍ପର୍କରେ ନିକଟରେ "ଧରିତ୍ରୀ' କାଗଜରେ ଏକ ସମ୍ବାଦ ପ୍ରକାଶ ପାଇଥିଲା । ଗ୍ରାମ୍ୟ ବିଦ୍ୟୁତକରଣ ପାଇଁ ଦାୟିତ୍ୱ ନେଇଥିବା ଠିକାଦାର ମାନଙ୍କ ବିଲ୍ ଉପରେ ଶକ୍ତିମନ୍ତ୍ରୀଙ୍କ ଦସ୍ତଖତ ଆବଶ୍ୟକ ହେଉଛି ଏବଂ ଖୋଦ୍ ମନ୍ତ୍ରୀ ଏ ବାବଦରେ କମିଶନ ନେଉଛନ୍ତି ।
ବିଧାନସଭାରେ ନିକଟରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା । କମ୍ପାନୀରେ କାମ କରୁଛନ୍ତି ବୋଲି ଅଫିସରମାନେ ବିଚାର କରୁ ନାହାନ୍ତି । ଓଡିଶା ସରକାର ଏବଂ କର୍ମଚାରୀ ସଂଘ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ସେମାନେ ଚାକିରି ଗ୍ୟାରେଣ୍ଟି ଉପଭୋଗ କରୁଛନ୍ତି । ଅଫିସରମାନଙ୍କ ଭିତରେ କର୍ମ ସଂସ୍କୃତି, ସେବା ମନୋବୃତ୍ତି ଏବଂ ସମର୍ପଣ ଭାବର ଅଭାବ ପରିଲକ୍ଷିତ ହେଉଛି ।
ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସଂସ୍କାର ବ୍ୟବସ୍ଥା କେତେଦୂର ବଳବତ୍ତର ରହିବ ବୋଲି ଆପଣ ବିଚାର କରୁଛନ୍ତି?
ବିଦ୍ୟୁତ ଟ୍ରାନ୍ସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍ ଜନିତ କ୍ଷତି, ଚୋରି ଏବଂ ପରିଚାଳନା ଅବ୍ୟବସ୍ଥା ଲାଗି ରହିଲେ, ଏହି ପ୍ରକ୍ରିୟା ତିଷ୍ଠି ରହିଲା ଭଳି ହୃଦବୋଧ ହେଉନାହିଁ ।
ଓଡିଶା ଶକ୍ତି ଉଦ୍ୟେଗ ସଂସ୍କାର ପ୍ରକ୍ରିୟାକୁ ଆହୁରି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ନିମନ୍ତେ ଆପଣଙ୍କ ମନରେ କୌଣସି ସ୍ୱତନ୍ତ୍ର ରଣ କୌଶଳ ରହିଛି କି?
ବିଦୁ୍ୟତ ସବ୍ସିଡି ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନିତ କରିବା ଲାଗି ଓଆର୍ସିକୁ ସଂପୂର୍ଣ୍ଣ ସ୍ୱାଧିନତା ଦିଆଯିବା, ରାଜନୈତିକ ହସ୍ତକ୍ଷେପର ସଂପୂର୍ଣ୍ଣ ବିଲୋପ ସାଧନ, ଟ୍ରାନସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍ କ୍ଷତି ପରିମାଣକୁ ହ୍ରାସ କରିବା ଲାଗି ଦକ୍ଷ ପ୍ରଶାସନ, ଶତ ପ୍ରତିଶତ ମିଟର ରିଡିଂ, ଶତ ପ୍ରତିଶତ ଅର୍ଥ ଆଦାୟ, ବିଲିଂ ଏବଂ କୁଟୀର ଜ୍ୟୋତି କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ବ୍ୟକ୍ତି ଚୟନ, ଉପଯୁକ୍ତ ପରିଚାଳନା ବ୍ୟବସ୍ଥା, ତୃଣମୂଳ ସ୍ତରରେ ବିଭିନ୍ନ ଶ୍ରେଣୀର ଗ୍ରାହକମାନଙ୍କ ପ୍ରତିନିଧିତ୍ୱ ସର୍ବୋପରି ବିଦୁ୍ୟତ ଶୁଳ୍କ ନିର୍ଦ୍ଧାରଣ ସମୟରେ ସବୁ ଗ୍ରାହକକୁ ସୁହାଇଲା ଭଳି ନିଷ୍ପତ୍ତି ଦ୍ୱାରା ହିଁ ସଂସ୍କାର ବ୍ୟବସ୍ଥାକୁ ବଳବତ୍ତର ରଖାଯାଇପାରିବ ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:c1fc872e-f0a0-405b-9b95-3ef296806e64> | CC-MAIN-2018-39 | http://www.odisha.com/2005/05/05/%E0%AC%AC%E0%AC%BF%E0%AC%A6%E0%AD%8D%E0%AD%9F%E0%AD%81%E0%AC%A4-%E0%AC%B8%E0%AD%87%E0%AC%AC%E0%AC%BE%E0%AC%B0-%E0%AC%AE%E0%AC%BE%E0%AC%A8%E0%AC%AC%E0%AC%BF%E0%AC%A4%E0%AC%B0%E0%AC%A3%E0%AC%95/amp/ | 2018-09-20T20:57:53Z | s3://commoncrawl/crawl-data/CC-MAIN-2018-39/segments/1537267156613.38/warc/CC-MAIN-20180920195131-20180920215531-00343.warc.gz | ory | 1.000006 | Orya | 28 | {"ory_Orya_score": 1.0000059604644775} |
କଳାହାଣ୍ଡି -୨୭-୭ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡିରୁ ପ୍ରକାଶିତ ପାଉଥିବା ଓଡିଶାର ଏକମାତ୍ର ସାହିତ୍ୟ ସମ୍ବାଦ ଭିତିକ ମାସିକ ପତ୍ରିକା ସାହିତ୍ୟକଥା ର ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି। ଛଅବର୍ଷ ତଳେ ଅଙ୍କୁରୋଦଗମ ହୋଇଥିବା ଏହି ଚାରାଟି ଧିରେଧିରେ ମହାଦ୍ରୁମରେ ପରିଣତ ହେବାକୁ ଯାଉଛି। କେବଳ ଓଡିଶା କାହିଁକି ସାରା ଦେଶରେ ଏପରିକି ବିଦେଶରେ ମଧ୍ୟ ଓଡିଆ ପାଠକୀୟତା ସୃଷ୍ଟିକରିବାରେ ସାହିତ୍ୟକଥାର ଭୂମିକା ଅନନ୍ୟ ବୋଲି ଭବାନୀପାଟଣାସ୍ଥିତ ବିବେକାନନ୍ଦ ଭବନରେ ଆୟୋଜିତ ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସାଂପ୍ରତିକ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ଯୁଗରେ ଆମର ସମସ୍ତ ସାଧନ ଉପଲବ୍ଧ ଥାଇ ସୁଦ୍ଧା ସମୟର ଅଭାବ ପରିଲକ୍ଷିତ ହେଉଥିବା ସହିତ ସାମାଜିକ ଆବେଗ ତଥା ସମ୍ବେଦନଶୀଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ସୃଜନଶୀଳନ ଉପରେ ପ୍ରତିବନ୍ଧକ ସାଜିଛି। ଏ ଦିଗରେ ସମନ୍ୱୟ ରକ୍ଷା କରି ସମଗ୍ର ସାହିତ୍ୟ ସମାଜ, ସାହିତ୍ୟିକ, ପାଠକ ମାନଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାର ସଂକଳ୍ପ ନେଇ ମାସିକ ସାହିତ୍ୟକଥାର ସୃଷ୍ଟି ହୋଇଥିବା ପ୍ରକାଶ। ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, ଔପନ୍ୟାସିକ, ଲେଖକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରାସବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶିବରାମ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୁକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସାହିତ୍ୟକଥାର ସମ୍ପାଦକ ସୁଧିର କୁମାର ଧଂଗଡାମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ଲେଖକ ସୁଶୀଳ କୁମାର ବାଗ ସଭାପରିଚାଲନା କରିଥିଲେ। ଏହି ଅବସରରେ ସାହିତ୍ୟିକ ତଥା ଲେଖକ ସକିତ ରତେଙ୍କ ଅନନ୍ୟ ସୃଷ୍ଟି ଅନୁବାଦ ଗଳ୍ପ ସଂକଳନ ଭାରତୀୟ କଥାକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଶେଷରେ ଉପସ୍ଥିତ କବି, କବିୟତ୍ରୀ ଓ ଲେଖକ ମାନେ ସାହିତ୍ୟ କଥା ଏବଂ ଭାରତୀୟ କଥା ଉପରେ ସ୍ୱ ସ୍ୱ ମତାମତ ପ୍ରଦାନ କରିଥିଲେ। ଶେଷରେ ରଜତ ବଂଶଳ ଧନ୍ୟବାଦ ଅର୍ପଣ କରିଥିଲେ। | <urn:uuid:fbdd3b01-80a1-4f26-ac33-6f557570f476> | CC-MAIN-2018-39 | http://odiapua.com/%E0%AC%95%E0%AC%B3%E0%AC%BE%E0%AC%B9%E0%AC%BE%E0%AC%A3%E0%AD%8D%E0%AC%A1%E0%AC%BF-%E0%AC%B8%E0%AC%BE%E0%AC%B9%E0%AC%BF%E0%AC%A4%E0%AD%8D%E0%AD%9F%E0%AC%95%E0%AC%A5%E0%AC%BE%E0%AC%B0-%E0%AC%B7%E0%AC%B7/ | 2018-09-21T23:08:37Z | s3://commoncrawl/crawl-data/CC-MAIN-2018-39/segments/1537267157574.27/warc/CC-MAIN-20180921225800-20180922010200-00503.warc.gz | ory | 0.999999 | Orya | 6 | {"ory_Orya_score": 0.999998927116394} |
ଖଡିଆଳ/ନୂଆପଡା-୦୩.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଖଡିଆଳ ପୋଲିସ ର ମିଳିତ ସହଯୋଗରେ ଖଡିଆଳ ଠାରେ ଥିବା ବିଭିନ୍ନ ଢାବା,ଫେବ୍ରିକେଶନ ୟୁନିଟ,ମୋଟର ଗ୍ୟାରେଜ୍ ମିଲିତ ଚଢାଉ କରି ୪ ଜଣ ଶିଶୁ ଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଶିଶୁ ମାନଙ୍କର ସଠିକ ପରିଚୟ ନଦେଇ ପାରିଥିବାରୁ ସେହି ୪ ଜଣ ଶିଶୁ ଙ୍କୁ ଖଡିଆଳ ଥାନାକୁ ଅଣାଯାଇଥିଲା । ପରେ ପରିଚୟ ମିଳିଲା ପରେ ତାଙ୍କ ଅଭିଭାବକ ମାନଙ୍କୁ ଖବର ଦେଇ ସମସ୍ତ ୪ ଜଣ ଶିଶୁ ଙ୍କୁ ଛାଡି ଦିଆଯାଇଥିଲା । ସରକାରି ନିୟମ ଅନୁସାରେ ଏହି ଶିଶୁ ମାନଙ୍କ ସୁରକ୍ଷାର ଦାୟିତ୍ୱ ଏବଂ କର୍ମନିଯୁକ୍ତି ବ୍ୟବସ୍ଥା ସରକାର ଙ୍କ ଦାୟିତ୍ୱ । ଯେଉଁ ଶିଶୁ ମାନେ ମାଟ୍ରିକ ପାସ କରିନାହାନ୍ତି ସେମାନଙ୍କୁ ମାଟ୍ରୀକ ପାସ କରିବା ପାଇଁ ପଢା ଯିବ ଓ ଯେଉଁ ମାନେ ମାଟ୍ରିକ ପାସ କରିଛନ୍ତି ସେମାନଙ୍କ କର୍ମସସ୍ଥାନ ଯୋଗାଇ ଦିଆଯିବା ପାଇଁ ଓଡିଶା ଜୀବିକା ମିଶନ କୁ କହିବୁ ବୋଲି ଜିଲ୍ଲା ଶିଶୁ ଅଧିକାରୀ ବଳଦେବ ରଥ ପ୍ରକାଶ କରିଥିଲେ । ନୁଆପଡା ଜିଲ୍ଲା ପୋଲିସ ଇନିସପେକ୍ଟର ସରୋଜିନୀ ସାମଦ ଙ୍କ ନେତୃତ୍ୱରେ ପ୍ରୋଟେକସନ୍ ଅଫିସର ସୁପ୍ରଭା ମହାପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥ,ଖଡିଆଳ ଥାନାର ଶିଶୁ ହେଳ୍ପ ଅଧିକାରୀ ପୁଷ୍ପାଜଂଳୀ ପ୍ରଧାନ ଏବଂ ଖଡିଆଳ ପୋଲିସ ଅନ୍ୟାନ୍ୟ କର୍ମକର୍ତା ସହଯୋଗ କରିଥିଲେ । ଶିଶୁ ବିଭାଗ ସମିତିରୁ ରମେଶ କୁମାର ଭୋଇ,ସଦସ୍ୟ କୁମୁଦ କୁମାର ହୋତା, ଅଶ୍ୱନୀ କୁମାର ପାଢୀ ସହଯୋଗ କରିଥିଲେ । ଏହି ମହତ କାର୍ଯ୍ୟକ୍ରମରେ ଗଣମାଧ୍ୟମ ସବୁବେଲେ ସହଯୋଗ କରିଆସିଛି ଆଗକୁ ମଧ୍ୟ ସହଯୋଗ କରିବ ବୋଲି ଜିଲ୍ଲା ଶିଶୁ ଅଧିକାରୀ ବଳଦେବ ରଥ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । | <urn:uuid:6d0552cc-f30a-4dcd-b749-0740f9a15f72> | CC-MAIN-2018-39 | http://odiapua.com/%E0%AC%AA%E0%AD%8B%E0%AC%B2%E0%AC%BF%E0%AC%B8-%E0%AC%93-%E0%AC%B6%E0%AC%BF%E0%AC%B6%E0%AD%81-%E0%AC%B8%E0%AD%81%E0%AC%B0%E0%AC%95%E0%AD%8D%E0%AC%B7%E0%AC%BE-%E0%AC%AC%E0%AC%BF%E0%AC%AD%E0%AC%BE/ | 2018-09-22T00:12:39Z | s3://commoncrawl/crawl-data/CC-MAIN-2018-39/segments/1537267157574.27/warc/CC-MAIN-20180921225800-20180922010200-00503.warc.gz | ory | 1.000004 | Orya | 6 | {"ory_Orya_score": 1.0000041723251343} |
ନିରାକାରପୁର, (ଆପ୍ର): ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଗ୍ରାମରେ ମଙ୍ଗଳବାର ଘୂର୍ଣ୍ଣିଝଡ଼ରେ ଘଟିଥିବା ବ୍ୟାପକ କ୍ଷୟକ୍ଷତିର ପ୍ରଶାସନ ଆକଳନ କରି ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟାକରୁ ଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କମାଗୁରୁ ଗ୍ରାମର କ୍ଷତିଗ୍ରସ୍ତ ୧୩୬ ପରିବାରକୁ ସହାୟତା ଯୋଗାଇଛନ୍ତି । ତହସିଲଦାର ସୁସ୍ମିତା ବେହେରାଙ୍କ ନିର୍ଦ୍ଧେଶରେ ଟାଙ୍ଗୀ ତହସିଲ ଅଧୀନସ୍ଥ ସମସ୍ତ ରାଜସ୍ୱ ନୀରିକ୍ଷକ କମାଗୁରୁରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଚିହ୍ନଟ କରିବା ସହ କ୍ଷୟକ୍ଷତିର ଆକଳନ କରିଥିଲେ । ପରେ ଚିହ୍ନଟ ପରିବାରଙ୍କ ପାଇଁ ପ୍ରଶାସନ ପକ୍ଷରୁ କମାଗୁରୁ ପଞ୍ଚାୟତ କାର୍ଯ୍ୟାଳୟରେ ପରିବାର ପିଛା ଚୁଡ଼ା ୫ କେଜି, ଗୁଡ଼ ୫୦୦ ଗ୍ରାମ, ବିସ୍କୁଟ ଓ ଗୋଟିଏ ଲେଖାଏଁ ପଲିଥିନ ଯୋଗାଇ ଦିଆ ଯାଇଥିଲା । ଏହି ସମୟରେ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ କୃପାସିନ୍ଧୁ ମିଶ୍ର, ଉପଜିଲ୍ଲାପାଳ ଧରଣୀଧର ନନ୍ଦ, ତହସିଲଦାର ସୁସ୍ମିତା ବେହେରା, ବିଡ଼ିଓ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଯୁଗଳ କିଶୋର ମିଶ୍ର, ଯୋଗାଣ ନୀରିକ୍ଷକ ଓ ସମସ୍ତ ରାଜସ୍ୱ ନୀରିକ୍ଷକ, ସରପଞ୍ଚ ମନୋରଞ୍ଜନ ଚମ୍ପତି ଉପସ୍ଥିତ ରହି ରିଲିଫ ପ୍ରଦାନ ତଦାରଖ କରିଥିଲେ । ସେହିପରି ସ୍ଥାନୀୟ ରାମଚନ୍ଦ୍ର କଳ୍ପନା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ପକ୍ଷରୁ ବିପନ୍ନ ବ୍ୟକ୍ତିମାନଙ୍କୁ ରିଲିଫ ପ୍ରଦାନ କରାଯାଇଛି । କଲେଜ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ନେତୃତ୍ୱରେ ବିପନ୍ନ ବ୍ୟକ୍ତିମାନଙ୍କୁ ଲ୍ୟାଫ, ବିସ୍କୁଟ, ପାଉଁରୁଟି ପ୍ରଦାନ କରାଯାଇଛି । ଏହି ସମୟରେ କଳେଜ ପୂର୍ବତନ ପରିଚାଳନା କମିଟି ସଂପାଦକ ଅନନ୍ତ ନାରାୟଣ ସାମନ୍ତରାୟ, ଅଧ୍ୟାପକ ସମୀର କୁମାର ରାଉତରାୟ, ରନିାକର ମହାପାତ୍ର, ସ୍ମୃତିରଞ୍ଜନ ସାମନ୍ତରାୟ, ବାସୁଦେବ ପାଲଟାସିଂହ, ପ୍ରଭାକର ଜୟସିଂହ, ଛାତ୍ର ରାଜେଶ କୁମାର ଚହଟରାୟ, ରାକେଶ କୁମାର ପରିଡ଼ା, ରଜତ କୁମାର ପାଇକରାୟ, ସୁଶାନ୍ତ କୁମାର ତ୍ରିପାଠୀ ଓ ବିଶ୍ୱଜିତ ତାଡ଼ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏବେବି ଗାଁର ଦୁର୍ଯ୍ୟୋଧନ ମହାପାତ୍ର ଓ କନକ ପଣ୍ଡା ପରିବାର ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି । ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରଣବ ଦାସଙ୍କ ମାମୁଁ ଘର କମାଗୁରୁ ହୋଇ ଥିବାରୁ ଶକ୍ତି ବିଭାଗର କାର୍ଯ୍ୟ ଦକ୍ଷତା କମାଗୁରୁରେ ଫୁଲ୍ଦମ୍ରେ ଦେଖିବାକୁ ମିଳିଥିଲା । ସକାଳୁ ସେସୁ ଓ ଫେଡକୋର ବରିଷ୍ଠ ଅଧିକାରୀମାନେ ଗାଡ଼ିମଟର ଧରି କମାଗୁରୁରେ ଡେରା ପକାଇଥିଲେ । ସେମାନେ ଭାଙ୍ଗି ଯାଇଥିବା ବିଦୁ୍ୟତ ଖୁଣ୍ଟଗୁଡ଼ିକୁ ପରିବର୍ତ୍ତନ କରି ତୁରନ୍ତ ନୂଆଖୁଣ୍ଟ ଲଗାଇ ବିଦୁ୍ୟତ ସରବରାହ ଜାରି କରିବାକୁ ପ୍ରୟାସ କରିଥିଲେ । ସୂଚନା ମୁତାବକ ସେମାନେ କମାଗୁରୁର ଅଧା ଅଞ୍ଚଳରେ ବିଦୁ୍ୟତ ସରବରାହ ଜାରି କରିବାରେ ସକ୍ଷମ ହୋଇଛନ୍ତି ।
ଘୂର୍ଣ୍ଣିଝଡ଼ ପରେ କମାଗୁରୁ ସ୍ଥିତି ସୁଧୁରୁଛି
Sep 17, 2015, 20:10 pm33
Previous Postହାଇସ୍କୁଲ୍ ପାଠ୍ୟ ପୁସ୍ତକରେ ତ୍ରୁଟି: ଛାତ୍ରଛାତ୍ରୀ ବିଭ୍ରାନ୍ତ Next Postମଦ ପିଇ ଗଡ଼ିଲେ ପ୍ରଧାନଶିକ୍ଷକ | <urn:uuid:6fea4a3f-939f-453b-b761-9a5a24f32a36> | CC-MAIN-2018-39 | http://sarbasadharana.com/?p=10313 | 2018-09-21T23:57:42Z | s3://commoncrawl/crawl-data/CC-MAIN-2018-39/segments/1537267157574.27/warc/CC-MAIN-20180921225800-20180922010200-00503.warc.gz | ory | 0.999998 | Orya | 4 | {"ory_Orya_score": 0.9999982118606567} |
ତୁରୁମୁଙ୍ଗା ୯-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡା ବ୍ଲକ ତଥା ପାଟଣା ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମରେ ଶିକାର ହେଇଥିବା ପାଟଣା ଥାନାରେ ପୀଡ଼ିତାର ମା' ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ଗତକାଲି ଦିନ ୨ ଟା ସମୟରେ ଯୁବତୀ ଜଣଙ୍କ ପରିଶ୍ରା ଯିବା ସମୟରେ ଶଶୀଭୂଷଣ ଲୋହାର ନାମକ ଜଣେ ଯୁବକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପାଟଣା ପୋଲିସ ଅଭିଯୁକ୍ତ ଶଶୀଭୂଷଣ ଲୋହାର (୧୯) କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। | <urn:uuid:618a3107-aea8-4dba-ae5e-cf0512516baa> | CC-MAIN-2018-39 | http://odiapua.com/%E0%AC%AD%E0%AC%BF%E0%AC%A8%E0%AD%8D%E0%AC%A8%E0%AC%95%E0%AD%8D%E0%AC%B7%E0%AC%AE-%E0%AC%AF%E0%AD%81%E0%AC%AC%E0%AC%A4%E0%AD%80%E0%AC%95%E0%AD%81-%E0%AC%A6%E0%AD%81%E0%AC%B7%E0%AD%8D%E0%AC%95%E0%AC%B0/ | 2018-09-24T08:24:14Z | s3://commoncrawl/crawl-data/CC-MAIN-2018-39/segments/1537267160233.82/warc/CC-MAIN-20180924070508-20180924090908-00263.warc.gz | ory | 0.999926 | Orya | 3 | {"ory_Orya_score": 0.999925971031189} |
ଅଳ୍ପକେ ଦୁର୍ଘଟଣାରେ ବର୍ତ୍ତିଲେ ସାମି
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଗତକାଲି ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ସେ ଅଭ୍ୟାସ ଲାଗି ଶୁକ୍ରବାର ଡେରାଡୁନସ୍ଥିତ ଅଭିମନ୍ୟୁ କ୍ରିକେଟ ଏକାଡେମୀକୁ ଆସିଥିଲେ। ସାମି ଟ୍ରେନିଂ ସାରି ଦିଲ୍ଲୀ ଫେରୁଥିବାବେଳେ ତାଙ୍କ କାର ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତାଙ୍କୁ ପୁଲିସ ଉଦ୍ଧାର କରି ମେଡିକାଲ ପଠାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ,ସାମି ଗତକାଲି ସକାଳୁ ପ୍ରାକ୍ଟିସ ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣାରେ ସାମୀଙ୍କର ଡାହାଣପଟ ଆଖିର ଉପରି ଭାଗରେ ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ସିଏମଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଘାତସ୍ଥାନରେ ୩ରୁ ୪ଟି ଷ୍ଟିଚ୍ ପଡିଥିବା ସହିତ ସାମି ଏବେ ସୁସ୍ଥ ଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।
ତାଙ୍କୁ ଗୋଟିଏ ଦିନ ପାଇଁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ଆଜି ଦିଲ୍ଲୀ ଗସ୍ତ କରିବେ" ବୋଲି ଏସିଏ ପରିଚାଳକ ତଥା ଭାରତୀୟ ଏ' ଦଳର ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଈଶ୍ୱରନଙ୍କ ପିତା କହିଛନ୍ତି। ଏଥିସହ ଶାମି ଆଗାମୀ ଆଇପିଏଲ୍ରେ ଖେଳିବା ନେଇ କୌଣସି ସମସ୍ୟା ନ ଥିବା ସେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ,ଶାମିଙ୍କ ବିରୋଧରେ ତାଙ୍କ ପତ୍ନୀ ଆଣିଥିବା ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ କୌଣସି ସତ୍ୟାସତ୍ୟ ନ ଥିବା ତଦନ୍ତରୁ ଜଣାପଡ଼ିଥିଲା। ପରେ ତାଙ୍କୁ ବିସିସିଆଇ ପକ୍ଷରୁ ଗ୍ରେଡ ବି' ଚୁକ୍ତିରେ ସାମିଲ କରାଯିବା ସହ ଆଇପିଏଲ୍ରେ ଖେଳିବାକୁ ଅନୁମତି ମିଳିଛି। | <urn:uuid:89cd755f-ee9a-40f5-999e-c42fec664272> | CC-MAIN-2018-39 | https://enewsodia.com/shami-face-road-accident/ | 2018-09-25T11:44:07Z | s3://commoncrawl/crawl-data/CC-MAIN-2018-39/segments/1537267161501.96/warc/CC-MAIN-20180925103454-20180925123854-00423.warc.gz | ory | 0.999986 | Orya | 5 | {"ory_Orya_score": 0.9999856948852539} |
ବିଂଶ ଶତାବ୍ଦୀର ଜଣେ ଖ୍ୟାତନାମା ବିଜ୍ଞାନ କାହାଣୀ ଲେଖକ (ସାଇନ୍ସ ଫିକ୍ସନ୍ ରାଇଟର୍) ବ୍ରିଟେନ୍ର ବ୍ରାଏନ୍ ଆଲ୍ଡିସ୍ଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ଇଂଲଣ୍ଡର ଅକ୍ସଫୋର୍ଡଠାରେ ଥିବା ନିଜ ବାସଭବନରେ ଶନିବାର ଏହି ମହାନ୍ ଲେଖକ ଶେଷନିଃଶ୍ୱାସ ତ୍ୟାଗ କରିଥିବା ସାହିତି୍ୟକ ଏଜେନ୍ସି କର୍ଟିସ୍ ବ୍ରାଉନ୍ ପକ୍ଷରୁ ସୂଚନା ଦିଆଯାଇଛି। ୧୯୨୫ରେ ଜନ୍ମିତ ଆଲ୍ଡିସ୍ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତ ଏବଂ ବର୍ମା (ବର୍ତ୍ତମାନର ମ୍ୟାନମାର)ରେ ମୁତୟନ ଥିଲେ। ପରବର୍ତ୍ତୀ ସମୟରେ ସେ ପ୍ରକାଶକ ଭାବେ କାର୍ଯ୍ୟ କରିଥିଲେ। ସାଇନ୍ସ ଫିକ୍ସନ କାହାଣୀ ଏବଂ ଉପନ୍ୟାସ ଏବଂ ବିଭିନ୍ନ ସଂକଳନର ସମ୍ପାଦକ ଭାବେ ପାଠକ ମହଲରେ ଆଲ୍ଡିସ୍ଙ୍କ ସ୍ବତନ୍ତ୍ର ଛାପ ରହିଥିଲା। ଯୁବଗୋଷ୍ଠୀଙ୍କ ବିନା ପୃଥିବୀ କାହାଣୀ ଉପରେ ଲିଖିତ ପୁସ୍ତକ 'ଗ୍ରେବିଅର୍ଡ' ଏବଂ 'ହେଲିକୋନିଆ' ପୁସ୍ତକ ଏବେ ମଧ୍ୟ ପାଠକଙ୍କ ମଧ୍ୟରେ ଆଦୃତ ହୋଇରହିଛି। | <urn:uuid:e1cb5234-9e61-464c-8b94-437205db645f> | CC-MAIN-2018-39 | http://www.dharitri.com/main/news/1038 | 2018-09-20T11:52:01Z | s3://commoncrawl/crawl-data/CC-MAIN-2018-39/segments/1537267156460.64/warc/CC-MAIN-20180920101233-20180920121633-00151.warc.gz | ory | 1.000001 | Orya | 5 | {"ory_Orya_score": 1.0000014305114746} |
ତମ୍ବାଖୁ ଓ ସିଗାରେଟର ପ୍ୟାକେଟ ଉପରେ ଲେଖାହେଇଥିବା କଥାକୁ ତ ଆପଣ ଅନେକ ଥର ପଢ଼ିଥିବେ ଓ ଦେଖିଥିବେ ମଧ୍ୟ। ତମ୍ବାଖୁର ସେବନ ଶରୀର ପାଇଁ ବେଶ କ୍ଷତିକାରକ ଅଟେ। ଏହାକୁ ସେବନ କରିବା ଦ୍ଵାରା ଅନେକ ପ୍ରକାର ରୋଗ ସମସ୍ୟା ଦେଖାଦେଇଥାଏ। ଆହୁରି କେତେକ ଜିନିଷ ଅଛି ଯାହାକୁ ଖାଇବା/ ବ୍ୟବହାର କରିବା ଦ୍ଵାରା କ୍ୟାନସର ଏବଂ ହୃଦଘାତ ମଧ୍ୟ ହୋଇଥାଏ।
ଜାଣନ୍ତୁ ସେ ସମ୍ପର୍କରେ-
- ଚିପ୍ସ -ଚିପ୍ସ ଖାଇବା କାହାକୁ ବା ପସନ୍ଦ ନୁହେଁ କିନ୍ତୁ ସୂଚନା ଅନୁସାରେ ଜାଣିରଖନ୍ତୁ କି ଏହାକୁ ଖାଇବା ଦ୍ୱାରା ୨୭% କ୍ୟାନ୍ସରର ବିପତି ବଢ଼ିଯାଇଥାଏ।
- ୱାଇନ-ଯେଉଁଠାରେ ୱାଇନ ଶରୀର ପାଁଇ ଭଲ ହେଇଥାଏ ଅନ୍ୟ ପଟେ ଏକ ରିସର୍ଚ୍ଚରୁ ଏହା ମଧ୍ୟ ଜଣାଯାଇଛି କି ଏହା ପିଇବା ଦ୍ୱାରା କ୍ୟାନ୍ସରର ମୁଖ୍ୟ କାରଣ ହେଇଥାଏ। ଏହି ଗବେଷଣାରୁ ଏହା ଜଣାଯାଇଛି କି ପ୍ରତେକ ଦିନ ଅଧା ଗ୍ଲାସ ୱାଇନ ପିଇବା ଦ୍ୱାରା କ୍ୟାନ୍ସର ର ବିପତି ୧୬୦% ପ୍ରତିସଦ ବଢ଼ିଯାଇଥାଏ।
- କେଶ କଲର-କିଛି ଲୋକେ ନିଜର ବୟସକୁ ଲୁଚାଇବା ପାଁଇ କେଶ କଲର କରିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି କି ୧୫ ବର୍ଷରୁ ଅଧିକ ସମୟ କେଶ କଲର କରିବା ଦ୍ୱାରା ମଧ୍ୟ କ୍ୟାନ୍ସର ର ସମ୍ଭାବନା ରହିଥାଏ।
- ମୋବାଇଲ ଫୋନ-ଅଧିକ ସମୟଧରି ମୋବାଇଲ ଫୋନକୁ ବ୍ୟବହାର କରିବା ଦ୍ୱାରା ଏହା ଆମ ମସ୍ତିସ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାଦ୍ୱାରା ମସ୍ତିଷ୍କ କ୍ୟାନ୍ସରର ସମ୍ଭାବନା ବଢ଼ିଯାଇଥାଏ।
- ଭିଟାମିନ ଇ- କେତେକ ଲୋକଙ୍କ ଉପରେ ହେଇଥିବା ଏକ ଗବେଷଣାରୁ ଜଣାଯାଇଛି କି ଭିଟାମିନ ଇ ର ମାତ୍ରା କମିଲେ କ୍ୟାନ୍ସର ର ବିପତି ବଢିଥାଏ।
ପଢନ୍ତୁ; | <urn:uuid:4a8ee20b-1da1-49aa-bdf4-8f070f01839d> | CC-MAIN-2018-39 | https://enewsodia.com/amp/these-things-may-cause-cancer/ | 2018-09-23T21:28:18Z | s3://commoncrawl/crawl-data/CC-MAIN-2018-39/segments/1537267159820.67/warc/CC-MAIN-20180923212605-20180923233005-00071.warc.gz | ory | 0.999996 | Orya | 14 | {"ory_Orya_score": 0.9999961853027344} |
ଭାରତର ତିନି ଚତୁର୍ଥାଂଶ ଲୋକଙ୍କ ପସନ୍ଦ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଶ୍ୱର ସବୁଠୁ ବିଶ୍ୱସନୀୟ ସରକାରଙ୍କ ମଧ୍ୟରେ ଅନ୍ୟତମ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି। ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଉପରେ ସର୍ବେକ୍ଷଣ କରିଥିବା ଆର୍ଥିକ ସହଯୋଗ ଏବଂ ପ୍ରଗତି ସଂଗଠନ(ଓଇସିଡି) ପକ୍ଷରୁ ଭାରତକୁ ତୃତୀୟ ଶ୍ରେଷ୍ଠ ବିଶ୍ୱାସନୀୟ ରାଷ୍ଟ୍ରର ମାନ୍ୟତା ମିଳିଛି। ଏହି ତାଲିକାରେ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଏବଂ ଇଣ୍ଡୋନେସିଆକୁ ଦ୍ୱିତୀୟ ସ୍ଥାନ ମିଳିଛି।
ଓଇସିଡିର ଏହି ସର୍ବେକ୍ଷଣରେ ଦେଶର ଆର୍ଥିକ ସ୍ଥିତି, ରାଜନୈତିକ ଅସ୍ଥିରତା ଏବଂ ଦୁର୍ନୀତି ପ୍ରସଙ୍ଗକୁ ମାପକାଠି ଭାବେ ନିଆଯାଇଥିଲା । ଓଇସିଡି ରିପୋର୍ଟକୁ ଆଧାର କରି ବିଶ୍ୱ ଅର୍ଥନୈତିକ ସଂଗଠନ (ଡବ୍ଲ୍ୟୁଇଏଫ୍) କହିଛି ଯେ, ଭାରତର ପ୍ରାୟ ତିନି ଚତୁର୍ଥାଂଶ ଦେଶବାସୀ ମୋଦି ସରକାରଙ୍କ ଉପରେ ଭରସା ରଖିଛନ୍ତି । ଭାରତରେ ସମ୍ପ୍ରତି ଜାରି ରହିଥିବା ବୁର୍ନୀତି ବିରୋଧୀ ଆଭିମୁଖ୍ୟ ଏବଂ ଟାକ୍ସ ସୁଧାର ନୀତି ଯୋଗୁଁ ଜନସାଧାରଣ ସରକାରଙ୍କ ଉପରେ ଉଚ୍ଚ କୋଟୀର ଭରସା ରଖିଛନ୍ତି ।
ସେହିପରି ଦେଶବାସୀଙ୍କ ସର୍ବାଧିକ ବିଶ୍ୱାସ ହରାଇଥିବା ସରକାରଙ୍କ ମଧ୍ୟରେ ଚିଲି, ଫିନଲ୍ୟାଣ୍ଡ, ଗ୍ରିସ ଏବଂ ସ୍ଳୋଭେନିଆ ଆଦି ଦେଶ ରହିଛି । | <urn:uuid:ba9c8a45-3385-4a68-9816-bfcefea634ec> | CC-MAIN-2018-39 | https://enewsodia.com/amp/india-stands-third-on-trust-in-oecd-survrey/ | 2018-09-18T15:04:50Z | s3://commoncrawl/crawl-data/CC-MAIN-2018-39/segments/1537267155561.35/warc/CC-MAIN-20180918150229-20180918170229-00626.warc.gz | ory | 1.000007 | Orya | 14 | {"ory_Orya_score": 1.000006914138794} |
କୃଷକ ପୁଅ ଜିତିଲେସ୍ୱର୍ଣ୍ଣ ପଦକ
ଇତିହାସ ରଚିଲେ ସୌରଭ ଚୌଧୁରୀ । ମାତ୍ର ୧୬ ବର୍ଷ ବୟସରେ ନିଜର ପ୍ରଥମ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ। ଏଥିସହିତ ୨୪୦.୭ ପଏଣ୍ଟ ପାଇ ସୌରଭ ଏସୀୟ କ୍ରୀଡ଼ାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୧୦ ମିଟର ଏୟାର ପିସ୍ତଲରେ ସେ ଗୋଲ୍ଡ ମେଡାଲ ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା ତିନିଟି ସ୍ୱର୍ଣ୍ଣ ପଦକ ସହ ମୋଟ୍ ୯ଟି ପଦକ ଜିତିଛି ଭାରତ।
୧୬ ବର୍ଷ ବୟସରେ ଏସିଆଡ ଚମ୍ପିଅନ
ଏହି ସଫଳତା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଅଭିନନ୍ଦନ ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସୌରଭଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ସହ ଚାକିରି ଦେବାକୁ ଘୋଷଣା କରିଛନ୍ତି।
ଏହି ପ୍ରତିଯୋଗିତାରେ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ଅଭିଷେକ ବର୍ମା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୨୧୯.୩ ସ୍କୋର କରି ସେ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ୫୦ ମିଟର ରାଇଫଲରେ ସଞ୍ଜୀବ ରାଜପୁତଙ୍କୁ ରୌପ୍ୟ ପଦକ ମିଳିଛି । ସୌରଭଙ୍କ ପୂର୍ବରୁ କୁସ୍ତି ଯୋଦ୍ଧା ବୀନେଶ ଫୋଗତ ଓ କୁସ୍ତି ଫ୍ରି ଷ୍ଟାଇଲ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ପଢନ୍ତୁ;କେରଳର ତିନୋଟି ଟୋଲ ପ୍ଲାଜାରେ ଦେୟ ଛାଡ଼ | <urn:uuid:d66ce289-f598-4ece-a5c2-1ad042fd5c03> | CC-MAIN-2018-39 | https://enewsodia.com/saurabh-chaudhary-win-gold/?amp_markup=1 | 2018-09-18T15:05:17Z | s3://commoncrawl/crawl-data/CC-MAIN-2018-39/segments/1537267155561.35/warc/CC-MAIN-20180918150229-20180918170229-00626.warc.gz | ory | 1 | Orya | 13 | {"ory_Orya_score": 1.0} |
ମହିଳାଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣ କ୍ଷେତ୍ରରେ ଅସାଧାରଣ କାର୍ଯ୍ୟ ପାଇଁ ପ୍ରଦାନ କରାଯିବ ପୁରସ୍କାର
ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ନାରୀ ଶକ୍ତି ପୁରସ୍କାର 2018 ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆବେଦନ ପତ୍ର ଆହ୍ୱାନ କରିଛନ୍ତି। ଏହି ପ୍ରତିଷ୍ଠିତ ପୁରସ୍କାର ସେହି ଅସାଧାରଣ ମହିଳାମାନଙ୍କୁ ଏବଂ ସଂଗଠନଗୁଡିକୁ ପ୍ରଦାନ କରାଯାଏ ଯେଉଁମାନେ ମହିଳା ସଶକ୍ତିକରଣ ପାଇଁ ଅବରିତ ଭାବେ କାର୍ଯ୍ୟ କରିଥାନ୍ତି।
ପ୍ରତିବର୍ଷ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଏହି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଥାନ୍ତି। ଚଳିତ ବର୍ଷ 19 ବର୍ଷରେ ପଦାର୍ପଣ କରିଥିବା ଏହି ପୁରସ୍କାର, ସମାଜରେ ମହିଳାମାନଙ୍କର ଉତ୍କୃଷ୍ଟ ଯୋଗଦାନକୁ ପ୍ରାଧାନ୍ୟ ଦେଇଥାଏ । ଯେଉଁମାନେ ନିଜ ପାଇଁ ଏକ ପ୍ରତିଷ୍ଠିତ ସ୍ଥାନ ସୃଷ୍ଟି କରିଥାନ୍ତି ଏବଂ ମହିଳାମାନଙ୍କର ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରିଥାନ୍ତି ସେହି ଲୋକମାନଙ୍କୁ ଏହି ପୁରସ୍କାର ଗୁରୁତ୍ୱ ଦେଇଥାଏ।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିକାଶ ମନ୍ତ୍ରୀ ଶ୍ରୀମତୀ ମେନକା ସଂଜୟ ଗାନ୍ଧୀ କହିଥିଲେ ଯେ 1999ରେ ନାରୀଶକ୍ତି ପୁରସ୍କାର ଆରମ୍ଭ କରାଯାଇଥିଲା । ଉତ୍ସାହୀ ମହିଳା ଆଚିଭର୍ସଙ୍କ ଏକ ବ୍ୟାପକ ଡାଟାବେସ ସଂଗ୍ରହ କରାଯାଇଛି ଯେଉଁମାନେ ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ନୂତନ କ୍ଷେତ୍ରଗୁଡିକ ଉପରେ କାର୍ଯ୍ୟ କରିବା ସହିତ ସମାଜ ପ୍ରତି ଅତୁଳନୀୟ ଅବଦାନ କରିଛନ୍ତି । ଚଳିତ ବର୍ଷ ମଧ୍ୟ ମହିଳାମାନଙ୍କ ଉତ୍ଥାନ ପାଇଁ ସମାଜରେ ଅସାଧାରଣ କାର୍ଯ୍ୟ କରିଥିବା ସଂଗଠନଗୁଡିକୁ ପଞ୍ଜିକରଣ କରିବା ପାଇଁ ନିଦେବନ କରିଛୁ।
2018ର ନାରୀ ଶକ୍ତି ପୁରସ୍କାର ପଞ୍ଜିକରଣ ପାଇଁ 31 ଅକ୍ଟୋବର 2018 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି । ଯେଉଁମାନେ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି ସେମାନେ ନିଜର ବିବରଣୀ ଉପ ସଚିବ (WD & IC), ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, କୋଠରି ସଂଖ୍ୟା- 632, 6ଷ୍ଠ ମହଲା, ଶାସ୍ତ୍ରୀ ଭବନ, ନୂଆଦିଲ୍ଲୀ – 110001.
ଆବେଦକମାନଙ୍କୁ http://www.wcd.nic.in/awardକୁ ଯାଇ ପୁରସ୍କାରଗୁଡିକର ନିୟମାବଳୀକୁ ପଢିବା ପାଇଁ ଅନୁରୋଧ କରାଯାଉଛି।
ପୁରସ୍କାରଗୁଡିକ ପାଇଁ ସ୍ୱନାମାଙ୍କନ ଉପରେ ମଧ୍ୟ ବିଚାର ବିମର୍ଷ କରାଯାଉଛି । ଚୟନ କମିଟି ସ୍ୱ-ବିବେକ ଆଧାରରେ ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରଣାଳୟଗୁଡିକ ଦ୍ୱାରା ପଠାଯାଇଥିବା ନାମଗୁଡିକ ବ୍ୟତୀତ ଅନ୍ୟ ନାମଗୁଡିକ ଉପରେ ବିଚାର କରିବାର ବ୍ୟବସ୍ଥା କରାଯାଉଛି।
ଏକ ଚୟନ କମିଟି ପୁରସ୍କାର ପାଇଁ ପ୍ରାପ୍ତ ନାଁ ଗୁଡିକର ନିରୀକ୍ଷଣ କରି ଚୟନ କରିବେ । ଏହି କାର୍ଯ୍ୟ ପାଇଁ ଗଠିତ ଚୟନ କମିଟି ସେହି ବ୍ୟକ୍ତି ଏବଂ ସଂଗଠନଗୁଡିକର ଉପଲବ୍ଧି ଉପରେ ବିଚାର କରିବେ ଯାହାଙ୍କର ନାମ ଉପଯୁକ୍ତ ଅଧିକାରୀଙ୍କ ଦ୍ୱାରା କରାଯାଇଥିବ । ଏହି ପୁରସ୍କାର ବିଜେତାମାନଙ୍କର ଚୟନ କରିବା ପାଇଁ ସେମାନଙ୍କ ଦ୍ୱାରା କରାଯାଇଥିବା ଅସାଧାରଣ କାର୍ଯ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ପ୍ରଦାନ କରାଯିବ।
ପୁରସ୍କାରର ଅନ୍ତିମ ବିଜେତାମାନଙ୍କର ଚୟନ ଏକ ରାଷ୍ଟ୍ରୀୟ ଚୟନ କମିଟି ଦ୍ୱାରା କରାଯିବ । ସ୍କ୍ରିନିଂଗ କମିଟି ଦ୍ୱାରା ଚୟନିତ ନାମଗୁଡିକ ଉପରେ ବିଚାର କରିବ।
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ମହିଳାମାନଙ୍କୁ ରାଷ୍ଟ୍ରୀୟ ବିକାଶର ଏକ ଅଭିନ୍ନ ଅଙ୍ଗ ଭାବେ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ନିଜ ପ୍ରତିଶୃତିବଦ୍ଧତାକୁ ବଜାୟ ରଖିଛି । ମନ୍ତ୍ରଣାଳୟ ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କର ଅଦମ୍ୟ କ୍ଷମତାଗୁଡିକୁ ମଧ୍ୟ ନମସ୍କାର କରୁଛି ଯାହା ଆଗାମୀ ପିଢି ପାଇଁ ମାର୍ଗ ଦର୍ଶନ କରିବ।
ପଢନ୍ତୁ; ବଙ୍ଗାଳୀ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସନ୍ଦେହଜନକ ମୃତ୍ୟୁ | <urn:uuid:167ad91a-3942-4048-a40b-f8f5823475ce> | CC-MAIN-2018-39 | https://enewsodia.com/nomination-invited-for-nari-shakti-puraskar/?amp_markup=1 | 2018-09-19T20:07:35Z | s3://commoncrawl/crawl-data/CC-MAIN-2018-39/segments/1537267156305.13/warc/CC-MAIN-20180919200547-20180919220547-00066.warc.gz | ory | 1.000006 | Orya | 13 | {"ory_Orya_score": 1.0000059604644775} |
ବିଚ୍ ରାସ୍ତାରେ ବନ୍ଧୁକ ଦେଖାଇ ୨ଲକ୍ଷ ୨୪ ହଜାର ଲୁଟ୍
ବୟାଳିଶମୌଜା: କଟକ ସଦର ଥାନା ଅନ୍ତର୍ଗତ ୪୨ମୋଜା ଝିଙ୍କିରିଆ ଗ୍ରାମର ରାସ୍ତାରେ ଗତକାଲି ଦିନ ଦ୍ୱିପହରରେ ଲୁଟ୍ ହୋଇଛି। ବକ୍ସି ବଜାର ଓ ସୂତାହାଟରୁ କୁକୁଡ଼ା ପଇସା ସଂଗ୍ରହ କରି ୨ ଲକ୍ଷ ୨୪ହଜାର ଟଙ୍କା ନେଇ ଯାଉଥିବା ଦୁଇଜଣ କର୍ମଚାରୀଙ୍କୁ ୩ ଜଣ ଦୁର୍ବୃତ୍ତ ବଂଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପିଣ୍ଟୁ ମହାନ୍ତି ଏବଂ ଜୟ ଟ୍ୟାଙ୍କ ନାମକ ଦୁଇ ଯୁବକ ୪୨ମୋଜା ସିଟି ଫିଡ୍୍ସି କୁକୁଡ଼ା ଫାର୍ମକୁ ଟଙ୍କା ନେଇ ହିରୋ ହୋଣ୍ଡା ବାଇକ୍ରେ ଆସୁଥିବା ବେଳେ ୩ ଦୃର୍ବୁତ୍ତ ଏକ ପ୍ୟାସନ୍ ବାଇକ୍ରେ ସେମାନଙ୍କୁ ପିଛା କରି ଝିଙ୍କିରିଆ ଗ୍ରାମ ରାସ୍ତାରେ ଅଟକାଇଥିଲେ। ସେମାନଙ୍କୁ ମାଡ଼ ମାରିବା ସହିତ ବନ୍ଧୁକ ଦେଖାଇ ଟଙ୍କା ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଜୟ ଟ୍ୟାଙ୍କ ଟଙ୍କା ବ୍ୟାଗ ନଦେବାରୁ ୩ ଦୃର୍ବୁତ୍ତଙ୍କ ମଧ୍ୟରୁ ଜଣେ ଏକ ଛୁରାରେ ଜୟ ଟ୍ୟାଙ୍କଙ୍କ ମୁହଁକୁ ଏକ ଚୋଟ ପକାଇ ଥିଲେ। ଏଥିରେ ଜୟ ଟ୍ୟାଙ୍କ ଗୁରୁତର ଆହତ ହୋଇ ବ୍ୟାଗ ଛାଡ଼ି ଦେଇଥିଲେ। ୩ ଦୃର୍ବୁତ୍ତ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉକ୍ତ କର୍ମଚାରୀଙ୍କୁ କଟକ ବଡ଼ ମେଡ଼ିକାଲ୍କୁ ଚିକିତ୍ସା ପାଇଁ ପଠାଇଥିଲେ। ଏହି ଘଟଣାକୁ ନେଇ ୪୨ମୋଜା ସିଟି ଫିଡ୍ସ କୁକୁଡ଼ା ଫାର୍ମର ମାଲିକ କିଶୋରଚନ୍ଦ୍ର ରାଉତ ଫାଣ୍ଡିରେ ଏ ସଂକ୍ରାନ୍ତରେ ଏକ ଅଭିଯୋଗ କରିଛନ୍ତି। | <urn:uuid:b3fafda4-e69e-4245-89b1-73638a9939b8> | CC-MAIN-2018-39 | http://sambad.in/crime/2-lakh-24-thousand-loot-144739/ | 2018-09-21T00:18:03Z | s3://commoncrawl/crawl-data/CC-MAIN-2018-39/segments/1537267156690.32/warc/CC-MAIN-20180920234305-20180921014705-00226.warc.gz | ory | 0.999977 | Orya | 4 | {"ory_Orya_score": 0.9999773502349854} |
ଚେନ୍ନାଇ: ମଧ୍ୟରାତ୍ରୀ ପରେ ତାମିଲନାଡୁ ଶୋକାଭିଭୂତ ହୋଇପଡ଼ିଥିବା ବେଳେ ଏମ୍ କେ ଷ୍ଟାଲିନ୍ ପୋଷ୍ଟ୍ କରିଥିଲେ ତାମିଲ୍ ଭାଷାରେ ବାପାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଗୋଟାଏ ଚିଠିର ଫଟୋ। ସେଥିରେ ସେ ତାଙ୍କର ଆଶିଷ ଲୋଡ଼ିବା ସହ ତାଙ୍କୁ 'ଆପ୍ପା' ବୋଲି ଡାକିବା ନିମନ୍ତେ ଦୀର୍ଘ ଦିନ ଧରି ରହି ଆସିଥିବା ଇଚ୍ଛାକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି।
ତାଙ୍କ ଚିଠିର ଓଡ଼ିଆ ଅନୁବାଦ:
ତୁମେ ଘରୁ ଗଲା ବେଳେ, କୁଆଡ଼େ ଯାଉଛ ବୋଲି ବରାବର ମତେ କହି ଯାଉଥିଲ; ଏବେ କିଛି ନ କହି ମତେ ଛାଡ଼ି ଚାଲିଗଲ। 'ତାଲାଇବା' ତୁମେ ଥିଲ ମୋ ମନ, ଶରୀର, ରକ୍ତ, ମୋ ଭାବନା ଓ ମୋ ହୃଦୟର ଅବିଚ୍ଛେଦ୍ୟ ଅଂଶ; ତୁମେ ଆମକୁ ତୃଷାର୍ତ୍ତ କରି ଚାଲିଗଲ… ତୁମେ କୁଆଡ଼େ ଯାଇଛ?
ତେତିଶ ବର୍ଷ ତଳେ ତୁମେ ଲେଖିଥିଲ ତୁମ ସାମଧି-ଲେଖ: ''ଅବିଶ୍ରାନ୍ତ ଖଟିଥିବା ଲୋକଟି ଏଇଠି ଚିର ବିଶ୍ରାମ ନେଉଛି।''
ତାମିଲମାନଙ୍କ ପାଇଁ ଢେର୍ କରିଛ ବୋଲି ସନ୍ତୋଷ ନେଇ ତୁମେ ବିଦାୟ ନେଇଛ କି? ୯୫ ବର୍ଷ ବୟସରେ ବି ତୁମେ ଥକ୍କି ନ ଯାଇ ଜନଜୀବନ ସହ ସମ୍ପୃକ୍ତ ଥିଲ। ଆଦର୍ଶ ସ୍ଥାପନ କରି ତୁମେ ସେଠାରେ ଲୁଚିଗଲ କି? ତୁମ କୃତିତ୍ୱ କିଏ ଭଲ ଭାବେ ଦେଖି ପାରୁଛି ସେ କଥା ଲକ୍ଷ୍ୟ କରିବାକୁ।
ଜୁନ୍ ୩ ତାରିଖ ଦିନ ତୁମ ୯୫ତମ ଜୟନ୍ତୀରେ ତିରୁବାରୁର ବାଲୁକାରେ କହିବା ବେଳେ ତୁମ ସାମର୍ଥ୍ୟ ଅର୍ଦ୍ଧେକ ଉପହାର ମାଗିଥିଲି। ତା ସହିତ, ଏବେ ମୁଁ ଅନ୍ନା ଦେଇଥିବା ତୁମକୁ ଉପହାର ଦେଇଥିବା ହୃଦୟଟିକୁ ମଧ୍ୟ ମାଗୁଛି। ମୋ ନେତା , ସେଇଟା ମତେ ଦେବ କି?
ସେଇ ଉପହାର ବଳରେ ଆମେ ତୁମ ସ୍ୱପ୍ନ ଓ ଆଦର୍ଶ ସାକାର କରିବୁ। ଶୁଣ, କୋଟି ଜନତାଙ୍କ ହୃଦ୍ସ୍ପନ୍ଦନରୁ ଜାତ ଗୋଟିଏ ଇଚ୍ଛା: ତହା ଆମକୁ ତାମିଲ ଉଚ୍ଛ୍ୱାସ ସହ ଶତ ବର୍ଷ ଉତ୍ସାହ ଦେବ। ମୋ ଜୀବନ ସାରା ମୁଁ ତୁମକୁ 'ଆପ୍ପା' (ବାପା) ପରିବର୍ତ୍ତେ 'ତଲାଇବାର' (ନେତା) ବୋଲି ସମ୍ବୋଧନ କରିଛି। ମୋ ନେତା, ଥରେ ମାତ୍ର ତୁମକୁ 'ଆପ୍ପା' ବୋଲି ଡାକି ପାରିବି? | <urn:uuid:dedb12b1-83dc-4232-9ecd-2d5f2393976d> | CC-MAIN-2018-39 | http://sambad.in/india-and-beyond/m-k-stalin-to-father-m-karunanidhi-whereve-you-gone-without-telling-me-191411/ | 2018-09-21T00:50:43Z | s3://commoncrawl/crawl-data/CC-MAIN-2018-39/segments/1537267156690.32/warc/CC-MAIN-20180920234305-20180921014705-00226.warc.gz | ory | 0.999935 | Orya | 5 | {"ory_Orya_score": 0.9999349117279053} |
ବଲିଉଡ୍ ନାୟିକା ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର ; ଇନଷ୍ଟାଗ୍ରାମ ଜରିଆରେ ଜଣାଇଲେ ଏହି ଦୁଃଖଦ ଖବର
ନ୍ୟୁୟର୍କରେ ଚିକିତ୍ସାଧୀନ ଅଛନ୍ତି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ ହୋଇଛି କ୍ୟାନସର ରୋଗ। ଏ କଥା ନିଜେ ସୋନାଲୀ ବେନ୍ଦ୍ରେ ଆଜି ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ତାଙ୍କ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି। ଏପରି ଏକ ଖବର ପ୍ରଚାରିତ ହେବା ପରେ ସୋନାଲି ବେନ୍ଦ୍ରେଙ୍କ ଫ୍ୟାନମାନଙ୍କ ସହିତ ସମଗ୍ର ବଲିଉଡ୍ ସ୍ତବ୍ଧ ହେଇ ଯାଇଛି। ସମସ୍ତଙ୍କ ମଧ୍ୟରେ ବେଶ୍ ନୈରାଶ୍ୟ ଖେଳି ଯାଇଛିି।
ବହୁ ହିନ୍ଦୀ ଚଳଚିତ୍ରର ସଫଳ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଆଜି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଦୁଃଖଦ ଖବର ଦେଇଛନ୍ତି। ସୋନାଲୀ ଲେଖିଛନ୍ତି ଯେ ତାଙ୍କୁ କର୍କଟ ରୋଗ ହୋଇଥିବା ରକ୍ତ ପରୀକ୍ଷାରୁ ଜଣାଯାଇଛି। ସେ ଏବେ ଆମେରିକାର ନ୍ୟୁୟର୍କରେ ଏହି ରୋଗ ପାଇଁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି। ଶରୀରରେ କ୍ୟାନସର ରୋଗ ଥିବା ସତ୍ତ୍ୱେ ସୋନାଲୀ ବେଶ ଦୃଢ଼ତା ଦେଖାଇଛନ୍ତି। ଅତୁଳନୀୟ .ଧୈର୍ଯ୍ୟ ଓ ସାହସ ଦେଖାଇ ସୋନାଲି କହିଛନ୍ତି ଯେ ସେ ଏବେ ଅନ୍ୟ ଏକ ପ୍ରକାର ଯୁଦ୍ଧ ଲଢ଼ୁଛନ୍ତି। ଏଥିରେ ତାଙ୍କ ପରିବାର ଓ ଶୁଭେଛୁମାନେ ତାଙ୍କ ପଛରେ ଅଛନ୍ତି ବୋଲି ସୋନାଲୀ ଲେଖିଛନ୍ତି। | <urn:uuid:85581276-e6f1-4edd-a649-4a14a65b5715> | CC-MAIN-2018-39 | http://sambad.in/india-and-beyond/sonali-bendre-diagonosed-cancer-170889/ | 2018-09-21T00:22:06Z | s3://commoncrawl/crawl-data/CC-MAIN-2018-39/segments/1537267156690.32/warc/CC-MAIN-20180920234305-20180921014705-00226.warc.gz | ory | 0.999994 | Orya | 6 | {"ory_Orya_score": 0.999994158744812} |
ହାଇଦ୍ରାବାଦ: ଜନୈକା ମହିଳା ଆଇନଜୀବୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ତେଲେଙ୍ଗାନା ସୂର୍ଯ୍ୟାପେଟ ଜିଲ୍ଲାର ଜୁନିୟର ସିଭିଲ୍ ଜଜ୍ ପୁଲିସ୍ ହାତରେ ଗିରଫ ହେବା ଘଟଣାକୁ କେନ୍ଦ୍ରକରି ସଂପ୍ରତି ଦେଶ ବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସୂର୍ଯ୍ୟପେଟା ଜିଲ୍ଲା ଜୁନିୟର ସିଭିଲ ଜଜ୍ ସତ୍ୟନାରାୟଣାଙ୍କ କୋର୍ଟରେ ଓକିଲାତି କରୁଥିବା ଜନୈକା ମହିଳା ଆଇନଜୀବୀଙ୍କୁ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଜ୍ ସତ୍ୟନାରାୟଣା ତାଙ୍କୁ ଦୀର୍ଘ ଦିନ ଧରି ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରି ଚାଲିଥିଲେ। ତେବେ, ଜଜ୍ ସତ୍ୟନାରାୟଣାଙ୍କ ଯୌନ ନିର୍ଯାତନା କ୍ରମେ ଅସହ୍ୟ ହେବାରୁ ମହିଳା ଆଇନଜୀବୀ ଜଣକ ଶେଷରେ ଅନୋନ୍ୟପାୟ ହୋଇ ଜଜ୍ ସତ୍ୟନାରାୟଣାଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ମହିଳା ଆଇନ୍ଜୀବୀଙ୍କ ଅଭିଯୋଗ ଉପରେ ଦୁଷ୍କର୍ମ, ଠକେଇ, ମିଥ୍ୟା ପ୍ରତିଶ୍ରୁତି ଓ ନିର୍ଯାତନା ଆଦି ଦଫା ଲଗାଇ ଜୁନିୟର ସିଭିଲ୍ ଜଜ୍ ସତ୍ୟନାରାୟଣାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ।
ତଦନ୍ତ କାଳରେ ମହିଳା ଆଇନ୍ଜୀବୀ ଜୁନିୟର ସିଭିଲ ଜଜ୍ ସତ୍ୟନାରାୟଣାଙ୍କ ବିରୋଧରେ ଆଗତ କରିଥିବା ଅଭିଯୋଗରେ ଆପାତଃ ପ୍ରମାଣଯୋଗ୍ୟ ସତ୍ୟତା ରହିଥିବା ଜାଣିବାକୁ ପାଇଥିଲେ ତଦନ୍ତକାରୀ ପୁଲିସ୍। ଏହାପରେ ପୁଲିସ୍ ମହିଳା ଆଇନ୍ଜୀବୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ଅଭିଯୁକ୍ତ ଜୁନିୟର ସିଭିଲ ଜଜ୍ ସତ୍ୟନାରାୟଣାଙ୍କୁ ଗିରଫ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତେବେ, ଅଭିଯୁକ୍ତ ଜଣେ ବିଚାରପତି ହୋଇଥିବା କାରଣରୁ ତାଙ୍କୁ ସିଧାସଳଖ ହାଇଦ୍ରାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯିବ ବୋଲି ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ଏବେବି ମହିଳା ଆଇନ୍ଜୀବୀଙ୍କ ପକ୍ଷରୁ ଆଗତ ଅଭିଯୋଗ ଉପରେ ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି। | <urn:uuid:29c9cb5a-f4a1-443f-b65c-ae153a061678> | CC-MAIN-2018-39 | http://sambad.in/india-and-beyond/telangana-judge-accused-of-raping-woman-advocate-arrested-195587/ | 2018-09-21T00:28:30Z | s3://commoncrawl/crawl-data/CC-MAIN-2018-39/segments/1537267156690.32/warc/CC-MAIN-20180920234305-20180921014705-00226.warc.gz | ory | 0.99991 | Orya | 2 | {"ory_Orya_score": 0.9999101161956787} |
ପାଟ୍ନା: ବିହାର ଭୋଜପୁର ଜିଲ୍ଲା ସ୍ଥିତ ବିହିୟାରେ ଜଣେ ବାଳକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଜଣେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଯାଇଛି। ନିକଟସ୍ଥ ଦୋକାନ ଗୁଡ଼ିକରେ ବିଶୃଙ୍ଖଳିତ ଜନତା ନିଅାଁ ଲଗାଇ ଦେଇଛନ୍ତି ଏବଂ ଟ୍ରେନ୍ ଗୁଡ଼ିକୁ ଢେଲା ପଥର ଫିଙ୍ଗିଛନ୍ତି। ବିହିୟା ରେଳ ଧାରଣା ନିକଟସ୍ଥ ରେଡ୍ ଲାଇଟ୍ ଅଞ୍ଚଳରେ ୧୬ ବର୍ଷର ବାଳକ ବିମଲେଶ କୁମାର ଓରଫ୍ ଛୋଟୁୁର ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଲୋକେ ଏଭଳି କାଣ୍ଡ ଘଟାଇଛନ୍ତି। ଷ୍ଟେସନ୍୍ ନିକଟ ରେଡ୍ ଲାଇଟ୍ ଅଂଚଳରେ ଏହି ଘଟଣା ଘଟିଛି। | <urn:uuid:a874a3b9-bf1b-4838-917f-5b0a86e48866> | CC-MAIN-2018-39 | http://sambad.in/india-and-beyond/woman-walked-on-the-road-in-nude-condition-198596/ | 2018-09-21T00:28:55Z | s3://commoncrawl/crawl-data/CC-MAIN-2018-39/segments/1537267156690.32/warc/CC-MAIN-20180920234305-20180921014705-00226.warc.gz | ory | 0.999957 | Orya | 4 | {"ory_Orya_score": 0.9999567270278931} |
ହୀରାଖଣ୍ଡ ଏକ୍ସପ୍ରେସ୍ ଦୁର୍ଘଟଣା
ଭୁବନେଶ୍ୱର, ୨୨ ।୧ (ବୁ୍ୟରୋ): ଜୁନାଗଡ-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସ୍ପ୍ରେସ୍ ଲାଇନ୍ଚୁ୍ୟତ ଘଟଣାରେ ମୃତକଙ୍କ ସଂଖ୍ୟା ୪୧ ଛୁଇଁଛି । ପ୍ରାୟ ୬୦ ଜଣ ଆହତଙ୍କୁ ବିଶାଖାପାଟଣା, ପାର୍ବତୀପୁରମ୍ ଓ ରାୟଗଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ମୃତୁ୍ୟ ସଂଖ୍ୟା ବଢ଼ିବା ଆଶଙ୍କା ଦେଖାଦେଇଛି । ଉଦ୍ଧାର କାର୍ଯ୍ୟ ଏକ ପ୍ରକାର ଶେଷ ହୋଇଛି । ଅନ୍ୟ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ରେ ଭୁବନେଶ୍ୱର ଅଣାଯାଉଛି । ମୃତାହତଙ୍କ ମଧ୍ୟରେ ଓଡିଶା ଓ ଆନ୍ଧ୍ରର ଅଧିକାଂଶ ଯାତ୍ରୀ ଥିବା ବେଳେ ବିହାରର ମଧ୍ୟ କେତେକ ଅନ୍ତର୍ଭୁକ୍ତ । ଦୁର୍ଘଟଣା ଖବରପାଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ସୁରେଶ ପ୍ରଭୁ, ରାଜ୍ୟପାଳ ଏସ୍ସି ଜମିର୍ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସୁରେଶ ପ୍ରଭୁ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆହତଙ୍କୁ ହସ୍ପିଟାଲରେ ସାକ୍ଷାତ କରି ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ଦୁର୍ଘଟଣା ପାଇଁ ଯିଏ ଦୋଷୀ ତା' ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଭୁ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେରଦା ଓ ଡିଜିପି କେବି ସିଂହ ଦୁର୍ଘଟଣାସ୍ଥଳରେ ସରଜମିନ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଆହତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି ।
ରେଳବାଇ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଲେଖାଏ ସହାୟତା ଦେବାକୁ ଘୋଷଣା କରାଯାଇଛି । ସେହିପରି ଓଡିଶା ସରକାର ମୃତ ଓଡିଆ ଯାତ୍ରୀଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଓ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିଜ ରାଜ୍ୟର ମୃତ ଯାତ୍ରୀଙ୍କ ମୃତ ଯାତ୍ରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଛତିଶଗଡ ସରକାର ଚିକିତ୍ସା ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ସୂଚନା ମିଳିଛି ।
ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ ନମ୍ବର-୧୮୪୩୮ ଟ୍ରେନ୍ ଶନିବାର ବାହାରିଥିଲା । ରାୟଗଡା ଷ୍ଟେସନ୍ରେ ଜୁନାଗଡ ଲିଙ୍କ୍- ୧୮୪୪୮ ସେଥିରେ ଯୋଡି ହୋଇଥିଲା । ରାୟଗଡାରୁ ୨୪ କିଲୋମିଟର ତଥା କୁନେରୁ ଷ୍ଟେସନ୍ ନିକଟରେ ରାତି ୧୧ଟା ୧୫ ମିନିଟ୍ରେ ଟ୍ରେନ୍ ଲାଇନ୍ଚୁ୍ୟତ ହେବାରୁ ୯ଟି ବଗି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ସେଥିମଧ୍ୟରେ ଇଞ୍ଜିନ୍ ସମେତ ଲଗେଜ୍ ବଗି-୧, ସେକେଣ୍ଡ କ୍ଲାସ୍ ଏସି ବଗି-୧, ସ୍ଲିପର-୧, ଥ୍ରାଡ୍ ଏସି-୧ ଓ ଜେନେରାଲ ବଗି ଅନ୍ତର୍ଭୁକ୍ତ । ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଅସ୍ପଷ୍ଟ ରହିଥିଲେ ବି ସିଗନାଲ ଫେଲ୍ ଓ ଲାଇନ୍ରେ ତ୍ରୁଟି ଯୋଗୁଁ ହୀରାଖଣ୍ଡ ଏକ୍ସପ୍ରେସ୍ ଲାଇନ୍ଚୁ୍ୟତ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି । ବିଳମ୍ବିତ ରାତି ଓ କୁହୁଡ଼ି ଯୋଗୁଁ ସିଗ୍ନାଲ୍ ସ୍ପଷ୍ଟ ରୂପେ ଦେଖାଯାଇନଥିବା ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅର୍ନ୍ତଘାତୀ କାର୍ଯ୍ୟକଳାପକୁ ମଧ୍ୟ ଏଡାଇଦିଆଯାଇନପାରେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବଗି ଉପରେ ବଗି ଚଢ଼ିଯାଇଥିଲା । କେତେକ ଯାତ୍ରୀ ବଗି ତଳେ ରହିଯାଇଥିଲେ । ଯାତ୍ରୀମାନେ ଶୋଇଥିବାରୁ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଛି । ବର୍ତ୍ତିଯାଇଥିବା ଯାତ୍ରୀ ହଠାତ୍ ପ୍ରଚଣ୍ଡ ଶବ୍ଧ ଶୁଣି ଛାନିଆ ହୋଇଯାଇଥିଲେ । ଆନ୍ଧ୍ର ଏବଂ ଓଡ଼ିଶାର ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ ମଧ୍ୟ ଘନଅନ୍ଧାର ଉଦ୍ଧାର କାର୍ଯ୍ୟରେ ଅନ୍ତରାୟ ସାଜିଥିଲା । ଖବରପାଇ ଯାତ୍ରୀଙ୍କ ସମ୍ପର୍କୀୟ ଓ ନିକଟ ଲୋକଙ୍କ ଧାଡି ଛୁଟିଥିଲା । ଆହତ ଯାତ୍ରୀଙ୍କ କରୁଣ ଚିକ୍ରାର ହୃଦୟ ବିଦାରକ ଥିଲା । ରାତି ପାହିବା ପରେ ପଦାଧିକାରୀ ସେଠାରେ ପହଞ୍ଚିଥିଲେ । ଆନ୍ଧ୍ର ଓ ଓଡ଼ିଶାର ବହୁ ପ୍ରଶାସନିକ ଅଧିକାରୀ, ପୂର୍ବତଟ ରେଳବାଇ ମୁଖ୍ୟ ପ୍ରବନ୍ଧକ ଉମେଶ ସିଂହ ଓ ଆଞ୍ଚଳିକ ପ୍ରବନ୍ଧକ ଚନ୍ଦ୍ରରେଖା ମୁଖାର୍ଜୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ।
ହୀରାଖଣ୍ଡ ଟ୍ରେନ୍ ଦୁର୍ଘଟଣାରେ ପାତ୍ରପୁରର ୨ ମୃତୁ୍ୟ
ବ୍ରହ୍ମପୁର (ବୁ୍ୟରୋ) : ଶନିବାର ମଧ୍ୟରାତ୍ରରେ ଆନ୍ଧ୍ରାର କୁନେରୁ ଠାରେ ହିରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବରଙ୍ଗ ଗାଁର ଦୁଇଜଣ ମହିଳା ପ୍ରାଣ ହରାଇଛନ୍ତି । ସେମାନେ ହେଲେ ବୋଶଟି କମଳା (୫୬), ସେଲମ୍ ରେଣୁକା (୪୦) । ଏଥିରେ ଆହତ ହୋଇଥିବା ଅନ୍ୟଜଣେ ବ୍ୟକ୍ତି ସେହି ଗାଁର ସେଲମ୍ କୁରାମ୍ମା । ବରଙ୍ଗ ଗ୍ରାମର ଦୁଇଟି ପରିବାରର ୮ଜଣ ଗତ ୪ଦିନ ତଳେ ରାୟଗଡ଼ା ଠାରେ ଥିବା ଜଣେ ବନ୍ଧୁ ଘରକୁ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟରେ ଯୋଗ ଦେବାକୁ ଯାଇ ଶନିବାର ରାତ୍ରରେ ରାୟଗଡ଼ା ଠାରୁ ହିରାଖଣ୍ଡ ଟ୍ରେନ୍ ଯୋଗେ ଫେରୁଥିଲେ । ଗୋଟିଏ ବଗିରେ ଦୁଇପରିବାରର ସମସ୍ତ ସଦସ୍ୟ ଥିବା ବେଳେ ଦୁର୍ଘଟଣା ସ୍ଥଳରେ ଦୁଇପରିବାରର ଦୁଇଜଣ ମହିଳା ମୃତୁ୍ୟବରଣ କରିଛନ୍ତି । ଏହା ସହ ଜଣେ ମହିଳାଙ୍କ ହାତ ଭାଙ୍ଗିଥିବା ସହ ଗୋଡ଼କୁ ଆଘାତ ଲାଗିଛି ।
ବଡ଼ ଟ୍ରେନ୍ ଦୁର୍ଘଟଣା
୨୦୧୬ ସେପ୍ଟେମ୍ବର ୩୦: କଟକର କାଠଯୋଡ଼ି ଷ୍ଟେସନ ନିକଟରେ ଭୁବନେଶ୍ୱର-ଭଦ୍ରକ ପାସେଞ୍ଜର ଏକ ମାଲଗାଡ଼ି ସଙ୍ଗେ ଧକା ହେବାରୁ ଦୁଇ ମୃତ ଓ ୩୫ ଆହତ
୨୦୧୬, ନଭେମ୍ବର ୨୦: କାନପୁରଠାରୁୂ ୬୦କିମି ଦୂର ପୁଖ୍ରାୟନଠାରେ ଇନେ୍ଦାର- ରାଜେନ୍ଦ୍ରନଗର ଏକ୍ସପ୍ରେସ୍ ଦୁର୍ଘଟଣା, ୧୫୦ ମୃତ ଓ ୨୬୦ ଆହତ
୨୦୧୫, ସେପ୍ଟେମ୍ବର ୧୨: କର୍ଣ୍ଣାଟକର ମାର୍ତୁର୍ ଷ୍ଟେସନ ନିକଟରେ ଦୂରନ୍ତ ଏକ୍ସପ୍ରେସ୍ ଲାଇନଚୁ୍ୟତ, ୨ମୃତ
୨୦୧୫, ଅଗଷ୍ଟ ୪: ମଧ୍ୟପ୍ରଦେଶର ହର୍ଦାରେ କାମାୟନୀ ଏକ୍ସପ୍ରେସ୍ ଓ ଜନତା ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ୩୦ମୃତ
୨୦୧୫, ମାର୍ଚ୍ଚ ୨୦: ଜନତା ଏକ୍ସପ୍ରେସ୍ ୟୁପିର ରାଏବରେଲିରେ ଦୁର୍ଘଟଣାଗ୍ରସ୍ତ, ୫୮ ମୃତ
୨୦୧୫, ମେ ୨୫: ୟୁପିର କୌସାମ୍ବୀରେ ମୁରି ଏକ୍ସପ୍ରେସ୍ ଲାଇନ୍ଚୁ୍ୟତ, ୪ମୃତ
୨୦୧୪, ମେ୨୬: ୟୁପିର ଖଲିଲାବାଦ ଷ୍ଟେସନରେ ଗୋର୍ଖାଧାମ୍ ଏକ୍ସପ୍ରେସ୍ ମାଲବାହୀ ଟ୍ରେନ୍ ଉପରେ ମାଡ଼ିଯିବାରୁ ୨୫ ଯାତ୍ରୀଙ୍କ ମୃତୁ୍ୟ
ମୃତୁ୍ୟ ସଂଖ୍ୟା ୪୧
Jan 22, 2017, 19:05 pm33
ହୀରାଖଣ୍ଡ ଏକ୍ସପ୍ରେସ୍ ଦୁର୍ଘଟଣା | <urn:uuid:618cbaea-b711-4c5f-bddc-93df27621cf4> | CC-MAIN-2018-39 | http://sarbasadharana.com/?p=31890 | 2018-09-21T00:41:05Z | s3://commoncrawl/crawl-data/CC-MAIN-2018-39/segments/1537267156690.32/warc/CC-MAIN-20180920234305-20180921014705-00226.warc.gz | ory | 1.000005 | Orya | 4 | {"ory_Orya_score": 1.0000048875808716} |
ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ତାଲବ ଗାଁ ନିକଟରେ ଶାସନ କେନାଳରେ ୨୦ଫୁଟର ଘାଇ । ଏଥି ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ, ୭ଶହ ହେକ୍ଟର ଜମିରେ ପାଣି ମାଡିଯାଇଛି। ଫଳରେ ଚାଷୀଙ୍କ ତଳି,ବିହନ ସବୁ ନଷ୍ଟ ହୋଇଯାଇଛି। ଜଳସେଚନ ବିଭାଗର ଅବହେଳା, ଶାସନ କେନାଳ ମରାମତିରେ ବ୍ୟାପକ ଦୁର୍ନୀତି ଓ ନିମ୍ନ ମାନର କାମ ଯୋଗୁ ଏପରି ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ରବି ଚାଷ ପାଇଁ ଚାଷୀ,ତଳି ଓ ରୁଆ କାମ କରୁଥିବାରୁ ଜମି ଜଳମଗ୍ନ ହେବାରୁ ଚାଷୀଙ୍କ ବ୍ୟାପକ କ୍ଷତି ଘଟିଛି । ପୂର୍ବରୁ ଏହି କେନାଲ ମରାମତି ସମୟରେ ନିମ୍ନମାନର କାମକୁ ନେଇ ଚାଷୀମାନେ ବିଭାଗ ନିକଟରେ ଆପତ୍ତି ଉଠାଇଥିଲେ । ହେଲେ କେହି ଶୁଣିନଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଘାଇ ସୃଷ୍ଟି ହେବାର କିଛି ସମୟରେ ପରେ, ସମ୍ବଲପୁର ସଦର ତହସିଲ୍ଦାର ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ବୁଲି ଦେଖିଛନ୍ତି । ହୀରାକୁଦ ଜଳଭଣ୍ଡାରର କେନାଳ ପାଣି ଯୋଗାଣ ଗେଟ୍କୁ ବନ୍ଦ କରିବା ସହ, ଘାଇ ମରାମତି କାମ ଆରମ୍ଭ କରାଯାଇଥିବା କହିଛନ୍ତି । କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ କ୍ଷତି ପୁରଣ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।
ଗତବର୍ଷା ଋତୁ ପରେ, ଶାସନକେନାଳର ମରାମତି ପାଇଁ ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ହେଲେ ମାତ୍ର ୪ମାସ ମଧ୍ୟରେ କେନାଲରେ ଘାଇ ସୃଷ୍ଟି ହୋଇଥିବାରୁ ତାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । | <urn:uuid:bf430de7-c640-4f12-91df-def6e43d6a5c> | CC-MAIN-2018-39 | https://www.onakhabar.com/%E0%AC%B0%E0%AD%87%E0%AC%99%E0%AD%8D%E0%AC%97%E0%AC%BE%E0%AC%B2%E0%AC%BF-%E0%AC%A4%E0%AC%BE%E0%AC%B2%E0%AC%AC-%E0%AC%97%E0%AC%BE%E0%AC%81-%E0%AC%A8%E0%AC%BF%E0%AC%95%E0%AC%9F%E0%AC%B0%E0%AD%87/ | 2018-09-23T07:14:12Z | s3://commoncrawl/crawl-data/CC-MAIN-2018-39/segments/1537267159160.59/warc/CC-MAIN-20180923055928-20180923080328-00546.warc.gz | ory | 0.999977 | Orya | 9 | {"ory_Orya_score": 0.9999773502349854} |
ଚର୍ଚ୍ଚାରେ ମୁମ୍ବାଇର ମହିଳା କନେଷ୍ଟବଳ ରଜ୍ନୀ : ଭୀଷଣ ବର୍ଷାରେ ଆଣ୍ଠୁଏ ପାଣିରେ ଲୋକମାନଙ୍କୁ ରାସ୍ତା ଦେଖାଇଲେ
ମୁମ୍ବାଇ : ଏଇ କିଛି ଦିନ ହେବ ମୁମ୍ବାଇରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଲଗାଣ ବର୍ଷା ପାଇଁ ଲୋକମାନଙ୍କ ଜୀବନଯାତ୍ରାରେ ବାଧା ସୃଷ୍ଟି ହୋଇଥିବା ବେଳେ ରେଳ ଓଭରବ୍ରିଜ୍ ଭୁଷୁଡ଼ିବା ପରେ ସମସ୍ତଙ୍କୁ ବାହାରକୁ ବାହାରିବା ପାଇଁ ଭୟ ଲାଗିବା ଆରମ୍ଭ ହୋଇଛି । କିନ୍ତୁ ଏଭଳି ପରିସ୍ଥିତିରେ ଲାଗାଣ ବର୍ଷା ହୋଇ ରାସ୍ତାରେ ଆଣ୍ଠୁଏ ପାଣି ହୋଇଥିଲେ ମଧ୍ୟ ନିଜ ଡ଼ିୟୁଟି କରିବାକୁ ଭୁଲି ନାହାନ୍ତି ମୁମ୍ବାଇର ଏହି ମହିଳା କନେଷ୍ଟବଳ ।
ଲଗାଣ ବର୍ଷା ପାଇଁ ରାସ୍ତାରେ ପାଣି ଜମି ରହିଥିବାରୁ ଲୋକମାନଙ୍କ ଯିବା ଆସିବାରେ ଅସୁବିଧା ହେଉଥିବା ଦେଖି ମୁମ୍ବାଇର ମହିଳା କନେଷ୍ଟବଳ ରଜ୍ନୀ ଜାବ୍ରେ ରାସ୍ତା ଦେଖାଇବା ଆରମ୍ଭ କରିଥିଲେ । ହାତରେ ଛତା ଧରି ଲୋକମାନଙ୍କୁ କେଉଁପଟେ ଗଲେ ସୁବିଧାରେ ଯାଇ ପାରିବେ ସେ ନେଇ ନିର୍ଦ୍ଦେଶ ଦେଇଥିଲେ ରଜ୍ନୀ । ଅନ୍ୟ ପୁରୁଷ କନେଷ୍ଟବଳମାନେ ରାସ୍ତା କଡ଼ରେ ଠିଆ ହୋଇ ନିର୍ଦ୍ଦେଶ ଦେଉଥିବା ବେଳେ ରଜ୍ନୀ ଆଣ୍ଠୁଏ ପାଣିରେ ପଶିି ବୃଦ୍ଧ ଲୋକମାନଙ୍କୁ ପାର କରାଇବାରେ ସାହାଯ୍ୟ କରିଥିଲେ । ରଜ୍ନୀଙ୍କୁ ଏ ନେଇ ପଚରାଯିବା ପରେ ସେ କହିଥିଲେ, 'ଏହା ମୋର କର୍ତ୍ତବ୍ୟ । ମୁଁ କିଛି ଅଧିକ କରୁ ନାହିଁ ବରଂ ମୁଁ ଖୁସି କି ଏଭଳି ମାଧ୍ୟମରେ ମୁଁ କିଛି ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇଛି ।' ରଜ୍ନୀଙ୍କ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମସ୍ତେ ତାଙ୍କ କାମକୁ ପ୍ରଶଂସା କରିଛନ୍ତି । | <urn:uuid:cfe97a6b-207c-4bcc-878d-a9c40287600d> | CC-MAIN-2018-39 | http://sambad.in/special/mumbais-woman-constable-braves-knee-deep-rain-water-to-help-people-174107/ | 2018-09-24T11:52:07Z | s3://commoncrawl/crawl-data/CC-MAIN-2018-39/segments/1537267160400.74/warc/CC-MAIN-20180924110050-20180924130450-00146.warc.gz | ory | 0.999998 | Orya | 7 | {"ory_Orya_score": 0.9999982118606567} |
ଗଞ୍ଜାମ ଜିଲ୍ଲାରେ ବୁଧବାର ଏକ ପୁରୁଣା ମନ୍ଦିର ଭୁଶୁଡ଼ିଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଭଂଗା ମନ୍ଦିର ଭିତରେ ଆହୁରି କିଛି ଲୋକ ଫଶିରହିଥିବା ଆଶଙ୍କା କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହସପୁର ପଞ୍ଚାୟତ ତିତିଖଣ୍ଡି ଗ୍ରାମରେ ଥିବା ଶହେରୁ ଅଧିକ ବର୍ଷର ପୁରୁଣା ରାଧାକୃଷ୍ଣ ଏକ ୪୦ ଫୁଟର ମନ୍ଦିରଟି ସନ୍ଧ୍ୟା ୭ଟା ୪୫ରେ ହଠାତ ଭୁଶୁଡ଼ି ପଡ଼ିଛି । ସନ୍ଧ୍ୟା ଆଳତି ସାରି ପୂଜକ ଚୈତନ୍ୟ ପାଣିଗ୍ରାହୀ ଓ ଅନାମ ମହାପାତ୍ର ଠାକୁରଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ଏହି ମର୍ମନ୍ତୁଦ ଘଟଣା ଘଟିଛି । ଗାଁ ମଝିରେ ଥିବା ୪୦ ଫୁଟର ବିଶାଳ ମନ୍ଦିର ଭୁଶୁଡ଼ିବା ବେଳେ ବଡ଼ ଶବ୍ଦ ହୋଇଥିଲା । ଲୋକମାନେ ଚମକି ପଡ଼ି ଘର ଭିତରୁ ବାହାରି ପଡ଼ିଥିଲେ । ସେତେବେଳକୁ ଗାଁର ପରଂପରା ସହିତ ଜଡ଼ିତ ଥିବା ମନ୍ଦିର ତଳେ ପଡ଼ି ଚୂରମାର ହୋଇ ସାରିଥିଲା ।
ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ଉଦ୍ଧାର ଜାରି ରହିଛି । ଘଟଣାସ୍ଥଳରେ ବ୍ଲକ ପ୍ରଶାସନ ଓ ପାଟପୁର ପୋଲିସ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଗୁରୁତ୍ତରଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
ଗ୍ରାମବାସୀଙ୍କ କହିବା ଅନୁସାରେ ବହୁ ଦିନରୁ ଅବହେଳିତ ଅବସ୍ଥାରେ ଥିବା ଏହି ମନ୍ଦିରଟି ବିପଦସଂକୁଳ ଅବସ୍ଥାରେ ଥିଲା । ମନ୍ଦିରରୁ ବୁଧବାର ଚୂନମାଟି ମାଟି ଧସି ପଡ଼ିଥିଲା । ୨ଜଣ ଟ୍ରଷ୍ଟି ମନ୍ଦିରର ପରିଚାଳନା କରୁଥିଲେ । | <urn:uuid:c0bd6b4f-cf2b-4d24-b00c-a397c653b606> | CC-MAIN-2018-39 | https://enewsodia.com/radhakrishna-temple-collapsed-in-ganjam-district/ | 2018-09-24T11:03:52Z | s3://commoncrawl/crawl-data/CC-MAIN-2018-39/segments/1537267160400.74/warc/CC-MAIN-20180924110050-20180924130450-00146.warc.gz | ory | 0.999976 | Orya | 14 | {"ory_Orya_score": 0.9999762773513794} |
କଳିଙ୍ଗନଗରରେ ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
ଯାଜପୁର: ୨୦୦୯ ମସିହାରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଗମ୍ଭାରିପାଟିଆ ଗାଁରେ ହୋଇଥିବା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଆଜି ଆଜୀବନ କାରାଦଣ୍ଡ ଦିଆଯାଇଛି । ସଂଘଟିତ ହତ୍ୟାକାଣ୍ଡର ଶୁଣାଣି କରି ଯାଜପୁର ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗୁଣିଗାରେଡି ସନ୍ଦେହରେ ଗମ୍ଭାରିପାଟିଆ ଗାଁର ବାସନ୍ତି ବାରିକଙ୍କୁ ସେହି ଗାଁର ମୋଚିରାମ ହେମ୍ୱ୍ରମ ଓ ତାଙ୍କ ସାନଭାଇ ବାବୁଲି କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତକଙ୍କ ସ୍ୱାମୀ ଏ ନେଇ ଥାନାରେ ଅଭିଯୋଗ କଲା ପରେ ପୋଲିସ ମୋଚିରାମକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଅନ୍ୟତମ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଯାଜପୁର ଜିଲ୍ଲା ଦୌରାଜଜ୍ ଜୀବନ ବଲ୍ଲବ ଦାସ ମାମଲାର ବିଚାର କରି ଅଭିଯୁକ୍ତ ମୋଚିରାମକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ହଜାର ଟଙ୍କ। ଜରିମାନା କରିଛନ୍ତି । | <urn:uuid:d8a28ec2-c28b-42a2-b8ff-1838738a43d6> | CC-MAIN-2018-39 | https://odishareporter.in/odisha/kalinganagar-re-gunigaredi-sandeha-re-hatya-ghatana-abhijukta-ku-ajibana-karadandadesha-19475 | 2018-09-21T17:44:20Z | s3://commoncrawl/crawl-data/CC-MAIN-2018-39/segments/1537267157351.3/warc/CC-MAIN-20180921170920-20180921191320-00192.warc.gz | ory | 0.999771 | Orya | 6 | {"ory_Orya_score": 0.9997707009315491} |
ସାବିତ୍ରୀ ବ୍ରତ ହେଲା କାଳ: ଘରକୁ ଆସି ଫସିଗଲେ ଏଟିଏମ୍ ଲୁଟେରା
ବ୍ରହ୍ମପୁର(ଜଗନ୍ନାଥ ସାହୁ): ମଙ୍ଗଳବାର ସାବିତ୍ରୀ ଅମାବାସ୍ୟା ବେଶ ଧୂମଧାମରେ ପାଳନ କରିଛନ୍ତି ଦମ୍ପତି। ହେଲେ ଏହି ସାବିତ୍ରୀ ଅମାବାସ୍ୟା ଜଣେ ଏଟିଏମ୍ ଲୁଟେରା ପାଇଁ କାଳ ହୋଇଛି। ଏହି ଫେରାର ଲୁଟେରା ଜଣଙ୍କ ଘରକୁ ଆସି ପୋଲିସ ହାତରେ ଧରିପଡ଼ିଛି। ଅଭିଯୁକ୍ତ ଜଣଙ୍କ ହେଉଛି କନ୍ଧମାଳ ଟିକାବାଲି ଅଞ୍ଚଳର ପ୍ରଭାକର ପ୍ରଧାନ। ତା' ନିକଟରୁ ପୋଲିସ ୨ ଲକ୍ଷ ଟଙ୍କା, ୧୩ଟି ଏଟିଏମ୍ କାର୍ଡ ଓ ଗୋଟିଏ ବାଇକ୍ ଜବତ କରିଛି।
ପ୍ରଭାକର ବ୍ରହ୍ମପୁରରେ ଭଡ଼ାରେ ରହି ଆଖପାଖ ଅଞ୍ଚଳର ଏଟିଏମରୁ ଲୁଟ୍ କରୁଥିଲା। ଭଲଭାବେ ଏଟିଏମ୍ ବ୍ୟବହାର କରି ଜାଣୁ ନ ଥିବା ଲୋକଙ୍କଠାରୁ ଏଟିଏମ୍ କାର୍ଡ ଓ ପାସ୍ଓ୍ୱାର୍ଡ ନେଇ ଚାଲାକି କରି ସେ ଟଙ୍କା ଉଠାଇ ନେଉଥିଲା।
ଜଣେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ପ୍ରଭାକରର କାରସାଦି ବିଷୟରେ ଜାଣିପାରିଥିଲା। ହେଲେ ପୋଲିସକୁ ଚକମା ଦେଇ ସେ ଫେରାର ହୋଇଯାଇଥିଲା। ସାବିତ୍ରୀ ଅମାବାସ୍ୟା ପାଇଁ ଘରକୁ ଆସିଥିବା ବେଳେ ପୋଲିସ ହାତରେ ସେ ଧରାପଡ଼ିଥିଲା। ତା'ର ଜଣେ ସହଯୋଗୀ ଶଙ୍କର୍ଷଣ ସାହୁ ଏବେ ବି ଫେରାର ଅଛି। | <urn:uuid:b3cb46f2-d5dd-40fd-91b7-b5e50ca7104d> | CC-MAIN-2018-39 | https://odishareporter.in/odisha/police-arrested-atm-lootera-236764 | 2018-09-21T17:45:05Z | s3://commoncrawl/crawl-data/CC-MAIN-2018-39/segments/1537267157351.3/warc/CC-MAIN-20180921170920-20180921191320-00192.warc.gz | ory | 0.999973 | Orya | 7 | {"ory_Orya_score": 0.9999732971191406} |
ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାବରେ ଜଣାଶୁଣା ହ୍ୱାଟସଆପ କିଛି ଦିନ ପୂର୍ବରୁ ଏକ ଫିଚର ଲଂଚ କରିଥିଲା, ଯାହାଦ୍ୱାରା ଆପଣ ଭୁଲରେ ପଠାଇଥିବା ମେସେଜ ଡିଲିଟ୍ ହୋଇପାରିବ । ଏହାର ଅର୍ଥ ଅନ୍ୟମନସ୍କ ହୋଇ କିମ୍ବା ଭୁଲରେ ଯଦି ଅନ୍ୟ କାହାକୁ ମେସେଜ ପଠାଇ ଦେଇଛନ୍ତି, ତେବେ ଆଉ ଆପଣଙ୍କୁ ଲଜ୍ଜିତ ହେବାକୁ ପଡ଼ିବ ନାହିଁ । ପ୍ରକୃତକଥା ହେଲା ହ୍ୱାଟସଆପରେ ମେସଜ୍ ଡିଲିଟ୍ କରିବାର ଅପ୍ସନ ଦିଆଯାଇଛି, ଯେଉଁଠି ସେଣ୍ଡର ଓ ରିସିଭର ଉଭୟ ପଟୁ ମେସେଜ ଡିଲିଟ୍ ହୋଇ ପାରିବ । କିନ୍ତୁ ଏକ ଉପାୟ ଅଛି ଯାହାଦ୍ୱାରା ଡିଲିଟ୍ କରାଯାଇଥିବା ମେସେଜ ପଢ଼ାଯାଇପାରିବ । ଏହାକୁ ହ୍ୱାଟସସଆପ ଫିଚରର ଦୁର୍ବଳତା କୁହଯାଇପାରେ । ଲାଗୁଛି କମ୍ପାନୀ ଏହି ଫିଚର ଲଂଚ ସମୟରେ ଅଧିକ ଗୁରୁତ୍ୱ ଦେଇନାହିଁ ।
ସ୍ପେନରେ ଏକ ବ୍ଲଗ ଅନୁସାରେ ସପ୍ଟଓୟାର ଜରିଆରେ ଡିଲିଟ୍ କରାଯାଇଥିବା ହ୍ୱାଟସଆପ୍ ମେସେଜ ପରେ ମଧ୍ୟ ପଢ଼ାଯାଇ ପାରିବ । ଏକ ରିପୋର୍ଟରେ କୁହାଯାଇଛି, ହ୍ୱାଟସଆପରେ ସମସ୍ତ ମେସେଜ୍ ଆଣ୍ଡ୍ରଏଡ଼୍ ସିଷ୍ଟମର ନୋଟିଫିକେସନ ରେଜିଷ୍ଟରରେ ଷ୍ଟୋର ହୋଇଯାଏ । ଏଥପାଇଁ ଆପଣଙ୍କୁ କେବଳ ରେକର୍ଡ଼ ଦେଖିବା ପାଇଁ ପଡ଼ିବ ଏବଂ ଆପଣ ଡିଲିଟ୍ କରାଯାଇଥିବା ମେସେଜ୍ ପଢ଼ି ପାରିବେ ।
ଉଦାହଣ ସ୍ୱରୂପ ଆପଣ କାହାକୁ ହ୍ୱାଟସଆପରେ କିଛି ମେସଜ ପଠାଇଛନ୍ତି ଓ ଡିଲିଟ୍ କରିଦେଇଛନ୍ତି । କିନ୍ତୁ ଆପଣ ଯାହାକୁ ମେସେଜ ପଠାଇଛନ୍ତି, ଯଦି ତାଙ୍କ ପାଖରେ ଆଣ୍ଡ୍ରଏଡ଼୍ ସ୍ମାର୍ଟଫୋନ ଅଛି ତେବେ ନୋଟିଫିକେସନ ସେଟିଂ ଜରିଆରେ ଡିଲିଟ କରାଯାଇଥିବା ମେସେଜ ପଢ଼ିପାରିବେ । ଏହି ବ୍ଲଗରେ କୁହାଯାଇଛି ନୋଟିଫିକେସନ ହିଷ୍ଟ୍ରି ନାମକ ଏକ ଥାର୍ଡ଼ ପାର୍ଟି ଆପ ଅଛି, ଯାହାକୁ ଆପଣ ଗୁଗୁଲ ପ୍ଲେଷ୍ଟୋରରୁ ଡାଉନଲୋଡ଼୍ କରିପାରିବେ । ଏହି ଆପ୍ ଜରିଆରେ ନୋଟିଫିକେସନ ହିଷ୍ଟ୍ରି ସେଟିଂକୁ ଯାଇ ମେସେଜ୍ ପଢ଼ିହେବ ।
ଏହି ଆପ୍ ଇନଷ୍ଟୋଲ୍ କରିବା ପରେ ମୋବାଇଲକୁ ଆସୁଥିବା ନୋଟିଫିକେସନ୍ ସହ ଏକ ଅପ୍ସନ ମିଳିବ । ଏଠାରେ ଟାପ୍ କରି ଆପଣ ନୋଟିଫିକସନର କଣ୍ଟେଟ ପଢ଼ିପାରିବେ । ଯଦି ମେସେଜ ପଠାଇ ଥିବା ବ୍ୟକ୍ତି ଜଣକ ହ୍ୱାସଆପରୁ ମେସେଜ ଡିଲିଟ୍ କରିଦେଇଥାଆନ୍ତି , ତେବେ ଆପଣ ଏହ ନୋଟଫିକେସନ୍ ଜରିଆରେ ମେସେଜ ପଢ଼ିପାରିବେ । ମେସେଜ ପଠାଇ ସାରିବା ପରେ ମେସେଜ ପଠାଇଥିବା ବ୍ୟକ୍ତି ଜଣକ ଫୋନ୍ ରିଷ୍ଟାଟ୍ କରିଦିଅନ୍ତି ତେବେ ଆପଣ ମେସେଜ ପଢ଼ିପାରିବେ ନାହିଁ । ଏହା ବ୍ୟତୀତ ଏହାର ଆଉ ଏକ ଦୁର୍ବଳତା ହେଲା ଏହି ଉପାୟରେ ଅଧିକ ଅକ୍ଷର ଆପଣ ପଢ଼ିପାରିବେ ନାହିଁ । ପ୍ରଥମ ୧୦୦ ଅକ୍ଷର ପଢ଼ିବା ପରେ ଆପଣ ଆଉ ମେସେଜ ପଢ଼ିପାରିବେ ନାହିଁ ।
ନୋଟିଫିକେସନରୁ ଡିଲିଟ୍ କରାଯାଇଥିବା ମେସେଜକୁ ପୁଣି ଦେଖିବା ପାଇଁ ଏହି ଉପାୟ କେବଳ ଆଣ୍ଡ୍ରଏଡ଼୍ ଫୋନରେ ହିଁ ଲାଗୁ ହେବ । ତେବେ ଏନେଇ ବତ୍ତର୍ମାନ ହ୍ୱାଟସଆପ ତରଫରୁ କୌଣସି ସୂଚନା ମିଳିନାହିଁ । ତେବେ ଯାହା ଜଣାପଡ଼ୁଛି ଆଗକୁ କମ୍ପାନୀ କିଛି ନୂଆ ଅପଡ଼େଟ୍ କରିପାରେ । ଆଉ ଏହି ଦୁର୍ବଳତାକୁ ସୁଧାରିବା ପାଇଁ ନିଶ୍ଚୟ ଚେଷ୍ଟା କରିବ କମ୍ପାନୀ । | <urn:uuid:ea8b748e-5e70-4493-88ae-c13e2bae872f> | CC-MAIN-2018-39 | http://kanaknews.com/how-to-retrieve-deleted-whatsapp-messages/ | 2018-09-22T21:15:33Z | s3://commoncrawl/crawl-data/CC-MAIN-2018-39/segments/1537267158691.56/warc/CC-MAIN-20180922201637-20180922222037-00352.warc.gz | ory | 0.999985 | Orya | 7 | {"ory_Orya_score": 0.9999850988388062} |
ଓଡିଶା ଡଟ କମ ସଂବାଦ ଦାତା
କଟକ ଏପ୍ରିଲ ୧୭ (ଓଡିଶା ଡଟ କମ) ଫେସବୁକରେ ନିଜର ଅଶ୍ଳୀଳ ଚିତ୍ର ପ୍ରକାଶ ପାଇବାପରେ କଟକ ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ପୁଲିସ ଶୁକ୍ରବାର କହିଛି ।
ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଛାତ୍ରୀ ଜଣକ ଗାଧେ।ଇବା ସ୍ଦମୟରେ ସେହି ଗ୍ରାମ କମଳାକାନ୍ତ ମଲ୍ଲ ଲୁକ୍କାୟିତ ଭାବେ ତାଙ୍କ ଫଟୋ ଉଠାଇଥିଲା ଓ ପରେ ଏହାକୁ ସେ ଇଣ୍ଟରନେଟ ରେ ଛାଡି ଥିଲା, ପୁଲିସ କହିଛି । ଏହି ଖବର ପ୍ରଚାର ହେବ ପରେ ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣକ ବିଷ ପିଇଦେଇଥିଲେ ।
ପରିବାର ଲୋକେ ତାଙ୍କୁ ସ୍ଥାନୀୟ ହାସପାତାଳରେ ଗୁରୁତର ଅବସ୍ଥାରେ ଭର୍ତି କରିଥିଲେ ଓ ସେଠାରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ନ।ବାଳିକାଙ୍କ ମୃତ୍ୟୁ ପରେ ଅଭିଯୁକ୍ତଙ୍କ ପରିବାରର ଲୋକେ ଫେରାର ହୋଇଯାଇଛନ୍ତି । ତେବେ ପୁଲିସ ତିନୋଟି ଟିମ ଗଠନ କରି ଫେରାର ଅଭିଯୁକ୍ତକୁ ଧରିବା ଉଦ୍ୟମ ଜାରି ରଖିଛି ।
ଓଡିଶା ଡଟ କମ | <urn:uuid:447585f4-f38e-432a-b88b-cc6dead437b3> | CC-MAIN-2018-39 | http://www.odisha.com/2015/04/17/%E0%AC%AB%E0%AD%87%E0%AC%B8%E0%AC%AC%E0%AD%81%E0%AC%95%E0%AC%B0%E0%AD%87-%E0%AC%A8%E0%AC%BF%E0%AC%9C%E0%AC%B0-%E0%AC%85%E0%AC%B6%E0%AD%8D%E0%AC%B2%E0%AD%80%E0%AC%B3-%E0%AC%AB%E0%AC%9F%E0%AD%8B/ | 2018-09-25T05:30:04Z | s3://commoncrawl/crawl-data/CC-MAIN-2018-39/segments/1537267161098.75/warc/CC-MAIN-20180925044032-20180925064432-00112.warc.gz | ory | 1.000008 | Orya | 37 | {"ory_Orya_score": 1.0000076293945312} |
ମସ୍କୋ: ବିଶ୍ୱ ଫୁଟବଲର ଦୁଇ ମହାରଥୀ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲଡୋ କେବେ ବି ବିଶ୍ୱକପ୍ରେ ମୁହାଁମୁହିଁ ହୋଇ ନାହାନ୍ତି। ହେଲେ ଚଳିତ ମସ୍କୋ ବିଶ୍ୱକପରେ କିନ୍ତୁ ଏଭଳି ଆଶା ସଂଚାର ହୋଇଛି। ତେବେ ଏଥିଲାଗି ଆର୍ଜେଣ୍ଟିନା ଏବଂ ପର୍ତୁଗାଲକୁ ଆଉ ଗୋଟିଏ ଲେଖାଏଁ ବିଜୟ ହାସଲ କରିବାକୁ ହେବ। ଅର୍ଥାତ୍ ଆର୍ଜେଣ୍ଟିନା ଯଦି ପ୍ରି-କ୍ୱାର୍ଟର ଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରେ ଏବଂ ପର୍ତୁଗାଲ ପ୍ରଥମ ବିଜେତା ଉରୁଗୁଏକୁ ମାତ୍ ଦିଏ, ତାହାଲେ କ୍ୱାର୍ଟର ଫାଇନାଲରେ ଫୁଟବଲ୍ ପ୍ରେମୀ ମେସି-ରୋନାଲଡୋ ମହାଲଢ଼େଇ ଦେଖିବାର ସୁଯୋଗ ପାଇବେ। ଚଳିତ ବିଶ୍ୱକପ୍ର ଲିଗ୍ ପର୍ଯ୍ୟାୟରେ କିନ୍ତୁ ମେସିଙ୍କ ତୁଳନାରେ ରୋନାଲ୍ଡୋ ଯଥେଷ୍ଟ ଭଲ କରିଛନ୍ତି। ସ୍ପେନ୍ ବିପକ୍ଷରେ ହ୍ୟାଟ୍ରିକ୍ ଅର୍ଜନ କରିବା ସହ ମରକ୍କୋ ବିପକ୍ଷରେ ସେ ଗୋଟିଏ ଗୋଲ୍ ଦେଇ ସାରିଛନ୍ତି। ଅନ୍ୟ ପକ୍ଷରେ ଆର୍ଜେଣ୍ଟିନାର ପ୍ରଥମ ତିନିଟି ମ୍ୟାଚ୍ରେ ମେସି ମାତ୍ର ଗୋଟିଏ ଗୋଲ୍ ଦେଇଛନ୍ତି। ନାଇଜେରିଆ ବିପକ୍ଷ ଏହି ଗୋଲ୍ କିନ୍ତୁ ଆର୍ଜେଣ୍ଟିନା ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ଆର୍ଜେଣ୍ଟିନା ଏହି ମ୍ୟାଚ୍ ଜିତି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲା। | <urn:uuid:40aae459-19af-4397-bd69-60e4c55064c7> | CC-MAIN-2018-39 | http://sambad.in/sports/messi-ronald-face-to-face-166938/ | 2018-09-26T09:06:10Z | s3://commoncrawl/crawl-data/CC-MAIN-2018-39/segments/1537267164469.99/warc/CC-MAIN-20180926081614-20180926102014-00272.warc.gz | ory | 0.99999 | Orya | 3 | {"ory_Orya_score": 0.9999901056289673} |
କନକ ବ୍ୟୁରୋ : ଶସ୍ତା ହେଲା ଇଲିସି । କିଲୋ ପ୍ରତି ୭ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାମରେ ଇଲିସି ମାଛ ବିକ୍ରି ହେଉଥିବା ବେଳେ ଏବେ ଯୋଡା ୧୨୦ ଟଙ୍କାରୁ ୪ ଶହ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଇଲିସି ମାଛ ଶସ୍ତା ହେବା ପରେ ପାରାଦୀପ ଅଠରବାଙ୍କି ବାଲିପ୍ଲଟରେ ଲୋକଙ୍କ ଭିଡ ଜମିଛି । ଗତ ଦୁଇ ଦିନ ହେବ ପାରାଦୀପ ମୁହାଣରେ ମତ୍ସଜୀବୀ ମାନେ ପ୍ରଚୁର ପରିମାଣରେ ଇଲିସି ମାଛ ମାରୁଥିବାରୁ ଏବେ ଅଠରବାଙ୍କୀ ବାଲିପ୍ଲଟରେ ପ୍ରବଳ ଇଲିସି ମାଛ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ବିଭିନ୍ନ ଶିଳ୍ପ କାରଖାନାରା ପ୍ରଦୂଷଣ ଯୋଗୁଁ ୬ରୁ ୭ ବର୍ଷ ହେଲାଣି ଇଲିସି ଆମଦାନୀ କମ ଥିବାରୁ ମୂଲ୍ୟ ବୃଦ୍ଧି ପାଉଥିଲା । ଗତ ବର୍ଷ ମଧ୍ୟ ଏହି ପରି ଇଲିସି ଶସ୍ତା ହେବାରୁ ପାରାଦୀପ ତଥା ରାଜ୍ୟ ବିଭିନ୍ନ ସ୍ଥାନରୁ ଲୋକେ ଆସି ଇଲିସି କିଣିଥିବାରୁ ଦେଖିବାକୁ ମିଳିଥିଲା ।
ଇଲିସି ମାଛର ସ୍ୱାଦ, ଅନ୍ୟ ମାଛଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଦୁର୍ବଳତା ଥାଏ । ଯେଉଁ ମାଛକୁ କିଛି ଦିନ ପୂର୍ବରୁ ଲୋକ ହଜାରେ ଟଙ୍କାରୁ ୭ ଶହରୁ ୨ ହଜାର ଟଙ୍କା ଦେଇ କିଣୁିଥିଲେ ତାହା ଏବେ ଯୋଡ଼ା ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି । ତେବେ ଇଲିସି ମାଛର ଦର କମ ରହିଥିବାରୁ ଧନୀ ଓ ଗରିବ ସମସ୍ତେ ଏହି ମାଛ କିଣି ପାରୁଛନ୍ତି । ଇଲିସିର ଦାମ ସବୁବେଳେ ଅଧିକ ଥିବାରୁ ଲୋକେ କିଣି ଖାଇପାରନ୍ତି ନାହିଁ । ଏବେ ଦାମ୍ କମ ହୋଇଥିବାରୁ ମାଛ ଦୋକାନ ଆଗରେ ଭିଡ଼ ଦେଖିବା ପାଇଁ ମିଳୁଛି । ବର୍ଷା ପାଗରେ ସୁଆଦିଆ ମାଛ ଶସ୍ତାରେ ମିଳୁଥିବାରୁ ଗ୍ରାହକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । | <urn:uuid:5a3e2e76-1b17-4555-a2b2-5810040efbfb> | CC-MAIN-2018-39 | http://kanaknews.com/ilish-price-reduce/ | 2018-09-18T19:51:24Z | s3://commoncrawl/crawl-data/CC-MAIN-2018-39/segments/1537267155676.21/warc/CC-MAIN-20180918185612-20180918205612-00347.warc.gz | ory | 1.000001 | Orya | 4 | {"ory_Orya_score": 1.0000014305114746} |
ଖଡିଆଳ/ନୂଆପଡା-୦୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବନଖଣ୍ଡ ବିଭାଗ ଏବଂ ସୁନାବେଡା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ଏହି ପକ୍ଷୀଗଣନା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଳିବ । ଖଡିଆଳ ବନଖଣ୍ଡ ବିଭାଗ ତରଫରୁ ୧୦ ଗୋଟି ଟିମ ମାଧ୍ୟମରେ ବନକର୍ମଚାରୀ ମାନେ ମୁଖ୍ୟତଃ ତିଖାଲି ଡ୍ୟାମ,ଜଡାମୁଣ୍ଡା ସହ ଅନ୍ୟାନ୍ୟ ଡ୍ୟାମରେ ନିୟୋଜିତ ହୋଇ ପକ୍ଷୀ ଗଣନା କରୁଛନ୍ତି । ଅନ୍ୟବର୍ଷ ତୁଲନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ବିଭିନ୍ନ ପ୍ରଜାତୀର ସ୍ୱଦେଶୀ ଓ ବିଦେଶୀ ପକ୍ଷୀମାନେ ଆସିଥିବା ପକ୍ଷୀଗଣନାରୁ ଜଣାପଡିଛି । ଅଧିକ ପକ୍ଷୀକୁ ଦୃଷ୍ଟିରେ ରଖି ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବନକର୍ମଚାରୀ ମାନଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଖଡିଆଳ ରେଞ୍ଜର ଜୟରାମ ଶବର ପ୍ରକାଶ କରିଛନ୍ତି । | <urn:uuid:02fde179-b6e6-42d8-a79b-657792367162> | CC-MAIN-2018-39 | http://odiapua.com/%E0%AC%96%E0%AC%A1%E0%AC%BF%E0%AC%86%E0%AC%B3-%E0%AC%AC%E0%AC%A8-%E0%AC%AC%E0%AC%BF%E0%AC%AD%E0%AC%BE%E0%AC%97-%E0%AC%93-%E0%AC%B8%E0%AD%81%E0%AC%A8%E0%AC%BE%E0%AC%AC%E0%AD%87%E0%AC%A1%E0%AC%BE/ | 2018-09-18T19:38:17Z | s3://commoncrawl/crawl-data/CC-MAIN-2018-39/segments/1537267155676.21/warc/CC-MAIN-20180918185612-20180918205612-00347.warc.gz | ory | 0.99999 | Orya | 6 | {"ory_Orya_score": 0.9999897480010986} |
ଟ୍ରେନ୍ ଚଢିବା ବା ଓହ୍ଲାଇବା ବେଳେ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ: SC
ଟ୍ରେନ୍ ଚଢିବା ବେଳେ ବା ଟ୍ରେନରୁ ଓହ୍ଲାଇବା ବେଳେ ଯଦି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୁଏ ବା ସେ ଆହତ ହୁଅନ୍ତି, ତାଙ୍କୁ କ୍ଷତିପୂରଣ ମିଳିବ। ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ସେହି ଯାତ୍ରୀଙ୍କ ଅସାବଧାନତା ବୋଲି କୁହାଯାଇପାରିବ ନାହିଁ, ବରଂ ଅଘଟଣ କୁହାଯିବ। ଏଥିପାଇଁ ରେଳ ମନ୍ତ୍ରାଳୟ କ୍ଷତିପୂରଣ ଦେବ। ଟିକଟ ନ ଥିଲେ ମଧ୍ୟ କ୍ଷତିପୂରଣ ମିଳିବ। କିନ୍ତୁ ଦାବିଦାରଙ୍କ ପକ୍ଷରୁ ପ୍ରମାଣ କରିବାକୁ ପଡ଼ିବ ଯେ ତାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା। କେବଳ ରେଳ ଷ୍ଟେସନ ପରିସରରେ କୌଣସି ବ୍ୟକ୍ତିଙ୍କ ମୃତ ଦେହ ମିଳିଥିଲେ, ସେହି ଘଟଣାରେ ମୃତ୍ୟୁର କାରଣ ଯାଞ୍ଚ ପରେ କ୍ଷତିପୂରଣ ଦିଆଯିବ। | <urn:uuid:e4f475a4-636a-464f-9a57-25df443fcf09> | CC-MAIN-2018-39 | https://odishareporter.in/nation/railways-to-pay-compensation-if-passenger-dies-234832 | 2018-09-21T04:11:30Z | s3://commoncrawl/crawl-data/CC-MAIN-2018-39/segments/1537267156780.2/warc/CC-MAIN-20180921033529-20180921053929-00107.warc.gz | ory | 1.000005 | Orya | 7 | {"ory_Orya_score": 1.0000050067901611} |
ଏଚ.ପି ଗ୍ୟାସ ବିତରକ ଗଜପତି ଏଣ୍ଟେର ପ୍ରାଇଜେସ ଦ୍ୱାରା ଉଜ୍ଜ୍ୱଳା ପ୍ଲସ ଉଦ୍ଘାଟିତ ହୋଇଯାଇଛି । ବରିଷ୍ଠ ପ୍ଲାଣ୍ଟ ଅଧିକାରୀ ଅନିଲ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଗୁମ୍ମା ବ୍ଲକର ମୁନୁ ସିଂ ଗ୍ରାମରେ ୧୦୦ ଜଣ ପରିବାର ସଦସ୍ୟଙ୍କୁ ଉଜ୍ୱଳା ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଜି. ଭେଙ୍କଟ ରାବଣା ଉପସ୍ଥିତ ରହି ଯୋଜନା ସମ୍ପର୍କରେ ତଥ୍ୟ ଦେଇଥିଲେ । ସେହିପରି ଆୟୋଜନ କରିଥିବା ଗଜପତି ଏଣ୍ଟେର ପ୍ରାଇଜେସର ମାଲିକ ଦେବେନ୍ଦ୍ର ନାଥ ସାହୁ କହିଥିଲେ ଯେ ଇନ୍ଧନ ଗ୍ୟାସ ବ୍ୟବହାର କଲେ ପ୍ରାକୃତିକ ବିପଯ୍ୟର୍ୟକୁ ଏଡ଼ାଇ ଦିଆଯାଇ ପାରିବ। ଏବଂ ପରିବେଶ ପ୍ରଦୂଷଣ ମଧ୍ୟ ରୋକାଯାଇ ପାରିବ । ପ୍ରତ୍ୟେକ ଗ୍ରାମାଞ୍ଚଳ ପରିବାର ବିଶେଷ କରି ମହିଳା ମାନଙ୍କ ପାଇଁ ଏହି ଯୋଜନା ଏକ ବଡ଼ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଉଜ୍ୱଳା ପ୍ଲସର ଆଉ ଏକ କାଯ୍ୟର୍କ୍ରମ ପାରଳାଖେମୁଣ୍ଡିର ଓ୍ଵାର୍ଡ ନଂ ୧ ସୁବାଷ ନଗରରେ ଆୟୋଜନ ହୋଇଥିଲା ଏଥିରେ ମଧ୍ୟ ୨୦୦ରୁ ଅଧିକ ହିାତାଧିକାରୀ ଯୋଗ ଦେଇଥିବା ବେଳେ ଏଥିରେ ଭାଜପାର ଜିଲ୍ଲା ସମ୍ପାଦକ ଜଗନ୍ନାଥ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । | <urn:uuid:1f57b82a-b201-4925-baba-b6a1f1a1f285> | CC-MAIN-2018-39 | http://sambad.in/district/gajapati/cooking-gas-distribution-at-gumma-125491/ | 2018-09-25T19:08:46Z | s3://commoncrawl/crawl-data/CC-MAIN-2018-39/segments/1537267162385.83/warc/CC-MAIN-20180925182856-20180925203256-00187.warc.gz | ory | 1.000004 | Orya | 5 | {"ory_Orya_score": 1.0000035762786865} |
ଏହି ୫ ଜଣ ଅଭିନେତ୍ରୀ ବି-ଗ୍ରେଡ୍ ଫିଲ୍ମରୁ ନିଜ ଅଭିନୟ ଜୀବନର ଆରମ୍ଭ କରିଥିଲେ
ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏବେ ଲୋକପ୍ରିୟ ହେବା ସହ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ବୋଧ ହୁଏ ବହୁତ କମ ଲୋକ ଏଠାରେ ପହଞ୍ଚିବା ପୂର୍ବରୁ ସେମାନେ କରିଥିବା ସଂଘର୍ଷ ବିଷୟରେ ଜାଣିଥିବେ । ଟିଭି ଧାରାବାହିକରେ କାମ କରିବା ପାଇଁ ଅଭିନେତ୍ରୀମାନଙ୍କୁ ଅନେକ ଅଡ଼ିସନ୍ ଏବଂ ଇଣ୍ଟରଭିଉର ସାମ୍ନା କରିବାକୁ ପଡ଼ିଥାଏ । କିନ୍ତୁ ଆଜି ଆମେ ଯେଉଁ ଅଭିନେତ୍ରୀମାନଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେମାନେ ଟିଭି ଧାରାବାହିକରେ ଅଭିନୟ କରିବା ପୂର୍ବରୁ ବି-ଗ୍ରେଡ଼୍ ଫିଲ୍ମ କାମ କରିଥିଲେ ।
୧.ପ୍ରତିଘରେ ଦେଖାଯାଉଥିବା ଲୋକପ୍ରିୟ ଧାରାବାହିକ 'ତାରକ ମେହେତାକା ଉଲ୍ଟା ଚଷମା'କୁ ଆପଣମାନେ ଦେଖିଥିବେ ନିଶ୍ଚୟ । ସେଥିରେ ଥିବା ଦୟା ଭାବି ଓରଫ୍ ଦୀଶା ପକାନୀଙ୍କୁ ମଧ୍ୟ ଜାଣିଥିବେ । କିନ୍ତୁ ସେ ଏଠାରେ ପହଞ୍ଚିବା ପୂର୍ବରୁ ବି-ଗ୍ରେଡ଼୍ ଫିଲ୍ମ କରି ସାରିଥିବା ବୋଧ ହୁଏ ଆପଣମାନଙ୍କୁ ଜଣା ନଥିବ । ବି-ଗ୍ରେଡ଼୍ ଫିଲ୍ମ 'କମ୍ସୀନ୍'ରେ ସେ ଅଭିନୟ କରିଥିବା ଜଣାପଡ଼ିଛି ।
୨.ଏକତା କପୁରଙ୍କ ସବୁଠାରୁ ଲୋକପ୍ରିୟ ଧାରାବାହକି 'କସୌଟି ଜିନ୍ଦେଗି କି'ରେ କୋମୋନିକା ଚରିତ୍ରରେ ଆସି ସମସ୍ତଙ୍କ ମନ ଜିଣିଥିବା ଉର୍ବଶୀ ଢ଼ୋଲକିଆ ମଧ୍ୟ ବି-ଗ୍ରେଡ଼୍ ଫିଲ୍ମରେ କାମ କରିଥିବା ଜଣାପଡ଼ିଛି । ବି-ଗ୍ରେଡ଼୍ ଫିଲ୍ମ 'ସ୍ୱପ୍ନମ୍'ରେ ସେ ଅଭିନୟ କରିଥିଲେ।
୩.ବିଗ୍ ବସ୍ ଭଳି ରିୟାଲିଟି ସୋ' ଏବଂ 'ଜୟ ହୋ' ଭଳି ଫିଲ୍ମରେ କାମ କରି ସାରିଥିବା ସନା ଖାନ୍ ମଧ୍ୟ ବି-ଗ୍ରେଡ଼୍ ଫିଲ୍ମରେ କାମ କରିଥିଲେ । ବି-ଗ୍ରେଡ଼୍ ଫିଲ୍ମ 'କ୍ଲାଇମାକ୍ସ','ହାଇ ସୋସାଇଟି' ଏବଂ 'ପିକ୍'ରେ କାମ କରିଥିଲେ ବୋଲି ସୂଚନା ରହିଛି ।
୪.ଅନେକ ଫିଲ୍ମରେ ଅଭିନୟ କରିବା ସହ ଲାପ୍ଟର ସୋ'ର ଜଜ୍ ବନି ସାରିଛନ୍ତି ଅଭିନେତ୍ରୀ ଅର୍ଚ୍ଚନା ପୁରନ୍୍ ସିଂହ । ଅର୍ଚ୍ଚନା ମଧ୍ୟ ନିଜ ଅଭିନୟ ଜୀବନ ବି-ଗ୍ରେଡ଼୍ ଫିଲ୍ମରୁ ହିଁ ଆରମ୍ଭ କରିଥିଲେ । ବି-ଗ୍ରେଡ଼୍ ଫିଲ୍ମ 'ରାତ୍କେ ଗୁନାହ'ରେ ତାଙ୍କୁ ଦେଖିବାକୁ ମିଳିଥିଲା ।
୫.ଶେଷରେ କଥା ହେବା ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ରଶ୍ମୀ ଦେଶାଇଙ୍କ ବିଷୟରେ । କିଛି ଫିଲ୍ମରେ କାମ କରି ସାରିଥିବା ରଶ୍ମୀ ଧାରାବାହିକ 'ଉତରନ୍'ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ବି-ଗ୍ରେଡ଼୍ ଫିଲ୍ମରେ କାମ କରି ସାରିଥିବା ଜଣାପଡ଼ିଛି । ବି-ଗ୍ରେଡ଼୍ ଫିଲ୍ମ 'ୟେ ଲମ୍ହେ ଜୁଦାଇକେ'ରେ ସେ ନଜର ଆସିଥିଲେ। | <urn:uuid:b53155a2-27a0-45a4-8f38-25a05c34262d> | CC-MAIN-2018-39 | http://sambad.in/entertainment/5-tv-actress-who-start-their-film-career-with-b-grade-moives-208376/ | 2018-09-25T19:10:03Z | s3://commoncrawl/crawl-data/CC-MAIN-2018-39/segments/1537267162385.83/warc/CC-MAIN-20180925182856-20180925203256-00187.warc.gz | ory | 0.999988 | Orya | 3 | {"ory_Orya_score": 0.9999881982803345} |
ଭୁବନେଶ୍ୱର: ଦେଶରେ ଗତ ୫ ତାରିଖଠାରୁ କ୍ରମାଗତଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ଭୁବନେଶ୍ୱରରେ ମଧ୍ୟ ଏହି ଦର ବୃଦ୍ଧିରୁ ବାଦ୍ ପଡ଼ିନାହିଁ। ରବିବାର ତୁଳନାରେ ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୨୩ ପଇସା ଲେଖାଏଁ ବୃଦ୍ଧି ଘଟିଛି। ଫଳରେ ଭୁବନେଶ୍ୱରେ ପେଟ୍ରୋଲ ଦର ପୁଣି ୭୫ ଟଙ୍କା ଟପିଯାଇଛି। ଗତ ୫ ଦିନ ମଧ୍ୟରେ ପେଟ୍ରୋଲ ଦର ଭୁବନେଶ୍ୱରରେ ୮୦ ପଇସା ବୃଦ୍ଧି ପାଇଛି। ସେହିଭଳି ଡିଜେଲ ଦର ସୋମବାର ଭୁବନେଶ୍ୱରରେ ୭୨ ଟଙ୍କା ୯୭ ପଇସାରେ ପହଞ୍ଚି ଯାଇଛି। ଗତ ୫ ଦିନ ମଧ୍ୟରେ ଡିଜେଲ ଦର ମଧ୍ୟ ୭୫ ପଇସା ବୃଦ୍ଧି ଘଟିଲାଣି। ପୂର୍ବରୁ ଗତ ମେ ମାସ ୨୦ ତାରିଖରେ ପେଟ୍ରୋଲ ଦର ୭୫ ଟଙ୍କା ଟପିବା ସହିତ ସେହିମାସ ୨୯ ତାରିଖରେ ସର୍ବାଧିକ ୭୭ ଟଙ୍କା ୨୩ ପଇସା ଛୁଇଁଥିଲା। ଏହା ପରେ ଯଦିଓ ପେଟ୍ରୋଲ ମୂଲ୍ୟ ହ୍ରାସ ଘଟିଥିଲା ତଥାପି ପ୍ରାୟ ୧ ମାସ ପର୍ଯ୍ୟନ୍ତ ୭୫ ଟଙ୍କା ଉପରେ ରହିଥିଲା। ୧୮ଦିନର ବ୍ୟବଧାନ ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ପୁଣି ୭୫ ଟଙ୍କା ଟପିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ସହ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ଯୋଗୁଁ ଦେଶରେ ତେଲ ଦର ବଢ଼ିବାରେ ଲାଗିଛି। | <urn:uuid:b8547d3f-8e31-4115-900f-05beb576ffcf> | CC-MAIN-2018-39 | http://sambad.in/business/petrol-price-75-cross-in-bhubanswer-173526/ | 2018-09-19T13:03:39Z | s3://commoncrawl/crawl-data/CC-MAIN-2018-39/segments/1537267156224.9/warc/CC-MAIN-20180919122227-20180919142227-00312.warc.gz | ory | 0.999993 | Orya | 6 | {"ory_Orya_score": 0.999993085861206} |
ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କ ବୟସ ହେଉଛି ୭୮ ବର୍ଷ । ବିନା ଅନୁମତିରେ ଜଣେ ସାମ୍ବାଦିକାଙ୍କ ଗାଲକୁ ଛୁଇଁ ଦେଇଥିବାରୁ ଏହାକୁ ବିରୋଧ କରିଥିଲେ ସାମ୍ବାଦିକା ଜଣକ । ଟ୍ୱିଟ୍ କରି ବିରୋଧ କରିଥିଲେ ସାମ୍ବାଦିକା ଲକ୍ଷ୍ମୀ ସୁବ୍ରମଣିୟାନ । ଏହା ଧିରେ ଧିରେ ବିବାଦୀୟ ହୋଇପଡୁଥିବାରୁ ଶେଷରେ ରାଜ୍ୟପାଳ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗିଛନ୍ତି ।
ଏକ ଯୌନମାମଲାରେ ରାଜ୍ୟପାଳଙ୍କ ସମ୍ପୃକ୍ତିକୁ ନେଇ ରାଜ୍ୟପାଳ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇଥିଲେ । ଲକ୍ଷ୍ମୀ ସୁବ୍ରମଣିୟାନ ନାମକ ଜଣେ ସାପ୍ତାହିକ ପତ୍ରିକାର ସାମ୍ବାଦିକା ଏନେଇ ପ୍ରଶ୍ନ ପଚାରିବା ବେଳେ ରାଜ୍ୟପାଳ ଉତ୍ତର ନଦେଇ ବରଂ ସାମ୍ବାଦିକାଙ୍କ ଗାଲକୁ ଟିକେ ଆଉଁସି ଦେଇଥିଲେ । ଏହା ସାମ୍ବାଦିକାଙ୍କୁ ଭଲ ଲାଗିନଥିଲା । ସେ ଟ୍ୱିଟ୍ଟ୍ କରି ଏହି ଘଟଣାର କ୍ଷୋଭ ପ୍ରକାଶ କରିଥିଲେ । ଲକ୍ଷ୍ମୀ ଟ୍ୱିଟ୍ଟ୍ କରି ଲେଖିଛନ୍ତି, ଅବଶ୍ୟ ଆପଣ ଜେଜେଙ୍କ ପରି ସ୍ନେହରେ ମୋ ଗାଲ ସ୍ପର୍ଶ କରିଛନ୍ତି । କିନ୍ତୁ ମୋ ମୋତରେ ଏହା ଭୁଲ୍ । ତେବେ ଏହାକୁ ନେଇ ଏକ ବିବାଦୀୟ ପରିସ୍ଥିତି ଉପୁଜିବାରୁ ରାଜ୍ୟପାଳ ସାମ୍ବାଦିକା ଲକ୍ଷ୍ମୀଙ୍କୁ କ୍ଷମା ମାଗିଛନ୍ତି ।
ତେବେ ରାଜ୍ୟପାଳ କହିଛନ୍ତି, ସେ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ତାଙ୍କ ଗାଲକୁ ଛୁଇଁ ନାହାନ୍ତି । ଜଣେ ବୃଦ୍ଧ ବ୍ୟକ୍ତି ଜଣେ ଶିଶୁକୁ ଯେପରି ଗେଲ କରିଥାଏ, ଠିକ୍ ସେପରି ନିଜର ଭାବି ସାମ୍ବାଦିକାଙ୍କ ଗାଲକୁ ଟିକେ ଆଉଁସି ଦେଇଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆ ସମେତ ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇପଡ଼ିଛି । | <urn:uuid:9ff02b70-88e8-4afd-af15-6887b7b5d46c> | CC-MAIN-2018-39 | https://www.onakhabar.com/agitated-journalist-lakshmi-subramanian-tweeted-about-the-incident-involving-governor-banwarilal-purohit/ | 2018-09-19T12:26:09Z | s3://commoncrawl/crawl-data/CC-MAIN-2018-39/segments/1537267156224.9/warc/CC-MAIN-20180919122227-20180919142227-00312.warc.gz | ory | 0.999994 | Orya | 4 | {"ory_Orya_score": 0.9999935626983643} |
ପାକିସ୍ତାନ ଅନ୍ତର୍ଗତ ସିନ୍ଧୁ ପ୍ରଦେଶର ଲାରକାନା ନିକଟ କାଙ୍ଗାଠାରେ ଅନୁଷ୍ଠିତ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଗାୟିକା ସାମିନା ସାମୁନ(୨୪)ଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଏହି ହୃଦୟ ବିଦାରକ ଘଟଣାଟି ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା। ତେବେ ତାର ଏକ ଭିଡିଓକୁ ଜଣେ ମାନବାଧିକାର କର୍ମୀ ଇଣ୍ଟରନେଟରେ ଛାଡିବା ପରେ ଏହାକୁ ଖୁବ ସମାଲୋଚନା କରାଯାଇଛି।
ସାମିନା ସିନ୍ଧୁ ନାମରେ ଲୋକପ୍ରିୟ ଏହି କଳାକାରଙ୍କୁ ଛିଡ଼ା ହୋଇ ସଙ୍ଗୀତ ପରିବେଷଣ କରିବାକୁ ଜନୈକ ତାରିକ ଅହମ୍ମଦ ଯାତୋଇ କହିଥିଲେ।
ସେ ପ୍ରଥମେ ଛିଡ଼ା ହେବାକୁ ମନା କରିଥିଲେ; କିନ୍ତୁ କିଛି ଲୋକ ସେ ଛିଡ଼ା ହେବା ନେଇ ଟସ୍ ପକାଇଥିଲେ। ଫଳରେ ସେ ଛିଡ଼ା ହୋଇଥିଲେ ଏବଂ ଛିଡ଼ା ହେବା ମାତ୍ରେ ନିଶାସକ୍ତ ତାରିକ ତାଙ୍କୁ ତିନିଟି ଗୁଳି କରିଥିଲା। ଏଥିରେ ସାମିନାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଉଲ୍ଲେଖଯୋଗ୍ୟ ଯେ, ସାମିନା ଗର୍ଭବତୀ ଥିଲେ। ତାରିକକୁ ଗିରଫ କରାଯାଇଛି। ତା' ନାମରେ ସାମିନା ଓ ତାଙ୍କ ଗର୍ଭସ୍ଥ ଶିଶୁକୁ ମାରିବା ପାଇଁ ଦୁଇଟି ହତ୍ୟା ମାମଲା ରୁଜୁ କରାଯାଇଛି। | <urn:uuid:99cd4c4f-986a-4222-8d0c-c37049d2c31b> | CC-MAIN-2018-39 | https://enewsodia.com/pregent-singer-shot-dead-in-pakisthan/ | 2018-09-23T00:10:39Z | s3://commoncrawl/crawl-data/CC-MAIN-2018-39/segments/1537267158766.65/warc/CC-MAIN-20180923000827-20180923021227-00232.warc.gz | ory | 0.999988 | Orya | 6 | {"ory_Orya_score": 0.9999876022338867} |
ସପୁରି ହେଉଛି ଏକ ରସାଳ ଫଳ। ଏହି ଫଳ ଅଧିକାଂଶ ଲୋକଙ୍କ ବାଡିବଗିଚାରେ ଦେଖାଦେଇଥାଏ। ତେବେ ସପୁରି କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ ପାଇଁ ଏହାକୁ ସବୁଠାରୁ ଉପକାରୀ ଫଳ ମଧ୍ୟ କୁହାଯାଏ । ଏଥିରେ ଭରପୁର ଭିଟାମିନ୍ ରହିଥାଏ। ଭିଟାମିନ୍ ବି-୧, ବି-୨, ବି-୩,ବି-ସି ପ୍ରଚୁର ପରିମାଣର ଥାଏ ।
ଆସନ୍ତୁ ଜାଣିବା ସପୁରୀରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ-
- ସପୁରିରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ରହିଥିବାରୁ ଏହା ହାଡକୁ ମଜଭୂତ କରିଥାଏ । ଦିନକୁ ଏକ କପ୍ ସପୁରି ରସ ପିଇଲେ ଶରୀର ଆବଶ୍ୟକ କରୁଥିବା ମ୍ୟାଗ୍ନେସିୟମା ୭୫% ମିଳିଥାଏ । ହଜମ ଶକ୍ତି ବୃଦ୍ଧିରେ ସପୁରି ସହାୟକ ହୋଇଥାଏ।
- ମଧୁମେୟ ପାଇଁ ସପୁରି ଉପଯୋଗୀ । ୧୦୦ଗ୍ରାମ୍ ସପୁରି ରସ ସହ ଅଁଳା ମଂଜି, ଜାମୁ ମଂଜିକୁ ୧୦ଗ୍ରାମ୍ ଲେଖାଏଁ ଭଲ ଭାବରେ ଗୁଣ୍ଡ କରି ମିଶାଇ ଦିନକୁ ଦୁଇ ଥର ପିଇଲେ ମଧୁମେୟ ରୋଗ ଭଲ ହୋଇଥାଏ।
- ପିଲାଙ୍କ ପେଟରେ କୃମି ହେଲେ ସପୁରି କନ୍ଦା ରସ ପିଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ।
- ନିୟମିତ ସପୁରି ରସ ପାନୀୟ ଭାବେ ବ୍ୟବହାର କରୁଥିଲେ କେଶ ଓ ଚର୍ମ ସୁସ୍ଥ ଓ ଉଜ୍ଜଳ ରହିଥାଏ ।ଦାନ୍ତମୂଳରୁ ରକ୍ତ ପଡୁଥିଲେ ଦିନରେ ବା ରାତିରେ ଖାଇବାର ଏକ ଘଂଟା ପୂର୍ବରୁ ସପୁରି ରସରେ କିଛି ଲୁଣ ପକାଇ ଖାଇଲେ ଏହା ଭଲ ହୋଇଥାଏ।
- ୧୦୦ ଗ୍ରାମ୍ ସପୁରି ୫୦ କ୍ୟାଲୋରୀ ଶକ୍ତି ଯୋଗାଇଥାଏ । ଏହା ଖାଇବା ଦ୍ୱାରା କୋଲେଷ୍ଟେରଲ ବଢିବାର ଆଶଙ୍କା ନଥାଏ ।ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଂଚଳ ରଖିବା ପାଇଁ ସପୁରି ଖୁବ୍ ଉପଯୋଗୀ । ସେଥିପାଇଁ ବାର୍ଦ୍ଧକ୍ୟଜନିତ ଶାରୀରିକ ଅସୁସ୍ଥତାରୁ ଦୂରରେ ରହିବା ପାଇଁ ସପୁରି ରସ ପାନୀୟ ଭାବେ ଗ୍ରହଣ କରିବା ଉଚିତ୍।
ପଢନ୍ତୁ;
ବାସ୍ତବରେ ଆପଣଙ୍କୁ କେହି ଈର୍ଷା କରୁଛନ୍ତି ବୋଲି ଜାଣିବେ କେମିତି ? | <urn:uuid:b99e16da-9913-4a8e-b269-082c23ab5847> | CC-MAIN-2018-39 | https://enewsodia.com/benefit-of-pineapple/?amp_markup=1 | 2018-09-24T03:36:31Z | s3://commoncrawl/crawl-data/CC-MAIN-2018-39/segments/1537267160142.86/warc/CC-MAIN-20180924031344-20180924051744-00392.warc.gz | ory | 1.000002 | Orya | 14 | {"ory_Orya_score": 1.0000019073486328} |
ଅଁଳା ଶରୀର ପାଇଁ ବେଶ ଲାଭଦାୟକ । ବିଶେଷ କରି ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଅଁଳା ଉପକାରୀ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି । ଅଁଳାକୁ ଶୁଖାଇ ଓ କଞ୍ଚା ଅବସ୍ଥାରେ ବ୍ୟବହାର କରାଯାଇଥାଏ । ଏମିତିକି ଆମ ରୋଷେଇରେ ମଧ୍ୟ କେହି କେହି ଏହାର ବ୍ୟବହାର କରିଥାନ୍ତି ।
ଅଁଳାର ଉପକାରିତା :-
- ପାଟି ଭିତରେ ହୋଇଥିବା ଖଣ୍ଡିଆ ଭଲ କରିବା ପାଇଁ ଅଧାକପ୍ ପାଣିରେ ଅଳ୍ପ ଅଁଳା ରସ ମିଶାଇ କୁଳିକଲେ ଲାଭ ମିଳିଥାଏ ।
- ସୌନ୍ଦର୍ଯ୍ୟ ରକ୍ଷା କରିବାରେ ଅଁଳାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ନିୟମିତ ଅଁଳା ଖାଇଲେ ଶରୀରରେ ବୟସର ଛାପ ଜଣାପଡି ନ ଥାଏ। ଏହାସହ ତ୍ୱଚା ଉଜ୍ଜ୍ୱଳ ଦେଖାଯାଏ, ଦୃଷ୍ଟିଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।
- ଭିଟାମିନ୍-ସିରେ ଭରପୂର ଅଁଳା । ଗଳା ସଂକ୍ରମଣ ହୋଇଥିଲେ ଅଳ୍ପ ଅଁଳା ଚୂର୍ଣ୍ଣ ସହ ମହୁ ମିଶାଇ ଦିନକୁ ୩ଥର ସେବନ କଲେ ଉପଶମ ମିଳିଥାଏ ।
- ଅଁଳା ତେଲ ବ୍ୟବହାର କଲେ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ଏହାଛଡା କେଶ ମୂଳକୁ ଯାଇ ଏହା କେଶର ଆୟୁ ବୃଦ୍ଧି କରିଥାଏ ।
ପଢନ୍ତୁ ; | <urn:uuid:ee8471ff-b748-4e0f-ae6b-ec3305d2a710> | CC-MAIN-2018-39 | https://enewsodia.com/benefits-of-amlaa-for-health-and-skin/ | 2018-09-25T07:35:15Z | s3://commoncrawl/crawl-data/CC-MAIN-2018-39/segments/1537267161214.92/warc/CC-MAIN-20180925063826-20180925084226-00552.warc.gz | ory | 1.000002 | Orya | 5 | {"ory_Orya_score": 1.000002384185791} |
ଝାରସୁଗୁଡ଼ା: ବଡ଼ମାଳ ଥାନା ଖେରୁଆଲ ବ୍ରିଜ ନିକଟରେ ବୁଧବାର ରାତିରେ ଏକ ସ୍କ୍ରାପ୍ ବୋଝେଇ ଗାଡ଼ିକୁ ପୁଲିସ ଜବତ କରିଛି। ଏକ ବଲେରୋ ପିକ୍ଅପ୍ ଭ୍ୟାନରେ ପ୍ରାୟ ୭ କୁଇଣ୍ଟାଲ ସ୍କ୍ରାପ୍ ବୋଝେଇ ହୋଇ ଯାଉଥିବା ବେଳେ ପୁଲିସ ଏହାକୁ ଯାଞ୍ଚ କରିଥିଲେ। ଡ୍ରାଇଭର ଜ୍ଞାନ ପ୍ରକାଶ ଏହି ସ୍କ୍ରାପ କେଉଁଠୁ ଆସିଛି କେଉଁଠିକୁ ଯାଉଛି ସେ ନେଇ କିଛି କହି ନଥିବାରୁ ପୁଲିସ ଗାଡ଼ି ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଛି। ଏହି ଗାଡ଼ିର ମାଲିକ ରେଙ୍ଗାଲି ଗୁରୁପାଲିର ମହମ୍ମଦ ରୁସ୍ତମ୍ ନାମରେ ମଧ୍ୟ ମାମଲା ଦାୟାର ହୋଇଥିବା ବଡ଼ମାଳ ଆଇଆଇସି ଅମିତାଭ ପଣ୍ଡା କହିଛନ୍ତି। | <urn:uuid:ef1b943c-31a6-421d-8c4b-bef4e26207f2> | CC-MAIN-2018-39 | http://sambad.in/district/jharsuguda/scrap-van-seizeddriver-arrested-171463/ | 2018-09-26T12:49:44Z | s3://commoncrawl/crawl-data/CC-MAIN-2018-39/segments/1537267164925.98/warc/CC-MAIN-20180926121205-20180926141605-00152.warc.gz | ory | 0.99997 | Orya | 5 | {"ory_Orya_score": 0.9999701976776123} |
ଅଧିକ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ଦେଖା ଯାଇଥାଏ ଏ ସବୁ ସମସ୍ୟା
ପ୍ରୋଟିନ ଶରୀରପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ସଠିକ୍ ବିକାଶ ପାଇଁ ପ୍ରତିଦିନର ଖାଦ୍ୟରେ ପ୍ରୋଟିନଯୁକ୍ତ ଖାଦ୍ୟ ରହିବା ନିହାତି ଆବଶ୍ୟକ । କିନ୍ତୁ ସବୁ ଜିନିଷ ଅଧିକ ହେଲେ ଯେମିତି ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ, ସେଭଳି ପ୍ରତିଦିନର ଖାଦ୍ୟରେ ପ୍ରୋଟିନର ମାତ୍ରା ଦରକାରଠାରୁ ଅଧିକ ହେଲେ ତାହା ଶରୀରକୁ ସୁସ୍ଥ ରଖିବା ପରିବର୍ତ୍ତେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଅଧିକମାତ୍ରାରେ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କେଉଁସବୁ ଶାରୀରିକ ସମସ୍ୟା ଦେଖା ଯାଇଥାଏ ।
୧.ଶରୀରରେ ପ୍ରୋଟିନର ମାତ୍ରା ଅଧିକ ହେଲେ ଫାଇବରର ମାତ୍ରା କମିବାକୁ ଲାଗିଥାଏ । ଯାହାଦ୍ୱାରା ପେଟଜନିତ ସମସ୍ୟା ଉପୁଜିଥାଏ ।
୨.ଅଧିକ ମାତ୍ରରେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲସିୟମ ମିଳି ପାରିନଥାଏ । ଯାହାଦ୍ୱାରା ଶରୀରର ହାଡ଼କୁ ଶକ୍ତି ନ ମିଳିବାରୁ ତାହା ଦୁର୍ବଳ ହେବାକୁ ଲାଗିଥାଏ ।
୩.ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ଏବଂ ସେଚୁରେଟେଡ଼୍ ଫ୍ୟାଟ୍ର ମାତ୍ରା ବଢ଼ିବା ଆରମ୍ଭ ହୋଇଥାଏ । ଏହାଦ୍ୱାରା ଶରୀରରେ ହୃଦୟଜନିତ ସମସ୍ୟା ଉପୁଜିବାର ଆଶଙ୍କା ବଢ଼ି ଯାଇଥାଏ ।
୪.ଦରକାରଠାରୁ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ମୁଣ୍ଡ ବିନ୍ଧା,ନିଦ ନହେବା,ଚିନ୍ତାଗ୍ରସ୍ତ ରହିବା ଭଳି ସମସ୍ୟା ଦେଖା ଯାଇଥାଏ । | <urn:uuid:109d0747-7bee-420e-9c07-bef5041737d7> | CC-MAIN-2018-39 | http://sambad.in/lifestyle/side-effect-of-too-much-protein-175987/ | 2018-09-26T12:58:40Z | s3://commoncrawl/crawl-data/CC-MAIN-2018-39/segments/1537267164925.98/warc/CC-MAIN-20180926121205-20180926141605-00152.warc.gz | ory | 1.000009 | Orya | 8 | {"ory_Orya_score": 1.000009298324585} |
କାଇରୋ, ୨୬।୧୧: ସୁଫିବାଦକୁ ଆତଙ୍କବାଦୀ ସଂଗଠନମାନେ ଟାର୍ଗେଟ୍ କରିଛନ୍ତି। ପ୍ରେମ ଓ ସହିଷ୍ଣୁତାରେ ମାନବ ଜୀବନକୁ ଭରିଦେବା ପାଇଁ ସୁଫିବାଦ ଅହରହ ପ୍ରୟାସ କରିଚାଲିଛି। ଇସ୍ଲାମ୍ରେ ତ୍ୟାଗ ଓ ସମର୍ପଣକୁ ପ୍ରାଧାନ୍ୟ ଦେଉଥିବା ସୁଫିବାଦକୁ କଠୋରପନ୍ଥୀମାନେ ଗ୍ରହଣ କରିବା ବଦଳରେ ଆକ୍ରମଣ ଚଳାଇଛନ୍ତି। ବିଭିନ୍ନ ରାଷ୍ଟ୍ରରେ ସୁଫି ମସ୍ଜିଦ୍ଗୁଡ଼ିକ ଏବେ ଆତଙ୍କବାଦୀଙ୍କ ଟାର୍ଗେଟ୍ ପାଲଟିଛି। ଶୁକ୍ରବାର ଇଜିପ୍ଟର ଅଲ୍ ରାଓ୍ଵଦ ସୁଫି ମସ୍ଜିଦ୍ରେ ହୋଇଥିବା ଆକ୍ରମଣ ଚଳିତ ବର୍ଷର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଭାବେ ପରିଗଣିତ ହୋଇଛି। ଇଜିପ୍ଟ୍ର ସବୁଠୁ ବଡ ଇସ୍ଲାମିକ ସଂଗଠନ ଅଲ୍-ଅଜହର ସମେତ ସାରା ବିଶ୍ୱରେ ସୁଫିଙ୍କ ସଂଖ୍ୟା ଦେଢ କୋଟିରୁ ଅଧିକ ହେବ। ଆତଙ୍କବାଦୀଙ୍କ ମାନବତା ବିରୋଧୀ ବିଚାରଧାରାକୁ ସୁଫିବାଦ ବିରୋଧ କରିଆସିଛି। ଇସ୍ଲାମିକ ଷ୍ଟେଟ୍ ସମେତ ଅନ୍ୟ ଆତଙ୍କବାଦୀ ସଂଗଠନ ସୁଫିମାନଙ୍କୁ ଇସ୍ଲାମ ବିରୋଧୀ ବୋଲି କହିଥାନ୍ତି। ଏହି ସଂଗଠନ ସେମାନଙ୍କ ପାଇଁ ବିପଜ୍ଜନକ ବୋଲି ସେମାନେ ଗ୍ରହଣ କରି ସୁଫିବାଦକୁ ଟାର୍ଗେଟ୍ କରିଛନ୍ତି। | <urn:uuid:18854549-366b-4e5a-994a-aecf27679486> | CC-MAIN-2018-39 | http://www.dharitri.com/main/news/12095 | 2018-09-26T13:23:48Z | s3://commoncrawl/crawl-data/CC-MAIN-2018-39/segments/1537267164925.98/warc/CC-MAIN-20180926121205-20180926141605-00152.warc.gz | ory | 0.999959 | Orya | 5 | {"ory_Orya_score": 0.999958872795105} |
କେନ୍ଦୁଝର: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। କେନ୍ଦୁଝର ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳି ବଡଘାଗରାରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନାବାଳିକା ରେଖା (ଛଦ୍ମନାମ)ଙ୍କୁ ଉଠାଇ ନେଇ ଗଣ ଦୁର୍ଷ୍କମ କରାଯାଇଥିବାର କେନ୍ଦୁଝର ସଦର ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ତେଲକୋଇ ଅଞ୍ଚଳର ଜଣେ ନାବାଳିକା ତାଙ୍କ ଭିଣେଇଙ୍କ ଭାଇ ରାମ (ଛଦ୍ମନାମ) ସହିତ ବଡଘାଗରାକୁ ମଧ୍ୟାହ୍ନ ସମୟରେ ବୁଲିବାକୁ ଆସିଥିଲେ । ସେଠାରେ ବୁଲାବୁଲି କରୁଥିବା ବେଳେ ୪ ଜଣ ଯୁବକ ଛୁରୀ, ବ୍ଲେଡ ଦେଖାଇ ରାମଙ୍କୁୁ ଭୟଭିତ କରି ରେଖାଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ । ଫଳରେ ରାମ ଏହାକୁ ଘୋର ବିରୋଧ କରିଥିଲେ । ତେଣୁ ରାମଙ୍କୁ ମାଡ ମାରିବା ସହିତ ଜୀବନରେ ମାରିଦେବାକୁ ଉତ୍ୟକ୍ତ ହୋଇଥିଲେ ।
ରାମ ଭୟଭିତ ହୋଇଯାଇଥିଲୋ ଏହି ମୌକାରେ ରେଖାଙ୍କୁ ସେମାନେ ଜଂଗଲ ମଧ୍ୟକୁ ଉଠାଇ ନେଇ ଗଣ ଦୁର୍ଷ୍କମ କରିଥିଲୋ ଏହି ଗଣ ଦୁର୍ଷ୍କମର ମୋବାଇଲ ରେକଡିଂ ମଧ୍ୟ କରିଛନ୍ତିା ତେବେ ସେଠାରେ ଭୋଜି କରୁଥିବା ରାମ ଘଟଣା ସଂପର୍କରେ କହିବାରୁ ସେମାନେ ଜଂଗଲକୁ ଯାଇ ରେଖାଙ୍କୁ ଉଦ୍ଧାର କରିବା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଧରିଥିଲେ । ଅନ୍ୟ ଦୁଇ ଜଣ ସେଠାରୁ ଦୌଡି ପଳେଇଥିଲେ । ଖବର ପାଇ ଶୁଆକାଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଧରି ଥାନାକୁ ନେଇଥିଲେ । ତେବେ ରେଖାଙ୍କ କହିବା ଅନୁଯାୟୀ ତାଙ୍କ ସହିତ ୨ ଜଣ ଦୁର୍ଷ୍କମ କରିଛନ୍ତି । ପୁଲିସ ରେଖାଙ୍କ ଡାକ୍ତରୀ ମଇନା କରିଥିବା ବେଳେ ୨ ଜଣଙ୍କୁ ପୁଲିସ ଅଟକ ରଖିଛି । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଖୋଜାଖୋଜି କରୁଛି । | <urn:uuid:016c6fca-a7e9-41e3-9567-8c9173305670> | CC-MAIN-2018-43 | http://sambad.in/district/keonjhar/minor-raped-in-world-tourism-day-2592/ | 2018-10-16T16:53:41Z | s3://commoncrawl/crawl-data/CC-MAIN-2018-43/segments/1539583510853.25/warc/CC-MAIN-20181016155643-20181016181143-00251.warc.gz | ory | 1.000004 | Orya | 6 | {"ory_Orya_score": 1.0000040531158447} |
ନିଜ ପୂର୍ବ ନିଷ୍ପତ୍ତିକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ରେ କହିଛନ୍ତି ଯେ ,ସିନେମା ହଲରେ ଫିଲ୍ମ ପୂର୍ବରୁ ଜାତୀୟ ସଂଗୀତ ଗାନ ବାଧ୍ୟତାମୂଳକ ନୁହେଁ। ଜାତୀୟ ସଂଗୀତ ଉପରେ ସରକାର ନିୟମ କରିବାକୁ ସେ ନିର୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ସର୍ବୋଚ୍ଚ ନ୍ୟାୟାଳ ପୂର୍ବରୁ କେବଳ ଥିଏଟର ନୁହେଁ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରିବା ପାଇଁ ଆଦେଶ ଦେଇଥିଲେ। ଗତ ୨୦୧୬ ମସିହା ନଭେମ୍ବର ୩୦ ତାରିଖ ଦିନ ସର୍ବୋଚ୍ଚ ନ୍ୟାୟାଳୟ ଥିଏଟରଗୁଡ଼ିକରେ ଜାତୀୟ ସଙ୍ଗୀତ ବଜାଇବାକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଥିଲେ।
ତେବେ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଗତକାଲି ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଥିଲେ ଯେ ସର୍ବସାଧାରଣ ସ୍ଥାନରେ ଜାତୀୟ ସଙ୍ଗୀତ ଗାନ ଓ ବଜାଇବା ନେଇ ଗାଇଡଲାଇନ ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାର ଏକ ୧୨ ଜଣିଆ ଇଣ୍ଟର ମିନିଷ୍ଟରିଆଲ କମିଟି ଗଠନ କରିଛନ୍ତି। ଏହି କମିଟି ଜାତୀୟ ସଙ୍ଗୀତ ଗାନ ଓ ବାଜାଇବା ନେଇ ସମସ୍ତ ଦିଗରୁ ତର୍ଜମା କରିବ।ଏହି କମିଟି ଆସନ୍ତା ୬ ମାସ ମଧ୍ୟ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ସହିତ ଆଲୋଚନା କରି ତାର ରିପୋର୍ଟ ପ୍ରଦାନ କରିବ। ଏହି ରିପୋର୍ଟ ଉପରେ ଜାତୀୟ ସଙ୍ଗୀତ ବଜାଇବା ଓ ଗାନ କରିବା ନେଇ ପରିସ୍ଥିତି, ଓ କେଉଁ ଅବସରରେ ଏହା ଗାନ କରାଯିବ କିମ୍ବା ବାଜିବ ତାହା ସ୍ଥିର କରିବା ସହିତ ଏଥିପାଇଁ ଆବଶ୍ୟକ ଶିଷ୍ଟାଚାର ଉପରେ ସରକାର ନିୟମ ପ୍ରଣୟନ କରିବେ ବୋଲି ଜଣାଇଥିଲେ।
ମୁଖ୍ୟ ବିଚାର ପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟି ଓ୍ଵାଇ ବି ଚନ୍ଦ୍ରଚୁଡ଼ ଓ ଜଷ୍ଟିସ , ଏମ ଖନିଓ୍ଵିଲକରଙ୍କୁ ନେଇ ଗଠିତ ବେଞ୍ଚ ଏହି ମାଢ଼ଲାର ଶୁଣାଣୀ କରି ପୂବ;ରୁ ସ;ର୍ବାଚ୍ଚ ନ୍ୟାୟାଳୟ ଦେଇଥିବା ଅନ୍ତରୀଣ ନିର୍ଦ୍ଦେଶାନାକୁ ପ୍ରତ୍ୟାହାର କରି ନେଇଥିଲେ।
ପଢନ୍ତୁ ; | <urn:uuid:a5f9d04d-51c1-4962-8b3e-c29c55bd6cba> | CC-MAIN-2018-43 | https://enewsodia.com/sc-says-no-need-to-stand-when-national-anthem-plays-in-threater/ | 2018-10-17T23:20:56Z | s3://commoncrawl/crawl-data/CC-MAIN-2018-43/segments/1539583511314.51/warc/CC-MAIN-20181017220358-20181018001858-00411.warc.gz | ory | 0.999995 | Orya | 14 | {"ory_Orya_score": 0.999995231628418} |
ସାନ ଫ୍ରାନ ସିସକୋ : ସୋସିଆଲ ନେଟଓ୍ଵାର୍କିଂ ସାଇଟ୍ ଫେସବୁକ ଏଣିକି ଲୋକମାନଙ୍କର ମନର ଭାବକୁ ଜାଣିପାରିବ । ଅର୍ଥାତ୍ ଆପଣ ଫେସବୁକ ବ୍ୟବହାର କଲା ବେଳେ ଖୁସି ଅଛନ୍ତି ବା କାନ୍ଦୁଛନ୍ତି ଅଥବା ରାଗିଛନ୍ତି, ତାହା ଫେସବୁକ ଜାଣିପାରିବ । ଏପରି ଦୁଇ ପ୍ରକାରର ଟେକନଲୋଜୀ ଫେସବୁକ ବିକାଶ କରିଛି ଓ ତାହାର ପେଟେଣ୍ଟ ହାସଲ କରିଛି । ଏହି ଟେକନଲୋଜୀ ଦୁଇଟିର ନାଁ ହେଉଛି ଡାଇନାମିକ ଆଇ ଟ୍ରାକିଂ କାଲିବେରେସନ ଓ ଟେକନିକ୍ସ ଫର ଇମୋସନ ଡିଟେକ୍ସନ ଏଣ୍ଡ କଣ୍ଟେଣ୍ଟ ଡେଲିଭରୀ । ଏଭଳି ଟେକନଲୋଜୀର ବ୍ୟବହାର କରାଯିବା ପରେ ଫେସବୁକ ଲୋକମାନଙ୍କ ବ୍ୟକ୍ତିଗତ ଜୀବନ, ବ୍ୟବହାର, ପ୍ରକୃତି ଆଦି ସଂପର୍କରେ ଜାଣିପାରିବ ଓ ଏହାକୁ ବ୍ୟବହାର କରି ତାହାର କ୍ଲାଏଣ୍ଟମାନେ ଲୋକମାନଙ୍କୁ ବିଭିନ୍ନ ବିଜ୍ଞାପନ ପାଇଁ ଟାର୍ଗେଟ କରିପାରିବେ । ଫେସବୁକ ପକ୍ଷରୁ ଆମେରିକା କଂଗ୍ରେସକୁ ଦିଆଯାଇଥିବା ଏକ ୨୨୯ ପୃଷ୍ଠାର ରିପୋର୍ଟରେ ଏ ସଂପର୍କରେ ଉଲ୍ଲେଖ ରହିଛି । ତେବେ ନିକଟ ଭବିଷ୍ୟତରେ ଏସବୁ ଟେକନଲୋଜୀର ବ୍ୟବହାର କରିବାର କୌଣସି ଯୋଜନା ନାହିଁ ବୋଲି ଫେସବୁକ କହିଛି । ଭବିଷ୍ୟତରେ ଯେବେ ବି ଏପରି ଟେକନଲୋଜୀର ବ୍ୟବହାର କରାଯିବ ସେତେବେଳେ ଲୋକମାନଙ୍କର ପ୍ରାଇଭେସୀ ବା ବ୍ୟକ୍ତିଗତ ଜୀବନଉପରେ ଧ୍ୟାନ ଦିଆଯିବ ବୋଲି ଫେସବୁକ ପ୍ରତିଶୃତି ଦେଇଛି । ସୂଚନାଯୋଗ୍ୟ ଯେ କେମ୍ବ୍ରିଜ ଆନାଲିଟିକା ପ୍ରସଙ୍ଗରେ ଫେସବୁକ ଗତ କିଛି ମାସ ଧରି ଆମେରିକା କଂଗ୍ରେସ ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଛି । | <urn:uuid:f90ac526-2e6b-4615-a213-bfb56a911017> | CC-MAIN-2018-43 | http://sambad.in/business/facebook-can-detect-your-emotion-159065/ | 2018-10-19T07:10:35Z | s3://commoncrawl/crawl-data/CC-MAIN-2018-43/segments/1539583512332.36/warc/CC-MAIN-20181019062113-20181019083613-00011.warc.gz | ory | 0.999971 | Orya | 7 | {"ory_Orya_score": 0.9999706745147705} |
ଇସଲାମାବାଦ: ପାକିସ୍ତାନରେ ନବନିଯୁକ୍ତ ଚୀନ୍ ରାଷ୍ଟ୍ରଦୂତ ୟାଓ ଜିଂଙ୍କ ଜୀବନ ପ୍ରତି ବିପଦ ଥିବା ଚୀନ୍ ଆଶଙ୍କା କରୁଛି। ତେଣୁ ଇସଲାମାବାଦରେ ଅବସ୍ଥାପିତ ଜିଂଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଚୀନ୍ ଦାବି କରିଛି।
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହା ପୂର୍ବରୁ ଆଫଗାନିସ୍ତାନରେ ଚୀନ୍ ରାଷ୍ଟ୍ରଦୂତ ଥିବା ଜିଂଙ୍କୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇଷ୍ଟ ତୁର୍କିସ୍ତାନ ଇସଲାମିକ୍ ମୁଭ୍ମେଣ୍ଟ୍(ଏଟିମ୍) ପକ୍ଷରୁ ହତ୍ୟା ଧମକ ମିଳିଛି। ପାକିସ୍ତାନ ସୀମାନ୍ତ ଚୀନ୍ର ମୁସ୍ଲିମ୍ ବହୁଳ ଝିଜିଆଙ୍ଗ୍ ଅଞ୍ଚଳରେ ସକ୍ରିୟ ଥିବା ଏଟିମ୍ର କିଛି ଆତଙ୍କବାଦୀ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପାକିସ୍ତାନକୁ ପଶି ଆସିଥିବା କୁହାଯାଉଛି। ତେବେ ଅବ୍ଦୁଲ୍ ଓ୍ଵାଲି ବୋଲି ଚିହ୍ନଟ ହୋଇଥିବା ଜଣେ ଏଟିମ୍ ଆତଙ୍କବାଦୀକୁ ତୁରନ୍ତ ଗିରଫ କରିବା ସହ ଜିଂଙ୍କ ସୁରକ୍ଷାରେ ସାମନ୍ୟ ଢିଲା ନକରିବାକୁ ଚୀନ୍ ପାକିସ୍ତାନକୁ ସତର୍କ କରାଇଦେଇଛି। | <urn:uuid:693586ad-225a-4a2a-b891-4173b2b6bd95> | CC-MAIN-2018-43 | http://sambad.in/india-and-beyond/china-national-geast-was-not-sefty-14006/ | 2018-10-20T12:46:19Z | s3://commoncrawl/crawl-data/CC-MAIN-2018-43/segments/1539583512750.15/warc/CC-MAIN-20181020121719-20181020143219-00171.warc.gz | ory | 0.999821 | Orya | 5 | {"ory_Orya_score": 0.99982088804245} |
ପୂର୍ବ ଜନ୍ମ ରେ ଆପଣ କେତେ ଲୋକ ପ୍ରିୟ ଥିଲେ ଜାଣିବାକୁ ଚାହୁଁଛନ୍ତି କି,ତେବେ ଏହି କୁଇଜ ଟିକୁ ଖେଳି ଜଣାନ୍ତୁ ପୂର୍ବ ଜନ୍ମ ରେ ଆପଣକୁ କେତେ ପ୍ରତିଶତ ଲୋକ ଭଲ ପାଉଥିଲେ
ଆପଣ ହନିମୁନରେ କେଉଁ ସ୍ଥାନ କୁ ଯିବେ?
ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କର ବ୍ୟକ୍ତିତ୍ୱ କିପରି?
ଆପଣ ପ୍ରେମରେ କେତେ % ରିଅଲ ଓ କେତେ % ଫେକ?
5 ବର୍ଷ ପରେ ଆପଣ କେତେ ଧନୀ ହୋଇ ଥିବେ?
କଣ ଆପଣ ସ୍ୱପ୍ନର ସାଥି ଙ୍କୁ ଖୋଜି ପାଇ ସାରିଲେଣି କି?
ଆପଣ ରାଗିଗଲେ କ'ଣ ବନିଯାଆନ୍ତି ?
କେଉଁ ତଥ୍ୟଟି ଆପଙ୍କ ସମ୍ପର୍କରେ ସମ୍ପୁର୍ନ ସତ୍ୟ?
ଜୀବନର ଅସୁବିଧାକୁ ଆପଣ କିପରି ସାମ୍ନା କରନ୍ତି?
ତୁମେ କେଉଁ ପ୍ରକାରର ମଣିଷ ଅଟ?
View More | <urn:uuid:28f5ba44-2d7d-4c84-be86-b1114477a2f3> | CC-MAIN-2018-43 | https://odia.ezeedigi.com/past-life-people-love/ | 2018-10-16T06:42:05Z | s3://commoncrawl/crawl-data/CC-MAIN-2018-43/segments/1539583510019.12/warc/CC-MAIN-20181016051435-20181016072935-00052.warc.gz | ory | 0.9999 | Orya | 1 | {"ory_Orya_score": 0.9999001026153564} |
ପୁରୁଷ ୧୦ ମିଟର୍ ଏୟାର୍ ପିସ୍ତଲ୍ରେ ଜିତୁ ରାୟଙ୍କୁ ସ୍ୱର୍ଣ୍ଣପଦକ; ମିତାରଓ୍ଵାଲ୍ଙ୍କୁ କାଂସ୍ୟ
ନୂଆଦିଲ୍ଲୀ: ଗୋଲ୍ଡ୍ କୋଷ୍ଟ୍ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଞ୍ଚମ ଦିବସରେ ସୋମବାର ଦିନ ବେଲ୍ମୋଣ୍ଟ୍ ସୁଟିଙ୍ଗ୍ ସେଣ୍ଟର୍ ଠାରେ ଏକ ରେକର୍ଡ ସୃଷ୍ଟି କରି ଭାରତୀୟ ସୁଟର୍ ଜିତୁ ରାୟ ପୁରୁଷ ୧୦ ମିଟର୍ ଏୟାର୍ ପିସ୍ତଲ ଚାଳନାରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଓ ମିତରଓ୍ଵାଲ୍ କାଂସ୍ୟ ପଦକ ହାସଲ କରିଛନ୍ତି।
ଚାରି ବର୍ଷ ତଳେ ଗ୍ଲାସ୍ଗୋ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୦ ମିଟର୍ ଏୟାର୍ ପିସ୍ତଲ୍ ଇଭେଣ୍ଟ୍ରେ ସ୍ୱର୍ଣ୍ଣପଦକ ଜିଣିଥିବା ରାୟ ସମୁଦାୟ ୨୩୫. ୧ ପଏଣ୍ଟ୍ ସୁଟ୍ କରି ୫ମ ସ୍ଥାନ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।
ମିତରଓ୍ଵାଲ୍ ସମୁଦାୟ ୨୧୪. ୩ ପଏଣ୍ଟ୍ ସଟ୍ କରି କରିଛନ୍ତି। ଅଷ୍ଟ୍ରେଲିଆର କେରି ବେଲ୍ ୨୩୩. ୫ ପଏଣ୍ଟ୍ ସଟ୍ କରି ରୌପ୍ୟ ପଦକ ପାଇଛନ୍ତି।
ଏହି ଦୁଇଟି ପଦକ ପାଇବା ପରେ ଭାରତର ସମୁଦାୟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି। ଏଥିରେ ସୁଟର୍ମାନେ ୫ଟି ପଦକ ହାସଲ କରିଥିବା ବେଳେ ନଅଟି ପଦକ ପାଇଛନ୍ତି ଭାରତ୍ତୋଳନକାରୀମାନେ। | <urn:uuid:0f24c257-f3fb-45d8-9916-bfa4201c53bd> | CC-MAIN-2018-43 | http://sambad.in/sports/commonwealth-games-2018-jitu-rai-wins-gold-om-mitharval-bags-bronze-in-shooting-118117/ | 2018-10-17T12:54:25Z | s3://commoncrawl/crawl-data/CC-MAIN-2018-43/segments/1539583511173.7/warc/CC-MAIN-20181017111301-20181017132801-00212.warc.gz | ory | 0.999995 | Orya | 5 | {"ory_Orya_score": 0.9999954700469971} |
କନକ ବ୍ୟୁରୋ: ଓଡିଶାରେ ପୁଞ୍ଜି ନିବେଶ ପାଇଁ ମୁମ୍ବାଇରେ କ୍ୟାମ୍ପେନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଆସନ୍ତା ଅଗଷ୍ଟ ୮ ତାରିଖରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁଚନା ମୁତାବକ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ନବୀନ । ମୁମ୍ବାଇରେ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ବୋଲି କାର୍ଯ୍ୟକ୍ରମ ରହିଛି ।
ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶାରେ ହେବ ମେକ ଇନ ଓଡିଶା କନକ୍ଲେଭ । ତାକୁ ସଫଳ କରାଇବା ପାଇଁ ଏହି କ୍ୟାମ୍ପେନ ମାଧ୍ୟମରେ ପ୍ରସ୍ତୁତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ ହେବେ ଶିଳ୍ପାନୁଷ୍ଠାନ ତାହା ଉପରେ ମଧ୍ୟ ଗୁରୁତ୍ୱ । ଗତ କିଛି ଦିନ ତଳେ ଇଜ୍ ଅଫ ଡୁଇଙ୍ଗ ବିଜନେସରେ ଓଡିଶାର ସ୍ଥାନ ବିଗତ ବର୍ଷ ତୁଳନାରେ ତଳକୁ ଖସିଯାଇଥିଲା । ଯାହାକୁ ନେଇ ବିରୋଧୀମାନେ ଅନେକ ସମୟରେ ଶାସକ ଦଳ ତାଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ତେବେ ଓଡିଶାରେ କିଭଳି ପୁଞ୍ଜି ନିବେଶ କ୍ଷେତ୍ରରେ ସହାୟକ ହେବ ସେନେଇ ମଧ୍ୟ ଅଗାମୀ ଦିନରେ ମେକ ଇନ ଓଡିଶା କନକ୍ଲେଭ ଆୟୋଜିତ ହେବ । ତେଣୁ ହେବାକୁଥିବା ମେକ ଇନ ଓଡିଶା କନକ୍ଲେଭ କିଭଳି ସଫଳ ରୂପାୟନ ହେବ ତାହାକୁ ନେଇ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।
ଓଡିଶାକୁ ଶିଳ୍ପାୟନ କ୍ଷେତ୍ରରେ ମେରୁଦଣ୍ଡ କରିବା ପାଇଁ ଅନେକ ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକି ପୂର୍ବରୁ ହୋଇଥିବା ମେକ ଇନ ଓଡିଶା କନକ୍ଲେଭକୁ ସଫଳ କରାଇଥିଲେ ମୁଖ୍ୟମନ୍ତ୍ରୀ । | <urn:uuid:d82758a0-e8f6-4384-9049-84006cfa547f> | CC-MAIN-2018-43 | http://kanaknews.com/cm-naveen-will-visit-mumbai/ | 2018-10-18T18:01:28Z | s3://commoncrawl/crawl-data/CC-MAIN-2018-43/segments/1539583511897.56/warc/CC-MAIN-20181018173140-20181018194640-00372.warc.gz | ory | 1 | Orya | 5 | {"ory_Orya_score": 1.0000003576278687} |
ଅଗଷ୍ଟ ୩୧ରେ ବଟ୍ଓ୍ଵାନି ଓ ସୋନମ୍ଙ୍କୁ ଦିଆଯିବ ପୁରସ୍କାର
ଚଳିତ ବର୍ଷ ୬ ଜଣଙ୍କୁ ରମଣ ମାଗସେସେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ବି ସ୍ଥାନ ପାଇଛନ୍ତି। ସେମାନେ ହେଲେ- ଭାରତ ବତଓ୍ବାନି ଓ ସୋନମ ଓ୍ବାଙ୍ଗଚୁକ୍। ଏମାନଙ୍କ ସହ ୬ ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଶ୍ରୀ ଭଟଓ୍ବାନି ଭାରତରେ ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେବାରେ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଉଦାର ବ୍ୟକ୍ତିତ୍ୱ ଓ ଅଦମ୍ୟ ଚେଷ୍ଟା ଫଳରେ ଆଜି ତାଙ୍କୁ ମାଗ୍ସେସେ ସମ୍ମାନରେ ସମ୍ମାନୀତ କରାଯାଉଛି।
ସେହିପରି ୫୧ ବର୍ଷୀୟ ସୋନମ ଓ୍ବାଙ୍ଗଚୁକଙ୍କୁ ଶିକ୍ଷା, ସଂସ୍କୃତି, ପରିବେଶ ଓ ଗୋଷ୍ଠୀଗତ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ,ଏସିଆର ନୋବେଲ୍ ବୋଲି କୁହାଯାଉଥିବା ରମଣ ମାଗ୍ସେସେ ପୁରସ୍କାର ପ୍ରଥମେ ୧୯୫୭ରେ ଦିଆଯାଇଥିଲା। ମହାଦେଶର ସର୍ବୋଚ୍ଚ ସମ୍ମାନାସ୍ପଦ ପୁରସ୍କାର ଭାବେ ଏହା ସେହି ବ୍ୟକ୍ତିତ୍ୱମାନଙ୍କୁ ଦିଆଯାଏ, ଯେଉଁମାନେ ସମାଜର ବୃହତ୍ତର ସ୍ୱାର୍ଥକୁ ଆଖିରେ ରଖି ସର୍ବଦା କାର୍ଯ୍ୟ କରିଥାନ୍ତି। ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରମଣ ମାଗ୍ସେସେଙ୍କ ବିରଳ ଅବଦାନକୁ ସମ୍ମାନ ଜଣାଇବା ଲାଗି ଏହି ସମ୍ମାନ ପ୍ରତିବର୍ଷ ଦିଆଯାଇଥାଏ।
ପଢନ୍ତୁ;ପଶ୍ଚିମବଙ୍ଗର ନାମ ବଦଳିବ | <urn:uuid:1fc44ee5-9876-4797-a9f1-2e9064a88e9e> | CC-MAIN-2018-43 | https://enewsodia.com/raman-magasaysay-award-2018/ | 2018-10-19T23:32:29Z | s3://commoncrawl/crawl-data/CC-MAIN-2018-43/segments/1539583512499.22/warc/CC-MAIN-20181019232929-20181020014429-00532.warc.gz | ory | 0.999991 | Orya | 13 | {"ory_Orya_score": 0.9999909400939941} |
ମାଲକାନଗିରି,୧୩ ।୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦୁଇଟି ଡର ମାଓବାଦୀଙ୍କ ଭୟ ଓ ମ୍ୟାଲେରିଆ ଜ୍ୱର ବୋଲି କୁହା ଯାଉଥିବା ବେଳେ ଏବେ ଆଉ ଗୋଟିଏ ଡର ଦେଖା ଦେଇଛି । ତାହା ହେଲା କିଡ୍ ନି ରୋଗର ଭୟ , ଏହି ରୋଗ ସହର ଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ଯ୍ୟନ୍ତ ଦିନକୁ ଦିନ ବ୍ୟାପିବାରେ ଲାଗିଲାଣି । କିଡନି ରୋଗରେ ଅନେକ ଲୋକଙ୍କର ପ୍ରାଣଚାଲିଯାଇଥିଲେ ବି ରାଜ୍ୟସରକାର କି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ପ୍ରତି ବର୍ଷ ଶତାଧିକ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି । ସମଗ୍ର ମାଲକାନଗିରି ଜିଲ୍ଲାରେ ଗତ କିଛି ବର୍ଷହେଲା କିଡ୍ ନି ରୋଗର ଆତଙ୍କ ଦେଖା ଦେଇଛି,ମାଓଆତଙ୍କ ଠାରୁ କିଡନି ରୋଗ ଜିଲ୍ଲାରେ ଏବେ ଗମ୍ଭିର ପରିସ୍ଥିତି ସୃଷ୍ଟିକରିଛି । ଏହା କେତ ଯେ ଘର ଉଜାଡିଲାଣି ତାର ହିସାବ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ । ୬ବର୍ଷ ମଧ୍ୟରେ ୩୦୦ ରୁ ଉର୍ଧ ଲୋକ ଏହି ରୋଗରେ ମୃତ୍ୟୁବରଣ କରିଥିବାବଳେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ବଚିଂବା ପାଇଁ ସଂଘର୍ଷ କରୁଛନ୍ତି । ଏମିତି ଏକ ଗରିବ ଅସହାୟ କିଡ୍ ନି ରୋଗରେ ଆକ୍ରାନ୍ତ ଯୁବକଙ୍କୁ ଆମେ ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ହସପିଟାଲ ବାରଣ୍ଡାରେ ଭେଟିଥିଲୁ । କାଲିମେଳା ବ୍ଲକସ୍ଥ ଚିତ୍ରାଙ୍ଗପାଲ୍ଲି ପଚାଂୟତର ଏମଭି୫୫ଗ୍ରାମର ଅମର ଦେ ବୟସ ମାତ୍ର ୩୩ବର୍ଷ ବାପା ଦିଲ୍ଲିପ ଦେ ଓ ମା ଅନେକ ବର୍ଷରୁ ଆରପାରିକୁ ଚାଲିଗଲେଣି, ବହୁକଷ୍ଟରେ ଅମର ପରଘରେ ମୁଲ ମଜୁରୀ ଲାଗି ବଡ ହୋଇଛି । ବୟସ ହେବାରୁ ସେ ଘରକୁ ପତ୍ନୀ ଭାବେ ସିମା କୁ ବିବାହ ହୋଇ ଆଣିଲା, ଦୁଃଖକେଷ୍ଟ ପରିବାର ଚଳି ଯାଉଥିଲେ, ବର୍ଷକ ପରେ କୋଳକୁ ପୁଅଟିଏ ଆସିଲା ପତି ପତ୍ନୀଙ୍କ ଆନନ୍ଦରେ ଛାତି କୋଣ୍ଢେ ମୋଟା ହୋଇଗଲା, ହେଲେ ସମାନଙ୍କ ଖୁସି ବେସି ଦନି ରହିଲା ନାହିଁ,ହଟାତ ଅମରର ଛାତି ବିନ୍ଧିବା ଆରମ୍ଭ ହୋଇ ବାନ୍ତି ହେଲା, କତେ ଔଷଧ ଖାଇଲା ହେଲେ ଛାଡିଲା ନାହିଁ । ଘରେ ଥିବା ଗାଇଗୋରୁ ଧାନଚାଉଳ ବିକ୍ରି କରି ବିଶାଖାପାଟଣା ଯାଇ ଡାକ୍ତରଙ୍କୁ ଦେଖାଇବାରୁ ଡାକ୍ତର କହିଲେ ଅମରର ଗୋଟିଏ କିଡନି ପୁରା ନଷ୍ଟ ହୋଇ ଯାଇଛି ଅନ୍ୟଟି ଖରାପ ହେବାକୁ ଲାଗିଲାଣି ତୁରନ୍ତ କିଡନି ବଦଳାଇବାକୁ ପଡିବ , ଏ କଥା ଶୁଣି ଉଭେୟେ ସ୍ୱାମି ସ୍ତ୍ରୀଙ୍କ ମୁଣ୍ଡରେ ଚଡକ ପଡିଗଲା, ଟଙ୍କା କେଉଁଠୁ ଆଣିବେ ଯେ କିଡନି ବଦଳାଇବେ, ଏକଥା ଶୁଣି ଗାଁର କିଛି ଯୁବକ ତାଙ୍କୁ ସହାଯ୍ୟ କରିବା ପାଇଁ ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କ ନିକଟକୁ ଆସି ଜଣାଇବାପରେ ତାଙ୍କୁ ତୁରନ୍ତ ମାଲକାନଗିରି ହସପିଟାଲରେ ଭର୍ତି କରିଦିଅ ତାହ୍କର ଚକିତ୍ସା ବ୍ୟବସ୍ତା ଦେଖିବା ବୋଲି ବିଧାୟକଙ୍କ ପରାମର୍ଶ ଦେବା ପରେ ଆଜି କିଡନି ରୋଗୀ ଅମର ଦେ ଙ୍କୁ ମାଲକାନଗରି ହସପିଟାଲରେ ତାଙ୍କ ପରିବାର ଓ ଗ୍ରାମବାସୀ ମାନେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି , ମାଲକାନଗିରି ଜିଲ୍ଲା ହସପିଚଟାଲରେ କିଡନି ଚିକିତ୍ସା ସମ୍ଭବପରନୁହଁ ,ହଲେ ତାଙ୍କର ଦୁଇଟି କିଡନି ନଷ୍ଟହେବାକୁ ବସିଲାଣି ବାହରକୁ ଯାଇ କିଡନି ବଦଳାଇବାକୁ ପଡିବ, ଲକ୍ଷାଧିକ ଟଙ୍କାର ଆବସ୍ୟକତା ରହିଛି କେଉଁଠାରୁ ଏତେ ଟଙ୍କା ମିଳିବ ଯେ ସେ କିଡନି ବଦଳାଇବେ । ସ୍ୱାମୀଙ୍କ ଦୁଃଖ ଦେଖି ପତ୍ନୀ ସିମା ନିଜର ଗୋଟିଏ କିଡନି ଦାନକରିବାକୁ ରାଜି ହୋଇଛନ୍ତି । ହେଲେ କିଡନି ବଦଳାଇ ବା ପାଇଁ ଲ କ୍ଷାଧିକ ଟଙ୍କାର ଆବସ୍ୟକତା ରହିଛି । ତେଣୁ କର୍ମକୁ ଆଦରି ମାଲକାନଗିରି ହସପିଟାଲ ରେ ଅସହାୟ ଅବସ୍ଥାରେ ପଡି ରହିଛନ୍ତି ଏହି କିଡନି ରୋଗୀ ଅମର ଦେ । ଯିଦି ସରକାର କି କେହି ବଦାନ୍ୟବ୍ୟକ୍ତି ତାଙ୍କୁ ସହ ଯୋଗର ହାତ ବଢାଇବେ ତେବେ ସେ ଆସନ୍ନ ମୃତ୍ୟୁରୁ ରକ୍ଷାପାଇ ଯିବେ ବୋଲି ତାଙ୍କ ଗାଁର ଯୁବକ ସପନ କୁମାର ମଜୁମାଦାର କହିଛନ୍ତି । ସେହି ଗାଁରରେ ଆହୁରି ଦୁଇଜଣ ତାରକ ମଣ୍ଡଳ,କ୍ରିଷ୍ଣପଦ ମଣ୍ଡଳ,କିଡନି ରୋଗରେ ଆକ୍ରନ୍ତ ହୋଇଥିବାର ଜଣାପଡିଛି ।
ଏହି କିଡନି ରୋଗର ମୁଖ୍ୟକାରଣ ଆଇରନ ଯୁକ୍ତ ପାନୀୟ ଜଳ ବୋଲି କେତେଜଣ କହୁଥିବା ବେଳେ, ଗାଁ ଗହଳରେ କ୍ବାକ୍ ମାନଙ୍କ ନକଲି ଔଷଧ ବ୍ୟବବହାର କାରଣ ଯୋଗୁ ହେଉଛି ବୋଲି ଆଉକିଛି ବୁଦ୍ଦି ଜିବୀ ମାନେ କୁହନ୍ତି । ମାଲକାନଗିରି ଜିଲ୍ଲାରେ ବହୁପରିମାଣରେ କିଡନି ରୋଗରେ ଲୋକମାନେ ଆକ୍ରାନ୍ତ ହେଉଥିଲେ ବି ରାଜ୍ୟସ୍ୱାସ୍ଥ୍ୟ ବିଭାଗ କି ଜିଲ୍ଲାସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୌଣସି ଅଭିଜ୍ଞ ଡାକ୍ତର କିମ୍ବା ବିଶେଷଜ୍ଞ ତଦନ୍ତକାରି ଦଳ ମାଲକାନଗିର ଜିଲ୍ଲାରେ ପହଁଚି ଏହିରୋଗର କରାଣ ଓ ନିରାକରାଣ ର ବ୍ୟବସ୍ଥା କରୁ ନଥିବାରୁ ପ୍ରତି ବର୍ଷ ଶତାଧିକ ଲୋକ ଙ୍କର ମୃତ୍ୟୁଘଟିଚାଲିଛି । ମାଲକାନଗିରି ଜିଲ୍ଲାରେ ଥିବା ଅଧିକାଶଂ ନଳକୂପରୁ ଆଇରନ ଯୁକ୍ତ ଜଳବାହାରୁଛି,ଏହି ଜଳକୁ ଗ୍ରାମବାସୀ ମାନେ ପାନୀୟଜଳ ଭାବେ ବ୍ୟବହାର କରିବା ଦ୍ୱାରା ସେମାନଙ୍କ କିଡନି ଧିରେ ଧିରେ ନଷ୍ଟହୋଇ ଯାଉଛି । ଜିଲ୍ଲାରେ ଜଳ ପାଲଟିଛି ଜହର,ଏହି କଥା ଜିଲ୍ଲାପ୍ରଶାନ ଠାରୁ ଆରମ୍ଭ କରି ଜିଲ୍ଲାସ୍ୱାସ୍ଥ୍ୟବିଭାଗ ଜାଣିଥିଲେବି କିଛି ପ୍ରତିକାର ବ୍ୟବସ୍ଥା କରୁନଥିବାରୁ ପ୍ରତି ବର୍ଷ କିଡନି ରୋଗରେ ଶତାଧିକ ବ୍ୟକ୍ତିଙ୍କର ମୃତ୍ୟୁଘଟୁଛି । ଜିଲ୍ଲାସଦର ମହକୁମା ସହିତ ବିଭିନ୍ନ ଗ୍ରାମରେ ଏହି କିଡନି ରୋଗ ମହାମାରିପରି ବ୍ୟାପି ଚାଲିଥିଲେ ମଧ୍ୟ ସରକାରଙ୍କର ନିଦ ଭାଙ୍ଗୁନାହିଁ । ବୃକ୍କ(କିଡନି)ରୋଗ ନିରାକରଣ ଓ ଜନସଚେତନତା ପାଇଁ କେନ୍ଦ୍ର ଓ ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚକରୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏହା କେବଳ ପ୍ରହସନରେ ପରିଣତ ହୋଇଛି । ବିଶେଷ କରି କୋରକୁଣ୍ଡା,କାଲିମେଳା, ପଡିଆ ବ୍ଲକ ଅଚଂଳରେ ଏହାର ଅଧିକ ପାଦୃଭାବ ଅଧିକ ଦେଖା ଦେଇଛି ।
କେବଳ କୋରକୁଣ୍ଡା ବ୍ଲକସ୍ଥ ପୋଟ୍ରେଲ ପଚାଂୟତ ର ଏମଭି୩୩ ,ଏମଭି୩୧ ଗ୍ରାମରେ ୬ବର୍ଷରେ ୨୮ଜଣଙ୍କର ମୃତ୍ୟୁଘଟିଛି,ପଡିଆବ୍ଲକ ପୁଷୁଗୁଡା ପଚାଂୟତର ଏମପିଭି ୭୮ଗ୍ରାମରେ ୪୦ଜଣରୁ ଉର୍ଦ୍ଦ ଲୋକ ଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଉର୍ଦ୍ଦଲୋକ ବୃକକ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତର ଖନାରେ ଚିକିତ୍ସା ହେଉଥିବାର ଜଣାପଡିଛି । ଠିକ ସେହିପରି କାଲିମେଳା ବ୍ଲକସ୍ଥ ଏମପିଭି୩୬, ଗ୍ରାମରେ ବର୍ଷକ ମଧ୍ୟରେ ଗୋଟିଏ ପରିବାରରୁ ୩ଜଣ ଙ୍କ ସହିତ ୧୦ଜଣଙ୍କର ମୃତ୍ୟୁ ଘଟିଛି ଓ ୫୦ରୁ ଉର୍ଦ୍ଦବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ।
ଚିତ୍ରାଙ୍ଗପାଲି ପଚାଂୟତ ଏମଭି୫୫,ନାଲାଗୁଣ୍ଠି ପଚାଂୟତର ଏମପିଭି୪୨,ଏମଭି୭୨,କୋଇମେଟଲା, ଏମପିଭି୩୩,ତେଲରାଇ,ଛେଳିଆ ମୁଣ୍ଡା ସହିତ ଅନେକ ଗ୍ରାମରେ ଶତାଧିକ କିଡନି ରୋଗୀ ରହିଥିବାର ଜଣାପଡିଛି । ଦୂଷିତ ଜଳ ଓ ନକଲି ଔଷଧ ସେବନଦ୍ୱାରା ଏହି ରୋଗ ମହାମାରି ପରି ବ୍ୟାପୁଛି ବୋଲି ସନ୍ଦେହ କରା ଯାଉଥିଲେ ବି ଜିଲ୍ଲାସ୍ବାସ୍ଥ୍ୟ ବିଭାଗ କିଡନି ରୋଗ ବ୍ୟାପିବା ସଂପର୍କରେ ରାଜ୍ୟସରକାର କିମ୍ବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗକୁ ଅବଗତ ନକିରବାର କାରଣ କଣ ହୋଇପାରେ ବୋଲି ଜିଲ୍ଲାବାସୀ ଆଲୋଚନା କରୁଛନ୍ତି , | <urn:uuid:f08d04d6-b809-456f-9818-b45b58648f3e> | CC-MAIN-2018-43 | http://odiapua.com/%E0%AC%95%E0%AC%BF%E0%AC%A1%E0%AD%8D-%E0%AC%A8%E0%AC%BF-%E0%AC%B0%E0%AD%8B%E0%AC%97-%E0%AC%AC%E0%AC%B3%E0%AD%9F%E0%AC%B0%E0%AD%87-%E0%AC%AE%E0%AC%BE%E0%AC%B2%E0%AC%95%E0%AC%BE%E0%AC%A8%E0%AC%97/ | 2018-10-22T13:47:42Z | s3://commoncrawl/crawl-data/CC-MAIN-2018-43/segments/1539583515088.88/warc/CC-MAIN-20181022134402-20181022155902-00292.warc.gz | ory | 0.999943 | Orya | 6 | {"ory_Orya_score": 0.9999431371688843} |
କନକ ବ୍ୟୁରୋ : ଝାଡଖଣ୍ଡ ଧାନବାଦରେ ଗୁଳିକାଣ୍ଡ । ଏଥିରେ ଜଣେ ପୁର୍ବତନ ନଗରପାଳଙ୍କ ସହ ୪ ଜଣଙ୍କର ମୃତ୍ୟୁ ଘଟିଛି । ପୁର୍ବତନ ନଗରପାଳଙ୍କ ଉପରକୁ ୧୮ ରାଉଣ୍ଡ ଗୁଳିମାଡ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଗୁଳିମାଡ ପଛରେ ରାଜନେତିକ କାରଣ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗୁଳିକାଣ୍ଡ ପଛରେ ବିଜେପି ସଂପୃକ୍ତ ଅଛି ବୋଲି ବିରୋଧୀମାନେ ଆରୋପ ଲଗାଇଛନ୍ତି ।
22nd March, 2017 | 10:43 am
You might also like
- ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ ! ବଦଳିଲେ କ୍ରାଇମବ୍ରାଞ୍ଚ ଆଇଜି ହିମାଂଶୁ ଲାଲ୍, ଯତିନ୍ଦ୍ର କୋଏଲଙ୍କୁ ନୂଆ ଦାୟିତ୍ୱ ।
- ସାବରିମାଳାରେ ମହିଳାଙ୍କ ପ୍ରବେଶ ନେଇ ସ୍ମୃତି ଇରାନୀ ବିବାଦୀୟ ମନ୍ତବ୍ୟ ! କହିଲେ, ଋତୁସ୍ରାବ ଯୋଗୁଁ ମହିଳା ମନ୍ଦିରକୁ ଯିବା ଅନୁଚିତ ।
- ଜେଲ ଗଲେ ଅଭିଜିତ୍ ଆୟାର ! ଜାମିନ ନାମଞ୍ଜୁର କଲେ SDJM କୋର୍ଟ, ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଜିତ୍ ।
- ସମାନ ରେକର୍ଡ ଦୌଡରେ ଧୋନି ଆଉ କୋହଲି ! ୧୦ ହଜାର ଦିନିକିଆ ରନ୍ ଠାରୁ ଆଉ ମାତ୍ର ଅଳ୍ପ ଦୂରରେ ଦୁଇ ଭାରତୀୟ ତାରକା । | <urn:uuid:17ee9971-a36b-48ad-ad18-453ac7fd493b> | CC-MAIN-2018-43 | http://kanaknews.com/jharkhand-gangwar/ | 2018-10-23T20:30:19Z | s3://commoncrawl/crawl-data/CC-MAIN-2018-43/segments/1539583517376.96/warc/CC-MAIN-20181023195531-20181023221031-00452.warc.gz | ory | 0.999937 | Orya | 1 | {"ory_Orya_score": 0.9999369382858276} |
ଡେରାଡ଼ୁନ୍: ଉତ୍ତରାଖଣ୍ଡର ନୈନିତାଲ୍ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ବିଜେପି ନେତା ଏବଂ ଜିଲ୍ଲା ପଞ୍ଚାୟତ ସଦସ୍ୟ ବୀରେନ୍ଦ୍ର ମନରାଲ୍ଙ୍କୁ ଗତ ଶନିବାର ନୈନିତାଲ୍ ଜିଲ୍ଲା କୋର୍ଟ ବାହାରେ ହତ୍ୟା କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ଓରଫ୍ ଭାଉ ବିଜେପି ନେତାଙ୍କ ଉପରେ ରାଗ ରଖିଥିଲା। ୨୦୧୫ରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହତ୍ୟା ପାଇଁ ବିଜେପି ନେତା ସୁପାରି ଦେଇଥିଲେ। କିନ୍ତୁ ହତ୍ୟା ବାବଦରେ ସେ ଯେଉଁ ଟଙ୍କା ଦେବାକୁ କହିଥିଲେ ତାହା ସେ ଦେଇନଥିବାରୁ ମନରାଲ୍ଙ୍କୁ ଅଭିଯୁକ୍ତ ଦେବେନ୍ଦ୍ର ହତ୍ୟା କରିଥିଲା। | <urn:uuid:f51e8b5b-8010-4372-a493-238fd5d01361> | CC-MAIN-2018-43 | http://sambad.in/india-and-beyond/bkp-leader-killed-not-giving-money-206048/ | 2018-10-23T20:32:14Z | s3://commoncrawl/crawl-data/CC-MAIN-2018-43/segments/1539583517376.96/warc/CC-MAIN-20181023195531-20181023221031-00452.warc.gz | ory | 0.999985 | Orya | 4 | {"ory_Orya_score": 0.9999852180480957} |
ଟମାଟୋ କୁ ଆମେ ମୁଖ୍ୟତଃ ସବୁ ପ୍ରକାର ବ୍ୟଞ୍ଜନରେ ବ୍ୟବହାର କରିଥାଉ।ଏହି ଟମାଟୋ ଦ୍ଵାରା ବ୍ୟଞ୍ଜନର ରଙ୍ଗ ସହ ସ୍ୱାଦ ମଧ୍ୟ ଦ୍ୱିଗୁଣିତ ହୋଇଯାଏ ।ଏହାଛଡ଼ା ଟମାଟୋ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ପରିବା ଅଟେ। ଟମାଟୋରେ ଭରପୁର ମାତ୍ରା ରେ କ୍ୟାଲସିୟମ, ଫସଫରସ ଓ ଭିଟାମିନ-ସି ପରି ଔଷଧୀୟ ଗୁଣ ଗୁଡିକ ଭରି ରହିଥାଏ।ଯାହା ମନୁଷ୍ୟ ଶରୀରରୁ ଆସିଡ଼ିଟି, ମୋଟାପଣ ଓ ଆଖିରେ ହେଉଥିବା ବିଭିନ୍ନ ସମସ୍ୟା କୁ ଦୁରକରିଥାଏ।
୧-ଟମାଟୋରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସସାଇଡ଼,ଫ୍ଲୋରିକ ଏସ୍ଡ଼ି ଓ ଅନ୍ୟକେତେକ ଲାଭଦାୟକ ଔଷଧୀୟ ଗୁଣ ଭରି ରହିଥାଏ ।ଏହା ଦ୍ଵାରା ଶରୀରରେ କ୍ୟାନସର ସେଲ ଗୁଡିକୁ ବଢିବାରେ ନିବୃତ୍ତ ରାଖିଥାଏ।ଟମାଟୋ ଜୁସ ପିବା ୧୮ପ୍ରତିଶତ କ୍ୟାନସର କମ୍ ହୋଇଯାଏ।
୨-ଚକ୍ଷୁ ପାଇଁ ଟମାଟୋ ଜୁସ ଅତ୍ୟନ୍ତ ଲାଭଦାୟକ ଅଟେ।ପ୍ରତ୍ୟେକ ଦିନ ଦୁଇ ଗ୍ଲାସ ଟମାଟୋ ଜୁସ ସେବନ କଲେ ଚକ୍ଷୁରେ ରେ ରଶ୍ମି ବଢିଥାଏ
୩- ମଣିଷ ଶରୀରରେ ଯକୃତ କୁ ପରିଷ୍କାର ପାଇଁ ମଧ୍ୟ ଟମାଟୋ ଜୁସ କୁ ବ୍ୟବହାର କରାଯାଇ ପାରେ। ଟମାଟୋ ଜୁସକୁ ନିୟମିତ ସେବନ କରିବା ଦ୍ଵାରା ଯକୃତର ଥିବା ବିଷାକ୍ତ ପଦାର୍ଥ ବହିର୍ଭୁତ ହୋଇଥାଏ ଫଳରେ ଯକୃତ କ୍ୟାନସର ରୁ ମୁକ୍ତି ମିଳେ। | <urn:uuid:49f975d9-e946-446c-8a4c-088ac1179dcc> | CC-MAIN-2018-43 | http://24x7newscast.com/%E0%AC%95%E0%AD%8D%E0%AD%9F%E0%AC%BE%E0%AC%A8%E0%AC%B8%E0%AC%B0-%E0%AC%B0%E0%AD%8B%E0%AC%97%E0%AC%95%E0%AD%81-%E0%AC%A6%E0%AD%81%E0%AC%B0%E0%AC%95%E0%AC%B0%E0%AD%87-%E0%AC%9F%E0%AC%AE%E0%AC%BE/ | 2018-10-15T12:34:36Z | s3://commoncrawl/crawl-data/CC-MAIN-2018-43/segments/1539583509196.33/warc/CC-MAIN-20181015121848-20181015143348-00531.warc.gz | ory | 0.999995 | Orya | 11 | {"ory_Orya_score": 0.9999954700469971} |
୧୦ ଟଙ୍କିଆ କଏନ ପରେ ଏବେ ୫ ଟଙ୍କିଆ କଏନ ବନ୍ଦ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ, କିଛି ଦିନ ହେଲା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ଦୋକାନୀ ପର୍ଯ୍ୟନ୍ତ ଏହି ୫ ଟଙ୍କିଆ କଏନକୁ ଗ୍ରହଣ କରିବାକୁ ରୋକଠୋକ୍ ମନା କରିଦେଉଥିବା ଅଭିଯୋଗ ଆସୁଛି । ଖାଲି ୫ ଟଙ୍କିଆ କଏନ ନୁହେଁ ବରଂ ନୂଆ ୧ ଟଙ୍କିଆ କଏନ ନେବାକୁ ବି ମନା କରିଦେଉଛନ୍ତି ।
ଏହାର ମୁଖ୍ୟ କାରଣ ହେଲା, ଲୋକେ ୫ ଟଙ୍କିଆ ନୂଆ କଏନକୁ ନକଲି ବୋଲି ଭାବୁଛନ୍ତି । ଯେଉଁଥି ପାଇଁ ଏହାକୁ ଗ୍ରହଣ କରିବାକୁ ପୂରାପୂରି ନାରାଜ୍ । କିଛି ଲୋକେ ତ ଯୁକ୍ତି କରୁଛନ୍ତି କି, ତାଙ୍କଠାରୁ ଏହି କଏନ କେହି ନେଉନଥିବାରୁ ସେ ମଧ୍ୟ କାହାଠାରୁ ଏହାକୁ ଗ୍ରହଣ କରୁନାହାଁନ୍ତି ବୋଲି ।
ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି, କଣ ସତରେ ୫ ଟଙ୍କାର ଏହି ନୂଆ କଏନ ବନ୍ଦ ହୋଇଯାଇଛି ନା ଏହା କୌଣସି ଗୁଜବ । ତେବେ ଏହି ପ୍ରଶ୍ନର ଉତ୍ତର ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସ୍ପଷ୍ଟ କରିସାରିଛି । ଆରବିଆଇ ତରଫରୁ ଚଳିତ ବର୍ଷ ୧୫ ଫେବୃୟାରୀରେ ବିଭିନ୍ନ ବ୍ୟାଙ୍କ ଗୁଡିକୁ ଜାରି କରାଯାଇଥିବା ଏକ ସର୍କୁଲାରରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି କି, ୧,୨,୫ ଏବଂ ୧୦ ଟଙ୍କିଆ କଏନ ସଂପୂର୍ଣ୍ଣ ଭାବରେ ଗ୍ରହଣଯୋଗ୍ୟ । ଏହି କଏନକୁ କୌଣସି ବ୍ୟକ୍ତି ଗ୍ରହଣ କରିବାକୁ ମନା କରିପାରିବେ ନାହିଁ । କିମ୍ବା କୌଣସି ବ୍ୟାଙ୍କ ମଧ୍ୟ ନେବାକୁ ମନା କରିପାରିବେ ନାହିଁ ।
ଆରବିଆଇ ଆହୁରୀ ମଧ୍ୟ କହିଛି କି, ମାର୍ଚ୍ଚ, ୨୦୦୯ ପରେ ଯେତେସବୁ କଏନ ଜାରି କରାଯାଇଥିଲା, ସେସବୁ ଆଇନସମ୍ମତ ଅଟେ । ଏହି ଅବସରରେ ଆରବିଆଇ ଲୋକଙ୍କ ମନରେ ଥିବା ସମସ୍ତ ଦ୍ୱନ୍ଦ୍ୱକୁ ମଧ୍ୟ ଦୂର କରିବାକୁ ପ୍ରୟାସ ଜାରି ରଖିଛି ।
ଆରବିଆଇର ସୂଚନା ମୁତାବକ, କଏନ ଦୀର୍ଘ ଦିନ ଧରି ପ୍ରଚଳିତ । ଏଥିପାଇଁ ଏହା ସମ୍ଭବ କି ଗତବର୍ଷ ହିଁ ପ୍ରସ୍ତୁତ ହୋଇଥିବା କଏନ ସହିତ ୧୦ ବର୍ଷ ପୁରୁଣା କଏନ ମଧ୍ୟ ଗ୍ରହଣଯୋଗ୍ୟ ହୋଇପାରେ । ଖାଲି ଏତିକି ନୁହେଁ ଭାରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟରେ ମଧ୍ୟ ୫ ଟଙ୍କିଆ ନୂଆ କଏନ ଜାରି କରାଯାଇଛି । ଅନ୍ୟ ପଟରେ ଆରବିଆଇ ତରଫରୁ ବର୍ତମାନ ପର୍ଯ୍ୟନ୍ତ କେଉଁଠି ବି କୁହାଯାଇ ନାହିଁ କି, ଏହି କଏନଗୁଡିକ ଲିଗାଲ ଟେଣ୍ଡର ନୁହେଁ ବୋଲି । ଏଥିପାଇଁ ଆପଣ ୧ ଓ ୫ ଟଙ୍କିଆ ନୂଆ କଏନ ନିଶ୍ଚିତ ହୋଇ ନେଇ ପାରିବେ । ଯଦି ଆପଣଙ୍କର କୌଣସି ସନ୍ଦେହ କିମ୍ବା ମନରେ କୌଣସି ପ୍ରଶ୍ନ ରହିଛି ତେବେ ଏବାବଦରେ ଆପଣ ନିକଟସ୍ଥ ବ୍ୟାଙ୍କକୁ ଯାଇ ସଂପୂର୍ଣ୍ଣ ତଥ୍ୟ ହାସଲ କରିପାରିବେ । | <urn:uuid:4cda4ce4-e8ab-491e-9f95-5912bdc08fe2> | CC-MAIN-2018-43 | http://kanaknews.com/special-people-not-accepting-new-5-rupee-coin-legal-tender-rbi/ | 2018-10-15T12:56:04Z | s3://commoncrawl/crawl-data/CC-MAIN-2018-43/segments/1539583509196.33/warc/CC-MAIN-20181015121848-20181015143348-00531.warc.gz | ory | 0.999998 | Orya | 9 | {"ory_Orya_score": 0.9999977350234985} |
ହରିଦ୍ୱାର: ଉତ୍ତରାଖଣ୍ଡ ପୁଲିସ ଓ ଏନଡିଆରଏଫ ଟିମ୍ ଚଳିତ ବର୍ଷର ବୋଲବମ୍ ଋତୁରେ ନଦୀରୁ ୧୧୧ ଜଣ ବୋଲବମ୍ ଭକ୍ତଙ୍କୁ ଉଦ୍ଧାର କରିଛି। ଜାତୀୟ ଗଣମାଧ୍ୟମକୁ ଉତ୍ତରାଖଣ୍ଡ ପୁଲିସର ଏଡିଜି ଅଶୋକ କୁମାର କହିଛନ୍ତି, ହରିଦ୍ୱାରରୁ ଉତ୍ତରକାଶୀର ଗଙ୍ଗୋତ୍ରୀ ଧାମ ପର୍ଯ୍ୟନ୍ତ ଏଥର ପୁଲିସ ରେକର୍ଡ ସଂଖ୍ୟାରେ ବୋଲବମ୍ ଭକ୍ତଙ୍କୁ ଉଦ୍ଧାର କରିଛି। ଚଳିତ ବର୍ଷ ପାଣିରେ ବୁଡ଼ିଯାଇ କୌଣସି ବୋଲବମ୍ ଭକ୍ତଙ୍କର ଜୀବନ ଯାଇ ନାହିଁ।
ଅଶୋକ କୁମାର କହିଛନ୍ତି, ଖୀପ୍ର ଗତିରେ ବହି ଯାଉଥିବା ପାଣିରେ ଯେତେବେଳେ ବୋଲବମ ଭକ୍ତମାନେ ପ୍ରବେଶ କରନ୍ତି, ସେମାନେ ବେଳେବେଳେ ପାଣିରେ ବୁଡି ଯାଇଥାନ୍ତି। ଏଥର କିନ୍ତୁ ଆମେ ପ୍ରତିଜ୍ଞା କରିଥିଲୁ ଯେ, କୌଣସି ବୋଲବମ ଭକ୍ତଙ୍କୁ ମରିବାକୁ ଦେବୁ ନାହୁଁ। ଏଥି ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
ଅଶୋକ କୁମାର କହିଛନ୍ତି, ଯଦି ଗଙ୍ଗାଜଳ ପାଇଁ ଆସିଥିବା କୌଣସି ବୋଲବମ୍ ଭକ୍ତଙ୍କର ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇଯାଏ, ତା' ହେଲେ ବଡ଼ ଦୁଃଖର ବିଷୟ। ଏଥର ପୁଲିସ ଦିନରାତି ଜାଗ୍ରତ ରହିଥିଲା ଓ ୧୧୧ ଜଣ ବୋଲବମ ଭକ୍ତଙ୍କୁ ନଦୀରୁ ଉଦ୍ଧାର କରିଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ଅଶୋକ କୁମାର କହିଛନ୍ତି। | <urn:uuid:18057cb8-e2d1-42ba-bc6b-defdbb1be863> | CC-MAIN-2018-43 | http://sambad.in/latest/uttarakhand-police-sdrf-save-many-people-kanwar-yatra-192209/ | 2018-10-15T12:54:28Z | s3://commoncrawl/crawl-data/CC-MAIN-2018-43/segments/1539583509196.33/warc/CC-MAIN-20181015121848-20181015143348-00531.warc.gz | ory | 1.000004 | Orya | 3 | {"ory_Orya_score": 1.000003695487976} |
ଖରାଦିନେ ନିଜ ତ୍ଵଚାର ଯତ୍ନ ନେବା ପାଇଁ ଆମେ ବିଭିନ୍ନ ଉପାୟ ଆପଣେଇଥାଉ । ଏମିତି କି ଅନେକ ଜିନିଷ ଆମେ ତ୍ଵଚାରେ ଲଗେଇଥାଉ । ତେବେ ଆସନ୍ତୁ ଜାଣିବା ଖରାଦିନେ ନିଜ ତ୍ଵଚାର ଯତ୍ନ କିପରି ନେବେ ?
ଖରାଦିନେ ତ୍ଵଚାର ଯତ୍ନ ପାଇଁ କିଛି ଟିପ୍ସ :-
- ଖରା ଦାଉରୁ ରକ୍ଷା ପାଇବାକୁ ହେଲେ ସନ୍ଧ୍ୟା ସମୟରେ ମୁହଁରେ ବରଫ ଖଣ୍ଡ ଲଗାନ୍ତୁ ।
- ମୁହଁରେ ଟମାଟୋ ପେଷ୍ଟ ଲଗାନ୍ତୁ ଯାହା ଆପଣଙ୍କ ଫେସ୍କୁ ଗ୍ଲୋ କରିଥାଏ ।
- ସନବର୍ନ କମ୍ କରିବାକୁ ହେଲେ ଗୋଲାପ ଜଳରେ ତରଭୁଜ ରସ ମିଶାନ୍ତୁ ଏବଂ ଏହାକୁ ୨୦ମିନିଟ୍ ପାଇଁ ଲଗାଇ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
- ମୁହଁ ଗ୍ଲୋ ରଖିବାକୁ ହେଲେ ଏକ ଚାମଚ ମହୁରେ ଦୁଇଚାମଚ ଲେମ୍ବୁ ରସ ମିଶାନ୍ତୁ ଏବେ ଏହି ମିଶ୍ରଣକୁ ୩୦ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ପରେ ଧୋଇ ଦିଅନ୍ତୁ ।
- ଅଏଲ ସ୍କିନ୍ରୁ ରକ୍ଷା ପାଇବାକୁ ହେଲେ ମୁହଁରେ କାକୁଡ଼ିକୁ କାଟି ଦହି ସହ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ୨୦ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
ପଢନ୍ତୁ ; | <urn:uuid:77f40d8f-7db9-4acc-a827-502f3e7fd5c0> | CC-MAIN-2018-43 | https://enewsodia.com/simple-tips-for-glowing-face-in-summer-season/ | 2018-10-18T03:09:04Z | s3://commoncrawl/crawl-data/CC-MAIN-2018-43/segments/1539583511642.47/warc/CC-MAIN-20181018022028-20181018043528-00291.warc.gz | ory | 1.000006 | Orya | 6 | {"ory_Orya_score": 1.0000059604644775} |
ମୋବାଇଲ ଆଧାର ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ତରଫରୁ ଡେବଲଫ କରାଯାଇଥିବା ଏକ ଅଫିସିୟାଲ ମୋବାଇଲ ଆପ୍ଲିିକେସନ ଅଟେ । ସରକାର ଏହି ଆପ୍ଲିକେସନ ଜରିଆରେ ଡିଜିଟାଲ ଇଣ୍ଡିଆକୁ ଆହୁରି ଉନ୍ନତତ୍ତର କରିବାକୁ ଚାହୁଁଛନ୍ତି । ଏହି ଆପ ସାହାଯ୍ୟରେ ୟୁଜର୍ସ ନିଜ ସ୍ମାର୍ଟଫୋନରେ ଆଧାର ସହ ଯୋଡିହୋଇଥିବା ସମସ୍ଥ ତଥ୍ୟ ରଖିପାରିବା ସହ ଆବଶ୍ୟକ ପଡିବା ସ୍ଥଳେ ଏହାକୁ ବ୍ୟବହାର ମଧ୍ୟ କରିପାରିବେ ।
ଆପଣ ଏହି ଏମ-ଆଧାରକାର୍ଡର ବ୍ୟବହାର ନିଜ ଆଧାର କାର୍ଡର ରିଫ୍ଲେସମେଣ୍ଟ ଭାବେ କରିପାରିବେ । ଏମ-ଆଧାର ଆପ ୟୁଜର୍ସମାନଙ୍କୁ ନିଜ ସ୍ମାର୍ଟଫୋନରେ ହିଁ ନିଜ ଆଧାର ଆଇଡିଂଟିଟି ରଖିବାର ସୁବିଧା ପ୍ରଦାନ କରୁଛି । ୟୁଜର୍ସ ନିଜର ସ୍ମାର୍ଟଫୋନରେ ହିଁ ଆଧାରକାର୍ଡର ସମସ୍ତ ତଥ୍ୟ ରଖିପାରିବେ । ଏମ-ଆଧାରରେ ୟୁଜର୍ସଙ୍କ ଆଧାରକାର୍ଡର ସମସ୍ତ ତଥ୍ୟ ଉପଲବ୍ଧ ରହିଥାଏ । ଏହି ଆପ ୟୁଜର୍ସମାନଙ୍କୁ ଯେକୌଣସି ସମୟରେ ବି ନିଜର ବାୟୋମିଟ୍ରିକ ଡାଟାକୁ ଲକ୍ ଏବଂ ଅନଲକ କରିବାର ଅନୁମତି ଦେଇଥାଏ । ଆପ କ୍ୟୁଆର କୋଡ ନାମକ ଫିଚର ମଧ୍ୟ ଅଫର କରିଥାଏ । ଯଦି ଆପଣଙ୍କ ମୋବାଇଲ ନମ୍ବର ପରିବାରର ଯେକୌଣସି ସଦସ୍ୟଙ୍କ ଆଧାର ସହ ଯୋଡି ହୋଇ ରହିଛି ତେବେ ଏହି ଆପ ଜରିଆରେ ପରିବାର ସଦସ୍ୟଙ୍କ ଆଧାର କାର୍ଡର ତଥ୍ୟ ଆପଣ ନିଜ ପାଖରେ ରଖିପାରିବ ସହିତ ସେହି ଆଧାରକାର୍ଡ ଗୁଡିକୁ ମଧ୍ୟ ଆବଶ୍ୟକ ସ୍ଥଳେ ବ୍ୟବହାର କରିପାରିବେ । | <urn:uuid:f9d991cb-e545-42ed-a22f-a09b01598660> | CC-MAIN-2018-43 | http://kanaknews.com/keeping-aadhaar-in-your-mobile-phone/ | 2018-10-19T09:04:42Z | s3://commoncrawl/crawl-data/CC-MAIN-2018-43/segments/1539583512382.62/warc/CC-MAIN-20181019082959-20181019104459-00451.warc.gz | ory | 0.999995 | Orya | 5 | {"ory_Orya_score": 0.999995231628418} |
ସୁଶାନ୍ତ ଓ ସୁମନ ଗୋଟିଏ ଗୁରୁକୂଳରେ ବିଦ୍ୟାଶିକ୍ଷା କରୁଥିଲେ । ଗୁରୁ ସୁଶାନ୍ତକୁ ବ୍ୟବସାୟ କରି ଜୀବିକାର୍ଜନ ପାଇଁ କହିଲେ ଓ ସୁମନକୁ ପାଣ୍ଡିତ୍ୟ ପ୍ରାପ୍ତ କରି ଜୀବିକା ନିର୍ବାହ କରିବାକୁ କହିଲେ ।
ସୁମନ ନିଜ ଗ୍ରାମକୁ ଯାଇ ସମସ୍ତ ଶାସ୍ତ୍ର ଅଧ୍ୟୟନ କରିବାରେ ମଗ୍ନ ହୋଇଗଲା । ମାତ୍ର ସୁଶାନ୍ତ ସହରକୁ ଯାଇ ବ୍ୟବସାୟ କଲା ଓ ଖୁବ୍ ଅଳ୍ପ ସମୟରେ ସେ ଲକ୍ଷପତି ହୋଇଗଲା । ଧନୀ ହୋଇଯିବାରୁ ବନ୍ଧୁବାନ୍ଧବ ସର୍ବଦା ତା' ଚାରିପାଖରେ ଘେରି ରହିଥାନ୍ତି ଓ ଅହରହ ତା'ର ପ୍ରଶଂସା କରିବାରେ ଲାଗିଥାନ୍ତି । ଏଣୁ ତା'ର ମନରେ ବଡ ଗର୍ବ ହେଲା । ତା'ର ମନେ ହେଲା ଯେ ଦୁନିଆରେ ସେ ସବୁକିଛି କରିଦେଇ ପାରିବ । କାରଣ ସବୁକିଛି ଧନ ଦ୍ୱାରା ହିଁ ସମ୍ଭବ ।
କିଛି ଦିନ ପରେ ସୁଶାନ୍ତର ଘରକୁ ଜଣେ ସାଧୁ ଆସିଥିଲେ । ସୁଶାନ୍ତ ଖୁବ୍ ମନପ୍ରାଣ ଦେଇ ସେ ସାଧୁଙ୍କର ସତ୍କାର କଲା । ସାଧୁ ଏଥିରେ ଖୁସି ହୋଇ କହିଲେ, "କୁହ ତୁମର କ'ଣ ଦରକାର?"
ତହୁଁ ସୁଶାନ୍ତ ହସିହସି କହିଲା, "ମହାତ୍ମା, ମୋର ଯାହା ଆବଶ୍ୟକ ସେଥିପାଇଁ ମୁଁ ରୋଜଗାର କରୁଥିବା ଧନହିଁ ଯଥେଷ୍ଟ । ମୁଁ ବୁଝିପାରୁନାହିଁ ଯେ ଆପଣ ମୋତେ ଏମିତି କ'ଣ ଦେଇପାରିବେ । ଏବେ ଆପଣ ବରଂ କୁହନ୍ତୁ କ'ଣ ଦରକାର ମୁଁ ଆପଣଙ୍କ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ କରିବି ।"
ସାଧୁ ଅଳ୍ପ ହସି କହିଲେ, "ତୁମ ପାଖରେ ସବୁକିଛି ଅଛି ବୋଲି ଭାବିବାହିଁ ଏକ ବଡ ମୂର୍ଖତା । ମୋର ଏକମାତ୍ର ଇଚ୍ଛା ହେଉଛି, ତୁମେ ଜ୍ଞାନାର୍ଜ୍ଜନ କର । ସେଇଟାହିଁ ତୁମର ଅଭାବ ।"
ସୁଶାନ୍ତ କହିଲା "ମୁଁ ଯାହା କିଛି ଜୀବନରେ ଅର୍ଜନ କରିଛି, ତାହା କେବଳ ମୋର ନିଜର ଜ୍ଞାନବୁଦ୍ଧି ଯୋଗୁଁ । ତା'ପରେ ମଧ୍ୟ ଆପଣ ମୋତେ ଜ୍ଞାନ ଲାଭ କରିବା ପାଇଁ ଉପଦେଶ ଦେଉଛନ୍ତି?"
ସାଧୁ କହିଲେ "ଜ୍ଞାନୀ କେବେହେଲେ ମଧ୍ୟ ଅନାବଶ୍ୟକ କଥା କହନ୍ତି ନାହିଁ । ତୁମେ ଅଜ୍ଞାନୀ ବୋଲି ମୋର ଇଚ୍ଛା କ'ଣ ତାହା ଜାଣିବାକୁ ଚାହିଁଲ । ମୋର ଇଚ୍ଛା କ'ଣ, ସେ କଥା ତୁମେ ଆଦୌ କଳ୍ପନା ମଧ୍ୟ କରିପାରିବ ନାହିଁ । ଯେପର୍ଯ୍ୟନ୍ତ ତୁମେ ହୃଦୟଙ୍ଗମ ନକରିଛ କି ମୋର ଇଚ୍ଛା ପୂର୍ଣ୍ଣ କରିବା, କୌଣସି ମାନବ ପକ୍ଷରେ ସମ୍ଭବ ନୁହେଁ, ସେ ପର୍ଯ୍ୟନ୍ତ, ତୁମେ ଜ୍ଞାନାର୍ଜନ କରି ଚାଲିଥାଅ ।"
ସାଧୁଙ୍କ କଥା ତାକୁ ମୋଟେ ଭଲ ଲାଗିଲା ନାହିଁ । ସେ କଥା ସେ ପ୍ରକାଶ ନକରି, କହିଲା, "ମୂଲ୍ୟହୀନ କଥାବାର୍ତ୍ତା କରୁ ନଥିବା କୌଣସି ସାଧୁ ଅଛନ୍ତିତ କୁହନ୍ତୁ । ତେବେ ତାଙ୍କ ନିକଟକୁ ଯାଇ ମୁଁ ଜ୍ଞାନଲାଭ କରିବି । ମୁଁ ଭାବୁଛି ସେପରି ବ୍ୟକ୍ତି ଏ ପୃଥିବୀରେ ନାହିଁ ।"
"ଆଚ୍ଛା ତୁମେ ଶକରାପୁର ଯାଅ । ସେଠାରେ ସୁମନ ନାମକ ଜଣେ ବ୍ୟକ୍ତି ଅଛନ୍ତି । ତାଙ୍କରି ନିକଟରୁ ଜ୍ଞାନ ପ୍ରାପ୍ତ କର ।" ଏହା ସେ ସାଧୁ କହିଲେ ଓ ସେଠାରୁ ଚାଲିଗଲେ ।
ସୁମନର ନାମ ଶୁଣିବା ମାତ୍ରେ ସେ ଚିନ୍ତାରେ ପଡିଲା । ସେ ଭାବିଲା ଯେ ତା' ସହିତ ଏକା ଗୁରୁକୂଳରେ ବିଦ୍ୟାଶିକ୍ଷା କରୁଥିବା ସୁମନ କଥା ଆଉ ଏ ସାଧୁ କହୁ ନାହାଁନ୍ତି ତ? କାରଣ ତା'ର ଘର ମଧ୍ୟ ଶକରାପୁରରେ ।
ସୁଶାନ୍ତ ଭାବୁଥିଲା କି, ଯେତେ ଲୋକ ଗୁରୁକୂଳ ସମାପ୍ତ କରି ବାହାରକୁ ଯାଇଚନ୍ତି, ତନ୍ମଧ୍ୟରେ ସେ ତ ନିଜେ ହିଁ ଶ୍ରେଷ୍ଠ । ତା' ଦୃଷ୍ଟିରେ ଧନୀହିଁ ଶ୍ରେଷ୍ଠ । ସାଧୁଙ୍କ କଥା ଶୁଣି ତା' ମନରେ ସନ୍ଦେହ ହେଲା ଓ ଇର୍ଷ୍ୟା ମଧ୍ୟ ହେଲା । ସେ ତୁରନ୍ତ ଶକରାପୁର ଯିବାକୁ ସ୍ଥିର କରି ବାହାରିପଡିଲା ।
ସୁଶାନ୍ତ ଚାହୁଁଥିଲା ଶକରାପୁରର ଲୋକଙ୍କ ଉପରେ ନିଜ ବଡ ପଣିଆ ଜାହିର୍ କରିବ । ତେଣୁ ସେ ନିଜେ ବହୁତ ଅଳଙ୍କାର ପିନ୍ଧି, ସୁନ୍ଦରଭାବରେ ସଜ୍ଜିତ ପାଲିଙ୍କିରେ ବସି, ଦାସ ଦାସୀ ସାଥିରେ ଧରି ଶକରାପୁର ଗଲା ।
ଶକରାପୁର ବଡ ଗ୍ରାମଟିଏ ଥିଲା । ସେଠାରେ ପହଁଚି ସୁମନର ଘର ଖୋଜି ସେ ପାଇଲା ନାହିଁ । କେହିବି କହି ପାରିଲେ ନାହିଁ । ପଚାରୁ ପଚାରୁ ଦୈବାତ୍ ସୁମନର ଜଣେ ଶିଷ୍ୟ ସହିତ ଦେଖା ହେବାରୁ ସେ ସେମାନଙ୍କୁ ତା' ଘରକୁ ନେଇଗଲା ।
ସୁଶାନ୍ତ ତା'ର ଛୋଟ ଘର ଦେଖି ଭାରି ଖୁସି ହୋଇଗଲା, ଅବଶ୍ୟ ସେହି ଘରଟି ଅତ୍ୟନ୍ତ ପରିଷ୍କାର ଥିଲା । ସୁଶାନ୍ତ ମନେ ମନେ ଭାବିଲା "ମୋର ତିନିମହଲା କୋଠା, ବାରିବଗିଚା ଚାକର ବାକର, ଆଉ ଏହି ଦରିଦ୍ର ସହିତ ମୋର ତୁଳନା?"
ସୁମନ ସେତେବେଳେ ଘରେ ନ ଥିଲା, ପଣ୍ଡିତ ସଭାରେ ଯୋଗ ଦେବା ପାଇଁ ଜମିଦାର ତାକୁ ଡକେଇ ନେଇଥାନ୍ତି । ପରଦିନ ସେ ଫେରିବେ । ସୁମନର ସ୍ତ୍ରୀ ଗୀତା ଏତକ କହିବା ପରେ ସେମାନଙ୍କର ଆଦର ସତ୍କାର କଲା । | <urn:uuid:aad857a8-0506-4333-8f04-051fc69e87b6> | CC-MAIN-2018-43 | http://odiagapa.com/%E0%AC%AA%E0%AD%8D%E0%AC%B0%E0%AC%95%E0%AD%83%E0%AC%A4-%E0%AC%A7%E0%AC%A8%E0%AD%80/ | 2018-10-20T17:32:07Z | s3://commoncrawl/crawl-data/CC-MAIN-2018-43/segments/1539583513009.81/warc/CC-MAIN-20181020163619-20181020185119-00051.warc.gz | ory | 1.000005 | Orya | 7 | {"ory_Orya_score": 1.0000046491622925} |
ଅଧ୍ୟାପକ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ
ଭାରତୀୟ ଜନସଂଘର ପୂର୍ବତନ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଅଧ୍ୟକ୍ଷ ତଥା ତିନି ବର୍ଷ ପାଇଁ ଜନତା ପାର୍ଟିରେ ବିଲୀନ ହୋଇ ଏହି ଦଳର ପନରୁଜ୍ଜୀବିତ ରୂପ ଭାରତୀୟ ଜନତା ପାର୍ଟିର ମାର୍ଗଦର୍ଶକ ରୂପେ ସୁବିଦିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ୧୯୬୮ ମସିହା ଫେବୃଆରୀ ୧୧ ତାରିଖ ଦିନ ଲକ୍ଷ୍ମୋ÷ରୁ ପାଟନା ଫେରୁଥିବା ବେଳେ ସନେ୍ଦହ ଜନକ ଭାବେ ମୋଗଲ ସରାଇ ରେଲ ଷ୍ଟେସନର ରେଳ ଧାରଣା ଉପରୁ ତାଙ୍କର ମର ଶରୀର ମିଳିଥିଲା । ସେତେବେଳେ କେନ୍ଦ୍ର ଓ ଉତ୍ତରପ୍ରଦେଶରେ କଂଗ୍ରେସ ସରକାର ଶାସନ କରୁଥିଲେ ମଧ୍ୟ ଉଭୟ ସରକାର ଏହାକୁ ଏକ ସାଧାରଣ ଦୁର୍ଘଟଣା ରୁପେ ଗ୍ରହଣ କରିଥିଲେ କିନ୍ତୁ ସମଗ୍ର ଭାାରତରେ ତାଙ୍କର ଏପରି ଅସ୍ୱାଭାବିକ ମୃତ୍ୟୁକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ରୁପେ ଗ୍ରହଣ କରାଯାଇଥିଲା । ତତôକାଳୀନ ସିବିଆଇର ଡିଆଇଜି ତଦନ୍ତକରି ଗାଡି ଷ୍ଟେସନରେ ପହଂଚିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ବାହାରକୁ ବଳ ପୂର୍ବକ ଠେଲି ଦେଇଥିଲା ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ । ରେଳବାଇ ତଥ୍ୟରୁ ଜଣାପଡିଥିଲା ଯେ ସେହି ବଗିରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ଭୁଲ ନାମ ଓ ଠିକଣା ଦେଇ ଯାତ୍ରା କରୁଥିଲେ । ପରବର୍ତ୍ତି ସମୟରେ ନ୍ୟାୟିକ ତଦନ୍ତ କମିଶନର ଅଧ୍ୟକ୍ଷ ୱାଇ. ଭି ଚନ୍ଦ୍ରଚୁଡ ଏହି ହତ୍ୟା ପଛରେ କୋ÷ଣସି ରାଜନୈତିକ ଉଦେ୍ଦଶ୍ୟ ନଥିଲା ବୋଲି କହିଥିଲେ ମଧ୍ୟ ବହୁ ସଂନ୍ଦିଗ୍ଧ ଦିଗ ଓ ବ୍ୟକ୍ତିି ବିଶେଷଙ୍କୁ ଉଦେ୍ଦଶ୍ୟ ମୂଳକ ରୁପେ ତଦନ୍ତ ପରିସରରୁ ବାଦ୍ ଦେଇଥିଲେ । ତେଣୁ ଏବେ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲା ପରେ ଶ୍ରୀ ଉପାଧ୍ୟୟଙ୍କର ପରିବାର ଲୋକେ ପୁଣି ଏକ ପୁର୍ଣ୍ଣାଙ୍ଗ ତଦନ୍ତ ଦାବୀ କରିଛନ୍ତି । ତେଣୁ ଏହି ମହାନ ଚିନ୍ତାନାୟକଙ୍କର ମୃତ୍ୟୁ ରହସ୍ୟ ଏବେ ମଧ୍ୟ ସଂଶୟାଚ୍ଛନ୍ନ ହୋଇରହିଛି ।
ପଣ୍ଡିତ ଦୀନଦୟାଲଙ୍କର ଅର୍ବିଭାବ ୧୯୧୬ ସେପ୍ଟେମ୍ବର ୨୫ ତାରିଖ ଠାରୁ ଗଲାବର୍ଷ ସେପ୍ଟେମ୍ବର ସୁଦ୍ଧା ଅନେଶ୍ୱତ ବର୍ଷ ପୁରଣ ହୋଇ ଏକଶତ ବର୍ଷ ଆରମ୍ବ ହୋଇଛି । ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତାଙ୍କ ଜନ୍ମ ଶତବାର୍ଷିକୀ ବର୍ଷକୁ ମହାସମାରୋହରେ ପାଳନ କରିବାକୁ ଉଦ୍ୟମ ହୋଇଛି । ତାଙ୍କ ନାମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନାମିତ କରାଯିବା ସହିତ ବିଭିନ୍ନ ସ୍ଥାନରେ ତାଙ୍କର ସ୍ମତିରକ୍ଷା ପାଇଁ ଉଦ୍ୟମ ହୋଇଛି । ବିଶେଷଭାବେ ତାଙ୍କ ପ୍ରଣୀତ ମହାନ ଦର୍ଶନ 'ଏକାତ୍ମ ମାନବବାଦ' ଉପରେ ଅଲୋଚନା ଚକ୍ର ସମଗ୍ର ଦେଶରେ ଆୟୋଜିତ ହେଉଛି ଏବଂ ଭାରତର ସାମଗ୍ରିକ ବିକାଶ ପାଇଁ ଏହାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ 'ଏକାତ୍ମ ମାନବବାଦ' ସମ୍ପର୍କରେ ସମ୍ୟକ ଆଲୋଚନା ମାଧ୍ୟମରେ ଆମେ ଏହି ମହାନ ରାଷ୍ଟ୍ରପୁରୁଷଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।
୧୯୫୧ ମସିହାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଯେତେବବେଳ ଭାରତୀୟ ଜନସଂଘର ପ୍ରତ୍ିଷ୍ଠା କଲେ ସେତେବେଳେ ତାଙ୍କର ଅନୁରୋଧ କ୍ରମେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମାନନୀୟ ଶ୍ରୀ ସଦାଶିବ ଗୋଲୱାଲେକର ୧୯୪୨ରୁ ପୂର୍ଣ୍ଣ ପ୍ରଚାରକ ଭାବେ ଦାଇତ୍ୱ ନିର୍ବାହ କରିଆସୁଥିବା ଶ୍ରୀ ଉପାଧ୍ୟାୟଙ୍କୁ ଭାରତୀୟ ଜନସଂଘରେ କାର୍ଯ୍ୟକରିବାକୁ ନିଦେ୍ର୍ଦଶ ଦେଇଥିଲେ । ସେହି ଦିନଠାରୁ ସେ ଜନସଂଘର ସାଧାରଣ ସମ୍ପାଦକ ଓ ୧୯୫୩ ମହିହା ଜୁନ୍ ୨୩ ତାରିଖରେ ଶ୍ରୀ ମୁଖାର୍ଜୀଙ୍କର ଜମ୍ମୁ କାଶ୍ମରୀ କାରଗାରରେ ସନେ୍ଦହ ଜନକ ଭାବେ ମୃତ୍ୟୁ ହେବାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୁପେ ତାଙ୍କର ନିଧନ ପର୍ଯ୍ୟନ୍ତ ଦାୟୀତ୍ୱ ନିର୍ବାହ କରି ଆସୁଥିଲେ । ଏକାଧାରରେ ସେ ଥିଲେ ଜଣେ ସୃଜନଶୀଳ ଲେଖକ, ପ୍ରବୀଣ ସାମ୍ବାଦିକ, ନିସ୍ୱାର୍ଥପର ସମାଜସେବକ, ଦେଶପ୍ରାଣ ରାଷ୍ଟ୍ରୀନୀତିଜ୍ଞ, ଦୁରଦୃ୍ଷ୍ଟି ସମ୍ପନ୍ନ ଅର୍ଥନୀତି ବିଶେଷଜ୍ଞ ଓ ଜଣେ ମହାନ ଦାର୍ଶନୀତିଜ୍ଞ । ଏକ ଜାତୀୟ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ନିର୍ବାହ କରିବା ସହିତ ୧୯୫୧ ମସିହା ଠାରୁ 'ରାଷ୍ଟ୍ରଧମ'ର୍ ନାମରେ ଏକ ଦୈନିକ 'ପଞ୍ଚଜନ୍ୟ' ନାମରେ ଏକ ସାପ୍ତାହିକ
ଏବଂ 'ସ୍ୱଦେଶ' ନାମରେ ଏକ ମାସିକ ପତ୍ରିକା ନିଜ ସମ୍ପାଦନାରେ ପ୍ରକାଶ କରିଆସୁଥିଲେ ଯାହା ଏବେ ମଧ୍ୟ ପ୍ରକାଶିତ ହେଉଛି ।
ଶ୍ରୀ ମୁଖାର୍ଜୀଙ୍କର ନେତୃତ୍ୱରେ ଭାରତୀୟ ଜନସଂଘ ୧୯୫୧-୫୨ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଭାଗ ନେଇ ସାଧାରଣ ଭୋଟ୍ର ୩.୦୬ ପ୍ରତିଶତ ଭୋଟ୍ ପାଇବା ସହିତ ତିନୋଟି ସିଟ୍ ପାଇଥିବା ବେଳେ ଦୀନଦୟାଲଙ୍କ ବଳିଷ୍ଠ ନେତୃ୍ତ୍ୱ ବଳରେ ୧୯୫୭ ରେ ୫.୯୭ ପ୍ରତିଶତ ଭୋଟ୍ ସହିତ ୪ ଟି ଆସନ ୧୯୬୨ ରେ ୬.୪୪ ପ୍ରତିଶତ ଭୋଟ୍ ସହିତ ୧୪ ଟି ଆସନ ଏବଂ ୧୯୬୭ ରେ ୯.୩୧ ପ୍ରତିଶତ ଭୋଟ୍ ପାଇ ୩୫ ଟି ଆସନ ଲାଭ କରିଥିଲା । ଯାହା ଫଳରେ ଭାରତୀୟ ଜନସଂଘ ଭାରତ ବର୍ଷରେ ଏକ ଶକ୍ତିଶାଳୀ ବିକଳ୍ପ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲା ।
୧୯୪୭ ରେ ଦେଶ ସ୍ୱାଧୀନ ହୋଇଥିଲେ ମଧ୍ୟ ଭାରତ ଇଂରେଜ ଶାସନପଦ୍ଧତି ତଥା ବୈଚାରିକ ସିଦ୍ଧାନ୍ତ ପ୍ରଭାବରୁ ମୁକ୍ତ ହୋଇପାରି ନଥିଲା । ପାଶ୍ଚ୍ୟାତ ସମାଜବାଦ ଓ ପୁଞ୍ଜିବାଦକୁ ରାଜନୈତିକ ସିଦ୍ଧାନ୍ତ ରୂପେ ଗ୍ରହଣ କରି ମିଶ୍ର ଅର୍ଥନୀତି, ପଞ୍ଚବାର୍ଷିକ ଯୋଜନା, ତୁଷ୍ଟିକରଣ ଭିତ୍ତିରେ ଆଧାରିତ ଧର୍ମ ନିରପେକ୍ଷତାକୁ ଅନୁସରଣ କରିଥିଲା । ସୋଭିଏତ୍ ସଂଘ ପ୍ରେରିତ ସମାଜବାଦୀ ବିକେନ୍ଦ୍ରୀକରଣ ଉପରେ ପର୍ଯ୍ୟବେସିତ ପଞ୍ଚବାର୍ଷିକ ଯୋଜନାକୁ ଭାରତୀୟ ଜନସଂଘ ବିରୋଧ କରିବା ସହିତ ସ୍ୱଦେଶୀ ଅର୍ଥ ବ୍ୟବସ୍ଥା ଅନୁସରଣ ଉପରେ ଗୁରୁତ୍ୱ ଦେଇଥିଲା । 'ଆର୍ଥିକ ଲୋକତନ୍ତ୍ର' ଓ 'ବିକେନ୍ଦ୍ରୀ କରଣ'କୁ ଦୀନଦୟାଲ 'ଅର୍ଥାୟମ୍' ନାମ ଦେଇଥିଲେ । ତାଙ୍କ ମତରେ, ''ପାଶ୍ଚାତ୍ୟ ରାଜନୈତିକ ଦର୍ଶନ ମନୁଷ୍ୟକୁ ସେକ୍ୟୁଲାରବାଦ, ବ୍ୟକ୍ତିିବାଦ, ସମାଜବାଦ,ଏବଂ ସାମ୍ୟବାଦ ବିଚାର ଦେଇଅଛି । ଭାରତ ସ୍ୱାଧୀନ ହେବା ପରେ ଆମ ଦେଶର ନେତୃବୃନ୍ଦ ସେହି ସବୁ ପାଶ୍ଚତ୍ୟ ଦର୍ଶନ ଆଧାରରେ ଦେଶର ଭବିଷ୍ୟତ ନିର୍ମାଣ ପାଇଁ ଯୋଜନାମାନ ଆରମ୍ଭ କରିଛନ୍ତି ।'' ପଣ୍ଡିତ ଦୀନ ଦୟାଲ ତତ୍କାଳୀନ ନେତୃବୃନ୍ଦଙ୍କ ବିଚାରକୁ ଖଣ୍ଡନ କରି ମତ ଦେଇଥିଲେ ଯେ, ''ଯେତେବେଳେ ଆମେ ପାଶ୍ଚାତ୍ୟ ସାମ୍ରାଜ୍ୟବାଦକୁ ଏହି ଦେଶରୁ ବିତାଡିତ କରିଦେଇଛେ ସେତେବେଳେ ପାଶ୍ଚାତ୍ୟ ଦର୍ଶନ ପଛରେ ଗୋଡାଇବା ଆବଶ୍ୟକ ନାହିଁ । ଦେଶର ନେତୃବୃନ୍ଦଙ୍କ ମନରେ ଏହି ଧାରଣା ଥିଲା ଯେ, ଆମ ଦେଶରେ ନିଜସ୍ୱ କୋ÷ଣସି ଦର୍ଶନ ନାହିଁ, ଏଣୁ ପାଶ୍ଚାତ୍ୟ ଦର୍ଶନକୁ ଗ୍ରହଣ କରିନେବା ଉଚିତ । ସେମାନେ ଏପରି ମଧ୍ୟ ଭାବୁଥିଲେ ଯେ, ଆମେ ଅତୀତରେ ଏକ ରାଷ୍ଟ୍ର ନ ଥିଲେ । ଇଂରେଜମାନେ ଆସିବା ପରେ ଆମକୁ ଏକ ରାଷ୍ଟ୍ରଭାବେ ପରିଚିତ କରାଇଲେ ଏବଂ ଏବେ ଆମେ ବିଶ୍ୱରେ ଏକ ନୂଆ ରାଷ୍ଟ୍ରଭାବେ ଉଦୟ ହୋଇଛେ ।''
ଭାରତୀୟ ଜନତା ପାର୍ଟି ବା ପୂର୍ବର ଭାରତୀୟ ଜନସଂଘ ଦୃଢ ଭାବରେ ବିଶ୍ୱାସ କରେ ଯେ, 'ଆମ ଦେଶ ଏକ ପ୍ରାଚୀନ ଏବଂ ସନାତନ ରାଷ୍ଟ୍ର । ପାଶ୍ଚାତ୍ୟରେ ରାଷ୍ଟ୍ର ଓ ରାଜ୍ୟ ପରିକଳ୍ପନା ପ୍ରାରମ୍ଭର ଅନେକ ପୂର୍ବରୁ ଆମ ଦେଶରେ 'ସାଂସ୍କୃତିକ ରାଷ୍ଟ୍ରବାଦ' ରହିଆସିଛି । ଭାରତ ବର୍ଷର ଏକ ଗୋ÷ରବମୟ ଜ୍ଞାନ ପରମ୍ପରା ରହିଛି ଏବଂ ଆମକୁ ଏହି ଜ୍ଞାନ ପରମ୍ପରା ଭିତରେ ଦେଶର ଭବିଷ୍ୟତ ଖୋଜିବା ଉଚିତ୍ ହେବ ।'
ପାଶ୍ଚତ୍ୟ ଦର୍ଶନରେ ମାନବ ଜୀବନ ପ୍ରତି ଖଣ୍ଡିତ ଦୃଷ୍ଟିକୋଣ ରହିଛି । ସେମାନଙ୍କ କଳ୍ପନାରେ ବ୍ୟକ୍ତିବାଦ ହେଉଛି ସମାଜବାଦର ଶତ୍ରୁ ଏବଂ ସେହିପରି ସମାଜବାଦ ହେଉଛି ବ୍ୟକ୍ତିବାଦର ଶତ୍ରୁ । ସେହି ଦର୍ଶନରେ ପ୍ରକୃତି ଉପରେ ମାନବର ବିଜୟ କଥା କୁହାଯାଇଛି ଏବଂ ଏଥିପାଇଁ ପ୍ରକୃତି ସହିତ ବ୍ୟକ୍ତିର ସଂର୍ଘଷ ଲାଗି ରହିଛି ବୋଲି କୁହାଯାଇଛି । ପାଶ୍ଚତ୍ୟ ଦର୍ଶନରେ ସେକ୍ୟୁଲାରବାଦ ବା ଧର୍ମନିରପେକ୍ଷ ନାଁରେ ସାଧାରଣ ଜୀବନରୁ ଧର୍ମକୁ ଦୁରେଇ ଦେବା ପାଇଁ ଚିନ୍ତା କରାଯାଇଛି । ଏହି ବିଚାରର ଫଳ ସ୍ୱରୂପ ଭୋ÷ତିକ ବାଦ ସହିତ ଆଧ୍ୟାମିôକତା; ରାଜ୍ୟ ସହିତ ଧର୍ମପୀଠ, ଏବଂ ଧର୍ମ ସହିତ ବିଜ୍ଞାନର ସର୍ବକାଳୀନ ଦ୍ୱନ୍ଦ ରହିଥିବା କୁହାଯାଇଛି । ତେଣୁ ଭାରତୀୟ ଜନସଂଘ ଭାରତ ପାଇଁ ଭାରତର ମୂଳ ଭୁତ ଏକ
ନୂତନ ବୈଚାରିକ ସିଦ୍ଧାନ୍ତର ଆବଶ୍ୟକ କରୁଥିବା ବେଳେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ୧୯୬୪ ମସିହାରେ ତାଙ୍କର ଏକାତ୍ମ ମାନବ ଦର୍ଶନ ପ୍ରଣୟନ କରିଥଲେ । ୧୯୬୫ ମସିହାରେ ଆନ୍ଧ୍ରର ବିଜୟୱାଡା ଠାରେ ଅନୁଷ୍ଟିତ ରାôଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏହାକୁ ଦଳର ରାଜନୈତିକ ଆଦର୍ଶ ରୂପେ ଗ୍ରହଣ କରାଯାଇଥିଲା । ୧୯୮୦ ମସିହାରେ ଭାରତୀୟ ଜନସଂଘ ପୁନରୁଜ୍ଜୀବିତ ହୋଇ ଭାରତୀୟ ଜନତା ଦଳ ରୂପେ ଆର୍ବିଭୁତ ହେବା ସହିତ ପାର୍ଟି ସମ୍ବିଧାନର ଧାରା ୩ ଅନୁସାରେ ଏକାତ୍ମ ମାନବ ବାଦକୁ ଦଳର ମୂଳ ସିଦ୍ଧାନ୍ତ ରୂପେ ଗ୍ରହଣ କରି ନେଇଛି ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ' ଏକାତ୍ମ ମାନବ ଦର୍ଶନ' ସମଗ୍ର ଭାରତୀୟ ଦର୍ଶନର ଏକ ସମ୍ମିଳିତ ରୂପ । ଭିନ୍ନ ମତ, ପନ୍ଥ ଓ ସମ୍ପ୍ରଦାୟ ଭିତ୍ତିରେ ହଜାର ହଜାର ବର୍ଷ ଭିତରେ ଆତ୍ମପ୍ରକାଶ କରିଥିବା ବିଭିନ୍ନ ଦର୍ଶନର ବୈଜ୍ଞାନିକ ଅନୁଶୀଳନ ସହିତ ସେ ସବୁର ଶ୍ରେଷ୍ଠ ଚିନ୍ତନକୁ ନେଇ ଏକ ସ୍ୱତନ୍ତ୍ର ଦର୍ଶନଭାବେ ଏକାତ୍ମ ମାନବ ଦର୍ଶନର ପରିକଳ୍ପନା, ବିକାଶ ଏବଂ ପରିଚୟ । ସୂକ୍ଷ୍ମାଂଶ ରୂପରେ ଏହା ପ୍ରାକ୍ତନ ଅଭିବ୍ୟକ୍ତିର ପ୍ରତିଫଳନ ହୋଇପାରେ କିନ୍ତୁ ସାମଗ୍ରୀକ ଭାବେ ଏହା ଅନନ୍ୟ , ଅସାଧାରଣ ଏବଂ ଅଭୂତପୂର୍ବ । କେବଳ ଭାରତୀୟ ଦର୍ଶନ ନୁହଁ, ବିଭିନ୍ନ ସମୟରେ ପୃଥିବୀର ଭିନ୍ନ ଭିନ୍ନ ଭୂଖଣ୍ଡରେ ପ୍ରକାଶ ପାଇଥିବା ବିଭିନ୍ନ ଦର୍ଶନର ତୂଳାନାତ୍ମକ ବିଚାର ସହିତ କେତେକ କ୍ଷେତ୍ରରେ ସେ ସବୁର ନିର୍ଯାସ ମଧ୍ୟ ଏ ଦର୍ଶନରେ ଅନୁରଣିତ ଓ ଉପଲବ୍ଧ । ତେଣୁ 'ଏକାତ୍ମ ମାନବ ଦର୍ଶନ' କେବଳ ଭାରତ ଓ ଭାରତୀୟଙ୍କ ପାଇଁ ନୁହେଁ ସମଗ୍ର ବିଶ୍ୱର ମାନବ ଓ ମାନବେତର ପ୍ରାଣୀମାନଙ୍କ ନିମନ୍ତେ ମଧ୍ୟ ଅନ୍ୟତମ ସର୍ବଶ୍ରେଷ୍ଠ ଦର୍ଶନ ।
ଏହି ଏକାତ୍ମ ମାନବ ଦର୍ଶନରେ ବ୍ୟକ୍ତି , ସମାଜ ଓ ରାଷ୍ଟ୍ର, ସୃଷ୍ଟି ଓ ପରମେଷ୍ଟିଙ୍କର ଏକ ସାମଗ୍ରିକ ସମ୍ପର୍କ ଓ ସମନ୍ୱୟଭିତ୍ତିକ ବ୍ୟାଖ୍ୟା କରାଯାଇଛି । ବ୍ୟକ୍ତିର ସ୍ଥିତି ଓ ଉତ୍ତରଣ , ତା'ର ଶରୀର, ମନ, ବୁଦ୍ଧି ଏବଂ ଆତ୍ମାର ସମନ୍ୱିତ ବିକାଶ ଉପରେ ନିର୍ଭର କରେ । ଧର୍ମ, ଅର୍ଥ, କାମ, ମୋକ୍ଷରେ ହିଁ ବ୍ୟକ୍ତିର ପୁରୁଷାର୍ଥ । ମାନବ କେବଳ ବ୍ୟକ୍ତି ବିଶେଷ ନୁହେଁ । ବ୍ୟକ୍ତି କେବଳ 'ମୁଁ' ରେ ସୀମିତ ନୁହେଁ । 'ଆମେ' ଓ 'ଆମ୍ଭେମାନେ' ସହିତ ତାର ଅଭିନ୍ନ ସମ୍ବନ୍ଧ ରହିଛି । ତେଣୁ ସମାଜ ସ୍ୱୟଂଭୂ । ଭାରତୀୟ ସମାଜ ଏକାତ୍ମବାଦୀ । ବ୍ୟକ୍ତି ପରି ମଧ୍ୟ ସମାଜ ଏକ ଜୀବନ୍ତ ସତ୍ତା । ମନୁଷ୍ୟ ପରି ସମାଜର ଶରୀର, ବୁଦ୍ଧି ଓ ଆତ୍ମା ରହିଛି । ସଂସ୍କୃତି ହିଁ ସମାଜର ଆତ୍ମା । ଯେତେବେଳେ ଏକ ମନୁଷ୍ୟଗୋଷ୍ଠୀ ଏକ ମହତ ଉଦେ୍ଦଶ୍ୟ, ଲକ୍ଷ୍ୟ ବା ଆଦର୍ଶକୁ ଅନୁସରଣ କରି ଜନ୍ମ ଭୂମିକୁ ଜନନୀର ସମ୍ମାନ ଦିଅନ୍ତି ସେତେବେଳେ ଏକ ଜାତି ବା ରାଷ୍ଟ୍ର ଜନ୍ମ ନିଏ । ରାଷ୍ଟ୍ରର ଆତ୍ମାହିଁ – ଚେତନା ବା 'ଚିତି' । ଏହା ଏଭଳି ଏକ ମାନଦଣ୍ଡ ଯାହା ସାହାଯ୍ୟରେ ପ୍ରତ୍ୟେକ ବସ୍ତୁ ଏବଂ ବିଷୟର ଗ୍ରହଣୀୟତା ନିର୍ଣ୍ଣୟ କରାଯାଏ । ଜାତୀୟ ଚେତାନହିଁ ରାଷ୍ଟ୍ରଧର୍ମ । ଧର୍ମ ରିଲିଜିଅନ୍ ନୁହେଁ । ଧର୍ମର ତତ୍ତ୍ୱ ସନାତନ ଓ ସର୍ବବ୍ୟାପୀ । ଭାରତ ଏକ ରାଷ୍ଟ୍ର ସଂଘ ନୁହେଁ, ବରଂ ସୂକ୍ଷ୍ମରୂପରେ ଏହା ଏକ ଓ ଅଭିନ୍ନ । ଭାରତୀୟ ସଂସ୍କୃତି ଏକାତ୍ମବାଦୀ, ଏକାତ୍ମତା ହିଁ ରାଷ୍ଟ୍ରର ସ୍ୱରୂପ, ରାଷ୍ଟ୍ରୀୟ ଧର୍ମର ପରିଧି ମଧ୍ୟରେ ସମସ୍ତ ମାନବତା ସନି୍ନହିତ । 'ଚିତି' ବା ଚେତନା ଯେପରି ରାଷ୍ଟ୍ରୀୟ ଅଧାର, ସେପରି ଯେଉଁ ଶକ୍ତି କାରଣରୁ ରାଷ୍ଟ୍ର ଅବଧାରଣା ସମ୍ଭବ ତାହାକୁ 'ବିରାଟ' କୁହାଯାଏ । 'ବିରାଟ' ରାଷ୍ଟ୍ରର କାର୍ଯ୍ୟ କ୍ଷମତା ବା କର୍ମଶକ୍ତି । ଏହାକୁ 'ଚିତି' ଦ୍ୱାରା ଜାଗ୍ରତ ଏବଂ ସଂଗଠିତ କରାଯାଇପାରେ । ଶରୀରରେ ପ୍ରାଣର ଯେଉଁ ସ୍ଥାନ, 'ବିରାଟ'ର ରାଷ୍ଟ୍ର ଜୀବନରେ ସେହି ସ୍ଥାନ । ବିରାଟର ଆଧାର ଉପରେ ହିଁ ଗଣତନ୍ତ୍ର ସଫଳ ହୁଏ ଓ ରାଷ୍ଟ୍ର ଶକ୍ତିଶାଳୀ ହୁଏ । ପ୍ରାଚୀନ ପ୍ରତି ଗୋ÷ରବର ଭାବନା, ବର୍ତ୍ତମାନ ପ୍ରତି ଯଥାର୍ଥବାଦୀ କଳ୍ପନା ଓ ଭବିଷ୍ୟତ ପ୍ରତି ମହତ୍ତ୍ୱକାଡଂ୍କ୍ଷା ଧାରଣା ନେଇ ଆମେ କାର୍ଯ୍ୟ କଲେ 'ବିରାଟ'ସଦା ଜାଗ୍ରତ ଓ ଶକ୍ତିଶାଳୀ ହୁଏ ।
ସାରା ସୃଷ୍ଟି ସହ ଏକାତ୍ମତାର ସାକ୍ଷାତକାର ପୂର୍ବକ ନର, ନାରାୟଣ ହେବା ଦିଗରେ ପ୍ରୟାସ କଲେହିଁ 'ଧର୍ମ ରାଜ୍ୟ' ପ୍ରତିଷ୍ଟା ସମ୍ଭବ ହୋଇପାରିବ । ଏହି ଧମ୍ୟରାଜ୍ୟର ନିକଟବର୍ତ୍ତୀ ଭାବେ ପାଶ୍ଚାତ୍ୟ ଦର୍ଶନର 'ରୁଲ୍ ଅଫ୍ ଲ'କୁ ଗ୍ରହଣ କରାଯାଇପାରେ । ବ୍ୟକ୍ତି, ସମଷ୍ଟି ବା ରାଷ୍ଟ୍ର ସମସ୍ତେ ଏହି 'ଧର୍ମର ନିୟମାନୁବର୍ତ୍ତିତା'ରେ କାର୍ଯ୍ୟ କରିବା ଉଚିତ । 'ଧର୍ମ' ବା 'ନିୟମାନୁବର୍ତ୍ତିତା' ଦ୍ୱାରା ହିଁ ଗଣତନ୍ତ୍ରର ପ୍ରକୃତ ପ୍ରତିଷ୍ଟା ସମ୍ଭବ ହୋଇପାରିବ । ଭାରତର ଶାସନ ବ୍ୟବସ୍ଥା ଆମର ପରମ୍ପରା ଓ ସଂସ୍କୃତିର ଅନୂକୂଳ ହେବା ବାଞ୍ଚନୀୟ । ସମାଜବାଦ ବା ମିଶ୍ର ଅର୍ଥନୀତି ଭାରତ ପାଇଁ ଅନୁକୂଳ ନୁହେଁ । ଆର୍ଥôକ ନୀତି ଏଭଳି ହେବା ଉଚିତ ଯାହାଦ୍ୱାରା ଅନ୍ତ୍ୟୋଦୟ ବା ସମାଜର ଶେଷ ଧାଡିରେଥିବା ଲୋକଟିର ଉଦୟ ସମ୍ଭବ ହୋଇପାରିବ । ତେଣୁ ସେଥିପାଇଁ ସେ ଆମ ପରମ୍ପରା ଓ ସଂସ୍କୃତିକୁ ଯୁଗାନୁକୂଳ କରି ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି ।
ଭାରତରେ ସ୍ୱାଧିନତା ପରେ ପରିବାରବାଦ ଓ ଜାତିଭିତ୍ତିକ ଶାସନ ବ୍ୟବସ୍ଥା ଏକାତ୍ମମାନବ ଦର୍ଶନ ଉପରେ ଗୁରୁତ୍ୱ ଦେଇନାହିଁ । ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ 'ଏକାତ୍ମ ମାନବଦର୍ଶନ'ର ପ୍ରୟୋଗାତ୍ମକ ପରୀକ୍ଷଣ ଆରମ୍ଭ ହୋଇଛି । ସେ ଆରମ୍ଭ କରିଥିବା 'ଅନ୍ତ୍ୟୋଦୟ' ଯୋଜନା ଭାରତ ବର୍ଷର ସର୍ବଶ୍ରେଷ୍ଠ ଓ ସର୍ବ ବ୍ୟାପକ ମାନବବାଦୀ ଯୋଜନା ଭାବେ କାର୍ଯ୍ୟକାରୀ ହେଉଅଛି । ୨୦୧୪ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦୀନଦୟାଲ ଉପାଧ୍ୟାୟଙ୍କର ଆଦର୍ଶକୁ ଅନୁସରଣ କରି ବିଭିନ୍ନ ଯୋଜନାର ସୁଫଳକୁ ଆଜି ସୁଦ୍ଧା ଯେଉଁମାନେ ସେଥିରୁ ବଞ୍ଚôତ ହୋଇଛନ୍ତି ସେମାନଙ୍କ ପାଖରେ ତାହା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । 'ଏକାତ୍ମ ମାନବଦର୍ଶନ', ଭାରତ ବର୍ଷର ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ହେବା ସହିତ ଦେଶର ଜନସାଧାରଣ ଏ ସମ୍ପର୍କରେ ବିଚାର ବିମର୍ଷ କରିବା ଆରମ୍ଭ କରିଛନ୍ତି । ଆମର ବିଶ୍ୱାସ ଏକବିଂଶ ଶତାବ୍ଦୀରେ ଏହି ଦର୍ଶନ ହିଁ ଭାରତ ବର୍ଷକୁ 'ଶ୍ରେଷ୍ଠ ଭାରତ' ହେବାରେ ଯେ ସହାୟକ ହେବ ଏଥିରେ ସନେ୍ଦହ ନାହିଁ ।
ଅଧ୍ୟାପକ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ | <urn:uuid:12445565-14d2-4e55-b759-11e5758b7a7c> | CC-MAIN-2018-43 | http://odishan.com/16340 | 2018-10-23T05:29:33Z | s3://commoncrawl/crawl-data/CC-MAIN-2018-43/segments/1539583516071.83/warc/CC-MAIN-20181023044407-20181023065907-00371.warc.gz | ory | 1.000007 | Orya | 12 | {"ory_Orya_score": 1.0000067949295044} |
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କଲା ପରେ ବିରୋଧୀ ଦଳ ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି। ଉଭୟ ବିଜେପି ଓ କଂଗ୍ରେସ ଏହାକୁ ନିର୍ବାଚନୀ ଚାଲ୍ ବୋଲି କହି ସରକାରଙ୍କୁ ଭର୍ତ୍ସନା କରିଛନ୍ତି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୨ ଟଙ୍କିଆ ଚାଉଳ ଯୋଜନା କଂଗ୍ରେସ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆରମ୍ଭ ହୋଇଥିଲା। ବିଜୁ ବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ ତାହାକୁ ବନ୍ଦ କରି ଦେଇଥିଲେ। ୧୯୯୫ରେ ପୁଣି କଂଗ୍ରେସ ସରକାର ଆସିଲା ପରେ ୨ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ ହେଲା। ତେଣୁ ଏଥିରେ ବିଜେଡି ସରକାର ଶ୍ରେୟ ନେବାର କିଛି ମାନେ ନାହିଁ। ଆଗକୁ ନିର୍ବାଚନ ଥିବାରୁ ଏବେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରୁଛନ୍ତି। ଏଥିରୁ ରାଜନୀତି ସ୍ପଷ୍ଟ ବାରି ହୋଇପଡ଼ୁଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ୨୦୧୪ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଓଡ଼ିଶାରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ୍ ଆସିବ ବୋଲି ନିଜର ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ। କିନ୍ତୁ ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏହାକୁ କ୍ରିୟାନ୍ଵିତ କରିବାର ବିଳମ୍ବିତ ଘୋଷଣା କରି ଶାସକ ବିଜେଡି ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି। କେନ୍ଦ୍ର ସବୁ ସମୟରେ ରାଜ୍ୟକୁ ରାସନ୍ ଯୋଗାଇ ଆସୁଥିବା ସମୟରେ ରାଜ୍ୟ ସରକାର ଅଯଥାରେ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଦୁର୍ଭାଗ୍ୟଜନକ। ଟଙ୍କିକିଆ ଚାଉଳରେ କେନ୍ଦ୍ର ସରକାର ୨୯ ଟଙ୍କା, ରାଜ୍ୟ ସରକାର ୨ ଟଙ୍କା ଓ ହିତାଧିକାରୀ ୧ ଟଙ୍କା ଦେଉଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ଓଡ଼ିଶାର ପ୍ରାୟ ୩ କୋଟି ୨୪ ଲକ୍ଷ ହିତାଧିକାରୀ ତାଲିକା ରାଜ୍ୟ ସରକାରଙ୍କ ନିଜସ୍ୱ ଇନ୍କ୍ଲୁଜନ୍ ଓ ଏକ୍ସକ୍ଲୁଜନ୍ ଆଧାରରେ ତିଆରି ହୋଇଛି। ରାସନ୍ କାର୍ଡକୁ ଦଳୀୟ ଲୋକଙ୍କୁ ବାଣ୍ଟି ଭୋଟ୍ ହାତେଇବା ପାଇଁ ବିଜେଡି ଏପରି ହୀନ ରାଜନୀତି କରୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। | <urn:uuid:c657e50b-fd59-4b5d-8f6e-49649c2fc636> | CC-MAIN-2018-43 | http://sambad.in/state/opposition-targets-odisha-food-security-scheme-185514/ | 2018-10-23T05:52:53Z | s3://commoncrawl/crawl-data/CC-MAIN-2018-43/segments/1539583516071.83/warc/CC-MAIN-20181023044407-20181023065907-00371.warc.gz | ory | 0.999962 | Orya | 6 | {"ory_Orya_score": 0.9999617338180542} |
କେତେକ ଉପଭୋକ୍ତା ଜିଓ ୪ଜି ର ବ୍ୟବହାର କରିବା ପରେ ଏହାର ସ୍ପିଡ଼୍କୁ ନେଇ ସନ୍ତୁଷ୍ଟ ନାହାନ୍ତି। ତେବେ ଏନେଇ ସେମାନଙ୍କର କଂପ୍ଲେନ୍ ରହିଛି ଯେ ଜିଓ ୪ଜି ରେ ଆଉ ଆଗ ଭଳି ସ୍ପିଡ଼୍ ମିଳୁନାହିଁ। ଯେଉଁ କାରଣକୁ ନେଇ ତାଙ୍କୁ ଭଏସ୍ କଲିଂଙ୍ଗ୍ ଏବଂ ଇଣ୍ଟରନେଟ୍ ସେବାକୁ ଉପଯୋଗ କରିବାରେ ସମସ୍ୟା ସୃଷ୍ଟି ହେଉଛି। ତେବେ ସୂଚନା ଅନୁଯାୟୀ ପୂର୍ବରୁ ଜିଓର ପୁରୁଣା ଅଫର୍ରେ ୨୦ରୁ ୨୫ mbpsର ସ୍ପିଡ଼୍ ମିଳୁଥିବା ବେଳେ ଏବେ ଏହାର ସ୍ପିଡ଼୍ ୩.୫mbps ପାଖାପାଖି ମିଳୁଅଛି। ତେବେ ଏହି ସ୍ପିଡ଼୍ କମିବାର ମଧ୍ୟ ଅନ୍ୟ ଏକ କାରଣ ଥାଇପାରେ କି ଆପଣଙ୍କର ମୋବାଇଲ୍ର ସେଟିଙ୍ଗ୍ଟି ସଠିକ୍ ନଥାଇ ପାରେ?
ତେବେ ଆଜି ଆମେ ଆପଣଙ୍କୁ ଏନେଇ ଏପରି ସେଟିଙ୍ଗ୍ ବିଷୟରେ କହିବୁ, ଯାହାକୁକି ସେଟ୍ କରିବା ପରେ ଆପଣଙ୍କ ଫୋନ୍ରେ ଇଣ୍ଟରନେଟ୍ର ସ୍ପିଡ଼୍ ବହୁତ ବଢ଼ିଯିବ। ଆଉ ଏହି ସେଟିଙ୍ଗ୍ କରିବା ମଧ୍ୟ ଆପଣଙ୍କ ଲାଗି ବହୁତ ସହଜ। ତେବେ ଏନେଇ ଆପଣଙ୍କୁ କେବଳ ୪ଟି ଇନ୍ଷ୍ଟ୍ରକ୍ସନ୍କୁ ଫଲୋ କରିବାକୁ ହେବ।
ଆସନ୍ତୁ ଜାଣିବା ଏହି ଇନ୍ଷ୍ଟ୍ରକ୍ସନ୍ ବିଷୟରେ…..
୧- ପ୍ରଥମତଃ ଆପଣ APN ସେଟିଙ୍ଗ୍କୁ ବଦଳାନ୍ତୁ: ତେବେ APN ସେଟିଙ୍ଗ୍କୁ ବଦଳାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ଜିଓ ୪ଜି ଫୋନ୍ର ସେଟିଙ୍ଗ୍କୁ ଯାଇ ମୋବାଇଲ୍ ନେଟ୍ଓ୍ଵର୍କକୁ ଯିବାକୁ ହେବ। ଏହାପରେ ଏଥିରେ ରହିଥିବା ପ୍ରିଫର୍ଡ଼ ନେଟ୍ଓ୍ଵାର୍କ ଟାଇପ୍ କୁ LTEରେ ସେଟ୍ କରିବାକୁ ହେବ।
୨- ଦ୍ୱିତୀୟତଃ APN ପ୍ରୋଟୋକଲ୍ ଅପ୍ସନ୍କୁ ବାଛନ୍ତୁ। ଏହାପରେ ଆପଣ ପୁଣିଥରେ ମୋବାଇଲ୍ ସେଟିଙ୍ଗ୍କୁ ଯାଇ Access Point names କୁ ସିଲେକ୍ଟ କରନ୍ତୁ। ଏହାକୁ କ୍ଲିକ୍ କଲାପରେ ଆପଣଙ୍କୁ ବହୁତ ଗୁଡ଼ିଏ ଅପ୍ସନ୍ ଦେଖିବାକୁ ମିଳିବ। ହେଲେ ଆପଣଙ୍କୁ ଏହା ଭିତରୁ କେବଳ APN ପ୍ରୋଟାକଲ୍ ଅପ୍ସନ୍କୁ ବାଛିବାକୁ ହେବ ଏବଂ ଏଥିରେ ରହିଥିବା Ipv4/Ipv6 ଉପରେ କ୍ଲିକ୍ କରିବାକୁ ପଡ଼ିବ।
୩- ତୃତୀୟତଃ ଆପଣଙ୍କୁ Bearer ଅପ୍ସନ୍ କୁ ବଦଳାଇବାକୁ ହେବ: ଏବେ ଏଠାରେ ଆପଣଙ୍କୁ Bearer ଅପ୍ସନ୍ ଦେଖିବାକୁ ମିଳିବ। ଯେଉଁଠାରେ କି ଆପଣଙ୍କୁ LTEକୁ ସିଲେକ୍ଟ୍ କରିବାକୁ ପଡ଼ିବ।
୪-ଚତୁର୍ଥତଃ ଆପଣଙ୍କୁ କ୍ୟାସ୍ ଫାଇଲସ୍କୁ ଡ଼ିଲିଟ୍ କରିବାକୁ ହେବ: ସାଧାରଣତଃ ଏଣ୍ଡ୍ରୋଏଡ଼୍ ସିଷ୍ଟମ୍ ର୍ୟାଣ୍ଡମ୍ଲି କିଛି ଫାଇଲ୍ସ କୁ ବ୍ୟବହାର କରିଥାଏ ଏବଂ ତାହାକୁ ମଧ୍ୟ ସେଭ୍ କରି ରଖିଥାଏ। ଯେଉଁ ଫାଇଲ୍ସକୁ କ୍ୟାସ୍ ଫାଇଲ୍ସ ବୋଲି କୁହାଯାଏ। ଆଉ ଏହାକୁ ଡ଼ିଲିଟ୍ କରି ଆପଣ ଆପଣଙ୍କ ୪ଜି ସ୍ମାଟଫୋନ୍ର ସ୍ପିଡ଼୍କୁ ମଧ୍ୟ ବଢ଼ାଇ ଦେଇପାରିବେ। | <urn:uuid:37da3af5-4c1d-4322-9e16-0abc7e4e28e6> | CC-MAIN-2018-43 | http://sambad.in/business/jio-phone-will-speed-17929/ | 2018-10-16T07:52:19Z | s3://commoncrawl/crawl-data/CC-MAIN-2018-43/segments/1539583510415.29/warc/CC-MAIN-20181016072114-20181016093614-00494.warc.gz | ory | 0.999979 | Orya | 6 | {"ory_Orya_score": 0.9999786615371704} |
ସଂସଦର ନିଷ୍ପତ୍ତିକୁ ରାଜ୍ୟ ଚାଲେଞ୍ଜ କରିପାରିବ ନାହିଁ
ନୂଆଦିଲ୍ଲୀ : ସରକାରଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକର ସୁବିଧା ନେବାପାଇଁ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇ ପାରିବ କି ନାହିଁ? ଏହାର ବିଚାର କରିବେ ୫ ଜଣିଆ ସମ୍ବିଧାନ ପୀଠ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଆସନ୍ତା ନଭେମ୍ବର ଶେଷ ସପ୍ତାହରୁ ଏହାର ଶୁଣାଣି ଆରମ୍ଭ ହେବ।
ଆଧାର ସଂଯୋଗକୁ ଚାଲେଞ୍ଜ କରି ପିଟିସନ ଦାଖଲ କରିଥିବା ଆବେଦନକାରୀମାନେ ମାମଲାର ତୁରନ୍ତ ବିଚାର କରିବାକୁ ଦାବି କରିଥିବା ବେଳେ କେନ୍ଦ୍ର ସରକାର ଆଧାର ସଂଯୋଗ ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ିଛନ୍ତି। ଆଜି କୋର୍ଟରେ ସତ୍ୟପାଠ ଦାଖଲ କରି ଆଧାରକୁ ନେଇ ଯେଉଁସବୁ ଅଭିଯୋଗ ଆସିଛି ତାହା ଅମୂଳକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ତେବେ ସୁପ୍ରିମ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି ଯେ ସଂଘୀୟ ବ୍ୟବସ୍ଥାରେ ସଂସଦର ନିଷ୍ପତ୍ତିକୁ ରାଜ୍ୟ ସରକାର ଚାଲେଞ୍ଜ କରିପାରିବେ ନାହିଁ। ଆଧାର ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ପିଟିସନ ପାଇଁ ପଶ୍ଚିମ ବଙ୍ଗ ସରକାରର ସମାଲୋଚନା କରି କୋର୍ଟ ପ୍ରଶ୍ନ କରିଥିଲେ, ସଂସଦର ନିଷ୍ପତ୍ତିକୁ ରାଜ୍ୟ କଣ ଚାଲେଞ୍ଜ କରିପାରିବ? ଆଧାର ଏଭଳି ଏକ ମାମଲା ଯାହାର ବିଚାର କରାଯାଇ ପାରିବ। କିନ୍ତୁ ଏହାକୁ ରାଜ୍ୟ କିପରି ଚାଲେଞ୍ଜ କରିବ? ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ବ୍ୟକ୍ତିଗତ ଭାବେ ଏହାକୁ ଚାଲେଞ୍ଜ କରିପାରିବେ। ଖଣ୍ଡପୀଠ କହିଥିଲେ ଯେ କେନ୍ଦ୍ରର ନିଷ୍ପତ୍ତିକୁ ରାଜ୍ୟ ସରକାର ଚାଲେଞ୍ଜ କରିପାରିବେ ନାହିଁ। ତେବେ ଜଣେ ବ୍ୟକ୍ତି ଚାହିଁଲେ ଏହାକୁ ଚାଲେଞ୍ଜ କରିପାରିବେ।
ଆଧାରକୁ ଚାଲେଞ୍ଜ କରି ପିଟିସନ ଦାଖଲ କରିଥିବା ଆବେଦନକାରୀମାନଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ ଗୋପାଳ ସୁବ୍ରମଣ୍ୟମ ଏବଂ ଶ୍ୟାମ ଦିଓ୍ଵାନ ପ୍ରତିନିଧିତ୍ୱ କରିଥିଲେ। ମାମଲାର ତୁରନ୍ତ ଶୁଣାଣି କରିବାକୁ ସେମାନେ ଦାବି କରିଥିଲେ। ବ୍ୟାଙ୍କ ଆକାଉଣ୍ଟ ଏବଂ ମୋବାଇଲ ନମ୍ବର ସହିତ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ରର ନିଷ୍ପତ୍ତି ବେଆଇନ ଓ ଅସାମ୍ବିଧାନିକ ବୋଲି ଯୁକ୍ତି ଦର୍ଶାଇଥିଲେ। ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କ ଲାଗି ଆଧାରକୁ ବାଧ୍ୟ କରିବା ପାଇଁ ସିବିଏସ୍ଇର ଉଦ୍ୟମ ନେଇ ମଧ୍ୟ ସେମାନେ ଆପତ୍ତି ଜଣାଇଥିଲେ।
ତେବେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କେନ୍ଦ୍ର ସରକାରଙ୍କ ପକ୍ଷ ରଖି କହିଥିଲେ ଯେ ଆଧାରକୁ ନେଇ କିଛି ଲୋକ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେ କହିଥିଲେ ଯେ ଆଧାରର ବିଭିନ୍ନ
ଯୋଜନା ସହିତ ଯୋଡ଼ିବା ପାଇଁ ଶେଷ ତାରିଖ ୩୧ ଡିସେମ୍ବରରୁ ବଢ଼ାଇ ୩୧ ମାର୍ଚ୍ଚ କରାଯାଇଛି। ତେବେ ଯେଉଁମାନଙ୍କ ପାଖରେ ଆଧାର ଉପଲବ୍ଧ ଅଛି ସେମାନଙ୍କ ପାଇଁ ଶେଷ ତାରିଖ ୩୧ ଡିସେମ୍ବର ହିଁ ରହିବ।
ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଏବଂ ଦେଶର ସମସ୍ତ ମୋବାଇଲ କମ୍ପାନିକୁ ନୋଟିସ୍ ଜାରି କରିଛନ୍ତି। ଏ ନେଇ ସମସ୍ତ ପକ୍ଷଙ୍କ ଜବାବ ମିଳିବା ପରେ ନଭେମ୍ବର ଶେଷ ସପ୍ତାହରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ସୁପ୍ରିମ କୋର୍ଟର ଏକ ୯ ଜଣିଆ ସମ୍ବିଧାନ ବେଞ୍ଚ ରାୟ ଦେଇଥିଲେ ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜଣେ ବ୍ୟକ୍ତିର ଗୋପନୀୟତା ରକ୍ଷା କରିବା ହେଉଛି ମୌଳିକ ଅଧିକାର। ଆଧାରକୁ ଚାଲେଞ୍ଜ କରି ଆଗତ ପିଟିସନ ଉପରେ କୋର୍ଟ ଏହି ରାୟ ଦେଇଥିଲେ। ତେବେ କଲ୍ୟାଣମୂଳକ ଯୋଜନା ସହିତ ଏହାକୁ ଯୋଡାଯିବା ଠିକ କି ନୁହେଁ ତାହା ୫ ଜଣିଆ ଖଣ୍ଡପୀଠ ବିଚାର କରିବ। | <urn:uuid:e0d27bb1-240e-4e44-a3b9-76d6ce196ecf> | CC-MAIN-2018-43 | http://sambad.in/india-and-beyond/supreme-court-constitution-bench-to-hear-aadhaar-case-18919/ | 2018-10-16T08:51:06Z | s3://commoncrawl/crawl-data/CC-MAIN-2018-43/segments/1539583510415.29/warc/CC-MAIN-20181016072114-20181016093614-00494.warc.gz | ory | 0.99998 | Orya | 16 | {"ory_Orya_score": 0.9999802112579346} |
ପାଟନା, ୩୦।୭: ବିହାରର ନୀତୀଶ କୁମାରଙ୍କ ସରକାରରେ ଥିବା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଖୁର୍ସିଦ ଅହମଦଙ୍କ ବିରୋଧରେ ଫତୱା ଜାରି ହୋଇଛି। ତାଙ୍କ ବିରୋଧରେ ଇସଲାମିକ ସଂଗଠନ ଶରିୟା ପକ୍ଷରୁ ଫତୱା ଜାରି କରାଯାଇଛି। ଜୁଲାଇ ୨୮ରେ ନୀତୀଶ ଆସ୍ଥାଭୋଟରେ ଜିତିବା ପରେ ସେ ବିଧାନସଭାରେ 'ଜୟ ଶ୍ରୀରାମ' ନାରା ଲଗାଇଥିବାରୁ ତାଙ୍କ ନାଁରେ ଫତୱା ଜାରି କରାଯାଇଛି। ଏହି ମର୍ମରେ ଖୁର୍ସିଦ ଅହମଦ କହିଛନ୍ତି, ଇସଲାମ ଧର୍ମ କାହାକୁ ଘୃଣା କରିବା ଶିଖାଏ ନାହିଁ। ଏହା ସବୁବେଳେ ପ୍ରେମର ବାର୍ତ୍ତା ଦେଇଥାଏ। ରାମ୍-ରହିମ୍ ଗୋଟିଏ ରୂପର ଦୁଇ ଭିନ୍ନ ସ୍ବରୂପ। ତେଣୁ ଏପରି କହିଲେ ଧର୍ମ ପ୍ରତି ବିରୁଦ୍ଧାଚରଣ ଦର୍ଶାଇ ନ ଥାଏ ବୋଲି ସେ କହିଛନ୍ତି। | <urn:uuid:7a5c64ed-0f18-41a8-80d5-f2944495e5d4> | CC-MAIN-2018-43 | http://www.dharitri.com/main/news/61 | 2018-10-21T12:57:14Z | s3://commoncrawl/crawl-data/CC-MAIN-2018-43/segments/1539583514005.65/warc/CC-MAIN-20181021115035-20181021140535-00014.warc.gz | ory | 0.999949 | Orya | 4 | {"ory_Orya_score": 0.9999493360519409} |
'ବାହୁବଳୀ-ଟୁ'ରେ ପ୍ରଭାସ ତଥା ବାହୁବଳୀର ପତ୍ନୀ ସାଜିଥିବା ନାୟିକା ଅନୁଷ୍କା ସେଠୀ ୨୦୦୫ରେ ତେଲୁଗୁ ସିନେମା 'ସୁପର' ଜରିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ପରେ ନିଜ ସୁନ୍ଦର ଅଭିନୟ ପ୍ରତିଭା ବଳରେ ଦକ୍ଷିଣ ସିନେମା ଜଗତରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସେ ହୋଇଥିଲେ ସଫଳ ।
ତେବେ ଦକ୍ଷିଣ ଭାରତୀୟ ସିନେମା ଜଗତରେ ପାଦ ଦେବାର ମାତ୍ର କିଛି ଦିନ ପରେ ତାଙ୍କର ଲଭ ଆଫାୟରକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଥିଲେ ଅନୁଷ୍କା । ଅର୍ଥାତ୍ ସିନେମାରେ କାମ କରିବା ଅବସରରେ ତାଙ୍କର 'ବାହୁବଳୀ'ର ନାୟକ ତଥା ପ୍ରଭାସଙ୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା ଏବଂ ଦୁହିଁଙ୍କ ରୋମାନ୍ସ କଥାକୁ ନେଇ ଧିରେ ଧିରେ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଦୁହେଁ ଏହାକୁ ଅସ୍ୱୀକାର କରିଥିବାର କଥା ଶୁଣିବାକୁ ମିଳିଛି ।
ତେବେ 'ବାହୁବଳୀ'ର ପ୍ରଥମ ଭାଗରେ ତମନ୍ନା ବାହୁବଳୀର ପ୍ରେମିକା ଭୂମିକାରେ ନଜର ଆସିଥିବାବେଳେ ଅନୁଷ୍କା ବାହୁବଳୀର ମାଆ ଭୂମିକାରେ ନଜର ଆସିଥିଲେ । କିନ୍ତୁ ରିୟଲ ଲାଇଫରେ ଅନୁଷ୍କା ପ୍ରଭାସଙ୍କ ପ୍ରେମିକା ରହି ଆସିଛନ୍ତି । ତେବେ ସାଉଥ୍ ଇଣ୍ଡଷ୍ଟ୍ରିରେ ପ୍ରଭାସ ଏବଂ ଅନୁଷ୍କାଙ୍କ ପ୍ରେମ ସଂପର୍କର ଚର୍ଚ୍ଚା ବହୁତ ପୁରୁଣା ହୋଇଗଲାଣି । ଏବେ 'ବାହୁବଳୀ-ଟୁ'ରେ ସେ ବାହୁବଳୀର ପତ୍ନୀ ଭୂମିକରେ ନଜର ଆସିଛନ୍ତି । କାରଣ ଦ୍ୱିତୀୟ ଭାଗରେ ପ୍ରଥମ ଭାଗର କାହାଣୀ ଦେଖିବାକୁ ପାଇବେ ଦର୍ଶକେ । ତେବେ ପ୍ରଭାସ ଏବଂ ଅନୁଷ୍କା ଅଭିନିତ ଅନେକ ସିନେମା ମଧ୍ୟ ରହିଛି । | <urn:uuid:242cae38-5eb1-4ab1-a50e-f58160eaec39> | CC-MAIN-2018-43 | http://kanaknews.com/entertaiment-bahubali-2-prabhas-anushka-shetty-affair-katappa/ | 2018-10-22T18:36:49Z | s3://commoncrawl/crawl-data/CC-MAIN-2018-43/segments/1539583515375.86/warc/CC-MAIN-20181022180558-20181022202058-00174.warc.gz | ory | 0.999991 | Orya | 4 | {"ory_Orya_score": 0.9999912977218628} |
ଏର୍ଣ୍ଣାକୁଲମ: ସ୍ୱଚ୍ଛ ଭାରତ ଅଘିଯାନ ନେଇ କେବଳ କଥା କହିଲେ ହେବ ନାର୍ହିଁ। ଏଥିପାଇଁ ନିଜ ଭିତରେ ଆନ୍ତରିକତା ରହିବା ଉଚିତ। ଆଉ ଏପରି କରି ଦେଖାଇଛନ୍ତି କେରଳର ଏର୍ଣ୍ଣାକୁଳମ ସହରର ଜଣେ ସବ୍ ଜଜ୍। ଅଳିଆ ନ ଉଠିବା ପ୍ରତିବାଦରେ ଅଳିଆଗଦା ନିକଟରେ ଚେୟାର ପକାଇ ବସି ରହିବାରୁ ଶେଷରେ ପୌର କର୍ତ୍ତୃପକ୍ଷ ବାଧ୍ୟ ହୋଇ ସେଠାରୁ ଅଳିଆ,ଆବର୍ଜନା ସଫା କରିଛନ୍ତି।
ଏର୍ଣ୍ଣାକୁଲମ ସହରର ଏକ ପରିବା ଓ ଫଳ ବଜାରରୁ ମାସ ମାସ ଧରି ଅଳିଆ ଉଠୁ ନ ଥିଲା। ଲୋକେ ଏ ନେଇ ଏର୍ଣ୍ଣାକୁଲମ ନଗରପାଳିକାକୁ ବାରମ୍ବାର କହିବା ସତ୍ତ୍ୱେ କେହି କିଛି ଶୁଣୁ ନ ଥିଲେ। ଦିନକୁ ଦିନ ଅଳିଆ,ଆବର୍ଜନା ବଢ଼ିବଢ଼ି ଚାଲିଥିଲା। ଆଉ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିଲା। ତେବେ ବ୍ୟବସାୟୀଙ୍କ ସୌଭାଗ୍ୟକୁ ସହରରେ ଖୋଲିଥିବା ବେଆଇନ ଦୋକାନ ସମ୍ପର୍କରେ ତଦାରଖ କରିବାକୁ ଆସିଥିଷଳ ଏର୍ଣ୍ଣାକୁଲମ ଜିଲ୍ଲା ସବ୍ ଜଜ୍ ତଥା ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣର ସଚିବ ଏଏମ ବସୀର। ଆଉ ଦୋକାନୀମାନେ ତାଙ୍କୁ ଭେଟି ଏହି ଅବ୍ୟବସ୍ଥା ସମ୍ପର୍କରେ କହିଥିଲେ। ତେବେ ବାରମ୍ବାର କହିବା ସତ୍ତ୍ୱେ ଏର୍ଣ୍ଣାକୁଲମ ନଗରପାଳିକା ସେଠାରୁ ଅଳିଆ ଉଠାଉ ନ ଥିବା ଶୁଣିବା ପରେ ସବ୍ ଜଜ୍ ଏଏମ ବସୀର ଏକ ଦୋକାନରୁ ଗୋଟିଏ ଚୌକି ମାଗିଆଣି ଅଳିଆଗଦା ପାଖରେ ବସିଗଲେ। ବାସ୍, ଏହା ପରେ ଆରମ୍ଭ ହୋଇଗଲା ଚର୍ଚ୍ଚା। ଯେତେବେବେଳେ ଜଣେ ବିଚାରପତି ଅଳିଆଗଦା ପାଖରେ ବସିଥିବା ଖବର ପୁଲିସ ପାଇଲା, ସଙ୍ଗେ ସଙ୍ଗେ ଜଜ୍ଙ୍କ ପାଖରେ ଯାଇ ପହଞ୍ଚି ଯାଇଥିଲା। ତେବେ ଯେ ପର୍ଯ୍ୟନ୍ତ ସେ ସ୍ଥାନରୁ ଅଳିଆ ନ ଉଠିଛି ସେ ପର୍ଯ୍ୟନ୍ତ ସେ ତାଙ୍କ ସ୍ଥାନରୁ ଉଠିବେ ନାହିଁ ବୋଲି ପୁଲିସକୁ କହିବା ପରେ ପୁଲିସ ସଙ୍ଗେସଙ୍ଗେ ଏ ନେଇ ନଗରପାଳିକା କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲା। ଆଉ ସବ୍ ଜଜ୍ଙ୍କ ଏପରି ନିଷ୍ପତ୍ତି ଶୁଣିବା ପରେ ସାଙ୍ଗେସାଙ୍ଗେ ଟ୍ରାକ୍ଟର, ଟ୍ରଲି ଧରିଆ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଏର୍ଣ୍ଣାକୁଲମ ପୌରପାଳିକାର ସାନିଟାରି ଇନସପେକ୍ଟର। ଆଉ ଦେଖୁଦେଖୁ ଏକ ମାସ ଧରି ଯେଉଁ ଅଳିଆ ଉଠୁ ନ ଥିଲା, ସେହି ଅଳିଆ ଘଣ୍ଟା କେତୋଟି ମଧ୍ୟରେ ସେଠାରୁ ଉଠିଗଲା। ସବ୍ ଜଜ୍ ଏଏମ ବସୀରଙ୍କ ଏହି କାର୍ଯ୍ୟକୁ ସମସ୍ତ ଫଳ, ପରିବା ବ୍ୟବସାୟୀଙ୍କ ସହିତ ସାଧାରଣ ଲୋକେ ବେଶ୍ ପ୍ରଶଂସା କରିଛନ୍ତି। | <urn:uuid:173cdb9b-601a-457b-89c3-032840aa2e04> | CC-MAIN-2018-43 | http://sambad.in/india-and-beyond/sub-judgeam-basheer-sat-beside-a-garbage-pile-in-ernakulam-158176/ | 2018-10-22T19:08:53Z | s3://commoncrawl/crawl-data/CC-MAIN-2018-43/segments/1539583515375.86/warc/CC-MAIN-20181022180558-20181022202058-00174.warc.gz | ory | 0.999895 | Orya | 8 | {"ory_Orya_score": 0.9998952150344849} |
ନିର୍ଦ୍ଦେଶକୁ ମାନିଲେନି ସ୍କୁଲ କର୍ତ୍ତୃପକ୍ଷ, ସରକାର ପଠାଇଲେ ନୋଟିସ୍
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡହ ଡହ ତାତିରେ ସିଝୁଛି ସାରା ରାଜ୍ୟ। ଦିନ ୯ଟାରେ ରାସ୍ତା ଚାଲି ହେଉନି। ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡୁଛି। ଏପରି ସ୍ଥିତିରେ ଜଣେ ପିଲା ଚାଲି ଚାଲି ସ୍କୁଲ ଯିବା କଷ୍ଟକର। ଆଉ ଖାସ ଏଇଥିପାଇଁ ରାଜ୍ୟ ସରକାର ବଢ଼ାଇ ଦେଇଥିଲେ ଖରା ଛୁଟି। କିନ୍ତୁ ରାଜ୍ୟ ସରକାରଙ୍କ ଏହି ତାଗିଦକୁ ମାନିଲେନି କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ। ସେଥିପାଇଁ ଏବେ ରାଜ୍ୟ ସରକାର ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି।
ସ୍କୁଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ କଟକଣା ମାନି ନଥିବା ଅଭିଯୋଗରେ ରାଜ୍ୟ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏହି ନୋଟିସ୍ କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରା ଛୁଟି ବଢାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ-୧ କର୍ତ୍ତୃପକ୍ଷ ସରକାରୀ ନିର୍ଦ୍ଦେଶକୁ ନମାନି ସ୍କୁଲ ଖୋଲିଥିଲେ। ୩ ଦିନ ଭିତରେ ନୋଟିସ୍ର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। | <urn:uuid:74427b63-5a95-4cfe-8914-4ef4fbe35e66> | CC-MAIN-2018-43 | https://odishareporter.in/odisha/notice-to-kendriya-vidyalaya-no-1-247001 | 2018-10-24T00:53:21Z | s3://commoncrawl/crawl-data/CC-MAIN-2018-43/segments/1539583517628.91/warc/CC-MAIN-20181024001232-20181024022732-00334.warc.gz | ory | 1.000002 | Orya | 2 | {"ory_Orya_score": 1.0000019073486328} |
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୂଆଦିଲ୍ଲୀରେ ଇଣ୍ଟରନ୍ୟାସନାଲ୍ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟରର ଶିଳାନ୍ୟାସ ଲାଗି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି। ଦିଲ୍ଲୀର ଧୌଲାକୁଆଁରୁ ଦ୍ୱାରକା ଯାଏଁ ସେ ମେଟ୍ରୋରେ ଯାତ୍ରା କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀଙ୍କ ସହ ସାଧାରଣ ଯାତ୍ରୀମାନେ ମିଶିବାର ସୁଯୋଗ ହାତଛଡ଼ା କରି ନ ଥିଲେ। ସହଯାତ୍ରୀମାନେ ମୋଦିଙ୍କ ସହ ସେଲଫି ଉଠାଇବା ସହ ସୌଜନ୍ୟମୂଳକ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଅବସରରୁ ଢେର ଆନନ୍ଦ ଉଠାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀମାନେ ଦୂରରେ ରହି ସେମାନଙ୍କ କାର୍ଯ୍ୟ ସଂପାଦନ କରିଥିଲେ।
ଧାନମନ୍ତ୍ରୀ କାର୍ଯ୍ୟାଳୟର ଟ୍ଵିଟର ହାଣ୍ଡେଲରୁ ଏହି ସମୟର ଫଟୋ ଟ୍ଵିଟ୍ କରାଯାଇଛି। ଉଲ୍ଲେଖଯୋଗ୍ୟ କି, ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜୋଏଙ୍କ ସହ ସାମସଙ୍ଗର ନୂତନ ନିର୍ମାଣ କେନ୍ଦ୍ରର ଉଦଘାଟନ ଲାଗି ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ। ସେ ନୂଆଦିଲ୍ଲୀର ମଣ୍ଡିହାଉସ୍ ଷ୍ଟେସନରୁ ନୋଏଡାର ବଟାନିକାଲ୍ ଗାର୍ଡେନ୍ ଷ୍ଟେସନ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ମେଟ୍ରୋ ଯାତ୍ରା ସମୟରେ ସାଧାରଣ ଲୋକେ ତାଙ୍କ ସହ ମିଶିବାର ସୁଯୋଗ ପାଇବା ସହ ସେଲଫି ଉଠାଇବାର ମଜା ନେଇଛନ୍ତି । | <urn:uuid:743f98e5-b42e-41b6-9177-89d750d70ea3> | CC-MAIN-2018-43 | http://kanaknews.com/prime-minister-narenrda-modi-18-minute-airport-express-metro-ride-to-dwarka-event-to-avoid-traffic/ | 2018-10-17T02:14:18Z | s3://commoncrawl/crawl-data/CC-MAIN-2018-43/segments/1539583510932.57/warc/CC-MAIN-20181017002502-20181017024002-00011.warc.gz | ory | 1.000005 | Orya | 5 | {"ory_Orya_score": 1.0000053644180298} |
ପୁନେରେ ଜଣେ ପୂର୍ବତନ ପତି ନିଜ ପତ୍ନୀ ଉପରେ ନଜର ରଖିବା ପାଇଁ ଘରେ ସ୍ପାଇ କ୍ୟାମେରା ଲଗାଇଦେଇଥଲେ । ଯାହାକୁ ସେ ନିଜ ମୋବାଇଲ ସହ ଲିଙ୍କ କରିଥିଲେ । ମୋବାଇଲ ଜରିଆରେ ପୂର୍ବତନ ପତି ଜଣକ ପତ୍ନୀଠାରୁ ଦୂରେଇ ଯାଇ ବି ତାଙ୍କ ଉପରେ ନଜର ରଖୁଥିଲେ ଆଉ ଯେତେବେଳେ ମହିଳା ଜଣକ ଏକଥା ଜାଣିପାରିଥିଲେ ସେତେବେଳେ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ତେବେ ଇତି ମଧ୍ୟରେ ଆମେ ଆପଣଙ୍କୁ ରାଇଟ୍ ଟୁ ପ୍ରାଇଭେସିର ଏଭଳି କିଛି ନିୟମକାନୁନ ସଂପର୍କରେ ଅବଗତ କରାଇବୁ , ଯାହାଦ୍ୱାରା ଆପଣ ଜାଣିପାରିବେ କି କେଉଁ ପ୍ରକାରର ଉପକରଣ ତଥା ଜିନିଷଗୁଡିକ ଅପରାଧ ଶ୍ରେଣୀ ଅନ୍ତର୍ଭୁକ୍ତ । କାରଣ ସୁପ୍ରିମକୋର୍ଟ ନିଷ୍ପତି ଶୁଣାଇ ସାରିଛନ୍ତି କି, ପ୍ରାଇଭେସି ମୌଳିକ ଅଧିକାରର ଏକ ଅଂଶ ବିଶେଷ ଅଟେ ।
କାହା ଉପରେ ନଜର ରଖାଯାଇପାରିବନି
• ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି, ଶାଶୂ ଘର ଆସିବା ପରେ କୌଣସି ବି ବିବାହିତା ମହିଳାଙ୍କ ପ୍ରାଇଭେସି କ୍ଷୁର୍ଣ୍ଣ କରିବା ପତିଙ୍କ ପ୍ରତି ନିଷ୍ଠୁରତା ହୋଇନଥାଏ । ଏହାକୁ ଆଧାର କରି କେହି କାହାକୁ ଛାଡପତ୍ର ଦେଇପାରିବେ ନାହିଁ ।
• ପ୍ରାଇଭେସି କାହାର ବି ମୌଳିକ ଅଧିକାର ଅଟେ । ବ୍ୟକ୍ତିଗତ ସ୍ତରରେ କାହାକୁ ବି ନଜରବନ୍ଦୀରେ ରଖାଯାଇପାରିବେ ନାହିଁ ।
• ସେହିପରି ଅନ୍ୟ କେହି ବି ତାଙ୍କ ପ୍ରାଇଭେସିରେ ହସ୍ତକ୍ଷେପ କରିପାରିବେ ନାହିଁ । ତେଣୁ ଏଥିପାଇଁ ଯେତେବେଳେ ବି କୌଣସି ମହିଳା ନିଜ ଶାଶୂ ଘରକୁ ଯାଏ ସେବେବେଳେ ତାଙ୍କର ଶାଶୂଘର ଲୋକଙ୍କର ପ୍ରଥମ କର୍ତ୍ତବ୍ୟ ହେଲା ଉକ୍ତ ମହିଳାଙ୍କୁ ପ୍ରାଇଭେସି ପ୍ରଦାନ କରିବା ।
ରାଇଟ୍ ଟୁ ପ୍ରାଇଭେସି କଣ
• ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ପରିସରରେ ଆସିଥାଏ । ଗତବର୍ଷ ହିଁ ସୁପ୍ରିମକୋର୍ଟ ମଧ୍ୟ ଏହାକୁ ଫଣ୍ଡାମେଂଟାଲ ରାଇଟ୍ସର ଏକ ଅଂଶବିଶେଷ ବୋଲି ଘୋଷଣା କରିଛନ୍ତି ।
• ଏହାପରେ କୌଣସି ବି ବ୍ୟକ୍ତିଙ୍କର ବ୍ୟକ୍ତଗତ ତଥ୍ୟ ସାର୍ବଜନୀକ କରାଯାଇପାରିବ ନାହିଁ । ବିବାହ କରିବା, ପିଲା ଜନ୍ମ କରିବା ଏବଂ ଏଥିସହିତ ପରିବାର ରଖିବା ଭଳି ମାମଲା ପ୍ରାଇଭେସି ସହ ଜଡିତ ।
• ମଧ୍ୟପ୍ରଦେଶ ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀଙ୍କ କହିବା ଅନୁସାରେ, କୌଣସି ବ୍ୟକ୍ତିଙ୍କର ରୁମରେ ତାଙ୍କର ବିନା ଅନୁମତିରେ କ୍ୟାମେରା ଲଗାଇବା ମଧ୍ୟ ରାଇଟ୍ ଟୁ ପ୍ରାଇଭେସିର ଉଲ୍ଲଂଘନ । ଏଭଳି କରିବା ଦ୍ୱାରା ଆଇଟି ଆକ୍ଟ ଆଧାରରେ ବି ମାମଲା ରୁଜୁ କରାଯାଇହେବ ।
• ସେ ଆହୁରୀ ମଧ୍ୟ କହିଛନ୍ତି କି, ରାଇଟ୍ ଟୁ ପ୍ରାଇଭେସିରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା, ସଂପତି ଗତ ଅଧିକାର , ବ୍ୟବସାୟ ଜନିତ ଅଧିକାର , ଖାଦ୍ୟପେୟ ସହିତ ବଂଚିବାର ଅଧିକାର ମଧ୍ୟ ସାମିଲ ।
ରାଇଟ୍ ଟୁ ପ୍ରାଇଭେସିରେ ଏହି ପ୍ରୋଭିଜନ ତଥା ବ୍ୟବସ୍ଥା ମଧ୍ୟ ସାମିଲ ରହିଛି କି, ଯଦି କୌଣସି ଅଭିଭାବକ ନିଜ ପିଲାଙ୍କୁ ଉଭୟ ଶାରିରୀକ ଏବଂ ମାନସିକ ରୂପରେ ପ୍ରତାଡିତ କରନ୍ତି ଆଉ ପିଲାଟି ଯଦି ଏହାର ଅଭିଯୋଗ କରିଦିଏ ତେବେ ଅଭିଭାବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । | <urn:uuid:2df080c4-21cf-4992-af62-f54730d2cfec> | CC-MAIN-2018-43 | http://kanaknews.com/special-man-booked-for-installing-camera-in-flat-to-spy-on-wife/ | 2018-10-17T01:50:56Z | s3://commoncrawl/crawl-data/CC-MAIN-2018-43/segments/1539583510932.57/warc/CC-MAIN-20181017002502-20181017024002-00011.warc.gz | ory | 1 | Orya | 7 | {"ory_Orya_score": 1.0000001192092896} |
ବଲିଉଡ୍ ଅଭିନେତ୍ରୀ ଗୀତା କପୁରଙ୍କ ପରଲୋକ
ମୁମ୍ବାଇ: ଦୀର୍ଘଦିନ ଧରି ରୋଗ ସହିତ ଲଢ଼େଇ କରୁଥିବା ବଲିଉଡ୍ ଅଭିନେତ୍ରୀ ଗୀତା କପୁରଙ୍କ ପରଲୋକ ହୋଇଯାଇଛି। ୫୭ ବର୍ଷିୟା ଗୀତା କପୁର ରୋଗାଗ୍ରସ୍ତ ହେବା ପରେ ତାଙ୍କ ପିଲାମାନେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଥିଲା।
ଶନିବାର ସକାଳେ ମୁମ୍ବାଇର ଏସ୍ଆର୍ବି ଡାକ୍ତରଖାନାରେ ଗୀତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ବିଷୟରେ ଫିଲ୍ମ ପ୍ରଡ୍ୟୁସର ଅଶୋକ ପଣ୍ଡିତ ସୂଚନା ଦେଇଥିଲେ। ଗୀତାଙ୍କ ପିଲମାନଙ୍କୁ ଅପେକ୍ଷା କରାଯିବ ଓ ତାଙ୍କ ପାର୍ଥିବ ଶରୀରକୁ ଦୁଇ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରଖାଯିବ ବୋଲି ଅଶୋକ ଟ୍ୱିଟ୍ କରି ଜଣାଇଛନ୍ତି। ଯଦି ତାଙ୍କ ପିଲମାନେ କେହି ନ ଆସନ୍ତି ତେବେ ସମ୍ମାନର ସହିତ ଶବ ସତ୍କାର କରାଯିବ ବୋଲି ଅଶୋକ ସୂଚନା ଦେଇଛନ୍ତି।
ଗୀତା ରୋଗରେ ପଡ଼ି ମଧ୍ୟ ତାଙ୍କ ପିଲାଙ୍କୁ ଅନେକ ଖୋଜୁଥିଲେ। ହେଲେ ତାଙ୍କର କୌଣସି ପିଲା ତାଙ୍କୁ ଦେଖିବାକୁ ଆସୁନଥିଲେ ବୋଲି ଆଶୋକ କହିଛନ୍ତି।
ଗୀତା କପୁର ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। 'ପାକିଜା' ଫିଲ୍ମରେ ସେ ରାଜକୁମାରଙ୍କ ଦ୍ୱିତୀୟ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ଗୀତାଙ୍କ ପୁଅ ରାଜା ଜଣେ କୋରିଓ ଗ୍ରାଫର ହୋଇଥିବା ବେଳେ ତାଙ୍କ ଝିଅ ବିମାନପରିଚାରିକା ଭାବେ କାର୍ଯ୍ୟ କରନ୍ତି। ନିଜେ ରାଜା ଗୀତାଙ୍କୁ ଆଣି ବୃଦ୍ଧାଶ୍ରମରେ ଛାଡ଼ିଦେଇ ଯାଇଥିଲେ। ସେହିଦିନଠାରୁ ଅଶୋକ ପଣ୍ଡିତ ଓ ରମେଶ ତୋରନୀ ଡାକ୍ତରଖାନାର ବିଲ୍ ଭରିବା ସହିତ ତାଙ୍କର ଯତ୍ନ ନେଉଥିଲେ। | <urn:uuid:ad28392e-b00d-45fc-8338-ff0c8ebd8cc4> | CC-MAIN-2018-43 | https://odishareporter.in/entertainment/bollywood-actress-geeta-kapur-dead-239529 | 2018-10-17T18:28:55Z | s3://commoncrawl/crawl-data/CC-MAIN-2018-43/segments/1539583511206.38/warc/CC-MAIN-20181017174543-20181017200043-00534.warc.gz | ory | 0.999971 | Orya | 6 | {"ory_Orya_score": 0.9999707937240601} |
କନକ ବ୍ୟୁରୋ : ବାତ୍ୟା ତିତଲି ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଗତକାଲି ରାତିର ହିଁ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ମିଳିଛି ସୂଚନା । ତେବେ ଗଜାଂମ ଜିଲ୍ଲାର ପାତ୍ରପୁରଠାରେ ବନ୍ୟା ପାଣି ଆସିବାରୁ ସେଠାରେ ରାସ୍ତାକାମରେ ନିୟୋଜିତ ହୋଇଥିବା ଟ୍ରକ ଓ ଜେସିବି ନଦୀରେ ଭାସିଯାଇଛି । ପାଣିର ପ୍ରଖର ସ୍ରୋତ ଏତେମାତ୍ରାରେ ଥିଲା ଯେ, ଆଖି ଆଗରେ ଏତେ ବଡ ଗାଡି ଭସାଇନେଇଥିଲା ପାଣି । ବାତ୍ୟା ପ୍ରଭାବରେ ଆହୁରି ୨୪ ଘଣ୍ଟା ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ବାତ୍ୟାପରେ ଲୋକମାନଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି । ରାସ୍ତା ଉପରେ ଅନେକ ସ୍ଥାନରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ସେପଟେ ଲେକମାନଙ୍କୁ ଦାଉ ସାଜିଛି ବିଜୁଳି ବିଭାଗ । ପବନରେ ଖୁଣ୍ଟ ଗୁଡିକ ଭାଙ୍ଗିପଡିଥିବାରୁ ଅନେକ ଗ୍ରାମରେ ବିଜୁଳି ସଂଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି । କେବଳ ଗଜାଂମ ନୁହେଁ ରାଜ୍ୟର ୧୫ ଜିଲ୍ଲାରେ ବର୍ଷା ହେଉଛି । ବଡବଡ ନଦୀରେ ମଧ୍ୟ ବନ୍ୟା ଆସିବାରୁ ତଳିଆ ଅଚଂଳର ଅନେକ ଲୋକମାନଙ୍କ ଘରେ ପାଣିପଶିଛି । ସେପଟେ ରାଜ୍ୟ ସରକାର ୧ ଦିନି ଛୁଟି ଘୋଷଣା କରିଥିବା ବେଳେ ପରିସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । | <urn:uuid:8462d766-564f-413b-9572-68dea58ae6e6> | CC-MAIN-2018-43 | http://kanaknews.com/heavy-rain-in-ganjam-patrapur/ | 2018-10-19T02:37:18Z | s3://commoncrawl/crawl-data/CC-MAIN-2018-43/segments/1539583512268.20/warc/CC-MAIN-20181019020142-20181019041642-00134.warc.gz | ory | 0.999984 | Orya | 3 | {"ory_Orya_score": 0.999983549118042} |
ଭଦ୍ରକ: ଭଦ୍ରକରେ ଅଭାବନୀୟ ଘଟଣା । ଚଳନ୍ତା ଗାଡିରୁ ମାଆ ଓ ଝିଅଙ୍କୁ ଠେଲି ଦେଇଥିବା ଅଭିଯୋଗ । ଭଦ୍ରକ ବନ୍ତଛକ ବସଷ୍ଟାଣ୍ଡରେ ଜଣେ ଅପେକ୍ଷାରତ ମହିଳାଙ୍କୁ ବସରେ ଚଢାଇ ଦେବା ନାଁରେ ବାଇକରେ ନେଇ ଅସଦାଚରଣ କରିବା ସହ ଚଳନ୍ତା ବାଇକରୁ ଠେଲିଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ସହ ତାଙ୍କ ୧ ବର୍ଷର ଶିଶୁ କନ୍ୟାକୁ ମଧ୍ୟ ଅତି ନିର୍ଦ୍ଦୟ ଭାବରେ ବାଇକରୁ ଠେଲି ଦେଇଥିଲେ ସଂପୃକ୍ତ ବସ ଡ୍ରାଇଭର । ଏଥିରେ ଦୁହେଁ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତ ଡ୍ରାଇଭରକୁ ସ୍ଥାନୀୟ ଲୋକମାନେ କାବୁ କରି ପୁଲିସ ଜିମା ଦେଇଥିବା ଜଣାପଡିଛି ।
10th May, 2016 | 4:42 am
You might also like
- ସେଲଫି ନିଶା ପାଇଁ ଚାଲିଗଲା ଜୀବନ । ସେଲଫି ନେବା ସମୟରେ ୨୭ ମହଳା ତଳକୁ ଖସିପଡିଲେ ମହିଳା, ଭାଇରାଲ ହେଲା ଭିଡ଼ିଓ
- ହୁସିଆର ! କୁକୁର ଠାରୁ ବ୍ୟାପୁଛି ଏହି ମାରାତ୍ମକ ରୋଗ ,ଯକୃତ ଏବଂ ଫୁସଫୁସକୁ କରୁଛି ଅକାମୀ ।
- ତେଲଯୁକ୍ତ ଖାଦ୍ୟ ଏବଂ ରାତ୍ରି ଅନିଦ୍ରାର ପରିଣାମ ଏହି ରୋଗ ! କିଭଳି ରଖିବେ ନିଜ ଯତ୍ନ ଜାଣନ୍ତୁ ।
- ସୁପ୍ରିମକୋର୍ଟଙ୍କ ରାୟ ପରେ ଆଜି ଖୋଲିବ ପ୍ରସିଦ୍ଧ ସାବରିମାଳା ମନ୍ଦିର! ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅପେକ୍ଷା କରି ରହିଛନ୍ତି ଶହ ଶହ ମହିଳା, ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି | <urn:uuid:76ae856d-8d6b-4e73-b8f8-4f85a292ac42> | CC-MAIN-2018-43 | http://kanaknews.com/culprit-driver-bhadrak/ | 2018-10-17T03:25:27Z | s3://commoncrawl/crawl-data/CC-MAIN-2018-43/segments/1539583510969.31/warc/CC-MAIN-20181017023458-20181017044958-00451.warc.gz | ory | 1.000003 | Orya | 1 | {"ory_Orya_score": 1.0000025033950806} |
କନକ ବ୍ୟୁରୋ : ଓଡିଶାରୁ ମିଆଁମାର , ଆଉ ଚେର ଲମ୍ବିଛି ଚୀନକୁ । ବିରଳ ଜୀବ ବଜ୍ରକାପ୍ତାର ଏକ ଅନ୍ତର୍ଜାତୀୟ ଚୋରା ଚାଲାଣ ରାକେଟକୁ ଧରିଛି ଏସଟିଏଫ୍ । ଓଡିଶାର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ରାୟଗଡାରୁ ବଜ୍ରକାପ୍ତା ଧରାଯାଇ ତାର ଚୋରା ଚାଲାଣ କରାଯାଉଛି । ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଗୋଟିଏ ବଜ୍ରକାପ୍ତା । ଏହି ବିରଳ ଜଙ୍ଗଲୀ ଜନ୍ତୁର କାତି ଓ ଚମଡାରୁ ଔଷଧ ଓ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି ହେଉଥିବାରୁ ଦିନକୁ ଦିନ ଏହାର ଶୀକାର ବଢିଛି ।
ସାରା ବିଶ୍ୱରେ ବିଲୁପ୍ତପ୍ରାୟ ବିରଳ ଜୀବ ବଜ୍ରକାପ୍ତା ଚୋରା ଚାଲାଣର ଏକ ବଡ ରାକେଟ ଧରାପଡିଛି । ଓଡିଶାରୁ ବଜ୍ରକାପ୍ତା ଯାଉଛି ମିଆଁମାର, ଆଉ ସେଠାରୁ ଚୀନ୍ । ଏସଟିଏଫ୍ ହାତରେ ଲାଗିଛି ଏହି ଅନ୍ତରାଷ୍ଟ୍ରୀୟ ଚୋରା ଚାଲାଣ ଗ୍ୟାଙ୍ଗର ନେଟୱର୍କ । ଦଶପଲ୍ଲା ଜଙ୍ଗଲରୁ ଗିରଫ ସାମସୁଦ୍ଦିନ ଖାନ୍, ପୋଲିସ ଆଗରେ ଖୋଲିଛି, ବଜ୍ରକାପ୍ତା ଚୋରା ଚାଲାଣର ଅନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ନେଟୱର୍କ ।
ଓଡିଶାରୁ ଚୀନକୁ ଲମ୍ବିଛି ବଜ୍ରକାପ୍ତା ଚୋରା ଚାଲାଣର ଚେର । ଓଡିଶାର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ରାୟଗଡା, ଛତିଶଗଡର କାଙ୍କେର, ଧମତାରି, ବସ୍ତର, ମଧ୍ୟପ୍ରଦେଶର ବାଲାଘାଟ, ସିଓନି, ଛିନ୍ଦୱାରା ଏବଂ ମହାରାଷ୍ଟ୍ରର ଗନ୍ଦିଆ, ଚନ୍ଦ୍ରପୁର ଓ ଗଡଚିରୋଲିରେ ବଜ୍ରକାପ୍ତା ମିଳିଥାଏ । ବଜ୍ରକାପ୍ତା କାତି ସଂଗ୍ରହ ପରେ ଟ୍ରେନ୍ ଓ ଟ୍ରକରେ ତାକୁ ଆସାମର ଗୁଆହାଟୀ ପଠାଯାଏ । ଆସାମ ସିଲଚରର ଆମିର ହୁସେନ ଏହି ଚୋରା ଚାଲାଣର ମାଷ୍ଟର ମାଇଣ୍ଡ । ଯାହାର ମିଆଁମାର ସହ ସିଧାସଳଖ ସଂପର୍କ ରହିଛି । ମିଜୋରମ ଓ ମଣିପୁର ଦେଇ ଅନ୍ତରାଷ୍ଟ୍ରୀୟ ସୀମା ପାର୍ କରାଯାଏ । ବିଶେଷ କରି ମିଆଁମାର ଓ ଭିଏତନାମ ଦେଇ ଚୀନକୁ ଯାଏ ଏହି ବିରଳ ବଜ୍ରକାପ୍ତା ।
ବଜ୍ରକାପ୍ତା ଏକ ବିରଳ ପ୍ରାଣୀ । ଏହାର ୮ଟି ପ୍ରଜାତି ରହିଛନ୍ତି । ଚୀନର ପାରମ୍ପରିକ ଔଷଧ ତିଆରି ପାଇଁ ବିରଳ ବଜ୍ରକାପ୍ତାର ବ୍ୟବହାର ହୁଏ । ଏଥିସହ ବଜ୍ରକାପ୍ତା ଚମଡା ଓ କାତିରୁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ଶକ୍ତିବର୍ଦ୍ଧକ ଔଷଧ, ଦାମୀ ମେଡିସିନ୍ ଓ କପଡା ତିଆରି ହୁଏ । ଗୋଟିଏ ବଜ୍ରକାପ୍ତାର ଦାମ୍ ବାହାର ଦେଶରେ ପ୍ରାୟ ୭ ରୁ ୧୦ ଲକ୍ଷ ଟଙ୍କା । ୨୦୧୫ର ଏକ ରିପୋର୍ଟ ଅନୁଯାୟୀ, ବଜ୍ରକାପ୍ତା କାତିର ମୂଲ୍ୟ ୧ କିଲୋଗ୍ରାମକୁ ୨ ଲକ୍ଷରୁ ଅଧିକ ଟଙ୍କା । ବଜ୍ରକାପ୍ତା ମାଂସର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୨୧ ହଜାରରୁ ଅଧିକ । | <urn:uuid:af482cd4-83e2-4a08-b031-f438f970b4b3> | CC-MAIN-2018-43 | http://kanaknews.com/pangolin-smuggling-from-odisha-to-china/ | 2018-10-17T03:04:33Z | s3://commoncrawl/crawl-data/CC-MAIN-2018-43/segments/1539583510969.31/warc/CC-MAIN-20181017023458-20181017044958-00451.warc.gz | ory | 0.999991 | Orya | 5 | {"ory_Orya_score": 0.9999905824661255} |
କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପ୍ଲେକ୍ସ କରିବାକୁ କ୍ରୀଡା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିବା ପ୍ରସଙ୍ଗରେ
– କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପ୍ଲେକ୍ସ କରିବା ଦୁଃସାହସ ବିରୁଦ୍ଧରେ ରାଜ ରାସ୍ତାକୁ ଓହ୍ଲାଇବ ବିଜେପି
– ଓଡିଶାର କଳାଜଗତ ଓ କଳାକାର ମାନେ କ'ଣ ଅଭିଶପ୍ତ ?
– କଳିଙ୍ଗ ଷ୍ଟୁଡିଓର ପୁର୍ନରୁଦ୍ଧାର କରିବା ପରିବର୍ତେ ବାଟିଂବାକୁ ପ୍ରୟାଶ କରୁଛନ୍ତି ରାଜ୍ୟସରକାର
– କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ଏବଂ ନୂଆ ରୂପରେ ନୂଆ ଜ୍ଞାନ କୌଶଳ ସହ ଗଢି ତୋଳିବାକୁ ପ୍ରାରମ୍ଭିକ ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର କୃତଜ୍ଞତା ସହ ଧନ୍ୟବାଦ
ଭୁବନେଶ୍ୱର, ତା ୦୬/୦୫ (ଓଡ଼ିଆ ପୁଅ) : ଅନ୍ୟ ଶିଳ୍ପାନୁଷ୍ଠାନ ଭଳି ରାଜ୍ୟର ଐତିହ୍ୟ, କଳା ଓ ସଂସ୍କୃତିର ପରିଚୟ ବୋଲାଉଥିବା ଚଳଚିତ୍ର ଶିଳ୍ପକୁ ମଧ୍ୟ ଧ୍ୱଂସ କରିବାର ଅପପ୍ରୟାସକୁ କେବେହେଲେ ବରଦାସ୍ତ କରାଯାଇ ପାରିବ ନାହିଁ। ରାଜ୍ୟବାସୀଙ୍କ ଭାବାବେଗ ସହ ଖେଳିବାକୁ ରାଜ୍ୟ ସରକାର ଆଦୈା ଉଦ୍ୟମ କରିବା ଉଚିତ୍ ନୁହେଁ। ନଚେତ୍ ପରିଣାମ ଅତ୍ୟନ୍ତ ଭୟାଭୟ ହେବ ଏବଂ ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଜହିଛନ୍ତି।
କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପ୍ଲେକ୍ସ କରିବାକୁ କ୍ରୀଡା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ଜଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଚିଠି ପରେ ପୂରା ଓଡିଆ ସିନେ ଜଗତ ଚିନ୍ତିତ ହୋଇ ପଡିଛି। ରାଜ୍ୟସରକାର କଳିଙ୍ଗ ଷ୍ଟୁଡିଓକୁ ପୁର୍ନରୁଦ୍ଧାର କରିବା ପରିବର୍ତେ ତାକୁ ବାଟିଂବାକୁ ପ୍ରୟାସ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେପି ନେତା ଓ ବରିଷ୍ଠ ଓଡିଆ ସିନେ ଅଭିନେତା ଶ୍ରୀ ମିହିର ଦାସ କହିଛନ୍ତି।
ରାଜ୍ୟର ଅଗଣିତ କଳାକାରର ଆତ୍ମ ପରିଚୟର ସ୍ଥାନ ଏବଂ ଭାବାବେଗର ସ୍ଥାନ ହେଉଛି କଳିଙ୍ଗ ଷ୍ଟୁଡିଓ। ଏଭଳି ଏକ ସ୍ଥାନକୁ ସରକାର କେମିତି ବାଟିଂଦେବେ ବୋଲି ଭାବୁଛନ୍ତି ? ଓଡିଶାର କଳାକାର ମାନେ କ'ଣ ଅଭିଶପ୍ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି
ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡିଓର ପୁର୍ନରୁଦ୍ଧାର କରିବେ ବୋଲି କହି କଳାକାରମାନଙ୍କୁ ବହୁ ଥର ପ୍ରତିଶୃତି ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ନିଜକୁ ପ୍ରଖ୍ୟାତ ଲେଖକ ଭାବେ ପରିଚୟ ଦେଉଥିବା ମୁଖ୍ୟମନ୍ତ୍ରୀ ଓଡିଆ କଳା ସଂସ୍କୃତିକୁ ଗୁରୁତ୍ୱ ନଦେଇ ଅଫିସରମାନଙ୍କ ପ୍ରରୋଚନାରେ ଏଭଳି ନିଷ୍ଫତିକୁ ସ୍ୱୀକୃତି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସବୁ ସମୟରେ କାହିଁକି ରାଜ୍ୟ ସରକାର ଓଡିଶାର ସିନେ କଳାକାକାରମାନଙ୍କୁ ଅଣଦେଖା କରୁଛନ୍ତିି ବୋଲି ବୋଲି ଶ୍ରୀ ଦାସ ପ୍ରଶ୍ନ ଉଠାଇଛନ୍ତି।
କଳିଙ୍ଗ ଷ୍ଟୁଡିଓକୁ ନେଇ ହଜାର ହଜାର ଟେକ୍ନିସିଆନ ନିଜର ପରିବାର ପୋଷଣ କରୁଛନ୍ତି। ପୂର୍ବରୁ ବାହାର ରାଜ୍ୟର ବହୁ ପ୍ରଯୋଜକ ଏବଂ ନିର୍ଦ୍ଦେଶକମାନେ ଆସି ଏହି ଷ୍ଟୁଡିଓରେ କାମ କରିଛନ୍ତି। ମହାରାଷ୍ଟ୍ରରେ ୩୦୦ ଏକର, କେରଳରେ ୭୫ ଏକର ଏବଂ ହାଇଦ୍ରାବାଦରେ ୨ହଜାର ଏକର ବିଶିଷ୍ଟ ଫିଲ୍ମ୍ମ ଷ୍ଟୁଡିଓ ରହିଛି। ୨୨ ଏକର ଜମି ବିଶିଷ୍ଟ କଳିଙ୍ଗ ଷ୍ଟୁଡିଓରେ ଫିଲ୍ମ ନିର୍ମାଣ କରିବା ପାଇଁ ସ୍ଥାନ ଯଥେଷ୍ଟ ନୁହେଁ। ଏପରିକି କଳିଙ୍ଗ ଷ୍ଟୁଡିଓରେ ଏପର୍ଯ୍ୟନ୍ତ ମହିଳାଙ୍କ ପାଇଁ ଏକ ଶୌଚାଳୟ ତିଆରି ହୋଇପାରିନାହିଁ। କଳିଙ୍ଗ ଷ୍ଟୁଡିଓର ପରିସୀମା ବୃଦ୍ଧି କରିବା ପରିବର୍ତେ ଏହି ସ୍ଥାନକୁ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର ଜରିବାର ପ୍ରୟାସ ସମଗ୍ର କଳାକାର ଜଗତକୁ ଅସମ୍ମାନ ବୋଲି ବିକେପି ନେତ୍ରୀ ଓ ବରିଷ୍ଠ ଅଭିନେତ୍ରୀ ଶ୍ରୀମତୀ ଅପରାଜିତା ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି।
ଓଡିଶାରେ କେବଳ କଳିଙ୍ଗ ଷ୍ଟୁଡିଓକୁ ଛାଡି ଦେଲେ ଆଉ କୌଣସି ଷ୍ଟୁଡିଓ ନାହିଁ। ୧୯୯୯ ମସିହା ମହାବାତ୍ୟା ପରେ କଳିଙ୍ଗ ଷ୍ଟୁଡିଓ ପୁର୍ନଉଦ୍ଧାର କରିବେ ବୋଲି ରାଜ୍ୟସରକାର କେବଳ ମିଥ୍ୟା ପ୍ରତିଶୃତି ଦେଇଆସିଛନ୍ତି। କଳିଙ୍ଗ ଷ୍ଟୁଡିଓକୁ ଛାଡି ରାଜ୍ୟରେ ଅନେକ ସ୍ଥାନ ରହିଛି, ରାଜ୍ୟ ସରକାର ଚାହିଁଲେ ଆଉ କେଉଁଠି ବି ସ୍ପୋର୍ଟସ କମ୍ପ୍ଲେକ୍ସ କରିପାରିବେ। ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣକୁ କଳାକାର ଜଗତ କେବେହେଲେ ବିରୋଧ କରିନାହିଁ କିମ୍ବା କରିବ ନାହିଁ। ମାତ୍ର ଆଳ ଦେଖାଇ କଳିଙ୍ଗ ଷ୍ଟୁଡିଓର ଜମିକୁ ହଡପ୍ କରାଯିବାର ପ୍ରୟାସ ବିରୁଦ୍ଧରେ କଳାକାରକାରମାନେ ସ୍ୱର ଉତୋଳନ କରିବେ ବୋଲି ବିଜେପି ନେତୃବୃନ୍ଦ ତଥା କଳାକାରମାନେ କହିଛନ୍ତି।
ରାଜ୍ୟ ସରକାରଙ୍କ ଏଭଳି ନିଷ୍ଫତି କଳାକାର ଜଗତ ପ୍ରତି ଅତ୍ୟନ୍ତ ଅପମାନଜନକ। କଳାଜଗତ ଓ ରାଜ୍ୟ ସରରକାରଙ୍କ ପ୍ରତି ସହେଯାଗୀ ହୋଇ କଳିଙ୍ଗ ଷ୍ଟୁଡିଓକୁ ନୂଆ ରୂପରେ ନୂଆ ଜ୍ଞାନ କୌଶଳ ସହ ଆଗାମୀ ଦଶ ଦଶନ୍ଧି ଧରି ଓଡିଆ ପରିଚୟ ରୂପରେ ଗଢି ତୋଳିବା ପାଇଁ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଆଲୋଚନା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥି ସହ କଳିଙ୍ଗ ଷ୍ଟୁଡିଓ ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପାଇଁ କେନ୍ଦ୍ରସରକାରଙ୍କୁ ଅନୁରୋଧ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିବାରୁ ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଦିଆଯାଇଛି।
ଓଡିଶାର କଳାକାରଙ୍କ ପ୍ରତି ରାଜ୍ୟ ସରକାର ଅନ୍ୟାୟ କଲେ ବିଜେପି କଦାପି ବରଦାସ୍ତ କରିବ ନାହିଁ। ରାଜ୍ୟରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରିବାକୁ କେହି ବିରୋଧ କରୁନାହାଁନ୍ତି। ରାଜ୍ୟସରକାର ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରର ଜ୍ଞାନକୌଶଳ ବ୍ୟବହାର କରି ଉନ୍ନତମାନର ଭିତିଭୂମି ନିର୍ମାଣ କରନ୍ତୁ। ଏହା ଆମ ରାଜ୍ୟ ପାଇଁ ଗୌରବ ହେବ କିନ୍ତୁ ସ୍ପୋର୍ଟସ କମ୍ପ୍ଲେକ୍ସ ଆଳରେ କଳାକାରମାନଙ୍କ ଭାବାବେଗ ସହ ସରକାର ଖେଳିବା ବନ୍ଦ ନକଲେ ଆଗାମୀ ଦିନରେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ଆବାହକ ଶ୍ରୀ ପଂଚାନନ ନାୟକ ଚେତାବନୀ ଦେଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମାଙ୍କ ସମେତ ମିହିର ଦାଶ, ଅପରାଜିତା ମହାନ୍ତି, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। | <urn:uuid:60f2d59d-478d-480c-8c8c-01626bbbc525> | CC-MAIN-2018-43 | http://odiapua.com/%E0%AC%95%E0%AC%B3%E0%AC%BE%E0%AC%9C%E0%AC%97%E0%AC%A4%E0%AC%B0%E0%AD%81-%E0%AC%95%E0%AC%B3%E0%AC%BF%E0%AC%99%E0%AD%8D%E0%AC%97-%E0%AC%B7%E0%AD%8D%E0%AC%9F%E0%AD%81%E0%AC%A1%E0%AC%BF%E0%AC%93%E0%AC%95/ | 2018-10-18T12:41:01Z | s3://commoncrawl/crawl-data/CC-MAIN-2018-43/segments/1539583511806.8/warc/CC-MAIN-20181018105742-20181018131242-00051.warc.gz | ory | 0.999989 | Orya | 5 | {"ory_Orya_score": 0.9999887943267822} |
ନବରଙ୍ଗପୁର : ଓଡ଼ିଶାରେ ଆୟୋଜିତ ହେଉଥିବା ବିଶ୍ୱସ୍ତରୀୟ ଇଭେଣ୍ଟ ହକି ବିଶ୍ୱକପ୍ରେ ଦେଖିବାକୁ ମିଳିବ ନବରଙ୍ଗପୁର ଜିଲ୍ଲାର ଲାଖ ହସ୍ତଶିଳ୍ପ। ରାଜ୍ୟ ସରକାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାର ତଥା ପ୍ରସାର ନିମନ୍ତେ ଏଭଳି ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁରର ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ଲାଖ ସାମଗ୍ରୀକୁ ଏହି ମେଗା ଇଭେଣ୍ଟରେ ଉପହାର ସ୍ବରୂପ ପ୍ରଦାନ କରାଯିବ। ଭାଗ ନେଉଥିବା ୧୬ଟି ଦଳର ଖେଲାଳି ଏବଂ ଅତିଥିଙ୍କୁ ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ସେହିପରି ଖେଳାଳି ଓ ଅତିଥିଙ୍କୁ ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ଦ୍ବାରା ଇଜ୍ଜତ ହସ୍ତତନ୍ତରେ ପ୍ରସ୍ତୁତ ଷ୍ଟୋଲସ ଦେଇ ସ୍ବାଗତ କରାଯିବ। ଏହାବ୍ୟତୀତ ଡୋକ୍ରା, କଟକ ତାରକାସି ସାମଗ୍ରୀ ବି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ନଭେମ୍ବର ୨୮ରୁ ଡିସେମ୍ବର ୧୬ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବିଶ୍ବସ୍ତରୀୟ ଖେଳରେ ବହୁ ସଂଖ୍ୟାରେ ବିଦେଶୀ ଖେଳାଳି ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ। ତେଣୁ ରାଜ୍ୟ ବାହାରେ ତଥା ବିଦେଶରେ ଓଡ଼ିଶାର ସମୃଦ୍ଧ ପରମ୍ପରା ଓ ହସ୍ତଶିଳ୍ପକୁ ପ୍ରଚାର ପ୍ରସାର କରିବା ପାଇଁ ଏଭଳି ଏକ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର।
ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାର ହସ୍ତଶିଳ୍ପ ଏଭଳି ଏକ ବଡ଼ ଇଭେଣ୍ଟରେ ସ୍ଥାନ ପାଇବାକୁ ଯାଉଛି। ଏଥିପାଇଁ ନବରଙ୍ଗପୁର ଶଂଖାରୀ ସାହିରେ ବାସ କରୁଥିବା ଲାଖ କାରିଗରଙ୍କୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଲାଖରେ ତିଆରି ପେଟିକା ଖେଳାଳି ଓ ଅତିଥିଙ୍କୁ ଉପହାର ଆକାରରେ ପ୍ରଦାନ କରାଯିବ ବୋଲି କୁହାଯାଇଥିବା ପ୍ରସିଦ୍ଧ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଲାଖ କାରିଗର କୁନ୍ତଳା କୁମାରୀ ପାତ୍ର କହିଛନ୍ତି। ଏଥିପାଇଁ ତାଙ୍କୁ ୫୦୦ରୁ ଊର୍ଧ୍ବ ପେଟିକା ତିଆରି କରିବା ପାଇଁ କୁହାଯାଇଥିବା କହିଛନ୍ତି। ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଥିବାରୁ କରିଗର ପୂରା ଜୋରସୋରରେ ନିର୍ମାଣ କାମ କରୁଥିବା ଦେଖିବାକୁ ମିଳିଛି। ନିର୍ଧାରିତ ସମୟ ସୁଦ୍ଧା କାମ ଶେଷ ହୋଇଯିବ ବୋଲି ସୂଚନା ମିଳିଛି। | <urn:uuid:0abc7611-8a06-4e19-8691-af27e2d67226> | CC-MAIN-2018-43 | http://sambad.in/state/nabarangpur-lakha-handicraft-220828/ | 2018-10-18T11:56:07Z | s3://commoncrawl/crawl-data/CC-MAIN-2018-43/segments/1539583511806.8/warc/CC-MAIN-20181018105742-20181018131242-00051.warc.gz | ory | 1 | Orya | 5 | {"ory_Orya_score": 0.9999995231628418} |
ଟିଟିଲାଗଡ଼: ମଙ୍ଗଳବାର ରାତିରେ ବଡମାଳ ସ୍ଥିତ ଗୋଳାବାରୁଦ କାରଖାନାର ଜଣେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହାକୁ ନେଇ ସଇନ୍ତଲା ଥାନାରେ ଏକ ମାମଲା ରୁଜୁ ହୋଇ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ ଗତ ଡିସେମ୍ବର ୩୧ ତାରିଖ ରାତିରେ କାରଖାନା ପରିସରରେ ଥିବା ଜୁନିୟର ଷ୍ଟାଫ୍ କ୍ଲବରେ ଗୁଡ ବାଏ ୨୦୧୭/େଓ୍ଵଲକମ ୨୦୧୮ ଶୀର୍ଷକ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ କିଛି ଯୁବକ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏହାକୁ କ୍ଲବର ସଂପାଦକ ନାରାୟଣ ସ୍ୱାମୀ ନାଇଡୁ ବିରୋଧ କରିବାରୁ ସଂପୃକ୍ତ ଯୁବକଙ୍କ ସହ ଉଚ୍ଚବାଚ ହୋଇଥିଲା। ତେବେ ଗତ ରାତିରେ କିଛି ଯୁବକ ନାଇଡୁ ରହୁଥିବା ଓଲ୍ଡ ଟାଇପ ୩ କ୍ୱାର୍ଟରରେ ପହଞ୍ଚି ତାଙ୍କୁ ରଡ ଓ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ଗୋଟିଏ ହାତ ମଧ୍ୟ ଭାଙ୍ଗି ଯାଇଥିବା ଜଣାଯାଇଛି। ଏହା ସହ ତାଙ୍କ କ୍ୱାର୍ଟର ପରିସରରେ ଥିବା ବାଇକ୍ଟି ମଧ୍ୟ ଭାଙ୍ଗି ଦେଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ପୁଲିସ ପୀଡିତଙ୍କ ଏତଲା ମୁତାବକ ସଇନ୍ତଲାରେ ମାମଲା ରୁଜୁ କରି ତଦନ୍ତ କରୁଛି। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ଚିହ୍ନଟ କରାଯାଇ ସାରିଥିବା ବେଳେ ସମସ୍ତ ଅଭିଯୁକ୍ତ ଫେରାର ଥିବା ସଇନ୍ତଲା ଥାନାଧିକାରୀ ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି। | <urn:uuid:793f73d5-04b2-432b-a515-d3e71329a005> | CC-MAIN-2018-43 | http://sambad.in/district/balangir/factory-employeeattemped-to-murder-58383/ | 2018-10-19T17:40:16Z | s3://commoncrawl/crawl-data/CC-MAIN-2018-43/segments/1539583512421.5/warc/CC-MAIN-20181019170918-20181019192418-00211.warc.gz | ory | 0.999961 | Orya | 6 | {"ory_Orya_score": 0.999961256980896} |
ଏମିତି ଅନେକ ଲୋକେ ଥିବେ ଯେଉଁମାନଙ୍କ ପାଖରେ ଗୋଟିଏ କିମ୍ବା ଦୁଇଟି ଏପରି ବ୍ୟାଙ୍କ୍ ଖାତା ଥିବ ଯାହା ସେମାନେ ବ୍ୟବହାର କରନ୍ତି ନାହିଁ । ଯଦି ଆପଣଙ୍କ ପାଖରେ ମଧ୍ୟ ଏପରି ବ୍ୟାଙ୍କ ଖାତା ଅଛି, ତେବେ ତୁରନ୍ତ ବନ୍ଦ କରିଦିଅନ୍ତୁ । ଏପରି ନକଲେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସହିବା ପାଇଁ ପଡ଼ିବ । ଆସନ୍ତୁ ଜାଣିବା ଏପରି ବ୍ୟାଙ୍କ ଖାତାକୁ ବନ୍ଦ କରିବା କାହିଁକି ଜରୁରୀ ?
ଖାତାରେ ନ୍ୟୁନତମ ବାଲାନ୍ସ ନଥିବାରୁ ଦେବାକୁ ପଡ଼ିବ ଫାଇନ୍ –ବିନା କାରଣ ଆପଣଙ୍କ ସେଭିଂ ଆକାଉଂଟରେ ସର୍ବନିମ୍ନ ବାଲାନ୍ସ ରଖିବା ପାଇଁ ପଡ଼ିବ । ଯଦି ଆପଣ ଏପରି ନକରନ୍ତି ତେବେ ଆପଣଙ୍କୁ ଅଯଥାରେ ଚାର୍ଜ ଦେବା ପାଇଁ ପଡ଼ିବ । ଏଥିପାଇଁ ବ୍ୟବହାର ହେଉନଥିବା ଖାତାକୁ ବନ୍ଧ କରିବା ହିଁ ଭଲ । ଅଯଥାରେ ବ୍ୟାଙ୍କକୁ ଟଙ୍କା ଦେବାରୁ ବଞ୍ଚନ୍ତୁ ।
ଯଦି ଆପଣଙ୍କ କୌଣସି ବ୍ୟାଙ୍କ ଖାତାରେ ନେଣଦେଣ କରୁନାହାନ୍ତି ତେବେ ଆପଣଙ୍କ କ୍ରେଡ଼ିଟ୍ ସ୍କୋର ଉପରେ ଖରାପ ପ୍ରଭାବ ପଡ଼ିବ । ଏଥିପାଇଁ ଆପଣ ଏପରି ଖାତା ବନ୍ଦ କରିଦେବା ଜରୁରୀ । ବ୍ୟବହାର ହେଉନଥିବା ଖାତରେ ଲୋକେ କମ୍ ଟଙ୍କା ରଖିଥାଆନ୍ତି । ଏପରି କରିବା ଦ୍ୱାରା ଉକ୍ତ ଟଙ୍କା ଅଯଥାରେ ଫସିରହେ । ଆଉ ତାହାର କୌଣସି ଉପଯୋଗ ହୋଇପାରେ ନାହିଁ । ଫଣ୍ଡର ରକମ ବହୁତ କମ ହୋଇଥିବା ଯୋଗୁଁ ଉକ୍ତ ଟଙ୍କା ଉପରେ ଠିକରେ ସୁଧ ମଧ୍ୟ ମିଳେ ନାହିଁ । ଯାହାଦ୍ୱାରା କେବଳ ଟଙ୍କା ବରବାଦ ସାର ହୁଏ । | <urn:uuid:f52d78c6-27a9-47a2-b31e-a9437160b5de> | CC-MAIN-2018-43 | http://kanaknews.com/close-yourunused-saving-bank-account-or-you-will-be-fined675/ | 2018-10-22T05:33:29Z | s3://commoncrawl/crawl-data/CC-MAIN-2018-43/segments/1539583514708.24/warc/CC-MAIN-20181022050544-20181022072044-00531.warc.gz | ory | 1.000002 | Orya | 8 | {"ory_Orya_score": 1.0000017881393433} |
ବାଲେଶ୍ୱର ଅଫିସ, ୩୦।୧୨-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା କାସିମପୁର ଛକ ନିକଟରେ ଗତ ଡିସେମ୍ବର ୧୭ ତାରିଖରେ ମାଧବ ବେହେରା ନାମକ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା। ୧୩ ଦିନ ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ବାସନ୍ତୀ ବେହେରା, ଭାଗୀରଥି ପାତ୍ର, ଆକାଶ ଦାସ ଓ ବାଞ୍ଛାନିଧି ଚଣ୍ଡ। ମାଧବଙ୍କୁ ହତ୍ୟା କରିବା ପାଇଁ ତାଙ୍କ ସ୍ତ୍ରୀ ସୁପାରି ଦେଇଥିବା ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ହତ୍ୟା ପାଇଁ ସୁପାରିକିଲରଙ୍କ ସହ ୫୦ ହଜାର ଟଙ୍କାର ଡିଲ୍ ହୋଇଥିବା ପୋଲିସ ସୂଚନା ଦେଇଛି। ଗତ ୧୭ ତାରିଖ ରାତି ପ୍ରାୟ ୧୦ଟା ବେଳେ ମାଧବଙ୍କୁ କାସିମପୁର ଛକରେ ପଥରରେ ଛେଚି ହତ୍ୟା କରାଯାଇଥିଲା। ଏନେଇ ତାଙ୍କ ଭାଇ ଯାଦବ ୧୮ତାରିଖରେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ କେସ୍ (ନଂ.୩୦୫/୧୭) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ, ମାଧବ ନିଜ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଏହାକୁ ନେଇ ସେ ତାଙ୍କ ସ୍ତ୍ରୀ ଓ ଶିଳ୍ପାଞ୍ଚଳ ଥାନା ଜରକାପଦା ଗ୍ରାମର ତାଙ୍କ ସଡୁ ଭାଗୀରଥି ପାତ୍ରଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ତାଙ୍କ ସ୍ତ୍ରୀ ଓ ଭାଗୀରଥି ମାଧବଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ସେମାନେ ସୁପାରିକିଲରଙ୍କ ସାହାଯ୍ୟ ଲୋଡ଼ିଥିଲେ। ଭାଗୀରଥି ତାଙ୍କ ସମ୍ପର୍କୀୟ ଶଳା ବସ୍ତା ଥାନା ଗୁଣ୍ଡ୍ରିପଦା ଗ୍ରାମର ଆକାଶ ଦାସଙ୍କ ସହାୟତା ନେଇଥିଲେ। ଆକାଶ ତାଙ୍କ ସାଙ୍ଗ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ସୋରିଷକୋଠା ଗ୍ରାମର ବାଞ୍ଛାନିଧି ଚଣ୍ଡଙ୍କୁ ଏହି ବିଷୟରେ ଜଣାଇଥିଲେ। ଉଭୟେ ଯୋଜନା ଅନୁସାରେ ହତ୍ୟା ପାଇଁ ମାଧବଙ୍କ ସ୍ତ୍ରୀଙ୍କ ସହ ୫୦ହଜାର ଟଙ୍କା ଡିଲ୍ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଚଳିତମାସ ୭ତାରିଖରେ ୨୦ହଜାର ଟଙ୍କା ଏବଂ ଗତ ୧୪ ତାରିଖରେ ୩୦ହଜାର ଟଙ୍କା ତାଙ୍କ ସ୍ତ୍ରୀଙ୍କଠାରୁ ନେଇଥିଲେ। ଯୋଜନା ପୂର୍ବକ ଆକାଶ ଏବଂ ବାଞ୍ଛାନିଧି ମାଧବଙ୍କ ସହିତ ଘଟଣାର ୪ଦିନ ପୂର୍ବରୁ ମିଳାମିଶା କରି ମଦ ପିଇ ବୁଲାବୁଲି କରୁଥିଲେ। ସେମାନେ ସେହି ସମୟରେ ତାଙ୍କୁ ମାରିବା ପାଇଁ ସୁଯୋଗ ଖୋଜୁଥିଲେ। ଗତ ୧୭ତାରିଖରେ ସେମାନେ ମାଧବଙ୍କୁ ଅତ୍ୟଧିକ ମଦ ପିଆଇ କାସିମପୁର ଛକର ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ। ଲୋକେ ଜାଣିବା ପୂର୍ବରୁ ଏକ ସ୍କୁଟିରେ ଘଟଣାସ୍ଥଳରୁ ପଳାଇଯାଇଥିଲେ ବୋଲି ହତ୍ୟାକାରୀମାନେ ସ୍ବୀକାର କରିଥିବା ତଦନ୍ତକାରୀ ଅଧିକାରୀ ସହଦେବଖୁଣ୍ଟା ଥାନା ଆଇ.ଆଇ.ସି. ପରେଶ ରାଉତ କହିଛନ୍ତି। | <urn:uuid:d54f76a8-db31-4657-ad3c-d6e22bddd0b1> | CC-MAIN-2018-43 | http://www.dharitri.com/main/news/16072 | 2018-10-22T06:06:34Z | s3://commoncrawl/crawl-data/CC-MAIN-2018-43/segments/1539583514708.24/warc/CC-MAIN-20181022050544-20181022072044-00531.warc.gz | ory | 0.999989 | Orya | 3 | {"ory_Orya_score": 0.9999886751174927} |