text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
କନକ ନ୍ୟୁଜ୍ : ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ବିଭିନ୍ନ ଶୈବପୀଠରେ କାଉଡିଆମାନେ ଧାଡି ଲଗାଇଛନ୍ତି । ଶିବମନ୍ତ୍ରରେ ଫାଟିପଡୁଛି ଶୈବପୀଠ । କିନ୍ତୁ ଇତିମଧ୍ୟରେ ସାମ୍ମାକୁ ଆସିଛି ଏକ ଦୁଃଖଦ ଘଟଣା । ରାଉରକେଲାରେ ୪ଜଣ କାଉଡିଆଙ୍କ ପାଇଁ ଏହି ଶ୍ରାବଣ ଯାତ୍ରା ହୋଇଛି ଶେଷ ଯାତ୍ରା । ମାନସିକ ପୂରଣ ପାଇଁ ଯାଉଥିବା ସମୟରେ ୪ ଜଣ କାଉଡିଆଙ୍କୁ ଦଳିଦେଇଛି ଲୌହଦାନବ ।
ସେମାନେ ରେଳ ସେତୁ ଉପରେ ବ୍ରାହ୍ମଣୀ ନଦୀ ପାର ହେଉଥିବା ବେଳେ ଏକ ଟ୍ରେନ୍ ଆସିଯାଇଥିଲା। ଟ୍ରେନ୍ ଚଢ଼ି ଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ୍)ରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ବରଣ କରିଥିବା କାଉଡିଆମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର କରଯାଇଥିିବା ବେଳେ ଏବେ ବି ତୃତୀୟ ମୃତଦେହଟି ଉଦ୍ଧାର କରାଯାଇ ପାରି ନାହିଁ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଛତିଶଗଡ଼ର ୭ ଜଣ କାଉଡିଆ ଶ୍ରାବଣ ମାସରେ ଜଳଲାଗି କରିବା ପାଇଁ ବେଦବ୍ୟାସ ଆସିଥିଲେ। ତେବେ ସେମାନେ ପାନପୋସ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ଥିବା ରେଳସେତୁରେ ଚାଲିଚାଲି ଯାଉଥିବା ବେଳେ ହଠାତ ଏକ ଟ୍ରେନ୍ ଆସିଯିବାରୁ ଏହି କାଉଡିଆମାନେ କିଛି କରି ପାରି ନଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ କୌଣସି ମତେ ନିଜକୁ ରକ୍ଷା କରିପାରିଥିବା ବେଳେ ୩ ଜଣ ଟ୍ରେନ୍ରେ କଟି ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଥିଲେ । ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ଯେଉଁମାନେ ଟ୍ରେନରେ କଟି ନଦୀକୁ ଖସି ପଡ଼ିଥିଲେ ,ସେମାନଙ୍କ ମଧ୍ୟରୁ ମାତ୍ର ଦୁଇଜଣଙ୍କ ମୃତଦେହ ମିଳି ପାରିଥିବା ବେଳେ ତୃତୀୟ ଜଣକ ଏବେ ବି ନିଖୋଜ ଥିବା ଜଣାପଡ଼ିଛି। | <urn:uuid:7397cdbf-42fd-4fd0-83e5-d42614f5030a> | CC-MAIN-2018-43 | http://kanaknews.com/roulkela-train-accident/ | 2018-10-23T12:16:53Z | s3://commoncrawl/crawl-data/CC-MAIN-2018-43/segments/1539583516135.92/warc/CC-MAIN-20181023111223-20181023132723-00441.warc.gz | ory | 0.999996 | Orya | 7 | {"ory_Orya_score": 0.9999961853027344} |
ଢେଙ୍କାନାଳ/ଗଁଦିଆ: ସୁଦୂର ବାଙ୍ଗାଲୋର ଚାଲାଣ କରାଯାଉଥିବା ଯାଜପୁର ଜିଲ୍ଲାର ୬ ଜଣ ଦାଦନ ଶ୍ରମିକଙ୍କୁ ଗତକାଲି ଗଁଦିଆ ପୁଲିସ ଉଦ୍ଧାର କରିଛି। ପୁଲିସ ସୂଚନା ଅନୁଯାୟୀ, ଉଦ୍ଧାର ଶ୍ରମିକମାନେ ହେଉଛନ୍ତି ସୁକିନ୍ଦା ଥାନା ଦାମୋଦରପୁର ଗାଁର ତୋଫାନ ନାୟାର (୨୫), ଗୋପାଳ ଦେହୁରୀ (୪୦), ସନାତନ ବେହେରା (୪୦), ମାନସ ଦେହୁରୀ (୨୪), ମଙ୍ଗଳପୁର ଗ୍ରାମର ବୁଲୁ ନାୟାର (୨୪) ଓ ସୁନିଲ୍ ନାୟାର (୧୮)। ଭୁବନ ଥାନା ଅନନ୍ତପୁର ଗାଁର ନରେନ୍ଦ୍ର ଦେହୁରୀ ସେମାନଙ୍କୁ ଅଗ୍ରୀମ ଟଙ୍କା ଦେଇ ଏକ ବୋଲେରୋ (ଓଡି୦୨ବି -୧୮୨୮)ରେ କଟକ ରେଳ େଷ୍ଟସନକୁ ନେଉଥିଲେ। ସେଠାରୁ ଟ୍ରେନ୍ରେ ବାଙ୍ଗାଲୋର ନିଆଯାଇଥାଆନ୍ତା। ମଠତେନ୍ତୁଳିଆ ଦେଇ ବୋଲେରୋ ଯିବାବେଳେ ଗଁଦିଆ ଥାନାଧିକାରୀ ନିରୂପମା ଜେନାଙ୍କ ନେତୃତ୍ବରେ ଏକ ପୁଲିସ୍ ଟିମ୍ ତାହାର ପିଛା କରିଥିଲା।
ପୁଲିିସ ନିର୍ଦେଶକ୍ରମେ ସୋରିଷିଆପଦା ପଞ୍ଚାୟତ ଚାଟିଘର ବନ ବିଭାଗ ତନଖି ଫାଟକଠାରେ ବୋଲେେରା ଅଟକାଯାଇଥିଲା। ରାତି ପ୍ରାୟ ୩ଟାବେଳେ ପୁଲିସ ଶ୍ରମିକମାନଙ୍କୁ ଗାଡ଼ିସହ ଉଦ୍ଧାର କରି ଥାନାକୁ ଆଣିଥିଲେ। ଥାନାରେ ଢେଙ୍କାନାଳ ଜିଲ୍ଲା ଶ୍ରମ ଅଧିକାରୀ ହଳଧର ବରାଳ ପହଞ୍ଚିବା ପରେ ଉଦ୍ଧାର ଶ୍ରମିକମାନଙ୍କର ବୟାନ ରେକର୍ଡ କରିବା ସହିତ ପୁଲିସ୍ ଶ୍ରମିକମାନଙ୍କୁ ଶ୍ରମ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ନରେନ୍ଦ୍ର ଦେହୁରୀ ଓ ବୋଲେରୋ ଚାଳକ ଆଲୋକ ସାହୁଙ୍କୁ ପୁଲିସ ପିଆର୍ ବଣ୍ଡରେ ଛାଡ଼ିଥିଲା। ଥାନାଧିକାରୀଙ୍କ ନେତୃତ୍ବରେ ପୁଲିସ ଏଏସ୍ଆଇ ରଜନୀକାନ୍ତ ନାୟକ, କାଳନ୍ଦୀ ନାୟକ, ଲକ୍ଷ୍ମଣ ସାହୁ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ଶ୍ରମିିକମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଶ୍ରମ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଯାଜପୁର ଜିଲ୍ଲାରେ ବହୁ ଖଣି ଖାଦାନ ଥିବା ସତ୍ତ୍ବେ ଅଞ୍ଚଳର ଶ୍ରମିକ କାମ କରିବାକୁ ବାଙ୍ଗାଲୋର ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। | <urn:uuid:42deee5e-afb3-4b5c-a167-eda8c007f49c> | CC-MAIN-2018-43 | http://sambad.in/district/dhenkanal/six-labourer-rescued-220902/ | 2018-10-23T12:24:44Z | s3://commoncrawl/crawl-data/CC-MAIN-2018-43/segments/1539583516135.92/warc/CC-MAIN-20181023111223-20181023132723-00441.warc.gz | ory | 0.999989 | Orya | 4 | {"ory_Orya_score": 0.9999886751174927} |
କଟକ : ସହରାଞ୍ଚଳ ବିକାଶ ନିମନ୍ତେ ଥିବା ସରକାରଙ୍କ ଉନ୍ନତି ଯୋଜନା ଅର୍ଥର ଉପଯୁକ୍ତ ବିନିଯୋଗ ପ୍ରସଂଗକୁ ନେଇ ଦାୟର ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହାଇକୋର୍ଟରେ ଅଗଷ୍ଟ ୧୪ରେ ହେବ। ଜଷ୍ଟିସ ସି.ଆର୍.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆଜି ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ରିପୋର୍ଟ ଦାଖଲ କରାଯାଇଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ କର୍ମଚାରୀଙ୍କ ଅଭାବ ନେଇ ଉନ୍ନତି ଯୋଜନା ଅର୍ଥ ସଠିକ ଭାବେ ବିନିଯୋଗ ହୋଇପାରୁନଥିବା ଦର୍ଶାଇ ରାଜ୍ୟର କିଛି ଏନଏସି, ମୁନିସିପାଲିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ପୂର୍ବରୁ ହାଇକୋର୍ଟ ଏହି ମାମଲାର ପ୍ରାରମ୍ଭିକ ଶୁଣାଣି କରି ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଆବେଦନକାରୀ ଆନନ୍ଦପୁର କାଉନସିଲରଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଛନ୍ତି। | <urn:uuid:06cc8dc0-80f5-4519-8d16-135ad3e352e9> | CC-MAIN-2018-43 | http://sambad.in/state/unnathi-scheme-case-191805/ | 2018-10-17T08:00:13Z | s3://commoncrawl/crawl-data/CC-MAIN-2018-43/segments/1539583511063.10/warc/CC-MAIN-20181017065354-20181017090854-00081.warc.gz | ory | 0.99999 | Orya | 4 | {"ory_Orya_score": 0.9999901056289673} |
କଟକ: ମାଓ ପ୍ରବଣ ମାଲକାନଗିରି ଅଞ୍ଚଳରୁ କୋଟି କୋଟି ଟଙ୍କାର ନିଶା ଦ୍ରବ୍ୟ ଚାଲାଣ ହେଉଛି। ଚାଲାଣ ବେଳେ ଅନେକ ସମୟରେ ନିଶା ଦ୍ରବ୍ୟ ଜବତ କରାଯାଇଛି। ଏତଦ୍ ବ୍ୟତୀତ ମାଓନେତାଙ୍କ ଠାରୁ ବହୁ ସମ୍ପତ୍ତି ଜବତ କରାଯାଇଛି ବୋଲି ସ୍ପେଶାଲ ଇନ୍ଭେଷ୍ଟିଗେସନ୍ ଟିମ୍(ଏସ୍ଆଇଟି)ର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି। କଟକରେ କଳାଧନ ସମ୍ପର୍କିତ ବୈଠକରେ ଶନିବାର ପଶାୟତ କହିଛନ୍ତି, ମାଓବାଦୀମାନେ କଳାଧନକୁ ବ୍ୟବହାର କରି ସେମାନେ ଅପରାଧୀକ କାମ ବଢ଼ାଉଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଖଣିରୁ କେତେ ଟଙ୍କା ଆଦାୟ କରାଯାଇଛି, ଆଉ କେତେ ଟଙ୍କା ଆଦାୟ କରାଯିବ ଓ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ବୋଲି ପଶାୟତ କହିଛନ୍ତି।
ଏସ୍ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଷିଶ ପାଣିପ୍ରାଗୀ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ ଡି.ପି.ଦାସ, ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଯୋଗେଶ ଗୁପ୍ତା, ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର, ସିବିଆଇ ଏସ୍ପି ପ୍ରମୋଦ ମାଂଝୀ ଓ ଖଣି ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। | <urn:uuid:6601c271-6e93-4b52-ac34-498f21146384> | CC-MAIN-2018-43 | http://sambad.in/state/maoists-working-for-black-money-160323/ | 2018-10-19T19:46:47Z | s3://commoncrawl/crawl-data/CC-MAIN-2018-43/segments/1539583512434.71/warc/CC-MAIN-20181019191802-20181019213302-00401.warc.gz | ory | 0.999949 | Orya | 4 | {"ory_Orya_score": 0.9999489784240723} |
ଖୁବ୍ଶୀଘ୍ର ଆଉ ୩ ସାଇବର୍ ଥାନା
ସାଇବର୍ କ୍ରାଇମ୍କୁ ନେଇ ଦୁଇ ଦିନିଆ ତାଲିମ କର୍ମଶାଳା
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ସାଇବର୍ ଅପରାଧ ବଢ଼ି ଚାଲିଛି। ସାଇବର୍ ଅପରାଧକୁ ରୋକିବା ପାଇଁ ହେଲେ ଦକ୍ଷ ପୁଲିସ ଅଫିସର୍ଙ୍କ ଆବଶ୍ୟକତା ରହିଛି। ଭିତ୍ତିଭୂମିର ବିକାଶ ଦ୍ୱାରା ଏଭଳି ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।
ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଲିସ ଭବନରେ ଆୟୋଜିତ ସାଇବର କ୍ରାଇମ୍ ତାଲିମ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ର୍ଶମା କହିଥିଲେ ଯେ, ରାଜ୍ୟରେ ପ୍ରତିଦିନ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ, ସପିଂ, ବିଭିନ୍ନ ଆପ୍, ମୋବାଇଲ୍ ନମ୍ବର ଓ ସୋସିଆଲ ମିଡିଆକୁ ବ୍ୟବହାର କରି ଲୋକଙ୍କୁ ଠକେଇ କରାଯାଉଛି। କେତେବେଳେ ଆକାଉଣ୍ଟ ହ୍ୟାକ୍ କରି ତ କେତେବେଳେ ଏଟିଏମ୍ ବ୍ୟବହାର କରି ପୁଣି କେତେବେଳେ ଫୋନ୍ କଲ ମାଧ୍ୟମରେ ଠକେଇ କରାଯାଉଛି। ବର୍ତମାନ ରାଜ୍ୟରେ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରଠାରେ ସାଇବର ଥାନା ରହିଛି। ଯାହାକି ସାଇବର ଅପରାଧକୁ ରୋକିବାରେ ପର୍ଯ୍ୟାପ୍ତ ନୁହେଁ। ଖୁବ୍ଶୀଘ୍ର ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ସାଇବର୍ ଥାନା କରାଯିବ। ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ଶର୍ମା କହିଛିନ୍ତି। ଏହାଛଡ଼ା ସେ ଆହୁରି ମଧ୍ୟ କହିଥିଲେ ଯେ, ଅତ୍ୟାଧୁନିକ ଜ୍ଞାନକୌଶଳ ସହ ତାଳଦେଇ କାମ କରିବା ଦରକାର। ଏଥିପାଇଁ ମଝିରେ ମଝିରେ ସମସ୍ତ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ବିଶେଷଜ୍ଞଙ୍କ ଦ୍ୱାରା ସାଇବର୍ କ୍ରାଇମ୍ ଉପରେ ତାଲିମ୍ ଦିଆଯିବ।
ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ହେବ
ସମସ୍ତ ପୁଲିସ ଅଫିସରଙ୍କୁ ଦିଆଯିବ ତାଲିମ
ଆଜିର କର୍ମଶାଳାରେ ଦିଲ୍ଲୀରୁ ଆସିଥିବା ସାଇବର୍ କ୍ରାଇମ୍ ବିଶେଷଜ୍ଞ ଈଶାନ୍ ସିହ୍ନା ୭୦ରୁ ଅଧିକ ଏସ୍ପି ର୍ୟାଙ୍କ୍ର ଅଫିସରଙ୍କଠାରୁ ଆରମ୍ଭ କରି ଏସ୍ଆଇମାନଙ୍କୁ ସୋସିଆଲ ମିଡିଆ ମନିଟରିଂ, ସସ୍ପେକ୍ଟ ଟ୍ରାକିଂ, ସାଇବର୍ ଓଭର/କଭର୍ଟ ଅପରେସନ୍, ଡାର୍କ ନେଟ୍ ଓ କାଉଣ୍ଟରନେଟ୍, ଟେରୋରିଜମ୍ ଆଦି ବିଷୟରେ ତାଲିମ ଦେଇଥିଲେ। ଆଜିର ଏହି କର୍ମଶାଳାରେ ଏଡିଜି ସନ୍ତୋଷ ଉପାଧ୍ୟାୟ, ଆଇଜି(କ୍ରାଇମ୍ବ୍ରାଞ୍ଚ) ଅରୁଣ ବୋଥ୍ରା, ଆଇଜି(ଗୁଇନ୍ଦା) ଘନଶ୍ୟାମ ଉପାଧ୍ୟାୟ, ଏସ୍ଟିଏଫ୍ ଡିଆଜି ହିମାଂଶୁ ଲାଲ, ଏସ୍ପି(କ୍ରାଇମ୍ବ୍ରାଞ୍ଚ) ରାଜେଶ ପଣ୍ଡିତ, ଏସ୍ପି(ଏସ୍ଟିଏଫ୍) ସତ୍ୟଜିତ ନାୟକଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ତାଲିମ ନେଇଥିଲେ। | <urn:uuid:eab80399-b603-46c9-b2b6-98fcd58023f0> | CC-MAIN-2018-43 | http://sambad.in/state/open-three-cyber-police-station-174812/ | 2018-10-19T20:33:35Z | s3://commoncrawl/crawl-data/CC-MAIN-2018-43/segments/1539583512434.71/warc/CC-MAIN-20181019191802-20181019213302-00401.warc.gz | ory | 0.999949 | Orya | 6 | {"ory_Orya_score": 0.9999493360519409} |
କାଷ୍ଟିଙ୍ଗ କାଉଚ୍କୁ ନେଇ ମୁହଁ ଖୋଲିଲେ ଆୟୁଷ୍ମାନ ଖୁରାନା : ଫିଲ୍ମରେ ନେବା ପୂର୍ବରୁ କାଷ୍ଟିଙ୍ଗ ଡିରେକ୍ଟର ମୋ ଗୁପ୍ତାଙ୍ଗ ଦେଖିବାକୁ ଚାହିଁଥିଲେ !
ମୁମ୍ବାଇ : ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନା ଏବେ ନିଜର ଆଗାମୀ ଫିଲ୍ମ 'ଆନ୍ଧାଧୁନ୍ଦ' ଏବଂ 'ବଧାଇ ହୋ'କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଦୁଇଟି ଫିଲ୍ମ ଅକ୍ଟୋବରରେ ରିଲିଜ ହେବାକୁ ଯାଉଥିବା ଜଣାପଡ଼ିଛି । ତେବେ ଏତେ ଦିନ ବଲିଉଡ୍ରେ କାମ କରିବା ପରେ ଆୟୁଷ୍ମାନ କାଷ୍ଟିଙ୍ଗ କାଉଚ୍କୁ ନେଇ ମୁହଁ ଖୋଲିଛନ୍ତି । ସେ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏକ ଚାଟ୍ ସୋ'ରେ ଯୋଗ ଦେଇ ଆୟୁଷ୍ମାନ ଏହି ଖୁଲାସା କରିଛନ୍ତିି । ପୂର୍ବରୁ ଅନେକ ବଲିଉଡ୍ କଳାକାର ଏବଂ ଟେଲିଭିଜନ କଳାକାର କାଷ୍ଟିଙ୍ଗ କାଉଚ୍କୁ ନେଇ ନିଜ ଅନୁଭୂତି ସେୟାର କରିଥିବା ବେଳେ ଏବେ ଆୟୁଷ୍ମାନ ଏ ନେଇ ନିଜର ଅଭିଜ୍ଞତା ସେୟାର କରିଛନ୍ତି ।
ସେ କହିଛନ୍ତି, ଥରେ ଜଣେ କାଷ୍ଟିଙ୍ଗ ଡ଼ିରେକ୍ଟର ମୋତେ ମୋ ଗୁପ୍ତାଙ୍ଗ ଦେଖାଇବା ପାଇଁ କହିଥିଲେ । ତାଙ୍କୁଠାରୁ ଏ କଥା ଶୁଣି ମୁଁ ଜୋର ଜୋରରେ ହସିବାକୁ ଲାଗିଥିଲି। ପରେ ମୁଁ ତାଙ୍କୁ ଆପଣ ଥଟ୍ଟା କରୁ ନାହାନ୍ତି ତ ବୋଲି ପଚାରିଥିଲି। ମାତ୍ର ପ୍ରକୃତରେ ସେ ଏପରି କରିବା ପାଇଁ କହୁଥିଲେ ବୋଲି ମୁଁ ଜାଣିଲି । ଏହା ପରେ ମୁଁ ସେ ଫିଲ୍ମ କରିବା ପାଇଁ ମନା କରି ଦେଇଥିଲି ବୋଲି ଆୟୁଷମାନ କହିଛନ୍ତି । | <urn:uuid:156a13ed-296b-4988-9fa4-7301d862e181> | CC-MAIN-2018-43 | http://sambad.in/entertainment/ayushmann-khurrana-shocking-statement-on-casting-couch-211873/ | 2018-10-21T04:53:31Z | s3://commoncrawl/crawl-data/CC-MAIN-2018-43/segments/1539583513686.3/warc/CC-MAIN-20181021031444-20181021052944-00001.warc.gz | ory | 0.999989 | Orya | 3 | {"ory_Orya_score": 0.9999885559082031} |
ବହୁ ବାଦ ବିବାଦ ପରେ ତିଆରି ହୋଇଛି ସିନେମା 'ପଦ୍ମାବତୀ' । ତେବେ ଏ ବର୍ଷର ବହୁ ପ୍ରତୀକ୍ଷିତ ସିନେମା 'ପଦ୍ମାବତୀ'ର ରିଲିଜ୍ ତାରିଖ ଘୁଞ୍ଚିଯାଇଛି । ଲୋକପ୍ରିୟ ସିନେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ସିନେମା ଆଗାମୀ ଡିସେମ୍ବର ୧ ତାରିଖରେ ପରଦାକୁ ଆସୁଛି । କିନ୍ତୁ ଏହାକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ଏ କେ ଜାଡେଜା କହିଛନ୍ତି ଯେ ଗୁଜୁରାଟରେ ଆଗାମୀ ଡିସେମ୍ବର ୯ରୁ ୧୪ ତାରିଖ ଭିତରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ 'ପଦ୍ମାବତୀ' ରିଲିଜ୍ ହେଲେ ରାଜ୍ୟରେ ଭୟାବହ ପରିସ୍ଥିତି ଉପୁଜିପାରେ ବୋଲି ସେ ଆଶଙ୍କା କରିଛନ୍ତି । ଏହି ସିନେମାରେ ରାଜପୁତ ସଂପ୍ରଦାୟର ଭାବନାକୁ ଆଘାତ କରିବାଭଳି କିଛି ପ୍ରସଙ୍ଗ ରହିଛି ।
ଏଥିରେ ରାଣୀ ପଦ୍ମାବତୀ ଆଲ୍ଲାଉଦିନ ଖିଲଜୀକୁ କେବେ ଭେଟି ନଥିବା ସତ୍ତ୍ୱେ ତାହା ଦର୍ଶାଯାଇଛି । ଏଣୁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବାକୁ ଅଥବା ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାଜପା ପକ୍ଷରୁ ଦାବି କରାଯାଇଛି । 'ପଦ୍ମାବତୀ'ର ରିଲିଜ୍ ଆଗରୁ ଏହାର ପ୍ରି ସ୍କ୍ରିନିଂ କରାଯାଇ ରାଜପୁତ ସଂପ୍ରଦାୟର ପ୍ରତିନିଧିମାନଙ୍କୁ ଦେଖାଇବାକୁ ବି ଦାବି ହୋଇଛି । ଏ ସଂକ୍ରାନ୍ତରେ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ମଧ୍ୟ ପତ୍ର ଦିଆଯାଇଥିବା ଜଣାଯାଇଛି । | <urn:uuid:cfe74c1f-4bdc-4195-bf12-5ec77da392a7> | CC-MAIN-2018-43 | http://kanaknews.com/bjp-to-ask-poll-panel-censor-to-stay-release-of-padmavati/ | 2018-10-15T08:51:25Z | s3://commoncrawl/crawl-data/CC-MAIN-2018-43/segments/1539583508988.18/warc/CC-MAIN-20181015080248-20181015101748-00401.warc.gz | ory | 1 | Orya | 6 | {"ory_Orya_score": 0.9999998807907104} |
ନୂଆଦିଲ୍ଲୀ : ୩ ଦିନିଆ ଗୁଜରାଟ ଗସ୍ତରେ ଯାଇଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଗୁଜରାଟରେ ତାଙ୍କର ଶେଷ ଦିନର ନିର୍ବାଚନୀ ପ୍ରଚାର କରିଛନ୍ତି। ଚାମୁଣ୍ଡା ମାତାଜି ମନ୍ଦିରରେ ପୂଜାର୍ଚ୍ଚନା କରିବାରେ ରାହୁଲ ଆଜି ତାଙ୍କ ନିର୍ବାଚନ ପ୍ରଚାରରେ ବାହାରିଥିଳେ। ଏହି ଅବସରରେ ସେ ବିଭିନ୍ନ ଦଳୀୟ ନେତା ଏବଂ ସାଧାରଣ ଜନସାଧାରଣଙ୍କ ସହ ଖୋଲା ଆଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ କଂଗ୍ରେସର ମୂଳ ଲକ୍ଷ୍ୟ ହେଉଛି ଚୀନ ସହ ଲଢିବା କିନ୍ତୁ ଆକ୍ରମଣାତ୍କକ ଉପାୟରେ ନୁହେଁ କିନ୍ତୁ ବିଭିନ୍ନ କମ୍ପାନୀ ପ୍ରତିଷ୍ଠା କରି ଏବଂ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏହା ଚୀନ୍ ସହ ଲଢିବ। ରାହୁଲ କହିଛନ୍ତିି ବିଶ୍ୱରେ ଭାରତର ପ୍ରତିଷ୍ଠା ଗୋଟିଏ ରାତିରେ ସୁଦୃଢ ହୋଇଯିବନି ମହାତ୍ମାଗାନ୍ଧୀ ଏଥିପାଇଁ ଅନେକ ବର୍ଷରୁ ଯାତ୍ରା ଆରମ୍ଭ କରିଥିଲେ। ମୋଦି ସରକାରଙ୍କୁ ଆକ୍ଷେପ କରି ରାହୁଲ କହିଥିଲେ ଭାରତ ପ୍ରତିଦିନ କେବଳ ୪୦୦ ଜଣଙ୍କୁ ନିଯୁକ୍ତି ଦେଉଛି କିନ୍ତୁ ଚୀନ୍ ପ୍ରତିଦିନ ୪୦,୦୦୦ଙ୍କୁ ନିଯୁକ୍ତି ଦେଉଛି। ତେଣୁ ଭାରତରେ ହିଂସା ବୃଦ୍ଧି ହେଉଛି। ରାହୁଲ୍ ଆଜି ସୁରେନ୍ଦ୍ରନଗର ଜିଲ୍ଲାର ଚୋବରି ଗ୍ରାମର ମହିଳାମାନଙ୍କ ସହ ସେମାନଙ୍କ ସମସ୍ୟା ନେଇ ଏକ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି। ସେ କହିଛନ୍ତି କୃଷି ଋଣ ଛାଡ଼ କରିବାପାଇଁ ଆମେ ଉତ୍ତର ପ୍ରଦେଶ ସରକାର ଉପରେ ଚାପ ପକାଇଛୁ ଏବଂ ଯଦି ଗୁଜରାଟ୍ରେ କଂଗ୍ରେସକୁ ଭୋଟ୍ ଦିଆଯାଇ କ୍ଷମତାକୁ ଅଣାଯାଏ ତେବେ କୃଷି ଋଣ ଛାଡ଼ ନିଶ୍ଚିତ ଛାଡ଼ ହେବ। | <urn:uuid:e1c0876e-8932-4f56-b1df-245d4a0da654> | CC-MAIN-2018-43 | http://sambad.in/india-and-beyond/%E0%AC%9A%E0%AD%80%E0%AC%A8-%E0%AC%B8%E0%AC%B9-%E0%AC%B2%E0%AC%A2%E0%AC%BF%E0%AC%AC%E0%AC%BE-%E0%AC%95%E0%AC%82%E0%AC%97%E0%AD%8D%E0%AC%B0%E0%AD%87%E0%AC%B8%E0%AC%B0-%E0%AC%AE%E0%AD%82%E0%AC%B3-3146/ | 2018-10-16T16:51:58Z | s3://commoncrawl/crawl-data/CC-MAIN-2018-43/segments/1539583510853.25/warc/CC-MAIN-20181016155643-20181016181143-00001.warc.gz | ory | 0.999984 | Orya | 17 | {"ory_Orya_score": 0.9999839067459106} |
ବୃଦ୍ଧା ବାପା-ମାଆଙ୍କ ସେବାକୁ ସରକାର ବର୍ତ୍ତମାନ ଆଇନ ପରିସରର୍ଭୁକ୍ତ କରିଛନ୍ତି । ଯାହାଦ୍ୱାରା କୌଣସି ବି ବ୍ୟକ୍ତି ସରକାରଙ୍କ ଏହିଆଇନ ଆଖିରେ ଧୂଳି ଦେଇପାରିବେ ନାହିଁ । କାରଣ ଖୁବ ଶୀଘ୍ର ସରକାର ଏହାକୁ ନେଇ ଏକ କଠୋର ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି । ଯେଉଁଥିରେ ବୃଦ୍ଧା ବାପାମାଆଙ୍କୁ ହଇରାଣ କରୁଥିବା ପୁଅ ବୋହୂଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏଭଳି ନିୟମ ତ ପୂର୍ବରୁ ପ୍ରଚଳିତ ହୋଇସାରିଛି ମାତ୍ର ନୂଆ କଥା ହେଲା କି, ଏଣିକି ଯଦି କୌଣସି ପୁଅ ବୋହୂ ତାଙ୍କର ବୃଦ୍ଧା ବାପାମାଆଙ୍କୁ ହଇରାଣ କରନ୍ତି ତେବେ ସେମାନଙ୍କୁ ଆଇନ ଅନୁଯାଇ ଦଣ୍ଡ ମିଳିବ । ଖାଲି ଏତିକି ନୁହେଁ ବୃଦ୍ଧା ବାପାମାଆଙ୍କୁ ଭରଣ ପୋଷଣ ପାଇଁ ଯାହା ସବୁ ଖର୍ଚ୍ଚ ହେବ ସେସବୁ ଟଙ୍କା ସରକାର ତାଙ୍କର ପୁଅ ବୋହୂଙ୍କ ନିକଟରୁ ହିଁ ଆଦାୟ କରିବେ ଆଉ ଏହି ଟଙ୍କାକୁ ସେମାନେ ଦେବାପାଇଁ ସଂପୂର୍ଣ୍ଣ ରୂପେ ବାଧ୍ୟ ।
ସୂଚନା ମୁତାବକ, ପୂର୍ବ ପ୍ରଚଳିତ ନିୟମ ଯଦିଓ ବର୍ତ୍ତମାନ ସମୟରେ ଜାରି ରହିଛି ତେବେ ଏଥିପାଇଁ ପୀଡିତାଙ୍କୁ ଉଭୟ ପୁଲିସ ଏବଂ କୋର୍ଟର ଚକ୍କର କାଟିବାକୁ ପଡିଥାଏ । ହେଲେ ସରକାରଙ୍କ ଏହି ନୂତନ ନିୟମରେ କିନ୍ତୁ ଆଉ ଏଭଳି ରହିବ ନାହିଁ । ଅଭିଯୋଗକାରୀମାନେ ଏଥିପାଇଁ କୌଣସି ଥାନା କିମ୍ବା କୋର୍ଟକୁ ନ ଯାଇ ଖାଲି ନୋଡାଲ ଅଫିସରଙ୍କ ନିକଟରେ ନିଜର ଅଭିଯୋଗ କରିପାରିବେ ଏବଂ ଯାହାଦ୍ୱାରା ସେମାନଙ୍କ ଭରଣ ପୋଷଣ ପାଇଁ ମିଳିବାକୁ ଯାଉଥିବା ଭତ୍ତା ପାଇଁ ହକଦାର ହୋଇପାରିବେ । ତେବେ ଏହି ଆଇନ ଆସିବା ଦ୍ୱାରା ଆଶା କରାଯାଉଛି କି, ଏହାଦ୍ୱାରା ଆଉ ବୃଦ୍ଧା ବାପାମାଆଙ୍କୁ ଥାନା କିମ୍ବା କୋର୍ଟର ଚକ୍କର କାଟିବାକୁ ପଡିବନି ।
ପଢନ୍ତୁ ; | <urn:uuid:7305c4b6-44e4-421f-9b68-c1c0aa9cee0b> | CC-MAIN-2018-43 | https://enewsodia.com/government-new-rule/ | 2018-10-17T22:53:58Z | s3://commoncrawl/crawl-data/CC-MAIN-2018-43/segments/1539583511314.51/warc/CC-MAIN-20181017220358-20181018001858-00161.warc.gz | ory | 1 | Orya | 6 | {"ory_Orya_score": 1.0} |
ଏ ମାଓବାଦୀଙ୍କ ପୋଷ୍ଟର ତ?
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଛି। ଆସନ୍ତାକାଲି ସ୍ୱାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ମାଓବାଦୀ। ଏହି ପୋଷ୍ଟର ଓ ବ୍ୟାନର ତଳକୁ ସିପିଆଇ ମାଓବାଦୀ ବୋଲି ଲେଖାଯାଇଛି।
ଚନ୍ଦାହାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି। ପ୍ରକୃତରେ ବ୍ୟାନର ଓ ପୋଷ୍ଟର କିଏ ଲଗାଇଛି ତାହା ତଦନ୍ତ ପରେ ଜଣାପଡ଼ିବ।
ଆସନ୍ତାକାଲି ସ୍ୱାଧୀନତା ଦିବସ ଥିବାରୁ ସମଗ୍ର ଦେଶରେ ଜୋରସୋର ପ୍ରସ୍ତୁତି ଚାଲିଛି। ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଚନ୍ଦାଘାଟିରେ ଲାଗିଥିବା ମାଓପୋଷ୍ଟର ପୋଲିସର ଚିନ୍ତା ବଢାଇ ଦେଇଛି।
ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ଜାନୁଆରୀ ୨୬ ଆସିଲେ ମାଓବାଦୀମାନେ ପୋଷ୍ଟର ମାରିଥାନ୍ତି। କେତେକ ସମୟରେ କିଛି ଦୃଷ୍ଟ ପ୍ରବୃତ୍ତିର ଲୋକ ପୋଷ୍ଟର ମାରି ଏହାର ଫାଇଦା ମଧ୍ୟ ନେଇଥାନ୍ତି। | <urn:uuid:2450b757-bade-4bdc-938c-007ea10f059d> | CC-MAIN-2018-43 | https://odishareporter.in/odisha/are-these-mao-posters-157831 | 2018-10-19T04:55:40Z | s3://commoncrawl/crawl-data/CC-MAIN-2018-43/segments/1539583512323.79/warc/CC-MAIN-20181019041222-20181019062722-00321.warc.gz | ory | 0.999876 | Orya | 4 | {"ory_Orya_score": 0.9998763799667358} |
ନୂଆଦିଲ୍ଲୀ: ଆଧାର ତଥ୍ୟର ସୁରକ୍ଷାକୁ ନେଇ ଦେଶର ୮୦% ଲୋକ ଚିନ୍ତିତ ଥିବା ଏକ ସର୍ଭେରୁ ଜଣାପଡ଼ିଛି। ଏହି ସର୍ଭେରେ ଭାଗ ନେଇଥିବା ପ୍ରତି ୧୦ ଜଣ ଲୋକଙ୍କ ମଧ୍ୟରୁ ୮ ଜଣ ଆଧାର ତଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଭେଲୋସିଟି ଏମ୍ଆର୍ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ୫୮୦୦ ଲୋକ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କହିଛନ୍ତି ଯେ ଅନଲାଇନ୍ରେ ଥିବା ତଥ୍ୟକୁ ସୁରକ୍ଷା ପ୍ରଦାନ କରିବା ଦିଗରେ ସରକାର ହସ୍ତକ୍ଷେପ କରିବା ଦରକାର। ଦେଶରେ ଏବେ ୧୨୧ କୋଟି ଲୋକଙ୍କ ପାଖରେ ଆଧାର ରହିଛି। | <urn:uuid:af493c7c-54f4-478d-83e5-d3bb8952edf5> | CC-MAIN-2018-43 | http://sambad.in/business/80-people-tens-for-adhara-data-149862/ | 2018-10-22T14:59:04Z | s3://commoncrawl/crawl-data/CC-MAIN-2018-43/segments/1539583515088.88/warc/CC-MAIN-20181022134402-20181022155902-00042.warc.gz | ory | 1.000008 | Orya | 5 | {"ory_Orya_score": 1.0000081062316895} |
'କେବିସି-୯'କୁ ମିଳିଲା ପ୍ରଥମ କୋଟିପତି ! ଜାଣନ୍ତୁ କିଏ ଏହି ମହିଳା
କନକ ବ୍ୟୁରୋ : ଲୋକପ୍ରିୟ ରିୟଲିଟି ସୋ କେବିସି -୯ କୁ ମିଳିଲା ତାହାର ପ୍ରଥମ କୋଟିପତି । ଜାମସେଦପୁରର ଅନାମିକା ମଜୁମଦାର ଚଳିତ ସିଜିନର ପ୍ରଥମ ପ୍ରତିଯୋଗୀ ଯିଏ ଏକ କୋଟି ଜିତିଛନ୍ତି । ଏକ କୋଟି ଜିତିବା ପରେ ଅନାମିକା ୭ କୋଟିର ଜ୍ୟାକପଟ୍ ପ୍ରଶ୍ନ ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ଏହି ପ୍ରଶ୍ନର ଉତ୍ତର ନଦେଇ ସୋ'ରୁ ଓହରି ଯାଇଥିଲେ ।
ଅନାମିକା ଜଣେ ସମାଜସେବୀ । ସେ ଫେଥ୍ ଇନ୍ ଇଣ୍ଡିଆ ନାମକ ଏକ ଏନଜିଓ ଚଳାନ୍ତି । ତାଙ୍କର ଦୁଇଟି ଝିଅ ଅଛନ୍ତି । ଅନାମିକା ମଜୁମଦାର କହିଛନ୍ତି ଯେ ସେ ଏହି ପୁରସ୍କାର ରାଶିରେ ଝାଡଖଣ୍ଡରେ ନିଜ ଏନଜିଓରରେ ବିନିଯୋଗ କରିବେ । ସେ ଜଣେ ନୃତ୍ୟଶିଳ୍ପୀ ମଧ୍ୟ । ଏହା ସହ ବସ୍ତିରେ ରହୁଥିବା ପିଲାମାନଙ୍କୁ ନୃତ୍ୟଶିକ୍ଷା ବି ଦେଉଥିଲେ।
୧୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଭାରତୀୟ ଟେଲିଭିଜନର ଲୋକପ୍ରିୟ ଶୋ' 'କୌନ୍ ବନେଗା କରୋଡପତି' । ଯାହାର ହୋଷ୍ଟ ଥିଲେ ମହାନାୟକ ଅଭିତାଭ ବଚ୍ଚନ । ଏହା ଭିତରେ ଏହି ଏହି ଶୋ' ଅନେକ ସାଧାରଣ ଲୋକଙ୍କୁ ବନାଇ ଦେଇଛି କୋଟିପତି । ହେଲେ ଏହି କୋଟିପତି ଏବେ କଣ କରୁଛନ୍ତି ବୋଧେ ଖୁବ୍ କମ୍ ଲୋକ ହିଁ ଜାଣିଥିବେ । ଏବେ ନଜର ପକାନ୍ତୁ କେଉଁଠି ଅଛନ୍ତି ଏହି କୋଟିପତି ଆଉ କେମିତି ବ୍ୟବହାର କରିଛନ୍ତି ନିଜର ଜିତିଥିବା ଟଙ୍କାକୁ ।
ହର୍ଷବର୍ଦ୍ଧନ ନୱାଥେ : ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ହର୍ଷବର୍ଦ୍ଧନଙ୍କ ଜୀବନକୁ ଏହି ଶୋ' ବଦଳାଇ ଦେଇଥିଲା । ବର୍ଷ ୨୦୦୦ରେ ଏକ କୋଟି ଜିତିଥିବା ହର୍ଷବର୍ଦ୍ଧନ ରାତାରାତି ଷ୍ଟାର୍ ପାଲଟିଯାଇଥିଲେ । ଆଉ ଏହି ଚକ୍କରରେ ତାଙ୍କ ୟୁପିଏସସି ସ୍ୱପ୍ନ ଅଧାରେ ରହି ଯାଇଥିଲା । ପରେ ସେ ଏମବିଏ କରିଥିଲେ । ଏବେ ହର୍ଷବର୍ଦ୍ଧନ ମହିନ୍ଦ୍ରା କମ୍ପାନୀରେ କାମ କରିବା ସହ ଦୁଇଟି ପିଲାର ବାପା ମଧ୍ୟ ହୋଇ ସାରିଲେଣି ।
ରବି ମୋହନ ସୈନୀ : କୌନ୍ ବନେଗା କରୋଡପତି ଜୁନିୟର୍ ଜିତିଥିବା ରବିଙ୍କର ବୟସ ସେତେବେଳେ ମାତ୍ର ୧୪ବର୍ଷ ଥିଲା ଆଉ ସେ ୧୦ମ ଶ୍ରେଣୀରେ ପଢୁଥିଲେ । ତେବେ ଏହି ଶୋ'କୁ ଜିତିବା ପରେ ମଧ୍ୟ ଆଗକୁ ପଢା ଜାରି ରଖିଥିଲେ । ଆଜି ସେ ଜଣେ ଆଇପିଏସ୍ ଅଫିସର୍ ।
ରାହତ୍ ତସଲୀମ୍ : ରାହତ୍ ଏମିତି ଏକ ଘରୁ ଆସିଥିଲେ, ଯେଉଁଠି ଝିଅ ମାନଙ୍କୁ ପଢିବା ପାଇଁ ସ୍ୱାଧୀନତା ନଥିଲା । ଯେତେବେଳେ ମେଡିକାଲ୍ ପାଇଁ ପ୍ରସ୍ତୁତ ହେଉଥିଲେ ସେତେବେଳେ ତାଙ୍କ ବିବାହ ହୋଇଯାଇଥିଲା । ତେବେ ତାଙ୍କ ସ୍ୱପ୍ନରେ ଡେଣା ଲଗାଇଥିଲା କୌନ୍ ବନେଗା କରୋଡପତିର ଚତୁର୍ଥ ସିଜିନ୍ । ଦୁନିଆଁ ପାଇଁ ସେ ୧ କୋଟି ଜିତିଥିଲେ ହେଲେ ନିଜ ପାଇଁ ସ୍ୱାଧୀନତା । ଆଉ ଜିତିଥିବା ଟଙ୍କାରେ ରାହତ୍ ଏକ ସୋ'ରୁମ୍ ଖୋଲିବା ସହ ନିଜ ଗୋଡରେ ଛିଡା ହୋଇଛନ୍ତି ।
ସୁଶୀଲ୍ କୁମାର୍ : କୌନ୍ ବନେଗା କରୋଡପତିର ୫ମ ସିଜିନର ବିଜେତା ଥିଲେ ସୁଶୀଲ୍ କୁମାର୍ । ବିହାରର ଏକ ଗରୀବ ପରିବାରରୁ ଆସିଥିବା ସୁଶୀଲ୍ ଏହି ଶୋ'ରେ ୫କୋଟି ଟଙ୍କା ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଶୋ' ଜିତିବା ପରେ ସେ ବହୁତ ଲୋକପ୍ରିୟ ହୋଇ ଯାଇଥିଲେ , ଏପରିକି ତାଙ୍କୁ ଏକ ରିୟଲିଟି ଶୋ'ର ମଧ୍ୟ ଅଫର୍ ମିଳିଥିଲା । କେବିସିରେ ଜିତିଥିବା ଟଙ୍କାରେ ସୁଶୀଲ ନିଜର ଏକ ବ୍ୟବସାୟ ଆରମ୍ଭ କରିଛନ୍ତି । ଏହା ସହ ବିହାରରେ ତାଙ୍କର ଦୋକାନ ଏବଂ ଦିଲ୍ଲୀରେ କିଛି ଗାଡି ଚାଲିଛି । ତେବେ ସୁଶୀଲ୍ ଲେଖା ଲେଖିରେ ମଧ୍ୟ ରୁଚି ରଖନ୍ତି । ଏକ ପ୍ରଯୋଜନା ସଂସ୍ଥାକୁ ତାଙ୍କ କାହାଣୀ ପସନ୍ଦ ଆସିବାରୁ ଏବେ ସେ ଏହି ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି ।
ସନମୀତ୍ କୌର୍ : ସନମୀତଙ୍କ କାହାଣୀ କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ । ଫାସନ୍ ଡିଜାଇନିଙ୍ଗ କୋର୍ସ କରିଥିବା ସନମୀତଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ କିନ୍ତୁ କାମ କରିବାକୁ ଦେଉ ନଥିଲେ । ହେଲେ ସେ ହାର୍ ନମାନି ଟିଫିନ୍ ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ଏକ ଦୁର୍ଘଟଣା ଯୋଗୁଁ ତାଙ୍କର ଏହି ବ୍ୟବସାୟ ବନ୍ଦ ହୋଇଗଲା ।ଏହା ପରେ ସେ ପିଲାମାନଙ୍କୁ ଟ୍ୟୁସନ୍ କରିବା ଆରମ୍ଭ କରିଥିଲେ ଆଉ ତାଙ୍କର ଏହି ଜ୍ଞାନ ତାଙ୍କୁ କେବିସି – ସିଜିନ୍ ୬ ପର୍ଯ୍ୟନ୍ତ ଆଣିଥିଲା । ଏହି ଶୋ'ରେ ସେ ଜିତିଥିଲେ ୫କୋଟି ଟଙ୍କା । ତେବେ ଜିତିଥିବା ଟଙ୍କାରେ ସେ ନିଜର ଜଣେ ସାଙ୍ଗ ସହ ମିଶି ଫାସନ୍ ହାଉସ୍ ଖୋଲିଛନ୍ତି ।
ତାଜ୍ ମହମ୍ମଦ ରଂଗ୍ରେଜ୍ : କେବିସିର ୭ମ ସିଜିନରେ ୧ କୋଟି ଟଙ୍କା ଜିତିଥିବା ତାଜ୍ ହେଉଛନ୍ତି ଏକ ମାତ୍ର ପ୍ରତିଯୋଗୀ । ପେସାରେ ଶିକ୍ଷକ ଥିବା ତାଜ୍ ଶୋ' ଜିତିବା ବେଳେ କହିଥିଲେ ଏହି ଟଙ୍କାରେ ଏବେ ସେ ନିଜ ପାଇଁ ଘର କିଣିବା ସହ ଝିଅର ଆଖି ଅପରେସନ୍ କରିବେ । ତେବେ ଶୋ' ଜିତିବା ପରେ ମଧ୍ୟ ସେ ସେହି ଶିକ୍ଷକ ହିଁ ରହିଲେ । ଏବେ ସେ ଜଣେ ସଫଳ ମଣିଷ ହିସାବରେ ପରିଚିତ ।
ଅଚୀନ୍ ନିରୁଲା ଓ ସାର୍ଥକ ନିରୁଲା : ଭାରତୀୟ ଟେଲିଭିଜନ୍ ଇତିହାସରେ ଏହା ହେଉଛି ଏପର୍ଯ୍ୟନ୍ତ ଜିତା ଯାଇଥିବା ସବୁଠାରୁ ବଡ ରାଶି । ଦିଲ୍ଲୀର ଏହି ଦୁଇ ଭାଇ ୭ କୋଟି ଟଙ୍କା ଜିତିବା ପରେ ତାଙ୍କ ପାଇଁ ଚାରି ଆଡୁ ବିବାହ ପ୍ରସ୍ତାବ ଆସିବାକୁ ଲାଗିଥିଲା । ଜିତିଥିବା ଟଙ୍କାକୁ ଏହି ଦୁଇ ଭାଇ ଖୁବ୍ ଧ୍ୟାନର ସହ ଖର୍ଚ୍ଚ କରିଥିଲେ । ପ୍ରଥମେ ସେମାନେ ନିଜ ମା'ଙ୍କର କ୍ୟାନ୍ସର ଚିକିତ୍ସା କରିଥିଲେ । ପରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । | <urn:uuid:4c9eb809-b921-4a1b-ae54-889644f38ebf> | CC-MAIN-2018-47 | http://kanaknews.com/jamshedpuranamika-majumdar-won-1-crore-on-the-set-of-kbc-9/ | 2018-11-17T04:40:38Z | s3://commoncrawl/crawl-data/CC-MAIN-2018-47/segments/1542039743282.69/warc/CC-MAIN-20181117040838-20181117062044-00025.warc.gz | ory | 1.000003 | Orya | 9 | {"ory_Orya_score": 1.0000025033950806} |
ତା'ର ସ୍ଥିର ଅପଳକ ଶୂନ୍ୟ ଦୃଷ୍ଟି ଫାଟକ ସେପାଖ ଦୀର୍ଘ ରାସ୍ତାରେ ଲାଖିରହିଥିଲା । ଚାରିଟି ଦେବଦାରୁ ଗଛ ମଧ୍ୟର ଫାଙ୍କ ଦେଇ ରାସ୍ତାରେ ଚଳପ୍ରଚଳ ହେଉଥିବା ଲୋକେ, ଯାନବାହାନ ଆଦି ଦୃଶ୍ୟ ହେଉଥିଲେ; ମେ' ମାସର ପ୍ରଖର ରଶ୍ମୀ କ୍ରମଶଃ ମଉଳି ଯାଉଥିଲା । ଶୀତଳ ପବନ ଧଲ୍କାଏ ତାକୁ ଛୁଇଁଗଲା । ବର୍ଷା ହେବ ବୋଧହୁଏ । ପୁଣି ଚଳଚଞ୍ଚଳ ହେଇଉଠୁଥିଲା ନିର୍ଜନ ଉଦାସୀ ଅପରାହ୍ନ; ତା'ର ଏକାକୀତ୍ୱ ବି ଦୂରେଇଯାଉଥିଲା, ସେ ଟିକେ ହାଲକା ଅନୁଭବ କରୁଥିଲା । ଏହି ସ୍ପନ୍ଦିତ ରାସ୍ତାକୁ ଅନେଇ ଅନେଇ ତା'ର ନିଃସଙ୍ଗତା ଦୂରେଇ ଦିଏ; ଏମିତି କେବେ ସେ ଅଙ୍କାବଙ୍କା ଗାଁ ରାସ୍ତାକୁ ଅନେଇ ବସୁଥିଲା ମାମୁଘର ବାରଣ୍ଡାରେ । ବାପାଙ୍କ ବାଟ ଚାହିଁ ।
ସେ ଗୋଟିଏ ଦିଆସିଲି କାଠି ଜଲାଇଲା । ପୁରୁଣା ଖବରକାଗଜର ଏକ ଫର୍ଦ୍ଧକୁ ଚିରି ଜଳୁଥିବା ଦିଆସିଲି କାଠିରେ ଲଗେଇଦେଲା । କାଗଜଟି ଅଧା ଜଳିଗଲା ପରେ ସେ ହଠାତ୍ ନିଆଁ ଲିଭାଇଦେଲା । ଆଉ ଗୋଟିଏ ଟୁକୁଡ଼ା କାଗଜ ଜଲାଇବା ପାଇଁ ଉଦ୍ୟମ କରୁଥିଲା କି…କଲିଂ ବେଲର ଧ୍ୱନିରେ ସେ ଚମକି ପଡ଼ିଲା । ଏବେ କିଏ ଆସିଲା ? କିଛି ଅଘଟଣ ଘଟିଲା କି? ଅତି ଉତ୍ସୁକତାର ସହ ନିଜ ସୁନ୍ଦର ଲମ୍ବା କେଶକୁ ଉଠାଇ ଆଣି ଏକ ବ୍ୟାକ କ୍ଳିପ୍ ସାହାଯ୍ୟରେ ଖୋସାଟିଏ କରିଦେଲା । ଦୁଆର ପାଖରେ ପହଞ୍ଚି କି-ହୋଲ ଦେଇ ଦେଖିଲା । ମାଡାମ୍ଙ୍କ କଡ଼ା ତାଗିଦ ଅଜଣା ଲୋକଙ୍କୁ ଦୁଆର ଖୋଲିବ ନାହିଁ । ଓଃ! ବଣ୍ଟି ଭାଇ…ସାରଙ୍କ ଫର୍ନିଚର ଦୋକାନର ସେଲସ୍ମ୍ୟାନ । ଏକ ଜରୁରୀ ଫାଇଲ ପାଇଁ ଆସିଥିଲା । ତା ମନ ଟିକେ ଦବି ଗଲା; ଷ୍ଟଡ଼ି ରୁମକୁ ଯାଇ ଏକ ନାଲି ଫୋଲଡର ବଣ୍ଟି ହାତକୁ ବଢାଇ ଦେଲା ।
ନିଜ ଉପରେ ଭୀଷଣ କ୍ରୋଧ ଆସିଲା; କାହିଁକି କେଜାଣି ଏମିତି 'ଅଶୁଭ' ଅଜଣା, ଆଶଙ୍କା ତାକୁ ଗ୍ରାସ କରେ? ସେ କ'ଣ ଇଚ୍ଛା କରେ ତା' କଳ୍ପନା ସହ ତାଳ ଦେଇ କିଛି 'ଅଘଟଣ' ଘଟିଯାଉ? ସେ ଅସ୍ଥିର ଚିତ୍ତରେ ଘରସାରା ପଦଚାରଣା କରିବାକୁ ଲାଗିଲା ।
-ଓଃ! ମାଡାମ୍ତ ଆଜି ମାଷ୍ଟର ବେଡ଼ ରୁମର ତାଲା ପକାଇବାକୁ ଭୁଲିଯାଇଛନ୍ତି । ସେ ଦୁଆର ବନ୍ଦ କରିବା ଉଦ୍ଧେଶ୍ୟରେ ଗଲା ତ ଏକ ସମ୍ନୋହନର ଡୋରରେ ଟାଣିହେଇ ବେଡ଼ରୁମ ଭିତରେ ପଶିଗଲା । ଏମିତି ବି ସେ ବହୁତ ଥର ଏ ରୁମକୁ ଆସିଛି । କିନ୍ତୁ ଲଜ୍ଜା ହେଉ ବା ସଂକୋଚ ସେ କେବେ ଚାରି ଆଡ଼କୁ ଅନାଏ ନାହିଁ । ଯେଉଁ କାମ ପାଇଁ ଯାଇଥାଏ ସେ କାମ ଶେଷ କରି ଜଲଦି ଜଲଦି ବାହାରି ଆସେ ।
-ଆଃ! କି ସୁନ୍ଦର ସଜା ହେଇଛି । ସବୁ ଚିକ୍ ଚି୍କ । ଚିନୁର କାନ୍ଦ ଶୁଣି ସେ ବାହାରକୁ ଆସି ତାକୁ କୋଳକୁ ଉଠାଇ ନେଲା ଓ ପୁଣି ବେଡ଼ରୁମ ଭିତରକୁ ଯାଇ ସାଜସଜ୍ଜାକୁ ନୀରିକ୍ଷଣ କଲା ।
ଏମିତି ନୁହେଁ ଯେ ସେ ପ୍ରାଚୁର୍ଯ୍ୟକୁ ପାଖରୁ ଦେଖିନାହିଁ । ଦିଲ୍ଲୀର ସେ ଗୁଜୁରାଟି ପରିବାରର ଆଡ଼ମ୍ବର ତ ଆଖି ଝଳସାଇ ଦେଲା ଭଳି । କିନ୍ତୁ ସେ ସବୁକୁ ଦେଖେ ଦୂରରୁ । ଏକ ଆଗନ୍ତୁକର କୌତୁହଳୀରେ । ଆତ୍ମୀୟତାର ଅନୁଭବ ହିଁ କେବେ ନଥିଲା ସେ ପରିବାର ପ୍ରତି । କିନ୍ତୁ ଏଠିକା ପରିବେଶ ତାକୁ ବହୁତ ଆପଣାର ଲାଗୁଛି ।
ଡ୍ରେସିଂ ଟେବୁଲ ଉପରେ ଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀ ଉପରେ ତା'ର ନଜର ଅଟକିଗଲା । "କେତେ ଦାମିକା ଏ ସବୁ !" ସେ ଗୋଟିଏ ସାମ୍ପୁ ବୋତଲ ଉଠାଇଲା । ଚାରିଶହ ଟଙ୍କା! "ମୁଁ ତ ଟଙ୍କିକିଆ ସାମ୍ପୁରେ ବ୍ୟବହାର କରି ମୋର କେଶ ଏତେ ସୁନ୍ଦର ।" ତା' ଓଠ ଧାରରେ ଖେଳିଗଲା ଏକ ଫିକା ସ୍ମିତ । ଟିଭିରେ ବିଭିନ୍ନ ବିଜ୍ଞାପନ ଦେଖି ତା'ର ବି ଇଛା ହୁଏ ସେ ଏସବୁ କିଣିପାରନ୍ତା କି ? କିନ୍ତୁ ପରେ ଭାବେ କ'ଣ ଦରକାର ଏତେ ସବୁ ଦାମୀ ଜିନିଷ ? ଭଳିକି ଭଳିକି ତେଲ, ସାମ୍ପୁ ବ୍ୟବହାର କଲେ ହୁଏତ କେଶ ଉପରେ ପ୍ରଭାବ ପଡ଼ିପାରେ । ମାଡ଼ାମ୍ଙ୍କର ଛୋଟ ଆଉ ପତଳା କେଶ, ତାକୁ ଘନ କରିବା ପାଇଁ ସେ ଏତେ ଖର୍ଚ୍ଚ କରୁଛନ୍ତି । ମାଡ଼ମ୍ ନିଜେ ବି କେତେ ଥର ତା'ର ସୁନ୍ଦର କେଶର ତାରିଫ୍ କରିଛନ୍ତି । ବୋଉର ବି ଏମିତି ସୁନ୍ଦର କେଶ ଥିଲା…ଏବେ ବି । ସେ ଘରେ ଥିଲାବେଳେ ତେଲ ଲଗାଇ, ବେଣୀ ପକାଇ ଦିଏ । ଏବେ କିଏ ତା'ର ଯତ୍ନ ନେଉଥିବ ? ସେ ତ ସେମିତି ବି ହୋସ୍ରେ ନଥାଏ । ଆଉ ନିଜକୁ ସଜାଇବ କ'ଣ ?
ସେ ନିଜକୁ ଦର୍ପଣରେ ନିରେଖି ଦେଖିଲା । ସେ ସୁନ୍ଦର, ତନୁ ପାତଳୀ, ଶ୍ୟାମଳୀ ତ' କ'ଣ ହେଲା? କିନ୍ତୁ ପ୍ରୀତି ମାଡ଼ମ୍ ମୋଟି । କାନ୍ଥରେ ଟଙ୍ଗା ହେଇଥିବା ଏକ ଫଟୋ ଫ୍ରେମ୍କୁ ସେ କାଢିଲା । "ପୁରୁଣା ଫଟୋ ବୋଧହୁଏ । କେତେ ସୁନ୍ଦର ଫିଗର ଥିଲା । ଚିନୁ ଜନ୍ମ ହେଲା ପରେ ବୋଧେ ଏତେ ମୋଟି ହେଇଯାଇଛନ୍ତି ।" ସେ ଏକ ଗୋଳାପୀ ନେଲ୍ପଲିସ୍ ବୋତଲ ଖୋଲିଲା ; ନିଜ ନଖରେ ଲଗାଇବାକୁ ଉଦ୍ୟତ ହେଲା । "ନା ! ଥାଉ, ମାଡ଼ମ୍ ଜାଣିଯିବେ ଯେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବିଶ୍ୱାସର ଅପବ୍ୟହାର କରୁଛି ।" ସେ ଆଜି ଆଲମିରା ବି ବନ୍ଦ କରିବାକୁ ଭୁଲି ଯାଇଛନ୍ତି । "ଓଃ କେତେ ଶାଢୀ,… ଡ୍ରେସ୍ ବି ।" ସେ ନିଜର ପୁରୁଣା, ଫିକା ପଡ଼ିଆସୁଥିବା ସାଲୱାର କମିଜକୁ ଦେଖିଲା । କେବେ ଏହି ଡ୍ରେସ୍ଟି ଥିଲା ଗାଢ ନୀଳ । ବହୁତ ଦିନ ଯାଏ ସେ ଏଇ ପୋଷାକଟି ସାଇତି ରଖିଥଲା; ପର୍ବପର୍ବାଣୀ ବା କୌଣସି ଖାସ୍ ଦିନରେ ପିନ୍ଧିବ ଉଦ୍ଧେଶ୍ୟରେ…. । ସାତ ବର୍ଷ ତଳେ ଯେବେ ସଦା ଚଞ୍ଚଳ, ଆଶାବାଦୀ ହାପି ଟ୍ରେନ୍ ଚକ ତଳେ ଏକ ବିଭତ୍ସ, ଦୁଃଖଦ ମୃତ୍ୟୁର ଶିକାର ହେଲା, ସେହି ମୂହୁର୍ତ୍ତରେ ହିଁ ତା'ର ସବୁ ସ୍ୱପ୍ନ ବି ଯେମିତି ଅନିର୍ଦ୍ଧିଷ୍ଟ କାଳ ପାଇଁ ନିରୁଦ୍ଧିଷ୍ଟ ହେଇଗଲେ । ଅବିଭକ୍ତ ସମୟର ସୀମାବଦ୍ଧତା ସେଙ୍ଗ ହିଁ ତା'ର ଘନିଷ୍ଠ ଆତ୍ମୀୟତା ବଢିଚାଲିଲା ।
ଚିନୁକୁ କୋଳକୁ ଉଠାଇ ନେଲା ସେ, ତା ନରମ ଟିକି ପାପୁଲିରେ ଏକ ଚୁମା ଦେଲା । ଚିନୁର ନିଷ୍ପାପ, ଚୁଲ୍ବୁଲ୍ ଚେହେରା, ଦରୋଟି କଥା ତାକୁ ଆହ୍ଳାଦିତ କରେ । -ଫୋନ ଦିଅ, ମାମା ସାଙ୍ଗେ କଥା ହେବି, ଜିଦ୍ ଧରିଲା ଚିନୁ । ତାକୁ ଆଶ୍ଚର୍ଯ୍ୟ ଲାଗେ ଯେ ସେ ଜମା ବି ବିରକ୍ତ ହୁଏନି ଚିନୁର କୋଳାହଳରେ । ଦିଲ୍ଲୀରେ ତ ସେ ପିଲାମାନଙ୍କ ବ୍ୟବହାରକୁ ନେଇ ଏମିତି ରାଗି ଯାଉଥିଲା ସେ, ବେଳେ ବେଳେ ହାତ ଉଠାଇ ଦିଏ, ମାଲିକଙ୍କ ଅନୁପସ୍ଥିତିରେ । ଫ୍ରିଜ୍ରୁ ଏକ କାଡବେରୀ ଚକ୍ଲେଟ୍ ବାର୍ ଧରାଇ ଦେଲା ଚିନୁକୁ ; ଟିଭି ଅନ୍ କଲା, କିନ୍ତୁ ସଙ୍ଗେ ସଙ୍ଗେ ବନ୍ଦ କରିଦେଲା । ଚିନୁକୁ ଧରି ବାଲାକୋନୀକୁ ଗଲା, "ଦେଖ , ସେଇଟା କ'ଣ କହିଲୁ, ଗାଈ…."
ତା' ବୋଉର ମସ୍ତିସ୍କ ବିକୃତିଜନିତ ବାଚାଲାମୀ, ଅବାନ୍ତର ପ୍ରଳାପ, ନିଜର ହିତାହିତ ଜ୍ଞାନ ଭୁଲି, ଗାଁ ରାସ୍ତାରେ ବୁଲିବା ସମସ୍ତଙ୍କ ପାଇଁ ଅସହ୍ୟ ହେଇପଡ଼ିଥିଲା । ବିବାହର ମାତ୍ର ଆଠମାସ ପରେ ଏ ଭଳି ରୋଗର ଲକ୍ଷଣ ଦେଖା ଦେବା ହେତୁ ବହୁତ ଗୁଣିଆ ଓ ପରେ ଡାକ୍ତରଙ୍କୁ ଦେଖାଇଥିଲେ ତା'ର ଜେଜେ ଘର ଲୋକେ । ତଥାପି ଅବସ୍ଥାରେ ଆଶାନୁରୂପ ଉନ୍ନତି ହେଲାନି । ଜେଜେଙ୍କ ଚାପ ବଶତଃ ବାପା ତାକୁ ମାମୁଘରେ ଛାଡ଼ିଦେଇ ଯାଇଥିଲା । ତା' ପରେ ଅନ୍ୟ ଜଣକୁ ବିବାହ କଲା । କିନ୍ତୁ ବିଧିର ବିଧାନ ବିଚିତ୍ର । ଗୋଟିଏ ପୁଅକୁ ଜନ୍ମ ଦେବାର ସାତମାସ ପରେ ତା'ର ସାବତ ମାଆର ମୃତ୍ୟୁ ହେଲା । ତା' ପରେ ବାପା ତା'ର ବୋଉକୁ ନିଜ ପାଖକୁ ଫେରେଇ ଆଣିଲା ।
ସେତେବେଳେ ସେ ଯାହା ଜାଣେ ବୋଉ ତା'ର ଟିକେ ସୁସ୍ଥ ଥିଲା । ଗୋଟିଏ ଝିଅ, ଦୁଇଟି ପୁଅ ଆଉ ତା'ର ସାବତ ଭାଇକୁ ନେଇ ସେମାନଙ୍କ ସଂସାର ଚାଲିଲା ସୁରୁଖୁରୁରେ, ବେଶ କିଛି ବର୍ଷ । କିନ୍ତୁ ପୁଣି ତା ବୋଉର ପୁରୁଣା ପାଗଳାମୀ ରୋଗ ବାହାରିଲା । ତା' ବାପା ନିଜ ଦ୍ୱିତୀୟ ପତ୍ନୀର ପୁଅକୁ ଧରି ଗଲା ଯେ ଆଉ ଫେରିଲାନି । ରାଧୁଦାଦାଙ୍କ ପୁଅଠୁ ଖବର ମିଳିଲା ସେମାନେ ଉତ୍ତର ପ୍ରଦେଶର ଗାଜିଆବାଦରେ । ଆଜିକୁ ପନ୍ଦର ବର୍ଷ ବିତିଗଲା । ବାପା ସାଙ୍ଗେ ଆଉ ଭେଟ ହେବ କି ନାହିଁ କିଏ ଜାଣେ? ରହିଗଲେ ଏକୁଟିଆ ସେମାନେ, ସହୃଦୟ ମାମୁ ଓ ମାଇଁ ସେମାନଙ୍କର ସବୁ ଦାୟିତ୍ୱ ନେଲେ ଓ ନିଜର ଅଭାବୀ ସଂସାର ସହ ଭଉଣୀ ଓ ତା'ର ତିନୋଟି ପିଲାଙ୍କର ସମସ୍ତ ଦାୟିତ୍ୱ ବୁଝିଲେ । ଦୁଇ ଭାଇ ନବମ ଶ୍ରେଣୀରୁ ପାଠ ପଢା ଛାଡ଼ି କାମ ଉଦ୍ଧେଶ୍ୟରେ ବାହାର ରାଜ୍ୟକୁ ଚାଲିଗଲେ । ସେମାନେ ଯାହା କିଛି ଆର୍ଥିକ ସହାୟତା ଦେଉଥିଲେ । ସେଇଥିପାଇଁ କୌଣସିମତେ ସେ +୨ ପଢିପାରିଲା । ଉଚ୍ଚ ଶିକ୍ଷା ଇଚ୍ଛାକୁ ପ୍ରତିହତ କଲା ତା'ର ପାରିପାର୍ଶ୍ଵିକ ଅବସ୍ଥା । ଯୋଗ୍ୟତା ଅନୁସାରେ କୌଣସି ଚାକିରୀ ନ ମିଳିବାରୁ ସେ ବାଧ୍ୟ ହୋଇ ଜଣେ ସମ୍ପର୍କୀୟଙ୍କ ଉପଦେଶରେ ଦିଲ୍ଲୀ ଯାଇ ଏକ ପରିଚାରିକା ଭାବେ କାମ କରିବାକୁ ବାଧ୍ୟ ହେଲା । ସେ ଆଉ ମାମୁ, ମାଇଁଙ୍କ ଉପରେ ବୋଝ ହେବାକୁ ଚାହୁଁନଥିଲା । ଏବେ ତ ତା'ର ଭାଇମାନେ ମଧ୍ୟ ମୁହଁ ବୁଲେଇନେଲେଣି ।
xxxxxxxxxx
ଛୋଟ ଛୁଆ ଦେଖାଦେଖି କରିବା ପାଇଁ ଏକ ଅଭିଜ୍ଞ ସ୍ତ୍ରୀଲୋକ ଆବଶ୍ୟକ' ଖବରକାଗଜରେ ଏହିପରି ଏକ ବିଜ୍ଞାପନ ଦେଖି ସେ ଏଠାକୁ ଆସିଥିଲା ।
"-ତୁମର ତ ବହୁତ କମ୍ ବୟସ । ଆମକୁ ଏକ ଅନୁଭବୀ ଲୋକ ଦରକାର ଥିଲା । ଏମିତି ଲୋକ ଯିଏ କି ଆମ ଅନୁପସ୍ଥିତିରେ ଛୋଟ ଛୁଆର ଭଲ ଦେଖାଶୁଣା କରିପାରିବ । ଆମେ ତା ହାତରେ ଦାୟିତ୍ୱ ଦେଇ ନିଶ୍ଚିନ୍ତ ହେବୁ ।" ବେଶ୍ ଆକର୍ଷଣୀୟ, ଗୋରା କିନ୍ତୁ ପ୍ରସାଧନ ରଞ୍ଜିତ ଚେହେରା, ସୌଖୀନ ପୋଷାକ ଓ ହାଲ୍କା ଗହଣା ପରିହିତା ସ୍ତ୍ରୀଲୋକ ଜଣକ କହିଲେ । ବୋଧେ ଘରର ମାଳିକାଣୀ, ସେ ଅନୁମାନ କଲା ।
-ମାଡ଼ାମ, ମୁଁ ଆଗରୁ ଏହି କାମ କରିଛି, ଦିଲ୍ଲୀର ଜଣେ ଗୁଜୁରାଟି ପରିବାରରେ । ସେମିତି ତ ମୁଁ କେବଳ ଘରକାମ ଦେଖାଦେଖି କରିବା ପାଇଁ ନିଯୁକ୍ତ ଥିଲି । କିନ୍ତୁ ଧିରେ ଧିରେ ସେମାନଙ୍କ ଛୋଟ ପିଲାଙ୍କ ଦାୟିତ୍ୱ ବି ମୁଁ ନେଲି । ସେଠି ଦି'ବର୍ଷ ଥିଲି । ତା' ଛଡ଼ା ମୋତେ ଏବେ ଛବିଶ ବର୍ଷ ହେଲାଣି । ଗୋଟିଏ ନିଶ୍ୱାସରେ ଏତକ କହିଗଲା ଓ ଛେକ ଢୋକିଲା ।
-କାହିଁକି ଛାଡ଼ିଲ ? ସୋଫାରେ ବସି ଖବର କାଗଜ ପଢୁଥିବା ସୌମ୍ୟ ବ୍ୟକ୍ତି ଜଣକ ହଠାତ୍ ପ୍ରଶ୍ନ କଲେ ।
-ମୋ ବୋଉ ଏଠି ଏକୁଟିଆ । ଭାଇମାନେ ବାହାରେ । ଗାଁରେ ବୋଉ ପାଖରେ ନରହିଲେ ବି ନିକଟ କୌଣସି ସହରରେ ତ ରହିପାରିବି । ଦିଲ୍ଲୀ ବହୁତ ଦୂର । ସେ କହିଲା, ମୁଣ୍ଡ ତଳକୁ କରି । ଏହି ଜଣକ ବୋଧେ ମାଲିକ । ଇଏ ସେମିତି ନୁହଁନ୍ତି ତ…ଏକ ପରିଚିତ ଆଶଙ୍କା ତାକୁ କଲା ତ୍ରସ୍ତ ।
-ସେଠି କେତେ ଦରମା ପାଉଥିଲ ? ଏବେ କେତେ ଆଶା କରୁଛ ? ମାଡାମ୍ ଜଣକ ପୁଣି ପଚାରି ଚାଲିିଲେ ।
-ରହିବା, ଖାଇବା ବାଦ୍ ଦେଇ ସାତହଜାର ପାଉଥିଲି । କିନ୍ତୁ ମୋର ସେମିତି କିଛି ଡିମାଣ୍ଡ ନାହିଁ, ଯାହା ଆପଣ ଦେବେ ।
-ରହିବା ଖାଇବାକୁ ବାଦ ଦେଇ ଆମେ ଏବେ ପାଞ୍ଚ ହଜାର ଦେବୁ । ତା'ପରେ…..
ଏତେ ସବୁ ପ୍ରଶ୍ନୋତ୍ତର ଭିତରେ ତା'ର ଆଖି ବାରମ୍ବାର ଘୁରି ଆସୁଥିଲା ବୈଠକଖାନାର ଉତ୍ତର କୋଣରେ ଥିବା ଏକ ବଡ଼ ଆକ୍ୱାରିୟମ ଉପରେ । ସେଥିରେ ପହଁରି ବୁଲୁଥିଲେ ରଙ୍ଗବେରଙ୍ଗର ଅନେକ ମାଛ । କେତେ ନିର୍ଭୟରେ, କେତେ ଶାନ୍ତିରେ ସୁନ୍ଦର ନାଲି ନେଲି, ହଳଦିଆ ଛୋଟ ଛୋଟ ଗୋଡ଼ି, ପଥରରେ ସଜ୍ଜିତ ପଥରେ ସେମାନେ ଘୁରିବୁଲୁଛନ୍ତି । ଆଉ ସେ କେତେ ଅସୁରକ୍ଷିତ ମନେ କରେ, ଘରେ, ବାହାରେ, କର୍ମ ସ୍ଥଳେ ବା ରାସ୍ତାରେ । ଯେମିତି ତା' ଉପରେ କାହାର ଆଖି ଘୁରିବୁଲୁଛି । ପ୍ରତିକ୍ଷଣରେ… ତାକୁ ଗିଳିପକେଇବ; କିନ୍ତୁ କେତେ ସହଜ ନିର୍ଦ୍ଧିଷ୍ଟତା ଏହି ପଥରେ, ଯେମିତି ଲାଗୁଥିଲା ଦିନେ, ବାପା,ବୋଉ ସହିତ ଗାଁ ଶିବ ମନ୍ଦିରରେ ସାଗର ମେଳା ଦେଖି ଫେରିବା ବେଳେ; ବାପାଙ୍କ ପାଖରେ ବସି ଖାଇବା ବେଳେ, ଦେହ ଖରାପ ହେଲେ ବୋଉର ସେ ସ୍ନେହବୋଳା ସ୍ଫର୍ଶ, ଔଷଧ ଆଣିବାକୁ ବାପାଙ୍କ ବ୍ୟଗ୍ରତା, ହାପିର ଉତ୍ସାହ, ଯାହା ତାକୁ ସଂକ୍ରମଣ କରିଯାଏ, ମନରେ ଭରିଦିଏ କିଛି ନୂତନ ଉଦ୍ଧୀପନା ; ଆଉ ଏବେ…? ଦିନେ ଏମିତି ଏକ ମନ୍ତବ୍ୟ ତା' ମୁହଁରୁ ହଠାତ୍ ବାହାରିଗଲା ଆକ୍ୱାରିୟମର ମାଛଙ୍କ ଉଦ୍ଧେଶ୍ୟରେ; ପ୍ରୀତି ମାଡ଼ାମ୍ଙ୍କ ଉପସ୍ଥିତିରେ । ସେ କହିଲେ, 'ତମେ ତ ବଡ଼ ବିଚିତ୍ର ଜାଜନିକା, କିଏ ସିନା ସ୍ୱାଧୀନତା ଚାହେଁ, ପରିଧି ଭିତରେ ରହିବାକୁ କାହାର ଇଛା?' ଜାଜନିକା ଚମକି ପଡ଼ି ନିରୁତ୍ତର ରହିଲା । ପ୍ରୀତିର ପ୍ରଶ୍ନୀଳ ନଜରରୁ ନିଜକୁ ପ୍ରାୟ ତିନି ଘଣ୍ଟା ଦୂରେଇ ରଖିଲା ।
ଆଜି କି ପ୍ରାୟ ଛଅ ମାସ ତଳେ…ସେଦିନ ବସଷ୍ଟାଣ୍ଡରୁ ଚାଲି ଚାଲି ଏଠିକି ଆସିଥିଲା ସେ । କେତେ ଲମ୍ବା ରାସ୍ତା, କେତେ ଟାଣ ଖରା, ଅସହ୍ୟ ଗୁଳୁଗୁଳି ଥିଲା ସେଦିନ । ତା' ଜୀବନରେ ଖାଲି ଟାଣ ଖରା ତ କେବେ ପୁଣି ଭୀଷଣ ବର୍ଷା….ପାଣି ଭର୍ତ୍ତି ଖାଲଖମା, ପୂର୍ଣ୍ଣଗନ୍ଧମୟ…. । କିନ୍ତୁ ସେ ଥିଲା ନିର୍ବିକାର । ଚାକିରୀ ବିଷୟରେ ନିଶ୍ଚିତ ହେଇଗଲା ପରେ, ହିଁ ସେ ଅନୁଭବ କଲା ତାକୁ ଭୀଷଣ ଶୋଷ । ବୋଧହୁଏ ସେଦିନର ଅସ୍ୱାଭିକ ଉତ୍କଣ୍ଠା ଓ ତଦ୍ଜନିତ ଭୟ ହେତୁ କି କ'ଣ ସେ ପ୍ରାୟ ଭୁଲି ଯାଇଥିଲା ନିଜର ଯନ୍ତ୍ରଣାକୁ; ମାନସିକ ଉଦ୍ବେଳନକୁ ତଥା ଶାରୀରିକ କଷ୍ଟକୁ ।
-ତୁମ ଜିନିଷପତ୍ର ଘେନି ପହିଲା ସୁଦ୍ଧା ଏଠାକୁ ଆସିଯାଅ । ଏଇଟା ତୁମ ରୁମ୍ । ଆସ କିଛି ଖାଇନେବ । ତା'ର ନିଯୁକ୍ତଦାତା ପ୍ରୀତିର ସମ୍ବେଦନଶୀଳତାରେ ସେ ବହୁତ ପ୍ରଭାବିତ ହେଲା ।
ସଂଭ୍ରମତାର ସହିତ ସେ ଖାଇବାକୁ ମନା କରି ଜଲଦି ଜଳଦି ବସ ଷ୍ଟାଣ୍ଡ ଅଭିମୁଖେ ବାହାରିଗଲା । ଏବଂ ତହିଁ ପରଦିନ ହିଁ ଦ୍ୱିପହର ବେଳକୁ ସେ ଗାଁରୁ ଫେରି କାମରେ ଯୋଗ ଦେଲା ।
xxxxxxxxxx
ସେ ତନ୍ମୟପ୍ରାୟ ଦେଖୁଥିଲା ପ୍ରୀତିକୁ ଯେ ଚିନୁ ଦେହସାରା ତେଲ ଘସିଚାଲିଥିଲା ।
ଥରେ ପ୍ରୀତି ସହିତ ସେ ଚିନୁକୁ ପ୍ଳେ ସ୍କୁଲରୁ ଆଣିବାକୁ ଯାଇଥିଲା । ସ୍କୁଲ ପାଖ ଏକ ମନ୍ଦିର ପ୍ରାଙ୍ଗଣରେ ଦେଖିଲା ଏକ ଅଭାବନୀୟ ଦୃଶ୍ୟ । ଏକ ଅର୍ଦ୍ଧ୍ୟ ଉଲଗ୍ନ ସ୍ତ୍ରୀଲୋକୁ ନିର୍ଘାତ ଭାବେ ପିଟିଚାଲିଥିଲେ କିଛି ଲୋକ । "ଏହି ତ ସେହି ପାଗଳୀ ଯେ ଏଠି ପ୍ରାୟ ଘୁରିବୁଲେ ।" ନୁଖୁରା କେଶ, ମଳିନ ଦୁର୍ବଳ ଚେହେରା ଓ ଶତଚିରା ଶାଢୀଟିଏ, ଯାହା ତା'ର ଯୌବନକୁ ଘୋଡେ଼ବାରେ ଥିଲା ଅସମର୍ଥ । ସେ କୁଆଡେ଼ ଠାକୁରାଣୀଙ୍କ ଶାଢୀ ଚୋରେଇବାକୁ ଉଦ୍ୟମ କରୁଥିଲା । ଲୋକଙ୍କ ହାତରେ ଧରା ପଡ଼ି ଗଲା….ତେଣୁ ଏତେ ଅମାନବୀୟ ମାଡ଼ ।
-ଆସ ଜାଜନିକା, କ'ଣ ଦେଖୁଛ ? ପ୍ରୀତି ଡାକୁଥିଲା । ଜାଜନିକା ବାଧ୍ୟ ହେଇ ଗାଡ଼ିରେ ବସିଲା । ଆଉ ଶୁଭୁନଥିଲା ବିକଳ କାନ୍ଦଣା, କି କୋଳହଳ । କିନ୍ତୁ ଜାଜନିକା ହଜିଯାଇଥିଲା ଭିନ୍ନ ଏକ କୋଳାହଳରେ । ମାଡ଼ ସହିତ ସେ ବି କେତେ ଅଭ୍ୟସ୍ତ । ମାମୁଁ , ମାଇଁଙ୍କଠୁ ଏମିତି କେତେ ଚଟକଣା ଖାଇଛି । ବିକଳ ହେଇ ସେ ନିଜ ବୋଉକୁ ଅନାଏ, କାଳେ ବୋଉ ତା' ସପକ୍ଷରେ କିଛି କହିବ । କିନ୍ତୁ ବୋଉର ସେ ଅସ୍ଥିର ଅଥଚ କାକୁସ୍ଥ ନିରୀହ ଚାହାଣୀ ତାକୁ ବାଧ୍ୟ କରେ ସବୁ ସହିଯିବାକୁ, ସବୁ ଭୁଲିଯିବାକୁ ।
-ଜାଜନିକା ! କ' ଣ ହେଲା । ମାଡ଼ମ୍ଙ୍କ ଡାକରେ ସେ ଚମକି ପଡ଼ିଲା ଆଉ ନିଜକୁ ଭାବପ୍ରବଣତାକୁ ସମ୍ଭାଳି ନେଲା ।
-ମାଡ଼ମ୍, ମୁଁ କରିଦେବି…, ସେ ପଚାରିଲା ।
-ଆରେ ନା ନିକା…ପୁଅକୁ ଟବ୍ରେ ବସାଇ ମଗ୍ରେ ତା' ଉପରେ ନଖ ଉଷୁମ ପାଣି ଢାଳୁଢାଳୁ ପ୍ରୀତି କହିଲା, ଆଜି ତ ମୁଁ ଘରେ ଅଛି । ଆଜି ଟିକେ ମୁଁ ମୋ ପୁଅର ଯତ୍ନ ନିଏ ।
-ଆଜି କ'ଣ ଲଞ୍ଚ୍ ହେବ ।
-ଆରେ ମୁଁ ଭୁଲିଯାଇଛି । ଆଜି ମୋ କକା ପୁଅ ଭାଇ ଘରକୁ ଯିବାର ଅଛି । ତୁମେ ତୁମ ନିଜ ପାଇଁ କିଛି କରି ନିଅ । ଆମେ ଏହି ଏଗାରଟା ସୁଦ୍ଧା ବାହାରିବୁ, ପୁଅର ଓଦା ଦେହକୁ ତଉଳିଆରେ ପୋଛୁ ପୋଛୁ ପ୍ରୀତି କହିଲା ।
ସେ ଚୁପ ହେଇ ଠିଆ ହେଇଥିଲା । ଆଜି କେତେ ଅଳଗା ବ୍ୟବହାର ମାଡାମ୍ଙ୍କର । ଆଗ ଭଳି ଆନ୍ତରିକତା ନାହିଁ । ହଁ ସେ ତ' ଯେତେହେଲେ ଚାକରାଣୀ…କେମିତି ଭୁଲି ଯାଏ ? ତଥାପି ଏ ଘର ତାକୁ ଅତ୍ୟନ୍ତ ନିଜର ଲାଗୁଥିଲା । ଏ ଘର ଲୋକଙ୍କ ବ୍ୟବହାରରେ ସେ ଭୁଲି ଯାଇଥିଲା ଯେ ସେ ଏ ଘରର ଏକ ମାମୁଲି କର୍ମଚାରୀ ମାତ୍ର । ସେଦିନ କଥା ଆଜି ବି ମନେ ଅଛି । ସେ ଦିନ ତା ହାତରୁ ଚିନୁର ଦାମିକା ତେଲ ବୋତଲ ହାତରୁ ଖସି ପଡ଼ି ଭାଙ୍ଗିଗଲା । ମାଡାମ୍ଙ୍କ ମା' କେତେ କ'ଣ କହି ଗାଳି ଦେଲେ । କିନ୍ତୁ ମାଡାମ୍ ତା ସପକ୍ଷରେ କହିଲେ । -"ଥାଉ ମା' …. ଆଉ ଗୋଟେ କିଣି ଆଣିବା । ଏତେ କାମ ପଡ଼ିଛି । ତେଣୁ ତରତର ହେବାରୁ ହାତରୁ ଖସିପଡ଼ିଲା । ସେମିତି ବି ସେ ବହୁତ ମନ ଲଗାଇ କାମ କରେ । କେତେବେଳେ କେମିତି…."
-ନିକା କ'ଣ ଭାବୁଛ ? ଘର କଥା ? ପ୍ରୀତିର ପ୍ରଶ୍ନରେ ସେ ଚମକି ପଡ଼ିଲା । "ବହୁତ ଦିନ ହେଇଗଲାଣି ଘର ଆଡେ଼ ଟିକେ ବୁଲିଆସୁନ ? ଆଜି ଆମ ସାଙ୍ଗରେ ଚାଲ । ଗାଁରେ ଛାଡ଼ିଦେବୁ । ସେହି ରାସ୍ତାରେ ତ ଯିବୁ ।"
ଘର ? କେଉଁ ଘର? ଏଠିକି ଆସିଲା ବେଳେ ସେ ଘର କଥା ବହୁତ ମନେ ପକାଉଥିଲା । ବହୁତ ଟଙ୍କା ସଂଚୟ ହେଲେ ସେ ତା ବୋଉର ଚିକିତ୍ସା କରେଇବ । କିନ୍ତୁ ଏବେ ସେହି ଦାୟିତ୍ୱବୋଧତା ଯେମିତି ଆଉ ତାକୁ ଚିନ୍ତିତ କିମ୍ବା ବିବ୍ରତ କରୁନି । କେତେ ବିରକ୍ତ ଲାଗେ ବୋଉର ବାଚାଳ, ଅସଲଗ୍ନ କଥାବାର୍ତ୍ତା ସବୁ । ଏଇଥିପାଇଁ ଗାଁରେ ଥିଲାବେଳେ ଘରେ ରହିବାକୁ ଇଚ୍ଛା ହୁଏନି । ପୋଖରୀ କୂଳର ସେଇ ଚମ୍ପାଗଛ ମୂଳ ତା'ର ପ୍ରିୟ ସ୍ଥାନ । ଲାଗେନି ଭୟ ଜମା ବି ପୋଖରୀ ସେପାଖ ଶ୍ମଶାନରେ ଜଳୁଥିବା ଜୁଇଁକୁ ଦେଖି ..
ଆଉ ଏବେ, ଏମାନେ ଯଦି ଜାଣନ୍ତି ତା'ବୋଉ ମାନସିକ ରୋଗ୍ରଗ୍ରସ୍ଥ ତା'ହେଲେ ସେମାନଙ୍କର ବିଶ୍ୱାସ ଉଠିଯିବ ନିଶ୍ଚୟ. …. ତାର ବି ମାନସିକ ରୋଗ ଥାଇପାରେ ବୋଲି ସଂନ୍ଦେହ କରିବେ ଯଦି ? ଏବେ ସେମାନେ ତାକୁ କେତେ ବୁଦ୍ଧିମତୀ, କର୍ମପ୍ରବୀଣା ବୋଲି ଭାବୁଛନ୍ତି, ସବୁ ବଦଳି ଯିବ ….ସେମିତି ତ ବୋଉ ପାଖକୁ ଟଙ୍କା ପଠାଉଛି । ବିଶେଷ କରି ତା'ର ଔଷଧ ଖର୍ଚ୍ଚ ପାଇଁ । କିନ୍ତୁ ଜାଣେନା କେଉଁ ବାଟେ ସେ ଟଙ୍କା ଖର୍ଚ୍ଚ ହେଉଥିବ । ଏବେ ତ ତା ମାମୁ ବି ଅତିଷ୍ଠ ହୋଇଗଲେଣି ତା ବୋଉର ବୋଝ ଉଠେଇ ଉଠେଇ । ସେଦିନ ଫୋନରେ ପରୋକ୍ଷରେ କହିଥିଲେ କୌଣସୀ ଆଶ୍ରମ କଥା । ଏମିତି ତ କେତେ ରାତି ଶୋଇ ପାରେନା ବୋଉର ଚିନ୍ତାରେ । ପୁଣି ବହୁତ କଷ୍ଟରେ ନିଜକୁ ସମ୍ଭାଳେ ।
ସେ ଆଉ ତାର ମନକୁ ଭାରାକ୍ରାନ୍ତ କରିବାକୁ ଚାହେଁନି । ଟିକେ ସ୍ୱାର୍ଥୀ ହେଲେ ହିଁ ଭଲ । ସେ କାହିଁକି ସବୁ ଦାୟିତ୍ୱ ଉଠାଇବ? ତା'ର ରୋଜଗାରିଆ ଭାଇମାନେ ବି ତ ଅଛନ୍ତି । ସେମାନେ ବି ତ ନିଜ କିଂକର୍ତ୍ତବ୍ୟ ବିଷୟରେ ସଚେତନ ହେବା ଆବ୍ୟଶକ । ଅଶାନ୍ତି , ଦ୍ୱନ୍ଦ ଭିତରୁ ସେ ମୁକୁଳିବାକୁ ଚାହେଁ ।
-ନାହିଁ ମାଡାମ୍, ଥାଉ ଆଉ କେବେ ।
-ତମେ ଏକୁଟିଆ ରହି ପାରିବ? ଦୁଇ ଦିନ । ଏହି ପ୍ରଥମ ଥର ପାଇଁ ଆମେ ତୁମକୁ ଏକୁଟିଆ ଛାଡିଯିବୁ । ଆଗକୁ ବି ଏକ ଦୀର୍ଘ ଛୁଟିର ପ୍ଳାନ ଅଛି । ।
-ମାଡାମ୍ ଧୀରେ…., ପ୍ରୀତିର ଗୋଡ ସାବୁନ ପାଣିରେ ଖସି ଯାଉ ଯାଉ ସେ ଧରିପକାଇଲା ।
-"ତୁମ ଉପରେ ଆମର ବହୁତ ବିଶ୍ୱାସ । ଆମର ବହୁତ ଭଲ ଭାଗ୍ୟ ଯେ ତୁମ ପରି ପିଲାକୁ ପାଇଁ ।"
ଜାଜନିକା କିନ୍ତୁ ଭାବୁଥିଲା ଅଲଗା କିଛି । ସେ ତା'ର ଅତି ପରିଚିତ ସେହି ଭାବନା ରାଜ୍ୟକୁ ଚାଲିଯାଇଥିଲା । ପ୍ରୀତି କ'ଣ କହୁଥିଲା ସେ ଶୁଣିପାରୁନଥିଲା….. ମାଡାମ୍ଙ୍କ ଗୋଡ଼ ଖସି ଯାଇଛି । ସେ ତଳେ ପଡ଼ିଯାଇଛନ୍ତି ଆଉ ମୁଣ୍ଡରୁ ଧାର ଧାର ରକ୍ତ ବୋହିଯାଉଛି । ଗୋଡ଼ ବି ଫ୍ରାକ୍ଚର ହେଇଛି କି କ'ଣ ? ତାଙ୍କର ନିଜ ଲୋକଙ୍କର ଦେଖା ନାହିଁ, ସମସ୍ତେ କେତେ ସ୍ୱାର୍ଥପର । ସେ ଏକୁଟିଆ ତାଙ୍କୁ ନେଇ ଡାକ୍ତରଖାନା ଯାଇଛି । ତା'ପରେ ମାଡାମ୍ ଆଉ ସାର୍ଙ୍କ ବିଶ୍ୱାସ ତା' ଉପରେ ଆହୁରି ବଢିଯାଇଚି । ନିଜର ବନ୍ଧୁବାନ୍ଧବ, ପଡ଼ିଶା, ଲୋକଙ୍କୁଠୁ ବି ବେଶି ।
– ନିକା, ତୁମ ଘରେ କିଏ ସବୁ ଅଛନ୍ତି? କେବେ ତ କହି ନାହଁ ତୁମ ଘର ବିଷୟରେ….
– ମୁଁ ମାମୁ, ମାଇଁଙ୍କ ଘରେ ବଢିଛି । ବୋଉ ଅଛି, ତା' ଦେହ ସବୁବେଳେ ଖରାପ, …ଭାଇମାନେ ବାହାରେ, ବଡ଼ ଭାଇ ପୁନାରେ ଅଟୋ ଚଳାଉଛି, ସାନ ଛତିଶଗଡ଼ରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରୁଛି ।
– କ'ଣ ହେଇଛି ତୁମ ବୋଉଙ୍କର? ଓଃ! ସାଡେ଼ ନ'ଟା ହେଲାଣି…..ପ୍ରୀତି ଜାଜନିକାର ଉତ୍ତରକୁ ଅପେକ୍ଷା ନକରି ତର ତର ହେଇ ବେଡ଼ରୁମକୁ ଚାଲିଗଲା ।
ଏକ ଦୀର୍ଘଶ୍ୱାସ ଛାଡ଼ିଲା ସେ; ବୋଧହୁଏ ପ୍ରଶ୍ନ ଉତ୍ତରର ପ୍ରହେଳିକା ଭିତରୁ –ସାମୟିକ ଭାବେ ହେଉ ପଛେ- ବାହାରିଯାଇଥିବା ହେତୁ ଆଶ୍ୱସ୍ତତା ବା ତା' ବିଷୟରେ ଶୁଣିବା ପାଇଁ ଅନ୍ୟର ଧୈର୍ଯ୍ୟ ଓ ସମୟର ଅଭାବ ଦେଖି ତତ୍ଜନିତ ଅବସାଦ ?
"ଆଃ….. ମାଡାମ୍ ଆଜି କେତେ ସୁନ୍ଦର ଦେଖା ଯାଉଚନ୍ତି ଲାଲ ଅନାରକଲି ସାଲୱାର କମିଜରେ ।"
ଚିନୁକୁ ନିଜ କୋଳକୁ ଆଣିବାକୁ ସେ ହାତ ବଢାଇଲା । ଚିନୁ କିନ୍ତୁ ଶୁଣିଲା ନାହିଁ ଏବଂ ମାଆ ପାଖେ ଲାଖିରହିଲା, ଯେମିତି କି ସେ ଏକ ଆଗନ୍ତୁକ । ତାକୁ ଲାଗିଲା ଏତେ ଦିନ ହେଲା ସେ ଚିନୁର ଦେଖାରେଖା କରୁଛି, ଯେମିତି କି ସେ ତା'ର କୁନି ସାଙ୍ଗ । ଚିନୁ ବି ତ ତା ସାଙ୍ଗରେ ବହୁତ ଖୁସି ରୁହେ, କିନ୍ତୁ ତା' ମାଆ ତା ପାଖରେ ଥିଲେ ତାକୁ ଯେମିତି ଉପେକ୍ଷା କରେ । ସେ ଏକ ଛୋଟ ଛୁଆକୁ ବି ଆପଣେଇ ପାରିଲାନି । ନିଜକୁ ବହୁତ ଉପେକ୍ଷିତ ଓ ଏକ ପ୍ରକାରର ଗ୍ଳାନିବୋଧରେ ସେ ଅବଶ ହେଲା । ମାଡାମ୍ଙ୍କ ଉପରେ ରାଗ ଆସିଲା । ବୋଧହୁଏ ସେ ଚିନୁର ଏପରି ବ୍ୟବହାରକୁ ପ୍ରଶ୍ୟୟ ଦେଉଛନ୍ତି । ଚିନୁକୁ ସେ କିଭଳି ଅତି ନିଜର କରିପାରିବ ?
ଓଃ! ମୁଁ ଏ କ'ଣ ଭାବୁଛି …ସେ ଏକ ସାଡେ଼ ତିନି ବର୍ଷର ଅବୋଧ ଶିଶୁ । ସେ ବା ବାଛବିଚାର କ'ଣ ଜାଣେ? ସେ କିନ୍ତୁ ଚାହେଁ ଚିନୁ ତାକୁ ଅଧିକ ଭଲ ପାଉ । ସେଥିପାଇଁ କିଛି ତ କରିବାକୁ ପଡ଼ିବ ତା'ର ମନ ଜିଣିବା ପାଇଁ ଆଉ ମାଡାମଙ୍କର ବି । ଧର….. ଚିନୁର ଜର ହେଇଛି; ଦେହ ଖରାପ ହେଉଛି ବେଳକୁ ବେଳ ଆଉ ଘରେ ସେ ଏକୁଟିଆ । ଘନ ଅନ୍ଧାର, ବର୍ଷା ରାତି । ନିଶୂନ ସେ ରାସ୍ତା । ମାଡାମ ଓ ସାର୍ ବାହାରକୁ ଯାଇଛନ୍ତି । ଫୋନ ବି ଉଠାଉନାହାଁନ୍ତି । ସେ କ'ଣ କରିବ ? ବହୁତ କଷ୍ଟରେ ରିକ୍ସା କି ଅଟୋ ଯୋଗାଡ଼ କରି , କୌଣସି ପାଖ ପୋଡ଼ଶୀକୁ ଜଣାଇ ସେ ତାକୁ ଡାକ୍ତରଖାନା ନେଇଯିବ । ଡାକ୍ତର କହିବେ ଯଦି ଆଉ ଟିକେ ଡେରି କରିଥାଅନ୍ତ….ତା' ହେଲେ । ଡାକ୍ତରବାବୁ ମାଡାମ୍ ଓ ସାରଙ୍କ ଆଗରେ ତା'ର ବହୁତ ପ୍ରଶଂସା କରିବେ, କି କିଭଳି ତା' ଭଳି ଦାୟିତ୍ୱବାନ, ବିଶ୍ୱସ୍ତ କର୍ମଚାରୀ ନଥିଲେ….ଆଉ କିଏ ହୋଇଥିଲେ..ତ କଥା ସରିଥାଆନ୍ତା । ମାଡାମ୍ ଓ ସାର୍ କୃତ୍ୟ କୃତ୍ୟ ହେଇ ଯିବେ । ସବୁ କାମ ପାଇଁ ତା'ର ଉପରେ ନିର୍ଭର କରିବେ…ସେ ବି ସେମାନଙ୍କୁ ନିରାଶ କରିବନି । ଏ ଘଟଣା ପରେ ଚିନୁ ବି ତା ବିନା ରହିପାରିବନି, ତାକୁ ବହୁତ ଭଲ ପାଇବ, ନିଜ ମା' ଠୁ ବି ବେଶି । ନ ହେଲେ ଧର କୌଣସି ଦୁର୍ବୁତ୍ତ ଚିନୁକୁ ଅପହରଣ କରି ନେବ ଆଉ ସେ ସାହାସର ସହିତ ତା'ର ମୁକାବିଲା କରି ଚିନୁକୁ ବଞ୍ଚାଇବ….
-ଏ ନିକା କ'ଣ ଏତେ ଭାବୁଛ ? ମୁଁ ଜାଣେ ତୁମେ ଏକୁଟିଆ କେମିତି ରହିବ, ସେଥିପାଇଁ ଚିନ୍ତିତ । ଗତଥର ସିନା ମୋ ମା' ଥିଲେ ବୋଲି ତୁମେ ରହିଗଲ.., ପ୍ରୀତି ବ୍ରେଡ୍ରେ ବଟର ଲଗାଉ ଥିଲା ତ ଲକ୍ଷ୍ୟ କଲା ଜାଜାନିକାର ଅନ୍ୟମନସ୍କତା । ହାପି ବି ତାକୁ ନିକା ଡାକୁଥିଲା । ଏହି ଡାକ ଯେମିତି ଆନ୍ତରିକତା ତଥା ସେହ୍ନର ପ୍ଳାବନର ଧାରାରେ ସିକ୍ତ, ତା ମନ ଭରିଯାଏ ଅଦ୍ଭୁତ ଏକ ପ୍ରଶାନ୍ତିରେ ।
-ନାଁ ମାଡାମ୍…, (ମାଡାମ୍ ଜାଣିପାରିଲେ କି ମୁଁ କ'ଣ ଭାବୁଛି ?) ନିଜକୁ ହାଲ୍କା କରିବାର ପ୍ରଚେଷ୍ଟାରେ ପଚାରିଲା "ଆପଣଙ୍କ କକାଭାଇ କି ଭଉଣୀମାନେ ତ କେବେ ଏଠିକି ଆସନ୍ତିନି ? "
– "ସେମାନେ ନିଉ ଜର୍ଜିରେ ରୁହନ୍ତି । ଓଃ ….ମାନେ ଆମେରିକାରେ । ଏବେ ଏଠିକି ଆସିଛନ୍ତି । ପ୍ରୀତି ହସିଲା ।" ସେ ହସର ସହଜ ସ୍ନିଗତା ସହିତ ଅସହଜ ହୋଇପଡୁଥିଲା ଜାଜନିକା, ଉଦ୍ବେଗର କ୍ଷୀବ୍ରତା ତାକୁ ଧଇଁସଇଁ କରୁଥିଲା । ।
– "ଆପଣ କେବେ ଆମେରିକା ଯାଇଛନ୍ତି ?"
– "ଆରେ ନା..ଭାବୁଛୁ ଆସନ୍ତା ବର୍ଷ ଯିବୁ ।" ପ୍ରିଜ୍ରେ କିଛି ପରିବା, ପନିର, ମଟନ, ଅଣ୍ଡା ଅଛି.. ସଂକୋଚ କରିବ ନାହିଁ, ବ୍ୟବହାର କରିବାକୁ….. ଆଉ ଏ ଟଙ୍କା କିଛି ରଖ..ଯାହା ତମର ଇଚ୍ଛା କିଣି ଆଣିବ ।
ସେ ଆଉ କିଛି ପ୍ରଶ୍ନ ପଚାରିବା ପୁର୍ବରୁ, ପ୍ରୀତି ଫୋନ କଲ ଆସିବାରୁ ସେଥିରେ ବ୍ୟସ୍ତ ରହିଲା ।
xxxxxxxxxx
ଆଜି କି ଦି'ଦିନ ହେଇଗଲାଣି..ଆଜି ସେମାନେ ଆସିବେ…ତାକୁ ବି ତ ନିଜ ସଙ୍ଗେ ନେଇପାରିଥାଆନ୍ତେ । ତାକୁ ବହୁତ ଭାରି ଲାଗୁଥିଲା । ମାଡାମ୍ ଫୋନ ତ କରୁଛନ୍ତି କିନ୍ତୁ କେବଳ ଘର ବିଷୟରେ ପଚାରିବା ପାଇଁ, ଟିକେ ବି ପଚାରିଲେ ନାହିଁ ସେ ଖାଇଛି କି ନାହିଁ, ଭୟ ଲାଗୁନି ଏକୁଟିଆ….ସେ ହଠାତ୍ ଅନୁଭବ କଲା ମାଡାମ୍ କେବେ ତାକୁ ତା' ବ୍ୟକ୍ତିଗତ ଜୀବନ ବିଷୟରେ ବିଶେଷ ଆଗ୍ରହ ଦେଖାନ୍ତିନି, କେବଳ କାମ ବିଷୟରେ ଯାହା ତାଗିଦ୍, ଉପଦେଶ । ସେ ତ ପ୍ରାୟ ଅନର୍ଗଳ ଗପିଚାଲନ୍ତି; ପ୍ରଗଳ୍ଭ ….ନିଜ ପରିବାରର ଆଭିଜାତ୍ୟ ବିଷୟରେ ତ କେବେ ନିଜର ଅସୁବିଧାକୁ ନେଇ । ସାର୍ ତାଙ୍କୁ କେତେଥର ତାଗିଦ୍ କରିଥିବାର ସେ ଶୁଣିଛି ସେ ଘରର କର୍ମଚାରୀଙ୍କ ସାଙ୍ଗେ ଏତେ ନିବିଡ଼ ହେବା କ'ଣ ଦରକାର? ସେ କିନ୍ତୁ ବହୁତ ଆଗ୍ରହରେ ଶୁଣେ ଏବଂ ପ୍ରଶ୍ନ ବି ପଚାରେ । ଭାବେ ମାଡାମ୍ ନିଶ୍ଚୟ ତାକୁ ଅତି ନିଜର ବୋଲି ଭାବୁଛନ୍ତି । ସେଥିପାଇଁ ତ ସବୁ ଦୁଃଖସୁଖ ତା ସହିତ ବାଣ୍ଟୁଛନ୍ତି । କିନ୍ତୁ ….ସେ ଜାଣେ ଏହି ସବୁ କଥା ତ ସେ ତାଙ୍କ ସାଙ୍ଗସାଥିଙ୍କ ଆଗରେ ବି ଗପନ୍ତି । ତା'ହେଲେ ସେ କେମିତି 'ବିଶେଷ' ଯେ ? ଜାଜନିକାକୁ ଲାଗେ ଯେମିତି ତା' ଭଳି ଜଣେ ନିମ୍ନଶ୍ରେଣୀର ଝିଅ ବିଷୟରେ ଜାଣିବା ପାଇଁ କାହିଁକି କିଏ ଆଗ୍ରହ ପ୍ରକାଶ କରିବ ? ବରଂ ନିମ୍ନଦେଶରେ ଥିବା ବ୍ୟକ୍ତି ଜଣକ ହିଁ ବୋଧହୁଏ ଉପର ଶ୍ରେଣୀ ବିଷୟରେ ଜାଣିବାକୁ ବିଶେଷ ଆଗ୍ରହ ରଖେ । ଯେମିତି କି ସ୍ୱପ୍ନ ଦେଖେ ଯେ ସେ ବି ଦିନେ ଶୀର୍ଷରେ ପହଞ୍ଚି ପାରିବ । ନିଜ ଆର୍ଥିକ ତଥା ସମାଜିକ ସ୍ଥିତିରେ ସୁଧାର ଆଣିବ । ଭଲ ହେଲା! ତା ବିଷୟରେ କେହି ଅଧିକ ମୁଣ୍ଡ ଖେଳାଇଲେ ଭଲ ଲାଗେନି । ଏହି ପ୍ରକାରର ଅଯଥା ଆଗ୍ରହ ନଥିଲେ ହିଁ ଭଲ । ଦିଲ୍ଲୀର ସେହି ଗୁଜୁରାଟି ପରିବାରର ଗର୍ବୀ ମାଡାମ୍ ତାକୁ କେତେ କ'ଣ ଗୁରେଇ ତୁରେଇ ପଚାରନ୍ତି, କେତେ ଥର ସେ ଆଡେ଼ଇ ଯାଇଛି ତ କେତେଥର ମିଛ କହିବାକୁ ବାଧ୍ୟ ହେଇଛି । ଆଉ ତାଙ୍କ ଦିଅର ବି, ଅଯଥାରେ ଘନିଷ୍ଠ ହେବାକୁ ଆଗ୍ରହ ତ ଅକାରଣେ ତା ଦେହକୁ ଛୁଇଁବାର ଚେଷ୍ଟା । "ବୋଧହୁଏ ମୁଁ ଟିକିଏ ଅସ୍ୱାଭାବିକ, ନହେଲେ ଆଉ କେଉଁ ଝିଅ ହେଇଥିଲେ ପରିସ୍ଥିତିରୁ ଲାଭ ଉଠାଇଥାଆନ୍ତା । ଏକ ଧନୀ ସୌମ୍ୟ ଯୁବକର ସାନିଧ୍ୟ ପାଇଁ ପ୍ରେମର ମିଛ ଜାଲ ବିଛାଇପାରିଥାଆନ୍ତା । ପୁଣି ଯଦି ପ୍ରତାରଣାର ଶିକାର ହେଇଥାଆନ୍ତା ତ ……ସେତେବେଳେ ଦେଖାଯାଇଥାଆନ୍ତା । କେତେ କୌଶଳରେ ସେ ବଂଚିଛି କୁତ୍ସିତ ନଜରରୁ ଆଉ କୌଣସି ଅବାଂଚିତ ଘଟଣାରୁ…… । ସେଠା କାମ ଛାଡ଼ିବାର ଏହା ଅନ୍ୟତମ କାରଣ ।"
ସେ ,ଏକ ନୁଡ଼ୁଲସ୍ ପ୍ୟାକେଟ ଖୋଲିଲା । ଆଜି କିଛି ଅଲଗା କରି ଖାଇବା ପାଇଁ ଇଛା । ନା, ଥାଉ.. ବାହାରକୁ ଯାଇ ଛକ ଉପରେ ଆଲୁଦମ୍ ଓ ଦହିବରାବାଲାଠୁ କିଛି କିଣିଆଣିବ । କେତେ ଯୁଗ ବିତିଗଲାଣି…. ସାଙ୍ଗମାନଙ୍କ ସହିତ ଚାଟ୍ ଦହିବରା ଖାଇବାର ସେ ସବୁ ସ୍ମୃତି କେତେ ଅପାସୋରା ! କିଛି ସମୟ ପାଇଁ ନିଜର ଆର୍ଥିକ ଦୁରବସ୍ଥା, ଦ୍ୱିଧା, ସବୁ ଭୁଲିଯାଉଥିଲା ସେ ।
କେବଳ ତା' ରୁମ ଓ ବୈଠକଖାନା ଖୋଲା, ଅନ୍ୟ ସବୁ ରୁମ୍ରେ ତାଲା । ସେ କ'ଣ ଚୋର କି? ସେ ଏକ ଲାଲ୍ ସୂତା ରିଲରୁ ଲମ୍ବା ସୂତା ଖଣ୍ଡେ କାଟି ଗଣ୍ଠି ପକାଇବାକୁ ଲାଗିଲା ।
ଏକ..ଦୁଇ..ତିନି……ଡାଇନିଂ ଟେବୁଲରେ ବସି ସେ ଆଲୁଦମ୍ ଓ ଦହିବରାର ମିଶ୍ରଣକୁ ସେ କେତେବେଳୁ ଖାଇ ସାରିଲାଣି ତା'ର ମନେ ନାହିଁ….ସେ ସେମିତି ବସିଥିଲା….ଅନାବନା ଚିନ୍ତାର ଘେରରେ ସେ ଛନ୍ଦିହେଇ ଯାଉଥିଲା ।
ସେ ବହୁତ ପରିଶ୍ରମ କରିବ । "ମାଲିକଙ୍କୁ ଅଭିଯୋଗ କରିବାର ସୁଯୋଗ ଦେବିନି । ମାଡାମ୍ ଯାହା ବି କୁହନ୍ତୁ ସେ ଜାଣେ ବନ୍ଧୁବାନ୍ଧବ ସାଙ୍ଗସାଥି କେବେ ବିପଦ ବେଳେ ଏତେ ତ୍ୟାଗ କରିବେନି ଯେମିତି କି ମୁଁ କରିପାରିବି । ନ' ହେଲେ ମାଡାମ୍ଙ୍କ ଶାଶୁ କାହିଁକି ଏଠି ରହୁନାହାନ୍ତି । ଚିନୁକୁ ତ ଟିକେ ଦେଖାଦେଖି କରିପାରିବେ । କେତେବେଳେ ନିଜ ସାନପୁଅ ପାଖକୁ ସିଙ୍ଗାପୁର ତ ଆଉ କେତେବେଳ ଝିଅ ପାଖକୁ ଦିଲ୍ଲୀ । ତାଙ୍କୁ ଯେମିତି ଗୋଟିଏ ଜାଗାରେ ରହି କୌଣସି ଦାୟିତ୍ୱ ମୁଣ୍ଡାଇବା ପସନ୍ଦ ନୁହେଁ । ସେଥିପାଇଁ ତ ତାଙ୍କ ସ୍ୱାମୀଙ୍କୁ ଏକୁଟିଆ ଛାଡ଼ି ସେ ଦେଶ ବିଦେଶ ଘୁରିବୁଲୁଛନ୍ତି, ଜୀବନର ମଜ୍ଜା ଉଠାଉଛନ୍ତି । ସେ ଦିନ ତ ସାର୍ କହୁଥିଲେ ତାଙ୍କ ବାପାଙ୍କୁ ଏଠାକୁ ନେଇଆସିବାକୁ । ବାପାଙ୍କୁ ଏ ବୟସରେ ଏକା ଛାଡ଼ିବା ଠିକ୍ ନୁହେଁ ବୋଲି । ତାଙ୍କ ବାପା ବି ବିଚିତ୍ର ! ଗାଁ ତ ନୁହେଁ ଛୋଟ ସହରଟିରେ ନିଜ ସମ୍ପତ୍ତି ବାଡ଼ିକୁ ଭୂତ ଭଳି ଜଗିବସିଛନ୍ତି । "ଏମିତି ଅଯଥା ଆସକ୍ତି ବା ଅବ୍ଶେସନ ନିଜ ମାନସିକ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ ।" ବୋଊର ଚିକିତ୍ସା ଅବସରରେ ପରାମର୍ଶ ଦେଇଥିଲେ ସେ ଡାକ୍ତରଜଣକ । ବୋଧହୁଏ ତାକୁ ଲକ୍ଷ୍ୟ କରି । ଜାଜନିକା ବ୍ୟତିବ୍ୟସ୍ତ ହେଇ ଉଠୁଥିଲା । ସେ ଯଦି କିଛି କରି ପାରନ୍ତା…ଏହି ପରିବାର ପାଇଁ….
ବେଳେବେଳେ ସାର୍ଙ୍କର ତାଗିଦ୍ ତାକୁ ଅସ୍ୱସ୍ତିକର ବୋଧହୁଏ । କେବେ କେବେ ତା କାମରେ ବହୁତ ଖୁସି ଥିଲା ପରି ମନେ ହୁଅନ୍ତି ତ ଆଉ କେବେ ତାକୁ ଯେମିତି ସନ୍ଦେହ କରନ୍ତି । କାଳେ ସେ ଖାମଖିଆଲି ହେଇ କାମ କରିବ, କିଛି ଜିନିଷ ଚୋରାଇ ନେବ କି ଅଯଥା କୌଣସି ଜିନିଷ ଖର୍ଚ୍ଚ କରିବ ଇତ୍ୟାଦି ଇତ୍ୟାଦି ନକରାତ୍ମକ ମନୋଭାବ । ମାଡାମ୍ କେବେ ତାଙ୍କ ସ୍ୱାମୀଙ୍କ କଥାକୁ ସମର୍ଥନ କରନ୍ତି ତ କେବେ ବିରୋଧ । ବେଳେ ବେଳେ ତାହାର ଅହେତୁକ ଆଗ୍ରହ ଆଉ ଅତି ମାତ୍ରାରେ ସେବା ମନୋବୃତ୍ତି ତାଙ୍କର ପସନ୍ଦ ହୁଏନି ବୋଧହୁଏ….. ।
ତା'ର ଗେଟଅପ୍ରେ କିଛି ପରିବର୍ତ୍ତନ ଆସିବା ଜରୁରୀ । କେତେ ଟଙ୍କା ସଂଚିଲାଣି । ଦିଆସିଲି ଖଣ୍ଡେ ଜଳାଇ, ନିଜ ପର୍ସରୁ ଦଶ ଟଙ୍କାଟିଏ କାଢି ଅଗରେ ଲଗାଇଲା । ନା ! ଚମକି ପଡ଼ି ନୋଟଟିକୁ ଫୁଙ୍କି ନିଆଁ ଲିଭାଇଦେଲା । ନୋଟଟିକୁ ହାତରେ ଧରି ମକଚିବାକୁ ଲାଗିଲା । ଏତେ ଟଙ୍କା କ'ଣ ହେବ? ସେ ବୋଧେ ବହୁତ ଦରମା ନେଉଛି । ସେଦିନ ମାଡାମ୍ କହୁଥିଲେ, ଦରମା ବଢାଇବା କଥା । ସେ ତାଙ୍କୁ ମନା କରିବ । ଏବେ ଯାହା ପାଉଛି ସେତିକି ଯଥେଷ୍ଟ । ସେମିତି ତ କିଛି ବେଶି କାମ ନୁହେଁ । ମାଡାମ୍ଙ୍କ ମତ, ନ୍ୟାୟୋଚିତ ପ୍ରାପ୍ୟଠୁ କମ୍ ଦରମା ଦେଇ କାହାକୁ ଶୋଷଣ କରିବାକୁ ସେମାନେ ଚାହାନ୍ତିଁନି । କିନ୍ତୁ ସେ ଏ କ'ଣ କରୁଛି? ତା'ର ନହେଲା ନାହିଁ ତା' ବୋଉ ପାଇଁ ତ ଦରକାର । ଅଯଥା ଖର୍ଚ୍ଚ ସେ କରେନା । ପର୍ବପର୍ବାଣୀ ଅବା କୌଣସି ଅନ୍ୟ ଅବସରରେ ଯେଉଁ ପୋଷାକ କି ଜିନିଷପତ୍ର ମିଳେ ସେଥିରେ କାମ ଚଳାଇ ନିଏ ।
ଏବେ ସେ କେବଳ ନିଜ ପାଇଁ କିଛି କରିବ । ସେ କେତେଥର ଲକ୍ଷ୍ୟ କରିଛି ତା'ର ଅତି ସାଧାରଣ ବେଶପୋଷାକ ପାଇଁ ସାର୍ ମ୍ୟାଡ଼ାମ୍ ନିଜ ବନ୍ଧୁବାନ୍ଧବ, କିମ୍ବା ଆଗନ୍ତୁକ ଆଗରେ ଯେମିତି ସଂକୋଚ ଅନୁଭବ କରନ୍ତି । ନା.. ବୋଧହୁଏ ତାକୁ ସେମିତି ଲାଗେ । ସେ ଯାହା ହେଉ..ଏଥର ମାଡାମ୍ ସପିଂ ପାଇଁ ଗଲେ ସେ ନିଜ ପାଇଁ କିଛି କିଣିବ ।
xxxxxxxxxx
– ବାଃ ମାଡାମ ଏଇ ଡ୍ରେସ୍ ଟା ତ କେବେ ପିନ୍ଧିନାହାନ୍ତି । ଏହି ସୁନ୍ଦର ପିଙ୍କ ଡ୍ରେସ୍ଟି… । ପୋଷାକପତ୍ର ଚଉତାଚଉତି କରି ଆଲମିରାରେ ରଖିବାବେଳେ ତା'ର ଦୃଷ୍ଟି ଅଟକିଲା ତା'ର ପ୍ରିୟ ଗୋଳାପୀ ରଙ୍ଗ ଉପରେ ।
– ସେଥିରେ ନିଆଁ ଝୁଲ ଲାଗି ଟିକେ କଣା ହେଇଯାଇଛି ତ …
– ମୁଁ ତ ଏମିତି କେତେ କଣା, ଫଟା ଡ୍ରେସ୍ ପ୍ୟାଚ କରି ପିନ୍ଧିଛି….ଏଇଟା ତ ଅତି ମାମୁଲି.., ପିନ୍ଧିଥିବା ନିଜ ଡ୍ରେସ୍ଟିର କଣା ଜାଗାକୁ ଦେଖି ସେ ମନେ ମନେ ହସିଲା ।
– ଏଇଟା ତୁମେ ନେଇଯାଅ ଜାଜନିକା..ଅଯଥା ପଡ଼ି ରହିଛି । ଯାଅ, ଏଇଟିକୁ ପିନ୍ଧି ଆସ ତ ..ଦେଖିବା ତୁମକୁ କେମିତି ସୁଟ୍ କରୁଛି । ଏମିତି ତ ଅନେକ ଡ୍ରେସ୍ ପଡ଼ିରହିଛି… ମୁଁ ତୁମକୁ କିଛି ଦେଇଦେବି….
"କାହାର ପୁରୁଣା ଡ୍ରେସ୍ ସେ ଆଜି ପର୍ଯ୍ୟନ୍ତ କେବେ ପିନ୍ଧିନି । ଏହା ଏକ ପ୍ରକାରର ଅପମାନ ନୁହେଁ କି?;….. ଟିକେ ପ୍ରଶଂସା କରିଦେଲି କ'ଣ ଜିନିଷ ପ୍ରତି ଲୋଭ ରଖି? କିନ୍ତୁ କ୍ଷତି କ'ଣ? ମାଡ଼ାମ୍ ତ ତାକୁ ନିଜ ଭଉଣୀ ଭଳି ଦେଖୁଛନ୍ତି," ସେ ନିଜକୁ ନିଜେ ସାନ୍ତ୍ୱନା ଦେଲା ଓ ଡ୍ରେସ୍ଟିକୁ ଆଗ୍ରହର ସହ ଧରି ଭିତରକୁ ଗଲା ।
-ଆରେ ନିକା ତୁମେ ତ ବହୁତ ସୁନ୍ଦର ଦେଖାଯାଉଛ । ….ଚାଲ କିଛି ସପିଂ କରି ଆସିବା । ମୁଁ ଯାଉଛି ଗାଡ଼ି ବାହାର କରିବି । ତୁମେ ଚିନୁକୁ ନେଇ ତଳକୁ ଆସ ।
ସେଦିନ ଥିଲା ରବିବାର…..ସପିଂ ମଲରେ ବହୁତ ଗହଳି…କେତେ ଡ଼ିଜାଇନର ବେଶ ପୋଷାକରେ ଯୁବକ, ଯୁବତୀ, ପୌଢ ବି । ଏଠିକି ଆସିଲେ ତା ଆଖି ଖୋସିହେଇଯାଏ । ପୁଣି ଯେମିତି ତା ଶ୍ୱାସ ରୁନ୍ଧି ହେଇଗଲା ପରି ଲାଗେ, ସେ ଯେମିତି ବାଟବଣା ହେଇଯିବ ଭିଡ଼ର ଏହି କୁହେଳୀ ଭିତରେ । ତେଣୁ ସେ ପ୍ରାୟ ପ୍ରୀତିର ପାଖେ ପାଖେ ରୁହେ ।
ପ୍ରୀତି ପାଖାପାଖି ୭୦୦୦ ଟଙ୍କାର ଡ୍ରେସ୍, ଶାଢୀ ଆଉ କିଛି ପ୍ରସାଧନ ସାମଗ୍ରୀ କିଣିଲା । ବାହାରକୁ ଆସିଲା ବେଳକୁ ଦିନ ଗୋଟାଏ । କିଛି ଫଳ କିଣିବା ପାଇଁ ସେମାନେ ଏକ ଠେଲା ଗାଡ଼ି ପାଖକୁ ଗଲେ । "ସେଠି ତ ଫଳ ମିଳୁଥିଲା ମାଡାମ୍ …ଏଠି କାହିଁକି…" । ଚିନୁ ଘରକୁ ଫେରିବା ପାଇଁ ବ୍ୟସ୍ତ ହୋଇ ଉଠୁଥିଲା । ସେ ବି ବୁଲିବୁଲି ଥକିପଡ଼ିଥିଲା । କଳା ମେଘ ବି ଘୋଟିଆସିଲାଣି ଆକାଶରେ । ଅନ୍ଧାର ହେଇ ଆସୁଛି । ପବନର ବେଗ ବି ଜୋର ଧରିଲାଣି, କାଳବୈଶାଖୀର ଆଭାସ୍ । ଯାନବାହାନଗୁଡ଼ିକ ନିଜ ନିଜର ହେଡ଼ ଲାଇଟ ଜଳାଇ ଦ୍ରୁତ ଗତିରେ ଯାତଆତ… ।
– ସେଠି ମୂଲଚାଲ କରିହେବନି…ତେଣୁ…..,ପ୍ରୀତି ସଂକ୍ଷିପ୍ତ ଉତ୍ତର ଦେଲା ।
ପର୍ସରୁ ଟଙ୍କା କାଢିବାର ଅବସରରେ ପ୍ରୀତି ଚିନୁକୁ କୋଳରୁ ଓହ୍ଳାଇଦେଇଥିଲା । ଚିନୁ ଟୁକୁରୁ ଟୁକୁରୁ ଚାଲିଯାଇ ରାସ୍ତା ମଝିରେ ପହଞ୍ଚି ଗଲାଣି । ସେତେବେଳେ ଅବଶ୍ୟ ଯାନବାହାନ ଚଳାଚଳ କମି ଯାଇଥିଲା । ଜାଜାନିକା ସବୁ ଦେଖି ବି କିଛି ନଜାଣିବା, ନଦେଖିବା ପରି ଠିଆ ହେଇରହିଥିଲା । ଚିନୁ ରାସ୍ତା ମଝିକୁ ଆସିଗଲାଣି । ଠିକ୍ ସେତିକି ବେଳେ ହେଡ଼ ଲାଇଟ ଜଳୁନଥିବା ଏକ ସ୍କର୍ପିଓ ଦ୍ରୁତ ଗତିରେ ମାଡ଼ି ଆସିଲା । ସେ ଚିନୁ ଚିନୁ କହି ଦୌଡ଼ିଗଲା ତ ପ୍ରୀତି ଚମକି ପଡ଼ି ପଛକୁ ଚାହିଁ କିଂକର୍ତ୍ତର୍ବ୍ୟବିମୂଢ ହେଇଗଲା । ମାତ୍ର ଦୁଇ ସେକେଣ୍ଡ ପରେ ପ୍ରକୃତିସ୍ଥ ହେଇ ସେ ଆଗକୁ ଦୌଡ଼ିଲା । ସେତେବେଳେ ବହୁତ ଲୋକ ରୁଣ୍ଡ ହେଇସାରିଥିଲେ । ବର୍ଷାର କିଛି ବୁନ୍ଦା ତା ଉପରେ ପଡ଼ିଲା । ଚିନୁ ଚିନୁ ଚିତ୍କାର କରି ଭିଡ଼ ଠେଲି ଆଗକୁ ମାଡ଼ିଗଲା ପ୍ରୀତି । ଘଡ଼ଘଡ଼ି, ବଜ୍ରପାତ ଓ ବର୍ଷାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକ ଗହଳି କମିବାରେ ଲାଗିଲା । ଦେଖିଲା… ଜାଜନିକା ତଳେ ପଡ଼ିଛ ରହିଛି, ରକ୍ତ ଜୁଡ଼ୁବୁଡ଼ୁ , ନିର୍ଜୀବ ଲାଗୁଛି ; ଅକ୍ଷତ ଚିନୁ କାନ୍ଦୁଛି, ଜାଜନିକା ଦେହର ଚାପ ତଳୁ ମୁକ୍ତ ହେବାର ଚେଷ୍ଟାକରୁଛି । | <urn:uuid:c8f7d0b0-8815-4c6e-aa56-6df44a507688> | CC-MAIN-2018-47 | http://www.ameodia.com/odia-kathaa/odia-story/odia-story-jaajanika-ritika-pattanaik/ | 2018-11-17T04:33:57Z | s3://commoncrawl/crawl-data/CC-MAIN-2018-47/segments/1542039743282.69/warc/CC-MAIN-20181117040838-20181117062044-00025.warc.gz | ory | 0.999979 | Orya | 4 | {"ory_Orya_score": 0.9999794960021973} |
ବିଜୁ ପଟ୍ଟନାୟକ – ଆବିର୍ଭାବ : ୫ ମାର୍ଚ୍ଚ, ୧୯୧୬ , ତିରୋଧାନ : ୧୭ ଅପ୍ରେଲ ୧୯୯୭
ଭୁବନେଶ୍ଵର,ଫ୍ରେବୁଆରୀ ୨୨(ଓଡ଼ିଶା ଡ଼ଟ୍ କମ୍) ସ୍ୱର୍ଗତ ବିଜୁ ପଟ୍ଟନାୟକ ନିଜ ଜୀବିତାବସ୍ଥାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ, ଭାରତର ପ୍ରସିଦ୍ଧ ସାପ୍ତାହିକ ପତ୍ରିକା ବ୍ଲିଜ ର ଓଡ଼ିଶା ସମ୍ବାଦଦାତା ଥିବା ଯତୀନ୍ଦ୍ର ଦାଶ(ଏବେ ଓଡ଼ିଶା ଡ଼ଟ୍ କମ୍ ର ସଂପାଦକ)ଙ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିଲେ । ସେ ଆଜି ନାହାନ୍ତି ସତ, ମାତ୍ର ତାଙ୍କର କହିଥିବା କଥା ଗୁଡ଼ିକ ଆଜି ବି ସମୟୋପଯୋଗୀ । ତାଙ୍କର ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା ଡ଼ଟ୍ କମ୍ ପାଠକ ପାଠିକା ମାନଙ୍କ ପାଇଁ ପ୍ରସ୍ତୁତ କରୁଛୁ ୪ ମାର୍ଚ୍ଚ ୧୯୯୫ରେ ଉକ୍ତ ପତ୍ରିକାରେ ପ୍ରକାଶିତ ଏହି ସାକ୍ଷାତକାରର ଓଡ଼ିଆ ଅନୁବାଦ ।
ପ୍ରଶ୍ନ : ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତିର ଆପଣ କିଭଳି ଆକଳନ କରୁଛନ୍ତି ?
ବିଜୁ ପଟ୍ଟନାୟକ : ସଂପୂର୍ଣ୍ଣ ଦେଶର ରାଜନୈତିକ ପରିସ୍ଥିତି ଖରାପ ଅଛି । ରାଜନୈତିକ ପାର୍ଟିମାନେ ଏହି ସମସ୍ୟା ଗୁଡ଼ିକ ପ୍ରତି ଧ୍ୟାନ ଦେବା ବଦଳରେ ଗୋଷ୍ଠୀ କନ୍ଦଳରେ ବ୍ୟସ୍ତ ଅଛନ୍ତି । ଏହାର କାରଣ ହେଲା ରାଜନୀତି ଉପରେ ନିହିତ ସ୍ୱାର୍ଥ ପ୍ରାଧାନ୍ୟ ବିସ୍ତାର କରିଛି ।
ଲୋକତନ୍ତ୍ରରେ ଶାସକପକ୍ଷ ଏବଂ ବିପକ୍ଷ ଉଭୟଙ୍କର ସ୍ଥିତି ମଜବୁତ ହେବା ଜରୁରୀ ଅଟେ । ମତଭେଦ ଲୋକତନ୍ତ୍ରର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଆବଶ୍ୟକ ମାତ୍ର ରାଜନୈତିକ ପ୍ରତିଶୋଧ ଏବଂ ବିରୋଧୀ ପକ୍ଷକୁ ଲୋକ ଲୋଚନରେ ନିନ୍ଦିତ ଦେଖାଇବା ଲୋକତନ୍ତ୍ର ପାଇଁ ଘାତକ ଅଟେ । ସେଥିପାଇଁ ଦଳ ବଦଳ କରୁଥିବା ଲୋକମାନଙ୍କୁ କୌଣସି ପରିସ୍ଥିତିରେ ପ୍ରୋତ୍ସାହନ ମିଳିବା ଉଚିତ୍ ନୁହେଁ ।
କେନ୍ଦ୍ରରେ କଂଗ୍ରେସର କ'ଣ ହେଲା ? ଆକଣ୍ଠ ଭ୍ରଷ୍ଟାଚାରରେ ଡ଼ୁବି ରହି ଶୋଇଛି । ବିଶ୍ୱନାଥ ପ୍ରତାପ ସିଂହଙ୍କର ଭୁଲ କ'ଣ ଥିଲା ? ଏହା ନୁହେଁ କି ସେ ଭ୍ରଷ୍ଟାଚାରର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।
କଂଗ୍ରେସରେ ତାଙ୍କର ସ୍ୱର ଶୁଣା ଗଲାନାହିଁ । ଫଳ ଏଇୟା ହେଲା ଯେ ଲୋକମାନେ କଂଗ୍ରେସକୁ ମୂଳରୁ ଉପାଡ଼ି ଫୋପାଡ଼ି ଦେଲେ । ଏହାପରେ ମଧ୍ୟ କଂଗ୍ରେସର ନେତାମାନେ ନିଜକୁ ସୁଧାରିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଆପଣ ଦେଖୁଛନ୍ତି କଂଗ୍ରେସର କ'ଣ ହେଉଛି ।
ଅର୍ଜ୍ଜୁନ ସିଂହଙ୍କୁ କେବଳ ସେଥିପାଇଁ ବାହାର କରି ଦିଆଗଲା କାରଣ ସେ ମଧ୍ୟ ଭ୍ରଷ୍ଟାଚାରର ବିରୋଧରେ ସ୍ୱର ଉତ୍ତୋଳନ କଲେ । ମାତ୍ର ଏଭଳି ବହିଷ୍କାର କୌଣସି ପ୍ରତିକାର ନୁହେଁ । ଭ୍ରଷ୍ଟାଚାରର ବିଷୟକୁ କଂଗ୍ରେସ ଦବାଇ ପାରିବ ନାହିଁ ।
କାରଣ ଫଇସଲା ତାର ହାତରେ ନୁହେଁ ଜନତାଙ୍କ ହାତରେ ରହିଛି ଏବଂ ଦେଶର ଜନତା ମନ ବଦଳାଇ ସାରିଲେଣି । ଏଥର କଂଗ୍ରେସକୁ ଉପଯୁକ୍ତ ଶାସ୍ତି ବିଧାନ କରି ହିଁ ରହିବେ ।
ଆପଣ ଦେଖିବେ ସମଗ୍ର ଦେଶରେ କଂଗ୍ରେସର ସତ୍ତା ଲୋପ ପାଇଯିବ । ଏହା ନିଶ୍ଚିତ । ଦକ୍ଷିଣରେ କଂଗ୍ରେସର ମୂଳପୋଛ ହୋଇସାରିଛି । ବାକି ଯେଉଁ ସ୍ଥାନମାନଙ୍କରେ ନିର୍ବାଚନ ହେବାର ଅଛି ସେଠାରେ କଂଗ୍ରେସର ଦୁର୍ଗତି ନିଶ୍ଚିତ ।
ପ୍ରଶ୍ନ : କ'ଣ ପୁଣି ଆପଣ ଓଡ଼ିଶାରେ ଶାସନ କ୍ଷମତାକୁ ଆସିପାରିବେ ?
ବିଜୁ ପଟ୍ଟନାୟକ : ଏଥିରେ କ'ଣ କିଛି ସନ୍ଦେହ ଅଛି ? ଆମେ ଏଥର ମଧ୍ୟ ସରକାର ଗଢିବୁ ଏବଂ ୧୯୯୦ ମସିହା ଠାରୁ ବେଶୀ ଜନମତ ହାସଲ କରିବୁ ।
ପ୍ରଶ୍ନ : ଆପଣଙ୍କର ଏହି ଆତ୍ମବିଶ୍ୱାସର ଆଧାର କଣ ?
ବିଜୁ ପଟ୍ଟନାୟକ : କାରଣ ଓଡ଼ିଶାର ସରକାର ସାଧାରଣ ଜନତାଙ୍କ ସରକାର । ୧୯୮୦ ରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସ ଏଠାରେ ଶାସନ କ୍ଷମତାରେ ଥିଲା ମାତ୍ର ସେ ସମୟରେ ସେ କ'ଣ କଲା ? ପଞ୍ଚାୟତ ନିର୍ବାଚନ ସୁଦ୍ଧା କରିପାରିଲା ନାହିଁ । ଏହାର କାରଣ କ'ଣ ଥିଲା ?
କାରଣ ଥିଲା ସେ ସାଧାରଣ ଲୋକଙ୍କ ପାଖକୁ ଶାସନ ପହଞ୍ଚୁ ତାହା ଚାହୁଁନଥିଲା ଏବଂ ଏହା ଉଦ୍ଦେଶ୍ୟ ଚରିତାର୍ଥ କରିବାର ଏକମାତ୍ର ରାସ୍ତା ଥିଲା, ତାହା ହେଲା ପଞ୍ଚାୟତ ସ୍ଥାନରେ ନଗର ନିର୍ବାଚନ ନକରିବା ।
ମାତ୍ର ଆମେ ଶାସନ କ୍ଷମତାକୁ ଆସିବା ପରେ ପଞ୍ଚାୟତ ଏବଂ ନଗରପାଳିକା ମାନଙ୍କର ନିର୍ବାଚନ କରାଇ ଲୋକଙ୍କୁ କ୍ଷମତା ଦେଲୁ । ଏଥିରେ ଲୋକ ଖୁସି ଅଛନ୍ତି , କାରଣ ରାଜ୍ୟର ବିକାଶରେ ସିଧାସଳଖ ଭାଗିଦାରୀ ପାଇପାରୁଛନ୍ତି ।
ଏହାବ୍ୟତୀତ ପ୍ରଶାସନକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଆମେ ନୂଆ ଜିଲ୍ଲାମାନ କଲୁ । ଲୋକେ ନିଜର ଛୋଟ ମୋଟ କାମ ପାଇଁ ବହୁତ ପଇସା ଏବଂ ସମୟ ଖର୍ଚ୍ଚ କରି ଜିଲ୍ଲା ମୁଖ୍ୟାଳୟକୁ ଯାଉଥିଲେ । ଏବେ ତାହା ତାଙ୍କ ନିଜ ସ୍ଥାନରେ ହୋଇଗଲା । ଜିଲ୍ଲା ହେବା ଦ୍ୱାରା ତାଙ୍କର ଏହି ସୁବିଧା ହେଲା ।
ଏହାବ୍ୟତୀତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ପ୍ରଥମେ ବଡ଼ ବଡ଼ ଜିଲ୍ଲାମାନଙ୍କୁ ସମ୍ଭାଳିବାକୁ ପଡ଼ୁଥିଲା, ମାତ୍ର ଛୋଟଛୋଟ ଜିଲ୍ଲା ହେବା ଦ୍ୱାରା ସେମାନଙ୍କର କାମ ଆହୁରି ସହଜ ହୋଇଗଲା । ଲୋକଙ୍କ ସାଙ୍ଗରେ ସଂପର୍କ ସ୍ଥାପନ କରିବା ପାଇଁ ସେମାନଙ୍କୁ ଏବେ ସୁବିଧା ହେଉଛି ।
ଆପଣ ଆଶ୍ଚର୍ଯ୍ୟ ହେବେ କେତେକ ଗ୍ରାମର ଲୋକେ ତାଙ୍କ ଜିଲ୍ଲାପାଳଙ୍କୁ କେବେ ବି ଦେଖିବାକୁ ସୁଯୋଗ ପାଉନଥିଲେ । ଆଜି ସେହି ଜିଲ୍ଲାପାଳ ସେମାନଙ୍କ ପାଖରେ ଆସି ପହଞ୍ଚୁଛନ୍ତି ।
ଅନ୍ୟ ଏକ ମହତ୍ୱପୂର୍ଣ୍ଣ କଥା ହେଲା ମହିଳାଙ୍କୁ ସମ୍ମାନ ଦେଇଛୁ । ଯେପର୍ଯ୍ୟନ୍ତ ସମଗ୍ର ଦେଶରେ ମହିଳା ମାନଙ୍କର ବିକାଶ ହେବ ନାହିଁ ସେପର୍ଯ୍ୟନ୍ତ ଦେଶର ଠିକ୍ ବିକାଶ ହେବ ନାହିଁ ।
ଆପଣ ଜାଣିଛନ୍ତି ବିଶ୍ୱର ସବୁଠାରୁ ଧନୀ ବିକଶିତ ଦେଶ ନରୱେ । ଏହି ଦେଶ ଧନୀ ଓ ବିକଶିତ ହେବାର କାରଣ ସେଠାରେ ମହିଳାଙ୍କୁ ପୁରୁଷଙ୍କ ଭଳି ସମାଜରେ ସମାନ ଅଧିକାର ମିଳିଛି ।
ସେଠାକାର ପ୍ରଧାନମନ୍ତ୍ରୀ ବି ଜଣେ ମହିଳା । ତାଙ୍କ ମନ୍ତ୍ରୀମଣ୍ଡଳରେ ଅଧିକାଂଶ ସଦସ୍ୟ ମଧ୍ୟ ମହିଳା । ଆମେ ମଧ୍ୟ ଏଠାରେ ନାରୀ ଜାତିର ଉତ୍ଥାନ ପାଇଁ କାର୍ଯ୍ୟାରମ୍ଭ କରିଛୁ ।
ଏହି ପରିପ୍ରେକ୍ଷୀରେ ଚାକିରିରେ ତାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଠାରୁ ଆରମ୍ଭ କରି ଚାକିରି କରୁଥିବା ମହିଳାର ନିର୍ବାଚନ ଲଢିବାର ଅଧିକାର ଏବଂ ଯଦି ସେ ନିର୍ବାଚନରେ ହାରିଯାଏ ତେବେ ପୁନଃ ଚାକିରିରେ ଅବସ୍ଥାପିତ ହେବାର ଆମେ ସୁବିଧା କରିଛୁ ।
ଯଦି ମୋର ହାତରେ ଥାଆନ୍ତା ତେବେ ଓଡ଼ିଶାର ସମସ୍ତ ୧୪୭ ବିଧାନସଭା ଆସନକୁ ମହିଳାଙ୍କ ପାଇଁ ସଂରକ୍ଷିତ କରିଦିଅନ୍ତି ।
ଏହା ବ୍ୟତୀତ ଆମେ ଦେଶୀମଦ ଉପରେ ପ୍ରତିବନ୍ଧକ ଲଗାଇ ଲକ୍ଷଲକ୍ଷ ପରିବାରକୁ ଉଜୁଡ଼ିବାରୁ ବଞ୍ଚାଉଛୁ । ଆପଣ ଜାଣିଛନ୍ତି ଏହି ପ୍ରତିବନ୍ଧକ କେମିତି ହେଲା ? ଏହାକୁ ମା ଓ ଭଉଣୀ ମାନେ ଲାଗୁ କରାଇଛନ୍ତି ।
ରାଜ୍ୟର ମହିଳାମାନେ ଜାଗ୍ରତ ହୋଇଛନ୍ତି ଏବଂ ସପୂର୍ଣ୍ଣ ମଦ ବିକ୍ରି ବନ୍ଦ ଦାବି କରୁଛନ୍ତି । ମୁଁ ଆପଣଙ୍କୁ କହିରଖେ ଯଦି ଆମେ ଏଥର ସରକାରରେ ଆସୁ ତେବେ ସମଗ୍ର ରାଜ୍ୟରେ ସବୁ ପ୍ରକାର ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ କରିଦେବୁ ।
ପ୍ରଶ୍ନ : ମାତ୍ର ୧୯୯୦ରେ ଆପଣ ଯେଉଁସବୁ ବିଷୟ କହି ନିର୍ବାଚନ ଜିତି କ୍ଷମତାକୁ ଆସିଥିଲେ ଯଥା ଦୁଇ ଟଙ୍କାରେ ଚାଉଳ ଓ ଇସ୍ପାତ କାରଖାନା ଆଦ ପ୍ରତିଶୃତି ସେ ସବୁତ ଆପଣ ପୁରଣ କରିପାରିଲେ ନାହିଁ ?
ବିଜୁ ପଟ୍ଟନାୟକ : ୧୯୯୦ରୁ ୧୯୯୨ ପର୍ଯ୍ୟନ୍ତ ଆମେ ଦେଇଥିବା ପ୍ରତିଶୃତି ମୁତାବକ ଲୋକଙ୍କୁ ଦୁଇ ଟଙ୍କାରେ କିଲେ ଚାଉଳ ଉପଲବ୍ଧ କରିଥିଲୁ । ମାତ୍ର ଏହାପରେ କେନ୍ଦ୍ର ସରକାର ଚାଉଳ ଉପରେ ରିହାତି ଦେବା ବନ୍ଦ କରିଦେଲେ ଏବଂ ତା'ର ଦର ବୃଦ୍ଧି କଲେ ।
ସେହି କାରଣରୁ ଆମେ କିଛି ଦିନ ପାଇଁ ସମସ୍ତଙ୍କୁ ଦୁଇ ଟଙ୍କାରେ ଚାଉଳ ଉପଲବ୍ଧ କରାଇପାରିଲୁ ନାହିଁ । ତେବେ ଏହା ସତ୍ୱେ ଆମେ ଗରିବ, ବୃଦ୍ଧ ଏବଂ ବିକଳାଙ୍ଗ ଆଦି ଲୋକଙ୍କୁ ଦୁଇ ଟଙ୍କାରେ ଚାଉଳ ଦେଇଆସୁଛୁ ।
ରହିଲା କଥା ଉସ୍ପାତ କାରଖାନାର ଆପଣ ଯାଇ ଦେଖନ୍ତୁ ଇସ୍ପାତ କାରଖାନା ସ୍ଥାପନ ହୋଇଛି କି ନାହିଁ । ଯଦ୍ୟପି କେନ୍ଦ୍ରର କଂଗ୍ରେସ ସରକାର ଏହିଭଳି ପ୍ରକଳ୍ପର ସ୍ଥାପନ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରୁଛି ।
ଆପଣ ଓଡ଼ିଶାର ଅଧିବାସୀ । ଆପଣ ନିଜେ ଜାଣନ୍ତି ପରିବେଶ ସୁରକ୍ଷା ନାଁରେ କେମିତି ଏଭଳି ପ୍ରକଳ୍ପ ସ୍ଥାପନାରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି ।
ପ୍ରଶ୍ନ : ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଆପଣ କାହାକୁ ପ୍ରାଥମିକତା ଦେବେ ?
ବିଜୁ ପଟ୍ଟନାୟକ : ଓଡ଼ିଶାର ନିଜର ସମ୍ୟକ ବିକାଶ ପାଇଁ ଯେଉଁ ମୂଳଭୂତ ଆବଶ୍ୟକତା ଦରକାର ସେଥିରେ ସେ ଆତ୍ମନିର୍ଭରଶୀଳ ନୁହେଁ । ମୁଁ ମୂଳରୁ ଏବିଷୟରେ ଚିନ୍ତା କରିଆସୁଅଛି ।
ଜାନକୀ ଦଶ ବର୍ଷ ମୁଖ୍ୟମନ୍ତ୍ରୀ ରହିଲା ମାତ୍ର ଏଦିଗପ୍ରତି ସେ ଧ୍ୟାନ ଦେଲା ନାହିଁ । ଔଦ୍ୟଗୀକ ବିକାଶ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ବିଦ୍ୟୁତ୍ ଶକ୍ତି । ଆମର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଦୁଇଶହ ମେଗାୱାଟ ବିଦ୍ୟୁତ୍ ଶକ୍ତିର ଉତ୍ପାଦନ ହେଉଛି । ଜୁନ ମାସରୁ ଆମକୁ ଅଧିକ ଦୁଇଶହ ମେଗାୱାଟ୍ ବିଜୁଳି ମିଳିବା ଆରମ୍ଭ ହେବ ।
ଇନ୍ଦ୍ରାବତୀ ଠାରେ ବିଦ୍ୟୁତ୍ ଉତ୍ପାଦନ କରିବାପାଇଁ ଆମେରିକାର ଏକ କମ୍ପାନୀ ସାଙ୍ଗରେ ବୁଝାମଣା ହୋଇଛି । ଏହା ବ୍ୟତୀତ ଆମେ ହୀରାକୁଦ ଠାରେ ଆଉ ଦୁଇଟି ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ କରିବାକୁ ଯୋଜନା କରିଛୁ । ସେଥିରୁ ଆମକୁ ଶହେ ମେଗାୱାଟ୍ ବିଜୁଳି ମିଳିବ ।
ଠିକ୍ ସେହିପରି ତାଳଚେରର ରାଷ୍ଟୀୟ ତାପଜ ନିଗମ,କଣିହାର ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟରୁ ଏକ ହଜାର ମେଗାୱାଟ୍ ବିଜୁଳି ଉତ୍ପାଦନ ହେବ ।
ଆମେ ଦଇତାରୀ ଠାରେ ଦୁଇଟି ଇସ୍ପାତ କାରଖାନାର ସ୍ଥାପନା କରାଇଛୁ । ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେଲେ ପ୍ରତି ବର୍ଷ ତିରିଶ ଲକ୍ଷ ମେଟ୍ରିକଟନ ଇସ୍ପାତର ଉତ୍ପାଦନ ହେବ । ଏହା ଟାଟାର ଇସ୍ପାତ କାରଖାନା ଠାରୁ ମଧ୍ୟ ବଡ଼ ହେବ ।ଏହି କାରଖାନା ମାନଙ୍କ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାରର ରାସ୍ତା ମିଳିବ ।
ପ୍ରଶ୍ନ : ଆପଣ ଜନତାକୁ ଭ୍ରଷ୍ଟାଚାରମୁକ୍ତ ସରକାର ଦେବାପାଇଁ ପ୍ରତିଶୃତି ଦେଇଥିଲେ ମାତ୍ର ଆପଣଙ୍କର ଅନେକ ବିଧାୟକଙ୍କ ବିରୋଧରେ ଏହିଭଳି ଗୁରୁତର ଅଭିଯୋଗମାନ ଅଛି ।
ଆପଣ ଲୋକପାଳ ଆଇନକୁ ମଧ୍ୟ ଉଠାଇ ଦେଲେ । ଏହାର ସିଧା ଅର୍ଥ ହେଲାନାହିଁ କି ଯେ ଆପଣ ଯେଉଁ ସବୁ ଅଭିଯୋଗ କଂଗ୍ରେସ ଉପରେ ଲଗାଇଛନ୍ତି ସେଥିରେ ନିଜେ ମଧ୍ୟ ଆକଣ୍ଠ ଡ଼ୁବି ରହିଛନ୍ତି ?
ବିଜୁ ପଟ୍ଟନାୟକ : ଲୋକପାଳ ପଦ ଉଠାଇବା ସଂପର୍କରେ ମୁଁ ଏତିକି କହିବି ଯେ,ତାଙ୍କ ପାଇଁ ସରକାରୀ ରାଜକୋଷରୁ ଟଙ୍କା ଖର୍ଚ୍ଚ ହେଉଥିଲା । ଯେଉଁ ସବୁ କାମ ପାଇଁ ଲୋକପାଳ ପଦ ତିଆରି କରାଯାଇଥିଲା ସେଭଳି କୌଣସି କାମ ସେଠାରେ ହେଉନଥିଲା ।
ସେମିତି ଦେଖିବାକୁଗଲେ ଆମ ପାଖରେ ନିୟମ କାନୁନର କମି ନାହିଁ । କୌଣସି ବ୍ୟକ୍ତି କାହାର ବି ବିରୁଦ୍ଧରେ ଅଦାଲତରେ ମାମଲା ଦାୟର କରିବାର ଅଧିକାର ଅଛି । କିଏ ମନା କରିଛି ! ମାତ୍ର ସତକଥା ହେଲା ଯେ ଅଭିଯୋଗ କରୁଥିବା ଲୋକମାନେ କେବଳ ମୁହଁରେ ଅଭିଯୋଗ କରନ୍ତି ।
ଏଭଳି ଅଭିଯୋଗରେ କୌଣସି ସତ୍ୟତା ନାହିଁ । କିଏ କାହାକୁ ଭ୍ରଷ୍ଟ କହିଦେଲେ ଲୋକ ଭ୍ରଷ୍ଟ ହୋଇଯାଏ ନାହିଁ । ଯଦି କିଏ ଭ୍ରଷ୍ଟ,ତେବେ ଜନତା ତାଙ୍କର ଫୈସଲା ନିଶ୍ଚୟ କରିବେ । ତେବେ ମୁଁ ଦାବି କରୁନାହିଁ ଯେ ମୋର ମନ୍ତ୍ରୀ ମଣ୍ଡଳରେ ସବୁ ସାଧୁ ଅଛନ୍ତି ।
ପ୍ରଶ୍ନ : ୧୯୯୦ ନିର୍ବାଚନରେ ଆପଣ ବାମପନ୍ଥୀ ଦଳ ସହ ବୁଝାମଣା କରି ନିର୍ବାଚନ ଲଢିଥିଲେ ମାତ୍ର ଏଥର ଆପଣ ଏକାକୀ ନିର୍ବାଚନ ଲଢୁଛନ୍ତି । ଏହା ବ୍ୟତୀତ କଂଗ୍ରେସ ବିରୋଧୀ ପାର୍ଟି ମାନଙ୍କ ମଧ୍ୟରେ ବି ବ୍ୟାପକ ମତଭେଦ ରହିଛି । ଆପଣଙ୍କୁ କଣ ଲାଗୁନାହିଁ କି ଏଥରର ନିର୍ବାଚନ ଜିତିବା ଆପଣଙ୍କ ପାଇଁ କଠିନ ହେବ ?
ବିଜୁ ପଟ୍ଟନାୟକ : ବାମପନ୍ଥୀ ଦଳ କିଏ ? ମୁଁ ନିଜେ ଜଣେ ବାମପନ୍ଥୀ । ମୋ ଠାରୁ ବଳି ବାମପନ୍ଥୀ ନକ୍ସଲ ଆଉ କିଏ ହୋଇପାରେ !
କେତେକ ଲୋକ ନିଜର ସ୍ୱାର୍ଥ ପାଇଁ ନୂଆନୂଆ ପାର୍ଟି ଗଠନ କରିଛନ୍ତି , ମାତ୍ର ସେମାନେ ସଫଳ ହେବେ ନାହିଁ । ତାଙ୍କ ପାଖରେ ଅଛି କଣ ? ସାମାଜିକ ନ୍ୟାୟ ଦେଉଥିବା ଜନତା ଦଳ ଅଛି ଏବଂ ରହିବ ମଧ୍ୟ ।
ଆମକୁ ଏମାନଙ୍କ ଠାରୁ କୌଣସି ବିପଦ ନାହିଁ । ଜନତା ଆମ ସାଙ୍ଗରେ ଅଛନ୍ତି ଓ ଆମେ ସରକାର ବନାଇବୁ ଏଥିରେ କୌଣସି ଦ୍ୱିମତ ନାହିଁ ।
ପ୍ରଶ୍ନ : ଆପଣ ଦେଶର ପୁରୁଣା ନେତା ମାନଙ୍କ ମଧ୍ୟରୁ ଜଣେ । ଗୋଟିଏ ସମୟ ଥିଲା ଯେତେବେଳେ ଆପଣଙ୍କୁ ଜବାହରଲାଲ ନେହେରୁଙ୍କର ଉତ୍ତରାଧିକାରୀ ରୂପେ ଦେଖାଯାଉଥିଲା ।
ମାତ୍ର ଆପଣ ନିଜକୁ ନିଜ ରାଜ୍ୟ ରାଜନୀତି ଭିତରେ ହିଁ ସିମୀତ ରଖିଲେ । କେନ୍ଦ୍ରରେ ରାଷ୍ଟ୍ରୀୟ ମୋର୍ଚ୍ଚା ଗଠନ କରାଇବା ଠାରୁ ଭି.ପି.ସିଂହଙ୍କୁ ପ୍ରଧାନମନ୍ତ୍ରୀ ବନାଇବାରେ ଆପଣଙ୍କର ପ୍ରମୁଖ ଭୂମିକା ଥିଲା ।
ଦେଶର ସାଂପ୍ରତିକ ପରିସ୍ଥିତିରେ ଆପଣଙ୍କୁ ଲାଗୁନାହିଁ କି ଆଜିର ଏହି ଜାତିବାଦୀ ରାଜନୀତିରେ ଆପଣଙ୍କ ପରି ବ୍ୟକ୍ତିଙ୍କର ରାଷ୍ଟ୍ରୀୟ ସ୍ତରରେ ଆବଶ୍ୟକତା ରହିଛି? କ'ଣ ଆପଣ ପୁଣିଥରେ ସଦ୍ଭାବ ସୃଷ୍ଟି କରିବା ପାଇଁ କାମ କରିବେ ନାହିଁ ?
ବିଜୁ ପଟ୍ଟନାୟକ : ପ୍ରଧାନମନ୍ତ୍ରୀ ହେବାପାଇଁ ମୋର ଇଚ୍ଛା କେବେ ହୋଇନାହିଁ । ମୋର ରାଜ୍ୟ ପଛୁଆ । ଏହାର ବିକାଶ ମୋର ପ୍ରଥମ ପ୍ରାଥମିକତା ' ଏହି କାରଣରୁ ମୁଁ ନିଜକୁ ସବୁବେଳେ ରାଜ୍ୟ ଭିତରେ ସୀମିତ ରଖି ଆସିଛି ।
ମୁଁ ସନ୍ତୁଷ୍ଟ ଯେ ,ମୋ ରାଜ୍ୟ ଦ୍ରୁତ ଗତିରେ ବିକାଶ ଦିଗରେ ଅଗ୍ରସର ହେଉଛି । ଦେଶର ବର୍ତ୍ତମାନ ପରିସ୍ଥିତି ସଂପର୍କରେ ଏତିକି କହିବି ଯେ ମୋତେ ସ୍ପଷ୍ଟ ଦେଖାଯାଉଛି କଂଗ୍ରେସର ପତନ ସୁନିଶ୍ଚିତ ।
ଏହି ରାଜନୈତିକ ଘଟଣାକ୍ରମ ଯାହା ସଂକେତ ଦେଉଛି ତାହା ହେଲା କେନ୍ଦ୍ରରେ ଆଗାମୀ ସରକାର ରାଷ୍ଟ୍ରୀୟ ମୋର୍ଚ୍ଚାର ହେବ । ନିଜ ତରଫରୁ ଏହି ମୋର୍ଚ୍ଚାକୁ ପୁନର୍ବାର ବଞ୍ଚାଇ ରଖିବାକୁ ମୁଁ ଚେଷ୍ଟା କରିବି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:4dd83200-c118-46f3-ac8e-0619ae14a929> | CC-MAIN-2018-47 | http://www.odisha.com/2005/02/22/%E0%AC%A6%E0%AD%87%E0%AC%B6%E0%AC%B0%E0%AD%81-%E0%AC%95%E0%AC%82%E0%AC%97%E0%AD%8D%E0%AC%B0%E0%AD%87%E0%AC%B8-%E0%AC%AE%E0%AD%82%E0%AC%B3%E0%AC%AA%E0%AD%8B%E0%AC%9B-%E0%AC%B9%E0%AD%8B%E0%AC%87/amp/ | 2018-11-18T09:42:40Z | s3://commoncrawl/crawl-data/CC-MAIN-2018-47/segments/1542039744348.50/warc/CC-MAIN-20181118093845-20181118115845-00216.warc.gz | ory | 1.000005 | Orya | 16 | {"ory_Orya_score": 1.0000054836273193} |
ଆଧାର ନଥିଲେ ବି ରାସନ୍ ମିଳିବ ! କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
କନକ ବ୍ୟୁରୋ : ଯେଉଁ ଲୋକମାନଙ୍କର ଆଧାର ନମ୍ବର ନାହିଁ କିମ୍ବା ଯେଉଁମାନେ ନିଜ ରାସନ କାର୍ଡକୁ ଆଧାର ସହିତ ସଂଯୋଗ କରିନାହାନ୍ତି ସେମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଜରିଆରେ ପ୍ରଦାନ କରାଯାଉଥିବା ଖାଦ୍ୟଶସ୍ୟ ଦେବାକୁ ମନା କରନାହିଁ ବୋଲି କେନ୍ଦ୍ର ସରକାର ସବୁ ରାଜ୍ୟଗୁଡ଼ିକୁ କହିଛନ୍ତି । ଯେଉଁମାନେ ଏହି ନିର୍ଦେଶନାମା ପାଳନ ନକରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି । ଆଧାର ନଥିବା ବାହାନାରେ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଅନାହିଁ ବୋଲି ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯାଇଛି ।
ଖାଦ୍ୟ ଅଭାବରେ ଝାଡ଼ଖଣ୍ଡରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ଖବର ସାରା ଦେଶରେ ପ୍ରସାରିତ ହେବା ପରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଏହି ନିର୍ଦେଶ ଦେଇଛନ୍ତି । ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶନାମାରେ କୁହାଯାଇଛି ଯେ କେବଳ ସନ୍ଦେହରେ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଅନାହିଁ । ଉପଯୁକ୍ତ ଯାଞ୍ଚ ପରେ ପଦକ୍ଷେପ ଗ୍ରହଣ କରିବାକୁ ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି ।
ପିଡିଏସ୍ ବ୍ୟବସ୍ଥାରେ କାମ କରୁଥିବା ଅଧିକାରୀମାନେ ଏହା ନିଶ୍ଚିତ କରିବା ଦରକାର ଯେ ଯେଉଁମାନଙ୍କ ପାଖରେ ଆଧାର ନାହିଁ ସେମାନଙ୍କୁ ଯେଭଳି କୌଣସି ପରିସ୍ଥିତିରେ ଖାଦ୍ୟଶସ୍ୟ ଦେବାକୁ ମନା କରାଯିବ ନାହିଁ । ଏଭଳି ହିତାଧିକାରୀମାନଙ୍କ ବିଷୟରେ ଏକ ଅଲଗା ପୁସ୍ତିକାରେ ତଥ୍ୟ ସଂରକ୍ଷିତ ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଛି ।
ମୋବାଇଲ୍ ମାମଲାର ଶୀଘ୍ର ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ –
ମୋବାଇଲ୍ ନମ୍ବର ସହିତ ଆଧାରକୁ ବାଧ୍ୟତାମୂଳକ ଭାବେ ସଂଯୋଗ କରିବା ପାଇଁ ଟେଲିକମ୍ ବିଭାଗ ଯେଉଁ ବିଜ୍ଞପ୍ତି ଜାରି କରିଥିଲା ତାହାକୁ ବିରୋଧ କରି ଆଗତ ହୋଇଥିବା ମାମଲାର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଏହି ମାମଲାର ଜରୁରୀକାଳୀନ ଶୁଣାଣି କାହିଁକି କରାଯିବ ବୋଲି ବିଚାରପତି ଜେ ଚେଲମେଶ୍ୱର ଏବଂ ଏସ୍ ଅବଦୁଲ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ଆଇନଜୀବୀଙ୍କୁ ପ୍ରଶ୍ନ କରିଛନ୍ତି । ଆଧାର ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠରେ ଜାରି ରହିଛି । ଚଳିତ ମାସ ୩୦ରେ ସେହି ମାମଲାର ଶୁଣାଣି କରାଯିବ। ତେଣୁ ଆସନ୍ତାକାଲି ମୋବାଇଲ୍ ନମ୍ବର-ଆଧାର ମାମଲାର ଶୁଣାଣି କରିବା ଏତେ ଜରୁରୀ ନୁହେଁ ବୋଲି କୋର୍ଟ ପରୋକ୍ଷରେ ଜଣାଇ ଦେଇଛନ୍ତି ।
ମୋବାଇଲ୍ ନମ୍ବର-ଆଧାର ସଂଯୋଗ ପାଇଁ ଟେଲିକମ୍ ବିଭାଗ ଯେଉଁ ବିଜ୍ଞପ୍ତି ଜାରି କରିିଛନ୍ତି ତାହାକୁ ରଦ୍ଦ କରିବା ପାଇଁ ନିର୍ଦେଶ ଦେବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଦେଶରେ ଥିବା ପୁରୁଣା ମୋବାଇଲ୍ ଗ୍ରାହକଙ୍କ ପରିଚୟ ଯାଞ୍ଚ କରିବା ପାଇଁ ବର୍ଷକ ଭିତରେ ଏକ ଉପଯୋଗୀ ବ୍ୟବସ୍ଥା ଗ୍ରହଣ କରିବାକୁ ଚଳିତ ବର୍ଷ ଫେବ୍ରୁଆରି ୬ରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ । ଯେହେତୁ ବ୍ୟାଙ୍କିଙ୍ଗ କାରବାରରେ ମୋବାଇଲ୍ ନମ୍ବର ବ୍ୟବହାର ହେଉଛି ତେଣୁ ସବୁ ମୋବାଇଲ୍ ଗ୍ରାହକଙ୍କ ପରିଚୟ ଯାଞ୍ଚ କରାଯିବା ଆବଶ୍ୟକ ହୋଇପଡ଼ିଛି ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ମାଗିଲା ଆଧାର ତଥ୍ୟ –
କ୍ଲାଏଣ୍ଟ୍ ମାନଙ୍କର ଆଧାର ତଥ୍ୟ ସଂଗ୍ରହ କରିବା ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ପକ୍ଷରୁ ବ୍ରୋକରମାନଙ୍କୁ କୁହାଯାଇଛି । ମନି ଲଣ୍ଡରିଂ ନିୟମ ଲାଗୁ କରିବା ପରେ କ୍ଲାଏଣ୍ଟ୍ମାନଙ୍କ ଆଧାର ତଥ୍ୟ ହାସଲ କରିବା ପାଇଁ ବ୍ରୋକରଙ୍କୁ କୁହାଯାଇଛି । ଆଧାର ତଥ୍ୟ ସଂଗ୍ରହ କରିବା ପାଇଁ କ'ଣ ପ୍ରସ୍ତୁତି କରିଛ? କେତେ କ୍ଲାଏଣ୍ଟ୍ ରହିଛନ୍ତି? କେତେ ଜଣ କ୍ଲାଏଣ୍ଟ୍ ଆଧାର ବିବରଣୀ ଦାଖଲ କରିଛନ୍ତି ? ଏହି ସବୁ ପ୍ରଶ୍ନର ଉତ୍ତର ଦାଖଲ କରିବା ପାଇଁ ବିଏସ୍ଇ ପକ୍ଷରୁ ବ୍ରୋକରମାନଙ୍କୁ ଏକ ସର୍କୁଲାର ଜାରି କରି କୁହାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏହି ସବୁ ସୂଚନା ପ୍ରଦାନ କରିବା ପାଇଁ ବ୍ରୋକରମାନଙ୍କୁ କୁହାଯାଇଛି । ଷ୍ଟକ୍ ମାର୍କେଟ ଜରିଆରେ ହେଉଥିବା ମନି ଲଣ୍ଡରିଂ ଉପରେ ଅଙ୍କୁଶ ଲଗାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । | <urn:uuid:a57b470d-d8f1-405a-aabf-4d1611f6f568> | CC-MAIN-2018-47 | http://kanaknews.com/collect-rasan-without-adhara/ | 2018-11-19T16:26:29Z | s3://commoncrawl/crawl-data/CC-MAIN-2018-47/segments/1542039745800.94/warc/CC-MAIN-20181119150816-20181119172816-00376.warc.gz | ory | 1.000006 | Orya | 14 | {"ory_Orya_score": 1.0000056028366089} |
ଆଜି ହାଇକୋର୍ଟ ଓକିଲମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍ଙ୍କ ସଂଖ୍ୟା କମ୍ ଥିବା ପ୍ରତିବାଦ କରି ହାଇକୋର୍ଟ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଗତକାଲି ଅପରାହ୍ନରୁ ହିଁ ଓକିଲମାନେ ଏହି ଆନ୍ଦୋଳନ କରିଥିଲେ।
ଓକିଲମାନଙ୍କ ଅଭିଯୋଗ ହେଉଛି, ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍ମାନଙ୍କ ସଂଖ୍ୟା କମ୍ ରହିଛି । ଅନୁମୋଦିତ ପଦବୀ ୨୭ଟି ଥିବା ବେଳେ ଏବେ ୧୮ ଜଣ ଜଜ୍ ଅଛନ୍ତି। ନିକଟରେ ଜଣେ ଜଜଙ୍କର ବଦଳି ହୋଇ ଯାଇଥିବାରୁ ଏବେ ୧୭ଜଣ ଜଜ୍ ହିଁ ଅଛନ୍ତି। ପ୍ରଥମେ ଜଣଙ୍କୁ ନିଯୁକ୍ତି ଦେଲାପରେ ହିଁ ଅନ୍ୟ ଜଣଙ୍କୁ ବଦଳି କରିବା ବିଧେୟ । ମାତ୍ର କାହାକୁ ନିଯୁକ୍ତି ନ ଦେଇ ଉକ୍ତ ଜଜଙ୍କୁ ବଦଳି କରାଯାଉଥିବାରୁ ଓକିଲମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତେଣୁ ସେମାନେ ଗତ କଲି ଅପରାହ୍ନ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । | <urn:uuid:657b4db5-3c1e-41b6-8f8e-4b4e3de00aec> | CC-MAIN-2018-47 | https://enewsodia.com/lawyers-strike/ | 2018-11-19T16:14:03Z | s3://commoncrawl/crawl-data/CC-MAIN-2018-47/segments/1542039745800.94/warc/CC-MAIN-20181119150816-20181119172816-00376.warc.gz | ory | 1.000004 | Orya | 5 | {"ory_Orya_score": 1.0000035762786865} |
ସଲମାନଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ! ଜାଣନ୍ତୁ, ଆଗାମୀ ଦୁଇ ବର୍ଷ ଭିତରେ ବିବାହ କରିବେକି ଭାଇଜାନ୍ ?
ଭାଇଜାନ ସଲମାନ ଖାନଙ୍କ ଜୀନରେ ଅନେକ ନାୟିକା ଆସିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଦବଙ୍ଗ ଖାନଙ୍କ ବିବାହ କରି ନାହାନ୍ତି । ତେବେ ସଲମାନଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଅନେକ ସାକ୍ଷାତକାରରେ ସଲମାନ ସ୍ୱୀକାର କରିଛନ୍ତି ଯେ ବିବାହ ନେଇ ତାଙ୍କର ଆଦୌ ଇଚ୍ଛା ନାହିଁ । ତେବେ ତା୍କ ମା' କିନ୍ତୁ ଆଶା ଛାଡିନାହାନ୍ତି । ଏଇ କିଛିଦିନ ତଳେ ସଲମାନଙ୍କ ପରିବାରର ଟ୍ୟାରୋକାର୍ଡ ପଡୁଥିବା ମୁନିଷା ଖଟବାନି ଗଣମାଧ୍ୟମ ସମ୍ମୁଖରେ ନିଜ ମୁହଁ ଖୋଲିଛନ୍ତି । ନିୟମିତ ଭାବେ ସଲମାନଙ୍କ ମା' ତାଙ୍କ ସହ ଯୋଗାଯୋଗ କରନ୍ତି ବୋଲି ଶୁଣାଯାଉଛି ।
ମୁନିଷାଙ୍କ କହିବାନୁସାରେ, ସଲମାନଙ୍କ ମଙ୍ଗଳ ଦୋଷ କାରଣରୁ ହିଁ ତାଙ୍କ ବିବାହରେ ଏସବୁ ଅସୁବିଧା ଉପୁଜୁଛି । ଏହି ବର୍ଗର ଲୋକଙ୍କ ବିବାହ ଖୁବ ବିଳମ୍ବରେ ହୋଇଥାଏ । କିମ୍ବା ଅନେକ କ୍ଷେତ୍ରରେ ଏମାନେ ଅବିବାହିତ ରହିଯାନ୍ତି । ସଲମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ବ୍ୟତିକ୍ରମ ହୋଇଛି । ଆଗାମୀ ୨ ବର୍ଷ ଭିତରେ ତାଙ୍କ ବିବାହକୁ ନେଇ ସାମାନ୍ୟ ସଙ୍କେତ ଦୃଶ୍ୟମାନ ହେଉଛି । ଏହି ସମୟରେ ସେ ବିବାହ ନ କଲେ ଆଗାମୀ ଦିନରେ ପରିସ୍ଥିତି ଅଧିକ ଜଟିଳ ହୋଇପାରେ ବୋଲି କହୁଛନ୍ତି ମୁନିଷା । | <urn:uuid:e81a194a-d4f6-49b0-ba53-eb8176b27e0f> | CC-MAIN-2018-47 | http://kanaknews.com/about-salman-khans-marriage/ | 2018-11-21T00:18:49Z | s3://commoncrawl/crawl-data/CC-MAIN-2018-47/segments/1542039746847.97/warc/CC-MAIN-20181120231755-20181121013755-00536.warc.gz | ory | 1.000005 | Orya | 7 | {"ory_Orya_score": 1.000004529953003} |
ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାରରେ ବିବାଦ ଥମିବାର ନାଁ ଧରୁନି। ବଜେଟ ଓ ଅନ୍ୟ ପ୍ରସଙ୍ଗକୁ ନେଇ ସହଯୋଗୀ ଦଳ କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ବିବାଦ ଜଟିଳ ରୂପ ନେଇଛି। କିଛି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ଏବେ ବିଜେପି ସହ ହାତମିଳାଇବାକୁ ପ୍ରୟାସ ଆରମ୍ଭ କରିଦେଇଥିବାରୁ ଜୁଲାଇ ଶେଷ ସୁଦ୍ଧା ସରକାର ଭାଙ୍ଗିଯିବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପକ୍ଷରେ ଗତ ୧୨ ଦିନ ହେବ ନେଚରପାଥି ଚିକିତ୍ସାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ମଧ୍ୟ ଆଜି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଆଜି ରାଜ୍ୟ ବିଜେପି ଏହି ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ରବିବାର ଜେଡିଏସ୍-କଂଗ୍ରେସ ମଧ୍ୟରେ ଏହି କନ୍ଦଳକୁ ନେଇ ବୈଠକ ହେବ ବୋଲି ସୂଚନା ମିଳିଛି। ସିଦ୍ଦରାମେୟା ଗଣମାଧ୍ୟମକୁ ବୟାନ ଦେଇ ମେଣ୍ଟ ସରକାରର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ମନ୍ତବ୍ୟର ପ୍ରତିକ୍ରିୟା ଦେଇ ଜେଡିଏସ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡ଼ା କହିଛନ୍ତି ଯେ, ତାଙ୍କ ଦଳକୁ କଂଗ୍ରେସ ହେୟଜ୍ଞାନ କଲେ ଏହାର ସଠିକ୍ ଜବାବ ଦିଆଯିବ। ଅପରପକ୍ଷେ, କଂଗ୍ରେସ ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ଯେ, ମେଣ୍ଟ ସରକାର ସ୍ଥାୟୀ। ଏହା ସମ୍ପୂର୍ଣ୍ଣ ୫ ବର୍ଷ ଯାଏଁ ଚାଲିବ। ଦଳରେ ବିଧାୟକଙ୍କ ମଧ୍ୟରେ ଲାଗି ରହିଥିବା ଅସନ୍ତୋଷକୁ ନେଇ ଯେଉଁ ଚର୍ଚ୍ଚା ହେଉଛି,ତାହା ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି। ତେବେ ଜୁଲାଇ ୨ ତାରିଖରୁ କର୍ଣ୍ଣାଟକ ବିଧାନସଭା ଆରମ୍ଭ ହେବାକୁ ଯାଉଥିବାରୁ ଏହାର ଦିନକ ପୂର୍ବରୁ ଏଭଳି ବୈଠକ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। | <urn:uuid:26ef8464-4070-455c-b1a8-4dfee304e3e5> | CC-MAIN-2018-47 | http://sambad.in/politics/karnataka-govt-face-problem-168086/ | 2018-11-17T23:38:49Z | s3://commoncrawl/crawl-data/CC-MAIN-2018-47/segments/1542039743913.6/warc/CC-MAIN-20181117230600-20181118012004-00039.warc.gz | ory | 0.999981 | Orya | 5 | {"ory_Orya_score": 0.9999814033508301} |
ଶ୍ରୀନଗର : କାଶ୍ମୀରରେ ଏବେ ପଥରମାଡ ମାମଲା ଅନେକ କମିଯାଇଛି । ଗତ ବର୍ଷ ବା ଚଳିତ ବର୍ଷ ଆରମ୍ଭରୁ କାଶ୍ମୀର ଘାଟିରେ ହେଉଥିବା ପଥରମାଡ ଅନେକ କମିଯାଇଛି ବୋଲି କହିଛନ୍ତି ଚିଫ ଅଫ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ଲେପ୍ଟନାଣ୍ଟ ଜେନେରାଲ ସତୀଶ ଦୁଆ । ସେ କହିଛନ୍ତି ଯେ ଯଦି କାଶ୍ମୀରର ଯୁବକମାନେ ପଥଭ୍ରଷ୍ଟ ତେବେ କାହିଁକି ଅନେକ ସଂଖ୍ୟାରେ ସେନାରେ ଭର୍ତ୍ତି ହେବାକୁ ଆସୁଛନ୍ତି ? ଅଳ୍ପକିଛି ଯୁବକଙ୍କୁ ସୀମା ସେପଟୁ ଅର୍ଥ ପ୍ରଲୋଭନ ଦେଇ ପଥରମାଡ କରିବାକୁ ପ୍ରବର୍ତ୍ତା ଯାଉଛି ବୋଲି ସେ କହିଛନ୍ତି ।
ଏବେ ପାକିସ୍ତାନରେ ଆର୍ଥିକ ସଂକଟ ଦେଖାଦେଇଛି । ପାକିସ୍ତାନର ବୈଦେଶିକ ଋଣ ପରିମାଣ ଏବେ ପ୍ରାୟ ୯.୩ ବିଲିୟନ ଡଲାରରେ ପହଞ୍ଚିଛି ଯେବେକି ତାହାର ବୈଦେଶିକ ମୁଦ୍ରାଭଣ୍ଡାରରେ ଏହାଠାରୁ କମ ପ୍ରାୟ ୯ ବିଲିୟନ ଡଲାର ରହିଛି । ଯାହାକି ମାତ୍ର ୩ ମାସ ମଧ୍ୟରେ ଶେଷ ହୋଇଯିବ । ପୁଣି ପାକିସ୍ତାନକୁ ନିଜର ଏହି ୯.୩ ବିଲିୟନ ଡଲାର ଆସନ୍ତା ୩୧ ମାର୍ଚ୍ଚ ୨୦୧୯ ସୁଦ୍ଧା ପରିଶୋଧ କରିବାକୁ ହେବ । ଏ ପରିପ୍ରେକ୍ଷୀରେ ଏକରକମ ଦେବାଳିଆ ସ୍ଥିତିରେ ରହିଛି ପାକିସ୍ତାନ । ଏହି କାରଣରୁ କାଶ୍ମୀର ଆତଙ୍କବାଦୀମାନଙ୍କ ପାଖକୁ ଅଧିକ ଅର୍ଥ ପଠାଇପାରୁ ନାହିଁ ପାକିସ୍ତାନ । ଏପଟେ ଅର୍ଥ ନମିଳିବାରୁ କାଶ୍ମୀରରେ ଯୁବକମାନେ ପଥର ମାରିବା ବନ୍ଦ କରିଦେଇଛନ୍ତି । | <urn:uuid:7a103d3a-792b-4f17-8d63-641ecffff97a> | CC-MAIN-2018-47 | http://sambad.in/india-and-beyond/stone-pelting-at-kashmir-at-all-time-low-198315/ | 2018-11-20T13:48:11Z | s3://commoncrawl/crawl-data/CC-MAIN-2018-47/segments/1542039746398.20/warc/CC-MAIN-20181120130743-20181120152743-00346.warc.gz | ory | 0.999992 | Orya | 3 | {"ory_Orya_score": 0.9999918937683105} |
ବାଲେଶ୍ୱର/ଚାନ୍ଦିପୁର : ସୁପରସୋନିକ୍ କ୍ରୁଜ୍ ମିଜାଇଲ 'ବ୍ରହ୍ମୋସ୍'ର ସଫଳ ପରୀକ୍ଷଣ ହୋଇଯାଇଛି। ଆଜି ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚ୍ପ୍ୟାଡ୍ରୁ ପୂର୍ବାହ୍ନ ୧୦ଟା ୧୮ମିନିଟ୍ରେ ଏହି ମିଜାଇଲ ପରୀକ୍ଷଣ ହୋଇଥିଲା। ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି ମିଜାଇଲକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳଲଞ୍ଚର୍ରୁ ଉତ୍କ୍ଷେପଣ କରାଯାଇପାରିବ। ଶବ୍ଦର ବେଗଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ଏହି ମିଜାଇଲ୍ରେ ଦୁଇଟି ଷ୍ଟେଜ୍ବିଶିଷ୍ଟ ଇଂଜିନ୍ ବ୍ୟବହାର କରାଯାଇଥାଏ। ୩ ହଜାର କିଲୋଗ୍ରାମ୍ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଥିବା ଏହି ମିଜାଇଲ ସ୍ଥଳଭାଗରୁ ୪୫୦ରୁ ୬୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ବେଳେ ବାୟୁସେନାର ଯୁଦ୍ଧ ବିମାନରୁ ୪ ଶହ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ୍ ହିଟ୍ କରିପାରିବାର କ୍ଷମତା ରଖିଛି। ଘଣ୍ଟାପ୍ରତି ୩ ହଜାର ୪ ଶହ କିଲୋମିଟରରୁ ୩ ହଜାର ୭ଶହ କିଲୋମିଟର ବେଗରେ ଗତି କରିପାରୁଥିବା ସୁପରସୋନିକ କ୍ରୁଜ୍ ମିଜାଇଲ 'ବ୍ରହ୍ମୋସ୍'କୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ସାମିଲ କରାଯାଇଛି। ଏହାର ଲମ୍ବ ୮.୪ ମିଟର ହୋଇଥିବା ବେଳେ ମୋଟେଇ ୦.୬ ମିଟର ଓ ଓଜନ ୩ ହଜାର କିଲୋଗ୍ରାମ୍। | <urn:uuid:430b71cb-060f-4c5f-84fa-b66dd3e6c534> | CC-MAIN-2018-47 | http://sambad.in/state/brahmos-supersonic-missile-successfully-test-fired-178323/ | 2018-11-20T14:17:53Z | s3://commoncrawl/crawl-data/CC-MAIN-2018-47/segments/1542039746398.20/warc/CC-MAIN-20181120130743-20181120152743-00346.warc.gz | ory | 0.999954 | Orya | 4 | {"ory_Orya_score": 0.9999544620513916} |
ରାଣୀ ଲକ୍ଷ୍ମୀବାଈ ହେଲେ କଙ୍ଗନା !
ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିଜ ଅଭିନୀତ ଚଳଚିତ୍ର 'ମଣିକର୍ଣିକା ଦ କ୍ୱିନ ଅଫ ଝାନ୍ସୀ 'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ଫିଲ୍ମ ସେଟରେ ତାଙ୍କ ରାଣୀ ଲକ୍ଷ୍ମୀବାଇ ଲୁକର ଫଟୋ ସାମନାକୁ ଆସିଛି । ଏଥରେ ସେ ଏକ ସାଧାରଣ ଶାଢୀ ପିନ୍ଧି ଗମ୍ଭୀର ଅବସ୍ଥାରେ ନଜର ଆସିଛନ୍ତି ।
ବର୍ତ୍ତମାନ ଜୟପୁରରେ ଚାଲିଛି ଏହି ଚଳଚିତ୍ରର ସୁଟିଂ । ଫଟୋରେ କଙ୍ଗନା ରନାୱତ ରାଣୀ ଲକ୍ଷ୍ମୀବାଇଙ୍କ ଭଳି ଶାଢୀ ପରିଧାନ କରିଥିବା ନଜରକୁ ଆସିଛନ୍ତି । ସେ ହାଲକା ରଂଗର ଶାଢୀ ଓ ନାଲି ବିନ୍ଦି ଲଗାଇଛନ୍ତି , କାନ୍ଧରେ ଏକ ଚେକ୍ ଶାଲ ମଧ୍ୟ ପରିଧାନ କରିଛନ୍ତି । ତାଙ୍କର ପୂର୍ବ ଫିଲ୍ମ 'ସିମରନ' ବକ୍ସ ଅଫିସରେ କିଛି ଖାସ୍ ଯାଦୁ ଦେଖାଇ ପାରିନଥିଲା । ତେଣୁ ଏହି ଚଳଚିତ୍ରର ସଫଳତାକକୁ ନେଇ ସେ କଠିନ ପରିଶ୍ରମ କରିଛନ୍ତିି । କିଛି ଦିନ ପୂର୍ବେ ଏହି ଫିଲ୍ମର ଖଣ୍ଡାଯୁଦ୍ଧ ତାଲିମ ଭିଡିଓ ସାମନାକୁ ଆସିଥିଲା । | <urn:uuid:0ab66e9c-f182-4997-8402-e619d15297f9> | CC-MAIN-2018-47 | http://kanaknews.com/entertain-kangana-ranault-film-manikarnika-the-queen-of-jhansi-look-leak-on-social-media/ | 2018-11-17T07:00:30Z | s3://commoncrawl/crawl-data/CC-MAIN-2018-47/segments/1542039743294.62/warc/CC-MAIN-20181117061450-20181117083450-00497.warc.gz | ory | 1.000002 | Orya | 8 | {"ory_Orya_score": 1.0000019073486328} |
ଚମ୍ପୁଆ ୬/୬ (ଓଡ଼ିଆ ପୁଅ /ରଂଜନ ପ୍ରଧାନ ) ଗତ କିଛି ସପ୍ତାହ ଧରି ଚମ୍ପୁଆ ଅଂଚଳରେ ଉତ୍ପାତକରୁ ଥିବା ୨୨ ଦଳିଆ ହାତୀ ପଲ ଚମ୍ପୁଆ ଛାଡିଯିବାକୁ ନା ଧରୁ ନାହାନ୍ତି। ହାତୀ ପଲ ଚମ୍ପୁଆ ନିକଟବର୍ତ୍ତୀ ମିରିଗିସିଂଗା, ଯାମୁଦଲକ, ଅଢ଼ଙ୍ଗାପାଳ, ଗୋଧୂଳି, ରଜିଆ, ଶଶାଙ୍ଗ, ଆଦି ଗ୍ରାମ ରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ ହେଁ ଏମାନଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ବିଫଳ ହୋଇଛି। ଗତ ରାତି ବର୍ଧନା ମଧ୍ୟ ଦେଇ ହାତୀପଲଙ୍କୁ ମୟୁରଭଞ୍ଜ ଆଡକୁ ଘଉଡ଼ାଇ ଦିଆଯାଇଥିଲେ ହେଁ ପୁଣି ସକାଳ ବେଳକୁ ହାତୀ ପଲ ସରେଇ ଗାଁକୁ ଲେଉଟି ଆସିଛନ୍ତି। ଗାଁ ରେ ଖରାଦିନ ଧାନ ଫସଲ ନଷ୍ଟ କରିଛନ୍ତି। ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛିା ବନ ବିଭାଗର ସମସ୍ତ ପ୍ରକାର ପଦକ୍ଷେପ ବିଫଳ ହୋଇଛି ଯଦି ଏଣୁ ଚମ୍ପୁଆ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। | <urn:uuid:2db481f1-35e5-4cea-b3a6-39641d4a4516> | CC-MAIN-2018-47 | http://odiapua.com/%E0%AC%9A%E0%AC%AE%E0%AD%8D%E0%AC%AA%E0%AD%81%E0%AC%86-%E0%AC%9B%E0%AC%BE%E0%AC%A1%E0%AD%81-%E0%AC%A8%E0%AC%BE%E0%AC%B9%E0%AC%BE%E0%AC%A8%E0%AD%8D%E0%AC%A4%E0%AC%BF-%E0%AD%A8%E0%AD%A8-%E0%AC%A6/ | 2018-11-13T16:30:40Z | s3://commoncrawl/crawl-data/CC-MAIN-2018-47/segments/1542039741324.15/warc/CC-MAIN-20181113153141-20181113175141-00460.warc.gz | ory | 0.999969 | Orya | 2 | {"ory_Orya_score": 0.9999685287475586} |
ଯାଜପୁର, ୧୮ ।୪(ଓଡିଆପୁଅ/ମାନସ ରାଉତ): ଯାଜପୁର ଜିଲା ଦର୍ପଣ ତହସିଲ କାର୍ଯ୍ୟାଳୟ ପରିସରରେ ବୁଧବାର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଆଦାୟରେ ଉଲ୍ଳେଖନୀୟ ସଫଳତା ପାଇଁ ତହସିଲଦାର ଏହତ କାର୍ଯ୍ୟଳୟର କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରିଥିବା ବେଳେ କାର୍ଯ୍ୟରୁ ଅବସର ନେଇଥିବା କର୍ମଚାରୀଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବୁଧବାର ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉସôବରେ ଅତିରିକ୍ତ ତହସିଲଦାର ଅଭିଲିପ୍ସା ଦାଶ, ଅଭୟ କୁମାର ସ୍ୱାଇଁ, ରନôାକର ନାୟକ, ସବ-ରେଜିଷ୍ଟର ବିଶ୍ୱରଞ୍ଜନ ବିଶ୍ୱାସ ଉପସ୍ଥିତ ଥିଲେ । ରାଜସ୍ୱ ଆଦାୟରେ ସଫଳତା ପାଇଁ ରାଜସ୍ୱ ପରିଦର୍ଶକ ହରିହର ପ୍ରଧାନ, ତିନିଟି ବିଭାଗରେ ଅଗ୍ରଣୀ ଅସୁଲ ପାଇଁ ରାଜସ୍ୱ ନିରୀକ୍ଷକ ପଦ୍ମନାଭ ପଣ୍ଡା, ପ୍ରଥମ ଭାଗ ବକେୟା ଅସୁଲ ପାଇଁ ରାଜସ୍ୱ ନିରୀକ୍ଷକ ପାଷରୀ ପିଲୁଆ, ଦ୍ୱିତୀୟ ଭାଗ ବକେୟା ଅସୁଲ ପାଇଁ ରାଜସ୍ୱ ନିରୀକ୍ଷକ ଲକ୍ଷ୍ମୀପ୍ରିୟା ଦାସ, ପ୍ରଥମ ଭାଗ ହାଲ ଅସୁଲ ପାଇଁ ରାଜସ୍ୱ ନିରୀକ୍ଷକ ସରଣ କୁମାର ଜେନା, ଦ୍ୱିତୀୟ ଭାଗ ବକେୟା ଅସୁଲ ପାଇଁ ରାଜସ୍ୱ ନିରୀକ୍ଷକ ଦେବପ୍ରସାଦ ନାୟକଙ୍କୁ ଟ୍ରଫି ସହ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କର୍ମଚାରୀଙ୍କ ମଧ୍ୟରେ ପ୍ରଥମ କରି ପ୍ରଦାନ କରାଯାଇଥିବାରୁ ଆଗାମୀ ଦିନପାଇଁ ଅନ୍ୟ କର୍ମଚାରୀଙ୍କ ପାଇଁ ପ୍ରେରଣା ଦେବ ବୋଲି ଆଲୋଚନା ହେଉଛି । ସେହିପରି ଅବସର ଗ୍ରହଣ କରିଥିବା ଯୋଗେନ୍ଦ୍ର ନରାୟଣ ମିଶ୍ର, କ୍ଷିରୋଦ ସେଠୀ, ଗଜେନ୍ଦ୍ର ପ୍ରଧାନ, କେଶବଚନ୍ଦ୍ର ରାଉତଙ୍କୁ ତହସିଲଦାର ଓ କର୍ମଚାରୀମାନଙ୍କ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । | <urn:uuid:e3bfc8f9-5e76-4937-82ea-4d6e414f8e62> | CC-MAIN-2018-47 | http://odiapua.com/%E0%AC%A6%E0%AC%B0%E0%AD%8D%E0%AC%AA%E0%AC%A3-%E0%AC%A4%E0%AC%B9%E0%AC%B8%E0%AC%BF%E0%AC%B2%E0%AC%B0%E0%AD%87-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%B0%E0%AD%8D%E0%AC%A6%E0%AD%8D%E0%AC%A7%E0%AC%A8/ | 2018-11-13T16:20:18Z | s3://commoncrawl/crawl-data/CC-MAIN-2018-47/segments/1542039741324.15/warc/CC-MAIN-20181113153141-20181113175141-00460.warc.gz | ory | 1.000008 | Orya | 6 | {"ory_Orya_score": 1.0000076293945312} |
ଯାଜପୁର-୨୭/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ସୁକିନ୍ଦା ବିଜେଡିର ଦାନଗଦୀ କାର୍ଯ୍ୟାଳୟରେ ଠାରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଂଜନ ଘଡେଇଙ୍କ ଉପସ୍ତିରେ ଦେଉଳକଣ ପଂଚାୟତର ବିଜେପି କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ଘଡେଇ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ଏହି ଅବସରରେ ମିଶିଥିବା କର୍ମୀମାନେ ନିଜର ବକ୍ତବ୍ୟରେ କହିଛନ୍ତି ବିଜେଡି ସଭାପତି ତଥା ଓଡିଶା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ରାଜ୍ୟରେ ଚାଲିଥିବା ବିକାଶଧାରା ସହ ଆମ ଅଂଚଳର ଯୁବ ବିଧାୟକଙ୍କର କାର୍ଯ୍ୟଦକ୍ଷତା ଓ ଆମ ଅଂଚଳର ବିକାଶକୁ ପାଥେୟ କରି ଆମେ ମାନେ ବିଜେପି ଛାଡି ବିଜେଡି ରେ ସାମିଲ ହୋଇଛି । ଏମାନଙ୍କ ଯୋଗଦାନ ସୁକିନ୍ଦା ବିଜେଡି ସଂଗଠନକୁ ମଜବୁତ କରିବ ବୋଲି ବିଧାୟକ ନିଜର ବକ୍ତବ୍ୟରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୩୮ନମ୍ବର ଜୋନ ଜିଲାପରିଷଦ ସଭ୍ୟା ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ଦାନଗଦୀ ବ୍ଲକର ଯୁବ ବଜେଡି ଉପ ସଭାପତି ନରୋତ୍ତମ ବେହେରା,ଦେଉଳକଣ ପଂଚାୟତ ଯୁବ ବିଜେଡି ସଭାପତି ସୁରେଶ ଚନ୍ଦ୍ର ମହାନ୍ତ,ସାରଙ୍ଗପୁର ପଂଚାୟତର ଯୁବ ବିଜେଡି ସଭାପତି ପ୍ରଦୀପ ନାୟକ,ସାସ୍ୱତ ବେହୁରା ସମେତ ବହୁ କର୍ମୀମାନେ ଉପସ୍ତିତ ଥିଲେ । | <urn:uuid:79ce5ab4-542a-45c4-8bd5-dd6eaea03422> | CC-MAIN-2018-47 | http://odiapua.com/%E0%AC%B8%E0%AD%81%E0%AC%95%E0%AC%BF%E0%AC%A8%E0%AD%8D%E0%AC%A6%E0%AC%BE-%E0%AC%AC%E0%AC%BF%E0%AC%A7%E0%AC%BE%E0%AD%9F%E0%AC%95%E0%AC%99%E0%AD%8D%E0%AC%95-%E0%AC%AE%E0%AC%BF%E0%AC%B6%E0%AC%A8/ | 2018-11-13T15:41:51Z | s3://commoncrawl/crawl-data/CC-MAIN-2018-47/segments/1542039741324.15/warc/CC-MAIN-20181113153141-20181113175141-00460.warc.gz | ory | 0.999942 | Orya | 4 | {"ory_Orya_score": 0.9999417066574097} |
ପୁରୀ ଅଫିସ, ୨୬।୧୨: ବିଜୁ ଜନତା ଦଳ ମଙ୍ଗଳବାର ୨୦ ବର୍ଷରେ ପଦାର୍ପଣ କରିଛି। ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ରଠାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୦.୪୦ରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରର ଭିତର କାଠ ନିକଟକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଏହା ସହିତ ଜଗମୋହନର ସ୍ଥିତି ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ଗସ୍ତବେଳେ ପଞ୍ଚାୟତିରାଜ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଭୁବନେଶ୍ୱର ଏମ୍ପି ପ୍ରସନ୍ନ ପାଟଶାଣୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ପୁରୀ ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ ସାରି ସ୍ବର୍ଗଦ୍ୱାର ଯାଇଥିଲେ। ସ୍ବର୍ଗଦ୍ୱାର ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପୁରୀ ସର୍କିଟ୍ହାଉସ ଆସି କ୍ୟାବିନେଟ୍ ବୈଠକରେ ଯୋଗ ଦେଇଥିଲେ। | <urn:uuid:3e4641a6-f811-40e6-98af-1caf8bad79f1> | CC-MAIN-2018-47 | http://www.dharitri.com/main/news/15586 | 2018-11-16T06:03:17Z | s3://commoncrawl/crawl-data/CC-MAIN-2018-47/segments/1542039742978.60/warc/CC-MAIN-20181116045735-20181116071735-00220.warc.gz | ory | 1.000005 | Orya | 4 | {"ory_Orya_score": 1.000004529953003} |
ଓଲିଉଡରେ କାଷ୍ଟିଂ କାଉଚ ନେଇ ଗୋଟିଏ ପରେ ଗୋଟିଏ ଅଭିଯୋଗ ବଢିବାରେ ଲାଗିଛି । ଓଲିଉଡର ଚିଟଫଣ୍ଡ ଲିଙ୍କ ସାମ୍ନାକୁ ଆସିବା ପରେ ଆଜି ଅଭିନେତ୍ରୀ ଶର୍ମିଷ୍ଠା ଥାନାରେ ଅଭିଯୋଗ କରିଛନ୍ତି । କେମିତି ତାଂକୁ କଂପ୍ରୋମାଇଜ୍ କରିବାକୁ କହୁଥିଲେ ନିର୍ଦେଶକ ଓ ପ୍ରଯୋଜକ । ପୂର୍ବରୁ ଏହା କେବଳ ଅଭିଯୋଗ ସ୍ତରରେ ସୀମିତ ଥିବା ବେଳେ ଏବେ ଥାନାରେ ପହଁଚିଛି ମାମଲା । ଚଣ୍ଡି ପରିଜା ଓ ବାପି ଜେନାଙ୍କ ସମେତ ୬ଜଣଙ୍କ ବିରୋଧରେ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଥାନାରେ ଅଭିଯୋଗ । ଏହି ପ୍ରସଙ୍ଗ ଉପରେ ଆହୁରି ଅଧିକ ଜାଣିବା ପାଇଁ ଆସନ୍ତୁ ଦେଖିବା ଶର୍ମିଷ୍ଠାଙ୍କ ସହ କନକ ନ୍ୟୁଜର ଏହି ସ୍ୱତନ୍ତ୍ର ସାକ୍ଷାତକାର । | <urn:uuid:e9317d17-3a75-4a1e-962f-0ea3893724b8> | CC-MAIN-2018-47 | http://kanaknews.com/shramista-interview-about-casting-couch/ | 2018-11-17T10:58:13Z | s3://commoncrawl/crawl-data/CC-MAIN-2018-47/segments/1542039743353.54/warc/CC-MAIN-20181117102757-20181117124757-00380.warc.gz | ory | 0.999999 | Orya | 3 | {"ory_Orya_score": 0.9999992847442627} |
କାର୍ତ୍ତିକ ପ୍ରସ୍ତୁତି : ଏଥର ୩ ହଜାର ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା
କନକ ବ୍ୟୁରୋ: ଗତବର୍ଷ କାର୍ତ୍ତିକ ମାସରେ ପୁରୀରେ ଏକ ହଜାର ହବିଷ୍ୟାଳୀ ଅସ୍ଥାୟୀ ଶିବିରରେ ରହିଥିଲେ । ଏଥର କିନ୍ତୁ ୩୦୦୦ ହବିଷ୍ୟାଳୀଙ୍କ ପାଇଁ ସ୍ଥାୟୀ ରହଣି ବ୍ୟବସ୍ଥା ହେଉଛି । ଏଥି ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।
ଅକ୍ଟୋବର ୬ ତାରିଖରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ହବିଷ୍ୟାଳୀଙ୍କ ରହିବା ପାଇଁ ଯୋଜନା ହୋଇଛି । ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସର୍କିଟ ହାଉସଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲଙ୍କ ଉପସ୍ଥିତିରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ହବିଷ୍ୟାଳୀ ପହଞ୍ଚିବା ପୂର୍ବରୁ ପରିଚୟ ପତ୍ର ତିଆରି ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ହବିଷ୍ୟାଳୀମାନଙ୍କୁ ଜିଲ୍ଲାଓ୍ଵାରୀ ଅଲଗା ଅଲଗା ରଖିବା ପାଇଁ ନିଷ୍ପତ୍ତି ହୋଇଛି ।
ଗୋଟିଏ ରହଣିସ୍ଥଳରେ ଗୋଟିଏ ଜିଲ୍ଲାର ହବିଷ୍ୟାଳୀ ରଖିବା ପାଇଁ ଉଦ୍ୟମ କରାଯାଉଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହବିଷ୍ୟାଳୀମାନଙ୍କୁ ଅବଢ଼ା ପ୍ରଦାନ କରିବା ପାଇଁ ଯୋଜନା ହୋଇଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ପୂର୍ବରୁ ହବିଷ୍ୟାଳୀମାନଙ୍କୁ ଦିଆଯାଉଥିବା ଅବଢ଼ା ପାଇଁ ଏଥର ସୁଆର ମହାସୁଆର ନିଯୋଗ ବ୍ୟକ୍ତିଗତ ଭାବରେ ସୁଆରମାନଙ୍କୁ ନେଇ ଟେଣ୍ଡର ଡକା ଯିବା ପାଇଁ ନିଷ୍ପତ୍ତି ହୋଇଛି । ଗତ ବର୍ଷ କେତେକଙ୍କର ମୃତ୍ୟୁ ହୋଇଥିବାରୁ ଚଳିତବର୍ଷ ବୀମା କରାଯିବା ନେଇ ଚିନ୍ତା କରାଯାଇଥିଲା । ହେଲେ କୌଣସି ବୀମା କମ୍ପାନୀ ରାଜି ନ ହେବାରୁ ଏହା କରାଯାଇ ପାରି ନ ଥିବା ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି ।
ଏହି ଯୋଜନାରେ ସାମିଲ ହେବାପାଇଁ ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଆବେଦନ କରିବାର ଅବଧି ସେପେ୍ଟମ୍ବର ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ରହିଛି । ଏ ଯାବତ୍ ୧୦ ଜଣ ଆବେଦନ କରି ସାରିଛନ୍ତି । ରେଳବାଇ ଯାତ୍ରୀ ଆଶ୍ରୟସ୍ଥଳୀରେ ୮ଶହ ଜଣଙ୍କର ବ୍ୟବସ୍ଥା ହୋଇଥିବା ବେଳେ ରେଳବାଇ ବାରାକରେ ୪୦୦, ବଗଲା ଧର୍ମଶାଳାରେ ୨୦୦, ଜଗନ୍ନାଥ ବଲ୍ଲଭରେ ୪୦୦ଜଣଙ୍କର ବ୍ୟବସ୍ଥା ହୋଇଛି ।
ଆବଶ୍ୟକ ପଡ଼ିଲେ ଡୁଡ଼ୁଓ୍ଵାଲା, ବାଗାଡ଼ିଆ, ଗୋଏଙ୍କା ପ୍ରଭୃତି ଧର୍ମଶାଳାକୁ ପ୍ରସ୍ତୁତ ରଖାଯାଇଛି। ଶ୍ରୀମନ୍ଦିର ଠାରୁ ଦୂରରେ ରହିଥିବା ରହଣୀ ବ୍ୟବସ୍ଥାରୁ ସ୍ୱତନ୍ତ୍ର ବସ୍ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବ । ମଶା ଦାଉରୁ ରକ୍ଷା ପାଇବା ପାଇଁ ଏଥର ମଶାରୀ ବ୍ୟବସ୍ଥା କରାଯିବ ନାହିଁ । ମଶାଧୂଆଁ ସହ ମେସିନ୍ ଜରିଆରେ ମଶା ଘଉଡାଇବା ବ୍ୟବସ୍ଥା ହେବ । ସ୍ନାନ କରିବା ପାଇଁ କେବଳ ନରେନ୍ଦ୍ର ପୁଷ୍କରିଣୀକୁ ସ୍ୱୀକୃତି ପ୍ରାପ୍ତ କରାଯିବ । | <urn:uuid:d74c900d-b8d5-4496-a833-420144662a43> | CC-MAIN-2018-47 | http://kanaknews.com/odisha-govt/ | 2018-11-20T00:12:10Z | s3://commoncrawl/crawl-data/CC-MAIN-2018-47/segments/1542039746171.27/warc/CC-MAIN-20181119233342-20181120015342-00140.warc.gz | ory | 1.000007 | Orya | 7 | {"ory_Orya_score": 1.0000072717666626} |
ସୋମନାଥ ଶାସ୍ତ୍ରୀ ଜଣେ ବିଶିଷ୍ଟ ସଙ୍ଗୀତଜ୍ଞ ଥିଲେ । ସେ ତାଙ୍କ ସଙ୍ଗୀତ ଦ୍ୱାରା ଶ୍ରୋତୃମଣ୍ଡଳୀଙ୍କୁ ମୁଗ୍ଧ କରି ରଖୁଥିଲେ । ରାଜାଙ୍କ ନଅରରେ ମଧ୍ୟ ସେ ସଙ୍ଗୀତ ଆସରରେ ଗାନ କରୁଥା'ନ୍ତି । ଥରେ ସେ ଏକ ଏତେ ସୁନ୍ଦର ଗୀତ ଗାଇଲେ ଯେ ରାଜା ତାଙ୍କ ଉପରେ ଅତ୍ୟନ୍ତ ମୁଗ୍ଧ ହୋଇ ନିଜ ଗଳାରୁ ରତ୍ନହାର କାଢି ତାଙ୍କୁ ଉପହାର ଦେଲେ ଓ ତାଙ୍କୁ "ସଙ୍ଗୀତାଚାର୍ଯ୍ୟ" ପଦବୀ ମଧ୍ୟ ଦେଲେ ।
ସୋମନାଥଙ୍କ ସଙ୍ଗୀତର ପ୍ରଶଂସା ଶୁଣି ରାଣୀ ଦିନେ ରାଜାଙ୍କୁ ଅନୁରୋଧ କଲେ କି ଯେପରି ଅନ୍ତଃପୁରରେ ଥରେ ସେ ସଙ୍ଗୀତ ପରିବେଷଣ କରିବେ । ସଙ୍ଗେ ସଙ୍ଗେ ରାଣୀଙ୍କ ଇଚ୍ଛା କାର୍ଯ୍ୟକାରୀ ହେଲା ।
ଭଲଦିନ ଦେଖି ସଙ୍ଗୀତର ଆସର ବସିଲା । ସଙ୍ଗୀତର ଅର୍ଦ୍ଧେକ ଶେଷ ହେବା ପରେ ରାଣୀ ସଙ୍ଗୀତର ରାଗରାଗିଣୀ ଓ କୃତି ଉପରେ ଯେଉଁ ମନ୍ତବ୍ୟ କଲେ ତାହା ସୋମନାଥଙ୍କୁ ଆପତ୍ତିଜନକ ମନେ ହେଲା । ରାଣୀ ରାଜାଙ୍କୁ କହିଲେ, "ସେ କିପରି ସଙ୍ଗୀତଜ୍ଞ? ଆପଣ ତାଙ୍କୁ ପୁଣି ଦରବାରରେ ସ୍ଥାନ ଦେଇଛନ୍ତି; ପୁଣି ସଙ୍ଗୀତାଚାର୍ଯ୍ୟ ଉପାଧି ମଧ୍ୟ ଦେଇଛନ୍ତି । ମୋ ମତରେ ସେ ସଙ୍ଗୀତ ବିଷୟରେ ଆଦୌ କିଛି ବି ଜାଣନ୍ତି ନାହିଁ ।" ରାଣୀ ରାଜା ଓ ସଙ୍ଗୀତଜ୍ଞ ଦୁହିଁଙ୍କୁ ଆକ୍ଷେପ କରି ଏହିକଥା କହିଲେ । | <urn:uuid:96df6f3b-8ec2-4d08-a9c0-ea1e489e5ff2> | CC-MAIN-2018-47 | http://odiagapa.com/%E0%AC%B9%E0%AC%BE%E0%AC%B0%E0%AD%8D-%E0%AC%9C%E0%AC%BF%E0%AC%A4%E0%AD%8D/ | 2018-11-19T23:45:33Z | s3://commoncrawl/crawl-data/CC-MAIN-2018-47/segments/1542039746171.27/warc/CC-MAIN-20181119233342-20181120015342-00140.warc.gz | ory | 0.999996 | Orya | 8 | {"ory_Orya_score": 0.9999957084655762} |
ସାଂସଦଙ୍କୁ ଗାଁ ଲୋକଙ୍କ ବିରୋଧ ! ସାଂସଦ କଳିକେଶ ସିଂଦେଓଙ୍କୁ ଏକ ଭୂତଳ ପାଣି ଟାଙ୍କିର ଉଦଘାଟନ କରିବାକୁ ଦେଲେ ନାହିଁ ସ୍ଥାନୀୟ ଲୋକେ
କନକ ବ୍ୟୁରୋ: ସାଂସଦଙ୍କୁ ଗାଁ ଲୋକଙ୍କ ବିରୋଧ । ଉଦଘାଟନ କାର୍ଯ୍ୟକ୍ରମ କରିବାକୁ ଦେଲେ ନାହିଁ ସ୍ଥାନୀୟ ଲୋକେ । ବଲାଙ୍ଗିର ପୁଇଁତଳା ବ୍ଲକର ଜଳଗଡ ଗାଁରେ ଏକ ଭୂତଳ ପାଣି ଟାଙ୍କି ଉଦଘାଟନ ପାଇଁ ଲୋକସଭା ସାଂସଦ କଳିକେଶ ସିଂଦେଓ ଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଥିଲେ । କେବଳ ନିର୍ବାଚନକୁ ଆଖିର ରଖି ସାଂସଦ ସେମାନଙ୍କ ପାଖକୁ ଆସୁଛନ୍ତି ।
ଅନ୍ୟପଟେ ନିମ୍ନମାନର କାମ ଓ ଅଧାପନ୍ତରିଆ କାମକୁ ଉଦଘାଟନ କରିବାକୁ କେବଳ ବାହାବା ନେବାକୁ ସାଂସଦ ଚାହୁଁଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଲୋକଙ୍କ ତୀବ୍ର ବିରୋଧ ପରେ ସାଂସଦ କଳିକେଶ ସିଂଦେଓ ଉଦଘାଟନ ନକରି ଫେରିଆସିବାକୁ ବାଧ୍ୟ ହୋଇଥିଲେ । | <urn:uuid:f645d26b-39ff-4ca8-a0da-10210b742094> | CC-MAIN-2018-47 | http://kanaknews.com/villagers-protest-at-bolangir/ | 2018-11-12T17:59:39Z | s3://commoncrawl/crawl-data/CC-MAIN-2018-47/segments/1542039741016.16/warc/CC-MAIN-20181112172845-20181112194845-00375.warc.gz | ory | 1.000005 | Orya | 5 | {"ory_Orya_score": 1.000004768371582} |
ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ଟାର୍ଗେଟ କଲା କଂଗ୍ରେସ : ଓଡ଼ିଶା ଆସିବା ପୂର୍ବରୁ ମହାନଦୀରେ ସବୁ ନିର୍ମାଣ ବନ୍ଦ କରନ୍ତୁ ମୋଦି
ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତ ପୂର୍ବରୁ ଆଜି ପ୍ରଦେଶ କଂଗ୍ରେସ କମିଟି(ପିସିସି) ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ଉଠାଇ ଉଭୟ ମୋଦି ଓ ବିଜେପିକୁ ଅକଳରେ ପକାଇଛି। ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଏକତରଫା ତଥା ବେନିୟମ କାମକୁ ସ୍ୱୀକାର କରି ସେଥିପାଇଁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରିଛି କଂଗ୍ରେସ। ଯେତେପର୍ଯ୍ୟନ୍ତ ଟ୍ରିବ୍ୟୁନାଲ୍ରେ ମହାନଦୀ ଜଳ ବିବାଦର ନିଷ୍ପତ୍ତି ନ ହୋଇଛି, ସେତେପର୍ଯ୍ୟନ୍ତ ଛତିଶଗଡ଼ ସରକାରଙ୍କ ଦ୍ୱାରା ହୋଇଥିବା ସବୁ ବ୍ୟାରେଜ୍ ନିର୍ମାଣ ବନ୍ଦ ରହିବ ବୋଲି ମୋଦି କଟକର ମହାନଦୀ କୂଳରେ ଘୋଷଣା କରନ୍ତୁ ବୋଲି ଦଳ ଦାବି କରିଛି। ଏଥିସହିତ ପେଟ୍ରୋଲ ଓ ଡିଜେଲ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତଥା ବିଜେପି ଉପରେ ବର୍ଷିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ମୋଦି ବିଜେପିର ନୁହେଁ, ଦେଶର ପ୍ରଧାନମନ୍ତ୍ରୀ। ମହାନଦୀ କେବଳ ଛତିଶଗଡ଼ର ନୁହେଁ। ମହାନଦୀ ଉଜୁଡ଼ିଗଲେ, ଓଡ଼ିଶା ଉଜୁଡ଼ିଯିବ। ଛତିଶଗଡ଼ର ବେନିୟମ କାମ ନଜରକୁ ଆସିବା ପରେ ବି ପ୍ରଧାନମନ୍ତ୍ରୀ ସବୁ ଜାଣ ଧ୍ରୁତରାଷ୍ଟ୍ର ସାଜି ମହାଭାରତକୁ ଅପେକ୍ଷା କରିଛନ୍ତି। ଏଣୁ, ଓଡ଼ିଶାବାସୀଙ୍କ ମନରେ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି ତାକୁ ପ୍ରଧାନମନ୍ତ୍ରୀ ଦୂର କରନ୍ତୁ। ଟ୍ରିବ୍ୟୁନାଲ୍ ରାୟ ନ ଆସିବା ଯାଏଁ, ସବୁ ନିର୍ମାଣ ବନ୍ଦ କରିବା ସହିତ ଅଟକାଇଥିବା ପାଣିକୁ ତୁରନ୍ତ ଛାଡ଼ିବାକୁ ଛତିଶଗଡ଼ ସରକାରଙ୍କୁ ସେ ନିର୍ଦେଶ ଦିଅନ୍ତୁ। ମହାନଦୀ କୂଳରେ ସଭା କରି ଯଦି ସେ ରାଜ୍ୟବାସୀଙ୍କ ଦୁଃଖ ଦୂର ନ କରନ୍ତି, ତେବେ ତାଙ୍କୁ କେହି କ୍ଷମା ଦେବେ ନାହିଁ।
ଦେଶରେ ବିକାଶ ତାଲିକାରେ ଓଡ଼ିଶା ସବୁଠାରୁ ତଳେ ରହିଥିବା ଦର୍ଶାଇ ଶ୍ରୀ ପଟ୍ଟନାୟକ କହିଥିଲେ, ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ରାଜ୍ୟରେ ଜଳସେଚନ ନିମନ୍ତେ ୧ ଲକ୍ଷ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଧାନମନ୍ତ୍ରୀ ଘୋଷଣା କରନ୍ତୁ। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି କାଳିଆର ନାମ ନେଇ, ଲିଙ୍ଗରାଜଙ୍କୁ ପୂଜା କରି, ବକ୍ସି ଜଗବନ୍ଧୁଙ୍କ ନାଁ ନେଇ ଓଡ଼ିଶାବାସୀଙ୍କୁ ଜୁମ୍ଲା ଦେଖାଇଛନ୍ତି।
ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପେଟ୍ରୋଲ୍, ଡିଜେଲ୍ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। କହିଥିଲେ, ଏହାକୁ ଜିଏସ୍ଟିରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଯେଉଁ ପ୍ରସ୍ତାବ ଦେଉଛନ୍ତି, ତାହା ହାସ୍ୟାସ୍ପଦ। ଜିଏସ୍ଟି ଆଇନର ସଂଶୋଧନ କରି ପେଟ୍ରୋଲ୍, ଡିଜେଲ୍କୁ ଏହା ଅଧୀନରେ ଅଣାଗଲେ, ଲୋକେ ଦର ବୃଦ୍ଧିରୁ ରକ୍ଷା ପାଆନ୍ତେ। ଏ କ୍ଷେତ୍ରରେ ଶିଳ୍ପପତି, କର୍ପୋରେଟ୍ ଓ ଧନୀକ ଶ୍ରେଣୀର ଲୋକମାନଙ୍କଠାରୁ ଅଧିକ ଟିକସ ଆଦାୟ କରିବାର ବ୍ୟବସ୍ଥା କରିହେବ। ଯଦି ଜିଏସ୍ଟି ଆଇନରେ ପରିବର୍ତନ ସମୟସାପେକ୍ଷ, କେନ୍ଦ୍ର ସରକାର କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ କରି ମାତ୍ରାଧିକ ଦର ବୃଦ୍ଧିକୁ ରୋକିପାରିବେ ବୋଲି ଶ୍ରୀ ମିଶ୍ର କହିଥିଲେ। ସୂଚନାଧିକାର ତଥ୍ୟ ଅନୁଯାୟୀ ୨୦୧୭ ସେପ୍ଟେମ୍ବର ସୁଦ୍ଧା ପ୍ରଚାର କ୍ଷେତ୍ରରେ ପେଟ୍ରୋଲିୟମ ମନ୍ତ୍ରାଳୟ ୧୦୦.୫୭ କୋଟି ଖର୍ଚ କରିଥିବା ଦର୍ଶାଇ ଏ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ।
ପାରାଦୀପରେ ଭାରତୀୟ ତୈଳ ନିଗମର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ୧ ଲକ୍ଷ ସ୍ଥାନୀୟ ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ସୁଯୋଗ ମିଳିବ ବୋଲି ଘୋଷଣା କରିଥିଲେ। ଏ କଥା ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରାଇ ପ୍ରତିଶ୍ରୁତି ମୁତାବକ ୪ ବର୍ଷରେ ୪ ହଜାର ସ୍ଥାନୀୟ ଲୋକଙ୍କୁ ଚାକିରି ମିଳିଛି କି ବୋଲି ବିରୋଧୀ ଦଳ ନେତା ପଚାରିଥିଲେ। ଧାନର ଉତ୍ପାଦନ ଖର୍ଚ୍ଚର୍ର ଦେଢ଼ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏମ୍ଏସ୍ପି ଦେଢ଼ଗୁଣ ବୃଦ୍ଧି ପାଇଲେ, ରାଜ୍ୟରେ ଧାନର କ୍ୱିଣ୍ଟାଲ୍ ପିଛା ମୂଲ୍ୟ ୨୯୩୦ ଟଙ୍କା ହେବା କଥା। ଏ ନେଇ ବାଚସ୍ପତିଙ୍କ ନେତୃତ୍ୱରେ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ଆଲୋଚନା ପାଇଁ ଅନୁରୋଧ କରି ଚିଠି ଲେଖିଥିଲେ ମଧ୍ୟ ସୌଜନ୍ୟମୂଳକ ପ୍ରାପ୍ତିସ୍ୱୀକାର ମିଳିଲାନାହିଁ। ଏହା ଓଡ଼ିଶାବାସୀଙ୍କ ପାଇଁ ଉପହାସର ବିଷୟ ବୋଲି ବିରୋଧୀ ଦଳ ନେତା କହିଥିଲେ। ଭାରତୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷାର ଢାଞ୍ଚା ବଦଳାଇବାକୁ ଏନ୍ଡିଏ ସରକାର ଉଦ୍ୟମ ଚଳାଇଥିବା ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କେନ୍ଦ୍ରକୁ ସମାଲୋଚନା କରିଥିଲେ। | <urn:uuid:1043ffb1-a820-4543-a2d1-9f823ad57aaa> | CC-MAIN-2018-47 | http://sambad.in/politics/congress-targets-modis-visit-in-odisha-145489/ | 2018-11-18T02:33:22Z | s3://commoncrawl/crawl-data/CC-MAIN-2018-47/segments/1542039743960.44/warc/CC-MAIN-20181118011216-20181118033216-00455.warc.gz | ory | 1.000002 | Orya | 3 | {"ory_Orya_score": 1.000002384185791} |
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୧୩୪ଜଣ କନିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବରିଷ୍ଠ ଓଏଏସ୍ ଅଧିକାରୀ ପଦବିକୁ ସର୍ତମୂଳକ ପଦୋନ୍ନତି ଦିଆଯାଇଛି।
ଏହି ୧୩୪ଜଣ କନିଷ୍ଠ ଓଏଏସ୍ ଅଧିକାରୀଙ୍କ ମଧ୍ୟରେ ଉପ ଜିଲ୍ଲାପାଳ, ବିଡିଓ, ତହସିଲଦାର, ପ୍ରଶାସନିକ ଅଧିକାରୀ, ଅତିରିକ୍ତ ଭୂ-ଅଧିକାରୀ ଆଦି ରହିଛନ୍ତି। ଓଡ଼ିଶା ଲୋକସେବା କମିସନଙ୍କ ସୁପାରିସ କ୍ରମେ ସେମାନଙ୍କୁ ବରିଷ୍ଠ ଓଏଏସ୍ ଗ୍ରେଡ୍-ଏ(ବରିଷ୍ଠ ଶ୍ରେଣୀ)କୁ ପଦୋନ୍ନତି ଦିଆଯାଇଛି। ତେବେ ଏହି ପଦୋନ୍ନତି ଅସ୍ଥାୟୀ ଭାବେ ସର୍ବାଧିକ ଏକବର୍ଷ ପାଇଁ କିମ୍ବା ସେମାନଙ୍କର ଅବସର ନେବା ପର୍ଯ୍ୟନ୍ତ ଲାଗୁ ହେବ। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। | <urn:uuid:a62258ce-e3a0-4775-9953-3c9011d5380a> | CC-MAIN-2018-47 | http://sambad.in/state/134-senior-oas-officers-promotion-146185/ | 2018-11-18T01:49:26Z | s3://commoncrawl/crawl-data/CC-MAIN-2018-47/segments/1542039743960.44/warc/CC-MAIN-20181118011216-20181118033216-00455.warc.gz | ory | 0.999981 | Orya | 3 | {"ory_Orya_score": 0.9999814033508301} |
ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ରାଜ୍ୟ ବିଜେପି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କ ମୃତ୍ୟୁ ଖବର ଘୋଷଣା ହେଲା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭିଡ଼ ଜମିଥିଲା। ବହୁ ବରିଷ୍ଠ ନେତା ଓ କର୍ମୀ ସେଠାରେ ପହଞ୍ଚିଥିଲେ। ସେଠାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା। ଏଥିରେ ବହୁ ବରିଷ୍ଠ ନେତା ଓଡ଼ିଶା ପ୍ରତି ବାଜପେୟୀଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ। ୧୯୯୯ ମହାବାତ୍ୟା ପରେ ବାଜପେୟୀଙ୍କ ସହଯୋଗ, ଭୁବନେଶ୍ୱରରେ ଏମ୍ଏସ୍ ଓ ପାରାଦୀପରେ ତୈଳ ବିଶୋଧନାଗାର ପ୍ରତିଷ୍ଠା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାକୁ ଅନୁଦାନ, ଜାତୀୟ ରାଜପଥର ବିକାଶ ଆଦି କାମ ପାଇଁ ରାଜ୍ୟବାସୀ ତାଙ୍କୁ ଭୁଲିପାରିବେ ବୋଲି ସମସ୍ତେ ମତ ଦେଇଥିଲେ। ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ବିଧାୟକ ରବି ନାଏକ, ଉପସଭାପତି ସମୀର ମହାନ୍ତି ଓ ନୟନ ମହାନ୍ତି, ପୃଥ୍ଵୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକ, ଦିଲ୍ଲୀପ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ପିତାମ୍ବର ଆଚାର୍ଯ୍ୟ, ଜଗନ୍ନାଥ ପ୍ରଧାନ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉମାକାନ୍ତ ପଟ୍ଟନାୟକ, ଶିବାଜୀ ମହାନ୍ତି, ମହେଶ୍ୱର ସାହୁ ଓ ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ବାଜପେୟୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। | <urn:uuid:8509404c-620f-4cb6-9857-c75356294434> | CC-MAIN-2018-47 | http://sambad.in/state/bjp-celebrate-vajpayee-soka-sabha-195893/ | 2018-11-18T02:07:17Z | s3://commoncrawl/crawl-data/CC-MAIN-2018-47/segments/1542039743960.44/warc/CC-MAIN-20181118011216-20181118033216-00455.warc.gz | ory | 0.999986 | Orya | 3 | {"ory_Orya_score": 0.9999861717224121} |
ଆଜିଠୁ ମେଡିକାଲ କଲେଜରେ ନାମଲେଖା : ୧୦୭୮ ଛାତ୍ରଛାତ୍ରୀଙ୍କୁ ସିଟ୍ ଆଲଟ୍ମେଣ୍ଟ
ଭୁବନେଶ୍ୱର : ସରକାରୀ, ଘରୋଇ ମେଡିକାଲ କଲେଜର ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରୋଭିଜ୍ନାଲ ସିଟ୍ ଆଲଟ୍ମେଣ୍ଟ ହୋଇଛି। ମୋଟ ୪୪୩୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିବା ବେଳେ ୩,୧୩୯ ଜଣ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୦୭୮ ଛାତ୍ରଛାତ୍ରୀଙ୍କୁ ଆଜି ସିଟ୍ ଆଲଟ୍ମେଣ୍ଟ କରାଯାଇଛି। ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ଜୁଲାଇ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍ରେ ନାମଲେଖାଇପାରିବେ।
ପ୍ରତିଦିନ ଦୁଇଟି ଲେଖାଏ କଲେଜ ପାଇଁ ନାମଲେଖା ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ପ୍ରଥମ ଦିନ ଏସ୍ସିବି ଓ ଏମ୍କେସିଜି ମେଡିକାଲ କଲେଜର ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମଲେଖା ହେବ। ଜୁଲାଇ ୭ରେ ବୁର୍ଲାସ୍ଥିତ ଭିଏସ୍ଏସ୍ ମେଡିକାଲ କଲେଜର ଏମ୍ବିବିଏସ୍ ଓ ଏସ୍ସିବିର ବିଡିଏସ୍ ପାଠ୍ୟକ୍ରମ, ୮ ତାରିଖରେ କୋରାପୁଟ ଓ ବାରିପଦାଠାରେ ଥିବା ସରକାରୀ ମେଡିକାଲ କଲେଜର ଏମ୍ବିବିଏସ୍, ୯ ତାରିଖରେ ବଲାଙ୍ଗୀର ଓ ବାଲେଶ୍ୱର ସରକାରୀ ମେଡିକାଲ କଲେଜର ଏମ୍ବିବିଏସ୍ ଏବଂ ୧୦ ତାରିଖରେ ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜର ଉଭୟ ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ ପାଇଁ ନାମଲେଖା ହେବ। ନାମଲେଖା ପରେ ଜୁଲାଇ ୧୨ ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ଯୋଗଦେବେ। ଜୁଲାଇ ୨୪ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲି ଥିବା ସିଟ୍ ଓ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍ର ମିଳିତ ତାଲିକା ବାହାରିବ। ଏହି ସିିଟ୍ଗୁଡିକ ପାଇଁ ଜୁଲାଇ ୨୫ ପର୍ଯ୍ୟନ୍ତ ଚଏସ୍ ଫିଲିଂ ଓ ଲକିଂ ଚାଲିବ। ଅଗଷ୍ଟ ୧ ସୁଦ୍ଧା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ। | <urn:uuid:333b8ee2-233e-4df6-ab9d-1b125ae16b21> | CC-MAIN-2018-47 | http://sambad.in/state/medical-colleges-admission-today-171296/ | 2018-11-18T01:47:27Z | s3://commoncrawl/crawl-data/CC-MAIN-2018-47/segments/1542039743960.44/warc/CC-MAIN-20181118011216-20181118033216-00455.warc.gz | ory | 0.999972 | Orya | 8 | {"ory_Orya_score": 0.9999717473983765} |
ସେଣ୍ଟ୍ ପିଟର୍ସବର୍ଗ: ପୂରା ୯୦ ମିନିଟ୍ ଖେଳ ଗୋଲଶୂନ୍ୟ ରହିଥିଲା। କିନ୍ତୁ ଇନ୍ଜ୍ୟୁରୀ ଟାଇମ୍ରେ ବ୍ରାଜିଲ୍ ୨-୦ରେ ବାଜି ମାରିନେଲା। ଶାମ୍ଭା ନୃତ୍ୟ ବି ଉଛୁଳି ଉଠିଲା ସେଣ୍ଟ୍ ପିଟର୍ସବର୍ଗରେ। ଘଟଣାବହୁଳ ଏହି ପ୍ରତୀକ୍ଷିତ ମୁକାବିଲାରେ ବ୍ରାଜିଲ୍ ୨-୦ ଗୋଲ୍ରେ କୋଷ୍ଟାରିକା କଷ୍ଟକୁ ଦୂର କରି ମଧ୍ୟ ପ୍ରି-କ୍ୱାର୍ଟର ଫାଇନାଲ୍ ଦୌଡ଼ରେ ସାମିଲ ହୋଇଗଲା। ପ୍ରଥମ ମ୍ୟାଚ୍ରେ ସ୍ୱିଜରଲାଣ୍ଡ୍ ସହ ପଏଣ୍ଟ୍ ବାଣ୍ଟିଥିବା ନେମାରଙ୍କ ଦଳ ଏଥି ସହିତ ମଧ୍ୟ ବଡ଼ ଆଶ୍ୱସ୍ତି ମାରିଲା। ନେମାର ବି ବ୍ୟକ୍ତିଗତ ଗୋଲ୍ ଦେଇ ସବୁ ନିରାଶାକୁ ପଛରେ ପକାଇ ମ୍ୟାଚ୍ ଶେଷରେ ପଡ଼ିଆରେ ଦୀର୍ଘ ସମୟ ବସି କାନ୍ଦି ପକାଇଥିଲେ। ଲଗାତାର ପରାଜୟ ସହିତ କୋଷ୍ଟାରିକା ଅଭିଯାନ ଆଗୁଆ ଶେଷ ହୋଇଗଲା। ପ୍ରଥମ ମ୍ୟାଚ୍ରେ କୋଷ୍ଟାରିକାକୁ ସର୍ବିଆ ପରାସ୍ତ କରିଥିଲା।
ଶୁକ୍ରବାରର ଏହି ମ୍ୟାଚ୍ ଘଟଣାବହୂଳ ଥିଲା ଏଇଥି ପାଇଁ ଯେ ୩ ହଳଦିଆ କାର୍ଡ, ନେମାରଙ୍କ ଛଳନା, ଭାର୍ ଜରିଆରେ ବ୍ରାଜିଲ୍କୁ ମିଳିଥିବା ପେନାଲ୍ଟି ପ୍ରତ୍ୟାଖ୍ୟାନ ହେବା ଆଦି ଏକାଧିକ ଘଟଣା ନଜରକୁ ଆସିଥିଲା। କିନ୍ତୁ ମ୍ୟାଚ୍ ଥିଲା ଅନ୍ୟତମ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ। ମ୍ୟାଚ୍ର ଉଭୟାର୍ଧ ଗୋଲଶୂନ୍ୟ ରହିବାରୁ ୫ ଥର ବିଜେତା ବ୍ରାଜିଲ୍ ବେଳା ଖରାପ ବୋଲି ଚର୍ଚା ଆରମ୍ଭ ହୋଇଯାଇଥିଲା। ଆହତ ସମୟ ଭରଣା ପାଇଁ ଅତିରିକ୍ତ ଖେଳ ଅବଧି ଆରମ୍ଭ ହେବା ମାତ୍ରେ ବ୍ରାଜିଲ୍ ଭାଗ୍ୟ ଉଦୟ ହେବା ଭଳି ହୋଇଥିଲା। ବର୍ଧିତ ଅବଧିର ପ୍ରଥମ ମିନିଟ୍ (୯୧ତମ)ରେ ଫିଲିପ୍ କଟିନୋଙ୍କ ଗୋଲ୍ ଶାମ୍ଭା ଶିବିରରେ ଜୀବନ ଭରି ଦେଇଥିଲା। ରବର୍ଟ ଫିର୍ମିନୋ ବକ୍ସ ଅଞ୍ଚଳକୁ ବଲ୍ ପଠାଇବା ପରେ ଗାବ୍ରିଏଲ୍ ଜେସସ୍ଙ୍କ ଜରିଆରେ ପାଇଥିବା ବଲକୁ କଟିନୋ ଗୋଲ୍ରେ ପରିଣତ କରି ଦେଇଥିଲେ। ଶେଷ ତଥା ୯୭ତମ ମିନିଟ୍ରେ କୋଷ୍ଟାରିକା ରକ୍ଷଣଭାଗ ଦୁର୍ବଳତାରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇ ନେମାର ସହଜରେ ଗୋଲ୍ ଦେଇଥିଲେ। ନେମାର ଓ କଟିନା ହଳଦିଆ କାର୍ଡ ପାଇଥିଲେ ମଧ୍ୟ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଚମକ ଛାଡ଼ିଥିଲେ। ମ୍ୟାଚ୍କୁ ବ୍ରାଜିଲ୍ ୨-୦ରେ ଜିତିଥିଲେ ମଧ୍ୟ କୋଷ୍ଟାରିକା କିଛି କମ୍ କଷ୍ଟ କରିନଥିଲା।
ଭାର୍ ବି ଜିତିଲା
ବ୍ରାଜିଲ୍-କୋଷ୍ଟାରିକା ମ୍ୟାଚ୍ରେ ଭାର୍ (ଭିଡିଓ ଆସିଷ୍ଟାଣ୍ଟ ରେଫରି)ର ଏକ ମୁହୂର୍ତ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ନେମାରଙ୍କୁ ଫାଉଲ୍ ମାରିବା କାରଣରୁ ରେଫରି କୋଷ୍ଟାରିକା ବିପକ୍ଷରେ ପେନାଲଟି ଦେଇଥିଲେ। ଖେଳାଳି ଓ ପ୍ରଶଂସକ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ଶେଷରେ ସତ କଥାକୁ ପଦାରେ ପକାଇଥିଲା ଭାର୍। ବାସ୍ତବରେ ନେମାରଙ୍କୁ ଫାଉଲ୍ ହୋଇନଥିବାରୁ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା। କୋଷ୍ଟାରିକା ନିୟମିତ ସମୟରେ ଏକ ନିଶ୍ଚିତ ଗୋଲରୁ ବର୍ତିଯାଇଥିଲା। କିନ୍ତୁ ସବୁକିଛି ହରାଇଥିଲା ସମ୍ପ୍ରସାରିତ ସମୟରେ। ୭ ମିନିଟ୍ ଭିତରେ ଦୁଇଟି ଗୋଲ୍ ବରଣ କରି ଛାଡ଼ି ଦେଇଥିଲା ମ୍ୟାଚ୍। | <urn:uuid:e28a6b46-7c6d-48cf-af18-1b0a20a3c6f1> | CC-MAIN-2018-47 | http://sambad.in/sports/brazil-win-2-0-163997/ | 2018-11-19T09:29:27Z | s3://commoncrawl/crawl-data/CC-MAIN-2018-47/segments/1542039745522.86/warc/CC-MAIN-20181119084944-20181119110353-00057.warc.gz | ory | 0.999985 | Orya | 3 | {"ory_Orya_score": 0.9999845027923584} |
ଅଦାଲତ ଗେଟ୍ରେ ତାଲା ପକାଇଲେ ଆଇନଜୀବୀ : ଅଦାଲତ ପରିସରକୁ ଛାଡ଼ିଲେନି ଜଜ୍ଙ୍କୁ
ଆର୍ଟିଓ, ସବ୍ରେଜିଷ୍ଟ୍ରାର, ତହସିଲ କାର୍ଯ୍ୟାଳୟରେ ଅଚଳାବସ୍ଥା, ରାଜ୍ୟର ସମସ୍ତ ଆଇନଜୀବୀ ସଂଘ କର୍ମକର୍ତ୍ତାଙ୍କ ମିଳିତ ବୈଠକ ଆଜି
କଟକ : ଜଣେ ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ଆଇନଜୀବୀମାନେ ଅଗଷ୍ଟ ୨୯ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଆଜି କଟକ ଜିଲ୍ଲା ଜଜ୍ ଅଦାଲତ ଗେଟ୍ ବନ୍ଦ କରି ଧାରଣା ଦେଇଥିଲେ। ଅଦାଲତ ପରିସରକୁ କାହାରିକୁ ଛାଡ଼ି ନଥିଲେ। ଏପରିକି ଜିଲ୍ଲା ଓ ଦୌରା ଜଜ୍, ଅନ୍ୟ ବିଚାରବିଭାଗୀୟ ଅଧିକାରୀ ଅଦାଲତ ପରିସରକୁ ପ୍ରବେଶ କରି ନପାରି ଦୀର୍ଘ ସମୟ ଧରି ବାହାରେ ଛିଡା ହୋଇ ରହିଥିଲେ। ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଶ୍ରୀକାନ୍ତ ନାୟକ, ସଂପାଦକ ସତ୍ୟବ୍ରତ ପ୍ରଧାନ, କଟକ ବାର୍ ସଭାପତି ଉମାକାନ୍ତ ନନ୍ଦ, କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍ ସଭାପତି ଅକ୍ଷୟ କୁମାର ପତି, ସଂପାଦକ ପ୍ରଦୀପ ପରିଡା, କ୍ଷେତ୍ରମୋହନ ଧଳ ପ୍ରମୁଖ ପରିସର ବାହାରେ ଅଟକି ରହିଥିବା ବିଚାରବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଦିନ ସାରା ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଏହାର ପ୍ରଭାବ ସଦର ତହସିଲ କାର୍ଯ୍ୟାଳୟ, ଆରଟିଓ, ସବ୍-ରେଜିଷ୍ଟ୍ରାର ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଉପରେ ଦେଖିବାକୁ ମିଳିଥିଲା। ଏହି ସବୁ କାର୍ଯ୍ୟାଳୟରେ ଏକ ପ୍ରକାର ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ସର୍ବସାଧାରଣଙ୍କ ପାଇଁ ଉପଯୁକ୍ତ କାଉଣ୍ଟର ଓ ସେବାକେନ୍ଦ୍ର ଗୁଡିକ କିନ୍ତୁ କାର୍ଯ୍ୟ କରୁ ନଥିଲା। ଅପରାହ୍ନରେ କଚେରି ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ଆଇନଜୀବୀମାନେ।
ଅନ୍ୟପଟେ ଆସନ୍ତାକାଲି ରାଜ୍ୟର ସମସ୍ତ ଆଇନଜୀବୀ ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ପ୍ରସଂଗରେ ମିଳିତ ବୈଠକରେ ଆଲୋଚନା କରାଯାଇ ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ପଦକ୍ଷେପ ଗହଣ କରାଯିବ ବୋଲି ସୂଚନା ମିଳିଛି।
ମାଡ଼ ଘଟଣା: ଆଇନଜୀବୀଙ୍କୁ କ୍ରାଇମ୍ବ୍ରାଞ୍ଚ ଜେରା
କଟକ : ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ ଘଟଣାର ତଦନ୍ତ କ୍ରାଇମ୍ବ୍ରାଞ୍ଚ ଆରମ୍ଭ କରିଥିବା ବେଳେ ଆଜି କ୍ରାଇମ୍ବ୍ରାଞ୍ଚ ଟିମ୍ ନୂଆବଜାର ଅଞ୍ଚଳରେ ରହୁଥିବା ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଘରକୁ ଯାଇଥିଲା। କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଏସ୍.ଏଲ୍. ପଟ୍ଟନାୟକ ଶ୍ରୀ ପଟ୍ଟନାୟକଙ୍କୁ ପ୍ରାୟ ଏକ ଘଣ୍ଟା କାଳ ପଚରାଉଚରା କରିଥିଲେ। ୨୮ ତାରିଖରେ କେଉଁ ପରିସ୍ଥିତିରେ ଏ ପ୍ରକାର ବିବାଦ ସୃଷ୍ଟି ହୋଇଥିଲା, ସେ ସମ୍ପର୍କରେ ଆଇଜୀବୀ ଶ୍ରୀ ପଟ୍ଟନାୟକଙ୍କ ବୟାନ ରେକର୍ଡ କରାଯାଇଥିଲା। ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଆଜି ଅନୁପସ୍ଥିତ ଥିବାରୁ ସେମାନଙ୍କ ବୟାନ ସଂଗ୍ରହ କରାଯାଇ ପାରିନାହିଁ। ଆସନ୍ତାକାଲି ଚାଉଳିଆଗଞ୍ଜ ଥାନାର ଅଧିକାରୀ ଏବଂ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। | <urn:uuid:955a9024-53fe-4da0-9ea2-c8fdda736b19> | CC-MAIN-2018-47 | http://sambad.in/state/lawyers-closed-courts-to-protest-attack-on-advocate-208587/ | 2018-11-19T09:47:42Z | s3://commoncrawl/crawl-data/CC-MAIN-2018-47/segments/1542039745522.86/warc/CC-MAIN-20181119084944-20181119110353-00057.warc.gz | ory | 0.999985 | Orya | 3 | {"ory_Orya_score": 0.999984860420227} |
ମୁମ୍ବାଇ: ନିଜ ବାନ୍ଧବୀ ସହ ସହବାସ କାଳରେ ମାତ୍ରାଧିକ ଉତ୍ତେଜିତ ହୋଇପଡ଼ି ଜନୈକ ଇସ୍ରାଏଲୀ ଯୁବକ ବାନ୍ଧବୀଙ୍କର ବେକ ଓ ମୁହଁ ଉପରେ ଅତ୍ୟଧିକ ଚାପ ପ୍ରୟୋଗ କରି ତାଙ୍କୁ ଅଣନିଃଶ୍ୱାସୀ କରି ମାରି ଦେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ସଂପୃକ୍ତ ଯୁବକଙ୍କ ବିରୋଧରେ ଆଜି ଏକ ମାମଲା ଆଗତ କରିଛି।
ମୁମ୍ବାଇ ପୁଲିସ୍ ସୂତ୍ରରୁ ପ୍ରକାଶ, ଇସ୍ରାଏଲର ୨୩ ବର୍ଷ ବୟସ୍କ ଓରିରୋନ୍ ୟାକୋଭ ଓ ତାଙ୍କର ୨୦ ବର୍ଷ ବୟସ୍କା ଇସ୍ରାଏଲୀ ବାନ୍ଧବୀ ଗତ ବର୍ଷ ଏକ ପର୍ଯ୍ୟଟକ ଭିସା ନେଇ ଭାରତ ଆସିଥିଲେ। ଭାରତର ବିଭିନ୍ନ ସ୍ଥାନ ବୁଲିସାରିବା ପରେ ସେମାନେ ଗତ ବର୍ଷ ମାର୍ଚ୍ଚ ମାସରେ ଦକ୍ଷିଣ ମୁମ୍ବାଇର କୋଲାବା ଅଞ୍ଚଳରେ ଥିବା ଏକ ହୋଟେଲରେ ଅବସ୍ଥାନ କରିଥିଲେ।
ହୋଟେଲରେ ଅବସ୍ଥାନ କାଳରେ ଦିନେ ରାତିରେ ୟାକୋଭ ତାଙ୍କ ବାନ୍ଧବୀଙ୍କ ସହ ଯୌନ କ୍ରିୟାରେ ଲିପ୍ତ ଥିବା କାଳରେ ମାତ୍ରାଧିକ ଉତ୍ତେଜିତ ହୋଇପଡ଼ି ବାନ୍ଧବୀଙ୍କର ବେକ ଓ ମୁହଁ ଉପରେ ଅତ୍ୟଧିକ ଚାପ ପ୍ରୟୋଗ କରି ତାଙ୍କୁ ଅଣନିଃଶ୍ୱାସୀ କରିପକାଇ ଥିଲେ। ସେତେବେଳେ ସେ ତାଙ୍କ ବାନ୍ଧବୀଙ୍କର କୌଣସି ପ୍ରକାରର ପ୍ରତିରୋଧକୁ ଶୁଣିବା ସ୍ଥିତିରେ ନଥିଲେ। ଫଳରେ ଯୁବତୀ ଜଣଙ୍କ ଚେତାହରାଇ ନିସ୍ତେଜ୍ ହୋଇ ପଡ଼ିଯାଇଥିଲେ। ପରେ ୟାକୋଭ ହୋଟେଲ କର୍ମଚାରୀଙ୍କ ସହୟତାରେ ତାଙ୍କ ବାନ୍ଧବୀଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ। ହେଲେ, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ। ପରେ ଯୁବତୀ ଜଣଙ୍କର ପରିବାର ବର୍ଗ ଭାରତ ଆସି ଯୁବତୀଙ୍କର ମୃତଦେହକୁ ଇସ୍ରାଏଲ ନେଇ ଯାଇଥିଲେ ଏବଂ ୟାକୋଭ ମଧ୍ୟ ଇସ୍ରାଏଲ୍ ଫେରି ଯାଇଥିଲେ।
କିନ୍ତୁ, ମୁମ୍ବାଇ ପୁଲିସ୍ ଏହି ଘଟଣାରେ ଏକ ଦୁର୍ଘଟଣାଜନିତ ମୁତ୍ୟୁ ମାମଲା ଆଗତ କରି ତଦନ୍ତ ଚଳାଇଥିଲା। ଏବେ, ମୁମ୍ବାଇ ପୁଲିସ୍କୁ ସଂପୃକ୍ତ ଇସ୍ରାଏଲୀ ଯୁବତୀଙ୍କ ଫୋରେନ୍ସିକ୍ ପରୀକ୍ଷା ରିପୋର୍ଟ ମିଳିଛି। ଫୋରେନ୍ସିକ୍ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଯୁବତୀଙ୍କ ମୁତ୍ୟୁର କାରଣ ହେଉଛି; ଯୌନକ୍ରିୟା କାଳରେ ମାତ୍ରାଧିକ ଉତ୍ତେଜିତ ହୋଇପଡ଼ି ବେକ ଓ ମୁହଁ ଉପରେ ଅତ୍ୟଧିକ ଚାପ ପ୍ରୟୋଗ କରି ଅଣନିଃଶ୍ୱାସୀ କରିପକାଇବା! ଏହି ରିପୋର୍ଟ ମିଳିବା ପରେ ପୁଲିସ୍ ଏବେ ୟାକୋଭଙ୍କ ବିରୋଧ ଏକ ହତ୍ୟା ମାମଲା ରୁଜ୍ଜୁ କରି ତାଙ୍କୁ ସମନ୍ କରିଛି। | <urn:uuid:1dbf55bf-8054-4377-9dd2-dd62d90f7ae1> | CC-MAIN-2018-47 | http://sambad.in/india-and-beyond/israeli-man-booked-year-after-girlfriend-dies-of-suffocation-during-sex-in-mumbai-hotel-170362/ | 2018-11-20T17:52:27Z | s3://commoncrawl/crawl-data/CC-MAIN-2018-47/segments/1542039746528.84/warc/CC-MAIN-20181120171153-20181120193153-00215.warc.gz | ory | 0.999997 | Orya | 3 | {"ory_Orya_score": 0.9999974966049194} |
ହାଓ୍ଵାଇ( ଆମେରିକା) : ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ହାଓ୍ଵାଇ ଦ୍ୱୀପରେ ଶନିବାର ଦିନ ଏକ ବଡ଼ଧରଣର ଆଗ୍ନେୟ ଉଦଗୀରଣ ହୋଇଛି । ହାଓ୍ଵାଇର ବିଗ୍ ଆଇଲାଣ୍ଡରେ ହୋଇଥିବା ଏହି ଅଗ୍ନେୟ ଉଦଗୀରଣ ଫଳରେ ୬.୯ ତୀବ୍ରତାର ଭୂମିକମ୍ପ ଆସିଛି । ୧୯୭୫ ପରେ ହାଓ୍ଵାଇରେ ହୋଇଥିବା ଏହା ସର୍ବାଧିକ ଶକ୍ତିଶାଳୀ ଭୂମିକମ୍ପ । ବିଗ୍ ଆଇଲାଣ୍ଡର କିଲାଉ ଆଗ୍ନେୟଗିରିରେ ହୋଇଥିବା ଏହି ଆଗ୍ନେୟ ଉଦଗୀରଣ ଫଳରେ ସେ ଅଂଚଳରେ ରହୁଥିବା ପ୍ରାୟ ୧୭ଶହ ବାସିନ୍ଦାଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି ।
Lava erupting from a fissure in Hawaii pic.twitter.com/umf3cMlDBH
— Breaking911 Nature (@B911Nature) May 5, 2018
ଗତ ଗୁରୁବାରଦିନ ପ୍ରଥମ ଥର ପାଇଁ ଲାଭା ଉଦଗୀରଣ ହେବା ପରେ ସ୍ଥାନୀୟ ଲେଇଲାନୀ ଇଷ୍ଟେଟ ଓ ଲାନିପୁନା ଗାର୍ଡେନ୍ସର ଲୋକମାନଙ୍କୁ ବାଧ୍ୟତାମୂଳକ ଭାବେ ବିସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ଅଂଚଳରେ ଥିବା ସଡ଼କ ଗୁଡ଼ିକରୁ ମଧ୍ୟ ଲାଭା ବାହାରିବାରୁ ଲୋକଙ୍କୁ ବାଧ୍ୟତାମୂଳକ ହଟାଇବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଲାଭା ବାହାରିବା ସହିତ ବିଷାକ୍ତ ସଲଫର ଡାଇରକ୍ସାଇଡ୍ ଗ୍ୟାସ ନିର୍ଗତ ହେଉଥିବାରୁ ଉକ୍ତ ଅଂଚଳରେ ରହିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇ ଉଠିଛି ବୋଲି ହାଓ୍ଵାଇର ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ହାଓ୍ଵାଇର ଏହି କିଲାଉ ପର୍ବତରେ ବିଶ୍ୱର ଏକ ସକ୍ରିୟ ଆଗ୍ନେୟ ଗିରି ରହିଛି । ଗତ ୧୯୮୩ରୁ ଏଠାରେ ନିୟମିତ ଲାଭା ବାହାରୁଛି । | <urn:uuid:47c9b2e5-6f21-4efa-a57e-00c08c827513> | CC-MAIN-2018-47 | http://sambad.in/india-and-beyond/volcanic-eruption-in-hawaii-133858/ | 2018-11-20T18:18:34Z | s3://commoncrawl/crawl-data/CC-MAIN-2018-47/segments/1542039746528.84/warc/CC-MAIN-20181120171153-20181120193153-00215.warc.gz | ory | 1.000005 | Orya | 5 | {"ory_Orya_score": 1.0000051259994507} |
ମହାତ୍ମା ଗାନ୍ଧୀ ମାର୍ଗକୁ ବିକୃତ କରିଦେଲେ
ବର୍ଷତମାମ ବନ୍ଧା ହୋଇ ରହୁଛି ବ୍ୟାରିକେଡ୍, ସୌନ୍ଦର୍ଯ୍ୟକୁ ବିଗାଡ଼ୁଛି ଭଙ୍ଗାରୁଜା ବାଉଁଶ, ଆବର୍ଜନା ଗଦା
ଭୁବନେଶ୍ୱର: ରାଜଧାନୀର କେନ୍ଦ୍ର ସ୍ଥଳ ହେଉଛି ମାଷ୍ଟର୍ କ୍ୟାଣ୍ଟିନ୍ ଛକ। ଏଠାରୁ ସିଧା ରାଜ୍ୟ ଶାସନର ମୁଖ୍ୟାଳୟ ବିଧାନସୌଧକୁ ସଂଯୋଗ କରୁଥିବା ରାସ୍ତାଟିକୁ ସହରର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଭାବେ ବିବେଚନା କରାଯାଏ। 'ମହାତ୍ମା ଗାନ୍ଧୀ ମାର୍ଗ' ନାମରେ ପରିଚିତ ଏହି ୭୦୦ ମିଟର ରାସ୍ତା ତା'ର ସୌନ୍ଦର୍ଯ୍ୟ, ପ୍ରଶସ୍ତତା ଓ ସବୁଜିମା ପାଇଁ ବେଶ୍ ଲୋକପ୍ରିୟ। କିନ୍ତୁ ଏଇ କିଛି ବର୍ଷ ହେବ ମହାତ୍ମା ଗାନ୍ଧୀ ମାର୍ଗ ଉପରେ ଉଭୟ ସରକାରୀ ଓ ବେସରକାରୀ ଅତ୍ୟାଚାର ଏପରି ସୀମା ଲଂଘିଛି ଯେ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ଅଧିକାଂଶ ସମୟ ରାସ୍ତାଟି ଯାତାୟାତ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହୁଥିଲା ବେଳେ ଅନ୍ୟ ସମୟରେ ଏହାର ବିକୃତ ରୂପ ସହରବାସୀଙ୍କୁ ବ୍ୟଥିତ କରୁଛି। ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗ କେବଳ ସହର ଭିତରେ ନୁହେଁ, ସାରା ଓଡ଼ିଶାରେ ବେଶ୍ ପରିଚିତ। କାରଣ ଏହା ହେଉଛି ସରକାରୀ ଭାବେ ଘୋଷିତ ଧାରଣା ସ୍ଥଳ। ସରକାରଙ୍କ ନିକଟରେ ଯାହାର ଯେଉଁ ପ୍ରକାର ଦାବି ରହିଛି, ତାହାକୁ ପୂରଣ ପାଇଁ ସମସ୍ତେ ଛୁଟି ଆସନ୍ତି ଏହି ରାସ୍ତା ଉପରକୁ। ହଜାର ହଜାର ସମାବେଶ, ପୁଲିସ୍-ବିକ୍ଷୋଭକାରୀ ସଂଘର୍ଷ, ଅନଶନ, ବିଧାନସଭା ସମୟରେ ବିକ୍ଷୋଭ ଓ ନାରାବାଜିର ମୂକ ସାକ୍ଷୀ ମହାତ୍ମା ଗାନ୍ଧୀ ମାର୍ଗ। ସାଧାରଣତଃ ବିଧାନସଭା ସମୟରେ ଏଠାରେ ବହୁ ସଂଖ୍ୟାରେ ସଂଗଠନ ଧାରଣା ଓ ବିକ୍ଷୋଭ ଆୟୋଜନ କରନ୍ତି। ସେହି ସମୟରେ ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ୍ ରାସ୍ତା ଉପରେ ତିନି ଥାକିଆ ବ୍ୟାରିକେଡ୍ର ବ୍ୟବସ୍ଥା କରିଥାଏ। ରାସ୍ତାର ଦୁଇ କଡ଼ରେ ଥିବା ସରକାରୀ କ୍ୱାର୍ଟର୍ସ ସାମ୍ନାରେ ମଧ୍ୟ ବାଉଁଶର ଲମ୍ବା ବ୍ୟାରିକେଡ୍ ପଡ଼େ। ବିଧାନସଭା ସମୟ ବାଦ୍ ଅଗଷ୍ଟ ୧୫ ଓ ଜାନୁଆରି ୨୬ରେ ରାଜ୍ୟସ୍ତରୀୟ ପରେଡ୍ ଏଠାରେ ଆୟୋଜନ କରାଯାଉଥିବାରୁ ସେହି ସମୟରେ ଏଠାରେ ବ୍ୟାରିକେଡ୍ ନିର୍ମାଣ କରାଯାଏ।
ଏତିକି ସମୟ ବାଦ୍ ଅନ୍ୟ ସମୟରେ ରାସ୍ତାଟି ତା'ର ଚିରାଚରିତ ସୌନ୍ଦର୍ଯ୍ୟ ଫେରିପାଇଥାଏ। ଲୋକମାନେ ବେଶ୍ ସୁରୁଖୁରୁରେ ଯା'ଆସ କରନ୍ତି। କିନ୍ତୁ ଗତ ଦୁଇ ତିନି ବର୍ଷ ହେବ ମହାତ୍ମା ଗାନ୍ଧୀ ମାର୍ଗରେ ବର୍ଷତମାମ ବ୍ୟାରିକେଡ୍ ରହୁଥିବାର ଦେଖାଯାଉଛି। ଯଦିଓ ମୁଖ୍ୟ ରାସ୍ତା ଉପରୁ ସାମୟିକ ଭାବେ ହଟାଇ ଦିଆଯାଉଛି, ତେବେ ରାସ୍ତାର ଦୁଇ କଡ଼ରେ ବ୍ୟାରିକେଡ୍ ରହୁଛି। ବ୍ୟାରିକେଡ୍ରେ ଲାଗିଥିବା ବାଉଁଶ ନଷ୍ଟ ହୋଇ ଭାଙ୍ଗିଗଲାଣି। କିନ୍ତୁ ତାହାକୁ ଉଠାଇବାକୁ କେହି ଉଚିତ ମଣୁ ନାହାନ୍ତି। ଏହା ସହ ବିଧାନସଭା ସମୟରେ ସେଠାରେ ପୁଲିସ୍ର ଅସ୍ଥାୟୀ ତମ୍ବୁ ପଡ଼େ। ଏବେ ସେହି ତମ୍ବୁ ଉପରୁ ପାଲ ଉଠାଇ ଦିଆଯାଇଥିଲେ ବି ବାଉଁଶ ସେମିତି ବନ୍ଧା ହୋଇ ରହିଛି। ରାସ୍ତା ଉପରେ ଅତ୍ୟାଚାର ଏତିକିରେ ଶେଷ ହୋଇ ନାହିଁ। ଯେହେତୁ ପୁଲିସ୍ ଅନାବଶ୍ୟକ ଭାବେ ବାଉଁଶ ପୋତି ରାସ୍ତାକୁ ବିକୃତ କରିଦେଇଛି, ତାହାର ସୁଯୋଗ ବି ଅନ୍ୟମାନେ ନେଉଛନ୍ତି। ରାସ୍ତା କଡ଼ରେ ଘରର ଭଗ୍ନାବଶେଷ ଗଦା କରିଦିଆଯାଇଛି। ଏପରି ଆବର୍ଜନା ଗଦା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରୁଛି। ମହାତ୍ମା ଗାନ୍ଧୀ ମାର୍ଗ ସହରର କେନ୍ଦ୍ର ସ୍ଥଳରେ ଥିବାରୁ ଧାରଣା ଓ ବିକ୍ଷୋଭ ପାଇଁ ସରକାରଙ୍କ ପକ୍ଷରୁ ଅନ୍ୟ ଏକ ସ୍ଥାନ ଚିହ୍ନଟ ହେବ ବୋଲି ଦୀର୍ଘ ବର୍ଷ ହେଲା ଘୋଷଣା ହୋଇଛି। କିନ୍ତୁ ଜାଗା ଚିହ୍ନଟ ହୋଇପାରିନି କି ଧାରଣାସ୍ଥଳ ଉଠି ପାରୁନି। ସ୍ଥାୟୀ ପ୍ରତିକାର ହେବା ପର୍ଯ୍ୟନ୍ତ ବିଧାନସଭା ସମୟ ବାଦ୍ ଅନ୍ୟ ସମୟରେ ପୁଲିସ୍ ଏହି ରାସ୍ତାକୁ ସ୍ୱାଭାବିକ କରିବା ପାଇଁ ଦାବି ଉଠୁଛି। ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଲା ପରେ ଜନପଥର ଭିତ୍ତିଭୂମି ବିକାଶ କାର୍ଯ୍ୟ ତ୍ୱରିତ ବେଗରେ ଜାରି ରହିଛି। ତେଣୁ ଜନପଥକୁ ଲାଗି ରହିଥିବା ମହାତ୍ମା ଗାନ୍ଧୀ ମାର୍ଗ ସେହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏ ଦିଗରେ ପ୍ରଶାସନ ଗୁରୁତର ସହ ଚିନ୍ତା କରିବା ଉଚିତ ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି। | <urn:uuid:7333e428-409e-4964-a85e-09bbfb20f9b9> | CC-MAIN-2018-47 | http://sambad.in/metro/mohatama-gandhi-marg-162247/ | 2018-11-20T17:49:16Z | s3://commoncrawl/crawl-data/CC-MAIN-2018-47/segments/1542039746528.84/warc/CC-MAIN-20181120171153-20181120193153-00215.warc.gz | ory | 0.999946 | Orya | 4 | {"ory_Orya_score": 0.9999464750289917} |
ଅପରାଧୀ ଚଗଲାକୁ ଏନ୍କାଉଣ୍ଟର ମାମଲା : ରାଜ୍ୟ ମାନବାଧିକାର କମିସନ୍ରେ ପିଟିସନ୍, ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦେଶ
ଭୁବନେଶ୍ୱର : କଟକ ନିଆଳି ଥାନା ଅଧୀନ ରାଣୀଓଳା ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ ଚଗଲା ମଲ୍ଲିକକୁ ନୟାଗଡ଼ରେ ଏନ୍କାଉଣ୍ଟର୍ ଘଟଣାରେ ରାଜ୍ୟ ମାନବାଧିକାର କମିସନ୍ଙ୍କ ନିକଟରେ ପିଟିସନ୍ ଦାଖଲ ହୋଇଛି। କମିସନ୍ ଏହି ପିଟିସନ୍କୁ ଗ୍ରହଣ କରି କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଓ କ୍ରାଇମ୍ବ୍ରାଞ୍ଚ ଏଡିଜିଙ୍କୁ ୬ ସପ୍ତାହ ମଧ୍ୟରେ ପୃଥକ ପୃଥକ ଭାବେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।
ଚଳିତ ମାସ ୫ ତାରିଖ ମଧ୍ୟ ରାତିରେ ନୟାଗଡ଼ ଟାଉନ୍ ପୁଲିସ ଚଗଲାକୁ ଏନକାଉଣ୍ଟର୍ କରିଥିଲା। ପ୍ରଥମେ ଚଗଲାକୁ ନୟାଗଡ଼ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା। ତେବେ କଟକରେ ଚଗଲାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ପକ୍ଷରୁ କୁହାଯାଇଥିଲା କି ଚଗଲା ଜଣେ ଦୁର୍ଦାନ୍ତ ଅପରାଧୀ। ତା ବିରୋଧରେ ଏକାଧିକ ସଂଗିନ ମାମଲା ରହିଛି। ଘଟଣା ରାତିରେ ପୁଲିସ ତାକୁ ଗିରଫ କରିବାକୁ ଉଦ୍ୟମ କରିବାବେଳେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପୁଲିସ ଜୀବନରକ୍ଷା କରିବାକୁ ଯାଇ ପାଲଟାଗୁଳି ଚଳାଇଥିଲା। ଚଗଲାର ଦୁଇ ଗୋଡ଼ରେ ପୁଲିସର ଗୁଳି ବାଜିଥିଲା।
ତେବେ ଚଗଲାର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ତାଙ୍କ ପରିବାର ଲୋକ। ପରିବାର ଲୋକ ଅଭିଯୋଗ କରିଛନ୍ତି କି ଦୁଇ ଦିନ ତଳୁ ଚଗଲାକୁ ପୁଲିସ ଘରୁ ଉଠାଇ ଆଣିଥିଲା। ପରେ ତାକୁ ଏନ୍କାଉଣ୍ଟର୍ କରାଯାଇଥିଲା। ଏ ନେଇ ଆଜି ମାନବାଧିକାର କର୍ମୀ ବିଶ୍ୱପି୍ରୟ କାନୁନ୍ଗୋ ରାଜ୍ୟ ମାନବାଧିକାର କମିସନ୍ଙ୍କ ନିକଟରେ ପିଟିସନ୍ ଦାଖଲ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ହେବା ସହିତ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଚଗଲାଙ୍କ ପରିବାରକୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବାକୁ ପିଟିସନ୍ରେ ଉଲ୍ଲେଖ କରାଯାଇଛି। | <urn:uuid:27079238-2ab9-470f-8eca-dc2e8b3b0052> | CC-MAIN-2018-47 | http://sambad.in/state/criminal-chagala-encounter-case-174185/ | 2018-11-20T18:10:57Z | s3://commoncrawl/crawl-data/CC-MAIN-2018-47/segments/1542039746528.84/warc/CC-MAIN-20181120171153-20181120193153-00215.warc.gz | ory | 0.99996 | Orya | 3 | {"ory_Orya_score": 0.9999599456787109} |
କନକ ବ୍ୟୁରୋ : ବଡଘର ବଡ ଗୁମର କଥା । ଭୁବନେଶ୍ୱର ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କ ପରିବାର ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ପୁତୁରା ବୋହୂ । ଦୀର୍ଘ ୨ ବର୍ଷ ଧରି ଯୈ÷ାତୁକ ପାଇଁ ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ମହିଳା ଜଣକ । ୧୦ ଲକ୍ଷ ଟଙ୍କା ନଆଣିଲେ ଘରୁ ବାହାର କରିଦେବା ପାଇଁ ବାରମ୍ବାର ଧମକ ଦେଇଥିବା ନେଇ କମିଶନରେଟ ପୋଲିସ ଆଗରେ ସେ ଫେରାଦ ହୋଇଛନ୍ତି ।
ବଡ ଘର ବଡ ଗୁମର କଥା ।ଶ୍ୱଶୁର ଘରର ଅତ୍ୟାଚାର ସହି ନପାରି ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା । ପଦାକୁ ଆସିଛି ବଳିୟାର ସିଂହ ପରିବାରର ଗୁମର । ପୁତୁରା ବୋହୁ ପୁର୍ବତନ ଭୁବନେଶ୍ୱର ବ୍ଲକ ଚେୟାରମ୍ୟାନ ବୁଟୁ ବଳିୟାର ସିଂହଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ଅନୁସାରେ, ଦୀର୍ଘ ୨ ବର୍ଷ ଧରି ବୋହୁକୁ ଶାରିରୀକ ନିର୍ଯ୍ୟାତନା ତଥା ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ଏପରିକି ଯୈ÷ାତୁକ ବାବଦକୁ ୧୦ ଲକ୍ଷ ଟଙ୍କା ନ ଆଣିଲେ ଘରୁ ବାହାର କରିବାର ଧମକ ବି ମିଳିଥିଲା । ବୋହୁ ପେଟରେ ବଢୁଥିବା ପିଲାକୁ ନଷ୍ଟ କରି ଦେବା ଭଳି ହିନ କାମ ବି ପରିବାର ପଛାଇ ନଥିବା କହିଛନ୍ତି ପୀଡିତା ।
ବୈ÷ଦିକ ରିତିନିତି ଅନୁସାରେ ଏପ୍ରିଲ ୨୦୧୬ରେ ମେଣ୍ଡାଳଶାଳର ସମ୍ବିତ ବଳିୟାରସିଂହଙ୍କୁ ବିବାହ କରିଥିଲେ ସାଲେପୁରର ତିଲକଣା ଗାଁର ଏହି ମହିଳା । ହେଲେ ୨ ବର୍ଷ ଧରି ଏକାକି ହୋଇ ପଡିଥିଲେ ଏହି ମହିଳା ଜଣକ । ଘରର ଶ୍ୱଶୁର, ଶାଶୁ, ଦାଦାଶ୍ୱଶୁର, ଖୁଡି ଶାଶୁ ଓ ସ୍ୱାମୀ ମିଶି ଘରୁ ବାହାର କରି ଦେଇଥିବା ଅଭିଯୋଗ ଆସିଛି । ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି । | <urn:uuid:59378764-04d5-4c75-9a8a-c882551a7c67> | CC-MAIN-2018-47 | http://kanaknews.com/complaint-against-baliyara-singh-family-by-daughter-in-law/ | 2018-11-16T10:07:12Z | s3://commoncrawl/crawl-data/CC-MAIN-2018-47/segments/1542039743007.0/warc/CC-MAIN-20181116091028-20181116113028-00101.warc.gz | ory | 0.99999 | Orya | 3 | {"ory_Orya_score": 0.9999903440475464} |
ଔରଙ୍ଗାବାଦ: ଶୁକ୍ରବାର ବିଳମ୍ବିତ ରାତ୍ରୀରେ ସହରରେ ବ୍ୟାପିଥିବା ସାମ୍ପ୍ରଦାୟିକ ଦଙ୍ଗାରେ ପୁଲିସ କର୍ମଚାରୀ ସାମିଲ ହୋଇଥିବା ଘଟଣାର ତଦନ୍ତାଦେଶ ଦେଇଛି ପୁଲିସ। ଗାଡ଼ି ଓ ଘର ପୋଡୁଥିବା ଦଙ୍ଗାକାରୀଙ୍କ ସହ ପୁଲିସ ସାମିଲ ହୋଇଥିବା କଥା ଭିଡିଓରେ ଦେଖାଯାଇଛି।
ରାସ୍ତାପାର୍ଶ୍ୱର କୌଣସି ଏକ ଘରର ଝରକାରୁ ରେକର୍ଡ କରାଯାଇଥିବା ଏହି ୯ ମିନିଟିଆ ଭିଡିଓ କ୍ଲିପ୍ ଶନିବାର ପାହାନ୍ତା ପହରରେ ସୁଟିଙ୍ଗ୍ କରାଯାଇଥିବା ଅନୁମାନ କରାଯାଉଛି। ସେଥିରେ ସ୍ପଷ୍ଟ ଦେଖା ଯାଉଛି ଯେ ଗାଡ଼ି ପୋଡ଼ିବା ପାଇଁ କିଛି ସାମଗ୍ରୀ ଧରି ଯାଉଥିବା ଦଙ୍ଗାକାରୀମାନଙ୍କ ସହ ପ୍ରାୟ ୧୦ ଜଣ ପୁଲିସବାଲା ଯାଉଛନ୍ତି।
ସହରରେ ଇଣ୍ଟର୍ନେଟ୍ ସେବା ସ୍ଥଗିତ ରଖାଯାଇଥିବାରୁ ଫୁଟେଜ୍ଟି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇନାହିଁ। ଔରଙ୍ଗାବାଦ ପୁଲିସର କାର୍ଯ୍ୟନିର୍ବାହୀ ମୁଖ୍ୟ ମିଳିନ୍ଦ ଭାରମ୍ବେ କହନ୍ତି: ମାମଲା ବଡ଼ ଗମ୍ଭୀର ହୋଇଥିବାରୁ ଆମେ ଏହାର ତଦନ୍ତ କରୁଛୁ। ମୁଁ ପ୍ରତିଶ୍ରୁତି ଦେଉଛି କୌଣସି ଦୋଷୀ ପୁଲିସବାଲା କି, ଦଙ୍ଗାକାରୀ ଛାଡ଼ ପାଇବେ ନାହିଁ।
ସେ ଭିଡିଓ କ୍ଲିପ୍ଟିକୁ ମିଳିନ୍ଦ ମଧ୍ୟ ଦେଖି ଚୁପ୍ ହୋଇ ଯାଇଛନ୍ତି।
ପରିସ୍ଥିତି ଉପରେ ଦୃଷ୍ଟି ରଖିବା ସହ ହିଂସା ରୋକିବାକୁ ଔରଙ୍ଗାବାଦକୁ ପଠାଯାଇଥିବା ଆଇନ ଓ ଶୃଙ୍ଖଳା ବିଭାଗର ଅତିରିକ୍ତ ଡିଜିପି ବିପିନ ବିହାରୀ କହନ୍ତି: ଆଇନକୁ ନିଜ ହାତକୁ ନେଇ ଥିବା ପୁଲିସ ସମେତ କାହାରିକୁ ଛଡ଼ାଯିବ ନାହିଁ।
ଭିଡିଓରେ ଦେଖା ଯାଉଛି ପୁଲିସବାଲାଙ୍କ ଉପସ୍ଥିତିରେ ଦଙ୍ଗାକାରୀମାନେ ଥୁଆଯାଇଥିବା ଗାଡ଼ି ସବୁ ନଷ୍ଟ କରୁଛନ୍ତି। ଗାଡ଼ି କାଚ ଭାଙ୍ଗି ସେଥିରେ ନିଅାଁ ଲଗାଉଛନ୍ତି। | <urn:uuid:eee930a7-915c-493d-b9ec-b408466cd003> | CC-MAIN-2018-47 | http://sambad.in/india-and-beyond/cops-walked-with-mob-in-aurangabad-shows-video-139249/ | 2018-11-16T10:13:18Z | s3://commoncrawl/crawl-data/CC-MAIN-2018-47/segments/1542039743007.0/warc/CC-MAIN-20181116091028-20181116113028-00101.warc.gz | ory | 0.99996 | Orya | 6 | {"ory_Orya_score": 0.9999599456787109} |
କଲମ୍ବୋ : ଚୀନ ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରକୁ ଅକ୍ତିଆର କରିବା ପରେ ଭାରତ ମହାସାଗରର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦକ୍ଷିଣ ଚୀନ ସାଗର ପରି ଏ ଅଂଚଳରେ ମଧ୍ୟରେ ଚୀନ ଦାଦାଗିରି ଦେଖାଇବ ବୋଲି ଭାରତ, ଜାପାନ ଓ ଆମେରିକା ପରି ଦେଶ ଆଶଙ୍କା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ରଣ କୌଶଳ ପ୍ରସ୍ତୁତ କରୁଛନ୍ତି ଏହି ତିନି ଦେଶ । ଏହି ଯୋଜନା ଅନୁସାରେ ଶ୍ରୀଲଙ୍କାର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ତ୍ରିକୋମାଲି ବନ୍ଦରର ବିକାଶ କରିବା ଓ ସେଠାରେ ନିଜର ନୌସେନାର ଉପସ୍ଥିତି ରଖିବା । ଚଳିତ ମାସରେ ଉଭୟ ଆମେରିକା ଓ ଜାପାନର ବରିଷ୍ଠ ସାମରିକ ଅଧିକାରୀମାନେ ଶ୍ରୀଲଙ୍କା ଗ୍ରସ୍ତ କରିଛନ୍ତି । ଭାରତ ମଧ୍ୟ ନିୟମିତଭାବେ ଶ୍ରୀଲଙ୍କା ସରକାରଙ୍କ ସହ ଯୋଗାଯୋଗ ରଖିଛି । ଏହି ଯୋଜନା ସଫଳ ହେଲେ ଚୀନର ରଣନୀତିକୁ ପଣ୍ଡ କରିବାରେ ଏହା ଏକ ବଡ଼ ସଫଳତା ହେବ । ସୂଚନାଯୋଗ୍ୟ ହାମ୍ବନତୋଟା ବନ୍ଦରର ପରିଚାଳନା ପାଇଁ ଶ୍ରୀଲଙ୍କା ଚୀନକୁ ୯୯ ବର୍ଷିଆ ଲିଜ ସୁତ୍ରରେ ପ୍ରଦାନ କରିଛି । ଶ୍ରୀଲଙ୍କା ସରକାର ଚୀନଠାରୁ ଆଣିଥିବା ୧ ବିଲିୟନ ଡଲାର (୧୦୦ କୋଟି ଡଲାର) ପରିଶୋଧ କରିପାରୁନଥିବାରୁ ଚୀନ ହାତକୁ ଏହି ବନ୍ଦରକୁ ଟେକି ଦେଇଛନ୍ତି । ଶ୍ରୀଲଙ୍କାର ଏହି ପଦକ୍ଷେପ ଦ୍ୱାରା ଭାରତର ସୁରକ୍ଷା ପ୍ରତି ଗୁରୁତର ବିପଦର ଆଶଙ୍କା ଦେଖାଦେଇଛି । ଦୁଇଟି ଚାଇନା କମ୍ପାନି ହାମ୍ବନତୋଟା ଇଣ୍ଟରନାସନାଲ ପୋର୍ଟ ଗ୍ରୁପ ଓ ହାମ୍ବନତୋଟା ପୋର୍ଟ ସର୍ଭିସେସ୍ ଏହି ବନ୍ଦର ଓ ତାଚାରିପଟେ ଥିବା ଇନଭେଷ୍ଟମେଣ୍ଟ ଅଞ୍ଚଳକୁ ନିଜ ମାଲିକାନାକୁ ନେବ । ଏହି ଦୁଇଟି କମ୍ପାନି ଚାଇନା ମର୍ଚାଣ୍ଟ ପୋର୍ଟ ହୋଲଡିଂସ କମ୍ପାନି ଓ ଶ୍ରୀଲଙ୍କା ପୋର୍ଟ ହୋଲଡିଂସ ଦ୍ୱାରା ପରିଚାଳିତ । | <urn:uuid:3ceb78b2-aa3a-41ed-8a13-f6251ed711e4> | CC-MAIN-2018-47 | http://sambad.in/india-and-beyond/india-eyes-srilankas-trinconmali-port-202992/ | 2018-11-16T10:13:22Z | s3://commoncrawl/crawl-data/CC-MAIN-2018-47/segments/1542039743007.0/warc/CC-MAIN-20181116091028-20181116113028-00101.warc.gz | ory | 1.000004 | Orya | 4 | {"ory_Orya_score": 1.0000044107437134} |
ବ୍ରହ୍ମପୁର ଅଫିସ/ଛତ୍ରପୁର - (ଡି.ଏନ୍.ଏ.), ୧୨ା୯-ଶିଶୁ ଶ୍ରମିକ, ବାଲ୍ୟ ବିବାହ, ନାବାଳିକା ନିର୍ଯାତନା ଆଦି ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ହାତକୁ ନିଆଯାଇଛି। ସେଥି ମଧ୍ୟରୁ ଅପରେସନ୍ ପରୀ ଅନ୍ୟତମ। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ସେହିପରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ସହ ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୂଳ ଲଖ୍ୟ। ପୂର୍ବରୁ ଅପରେସନ୍ ଷ୍ମାଇଲ୍ ନାମରେ ଏହି କାର୍ଯ୍ୟକ୍ରମ ସମସ୍ତ ଥାନା ଅଞ୍ଚଳରେ ଚାଲୁ ରହିଥିଲା। ବିଶେଷ କରି ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ସିଡବ୍ଲ୍ୟୁସି (ଶିଶୁ ମଙ୍ଗଳ କମିଟି)କୁ ହସ୍ତାନ୍ତର କରିବା ନେଇ ଗୁରୁତ୍ୱାରୋପ ଦିଆଯାଉଥିବା ଜଣାପଡିଛି। ଆବଶ୍ୟକ ପଡିଲେ ଏସଂକ୍ରାନ୍ତରେ ମକଦ୍ଦମା ରୁଜୁ ହେବା ପାଇଁ ନିର୍ଦ୍ଦେଶ ରହିଛି। ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖରେ ଶେଷ ହେବ ବୋଲି ଜଣାଯାଇଛି। ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ମୁତାବକ ରାଜ୍ୟରେ ସର୍ବାଧିକ ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲାରେ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ଏ ସଂକ୍ରାନ୍ତରେ କେବଳ ଗୋଟିଏ ମାମଲା ରୁଜୁ ହୋଇଥିବା ଜଣାପଡିଛି। ୧୦ ତାରିଖ ସୁଦ୍ଧା ମିଳିଥିବା ସୂଚନା ମୁତାବକ ରାଜ୍ୟରେ ୧୨୯୬ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୦୯୪ ଜଣ ନାବାଳକ ଓ ୨୦୨ ନାବାଳିକା ରହିଥିବା ଜଣାପଡିଛି। ୧୮ ବର୍ଷରୁ କମ୍ ବୟସ ରହିଥିବା ବେଳେ ଏ ସଂକ୍ରାନ୍ତରେ ସାରା ରାଜ୍ୟର ବିଭିନ୍ନ ପୋଲିସ ଜିଲା ଅଧୀନରେ କେବଳ ୭୮ ମାମଲା ରୁଜୁ ହୋଇଛି। ଭଦ୍ରକ, ବଲାଙ୍ଗୀର, କୋରାପୁଟ ଏବଂ କଳାହାଣ୍ଡି ପୋଲିସ ଜିଲାରେ ୫୦ ଟପିଯାଇଥିବା ବେଳେ କୌଣସି ପୋଲିସ ଜିଲାରେ ଶିଶୁ ଶ୍ରମିକ ଉଦ୍ଧାର ସଂଖ୍ୟା ୧୦୦ ଟପିନାହିଁ। ତେବେ ଗଞ୍ଜାମ ଜିଲାରେ ଏଯାବତ୍ ୩୫୨ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିବା ବେଳେ ଆଗକୁ ସଂଖ୍ୟା ଆହୁରି ବଢିବାର ଆଶା ଦେଖାଦେଇଛି। କେବଳ ବ୍ରହ୍ମପୁର ପୋଲିସ ଜିଲାରେ ୧୩୦ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ନାବାଳକ ରହିଛନ୍ତି ୧୨୭ଜଣ ଏବଂ ନାବାଳିକା ସଂଖ୍ୟା ରହିଛି ମାତ୍ର ୩ ଜଣ। ଗୋଟିଏ ମାମଲା ବ୍ରହ୍ମପୁର ପୋଲିସ ଜିଲାରେ ରୁଜୁ ହୋଇଥିବା ବେଳେ ଗଞ୍ଜାମ ପୋଲିସ ଜିଲା କିନ୍ତୁ ସମସ୍ତ ରେକର୍ଡକୁ ଟପିଯାଇଥିବା ଜଣାପଡିଛି। ଏହି ପୋଲିସ ଜିଲା ଅଧିନସ୍ଥ ଥାନା ଅଞ୍ଚଳରୁ ୨୫୦ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ୨୨୭ ଜଣ ନାବାଳକ ଏବଂ ୨୩ ନାବାଳିକା ରହିଥିବା ସୂଚନା ମିଳିଛି। ତେବେ ଏନେଇ ଥାନାରେ ଏଯାବତ୍ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି। ୧୮ ବର୍ଷରୁ କମ୍ ବୟସ ନାବାଳିକା ଓ ନାବାଳକମାନଙ୍କୁ କୌଣସି କ୍ଷେତ୍ରରେ କେହି କାର୍ଯ୍ୟ କରାଯାଉଥିଲେ କିମ୍ବା ପାରିବାରିକ ଆର୍ଥିକ ଅନାଟନରୁ କେହି ଶିଶୁ ଶ୍ରମିକ ଆପଣାଉଥିଲେ ସେମାନଙ୍କ କିଭଳି ଉଦ୍ଧାର କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଅନ୍ୟ ଶିଶୁମାନଙ୍କ ପରି ସରକାରୀ ସୁବିଧା ସୁଯୋଗ ଉପଲବ୍ଧି କରିବେ, ଶିକ୍ଷା ଗ୍ରହଣ କରି ଭବିଷ୍ୟତ ଗଠନରେ ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ପଦକ୍ଷେପ ନେଉଛନ୍ତି ସରକାର। | <urn:uuid:0eb58f54-2031-43ec-8baf-493a00aa9780> | CC-MAIN-2018-47 | http://www.dharitri.com/main/news/70298 | 2018-11-16T10:09:21Z | s3://commoncrawl/crawl-data/CC-MAIN-2018-47/segments/1542039743007.0/warc/CC-MAIN-20181116091028-20181116113028-00101.warc.gz | ory | 0.999959 | Orya | 4 | {"ory_Orya_score": 0.9999591112136841} |
କନକ ବ୍ୟୁରୋ : ଆଜି ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ କର୍ମଚାରମାନେ ଆଜି ଧର୍ମଘଟ କରିବେ । ବେତନ ସଂଶୋଧନ ସମେତ ବିଭିନ୍ନ ଦାବି ନେଇ ବ୍ୟାଙ୍କ ସଂଘର ମିଳିତ ମଂଚ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ମିଳିତ ବ୍ୟାଙ୍କ ସଂଘ ଅଧିନରେ ଥିବା ୯ଟି ସଂଘ ମଧ୍ୟରୁ ୨ଟି ସଂଘ ଏହି ଧର୍ମଘଟରେ ସାମିଲ ହେବେ ନାହିଁ । ଧର୍ମଘଟରେ ବ୍ୟାଙ୍କ ସେବା ଗୁରୁତର ଭାବରେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ , ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ବରୋଦା ବ୍ୟାଙ୍କ ଏନେଇ ଗ୍ରାହକଙ୍କୁ ସୂଚନା ଦେଇଛନ୍ତିି । ତେବେ ଆଇସିଆଇସିଆଇ , ଏଚଡିଏଫସି ଏବଂ ଆଉ କେତେକ ଘରୋଇ ବ୍ୟାଙ୍କ ଏହି ଧର୍ମଘଟରେ ସାମିଲ ହେବେ ନାର୍ହି । ଦେଶର ୨୭ଟି ରାଷ୍ଟ୍ରାୟତ ବ୍ୟାଙ୍କ ଏଥିରେ ସାମିଲ ହେବେ । ଏହି ଧର୍ମଘଟରେ ୧ଲକ୍ଷ କର୍ମଚାରୀ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛ ।
ଏହା ସହ ଦେଖନ୍ତୁ ଏହି ଭିଡିଓ – | <urn:uuid:c86be2e2-4788-4919-847e-6c66f1bdaf5f> | CC-MAIN-2018-47 | http://kanaknews.com/nine-bank-unions-to-go-on-strike-on-tuesday/ | 2018-11-17T15:07:50Z | s3://commoncrawl/crawl-data/CC-MAIN-2018-47/segments/1542039743714.57/warc/CC-MAIN-20181117144031-20181117170031-00261.warc.gz | ory | 0.999998 | Orya | 6 | {"ory_Orya_score": 0.9999980926513672} |
ପ୍ରଦୀପ ମହାରଥୀଙ୍କ ମାଡ ଥିଓରୀ ! କହିଲେ, ନକଲି କୀଟନାଶକ ଯୋଗାଉଥିବା ଦୋକନୀ ଓ ଅଧିକାରୀଙ୍କୁ ବିଚ୍ ରାସ୍ତାରେ ମାଡ ଦରକାର
କନକ ବ୍ୟୁରୋ : ଚକଡା ପୋକ ପାଇଁ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଉଭୟ ବିରୋଧୀ ଓ ଶାସକ କେହି କାହାରିକୁ ଛାଡିବା ଅବସ୍ଥାରେ ନାହାନ୍ତି । ଏଭଳି ସ୍ଥିତିରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ପୁଣି ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି କୃଷି ମନ୍ତ୍ରୀ ଦମୋଦର ରାଉତ । ଆତ୍ମହତ୍ୟା ବେଳେ ଘଟଣାସ୍ଥଳରେ ବିଜେପି ଉପସ୍ଥିତ ଥିବା ନେଇ ସେ ଅଭିଯୋଗ କରିଛନ୍ତି । ଚାଷ ସହିତ ଧର୍ମେନ୍ଦ୍ରଙ୍କ କୌଣସି ସମ୍ପର୍କ ନାହିଁ । ସେ ରାଜ୍ୟ ସରକାରଙ୍କୁ ଅଯଥା ବଦନାମ କରୁଛନ୍ତି । ଓଡିଶା ଅଣ ବିଜେପି ରାଜ୍ୟ ହୋଇଥିବାରୁ ନିନ୍ଦିତ କରାଯାଉଛି । ରାଜ୍ୟକୁ ପାର୍ଲାମେଂଟ ଷ୍ଟାଣ୍ଡିଂ କମିଟି ଆସିଲେ ଭଲ କଥା । ବୃନ୍ଦା ସାହୁ ଚାଷୀ ଆତ୍ମହତ୍ୟା ସମୟରେ ବିଜେପି କର୍ମୀ ଉପସ୍ଥିତ ଥିଲେ ବୋଲି ଖବର ଆସୁଛି । ଏହାର ତଦନ୍ତ ହେବା ଦରକାର ବୋଲି କହିଛନ୍ତି ଦାମ ।
ଏତିିକିରେ ସରିନି ନେତାଙ୍କ ବୟାନବାଜି । ଚାଷୀ ମୁଣ୍ଡରେ ଚକଡା ଚଡକକୁ ନେଇ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମାଡ ଥିଓରୀ ଏବେ ଚର୍ଚ୍ଚାରେ । ମହାରଥୀ କହିଛନ୍ତି, ପୋକ ମାରିବା ପାଇଁ ଦିଆଯାଉଥିବା ଓøଷଧ ନକଲି କୀଟନାଶକ ହୋଇଥିଲେ ଔଷଧ ଯୋଗାଉଥିବା ଦୋକୀନୀ ଓ ଅଧିକାରୀଙ୍କୁ ବିଚ୍ ରାସ୍ତାରେ ମାଡ ମାରିବାକୁ କହିଛନ୍ତି ମହାରଥୀ । ଚକଡା ପୋକ ଦାଉରୁ ଫସଲ ରକ୍ଷା କରିବା ପାଇଁ ଚାଷୀକୁ ଯୋଗା ଯାଉଥିବା କୀଟନାଷକ ଯଦି ନକଲି ବୋଲି ପ୍ରମାଣିତ ହୁଏ ତେବେ ଔଷଧ ଯୋଗାଉଥିବା ଦୋକାନୀ ଓ ଅଧିକାରୀଙ୍କୁ ମାଡମାରିବା ଦରକାର ବୋଲି କହିଛନ୍ତି ପ୍ରଦୀପ ମହାରଥୀ । | <urn:uuid:98f329cd-99e4-4a89-9c36-e4b6766591dc> | CC-MAIN-2018-47 | http://kanaknews.com/pradeep-maharathy-about-duplicate-medicine-for-farmer/ | 2018-11-17T16:10:08Z | s3://commoncrawl/crawl-data/CC-MAIN-2018-47/segments/1542039743714.57/warc/CC-MAIN-20181117144031-20181117170031-00261.warc.gz | ory | 0.999999 | Orya | 5 | {"ory_Orya_score": 0.9999994039535522} |
ସାମ୍ପ୍ରତିକ ପରିସ୍ଥିତିରେ, ବିଜେପୁର ଉପ-ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ । ୨୦୧୯ ନିର୍ବାଚନ ଆଗରୁ ଏହା ହେବ ସେମିଫାଇନାଲ । କେଉଁ ଦଳର ଲୋକପ୍ରିୟତା କେତେ ଏବଂ ଲୋକଙ୍କ ମନରେ କଣ ଅଛି, ତାର ପରୀକ୍ଷା ପାଇଁ ଏକ ମାଧ୍ୟମ ପାଲଟିଛି ବିଜେପୁର ନିର୍ବାଚନ ମଣ୍ଡଳୀ ।
ଯଦିଓ ନିର୍ବାଚନ ଗୋଟିଏ ନିର୍ବାଚନ ମଣ୍ଡଳୀରେ ସୀମିତ ରହିଛି, ତଥାପି ନେତାଙ୍କର ଭାଗ୍ୟ ବା ସେମାନଙ୍କ ପ୍ରତିଷ୍ଠା ଏଠି ଲାଗିଛି ବାଜିରେ । କାରଣ, ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳଙ୍କର ଏହି ନିର୍ବାଚନ ମଣ୍ଡଳୀରେ ଶକ୍ତି ରହିଛି, ପ୍ରତି ରାଜନୈତିକ ଦଳ ଏଠି ପତିଆରା ପ୍ରଦର୍ଶନ କରିବାକୁ ସମର୍ଥ । ତେଣୁ କଡା ଟକ୍କର ମଧ୍ୟରେ ଯିଏ ଜିତିବ, ୨୦୧୯ ପାଇଁ ଏକ ଅନୁକୁଳ ବାତାବରଣ ତିଆରି କରିପାରିବ ବୋଲି ଅନୁମାନ କରାଯାଉଛି ।
ବିଜେପୁର ଉପନିର୍ବାଚନ ଆଗରୁ ଦଳବଦଳ ରାଜନୀତି କିନ୍ତୁ ରାଜ୍ୟ ରାଜନୀତିକୁ ସରଗରମ କରିଛି । କେଉଁ ଦଳରୁ କେତେବେଳେ କିଏ କାହା ପଟକୁ ଡେଉଁଛି ତାହା ଆକଳନର ବାହାରେ । କାରଣ ସମସ୍ତଙ୍କ ଉଦ୍ୟମ ବିଜେପୁର ଦଖଲ କରିବା । ଦଳବଦଳରେ ପ୍ରଥମ ଚେହେରା ଭାବେ ସାମ୍ନାକୁ ଆସିଥିଲେ ରୀତା ସାହୁ । କଂଗ୍ରେସର ଦିବଂଗତ ବିଧାୟକ ସୁବଳ ସାହୁଙ୍କର ପତ୍ନୀ ହେଉଛନ୍ତି ରୀତା ସାହୁ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ । ସେହିଭଳି ଭାରତୀୟ ଜନତା ପାର୍ଟି, ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ନିଜ ପଟକୁ ନେଇ ଲଢେଇ ବର।ବର କରିଥିଲା । ଅଶୋକ ପାଣିଗ୍ରାହୀ ଦଳକୁ ଆସିବା ଦିନଠାରୁ ଅସନ୍ତୁଷ୍ଟ ଥିବା ବିଜେପି ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁ ବିଜେଡିରେ ସାମିଲ ହୋଇଛନ୍ତି ।
ଏହାରି ଭିତରେ ନବୀନ କିନ୍ତୁ ବିଜେପୁରକୁ ନେଇ ମାଷ୍ଟରଷ୍ଟ୍ରୋକ ମାରିବାରେ ଲାଗିଛନ୍ତି । ଘୋଷଣା ପରେ ଘୋଷଣା କରି ବିଜେପୁରରେ ଦଳ ପାଇଁ ଏକ ବାତାବରଣ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସବୁଠାରୁ ବଡ ଘୋଷଣା ସ୍ୱରୁପ ରାଜ୍ୟ ସରକାର ବିଜେପୁରକୁ ଏନଏସସିର ମାନ୍ୟତା ଦେଇଛନ୍ତି । ଏଥିସହ ଘୋଷଣାର ଲମ୍ବା ତାଲିକା ବି ରହିଛି ।
ବିଜେପୁର ଉପନିର୍ବାଚନରେ ବିକାଶ ଏକ ମୁଖ୍ୟ ମୁଦ୍ଦା ହେବ ବୋଲି କୁହାଯାଉଛି । ଉଭୟ ଦଳ ବେଶ ଭଲ ଭାବେ ଜାଣିଛନ୍ତି, ବିକାଶକୁ ନେଇ ହିଁ ବିଜେପୁରରେ ହେବ ଲଢେଇ । ଏହାସହ ଜାତି ସମୀକରଣ ଓ ଚାଷୀ ଏବଂ ବୁଣାକାରଙ୍କ ପ୍ରସଙ୍ଗ ମଧ୍ୟ ବେଶ ମହତ୍ୱ ରଖିବ ।
ଆସନ୍ତା ବିଜେପୁର ଉପନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଭିଭିପିଏଟି(ଭୋଟର୍ ଭେରିଫାଏବଲ୍ ପେପର୍ ଅଡିଟ୍ ଟ୍ରେଲ୍) ମେସିନ୍ ବ୍ୟବହାର ହେବ। ବୁଥରେ ଇଭିଏମ୍ ସହିତ ଭିଭିପିଏଟି ମେସିନ୍ ଲାଗିବ। ମତଦାତା ଦେଇଥିବା ଭୋଟଟି ଇଭିଏମରେ ଠିକ୍ ଭାବେ ଦରଜ ହେଲା କି ନାହିଁ, ତାହା ଏହି ମେସିନ୍ ମାଧ୍ୟମରେ ଜଣାପଡ଼ିବ। ସଂପୃକ୍ତ ଭୋଟର୍ ନିଜ ଭୋଟ୍ ସେ ଦେଇଥିବା ପ୍ରାର୍ଥୀଙ୍କ ପକ୍ଷରେ ଯାଇଛି କି ନାହିଁ, ବୁଥରେ ହିଁ ସେ ନିଶ୍ଚିତ ହୋଇପାରିବ। ଏହା ଫଳରେ ଇଭିଏମ୍ ଟାମ୍ପରିଂ ନେଇ ହେଉଥିବା ଅଭିଯୋଗ ଆଉ ରହିବ ନାହିଁ ବୋଲି କୁହାଯାଉଛି।
ବିଜେପୁର ଉପ ନିର୍ବାଚନ ପାଇଁ କେବଳ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ଟିକେଟ ଦେବ ବୋଲି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେହିଭଳି ଅଶୋକ ପାଣିଗ୍ରାହୀ ବିଜେପି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ୨୦୦୦ ମସିହାରେ ଅଶୋକ ପାଣିଗ୍ରାହୀ ବିଜେଡି ବିଧାୟକ ଥିଲେ, ୨୦୧୪ରେ ସ୍ୱାଧୀନ ଭାବେ ୧୮ ହଜାର ଭୋଟ ପାଇଥିଲେ । କିଏ କଂଗ୍ରେସର ପ୍ରାର୍ଥୀ ହେବ, ତା ଉପରେ ନିର୍ଭର କରିବ ଅନ୍ୟ ରାଜନୈତିକ ଦଳଙ୍କର ଭାଗ୍ୟ । ପୂର୍ବତନ ବିଧାୟକ ରିପୁନାଥ ସେଠ ଆଉ ପ୍ରଣୟ ସାହୁଙ୍କ ମଧ୍ୟରେ ଚାଲିଛି ଛକାପଂଝା ।
ବିଜେପୁରରେ ହେଉଥିବା ଲଢେଇ ତିନି ପ୍ରମୁଖ ରାଜନୈତିକ ଦଳର ଶୀର୍ଷ ସ୍ତରୀୟ ନେତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ଥିବା ବେଳେ, ସ୍ଥାନୀୟ ସ୍ତରର ନେତୃତ୍ୱଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବରଗଡ ରାଜନୀତିର ଜଣେ ଜଣେ ଟାଣୁଆ ଚେହେରା । ଖାସ କରି ବରଗଡ ରାଜନୀତିରେ ବିଜେଡିର ତିନି ଚେହେରା ନିଜ ଭିତରେ କିଭଳି ସମନ୍ୱୟ ରଖି ଆଗକୁ ବଢୁଛନ୍ତି ଏବଂ ସେମାନଙ୍କର ଅଭିକ୍ଷତାକୁ ଦଳ କିଭଳି ବ୍ୟବହାର କରୁଛି, ତାହା ମଧ୍ୟ ରହିବ ନଜରରେ ।
ସାରା ଦେଶରେ ମୋଦି ଲହର ଆଉ ଓଡିଶାରେ ନବୀନଙ୍କ ଯାଦୁ ଚାଲିଥିବା ବେଳେ ବିଜେପୁରରେ କିନ୍ତୁ କଂଗ୍ରେସ ନିଜ ଦମ୍ ଦେଖାଇଥିଲା । ଲଗାତର ତୃତୀୟ ଥର ପାଇଁ ବିଜେପୁର ଆସନରୁ ନିର୍ବାଚିତ ହୋଇଥିଲେ ସୁବଳ ସାହୁ । ୧୨ ଜଣ ପ୍ରାର୍ଥୀ ଥିଲେ ବିଜେପୁର ମୈଦାନରେ । ହେଲେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଥିଲେ ସୁବଳ ।
୨୦୦୯ରେ ରାଜ୍ୟରେ ବିଜେଡି ଆଉ ବିଜେପି ମେଂଟ ଭାଙ୍ଗିଯାଇଥାଏ । ଉଭୟ ଦଳ ନିଜ ନିଜ ଦମରେ ଲଢୁଥିଲେ ନିର୍ବାଚନ । ହେଲେ ଏଠି ବି ବାଜି ମାରିଥିଲେ ସୁବଳ ସାହୁ । ଲଗାତର ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ହୋଇଥିଲେ ନିର୍ବାଚିତ ।
୨୦୦୪ରେ ରାଜ୍ୟରେ ବିଜେଡି ଆଉ ବିଜେପି ମେଂଟରେ ଲଢୁଥିବା ସତ୍ୱେ ପ୍ରଥମ ଥର ପାଇଁ ସୁବଳ ସାହୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେପୁର ଲଢେଇ ପାଇଁ ୮ ଜଣ ପ୍ରାର୍ଥୀ ଥିଲେ ନିର୍ବାଚନ ମୈଦାନରେ । ୬୬ ହଜାର ୪୦୭ ଖଣ୍ଡ ଭୋଟ ସହ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିଲେ ସୁବଳ ସାହୁ ।
୨୦୦୦ରେ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେଡି-ବିଜେପି ମେଂଟ । ପ୍ରାର୍ଥୀ ଥିବା ଅଶୋକ ପାଣିଗ୍ରାହୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡି ଟିକେଟରେ ସେ ହୋଇଥିଲେ ନିର୍ବାଚିତ । ବିଜେପୁର ନିର୍ବାଚନରେ ଥିଲେ ମୋଟ ୫ ଜଣ ପ୍ରାର୍ଥୀ । ବିଜେଡିରୁ ଅଶୋକ ପାଣିଗ୍ରାହୀ ଲଢୁଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ଥିଲେ ରିପୁନାଥ ସେଠ । ୫୭ ହଜାର ୨୯୮ ଅର୍ଥାତ୍ ୫୩.୯୯ ପ୍ରତିଶତ ଭୋଟ ପାଇ ଅଶୋକ ପାଣିଗ୍ରାହୀ ବିଜୟୀ ହୋଇଥିଲେ ।
୧୯୯୦ରୁ ୨୦୧୪ ଯାଏଁ ହୋଇଥିବା ନିର୍ବାଚନ ଉପରେ ଯଦି ନଜର ପକାଇବା ତେବେ ୧୯୯୦ରେ ଜନତା ଦଳ ଟିକେଟରୁ ନିର୍ବାଚିତ ହୋଇଥିବା ନିକୁଂଜ ବିହାରୀ ସିଂ ସର୍ବାଧିକ ଭୋଟ ପାଇଥିଲେ । ୧୯୯୦ରେ ବିଜୟୀ ପ୍ରାର୍ଥୀ ୬୩.୫୪ ପ୍ରତିଶତ ଭୋଟ ପାଇଥିବା ବେଳେ, ୧୯୯୫ରେ ୩୫.୩୩ ପ୍ରତିଶତ ଭୋଟ ପାଇ ନିର୍ବାଚିତ ହୋଇଥିଲେ ରିପୁନାଥ ସେଠ । | <urn:uuid:17ec8ebb-5586-4fa5-9a98-4863553e9196> | CC-MAIN-2018-47 | http://kanaknews.com/bijepur-election-history/ | 2018-11-21T11:53:26Z | s3://commoncrawl/crawl-data/CC-MAIN-2018-47/segments/1542039748315.98/warc/CC-MAIN-20181121112832-20181121134832-00181.warc.gz | ory | 0.999997 | Orya | 7 | {"ory_Orya_score": 0.9999971389770508} |
ଗ୍ରୀଷ୍ମଋତୁରେ ମେକଅପକୁ ନେଇ ବିଭିନ୍ନ ସମସ୍ୟାମାନ ଦେଖାଦେଇଥାଏ । ତେବେ କେଉଁ ପ୍ରକାର ମେକଅପ୍ ନେବା ଦ୍ୱାରା ତାହା ଆପଣଙ୍କ ତ୍ୱଚାକୁ ଆକର୍ଷଣୀୟ କରିବା ସହ ନଷ୍ଟ କରି ନଥାଏ ତାହା ଚୟନ କରିବା ମଧ୍ୟ କଷ୍ଟକର ହୋଇପଡିଥାଏ । ତେଣୁ ଏଭଳି କିଛି ସହଜ ଉପାୟ ରହିଛି ଯଦି ତାକୁ ଆପଣ ପ୍ରୟୋଗ କରିନ୍ତି ତେବେ ଏସମସ୍ତ ସମସ୍ୟାର ଅନ୍ତ ଘଟିବ । ତେବେ ଆସନ୍ତୁ ଜାଣିବା ଖରାଦିନେ ମେକଅପ କେମିତି ନେବା ଉଚିତ ।
ଖରାଦିନେ ମେକଅପ୍ ଟିପ୍ସ
ଖରାଦିନେ ମେକଅପ୍ ତରଳି ଯିବା ହେଲା ସବୁଠାରୁ ବଡ ସମସ୍ୟା । ତେଣୁ ଏହି ସମୟରେ ହାଲକା ମେକଅପ୍ ନେବା ଆପଣଙ୍କ ପାଇଁ ଉପଯୁକ୍ତ ।
ଅତ୍ୟଧିକ ଗାଢ ମେକଅପ୍ ନିଅନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କ ତ୍ୱଚା ନଷ୍ଟ ହେବା ସହ ଅସୁନ୍ଦର ଦେଖାଯାଇଥାଏ ।ମେକଅପ୍ ପୂର୍ବରୁ ମୁହଁରେ ବରଫ ଘଷନ୍ତୁ । ଏହାଦ୍ୱାରା ମେକଅପ୍ ଅଧିକ ସମୟ ଯାଏଁ ରହିଥାଏ ।
ଆପଣଙ୍କ ତ୍ୱଚା ତେଲିଆ ହୋଇଥିଲେ କଂପାକ୍ଟ ଲଗାଇ ପ୍ରୟୋଗ କରିପାରନ୍ତି । ଖରାଦିନେ ପାଉଡର ବ୍ଲଶଠାରୁ ଦୂରରେ ରୁହନ୍ତୁ । ଖରାଦିନେ ଲିକୁଇଡ ଏବଂ କ୍ରିମ୍ ଫାଉଣ୍ଡେସନ ପରିବର୍ତ୍ତେ ପାଉଡର ବେସଡ ଫାଉଣ୍ଡେସନ ବ୍ୟବହାର କରନ୍ତୁ ।
ଏସପିଏଫ ଯୁକ୍ତ ଲିପବାମ୍ ବ୍ୟବହାର କରନ୍ତୁ । ଏଥିସହ ନାଚୁରାଲ୍ କଲର ଲିପଷ୍ଟିକ ମଧ୍ୟ ବ୍ୟବହାର କରିପାରିବେ । ପ୍ରାକୃତିକ ତଥା ନାଚୁରାଲ୍ ଲୁକ୍ ପାଇଁ ଲାଇଟ୍ ବ୍ରଞ୍ଜର୍ସ କିମ୍ବା ବ୍ରାଉନ୍ ଲାଇଟ୍ ପିଙ୍କ୍ ବ୍ଲଶ ବ୍ୟବହାର କରନ୍ତୁ ।
ପଢନ୍ତୁ ; | <urn:uuid:03951ddf-7abc-4460-a14b-1b1891f91bc8> | CC-MAIN-2018-47 | https://enewsodia.com/apply-makeup-for-summer-season/ | 2018-11-18T05:27:53Z | s3://commoncrawl/crawl-data/CC-MAIN-2018-47/segments/1542039743968.63/warc/CC-MAIN-20181118052443-20181118074443-00336.warc.gz | ory | 1.000007 | Orya | 6 | {"ory_Orya_score": 1.0000066757202148} |
ପୁରୀ:୦୪/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜ୍ୱର ପିଡା ଲାଘବ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ। ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜିଉମାନେ ୧୦୮ଗରା ଜଳରେ ସ୍ନାନ କରିବା ପରେ ଜ୍ୱର ରୋଗରେ ପୀଡିତ ହୋଇ ଅନବସର ଘରେ ରହିଛନ୍ତି। ସପ୍ତବରଣ ଏବଂ ଶ୍ରୀଅଙ୍ଗ ପିଠା ପରେ ଗତକାଲି ପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲେପ ଦିଆଯାଇଛି। ମଧ୍ୟାହ୍ନ ଧୂପ ପରେ ଓଡିଆ ମଠରୁ ଫୁଲୁରୀ ତେଲ ଅଣାଯାଇଥିଲା। ୩ଟି ମାଟି ପାତ୍ରରେ ୬ସେର ତେଲ ମଠର ମଠାଧିଶ ବଂଶୀଧର ଦାସ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ପଠାଇଥିଲେ। ବଟଗଣେଶ ମନ୍ଦିର ସମ୍ମୁଖ ସରଗରେ ତାହାକୁ ରଖାଯାଇଥିଲା। ଅଣସର ତାଟି ଖୋଲିବା ପରେ ଶ୍ରୀମନ୍ଦିର କମାଣ୍ଡର ଏବଂ ଦେଉଳିକରଣ ଫୁଲୁରୀ ତେଲ ଅଣସର ଘରକୁ ପଠାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ୪ବାଡଗ୍ରାହୀ ଦଇତାପତି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲେପ ଦେଇଛନ୍ତି। ଘଣାପେଡା ରାଶି ତେଲରେ ବାସ୍ନା ଧାନ, ବାସ୍କା ଚାଉଳ, ମେଥି, ବେଣାଚର ୭ପ୍ରକାର ଔଷଧୀୟ ମୂଳ, ମଲ୍ଲୀ, ଚମ୍ପା, କିୟାଫୁଲ, ବଉଳ ଫୁଲ, କସ୍ତୁରୀ, କର୍ପୂର, ଚୁଆ ଓ କେଶର ପକାଯାଇ ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇଥିଲା। ଜ୍ୱର ସମୟରେ ସୁବାଷିତ ତେଲ ମାଲିସ କରାଗଲେ ଶରୀରର ବ୍ୟଥା ଦୂର ହୋଇଥାଏ। ପରମ୍ପରା ଅନୁଯାୟୀ ବର୍ଷକ ପୂର୍ବରୁ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଫୁଲୁରି ତେଲ ପ୍ରସ୍ତୁତ ଆରମ୍ଭ ହୋଇଥାଏ। ଗତବର୍ଷ ହେରାପଞ୍ଚମୀ ତିଥିରେ ମଠମହନ୍ତ ଦୁଇଟି ମାଠିଆରେ ଘଣାପେଡା ରାଶି ତେଲ ରଖି ମାଟି ତଳେ ପୋତି ଦେଇଥିଲେ। ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ସହସ୍ର କୁମ୍ଭବରଣ ସମୟରେ ମାଟିରୁ ତେଲ ମାଠିଆ ବାହାର କରାଯାଇ ଛଣାଯିବା ସହ ପ୍ରଭୁଙ୍କୁ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା। ଏହି ତେଲ ମାଲିସ ପରେ ଶ୍ରୀଜିଉଙ୍କର ତାତି ହ୍ରାସ ପାଇଛି। ଆଜିଠାରୁ ଶ୍ରୀଜିଉଙ୍କୁ ଓସୁଅ ଲାଗି କରାଯିବ। | <urn:uuid:61c1a308-92a3-4291-a52f-e71323490bd9> | CC-MAIN-2018-47 | http://odiapua.com/%E0%AC%AE%E0%AC%B9%E0%AC%BE%E0%AC%AA%E0%AD%8D%E0%AC%B0%E0%AC%AD%E0%AD%81%E0%AC%99%E0%AD%8D%E0%AC%95%E0%AD%81-%E0%AC%B2%E0%AC%BE%E0%AC%97%E0%AC%BF-%E0%AC%B9%E0%AD%87%E0%AC%B2%E0%AC%BE-%E0%AC%AB/ | 2018-11-14T01:18:21Z | s3://commoncrawl/crawl-data/CC-MAIN-2018-47/segments/1542039741569.29/warc/CC-MAIN-20181114000002-20181114022002-00223.warc.gz | ory | 0.999969 | Orya | 4 | {"ory_Orya_score": 0.999969482421875} |
୧୧ରେ ଘୂର୍ଣ୍ଣିବଳୟ : ରଥଯାତ୍ରାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର : ଆସନ୍ତା ୧୧ତାରିଖରେ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହର ପରଦିନ ଅର୍ଥାତ୍ ୧୨ ତାରିଖରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଫଳରେ ରଥଯାତ୍ରା ସମୟରେ ଭୁବନେଶ୍ୱର, ପୁରୀ ସମେତ କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ମାତ୍ର ଏହିଦିନ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କମ୍ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।
ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳଙ୍କ କହିବାନୁଯାୟୀ, ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଦକ୍ଷିଣ-ପୂର୍ବ ଆଡ଼କୁ ଗତି କରିବ। ୧୩ ତାରିଖ ଦିନ ଏହାର କେନ୍ଦ୍ର ଓଡ଼ିଶା ଓ ପଶ୍ଚିମବଙ୍ଗ ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ରହିବ। ଏହି ଘୂର୍ଣ୍ଣିବଳୟ ବାଂଲାଦେଶ, ମିଆଁମାର ସମେତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକକୁ କବଳିତ କରିବ। ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ମାତ୍ର ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ କମ୍ ବର୍ଷ ହୋଇପାରେ। ୧୩ ତାରିଖ ଆଡ଼କୁ ଘୂର୍ଣ୍ଣିବଳୟର ପ୍ରକୋପ କ୍ରମଶଃ ବଢ଼ିବା ସହିତ ୧୪ ତାରିଖ ବେଳକୁ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ବର୍ଷା ହେବ। ଯାହାକି ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ତେବେ ୧୫ ତାରିଖ ପରେ ଲଘୁଚାପର ଗତି ଓ ଦିଗ ଉପରେ ବର୍ଷା ନିର୍ଭର କରିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।
ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ଆକଳନ କରିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ। ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବର ଆଶଙ୍କା ରହିଛି। | <urn:uuid:63d70e2f-594c-428b-a517-816ec59ca1bb> | CC-MAIN-2018-47 | http://sambad.in/state/odisha-weather-25-174265/ | 2018-11-14T00:40:15Z | s3://commoncrawl/crawl-data/CC-MAIN-2018-47/segments/1542039741569.29/warc/CC-MAIN-20181114000002-20181114022002-00223.warc.gz | ory | 0.999982 | Orya | 4 | {"ory_Orya_score": 0.9999818801879883} |
ଇଂଜିନିୟରିଂ ଛାଡି ବନିଲେ ଶିକ୍ଷକ : ୮୦ହଜାର ଛାତ୍ରଛାତ୍ରୀ ହେଲେ ଉପକୃତ, ଗୌରବଙ୍କ ଗୌରବମୟ ଯାତ୍ରା
ଦେଶର ଭବିଷ୍ୟତ ନିର୍ମାଣରେ ଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାକୁ ବୁଝିଥିଲେ ଜଣେ ଇଂଜିନିୟରିଂ ଛାତ୍ର ଆଉ ଏଥିପାଇଁ ନିଜ ଚାକିରି ଛାଡି ଶିକ୍ଷକ ବୃତ୍ତି କୁ ଆପଣାଇଥିଲେ । ଜଣେ ନୁହେଁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ୮୦ହଜାର ଛାତ୍ର । ସେଭଳି ଜଣେ ଦେଶକୁ ଭଲ ପାଉଥିବା ଓ ଦେଶ ପାଇଁ ବ୍ୟକ୍ତିଗତ ଭାବେ ଚିନ୍ତାକରୁଥିବା ଭଳି ବ୍ୟକ୍ତିତ୍ୱ ହେଉଛନ୍ତି ଗୌରବ ସିଂହ । ୩.୨.୧ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ମୁଖ୍ୟ ପରିଚାଳନା ଅଧିକାରୀ ଇକୋଇିଙ୍ଗ ଗ୍ରୀନ ଫେଲୋସିପ ପ୍ରଦାନ ଉତ୍ସବରେ ଦେଶ ନିର୍ମାଣରେ ଛାତ୍ରଙ୍କ ଭୂମିକା ଉପରେ ଗୁରୁତ୍ୱରୋପ କରିଥିଲେ ଗୌରବ ସିଂହ । ଏହି ଲକ୍ଷ୍ୟ ପୂରଣ ପାଇଁ ତାଙ୍କୁ ନିଜର ଇଂଜିନିୟରିଂ ଚାକିରି ଛାଡିବାକୁ ପଡିଥିଲା ।
ଗୌରବଙ୍କୁ 'ଜ୍ଞାନ ହିଁ ଶକ୍ତି' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ଫିସର ଫେଲୋସିପ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ବିଶ୍ୱରେ ଶୈକ୍ଷିକ ବ୍ୟବସ୍ଥା ବିଷୟରେ ଜାଣିବା ପାଇଁ ସେ ଚୀନ, ଫିନଲ୍ୟାଣ୍ଡ ଓ ଇଂଲଣ୍ଡ ଆଦି ଦେଶ ଭ୍ରମଣ ରେ କରିଥିଲେ । ତାପରେ ସେ ଆରମ୍ଭ କରିଥିଲେ ଶିକ୍ଷା ସଂଗଠନ ୩.୨.୧. ଫାଉଣ୍ଡେସନ । ଭଲ କାମ ପାଇଁ ତାଙ୍କୁ ୨୦୧୩ ମସିହାରେ ଅଶୋକ ଫେଲୋସିପ ଓ ଇକୋଇଙ୍ଗ ଫେଲୋସିପ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଗୋରବ ଯେତେବେଳେ ଦ୍ୱିତୀୟ ବର୍ଷ ପାଇଁ 'ଟିଚ ଫର ଇଣ୍ଡିଆ' ଫେଲୋସିପ କାର୍ଯ୍ୟକ୍ରମରେ ଥିଲେ ନୂଆ ନୂଆ ବ୍ୟବସ୍ଥା ବିଷୟରେ ଯୋଜନା କରିଥିଲେ । ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ପ୍ରକୃତ ଜୀବନରେ କାମରେ ଲାଗିନଥାଏ । ସମୟର ଆବଶ୍ୟକତା ଓ ଚାହିଦା ଅନୁସାରେ ଆମକୁ ପରିବର୍ତନ ହେବାକୁ ପଡିବ । ଆଉ ଏଥିପାଇଁ ଏପରି ଏକ କାର୍ଯ୍ୟସ୍ଥଳୀର ଆବଶ୍ୟକତା ରହିଛି ଯେଉଁଠି ସମସ୍ତେ ଆଧୁନିକ ବ୍ୟବସ୍ଥାକୁ ଗ୍ରହଣ କରିବେ । ସେ ଦେଶର ଏପରି ଲୋକମାନଙ୍କୁ ନେଇ ଗୋଟିଏ ଟିମ କରିବାକୁ ଚାହୁଁଥିଲେ ଯେଉଁମାନେ ଦେଶର ଶିକ୍ଷା ବ୍ୟବସ୍ଥା ଠାରୁ ଅଲଗା କିଛି ଚିନ୍ତା କରୁଥିଲେ । ଏହି ବିଚାର ତାଙ୍କ ସଂଗଠନର ମୂଳ ଆଧାର ଥିଲା ।
ବର୍ତମାନ ବିଦ୍ୟାଳୟରେ ଲକ୍ଷାଧିକ ଶିକ୍ଷକ ଅଛନ୍ତି ଓ ପ୍ରତିବର୍ଷ ଅନେକ ନୂଆ ଶିକ୍ଷକ କାମରେ ଯୋଗ ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷକ ନୂଆ ଶିକ୍ଷା ବ୍ୟବସ୍ଥା ବିଷୟରେ ଜାଣିନାହାନ୍ତି । ଯାହା ଛାତ୍ରଙ୍କୁ ସାହାଯ୍ୟ କରିବ ଓ ସମାଜରେ ନିଜ ଅଭିଜ୍ଞତାକୁ କାମରେ ଲଗାଇବା ସହ ନୂଆ ତଥ୍ୟ ଗ୍ରହଣ କରିବାରେ ଆଗ୍ରହ ପ୍ରକାଶ କରିବେ । ଏପରିକି ଶିକ୍ଷକମାନଙ୍କୁ ତାଲିମ ଓ ମେଂଟରିଙ୍ଗ ପାଇଁ କୌଣସି ବ୍ୟବସ୍ଥା ନଥିବା ଜାଣିବାକୁ ପାଇଥିଲେ ଗୌରବ ।
ଗୌରବଙ୍କ ସଂଗଠନ ଭାରତର ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତନ ଆଣିଥିଲା । ତାଙ୍କ ସଂଗଠନର ଫେଲୋସିପ ପ୍ରୋଗ୍ରାମ, 'ଇଗନାଇଟ' ମାଧ୍ୟମରେ ଶିକ୍ଷକମାନଙ୍କର ଭଲ କାମକୁ ପ୍ରସଂସା କରୁଥିଲେ । ବଡ ଉତ୍ସବ ମାଧ୍ୟମରେ,ତାଙ୍କ ପରିବାର ଉପସ୍ଥିତିରେ ଶିକ୍ଷକଙ୍କୁ ସମ୍ମାନିତ କରୁଥିଲେ । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଶିକ୍ଷକଙ୍କୁ ଲୋକଲୋଚନକୁ ଆଣିବା ସହ ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଉଦ୍ୟମକୁ ଲୋକଙ୍କୁ ଅବଗତ କରାଉଥିଲେ । ତାପରେ ସେ ସେହିଭଳି ଶିକ୍ଷକମାନଙ୍କୁ ଉପଯୁକ୍ତ ତାଲିମ ଦେଉଥିଲେ । ଗୌରବ କହିଛନ୍ତି ତାଙ୍କ ଟିମ ପାଖରେ ଆବଶ୍ୟକ ବହି, ପ୍ରଶିକ୍ଷଣ ସାମଗ୍ରୀ, ଗବେଷଣା ପୁସ୍ତକ ଶିକ୍ଷକଙ୍କୁ ପ୍ରଦାନ କରାଯାଇଥାଏ । ଏହାକୁୁ ସେମାନଙ୍କୁ କେବଳ ପାରମ୍ପରିକ ପ୍ରଚଳିତ ଶିକ୍ଷାନଦେଇ ଗବେଷଣାତ୍ମକ ଶିକ୍ଷା ଦେବାରେ ସାହାଯ୍ୟ କରିଥାଏ ।
ଜଣେ ଇଂଜିନିୟରିଂ ଛାତ୍ରଙ୍କର ଏଭଳି ବ୍ୟବସ୍ଥା କେବଳ ଜଣେ ନୁହେଁ ୮୦ହଜାର ଛାତ୍ରଛାତ୍ରୀଙ୍କ ଜୀବନରେ ପରିବର୍ତନ ଆଣିପାରିଛି । ନୂତନ ଓ ଗବେଶଣାତ୍ମକ ଶିକ୍ଷା ବ୍ୟବସ୍ଥା ଦ୍ୱାରା ପ୍ରଭାବିତ ହୋଇ ଛାତ୍ରମାନେ ନିଜ ଅଭିଜ୍ଞତାକୁ କାର୍ଯ୍ୟଶୈଳୀ ଠାରୁ ଆରମ୍ଭ କରି ଜୀବନର ପ୍ରତ୍ୟୋକ କ୍ଷେତ୍ରରେ ଲଗାଇ ଉପକୃତ ହୋଇପାରୁଛନ୍ତି । ନିଜ ଶିକ୍ଷକତା କରିବା ସହ ଅନେକ ଶିକ୍ଷକ ସୃଷ୍ଟିକରୁଥିଲେ, ଯାହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଛି । | <urn:uuid:c6e8b3c6-b45b-471e-ae33-7bd7ad9b7b6d> | CC-MAIN-2018-47 | http://kanaknews.com/gaurav-singh-help-teachers/ | 2018-11-15T06:42:44Z | s3://commoncrawl/crawl-data/CC-MAIN-2018-47/segments/1542039742567.46/warc/CC-MAIN-20181115054518-20181115080518-00383.warc.gz | ory | 1.000005 | Orya | 5 | {"ory_Orya_score": 1.0000052452087402} |
ନୂଆଦିଲ୍ଲୀରେ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବାବେଳେ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଏହି ଆକ୍ରମଣ ହୋଇଛି। ପୋଲିସ ଅଗ୍ନିବେଶଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଯାଇଛି।
ଘଟଣା ପରେ ଗଣାମାଧ୍ୟମକୁ ସୂଚନା ଦେଇ ଅଗ୍ନିବେଶ କହିଛନ୍ତି, "ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ପୁଲିସ୍ ଉପସ୍ଥିତିରେ ହିଁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ମୋତେ ଆକ୍ରମଣ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ଉପସ୍ଥିତ ଥିବାରୁ ଏବେ ନିଜ ଆଡ଼ୁ ମାମଲା ରୁଜୁ କରି ଦୁର୍ବୃତ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।"
ସୂଚନାଯୋଗ୍ୟ, ମାସକ ମଧ୍ୟରେ ଅଗ୍ନିବେଶଙ୍କ ଉପରକୁ ଏହା ଦ୍ୱିତୀୟ ଆକ୍ରମଣ। ପୂର୍ବରୁ ଝାଡଖଣ୍ଡରେ ମଧ୍ୟ କିଛି ଭାଜପା କର୍ମୀ ତାଙ୍କୁ ଆକ୍ରମଣ କରିଥିଲେ। | <urn:uuid:2c8c7bce-17da-4893-8bad-7b94380e3fb7> | CC-MAIN-2018-47 | https://enewsodia.com/amp/attack-on-swami-agnibes/ | 2018-11-16T11:19:09Z | s3://commoncrawl/crawl-data/CC-MAIN-2018-47/segments/1542039743011.30/warc/CC-MAIN-20181116111645-20181116133645-00543.warc.gz | ory | 0.999997 | Orya | 13 | {"ory_Orya_score": 0.9999974966049194} |
ସୁନ୍ଦର କେଶ ଆଜିକାଲି ଏକ ପ୍ରଶ୍ନ ହେଇଗଲାଣି । କାରଣ ଚୁଟି ଝଡିବା ଏକ ସାଧାରଣ ରୋଗ ହେଇଗଲାଣି । ପରିସ୍ଥିତି ଏପରି ହେଉଛି ଯେ, କମ ବୟସରେ ବହୁତ ଲୋକ ଚନ୍ଦା ହୋଇଯାଉଛନ୍ତି । ଆଧୁନିକ ଜୀବନଶୈଳୀ, ଭୁଲ ଖାଦ୍ୟ ପେୟ ଓ ଅଧିକ ଚିନ୍ତା କାରଣରୁ ଚୁଟି ଝଡିଥାଏ ବୋଲି ଡାକ୍ତର କହିଥାନ୍ତି । ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ସମ୍ପର୍କରେ ଯାହାକୁ ଖାଇଲେ ଚନ୍ଦାପଣ ରୁ ମୁକ୍ତି ମିଳିପାରିବ।
ସବୁଜ ପନିପରିବା:
ସବୁଜ ପନିପରିବାରେ ଭିଟାମିନ 'ଏ' ପ୍ରଚୁର ମାତ୍ରାରେ ଥାଏ। ଭିଟାମିନ୍ 'ଏ' ତ୍ୱଚା ଓ କେଶକୁ ମଜଭୁତ କରିଥାଏ। ତେଣୁ ପ୍ରତିଦିନ ପନିପରିବା ଖାଇବା ଦ୍ୱାରା କେଶ ମଜଭୁତ ହେବା ସହ ଝଡିବା ବନ୍ଦ ହୋଇଯାଇଥାଏ।
ପାଳଙ୍ଗ:
ପ୍ରତିଦିନ ଖାଇବାରେ ଶାଗ ରଖିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷ କରି ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର। ପାଳଙ୍ଗରେ ଆଇରନ ପ୍ରଚୁର ମାତ୍ରାରେ ଥାଏ। ପାଳଙ୍ଗରେ ସିବମ ଭଳି ଏକ ତତ୍ତ୍ୱ ରହିଛି, ଯାହା କେଶ ପାଇଁ ପ୍ରାକୁତିକ କଣ୍ଡିସନର କାମ କରିଥାଏ। ପାଳଙ୍ଗରୁ ଓମେଗା-୩ ଏସିଡ, ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲସିୟମ ଓ ଆଇରନ ମିଳିଥାଏ। ଏହା କେଶକୁ ମଜଭୁତ କରିବା ସହ ଚମକ ବଢାଇଥାଏ। ଗୁଆଁର ଛୁଇଁ ମଧ୍ୟ ଆଇରନରେ ଭରପୁର । ତେଣୁ ଏହାକୁ ଖାଇଲେ କେଶ ସହ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ।
ସି ଫୁଡ:
ଶରୀରରେ ଜିଙ୍କ କମ୍ କାରଣରୁ ରୂପି ଓ ଚୁଟି ଝଡିବା ସମସ୍ୟା ଦେଖାଯାଇଥାଏ। ଜିଙ୍କ ଏପରି ଏକ ମିନେରାଲ ଯାହା ନୂତନ କୋଶିକା ଉତ୍ପନ କରି ଏହି ସମସ୍ୟା ଦୂର କରିଥାଏ। ସି ଫୁଡରେ ପ୍ରଚୁର ପରିମାଣରେ ଜିଙ୍କ ଥାଏ। ଏହାକୁ ଖାଇବା ଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ।ଏହାସହ ମାଛ ତେଲ, ଅଣ୍ଡା, କ୍ଷୀର ଓ ବାଦାମରେ ମଧ୍ୟ ଜିଙ୍କ ମିଳିଥାଏ ।
ପଢନ୍ତୁ; ମଧୁମେହ ରୋଗୀଙ୍କ ପାଇଁ କିଛି ଟିପ୍ସ । | <urn:uuid:030eb055-febb-4903-985b-0a06c720b542> | CC-MAIN-2018-47 | https://enewsodia.com/home-remedies-of-hair-fall/?amp_markup=1 | 2018-11-19T00:56:11Z | s3://commoncrawl/crawl-data/CC-MAIN-2018-47/segments/1542039744803.68/warc/CC-MAIN-20181119002432-20181119024432-00303.warc.gz | ory | 0.999996 | Orya | 21 | {"ory_Orya_score": 0.9999964237213135} |
ରଙ୍ଗବତୀ ପରେ ମାୟାରେ ବାୟା ହେଲେ ନାଇଜେରିଆ କଣ୍ଠଶିଳ୍ପୀ ସାମୁଏଲ ସିଂ। ଗତ ୧୨ ତାରିଖରେ ରିଲିଜ ହୋଇଥିଲା ଓଡିଆ ଫିଲ୍ମ "ଟୋକାଟା ଫସିଗଲା"ର ଲୋକପ୍ରିୟ ଗୀତ "ସବୁ ମାୟାରେ ବାୟା"କୁ ଗତକାଲି ସନ୍ଧ୍ୟାରେ ଗାଇ ତାକୁ ୟୁଟ୍ଯୂବ ରେ ଅପଲୋଡ କରିଛନ୍ତି ଏହି କଣ୍ଠଶିଳ୍ପୀ ଜଣଙ୍କ।
ସୂଚନାଯୋଗ୍ୟ,ନିକଟରେ ଏହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ଟାଇଗର ଶ୍ରଫ। ଏହି ବ୍ୟକ୍ତି 'ରଙ୍ଗବତି' ଗାଇ ସାରା ଦେଶରେ ଚହଳ ସୃଷ୍ଟି କରିଥିଲେ । ସେହିଭଳି ସେ ଏବେ 'ମାୟା ରେ ବାୟା'ଗୀତକୁ ଗାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। | <urn:uuid:8fc64424-320b-46a5-83e5-d0770e095bcc> | CC-MAIN-2018-47 | https://enewsodia.com/mayare-baya-by-samuel-singh/ | 2018-11-20T08:19:06Z | s3://commoncrawl/crawl-data/CC-MAIN-2018-47/segments/1542039746301.92/warc/CC-MAIN-20181120071442-20181120093442-00463.warc.gz | ory | 0.999883 | Orya | 5 | {"ory_Orya_score": 0.9998829364776611} |
ଦାମଙ୍କୁ ବିରୋଧ ପ୍ରଦର୍ଶନ । ନିଆଳି ସୁରକ୍ଷା ମଂଚର ସୂଚନା ଅଧିକାର ସମାବେଶରେ ବିଜେଡିର ଏହି ପୂର୍ବତନ ନେତା ତଥା ପାରାଦୀପ ବିଧାୟକଙ୍କୁ ବିରୋଧ କରିଛନ୍ତି ଅଙ୍ଗନୱାଡି କର୍ମୀ । ମୟୂରଭଞ୍ଜ ପରେ ନିଅାଳିରେ ମଧ୍ୟ ଦାମଙ୍କୁ ବିରୋଧ। ଦାମଙ୍କ ସଭାମଞ୍ଚ ଅାଗରେ ଅଙ୍ଗନବାଡ଼ି କର୍ମୀ ହାତରେ ଦାମ ବିରୋଧୀ ପ୍ଲାକାର୍ଡ ଧରି ରାଲି କରିଛନ୍ତି। ନିଅାଳି ହାଇସ୍କୁଲ ପଡ଼ିଆରେ ଦୁର୍ନୀତି ବିରୋଧୀ ସମାବେଶ କରୁଥିବା ବେଳେ ଦାମୋଦର ରାଉତଙ୍କୁ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରାଉତ କଟକ ନିଆଳି ହାଇସ୍କୁଲ ପଡିଆରେ ସଭା କରିଥିଲେ । ମଂଚ ଉପରେ ତାଙ୍କ ସହ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସମେତ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଉପସ୍ଥିତ ରହିଥିଲେ । ସେହି ସମୟରେ ହାଇସ୍କୁଲ ପାଚେରୀ ବାହାରୁ କେହି ବ୍ୟକ୍ତି ମଂଚ ଉପରକୁ ଅଣ୍ଡାମାଡ କରିଥିଲା । ଅଣ୍ଡାଟି କାହା ଦେହରେ ବାଜି ନଥିଲେ ସୁଧା ମଂଚ ଉପରେ ପଡିଥିଲା । ଏହା ପରେ ତତକ୍ଷଣାତ ବ୍ୟକ୍ତିଜଣଙ୍କ ସେହି ସ୍ଥାନ ଛାଡି ଦୌଡି ପଳାଇଥିଲେ। | <urn:uuid:5ff00657-83b1-4e77-a12c-ed3a2969efda> | CC-MAIN-2018-47 | https://enewsodia.com/dama-faces-egg-attack/ | 2018-11-13T02:49:20Z | s3://commoncrawl/crawl-data/CC-MAIN-2018-47/segments/1542039741192.34/warc/CC-MAIN-20181113020909-20181113042909-00387.warc.gz | ory | 0.99999 | Orya | 11 | {"ory_Orya_score": 0.9999903440475464} |
ଏସୀୟ କ୍ରୀଡ଼ା ୨୦୧୮: ୧୦୦ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିଥିବା ଦୂତି ଚାନ୍ଦଙ୍କୁ ଦେଢ଼ କୋଟି ଅର୍ଥରାଶି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ: ଓଡିଆ ଧାବିକା ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାରଙ୍କ ବଡ ଉପହାର । ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୧୮ ପ୍ରତିଯୋଗିତାରେ ଗତକାଲି ରୌପ୍ୟ ପଦକ ହାସଲ କରିଛନ୍ତି ଦୂତି ଚାନ୍ଦ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀଙ୍କୁ ଶୁଭେଚ୍ଛା ଜଣାଇ ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡୋନେସିଆ ଜାକର୍ତ୍ତାରେ ଖେଳାଯାଉଥିବା ୨୦୧୮ ଏସୀୟ କ୍ରୀଡା ପ୍ରତିଯୋଗିତାରେ ଗତାକାଲି ଦୂତି ରୌପ୍ୟ ପଦକ ହାସଲ କରିଛନ୍ତି । ୧୧.୩୨ ସେକେଣ୍ଡରେ ଓଡିଆ ଝିଅ ଦୂତି ଚାନ୍ଦ ୧୦୦ ମିଟରର ଦୂରତାକୁ ଅତିକ୍ରମ କରି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ ।
ବିଗତ ୨୦ ବର୍ଷ ପରେ ଜଣେ ଓଡିଆ ଝିଅ ଭାବେ ଏହି ଏସୀୟ କ୍ରୀଡାରେ ପଦକ ହାସଲ କରିଥିବା କୃତିତ୍ୱ ହାସଲ କରିଛନ୍ତି ଦୂତୀ ଚାନ୍ଦ । ୧୯୯୮ ମସିହା ଏସିଆନ ଗେମ୍ସରେ ଓଡିଶାର ପୂର୍ବତନ ଧାବିକା ରଚିତା ପଣ୍ଡା ମିସ୍ତ୍ରୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ତେବେ ଗତକାଲି ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଦୂତୀଙ୍କ ବିଜୟ ସାରା ଦେଶବାସୀଙ୍କୁ ଗୌରାବନ୍ୱିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ତେବେ ବର୍ତ୍ତମାନ ଭାରତରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଦୌଡାଳୀ ମାନେ ରହିଛନ୍ତି । ସେମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଗତବର୍ଷ ୨୨ତମ ଏସୀଆନ ଆଥଲେଟିକ୍ ଚାମ୍ପିୟନସିପ୍ ଆୟୋଜନ କରାଯାଇଥିଲା । ଯାହାର ସଫଳ ରୂପାୟନ ସାରା ବିଶ୍ୱବାସୀ ଦେଖିଥିଲେ । ତେବେ ଓଡିଶାର ଆଥଲେଟ୍ ମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଖୁବଶୀଘ୍ର ରାଜ୍ୟ ସରକାର ରାଜ୍ୟସ୍ତରୀୟ ଆଥଲେଟିକ୍ ଏକାଡେମୀ କରିବାକୁ ନିଷ୍ପତି ନେଇଛନ୍ତି । | <urn:uuid:210466af-2409-4d61-b275-a04f51ad75a5> | CC-MAIN-2018-47 | http://kanaknews.com/cm-nveen-1-5-cr-for-dutee-chand/ | 2018-11-15T23:45:46Z | s3://commoncrawl/crawl-data/CC-MAIN-2018-47/segments/1542039742963.17/warc/CC-MAIN-20181115223739-20181116005739-00147.warc.gz | ory | 1.000003 | Orya | 4 | {"ory_Orya_score": 1.0000028610229492} |
ମଧ୍ୟପ୍ରଦେଶର ମନସୋରରେ ଭୀଷଣ ବର୍ଷା । ରାସ୍ତା ପାଲଟିଲା ଜଳାଶୟ, ଜଳସ୍ରୋତରେ କାର ଭାସିଯାଇ ୪ ମୃତ
କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ସାରାଦେଶରେ ବନ୍ୟା ଆଣିଛି ସମସ୍ୟା । କେରଳରୁ ଆରମ୍ଭ କରି ମଧ୍ୟପ୍ରଦେଶ, ମହାରଷ୍ଟ୍ର ଓ ଗୁଜରାଟରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । କେରଳରେ ଜଳପ୍ରଳୟ ଯୋଗୁଁ ୪ ଶହରୁ ଅଧିକ ପ୍ରାଣ ହରାଇଥିବାବେଳେ ମଧ୍ୟପ୍ରଦେଶ ମନସୋରରୁ ଆସିଛି ବନ୍ୟାର ହୃଦୟବିଦାରକ ଦୃଶ୍ୟ । ଲଗାଣ ବର୍ଷାରେ ହଠାତ ପାଣି ଆସିବା ଫଳରେ କାରଟି ନାଳ ଭିତରେ ଫସିଯାଇଥିଲା । ଆଉ ପାଣି ସୁଅରେ ଭାସିଯାଇଥିଲା କାର । କାରରେ ୪ ଜଣ ବ୍ୟକ୍ତି ଥିବା ସୂଚନା ମିଳିଛି । ଆଉ ସ୍ଥାନୀୟ ଲୋକେ କାରରେ ଫସିଥିବା ୪ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ।
ରସି ସହାୟତାରେ ଲୋକେ କାରରେ ଫସିଥିବା ୪ ଜଣଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲୋ କିନ୍ତୁ ପାଣିର ସୁଅ ଏତେ ପ୍ରଖର ଥିଲା ଯେ, ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ତେବେ ଏଥିରେ କାରରେ ଥିବା ୪ଜଣ ଲୋକ ପ୍ରାଣ ହାରଇ ଥିବା ସୂଚନା ମିଳିଛି । ଚଳିତ ବର୍ଷ ଦେଶର ଅନେକ ସ୍ଥାନରେ ବର୍ଷା ହୋଇ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ବନ୍ୟାରେ ବହୁଗୁଡିଏ ରାସ୍ତା ଧୋଇଯାଇଥିବାରୁ ବନ୍ୟା ପୀଡିତଙ୍କୁ ସଠିକ ସମୟରେ ସହାୟତ ଯୋଗାଇ ହେଉନଥିବା ଲୋକମାନେ ଅଭିଯୋଗ କରିଛନ୍ତି । ହେଲେ ମଧ୍ୟ ପ୍ରଦେଶର ସରକାର ବନ୍ୟା ପୀଡିତଙ୍କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ ଯୋଗାଇ ଦେବେ ବୋଲି ଜଣେ ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି । | <urn:uuid:2ad4273b-5514-43f4-8eb5-29fa6569255e> | CC-MAIN-2018-47 | http://kanaknews.com/madhya-pradesh-4-people-die-as-their-car-is-washed-away-in-mandsaur/ | 2018-11-15T23:52:26Z | s3://commoncrawl/crawl-data/CC-MAIN-2018-47/segments/1542039742963.17/warc/CC-MAIN-20181115223739-20181116005739-00147.warc.gz | ory | 1.000008 | Orya | 4 | {"ory_Orya_score": 1.0000075101852417} |
ରାଜସ୍ଥାନରେ ଆଇଏଏସ୍ ଅଫିସର ପଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ
ଜୟପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ପଢ଼ିବେ ସରକାରୀ ବାବୁ। ବୁଧବାର ଦିନ ରାଜସ୍ଥାନର ଜଣେ ବରିଷ୍ଠ ଅଧିକାରୀ ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦେଇଥିବା ଭାଷଣକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ପୁସ୍ତକକୁ ରାଜସ୍ଥାନର ଆଇଏଏସ୍ ଅଫିସରଙ୍କ ମଧ୍ୟରେ ବାଣ୍ଟାଯିବ ବୋଲି ଜଣାପଡ଼ିଛି । ଏହାକୁ ପଢ଼ିବା ଦ୍ୱାରା ଅଧିକାରୀମାନେ ସୁଶାସନ ତଥା ଅନେକ ଜରୁରି ଜିନିଷ ବିଷୟରେ ଜ୍ଞାନ ପାଇ ପାରିବେ ବୋଲି କୁହାଯାଇଛି । ବହିଟିର ନାମ 'ଚିନ୍ତନ୍ ଶିଭର' ରହିଥିବା ବେଳେ ଏହାକୁ ଗୁଜୁରାଟ ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ପଠାଯାଇଛି ।
ରାଜ୍ୟ ସରକାର ଏବଂ ରାଜ୍ୟ କର୍ମଚାରୀ ବିଭାଗର ମୁଖ୍ୟ ଭାସ୍କର ଏ ସାଓ୍ଵାନ୍ତଙ୍କ ସାଧାରଣ ମଞ୍ଜୁରୀ ପରେ ରାଜ୍ୟର ସମସ୍ତ ଆଇଏସ୍ ଅଧିକାରୀଙ୍କୁ ଏହି ପୁସ୍ତକ ବଣ୍ଟନ କରାଯିବ ବୋଲି ଅଧିକାରୀ କହିଛନ୍ତି । ଏହି ବହିକୁ ଅଧିକାରୀଙ୍କ ମଧ୍ୟରେ ବାଣ୍ଟିବା ଅନୁମତି ପାଇଁ ଆବେଦନ କରାଯାଇଛି। ବହିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୧ ରୁ୨୦୧୪ ମସିହା ମଧ୍ୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦିଆଯାଇଥିବା ଭାଷଣ ଉପରେ ଆଧାରିତ । ବହିଟିରେ ସୁଶାସନ, ନିର୍ଣ୍ଣୟ ନେବା, ସମୟର ସଦୁପଯୋଗ ଆଦି ବିଷୟରେ ଉଲ୍ଲେଖ କରାଯାଇଛି। | <urn:uuid:f03083bb-80bf-4f7c-ba5d-13d8c1e83ee1> | CC-MAIN-2018-47 | http://sambad.in/india-and-beyond/book-on-pm-modi-s-speeches-to-be-read-by-ias-officers-in-rajasthan-145282/ | 2018-11-15T23:29:18Z | s3://commoncrawl/crawl-data/CC-MAIN-2018-47/segments/1542039742963.17/warc/CC-MAIN-20181115223739-20181116005739-00147.warc.gz | ory | 1.000004 | Orya | 4 | {"ory_Orya_score": 1.0000035762786865} |
ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାରେ ନିରାମୟ ଯୋଜନାରେ ସରକାର ବାର୍ଷିକ ପ୍ରାୟ ୫ କୋଟି ଟଙ୍କାର ମାଗଣା ଔଷଧ ବିତରଣ କରୁଛନ୍ତି। ସରକାର ଇତିମଧ୍ୟରେ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନା ସହିତ ୭ଟି ସିଏଚ୍ସି ଏବଂ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ମାଗଣା ଔଷଧ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଯୋଜନା କର୍ଯ୍ୟକାରୀ ହେବା ବେଳକୁ ଯୋଜନାରେ ମାତ୍ର ୧୫୦ ରୁ ୧୭୦ କିସମର ଔଷଧ ଯୋଗାଇ ଦେଉଥିବା ବେଳେ ଏବେ ତାହା ୩୨୮ କୁ ବୃଦ୍ଧି ପାଇଛି। ଦିନକୁ ଦିନ ସରକାରୀ ଡାକ୍ତରଖାନାରେ ନିରାମୟ ଯୋଜନାରେ ଔଷଧ ବିତରଣ ଲୋକଙ୍କ ଦ୍ୱାରା ଅଧିକରୁ ଅଧିକ ଆଦୃତି ଲାଭ କରୁଥିବାବେଳେ ସରକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଔଷଧ ଭଣ୍ଡାରରେ ଔଷଧ ଭେରାଇଟି ବଢାଇବାରେ ଲାଗିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ସୂଚନା ଅନୁଯାୟୀ ଯୋଜନା କାର୍ଯ୍ୟକାରୀ ହେବାର ପ୍ରଥମ ବର୍ଷରେ ଆଉଟ୍ଡୋର ଏବଂ ଇନ୍ଡୋର ରୋଗୀଙ୍କୁ ମିଶାଇ ନିରାମୟ ଯୋଜନାରେ ପ୍ରାୟ ୨ ଲକ୍ଷ ୪୫ ହଜାର ରୋଗୀଙ୍କୁ ମାଗଣା ଔଷଧ ବିତରଣ କରାଯାଇଥିଲା। ଦୁଇବର୍ଷ ପରେ ଅର୍ଥାତ୍ ଗତ ୨୦୧୭-୧୮ ମସିହାରେ ଏହି ସଂଖ୍ୟା ୪ ଲକ୍ଷ ୨୬ ହଜାର ୫୮୧ ରେ ପହଞ୍ଚିଛି। ଏଥିରେ କେବଳ ଆଉଟ୍ଡୋର୍ରେ ସର୍ବାଧିକ ୩ ଲକ୍ଷ ୫୧ ହଜାର ଲୋକଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିବାବେଳେ ଇନ୍ଡୋର୍ରେ ୭୫ ହଜାର ୫୬୯ ଜଣ ରୋଗୀଙ୍କୁ ମାଗଣା ଔଷଧ ବିତରଣ କରାଯାଇଛି। ସବୁଠାରୁ ବଡକଥା ହେଲା ଆଉଟ୍ଡୋର ଆସୁଥିବା ରୋଗୀଙ୍କ ମଧ୍ୟରୁ ୮୦ ରୁ ୯୦ ପ୍ରତିଶତ ଲୋକ ନିରାମୟ ଔଷଧ ବ୍ୟବହାର କରୁଥିବାବେଳେ ଇନ୍ଡୋରରେ ୯୦ ରୁ ଶହେ ପ୍ରତିଶତ ଲୋକ ନିରାମୟ ଔଷଧ ବ୍ୟବହାର କରୁଛନ୍ତି। ସେହିଭଳି ନିରାମୟ ଭଣ୍ଡାରରେ ଔଷଧର ଚାହିଦାକୁ ଦୃଷ୍ଟିରେ ରଖି ଲୋକଙ୍କୁ ବିତରଣ କରାଯାଉଥିବା ଔଷଧର ମାନ ନିୟମିତ ଯାଞ୍ଚ କରାଯାଉଛି। ଫଳରେ ନିରାମୟ ଯୋଜନାରେ ବିତରଣ କରାଯାଉଥିବା ଔଷଧର ମାନକୁ ନେଇ ଅଦ୍ୟାବଧି କୌଣସି ଆପତ୍ତି ଅଭିଯୋଗ ଆସିନଥିବା କଥା କର୍ତ୍ତୃପକ୍ଷ କହିଛନ୍ତି। ତେବେ ସରକାରୀ ଡାକ୍ତରଖାନାରେ ନିରାମୟ ଯୋଜନା ପାଖରେ ମଳିନ ପଡିଯାଇଛି ଜନଔଷଧି ଭଣ୍ଡାର। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଲୋକଙ୍କୁ ରିହାତି ଦରରେ ଔଷଧ ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ରାଜ୍ୟ ସରକାରଙ୍କ ନିରାମୟ ଯୋଜନା ପାଖରେ ଅସହାୟ ହୋଇପଡିଥିବା ଜଣାପଡିଛି। ଗୋଟିଏ ପଟରେ ନିରାମୟ ଯୋଜନାରେ ବାର୍ଷିକ ୪ ଲକ୍ଷରୁ ଉଦ୍ଧ୍ୱର୍ରୋଗୀ ଉପକୃତ ହେଉଥିବାବେଳେ ଜନ ଔଷଧୀ ଭଣ୍ଡାର ଜରିଆରେ ମାତ୍ର କେଇ ହଜାର ରୋଗୀ ଉପକୃତ ହେଉଛନ୍ତି। ଏହି ସୂଚନା ଅନୁଯାୟୀ ଗତ ୨୦୧୭-୧୮ ବର୍ଷରେ ଜିଲା ଜନଔଷଧୀ ଭଣ୍ଡାର ଜରିଆରେ ମାତ୍ର ୪ ହଜାର ୮୯୫ ଜଣ ରୋଗୀ ଉପକୃତ ହୋଇଛନ୍ତି। | <urn:uuid:824b2092-4481-4261-9626-39bf9c05b35b> | CC-MAIN-2018-47 | http://odiapua.com/%E0%AC%A8%E0%AC%BF%E0%AC%B0%E0%AC%BE%E0%AC%AE%E0%AD%9F-%E0%AC%AF%E0%AD%8B%E0%AC%9C%E0%AC%A8%E0%AC%BE%E0%AC%B0%E0%AD%87-%E0%AC%AC%E0%AC%BE%E0%AC%B0%E0%AD%8D%E0%AC%B7%E0%AC%BF%E0%AC%95-%E0%AC%AA/ | 2018-11-19T18:08:41Z | s3://commoncrawl/crawl-data/CC-MAIN-2018-47/segments/1542039746061.83/warc/CC-MAIN-20181119171420-20181119193420-00067.warc.gz | ory | 0.999942 | Orya | 3 | {"ory_Orya_score": 0.9999423027038574} |
ରାୟଗଡା ୧୮-୬ (ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ପୁଣି ଥରେ ଚର୍ଚ୍ଚାକୁ ଆସିଛି ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ, ଏଥର କିନ୍ତୁ ପ୍ରସବ ଜନିତ ଘଟଣା ନୁହେଁ ଚର୍ଚ୍ଚାକୁ ଆସିଛି ଦୁର୍ଷ୍କମ ପାଇଁ। ଘଟଣାରୁ ଜଣାପଡିଛି ଯେ କଲ୍ୟାଣସିଂହପୁର ସଦର ମହକୁମାର କଦମ୍ବଦ୍ୱାରା ସାହିର ଜଣେ ନାବାଳିକୁ ଜଣେ ବୃଦ୍ଧା ଦୁର୍ଷ୍କମ ଉଦ୍ୟମ କରିଥିଲେ। ରାତି ୨ ଟା ସମୟରେ ଜଳ ବେନିଆ ନାମ ଜଣେ (୫୫) ବର୍ଷିୟା ବୃଦ୍ଧି ରେବତି କରକରିଆକୁ ( ଛଦ୍ମନାମ -୧୮) ଏକୁଟିଆ ଶୋଇଥିବା ସମୟରେ ଦୁର୍ଷ୍କମ କରିବା ପାଇଁ ଉଦ୍ୟମ କରିଥିଲା। ରେବତି ପାଟି କରିବାକୁ ବେନିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ସକାଳେ ପରିବାରବର୍ଗ କଲ୍ୟାଣସିଂହପୁର ଥାନାରେ ଅଭିଯୋଗ କରିବା ପରେ ଜଳ ବେନିଆ କୁ ଗିରଫ କରାଯାଇଥିଲା। ଅଭିଯୁକ୍ତକୁ ଆଜି ରାୟଗଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ କଲ୍ୟାଣସିଂହପୁର ଥାନା ଏସ.ଆଇ କୁନି ଶବର କରୁଥିବା ଜଣାପଡିଛି। ବେଲ ନାମଂଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଦୁର୍ଷ୍କମ ଶୀକାରର ପୀଡିତା ନିଜ ରୋଗାଗ୍ରସ୍ତ ବାପାଙ୍କ ସହ ରହୁଥିବା ବେଳେ ଦୁର୍ଷ୍କମ ଉଦ୍ୟମ କରିଥିବା ଅଭିଯୁକ୍ତ ପୀଡିତାର ସଂପର୍କୀୟ ମାମୁଁ ବୋଲି ଜଣାପଡିଛି। | <urn:uuid:1134a897-cf88-45d3-88da-03d4deaf457c> | CC-MAIN-2018-47 | http://odiapua.com/one-arrested-trying-to-rape-minor/ | 2018-11-19T17:47:12Z | s3://commoncrawl/crawl-data/CC-MAIN-2018-47/segments/1542039746061.83/warc/CC-MAIN-20181119171420-20181119193420-00067.warc.gz | ory | 0.999945 | Orya | 3 | {"ory_Orya_score": 0.9999452829360962} |
ପାରାଦୀପ ପୌରାଂଚଳ ୬ ନମ୍ବର ୱାର୍ଡରେ ମତଦାନ ଆରମ୍ଭ । ବିଜେପିର ଅଭିଯୋଗ ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି ଶାସକ ଦଳ
କନକ ବ୍ୟୁରୋ : ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଅପରାହ୍ନ ୫ଟା ଯାଏ ଚାଲିବ ମତଦାନ । ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡ କାଉନସିଲର ମଞ୍ଜୁଲତା ଜେନାଙ୍କର ଗତବର୍ଷ ମେ ୩୦ ତାରିଖରେ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା ।
ସ୍ଥାନୀୟ ଅଂଚଳର ପ୍ରାୟ ୧୮ଶହ ୮୦ ଭୋଟର ଉପନିର୍ବାଚନରେ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି । କିନ୍ତୁ ସୋମବାର ରାତିରେ ବିଜେଡି ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ କରାଯାଇଥିବା ଅଭିଯୋଗ ହୋଇଛି । ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡରେ ଉପନିର୍ବାଚନ ପୂପାରାଦୀପର ପ୍ରଭାବଶାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତ ରାତି ଅଧରେ ଭୋଟରଙ୍କୁ ପ୍ରଭାବିତ କଲାବେଳେ ଘେରିଛି ବିଜେପି । ୬ନମ୍ବର ୱାର୍ଡ ବାଲିଝରା ସନ୍ତୋଷୀପଡାରେ ପହଂଚିଥିଲେ ସମ୍ବିତ ରାଉତ ।
ଖବର ପାଇ ଶତାଧିକ ବିଜେପି କର୍ମୀ ସେଠାରେ ତାଙ୍କୁ ଘେରିଯିବା ସହ ହୋହଲ୍ଲା କରିଥିଲେ । ଫଳରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ପୋଲିସ ପହଂଚି ପରିସ୍ଥିତିକୁ ଆୟତ କରିଛି । ରବିବାରଠାରୁ ପ୍ରଚାର ଶେଷ ହୋଇଥିଲେ ମଧ୍ୟ ଭୋଟିଂ ପୂର୍ବଦିନ ରାତିରେ ଭୋଟରଙ୍କୁ ଶାସକ ଦଳ ପ୍ରଭାବିତ କରୁଥିବା ବିଜେପି ଅଭିଯୋଗ କରିଛି । ଏପରିକି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଟାନ ଦାବି କରିଛି ଦଳ । | <urn:uuid:d4836343-ae1f-4692-8708-107acae6df01> | CC-MAIN-2018-47 | http://kanaknews.com/voting-started-for-paradeep-by-election/ | 2018-11-21T02:22:52Z | s3://commoncrawl/crawl-data/CC-MAIN-2018-47/segments/1542039746926.93/warc/CC-MAIN-20181121011923-20181121033923-00227.warc.gz | ory | 0.999998 | Orya | 6 | {"ory_Orya_score": 0.9999984502792358} |
ସମୁଦ୍ରରେ ଲିନ ହେବ ବ୍ୟାଙ୍କକ୍ ! ଆସିବ ପ୍ରଳୟଙ୍କାରୀ ବିପଦ ।
ସଂପ୍ରତି ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ବିଶ୍ୱ ଚିନ୍ତାରେ। ଦିନକୁ ଦିନ ଏହା ଭୟଙ୍କର ସ୍ଥିତି ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ କିଛି ନା କିଛି ବଡ଼ ଅଘଟଣ ଘଟିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଥାଇଲାଣ୍ଡର ରାଜଧାନୀ ତଥା ପର୍ୟ୍ୟଟକଙ୍କ ପ୍ରିୟ ଗନ୍ତବ୍ୟସ୍ଥଳ ବ୍ୟାଙ୍କକ୍ ପାଇଁ ଏକ ବଡ଼ ବିପଦ ମାଡ଼ିଆସୁଛି। ସମୁଦ୍ର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ବ୍ୟାଙ୍କକ୍ର ଏକ ବଡ଼ ଅଂଶ ଆଗାମୀ ୧୨-୧୩ ବର୍ଷ ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲିଯିବ ବୋଲି ଆଶଙ୍କା କରାଯାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ରାଜଧାନୀ ସହରରେ ନାହିଁ ନଥିବା ବର୍ଷା ଲାଗିରହୁଛି। ଫଳରେ ବନ୍ୟା ପରିସ୍ଥିତି ଉପୁଜୁଛି। ଦିନ ଆସିବ ବ୍ୟାଙ୍କକ୍ ସମୁଦ୍ରରେ ବୁଡ଼ିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଏଭଳି ଆଶଙ୍କାକୁ ନେଇ ଏବେ ଥାଇଲାଣ୍ଡ ସରକାର ପ୍ରସ୍ତୁତି କାର୍ୟ୍ୟ ଆରମ୍ଭ କରିଦେଇଛନ୍ତି। ଏ ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ଉଠାଇ କୌଣସି ସମାଧାନର ପନ୍ଥା ବାହାର କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଚଳିତବର୍ଷ ଶେଷଭାଗରେ ପୋଲାଣ୍ଡ୍ରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଜାତିସଂଘର ଏକ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ଥାଇଲାଣ୍ଡ୍ ସାମିଲ ହୋଇ ବ୍ୟାଙ୍କକ୍ ପ୍ରସଙ୍ଗ ଉଠାଇବ ବୋଲି ଜଣାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ପାଣିପାଗରେ ଅହେତୁକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଅଧିକାଂଶ ସମୟରେ ମହାବାତ୍ୟା, ଅନିୟମିତ ବର୍ଷା, ମରୁଡ଼ି ଓ ବନ୍ୟା ସ୍ଥିତି ଉତ୍କଟ ହେବାରେ ଲାଗିଛି। ଆଗାମୀ ଦିନଗୁଡ଼ିକରେ ଜଳବାୟୁରେ ଆହୁରି ବଡ଼ ପରିବର୍ତ୍ତନ ଆସିବାକୁ ଥିବାରୁ ଏଭଳି ସମସ୍ୟା ସାଂଘାତିକ ରୂପ ନେବ ବୋଲି ଆଶଙ୍କା ରହିଛି।
ବ୍ୟାଙ୍କକ୍ ଏବେ ସମୁଦ୍ର ଉପରିଭାଗ ତୁଳନାରେ ମାତ୍ର ୧.୫ ମିଟର ଉଚ୍ଚତାରେ ରହିଛି। ତେଣୁ ସମୁଦ୍ର ଅଶାନ୍ତ ଯୋଗୁ କୌଣସି ଅଘଟଣ ଘଟିଲେ ବ୍ୟାଙ୍କକ୍ ପାଣିରେ ଉବୁଟୁବୁ ହୋଇଯିବ। ଭବିଷ୍ୟତରେ ଏଭଳି ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ବୋଲି କୁହାଯାଉଛି। ବ୍ୟାଙ୍କକ୍ ସମେତ ଜାକର୍ତ୍ତା ଓ ମାନିଲାରେ ମଧ୍ୟ ସମାନ ପ୍ରକାର ବିପଦ ରହିଛି ବୋଲି ଜଣାଯାଇଛି। ବିଶ୍ୱ ବ୍ୟାଙ୍କ ରିପୋର୍ଟ ମୁତାବକ, ଆଗାମୀ ୨୦୩୦ ସୁଦ୍ଧା ବ୍ୟାଙ୍କକ୍ର ୪୦ ପ୍ରତିଶତ ସମୁଦ୍ରରେ ବୁଡ଼ିଯିବ। ଗ୍ରୀନ୍ପିସ୍ ସହିତ ସଂଶ୍ଳିଷ୍ଟ ଥିବା କାର୍ୟ୍ୟକର୍ତ୍ତାଙ୍କ କହିବାନୁଯାୟୀ, ବ୍ୟାଙ୍କକ୍ ପ୍ରତିବର୍ଷ ପ୍ରାୟ ୨ ସେଣ୍ଟିମିଟର ବୁଡ଼ିଯାଉଛି ଏବଂ ନିକଟ ଭବିଷ୍ୟତରେ ଏହି ସମସ୍ୟା ଜଟିଳତର ହୋଇପଡ଼ିବ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପୂର୍ବାପେକ୍ଷା ବ୍ୟାଙ୍କକ୍ର ଅଧିକ ଅଂଶ ସମୁଦ୍ରର ନିକଟତର ହୋଇଯାଇଛି। ୨୦୧୧ରେ ମୌସୁମୀ ବର୍ଷା ଯୋଗୁ ବ୍ୟାଙ୍କକ୍ରେ ଜଳବାୟୁ ପରିବର୍ତ୍ତନର ବିପଜ୍ଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ବର୍ଷ ପ୍ରବଳ ବର୍ଷା ଯୋଗୁ ସହରର ଏକପଞ୍ଚମାଂଶ ବୁଡ଼ିଯାଇଥିଲା। ଦ୍ରୁତ ସହରୀକରଣ ଏବଂ ତଟବର୍ତ୍ତୀ ଅଞ୍ଚଳ ପରିମାଣ କମିବା କାରଣରୁ ଆଗକୁ ବଡ଼ ସମସ୍ୟା ଛିଡ଼ାହେବ। ତଟବର୍ତ୍ତୀ ଅଞ୍ଚଳରେ ଅନେକ କେନାଲ ଥିଲା ବେଳେ ତାହାକୁ ପୋତି ରାସ୍ତା ତିଆରି କରାଯାଇଛି। ଫଳରେ ସହରରୁ ପାଣି ବାହାରିବା ବାଟ ବନ୍ଦ ହୋଇଯାଇଛି। ଏହାକୁ ଆଖିରେ ରଖି ଥାଇ ସରକାର କେନାଲ୍ ନେଟ୍ଓ୍ଵର୍କ ୨,୬୦୦ ପର୍ୟ୍ୟନ୍ତ ବଢ଼ାଇବାକୁ ଯୋଜନା ହାତକୁ ନେଇଛନ୍ତି। | <urn:uuid:d0131fe2-3ecd-4b64-a94e-8f5bdac8a53d> | CC-MAIN-2018-47 | http://kanaknews.com/big-problem-come-in-bangkok-city/ | 2018-11-15T11:11:09Z | s3://commoncrawl/crawl-data/CC-MAIN-2018-47/segments/1542039742666.36/warc/CC-MAIN-20181115095814-20181115121814-00516.warc.gz | ory | 0.999985 | Orya | 12 | {"ory_Orya_score": 0.9999847412109375} |
ପାକିସ୍ତାନ ସ୍ନାଇପରଙ୍କ ଗୁଳିମାଡ଼ରେ ଯବାନ ସହିଦ
ଶ୍ରୀନଗର: ଜମ୍ମୁ-କଶ୍ମୀର ସୁନ୍ଦରବେନିସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି। ପାକିସ୍ତାନ ସ୍ନାଇପରଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଛନ୍ତି।
ଆଜି ସକାଳ ପ୍ରାୟ ୯.୪୫ରେ ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ପୋଷ୍ଟକୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଥିଲା। ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ମଧ୍ୟ ଦିଆଯାଇଥିଲା। ତେବେ ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟ ସମୟରେ ପାକିସ୍ତାନର ଜଣେ ସ୍ନାଇପର୍ର ଗୁଳି ଜଣେ ଯବାନଙ୍କ ଦେହରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ବୋଲି ସେନା ପକ୍ଷରୁ କୁହାଯାଇଛି। ତେବେ ସହିଦ ଯବାନଙ୍କ ପରିଚୟ ମିଳିନାହିଁ।
ଗତକାଲି ସନ୍ଧ୍ୟାରେ ଅଖନୂରଠାରେ ପାକିସ୍ତାନ ସ୍ନାଇପରଙ୍କ ଆକ୍ରମଣେ ଦୀପକ କୁମାର ନାମକ ଅନ୍ୟ ଜଣେ ଯବାନ ସହିଦ ହୋଇଥିଲେ। ଦିନକୁ ଦିନ ପାକିସ୍ତାନ ସ୍ନାଇପର୍ ମାନେ ସକ୍ରିୟ ହେଉଥିବାରୁ ଏହା ଭାରତୀୟ ଯବାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। | <urn:uuid:597675e3-07ff-4688-9402-d781b3d2a638> | CC-MAIN-2018-47 | https://odishareporter.in/nation/indian-jawan-martyred-in-pak-firing-along-the-international-border-in-kashmir-299414 | 2018-11-19T05:10:39Z | s3://commoncrawl/crawl-data/CC-MAIN-2018-47/segments/1542039745281.79/warc/CC-MAIN-20181119043725-20181119065725-00436.warc.gz | ory | 0.999986 | Orya | 3 | {"ory_Orya_score": 0.9999858140945435} |
ଗୟା: ବିହାରର ବୌଦ୍ଧତୀର୍ଥ ସହର ବୋଧଗୟା ପାଖ ବଣର ଗୋଟାଏ ଗଛରେ ଜଣେ ଅଷ୍ଟ୍ରେଲୀୟ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି।
ପୁଲିସ କହିବା ଅନୁସାରେ, ୩୩ ବର୍ଷିୟ ହିଥ୍ ଜନ୍ ଆତ୍ମହତ୍ୟା କରିଛନ୍ତି। ଗୟା ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରାଜୀବ କୁମାର ମିଶ୍ର କହନ୍ତି: ଏହା ଆତ୍ମହତ୍ୟା ଘଟଣା।
ତାଙ୍କ ମୃତ୍ୟୁ କଥା ଅଷ୍ଟ୍ରେଲିଆରେ ଥିବା ତାଙ୍କ ଭଉଣୀକୁ ଜଣାଇ ଦେବାକୁ ପୁଲିସ ପାଇଥିବା ଏକ ସ୍ୟୁସାଇଡ୍ ନୋଟ୍ରୁ କୁହାଯାଇଛି।
ସ୍ୟୁସାଇଡ୍ ନୋଟ୍ରେ ଥିବା ଫୋନ୍ ନମ୍ବର ଯୋଗେ ପୁଲିସ ତାଙ୍କ ବାପାଙ୍କ ସହ କଥାବାର୍ତ୍ତା କରି ତାଙ୍କ ହିଥ୍ଙ୍କ ମୃତ୍ୟୁ କଥା ଜଣାଇ ଦେଇଛି।
ଏହା ହତ୍ୟାକାଣ୍ଡ ନୁହେଁ ବୋଲି ପୁଲିସ ନିଶ୍ଚିତ।
ହିଥ୍ ଜୁନ୍ ମାସରେ ଦୁଇ ଦିନ ପାଇଁ ଭାରତକୁ ଆସି ରହିଯାଇଥିଲେ।
ଶନିବାର ସକାଳେ ବଣବାଟ ଦେଇ ଯାଉଥିବା ସ୍ଥାନୀୟ ଲୋକେ ହିଥ୍ଙ୍କ ଶବ ଦେଖିଥିଲେ। | <urn:uuid:22e01c34-d4f2-47bf-acca-4c9ae2d1c25e> | CC-MAIN-2018-47 | http://sambad.in/india-and-beyond/australian-tourist-found-hanging-from-tree-in-bodh-gaya-police-say-suicide-240124/ | 2018-11-20T15:58:07Z | s3://commoncrawl/crawl-data/CC-MAIN-2018-47/segments/1542039746465.88/warc/CC-MAIN-20181120150950-20181120172148-00004.warc.gz | ory | 1.000002 | Orya | 3 | {"ory_Orya_score": 1.0000019073486328} |
ବାହାନଗା, ବାଲେଶ୍ୱର, ୨୧/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗୁଳୁଗୁଳିରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ କିଛି ଦିନ ଧରି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଦିନ ଓ ରାତିରେ ଲୋକେ ଲୋ ଭୋଲଟେଜ ସମସ୍ୟାରେ ଖୁନ୍ଦି ହୋଇଥିଲେ। ତେବେ ନେସ୍କୋ ର ମନମାନି ଯୋଗୁଁ ନିର୍ଦ୍ଧାରିତ ତାରିଖ ପୁର୍ବରୁ ଗ୍ରାହକଙ୍କୁ ବିଦ୍ୟୁତ ବିଲ ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ଉପଭୋକ୍ତା କେବଳ ବିଲ ଦେଉଥିବା ବେଳେ ଏଭଳି ଗୁରୁତର ତୃଟି ଅଧିକାଂଶ ସମୟରେ ଲୋକ ଲୋଚନକୁ ଆସିପାରୁ ନଥିବାର ଜଣାପଡ଼ିଛି। ଘଟଣା କ୍ରମରେ ବାଲେଶ୍ୱର ଜିଲ୍ଲା ସୋର ଡିଭିଜନ ଅଧିନ ବାହାନଗା ସବଡିଭିଜନର ଗୋପାଳପୁର ସେକ୍ସନରେ ଏଭଳି ତ୍ରୁଟି ଦେଖାଦେଇଛି। ଏପରିକି ଉକ୍ତ ବିଲ କାଗଜଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଜଣାପଡ଼ିଛି। ଗୋପାଳପୁର ସେକ୍ସନର ଆରୁହାବାଡ଼ ଗ୍ରାମର ସନାତନ ସେଠୀ ନାମକ ଜଣେ ଉପଭୋକ୍ତାଙ୍କ ଚଳିତ ମାସର ବିଲ କାଗଜ ନିର୍ଦ୍ଧାରିତ ପ୍ରିଣ୍ଟ ତାରିଖର ୩ଦିନ ପୂବର୍ରୁ ଉପଭୋକ୍ତାଙ୍କୁ ଦିଆଯାଇଛି। ବିଲରେ ପ୍ରିଣ୍ଟ ତାରିଖ ୨୩/୦୬/୧୮ ଥିବା ବେଳେ ପ୍ରିଣ୍ଟ ସମୟ ୧୦.୩୬ମି.୩୪ସେକେଣ୍ଡ ରହିଛି। ତେବେ ଏଭଳି ଗୁରୁତର ତୃଟି କିଭଳି ହେଉଛି ତାହାତଦନ୍ତ ସାପେକ୍ଷ ବୋଲି କିଛି ସଚେତନ ଉପଭୋକ୍ତା ନାମ ପ୍ରକାଶ ନ କରି କହିଛନ୍ତି। ସୂଚନା ଅନୁସାରେ ସୋର ଡିଭିଜନ ଅଧିନରେ ୭୫ହଜାର ଗ୍ରାହକଙ୍କ ନିମନ୍ତେ ଫେମସ ସିକ୍ୟୁରିଟ ସର୍ଭିସ ନାମକ ସଂସ୍ଥା ୭୦ଜଣ ପିଲାଙ୍କୁ ନିଯୁକ୍ତି ଦେଇଛି।ନେସ୍କୋ ବର୍ତ୍ତମାନ ମୋବାଇଲ ଆପ ଜରୀଆରେ ଅନଲାଇନରେ ବିଲ ପ୍ରଦାନ କରୁଛି। ସେହି ଅନୁସାରେ ବିଲ ଯେଉଁ ତାରିଖରେ ରିଡିଙ୍ଗ ହେବ ସେହି ତାରିଖରେ ବିଲ ବାହାରିବ। ତେବେ ୨୦ତାରିଖରେ ୨୩ତାରିଖର ବିଲ କିଭଳି ବାହାରିଲା ତାହା ନେଇ ଉପଭୋକ୍ତାଙ୍କ ମଧ୍ୟରେ ନେସ୍କୋର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଟର ରିଡର କିଭଳି ଅନଲାଇନ ବିଲକୁ ଟେମ୍ପରିଂ କରୁଛନ୍ତି ତାହା ମଧ୍ୟ ସନ୍ଦେହଜନକ। ଏପରିକି ପୂର୍ବରୁ ନେସ୍କୋ ମିଟର ରିଡରଙ୍କ ଜରୀଆରେ ଗ୍ରାହକଙ୍କୁ ଶୋଷଣ କରୁଥିବାର ଆଗରୁ ମିଡ଼ିଆରେ ପ୍ରକାଶ ପାଇଛି।। ମିଟର ରିଡିଂ କରୁଥିବା କିଛି ଅସ୍ଥାୟୀ କର୍ମଚାରୀଙ୍କ ସୂଚନା ଅନୁସାରେ ନେସ୍କୋ ମିଟର ରିଡରଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଆଳଦେଖାଇ ଶୋଷଣ କରୁଛି। ଉକ୍ତ ଶୋଷଣ ବିରୋଧରେ ମୁହଁ ଖୋଲୁଥିବା କିଛି କର୍ମଚାରୀଙ୍କୁ ନେସ୍କୋ ମିଟର ରିଡିଂ ଏଜେନ୍ସି ଉପରେ ଚାପ ପକାଇ ଛଟେଇ କରୁଛି। ସେମାନଙ୍କ ସ୍ଥାନରେ ଅଳ୍ପବେତନରେ ଅଣତାଲିମ ପ୍ରାପ୍ତ କର୍ମଚାରୀଙ୍କ ଜରୀଆରେ କାମ ହାସଲ କରୁଛି। ଭାଇରାଲ ହୋଇଥିବା ବିଲ କାଗଜଟି ମଧ୍ୟ ୨ମାସକୁ ଥରେ ପ୍ରଦାନ କରାଯାଇଛି। ଯାହା ସିଧାସଳଖ ଅତିରିକ୍ତ ଶୁଳ୍କ ଉପଭୋକ୍ତାଙ୍କ ଉପରେ ପଡ଼ୁଛି। ତେବେ ଉକ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିହାତି ହେବା ଆବଶ୍ୟକ ହେବ ବୋଲି ସାଧାରଣରେ ଦାବି ଉଠିଛି। | <urn:uuid:e04df59a-020d-499a-a56f-6237e9f40096> | CC-MAIN-2018-47 | http://odiapua.com/%E0%AC%A8%E0%AD%87%E0%AC%B8%E0%AD%8D%E0%AC%95%E0%AD%8B-%E0%AC%A6%E0%AD%8D%E0%AD%B1%E0%AC%B0%E0%AC%BE-%E0%AC%B8%E0%AC%AE%E0%AD%9F-%E0%AC%AA%E0%AD%82%E0%AC%B0%E0%AD%8D%E0%AC%AC%E0%AC%B0%E0%AD%81/ | 2018-11-21T19:45:11Z | s3://commoncrawl/crawl-data/CC-MAIN-2018-47/segments/1542039750800.95/warc/CC-MAIN-20181121193727-20181121215727-00196.warc.gz | ory | 0.999905 | Orya | 4 | {"ory_Orya_score": 0.9999052286148071} |
ଭୁବନେଶ୍ୱର : ଆଜି ହେଉଛି ସେପ୍ଟେମ୍ବର ୧୧ । ପ୍ରାୟ ୭ ବର୍ଷ ପୂର୍ବେ ଅର୍ଥାତ ୯ ସେପ୍ଟେମ୍ବର ୨୦୦୧ରେ, ଆମେରିକାର ନ୍ୟୁୟର୍କରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ବିଶ୍ୱ ଇତିହାସର ମୋଡ ବଦଳେଇ ଦେଇଥିଲା । ଆତଙ୍କବାଦକୁ ଏକ ନୂତନ ଦୃଷ୍ଟିରେ ଦେଖିବା ଆରମ୍ଭ କରିଥିଲା ବିଶ୍ୱ । ସେ ପର୍ଯ୍ୟନ୍ତ ଆତଙ୍କବାଦର ଭୟାବହତାକୁ ସିଧାସଳଖ ଅନୁଭବ କରିନଥିବା ଆମେରିକା ପ୍ରଥମ ଥର ପାଇଁ ଏହାର ସମ୍ମୁଖୀନ ହୋଇଥିଲା । ଏହି ଆକ୍ରମଣ ପରେ ଆମେରିକା ଆରମ୍ଭ କରିଥିବା ଆତଙ୍କବାଦୀ ବିରୋଧୀ ଆକ୍ରମଣ ଆଜି ପର୍ଯ୍ୟନ୍ତ ଚାଲିଛି । ଏହି ଯୁଦ୍ଧରେ ଆଫଗାନିସ୍ତାନଠାରୁ ଆରମ୍ଭ କରି ଇରାକ, ଲିବ୍ୟା, ସିରିୟା ପର୍ଯ୍ୟନ୍ତ ଦେଶ ଛାରଖାର ହୋଇଗଲେ । କିନ୍ତୁ ବୋଧହୁଏ ଆମେରିକା ଉପରେ ୯-୧୧ ଆକ୍ରମଣ ଯୋଗୁଁ ଭାରତ ଲାଭରେ ରହିଛି । କାରଣ ସମଗ୍ର ବିଶ୍ୱ ଭାରତର କଥା ଶୁଣିବାକୁ ଆରମ୍ଭ କଲା । ଭାରତ ବହୁ ପୂର୍ବରୁ ଆତଙ୍କବାଦ ସହ ଲଢି ଆସିଥିବାବେଳେ ପ୍ରଥମ ଥର ପାଇଁ ବିଶ୍ୱଜନମତ ଭାରତ ସପକ୍ଷକୁ ଆସିଲା । ଆହୁରି ମଧ୍ୟ ଆମେରିକାର ଏହି ଆତଙ୍କବାଦ ବିରୋଧୀ ଯୁଦ୍ଧରେ ପାକିସ୍ତାନ ପ୍ରଥମେ ଆମେରିକାର ସହଯୋଗୀ ଥିବାବେଳେ ଏବେ ଆମେରିକା ପାକିସ୍ତାନର ଅସଲି ଚେହେରାକୁ ଧରି ପାରିଛି । ଆମେରିକା ଏବେ ପାକିସ୍ତାନକୁ ଛାଡି ଭାରତକୁ ନିଜର ପ୍ରମୁଖ ସାମରିକ ସହଯୋଗୀର ମାନ୍ୟତା ଦେଇଛି । ଭାରତକୁ ନାଟୋ ସଦସ୍ୟ ପରି ସମାନ ମାନ୍ୟତା ମିଳିଛି । ଏଣୁ କହିବାକୁ ଗଲେ ୯-୧୧ ଆକ୍ରମଣ ହିଁ ଭାରତ ପାଇଁ ହିତକର ସାବ୍ୟସ୍ତ ହୋଇଛି । | <urn:uuid:5a3f45e3-3d8a-4803-8eb8-34cce10aaaa1> | CC-MAIN-2018-47 | http://sambad.in/india-and-beyond/how-9-11-tilted-global-strategic-balance-in-indias-favour-210715/ | 2018-11-21T20:41:14Z | s3://commoncrawl/crawl-data/CC-MAIN-2018-47/segments/1542039750800.95/warc/CC-MAIN-20181121193727-20181121215727-00196.warc.gz | ory | 1.000004 | Orya | 5 | {"ory_Orya_score": 1.0000044107437134} |
ଆଜିକାଲି ଯେଉଁଭଳି ଭାବେ ପ୍ଲାଷ୍ଟିକ୍ର ବ୍ୟବହାର ବଢ଼ି ଚାଲିବାରେ ଲାଗିଛି ତାହାକୁ ରୋକିବା ଏକ ପ୍ରକାରର ଅସମ୍ଭବ ମନେ ହେଲାଣି। ପ୍ଲାଷ୍ଟିକ୍ ପକେଟ୍ରେ ଓ ଡବାରେ ଖାଦ୍ୟ, ପ୍ଲାଷ୍ଟିକ୍ ବୋତଲରେ ପାଣିରୁ ଆରମ୍ଭ ନେଇ ଛୁଞ୍ଚିରୁ ବିମାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି ପ୍ଲାଷ୍ଟିକ୍ର ବ୍ୟବହାର। 'ପ୍ଲାଷ୍ଟିକ୍ ରୋକିବା, ସୁସ୍ଥ ରହିବା ସ୍ଲୋଗାନ୍' ଯେଉଁ ଭଳି ଭାବେ ଦେଖିବାକୁ ମିଳୁଛି ପ୍ଲାଷ୍ଟିକ୍ର ବ୍ୟବହାର ବି ସେହିଭଳି ଭାବେ ବଢ଼ି ଚାଲିଛି। ଆପଣ ଏକ କଥା ନିଶ୍ଚୟ ଶୁଣିଥିବେ ଯେ 'ସ୍ୱ ପରିବର୍ତ୍ତନ ହିଁ ବିଶ୍ୱ ପରିବର୍ତ୍ତନ'। ଅର୍ଥାତ ନିଜକୁ ବଦଳାଇ ଦେବା ବିଶ୍ୱକୁ ବଦଳାଇ ଦେବା ସହ ସମାନ। ତେଣୁ କାହିଁକି ଆମେ ଏହି ମହତ୍ କାର୍ଯ୍ୟ ନିଜଠାରୁ ହିଁ ଆରମ୍ଭ ନ କରିବା! ଚାଲନ୍ତୁ ଆଜି ଆଲୋଚନା କରିବା କେଉଁ ଛୋଟ ଛୋଟ ଉପାୟ ଆପଣେଇ ଆମେ ପ୍ଲାଷ୍ଟିକ୍ ବ୍ୟବହାରକୁ କିଛି ମାତ୍ରାରେ ରୋକିପାରିବା।
ଯଦି ବାହାରକୁ କେବେ ଯାଉଛନ୍ତି ତେବେ ବ୍ୟାଗ୍ରେ ଷ୍ଟିଲ୍ ଚାମଚ୍ଟିଏ ପକାଇବାକୁ ଭୁଲନ୍ତୁ ନାହିଁ। ଅଧିକାଶଂ ସମୟରେ ଦହିବରା ହେଉ କିମ୍ବା କୌଣସି ବାହାର ଖାଦ୍ୟ ଖାଇବା ବେଳେ ଖାଦ୍ୟ ପତ୍ର ଠୁଙ୍ଗାରେ ଦେଲେ ବି ବେପାରୀମାନେ ଚାମଚ୍ ପ୍ଲାଷ୍ଟିକ୍ର ଦେଇଥାନ୍ତି। ସେହି ସମୟରେ ଆପଣ ନିଜ ଚାମଚ ବ୍ୟବହାର କରନ୍ତୁ।
ବାହାରୁ ପାଣି ପିଇବା ଅପେକ୍ଷା କାହିଁକି ଆମେ ଘରୁ ନ ନେଇ ଯିବା? ଯଦି ଘରୁ ବି ପ୍ଲାଷ୍ଟିକ୍ ବୋତଲରେ ପାଣି ନେବା ତାହାଲେ ଆମେ କି ବୁଦ୍ଧିମାନର କାର୍ଯ୍ୟ କଲେ? ମନେ ରଖନ୍ତୁ ନିଜ ପାଖରେ ତମ୍ବା କିମ୍ବା ଷ୍ଟିଲ୍ ବୋତଲ ନିଶ୍ଚୟ ରଖନ୍ତୁ। ବାହାରକୁ ଯିବା ସମୟରେ ସେହି ବୋତଲରେ ପାଣି ନେଇ ଯାଆନ୍ତୁ।
ଅଫିସ୍ମାନଙ୍କ ଯେଉଁ ଡିସ୍ପୋଜାଲ୍ ଗ୍ଲାସ୍ ଓ କପ୍ରେ ଚା' ମିଳିଥାଏ ତାହା ମୁଖ୍ୟତଃ ପ୍ଲାଷ୍ଟିକ୍ ହୋଇଥାଏ। ସେଥିପାଇଁ ଆପଣ ଆପଣଙ୍କ ଅଫିସ୍ ଡ୍ରରେ ଷ୍ଟିଲ୍ ଗ୍ଲାସ୍ ଓ ଶଙ୍ଖ କପ୍ ନିଶ୍ଚୟ ରଖନ୍ତୁ। ଏହା ଦ୍ୱାରା ଆପଣ କିଛି ମାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାର ରୋକିପାରିବେ। | <urn:uuid:76b1304e-0ce5-4084-83b6-e04b19cc3056> | CC-MAIN-2018-47 | http://sambad.in/lifestyle/people-have-started-avoiding-plastic-by-doing-these-little-things-what-about-you-163837/ | 2018-11-21T20:49:07Z | s3://commoncrawl/crawl-data/CC-MAIN-2018-47/segments/1542039750800.95/warc/CC-MAIN-20181121193727-20181121215727-00196.warc.gz | ory | 0.999992 | Orya | 3 | {"ory_Orya_score": 0.9999915361404419} |
ଯୋଗୀ ରାଜ୍ୟରେ ଶିଶୁ ମଡକ ! ଉତ୍ତରପ୍ରଦେଶ ଗୋରଖପୁର ହସ୍ପିଟାଲରେ ଅମ୍ଲଜାନ ଅଭାବ ନେଲା ୩୦ ଜୀବନ
କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା । ଗୋରଖପୁର ହସ୍ପିଟାଲରେ ମାତ୍ର ୪୮ ଘଂଟା ମଧ୍ୟରେ ୩୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିିବା ଅଭିଯୋଗ ହୋଇଛି । ସ୍ଥାନୀୟ ବାବା ରାଘବ ଦାସ ମେଡିକାଲ କଲେଜରେ ଚିକିତ୍ସାଧିନ ଥିବା ବେଳେ ଅମ୍ଲଜାନ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଶିଶୁଙ୍କ ମୃତ୍ୟୁ ଘଟିଛି ।
ଅକ୍ସିଜେନ ଯୋଗାଣ କରୁଥିବା କମ୍ପାନୀର ୬୯ ଲକ୍ଷ ଟଙ୍କା ବକେୟା ଥିବାରୁ ଯୋଗାଣ ବନ୍ଦ କରିଦେଇଛି କମ୍ପାନୀ । ଫଳରେ ଅମ୍ଲଜାନ ଅଭାବରୁ ଶିଶୁଙ୍କ ମୃତ୍ୟୁ ହୋଇଛି । ତେବେ ସବୁଠୁ ବଡ କଥା ହେଉଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଜ ସହରରେ ଘଟିଛି ଏହି ଅଭାବନୀୟ ଘଟଣା । ଏବଂ ମାତ୍ର ଦୁଇ ଦିନ ତଳେ ଏହି ମେଡିକାଲ ପରିଦର୍ଶନରେ ଯାଇଥିଲେ ଯୋଗୀ । ହେଲେ ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନର କୌଣସି ପ୍ରଭାବ ପଡିନିି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ସମେତ ରାଜ୍ୟ ସରକାର । | <urn:uuid:a033b829-0a4d-477e-b397-d7b78555d796> | CC-MAIN-2018-47 | http://kanaknews.com/30-children-die-in-gorakhpur-hospital-in-a-span-of-48-hours/ | 2018-11-13T06:51:27Z | s3://commoncrawl/crawl-data/CC-MAIN-2018-47/segments/1542039741294.2/warc/CC-MAIN-20181113062240-20181113084240-00268.warc.gz | ory | 1.000007 | Orya | 4 | {"ory_Orya_score": 1.0000073909759521} |
ଶ୍ରୀନଗର: ବୁଧବାର ପ୍ରତ୍ୟୁଷରେ ପୁଲ୍ଓ୍ଵାମା ଠାରୁ ଭାରତୀୟ ଜନତା ପାର୍ଟି ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ଶବିର ଅହମଦ୍ ଭଟଙ୍କ ଶବ ଉଦ୍ଧାର କରାଯାଇଛି। ୨୬ ବର୍ଷିୟ ଭଟ ମଙ୍ଗଳବାର ଦିନ ଶ୍ରୀନଗରରୁ ପୁଲ୍ଓ୍ଵାମାସ୍ଥିତ ଘରକୁ ଯିବା ବାଟରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ୱାରା ଅପହୃତ ହୋଇଥିଲେ।
ଶ୍ରୀନଗର ଠାରେ ଗୋଟାଏ ଭଡ଼ାଘରେ ରହୁଥିବା ଭଟ ଥିଲେ ଜଣେ ସୁରକ୍ଷିତ ବ୍ୟକ୍ତି। ଜନ୍ମସ୍ଥାନରେ ଇଦ୍ ପାଳିବାକୁ ସେ ମଙ୍ଗଳବାର ସଂଧ୍ୟାରେ ପୁଲ୍ଓ୍ଵାମା ଯାଉଥିଲେ। ପୁଲ୍ଓ୍ଵାମା ଠାରେ ନିଜ ଘର ପାଖରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା।
ପୁଲ୍ଓ୍ଵାମାର ଲିଟର୍ ଗାଁରୁ ତାଙ୍କ ଶବ ଉଦ୍ଧାର କରାଯାଇଛି। ବିଜେପି ନେତାଙ୍କ ହତ୍ୟାର ପରିସ୍ଥିତିକୁ ଆମେ ତଦନ୍ତ କରୁଛୁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ବିଜେପିର ରାଜ୍ୟ ମୁଖପାତ୍ର ଅଲ୍ତାଫ୍ ଠାକୁର ବିଜେପି ନେତାଙ୍କ ହତ୍ୟାକୁ ନିନ୍ଦା କରି ଆତଙ୍କବାଦୀଙ୍କୁ ନିନ୍ଦା କରିଛନ୍ତି। ଭଟ ଥିଲେ ଆମ ନିର୍ବାଚନ ମଣ୍ଡଳୀର ଅଧ୍ୟକ୍ଷ ଏବଂ ଉତ୍ସର୍ଗୀକୃତ ନେତା। ପରିବାରବର୍ଗଙ୍କ ସହ ଇଦ୍ ପାଳିବାକୁ ସେ ନିଜ ଘରକୁ ଯାଇଥିଲେ, କିନ୍ତୁ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ହତ୍ୟା କଲେ।
ଭଟ ହେଉଛନ୍ତି ଗତ ବର୍ଷକ ମଧ୍ୟରେ ଦକ୍ଷିଣ କଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ୱାରା ନିହତ ହୋଇଥିବା ତୃତୀୟ ବିଜେପି ନେତା। ତାଙ୍କ ହତ୍ୟା ନିମନ୍ତେ ନିଜକୁ କୌଣସି ଆତଙ୍କବାଦୀ ସଙ୍ଗଠନ ଦାୟୀ କରି ନାହାନ୍ତି। | <urn:uuid:aa24958e-9708-430a-a426-3b458aa660a5> | CC-MAIN-2018-47 | http://sambad.in/india-and-beyond/abducted-bjp-leader-shabir-ahmad-bhat-found-dead-in-kashmirs-pulwama-198739/ | 2018-11-16T03:34:05Z | s3://commoncrawl/crawl-data/CC-MAIN-2018-47/segments/1542039742970.12/warc/CC-MAIN-20181116025123-20181116050236-00038.warc.gz | ory | 0.999978 | Orya | 4 | {"ory_Orya_score": 0.9999778270721436} |
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଶାନ୍ତିପୂର୍ଣ୍ଣ ଧାରଣା ବ୍ଲକ ସମ୍ମୁଖରେ ଆରମ୍ଭ ହୋଇଛି । ଧାରଣାରେ ବ୍ଲକ ଅଧିନସ୍ଥ ଅର୍ଦ୍ଧ ସ୍ୱୀକୃତି ପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ । ପ୍ରାୟ ୪ ଶହରୁ ଅଧିକ ସଦସ୍ୟ ଧାରଣା ସ୍ଥଳରେ ଉପସ୍ଥିତ ରହି ସେମାନଙ୍କ ଦାବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୭ ଦଫା ଦାବୀପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପଠାଯାଇଥିଲା । ମିଳିତ କର୍ମଚାରୀ ମଂଚର ସଭାପତି ନୃସିଂହ ସ୍ୱାଇଁଙ୍କ ନେତୃତ୍ୱରେ ସଦସ୍ୟ ହରିହର ସାହୁ, ଅରୁଣ ଚନ୍ଦ୍ର ବେହୁରିଆ, ଭରତ ଚନ୍ଦ୍ର କରଣ, ଆନନ୍ଦ ଚନ୍ଦ୍ର ନାୟକ, ଦିବାକର ପାଗଳ, ବିପିନ ମହାପାତ୍ର, ବିଦ୍ୟାଧର ଦ୍ୱିବେଦୀ ପ୍ରମୁଖଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ନିରବ ଧାରଣା ଦେଇଥିଲେ । | <urn:uuid:7d0614d9-b856-4a8c-8326-7c62a980daea> | CC-MAIN-2018-47 | http://odiapua.com/%E0%AC%95%E0%AC%B0%E0%AD%8D%E0%AC%AE%E0%AC%9A%E0%AC%BE%E0%AC%B0%E0%AD%80-%E0%AC%AE%E0%AC%BF%E0%AC%B3%E0%AC%BF%E0%AC%A4-%E0%AC%AE%E0%AC%82%E0%AC%9A%E0%AC%B0-%E0%AC%AC%E0%AC%BF%E0%AC%95%E0%AD%8D/ | 2018-11-17T09:40:13Z | s3://commoncrawl/crawl-data/CC-MAIN-2018-47/segments/1542039743351.61/warc/CC-MAIN-20181117082141-20181117104141-00188.warc.gz | ory | 1.000008 | Orya | 6 | {"ory_Orya_score": 1.0000083446502686} |
ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦାବାଗ୍ନି ଲୀଳା ରୀତିନୀତି ମତେ ଅନୁଷ୍ଠିତ ହୋଇଯାଇଛି। ପ୍ରତିପଦା ତିଥିରେ ଏହି ଲୀଳା ଅନୁଷ୍ଠିତ ହୋଇଥିଲା। ପୌରାଣିକ ଗାଥା ଅନୁଯାୟୀ ଦ୍ୱାପର ଯୁଗରେ କାଳିଆ ଦଳନ ପରେ ଗୋପୀ ଗୋପାଳମାନେ ଘରକୁ ନଯାଇ ଯମୁନା କୂଳରେ ରାତ୍ରିଯାପନ କରିଥିଲେ। ରାତ୍ରିରେ ସେଠାରେ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିର ମଧ୍ୟଭାଗରେ ଗୋପୀ ଗୋପାଳମାନେ ରହି ଯାଇଥିଲେ। ଭଗବାନ ଶ୍ରୀକୃଷ୍ଣ ଗୋପୀ ଗୋପାଳଙ୍କୁ ରକ୍ଷା କରିବାକୁ ଯାଇ ଏହି ଦାବାଗ୍ନିକୁ ଶୋଷଣ କରି ନେଇଥିଲେ। ସେହି ସ୍ମୃତିରେ ଶ୍ରୀକୃଷ୍ଣ ଲୀଳା କ୍ରମରେ ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢ଼ିସନ୍ଧ୍ୟା ଧୂପ ପରେ ଦକ୍ଷିଣ ଘରୁ ମଦନ ମୋହନ ରତ୍ନ ସିଂହାସନକୁ ବିଜେ କରିଥିଲେ। ପରେ ଆଜ୍ଞାମାଳ ପାଇ ନାଟମଣ୍ଡପରେ ପଡିଥିବା ଖଟ ଶେଯରେ ବିଜେ କରିଥିଲେ। ଏହି ପରିପ୍ରେକ୍ଷୀରେ ମାଟିମଣ୍ଡପ ସାହି ପକ୍ଷରୁ ଦାବାଗ୍ନି ଲୀଳା ପ୍ରସାଦ ଆଗତ କରାଯାଇଥିଲା। ପରେ ମହାପ୍ରଭୁଙ୍କ ଶୀତଳ ଭୋଗ ଓ ବନ୍ଦାପନାରେ ମଦନମୋହନ ଦକ୍ଷିଣ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲା। | <urn:uuid:f100136f-d467-4a10-8fe5-9eeec579852f> | CC-MAIN-2018-47 | http://odiapua.com/%E0%AC%B6%E0%AD%8D%E0%AC%B0%E0%AD%80%E0%AC%AE%E0%AC%A8%E0%AD%8D%E0%AC%A6%E0%AC%BF%E0%AC%B0%E0%AC%B0%E0%AD%87-%E0%AC%A6%E0%AC%BE%E0%AC%AC%E0%AC%BE%E0%AC%97%E0%AD%8D%E0%AC%A8%E0%AC%BF-%E0%AC%B2%E0%AD%80/ | 2018-11-17T08:49:59Z | s3://commoncrawl/crawl-data/CC-MAIN-2018-47/segments/1542039743351.61/warc/CC-MAIN-20181117082141-20181117104141-00188.warc.gz | ory | 0.999979 | Orya | 6 | {"ory_Orya_score": 0.9999790191650391} |
ଢାକା, ୧୨।୯: ଦୁଇମାସର ଶିଶୁ ପୁତ୍ରକୁ ଲୁଣ ଦେଇ ମାରିଦେଲା ଜନ୍ମ କଲା ମା'। ଏଭଳି ଅମାନୁଷିକ ଘଟଣାଟି ଘଟିଛି ବାଂଲାଦେଶର ଦୋହାର ଉପଜିଲାରେ। ଅଭିଯୁକ୍ତ ମା'କୁ ଗିରଫ କରିଛି ବାଂଲାଦେଶ ପୋଲିସ। ଶିଶୁକୁ ଖାଇବାକୁ ଦେବାକୁ କିଛି ନ ଥିବାରୁ ବାଧ୍ୟହୋଇ ସେ ନିଜ ଛୁଆକୁ ମାରିଦେଲି ବୋଲି ଗିରଫ ପରେ ବୟାନ ଦେଇଛନ୍ତି ଅଭିଯୁକ୍ତ ମା'। ୨୧ ବର୍ଷୀୟ ସାଥି ନାମକ ଜଣେ ମହିଳା ସ୍ବାମୀ ମହମ୍ମଦ ବାଛୁଙ୍କୁ କ୍ଷୀର ଆଣିବାକୁ କହିଥିଲେ। ପାଖରେ ଟଙ୍କା ନ ଥିବାରୁ ସେ କ୍ଷୀର ନ ଆଣି ଘରକୁ ଖାଲି ହାତରେ ଫେରିଥିଲେ। ସାଥି ଟଙ୍କା ଯୋଗାଡ କରିବାକୁ ଅସମର୍ଥ ହେବାରୁ ରାଗରେ ନିଜ ଶିଶୁପୁତ୍ରକୁ ଲୁଣ ଖୁଆଇ ଦେଇଥିଲେ। ଏହାପରେ ଶିଶୁଟି ଦେହ ଖରାପ ହୋଇଯାଇଥିଲା। ସେ ନିଃଶ୍ୱାସ ଠିକ୍ ଭାବେ ନେଇପାରି ନ ଥିଲେ। ଫଳରେ ସାଥି ଶିଶୁଟିକୁ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୩ ବର୍ଷ ତଳେ ସାଥି ବାଛୁକୁ ବିବାହ କରିଥିଲେ। ବାଛୁ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ଶିଶୁପୁତ୍ର ମାରିବା ଘଟଣାରେ ସ୍ତ୍ରୀ ନାଁରେ ସେ କେସ ଦେଇଥିଲେ। | <urn:uuid:2d1efdb9-d411-4734-96a3-ed981df6a621> | CC-MAIN-2018-47 | http://www.dharitri.com/main/news/70448 | 2018-11-17T09:30:24Z | s3://commoncrawl/crawl-data/CC-MAIN-2018-47/segments/1542039743351.61/warc/CC-MAIN-20181117082141-20181117104141-00188.warc.gz | ory | 0.999993 | Orya | 3 | {"ory_Orya_score": 0.9999926090240479} |
କଟକ/ନିମାପଡ଼ା : ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଥାନା ଭିତରେ ଜଣେ ବୃଦ୍ଧା ଏବଂ ତାଙ୍କ ବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଛି। ତାଙ୍କ ନିଲମ୍ବନ ସଂକ୍ରାନ୍ତ ବିଜ୍ଞପ୍ତି ଆଜି ପୁଲିସ ମୁଖ୍ୟାଳୟରୁୁ ଜାରି କରାଯାଇଛି। ନିଲମ୍ବନ ସମୟରେ ତାଙ୍କୁ କଟକ କେନ୍ଦ୍ରାଞ୍ଜଳ ଆଇଜିଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି।
ସୂଚନା ଅନୁଯାୟୀ, ନିମାପଡ଼ା ଥାନା କରୁକୁଣ୍ଡା ଗ୍ରାମର ୭୫ ବର୍ଷୀୟା ବୃଦ୍ଧା ବାସନ୍ତୀ ପଳତା ଏବଂ ତାଙ୍କ ବୋହୂ ରୀତା ପଳତାଙ୍କୁ ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଏକ ରୁଲ ବାଡ଼ିରେ ମାଡ଼ ମାରି ଉଭୟଙ୍କ ପିଠି ଫଟାଇ ଦେଇଥିଲେ। ରାତି ଅଧରେ ଏବଂ ଥାନା ପରିସରରେ ଜଣେ ଆଇଆଇସିଙ୍କ ଏ ପ୍ରକାର ଗୁଣ୍ଡାଗିରିକୁ ନେଇ ରାଜ୍ୟ ପୁଲିସ ଅଡ଼ୁଆରେ ପଡ଼ିଯାଇଥିଲା। ପ୍ରଥମେ ତାଙ୍କୁ ଥାନାରୁ ଅପସାରଣ କରି ପୁରୀ ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟରେ ଅବସ୍ଥାପନ କରାଯାଇଥିଲା। | <urn:uuid:58b48edb-e0f3-4235-8b06-3493095f551d> | CC-MAIN-2018-47 | http://sambad.in/state/assault-on-woman-nimapara-police-iic-suspended-137866/ | 2018-11-13T18:14:25Z | s3://commoncrawl/crawl-data/CC-MAIN-2018-47/segments/1542039741340.11/warc/CC-MAIN-20181113173927-20181113195927-00151.warc.gz | ory | 0.999834 | Orya | 6 | {"ory_Orya_score": 0.9998344779014587} |
ଭୁବନେଶ୍ୱର : ବିଏଡ୍ ଶିକ୍ଷକଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ମିଳିତ ବିଏଡ୍ ଶିକ୍ଷକ ମହାସଂଘ। ସେପ୍ଟେମ୍ବର ୩ରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ଦିଆଯିବ। ଏହାପରେ ୬ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ଯଦି ଏହି ସମୟ ମଧ୍ୟ ଦାବି ପୂରଣ କରା ନ ଯାଏ ତେବେ ସେପ୍ଟେମ୍ବର ୧୦ରେ ବିଧାନସଭା ଘେରାଉ ହେବ। ମାଷ୍ଟରକ୍ୟାଣ୍ଟିନ୍ ରେଳଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମ୍ଜିଠାରେ ଧାରଣ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଜି ନେହେରୁ ଯୁବ ପ୍ରତିଷ୍ଠାନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ କୁହାଯାଇଛି। | <urn:uuid:92e75534-a029-4e18-b46b-ce3c1bab074c> | CC-MAIN-2018-47 | http://sambad.in/state/bed-teachers-protest-on-september-10-205608/ | 2018-11-13T18:14:21Z | s3://commoncrawl/crawl-data/CC-MAIN-2018-47/segments/1542039741340.11/warc/CC-MAIN-20181113173927-20181113195927-00151.warc.gz | ory | 0.999983 | Orya | 4 | {"ory_Orya_score": 0.9999827146530151} |
ଭୁବନେଶ୍ୱର : ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର କଲ୍ୟାଣ ଯୋଜନାମାନ ଘୋଷଣା କରିଥିଲେ। ଏ ନେଇ ଆଜି ସଚିବାଳୟରେ ରାଜ୍ୟ ଓ ଜିଲ୍ଲସ୍ତରୀୟ ସାମ୍ବାଦିକ, ସମ୍ପାଦକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କୃତଜ୍ଞତା ପ୍ରକାଶ କରିବା ସହିତ ସମ୍ବର୍ଧନା ଜଣାଇଥିଲେ। ସମ୍ବର୍ଧନାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ''ଆପଣମାନଙ୍କ ଖୁସିରେ ମୁଁ ଆନନ୍ଦିତ।''
ଉଭୟ ବୈଦ୍ୟୁତିକ ଗଣମାଧ୍ୟମ ଓ ପ୍ରିଣ୍ଟ ମିଡ଼ିଆର ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସାମ୍ବାଦିକଙ୍କ କଲ୍ୟାଣ ତଥା ମୌଳିକ ସମସ୍ୟାର ସମାଧାନ ଲାଗି ସରକାର ଯେଉଁ ଐତିହାସିକ ପ୍ୟାକେଜ ଘୋଷଣା କରିଛନ୍ତି, ତାହା ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି। ତେବେ ଅନ୍ୟ ରାଜ୍ୟଗୁଡ଼ିକ ପରି ଓଡ଼ିଶାରେ ରାଜ୍ୟ ସରକାର ସାମ୍ବାଦିକ ପେନ୍ସନ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାକୁ କାର୍ଯ୍ୟରତ ସାମ୍ବାଦିକମାନେ ଦାବି କରିଥିଲେ। ଏହି ଅବସରରେ ସାମ୍ବାଦିକମାନେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ଭେଟି ପ୍ୟାକେଜ୍ ଲାଗି କୃତଜ୍ଞତା ଜଣାଇଥିଲେ। ରାଜ୍ୟର ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ପେନ୍ସନ ଦେବା ସହିତ ସଚିବାଳୟସ୍ଥିତ ପ୍ରେସ୍ ଲାଉଞ୍ଜର ଦୁରବସ୍ଥା କଥା ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
ମୁଖ୍ୟମନ୍ତ୍ରୀ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ସହ ଆଲୋଚନାରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, କେ. ରବି, ଦିଲ୍ଲୀପ ଶତପଥୀ, ହଳଧର ଧୀର୍, ଜୀମୂତ ବାହାନ ମଙ୍ଗରାଜ, ଧୀରେନ୍ଦ୍ର ମିଶ୍ର, ଅରବିନ୍ଦ ମିଶ୍ର, ବୈଷ୍ଣବ ଜେନା, ବିରୂପାକ୍ଷ ତ୍ରିପାଠୀ, ଦେବେନ୍ଦ୍ର ସୁଆର, ପ୍ରତାପ ସାମଲ, ବିବେକାନନ୍ଦ ଜେନା, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ, ପ୍ରସନ୍ନ ପତି, ଅନିଲ୍ ଦାସ, ପ୍ରକାଶ ସେଠୀ, ବିଜୟ କୁମାର ପଣ୍ଡା, ସନତ ମିଶ୍ର, ରମେଶ ଚନ୍ଦ୍ର ସ୍ୱାଇଁ, ପାର୍ଥସାରଥୀ ଜେନା, ସୁବ୍ରତ ଦାସ, ଶୁଭାଶୀଷ ମହାନ୍ତି, ମାଧବାନନ୍ଦ ବେହୁରା, ସୁରେନ୍ଦ୍ର ସାହୁ, ଅବିନାଶ ମିଶ୍ର, ଚିତ୍ତରଂଜନ ପଟ୍ଟନାୟକ, ଦେବ ମହାପାତ୍ର, ଅଜୟ ଦାସ, ସତ୍ୟବାଦୀ ନାୟକ, କିଶୋର ମଙ୍ଗରାଜ, ଶେଖ ମହମ୍ମଦ ରିୟାଜ, ଧୀରେନ୍ ସ୍ୱାଇଁ, ବ୍ରାହ୍ମିପ୍ରିୟା ସାମନ୍ତରାୟ ଏବଂ ବୈଦ୍ୟୁତିକ ଗଣମାଧ୍ୟମରୁ ଶରତ ପାଇକରାୟ, ସୌମ୍ୟଜିତ୍ ପଟ୍ଟନାୟକ, ଦିଲ୍ଲୀପ ବିଶୋଇ, ଅଜିତ୍ ଦାଶ, ଦୁର୍ଗା ଷଡ଼ଙ୍ଗୀ, ସୁକାନ୍ତ ରାଉତରାୟ, ସମର ପ୍ରଧାନ, ଲକ୍ଷ୍ମୀଧର ମହାପାତ୍ର, ଚିନ୍ମୟ ମହାପାତ୍ର, ଆଶିଷ ପ୍ରଧାନ, ସୁଧାଂଶୁ ଦାସ, ଅନିତା ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। | <urn:uuid:f7267c95-7f5a-40ff-bc24-2628c8455e9e> | CC-MAIN-2018-47 | http://sambad.in/state/naveen-patnaik-announces-welfare-scheme-for-journalists-155769/ | 2018-11-13T18:15:07Z | s3://commoncrawl/crawl-data/CC-MAIN-2018-47/segments/1542039741340.11/warc/CC-MAIN-20181113173927-20181113195927-00151.warc.gz | ory | 0.999984 | Orya | 5 | {"ory_Orya_score": 0.9999837875366211} |
କନକ ବ୍ୟୁରୋ : ରାଜଧାନୀରେ ଗର୍ଜିବେ ଯୁବ କଂଗ୍ରେସ କର୍ମୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଯୁକ୍ତି ନୀତି ବିରୁଦ୍ଧରେ ଯୁବ କଂଗ୍ରେସ କରିବ ଯୁବ ଅଧିକାର ସମାବେଶ । ଆସନ୍ତା ମେ ୯ ତାରିଖରେ ଭୁବନେଶ୍ୱରରେ ଏକାଠି ହୋଇ ସରକାରଙ୍କୁ ମାଗିବେ ଜବାବ ।
ସାରା ରାଜ୍ୟରେ ଥିବା ବେକାରଙ୍କୁ ଚାକିରୀ ଦିଅ ନହେଲେ ଭତା ପ୍ରଦାନ କର । ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଚାକିରୀ କ୍ଷେତ୍ରରେ ଓଡିଆଙ୍କ ପାଇଁ ୮୫ ଶତକଡା ସ୍ଥାନ ସଂରକ୍ଷଣ କର । ଏମିତି ଦାବିରେ ଯୁବ କଂଗ୍ରେସ ଓହ୍ଲାଇବ ରାଜରାସ୍ତାକୁ । ନବୀନ ସରକାରଙ୍କ ୧୭ ବର୍ଷର ଶାସନ ଓ ମୋଦି ସରକାରର ୩ବର୍ଷର ଶାସନରେ ଶିକ୍ଷିତଙ୍କୁ କର୍ମନିଯୁକ୍ତି ଦେବା କ୍ଷେତ୍ରରେ ସରକାରଙ୍କ ଉଦାସୀନ ମନୋଭାବକୁ ବିରୋଧ କରି ଆଗକୁ ଯୁବ କଂଗ୍ରେସ ତାର ଆନ୍ଦୋଳନକୁ ବ୍ୟାପକ କରିବ । | <urn:uuid:60b10b9f-35e2-4b6a-8e92-06f0232ad871> | CC-MAIN-2018-47 | http://kanaknews.com/congress-yuva-adhikar-samabesh-on-may-9/ | 2018-11-14T23:55:27Z | s3://commoncrawl/crawl-data/CC-MAIN-2018-47/segments/1542039742322.51/warc/CC-MAIN-20181114232605-20181115014605-00311.warc.gz | ory | 1.000004 | Orya | 4 | {"ory_Orya_score": 1.0000041723251343} |
ସିଲ୍କ ଇଣ୍ଡିଆ ଏକ୍ସପୋ ଆରମ୍ଭ
ଭୁବନେଶ୍ୱର: କାରିଗର ଓ ବୁଣାକାର କଲ୍ୟାଣ ସଂଘ ପକ୍ଷରୁ ହୋଟେଲ୍ ନ୍ୟୁ ମାରିଅନ୍ରେ ୧୦ ଦିନିଆ ସିଲ୍କ ଇଣ୍ଡିଆ ଏକ୍ସପୋ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଅଭିନେତ୍ରୀ ନିହାରିକା ଦାସ ଏହାକୁ ଉଦ୍ଘାଟନ କରିଛନ୍ତି। ନିହାରିକା କହିଛନ୍ତି ଯେ, ଗୋଟିଏ ଛାତ ତଳେ ଏତେ ପରିମାଣର ଶାଢ଼ି ଦେଖି ମୁଁ ବହୁତ ଆନନ୍ଦିତ। ଏକ୍ସପୋରେ ଅନେକ ଡିଜାଇନ୍ର ଶାଢ଼ିକୁ ଗୋଟିଏ ଛାତ ତଳେ ପ୍ରଦର୍ଶନ କରାଯାଇଛି। ମୋଟ ୬୫ଟି ଷ୍ଟଲ୍ରେ ସବୁ ସାମଗ୍ରୀକୁ ପ୍ରଦର୍ଶନ କରାଯାଇଛି। ଗ୍ରାହକମାନେ ଏଠାରେ ବ୍ଲକ୍ ପ୍ରିଣ୍ଟ ଶାଢି, ସୁଟ୍ ଏବଂ ସିଲ୍କ ବେଡ୍୍ କଭର୍ସ, ଡିଜାଇନର୍ ଓୟାର, ଲେଜେସ୍, କୁର୍ତି, ହାତ ତିଆରି ମଟକା ଏବଂ ଆସାମ ମୁଗା ଫେବ୍ରିକ୍ସ, ଅପୂର୍ବା ସିଲ୍କ ଶାଢି, ବାଲୁଚୂରୀ ଶାଢି, ଏମ୍ବ୍ରୋଡୋରି ଡିଜାଇନ୍ ସିଲ୍କ୍ ଶାଢି ଏବଂ ଡ୍ରେସ୍ ମ୍ୟାଟେରିଆଲ୍, ଭାଗଲପୂରୀ ସୁଟ୍, ପ୍ରିଣ୍ଟେଡ୍ ସିଲ୍କ ଶାଢି, ରେଶମୀ ପ୍ଲେନ୍ ଏବଂ ବୁଟ୍ଟି ଶାଢି, କର୍ଣ୍ଣାଟକା ସିଲ୍କ ଶାଢି, ମାହେଶ୍ୱରୀ, ଚନ୍ଦେରୀ ସିଲ୍କ ଶାଢି ଏବଂ ସୁଟ୍ ଏବଂ କୋଟା ସିଲ୍କ, ମଲବେରୀ ସିଲ୍କ ସହିତ ଟେମ୍ପୁଲ୍ ବର୍ଡର, ବନାରସ୍ ଜାମଦାନି ଓ ହାତ ତିଆରି ଶାଢି ଏବଂ ସୁଟ୍ ପାଇପାରିବେ। . | <urn:uuid:91e70c34-8d37-45d0-849c-720f7d8119dc> | CC-MAIN-2018-47 | http://sambad.in/business/silk-india-expo-200375/ | 2018-11-15T00:37:29Z | s3://commoncrawl/crawl-data/CC-MAIN-2018-47/segments/1542039742322.51/warc/CC-MAIN-20181114232605-20181115014605-00311.warc.gz | ory | 0.999972 | Orya | 4 | {"ory_Orya_score": 0.999971866607666} |
ଲଜ୍ଜା: ମୁମ୍ବାଇ ରାଜରାସ୍ତା ଉପରେ ଗଣମାଧ୍ୟମର ମହିଳା କର୍ମଚାରୀଙ୍କ ସମ୍ମୁଖରେ ଅଟୋ ଚାଳକ କଲେ ଆପତ୍ତିଜନକ କାର୍ଯ୍ୟ
ମୁମ୍ବାଇ: ଗଣମାଧ୍ୟମରେ କାର୍ଯ୍ୟରତ ଜନୈକା ମହିଳା କର୍ମଚାରୀ ଆଜି ମୁମ୍ବାଇର ରାଜରାସ୍ତା ଉପରେ ସ୍ପଷ୍ଟ ଦିବାଲୋକରେ ଜନୈକ ଅଟୋ ଚାଳକଙ୍କ ଆପତ୍ତିଜନକ ଆଚରଣର ଶିକାର ହେବା ଘଟଣାକୁ କେନ୍ଦ୍ର କରି ଦେଶବ୍ୟାପି ଚର୍ଚ୍ଚା ଆଲୋଡ଼ନ ସୃଷ୍ଟି ହୋଇଛି। ମହିଳା ଜଣକ ଏକାକୀ ଅଟୋରେ ଆସୁଥିବା ବେଳେ ସଂପୃକ୍ତ ଅଟୋର ଚାଳକ ଜଣକ ତାଙ୍କ ସମ୍ମୁଖରେ ଆପତ୍ତିଜନକ କାର୍ଯ୍ୟ କରିଥିବା ସେ ମୁମ୍ବାଇ ପୁଲିସ୍ ନିକଟରେ ଅଭିଯୋଗ ଆଗତ କରିବା ସହ ପୂରା ଘଟଣାକୁ ନିଜ ଟୁଇଟର ପୃଷ୍ଠାରେ ବର୍ଣ୍ଣନା କରିଛନ୍ତି।
ଏହି ଲଜ୍ଜାଜନକ ଘଟଣା ସଂପର୍କରେ ସୂଚନା ଦେଇ ମହିଳା ଜଣକ କହିଛନ୍ତି ଯେ ଆଜି ପୂର୍ବାହ୍ନରେ ସେ ମାଲାଦରୁ କାଣ୍ଡିଭାଲି ଆସିବା ପାଇଁ ଏକ ଅଟୋରେ ଏକାକୀ ବସିଥିଲେ। ଅଟୋରେ ବସିବା ପରେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ୍ରୁ ଏକ ମେସେଜ ପଠାଇବାରେ ବ୍ୟସ୍ତ ଥିଲେ। ପରେ ତାଙ୍କ ଫୋନ୍କୁ ଏକ କଲ ଆସିଥିଲା। ସେ ଫୋନ୍ରେ କଥା ହେଉ ହେଉ ଅଟୋ ଚାଳକ ଆଡ଼କୁ ଯେତେବେଳେ ଦେଖିଲେ, ସେତେବେଳେ ଅଟୋ ଚାଳକର ହାବଭାବ ତାଙ୍କୁ କିଛି ଠିକ୍ ମନେ ହେଲା ନାହିଁ। ତେବେ, ସେ ଅଟୋ ଚାଳକକୁ କିଛି କହିବା ପୂର୍ବରୁ ଚାଳକ ଜଣକ ଅଟୋଟିକୁ ଏକ ଅପେକ୍ଷାକୃତ ନିଛାଟିଆ ଗଳି ଭିତରକୁ ପୂରାଇ ଦେବା ସହ ତାଙ୍କ ସମ୍ମୁଖରେ ନିଜ ପ୍ୟାଣ୍ଟକୁ ଖୋଲି ପକାଇ ଆପତ୍ତିଜନକ କାର୍ଯ୍ୟ କରିବାରେ ଲାଗି ପଡ଼ିଥିଲା। ଏ ଘଟଣା ଦେଖି ମହିଳା ଜଣକ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିବା ସହ ପ୍ରାଣ ବିକଳରେ ଅଟୋରୁ ଓହ୍ଲାଇ ସେ ସ୍ଥାନ ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ।
ପରେ ମହିଳା ଜଣକ ତାଙ୍କ ସହ ଘଟିଥିବା ଏ ଅଶୋଭନୀୟ ଘଟଣାକୁ ତାଙ୍କ ନିଜ ଟୁଇଟର ପୃଷ୍ଠାରେ ବର୍ଣ୍ଣନା କରବା ପରେ ଏହା ମୁମ୍ବାଇ ପୁଲିସ୍ ନଜରକୁ ଆସିଥିଲା। ପରେ ମୁମ୍ବାଇ ପୁଲିସ୍ ତାଙ୍କୁ ଘଟଣା ସଂପର୍କରେ ବୋରିଭାଲି ଥାନାରେ ଅଭିଯୋଗ ଆଗତ କରିବା ପାଇଁ ପରାମର୍ଶ ଦେବାପରେ ସେ ବୋରିଭାଲି ଥାନାରେ ଘଟଣା ସଂପର୍କରେ ଅଭିଯୋଗ ଆଗତ କରିଥିଲେ। ପୁଲିସ୍ ଅଭିଯୋଗ ପାଇବା ପରେ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଯାବତ୍ ଅଭିଯୁକ୍ତ ଅଟୋ ଚାଳକକୁ ଗିରଫ କରିବାରେ ସମର୍ଥ ହୋଇ ନଥିବା ଜାଣିବାକୁ ମିଳିଛି। | <urn:uuid:27bf4470-cb2d-42f2-9bbd-b684554f7963> | CC-MAIN-2018-47 | http://sambad.in/india-and-beyond/auto-driver-masturbates-in-front-of-female-media-professional-in-mumbai-200220/ | 2018-11-15T00:35:53Z | s3://commoncrawl/crawl-data/CC-MAIN-2018-47/segments/1542039742322.51/warc/CC-MAIN-20181114232605-20181115014605-00311.warc.gz | ory | 0.999958 | Orya | 4 | {"ory_Orya_score": 0.9999576807022095} |
-: ପୁର୍ବରୁ :-
ପାର ଦମ୍ଭ ଦେଲା ଭଳି କହେ- କାଲିକୁ ପରା କଡ଼ା ହୋଇ ଶୁଖିଯିବ । ଆଜି ମଞ୍ଜିଟା ଟିକେ କଞ୍ଚା ରହିବ । ମାଲିକାଣୀ ନିର୍ଦ୍ଦେଶ ଦିଅନ୍ତି-ଶୀଘ୍ର ଶୀଘ୍ର ହାତଚଲା । ଖରାପଡ଼ି ଗଲାଣି । ପାର ଆହୁରି ବେଶୀ ଫୁର୍ତ୍ତି କରେ ହାତ । କାନ୍ଧଟା ଘୋଳା ବିନ୍ଧାରେ କଟମଟ ହୁଏ । ତଥାପି ମାଲିକାଣୀ ତାକୁ ଜଗନ୍ତି । ଆଉ ସେ ବିଶ୍ୱସ୍ତା ଭୃତଟିଏ ପରି ହାତ ଚଲାଏ ।
ସକାଳଟାରୁ ଫୁଲ ଚାଙ୍ଗୁଡ଼ି ଧରି କେତେ କିସମର ଫୁଲ ତୋଳେ ଲୀନା । ତା' ଚାଙ୍ଗୁଡ଼ି ପୂର୍ଣ୍ଣ ହେବା ପରେ ସେ ଫେରେ ଘରକୁ । କେବେ କେମିତି ଭଅଁରଟିଏ ଉଚ୍ଚସ୍ୱରରେ ଆୱାଜ୍ କରି ଉଡ଼ି ବୁଲେ ଫୁଲମାନଙ୍କ ଉପରେ । ଏତେ ବଡ଼ ଭଅଁରକୁ ଦେଖି ଲୀନା ଭୟରେ ଜଡ଼ସଡ଼ ହୋଇ ଲୁଚିଯାଏ ଗ୍ୟାରେଜ୍ ଘରେ । ଭଅଁରଟା ଗଲାପରେ ସେ ବାହାରକୁ ବାହାରେ । କିଛି ନ ହେଲେ ତାଜାଟି ପାଖରେ ଥିବା ବଡ଼ ନଗି ସାହାଯ୍ୟରେ ଫୁଲ ତୋଳିବାକୁ ଚେଷ୍ଟା କରେ । ବେଳେବେଳେ ପାଦରେ ପାଦ ବାଜି ଝୁଣ୍ଟି ପଡ଼େ ସେ । ତଥାପି ଖୁବ୍ ସନ୍ତର୍ପଣରେ ସେ ଚାହେଁ ଚାରିଆଡ଼କୁ । ପୋକଟାଏ ତା' ଗୋଡ଼ରେ ଚଢ଼ି ଯାଇନି ତ ? ତା' ଫୁଲଡ଼ାଲାରେ ପତ୍ରରୁ ଆସି ତା' ଦେହରେ ନିରାପଦ ଜାଗାଟିଏ ଖୋଜି ବସିନି ତ ? ପୋକମାନଙ୍କୁ ତା'ର ଭାରି ଘୃଣା । ଅନେକ ପ୍ରତିକୂଳତା ସତ୍ତ୍ୱେ ସେ ଫୁଲ ତୋଳେ । ତାରି ଭିତରେ ଛୋଟବଡ଼ ଦୁର୍ଘଟଣାମାନ ଅନୁଷ୍ଠିତ ହୁଅନ୍ତି । ତା'ର ଛୋଟ ଛୋଟ ଚୂଟିମାନ ମୁହଁରେ ପଡ଼ି ତାକୁ ଅସ୍ତବ୍ୟସ୍ତ କରାନ୍ତି । ତା' ଡ୍ରେସ୍ କେତେବେଳେ କେମିତି ଡାଳରେ ଲାଖି କଣା ହୋଇଯାଏ । କାମ ସରିବାବେଳକୁ ଅଧାମୁକୁଳା ପିଠିଟା ଖରାରେ ତାତିଯାଏ । ଜେଜେମା' ଆଖିକୁ ଭଲ ଦିଶୁନି ବୋଲି ସେ ତା' ସାର୍ଟରେ ବୋତାମ ଲଗାଇପାରେନି । ଲୀନା ଏତେ ବଡ଼ ଫାଙ୍କା ଜାଗାରେ ସେଫ୍ଟିପିନ୍ଟିଏ ଲଗାଇଦିଏ ସିନା, ହେଲେ ସାରା ପିଠିଟାକୁ ଲୁଚାଇ ହୁଏନି । ଗହମ ରଙ୍ଗର ହାଡୁଆ ଦେହଟା ଠାଏ ଠାଏ ହୋଇ ବାରି ହୋଇଯାଏ ଶୂନ୍ୟସ୍ଥାନମାନଙ୍କ ଦ୍ୱାରା । ଗୋଲାପ ବଗିଚାର ସତେଜଫୁଲ ଦେଖି ସେ ବିମୋହିତ ହୁଏ । ସେତେବେଳକୁ ଯାଇ ତା' ଫୁଲତୋଳା ପୂର୍ଣ୍ଣ ହେଲା ବୋଲି ମନେ କରେ । ସେ ଗୋଲାପ ଲୋଭରେ ତ ଜେଜେମା'ଠାରୁ ଚାଙ୍ଗୁଡ଼ି ଛଡ଼େଇ ସେ ଫୁଲ ତୋଳେ । ତା' ଚାଙ୍ଗୁଡ଼ିରେ ଜାତି ଜାତିକା ଫୁଲ-ଧଳା, ନାଲି, ହଳଦି, ନୀଳ, ଗୋଲାପୀ ଏମିତି କେତେ ରକମର । ସେ ସେମାନଙ୍କୁ ନେଇ ପୂଜା ଘର ବାରଣ୍ଡାରେ ରଖି ଆସେ । ଆଉ ସଦ୍ୟ ପ୍ରସ୍ଫୁଟିତ ଗୋଲାପକୁ ଅତି ଆଦରରେ ରଖି ଦିଏ ଗୋଟେ ମହାର୍ଘବେଳାର ଅପେକ୍ଷା କରି । ନିତ୍ୟକର୍ମ ଓ ଘରର ଅନ୍ୟାନ୍ୟ କାମ ସାରି ସେ ଚାହିଁଥାଏ ସେ ଅମୃତମୟ ମୁହୂର୍ତ୍ତଟିକୁ ।
ସେ ସମୟରେ ଭୋକ କି ଶୋଷର ପ୍ରାବଲ୍ୟ ନ ଥାଏ । ଠିକ୍ ଭୁଲ୍ର ନୀତିନୟମ ନ ଥାଏ ମନ ତଳେ । କୌଣସି ଚିନ୍ତା ତାକୁ ସେତେବେଳେ ଆଚ୍ଛନ୍ନ କରିପାରେ ନାହିଁ । ଗୋଲାପ ଫୁଲଡ଼େମ୍ଫରୁ କଣ୍ଟା ଭାଙ୍ଗୁ ଭାଙ୍ଗୁ ବହୁବାର କଣ୍ଟା ଫୁଟି ତା' କଅଁଳିଆ ହାତରୁ ରକ୍ତ ଝରିପଡ଼େ । ବଗିଚାରୁ ଫୁଲ ତୋଳିବା ବେଳେ କଣ୍ଟାଳିଆ ଡାଳରେ ତା' ହାତ, ଗୋଡ଼ ଛେଲି ହୋଇଯାଏ । ଦେହର କୋମଳ ଚମ ଆଞ୍ଚୁଡ଼ା ଦାଗରେ ଭରିଯାଏ । କଷ୍ଟରେ ବିଳପି ଉଠିଲେ ବି ସେ ଫୁଲ ତୋଳିବା ଛାଡ଼ିନି । ଜେଜେମା' ରକ୍ତ ପୋଛି ଓଷଦ ଲଗାଇ ଫୁଲ ତୋଳିବାକୁ ଯେତେ ମନା କଲେ ବି ସେ କ'ଣ କେବେ ଶୁଣିଛି ତା' କଥା ! ଦେହରେ ଯେତେ କ୍ଷତ ହେଲେ ବି ମନ ଉପରେ ତା'ର ପ୍ରଭାବ ସେ କେବେ ବି ପଡ଼ିବାକୁ ଦେଇନାହିଁ । ସେ ଆଉ ତା'ର ଅସଂଖ୍ୟ ଖିଆଲ, ଅଜସ୍ର ସ୍ୱପ୍ନ. . . ଭିତରେ ନିମଗ୍ନା ସରଳିଆ ଝିଅଟିଏ. . . ଲୀନା । ଅନେକ ବାଧା ଓ ପ୍ରତିବନ୍ଧକ ସତ୍ତ୍ୱେ ସେ ସ୍ୱପ୍ନ ସାଉଁଟେ, ମନେ ମନେ ଆମୋଦିତା ହୁଏ । ଘଣ୍ଟାକୁ ଚାହିଁ ବ୍ୟସ୍ତ ହୋଇପଡ଼େ । ଠିକ୍ ଏତିକି ବେଳେ ମାଲିକାଣୀ ଛୋଟବଡ଼ କାମ ଦିଅନ୍ତି । ମାଲିକ ଖବରକାଗଜ ମାଗନ୍ତି । ଗାଡ଼ି ଡ୍ରାଇଭର୍ ଗଗନଅଜା ପାଣି ମାଗନ୍ତି । କ୍ଷୀରବାଲାଠାରୁ କ୍ଷୀର ନେଇ ସେ ଡେକ୍ଚିରେ ଛାଣି ରଖେ । ଏବେ ଚା' ପାଇଁ ଜେଜେମା' ଡାକ ପକାଇବ ଚିନି ଡ଼ବା ଖୋଜି ଦେବାକୁ । ଉପର ମହଲା ଠାକୁର ଘରେ ଥାଇ ମାଲିକାଣୀ ଡାକ ଦେବେ ତଳୁ ଝୁଣାଦାନୀ ଦେବାକୁ । ତେନ୍ତୁଳିରେ ଠାକୁରଙ୍କ ପିତ୍ତର ବାସନ ସବୁ ମାଜି ଦେବାକୁ । ହେଲେ ସେସବୁକୁ ଏକା ନିଶ୍ୱାସକେ ସାରିଦେଇ ସେ ପୁଣି ଫେରିଆସେ ତା'ର ଚିରାଚରିକ ଯାଗାଟିକୁ । ଜେଜେମା' ଖାଇବାକୁ ଯାଚେ । ଚୁଟିରେ ତେଲ ମାରି ଗାଧୋଇ ଯିବାକୁ ଆଦେଶ କରେ । ତା' ପୁରୁଣା ମଇଳା ଫ୍ରକ୍କୁ ସଫା କରିବାକୁ କହେ । ସଫା କରିବା କଥାରୁ ଲୀନାର ମନେପଡ଼େ ସାନବାବୁଙ୍କ ସେ ଟି-ସାର୍ଟ କଥା. . . ତାଙ୍କ ହାଲ୍କାଗୋଲାପୀ ରଙ୍ଗର ହାଫ୍ସାର୍ଟ . . . ପୁଣି ଆକାଶୀ ନୀଳରଙ୍ଗର ଗାରପକା ଫୁଲହାତ ସାର୍ଟକଥା. . . ସେସବୁ ତ ମଳି ହେବଣି ! ସାନବାବୁ ସେଗୁଡ଼ିକୁ ପିନ୍ଧୁନାହାନ୍ତି ମାନେ ମଇଳା ବାଲ୍ଟିରେ ପକାଇ ଦେଇଥିବେ ସେଗୁଡ଼ିକୁ । ଅଥଚ କେବେ ବି ମୁହଁ ଖୋଲି କାହାରିକୁ କିଛି କହିବେନି । କହିବା ପୂର୍ବରୁ ବି ଲୀନା ତା' କାମ ସାରି ଦେଇଥିବ । ଆଗରୁ ଧୋବା ଆସି ନେଇ ଯାଉଥିଲା ଲୁଗାପଟା । ଦିନେ ସେ ସଫା ହୋଇଥିବା ପୋଷାକ ମଧ୍ୟରୁ କୌଣସି ଏକ ସ୍ଥାନଟିରେ ଅଲିଭା ଦାଗ ଦେଖି ସାନବାବୁ ଖୁବ୍ ବିରକ୍ତ ହେଲେ ବି କିଛି କହିଲେନି । ତା'ପରେ ଦିନେ ନିଜର ମଇଳା ସାର୍ଟପ୍ୟାଣ୍ଟ୍ ସବୁକୁ ଏକାଠି କରି ସଫା କରିବାକୁ ଯାଉଥିଲେ । ଅଥଚ ଲୀନା ଜୋର୍ କରି ଛଡ଼ାଇ ଆଣିଥିଲା ସେସବୁକୁ ନିଜେ ସଫା କରିଦେବ ବୋଲି । ସେ ଥାଉ ଥାଉ ସାନବାବୁ ସଫା କରିବେ, ଏକଥାଟି ତା' ମନକୁ ପାଇଲାନି ସେତେବେଳେ । ଅବଶ୍ୟ ଜେଜେମା' ତାକୁ ସାନବାବୁଙ୍କ ପୋଷାକପତ୍ର ସଫା କରିବା ଶିଖାଇଛି । ହେଲେ ସେ ଜେଜେମା'ଠାରୁ ଭଲ କରି ଶିଖିଯିବା ପରେ ନିଜେ ଲୀନା ତାଙ୍କ ଦାୟିତ୍ୱ ଗୁଡ଼ିକୁ ସ୍ୱୀକାର କରି ନେଇଛି ଆଗ୍ରହରେ । ସାନବାବୁଙ୍କ ଆବଶ୍ୟକ ଜିନିଷ ସେ ନ କହିବା ପୂର୍ବରୁ ସାଇତି ରଖେ ନିଜ ଖୁସିରେ । ସାନବାବୁଙ୍କ ସଫା ପୋଷାକ ଗୁଡ଼ିକୁ ଆଜି ଆଇରନ୍ କରିବାକୁ ବଜାରକୁ ପଠାଇବାକୁ ପଡ଼ିବ ନିଶ୍ଚୟ । କାଳେ କେତେବେଳେ ତାଙ୍କର ସେସବୁ ଦରକାର ପଡ଼ିପାରେ ! ଏତେ ସବୁକଥା ଭିତରେ ଲୀନା ଜେଜେମା'ର କଥାକୁ ଗୁରୁତ୍ୱ ଦେଉନଥିବ । ସେ କିନ୍ତୁ ଚିରାଚରିତ ଭାବେ ତା' ନାତୁଣୀ ପାଇଁ ବ୍ୟସ୍ତ ହେଉଥିବ । ନିଜର ଯତ୍ନ ନେବାକୁ ଆକଟ କରୁଥିବ ।
ହେଲେ ଲୀନା ତା'ର ସମସ୍ତ ଅନୁରୋଧକୁ ଅଗ୍ରାହ୍ୟ କରି ଚାଲିଆସିବ ସେଇ ନିର୍ଦ୍ଦିଷ୍ଟ କାମଟି ପାଇଁ. . . । ପ୍ରତୀକ୍ଷା ଜନିତ ଜ୍ୱଳନ ଓ ଦହନର ପରିଣତି ଭୋଗିବା ପାଇଁ । ସତରେ ଜଳିବାରେ ବି ଶାନ୍ତି ଅଛି । ଗୋଟେ ପ୍ରାପ୍ତିଜନିତ ଆନନ୍ଦ ବି ଅଛି । ସେଥିପାଇଁ ଲୀନା ବ୍ୟଥିତା ହେବାକୁ ଚାହେଁ । ଆକୁଳତା ଭିତରେ ନିଜକୁ ହଜାଇବାକୁ, ହଜାଇ ଦେଇ ପୁନଶ୍ଚ ଖୋଜିବାକୁ ସେ ଭାରି ଖୁସି ପାଏ । ଲାଗେ – ସେ ଯେପରି ଅନ୍ୟ କାହା ଭିତରେ ଜୀଉଁଛି । ଅନ୍ୟ କାହା ପାଇଁ ହସୁଛି, ବ୍ୟାକୁଳ ହେଉଛି । ପୁଣି ତାରି ଭିତରେ ହିଁ ଖୋଜି ନେଉଛି ନିଜ ପାଇଁ ସବୁତକ ଆନନ୍ଦ । ଆଜିକାଲି ସେ ନିଜ ପାଇଁ ଚିନ୍ତା କରୁନି ? ସେ ଏ ଫୁଲ ପାଇଁ ଚିନ୍ତା କରୁଛି, ସେ ବଢ଼ି ଉଠୁଥିବା ଗଛ ପାଇଁ ଚିନ୍ତା କରୁଛି, କୌଣସି ଏକ ଟି.ଭି. ସିରିୟଲ୍ର ନାୟିକା ପାଇଁ ଚିନ୍ତା କରୁଛି, ପ୍ରଜାପତି, ଭଅଁର, ପବନ, ସକାଳ, ରାତି ଓ ଦ୍ୱିପ୍ରହର, ସାନବାବୁ. . . ଏ ସମସ୍ତଙ୍କ ପାଇଁ ଚିନ୍ତା କରି ଘାରି ହେଉଛି । ହେଲେ ତା' ପାଇଁ ଖାଲି ଜେଜେମା'ଟି. . . ବ୍ୟସ୍ତ ! ଠିକ୍ ସେ ନିର୍ଦ୍ଦିଷ୍ଟ ସମୟ ଏବେ ଉପନୀତ ! ପୂର୍ବଭଳି ଠିକ୍ ସେ ଯାଗାରେ ଘଣ୍ଟାକଣ୍ଟା ଅଛି, ମିନିଟ୍ କଣ୍ଟା ବି ଅଛି । ହୃଦୟର ସ୍ପନ୍ଦନ ବେଗଟା ବଢ଼ିଯାଉଛି !
ସେ ଘର ଭିତରକୁ ଗଲା । ଏଇ ତ ! ସାନବାବୁ ଅଫିସ୍ ବାହାରିଲେଣି । ବ୍ରେକ୍ଫାଷ୍ଟ୍ ସାରି ଡ୍ରେସ୍ ପିନ୍ଧୁଛନ୍ତି । ତା'ପରେ ତାଙ୍କ ଫାଇଲପତ୍ର ଓ ବ୍ୟାଗ୍ଧରି ଆସି ସୋଫା ଉପରେ ବସି ପଡ଼ିବେ । ଜୋତାଷ୍ଟାଣ୍ଡରୁ ଜୋତା ଓ ମୋଜା ଆଣି ଲୀଳା ସଯତ୍ନରେ ରଖି ଦେଇଥିବ ଯଥା ସ୍ଥାନରେ । ସାନବାବୁ ସେସବୁକୁ ପିନ୍ଧି ପକାଇ ଯୋତା ମସ୍ମସ୍ କରି ବାହାରିଯିବେ ବାହାରକୁ, ଗାଡ଼ି ପାଖକୁ । ପୁରୁଣା ଡ୍ରାଇଭର୍ ଗଗନଅଜା ଯଥେଷ୍ଟ ପୂର୍ବରୁ ଗାଡ଼ିକୁ ସଫା କରି ଚକାଚକ୍ କରି ଦେଇଥିବେ । ସାନବାବୁ ପହଞ୍ଚିବା କ୍ଷଣି ଗାଡ଼ି ଷ୍ଟାର୍ଟ ହେବ ଆଉ ସେ ଚାଲିଯିବେ ଦୂରକୁ । ତା'ପରେ ଛୋଟ ବିନ୍ଦୁଟିଏ ଭଳି ସେ ଅଦୃଶ୍ୟ ହୋଇ ଯାଉଥିବେ ଗଛପତ୍ରମାନଙ୍କ ଗହଳି ଭିତରେ । ଅଥଚ ଯଥେଷ୍ଟ ପୂର୍ବରୁ ଲୀନା ବଗିଚାର ବେଶ୍ ସଦ୍ୟ ଓ ସତେଜ ଗୋଲାପଟିଏ ଆଣି ରଖି ଦେଇଥିବ ଗାଡ଼ି ଭିତରେ, ସାନବାବୁଙ୍କ ନଜର ପଡ଼ିବା ଜାଗାଟିରେ । ସାନବାବୁ ଗାଡ଼ିରେ ବସିବା କ୍ଷଣି ସେ ଗୋଲାପଟିକୁ ତାଙ୍କ କୋମଳ ହାତରେ ଧରି ପକାଇ ତାକୁ ଆଘ୍ରାଣ କରି ପୁଲକିତ ହେବେ, ସେତିକିବେଳେ ଗଗନଅଜା ଗାଡ଼ି ଷ୍ଟାର୍ଟ କରି ଚାଲିଯିବେ ଅଫିସ୍କୁ । ଦୂରରେ ଥାଇ ସତୃଷ୍ଣନୟନରେ ଲୀନା ଚାହିଁଥିବ ସାନବାବୁଙ୍କୁ । ଗାଡ଼ିର ଧୂଆଁରେ ସେ ଗାଧୋଇ ପଡ଼ିଥିବ ସମ୍ପୂର୍ଣ୍ଣ ଭାବେ ଆଉ ସାନବାବୁଙ୍କ ଗାଡ଼ି ଦୂରେଇ ଯାଉଥିବ ତା'ର ଦୃଷ୍ଟିଆଢୁଆଳରୁ । ଲୀନା ଫୁଲତୋଳି ସାରି କଣ୍ଟା ଗୁଡ଼ିକୁ ଆଗରୁ କାଢ଼ି ଦେଇଥିବ । କାଳେ ସାନବାବୁଙ୍କ ହାତରେ ପଶି ତାଙ୍କୁ କଷ୍ଟ ଦେବ । ଆଉ ସେ କଷ୍ଟ ପାଇଲେ ଲୀନାକୁ ସବୁଠାରୁ ବେଶୀ ଆଘାତ ହେବ । ଏମିତି ଅନାବନା କଥା ଭାବୁଭାବୁ ସଂସାରରେ ତା'ର ଏକମାତ୍ର ନିଜର ଜେଜେମା' ଆସି ପହଞ୍ଚିଯିବ ତା' ପାଖରେ ଆଉ ପଚାରିବ –
– ଏ ଯାଏଁ ଖାଇନୁ ଟି ? ସାନବାବୁ ତ ଫୁଲ ନେଇ ଚାଲିଗଲେଣି । ଏଥର ତୋ ମୁଖ୍ୟପରୀକ୍ଷା ସରିଗଲା । ଏଥରକ ଯାଆ ଆଉ ଡେରି ନ କରି. . . ଖାଇବୁ ଯାଆ । ଗଣ୍ଡାଏ ଖାଇବାକୁ ତୋତେ କ'ଣ ସବୁବେଳେ କହିବାକୁ ପଡ଼ିବ ? ତୋତେ କ'ଣ ଭୋକ ଶୋଷ ହୁଏ ନାହିଁ ଜମ୍ମା ? ମୁଁ ଥକି ଗଲିଣି ତୋ ପିଛାରେ . . . ! ସମସ୍ତଙ୍କ କଥା ବୁଝୁବୁଝୁ ତୁ ସବୁବେଳେ ନିଜକୁ ଭୁଲିଯାଉ । ନିଜ ପ୍ରତି ଅନ୍ୟାୟ କରୁ । ଅଥଚ ତୋତେ ଯେତେ କହିଲେ ବି ଲାଭ ହୁଏନି କିଛି । ଏମିତିକା ଜିଦିଆପିଲାଟାକୁ ମୋ ବେକରେ ବାନ୍ଧି ଚାଲିଗଲା ସେ । ମୁଁ ଯାହା ବିକଳ ହେଉଛି ତୋ ପାଇଁ ଜୀବନଟା ସାରା ! ଏତିକି କହୁ କହୁ ଜେଜେମା'ର କଣ୍ଠ ଥରି ଉଠେ ବେଦନାରେ । କୋହରେ ଭାରି ହୋଇ ଆସେ ତା' ସ୍ୱର । ଲୀନା କିନ୍ତୁ ଜେଜେମା'ର ସେ ଭାବନାକୁ ବୁଝିପାରେନାହିଁ । ଓଲଟି ତନ୍ମୟତାର ସହିତ କହିପକାଏ- ମୋ ପାଇଁ ବ୍ୟସ୍ତ ହନି ତୁ । ଜାଣୁ ଜେଜେମା', ସାନବାବୁ ଆଜି ମୋତେ ଚାହିଁଲେ, ଆଉ ଟିକେ ହସିଲେ ବି । ଏତିକି କହୁ କହୁ ତା' ଆଖିରେ ହଜାରରେ ସ୍ୱପ୍ନ ବୁଣି ହୋଇଯାଇଥିବ । ତା' ଆଖପାଖର ମଳୟ ତାକୁ ଛୁଇଁ ବହିଯାଉଥିବ ନୀରବରେ, ଆଉ ସେ ଆନମନା ପାଲଟୁଥିବା କ୍ଷଣିକ ଭିତରେ । ସାନବାବୁଙ୍କ ହସକେରାଟାଏ ବି ଦିନଟାଯାକ ତାକୁ ବିଭୋର କରୁଥାନ୍ତି । ସେ ଗୋଟେ ତଲ୍ଲୀନତା ଭିତରେ ହଜିଯାଉଥାଏ । ସେ ନିଶାର ପ୍ରାବଲ୍ୟ ଏତେ ଅଧିକ ଯେ ତାରି ଭିତରେ ସେ ଡେଣା ଝାଡ଼ି କ୍ଳାନ୍ତହୀନା ପ୍ରଜାପତିଟିଏ ଭଳି ଉଡ଼ି ବୁଲୁଥାଏ ଦିନ ତମାମ । ତାକୁ ସଠିକ୍ ଭାବେ ଖାଇବା ପିଇବାକୁ ତାଗିଦ୍ କରୁଥିବ ଜେଜେମା' ଅଥଚ ସେ ଥିବ ଭିନ୍ନ ଏକ ଦୁନିଆଁର ପରିସୀମା ବାହାରେ. . . ବେଳେବେଳେ ସେ ଭାବେ ସେ ଖାଇ ଦେଲେ କ'ଣ ଜେଜମା'ର ପେଟ ପୁରିଯାଏ କି ? ସେ କାହିଁକି ଏତେ ନିବିଡ଼ ଭାବରେ ତା' ଖାଇବା, ପିଇବା, ଶୋଇବା, ହସିବା, କାନ୍ଦିବାକୁ ଜଗି ରହିଥାଏ ? ଯାହା ଆଉ କେହି କରନ୍ତିନି ଏ ଦୁନିଆଁରେ ? ତା' ପାଇଁ ଭଗବାନ୍ ବୋଧହୁଏ ଜେଜେମା'କୁ ପଠାଇଛନ୍ତି ଏ ସଂସାରକୁ, ତା'ର ଖିଆଲ ନେବାକୁ । ତା' ଭଳି ତାକୁ ଏତେ ଆଦରରେ କିଏ ଖୁଆଇବ ? କିଏ ତା' ଖାଦ୍ୟ ସରିବା ଯାଏଁ ପାଖରେ ଜଗି ବସିବ ! ସତରେ ଜେଜେମା' ପରି କିଏ ହବ ଆଉ ! ସେ ହିଁ ତ ତା' ବାପା, ମାଆ ସାଙ୍ଗ ସବୁକିଛି । ତାକୁ ଅଜଣା କ'ଣ ଅଛି ଯେ ! ତା' ହାତ ଧରି ସେ ଚାଲି ଶିଖିଛି । ତା' କାନ୍ଧରେ ଝୁଲି ସେ ବଡ଼ ହୋଇଛି । ଆକାଶର ତାରା ଗଣିଛି । ପୁଣି ତା' କୋଳରେ ଢୁଳାଇ ପଡ଼ିଛି । ସେ ହିଁ ତ ତା'ର ଆଶ୍ରୟ ଓ ଏକମାତ୍ର ସାହାରା । ତା' ବିନା ସେ କ'ଣ ବଞ୍ଚିପାରିବ କେବେ ? ଜେଜେମା'କୁ ଦେଖି ଦେଲେ ମାଆ, ବାପା କିଏ ମନେ ପଡ଼ନ୍ତି ନାହିଁ । ସେ ତ ସମସ୍ତ ଅଭାବକୁ ପୂର୍ଣ୍ଣ କରିଛି ଏ ଜୀବନରେ । ବଞ୍ଚିବାକୁ ଯାହା ବି ଦରକାର ସବୁ ଯୋଗାଇ ଦେଇଛି । ତା' ମନ ବୁଝିଛି । ହସ ଲୁହରେ ତାକୁ କୋଳେଇ ନେଇଛି । ତାକୁ ବି କେବେ କେମିତି କଷ୍ଟ ହେଉଥିବ । ହେଲେ ସେ ସବୁ ଲୁଚାଇ ପକାଏ ତା' ଆଗରେ । ତା' ଲୁହ ଜକଜକ ଆଖି ଦେଖି ଲୀନା ବୁଝିପାରେ-ଜେଜେମା'ର ମନରେ କଷ୍ଟ ହୋଇଛି ନିଶ୍ଚେ । ତା' ହୃଦୟକୁ କ'ଣ କିଏ ଆଘାତ କରିଛି କି ? ହେଲେ ସେ ତ ବଡ଼ମଣିଷ. . . ତା' ପୁଣି କି କଷ୍ଟ ଅଛି ? ତାକୁ ଏମିତି କି ଦୁଃଖ ଆବୋରି ପକାଏ ବେଳେବେଳେ ? ସେ ପଚାରି ବସେ ତା' ଜେଜେମା'କୁ-କହନା ଜେଜେମା' ତୋର କ'ଣ ହୋଇଛି ? ତୋତେ କ'ଣ ମାଲିକ କି ମାଲିକାଣୀ କିଏ କିଛି କହିଛନ୍ତି ନା ତୁ ଆଉ କାମକୁ ପାରୁନୁ ବୋଲି ତୋତେ କଷ୍ଟ ହେଉଛି ? ତେବେ ତୁ ମୋ ପାଖରେ ବସ । ମୁଁ ତୋ ପାଦ ମୋଡ଼ି ଦେବି । ତୋ ମୁଣ୍ଡ ବି ଚିପି ଦେବି । ଏତିକି କହୁ କହୁ ସେ ଜେଜେମା'କୁ ଜୋର୍ ଜବରଦସ୍ତ ପାଖରେ ବସାଇ ତା' ମୁଣ୍ଡକୁ ତା' କୁନିକୁନି ହାତ ପାପୁଲିରେ ଚିପି ଧରେ । ଆଉ ଜେଜେମା' ତା' ଚପଳତା ଓ ନିରୀହତାରେ ହସି ପକାଏ । ତା'ର ସେଇ ଚିରାଚରିତ ପିଲାଳିଆମୀକୁ ଦେଖି ଜେଜେମା' ପାଟିରୁ ବାହାରି ପଡୁଥାଏ ଚିରାଚରିତ ଶବ୍ଦମାନ- "ବାୟାଣୀଟାଏ, ସାନବାବୁଙ୍କ ମୁହଁରେ ହସଟିକିଏ ଦେଖିଲେ କ'ଣ ତୋ ପେଟ ପୁରେ କିରେ ମାଆ ? ସବୁବେଳେ କ'ଣ ଖାଲି ସେଇକଥା, ତା' ଭିତରେ ତୁ କ'ଣ ନିଜ କଥା କେବେ ବି ଭାବୁ ନାହିଁ ?" ଏ ସବୁକଥା କିନ୍ତୁ ଲୀନାକୁ ପରିବର୍ତ୍ତିତ କରିପାରୁନଥିବ । ତାକୁ ତା' ନିଶାଠାରୁ ପୃଥକ୍ କରିପାରୁ ନଥିବ । ସେ ଥିବ ଆପଣା ଧୂନ୍ରେ ମଗ୍ନ । ତା' ପୃଥିବୀରେ କାହାର ବି ଅନଧିକାର ପ୍ରବେଶ ନାହିଁ । ଏମିତିକି ଜେଜେମା' ବି ତା' ସ୍ୱପ୍ନଠାରୁ ଢେର୍ ଦୂରରେ । ସେ ସ୍ୱପ୍ନମାନଙ୍କ ଆଖପାଖର ପରିଧିରେ ସେ କାହାକୁ ସହ୍ୟ କରେ ନାହିଁ । ଖାଇବାକୁ । ବେପରୁଆ ଭାବରେ "ହୁଁ" ଟିଏ କହି ଲୀନା ବୁଡ଼ିଯାଏ ଜେଜେମା'ର ସେଇ ପରୀରାଇଜର ଗପ ଭିତରେ । ତାକୁ ଲାଗେ ସେ ପୁନଶ୍ଚ ପରୀଟିଏ ପାଲଟି ଯାଉଛି !
– ତା'ପରେ – | <urn:uuid:9025b2c4-fa83-4d0d-a1d3-5d141e0f467c> | CC-MAIN-2018-47 | http://www.ameodia.com/odia-kathaa/odia-novel/odia-novel-anabrutta-abega-o-jhapsa-pruthibi-2-dr-mousumi-parida/ | 2018-11-16T06:23:49Z | s3://commoncrawl/crawl-data/CC-MAIN-2018-47/segments/1542039742978.60/warc/CC-MAIN-20181116045735-20181116071735-00471.warc.gz | ory | 0.999965 | Orya | 14 | {"ory_Orya_score": 0.9999653100967407} |
ଗୟା: ବୋଧଗୟାରେ ଥିବା ଏକ ବୌଦ୍ଧ ଶିକ୍ଷାଳୟ ଓ ଧ୍ୟାନ କେନ୍ଦ୍ରରେ ନାବାଳକମାନଙ୍କୁ ଯୌନ ନିର୍ଯ୍ୟାତନା ଦିଆଯିବାର ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ କରାଯାଇଥିଲା। ଗତକାଲି ଏହି ଘଟଣା ବୋଧଗୟାରୁ ଜନୈକ ବାଂଲାଦେଶୀ ବୌଦ୍ଧ ସନ୍ନ୍ୟାସୀଙ୍କୁ ଗିରଫ କରାଯାଇଥିଲା। ତେବେ ତଦନ୍ତ ସମୟରେ ସାଂଘାତିକ ତଥ୍ୟ ପୁଲିସକୁ ମିଳିଛି। ବୋଧଗୟାସ୍ଥିତ ପ୍ରଜ୍ଞାଜ୍ୟୋତି ବୁଦ୍ଧିଷ୍ଟ ନଭିସ୍ ସ୍କୁଲ୍ ଆଣ୍ଡ ମେଡିଟେସନ୍ ସେଣ୍ଟରରେ ମୁଖ୍ୟତଃ ତ୍ରିପୁରା ଓ ଆସାମରୁ ପିଲାମାନଙ୍କୁ ଅଣାଯାଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଆଳରେ ଦେହ ବ୍ୟବସାୟରେ ନିୟୋଜିତ କରାଯାଉଥିବା ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ଭାବେ କୋଲ୍କାତାକୁ ଏଇ ଶିଶୁମାନଙ୍କୁ ପଠାଯାଉଥିବା ସୂଚନା ପୁଲିସ ହସ୍ତଗତକୁ ହୋଇଛି।
ମିଳିଥିବା ସୂଚନା ଅନୁସାରେ ଏହି ଶିକ୍ଷାନୁଷ୍ଠାନରେ ଶିଶୁମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ବେଳେ ବେଳେ ବିନା ଖାଦ୍ୟ ଓ ପାଣିରେ କୋଠରୀ ଭିତରେ ବନ୍ଦ କରି ଦିଆଯାଉଥିଲା। କେବଳ ସେତିକି ନୁହେଁ, ରାତିରେ ଶିକ୍ଷାନୁଷ୍ଠାନର ମୁଖ୍ୟ ସନ୍ନ୍ୟାସୀଙ୍କ ସହ ସେମାନଙ୍କୁ ସଂପୂର୍ଣ୍ଣ ଉଲଗ୍ନ ହୋଇ ନୃତ୍ୟ କରିବାକୁ ବାଧ୍ୟ କରାଯାଉଥିଲା ବୋଲି ଗୟାର ପୁଲିସ ଅଧୀକ୍ଷକଙ୍କ ଠାରୁ ପ୍ରକାଶ।
ଏହି ଘଟଣା ପରେ ଇଣ୍ଟର ନ୍ୟାସନାଲ୍ ବୁଦ୍ଧିଷ୍ଟ କାଉନ୍ସିଲ୍ ପକ୍ଷରୁ ବୋଧଗୟାରେ ଏକ ଜରୁରୀକାଳୀନ ବୈଠକ ଡକାଯାଇ ଧାର୍ମିକ ଶିକ୍ଷା ନାମରେ କରାଯାଉଥିବା ହୀନ ଅପରାଧକୁ ନିନ୍ଦା କରାଯାଇଛି। | <urn:uuid:cc539228-9099-432f-8c9e-edb45adce845> | CC-MAIN-2018-47 | http://sambad.in/india-and-beyond/bodh-gaya-sex-abuse-204126/ | 2018-11-12T20:27:03Z | s3://commoncrawl/crawl-data/CC-MAIN-2018-47/segments/1542039741087.23/warc/CC-MAIN-20181112193627-20181112215627-00066.warc.gz | ory | 0.999973 | Orya | 4 | {"ory_Orya_score": 0.9999734163284302} |
ଭୁବନେଶ୍ୱର: କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କଳିଙ୍ଗ ଷ୍ଟାଡିୟମ୍ ପରିସରରେ ପୁନଃନିର୍ମିତ ବିଜୁ ପଟ୍ଟନାୟକ ସନ୍ତରଣାଗାରକୁ ଶନିବାର ଉଦ୍ଘାଟିତ କରିଛନ୍ତି। ଆନ୍ତର୍ଜାତିକ ମାନର ଏହି ସନ୍ତରଣାଗାର (୫୦ ମିଟର x ୨୫ ମିଟର x ୨ ମିଟର ଆକାର ବିଶିଷ୍ଟ) ଅଲିମ୍ପିକ୍ ପଦ୍ଧତିରେ ନିର୍ମିତ ହୋଇଥିବା ମନ୍ତ୍ରୀ କହିଥିଲେ। ଇଡ୍କୋ ୫ ମାସ ମଧ୍ୟରେ ପୁନଃନିର୍ମାଣ କାର୍ଯ୍ୟ ଶେଷ କରିଥିବାରୁ ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ନୂଆ ସନ୍ତରଣାଗାର ରାଜ୍ୟ ତଥା ଭୁବନେଶ୍ୱରର ଆଗ୍ରହୀ ପ୍ରତିଯୋଗୀଙ୍କୁ ଏହି କ୍ରୀଡ଼ା ପାଇଁ ଉତ୍ସାହିତ କରିବ ବୋଲି ଜନସାଧାରଣଙ୍କ ପାଇଁ ଉତ୍ସର୍ଗ ଅବସରରେ ମନ୍ତ୍ରୀ କହିଥିଲେ। ଏହି ନୂଆ ସନ୍ତରଣାଗାର ବ୍ୟତୀତ ଛୋଟଛୋଟ ପିଲାଙ୍କ ପାଇଁ ଭିନ୍ନ ଏକ ସନ୍ତରଣାଗାର (୨୫ ମିଟର x୧୨ ମିଟର x ୨ ମିଟର ଆକାର ବିଶିଷ୍ଟ) ନିର୍ମାଣ ଚାଲିଛି ଏବଂ ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ସେ କହିଥିଲେ। ଉଦ୍ଘାଟନ ଅବସରରେ ମନ୍ତ୍ରୀଙ୍କ ବ୍ୟତୀତ କ୍ରୀଡ଼ା ସଚିବ ବିଶାଲ୍ ଦେବ ଏବଂ କ୍ରୀଡ଼ା ନିର୍ଦେଶକ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ। | <urn:uuid:651be353-1488-4b71-a416-59a0b2d6f7ce> | CC-MAIN-2018-47 | http://sambad.in/sports/re-open-bijupattnaik-sweeming-pool-138436/ | 2018-11-12T20:15:28Z | s3://commoncrawl/crawl-data/CC-MAIN-2018-47/segments/1542039741087.23/warc/CC-MAIN-20181112193627-20181112215627-00066.warc.gz | ory | 1.000006 | Orya | 4 | {"ory_Orya_score": 1.0000063180923462} |
କନକ ବ୍ୟୁରୋ : ପ୍ରାୟ ଦୁଇ ମାସ ଧରି ଆନ୍ଦୋଳନରେ ବସିଛନ୍ତି ଆଇନଜୀବୀ । ଏଥିପାଇଁ ସାରା ରାଜ୍ୟରେ ଲାଗିରହିଥିଲା ଅଚଳାବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଜେଲ ଭିତରେ ଖୋଲିଛି କ୍ୟାମ୍ପ କୋର୍ଟ । ରାଜ୍ୟର ୩୪ଟି ଜେଲ ଓ ସବ୍ ଜେଲରେ ଖୋଲିଥିବା କ୍ୟାମ୍ପ କୋର୍ଟରେ ୫୦୦ ଟି ମାମଲାର ଶୁଣାଣି ହୋଇଛି । ୭ଟି ସ୍ଥାନରେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ କ୍ୟାମ୍ପ କୋର୍ଟ ହୋଇପାରିଲା ନାହିଁ ।
ବଡ କଥା ହେଉଛି ବିନା ଓକିଲରେ ୩୫୦ ଜଣ ଅଭିଯୁକ୍ତଙ୍କୁ ଆଜି ଜାମିନ୍ ମିଳିଛି । ପୋଲିସର ମାଡ ପ୍ରତିବାଦରେ ପ୍ରାୟ ଦୁଇ ମାସ ହେଲା ଆନ୍ଦୋଳନ କରୁଛନ୍ତି ଆଇନଜୀବୀ । ଫଳରେ ଜେଲରେ ବିଚାରଧୀନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଛୋଟମୋଟ କେସରେ ଫସିଥିବା ଲୋକେ ହଟହଟା ହେଉଥିଲେ । ଛୋଟ କାଟିଆ ଗଣ୍ଡଗୋଳରେ ଦୁଇମାସ ହେଲା ଜେଲରେ ସଢୁଥିଲେ ଅଭିଯୁକ୍ତ । ଗତ ଶନିବାର ହାଇକୋର୍ଟ, ଜେଲ ମଧ୍ୟରେ କ୍ୟାମ୍ପ କୋର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଫଳରେ ଅଭିଯୁକ୍ତଙ୍କ କେବଳ ଜାମିନ ସମ୍ପର୍କିତ ମାମଲାର ଶୁଣାଣି କରାଯାଇ ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଛି । ସେପଟେ ସାଧାରଣ ଲୋକମାନେ ଯେପରି ହଇରାଣ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେଇଥିଲା ଓକିଲ ସଂଘ ।
ତେବେ ବିଚାରାଧିନ କଏଦୀଙ୍କ ସମ୍ପର୍କୀୟଙ୍କ ଏହି କ୍ୟାମ୍ପ କୋର୍ଟକୁ ସ୍ୱାଗତ କରିଛନ୍ତି । ସେପଟେ ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ କୋର୍ଟକୁ ବି ବିରୋଧ କରାଯାଇଛି । ବାରିପଦାରେ କ୍ୟାମ୍ପ୍ କୋର୍ଟକୁ ବିରୋଧ କରିଛନ୍ତି ଆଇନଜୀବୀ । ସେପଟେ କୋରାପୁଟ ଓ ଭଦ୍ରକରେ ଭିନ୍ନ କାରଣ ଯୋଗୁଁ ଖୋଲିପାରିିନଥିଲା କ୍ୟାମ୍ପ୍ କୋର୍ଟ । | <urn:uuid:4092de4f-8048-4995-bf98-d5e4d3a4c8a7> | CC-MAIN-2018-47 | http://kanaknews.com/camp-court-all-over-odisha/ | 2018-11-16T10:46:11Z | s3://commoncrawl/crawl-data/CC-MAIN-2018-47/segments/1542039743007.0/warc/CC-MAIN-20181116091028-20181116113028-00352.warc.gz | ory | 1.000005 | Orya | 3 | {"ory_Orya_score": 1.0000053644180298} |
ସିବିଆଇ ଜେରାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ତଦନ୍ତକାରୀ ସଂସ୍ଥା ସିବିଆଇର ଆକସନ ମୁଡକୁ ଦେଖି ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ । ଯାହାକୁ ନେଇ ତୁ ତୁ ମେଁ ମେଁ ହେଉଛନ୍ତି ଉଭୟ ଶାସକ ଓ ବିରୋଧୀ । ପର୍ଯ୍ୟଟନ ବିଭାଗ ସହ ସି-ସୋର ଚୁକ୍ତି ମାମଲାରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ସମନ ଜାରି କରିବା ପରେ ରାଜନୈତିକ ବାକବିତଣ୍ଡା ବଢ଼ିବାରେ ଲାଗିଛି । ବିଜେଡି ସୁପ୍ରିମକୋର୍ଟଙ୍କ ପୂର୍ବ ଉକ୍ତିକୁ ଦୋହରାଇଥିବାବେଳେ, ବିଜେପି କହିଛି ଶାସକ ଦଳର ବହୁନେତା ସଂପୃକ୍ତି ଯୋଗୁଁ ଭୟଭୀତ ହେଉଛନ୍ତି ରାଜ୍ୟ ସରକାର । ସେପଟେ କଂଗ୍ରେସ କହିଛି ଉଭୟ ବିଜେଡି ଓ ବିଜେପି ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି, ଯାହାର ଯବାବ ଜନତା ଖୁବ ଶୀଘ୍ର ଦେବେ ।
ସୁଚନା ମୁତାବକ ସି-ସୋର ସଂସ୍ଥା ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ଦୁଇଟି ପ୍ରକଳ୍ପ ଚୁକ୍ତି କରିଥିଲା । ପର୍ଯ୍ୟଟନ ବିଭାଗର ପୂର୍ବତନ ସଚିବ ପରାଗ ଗୁପ୍ତା ଥିବାବେଳେ ଦୁଇଟି ଏମଓୟୁ ସ୍ୱାକ୍ଷର ହୋଇଥିଲା ଯାହାକୁ ନେଇ ସିବିଆଇ ଏବେ ଛାନଭିନ ଆରମ୍ଭ କରିଛି । ତେବେ ଅନେକ ଦିନର ବ୍ୟବଧାନ ପରେ ଚିଟଫଣ୍ଡ ଖୋଳତାଡକୁ ଯେଉଁଠି ବିରାମ ଦେଇଥିଲା ସିବିଆଇ ପୁଣି ସେହିଠାରୁ ତଦନ୍ତ ଆରମ୍ଭ କରିବାକୁ ନେଇ ଶାସକ ଓ ବିରୋଧୀ ଦଳ ମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଚାଲିଛି । ଏଭଳି ଅଚାନକ ସିବିଆଇର ଆକସନ ମୁଡ ନେଇ ବିଜେଡି କହିଛି ଯେ, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଉପରେ ଚାପ ପକାଇବା ପାଇଁ ସିବିଆଇକୁ ଢ଼ାଲ କରିଛି ବିଜେପି । ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟକୁ ଦୋହରାଇ ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ଯେ, ସିବିଆଇକୁ ପଞ୍ଜୁରୀର ଶୁଆ ଭଳି ବ୍ୟବହାର କରାଯାଉଛି । ଯାହା ଦର୍ଶାଉଛି କେନ୍ଦ୍ରରେ କ୍ଷମତାରେ ଥିବା ଯୋଗୁଁ ରାଜନୈତିକ ଦଳର କଣ୍ଠରୋଧ ପ୍ରୟାସ କରୁଛି ବିଜେପି ।
ସେପଟେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ବିଜେଡି ଅଭିଯୋଗର ଉତ୍ତର ରଖି କହିଛନ୍ତି, ଚିଟଫଣ୍ଡ ମାମଲା ଏକ ଆନ୍ତରାଜ୍ୟ ଅପରାଧିକ ମାମଲା ହୋଇଥିବାରୁ ଏହାର ଚେର ଅନେକ ରାଜ୍ୟକୁ ଲମ୍ବିଛି । ଓଡିଶାରୁ, କୋଲକାତା, ବମ୍ବେ ଓ ଗୌହାଟୀ ଭଳି ଅନେକ ସ୍ଥାନକୁ ଏହାର ଲିଙ୍କ ରହିଛି । ଏବଂ ଏହି ମହାଘୋଟାଲାରେ ଶାସକ ଦଳର ବହୁ ପୂର୍ବତନ ମନ୍ତ୍ରୀ, ସାଂସଦ , ବିଧାୟକ ମାନଙ୍କର ସଂପୃକ୍ତି ଥିବାରୁ ଭୟଭୀତ ହୋଇ ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ଆରୋପ ଲଗାଉଛି ଶାସକ ଦଳ । ରାଜ୍ୟର ଦୁଇ ଦଳ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ବେଳେ କଂଗ୍ରେସ ମାରିଛି ଚଉକା । କଂଗ୍ରେସ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି ଯେ, କେନ୍ଦ୍ରରେ କଂଗ୍ରେସ ଥିବାବେଳେ ଏଭଳି ସମ୍ବିଧାନର ହତ୍ୟା ହୋଇନଥିଲା ଯାହା ଏବେ ମୋଦି ସରକାର କରୁଛନ୍ତି । ଉଭୟ ବିଜେଡି ଓ ବିଜେପି ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି । ବିଜେପି ଯେଉଁଭଳି ସିବିଆଇକୁ ବ୍ୟବହାର କରୁଛି , ଶାସକ ଦଳ ବିଜେଡି ମଧ୍ୟ କ୍ରାଇମବ୍ରାଞ୍ଚ ଓ ରାଜ୍ୟ ଭିଜିଲାନ୍ସକୁ ଦଳର ହିତ ପାଇଁ ବ୍ୟବହାର କରୁଛନ୍ତି । ଏଭଳି ଛଳନାର ମୁଖା ରାଜ୍ୟବାସୀ ହୃଦୟଙ୍ଗମ କରି ସାରିଲେଣି । ଯାହାର ଉତ୍ତର ଖୁବ ଶୀଘ୍ର ବିଜେଡି ଓ ବିଜେପି ପାଇବେ ବୋଲି କହିଛି କଂଗ୍ରେସ । | <urn:uuid:2346941f-4eb9-43e3-8ce1-c5748eba2af5> | CC-MAIN-2018-47 | http://kanaknews.com/cbi-increase-politics-in-state/ | 2018-11-17T00:22:59Z | s3://commoncrawl/crawl-data/CC-MAIN-2018-47/segments/1542039743247.22/warc/CC-MAIN-20181116235534-20181117021534-00426.warc.gz | ory | 0.999998 | Orya | 5 | {"ory_Orya_score": 0.9999977350234985} |
ନୂଆଦିଲ୍ଲୀ: ଗଣ୍ଡଗୋଳ ପରେ ବେଦାନ୍ତ ଗ୍ରୁପ୍ର ତୁତିକୋରିନ୍ ଷ୍ଟେରଲାଇଟ୍ କପର ପ୍ଲାଣ୍ଟକୁ ତାମିଲନାଡ଼ୁ ସରକାର ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଫଳରେ କାରଖାନାର ପ୍ରାୟ ୫୦ ହଜାର କର୍ମଚାରୀ ଜୀବିକା ହରାଇବେ। ତମ୍ବାର ଘୋର ଅଭାବ ଦେଖାଦେବ। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୭-୧୮ରେ ଦେଶରେ ୮ ଲକ୍ଷ ୪୨ ହଜାର ୯୬୧ ଟନ୍ର ତମ୍ବା ଉତ୍ପାଦନ ହୋଇଥିବାବେଳେ ଏଥିରୁ ବେଦାନ୍ତ ପ୍ରାୟ ୪୮ ପ୍ରତିଶତ ତମ୍ବା ଉତ୍ପାଦନ କରିଥିଲା। ତୁତିକୋରିନ୍ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୪ ଲକ୍ଷ ଟନ୍ ରହିଛି। ମାର୍ଚ୍ଚ ମାସରେ ରକ୍ଷଣାବେକ୍ଷଣ ପାଇଁ ଏହି ପ୍ଲାଣ୍ଟକୁ ବନ୍ଦ ରଖାଯାଇଥିଲା। ତେବେ ସେଠାରେ ଆନ୍ଦୋଳନ ହେବାରୁ କାରଖାନାକୁ ଅଧିକ ଦିନ ପାଇଁ ବନ୍ଦ ରଖାଯାଇଥିଲା। ବେଦାନ୍ତର ପ୍ଲାଣ୍ଟ ବନ୍ଦ ହେବା ଫଳରେ ଦେଶକୁ ଏବେ ବିଦେଶ ବଜାର ଉପରେ ତମ୍ବା ପାଇଁ ନିର୍ଭର କରିବାକୁ ପଡ଼ିବ। କାରଣ ଦ୍ରୁତ ଶିଳ୍ପାୟନ ସମେତ କାର୍ ଓ ଫ୍ୟାନ୍ ଆଦିରେ ବହୁଳ ମାତ୍ରାରେ ତମ୍ବା ବ୍ୟବହାର ହେଉଛି। ସ୍ୱାଭାବିକ ଭାବେ ଦେଶରେ ତମ୍ବାର ଅଭାବ ଆସନ୍ତା ୨ ବର୍ଷ ପରେ ଦେଖାଦେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। | <urn:uuid:51def763-d17d-4afd-9c0f-5b28081807cf> | CC-MAIN-2018-47 | http://sambad.in/business/drutikorin-plant-closedcopper-crisis-may-happen-149432/ | 2018-11-18T08:15:35Z | s3://commoncrawl/crawl-data/CC-MAIN-2018-47/segments/1542039744320.70/warc/CC-MAIN-20181118073231-20181118094613-00029.warc.gz | ory | 0.999981 | Orya | 3 | {"ory_Orya_score": 0.9999808073043823} |
ଅନୁଗୁଳ: ବଜ୍ରପାତରେ ବୁଧବାର ଅପରାହ୍ନରେ ଖୁଡ଼ି-ଝିଆରୀଙ୍କର ମୃତ୍ୟୁ ଘଟିଛି। ଅନୁଗୁଳ ବ୍ଲକ ଅନ୍ତର୍ଗତ ଡେରଜାଙ୍ଗ୍ ଗାଁର ଅପରାହ୍ନ ପ୍ରାୟ ୪ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ବିଲରୁ ଘରକୁ ଫେରୁଥିବା ଖୁଡ଼ି ଶାନ୍ତି ପ୍ରଧାନ ଓ ଝିଆରୀ ବୈଶାଖୀ ପ୍ରଧାନଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ ନିଜ ଗାଁ ଠାରୁ ଅଳ୍ପ ଦୂରରେ ଥିବା ବିଲରୁ ଧାନ ରୋଇ ଶାନ୍ତି ଓ ବୈଶାଖୀ ଘରକୁ ଫେରୁଥିଲେ। ଗାଁ ମୁଣ୍ଡରେ ପହଞ୍ଚିବା ବେଳକୁ ସେମାନେ ବଜ୍ରପାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ସେମାନେ ତଳେ ପଡ଼ିଯିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଶାନ୍ତି ଓ ବୈଶାଖୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଯେ, ଏକ ସପ୍ତାହ ମଧ୍ୟରେ ଅନୁଗୁଳରେ ଏହା ହେଉଛି ୪ର୍ଥ ବଜ୍ରପାତ ଘଟଣା। ପୂର୍ବରୁ ମଧ୍ୟ ଜିଲ୍ଲାର ଛେଣ୍ଡିପଦା ଓ କିଶୋରନଗର ବ୍ଲକ ଅଞ୍ଚଳରେ ବଜ୍ରପାତ ଯୋଗୁଁ ୩ଜଣଙ୍କର ମୃତ୍ୟୁ ହୋଇଛି। | <urn:uuid:40a0028e-94da-4e16-af67-1997b3f3ce8d> | CC-MAIN-2018-47 | http://sambad.in/district/anugol/lightning-killed-2-in-angul-195361/ | 2018-11-18T08:10:52Z | s3://commoncrawl/crawl-data/CC-MAIN-2018-47/segments/1542039744320.70/warc/CC-MAIN-20181118073231-20181118094613-00029.warc.gz | ory | 0.999969 | Orya | 3 | {"ory_Orya_score": 0.9999686479568481} |
ଭୁବନେଶ୍ୱର : 'ସମ୍ବାଦ'ର ୩୫ତମ ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ରାଜ୍ୟର ପ୍ରମୁଖ ୯ଟି ସ୍ଥାନରେ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। 'ସମ୍ବାଦ' ଓ 'କନକ ନ୍ୟୁଜ୍' ପକ୍ଷରୁ ଆୟୋଜିତ ବିତର୍କ ପ୍ରତିଯୋଗିତା ଏବଂ 'ରେଡିଓ ଚକଲେଟ୍' ପକ୍ଷରୁ ଆୟୋଜିତ 'ସାରେଗାମା' ପ୍ରତିଯୋଗିତାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଇପାରିବେ।
ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ଜୟପୁର, ଯାଜପୁର, ଅନୁଗୁଳ ଓ ବାଲେଶ୍ୱରରେ ଏହି ପ୍ରତିଯୋଗିତା ଆୟୋଜନ ହେବ। ଏଥିପାଇଁ ସେପ୍ଟେମ୍ବର ୨୩ (ରବିବାର) ସକାଳ ୯ଟାରେ ନାମ ପଞ୍ଜୀକରଣ ହେବ। ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଫି' ଦେବାକୁ ପଡ଼ିବନି। ପୂର୍ବାହ୍ନ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହେବ। ଏହି ପ୍ରତିଯୋଗିତା ଉପରୋକ୍ତ ସହରଗୁଡ଼ିକର କେଉଁ ସ୍ଥାନରେ ଆୟୋଜନ ହେବ ତାହା ଖୁବ୍ ଶୀଘ୍ର ଜଣାଇ ଦିଆଯିବ।
ଏହି ପ୍ରତିଯୋଗିତାର ବିଶେଷତ୍ୱ ହେଲା ପ୍ରତିଯୋଗିତା ଶେଷ ହେବା ପରେ ପରେ ହିଁ ଏହାର ବିଚାରକମାନେ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିବେ ଓ ସେଠାରେ ସେମାନଙ୍କୁ ପୁରସ୍କୃତ କରାଯିବ। ପ୍ରତି ଜୋନ୍ରେ ପ୍ରଥମ ତିନିଟି ସ୍ଥାନରେ ରହିଥିବା ପ୍ରତିଯୋଗୀମାନେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଏଥିରେ ଯେଉଁମାନେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହେବେ, ସେମାନଙ୍କୁ ଅକ୍ଟୋବର ୪ ତାରିଖରେ 'ସମ୍ବାଦ'ର ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯିବ। କୃତୀ ପ୍ରତିଯୋଗୀଙ୍କ ପାଇଁ ନଗଦ ଅର୍ଥ ରାଶି ପୁରସ୍କାରର ବ୍ୟବସ୍ଥା ରହିଛି। | <urn:uuid:e832618e-ac89-4c26-af69-5d1006a5b42f> | CC-MAIN-2018-47 | http://sambad.in/state/sambad-zone-level-saregama-competition-on-september-23-213241/ | 2018-11-14T00:39:22Z | s3://commoncrawl/crawl-data/CC-MAIN-2018-47/segments/1542039741569.29/warc/CC-MAIN-20181114000002-20181114022002-00474.warc.gz | ory | 0.999997 | Orya | 4 | {"ory_Orya_score": 0.9999966621398926} |
ସେମାନେ ପ୍ରଥମେ ସମାଜବାଦୀମାନଙ୍କୁ ହତ୍ୟାକଲେ । ମୁଁ କିଛି କହିଲି ନାହିଁ । କାରଣ ମୁଁ ସମାଜବାଦୀ ନଥିଲି । ତା'ପରେ ସେମାନେ ଶ୍ରମିକନେତାମାନଙ୍କୁ ମାରିଲେ । ମୁଁ କିଛି କହିଲି ନାହିଁ । କାରଣ ମୁଁ ଶ୍ରମିକ ନେତା ନଥିଲି । ତା'ପରେ ସେମାନେ ଜିଉମାନଙ୍କୁ ହତ୍ୟାକଲେ । ମୁଁ କିଛି କହିଲି ନାହିଁ । କାରଣ ମୁଁ ଜିଉ ନଥିଲି । ତା'ପରେ ସେମାନେ ମୋତେ ମାରିଲେ । ମୋ ପାଇଁ କହିବାକୁ ଆଉ କେହି ନଥିଲେ । ଜର୍ମାନୀର ମାର୍ଟିନ ନିମୋଲର୍ ଲେଖିଥିଲେ ଏ କବିତାଟି । ଠିକ୍ ଏଇ ଭାଷାରେ ନୁହେଁ । ଜର୍ମାନୀରେ ସେ ଯାହା ଲେଖିଥିଲେ ତାହାର ବହୁ ସଂଶୋଧନ ଓ ସଂସ୍କରଣ ହୋଇଛି । ୧୮୯୨ରୁ ୧୯୮୪ ଯାଏଁ ଇହଧାମରେ ଥିଲେ ମାର୍ଟିନ ନିମୋଲର । ନାଜୀ ଜର୍ମାନୀରେ ଚାଲିଥିବା ଗଣହତ୍ୟା ସମୟର ଏ ଲେଖା । ନିମୋଲର ଜଣେ ଧର୍ମଯାଜକ । ସେ ପ୍ରଥମେ ହିଟଲରଙ୍କ ସମର୍ଥକ ଥିଲେ । କିନ୍ତୁ ପରେ ଯେତେବେଳେ ହିଟଲର ଧର୍ମ ଉପରେ ରାଷ୍ଟ୍ର ବୋଲି ଘୋଷଣା କଲେ ତାଙ୍କ ଆସ୍ଥା ତୁଟିଗଲା । ସେ ହିଟଲରଙ୍କୁ ବିରୋଧ କଲେ । ସେଥିପାଇଁ ବନ୍ଦୀ ହେଲେ । ୧୯୪୫ ମସିହାରେ ମିତ୍ରଶକ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ଜିତିବା ପରେ ନିମୋଲର କାରାମୁକ୍ତ ହେଲେ । ସେ ପ୍ରଥମେ କ'ଣ ଲେଖିଥିଲେ ତାହା ଜଣାନାହିଁ । କିନ୍ତୁ କବିତାଟା ନାଜୀ ଜର୍ମାନୀରେ ଅନେକ ସଂଶୋଧନ ଦେଇ ଗତି କରିଛି । ସମାଜବାଦୀ ଜାଗାରେ ସେ କାଳେ ପ୍ରଥମେ ସାମ୍ୟବାଦୀ ବା ସୋସାଲିଷ୍ଟ ଜାଗାରେ କମ୍ୟୁନିଷ୍ଟ ବୋଲି ଲେଖିଥିଲେ । ସେହିପରି ଜିଉ ଶବ୍ଦଟି ମଝିରେ ସଂଶୋଧିତ ହୋଇଛି ବୋଲି କୁହାଯାଏ । ସେ ହତ୍ୟା କଲେ ବୋଲି ଲେଖି ନଥିଲେ । ନିମୋଲରଙ୍କ ଏଇ କବିତାର ଇଂରାଜୀ ଅନୁବାଦରେ ଲେଖାଯାଇଛି 'ଦେ କେମ୍ ଆଉଟ୍' ଅର୍ଥାତ ସେମାନେ ଆସିଲେ । ନାଜୀ ଜର୍ମାନୀରେ ସେମାନେ ଆସିଲେର ଅର୍ଥ ସମସ୍ତେ ବୁଝୁଥିବେ । ସେ ଯାହା ହେଉ, ନିମୋଲରଙ୍କ ଏଇ କବିତାଟି ଓଡ଼ିଶାର ବିଜୁ ଜନତା ଦଳର ନେତାମାନଙ୍କ ପାଇଁ ବିଶେଷ ଭାବେ ଧ୍ୟେୟ ହେବା ଉଚିତ । ସେମାନେ ଏହାକୁ ଭଲ ଭାବେ ପଢ଼ିଲେ ଓ ବୁଝିଲେ ସେମାନେ ନିଜେ କରିଥିବା 'ବଡ଼ ଭୁଲ' ବିଷୟରେ ହେଜି ପାରିବେ । ବିଜେଡି ସୁପ୍ରିମୋ କାହିଁକି ଓ କିପରି ବିନା ପ୍ରତିବାଦରେ ଜଣକ ପରେ ଜଣେ ବିଜୁଭକ୍ତଙ୍କୁ ଝାଡ଼ୁମାରି ସଫା କରିପାରିଲେ ସେ ବିଷୟରେ ନିମୋଲରଙ୍କର ଏଇ କବିତାରେ ଅନେକ ଆଭାସ ରହିଛି । ଏଇ କବିତା ଆଧାରରେ ବିଜେଡିର ବିଜୁଭକ୍ତ-ଦମନ ଉପରେ ଆଉ ଗୋଟେ କବିତା ଲେଖାଯାଇ ପାରେ । ସେ କବିତାଟି ଏପରି ହୋଇପାରେ: ସେ ପ୍ରଥମେ ବିଜୟ ମହାପାତ୍ରଙ୍କୁ ମାରିଲେ । ମୁଁ ପ୍ରତିବାଦ କଲିନି । କାରଣ ସେ ମୋ ସାଙ୍ଗ ନଥିଲା । ତା'ପରେ ସେ ଦିଲ୍ଲୀପ ରାୟଙ୍କୁ ମାରିଲେ । ମୁଁ କିଛି କହିଲି ନାହିଁ । କାରଣ ସେ ମୋ ମିତ୍ର ନଥିଲା । ତା'ପରେ ସେ ନଳିନୀ ଓ କମଳାଙ୍କୁ ମାରିଲେ । ମୁଁ ପ୍ରତିବାଦ କଲିନି । କାରଣ ସେଥିରେ ମୋ ସ୍ୱାର୍ଥ ନଥିଲା । ତା'ପରେ ସେ ରାମକୃଷ୍ଣଙ୍କୁ ହଟେଇଲେ । ମୁଁ ସମର୍ଥନ କଲି । କାରଣ ସେଥିରେ ମୋ ସ୍ୱାର୍ଥ ଥିଲା । ତା'ପରେ ସେ ଶରତ କରଙ୍କୁ ତଡ଼ିଲେ । ମୁଁ ନୀରବ ରହିଲି । କାରଣ ତାହା ହିଁ ମୋର ସ୍ୱାର୍ଥ ଥିଲା । ତା'ପରେ ସେ ପ୍ୟାରୀଙ୍କୁ ସଂହାର କଲେ । ମୁଁ ତାଳି ମାରିଲି । କାରଣ ସେଥିରେ ମୋର ସ୍ୱାର୍ଥ ଥିଲା । ତା'ପରେ ସେ ବୈଜୟନ୍ତଙ୍କୁ ତଡ଼ିଲେ । ମୁଁ ସମର୍ଥନ କଲି । କାରଣ ମୋର ସ୍ୱାର୍ଥ ଥିଲା । ତା'ପରେ ସେ ମୋତେ ତଡ଼ିଲେ । ମୋ ପାଇଁ ଆଉ କିଏ କହିବାକୁ ବାକି ନଥିଲେ । ସମସ୍ତେ ତଡ଼ାଖାଇ ସାରିଥିଲେ । ଏବେ ତଡ଼ା ଖାଇବାକୁ ବାକି ଅଛନ୍ତି ସୂର୍ଯ୍ୟ ପାତ୍ର । ସୁରେନ୍ଦ୍ରନାଥ ନାୟକ ତ ବୁଢ଼ା ହୋଇଗଲେଣି । ଅବସର ଜୀବନ କାଟୁଛନ୍ତି । ଯେଉଁ ପାଣ୍ଡିଆନଙ୍କୁ ଏବେ ସମସ୍ତେ ଗାଳି କରୁଛନ୍ତି ତାଙ୍କ ଅବସ୍ଥା ଯେ ଦିନେ ପ୍ୟାରୀଙ୍କ ପରି ନହେବ କିଏ କହିବ? ପ୍ୟାରୀ ତ ଚାକିରି କରୁ ନଥିଲେ । ପାଣ୍ଡିଆନ ଚାକିରି କରୁଛନ୍ତି । କେତେବେଳେ ପ୍ରକାଶ ମିଶ୍ରଙ୍କ ପରି ଭିଜିଲାନ୍ସ ମାମଲାରେ ପଡ଼ିବେ, କିଏ ଜାଣେ? ଦାମବାବୁ ବିଦା ହେବା ପରେ ବିଜୁ ପରିବାରକୁ ନେଇ ନୂଆ ଦଳ ଗଢ଼ିବା କଥା କହୁଥିଲେ । ତାଙ୍କର ଏପରି ଦମ୍ଭୋକ୍ତି ସଂପର୍କରେ ବିଜୟ ମହାପାତ୍ର ଓ ପ୍ରଫୁଲ୍ଲ ଘଡ଼େଇ ଯେଉଁ ପ୍ରତିକ୍ରିୟା ଗଣମାଧ୍ୟମରେ ରଖିଛନ୍ତି ତାହା ଠିକ୍ ନିମୋଲରଙ୍କର ଏଇ କବିତା ପରି । ଆଉ କିଏ ବାକି ଅଛି ଯେ! | <urn:uuid:a4a4b221-23ab-4c49-86a8-cf40bb27c38a> | CC-MAIN-2018-47 | https://samanyakathan.com/webpage/detailnews/1587/8 | 2018-11-15T08:57:42Z | s3://commoncrawl/crawl-data/CC-MAIN-2018-47/segments/1542039742569.45/warc/CC-MAIN-20181115075207-20181115101207-00074.warc.gz | ory | 1.000004 | Orya | 3 | {"ory_Orya_score": 1.0000035762786865} |
ପ୍ରସୂନ ଯୋଶୀ-ନମସ୍କାର ମୋଦୀ ଜୀ।
ପ୍ରଧାନମନ୍ତ୍ରୀ- ଆପଣଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ନମସ୍କାର।
ପ୍ରସୂନ ଯୋଶୀ-ମୋଦୀଜୀ ଆମ ସମସ୍ତେ ଜାଣିଛୁ ଯେ ଆପଣ ଅନେକ ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରୁ ସମୟ ବାହାର କରି ଏଠାକୁ ଆସିଛନ୍ତି ଏବଂ ଆମେ ଆପଣଙ୍କର ଅଳ୍ପ କିଛି ସମୟ ଚୋରି କରିଛୁ। ପ୍ରଥମେ ଆପଣଙ୍କୁ ଅନେକ, ଅନେକ ଧନ୍ୟବାଦ।
ମୁଁ କିଛି ସମୟ ପୂର୍ବରୁ ଭାରତ ସମ୍ବନ୍ଧରେ ଲେଖିଥିଲି ଯେ
'ପୃଥିବୀର ଅନ୍ତରରେ ଯିଏ ଗଭୀର ଭାବେ ପ୍ରବେଶ କରିବ, ତା' ଆଖିରେ ଜୀବନର ରାଗ ଦେଖାଯିବ
'ପୃଥିବୀର ଅନ୍ତରରେ ଯିଏ ଗଭୀର ଭାବେ ପ୍ରବେଶ କରିବ, ତା' ଆଖିରେ ଜୀବନର ରାଗ ଦେଖାଯିବ।'
ଯେଉଁ ପାଦରେ ମାଟି ଲାଗିବ, ଧୁଳି ସଜେଇ ହେବ, ତା' ସହିତ ଦିନେ ବିଶ୍ୱ ଚାଲିବ।'
'ରେଳ ଷ୍ଟେସନ'ରୁ ଆପଣଙ୍କ ଯାତ୍ରା ଆରମ୍ଭ ହୁଏ ଏବଂ ଆଜି 'ରୟାଲ ପେଲେସ'ରେ ଆପଣ ଖାସ ଅତିଥି ହୋଇଛନ୍ତି।
ମୋଦୀଜୀ ଆପଣ ଏହି ଯାତ୍ରାକୁ କିପରି ଭାବେ ଦେଖୁଛନ୍ତି?
ପ୍ରଧାନମନ୍ତ୍ରୀ: ପ୍ରସୂନ ଜୀ ପ୍ରଥମେ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ ଯେ ଏତେ ସଂଖ୍ୟାରେ ଆପଣମାନଙ୍କ ଦର୍ଶନ କରିବାରେ ମୋତେ ସୌଭାଗ୍ୟ ମିଳିଲା ଏବଂ ଆପଣ ପୃଥିବୀର ଧୂଳିରୁ ଆପଣଙ୍କ କଥା ଆରମ୍ଭ କରିଛନ୍ତି। ଆପଣ କବିରାଜ ତେଣୁ 'ରେଲୱେରୁ ରୟାଲ ପେଲେସ' ଭଳି ପଦ ରଚନା କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ସରଳ; ମାତ୍ର ଜୀବନର ରାସ୍ତା ଅତି କଠିନ। 'ରେଳ ଷ୍ଟେସନ' କଥା କହିଲେ ଏହା ହେଉଛି ମୋ ଜୀବନର ବ୍ୟକ୍ତିଗତ କାହାଣୀ। ମୋ ଜୀବନର ସଂଘର୍ଷର ଏହା ହେଉଛି ଏକ ସ୍ୱର୍ଣ୍ଣିମ ପୃଷ୍ଠା, ଯାହାକି ମୋତେ ଜିଇଁବା ଶିଖେଇଛି, ଲଢ଼େଇ କରିବା ଶିଖେଇଛି ଏବଂ ଜୀବନ ନିଜ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ମଧ୍ୟ ହୋଇପାରେ। ଏହି ରେଳ ଧାରଣା ଉପରେ ଦୌଡି ଏବଂ ଏଥିରୁ ବାହାରୁଥିବା ସ୍ୱରରୁ ମୁଁ ପିଲାବେଳୁ ଶିଖିଛି, ବୁଝିଛି, ତେଣୁ ଏହା ହେଉଛି ମୋର ନିଜ କଥା। ମାତ୍ର 'ରୟାଲ ପେଲେସ', ଏହା ନରେନ୍ଦ୍ର ମୋଦୀଙ୍କର ନୁହେଁ। ଏହା ମୋର କାହାଣୀ ନୁହେଁ…
ପ୍ରସୂନ ଜୀ- ଆଉ ଯେଉଁ ଭାବନା ରହିଛି ଆପଣଙ୍କ ଭିତରେ…
ପ୍ରଧାନମନ୍ତ୍ରୀ- ସେ 'ରୟାଲ ପେଲେସ' ହେଉଛି ଦେଢ଼ଶହ କୋଟି ଭାରତୀୟଙ୍କ ସଂକଳ୍ପର ପରିଣାମ। ରେଳ ଧାରଣା ବାଲା ମୋଦୀ ହେଉଛି ଏହି ନରେନ୍ଦ୍ର ମୋଦୀ। 'ରୟାଲ ପେଲେସ' ରେ ଉପସ୍ଥିତ ମୋଦୀ ୧୨୫କୋଟି ଭାରତ ବାସୀଙ୍କର ଏକ ସେବକ, ସେ ନରେନ୍ଦ୍ର ମୋଦୀ ନୁହେଁ କି। ଏବଂ ଏହା ହେଉଛି ଭାରତୀୟ ଗଣତନ୍ତ୍ରର ଶକ୍ତି, ଭାରତୀୟ ସମ୍ବିଧାନର ସାମର୍ଥ୍ୟ, ଯେଉଁଠାରେ କି ଏପରି ଏକ ଅନୁଭବ ହୋଇଥାଏ, ଅନ୍ୟଥା ଯେଉଁ ସ୍ଥାନ କିଛି ପରିବାର ପାଇଁ ସଂରକ୍ଷିତ ରହିଥାଏ, ଏବଂ ଗଣତନ୍ତ୍ରରେ ଯଦି ଜନତା-ଜନାର୍ଦ୍ଦନ, ଯିଏକି ଈଶ୍ୱରଙ୍କ ରୂପ: ସେମାନେ ନିଷ୍ପତ୍ତି କରିନିଅନ୍ତି ତ ତେବେ ଜଣେ ଚା' ବିକାଳି ମଧ୍ୟ ସେମାନଙ୍କ ପ୍ରତିନିଧି ହୋଇ 'ରୟାଲ ପେଲେସ'ରେ ହାତ ମିଳାଇ ପାରେ।
ପ୍ରସୂନ ଜୀ- ଏହି ଯେଉଁ ବ୍ୟକ୍ତି ନରେନ୍ଦ୍ର ମୋଦୀ ଏବଂ ଯିଏ ପ୍ରଧାନମନ୍ତ୍ରୀ ଭାବେ ଦେଶର ପ୍ରତିନିଧିତ୍ୱ କରନ୍ତି, ସେହି ଦୁଇ ଜଣ ଏକମୟ ହୋଇଯା'ନ୍ତି, ଯେତେବେଳେ କି ଏପରି ସ୍ଥାନରେ ଆପଣ ଥା'ନ୍ତି, କିମ୍ବା ଦେଖନ୍ତି ଯେ ମୁଁ ଏକ ଯାତ୍ରା କରିସାରିଛି କିମ୍ବା ଏହା ଏକାତ୍ମ ହୋଇଯାଇଥାଏ, ସବୁଯାକ ମିଳିତ ହୋଇଯାଏ, ଏବଂ ଜଣେ ହିଁ ବ୍ୟକ୍ତି ରହିଯାଏ?
ପ୍ରଧାନମନ୍ତ୍ରୀ- ଏପରି ହୋଇଥାଏ ଯେ ମୁଁ ସେଠାରେ ନଥାଏ। ଆଉ ମୁଁ ତ ଆଦିଶଙ୍କରଙ୍କ ଅଦ୍ୱୈତର ସେହି ସିଦ୍ଧାନ୍ତକୁ, କୌଣସି ଏକ ସମୟରେ ତାଙ୍କ ସହିତ ଜଡିତ ଥିଲି ତେଣୁ ମୁଁ ଜାଣିଛି ଯେ ଯେଉଁଠାରେ ମୁଁ ନାହିଁ, ତୁ ହିଁ ତୁ ରହିଛି; ଯେଉଁଠାରେ ଦୈତ୍ୟ ନାହିଁ ସେଠାରେ ଦ୍ୱନ୍ଦ୍ୱ ନାହିଁ, ଏବଂ ଏଥିପାଇଁ ଯେଉଁଠାରେ ଦୈତ୍ୟ ନାହିଁ, ଏବଂ ଏଥିପାଇଁ ମୁଁ ମୋ ଭିତରର ସେହି ନରେନ୍ଦ୍ର ମୋଦୀଙ୍କୁ ନେଇ ଯାଇଥାଏ ତେଣୁ ହୁଏତ ମୁଁ ଦେଶ ସହିତ ଅନ୍ୟାୟ କରିଦେବି। ଦେଶ ସହିତ ନ୍ୟାୟ ସେତେବେଳେ ହୋଇଥାଏ ଯେତେବେଳେ କି ମୋତେ ନିଜେ ନିଜକୁ ଭୁଲାଇ ଦେବାକୁ ହୋଇଥାଏ ଏବଂ ଶେଷ କରିଦେବାକୁ ହୋଇଥାଏ। ନିଜକୁ ମାଟିରେ ପ୍ରବେଶ କରିବାକୁ ପଡିଥାଏ ଏବଂ ତେବେ ଯାଇଁ ଉଦ୍ଭିଦ ଜନ୍ମ ହୁଏ। ବୀଜ ମଧ୍ୟ ଶେଷରେ ନଷ୍ଟ ହୋଇଯାଇଥାଏ, ଯାହାକି ବଟବୃକ୍ଷକୁ ଜନ୍ମ ଦେଇଥାଏ। ଏବଂ ଏଥିପାଇଁ ଅପଣ ଯାହା କହିଛନ୍ତି ମୁଁ ତାହାକୁ ଭିନ୍ନ ଭାବେ ଦେଖୁଛି।
ପ୍ରସୂନ ଜୀ- ମାତ୍ର ଯେତେବେଳେ ଦେଶ କଥା ଆସିଥାଏ ସେତେବେଳେ ଆପଣ ତାହାକୁ ଅତ୍ୟନ୍ତ ଫୋକସ ହୋଇ ଦେଖିଥା'ନ୍ତି ଏବଂ ସବୁ ଲୋକ ସମ୍ପ୍ରତି ପରିବର୍ତ୍ତନ ସମ୍ବନ୍ଧରେ କହିଥା'ନ୍ତି। ପରିବର୍ତ୍ତନ ପ୍ରଥମେ ଚିନ୍ତାଧାରାରେ ଆସିଥାଏ ଏବଂ ପରେ କାର୍ଯ୍ୟଧାରାରେ ଆସେ, ପୁଣି ଏକ ପ୍ରକ୍ରିୟା ମଧ୍ୟଦେଇ ଗତି କରେ। ଆପଣଙ୍କଠାରୁ ଭଲ ଭାବେ କିଏ ବା ଜାଣିପାରେ ଏହି ବିଷୟକୁ। କିନ୍ତୁ ପରିବର୍ତ୍ତନ ଏହା ସହିତ ଆଉ ଏକ ବିଷୟ ନେଇ କରି ଆସିଥାଏ ମୋଦୀଜୀ-ଅଧୀରତା, ଆତୁରତା, ଅଧୈର୍ଯ୍ୟ, ଡିପ୍ରେସନ। ଆସନ୍ତୁ ଦେଖିବା ଏହି ଭିଡିଓ ସହିତ ଆମର କ'ଣ ଉଦ୍ଦେଶ୍ୟ ରହିଛି।
ମୋଦୀଜୀ, ଏବେ ଆମେ ସମସ୍ତେ ଦେଖିଥିଲୁ ଏବଂ ଟ୍ୱିଟ୍ଟରରେ ପ୍ରଶାନ୍ତ ଦିକ୍ଷିତ ଜୀ ଥିଲେ, ଯିଏକି ଏକ ପ୍ରଶ୍ନ ମଧ୍ୟ ପଚାରିଥିଲେ ଯେ ବହୁତ କାମ ହେଉଛି, ରାସ୍ତା ନିର୍ମାଣ ହେଉଛି, ରେଳ ଲାଇନ ବିଛା ହେଉଛି, ଘର ଦ୍ରୂତ ଗତିରେ ନିର୍ମାଣ ହେଉଛି। ସେ କହୁଛନ୍ତି କି ଆଗରୁ ଯେତେବେଳେ ଆମକୁ ଦୁଇ ପାଦ ଚାଲିବାର ଅଭ୍ୟାସ ଥିଲା, ତେବେ ମୋଦୀଜୀ ଏବେ ଆମେ ଅନେକ ଗୁଣ ଅଧିକ ଚାଲୁଛୁ, କିନ୍ତୁ ତଥାପି ଅଧୈର୍ଯ୍ୟତା- ଏବେ, ଏବେ, ଏବେ କାହିଁକି ନୁହେଁ… ଏହାକୁ ଆପଣ କିପରି ଭାବେ ଦେଖୁଛନ୍ତି?
ପ୍ରଧାନମନ୍ତ୍ରୀ- ମୁଁ ଏହାକୁ ଟିକେ ଭିନ୍ନ ଭାବେ ଦେଖୁଛି। ଯେଉଁ ମୁହୂର୍ତ୍ତରେ ସନ୍ତୋଷ ଭାବ ଆସିଯାଏ-ବହୁତ ହୋଇଗଲା, ଚାଲ ଭାଇ ଏଇଥିରେ ଚଳିଯିବା, ତେବେ ଜୀବନ କେବେ ହେଲେ ଆଗକୁ ବଢ଼ିନଥାଏ। ସବୁ ବୟସରେ, ସମୁ ଯୁଗରେ, ସବୁ ଅବସ୍ଥାରେ କିଛି ନା କିଛି ନୂତନ କରିବାର, ନୂଆ ପାଇବାର ଉଦ୍ଦେଶ୍ୟ ଗତି ଦେଇଥାଏ, ଅନ୍ୟଥା ମୁଁ ବୁଝିଛି ଯେ ଜୀବନ ଅଟକି ଯାଇଥାଏ। ଏବଂ ଯଦି କେହି କହେ ଯେ ଅଧୈର୍ଯ୍ୟ ଖରାପ ଜିନିଷ ତେବେ ମୁଁ ବୁଝିବି ଯେ ସେ ଏବେ ବୁଢ଼ା ହୋଇଯାଇଛି। ମୋ ଦୃଷ୍ଟିରେ ଅଧୈର୍ଯ୍ୟ ତରୁଣାବସ୍ଥାର ଏକ ପରିଚୟ ଏବଂ ଆପଣ ଦେଖିଥିବେ ଯେ ଯାହାଘରେ ସାଇକେଲ ଅଛି ତା'ର ମନ ହୁଏ ଯେ ସ୍କୁଟର ଆସିଯିବ ତ ବଢ଼ିଆ ହେବ; ସ୍କୁଟର ଅଛି ତ ମନହେବ ଚାରି ଚକିଆ ଆସିଗଲେ ଭଲ ହେବ। ଏପରି ମନୋଭାବ ନଥିଲେ କାଲି ସାଇକେଲ ବି ଚାଲିଯିବ, ସେତେବେଳକୁ କହିବାକୁ ପଡିବ ଛାଡ ଏବେ ବସରେ ଚାଲିଯିବା। ଏହା ଜୀବନ ନୁହେଁ।
ମୁଁ ଖୁସି ଯେ ଆଜି ଦେଢ଼ଶହ କୋଟି ଦେଶବାସୀଙ୍କ ହୃଦୟରେ ଗୋଟିଏ ଉଦ୍ଦୀପନା, ଉତ୍ସାହ, ଆଶା, ଅପେକ୍ଷା ଜାଗରିତ ହୋଇ ବାହାରକୁ ଆସୁଛି। ଅନ୍ୟଥା ଏକ ସମୟ ଥିଲା ଯେତେବେଳେ କି ନିରାଶାର ଏକ ଗର୍ତ୍ତରେ ଆମେ ଡୁବି ଯାଇଥିଲୁ। ଏପରି ସମୟ ଥିଲା ଯେତେବେଳେ ସମସ୍ତେ ଭାବୁଥିଲେ, ଛାଡ ଭାଇ, ଏବେ କିଛି ହେବାର ନାହିଁ, ଚାଲିଛି, ଦେଖାଯିବ। ମୁଁ ଏବେ ଖୁସି ଯେ ଆମେ ଏପରି ଏକ ପରିବେଶ ସୃଷ୍ଟି କରିଛୁ ଯେତେବେଳେ ଜନସାଧାରଣ ଆମଠାରୁ ଅଧିକ ଆଶା କରୁଛନ୍ତି।
ଆପଣମାନଙ୍କଠାରୁ ଯେଉଁମାନେ ବହୁ ପୂର୍ବରୁ ଭାରତରୁ ବାହାରକୁ ଆସିଛନ୍ତି ସେମାନଙ୍କୁ ହୁଏତ ଜଣାନଥିବ, ମାତ୍ର ଆଜିଠାରୁ ୧୫-୧୭ବର୍ଷ ପୂର୍ବରୁ ଯେତେବେଳେ ମରୁଡି ପରିସ୍ଥିତି ସୃଷ୍ଟି ହେଉଥିଲା, ସେତେବେଳେ ଗାଁର ଲୋକମାନେ ସରକାରୀ କାର୍ୟ୍ୟାଳୟକୁ ଯାଇଁ ସ୍ମାରକ ପତ୍ର ଦେଉଥିଲେ ଏବଂ ଦାବି କରୁଥିଲେ ଯେ ଏଥର ମରୁଡି ହୋଇଛି ତେଣୁ ଆମକୁ ଆମ ଅଂଚଳରେ ମାଟି ଖୋଳିବା କାମ ନିଶ୍ଚିତ ଭାବେ ଦିଅନ୍ତୁ, ଏବଂ ଆମେ ରାସ୍ତାରେ ମାଟି ପକାଇବା କାମ କରିବାକୁ ଚାହୁଁଛୁ ଯାହାଫଳରେ କି ଆମର କଚ୍ଚା ରାସ୍ତା ତିଆରି ହୋଇପାରିବ। ସେ ସମୟରେ ବି ଏପରି ଅଧୈର୍ଯ୍ୟତା ଥିଲା ଯେ-ମରୁଡି ହଉ, ସେମାନେ ଅପେକ୍ଷା କରୁଥିଲେ ଯେ ମରୁଡି ହେଉ, ଏବଂ ମାଟି ଖୋଳିବା କାମ ମିଳିଯିବ ଏବଂ ଏହାଫଳରେ ରାସ୍ତା ଉପରେ ମାଟି ପକାଇବାର ସୁଯୋଗ ମିଳିଯିବ।
ଆଜି ମୋର ଅନୁଭବ ହେଉଛି, ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ଯାହା ପାଖରେ ସିଙ୍ଗଲ ଲେନ ରୋଡ ଥିଲା, ସେ କହୁଥିଲେ ଆଉ କ'ଣ ମୁଖ୍ୟମନ୍ତ୍ରୀ ଜୀ, ଏବେ ଡବଲ ରୋଡ ନିର୍ମାଣ କରନ୍ତୁ। ଡବଲ ରୋଡ ହେଲା ପରେ କହିଲେ କି, ଆରେ ସାହେବ ଏ କ'ଣ, ଫାଇବାର/ପିଚୁ ରୋଡ ହେବା ଆବଶ୍ୟକ।
ମୋର ଭଲ ଭାବେ ସ୍ମରଣ ରହିଛି, ଗୁଜରାଟର ଶେଷ ଭାଗରେ ଉଚ୍ଛଲ ନିଝର ନାମରେ ଏକ ତହସିଲ ରହିଛି। ସେଠାରୁ କିଛି ଡ୍ରାଇଭର ଥରେ ମୋତେ ଭେଟିବାକୁ ଆସିଲେ। ସେ କହିଥିଲେ ଯେ ସେମାନଙ୍କୁ ପିଚୁ ରାସ୍ତା ଆବଶ୍ୟକ। ମୁଁ ସେମାନଙ୍କୁ କହିଥିଲି ଯେ, ବନ୍ଧୁଗଣ ମୁଁ ତମ ଅଂଚଳରେ ପୂର୍ବରୁ କେବେକେବେ ସ୍କୁଟର ଧରି ବୁଲୁଥିଲି, ବସରେ ଆସୁଥିଲି। ମୁଁ ବର୍ଷ ବର୍ଷ ଧରି ଜଙ୍ଗଲରେ କାମ କରୁଥିଲି। ତୁମର ଏଠାରେ ତ ରାସ୍ତା ଅଛି।
ସେମାନେ କହିଲେ, ସାହେବ ରାସ୍ତା ତ ଅଛି, ମାତ୍ର ଆମେ ଏବେ କଦଳୀ ଚାଷ କରୁଛୁ ଏବଂ ଆମ କଦଳୀ ରପ୍ତାନୀ ହୋଇଥାଏ। ଆମେ ଏହି ରାସ୍ତାରେ ଗଲେ ଟ୍ରକରେ ଆମ କଦଳୀ ଦବିଯାଇଥାଏ। ଆମର ଶତକଡା ୨୦ ପ୍ରତିଶତ କ୍ଷତି ହୋଇଥାଏ। ଆମକୁ ପିଚୁ ରାସ୍ତା ଆବଶ୍ୟକ ଯାହାଫଳରେ କି ଆମ କଦଳୀର କୌଣସି କ୍ଷତି ଯେପରି ଭାବେ ହେବ ନାହିଁ। ମୋ ଦେଶର ଜନସାଧାରଣଙ୍କ ହୃଦୟରେ ଏପରି ଭାବନା ଉଦ୍ରେକ ହେବା, ଏହି ଅଧୈର୍ଯ୍ୟ ସୃଷ୍ଟି ହେବା, ମୋ ପାଇଁ ପ୍ରଗତିର ବୀଜ ବୁଣିବା ସହିତ ସମାନ। ଏଥିପାଇଁ ଅଧୈର୍ଯ୍ୟତାକୁ ମୁଁ ଖରାପ ବୋଲି ମନେ କରେ ନାହିଁ।
ଦ୍ୱିତୀୟ କଥା ହେଲା ଆପଣ ପରିବାର ମଧ୍ୟରେ ଦେଖିଥିବେ- ଯଦି ତିନି ପୁଅ ଅଛନ୍ତି, ତେବେ ବାପା-ମା' ତିନି ଜଣଙ୍କୁ ଭଲ ପାଉଥିବେ। କିନ୍ତୁ କାମ ପଡିଲେ ଜଣକୁ କରିବା ପାଇଁ କୁହନ୍ତି। ଯିଏ କରିବ ତାକୁ ତ କହିବେ ନା। ଯଦି ଦେଶ ଆଜି ମୋଠାରୁ ଅଧିକ ଅପେକ୍ଷା ରଖେ, ଏଇଥିପାଇଁ ରଖେ କି ତା'ର ଭରସା ଅଛି, ତା' ମୁଣ୍ଡରେ ପୁରାଇ ଦିଅ, ଆଜି ନାହିଁ ତ କାଲି, ଯେତେବେଳେ ହେଲେ ବି କରିକି ଛାଡିବ।
ତେଣୁ ମୁଁ ଭାବୁଛି ଯେ-ଏକଥା ମଧ୍ୟ ସତ ଯେ ଦେଶ କେତେବେଳେ ହେଲେ ବି ଭାବିନଥିଲା ଯେ ଏପରି ଦୃତ ଗତିରେ କାମ କରିପାରିବ। ପୂର୍ବରୁ ଦେଶ ମାନି ନେଇଥିଲା, ପୂର୍ବରୁ ଅଳ୍ପ କିଛି ପ୍ରଗତି ହୋଇଗଲେ ସନ୍ତୋଷ ହୋଇ ଯାଉଥିଲା, ଚାଲ ବନ୍ଧୁ ହେଇଗଲା। ଏବେ କିନ୍ତୁ ତାକୁ ସନ୍ତୁଷ୍ଟି ମିଳୁ ନାହିଁ। ସେ ଅନୁଭବ କରୁଛି ଯେ ଆରେ ସାହବେ, ପୂର୍ବରୁ ଦିନକରେ ଯେତିକି ରାସ୍ତା ନିର୍ମାଣ ହେଉଥିଲା, ଏବେ ପାଖାପାଖି ତିନିଗୁଣା ରାସ୍ତା ଆମେ ନିର୍ମାଣ କରୁଛେ। ପୂର୍ବରୁ ଯେତିକି କାମ ଦିନକରେ ହେଉଥିଲା, ଏବେ ତାହା ତିନି ଗୁଣା ହେବା ଆରମ୍ଭ କରିଛି। ରେଳ ଧାରଣା ବିଛାଇବାର ଅଛି, ରେଳକୁ ଡବଲ ଲାଇନ କରିବା ହେଉ, ସୌର ଶକ୍ତି ଲଗାଇବାର ହେଉ, ପାଇଖାନା ନିର୍ମାଣ କରିବା ହେଉ, ସବୁ କଥାରେ। ତେଣୁ ଏଥିପାଇଁ ସ୍ୱାଭାବିକ ଯେ ଦେଶବାସୀଙ୍କୁ ଅପେକ୍ଷା ରହିଛି କାରଣ ଭରସା ଅଛି।
ପ୍ରସୂନ ଜୀ- ଆଜ୍ଞା, ତେବେ ଏପରି ଲାଗୁଛି ଯେ ଯେତେବେଳେ ପୂର୍ବରୁ ରାସ୍ତା ତାଙ୍କ ପାଖେ ପହଂଚୁଥିଲା ଏବଂ ଯେତେବେଳେ ସେମାନଙ୍କ ପାଖରେ ରାସ୍ତା ପହଂଚିଯାଏ, ସେତେବେଳେ ସେମାନେ ଦୁନିଆ ପାଖରେ ପହଂଚିବାକୁ ଚାହାଁନ୍ତି। ତେଣୁ ଏକ ପକ୍ଷରେ ଆପଣ ଏହି ଆଶା ଜାଗ୍ରତ କରିବା ବିଷୟରେ କୁହନ୍ତି ଏବଂ ଏହି ଅଧୈର୍ଯ୍ୟତାକୁ ଆପଣ ଉତ୍ତମ ବୋଲି ମନେକରନ୍ତି ଏବଂ ଏହାର ଯେଉଁ ସକାରାତ୍ମକ ଦିଗ ରହିଛି ଯେ କିପରି ଭାବେ ଏ ଯେଉଁ ଅଧୈର୍ଯ୍ୟ ପଣିଆ ଏହା ଆଗକୁ ବଢ଼ିବାର ଭାବନାର ଦ୍ୟୋତକ। ଏ ସମ୍ବନ୍ଧରେ ଆମକୁ ଟିକେ ବୁଝାନ୍ତୁ।
ମୋଦୀଜୀ, ଜନସାଧାରଣ ଏକପକ୍ଷରେ ଅଧୈର୍ଯ୍ୟ, ମାତ୍ର କେବେ କେବେ ଆପଣ କାମ କରୁଥିବା ସରକାରୀ ବ୍ୟବସ୍ଥାକୁ ନେଇ ଅଧୈର୍ଯ୍ୟ ହୋଇଯା'ନ୍ତି? ସରକାରୀ କାର୍ଯ୍ୟଧାରାକୁ ନେଇ, ମୋଦୀଜୀଙ୍କ ହିସାବରେ କାମ ଯେଉଁ ଗତିର ସହ ହେବା କଥା ତାହା ହୋଇନପାରିବା ଫଳରେ ଆପଣଙ୍କୁ କେବେ ନିରାଶା ହୋଇଥାଏ? ଯାହା ବୁଲେଟ ଟ୍ରେନର ଗତିରେ ଯେଉଁପରି ଆପଣଙ୍କ ମନରେ ଘଟିତ ହୋଇଥାଏ?
ପ୍ରଧାନମନ୍ତ୍ରୀ- ମୁଁ ଜାଣିନାହିଁ ଯେ ଜଣେ କବି ଭିତରେ ମଧ୍ୟ ଜଣେ ସାମ୍ବାଦିକ ରହିଥାଏ। ମୁଁ ଭାବୁଛି ଯେ ଯେଉଁଦିନ ମୋର ଅଧୈର୍ଯ୍ୟତା ଶେଷ ହୋଇଯିବ, ସେହି ଦିନ ମୁଁ ଏହି ଦେଶର କୌଣସି କାମରେ ଆସିବି ନାହିଁ। ମୁଁ ଚାହୁଁଛି ଯେ ମୋ ଭିତରେ ଏହି ଅଧୈର୍ଯ୍ୟ ପଣିଆ ଜାରି ରହିବା ଆବଶ୍ୟକ, କାରଣ ଏହା ହେଉଛି ମୋର ଶକ୍ତି, ଏହା ମୋତେ ଶକ୍ତି ଦେଇଥାଏ, ମୋତେ ଦୌଡାଇ ଥାଏ। ପ୍ରତି ରାତିରେ ଶୋଇଥାଏ ତ ପରବର୍ତ୍ତୀ ଦିନର ସ୍ୱପ୍ନ ନେଇ ଶୋଇଥାଏ ଏବଂ ସକାଳୁ ଉଠି କାମରେ ଲାଗିପଡିଥାଏ।
ଯେତେବେଳେ ନିରାଶାର ପ୍ରଶ୍ନ ଉଠେ, ମୁଁ ମନେକରେ ଯେ ଯେତେବେଳେ ନିଜ ପାଇଁ କିଛି ନେବା, ପାଇବା ତଥା ତିଆରି କରିବାର ଅଛି, ସେତେବେଳେ ତାହା ଆଶା ଏବଂ ନିରାଶା ସହିତ ଯୋଡି ହୋଇଯାଏ। ମାତ୍ର ଯେତେବେଳେ ଆପଣ 'ସର୍ବଜନ ହିତାୟ, ସର୍ବଜନ ସୁଖାୟ' ଏହି ସଂକଳ୍ପକୁ ନେଇ ଚାଲନ୍ତି, ସେତେବେଳେ ମୁଁ ମନେକରେ ଯେ ନିରାଶା କେବେହେଲେ ପାଖ ମାଡିନଥାଏ।
କିଛି ଲୋକଙ୍କୁ ବେଳେବେଳେ ମନେହୁଏ ଯେ, ଛାଡ କିଛି ବି ହେବାର ନାହିଁ, ସରକାର ବେକାର, ନିୟମ ବେକାର, ଆଇନ ବେକାର, ଅମଲାତନ୍ତ୍ର ବେକାର, ବ୍ୟବସ୍ଥା ସବୁ ବେକାର; ଆପଣଙ୍କୁ ଏପରି ଲୋକ ମିଳିବେ ଯେଉଁମାନେ କି ଏପରି କଥା କହିଥା'ନ୍ତି। ମୁଁ ଭିନ୍ନ ପ୍ରକାରର ମଣିଷ। ମୁଁ କେବେ କେବେ କହିଥାଏ ଯେ, ଯଦି ଏକ ଗ୍ଲାସ ଅଧା ଭରାହୋଇଥାଏ-ତେବେ କେହି କେହି ବ୍ୟକ୍ତି ମିଳିବେ ଯିଏ କହିବେ କି ଗ୍ଲାସ ଅଧା ଭରା ରହିଛି, ଆଉ ଜଣେ କହିବ କି ଅଧା ଖାଲି ରହିଛି। ମୋତେ କେହି ପଚାରିଲେ ମୁଁ କୁହେ ଯେ- ଅଧା ପାଣିରେ ଭରିଛି, ଅଧା ପବନରେ ଭରିଛି।
ଏବଂ ସେଥିପାଇଁ ଆପଣ ଏବେ ଦେଖନ୍ତୁ, ସେହି ସରକାର, ସେହି ଆଇନ, ସେହି ଅମଲା, ସେହି ବ୍ୟବସ୍ଥା; ତା ସତ୍ତ୍ୱେ ମଧ୍ୟ ଯଦି ୪ ବର୍ଷର ହିସାବ ନେବେ ତେବେ ଶେଷରେ ଆପଣ ଜାଣିପାରିବେ; ମୁଁ କୌଣସି ଅନ୍ୟ ସରକାରଙ୍କ ଆଲୋଚନା କରିବା ପାଇଁ ଏହି ମଂଚର ଉପଯୋଗ କରିବି ନାହିଁ, ଏବଂ ମୋତେ ଏହା କରିବାର ଆବଶ୍ୟକତା ମଧ୍ୟ ନାହିଁ। ମାତ୍ର ବୁଝାଇବା ଲାଗି ତୁଳନାତ୍ମକ ଅଧ୍ୟୟନର ଆବଶ୍ୟକତା ହୋଇଥାଏ କି ଭାଇ ଗତ ଦଶ ବର୍ଷରେ କାମ କିପରି ହୋଇଥିଲା ତାହାକୁ ଦେଖିବା ତ ଜଣାପଡିବ ଯେ ଚାରି ବର୍ଷ ମଧ୍ୟରେ କାମ କିପରି ହୋଇଛି। ତେବେ ଆପଣ ଜାଣିପାରିବେ ଯେ ସେତବେଳର ନିର୍ଣ୍ଣୟ ପ୍ରକ୍ରିୟା ଓ ଆଜିର ନିର୍ଣ୍ଣୟ ପ୍ରକ୍ରିୟା, ସେତେବେଳର କାର୍ଯ୍ୟଧାରା ଓ ଆଜିର କାର୍ଯ୍ୟଧାରା ମଧ୍ୟରେ ଆପଣଙ୍କୁ ଆକାଶ-ପାତାଳର ଫରକ ଜଣାପଡିବ। ଏହାର ଅର୍ଥ ଏଇଆ ଯେ, ଯଦି ଆପଣଙ୍କ ନୀତି ସ୍ପଷ୍ଟ, ନିୟମ ସ୍ପଷ୍ଟ, ଉଦ୍ଦେଶ୍ୟ ସାଧୁ ଏବଂ 'ସର୍ବଜନ ହିତାୟ, ସର୍ବଜନ ସୁଖାୟ'ର ଲକ୍ଷ୍ୟ ରହିଛି ତେବେ ସେହି ବ୍ୟବସ୍ଥା ମାଧ୍ୟମରେ ଆପଣ ଉପଯୁକ୍ତ ପରିଣାମ ପାଇପାରିବେ।
ମୋର ଏହି ଚିନ୍ତାଧାରାର ମୂଳଭୁତ କାରଣ ଏହା ନୁହେଁ ଯେ ମୁଁ ଯାହା ଚାହେଁ ତାହା ସବୁ ହୁଏ, ବରଂ ଏହା ନଘଟିଲେ ମଧ୍ୟ ମୁଁ ନିରାଶ ହୁଏ ନାହିଁ କାରଣ ମୁଁ ଚିନ୍ତା କରେ ଯେ ଏହା କାହିଁକି ହେଲା ନାହିଁ, ଆଗକୁ ଏହା କରିବାର ରାସ୍ତା କ'ଣ- ମୁଁ ଏ ବାଟରେ ଯାଇଥିଲି, ଟିକେ ନୂତନ ଢ଼ଙ୍ଗରେ କରିବି, ମୁଁ କରିକି ହିଁ ଛାଡେ।
ପ୍ରସୂନ ଜୀ- ମୋଦୀଜୀ ଏଇଠି ଆମେ ଏକ ପ୍ରଶ୍ନ ଗ୍ରହଣ କରିବାକୁ ଚାହୁଁ ଯାହାକୁ କି ଭିଡିଓ ମାଧ୍ୟମରେ ଆମେ ଦେଖିବା। ଦିଲ୍ଲୀରୁ ପ୍ରିୟଙ୍କା ବର୍ମା ଆପଣଙ୍କ ପାଇଁ ଏକ ପ୍ରଶ୍ନ ପଚାରିଛନ୍ତି। ଆସନ୍ତୁ ଦେଖିବା-
ପ୍ରିୟଙ୍କା- ମୋଦୀଜୀ ମୁଁ ଦିଲ୍ଲୀରୁ ପ୍ରିୟଙ୍କା କହୁଛି, ଏବଂ ମୋର ମଧ୍ୟ ଆପଣଙ୍କୁ ଏକ ପ୍ରଶ୍ନ ଯେ ଆମେ ସରକାର ଏଇଥିପାଇଁ ପସନ୍ଦ କରୁ ଯେ ସରକାର ଆମ ପାଇଁ କାମ କରିବେ। କିନ୍ତୁ ଯେତବେଳଠାରୁ ଆପଣ ଆସିଛନ୍ତି ସେତବେଳଠାରୁ ତ ସିଷ୍ଟମ ପୁରା ବଦଳି ଯାଇଛି। ଆପଣ ତ ସରକାରଙ୍କ ସହିତ ଲୋକଙ୍କୁ ମଧ୍ୟ କାମରେ ଳଗାଇ ଦେଇଛନ୍ତି, ଯାହାକି ଖୁବ ଉତମ କଥା। କିନ୍ତୁ ମୋର ଆପଣଙ୍କୁ ଏକ ପ୍ରଶ୍ନ ଅଛି ଯେ ଏହା ପୂର୍ବରୁ କାହିଁକି ହେଉନଥିଲା? ଧନ୍ୟବାଦ।
ପ୍ରସୂନ ଜୀ- ଏ ଯେଉଁ ପ୍ରଶ୍ନ ପଚାରୁଛନ୍ତି କି ଆପଣ ଲୋକଙ୍କୁ ଲୋକଙ୍କ ସହିତ ଯୋଡୁଛନ୍ତି, ସରକାରଙ୍କ କାମ ସହିତ। ଏବଂ ଏହା ଗ୍ୟାସ ସବସିଡି ବିଷୟ ହେଉ, ଅନେକ ବିଷୟରେ ଆପଣ ଜନସାଧାରଣଙ୍କଠାରୁ କିଛି ଅପେକ୍ଷା ରଖିଥା'ନ୍ତି, ଏହା ଆପଣଙ୍କର କିପରି ପଦକ୍ଷେପ?
ପ୍ରଧାନମନ୍ତ୍ରୀ-ପ୍ରିୟଙ୍କା ବହୁତ ଭଲ ପ୍ରଶ୍ନ ପଚାରିଛନ୍ତି ଏବଂ ଆପଣ ୧୮୫୭ ରୁ ୧୯୪୭ ପର୍ଯ୍ୟନ୍ତ ଦେଖନ୍ତୁ। ଏହା ପୂର୍ବକୁ ମଧ୍ୟ ଆମେ ଯାଇପାରୁ କିନ୍ତୁ ମୁଁ ୧୮୫୭ ପର୍ଯ୍ୟନ୍ତ ଯାଉଛି। ଯେତେବେଳେ କି ୧୮୫୭ରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ହୋଇଥିଲା। ଆପଣ ଯେକୌଣସି ବର୍ଷ ଦେଖନ୍ତୁ, ଶହେ ବର୍ଷ ମଧ୍ୟରେ ଯେକୌଣସି ବର୍ଷ ଦେଖନ୍ତୁ, ଭାରତବର୍ଷର କୌଣସି କୋଣକୁ ଦେଖନ୍ତୁ। କେହି ନା କେହି ଭାରତର ସ୍ୱାଧୀନତା ପାଇଁ ଶହୀଦ ହୋଇଛନ୍ତି, ଦେଶର ସ୍ୱାଧୀନତା ପାଇଁ ସର୍ବସ୍ୱ ତ୍ୟାଗ କରିବା ପାଇଁ କିଛି ନା କିଛି କରିଛନ୍ତି, କେହି ନା କେହି ନବଯୁବକ ତାଙ୍କ ଜୀବନକୁ ଜେଲ ମଧ୍ୟରେ ବିତାଇ ଦେଇଛନ୍ତି। ଏହାର ଅର୍ଥ ହେଉଛି ସ୍ୱାଧୀନତାର ସଂଘର୍ଷ କୌଣସି ସମୟରେ, କୌଣସି କୋଣରେ ବନ୍ଦ ହୋଇଯାଇ ନାହିଁ। ଲୋକ ଆସୁଥିଲେ, ସଂଘର୍ଷ କରୁଥିଲେ, ଶହୀଦ ହେଉଥିଲେ, ସ୍ୱାଧୀନତାର ସଂଘର୍ଷ ଜାରି ରହିଥିଲା।
କିନ୍ତୁ ମହାତ୍ମାଗାନ୍ଧୀ କ'ଣ କରିଥିଲେ। ମହାତ୍ମାଗାନ୍ଧୀ ଏହି ପୁରା ଭାବନାକୁ ଏକ ନୂତନ ରୂପ ପ୍ରଦାନ କରିଥିଲେ। ସେ ଏଥିସହିତ ଜନସାଧାରଣଙ୍କୁ ଯୋଡିଥିଲେ। ସାଧାରଣରୁ ସାଧାରଣ ବ୍ୟକ୍ତିଙ୍କୁ ପଚାରୁଥିଲେ ଯେ ଭାଇ ତୁମକୁ ଦେଶର ସ୍ୱାଧୀନତା ଦରକାର ନା ନାହିଁ? ଏପରି କରାଯାଉ କି ତୁମେ ଝାଡୁ ନେଇ ସଫେଇ କାର୍ଯ୍ୟ କର, ଦେଶକୁ ସ୍ୱାଧୀନତା ମିଳିବ। ତୁମକୁ ସ୍ୱାଧୀନତା ଦରକାର ନା? ତୁମେ ଶିକ୍ଷକତା କର, ଭଲ ଭାବେ ପିଲାଙ୍କୁ ପଢ଼ାଅ, ଦେଶକୁ ସ୍ୱାଧୀନତା ମିଳିବ। ତୁମେ ପ୍ରୌଢ଼ ଶିକ୍ଷା ପ୍ରଦାନ କରିପାରିବ, କର। ତୁମେ ଖଦି କାମ କରିପାରିବ, କର। ତୁମେ ନବଯୁବକମାନଙ୍କୁ ଏକାଠି କରି ପ୍ରଭାତ ଫେରୀ କରିପାରିବ, କର।
ମହାତ୍ମାଗାନ୍ଧୀ ସ୍ୱାଧୀନତାକୁ ଏକ ଜନଆନ୍ଦୋଳନରେ ପରିବର୍ତ୍ତନ କରିଦେଇଥିଲେ। ସାଧାରଣ ଜନତାଙ୍କୁ ତାଙ୍କ କ୍ଷମତା ଅନୁସାରେ କାର୍ଯ୍ୟ ପ୍ରଦାନ କରିଥିଲେ। ତୁମେ ଅରଟ ଧରି ବସିଯାଅ, ସୁତା କାଟ, ଦେଶକୁ ସ୍ୱାଧୀନତା ମିଳିଯିବ। ଜନସାଧାରଣଙ୍କୁ ଭରସା ହୋଇଗଲା ଯେ, ହଁ ସ୍ୱାଧୀନତା ଏହାଫଳରେ ମିଳିପାରିବ।
ମୁଁ ମନେକରେ ଯେ ମରିବା ବ୍ୟକ୍ତିଙ୍କ ସଂଖ୍ୟା କମ ନଥିଲା, ଦେଶ ପାଇଁ ପ୍ରାଣତ୍ୟାଗ କରିବା ବ୍ୟକ୍ତିଙ୍କ ସଂଖ୍ୟା କମ ନଥିଲା। ମାତ୍ର ସେମାନେ ଆସୁଥିଲେ ଓ ଶହୀଦ ହୋଇଯାଉଥିଲେ, ପୁଣି କେହି ନୂଆ ଆସୁଥିଲେ ଏବଂ ଶହୀଦ ହୋଇଯାଉଥିଲେ।
ଗାନ୍ଧିଜୀ ଏକାଥରେ ଭାରତବର୍ଷର ପ୍ରତିଟି କୋଣରେ କୋଟି କୋଟି ଜନସାଧାରଣଙ୍କୁ ଠିଆ କରିଦେଇଥିଲେ ଯାହାଫଳରେ ସ୍ୱାଧୀନତା ପ୍ରାପ୍ତି କରିବା ସରଳ ହୋଇଗଲା। ମୁଁ ଭାବୁଛି ଯେ ବିକାଶ ମଧ୍ୟ ଜନଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ। ଯଦି କେହି ଭାବୁଥାଏ ଯେ ସରକାର ଦେଶକୁ ବଦଳେଇ ଦେବେ, ସରକାର ବିକାଶ କରିଦେବେ ତାହା ଭୁଲ। ସ୍ୱାଧୀନତା ପରେ ଏପରି ଏକ ପରିବେଶ ସୃଷ୍ଟି ହେଲା ଯେ ସ୍ୱାଧୀନତା ମିଳିଗଲା, ଏବେ ସବୁ ସରକାର କରିବେ। ଗାଁରେ ଏକ ଗାତ ହୋଇଗଲେ ମଧ୍ୟ ଗାଁ ଲୋକ ଏକାଠି ହେବେ ସ୍ମାରକପତ୍ର ପ୍ରସ୍ତୁତ କରିବେ, ଏକ ଜିପ ଭଡାରେ ନେବେ, ତହସିଲ ଭିତରକୁ ଯାଇ ସ୍ମାରକପତ୍ର ଦେବେ। ଯଦି ସେମାନେ ଚାହିଁଥାନ୍ତେ ତେବେ ଜିପ ଭଡା ଖର୍ଚ୍ଚରେ ଖାଲକୁ ପୋତି ଦେଇଥା'ନ୍ତେ। କିନ୍ତୁ ଏବେ ଏ କାମ ସରକାର କରିବେ।
ସ୍ୱାଧୀନତା ପରେ ଏକ ପରିବେଶ ସୃଷ୍ଟି ହେଲା ଯେ, ସବୁ କାମ କିଏ କରିବେ ନାଁ ସରକାର କରିବେ। ଏହି କାରଣରୁ ଧୀରେଧୀରେ କ'ଣ ହେଲା ନା ଜନତା ଏବଂ ସରକାରଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇବାରେ ଲାଗିଲା। ଆପଣ ଦେଖିଥିବେ ଓ ଅନୁଭବ କରିଥିବେ ଯେ ବସରେ ଜଣେ ଏକୁଟିଆ ବସିଥିବ, ପାଖରେ କୌଣସି ପାସେଞ୍ଜର ନଥିବ, ଅନେକ ବାଟ ଯିବାର ଅଛି ତେବେ ସେ ସିଟ ଭିତରେ ଆଙ୍ଗୁଠି ଭର୍ତ୍ତି କରିଥିବ। ତା' ଭିତରେ ସେ ଏକ କଣା କରିବ, ଏବଂ ଧୀରେ ଧୀରେ ବସିବସି ଏହାକୁ କାଟିବାରେ ଲାଗିପଡିବ। କିନ୍ତୁ ଯେତେବେଳେ ସେ ଜାଣିପାରିବ ଯେ ଏହି ବସ ସରକାରୀ ଏବଂ ସରକାରୀ ଅର୍ଥ ହେଉଛି ମୋର, ସରକାର ମୋର ଏବଂ ଦେଶ ମୋର, ସେତେବେଳେ ସେ ଏପରି କାର୍ଯ୍ୟ କରିପାରିବ ନାହିଁ। ମାତ୍ର ଏପରି ଭାବ ଲୁପ୍ତ ହୋଇଗଲାଣି।
ମୁଁ ଚାହୁଁଛି କି ଦେଶରେ ଏହି ଭାବ ପ୍ରବଳ ହେଉ। ଦ୍ୱିତୀୟ କଥା ହେଲା ଗଣତନ୍ତ୍ରରେ କୌଣସି ଚୁକ୍ତି ବା ରାଜିନାମା ନାହିଁ ଯେ ମୁଁ ଆଜି ଭୋଟ ଦେଇଦେଲି, ଏବେ ପାଞ୍ଚବର୍ଷ ପାଇଁ ବେଟା କାମ କର। ପାଞ୍ଚ ବର୍ଷ ପରେ ମୁଁ ପଚାରିବି ଯେ ତୁ କ'ଣ କରିଛୁ, ନଚେତ ଆଉ କାହାକୁ କ୍ଷମତାକୁ ନେଇ ଆସିବି। ଏହା ହେଉଛି ଭାଗିଦାରୀତାର କାର୍ଯ୍ୟ ଏବଂ ଏଥିପାଇଁ ମୁଁ ଭାବୁଛି ଯେ ଭାଗିଦାରୀତା ଭିତ୍ତିକ ଗଣତନ୍ତ୍ର ଉପରେ ବଳ ଦେବା ଆବଶ୍ୟକ। ଆପଣ ଅନୁଭବ କରିଥିବେ ଯେ ଯେତେବେଳେ ଦୈବ ଦୁର୍ବିପାକ ହୋଇଥାଏ, ସରକାରଙ୍କଠାରୁ ଅଧିକ ସମାଜର ଶକ୍ତି ଲାଗିଯାଇଥାଏ ଏବଂ ଆମେ ଖୁବ କମ ସମୟ ମଧ୍ୟରେ ସମସ୍ୟାର ସମାଧାନ ବାହାର କରିବାରେ ଶକ୍ତି ଲଗାଇ ଦେଇଥାଉ। ଏହାର କାରଣ କ'ଣ? ଜନତା-ଜନାର୍ଦ୍ଦନଙ୍କ ପାଖରେ ଅନେକ ଶକ୍ତି ଥାଏ। ଗଣତନ୍ତ୍ରରେ ଜନସାଧାରଣଙ୍କ ଉପରେ ଯେତିକି ଭରସା କରିବା, ଜନତାଙ୍କୁ ଯେତେ ଅଧିକ ଯୋଡିବା ସେତିକି ପରିମାଣ ମିଳିବ।
ସରକାର ନିର୍ମାଣ ହେବା ପରେ ମୁଁ ପାଇଖାନା ନିର୍ମାଣ ଅଭିଯାନ ଚାଲୁ କରିଥିଲି। ଆପଣ କଳ୍ପନା କରନ୍ତୁ ସରକାର ଏହା କରିପାରିଥା'ନ୍ତେ। ସରକାର ତ ପୂର୍ବରୁ ପାଞ୍ଚହଜାର ନିର୍ମାଣ କରୁଥିବେ ଏବେ ଦଶ ହଜାର ନିର୍ମାଣ କରିପାରୁଛନ୍ତି। କହିବେ କି ଆରେ ପୁରୁଣା ସରକାର ପାଞ୍ଚ ହଜାର ନିର୍ମାଣ କରିଥିଲେ, ମୋଦୀଙ୍କର ଦଶ ହଜାର। ଦଶ ହଜାରରେ କ'ଣ କାମ ପୁରା ହେବ ଭାଇ? ଜନତା ଏହି କାମକୁ ଗ୍ରହଣ କଲେ, କାମ ପୁରା ହୋଇଗଲା।
ଆଉ ଜନତାର ଶକ୍ତି ଦେଖନ୍ତୁ, ଭାରତରେ ବରିଷ୍ଠ ନାଗରିକଙ୍କ ପାଇଁ ରେଳ ଟିକେଟରେ ରିହାତି ବ୍ୟବସ୍ଥା ରହିଛି। ମୁଁ ଆସି ସରକାରରେ କହିଲି ଯେ ଆପଣ ରିଜର୍ଭେସନ ପାଇଁ ଯେଉଁ ଫର୍ମ ପୂରଣ କରନ୍ତି ସେଥିରେ ଭାଇ ଲେଖନ୍ତୁ ତ, ମୁଁ ବରିଷ୍ଠ ନାଗରିକ, ମୋତେ ବେନିଫିଟ ମିଳେ, କିନ୍ତୁ ମୁଁ ମୋର ବେନିଫିଟ ଗ୍ରହଣ କରିବାକୁ ଚାହୁଁ ନାହିଁ। କଥା ଅତ୍ୟନ୍ତ ସରଳ ଥିଲା। ପ୍ରଧାନମନ୍ତ୍ରୀ ଭାବେ ମୁଁ କେବେ ହେଲେ ନିବେଦନ ମଧ୍ୟ କରିନଥିଲି। ଯିଏ ଭାରତର ବିଶେଷତା ଦେଖିଛି, ଭାରତର ସାମାନ୍ୟ ଜନତାର ଦେଶଭକ୍ତି ଦେଖିଛି ସେମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ। ଏବେ ଏବେ ଆମେ ଏହି ନିର୍ଣ୍ଣୟ କରିଥିଲୁ ଯେ ଏପର୍ଯ୍ୟନ୍ତ ୪୦ ଲକ୍ଷ ବରିଷ୍ଠ ନାଗରିକ, ଯେଉଁମାନେ କି ଏସିରେ ଯାତ୍ରା କରୁଥିବା ଲୋକ, ସେମାନେ ସ୍ଵେଚ୍ଛାକୃତ ଭାବେ ସବସିଡି ନେବେ ନାହିଁ, ଏପରି ଲେଖିକରି ଦେଇଛନ୍ତି ଏବଂ ସମ୍ପୂର୍ଣ୍ଣ ଟିକେଟ ନେଇକରି ଯାଇଛନ୍ତି।
ଯଦି ମୁଁ ଆଇନତଃ କରିଥା'ନ୍ତି ଯେ ଆପଣ ବରିଷ୍ଠ ନାଗରିକଙ୍କୁ କୌଣସି କୋଚରେ ଏହି ଲାଭ ବନ୍ଦ ହୋଇଯାଇଥା'ନ୍ତା ତା'ହେଲେ ଶୋଭାଯାତ୍ରା ବାହାରିଥା'ନ୍ତା, କୁଶପୁତ୍ତଳିକା ଦାହ କରାଯାଇଥାନ୍ତ ଆହୁରି ପୁଣି? ପୁଣି ଲୋକପ୍ରିୟତା ରେଟିଂ ଆସିଥା'ନ୍ତା, ମୋଦୀ ତଳକୁ ଖସିଗଲେ। ଏହି ଦୋକାନ ଚାଲିଥା'ନ୍ତା। କିନ୍ତୁ ଆପଣ ଦେଖିଲେ ୪୦ ଲକ୍ଷ ଲୋକ କେମିତି ଦେଶ ପାଇଁ ତ୍ୟାଗ କଲେ।
ମୁଁ ଦିନେ ଲାଲ୍ଲକିଲ୍ଲା ଉପରୁ କହିଥିଲି- ଯେ ଯେଉଁମାନେ ବହନ କରିପାରିବେ, ସେମାନେ କାହିଁକି ଗ୍ୟାସ ସବସିଡି ନେବେ? ଆମ ଦେଶରେ ଗ୍ୟାସ ସିଲିଣ୍ଡର ସଂଖ୍ୟା ଆଧାରରେ ନିର୍ବାଚନ ଲଢ଼ାଯାଉଥିଲା। କେହି କହୁଥିଲା ଯେ ମୋତେ ପ୍ରଧାନମନ୍ତ୍ରୀ କରନ୍ତ, ଏବେ ୯ଟି ସିଲିଣ୍ଡର ମିଳୁଛି, ମୁଁ ୧୨ଟି ସିଲିଣ୍ଡର ଦେବି; ଏହି ଘୋଷଣା କରାଯାଇଥିଲା ୨୦୧୪ ରେ। ମୁଁ ଲୋକମାନଙ୍କ ଓଲଟା କଥା କହିଲି, ମୁଁ କହିଲି ଭାଇ ଆବଶ୍ୟକ ନାହିଁ ତ' ଛାଡ଼ି ଦିଅନ୍ତୁ ନା ସବସିଡି, କ'ଣ ଆବଶ୍ୟକତା ଅଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ହିନ୍ଦୁସ୍ଥାନର ପାଖାପାଖି ୧ କୋଟି ୨୫ ଲକ୍ଷରୁ ଉର୍ଦ୍ଧ୍ଵ ପରିବାର ଗ୍ୟାସ ସବସିଡି ଛାଡ଼ି ଦେଇଛନ୍ତି। ଦେଶରେ ସଚ୍ଚୋଟ ଲୋକମାନଙ୍କ ଅଭାବ ନାହିଁ। ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଏବଂ କିଛି କରିବାକୁ ପ୍ରସ୍ତୁତ ଲୋକମାନଙ୍କ ଅଭାବ ନାହିଁ।
ଆମମାନଙ୍କ କାମ ହେଉଛି ଦେଶର ସାମର୍ଥ୍ୟକୁ ବୁଝିବା, ସେଗୁଡ଼ିକୁ ଯୋଡ଼ିବା ଏବଂ ମୋର ଏହି ପ୍ରୟାସ ଯେ ଆମେ, ସରକାରଙ୍କୁ ଦେଶକୁ ଚଳାଇବାର ଅଛି, ସରକାରଙ୍କ ଏ ଯେଉଁ ଅହଂକାର, ସେହି ଅହଂକାରକୁ ସରକାର ଛାଡ଼ି ଦେବା ଉଚିତ। ଜନତା-ଜନାର୍ଦ୍ଦନ ହିଁ ଶକ୍ତି ଅଟନ୍ତି, ସେମାନଙ୍କୁ ନେଇ ଚାଲିବା। ଆମେ ଚାହିଁଲେ ସେପରି ପରିଣାମ ସାଧାରଣ ଜନତା ଆଣି ଦେଇପାରିବ ଏବଂ ସେଥିପାଇଁ ମୁଁ ଜନତାଙ୍କ ସହିତ ମିଶି କାମ କରିବାର ଚିନ୍ତାଧାରାକୁ ନେଇ ଆଗକୁ ବଢ଼ୁଛି।
ପ୍ରସୂନଜୀ : ବା! ମୋଦୀଜୀ, ଦୁଇ ପଦ ସେ ପୁରୁଣା କଥା ମନେ ପଡ଼ିଯାଉଛି, ସରକାର ଏବଂ ଜନତାଙ୍କ ମଧ୍ୟରେ ଏ ଯେଉଁ ଦୂରତା ହୋଇଯାଇଥିଲା-
ମୁଁ ତଳକୁ ମୁହଁ କରି ତୁମ ଚରଣ ଦେଖିବାକୁ ଚାହୁଁଛି, ତୁମେ ଯାଇ ଏକ ଉଚ୍ଚ ମଂଚ ଉପରେ।
ପ୍ରଧାନମନ୍ତ୍ରୀ – ମୁଁ ତ' ଜନତା-ଜନାର୍ଦ୍ଦଙ୍କୁ ହିଁ ପ୍ରାର୍ଥନା କରିବି ଯେ ଆପଣ ଆମକୁ ଆଶୀର୍ବାଦ ଦିଅନ୍ତୁ, ଯେମିତି ମୋର ସେପରି ଅଭ୍ୟାସ ନହେଉ।
ପ୍ରସୂନଜୀ- ମୋଦୀଜୀ ଠିକ ଏହିପରି। ଏହି ଗୋଟିଏ ପ୍ରଶ୍ନ ଆମେ ନେଉଛୁ ଏହାପରେ ଆମେ ପୁଣି ସେହି ପ୍ରସଙ୍ଗ ଆସିବା। ଆପଣ ଏବେ, ନିଶ୍ଚିତ ଭାବେ ଆପଣ କୁହନ୍ତୁ-
ଦର୍ଶକମାନଙ୍କ ମଧ୍ୟରୁ ଗୋଟିଏ ପ୍ରଶ୍ନ ପାଇଁ ଆମକୁ ଅନୁରୋଧ ଥିଲା-ଶ୍ରୀ ମୟୂରେଶ ଓଝାନୀଜୀ ଗୋଟିଏ ପ୍ରଶ୍ନ ପଚାରିବା ଲାଗି ଚାହୁଁଛନ୍ତି। ମୟୂରେଶ ଓଝାନୀଜୀ ଆପଣଙ୍କ ପ୍ରଶ୍ନ ପଚାରନ୍ତୁ। ଦୟାକରି ଏ ଦିଗକୁ ଆସନ୍ତୁ।
ପ୍ରଶ୍ନକର୍ତା- ନମସ୍କାର ମୋଦୀଜୀ, ଯେତେବେଳେ ଆପଣ ସର୍ଜିକାଲ ଷ୍ଟ୍ରାଇକ କରିବା ଲାଗି ଅତି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଏବଂ ସାହସିକ ପଦକ୍ଷେପ ଗ୍ରହଣ କରିଥିଲେ ସେତେବେଳେ ଆପଣଙ୍କ ମନରେ କିପରି ଭାବନା ରହିଥିଲା?
ପ୍ରସୂନଜୀ- ସର୍ଜିକାଲ ଷ୍ଟ୍ରାଇକ ଉପରେ ଆପଣଙ୍କ ପ୍ରଶ୍ନ ଅଟେ।
ପ୍ରଧାନମନ୍ତ୍ରୀ – ମୁଁ ଆପଣଙ୍କ ନିକଟରେ କୃତଜ୍ଞ ଯେ ଆପଣ ବାଣୀରୁ ଆପଣଙ୍କ ଭାବନା ପ୍ରକଟ କରିପାରିଲେ ନାହିଁ କିନ୍ତୁ ଆପଣ ଆକ୍ସନରେ ଆପଣଙ୍କ ଭାବନା ପ୍ରକଟ କଲେ ଏବଂ ଶବ୍ଦରେ ଆପଣଙ୍କ ସାଥୀ ମୋ ନିକଟରେ ଆପଣଙ୍କ ଭାବନା ପହଁଚାଇଲା। ପ୍ରଥମତଃ ଏହି ଦୃଶ୍ୟ ହୃଦୟକୁ ଛୁଇଁବା ଭଳି, ଏହା ମୋତେ ପ୍ରଭାବିତ କଲା, ଭଗବାନ ରାମଚନ୍ଦ୍ରଜୀ ଏବଂ ଲକ୍ଷ୍ମଣଙ୍କର ଯେଉଁ ଆଲୋଚନା ହୋଇଥିଲା, ଲଙ୍କା ତ୍ୟାଗ କରିବା ସମୟରେ, ସେହି ସିଦ୍ଧାନ୍ତକୁ ଆମେ ଦେଖିଛୁ। କିନ୍ତୁ ଯେତେବେଳେ କେହି ଆତଙ୍କବାଦୀ ଯୋଗାଣ କରିବାର ଉଦ୍ୟୋଗ ନିର୍ମାଣ କରି ବସିଛି, ମୋ ଦେଶର ନିର୍ଦ୍ଦୋଷ ନାଗରିକମାନଙ୍କୁ ଅକାରଣେ ହତ୍ୟା କରୁଛି, ଯୁଦ୍ଧ ଲଢ଼ିବାର ଶକ୍ତି ନାହିଁ, ପଛରୁ ଆକ୍ରମଣ କରିବାର ପ୍ରୟାସ କରୁଛି, ତା'ହେଲେ ଏ ମୋଦୀ, ସେହି ଭାଷାରେ ଜବାବ ଦେବା ଜାଣିଛି।
ଆମର ଯବାନମାନଙ୍କୁ, ଟେଂଟରେ ଶୋଇଥିବା ସମୟରେ ରାତିରେ, କିଛି ଭୀରୁ ଆସି ସେମାନଙ୍କୁ ହତ୍ୟା କରିଦେବ? ଆପଣମାନଙ୍କ ମଧ୍ୟରୁ କେହି ଚାହିଁବ ଯେ ମୁଁ ଚୁପ ରହିବି? ସେମାନଙ୍କୁ ଇଟାର ଜବାବ ପଥରରେ ଦେବା ଉଚିତ କି ନାହିଁ? ଏବଂ ସେଥିପାଇଁ ସର୍ଜିକାଲ ଷ୍ଟ୍ରାଇକ କରାଗଲା ଏବଂ ମୁଁ ମୋ ସେନାଙ୍କୁ ନେଇ ଗର୍ବିତ, ମୋର ଜବାନଙ୍କୁ ନେଇ ମୁଁ ଗର୍ବିତ। ଯେଉଁ ଯୋଜନା କରାଯାଇଥିଲା, ତା'କୁ ଶତପ୍ରତିଶତ, କୌଣସି ସାମାନ୍ୟ ଭୁଲ ନକରି ସେମାନେ କାର୍ଯ୍ୟକାରୀ କଲେ ଏବଂ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଫେରିଆସିଲେ। ଆହୁରି ଆମର ସଚ୍ଚୋଟତା ଦେଖନ୍ତୁ- ମୁଁ ଆମର ଅଫିସର ଯିଏ ଏହାକୁ ପରିଚାଳନା କରୁଥିଲେ, ତାଙ୍କୁ କହିଲେ, ଯେ ଆପଣ ସାରା ଭାରତ ଜାଣୁ, ଗଣମାଧ୍ୟମ ସେଠାରେ ପହଁଚୁ, ପାକିସ୍ତାନର ସେନାକୁ ଫୋନ କରି କହିଦିଅନ୍ତୁ ଯେ ଆଜି ରାତିରେ ଆମେ ଏହା କରିଛୁ, ସେଠାରେ ଶବ ପଡ଼ିଛି, ତୁମମାନଙ୍କୁ ସମୟ ହେଲେ ଆସି ନେଇଯାଅ।
ଆମେ ସକାଳ ୧୧ଟାରେ ଫୋନ ଲଗାଇବାକୁ ଚେଷ୍ଟା କରୁଥିଲୁ, ଫୋନରେ କଥା ହେବାକୁ ଡରୁଥିଲେ, ଆସୁନଥିଲେ। ମୁଁ ଏଠାରେ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରି ରଖିଥିଲି, ଆମର ସେନା ଅଧିକାରୀ ଛିଡ଼ା ହୋଇଥିଲେ, ସାମ୍ବାଦିକମାନେ ଆଶ୍ଚର୍ଯ୍ୟରେ ପଡ଼ିଯାଇଥିଲା ଯେ କାହିଁକି ସେମାନଙ୍କୁ ଡକାଯାଇଥିଲା, କେହି କିଛି କହୁନାହାନ୍ତି।
ମୁଁ କହିଲି, ସାମ୍ବାଦିକମାନେ ବସିଛନ୍ତି ସେମାନଙ୍କୁ ବସିବାକୁ ଦିଅନ୍ତୁ, ସେମାନେ ଟିକେ ଅସନ୍ତୁଷ୍ଟ ହେବେ କିନ୍ତୁ ସର୍ବପ୍ରଥମେ ପାକିସ୍ତାନକୁ ଖବର ଦିଅ, ଆମେ କରିଛୁ, ଆମେ ଲୁଚାଇ ନାହୁଁ। ୧୨ଟା ବେଳେ ସେମାନେ ଫୋନରେ କଥା ହେଲେ, ସେମାନଙ୍କୁ କୁହାଗଲା-ଏମିତି ଏମିତି ହୋଇଛି ଏବଂ ଆମେ କରିଛୁ, ଏବଂ ତା' ପରେ ଯାଇ ଗଣମାଧ୍ୟମକୁ କୁହାଗଲା, ଦୁନିଆକୁ ଆମେ କହିଲୁ ଯେ ଭାରତୀୟ ସେନାର ଏହା ଅଧିକାର ଥିଲା ନ୍ୟାୟ ହାସଲ କରିବା ଲାଗି ଏବଂ ଆମେ କରିଛୁ। ସର୍ଜିକାଲ ଷ୍ଟ୍ରାଇକ ଏହା ଭାରତର ବୀରମାନଙ୍କର ପରାକ୍ରମ ଥିଲା ହିଁ ଥିଲା, କିନ୍ତୁ ଆତଙ୍କବାଦକୁ ରପ୍ତାନି କରୁଥିବା ଲୋକମାନେ ଜାଣିବା ଉଚିତ ଯେ ଏବେ ହିନ୍ଦୁସ୍ତାନ ବଦଳି ସାରିଛି।
ପ୍ରସୂନ ଜୀ- ମୋଦୀଜୀ, ଯେତେବେଳେ ଆପଣ ବୀରତାର କଥା କହିଲେ, ସେନାର କଥା କହିଲେ। ସେନାର ଏତେ ବଡ଼ ତ୍ୟାଗ ପରେ ମଧ୍ୟ ସେଠାରେ ଆମେ ରାଜନୀତି ପ୍ରବେଶ କରିବା ଦେଖୁଛୁ। ସେନାର ବୀରତା ଉପରେ ଲୋକମାନେ ପ୍ରଶ୍ନବାଚୀ ସୃଷ୍ଟି କରିବା ଲାଗି ପ୍ରସ୍ତୁତ ହୋଇଯା'ନ୍ତି, ଏହାକୁ ଆପଣ କିପରି ଦେଖୁଛନ୍ତି?
ପ୍ରଧାନମନ୍ତ୍ରୀ- ଦେଖନ୍ତୁ, ପୁଣି ଥରେ ମୁଁ ଏହି ମଂଚର ଉପଯୋଗ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମାଲୋଚନା କରିବା ଲାଗି ଉପଯୋଗ କରିବାକୁ ଚାହୁଁନାହିଁ। ମୁଁ ଏତିକି କହିବି- ଈଶ୍ୱର ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ।
ପ୍ରସୂନଜୀ- ମୋଦୀଜୀ, ଏ କଥା ତ' ଆମେ ଆଲୋଚନା କଲେ, ଆମେ ପରିବର୍ତ୍ତନ କଥା ଆଲୋଚନା କଲେ, ବ୍ୟଗ୍ରତ କଥା ଆଲୋଚନା କଲେ। କୁହାଯାଏ ଯେ ଯେଉଁଠି ନପହଁଚେ ରବି, ସେଠାରେ ପହଁଚେ କବି। କବି ହେବା ଦୃଷ୍ଟିରୁ କହୁନାହିଁ। ପ୍ରକୃତ ବିକାଶ ସେହି ଯାହା ସମସ୍ତଙ୍କ ପାଖରେ ପହଁଚେ। କୌଣସି ସଭ୍ୟତା-ଆପଣ ଏବେ କହିଲେ। ଯେପରି ଆପଣ ବୟସ୍କମାନଙ୍କ କଥା କହିଲେ, ବିଡ଼ମ୍ବନା କଥା କହିଲେ। ଯେକୌଣସି ସଭ୍ୟତା ଯେପର୍ଯ୍ୟନ୍ତ ସମାଜର ଦୁର୍ବଳ ସୀମା ପ୍ରତି ଧ୍ୟାନ ନଦେଇଛି ନିଜ ଉପରେ ଗର୍ବ କରିନପାରେ।
କାର୍ଯ୍ୟକ୍ରମର ଏହି ଅଂଶରେ ଆମେ ସେହି ବର୍ଗଙ୍କ ବିଷୟରେ ଆଲୋଚନା କରିବାକୁ ଚାହୁଁଛୁ, ସେମାନେ ବୋଧହୁଏ ନଥାଇ ବି ଆମକୁ ଦେଖାଯାଉଛନ୍ତି। ବଡ଼ ବଡ଼ ଯୋଜନାର ପ୍ରଚାରରେ ସେମାନଙ୍କ ସ୍ୱାର୍ଥ କେଉଁଠି ହଜିଯାଇଥାଏ। ସେମିତି ଢୋଲର ସ୍ୱର ଆଗରେ ବଂଶୀର ସ୍ୱର ମନ୍ଥର ଲାଗିଥାଏ। ଆସନ୍ତୁ କେତେକ ଚିତ୍ର ଦେଖିବା।
ମୋଦୀଜୀ ଆପଣ ଲାଲକିଲାରୁ ପ୍ରଥମେ ଟଏଲେଟ ଭଳି ପ୍ରସଙ୍ଗ ଊପରେ ଆଲୋଚନା କଲେ। କୌଣସି ପ୍ରଧାନମନ୍ତ୍ରୀ ପ୍ରଥମ ଥର ଲାଗି ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ, କିନ୍ତୁ ଯାହା ଛୋଟ ଲାଗିଥାଏ, ଛୋଟ ଦେଖାଯାଉଥିବା ପ୍ରସଙ୍ଗ ହୋଇଥାଏ, କିନ୍ତୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥିବ, ତା'କୁ ପ୍ରାଥମିକତା ଦେଇଛନ୍ତି, ଏହା ଆମେ ଦେଖିଲୁ। ଏହି ଯେଉଁ ପ୍ରାଥମିକତା ବଦଳିଛି, ଏହି ଯେଉଁ ପ୍ରାଥମିକତା ଯାହା ଆପଣ ନିଷ୍ପତ୍ତି ନେଉଛନ୍ତି, କେମିତି ଆପଣ ନିଷ୍ପତ୍ତି ନେଉଛନ୍ତି ଏବଂ ଏହି ପ୍ରସଙ୍ଗ କିପରି ସାମ୍ନାକୁ ଆସିଥାଏ?
ପ୍ରଧାନମନ୍ତ୍ରୀ – ଦେଖନ୍ତୁ ମୁଁ ଏହା ତ କହିବି ନାହିଁ ଯେ ସ୍ୱାଧୀନତାର ୭୦ ବର୍ଷରେ କୌଣସି ସରକାର ଏହି ବିଷୟ ପ୍ରତି ଧ୍ୟାନ ଦେଇନାହାନ୍ତି, ଏହା କହିବା ତ' ସେମାନଙ୍କ ପ୍ରତି ଅନ୍ୟାୟ ହେବ। ତା'ହେଲେ ମୁଁ ସେ ପ୍ରକାରରେ କଥାବାର୍ତ୍ତା କରୁନାହିଁ ଏବଂ ମୁଁ ତ' ଲାଲକିଲ୍ଲାରୁ ମଧ୍ୟ କହିଥିଲି ଯେ ଆଜି ହିନ୍ଦୁସ୍ତାନ ଯେଉଁଠି ଅଛି ସେଥିରେ ଦେଶର ସ୍ୱାଧୀନ ହେବା ପର ଠାରୁ ଆରମ୍ଭ କରି ସମସ୍ତ ସରକାର, ସମସ୍ତ ପ୍ରଧାନମନ୍ତ୍ରୀ, ସମସ୍ତ ରାଜ୍ୟ ସରକାର, ସମସ୍ତ ମୁଖ୍ୟମନ୍ତ୍ରୀଙ୍କ, ସମସ୍ତ ଜନପ୍ରତିନିଧିଙ୍କର କିଛି ନା କିଛି ଯୋଗ ଦାନ ରହିଛି- ଏହା ମୁଁ ଲାଲକିଲ୍ଲା ଉପରୁ କହିଥିଲି ଏବଂ ମୁଁ ଏହାକୁ ମାନୁଛି। କିନ୍ତୁ ତାହା କେଉଁ ପ୍ରକାର କାରଣ ଅଟେ, ଏତେ ଅର୍ଥ ଖର୍ଚ୍ଚ ହେଉଛି, ସାଧାରଣ ଜନତାଙ୍କ ଜୀବନରେ ପରିବର୍ତ୍ତନ କାହିଁକି ଆସିପାରୁନାହିଁ?
ମହାତ୍ମା ଗାନ୍ଧୀ ଆମମାନଙ୍କୁ ଏକ ସିଦ୍ଧାନ୍ତ ଦେଇଥିଲେ ଏବଂ ମୁଁ ଭାବୁଛି ଯେ କୌଣସି ବିକାଶଶୀଳ ଦେଶ ଲାଗି ଏହାଠାରୁ ବଡ଼ ଅନ୍ୟ କୌଣସି ସିଦ୍ଧ ନାହିଁ। ମହାତ୍ମା ଗାନ୍ଧୀ କହିଥିଲେ ଯେ କୌଣସି ମଧ୍ୟ ନୀତି କରିବା ସମୟରେ ତାକୁ ନିକିତିରେ ତଉଲିବା ଉଚିତ ଯେ ତାହାର ଲାଭ ଶେଷ ଧାଡ଼ିରେ ବସିଥିବା ଲୋକର ଜୀବନରେ କିଭଳି ପ୍ରଭାବ ପକାଇବ। ମହାତ୍ମା ଗାନ୍ଧୀଙ୍କ ଏହି କଥା ମୋତେ ଖୁବ ଭଲ ଲାଗିଛି। ଆମେ ଯେତେ ନୀତି କରୁ, ବଡ଼ ବଡ଼ କଥା କହୁ, କିନ୍ତୁ ଭାଇ ଯାହା ପାଇଁ ତିଆରି ହୋଇଛି, ସେହି ସମାଜର ଶେଷ ଧାଡ଼ିର ବ୍ୟକ୍ତି, ସେଠାରେ ପହଁଚିବା ଲାଗି ଆମେ କେଉଁଠି ଯାଉଛୁ।
ମୁଁ ଜାଣିଛି ଯେ ମୁଁ ଏହି କଠିନ କାମକୁ କାନ୍ଧରେ ଉଠାଇଛି, ହୋଇପାରେ ମୋର ଏ କାମକୁ କେହି ନକାରାତ୍ମକ ବୋଲି କହିପାରେ, କିନ୍ତୁ କ'ଣ ସେଥିପାଇଁ ଏହି କାମକୁ ଛାଡ଼ିଦେବା ଉଚିତ କି? ଗରିବ ଯେଉଁଠି ଅଛି ତା'କୁ ସେଠି ପଡ଼ିବାକୁ ଦିଆଯିବା ଉଚିତ କି? ଏବଂ ଏହାପରେ ଆପଣ କଳ୍ପନା କରିପାରିବେ ଯେ ଯେତେବେଳେ କୌଣସି ଛୋଟ ବାଳିକା ଉପରେ ବଳାତ୍କାର ହୋଇଥାଏ କେତେ ଯନ୍ତ୍ରଣାଦାୟକ ଘଟଣା ତାହା। କିନ୍ତୁ କ'ଣ ଆମେ ଏହା କହିବା ଯେ ତୁମ ସରକାରରେ ଏତିକି ହେଉଥିଲା, ମୋ ସରକାରେ ଏତିକି ହେଉଛି? ମୁଁ ଭାବୁଛି ଯେ ଏହାଠାରୁ ବଡ଼ ଭୁଲ ରାସ୍ତା ନଥାଇପାରେ। ବଳାତ୍କାର, ବଳାତ୍କାର ହୋଇଥାଏ ଗୋଟିଏ ଝିଅସହିତ ଏପରି ଅତ୍ୟାଚାର କିପରି ସହିପାରିବା? ଏବଂ ସେଥିପାଇଁ ମୁଁ ଲାଲକିଲ୍ଲା ଉପରୁ ନୂଆ ଢଙ୍ଗରେ ଏହି ବିଷୟକୁ ଉପସ୍ଥାପନ କରିଥିଲି। ମୁଁ କହିଥିଲି ଯଦି ଝିଅ ସନ୍ଧ୍ୟାରେ ବିଳମ୍ବରେ ଘରକୁ ଆସୁଛି ତ' ପ୍ରତ୍ୟେକ ମାତା ପିତା ପଚାରୁଛନ୍ତି, କେଉଁଠି ଥିଲୁ? କାହିଁକି ଯାଇଥଲୁ? କାହାକୁ ଭେଟିଲୁ? ଫୋନରେ କଥା ହେବା ବେଳେ ମା' ଯଦି ଦେଖିନିଏ, ଏ- କଥା ବନ୍ଦ କର, କାହା ସହ କଥା ହେଉଛୁ, କାହିଁକି କଥା ହେଉଛୁ।
ଆରେ ଭାଇ, ଝିଅମାନଙ୍କୁ ତ' ସବୁ ପଚାରୁଛ, ଥରେ ପୁଅଙ୍କୁ ତ' ପଚାର, କେଉଁଠି ଯାଇଥିଲ? ଏ କଥା ମୁଁ ଲାଲକିଲ୍ଲାରୁ କହିଥିଲି। ଏବଂ ମୁଁ ମାନୁଛି ଯେ ଏହି କଳୁଷତା ସମାଜରେ ରହିଛି, ବ୍ୟକ୍ତି ନିକଟରେ ରହିଛି, ବିକୃତି ଅଟେ, ସବୁ ଥାଇ ସୁଦ୍ଧା ଦେଶ ପାଇଁ ଚିନ୍ତାର ବିଷୟ। ଏବଂ ଏହି ପାପ କରୁଥିବା ଲୋକ ତ' କାହାର ପୁଅ। ତା' ଘରେ ବି ତ' ମା' ଅଛି।
ସେହିପରି ଆପଣ କଳ୍ପନା କରିପାରିବେ ଯେ ସ୍ୱାଧୀନତାର ଏତେ ବର୍ଷ ପରେ ଭାରତରେ ପରିମଳ ବିସ୍ତାର(ଉକ୍ଟଙ୍ଖରକ୍ସବଶର) ୩୫-୪୦ ପ୍ରତିଶତ ପାଖାପାଖି ଥିଲା। କ'ଣ ଆଜି ଆମର ମା'ଉଉଣୀମାନଙ୍କୁ, କାରଣ ମୁଁ, ଦେଖନ୍ତୁ ଏକଥା, ର ଆଉ ଏକ କାରଣ ମଧ୍ୟ ରହିଛି- ମୁଁ ବହି ପଢ଼ି ଦାରିଦ୍ର୍ୟ ବିଷୟରେ ଜାଣିନାହିଁ। ମୋର ଟିଭି ପରଦାରେ ଦାରିଦ୍ର୍ୟର ଅନୁଭବ କରିବାର ନାହିଁ, ମୁଁ ସେହି ଜୀବନକୁ ଜିଇଁସାରି ଆସିଛି। ଦାରିଦ୍ର୍ୟ କ'ଣ ହୋଇଥାଏ, ପଛୁଆପଣ କ'ଣ ହୋଇଥାଏ, ଦାରିଦ୍ର୍ୟଭରା ଜୀବନରେ କିପରି ଅସୁବିଧା ସବୁ ରହିଥାଏ, ତାହା ମୁଁ ଦେଖିସାରି ଆସିଛି।
ଏବଂ ସେଥିପାଇଁ, ମୁଁ ମାନୁଛି ଯେ- ରାଜନୀତି ତା' ଜାଗାରେ ଅଛି, ମୋର ସମାଜ ନୀତି କୁହନ୍ତୁ, ମୋର ରାଷ୍ଟ୍ରନୀତି କୁହନ୍ତୁ, ମୋତେ କହିଥାଏ ଯେ ଏମାନଙ୍କ ଜୀବନରେ କିଛି ପରିବର୍ତ୍ତନ ମୁଁ ନିଶ୍ଚେ ଆଣିବି। ଏବଂ ତା'ପରେ ଯାଇ ମୁଁ ଲାଲକିଲ୍ଲାରୁ କହିଲେ ଯେ ଆମେ ୧୮ ହଜାର ଗ୍ରାମ, ଯେଉଁଠି ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସେବା ପହଁଚି ନାହିଁ। ଏହାର ଅର୍ଥ ବାକି ଗ୍ରାମରେ ପହଁଚିଛି। ଯେଉଁମାନେ ପହଁଚାଇଛନ୍ତି ସେମାନଙ୍କୁ ଶତ ଶତ ପ୍ରଣାମ। କିନ୍ତୁ ୭୦ ବର୍ଷ ପରେ ୧୮ହଜାର ଗ୍ରାମରେ ନପହଁଚିବା, ଏହି ଉତ୍ତରଦାୟିତ୍ୱ ତ' ଆମକୁ ନେବାର ଅଛି।
ଏବଂ ମୁଁ ସରକାରୀ କାର୍ୟ୍ୟାଳୟରୁ କହିଥିଲି- ମୁଁ କହିଥିଲି- କେବେ କରିବ ଭାଇ? ତ' କେହି କହିଲା ୭ ବର୍ଷ ଲାଗିବ। ମୁଁ କହିଲି- ମୁଁ ୭ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହିଁ। ଏବଂ ମୁଁ ଲାଲକିଲ୍ଲାରୁ ଘୋଷଣା କରିଦେଲି ଯେ ୧ ହଜାର ଦିନରେ କାମ ସମ୍ପୂର୍ଣ୍ଣ କରିବା ଲାଗି ଚାହୁଁଛି। କଠିନ କାମ ଥିଲା, ଦୁର୍ଗମ ଅଂଚଳ ଥିଲା, କେଉଁଠି ତ' ଉଗ୍ରବାଦୀ ଲୋକ, ମାଓବାଦୀଙ୍କ ଇଲାକା ଥିଲା। ୧୮ ହଜାର ଗ୍ରାମରେ ବିଦ୍ୟୁତ ପହଁଚାଇବା କାର୍ଯ୍ୟ ପାଖାପାଖି ସମ୍ପୂର୍ଣ୍ଣ ହେଲା। ଏବେ ବୋଧହୁଏ ୧୫୦ କି ୧୭୫ ଗ୍ରାମ ବାକିଥିବ। କାମ ଚାଲିଛି।
ଆପଣ କଳ୍ପନା କରିପାରିବେ ଯେ ଗରିବ ମା' ଶୌଚାଳୟ ଯିବା ଲାଗି ସୂର୍ୟୋଦୟ ପୂର୍ବରୁ ଜଙ୍ଗଲକୁ ଯିବା ଲାଗି ଭାବିଥାଏ ଏବଂ ଦିନରେ କେତେବେଳେ ଯିବାକୁ ଥିଲେ, ଶାରୀରିକ ପୀଡ଼ା ସହିଥାଏ କିନ୍ତୁ ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାଏ। ସେ ଶୌଚାଳୟକୁ ଯାଇନଥାଏ। ସେହି ମା'କୁ କେତେ ଯନ୍ତ୍ରଣା ହେଉଥିବ? ତା'ର ଶରୀର ଉପରେ କିଭଳି ପ୍ରଭାବ ପଡ଼ୁଥିବ। କ'ଣ ଆମେ ଶୌଚାଳୟ ତିଆରି କରିପାରିବା ନାହିଁ? ଏହି ପ୍ରଶ୍ନ ମୋତେ ଶୋଇବାକୁ ଦେଲା ନାହିଁ। ଏବଂ ତା'ପରେ ଯାଇ ମୋର ଅନୁଭବ ହେଲା ଯେ ମୁଁ ଲାଲକିଲ୍ଲାରୁ ଯାଇ ନିଜର ଭାବନାକୁ ବିନା ଦ୍ୱନ୍ଦ୍ୱରେ କହିଦେବି, ଉତ୍ତରଦାୟିତ୍ୱ ବହୁତ ବଡ଼ ହେବ। କିନ୍ତୁ ମୁଁ ଦେଖଇଲି ଯେ ଦେଶ ବହୁତ ବଡ଼ ପ୍ରତିକ୍ରିୟା ପ୍ରକାଶ କଲା। ଯାହାଦ୍ୱାରା ମୋର ପାଖାପାଖି, ଆଜି ତିନି ଲକ୍ଷ ଗ୍ରାମ ଖୋଲା ମଳମୁକ୍ତ ହୋଇପାରିଛି ଏବଂ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ଏବଂ ସେଥିପାଇଁ ଶେଷ ସୋପାନ ପର୍ଯ୍ୟନ୍ତ ସେବା ପହଁଚାଇବା ଗଣତନ୍ତ୍ରରେ ସରକାରଙ୍କ ପ୍ରାଥମିକ ଉତ୍ତରଦାୟିତ୍ୱ।
ଏବଂ ଏହିପରି ମୁଁ ଯେବେ ଏହି ଦାୟିତ୍ୱ ମୁଣ୍ଡାଇଲି-ପ୍ରଥମେ ମୁଣ୍ଡାଇଲି, ଗ୍ରାମରେ ବିଦ୍ୟୁତ ପହଁଚାଇବି। ଏବେ ଦାୟିତ୍ୱ ମୁଣ୍ଡାଇଛି ଘରେ ବିଦ୍ୟୁତ ପହଁଚାଇବି। ଚାରି କୋଟି ପରିବାର ଏପରି ରହିଛନ୍ତି। ଭାରତରେ ମୋଟ ୨୫ କୋଟି ପରିବାର ଅଛନ୍ତି, ୧୨୦ କୋଟି ଜନସଂଖ୍ୟା ଅଛନ୍ତି, କିନ୍ତୁ ପାଖାପାଖି ୨୫ କୋଟି ପରିବାର ଅଛନ୍ତି। ସ୍ୱାଧୀନତାର ୭୦ ବର୍ଷ ପରେ ଚାରି କୋଟି ପରିବାରରେ ଆଜି ମଧ୍ୟ ଅଷ୍ଟାଦଶ ଶତାବ୍ଦୀର ଜୀବନ ରହିଛି। ସେମାନେ ଦୀପ ଜଳାଇ ଜୀବନ ବିତାଉଛନ୍ତି।
ମୁଁ ଦାୟିତ୍ୱ ମୁଣ୍ଡାଇଛି। ସୌଭାଗ୍ୟ ଯୋଜନା ଅଧୀନରେ ମାଗଣାରେ ସେହି ୪ କୋଟି ପରିବାରରେ ବିଦ୍ୟୁତ ସଂଯୋଗ ଦେବି। ସେମାନଙ୍କ ପିଲାମାନେ ପଢ଼ିବେ, ସେମାନଙ୍କ ଘରେ ଯଦି କମ୍ପ୍ୟୁଟର ଚଳାଇବାର ଅଛି, ମୋବାଇଲ ଚାର୍ଜ କରିବାର ଅଛି, ତା'ହେଲେ ଦୁନିଆ ସହ ଯୋଡ଼ି ହେବେ। ଟିଭି ଆଣିବାର ଖର୍ଚ୍ଚ ମିଳିଯିବ ତ' ଟିଭି ଦେଖିବେ, ବଦଳୁଥିବା ଦୁନିଆକୁ ଦେଖିବେ। ସେ ଦୁନିଆ ସହିତ ଯୋଡ଼ି ହେବା ଲାଗି ସେମାନଙ୍କ ଭିତରେ ବ୍ୟଗ୍ରତା ମୋତେ ଉତ୍ପନ୍ନ କରିବାର ଅଛି। ସେମାନଙ୍କ ଭିତରେ ସେ ବ୍ୟଗ୍ରତା ଉତ୍ପନ୍ନ କରିବାର ଅଛି ଯାହାଦ୍ୱାରା ସେମାନେ କିଛି କରିବା ଲାଗି ମୋ ସହିତ ଯୋଗଦେବେ। ଏହା ହିଁ ତ' ସଶକ୍ତିକରଣ ଅଟେ। ମୁଁ ଗରିବଙ୍କ ସଶକ୍ତିକରଣ କରି ଦାରିଦ୍ର୍ୟ ସହ ଲଢ଼ିବା ଲାଗି ମୋର ସାଥୀମାନଙ୍କ ନୂଆ ସେନା ପ୍ରସ୍ତୁତ କରିବା ଲାଗି ଚାହୁଁଛି, ଯେଉଁ ସେନା ଦାରିଦ୍ର୍ୟରୁ ବାହାରିଥିବ ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼ିବ ଏବଂ ତା'ହେଲେ ଯାଇ ଦାରିଦ୍ର୍ୟ ଦୂର ହେବ। ଦାରିଦ୍ର୍ୟ ହଟାଓ ବୋଲି ସ୍ଲୋଗାନ ଦେଲେ ହେବ ନାହିଁ।
ପ୍ରସୂନଜୀ- ମୋଦୀଜୀ ଆପଣ ସମ୍ପୂର୍ଣ୍ଣ ପରିଶ୍ରମ କରୁଛନ୍ତି, ଏହା ସମସ୍ତେ ମାନୁଛନ୍ତି କିନ୍ତ କ'ଣ ଆପଣ ଏକାକୀ ଦେଶକୁ ବଦଳାଇପାରିବେ।
ପ୍ରଧାନମନ୍ତ୍ରୀ- ଦେଖନ୍ତୁ, ମୁଁ ପରିଶ୍ରମ କରୁଛି, ଏ କଥା ଆପଣ କହିଲେ, ମୁଁ ଭାବୁଛି ଯେ ଦେଶରେ ଏ ବିଷୟରେ କୌଣସି ବିବାଦ ନାହିଁ। ମୁଁ ପରିଶ୍ରମ କରୁଛି ଏହା ପ୍ରସଙ୍ଗ ହିଁ ନୁହେଁ; ଯଦି ନକରିଥା'ନ୍ତି ତା'ହେଲେ ଏହା ପ୍ରସଙ୍ଗ ପାଲଟିଥା'ନ୍ତା। ମୋର ପୁଞ୍ଜି ହେଉଛି ପ୍ରାମାଣିକତା। ମୋ ପାଖରେ ପୁଞ୍ଜି ହେଉଛି ମୋର ୧୨୦ କୋଟି ଦେଶବାସୀଙ୍କ ସ୍ନେହ ଏବଂ ସେଥିପାଇଁ ମୁଁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ଚାହୁଁଛି। ଏବଂ ମୁଁ ଦେଶବାସୀଙ୍କୁ କହିବାକୁ ଚାହୁଁଛି ଯେ ମୁଁ ମଧ୍ୟ ଆପଣମାନଙ୍କ ଭଳି ଜଣେ ସାଧାରଣ ନାଗରିକ। ମୋ ଭିତରେ ମଧ୍ୟ ସେ ସବୁ ଦୁର୍ବଳତା ରହିଛି ଯାହା ସାଧାରଣ ନାଗରିକମାନଙ୍କ ପାଖରେ ରହିଛି।
କେହି ମୋତେ ଅଲଗା ବୋଲି ଭାବନ୍ତୁ ନାହିଁ। ଆପଣମାନେ ମୋତେ ଆପଣମାନଙ୍କ ଭଳି ଭାବିନିଅନ୍ତୁ, ଏବଂ ଏହା ହିଁ ବାସ୍ତବତା। ମୁଁ କୌଣସି ସ୍ଥାନରେ ବସିଛି, ତାହା ତ' ଏକ ବ୍ୟବସ୍ଥାର ଅଂଶବିଶେଷ, କିନ୍ତୁ ମୁଁ ସେଠାରେ ଅଛି, ଯେଉଁଠି ଆପଣମାନେ ଅଛନ୍ତି। ଆପଣମାନଙ୍କ ଠାରୁ ମୁଁ ଭିନ୍ନ ନୁହେଁ। ମୋ ଭିତରେ ମଧ୍ୟ ଏକ ବିଦ୍ୟାର୍ଥୀ ରହିଛି। ଏବଂ ମୁଁ, ମୋର ଶିକ୍ଷକମାନଙ୍କ ପ୍ରତି କୃତଜ୍ଞ ଯେ ପିଲାଦିନେ ସେମାନେ ମୋତେ ଏପରି ରାସ୍ତା ଦେଖାଦେଇଥିଲେ ଯାହାଦ୍ୱାରା ମୋ ଭିତରେ ଥିବା ବିଦ୍ୟାର୍ଥୀ କେବେହେଲେ ମରିବ ନାହିଁ। ଏବଂ ମୋତେ ଯେଉଁ ଦାୟିତ୍ୱ ମିଳିଥାଏ ତା'କୁ ମୁଁ ଶିଖିବା ଲାଗି ଚେଷ୍ଟା କରିଥାଏ, ବୁଝିବା ଲାଗି ଚେଷ୍ଟା କରିଥାଏ। ଭୁଲ ହେବ ନାହିଁ, ମୁଁ ଯେତେବେଳେ ନିର୍ବାଚନ ଲଢ଼ୁଥିଲି ମୁଁ ଦେଶବାସୀଙ୍କୁ କହିଥିଲି ଯେ ମୋ ପାଖରେ ଅଭିଜ୍ଞତା ନାହିଁ। ମୋ ହାତରେ ଭୁଲ ହୋଇପାରେ। କିନ୍ତୁ ମୁଁ ଦେଶବାସୀଙ୍କୁ ଏହି ବିଶ୍ୱାସ ଦେଇଥିଲି ଯେ ମୁଁ ଭୁଲ କରିପାରେ କିନ୍ତୁ ମନ୍ଦ ଉଦ୍ଦେଶ୍ୟ ନେଇ କେବେହେଲେ ଭୁଲ କରିବି ନାହିଁ।
ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଗୁଜରାଟରେ କାମ କରିବାର ସୁଯୋଗ ମିଳିଥିଲା ଏବେ ଚାରି ବର୍ଷ ହେବାକୁ ଯାଉଛି, ପ୍ରଧାନମନ୍ତ୍ରୀଙ୍କ, ପ୍ରଧାନସେବକର କାମ ମୋତେ ମିଳିଛି। କିନ୍ତୁ ଭୁଲ ଉଦ୍ଦେଶ୍ୟରେ କୌଣସି କାମ କରିବି ନାହିଁ, ମୁଁ ଦେଶକୁ କଥା ଦେଇଛି।
ଏବେ ପ୍ରଶ୍ନ ଏହା ଯେ ମୁଁ କେବେ ହେଲେ ଭାବି ନାହିଁ ଯେ ଦେଶକୁ ବଦଳାଇଦେବି, ଏହା କେବେହେଲେ ଭାବିନାହିଁ। କିନ୍ତୁ ମୋ ଭିତରେ ଏକ ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ମୋ ଦେଶରେ ଯଦି ଲକ୍ଷାଧିକ ସମସ୍ୟା ରହିଛି ତା'ହେଲେ ୧୨୦ କୋଟି ସମାଧାନ ମଧ୍ୟ ରହିଛି। ଯଦି ନିୟୁତ ସମସ୍ୟା ରହିଛି ତା'ହେଲେ ବିଲିୟନ ସମାଧାନ ମଧ୍ୟ ରହିଛି। ୧୨୦ କୋଟି ଦେଶବାସୀଙ୍କ ଶକ୍ତି ଉପରେ ମୋର ଭରସା ରହିଛି ଏବଂ ମୁଁ ଅନୁଭବ କରିଛି ଯେ କେହି କଳ୍ପନା କରିପାରିବ-ନୋଟବନ୍ଦୀ। ଆପଣ ଯଦି ଟିଭି ଖୋଲି ଦେଖିବେ ତା'ହେଲେ ନୋଟବନ୍ଦୀ ମାନେ ମୋର ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହିତ ଦେଖାହୋଇଥିଲା ସେ କହିଲେ ମୋଦୀଜୀ – ମୋର ସେ ଭଲ ବନ୍ଧୁ। କହିଲେ ମୁଁ ଏବଂ ମୋର ପତ୍ନୀ କଥା ହେଉଥିଲୁ ମୋ ବନ୍ଧୁ ଏଥର ଗଲେ। ମୁଁ କହିଲି, କାହିଁକି, କ'ଣ ହେଲା? ସେ କହିଲେ, ବନ୍ଧୁ ତୁମେ ଯେଉଁ ନୋଟବନ୍ଦୀ କଲ, ଯେହେତୁ ଭେନେଜୁଏଲାରେ ସେ ସମୟରେ ନୋଟବନ୍ଦୀ ଚାଲିଥିଲା, ପଡ଼ୋଶୀ ହୋଇଥିବାରୁ ତାଙ୍କୁ ଜଣାଥିଲା।
ସେ କହିଲେ, ମୋର ପତ୍ନୀ ଏବଂ ଆମେ ଦୁହେଁ ଚର୍ଚ୍ଚା କରୁଥିଲୁ ଯେ ମୋର ବନ୍ଧୁ ଏଥର ଗଲେ। ୮୬ ପ୍ରତିଶତ ନୋଟ ବ୍ୟବସାୟିକ ବ୍ୟବସ୍ଥାରୁ ବାହାରକୁ ଚାଲିଗଲା, ଟିଭି ପରଦାରେ ଲାଗାତାର ସରକାରଙ୍କ ବିରୋଧରେ ଧୂଆଁଧାର ଆକ୍ରମଣ ହେଉଥିଲା, କିନ୍ତୁ ଦେଶବାସୀଙ୍କ ପ୍ରତି ମୋର ଭରସା ଥିଲା, କାରଣ ଦେଶ, ମୋ ଦେଶ ସଚ୍ଚୋଟତା ପାଇଁ ଲଢ଼େଇ କରୁଥିଲା। ମୋର ସାଧାରଣ ଦେଶର ନାଗରିକ ସଚ୍ଚୋଟତା ଲାଗି କଷ୍ଟ ଅନୁଭବ କରିବା ଲାଗି ପ୍ରସ୍ତୁତ ଅଛି, କିଛି କରିବା ଲାଗି ପ୍ରସ୍ତୁତ ଅଛି। ଯଦି ଏହା ମୋ ଦେଶର ଶକ୍ତି ତା'ହେଲେ ମୋତେ ଏହି ଶକ୍ତି ଅନୁରୂପ ନିଜକୁ ବଦଳାଇବାର ଅଛି। ଏବଂ ଏହାର ଫଳ ହେଉଛି ଯେ ଆଜି ଯେତେ ମଧ୍ୟ ଫଳାଫଳ ଆପଣ ଦେଖୁଛନ୍ତି, ମୋଦୀ ତ' ନିମିତ୍ତ ମାତ୍ର ଏବଂ ବାସ୍ତବରେ ମୋଦୀର ଏଠି ଆବଶ୍ୟକତା ରହିଛି, କ'ଣ ଆବଶ୍ୟକତା ରହିଛି, କାହାକୁ ପଥର ଫିଙ୍ଗିବାକୁ ହେଲେ କାହାକୁ ଫିଙ୍ଗିବା? କାହା ଉପରେ ଅଳିଆ ଫିଙ୍ଗିବାକୁ ହେଲେ କାହା ଉପରେ ଫିଙ୍ଗିବା? କାହାକୁ ଗାଳି ଦେବାର ଥିଲେ କାହାକୁ ଦେବା?
ପ୍ରସୂନ ଜୀ- ନିଶ୍ଚିତ
ପ୍ରଧାନମନ୍ତ୍ରୀ- କାରଣ ମୁଁ ଏପରି ଜୀବନ ବିତାଇ ଆସିଛି ତ' ମୋ ପାଇଁ ଏସବୁ ସମ୍ମୁଖୀନ ହେବା ଅତ୍ୟନ୍ତ ସ୍ୱାଭାବିକ ଥିଲା। ଆମେ ଧକ୍କା ଖାଇ ଖାଇ ଆସିଛୁ। ଅନେକ ପ୍ରକାରର ସମସ୍ୟାରୁ ବାହାରି ଆସିଛୁ ତ ମୁଁ ଲେଖିଥିଲି ଯେଉଁମାନେ ମୋତେ- ମୋର ସମ୍ପୂର୍ଣ୍ଣ କବିତାର ପଦ ମନେ ନାହିଁ କିନ୍ତୁ କାହାର ଆଗ୍ରହ ଥିଲେ ମୋର ଏକ ପୁସ୍ତକ ରହିଛି ଆପଣମାନେ ଦେଖିନେବେ। ମୁଁ ସେଥିରେ ଲେଖିଥିଲି-
"ଯେଉଁମାନେ ମୋତେ ପଥର ଫିଙ୍ଗନ୍ତି ମୁଁ ସେହି ପଥରକୁ ପାହାଚ କରିଦିଏ ଏବଂ ସେହି ପାହାଚରେ ଚଢ଼ି ଆଗକୁ ବଢ଼ିଥାଏ"।
ଏବଂ ସେଥିପାଇଁ ମୋର ବିଚାର ରହିଛି ଟିମ ଇଣ୍ଡିଆ, କେବଳ ସରକାରରେ ବସିଥିବା ଲୋକମାନେ ନୁହନ୍ତି, ପ୍ରଶାସନ ରହିଛି, ରାଜ୍ୟ ସରକାର ରହିଛନ୍ତି, ସଂଘୀୟ ଢାଂଚା ଲାଗି ମୋର ବହୁତ ବଡ଼ ପ୍ରାଥମିକତା ରହିଛି। ସହଯୋଗୀ ସଂଘବାଦକୁ ମୁଁ ପ୍ରତିଦ୍ୱନ୍ଦ୍ୱି ସହଯୋଗୀ ସଂଘବାଦ ଦିଗରେ ନେବା ଲାଗି ପ୍ରୟାସ କରିଛି।
ମୁଁ ଏବେ ଦେଶର ୧୧୫ଟି ଜିଲ୍ଲାକୁ ଚିହ୍ନଟ କରିଛି। ମୁଁ ସେଗୁଡ଼ିକୁ ପ୍ରୋତ୍ସାହିତ କରୁଛି ଯେ ଆପଣମାନେ ନିଜ ରାଜ୍ୟର ଯାହା ଏଭରେଜ ରହିଛି, ସେପର୍ଯ୍ୟନ୍ତ ଆସିଯାଅ, ମୁଁ ଆପଣମାନଙ୍କ ସହିତ ରହିଛି। ମୁଁ ସେମାନଙ୍କ ଉତ୍ସାହ ବଢ଼ାଉଛି ଏବଂ ସେମାନେ କରୁଛନ୍ତି। ଏବଂ ତାହାର ପରିଣାମ ଯେ ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରୁଛି ପୂରଣ ହୋଇଯାଉଛି। ୧୮ ହଜାର ଗ୍ରାମରେ ବିଦ୍ୟୁତ ସଂଯୋଗ, କେହି ମୋଦୀ ଖୁଣ୍ଟ ପୋତିବାକୁ ଯାଇଥିଲା କି? ଖୁଣ୍ଟ ପୋତିବା ଲାଗି ମୋର ଦେଶବାସୀ ଯାଇଥିଲେ। ବିଦ୍ୟୁତ ପହଁଚାଇବା ଲାଗି ମୋର ଦେଶବାସୀ ଯାଇଥିଲେ। ଏବଂ ସେଥିପାଇଁ ମହାତ୍ମା ଗାନ୍ଧୀଙ୍କ ସେହି କଥା ଯାହାକୁ ମୁଁ ଏକ ମନ୍ତ୍ର ରୂପରେ ଗ୍ରହଣ କରିଛି ଯେ ସ୍ୱାଧୀନତା ଲାଗି ଅନେକ ପାଗଳ ଥିଲେ, ସ୍ୱାଧୀନତା ଲାଗି ପ୍ରାଣବଳୀ ଦେବାକୁ ଅନେକ ଥିଲେ ଏବଂ ସେମାନଙ୍କ ତ୍ୟାଗ-ତପସ୍ୟାକୁ କେହି କମ ବୋଲି କହିପାରିବ ନାହିଁ, ସେମାନଙ୍କ ବଳିଦାନକୁ କେହି କମ ବୋଲି ଆକଳନ କରିପାରିବ ନାହିଁ। କିନ୍ତୁ ଗାନ୍ଧୀ ସ୍ୱାଧୀନତାକୁ ଜନଆନ୍ଦୋଳନ କରିଦେିଥିଲେ, ମୁଁ ବିକାଶକୁ ଜନ-ଆନ୍ଦୋଳନ କରିବାକୁ ଚାହୁଁଛି।
ମୋଦୀ ଏକାକୀ କିଛି କରିବ ନାହିଁ ଏବଂ ମୋଦୀ କିଛି କରିବା ଉଚିତ ମଧ୍ୟ ନୁହେଁ, କିନ୍ତୁ ଦେଶ ସବୁକିଛି କରୁ ଏବଂ ମୋଦୀ ମଧ୍ୟ… ବେଳେ ବେଳେ ତ' ମୁଁ କହୁଥିଲି, ଯେତେବେଳେ ମୁଁ ଗୁଜରାଟରେ ଥିଲି ତ କହୁଥିଲି, ମୁଁ କହିଥିଲି- ଆମ ଦେଶ ଏପରି ଯେ ସରକାର ଯଦି ବାଧକ ସାଜିବା ବନ୍ଦ କରିଦିଅନ୍ତି ତା'ହେଲେ ଦେଶ ବହୁତ ଆଗକୁ ବଢ଼ିପାରିବ। ସେହି ମୌଳିକ ବିଚାର ନେଇ ଚାଲିବା ଭଳି ବ୍ୟକ୍ତି ମୁଁ।
ପ୍ରସୂନ ଜୀ- କବିତା କଥା ଆପଣ କହିଲେ ତ' ମୁଁ ଆପଣଙ୍କୁ ଆଗରେ ଦେଖି ଏକ କବିତା ଶୁଣାଇବାକୁ ଚାହୁଁଛି, ଯେଉଁ କବିତା, ମୁଁ ପାଠ କରିବି ତାହା ଭାରତ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ। ଆପଣଙ୍କ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଉପଯୁକ୍ତ। ଆପଣ ବୋଧହୁଏ ବୁଝିପାରିବେ ଯେ ମୁଁ କ'ଣ କହିବାକୁ ଚାହୁଁଛି-
"ସର୍ପ କାହିଁକି ଏତେ ଚକିତ? ସର୍ପ କାହିଁକି ଏତେ ଚକିତ? ଦଂଶନରେ ମୁଁ ଅଭ୍ୟସ୍ତ।
ସର୍ପ କାହିଁକି ଏତେ ଚକିତ? ଦଂଶନରେ ଅଭ୍ୟସ୍ତ, ଯୁଗ ଯୁଗ ଧରି ପିଉଅଛି ବିଷ, ସତ୍ୟ ଅଟେ, ଆଶ୍ୱସ୍ତ ମୁଁ।
ସର୍ପ କାହିଁକି ଏତେ ଚକିତ? ଦଂଶନରେ ଅଭ୍ୟସ୍ତ, ଯୁଗ ଯୁଗ ଧରି ପିଉଅଛି ବିଷ, ସତ୍ୟ ଅଟେ, ଆଶ୍ୱସ୍ତ ମୁଁ।
ଏହି ମୋର ମାଟି ନେଇଛି ଗନ୍ଧ ମୋର ରକ୍ତର, ଯାହା କହୁ ଅଛି ମୌନର, ଅଭିବ୍ୟକ୍ତିର।
ମୁଁ ଅଭୟ ନେଇ ଚାଲିବି, ନା ମୁଁ ବିଚଳିତ, ନା ମୁଁ ତ୍ରସ୍ତ।
ସର୍ପ କାହିଁକି ଏତେ ଚକିତ? ଦଂଶନରେ ମୁଁ ଅଭ୍ୟସ୍ତ।
ମୋର ଏହି ଉଦ୍ଗମ କେଉଁଠି ଏବଂ କେଉଁଠି ମୋର ଗନ୍ତବ୍ୟ?
ମୋତେ ଦୃଶ୍ୟମାନ ହେଉଛି ସତ୍ୟ, ସ୍ୱରୂପ ଯାହାର ଭବ୍ୟ।
ଆତ୍ମସନ୍ଧାନରେ ଯୁଗ ଯୁଗ ଧରି ରହିଅଛି ମୁଁ ବ୍ୟସ୍ତ।
ସର୍ପ କାହିଁକି ଏତେ ଚକିତ? ଦଂଶନରେ ମୁଁ ଅଭ୍ୟସ୍ତ।
ମୁଁ ଏହା ଜାଣିଛି ସୃଷ୍ଟିର ମୁଁ ଫୋଟକା।
ମୁଁ ଏକ ଲଘୁ ବିନ୍ଦୁ, ମୁଁ ଏକ ଲଘୁ ବିନ୍ଦୁ, ଏକ ଶାଶ୍ୱତ ବୃଷ୍ଟିରେ।
ପାଇବାର ନାହିଁ ସାଗରକୁ, ମୁଁ ନଦୀରେ ସନ୍ତୁଷ୍ଟ।
ସର୍ପ କାହିଁକି ଏତେ ଚକିତ? ଦଂଶନରେ ମୁଁ ଅଭ୍ୟସ୍ତ।
ପ୍ରଧାନମନ୍ତ୍ରୀ- ପ୍ରସୂନ ଜୀ! ଆମେ ଆପଣଙ୍କ ଭାବନାକୁ ସମ୍ମାନ ଦେଉଛୁ, କିନ୍ତୁ ଆମ ଭିତରେ ମଧ୍ୟ ସେହି ଭାବ ରହିଛି- ଅମୃତସ୍ୟ ପୁତ୍ରା ବୟଂ (ଆମେ ଅମୃତ ସନ୍ତାନ)
ଏହି ଭାବନାକୁ ନେଇ ନେଇ ଆମେ ଲାଳିତ ପାଳିତ ହୋଇଛୁ ଏବଂ ସେଥିପାଇଁ ଆମ ଦେଶରେ ଅନେକ ଲୋକ ଦଂଶନ ମଧ୍ୟ ସହିଛନ୍ତି, ବିଷ ମଧ୍ୟ ପିଇଛନ୍ତି, ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି। ଅପମାନର ମଧ୍ୟ ସମ୍ମୁଖୀନ ହୋଇଛନ୍ତି କିନ୍ତୁ ସ୍ୱପ୍ନକୁ କେବେହେଲେ ମୃତ୍ୟୁବରଣ କରିବାକୁ ଦେଇନାହାନ୍ତି। ଏବଂ ଏହି ଯେଉଁ ଉତ୍ସାହ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବା ଲାଗି ଶକ୍ତି ରଖିଥାଏ ଏବଂ ମୁଁ ଏହାର ଅନୁଭବ କରିଥାଏ।
ପ୍ରସୂନଜୀ- ଏଠାରୁ କିଛି ପ୍ରଶ୍ନ ନେବା। ଶ୍ରୀ ସାମୁଏଲ ଡାଓଜର୍ଟଙ୍କ ଠାରୁ ନେବା ଏକ ପ୍ରଶ୍ନ, ସେ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି। ହଁ ଆପଣ ଆପଣଙ୍କ ପ୍ରଶ୍ନ ଆପଣଙ୍କ ପାଖରେ କେହି ଛିଡ଼ା ହୋଇଥିବେ ତାଙ୍କୁ ଦେଇ ଦିଅନ୍ତୁ ଲେଖିକରି କେବଳ। ଆପଣ ଦେଇଦିଅନ୍ତୁ, ମୁଁ ପଚାରିଦେବି। ମୁଁ ଆପଣଙ୍କ ନାମ ଘୋଷଣା କରିବି।
ସାମୁଏଲ ଡାଓଜର୍ଟ – ଶୁଭସନ୍ଧ୍ୟା ପ୍ରଧାନମନ୍ତ୍ରୀ। ମୋଦୀକେୟାର ସମ୍ପର୍କରେ ଆପଣଙ୍କ ମତ କ'ଣ? ସମସ୍ତେ ଏହା ବିଷୟରେ ଆଲୋଚନା କରୁଛନ୍ତି, ଧନ୍ୟବାଦ।
ପ୍ରସୂନଜୀ- ମୁଁ ଭାବୁଛି ମୋଦୀ କେୟାର, ସେହିପରି ଓବାମା କେୟାର, ମୋଦୀ କେୟାର ମଧ୍ୟରେ ସମାନ୍ତରାଳ ରେଖା ଟାଣିଛନ୍ତି ସେ। ତ' ସେହି ବିଷୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେ ବୋଧହୁଏ ଆଲୋଚନା କରିବା ଲାଗି ଚାହୁଁଛନ୍ତି।
ପ୍ରଧାନମନ୍ତ୍ରୀ- ଦେଖନ୍ତୁ, ମୁଁ ଅନୁଭବ କରୁଛି ଯେ ତିନୋଟି କଥା ପ୍ରତି ମୋର ଏକ ଆଗ୍ରହ ରହିଛି, ମୁଁ କୌଣସି ବଡ଼ କଥା କହୁଥିବା ଲୋକଙ୍କ ମଧ୍ୟରୁ ନୁହେଁ। ମୋର ଜୀବନର ପୃଷ୍ଠଭୂମି ଏପରି ଯେ, ଆମର ମେଘନାଦ ଭାଇ ବସିଛନ୍ତି ଏଠି, ମୋର ସେପରି କିଛି କଥାବାର୍ତ୍ତା କରିବାର ପରମ୍ପରା ନାହିଁ। କିନ୍ତୁ ତିନୋଟି କଥା- ପିଲାମାନଙ୍କୁ ପାଠପଢ଼ା, ଯୁବକମାନଙ୍କୁ ରୋଜଗାର, ବୟସ୍କଙ୍କୁ ଔଷଧ- ଏହି ତିନୋଟି କଥା ଯାହା ଆମକୁ ଏକ ସୁସ୍ଥ ସମାଜ ପାଇଁ ଚିନ୍ତା କରିବାର ଆବଶ୍ୟକତା ରହିଛି। ମୁଁ ଅନୁଭବ କରିଛି ଯେ କେତେ ଭଲ ପରିବାର ହୋଇଥାଉ ପଛେ, କୌଣସି ବ୍ୟସନ ନଥାଉ, କୌଣସି ଖରାପ ଗୁଣ ନଥାଉ, କିଛି କଥା ନଥାଉ, ବହୁତ ଭଲ ଭାବେ ଚାଲୁଥିବା ପରିବାର, କାହାର ହାନି ସୁଦ୍ଧା କରିନଥିବ; କିନ୍ତୁ ସେହି ପରିବାରରେ ଯଦି କେହି ରୋଗ ପଡ଼ିଯାଏ। କଳ୍ପନା କରନ୍ତୁ ତ' ଚାଲ ଭାଇ ଝିଅ ବଡ଼ ହୋଇଯାଇଛି, ଝିଅର ବାହାଘର କରିବାର ଅଛି, ଏବଂ ଘରେ ଜଣେ ବ୍ୟକ୍ତି ରୋଗଗ୍ରସ୍ତ ହୋଇଯାଏ, ତ' ସାରା ଯୋଜନା ଶେଷ ହୋଇଯାଏ। ଝିଅ କୁଆଁରୀ ରହିଯାଏ, ରୋଗ ସାରା ପରିବାରକୁ ନଷ୍ଟ କରିଚାଲିଥାଏ।
ଜଣେ ଗରିବ ବ୍ୟକ୍ତି ଅଟୋ ରିକ୍ସା ଚଳାଉଛି, ରୋଗରେ ପଡ଼ିଗଲା। କେବଳ ସେହି ବ୍ୟକ୍ତି ନୁହେଁ ସାରା ପରିବାର ରୋଗରେ ପଡ଼ିଯାଏ। ସମଗ୍ର ବ୍ୟବସ୍ଥା ରୋଗଗ୍ରସ୍ତ ହୋଇପଡ଼େ। ଏବଂ ତା'ପରେ ଯାଇ ଆମେ କିଛି ଚିନ୍ତା କଲୁ ତ ଆମେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସାମୂହିକ ଆଭିମୁଖ୍ୟ ନେଲୁ। କିଛି ଲୋକ ଏହାକୁ ମୋଦୀ କେୟାର ରୂପରେ ଆଜି ପ୍ରଚଳିତ କରୁଛନ୍ତି। ମୂଳତଃ ଯୋଜନା ହେଉଛି ଆୟୁଷ୍ମାନ ଭାରତ। ଏବଂ ସେଥିରେ ଆମେ ନିରାକରଣ ଯୋଗ୍ୟ ସ୍ୱାସ୍ଥ୍ୟ କଥା କହୁ, ସୁଲଭ ସ୍ୱାସ୍ଥ୍ୟ କଥା କହୁ, ନିରନ୍ତର ଶୃଙ୍ଖଳା କଥା ହେଉ, ଏ ସମସ୍ତ ବିଷୟକୁ ନେଇ ଆମେ ଆଗକୁ ବଢ଼ୁଛି।
ଏହାର ଦୁଇଟି ଦିଗ ରହିଛି। ଗୋଟିଏ- ଆମେ ଦେଶରେ ପାଖାପାଖି ଦେଢ଼ ଲକ୍ଷରୁ ଅଧିକ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିବାକୁ ଚାହୁଁଛୁ ଯାହାଦ୍ୱାରା ଆଖପାଖର ୧୨-୧୫ ଗ୍ରାମରେ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟର ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ, ଏବଂ ସେ ସମସ୍ତ ପ୍ରଯୁକ୍ତି ପରିଚାଳିତ ହୋଇଥିବ। ଯାହାଦ୍ୱାରା ବଡ଼ ଡାକ୍ତରଖାନା ସହ ଯୋଡ଼ି ହେବା ସମ୍ଭବ ହୋଇପାରିବ, ସେଠାକୁ ରୋଗୀ ଆସିଲେ ତ' ତାଙ୍କୁ ତୁରନ୍ତ ଗାଇଡ କରିହେବ କ'ଣ ଔଷଧ ଦରକାର, ବ୍ୟବସ୍ଥା କରିହେବ।
ଦ୍ୱିତୀୟରେ- ନିରାକରଣଯୋଗ୍ୟ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହନ ଦେବା। ତାହା ଯୋଗ ହେଉ, ତାହା ଲାଇଫ ଷ୍ଟାଇଲ ହେଉ, ଏ ସମସ୍ତ ବିଷୟକୁ ନିରାକରଣ ଯୋଗ୍ୟ ସ୍ୱାସ୍ଥ୍ୟ ଲାଗି, ତାହା ପୁଷ୍ଟିସାଧନ ହେଉ। ଆମେ ଏକ ପୋଷଣ ମିଶନ ଆରମ୍ଭ କରିଛୁ। ମହିଳା ଏବଂ ଶିଶୁ ବିକାଶ ଲାଗି, ତାହା ଦ୍ୱାରା ଆମେ କରିଛୁ।
ବିଶ୍ୱର ସମୃଦ୍ଧ ଦେଶରେ ମଧ୍ୟ ମାତୃତ୍ୱ ଅବକାଶ ଲାଗି ଆଜି ମଧ୍ୟ ସେତିକି ଉଦାରତା ଦେଖିବାକୁ ମିଳୁନାହିଁ ଯେତିକି ଆମ ସରକାର ନେଇ ଆସିଛନ୍ତି। ମୁଁ ମାନୁଛି ଯେ ଇଂଲଣ୍ଡର ଲୋକମାନେ ମଧ୍ୟ ଏହା ଜାଣି ଖୁସି ହେବେ ଯେ ଆମେ ସେହି ଶିଶୁମାନଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା କରି, ସେହି ମା'ଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା କରି ମାତୃତ୍ୱ ଅବକାଶକୁ, ୨୬ ସପ୍ତାହ କରିଦେଇଛୁ।
ଆଉ ଏକ ଦିଗ ରହିଛି ଯେ ପରିବାରକୁ ଏପରି ଏକ ବ୍ୟବସ୍ଥା ଦିଆଯାଉ। ଭାରତରେ ପାଖାପାଖି ୧୦ କୋଟି ପରିବାର ଅର୍ଥାତ ୫୦ କୋଟି, ଜନସଂଖ୍ୟା ଏକପ୍ରକାରରେ ଅଧା ଜନସଂଖ୍ୟା, ସେମାନଙ୍କୁ ସାରା ବର୍ଷରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଗର ଖର୍ଚ୍ଚ ସରକାର ପରିଶୋଧ କରିବେ। ଗୋଟିଏ ବର୍ଷରେ ପରିବାରର ଜଣେ ବ୍ୟକ୍ତି, ସବୁ ବ୍ୟକ୍ତିଙ୍କୁ ଯଦି ଯେତିକି ରୋଗ ହୋଇଥାଏ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ସରକାର ଦେବେ। ଏହି କାରଣରୁ ଗରିବର ପରିବାରରେ ଏହି ଯେଉଁ ସଂକଟ ଆସିଛି ସେଥିରୁ ମୁକ୍ତି ମିଳିବ।
ମୁଁ ଜାଣିଛି ଯେ ଏହା ବଡ଼ ଭଗୀରଥ କାର୍ଯ୍ୟ କିନ୍ତୁ କାହାକୁ ତ' କରିବାକୁ ହେବ।
ଦ୍ୱିତୀୟରେ- ଏହି କାରଣରୁ ଯେଉଁ ବଡ଼ ଘରୋଇ ଡାକ୍ତରଖାନା ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି ଟାୟାର-୨, ଟାୟାର-୩ ସହଜରରେ ଭଲ ଡାକ୍ତରଖାନାର ନେଟୱାର୍କ ଛିଡ଼ା ହେବ। କାରଣ ସେମାନଙ୍କୁ ଜଣା ଅଛି ଯେ ରୋଗୀ ଆସିଲେ, କାଣ ରୋଗୀକୁ ଜଣାଅଛି ଯେ ମୋର ଖର୍ଚ୍ଚ କେହି ଦେବ, ତା'ହେଲେ ସେ ନିଶ୍ଚୟ ଆସିବ।
ଅଳ୍ପ ରୋଗ ହେଲେ ଆଜି ସେ ଯାଉନାହିଁ, କହୁଛି ଛାଡ଼ ଦୁଇ ଦିନରେ ଭଲ ହୋଇଯିବ, ସେ ସହି ନେଉଛି। କିନ୍ତୁ ଯେତେବେଳେ ଜାଣିବ ସେ ଯିବ। ଡାକ୍ତରଖାନାକୁ ମଧ୍ୟ ଜଣା ଅଛି ଯେ ଭାଇ ରୋଗୀ ନିଶ୍ଚିତ ଆସୁ କାରଣ ଟଙ୍କା ଦେବା ଲୋକ ଅନ୍ୟ କେହି। ଏବଂ ଏହି କାରଣରୁ ନୂଆ ହସପିଟାଲର ଶୃଙ୍ଖଳା ଛିଡ଼ା ହେବ।
ଆହୁରି ମୁଁ ମାନୁଛି ଯେ ନିକଟ ଭବିଷ୍ୟତରେ ଏବଂ ଆପଣମାନଙ୍କ ମଧ୍ୟରୁ ଯିଏ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରିବାକୁ ଚାହୁଁଛନ୍ତି, ଏକ ହଜାରରୁ ଅଧିକ ଭଲ ଡାକ୍ତରଖାନା ତିଆରି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ସ୍ଥାୟୀ ସମାଧାନ ବ୍ୟବସ୍ଥାରେ ସୃଷ୍ଟି ହୋଇଛି।
ସେହିପରି ଔଷଧ-ପ୍ୟାକିଂ ଭଲ ହୋଇଥିଲେ, ଔଷଧ ଲେଖୁଥିବା ଲୋକମାନଙ୍କୁ କିଛି ମିଳିଥାଏ। ଆପଣମାନେ ଜାଣିଥିବେ ଡାକ୍ତରମାନଙ୍କ କନଫେରେନ୍ସ କେତେବେଳେ ସିଙ୍ଗାପୁରରେ ହୋଇଥାଏ କେତେବେଳେ ଦୁବାଇରେ ହୋଇଥାଏ। ସେଠାରେ କେହି ରୋଗରେ ପଡ଼ିଛି ସେଥିପାଇଁ ସେମାନେ ଯାଆନ୍ତି ନାହିଁ, ଔଷଧ ନିର୍ମାତା କମ୍ପାନୀଙ୍କ ପାଇଁ ଜରୁରୀ ସେଥିପାଇଁ ଯାଆନ୍ତି।
ତ' ଆମେ କ'ଣ କଲୁ-ଜେନେରିକ ମେଡିସିନ, ଏବଂ ତାହା ସେତିକି ଉତ୍ତମ ମାନର ହୋଇଥାଏ। ଯେଉଁ ଔଷଧ ୧୦୦ଟଙ୍କାରେ ମିଳିଥାଏ, ତାହା ଆଜି ଜେନେରିକ ମେଡିକାଲ ଷ୍ଟୋରରେ ୧୫ ଟଙ୍କାରେ ମିଳିଥାଏ। ପାଖାପାଖି ୩ହଜାର ଏପରି ଆମେ ଜନଔଷଧାଳୟର କାମ କରିଛୁ, ଏବଂ ଆହୁରି ମଧ୍ୟ ଆମେ ବଢ଼ାଉଛୁ। ଯାହାଦ୍ୱାରା ସାଧାରଣ ବ୍ୟକ୍ତି, ଏବଂ ତାହାକୁ ଆମେ ପ୍ରଚାର ଅ ପ୍ରସାର ମଧ୍ୟ କରୁଛୁ। | <urn:uuid:aa2ac3ef-2c7d-499b-8417-5a350acc7a73> | CC-MAIN-2018-47 | http://odiapua.com/%E0%AC%B2%E0%AC%A3%E0%AD%8D%E0%AC%A1%E0%AC%A8%E0%AC%B0%E0%AD%87-%E0%AC%AD%E0%AC%BE%E0%AC%B0%E0%AC%A4-%E0%AC%95%E0%AC%BF-%E0%AC%AC%E0%AC%BE%E0%AC%A4-%E0%AC%B8%E0%AC%AC%E0%AC%95%E0%AD%87/ | 2018-11-16T14:18:08Z | s3://commoncrawl/crawl-data/CC-MAIN-2018-47/segments/1542039743046.43/warc/CC-MAIN-20181116132301-20181116154301-00234.warc.gz | ory | 0.99999 | Orya | 4 | {"ory_Orya_score": 0.9999903440475464} |
ପୁରୀ ଅଫିସ,୧୧ା୭: ଶ୍ରୀମନ୍ଦିରର ସେବକ ନୁହନ୍ତି, କିନ୍ତୁ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଛନ୍ତି। ରଥ ଆସିଲେ ତାଙ୍କୁ ଖୋଜାପଡେ। ବର୍ଷକୁ ମାତ୍ର ୧୫ ଦିନ ଦାରୁବିଗ୍ରହଙ୍କ ସେବାରେ ନିଜକୁ ସମର୍ପି ଦିଅନ୍ତି। ତିନିରଥର ଶୋଭାବର୍ଦ୍ଧନ କରୁଥିବା ପିତ୍ତଳ ସାମଗ୍ରୀକୁ ସେ ମାଜି ଚକ୍ ଚକ୍ କରନ୍ତି। ବଡ଼ଦାଣ୍ଡରେ ରଥ ଗଡୁଥିବା ବେଳେ ଶ୍ରଦ୍ଧାଳୁଙ୍କ ନଜର ପଡେ ରଥ କନା ଉପରେ ଲାଗିଥିବା ମାଛ, ଯୋଡ଼ିହଂସ, ମଗରମୁଣ୍ଡ, ସଖୀ, କଦଳୀ ଗଛ ଓ ରାହୁମୁଣ୍ଡ ଉପରେ। ଦୀର୍ଘ ବର୍ଷ ହେଲା ଏହି ସେବା କରିଆସୁଛନ୍ତି ସିଦ୍ଧ ମହାବୀର ଅଞ୍ଚଳ ଯାଗେଶ୍ୱରୀ ଲେନ୍ର ସାଗର ସାହୁଙ୍କ ପରିବାର। ପୂର୍ବରୁ ତାଙ୍କ ବାପା ଏହି କାର୍ଯ୍ୟ କରୁଥିଲେ। ବାପାଙ୍କ ପରେ ଏବେ ଏହି କାମ ନିଜ କାନ୍ଧରେ ସମ୍ଭାଳିଛନ୍ତି ସାଗର। ସାଗର କୁହନ୍ତି, ଆମେ ହେଲୁ ବୃତ୍ତିରେ କଂସାରୀ। ତେଣୁ ରଥରେ ଲାଗୁଥିବା ପିତ୍ତଳ ସାମଗ୍ରୀକୁ ପ୍ରତିବର୍ଷ ସଫା ଓ ଆବଶ୍ୟକ ମରାମତି କରିବାର ସୁଯୋଗ ଆମକୁ ମିଳିଛି। ତିନିରଥରେ କନା ପଡିସାରିବା ପରେ ନେତ୍ରୋତ୍ସବ ଦିନ କନା ଉପରେ ପିତ୍ତଳ ନିର୍ମିତ ମାଛ, ଯୋଡ଼ିହଂସ, ମଗରମୁଣ୍ଡ, ସଖୀ, କଦଳୀ ଗଛ ଓ ରାହୁମୁଣ୍ଡ ଲାଗିଥାଏ। ତିନିରଥରେ ମାଛ ଓ କଦଳୀଗଛ ୨୪ଟି ଲେଖାଏ ଲାଗୁଥିବାବେଳେ ଅନ୍ୟସବୁ ସାମଗ୍ରୀ ୧୨ଟି ଲେଖାଏ ଲାଗିଥାଏ। ସ୍ନାନଯାତ୍ରା ପରଦିନ ଶ୍ରୀମନ୍ଦିର ପ୍ରଶାସନ ଏହି ସାମଗ୍ରୀକୁ ଆମକୁ ହସ୍ତାନ୍ତର କରିଥାନ୍ତି। ଆମେ ଏ ସବୁକୁ ମେଶିନ ଏବଂ ହାତରେ ସଫା କରୁ। ଯଦି କିଏ ମରାମତି ଆବଶ୍ୟକ କରେ ତାହାର ମରାମତି ମଧ୍ୟ କରିଥାଉ। ସଫା କରିବା ଲାଗି ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ, ତେନ୍ତୁଳି ମଣ୍ଡ ବ୍ୟବହାର କରାଯାଏ। ନେତ୍ରୋତ୍ସବ ଦିନ କିମ୍ବା ତାହାର ପୂର୍ବଦିନ ଏ ସବୁକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଜିମା ଦେଇଥାଏ। ସାଗର କୁହନ୍ତି, ଅନେକେ ମହାପ୍ରଭୁଙ୍କ ସେବା କରିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ସୁଯୋଗ ମିଳି ନ ଥାଏ। ଆମ ପରିବାରକୁ ଠାକୁରଙ୍କ ସେବା କରିବାର ଏହି ଛୋଟ ସୁଯୋଗଟିଏ ମିଳିଛି। ଏଥିରେ ଆମେ ବହୁତ ଖୁସି। ମହାପ୍ରଭୁ ବହୁତ ଭଲରେ ରଖିଛନ୍ତି। ସେମିତି କିଛି ଅସୁବିଧା ନାହିଁ। ଏମିତି ଯୁଗ ଯୁଗ ଆମ ପରିବାରକୁ ଏପରି ସେବା କରିବାର ସୁଯୋଗ ମିଳୁଥାଉ ମହାପ୍ରଭୁଙ୍କ ନିକଟରେ ଏତିକି କାମନା କରିବି। | <urn:uuid:710c5507-ec42-43b6-88df-bd776a8a5c5f> | CC-MAIN-2018-47 | http://www.dharitri.com/main/news/54076 | 2018-11-13T05:30:26Z | s3://commoncrawl/crawl-data/CC-MAIN-2018-47/segments/1542039741219.9/warc/CC-MAIN-20181113041552-20181113063552-00077.warc.gz | ory | 0.999932 | Orya | 3 | {"ory_Orya_score": 0.999932050704956} |
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ପାରିବାସୁଦେଇପୁର ଗ୍ରାମସ୍ଥିତ ପ୍ରଭୁ ନୃସିଂହନାଥ ଦେବଙ୍କ ମନ୍ଦିର ହେଉଛି ଏହି ଅଞ୍ଚଳର ବହୁ ପ୍ରାଚୀନ କୀର୍ତ୍ତିରାଜି ମଧ୍ୟରୁ ଅନ୍ୟତମ। ଖ୍ରୀଷ୍ଟାବ୍ଦ ଦଶମ ଓ ଏକାଦଶ ଶତାବ୍ଦୀର ଏହି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର କିନ୍ତୁ ଏବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ମନ୍ଦିରର ଦଧିନଉତି ଫାଟି ଯାଇଥିବାରୁ ବର୍ଷା ହେଲେ ଭିତରେ ପାଣି ଗଳି ଗମ୍ଭୀରା ଭିତରେ ଲହଡ଼ି ଭାଙ୍ଗୁଛି। ମୁଖଶାଳା ଅବସ୍ଥା ତା'ଠାରୁ ବଳି ପଡ଼ିଛି। ମନ୍ଦିରର ଭିତର ପାର୍ଶ୍ୱ ଭଳି ଉପର ଭାଗ ବି ଅନାବନା ଗଛଲତାରେ ଲୁଚିଗଲାଣି। କେବଳ ସେତିକି ନୁହେଁ, ଦେବୋତ୍ତର ବିଭାଗର ଚରମ ଅବହେଳା ଯୋଗୁଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ଦୁଇବର୍ଷ ତଳେ ମଂଜୁର ହୋଇଥିବା ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନପାରି ଫେରିଯିବାର ଆଶଙ୍କା ଦେଖାଦେଇଛି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଉକ୍ତ ମନ୍ଦିର ପରିସରରେ ସୁଲଭ ଶୌଚାଳୟ ସହିତ ଗେଷ୍ଟହାଉସ୍ ନିର୍ମାଣ ଲାଗି ୨୦୧୬-୧୭ ଆର୍ଥିକ ବର୍ଷରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ଟଙ୍କା ମଂଜୁର ହୋଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରସ୍ତାବିତ ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ଟେଣ୍ଡର ମଧ୍ୟ ଡକା ସରିଛି। ହେଲେ ଏହା ଭିତରେ ଦୀର୍ଘ ଦେଢ଼ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ମାର୍ଫତଦାରଙ୍କ ଜମି ଅଡ଼ୁଆ ତୁଟିପାରିନି। ଫଳରେ ଘର ନିର୍ମାଣ କାମ ଆଗେଇ ପାରୁନି। ଏନେଇ ଆବଶ୍ୟକ ୨୪ ଡିସିମିଲ ଜମିର ମାଲିକାନାସତ୍ତ୍ୱ ମାର୍ଫତଦାରମାନେ ଗତ ମାର୍ଚ୍ଚମାସରେ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ଦୀର୍ଘ ୫ ମାସ ବିତିଯାଇଥିଲେ ମଧ୍ୟ ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇପାରିନି। ଅନ୍ୟପକ୍ଷରେ ଦେବୋତ୍ତର ବିଭାଗଠୁ ଏନେଇ ସ୍ୱୀକୃତି ପତ୍ର ଏଯାଏ ମିଳିପାରିନଥିବାରୁ ଠିକାଦାର କାମ ଆରମ୍ଭ କରିପାରୁନି ବୋଲି କହିଛନ୍ତି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ମହାଲ। ତେବେ ଅଧିକ ତଥ୍ୟ ପାଇବାକୁ ଦେବୋତ୍ତର ବିଭାଗୀୟ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନି। ସ୍ଥାନୀୟ ବାସିନ୍ଦା ବନମାଳି ଜେନାଙ୍କ କହିବାନୁସାରେ, ଦୁଇ ବିଭାଗ ମଧ୍ୟରେ ସମନ୍ଵୟ ଅଭାବରୁ ଏଭଳି ସମସ୍ୟା ଉପୁଜିଛି। ଫଳରେ ଏହି ଐତିହ୍ୟ ନିଜର ସତ୍ତା ହରାଇବା ସ୍ଥିତିରେ ଆସି ପହଞ୍ଚିଛିି। ଏଦିଗରେ ସରକାର ଓ ବିଭାଗୀୟ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। | <urn:uuid:263aa9e5-c6a0-490b-be3c-3d0bfc8e08eb> | CC-MAIN-2018-47 | http://sambad.in/metro/heritage-site-damaged-173787/ | 2018-11-14T17:49:45Z | s3://commoncrawl/crawl-data/CC-MAIN-2018-47/segments/1542039742253.21/warc/CC-MAIN-20181114170648-20181114192648-00237.warc.gz | ory | 0.999979 | Orya | 10 | {"ory_Orya_score": 0.9999791383743286} |
ଭୁବନେଶ୍ୱର, ୧୩ା୬(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣୀ ସ୍ବାଇଁସାହି ଅଞ୍ଚଳରେ ରହୁଥିବା ଦେବେନ୍ଦ୍ର ସ୍ବାଇଁ(୬୦) ନାମକ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବୁଧବାର ସକାଳେ ପୋଲିସ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଦେବେନ୍ଦ୍ର ଶୋଇବାକୁ ଯାଇଥିଲେ। ସକାଳୁ ନ ଉଠିବାରୁ ପରିବାର ଲୋକ କବାଟ ବାଡେଇଥିଲେ। ହେଲେ ଦେବେନ୍ଦ୍ର କବାଟ ଖୋଲି ନ ଥିଲେ। ଫଳରେ ପରିବାର ଲୋକେ କବାଟ ଭାଙ୍ଗିବା ପରେ ସେ ବେକରେ ଦଉଡ଼ି ଲଗାଇ ଫ୍ୟାନରେ ଝୁଲିପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ପୋଲିସ ସକାଳ ପ୍ରାୟ ୮ଟାରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଥାନାରେ ଏକ ଅପମୃତ୍ୟୁ ମାମାଲା ରୁଜୁ ହୋଇଛି। ପାରିବାରିକ କହଳ ଯୋଗୁ ଦେବେନ୍ଦ୍ର ଆତ୍ମହତ୍ୟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି। ପରିବାରରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ଏବଂ ୩ ପୁଅବୋହୂ ଅଛନ୍ତି। | <urn:uuid:38afb9af-c33b-4e8e-8881-4efb91a00e5b> | CC-MAIN-2018-47 | http://www.dharitri.com/main/news/46200 | 2018-11-14T18:19:20Z | s3://commoncrawl/crawl-data/CC-MAIN-2018-47/segments/1542039742253.21/warc/CC-MAIN-20181114170648-20181114192648-00237.warc.gz | ory | 0.999998 | Orya | 4 | {"ory_Orya_score": 0.9999983310699463} |
ମାଲକାନଗିରି, ୪ା୧୧ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ଉପଖଣ୍ଡୀୟ ଦଣ୍ଡାଧିକାରି କାର୍ଯ଼୍ୟାଳୟ ସଭାଗୃହରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଯୁବରେଡକ୍ରସ ମିଳିତି ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ମହା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି। ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାର ରେ ୩୦୦ୟୁନିଟ ରକ୍ତଗଛିତ ରହିବା ବଦଳରେ ଗତ କିଛି ଦିନହେଲା ମାତ୍ର ୩୦ରୁ ୪୦ ୟୁନିଟ ରକ୍ତ ଗଛିତ ରହିବା ଘଟଣା ଜିଲ୍ଲା ଆଇନସେବା ପ୍ରଧିକରଣ ସଚିବ ଜାଣିବା ପରେ ଏହି ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଜିଲ୍ଲାଜଜ ତଥା ଜିଲ୍ଲାଆଇନ ସେବା ପ୍ରାଧିକାରଣ ଅଧ୍ୟକ୍ଷ ଶ୍ରୀମାନସକୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ ମହା ରକ୍ତଦାନ ଶିବିରଟିକୁ ଉଦଘାଟନି କରି ସ୍ୱେଚ୍ଛାକୃତ ରକ୍ତଦାନ ଦ୍ୱାରା ଶରୀର ନିରୋଗ ରହିବା ସହତି ମନ ପ୍ରଫୁଲ ହୋଇ ଅନ୍ୟର ଜୀବନ ରକ୍ଷା କରିଥାଏ, ରକ୍ତଦାନ ଏକମହତ କାମ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଂପର୍କରେ ଆଲୋକ ପାତ କରିଥିଲେ। ଏହି ରକ୍ତଦାନ ଶିବିର ରେ ଅଦାଲତର କର୍ମାଚାରି, ବିଏସଏଫ ଯବାନ, ରେଡକ୍ରସସଂସ୍ଥା, ସ୍ୱେଚ୍ଛାସେବୀ ମାନେ ସ୍ୱଇଛାରେ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ। ଜିଲ୍ଲାସଦର ମହକୁମା ସହ ଏମଭି୭୯ ବିଏସଏଫ କ୍ୟାମ୍ପର ୭୦ଜଣ ଯବାନ ଙ୍କ ସହିତ ଅନ୍ୟାମାନେ ରକ୍ତଦାନ କରିଥିଲେ। ଏହି ଶିବିରରେ ୨୦୦ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଆସିଥିବା ବେଳେ ସେମାନ ଙ୍କ ମଧ୍ୟରୁ କାହାର ହେମଗ୍ଲୋବିନ କମ ରହିବା ତ ଆଉକାହାର ଓଜନ କମ ଥିବାରୁ ସମେସ୍ତେ ରକ୍ତଦାନ କରିବାପାଇଁ ଯୋଗ୍ୟ ହୋଇ ପାରିନଥିଲେ। ଏହି ଶିବିରରେ ମୋଟ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
ଏହି ଶିବିରରେ ଅନ୍ୟାନ ମାନଙ୍କ ମଧ୍ୟରେ ସିଜେଏମ ଶ୍ରୀ ଦେବାଶିଷପଣ୍ଡା, କୋର୍ଟ ରେଜିଷ୍ଟ୍ରା ହିମାଶୁଂଶେଖର ସିଂ, ସବଜଜ ଜୀବଦାନନ୍ଦ ପାଢୀ, ଜିଲ୍ଲାଆଇଲ ସେବା ପ୍ରାଧିକରଣ ସଚିବ ଶ୍ରୀ ଅମରେଶନାୟକ, ଉପଖଣ୍ଡ ଦଣ୍ଡାଧିକାରୀ ସୁଚେତା କୃପାଲିନ, ମୋଟୁ ଜୁଡିସିଆଲ ମାଜଷ୍ଟ୍ରେଟ ଅସିତ କୁମାର ସିଂ, ବିଏସଏଫ ଡିଆଇଜି ବଜେନ୍ଦ୍ରସିଂ, ବିଏସଏଫ କମାଣ୍ଡେଟଂ ଅମରେନ୍ଦ୍ର କୁମାର ସିଂ, ଜଗଦିପ ସିଂ ସୁନ୍ଧୁ, ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଜିତକୁମାର ମହାନ୍ତି, ଅତିରିକ୍ତ ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ଅମରେନ୍ଦ୍ର କୁମାର ମହାନ୍ତି, ଡାକ୍ତର ଏନ.ସରକାର, ଜିଲ୍ଲାରେଡ କ୍ରସ ସୋସାଇଟ ସଂପାଦକ ଅଧ୍ୟାପକ ରଜଂନ ସ୍ୱାଇଁ.ଜିଲ୍ଲାଓକିଲ ସଂଘ ସଭାପତି ବରିଷ୍ଟଆଇନ ଜିବି ପ୍ରଫୁଲକୁମାର ମହାପାତ୍ର, ଏକିଲ ସଂଘ ସଂପାଦକ ଲମ୍ବୋଧରତୁରୁକ, ବିଏସଏଫ ଇନିସପେକ୍ଟର ସରୋଜ କୁମାର ନାୟକ, କେଲମେଟ କୁଜୁର, ଜିଲ୍ଲାରକ୍ତଭଣ୍ଡାର ଡାକ୍ତର ସନ୍ତୋଷ ସେନାପତି, ପ୍ରମୁଖ ଏହି ଶିବିରରେ ଯେଗଦେଇଥିଲେ। ରକ୍ତଭଣ୍ଡାର ଟେକନିସିଆନ ସୁଜଳରାୟ, ସନ୍ତୋଷ କୁମାର ଚୌଧୁରୀ, ମାନ ଖେମୁଡୁ ଯୋଗଦେଇ ରକ୍ତସଂଗ୍ରହ କରିଥିଲେ। ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରତି ମାସରେ ୩୦୦ରୁ ଉର୍ଦ୍ଦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ବେଳେ ଗତ ୨ମାସହେଲା ମାତ୍ର ୩୨ ୟୁନିଟରୁ ୪୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି। ଜିଲ୍ଲାରେ ରକ୍ତ କିଣିବାପାଇଁ ଅନ୍ୟ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ଡାକ୍ତର ଖାନାରୁ ରକ୍ତ ପାଇପାରୁନାହାଁନ୍ତି। ଧନି ଶ୍ରେଣିର ରୋଗୀ ମାନେ ଜୟପୁର କୋରାପୁଟ ରୁ କିମ୍ବା ଅନ୍ୟଲୋକ ଯୋଗାଡ କରି ରକ୍ତ ନିଜ ରୋଗୀମାନଙ୍କୁ ଦେଉଛନ୍ତି। ପ୍ରସୂତୀ ମହିଳା ଓ ଅନ୍ୟାନ ଗୁରତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି। ରକ୍ତଭଣ୍ଡାରର କ୍ଷମତା ବଡାଇଦିଆ ଯାଇଥିବା ବେଳେ ଗତ ଦୁଇମାସ ହେଲା ଠିକ ଭାବେ ରକ୍ତ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି। ସାଧରଣତ କୋର୍ଟ କଚେରୀରେ ଲୋକମାନେ ନ୍ୟାୟ ପାଇଁ ଆସିଥାନ୍ତି। ପ୍ରଥମ ଥରକରି ଅଦାଲତ ପରିସରରେ ଲୋକମାନଙ୍କୁ ନ୍ୟାୟଦେବା ସହିତ ସ୍ୱେଚ୍ଛାକୃତ ରକ୍ତଦାନଶିବିର ଆୟୋଜନ କରାଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥା ଓ ଯୁବରେଡକ୍ରସ ସଂସ୍ଥାମିଳିତ ଉଦ୍ୟମରେ ମାଲକାନଗିରି ଅଦାଲତ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଛନ୍ତି। | <urn:uuid:661a7eeb-f227-4427-ad0c-58a262b90ca3> | CC-MAIN-2018-47 | http://odiapua.com/%E0%AC%AE%E0%AC%BE%E0%AC%B2%E0%AC%95%E0%AC%BE%E0%AC%A8%E0%AC%97%E0%AC%BF%E0%AC%B0%E0%AC%BF-%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%86%E0%AC%87%E0%AC%A8-%E0%AC%B8%E0%AD%87/ | 2018-11-17T04:27:56Z | s3://commoncrawl/crawl-data/CC-MAIN-2018-47/segments/1542039743282.69/warc/CC-MAIN-20181117040838-20181117062838-00557.warc.gz | ory | 0.999924 | Orya | 3 | {"ory_Orya_score": 0.9999244213104248} |
ନୂଆ ଫର୍ମାଟରେ ହେବ ଯୁକ୍ତ ଦୁଇ ପରୀକ୍ଷା । ମାଟ୍ରିକ ପରେ ଯୁକ୍ତ ଦୁଇ କ୍ଷେତ୍ରରେ ଏହିପରି ସଂସ୍କାର ଆରମ୍ଭ ଆରାଯାଇଛି । ଏଥିପାଇଁ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଆରମ୍ଭ ହୋଇଛି । ତେବେ ପରୀକ୍ଷା ପାଇଁ ଆଉ ମାତ୍ର କିଛିମାସ ବାକି ରହିଥିବାବେଳେ ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସୁଦ୍ଧା ସାମ୍ପୁଲ ବୁକଲେଟ ନପାଇଥିବା ହେତୁ ସେମାନେ ଆଶଙ୍କା ଭିତରେ ରହିଛନ୍ତି । ତେବେ ଛାତ୍ରଛାତ୍ରୀ ମାନଙ୍କୁ ଏ ସମ୍ପର୍କିତ ବୁକଲେଟ ପ୍ରଦାନ କରିବା ସହିତ ୪ ଟି ଜୋନରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଏ ସମ୍ପର୍କରେ ସବିଶେଷ ତାଲିମ ପ୍ରଦାନ କରାଯିବ ବୋଲି କାଉନସିଲର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ୨୦୧୩ ମସିହାରେ ହୋଇଥିବା ଯୁକ୍ତ ୨ ପରୀକ୍ଷାର ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନର ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଯେଉଁ କାରଣ ହେତୁ ନୂଆ ଫର୍ମାଟରେ ପରୀକ୍ଷା କରିବାକୁ ସ୍ଥିର କରାଯାଇଥିଲା । ଚଳିତ ବର୍ଷ ହେବାକୁ ଥିବା ପରୀକ୍ଷାରେ ୭୦ ପ୍ରତିଶତ ଅବଜେକଟିଭ ଟାଇପର ପ୍ରଶ୍ନ ରହିଥିବାବେଳେ ୩୦ପ୍ରତିଶତ ସବଜେକଟିଭ ଟାଇପର ପ୍ରଶ୍ନ ରହିବ । ଏଥିପାଇଁ ୪ଟି ସେଟର ପ୍ରଶ୍ନପତ୍ର କରାଯିବ । ରୋଲ ନମ୍ବର ଅନୁସାରେ ପ୍ରଶ୍ନପତ୍ର କରାଯିବ । ପ୍ରଶ୍ନ ସମାନ ରହିବ । ତେବେ କ୍ରମିକ ସଂଖ୍ୟାକୁ ବଦଳାଇ ଦିଆଯିବ । ୧ମାର୍କ ପ୍ରଶ୍ନ ବିଶିଷ୍ଟ ଉତ୍ତର ପାଇଁ ସ୍ଵତନ୍ତ୍ର ସ୍ଥାନର ବ୍ୟବସ୍ଥା ରହିଥିବାବେଳେ ଏଥିରେ କାଉନସିଲ ପେପର ମିଳିବ ନାହିଁ । ତେବେ ନୂଆ ଫର୍ମାଟ୍ ରେ ପରୀକ୍ଷା ହେବ ବୋଲି ଜଣାପଡିବା ଏବଂ ବର୍ତ୍ତମାନ ସୁଦ୍ଧା ସାମ୍ପୁଲ ବୁକଲେଟ ନପାଇବାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
- ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ ନୂତନ ଜନ ପ୍ରତିନିଧି-ମୁଖ୍ୟମନ୍ତ୍ରୀ
- କେନ୍ଦ୍ରୀୟ ପାଣ୍ୟାଗାର ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା | <urn:uuid:eeacef7a-6ff1-4820-afaa-fcbc05895278> | CC-MAIN-2018-47 | http://odishan.com/9917 | 2018-11-21T02:36:40Z | s3://commoncrawl/crawl-data/CC-MAIN-2018-47/segments/1542039746926.93/warc/CC-MAIN-20181121011923-20181121033923-00477.warc.gz | ory | 1.000009 | Orya | 5 | {"ory_Orya_score": 1.0000091791152954} |
ପାରଳାଖେମୁଣ୍ଡି, ୨୧ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାରେ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜନ୍ମ ଠାରୁ ୫ବର୍ଷର ଶିଶୁଙ୍କ ପାଇଁ ପୋଲିଓ ବୁନ୍ଦା ସେବନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସଫଳତାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଏହା ଗତ ୧୭ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ସାରା ଜିଲାରେ ୩ଦିନ ଧରି ଅନୁଷ୍ଠିତ ହୋଇଥିଲା। ଜିଲା ମୋଟ ୫୩୪ଗୋଟି କେନ୍ଦ୍ରରେ ୭୨୯୮୦ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବାକୁ ଲକ୍ଷଧାର୍ଯ୍ୟ ବେଳେ ଏହି କାର୍ଯ୍ୟକ୍ରମରେ ମୋଟ ୧୦୧ପ୍ରତିଶତରୁ ଉର୍ଦ୍ଧ୍ୱ ଅଥାର୍ଥ ୭୪୪୨୭ଜଣ ଶିଶୁ ଅନ୍ତର୍ଭୁକ୍ତ ହୋଇଥିବାର ସୂଚନା ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଭି.ଲୋକନାଥ ରାଜୁଙ୍କ ଠାରୁ ପ୍ରକାଶ। ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିପିନି ବିହାରି ପାଣିଗ୍ରାହୀ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଜିଲା ବ୍ୟାପି ପୋଲିଓ ବୁନ୍ଦା କାର୍ଯ୍ୟକ୍ରମରେ ସଫଳତା ପାଇଁ ୨୦ଟି ଟ୍ରାଂଜିଟ୍ ପଏଣ୍ଟ, ୪୦ଗୋଟି ଦଳ ଏବଂ ୯ଟି ମୋବାଇଲ ଦଳ ତଦାରଖ ଓ ପରିଚାଳନା ପାଇଁ ଗଠନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ୧୦୬୮ଜଣ ଏଏନଏମ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ସମେତ ନର୍ସିଂ କଲେଜ ଛାତ୍ର/ଛାତ୍ରୀ ଓ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ନିୟୋଜିତ ହୋଇଥିବାର ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବେଶ ସଫଳତାର ସହ ଶେଷ ହୋଇଥିବା ଜଣାପଡିଛି। | <urn:uuid:c40da2e1-fb7f-47f5-89ba-c9358c39f220> | CC-MAIN-2018-47 | http://odiapua.com/%E0%AC%A6%E0%AC%BF%E0%AD%8D%E0%AD%B1%E0%AC%A4%E0%AD%80%E0%AD%9F-%E0%AC%AA%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F%E0%AC%BE%E0%AD%9F-%E0%AC%AA%E0%AC%B2%E0%AC%B8-%E0%AC%AA%E0%AD%8B%E0%AC%B2/ | 2018-11-14T07:40:40Z | s3://commoncrawl/crawl-data/CC-MAIN-2018-47/segments/1542039741660.40/warc/CC-MAIN-20181114062005-20181114083423-00039.warc.gz | ory | 0.99999 | Orya | 5 | {"ory_Orya_score": 0.9999902248382568} |
ମହାରାଜ ଚନ୍ଦ୍ରଚୂଡ଼ : "ଅମାତ୍ୟ ବିମ୍ବାଧର, ମହାମନ୍ତ୍ରୀ ଚତୁର୍ଲିଙ୍ଗଙ୍କ ବାସଭବନ ଆଗ ପୋଖରୀରେ ଆଜି କାଲି ଆଉ ପଦ୍ମ ଫୁଟିବାର ଦେଖା ଯାଉନି, ସେ ବି ଆଜି କାଲି ରାଜସଭାରେ ଅନୁପସ୍ଥିତ ରହୁଛନ୍ତି । କଥା କଣ ? ଆମ ପରିବର୍ତ୍ତନ ଘୋଷଣାପତ୍ର କେବେ କାର୍ଯ୍ୟକାରୀ ହବ – ସେ ବିଷୟରେ କିଛି ନିଘା ଅଛି କି ନାହିଁ ?"
ଅମାତ୍ୟ ବିମ୍ବାଧର : "ଛାମୁ, ରାଜ୍ୟରେ ପରିବର୍ତ୍ତନ ହଉ ବା ନ ହଉ , ବାହାରେ ପଦ୍ମ ଫୁଟୁ ବା ନ ଫୁଟୁ – ପରବାୟ ନାହିଁ । ମହାମନ୍ତ୍ରୀ ଚତୁର୍ଲିଙ୍ଗ Facebook ପୋଖରୀରେ ତାଙ୍କ ବୈପ୍ଲବିକ ବିଚାରର ପଦ୍ମ ଦିନ ରାତି ଫୁଟେଇ ଚାଲିଛନ୍ତି ।"
ଏଇନା କରିଥିବା ପୋଷ୍ଟରୁ ତାଙ୍କର ବର୍ତ୍ତମାନ ଅବସ୍ଥିତି PMG ଛକ ସ୍ଥିତ ବାସଭବନ ବୋଲି ଜଣା ପଡୁଛି । କର ଦାତାଙ୍କ କରରେ Flipkartରୁ ବୁଧବାର order କରିଥିବା VOLTAS ACଟି ଘରେ ଲାଗିଗଲା ବୋଲି ଜନଗଣଙ୍କୁ ସୂଚନା ଦେଇଛନ୍ତି ।
ହେଇ ଦେଖୁ ନାହାନ୍ତି- ତାଙ୍କ AC ବଜାରରେ ସବୁଠୁ ଅଧିକ ଥଣ୍ଡା କରୁଛି ବୋଲି ଜଣେଇବା ପାଇଁ ଏଡେ ଟାଣ ଖଇ ଫୁଟା ଖରା ବେଳଟାରେ କେମିତି sweater ପିନ୍ଧି VOLTAS ସହ selfie upload କରିଛନ୍ତି ଦାନ୍ତ ନିକୁଟେଇ । ଫୋଟୋର ଡାହାଣ ପାଖ ଉପର ପଟେ feeling happy ବୋଲି ବି ଗୁଣୋଲ୍ଳେଖ* କରାଯାଇଛି।
*Citation | <urn:uuid:08dcddd3-6668-416c-9ba0-4fc6249ade4e> | CC-MAIN-2018-47 | http://www.ameodia.com/?p=5148 | 2018-11-17T23:19:38Z | s3://commoncrawl/crawl-data/CC-MAIN-2018-47/segments/1542039743913.6/warc/CC-MAIN-20181117230600-20181118012600-00526.warc.gz | ory | 0.999935 | Orya | 10 | {"ory_Orya_score": 0.9999349117279053} |
ସିନେଷ୍ଟାରଙ୍କ ଡାଇଲଗରେ କମ୍ପିଲା ବିଜେପୁର ! ଶେଷ ଦିନରେ ପ୍ରଚାର ମଙ୍ଗ ସମ୍ଭାଳିଲେ ଓଲିଉଡ ସିନେଷ୍ଟାର, ବିଜେପୁରରେ ଷ୍ଟାରୱାର
କନକ ବ୍ୟୁରୋ : ବିଜେପୁର ନିର୍ବାଚନ ମଣ୍ଡଳୀର ଗାଁ ଦାଣ୍ଡ ଏବେ ଶାନ୍ତ ପଡିଛି । ଉପନିର୍ବାଚନ ପାଇଁ ଚାଲିଥିବା ଘମାଘୋଟ୍ ପ୍ରଚାର ଆଜି ଶେଷ ହୋଇଛି । ଦିନକ ପରେ ଭୋଟ । ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ କସରତ କରିଛନ୍ତି ସିନେଷ୍ଟାର । ବିଜେଡି ପାଇଁ ଶେଷ ଦିନରେ ପ୍ରଚାର କରିଛନ୍ତି ଦୁଇ ଓଲିଉଡ୍ ତାରକା ଅନୁଭବ ମହାନ୍ତି ଓ ଅରିନ୍ଦମ୍ । ସେହିଭଳି ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅପରାଜିତା ମହାନ୍ତି । ଏଥର ବିଜେପୁର ଉପନିର୍ବାଚନ ପ୍ରଚାରରେ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା । ସିନେଷ୍ଟାରଙ୍କ ରୋଡ ସୋ' ଓ ଡାଇଲଗ୍ ବାଜିରେ ଉଠିଥିଲା ପଡିଥିଲା ବିଜେପୁର । ବିଜେପୁରବାସୀ ମଧ୍ୟ ସିନେ ତାରକାଙ୍କ ରାଲିରେ ସାମିଲ ହେବାକୁ ଆଗ୍ରହ ଦେଖାଇଥିଲେ । ଅବଶ୍ୟ ଭୋଟରଙ୍କୁ ଏହି ସବୁ ତାରକାମାନେ କେତେ ଦୂର ପ୍ରଭାବିତ କରିଛନ୍ତି, ତାହା ଜଣାପଡିବ ଫଳାଫଳ ଆସିବା ପରେ । ତେବେ ପ୍ରଚାର ମଇଦାନରେ ଷ୍ଟାରଙ୍କୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିଲା ଜୋରଦାର ଟକ୍କର ।
ଗାଁ ଗାଁରେ ପହଁଚିଲେ ସିନେ ତାରକା । ଘର ଘର ବୁଲିଲେ, ରୋଡ ସୋ'ରେ ଭାଗ ନେଲେ । ରୁପେଲି ପରଦାର ହିରୋକୁ ନିଜ ଘର ମୁହଁରେ ଦେଖିଲେ ବିଜେପୁରବାସୀ । ୨୦୧୪ ନିର୍ବାଚନରେ ସିନେ ଷ୍ଟାରଙ୍କୁ ନେଇ ପ୍ରଚାର ପାଇଁ ଯେଉଁ ବ୍ୟାପକ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରାଯାଇଥିଲା, ତାହା ଆଗକୁ ବଢିଛି ବିଜେପୁର ଉପନିର୍ବାଚନରେ । ରିଲ୍ ଲାଇଫର ଆକର୍ଷଣକୁ ବିନିଯୋଗ କରି ଭୋଟ୍ ହାତେଇବାକୁ ବିଜେପୁରରେ ହୋଇଛି ଜୋରଦାର ଉଦ୍ୟମ ।
ବିଜେଡି ଦଳ ପାଇଁ ଓଲିଉଡ୍ ଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଫିଲ୍ମି ଅନ୍ଦାଜରେ ପ୍ରଚାର କରିଥିବା ବେଳେ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ନିଜ ନିଜ ଷ୍ଟାଇଲରେ ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରିଥିଲେ । ସେହିପରି ଅରିନ୍ଦମ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଫିଲ୍ମ ଡାଇଲଗରେ ପଡିଥିଲା ଉଠିଥିଲା ବିଜେପୁର । ନିକଟରେ ସିନେ ଷ୍ଟାରଙ୍କୁ ଦେଖିବା ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ନବୀନ ସରକାରଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇବା ସହ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଛନ୍ତି ଏହି ସିନେ ତାରକା ।
ବିଜେଡିର ଷ୍ଟାର ପାୱାରକୁ କାଉଂଟର କରିବା ପାଇଁ ବିଜେପି କରିଥିଲା ସ୍ୱତନ୍ତ୍ର ରଣନୀତି । ଉପନିର୍ବାଚନ ପୂର୍ବରୁ ଓଲିଉଡର କିଛି ଭେଟେରାନ ଷ୍ଟାରଙ୍କୁ ଦଳରେ ମିଶାଇ ପ୍ରଚାର ମଇଦାନରେ ଟକ୍କର ଦେଇଥିଲା ବିଜେପି । ଗୋଟିଏ ପଟେ ଅଭିନେତ୍ରୀରୁ ଅଭିଜ୍ଞ ନେତ୍ରୀ ବନିଥିବା ପିଙ୍କି ପ୍ରଧାନ ନିଜ ଅନ୍ଦାଜରେ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିଲେ । ଅନ୍ୟପଟେ ମିହିର ଦାସ, ମହାଶ୍ୱେତା, ଅପରାଜିତା ଓ ଅନୁ ଚୌଧୁରୀଙ୍କୁ ଦଳରେ ମିଶାଇ ସିନେଷ୍ଟାରଙ୍କ ଏକ ଟିମ୍ କରିଥିଲା ବିଜେପି । ସିନେମା ତାରକାଙ୍କ ରାଲିରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଗାଁ ଗାଁରେ କ୍ୟାମ୍ପେନିଂ ଓ ରୋଡ ସୋ' କରି ବିଜେପି ପ୍ରାର୍ଥୀ ଆଶୋକ ପାଣିଗ୍ରାହୀଙ୍କୁ ଭୋଟ ଦେବାକୁ ବିଜେପୁରବାସୀଙ୍କୁ ପ୍ରବର୍ତାଇଥିଲେ ଏହି ଫିଲ୍ମଷ୍ଟାରମାନେ ।
ତାରକାଙ୍କ ଏହି ଲଢ଼େଇରେ ପଛରେ ପଡି ଯାଇଥିଲେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ପ୍ରଣୟଙ୍କ ପାଇଁ ତାଙ୍କ କର୍ମୀ ଓ ଭୋଟର ହିଁ ଷ୍ଟାର ବୋଲି କହିଥିଲେ । କେବଳ ଦଳୀୟ ନେତାଙ୍କୁ ପ୍ରଚାର କରିଥିଲେ ପ୍ରଣୟ । ତେବେ ବିଜେପି ଓ ବିଜେଡି ପାଇଁ ସିନେ ତାରକାଙ୍କ ପ୍ରଚାର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ କେତେ ସହାୟକ ହୋଇଛି, ତାହା କେବଳ ଫଳାଫଳ ପରେ ଜଣାପଡିବ । | <urn:uuid:0074a225-6eed-4a99-aa29-82ee70174155> | CC-MAIN-2018-47 | http://kanaknews.com/last-day-campaign-by-ollywood-star-in-bijepur/ | 2018-11-20T15:36:07Z | s3://commoncrawl/crawl-data/CC-MAIN-2018-47/segments/1542039746465.88/warc/CC-MAIN-20181120150950-20181120172950-00286.warc.gz | ory | 1.000004 | Orya | 5 | {"ory_Orya_score": 1.0000042915344238} |
ନୟାଗଡ : ରଣପୁରର ରହସ୍ୟମୟ ପାହାଡ । ଯାହାର ଅନ୍ଧାରୀ ଗୁମ୍ଫା ଭିତରେ ହଜି ଯାଉଛି ମଣିଷ । ଏକ ଅନ୍ଧାରୀ ଗୁମ୍ଫା ଯାହା ହଜାଇଛି ଗୋଟିଏ ପରିବାରର ନିଦ । ଆଉ ନୀରବ କରି ଦେଇଛି ଗୋଟିଏ ଗାଁକୁ । ଯାହାର ଅନ୍ଧାର ଭିତରେ ବାଟବଣା ହୋଇଛନ୍ତି ଜଣେ ଯୁବକ । ଏମିତି ଏକ ଚମକାଇଲା ଭଳି ଖବର ଆସିଛି ନୟାଗଡ ଜିଲ୍ଲାରୁ । ରଣପୁରର ଜଣେ ଯୁବକ ଝିଙ୍କ ଶିକାର ପାଇଁ ଗୁମ୍ଫାରେ ପଶିବା ପରେ ନିଖୋଜ ହୋଇଯାଇଛନ୍ତି ।
କୁହାଯାଉଛି, ୪ଦିନ ତଳେ ଝିଙ୍କ ଶିକାର ଆଶାରେ ଏହି ଗୁମ୍ଫାରେ ପଶିଥିଲେ ଲୁଣିସାହି ଗାଁର ପ୍ରଦୀପ ମାଝୀ । ବାହାରେ ଅପେକ୍ଷା କରିଥିଲେ ପ୍ରଦୀପଙ୍କ ଗାଁର ୩ରୁ ୪ ଶିକାରୀ ସାଥୀ । ହେଲେ ଝିଙ୍କ ଶିକାର କରୁ କରୁ ଅନ୍ଧାରୀ ଗୁମ୍ଫାରୁ ଆଉ ପଦାକୁ ବାହାରି ନଥିଲେ ପ୍ରଦୀପ । ଦିନ ଯାଇ ରାତି ହେଲା, ରାତି ଯାଇ ଦିନ ହେଲା । ହେଲେ ପ୍ରଦୀପଙ୍କ ପତ୍ତା ମିଳିଲାନି ।
ଘଟଣା ପଦାକୁ ଆସିବା ପରେ ରହସ୍ୟମୟ ଗୁମ୍ଫା ପାଖରେ ପହଂଚିଛି ବନବିଭାଗ । ଦମକଳବାହିନୀ ବି ଖୋଜା ଖୋଜି କରି ଫେରି ଆସିଛି । ହେଲେ ଏହି ଗୁମ୍ଫା ଭିତରକୁ ପଶିବାକୁ କେହି ସାହାସ କରୁ ନାହାନ୍ତି । ସେପଟେ ପ୍ରଶାସନ କହିଛି ପ୍ରଦୀପଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମର ସହାୟତା ନିଆଯିବ ।
କୁଆଡେ ଗଲେ ଝିଙ୍କ ଶିକାରୀ ପ୍ରଦୀପ । ଲୁଣାସାହି ଗାଁରେ ପହଂଚି ନିଖୋଜ ଯୁବକଙ୍କ ସଂପର୍କରେ ଜାଣିବାକୁ ଚେଷ୍ଟା କରିଥିଲା କନକ ନ୍ୟୁଜ୍ । ହେଲେ ଘରେ ନଥିଲେ ପ୍ରଦୀପଙ୍କ ପରିବାର ଲୋକେ । ଏପରିକି ଗାଁ ଲୋକେ ମଧ୍ୟ ଏହି ରହସ୍ୟମୟ ଘଟଣା ମୁହଁ ଖୋଲି ନଥିଲେ । ଯାହା ଘଟଣାକୁ ଆହୁରି ରହସ୍ୟମୟ କରିଛି । | <urn:uuid:804569eb-3a67-407a-9b23-7120fe1384df> | CC-MAIN-2018-47 | http://kanaknews.com/person-being-missed-in-a-cave-of-nayagarh/ | 2018-11-20T15:36:32Z | s3://commoncrawl/crawl-data/CC-MAIN-2018-47/segments/1542039746465.88/warc/CC-MAIN-20181120150950-20181120172950-00286.warc.gz | ory | 1.000009 | Orya | 6 | {"ory_Orya_score": 1.0000088214874268} |
ଚୋପା ସହ ଏହି ଫଳ ଏବଂ ପରିବା ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଅଧିକ ଫାଇଦା
ସୁସ୍ଥ ରହିବା ପାଇଁ ତାଜା ଫଳ ଏବଂ ସବୁଜ ପରିବା ଖାଇବା ଅତ୍ୟନ୍ତ ଜରୁରୀ । ପ୍ରତିଦିନ ନିଜ ଭୋଜନରେ ତାଜା ଫଳ ଏବଂ ସବୁଜ ପରିବା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ରୋଗ ମୁକ୍ତ ହୋଇଥାଏ । କିନ୍ତୁ ଲୋକମାନେ ପରିବା ଏବଂ ଫଳ ଖାଇବା ସମୟରେ ତାହାର ଚୋପାକୁ କାଟି ଖାଇଥାନ୍ତି । କିଛି ଲୋକ ଚୋପାରେ କୌଣସି ଭିଟାମିନ୍ ନ ଥାଏ ବୋଲି ଭାବି ତାକୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଚୋପାରେ ମଧ୍ୟ କିଛି ପୁଷ୍ଟିକର ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିଥାଏ । ସେଥିପାଇଁ ଏହି ସବୁ ଫଳ ଏବଂ ପରିବା ଖାଇବା ସମୟରେ ତାହାର ଚୋପାକୁ ନ କାଢ଼ି ଚୋପା ସହ ଖାଇବା ଆରମ୍ଭ କରନ୍ତୁ ।
୧.ଯେଉଁ ଲୋକମାନେ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ସେମାନେ ଆମ୍ବକୁ ଚୋପା ସହ ଖାଇବା ଦରକାର । ଆମ୍ବର ଚୋପାରେ ଆଣ୍ଟିଅକ୍ସିଡ଼ାଣ୍ଟ ଏବଂ ଓମେଗା ୩ ଏବଂ ୬ ଏସିଡ୍ରେ ଭରପୂର ହୋଇ ରହିଥାଏ । ସେଥିପାଇଁ ଆମ୍ବ ଚୋପା ନ ଫିଙ୍ଗି ଚୋପା ସହ ଖାଇବା ଆରମ୍ଭ କରନ୍ତୁ ।
୨.ଅଧିକାଂଶ ଲୋକ ସେଓର ଚୋପା କାଟି ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଚୋପା ସହ ସେଓ ଖାଇବା ଦ୍ୱାରା ଶରୀରରୁ ଖରାପ କୋଲେଷ୍ଟ୍ରଲ କମ ହେବା ସହ ରକ୍ତରେ ଶର୍କରା ସ୍ତର କମ ହୋଇଥାଏ ।
୩.ଆଳୁ ଖାଇବା ପୂର୍ବରୁ ଲୋକମାନେ ତାହାର ଚୋପାକୁ କାଟି ଖାଇଥାନ୍ତି । କିନ୍ତୁ ଚୋପା ସହ ଆଳୁ ଖାଇବା ଦ୍ୱାରା ଆଳୁର ଚୋପାରେ ଥିବା ୭ଗୁଣ କ୍ୟାଲସିୟମ ଏବଂ ୧୭ଗୁଣ ଆଇରନ ଶରୀରକୁ ମିଳିଥାଏ ।
୪.ଗାଜର ଚୋପାରେ ପିଟା କେରୋଟିନ୍ ରହିଥାଏ, ଯାହା ଆଖି ପାଇଁ ଲାଭଦାୟକ ହୋଇଥାଏ । ଚୋପା ସହ ଗାଜର ଖାଇବା ଦ୍ୱାରା ତ୍ୱଚା ଉପରେ ସୂର୍ଯ୍ୟ କିରଣର କୌଣସି ପ୍ରଭାବ ପଡ଼ି ନଥାଏ । | <urn:uuid:0a7c0fe0-d7e7-4768-b545-72d8b68b487a> | CC-MAIN-2018-47 | http://sambad.in/lifestyle/eat-fruits-or-vegetables-with-peels-196719/ | 2018-11-20T15:49:43Z | s3://commoncrawl/crawl-data/CC-MAIN-2018-47/segments/1542039746465.88/warc/CC-MAIN-20181120150950-20181120172950-00286.warc.gz | ory | 1.000007 | Orya | 4 | {"ory_Orya_score": 1.0000073909759521} |
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପକ୍ଷରୁ କାର୍ଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ଲାନ୍ସନାଏକ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ପରିବାରକୁ ସମ୍ବର୍ଧିତ କରାଯାଇଛି। ସ୍ୱର୍ଗତ ମଲ୍ଲିକଙ୍କ ପତ୍ନୀ ନିବେଦିତା ଓ ପୁଅ ସୌମ୍ୟରଞ୍ଜନଙ୍କୁ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ସମ୍ବର୍ଦ୍ଧିତ କରିଥିଲେ। ସୌମ୍ୟରଞ୍ଜନ ଏବେ ଆଇଟିଇଆର୍ର ଚତୁର୍ଥ ବର୍ଷ ଇଞ୍ଜିନିୟରିଂ ଛାତ୍ର। ସ୍ୱର୍ଗତ ମଲ୍ଲିକ କିପରି ଦେଶ ପାଇଁ ଜୀବନ ଦେଲେ ଓ ତାଙ୍କ ମୃତ୍ୟୁ ପରେ କିପରି ନିଜ ପୁଅକୁ ଏକୁଟିଆ ମଣିଷ କଲେ, ସେ ସମ୍ପର୍କରେ ନିବେଦିତା ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ସୋଆର ଡିନ୍, ବିଭାଗୀୟ ମୁଖ୍ୟ, ନିର୍ଦ୍ଦେଶକ ଓ ବରିଷ୍ଠ ପ୍ରଫେସରମାନେ ଉପସ୍ଥିତ ଥିଲେ। | <urn:uuid:c5ee2b0a-20d9-45ad-a756-96d73444a5a8> | CC-MAIN-2018-47 | http://sambad.in/metro/%E0%AC%B8%E0%AD%8B%E0%AC%86-%E0%AC%AA%E0%AC%95%E0%AD%8D%E0%AC%B7%E0%AC%B0%E0%AD%81-%E0%AC%95%E0%AC%BE%E0%AC%B0%E0%AD%8D%E2%80%8C%E0%AC%97%E0%AC%BF%E0%AC%B2%E0%AD%8D%E2%80%8C-%E0%AC%B8%E0%AC%B9-203796/ | 2018-11-21T20:34:07Z | s3://commoncrawl/crawl-data/CC-MAIN-2018-47/segments/1542039750800.95/warc/CC-MAIN-20181121193727-20181121215727-00446.warc.gz | ory | 1.000003 | Orya | 3 | {"ory_Orya_score": 1.0000028610229492} |
ଭୁବନେଶ୍ୱର : ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଠକେଇ ମାମଲାରେ ସିବିଆଇ ଆଜି ଶାସକ ଦଳର ଜଣେ ବରିଷ୍ଠ ନେତା ତଥା ମନ୍ତ୍ରୀଙ୍କ ପୁଅକୁ ଆଜି ଜେରା କରିଛି। ତେବେ ସିବିଆଇ ପକ୍ଷରୁ ତାଙ୍କୁ ଯେଉଁ ତଥ୍ୟ ଓ କାଗଜପତ୍ର ମଗାଯାଇଥିଲା ସେ ତାହା ଦେଇ ପାରି ନଥିଲେ। ତେଣୁ ସେ ପୁଣି ଥରେ ସିବିଆଇରେ ହାଜର ହେବେ ବୋଲି ସୂଚନା ମିଳିଛି। ଏହା ଛଡ଼ା ସିବିଆଇ ଜଣେ ହୋଟେଲ ମାଲିକ ଓ ବିଲଡର୍ଙ୍କୁ ମଧ୍ୟ ନୋଟିସ୍ କରିଛି।
ଯାହା ସୂଚନା ମିଳିଛି, ଉକ୍ତ ମନ୍ତ୍ରୀ ପୁଅଙ୍କର ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହିତ ଉତ୍ତମ ସମ୍ପର୍କ ଥିଲା। ମନ୍ତ୍ରୀଙ୍କ ପୁଅ ତାଙ୍କ ଅଫିସରେ ଏକାଧିକ କମ୍ପ୍ୟୁଟର ନେଇ ଲଗାଇଛନ୍ତି, ଯାହାର ବିଲ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ଆକାଉଣ୍ଟ୍ରୁ ପୈଠ ହୋଇଥିବା ଜଣାପଡ଼ିଛି। ଏ ନେଇ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି।
ପ୍ରଦୀପ ସେଠୀଙ୍କ ଜାମିନ ମାମଲାରେ ସରକାର ରଖିବେ ପକ୍ଷ
କଟକ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ କୁମାର ସେଠୀଙ୍କ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ଦର୍ଶାଇ ପ୍ରଦୀପ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏହି ପ୍ରସଂଗରେ ସରକାର ଜାବବ ରଖିବେ। ଜଷ୍ଟିସ୍ ଏସ୍.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୮ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ପ୍ରଦୀପଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ପୂର୍ବରୁ ଝାରପଡା ଜେଲ ଅଧୀକ୍ଷକଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିମଳ ପ୍ରସନ୍ନ ତ୍ରିପାଠୀ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। | <urn:uuid:e48e6a1b-3ddf-414f-9413-eb9b4ec7b665> | CC-MAIN-2018-47 | http://sambad.in/state/artha-tatwa-scam-176214/ | 2018-11-14T22:01:20Z | s3://commoncrawl/crawl-data/CC-MAIN-2018-47/segments/1542039742316.5/warc/CC-MAIN-20181114211915-20181114233915-00119.warc.gz | ory | 1.000004 | Orya | 5 | {"ory_Orya_score": 1.0000042915344238} |
ଯଦି ଆପଣ ଷ୍ଟାରସନ୍ କି ଷ୍ଟାରଡଟର ନୁହଁନ୍ତି, ତେବେ ବଲିଉଡ୍ରେ ସଫଳତା ପାଇବାକୁ ହେଲେ ଆପଣଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିବ। ପୁଣି ଯଦି ଭାଗ୍ୟ ସାଥ ନ ଦିଏ ତେବେ ଆପଣ ପ୍ରତିଭା ଥାଇ ବି ସଫଳ ହୋଇପାରିବେ ନାହିଁ। ଏମିତି ବି ଦେଖା ଯାଇଛି, ଜଣେ ଅଭିନେତା/ ଅଭିନେତ୍ରୀ ହିଟ୍ ଫିଲ୍ମ ଦେଇ ବି ବଲିଉଡରେ ଆସ୍ଥାନ ଜମାଇ ପାରି ନାହାନ୍ତି।
ଏପରି ଘଟିଛି ଅଳ୍ପ ଜଣା ଅଭିନେତ୍ରୀ ଇଶିତା ରାଜ ଶର୍ମାଙ୍କ ସହିତ । ପିଲାଟି ଦିନରୁ ତାଙ୍କର ଇଚ୍ଛା ଥିଲା ଅଭିନେତ୍ରୀ ହେବେ; ହୋଇ ବି ଗଲେ! ପ୍ରଥମ ଫିଲ୍ମ ୨୦୧୧ରେ ମୁକ୍ତିଲାଭ କରିଥିବା 'ପ୍ୟାର -କା ପଂଚନାମା', ଦ୍ୱିତୀୟ ଫିଲ୍ମ 'ପ୍ୟାରକା ପଂଚନାମା ୨' ମୁକ୍ତିଲାଭ କରିଥିଲା ୨୦୧୫ରେ। ନିକଟରେ ମୁକ୍ତିଲାଭ କରିଥିଲା ଇଶିତା ଅଭିନୀତ 'ସୋନୁକେ ଟିଟୁ କୀ ସ୍ୱିଟି'। ତିନିଟିଯାକ ଫିଲ୍ମ ବ୍ୟାବସାୟିକ ସଫଳତା ହାସଲ କରିଥିବା ସତ୍ତ୍ୱେ ସେ ଏବେ ବେକାର। ତାଙ୍କ ହାତରେ ଫିଲ୍ମ ନାହିଁ କି ଏ ଯାଏ ବଲିଉଡ୍ରେ ସୁପରିଚିତ ହୋଇପାରିନାହାନ୍ତି।
ତେବେ ଏଥିରେ ନିରାଶ ହୋଇ ନାହାନ୍ତି ଇଶିତା। ସେ ଅବିଚଳିତ। ଇଶିତା ଅତ୍ୟଧିକ ଆତ୍ମ-ବିଶ୍ୱାସୀ; ନିଜ ଉପରେ ତାଙ୍କର ଭରସା ଅଛି। ତେଣୁ, ଅପେକ୍ଷା କରିବେ। ସେ ଦିଲ୍ଲୀର ଝିଅ। କାମ ନ ଥିବାରୁ ଆଜିକାଲି ନିଜ ଘରେ ରହୁଛନ୍ତି। ମାଧୁରୀ ଦୀକ୍ଷିତ ଓ ଶ୍ରୀଦେବୀଙ୍କର ସେ ପ୍ରଶଂସିକା। | <urn:uuid:6f7c5c10-e10f-4de0-92df-9b96fa0df981> | CC-MAIN-2018-47 | http://sambad.in/entertainment/recent-no-film-ishita-raj-sharma-194146/ | 2018-11-17T09:03:49Z | s3://commoncrawl/crawl-data/CC-MAIN-2018-47/segments/1542039743351.61/warc/CC-MAIN-20181117082141-20181117104141-00439.warc.gz | ory | 0.999929 | Orya | 3 | {"ory_Orya_score": 0.9999293088912964} |