text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
ମାଲକାନଗିରି : ସାରା ରାଜ୍ୟରେ ସମାନ ଚିତ୍ର। କେବେ ସୁଧୁରିବ ଏ ବ୍ୟବସ୍ଥାଗତ ତ୍ରୁଟି । ସାମ୍ନାକୁ ଆସିଛି ବିଚ୍ଛିନ୍ନାଂଚଳର ବିଚିତ୍ର ଦୃଶ୍ୟ । ଭଙ୍ଗା ଦଦରା ଟୋକେଇରେ ଜରି ପାଲ ଘୋଡାଇ ବୁହାହେଲେ ମାଆ ଓ ନବଜାତ ଶିଶୁ ଭାରା କରି ବୋହି ନେଉଛନ୍ତି ମହିଳାଙ୍କ ଭାଇ ଓ ସ୍ୱାମୀ । ମାଲକାନଗିରି ବିଚ୍ଛିନ୍ନାଂଚଳର ଏମିତି ଏକ ଚିତ୍ରଆସିଛି ସାମ୍ନାକୁ । ଚିତ୍ରକୋଣ୍ଡା ଜଳଭଣ୍ଡାରର ବୁଡି ଅଂଚଳରେ ଥିବା ତୋଂଟାଗୁଡା ଗାଁର ମହିଳା ମୁଲତା ହନ୍ତାଳ ପ୍ରସବ ବେଦନା ଅନୁଭବ କରିବା ପରେ ସ୍ଥାନୀୟ ଆଙ୍ଗନୱାଡି ଦିଦିଙ୍କ ସହାୟତାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।
ତଥାପି ପ୍ରସବ ବେଦନା ନକମିବାରୁ ଆଉଏକ ଶିଶୁ ପେଟରେ ଥିବା ଅନୁମାନ କରିଥିଲେ ପରିବାର ଲୋକ।ଧିରେଧିରେ ପ୍ରସବ ଯନ୍ତ୍ରଣା ବଢିବାରୁ ଯାନବାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ସ୍ଥିର କରିଥିଲେ । ହେଲେ ରାସ୍ତାଘାଟ ନଥିବାରୁ ଏକ ଭଙ୍ଗା ଟୋକେଇରେ ଭାରା ତିଆରି କରିଥିଲେ ମୁଲତାଙ୍କ ସ୍ୱାମୀ ଓ ଭାଇ। ଏହି ଭଙ୍ଗା ଟୋକେଇ ଓ ବାଉଁଶ ଲାଠି ସାହାଯ୍ୟରେ ଭାରା କରି ପ୍ରାୟ ୧୩ କିଲୋମିଟର ବାଟ ନେଇଥିଲେ ।
ଏତିକିରେ ସରିନଥିଲା ଦୁର୍ଦ୍ଦଶା । ଯାନବାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ହେଲେ ଗୁରୁପ୍ରିୟା ନଦୀ ପାର ହେବାକୁ ପଡେ। ତେଣୁ ନଦୀ ଘାଟରେ ପ୍ରାୟ ୩ ଘଂଟା ଧରି ଡଙ୍ଗାକୁ ଅପେକ୍ଷା କରି ରହିଥିଲେ । ତେବେ ମହିଳାଙ୍କ ଏପରି ଅବସ୍ଥା ଦେଖି ସହାୟତାର ହାତ ବଢାଇଥିଲା କନକ ନ୍ୟୁଜ୍, ଡଙ୍ଗାରେ ମହିଳାଙ୍କୁ ନଦୀ ପାର କରାଇଥିଲେ । ନଦୀ ଆରପଟେ ପହଂଚିବା ପରେ ବି ଆସିନଥିଲା ଆମ୍ବୁଲାନ୍ସ । କନକ ନ୍ୟୁଜ୍ ଟିମ୍ ସହାୟତାରେ ଏକ କମାଣ୍ଡର ଗାଡି ଡକାଇ ମହିଳାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ମହିଳାଜଣକ ପୁଣିଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡିଛି । | <urn:uuid:dff560a5-696b-495b-8120-f0acbf19483d> | CC-MAIN-2019-04 | http://kanaknews.com/malkangiri-cut-off-area-women-child-issue/ | 2019-01-19T17:27:28Z | s3://commoncrawl/crawl-data/CC-MAIN-2019-04/segments/1547583671342.16/warc/CC-MAIN-20190119160425-20190119182425-00465.warc.gz | ory | 0.999978 | Orya | 4 | {"ory_Orya_score": 0.9999781847000122} |
କାହିଁକି ଗୁଗୁଲ ମ୍ୟାପରେ ମିଳେନାହିଁ ଏହି ୬ଟି ସ୍ଥାନର ଠିକଣା ! ଜାଣନ୍ତୁ କଣ ଥାଇପାରେ କାରଣ ।
ଘରେ ବସି ଆଙ୍ଗୁଠି ଟିପରେ ସଂପୂର୍ଣ୍ଣ ବିଶ୍ୱର ଭ୍ରମଣ କରିବା କେବଳ ଗୁଗଲ ମ୍ୟାପ୍ ଦ୍ୱାରା ସମ୍ଭବ ଅଟେ । ତେବେ ଏହା ଯେତିକି ଉପାଦେୟ ସେତିକି ମଧ୍ୟ କୌତୁହଳପୂର୍ଣ୍ଣ ହୋଇଥାଏ । କିନ୍ତୁ କିଛି ଏଭଳି ସ୍ଥାନ ରହିଛି ଯାହାକୁ ଗୁଗଲ ମ୍ୟାପରେ ସର୍ଚ୍ଚ କରିବା ଦ୍ୱାରା ମିଳି ନଥାଏ । କାରଣ ଏହାକୁ ଦେଖାଇବାର ଅନୁମତି ଗୁଗଲ ଭଳି ବିଖ୍ୟାତ କଂପାନୀ ପାଖରେ ନାହିଁ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ।
ଭୋଲକେଲ୍ ଏୟାର ବେସ୍ ନେଦରଲାଣ୍ଡ
ୱିକିଲିକ୍ସର ଏକ ରିପୋର୍ଟ ଅନୁସାରେ, ଯକ୍ତରାଷ୍ଟ୍ର ଆମେରିକା ଏହିଠାରେ ଶୀତଳ ଯୁଦ୍ଧରେ ବ୍ୟବହାର କରାଯାଇଥିବା ୨୨ଟି ପରମାଣୁ ବୋମାକୁ ଗଚ୍ଛିତ କରି ରଖିଛି ।
ହେଲିପୁଏର୍ଟୋ ଡେ କାର୍ଟେଗେନା, ଲସ୍ ଡୋଲୋରେସ୍, ସ୍ପେନ
ଏହି ଅଚଂଳ ସଂପର୍କରେ ବିଶେଷ କୌଣସି ସୂଚନା ମିଳି ନଥାଏ ଗୁଗଲ ମ୍ୟାପରେ । ତେବେ ମ୍ୟାପରେ ଏହା କେବଳ ସବୁଜ ଚାଷ ଜମି ଭାବେ ଦର୍ଶାଯାଇଛି ।
ରୋଜେସ, ସ୍ପେନ
ଏଠାରେ ଯୁକ୍ତରାଷ୍ଟ୍ର ଆମେରାକାର ବାୟୁସେନାର ୮୭୫ ତମ ଏୟାର କ୍ରାଫ୍ଟ କଂଟ୍ରୋଲ୍ ରୁମ୍ ରହିଛି ।
ଜାତୀୟ ସୁରକ୍ଷା ବ୍ୟୁରୋ, ତାଇୱାନ
ଏହା ଚୀନର ଜାତୀୟ ସୁରକ୍ଷା ବ୍ୟୁରୋ ଅଟେ । ଯାହା ଦେଶର ମୁଖ୍ୟ ଗୁଇନ୍ଦା ବିଭାଗର କାର୍ୟ୍ୟାଳୟ ଅଟେ ।
ନାଟୋ ଏୟାର ବେସ୍, ଜର୍ମାନୀ
ଏଠାରେ ଚୀନକୁ ବିଙ୍ଗ୍ ଡଟ୍ କମରେ ଦେଖିପାରିବେ ମାତ୍ର ଗୁଗଲ ମ୍ୟାପରେ ଏହାକୁ ଦେଖିବାବେଳେ କେବେଳ କିଛି ଅସ୍ପଷ୍ଟ ଅଂଚଳ ହିଁ ନଜର ଆସିଥାଏ ।
ଇସ୍ରାଏଲ
ମଧ୍ୟପ୍ରାଚ୍ୟ ଦେଶ ଇସ୍ରାଏଲକୁ ଆପଣ ଯଦି ଗୁଗଲ ମ୍ୟାପରେ ସର୍ଚ୍ଚ କରିବା ଦ୍ୱାରା ଆପଣଙ୍କୁ ଏନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ବା ତଥ୍ୟ ମିଳି ନଥାଏ । | <urn:uuid:7c2f5bb7-643c-46bd-a661-7d5e3a4cf398> | CC-MAIN-2019-04 | http://kanaknews.com/special-7-places-you-cant-find-on-google-map/ | 2019-01-20T19:29:20Z | s3://commoncrawl/crawl-data/CC-MAIN-2019-04/segments/1547583730728.68/warc/CC-MAIN-20190120184253-20190120210253-00145.warc.gz | ory | 0.99999 | Orya | 8 | {"ory_Orya_score": 0.9999898672103882} |
ଉତ୍ସବ ମୁଖରିତ ଲାଲଗଡ । ମାଲ୍ୟବନ୍ତ ମହୋତ୍ସବ ୨୦୧୮ରେ ନାଚିନାଚି ବେଦମ ହେଲେ ନେତା, ବିଧାୟକ ଓ ସରକାରୀ ଅଧିକାରୀ
ଓଡିଶୀ, ବିହୁ ଓ ଲୋକ ନୃତ୍ୟରେ ଝୁମିଲେ ଦର୍ଶକ
କନକ ବ୍ୟରୋ: ସେଲିବ୍ରେସନ ମୁଡରେ ଲାଲଗଡ । ନେତା, ବିଧାୟକ ଓ ଆଇ.ଏ.ଏସ ଅଧିକାରୀ, ସମସ୍ତେ ନାଚିନାଚି ବେଦମ । ଏ ଅବସର ହେଉଛି ମାଲକାନଗିରିର ଗଣପର୍ବ ମାଲ୍ୟବନ୍ତ ଉଦଘାଟନୀ ଉତ୍ସବର । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରିଥିବା କଳସ ଶୋଭାଯାତ୍ର ମାଲ୍ୟବନ୍ତ ପଡିଆରେ ପହଂଚିବା ପରେ ମୁକ୍ତାକାଶ ରଂଗମଂଚରେ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ।
ଭୁବନେଶ୍ୱରର ସୁନାମ ଧନ୍ୟ ନୃତ୍ୟଶିଳ୍ପୀ ପୁଷ୍ପିତା ମିଶ୍ରଙ୍କ ଦଳ ପରିବେଶଣ କରିଥିଲେ ଓଡିଶି ନୃତ୍ୟ । ପରେ ପରେ ମାଲକାନଗିରିର କୋୟା ନୃତ୍ୟ, ଆଦିମ ବଣ୍ଡା ଜନଜାତୀଙ୍କ ନାଚ ଗୀତ, ଆସମ ନଟରାଜ ଗ୍ରୁପର ବିହୁ ନୃତ୍ୟ, ଦର୍ଶକଙ୍କୁ ମତୁଆଲା କରିଥିଲା । ସେହିପରି କୋଲକାତା ଉପାସନା ଗ୍ରୁପ ଦ୍ୱାରା ବଙ୍ଗିୟ ପରମ୍ପରା ଏବଂ ଖଦ୍ୟ ଉପରେ ଆଧାରିତ ନୃତ୍ୟ ଶିତୁଆ ରାତିରେ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
ପଂଚାୟତ ସ୍ତରରୁ ଆରମ୍ଭ ହୋଇ ମାଲ୍ୟବନ୍ତ ଉତ୍ସବ ବ୍ଲକ ସ୍ତରରେ ପାଳିତ ହୋଇଥିଲା । ୨୦୦୩ ମସିହା ଠାରୁ ଆରମ୍ଭ ହୋଇ ମାଲ୍ୟବନ୍ତ ମହୋତ୍ସବ ୧୬ତମ ଉତ୍ସବ ପାଳନ କରୁଛି ମାଲକାନଗିରି ଜିଲ୍ଲା । ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ୨୦୧୮କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରମେଶ ମାଝୀ ।
କଳା ସଂସ୍କୃତିର ଆଦାନ ପ୍ରଦାନ ସହ, ମାଓ ଉପଦୃତ ମାଲକାନଗିରି ଜିଲ୍ଲାରେ ବିକାଶର ବାର୍ତା ବହନ କରୁଛି ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ । ଆଗାମି ୧୩ ତାରିଖ ଯାଏଁ ମାଲ୍ୟବନ୍ତ ମୁକ୍ତାକାଶ ରଂଗମଂଚରେ ଜାରି ରହିବ ସାଂସ୍କୃୃତିକ କାର୍ଜ୍ୟକ୍ରମ, ୫ ଦିନ ଧରି ଚାଲିବ ପଲ୍ଲିଶ୍ରୀ ମେଳା । | <urn:uuid:5a653757-7571-479c-8201-7e20d780004c> | CC-MAIN-2019-04 | http://kanaknews.com/malyabanta-mahotsav-kicks-off-in-malkangiri/ | 2019-01-24T00:18:28Z | s3://commoncrawl/crawl-data/CC-MAIN-2019-04/segments/1547584431529.98/warc/CC-MAIN-20190123234228-20190124020228-00465.warc.gz | ory | 0.999979 | Orya | 3 | {"ory_Orya_score": 0.9999790191650391} |
୬ ମାସ ଯାଏଁ କରନ୍ତୁ ନାହିଁ ମୋବାଇଲ ଫୋନର ବ୍ୟବହାର, କଂପାନୀ ତରଫରୁ ଦିଆଯିବ ୭୧ ଲକ୍ଷ ଟଙ୍କାର ପୁରସ୍କାର ! ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା
ଡେକ୍ସଟପ କିମ୍ବା ଲାପଟପ ବ୍ୟବହାର କରିପାରିବେ
ସ୍ମାର୍ଟଫୋନର ବ୍ୟବହାର ସାରା ଦୁନିଆରେ ଏବେ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଏକ ବ୍ୟାଧି ଭଳି ପିଲାଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି । ମୋଟ ଉପରେ କହିବାକୁ ଗଲେ ସଭିଏଁ ମୋବାଇଲ ମାୟାରେ ବାୟା । ହେଲେ ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରିବା ଛାଡି ଦିଅନ୍ତି ତେବେ ଆପଣଙ୍କୁ ଏଥିପାଇଁ ଲକ୍ଷାଧିକ ଟଙ୍କା ମିଳିପାରେ । ଆଜ୍ଞା ହଁ ! ଏହା ସଂପୂର୍ଣ୍ଣ ରୂପେ ସତ । ଭିଟାମିନ ୱାଟର ନାମକ ଏକ କଂପାନୀ ବର୍ଷକ ପାଇଁ ଫୋନ ଛାଡିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଡଲାର ତଥା ପାଖାପାଖି ୭୧ ଲକ୍ଷ ଟଙ୍କା ଦେଉଛି ।
ସେମିତିରେ କହିବାକୁ ଗଲେ କୋକୋ କୋଲାର ମାଲିକାନାରେ ଥିବା ଏହି ଭିଟାମିନ ୱାଟର କଂପାନୀର ମୋବାଇଲ ସହିତ କୌଣସି ସଂପର୍କ ନାହିଁ । ହେଲେ କଂପାନୀ ନିଜର ମାର୍କେଟିଂ କ୍ୟାମ୍ପେନ ପାଇଁ ସ୍ମାର୍ଟଫୋନ ୟୁଜର୍ସଙ୍କୁ ଟାର୍ଗେଟ କରିଛି । କାହିଁକି ଜାଣିବା ପାଇଁ ପଢନ୍ତୁ ପୂରା ରିପୋର୍ଟ
କଂପାନୀ କହିଛି କି, କଂପାନୀ ତରଫରୁ ୭୧ ଲକ୍ଷ ଟଙ୍କା ସେହି ମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ କି ସ୍ମାର୍ଟଫୋନର ବ୍ୟବହାର ସଂପୂର୍ଣ୍ଣ ରୂପେ ଛାଡିଦେବେ । ଏହା ପଛରେ ମୁଖ୍ୟ କଥା ଏହା ଜାଣିବାର ଅଛି କି କଣ କୌଣସି ବ୍ୟକ୍ତି ବିନା କୌଣସି ଫୋନରେ ବଂଚି ପାରିବ ନା ନୁହେଁ । ତେବେ କଂପାନୀ ଏହାକୁ ଜାଣିବା ପାଇଁ ଆପଣଙ୍କ ଉପରେ ଲାଇଡିଟେକ୍ଟର ଟେଷ୍ଟ କରିବ ଏବଂ ଏହାଦ୍ୱାରା ଜଣା ପଡିଯିବ କି, ଆପଣ ବାସ୍ତବରେ ଫୋନ ବ୍ୟବହାର କରିବା ଛାଡିଦେଇଛନ୍ତି କି ନୁହେଁ ।
ଯଦି ଆପଣ ଫୋନ ବ୍ୟବହାର କରିଥିବା ନେଇ ଧରା ପଡନ୍ତି ତେବେ ଆପଣଙ୍କୁ ଏହି ପ୍ରତିଯୋଗୀତାରୁ ବାହାର କରିଦିଆଯିବ । ଏଠାରେ ଆମେ କହି ରଖୁଛୁ କି, ଏଥିରେ କୌଣସି ଆଇନଗତ ପ୍ରକ୍ରିୟା ବ୍ୟବହାର କରାଯାଇନାହିଁ । ଏଥିପାଇଁ ଆପଣଙ୍କୁ ଆଦୌ ଚିନ୍ତିତ ହେବାକୁ ଆବଶ୍ୟକ ପଡିବନି ।
— vitaminwater® (@vitaminwater) December 11, 2018
କିଭଳି କରିବେ ଆବେଦନ
ଏହି ପ୍ରତିଯୋଗୀତାରେ ଆପଣ ଟୁଇଟର କିମ୍ବା ଇନଷ୍ଟାଗ୍ରାମ ଜରିଆରେ ଭାଗ ନେଇପାରିବେ । ଏଥିପାଇଁ ଆପଣଙ୍କୁ #nophoneforayear ଏବଂ #contest ଲେଖି ପୋଷ୍ଟ କରିବାକୁ ହେବ ଏବଂ ଭିଟାମିନ ୱାଟରକୁ ଆପଣ ଅଂଶଗ୍ରହଣ ସଂପର୍କରେ ଜଣାଇବାକୁ ହେବ । ଏଥି ସହିତ ଆପଣଙ୍କୁ ଏହାବି ଜଣାଇବାକୁ ପଡିବ କି ଆପଣ ଫୋନକୁ କଣ ପାଇଁ ଆଉ କେଉଁ କାରଣରୁ ଛାଡୁଛନ୍ତି ଏବଂ ଆପଣ ଆପଣଙ୍କର ଫ୍ରି ଟାଇମକୁ କିଭଳି ବିତାଇବେ ।
ଯଦି ଆପଣ ଏଥିରେ ଭାଗ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୮ ଜାନୁଆରୀ, ୨୦୧୯ ସୁଦ୍ଧା ଆବେଦନ କରିବାକୁ ହେବ । ଭିଟାମିନ ୱାଟର ୨୨ ଜାନୁଆରୀ, ୨୦୧୯ ସୁଦ୍ଧା ଏଂଟ୍ରିଗୁଡିକୁ ଫାଇନାଲ କରିବ । ଆଉ ଯେଉଁମାନେ ବି ଏଥିରେ ମନୋନୀତ ହେବେ ତାଙ୍କୁ ସୋସିଆଲ ମିଡିଆ ଆକାଉଂଟ ଜରିଆରେ ଯୋଗାଯୋଗ କରାଯିବ ।
ଏଥି ସହିତ ହିଁ ଆପଣଙ୍କ ଏକ କନଟ୍ରାକ୍ଟ ଉପରେ ସାଇନ କରିବାକୁ ପଡିବ । ଯେଉଁଥିରେ ଲେଖାଥିବ କି ଆପଣ ବର୍ଷକ ପାଇଁ ଫୋନ ବ୍ୟବହାର କରିପାରିବେ ନାହିଁ । ତେବେ ଡେକ୍ସଟପ ଏବଂ ଲାପଟପର ବ୍ୟବହାର ଆପଣ କରିପାରିବେ । କଂପାନୀ କହିବା ଅନୁସାରେ, ଯଦି କୌଣସି ବ୍ୟକ୍ତି ମାତ୍ର ୬ ମାସ ବି ବିନା ଫୋନରେ ରହିଯାଆନ୍ତି ତେବେ ତାଙ୍କୁ ବି ଏହି ୭୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । | <urn:uuid:2c6351ca-f02c-4be5-b588-97fbf292ff61> | CC-MAIN-2019-04 | http://kanaknews.com/special-give-up-your-mobile-phone-for-a-year-and-earn-a-chance-to-win-71-lakh/ | 2019-01-24T00:21:15Z | s3://commoncrawl/crawl-data/CC-MAIN-2019-04/segments/1547584431529.98/warc/CC-MAIN-20190123234228-20190124020228-00465.warc.gz | ory | 0.999997 | Orya | 3 | {"ory_Orya_score": 0.9999966621398926} |
ଦାର୍ଜଲିଂ: ସାଢ଼େ ତିନି ମାସ ପରେ ହଟିଲା ଅବରୋଧ
ଦାର୍ଜଲିଂ: ଦୀର୍ଘ ସାଢ଼େ ତିନି ମାସ ପରେ ସାର୍ଜଲିଂ ତା'ର ପୂର୍ବସ୍ଥିତିକୁ ଫେରିଛି। ଗୋର୍ଖା ଜନମୁକ୍ତି ମୋର୍ଚା(ଜିଜେଏମ୍) ପକ୍ଷରୁ କରାଯାଇଥିବା ଅବରୋଧକୁ ଆଜି ଉଚ୍ଛେଦ କରାଯାଇଛି। ବନ୍ଦ ହୋଇଥିବା ସମସ୍ତ ଦୋକାନଗୁଡ଼ିକ ସକାଳୁ ସକାଳୁ ଖୋଲିବାକୁ ଅନୁମତି ମିଳିଛି।
ଏହି ସହରକୁ ପାହାଡ଼ମାନଙ୍କ ରାଣୀ ବୋଲି କୁହାଯାଏ। ଦୀର୍ଘ ଦିନ ଧରି ଶ୍ରୀହୀନ ହୋଇଥିବା ଏହି ସୁନ୍ଦର ସହର ଦାର୍ଜଲିଂ ଦେହରେ ଆଜି ପୁଣି ପ୍ରାଣ ପଶିଛି। ଏହି ଖୁସିରେ ଦାର୍ଜଲିଂବାସୀ ରାସ୍ତା ଉପରକୁ ଆସି ଖୁସି ମନାଉଛନ୍ତି।
ଗୋର୍ଖଲାଣ୍ଡ ପୃଥକ ଦାବିରେ ଜୁନ୍ ୧୫ରୁ ଆନ୍ଦୋଳନ କରି ଆସୁଥିବା ଜିଜେଏମ୍ ଗୃହମନ୍ତ୍ରୀ ରାଜନାଥଙ୍କ କଥା ରଖି ବୁଧବାର ସକାଳ ୬ଟାରେ ଅବରୋଧ ଉଚ୍ଛେଦ କରିଛନ୍ତି। | <urn:uuid:eca31966-ed12-4d8c-8a82-0659b306d287> | CC-MAIN-2019-04 | http://sambad.in/india-and-beyond/darjing-reopens-after-3-anf-half-months-2449/ | 2019-01-24T00:45:35Z | s3://commoncrawl/crawl-data/CC-MAIN-2019-04/segments/1547584431529.98/warc/CC-MAIN-20190123234228-20190124020228-00465.warc.gz | ory | 0.999846 | Orya | 7 | {"ory_Orya_score": 0.9998458623886108} |
ମାର୍କ ଲିଖିତ ସୁସମାଗ୍ଭର 12 Oriya Bible: Easy-to-Read Version (ERV-OR)
ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ
12 ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, "ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଗ୍ଭରିପଟେ ପାଚେରୀ କରିଦେଲା। ଦ୍ରାକ୍ଷାରସ ସଂଗ୍ରହ [a] କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ୟ ତିଆରି କଲା। ସେ କେତେକ କୃଷକଙ୍କୁ ସେହି ବଗିଗ୍ଭକୁ ଭାଗରେ ଦେଲା, ତା'ପରେ ସେ ପରିଭ୍ରମଣ ଉଦ୍ଦେଶ୍ୟରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।
2 "ପରେ ଯେତେବେଳେ ଦ୍ରାକ୍ଷା ତୋଳିବା ବେଳ ଆସିଲା, ସେତେବେଳେ ସେ ତାହାଙ୍କର ଜଣେ ଗ୍ଭକରକୁ ଦ୍ରାକ୍ଷାରୁ ତାହାଙ୍କର ନିଜ ଭାଗ ଆଣିବା ପାଇଁ କୃଷକମାନଙ୍କ ପାଖକୁ ପଠାଇଲା। 3 କିନ୍ତୁ କୃଷକମାନେ ଗ୍ଭକରଟିକୁ ଧରି ପ୍ରହାର କଲେ ଓ ତାକୁ କିଛି ନ ଦେଇ ଘୋଉଡ଼େଇ ଦେଲେ। 4 ତା'ପରେ ସେହି ଲୋକଟି ଆଉ ଜଣେ ଗ୍ଭକରକୁ ସେମାନଙ୍କ ପାଖକୁ ପଠାଇଲା। ସେମାନେ ଏହି ଗ୍ଭକରର ମୁଣ୍ଡକୁ ପିଟିଲେ ଓ ତାକୁ ଅପମାନ ଦେଲେ। 5 ତା'ପରେ ସେ ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ଏହି ଗ୍ଭକରଟିକୁ ଜୀବନରେ ମାରିଦେଲେ। ସେ ଲୋକଟି ଆଉ ଅଧିକ ଗ୍ଭକରଙ୍କୁ ପଠାଇଲା, କିନ୍ତୁ କୃଷକମାନେ କେତେକଙ୍କୁ ପିଟିଲେ ଓ ଅନ୍ୟ କେତେଙ୍କୁ ଜୀବନରେ ମାରିଦେଲେ।
6 "ଲୋକଟି ପାଖରେ କୃଷକମାନଙ୍କ ପାଖକୁ ପାଠାଇବା ପାଇଁ ଆଉ ଜଣେ ମାତ୍ର ବାକି ଥିଲା। ସେ ଜଣକ ତାହାର ପୁଅ। ସେହି ଲୋକଟି ପୁଅକୁ ଖୁବ୍ ଭଲ ପାଉଥିଲା। କିନ୍ତୁ ସେ କୃଷକମାନଙ୍କ ପାଖକୁ ପୁଅକୁ ପଠାଇବାକୁ ସ୍ଥିର କଲା। କାରଣ କୃଷକମାନଙ୍କ ପାଖକୁ ପଠାଇବା ପାଇଁ ପୁଅ ହିଁ ଶେଷ ବ୍ୟକ୍ତି ଥିଲା। ସେ କହିଲା, 'କୃଷକମାନେ ମୋର ପୁଅକୁ ନିଶ୍ଚୟ ସମ୍ମାନ ଦେବେ।'
7 "କିନ୍ତୁ କୃଷକମାନେ କୁହାକୁହି ହେଲେ, 'ଏହି ଲୋକଟି ବଗିଗ୍ଭ ମାଲିକର ପୁଅ। ବଗିଗ୍ଭର ସେ ଉତ୍ତରାଧିକାରୀ। ଆମ୍ଭେମାନେ ତାକୁ ମାରିଦେଲେ ବଗିଗ୍ଭଟି ଆମ୍ଭର ହୋଇଯିବ'। 8 ତେଣୁ କୃଷକମାନେ ମାଲିକର ପୁଅକୁ ଧରି ନେଇ ଜୀବନରେ ମାରିଦେଲେ ଓ ଦ୍ରାକ୍ଷାକ୍ଷେତ୍ର ବାହାରକୁ ଫିଙ୍ଗିଦେଲେ।
9 "ଏବେ ଦ୍ରାକ୍ଷାକ୍ଷେତ୍ରର ମାଲିକ କ'ଣ କରିବ? ସେ ଆସି ସେହି କୃଷକମାନଙ୍କୁ ମାରି ପକାଇବ ଓ ଦ୍ରାକ୍ଷାକ୍ଷେତ୍ରକୁ ଅନ୍ୟ କୃଷକମାନଙ୍କୁ ଦେଇଦେବ। 10 ତୁମ୍ଭେମାନେ କ'ଣ ଏହି ଶାସ୍ତ୍ର ପଢ଼ି ନାହଁ?
"ଯେଉଁ ପଥରକୁ କାରିଗରମାନେ ଅଦରକାରୀ ମନେ କଲେ, ସେହି ପଥର
12 ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସେମାନଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ସେମାନେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସେମାନେ ଉପାୟ ଖୋଜି ବସିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲେ।
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଯିହୂଦୀ ନେତାମାନଙ୍କ ଚକ୍ରାନ୍ତ
13 ପରେ ଯିହୂଦୀ ନେତାମାନେ କେତେକ ଫାରୂଶୀ ଓ ହେରୋଦୀୟମାନଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରି ଫାନ୍ଦରେ ପକାଇବାକୁ ଗ୍ଭହୁଁଥିଲେ। 14 ଫାରୂଶୀ ଓ ହେରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, "ଗୁରୁ, ଆମ୍ଭେମାନେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟରେ କ'ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କେବେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ୱର ଗ୍ଭହୁଁଥିବା ଜୀବନର ମାର୍ଗ ବିଷୟରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ, କାଇସରଙ୍କୁ କର ଦେବା ଉଚିତ୍ କି ନୁହେଁ?"
15 ଯୀଶୁ ସେମାନଙ୍କ ଗ୍ଭଲ୍ବାଜି ବୁଝିଗଲେ। ସେ ସେମାନଙ୍କୁ ପଗ୍ଭରିଲେ, "ତୁମ୍ଭେମାନେ ମୋତେ ଭଲ କଥା କହି କାହିଁକି ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛ? ମୋ' ପାଖକୁ ରୂପାଟଙ୍କାଟିଏ ଆଣ, ମୁଁ ତାକୁ ଦେଖେ।" 16 ସେମାନେ ରୂପାଟଙ୍କାଟିଏ ନେଇ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, "ମୁଦ୍ରାଟି ଉପରେ କାହାର ଛବି ଅଙ୍କିତ ହୋଇଛି? ତା' ଉପରେ କାହାର ନାମ ଲେଖା ଯାଇଛି?" ସେମାନେ କହିଲେ, "ଏହା କାଇସରଙ୍କ ଛବି ଓ କାଇସରଙ୍କ ନାମ।"
17 ତା'ପରେ ଯୀଶୁ ସେମାନଙ୍କୁ କହିଲେ, "ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।" ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ କେତେକ ସାଦ୍ଦୂକୀଙ୍କର ଚକ୍ରାନ୍ତ
18 ତା'ପରେ କେତେକ ସାଦ୍ଦୂକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ଦାବୀ କରନ୍ତି ଯେ, ମଣିଷ ମୃତ୍ୟୁପରେ ପୁନରୁତ୍ଥାନ ହେବ ନାହିଁ। 19 ସେମାନେ କହିଲେ, "ଗୁରୁ, ମୋଶା ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନ ଥାଇ ମରି ଯାଏ, ତେବେ ତା'ର ଭାଇ ସେହି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା'ହେଲେ ସେହି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରି ପାରିବ। 20 ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ଼ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନ ଥାଇ ସେ ମରିଗଲା। 21 ତେଣୁ ଦ୍ୱିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ୟ କୌଣସି ପିଲାପିଲି ନ ଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ୟ ତାହା ଘଟିଲା। 22 ସାତ ଜଣ ଭାଇ ସେହି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶେଷରେ ମରିଗଲେ। ସେମାନଙ୍କ ମଧ୍ୟରୁ କାହାରି ହେଲେ କୌଣସି ପିଲାପିଲି ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। 23 କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ପୁନରୁତ୍ଥାନ ସମୟରେ, ସେହି ସ୍ତ୍ରୀଟି କାହାର ପତ୍ନୀ ହେବ?"
24 ଯୀଶୁ କହିଲେ, "ସବୁ ଶାସ୍ତ୍ର କ'ଣ କହେ, ପରମେଶ୍ୱରଙ୍କ ଶକ୍ତି ବିଷୟରେ ତାହା ତୁମ୍ଭେମାନେ ଜାଣି ନାହଁ କି? ତେଣୁ ତୁମ୍ଭେମାନେ ଭ୍ରମରେ ପଡ଼ିଥାଅ। 25 ଲୋକମାନେ ଯେତେବେଳେ ମୃତ୍ୟୁରୁ ପୁନରୁତ୍ଥାନ ହେବେ ସେତେବେଳେ କୌଣସି ବିବାହ ହେବ ନାହିଁ ସେମାନେ କେହି କାହାରିକୁ ବିବାହ କରିବେ ନାହିଁ, ବରଂ ପ୍ରତ୍ୟେକ ସ୍ୱର୍ଗଦୂତଙ୍କ ଭଳି ହୋଇଯିବେ। 26 ପୁନରୁତ୍ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ'ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, 'ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର'। [c] 27 ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ପ୍ରକୃତରେ ଏ ଲୋକମାନେ ମୃତ ନୁହନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ୱର ନୁହନ୍ତି ବରଂ ସେ ଜୀବିତମାନଙ୍କର ପରମେଶ୍ୱର। ହେ ସାଦ୍ଦୂକୀମାନେ, ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।"
କେଉଁ ଆଦେଶ ବହୁତ ମହତ୍ତ୍ୱପୂର୍ଣ୍ଣ
28 ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ଯୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସେମାନଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଛନ୍ତି। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, "କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?"
29 ଯୀଶୁ ଉତ୍ତର ଦେଲେ, "ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: 'ହେ ଇସ୍ରାଏଲ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ୱର ଏକମାତ୍ର ପ୍ରଭୁ। 30 ସମସ୍ତ ହୃଦୟରେ ସମସ୍ତ ଆତ୍ମାରେ, ସମସ୍ତ ମନରେ ଓ ସମସ୍ତ ଶକ୍ତିରେ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର।' [d] 31 ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ହେଉଛି ଏହି ପ୍ରକାରର: 'ତୁମ୍ଭେ ନିଜକୁ ଯେପରି ପ୍ରେମ କର, ନିଜର ପଡ଼ୋଶୀକୁ ସେହିପରି ପ୍ରେମ କର' [e] ଏହି ଦୁଇଟି ଆଦେଶ ଛଡ଼ା ଆଉ ବଡ଼ ଆଦେଶ କିଛି ନାହିଁ।"
32 ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, "ଗୁରୁ, ପ୍ରଭୁ ପରମେଶ୍ୱର ଯେ, ଏକ ଓ ତାହାଙ୍କ ଛଡ଼ା ଆଉ ଅନ୍ୟ କେହି ନାହିଁ, ଏହା ତୁମ୍ଭେ ଠିକ୍ କହିଛ। 33 ପ୍ରକୃତରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ହେବ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ୟ ସେହିପରି ଭଲ ପାଇବାକୁ ହେବ। ଆମ୍ଭେ ପରମେଶ୍ୱରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସେହି ଗୁଡ଼ିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ତ୍ୱପୂର୍ଣ୍ଣ।"
34 ଯୀଶୁ ଦେଖିଲେ ଯେ, ଲୋକଟି ବୁଝିବିଗ୍ଭରି ଜ୍ଞାନୀ ଭଳି ଉତ୍ତର ଦେଇଛି। ସେ ତାହାକୁ କହିଲେ, "ତୁମ୍ଭେ ପରମେଶ୍ୱରଙ୍କ ରାଜ୍ୟଠାରୁ ଦୂରରେ ନାହଁ।" ଏହା ପରେ ଆଉ କେହିହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଗ୍ଭରିବାକୁ ସାହସ କଲେ ନାହିଁ।
ଖ୍ରୀଷ୍ଟ ଦାଉଦଙ୍କର ପୁତ୍ର
35 ଯୀଶୁ ମନ୍ଦିରରେ ଉପଦେଶ ଦେଲାବେଳେ ପଗ୍ଭରିଲେ, "ଧର୍ମଶାସ୍ତ୍ରୀମାନେ କିପରି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? 36 ସ୍ୱୟଂ ଦାଉଦ ପବିତ୍ରଆତ୍ମାଙ୍କ ସାହାଯ୍ୟରେ କହିଥିଲେ,
'ପ୍ରଭୁ ପରମେଶ୍ୱର ମୋର ପ୍ରଭୁଙ୍କୁ କହିଥିଲେ:
37 ଦାଉଦ ନିଜେ ଖ୍ରୀଷ୍ଟଙ୍କୁ 'ପ୍ରଭୁ' ବୋଲି କହିଥିଲେ। ତେବେ ଖ୍ରୀଷ୍ଟ କିଭଳି ଦାଉଦଙ୍କ ପୁତ୍ର ହୋଇ ପାରିବେ?" ଜମା ହୋଇଥିବା ଲୋକମାନେ ଯୀଶୁଙ୍କ ଉପଦେଶ ଖୁସୀ ମନରେ ଶୁଣୁଥିଲେ।
ଯୀଶୁ ବିଧି ପ୍ରଗ୍ଭରକମାନଙ୍କୁ ସମାଲୋଚନା କଲେ
38 ଯୀଶୁ ଶିକ୍ଷା ଦେଇ ଗ୍ଭଲିଥିଲେ। ସେ କହିଲେ, "ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ସେମାନେ ଲମ୍ବା ଲମ୍ବା ରାଜକୀୟ ପୋଷାକ ପିନ୍ଧି ଏଣେ ତେଣେ ବୁଲିବାକୁ ଭଲ ପାଆନ୍ତି। ସେମାନେ ଭଲ ପାଆନ୍ତି ଯେ, ଲୋକେ ତାହାଙ୍କୁ ହାଟ ବଜାରରେ ସମ୍ମାନ ଦେଖାନ୍ତୁ। 39 ସମାଜଗୃହରେ ସେମାନେ ମହତ୍ତ୍ୱପୂର୍ଣ୍ଣ ଆସନରେ ବସିବାକୁ ଭଲ ପାଆନ୍ତି। ଭୋଜିରେ ସେମାନେ, ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପାଇବାକୁ ଭଲ ପାଆନ୍ତି। 40 ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ ବ୍ୟବହାର ଦେଖାନ୍ତି। ସେମାନେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖେଇ ହେବା ପାଇଁ ସେମାନେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ୱର କଠିନ ଶାସ୍ତି ଦେବେ।"
ଏକ ବିଧବାର ପ୍ରକୃତ ଦାନ
41 ଯୀଶୁ ମନ୍ଦିରର ଦାନ ବାକ୍ସ ପାଖରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ୟ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସରେ ପ୍ରଚୁର ଟଙ୍କା ପକାଉଥିଲେ। 42 ପରେ ଗରିବ ବିଧବାଟିଏ ସେଠାକୁ ଆସିଲା ଓ ସେଥିରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକେଇଲା। ଏହି ମୁଦ୍ରା ଦୁଇଟିର ମୂଲ୍ୟ ପଇସାଟିଏ ସାଙ୍ଗରେ ବି ସମାନ ନୁହେଁ।
43 ତା'ପରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକି କହିଲେ, "ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦେଇଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତରେ ବହୁତ ଅଧିକ ଦେଇଛି। 44 କାରଣ ଧନୀ ଲୋକମାନଙ୍କ ପାଖରେ ପ୍ରଚୁର ଅଛି। ସେମାନେ ତାହାଙ୍କର ଦରକାର ନ ଥିବା ବଳକା ଅର୍ଥରୁ ହିଁ ଦାନ ଦେଇଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ୱରୂପ ଦେଇ ଦେଇଛି। ତା'ର ଚଳିବା ପାଇଁ ସେତିକି ମାତ୍ର ସମ୍ବଳ ଥିଲା।"
Footnotes: | <urn:uuid:781008b0-6a1d-4763-b97d-4e0008ded67e> | CC-MAIN-2019-04 | https://www.biblegateway.com/passage/?search=%E0%AC%AE%E0%AC%BE%E0%AC%B0%E0%AD%8D%E0%AC%95%20%E0%AC%B2%E0%AC%BF%E0%AC%96%E0%AC%BF%E0%AC%A4%20%E0%AC%B8%E0%AD%81%E0%AC%B8%E0%AC%AE%E0%AC%BE%E0%AC%97%E0%AD%8D%E0%AC%AD%E0%AC%B0+12&version=ERV-OR | 2019-01-24T00:19:33Z | s3://commoncrawl/crawl-data/CC-MAIN-2019-04/segments/1547584431529.98/warc/CC-MAIN-20190123234228-20190124020228-00465.warc.gz | ory | 1.000002 | Orya | 16 | {"ory_Orya_score": 1.0000019073486328} |
୧୨ ଦିନ ହେଲା ଗାନ୍ଧୀମାର୍ଗରେ ଗର୍ଜୁଛନ୍ତି ଗୁରୁ । ହେଲେ ଗଣଶିକ୍ଷା ମନ୍ତ୍ରୀ କହିଲେ, ଆମ ପାଖକୁ ଆସିନି ଶିକ୍ଷକଙ୍କ ଦାବି, ଆଲୋଚନା ମାଧ୍ୟମରେ କରାଯିବ ସମାଧାନ
କନକ ବ୍ୟୁରୋ: ରାଜରାସ୍ତାରେ ଶିକ୍ଷକ ମାନେ ଅହୋରାତ୍ର ଧାରଣା କରୁଥିବା ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର । କହିଲେ, ଶିକ୍ଷକଙ୍କ ଦାବି ତାଙ୍କ ପାଖକୁ ଆସିନାହିଁ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଧାରଣା ୧୨ଦିନରେ ପହଂଚିଛି । ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛି ମଂଚ । ଏହା ପରେ ୬ତାରିଖ ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜରେ ତାଲା ପଡିବ ବୋଲି ମଂଚ ସୂଚନା ଦେଇଛି ।
ଫଳରେ ରାଜ୍ୟର ୩୦ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେବା ଆଶଙ୍କା ରହିଛି । ସରକାର ଶିକ୍ଷକଙ୍କ କଥା ଶୁଣୁନଥିବା ଅଭିଯୋଗ କରି ସେପ୍ଟେମ୍ବର ୫ତାରିଖ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ଏବଂ ୬ତାରିଖରୁ ସ୍କୁଲ କଲେଜରେ ତାଲା ପକାଇବାକୁ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଧମକ ଦେଇଛି । ଏପରିକି ଆବଶ୍ୟକ ପଡିଲେ ନିର୍ବାଚନ କାର୍ଯ୍ୟକୁ ମଧ୍ୟ ପର୍ତ୍ୟାକ୍ଷାନ କରିବା ପାଇଁ ସଂଘ କହିଛି । | <urn:uuid:9075d18d-6909-4250-888c-4ea35353a0cf> | CC-MAIN-2019-04 | http://kanaknews.com/badri-narayan-patra-reaction-on-teacher-strike/ | 2019-01-24T04:26:02Z | s3://commoncrawl/crawl-data/CC-MAIN-2019-04/segments/1547584518983.95/warc/CC-MAIN-20190124035411-20190124061411-00187.warc.gz | ory | 1.000005 | Orya | 4 | {"ory_Orya_score": 1.000004768371582} |
କୋଚି (କେରଳ): କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆଜି ସୁଦ୍ଧା ୩୨୪ ଜଣଙ୍କର ମୁତ୍ୟୁ ହୋଇ ସାରିଲାଣି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ଭିଜୟନ୍। ଚଳିତ ପ୍ରଳୟଙ୍କରୀ ବନ୍ୟାରେ ରାଜ୍ୟର ହଜାର ହଜାର ଲୋକ ବାସ ଶୂନ୍ୟ ହୋଇଥିବା ବେଳେୂ ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମିର ଫସଲ ଉଜୁଡ଼ି ଯାଇଛି। ରାଜ୍ୟକୁ ସଡ଼କ ପଥ, ରେଳ ପଥ ଓ ଆକାଶ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ କେରଳ ଏବେ ଏକରକମ ସଂପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି। ଅନ୍ୟ ପକ୍ଷରେ ପୁଣିଥରେ ସମଗ୍ର କେରଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯିବା ପରେ ରାଜ୍ୟରେ ବନ୍ୟା ଦୁର୍ଗତଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି।
ବିଗତ ଏକ ଶତାବ୍ଦୀ ମଧ୍ୟରେ କେରଳ ଏପରି ପ୍ରଳୟଙ୍କରୀ ବନ୍ୟାର ସାମନା କରି ନଥିବା କୁହା ଯାଉଥିବା ବେଳେ ଆଜି ସୁଦ୍ଧା ବନ୍ୟାରେ ୩୨୪ ଜଣଙ୍କର ପ୍ରାଣହାନୀ ଘଟି ସାରିଲାଣି। ୨,୨୩,୧୩୯ ଜଣ ବନ୍ୟା ଦୁର୍ଗତ ୧୫୬୮ଟି ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଥିବା ବେଳେ ଏବେବି ଆହୁରି ବହୁ ଲୋକ ଜଳବନ୍ଦୀ ଅବସ୍ଥାରେ ଥାଇ ସାହାଯ୍ୟକୁ ଅନାଇ ରହିଛନ୍ତି।
ସେନା ବାହିନୀର ୧୬ଟି ଟିମ୍, ନୈସେନାର ୨୮ଟି ଟିମ୍ ଓ ଏନ୍ଡିଆର୍ଏଫ୍ର ୩୯ଟି ଟିମ୍ ଏବେ ବନ୍ୟାକ୍ଲୀଷ୍ଟ କେରଳରେ ଦିନରାତି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି। ତେବେ, କେରଳରେ ଲାଗି ରହିଥିବା ଲଗାଣ ବର୍ଷା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଘୋର ବାଧା ପହଞ୍ଚାଇଛି। କୋଷ୍ଟ ଗାର୍ଡ ମଧ୍ୟ ରାଜ୍ୟର ଉଦ୍ଧାର ରିଲିଫ୍ କାର୍ଯ୍ୟରେ ନିଜକୁ ସାମିଲ କରିଛି। କେରଳର ଏ ଦୁର୍ଗତି ସମୟରେ କେରଳକୁ ଦେଶର ସବୁଆଡ଼ୁ ସାହାଯ୍ୟର ବଢ଼ାଇବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ପି. ଭିଜୟନ୍। | <urn:uuid:b51b9ea3-264a-4a31-9860-20342dd1387b> | CC-MAIN-2019-04 | http://sambad.in/india-and-beyond/death-toll-in-kerala-floods-rises-to-324-more-heavy-rains-in-store-196163/ | 2019-01-16T01:47:14Z | s3://commoncrawl/crawl-data/CC-MAIN-2019-04/segments/1547583656577.40/warc/CC-MAIN-20190116011131-20190116033131-00345.warc.gz | ory | 0.999957 | Orya | 4 | {"ory_Orya_score": 0.9999567270278931} |
ଓଡ଼ିଆ ଲିପିର ଆଧୁନିକ ଜ୍ଞାନ କୌଶଳ ଭିତରକୁ ପ୍ରବେଶ ନୁହେଁ ସମ୍ପୁର୍ଣ୍ଣ ଓଡ଼ିଆଙ୍କ ଉନ୍ନତ୍ତ ଜ୍ଞାନକୌଶଳକୁ ବଞ୍ଚାଇ ରଖିବା ପ୍ରୋତ୍ସାହିତ ଓ ପରିବେଶଣ କରିବା
ସୁନାଲାଖି ବୋହୁପରି ଜହ୍ନ ଯେବେ ଆକାଶେ ଉଇଁଲା ଜୋଛନାର ନୀଳତରଙ୍ଗରେ ପୁଚିଖେଳ ସଂଗୀତର ଆସର ବସିଲା କାଶତଣ୍ଡି ବୁଦା ଉହାଡ଼ରୁ "ଶରତ" ଯେ ଉହୁଙ୍କି ଚାହିଁଲା ।।୩।।
ଯିବା ଆସିବାର ରଫ୍ ଖାତାରେ ଲେଖାଥିବା ହିସାବତଳେ ନାଲିଗାର ପଡ଼ିଥିବା ଦିନଗୁଡ଼ିକ ହିଁ ମୋର ସ୍ମୃତି ସଂକୁଳ ନଈଘାଟ ।
ମୋ ପରି ଭିଖାରୁଣୀର ସାଧ୍ୟ କାଇଁ ଚୁଡ଼ି, ହାର କି ମଥାମଣିରେ ଖଞ୍ଜିବ !
ଉର୍ମିଳାଙ୍କ ଭକ୍ତି ସମର୍ପଣ ଉତ୍ସର୍ଗୀକୃତ ଶରଣାଗତ ଭାବକୁ ରାମାୟଣରେ ପ୍ରମୁଖ ସ୍ଥାନ ଦିଆଯାଇନାହିଁ । ସେ ଥିଲେ ସତ୍ୟ, ଧର୍ମ ଓ ତ୍ୟାଗର ମୁର୍ତ୍ତିମନ୍ତ ରୂପ ।
ତୁମେ ଗଲାପରେ ଭଲ ଲାଗେନାହିଁ କାହାରି ପଦଟେ କଥା, ମନର ମଇନା ଖୋଜୁଥାଏ ସଦା ତୁମରି ସ୍ନେହ ମମତା ।
ବତୀଘର ଏବେବି କହେ ସେ ଦିନର କଥା ସେ କାନ୍ଦିଥିଲା ବହୁତ କାନ୍ଦିଥିଲା ତା' ସହ କିନ୍ତୁ ସମୁଦ୍ର, ଆକାଶ, ଜହର୍କି କେହି କାନ୍ଦିଲେନି ।
ସହସ୍ର ସ୍ୱପ୍ନର ମହଲଡ଼େଇଁ କେବେ ପହଞ୍ଚିଲେ ଖୋଲା ବହିଟେ ପରି ଢଳଢଳ ହେଉଥାଏ ଆୟତ ନୟନ, ପୃଷ୍ଠା ପରେ ପୃଷ୍ଠା ପଢ଼ିହୁଏ ନିଶ୍ୱାସରେ ବହୁଦୂରେ ମାୟାର ଅଞ୍ଜନ ।
ଧେତ୍, କେଉଁଠି ଥିଲା କେଜାଣି, ମୋରି ପାଖରେ ଝୁଣ୍ଟିଲା ତ ଝୁଣ୍ଟିଲା ପୁଣି ମୋତେ ଧରିପକାଇଲା । ଏକ ଶୁଭ କାମରେ ବାହାରିଥିଲି ଅଥଚ ଆଇରନ୍ ଦିଆା ସାର୍ଟ୍, ପ୍ୟାଣ୍ଟ୍ରେ...
କିଏ ସେ ଦେଇଛି ଆକାଶରେ ରବି ତାରକା ଫୁଲର ରାତି, କାହାପାଇଁ ଏହି ମଣିଷ ଜାତି କର୍ମରେ ଯାଏ ମାତି ।୨। | <urn:uuid:cebf4a81-d225-4a09-b8a7-2b2d5e3d1ba6> | CC-MAIN-2019-04 | http://www.ameodia.com/2009/12/page/2/ | 2019-01-17T05:08:48Z | s3://commoncrawl/crawl-data/CC-MAIN-2019-04/segments/1547583658702.9/warc/CC-MAIN-20190117041621-20190117063621-00025.warc.gz | ory | 0.99997 | Orya | 8 | {"ory_Orya_score": 0.9999700784683228} |
ବାରଶତ ସିଂହର ବୁଦ୍ଦୁ ତା'ର ବାରଶତ ସୂର୍ଯ୍ୟର ତା'ର ଶୌର୍ଯ୍ୟ, ବାରଶତ କୋଣାର୍କର ଧର୍ମପଦ ସେ, ବାର ବରଷର ବାଜି ରାଉତ ।
ପାନ ବିଷୟରେ ବର୍ଣ୍ଣନା କରିବା ମୋ ପକ୍ଷରେ ଧୃଷ୍ଟତା ମଧ୍ୟ । ସ୍ତ୍ରୀ ରୋଗ ଠାରୁ ଆରମ୍ଭ କରି ପୁରୁଷ ରୋଗ ପର୍ଯ୍ୟନ୍ତ ପାନର ଉପାଦେୟତା ଉପଲବ୍ଧି କରାଯାଇପାରେ ।
ଭିଜା ମାଟିର ବାସ୍ନାରେ ପାଣି ପାଣିରେ ସବୁକିଛି ଭିଜିଗଲା ପରେ ବି ଭିଜେନା ତା'ର ଦେହ ।
ଉଡ଼ିବୁଲୁଥାନ୍ତି ଧଳାପକ୍ଷୀମାନେ ତା'ର ଚାରିପଟେ ଧାଇଯାଆନ୍ତି ଛୋଟମାଛମାନେ ପାଦ ଯାଏ ତା'ର
ସ୍ୱାମି କୁ ଦେଖେଇ କହିଲା ଆମ ଗାଁ ସୁର ଦାଦାଙ୍କ ପୁଅ ତୁମକୁ କହିଥିଲିନା ୟାଙ୍କ ବିଷୟ ରେ ଆଉ ମତେ ପରିଚୟ କରେଇଲା - ଏ ମୋର ସ୍ୱାମି...
ମୁଁ ବୁଝିପାରୁ ନ ଥିଲି ଯେ ମୁଁ ଠାକୁରଙ୍କୁ ଧନ୍ୟବାଦ ଦେବି ନା କୋଷିବି !
ନେତା ଜଣଙ୍କ ମାଂସ ଖାଉ ଖାଉ ରଶିମ ମିଆଁ କୁ ଖୁବ ଭଲ ମାଂସ, ପୁରା କଅଁଳିଆ ମାଂସ, ବହୁତ ଟେଷ୍ଟି ଅଛି, ଭଲ ଦେଇଛି ବୋଲି ତାରିଫ କରୁଥିଲେ...
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି, ଦେଖୁଥିଲି ମୋ କିଶୋର ଜୀବନ କୁ, ଯେଉଁଠି ଥିଲା ମୋ ସ୍କୁଲ ଡ୍ରେସ, ସାରଙ୍କ ଛାଟ, ରିମଝିମ ବର୍ଷାର ମଜା ଆଉ ସାଙ୍ଗ...
ଚାରି କାନ୍ଧୁ ମଡ଼ା ଡାକେ "ରାମ ନାମ ସାର" ହେଲେ ଟୁଙ୍ଗୀ ଘରେ ପାଲଟିଛ ଜିଅନ୍ତା "ମୁର୍ଦ୍ଦାର"
ଦେଖିଲେ କୁକୁର ଜିଭକୁ କାଢ଼ି ଧକୋଉଚି ଖାଲି ଘଡ଼ିକି ଘଡ଼ି ପାଣିରେ ଦେହକୁ ଥୋଇ ଗାଈ ଗୋରୁମାନେ ପାକୁଳି କରନ୍ତି ଗଛର ଛାଇରେ ଶୋଇ । | <urn:uuid:81735afb-fa9b-4d33-858c-d01884ce01e2> | CC-MAIN-2019-04 | http://www.ameodia.com/2017/11/page/4/ | 2019-01-17T04:35:57Z | s3://commoncrawl/crawl-data/CC-MAIN-2019-04/segments/1547583658702.9/warc/CC-MAIN-20190117041621-20190117063621-00025.warc.gz | ory | 0.999962 | Orya | 10 | {"ory_Orya_score": 0.9999618530273438} |
Type key we will fetch book names
ଓଡ଼ିଆ ସାହିତ୍ୟର ବିକାଶ ତଥା ନୂତନ ଲେଖକଲେଖିକା ମାନଙ୍କୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଷ୍ଟୋରିମିରର ସର୍ବଦା କାର୍ଯ୍ୟରତ । ସେହି ମର୍ମରେ ଷ୍ଟୋରିମିରର ଆଉ ଏକ ଉଦ୍ୟମ ହେଉଛି ସୃଷ୍ଟିସୁଧା ସାପ୍ତାହିକ ଇ-ପତ୍ରିକା ।ଏହି ପତ୍ରିକା ସମୂଦାୟ ଛ' ଟି ବିଭାଗକୁ ନେଇ ପୁଷ୍ଟ ।
ଆଶା ଓ ବିଶ୍ବାସ ପାଠକ ମହଲରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିବ ।
ଷ୍ଟୋରିମିରର୍ ପରିବାର | <urn:uuid:a1642c8a-212f-4c56-902d-f75e8c9174d4> | CC-MAIN-2019-04 | https://shop.storymirror.com/srustisudha-5th-issue/p/16se70in5jquloi4b | 2019-01-17T05:31:48Z | s3://commoncrawl/crawl-data/CC-MAIN-2019-04/segments/1547583658702.9/warc/CC-MAIN-20190117041621-20190117063621-00025.warc.gz | ory | 1.000006 | Orya | 127 | {"ory_Orya_score": 1.0000059604644775} |
କନକ ବ୍ୟୁରୋ : ମହାନଦୀ ପାଇଁ ବିଜେଡିର ମହାସମ୍ମିଳନୀ । ମହାସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, କେନ୍ଦ୍ରର ବିଜେପି ସରକାର ଓଡିଶାକୁ ପାଣି ଛାଡିବା ବନ୍ଦ କରିଛନ୍ତି । ଛତିଶଗଡ ପାଣି ଛାଡୁନଥିବାରୁ ମହାନଦୀ ଶୁଖିଲା ପଡିଛି । ରାଜ୍ୟବାସୀଙ୍କୁ ଏକଥା ବୁଝାଇବାକୁ ହେବା ମହାନଦୀ ଅବବାହିକାରେ ବୃକ୍ଷରୋପଣ କରାଯିବ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବସିଥିବା ବୈଠକରେ ମହାନଦୀ ପ୍ରଭାବିତ ୧୫ଟି ଜିଲ୍ଲାର ସମସ୍ତ ଲୋକପ୍ରତିନିଧି ସାମିଲ ହୋଇଥିଲେ ।
ମହାନଦୀ ଉପର ମୁଣ୍ଡରେ ଛତିଶଗଡ ବନ୍ଧ ବାନ୍ଧିବା ଫଳରେ ଏସବୁ ଜିଲ୍ଲାରେ ଜଳ ଶ୍ରୋତ କମିବା ଦ୍ୱାରା କି ପ୍ରଭାବ ପଡିବ ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଜନ ପ୍ରତିନିଧି । ଏହି ଅବସରରେ ମହାନଦୀ ମହାଂସଗ୍ରାମ ପୁସ୍ତକକୁ ଉନ୍ମୋଚନ କରିଥିଲେ ନବୀନ ପଟ୍ଟନାୟକ । ଗାଁ ଗାଁରେ ଏହି ପୁସ୍ତିକା ପଂହଚାଇ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ମହାନଦୀ ମହାସମ୍ମିଳନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ମହାନଦୀ ପ୍ରସଙ୍ଗକୁ ନେଇ ସେ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି ମାଟି ଅପେକ୍ଷା ପାର୍ଟିକୁ ରାଜନେତା ଗୁରୁତ୍ୱଦେବା ଦୁର୍ଭାଗ୍ୟଜନକ । | <urn:uuid:151eb10f-21bf-4654-8b9c-8e57c32867c2> | CC-MAIN-2019-04 | http://kanaknews.com/cm-on-mohanadi/ | 2019-01-19T08:22:52Z | s3://commoncrawl/crawl-data/CC-MAIN-2019-04/segments/1547583662863.53/warc/CC-MAIN-20190119074836-20190119100836-00025.warc.gz | ory | 0.999992 | Orya | 6 | {"ory_Orya_score": 0.9999921321868896} |
ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ! ୧୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର
କନକ ବ୍ୟୁରୋ : ସମଗ୍ର ଓଡ଼ିଶା ଏବେ ସନ୍ତୁଳି ହେଉଛି ଅସହ୍ୟ ତାତି ଓ ଗରମରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାମାନଙ୍କରେ ତାପମାତ୍ରା ୪୦ରୁ ୪୨ ଡିଗ୍ରି ମଧ୍ୟରେ ରହୁଥିବା ବେଳେ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାମାନଙ୍କରେ ତାପମାତ୍ରା ୪୪ ଡିଗ୍ରିରେ ପହଞ୍ଚିଛି । ତେବେ, ଆସନ୍ତା ଶନିବାର ଅପରାହ୍ଣ କିମ୍ବା ରବିବାର ପୂର୍ବାହ୍ନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସରାଦିନ ପ୍ରଚଣ୍ଡ ଖରା ଓ ଗରମରେ ଆଉଟୁପାଉଟୁ ହୋଇ ରାଜ୍ୟବାସୀ ଅପରାହ୍ଣରେ ଟିକିଏ କାଳବୈଶାଖୀ ଜନିତ ବର୍ଷକୁ ଚାତକ ପରି ଚାହିଁ ରହୁଥିଲେ ସୁଦ୍ଧା କାଳବୈଶାଖୀ ଜନିତ ବର୍ଷାର ଚିହ୍ନବର୍ଣ୍ଣ ସୁଦ୍ଧା ଦେଖିବା ପାଇଁ ମିଳୁନାହିଁ ।
ତେବେ, ଏପ୍ରକାର ପରିସ୍ଥିତରେ ଆଜି ଦିନ ୨ଟାରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡ଼ା ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଆଦି ରାଜ୍ୟର ୧୪ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ କୁଆପଥର ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଏହି ସମସ୍ତ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ହୋଇପାରେ ବୋଲି ମଧ୍ୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । | <urn:uuid:4d2d9110-0b92-441d-b7ac-dc054f82f1fc> | CC-MAIN-2019-04 | http://kanaknews.com/weather-chance-of-rain-today/ | 2019-01-19T08:21:27Z | s3://commoncrawl/crawl-data/CC-MAIN-2019-04/segments/1547583662863.53/warc/CC-MAIN-20190119074836-20190119100836-00025.warc.gz | ory | 0.999959 | Orya | 7 | {"ory_Orya_score": 0.9999589920043945} |
କନକ ବ୍ୟୁରୋ : କୁକୁର ମୁଣ୍ଡରେ ପ୍ଲାଷ୍ଟିକ ଜାର୍ । ମାସେ ଧରି ବନ୍ଦ ଜାର୍ ଭିତରେ ଛଟପଟ ହେଲା କୁକୁର । ତେବେ ଭଲ ଖବର ହେଉଛି ବର୍ତ୍ତମାନ କୁକୁର ମୁଣ୍ଡରୁ ଜାର୍ ବାହାର କରାଯାଇଛି । ଆଉ ଏହା ପଛରେ ରହିଛି କେନ୍ଦ୍ରମନ୍ତ୍ରୀ ତଥା ପଶୁପ୍ରେମୀ ମେନକା ଗାନ୍ଧିଙ୍କ ଉଦ୍ୟମ ।
ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିଲା ଭୁବନେଶ୍ୱର କଳିଙ୍ଗ ନଗର ଅଂଚଳର ଏହି ଦୃଶ୍ୟ । ପରେ ଏହି ଘଟଣା ଆସିଥିଲା କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧିଙ୍କ ନଜରକୁ । ସଙ୍ଗେ ସଙ୍ଗେ କୁକୁର ମୁଣ୍ଡରୁ ପ୍ଲାଷ୍ଟିକ ଜାର୍ ବାହାର କରିବାକୁ ଉଦ୍ୟମ କରିଥିଲେ କେନ୍ଦ୍ରମନ୍ତ୍ରୀ । ହେଲେ ମାସେ ହେଲା ଧରାଦେଉନଥିଲା କୁକୁରଟି । ଶେଷରେ ଏକ ପରିତ୍ୟକ୍ତ ଘରୁ କୁକୁରକୁ ଧରାଯାଇ ତା ମୁଣ୍ଡରୁ ପ୍ଲାଷ୍ଟିକ ଜାରକୁ ବାହାର କରାଯାଇଛି ।
ଏପଟେ ଆଜି ସମାନ ଘଟଣା ଦେଖିବାକୁ ମିଳିଥିଲା ଭୁବନେଶ୍ୱର ପଟିଆ ଅଂଚଳରେ । ଏକ ବୁଲା କୁକୁର ମୁଣ୍ଡରେ ଫଶିଯାଇଥିଲା ପ୍ଲାଷ୍ଟିକ ଜାର୍ । ପରେ ପିପୁଲ ଫର୍ ଆନିମଲ୍ସର ସଦସ୍ୟ କୁକୁର ମୁଣ୍ଡରୁ ଜାର୍ ବାହାର କରିଛନ୍ତି । | <urn:uuid:6372d612-2777-4dd7-8f9c-809861531469> | CC-MAIN-2019-04 | http://kanaknews.com/menaka-gandhi-on-dog/ | 2019-01-22T12:34:58Z | s3://commoncrawl/crawl-data/CC-MAIN-2019-04/segments/1547583850393.61/warc/CC-MAIN-20190122120040-20190122142040-00345.warc.gz | ory | 0.999997 | Orya | 2 | {"ory_Orya_score": 0.9999974966049194} |
ଭୁୱନେଶ୍ୱର ୯-୧୧ (ଓଡ଼ିଆ ପୁଅ/ପ୍ରିୟ ରଂଜନ ସାହୁ) ହାତ ଥିଲେ ସିନା ଶଂଖ ଫୁଙ୍ଖିବ। ଏହି ମର୍ମରେ ନିଜ ରାଜନୈତିକ ଅଭିସନ୍ଧିକୁ ପୂରଣ କରିବାକୁ ଯାଉଛନ୍ତି ବିଜେଡ଼ି ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ବିଜେଡ଼ି ସାଂସଦ ବନିଥିଲେ ସୁଦ୍ଧା ନିଜ ଶରୀରରେ ପ୍ରବାହୀତ ହେଉଥିବା କଂଗ୍ରେସ ମୋହକୁ ପାଶୋରୀ ପାରିନାହାଁନ୍ତି ସୌମ୍ୟରଞ୍ଜନ। ଏକ ବଡ଼ ମିଡ଼ଆ ହାଉସ୍ କୁ ଆଧାର କରି ବିଡେଡ଼ିର ରାଜ୍ୟ ସଭା ସାଂସଦ ହାତେଇ ନେଇଥିଲେ ସୁଦ୍ଧା ସୌମ୍ୟଙ୍କ ଶରୀରରେ ଏବେବି କଂଗ୍ରେସ ରକ୍ତ ପ୍ରବାହୀତ ହେଉଛି ବୋଲି ସ୍ପଷ୍ଟ ଅନୁମେୟ। ବାରମ୍ବାର ରାଜନୀତିରେ ବିଫଳତାର ସ୍ୱାଦ ଚାଖିଥିବା ସୌମ୍ୟ ପଟ୍ଟନାୟକ ବାଧ୍ୟ ବାଧକତାରେ ବିଜେଡ଼ିରେ ଯୋଗ ଦେଇଥିଲେ ମଧ୍ୟ ନିଜର ପାରିବାରିକ ଦଳର ମୋହ ତ୍ୟାଗ କରିପାରୁନାହାଁନ୍ତି। ବିଶେଷ କରି ତାଙ୍କ ଭାଇ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଦାୟୀତ୍ତ୍ୱ ଗ୍ରହଣ କରିବା ପରେ ସୌମ୍ୟ ପୁରା ଦମରେ ଲାଗିପଡ଼ିଛନ୍ତି କଂଗ୍ରେସକୁ କ୍ଷମତା କରିଡୋର ଭିତରକୁ ଆଣିବା ପାଇଁ। ରାଜ୍ୟର ସବୁଠାରୁ ଚର୍ଚ୍ଚିତ ପରିବାର ପଟ୍ଟନାୟକ ପରିବାରର ମୁଖ୍ୟ କର୍ଣ୍ଣଧାର ହେଲେ ନିରଞ୍ଜନ ପଟ୍ଟନାୟକ। ପଟ୍ଟନାୟକ ପରିବାରର ସାମାଜିକ ଏବଂ ଆର୍ଥିକ ମେରୁଦଣ୍ଡ ନିରଞ୍ଜନଙ୍କ ହାତରେ। ତେଣୁ ଆସନ୍ତା ନିର୍ବାଚନରେ ନିରଞ୍ଜନ କିପରି ଏକ ନିର୍ଣ୍ଣାୟକ ଭୂମିକା ତୁଲାଇ ପାରିବେ ସେଥିପାଇଁ ଅଣ୍ଟାଭିଡ଼ିଛନ୍ତି ସୌମ୍ୟରଞ୍ଜନ।
ସୌମ୍ୟ ଯେଉଁ ସମୟରେ ବିଜେଡ଼ିରେ ଯୋଗଦେଲେ, ସେହି ସମୟରେ ନିରଞ୍ଜନଙ୍କର ରାଜନୈତିକ ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ ଥିଲା। ବିଜେଡ଼ିରେ ଯୋଗ ଦେବା ଦିନ କନିଷ୍ଠ ଭ୍ରାତା ହିସାବରେ ନିରଞ୍ଜନଙ୍କ ଆଶୀର୍ବାଦ ନେଇଥିଲେ ସୌମ୍ୟରଞ୍ଜନ। ଏହା ପରେ କଂଗ୍ରେସ ରାଜନୀତିରେ ପରିବର୍ତ୍ତନ ଆସିଥିଲା ଏବଂ ନିରଞ୍ଜନ କଂଗ୍ରେସର ମଙ୍ଗ ଧରିଥିଲେ। ଏହା ପରଠାରୁ ସୌମ୍ୟରଞ୍ଜନଙ୍କର ରାଜନତିକ ଗତିବିଧିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଲକ୍ଷ କରାଯାଉଛି। ରାଜ୍ୟରେ ଶାସିତ ବିଜେଡ଼ି ସରକାର ଯେଉଁ ଆଶା ଓ ଆକାଂକ୍ଷା ନେଇ ସୌମ୍ୟ ରଞ୍ଜନଙ୍କୁ ଦଳରେ ସାମିଲ କରିଥିଲା ସେଥିରେ ଏବେ ଭଟ୍ଟା ପଡ଼ିବାକୁ ବସିଲାଣି। ସୌମ୍ୟଙ୍କର ମିଡ଼ିଆ ହାଉସ୍ ବିଡେଡ଼ି ସରକାରକୁ ବିଭିନ୍ନ କ୍ଷେତ୍ରରେ ସମର୍ଥନ ଦେବା ପରିବର୍ତ୍ତେ ଅତି ଚତୁରତାର ସହିତ ସମାଲୋଚନା କରିବାକୁ ପଛାଉନାହିଁ। କିନ୍ତୁ ବିନା ବିଧାରେ ନିରଞ୍ଜନ ଏବଂ କଗ୍ରେସ ଦଳକୁ ଉତ୍ସାହିତ କରିବାରେ ଲାଗିପଡ଼ିଛି।
ସୌମ୍ୟରଞ୍ଜନଙ୍କର ରାଜନୈତିକ ଖେଳ କେବଳ ନିଜ ମିଡ଼ିଆ ହାଉସ୍ ମାଧ୍ୟମରେ ସୀମିତ ହୋଇ ରହିନାହିଁ। ବିଭିନ୍ନ ସଭା ସମିତିରେ ମଧ୍ୟ ବିଜେଡ଼ି ସରକାର ବିରୁଦ୍ଧରେ ଅତି ଚତୁରତାର ସହିତ ପଦେ ଦି ପଦ କହିବାକୁ ସେ ପଛାଉ ନାହାଁନ୍ତି। ସୌମ୍ୟରଞ୍ଜନଙ୍କ ଏହି ହରକତ ସକାଶେ ବିଜେଡ଼ି ତୃତୀୟ ମହଲାର ଏବେ ମୁଣ୍ଡ ବ୍ୟଥା ବଢ଼ିଯାଇଛି। ନିକଟରେ ନବନିର୍ମାଣ କୃଷକ ମଞ୍ଚ ତରଫରୁ ଓଡ଼ିଶା ଚାଲ ଡାକରାକୁ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ପୂର୍ବରୁ ଏହି କୃଷକ ଆନ୍ଦୋଳନର ନେତୃତ୍ତ୍ୱ ନେଉଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଜେଡ଼ି ସାଂସଦ ହେବା ପରେ ଜନମାନସରେ ଏକ ସ୍ପଷ୍ଟ ଚିତ୍ର ପରିଲକ୍ଷିତ ହେଲାଯେ, ସୌମ୍ୟ ପଟ୍ଟନାୟକ ଆଉ କୃଷକ ରାଜନୀତିରେ ନାହାଁନ୍ତି। ବିଜେଡ଼ି ସରକାର ମଧ୍ୟ ସୌମ୍ୟଙ୍କୁ ହାତେଇବାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା ନବ ନିର୍ମାଣ କୃଷକ ସଂଗଠନକୁ ନିଜ ନିୟନ୍ତ୍ରଣକୁ ନେବା। ମାତ୍ର ପରବର୍ତ୍ତି ପର୍ଯ୍ୟାୟରେ ଏହା ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ବିଡେଡ଼ି ସରକାର ଜାଣିପାରିଥିଲା। କୃଷକ ରାଲି ଭୁବନେଶ୍ୱର ପହଁଚିବାର ପୂର୍ବଦିନ ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ନିରଞ୍ଜନ ପଟ୍ଟନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ନବ ନିର୍ମାଣ କୃଷକ ମଞ୍ଚର ଆବାହକ ଅକ୍ଷୟ କୁମାର ଏକତ୍ର ବସି ଗୁପ୍ତ ମନ୍ତ୍ରଣା କରୁଥିବାର ତଥ୍ୟ ରାଜ୍ୟ ଗୋଇନ୍ଦା ବିଭାଗ ତୃତୀୟ ମହଲାକୁ ଅବଗତ କରାଇଥିଲା। ଏହା ଜାଣିବା ପରେ ପାୱାର କରିଡ଼ୋର କୁହାଯାଉଥିବା ତୃତୀୟ ମହଲାର ଅକଲ ଗୁଡ଼ୁମ୍। ସୌମ୍ୟଙ୍କୁ କିପରି ନିୟନ୍ତ୍ରଣ କରିବେ ଏବଂ ତାଙ୍କର ଏହି ଅବୈଧିକ ରାଜନୈତିକ ସମୀକରଣକୁ କିପରି ରୋକ ଲଗାଇବେ ସେଥିପାଇଁ ଏକ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି ସଚିବାଳୟର ତୃତୀୟ ମହଲା। | <urn:uuid:a89a5d3c-a78b-40cc-b7ca-de84f8000ea2> | CC-MAIN-2019-04 | http://odiapua.com/%E0%AC%B8%E0%AC%BE%E0%AC%82%E0%AC%B8%E0%AC%A6-%E0%AC%AC%E0%AC%BF%E0%AC%9C%E0%AD%87%E0%AD%9C%E0%AC%BF-%E0%AC%95%E0%AC%BE%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F-%E0%AC%B6%E0%AD%88%E0%AC%B3/ | 2019-01-16T17:55:04Z | s3://commoncrawl/crawl-data/CC-MAIN-2019-04/segments/1547583657557.2/warc/CC-MAIN-20190116175238-20190116201238-00227.warc.gz | ory | 0.999968 | Orya | 3 | {"ory_Orya_score": 0.9999675750732422} |
ସୁବର୍ଣ୍ଣପୁର (ଆପ୍ର): ହତ୍ୟା ଅଭିଯୋଗରେ ମା' ସହ ଏକ ଦେଢ଼ବର୍ଷର କୋମଳ ଶିଶୁ ଜେଲ୍ ଦଣ୍ଡ ଭୋଗୁଥିବା ନେଇ ଅଭିଯୋଗ ହୋଇଛି । ତେବେ ମା'ଠାରୁ କ୍ଷୀର ଖାଉଥିବା ବେଳେ ଶିଶୁ ମା' ସହ ରହିବା ଆଇନ୍ ସମ୍ମତ ବୋଲି କିଛି ମତ ଦେଇଥିବା ବେଳେ ଶିଶୁର ଭବିଷ୍ୟତକୁ ନେଇ ତାକୁ ନ୍ୟାୟ ପ୍ରଦାନ ପାଇଁ ବରିଷ୍ଠ ମହଲରେ ଦାବି ହୋଇଛି । ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଲ ଗ୍ରାମରେ ଚାରିଦିନ ପୂର୍ବେ ଗ୍ରାମର ଏକ ପରିବାରର ୩ଜଣଙ୍କୁ ହତ୍ୟା ଅଭିଯୋଗରେ ପୁଲିସ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଗ୍ରାମର ନିଳମଣୀ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଦୁଃଖୀ ପ୍ରଧାନଙ୍କ ସହିତ ଅନ୍ୟ ୩ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ପରିପ୍ରେକ୍ଷୀରେ ଦୁଃଖୀ ତାଙ୍କ ସହ ଦେଢ଼ ବର୍ଷର ଶିଶୁକୁ ନେଇ ଜେଲ୍ ଯାଇଛନ୍ତି । ତେଣୁ ଶିଶୁଟିର ଭବିଷ୍ୟତ ବିଗିଡ଼ିଯିବାର ଆଶଙ୍କାରେ ବରିଷ୍ଠ ମହଲରେ ନ୍ୟାୟ ପ୍ରଦାନ ପାଇଁ ଦାବି ହେଉଛି । ଏନେଇ ଶିଶୁ ସୁରକ୍ଷା ଆୟୋଗର ରାଜ୍ୟ ପରାମର୍ଶଦାତା ଘାସିରାମ ପଣ୍ଡାଙ୍କ କହିବାନୁସାରେ ଛୋଟ ଶିଶୁ କୌଣସି ପରିସ୍ଥିତିରେ ମଧ୍ୟ ଜେଲ ଯିବାର ବ୍ୟବସ୍ଥା ନାହିଁ । ଏଥିପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିଜେ ଜେଲକୁ ଯାଇ ସେଠାରେ ସମ୍ପୃକ୍ତ ଶିଶୁର ମା'ଙ୍କୁ କାଉନସିଲିଂ କରି ଶିଶୁକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପାଖରେ ଦାଖଲ କରିବାପରେ କମିଟିର ନିଦେ୍ର୍ଦଶ ଅନୁସାରେ କୌଣସି ଶିଶୁଯନô ୟୁନିଟ୍ରେ ରଖିବା ବ୍ୟବସ୍ଥା କରିବା ଉଚିତ ବୋଲି ସେ କହିଥିଲେ । ସେହିଭଳି ବୀରମହାରାଜପୁର ଉପଖଣ୍ଡ ପୁଲିସ ଅଧିକାରୀ ପ୍ରସନ୍ନ ବିଶ୍ୱାଳଙ୍କ କହିବାନୁସାରେ ଯେହେତୁ ଶିଶୁର ମା' ଏକ ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ତେଣୁ ତାର ମା' ସହିତ ତାହାକୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି । ଅଦାଲତ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ଫଳରେ ଉଭୟ ମା' ଓ ଶିଶୁକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସଙ୍କ କହିବାନୁସାରେ ପ୍ରତ୍ୟେକ ଶିଶୁ ନିଜ ମା' ପାଖରେ ୫ବର୍ଷ ପର୍ଯ୍ୟନ୍ତ ରହି ପାରିବ । କିନ୍ତୁ କୌଣସି ପରିସ୍ଥିତିରେ ମଧ୍ୟ ମା' ସହିତ ଜେଲରେ ରହି ପାରିବ ନାହିଁ । ତେଣୁ ଏ କ୍ଷେତ୍ରରେ ଯେହେତୁ ମା' ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥାଇ ଜେଲ ଯାଇଛନ୍ତି ତେଣୁ ଜେଲକୁ ଯାଇ ସେମାନଙ୍କୁ କାଉନସିଲିଂ କରାଯାଇ ମା'ଠାରୁ ଶିଶୁକୁ ଅଲଗା ରଖିବାର ବ୍ୟବସ୍ଥା ରହିଥିବା ସେ କହିଛନ୍ତି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମିଶ୍ରଙ୍କୁ ପଚାରିବାରେ ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଅଦାଲତଙ୍କ ସହିତ ପରାମର୍ଶ କରି ଜେଲ ପରିଦର୍ଶନ ପରେ ଅଦାଲତଙ୍କ ନିଦେ୍ର୍ଦଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ରାଜ୍ୟ ମାନବାଧିକାର କର୍ମୀ ଚନ୍ଦ୍ରନାଥ ଦାନୀଙ୍କ କହିବାନୁସାରେ ମା'କ୍ଷୀର ପିଉଥିବା ଶିଶୁ ଜେଲ ଯିବା ଆଇନରେ ବ୍ୟବସ୍ଥା ରହିଛି । ଏହା ମାନବାଧିକାର ଉଲ୍ଲଙ୍ଘନ ନୁହେଁ । ତଥାପି ଅନେକ କ୍ଷେତ୍ରରେ ଶିଶୁ ଅଧିକାର କ୍ଷୂର୍ଣ୍ଣ ନହେବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ ଆଦି ବିଭାଗ ଜେଲ ପରିଦର୍ଶନ କରି ସମ୍ପୃକ୍ତ ମା'ଙ୍କ ସହ ପରାମର୍ଶ କରି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି । ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ସଦସ୍ୟ ବରୁଣ ମହାନ୍ତିଙ୍କ କହିବାନୁସାରେ ଏପରି ଘଟଣା ପୂର୍ବରୁ ଅନେକ ଥର ଜିଲ୍ଲାରେ ଘଟିଛି । ଏପରିକି ଏଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତ ମହିଳାମାନେ ନିଜର କ୍ଷୀର ପାନ କରୁଥିବା ଛୋଟ ଛୋଟ ଶିଶୁଙ୍କୁ ଧରି ଜେଲ ଯାଇଛନ୍ତି । ତେଣୁ ମା'କ୍ଷୀର ପିଉଥିବା ଶିଶୁ ମା' ସହିତ ଜେଲ ଯିବା ଆଇନରେ ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ।
ହତ୍ୟା ଅଭିଯୁକ୍ତ ମା' ସହିତ ଦେଢ଼ ବର୍ଷର ପିଲା ଜେଲ୍ରେ
Oct 04, 2017, 19:05 pm129 | <urn:uuid:586aafb7-c613-48c8-9056-9c44fb89b24e> | CC-MAIN-2019-04 | http://sarbasadharana.com/?p=43474 | 2019-01-16T18:56:06Z | s3://commoncrawl/crawl-data/CC-MAIN-2019-04/segments/1547583657557.2/warc/CC-MAIN-20190116175238-20190116201238-00227.warc.gz | ory | 0.999998 | Orya | 4 | {"ory_Orya_score": 0.9999982118606567} |
(ବହୁ ବିଭାଗରେ ଅବ୍ୟବସ୍ଥାକୁ ନେଇ ଜନ ପ୍ରତିନିଧିଙ୍କ ଅସନ୍ତୋଷ)
ଖଇରା, ୬/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ପଞ୍ଚାୟତ ସମିତିର ୪ର୍ଥ ଅଧିବେଶନ ବ୍ଲକ ପରିସରରେ ଥିବା ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ଏଥିରେ ସଭାପତିତ୍ୱ କରିଥିଲେ। ପାନୀୟ ଜଳ, କୃଷି, ଉଦ୍ୟାନ, ଓଡିଶା ଜୀବିକା ମିଶନ, ମହିଳା ଶିଶୁ ସୁରକ୍ଷା, ସାଧାରଣ ବଣ୍ଟନ ବ୍ୟବସ୍ଥା, ଏମ୍ଜିଏନଆରଇଜିଏସ୍ ଉପରେ ଗୃହରେ ଆଲୋଚନା ବେଶ ସରଗରମ ହୋଇଥିଲା। ବିଶେଷ କରି ଗ୍ରାମ୍ୟ ପାନୀୟ ଜଳ ଓ କୃଷି ବିଭାଗ କାର୍ଯ୍ୟକୁ ଲୋକ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିବା ସହ ଗୃହରେ ଦୀର୍ଘ ସମୟଧରି ଆଲୋଚନା ହୋଇଥିଲା। ଏଥିରେ ଉଦ୍ବେଗ ପ୍ରକାଶ ପାଇଥିଲା। ପାନୀୟ ଜଳ ପ୍ରସଙ୍ଗରେ ବହୁ ଲୋକ ପ୍ରତିନିଧି ବ୍ୟବହୃତ ହେଉଥିବା ପାଇପ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ କରିଥିଲେ। ଖଇରା ବ୍ଳକରେ ମୋଟ ୩୭ଟି ନଳକୂପ ଖରାପ ହୋଇଥିବାର ଅଭିଯୋଗ ଆସିବା ପରେ ତାକୁ ସଜଡା ଯାଇଥିବାର ସହକାରୀ ଯନ୍ତ୍ରୀ ରୌପ୍ୟରଞ୍ଜନ ବେହେରା ଉତ୍ତର ରଖିଥିଲେ। ତେବେ ହରିପୁର ପଞ୍ଚାୟତ ଓ ଅମରିଆଅଗ୍ନିପୁର ପଞ୍ଚାୟତରେ ଖରାପ ହୋଇ ପଡିଥିବା ନଳକୂପ ଗୁଡିକ ମରାମତି ହେଉନଥିବା ନେଇ ସମ୍ପୃକ୍ତ ପଞ୍ଚାୟତର ଲୋକ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ। ଏଥିରେ ଉପସ୍ଥିତଥିବା ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ଚରଣ ସେଠୀ ଅସନ୍ତୋଷ ପ୍ରକାଶ କରିବା ସହ ଯେଭଳି କୌଣସୀ ବ୍ୟକ୍ତି ଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ତାଗିଦ କରିଥିଲେ। କୃଷି ପ୍ରସଙ୍ଗରେ ବ୍ଲକରେ ବିହନ ଆଲୋଚନାରେ ଚଳିତ ବର୍ଷ ବ୍ଲକର ୧୪ଟି ସେବା ସମବାୟ ସମିତି ଓ ୧୦ଟି ଘରୋଇ ଏଜେନ୍ସିକୁ ୩୪୭କୁଇଣ୍ଟାଲ ବିହନ ସବସିଡରେ ଯୋଗାଇ ଦିଆଯାଇଥିଲା। ଆବଶ୍ୟକତାଠାରୁ ବହୁ କମ୍ ବିହନ ଆସିଥିବାର ସହକାରୀ କୃଷି ଅଧିକାରୀ ରବିନ୍ଦ୍ର ପରିଡା ପ୍ରକାଶ କରିଥିଲେ। ବିହନ ବଣ୍ଟନରେ ଅନିୟମିତତା ହୋଇଥିବା ଏବଂ ସରକାରୀ ବିହନ ଗଜା ହେଉନଥିବାନେଇ ବର୍ତ୍ତନା ସମିତି ସଭ୍ୟ ରଘୁନାଥ ପଣ୍ଡା, ବ୍ଲକ ଉପାଧକ୍ଷ ଜୟନ୍ତ କୁମାର ରାଉତ, ଶ୍ୟାମସୁନ୍ଦର ପୁର ସରପଞ୍ଚ ପ୍ରମୁଖ ଅଭିଯୋଗ କରିଥିଲେ। ତୁରନ୍ତ ଚାଷୀଙ୍କୁ ବିହନ ଯୋଗାଇ ଦେବାକୁ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ଓଡିଶା ଜୀବିକା ମିଶନରେ ହରିପୁର ପଞ୍ଚାୟତରେ ଏମବିକେ ନିଯୁକ୍ତିରେ ଲାଞ୍ଚ କାରବାର ହୋଇଥିବା ନେଇ ସମିତି ସଭ୍ୟା ଚମ୍ପାବତୀ ପଣ୍ଡା ଆରୋପ କରିଥିଲେ। ମହିଳା ଓ ଶିଶୁ ସୁରକ୍ଷା ଆଲୋଚନା ଆରମ୍ଭରେ ବ୍ଲକକୁ ମୋଟ ୧୮୪ଟି ନୂତନ ଅଙ୍ଗନୱାଡି ଗୃହ ମିଳିଥିବା ବେଳେ ଏଥରୁ ମାତ୍ର ୧୧୩ଟି କାର୍ଯ୍ୟକ୍ଷମ ଥିବା ନେଇ ସିଡିପିଓ ନର୍ମଦା ଦେଓ ପ୍ରକାଶ କରିଥିଲେ। ବହୁ କେନ୍ଦ୍ର ଅଙ୍ଗନୱାଡି କର୍ମୀଙ୍କ ନିଜ ଘରେ ଚାଲୁଥିବା ଓ ଯନ୍ତ୍ରୀଙ୍କ ଅସହଯୋଗ ଯୋଗୁଁ ଅନେକଘର ଆରମ୍ଭ ହୋଇ ପାରୁନଥିବା ନେଇ ଝିଙ୍କିରିଆ ସମିତି ସଭ୍ୟ କୈଳାସ ମାଝୀଙ୍କ ସମେତ ଅନେକ ଲୋକପ୍ରତିନିଧି ଅଭିଯୋଗ କରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ପାତର ଅନ୍ତର ନିତି କରାଯାଉଥିବା ନେଇ ଆପତ୍ତି ଉଠିଥିଲା। ଉକ୍ତ ବୈଠକରେ ବିଡିଓ ମହେଶ ଚୌଧୁରୀ, ସହକାରୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ଟୁଡୁ, ତହସିଲଦାର ପ୍ରଦୀପ କୁମାର ସାହୁ, ଜିଲା ପରିଷଦ ସଭ୍ୟା ଜୟନ୍ତୀ ମହଲା ଓ ସୁଷମା ମହାପାତ୍ର, ଜିପିଓ ମାୟାଧର ମଲ୍ଲିକ, ଏମ୍ପି ପ୍ରତିନିଧି ରାଜେନ୍ଦ୍ର ଦାସଙ୍କ ସମେତ ୩୭ଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ। ଏଠାରେ ପ୍ରକାଶ ଥାଉକି ଗଣମାଧ୍ୟମରେ ପ୍ରସାର ଓ ପ୍ରଚାର ଦୀର୍ଘ ୭ ମାସପରେ ୪ର୍ଥ ବୈଠକ ବସିଲା ସତ କିନ୍ତୁ ବଡ ଦୁଃଖର ବିଷୟ ଆଜିର ବୈଠକ ପାଇଁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପୂବ ର୍ବୈଠକ ପରି ଆଗୁଆ କୌଣସି ସୂଚନା ପ୍ରଦାନ ନ କରିବା, ବିଶେଷ ସୁତ୍ରରୁ ଖବରପାଇ ଗଣମାଧ୍ୟର ପ୍ରତିନିଧିମାନେ ପହଂଚିଲାପରେ ମଧ୍ୟ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା। କାଳେ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଲେ ସମସ୍ତ ଭିତିରି ଗୁମର କଥା ବାହାରେ ପ୍ରକାଶ ହୋଇଯିବ ସେତିପାଇଁ ବିଡିଓଙ୍କ ପରାମର୍ଶକ୍ରମେ ବ୍ଲକ ତରଫରୁ କୌଣସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପତ୍ର ମାଧ୍ୟମରେ କିମ୍ବା ମୌଖିକରେ ମଧ୍ୟ ଡକାଯାଇ ନ ଥିଲା। ବିଡିଓ ମହେଶ ଚୌଧୁରୀ କୌଣସି ଦିନ ସରକାରୀ ବାସଭବନରେ ନ ରହି ଦୈନିକ ଭଡା ସୂତ୍ରରେ ଲାଗିଥିବା ଓଡି ୦୧ଏନ-୪୪୬୬ଗାଡିରେ ବ୍ୟକ୍ତିଗତ ଭାବରେ ଭଦ୍ରକରୁ ଖଇରା ପ୍ରାୟ ୨୦୦କିମି ଯିବାଆସିବା କରୁଛନ୍ତି। ଏହା ସରକାରଙ୍କର କେଉଁ ନିୟମରେ ବ୍ୟକ୍ତିଗତ ଭାବରେ ବ୍ୟବହାର କରିବା ପାଇଁ ଲେଖା ଅଛି। | <urn:uuid:3ba39962-72c4-40c3-80ac-7216dde5cc22> | CC-MAIN-2019-04 | http://odiapua.com/%E0%AC%B9%E0%AD%8B-%E0%AC%B9%E0%AC%BE%E0%AC%B2%E0%AD%8D%E0%AC%B2%E0%AC%BE%E0%AC%B0%E0%AD%87-%E0%AC%B8%E0%AC%B0%E0%AC%BF%E0%AC%B2%E0%AC%BE-%E0%AC%AA%E0%AC%9A%E0%AC%BE%E0%AC%82%E0%AD%9F%E0%AC%A4/ | 2019-01-21T01:54:28Z | s3://commoncrawl/crawl-data/CC-MAIN-2019-04/segments/1547583745010.63/warc/CC-MAIN-20190121005305-20190121031305-00227.warc.gz | ory | 0.99998 | Orya | 4 | {"ory_Orya_score": 0.9999799728393555} |
ବଲାଙ୍ଗିର-ବଲାଙ୍ଗିର ଜିଲ୍ଲା ପାଟଣାଗଡ ପୋଲିସ ୭ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗତ ୪ରୁ ୫ ମାସ ହେଲା ପାଟଣାଗଡର ବିଭିନ୍ନ ଅଂଚଳରେ ଟଙ୍କା ଲୁଟ୍ କରି ଆସୁଥିଲା ଏହି ଗ୍ୟାଙ୍ଗ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଲୁଟେରାଙ୍କୁ ଗିରଫ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା । ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଭୂଜାଲି, ୪ଟି ମୋଟରସାଇକେଲ, ୫ ମୋବାଇଲ୍ ଫୋନ୍ ଏବଂ ୪୦ ହଜାର ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି । | <urn:uuid:c34dd45f-4055-4bd7-93ae-de55667dbe82> | CC-MAIN-2019-04 | http://odishareader.in/2018/09/30/seven-looter-arreted-bolangir/ | 2019-01-21T02:03:30Z | s3://commoncrawl/crawl-data/CC-MAIN-2019-04/segments/1547583745010.63/warc/CC-MAIN-20190121005305-20190121031305-00227.warc.gz | ory | 0.999993 | Orya | 2 | {"ory_Orya_score": 0.9999927282333374} |
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ଯଶବନ୍ତ ସିହ୍ନା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ଯ୍ୟୋଧନ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଦୁଃଶାସନ ବୋଲି କହିଛନ୍ତି। ବରିଷ୍ଠ ନେତା ସିହ୍ନା ସିଧାସଳଖ ମୋଦି ଓ ଶାହଙ୍କୁ ଆକ୍ରମଣ ନ କରି କହିଛନ୍ତି, ଯଦି ଆମେ ଏକାଠି ହୋଇ ନିର୍ବାଚନ ଲଢ଼ିବୁ ତା'ହେଲେ ୨୦୧୯ରେ ମଧ୍ୟ ପୂର୍ବଥର ଭଳି ବିଜୟୀ ହେବୁ।
ଶତ୍ରୁଘ୍ନ ସ୍ନିହା ଓ ଯଶବନ୍ତ ସ୍ନିହା ଲକ୍ଷ୍ନୌରେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ଗୁରୁବାର ପହଞ୍ଚିଛନ୍ତି। ଉଭୟ ନେତା ମୋଦି ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କରିଛନ୍ତି। ନିଜର ସମ୍ବୋଧନରେ ଯଶବନ୍ତ ଇଭିଏମ ଠାରୁ ଆରମ୍ଭ କରି ରାଫେଲ ଚୁକ୍ତି ପର୍ଯ୍ୟନ୍ତ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ଉଭୟ ବିଜେପି ନେତା ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯଶୋବନ୍ତ ସିହ୍ନା କହିଥିଲେ, ଆଜି ଦେଶରେ ଜରୁରୀକାଳୀନ ପରିସ୍ଥିତି ଭଳି ସମୟ ପହଞ୍ଚିଛି। ଏହାକୁ ବୁଝିବାକୁ ପଡ଼ିବ। ଆଜି ଏକାଠି ହୋଇ ଏହାକୁ ମୁକାବିଲା କରିବାର ସମୟ ଆସିଛି। ଦେଶରେ ଗଣତନ୍ତ୍ର ବ୍ୟବସ୍ଥା ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ଯଦି ଆମେ ଉଜାଗର ନ ରହିବା, ତା'ହେଲେ ବହୁ କ୍ଷତି ହେବ। | <urn:uuid:304c886f-a21d-42ea-b7ed-e872017a1935> | CC-MAIN-2019-04 | http://sambad.in/politics/yashwant-sinha-shatrughan-sinha-samajvadi-party-narendra-modi-amit-shah-227834/ | 2019-01-21T02:22:46Z | s3://commoncrawl/crawl-data/CC-MAIN-2019-04/segments/1547583745010.63/warc/CC-MAIN-20190121005305-20190121031305-00227.warc.gz | ory | 0.999987 | Orya | 4 | {"ory_Orya_score": 0.9999871253967285} |
ନିରାକାରପୁର/ଖୋର୍ଧା : ଜଙ୍କିଆ ଥାନା ଅଧୀନ ନରଣଗଡ଼ ଅଞ୍ଚଳର ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ଏକ କମ୍ପ୍ୟୁଟର ତାଲିମ କେନ୍ଦ୍ରର ଜଣେ ଶିକ୍ଷକ ଏପରି କରିଥିବା ନେଇ ଜଙ୍ଗିଆ ଥାନାରେ ସମ୍ପୃକ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏଭଳି ସାଂଘାତିକ ଅଭିଯୋଗ କରାଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରାଯାଇଛି। ଅପରପକ୍ଷେ, ଘଟଣା ପ୍ରଘଟ ପରେ ସଂପୃକ୍ତ ଶିକ୍ଷକ ଜଣକ ଫେରାର୍ ଥିବା ବେଳେ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ଉକ୍ତ ଶିକ୍ଷକଙ୍କ ନାମକୁ ଗୋପନ ରଖାଯାଇଥିବା ପୁଲିସ କହିଛି।
ସୂଚନାନୁଯାୟୀ, ନରଣଗଡ଼ ଅଞ୍ଚଳରେ ରହିଥିବା ଆଇସିସିଟି ନାମକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରକୁ ଜଙ୍ଗିଆ ଥାନା ଅନ୍ତର୍ଗତ ତେନ୍ତୁଳିମୂଳ ଗ୍ରାମର ଜଣେ ଛାତ୍ରୀ କମ୍ପ୍ୟୁଟର ଶିକ୍ଷା ନେବା ପାଇଁ ଯାଉଥିଲେ। ତେବେ ତାଙ୍କର ସରଳତାର ସୁଯୋଗରେ ସଂପୃକ୍ତ କେନ୍ଦ୍ରର ଜନୈକ ଶିକ୍ଷକ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହ ସମ୍ପର୍କ ରଖିଥିଲେ। ଏପରିକି ଅଭିଯୁକ୍ତ ଶିକ୍ଷକ ଜଣକ କୌଶଳ କ୍ରମେ ଛାତ୍ରୀଙ୍କର ଅଶ୍ଳୀଳ ଫଟୋ ଉଠାଇବା ସହ ତାହାକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେଇଥିଲେ। ତେବେ ଏହା ଜଣାପଡ଼ିବା ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କୁ ଏ ବିଷୟରେ ତାଗିଦ କରାଯାଇଥିଲା। ମାତ୍ର ସେ ଓଲଟି ଛାତ୍ରୀଙ୍କ ପରିବାରକୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଅପରପକ୍ଷେ, ଲୋକଲଜ୍ଜା ଏବଂ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଭିଯୋଗର ତଦନ୍ତ ଜାରି ରଖିଥିବା ଥାନା ନିରୀକ୍ଷକ ମୃଣ୍ମୟ ସେନାପତି କହିଛନ୍ତି। | <urn:uuid:b9b73960-ba85-4fb5-9ac7-eff2d76c1b28> | CC-MAIN-2019-04 | http://sambad.in/district/khordha/student-photo-viral-case-fir-against-computer-teacher-153216/ | 2019-01-17T06:52:30Z | s3://commoncrawl/crawl-data/CC-MAIN-2019-04/segments/1547583658844.27/warc/CC-MAIN-20190117062012-20190117084012-00385.warc.gz | ory | 0.999987 | Orya | 5 | {"ory_Orya_score": 0.9999866485595703} |
ବ୍ୟବହୃତ ହେଉଅଛି । ପୁଣି ଅହରହଃ ନୂତନ ଶବ୍ଦମାନଙ୍କର ସୃଷ୍ଟି ମଧ୍ୟ ହେଉଅଛି । ଓଡ଼ିଆ ଭାଷାରେ ରାତ୍ରି, ଛତା, ପର୍ବତ, ଗଛ, ଅସ୍ଥି, ନଗର ପ୍ରଭୃତି ବହୁ ଶବ୍ଦ ସଂସ୍କୃତରୁ ଗୃହୀତ; ଷ୍ଟେସନ, ଜଜ, କିଲଟର, ମିଉନିସିପାଲିଟି ପ୍ରଭୃତି ବହୁତ ଶବ୍ଦ ଇଂରାଜିରୁ ଗୃହୀତ; ଆବାଜ, ଆମଦାନୀ, କାରଖାନା, ଖାନସମା, ଖୋରାକ ପ୍ରଭୃତି ଶବ୍ଦ ଫାରସୀ ଭାଷାରୁ ଗୃହୀତ; ଫତୁର, ଫସଲ, ମଜବୁତ,ମଜୂଦ, ମୁନାଫା ପ୍ରଭୃତି ଶବ୍ଦ ଆରବୀ ଭାଷାରୁ ଗୃହୀତ; ଆତ, ଗାମଲା, ଗୀର୍ଜା, ଚାବି ପ୍ରଭୃତି ଶବ୍ଦ ପୋର୍ଟୁଗୀଜ୍ ଭାଷାରୁ ଗୃହୀତ; ଇସ୍କାପାନ, ରୂଇତନ, ତୁରୁପ୍ ପ୍ରଭୃତି ଶବ୍ଦ ଡଚ୍ ଭାଷାରୁ ଗୃହୀତ ଓ ଅନ୍ୟାନ୍ୟ ଅନେକ ଶବ୍ଦ ହିନ୍ଦୀ, ଉର୍ଦ୍ଦୁ, ବଙ୍ଗଳା, ମରହଟ୍ଟି, ତେଲୁଗୁ ପ୍ରଭୃତି ନାନା ଭାଷାରୁ ସଂଗୃହୀତ ହୋଇଅଛି । ପୁଣି ଅନ୍ତରୀଣ, ଧୂଆଁକଳ, ପିଟୁଣି (punitive ର ଅପଭ୍ରଂଶ) ପ୍ରଭୃତି ନାନା ଶବ୍ଦ ନୂତନ ଭାବରେ ସୃଷ୍ଟ ଓ ବ୍ୟବହୃତ ହୋଇ କ୍ରମଶଃ ଭାଷାରେ ପ୍ରଚଳିତ ହେଉଅଛି । ପ୍ରୟୋଜନ ହେଲେ କେବଳ ଯେ ନୂତନ ଶବ୍ଦର ସୃଷ୍ଟି ହୋଇଥାଏ, ତାହା ନୁହେଁ; ଦୁଇ ତିନିଗୋଟି ପଦର ସମଷ୍ଟିଦ୍ୱାରା ବିଶେଷ ଅର୍ଥ ମଧ୍ୟ ପ୍ରକାଶିତ ହୋଇଥାଏ । 'ସମାଜ'ରେ ବ୍ୟବହୃତ 'ଜାହାଜମେଣ୍ଟ' ଏହିପରି ଗୋଟିଏ ପଦସମଷ୍ଟି । ଯୁଦ୍ଧ କାଳୀନ convoy ଶବ୍ଦର ଅନୁବାଦ କରିବା ନିମନ୍ତେ ଏହି ଶବ୍ଦଟି ଭାଷାରେ ପ୍ରଚଳିତ ହୋଇଅଛି ।
ଶବ୍ଦମାନଙ୍କର ଶ୍ରେଣୀବିଭାଗ ଓ ଆଲୋଚନା - ଭାଷାରେ ପ୍ରଚଳିତ ଶବ୍ଦମାନଙ୍କୁ ମୁଖ୍ୟତଃ ନାନା ଭାଗରେ ବିଭକ୍ତ କରାଯାଇ ପାରେ । କେତେଗୁଡ଼ିଏ ଶବ୍ଦ କେବଳ ଧ୍ୱନ୍ୟନୁକରଣ, ଅନ୍ୟ ଅଧିକାଂଶ ଶବ୍ଦ ବର୍ତ୍ତମାନ କେବଳ ସାଙ୍କେତିକ ଅର୍ଥାତ୍ ପୂର୍ବେ ଏହି ଶବ୍ଦମାନଙ୍କ ମଧ୍ୟରୁ କେତେକଙ୍କ ମୂଳରେ ଧ୍ୱନ୍ୟନୁକରଣ ଥିଲେହେଁ ବର୍ତ୍ତମାନ ସେଗୁଡ଼ିକ କେବଳ ବିଶିଷ୍ଟ ଅର୍ଥ ପ୍ରକାଶ କରିବା ନିମନ୍ତେ ବ୍ୟବହୃତ ହେଉଅଛନ୍ତି ଓ ସେମାନଙ୍କର ଅର୍ଥ ମଧ୍ୟ ନାନା ପ୍ରକରେ ବିପର୍ଯ୍ୟସ୍ତ ହୋଇଅଛି । କେତେଗୁଡ଼ିଏ ଶବ୍ଦ ଅନ୍ୟ ଭାଷାରୁ ଗୃହୀତ, ଅନ୍ୟ କେତେକ ଶବ୍ଦ ଦେଶରେ ବହୁକାଳରୁ ପ୍ରଚଳିତ ଅଥବା ନୂତନ ହୋଇ ସୃଷ୍ଟ । ଯେଉଁ ଶବ୍ଦଗୁଡ଼ିକ ଅପର ଭାଷାରୁ ଗୃହୀତ, ସେମାନଙ୍କର ବ୍ୟବହାରଗତ, ଅର୍ଥଗତ, ଧ୍ୱନିଗତ ବିକୃତି ସାଧିତ ହୋଇ ପାରେ ବା ସେଗୁଡ଼ିକ ଅବିକୃତ ଭାବରେ ଭାଷାରେ ବ୍ୟବହୃତ ହୋଇ ପାରନ୍ତି । ପୁଣି ଯେଉଁ ଶବ୍ଦଗୁଡ଼ିକ ନୂତନ ସୃଷ୍ଟ ହୋଇଅଛି ବା ପୂର୍ବରୁ ଭାଷାରେ ବ୍ୟବହୃତ ହେଉଅଛି, ସେ ସବୁର ମଧ୍ୟ ବିକୃତି ସାଧିତ ହୋଇ ପାରେ କିମ୍ବା ସେଗୁଡ଼ିକ ଉପରେ ମଧ୍ୟ ଅନ୍ୟ ଭାଷାର ପ୍ରଭାବ ପଡ଼ିପାରେ ଅଥବା ଅନ୍ୟ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର | <urn:uuid:624a8a40-64ed-4ab9-9e96-51c68dc81efa> | CC-MAIN-2019-04 | https://or.wikisource.org/wiki/%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE:Sarala_Bhashatattwa.pdf/45 | 2019-01-18T10:44:30Z | s3://commoncrawl/crawl-data/CC-MAIN-2019-04/segments/1547583660020.5/warc/CC-MAIN-20190118090507-20190118112507-00065.warc.gz | ory | 1.000002 | Orya | 7 | {"ory_Orya_score": 1.0000019073486328} |
ପାଟନା: ବିହାର ମୁଜାଫରପୁର ଆଶ୍ରୟ ସ୍ଥଳ ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସକୁ ଅନେକ ହୃଦୟ ବିଦାରକ ତଥ୍ୟ ହସ୍ତଗତ ହୋଇଛି। ଆଶ୍ରୟସ୍ଥଳରେ ନାବାଳିକାଙ୍କୁ କେବଳ ଦୁଷ୍କର୍ମ କରାଯାଉ ନ ଥିଲା। ସେମାନଙ୍କ ଉପରେ ଅନେକ ବର୍ବରୋଚିତ ଅତ୍ୟାଚାର କରାଯାଉଥିଲା। ଦୀର୍ଘଦିନ ଧରି ଉପାସରେ ରଖାଯାଇ ବାରମ୍ବାର ଦୁଷ୍କର୍ମ କରାଯାଉଥିଲା। ପ୍ରତିବାଦ କଲେ ଦୁର୍ବୃତ୍ତମାନେ ନିଅାଁଚେଂକ ଦେଉଥିଲେ। ଫଳରେ ଆଶ୍ରୟସ୍ଥଳଟି ନର୍କ ପାଲଟି ଯାଇଥିଲା। ଯୌନ ରାକ୍ଷସମାନେ ସମସ୍ତ ବର୍ବରତାର ସୀମା ଟପିଯାଇଥିଲେ। ଏହି ଛାତିଥରା ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ନାବାଳିକାମାନଙ୍କୁ ଏବେ ଉକ୍ତ ମରଣଯନ୍ତାରୁ ଉଦ୍ଧାର କରାଯାଇ ମୋକାମା ନଜରେଥ୍ ଏକାଡେମିର ଏକ କ୍ଷୁଦ୍ର ଆଶ୍ରୟ ସ୍ଥଳରେ ରଖାଯାଇଛି। ତେବେ ବିହାର ରାଜ୍ୟ ମହିଳା କମିସନ୍ ସଦସ୍ୟମାନେ ଏବେ ନାବାଳିକାମାନଙ୍କୁ ଭେଟି ସେମାନଙ୍କ ସହ କଥା ହୋଇଛନ୍ତି। ନାବାଳିକାଙ୍କ ମାନସିକ ସ୍ଥିତି ଆଦୌ ଠିକ୍ ନ ଥିବା ଜାଣିବାକୁ ମିଳିଛି। ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଇଥିଲା। ବାରମ୍ବାର ଦୁଷ୍କର୍ମର ଶିକାର ହେଉଥିଲେ। ବିରୋଧ କଲେ ଜୋତାରେ ପିଟାଯାଉଥିଲା। ଅଧିକାଂଶ ସମୟରେ ଖାଇବାକୁ ଦିଆଯାଉ ନଥିଲା। ସେମାନଙ୍କ ଶରୀରରେ ସିଗାରେଟ୍ ନିଅାଁ ଚେଙ୍କ ଲଗାଯାଉଥିଲା। ଆଶ୍ରୟସ୍ଥଳର ଜଣେ ନାବାଳିକା ବାରମ୍ବାର ଏମିତି ଅତ୍ୟାଚାର ସହି ନପାରି ସାହସର ସହିତ ମୁହଁ ଖୋଲିଥିଲେ ଏବଂ ବିରୋଧ କରିଥିଲେ। କିନ୍ତୁ ଶେଷରେ ତାକୁ ଜୀବନରୁ ମାରି ଦିଆଗଲା ଏବଂ ତା' ମୃତଦେହକୁ ରାତାରାତି ଅଖାରେ ବାନ୍ଧି ଅନ୍ୟତ୍ର ଫୋପାଡ଼ି ଦିଆଗଲା ବୋଲି ରାଜ୍ୟ ମହିଳା କମିସନ୍ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ସମସ୍ତ ନାବାଳିକାଙ୍କୁ ଏବେ ବେଙ୍ଗାଲୁରୁ ଏବଂ ଦିଲ୍ଲୀର ଦୁଇ ଜଣ ବିଶେଷଜ୍ଞ କାଉନସେଲିଂ କରୁଛନ୍ତି। ଜଣେ ନାବାଳିକା ଅତ୍ୟଧିକ ଅତ୍ୟାଚାର ସହିନପାରି ନିଜ ହାତ କାଟି ମରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏବେ ସେ ସୁସ୍ଥ ଅଛି। ସେହିପରି ଅନ୍ୟ ଜଣେ ନାବାଳିକା ସଂଘର୍ଷର ପ୍ରତୀକ ଭାବେ ନିଜ ଭାଇର ନାମ ହାତ କାଟି ଲେଖିଥିଲା। ଭାବିଥିଲା ଭାଇ ଆସି ରକ୍ଷା କରିବ। କିନ୍ତୁ ସେମିତି କିଛି ହୋଇନଥିଲା। ସେମାନଙ୍କ ସବୁ ବିରୋଧ ଏବଂ ସବୁ ସଂଘର୍ଷ ବୃଥା ଯାଇଥିଲା। କେହି ବି ସେମାନଙ୍କୁ ସହଯୋଗ କରିନଥିଲେ। ମଝିରେ ମଝିରେ ସିଡବ୍ଲ୍ୟୁସି (ଶିଶୁ ବିକାଶ କମିଟି) ଏବଂ ଜିଲ୍ଲା ଯାଞ୍ଚ କମିଟି ଆଶ୍ରୟସ୍ଥୟ ବୁଲିବାକୁ ଯାଉଥିଲେ ମଧ୍ୟ ସେ ସମୟରେ ଆଶ୍ରୟସ୍ଥଳ କର୍ମୀ ପାଖେପାଖେ ରହୁଥିବାରୁ ନାବାଳିକାମାନେ ମୁହଁ ବନ୍ଦ ରଖୁଥିଲେ। ହତ୍ୟା ଭୟରେ ସକାରାତ୍ମକ ଉତ୍ତର ଦେଉଥିଲେ।
ଉଲ୍ଲେଖଯୋଗ୍ୟ, ଆଶ୍ରୟସ୍ଥଳ ଅଧିକାରୀଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିଆସୁଥିଲେ। ତେବେ ଆଶ୍ରମରେ ରହୁଥିବା ୪୪ ଜଣ ନାବାଳିକାଙ୍କ ମଧ୍ୟରୁ ୨୯ ଜଣ ଦୁଷ୍କର୍ମର ଶିକାର ହୋଇଥିବା ମେଡିକାଲ ରିପୋର୍ଟରୁ ଜଣାପଡ଼ିଥିଲେ ମଧ୍ୟ ପୁଲିସର ଦାବି ଅନୁଯାୟୀ ୩୪ ଜଣଙ୍କୁ ଦୁଷ୍କର୍ମ କରାଯାଇଛି। | <urn:uuid:cdc26c91-7c9b-4805-87e6-e1349c20df2a> | CC-MAIN-2019-04 | http://sambad.in/india-and-beyond/rape-after-food-problem-185415/ | 2019-01-20T13:57:07Z | s3://commoncrawl/crawl-data/CC-MAIN-2019-04/segments/1547583716358.66/warc/CC-MAIN-20190120123138-20190120145138-00065.warc.gz | ory | 0.999992 | Orya | 4 | {"ory_Orya_score": 0.9999922513961792} |
ଭୁବନେଶ୍ୱର: ଶୁକ୍ରବାର ନନ୍ଦନକାନନରେ ଏକ ସିଂହର ମୃତୁ୍ୟ ଘଟିଛି । ନନ୍ଦନକାନନ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ୮ ବର୍ଷୀୟ ସିଂହଟିର ମୃତୁ୍ୟ ହୋଇଛି । ସିଂହଟି ଗତ କିଛି ଦିନ ଧରି ଅସୁସ୍ଥ ଥିଲା ବୋଲି ନନ୍ଦନକର୍ତ୍ତୃପକ୍ଷ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ନନ୍ଦନକାନନର ସିଂହ ସଫାରିରେ ସିଂହ ବଂଶ ବୃଦ୍ଧି କରିବା ଲକ୍ଷ୍ୟରେ ୨୦୧୫ ମସିହାରେ ଏହି ସିଂହଟକୁ ଅନ୍ୟ ୩ଟି ସଂହ ସହ ନନ୍ଦନକାନନ ଅଣାଯାଇଥିଲା । ସେତେବେଳେ ଏହାର ବୟସ ମାତ୍ର ୫ ବର୍ଷ ଥିଲା । ମାତ୍ର ଯୁବା ବୟସରେ ଏହି ସିଂହର ମୃତୁ୍ୟ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ତେବେ ବ୍ୟବଚ୍ଛେଦ ପରେ ମୃତୁ୍ୟର କାରଣ ସମ୍ପର୍କରେ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । | <urn:uuid:562ea2de-ed54-4e4f-a213-1e50e51c0863> | CC-MAIN-2019-04 | http://odiaspotnews.in/news-details/20953 | 2019-01-21T14:09:23Z | s3://commoncrawl/crawl-data/CC-MAIN-2019-04/segments/1547583792784.64/warc/CC-MAIN-20190121131658-20190121153658-00385.warc.gz | ory | 1.000004 | Orya | 4 | {"ory_Orya_score": 1.0000038146972656} |
କୁକୁରକୁ ସ୍କୁଟରରେ ବାନ୍ଧି ୩ କିମି ଘୋଷାରିଲେ ଦୁଇ ଯୁବକ : କୁକୁର ମୃତ, ଜଣେ ଗିରଫ
ପ୍ରାୟ ୨୦ ଦିନ ତଳେ କୁକୁରଟି ୫ଟି ଛୁଆ ଜନ୍ମ କରିଥିଲା।
ଶୁକ୍ରବାର ସନ୍ଧ୍ୟାରେ ସହିଦ ନଗରରୁ ରାଜେନ୍ଦ୍ର ନଗର ପ୍ରାୟ ୩ କିଲୋମିଟର ବାଟ ଯାଏଁ ଗୋଟାଏ ବୁଲା କୁକୁରକୁ ଦୁଇ ଜଣ ଯୁବକ ସ୍କୁଟରରେ ବାନ୍ଧି ଘୋଷାରି ନେବା ଦ୍ୱାରା ତା'ର ମୃତ୍ୟୁ ଘଟିଛି। ପ୍ରାୟ ୨୦ ଦିନ ତଳେ କୁକୁରଟି ୫ଟି ଛୁଆ ଜନ୍ମ କରିଥିଲା। ନଫୀସ୍ ଏବଂ ତୌସୀଫ୍ ନାମକ ଉକ୍ତ ଦୁଇ ଯୁବକଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ନଫୀସଙ୍କୁ ଗିରଫ କରାଯାଇଥିବା କଥା ଶନିବାର ଦିନ ପୁଲିସ କହିଛି।
ଶୁକ୍ରବାର ସନ୍ଧ୍ୟାରେ ହିଁ ବାଟୋଇମାନେ ଦୁହିଁଙ୍କୁ ରାଜେନ୍ଦ୍ର ନଗର ଠାରେ ଧରିଥିଲେ। ପିପଲ୍ ଫର୍ ଆନିମଲ୍ସର ସୌରଭ ଗୁପ୍ତ ସେମାନଙ୍କ ନାଁରେ ଏଫଆଇଆର୍ ଦେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲା। ସେ କହନ୍ତି, ଲୋକ ସେ ଦୁହିଁଙ୍କୁ ନଅଟକାଇ ଥିଲେ ବିଚରା କୁକୁରଟିକୁ ସେମାନେ ଆଉ କେତେ କିଲୋମିଟର ଘୋଷାରି ନେଇ ଥାଆନ୍ତେ। ଲୋକେ ଅଟକାଇବା ବେଳକୁ କୁକୁରଟି ଅଣନିଶ୍ୱାସୀ ହୋଇ ଉଠୁଥିଲା।
ତାକୁ ତୁରନ୍ତ ଦିଲ୍ଲୀର ସଞ୍ଜୟ ଗାନ୍ଧୀ ଆନିମଲ୍ କେୟାର୍ ସେଣ୍ଟରକୁ ନିଆଯାଇଥିଲେ ମଧ୍ୟ ସେ ମରିଯାଇଥିଲା। ଡାକ୍ତରୀ ରିପୋର୍ଟ ଅନୁସାରେ ତା' ଦେହ ସାରା କ୍ଷତବିକ୍ଷତ ହୋଇ ଯାଇଥିଲା।ନଫୀସ୍ ଦାବି କରିଛନ୍ତି ଯେ ସମ୍ପୃକ୍ତ ଅଞ୍ଚଳରେ କୁକୁରଟି ଦୁଇ ଡଜନରୁ ଅଧିକ ଲୋକଙ୍କୁ କାମୁଡ଼ିଛି। ଛୁଆଙ୍କ ପ୍ରତି ବିପଦ ଆଶଙ୍କାରେ କୁକୁରଟି କାହାକୁ କାମୁଡ଼ି ଥାଇପାରେ ବୋଲି ଜଣାପଡିଛି । | <urn:uuid:6b0bc6df-4ac9-420d-aed9-ceddc08dc53b> | CC-MAIN-2019-04 | http://kanaknews.com/dog-to-scooter-drag-it-3km-mnj/ | 2019-01-22T07:13:16Z | s3://commoncrawl/crawl-data/CC-MAIN-2019-04/segments/1547583829665.84/warc/CC-MAIN-20190122054634-20190122080634-00268.warc.gz | ory | 0.999939 | Orya | 2 | {"ory_Orya_score": 0.99993896484375} |
ନୂଆଦିଲ୍ଲୀ: ଇଂଲିସ୍ ପ୍ରିମିୟର୍ ଲିଗର ତିନି ତିନିଟି ଦଳକୁ ପ୍ରଶିକ୍ଷଣ ଦେଇ ସାରିଥିବା ଜଣେ ବ୍ୟକ୍ତି ପାଇଁ ଭାରତରେ ଶିଖାଇବା ଲକ୍ଷ୍ୟହୀନ ସ୍ଥଳ ହୋଇପାରେ, କିନ୍ତୁ ଅବ୍ରାମ୍ ଗ୍ରାଣ୍ଟ୍ଙ୍କ ପାଇଁ ଅତି ସହଜ ନିଷ୍ପତ୍ତି ଥିଲା। ଚେଲ୍ସି ଏଫ୍ସି, ପୋର୍ଟମାଉଥ୍, େଓ୍ଵଷ୍ଟହାମ୍ ଭଳି ଇପିଏଲ୍ ଦଳକୁ ପ୍ରଶିକ୍ଷିତ କରିଥିବା ଗ୍ରାଣ୍ଟ୍ ଏବେ ଆଇଏସ୍ଏଲ୍ର ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫ୍ସି ସହିତ ଅଛନ୍ତି। 'ଏହା ମୋ ପାଇଁ କଷ୍ଟକର ନିଷ୍ପତ୍ତି ନ ଥିଲା। ମୁଁ ବିଭିନ୍ନ ପ୍ରାନ୍ତରେ ହେଉଥିବା ଫୁଟ୍ବଲ୍କୁ ଦେଖିବାକୁ ଚାହେଁ। ଥାଇଲାଣ୍ଡ୍, ସର୍ବିୟା, ଆଫ୍ରିକାରେ ମୁଁ ବୁଲିଛି। ଫୁଟ୍ବଲ୍ର ବିକାଶ ପାଇଁ ଆଗ୍ରହୀ ଦେଶକୁ ମୁଁ ଉପଭୋଗ କରିଥାଏ। ମୋ ମତରେ ଭାରତରେ ଫୁଟ୍ବଲ୍ ଠିକ୍ ଚାଲିଛି। ଫୁଟ୍ବଲ୍ର ବିକାଶ ଏକ ପ୍ରକ୍ରିୟା। ମୁଁ ବହୁତ କମ୍ ସମୟରେ ଆସି ଅଭିଜ୍ଞତା ବାଣ୍ଟିଛି ବୋଲି ଶେଷ ଥର ପାଇଁ ଘାନା ଜାତୀୟ ଦଳର ପ୍ରଶିକ୍ଷକ ଥିବା ଗ୍ରାଣ୍ଟ୍ କହିଥିଲେ। ମୋ ଜୀବନରେ ସବୁବେଳେ ମାନସିକ ଦୃଢ଼ତାକୁ ଗୁରୁତ୍ୱ ଦେଇଥାଏ। ଏହା ଥିଲେ ଆଉ ସବୁକିଛି ଠିକ୍ ଚାଲିପାରିବ। ଫୁଟ୍ବଲ୍ରେ ଅନେକ ବାହ୍ୟ ଚାପ ଥାଏ। କିନ୍ତୁ ଚାପ ହିଁ ଖେଳର ନାମ। ଏପରିକି ଶୀର୍ଷରେ ଥିଲେ ସେଠାରେ ତିଷ୍ଠିବାକୁ ଚାପ ଥାଏ। ଶେଷରେ ଥିଲେ ଉଠିବାକୁ ଚାପ ଥାଏ। ମୋ ଜୀବନରେ ମୁଁ ଅନେକ ସ୍ଥାନ ଓ ଦେଶ ବୁଲିଛି। ଫୁଟ୍ବଲ୍ରେ ସବୁବେଳେ ଚାପ ରହିଛି ବୋଲି କହିଥିଲେ ଗ୍ରାଣ୍ଟ୍। ଏହା ଭଲ କଥା। ତୁମକୁ ଅଧିକ ଉନ୍ନତ କରିବାକୁ ଉତ୍ସାହିତ କରିଥାଏ। ସୂଚନାଯୋଗ୍ୟ, ଗ୍ରାଣ୍ଟ୍ଙ୍କ ପ୍ରଶିକ୍ଷିତ ନର୍ଥଇଷ୍ଟ୍ ୟୁନାଇଟେଡ୍ ଦଳ ଚଳିତ ଆଇଏସ୍ଏଲ୍ରେ ଲଗାତାର ୪ ପରାଜୟ ପରେ ଗତ ମ୍ୟାଚ୍ରେ ଗୋଆକୁ ହରାଇ ପ୍ରଥମ ବିଜୟ ପାଇଛି। | <urn:uuid:afc289ec-0601-45b2-9731-b31e5b8bb868> | CC-MAIN-2019-04 | http://sambad.in/sports/football-is-suit-to-indiagrant-62159/ | 2019-01-22T06:24:40Z | s3://commoncrawl/crawl-data/CC-MAIN-2019-04/segments/1547583829665.84/warc/CC-MAIN-20190122054634-20190122080634-00268.warc.gz | ory | 0.99999 | Orya | 6 | {"ory_Orya_score": 0.9999898672103882} |
ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସଂସଦରେ କେନ୍ଦ୍ର କୃଷି ମନ୍ତ୍ରୀ ବିବୃତି ଦେଇଛନ୍ତି। ଏହାକୁ ପ୍ରତିବାଦ କରିଛି ବିଜେଡି। ଏମ୍ଏସ୍ପି ବୃଦ୍ଧି ଦାବିରେ ଦଳ ଆନ୍ଦୋଳନ ଡାକରା ଦେଇଛି। ୧୨ଟି ସର୍ବାଧିକ ଧାନ ସଂଗ୍ରହକାରୀ ଜିଲ୍ଲାରେ ଆସନ୍ତା ୮ରୁ ୧୭ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୋନପୁର। ଏଠାରେ ପର୍ଯ୍ୟାୟକ୍ରମେ ବିକ୍ଷୋଭ କରାଯାଇ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ।
ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ଗତ ୨୯ ତାରିଖରେ ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ଏମ୍ଏସ୍ପି ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ନିଷ୍ପତ୍ତିର ଆଉ ପୁନଃବିଚାର କରିବେ ନାହିଁ ବୋଲି କହିଛନ୍ତି। ଏମ୍ଏସ୍ପି ୨୯୩୦ ଟଙ୍କାକୁ ବୃଦ୍ଧି ପ୍ରସଙ୍ଗରେ ବିଧାନସଭା ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସମୟ ନ ଦେବା ଏବଂ ଗୃହ କମିଟି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲା ବେଳେ କେନ୍ଦ୍ର ମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ବିବୃତି ଓଡ଼ିଶାର ଚାଷୀଙ୍କ ପ୍ରତି ବିଜେପିର ଧୋକ୍କା ସଦୃଶ। କେନ୍ଦ୍ର ସରକାର ଓଡ଼ିଶା କୃଷକ ବିରୋଧୀ ଆଭିମୁଖ୍ୟ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ବିଜେଡି ଆହୁରି ଅଭିଯୋଗ କରିଛି, ରାଜ୍ୟରେ ମରୁଡ଼ି, ଚକଡ଼ା ପୋକ ଆକ୍ରମଣ ଓ ଅଦିନିଆ ବର୍ଷା ଫଳରେ ଚାଷୀ କୂଳର ମେରୁଦଣ୍ଡ ଭାଙ୍ଗିଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟକୁ ଦୁଇଟି ଚିଠି ମାଧ୍ୟମରେ ରାଜ୍ୟରେ ସଂଗଠିତ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ସେହିପରି ଚକଡ଼ା ପୋକ ଆକ୍ରମଣରେ କ୍ଷୟକ୍ଷତିକୁ ଆକଳନ କରି ୧୭୨୯ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ ପାଇଁ ରାଜ୍ୟ କୃଷି ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କେନ୍ଦ୍ର କୃଷି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵାତ ନଭେମ୍ବର ମାସରେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି କେନ୍ଦ୍ରୀୟ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଇ ଦିନ ତଳେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ୧୪ଟି ରାଜ୍ୟର ଚାଷୀକୂଳ ପାଇଁ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା ବେଳେ ଓଡ଼ିଶା ସମ୍ପର୍କରେ ନିରବ ରହିଛନ୍ତି। ତେଣୁ ଚକଡ଼ା ପୋକ ଆକ୍ରମଣ ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କେବଳ ପ୍ରହସନ ବୋଲି ସ୍ପଷ୍ଟ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶଶିଭୂଷଣ ବେହେରା, ଚନ୍ଦ୍ରସାରଥୀ ବେହେରା, ସରକାରୀ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ, ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।
ଅଭାବୀ ଧାନ ବିକ୍ରି ରୋକିବା ପାଇଁ ପଦକ୍ଷେପ ନିଅ: ବିଜେପି
ଧାନର ଏମ୍ଏସ୍ପି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ୍ କରି ବିଜେଡି ଆନ୍ଦୋଳନ ଡାକରା ଦେଲା ପରେ ବିଜେପି ବି ପାଲଟା ଅଭିଯୋଗ କରିଛି। ଚାଷ ଓ ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ନିଜ ଦାୟିତ୍ୱ ଠିକ୍ ଭାବେ ନ ତୁଲାଇ କେନ୍ଦ୍ରକୁ ଦୋଷ ଦେଇ ହୀନ ରାଜନୀତି କରୁଛନ୍ତି। ରାଜ୍ୟରେ ଚାରିଆଡ଼େ ଅଭାବୀ ଧାନ ବିକ୍ରି ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ସରକାର ପଦକ୍ଷେପ ନେବାକୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି। | <urn:uuid:e6d6d4b5-6dad-44a9-9e16-a043295060ed> | CC-MAIN-2019-04 | http://sambad.in/politics/paddy-msp-hike-bjd-to-protest-from-jan-8-58840/ | 2019-01-24T10:43:17Z | s3://commoncrawl/crawl-data/CC-MAIN-2019-04/segments/1547584520525.90/warc/CC-MAIN-20190124100934-20190124122934-00268.warc.gz | ory | 0.999995 | Orya | 7 | {"ory_Orya_score": 0.9999946355819702} |
ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଭିନ୍ନ ରାୟ ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍ବାଧୀନ ଭାରତରେ ସମ୍ଭବତଃ ସବୁଠୁ ବଡ଼ ଭ୍ରଷ୍ଟାଚାର ଭାବେ ପରିଗଣିତ ୨ଜି ସ୍ପେକ୍ଟ୍ରମ ଦୁର୍ନୀତି ମାମଲାରେ ନୂଆଦିଲ୍ଲୀ ସ୍ଥିତ ଏକ ସ୍ବତନ୍ତ୍ର ସିବିଆଇ ଅଦାଲତ ଡିସେମ୍ବର ୨୧ରେ ପୂର୍ବତନ ଟେଲିକମ୍ ମନ୍ତ୍ରୀ ଏ. ରାଜା, ଡିଏମକେ ସୁପ୍ରିମୋ ଏମ. କରୁଣାନିଧିଙ୍କ ଝିଅ ତଥା ରାଜ୍ୟ ସଭା ଏମ୍ପି କାନିମୋଝିଙ୍କ ସମେତ ୧୯ ହାଇପ୍ରୋଫାଇଲ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ଏହି ରାୟ ଆସିବା ପରେ ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ମହାଦୁର୍ନୀତିକୁ ପଦାକୁ ଆଣିଥିବା କମ୍ପଣ୍ଟ୍ରୋଲର ଆଣ୍ଡ୍ ଅଡିଟର ଜେନେରାଲ(ସିଏଜି)ଙ୍କ ବିଶ୍ୱସନୀୟତା ଓ ମାମଲାର ତଦନ୍ତ କରୁଥିବା ସିବିଆଇର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋର୍ଟଙ୍କ ରାୟ ଯେଭଳି ଭାବେ ପ୍ରକାଶ ପାଇଛି ଲାଗୁଛି ଯେମିତି ବିରାଟ ଆକାରର ଦୁର୍ନୀତି ହୋଇ ନ ଥିଲା। ଅନ୍ୟପକ୍ଷରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବଙ୍କୁ ପୁନର୍ବାର ଜେଲ ଯିବାକୁ ପଡ଼ିଛି। ଦୀର୍ଘ ୨୧ ବର୍ଷ ତଳର ଏହି ମାମଲାରେ ରାଞ୍ଚି ସ୍ଥିତ ସିବିଆଇ ଅଦାଲତ ଡିସେମ୍ବର ୨୩ରେ ଲାଲୁଙ୍କ ସହ ଅନ୍ୟ ୧୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସମସ୍ତଙ୍କୁ ଜେଲ ପଠାଇ ଦେଇଛି। ଉପରୋକ୍ତ ଦୁଇଟି ଦୁର୍ନୀତିରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଦେଶବାସୀ ଶୁଣି ଆସିଛନ୍ତି। ୨ ଜି ସ୍ପେକ୍ଟ୍ରମ ନିଲାମ କରାଯିବା ବଦଳରେ କେତେକ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଯାଇ ସ୍ପେକ୍ଟ୍ରମ ଆବଣ୍ଟନ କରାଯାଇଥିବା ଅଭିଯୋଗ ଆସିବା ସତ୍ତ୍ୱେ କିଭଳି କେହି ଦୋଷୀ ହେଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ବାଭାବିକ। ଅବଶ୍ୟ ଏବେ ଭାଜପାର ରାଜନୈତିକ ଫାଇଦା ସକାଶେ ଏକ ଭିନ୍ନ ମତ ପ୍ରକାଶ ପାଉଛି। କୁହାଯାଉଛି ଏହି ବିଶେଷ ଅଦାଲତଙ୍କ ରାୟ ବିରୋଧରେ ସିବିଆଇ ଉଚ୍ଚ ନ୍ୟାୟାଳୟକୁ ଆବେଦନ କରିବ। ଉଲ୍ଲେଖନୀୟ ବିଷୟ ହେଉଛି ଯେ ୨ଜି ସ୍କାମ୍କୁ ନେଇ ୨୦୧୪ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ଏହାର ସୁବିଧା ଉଠାଇ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ସରକାର କ୍ଷମତାସୀନ ହୋଇପାରିଥିଲା। ସୂଚନାଯୋଗ୍ୟ ଯେ ୨୦୧୨ ଫେବୃୟାରୀ ୨ରେ ସୁପ୍ରିମକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏ. ରାଜାଙ୍କ ଅମଳରେ ଆବଣ୍ଟିତ ୧୨୨ଟି ଟେଲିକମ୍ କମ୍ପାନୀର ଲାଇସେନ୍ସ ରଦ୍ଦ କରିଥିଲେ। ପୁନର୍ବାର ସେହି ସ୍ପେକ୍ଟ୍ରମର ନିଲାମ ଭାଜପା ସରକାର ଦ୍ୱାରା କରାଗଲା। ଏହି ନିଲାମର ଫଳାଫଳ ଦେଖିଲେ ସ୍ପଷ୍ଟ ଜଣାପଡ଼ିଲା ଯେ ସିଏଜିଙ୍କ ଦ୍ୱାରା ପୂର୍ବରୁ ଦିଆଯାଇଥିବା ଆନୁମାନିକ ଦୁର୍ନୀତିର ପରିମାଣ ସମ୍ପୂର୍ଣ୍ଣ ଭାବେ କପୋଳକଳ୍ପିତ ଏବଂ ଅସତ୍ୟ। ପୂର୍ବତନ ସିଏଜି ବିନୋଦ ରାଏ ଏଭଳି ରିପୋର୍ଟ ପ୍ରକାଶ କରାଇବାରେ ମୁଖ୍ୟ ଭୂମିକା ନେବା ପଛରେ ଭାଜପାର ହାତ ଥିଲା ଭଳି ଏବେ ଜଣାପଡୁଛି। ସିଏଜି ପଦବୀରୁ ଗଲା ପରେ ୨୦୧୬ରେ ତାଙ୍କୁ ବ୍ୟାଙ୍କ୍ସ ବୋର୍ଡ ବ୍ୟୁରୋର ପ୍ରଥମ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯିବା ଏହା ସ୍ପଷ୍ଟ କରୁଛି। ସେହିଭଳି ଜେନେରାଲ ଭି.କେ. ସିଂ ଏବଂ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଆର୍.କେ. ସିଂ ଭାଜପାକୁ ସାହାଯ୍ୟ କରି ଏବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ହୋଇପାରିଛନ୍ତି। ଭି.କେ. ସିଂଙ୍କର ସାମାଜିକ କର୍ମୀ ଆନ୍ନା ହାଜାରେଙ୍କ ବୈଠକରେ ଯାଇ ବସିବା ସମ୍ପର୍କରେ ସମସ୍ତେ ଜାଣନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ସଚିବ ଭାବେ ଆର୍.କେ. ସିଂ ନିର୍ଭୟା ସମେତ ଅନେକ ଘଟଣାରେ ତତ୍କାଳୀନ ସରକାରଙ୍କୁ ବଦ୍ନାମ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନୁରୂପ ଭାବେ ଲାଲୁଙ୍କ ଘଟଣାକୁ ମଧ୍ୟ ଦେଖାଯାଇପାରେ। ଦୁର୍ନୀତି ଶବ୍ଦର ଉଚ୍ଚାରଣ ଶୁଣି ଭାରତର ମୁଷ୍ଟିମେୟ ଲୋକ ଉତ୍ଫୁଲ୍ଲିତ ହୋଇପଡ଼ନ୍ତି। ସତେଯେମିତି ସେମାନେ ଜୀବନରେ ସମ୍ପୂର୍ଣ୍ଣ ଭାବେ ଗଙ୍ଗାଜଳ ଭଳି ପବିତ୍ର। ଲାଲୁଙ୍କର ଏହି ସଜ୍ଜା ପରବର୍ତ୍ତୀ ସମୟରେ ମିଥ୍ୟା ଉପରେ ଆଧାରିତ ହୋଇଛି ବୋଲି ଲୋକଲୋଚନକୁ ଆସିବା ଅସମ୍ଭବ ନୁହେଁ। ଦୁଃଖର ବିଷୟ ହେଉଛି ଯେ ଭାରତର ସବୁ ସଂସ୍ଥା ଏବଂ ପଦବୀକୁ ମଣ୍ଡନ କରୁଥିବା ବ୍ୟକ୍ତିବିଶେଷ ନିଜର ସ୍ବଳ୍ପକାଳୀନ ସୁବିଧା ପାଇଁ ଦେଶର ଦୀର୍ଘମିଆଦୀ କ୍ଷତି ଘଟାଇଦେଉଛନ୍ତି। ଆଜିର ପରିସ୍ଥିତିରେ ଆୟକର ବିଭାଗ, ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଆରବିଆଇ ଆଦି ତଥାକଥିତ ସ୍ବାଧୀନ ସଂସ୍ଥା ନିଜର ଭାଇବନ୍ଧୁ କୁଟୁମ୍ବଙ୍କ ସୁବିଧା ପାଇଁ ପଦବୀର ମର୍ଯ୍ୟାଦାକୁ ତଳେ ପକାଇ ଦେଉଛନ୍ତି। ଯାହା ଥରେ ତଳେ ପଡିଲା, ତାହାକୁ ପୁନର୍ବାର ଛିଡ଼ା କରାଇବା ଅସମ୍ଭବ ହୋଇପଡ଼ିବ। | <urn:uuid:b03ab7f6-9140-4ff9-9cbd-3711ef7765e4> | CC-MAIN-2019-04 | http://www.dharitri.com/main/news/15476 | 2019-01-24T11:30:23Z | s3://commoncrawl/crawl-data/CC-MAIN-2019-04/segments/1547584520525.90/warc/CC-MAIN-20190124100934-20190124122934-00268.warc.gz | ory | 0.999993 | Orya | 5 | {"ory_Orya_score": 0.9999933242797852} |
ଯାଜପୁର ଅଫିସ,୨।୧- ଯାଜପୁର ଜିଲା କଳିଙ୍ଗ ନଗର ଅନ୍ତର୍ଗତ ବାରଗାଡିଆରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ମଙ୍ଗଳବାର କଳିଙ୍ଗନଗର ଗୁଳିକାଣ୍ଡର ୧୨ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ବାରଗାଡିଆରେ ଠାରେ ଥିବା ଶହୀଦସ୍ତମ୍ବ ନିକଟରେ ପହଞ୍ଚତ୍ଥିଲେ। ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ୨୦୦୬ ଜାନୁୟାରୀ ୨ରେ କଳିଙ୍ଗ ନଗର ଗୁଳିକାଣ୍ଡ ଘଟିଥିଲା। ଏଥିରେ ୧୩ ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା। | <urn:uuid:ea5e67d9-7270-450f-a37a-2534fd2ef6ba> | CC-MAIN-2019-04 | http://www.dharitri.com/main/news/16367 | 2019-01-24T11:27:55Z | s3://commoncrawl/crawl-data/CC-MAIN-2019-04/segments/1547584520525.90/warc/CC-MAIN-20190124100934-20190124122934-00268.warc.gz | ory | 0.999881 | Orya | 5 | {"ory_Orya_score": 0.9998811483383179} |
ଅନୁସୂଚୀତ ଜାତି ଏବଂ ଅନୁସୂଚୀତ ଜନଜାତି ସୁରକ୍ଷା ଆଇନ୍ରେ ପରିବର୍ତ୍ତନ ସଂକ୍ରାନ୍ତରେ ସୁପ୍ରିମ୍ କୋର୍ଟଙ୍କ ରାୟ ବିରୋଧରେ ପ୍ରତିବାଦ ଜଣାଇବାପୂର୍ବକ ଆଜି ଦେଶବ୍ୟାପୀ ଦଳିତ ସଙ୍ଗଠନଗୁଡ଼ିକ ଭାରତ ବନ୍ଦ ଡାକରା ଦେଇଛନ୍ତି।
ଏହାଦ୍ୱାରା ପଞ୍ଜାବ, ବିହାର ତଥା ଓଡ଼ିଶା ଆଦି ଅନେକ ରାଜ୍ୟରେ ରେଳସେବା ଠପ୍ ହୋଇଛି।
ସେହିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ତଥା ବିହାରରେ ଅନେକ ଅଞ୍ଚଳରେ ପରିସ୍ଥିତି ଅଣାୟତ ହୋଇଛି। ବିରୋଧୀ ଦଳଗୁଡ଼ିକ ଦଳିତ ସଂଗଠନ ଦ୍ୱାରା କରାଯାଉଥିବା ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗ୍ରାରେ ଆନ୍ଦୋଳନକାରୀମାନେ ହିଂସାକାଣ୍ଡ ଘଟାଇଛନ୍ତି।
ମଧ୍ୟ ପ୍ରଦେଶର ଭିଣ୍ଡ, ମୁରୈନା ଓ ଗ୍ଵାଲିୟରରେ ମଧ୍ୟ ଆନ୍ଦୋଳନ ହିଂସାର ରୂପ ନେଇଛି। ପ୍ରଦର୍ଶନକାରୀ ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି। ମୁରୈନାରେ କର୍ଫ୍ୟୁ ଲାଗୁ କରାଯାଇଛି। ମଧ୍ୟ ପ୍ରଦେଶରର ଗ୍ଵାଲିୟରରେ ୨ ଓ ମୁରୈନାରେ ୨ ଲୋକଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି ଯେ ତାଙ୍କ ସରକାର ଏସସି-ଏସଟି ଆକ୍ଟକୁ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିବାକୁ ନିଷ୍ପତ୍ତି ନେଇଛନ୍ତି। | <urn:uuid:b4f9d666-04d8-4a91-bd59-78dbd52162f7> | CC-MAIN-2019-04 | https://enewsodia.com/today-bharat-bandh/ | 2019-01-24T10:30:53Z | s3://commoncrawl/crawl-data/CC-MAIN-2019-04/segments/1547584520525.90/warc/CC-MAIN-20190124100934-20190124122934-00268.warc.gz | ory | 0.999944 | Orya | 7 | {"ory_Orya_score": 0.9999440908432007} |
ଭୁବନେଶ୍ବର ୬|୧୨: ଓଡିଶାରେ ଲାଗୁହେଲା ଇ-ଚାଲାଣ ବ୍ୟବସ୍ଥା । ମୋଟର ଯାନ ଆଇନ ଉଲଂଘନକାରୀଙ୍କ ଠାରୁ ଏଣିକି ଡିଜିଟାଲ ସିଷ୍ଟମରେ ଫାଇନ, ଟ୍ୟାକ୍ସ ଆଦି ଆଦାୟ କରିବ ପରିବହନ ବିଭାଗ । ଗାଡ଼ି ମୋଟର ଯାଂଚ ସମୟରେ ରସିଦ୍ କାଟି ମାନୁଆଲ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ମୋବାଇଲ ଇ-ଚାଲାଣ ଡିଭାଇସ ମାଧ୍ୟମରେ ଏଣିକି ଫାଇନ୍ ଆଦାୟ ହେବ । ଫଳରେ ଆଉ ହାତଗୁଞ୍ଜା ଦେଇ ଖସିପାରିବେନି ଆଇନ ଉଲଂଘନକାରୀ ଗାଡ଼ି ଚାଳକ ।
ଫାଇନକୁ ନେଇ ପୋଲିସ ବାବୁଙ୍କ ସହ ମୂଲଚାଲ ଆଉ ଚଳିବନି । ଏମିତିକି ମାନୁଆଲ ରସିଦ୍ କାଟି ଆଉ ହେରଫେର କରିବାକୁ ସୁଯୋଗ ପାଇବେନି ଯାଂଚ କରୁଥିବା କର୍ମଚାରୀ । ଏଣିକି ସବୁ କିଛି ଡିଜିଟାଲ ମୋଡ୍ରେ ହେବ । କାହିକି ନା' ରାଜ୍ୟରେ ଲାଗୁହେଲା ଇ-ଚାଲାଣ ବ୍ୟବସ୍ଥା । ଗାଡ଼ି ଚାଳକଙ୍କ ଠାରୁ ଫାଇନ୍ ଠାରୁ ଟ୍ୟାକ୍ସ ପର୍ଯ୍ୟନ୍ତ ସବୁ କିଛି ଏବେ ଇ-ଚାଲାଣ ଡିଭାଇସ୍ ମାଧ୍ୟମରେ ଆଦାୟ କରାଯିବ । ଏଥି ପାଇଁ ୩୫ ଆରଟିଓ ଅଧିକାରୀଙ୍କୁ ୧୯୫ଟି ଇ-ଚାଲାଣ ଡିଭାଇସ୍ ଯୋଗାଇଦିଆଯାଇଛି । ଯେଉଁଥିରେ ମୋଟରଯାନ ଆଇନ ଉଲଂଘନକାରୀଙ୍କ ଅପରାଧ ଅନଲାଇନ୍ ରେକର୍ଡ଼ ରଖାଯିବ । ପୂର୍ବରୁ ଆଇନ୍ ଉଲଂଘନର ରେକର୍ଡ଼ ଥିଲେ ଅଧିକ ଫାଇନ୍ ଆଦାୟ ହେବ । ପୂର୍ବରୁ ଚାଲିଥିବା ବ୍ୟବସ୍ଥା ମାନେ ଗାଡ଼ିମୋଟର ଯାଂଚ କ୍ଷେତ୍ରରେ ମାନୁଆଲ୍ ସିଷ୍ଟମକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ଡଃ. ନୃସିଂହ ସାହୁ ।
ରାଜଧାନୀ ପାଇଁ ୧୫ଟି ଇ-ଚାଲାଣ ଡିଭାଇସ ଯୋଗାଇ ଦିଆଯାଇଛି । ଏମଭିଆଇ, ଜୁନିଅର ଏମଭିଆଇ, ଟ୍ରାନସପୋର୍ଟ ଇନସ୍ପେକ୍ଟର, ଟ୍ରାନ୍ସପୋର୍ଟ ସୁପରିଣ୍ଟେଡେଣ୍ଟମାନଙ୍କୁ ଏହି ଡିଭାଇସର ବ୍ୟବହାରର ତାଲିମ ଦିଆଯାଇଛି । ଫାଇନ ଆଦାୟ କରାଯାଇଥିବା ସ୍ଥାନ, ଗାଡି ଓ ଡ୍ରାଇଭରଙ୍କ ଫଟୋଗ୍ରାଫ ରହିବ ।ଏଥିସହ କଣ ପାଇଁ ଫାଇନ ଆଦାୟ କରାଗଲା ସେସବୁର ସମ୍ପୂର୍ଣ୍ଣ ବିବରଣୀ ଏସଏମଏସ ମାଧ୍ୟମରେ ଗାଡି ମାଲିକ, ଡ୍ରାଇଭରଙ୍କୁ ଜଣାଇ ଦିଆଯିବ । ଏନଆଇସିର ବୈଷୟିକ ସହାୟତାରେ ଏଚଡିଏଫସି ବ୍ୟାଙ୍କ ସହ ଇ-କଲେକସନ ନେଇ ଚୁକ୍ତି କରିଛି ପରିବହନ ବିଭାଗ । ରାଜ୍ୟର ୩୫ଟି ଆରଟିଓ ଅଧୀନରେ ୧୬୨ଟି ପିଓଏସ ମେସିନ ବସାଯାଇଛି ବୋଲି କହିଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା
ଇ-ଚାଲାଣ ବ୍ୟବସ୍ଥା ଦ୍ବାରା ସ୍ବଚ୍ଛତା ଆସିବା ସହ ମାନୁଆଲ ବ୍ୟବସ୍ଥାରେ ହେଉଥିବା ଅର୍ଥ ବାଟମାରଣାକୁ ରୋକି ହେବ ବୋଲି ଆଶା କରାଯାଉଛି ।
1438 Views | <urn:uuid:ad361479-ac69-43f8-9962-3d8b559bbb66> | CC-MAIN-2019-04 | http://www.prameyanews7.com/e-challan-system-for-traffic-offenders-implement-in-odisha/ | 2019-01-16T10:24:44Z | s3://commoncrawl/crawl-data/CC-MAIN-2019-04/segments/1547583657151.48/warc/CC-MAIN-20190116093643-20190116115643-00035.warc.gz | ory | 0.999953 | Orya | 7 | {"ory_Orya_score": 0.9999532699584961} |
ରମଣ ସିଂହଙ୍କ ରାଜ୍ୟରେ ୨୦୦ ଗାଈଙ୍କ ଅନାହାର ମୃତ୍ୟୁ
କନକ ବ୍ୟୁରୋ: ଗୋଶାଳାରେ ଶତାଧିକ ଗାଇଙ୍କ ମୃତ୍ୟୁ । ଏଭଳି ଅଘଟଣ ଘଟିଛି ରମଣ ସିଂହଙ୍କ ରାଜ୍ୟରେ । ଛତିଶଗଡ଼ର ଦୁର୍ଗ ଜିଲ୍ଲାସ୍ଥିତ ରାଜପୁର ଗ୍ରାମରେ ଥିବା ଏକ ଗୋଶାଳାରେ ୨୦୦ ଗାଈଙ୍କର ଅନାହାର ମୃତ୍ୟୁ ଘଟିଛି । ପୁଲିସ ଏହାର ତଦନ୍ତ କରି ଗୋଶାଳାର ପରିଚାଳକ ବିଜେପି ନେତା ହରିଶ ବର୍ମାଙ୍କୁ ଗିରଫ କରିଛି । ଗତ ତିନିଦିନ ମଧ୍ୟରେ ଏହି ଗାଈମାନେ ଅନାହାର ଏବଂ ଔଷଧ ଅଭାବରୁ ପ୍ରାଣ ହରାଇଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।
ଗୋଶାଳା ଦାୟିତ୍ୱରେ ଥିବା ଜାମୁଲ ନଗର ନିଗମ ଉପାଧ୍ୟକ୍ଷ ହରିଶ ବର୍ମା କାନ୍ଥ ଭାଙ୍ଗି ପଡ଼ିବାରୁ କିଛି ଗାଈଙ୍କର ମୃତ୍ୟୁ ହୋଇଛି ବୋଲି ସଫେଇ ଦେଇଥିଲେ ମଧ୍ୟ ଖାଦ୍ୟାଭାବ ଏବଂ ଔଷଧ ଅଭାବରୁ ଗାଈମାନେ ମରିଥିବା ପ୍ରାଣୀ ଚିକିତ୍ସକମାନେ କହିଥିଲେ । ମଲା ଗାଈ ଗୁଡିକୁ ପୋତିବାପାଇଁ ଦୁଇଦିନ ତଳେ ଗୋଶାଳାରେ ଜେସିବି ମେସିନ୍ ଦ୍ୱାରା ବଡ଼ ଆକାରର ଗାତ ଖୋଳା ଯାଉଥିବା ଦେଖି ଗ୍ରାମବାସୀମାନେ ଗଣମାଧ୍ୟମରେ ଖବର ଦେଇଥିଲେ ।
ତେବେ ସାମ୍ବାଦିକମାନେ ସେଠାକୁ ଆସି ଗାଈଙ୍କ ମୃତ୍ୟୁନେଇ ଛାନଭିନ କରିଥିଲେ । ଗୋଶାଳାରେ ୨୨୦ ଗାଈଙ୍କ ପାଇଁ ସ୍ଥାନ ଥିବାବେଳେ ୬୫୦ ଗାଈ ରହିଥିବାରୁ ସେମାନଙ୍କୁ ଉପଯୁକ୍ତ ପରିମାଣର ଖାଦ୍ୟ ଯୋଗାଇ ପାରୁନାହାନ୍ତି ଓ ଏନେଇ ପୂର୍ବରୁ ସେ ବହୁ ଥର ସରକାରଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ବର୍ମା କହିଛନ୍ତି । | <urn:uuid:56b8053d-ce44-45a6-bd2e-84503c3df11e> | CC-MAIN-2019-04 | http://kanaknews.com/200-cows-die-of-starvation-at-a-shelter-run-by-bjp-leader-in-chhattisgarh/ | 2019-01-20T17:58:47Z | s3://commoncrawl/crawl-data/CC-MAIN-2019-04/segments/1547583728901.52/warc/CC-MAIN-20190120163942-20190120185942-00035.warc.gz | ory | 0.999999 | Orya | 4 | {"ory_Orya_score": 0.999998927116394} |
ମଣ୍ଡିରେ ଅବ୍ୟବସ୍ଥା, ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାନ ଢାଳି ଅଭିନବ ଉପାୟରେ ପ୍ରତିବାଦ କଲା ଭାଜପା କୃଷକ ମୋର୍ଚ୍ଚା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀ ସମସ୍ୟା ନେଇ ଶୁକ୍ରବାର ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ବାସ ଭବନ ଘେରାଉ କରିଛି ଭାଜପା କୃଷକ ମୋର୍ଚ୍ଚା । ଏଥିସହ ମୋର୍ଚ୍ଚାର ଶତାଧିକ ସଦସ୍ୟ ମନ୍ତ୍ରୀ ପାତ୍ରଙ୍କ ବାସଭବନ ଆଗରେ ଧାନ ଢ଼ାଳି ପ୍ରତିବାଦ କରିଥିଲେ । ଧାନ ବିକ୍ରି ପାଇଁ ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲି ଥିଲେ ହେଁ ସବୁଠି ଅବ୍ୟବସ୍ଥା ଦେଖାଦେଇଛି । ଦିନ ଦିନ ଧରି ମଣ୍ଡି ଆଗରେ ଧାନ ବସ୍ତା ପଡ଼ି ରହୁଥିବା ବେଳେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଭାଜପା କୃଷକ ମୋର୍ଚ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିସହ ଏଫ୍ଏକ୍ୟୁ ମାନର ଧାନ ଆଳରେ ମଣ୍ଡିରେ ଚାଷୀଙ୍କଠାରୁ ୫ରୁ ୭ କି.ଗ୍ରା. ପର୍ଯ୍ୟନ୍ତ ଧାନ କାଟ୍ କରାଯାଉଛି । ଫଳରେ ଚାଷୀମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବା ସହ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।
କେତେକ ସ୍ଥାନରେ ଚାଷୀମାନେ ଧାନ ବେପାରୀଙ୍କୁ କମ୍ ମୂଲ୍ୟରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ବିକୁଥିବା ବେଳେ ବିଭିନ୍ନ ସ୍ଥାନରେ ଚାଷୀମାନେ ଏହାକୁ ବିରୋଧ ମଧ୍ୟ କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ପ୍ରକୃତ ସମସ୍ୟା ପ୍ରତି ଦୃଷ୍ଟି ନଦେଇ ରାଜନୈତିକ ଭାଷଣବାଜିରେ ବ୍ୟସ୍ତ ରହୁଥିବା ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି । | <urn:uuid:0171cc14-30fa-4cc5-a6bb-9ae4e88a7235> | CC-MAIN-2019-04 | http://www.odishafast.com/www-odishafast-com-134/ | 2019-01-17T15:43:12Z | s3://commoncrawl/crawl-data/CC-MAIN-2019-04/segments/1547583658988.30/warc/CC-MAIN-20190117143601-20190117165601-00076.warc.gz | ory | 0.999999 | Orya | 3 | {"ory_Orya_score": 0.9999991655349731} |
ଲୋମଶ କାହ୍ନାର ଅସ୍ତ୍ରୋପଚାର ଆରମ୍ଭ : ୧୨ ଜଣିଆ ଡାକ୍ତରୀ ଦଳର ୬ ଘଣ୍ଟା କସରତ, ସ୍କିନ୍ ଗ୍ରାଫ୍ଟିଂ ଶେଷ, ତିନି ମାସ ପରେ ଦ୍ୱିତୀୟ ପର୍ଯ୍ୟାୟ
ବ୍ରହ୍ମପୁର : ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଅଧୀନରେ ଲୋମଶ ବାଳକ କାହ୍ନାର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯାଇଛି। ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା. ରାଜୁ ଦାଶଙ୍କ ନେତୃତ୍ୱରେ ୧୨ଜଣିଆ ଡାକ୍ତରୀ ଦଳ ଦୀର୍ଘ ୬ଘଣ୍ଟା ପରିଶ୍ରମ କରି ସଫଳ ଅସ୍ତ୍ରୋପଚାର କରିଛନ୍ତି। କାହ୍ନାର ଚେହେରାରେ ବଢ଼ି ଚାଲିଥିବା ଲୋମ କାଟି ବାହାର କରାଯାଇଛି। ଏହା ସହିତ ଚେହେରାର ଡାହାଣ ପଟ ଅଂଶର ଚମଡ଼ାକୁ ହଟାଇଯାଇଛି। ଜଙ୍ଘରୁ ଚମଡ଼ା ବାହାର କରାଯାଇ ସେଠାରେ ସ୍କିନ୍ ଗ୍ରାଫ୍ଟିଂ ପଦ୍ଧିତିରେ ପ୍ରତ୍ୟାରୋପଣ କରାଯାଇଛି। କାହ୍ନାର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାରରେ ତାଙ୍କର ମାତା, ପିତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ କାହ୍ନର ମୁହଁକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖାଯାଇଛି। ଆସନ୍ତା ୭ଦିନ ପରେ ପଟି ଖୋଲାଯିବ ବୋଲି ଡାକ୍ତର କହିଛନ୍ତି। ସେପଟେ ୩ ମାସ ପରେ ପରବର୍ତ୍ତୀ ଅସ୍ତ୍ରୋପଚାର କରାଯିବ ବୋଲି ଡା. ଦାଶ ସୂଚନା ଦେଇଛନ୍ତି।
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତର ବାଘୁଆ ଗାଁର ରାମଚନ୍ଦ୍ର ନାଇକ ଓ ମମତାଙ୍କ ୬ ବର୍ଷର ପୁଅ କାହ୍ନାର ଶରୀର ଲୋମଶ ପାଲଟିଯିବା ସଂକ୍ରାନ୍ତ ଗତ ୧୬ ତାରିଖରେ 'ସମ୍ବାଦ'ରେ ଖବର ପ୍ରକାଶିତ ହୋଇଥିଲା। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ଵିଟ୍ରେ ବାର୍ତା ପହଞ୍ଚିଥିଲା। କାହ୍ନାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଥିଲେ। ସେ ନେଇ କାହ୍ନାକୁ ଚିକିତ୍ସା ପାଇଁ ଗତ ୧୯ତାରିଖରେ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ କାହ୍ନାର ରକ୍ତ ପରୀକ୍ଷା ସହିତ ଆବଶ୍ୟକ ଟେଷ୍ଟ କରାଯାଇଥିଲା। ପରୀକ୍ଷାରେ କୌଣସି ତ୍ରୁଟି ନଥିବାରୁ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା ଏବଂ ଆଜି ପ୍ରଥମ ପର୍ଯ୍ୟାୟ ଅପରେସନ୍ ଶେଷ ହୋଇଛି। ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଆସିଷ୍ଟାଣ୍ଡ ପ୍ରଫେସର ଡା. ବିଶ୍ୱଜିତ ମିଶ୍ର, ଡା. କିରଣ କୁମାର କର, ଡା. ଶୁଭାଶିଷ ପାତ୍ର, ନିଶ୍ଚେତକ ବିଭାଗ ପ୍ରଫେସର ଡା. ଏଲ୍.ଡି ଦାଶ, ଆସିଷ୍ଟାଣ୍ଡ ପ୍ରଫେସର ଡା. ପ୍ରଭାତୀ ମିଶ୍ର, ଡା. ସତୀଶ ମିଶ୍ର, ଏସ୍ଆର୍ ଡା. ସୌଭାଗ୍ୟ ଦାଶ ପ୍ରମୁଖ ସାମିଲ ଏହି ଟିମ୍ରେ ସାମିଲ୍ ହୋଇଥିଲେ। | <urn:uuid:72709140-843c-4247-aade-0f40b16179e7> | CC-MAIN-2019-04 | http://sambad.in/state/first-phase-of-operation-on-kanha-at-mkcg-184463/ | 2019-01-19T18:49:26Z | s3://commoncrawl/crawl-data/CC-MAIN-2019-04/segments/1547583680452.20/warc/CC-MAIN-20190119180834-20190119202834-00076.warc.gz | ory | 0.999998 | Orya | 5 | {"ory_Orya_score": 0.9999980926513672} |
କନକ ବ୍ୟୁରୋ : ପୁଣି ମାତିଲେ ମାଓବାଦୀ । ଯାତ୍ରୀବାହୀ ବସକୁ ଜାଳି ଦେଇଛନ୍ତି ନକ୍ସଲ । ଛତିଶଗଡ ସୁକମା ଦାନ୍ତେୱାଡ଼ା ରାସ୍ତାରେ ଭୁସାରାମ ଠାରେ ଏକ ଯାତ୍ରୀବାହୀ ବସକୁ ଅପହରଣ କରିନେଇଛନ୍ତି ମାଓବାଦୀ ଏବଂ ଏହାକୁ ନିଆଁ ଲଗାଇ ଦେଇଛନ୍ତି । ଏହା ସହ ଘଟଣାସ୍ଥଳରେ ସେମାନେ ପୋଷ୍ଟର ଓ ବ୍ୟାନର ଛାଡିଯାଇଛନ୍ତି । ତେବେ ସୁରକ୍ଷାକର୍ମୀ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଛନ୍ତି । ଏନେଇ ସ୍ଥାନୀୟ ଅଂଚଳରେ ଅପରେସନକୁ ଜୋରଦାର କରାଯାଇଛି । ଗତ ୬ ତାରିଖ ଦିନ ପୁଲିସ ଏନକାଉଣ୍ଟରରେ ୧୫ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ହୋଇଥିବା ନେଇ ନକ୍ସଲ ଉଗ୍ରରୂପ ଧାରଣ କରିଛନ୍ତି । ଏହି ଘଟଣାକୁ ବିରୋଧ କରି ନକ୍ସଲ ଗତ ୪ ଦିନ ହେଲା ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ଏକ ଘରୋଇ ବସ ସୁକମାରୁ ଦନ୍ତେୱାଡା ଯାଉଥିଲା । ପୂର୍ବରୁ ଛପି ରହିଥିବା ନକ୍ସଲ ହଠାତ୍ ଚିଙ୍ଗାବରମ ନିକଟରେ ବସଟିକୁ ଅଟକାଇଥିଲେ । ସମସ୍ତ ଯାତ୍ରୀଙ୍କୁ ବସରୁ ଓହ୍ଲାଇବା ପାଇଁ କହି ପରେ ବସରେ ନିଆଁ ଲଗାଇ ପୋଡି ଦେଇଥିଲେ । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି । ଗତ ଏନକାଉଣ୍ଟର ଘଟଣା ପରଠାରୁ ନକ୍ସଲ ହିଂସାତ୍ମକ ହୋଇ ଲଗାତାର ଏଭଳି ଘଟଣା ଘଟାଇ ଚାଲିଛନ୍ତି । | <urn:uuid:db59e755-3861-4a58-8b12-e2dba2c3c21a> | CC-MAIN-2019-04 | http://kanaknews.com/chhattisgarh-naxals-torch-a-passenger-bus/ | 2019-01-22T23:07:33Z | s3://commoncrawl/crawl-data/CC-MAIN-2019-04/segments/1547583875448.71/warc/CC-MAIN-20190122223011-20190123005011-00396.warc.gz | ory | 1.000005 | Orya | 4 | {"ory_Orya_score": 1.0000050067901611} |
ଖୁସି ଖବର ! ଖୁବଶୀଘ୍ର ନିର୍ମାଣ ହେବ ସିମ୍ବାର ସିକ୍ୱଲ, ରଣବୀରଙ୍କ ସହିତ ଅଜୟ ଦେବଗନ ମିଶି କରିବେ ଶତ୍ରୁର ସାମ୍ନା ।
୨୦୧୮ରେ ରିଲିଜ ହୋଇଥିବା ରଣବୀର ସିଂ ଏବଂ ସାରା ଅଲ୍ଲୀ ଖାନ ଷ୍ଟାରର ଫିଲ୍ମ 'ସିମ୍ବା'ର ନାମ ବଡ ଫିଲ୍ମ ତାଲିକାରେ ସାମିଲ ହୋଇସାରିଛି । ରୋହିତ ସେଟ୍ଟୀ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ରୋମାନ୍ସ, ଆକ୍ସନ ଏବଂ କମେଡିର ଜବରଦସ୍ତ ତଡକା ଦେଖିବାକୁ ମିଳିଛି । ରଣଙ୍ରଙ୍ତ ଏହି ଫିଲ୍ମ ମାତ୍ର ୫ ଦିନରେ ପୂରା ଦୁନିଆରେ ୨୦୦ କୋଟି ଆୟ କରିଥିବା ବେଳେ ଦେଶରେ ମାତ୍ର ୬ ଦିନରେ ୧୩୯ କୋଟି ଆୟ କରି ରେର୍କଡ କରିଛି ।
ରୋହିତ ସେଟ୍ଟୀଙ୍କ ଏହି ଫିଲ୍ମକୁ ସମସ୍ତେ ଖୁବ ପସନ୍ଦ କରିଥିବା ବେଳେ ଏବେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଅସଲରେ ରୋହିତ ସେଟ୍ଟୀଙ୍କୁ କିଛି ଦିନ ପୂର୍ବେ ପଚରା ଯାଇଥିଲା ସେ ସିମ୍ବାର ସିକ୍ୱଲ ବିଷୟରେ ଚିନ୍ତା କରୁଛନ୍ତି କି ? ଏହାର ଉତ୍ତର ଦେଇ ରୋହିତ ସେଟ୍ଟୀ କହିଥିଲେ ଯଦି ଲୋକେ ଫିଲ୍ମକୁ ପସନ୍ଦ କରିବେ ତେବେ ସେ ନିଶ୍ଚିତ ଏହାର ସିକ୍ୱଲ ନିର୍ମାଣ କରିବା ବିଷୟରେ ଭାବିବେ ।
ଏବେ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ସଫଳତା ପାଇଥିବା ବେଳେ ଏବେ ପ୍ରଶ୍ନ ଉଠୁଛି କ'ଣ ରୋହିତ ସେଟ୍ଟୀ ଏହାର ସିକ୍ୱଲ ନିର୍ମାଣ କରିବେ କି ନାହିଁ । ତେବେ ଆପଣଙ୍କୁ କହିରଖୁଛୁ ଯେ, ରୋହିତ ସେଟ୍ଟୀ ସିମ୍ବାର ସିକ୍ୱଲ ନିର୍ମାଣ କରିବା ପାଇଁ ପ୍ଲାନିଂ କରୁଛନ୍ତି । ଏହି ସିକ୍ୱଲ ଫିଲ୍ମରେ ଉଭୟ ରଣବୀର ସିଂ ଏବଂ ଅଜୟ ଦେବଗନ ନଜର ଆସିବେ ।
ଖବର ଅନୁସାରେ ରୋହିତ ସେଟ୍ଟୀ ଫିଲ୍ମ ସିମ୍ବାକୁ ଏପରି ଭାବେ ନିର୍ମାଣ କରିଛନ୍ତି ଯେପରି ତାର ସିକ୍ୱଲ ନିର୍ମାଣ କରିହେବ । ଏହି ଫିଲ୍ମରେ ଅଜୟ କେବଳ କେମିୟୋ ଭାବେ ନିଜର ଆସିବେ ନାହିଁ ବରଂ ରଣବୀର ସିଂଙ୍କ ସହିତ ଲିଡ ରୋଲ ରେ ନଜର ଆସିବେ । ତେବେ ଦେଖାଯାଉ ଏହାର ସିକ୍ୱଲ କେବେ ଆସୁଛି । | <urn:uuid:c8ff2fd1-369d-48ef-b178-928e40928479> | CC-MAIN-2019-04 | http://ollybolly.in/ranveer-singh-and-sara-ali-khans-simmba-2-on-cards-heres-the-answer/ | 2019-01-24T02:06:46Z | s3://commoncrawl/crawl-data/CC-MAIN-2019-04/segments/1547584445118.99/warc/CC-MAIN-20190124014810-20190124040810-00076.warc.gz | ory | 1.000003 | Orya | 12 | {"ory_Orya_score": 1.000003457069397} |
ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ଅସୁସ୍ଥ ; ଲସ୍ ଏଞ୍ଜେଲେସ୍ରେ ହେଉଛନ୍ତି ଚିକିତ୍ସିତ
ଆଓରି-ନୂଆଦିଲ୍ଲୀ(୩୦/୧୨) : ବଲିଉଡ୍ ଡିସ୍କୋ ଡ୍ୟାନ୍ସର ମିଥୁନ୍ ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେ ଆମେରିକାରେ ଲସ୍ ଏଞ୍ଜେଲେସ୍ରେ ଚିକିତ୍ସିତ ହୋଇଛନ୍ତି । ସେ ଅନେକ ଦିନ ଧରି ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହି ଯନ୍ତ୍ରଣା ଅତ୍ୟଧିକ ହେବାରୁ ସେ ଏବେ ଲସ୍ ଆଞ୍ଜେଲେସ୍ର ଏକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ମିଥୁନ୍ଙ୍କୁ ୬୬ ବର୍ଷ ବୟସ ହୋଇଥିବା ବେଳେ ପ୍ରଥମେ ସେ ମୁମ୍ୱାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ଅଧିକ ଚିକିତ୍ସା ପାଇଁ ପରିବାର ବର୍ଗ ତାଙ୍କୁ ଆମେରିକାର ଲସ୍ ଆଞ୍ଜେଲେସ ସ୍ଥାନାନ୍ତର କରିଛନ୍ତି । ତେବେ ସେଠାରେ ଚିକିତ୍ସିତ ହେବା ପରେ ମିଥୁନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣାପଡ଼ିଛି । ମିଥୁନ୍ଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ଓ ବୋହୂ ତାଙ୍କ ପାଖରେ ଉପସ୍ଥିତ ।
ପୂର୍ବରୁ ୨୦୧୬ରେ ମଧ୍ୟ ମିଥୁନ ଚିକିତ୍ସା ପାଇଁ ଲସ୍ ଏଞ୍ଜେଲସ୍ ଯାଇଥିଲେ । ଫିଲ୍ମ 'ଲକି' ପାଇଁ ଏକ ଷ୍ଟଣ୍ଟ୍ ସିନ୍ ଦେଉଥିବା ବେଳେ ତାଙ୍କ ଅଣ୍ଟାରେ କୌଣସି ମତେ ଆଘାତ ଲାଗିଥିଲା । ସେବେଠାରୁ ତାଙ୍କ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେହିଭଳି ବଲିଉଡ୍ କମେଡି ତଥା ଚରିତ୍ର ଏବଂ ନିଷ୍ଠୁର ବାପା ଭୂମିକାରେ ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତା କାଦର ଖାନା ମଧ୍ୟ ଅସୁସ୍ଥ ରହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଥିବାରୁ ତାଙ୍କୁ ଭେଣ୍ଟେଲେଟରରେ ରଖାଯାଇଛି । ତାଙ୍କ ଆଶୁଆରୋଗ୍ୟ କାମନା କରି ବଲିଉଡର ବହୁ ଦିଗଜ୍ଜ ଅଭିନେତା ଠାକୁରଙ୍କ େନିକଟରେ ପ୍ରାର୍ଥନା କରିଛନ୍ତି । ବଲିଉଡ୍ ବିଗ୍ ବି ଅମିତାଭ୍ ବଚ୍ଚନ ତାଙ୍କ ପାଇଁ ଟ୍ୱିଟ୍ ମଧ୍ୟ କରିଛନ୍ତି । | <urn:uuid:017c7dd4-772d-46db-929e-58caa24af869> | CC-MAIN-2019-04 | http://www.aajiraodisha.org/bollywood-actor-mithun-chakraborty-is-admitted-in-los-angeles-hospital/ | 2019-01-24T02:47:32Z | s3://commoncrawl/crawl-data/CC-MAIN-2019-04/segments/1547584445118.99/warc/CC-MAIN-20190124014810-20190124040810-00076.warc.gz | ory | 1 | Orya | 4 | {"ory_Orya_score": 0.9999998807907104} |
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସରକାରରୁ ବିଜେପି ଓହରି ଆସିବାପରେ କଂଗ୍ରେସ ଆଜି ବିଜେପିକୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି, ଜମ୍ମୁ କଶ୍ମୀର ରାଜ୍ୟକୁ ବିଜେପି ନଷ୍ଟ କରିଦେଇଛି। ଏବେ ନିଜ ଉପରକୁ ଆସୁଥିବା ସମାଲୋଚନାକୁ ବିଜେପି ହ୍ରାସ କରିବାକୁ ଚେଷ୍ଟା କରୁଛି। ଏଭଳି ପରିସ୍ଥିତିରେ ପିଡିପି ସହ ମେଣ୍ଟ କରାଯିବାର ପ୍ରଶ୍ନ ଉଠୁନୁ ବୋଲି ଆଜାଦ୍ ସ୍ପଷ୍ଟ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଜେପି-ପିଡିପି ସୁବିଧାବାଦୀ ମେଣ୍ଟ ସରକାର ରାଜ୍ୟରେ ନିଆଁ ଲଗାଇ ଦେଇଛନ୍ତି। ଏବେ ଏହି ସରକାରର କ୍ଷତି ଘଟିଥିଲେ ମଧ୍ୟ ଦେଶକୁ ଅନେକ କ୍ଷତି ସହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଆସନ୍ତା ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ହିଁ ବିଜେପି ଏଭଳି ସୁବିଧାବାଦୀ ପଦକ୍ଷେପ ନେଇଛି ବୋଲି ରାହୁଲ କହିଛନ୍ତି। ବିଜେପି ଜମ୍ମୁ କଶ୍ମୀରରେ ପିଡିପି ସହ ମେଣ୍ଟ କରିବା ଏବଂ ଏବେ ମେଣ୍ଟରୁ ଓହରି ଆସିବା, ଉଭୟ ପ୍ରକ୍ରିୟ ଅନୈତିକ ଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା କବିଲ ଶିବଲ ଟ୍ଵିଟ୍ କରି କହିଛନ୍ତି। | <urn:uuid:45d7c577-e137-4935-9234-21a9dbe32d47> | CC-MAIN-2019-04 | http://sambad.in/india-and-beyond/congress-saysmost-great-lossin-kashmir-162338/ | 2019-01-20T06:58:50Z | s3://commoncrawl/crawl-data/CC-MAIN-2019-04/segments/1547583700734.43/warc/CC-MAIN-20190120062400-20190120084400-00235.warc.gz | ory | 0.999842 | Orya | 4 | {"ory_Orya_score": 0.9998416900634766} |
କହିଥିଲ କିନ୍ତୁ ଭୁଲିଗଲ କେମିତି ! ବିଜେପିକୁ ଅତୀତର ପ୍ରତିଶୃତି ମନେ ପକାଇଦେଲେ ନବୀନ
ସ୍ୱତନ୍ତ୍ର ପାହ୍ୟା ଦାବିକୁ ନେଇ ଜୋର ଧରିଲା ରାଜନୀତି । ନବୀନ କହିଲେ, ଦାବି ପୂରଣ ଆଶାରେ ବିଜେପି ସହ ୯ ବର୍ଷ ସରକାରରେ ଥିଲା ବିଜେଡି । ଧର୍ମେନ୍ଦ୍ର କହିଲେ, ବିଧାନସଭାରେ ଗୋଟିଏ କଥା, ବାହାରେ ଆଉଗୋଟିଏ କଥା କହୁଛନ୍ତି ନବୀନ
କନକ ବ୍ୟୁରୋ : ଦାବି ଉପସ୍ଥାପନର ନୂଆ ତରିକା । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପାଇଁ ନୂଆ ତରିକା ଆପଣେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପିକୁ ମନେ ପକାଇ ଦେଇଛନ୍ତି ବହୁ ପୁରୁଣା କଥା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି -ବିଜେଡି ମେଂଟର ଆଧାର ଥିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ବୋଲି ନବୀନ କହିଛନ୍ତି । କେବଳ ସେତିକି ନୁହେଁ ୨୦୧୪ରେ ବିଜେପି ନିଜ ଇସ୍ତାହାର ବି ଏହାକୁ ପ୍ରମୁଖ ପ୍ରସଙ୍ଗ ରଖିଥିଲା, କିନ୍ତୁ ବିଜେପି ଭୁଲିଗଲା ବୋଲି କହିଛନ୍ତି ନବୀନ । ଟ୍ୱିଟ୍ କରି ଏହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫଳରେ ୨୦୧୯ ନିର୍ବାଚନ ପୂର୍ବରୁ ପୁଣି ଥରେ ଫେରିଛି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ରାଜନୀତି ।
୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଓ ବିଜେଡି ଏକାଠି ସରକାର କରିଥିଲେ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାପାଇଁ ଆମେ ଏକାଠି ଲଢିଥିଲୁ । ୨୦୦୯ ପରେ ବିଜୁ ଜନତା ଦଳ ଓ ବିଜେପି ଏଥିପାଇଁ ତାଙ୍କର ଲଢେଇ ଜାରି ରଖିଛନ୍ତି । ୨୦୧୪ ନିର୍ବାଚନରେ ବିଜେପିର ଇସ୍ତାହାରରେ ଏକ ନମ୍ବର ଏଜେଣ୍ଡା ଥିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା । ଏହା ଦେଖି ମୁଁ ସବୁଠାରୁ ବେଶି ଖୁସି ହୋଇଥିଲି । ଆଶା ଥିଲା ଓଡିଶାବାସୀ ନ୍ୟାୟ ପାଇବେ । କିନ୍ତୁ ଦୁଃଖର କଥା ଚୌକି ପାଇଁ ବିଜେପି ତାର ପ୍ରତିଶ୍ରୁତି ଭୁଲିଗଲା । ଓଡିଶାବାସୀଙ୍କ ଆଶା ଆଶାରେ ହିଁ ରହିଗଲା । ଏଭଳି କହି ବିଜେପିକୁ ଅତୀତର କଥା ମନେ ପକାଇ ଦେଇଛନ୍ତି ।
ପୁଣିଥରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ କେନ୍ଦ୍ରର ଅବହେଳା କଥା ଉଠାଇ ବିଜେପିକୁ ନବୀନଙ୍କ ଜୋରଦାର ଆକ୍ରମଣ । ଦଳୀୟ କାର୍ଯ୍ୟକ୍ରମରେ ବିରୋଧୀକୁ କାଠଗଡାରେ ଛିଡା କରାଇଛନ୍ତି ବିଜେଡି ସୁପ୍ରିମୋ । ହେଲେ ଏଥର ଆକ୍ରମଣର ତରିକା ବଦଳାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଆଶାରେ ବିଜେପି ସହ ୯ ବର୍ଷ ଏକାଠି ସରକାରରେ ରହିଥିବା କଥା କହିଛନ୍ତି ନବୀନ । ୨୦୧୪ରେ ନିର୍ବାଚନୀ ଇସ୍ତାହାରରେ ଏହି କଥାକୁ ପ୍ରାଥମିକତା ଦେଇ କିଭଳି ଭୁଲିଗଲା ବିଜେପି ତାହା ମନେପକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଧାନସଭାରୁ ଆରମ୍ଭ କରି ସଂସଦ ଏପରିକି ନୀତି ଆୟୋଗ ବୈଠକ, ବାରମ୍ବାର ବିଭିନ୍ନ ଫୋରମରେ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବିକୁ ଜୋରଦାର କରିଆସିଛନ୍ତି ନବୀନ । କୁହାଯାଉଛି ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁଙ୍କ ପରି ଏହି ପ୍ରସଙ୍ଗରେ ମୋଦି ଓ ବିଜେପିକୁ ଘେରିବା ପାଇଁ ରଣନୀତି କରିଛନ୍ତି ବିଜେଡି ସୁପ୍ରିମୋ ।
ସେପଟେ ବିଜେଡିର ଜନ ସଂପର୍କ ପଦଯାତ୍ରାରେ ବିଜେପିକୁ ଶାଣୀତ ଆକ୍ରମଣ ପରେ ତତକ୍ଷଣାତ ଜବାବ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ, ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗରେ ବିଧାନସଭାରେ ଗୋଟିଏ କଥା ଓ ଦଳୀୟ ମଂଚରେ ଆଉଗୋଟିଏ କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବିଧାନସଭାରେ ୨୦୧୩ରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ରଖିଥିବା ଉତରକୁ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖାଅଛି ଯେ, ଜାତୀୟ ଉନ୍ନୟନ ପରିଷଦର ମାନଦଣ୍ଡ ଅନୁଯାୟୀ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପାଇଁ ଯୋଗ୍ୟ ହେଉନାହିଁ ।
ବିଜେପିର ଯୁକ୍ତି ଚତୁର୍ଦ୍ଦଶ ଅର୍ଥ କମିଶନ ପରେ ଆଉ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ନାହିଁ । ତେବେ କେନ୍ଦ୍ରରେ ମୋଦି ସରକାର ଯେତିକି ଅର୍ଥ ବ୍ୟୟବରାଦ କରୁଛନ୍ତି ତାକୁ କ୍ରିୟାନ୍ୱୟନ କରିବାରେ ବାଧକ ହେଉଛନ୍ତି ରାଜ୍ୟ ସରକାର । ତଥାପି ରାଜନୈତିକ ଉଦ୍ଦେଶ୍ୟ ରଖି ବାରମ୍ବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଉଛନ୍ତି । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉଭୟ ବିଜେଡି ଓ ବିଜେପିର ମନୋବୃତି ଉପରେ ପ୍ରଶ୍ନ ଉଠାଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରରେ ଏକାଠି ହେଉଛନ୍ତି ମୋଦି ବିରୋଧୀ । ଆଉ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରଖିଆସୁଥିବା ନବୀନ ପ୍ରତିଶ୍ରୁତି ପାଳନରେ ଫେଲ ମାରିଥିବା କହି ବିଜେପିକୁ କାଠଗଡାରେ ଛିଡା କରାଇଛନ୍ତି । ତେଣୁ ଅନୁମାନ କରାଯାଉଛି ମୋଦି ହାୱାରେ ଆଗାମୀ ନିର୍ବାଚନ ଜିତିବାକୁ ପ୍ରସ୍ତୁତ ହେଉଥିବା ବିଜେପିକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଘେରିବାକୁ ରଣନୀତି କରିଛନ୍ତି ବିଜେଡି ସୁପ୍ରିମୋ । | <urn:uuid:cdcbce81-027e-40fb-a2a0-42d2f3acaef8> | CC-MAIN-2019-04 | http://kanaknews.com/naveen-target-bjp-govt-on-jana-sampark-padayatra/ | 2019-01-21T07:38:40Z | s3://commoncrawl/crawl-data/CC-MAIN-2019-04/segments/1547583763839.28/warc/CC-MAIN-20190121070334-20190121092334-00555.warc.gz | ory | 1.000001 | Orya | 4 | {"ory_Orya_score": 1.0000014305114746} |
ୟୁପିର ଅଜବ ଭୋଟର ତାଲିକା : ବାଲିଆ ଦୁର୍ଗାବତୀଙ୍କ ଫଟୋରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଫଟୋ, ପୂର୍ବ ୟୁପି ମନ୍ତ୍ରୀଙ୍କ ସ୍ଥାନରେ ହାତୀର ଫଟୋ
କନକ ବ୍ୟୁରୋ : ୟୁପି ଭୋଟର ତାଲିକାରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଫଟୋ । ଉତ୍ତର ପ୍ରଦେଶ ବାଲିଆରେ ଜାରି ହୋଇଥିବା ଏକ ଭୋଟର୍ ତାଲିକାରେ ଦୁର୍ଗାବତୀ ନାମକ ଜଣେ ମହିଳାଙ୍କ ଫଟୋ ସ୍ଥାନରେ ସନ୍ନି ଲିଓନିଙ୍କ ଫଟୋ ଦେଖିବାକୁ ମିଳିଛି । ବାଲିଆ ବିବେକାନନ୍ଦ କଲୋନିର ବାସିନ୍ଦା ହେଉଛନ୍ତି ଦୁର୍ଗାବତୀ ସିଂ । ତେବେ ତାଲିକାରେ ତାଙ୍କ ଫଟୋ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବଲିଉଡ୍ ଅଭିନେତ୍ରୀଙ୍କ ଫଟୋ ରହିଛି । କେବଳ ସେତିକି ନୁହଁ ସରକାରୀ ୱେବସାଇଟ୍ରେ ମଧ୍ୟ ଏହି ସମାନ ତଥ୍ୟ ନଜର ଆସିଛି । ହାସ୍ୟାସ୍ପଦ ଓ ଚିନ୍ତାଜନକ କଥା ହେଉଛି କେବଳ ଦୁର୍ଗାବତୀଙ୍କ କ୍ଷେତ୍ରରେ ଏହି ଅକ୍ଷମଣୀୟ ଭୁଲ୍ ଦେଖିବାକୁ ମିଳିଛି ତା ନୁହଁ ବରଂ ୟୁପିର ପୂର୍ବ କ୍ୟାବିନେଟ୍ ମନ୍ତ୍ରୀ ନାରଦ ରାୟ, ବରିଷ୍ଠ ଅଧିକାରୀ କୁୱଁର ଅଙ୍କୁର ସିଂ ଓ କୁୱଁର ଗୌରବଙ୍କ କ୍ଷେତ୍ରରେ ମଧ୍ୟ ବିରାଟ୍ ଭୁଲ ହୋଇଛି ।
ନାରଦ ରାୟଙ୍କ ଫଟୋରେ ଏକ ହାତୀ, କୁୱଁର ଅଙ୍କୁର ସିଂଙ୍କ ଫଟୋରେ ଏକ ହରିଣ ଓ କୁୱଁର ଗୌରବଙ୍କ ଫଟୋରେ ଏକ ପାରାର ଫଟୋ ଜାରି କରାଯାଇଛି । ଜୁଲାଇ ୧୫ ତାରିଖରେ ବାଲିଆ ତହସିଲ୍ ଅଫିସରୁ ଏହି ତାଲିକା ଜାରି କରାଯାଇଛି । ଏହି ଫଟୋ ଠିକ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ କେନ୍ଦ୍ର ସରକାର ଡିଜିଟାଲ୍ ଇଣ୍ଡିଆର ଘନ ଘନ ପ୍ରଚାର କରୁଛନ୍ତି ଓ ୟୁପିରେ ବିଜେପି ଶାସିତ ସରକାର ରହିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ସଂପୃକ୍ତ ଡାଟା ଏଂଟ୍ରି ଅପରେଟରଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଛି । | <urn:uuid:ef97a7c3-e7a1-466a-95e4-34e7f4a1d73e> | CC-MAIN-2019-04 | http://kanaknews.com/sunny-leone-elephant-pigeon-voter-list-in-east-up/ | 2019-01-21T07:34:41Z | s3://commoncrawl/crawl-data/CC-MAIN-2019-04/segments/1547583763839.28/warc/CC-MAIN-20190121070334-20190121092334-00555.warc.gz | ory | 1 | Orya | 4 | {"ory_Orya_score": 1.000000238418579} |
ଏଣିକି ବିଦ୍ୟୁତ୍ କାଟ୍ ହେଲେ ଘଂଟା ପ୍ରତି ଉପଭୋକ୍ତାଙ୍କୁ ମିଳିବ ୫୦ ଟଙ୍କା ଲେଖାଏଁ ଜରିମାନା ! ଜାଣନ୍ତୁ କେଉଁଠି ଓ କିଭଳି କରିବେ ଅଭିଯୋଗ
ଦିଲ୍ଲୀବାସୀଙ୍କ ପାଇଁ ଲାଗୁ ହେଲା ଏହି ନିୟମ
ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଉ ଦିଲ୍ଲୀ ସରକାରଙ୍କ ଏଭଳି ନିଷ୍ପତି ଦ୍ୱାରା ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ । ତେବେ ଏହି ଯୋଜନା ଆଧାରରେ ଯଦି କୌଣସି ବିଦ୍ୟୁତ କଂପାନୀ ବିନା କାରଣରେ କିମ୍ବା ପୂର୍ବରୁ ଘୋଷଣା ନକରି ବିଦ୍ୟୁତ୍ କାଟନ୍ତି ତେବେ ତାଙ୍କୁ ଘଂଟା ପ୍ରତି ୫୦ ଟଙ୍କା ଲେଖାଏଁ ଗ୍ରାହକଙ୍କୁ ଜରିମାନା ବାବଦକୁ ଦେବାକୁ ପଡିବ । ସେହିପରି ଯଦି ଏହାଠାରୁ ଅଧିକ ସମୟ ଯାଏଁ ବିଦ୍ୟୁତ କାଟ୍ ହୁଏ ତେବେ କଂପାନୀ ଗ୍ରାହକଙ୍କୁ ୧୦୦ ଟଙ୍କା ଘଂଟା ପ୍ରତି ଜରିମାନା ଦେବା ପାଇଁ ବାଧ୍ୟ ହେବେ ବୋଲି ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ,ଦିଲ୍ଲୀରେ ହେଉଥିବା ଅନିୟମିତ ବିଜୁଳୀ କାଟ୍ ଉପରେ ରୋକ ଲଗାଇବା ପାଇଁ କେଜରିୱାଲ ସରକାରଙ୍କ ତରଫରୁ ଡିଇଆରସି ନିକଟକୁ ଜରିମାନ ଲାଗୁ କରାଯିବା ନେଇ ପୂର୍ବରୁ ଏକ ପ୍ରସ୍ତାବ ପଠାଯାଇଥିଲା । ଯାହାକୁ ବର୍ତ୍ତମାନ ଡିଇଆରସି ପକ୍ଷରୁ କିଛି ମଂଜରୁୀ ମିଳିବା ସହ ଲାଗୁ କରିଦିଆଯାଇଛି । ତେବେ ଏହି ନୂଆ ପ୍ରସ୍ତାବ ଅନୁସାରେ, ପ୍ରଥମ ଦୁଇ ଘଂଟା ବିଦ୍ୟୁତ କାଟ ଉପରେ ବିଜ୍ୟୁତ୍ ଯୋଗାଣ କଂପାନୀକୁ ୫୦ ହଜାର ଟଙ୍କା ପ୍ରତି ଘଂଟା ହିସାବରେ ଜରିମାନା ଦେବାକୁ ପଡିବ । ସେହିପରି ଯଦି ବିଦ୍ୟୁତ୍ କାଟ୍ ୨ ଘଂଟାରୁ ଅଧିକ ହୁଏ ତେବେ କଂପାନୀକୁ ୧୦୦ଟଙ୍କା ପ୍ରତି ଘଂଟା ହିସାବରେ ଜରିମାନା ଦେବାକୁ ହେବ ।
ସରକାରଙ୍କ ନିୟମାନୁସାରେ, ଗୋଟିଏ ଦିନରେ ମାତ୍ର ଘଂଟାକ ପାଇଁ ହିଁ ବିଦ୍ୟୁତ କାଟ ଉପରେ ଜରିମାନା ଦେବାରୁ ବଂଚିତ ହୋଇପାରିବେ କଂପାନୀମାନେ । ହେଲେ ଏହାଠୁ ଅଧିକ ଥର କାଟିଲେ କଂପାନୀକୁ ଘଂଟା ହିସାବରେ ଜରିମାନା ନିଜର ଗ୍ରାହକଙ୍କୁ ଦେବାକୁ ପଡିବ । ସେହିପରି ଯଦି କେବଳ ଗୋଟିଏ ପରିବାର କିମ୍ବା ଗୋଟିଏ କଲୋନୀ ଏହି ସମସ୍ୟାର ବାରମ୍ବାର ଶିକାର ହେଉଛନ୍ତି ତେବେ ଏନେଇ ସେମାନେ ଏସଏମଏସ, ଇମେଲ, ଫୋନ କିମ୍ବା ଅନଲାଇନ ଜରିଆରେ ନୋ କରେଂଟ ଆଧାରରେ ଅଭିଯୋଗ କରିପାରିବେ । | <urn:uuid:fabad8db-e19c-4b0e-ba8b-73313ca3d7b3> | CC-MAIN-2019-04 | http://kanaknews.com/special-now-you-can-get-money-for-power-cut/ | 2019-01-23T11:41:33Z | s3://commoncrawl/crawl-data/CC-MAIN-2019-04/segments/1547584331733.89/warc/CC-MAIN-20190123105843-20190123131843-00555.warc.gz | ory | 0.999965 | Orya | 4 | {"ory_Orya_score": 0.9999654293060303} |
ମୃତ୍ୟୁର ସୌଦାଗର ଅନଭିଜ୍ଞ ଠିକାଦାରଙ୍କୁ କୋର୍ଟରେ ହାଜର କଲା ପୁଲିସ ! ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ସଜା ପାଇଁ ପ୍ରକ୍ରିୟା ଆରମ୍ଭ
କନକ ବ୍ୟୁରୋ: ଭୁବନେଶ୍ୱର ବମିଖାଲ ଫ୍ଲାଏ ଓଭର ଭୁଶୁଡିବା ଘଟଣା । କୋର୍ଟ ଚାଲାଣ ହେଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମୁଖ୍ୟ ପ୍ରତାପ ପଣ୍ଡା । ଗିରଫ ଅନ୍ୟ ୨ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି । ସହକାରୀ ଯନ୍ତ୍ରୀ କିଶୋର ରାଉତ ଓ ପ୍ରୋଜେକ୍ଟ ମ୍ୟାନେଜର ବିପୁଲ ଚକ୍ରବର୍ତ୍ତୀଙ୍କ ମଧ୍ୟ କୋର୍ଟ ଚାଲାଣ କରାଯାଇଛି ।
ଦଫା ୩୦୪, ୩୩୭,୩୩୮ଓ ୩୪ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ କେମିତି ପ୍ରତାପ ପଣ୍ଡାଙ୍କୁ ଟେଣ୍ଡର ମିଳୁଥିଲା ଓ କାହିଁକି ନିମ୍ନମାନର କାର୍ଯ୍ୟ ହେଉଥିଲା ତାର ଗୁମର ଖୋଜିବ ପୁଲିସ । ସେପଟେ ପଣ୍ଡାଙ୍କ ପଲିଟିକାଲ ଲିଙ୍କକୁ ନେଇ ମଧ୍ୟ ସସପେନ୍ସ ଜାରି ରହିଛି । ଏସବୁ ଭିତରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିବ ନାଁ ନାହିଁ ତାରି ଉପରେ ସମସ୍ତଙ୍କ ନଜର ।
ସୂଚନା ମୁତାବକ, ପୁଲିସରେ ଆତ୍ମସମର୍ପଣ କରିଛନ୍ତି ମୃତ୍ୟୁର ସୌଦାଗର । ଆଜି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶାର ରାଉତ ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପରେ ତାଙ୍କୁ ଗିରଫ କରାଯାଇଛି । ଯେଉଁ ସହକାରୀ ଇଂଜିନିୟରଙ୍କ ଅବହେଳା କାରଣରୁ ଏତେ ବଡ ଦୁର୍ଘଟଣା ଘଟିଲା, ଜଣକର ଅମୂଲ୍ୟ ଜୀବନ ଚାଲିଗଲା ଦୁଇ ଦିନ ହେବ ସେ ପୁଲିସ ସହ ଲୁଚକାଳି ଖେଳୁଥିଲେ । ଆଉ ଅଚାନକ ଆଜି ଆସି ଆତ୍ମସମର୍ପଣ କରିଛନ୍ତି ।
ସେହିପରି, ପଣ୍ଡା ଇନଫ୍ରାର ପ୍ରୋଜେକ୍ଟ ଇଂଜିନିୟର ବିପୁଳ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରାଯାଇଛି । ବମିଖାଲ ଓଭରବ୍ରିଜ ଦୁର୍ଘଟଣା ମାମଲାରେ ଏଯାଏ ୪ ଜଣଙ୍କୁ ଗିରଫ କରିଛି ପୁଲିସ । କେଉଁ ପରିସ୍ଥିିତିରେ ପୋଲ ଭୁଶୁଡିପଡିଲା, ଏଥିପାଇଁ କିଏ ଦାୟୀ ସେ ନେଇ ଛାନଭିନ ଚାଲିଥିବା ବେଳେ ଗିରଫ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିସିପି । ଫରେନସିକ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଅନ୍ୟପଟେ, ଏମ୍ସର ହସ୍ପିଟାଲ ବେଡରେ ବାପାଙ୍କୁ ଖୋଜୁଛି ୭ ବର୍ଷର ଶୀତଲ । ମେଡିକାଲ ବେଡରେ ଶୋଇରହିଥିବା ଶୀତଲ ଆଖି ଖୋଲିଳା ମାତ୍ରେ ଖୋଜୁଛି ଖାଲି ବାପାକୁ । କଣ ଘଟିଥିଲା ରବିବାର ଦିନ ଡ୍ୟାନ୍ସ କ୍ଲାସରୁ ଫେରିବା ସମୟରେ ସେ କଥା ତାର ମନେ ନାହିଁ । ଏମ୍ସର ଟ୍ରୋମା କେୟାର ସେଂଟରରୁ ତାକୁ ଆଇସିୟୁକୁ ଅଣାଯାଇଥିବା ବେଳେ ପରିବାର ଓ ସଂପକୀୟଙ୍କୁ ଦେଖିଲେ ଖାଲି ବାପା ସତ୍ୟବ୍ରତଙ୍କ କଥା ପଚାରୁଛି । କୁନି ଝିଅଟି ଆଜି ଯାଏଁ ଜାଣିନାହିଁ ସ୍କୁଟି ପଛରେ ଯେଉଁ ବାପାକୁ ଜାବୁଡି ଧରି ବସିଥିଲା ସେ ଆଉ ଆସିବେନି । ଶୀତଲର ଅବସ୍ଥା ଦେଖି ବାପାଙ୍କ ସଂପର୍କରେ ଜଣାଇବାକୁ ଉଚିତ ମଣୁନାହାନ୍ତି ପରିବାର । ମିଛର ସାନ୍ତ୍ୱନା ଦେଉଛନ୍ତି ବାପା ଆସିବେ । ବମିଖାଲ ବ୍ରିଜ ଭୁଶୁଡିବା ଘଟଣା କେବଳ ଜଣେ ଝିଅକୁ ତା ବାପାଠୁ ଛଡେଇ ନେଇନାହିଁ ଗୋଟିଏ ପରିବାରକୁ ମଧ୍ୟ ବେସାହାରା କରିଦେଇଛି । | <urn:uuid:d80d1ea7-ac56-44e3-b7ba-2e43ae5dd74f> | CC-MAIN-2019-04 | http://kanaknews.com/two-more-engineers-arrested-over-bhubaneswar-bomikhal-flyover-collapse/ | 2019-01-23T12:24:54Z | s3://commoncrawl/crawl-data/CC-MAIN-2019-04/segments/1547584331733.89/warc/CC-MAIN-20190123105843-20190123131843-00555.warc.gz | ory | 0.999993 | Orya | 2 | {"ory_Orya_score": 0.9999927282333374} |
ଓ୍ଵାସିଂଟନ : ଉତ୍ତର କୋରିଆ ଓ ଆମେରିକ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାକୁ ଏବେ ବଡ଼ ଝଟ୍୍କା ଲାଗିଛି। ଉତ୍ତର କୋରିଆକୁ ସଂପୂର୍ଣ୍ଣ ପରମାଣୁ ଅସ୍ତ୍ର ମୁକ୍ତ କରିବା ପାଇଁ ଶାସକ କିମ୍୍ ଜଙ୍ଗ୍ ଉନ୍୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ପରିବର୍ତ୍ତେ ଏ ଦିଗରେ ଓଲଟା ପଦକ୍ଷେପ ନେଇ ପରମାଣୁ କାର୍ଯର୍୍ୟକ୍ରମକୁ ତ୍ୱରାନ୍ଵିତ କରିଛନ୍ତି। ଉତ୍ତର କୋରିଆ ପରମାଣୁ ଅସ୍ତ୍ର ନିର୍ମାଣ ପାଇଁ ଇନ୍ଧନ ଉତ୍ପାଦନ ପ୍ରକ୍ରିୟାକୁ ପୂର୍ବାପେକ୍ଷା ଅଧିକ ବ୍ୟାପକ କରିଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଉତ୍ତର କୋରିଆର ଏଭଳି ଆଚରଣ ବିଶ୍ୱ ସମୁଦାୟକୁ ବିସ୍ମିତ କରିଥିବା ବେଳେ କୋରିଆ ଉପଦ୍ୱୀପ ପୁଣି ଥରେ ଯୁଦ୍ଧ ବଳୟ ଭିତରକୁ ଯିବା ଆଶଙ୍କା ପ୍ରକାଶ ପାଇଲାଣି। ତେବେ ଉତ୍ତର କୋରିଆ ଅଚାନକ ତା'ର ପରମାଣୁ କାର୍ଯ୍ୟକ୍ରମକୁ ଏଭଳି ତ୍ୱରାନ୍ଵିତ କରିନାହିଁ, ଟ୍ରମ୍ପ୍ଙ୍କ ସହ ଆଲୋଚନା ପୂର୍ବରୁ ଅତ୍ୟନ୍ତ ଗୁପ୍ତ ଭାବେ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା ଏବଂ ଉତ୍ତର କୋରିଆ ସମସ୍ତଙ୍କୁ ଏ ନେଇ ଅନ୍ଧାରରେ ରଖିଥିଲା। ଉତ୍ତର କୋରିଆର ବ୍ୟାପକ ପରମାଣୁ କାର୍ଯ୍ୟକ୍ରମ ନେଇ ଆମେରିକା ଗୁଇନ୍ଦା ବିଭାଗ ରିପୋର୍ଟ ଦେବାପରେ ଏହାକୁ ଟ୍ରମ୍ପ୍ ପ୍ରଶାସନ ଗମ୍ଭୀରତାର ସହ ନେଇଛି। ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଉତ୍ତର କୋରିଆ ତା'ର ପରମାଣୁ କାର୍ଯ୍ୟକ୍ରମ ଯଥାରୀତି ଚାଲୁ ରଖିଥିଲେ ମଧ୍ୟ ଦକ୍ଷିଣ କୋରିଆ ଏହାର ଟେର୍ ପାଇନଥିଲା। ଟ୍ରମ୍ପ୍ଙ୍କ ସହିତ ଆଲୋଚନା ସମୟରେ ବି ଏଥିରେ କୌଣସି ପରିବର୍ତ୍ତନ ଆସିନଥିଲା ବୋଲି ଜଣାପଡ଼ିଛି। ଏଭଳି ସ୍ଥିତି ଆଗକୁ ଦକ୍ଷିଣ କୋରିଆ ଏବଂ ଜାପାନ ପାଇଁ ମଧ୍ୟ ବଡ଼ ବିପଦର କାରଣ ହେବ ବୋଲି ଜଣେ ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି। ସିଙ୍ଗାପୁରରେ ଟ୍ରମ୍ପ୍-କିମ୍ ବୈଠକ ଅତ୍ୟନ୍ତ ସଫଳ ହୋଇଥିବା ଦାବି କରାଯାଇଥିବା ବେଳେ ବାସ୍ତବରେ ଏହାର କୌଣସି ପ୍ରଭାବ ଉତ୍ତର କୋରିଆ ଉପରେ ପଡ଼ିନଥିବା ଜଣାପଡ଼ିଛି।
ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ ଆଗାମୀ ୬ ଓ ୭ ତାରିଖରେ ଉତ୍ତର କୋରିଆ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନର ପରିସ୍ଥିତିରେ ଏହି କାର୍ଯ୍ୟକ୍ରମ ବାତିଲ ହେବା ଆଶଙ୍କା ଦେଖାଦେଇଛି। ଉତ୍ତର କୋରିଆକୁ ନିରସ୍ତ୍ରୀକରଣ କାର୍ଯ୍ୟକ୍ରମରେ ସାମିଲ କରିବା ଏତେ ସହଜ ନୁହେଁ ବୋଲି କୂଟନୈତିକ ବିଶେଷଜ୍ଞମାନେ କହିଛନ୍ତି। ଉତ୍ତର କୋରିଆ ନିକଟରେ ଯେ କୌଣସି ମୁହୂର୍ତ୍ତରେ ଆମେରିକା ଉପରେ ଆକ୍ରମଣ କରିବା ପାଇଁ ସାମର୍ଥ୍ୟ ରହିଛି ଏବଂ ଏହାର ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍୍ କ୍ଷେପଣାସ୍ତ୍ରର କ୍ଷମତାକୁ ନେଇ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଉତ୍ତର କୋରିଆ ଚୀନ୍ ସହାୟତାରେ ତା'ର ପରମାଣୁ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିଥିବା କୁହାଯାଉଛି । | <urn:uuid:3f039170-52f6-4592-aad8-ad10b6c0b25c> | CC-MAIN-2019-04 | http://sambad.in/india-and-beyond/kim-continue-bomb-test-168721/ | 2019-01-16T16:31:31Z | s3://commoncrawl/crawl-data/CC-MAIN-2019-04/segments/1547583657555.87/warc/CC-MAIN-20190116154927-20190116180927-00117.warc.gz | ory | 0.999994 | Orya | 5 | {"ory_Orya_score": 0.9999940395355225} |
କପିଲ ଶର୍ମାଙ୍କ ଲେଉଟାଣି ପରେ ସୋ'ରେ ନଜର ଆସିପାରନ୍ତି 'ଦାଦି' ! ସୋକୁ ଫେରିବା ପାଇଁ ଇଚ୍ଛା ଜାହିର କଲେ ଅଲ୍ଲୀ ଅସଗର
କପିଲ ଶର୍ମାଙ୍କ ସୋ ଛାଡ଼ିବା ପରେ ହାସ୍ୟଭିନେତା ଅଲୀ ଅସଗର 'ଲିପ୍ ସିଙ୍କ୍ ବ୍ୟାଟେଲ' ଓ 'ଦ ଡ୍ରମା କମ୍ପାନୀ'ରେ ନଜର ଆସୁଛନ୍ତି । ନିକଟରେ ଅଲ୍ଲୀ ଏକ ୱେବସାଇଟକୁ ନିଜ କାମ ଓ କପିଲ ଶର୍ମାଙ୍କ ସହ ହୋଇଥିବା ଝଗଡ଼ା ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି । ନବଭାରତ ଟାଇମ୍ସ ସହ ଆଲୋଚନା ସମୟରେ ଅଲ୍ଲୀ ଅସଗର କହିଛନ୍ତି, ମୁଁ ମହିଳାଙ୍କ ରୂପେରେ ଆସି ଆସି ଥକି ଗଲିଣି । ମୁଁ ଅଲଗା ପ୍ରକାର ଭୂମିକାରେ ଅଭିନୟ କରିବା ପାଇଁ ଚାହୁଁଥିଲି । ସୋ' ଛାଡ଼ିବା ପରେ ମୋତେ ୭ ମାସ ପର୍ଯ୍ୟନ୍ତ କିଛି କାମ ମିଳିଲା ନାହିଁ । କିନ୍ତୁ 'ଲିପ୍ ସିଙ୍କ ବ୍ୟାଟେଲ'କୁ ମୁଁ ମନା କରିପାରିଲି ନାହିଁ ।
କପିଲଙ୍କ ସୋ'ରୁ ଅଲଗା ହେବା ମାମଲା ଉପରେ ଅଲ୍ଲୀ କହିଛନ୍ତି, ମୋର ଓ କପିଲଙ୍କ ମଧ୍ୟରେ କୌଣସି ଝଗଡ଼ା ନଥିଲା । ତାହା ଏକ ଦୁର୍ଘଟଣା ଥିଲା, ଯାହା ହେବାର ଥିଲା ଆଉ ହେଲା । ସେକଥା ଚିନ୍ତା କରି କିଛି ଲାଭ ନାହିଁ । ଯେତେବେଳ ତାଙ୍କୁ ପଚରାଗଲା, କପିଲଙ୍କ ସୋ ଆରମ୍ଭ ହେଲେ ସେ ପୁଣି ଥରେ ସୋ'ରେ ସାମିଲ ହେବେ କି, ଏହି ପ୍ରଶ୍ନର ଜବାବରେ ଅଲ୍ଲୀ କହିଥିଲେ, ଯଦି ଏପରି ହୁଏ ମୁଁ ନିଶ୍ଚୟ କପିଲଙ୍କ ସୋ'ରେ ସାମିଲ ହେବି । ଆମେ ଅଲଗା ହୋଇନୁ । ମୁଁ ପ୍ରାର୍ଥନା କରୁଛି କପିଲ ଯଲଦି ଠିକ ହୋଇଯାଆନ୍ତୁ । ମୁଁ ତାଙ୍କର ଜଣେ ଶୁଭଚିନ୍ତକ ଅଟେ । ପ୍ରତିଦ୍ୱନ୍ଦିତା ବିଷୟରେ ପଚାରିବାରୁ ଅଲ୍ଲୀ କହିଲେ ମୋର କାହା ସହ କøଣସି ପ୍ରତିଦ୍ୱନ୍ଦିତା ନାହିଁ । ଆଜି ଆମେ ଏଇଠି ଆଉ କିଛି ଦିନ ପରେ ଅନ୍ୟ କୌଣସି ସୋର ।
ଅଲଗା ଅଲଗା ଚ୍ୟାନେଲରେ ଆସୁଥିବା କମେଡ଼ି ସୋ ବିଷୟରେ ଅଲ୍ଲୀ କହିଛନ୍ତି, ଜୀବନରେ କମେଡିର ଭୂମିକା ବହୁତ ଗରୁରତ୍ୱପୂର୍ଣ୍ଣ । ଅଲଗା ଅଲଗା ଚ୍ୟାନେଲରେ କମେଡ଼ି ସୋ' ଆସିବା ବହୁତ ହିଁ ଖୁସି କବର । ସୂଚନାଯୋଗ୍ୟ ମଝି ଅକାଶରେ କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଝଗଡ଼ା ପରେ ସୋରୁ ଅଲ୍ଲୀ ଅସଗର, ଚନ୍ଦନ ପ୍ରଭାକର, ସୁଗନ୍ଧା ମିଶ୍ର ଆଦି କଳାକାର ଛାଡ଼ି ଦେଇଥିଲେ । ଯା'ପରେ ସୋ'ର ଟିଆରପି ପୁରା ଖସି ଯାଇଥିଲା । ଏହା ବ୍ୟତୀତ କପିଲଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ଏବେ ସୋ କିଛି ଦିନ ପାଇଁ ବନ୍ଦ ହୋଇସାରିଛି । କିନ୍ତୁ କପିଲ ଠିକ୍ ହେବ ପରେ ସୋ' ପୁଣିି ଥରେ ଆରମ୍ଭ କରାଯିବ ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଖବର ଆସିଥିଲା କପିଲ ଶର୍ମା ବେଙ୍ଗାଲୁରୁରେ ରହି ଆୟୁର୍ବେଦିକ ଚିକିତ୍ସା କରାଉଛନ୍ତି । ଉଚ୍ଚ ରକ୍ତଚାପ, ସୁଗାର ଓ ଖରାପ ଖାଦ୍ୟଶୃଙ୍ଖଳକୁ ଠିକ କରିବା ଲାଗି ଚିକିତ୍ସା ବହୁତ ଜରୁରୀ ଥିଲା ବୋଲି ନିଜେ ପ୍ରକାଶ କରିଥିଲେ କପିଲ ଶର୍ମା । ତେଣୁ କିଛି ଅଧିକ ଅସୁବିଧା ହେବା ପୂର୍ବରୁ ବିଶ୍ରାମ ନେବା ପାଇଁ ନିଷ୍ପତ୍ତି ନେବାକୁ ଉଚିତ ମଣିଥିଲେ ବୋଲି କପିଲ କହିଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ନିଜର ସିନେମାର ପ୍ରମୋସନ କରିବେ କପିଲ ଶର୍ମା । ଆଉ ତା'ପରେ ଫୁଲ ଦମରେ ସୋ'କୁ ଫେରିବିି ବୋଲି ବୋଲି କପିଲ ସୂଚନା ଦେଇଥିଲେ । | <urn:uuid:1b11fa23-5c23-4400-ab68-2529df09d504> | CC-MAIN-2019-04 | http://kanaknews.com/ali-asgar-says-no-battle-with-kapil-sharma-can-join-the-kapil-sharma-show/ | 2019-01-17T17:39:46Z | s3://commoncrawl/crawl-data/CC-MAIN-2019-04/segments/1547583659056.44/warc/CC-MAIN-20190117163938-20190117185938-00437.warc.gz | ory | 0.999982 | Orya | 2 | {"ory_Orya_score": 0.999982476234436} |
କନକ ବ୍ୟୁରୋ : ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ କର୍ମୀ ମାନଙ୍କୁ ତାଗିଦ କରୁଥିବାର ଭିଡିଓ ଗତକାଲି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗତକାଲି ରାଜ୍ୟ ରାଜନୀତିରେ ଅପରାଜିତାଙ୍କ ଭାଇରାଲ ଭିଡିଓ ହଟ୍ ଟପିକ ପାଲଟିଥିଲା । ବିଜେପି କର୍ମୀ ମାନଙ୍କୁ ଏକାଠି କାମ କର ନହେଲେ ଦଳ ଛାଡ ବୋଲି ଅପରାଜିତା ଯେଉଁଭଳି ଖୋଲାଖୋଲି ତାଗିଦ କରିଥିଲେ ତାହା ଦଳରେ ଅଧିକାଂଶ ନେତାଙ୍କର ହଜମ ହୋଇନଥିଲା । କିନ୍ତୁ ଏହି ଭାଇରାଲ ଭିଡିଓର ଭିତିରି କଥା ଏବେ ସାମ୍ନାକୁ ଆସିଛି । ଏମିତି ସେ କାର୍ଯ୍ୟକ୍ରମରେ କଣ ହୋଇଥିଲା ଯେ, ଯେଉଁଥିପାଇଁ ଅପରାଜିତା ବିଜେପି କର୍ମୀ ମାନଙ୍କ ଉପରେ ରାଗି ଯାଇଥିଲେ ଆଉ ଏକାଠି କାମ ନ କଲେ ଦଳ ଛାଡିବାକୁ ତାଗିଦ କରିଥିଲେ ।
ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ କିଛି ଦିନ ପୂର୍ବେ ଏକ କଲ୍ୟାଣ ମଣ୍ଡପରେ ବିଜେପିର ଏକ ବୈଠକ ବସିଥିଲା । ଯେଉଁଥିରେ ଅପରାଜିତା ଯୋଗ ଦେଇଥିଲେ । କିନ୍ତୁ ଏହି ବୈଠକରେ କେବଳ ଜିତୁ ମିତ୍ରଙ୍କୁ ଡକା ଯାଇଥିବା ବେଳେ ଖୋର୍ଦ୍ଧା ଆସନରୁ ଅନ୍ୟ ଜଣେ ବିଧାୟକ ଟିକେଟ ପାଇଁ ଆଶାୟୀ କାଳୁ ଖଣ୍ଡାୟିତରାୟଙ୍କୁ ଡକାଯାଇନଥିଲା । କେବଳ ଜିତୁ ମିତ୍ରଙ୍କ ସମର୍ଥକଙ୍କୁ ଡାକି ଏହି ସଭା ଆୟୋଜନ କରାଯାଇଥିଲା । ଏକଥା କାଳୁଙ୍କ କାନରେ ପଡିବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ତାଙ୍କ ସମର୍ଥକ । ଆଉ ସେହିଠାରେ ଉଭୟ କାଳୁ ଓ ଜିତୁଙ୍କ ସମର୍ଥକଙ୍କ ମଧ୍ୟରେ ଜୋରସୋରରେ ପାଟି ତୁଣ୍ଡ ହେବା ସହ ଗୋଷ୍ଠୀ ବିବାଦ ପଦାକୁ ଆସିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ବିଜେପି ନେତା କାଳୁଙ୍କ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନ ରହିଥିବା କୁହାଯାଉଛି । ଯେହେତୁ ଧର୍ମେନ୍ଦ୍ରଙ୍କ ବିନା ରାଜ୍ୟ ବିଜେପିର ପତ୍ର ହଲୁନାହିଁ ତେଣୁ ସେହି ନ୍ୟାୟରେ କାଳୁ ମଧ୍ୟ ନିଜକୁ ଖୋର୍ଦ୍ଧାରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବା ଆରମ୍ଭ କଲେଣି । ଆଉ ଏଭଳି ସ୍ଥିତିରେ ଯେତେବେଳେ ଖୋର୍ଦ୍ଧାରେ ଦଳର ବୈଠକ ହେଉଛି ସେତେବେଳେ କାଳୁଙ୍କୁ କାହିଁକି ଡକାଯାଇନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ତାଙ୍କ ସମର୍ଥକ । ସେହିଭଳି ଜିତୁ ମଧ୍ୟ ପୂର୍ବରୁ ବିଜେପି ଟିକେଟରେ ନିର୍ବାଚନ ଲଢିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ଖୋର୍ଦ୍ଧା ଆସନରୁ ବିଧାୟକ ଟିକେଟ ପାଇଁ ଏହି ଦୁଇ ନେତା ଆଶାୟୀ ଅଛନ୍ତି । ଆଉ ଟିକିଏ ସୁଯୋଗ ପାଇଲେ ଉଭୟ ନେତା ଶକ୍ତି ପ୍ରଦର୍ଶନ କରିବାକୁ ଆଦୌ ପଛାଉନାହାନ୍ତି । ଯେଉଁଥିପାଇଁ ସାମାନ୍ୟ ପାଟିତୁଣ୍ଡରୁ ଆରମ୍ଭ ହୋଇଥିବା ଏହି ଝଗଡା ଉଗ୍ର ରୂପ ଧାରଣ କରିଥିଲା । ତେବେ ଅପରାଜିତା ଏହି ଘଟଣାରେ ମୁଣ୍ଡ ପୂରାଇବାରୁ ଶାନ୍ତ ହୋଇଥିଲେ ଉଭୟଙ୍କ ସମର୍ଥକ ।
ଆଉ ଏହାପରେ ରୁମରେ ପୁଣିଥରେ ବୈଠକ ଆରମ୍ଭ ହେବା ମାତ୍ରେ ଅପରାଜିତାଙ୍କ ରାଗ ଦେଖିଥିଲେ ଦଳୀୟ କର୍ମୀ । ଦଳ ଯାହାକୁ ପ୍ରାର୍ଥୀ କରିବ ତାହାକୁ ଜିତାଇବା ସମସ୍ତଙ୍କର କାମ ବୋଲି ଖୋଲାଖୋଲି କହିଥିଲେ । ଏପରିକି ଗୋଷ୍ଠୀବାଦରୁ ଦୂରେଇ ରହିବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ଏକାଠି କାମ କର ନଚେତ ଦଳ ଛାଡି ଦିଅ ବୋଲି ସିଧାସିଧା କର୍ମୀ ମାନଙ୍କୁ କହିଥିଲେ ଅପରାଜିତା । ଆଉ ଅପରାଜିତାଙ୍କ ଏହି ବୟାନକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି । | <urn:uuid:21060d5c-c62c-4a62-acc7-38e7f75f5d00> | CC-MAIN-2019-04 | http://kanaknews.com/why-aparajita-angry-on-bjp-worker-in-khordha/ | 2019-01-17T17:19:25Z | s3://commoncrawl/crawl-data/CC-MAIN-2019-04/segments/1547583659056.44/warc/CC-MAIN-20190117163938-20190117185938-00437.warc.gz | ory | 0.999998 | Orya | 5 | {"ory_Orya_score": 0.9999980926513672} |
କନକ ବ୍ୟୁରୋ : ରାଜଧାନୀର ବମିଖାଲରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ଦୀର୍ଘଦିନ ହେବ ବମିଖାଲ ବ୍ରିଜ କାମ ସରିନଥିବା କାରଣରୁ ଲୋକମାନେ ରେଳ ଲାଇନ ଉପରେ ପାର ହୋଇ ଯାଉଛନ୍ତି । ତେବେ ବମିଖାଲ ଓଭରବ୍ରିଜ ଦେଇ କେବେ ଯାତାୟାତ ଆରମ୍ଭ ହେବ ତାହା ତ ସମୟ କହିବ। ମାତ୍ର ଏହି ବ୍ରିଜ କାମ ଦିନକୁ ଦିନ ବିଳମ୍ବ ହେଉଥିବା ବେଳେ ଆଜି ଏକ ବିରଳ ଓ ବିପଜ୍ଜନକ ଘଟଣା ଦେଖିବାକୁ ମିଳିଥିଲା। ରେଳ ଧାରଣା ଉପରେ ଶତାଧିକ ଲୋକ ଚିତ୍କାର କରୁଥିଲେ। ରେଳ ଧାରଣା ଉପରେ ଟ୍ରାଫିକ୍ ଜାମ୍ ହୋଇଯିବାରୁ ସୃଷ୍ଟି ହୋଇଥିଲା ଏପରି ଅଭାବନୀୟ ପରିସ୍ଥିତି। ରେଳ ଲାଇନ୍ ଉପରେ ବାଇକ୍ ଓ କାର୍ ସହିତ ଅଟକି ରହିଥିଲେ ଶତାଧିକ ଲୋକ। ଲେଭେଲ୍ କ୍ରସିଂର ସତର୍କ ଘଣ୍ଟି ଘନଘନ ବାଜି ଉଠୁଥିଲା। ଲୋକମାନଙ୍କଠାରୁ ମାତ୍ର ୨୦ ହାତ ଦୂରରେ ଠିଆ ହୋଇଥିଲା ଟ୍ରେନ୍। ଟ୍ରେନ୍, ଲେଭେଲ୍ କ୍ରସିଂ ଓ ଗାଡ଼ିଗୁଡ଼ିକର ହର୍ଣ୍ଣ ସହିତ ଲୋକଙ୍କ ଚିତ୍କାର ସେଠାରେ ଭୟାତୁର ପରିବେଶ ସୃଷ୍ଟି କରିଥିଲା। ସେପଟେ ଟ୍ରାଫିକ୍ ଜାମ୍ ଏତେ ଥିଲା ଯେ, କାହାର ଇଞ୍ଚେ ବି ଘୁଞ୍ଚିବାର ଚାରା ନଥିଲା। ଘଟଣାଟି ଘଟିଥିଲା ଗତକାଲି ସନ୍ଧ୍ୟାରେ ସହିଦ ନଗର ଲେଭଲ କ୍ରସିଂରେ।
ସମୟ ପ୍ରାୟ ସନ୍ଧ୍ୟା ସାଢ଼େ ୫ଟା। ସହିଦ ନଗର ଲେଭେଲ୍ କ୍ରସିଂ ଫାଟକ ପଡ଼ିଥାଏ। ପାଖାପାଖି ୨୦ ମିନିଟ୍ ହେବ ସେ ରାସ୍ତା ଦେଇ ଟ୍ରେନ୍ ଅତିକ୍ରମ କରୁଥାଏ ନା ଫାଟକ ଖୋଲୁଥାଏ। ଭିଡ଼ ଲଗାତାର ବଢ଼ିବାରେ ଲାଗିଥାଏ। ୨୦ ମିନିଟ୍ ଅପେକ୍ଷା ପରେ ଶେଷରେ ଟ୍ରେନ୍ ୨ଟି ଅତିକ୍ରମ କଲା। ଫାଟକ ଖୋଲିଲା। ଲୋକମାନେ ଯା' ଆସ ଆରମ୍ଭ କଲେ। କିନ୍ତୁ ଭିଡ଼ ଏତେ ଥିଲା ଯେ, ଏହା ଖାଲି ହେବାର ନାଁ ନେଉ ନ ଥାଏ। ଟ୍ରାକ୍ ଉପରେ ବହୁତ ଲୋକ ଥା'ନ୍ତି। ଏହି ସମୟରେ ହିଁ ଆଉ ଏକ ଟ୍ରେନ୍ ଦ୍ରୁତ ଗତିରେ ମାଡ଼ିଆସି କିଛି ହାତ ଦୂରରେ ହଠାତ୍ ଅଟକି ଗଲା। ୨ ମିନିଟ୍ ରହିବା ପରେ ପୁଣି ହର୍ଣ୍ଣ ଦେଇ ଚାଲିବାକୁ ଲାଗିଲା। ଗେଟ୍ ମ୍ୟାନ୍ ଅକ୍ଳାନ୍ତ ପରିଶ୍ରମ କରି ଟ୍ରାକ୍ ଉପରୁ ଲୋକଙ୍କୁ ବାହାର କରିବାରେ ସଫଳ ହୋଇଥିଲେ। ରକ୍ଷା ପାଇଯାଇଥିଲେ ବହୁ ଲୋକ। ଏଭଳି ଏକ ଅଭାବନୀୟ ଘଟଣା ବିଷୟରେ ଗେଟ୍ ମ୍ୟାନ୍ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଲେ, ଅସୁବିଧା ସବୁ ଆରମ୍ଭ ହୋଇଥିଲା ବାଙ୍ଗିରିପୋଷି ଟ୍ରେନ ଅଚାନକ ରହିଯିବା ଯୋଗୁଁ।
ବାଣୀବିହାର ଷ୍ଟେସନ୍ ଟ୍ରେନର ରହଣି ସ୍ଥାନ ନ ଥିଲା, ଜଣେ ଯାତ୍ରୀ ଚେନ୍ ପୁଲିଂ ଯୋଗୁଁ ଟ୍ରେନ୍ ରହିଲା। ଚେନ୍ ପୁଲିଂର କାରଣ ଖୋଜିବାକୁ ୧୦ ମିନିଟ୍ ଟାଇମ୍ ଲାଗିଗଲା। ଫଳରେ ଅନ୍ୟ ଦିଗରୁ ଆସୁଥିବା ସମ୍ବଲପୁର ଇଣ୍ଟରସିଟି ଲାଇନ୍ କ୍ଲିୟର୍ ନଥିବା ସଙ୍କେତ ପାଇ ଦୂରରେ ଅଟକିଗଲା। ଉଭୟ ଟ୍ରେନ୍ କ୍ଲିୟର୍ ହେବାକୁ ଏହା ଭିତରେ ୨୦/୨୫ ମିନିଟ୍ ଲାଗିଗଲା। ସେତେବେଳେ ସଂଧ୍ୟା ସମୟ ଯୋଗୁଁ ଲୋକମାନଙ୍କ ଗହଳି ଅଧିକ ହୋଇଯାଇଥିଲା। ଭିଡ଼ ଭାଙ୍ଗିବା ଭିତରେ ଆଉ ଏକ ଟ୍ରେନ୍ ଆସିଯାଇଥାଏ। ଯେହେତୁ ଲୋକମାନେ ଟ୍ରାକ୍ ଉପରେ ଥିଲେ ଗେଟ୍ ପକାଇବା ବି ସମ୍ଭବ ନ ଥିଲା। ରାସ୍ତା କ୍ଲିୟର୍ ନ ହେବା ସଙ୍କେତ ପାଇ ଟ୍ରେନଟି ୨ ମିନିଟ୍ କିଛି ଦୂରରେ ଅଟକି ହର୍ଣ୍ଣ ମାରି ମାରି ଆଗକୁ ଗତି କରିଥିଲା। ଏପଟେ ଟ୍ରେନ୍ ମାଡ଼ିଯିବା ଭୟରେ ଲୋକମାନେ ଅଧର୍ଯ୍ୟ ହୋଇପଡ଼ିଲେ। ଫଳରେ ଟ୍ରାଫିକ୍ କ୍ଲିୟର କରିବା କଷ୍ଟକର ହୋଇପଡ଼ିଲା।
ସହିଦନଗର ଲେଭେଲ୍ କ୍ରସିଂର ଏହି ସମସ୍ୟା ଆଜିକାର ନୁହେଁ। ସହିଦନଗରରୁ ବମିଖାଲ ପଟକୁ ବାହାରିବାର ଏହା ଏକ ମାତ୍ର ରାସ୍ତା ହୋଇଥିବାରୁ ଶହ ଶହ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ। ପୁଣି ସନ୍ଧ୍ୟା ସମୟରେ ଭିଡ଼ ଅଧିକ। ଫ୍ଲାଏ ଓଭର୍ ନିର୍ମାଣ ହେଲେ ଏହି ସମସ୍ୟା କେତେକାଂଶରେ ଦୂର ହୁଅନ୍ତା। କିନ୍ତୁ ସେ ବି ୬ ବର୍ଷ ହେଲା ଶେଷ ହେଉନି। ତେଣୁ ଜାମ୍ ଯୋଗୁଁ ଏଭଳି ସମସ୍ୟା ଏଠାରେ ସାଧାରଣ ହୋଇଗଲାଣି। ପୁଣି ଜଣେ ମାତ୍ର ଗେଟ୍ ମ୍ୟାନ୍ ପକ୍ଷେ ଏହା ସମ୍ଭାଳିବା ସହଜ ହୋଇ ନଥିବା ବେଳେ ଏଠାରେ ଆରପିଏଫ ପୁଲିସ୍ ନିଯୁକ୍ତ ହେଉ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ଲେଭେଲ କ୍ରସିଂ ଟ୍ରାକ୍ ଉପରେ ଯାତ୍ରୀମାନେ ଥିବା ସମୟରେ ଟ୍ରେନ୍ କେବେ ବି ଯାତ୍ରୀଙ୍କୁ ଚଢ଼ାଇ ଚାଲିଯିବ ନାହିଁ। ଏହି ସଚେତନତା ସମସ୍ତଙ୍କ ମଧ୍ୟରେ ରହିବା ଉଚିତ ବୋଲି ଶ୍ରୀ ବେହେରା କହିଛନ୍ତି। | <urn:uuid:5b91cad6-3f58-48cf-aa5a-01109e7cef20> | CC-MAIN-2019-04 | http://kanaknews.com/yesterday-evening-at-bamikhal-lavel-crossing-heavy-trafic-jam/ | 2019-01-17T17:41:37Z | s3://commoncrawl/crawl-data/CC-MAIN-2019-04/segments/1547583659056.44/warc/CC-MAIN-20190117163938-20190117185938-00437.warc.gz | ory | 0.999984 | Orya | 2 | {"ory_Orya_score": 0.9999843835830688} |
ଭୁବନେଶ୍ୱର, (ଓଟି): ୨୦୦୯ ନିର୍ବାଚନରେ ବିଜେପି କ୍ଷମତା ନ ଫେରିବାରୁ ୫ବର୍ଷରୁ ଯେପରି ନରେନ୍ଦ୍ର ମୋଦିଙ୍କୁ ଦଳ ତରଫରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଗଲା ସେହିଭଳି ଆଗାମୀ ୨୦୧୯ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ମଧ୍ୟ ୨୦୨୪ରେ ନୂଆ ନେତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢିବ। ଏହି ନୂଆ ନେତା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅମିତ୍ ଶାହା। ଏକଥା ଦଳ ସଭାପତି ଅମିତ୍ ଶାହା ରାଜ୍ୟସଭାରେ ଦେଇଥିବା ପ୍ରଥମ ଭାଷଣରୁ ଆଭାସ ମିଳିସାରିଛି।
ରାଜ୍ୟସଭାରେ ଅମିତ୍ ଶାହାଙ୍କ ଭାଷଣ
ବିଜେପି ସଭାପତି ଅମିତ୍ ଅନିଲ ଚନ୍ଦ୍ର ଶାହା ଗତ ଫେବୃୟାରୀ ମାସରେ ତାଙ୍କ ପ୍ରଥମ ପଦାର୍ପଣ ଭାଷଣରେ କହିଲେ, 'ଏହି ଐତିହାସିକ ଗୃହ ମାଧ୍ୟମରେ ମୁଁ ଦେଶ ନିର୍ମାଣରେ ଅଂଶୀଦାର ହେବାକୁ ଯାଉଛି'।
୨୦୧୭ ଅଗଷ୍ଟ ମାସରେ ଅମିତ୍ ଶାହା ଯେତେବେଳେ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହେଲେ, ସେହି ସମୟ ତାଙ୍କ ଜୀବନର ମୋଡକୁ ବଦଳାଇ ଦେଇଛି। ସେ ବିଜେପିର ପରଦା ପଛର ନାୟକ ନ ହୋଇ ଦଳର ସମ୍ମୁଖରେ ଛିଡା ହୋଇ ରାଜନୈତିକ ଲଢେଇ ଲଢୁଛନ୍ତି। ସେ ଆଉ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ (ନରେନ୍ଦ୍ର ମୋଦି)ଙ୍କ ନିର୍ବାଚନ ଜିତିବା ପାଇଁ ଚାଣକ୍ୟ ହୋଇ ରହିନାହାଁନ୍ତି। ସେ ଏବେ ଦେଶ ନିର୍ମାଣର ଅଂଶଭାବେ ପରିଗଣିତ ହେବାକୁ ଚାହୁଁଛନ୍ତି।
ଅମିତ୍ ଶାହା ରାଜ୍ୟସଭାରେ ଯେଉଁ କେତେକ ଭାଷଣ ଦେଇଛନ୍ତି; ସେଥିରୁ ଜଣାପଡୁଛି ସେ କେବଳ ବିଜେପି ନୁହେଁ, ମୋଦି ସରକାରର ପ୍ରବକ୍ତା ଭାବେ ଉଭା ହୋଇଛନ୍ତି। ତାଙ୍କ ପ୍ରଥମ ଭାଷଣରେ ସରକାରଙ୍କ ନୀତି, ସରକାର, ଜିଏସଟି, ବେକାରୀ, ସ୍ୱଚ୍ଛ ଭାରତ, ଗ୍ରାମାଞ୍ଚଳ ବିଦ୍ୟୁତକରଣ ଆଦି ପ୍ରସଙ୍ଗ ରହିଥିଲା।
ଏହା ପୂର୍ବରୁ ଅମିତ୍ ଶାହା ଯେଉଁ ଭାଷଣ ଦେଉଥିଲେ ତାହା ଜଣେ ଦଳ ସଭାପତି ଭାବେ ଦେଉଥିଲେ। ସେ ଦଳର ସଦସ୍ୟତା ଓ ଦଳର ସଂଗଠନ ବୃଦ୍ଧି, ନିର୍ବାଚନ ଯୋଜନା ଭଳି ରାଜନୈତିକ ଭାଷଣ ଦେଉଥିଲେ। କିନ୍ତୁ ସେ ଅଚାନକ ମୋଦି ସରକାରଙ୍କ ସଫଳତା ପ୍ରଧାନମନ୍ତ୍ରୀ ଭାବେ ବଖାଣୁଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୃହରେ ଉପସ୍ଥିତ ରହି ତାଙ୍କ ଆସନ ନିକଟରେ ବସିଥିଲେ।
ଅରୁଣ ଜେଟଲୀଙ୍କ ଉତ୍ତରାଧିକାରୀ
ରାଜ୍ୟସଭାରେ ଅମିତ୍ ଶାହା ଯେଭଳି ସରକାରଙ୍କ ଗୁଣଗାନ କରି ଭାଷଣ ରଖିଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ଦଳ ଅରୁଣ ଜେଟଲୀଙ୍କ ଉତ୍ତରାଧିକାରୀ ପାଇଛି। ଗତ ସପ୍ତାହରେ ଆସାମର ଏନଆରସି ପ୍ରସଙ୍ଗରେ ବିରୋଧିଦଳ ସରକାରଙ୍କୁ ଯେପରି ଘେରିଥିଲେ ସେଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଚିନ୍ତିତ ହୋଇପଡିଥିଲେ। ଏତିକି ବେଳେ ବିଜେପି ସଭାପତି ଅମିତ୍ ଶାହା ଏହି ପ୍ରସଙ୍ଗରେ କଂଗ୍ରେସ ମୁଣ୍ଡରେ ଅଠା ବୋଳି ଏହାକୁ ରାଜନୈତିକ ପ୍ରସଙ୍ଗରେ ବଦଳାଇ ଦେଇଥିଲେ। ଆସାମରୁ ବିଦେଶୀମାନଙ୍କୁ ଦେଶାନ୍ତର କରିବା ପାଇଁ କଂଗ୍ରେସର ସତ ସାହାସ ନାହିଁ ବୋଲି ଶ୍ରୀ ଶାହା କହିଥିଲେ।
ବିଜେପି ସଭାପତି ହିସାବରେ ଏଭଳି ମନ୍ତବ୍ୟ ଦେବାରେ କିଛି ଅସ୍ୱାଭାବିକତା ନାହିଁ। କିନ୍ତୁ ସେ ଏହା ସଂସଦରେ କହିଛନ୍ତି, ଯାହାକି ଏହା ସରକାରଙ୍କ ମନ୍ତବ୍ୟ ବୋଲି ଧରାଯିବ। ବିଜେପି ସଭାପତି ହିସାବରେ ଥିବା ପରିଚୟକୁ ଶାହା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। କାରଣ ସେ ବର୍ତ୍ତମାନ ଦେଶର ଦ୍ୱୀତିୟ ସର୍ବାଧିକ କ୍ଷମତାଶାଳୀ ବ୍ୟକ୍ତି।
ଶାହା ନିଜର ଚାଣକ୍ୟ ପରିଚୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ନିଜକୁ ଜଣେ ବୁଦ୍ଧିଜିବୀ, ଜନନେତା ଯିଏକି ଭବିଷ୍ୟତରେ ଦେଶ ଶାସନ କରିବାକୁ ଇଚ୍ଛୁକ ବୋଲି ପରିଚିତ ହେବାକୁ ଚାହୁଁଛନ୍ତି। ବୋଧହୁଏ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କଠାରୁ ସେଇ କଥା ଚାହୁଁଛନ୍ତି।
ସରକାରରେ ଶାହାଙ୍କ ପ୍ରଭାବ
ଅମିତ୍ ଶାହା ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସରକାରୀ କଳ ଉପରେ ତାଙ୍କର ପ୍ରଭାବ ବଢିଛି। ଯେତେବେଳେ ଦଳୀୟ ସାଂସଦମାନେ ରାଜ୍ୟସଭାରେ ଅନୁପସ୍ଥିତ ରହୁଥିଲେ ଅମିତ୍ ଶାହା ସେମାନଙ୍କୁ ଗୃହରେ ରହିବାକୁ ବାଧ୍ୟ କରିଛନ୍ତି। ଗତ ବର୍ଷ ମନ୍ତ୍ରିମଣ୍ଡଳର ସଂପ୍ରସାରଣବେଳେ ପ୍ରଦାନମନ୍ତ୍ରୀଙ୍କ ପରିବର୍ତେ ଦଳ ସଭାପତି ୪ଜଣ ମନ୍ତ୍ରୀଙ୍କୁ ଡାକି ଇସ୍ତଫା ଦେବାକୁ କହିଥିଲେ। ତେଣୁ ଏଥିରୁ ଜଣାପଡୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଅମିତ୍ ଶାହାଙ୍କ ଉପରେ ବହୁତ ନିର୍ଭର କରୁଛନ୍ତି। ତେଣୁ ବର୍ତ୍ତମାନର ସରକଙ୍କୁ ମୋଦି-ଶାହା ସରକାର ବୋଲି କୁହାଗଲାଣି।
ଅମିତ୍ ଶାହା ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଭଳି ତାଙ୍କୁ ଦଳୀୟ ମହଲରେ ଗୁରୁତ୍ୱ ଦେବା ଆରମ୍ଭ ହୋଇଛି। କାରଣ ଶ୍ରୀ ଶାହା କେବଳ ନିର୍ବାଚନ ଜିତିବା ମେସିନ। ଏହି ପରିଚୟରୁ ଉଦ୍ଦ୍ର୍ୱକୁ ଉଠିବା ପାଇଁ ଶ୍ରୀ ଶାହା ଚାହୁଁଛନ୍ତି। ତେଣୁ ଶ୍ରୀ ଶାହା ଦଳ ଓ ସରକାରର ସଫଳତାର ଶ୍ରେୟ ନିଜ ଉପରକୁ ନେବା ଚାହୁଁଛନ୍ତି।
ଗୁଜରାଟର ଗତ ନିର୍ବାଚନ ପୁର୍ବରୁ ଅମିତ୍ ଶାହାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କିଛି ନେତା ଚାହୁଁଥିଲେ ହେଁ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ରାଜି ହୋଇନଥିଲେ। ତେଣୁ ଆନନ୍ଦିବେନ ପଟେଲଙ୍କୁ ହଟାଇ ତାଙ୍କ ଅନୁଗତ ବିଜୟ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।
ଯୋଗୀ ନୁହଁନ୍ତି-ଅମିତ୍ ଶାହା କାହିଁକି?
୫୩ ବର୍ଷ ବୟସ୍କ ଆଧୁନିକ ଚାଣକ୍ୟ ଅମିତ୍ ଶାହା ଏ ପର୍ଯ୍ୟନ୍ତ ନିଜ ରାଜ ଖୋଲୁନାହାନ୍ତି। ଦେଶ ଆଗାମୀ ଦିନରେ ତାଙ୍କର ଅନେକ ସଫଳ କାହାଣୀ ଦେଖିବାକୁ ପାଇବ। ମୋଦିଙ୍କଠାରୁ ୧୪ବର୍ଷ ସାନ ଅମିତ୍ ଶାହା ପ୍ରଧାନମନ୍ତ୍ରୀ ଅଫିସରେ ମୋଦିଙ୍କ ଉତ୍ତରାଧିକାରୀ ବୋଲି ଆଲୋଚନା ହେଲାଣି। ତେଣୁ ସେ ଏବେଠାରୁ ସରକାରଙ୍କ ସ୍ୱର ଭାବେ ନିଜକୁ ପ୍ରତିପାଦିତ କରିବାରେ ଲାଗିଲେଣି।
କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ଠାରୁ ଦଳ ଯାହା ଆଶ କରୁଥିଲା, ସେ ତାହା ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି। ତେଣୁ ଅମିତ୍ ଶାହାଙ୍କ ବ୍ୟତୀତ ଦଳ ପାଖରେ ବିକଳ୍ପ ନାହିଁ। | <urn:uuid:5e673a5f-b84b-4082-ad28-a655ccc9ce45> | CC-MAIN-2019-04 | https://odishatime.com/amit-shah-target-2024/ | 2019-01-19T21:59:33Z | s3://commoncrawl/crawl-data/CC-MAIN-2019-04/segments/1547583681597.51/warc/CC-MAIN-20190119201117-20190119223117-00437.warc.gz | ory | 0.999995 | Orya | 3 | {"ory_Orya_score": 0.9999953508377075} |
କାନ୍ଦିବା ଖରାପ ନୁହେଁ: ମିଳିଥାଏ ଏସବୁ ଲାଭ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ ଦୁଃଖ ଥିଲେ ଅବା ଅତ୍ୟଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ ଆପଣଙ୍କ ଆଖିରେ ପାଣି ଆସିଯାଇଥାଏ। କୌଣସି କାରଣକୁ ନେଇ ହେଉ ପଛେ, ଜଣେ କାନ୍ଦୁଥିଲେ ଆଖପାଖରେ ଥିବା ଲୋକଙ୍କ ଆଖିରେ ବି ଜମିଯାଏ ଲୁହ। ଲୋକଟିର କାନ୍ଦ ବନ୍ଦ କରିବାକୁ ସେମାନେ ଚେଷ୍ଟା କରିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି କାନ୍ଦିବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ ? ତେବେ ଆସନ୍ତୁ ଜାଣିବା, କାନ୍ଦିବା ଦ୍ୱାରା ଆମ ଶରୀରକୁ କି ପ୍ରକାର ଲାଭ ମିଳିଥାଏ।
ଝାଳ ଓ ପରିସ୍ରା ଜରିଆରେ ଶରୀରରୁ ଅଦରକାରୀ ତତ୍ତ୍ୱ ବାହାରି ଯାଇଥାଏ, ଏହା ଆମେ ଜାଣିଛନ୍ତି। ହେଲେ, ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି, କାନ୍ଦିବା ଦ୍ୱାରା ମଧ୍ୟ ଶରୀରରୁ ଅଦରକାରୀ ତତ୍ତ୍ୱ ବାହାରି ଯାଇଥାଏ।
ଚିନ୍ତାରୁ ମୁକ୍ତିଦିଏ
ସର୍ଭେ ରିପୋର୍ଟ ଅନୁସାରେ ଚିନ୍ତାରେ କାନ୍ଦିବା କିମ୍ବା ଆଖିରେ ସମସ୍ୟା ଥିଲେ ଲୁହ ବାହାରିବା ମଧ୍ୟରେ ପାର୍ଥକ୍ୟ ରହିଛି। ଯେତେବେଳେ ଆମେ କାନ୍ଦିଥାନ୍ତି, ଶରୀରରେ Adrenocorticotropic ଓ Lucine ନାମକ ଷ୍ଟ୍ରେସ୍ ହରମୋନ୍ ବାହାରିଥାଏ। ଏହା ଶରୀର ପାଇଁ ଲାଭଦାୟକ ଓ ଚିନ୍ତାରୁ ମୁକ୍ତି ଦେଇଥାଏ।
ଲୁହ, ଆଖିର ମେମ୍ବ୍ରେନ୍କୁ ଶୁଖିବାକୁ ଦେଇ ନଥାଏ। ଏହା ଶୁଖି ଗଲେ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡ଼ିଥାଏ। ଫଳରେ କମ ଦେଖାଯାଇଥାଏ। କାନ୍ଦିବା ଦ୍ୱାରା ମେମ୍ବ୍ରେନ୍ ଠିକ୍ ରହିଥାଏ ଓ ଆଖି ଖରାପ ହେବାର ଡର ନଥାଏ।
ସଂକ୍ରମଣରୁ ବଞ୍ଚାଇଥାଏ
ଲୁହରେ Lysozyme ନାମକ ତତ୍ତ୍ୱ ରହିଥାଏ। ଯାହା ବାହାରର ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଇନ୍ଫେକ୍ସନ୍ ବା ସଂକ୍ରମଣ ହୋଇ ନଥାଏ। ତେବେ କେବଳ କାନ୍ଦିବା ସମୟରେ ହିଁ Lysozyme ବାହାରିଥାଏ। ତେଣୁ କାନ୍ଦିବା ଆଖି ପାଇଁ ହିତକର ହୋଇଥାଏ।
କାନ୍ଦିବା ଦ୍ୱାରା ଚିନ୍ତା ଦୂର ହୋଇଥାଏ ଓ ମନ ସ୍ଥିର ରହିଥାଏ। କିଛି ଲୋକ ନିଜ ରାଗ ଓ ଚିନ୍ତାକୁ ମନରେ ଦବାଇ ରଖିଥାନ୍ତି, ଯାହା ଭବିଷ୍ୟତରେ ଭୟଙ୍କର ରୂପ ନେଇଥାଏ। ଯଦି ଭାବନାତ୍ମକ ଚିନ୍ତା ରହିଛି ଓ କାନ୍ଦିବାକୁ ମନ ହେଉଛି, ତେବେ ନିଶ୍ଚିତ କାନ୍ଦନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିପାରିବ।
ଅବସାଦ ଦୂର କରେ
ଅବସାଦରେ ଥିଲେ ଲୋକେ ବିଭିନ୍ନ ପ୍ରକାର ଔଷଧ ଖାଇଥାନ୍ତି, ଯୋଗ କରିଥାନ୍ତି। ହେଲେ ଯଦି ଏପରି ସମସ୍ୟାରେ ଅଛନ୍ତି, ତେବେ ମନେ ରଖନ୍ତୁ କାନ୍ଦିବା ହିଁ ସବୁଠାରୁ ଭଲ ଉପଚାର। ଯିଏ ବି ବନ୍ଧୁ ପରିଜନ ପାଖରେ ଅଛନ୍ତି, ତାଙ୍କ ଆଗରେ ମନଭରି କାନ୍ଦି ନିଅନ୍ତୁ। ଦେଖିବେ ମନ ହାଲକା ଲାଗିବ। ମନ ସ୍ଥିର ରହିଲେ, ଶରୀର ବି ସୁସ୍ଥ ରହିବ। | <urn:uuid:37965842-966c-4f01-a4e2-456e210456f4> | CC-MAIN-2019-04 | https://odishareporter.in/life-style/health/crying-is-good-for-health-262087 | 2019-01-24T04:36:46Z | s3://commoncrawl/crawl-data/CC-MAIN-2019-04/segments/1547584518983.95/warc/CC-MAIN-20190124035411-20190124061411-00437.warc.gz | ory | 0.999907 | Orya | 4 | {"ory_Orya_score": 0.9999072551727295} |
ପୁଣ୍ୟ ବଇତରଣୀ କୂଳେ ଦିବ୍ୟ ଆରତି ଧାମ
ପୂଜିତ ଈଶ୍ୱର ଧରି ଆଖଣ୍ଡଳମଣୀ ନାମ ।।
କରନ୍ତି ଆଗତ ଦୈନନ୍ଦିନ ସହସ୍ର ଭକତ
ଦରଶନ କରି ବାବାଙ୍କୁ ହୁଅନ୍ତି ପୁଲକିତ ।।
ପ୍ରଭୁ କୃପାରେ ପୁରଣ ହୁଏ ଭକତ କାମନା
ଅପାର ମହିମା ତାଙ୍କର କେ ପାରିବ ବର୍ଣ୍ଣନା ।।
ମନ୍ଦିରର କୁଣ୍ଡପାଣି ଆରୋଗ୍ୟ କରେ ଭଗତ
ଅଧିଆ ପଡ଼ି ବେଢ଼ାରେ ଅସାଧ୍ୟ ହୁଏ ସାଧିତ ।।
ଭୋଳା ମହେଶ ସିଏ ହୁଅନ୍ତି ଅଳ୍ପରେ ସନ୍ତୋଷ
ଭକତି ଭାବରେ ଡାକିଲେ ଶୁଣନ୍ତି ଆଶୁତୋଷ ।।
ନିର୍ଜନ ପ୍ରାନ୍ତରେ ସ୍ଵୟମ୍ଭୁ ହୋଇଲେ ଆବିର୍ଭାବ
କନିକାର ରାଜା ତାହାଙ୍କୁ କରାଇଲେ ଯେ ଠାବ ।।
ଭକତଙ୍କ ଭିଡ଼ ବଢ଼ିଲା କ୍ରମେ ଦିନକୁ ଦିନ
ହେଲା ଜନପଦ ଗଠନ ଗଢ଼ି ଘର ଦୋକାନ ।।
ମାଘ ଅମାବାସ୍ୟା ବିଖ୍ୟାତ ଶିବ ଜାଗର ନାମେ
ଲକ୍ଷାଧିକ ଭକ୍ତ ଆସନ୍ତି ମହାଦୀପ ଦର୍ଶନେ ।।
ବଇଶାଖ ମାସେ ଗଉଡ଼ ପାଣି ଢାଳେ ଲିଙ୍ଗରେ
ହୁଏ କୃତକୃତ୍ୟ ତା' ଜୀବନ ପ୍ରଭୁ ପରଶରେ ।।
ଜଳ କୁମ୍ଭ ଧରି କାଉଡ଼ିଆ ଆସନ୍ତି ଶ୍ରାବଣେ
ପ୍ରଭୁ ପାଦେ ଢାଳି ଜଳ ଫେରନ୍ତି ହର୍ଷିତ ମନେ ।।
ଜୟ ଉମାପତି ଶଙ୍କର ଜୟ ଗଣେଶ ତାତ
ଶ୍ରୀଚରଣେ ସଦା ତୁମର କରେ ମୁଁ ମଥାନତ ।।
ଦିଅ ହେ ଆଶିଷ ମୋହର ପ୍ରଭୁ ଭୋଳା ଠାକୁର
କରୁ ଅବଗାହ ଜୀବନ ତୁମ ଭକତି ଝର ।। | <urn:uuid:61848426-64d9-47a4-8724-b2e68c2aa045> | CC-MAIN-2019-04 | http://www.ameodia.com/?p=2843 | 2019-01-17T05:45:21Z | s3://commoncrawl/crawl-data/CC-MAIN-2019-04/segments/1547583658702.9/warc/CC-MAIN-20190117041621-20190117063621-00275.warc.gz | ory | 0.999946 | Orya | 9 | {"ory_Orya_score": 0.9999457597732544} |
ସକାଳୁ ସକାଳୁ ଆଖି ଖୋଲି … ଆଖିକୁ ମକଚି ମକଚି ରୋଷେଇ ଘରକୁ ଯିବାଥିଲା ପ୍ରତିଦିନର କାମ । କାରଣ ଚା ବନେଇବା ବାଲା ଜଣେ ଓ ପିଇବା ବାଲା ବି ଜଣେ ।
ରାଜୀବ ପାଇଁ ଏ ଦୁନିଆରେ ସବୁଠୁ କଷ୍ଟ କାମଥିଲା ସକାଳର ଚା ବନେଇ ପିଇବା । ଚା କରି ଖବର କାଗଜ ଦେଖୁଥିଲା ବସିକି, କି ହଠାତ୍ କିଛି ଦେଖି ନିଜକୁ ନିଜେ କହିଲା, ଆଜି ତ ୧୭ ତାରିଖ ।
ଜଲ୍ଦି ଜଲ୍ଦି ଖବରକାଗଜକୁ ସାଇତି କରି ରଖି ଓ ଚାକୁ ଅଧାପିଇ ଗାଧୋଇବା ପାଇଁ ଚାଲିଗଲା । ଗାଧୋଇ ଆସି ସଜପଟ୍ଟା ହେଇଘରୁ ବାହାରି ମନ୍ଦିର ଗଲା ।
ରାଜୀବ ବର୍ଷକରେ ଗୋଟିଏ ଦିନ ହିଁ ମନ୍ଦିରକୁ ଯାଏ । ମୁଁ ପଚାରିବାରୁ କହେ, "ଜଣକ ପାଇଁ ପ୍ରାର୍ଥନା କରିବାକୁ ଆସେ ଏହିଦିନ …, ନ ହେଲେ ଭଗବାନ୍ଙ୍କ ସହ ମୋର ପଡ଼େ ନାହିଁ ।"
କିଛି ସମୟ ମନ୍ଦିରରେ ପ୍ରାର୍ଥନା କରି ସେଇଠୁ ପଳେଇଲା । ପାଖରେ ଥିବା ଏକ ବଗିଚାକୁ ଯାଇ ସେଠାରେ ଗୋଟିଏ କଣବାଲା ବେଞ୍ଚ୍ରେ ଯାଇ ବସିଲା । ସେଠି ବସିକି ଦେଖିଲା ସୁନ୍ଦର ସୁନ୍ଦର ଫୁଲଗୁଡ଼ିକୁ ଆଉ ଲେଖିବାକୁ ଲାଗିଲା, "ଗୋଟେ ଚିଠି ତା' ପାଇଁ" ।
ସ୍ନେହର ପ୍ରିୟା,
ଆଜି ଦିନର ବହୁତ ଶୁଭେଚ୍ଛା ତମକୁ, ଭଗବାନ କରନ୍ତୁ କି, ତୁମେ ଶହେ ବର୍ଷ ବର୍ଷ ଆଉ ଭଲରେ ରୁହ ।
ମନେ ଅଛି ତମର, ଆମେ ଆଜିର ଦିନରେ ହିଁ, ପ୍ରଥମ ଥର ପାଇଁ ଦେଖା ହୋଇଥିଲେ, ଏହି ଜାଗାରେ । ମୁଁ ଜାଣିଛି ତମର ମନେଥିବ । କିଛି କଥା ଅଛି ଯାହା, ମୁଁ ତମକୁ କେବେ କହିପାରିନି …, ଆଜି ତମକୁ କହିବାକୁ ଯାଉଛି, ସେଥିପାଇଁ ଭାବିଲି ଆଜି ଗୋଟିଏ ଚିଠି ତମକୁ ଉପହାର ଦେବି ।
ତମେ ବହୁତ ଦୂରରେ ଅଛନା ମୋ ଠାରୁ, … ସତ କହିବି ତ, ମୁଁ ଜାଣି ନାହିଁ ତମେ ଏବେ କେଉଁଠାରେ ଅଛ, ନା ସହରର ଜଣା ଅଛି । ନା ଦେଶର …, କିନ୍ତୁ ମୁଁ ଏକଥା ଜାଣିଛି ତୁମେ ମୋ ମନରେ ଅଛ, ଏହି ଠିକଣା ତ ଦେଇଥିଲ ତମେ ମୋତେ …, କାଲି ବି ଏଇଠି ଥିଲ । ଆଉ ଆଜି ବି ।
ପ୍ରିୟା…, ତମେ ଜାଣିଛ ଠାକୁର ଗଢ଼ିଥିବା ସବୁ ଜିନିଷ ମଧ୍ୟରେ ତମେ ସବୁଠାରୁ ସୁନ୍ଦର । ତୁମର କଥା, ତୁମର ଆଖି, ତୁମର ସବୁକିଛି ବହୁତ ସୁନ୍ଦର…
ତମର ମୋର ସମ୍ପର୍କର ଦୂରତା ଏତେ ଗଭୀର ଥିଲା ଯେ, ନା ମୁଁ କେବେ ଏ ଦୂରତା ଭାଙ୍ଗିପାରିଲି । ନା ତମେ କେବେ କରିବାକୁ ଦେଲ, କାରଣ ଆମେ ଦୁଇଜଣ ଯେଉଁ ମୋଡ଼ରେ, ଥିଲେ, ସେଠୁ ଆଗୁ ଆଉ କିଛି ବାଟ ନ ଥିଲା । ନୂଆ ବାଟ ଯଦି ବି ହୋଇଥାଆନ୍ତ, ତ କେତେ ସମ୍ପର୍କ ଭାଙ୍ଗିଲା ପରେ, ନା, ତମେ ଏଇଟା ଚାହିଁଲ, ନା ମୁଁ … ହସି ହସି ଦୁଇଜଣ ଅଲଗା ହୋଇଥିଲେ, କିନ୍ତୁ କେହି କାହାକୁ କେବେ ଭୁଲିପାରିବୁ ନାହିଁ । କାଲି ବି ଆମେ ଏକାଠି ଥିଲେ, ଆଉ ଆଜି ବି …,
ପ୍ରିୟା, ତମ ସହିତ ବିତେଇଥିବା ସବୁ ସ୍ମୃତି ମୋର ମନେଅଛି । ତମେ ଆଜି ବି ମୋ ସହିତ ପାଦରେ ପାଦ ମିଶାଇ ଚାଲ, କିନ୍ତୁ ପାଖରେ ନାହିଁ ମୋର…, ଜାଣିଛ ମୋର ଗୋଟିଏ ଦୁନିଆଁ ଅଛି, ସପନର ଦୁନିଆଁ, ସେଇଟା ମୋର ଛଡ଼ା ଆଉ କାହାକୁ ଦେଖାଯାଏନି । ବହୁତ ସୁନ୍ଦର ସେ ଦୁନିଆଁ, କେବଳ ଦୁଇ ଜଣଙ୍କର …, ଜଣେ ତମେ ଆଉ ଜଣେ ମୁଁ…, ତମେ ଏଠି ମୋ ସାଙ୍ଗରେ ଅଛ ଆଉ ପାଖରେ ବି, ଆଉ ଜାଣିଛ ଏଠି ଅଲଗା ହେବାର କୌଣସି ଡର ନାହିଁ ମୋ ମନରେ ।
ପ୍ରିୟା, ଆଜି ବି ସେହି ଗିଫ୍ଟ ଆଣିଛି, ତମ ପାଇଁ…, ଯାହାକି ସବୁବେଳେ ତମ ପାଇଁ ଆଣେ, କିଛି ଚକୋଲେଟ୍ ଆଣିଛି ତମ ପସନ୍ଦର । ଛୋଟ ପିଲାଙ୍କୁ ଚକୋଲେଟ୍ ଦେଇ, ଆଜି ତମ ଜନ୍ମଦିନ ପାଳନ କରିବି । ସତ କହିବି ତ, ମୁଁ ବି ଆଜି ମୋ ଜନ୍ମଦିନ ପାଳନ କରେ । ଏହି ତାରିଖ ମୋ – ଜୀବନର ଗୋଟିଏ ଖାସ୍ ଦିନ … ବହୁତ ଖାସ୍… ।
ପ୍ରିୟା ବେଳେବେଳେ ଇଛା ହୁଏ, ତମ କଥା ଜାଣିବାକୁ ଯେ, ତମେ କେମିତି ଅଛ, ହେଲେ ପଚାରିବି କାହାକୁ ଜାଣିନାହିଁ । ମୁଁ ଜାଣିଛି, ତମେ ଆଇନା ଆଗରେ ବସି ହଜିଯାଉଥିବ ବିତିଯାଇଥିବା ସ୍ମୃତିରେ, ଆଖି ତମର ଛଳଛଳ ହେଇଯାଉଥିବ କିନ୍ତୁ ସବୁ ପରିସ୍ଥିତିରେ ତମେ ହସିବ ଏଇଆ କଥା ଥିଲା ତମର, ଆଉ ଆଜି ବି ସେଇ କଥା ନିଭାଉଛୁ ।
ତମେ ଆସିଲ, ଜୀବନରେ ଭଲ ପାଇବା ହେଲା, ଆଉ ତା'ପରେ ଅଲଗା ହେଲେ …, କଥା ତ ଏତିକି, କିନ୍ତୁ ଜୀବନ ବଦଳିଗଲା, ତମ ପାଖରେ ସବୁ ଥାଇ ମଧ୍ୟ ମୋତେ ଖୋଜୁଛ । ଆଉ ମୁଁ ସବୁ କିଛି ଛାଡ଼ି ତମକୁ ଖୋଜୁଛି … ନା, ତମେ ମୋତେ ମିଳିଲ ନା, ମୁଁ ତମକୁ କିନ୍ତୁ ଭଲ ପାଇବା ଆଜି ବି ଅଛି ଆଉ କାଲିବି ରହିବ । ଜନ୍ମଦିନର ବହୁତ ଶୁଭେଚ୍ଛା ।
ପ୍ରିୟା …
ତମର
ରାଜୀବ,
ରାଜୀବ ଉଠିକି ଚାଲିଲା ନିଜ ଘର ଆଡକୁ, ଚିଠିଟାକୁ ପବନ ଉଡ଼େଇନେଲା…, ବୋଧେ ପ୍ରିୟା ପାଖରେ ପହଞ୍ଚାଇବାକୁ … ଛୋଟ ପିଲାମାନେ ଚକୋଲେଟ୍ ଖାଉଥିଲେ ଆଉ ରାଜୀବ ମନେ ପକାଉଥିଲା, ନିଜ ଭଲ ପାଇବାକୁ … | <urn:uuid:f544a764-fb81-4117-a1d2-dfaf4e8a9d0e> | CC-MAIN-2019-04 | http://www.ameodia.com/?p=4625 | 2019-01-17T04:32:16Z | s3://commoncrawl/crawl-data/CC-MAIN-2019-04/segments/1547583658702.9/warc/CC-MAIN-20190117041621-20190117063621-00275.warc.gz | ory | 0.999949 | Orya | 13 | {"ory_Orya_score": 0.9999492168426514} |
୨୦୧୩ ମସିହାରେ ପରଦାରେ ଧୂମ ମଚାଇଥିବା ବଲିଉଡ ଫିଲ୍ମ "ଆଶିକି ୨'ର ସଫଳତା ପରେ ଏବେ ପ୍ରସ୍ତୁତ ହେବାକୁ ଯାଉଛି ଏହାର ସିକ୍ୱେଲ "ଆଶିକି ୩ '। ଏଥିପାଇଁ ବଲିଉଡ ଇଣ୍ଡଷ୍ଟ୍ରୀର ରୋମାଂଟିକ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟ ସାଇନ କରିଥିବା ଜଣାପଡିଛି ।
ଏହି ଫିଲ୍ମରେ ସିଦ୍ଧାର୍ଥ ଅଭିନୟ କରିବା ସହ ଗୀତ ମଧ୍ୟ ଗାଇବେ । ଏହା ପୂର୍ବରୁ ଏହି ଯୋଡି "ଷ୍ଟୁଡେଂଟ ଅଫ ଦ ଇୟର' ଓ କପୁଲ ଆଣ୍ଡ ସନ୍ସରେ ନଜର ଆସିସାରିଛନ୍ତି । ପୂର୍ବରୁ "ଆଶିକି ୩ 'ପାଇଁ ହ୍ରିତିକ ରୋଶନ ଓ ସୋନମ କପୁରଙ୍କ ନାଁ ଶୁଣିବାକୁ ମିଳିଥିଲା । | <urn:uuid:ea4ba951-6699-49a1-8e3f-7bcb1e12d5f0> | CC-MAIN-2019-04 | http://kanaknews.com/aashiqui-3-on-screen/ | 2019-01-18T05:55:19Z | s3://commoncrawl/crawl-data/CC-MAIN-2019-04/segments/1547583659890.6/warc/CC-MAIN-20190118045835-20190118071835-00595.warc.gz | ory | 0.999941 | Orya | 6 | {"ory_Orya_score": 0.9999412298202515} |
ଫିଲ୍ମ 'ମହାଭାରତ' ଛାଡ଼ି ଏବେ ନିଜର ସୁପରହିଟ୍ ଫିଲ୍ମ 'ଗଜନୀ'ର ସିକ୍ୟୁଏଲ କରିବାକୁ ଯାଉଛନ୍ତି ଆମୀର
ମୁମ୍ବାଇ : କିଛି ଦିନ ତଳେ ଆମୀର ଖାନ୍ଙ୍କ ଅଭିନୀତ ଫିଲ୍ମ 'ଠଗ୍ସ ଅଫ୍ ହିନ୍ଦୁସ୍ତାନ' ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ନଜର ଆସିଥିଲେ ବିଗ୍ ବି ଅମିତାଭ ବଚ୍ଚନ, ଆମୀର ଖାନ୍,ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଫାତିମା ସନା ଶେଖ୍ । ଫିଲ୍ମକୁ ନେଇ ନିର୍ମାତା ଏବଂ କଳାକାରମାନେ ବେଶ ଆଶାବାଦୀ ଥିଲେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ସୁପରଫ୍ଲପ୍ ହୋଇଥିଲା ।
ଫିଲ୍ମ ଫ୍ଲପ୍ ହେବା ପରେ ଆମୀର ସବୁ ଦୋଷ ନିଜ ଉପରେ ନେବା ସହ ଏବେ ସେ ଫିଲ୍ମ ଚୟନ କରିବାର ଶୈଳୀକୁ ବଦଳାଇଥିବା ଜଣାପଡ଼ିଛି । ଦର୍ଶକଙ୍କୁ ସିନେମା ଘରକୁ ଟାଣି ଆଣିବା ଭଳି ଫିଲ୍ମ ତିଆରି କରିବା ପାଇଁ ସେ ମନସ୍ଥ କରିଥିବା ବେଳେ ମହାଭାରତ ଭଳି ଫିଲ୍ମରେ କାମ କରିବେ ନାହିଁ ବୋଲି ନିଷ୍ପତ୍ତି କରିଛନ୍ତି । ମହାଭାରତ ଛାଡ଼ି ସେ ଏବେ ୨୦୦୮ରେ ରିଲିଜ୍ ହୋଇଥିବା ତାଙ୍କର ସୁପରହିଟ୍ ଫିଲ୍ମ 'ଗଜନୀ'ର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଯାଉଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଫିଲ୍ମ ନିର୍ମାତା କିଛି ଦିନ ପୂର୍ବରୁ 'ଗଜନୀ-୨'ର ଟାଇଟଲ ରେଜିଷ୍ଟର କରିଥିବା ଜଣା ପଡ଼ିଛି । ଟାଇଟଲଟି ଉଭୟ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରେଜିଷ୍ଟର କରାଯାଇଛି । ଫିଲ୍ମର ନିର୍ମାତା 'ଗଜନୀ-୨'କୁ ନେଇ ଅଧିକାରୀକ ଭାବରେ କୌଣସି ଘୋଷଣା କରି ନ ଥିବା ବେଳେ ରେଜିଷ୍ଟ୍ରେସନରୁ ଏହି ଫିଲ୍ମ ତିଆରିର ଯୋଜନା ଚାଲୁଥିବା ସ୍ପଷ୍ଟ ହୋଇଛି । | <urn:uuid:495edb12-1a6d-4c07-b89d-dca408decc15> | CC-MAIN-2019-04 | http://sambad.in/entertainment/aamir-khan-ready-to-shoot-for-ghajini-2-title-registered-285182/ | 2019-01-18T05:36:52Z | s3://commoncrawl/crawl-data/CC-MAIN-2019-04/segments/1547583659890.6/warc/CC-MAIN-20190118045835-20190118071835-00595.warc.gz | ory | 0.999989 | Orya | 2 | {"ory_Orya_score": 0.9999887943267822} |
ସୁଞ୍ଜଓ୍ଵାନ୍ ଆକ୍ରମଣ: ୪ଦିନ ପରେ ଚେତା ଫେରିପାଇଲେ ମେଜର ଅଭିଜିତ, ପ୍ରଥମେ ପଚାରିଲେ-ଆତଙ୍କବାଦୀଙ୍କର କ'ଣ ହେଲା?
ଜମ୍ମୁର ସୁଞ୍ଜଓ୍ଵାନ୍ ସେନା ଶିବିର ଉପରକୁ ଶନିବାର ହୋଇଥିଲା ଆତଙ୍କୀ ଆକ୍ରମଣ
ନୂଆଦିଲ୍ଲୀ: ଜମ୍ମୁର ସୁଞ୍ଜଓ୍ଵାନ୍ ସେନା ଶିବିର ଉପରେ ଗତ ଶନିବାର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମେଜର ଅଭିଜୀତଙ୍କ ମଙ୍ଗଳବାର ଚେତା ଫେରିଛି। ଚେତା ଫେରିବା ପରେ ଅଭିଜିତ ପ୍ରଥମେ ଆତଙ୍କବାଦୀମାନଙ୍କ ଅବସ୍ଥା ନେଇ ପଚାରିଛନ୍ତି। ମେଜର କହିଛନ୍ତି, ମତେ ସେଠାକୁ ନେଇ ଯାଆନ୍ତୁ। ସୂଚନାଯୋଗ୍ୟ ଗତ ଫେବ୍ରୁଆରି ୧୦ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସେନା ୩ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲା।
ସହିଦ ହୋଇଥିବା ୫ ଜଣ ସେନା ଓ ସାଧାରଣ ନାଗରିକ
-ସୁବେଦାର ମଦନଲାଲ ଚୌଧୁରୀ
-ସୁବେଦାର ମହମ୍ମଦ ଅସରଫ ମୀର
-ହାବିଲଦାର ହବିବୁଲ୍ଲା କ୍ୟୁରେସି
-ନାୟକ ମଞ୍ଜୁର ଅହମଦ
-ଲାନ୍ସ ନାୟକ ମହମ୍ମଦ ଇକବାଲ୍
-ଲାନ୍ସ ନାୟକ ମହମ୍ମଦ ଇକବାଲ୍ଙ୍କ ପିତା(ସାଧାରଣ ନାଗରିକ)
ଆତଙ୍କବାଦୀ ଆକ୍ରମଣରେ ମେଜର ଅଭିଜିତ ଆହତ ହୋଇଥିଲେ। ତାଙ୍କର ମଙ୍ଗଳବାର ଚେତା ଫେରିଛି। ଉଦ୍ଦାମପୁର କମାଣ୍ଡ ହସ୍ପିଟାଲର ମେଜର ଜେନେରାଲ ନଦୀପ ନୈଥାନି କହିଛନ୍ତି, ମେଜର ଆତଙ୍କବାଦୀଙ୍କ ଚେତା ଫେରିଛି। ସର୍ଜରୀର କିଛି ସମୟ ପରେ ଅଭିଜିତ ପଚାରିଛନ୍ତି, ଆତଙ୍କବାଦୀଙ୍କ କ'ଣ ହେଲା। ସେ ସେଠାକୁ ଯିବାକୁ ପ୍ରସ୍ତୁତ ଥିଲେ। ଅଭିଜିତ କହିଛନ୍ତି, ମୁଁ ବହୁତ ଭଲ ଅଛି। ମୁଁ ଡାକ୍ତରଙ୍କ ସହିତ କଥା ହେଉଛି। ମୁଁ ବସୁଛି ଓ ଦିନକୁ ୨ଥର ଚାଲି ପାରିବି। ମତେ ଜଣା ନାହିଁ ଯେ, ବିଗତ ୨/୩ ଦିନରେ କ'ଣ ଘଟିଛି।
ସୁଞ୍ଜଓ୍ଵାନ୍ ଆକ୍ରମଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ବଳା ସୀତାରମଣ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ ଜୈଶ-ଏ-ମହମ୍ମଦର ମୁଖ୍ୟ ଆଜହାର ମସୁଦଙ୍କ ହାତ ରହିଛି। ସେ କହିଛନ୍ତି, ଆତଙ୍କବାଦୀମାନଙ୍କୁ ସେ ସୀମାରେ ଥାଇ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। ପ୍ରମାଣ ପତ୍ର ଏକାଠି କରାଯାଉଛି। କିନ୍ତୁ ପାକିସ୍ତାନକୁ ପ୍ରମାଣ ଦେବାକୁ ଏକ ନିୟମିତ ଚାଲିବା ପ୍ରକ୍ରିୟା ଚାଲିଛି। ସବୁବେଳେ ପ୍ରମାଣିତ ହେଉଛି ଯେ, ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଦାୟୀ ରହୁଛି। | <urn:uuid:089abd23-0e90-4fe0-9b1d-3d8ec9e5c692> | CC-MAIN-2019-04 | http://sambad.in/india-and-beyond/major-abhijeet-asked-what-happened-to-the-terrorists-83728/ | 2019-01-21T11:50:46Z | s3://commoncrawl/crawl-data/CC-MAIN-2019-04/segments/1547583792338.50/warc/CC-MAIN-20190121111139-20190121133139-00275.warc.gz | ory | 0.999934 | Orya | 5 | {"ory_Orya_score": 0.9999343156814575} |
ଭୁୁବନେଶ୍ୱର : ପିପିଲିର ଦଳିତ ଝିଅ ବେବିନା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମାନେ ନିର୍ଦ୍ଦୋଷରେ ଖଲାସ ହେବା ପରେ ରାଜ୍ୟ ସରକାରର ବରିଷ୍ଠ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ପୀଡିତାଙ୍କୁ ନ୍ୟାୟ ମିଳିବା ବୋଲି କହିବା ଅତ୍ୟନ୍ତ ଦୁଃଖ ଦାୟକ ଓ ସମ୍ବେଦନହୀନ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡା କହିଛନ୍ତି ଯେ, ଓଡିଶାରେ ମହିଳାଙ୍କୁ ସମ୍ମାନ କେତେ ଦିଆଯାଉଛି ତାହା କ୍ୟାବିନେଟ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଛି । ମନ୍ତ୍ରୀ ମହାରଥୀ ପୀଡିତା ନ୍ୟାୟ ପାଇଛି କହି ପୂରା ସମଗ୍ର ମହିଳା ଜାତିକୁ ଅପମାନିତ କରିଛନ୍ତି । ଏଭଳି ସମ୍ବେଦନହୀନ ମନ୍ତବ୍ୟ ରଖିଥିବାରୁ ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ମହିଳା ମୋର୍ଚ୍ଚା ଦାବି କରିଛି ।
ବେବିନା ମାମଲାରେ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବାହାର କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ତଦନ୍ତରେ ଅବହେଳା ପାଇଁ ନିଲମ୍ବିତ ହୋଇଥିଲେ । ଏବେବି ସାକ୍ଷ୍ୟ ପ୍ରମାଣ ନଦେଇ ଦୋଷୀକୁ ଖଲାସ କରିବାରେ ସରକାର ସହଯୋଗ କରିଥିବା କଥା ପୀଡିତାର ପରିବାର ଅଭିଯୋଗ କରୁଛନ୍ତି । ଏପରି ସ୍ଥିତିରେ ମନ୍ତ୍ରୀ ଯେପରି ମନ୍ତବ୍ୟ ଦେଇଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାର ପ୍ରତିବାଦରେ ମୋର୍ଚ୍ଚା ପକ୍ଷରୁ ଆଜି ସନ୍ଧ୍ୟାରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯିବା ସହ ଏକ ପ୍ରତିନିଧୀଦଳ ପୀଡିତା ପରିବାର ସଦସ୍ୟଙ୍କୁୁ ଭେଟି ଆଲୋଚନା କରିଛି ।
୨୪ ଘଂଟା ମଧ୍ୟରେ ଯଦି ମନ୍ତ୍ରୀ ଇସ୍ତଫା ନଦେଲେ ଆସନ୍ତା ଶୁକ୍ରବାର ଓ ଶନିବାର ରାଜ୍ୟବ୍ୟାପୀ ଆନ୍ଦୋଳନ ସହ, ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି ।
ଶ୍ରୀମତୀ ପରିଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ମାତ୍ର ୨୫ କିଲୋମିଟର ଦୂରରେ ଗଣଦୁଷ୍କର୍ମ ପରେ ମୃତ୍ୟୁ ଘଟିଥିବା ଝିଅର ଦୋଷୀକୁ ଦଣ୍ଡ ଦେବାରେ ରାଜ୍ୟ ସରକାର ଯୋଜନାବଦ୍ଧ ଭାବରେ ତଥ୍ୟ ପ୍ରମାଣ ଉପସ୍ଥାପନ ନକରି ଖସାଇ ଦେଇଛନ୍ତି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର କୁମ୍ବୀର କାନ୍ଦଣା କାନ୍ଦୁଥିବା ବେଳେ ଅନ୍ୟପଟେ ବେବିନା ୩୩ ପ୍ରତିଶତ ମହିଳାଙ୍କ ଭିତରେ ଆସୁଥିଲେ କି ନାହିଁ ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି ।
ଗୋଟିଏ ପଟେ ରାଜ୍ୟସରକାର ମହିଳା ସଂରକ୍ଷଣ, ମିଶନ ଶକ୍ତି, ମହିଳା ସଶକ୍ତିକରଣ କଥା କହି ନିଜ ପ୍ରଶଂସା କରିଚାଲିଥିବାବେଳେ ଅନ୍ୟପଟେ ଶାସକ ଦଳର କ୍ୟାବିନେଟ ମନ୍ତ୍ରୀ ଦୁଷ୍କର୍ମ ପୀଡିତା ଉପରେ ସମ୍ବେଦନହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁଃଖଦାୟକ ଏବଂ ର୍ଦୁଭାଗ୍ୟଜନକ । ଯଦି ବାସ୍ତବରେ ରାଜ୍ୟସରକାର ମହିଳାଙ୍କୁ ଗୁରୁତ୍ୱ ଦେଉଛନ୍ତି ତେବେ ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ ବୋଲି ବିଜେପି ନେତ୍ରୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା କ୍ରାଇମବ୍ରାଂଚ ଆଜି ତଥ୍ୟ ନଷ୍ଟକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ନିକଟ ଅତୀତରେ କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାର ପ୍ରମାଣ ବି କ୍ରାଇମବ୍ରାଂଚ ଦ୍ୱାରା ନଷ୍ଟ କରାଯାଇଥିଲା । ରାଜ୍ୟସରକାରଙ୍କ ଅପାରଗତା ଯୋଗୁଁ ଏବେ ପିପିଲି ଦୁଷ୍କର୍ମ ପୀଡିତାର ଦୋଷୀଙ୍କୁ ପ୍ରମାଣ ଅଭାବରୁ ଛାଡ କରାଯିବା ସର୍ବସମ୍ମୁଖକୁ ଆସିଛି । ଦୁଇ ଦୁଇଟି ଝିଅ ଧର୍ଷଣର ଶିକାର ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ । ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ ପରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଶାସକ ବିଜେଡି ଦଳିତ ଏବଂ ମହିଳା ବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ପ୍ରମାଣ ଦେଇଛନ୍ତି । ରାଜ୍ୟସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣଭାବେ ବିଫଳ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଜେପି ନେତା ରିଙ୍କନ ପଟ୍ଟନାୟକ ଓ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । | <urn:uuid:87a6e75b-e8f6-40c8-8203-6c496c333220> | CC-MAIN-2019-04 | https://www.metrotvbureau.com/state/bjp/ | 2019-01-22T12:12:38Z | s3://commoncrawl/crawl-data/CC-MAIN-2019-04/segments/1547583850393.61/warc/CC-MAIN-20190122120040-20190122142040-00595.warc.gz | ory | 1.000006 | Orya | 9 | {"ory_Orya_score": 1.0000057220458984} |
ପ୍ରେମିକାକୁ ମନେଇବା ପାଇଁ ପ୍ରେମିକର ନିଆରା ଉଦ୍ୟମ ! ସହରର ଗଳିରେ ମାରିଲା ୩୦୦ "ଆଇ ଆମ୍ ସରି" ହୋର୍ଡିଙ୍ଗ୍ ।
ଝଗଡା ପରେ ପ୍ରେମିକା ସହ ବୁଝାମଣା କରିବାକୁ ଜଣେ ବ୍ୟକ୍ତି ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚ୍ଓ୍ଵାର୍ଡ ଅଞ୍ଚଳରେ ୩୦୦ ରୁ ଊର୍ଦ୍ଧ୍ୱ ଫ୍ୟାକ୍ସ ବ୍ୟାନର୍ ଝୁଲାଇଛନ୍ତି। କିନ୍ତୁ ତାଙ୍କର ଏହି ପାଗଳପଣ ସ୍ଥାନୀୟ ପୁଲିସକୁ ନାକେଦମ୍ କରିଛି। ଶୁକ୍ରବାର ସକାଳୁ ପୁଣେ ନିକଟବର୍ତ୍ତୀ ପିମ୍ପ୍ରି ଚିଞ୍ଚ୍ଓ୍ଵାର୍ଡ ଅନ୍ତର୍ଗତ ସୌଦାଗର୍ ଅଞ୍ଚଳର ଲୋକେ ସକାଳୁ ଉଠି ଦେଖିଲେ କେତେ ଗୁଡ଼ିଏ ଫ୍ୟାକ୍ସ ବ୍ୟାନର୍। ଏହି ଫ୍ୟାକ୍ସରେ ଝିଅର ନାଁ ଲେଖାଯାଇ ତା' ପାଖକୁ କଳା ବା ବୋଲ୍ଡ ଅକ୍ଷରରେ ଲେଖାଯାଇଛି 'ଆଇ ଆମ୍ ସରି' ତା ସହିତ ଲାଲ୍ ରଙ୍ଗର ହୃଦୟ ଚିହ୍ନ। ସମଗ୍ର ଅଞ୍ଚଳରେ ଛାଇ ଯାଇଥିଲା ଏହି ଫ୍ୟାକ୍ସ ବ୍ୟାନର୍, ବିଶେଷକରି ଟ୍ରାଫିକ୍ ଛକଗୁଡ଼ିକରେ।
ଏ ଭଳି କାର୍ୟ୍ୟ କରିଥିବା ସ୍ଥାନୀୟ ବ୍ୟବସାୟୀ ୨୫ ବର୍ଷିୟ ନୀଳେଶ ଖେଡ଼େକରଙ୍କ ପାଇଁ ଅସୁବିଧାର କାରଣ ହୋଇଥିଲେ ଓ୍ଵାକାଡ଼ ପୁଲିସ ଏବଂ ପିମ୍ପ୍ରି ଚିଞ୍ଚ୍ଓ୍ଵାଡ୍ ମ୍ୟୁନିସପାଲିଟି। ତାଙ୍କ ବିରୋଧରେ ସେମାନେ ଆଗତ କରିଥିଲେ ବେଆଇନ୍ ହୋର୍ଡିଙ୍ଗ୍ ଏବଂ ସର୍ବସାଧାରଣ ସମ୍ପତ୍ତିକୁ କଦର୍ୟ୍ୟ କରିବା ମାମଲା। ହୋର୍ଡିଙ୍ଗ୍ ଲାଗିଥିବା କଥା ଶୁକ୍ରବାର ଦିନ ଜାଣିବା ମାତ୍ରେ ତଦନ୍ତ ଆରମ୍ଭ କରିଥିବା କଥା ଓ୍ଵାକାଡ୍ ପୁଲିସ କହିଛି।
ପୁଲିସର ପଚରାଉଚରା ପରେ ଖେଡ଼େକର କହିଥିଲେ କଳହ ପରେ ପ୍ରେମିକାକୁ ଭୁଲ୍ ମାଗି ବୁଝାମଣା କରିବାପାଇଁ ସେ ଏଭଳି ଏକ ସୃଜନାତ୍ମକ କାର୍ଯ୍ୟ କରିଥିଲେ । ତେବେ ପ୍ରେମିକାଙ୍କ ଯିବାଆସିବା ବାଟରେ ଏଭଳି ୩୦୦ ହୋର୍ଡିଙ୍ଗ୍ ଲଗାଯାଇଥିଲା ଯେମିତିକି ଏହି ହୋର୍ଡିଙ୍ଗ୍ ଉପରେ ତାଙ୍କର ନଜର ପଡୁ ଏବଂ ସେ ନିଜ ପ୍ରେମିକକୁ କ୍ଷମା କରିଦିଅନ୍ତୁ । କିନ୍ତୁ କଥା ହେଲା କିଛି ଓଲଟା । ବ୍ୟାନର୍ ଲଗାଯାଇଥିବା କଥା ପିମ୍ପ୍ରି ଚିଞ୍ଚ୍ଓ୍ଵାଡ଼ ମହାନଗର ନିଗମକୁ ଜଣାଇ ଦିଆଯାଇଥିଲା। ଏବେ ଖେଡ଼େକରଙ୍କ ବିରୋଧରେ ଅଧିକ କାର୍ୟ୍ୟନୁଷ୍ଠାନ ନିଗମ ହିଁ ଗ୍ରହଣ କରି ପାରିବ। | <urn:uuid:c64db4a1-5ff2-4f3d-b431-26eddaad9d83> | CC-MAIN-2019-04 | http://kanaknews.com/1man300-banners-with-i-am-sorry-message-to-make-amends-with-girlfriend/ | 2019-01-20T00:52:03Z | s3://commoncrawl/crawl-data/CC-MAIN-2019-04/segments/1547583688396.58/warc/CC-MAIN-20190120001524-20190120023524-00157.warc.gz | ory | 0.999999 | Orya | 4 | {"ory_Orya_score": 0.999998927116394} |
ହ୍ୱାଇଟ ହାଉସରେ ରାଷ୍ଟ୍ରପତିଙ୍କ ସହ ସାମ୍ବାଦିକଙ୍କ ଯୁକ୍ତିତର୍କ : ସିଏନଏନ ରିପୋର୍ଟରଙ୍କୁ ହ୍ୱାଇଟ ପ୍ରବେଶ ଉପରେ ଲାଗିଲା କଟକଣା
ପ୍ରଶ୍ନ ପଚାରିବା ବେଳେ ମାଇକ ଛଡାଇନେଲେ ହ୍ୱାଇଟ ହାଉସର ମହିଳା କର୍ମଚାରୀ
କନକ ବ୍ୟୁରୋ : ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତିଙ୍କ ସହ ସିଏନଏନ ସାମ୍ବାଦିକଙ୍କ ଯୁକ୍ତିତର୍କ । ଯୁକ୍ତିତର୍କରେ ରାଗିଗଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସହ ଯୁକ୍ତିତର୍କ କରିଛନ୍ତି ସିଏନଏନର ପ୍ରତିନିଧି ଜିମ ଆକୋଷ୍ଟା । ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଟ୍ରମ୍ପଙ୍କ ସହ ଜିମ ଆକୋଷ୍ଟାଙ୍କର ଗୋଟିଏ ପ୍ରସଙ୍ଗରେ ଯୁକ୍ତି ହୋଇଥିଲା । ଦକ୍ଷିଣ ଆମେରିକାରେ ଲାଟିନ ଆମେରିକାର ଶରଣାର୍ଥୀମାନଙ୍କ ପ୍ରବେଶ ପ୍ରସଙ୍ଗରେ ଏକ ପ୍ରଶ୍ନ ପଚାରିଥିଲେ ଆକୋଷ୍ଟା । ଆଉ ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ଡୋନାଲ୍ଡ ଟ୍ରମ୍ଫ । ଯୁକ୍ତିତର୍କ ବି ହୋଇଥିଲା ।
ସାମ୍ବାଦିକଙ୍କ ଦ୍ୱିତୀୟ ପ୍ରଶ୍ନରେ ଟ୍ରମ୍ଫ କହିଥିଲେ ବହୁତ ହୋଇଗଲା । ଏହି ସମୟରେ ହ୍ୱାଇଟ ହାଉସରେ ଉପସ୍ଥିତ ଥିବା ଜଣେ ମହିଳା କର୍ମଚାରୀ ଆସି ସାମ୍ବାଦିକଙ୍କ ଠାରୁ ମାଇକ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ଏବଂ ପରବର୍ତ୍ତୀ ସମୟରେ ସିଏନଏନର ଏହି ସାମ୍ବାଦିକଙ୍କ ହ୍ୱାଇଟ ହାଉସରେ ପ୍ରବେଶ ଉପରେ କଟକଣା ଲାଗିଯାଇଥିଲା । ଏ ସମ୍ପର୍କିତ ଏକ ନୋଟିସ ହ୍ୱାଇଟହାଉସ ତରଫରୁ ଜାରି କରାଯାଇଥିଲା । ଏହି ଘଟଣା ଏବେ ବିଶ୍ୱସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲିଟିଛି । | <urn:uuid:37d3d543-e272-4c90-a305-8e65f45d5a44> | CC-MAIN-2019-04 | http://kanaknews.com/white-house-suspends-press-pass-of-cnn-journalist-after-confrontation-donald-trump/ | 2019-01-20T00:46:25Z | s3://commoncrawl/crawl-data/CC-MAIN-2019-04/segments/1547583688396.58/warc/CC-MAIN-20190120001524-20190120023524-00157.warc.gz | ory | 1.000008 | Orya | 4 | {"ory_Orya_score": 1.0000078678131104} |
ଭୁବନେଶ୍ୱର : ସର୍ପ ଦଂଶନରେ ପ୍ରତିବର୍ଷ ଶହଶହ ଲୋକଙ୍କର ଅକାଳ ମୃତ୍ୟୁ ହୁଏ। ତେବେ ସାପ କାମୁଡ଼ିବା ଯୋଗୁଁ ଯେତିକି ଲୋକଙ୍କ ମୃତ୍ୟୁ ହୁଏନି, ସାପ କାମୁଡ଼ିବା ପରେ ତୃଟିପୂର୍ଣ୍ଣ ପ୍ରାଥମିକ ଚିକିତ୍ସା ପାଇଁ ତା'ଠୁ ଅଧିକ ଲୋକଙ୍କ ମୃତ୍ୟୁ ହୁଏ। ତେଣୁ ଲୋକଙ୍କୁ ଏ ସମ୍ବନ୍ଧରେ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ଏକ ଅଭିନବ ଅଭିଯାନ। ସାପ ଏବଂ ସାପ କାମୁଡ଼ା ପରେ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ଲୋକଙ୍କୁ ପୋଷ୍ଟର ମାଧ୍ୟମରେ ସଚେତନ କରାଯିବ। ଏଣିକି ସମସ୍ତ ବଡ଼ବଡ଼ ସରକାରୀ ମେଡିକାଲ୍ଠୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାନ୍ଥରେ ଏହିଭଳି ପ୍ରଚାର ଅଭିଯାନ ଆରମ୍ଭ କରିଛି ସ୍ନେକ୍ ହେଲ୍ପ ଲାଇନ୍।
ବର୍ତମାନ ସୁଦ୍ଧା ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍, ଏମ୍ସ ମେଡିକାଲ୍ କଲେଜ୍, କଟକର ଏସ୍ସିବି ମେଡିକାଲ୍ କଲେଜ୍, ବ୍ରହ୍ମପୁରର ଏମ୍କେସିଜି ମେଡିକାଲ୍ କଲେଜ୍ରେ ଏହି ସୂଚନା ପୋଷ୍ଟର ଲାଗିସାରିଛି। ସେହିଭଳି ଅନୁଗୁଳ ଓ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ପୁରୀର ଗୋପ ଓ ନିମାପଡ଼ା ଏବଂ ଯାଜପୁର ରୋଡ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସୂଚନା ପୋଷ୍ଟର ଲଗାଯାଇଛି। ଅଳ୍ପ କିଛିଦିନ ମଧ୍ୟରେ ରଣପୁର, ନୟାଗଡ଼, ବାଲେଶ୍ୱର, ବରଗଡ଼, ସମ୍ବଲପୁର ଓ ବୁର୍ଲାରେ ମଧ୍ୟ ଏହି ସୂଚନା ପୋଷ୍ଟର ଲଗାଯିବା ସହ ଆଗାମୀ ଦିନରେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ଅଭିଯାନ କରାଯିବ। କେବଳ ସୂଚନା ପୋଷ୍ଟର୍ ନୁହେଁ ସାପ କାମୁଡ଼ା ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ସୋସିଆଲ୍ ମିଡିଆରେ ମଧ୍ୟ ଏହାର ବହୁଳ ପ୍ରଚାର ପ୍ରସାର କରାଯାଇଛି।
ସୂଚନା ପୋଷ୍ଟର୍ରେ ଓଡ଼ିଶାରେ ଦେଖାଯାଉଥିବା ବିଷଧର ସାପ, ବିଷହୀନ ସାପ ଏବଂ ଅଳ୍ପ ବିଷଧର ସାପଙ୍କର ଚିତ୍ର ସହ ସୂଚନା ରହିଛି। ସେହିଭଳି ସାପ କାମୁଡ଼ା ପରେ କି ପ୍ରାଥମିକ ଚିକିତ୍ସା ଆପଣାଇବେ ସେ ବାବଦରେ ସବିଶେଷ ସୂଚନା ରହିଛି। ସାପ କାମୁଡ଼ିବା ପରେ କ'ଣ କରିବା ଅନୁଚିତ ସେ ସମ୍ପର୍କରେ ମଧ୍ୟ ସତର୍କ ସୂଚନା ରହିଛି। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସୂଚନା ରହିଛି। ଏନେଇ ସରକାରୀ ହସ୍ପିଟାଲ୍ର ମୁଖ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସ୍ନେକ୍ ହେଲ୍ପ ଲାଇନ୍ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। କେବଳ ହସ୍ପିଟାଲ୍ ନୁହେଁ ଲୋକଙ୍କ ଘରକୁ ସାପ ଧରିବା ପାଇଁ ଯାଉଥିବା ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ଏହି ସୂଚନା ବାର୍ତାର ପୋଷ୍ଟର୍କୁ ସୋସିଆଲ୍ ମିଡିଆରେ ସେୟାର କରିବା ପାଇଁ ନିବେଦନ କରିବେ। | <urn:uuid:832bbb9b-bd1f-4f6e-8652-6bba4ddceb12> | CC-MAIN-2019-04 | http://sambad.in/state/snake-bite-first-aid-information-to-be-get-in-medical-153772/ | 2019-01-21T01:26:38Z | s3://commoncrawl/crawl-data/CC-MAIN-2019-04/segments/1547583745010.63/warc/CC-MAIN-20190121005305-20190121031305-00477.warc.gz | ory | 0.999986 | Orya | 3 | {"ory_Orya_score": 0.9999862909317017} |
ଆର୍ୟୁବେଦ ଆମ ସଂସ୍କୃତି ଯୋଡି ହୋଇଛି, ସବୁ ଜିଲ୍ଲାରେ ହେବ ଆର୍ୟୁବେଦ ହସ୍ପିଟାଲ : ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ଅଖିଳଭାରତୀୟ ଆର୍ୟୁବେଦ ସଂସ୍ଥାନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଦ୍ୱିତୀୟ ଆର୍ୟୁବେଦ ଦିବସ ଅବସରେ ନୂଆଦିଲ୍ଲୀର ସରିତା ବିହାର ଠାରେ ନିର୍ମିତ ଆର୍ୟୁବେଦ ସଂସ୍ଥାନକୁ ଉଦଘାଟନ କରିଛନ୍ତି ମୋଦି । ଏମ୍ସ ମାର୍ଗରେ ଅଖିଳଭାରତୀୟ ଆୟୁବେଦ ସଂସ୍ଥାନର ନିର୍ମାଣ କରାଯାଇଛି ।
ଏହି ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳୀ ଅବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୌଣସି ଦେଶ ତାର ଇତିହାସକୁ ଭୁଲି ବିକାଶ କରିପାରିବ ନାହଁ । ଦେଶ ଯେତେ ବିକାସ କଲେ ବି ଇତିହାସକୁ ଭୁଲିବା କଥା ନୁହେଁ । ଉଦଘାଟନ ଅବସରରେ ମୋଦି କହିଛନ୍ତି ପୂର୍ବରୁ ଆମ ଦେଶ ବହୁତ ଧନୀ ଥିଲା । ଆମ ଦେଶର ସମୃଦ୍ଧିକୁ ନଷ୍ଟ କରିବା ପାଇଁ ବିଦେଶୀ ଶକ୍ତି ଚେଷ୍ଟା କରିଥିଲା । ଯେତେବେଳେ ଆମେ ସ୍ୱାଧୀନ ହେଲେ ସେତେବେଳେ ବି ଆମେ ଆମର ସମ୍ପତିକୁ ସୁରକ୍ଷିତ ରଖିପାରିଲେ ନାହିଁ ।
ଆର୍ୟୁବେଦ କେବଳ ଏକ ଚିକିତ୍ସା ପଦ୍ଧତି ନୁହେଁ , ସାମାଜିକ ଓ ସାଂସ୍କୃତିକ ସଦଭାବନା ରକ୍ଷାକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଠାରେ ମୋଦି କହିଥିଲେ ଦେଶର ପ୍ରତ୍ୟୋକ ଜିଲ୍ଲାରେ ଗୋଟିଏ ହସ୍ପିଟାଲକୁ ଆର୍ୟୁବେଦ ସହ ସଂଯୋଗ କରାଯିବ । ସରକାର ଏଥିପାଇଁ କାମ କରିବାକୁ ନିର୍ଦେଶ ଦେଇଛନ୍ତି । | <urn:uuid:9086f49b-e610-4505-ab02-d20540b53879> | CC-MAIN-2019-04 | http://kanaknews.com/arendra-modi-dedicates-country-first-all-india-institute-of-ayurveda-new-delhi/ | 2019-01-23T05:20:24Z | s3://commoncrawl/crawl-data/CC-MAIN-2019-04/segments/1547583897417.81/warc/CC-MAIN-20190123044447-20190123070447-00477.warc.gz | ory | 1.000005 | Orya | 8 | {"ory_Orya_score": 1.0000046491622925} |
ବ୍ରଣ ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ କିଛି ସରଳ ଉପାୟ . . . . .
ଆଜିକାଲିର ଅସନ୍ତୁଳିତ ଖାଦ୍ୟଶୈଳୀ, ଅତ୍ୟଧିକ ଫାଷ୍ଟପୁଡ ସେବନ ଆଦି ତ୍ୱଚାରେ ବ୍ରଣ ସୃଷ୍ଟିରର ମୁଖ୍ୟ କାରଣ ହୋଇଛି । ଏହାସହ ତୈଳାକ୍ତ ତ୍ୱଚା ମଧ୍ୟ ବ୍ରଣ ହେବାର ଆଉ ଏକ ମୁଖ୍ୟ କାରଣ । ତେବେ ଆସନ୍ତୁ ଜାଣିବା ବ୍ରଣ ସମସ୍ୟାରୁ ରକ୍ଷା ପାଇବେ କିପରି . . . . .
• ବ୍ରଣ ହଟାଇବା ପାଇଁ ମୁହଁକୁ ସବୁବେଳେ ସଫା ରଖନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ସବୁବେଳେ ମୁହଁ ଧୋଇଲା ବେଳେ ଫେସୱାସ ବ୍ୟବହାର କରିବା ଠିକ ନୁହଁ । ଚେଷ୍ଟା କରନ୍ତୁ କେବଳ ଥଣ୍ଡା ପାଣିରେ ହିଁ ମୁହଁ ଧୁଅନ୍ତୁ ।
• ତ୍ୱଚାକୁ ଧୋଇବା ସହ ଏହାକୁ ସବୁବେଳେ ହାଇଡ୍ରେଟ ଓ ମଏଶ୍ଚରାଇଜ ରଖନ୍ତୁ । ମୁହଁକୁ ଧୋଇବା ସବୁଠାରୁ ଗରୁତ୍ୱପୂର୍ଣ୍ଣ କିନ୍ତୁ ତ୍ୱଚାକୁ ମଏଶ୍ଚରାଇଜ କରିବା ମଧ୍ୟ ସେତିକି ଗରୁତ୍ୱପୂର୍ଣ୍ଣ ।
• ଯେଉଁମାନଙ୍କ ମୁହଁରେ ଅଧିକ ବ୍ରଣ ହେଉଛି ସେମାନେ ମେକଅପ୍ ଉପକରଣ ବ୍ୟବହାର କଲାବେଳେ ଅଧିକ ଯତ୍ନଶୀଳ ହେବା ଉଚିତ୍ ।
• ବ୍ରଣ ହେଉଥିଲେ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରନ୍ତୁନି । କାରଣ ଏହା ତ୍ୱଚାକୁ ତୈଳାକ୍ତ କରାଇଥାଏ । ତ୍ୱଚାରେ ଘିଅକୁଆଁରୀ ଲଗାନ୍ତୁ ।
• ମୁହଁକୁ ବାରମ୍ବାର ହାତ ଲଗାନ୍ତୁ ନାହିଁ କିମ୍ବା ବ୍ରଣକୁ ଖଣ୍ଡିଆ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ତ୍ୱଚାରେ ଦାଗ ହେବା ସହ ସେପ୍ଟିକ ହେବାର ସମ୍ଭାବନା ରହିଛି । | <urn:uuid:0cfbb9be-f3bf-4841-8a5c-265fee2765e7> | CC-MAIN-2019-04 | http://kanaknews.com/solution-from-acne-problem/ | 2019-01-23T05:39:11Z | s3://commoncrawl/crawl-data/CC-MAIN-2019-04/segments/1547583897417.81/warc/CC-MAIN-20190123044447-20190123070447-00477.warc.gz | ory | 1.000008 | Orya | 4 | {"ory_Orya_score": 1.000008225440979} |
ବୈକୁଣ୍ଠପୁର: ବୈକୁଣ୍ଠପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବଦରିଆ ଗ୍ରାମରେ ବସବାସ କରୁଥିବା ପଲ୍ଲି ଦେବୀ ଗତ ୩୩ବର୍ଷ ହେବ କେବଳ ଚା' ପିଇ ବଞ୍ଚି ରହିଛନ୍ତି। ଏହି ମହିଳା ଚା' ପିଇ କେବଳ ବଞ୍ଚିଛନ୍ତି ତା'ନୁହେଁ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ବି ରହିଛନ୍ତି। ମହିଳାଙ୍କ ଏଭଳି ଶାରୀରିକ ବିଶେଷତାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ପ୍ରାୟତଃ ଖବର ଆସିଥାଏ କି, ଲୋକମାନେ ପଥର, କାଚ, କୁଟା ଆଦି ଖାଇ ବଞ୍ଚି ଥାଆନ୍ତି। ପଲ୍ଲୀ ଦେବୀ ନାମକ ଏହି ମହିଳା କେବଳ ଚା' ପିଇ ବଞ୍ଚିଛନ୍ତି। ଏହା ଭଗବାନଙ୍କ ଚମତ୍କାର ଠାରୁ କମ୍ ନୁହେଁ ବୋଲି ଡାକ୍ତର କହିଛନ୍ତି। ମହିଳାଙ୍କୁ ୧୧ବର୍ଷ ହୋଇଥିବା ବେଳେ ସେ ଖାଦ୍ୟ ଓ ପାନୀୟ ଛାଡ଼ି ଦେଇଥିଲେ। କୋରିଆ ଜିଲ୍ଲାର ୧୫କିମି ଦୂର ବରଦିଆ ଗ୍ରାମରେ ବସବାସ କରୁଥିବା ପଲ୍ଲୀ ଦେବୀ ନିଜ ପିତାଙ୍କ ସହ ରହନ୍ତି। ପଲ୍ଲୀ ଦେବୀଙ୍କୁ ଲୋକମାନେ 'ଚା' ବାଲି ଚାଚି' ବୋଲି ଡାକି ଥାଆନ୍ତି।
ପରିବାରଲୋକଙ୍କ କହିବାନୁସାରେ, ପଲ୍ଲୀ ଦେବୀ ପ୍ରତ୍ୟୁଷର ଉଠି ପ୍ରଭୁ ଶିବଙ୍କ ଭକ୍ତିରେ ବ୍ୟସ୍ତ ଥାଆନ୍ତି। ଏତଦ୍ ବ୍ୟତୀତ ସେ ଘରର ସମସ୍ତ କାମ କରନ୍ତି। ପିତାଙ୍କ ପାଇଁ ଖାଇବା ବି ପ୍ରସ୍ତୁତ କରି ଥାଆନ୍ତି। ପଲ୍ଲୀ ଦେବୀ କେବଳ ଅଦା, ଲେମ୍ବୁ, ଚିନି ଓ ପାଣିରେ ପ୍ରସ୍ତୁତ ଚା' ପିଇ ଥାଆନ୍ତି। | <urn:uuid:8eeb5025-4e76-483f-9fd7-96330a06c7c1> | CC-MAIN-2019-04 | http://sambad.in/special/woman-living-on-tea-for-33-years-281404/ | 2019-01-24T09:29:31Z | s3://commoncrawl/crawl-data/CC-MAIN-2019-04/segments/1547584519757.94/warc/CC-MAIN-20190124080411-20190124102411-00157.warc.gz | ory | 0.999989 | Orya | 2 | {"ory_Orya_score": 0.9999886751174927} |
ଗୁଡ ମର୍ଣ୍ଣିଂ : ଜାଣନ୍ତୁ ସକାଳେ ଚା' ପିଇବେ ନା କଫି, କ'ଣ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର ?
ବହୁତ କମ ଲୋକ ଥିବେ ଯାହାଙ୍କୁ ଚା' ଓ କଫି ଉଭୟ ପସନ୍ଦ । କିଛି ଲୋକଙ୍କୁ ଚା ପିଇବା ପସନ୍ଦ ଏବଂ କିଛି ଲୋକ କଫିର ସଉକ ରଖନ୍ତି, କିନ୍ତୁ କିଛି ଏମିତି ବି ଲୋକ ଅଛନ୍ତି ଯାହାଙ୍କୁ ଉଭୟ ଚା' ଓ କଫି ପିଇବା ପସନ୍ଦ । କିନ୍ତୁ ଆପଣଙ୍କୁ ଜଣା କି ଏହି ଦୁଇଟି ପାନୀୟ ମଧ୍ୟରୁ କେଉଁଟା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର ।
କଳା, ସବୁଜ ଓ ଲେମ୍ବୁ ଚା'ର ଭଲ ପ୍ରଭାବ ଆମ ଶରୀର ଉପରେ ପଡେ । ଗ୍ରୀନ ଟି ଓଜନ କମାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଏହା କ୍ୟାନସରର ସମ୍ଭାବନାକୁ ବି କମାଇ ଦିଏ । ଚା'ର ଅଧିକ ସେବନ କରିବା ଦ୍ୱାରା କିଛି କ୍ଷତି ହୋଇନଥାଏ , ଅର୍ଥାତ ଦିନରେ ଆପଣ ୬ରୁ ୭ କପ ଚା' ପିଇପାରିବେ ।
ରିପୋର୍ଟ ଅନୁସାରେ, ଚା' ଭଳି କଫି ବି ସ୍ୱାସ୍ଥ୍ୟ ପାଇଁ ହିତକର । କିନ୍ତୁ ଏଥିରେ ଥିବା କୈଫିନ ଏହାକୁ କ୍ଷତିକାରକ ବନାଇ ଦିଏ । ଯଦି ଆପଣ ଅଧିକ କଫି ପିଅନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଚା' ଠାରୁ ଅଧିକ କ୍ଷତି ପହଂଚାଇବ ।
ଏହା ବ୍ୟତୀତ ଅଧିକ କଫିର ସେବନ ଦ୍ୱାରା ନିଦ୍ରାହୀନତା ବି ହୋଇପାରେ । ପ୍ରତ୍ୟେହ ୩ ବା ୪ କପରୁ ଅଧିକ କଫି ପିଇବା ଉଚିତ ନୁହେଁ । କଫି ଓ ଚା' ଉଭୟ ହୃଦୟ ପାଇଁ ଉପକାରୀ । ଚା' ଓ କଫିରୁ ମିଳୁଥିବା ଆଣ୍ଟି -ଅକ୍ସିଡେଣ୍ଟ ହୃଦଘାତକୁ କମ କରେ । | <urn:uuid:9d391276-219c-44be-8a71-a1b1bde4c4cb> | CC-MAIN-2019-04 | http://kanaknews.com/tea-or-coffee-wgich-one-is-beneficial-for-your-health/ | 2019-01-19T10:59:00Z | s3://commoncrawl/crawl-data/CC-MAIN-2019-04/segments/1547583662893.38/warc/CC-MAIN-20190119095153-20190119121153-00635.warc.gz | ory | 1.000007 | Orya | 7 | {"ory_Orya_score": 1.0000072717666626} |
ଭୁବନେଶ୍ୱର : ବିଜୁ ଜନତା ଦଳ ସହ ୯ ବର୍ଷ ସରକାରରେ ରହିବାର ଦଣ୍ଡ ବିଜେପି ଭୋଗୁଛି । ବିଜେଡ଼ିର ଖାଲି ମିତ୍ର ହେବାକୁ ନୁହେଁ, ବରଂ ଶତ୍ରୁ ହେବାର ଯୋଗ୍ୟତା ନାହିଁ । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ।
ସେ କହିଲେଯେ, ବିଜେପୁରରେ ଦଳ କ'ଣ ପାଇଁ ପରାଜୟ ବରଣ କଲା ତାହାର କାରଣ ଖୋଜିବାକୁ ପଡ଼ିବ । ଯଦି ବିଜେପି ତାହାର କାରଣ ଖୋଜିବା ସହ ତଦନୁଯାୟୀ ରଣନୀତି କରେ ତେବେ ବିଜେପିକୁ କେହି ହରାଇପାରିବେ ନାହିଁ ବୋଲି ସୁରେଶ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।
ମହାନଦୀ ପ୍ରସଙ୍ଗରେ ସେ କହିଲେଯେ, ସେ ସବୁବେଳେ ମାଟି ସହ ଅଛନ୍ତି । ଓଡ଼ିଶାର ଚଷମାରେ ଦେଖିଲେ ଛତିଶଗଡ଼ ଭୁଲ କରିଛି । ଛତିଶଗଡ଼ ସହ ଲଢେ଼ଇ ପାଇଁ ସେ ସବୁବେଳେ ଆଗରେ ରହିବେ ବୋଲି ଶ୍ରୀ ପୂଜାରୀ କହିଛନ୍ତି । ଜୟନାରାୟଣ ମିଶ୍ରଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସେ କହିଲେଯେ, ସେ କେବେବି ଜୟ ନାରାୟଣଙ୍କ ବିରୋଧରେ କିଛି କହିନାହାନ୍ତି । ଦଳରେ ମତ ପାର୍ଥକ୍ୟ ରହିବା ଏକ ସ୍ୱାଭାବିକ କଥା । କିନ୍ତୁ ଗଣମାଧ୍ୟମ ତାହାକୁ ବଢେ଼ଇ ଚଢେ଼ଇ ଲେଖିଥାଏ ବୋଲି ସେ କହିଛନ୍ତି । | <urn:uuid:ff93383f-ce75-4016-b93e-5a0cadcbeb4d> | CC-MAIN-2019-04 | http://odiaspotnews.in/news-details/20034 | 2019-01-21T14:32:48Z | s3://commoncrawl/crawl-data/CC-MAIN-2019-04/segments/1547583792784.64/warc/CC-MAIN-20190121131658-20190121153658-00635.warc.gz | ory | 1.000003 | Orya | 5 | {"ory_Orya_score": 1.0000027418136597} |
ବଲିଉଡ ଅଭିନେତ୍ରୀ ବେବୋ ଓରଫ୍ କରିନା କପୁର ଖାନ୍ ଦ୍ୱିତୀୟ ସନ୍ତାନ ପାଇଁ ପ୍ଲାନିଂ କରୁଛନ୍ତି। ନିକଟରେ ଏକ ଟକ୍ ଶୋ'ରେ ଏହା କହିଛନ୍ତି କରିନା। କିନ୍ତୁ ଏବେ ନୁହେଁ ଆଉ ଦୁଇ ବର୍ଷ ପରେ ସେ ଦ୍ୱିିତୀୟ ସନ୍ତାନ କଥା ଚିନ୍ତା କରିବେ ବୋଲି କହିଛନ୍ତି। ନିଜ ବେଷ୍ଟ ଫ୍ରେଣ୍ଡ୍ ଅମୃତା ଆରୋରାଙ୍କ ସହ କୋମଲ ନାହାଟାଙ୍କ ଟକ୍ ଶୋ 'ଷ୍ଟେରୀ ନାଇଟ୍ସ ଟୁ ଓଃ'ରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ତାଙ୍କୁ ଦ୍ୱିତୀୟ ସନ୍ତାନ ପ୍ଲାନିଂ ବିଷୟରେ ପ୍ରଶ୍ନ ପଚାରିଥିଲେ କୋମଲ। ଯାହାର ଉତ୍ତରରେ କରିନା କହିଥିଲେ, ତୈମୁର ଏବେ ଖୁବ୍ ଛୋଟ ଅଛି। ତେଣୁ ଦ୍ୱିତୀୟ ସନ୍ତାନ ପାଇଁ ପ୍ଲାନିଂ ଏବେ ନୁହେଁ, ଦୁଇ ବର୍ଷ ପରେ ଚିନ୍ତା କରିବି। ୨୦୧୬, ଡିସେମ୍ବର ୨୦ ତାରିଖରେ କରିନା ଓ ସୈଫ୍ ଅଲ୍ଲୀ ଖାନ୍ଙ୍କ ପ୍ରଥମ ସନ୍ତାନ ତୈମୁର ଅଲ୍ଲୀ ଖାନ୍ ଜନ୍ମଗ୍ରହଣ କରିଥିଲେ। ନିକଟରେ କରିନାଙ୍କ ପୂର୍ବତନ ପ୍ରେମିକ ଶାହିଦ କପୁର ଦ୍ୱିତୀୟ ସନ୍ତାନର ଜନକ ହୋଇଛନ୍ତି। | <urn:uuid:5883255b-ef6c-4972-bee9-f226542aa58d> | CC-MAIN-2019-04 | http://www.dharitri.com/main/news/70139 | 2019-01-21T14:31:27Z | s3://commoncrawl/crawl-data/CC-MAIN-2019-04/segments/1547583792784.64/warc/CC-MAIN-20190121131658-20190121153658-00635.warc.gz | ory | 0.999994 | Orya | 4 | {"ory_Orya_score": 0.9999940395355225} |
କନକ ବ୍ୟୁରୋ : ଦେଢମାସ ଧରି ଜାରି ରହିଥିବା ଓକିଲଙ୍କ ଆନ୍ଦୋଳନ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସଙ୍କଟ ଟଳିବା ପରିବର୍ତ୍ତେ ଧୀରେ ଧୀରେ ବିବାଦ ବଢ଼ିବାରେ ଲାଗିଛି । ଏନେଇ ଆସନ୍ତାକାଲି ରାଜ୍ୟର ସବୁ କୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବେ ଆଇନଜୀବୀ । ଆଇନଜୀବୀଙ୍କୁ ପୋଲିସର ଆକ୍ରମଣ ମାମଲାର ବିଚାର ବିଭାଗୀୟ ତଦନ୍ତ ହେବ ବୋଲି କହିଛନ୍ତି ହାଇକୋର୍ଟ । ସେପଟେ ୯ତାରିଖ ସୁଦ୍ଧା ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ହାଇକୋର୍ଟର ଅବସ୍ଥାପିତ ବିଚାରପତି ଜଷ୍ଟିସ ସିଆର ଦାସ, ତଦନ୍ତ କିଭଳି ଚାଲିଛି ତାର ତଦାରଖ କରିବେ । ସେପଟେ ଆଇନଜୀବୀ ନିଜ ଜିଦରେ ଅଟଳ ରହି, ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଇଛନ୍ତି । ଏଥିସହ ବାର୍ କାଉନସିଲ୍ ବିରୋଧରେ ଯାଇଥିବା ୪ ଜଣ ବରିଷ୍ଠ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ହୋଇଛି ।
ଓକିଲଙ୍କୁ ଆକ୍ରମଣ ନେଇ ବିବାଦ ଦିନକୁ ଦିନ ତେଜୁଥିବା ବେଳେ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି, ତଦନ୍ତକାରୀ ଅଧିକାରୀଙ୍କ ତଦନ୍ତକୁ ତଦାରଖ କରାଯିବ । ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତରଂଜନ ଦାସ ମାମଲାର ତଦାରଖ କରିବେ । ତଦନ୍ତର ଅଗ୍ରଗତି ନେଇ ପ୍ରତିଦିନ ଜଷ୍ଟିସ ଦାସଙ୍କୁ ଅବଗତ କରାଯିବ । ୯ ଦିନ ଭିତରେ ତଦନ୍ତ ସରିବ ଏବଂ ଆସନ୍ତା ନଭେମ୍ବର ୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି କହିଛନ୍ତି କୋର୍ଟ ।
ଆଗକୁ ପଢନ୍ତୁ
ଓକିଲଙ୍କୁ ପୋଲିସର ଆକ୍ରମଣ ନେଇ ତଦନ୍ତ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ହାଇକୋର୍ଟ ବାର୍ କାଉନସିଲ୍ କିନ୍ତୁ ନିଜ ଜିଦରେ ଅଡି ବସିଛି । ବାର୍ କାଉନସିଲ୍ କହିଛି, ଆନ୍ଦୋଳନ ଜାରି ରହିବ । ସେପଟେ ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି । ବିରୋଧୀ କହିଛନ୍ତି, ହାଇକୋର୍ଟରେ ଏଭଳି ଘଟଣା, ଇତିହାସରେ ପ୍ରଥମ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବିବାଦର ସମାଧାନ କରନ୍ତୁ ।
ଏହାରି ଭିତରେ ସୋମବାର ହାଇକୋର୍ଟ ପରିସରରେ ପୋଲିସ କନେଷ୍ଟବଲଙ୍କୁ ଆକ୍ରମଣର ପ୍ରତିବାଦ କରିଛି ହାବିଲଦାର ଓ କନେଷ୍ଟବଲ ସଂଘ । ଆକ୍ରମଣ କରିଥିବା ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି । ସେପଟେ ପରିସ୍ଥିତି ସ୍ୱାଭାବିକ ହେବା ଯାଏଁ ହାଇକୋର୍ଟ ପରିସରରେ ପୁଲିସ ମୁତୟନ ରହିବେ କହିଛନ୍ତି ପୁଲିସ କମିଶନର । ପୋଲିସର ମାଡ ପ୍ରତିବାଦରେ ଦୁଇ ମାସ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଆଇନଜୀବୀ । ସୋମବାର ହାଇକୋର୍ଟ ପରିସରରେ ଓକିଲଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ଘଟଣା ବିବାଦକୁ ଆହୁରି ବଢାଇଦେଇଛି । | <urn:uuid:fc61e309-7b81-4d1e-a763-bb7daf0e362d> | CC-MAIN-2019-04 | http://kanaknews.com/justice-chittaranjan-das-will-supervise-the-investigation-on-police-lawyer-conflict/ | 2019-01-22T16:47:42Z | s3://commoncrawl/crawl-data/CC-MAIN-2019-04/segments/1547583857993.67/warc/CC-MAIN-20190122161345-20190122183345-00315.warc.gz | ory | 1 | Orya | 4 | {"ory_Orya_score": 1.000000238418579} |
ବିଜେପି ମହିଳା ସୁରକ୍ଷା ଯାତ୍ରା ତୃତୀୟ ଦିନରେ:
– ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା କାରଣରୁ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇଛି
– ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣଭାବେ ଫେଲ୍ ମାରିଛନ୍ତି
– ରାଜ୍ୟରେ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ୪ ହଜାର ୫ଶହରୁ ଉର୍ଦ୍ଧ୍ୱ ନାରୀ ମାନଙ୍କ ପ୍ରତି ହୋଇଥିବା ଅପରାଧିକ ମାମଲା ପଞ୍ଜୀକୃତ ହୋଇଛି
ଭୁବନେଶ୍ୱର, ତା ୨୧/୦୫ (ଓଡ଼ିଆ ପୁଅ) : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଗତ ୧୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ 'ମହିଳା ସୁରକ୍ଷା ଯାତ୍ରା' ଆରମ୍ଭ ହୋଇଛି। ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ଦାୟୀତ୍ୱରେ ଥିବା ବିଧାୟିକା ଶ୍ରୀମତି ରାଧାରାଣୀ ପଣ୍ଡାଙ୍କ ନେତୃତ୍ୱରେ ବାହାରିଥିବା "ମହିଳା ସୁରକ୍ଷା ଯାତ୍ରା" ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ପହଂଚିଛି।
ତୃତୀୟ ଦିନରେ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ମହିଳା ଏକାଠି ହୋଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡାଠାରେ ଏକ ସାଧାରଣ ସଭା କରିଥିଲେ। ପରେ ଅପରାହ୍ନରେ ଖଣ୍ଡୋକଂଟା ଓ ବଇକିରାରେ ସାଧାରଣ ସଭା ମାଧ୍ୟମରେ ମହିଳାମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।
ଓରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା କାରଣରୁ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟର ଗୃହବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବାବେଳେ ରାଜ୍ୟରେ ଦିନକୁ ଦିନ ଧର୍ଷଣ, ଗଣଦୁଷ୍କର୍ମ, ନାବାଳିକା ବଳାକ୍ରାର ଏବଂ ନାରୀ ନିର୍ଯ୍ୟାତନା ବଢିବାରେ ଲାଗିଛି। ମହିଳା ଅପରାଧ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ୪ ହଜାର ୫ଶହରୁ ଉର୍ଦ୍ଧ୍ୱ ଘଟଣା ପଞ୍ଜୀକୃତ ହୋଇଥିବାବେଳେ ଅନେକ ଘଟଣା ଲୋକଲୋଚନକୁ ଆସିପାରି ନାହିଁ। ରାଜ୍ୟର ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଫେଲ୍ ମାରିବା ସହ ନାରୀମାନଙ୍କୁ ଅପମାନିତ କରିଚାଲିଛନ୍ତି ବୋଲି ଶ୍ରୀମତି ପଣ୍ଡା କହିଛନ୍ତି।
କେନ୍ଦ୍ରରେ ମୋଦୀ ସରକାର ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଭଳି ଏ÷÷୍ୟତିହାସିକ ନିଷ୍ଫତି ନେଉଥିବାବେଳେ ରାଜ୍ୟସରକାର ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନନେଇ ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଇ ଚାଲିଛନ୍ତି। ଅନେକ ଦୁଷ୍କର୍ମ ଘଟଣାରେ ଶାସକ ଦଳର ସିଧାସଳଖ ସଂପୃକ୍ତି ରହିଛି। ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ପକ୍କା ଘର କରାଇଦେବା ନାଁରେ ଜଣେ ଅସହାୟ ବିଧବା ମହିଳାଙ୍କୁ ଦୁଷ୍କର୍ମ କରିବା ଏବଂ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଚକୋଲେଟ ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣାରେ ଶାସକ ଦଳର ସଂପୃକ୍ତି ରହିଥିବାର ପ୍ରମାଣ ମିଳିଛି। ରାଜ୍ୟରେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କର କୌଣସି ନୀତି ନଥିବାରୁ ରାଜ୍ୟରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ବୃଦ୍ଧିପାଇବାରେ ଲାଗିଛି ବୋଲି ଶ୍ରୀମତି ପଣ୍ଡା କହିଛନ୍ତି।
ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତ୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବା ପାଇଁ ଏହି ସୁରକ୍ଷାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। | <urn:uuid:cf79bf82-fd5a-43d9-a2ce-d6832324d78d> | CC-MAIN-2019-04 | http://odiapua.com/%E0%AC%85%E0%AC%A8%E0%AD%87%E0%AC%95-%E0%AC%A6%E0%AD%81%E0%AC%B7%E0%AD%8D%E0%AC%95%E0%AC%B0%E0%AD%8D%E0%AC%AE-%E0%AC%98%E0%AC%9F%E0%AC%A3%E0%AC%BE%E0%AC%B0%E0%AD%87-%E0%AC%B6%E0%AC%BE%E0%AC%B8/ | 2019-01-16T22:53:32Z | s3://commoncrawl/crawl-data/CC-MAIN-2019-04/segments/1547583657907.79/warc/CC-MAIN-20190116215800-20190117001800-00198.warc.gz | ory | 0.999933 | Orya | 5 | {"ory_Orya_score": 0.9999325275421143} |
ବ୍ରହ୍ମପୁର ଅଫିସ,୧୦ା୧୧-ବଡ଼ ଧରଣର ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ ଗିରଫ କରିଛି ା ସେମାନେ ହେଲେ ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମର ଅଜିତ ସ୍ବାଇଁ, ବଡବଜାର ଥାନା ଅଧିନସ୍ଥ ପାଣିଗ୍ରାହୀ ପେଣ୍ଠ ସାହିର କାହ୍ନା ସେଠୀ, ଅଗା ସାହିର ଶିବ ସେଠୀ ଓ ଶିବରାମ ପ୍ରଧାନ, ନୀଳାଞ୍ଚଳ ସାହିର କପିଳ ସେଠୀ ା ସେମାନଙ୍କ ଠାରୁ ୨ଟି ବୋମା, ୨ଟି ଖଣ୍ଡା, ଗୋଟିଏ ଲୁହା ଛଡ ଓ ଦୁଇଟି ବାଇକ୍ ଜବତ କରାଯାଇଛି। | <urn:uuid:381ea083-9d83-4b6d-b432-ef060f9619fb> | CC-MAIN-2019-04 | http://www.dharitri.com/main/publication/berahampur/1032 | 2019-01-22T07:06:34Z | s3://commoncrawl/crawl-data/CC-MAIN-2019-04/segments/1547583829665.84/warc/CC-MAIN-20190122054634-20190122080634-00518.warc.gz | ory | 0.999967 | Orya | 2 | {"ory_Orya_score": 0.9999667406082153} |
ବିଧାନସଭାକୁ ମିଛ କହି ଧାରା ୪-କ ଯୋଡ଼ି ଓଡ଼ିଶା ସରକାରୀ ଭାଷା ଆଇନକୁ ନଷ୍ଟ କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ବାଧିକାର ଭଙ୍ଗ ଦୋଷାରୋପ ପାଇଁ ଭାଷା ଆନ୍ଦୋଳନ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଦାବି କରିଥିଲେ ।
ଓଡ଼ିଶାର ପ୍ରଥମ ସାର୍ବଜନୀନ ମତାଧିକାର ବଳରେ ନିର୍ବାଚିତ ବିଧାନସଭାରେ ପ୍ରଥମ ମୁଖ୍ୟମନ୍ତ୍ରୀ ଋଷିକଳ୍ପ ନବକୃଷ୍ଣ ଚୌଧୁରୀ ପ୍ରସ୍ତୁତ ଓ ପ୍ରବର୍ତ୍ତିତ କରିଥିବା ସରକାରୀ ଭାଷା ଆଇନକୁ ଅକ୍ଷୁର୍ଣ୍ଣ ରଖି ତାର ଅବମାନନା ବିରୁଦ୍ଧରେ କଠିନ ଦଣ୍ଡବିଧାନ ପାଇଁ ୧୬.୧୧ରୁ ୧୫.୧୨.୨୦୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭା ଅଧିବେଶନରେ ଆଇନ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ସଭାପତି ମଣ୍ଡଳୀ – ଗଜାନନ ମିଶ୍ର, ଡଃ ଅଶୋକ ମିଶ୍ର, କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ,ଧ୍ରୁବ ଚରଣ ମହାନ୍ତି, ଗିରିଜାକାନ୍ତ ମିଶ୍ର ଓ ଅର୍ଜୁନ ସାମନ୍ତରାୟ ଗତ ୯.୧୧.୨୦୧୮ରେ ମୁଖ୍ଯମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିଲେ ।
ତହିଁର ସପ୍ତାହେ ପରେ ସିପିଆଇ (ଏମ୍) ସଭ୍ୟ ମାନ୍ୟବର ଲକ୍ଷ୍ମଣ ମୁଣ୍ଡା ଭାଷା ଆଇନର ଆବଶ୍ୟକ ସଂଶୋଧନ ପାଇଁ ଏକ ବିଧେୟକର ଚିଠା ସମ୍ବଳିତ ନୋଟିସ ଦେଲେ । ବିଧାନସଭା ଚାଲିଥିଲେ ଆସନ୍ତା ୩୦ ତାରିଖରେ ତାହା ଆଲୋଚିତ ହେବା ସୁନିଶ୍ଚିତ ଥିଲା । ଏହା ହୋଇଥିଲେ, ଓଡ଼ିଆ ଭାଷା ବିରୁଦ୍ଧରେ ନବୀନବାବୁଙ୍କ ଷଡ଼ଯନ୍ତ୍ର ପଦାକୁ ଆସିଥାନ୍ତା ଓ ଆଇନଟି ହୁଏତ ସଂଶୋଧିତ ହୋଇପାରିଥାନ୍ତା ।
ଏହା ନ କରାଇଦେବାପାଇଁ, ବହୁ ସରକାରୀ ଦିବସ ବାକି ଥିବା ବେଳେ , ବିଧାନସଭାକୁ ହଠାତ୍ ବନ୍ଦ କରିଦିଆଯାଇଛି । ୨୦୧୭ରେ ବି ଭାଷା ଆନ୍ଦୋଳନର ଏହିପରି ଏକ ଉଦ୍ୟମର ଝଟକାରେ ଅଧିବେଶନର ମଝିରେ ହିଁ ଅଧିବେଶନ ବନ୍ଦ କରି ଦିଆଯାଇଥିଲା । | <urn:uuid:5a8ad488-4cb7-42e0-81fa-de950264c803> | CC-MAIN-2019-04 | http://bhashaandolan.com/24112018-2/ | 2019-01-23T09:02:28Z | s3://commoncrawl/crawl-data/CC-MAIN-2019-04/segments/1547584328678.85/warc/CC-MAIN-20190123085337-20190123111337-00198.warc.gz | ory | 0.999998 | Orya | 9 | {"ory_Orya_score": 0.9999980926513672} |
କୁଲ୍ଦୀପ୍ ଆମକୁ ପୂରା ଧୋକା ଦେଲେ: ମୋର୍ଗାନ୍
ମାଞ୍ଚେଷ୍ଟର (ଲଣ୍ଡନ): ମଙ୍ଗଳବାର ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍ରେ ଭାରତୀୟ ସ୍ପିନର କୁଲ୍ଦୀପ୍ ଯାଦବ ଆମକୁ ପୂରା ଧୋକା ଦେଲେ। ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ମାନେ ତାଙ୍କ ସ୍ପିନ୍ ଯାଦୁରେ ପୂରାମାତ୍ରାରେ ଧୋକା ଖାଇଗଲେ। ଯାହା ଫଳରେ ଆମେ ପରାଜୟ ପାଇଁ ବାଧ୍ୟ ହେଲୁ ବୋଲି ମ୍ୟାଚ୍ ଶେଷରେ ପ୍ରତିକ୍ରିୟା ରଖିଥିଲେ ଘାରାଇ ଦଳର ଅଧିନାୟକ ଇଅନ୍ ମୋର୍ଗାନ୍। ଫଳରେ ଆଗାମୀ ମ୍ୟାଚ୍ଗୁଡ଼ିକରେ କଚଟି ସ୍ପିନରଙ୍କୁ ଖେଳିବା ନେଇ ତାଙ୍କ ଦଳ ସ୍ୱତନ୍ତ୍ର ଯୋଜନା କରିବ ବୋଲି ମୋର୍ଗାନ୍ କହିଛନ୍ତି। ତଥାପି ଜୋସ୍ ବଟ୍ଟଲର୍ ଯେଭଳି ଧୈର୍ଯ୍ୟ ଓ ଏକାଗ୍ରତାର ପରିଚୟ ଦେଲେ ସେଥିରୁ ଭାରତୀୟ ସ୍ପିନରଙ୍କୁ କିପରି ସାମ୍ନା କରିହେବ ସେନେଇ ତାଙ୍କଠୁ ସାଥୀ ଖେଳାଳି ବିଶେଷକରି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ମାନଙ୍କୁ ଶିଖିବା କଥା ବୋଲି ମୋର୍ଗାନ୍ ଚେତାଇ ଦେଇଛନ୍ତି। ଆମେ ଗତବର୍ଷ ବେଙ୍ଗାଲୁରୁରେ ଭଲ ଖେଳିନଥିଲୁ। ସେହି ମ୍ୟାଚ୍ରେ ୟୁଜ୍ବେନ୍ଦର ଚହଲ୍ (୬/୨୫) ଆମକୁ ଚକ୍ମା ଦେଇଥିଲେ। ହେଲେ ସେହି ମ୍ୟାଚ୍ ଏବଂ ମଙ୍ଗଳବାରର ମ୍ୟାଚ୍ ସଂପୂର୍ଣ୍ଣ ଭିନ୍ନ ଥିଲା। ଆମେ ଭଲ ଆରମ୍ଭ ପାଇଥିଲୁ। ମାତ୍ର ମଧ୍ୟକ୍ରମରେ ବିପର୍ଯ୍ୟୟ ଏବଂ କୁଲ୍ଦୀପ୍ଙ୍କ ଧୋକା ହିଁ ଆମକୁ ଆଉ ୩୦ରୁ ୪୦ ରନ୍ ପଛରେ ପକାଇଦେଲା। ଆରମ୍ଭ ଯେପରି କରିଥିଲୁ ଆମେ ୨୦୦ ରନ୍ କରିବା ଉଚିତ ଥିଲା। ତାହା କରିଥିଲେ ଭାରତକୁ ଚାପରେ ରଖି ମ୍ୟାଚ୍ ହାତେଇ ପାରିଥାନ୍ତୁ। ହେଲେ କୁଲ୍ଦୀପ୍ ସବୁକିଛି ବିଗାଡ଼ିଦେଲେ। ସେ ୪ ବଲ୍ ବ୍ୟବଧାନରେ ୩ ଓ୍ଵିକେଟ୍ ନେବା ଆମର ବଡ଼ ସ୍କୋର୍ ଆଶାକୁ ଧୂଳିସାତ୍ କରିଦେଲା। କୁଲ୍ଦୀପ୍ ଚମତ୍କାର ବୋଲିଂ କରିଥିଲେ। ହେଲେ ଆମେ ତାଙ୍କୁ ଦୃଢ଼ତାର ସହ ଖେଳିପାରିବୁ ବୋଲି ଜାଣିଥିଲୁ। ମାତ୍ର ବିଫଳ ହେଲୁ। ଶେଷରେ ୧୬୦ ରନ୍ର ଲକ୍ଷ୍ୟ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂକ୍ରମ ପାଇଁ କଷ୍ଟକର ନଥିଲା ବୋଲି ମୋର୍ଗାନ୍ କହିଛନ୍ତି। ବିଶେଷକରି ଲୋକେଶ ରାହୁଲ୍ ଯେଭଳି ଖେଳିଲେ ତାହା ଆମକୁ ଚକିତ କରିଦେଲା। ସେ ଏକାକି ଆମଠୁ ମ୍ୟାଚ୍ ଛଡ଼ାଇନେଲେ। ତେଣୁ ଏବେଠୁ ସ୍ପିନରଙ୍କ ବିପକ୍ଷରେ ଆମ ଯୋଜନାର ସମୀକ୍ଷା କରିବାକୁ ବାଧ୍ୟ ହେବୁ ବୋଲି ମୋର୍ଗାନ୍ କହିଛନ୍ତି। | <urn:uuid:f1b67c89-6677-4e36-890a-6c67067ad65a> | CC-MAIN-2019-04 | http://sambad.in/sports/morgon-say-against-kuldeep-171184/ | 2019-01-24T11:00:26Z | s3://commoncrawl/crawl-data/CC-MAIN-2019-04/segments/1547584520525.90/warc/CC-MAIN-20190124100934-20190124122934-00518.warc.gz | ory | 0.999964 | Orya | 6 | {"ory_Orya_score": 0.9999635219573975} |
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣି ଅଶାନ୍ତ ହୋଇପଡ଼ିଛି। ଛାତ୍ର-ଅଣଛାତ୍ର ଗୋଷ୍ଠୀ ବିବାଦରୁ ଆଜି ଜାତୀୟ ରାଜପଥରେ ନିଆଁ ଜଳିଛି। ବିଜୁ ଛାତ୍ର ଜନତାର ଦୁଇ ଗୋଷ୍ଠୀ ମଧ୍ୟରେ ଏହି ବିବାଦ ଲାଗିଥିବାରୁ ଶାସକ ଦଳ ଅଡ଼ୁଆରେ ପଡ଼ି ଯାଇଛି। ଘଟଣା ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ ସନ୍ଧ୍ୟାରେ ବିଜୁ ଛାତ୍ର ଜନତାର ତିନିି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୋଟିଏ ଗୋଷ୍ଠୀ ଛାତ୍ର ନେତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆଣିଥିବାବେଳେ ଆଉ ଏକ ଗୋଷ୍ଠୀ ବିଶ୍ୱବିଦ୍ୟାଳୟ କ୍ୟମ୍ପସରେ ଏକ ଶିକ୍ଷାନୁଷ୍ଠାନରୁ ଚାନ୍ଦା ମଗାଯିବା ଘଟଣାକୁ ବିରୋଧ କରିବାରୁ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି। ସହିଦନଗର ଥାନା ପୁଲିସ ଦୁଇ ପକ୍ଷର ଅଭିଯୋଗ ଗ୍ରହଣ କରିଥିିବାବେଳେ ଅପହରଣ ଓ ଆକ୍ରମଣ ଅଭିଯୋଗରେ ବିଜୁ ଛାତ୍ର ଜନତାର ତିନି ଛାତ୍ର ନେତାଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଭୁବନେଶ୍ୱର ଜୋନ୍ ସଭାପତି ଅଜିତ ବେହେରା ଓ ଅନ୍ୟ ଜଣେ ଛାତ୍ର ନେତା ଜ୍ୟୋତି ରଂଜନ ମହାନ୍ତି।
ଆଜି ମଧ୍ୟାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗତ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ସମର୍ଥିତ ପ୍ରାର୍ଥୀ ସୌମ୍ୟ ରଂଜନ ମହାପାତ୍ରଙ୍କୁ ଅପହରଣ କରାଯାଇଥିବା ଖବର ପ୍ରଘଟ ହେବା ପରେ ତାଙ୍କ ସମର୍ଥକମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଟାୟାର ଜାଳି ଅବରୋଧ କରିଥିଲେ। ପ୍ରାୟ ଅଧ ଘଣ୍ଟା କାଳ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ରାସ୍ତା ଅବରୋଧ କରିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିକ୍ଷୋଭରତ ଛାତ୍ରମାନେ ହାତରେ ଠେଙ୍ଗା, ବାଡ଼ି ଧରି ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଜାତୀୟ ରାଜପଥରେ ଆତଙ୍କ ଖେଳାଇ ଦେଇଥିଲେ। ଅପହରଣ ନେଇ ସୌମ୍ୟଙ୍କ ସମର୍ଥକମାନେ ସହିଦନଗର ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ବିଭିନ୍ନ ଛାତ୍ରଗୋଷ୍ଠୀର ନେତାଙ୍କ ସହ ଆଲୋଚନା କରିବା ପରେ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ସୌମ୍ୟଙ୍କୁ ଟଙ୍କପାଣି ରୋଡ୍ରୁ ଉଦ୍ଧାର କରିଥିଲା। ସେଠାରୁ ଉଦ୍ଧାର କରିବା ପରେ ପୁଲିସ ସୌମ୍ୟଙ୍କ ବୟାନ ରେକର୍ଡ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହାପରେ ବିଜୁ ଛାତ୍ର ଜନତାର ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଭୁବନେଶ୍ୱର ଜୋନ୍ ସଭାପତି ଅଜିତ ବେହେରା ଓ ଅନ୍ୟ ଜଣେ ଛାତ୍ର ନେତା ଜ୍ୟୋତିଙ୍କୁ ଅଟକ ରଖିଥିଲା। କିନ୍ତୁ ଏହି ଛାତ୍ର ନେତାଙ୍କୁ ତୁରନ୍ତ ଗିରଫ କରିବାକୁ ସୌମ୍ୟଙ୍କ ଗୋଷ୍ଠୀ ଦାବି କରିଥିଲେ। ପୁଲିସ ଗିରଫ ନ କରିବାରୁ ସେମାନେ ଡିସିପି ଅଫିସ ଘେରାଉ କରିଥିଲେ। ଅପରପକ୍ଷେ କଳ୍ପତରୁ, ଅଜିତ ଏବଂ ତାଙ୍କ ସମର୍ଥକଙ୍କୁ ପୁଲିସ ଅଟକ ରଖିଥିବା ପ୍ରଘଟ ହେବା ପରେ ତାଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି କରି ତାଙ୍କ ସମର୍ଥକମାନେ ବିଜେବି କଲେଜ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଶାସକ ଦଳର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିବାରୁ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିପାରି ନଥିଲା। ବୁଧବାର ମହାନଦୀ ପ୍ରସଙ୍ଗରେ ଛାତ୍ର ଓ ଯୁବ ବିଜେଡ଼ିର ସମାବେଶ ଥିବାରୁ ଦଳର କିଛି ବରିଷ୍ଠ ନେତା ଅପହର୍ତାଙ୍କୁ ଛାଡ଼ି ଦେବାକୁ ପୁଲିସ ଉପରେ ଚାପ ପକାଇଥିଲେ। କିନ୍ତୁ ବିଜେଡିର ଆଉ ଏକ ଗୋଷ୍ଠୀ ଅପହରଣ କରିଥିବା ଛାତ୍ର ନେତାଙ୍କୁ ତୁରନ୍ତ କୋର୍ଟ ଚାଲାଣ କରିବାକୁ ଚାପ ପକାଇଥିଲେ। ଏହାପରେ ପୁଲିସ ତିନି ଛାତ୍ର ନେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ତିନି ଛାତ୍ର ନେତା ଗିରଫ
ବିଜୁ ଛାତ୍ର ଜନତାର ଦୁଇ ଗୋଷ୍ଠୀ ମୁହାଁମୁହିଁ
ଉଭୟ ଗୋଷ୍ଠୀର ଜାତୀୟ ରାଜପଥ ଅବରୋଧ
ମୋତେ ଅପହରଣ କରାଯାଇଥିଲା: ସୌମ୍ୟ
ଚାନ୍ଦା ମାଗିବାକୁ ପ୍ରତିବାଦ କରିବାରୁ ଆକ୍ରମଣ ହୋଇଛି: କଳ୍ପତରୁ
ସୌମ୍ୟ ରଂଜନ ମହାପାତ୍ର ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଯେ, ମଙ୍ଗଳବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ସେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଗୋବିନ୍ଦ ସାହୁ ମାର୍କେଟ କମ୍ପ୍ଲେକ୍ସରେ ବୁଲୁଥିବା ସମୟରେ କଳ୍ପତରୁ ଓଝା, ଅଜିତ୍ ବେହେରା, ଶିବପ୍ରସାଦ ମହାନ୍ତି, ରାକେଶ ମହାନ୍ତି, ଧ୍ରୁତି ରଂଜନ ମହାନ୍ତିଙ୍କ ସମେତ ୧୫ଜଣ ଅଣଛାତ୍ର ବାଇକ୍ରେ ଆସି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ିରେ ପୁରୀ ବାଇପାସ୍ ରୋଡ୍କୁ ନେଇଯାଇଥିଲେ। ସେଠାରେ ଏକ ଦୋକାନ ଘର ପଛପଟେ ନିସ୍ତୁକ ମାଡ଼ ମାରି ପଥରରେ ଆକ୍ରମଣ କରିବାରୁ ମୁଁ ଚେତାଶୂନ୍ୟ ହୋଇଯାଇଥିଲି। ଚେତା ଫେରିବା ବେଳକୁ ପୁଲିସ ମୋତେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଗିରଫ ହୋଇଥିବା କଳ୍ପତରୁ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି ଯେ, ସୋମବାର 'ସୃଷ୍ଟି ଏକାଡେମି' ପକ୍ଷରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଷ୍ଟଲ ପକାଇ ଲିଫ୍ଲେଟ୍ ବଣ୍ଟାଯାଉଥିଲା। ଏହି ସମୟରେ ସୌମ୍ୟ ଓ ତାଙ୍କ ସହଯୋଗୀମାନେ ଲିଫ୍ଲେଟ୍ ବାଣ୍ଟୁଥିବା ପିଲାଙ୍କୁ ୧୫ ହଜାର ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ 'ସୃଷ୍ଟି ଏକାଡେମି'ର ଜଣେ କର୍ମଚାରୀ ମୋତେ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ଏନେଇ ମୁଁ ସୌମ୍ୟଙ୍କୁ ଫୋନ୍ କରି ପଚାରିବାରୁ ସେ ମୋତେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ମୁଁ ସୌମ୍ୟ ସହ କଥା ହେଉଥିବା ବେଳେ ତାଙ୍କ ପାଖରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ପୂର୍ବତନ ସଭାପତି ଚିନ୍ମୟ ସାହୁ ଓ ତନ୍ମୟ ସ୍ୱାଇଁ ଫୋନ ଛଡ଼ାଇ ନେଇ ମୋତେ ହତ୍ୟା ଧମକ ଦେବା ସହ ବାଣୀବିହାର କ୍ୟାମ୍ପସ ନ ଆସିବାକୁ କହିଥିଲେ। ମଙ୍ଗଳବାର ଦିନ ନାମଲେଖା ସମ୍ପର୍କରେ ବୁଝିବା ଲାଗି କ୍ୟାମ୍ପସ୍କୁ ଯାଇଥିବା ବେଳେ ଚିନ୍ମୟ, ତନ୍ମୟ ଓ ସୌମ୍ୟ ତାଙ୍କର ୧୦ରୁ ୧୫ଜଣ ସମର୍ଥକଙ୍କ ସହ ଆସି ମୋତେ ହକି ଷ୍ଟିକ୍ରେ ମାଡ଼ ମାରିଥିଲେ। | <urn:uuid:85157e7b-78be-4121-a747-6a4f2d407d2a> | CC-MAIN-2019-04 | http://sambad.in/metro/kidnap-x-president-140253/ | 2019-01-17T11:10:04Z | s3://commoncrawl/crawl-data/CC-MAIN-2019-04/segments/1547583658928.22/warc/CC-MAIN-20190117102635-20190117124635-00605.warc.gz | ory | 0.999997 | Orya | 8 | {"ory_Orya_score": 0.9999969005584717} |
ଛେଣ୍ଡିପଦା,୧୫ ।୪(ଆପ୍ର): ଛେଣ୍ଡିପଦା ବ୍ଲକ୍ କେରଜାଙ୍ଗ ଗ୍ରାମର ୩ପାଶ୍ୱର୍ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅଞ୍ଚଳ ଭିତରେ ଥିବାବେଳେ ପଞ୍ଚାୟତକୁ ସଂଯୋଗ କରିବାକୁ ଥିବା ଟିକିରା ନଦୀ ପ୍ରତିବନ୍ଧକ ହୋଇ ରହିଛି । ନଦୀ କୂଳରେ ଗ୍ରାମଟି ଥିବାରୁ ବର୍ଷା ଦିନେ ଗ୍ରାମରେ ପାଣି ପଶିଯାଇ ଗ୍ରାମର ଚତୁଃପାଶ୍ୱର୍କୁ ଘେରି ରଖିଥାଏ । ଯାହାଦ୍ୱାରାକି ଗ୍ରାମବାସୀ ପ୍ରତ୍ୟେକ ବର୍ଷ ବର୍ଷାଦିନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେବେ ଏଥିରୁ ରକ୍ଷା ପାଇବା ନିମନ୍ତେ ବହୁ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଗ୍ରାମକୁ ପାଣି ନପଶିବା ପାଇଁ ନଦୀ କୂଳରେ ଏକ ମାଟିବନ୍ଧ ନିର୍ମାଣ କରାଗଲା । କିନ୍ତୁ ବଡ଼ ପରିତାପର ବିଷୟ ନା ନଦୀବନ୍ଧ ସଂପୂର୍ଣ୍ଣ ହେଲା ନା ଗ୍ରାମରୁ ପାଣି ନିଷ୍କାସନ ହେଲା ଏ ନେଇ ଗ୍ରାମବାସୀ ପୁଣି ଚିନ୍ତାରେ ରହିଛନ୍ତି । ନଦୀ ବନ୍ଧକୁ ଠିକାଦାର ସଂପୂର୍ଣ୍ଣ ନକରି ମାଟି ପକାଇ ଦେଇ ପୂର୍ଣ୍ଣାଙ୍ଗ କାର୍ଯ୍ୟ ସମାପ୍ତ ନକରି ପଳାଇଯାଇଛି । ତେଣୁ ଅଳ୍ପ ବର୍ଷାରେ ବନ୍ଧ ରାସ୍ତା କାଦୁଅ ହେଉଥିବାରୁ ସେଥିରେ ଯାତାୟାତ ହୋଇପାରୁ ନାହିଁ । ଏପରିକି ମାଟି ବନ୍ଧର ପ୍ରକୃତ ସ୍ଥାନରେ ଗ୍ରାମରୁ ପାଣି ନିଷ୍କାସନ ପାଇଁ ନଦୀକୁ ନିଷ୍କାସିତ କଲଭଟ ନିର୍ମାଣ କରାନଯାଇ ଗ୍ରାମ ଠାରୁ ଦୂରରେ ନିର୍ମାଣ ହେଉଥିବାରୁ ଗ୍ରାମରୁ ପାଣି ନିଷ୍କାସନ ହୋଇପାରିବ ନାହିଁ । ତେଣୁ ଗ୍ରାମପାଇଁ ପୁଣି ବଡ଼ ବିପଦ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଠିକାଦାର ନିମ୍ନମାନର କାର୍ଯ୍ୟକରି ଛୁ ମାରିଛି । ମାଟି ରାସ୍ତାରେ କାଦୁଅ ହେବା ଦ୍ୱାରା ଗାଁ ରାସ୍ତାରେ ବାହାରି ହେଉନାହିଁ କି ଗ୍ରାମକୁ ବାହାରୁ ମଧ୍ୟ ଯାଇ ହେଉନାହିଁ । ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବାପାଇଁ ଦାବି କରାଯାଉଛି । ଯଦି ଆଗାମୀ ଦିନରେ ଏକାର୍ଯ୍ୟ ସଂପୂର୍ଣ୍ଣ ନହୁଏ, କିମ୍ବା ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀଙ୍କ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ନଦୀବନ୍ଧ ଅସମ୍ପୂର୍ଣ୍ଣ, କେରଜାଙ୍ଗବାସୀ ହନ୍ତସନ୍ତ
Apr 16, 2018, 00:50 am68
Previous Postବିନା ସୂଚନା ଫଳକରେ ଚାଲିଛି କାର୍ଯ୍ୟ Next Postଜମି ଅଧିଗ୍ରହଣ ନେଇ ଜିଲ୍ଲାପାଳଙ୍କୁ ସରପଞ୍ଚଙ୍କ ଅଭିଯୋଗ | <urn:uuid:6613b2f9-ec21-48c7-9db0-c577f5d43a0d> | CC-MAIN-2019-04 | http://sarbasadharana.com/?p=53093 | 2019-01-18T13:35:16Z | s3://commoncrawl/crawl-data/CC-MAIN-2019-04/segments/1547583660139.37/warc/CC-MAIN-20190118131222-20190118153222-00285.warc.gz | ory | 0.999997 | Orya | 8 | {"ory_Orya_score": 0.9999966621398926} |
କୋଟିଆରେ ପୁଣି ପଶିଲା ଆନ୍ଧ୍ର
କୋରାପୁଟ (ଓଡ଼ିଶା ରିପୋର୍ଟର); କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ରର ପୁଣି ଥରେ ଅନୁପ୍ରବେଶ କରିଥିବା ଅଭିଯୋଗ ହୋଇଛି। ତଳ ଗଞ୍ଜେଇପଦର ଗାଁରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମ 'ଜନ୍ମଭୂମି' ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି।
ଏହାସହ ବିଭିନ୍ନ ବର୍ଗର ଲୋକଙ୍କୁ ଆନ୍ଧ୍ର ପ୍ରଶାସନ ପ୍ରକ୍ଷରୁ ଭତ୍ତା ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ୨୫ଜଣଙ୍କୁ ହଜାରେ ଟଙ୍କା ଲେଖାଏ ବାର୍ଦ୍ଧକ୍ୟ ଭତ୍ତା ଓ ଦିବ୍ୟାଙ୍ଗଙ୍କୁ ୧୫ଶହ ଲେଖାଏ ଭତ୍ତା ପ୍ରଦାନ କରିଥିଲା ଆନ୍ଧ୍ର ପ୍ରଶାସନ।
ଏହି କାର୍ଯ୍ୟକ୍ରମକୁ ଆନ୍ଧ୍ର ସରକାରଙ୍କ ଭିଲେଜ ରେଭିନ୍ୟୁ ଅଫିସର ଓ ଅଙ୍ଗନଓ୍ୱାଡି କର୍ମୀ ପରିଚାଳନା କରିଥିଲେ। ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ, ଅଣ୍ଡା ଓ କ୍ଷୀର ମଧ୍ୟ ବାଣ୍ଟିନ କରାଯାଇଛି।
ଗତବର୍ଷ ମଧ୍ୟ କୋଟିଆରେ ଅନୁପ୍ରବେଶ କରି ଆନ୍ଧ୍ର ସରକାରୀ କାର୍ଯ୍ୟକ୍ରମ କରିଥିଲେ।
ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷରୁ 'କାଳିଆ ଯୋଜନା'ର ପୋଷ୍ଟର କୋଟିଆରେ ମରାଯାଉଥିବା ଦେଖିବାକୁ ମିଳିଥିଲା। | <urn:uuid:46613690-8792-4b01-a703-7aecb2c7ea74> | CC-MAIN-2019-04 | https://odishareporter.in/odisha/andhra-govt-program-in-kotia-320534 | 2019-01-19T14:39:03Z | s3://commoncrawl/crawl-data/CC-MAIN-2019-04/segments/1547583668324.55/warc/CC-MAIN-20190119135934-20190119161934-00605.warc.gz | ory | 0.999977 | Orya | 2 | {"ory_Orya_score": 0.9999772310256958} |
ମୁମ୍ବାଇ : ଲୋକପ୍ରିୟ ଅଭିନେତା ତଥା ସଂଳାପ ଲେଖକ କାଦର ଖାନ୍ ନବବର୍ଷରେ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ । ପ୍ରଥମେ ତାଙ୍କ ମୃତ୍ୟୁ ନେଇ ଏକ ମିଥ୍ୟା ଖବର ପ୍ରସାରିତ ହୋଇଥିବା ବେଳେ ପର ଦିନ ସେ ଆରପାରିକୁ ଚାଲି ଯାଇଥିଲେ । କାଦର ଖାନ୍ଙ୍କ ବିୟୋଗ ପରେ ବଲିଉଡ୍କୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି ତାଙ୍କ ପୁଅ ସର୍ଫରାଜ୍ ଖାନ୍ ।
ତାଙ୍କ କହିବା ଅନୁଯାୟୀ, ବାପା ବଲିଉଡ୍କୁ ଏତେ ସବୁ ଦେବା ପରେ ମଧ୍ୟ ତାଙ୍କୁ କେହି ମନେ ପକାଉ ନଥିଲେ । କାନାଡ଼ା ଆସି ରହିବା ପରେ ବଲିଉଡ୍ ଯେଉଁ ଭଳି ଭାବରେ ବାପାଙ୍କୁ ଉପେକ୍ଷା କରିଥିଲା, ତାହା ମୋତେ ଦୁଃଖ ଦେଇଥିଲେ । ଫିଲ୍ମ ଠାରୁ ଦୂରରେ ରହି ମଧ୍ୟ ସେ ସବୁ ବେଳେ ସମସ୍ତଙ୍କ କଥା ଭାବିଥାନ୍ତି । କିନ୍ତୁ ନିଜର ଶେଷ ସମୟରେ ସେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଅଧିକ ମନେ ପକାଉଥିଲେ । ମୁଁ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ସବୁଠାରୁ ପ୍ରିୟ କିଏ ଏବଂ ସେ କାହାକୁ ଅଧିକ ମନେ ପକାଉଛନ୍ତି ବୋଲି ପଚାରିଥିବା ବେଳେ ସେ ମୋତେ ଅମିତାଭ ବଚ୍ଚନଙ୍କ ନାଁ କହିଥିଲେ । ମୁଁ ଚାହୁଁଛି ଶେଷ ସମୟରେ ମୋ ବାପା ତାଙ୍କୁ କେତେ ମନେ ପକାଉଥିଲେ ଏ କଥା ଅମିତାଭ ବଚ୍ଚନ ଜାଣନ୍ତୁ ବୋଲି ସେ କହିଥିଲେ । | <urn:uuid:d9ee3376-1c0e-44d8-a4f3-23ad3b8d50a4> | CC-MAIN-2019-04 | http://www.sakalakhabar.com/kadar-khan-2/ | 2019-01-16T15:15:35Z | s3://commoncrawl/crawl-data/CC-MAIN-2019-04/segments/1547583657510.42/warc/CC-MAIN-20190116134421-20190116160421-00006.warc.gz | ory | 1.000003 | Orya | 4 | {"ory_Orya_score": 1.0000030994415283} |
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୮ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱକପ ହକିର ଆଜି ହେଉଛି ଶେଷ ସନ୍ଧ୍ୟା । କେଉଁ ଟିମ ବିଶ୍ୱକପ ବିଜେତା ହେବ ତାଉପରେ ସମସ୍ତଙ୍କ ଦୃଷ୍ଟି । ଫାଇନାଲ ରେ ସାମ୍ନାସାମ୍ନି ହେବାକୁ ଥିବା ବେଲଜିୟମ ଓ ନେଦରଲାଣ୍ଡ ଦଳର ଖେଳାଳିଙ୍କ ହୃତସ୍ପନ୍ଦନ ବଢ଼ିବାରେ ଲାଗିଛି । ଆଉ କିଛି ଘଣ୍ଟା ପରେ କିଏ ବିଶ୍ୱବିଜେତା ହେବ ତାହା ଜଣାପଡିଯିବ । ତେଣୁ ଉଭୟ ଦଳର ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିଅମ ରେ ପହଞ୍ଚିଥିଲେ । ହକି କମ୍ପେ୍ଲସରେ ରେ ଖେଳାଳି ଓ ହକି ଇଣ୍ଡିଆର ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବା ପରେ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ।
ସୂଚନା ଅନୁଯାୟୀ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଅନୁଷ୍ଠିତ ପୁରୁଷ ବିଶ୍ୱକପ ହକିର ଆଜି ଅନ୍ତିମ ଦିବସ । ଆଜିର ଫାଇନାଲ ମ୍ୟାଚ ରେ ରିଓ ଅଲିମ୍ପିକ ରୌପ୍ୟ ପଦକ ବିଜେତା ବେଲଜିୟମ ଏବଂ ଗତ ବିଶ୍ୱକପର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡ ମଧ୍ୟରେ କଡା ଟକ୍କର ହେବବୋଲି ହକି ପ୍ରେମୀ ଆଶା ବାନ୍ଧିଥିବା ବେଳେ ଉଭୟ ଟିମର ମନବଳ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମରେ ପହଞ୍ଚିଥିଲେ । ସେଠାରେ ଖେଳାଳି ମାନଙ୍କ ସହ କଥାବାର୍ତା କରିବା ପରେ ସେମାନଙ୍କ ସହ ଭୋଜନ କରିଥିଲେ । ସେହିପରି ଆଜି ମାଷ୍ଟର ବ୍ଲାଷ୍ଟର ସଚିନ ଆସିବା କଥା ଟ୍ୱିଟ ଯୋଗେ କହିଥିଲେ । ତେବେ ସଚିନଙ୍କୁ ପାଖରେ ପାଇବା ଶୁଣି ହକିପ୍ରେମୀ ମନେ ଖୁବ ଉତ୍ସାହିତ । | <urn:uuid:22345711-a3c8-4bdb-beb0-f079a50efb29> | CC-MAIN-2019-04 | http://www.odishafast.com/www-odishafast-com-93/ | 2019-01-17T15:20:06Z | s3://commoncrawl/crawl-data/CC-MAIN-2019-04/segments/1547583658988.30/warc/CC-MAIN-20190117143601-20190117165601-00326.warc.gz | ory | 0.999991 | Orya | 4 | {"ory_Orya_score": 0.9999908208847046} |
ମୃତ୍ୟୁର ଖେଳ 'ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ୍' ଉପରେ ରୋକ୍ ଲଗାଇଲେ ସରକାର ! ସମସ୍ତ ସୋସିଆଲ୍ ମିଡିଆକୁ ଦେଲେ କଡା ନିର୍ଦ୍ଦେଶ
କନକ ବ୍ୟୁରୋ : ଖୁନୀ ଖେଳ ବ୍ଲୁ ହ୍ୱେଲ୍ ଗେମ୍ ଉପରେ ରୋକ୍ ଲଗାଇଲେ ସରକାର । ଗୁଗୁଲ୍ ,ଫେସବୁକ୍ , ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍ , ମାଇକ୍ରୋସଫ୍ଟ ଇଣ୍ଡିଆ, ୟାହୁ ଇଣ୍ଡିଆକୁ ଏହି ଗେମ୍ ଏବଂ ଏହି ପ୍ରକାର ଅନ୍ୟ ଗେମର ଲିଙ୍କ୍ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହା ସହ ଯଦି କେହି ଏହାକୁ ସର୍ଚ୍ଚ କରୁଛି ତେବେ ତୁରନ୍ତ ତାକୁ ବନ୍ଦ କରାଯାଉ ବୋଲି କହିଛନ୍ତି ସରକାର । ସୂଚନା ଅନୁସାରେ, ବ୍ଲୁ-ହ୍ୱେଲକୁ ବନ୍ଦ କରାଇବାକୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ନିକଟକୁ ଅଭିଯୋଗ ଆସିଥିଲା । ଏହାପରେ ଏପରି ନିର୍ଦ୍ଦେଶ ନେଇଛନ୍ତି ସରକାର ।
ଏହି ଖେଳରେ ବର୍ତ୍ତମାନ ସୁଦ୍ଧା ଋଷିଆର ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି । ଭାରତରେ ମଧ୍ୟ ଏହି ଗେମର ପ୍ରଭାବ ନିକଟରେ ଦେଖିବାକୁ ମିଳିଛି । ମୁମ୍ବାଇର ୧୪ବର୍ଷୀୟ ବାଳକ ମନପ୍ରିତ୍ ସାହାନ୍ସ ଏହି ଖେଳର ବସବର୍ତ୍ତି ହୋଇ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସେହିପରି ପଶ୍ଚିମବଙ୍ଗର ଜଣେ ୧୫ ବର୍ଷିୟ ବାଳକ ମଧ୍ୟ ଏହି ହ୍ୱେଲ୍ ଚ୍ୟାଲେଞ୍ଜ ପାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଇନ୍ଦୋରର ଜଣେ ଛାତ୍ର ନିଜର ସ୍କୁଲର ତିନି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ କିଛି ଛାତ୍ର ତାଙ୍କୁ ଅଟକାଇ ଜୀବନ ବଂଚାଇଛନ୍ତି ।
କଣ ଏହି ବ୍ଲୁ ହ୍ୱେଲ୍ ଗେମ୍ :
ହି ବ୍ଲୁ-ହ୍ୱେଲ ଗେମ୍ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ଚ୍ୟାଲେଞ୍ଜ କରିଥାଏ । ଏବଂ ଯିଏ ଏହି ଚ୍ୟାଲେଞ୍ଜ ଗ୍ରହଣ କରେ ସେ ଆତ୍ମହତ୍ୟା କରିଦିଏ । ଋଷିଆରୁ ଆରମ୍ଭ ହୋଇଥିବା ଏହି ଖେଳରେ ପ୍ରାୟ ୧୨ରୁ ୧୫ ବର୍ଷ ବୟସର ପିଲା ମାନେ ସାମିଲ୍ ଥାନ୍ତି । ଖେଳଟି କେବଳ ସୋସିଆଲ୍ ମିଡିଆରେ ଖେଳାଯାଏ । ଯାହାକୁ ନିୟନ୍ତ୍ରିତ କରିଥାଏ ଜଣେ ମାଷ୍ଟର୍ ବା ହ୍ୱାସସଆପ୍ ଗ୍ରୁପ୍ ଆଡମିନ୍ । ଏହି ମାଷ୍ଟରର ପରାମର୍ଶ ମାନିବାକୁ ଏକପ୍ରକାର ବାଧ୍ୟ ଖେଳାଳୀ ।
ମାଷ୍ଟର୍ ଯେଉଁ ଟ୍ୟାସ୍କ ଦେଇଥାଏ ତାକୁ ୫୦ ଦିନ ମଧ୍ୟରେ ଶେଷ କରିବାକୁ ପଡିଥାଏ । ଏହି ଖେଳ ମାନଙ୍କ ମଧ୍ୟରେ ଥାଏ ଭୂତ ସିନେମା ଦେଖିବା, ରାତି ରାତି ଅନିଦ୍ରା ରହିବା ଏବଂ ନିଜ ହାତକୁ କାଟି ବ୍ଲୁ ହ୍ୱେଲ୍ ଲେଖିବା । ଖେଳାଳୀ ଠିକ୍ ଭାବରେ ଏହାକୁ ମାନୁଛି ଏବଂ ଖେଳୁଛି କି ନାହିଁ ସେଥିପାଇଁ ଏକ ଫଟୋ ଉଠାଇ ସେୟାର୍ କରିବାକୁ ପଡିଥାଏ । ତେବେ ଏପରି ଭାବରେ ଆରମ୍ଭ ହୋଇଥିବା ଖେଳ ଧୀରେ ଧୀରେ କଠିନରୁ କଠିନତର ହୋଇଥାଏ । ଶେଷରେ ଖେଳ ଉକ୍ତ ଖେଳାଳୀର ମୃତ୍ୟୁରେ ଶେଷ ହୋଇଥାଏ ।
କିଏ ଏବଂ କେମିତି ଆରମ୍ଭ କରିଥିଲା ଏହି ଖେଳ :
ଅନଲାଇନରେ ଗେମ୍ ଖେଳି ଲୋକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉ ଥିଲେ ଜଣେ ଋଷୀୟ ଯୁବକ । ବିକୃତ ମାନସିକତା ହେଉ ଅବା ଅପରାଧିକ ଚିନ୍ତାଧାରା । ଋଷର ୨୨ ବର୍ଷିୟ ଯୁବକ ଫିଲିପ ବୁଡେଇକି ତିଆରି କରିଥଲା ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ । ଇଂଟରନେଟ ଜରିଆରେ ସେ ବିଶ୍ୱର କୋଣ ଅନୁକୋଣରେ ଥିବା ଯୁବକ ଯୁବତୀଙ୍କୁ ଯୋଗାଯୋଗ କରୁଥିଲା । ତାପରେ ସ୍କାଏପି,ଭିଡିଓ ଚାଟ ଓ ସୋସିଆଲ ମିଡିଆ ଜରିଆରେ ଆରମ୍ଭ ହେଉଥିଲା କଥାବାର୍ତ୍ତା । ଆଉ ଅଜବ ଗଜବ କାରନାମା କରି ଅନଲାଇନରେ ଗେମ୍ ଖେଳିବାର ଅଫର୍ ଦେଉଥିଲା । ସାଧାରଣତଃ ଦୁର୍ବଳ ମାନସିକତା ଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲା ଫିଲିପ ।
ଯୁବକ ଯୁବତୀଙ୍କ ବ୍ରେନୱାସ୍ କରି ତାଙ୍କ ମାନସିକତାକୁ ପ୍ରଭାବିତ କରିବାରେ ମାହିର ଥିଲା ଫିଲିପ୍ । ଆଉ ନିଜର ବିକୃତ ଚିନ୍ତାଧାରା ଦ୍ୱାରା ଅନଲାଇନ ଗେମ୍ ଜରିଆରେ ରଚୁଥିଲା ମୃତ୍ୟୁର ଷଡଯନ୍ତ୍ର ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଥିପାଇଁ ଅର୍ଥ ପ୍ରଲୋଭନ ଦେଖାଉ ନଥିଲା ଫିଲିପ । ବରଂ ଯୁବକ ଯୁବତୀଙ୍କ ବ୍ରେନ ୱାସ କରି ସେମାନଙ୍କୁ ଜୀବନର କିଛି ନିଆରା ଅନୁଭୂତି ତିଆରି କରିବାକୁ ପ୍ରବର୍ତ୍ତାଯାଉଥିଲା ।
ଫିଲିପର ଏହି ଅନଲାଇ୍ନ ଗେମରେ ୧୩୦ଜଣ ଆତ୍ମହତ୍ୟା କରିଥିବା ଜଣଶ ପଡିଛି । ଆଉ ଫିଲିପର କହିବା କଥା ୩୦ଜଣଙ୍କ ଆତ୍ମହତ୍ୟାର ଲାଇଭ୍ ଭିଡିଓ ସେ ଦେଖିଥିବା ବେଳେ ଏବେ ବି ୨୮ ଜଣ ଟାର୍ଗେଟ୍ ମେମ୍ବର ଜୀବିତ ଅଛନ୍ତି । ଏସବୁ ଭିତରେ ଇଂଟରକମ୍ ସହୟତାରେ ଋଷ ପୋଲିସ ତାକୁ ଗିରଫ କରିଥିବା ବେଳେ ୩ବର୍ଷ ଜେଗଲ ଦଣ୍ଡ ହୋଇଛି ।
ଏବେ ନଜର ପକାନ୍ତୁ ଏହି ଭୟଙ୍କର 'ବ୍ଲୁ ହ୍ୱେଲ୍ ଗେମ୍'ରେ ୫୦ ଦିନରେ ଖେଳାଳୀଙ୍କ ପାଇଁ ରହିଥିବା ୫୦ଟି ଚ୍ୟାଲେଂଜ୍ ଉପରେ :
୧. ଭୋର୍ ୪.୨୦ରେ ଉଠି ଡରୁଆ କିମ୍ବା ଭୟାନକ ଭିଡିଓ ଦେଖିବା
୨. ହାତକୁ ବ୍ଲେଡରେ କାଟିବା
୩. ହାତର ଶିରାକୁ କାଟିବା (ଗଭୀର ନୁହେଁ)
୪. ଗୋଟିଏ ପେପରରେ ତିମି ମାଛର ଫଟୋ ତିଆରି କରିବା
୫. ଯଦି ତିମି ହେବା ପାଇଁ ପ୍ରସ୍ତୁତ ତେବେ 'ହଁ' ଲେଖି ଗୋଡକୁ ବ୍ଲେଡରେ କାଟିବା । ନଚେତ୍ ହାତର ଯେକୌଣସି ସ୍ଥାନକୁ କାଟିବା
୬. ଷ୍ଟାଟସରେ ଲେଖିବେ 'ମୁଁ ହ୍ୱେଲ୍'
୭. ଭୋର୍ ୪.୨୦ରେ ଉଠି ଛାତକୁ ଯିବା
୮. ବ୍ଲେଡରେ କାଟି ହାତରେ ତିମିର ଚିତ୍ର କରିବା ବାଧ୍ୟତାମୂଳକ
୯. ସାରାଦିନ ଭୟାନକ ଭିଡିଓ ଦେଖିବା
୧୦. ମାଷ୍ଟର୍ ବା ଗ୍ରୁପ୍ ଆଡମିନ୍ ପଠାଇଥିବା ଗୀତ ଶୁଣିବା
୧୧. ଓଠକୁ କାଟିବା
୧୨. ହାତକୁ ଛୁଂଚିରେ କେଂଚିବା
୧୩. ନିଜକୁ କଷ୍ଟ ଦେବା
୧୪. ଛାତ ଉପରକୁ ଯାଇ ଧାରରେ ଛିଡା ହେବା
୧୫. ବ୍ରିଜ୍ ଚଢିବା
୧୬. କ୍ରେନ୍ ଚଢିବା
୧୭. ସ୍କାଏ ପି ଜରିଆରେ ହ୍ୱେଲ୍ ବା ତିମି ସହ କଥା ହେବା ବାଧ୍ୟତାମୂଳକ
୧୮. ବିଶ୍ୱସନୀୟତା ପରୀକ୍ଷା
୧୯. ଛାତ ଉପରକୁ ଯାଇ କେବଳ ପାଦ ଉପରେ ବସିବା
୨୦. ସିକ୍ରେଟ୍ ମିଶନ୍
୨୧. ତିମି ବା ହ୍ୱେଲକୁ ଦେଖା କରିବା
୨୨. ମୃତ୍ୟୁର ତାରିଖ କହିବେ ଏବଂ ଏହାକୁ ଗ୍ରହଣ କରିବାକୁ ବାଧ୍ୟ
୨୩. ପୁଣି କୋଡ ୱାଡରେ କାମ
୨୪. ଭୋର୍ ୪.୨୦ରେ ଉଠି ରେଳ ଲାଇନକୁ ଯିବା
୨୫. କାହା ସହ କଥା ନହେବା
୨୬. ଆପଣ ଜଣେ ହ୍ୱେଲ୍ ବୋଲି ଶପଥ ନେବା
୨୭. ଭୟକୁ ଦୂରାଇବା
୨୮. ଦେହ ହାତ କାଟିବା
୨୯. କୋଡ୍ ୱାଡରେ କଥା ହେବା
ଏହା ପରେ ୩୦ ରୁ ୪୯ ପର୍ଯ୍ୟନ୍ତ ୪.୨୦ରୁ ଉଠିବା , ଭିଡିଓ ଦେଖିବା , ଗୀତ ଶୁଣିବା ଏବଂ ପ୍ରତିଦିନ ନିଜ ହାତ ଏବଂ ହ୍ୱେଲ୍ ସହ କଥା ହେବା ।
ଆଉ ୫୦ ତମ ଦିନ ହେଉଛି ଖେଳ ଏବଂ ଜୀବନର ଶେଷ ଦିନ । ଏହି ଦିନଟିି ବିଭିନ୍ନ ଉପାୟରେ ଆତ୍ମହତ୍ୟା କରିବା । (ଫାଶୀ ଦେବା, ଟ୍ରେନ୍ ଆଗରେ ଶୋଇବା ଏବଂ ଛାତରୁ ଡେଇଁବା)
ତେବେ ଏହି ଖେଳରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ପୁଲିସ୍ ସ୍କୁଲ୍ କର୍ତ୍ତୃପକ୍ଷ ଏବଂ ପିଲାଙ୍କ ବାପା ମାଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି । | <urn:uuid:35da3095-523f-4241-bbe9-b2cde4189ce5> | CC-MAIN-2019-04 | http://kanaknews.com/facebook-whatsapp-instagram-etc-told-to-remove-blue-whale-challenge-links/ | 2019-01-21T23:00:29Z | s3://commoncrawl/crawl-data/CC-MAIN-2019-04/segments/1547583814455.32/warc/CC-MAIN-20190121213506-20190121235506-00326.warc.gz | ory | 1.000006 | Orya | 4 | {"ory_Orya_score": 1.0000057220458984} |
ମୁମ୍ବାଇ: ବଲିଉଡ୍ର ନୂଆ ଚର୍ଚ୍ଚିତ ଯୋଡ଼ି ଖାତାରେ ନାମ ଲେଖାଇଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ। ସେମାନେ ଏବେ ଅଧିକାଂଶ ସ୍ଥାନରେ ଏକତ୍ର ନଜର ଆସୁଛନ୍ତି। ନିକଟରେ ସେମାନଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି, ଯାହାକି ବେଶ୍ ଚର୍ଚ୍ଚା ପାଲଟିଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ସେ ଦୁହେଁ ଏକ ଉତ୍ସବ ସାରି ଘରକୁ ଯିବା ପାଇଁ ବାହାରୁଛନ୍ତି। ସେଠାରେ ଥିବା ବନ୍ଧୁପରିଜନଙ୍କୁ ଆଲିଙ୍ଗନ କରି ବିଦାୟ ନେଉଛନ୍ତି। ସେ ସମୟରେ ରଣବୀର ଆଲିଆଙ୍କୁ ଘରେ ଛାଡ଼ି ଦେବା ପାଇଁ ପ୍ରସ୍ତାବ ଦେଉଛନ୍ତି। ଆଲିଆ ବି ହଁ ମାରି ରଣବୀରଙ୍କ ସହ ଯାଇ ଗୋଟାଏ ଗାଡ଼ିରେ ବସୁଛନ୍ତି ଓ ସେ ଦୁହେଁ ସାଥୀ ହୋଇ ଯାଉଛନ୍ତି।
ଏହି ଭିଡିଓଟିକୁ ଏବେ ବହୁ ବଲିଉଡ୍ ପ୍ରେମୀ ସେୟାର୍ କରିବାରେ ଲାଗିଛନ୍ତି। ଭିଡିଓଟିରେ ଆହୁରି ବି ଦେଖିବାକୁ ମିଳୁଛି ଯେ କେତେକ ପ୍ରଶଂସକ ରଣବୀରଙ୍କୁ ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜ୍ଞାପନ କରୁଛନ୍ତି। ରଣବୀର ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇ ଏହା ମୋର ଆବଶ୍ୟକ ବୋଲି ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ରଣବୀର ଓ ଆଲିଆଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଦର୍ଶକେ ଅନୁମାନ କରୁଥିଲେ ବି ସେ ଦୁହେଁ କୌଣସି ପ୍ରକାର ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ମେ ମାସରେ ରଣବୀର ଏକତରଫା ଭାବେ ଘୋଷଣା କରିଥିଲେ କି ସେ ଆଲିଆଙ୍କ ସହ ଡେଟିଂ କରୁଛନ୍ତି।
ଗତ କିଛି ମାସ ମଧ୍ୟରେ ଏହି ଯୋଡ଼ି ଅନେକ ସମୟରେ ଏକାଠି ଦିଶିଛନ୍ତି। ଏପରିକି ଆଲିଆଙ୍କ ବାପା ମହେଶ ଭଟ୍ଟଙ୍କ ଉପସ୍ଥିତରେ ରଣବୀର ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ସାକ୍ଷାତ କରି ଆସିଛନ୍ତି। | <urn:uuid:0231cd9b-b055-4604-bfd3-e0fc60642d95> | CC-MAIN-2019-04 | http://sambad.in/entertainment/alia-ill-drop-you-ranbir-kapoors-the-cutest-boyfriend-ever-in-new-video-177141/ | 2019-01-20T07:01:15Z | s3://commoncrawl/crawl-data/CC-MAIN-2019-04/segments/1547583700734.43/warc/CC-MAIN-20190120062400-20190120084400-00485.warc.gz | ory | 0.999971 | Orya | 4 | {"ory_Orya_score": 0.9999712705612183} |
ଭୁବନେଶ୍ୱର: ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଂଜନ ବେହେରାଙ୍କ ନିର୍ଦ୍ଦେଶିତ ନୂଆ ସିନେମା ' ଯୋଗୀ' ଏଇ ମାସ ଶେଷରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏହା ମାର୍ଚ୍ଚ ୩୦ ତାରିଖରେ ପରଦାକୁ ଆସିବ। ଡ଼ ରଜନୀରଂଜନ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର।
ଏହାର ସଂକ୍ଷିପ୍ତ କାହାଣୀ ଏପରି- ବାପା ଜଗବନ୍ଧୁ ମିଶ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ । ସେ ଦେଶର ରାମରାଜ୍ୟର ସ୍ୱପ୍ନ ଦେଖନ୍ତି । କିନ୍ତୁ ଯେଉଁ ରାଜ୍ୟର ସେ ଅଧିବାସୀ ସେଭଳି କିଛି ଘଟେ ନାହିଁ ।
ଜଗବନ୍ଧୁଙ୍କର ଦୂଇ ପୁଅ । ବଡପୁଅ ସଂଗ୍ରାମ ଓ ସାନପୁଅ ବିପ୍ଳବ । ଏମାନଙ୍କ ମଧ୍ୟରୁ ସଂଗ୍ରାମ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ହେବାର ଅଳ୍ପଦିନ ଭିତରେ ସେ ଦୁର୍ନୀତିରେ ଲିପ୍ତ ହୁଅନ୍ତି । ଏହାର ପରିଣାମ ବି ତାଙ୍କୁ ଭୋଗିବାକୁ ପଡ଼େ । ନିର୍ବାଚନରେ ସଂଗ୍ରାମ ପରାଜିତ ହୋଇ ଗାଦିଚ୍ୟୁତ ହୁଅନ୍ତି ଓ ତାଙ୍କ ସ୍ଥାନରେ ଜଣେ ସମାଜସେବୀ ହୁଅନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । କିନ୍ତୁ ସେ ବି ସଂଗ୍ରାମଙ୍କ ଠାରୁ କୌଣସି ଗୁଣରେ କମ୍ ହୁଅନ୍ତି ନାହିଁ । ଅର୍ଥାତ୍ ମହିଳା ମୁଖ୍ୟମନ୍ତ୍ରୀ ବି ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ଅୁଅନ୍ତି । ଏହାପରେ ପୁଣି ନିର୍ବାଚନ ଅନୁଷ୍ଠିତ ହୁଏ ।
ସେହି ସମୟରେ ଲୋକେ ଚାହାଁନ୍ତି ଏମିତି ଜଣେ ବ୍ୟକ୍ତିଙ୍କୁ ଶାସନ ଦାୟିତ୍ୱ ଦେବେ, ଯିଏ କି ଭ୍ରଷ୍ଟାଚାର ମୁକ୍ତ ଶାସନ ଦେବ ଓ ନିଜେ ସ୍ୱଚ୍ଛ ଓ ନିର୍ମଳ ଓ ନିର୍ଲୋଭ ହୋଇଥିବେ । ଏଭଳି ପରିସ୍ଥିତିରେ ସମସ୍ତଙ୍କର ଦୃଷ୍ଟିରେ ଆସନ୍ତି ସ୍ୱାଧୀନତା ସଂଗ୍ରାମୀ ଜଗବନ୍ଧୁ ମିଶ୍ରଙ୍କ ସାନ ପୁଅ ବିପ୍ଲବ । ସେ କିନ୍ତୁ ରହନ୍ତି ନାହିଁ, କାରଣ ସନ୍ନ୍ୟାସ ବ୍ରତ ଅବଲମ୍ବନ କରିଛନ୍ତି । ତାଙ୍କୁ ସମସ୍ତେ ଯୋଗୀ ଭାବେ ଜାଣନ୍ତି ।
ଦିନେ ଯୋଗୀ ଓରଫ ବିପ୍ଲବ ଅନୁଭବ କରନ୍ତି ଯେ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ପାଇଁ ତାଙ୍କର ରାଜନୀତିରେ ପ୍ରବେଶର ଆବଶ୍ୟକତା ରହିିଛି । ତା'ଛଡା ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କୁ ,ଏହା କରିବାକୁ ପଡ଼ିବ । ତେବେ ଯୋଗୀ କ'ଣ ନିଜର ଅଭିଳାଷ ପୂରଣ ଦିଗରେ ସଫଳ ହୁଅନ୍ତି? ତା'ର ଉତ୍ତର ମିଳିବ ନୂଆ ସିନେମା 'ଯୋଗୀ' ରେ । ଏହି ଓଡ଼ିଆ ଛବିରେ ବିପ୍ଲବ ଓରଫ ଯୋଗୀ ଭୂମିକାରେ ନଜର ଆସିବେ ଜଣାଶୁଣା ଅଭିନେତା ହର ରଥ । ଅପରପକ୍ଷରେ ସ୍ୱାଧୀନତା ସଂଗ୍ରାମୀ ଜଗବନ୍ଧୁ ଭୂମିକାରେ ଅଛନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଏବଂ ସଂଗ୍ରାମ ଚରିତ୍ର ନିଭାଇଛନ୍ତି ମନୋଜ ମିଶ୍ର ।ଏହାଛଡ଼ା ଏଥିରେ ନବାଗତ ଆର୍ଯ୍ୟନ୍ ଦାଶ କୁମାର, ନବାଗତା ନିକିତା,ଜୟୀରାମ ସାମଲ, ସ୍ମିତା ମହାନ୍ତି ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ମିଳିବ। | <urn:uuid:5a42fc0f-0a86-4e44-802e-b8fb5baf36e7> | CC-MAIN-2019-04 | http://sambad.in/entertainment/jogionmarch30-98479/ | 2019-01-21T10:01:31Z | s3://commoncrawl/crawl-data/CC-MAIN-2019-04/segments/1547583771929.47/warc/CC-MAIN-20190121090642-20190121112642-00165.warc.gz | ory | 1.000001 | Orya | 6 | {"ory_Orya_score": 1.000001311302185} |
କନକ ବ୍ୟୁରୋ: ଯାତ୍ରୀମାନଙ୍କୁ ସୁବିଧା ଦେବାକୁ ଆଉ ଏକ ପଦକ୍ଷେପ ନେଉଛି ଏୟାରପୋର୍ଟ ଅଥରିଟି । ଭୁବନେଶ୍ୱର ଏୟାରପୋର୍ଟ ପରିସରରେ ଥ୍ରି-ଷ୍ଟାର ହୋଟେଲ କରିବେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ । ଦେଶର ତିନିଟି ଏୟାରପୋର୍ଟରେ ଏହି ହୋଟେଲ ହେବାକୁ ଥିବାବେଳେ ଏହି ତାଲିକାରେ ଭୁବନେଶ୍ୱର ଏୟାରପୋର୍ଟ ସ୍ଥାନ ପାଇଛି ।
ତେବେ ସେପ୍ଟେମ୍ବର ମାସରେ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ୨୦୧୯ ସୁଦ୍ଧା ସମ୍ପୁର୍ଣ୍ଣ କରିବାର ଲକ୍ଷ୍ୟ ରହିଛି । ଥ୍ରି-ଷ୍ଟାର ହୋଟେଲ ୧୦୦ ରୁମ୍ ବିଶିଷ୍ଟ ହେବ । ଖୁବ୍ ଶିଘ୍ର ଝାରସୁଗୁଡା ଓ ରାଉରକେଲା ଏୟାରପୋର୍ଟକୁ ଉଡାଣ ଆରମ୍ଭ ହେବ । ଏହା ପାଇ ଏୟାର ଓଡ଼ିଶାକୁ ଅନୁମତି ମିଳିସାରିଛି । | <urn:uuid:4bbc30db-b296-45c8-8136-7eecbf2a5388> | CC-MAIN-2019-04 | http://kanaknews.com/bhubaneswar-airport/ | 2019-01-16T16:20:31Z | s3://commoncrawl/crawl-data/CC-MAIN-2019-04/segments/1547583657555.87/warc/CC-MAIN-20190116154927-20190116180927-00367.warc.gz | ory | 1.000008 | Orya | 2 | {"ory_Orya_score": 1.0000076293945312} |
ରାମପୁରରେ ଶଙ୍କର ଜଣେ ଛୋଟ ବ୍ୟବସାୟୀ । ଘରେ ତା'ର ମା' । ପିଲା ହେବାକୁ ସ୍ତ୍ରୀ ବାପଘର ଯାଇଥିଲା । ଶଙ୍କର ସେଦିନ ଶଶୁର ଘରୁ ଫେରୁଥାଏ; ଦୂରରୁ ଦେଖିଲା ତାଙ୍କ ଘର ସାମ୍ନାରେ ଏକ ଘୋଡାଗାଡି ଲାଗିଛି । ସେଥିରେ ନାନା ରକମର ନାଲିନେଳି କନା ଓ ଜରି ଲାଗିଥାଏ । ତା'ର ମା' ଅତିଥିଙ୍କୁ ବନ୍ଦେଇ ଦେବାକୁ ଗାଡିପର୍ଯ୍ୟନ୍ତ ଆସିଲେ । ସେହି ଗାଡିରେ ଜଣେ ଧନୀ ମହିଳା ବସିଥିଲେ ।
ଶଙ୍କର ଘରେ ପହଁଚିବା ବେଳକୁ ସେ ଗାଡି ସେଠାରୁ ଚାଲିଗଲାଣି । ଘରେ ପ୍ରବେଶ କରୁକରୁ ମା' ପଚାରିଲେ, "ପୁଅ, ବୋହୁର ଦେହ ଠିକ୍ ଅଛି ତ? ପିଲାଟି କାହାପରି ହୋଇଛି?"
ଶଙ୍କର ପଚାରିଲା "ସମସ୍ତେ ଭଲରେ ଅଛନ୍ତି । ମନେ ହେଲା କେହି ଜଣେ ଧନୀ ମହିଳା ଆମ ଘରକୁ ଆସିଥିଲେ । ସେ କିଏ? ମୁଁ ତ କାହିଁ ତାଙ୍କୁ କେବେବି ଦେଖିନାହିଁ?"
ମା' କହିଲେ "ତୁ ତାକୁ ଜାଣିବୁ ନାହିଁ । ସେ ମୋର ପିଲାଦିନର ସାଙ୍ଗ । ମୋର ଭଲ ମନ୍ଦ ବିଷୟରେ ଜାଣିବାକୁ ସେ ଏଠାକୁ ଆସିଥିଲା ।"
ଶଙ୍କର ପଚାରିଲା "କାହିଁ ତମେ ତ କେବେବି ଏକଥା କହିନାହଁ ଯେ ତୁମର ଜଣେ ସାଥୀ ଏତେ ଧନୀ ବୋଲି?"
ମା' କହିଲେ "ଆଗେ ଏମାନେ ମଧ୍ୟବିତ ଥିଲେ । ଏବେ ଯଥେଷ୍ଟ ପଇସା ରୋଜଗାର କରିବାରୁ ଏମାନେ ଧନୀ ହୋଇଛନ୍ତି । ତୋ ବାପାଙ୍କ ମୃତ୍ୟୁ ପରେ ଆମେ କେତେ କଷ୍ଟରେ ଚଳିଛୁ? କିନ୍ତୁ ଭଗବାନଙ୍କ କୃପାରୁ ଏବେ ଆମେ ମଧ୍ୟ ଭଲରେ ଚଳୁଛୁ । ବେଶି ଧନୀ ନହେଲେ କ'ଣ ହେଲା?"
ଶଙ୍କର ମାତ୍ର ଆଠବର୍ଷର ହୋଇଥିଲା, ତା'ର ବାପା ମରିଯାଇଛନ୍ତି । ଘର ଚାରିପାଖରେ ନଡିଆ ବଗିଚା ଥିଲା । ନଡିଆ ବିକ୍ରି କରି ପାଠ ପଢି କ୍ରମେ ଛୋଟ ବ୍ୟବସାୟ କରି ସେମାନେ ଏବେ ବେଶ୍ ଭଲରେ ଚଳନ୍ତି । ମା' ମଧ୍ୟ ସିଲେଇ କରି ରୋଜଗାର କରେ । ଦୁଃଖର ଦିନ କୌଣସି ମତେ କଟିଗଲା ।
ଶଙ୍କର ପାଦ ଧୋଇ ପିଣ୍ଢା ଉପରକୁ ଆସି ପଚାରିଲା, "ଆଚ୍ଛା ମା, ତୁମର ଓ ତୁମ ସାଙ୍ଗର କ'ଣ କଥାବାର୍ତ୍ତା ହେଲା?"
ମା' କହିଲେ "ଆରେ ମୁଁ ତୋତେ କହିନି କି? ତା'ର ଏକମାତ୍ର ପୁତ୍ରର ବିବାହ ଏଇ ସପ୍ତାହକ ମଧ୍ୟରେ ହେବ । ତା'ର ଇଚ୍ଛା ଯେ ବିବାହର ଚାରିଦିନ ଆଗରୁ ଆମେ ସେଠାକୁ ଯାଆନ୍ତେ ।"
ଶଙ୍କର କିଛି ସମୟ ଚିନ୍ତା କରି କହିଲା, "ସେ ତୁମର ସାଥି ହୋଇପାରେ । କିନ୍ତୁ ତିନିଚାରିଦିନ ଆଗରୁ ଗଲେ ତାଙ୍କ ପାଇଁ ଓ ଆମପାଇଁ ଅସୁବିଧା ଜନକ ହେବ । ଆମେ ପୂର୍ବଦିନ ଯାଇ ପରଦିନହିଁ ସେଠାରୁ ଫେରି ଆସିବା ।"
ଶଙ୍କରର ମା' ବାଧ୍ୟ ହୋଇ ତା'କଥାରେ ସମ୍ମତ ହେଲେ । ପରେ ସେ କିଛି ନୂଆ ଲୁଗା ଆଣି ପୁଅକୁ କହିଲେ, "ଦେଖିଲୁ, ଏଇସବୁ ଲୁଗା ମୁଁ ବର ପାଇଁ କିଣିଛି । କେମିତି ଲାଗୁଛି?"
ଶଙ୍କର ଟିକିଏ ଅସନ୍ତୁଷ୍ଟ ଭାବ ଦେଖାଇ କହିଲା, "ହଁ ଲୁଗା ତ ଭଲ ହୋଇଛି । ତୁମକୁ ସହରକୁ ନେଇ ଡାକ୍ତର ପରୀକ୍ଷା କରି ଚିକିତ୍ସା କରାଇବା ପାଇଁ ଯେଉଁ ଟଙ୍କା ଥିଲା, ସେଇଥିରୁ ଖର୍ଚ୍ଚ କରି ପକାଇଛ, ସେତିକି ମୋତେ ଯାହା ଅସୁବିଧା ଲାଗୁଛି ।" ତା'ର ମା' ସବୁ ଶୁଣି ଚୁପ୍ ରହିଲେ । | <urn:uuid:a22bb499-a803-470a-8003-02d10fa31974> | CC-MAIN-2019-04 | http://odiagapa.com/%E0%AC%AF%E0%AC%A5%E0%AC%BE%E0%AC%B0%E0%AD%8D%E0%AC%A5-%E0%AC%90%E0%AC%B6%E0%AD%8D%E0%AD%B1%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F/ | 2019-01-16T17:02:34Z | s3://commoncrawl/crawl-data/CC-MAIN-2019-04/segments/1547583657555.87/warc/CC-MAIN-20190116154927-20190116180927-00367.warc.gz | ory | 0.999985 | Orya | 7 | {"ory_Orya_score": 0.9999845027923584} |
ମହାବଳୀ ଓ ମହାଦେବ ! ବିଜ୍ଞାନ ଓ ଅନ୍ଧବିଶ୍ୱାସ ଭିତରେ କେତେ ଆଗେଇଛି ଭାରତ
ଗତକାଲି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ୨ ନମ୍ବର ଲଂଚପ୍ୟାଡରୁ ମହାକାଶକୁ ପଠାଯାଇଛି ଭାରତୀୟ ଉପଗ୍ରହ ଜିସାଟ୍ ୧୯ । ଯାହା ମହାକାଶ ବିଜ୍ଞାନରେ ରିଚିଛି ଏକ ସ୍ୱର୍ଣ୍ଣିମ ଇତିହାସ । ଜିସାଟ୍ ୧୯ କୁ ମହାବଳୀ ବୋଲି ମଧ୍ୟ କୁହାଯାଉଛି । ଅନ୍ୟପଟେ ସେହି ସମୟରେ ଦେଖିବାକୁ ମିଳିଛି ଏହାର ଠିକ୍ ଓଲଟା ଦୃଶ୍ୟ । ପଡୋଶୀ ତେଲେଙ୍ଗାନାରେ ଅନ୍ଧବିଶ୍ୱାସର ଅନ୍ଧାରଗଳିରେ ଖୋଜା ହେଉଥିଲା ଶିବଲିଙ୍ଗ । ସ୍ୱପ୍ନ ଦେଖି ଶିବଲିଙ୍ଗ ପାଇବା ପାଇଁ ୧୫ ଫୁଟ୍ ରାସ୍ତା ଖୋଳି ପକାଇଛନ୍ତି ଜଣେ ବ୍ୟକ୍ତି । ବିଜ୍ଞାନ ଏବଂ ଅନ୍ଧବିଶ୍ୱାସର ଏହି ଦୁଇଟି ଚେହେରା ଏବେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାକୁ କରାଇଛି ଚର୍ଚ୍ଚିତ ।
ସୂଚନା ଅନୁସାରେ, ମନୋଜ ନାମକ ଜଣେ ବ୍ୟକ୍ତି ସ୍ୱପ୍ନରେ ଦେଖିଥିବା ଶିବ ଲିଙ୍ଗକୁ ପାଇବା ପାଇଁ ଖୋଳି ପକାଇଛନ୍ତି ୧୫ ଫୁଟ୍ ରାସ୍ତା । ତେବେ ଭଗବାନ୍ ତ ଦେଖା ଦେଲେନି ହେଲେ ଏବେ ଦେଖିବାକୁ ପଡିପାରେ ଜେଲର କାଳ କୋଠରୀ । ଘଟଣା ଘଟିଛି ହାଇଦ୍ରାବାଦଠାରୁ ୮୦ କିଲୋମିଟର ଦୂର ଜନଗାଁରେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ , ମନୋଜ ଯେତେଥର ସେହି ଜାଗାକୁ ଆସୁଥିଲେ ସେତେଥର ସଜ୍ଞାହୀନ ହୋଇ ପଡିଯାଉଥିଲେ । କାରଣ ସେ ସ୍ୱପ୍ନରେ ଦେଖିଥିଲେ ସେଠାରେ ୧୦ଫୁଟ୍ ତଳେ ଏକ ଶିବ ଲିଙ୍ଗ ଅଛି ।
ତେବେ ଗତ ତିନି ବର୍ଷ ହେବ ଏହି ଶିବ ଲିଙ୍ଗ ପାଇବା ପାଇଁ ମନୋଜ ସେଠାରେ ଖୋଳିବାକୁ ଚାହୁଁଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କ ସମର୍ଥନ ପାଇପାରିନଥିଲେ । ତେଣୁ ପ୍ରତ୍ୟେକ ସୋମବାର ଉକ୍ତ ସ୍ଥାନରେ ପୂଜା କରିବା ଆରମ୍ଭ କରିଥିଲେ । ଶେଷରେ ସ୍ଥାନୀୟ ଲୋକମାନଙ୍କ ସହ ରାଜନେତାଙ୍କୁ ବୁଝାଇବାରେ ସମର୍ଥ ହେବା ସହ ଏକ ଜେସିବି ଆଣି ଖନନ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ୧୦ ଫୁଟ୍ ଯାଏଁ ଖୋଳିବା ପରେ ମଧ୍ୟ ଯେମିତି କିଛି ନମିଳିଲା ସେ ଆହୁରି ୫ ଫୁଟ୍ ଅଧିକ ଖୋଳି ପକାଇଲେ । ହେଲେ କିଛି ମିଳିନଥିଲା ।
ସେପଟେ ସ୍ଥାନଟି ରାଜପଥ ୧୬୩ ପାଖରେ ହୋଇଥିବାରୁ ନାହିଁ ନଥିବା ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା । ଏବେ ବେଆଇନ୍ ଖନନ କରିବା ଅଭିଯୋଗରେ ମନୋଜଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । | <urn:uuid:697964e0-30ed-4783-adb7-24369af87946> | CC-MAIN-2019-04 | http://kanaknews.com/mans-dream-of-lord-shiva-leads-to-nightmare-on-hyderabad-highway/ | 2019-01-17T19:18:11Z | s3://commoncrawl/crawl-data/CC-MAIN-2019-04/segments/1547583659063.33/warc/CC-MAIN-20190117184304-20190117210304-00005.warc.gz | ory | 1.000004 | Orya | 7 | {"ory_Orya_score": 1.0000039339065552} |
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବାପାଇଁ କୌଣସି ବି ସୁଯୋଗ ହାତ ଛଡ଼ା କରୁନାହାନ୍ତି। ଏବେ କଂଗ୍ରେସ ଅଧ୍ୟକ୍ଷ ୟୁଏଇ ଗସ୍ତରେ ଥିବାବେଳେ ସେଠାରେ ଭାରତୀୟ ପ୍ରବାସୀ ଶ୍ରମିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ କଂଗ୍ରେସ ଦଳ ଶ୍ରମିକମାନଙ୍କ କଷ୍ଟକୁ ବୁଝିପାରିଛି ଏବଂ ସେମାନଙ୍କୁ ସହଯୋଗ କରିବାକୁ ଚାହେ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍'କୁ କଟାକ୍ଷ କରି ରାହୁଲ କହିଛନ୍ତି ଯେ ସେ ତାଙ୍କ ନିଜ ମନ୍ କି ବାତ୍ ଶୁଣାଇବାକୁ ଆସିନାହାନ୍ତି ବରଂ ଲୋକଙ୍କ ମନ କଥା ଶୁଣିବାକୁ ଆସିଛନ୍ତି। | <urn:uuid:4c46c4af-b5d5-4946-a912-b2d3aee98b7d> | CC-MAIN-2019-04 | http://sambad.in/india-and-beyond/rahul-target-modi-in-uae-283405/ | 2019-01-18T20:38:33Z | s3://commoncrawl/crawl-data/CC-MAIN-2019-04/segments/1547583660529.12/warc/CC-MAIN-20190118193139-20190118215139-00367.warc.gz | ory | 1.000005 | Orya | 2 | {"ory_Orya_score": 1.0000053644180298} |
ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ 'ମହାବୀର' ମୃତ୍ୟୁ ଘଟଣା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ନଭେମ୍ବର ୧୪ରେ ତା' ମୃତଦେହ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ରିପୋର୍ଟରେ ବାଘ ବେକରେ ଘା' ହୋଇ ସଂକ୍ରମଣ ଯୋଗୁ ମଲ୍ଟିପୁଲ ଅର୍ଗାନ୍ ଫେଲୁଅର ହୋଇଥିବା ଦର୍ଶାଯାଇଥିଲା। ଏପରି କି ବାଘ ପେଟରୁ ଝିଙ୍କ ପର ବାହାରିଥିବା କୁହାଯାଇଥିଲା। ଚାରିଆଡ଼େ ପ୍ରଚାର ହେଲା ଯେ ମହାବୀର ପେଟରୁ ଝିଙ୍କକାଠି ବାହାରିଥିବାରୁ ସେ ତାକୁ ମାରି ଖାଇବାରୁ ମୃତ୍ୟୁ ଘଟିଛି। ହେଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ପକ୍ଷରୁ କରାଯାଇଥିବା ତଦନ୍ତ ରିପୋର୍ଟ ପୂର୍ବର ବନ ବିଭାଗର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଖଣ୍ଡନ କରିଛି। ଡିସେମ୍ବର ୮ରେ ପ୍ରକାଶିତ ତଥ୍ୟରେ ବାଘ ବେକରେ ଫାଶ ପଡ଼ି ସଂକ୍ରମଣ ହେବାରୁ ତା'ର ଜୀବନ ଯାଇଛି ବୋଲି ଏନ୍ଟିସିଏ କହିିଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ ଝିଙ୍କ ପକ୍ଷୀର ପର ବାଘର କୌଣସି କ୍ଷତି ଘଟାଇପାରିବ ନାହିଁ। ଏଥିରୁ ବୁଝିବାକୁ ହେବ ଯେ, ବନ୍ୟପ୍ରାଣୀଙ୍କ ଉପରେ ସେଭଳି ଜ୍ଞାନ ନ ଥିବା ଜନସାଧାରଣଙ୍କୁ ବାଉଳା କରିବା ଲାଗି ବନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରିପୋର୍ଟ ଦିଆଯାଉଛି।
ଓଡ଼ିଶା ବନ୍ୟପ୍ରାଣୀ ସମିତିର ଏକ ସର୍ଭେରୁ ଜଣାଯାଇଛି ଯେ ମହାବୀର ଯେଉଁଠାରେ ମରିପଡ଼ିଥିଲା ସେହି ଅଞ୍ଚଳରେ ଶିକାରୀଙ୍କ ପ୍ରାଦୁର୍ଭାବ ରହିଛି। ଓଡ଼ିଶା ବନ ବିଭାଗ ଓ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲ୍ୟୁଆଇଆଇ)ର ମିଳିତ ପ୍ରଚେଷ୍ଟାରେ ଦେଶର ପ୍ରଥମ ଇଣ୍ଟର ଷ୍ଟେଟ୍ ଟ୍ରାନ୍ସଲୋକେଶନ ବା ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ସାତକୋଶିଆରେ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ବାଘବଂଶ ବୃଦ୍ଧି କରିବା। ଚଳିତବର୍ଷ ଜୁନ୍ ୨୧ରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ପାର୍କରୁ ମହାବଳ ବାଘ ମହାବୀରକୁ ଅଣାଯିବା ପରେ ଜୁନ୍ ୨୮ରେ ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା। ସୁନ୍ଦରୀ ମଣିଷ ଖାଇଥିବା ଅଭିଯୋଗ ହେବା ପରେ ତାକୁ ଏନ୍କ୍ଲୋଜରରେ ରଖାଯାଇଛି। ହେଲେ ମହାବୀର ଜୀବନ ଶିକାରୀ ଫାଶରେ ଯାଇଛି। ଫଳରେ ଇଣ୍ଟର ଷ୍ଟେଟ୍ ଟ୍ରାନ୍ସଲୋକେଶନ ପ୍ରକଳ୍ପ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହାବ୍ୟତୀତ ଅନ୍ୟ ଏକ ବ୍ୟତିକ୍ରମ ମଧ୍ୟ ଘଟିଛି। ଜଙ୍ଗଲ ବିଭାଗ ତରଫରୁ କୁହାଯାଇଥିଲା ଯେ ସୁନ୍ଦରୀ ବ୍ୟତୀତ ପୂର୍ବରୁ ଅନ୍ୟ ଏକ ବାଘୁଣୀ ଏହି ସାତକୋଶିଆରେ ରହୁଛି। ଏହି ବାଘୁଣୀ ସହିତ ମହାବୀରର ମିଳନ ହୋଇଥିଲା ଏବଂ ବାଘୁଣୀର ଛୁଆ ଜନ୍ମ ହେବାର ଅଛି। ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେହି ବାଘୁଣୀର କୌଣସି ଫଟୋ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। କିନ୍ତୁ ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଉଛି ଯେ କ୍ୟାମେରାରେ ସେହି ବାଘୁଣୀ ଚିତ୍ର ରେକର୍ଡିଂ ହୋଇ ରହୁଛି ଓ ତା' ଗତିବିଧି ଉପରେ ଲକ୍ଷ୍ୟ କରାଯାଉଛି। ଏହା ଆଦୌ ବିଶ୍ୱାସଯୋଗ୍ୟ ହେଉନାହିଁ। ଲୋକଙ୍କୁ ଅସତ୍ୟ ଚିତ୍ର ଦେଖାଇବା ପାଇଁ ବନ ବିଭାଗ କିଭଳି ମିଛ ଶବ ବ୍ୟବଚ୍ଛେଦ ରିପୋର୍ଟ ତିଆରି କରୁଛି ମହାବୀର ଘଟଣାରୁ ବୁଝାପଡ଼ୁଛି। ସେହି ଦୃଷ୍ଟିରୁ ଦେଖିଲେ ସାତକୋଶିଆର ସେହି ବାଘୁଣୀ ଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି। ଅନ୍ୟ ଏକ ଘଟଣାରେ ନିକଟରେ ବରଗଡ଼ ଜିଲା ଦେବ୍ରିଗଡ଼ଠାରେ ବାଘକୁ ମାରି ପୋଡ଼ି ଦିଆଯାଇଥିବା ଘଟଣା ଚାରିଆଡ଼େ ଆଲୋଡ଼ନ ସୃଷ୍ଟି କରିଥିଲା। ଆଶ୍ଚର୍ଯ୍ୟ କଥା ଯେ, ବାଘ ଶିକାର ପୂର୍ବରୁ ଜଙ୍ଗଲରେ ଲାଗିଥିବା କ୍ୟାମେରା ଟ୍ରାପ୍କୁ କାଢ଼ିବା ପାଇଁ ସ୍ଥାନୀୟ ବନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ଏକ ହ୍ବାଟ୍ସଆପ୍ ଗ୍ରୁପ୍ରେ ଏ ସଂକ୍ରାନ୍ତ ମେସେଜ୍ ସେତେବେଳେ ଭାଇରାଲ ହୋଇଥିଲା।
ପ୍ରଶାସନିକ ସ୍ତରରେ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରା ନ ଯାଇ ନିଆଯାଉଥିବା ନିଷ୍ପତ୍ତିର ପରିଣତି ସର୍ବଦା ବିଫଳ ହୋଇଥାଏ। ଦେଶର ଅନ୍ୟାନ୍ୟ ବାଘ ସଂରକ୍ଷଣ ଅଞ୍ଚଳରେ ଏହାର ବଂଶବୃଦ୍ଧି ଲାଗି ବହୁବିଧ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଉପାୟରେ ତଥ୍ୟ ବାହାର କରାଯାଇ ଶିକାରୀଙ୍କ ଉପରେ ନଜର ରଖାଯାଉଛି। ତତ୍ସହିତ ସବୁ ରାଜ୍ୟର ଜଙ୍ଗଲ ବିଭାଗ ନିକଟସ୍ଥ ଗ୍ରାମଗୁଡ଼ିକର ବାସିନ୍ଦାଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିଥାଆନ୍ତି। ଓଡ଼ିଶାରେ ସେଭଳି ସମ୍ପର୍କ ସ୍ଥାପନ କରିବାର ଉଦ୍ୟମ ପରିଲକ୍ଷିତ ହେଉନାହିଁ। ସାତକୋଶିଆ କଥା ଦେଖିଲେ ବନ ବିଭାଗ ଯେତେବେଳେ ବାଘ ବଂଶ ବୃଦ୍ଧି ଲାଗି ଏକ ଅଭିନବ ପ୍ରକଳ୍ପ କରିବାକୁ ଯୋଜନା କଲା, ସେତେବେଳେ ବିଭିନ୍ନ ଦିଗ ଯଥା ସେମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଅଛି କି ନାହିଁ, ଜଳବାୟୁ ସମ୍ବନ୍ଧୀୟ ଅଧ୍ୟୟନ, ସ୍ଥାନୀୟ ବାସିନ୍ଦାଙ୍କୁ ଅନ୍ୟତ୍ର ଥଇଥାନ କରିବା ସହ ଚଳପ୍ରଚଳ ଅଞ୍ଚଳରେ ଶିକାରୀଙ୍କ ଗତିବିଧିକୁ ଭଲ ଭାବେ ଅନୁଧ୍ୟାନ କରିବା ଦରକାର ଥିଲା।
ଓଡ଼ିଶାରେ ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଅନେକ ଦୃଷ୍ଟାନ୍ତ ଦେଖାଗଲାଣି। କେବଳ ବାଘ ନୁହେଁ, ହାତୀ ଭଳି ବିଶାଳକାୟ ଜୀବ ଏକସଙ୍ଗେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି। ଚଳିତ ବର୍ଷ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗଠାରେ ଏହି କାରଣରୁ ୭ ହାତୀଙ୍କ ଜୀବନ ଯିବା ସଦ୍ୟ ଘଟଣା। ଉକ୍ତ ଘଟଣାରେ ବନ ବିଭାଗ ଓ ସେସୁ ପରସ୍ପର ଉପରେ ଯେଭଳି ଦୋଷ ଲଦାଲଦି ହୋଇଥିଲେ, ତାହା ସେତେବେଳେ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଥିଲା। ଏବେ ବାଘ ମହାବୀର ମୃତ୍ୟୁ ଘଟଣାକୁ ନେଇ ଉପୁଜିଥିବା ପରିସ୍ଥିତି ବନ ବିଭାଗର ମିଛ ଉପରେ ଆଧାରିତ କାର୍ଯ୍ୟଶୈଳୀ ବାସ୍ତବରେ ଏକ ଚିନ୍ତାର ବିଷୟ ହୋଇପଡ଼ିଲାଣି। ପ୍ରବଳ ଅର୍ଥ ଅଣାଯାଇ କେବଳ ଲୋକଙ୍କୁ ଭଣ୍ଡେଇ ସବୁ ଚଳୁ କରିବା ଯେମିତି ପାଲଟିଗଲାଣି ବନ ବିଭାଗର ଚରିତ୍ର। | <urn:uuid:5115431a-df26-4320-8a4a-5270c039baba> | CC-MAIN-2019-04 | http://www.dharitri.com/main/news/88376 | 2019-01-23T03:55:57Z | s3://commoncrawl/crawl-data/CC-MAIN-2019-04/segments/1547583884996.76/warc/CC-MAIN-20190123023710-20190123045710-00367.warc.gz | ory | 0.999995 | Orya | 2 | {"ory_Orya_score": 0.9999947547912598} |
ଭୁବନେଶ୍ୱର, ୧୩ା୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିିୟମରେ ଚାଲିଥିବା ହକି ବିଶ୍ୱକପ ବେଲଜିୟମ ପାଇଁ ସ୍ମରଣୀୟ ହୋଇଛି। ପ୍ରଥମଥର ପାଇଁ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଏହି ଦଳ। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଉତ୍ସାହୀ ପ୍ରଦର୍ଶନ କରି ଆସିଥିବା ବେଲଜିୟମ ଗୁରୁବାର ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ଜର୍ମାନୀକୁ ୨-୧ ଗୋଲରେ ହରାଇ ଏହାର ବିଶ୍ୱକପ୍ ଇତିହାସରେ ନୂଆ ଅଧ୍ୟାୟ ସଂଯୋଗ କରିଛି। ପୂର୍ବରୁ ବେଲଜିୟମ କେବେହେଲେ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲା। ଗତ ୨୦୧୪ ଅଲିମ୍ପିକ୍ସରେ ଦଳ ସର୍ବାଧିକ ୫ମ ସ୍ଥାନ ପାଇଥିଲା। ଅନ୍ୟପକ୍ଷରେ ୨ଥର ସ୍ବର୍ଣ୍ଣ ଏବଂ ୨ ଥର ରୌପ୍ୟ ପଦକ ବିଜେତା ଜର୍ମାନୀର ଅଭିଯାନ ଏଥର କ୍ବାର୍ଟର ଫାଇନାଲରୁ ଶେଷ ହୋଇ ଯାଇଛି। ୨୦୦୨ ଓ ୨୦୦୬ରେ ସ୍ବର୍ଣ୍ଣ ଏବଂ ୧୯୮୨ ଓ ୨୦୧୦ରେ ରୌପ୍ୟ ପଦକ ଜିତିଥିବା ଜର୍ମାନୀ ଏଥର ବେଲଜିୟମ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛି। ୧୫ତାରିଖ ପ୍ରଥମ ସେମିଫାଇନାଲରେ ବେଲଜିୟମ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ।
ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଖେଳାଳିଙ୍କ ସହ ପରିଚିତ ହେବାପରେ ମ୍ୟାଚ ଆରମ୍ଭ ହୋଇଥିଲା। ଶେଷରେ ସେହ୍ବାଗଙ୍କ ସହ ବିଧାୟକ ଦେବାଶିଷ ସାମନ୍ତରାୟ ଅତିଥିଭାବେ ଯୋଗଦେଇ ବେଲଜିୟମ ଦଳର ୪ ନମ୍ବର ଜର୍ସି ପରିହିତ ଆର୍ଥର ଭାନ୍ ଡୋରେନଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ବିଶ୍ୱର ୫ ନମ୍ବର ଦଳ ଜର୍ମାନୀ ଓ ୩ ନମ୍ବର ବେଲଜିୟମ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ତୁଳନାତ୍ମକଭାବେ ବେଲଜିୟମ ଅଧିକ ସୁଯୋଗ ସୃଷ୍ଟିକରି ଫାଇଦାରେ ରହିଥିଲା। ଆକ୍ରମଣାତ୍ମକ ରଣନୀତିରେ ଖେଳ ଆରମ୍ଭ କରିଥିବା ବେଲଜିୟମକୁ ୭ମ ମିନିଟରେ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଦଳ ତାହାର ସଦୁପଯୋଗ କରିପାରି ନ ଥିଲା। ଅନ୍ୟପକ୍ଷରେ ୧୪ତମ ମିନିଟରେ ଡିଏଟର ଲିନେକୋଗେଲ ଏକ ଫିଲ୍ଡ ଗୋଲ ଦେଇ ଜର୍ମାନୀକୁ ଅଗ୍ରଣୀ କରିବା ସହ ମ୍ୟାଚରେ ଉଷ୍ମତା ଭରିଥିଲେ। ପ୍ରଥମ କ୍ବାର୍ଟର ଶେଷ ହ୍ବିସିଲ ବାଜିବାର କିଛି କ୍ଷଣ ପୂର୍ବରୁ ବେଲଜିୟମ ନିକଟରେ ଗୋଲ ପରିଶୋଧ ପାଇଁ ସୁବର୍ଣ୍ଣ ସୁଯୋଗ ମିଳିଥିଲା। ଦଳକୁ ଆଉ ଏକ ପେନାଲ୍ଟିି କର୍ନର ମିଳିଥିଲା। ଏହା ଲଗାତର ୩ଟି ପେନାଲ୍ଟି କର୍ନରରେ ପରିଣତ ହୋଇଥିଲା। ମାତ୍ର ଜର୍ମାନୀ ଗୋଲକିପର ଟୋବିୟାସ ୱାଲ୍ଟର ଚମତ୍କାର ସେଭ୍ କରି ବେଲଜିୟମ ଆଶାରେ ପାଣି ଭରି ଦେଇଥିଲେ। ଦ୍ୱିତୀୟ କ୍ବାର୍ଟରରେ ବେଲଜିୟମ ଆକ୍ରମଣ ରଣନୀତିକୁ ଅଧିକ ତୀବ୍ର କରିଥିଲା। ଜର୍ମାନୀ ଡିଫେନ୍ସରେ ତ୍ରୁଟି ଯୋଗୁ ଏହି କ୍ବାର୍ଟରରେ ମଧ୍ୟ ବେଲଜିୟମକୁ ୩ଟି ପେନାଲ୍ଟି କର୍ନର ମିଳିଥିଲା। ୧୮ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ୨୨ତମ ମିନିଟରେ ଦଳକୁ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ତାହାର ସଦୁପଯୋଗ ହୋଇପାରି ନ ଥିଲା।
ଦ୍ୱିତୀୟାର୍ଦ୍ଧ ସ୍ବାଭାବିକଭାବେ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଜର୍ମାନୀ ଅଗ୍ରଣୀ ନେବାପାଇଁ ପୁରା ଦମ୍ ଲଗାଇ ଦେଇଥିଲେ ହେଁ ବେଲଜିୟମ ଖେଳାଳିଙ୍କ ସତର୍କତା ଯୋଗୁ ଗୋଟିଏ ହେଲେ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିପାରି ନ ଥିଲା। ଅନ୍ୟପକ୍ଷରେ ଏହି କ୍ବାର୍ଟରରେ ମଧ୍ୟ ବେଲଜିୟମ ୨ଟି ପେନାଲ୍ଟି କର୍ନର ସୁଯୋଗ ପାଇଥିଲା। ୩୭ତମ ମିନିଟରେ ବେଲଜିୟମ ଖେଳାଳିଙ୍କ ଶଟ୍କୁ ଜର୍ମାନୀ ଗୋଲକିପର ୱାଲ୍ଟର ସେଭ୍ କରି ଦେଇଥିବାବେଳେ ୪୩ତମ ମିନିଟରେ ଦୁର୍ବଳ ଶଟ୍ ଗୋଲକିପରଙ୍କ ପର୍ଯ୍ୟନ୍ତ ପହଞ୍ଚତ୍ ପାରି ନ ଥିଲା। ୪ର୍ଥ ତଥା ଅନ୍ତିମ କ୍ବାର୍ଟରରେ ଲଢ଼େଇ ଅଧିକ ଜୋରଦାର ହୋଇଥିଲା। ଉଭୟ ଦଳ ଗୋଲ ଦେଇ ଅଗ୍ରଣୀ ପାଇଁ ଉଦ୍ୟମରେ ଥିବାବେଳେ ୫୦ତମ ମିନିଟରେ ଟମ୍ ବୁନ୍ଙ୍କ ଫିଲ୍ଡ ଗୋଲ ବେଲଜିୟମକୁ ଅଗ୍ରଣୀ କରାଇଥିଲା। ଅବଶିଷ୍ଟ ୧୦ ମିନିଟରେ ଜର୍ମାନୀ ଘନଘନ ଆକ୍ରମଣ କରିଥିଲା। ଶେଷ ୫ ମିନିଟରେ ଗୋଲକିପରଙ୍କୁ କାଢ଼ି ଦଳ ୧୧ ଜଣ ଖେଳାଳିଙ୍କୁ ନେଇ ଗୋଲ ପରିଶୋଧ ଉଦ୍ୟମ କରିଥିଲା। ମାତ୍ର ଇତିହାସ ସୃଷ୍ଟିର ଦ୍ୱାରଦେଶରେ ପହଞ୍ଚତ୍ ଯାଇଥିବା ବେଲଜିୟମ କୌଣସି ପରିସ୍ଥିତିରେ ବାଟ ଛାଡ଼ି ନ ଥିଲା। ଶେଷ ୧୦ ମିନିଟର ଖେଳରେ ବଲ୍ ପ୍ରାୟତଃ ବେଲଜିୟମ ହାଫ୍ରେ ରହିଥିଲେ ହେଁ ଦଳର ଖେଳାଳିମାନେ କୌଣସି ପ୍ରକାରେ ଜର୍ମାନୀର ଆକ୍ରମଣକୁ ପ୍ରତିହତ କରିବାକୁ ସକ୍ଷମ ହୋଇଥିଲେ। ଶେଷ ହ୍ବିସିଲ ବାଜିବା କ୍ଷଣି ବେଲଜିୟମ ଖେଳାଳିଙ୍କ ବିିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଜଣକ ପରେ ଜଣେ ଖେଳାଳି ଆସି ଗୋଲକିପର ଭିନସେଣ୍ଟ ଭାନାସ୍କଙ୍କ ଉପରକୁ କୁଦି ପଡ଼ିଥିଲେ। ଭିନସେଣ୍ଟ ମଧ୍ୟ ଖୁସିରେ ସମସ୍ତଙ୍କୁ ଟେକି ଧରୁଥିଲେ।
ବଲ୍ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଜର୍ମାନୀକୁ ପଛରେ ପକାଇ ଦେଇଥିଲା ବେଲଜିୟମ। ବଲ୍ ୫୫.୫୦ ପ୍ରତିଶତ ବେଲଜିୟମ ନିୟନ୍ତ୍ରଣରେ ରହିଥିବାବେଳେ ଜର୍ମାନୀ ୪୪.୫୦ ପ୍ରତିଶତ ନିଜ ପାଖରେ ରଖିବାରେ ସକ୍ଷମ ହୋଇଥିଲା। ଜର୍ମାନୀ ୫ଥର ଶୁଟ୍ କରିଥିବାସ୍ଥଳେ ବେଲଜିୟମ ୧୦ ଥର ପ୍ରତିପକ୍ଷ ଗୋଲପୋଷ୍ଟକୁ ବଲ୍ ଶୁଟ୍ କରିଥିଲା। ତେବେ ସର୍କଲ ଏଣ୍ଟ୍ରିରେ ଜର୍ମାନୀ ଆଗରେ ରହିଥିଲା। ବେଲଜିୟମର ୨୦ ତୁଳନାରେ ଜର୍ମାନୀ ୨୧ଥର ପ୍ରତିପକ୍ଷ ଦଳର ସର୍କଲ ଏଣ୍ଟ୍ରି କରିଥିଲା। ଜର୍ମାନୀ ଆଦୌ ପେନାଲ୍ଟି କର୍ନର ପାଇ ନ ଥିବାବେଳେ ବେଲଜିୟମ ୯ଟିି ପେନାଲ୍ଟି କର୍ନର ପାଇ ସେଥିରୁ ଗୋଟିଏକୁ ଗୋଲରେ ପରିଣତ କରିପାରିଥିଲା। ମ୍ୟାଚରେ ଏକମାତ୍ର ଗ୍ରୀନ୍ କାର୍ଡ ପାଇଥିଲେ ବେଲଜିୟମର ସେବାଷ୍ଟିଆନ ଡୋକେର।
ଭୁବନେଶ୍ୱର, ୧୩ା୧୨(କ୍ରୀଡ଼ା ପ୍ରତିନିଧି)- | <urn:uuid:b98b3fda-b9d6-4279-8796-494aa34ce7c6> | CC-MAIN-2019-04 | http://www.dharitri.com/main/news/88970 | 2019-01-23T03:50:13Z | s3://commoncrawl/crawl-data/CC-MAIN-2019-04/segments/1547583884996.76/warc/CC-MAIN-20190123023710-20190123045710-00367.warc.gz | ory | 0.999997 | Orya | 2 | {"ory_Orya_score": 0.999996542930603} |
ଶୀତଦିନେ ମୁଣ୍ଡରେ ଯଦି ରୂପି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଆପଣାନ୍ତୁ ଏହି ୩ ଟି ଉପାୟ ! ୧୦ ଦିନ ଭିତରେ ସମ୍ପୁର୍ଣ୍ଣ ଭାବରେ ରୁପି ସମସ୍ୟାରୁ ପାଇବେ ମୁକ୍ତି ।
ରୂପି କେଶର ସୁନ୍ଦରତା ଶେଷ କରିଦିଏ ଏବଂ କେଶର ପ୍ରାକୃତିକ ସୁନ୍ଦରତା ଏବଂ ଚମକତା ଉପରେ ପ୍ରଭାବ ପକାଇଥାଏ । ସମସ୍ତଙ୍କ କେଶ ଏକାଭଳି ନ ହୋଇ ଭିନ୍ନ ଭିନ୍ନ ହୋଇଥାଏ ଏମିତିରେ ଦେହକୁ ସୁହାଇଲା ଭଳି ସାମ୍ପୁ ଯଦି ବ୍ୟବହାର ନ କରିବେ ତେବେ କେଶରେ ରୁପି ହେବା ସୁନିଶ୍ଚିତ । ଯେଉଁଥିପାଇଁ କେଶ ଶୁଷ୍କ ଏବଂ ଜୀବନହୀନ ମଧ୍ୟ ହୋଇଯାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ୩ ଟି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କଲା ପରେ ଆପଣଙ୍କ ଏହି ସମସ୍ୟାରେ କିଛି ଟା ଉପସମ ମିଳିବ ।
୧ . ଦୁଇ ଚାମଚ ନଡିଆତେଲରେ ଅଧା ଚାମଚ କର୍ପୁର ଗୁଣ୍ଡ ମିଶାଇ ଭଲ ଭାବରେ ମିଶାନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ଭଲ ଭାବରେ ମାଲିସ୍ କରନ୍ତୁ ଘଣ୍ଟାଏ ଶୁଖିବା ପାଇଁ ଛାଡି ଦିଅନ୍ତୁ ।
୨ . ଦୁଇ ଚାମଚ ବେକିଂ ସୋଡାରେ ଅଳ୍ପ ପାଣି ମିଶାଇ ଭଲଭାବରେ ମିକ୍ସ କରନ୍ତୁ । ଏହାପରେ କେଶରେ ଲଗାଇ ୧୫ ମିନିଟ୍ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ଭଲଭାବରେ କେଶ ଧୋଇଦିଅନ୍ତୁ । ରୁପି ସମସ୍ୟା ଦୂର ହେବ ।
୩ . ନିମ ଓ ତୁଳସୀ ପତ୍ର ନେଇ ପାଣିରେ ଫୁଟାନ୍ତୁ । ପାଣି ଅଧା ହୋଇଗଲେ ଛାଣି ଥଣ୍ଡା କରନ୍ତୁ । ଏହି ପାଣିରେ କେଶ ଧୁଅନ୍ତୁ । କିଛି ସମୟ ଏହି ଉପଚାରକୁ ଆପଣାଇବା ପରେ ଫରକ ନିଜେ ହିଁ ଜାଣିପାରିବେ । | <urn:uuid:9e3575f9-d99c-40dc-b73b-6362ddce0d25> | CC-MAIN-2019-04 | http://kanaknews.com/dandruff-problem/ | 2019-01-24T06:31:49Z | s3://commoncrawl/crawl-data/CC-MAIN-2019-04/segments/1547584519382.88/warc/CC-MAIN-20190124055924-20190124081924-00047.warc.gz | ory | 0.999999 | Orya | 3 | {"ory_Orya_score": 0.9999990463256836} |
ନୂଆଦିଲ୍ଲୀ: ଏବେ ଚାଲିଛି ବାଇଓପିକ୍ର ଜମାନା। କେବେ ଖେଳାଳିଙ୍କୁ ନେଇ ତ ପୁଣି କେବେ ରାଜନେତାଙ୍କୁ ନେଇ। ବଲିଉଡର ଫିଲ୍ମ ନିର୍ମାତା ଏଥର ଶିବସେନା ମୁଖ୍ୟ ବାଲ ଠାକ୍ରେଙ୍କ ବାଇଓପିକ୍ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଏଥିରେ ଠାକ୍ରେଙ୍କ ଭୂମିକା ପାଇଁ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ନେବାକୁ ଚାହୁଁଥିଲେ ଫିଲ୍ମ ନିର୍ମାତା। ହେଲେ ତା'ପୂର୍ବରୁ ନଓ୍ବାଜ ନିଜ ଫଟୋ ସହ ବାଲ ସାହେବଙ୍କ ଫଟୋକୁ ଭାଇରାଲ କରିବା ପରେ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ନିଜର ଜୀବନୀକୁ ନେଇ ଲେଖିଥିବା ପୁସ୍ତକରେ ସିଦ୍ଦିକି ଏମିତି କିଛି କଥା ଉଲ୍ଲେଖ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ବିବାଦୀୟ ହୋଇ ପଡିଥିଲା। ତେଣୁ ଏହି ବିବାଦୀୟ ଚରିତ୍ରଙ୍କୁ ନେଇ ଫିଲ୍ମ କରିବା କଥା ନିର୍ମାତା ଚିନ୍ତା କରିବା ସମୟରେ ହିଁ ସେ ନିଜେ ଏମିତି ଏକ ଫଟୋ ଭାଇରାଲ କରିବାରୁ ତାଙ୍କୁ ଫିଲ୍ମର ମୁଖ୍ୟ ଚରିତ୍ରରୁ ବିଦା କରାଯାଇଥିବା ଶୁଣିବାକୁ ମିଳୁଛି। ଫଟୋରେ ସିଦ୍ଦିକିଙ୍କ ସହ ବାଲ ଠାକ୍ରେଙ୍କ ଫଟୋ ତାଙ୍କୁ ବିବାଦ ଭିତରକୁ ଟାଣି ନେଇଛି। | <urn:uuid:ecfbe2fd-86be-41fe-abe3-1e7451b24df3> | CC-MAIN-2019-04 | http://www.dharitri.com/main/news/15158 | 2019-01-19T08:52:28Z | s3://commoncrawl/crawl-data/CC-MAIN-2019-04/segments/1547583662863.53/warc/CC-MAIN-20190119074836-20190119100836-00525.warc.gz | ory | 0.999987 | Orya | 5 | {"ory_Orya_score": 0.9999871253967285} |
ବେଜିଂ,୩୦।୧୨: ଆର୍କିଟେକଚର କ୍ଷେତ୍ରରେ ସଫଳ ହେବା ପରେ ପୁଣି ଥରେ ଆଉ ପାଦେ ଆଗକୁ ବଢିଛି ଚାଇନା। ତିଆରି କରିଛି ପ୍ରଥମ ସୋଲାର୍ ହାଇଓ୍ବେ। ଏକ କିଲୋମିଟରର ଏହି ସୋଲାର୍ ହାଇଓ୍ବେ ବିଦ୍ୟୁତ୍ ଉତ୍ପାଦନ କରିବାର କ୍ଷମତା ରଖିଛି। ଏହାସହ ଶୀତଦିନେ ରାସ୍ତାରେ ଜମା ହେଉଥିବା ବରଫକୁ ତରଳାଇବାରେ ଏହା ସାହାଯ୍ୟ କରିବ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ, ସେହି ରାସ୍ତାରେ ଯାଉଥିବା ଚାର୍ଜ ଗାଡିକୁ ମଧ୍ୟ ଏହା ଚାର୍ଜ କରିବ। ପୂର୍ବ ଚାଇନାର ସୋନ୍ଡାଙ୍ଗ ଅଞ୍ଚଳରେ ଥିବା ରାଜଧାନୀ ଜିନାନରେ ନିର୍ମାଣ କରାଯାଇଥିବା ଏହି ହାଇଓ୍ବେକୁ ଟ୍ରାଫିକ୍ ଟେଷ୍ଟ ପାଇଁ ଖୋଲି ଦିଆଯାଇଛି। ସୂଚନା ଅନୁଯାୟୀ, ବର୍ଷକୁ ଏଥିରୁ ୧କୋଟି କିଲୋଓ୍ବାଟର ବିଜୁଳି ଉତ୍ପାଦନ ହେବ ବୋଲି କୁହାଯାଉଛି। | <urn:uuid:0b667f20-5568-413d-bb03-7c49fa4ec410> | CC-MAIN-2019-04 | http://www.dharitri.com/main/news/16049 | 2019-01-19T08:48:56Z | s3://commoncrawl/crawl-data/CC-MAIN-2019-04/segments/1547583662863.53/warc/CC-MAIN-20190119074836-20190119100836-00525.warc.gz | ory | 0.999922 | Orya | 5 | {"ory_Orya_score": 0.9999219179153442} |
ନୂଆଦିଲ୍ଲୀ: ଦେଶରେ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଅବସ୍ଥା ଭଲନାହିଁ । ବଢିଚାଲିଥିବା ଋଣ, ପ୍ରତିଯୋଗିତା ଦୁର୍ନୀତି ଯୋଗୁଁ ପିଏସୟୁ ଗୁଡ଼ିକ ଏବେ ଚାପରେ ଅଛନ୍ତି । କିନ୍ତୁ ଏହା ପଛରେ ପରିଚାଳନାଗତ ତ୍ରୁଟି ମଧ୍ୟ ରହିଛି । ପିଏସୟୁ ଗୁଡ଼ିକର ଖରାପ ହାଲତକୁ ନେଇ ସରକାର ମଧ୍ୟ ଚିନ୍ତାରେ ଅଛନ୍ତି । ଏଥିପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିରେ ହସ୍ତକ୍ଷେପ କରିବା ସହ ପିଏସୟୁ ଗୁଡ଼ିକର ଅବସ୍ଥାରେ କିପରି ସୁଧାର ଆସିପାରିବ ସେ ନେଇ ଏକ ୧୦୦ ଦିନିଆ ଆକ୍ସନ ପ୍ଲାନ ପ୍ରଦାନ କରିବାକୁ ପିଏସୟୁ ଗୁଡ଼ିକର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଅନୁଷ୍ଠିତ ସିପିଇସି କନକ୍ଲେଭ ଅବସରରେ ମୋଦି କହିଛନ୍ତି ଯେ ପିଏସୟୁଗୁଡ଼ିକର ସିଏସଆର ବ୍ୟୟ ପ୍ରତିବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଲକ୍ଷ୍ୟ ରଖି କରାଯିବା ଉଚିତ । | <urn:uuid:7deb803d-6cbe-441c-81ef-70d9a198db4a> | CC-MAIN-2019-04 | http://sambad.in/business/%E0%AC%AA%E0%AC%BF%E0%AC%8F%E0%AC%B8%E0%AD%9F%E0%AD%81-%E0%AC%AE%E0%AC%BE%E0%AC%A8%E0%AC%99%E0%AD%8D%E0%AC%95%E0%AD%81-%E0%AD%A7%E0%AD%A6%E0%AD%A6-%E0%AC%A6%E0%AC%BF%E0%AC%A8%E0%AC%B0-%E0%AC%AF-118419/ | 2019-01-21T11:47:34Z | s3://commoncrawl/crawl-data/CC-MAIN-2019-04/segments/1547583792338.50/warc/CC-MAIN-20190121111139-20190121133139-00525.warc.gz | ory | 1.000008 | Orya | 4 | {"ory_Orya_score": 1.0000078678131104} |
ଯୁବ ଗୋଷ୍ଠୀଙ୍କୁ ବିଶ୍ବ ଶ୍ରେଣୀୟ ଦକ୍ଷତା ତାଲିମ ପ୍ରଦାନ କରି ରାଜ୍ୟ ପାଇଁ ବିଶ୍ବ ଶ୍ରେଣୀୟ ଦକ୍ଷ ମାନବ ସମ୍ବଳ ସୃଷ୍ଟିକରିବା ଓ ସ୍କିଲ୍ଡ ଇନ ଓଡ଼ିଶାକୁ ବିଶ୍ଵସ୍ତରୀୟ ବ୍ରାଣ୍ଡ ଭାବେ ପରିଚିତ କରାଇବା ନେଇ ଅନୁଷ୍ଠାନ କାର୍ଯ୍ୟ କରୁଛି।
Tweets by skilled_odisha
SkilledinOdisha
ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।
ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ। | <urn:uuid:907977e4-80b1-4bb1-ae83-1a1d0f1684ca> | CC-MAIN-2019-04 | http://skillodisha.gov.in/media/social-media-or | 2019-01-22T14:49:31Z | s3://commoncrawl/crawl-data/CC-MAIN-2019-04/segments/1547583857913.57/warc/CC-MAIN-20190122140606-20190122162606-00205.warc.gz | ory | 1.000001 | Orya | 2 | {"ory_Orya_score": 1.000001072883606} |
ଢାକା: ଭାରତୀୟ ଟେନିସ୍ ସୁନ୍ଦରୀ ସାନିଆ ମିର୍ଜା ଏକ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଲାଗି ନିଜ ପତି ତଥା ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ସହ ବାଂଲାଦେଶ ଯାଇଥିଲା ବେଳେ ଅସଦାଚରଣର ଶିକାର ହୋଇଥିଲେ। ବାଂଲାଦେଶର ଅନ୍ତର୍ଜାତୀୟ କ୍ରିକେଟର ସବିର ରହମାନ ସାନିଆଙ୍କୁ ଅସଦାଚରଣ କରିବାର ଦୁଃସାହସ କରିଥିଲେ। ଏହି ଚାଞ୍ଚଲ୍ୟକର ଘଟଣା ୪ ବର୍ଷ ତଳେ ଘଟିଥିଲା। ହେଲେ ରବିବାର ପଦାକୁ ଆସିଛି। ଏପରିକି ଘଟଣା ପରେ ସୋଏବ ଢାକା କ୍ରିକେଟ୍ ସମିତିର ମୁଖ୍ୟଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ମଧ୍ୟ ଜଣାପଡ଼ିଛି। ବାଂଲାଦେଶ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ସୋଏବ ଓ ସାନିଆ ଢାକାରେ ଆୟୋଜିତ ହେଉଥିବା ଏକ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଲାଗି ସେଠାକୁ ଯାଇଥିଲେ। ସାନିଆ ଏକ ମ୍ୟାଚ୍ରେ ସୋଏବଙ୍କୁ ଉତ୍ସାହିତ କରିବାକୁ ଆସିଥିଲା ବେଳେ ସବିର ତାଙ୍କୁ ପଡ଼ିଆ ଭିତରେ ଅସଦାଚରଣ କରିଥିଲେ। ସବିର ହେଉଛନ୍ତି ବାଂଲାଦେଶର ସବୁଠାରୁ ବିବାଦୀୟ କ୍ରିକେଟର। ପଡ଼ିଆ ବାହାର ବ୍ୟବହାର ପାଇଁ ଶନିବାର ବାଂଲାଦେଶ କ୍ରିକେଟ୍ ବୋର୍ଡ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ୬ ମାସ ପାଇଁ ବାସନ୍ଦ କରିଛି। ନିକଟରେ ସେ ଫେସ୍ବୁକ୍ରେ ଜଣେ ପ୍ରଶଂସକଙ୍କୁ ଧମକ ଚମକ ଦେଇ ଚର୍ଚାକୁ ଆସିଥିଲେ। ସେହିଭଳି ବିନା ଅନୁମତିରେ ହୋଟେଲ କୋଠରିକୁ ବାହାରର ଜଣେ ମହିଳାଙ୍କୁ ଆଣିଥିବାରୁ ବାଂଲାଦେଶ ପ୍ରିମିୟର ଲିଗ୍ ଅବସରରେ ମଧ୍ୟ ସେ ଦଣ୍ଡିତ ହୋଇଥିଲେ। ଖରାପ ଫର୍ମ ପାଇଁ ସବିର ବାଂଲାଦେଶ ଜାତୀୟ ଦଳରୁ ବାଦ୍ ପଡ଼ିଛନ୍ତି। ତାଙ୍କୁ ମଧ୍ୟ ବାଂଲାଦେଶ କ୍ରିକେଟ୍ ବୋର୍ଡ ତା'ର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରି ନାହିଁ। | <urn:uuid:1f5555fa-0f73-4329-abc0-7291da4eca80> | CC-MAIN-2019-04 | http://sambad.in/sports/cili-point-13-205415/ | 2019-01-23T15:56:44Z | s3://commoncrawl/crawl-data/CC-MAIN-2019-04/segments/1547584334618.80/warc/CC-MAIN-20190123151455-20190123173455-00525.warc.gz | ory | 0.999997 | Orya | 4 | {"ory_Orya_score": 0.999996542930603} |
କେନ୍ଦ୍ରାପଡା : ଗରାପୁର ଖଡିଅଙ୍କ ଛକରେ ଅଟୋ ଚାଳକଙ୍କୁ ଗୁଳିମାଡ
କନକ ବ୍ୟୁରୋ : କେନ୍ଦ୍ରାପଡାରେ ଗର୍ଜିଲା ବନ୍ଧୁକ । ଗରାପୁର ଖଡିଅଙ୍କ ଛକରେ ଅଟୋ ଚାଳକଙ୍କୁ ଗୁଳିମାଡ ହୋଇଛି । ଆଜି ସକାଳୁ ସକାଳୁ ଏହି ଗୁଳିମାଡ ଘଟିଥିବା ସୂଚନା ମିଳିଛି । ଏବଂ ଏହି ଗୁଳିମାଡ଼ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ସନ୍ଦେହ କରାଯାଉଛି । ତେବେ ଗରାପୁର ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ଅଟୋ ଚାଳକଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । | <urn:uuid:8551421e-0b89-466f-8809-26f614f9934f> | CC-MAIN-2019-04 | http://kanaknews.com/kendrapara-firing-to-auto-driver/ | 2019-01-17T21:20:14Z | s3://commoncrawl/crawl-data/CC-MAIN-2019-04/segments/1547583659340.1/warc/CC-MAIN-20190117204652-20190117230652-00407.warc.gz | ory | 0.999917 | Orya | 5 | {"ory_Orya_score": 0.9999170303344727} |
ଖଣ୍ଡଗିରି: ଥରେ ନୁହେଁ, ଦୁଇ ଦୁଇ ଥର ଜଣେ ନାବାଳିକାକୁ ଅପହରଣ କରି ନେଇଥିବା ଅଭିଯୋଗରେ ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ଭଜମନ ନାଏକ ଓରଫ୍ ନିଲୁ(୨୨)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନିଲୁର ଘର ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ନିମାଣି ଗାଁରେ ଓ ସେ ସ୍ଥାନୀୟ ଡୁମୁଡୁମା ଫେଜ୍-୧ରେ ରହି ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଗାଡ଼ି ଚାଳକ ଭାବେ କାମ କରୁଥିଲା। ସୂଚନାନୁସାରେ ୧୪ ବର୍ଷ ବୟସର ପଡ଼ୋଶୀ ନାବାଳିକାକୁ ପ୍ରେମରେ ଫସାଇ ସେ ପୂର୍ବରୁ ଥରେ ଅପହରଣ କରି ନେଇଥିଲା। ସମ୍ପର୍କରେ ମାମୁଁ ହୋଇଥିଲେ ବି ନିଲୁ ଉକ୍ତ ନାବାଳିକାକୁ ପ୍ରଲୋଭିତ କରି ଏହି ପାପ ସମ୍ପର୍କ ରଖିବାକୁ ପଛାଇ ନଥିଲା। ତେବେ ପରେ ପରିବାର ଲୋକେ ନାବାଳିକାକୁ ଉଦ୍ଧାର କରି ଘରକୁ ଫେରାଇ ଆଣିଥିଲେ। କିନ୍ତୁ ଗତ ମାର୍ଚ୍ଚ ମାସରେ ନିଲୁ ପୁଣି ଥରେ ଉକ୍ତ ନାବାଳିକାକୁ ଅପହରଣ କରି ନେଇ ଫେରାର୍ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ବି ନିଲୁର ପତ୍ତା ମିଳି ନଥିଲା। ତେଣୁ ବାଧ୍ୟ ହୋଇ ପରିବାର ଲୋକେ ଖଣ୍ଡଗିରି ଥାନା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ନିଲୁ ଡୁମୁଡୁମା ଫେରି ଆସିଥିବା ଖବର ପାଇ ପୁଲିସ ତାକୁ ଗିରଫ କରିଥିଲା। ଆଜି ଡାକ୍ତରୀ ମାଇନା ପରେ ପୁଲିସ ନାବାଳିକାକୁ ବାପାମାଙ୍କୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତ ନିଲୁକୁ କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ନିଲୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ଯାଇଛି। | <urn:uuid:c43bb172-1796-4533-a8e8-c2ad99c820f1> | CC-MAIN-2019-04 | http://sambad.in/crime/uncle-arrest-for-kidnap-case-196360/ | 2019-01-19T00:54:40Z | s3://commoncrawl/crawl-data/CC-MAIN-2019-04/segments/1547583660877.4/warc/CC-MAIN-20190118233719-20190119015719-00087.warc.gz | ory | 0.999965 | Orya | 4 | {"ory_Orya_score": 0.9999653100967407} |
କଶ୍ମୀରରୁ କନ୍ୟାକୁମାରୀ ସବୁଠି ବିସର୍ଜନ କରାଯିବ ବାଜପେୟୀଙ୍କ ଅସ୍ଥି : ସମସ୍ତ ରାଜ୍ୟ ବିଜେପି ସଭାପତିଙ୍କୁ ଅସ୍ଥିକଳସ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି
କନକ ବ୍ୟୁରୋ : କଶ୍ମୀରରୁ କନ୍ୟାକୁମାରୀ ସବୁଠି ବିସର୍ଜନ କରାଯିବ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଅସ୍ଥି । ଆଜି ସମସ୍ତ ରାଜ୍ୟ ବିଜେପି ସଭାପତିଙ୍କୁ ଅସ୍ଥି କଳସ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶାରୁ ବସନ୍ତ ପଣ୍ଡା ଅସ୍ଥି କଳସ ଗ୍ରହଣ କରିଛନ୍ତି । ସେ ଆଜି ଅସ୍ଥି କଳସ ଆଣି ଭୁବନେଶ୍ୱରରେ ପହଂଚିବେ । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅସ୍ଥିକଳସ ନେଇ ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ଏହାପରେ ଅସ୍ଥି କଳସକୁ ରାଜ୍ୟ ବିଜେପି ପାର୍ଟି ଅଫିସରେ ରଖାଯିବ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । ଆସନ୍ତାକାଲି ସକାଳ ୯ଟା୩୦ରେ ଏକ ଶୋଭାଯାତ୍ରାରେ ଅସ୍ଥିକଳସ ମହୋଦଧୀ ଅଭିମୁଖେ ଯିବ । ସେଠାରେ ଅସ୍ଥି ବିଜର୍ଜନ କରାଯିବ । ଏହି ଶୋଭାଯାତ୍ରାରେ ଓଡିଶାର ୨ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବରିଷ୍ଠ ବିଜେପି ନେତା ରହିବେ । ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ସାର୍ବଜନିନ ସର୍ବଦଳୀୟ ଶୋକ ସଭା । ଯେଉଁଥିରେ ସବୁଦଳର ନେତା ତଥା ସାଧାରଣ ଲୋକଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି ।
ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ତି ପୂର୍ବରୁ ଉତ୍ତରପ୍ରଦେଶର ଗଙ୍ଗାରେ ପକାଯାଇଥିବା ବେଳେ ଅନେକ ରାଜ୍ୟର ନଦୀରେ ମଧ୍ୟ ପଡିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଗତ ଅଗଷ୍ଟ ୧୬ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁତ୍ୟୁ ପରେ ସେହିଦିନ ରାତିରେ ପ୍ରଥମେ ବାଜପେୟୀଙ୍କ ମର ଶରୀରକୁ ତାଙ୍କ ବାସଭବନ ଓ ପରେ ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ ଦଳଗତ ନିର୍ବିଶେଷରେ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ତେବେ ସେହି ସମୟରେ ବାଜପେୟୀଙ୍କ ଅସ୍ତି ଦେଶର ଅନେକ ନଦୀରେ ପଡିବ ବୋଲି ଘୋଷଣା ହୋଇଥିଲା । ତେଣୁ ଓଡିଶାରେ ମଧ୍ୟ ତାଙ୍କର ଅସ୍ଥି ବିସର୍ଜନ କରିବା ପାଇଁ ପୁରୀ ନିଆଯିବ ଓ ଏହି କାର୍ୟ୍ୟକ୍ରମରେ ବିଜେପିର ବରିଷ୍ଠ ନେତାଙ୍କ ସହ ଶତାଧିକ ଜନସାଧାରଣ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି । | <urn:uuid:c952ab89-e640-4d36-abab-a00095f697af> | CC-MAIN-2019-04 | http://kanaknews.com/pm-narendra-modi-and-amit-shah-distributes-asthi-kalash-of-late-atal-bihari-vajpayee-to-all-the-state-presidents/ | 2019-01-21T04:08:26Z | s3://commoncrawl/crawl-data/CC-MAIN-2019-04/segments/1547583755653.69/warc/CC-MAIN-20190121025613-20190121051613-00087.warc.gz | ory | 0.999996 | Orya | 4 | {"ory_Orya_score": 0.9999960660934448} |
ଭୁବନେଶ୍ବର : ଭାଷା ଆଇନ କାର୍ଯ୍ୟକାରୀ ହେଲା ବୋଲି ଘୋଷଣା କରିଦେଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୬ ଜଣିଆ ମନ୍ତ୍ରୀଙ୍କୁ ନେଇ ଏକ କମିଟି ବି ଗଠନ କଲେ। ହେଲେ ଏଯାଏଁ ଓଡ଼ିଆ ଭାଷାକୁ ସବୁସ୍ତରରେ କାର୍ଯ୍ୟକାରୀ କରିପାରିଲେ ନାହିଁ। ସରକାରୀ ସ୍ତରରେ ସବୁ ବିଭାଗରେ ନଥିପତ୍ର କାମ ଓଡ଼ିଆରେ ହେଲା ନାହିଁ। ସରକାରୀ, ବେସରକାରୀ ଦପ୍ତର ଏବଂ ବାଣିଜ୍ୟିକ ଅନୁଷ୍ଠାନର ନାମଫଳକ ମଧ୍ୟ ଓଡ଼ିଆରେ ଲେଖାଗଲା ନାହିଁ।
ମିଳିଥିବା ସୂଚନା ମୁତାବକ, ଭାଷା ଆୟୋଗ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ବର୍ଷରେ ଏହା ଆପାତତଃ ଗଠନ ହେବା ନେଇ କାମ ଚାଲିଛି। ସେଣ୍ଟ୍ରାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ଓଡ଼ିଆ ପାଇଁ ନଥିପତ୍ର କାମ ବି ସରିଛି। କେବଳ କେନ୍ଦ୍ର ସରକାରଙ୍କ ନିର୍ଦେଶ ପାଇଁ ଅପେକ୍ଷା ରହିଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି। ମାତ୍ର ଭାଷା ଆଇନ୍ କାର୍ଯ୍ୟକାରୀ କରିବା ପାଇଁ ଯେଉଁ 'ଭାଷା ନୀତି' ପାଇଁ ଘୋଷଣା କରିଥିଲେ ସେ ଦିଗରେ ମୁଣ୍ଡ ଖେଳାଉ ନାହାନ୍ତି। ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ କହିବା ମୁତାବକ, ଭାଷା ନୀତି ହିଁ ଭାଷାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ଦିଗରେ ବାଟ ଦେଖାଇବ। ମାତ୍ର ବିଧାନସଭାରେ ୨ ବର୍ଷ ତଳେ ଭାଷା ନୀତି ଘୋଷଣା କରିଥିଲେ ହେଁ ପରେ ଏକଥାକୁ ଭୁଲିଗଲେ। ବାସ୍ତବରେ ଭାଷା ନୀତି ରହିଲେ ହିଁ ତା' ଆଧାରରେ ଭାଷା ଆଇନ୍ କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରିହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଓଡ଼ିଶାର ୪ କୋଟି ଓଡ଼ିଆଙ୍କ ଚାପରେ ପଡ଼ି ରାଜ୍ୟ ସରକାର ଗତ ୨୦୧୬ ଅଗଷ୍ଟ ୧୬ରୁ ଭାଷା ଆଇନକୁ କାର୍ଯ୍ୟକାରୀ କରାଗଲା ବୋଲି ଘୋଷଣା କରିଥିଲେ। ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଜଣେ ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଭାଷା ଡିଭିଜନ ଗଠନ କରାଯାଇଥିଲା। ୬ ମାସରେ ଥରେ ଲେଖାଏ ଭାଷା ଡିଭିଜନର କାର୍ଯ୍ୟକୁ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଇତି ମଧ୍ୟରେ ପାଖାପାଖି ୨ ବର୍ଷ ପୂରିବାକୁ ବସିଛି। କିନ୍ତୁ ସଚିବାଳୟଠାରୁ ଆରମ୍ଭ କରି ଅଧିକାଂଶ କାର୍ଯ୍ୟାଳୟରେ ନଥିପତ୍ର ଓଡ଼ିଆରେ ଲେଖା ହେଲା ନାହିଁ। ସରକାରୀ ଓ ବେସରକାରୀ ଦପ୍ତର ବା ବାଣିଜ୍ୟିକ ପ୍ରତିଷ୍ଠାନରେ ଇଂରାଜୀରେ ଲେଖା ହୋଇଥିବା ନାମଫଳକ ବଦଳିଲା ନାହିଁ। | <urn:uuid:40181c39-2b4a-4e65-884a-6fd634141fb8> | CC-MAIN-2019-04 | http://sambad.in/state/orissa-official-language-act-281620/ | 2019-01-24T08:39:55Z | s3://commoncrawl/crawl-data/CC-MAIN-2019-04/segments/1547584519757.94/warc/CC-MAIN-20190124080411-20190124102411-00407.warc.gz | ory | 0.999991 | Orya | 2 | {"ory_Orya_score": 0.9999911785125732} |
ତାଳଚେର,୧୮ା୧୨(ନି.ପ୍ର.)- ଏକ ହତ୍ୟା ମାମଲାର ବିଚାର କରି ସୋମବାର ଅତିରିକ୍ତ ଜିଲା ଓ ଦୌରାଜଜ୍ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶ ଯେ, ଏନ୍ଟିପିସି ଥାନା ଅଞ୍ଚଳର ରାଜୁ ଗୋଛାୟତ ଓରଫ ବେହେରା ୨୦୧୪ ଜୁଲାଇ ୭ରେ ସ୍ତ୍ରୀ ନିଲମଙ୍କୁ ସାଇକେଲରେ ଏନ୍ଟିପିସି ଷ୍ଟେଜ-୨ ଆଡେ ବୁଲାଇବାକୁ ନେଇଥିଲେ। ରାତିରେ ସମ୍ପୃକ୍ତ ଦମ୍ପତି ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଏହି ସମୟରେ ବାଟରେ ରାଜୁ ବଡ ବ୍ୟତିବ୍ୟସ୍ତ ଅବସ୍ଥାରେ ଆସୁଥିବା ସେମାନେ ଦେଖିବାକୁ ପାଇଥିଲେ। ନିଲମ ସମ୍ପର୍କରେ ପଚାରିବାରୁ ଷ୍ଟେଜ ୨ ପାଚେରି ପାଖରେ ସ୍ତ୍ରୀଙ୍କୁ ମାରି ପକାଇ ଦେଇଥିବା ରାଜୁ ପରିବାର ଲୋକଙ୍କ ଆଗରେ ପ୍ରକାଶ କରିଥିଲେ। ପରେ ନିଲମଙ୍କ ବାପାଙ୍କ ଅଭିଯୋଗ କ୍ରମେ ଏନ୍ଟିପିସି ପୋଲିସ ନଂ.୨୮/୧୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାଜୁଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ସାକ୍ଷୀମାନଙ୍କ ବୟାନ, ପାରିପାର୍ଶ୍ୱିକ ଅବସ୍ଥାକୁ ବିଚାରକୁ ନେଇ ଅତିରିକ୍ତ ଜିଲା ଓ ଦୌରାଜଜ୍ ଲୁନା ମହାନ୍ତି ଆସାମୀ ରାଜୁଙ୍କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ଓ ଜରିମାନା ଦଣ୍ଡରେ ଦଣ୍ଡିତ କରିଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ହରେକୃଷ୍ଣ ପାତ୍ର ମକଦ୍ଦମା ପରିଚାଳନା କରିଥିଲେ। | <urn:uuid:eb795e22-3f9b-4622-9eb2-24fc497c2ac7> | CC-MAIN-2019-04 | http://www.dharitri.com/main/news/14979 | 2019-01-17T09:33:19Z | s3://commoncrawl/crawl-data/CC-MAIN-2019-04/segments/1547583658901.41/warc/CC-MAIN-20190117082302-20190117104302-00245.warc.gz | ory | 0.999975 | Orya | 6 | {"ory_Orya_score": 0.9999748468399048} |
ଭୁବନେଶ୍ୱର,୧୬।୪(ବ୍ୟୁରୋ): କଂଗ୍ରେସକୁ ସକ୍ରିୟ କରିବା ପାଇଁ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରିଛନ୍ତି ନବ ନିଯୁକ୍ତ ପ୍ରଭାରୀ ଜିତେନ୍ଦ୍ର ସିଂହ। ଆସନ୍ତା ୧୮ରେ ସେ ଓଡ଼ିଶା ଗସ୍ତରେ ଆସିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଅକ୍ଷୟ ତୃତୀୟାରେ ସେ ଓଡ଼ିଶା ଆସିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ୧୯ରେ ରାଜ୍ୟ କଂଗ୍ରେସର ଆଗଧାଡ଼ିର ନେତାଙ୍କୁ ନେଇ ସେ ଏକ ବୈଠକ ଡାକିବେ ବୋଲି ସୂଚନା ମିଳିଛି। ନୂଆଦିଲ୍ଲୀଠାରେ ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରାଯିବ। ଏଥିରେ ଦଳରେ ଥିବା ଅସନ୍ତୋଷ, ପିସିସି ଓ ବିଧାୟକ ଦଳ ମଧ୍ୟରେ ବିଭେଦ ଆଦି ନେଇ ଆଲୋଚନା କରାଯାଇ ନୂଆ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ସୋମବାର ନୂଆଦିଲ୍ଲୀରେ ପ୍ରତ୍ୟେକ ରାଜ୍ୟର ଦଳ ପ୍ରଭାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଦଳର ତୃଣମୂଳସ୍ତରରେ ସଙ୍ଗଠନକୁ କିପରି ସୁଦୃଢ଼ କରାଯିବ, ସାଙ୍ଗଠନିକ ଦକ୍ଷତାକୁ ବୃଦ୍ଧି କରାଯିବା ସହିତ ଆଗାମୀ ଦିନରେ ମୋଦି ସରକାରଙ୍କୁ କିପରି ଗାଦିଚ୍ୟୁତ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଜିତେନ୍ଦ୍ର ସିଂହ ଏହି ବୈଠକରେ ଉପସ୍ଥିତ ଥିଲେ। | <urn:uuid:e7706546-e5b0-4494-a0ea-3466603be7b4> | CC-MAIN-2019-04 | http://www.dharitri.com/main/news/30016 | 2019-01-17T09:43:29Z | s3://commoncrawl/crawl-data/CC-MAIN-2019-04/segments/1547583658901.41/warc/CC-MAIN-20190117082302-20190117104302-00245.warc.gz | ory | 0.999965 | Orya | 7 | {"ory_Orya_score": 0.9999653100967407} |
ଭାଙ୍ଗିଗଲା ସ୍ୱପ୍ନ, ଅଧାରେ ରହିଗଲା ବିଧାୟକଙ୍କ ବାହାଘର । ଏଭଳି ଏକ ଘଟଣା ତାମିଲନାଡୁରେ ଦେଖିବାକୁ ମିଳିଛି । ଏଆଇଏଡିଏମକେ ତଥା ଶାସକ ଦଳର ବିଧାୟକ ଏସ୍ ଇଶ୍ୱରନ ବାହା ହେବାକୁ ଯାଇ ହଟାହଟା ହୋଇଛନ୍ତି । ଯାହା ତାମିଲନାଡୁ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ବିଧାୟକଙ୍କ ସହ ଯେଉଁ ଯୁବତୀଙ୍କ ବାହାଘର ଠିକ୍ ହୋଇଥିଲା ସେ ବାହାଘର ପୂର୍ବରୁ ଫେରାର ହୋଇଯିବାରୁ ଏଭଳି ଦୁର୍ଦ୍ଦଶା ଭୋଗିଛନ୍ତି ଇଶ୍ୱରନ ।
ଘଟଣା ଅନୁଯାୟୀ, ଭବାନୀସାଗରର ୪୩ ବର୍ଷୀୟ ବିଧାୟକ ଏସ୍ ଇଶ୍ୱରନଙ୍କ ବିବାହ ଉକର୍ଣ୍ଣର ୨୩ ବର୍ଷୀୟ ଆର ସନ୍ଧ୍ୟାଙ୍କ ସହ ସ୍ଥିର ହୋଇଥିଲା । ଆଗାମୀ ୧୨ ତାରିଖରେ ଏହି ବିବାହ ଅନୁଷ୍ଠିତ ହୋଇଥାନ୍ତା । ଏଥିପାଇଁ ଉଭୟ ପରିବାରର ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଏପରିକି ବାହାଘର ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଥିଲେ ଉଭୟଙ୍କ ପରିବାର । ଶାସକ ଦଳର ବିଧାୟକ ହୋଇଥିବାରୁ ଏହି ବିବାହ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀ ମାନେ ସହମତି ଦେଇଥିଲେ ।
କିନ୍ତୁ ବିବାହକୁ ମାତ୍ର ୮ ଦିନ ବାକି ଥିବା ବେଳେ ବିଧାୟକଙ୍କୁ ଲାଗିଥିଲା ଏକ ବଡ ଝଟକା । ବିଧାୟକଙ୍କ ସହ ଯେଉଁ ଏମସିଏ ଗ୍ରାଜୁଏଟ ଯୁବତୀଙ୍କ ବିବାହ ଠିକ୍ ହୋଇଥିଲା ସେ ହଠାତ କେଉଁଆଡେ ଗାଏବ ହୋଇଯାଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯୁବତୀ ଜଣକ ତାଙ୍କ ବୟଫ୍ରେଣ୍ଡ ସହ ଫେରାର ହୋଇଯାଇଛନ୍ତି । ଏପରିକି ଅନ୍ୟ ଗଣମାଧ୍ୟମ ଅନୁଯାୟୀ, ବିଧାୟକ ଓ ଯୁବତୀଙ୍କ ବୟସ ମଧ୍ୟରେ ବଡ ଅନ୍ତର ଥିବାରୁ ଆର୍ ସନ୍ଧ୍ୟା ଖୁସି ନଥିଲେ ।
ଆଉ ଏହି ଘଟଣା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ବିଧାୟକ ମଧ୍ୟ ସେଠାରେ ବାହା ହେବେନି ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଯୁବତୀଙ୍କ ନିଖୋଜ ଘଟଣା ନେଇ ତାଙ୍କ ମା' ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ, ଶନିବାର ୧୧ଟା ସମୟରେ ଯୁବତୀ ଜଣକ ନିଜ ଭଉଣୀ ଘରକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଭଉଣୀ ଘରେ ନ ପହଞ୍ଚିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ । ଏପରିକି ନିଖୋଜ ହେବା ପରେ ଯୁବତୀଙ୍କ ଫୋନ ମଧ୍ୟ ବନ୍ଦ ରହିଛି । ବିବାହ ପୂର୍ବରୁ ଝିଅ ଫେରାର ହେବାର ଅନେକ ନଜିର ରହିଛି କିନ୍ତୁ ବିଧାୟକଙ୍କ ବିବାହ ପୂର୍ବରୁ ଯୁବତୀ ଜଣକ ଫେରାର ହୋଇଯିବା ଏବେ ତାମିଲନାଡୁରେ ଚର୍ଚ୍ଚାର ବିଷୟ ପାଲଟିଛି । | <urn:uuid:c2a6bed2-183c-4791-b2f2-cec61bd28e18> | CC-MAIN-2019-04 | http://kanaknews.com/aiadmk-mla-marriage-cancelled-after-bride-missing/ | 2019-01-18T09:32:18Z | s3://commoncrawl/crawl-data/CC-MAIN-2019-04/segments/1547583660020.5/warc/CC-MAIN-20190118090507-20190118112507-00565.warc.gz | ory | 1.000007 | Orya | 8 | {"ory_Orya_score": 1.0000073909759521} |
ଆୟୁବ ପୁସ୍ତକ 10 Oriya Bible: Easy-to-Read Version (ERV-OR)
10 ମୁଁ ମୋର ନିଜର ପ୍ରାଣକୁ ଘୃଣା କରେ, ତେଣୁ ମୁଁ ସ୍ୱଚ୍ଛନ୍ଦରେ ମୋର ଅଭିଯୋଗ କରିବି।
ମୋର ଆତ୍ମା ତିକ୍ତ ହୋଇ ଗଲାଣି, ତେଣୁ ବର୍ତ୍ତମାନ ମୁଁ କହି ପାରିବି।
2 ମୁଁ ପରମେଶ୍ୱରଙ୍କୁ କହି ପାରିବି, 'ମୋତେ କଳଙ୍କିତ କର ନାହିଁ।
ମୋତେ କେବଳ ଏତିକି କୁହନ୍ତୁ, ମୁଁ କ'ଣ ଭୁଲ୍ କରିଛି।
ଆପଣଙ୍କର ମୋ' ବିପକ୍ଷରେ କ'ଣ କହିବାର ଅଛି।
3 ଯେତେବେଳେ ପରମେଶ୍ୱର ମୋତେ ଆଘାତ କରନ୍ତି, ତାହା କ'ଣ ତୁମ୍ଭକୁ ଖୁସୀ କରେ?
ଏପରି ଦେଖାଯାଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନାରେ ଖୁସୀ।
4 ହେ ପରମେଶ୍ୱର, ତୁମ୍ଭର କ'ଣ ଚର୍ମର ଚକ୍ଷୁ ଅଛି?
ମନୁଷ୍ୟମାନେ ଯେପରି ଦେଖନ୍ତି, ତୁମ୍ଭେ କ'ଣ ସେପରି ଦେଖ?
5 ତୁମ୍ଭର ଆୟୁ କ'ଣ ମନୁଷ୍ୟର ଆୟୁ ଭଳି କ୍ଷୀଣ?
ତୁମ୍ଭର ଜୀବନ କ'ଣ ମନୁଷ୍ୟର ଜୀବନ ଭଳି କ୍ଷଣସ୍ଥାୟୀ?
6 ତୁମ୍ଭେ ମୋର ଅଧର୍ମ
ଓ ପାପକୁ ଖୋଜୁଛ।
7 ତୁମ୍ଭେ ତ ଜାଣ ମୁଁ ନିର୍ଦ୍ଦୋଷ।
କିନ୍ତୁ ତୁମ୍ଭ ହାତରୁ ମୋତେ କେହି ଉଦ୍ଧାର କରି ପାରିବେ ନାହିଁ।
8 ହେ ପରମେଶ୍ୱର, ତୁମ୍ଭେ ମୋତେ ତୁମ୍ଭ ହାତରେ ଗଢ଼ିଛ।
ମୋର ଶରୀରକୁ ତୁମ୍ଭେ ନିର୍ମାଣ କରିଛ।
କିନ୍ତୁ ବର୍ତ୍ତମାନ ତୁମ୍ଭେ ବଦଳିଛ ଏବଂ ମୋତେ ଧ୍ୱଂସ କରିଛ।
9 ହେ ପରମେଶ୍ୱର, ତୁମ୍ଭେ ମନେରଖ ତୁମ୍ଭେ ମୋତେ ମାଟି ତୁଲ୍ୟ ତିଆରି କରିଥିଲ।
ପୁଣି ମୋତେ ଧୂଳିରେ ମିଶାଇ ଦେବ କି?
10 ତୁମ୍ଭେ କ୍ଷୀର ପରି ମୋତେ ଢାଳି ଦେଇଛ,
ତୁମ୍ଭେ ଛେନା ପରି ମୋତେ ଘୁରାଅ ଏବଂ ଚିପୁଡ଼ି ଦିଅ।
11 ଏବେ ତୁମ୍ଭେ ମୋତେ ହାଡ଼ ଓ ଶିରାରେ ମୋର ଶରୀର ଗଢ଼ିଛ,
ତା'ପରେ ଚର୍ମ ଓ ମାଂସରେ ମୋର ଶରୀର ଆଚ୍ଛାଦିତ କରିଛ।
12 ତୁମ୍ଭେ ମୋତେ ଜୀବନ ଦାନ କରିଛ ଏବଂ ମୋତେ ଦୟା ଦେଖାଇଛ।
ତୁମ୍ଭେ ମୋର ଯତ୍ନ ନେଇଛ ଏବଂ ମୋର ଆତ୍ମାର ପର୍ଯ୍ୟବେକ୍ଷକ ହୋଇଛ।
13 ତଥାପି ଏସବୁ ବିଷୟ ତୁମ୍ଭେ ତୁମ୍ଭ ହୃଦୟରେ ଗୋପନ ରଖିଥିଲ,
ମୁଁ ଜାଣେ ଏହା ତୁମ୍ଭ ମନର ଗୋପନ ଅଭିପ୍ରାୟ।
ହଁ, ମୁଁ ଜାଣେ ଏହା ହିଁ ତୁମ୍ଭ ମନର ବିଗ୍ଭର।
14 ଯଦି ମୁଁ ପାପ କରିଛି, ତୁମ୍ଭେ ମୋତେ ଦେଖିବ,
ଯେହେତୁ ତୁମ୍ଭେ ମୋତେ ଅଧର୍ମ କରିଥିବାରୁ ଶାସ୍ତି ଦେବ।
15 ମୁଁ ଯେତେବେଳେ ପାପ କରେ, ମୁଁ ଦୋଷୀ ହୁଏ
ଏବଂ ତାହା ମୋ' ପ୍ରତି ବହୁତ ଖରାପ।
ଯଦିଓ ମୁଁ ନିର୍ଦ୍ଦୋଷ ମୁଁ ମୁଣ୍ଡ ଟେକି ପାରେ ନାହିଁ।
ମୁଁ ଏତେ ଲଜ୍ଜିତ ଓ ବିଚଳିତ ହୁଏ।
16 ଯଦି ମୋ' ଜୀବନରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ
ବା ମୁଣ୍ଡ ଟେକି ବାଟ ଗ୍ଭଲିବାର ଶକ୍ତି ହାସଲ କରୁଛି।
ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମୋ' ବିରୁଦ୍ଧରେ ପ୍ରୟୋଗ କରୁଛ।
17 ତୁମ୍ଭେ ନୂଆ ସାକ୍ଷୀମାନଙ୍କୁ ମୋ' ବିରୁଦ୍ଧରେ ନେଇଆସ
ମୋତେ ଅଧର୍ମ ପ୍ରମାଣିତ କରିବା ପାଇଁ।
ତୁମ୍ଭେ ଆପଣା ରାଗକୁ ମୋ' ଉପରେ ବାରମ୍ବାର ନାନା ପ୍ରକାରରେ ବୃଦ୍ଧି କରୁଛ।
ତୁମ୍ଭେ ସୈନ୍ୟ ପରେ ସୈନ୍ୟ ମୋ' ବିରୁଦ୍ଧରେ ପଠାଇଛ।
18 ହେ ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ଜନ୍ମ ହେବାକୁ ଦେଲ?
ମୁଁ ଇଚ୍ଛା କରେ କେହି ମୋତେ ଦେଖିବା ପୂର୍ବରୁ ମରିଯାଇଥା'ନ୍ତି।
19 ମୋତେ ଭଲ ହୋଇଥା'ନ୍ତା, ଯଦି ମୁଁ ବଞ୍ଚି ନ ଥା'ନ୍ତି।
କି ମାତୃଗର୍ଭରୁ ସିଧା କବରକୁ ଯାଇଥିଲେ, ଭଲ ହୋଇଥା'ନ୍ତା।
20 ମୋର ଜୀବନ ପ୍ରାୟ ଶେଷ ହୋଇଯାଇଛି,
ତେଣୁ ମୋତେ ଛାଡ଼ିଦିଅ।
ଯାହାକିଛି ଅଳ୍ପ ସମୟ ଜୀବନର ବାକି ଅଛି, ଆନନ୍ଦ କରିବାକୁ ଦିଅ।
21 ମୁଁ ସେହି ସ୍ଥାନକୁ ଯିବି ଯେଉଁଠାରୁ କେହି କେବେ ଫେରେ ନାହିଁ।
ଯାହା ମୃତ୍ୟୁ ଓ ଅନ୍ଧକାର ଅଟେ।
22 ମୋର ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସେହି ଦେଶକୁ ଯିବା ପୂର୍ବରୁ ଯାହାକୁ କେହି କେବେ ଦେଖି ନାହିଁ,
ସେହି ଅନ୍ଧକାର ଅବ୍ୟବସ୍ଥା ରାଜ୍ୟରେ ଆଲୋକ ମଧ୍ୟ ଘନ ଅନ୍ଧକାର ସମାନ ଅଟେ।" | <urn:uuid:4e4133b6-8c38-4d5f-b2d5-6721fd28edd0> | CC-MAIN-2019-04 | https://www.biblegateway.com/passage/?search=%E0%AC%86%E0%AD%9F%E0%AD%81%E0%AC%AC+%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+10&version=ERV-OR | 2019-01-19T13:03:39Z | s3://commoncrawl/crawl-data/CC-MAIN-2019-04/segments/1547583667907.49/warc/CC-MAIN-20190119115530-20190119141530-00245.warc.gz | ory | 0.999972 | Orya | 20 | {"ory_Orya_score": 0.9999716281890869} |
କଟକ/ବାଙ୍କୀ/ଅଂଶୁପା : ପୂର୍ବ ଶତ୍ରୁତାରୁ ବୋମାମାଡ଼। ଏହି ବୋମାମାଡ଼ରେ ଗାଁ କୋଠଘର ଉଡ଼ିଯାଇଛି। ଏଥିରେ ଚାପି ହୋଇ ଦୁଇ ସମ୍ପର୍କୀୟ ଭାଇ ପ୍ରାଣ ହରାଇଛନ୍ତି। ମୃତ ଦୁଇ ଭାଇ ହେଲେ, ପବିତ୍ର ନାଏକ(୩୨) ଓ ମାନସ ନାଏକ(୨୭)। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଘୋଡ଼ାବର ଦଳିତ ସାହିରେ ଏହି ଘଟଣା ଘଟିଛି।
ଆଜି ସଂଧ୍ୟା ପ୍ରାୟ ସାଢେ ୭ଟାରେ କୋଠଘରେ ୧୦/୧୨ଜଣ ଯୁବକ ତାସ୍ ଖେଳୁଥିଲେ। ହଠାତ୍ କିଛି ଦୁର୍ବୃତ୍ତ ଆସି ଲଗାତାର କୋଠଘର ଉପରକୁ ବୋମାମାଡ଼ କରିଥିଲେ। କିଛି ଯୁବକ ସୌଭାଗ୍ୟକ୍ରମେ ଘରୁ ଦୌଡ଼ି ପଳାଇ ଆସିଥିବା ପ୍ରଫୁଲ୍ଲ ନାଏକଙ୍କ ପୁଅ ପବିତ୍ର, ଭାଲୁ ନାଏକଙ୍କ ପୁଅ ମାନସ ଏବଂ ସନାତନ ନାଏକଙ୍କ ପୁଅ ପରମାନନ୍ଦ ଭିତରେ ରହିଯାଇଥିଲେ। ବୋମା ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ କୋଠ ଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଛାତ ତଳେ ତିନି ଜଣ ଚାପି ହେଇ ରହିଯାଇଥିଲେ।
ଖବର ପାଇ ବାଙ୍କୀ ଥାନା ଅଧିକାରୀ ସମୀର ପଣ୍ଡା, ସରଣ୍ଡା ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା ଏବଂ ଡମପଡା ଦମକଳ ବାହନୀ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ କଂକ୍ରିଟ୍ ତଳୁ ପବିତ୍ର, ମାନସ ଓ ପରମାନନ୍ଦଙ୍କୁ ଉଦ୍ଧାର କରିଥିଲେ। ପବିତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମାନସଙ୍କୁ ବାଙ୍କୀ ମେଡିକାଲ୍ ନିଆଯିବା ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ପରମାନନ୍ଦଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ ବିସ୍ଫୋରଣସ୍ଥଳରେ କାଳେ କିଛି ଅଫୁଟା ବୋମା ରହିଥିବ, ସେଥିପାଇଁ ପୁଲିସ ସର୍ଚ୍ଚ ଲାଇଟ୍ ଲଗାଇ ଖାନତଲାସ୍ ଚଳାଇଛି। ତେବେ ଗାଁର ଦୁଇ ସାହି ମଧ୍ୟରେ ଦୀର୍ଘଦିନ ହେଲା ଜଳଛାୟା କମିଟିର ସ୍ଥାନ ନିରୂପଣକୁ ନେଇ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ବୋମାମାଡ କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଆସନ୍ତାକାଲି ସକାଳେ ସନ୍ଧାନୀ କୁକୁର ଓ ଫରେନ୍ସିକ୍ ଟିମ୍ ଜରିଆରେ ଘଟଣାର ଅଧିକ ତଦନ୍ତ କରାଯିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କଟକ ଗ୍ରାମାଞ୍ଚଳ ଏସ୍ପି ମାଧବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। | <urn:uuid:87d6b8f5-e1a2-451e-95ac-9be341e62373> | CC-MAIN-2019-04 | http://sambad.in/district/cuttack/two-brother-killed-by-bomb-attack-in-banki-cuttack-220819/ | 2019-01-20T13:09:24Z | s3://commoncrawl/crawl-data/CC-MAIN-2019-04/segments/1547583716358.66/warc/CC-MAIN-20190120123138-20190120145138-00565.warc.gz | ory | 0.999958 | Orya | 3 | {"ory_Orya_score": 0.9999580383300781} |
କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସଂସ୍କାରକୁ ତୀବ୍ର ହେଉଛି ବିରୋଧ । ଚଳିତଥର ଛାତ୍ର ସଂସଦ ପରିବର୍ତ୍ତେ ଛାତ୍ର ପରିଷଦ ନିର୍ବଚନ କରାଯାଉଥିବାରୁ ଏହାକୁ ବିରୋଧ କରି ମୁହାଁମୁହିଁ ହୋଇଛନ୍ତି କୁଳପତି ଓ ଛାତ୍ରସଂଘ । ଗୋଟିଏ ପଟେ ଆଗାମୀ ଦୁିଇଦିନ ଧରି ଛାତ୍ର ପରିଷଦ ନିର୍ବାଚନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତି କରିଥିବାବେଳେ ୨୨ ଓ ୨୩ ତାରିଖରେ ରେଭନ୍ସା ବନ୍ଦ ନାରାରେ ଫାଟି ପଡୁଛି କ୍ୟାମ୍ପସ । ଛାତ୍ରଛାତ୍ରୀମାନେ କୁଳପତିଙ୍କ କୁଶପୁତଳିକା ଦାହ କରିବା ସହ ଛାତ୍ର ସଂସଦ ନିର୍ବଚାନ ସଂସ୍କାରକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛନ୍ତି ।
କ୍ଲାସ ଚାଲୁଥିବା ସମୟରେ ପ୍ରତିବାଦକାରୀ ଛାତ୍ରଗୋଷ୍ଠୀ ବଳପୂର୍ବକ କ୍ଲାସ ବନ୍ଦ୍ କରି ନିର୍ବାଚନ ବିପକ୍ଷରେ ପିଲାମାନଙ୍କୁ ପ୍ରବର୍ତାଉଥିବା ଅଭିଯୋଗ ହୋଇଛି । ଛାତ୍ରମାନଙ୍କ ଏକତା ଭାଙ୍ଗିବାକୁ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତନ କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରତିବାଦକାରୀ ଛାତ୍ରଗୋଷ୍ଠୀ । ଏପରିକି ଆବଶ୍ୟକ ପଡିଲେ ରେଭେନସା ଫାଟକରେ ତାଲା ପଡିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସେପଟେ ଛାତ୍ରଛାତ୍ରୀ ଆଇନକୁ ହାତକୁ ନେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି କୁଳପତି । | <urn:uuid:70cf7626-3092-4d21-b1b4-f4b94d92e78d> | CC-MAIN-2019-04 | http://kanaknews.com/before-student-election-student-agitation-in-ravenshaw/ | 2019-01-22T16:50:31Z | s3://commoncrawl/crawl-data/CC-MAIN-2019-04/segments/1547583857993.67/warc/CC-MAIN-20190122161345-20190122183345-00565.warc.gz | ory | 1.000008 | Orya | 6 | {"ory_Orya_score": 1.0000077486038208} |
ଅଧୂରା ରହିଗଲା ବିନୋଦଙ୍କ ଶେଷ ଇଛା !
ଗତ ଗୁରୁବାର ମୁମ୍ୱାଇର ଏକ ହସ୍ପିଟାଲରେ ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ବର୍ଷିୟାନ୍ ଅଭିନେତା ବିନୋଦ ଖନ୍ନା । ହେଲେ ତାଙ୍କର ଶେଷ ଇଛା ଇଛାରେ ହିଁ ରହିଗଲା । ବିନୋଦ ତାଙ୍କ ଜନ୍ମମାଟି ପାକିସ୍ତାନର ପେଶାୱର ସ୍ଥିତ ତାଙ୍କ ପୈତୃକ ଘର ଯିବାକୁ ଚାହୁଁଥିଲେ । କିନ୍ତୁ ସବୁବେଳେ କୌଣସି ନା କୌଣସି କାରଣରୁ ଯାଇପାରୁନଥିଲେ । ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ସେତେବେଳେ ସେ ପେଶାୱର ଯିବାର ଇଛା ଜାହିର କରିଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ତାଙ୍କର ଏହି ଶେଷ ଇଚ୍ଛା ପୂରଣ ହୋଇ ପାରି ନ ଥିଲା।
ସୂଚାନ ଅନୁସାରେ, ବିନୋଦଙ୍କ ଏହି ଇଛାର ଖୁଲାସା ପଖତୁନଖ୍ୱା ପ୍ରଦେଶର ସାଂସ୍କୃତିକ ଧରୋହର ପରିଷଦର ମହାସଚିବ ସକିଲ୍ ବହିଦୁଲ୍ଲା କରିଥିଲେ । ୨୦୧୪ରେ ଭାରତ ଆସିଥିବା ବେଳେ ସକିଲ୍ ବିନୋଦ ଖାନ୍ନାଙ୍କୁ ଭେଟିଥିଲେ । ଆଉ ଏହି ସମୟରେ ବିନୋଦ ତାଙ୍କୁ ଦେଇଥିବା ଅଟୋଗ୍ରାଫରେ ପେଶୱାର ଲୋକଙ୍କୁ ଶୁଭକାମନା ଜଣାଇଥିଲେ ଓ ତାଙ୍କ ପୈତୃକ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। | <urn:uuid:363cedbf-f88c-45e8-bb00-8a6ebcee666a> | CC-MAIN-2019-04 | http://kanaknews.com/inod-khanna-wanted-to-visit-his-birthplace-in-peshawar/ | 2019-01-22T16:49:47Z | s3://commoncrawl/crawl-data/CC-MAIN-2019-04/segments/1547583857993.67/warc/CC-MAIN-20190122161345-20190122183345-00565.warc.gz | ory | 0.999989 | Orya | 5 | {"ory_Orya_score": 0.9999890327453613} |
ଡେଟିଂ ସାଇଟ୍ରେ ଦେଖା ହେବା ପରେ ଯୁବକ ବିବାହ ପାଇଁ ମନା କରିବାରୁ ୧.୬ ଲକ୍ଷ ମେସେଜ ପଠାଇଲେ ଯୁବତୀ, ମେସେଜରେ ଲେଖିଥିଲେ ଏଭଳି କଥା
ନୂଆଦିଲ୍ଲୀ : ଏକ ଡେଟିଂ ସାଇଟ୍ରେ ଭେଟହେବା ପରେ କଥାବାର୍ତ୍ତା ଏବଂ ତା'ପରେ ପ୍ରେମ। ତେବେ ଶେଷରେ ପ୍ରେମିକ ଯୁବତୀଙ୍କୁ ଆପଣାଇବାକୁ ମନା କରି ଦେଇଥିଲେ । ବିବାହ କଥା ଉଠିବା ପରେ ଯୁବକ ବିବାହ କରିବେ ନାହିଁ ବୋଲି କହି ଚାଲିଯିବା ପରେ ଯୁବତୀ ତାଙ୍କୁ ୧ଲକ୍ଷ ୬୦ହଜାର ମେସେଜ ପଠାଇଥିଲେ । ଏବେ ଯୁବତୀଜଣଙ୍କ ପୁଲିସ ହେପାଜତରେ ଥିବା ଜଣାପଡ଼ିଛି । ମାମଲାଟି ଫ୍ଲୋରିଡ଼ାରେ ଘଟିଥିବା ବେଳେ ଯୁବତୀଙ୍କ ନାମ ଜାକ୍ଲିନ୍ ଏଡିସ୍ । ଏକ ସ୍କିନ୍କେୟାର କମ୍ପାନିର ମୁଖ୍ୟଙ୍କୁ ତାଙ୍କ କିଡ଼୍ନି ଏବଂ ହାଡ଼କୁ ନେଇ ନୂଆ ଖାଦ୍ୟ ତିଆରି କରିବେ ବୋଲ ଏଡିସ୍ ଧମକ ଦେଇଥିଲେ ।
ସୂଚନା ମୁତାବକ, ଏଡିସ୍ ଏବଂ ସ୍କିନ୍କେୟାରେ କମ୍ପାନିର ମୁଖ୍ୟଙ୍କ ଦେଖା ଲୁକ୍ସି ନାମକ ଡେଟିଂ ସାଇଟ୍ ଜରିଆରେ ହୋଇଥିଲା । ଦୁହେଁ କେବଳ ଥରୁଟିଏ ପରସ୍ପର ସହ ଦେଖା କରିଥିଲେ । ଏହା ପରେ ଏଡିସ୍ ପୀଡ଼ିତଙ୍କୁ ବିବାହ କରିବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । କିନ୍ତୁ ପୀଡ଼ିତ ଏପରି ଚାହୁଁ ନ ଥିବା ଜାଣି ଏଡିସ୍ ତାଙ୍କୁ ବାରମ୍ବାର ମେସେଜ୍ ପଠାଇବା ଆରମ୍ଭ କରିଥିଲେ । ମୁଁ ତୁମ ରକ୍ତରେ ଗାଧୋଇବା ପାଇଁ ଚାହେଁ । ତୁମ ଚର୍ମକୁ କାଟି ମୁଁ ହାତ ଏବଂ ଗୋଡ଼ରେ ପିନ୍ଧିବାକୁ ଚାହେଁ ଭଳି ମେସେଜ୍ ଏଡିସ୍ ପଠାଇବା ଆରମ୍ଭ କରିଥିଲେ । ଏତେ ସବୁ କରିବା ପରେ ପୀଡ଼ିତ କୌଣସି ପ୍ରତିକ୍ରିୟା ନ ରଖିବାରୁ ସେ ରାଗରେ ପୀଡ଼ିତଙ୍କ କମ୍ପାନିକୁ ଯାଇ ହଙ୍ଗାମା କରିଥିଲେ । ଏହି ସମୟରେ ପୁଲିସକୁ ଖବର ଦିଆଯିବାରୁ ପୁଲିସ ଆସି ଏଡିସ୍ଙ୍କୁ ଗିରଫ କରିଥିଲା । ଏବେ ସେ ଜେଲ୍ରେ ବନ୍ଦୀ ଥିବା ଜଣାପଡ଼ିଛି । | <urn:uuid:37aee61c-4c52-4fb6-b7e7-849e6eb8c3e2> | CC-MAIN-2019-04 | http://sambad.in/india-and-beyond/girl-send-1-lakh-60-thousnad-message-to-a-businessman-and-says-want-to-make-dish-from-your-kidney-and-hand-bones-282105/ | 2019-01-16T22:52:23Z | s3://commoncrawl/crawl-data/CC-MAIN-2019-04/segments/1547583657907.79/warc/CC-MAIN-20190116215800-20190117001800-00448.warc.gz | ory | 1.000005 | Orya | 3 | {"ory_Orya_score": 1.0000048875808716} |
ମା' ବନିବାର ୫ଦିନ ପରେ ଗାଧୋଉ ଥିଲେ ମହିଳା, ତଳକୁ ଝୁଙ୍କିଲା ବେଳେ ପେଟ ଫାଟି ବାହାରି ପଡ଼ିଲା ଅନ୍ତବୁଜୁଳା…ତା'ପରେ କ'ଣ ଘଟିଲା ଜାଣନ୍ତୁ
ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡର ମେକଡଫ ସହରରେ ରହୁଥିବା ମେଲ୍ ବ୍ରେମନର (୩୮) ଏକ ସାକ୍ଷତକାରରେ ତାଙ୍କ ସହ ଘଟିଥିବା ଏକ ଭୟଙ୍କର ଘଟଣା ବିଷୟ ସେୟାର କରିଛନ୍ତି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ୨୦୧୧ ଡିସେମ୍ବରରେ ବ୍ରେମନର ଏକ ଶିଶୁକୁ ଜନ୍ମ ଦେଇଥିଲେ। ଶିଶୁକୁୁ ଜନ୍ମ ଦେବାର ପାଞ୍ଚଦିନ ପରେ ତାଙ୍କ ସହ ଏମିତି ଘଟଣା ଘଟିଥିଲା କି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ।
ମେଲ୍ ଏକ ହୋଟେଲ୍ରେ କାମ କରନ୍ତି। ୨୦୧୧ ମସିହା ଡିସେମ୍ବରରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ସେହି ସମୟରେ ଏହି ଘଟଣା ଘଟିଥିଲା। ସିଜରିୟାନ୍ ଡେଲିଭରି ଜରିଆରେ ମେଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ମହିଳାଙ୍କୁ ହସ୍ପିଟାଲରୁ ଛୁଟି ମିଳି ଯାଇଥିଲା। ପାଞ୍ଚଦିନ ପରେ ସେ ନିଜ ଘର ବାଥ୍ରୁମ୍ରେ ଗାଧୋଇବାକୁ ଯାଇଥିଲେ। ତଳକୁ ନଇଁ ପଡ଼ିବା ସମୟରେ ତାଙ୍କ ପେଟ ଫାଟି ଯାଇଥିଲା ଓ ଭିତରୁ ଅନ୍ତବୁଜୁଳା ବାହାରକୁ ବାହାରି ଆସିଥିଲା। ସେ ଅନ୍ତବୁଜୁଳାକୁ ହାତରେ ଧରି ବାହାରକୁ ଆସିଥିଲେ। ସ୍ୱାମୀ ଏଡନ ଜନ୍ସନ୍ ତାଙ୍କ ଶରୀରକୁ ତଉଲିଆରେ ଘୋଡାଇ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନା ନେଇ ଯାଇଥିଲେ।
ସେଠାରେ ଡାକ୍ତର ମେଲ୍ଙ୍କ ତୁରନ୍ତ ଚିକିତ୍ସା କରି ତାଙ୍କ ଜୀବନ ବଞ୍ଚାଇ ଦେଇଥିଲେ। ଏହି ଘଟଣା ମେଲ୍ଙ୍କ ମନେ ପଡ଼ିଲେ ତାଙ୍କର ଲୋମମୂଳ ଏବେ ବି ଟାଙ୍କୁରି ଉଠେ ବୋଲି ସେ କହନ୍ତି। | <urn:uuid:75486cf5-c1c4-41e9-886d-fa138949c27f> | CC-MAIN-2019-04 | http://sambad.in/special/woman-left-carrying-own-intestines-285138/ | 2019-01-16T22:51:13Z | s3://commoncrawl/crawl-data/CC-MAIN-2019-04/segments/1547583657907.79/warc/CC-MAIN-20190116215800-20190117001800-00448.warc.gz | ory | 0.999968 | Orya | 2 | {"ory_Orya_score": 0.999968409538269} |