text
stringlengths
265
390k
id
stringlengths
47
47
dump
stringclasses
96 values
url
stringlengths
17
5.15k
date
stringlengths
20
20
file_path
stringlengths
109
155
language
stringclasses
1 value
language_score
float64
0.31
1
language_script
stringclasses
1 value
minhash_cluster_size
int64
1
1.05k
top_langs
stringlengths
23
515
ଭୁବନେଶ୍ୱର, ୩୧।୧(ବ୍ୟୁରୋ): ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ ହାଇକୋର୍ଟଙ୍କ ଦ୍ୱାରା ମଙ୍ଗଳବାର ଅଯୋଗ୍ୟ ଘୋଷିତ ହେବା ପରେ ବିରୋଧୀ ଦଳର ନେତା ହେବାର ମାନ୍ୟତା ହରାଇଥିବା ନରସିଂହ ମିଶ୍ର ପ୍ରକାଶ କହିଛନ୍ତି। ବିରୋଧୀ ଦଳ ନେତା ହେବା ପାଇଁ ଏକ ଦଶମାଂଶ ସିଟ୍ ଅର୍ଥାତ୍ ୧୫ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି। ମାତ୍ର ଯୋଗେଶଙ୍କ ପଦକୁ ରଦ୍ଦ କରାଯିବା ପରେ କଂଗ୍ରେସର ବିଧାୟକ ସଂଖ୍ୟା ୧୪କୁ ଖସି ଆସିଛି। ତେଣୁ ଆଇନ ଅନୁଯାୟୀ ସେ ବିରୋଧୀ ଦଳ ନେତା ହେବାର ମାନ୍ୟତା ହରାଇଛନ୍ତି ବୋଲି ବୁଧବାର ନରସିଂହ ମତ ପ୍ରକାଶ କରିଛନ୍ତି। ତେବେ ଏହା ତାଙ୍କର ବ୍ୟକ୍ତିଗତ ମତ। ସରକାର ଏନେଇ କ'ଣ ନିଷ୍ପତ୍ତି ନେବେ ତାହା ସେ ଜାଣନ୍ତି ନାହିଁ। ହାଇକୋର୍ଟଙ୍କ ରାୟ ବିରୋଧରେ ଯୋଗେଶ ସୁପ୍ରିମକୋର୍ଟ ଯିବାପରେ ଏବଂ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବାପରେ କିଛି ଅସୁବିଧା ହେବ ନାହିଁ ବୋଲି ମଧ୍ୟ ନରସିଂହ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ କଂଗ୍ରେସ ୧୬ଟି ଆସନରେ ଜିତିଥିଲା। ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ୧୫କୁ ଖସି ଆସିଥିଲା। ମଙ୍ଗଳବାର ମିଥ୍ୟା ଜାତିଗତ ପ୍ରମାଣପତ୍ରକୁ ନେଇ ଯୋଗେଶଙ୍କୁ ହାଇକୋର୍ଟ ଅଯୋଗ୍ୟ ଘୋଷଣା କରିବା ପରେ ଏହି ସଂଖ୍ୟା କମି ୧୪ ହୋଇଛି।
<urn:uuid:987ca80a-6414-4545-9c60-25f68b2561a5>
CC-MAIN-2019-09
http://www.dharitri.com/main/news/20069
2019-02-15T19:35:46Z
s3://commoncrawl/crawl-data/CC-MAIN-2019-09/segments/1550247479101.30/warc/CC-MAIN-20190215183319-20190215205319-00402.warc.gz
ory
1
Orya
5
{"ory_Orya_score": 0.9999998807907104}
ପୁରୀ ଅଫିସ, ୨।୨: ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପାନୀୟ ଜଳ ଯୋଗାଣ ଆଦି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ପଛରେ ପଡିଛି ପୁରୀ ଜିଲା। ଗ୍ରାମୀଣ ଗୃହ ନିର୍ମାଣରେ ରାଜ୍ୟରେ ୨୪ ନମ୍ବରରେ ରହିଛି ଏହି ଜିଲା। ପାନୀୟଜଳ ଯୋଗାଣ ଲାଗି ଜିଲାକୁ ଚଳିତ ବର୍ଷ ୪୧୮କୋଟି ୪୪ଲକ୍ଷ ୨୮ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଛି ମାତ୍ର ୧୩କୋଟି ୯୬ଲକ୍ଷ। ଶୁକ୍ରବାର ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଏହି ସବୁ ଯୋଜନାର ସମୀକ୍ଷା କରି ତୀବ୍ର ଅସନ୍ତୋଷ ବ୍ୟକ୍ତି କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଶାସନ ସଚିବ ଦେଓ ରଞ୍ଜନ ସିଂ। ଏଣିକି କାମ ଅଗ୍ରଗତି ନ ହେଲେ ବଦଳି ନୁହେଁ, ନିଲମ୍ବନ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ବିଡିଓମାନଙ୍କୁ ଚେତାବନୀ ଦେଇଛନ୍ତି। ଶୁକ୍ରବାର ଅପରାହ୍ନରେ ପଞ୍ଚାୟତିରାଜ ବିଭାଗ ଶାସନ ସଚିବ ପୁରୀ ଗସ୍ତରେ ଆସି ବିଭାଗ ଅଧୀନସ୍ଥ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରୁ ମିିଳିଥିବା ସୂଚନା ଅନୁଯାୟୀ, ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୨୦୧୬-୧୭ରେ ୧୧,୯୯୭ଟି ଘର ଜିଲାକୁ ମିଳିଥିଲା। ସେଥିରୁ ୪,୫୭୪ଟି ନିର୍ମାଣ ସରିଥିବା ବେଳେ ୭୪୨୩ଟି ଅଧାପନ୍ତରିଆ ରହିଛି। ସେହିପରି ୨୦୧୭-୧୮ରେ ୧୧,୬୯୭ଟି ଘର ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୦ଟିର ନିର୍ମାଣ ସରିଛି ଆଉ ୪୯୪୧ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ଦିଆଯାଇଛି। ୨୦୧୭-୧୮ରେ ୪୫୦ଟି ବିଜୁ ପକ୍କା ଘର ଆସିଥିବା ବେଳେ ଏପର୍ଯ୍ୟନ୍ତ ଗୋଟିଏ ବି ଘର ହିତାଧିକାରୀଙ୍କ ପାଇଁ ମଞ୍ଜୁର ହୋଇନାହିଁ। ୪ ଓ ୬ ମାସ ମଧ୍ୟରେ ଘର ନିର୍ମାଣ ସାରିଲେ ହିତାଧିକାରୀଙ୍କୁ ଯଥାକ୍ରମେ ୨୦ହଜାର ଓ ୧୦ହଜାର ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ରହିଛି। ଜିଲାର ୧୧୭୯ ହିତାଧିକାରୀ ତ୍ୱରିତ ଗୃହ ନିର୍ମାଣ କରି ପ୍ରୋତ୍ସାହନ ରାଶି ପାଇବାକୁ ଚାହିଁ ବସିଥିଲେ ହେଁ ତାଙ୍କୁ ଉକ୍ତ ଅର୍ଥ ମିଳୁନାହିଁ। ଏହି ତାଲିକାରେ ସର୍ବାଧିକ ପୁରୀ ସଦର ବ୍ଲକର ୨୪୫ ହିତାଧିକାରୀ ରହିଛନ୍ତି। ଉକ୍ତ ହିତାଧିକାରୀଙ୍କୁ ୩ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସଚିବ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଭାଗ ପକ୍ଷରୁ ରୁରାଲ ହାଉସିଂ ପୋର୍ଟାଲ ରହିଛି। ୨୦୧୪-୧୫ଠାରୁ ନିର୍ମାଣ ସରିଥିବା ଗୃହର ଫଟୋ ଅପ୍ଲୋଡ୍ କରିବାକୁ ନିର୍ଦ୍ଦେଶ ରହିଛି। ଫଟୋ ଅପ୍ଲୋଡ୍ ହେବା ପରେ ଉକ୍ତ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଜିଲାରେ ୪୧,୮୬୬ ଘର ନିର୍ମାଣ ସରିଥିବା ବେଳେ ମାତ୍ର ୫୧୩ଟି ଅପ୍ଲୋଡ୍ ହୋଇଛି। ଏହାକୁ ନେଇ ସଚିବ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଅପ୍ଲୋଡ୍ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜଳଯୋଗାଣ ବ୍ୟବସ୍ଥାରେ ପଛୁଆ ରହିଛି ପୁରୀ ଜିଲା। ବସୁଧା ଯୋଜନାରେ ୧୯ ପାନୀୟଜଳ ପ୍ରକଳ୍ପକୁ ଡିସେମ୍ବର ସୁଦ୍ଧା ସାରିବାକୁ ଟାର୍ଗେଟ ରହିଥିବା ବେଳେ ସରିଛି ମାତ୍ର ୫ଟି। ମାର୍ଚ୍ଚ ସୁଦ୍ଧା ବାକି ପ୍ରକଳ୍ପର କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଜିଲାର ୪ ଗୋଟି ମେଗା ପାନୀୟଜଳ ପ୍ରକଳ୍ପ ସରକାର ହାତକୁ ନେଇଛନ୍ତି। ୧୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ବ୍ରହ୍ମଗିରି ଅଞ୍ଚଳରେ ହେଉଥିବା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସେହିପରି କଣାସ, କୃଷ୍ଣପ୍ରାସଦ ଓ ସତ୍ୟବାଦୀରେ ୩ଟି ମେଗା ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ତାହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୭-୧୮ରେ ୨୬୮ଟି ନଳକୂପ ସ୍ଥାପନ ପାଇଁ ଟାର୍ଗେଟ ରହିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୦୫ଟି ସ୍ଥାପନ ହୋଇଛି। ପାନୀୟଜଳ ଯୋଗାଣ ବ୍ୟବସ୍ଥା ଲାଗି ଆସିଥିବା ଅନୁଦାନ ଖର୍ଚ୍ଚରେ ବିଫଳ ହେଲେ ଉକ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ବୈଠକରେ ଚେତାଇ ଦେଇଛନ୍ତି। ଜିଲାରେ ୫୪୭ଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଲାଗି ଅନୁଦାନ ଆସିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୫୯ଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୮୩ଟି ନିର୍ମାଣାଧୀନ ରହିଛି। ବାକି ୩୦୫ଟି ଅଙ୍ଗନୱାଡି କେନ୍ଦ୍ରର ଏପର୍ଯ୍ୟନ୍ତ କାର୍ଯ୍ୟାଦେଶ ଦିଆଯାଇନାହିଁ। ମାର୍ଚ୍ଚ ୩୧ ସୁଦ୍ଧା ନିର୍ମାଣାଧୀନ ସମସ୍ତ କେନ୍ଦ୍ରର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି। ବୈଠକରେ ବିଭାଗର ଅତିରିକ୍ତ ସଚିବ ମାନସ ରଞ୍ଜନ ଦେବତା, ଜୀବିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ, ଯୁଗ୍ମ ସଚିବ ନୃପରାଜ ସାହୁ, ଉପ ଶାସନ ସଚିବ କୁଳମଣି ମିଶ୍ର, ଗ୍ରାମ୍ୟ ଜଳଯୋଗାଣ ମୁଖ୍ୟଯନ୍ତ୍ରୀ ଜନ୍ମେଜୟ ସେଠୀ, ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝି ପ୍ରମୁଖ ଉପସ୍ଥିତ ଥିଲେ।
<urn:uuid:cbaf8b98-0172-466a-95da-41a5042a1c65>
CC-MAIN-2019-09
http://www.dharitri.com/main/news/20465
2019-02-15T19:37:12Z
s3://commoncrawl/crawl-data/CC-MAIN-2019-09/segments/1550247479101.30/warc/CC-MAIN-20190215183319-20190215205319-00402.warc.gz
ory
0.999984
Orya
5
{"ory_Orya_score": 0.9999839067459106}
ବିଜେପି କରିବ ଜନଜାଗରଣ ପଦଯାତ୍ରା ଦୁର୍ନୀତିକୁ ପ୍ରସଙ୍ଗ କରି ଆନ୍ଦୋଳନର ବ୍ଲୁପ୍ରିଣ୍ଟ୍ ଦେଲା ବିଜେପି , ଡିସେମ୍ବରେର ପରିବର୍ତ୍ତନ ଯାତ୍ରା, ଆସିବେ ରାଷ୍ଟ୍ରୀୟ ନେତା ଭୁବନେଶ୍ବର : ଅକ୍ଟୋବର ୨ରୁ ବିଜେଡିର ଏକ ମାସ ବ୍ୟାପି ଚାଲିଛି ଜନସମ୍ପର୍କ ପଦଯାତ୍ରା। ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ରର ଅବହେଳାକୁ ପ୍ରସଙ୍ଗ କରି ବିଜେଡି ନେତା, କର୍ମୀ ପଦଯାତ୍ରା କରୁଛନ୍ତି। ଏହାର ଜବାବ ଦେବାକୁ ବିଜେପି ଅଣ୍ଟା ଭିଡ଼ିଛି। ଜନସମ୍ପର୍କ ପଦଯାତ୍ରାର ଜବାବ ଜନଜାଗରଣ ପଦଯାତ୍ରାରେ ଦେବ ବୋଲି ଘୋଷଣା କରିଛି ବିଜେପି। ନଭେମ୍ବର ୧ରୁ ୩୦ ତାରିଖ ଯାଏ ନେତା ଓ କର୍ମୀମାନେ ବ୍ଲକ୍, ପଞ୍ଚାୟତ, ବୁଥ୍ ଓ ୱାର୍ଡ ସ୍ତରରେ ଚାଲିବେ। ୧୮ ବର୍ଷର ଶାସନରେ ସ୍ଥାଣୁତା ଓ ଅପାରଗତା କାରଣରୁ ଲୋକ ଭୋଗୁଥିବା ଦୁଃଖଦୁର୍ଦ୍ଦଶାର ପ୍ରତିବାଦ କରିବେ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତିକୁ ପ୍ରସଙ୍ଗ କରି ବିଜେପି ଜୋର୍ଦାର୍ ଆନ୍ଦୋଳନ କରିବାକୁ ଗତକାଲି କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ଆଜି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗଣମାଧ୍ୟମ ସାମ୍ନାରେ ଆନ୍ଦୋଳନର ବ୍ଲୁପ୍ରିଣ୍ଟ୍ ରଖିଛନ୍ତି। ସେ କହିଛନ୍ତି, ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ବ୍ଲକ୍ ଅଫିସ୍ ସାମ୍ନାରେ େଘରାଉ ଓ ବିକ୍ଷୋଭ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ବ୍ଲକ୍ଗୁଡ଼ିକ ଦୁର୍ନୀତି ଓ ପିସିର କେନ୍ଦ୍ର ପାଲଟିଛି। ଆମ ଗାଁ ଆମ ବିକାଶ ଯୋଜନା ପିସିକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ଦିଷ୍ଟ। ଲୋକ ଚାହୁଁଥିବା କାମ ହେଉ ନାହିଁ। ମାତ୍ର ବିଧାୟକ ଓ ବିଜେଡି ନେତାଙ୍କ ଯୋଜନାରେ ପାଣ୍ଠି ସଂଗ୍ରହ ପାଇଁ ଯୋଜନା ପ୍ରସ୍ତୁତ ହୋଇ ବିନା ଟେଣ୍ଡର୍ରେ ଦଳୀୟ କର୍ମୀମାନଙ୍କୁ ଅର୍ଥ ଯୋଗାଇ ଦିଆଯିବା ମାମଲାରେ ଏହି ବିକ୍ଷୋଭ କରାଯିବ। ନିଜସ୍ବ ଖାଦ୍ୟ ସୁରକ୍ଷା ନାଁରେ ଦଳୀୟ କର୍ମୀମାନଙ୍କୁ ଚାଉଳ ଯୋଗାଣ ପାଇଁ ପ୍ରଶାସନିକ କଳକୁ ବ୍ୟବହାର କରାଯାଉଛି। ତାଲିକାକୁ ସାର୍ବଜନୀନ କରାଯାଉ ନାହିଁ ବା ବାଦ୍ ପଡ଼ୁଥିବା ଯୋଗ୍ୟ ହିତାଧିକାରୀଙ୍କ ଅଭିଯୋଗକୁ ଶୁଣିବାର ବ୍ୟବସ୍ଥା ନାହିଁ। ବିକ୍ଷୋଭେ ବେଳେ ଏହି ସବୁ ପ୍ରସଙ୍ଗ ଉଠିବ। ନଭେମ୍ବର ୧ରୁ ୩୦ ଯାଏ ପଦଯାତ୍ରା ପରେ ଡିସେମ୍ବର ୧ରୁ ୩୦ ତାରିଖ ଯାଏ ରାଜ୍ୟ ସାରା ବିଶାଳ ପରିବର୍ତ୍ତନ ଯାତ୍ରା ବାହାର କରାଯିବ। ଏଥିରେ ରାଜ୍ୟର ନେତୃମଣ୍ଡଳୀ ସହିତ ରାଷ୍ଟ୍ରୀୟ ନେତା ଯୋଗ ଦେବେ। ଶ୍ରୀ ପଣ୍ଡା ଆହୁରି କହିଲେ, ଓଡ଼ିଶାର ଲୋକ ଏକ ବଡ଼ ପରିବର୍ତ୍ତନ ପାଇଁ ମାନସିକ ପ୍ରସ୍ତୁତି କରିସାରିଛନ୍ତି। ୧୮ ବର୍ଷ ଶାସନରେ ଦୁର୍ନୀତିଖୋରମାନେ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଆତ୍ମସାତ କରି ସାଧାରଣ ଲୋକଙ୍କୁ ପ୍ରତାରିତ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତି ବିରୋଧ ଏବଂ ମୋଦୀଙ୍କ ସୁଶାସନ ଓ ଗରିବ କଲ୍ୟାଣ ପ୍ରତି ବ୍ୟାପକ ଜନସମର୍ଥନ ବିଜେପିର ମିସନ୍-୧୨୦କୁ ସଫଳ କରିବା ସହ ସାଂଖ୍ୟାଧିକ ଲୋକସଭା ସଦସ୍ୟଙ୍କ ବିଜୟ ପାଇଁ ପଥ ପରିଷ୍କାର କରିବ। ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କରିବା ପାଇଁ ରାଜ୍ୟରେ ଚାଲୁଥିବା ଦସ୍ତଖତ ଅଭିଯାନକୁ ବ୍ୟାପକ ଜନସମର୍ଥନ ମିଳିଛି। ଦଶହରା ପୂର୍ବରୁ ଏକ କୋଟି ଦସ୍ତଖତ ସହ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରାଯିବ ବୋଲି ବିଜେପି ସଭାପତି ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ନେତା କେ ଭି ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଉପସ୍ଥିତ ଥିଲେ।
<urn:uuid:9efe37fc-c72d-4654-abfa-da30891e59fa>
CC-MAIN-2019-09
http://sambad.in/politics/bjp-to-launch-jana-jagaran-padayatra-226328/
2019-02-16T22:00:09Z
s3://commoncrawl/crawl-data/CC-MAIN-2019-09/segments/1550247481122.31/warc/CC-MAIN-20190216210606-20190216232606-00082.warc.gz
ory
0.99999
Orya
4
{"ory_Orya_score": 0.9999904632568359}
ଭବିଷ୍ୟତରେ ଜଣେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଯୁକ୍ତ ଦୁଇ ବାଣିଜ୍ୟରେ ୫୩୭ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଥିବା ବାରିପଦା ମହାରାଜା ପୂର୍ଣଚନ୍ଦ୍ର ଜୁନିଅର କଲେଜ କଲେଜ ଛାତ୍ର ମନୀଷ ଅଗରୱାଲା । Tag: ସାକ୍ଷାତକାର ମୁଁ ପରୀକ୍ଷା ସମୟରେ ୧୦ ଘଣ୍ଟା ପରିଶ୍ରମ କରୁଥିଲି । ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହିବି ବୋଲି ଆଶା ରଖିଥିଲି କିନ୍ତୁ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ଖୁସି ଲାଗୁଛି, ସେ କହିଛନ୍ତି । ସେ ମ୍ୟାଟ୍ରିକ ପରେ ରାଜ୍ୟର ବହୁ ବଡ଼ବଡ଼ ଶିକ୍ଷାନୁଷ୍ଠାନରେ ପଢିବାର ସୁଯୋଗ ପାଇଥିଲେ ମଧ୍ୟ ନିଜ ଗାଁ ନିକଟସ୍ଥ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରିବାକୁ ପସନ୍ଦ କରିଥିଲେ । ସଫଳତା ପଛରେ ପିତାମାତା ତଥା କଲେଜ ଶିକ୍ଷକ ଅବଦାନ ରହିଥିବା ବେଳେ ସାଧାରଣ ଜ୍ଞାନ ଆହରଣ ଓ ଗପ ବହି ପଢିବାକୁ ସେ ଭଲପାଆନ୍ତି । ସନ୍ତୋଷ ମେହେର ଓ ରୀନା ମେହେରଙ୍କ ଜ୍ୟେଷ୍ଠା କନ୍ୟା ମଧୁମିତା ଆଗାମୀଦିନରେ ଜଣେ ମେଡିସିନ୍ ସ୍ପେସିଆଲିଷ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଚନ୍ଦନଙ୍କ ବାପା କାଳିଚରଣ ଜଣେ ଡ଼ାକ୍ତର ଓ ମା ଗୃହିଣୀ । ସେ ବ୍ରହ୍ମପୁରରେ ପଢିବା ପାଇଁ ଇଚ୍ଛା ରଖିଛନ୍ତି । ସେ ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିଲେ । This website uses cookies.
<urn:uuid:518205a9-5464-4c70-948c-5fe7f2ab46db>
CC-MAIN-2019-09
http://www.odisha.com/tag/%E0%AC%B8%E0%AC%BE%E0%AC%95%E0%AD%8D%E0%AC%B7%E0%AC%BE%E0%AC%A4%E0%AC%95%E0%AC%BE%E0%AC%B0/amp/page/2/
2019-02-16T21:09:42Z
s3://commoncrawl/crawl-data/CC-MAIN-2019-09/segments/1550247481122.31/warc/CC-MAIN-20190216210606-20190216232606-00082.warc.gz
ory
1.000002
Orya
3
{"ory_Orya_score": 1.0000019073486328}
ବିଶ୍ୱର ଶ୍ରେଷ୍ଠ କମ୍ପାନିଙ୍କ ମଧ୍ୟରେ ସ୍ଥାନ ପାଇଲା ରିଲାଏନ୍ସ ଜିଓ, କାହିଁକି ଜାଣନ୍ତୁ ମୁମ୍ବାଇ : ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ସଫଳତା ହାସଲ କରିଛି । ଇଣ୍ଟରନେଟର ପ୍ରସାର ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣୁଥିବାରୁ କମ୍ପାନି ପ୍ରସିଦ୍ଧ ପତ୍ରିକା ଫର୍ଚୁନ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଫର୍ଚୁନ ପକ୍ଷରୁ ବିଶ୍ୱରେ ପରିବର୍ତ୍ତନ ଆଣୁଥିବା କମ୍ପାନିମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ଜିଓ ବିଶ୍ୱର କିଛି ପ୍ରମୁଖ କମ୍ପାନି ଫାର୍ମାସୁଟିକାଲ କମ୍ପାନି ମର୍କ, ବ୍ୟାଙ୍କ ଅଫ ଆମେରିକା ଓ ଚାଇନିଜ ରିଟେଲ କମ୍ପାନି ଆଲିବାବା । ମିଳିତ ଜାତିସଂଘ ଗତ ୨୦୧୬ରେ ଇଣ୍ଟରନେଟ ସେବା ପାଇବାକୁ ଏକ ମୌଳିକ ମାନବ ଅଧିକାର ମାନ୍ୟତା ଦେଇଛି । ଏହି ଦୃଷ୍ଟିରୁ ଦେଖିଲେ ସମାଜରେ ଇଣ୍ଟରନେଟର ପ୍ରସାର ଦିଗରେ ଜିଓର ଅବଦାନ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛି ଫର୍ଚୁନ । ରିଲାଏନ୍ସ ଜିଓ ଗତ ୨୦୧୬ରେ ଭାରତରେ ନିଜର ଶସ୍ତା ଇଣ୍ଟରନେଟ ସେବା ଆରମ୍ଭ କରିଥିଲା । ସେବେଠାରୁ ଆଜିସୁଦ୍ଧା କମ୍ପାନି ମୋଟ ୨୧୫ ନିୟୁତ ଗ୍ରାହକ ସଂଗ୍ରହ କରିସାରିଛି । ନିକଟରେ ଜିଓ ଗିଗା ଫାଇବର ନାମକ ଅପଟିକାଲ ଫାଇବର ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିଛି ।
<urn:uuid:15b532d4-d8ff-4e09-8785-29fe9e1a2707>
CC-MAIN-2019-09
http://sambad.in/business/jio-placed-among-the-worlds-best-companies-198868/
2019-02-19T00:49:52Z
s3://commoncrawl/crawl-data/CC-MAIN-2019-09/segments/1550247489282.7/warc/CC-MAIN-20190219000551-20190219022551-00082.warc.gz
ory
0.999983
Orya
3
{"ory_Orya_score": 0.9999829530715942}
ସ୍ୱାମୀଙ୍କ ସହ ହୋଟେଲରେ ପହଞ୍ଚିଲେ ମହିଳା,ହୋଟେଲ ତରଫରୁ ଦିଆଯାଇଥିବା ମୃଦୁପାଦୀୟ ପିଇବା ପରେ ବେହୋସ ହୋଇଗଲେ ସ୍ୱାମୀ, ଆଉ ତା' ପରେ…. ଜଲନ୍ଧର : ପଞ୍ଜାବର ଜଲନ୍ଧରରେ ଥିବା ଏକ ହୋଟେଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣା ପଡ଼ିଛି । ପୀଡ଼ିତା ନିଜ ସ୍ୱାମୀଙ୍କ ସହ ହୋଟେଲ ଯାଇଥିବା ବେଳେ ହୋଟେଲର କର୍ମଚାରୀ ତାଙ୍କୁ ତାଙ୍କ ରୁମ୍ରେ ପହଞ୍ଚାଇଥିଲେ । ରୁମ୍ରେ ପହଞ୍ଚିବା ପରେ ହୋଟେଲ ତରଫରୁ ଦମ୍ପତିଙ୍କୁ ମୃଦୁପାଦୀୟ ପିଇବାକୁ ଦିଆଯାଇଥିଲା । ଯାହାକୁ ପିଇବା ପରେ ପୀଡ଼ିତାଙ୍କ ସ୍ୱାମୀ ବେହୋସ ହୋଇ ଯାଇଥିଲେ । ଏହାର ଫାଇଦା ଉଠାଇ ହୋଟେଲର ଦୁଇ କର୍ମଚାରୀ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ କରିବା ସମୟର ଦୁଇ କର୍ମଚାରୀ ଏକ ଭିଡ଼ିଓ ତିଆରି କରିବା ସହ ପାଟି କଲେ ଭିଡ଼ିଓ ଭାଇରାଲ କରି ଦେବାର ଧମକ ଦେଇଥିଲେ । ମହିଳା ଜଣଙ୍କ କରିଥିବା ଅଭିଯୋଗ ଅନୁଯାୟୀ, ହୋଟେଲରେ ମୁଁ ମୋ ସ୍ୱାମୀଙ୍କ ସହ ପହଞ୍ଚିବା ପରେ ମୋତେ ରିସେପ୍ସନ୍ରେ ବସିଥିବା କର୍ମଚାରୀ ଖରାପ ନଜରରେ ଦେଖିବା ଆରମ୍ଭ କରିଥିଲେ । ଏହା ପରେ ଆମକୁ ରୁମ୍ ନମ୍ବର ୫୦୫ର ଚାବି ଦେଇ ସେମାନେ ଯିବାକୁ କହିଥିଲେ । ରୁମ୍ରେ ପହଞ୍ଚିବା ପରେ ଆମକୁ ହୋଟେଲର ଜଣେ େଓ୍ଵଟର ଆସି ମୃଦୁପାନୀୟ ପିଇବାକୁ ଦେଇଥିଲେ । ଯାହାକୁ ମୋ ସ୍ୱାମୀ ପିଇ ବେହୋସ ହୋଇ ଯାଇଥିଲେ । ଏହା ପରେ େଓ୍ଵଟରଙ୍କ ସମେତ ହୋଟେଲର ଜଣେ କର୍ମଚାରୀ ରୁମ୍ର ଟିଭି ଠିକ୍ କରିବା ବାହାନାରେ ଆମ ରୁମ୍କୁ ଜୋର ଜବରଦସ୍ତ ପଶି ଆସିବା ସହ ମୋତେ ଆଉ ଏକ ରୁମ୍କୁ ଡ଼ାକିଥିଲେ । ମୁଁ ମନା କରିବା ପରେ ହୋଟେଲର ସମସ୍ତଙ୍କ ଷ୍ଟାପ୍ ମୋ ହାତରେ ଏବଂ ମୁଁ ଚାହିଁଲେ ତୁମମାନଙ୍କର କିଛି ବି କରି ପାରିବି ବୋଲି କହି ମୋତେ କର୍ମଚାରୀ ଜଣଙ୍କ ଧମକ ଦେଇଥିଲେ । କିନ୍ତୁ ସବୁ ପରେ ମୁଁ ନ ମାନିବାରୁ ମୋତେ ଜୋର ଜବରଦସ୍ତ ଏକ ରୁମ୍କୁ ନେଇ ମୋ ସହ ଦୁଷ୍କର୍ମ କରିଥିଲେ । ଏ ନେଇ ଅଭିଯୋଗ କରିବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।
<urn:uuid:1a619a68-86d4-47ac-9d28-8bca03ea9d09>
CC-MAIN-2019-09
http://sambad.in/crime/rape-in-the-hotel-with-the-woman-in-jalandhar-180640/
2019-02-19T01:10:51Z
s3://commoncrawl/crawl-data/CC-MAIN-2019-09/segments/1550247489282.7/warc/CC-MAIN-20190219000551-20190219022551-00082.warc.gz
ory
1.000009
Orya
4
{"ory_Orya_score": 1.0000085830688477}
ନାସାର ଏହି ଶକ୍ତିଶାଳୀ ମହାକାଶ ଯାନ ସୂର୍ଯ୍ୟକୁ ଛୁଇଁବ! ଆସନ୍ତା କାଲି ସକାଳେ ଉତକ୍ଷେପଣ; ଯାତ୍ରା କରିବ ୧୫ କୋଟି କିଲୋମିଟର ଫ୍ଲୋରିଡା : ରବିବାର ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି । ସୂର୍ଯ୍ୟକୁ ଛୁଇଁବା ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏକ ମହାକାଶଯାନ ପାର୍କର ସୋଲାର ପ୍ରୋବ ଉତକ୍ଷେପଣ କରିବ ବୋଲି ଜଣାପଡ଼ିଛି । ଆମେରିକାର ଫ୍ଲୋରିଡାରୁ ଶନିବାର ସମୟ ପ୍ରାୟ ଅପରାହ୍ନ ୧ଟା ୧୮ ବେଳେ ଏହା ଉତକ୍ଷେପଣ କରାଯିବା କାର୍ଯ୍ୟକ୍ରମ ଥିବା ବେଳେ ଏହାକୁ ରବିବାର ସକାଳକୁ ଘୁଞ୍ଚାଇ ଦିଆଯାଇଛି । ଏହି ପାର୍କର ସୋଲାର ପ୍ରୋବ ଯାନ ଏକ କାର ଆକାରର ଓ ଏହି ଯାନକୁ ଡେଲ୍ଟା-୪ ରକେଟ ସାହାଯ୍ୟରେ ପ୍ରେରଣ କରାଯିବ । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟର ପ୍ରଭାମଣ୍ଡଳର ରହସ୍ୟ ଭେଦ କରିବା ସହ ସୌର ବାୟୁମଣ୍ଢଳ ଉପରେ ଅଧିକ ଗବେଷଣା କରିବା । ସୂର୍ଯ୍ୟ ପୃଷ୍ଠର ତାପମାତ୍ରାଠାରୁ ୩୦୦ ଗୁଣ ଅଧିକ ଉତ୍ତପ୍ତ ହେଉଛି ସୌର ପ୍ରଭାମଣ୍ଡଳ ବା କୋରୋନା । ନାସା ପ୍ରେରଣ କରୁଥିବା ଏହି ପାର୍କର ସୋଲାର ପ୍ରୋବ ଯାନଟି ଏହି ସବୁ ଦିଗରେ ଅଧିକ ଗବେଷଣା କରିବ ବୋଲି ଆଶା ରଖିଛନ୍ତି ବିଜ୍ଞାନୀ । ଅନ୍ୟପଟେ ଏତେ ପରିମାଣର ତାପକୁ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରକାର ତାପରୋଧୀ ଖୋଳପା ଏହି ଯାନ ଉପରେ ରହିଛି । ଏହାର ମୋଟେଇ ପ୍ରାୟ ୪.୫ ଇଞ୍ଚ ରହିଛି। ସବୁ ଠିକ ଭାବେ କାମ କଲେ ଯାନ ଭିତରର ତାପମାତ୍ରା ୨୯ ଡିଗ୍ରି ସେଲସିଅସ ଥିବା ବେଳେ ଏହା ବାହାରର ଲକ୍ଷ ଲକ୍ଷ ଡିଗ୍ରୀ ସେଲସିଅସ୍ ତାପମାତ୍ରାକୁ ମଧ୍ୟ ସହ୍ୟ କରିପାରିବ । — NASA (@NASA) August 11, 2018
<urn:uuid:d380c030-f7b1-4779-b90b-acc3d031fd31>
CC-MAIN-2019-09
http://sambad.in/india-and-beyond/nasas-parker-solar-probe-launch-postponed-193134/
2019-02-19T00:46:18Z
s3://commoncrawl/crawl-data/CC-MAIN-2019-09/segments/1550247489282.7/warc/CC-MAIN-20190219000551-20190219022551-00082.warc.gz
ory
1.000007
Orya
3
{"ory_Orya_score": 1.0000070333480835}
ଭୁବନେଶ୍ୱର, ୧୨।୯ (ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୫ରୁ ୨୮ ତାରିଖ ମଧ୍ୟରେ ୫୮ତମ ଜାତୀୟ ଓପନ୍ ଆଥଲେଟିକ ଚାମ୍ପିୟଶିପ ଆୟୋଜନ ହେବ। ଚଳିତ ସେସନର ଏହା ଶେଷ ମେଜର ଚାମ୍ପିୟନଶିପ୍ ହୋଇଥିବାରୁ ବିଭିନ୍ନ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ବେଶ୍ ବଢିଯାଇଛି। ଆଥଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ (ଏଏଫଆଇ) ସାଧାରଣ ସମ୍ପାଦକ ସି.କେ. ଭାଲସନ ମଙ୍ଗଳବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମଳନୀରେ ଯୋଗ ଦେଇ ଏହି ଆଥଲେଟିକ୍ ଚାମ୍ପିୟନଶିପ୍ ସଂକ୍ରାନ୍ତରେ ବିଶେଷ ଭାବେ ସୂଚନା ପ୍ରଦାନ କରିଥିଲେ। ଏହି ମେଗା ଇଭେଣ୍ଟରେ ପାଖାପାଖି ୬୦୦ ଆଥଲେଟ୍ ଅଂଗ୍ରହଣ କରିବେ। ଦେଶର ସବୁ ରାଜ୍ୟ ଓ ରେଲଓ୍ବେ, ସର୍ଭିସେସ, ଏଲଆଇସି ଓ ପୋଲିସ ଭଳି ବୋର୍ଡରୁ ଆଥଲେଟମାନେ ଭାଗ ନେବେ ବୋଲି ସେ କହିଥିଲେ। ସବୁଠାରୁ ବଡ଼ କଥା ହେଉଛି ଜାପାନ ଭଳି ଦେଶରୁ ମଧ୍ୟ ଆଥଲେଟମାନେ ଏହି ଚାମ୍ପିୟନଶିପ୍ରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ୩ଜଣ ଜାପାନୀ ମହିଳା ସ୍ପ୍ରିଣ୍ଟର ଏହି ଇଭେଣ୍ଟରେ ଏଥର ଭାଗ ନେବେ। ଜାପାନାର ହିଟୋମି ସିମୁରା ମହିଳା ୧୦୦ ମିଟର ହର୍ଡଲ୍ସ, ସାୟାକା ଆଓକି ମହିଳା ୪୦୦ ମିଟର ହର୍ଡଲ୍ସ ଓ ତାକେଇସି କୋନୋମି ୪୦୦ ମିଟର ରେସ୍ରେ ଅଂଶଗ୍ରହଣ କରିବେ। ଏଥିରେ ଅଂଶଗ୍ରହଣ କରିବାକୁ ଜାପାନ ଖେଳାଳିମାନେ ଅନୁରୋଧ କରିଥିଲେ ଓ ଏହାକୁ ଆମେ ସାଦରେ ଗ୍ରହଣ କରିଛୁ ବୋଲି ଭାଲସନ କହିଛନ୍ତି। ଭାରତ ଏବେ ଏସିଆରେ ଅନ୍ୟତମ ଆଥଲେଟିକ୍ ପାଓ୍ବାର ହାଉସ ରୂପେ ଉଭା ହୋଇଛି। ତେଣୁ ବିଦେଶରୁ ମଧ୍ୟ ଖେଳାଳିମାନେ ଆମ ଜାତୀୟ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ମଧ୍ୟ ଖୁସିର କଥା ବୋଲି ସେ କହିଛନ୍ତି। ଏହି ଚାମ୍ପିୟନଶିପ୍ରେ ଦେଶର ତାରକା ଆଥଲେଟ ଅଂଶଗ୍ରହଣ କରିବେ ବୋଲି ସେ ସୂଚନା ଦେଇଥିଲେ। ତାରକା ଜାଭେଲିନ ଥ୍ରେୟର ନିରଜ ଚୋପ୍ରା ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ। ତେବେ ତାରକା ମହିଳା ସ୍ପ୍ରିଣ୍ଟର ହିମା ଦାସ ଇଞ୍ଜୁରି କାରଣରୁ ଏଥିରେ ଭାଗ ନେବେ ନାହିଁ। ଓଡ଼ିଆ ମହିଳା ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ମଧ୍ୟ ଇଞ୍ଜୁରି କାରଣରୁ ଅଂଶଗ୍ରହଣ କରିବେ ନାହିଁ। ତେବେ ଅନ୍ୟ ତାରକା ଆଥଲେଟଙ୍କ ଅଂଶଗ୍ରହଣ କରିବା ନେଇ ପରେ ଘୋଷଣା କରାଯିବ ବୋଲି ଭାଲସନ କହିଥିଲେ। ଭୁବେନେଶ୍ୱର ଏବେ 'ପାରାଡାଇଜ ସିଟି ଅଫ୍ ସ୍ପୋଟର୍ସ' ଅର୍ଥାତ କ୍ରୀଡ଼ାର ସ୍ବର୍ଗ ବନିଯାଇଛି ବୋଲି ଭାଲସନ କହିଥିଲେ। ଏଥି ପାଇଁ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବା ସହ ଭୂୟସୀ ପ୍ରଶଂସା କରିଛନ୍ତି । ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଗୋଟିଏ ପରେ ଗୋଟିଏ ମେଜର ଇଭେଣ୍ଟ ବେଶ୍ ସଫଳତା ସହ ଆୟୋଜିତ ହୋଇଛି। ବିଶ୍ୱକ୍ରୀଡ଼ା ମାନଚିତ୍ରରେ ଭୁବନେଶ୍ୱର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ମାତ୍ର ୯୦ ଦିନ ମଧ୍ୟରେ ସରକାରଙ୍କ ପ୍ରଚେଷ୍ଟାରେ ଏଠାରେ ଗତବର୍ଷ ଏସିଆନ ଆଥଲେଟିକ୍ସ ଗେମ୍ସ ବେଶ୍ ସଫଳତାର ସହ ଆୟୋଜିତ ହୋଇଥିଲା ଓ ସାରା ବିଶ୍ୱ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିଥିଲା ବୋଲି ଭାଲସନ କହିଛନ୍ତି। ଏଥିପାଇଁ ସେ ଓଡ଼ିଶା ସରକାର ଓ ଓଡ଼ିଶା ଆଥଲେଟିକ ଆସୋସିଏଶନ (ଓଏଏ)କୁ କୃତଜ୍ଞତା ଜଣାଇଛନ୍ତି। ପୁଣି ଥରେ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ମେଗା ଇଭେଣ୍ଟର ଆୟୋଜନ ସଫଳ ହେବ ବୋଲି ଭାଲସନ କହିଛନ୍ତି। ଜାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିବା ୧୮ତମ ଏସିଆନ ଗେମ୍ସରେ ଭାରତୀୟ ଆଥଲେଟମାନେ ଐତିହାସିକ ପ୍ରଦର୍ଶନ କରିଥିଲେ। ଭାରତୀୟ ଆଥଲେଟମାନେ ଟ୍ରାକ ଆଣ୍ଡ ଫିଲ୍ଡରେ ଏଥର ୭ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ସହ ମୋଟ ୧୯ଟି ପଦକ ହାସଲ କରିଥିଲେ। ଏଥିପାଇଁ ସବୁ ଆଥଲେଟ, କୋଚ, ସପୋର୍ଟ ଷ୍ଟାଫ, କ୍ରୀଡ଼ା ପ୍ରଶଂସକ ଓ ଗଣମାଧ୍ୟମଗୁଡିକୁ ଆମେ ଧନ୍ୟବାଦ ଜଣାଉଛୁ ବୋଲି ଭାଲସନ କହିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ରହିଛି। ଏକ ସୁନ୍ଦର ଅଭ୍ୟାସ ପଡିଆ ଓ ଓ୍ବାର୍ମଅପ୍ ଟ୍ରାକ ଆଥଲେଟଙ୍କୁ ବେଶ୍ ସହାୟତା ପ୍ରଦାନ କରିବ। ଏହି ପ୍ରତିଯୋଗିତାରେ ସବୁ ଆଥଲେଟ ବିଶ୍ୱସ୍ତରୀୟ ପ୍ରଦର୍ଶନ କରିବେ ବୋଲି ଭାଲସନ ଆଶାପ୍ରକାଶ କରିଛନ୍ତି। ୪ ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିୟନଶିପ୍ରେ ପ୍ରତିଦିନ ସକାଳେ ୨ଘଣ୍ଟା ଓ ସନ୍ଧ୍ୟାବେଳେ ୩ ଘଣ୍ଟାର ଖେଳ ଆୟୋଜନ ହେବ। କିଛି ଦିନ ତଳେ ଏସିଆନ ଗେମ୍ସରେ ୧୦୦ ଓ ୨୦୦ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିଥିବା ମହିଳା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଓଡ଼ିଶା ସରକାର ୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ପୁଣି ଏଥି ସହିତ ସରକାର ଦୂତୀଙ୍କ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସବୁ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ। ଅନ୍ୟ କୌଣସି ସରକାର ପଦକ ବିଜେତାଙ୍କୁ ଏତେ ପରିମାଣର ଅର୍ଥ ପୁରସ୍କାର ବାବଦରେ ପ୍ରଦାନ କରିନାହାନ୍ତି। ସରକାରଙ୍କ ଏହି ପଦକ୍ଷେପ ଦୃଷ୍ଟାନ୍ତମୂଳକ ଓ କ୍ରୀଡ଼ା ପାଇଁ ଶୁଭଙ୍କର ବୋଲି ସେ କହିଛନ୍ତି। ଏହି ଚାମ୍ପିୟନଶିପ୍ର ସୁପରିଚାଳନା ପାଇଁ ୮୦ଜଣ ଟେକନିକାଲ ଷ୍ଟାଫ୍ ଦାୟିତ୍ୱରେ ରହିବେ। ସେହିପରି ୫୦ଜଣ ଭଲ୍ୟୁଣ୍ଟିୟର ମଧ୍ୟ ନିୟୋଜିତ ହେବେ। ଅଂଶଗ୍ରହଣ କରିବାକୁ ଥିବା ଆଥଲେଟମାନଙ୍କ ରହିବା ସୁବ୍ୟବସ୍ଥା କରାଯାଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ହୋଟେଲଗୁଡିକୁ ବୁକ୍ କରାଯାଇଛି। ନଭେମ୍ବର- ଡିସେମ୍ବରରେ ଖେଳାଯିବାକୁ ଥିବା ହକି ବିଶ୍ୱକପ୍ ପାଇଁ ଚାଲିଥିବା ପୁନର୍ଗଠନ କାର୍ଯ୍ୟ ଆୟୋଜନରେ ବାଧା ସୃଷ୍ଟି କରିବ ନାହିଁ ବୋଲି ଭାଲସନ ସ୍ପଷ୍ଟ କରିଥିଲେ। ମୁଖ୍ୟ ଷ୍ଟାଡିୟମରେ ଏହି ଚାମ୍ପିୟନଶିପ୍ ଆୟୋଜନ ହେବ। ତେଣୁ ପୁନର୍ଗଠନ କାର୍ଯ୍ୟ କୌଣସିମତେ ବାଧା ଉପୁଜାଇବ ନାହିଁ। ୨୩ ତାରିଖରୁ ଆଥଲେଟମାନେ ପହଞ୍ଚିବା ଆରମ୍ଭ କରିବେ। ଏପରିକି ୨୪ ତାରିଖରେ ମଧ୍ୟ କେତେକ ଆଥଲେଟ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ଭାଲସନ କହିଥିଲେ। ଏହି ଖବରଦାତା ସମ୍ମଳନୀରେ ସୁମିତ୍ ପାଣ୍ଡେ, ପ୍ରବୋଧ ମହାନ୍ତି, ମନୋଜ ପାଢୀ, ରାଜୀବ ସେଠ ପ୍ରମୁଖ କ୍ରୀଡ଼ା ଅଧିକାରୀ ଯୋଗ ଦେଇଥିଲେ।
<urn:uuid:45b448cd-cdef-4513-8933-4fcbe479d5a1>
CC-MAIN-2019-09
http://www.dharitri.com/main/news/70361
2019-02-23T07:27:29Z
s3://commoncrawl/crawl-data/CC-MAIN-2019-09/segments/1550249490870.89/warc/CC-MAIN-20190223061816-20190223083816-00082.warc.gz
ory
0.999963
Orya
4
{"ory_Orya_score": 0.9999634027481079}
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଚକାପାଦ ବଦଲା ରାସ୍ତାରେ ବାଘୁଣି ଛୁଆକୁ ଧରି ବୁଲୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ବନ ବିଭାଗର କର୍ମଚାରୀମାନେ ସଜାଗ ରହି ବାଘୁଣିର ଗତିବିଧି ଉପରେ ନଜର ରଖିଛନ୍ତି। ପ୍ରତକ୍ଷଦର୍ଶୀ ବ୍ରାହ୍ମଣପାଦର ନାରାୟଣ ସାହୁ ଓ ରୁନା ସାହୁଙ୍କ କହିବା ଅନୁଯାୟୀ ରବିବାର ଅପରାହ୍ନରେ ସେମାନେ ବଦଲାରୁ ବ୍ରାହ୍ମଣପାଦକୁ ବାଇକରେ ଆସୁଥିବା ବେଳେ ରାସ୍ତାରେ ଛୁଆକୁ ଧରି ବାଘୁଣି ବୁଲାବୁଲି କରୁଥିଲା। ଅଧ କିଲୋମିଟର ଦୂରରେ ସେମାନେ ବାଘୁଣିକୁ ଦେଖି ଅଟକି ଯାଇଥିଲେ। ତା'ପରେ କିଛି ସମୟ ପରେ ଛୁଆକୁ ଧରି ବାଘୁଣି ପାଖ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ଏ ନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ସମସ୍ତଙ୍କ ଘରେ କବାଟ ପଡ଼ି ଯାଇଛି। ଟିକାବାଲି ରେଞ୍ଜର ବୈରାଗୀ ଚରଣ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଛୁଆକୁ ଧଣି ବାଘୁଣି ବଦଲା ରାସ୍ତାରେ ବୁଲାବୁଲି କରୁଥିବା ବନ ବିଭାଗ ପାଖରେ ଖବର ରହିଛି। ଏଥି ପାଇଁ ବନ ବିଭାଗ ସତର୍କ ରହିଛି। ଆସନ୍ତାକାଲି ବାଘୁଣିର ପଦଚିହ୍ନ ପରେ ଅନୁଧ୍ୟାନ କରାଯିବ।
<urn:uuid:5296f0b6-6ecc-43d4-a484-d980015a80a7>
CC-MAIN-2019-09
http://sambad.in/state/tigress-and-her-cub-in-kandhmal-236715/
2019-02-17T12:55:22Z
s3://commoncrawl/crawl-data/CC-MAIN-2019-09/segments/1550247481992.39/warc/CC-MAIN-20190217111746-20190217133746-00604.warc.gz
ory
0.999935
Orya
5
{"ory_Orya_score": 0.9999351501464844}
ସ୍ଥାନୀୟ ଗୀତାଭବନ ପରିସରରେ ଭାରତର ପ୍ରଥମ ସହୀଦ୍ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଏବଂ ବଳିଦାନ ଦିବସ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ସମାରୋହ ସମିତିର ସଂଯୋଜକ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମିତିର ସମ୍ପାଦକ ଶକ୍ତି ଶଙ୍କର ମିଶ୍ର ବିଗତ ବର୍ଷ ମାନଙ୍କର ବିବରଣୀ ପ୍ରଦାନ କରି କହିଲେ,ଗତ ୨୦୦୫ ରୁ ଜୟୀରାଜଗୁରୁ ସ୍ମୃତି ସଂସଦ ଟ୍ରଷ୍ଟ ପ୍ରତିବର୍ଷ ଜୟନ୍ତୀ ଦିବସ ଏବଂ ବଳିଦାନ ଦିବାସ ମହାସମାରୋହରେ ପାଳନ କରିଆସୁଛନ୍ତି । ଚଳିତ ବର୍ଷ ଜୟନ୍ତୀ ସମାରୋହ ନଭେମ୍ବର ୨୯ ତାରିଖରେ ଗୀତା ଭବନ ପରିସରରେ ଐତିହାସିକ ଡାକ୍ତର ପ୍ରସନ୍ନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପାଳନ କରାଯିବ ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ପୁରୀର ପୂର୍ବତନ ଲୋକସଭା ସାଂସଦ ବ୍ରଜକିଶୋର ତ୍ରିପାଠୀ ଯୋଗଦେଇ ମାର୍ଗଦର୍ଶନ କରିବେ ବୋଲି ସଦୟ ସ୍ଵୀକୃତୀ ପ୍ରଦାନ କରିଅଛନ୍ତି । ସେହିପରି ଡିସେମ୍ବର ୬ତାରିଖରେ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ସାମ୍ନାରେ ବଳିଦାନ ଦିବସ ସମାରୋହ ଐତିହାସିକ ପ୍ରଫେସର ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଯେଉଁଥିରେ ରାଜ୍ୟ ଯୋଗାଣ ବିଭାଗ ଶାସନ ସଚିବ ମଧୁସୂଦନ ପାଢୀ ଏବଂ ସ୍ଥାନୀୟ ଜିଲ୍ଲାପାଳ ନିରଞ୍ଜନ ସାହୁଙ୍କୁ ଅତିଥି ଭାବରେ ଆମନ୍ତ୍ରଣ କରାଯାଇଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନ୍ସଡ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ଏବଂ କଲେଜ ଅଫ୍ ବିଜନେସ ମ୍ୟାନେଜମେଣ୍ଟ ର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଅଭିନୀତ ଏବଂ ସନ୍ତୋଷ ମହାନ୍ତିଙ୍କ ଦ୍ଵାରା ଲିଖିତ ଓ ନିର୍ଦ୍ଦେଶିତ ଏକ ମହାନ ଐତିହାସିକ ନାଟକ 'ଖୋରଧାର ପ୍ରାଣ-ସହୀଦ୍ ଜୟୀ ରାଜଗୁରୁ'ପରିବେଷଣ କରାଯିବବୋଲି ଅନୁଷ୍ଠାନର ଚେୟାରମ୍ୟାନ ତଥା ସମାରୋହ ସମିତିର ସଂଯୋଜକ ଡକ୍ଟର ନନ୍ଦ କହିଛନ୍ତି । ଏହି ଜୟନ୍ତୀ ଓ ବଳିଦାନ ଦିବସ କାର୍ଯ୍ୟକ୍ରମରେ ପ୍ରାୟତଃ ପଚାଶ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଯାହାକି ସ୍ଥାନୀୟ ଶୁଭେଚ୍ଛୁ ମାନଙ୍କର ସହଯୋଗରେ ମେଣ୍ଟା ଯାଇପାରିବବୋଲି ସଂପାଦକ ଶ୍ରୀଯୁକ୍ତ ମିଶ୍ର କହିଛନ୍ତି । ଖୋର୍ଦ୍ଧା ଭଲି ଏକ ବୀର ପାଇକ ମାଟିରେ ଜନ୍ମଗ୍ରହଣ କରିଥିବା ଏହି ମହାନ ଯୋଦ୍ଧା ଜୟୀ ରାଜଗୁରୁଙ୍କ ମହାନତା ସାରା ଭାରତ ତଥା ପୃଥିବୀର କୋଣେ ଅନୁକୋଣେ ପହଞ୍ଚାଇବା ପାଇଁ ଏଭଳି ପ୍ରୟାସ ପ୍ରତିବର୍ଷ ରହିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡଃ ବୃନ୍ଦାବନ ପଣ୍ଡା,ଦୟାନିଧି ରାଉତରାୟ ,ହରିଚରଣ ଦାସ ମହାରାଜ,ବ୍ରଜନାଥ ଶତପଥି,ଜ୍ଞାନରଞ୍ଜନ ଦାଶ,ସୀତାକାନ୍ତ ପଣ୍ଡା,ପ୍ରଫୁଲ୍ଲ କୁମାର ସାମତରାୟ,ଦିଲ୍ଲୀପ ପଟ୍ଟନାୟକ,ସର୍ବେଶ୍ଵର ମହାପାତ୍ର,ସନତ ପଟ୍ଟନାୟକ,ରଶ୍ମି ରଞ୍ଜନ ମୁଦୁଲି,ନିରଞ୍ଜନ ଦୋରା,ପ୍ରଭାତ ମହାନ୍ତି,ନୀଳାଦ୍ରିନାଥ ଜଗଦେବ,ଇତିଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ ଏବଂ କାର୍ଯ୍ୟକ୍ରମ ସଫଳ କରାଇବା ପାଇଁ ବିଭିନ୍ନ ଦାୟିତ୍ଵ ନେଇଥିଲେ । - ଭେଜ୍ କାର୍ଟ ବ୍ୟବସ୍ଥାର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ - ଭେଜିକାର୍ଟ ଭ୍ରାମ୍ୟମାଣ ପାରିବା ଗାଡି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ
<urn:uuid:e2fbf77c-d6c2-4816-bb63-158bf487b10d>
CC-MAIN-2019-09
http://odishan.com/9905
2019-02-23T21:45:27Z
s3://commoncrawl/crawl-data/CC-MAIN-2019-09/segments/1550249550830.96/warc/CC-MAIN-20190223203317-20190223225317-00604.warc.gz
ory
1
Orya
6
{"ory_Orya_score": 0.9999996423721313}
ବ୍ରହ୍ମପୁର ଅଫିସ,୨୪ା୧-ବ୍ରହ୍ମପୁରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନରେ ନେତାଜୀ ସାରସ୍ବତ ମଞ୍ଚ, ସଂସ୍କାରବାଦୀ, ମାନବଅଧିକାର ସୁରକ୍ଷା ମଞ୍ଚ, ମହାନ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ଯୁବ ବିଜେଡି ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ପିଭିଏନ ରାଓ ପେଟ୍ରୋଲପମ୍ପ ଛକରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବପିଢୀଙ୍କୁ ଆହ୍ବାନ ଦେଇଥିଲେ। ସେହିପରି ଡିଏସଓ(ଅଲ ଇଣ୍ଡିଆ ଡେମୋକ୍ରେଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ) ପକ୍ଷରୁ ମଧ୍ୟ ନେତାଜୀ ଜୟନ୍ତୀ ପାଳିତ ହୋଇଥିଲା । ପୂର୍ବାହ୍ନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିବା ବେଳେ ସନ୍ଧ୍ୟାରେ ରାମଲିଙ୍ଗମ ଟେମ୍ପୁଲ ରୋଡ ପାର୍ଶ୍ୱରେ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ ନେତାଜୀଙ୍କ ଜୀବନାଦର୍ଶ ଉପରେ ଯୁବବର୍ଗଙ୍କୁ ସଚେତନ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ସଙ୍ଗଠନ ପକ୍ଷରୁ ପୁରସ୍କୃତ । ସଙ୍ଗଠନର ରାଜ୍ୟ ସମ୍ପାଦକ ସୋମନାଥ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଜୟନ୍ତିୀପାଳନ କରାଯାଇଥିବା ବେଳେ ମହାନଗରର ବିଜୁ ଯୁବ ବାହିନୀ ପକ୍ଷରୁ ସ୍ଥାନୀୟ ମ୍ୟୁନିସିପାଲିଟି ଗେଷ୍ଟହାଉସ ପରିସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ା ଏଥିରେ ୫୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
<urn:uuid:9d493179-399d-49e5-a7cc-8392bf803d5e>
CC-MAIN-2019-09
http://www.dharitri.com/main/news/95626
2019-02-15T23:53:16Z
s3://commoncrawl/crawl-data/CC-MAIN-2019-09/segments/1550247479627.17/warc/CC-MAIN-20190215224408-20190216010408-00123.warc.gz
ory
0.999984
Orya
2
{"ory_Orya_score": 0.9999836683273315}
ଅନିୟମିତ ଋତୁଚକ୍ର ସାବଧାନ ହେବାକୁ ଇସାରା ଦେଲାଣି। ଅସହ୍ୟ ତାତିରେ ମଣିଷ କଲବଲ ହେଲାଣି। ଭଲ ପାଣି ମୁନ୍ଦେ ପାଇଁ ଚିନ୍ତା ଘାରିଲାଣି। ପରିବେଶବିତମାନେ ସତର୍କ ବାଣୀ କଲେଣି। ଏବେଠୁ ପ୍ରତ୍ୟେକ ବ୍ୟକ୍ତି ସଚେତନ ନ ହେଲେ ପରିବେଶ ବିଗିଡ଼ିଯିବ। ତଥାପି ମାନବ ସମାଜ ପରିବେଶ ମନସ୍କ ହୋଇପାରିନି। ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକର ଭୟାବହତା ଚଳିତ ବର୍ଷ ପରିବେଶ ଦିବସର ବିଷୟବସ୍ତୁ ରହିଛି। ଅଥଚ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଭବିଷ୍ୟତ ପାଇଁ ଏକ ବଡ଼ ବିପଦକୁ ଆମନ୍ତ୍ରଣ କରୁଛି। ବିଶେଷତଃ ଦୈନନ୍ଦିନ ଜୀବନରେ ପାଣି ବୋତଲ ବ୍ୟବହାର କରି ମଣିଷ ଯେ ପ୍ରତିଦିନ ରୋଗ କିଣୁଛି ଏକଥା ତାକୁ ଜଣାନାହିଁ। ମା' ପେଟରୁ ବିକଳାଙ୍ଗ କରିଦିଏ, କ୍ୟାନ୍ସର୍ ବ୍ୟାଧିକୁ ଜନ୍ମ ଦିଏ ଆପଣ ଯେବେ ହୋଟେଲରୁ ଗରମ ଖାଦ୍ୟ ମଗାନ୍ତି ଅବା ଘରକୁ ନିଅନ୍ତି ନିଶ୍ଚେ ପଲିଥିନର ବ୍ୟାଗର ସାହାରା ନେଉଥିବେ। ପିଇବା ପାଇଁ ବି ପାଣି ବୋତଲ ବ୍ୟବହାର ଏବେ ଏକ ପ୍ରକାର ଜରୁରୀ ଆବଶ୍ୟକତା ପାଲଟିଯାଇଛି। ମାତ୍ର ଏହି ପଲିଥିନ୍ ଏବଂ ପ୍ଲାଷ୍ଟିକ୍ ବୋତଲରେ ଦୀର୍ଘଦିନ ଧରି ସାଇତା ଯାଇଥିବା ପାଣି ଆମ ଭିତରେ ଅନେକ ରୋଗକୁ ଜନ୍ମ ଦିଏ। ଜୈବିକ ସଂଶ୍ଳିଷ୍ଟ (କୃତ୍ରିମ) ମିଶ୍ରଣରୁ ପ୍ରସ୍ତୁତ ବିସଫିଲୋନ୍ ମା ପେଟରେ ଥିବା ପିଲାଙ୍କୁ ଦିବ୍ୟାଙ୍ଗ କରିଦେଇପାରେ। ସହରାଞ୍ଚଳରେ ଗଦାଗଦା ବର୍ଜ୍ୟବସ୍ତୁ ପୋଡ଼ାଯିବା ବେଳେ ସେଥିରୁ ଡାଇଅକ୍ସିନ୍ ଓ ଫ୍ୟୁରାନ୍ ଭଳି ବିଷାକ୍ତ ବାଷ୍ପ ନିର୍ଗତ ହୋଇ ପାଖାପାଖି ରହୁଥିବା ଲୋକଙ୍କ ଭିତରେ କ୍ୟାନସର ଭଳି ମହାବ୍ୟାଧି ସୃଷ୍ଟି କରେ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିବା ସହ ହରମନ୍ ସମସ୍ୟା ସୃଷ୍ଟି କରେ। ବନ୍ୟା ସୃଷ୍ଟି ରୁଛି, ସାମୁଦ୍ରିକ ଜୀବଙ୍କୁ ମାରୁଛି ସାମାନ୍ୟ ବର୍ଷାରେ ସହରରେ ବନ୍ୟା ସୃଷ୍ଟି ହେବା ପଛରେ ପ୍ଲାଷ୍ଟିକ୍ ପଲିଥିନ୍ ଅନ୍ୟତମ କାରଣ। ପଲିଥିନ୍ ଓ ପାଣି ବୋତଲ ବ୍ୟବହାର କରି ଫିଙ୍ଗିଦେବା ପରେ ଏହା ନଈନାଳରେ ଭାସି ଠାଏଁ ଠାଏଁ ଅବରୋଧ ସୃଷ୍ଟି କରେ। ତେଣୁ ପାଣି ନିଷ୍କାସିତ ହୋଇ ନପାରି ଜମି ରୁହେ। ସଂଶ୍ଳେଷିତ ପଦାର୍ଥ ହୋଇଥିବାରୁ ମାଟିରେ ପଡ଼ିଲେ ଅଣୁଜୀବମାନେ ଏହାକୁ ଭାଙ୍ଗିପାରନ୍ତି ନାହିଁ। ତେଣୁ ଏହା ଶହ ଶହ ବର୍ଷ ମାଟିରେ ପଡ଼ି ରହୁଥିବାରୁ ଭୂତଳକୁ ଜଳ ରିଚାର୍ଜ ହେବାରେ ବାଧକ ସାଜେ ବୋଲି ପରିବେଶ ବିଜ୍ଞାନୀ ଡ.ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି। ସର୍ବେକ୍ଷଣ ମୁତାବକ, ସମୁଦ୍ରକୁ ବର୍ଷକୁ ୧୩ ନିୟୁତ ଟନ୍ ପ୍ଲାଷ୍ଟିକ୍ ପଦାର୍ଥ ଯାଉଥିବାରୁ ୧ଲକ୍ଷ ସାମୁଦ୍ରିକ ଜୀବ, ୨ ନିୟୁତ ସାମୁଦ୍ରିକ ପକ୍ଷୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେଣୁ ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ପୁନଃ ବ୍ୟବହାର କରିବା ଏବଂ ପୁନଃଚକ୍ରଣ ଦ୍ୱାରା ବ୍ୟବହାର କରିବା ଭଳି ୩ଟି କଥାକୁ ଅନୁସରଣ କରିବା ଉଚିତ୍ ବୋଲି ଡ.ପାଣିଗ୍ରାହୀ କହିଛନ୍ତି। ବର୍ଷକୁ ଜମା ହେଉଛି ୨ହଜାର କୋଟି ପାଣି ବୋତଲ ସର୍ବେକ୍ଷଣ ତଥ୍ୟ ମୁତାବକ, ଏବେ ବାର୍ଷିକ ୩୦ ହଜାର ଟନ୍ ପ୍ଲାଷ୍ଟିକ୍ ଉତ୍ପାଦନ କରାଯାଉଛି। ପ୍ରତି ମିନିଟରେ ୧ ନିୟୁତ ପ୍ଲାଷ୍ଟିକ୍ ବୋତଲ ପ୍ରସ୍ତୁତ ହେଉଛି। ସେଥିରୁ ପ୍ରାୟ ୫୦ ପ୍ରତିଶତ ବୋତଲ ବା ପଲିଥିନ୍ ମାତ୍ର ଥରେ ବ୍ୟବହାର ହେଉଛି। ତେଣୁ ବର୍ଷକୁ ୨ହଜାର କୋଟି ପାଣି ବୋତଲ ବର୍ଜ୍ୟବସ୍ତୁ ଭାବେ ପଡ଼ି ରହୁଛି। ଅର୍ଥାତ ପୁନଃଚକ୍ରଣ ମାଧ୍ୟମରେ ବ୍ୟବହାର କଲେ ବିପୁଳ ସାଧନ ବଞ୍ଚିପାରିବ। ୧ ଟନ୍ ପାଣିବୋତଲ ରିସାଇକେଲିଂ କରାଗଲେ ୩.୮ ବ୍ୟାରେଲ୍ ଅଶୋଧିତ ତୈଳ ବଞ୍ଚାଇ ହେବ। ପୁନଃ ଚକ୍ରଣ ପ୍ରକ୍ରିୟାରେ ସେତିକି ପ୍ଲାଷ୍ଟିକ୍ ପାଣି ବୋତଲ ପ୍ରସ୍ତୁତିରେ ୨ ତୃତୀୟାଂଶ ଶକ୍ତି ବଞ୍ଚାଇ ହେବ। ପୁନଃଚକ୍ରଣ ବେଳେ କମ୍ ଶକ୍ତି ଓ ଇନ୍ଧନ ବ୍ୟବହୃତ ହେଉଥିବାରୁ ଗ୍ରିନ୍ ହାଉସ୍ ଗ୍ୟାସ୍ ଏତେ ସୃଷ୍ଟି ହେବ ନାହିଁ। ଯଦିଓ ପ୍ଲାଷ୍ଟିକ୍ େଓ୍ଵଷ୍ଟ୍ ମ୍ୟାନେଜମେଣ୍ଟ୍ ରୁଲ୍ ୨୦୧୧ ମୁତାବକ ୫୦ରୁ କମ ମାଇକ୍ରନର ପଲିଥିନ୍ ବ୍ୟବହାରର ନିର୍ଦ୍ଦେଶ ଅଛି କିନ୍ତୁ ତାହା ବାସ୍ତବରେ ହୋଇପାରୁନି। କେବଳ ସରକାରଙ୍କ ଉପରେ ଛାଡ଼ି ନଦେଇ ପ୍ରତ୍ୟେକ ବ୍ୟକ୍ତି ନିଜ ଘରୁ ପ୍ଲାଷ୍ଟିକରୁ ଦୂରେଇବା ଆରମ୍ଭ କଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ ବୋଲି ପରିବେଶବିତ୍ ରୀନା ରାଉତରାୟ କହିଛନ୍ତି।
<urn:uuid:24bc3c55-7de8-4de4-8c47-9b87bf69e7de>
CC-MAIN-2019-09
http://kanaknews.com/11world-environment-day-forgot-plastic/
2019-02-16T23:51:44Z
s3://commoncrawl/crawl-data/CC-MAIN-2019-09/segments/1550247481249.5/warc/CC-MAIN-20190216230700-20190217012700-00443.warc.gz
ory
0.99999
Orya
11
{"ory_Orya_score": 0.9999895095825195}
ଗୁଗୁଲର ବଡ ସଫଳତା ! ଭାରତର ୪୦୦ଟି ରେଲୱେ ଷ୍ଟେସନରେ ଦେଇ ସାରିଲାଣି ମାଗଣା ୱାଇଫାଇ ସେବା । ଭାରତର ୪୦୦ଟି ରେଲୱେ ଷ୍ଟେସନରେ ରେଲଟେଲର ସହଯୋଗରେ ଗୁଗୁଲ ପକ୍ଷରୁ ଫ୍ରି ୱାଇଫାଇ ସେବା ଆରମ୍ଭ କରାଯାଇଛି । ଏନେଇ ଗୁଗୁଲ ପକ୍ଷରୁ ଗୁରୁବାର ଦିନ ସୂଚନା ପ୍ରକାଶ ପାଇଛି । ୨୦୧୬ ମସିହାରେ ଡିଜିଟାଲ ଇଣ୍ଡିଆ ପ୍ରକ୍ରିୟାରେ ମୁମ୍ବାଇ ଷ୍ଟେସନ ଠାରୁ ଏହାର ଶୁଭାରମ୍ଭ କରାଯାଇଥିଲା । ତେବେ ଆସାମର ଦେବୁଗଡ ଷ୍ଟେସନରେ ଫ୍ରି ୱାଇଫାଇ ସେବା ଆରମ୍ଭ ହେବା ପରେ ଗୁଗୁଲ ତାର ୪୦୦ ସଂଖ୍ୟା ପୁରଣ କରିଛି । ଗୁଗୁଲ ଅନୁଯାୟୀ, ରେଲଟେଲ ସହାୟତାରେ କୋଟି କୋଟି ଭାରତୀୟଙ୍କୁ ଯୋଡିବାରେ ସେ ସଫଳ ରହିଛନ୍ତି । ରେଲଟେଲ ଭାରତୀୟ ରେଲୱେର ଯାନ୍ତ୍ରିକ ବିଭାଗ ଅଟେ । ଡିଜିଟାଲ ଇଣ୍ଡିଆ ପ୍ରକ୍ରିୟାରେ ପ୍ରଥମ ବର୍ଷରେ ଗୁଗୁଲ ରେଳବାଇ ସହ ମିଶି ଦେଶର ସବୁଠାରୁ ବ୍ୟସ୍ତ ରେଲୱେ ଷ୍ଟେସନରେ ଫ୍ରି ୱାଇଫାଇ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଯାହାଦ୍ୱାରା ପାଖାପାଖି ୧୫ ହଜାର ଲୋକମାନେ ପ୍ରତିଦିନ ମାଗଣା ୱାଇଫାଇ ବ୍ୟବସ୍ଥାର ଫାଇଦା ଉଠାଇପାରିଥିଲେ ।
<urn:uuid:aeeec766-ef85-4c32-88d9-98eaf2a18b8c>
CC-MAIN-2019-09
http://kanaknews.com/google-placed-free-wifi-on-400-railway-station-in-india/
2019-02-16T23:53:07Z
s3://commoncrawl/crawl-data/CC-MAIN-2019-09/segments/1550247481249.5/warc/CC-MAIN-20190216230700-20190217012700-00443.warc.gz
ory
0.999995
Orya
6
{"ory_Orya_score": 0.9999953508377075}
ପୁରୀ : ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମଗ୍ର ପୁରୀ ସହର ଏବେଠୁ ପୁଲିସ ବଳୟରେ ରହିଛି। ବରିଷ୍ଠ ପୁଲିସ ଅଧିକାରୀ, ଫୋର୍ସ, ଯବାନ ଏଠାରେ ପହଞ୍ଚି ପ୍ରାକ୍ ପ୍ରସ୍ତୁତି (ମକ୍ଡ୍ରିଲ୍) ଆରମ୍ଭ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ରଥଯାତ୍ରା ପାଇଁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆଜି ପୁରୀ ପୌର ସଦନ ସଦନ ପରିସରରେ ରଥଯାତ୍ରା ପାଇଁ ନିୟୋଜିତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା। ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏଥିରେ ଅଧ୍ୟକ୍ଷତା କରି ଉପସ୍ଥିତ ପୁଲିସ ପଦାଧିକାରୀ ଓ କର୍ମଚାରୀଙ୍କୁ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରଥଯାତ୍ରା ଡ୍ୟୁଟି ଭାଗ୍ୟରେ ଥିଲେ ମିଳେ ବୋଲି ଡାକ୍ତର ଶର୍ମା କହିଥିଲେ। ଆଜିଠାରୁ ସମସ୍ତ ବରିଷ୍ଠ ଆଇପିଏସ୍ ଅଫିସରମାନେ ନିଜ ନିଜ ବିଭାଗର ଦାୟିତ୍ଵ ନେଇଛନ୍ତି। ଆଇଜି ଅସିତ ପାଣିଗ୍ରାହୀ ଭିଡ଼ ଶୃଙ୍ଖଳା ଦାୟିତ୍ଵ ନେଇଥିବା ବେଳେ ସଂଜୀବ ପଣ୍ଡା ଟ୍ରାଫିକ୍ ଏବଂ ଅମିତାଭ ଠାକୁରଙ୍କୁ କର୍ଡନ ଦାୟିତ୍ଵ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତି, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ସଂଜୀବ ପଣ୍ଡା, ଆଇଜି ଅସିତ ପାଣିଗ୍ରାହୀ, ଆଇଜି ଅମିତାଭ ଠାକୁର, ଏସ୍ଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂ, ଡାଇରେକ୍ଟର ଇଣ୍ଟେଲିଜେନସ୍ ସୁନିଲ ରାୟ, ଡିଆଇଜି ଏସ୍ଟିଏଫ ହିମାଂଶୁଲାଲ, କ୍ରାଇମ୍ବ୍ରାଞ୍ଚ ଏସପି ରାଜେଶ ପଣ୍ଡିତ୍, ଆଇଜି ଇଣ୍ଟେଲିଜେନସ୍ ରାମକ୍ରିଷ୍ଣା ଶର୍ମା, ଏଡିଜି ପ୍ରଣବେନ୍ଦୁ ଆଚାର୍ଯ୍ୟ, ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
<urn:uuid:7d19761b-1370-4da8-a6a7-c4510f993c62>
CC-MAIN-2019-09
http://sambad.in/state/security-tightened-in-puri-for-rath-yatra-175568/
2019-02-17T00:49:49Z
s3://commoncrawl/crawl-data/CC-MAIN-2019-09/segments/1550247481249.5/warc/CC-MAIN-20190216230700-20190217012700-00443.warc.gz
ory
0.999959
Orya
8
{"ory_Orya_score": 0.9999587535858154}
ଆମେ ସମସ୍ତେ ବେଲ ଗଛ ବିଷୟରେ ଜାଣିଛେ । କେହି କେହି କୁହନ୍ତି ଏହି ଗଛରେ ପ୍ରଭୁ ମହେଶ୍ଵର ବାସ କରନ୍ତି । ଆଉ କିଛି ଲୋକଙ୍କ ମତରେ ଏଥିରେ ପ୍ରେତାତ୍ମା ବାସ କରନ୍ତି । ସେ ଯାହାବି ହଉ ସାଧାରଣତଃ ଆମେ ବେଲ ବୃକ୍ଷର ପତ୍ର କୁ ପୂଜା ବେଳେ ବ୍ୟବହାର କରିଥାଉ। ଦେବ ଦେବ ମହାଦେବଙ୍କ ଉପରେ ବେଲ ପତ୍ର ଦେଲେ ସେ ସନ୍ତୁଷ୍ଟ ହୋଇ ମନ ବାଞ୍ଛିତ ଫଳ ଦିଅନ୍ତି ବୋଲି ଆମମାନଙ୍କର ଧାର୍ମିକ ମତ । କିନ୍ତୁ ଆପଣ ଜାଣିଛନ୍ତି ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଆସନ୍ତୁ ଜାଣିବା ଏହାର ଲାଭଦାୟକ ଗୁଣ ବିଷୟରେ। - ପ୍ରତିଦିନ ସକାଳେ ବେଲପତ୍ର ଖାଇବା ଦ୍ୱାରା ଗରମରୁ ରକ୍ଷା ମିଳିବା ସହିତ ମାନସିକ ରୋଗୀଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଛି। - ପାଟିରେ ଘା' ହୋଇଥିଲେ ପ୍ରତିଦିନ ସକାଳେ ବେଲପତ୍ର ଚୋବାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ। - ବେଲପତ୍ର ନିୟମିତ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହୃଦ୍ଘାତରୁ ରକ୍ଷା ମିଳିଥାଏ। - ଜ୍ୱର ହୋଇଥିଲେ ବେଲପତ୍ର କାଢ଼ା କରି ପିଇବା ଦ୍ୱାରା ଜ୍ୱରରୁ ଉପଶମ ମିଳିଥାଏ। ଏହାସହିତ ଖବ୍ଶୀଘ୍ର ଆରାମ ଲାଗିଥାଏ। - ବେଲ ପତ୍ର ଖାଇ ତମ୍ବା ପତ୍ରରେ ଥିବା ପାଣି ପିଇବା ଦ୍ଵାରା ବଦହଜମ ଓ ଗ୍ୟାସ ରୋଗରୁ ମଧ୍ୟ ଉପସମ ମିଳିଥାଏ ।
<urn:uuid:92944a7f-1316-48c3-bb59-c92d4b775a61>
CC-MAIN-2019-09
https://enewsodia.com/health-benefits-of-bael-leaves/
2019-02-18T01:48:55Z
s3://commoncrawl/crawl-data/CC-MAIN-2019-09/segments/1550247484020.33/warc/CC-MAIN-20190218013525-20190218035525-00123.warc.gz
ory
1.000003
Orya
8
{"ory_Orya_score": 1.000003457069397}
ମାହାଙ୍ଗା : ରାଜ୍ୟ ସରକାର ସବୁବେଳେ ଲୋକ ମ।ନଙ୍କର ମୈ।ଳିକ ଅଧିକାରର କଥ। କହୁଥିବା ବେଳେ ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳର ଲୋକମାନଙ୍କୁ ଭୂତଳ ପାଇପ ଯୋଗେ ପାନୀୟଜଳ ଯୋଗାଣ କିଭଳି ପ୍ରହସନ ପାଲଟିଛି ତାହାର ଉଦାହରଣ ପ।ଲଟିଛି ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତର ଆପିଲୋ ତଳପଡାରେ ଥିବା ପାନୀୟଜଳ ପ୍ରକଳ୍ପ । ଦୁଇ ବର୍ଷ ତଳୁ ଏହି ପ୍ରକଳ୍ପ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନହୋଇ ପ।ରିବ। । ଏପରିକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାଣି ଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କାମରେ ଲାଗୁନି । ଏଣୁ ଜନସାଧାରଣରେ ଅସନ୍ତୋଷ ବଢ଼ୁଛି । କେଉଁ କାରଣ ପାଇଁ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦ।ବି ହେଉଛି ।
<urn:uuid:3ddf9c19-cb03-4340-9bb4-3195fd8521bf>
CC-MAIN-2019-09
http://odishareader.in/2018/04/11/%E0%AC%A6%E0%AD%81%E0%AC%87-%E0%AC%AC%E0%AC%B0%E0%AD%8D%E0%AC%B7-%E0%AC%AA%E0%AC%B0%E0%AD%87%E0%AC%AC%E0%AC%BF-%E0%AC%A8%E0%AC%BF%E0%AC%B0%E0%AD%8D%E0%AC%AE%E0%AC%BF%E0%AC%A4-%E0%AC%AA%E0%AC%BE/
2019-02-22T08:10:12Z
s3://commoncrawl/crawl-data/CC-MAIN-2019-09/segments/1550247514804.76/warc/CC-MAIN-20190222074154-20190222100154-00123.warc.gz
ory
1.000008
Orya
3
{"ory_Orya_score": 1.0000078678131104}
ସୁଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ତରଫରୁ ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି ହୋଇଯାଇଛି । ସମାଜରେ ବଢ଼ୁଥିବା ମିଥ୍ୟା ସମ୍ବାଦକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଏହି ନିୟମକୁ ଲାଗୁ କରାଯାଇଛି । ଏହି ନିୟମରେ ସାମ୍ବାଦିକଙ୍କ ମାନ୍ୟତା ରଦ୍ଦ ପାଇବା ଭଳି ଗାଇଡଲାଇନ ମଧ୍ୟ ରହିଛି । ଏହାକୁ ନେଇ ଗଣମାଧ୍ୟମରେ ଏବେ ବିରୋଧର ସ୍ୱର ତେଜିବାକୁ ଲାଗିଲାଣି । କ'ଣ ରହିଛି ସରକାରଙ୍କ ଗାଇଡଲାଇନ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବୟାନରେ ଦର୍ଶାଯାଇଛି ଯେ କେଉଁ ଭଳି ଭାବେ ଫେକନ୍ୟୁଜ ପ୍ରସାରଣ କରୁଥିବା ବ୍ୟକ୍ତିଙ୍କ ପକ୍ଷେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ବୟାନ ମୁତାବକ ଯଦି କେଉଁ ଗଣମାଧ୍ୟମରୁ ଫେକନ୍ୟୁଜ ପ୍ରସାରଣ ଉପରେ ପ୍ରମାଣ ମିଳେ ତାହେଲେ ପ୍ରିଣ୍ଟ ମିଡିଆ ହୋଇଥିଲେ ପ୍ରେସ କାଉନସିଲ ଅଫ ଇଣ୍ଡିଆ(ପିସିଆଇ) ଏବଂ ଇଲେକ୍ରୋ୍ଟନିକ ମିଡିଆ ହୋଇଥିଲେ ନ୍ୟୁଜ ବ୍ରୋଡକାଷ୍ଟରର୍ସ ଆସୋସିଏସନ(ଏନବିଏ)କୁ ତଦାରଖ ପାଇଁ ପଠାଯିବ । ଏହି ସଂସ୍ଥା ନ୍ୟୁଜ ସତ କି ମିଛ ତାହାକୁ ନେଇ ଜାଞ୍ଚ ଆରମ୍ଭ କରିବ । ଏଭଳି ପ୍ରମାଣ ମିଳିବା ପରେ ସାମ୍ବାଦିକଙ୍କୁ ଯେଭଳି କୌଣସି ଅସୁବିଧା ନହେବ ଏଥିପାଇଁ ଦୁଇ ଗଣମାଧ୍ୟମକୁ ସତ୍ୟତାର ରହସ୍ୟ ଖୋଜିବା ପାଇଁ ୧୫ ଦିନ ସମୟ ମଧ୍ୟ ଦିଆଯିବ । ଏହା ଉପରେ ଖୋଦ ସୁଚନା ଏବଂ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାଣୀ ଟ୍ୱିଟରରେ ପ୍ରତିକ୍ରିୟା ଜଣାଇ ଲେଖିଛନ୍ତି, "ଫେକନ୍ୟୁଜ ପ୍ରସାରଣ ମାମଲାକୁ ନେଇ ପିସିଆଇ ଏବଂ ଏନବିଏ ତରଫରୁ ସତର ରହସ୍ୟ ଉନ୍ମୋଚନ କରାଯିବ । ଦୁଇ ଏଜେନ୍ସିକୁ ଭାରତ ସରକାରଙ୍କ ଦ୍ୱାରା ରେଗୁଲେଟ ଏବଂ ଅପରେଟ ମଧ୍ୟ କରାଯାଇ ପାରୁନାହିଁ " । ସରକାରଙ୍କ ବିରୋଧରେ ସାମ୍ବାଦିକ ସରକାରଙ୍କ ଏଭଳି ପଦକ୍ଷେପରେ ସାମ୍ବାଦିକଙ୍କ ବିରୋଧ ଆରମ୍ଭ ହୋଇଯାଇଛି । ସରକାରଙ୍କ ଏଭଳି ଗାଇଡଲାଇନ ଉପରେ ବୈଠକ ଏବଂ ବିଚାର କରିବା ଭଳି କିଛି ସାମ୍ବାଦିକ କହିଛନ୍ତି , ଯେ ଏହି ପଦକ୍ଷେପ ଗଣମାଧ୍ୟମର ତଣ୍ଟି ଚିପିବା ସଦୃଶ ସରକାରଙ୍କ ଅଲୋକତାନ୍ତ୍ରିକ ନିଷ୍ପତ୍ତି । ସ୍ମୃତି ଇରାଣୀ ଟ୍ୱିଟରରେ ଏହା ମଧ୍ୟ କହିଛନ୍ତି ଯେ ସରକାର ଫେକନ୍ୟୁଜ ଜାଞ୍ଚକୁ ରେଗୁଲେଟ କିମ୍ବା ଅପରେଟ କରିବେ ନାହିଁ କିନ୍ତୁ ପିସିଆଇ ଏବଂ ଏନବିଏ ଭଳି ସଂସ୍ଥା ପାଳନ କରୁଥିବା ନୈତିକ ନିୟମକୁ ସାମ୍ବାଦିକ ପାଳନ କରିବାକୁ ବାଧ୍ୟ ହେବେ । ଏହାର ଉତ୍ତର ଦେବାକୁ ଯାଇ ବରିଷ୍ଠ ସାମ୍ବାଦିକଗଣ ସରକାରଙ୍କୁ ଏଭଳି ପଦକ୍ଷେପ ନନେବାକୁ କହିଥିଲେ । ଆରମ୍ଭ ହେଲାଣି ରାଜନୀତି ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । ୟୁପିଏ ଚେୟାରମ୍ୟାନ ସୋନିଆ ଗାନ୍ଧୀଙ୍କ ରାଜନୀତିକ ସହାୟକ ତଥା କଂଗ୍ରେସ ନେତା ଅହମ୍ମଦ ପଟ୍ଟେଲ ଏଭଳି ପଦକ୍ଷେପକୁ ନେଇ ଟ୍ୱିଟରରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ସରକାରଙ୍କ ତରଫରୁ ନିଆଯାଇଥିବା ଏଭଳି ପଦକ୍ଷେପର ପ୍ରଶଂସା କଲେ ମଧ୍ୟ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କିମାରୁଥିବା କଥା କହିଛନ୍ତି । ଅହମ୍ମଦ ପଟ୍ଟେଲଙ୍କ ପ୍ରଶ୍ନ ୧. କ'ଣ ଗ୍ୟାରେଣ୍ଟି ଅଛି ଯେ ଏଭଳି ନିୟମ ସଚ୍ଚୋଟ ସାମ୍ବାଦିକଙ୍କୁ ପ୍ରତାଡିତ କରିବାର ମାଧ୍ୟମ ନହେବ? ୨. ଫେକନ୍ୟୁଜର ଚିହ୍ନଟ କିଏ କରିବ? ୩. କ'ଣ ଏହା ସମ୍ଭବ ନୁହେଁ କି ଟାର୍ଗେଟ ରଖି କାହା ଉପରେ ଦୋଷ ଦିଆଯାଇପାରିବ ଏବଂ ଜାଞ୍ଚ ଜାରି ହେବା ପର୍ଯ୍ୟନ୍ତ ନିର୍ଦ୍ଧୋଶ ସାମ୍ବାଦିକଙ୍କ ମାନ୍ୟତା ମଧ୍ୟ ହ୍ରାସ ପାଇବ? ୪. କ'ଣ ଗ୍ୟାରେଣ୍ଟି ଅଛି ଯେ ଏଭଳି ଗାଇଡଲାଇନରେ ଫେକନ୍ୟୁଜର ପ୍ରସାରକୁ ରୋକାଯାଇପାରିବ, ଏହା ସଚ୍ଚୋଟ ସାମ୍ବାଦିକଙ୍କ ସତ୍ତାକୁ ଅଙ୍ଗୁଳି ପ୍ରଦର୍ଶନ କରୁନି କି? ବରିଷ୍ଠ ସାମ୍ବାଦିକଙ୍କ ମତରେ ଗଣମାଧ୍ୟମର ମୁଖ୍ୟ ସ୍ରୋତରୁ ଦୂରେଇ ରହିଥିବା କୁଜି ସାମ୍ବାଦିକ ଏଭଳି ମିଥ୍ୟା ସମ୍ବାଦକୁ ପ୍ରସାର କରିଥାନ୍ତି । କିନ୍ତୁ ଏଭଳି ପଦକ୍ଷେପ କୁଜି ସାମ୍ବାଦିକଙ୍କ ବଦଳରେ ଗଣମାଧ୍ୟମର ମୁଖ୍ୟ ସ୍ରୋତରେ ରହିଥିବା ବରିଷ୍ଠ ସାମ୍ବାଦିକଙ୍କ ଉପରକୁ ଅଙ୍ଗୁଳି ଉଠାଇବ । ଯେଉଁ ସାମ୍ବାଦିକମାନେ ପିଆଇବି ଭଳି ସରକାରୀ ସଂସ୍ଥାରୁ ମାନ୍ୟତା ପ୍ରାପ୍ତ କରିଛନ୍ତି ।
<urn:uuid:e8f46f67-555d-498d-a739-537a63259d0d>
CC-MAIN-2019-09
http://kanaknews.com/fakenews-generate-storm-in-media/
2019-02-17T16:38:29Z
s3://commoncrawl/crawl-data/CC-MAIN-2019-09/segments/1550247482186.20/warc/CC-MAIN-20190217152248-20190217174248-00324.warc.gz
ory
0.999994
Orya
2
{"ory_Orya_score": 0.9999942779541016}
ଥିରୁଭନନ୍ଥପୁରମ୍ : କେରଳରେ ଦେଖାଦେଇଥିବା ଭୟାବହ ବନ୍ୟା ସ୍ଥିତିରେ ଶନିବାର ସାମାନ୍ୟ ସୁଧାର ଦେଖିବାକୁ ମିଳିଛି । ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଶନିବାର ଟିକେ କମ୍ ହେବାରୁ ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ସାମାନ୍ୟ ଆସ୍ୱସ୍ଥ ହୋଇଛନ୍ତି । ଖାସ୍କରି ଏର୍ଣ୍ଣାକୁଲମ୍, ତ୍ରିସୁରରେ ବସବାସ କରୁଥିବା ହଜାର ହଜାର ଲୋକ ଶନିବାର ବର୍ଷା ନ ହେବାରୁ ସୁରକ୍ଷିତ ସ୍ଥାନକୁ ନିଜର ଜରୁରୀ ସାମଗ୍ରୀକୁ ସ୍ଥାନାନ୍ତର କରିଛନ୍ତି । ଲଗାଣ ବର୍ଷା ଫଳରେ କେରଳର ଅର୍ଦ୍ଧାଧିକ ଅଞ୍ଚଳ ପ୍ରଭାବିତ ହୋଇଛି । ରାଜ୍ୟର ସମସ୍ତ ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ଘଟିଛି । ଲଗାଣ ବର୍ଷାକୁ ଆଖି ଆଗରେ ରଖି ନଦୀଗୁଡ଼ିକରେ ଥିବା ସମସ୍ତ ଗେଟ୍କୁ ଖୋଲି ଦିଆଯାଇଛି । ଏହି ବନ୍ୟା ଫଳରେ ୫୪ ହଜାର ଲୋକ ବାସହରା ପାଲଟି ଯିବା ସହ ଶନିବାର ସୁଦ୍ଧା ୩୧ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ପିନରାଇ ବଜୟନ୍ ଶନିବାର ସକାଳୁ କେତେକ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ସର୍ଭେ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଏବଂ ଯେଉଁମାନଙ୍କ ଘରଦ୍ୱାର ପ୍ରଖର ସ୍ରୋତରେ ବହି ଯାଇଛି ସେହି ପରିବାରଗୁଡ଼ିକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟର ବିଦ୍ୟୁତ ମନ୍ତ୍ରୀ ଏମ୍ଏମ୍ ମନୀ କହିଛନ୍ତି ଯେ, ଅନେକ ଅଞ୍ଚଳରେ ଶନିବାର ବର୍ଷା ହୋଇ ନାହିଁ । ଫଳରେ ସେହି ଅଞ୍ଚଳରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବିଦ୍ୟୁତ ସେବାକୁ ସୁଧାରି ବିଦ୍ୟୁତ ସଂଯୋଗ ଦେବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି । ଶୁକ୍ରବାର ଅପେକ୍ଷା ଶନିବାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ମଧ୍ୟ ସାମାନ୍ୟ କମ୍ ହୋଇଥିବା ଲକ୍ଷ୍ୟ କରାଯାଇଛି । With Product You Purchase Subscribe to our mailing list to get the new updates! Lorem ipsum dolor sit amet, consectetur. Related Articles 5 days ago 123 1 week ago 19 3 weeks ago 67 4 weeks ago 44
<urn:uuid:9203b0c6-c1b0-4f69-8ef1-c894db6c4c29>
CC-MAIN-2019-09
http://odishabhaskar.com/?p=6494
2019-02-17T16:10:03Z
s3://commoncrawl/crawl-data/CC-MAIN-2019-09/segments/1550247482186.20/warc/CC-MAIN-20190217152248-20190217174248-00324.warc.gz
ory
1
Orya
4
{"ory_Orya_score": 1.0}
ରାୟଗଡା ତା-୧୯/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ସହର ବ୍ୟବସାହିକ କେନ୍ଦ୍ର ହୋଇଥିବା ବେଳେ ବିଭିନ୍ନ ସ୍ଥାନରୁ ମାଦକ ଦ୍ରବ୍ୟ ଆସୁଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଏବଂ ବାଣିଜ୍ୟ କର ଠକିବା ପାଇଁ ବେପାରୀ ମାନେ କେତେ ବେଳେ ଆନ୍ଧ୍ର ପ୍ରଦେଶ ଏବଂ ଆଖପାଖ ବିଭିନ୍ନ ରାଜ୍ୟରୁ ଚୋରାରେ ଖାଉଟି ସାମଗ୍ରୀ ସହ ମାଦକ ଦ୍ରବ୍ୟ ଆସୁଥିବାର ବିଭିନ୍ନ ସମୟରେ ପୋଲିସ ଜବତ କରିଥାଏ। ସେଭଳି ଗତକାଲି ହାୱାଡ଼ା ଠାରୁ ଜଗଦଲପୁର ଟ୍ରେନରୁ ଗୁଟଖା ଆସୁଥିବା ବେଳେ ରାୟଗଡା ରେଲ ଷ୍ଟେସନରେ ଜବତ କରାଯାଇଛି। ଏହି ଗୁଟଖା ପାୟ ୧ଟନ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଜିଆରପି ପୋଲିସ ଏସଡିଆରପିଓ କୈଳାସ ଚନ୍ଦ୍ର ବୁରୁଡା ସୂଚନା ଦେଇଛନ୍ତି। ଏହି ଗୁଟଖା ଗୁଡିକ ଝାରସୁଗୁଡା ଠାରୁ ଆସୁଥିବା ଚାଲାଣକାରୀ ପ୍ରମୋଦ ସାହୁ କହିଥିବା ବେଳେ ଜିଆରପି ପୋଲିସ ଚାଲାଣକାରୀ ସାହୁଙ୍କୁ ଗିରଫ କରିଛି। ଏପରି ଚାଲାଣ ବାରମ୍ବାର ହେଉଥିବା ପ୍ରତ୍ୟେକ ଦିନ ଆସୁଥିବା ବିଶାଖାପାଟଣା ଠାରୁ ରାୟପୁର ପାସିଞ୍ଜର ଟ୍ରେନରେ ବିଭିନ୍ନ ଖାଉଟି ସାମଗ୍ରୀ ଓ ପଲିଥିନ ଆସିଥାଏ। ଏହି ଟ୍ରେନ ଆସି ରାୟଗଡା ସହର ମୂଖ୍ୟ ବଜାର ପାଖରେ ଅଟକି ସମସ୍ତ ସାମଗ୍ରୀ ଓଲାଇବା ପରେ ଟ୍ରେନ ଛାଡିଥାଏ ତାହା ଦେଖିବା ପାଇଁ ମିଳୁଛି।
<urn:uuid:ee5d4f55-1933-46e0-91c4-47f1e59235ab>
CC-MAIN-2019-09
http://odiapua.com/%E0%AC%B0%E0%AC%BE%E0%AD%9F%E0%AC%97%E0%AC%A1%E0%AC%BE-%E0%AC%B0%E0%AD%87%E0%AC%B3-%E0%AC%B7%E0%AD%8D%E0%AC%9F%E0%AD%87%E0%AC%B8%E0%AC%A8%E0%AC%B0%E0%AD%87-%E0%AC%97%E0%AD%81%E0%AC%9F%E0%AC%95/
2019-02-19T19:30:33Z
s3://commoncrawl/crawl-data/CC-MAIN-2019-09/segments/1550247491141.23/warc/CC-MAIN-20190219183054-20190219205054-00324.warc.gz
ory
0.999847
Orya
4
{"ory_Orya_score": 0.9998470544815063}
ଦୈନନ୍ଦିନ ଜୀବନରେ ଆପଣେଇଥିବା କିଛି ଜିନିଷ ସକାଳୁ ରାତି ଭିତରେ ଏମିତି କିଛି ଜିନିଷ ଅଛି ଯାହାକୁ ଛାଡି ଆମେ ବଂଚିବା କଷ୍ଟ । ହେଲେ ଏ ଭିତରୁ ଏମିତି ଅନେକ ଜିନିଷ ଅଛି ଯାହା ବିଦେଶରୁ ଆମ ଦେଶକୁ ଆସିଛି । ପରବର୍ତି ସମୟରେ ଏଗୁଡିକ ଆମର ଅତି ଆପଣାର ହୋଇ ପାରିଛି । ଆମର ଅତିପ୍ରିୟ ଖେଚୁଡି ଯାହା ଆମର ପର୍ବ ପର୍ବାଣି ଠାରୁ ଆରମ୍ଭକରି ନିତିଦିନିଆ ଜୀବନରେ ଏକ ପ୍ରମୁଖ ଖାଦ୍ୟ ହୋଇଯାଇଛି । ହେଲେ ଏହା ୨୫୦୦ ବର୍ଷ ପୂର୍ବେ ଚାଇନାରୁ ଭାରତକୁ ଅଣାଯାଇଥିଲା । ସମସ୍ତଙ୍କ ଜଳଖିଆରେ ବ୍ୟବହାର ହେଉଥିବା ପ୍ରିୟ ସିଙ୍ଗଡା । ଆମ ଦେଶକୁ ମଧ୍ୟ ପୂର୍ବଏସିଆରୁ ଆସିଛି । ଯାହାକି ସମୋସା ନାମରେ ନାମିତ ।ଏବେ ସମଗ୍ର ଭାରତର ପସନ୍ଦ ଯୁକ୍ତ ଖାଦ୍ୟ ବିରିଆନି । ବିରିଆନି ଭାରତ ବର୍ଷର ନୁହେଁ । ଏହା ତୁର୍କିରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା । ହାଣ୍ଡିଶାଳରେ ସବୁଠୁ ଅଧିକା ଦରକାର ଆଳୁ ।ଏମିତି କି କୌଣସି ବି ଆଇଟମ ବନାଅ ସେଥିରେ ଆଳୁ ନ ପକେଇଲେ ଆଇଟମ ଟି ଭଲ ଲାଗେ ନାହିଁ ।ଏହା ଉତର ପଶ୍ଚିମ ବୋଲିଭିଆରୁ ଭାରତକୁ ଆସିଥିଲା । ଚା ଖଟି ଠାରୁ ଆରମ୍ଭକରି ଅଫିସ୍ ପର୍ଯ୍ୟନ୍ତ ସମସ୍ତଙ୍କର ଦରକାର ପଡି ଥାଏ । ଚା କୁ ଇଂରେଜ ମାନେ ଚାଇନାରୁ ଭାରତକୁ ଆଣି ଏଠାରେ ଲୋକପ୍ରିୟ କରାଇଥିଲେ । ଏବେ ଯୁବ ପିଢି ଠାରୁ ଆରମ୍ଭ କରି ସମସ୍ତଙ୍କର ପସନ୍ଦ ପାଲିଟିଥିବା କ୍ରୀକେଟ ଖେଳ । ଏହି କ୍ରିକେଟ ଖେଳ ପ୍ରଥମେ ଇଂରେଜ ମାନଙ୍କ ଦ୍ୱାରା ଭାରତରେ ଖେଳିବା ଆରମ୍ଭ ହୋଇଥିଲା । ପଢନ୍ତୁ ;
<urn:uuid:6294da3a-6630-4a07-b5b0-3cf496bca414>
CC-MAIN-2019-09
https://enewsodia.com/non-indian-things-that-we-have-made-our-things/
2019-02-21T21:47:35Z
s3://commoncrawl/crawl-data/CC-MAIN-2019-09/segments/1550247511174.69/warc/CC-MAIN-20190221213219-20190221235219-00324.warc.gz
ory
1.000003
Orya
13
{"ory_Orya_score": 1.0000032186508179}
ବଲିଉଡର ଦବଙ୍ଗ ସଲମାନ ଖାନ ନିକଟରେ କେନ୍ଦ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଫିଟନେସ ଚ୍ୟାଲେଂଜ 'ହମ ଫିଟ ତୋ ଇଣ୍ଡିଆ ଫିଟ'କୁ ସ୍ୱୀକାର କରି ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ସଲମାନ ସାଇକେଲ ଚଳାଉଥିବାର ନଜର ଆସିଛନ୍ତି । — Salman Khan (@BeingSalmanKhan) August 11, 2018 ଟ୍ୱଟରରେ ଫିଟନେସ ଚ୍ୟାଲେଂଜକୁ ସେୟାର କରି ସଲମାନ ଲେଖିଛନ୍ତିଯେ କେନ୍ଦ୍ରମନ୍ତ୍ରୀଙ୍କ ଫିଟନେସ ଚ୍ୟାଲେଂଜ ଏକ ଗଜବ କ୍ୟାମ୍ପେନ । ମୁଁ କିରଣ ରିଜୁଜୁଙ୍କ ଚ୍ୟାଲେଂଜ ସ୍ୱୀକାର କରୁଛି । ମୋ ଭିଡ଼ିଓ ଏଠାରେ ଦେଖନ୍ତୁ ।
<urn:uuid:fa4e42c0-b626-40c9-8a5b-3354b4066ee7>
CC-MAIN-2019-09
http://lifestyle.kanaknews.com/salman-accepted-fitness-challebge/
2019-02-16T02:16:04Z
s3://commoncrawl/crawl-data/CC-MAIN-2019-09/segments/1550247479729.27/warc/CC-MAIN-20190216004609-20190216030609-00483.warc.gz
ory
0.999994
Orya
9
{"ory_Orya_score": 0.9999936819076538}
ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥିବା ରଣବୀର ସିଂହ ଓ ଗର୍ଲଫ୍ରେଣ୍ଡ ଦୀପିକା ପାଦୁକୋନ ଏବେ ଦୁହେଁ ଦୁହିଁଙ୍କ ପୋଷ୍ଟରେ କମେଣ୍ଟ କରୁଥିବାର ଦେଖିବାକୁ ମିଳୁଛି । ଗତ ସୋମବାର ରଣବୀର ସିଂ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ନୀଳ ରଙ୍ଗର ଏକ ସୁଟରେ ନଜର ଆସିଥିଲେ । ଇନଷ୍ଟାଗ୍ରାମରେ ପୋଷ୍ଟ କଲାବେଳେ ରଣବୀର ସେଥିରେ 'ମନ୍ଡେ ବ୍ଲୁ' କ୍ୟାପସନ ଲେଖି ପ୍ରଶ୍ନ କରିଥିଲେ? ଶେୟାର କରିଥିବା ଫଟୋଟିକୁ ରଣବୀର ସିଂଙ୍କ ଅଧିକାଂଶ ଫ୍ୟାନ୍ସ ଲାଇକ୍ କରିବା ସହ କମେଣ୍ଟ ମଧ୍ୟ କରିଥିଲେ । ରଣବୀରଙ୍କ ଏହି ଫଟୋରେ ଦୀପିକା ପାଦୁକୋନ ମଧ୍ୟ କମେଣ୍ଟ କରିଥିଲେ ଏବଂ କମେଣ୍ଟରେ ସେ ମଜାଳିଆ ଢଙ୍ଗରେ "uffff!!!never!!!?" ବୋଲି ଲେଖିଥିଲେ । ଖୁବ୍ ଶୀଘ୍ର ଦୀପିକା ଓ ରଣବୀର ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ଏନେଇ ବର୍ତ୍ତମାନ ସୁଦ୍ଧା ସେମାନେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି । କିନ୍ତୁ ନିକଟରେ ସେମାନେ ଏକ ସିକ୍ରେଟ ହଲି ଡେ ରେ ଯାଇଥିଲେ । ହଲିଡେ ସେମାନେ ହାତ ଧରାଧରି ହୋଇ ବୁଲିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଦୀପିକା ପାଦୁକୋନ ଓ ରଣବୀର ସିଂ ଉଭୟ ଉଭୟଙ୍କର ହାତ ଧରାଧରି ହୋଇ ରାସ୍ତାରେ ବୁଲିଥିବାର ନଜର ଆସିଥିଲେ । ଏହି ଭିଡିଓଟି ଆମେରିକାର ଫ୍ଲୋରିଡାଠାରେ ସୁଟିଂ କରାଯାଇଥିଲା । ଭିଡିଓରେ ଦୀପିକା ହସି ହସି ଭିଡିଓ ସୁଟିଂ କରୁଥିବା ମହିଳାଙ୍କ ନିକଟକୁ ଦୌଡୁଥିବାର ଦୃଶ୍ୟମାନ ହୋଇଛି । ଏଠାରେ ଆମେ କହି ରଖୁଛୁ ଯେ , ବର୍ତ୍ତମାନ ସୁଦ୍ଧା ଦୀପିକା ତାଙ୍କ ନୂଆ ପ୍ରୋଜେକ୍ଟର କୌଣସି ଘୋଷଣା କରି ନାହାନ୍ତି । କିନ୍ତୁ ରଣବୀରଙ୍କ 'ଗୁଲି ବୟ' 'ସିମ୍ବା' ଓ '୮୩' ଫିଲ୍ମ ଖୁବ୍ ଶୀଘ୍ର ପରଦାକୁ ଆସିବାର ଅଛି । ରୋହିତ୍ ସେଟ୍ଟୀଙ୍କ ଫିଲ୍ମ 'ସିମ୍ବା' ରେ ଏକ ପୁଲିସ ଭୁମିକାରେ ନଜର ଆସିବେ ରଣବୀର ସିଂ । ଏହା ସହ ସେ ୧୯୮୩ର କ୍ରିକେଟ ୱାର୍ଲ୍ଡ କପକୁ ନେଇ ତିଆରି କରାଯାଉଥିବା ଫିଲ୍ମ '୮୩'ରେ ମଧ୍ୟ ନଜର ଆସିବେ ।
<urn:uuid:6d7872b4-b226-490a-b713-d0b8c43aa28a>
CC-MAIN-2019-09
http://kanaknews.com/deepika-padukones-pda-on-ranveer-singhs-latest-pic-is-too-adorable-for-word/
2019-02-21T10:11:11Z
s3://commoncrawl/crawl-data/CC-MAIN-2019-09/segments/1550247503844.68/warc/CC-MAIN-20190221091728-20190221113728-00163.warc.gz
ory
0.999997
Orya
13
{"ory_Orya_score": 0.999996542930603}
ପ୍ଲାଷ୍ଟିକ ବ୍ୟାନ ବନିଲା ମୃତ୍ୟୁର କାରଣ : ପ୍ଲାଷ୍ଟିକ ନିଷେଧ ହେବାରୁ ପାଣିକୁ ଡିଆଁ ମାରି ଜୀବନ ହାରିଲେ ବ୍ୟବସାୟୀ ମହାରାଷ୍ଟ୍ର ସରକାରଙ୍କ ପ୍ଲାଷ୍ଟିକ ନିଷେଧ ଫଇସଲା ଲାଗୁ ହେବା ପରେ ରାଜ୍ୟରେ ଏହା କାରଣରୁ ଆତ୍ମହତ୍ୟାର ପ୍ରଥମ ମାମଲା ସାମନାକୁ ଆସିଲା । ନାଗପୁରର କଶ୍ମୀରୀ ଲେନ୍ ରେ ରହୁଥିବା ୫୧ ବର୍ଷୀୟ ନରେଶ ତୋଲାନି ୨୯ ଜୁଲାଇର ମଧ୍ୟରାତ୍ରିରେ ଗାନ୍ଧୀସାଗର ହ୍ରଦକୁ ଡିଆଁ ମାରି ଜୀବନ ହାରିଛନ୍ତି । ତାଙ୍କ ପତ୍ନୀ ଦିବ୍ୟାଙ୍କ କହିବାନୁସାରେ, ତାଙ୍କ ସ୍ୱାମୀ ପ୍ଲାଷ୍ଟିକ ନିଷେଧ ହେବା କାରଣରୁ ଡିପ୍ରେସନରେ ଥିଲେ ଏବଂ ସେ ଅନେକ ରାତି ଶୋଇନଥିଲେ । ସେହି ରାତି ବି ଦମ୍ପତି ନିରାଶ-ହତାଶ ଥିଲେ କିନ୍ତୁ ନରେଶଙ୍କ ପତ୍ନୀ ଦିବ୍ୟାଙ୍କୁ ନିଦ ଆସିଯାଇଥିଲା । ତାଙ୍କର ଯେବେ ସକାଳେ ସାଢ଼େ ୪ଟା ପାଖାପାଖି ନିଦ ଭାଙ୍ଗିଲା, ଦେଖିଲେ କି ସ୍ୱାମୀ ସେଠି ନାହାଁନ୍ତି । ତା'ପରେ ନରେଶଙ୍କ ପୁଅ ସୁମିତ ବାପାଙ୍କୁ ବହୁତ ଖୋଜାଖୋଜି କରିବା ପରେ ଗାନ୍ଧୀସାଗର ହ୍ରଦକୁ ପହଂଚିଲେ । ଜଣେ ବ୍ୟକ୍ତି ନରେଶକୁ ହ୍ରଦ ମଧ୍ୟକୁ ଡେଇଁଥିବା ଦେଖିଥିବା ପ୍ରକାଶ କଲେ । ହ୍ରଦ ପାଖରୁ ସୁସାଇଡ୍ ନୋଟ୍ ମିଳିଲା ଓ ସେଥିରେ ଲେଖାଥିଲା କି "ମୁଁ ପ୍ଲାଷ୍ଟିକ ବନ୍ଦ ହେବା କାରଣରୁ ଚିନ୍ତାରେ ଆସିଯାଇଛି । ମୋ ଜୀବନର ଦାୟୀ କେବଳ ମୁଁ । " ଏହାପରେ ବହୁତ ପରିଶ୍ରମ କରିବା ପରେ ସୁମିତକୁ ହ୍ରଦ ଭିତରୁ ନରେଶଙ୍କ ଶବ ମିଳିଲା । ଗତ ୩୦ ବର୍ଷରୁ ନରେଶ କେବଳ ପ୍ଲାଷ୍ଟିକ ବ୍ୟାଗ ରିଟେଲର ବ୍ୟବସାୟ କରୁଥିଲେ । ସେ ନିର୍ମାତା ଓ ହୋଲସେଲର ଠାରୁ ପ୍ଲାଷ୍ଟିକ ବ୍ୟାଗ କିଣୁଥିଲେ ଓ ଦୋକାନ-ଦୋକାନ ବୁଲି ବିକ୍ରି କରୁଥିଲେ । ମାର୍ଚ୍ଚ ମାସରେ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ଘୋଷଣା ହେବା ପରେ ବିଜନେସର ଚାହିଦା ଓ ଯୋଗାଣ କମ୍ ହେବାକୁ ଲାଗିଲା । ପୁରା ମାର୍କେଟରେ ହଇଚଇ ସୃଷ୍ଟି ହୋଇଗଲା । ଜରିମାନା ଡରରେ ଦୋକାନୀ ପ୍ଳାଷ୍ଟିକ ବ୍ୟାଗ ନେବାକୁ ପ୍ରସ୍ତୁତ ନଥିଲେ ଓ ଏହି କାରଣରୁ ନରେଶ ଅବସାଦରେ ରହିଲେ । ଆର୍ଥିକ ଅବସ୍ଥା ଖରାପ ହେବାରୁ ତାଙ୍କ ପୁଅ ଝିଅଙ୍କୁ କଲେଜ ଛାଡିବା ପାଇଁ ବି ପଡିଲା ।
<urn:uuid:9dbf073e-75c2-4322-86be-6a51247c21f1>
CC-MAIN-2019-09
http://kanaknews.com/maharashtra-man-suicide-after-plastic-ban/
2019-02-21T09:55:28Z
s3://commoncrawl/crawl-data/CC-MAIN-2019-09/segments/1550247503844.68/warc/CC-MAIN-20190221091728-20190221113728-00163.warc.gz
ory
1.000005
Orya
5
{"ory_Orya_score": 1.000004529953003}
ପୁଣି ରୋମାନ୍ସର ବର୍ଷା କରିବେ ସଲମାନ୍ – କ୍ୟାଟ୍ରିନା : 'ଭାରତ୍' ଫିଲ୍ମରେ ଏକାଠି କରିବେ ଅଭିନୟ ଚର୍ଚ୍ଚାରେ 'ଭାରତ୍' ଫିଲ୍ମର ନୂଆ ନାୟିକା । ଆଉ ସେ ହେଲେ କ୍ୟାଟ୍ରିନା କୈଫ୍ । ବଲିଉଡ୍ ଦେଶୀ ଗର୍ଲ ଏହି ପ୍ରୋଜେକ୍ଟକୁ ଛାଡିବା ପରେ ଚର୍ଚ୍ଚା ହେଉଥିଲା କି କ୍ୟାଟ୍ରିନା ହିଁ ନେଇ ପାରନ୍ତି ସେହି ସ୍ଥାନ । ଆଉ ଏବେ ଏହି ଖବର ପକ୍କା ହୋଇଛି । ନିର୍ଦ୍ଦେଶକ ଅଲ୍ଲି ଅବାସ୍ ଜାଫର୍ ଟ୍ୱିଟ୍ କରି କହିଛନ୍ତି କ୍ୟାଟ୍ରିନା ହିଁ ଭାରତ୍ ଫିଲ୍ମରେ ନାୟିକା ଭାବେ ଆସିବେ ନଜର । ଭାରତ୍ – ଦ ଫିଲ୍ମ ପ୍ରୋଜେକ୍ଟରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବାଦ୍ ପଡିବା ପରେ ଏବେ ଏହି ପ୍ରୋଜେକ୍ଟ ସହ ଯୋଡି ହୋଇଛନ୍ତି କ୍ୟାଟ୍ରିନା କୈଫ୍ । ନିର୍ଦ୍ଦେଶକ ଅଲ୍ଲି ଅବାସ୍ ଜାଫର୍ ଟ୍ୱିଟ୍ କରି କହିଛନ୍ତି ଯେ, କ୍ୟାଟ୍ରିନା ହିଁ ହେବେ 'ଭାରତ୍' ଫିଲ୍ମର ନାୟିକା । ପ୍ରିୟଙ୍କା ନିଜ ବୟଫ୍ରେଣ୍ଡ ନିକ୍ ଜୋନସଙ୍କ ସହ ବିବାହ କରିବା ପାଇଁ ଭାରତ୍ ଫିଲ୍ମକୁ କରିବା ପାଇଁ ଶେଷ ମୁହୂର୍ତ୍ତରେ ମନା କରିଦେଲେ । ଆଉ ଏହାପରେ ମେକରଙ୍କ ଉପରେ ଭାଳେଣି ପଡିଲା ନାୟିକା ହେବ କିଏ? ଗୋଟିଏ ପଟେ ସିନେମାର ସୁଟିଂ ଆରମ୍ଭ ହୋଇ ଯାଇଥିବାବେଳେ, ନାୟିକା ପାଇଁ ଚିନ୍ତାରେ ପଡି ଯାଇଥିଲେ ନିର୍ଦ୍ଦେଶକ ଅଲ୍ଲି ଅବାସ୍ ଜାଫର । ଠିକ୍ ଏହି ସମୟରେ ଫିଲ୍ମର ନାୟକ ସୁପରଷ୍ଟାର୍ ସଲମାନ୍ ଖାନ୍ ସଜେଷ୍ଟ କରିଥିଲେ କ୍ୟାଟ୍ରିନାଙ୍କ ନାମ । ଆଉ ମେକର୍ ବି ସଲମାନଙ୍କ କଥାରେ ହୋଇଛନ୍ତି ଏକମତ । ଏମାନଙ୍କ ପେୟାରିଂଙ୍କୁ ଅଡିଏନ୍ସ ସବୁବେଳେ କରିଥାନ୍ତି ପସନ୍ଦ । ଦୁହିଁଙ୍କୁ ଏକାଠି ଶେଷଥର ପାଇଁ ଚଳଚ୍ଚିତ୍ର ଟାଇଗର୍ ଜିନ୍ଦା ହୈ ରେ ଦେଖିବାକୁ ମିଳିଥିଲା । ଆଉ ଏହି ସିନେମାରେ ବେଶ ଜବରଦସ୍ତ ରୋମାନ୍ସ ଭେଟିଦେଇଥିଲେ ଏହି ଯୋଡି । ଇଏ ତ ଗଲା ଅନ୍ ସ୍କ୍ରିନ କଥା । ହେଲେ ଯଦି ଅଫ୍ ସ୍କ୍ରିନ୍ କଥା ହେବା, ସେଠି ବି ଦୁହିଁଙ୍କ କେମେଷ୍ଟ୍ରୀ କଏଦ ହୋଇଥାଏ କ୍ୟାମେରାରେ । ଦବଙ୍ଗ ଟୁର୍ ସମୟରେ ଏମାନଙ୍କ ମଧ୍ୟରେ ଅଫ୍ ସ୍କ୍ରିନ୍ କେମେଷ୍ଟ୍ରୀ ବେଶ ଦେଖିବାକୁ ମିଳିଛି । ଆଉ ଦୁହେଁ ପୁଣିଥରେ ଏବେ ପରଦାରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ।
<urn:uuid:32145044-fcc1-4d5a-bdad-db7a5ed0aa58>
CC-MAIN-2019-09
http://kanaknews.com/salman-and-katrina-kaif-in-bharat/
2019-02-21T09:56:05Z
s3://commoncrawl/crawl-data/CC-MAIN-2019-09/segments/1550247503844.68/warc/CC-MAIN-20190221091728-20190221113728-00163.warc.gz
ory
1.000006
Orya
5
{"ory_Orya_score": 1.0000064373016357}
ମୋ ପୁଅକୁ କାହିଁକି ନଷ୍ଟ କରୁଛ: ସଞ୍ଜୟଙ୍କୁ ପ୍ରଶ୍ନ କଲେ ରିଷି ମୁମ୍ବାଇ: ଫିଲ୍ମ 'ସଞ୍ଜୁ'ରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ସଞ୍ଜୟ ଦତ୍ତ ଓ ରଣବୀର କପୁରଙ୍କ ସଂପର୍କ ଖୁବ୍ ପୁରୁଣା। ରଣବୀର କପୁର ପିଲାବେଳୁ ସଞ୍ଜୟଙ୍କୁ ନିଜ ଆଦର୍ଶ ମାନନ୍ତି। କିନ୍ତୁ ରିଷିଙ୍କୁ ବୋଧେ ଏସବୁ ପସନ୍ଦ ନଥିଲା। କାହିଁକି ନା ରିପୋର୍ଟ ମୁତାବକ ରିଷି କହିଥିଲେ ଯେ, ମୋ ପୁଅକୁ ନଷ୍ଟ କରିବା ବନ୍ଦ କର। ତେବେ ଚାଲନ୍ତୁ ଜାଣିବା କେଉଁ କାରଣ ପାଇଁ ରିଷି ଏମିତି ରାଗିଗଲେ। ଏକ ସାକ୍ଷତକାରରେ ରଣବୀର କହିଥିଲେ, ''ମୁଁ ପ୍ରଥମଥର ତାଙ୍କୁ କାଶ୍ମୀରରେ ଦେଖିଥିଲି। ସେ ବାପା (ରିଷି କପୁର)ଙ୍କ ସହ ଫିଲ୍ମ 'ସାହିବା'(୧୯୯୩)ର ସୁଟିଂ କରୁଥିଲେ। ମୁଁ ତାଙ୍କ ପ୍ରତି ଖୁବ୍ ପ୍ରଭାବିତ ଥିଲି। ତାଙ୍କ ଲମ୍ବା ଚଉଡ଼ା ଶରୀର, ଯାହାର କେଶ ଲମ୍ବା ଆଉ କାନରେ କାନ ଫୁଲ ଦେଖି ମୁଁ ତାଙ୍କର ପୂରା ଫ୍ୟାନ୍ ହୋଇଯାଇଥିଲି। ସେ ସମୟରେ ସଲମାନ୍ ଖାନ୍ଙ୍କ ପୋଷ୍ଟରକୁ ମୋ ଭଉଣୀ ରିଦ୍ଦିମା ନିଜ ଆଲମାରୀ ଲଗାଉଥିବା ବେଳେ ମୁଁ ସଞ୍ଜୟଙ୍କ ପୋଷ୍ଟର ଲଗାଉଥିଲି।' ରଣବୀର ଆହୁରି କହିଥିଲେ ଯେ, ସେ ସଞ୍ଜୟଙ୍କ ପରିବାରର ବହୁତ ନିକଟତର। ସେ ତାଙ୍କୁ ନିଜ ଛୋଟ ଭାଇ ପରି ଦେଖନ୍ତି। ରଣବୀରଙ୍କ ଜନ୍ମଦିନରେ ସଞ୍ଜୟ ତାଙ୍କୁ ଏକ ହାର୍ଲେ ଡେବିଡ୍ସନ୍ ମୋଟର ବାଇକ୍ ଦେଇଥିଲେ। ରାତିରେ ନିଜ ଫରାରିରେ ରଣବୀରଙ୍କୁ ବୁଲେଇବାକୁ ମଧ୍ୟ ନିଅନ୍ତି। କିନ୍ତୁ ଏସବୁ କଥା ରିଷିଙ୍କୁ କିଛି ଜଣା ନଥିଲା। ଯେତେବେଳେ ବାପା ରିଷିଙ୍କୁ ଜଣା ପଡ଼ିଲା ଯେ, ସଞ୍ଜୟ ତାଙ୍କୁ ହାର୍ଲେ ଡେବିଡ୍ସନ୍ ଉପହାରରେ ଦେଇଛନ୍ତି, ସେ ପୂରା ଫିଡ଼ିକି ଯାଇଥିଲେ। ତା'ପରେ ସେ ସଞ୍ଜୟଙ୍କୁ ଡାକି କହିଥିଲେ, 'ମୋ ପୁଅକୁ ନଷ୍ଟ କରିବା ବନ୍ଦ କର।'
<urn:uuid:2cd0ed30-4ffd-4433-aed8-d1d1596b075f>
CC-MAIN-2019-09
https://odishareporter.in/entertainment/sanjay-dutt-scolded-by-rishi-kapoor-because-he-gifted-harley-davidson-to-ranbir-kapoor-246541
2019-02-23T13:08:28Z
s3://commoncrawl/crawl-data/CC-MAIN-2019-09/segments/1550249501174.94/warc/CC-MAIN-20190223122420-20190223144420-00163.warc.gz
ory
0.999962
Orya
3
{"ory_Orya_score": 0.9999624490737915}
ଏକ ସମୟରେ ବୋଧିସତ୍ୱ ମଗଧର ଗୋଟିଏ ଧନଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଧନିକର ସନ୍ତାନ ହୋଇଥିଲେହେଁ ସେ ବିଳାସବ୍ୟସନଠାରୁ ଦୂରରେ ରହିଥିଲେ ଓ ସକଳପ୍ରକାର କାମନା ତ୍ୟାଗ କରି ତପସ୍ୟାରେ ନିଯୁକ୍ତ ରହିଥିଲେ । ହିମାଳୟର ଏକ ଗହ୍ୱରରେ ଦୀର୍ଘକାଳ ତପସ୍ୟା କରିବା ପରେ ସେ ରାଜଗୃହକୁ ଆସି ସେଠାରେ ଗୋଟିଏ ପତ୍ରକୁଟୀର ନିର୍ମାଣ କରି ସେଥିରେ ବାସ କରିବାକୁ ଲାଗିଲେ । ଏହି କୁଟୀରଟିର ଚତୁର୍ଦ୍ଧିଗ ପରିବେଷ୍ଟିତ ଥିଲା ଓ ବାହାରକୁ ଆସିବାପାଇଁ ଗୋଟିଏ ମାତ୍ର ଅପ୍ରଶସ୍ତ ପଥ ଥିଲା । ସେହି ପାର୍ବତୀୟ ଅଂଚଳରେ କେତେକ ଛାଗରକ୍ଷକ ସେମାନଙ୍କ ଛାଗଛାଗୀମାନଙ୍କୁ ଚରାଇବାକୁ ଆଣୁଥିଲେ । ସେମାନେ ଦେଖିଲେ କୁଟୀରର ଚତୁର୍ପାଶ୍ୱ ପର୍ବତବେଷ୍ଟିତ ହୋଇଥିବାରୁ ସେଠାରେ ଛାଗଦଳକୁ ରଖିବା ନିରାପଦ । ତେଣୁ ସେମାନେ ରାତ୍ରିରେ ନିଜନିଜର ଛାଗଛାଗୀମାନଙ୍କୁ ସେଠାରେ ରଖିବାକୁ ଲାଗିଲେ । ଦିନବେଳା ସେମାନଙ୍କୁ ପର୍ବତ ଉପରେ ଚରିବାକୁ ଛାଡିଦେଉଥିଲେ । କିଛିଦିନ ପରେ ଥରେ ସେମାନେ ସେ ଅଂଚଳ ତ୍ୟାଗ କରି ଅନ୍ୟତ୍ର ଯିବାକୁ ସ୍ଥିର କଲେ । ସମସ୍ତ ଛାଗ ଓ ଛାଗୀଙ୍କୁ ବାହାରକୁ ନେଲାବେଳେ ଦୈବାତ୍ ଗୋଟିଏ ଛାଗୀ ପଛରେ ରହିଗଲା ଓ ଅନ୍ୟମାନେ ଚାଲିଗଲେ । ସେହି ଛାଗୀଟି ଅନ୍ୟମାନଙ୍କର ଅନୁସରଣ କରିବା ଉଦ୍ଧେଶ୍ୟରେ ପଥଦ୍ୱାରରେ ପହଁଚିଲାବେଳକୁ ଗୋଟିଏ ହେଟାବାଘକୁ ଦେଖିପାରିଲା । ହେଟାବାଘ ଯେ ତାହାକୁ ମାରି ଖାଇବ ବୋଲି ଦ୍ୱାରଦେଶରେ ଜଗି ରହିଛି, ଏ ବିଷୟରେ ତା'ର ସନ୍ଦେହ ରହିଲାନାହିଁ । ଫେରିପଡି ପଳାଇଗଲେ ମଧ୍ୟ ତା'ର ରକ୍ଷା ପାଇବାର ଆଶା ନଥିଲା, କାରଣ ହେଟାବାଘ ପଛରୁ ଯାଇ ତାକୁ ସହଜରେ ମାରିବାର ସମ୍ଭାବନା ଥିଲା । ସେ ଚିନ୍ତାକଲା – ଆଗକୁ ଯିବାରେ ଯେପରି, ଫେରି ପଳାଇଲେ ମଧ୍ୟ ସେହିପରି ଜୀବନହାନିର ଆଶଙ୍କା ଅଛି । ଏପରି ସ୍ଥଳରେ ତାକୁ ମଧୁର କଥାରେ ସନ୍ତୁଷ୍ଟ କରି ଜୀବନରକ୍ଷାର ଉଦ୍ୟମ କରିବା ଉଚିତ୍ । ଏହା ଭାବି ସେ ହେଟାବାଘକୁ କହିଲା, "ମାମୁଁ, ତୁମର ସବୁ କୁଶଳ ତ! ମାଆ ମୋ ହାତରେ ତୁମକୁ ପ୍ରଣାମ ଜଣାଇଛନ୍ତି । ତୁମେ ଆମ ମାଆ ଝିଅଙ୍କର ଆଶ୍ରୟ ।"
<urn:uuid:23ebccce-f0ef-405f-bf64-5ae82be26b43>
CC-MAIN-2019-09
http://odiagapa.com/%E0%AC%A6%E0%AC%BF%E0%AC%AA-%E0%AC%9C%E0%AC%BE%E0%AC%A4%E0%AC%95/
2019-02-22T01:47:29Z
s3://commoncrawl/crawl-data/CC-MAIN-2019-09/segments/1550247512461.73/warc/CC-MAIN-20190222013546-20190222035546-00044.warc.gz
ory
1.000008
Orya
6
{"ory_Orya_score": 1.0000079870224}
ମୁମ୍ବାଇ,: ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ମନ ଖୋଲି କାରବାର କରିବାରୁ େସନ୍ସେକ୍ସ ଆଜି ୭୧୮ ପଏଣ୍ଟ୍ ଭଳି ବଡ଼ ଧରଣର ବୃଦ୍ଧି ସହ ୩୪,୦୬୭ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ବଜାର ନିଫ୍ଟି ମଧ୍ୟ ୨୨୧ ପଏଣ୍ଟ୍ ବୃଦ୍ଧି ପାଇ ୧୦,୨୫୧ ପଏଣ୍ଟ୍ରେ ବନ୍ଦ ହୋଇଛି। ବ୍ରିଟେନ୍, ଜର୍ମାନି ଓ ଫ୍ରାନ୍ସର ଷ୍ଟକ ବଜାରରେ ଭଲ କାରବାର ହେବା, ଅଶୋଧିତ ତୈଳ ଦରରେ ହ୍ରାସ, ରିଜର୍ଭ ବ୍ୟାଙ୍କର ଖୋଲା ବଜାରରୁ ୪୦ ହଜାର କୋଟି ଟଙ୍କାର ବଣ୍ଡ୍ କିଣିବା ନିଷ୍ପତ୍ତି ଭଳି ବିଭିନ୍ନ କାରଣ ଯୋଗୁ ନିବେଶକମାନେ ମନଖୋଲି କାରବାର କରିଥିଲେ। ସେନ୍ସେକ୍ସରେ ଆଜି ହୋଇଥିବା ବୃଦ୍ଧି ଯୋଗୁ ନିବେଶକମାନେ ୩ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ପାଇଛନ୍ତି।
<urn:uuid:a3dda713-8e85-4c4d-ac79-b83f54705729>
CC-MAIN-2019-09
http://sambad.in/business/sensex-718-point-grew-237617/
2019-02-22T02:19:13Z
s3://commoncrawl/crawl-data/CC-MAIN-2019-09/segments/1550247512461.73/warc/CC-MAIN-20190222013546-20190222035546-00044.warc.gz
ory
0.999964
Orya
4
{"ory_Orya_score": 0.9999638795852661}
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଷଣ୍ଡସା ଗ୍ରାମର ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ତେବେ ଶାଶୂ ଘର ଲୋକେ ଭଉଣୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟ କରୁଥିବା ମୃତ ମହିଳାଙ୍କ ଭାଇ ଝରିଗାଁ ଥାନାର ଏତଲା ଦେଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ ଚାନ୍ଦିଆବେଡା ଗ୍ରାମର ଗଣେଶ ମାଝୀଙ୍କ ସାନ ଭଉଣୀ ଖଗନ୍ତୀ ମାଝୀ(୩୫)ଙ୍କୁ ଷଣ୍ଡସା ଗ୍ରାମର ଭସମନ ଭତରାଙ୍କ ପୁଅ ତୁଳାରାମ ଭତ୍ରା ୧୫ବର୍ଷ ତଳେ ବିବାହ କରିଥିଲେ। ଖଗନ୍ତୀଙ୍କ ୩ଟି ସନ୍ତାନ ରହିଛି। ତେବେ ୨ବର୍ଷ ହେଲା କୌଣସି କାରଣକୁ ନେଇ ମନମାଳିନ୍ୟ ହେବାରୁ ଶାଶୂ ଘର ଲୋକେ ମିଳିମିଶି ଖଗନ୍ତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗତ ୨୮ତାରିଖରେ ତୁଳାରାମ ପତ୍ନୀ ଖଗନ୍ତୀଙ୍କୁ ବାଡେଇଥିଲେ। ଏହାପରେ ଖଗନ୍ତୀ ନିଜ ଭାଇଙ୍କ ଘରକୁ ଚାଲି ଯାଇଥିଲେ। ପରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଦ୍ବାରା ବୈଠକ କରାଯାଇ ଖଗନ୍ତୀଙ୍କୁ ବୁଝାଶୁଝା କରି ଶାଶୂ ଘରକୁ ପଠାଯାଇଥିଲା। କିନ୍ତୁ ଶାଶୂ ଘର ଲୋକେ ପୁଣି ଥରେ ନିର୍ଯାତନା ଦେଉଥିବା ନେଇ ଖଗନ୍ତୀ ନିଜ ଭାଇ ଗଣେଶଙ୍କୁ ଜଣାଇଥିଲେ। ଅନ୍ୟପଟେ ଗତକାଲି ଖଗନ୍ତୀ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ନେଇ ଷଣ୍ଡସା ଗ୍ରାମର ୱାର୍ଡ ମେମ୍ବରଙ୍କ ଠାରୁ ଖବର ପାଇବା ପରେ ଗଣେଶ ଷଣ୍ଡସା ଗ୍ରାମରେ ପହଞ୍ଚିଥିଲେ। ଏନେଇ ଭଉଣୀର ଶାଶୂ ଘର ଲୋକ ମୋତେ ଜଣାଇନଥିବା ସହ ଘଟଣାସ୍ଥଳକୁ କେହି ଆସିନଥିବା ଗଣେଶ ଅଭିେଯାଗ କରିଛନ୍ତି। ଭଉଣୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଘର ନିକଟସ୍ଥ ଏକ ନିମ୍ବ ଗଛରେ ଶବ ଝୁଲାଇ ଦେଇଥିବା ମଧ୍ୟ ଗଣେଶ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ପରେ ଝରିଗାଁ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ, ଏଏସ୍ଆଇ ରାମଚନ୍ଦ୍ର ଅଗସ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ନିର୍ଯାତନା ସହ୍ୟ କରିନପାରି ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ କହିଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ଜନଜାତି ଅଧିକାରୀ ମଞ୍ଚର ରାଷ୍ଟ୍ରୀୟ ଅଧ୍ୟକ୍ଷା ହାରାବତୀ ଗଣ୍ଡ ଦାବି କରିଛନ୍ତି।
<urn:uuid:67625164-8c4f-4c48-8755-318875962734>
CC-MAIN-2019-09
http://sambad.in/district/nabarangpur/dead-body-of-woman-found-hanging-on-tree-260221/
2019-02-22T02:27:29Z
s3://commoncrawl/crawl-data/CC-MAIN-2019-09/segments/1550247512461.73/warc/CC-MAIN-20190222013546-20190222035546-00044.warc.gz
ory
0.99999
Orya
4
{"ory_Orya_score": 0.9999902248382568}
ଅହମଦାବାଦ: ଗୁଜୁରାଟ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମମାଲା ରୁଜୁ ହୋଇଛି। ଏଥିରେ ଦାବି କରାଯାଇଛି ଯେ, ଟ୍ରେନରେ ଶାକାହାରୀ ଭୋଜନ କରୁଥିବା ଯାତ୍ରୀଙ୍କ ପାଇଁ ଅଲଗା ସିଟ୍ ବ୍ୟବସ୍ଥା ହେଉ। ଜଣେ ବରିଷ୍ଠ ନାଗରିକ ଏହି ଅଭିଯୋଗ ଆଣିଛନ୍ତି। ଇଇ ସୟଦ(୬୭) ଜନସ୍ୱାର୍ଥ ମାମଲା ଦାଖଲ କରି କହିଛନ୍ତି ଯେ, ଶାକାହାରୀ ଭୋଜନ ଓ ମାଂସାହାରୀ ଭୋଜନ କରୁଥିବା ଯାତ୍ରୀଙ୍କ ସିଟ ଅଲଗା ଅଲଗା ରଖାଯାଉ। ଅହମଦାବାଦ ଖାନପୁର ନିବାସୀ ଓ ଆଇନଜୀବୀ ସୟଦଙ୍କ ଅପିଲ କରିଛନ୍ତି ଯେ, କୋର୍ଟ, ଭାରତୀୟ ରେଳବାଇଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ, ଖାଇବା ଆଧାର ନେଇ ଯାତ୍ରୀଙ୍କୁ ସିଟ ଆବଣ୍ଟନ ବ୍ୟବସ୍ଥା କରାଯାଉ। ଏହି ମାମଲାର ଶୁଣାଣୀ ଆଗାମୀ ସପ୍ତାହରେ ହେବାର ସମ୍ଭାବନା ରହିଛି। କୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଭୋଜନ ବିକଳ୍ପ ଅନୁସାରେ ଟିକେଟ ବୁକିଙ୍ଗ ସମୟରେ ଶାକାହାରୀ ଓ ମାଂସାହାରୀଙ୍କୁ ଅଲଗା ଅଲଗା ବସିବାକୁ ନିର୍ଦ୍ଦେଶ ଦିଆଯାଉ। ଏହାଦ୍ୱାରା ଶାକାହାରୀଙ୍କୁ କୌଣସି ଅସୁବିଧା ହେବ ନାହିଁ। ଜନସ୍ୱାର୍ଥ ମାମଲାକୁ କୌଣସି ପ୍ରକାରରେ ରାଜନୈତିଜ୍ଞଙ୍କ ପେରଣା ହୋଇ ନାହିଁ ବୋଲି ସୟଦ ଖାରଜ ଗଣମାଧ୍ୟମକୁ କହିଛନ୍ତି। ଶାକାହାରୀ ଓ ମାଂସାହାରୀ ଯାତ୍ରୀଙ୍କୁ ନିଜ ଆଗ୍ରହ ଅନୁସାରେ ଯାତ୍ରା ପାଇଁ ଟିକେଟ ମିଳୁ ବୋଲି ସେ ଦାବି କରିଛନ୍ତି।
<urn:uuid:9662b449-1b42-4d0a-905a-bf9e31509f0c>
CC-MAIN-2019-09
http://sambad.in/india-and-beyond/man-demand-segretated-seats-for-vegetarian-and-non-vegetarian-passengers-in-trains-221598/
2019-02-16T06:15:21Z
s3://commoncrawl/crawl-data/CC-MAIN-2019-09/segments/1550247479885.8/warc/CC-MAIN-20190216045013-20190216071013-00204.warc.gz
ory
0.999978
Orya
5
{"ory_Orya_score": 0.9999779462814331}
କାହିଁକି ଜୁଏଲଙ୍କୁ ହେଲା ଅଣ୍ଡାମାଡ଼, ହେଲେ ବର୍ତ୍ତିଗଲେ ଧର୍ମେନ୍ଦ୍ର ! ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ କନକ ବ୍ୟୁରୋ : ଓଡିଶା ରାଜନୀତିରେ ଅଣ୍ଡାମାଡ ଏକ ସଂକ୍ରମଣ ପରି ବ୍ୟାପିବାରେ ଲାଗିଛି । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଉପରେ ଅଣ୍ଡାମାଡ଼ ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି । ବିଜେପି-ବିଜେଡି ନେତାଙ୍କ ଆରୋପ-ପ୍ରତ୍ୟାରୋପ ତ ଆରମ୍ଭ ହୋଇଛି ତାସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କାହିଁକି ଅଣ୍ଡାମାଡ଼ ହେଉନାହିଁ ଏବଂ ଜୁଏଲଙ୍କ ଉପରେ ହେଉଛି ସେହି ପ୍ରଶ୍ନର ଆଜି ଉତ୍ତର ରଖିଛନ୍ତି ଜୁଏଲ୍ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବବେଳେ ଏହି ପ୍ରଶ୍ନ ପଚାରିଥିଲେ ଜଣେ ସାମ୍ବାଦିକ । ଏବଂ ଜୁଏଲ୍ ମଧ୍ୟ ଏହାର ଉତ୍ତର ରଖିଥିଲେ । କହିଥିଲେ, ଧର୍ମେନ୍ଦ୍ରଙ୍କ ପାଖରେ ଲୋକବଳ ଅଧିକ । ଏଥିସହ ଜୁଏଲ୍ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି । ଗୃହ ମନ୍ତ୍ରାଳୟ ମଧ୍ୟ ଏଥିରେ ହସ୍ତକ୍ଷେପ କରିଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଆଦିବାସୀ ବ୍ୟାପାରର ଗୁରୁ ଦାୟିତ୍ୱ ସହ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି ଜୁଏଲ୍ ଓରାମ୍ । ସେପଟେ ପେଟ୍ରୋଲିୟମ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ହେଲେ ଜୁଏଲଙ୍କ ଯୁକ୍ତି, ଧର୍ମେନ୍ଦ୍ରଙ୍କ ପାଖରେ ଲୋକବଳ ଅଧିକ । ତେଣୁ ତାଙ୍କୁ ଅଣ୍ଡା ଆକ୍ରମଣ କରିବାକୁ ଭୟ କରୁଛନ୍ତି ବିଜେଡି କର୍ମୀ । ଆଉ ଅନ୍ୟପକ୍ଷରେ ତାଙ୍କ ଉପରେ ହୋଥିଇଥିବା ଆକ୍ରମଣ ପାଇଁ ବିଜେଡିକୁ ଦାୟୀ କରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି ଜୁଏଲ । ଏପରିକି ତାଙ୍କ ଗସ୍ତ ସମୟରେ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଇନଥିବା ଅଭିଯୋଗ କରିଛନ୍ତି । ଏପଟେ କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ପ୍ରସଙ୍ଗରେ ହସ୍ତକ୍ଷେପ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ରାଜ୍ୟ ଗୃହ ସଚିବଙ୍କୁ ଘଟଣାର ରିପୋର୍ଟ ମଗାଯାଇଛି ।
<urn:uuid:388d6e77-c586-4d27-922f-7844a022d77d>
CC-MAIN-2019-09
http://kanaknews.com/egg-hurling-jual-oram-seeks-intervention-of-rajnath-singh/
2019-02-18T08:16:32Z
s3://commoncrawl/crawl-data/CC-MAIN-2019-09/segments/1550247484772.43/warc/CC-MAIN-20190218074121-20190218100121-00204.warc.gz
ory
1.000006
Orya
5
{"ory_Orya_score": 1.0000057220458984}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର,ଡ଼ିସେମ୍ବର୧(ଓଡ଼ିଶା ଡ଼ଟ୍ କମ୍)ଖୁଚୁରା ବଜାରରେ ବିଦେଶୀ ପୁଂଜି ନିବେଶକୁ ବିରୋଧ କରି ସାରା ରାଜ୍ୟରେ ଅଧିକାଂଶ ବ୍ୟବସାୟୀ ସଂଘ ପକ୍ଷରୁ ଗୁରୁବାର ଦୋକାନ ବଜାର,ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି । ଭାରତୀୟ ଖୁଚୁରା ବଜାରରେ ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ ହେଲେ ଖୁଚୁରା ବଜାର ଉପରେ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିର୍ଭର କରୁଥିବା ପ୍ରାୟ ଚବିଶି କୋଟି ଲୋକ କାମ ହରାଇବେ ବୋଲି ନିଖିଳ ଓଡ଼ିଶା ରାସ୍ତା ପାଶ୍ୱର୍ ଉଠା ଦୋକାନୀ ମହାସଂଘ ପକ୍ଷରୁ କୁହାଯାଇଛି । ଏହି ପୁଂଜି ନିବେଶ ଯୋଗୁଁ ଆମ ରାଜ୍ୟରେ ଥିବା ପ୍ରାୟ ଚାରି ଲକ୍ଷରୁ ଅଧିକ ଉଠା ଦୋକାନୀ ଜୀବିକା ହରାଇବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ଏଥିସହ ଓଡ଼ିଶାରେ ଏଫ୍ଡ଼ିଆଇ କାର୍ଯ୍ୟକାରୀ କରାଇ ଦିଆଯିବ ନାହିଁ ବୋଲି ମହାସଂଘ ସଭାପତି ପ୍ରତାପ ସାହୁ କହିଛନ୍ତି । ଏହି ବନ୍ଦକୁ ସମର୍ଥନ ଜଣଇ ଆମ ରାଜ୍ୟର ସବୁଠାରୁ ବଡ଼ବ୍ୟବସାୟ ବଜାର ମାଲଗେ।ଦାମ ମଧ୍ୟ ବନ୍ଦ ରହିଛି । ମାଣବସା ଗୁରୁବାର ଯୋଗୁଁ ପୂଜା ପାଇଁ ଆବଶ୍ୟକ ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ କିଣି ନ ପାରି ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଓଡ଼ିଶା ଡ଼ଟ୍ କମ
<urn:uuid:ab2eb080-860b-4305-9999-1a48bdf214f9>
CC-MAIN-2019-09
http://www.odisha.com/2011/12/01/%E0%AC%96%E0%AD%81%E0%AC%9A%E0%AD%81%E0%AC%B0%E0%AC%BE-%E0%AC%AC%E0%AC%9C%E0%AC%BE%E0%AC%B0%E0%AC%B0%E0%AD%87-%E0%AC%AC%E0%AC%BF%E0%AC%A6%E0%AD%87%E0%AC%B6%E0%AD%80-%E0%AC%AA%E0%AD%81%E0%AC%82/
2019-02-18T08:08:34Z
s3://commoncrawl/crawl-data/CC-MAIN-2019-09/segments/1550247484772.43/warc/CC-MAIN-20190218074121-20190218100121-00204.warc.gz
ory
0.999995
Orya
6
{"ory_Orya_score": 0.9999951124191284}
ବଲିଉଡର ବାର୍ବି ଗର୍ଲ କ୍ୟାଟରୀନା କୈଫଙ୍କ ଇଚ୍ଛା ଯେ ଆଲିୟାଙ୍କ ବିବାହ ପ୍ରଥମେ ହେଉ । କ୍ୟାଟରୀନା କୈଫଙ୍କ ନାଁ ପ୍ରଥମରୁ ରଣବୀର କପୂରଙ୍କ ସହ ଯୋଡି ହୋଇଥିଲା । ମାତ୍ର ଏବେ ଆଲିୟା ଏବଂ ରଣବୀରଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଛି । ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । ଏହିକାରଣରୁ ଅନୁମାନ ଲଗାଯାଉଥିଲା ଯେ କ୍ୟାଟରୀନା ଏବଂ ଆଲିୟାଙ୍କ ସମ୍ପର୍କ ଆଉ ଆଗ ଭଳି ନାହିଁ । ମାତ୍ର ଏହିଭଳି ଜବାବ ରଖି କ୍ୟାଟ ଏବଂ ଆଲିୟା ଜଣାଇ ଦେଇଛନ୍ତି ଯେ ତାଙ୍କ ମଧ୍ୟରେ ଏବେ ବି ଆଗ ଭଳି ସମ୍ପର୍କ ରହିଛି । ଏବେ କ୍ୟାଟରୀନାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣା ପଡିଛି କାର୍ହିକି କ୍ୟାଟରୀନା ଚାହାନ୍ତି କି ଆଲିୟାଙ୍କ ବିବାହ ତାଙ୍କ ପୂର୍ବରୁ ହେଉ ବୋଲି । ଭିଡିଓରେ କ୍ୟାଟ କହିଛନ୍ତି ଯେ , ସେ ପ୍ରଥମରୁ କହି ଆସୁଛନ୍ତି ଯେ ଆଲିୟା ପ୍ରଥମେ ବିବାହ କରିବେ ତାପରେ ସେ ନିଜ ବିଷୟରେ ଭାବିବେ , କାରଣ ସେ ନିଜକୁ ଏକ କେୟାରିଂ ସିଷ୍ଟର ବୋଲି ମାନନ୍ତି । View this post on Instagram ଉଭୟଙ୍କ ପ୍ରଫେସନାଲ ଲାଇଫ ବିଷୟରେ କହିବାକୁ ଗଲେ, କ୍ୟାଟରୀନା ଏବେ ସଳମାନଙ୍କ ବିପକ୍ଷରେ ଭାର ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଆଲିୟା ଏବଂ ରଣବୀର ଏକାସହ ବ୍ରହ୍ମାସ୍ତ୍ର ଏବଂ କଲଙ୍କ ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ଏହାବ୍ୟତୀତ ସେ କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ 'ତଖ୍ତ'ରେ ମଧ୍ୟ ନଜର ଆସିବେ ।
<urn:uuid:6882033b-2155-413d-815c-26c0c3224f14>
CC-MAIN-2019-09
http://lifestyle.kanaknews.com/katrina-kaif-is-waiting-for-alia-bhatt-marriage/
2019-02-22T14:54:15Z
s3://commoncrawl/crawl-data/CC-MAIN-2019-09/segments/1550247518425.87/warc/CC-MAIN-20190222135147-20190222161147-00204.warc.gz
ory
1.000005
Orya
9
{"ory_Orya_score": 1.0000050067901611}
ୱିମ୍ବଲଡନ୍: ଫାଇନାଲରେ ଫେଡେରର-ଜୋକୋଭିକ୍ ମୁକାବିଲା ଲଣ୍ଡନ: ୱିମ୍ବଲଡନର ପୁରୁଷ ସିଙ୍ଗିଲ୍ ଫାଇନାଲରେ ଏଥର ପୁଣି ମୁକାବିଲା ହେବ ସାତ ଥର ଚାମ୍ପିଅନ୍ ରୋଜର ଫେଡେରର ଓ ଡିଫେଣ୍ଡିଂ ଚାମ୍ପିଅନ୍ ନୋଭାକ ଜୋକୋଭିକଙ୍କ ମଧ୍ୟରେ। ଗତ ବର୍ଷ ବି ଏଦୁହିଁଙ୍କ ମଧ୍ୟରେ ହୋଇଥିଲା ଫାଇନାଲ। ଆଉ ବାଜି ମାରି ନେଇଥିଲେ ଜୋକୋଭିକ୍। ଫେଡେରର ଓ ଜୋକୋଭିକ୍ ଆଜି ସେମି ଫାଇନାଲ ମ୍ୟାଚଗୁଡ଼ିକରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ସେମି ଫାଇନାଲରେ ଜୋକୋଭିକ୍ ଜିତିଥିବା ବେଳେ ଦ୍ୱିତୀୟ ସେମି ଫାଇନାଲରେ ଜିତିଥିଲେ ଫେଡେରର। ୭ ଥର ୱିମ୍ବଲଡନ ଚାମ୍ପିଅନ୍ ଫେଡେରର ୭-୫,୭-୫ ଓ ୬-୪ରେ ତିନି ନମ୍ବର ମାନ୍ୟତାପ୍ରାପ୍ତ ଆଣ୍ଡି ମୁରେଙ୍କ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମି ଫାଇନାଲରେ ଫ୍ରାନ୍ସର ରିଚାର୍ଡ ଗାସକୁଏଟଙ୍କୁ ୭-୬ (୭/୨), ୬-୪, ୬-୪ରେ ହରାଇ ସେ ଗତ ୫ ବର୍ଷରେ ଚତୁର୍ଥ ଥର ପାଇଁ ୱିମ୍ବଲଡନର ଫାଇନାଲରେ ପହଞ୍ଚିଯାଇଛନ୍ତି। ତା'ସହିତ ପ୍ରଥମ ଥର ପାଇଁ ଜୋକୋଭିକ୍ ଗୋଟିଏ ବର୍ଷରେ ୱିମ୍ବଲଡନ, ଅଷ୍ଟ୍ରେଲିଆନ୍ ଓ ଫ୍ରେଞ୍ଚ୍ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ତାଙ୍କର ତୃତୀୟ ୱିମ୍ବଲଡନ ଟାଇଟଲ୍ ପାଇଁ ଫାଇନାଲରେ ଲଢ଼ିବେ। ସେ ଏହି ଟାଇଟଲକୁ ପୁଣି ଜିତିଲେ ନିଜ କ୍ୟାରିୟରେ ନବମ ଥର ପାଇଁ ଏକ ବଡ଼ ଟାଇଟଲ ଜିତିବେ। ଗତବର୍ଷ (୨୦୧୪) ଜୋକୋଭିକ୍ ୱିମ୍ବଲଡନ୍ ଟାଇଟଲ୍ ହାସଲ କରିଥିଲେ। ରୋଜର ଫେଡରେରରଙ୍କୁ ହରାଇ ସେ ଏହି ଟାଇଟଲ ହାସଲ କରିଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ୱିମ୍ବଲଡନ ଟାଇଟଲ। ଜୋକୋଭିକ୍ ତାଙ୍କର ପ୍ରଥମ ୱିମ୍ବଲଡନ ଟାଇଟଲ୍ ଜିତିଥିଲେ ୨୦୧୧ରେ। ରାଫେଲ ନାଦାଲଙ୍କୁ ମାତ୍ ଦେଇ ସେ ଜିତଥିଲେ ତାଙ୍କର ପ୍ରଥମ ୱିମ୍ବଲଡନ ଟାଇଟଲ୍। ସେହିପରି ୨୦୧୩ରେ ସେ ଫାଇନାଲକୁ ଯାଇଥିଲେ ହେଁ ଆଣ୍ଡି ମୁରେଙ୍କ ଠାରୁ ହାରି ଯାଇଥିଲେ। ଅନ୍ୟପକ୍ଷରେ ୨୦୦୩ରେ ପ୍ରଥମ ଥର ପାଇଁ ୱିମ୍ବଲଡନ ଟାଇଟଲ ହାତେଇଥିବା ଫେଡେରର ୨୦୦୭ ପର୍ଯ୍ୟନ୍ତ ଏହାକୁ ନିଜ କବଜାରେ ରଖିଥିଲେ। ୨୦୦୮ରେ ତାଙ୍କ ବିଜୟଧାରାରେ ବାଧା ଦେଇଥିଲେ ରାଫେଲ ନାଦାଲ। ସେହିବର୍ଷ ଫେଡେରର ରନର୍ସଅପ୍ ହୋଇଥିଲେ। କିନ୍ତୁ ୨୦୦୯ରେ ସେ ପୁଣି ଏହି ଟାଇଟଲ ଜିତିଥିଲେ। ତା'ପରେ ୨୦୧୨ରେ ସେ ପୁଣି ଥର ଏହି ଟାଇଟଲ ଜିତିଥିଲେ। ୱିମ୍ବଲଡନ୍ ଫାଇନାଲରେ ଫେଡେରର ଓ ଜୋକୋଭିକ୍ ଏଯାବତ ଥରେ ମୁହାଁମୁହାଁ ହୋଇଥିବା ବେଳେ ବାଜି ମାରି ନେଇଥିଲେ ଜୋକୋଭିକ୍। ୨୦୧୪ରେ ଏହା ହୋଇଥିଲା। ତେଣୁ ଗତବର୍ଷର ପରାଜୟର ପ୍ରତିଶୋଧ ଫେଡେରର ନେଇ ପାରୁଛନ୍ତି ନା ଜୋକୋଭିକ୍ ପୁଣି ବାଜି ମାରି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
<urn:uuid:ee1c279f-415a-4919-92ad-3c26725a4255>
CC-MAIN-2019-09
https://odishareporter.in/sports/%E0%AD%B1%E0%AC%BF%E0%AC%AE%E0%AD%8D%E0%AC%AC%E0%AC%B2%E0%AC%A1%E0%AC%A8%E0%AD%8D-%E0%AC%AA%E0%AD%81%E0%AC%B0%E0%AD%81%E0%AC%B7-%E0%AC%8F%E0%AC%95%E0%AC%95-%E0%AC%AB%E0%AC%BE%E0%AC%87%E0%AC%A8-14826
2019-02-16T07:28:56Z
s3://commoncrawl/crawl-data/CC-MAIN-2019-09/segments/1550247479967.16/warc/CC-MAIN-20190216065107-20190216091107-00564.warc.gz
ory
0.999913
Orya
6
{"ory_Orya_score": 0.9999126195907593}
ଏବେ ଏହି ଖାସ ଜାସୁସଙ୍କ ଭୂମିକାରେ ନଜର ଆସିବେ ଇମରାନ ହାସମୀ ! ଅଭିନେତା ଇମରାନ ହାସମୀ ଏବେ ଏକ ରିଅଲ ଲାଇଫ ଜାସୁସଙ୍କ ଭୂମିକାରେ ନଜର ଆସିବେ । ଖବର ମୁତାବକ ଏହି ଭୂମିକା ଭାରତର ଏକ ଟପ ଡିଟେକ୍ଟିଭ ସୁର୍ଯ୍ୟକାନ୍ତ ଭାଣ୍ଡେ ପାଟିଲଙ୍କର ଅଟେ, ଯିଏକି ୧୨୦ରୁ ଉଦ୍ଧ୍ୱର୍ ଶିଶୁଙ୍କ ଅପଚାରଣ କେସକୁ ମାଗଣାରେ ସମାଧାନ କରିଥିଲେ । ଏହି ଫିଲ୍ମର ନାଁ ରହିଛି 'ଫାଦର୍ସ ଡେ' । ଏହା ଗୁଜୁରାଟୀ ଲେଖକ ପ୍ରଫୁଲ ଶାହଙ୍କ ବହି 'ଦୃଶ୍ୟମ ଅଦୃଶ୍ୟମ'ରୁ ଆଧାରିତ । ଏହା ଏକ ବାପା ଏବଂ ପୁଅର ଆବେଗଭରା କାହାଣୀ ଅଟେ । ଇମରାନଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ବାଗଚୀ ଯିଏ ୩୦ରୁ ଉଦ୍ଧ୍ୱର୍ ବିଜ୍ଞାପନ ପ୍ରସ୍ତୁତ କରିଛନ୍ତି ଏବଂ ସେ ଏୟାର ଲିଫ୍ଟ, ପିଙ୍କ ଏବଂ ରେଡ ଭଳି ଫିଲ୍ମ ପାଇଁ ରିତେଶ ଶାହଙ୍କ ସହ ମିଳି ସ୍କ୍ରିନପ୍ଲେ ଏବଂ ଡାଏଲଗ ଲେଖିଛନ୍ତି । ଏହି ଫିଲ୍ମର ପ୍ରଡକ୍ସନ ଇମରାନ ହାସମୀ , ପ୍ରିୟା ଗୁପ୍ତା ଏବଂ କଳ୍ପନା ଉଡୟାର ମିଶି କରିଛନ୍ତି । ଏହି ଖବରକୁ କନଫର୍ମ କରି ଇମରାନ କହିଛନ୍ତି , ସୂର୍ଯ୍ୟକାନ୍ତ ଜିଙ୍କ ଷ୍ଟୋରୀ ହୃଦୟକୁ ଜିତିଲା ଭଳି ପ୍ରେରଣାଦାୟକ ମଧ୍ୟ ଅଟେ । ଏହି ଫିଲ୍ମରେ ସୂର୍ଯ୍ୟକାନ୍ତ ଜୀଙ୍କ ଭୂମିକାରେ ନଜର ଆସିବେ ଇମରାନ । ଏଠାରେ ଆମେ କହି ରଖୁଛୁ ଯେ ସିବିଲ ଇଂଜିଅନିୟର ସୂର୍ଯ୍ୟକାନ୍ତ ପୁଣେ ଏବଂ ମୁମ୍ବାଇର ପୁଲିସଙ୍କ ସହ ହଜି ଯାଇଥିବା ଶିଶୁଙ୍କ ସନ୍ଧାନରେ ସାହାଯ୍ୟ କରିଥିଲେ । ସେ ଏଥିପାଇଁ ଏକ ୱେବସାଇଟ ବନାଇଥିଲେ । ୧୯୯୯ରେ ନିଜର ଏକ ଏଜେନ୍ସି ଗଢିଥିଲେ । ବର୍ତ୍ତମାନ ସୂର୍ଯ୍ୟକାନ୍ତଙ୍କ ବୟସ ୫୫ବର୍ଷ ଅଟେ ଏବଂ ଇମରାନ ସୂର୍ଯ୍ୟକାନ୍ତଙ୍କ ୩୫ବର୍ଷ ବୟସ ସମୟର ଭୂମିକା ତୁଲାଇବେ ।
<urn:uuid:3ca017d0-6cff-406a-a81f-ad9fd621ff4d>
CC-MAIN-2019-09
http://lifestyle.kanaknews.com/emraan-hashmi-to-play-the-detective-suryakant-bhande-patil-who-has-solved-120-kidnapping-cases-for-free/
2019-02-18T10:04:03Z
s3://commoncrawl/crawl-data/CC-MAIN-2019-09/segments/1550247484928.52/warc/CC-MAIN-20190218094308-20190218120308-00564.warc.gz
ory
1.000003
Orya
12
{"ory_Orya_score": 1.0000025033950806}
ଆବୁଧାବି ନେଲା ଐତିହାସିକ ନିଷ୍ପତ୍ତି : ଆବୁଧାବି ଅଦାଲତରେ ହିନ୍ଦୀ ଭାଷାକୁ ମିଳିଲା ତୃତୀୟ ଅଫିସିଆଲ ଭାଷାର ମାନ୍ୟତା ଆବୁଧାବି ନେଲା ଐତିହାସିକ ନିଷ୍ପତ୍ତି । ଆରବୀ ଓ ଇଂରାଜୀ ପରେ ହିନ୍ଦୀକୁ ନିଜ ଅଦାଲତରେ ତୃତୀୟ ଅଫିସିଆଲ ଭାଷା ଭାବେ ସାମିଲ କଲା । ନ୍ୟାୟ ପର୍ଯ୍ୟନ୍ତ ପହଂଚିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଆବୁଧାବି ନ୍ୟାୟ ବିଭାଗ କହିଲା କି, ସେ ଶ୍ରମ ମାମଲାରେ ଆରବୀ ଓ ଇଂରାଜୀ ସହିତ ହିନ୍ଦୀ ଭାଷାକୁ ସାମିଲ କରି ଅଦାଲତ ସମକ୍ଷ ଦାବିଗୁଡିକର ବୟାନ ପାଇଁ ଭାଷା ମାଧ୍ୟମର ବିସ୍ତାର କରିଦିଆଯାଇଛି । ଏହାର ଉଦ୍ଦେଶ୍ୟ, ହିନ୍ଦୀ ଭାଷା ଲୋକଙ୍କ ମାମଲାର ପ୍ରକ୍ରିୟା, ତାଙ୍କ ଅଫିସିଆଲ ଓ କର୍ତ୍ତବ୍ୟ ବିଷୟରେ ଶିଖିବାରେ ସାହାଯ୍ୟ କରିବ । ଅଫିସିଆଲ ଆକଳନ ମୁତାବକ, ସଂଯୁକ୍ତ ଆରବ ଏମିରେଟ୍ ର ଜନସଂଖ୍ୟାର ପାଖାପାଖି ଦୁଇ ତୃତୀୟାଂଶ ଭାଗ ବିଦେଶର ପ୍ରବାସୀ ଲୋକ । ସଂଯୁକ୍ତ ଆରବ ଏମିରେଟରେ ଭାରତୀୟ ଲୋକଙ୍କ ସଂଖ୍ୟା ୨୬ ଲକ୍ଷ, ଯାହା ଦେଶର ମୋଟ୍ ଜନସଂଖ୍ୟାର ୩୦% ଏବଂ ଏହା ଦେଶର ସବୁଠାରୁ ବଡ ପ୍ରବାସୀ ସମୁଦାୟ ।
<urn:uuid:03cecb60-03ca-47b7-8161-0e4462ed0367>
CC-MAIN-2019-09
http://kanaknews.com/hindi-will-be-the-third-official-language-in-abu-dhabi-court-sfsf/
2019-02-21T16:42:01Z
s3://commoncrawl/crawl-data/CC-MAIN-2019-09/segments/1550247505838.65/warc/CC-MAIN-20190221152543-20190221174543-00244.warc.gz
ory
1.000004
Orya
2
{"ory_Orya_score": 1.0000035762786865}
କାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯାଂଚ ପାଇଁ ଜଗନ୍ନାଥ ସେବାୟତ ସମ୍ମିଳନୀର ଦାବି । କହିଲେ, ପ୍ରତିନିଧି ବଦଳରେ ଉପସ୍ଥିତ ରୁହନ୍ତୁ ରାଜା କନକ ବ୍ୟୁରୋ: ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ତେବେ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ପୁଣି ଉଠଛି ନୂଆ ଦାବି । ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମୀଳନି । ଗଜପତିଙ୍କ ପ୍ରତିନିଧି ବଦଳରେ ନିଜେ ଗଜପତି ଉପସ୍ଥିତ ରହି ରତ୍ନଭଣ୍ଡାରର ଯାଂଚ କରିବାକୁ ଦାବି କରିଛନ୍ତି ସମ୍ମିଳନୀର ସମ୍ପାଦକ କାଶିନାଥ ଖୁଂଟିଆ । ରତ୍ନଭଣ୍ଡାରର ସ୍ଥିତି ପରଖିବାକୁ ୧୦ ଜଣିଆ ସ୍ୱତନ୍ତ୍ର ଦଳ ଯିବେ ବୋଲି ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ କହିଥିଲେ ଭିତରକୁ ଯାଉଥିବା ବ୍ୟକ୍ତି ସ୍ୱତ୍ୱଲିପିର ବ୍ୟବସ୍ଥା ଓ ଶ୍ରୀମନ୍ଦିର ଆଇନ୍ ଅନୁସାରେ କାର୍ଯ୍ୟ କରିବେ । ଏହାପରେ ସେମାନେ ରିପୋର୍ଟ ଜରିଆରେ ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରିବେ । ତଦାରଖ କାର୍ଯ୍ୟ ଚାଲିଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯିବ ।
<urn:uuid:1fdc44cf-3639-4ff7-bf25-8b22f0ba23e4>
CC-MAIN-2019-09
http://kanaknews.com/puri-jagannath-temple-ratna-bhandar-issue/
2019-02-21T16:26:22Z
s3://commoncrawl/crawl-data/CC-MAIN-2019-09/segments/1550247505838.65/warc/CC-MAIN-20190221152543-20190221174543-00244.warc.gz
ory
0.999998
Orya
4
{"ory_Orya_score": 0.9999983310699463}
କନକ ବ୍ୟୁରୋ : ଏଣିକି ଡାକଘରେ ମିଳିବ ଡାଲି । ଖାଉଟିଙ୍କୁ ଡାଲି ବାଟିଂବେ ପୋଷ୍ଟମାଷ୍ଟର । ଡାକ ଘର ଗୁଡିକରେ ଡାଲି ବିକ୍ରି କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଡାକ ନେଟୱର୍କକୁ ବ୍ୟବହାର କରି ରିହାତି ଦରରେ ଡାଲି ବିକ୍ରି କରିବାକୁ ସରକାର ସ୍ଥିର କରିଛନ୍ତି । ଚଳିତ ବର୍ଷ ଡାଲିର ଅମଳ ଭଲ ହୋଇଛି, ଏହା ପ୍ରାୟ ଆବଶ୍ୟକତା ସହ ସମାନ । ଦେଶରେ ୨କୋଟି ୩୦ଲକ୍ଷ ଟନ ଡାଲିର ଆବଶ୍ୟକତା ଥିବାବେଳେ ଅମଳ ହୋଇଛି ୨କୋଟି ୧୦ ଲକ୍ଷ ଟନ୍ । ସେପଟେ ରାଜ୍ୟରେ ଡାଲିର ବାର୍ଷିକ ଆବଶ୍ୟକତା ୯ ଲକ୍ଷ ୩୦ ହଜାର ଟନ ଥିବା ବେଳେ ରାଜ୍ୟରେ ଉତ୍ପାଦନ ହୋଇଥାଏ ପ୍ରାୟ ୨ ଲକ୍ଷ ଟନ । ଅବଶିଷ୍ଟ ଡାଲି ରାଜ୍ୟ ବାହାରୁ ଆମଦାନୀ ହୋଇଥାଏ । ସେଥିପାଇଁ ଡାଲିକୁ ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇବା ପାଇଁ ନିଷ୍ପତି ନିଆଯାଇଛି । ଏହାକୁ ମଧ୍ୟ ସ୍ୱାଗତ କରିଛି ରାଜ୍ୟ ବ୍ୟବସାୟୀ ସଂଘ, କିନ୍ତୁ ଏହାର ବାସ୍ତବିକତା ଉପରେ ଉଠାଇଛି ପ୍ରଶ୍ନ । ଦେଶରେ ପ୍ରାୟ ଦେଢଲକ୍ଷରୁ ଅଧିକ ଓ ରାଜ୍ୟରେ ସାତ ହଜାର ପୋଷ୍ଟ ଅଫିସ ରହିଛି, ଯାହାକୁ ଅଧିକ ସକ୍ରିୟ କରିବାକୁ ଚାହୁଁଛନ୍ତି ସରକାର । ଫଳରେ ଡାକ ଘରେ ଡାଲି ବିକ୍ରି ହେଲେ ଗାଁ ସ୍ତରରେ ମଧ୍ୟ ଲୋକେ ସୁବିଧାରେ ଡାଲି ପାଇବା ସହ ପୋଷ୍ଟ ଅଫିସ ଅଧିକ ସକ୍ରିୟ ହେବ ବୋଲି ଆଶା କରାଯାଉଛି ।
<urn:uuid:21a9740a-1245-4a86-bf30-22c8945656f0>
CC-MAIN-2019-13
http://kanaknews.com/pulses-will-available-at-post-office/
2019-03-21T12:21:45Z
s3://commoncrawl/crawl-data/CC-MAIN-2019-13/segments/1552912202523.0/warc/CC-MAIN-20190321112407-20190321134407-00252.warc.gz
ory
1.000002
Orya
2
{"ory_Orya_score": 1.0000015497207642}
ଭୁବନେଶ୍ୱର: ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ରେଡକ୍ରସର ସ୍ୱେଚ୍ଛାସେବୀ ଭାବେ ପରିଚିତ ହେବା ଆଜିର ସମାଜରେ ଏକ ଗର୍ବ ଓ ଗୌରବର ବିଷୟ ଅଟେ। ରେଡକ୍ରସ ମନୁଷ୍ୟ ସମାଜର ସମସ୍ତ ଦୁଃଖ ଦୁର୍ଦ୍ଦଶାରେ ନିଜର କାର୍ଯ୍ୟ ଦ୍ୱାରା ସଂଗଠନର ପରାକାଷ୍ଠାକୁ ପ୍ରତିପାଦିତ କରିପାରିଛି। ସେଥିପାଇଁ ଏହା ସର୍ବବୃହତ ସଂସ୍ଥା ଭାବେ ପରିଗଣିତ ବୋଲି ଶ୍ରୀ ଦାସ କହିଥିଲେ। ସମ୍ମାନିତ ଅତିଥି ଭାବେ ପୁଲିସ କମିସନର ଓ୍ଵାଇବି ଖୁରାନିଆ ଯୋଗଦେଇ ସେବା ଦ୍ୱାରା ଅନ୍ୟର ମୁହଁରେ ହସ ଫୁଟାଇବା ହେଉଛି ରେଡକ୍ରସର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶାଖାର ଉପସଭାପତି ପ୍ରଫେସର ଆଶା ହଂସ ଯୋଗଦେଇ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ଶାଖାର ଅବୈତନିକ ସଚିବ ଡା. ବିନାୟକ ପ୍ରସାଦ ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଏଠାରେ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହା ସହ ୧୧ଜଣ ସ୍ୱେଚ୍ଛାସେବୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ଅଧିକାରୀ ମେଜର କଳ୍ପନା ଦାସ ପରିଚାଳନା କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
<urn:uuid:38d25a53-8b95-4ef5-b4cc-5991ce0ca50a>
CC-MAIN-2019-13
http://sambad.in/metro/redcross-day-celebration-135959/
2019-03-21T11:53:21Z
s3://commoncrawl/crawl-data/CC-MAIN-2019-13/segments/1552912202523.0/warc/CC-MAIN-20190321112407-20190321134407-00252.warc.gz
ory
1.000006
Orya
5
{"ory_Orya_score": 1.0000064373016357}
ହୋଲି ପର୍ବ ସମୟରେ ଗହଳି ଯୋଗୁଁ ମିଳୁନାହିଁ ଟ୍ରେନ୍ ଟିକେଟ୍ ! ତେବେ ଚିନ୍ତା କରନ୍ତୁ ନାହିଁ ପୁଣିଥରେ ବୁକ୍ କରିପାରିବେ କନଫର୍ମ ଟିକେଟ୍ । ହୋଲି ପର୍ବ ସମୟରେ ଯଦି ଆପଣ ମଧ୍ୟ ଘରକୁ ଯିବାକୁ ଚାହାନ୍ତି ଏବଂ ବ୍ୟସ୍ତତା ଯୋଗୁଁ ଟ୍ରେନ୍ ଟିକେଟ୍ ବୁକ୍ କରିପାରିନାହାନ୍ତି ତେବେ ଆପଣଙ୍କ ପାଖରେ ଆଉ ଏକ ବିକଳ୍ପ ରହିଛି । ଏଭଳି ସ୍ଥିତିରେ ପ୍ରିମିୟମ୍ ତକ୍ରାଳ ବିକଳ୍ପ ଆପଣଙ୍କ ଅସୁବିଧାକୁ ଲାଘବ କରିପାରିବ । ପ୍ରିମିୟମ୍ ତକ୍ରାଳ ଏହା ଏକ କିସମର ରେଳ ଟିକେଟ୍ ଯାହା ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ବୁକ୍ କରାଯାଇଥାଏ । ତକ୍ରାଳ ତୁଳନାରେ ଏହି ଟିକେଟ୍ ରେ ସିଟ୍ ମିଳିବା ସମ୍ଭାବନା ଅଧିକ ବଢିଯାଏ । ତେବେ ଆସନ୍ତୁ କ'ଣ ଏହି ପ୍ରିମିୟମ୍ ତକ୍ରାଳ ଟିକେଟ୍ ଜାଣିବା । ୧ . ତକ୍ରାଳ ଭଳି ଏହି କ୍ଲାସର ଟିକେଟ୍ ପାଇଁ ସକାଳ ୧୦ ଟାରୁ ବୁକିଙ୍ଗ୍ କରିବାକୁ ପଡିଥାଏ । ସେହିଭଳି ନନ୍ ଏସି ଟିକେଟ୍ ପାଇଁ ସକାଳ ୧୧ ଟା ସମୟରେ ବୁକିଙ୍ଗ୍ କରିବାକୁ ପଡିଥାଏ । ୨ . ଆଇଆରସିଟିସି ନିୟମ ହିସାବରେ ଏଜେଣ୍ଟ୍ ଙ୍କୁ ପ୍ରିମିୟମ୍ ତକ୍ରାଳ ଟିକେଟ୍ ବୁକିଙ୍ଗ୍ କରିବା ପାଇଁ ନିୟମ ନଥାଏ । ୩ .ଏହି ଟିକେଟ୍ ପାଇଁ ଡାଇନାମିକ୍ ଫେୟର୍ ଆଦାୟ କରାଯାଏ । ଏହି ରାଶି ଉଭୟ ବଢିବା ସହ କମ୍ ମଧ୍ୟ ହୋଇଥାଏ । ୪ . ଏହା ଅନୁସାରେ କେବଳ କନଫର୍ମ ଟିକେଟ୍ ହିଁ ମିଳିଥାଏ । ଏଥିରେ ଆରଏସି ଶ୍ରେଣୀ ତଥା ୱେଟିଙ୍ଗ୍ ଲିଷ୍ଟ୍ ବୁକ୍ କରାଯାଇପାରିବ ନାହିଁ । ୫. କେବଳ ଅନଲାଇନ୍ ବୁକିଙ୍ଗ୍ ମାଧ୍ୟମରେ ଏହି ଟିକେଟ୍ ବୁକ୍ କରିପାରିବେ । ୬ . ପ୍ରିମିୟମ୍ ତକ୍ରାଳ ଟିକେଟ୍ ବୁକ୍ କରିବା ସମୟରେ ଆଇଡେଣ୍ଟିଟି କାର୍ଡ ଥିବା ନିହାତି ଆବଶ୍ୟକ । ଯଦି ଦୁଇ ଅଧିକ ଲୋକଙ୍କ ଟିକେଟ୍ ବୁକ୍ କରୁଛନ୍ତି ତେବେ ଜଣେ ବ୍ୟକ୍ତିଙ୍କ ପାଖରେ ଆଇଡେଣ୍ଟିଟି କାର୍ଡ ରହିବା ଅନିବାର୍ଯ୍ୟ ଅଟେ । ୭ . ଏହି ଟିକେଟ୍ ରଦ୍ଧ କଲେ କୌଣସି ଟଙ୍କା ଫେରସ୍ତ ମିଳିବ ନାହିଁ ।
<urn:uuid:8633f48e-6647-48a6-8d8a-6ad6ca84c0b2>
CC-MAIN-2019-13
http://kanaknews.com/holi-2019-irctc-train-ticket-indian-railway-tatkal-premium-ticket-booking-charges-and-timing/
2019-03-23T22:57:06Z
s3://commoncrawl/crawl-data/CC-MAIN-2019-13/segments/1552912203093.63/warc/CC-MAIN-20190323221914-20190324003914-00012.warc.gz
ory
0.999999
Orya
3
{"ory_Orya_score": 0.9999988079071045}
ଫ୍ଲିପ୍କାର୍ଟ-ଓ୍ଵାଲମାର୍ଟ ରାଜିନାମା, ଟିକସ ହିସାବ କରୁଛି ଆୟକର ବିଭାଗ ଫ୍ଲିପକାର୍ଟକୁ ମାଗିବ ସେୟାର କ୍ରୟ ରାଜିନାମା ନୂଆଦିଲ୍ଲୀ: ଭାରତୀୟ ଇ-କମର୍ସ କମ୍ପାନି ଫ୍ଲିପ୍କାର୍ଟର ୭୭ ପ୍ରତିଶତ ଅଂଶଧନକୁ ଆମେରିକାର ପ୍ରମୁଖ ରିଟେଲ କମ୍ପାନି ଓ୍ଵାଲମାର୍ଟ କିଣିବା ଘଟଣା ଏବେ ଚର୍ଚ୍ଚାରେ ରହିଛି। ଓ୍ଵାଲମାର୍ଟ ଏହି କମ୍ପାନିର ୭୭ ପ୍ରତିଶତ ଅଂଶଧନକୁ ପ୍ରାୟ ୧୬ ବିଲିଅନ ଡଲାରରେ କିଣିଛି ବୋଲି ଘୋଷଣା କରିସାରିଛି। ଗୋଟିଏ ପଟେ ଏହା ଉଭୟ କମ୍ପାନି ଏବଂ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଥିବାବେଳେ ଅନ୍ୟପଟରେ ଟିକସ ବିଭାଗ ପାଇଁ ଏହା ଏବେଠାରୁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ଏହି ଅଧିଗ୍ରହଣରୁ ଆୟକର ବିଭାଗକୁ କେତେ ଟିକସ ରାଶି ମିଳିବ ତାହା ଏ ଯାଏ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେଣୁ ଆୟକର ବିଭାଗ ପାଇବାକୁ ଥିବା ଟିକସ ରାଶିକୁ ନେଇ ଅଙ୍କକଷା ଆରମ୍ଭ କରିଦେଇଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ଭାବେ ସରକାରଙ୍କୁ ଏ ବାବଦରେ କେତେ ଟିକସ ରାଶି ମିଳିବ ସେ ନେଇ ରାଜସ୍ୱ ବିଭାଗ ଫ୍ଲିପକାର୍ଟକୁ ଚିଠି ଲେଖିବ। ଏହି ଚିଠିରେ ବିଭାଗ ପକ୍ଷରୁ ଫ୍ଲିପକାର୍ଟ ଓ ଓ୍ଵାଲମାର୍ଟ ମଧ୍ୟରେ ହୋଇଥିବା ସେୟାର କ୍ରୟ ରାଜିନାମା ସମ୍ପର୍କରେ ତଥ୍ୟ ମଗାଯିବ। ଏତଦ୍ବ୍ୟତୀତ ଜେନେରାଲ ଆଣ୍ଟି ଆଭଏଡାନ୍ସ ରୁଲ୍ସ ବା ଗାର୍କୁ ଏ କ୍ଷେତ୍ରରେ ଲାଗୁ କରାଯାଇ ପାରିବ କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିଭାଗ ପକ୍ଷରୁ ଏବେ ଆୟକର ଆଇନର ଧାରା ୯(୧)କୁ ନିରୀକ୍ଷଣ କରାଯାଉଛି। ଆୟକର ଆଇନର ଏହି ଧାରା ଅନୁସାରେ ସମ୍ପତ୍ତିର ପରୋକ୍ଷ ହସ୍ତାନ୍ତର ବିଷୟକୁ ଦେଖାଯାଇଥାଏ। ଫ୍ଲିପକାର୍ଟ ଓ ଓ୍ଵାଲମାର୍ଟ ଚୁକ୍ତି କ୍ଷେତ୍ରରେ ସିଙ୍ଗାପୁର ଓ ମରିସସ୍ ଭଳି ଦେଶ ସହିତ ଭାରତର ରହିଥିବା ଦ୍ୱିପାକ୍ଷିକ ଟିକସ ରାଜିନାମା କାର୍ଯ୍ୟକାରୀ ହେବ କି ନାହିଁ ତାହାକୁ ବିଭାଗ ଦେଖିବ। ଦ୍ୱିପାକ୍ଷିକ ଟିକସ ରାଜିନାମାର ସୁବିଧା ପ୍ଲିପକାର୍ଟକୁ ମିଳିବ କିମ୍ବା ମିଳିବ ନାହିଁ ତାହାକୁ ବିଭାଗ ତର୍ଜମା କରିବ। ଉଲ୍ଲେଖଯୋଗ୍ୟ ଯେ, ଫ୍ଲିପକାର୍ଟ ଏକ ଭାରତୀୟ କମ୍ପାନି ହୋଇଥିଲେ ମଧ୍ୟ ଏହାର ପଞ୍ଜୀକୃତ କାର୍ଯ୍ୟାଳୟ ଫ୍ଲିପକାର୍ଟ ପ୍ରାଇଭେଟ ଲିମିଟେଡ ନାମରେ ସିଙ୍ଗାପୁରରେ ରହିଛି। ଗତ ସପ୍ତାହରେ ଓ୍ଵାଲମାର୍ଟ ଓ ଫ୍ଲିପକାର୍ଟ ମଧ୍ୟରେ ବିକ୍ରି ସମ୍ପର୍କିତ ସେୟାର କ୍ରୟ ରାଜିନାମା ହୋଇଛି। ବିକ୍ରି ସମ୍ପର୍କିତ ସମସ୍ତ ପ୍ରକାର ଆନୁଷ୍ଠାନିକ କାର୍ଯ୍ୟ ଶେଷ ହେବା ପରେ ଆୟକର ବିଭାଗ କମ୍ପାନି ଠାରୁ ସେୟାର କ୍ରୟ ରାଜିନାମାକୁ ମାଗିବ। ଏହି ଅଧିଗ୍ରହଣ ପରେ କାହା ନିକଟକୁ କେତେ ପାଣ୍ଠି ଯାଇଛି ଏବଂ ପ୍ରକୃତ ହିତାଧିକାରୀ କିଏ ତାହା ଜାଣିବାରେ ଏହି ରାଜିନାମା ସହାୟକ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।
<urn:uuid:02299adb-4207-4e0b-803e-40a9b18417a3>
CC-MAIN-2019-13
http://sambad.in/business/it-calculate-tax-for-flip-kart-138980/
2019-03-23T22:58:45Z
s3://commoncrawl/crawl-data/CC-MAIN-2019-13/segments/1552912203093.63/warc/CC-MAIN-20190323221914-20190324003914-00012.warc.gz
ory
0.999965
Orya
3
{"ory_Orya_score": 0.9999645948410034}
ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିପଡିଲା ଟ୍ରାକ୍ଟର, ୨୧ ଶ୍ରମିକ ଆହତ କନକ ବ୍ୟୁରୋ : ନବରଙ୍ଗପୁର ସୀମାନ୍ତ କଳାହାଣ୍ଡି ଜିଲ୍ଲାର ବାଗବେଡା ଗାଁରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଯିବାରୁ ୨୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ତେନ୍ତୁଳିଖୁଣ୍ଟି ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବାରୁ ତେନ୍ତୁଳିଖୁଣ୍ଟି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କଳାହାଣ୍ଡି ଜିଲ୍ଲା ଥୁଆମୁଳା ରାମପୁର ବ୍ଲକ ତେଲନାଗୀ ପଞ୍ଚାୟତର ତେଲନାଗୀ ଠାରୁ ବାହାଡାଘାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଇଁ ରାସ୍ତା କାର୍ଯ୍ୟ ଚାଲୁରହିଛି । ଠିକାଦାର ଏହି ରାସ୍ତା କାମ ପାଇଁ ସେହି ପଞ୍ଚାୟତର ମୁର୍କା ଗ୍ରାମର ଶ୍ରମିକ ମାନଙ୍କୁ ନେଇ ଏକ ଟ୍ରାକ୍ଟର ଯୋଗେ ଯାଉଥିଲେ। ପୋଡାଗଡ ଡ୍ୟାମ ନିକଟସ୍ଥ ବାଗବେଡା ନିକଟରେ ଘାଟି ରାସ୍ତା ରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିପଡିଥିଲା । ଆହତ ମାନଙ୍କୁ ଆମ୍ବୁଲାନସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭ ଭର୍ତ୍ତି କରାଯାଇଥିଲା । ଆହତ ମାନେ ହେଲେ ତଳନାଗି ଗାଁର ଆଶାଢ଼ି ଜାନୀ ଏବଂ ମୁର୍କା ଗାଁର ପ୍ରତିମା ବିଷୋୟୀ, ଯୋଶଦା ପାତ୍ର, ବିମଳା ଟଡିପା, ହେମ ବିଷୋୟୀ, ଯମୁନା ପାତ୍ର, ଅମ୍ବିକା ଜାନୀ, କନକ ଝଡିଆ, ବାସନ୍ତି ଝଡିଆ, କନକ ସାହୁ, ଦାନ ବିଷୋୟୀ, ସବିତା ଝଡିଆ, କନ୍ଦି ଝଡିଆ, ସନ୍ତୋଷ ବିଷୋୟୀ, ସନ୍ଧ୍ୟା ବିଷୋୟୀ, ଦୁତିକା ଝଡିଆ, ସଂଗୀତା ସାହୁ, ଫୁଲମତି ଦେଇ, କରୁଣା ନାୟକ ପ୍ରମୁଖ ଆହତ ହୋଇଥିଲେ । ଆଶାଢ଼ି ଜାନୀ ଓ ପ୍ରତିମା ବିଷୋୟୀଙ୍କ ଗୋଡ ଓ ଛାତିକୁ ଆଘାତ ଲାଗିଥିବାରୁ ଏହି ୨ ଜଣ ଆହତ ମହିଳାଙ୍କୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେନ୍ତୁଳିଖୁଣ୍ଟି ମେଡିକାଲରେ ଡାକ୍ତର ଗିରି ପ୍ରସାଦ କବି ଶତପଥୀ ଆହତ ମାନଙ୍କୁ ଚିକିତ୍ସା କରିଥିବା ବେଳେ ସଂଧ୍ୟା ସୁଦ୍ଧା ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ରହିଥିବା ଜଣାପଡିଛି ।
<urn:uuid:7b96f7b8-aa75-49ba-a277-7b984883c7ed>
CC-MAIN-2019-13
http://kanaknews.com/tractor-accident-in-kalajandi/
2019-03-19T19:52:51Z
s3://commoncrawl/crawl-data/CC-MAIN-2019-13/segments/1552912202125.41/warc/CC-MAIN-20190319183735-20190319205735-00470.warc.gz
ory
0.999977
Orya
2
{"ory_Orya_score": 0.9999771118164062}
ହାଇଦ୍ରାବାଦ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ମହେନ୍ଦ୍ର ସିଂ ଧୋନି ଓ କେଦାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ମ୍ୟାଚ୍ ଜିତିଛି । ପଞ୍ଚମ ୱିକେଟ ଯୋଡ଼ିରେ ଏହି ଦୁଇଜଣ ୧୪୧ ରନ୍ କରିବା ସହିତ ଭାରତକୁ ବିଜୟୀ କରାଯାଇଥିଲେ । କ୍ୟାପଟେନ କୋହଲି ୪୪ ରନ କରିଥିବା ବେଳେ ରୋହିତ ଶର୍ମା ୩୭ ଓ ଅମ୍ବାତି ରାୟୁଡୁ ୧୩ ରନ କରିଥିଲେ । ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୩୬ ରନ କରିଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି, ଯଶପ୍ରୀତ ବୁମରା, କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ । କେଦାର ଯାଦବ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଛନ୍ତି । ଟି-ଟ୍ବେଣ୍ଟି ସିରିଜ୍ ରେ ଅଷ୍ଟ୍ରେଲିଆ ୨-୦ରେ ଜିତିବା ପରେ ୱାନଡେ ସିରିଜରେ ଭାରତ ବିଜୟ ଧାରାକୁ ଫେରିଛି। 192 Views
<urn:uuid:28232453-3388-40dc-8f4c-f71022440db1>
CC-MAIN-2019-13
http://www.prameyanews7.com/kohli-s-knock-hands-india-6-wicket-win-vs-australia-levels-series/
2019-03-21T01:43:36Z
s3://commoncrawl/crawl-data/CC-MAIN-2019-13/segments/1552912202476.48/warc/CC-MAIN-20190321010720-20190321032720-00070.warc.gz
ory
0.999992
Orya
4
{"ory_Orya_score": 0.9999921321868896}
ଜିତେନ୍ଦ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ସମ୍ପର୍କୀୟ ଭଉଣୀ ବଲିଉଡର ବିଗତ ଦିନର ବଡ ଷ୍ଟାର ତଥା ବଲିଉଡ ଲୋକପ୍ରିୟ ଅଭିନେତା ଜିତେନ୍ଦ୍ରଙ୍କୁ ବିବାଦ ଘେରି ନେଇଛି। ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଜିତେନ୍ଦ୍ରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଆଉ ଏହି ଦୁଷ୍କର୍ମ ଘଟଣାଟି ଆଜିକାଲିର ନୁହେଁ ୪୭ ବର୍ଷ ତଳର । ହିମାଚଳ ପ୍ରଦେଶର ରାଜଧାନୀ ସିମଲାର ଏକ ଥାନାରେ ଜିତେନ୍ଦ୍ରଙ୍କ ବିରୋଧରେ ଅଫଆଇଆର ଦାଖଲ କରି ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୀଡିତା ଜିତେନ୍ଦ୍ରଙ୍କ ବିଷୟରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି, ମୋତେ ୧୮ବର୍ଷ ହୋଇଥିଲା ଜିତେନ୍ଦ୍ରଙ୍କୁ ୨୮ବର୍ଷ। ସେତେବେଳେ ଜିତେନ୍ଦ୍ର ମୋତେ ଯୌନ ନିର୍ୟାତନା ଦେଇଥିଲେ। ଏହି ମାମଲାରୁ ତଦନ୍ତ କରି ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯାଉ ବୋଲି ପୀଡିତା ପୁଲିସ ନିକଟରେ ପାଇଁ ଦାବି କରିଛନ୍ତି। ପୀଡିତା କହନ୍ତି, ମୋତେ ୧୮ବର୍ଷ ବୟସ ହୋଇଥିବା ବେଳେ ଜିତେନ୍ଦ୍ର ମୋର ବାପାଙ୍କୁ ଭେଟିଥିଲେ ଏବଂ କହିଥିଲେ ମୁଁ ଝିଅକୁ ଫିଲ୍ମ ସୁଟିଂ ସେଟକୁ ନେଇ ଯାଉଛି। ସେଠାରେ ଜିତେନ୍ଦ୍ର ମୋ ସହିତ ଖରାପ କାମ କରିଥିଲେ। ଏହି ଘଟଣା ପରେ ମୁଁ କାହାକୁ କ'ଣ କହିବି ବୁଝି ପାରି ନଥିଲି, କିଛି ଦିନ ପାଇଁ ସ୍ତବ୍ଧ ହୋଇଯାଇଥିଲି। ଯାହାଫଳରେ ମୁଁ ମାନସିକସ୍ତରରେ ଦୁର୍ବଳ ହୋଇପଡ଼ିଥିଲି। ସବୁବେଳେ ଭୟ ଥିଲା ଜିତେନ୍ଦ୍ର ଜଣେ ନାମୀଦାମୀ ଅଭିନେତା। ଯଦି ମୁଁ ତାଙ୍କ ସମ୍ପର୍କରେ ଏଭଳି କଥା କାହାକୁ କୁହେଁ, ତେବେ ସେମାନେ ମୋର କଥାକୁ ବିଶ୍ୱାସ କରିବେ ନାହିଁ ଏବଂ ମୋତେ ଚିରତ୍ରହୀନା ସଜେଇ ଦେବେ। ମୋର ପିତା-ମାତାଙ୍କ ମୃତ୍ୟୁ ପରେ ସାହାସ ଜୁଟାଇ ଜିତେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିବାକୁ ସ୍ଥିର କରିଲି। କାରଣ ଯଦି ମୋର ପିତା-ମାତା ଯଦି ଜାଣି ଥାଆନ୍ତେ, ଜିତେନ୍ଦ୍ର ମୋ ସହିତ ଏମିତି କାମ କରିଛନ୍ତି ତେବେ ତାଙ୍କୁ ବହୁତ ଦୁଃଖ ହୋଇଥାଆନ୍ତା। ହୁଏତ ଏହି ଘଟଣାକୁ ସାମ୍ନାକୁ ଆଣିବା ପାଇଁ ବିଳମ୍ବ ହୋଇଯାଇଛି। ତେବେ ମୋ ସହିତ ହୋଇଥିବା ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାର ସାହାସ ମି ଠୁ ଜରିଆରେ ଜୁଟାଇ ପାରିଛି। ଏହି ଆନ୍ଦୋଳନ ଜରିଆରେ ଦୁନିଆରେ ଲକ୍ଷଲକ୍ଷ ପୀଡିତା ନିଜ ସହିତ ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ମୁହଁ ଖୋଲି ପାରିବେ ବୋଲି ମୋର ଆଶା।
<urn:uuid:394c1d8c-d5a3-46aa-891d-1ab5b3cb98dc>
CC-MAIN-2019-13
http://lifestyle.kanaknews.com/jeetendra-cousin-accused-him-of-sexual-abuse/
2019-03-24T16:14:23Z
s3://commoncrawl/crawl-data/CC-MAIN-2019-13/segments/1552912203462.50/warc/CC-MAIN-20190324145706-20190324171706-00550.warc.gz
ory
0.999932
Orya
8
{"ory_Orya_score": 0.9999324083328247}
କନକ ବ୍ୟୁରୋ: ଅନାଥ ଶିଶୁ ପୁତ୍ରକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି । ମାଲକାନଗିରି ଜିଲ୍ଲାର ଏକ ୬ ବର୍ଷର ଆଦିବାସୀ ଶିଶୁଙ୍କୁ ଆପଣେଇ ସ୍ପେନ ନେଲେ ନିସ୍ତାନ ଦମ୍ପତୀ । ସ୍ପେନ୍-ବାର୍ସିଲୋନାର ଇଭାନ ଓ ତାଙ୍କ ସ୍ତ୍ରୀ ସୁସାନା ଶିଶୁଟିକୁ ପୁତ୍ର ଭାବେ ଗ୍ରହଣ କରିଛନ୍ତି । ଦୁଇ ଦେଶର ସମସ୍ତ ନୀତି ନିୟମକୁ ପାଳନ କରି କୋରାପୁଟର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରୁ ଶିଶୁ ପୁତ୍ରକୁ ଗ୍ରହଣ କରିବା ପୂର୍ବରୁ ଶୁଶୁଟିର ପୈତୃକ ଗାଁ ମାଲକାନଗିରି ଦରିଗୁଡା ବୁଲି ଦେଖିଥିଲେ ବିଦେଶୀ ଦମ୍ପତି । ଅନାଥ ଆଦିବାସୀ ଶିଶୁ ପୁତ୍ରକୁ ଆପଣେଇଛନ୍ତି ସ୍ପେନ ବାର୍ସୀଲୋନାର ଏକ ଦମ୍ପତି । ମଲକାନଗିରି ଦରିଗୁଡା ଗାଁର ୬ ବର୍ଷୀୟ ଅନାଥ ଶିଶୁ ନୟନ ମାଡକାମୀ ସମ୍ପର୍କରେ ଚାଇଲ୍ଡ ଆଡପଶନ ରିସୋର୍ସ ଅଥରିଟି – କାରା ୱେବସାଇଟରୁ ସୂଚନା ପାଇଥିଲେ ବାର୍ସୀଲୋନାର ଇଭାନ ହେରନାଣ୍ଡୋ ଓ ତାଙ୍କ ସ୍ତ୍ରୀ ସୁସାନା ନାଭାରେଟ୍ । ପୂର୍ବରୁ ଭାରତ ଭ୍ରମଣରେ ଆସିଥିବା ଏହି ଦମ୍ପତି ଭାରତକୁ ଭଲ ପାଉଥିଲେ । ତେଣୁ ନୟନକୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିବା ପାଇଁ ମନ ବଳେଇଥିଲେ । କାରା ୱେବସାଇଟରୁ ସବୁ ତଥ୍ୟ ପାଇବା ପରେ ସ୍ପେନ ଓ ଭାରତର ସବୁ ନୀତି ନିୟମକୁ ପାଳନ କରି ନୟନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ସ୍ପେନ ଫେରିଛନ୍ତି ଇଭାନା ଓ ସୁସାନା । ୪ ବର୍ଷ ବୟସରୁ ଜନ୍ମିତ ବାପା ମାଆଙ୍କୁ ହରାଇଛି ଦରିଗୁଡାର ଶିଶୁ ପୁତ୍ର ନୟନ ମାଡକାମୀ । କିଛି ଦିନ ପଡୋଶୀଙ୍କ ପାଖରେ ରହିବା ପରେ କୋରାପୁଟ ଦଶମନ୍ତପୁର ସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରେ ରଖିଥିଲା ମାଲକାନଗିରି ପ୍ରଶାସନ । ତେବେ ଶିଶୁଟିକୁ କୋରାପୁଟ ପୋଷ୍ୟ ସନ୍ତାନ କେନ୍ଦ୍ରରୁ ନେବା ପୂର୍ବରୁ ନୟନର ନିଜ ଗାଁ ବୁଲି ଦେଖିବା ସହ ପାଖ ପଡୋଶୀଙ୍କ ସହ ଆଲୋଚନା କରିଥିଲେ ଇଭାନ ଓ ସୁସାନା । ମାଲକାନଗିରି ଜିଲ୍ଲାରେ ଅନେକ ଅନାଥ ଶିଶୁ ବିଭିନ୍ନ ଅନାଥ ଆଶ୍ରମରେ ଆଶ୍ରୟ ନେଇଛନ୍ତି । ଅନେକ ଶିଶୁ ପୁତ୍ର ଓ ଶିଶୁ କନ୍ୟାଙ୍କୁ ଭାରତର ବିଭିନ୍ନ କୋଣ ଅନୁକୋଣରେ ପୋଷ୍ୟ ସନ୍ତାନ ଭାବେ ଗ୍ରହାଣ କରାଯାଇଛି । ତେବେ ନୟନ ମାଡକାମୀଙ୍କ ଦୁଃଖର ଅନ୍ତ ଘଟାଇଛନ୍ତି ବିଦେଶୀ ଦମ୍ପତି ।
<urn:uuid:96f8d5a6-6d77-471b-805a-9a3c130fc051>
CC-MAIN-2019-13
http://kanaknews.com/spanish-couple-adopts-6-yr-old-boy-of-malkangiri/
2019-03-25T22:10:39Z
s3://commoncrawl/crawl-data/CC-MAIN-2019-13/segments/1552912204461.23/warc/CC-MAIN-20190325214331-20190326000331-00150.warc.gz
ory
1.000003
Orya
4
{"ory_Orya_score": 1.0000027418136597}
ଭାଇରାଲ ହେଉଛି 'ବ୍ରହ୍ମାସ୍ତ୍ର' ପାଇଁ ରଣବୀରଙ୍କ ଟେଷ୍ଟ ଲୁକ୍ ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟ ଷ୍ଟାରର 'ବ୍ରହ୍ମାସ୍ତ୍ର'ର କାହାଣୀ ଏବେ ବି ସସ୍ପେନ୍ସରେ ରହିଛି। ଏଥିରେ ଲିଡ୍ ରୋଲ୍ କରୁଥିବା ରଣବୀର କପୁରଙ୍କର ଲୁକ୍ ଟେଷ୍ଟର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ନିଜେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହାକୁ ପୋଷ୍ଟ କରିଛନ୍ତି। ହେଲେ ଦୁଃଖର ବିଷୟ ହେଲା କୁଲ୍ ଓ ହ୍ୟାଣ୍ଡସମ୍ ଦିଶୁଥିବା ଏହି ଲୁକ୍ ରିଜେକ୍ଟ ହଇଯାଇଛି। ଫିଲ୍ମ ପାଇଁ ତାଙ୍କ ନୂଆ ଲୁକ୍ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଣବୀରଙ୍କ ଲୁକ୍ରେ କେମିତି ପରିବର୍ତ୍ତନ କରାଯାଇଛି ତାହା ପୋଷ୍ଟରେ ଅୟାନ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, "ରଣବୀରଙ୍କ ଲୁକ୍ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସ୍କ୍ରିନ୍ ଟେଷ୍ଟ ପରେ ରଣବୀରଙ୍କ ଯେଉଁ ଲୁକ୍ ସିଲେକ୍ଟ କରାଯାଇଥିଲା, କାହାଣୀର ଡିମାଣ୍ଡ ଅନୁସାରେ ସେଥିରେ ପରିବର୍ତ୍ତନ କରାଯାଇଛି। ଏକାଧିକ ଥର ବଦଳାଇବା ପରେ ମେକର୍ସ ଫାଇନାଲ୍ ଲୁକ୍ରେ ପହଞ୍ଚିଛନ୍ତି।" ସୂଚନାଯୋଗ୍ୟ, ଫିଲ୍ମର କାହାଣୀ ସମ୍ପର୍କରେ କିଛି ଜଣାପଡ଼ି ନଥିଲେ ବି ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଫିଲ୍ମକୁ ନେଇ କିଛି କିଛି ରୋମାଞ୍ଚକର କଥା ପଦାକୁ ଆସୁଛି। କିଛିଦିନ ପୂର୍ବରୁ ଅୟାନ କହିଥିଲେ, "ପ୍ରଥମେ ଫିଲ୍ମର ଟାଇଟଲ୍ 'ବ୍ରହ୍ମାସ୍ତ୍ର' ନୁହେଁ 'ଡ୍ରାଗନ୍' ରଖାଯାଇଥିଲା।" ଏହାସହ ସେ ଆହୁରି କହିଥିଲେ ଯେ, ଫିଲ୍ମ ପାଇଁ ଅତି କମରେ ୩୦ଟି ଲୋଗୋ ରିଜେଷ୍ଟ କରାଯାଇଥିଲା। ଏପରିକି କିଛି ରିଜେକ୍ଟ ଲୋଗୋର ଫଟୋ ସେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏବେ ଅୟାନ ପୋଷ୍ଟ କରିଥିବା ଫଟୋରେ ରଣବୀରଙ୍କ ମୁହଁରେ ଏକ କଟା ଚିହ୍ନ ଦେଖିବାକୁ ମିଳୁଛି। ଏଥିରେ ରଣବୀର ଲମ୍ବା ବାଳ ରଖିଛନ୍ତି। କୁର୍ତ୍ତା ପିନ୍ଧା ଏହି ଫଟୋକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ରଣୀବର ଏତେ ଭଲ ଦିଶୁଥିଲେ ବି ଏହାକୁ ରିଜେକ୍ଟ କାହିଁକି କରାଗଲା ଭାବୁଥିବେ। ତେବେ ଅୟାନ ଏହାର ମଧ୍ୟ କାରଣ ଉଲ୍ଲେଖ କରିଛନ୍ତି। ଅୟାନଙ୍କ କହିବା ଅନୁସାରେ, ରଣବୀରଙ୍କ କ୍ୟାରେକ୍ଟରର ନାଁ ପ୍ରଥମେ ରୁମୀ ରଖାଯାଇଥିଲା। ଯାହାକୁ ପରେ ପରିବର୍ତ୍ତନ କରାଯାଇ ଶିବା ରଖାଯାଇଛି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ରୁମୀ, ପ୍ରଥମେ ସେ ରୁମୀ ଥିଲା। ବଡ଼ ବଡ଼ ବାଳବାଲା। ଏ ଫଟୋ ଫିଲ୍ମ ପାଇଁ କରାଯାଇଥିବା ପୁରୁଣା ଲୁକ୍ ଟେଷ୍ଟର। ରୁମୀ ଭାବୁଥିଲା, 'ପ୍ରେମ ହେଉଛି ସେହି ପୋଲ, ଯାହା ତୁମର ଓ ଅନ୍ୟମାନଙ୍କ ମଧ୍ୟରେ ଦୂରତା ସ୍ଥିର କରୁଥିଲା'। ଫିଲ୍ମ ନିର୍ମାଣ ପାଇଁ ଚିନ୍ତା କରିବା ବେଳେ ଏହି ଲାଇନ୍ ମୂଳଦୁଆ ଥିଲା।" ସେ ଆହୁରି ଲେଖିଛନ୍ତି, "ପରେ ଆମକୁ ଅନ୍ୟ ବିଚାର ଆସିଲା। ଏହି ପ୍ରକାର ଡ୍ରାଗନ୍ର ନାଁ ପରିବର୍ତ୍ତନ ହୋଇ ବ୍ରହ୍ମାସ୍ତ୍ର ହୋଇଗଲା ଓ ରଣବୀରଙ୍କ ବାଳ କଟା ଯାଇ ନୂଆ ନାଁ ଶିବା ଦିଆଗଲା।" ସୂଚନାଯୋଗ୍ୟ, ରଣବୀରଙ୍କ ପ୍ରଶଂସକ ଫିଲ୍ମ ରିଲିଜ୍ ହେବାକୁ ଅନାଇ ବସିଛନ୍ତି। ଅୟାନ ଫିଲ୍ମକୁ ନେଇ କିଛି କିଛି ରୋଚକ ତଥ୍ୟ ଇଷ୍ଟାଗ୍ରାମରେ ଦେଉଛନ୍ତି।
<urn:uuid:e93be71d-4169-4933-bab2-9efea9a81c4d>
CC-MAIN-2019-13
https://khabar.odishatv.in/entertainment/ranbir-kapoor-test-look-for-brahmastra-revealed-by-ayan-mukharjee/70891/
2019-03-20T09:41:37Z
s3://commoncrawl/crawl-data/CC-MAIN-2019-13/segments/1552912202324.5/warc/CC-MAIN-20190320085116-20190320111116-00539.warc.gz
ory
0.99998
Orya
2
{"ory_Orya_score": 0.999980092048645}
Xiaomi ଭାରତୀୟ ସ୍ମାର୍ଟଫୋନ ବଜାର ସେଗମେଂଟରେ ସଂପୂର୍ଣ୍ଣ ଭାବରେ କବଜା କରିସାରିଲାଣି । କଂପାନୀର ଦାବି ରହିଛି କି, ପ୍ରତ୍ୟେକ ୭ରୁ ୫ଟି ସ୍ମାର୍ଟଫୋନ Xiaomiର ରହିଛି । କଂପାନୀ ବର୍ତ୍ତମାନ ଏହି ଆକଳନକୁ ଆହୁରୀ ଆଗକୁ ବୃଦ୍ଧି କରିବାକୁ ଚାହୁଁଛି । ଯେଉଁଥିପାଇଁ କଂପାନୀ ସାରା ଦେଶରେ ଏମଆଇ ଷ୍ଟୋର ପାଇଁ ପ୍ରାଂଚାଇଜ ଦେବାକୁ ଘୋଷଣା କରିଛି । ଏଠାରେ ଆମେ କହି ରଖୁଛୁ କି, କଂପାନୀ ଆପଣଙ୍କୁ ବିନା କୌଣସି ଟଙ୍କାରେ ହିଁ ଫ୍ରାଂଚାଇଜ ଦେଉଛି । ତେବେ ଆସନ୍ତୁ ଜାଣିବା ଏମଆଇ ଷ୍ଟୋରର ଫ୍ରାଂଚାଇଜ ନେବା ପାଇଁ କଣ ରହିଛି କଣ କଣ କରିବାକୁ ପଡିବ । ଏମଆଇ ଷ୍ଟୋର ଖୋଲିବା ପାଇଁ କଣ ରହିଛି ସର୍ତ୍ତ Xiaomi ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୁ କୁମାର ଜୈନଙ୍କ ସୂଚନା ମୁତାବକ, କଂପାନୀର ନୂଆ ସ୍ମାର୍ଟଫୋନ ରେଡମି ନୋଟ୍ ୬ ପ୍ରୋର ଲଂଚି ଗୁରୁବାର ଦିନ ହୋଇଛି । ଆଉ ଏହି ଅବସରରେ ଏମଆଇ ଷ୍ଟୋରର ଫ୍ରାଂଚାଇଜ ସଂପର୍କରେ ଘୋଷଣା କରିଛନ୍ତି କଂପାନୀର ମ୍ୟାନେଜିଂ ଡାଇରେକ୍ଟର । ସେ କହିଛନ୍ତି କି, ଯଦି ଆପଣ ଆପଣଙ୍କର ଗାଁରେ କିମ୍ବା ସହରରେ କୌଣସି ଏମଆଇ ଷ୍ଟୋର ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ କେବଳ ଗୋଟିଏ ଫର୍ମ ଭରିବାକୁ ପଡିବ । ଏହିକ୍ରମରେ ଦେଶର କୌଣସି ବି ସାଧାରଣ ବ୍ୟକ୍ତି ନିଜ ଗାଁରେ ଏମଆଇ ଷ୍ଟୋର ଖୋଲିପାରିବେ । ମନୁ ଜୈନ ଆହୁରୀ ମଧ୍ୟ କହିଛନ୍ତି କି, ଯଦି ଆପଣଙ୍କ ନିକଟରେ ଫ୍ରାଂଚାଇଜ ନେବା ପାଇଁ ଟଙ୍କା ନାହିଁ ତେବେ ଖୋଦ କଂପାନୀ ବି ଆପଣଙ୍କୁ ଷ୍ଟୋର ଖୋଲିବାକୁ ଟଙ୍କା ସହାୟତା କରିବ । ଫ୍ରାଂଚାଇଜ ପାଇଁ କେଉଁଠି ମିଳିବ ଫର୍ମ ଏହି ସବୁ ସର୍ତ୍ତକୁ ଜାଣିବା ପରେ ଯଦି ଆପଣ ଏମଆଇ ଷ୍ଟୋର ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣ ଏଥିପାଇଁ ଏମଆଇ ଷ୍ଟୋରର ଆଧିକାରୀକ ୱେବସାଇଟ https://in.event.mi.com/in/apply/mistoreapplicationformକୁ ଯାଇ ଏକ ଫର୍ମ ଭରିବାକୁ ହେବ । ଯେଉଁଥିରେ ଆପଣଙ୍କୁ ଷ୍ଟୋର ଖୋଲିବାର ସ୍ଥାନ ସମେତ ଅନ୍ୟାନ୍ୟ ସୂଚନା ସବୁ ଦେବାକୁ ହେବ । ଏହାପରେ ଆପଣଙ୍କ ନାଁର ଲିଷ୍ଟିଂ କଂପାନୀର ରେକର୍ଡରେ ରହିଯିବ । ଯଦି କଂପାନୀକୁ ଆପଣଙ୍କର ଲୋକେସନ ପସନ୍ଦ ଆସିବ ତେବେ ଆପଣଙ୍କୁ ଫ୍ରାଂଚାଇଜ ମିଳିବ ।
<urn:uuid:25ebab7c-fc92-43a4-abd5-7d338986b08b>
CC-MAIN-2019-13
http://kanaknews.com/special-how-to-get-mi-store-franchise-in-india-know-step-by-step-process/
2019-03-21T16:10:00Z
s3://commoncrawl/crawl-data/CC-MAIN-2019-13/segments/1552912202526.24/warc/CC-MAIN-20190321152638-20190321174638-00139.warc.gz
ory
0.999986
Orya
4
{"ory_Orya_score": 0.9999860525131226}
ପାକିସ୍ତାନରେ ଦୁଇ ମୁସଲିମ୍ ଭଉଣୀଙ୍କୁ ଭେଟିଲେ ଶିଖ୍ ଭାଇ, ତିନିଜଣଙ୍କ ଆଖିରେ ଥିଲା ମିଳନର ଆନନ୍ଦାଶ୍ରୁ: ଦେଶ ବିଭାଜନ ସମୟରେ ଅଲଗା ହୋଇଯାଇଥିଲେ ପିଲାଦିନୁ ଅଲଗା ହୋଇଯାଇଥିବା ତିନି ଭାଇଭଉଣୀ ପରସ୍ପରକୁ ଭେଟିବାର ସୁଯୋଗ ପାଇଛନ୍ତି । ପାକିସ୍ତାନର ବାସିନ୍ଦା ଦୁଇ ମୁସଲମାନ ଭଉଣୀ ସେମାନଙ୍କର ଶିଖ୍ ଭାଇକୁ ପାକିସ୍ତାନର ଗୁରୁଦ୍ୱାରା ଜନମ୍ ଆସ୍ଥାନ ନାନକ ସାହିବଠାରେ ମିଳିତ ହେବାର ସୁଯୋଗ ପାଇଛନ୍ତି । ଭାଇଭଉଣୀ ପରସ୍ପରକୁ ଦୀର୍ଘ ବର୍ଷ ପରେ ଭେଟିବା ଏକ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା । ତିନିଜଣଙ୍କ ଆଖିରେ ଥିଲା ମିଳନର ଆନନ୍ଦାଶ୍ରୁ । ଉଲଫତ୍ ବିବି ଓ ମୈରାଜ ବିବି ଦୀର୍ଘ ୩ ଦଶନ୍ଧି ପରେ ନିଜର ଭାଇ ବିୟନ୍ତ ସିଂଙ୍କୁ ପାଖରେ ପାଇ କୁଣ୍ଢାଇ ଧରି ଆନନ୍ଦରେ କାନ୍ଦି ଉଠିବାର ଦୃଶ୍ୟ ଖୁବ୍ ହୃଦୟସ୍ପର୍ଶୀ ଥିଲା । ଅଭିଭକ୍ତ ଭାରତର ପଞ୍ଜାବର ପରାଚା ଗ୍ରାମର ଏକ ପରିବାର ଦେଶ ବିଭାଜନ ସମୟରେ ଦେଖାଦେଇଥିବା ହିଂସା ସମୟରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ଏହାପରେ ତିନି ଭାଇ-ଭଉଣୀଙ୍କ ମା' ଭାରତରେ ଥିବା ତାଙ୍କର ପଡ଼ୋଶୀମାନଙ୍କ ସହ ଯୋଗାଯୋଗ କରି ବେଶ୍ କିଛି ବର୍ଷ ପରେ ପୁଅ ବିୟନ୍ତର ଠିକଣା ଖୋଜି ପାଇଥିଲେ । ଏହାପରେ ବିୟନ୍ତଙ୍କର ତାଙ୍କ ମା' ଓ ଦୁଇ ଭଉଣୀଙ୍କ ସହ ଯୋଗାଯୋଗ ସ୍ଥାପନ ହୋଇଥିଲା । ପରସ୍ପର ଭିତରେ ଚିଠି ଦିଆନିଆ ଆରମ୍ଭ ହୋଇଥିଲା । ଏହାପରେ ଫୋନ୍ ଯୋଗେ ବାର୍ତ୍ତାଳାପ ହେଉଥିଲା ।
<urn:uuid:59bd484c-6a8c-43ef-b5c1-68876231b605>
CC-MAIN-2019-13
http://kanaknews.com/two-muslim-sisters-and-a-sikh-brother-met-after-70-years-in-pakistan/
2019-03-21T15:52:50Z
s3://commoncrawl/crawl-data/CC-MAIN-2019-13/segments/1552912202526.24/warc/CC-MAIN-20190321152638-20190321174638-00139.warc.gz
ory
1.000007
Orya
4
{"ory_Orya_score": 1.000007152557373}
ଶ୍ରୀନଗର (ଜମ୍ମୁ- କଶ୍ମୀର): ସୁରକ୍ଷା ବାହିନୀ ଯବାନଙ୍କ ଗୁଳିରେ ଆଜି (ଗୁରୁବାର) ଅପରାହ୍ନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ଅପରାହ୍ନରେ ଜମ୍ମୁ- କଶ୍ମୀରର କୁପ୍ଓ୍ଵାରା ନିକଟରେ ଘଟିଛି ଏହି ଘଟଣା। ସୁରକ୍ଷା ବାହିନୀର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ପ୍ରାଣ ହରାଇଛନ୍ତି ଦୁଇ ଜଣ ଆତଙ୍କବାଦୀ। ଜମ୍ମୁ- କଶ୍ମିର ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ଅପରାହ୍ନରେ ଜମ୍ମୁ- କଶ୍ମିରର ଲୋଲାବ ଉପତ୍ୟକା ଅଞ୍ଚଳରେ ସୁରକ୍ଷା ବାହିନୀର କିଛି ଯବାନଙ୍କ ପାଟ୍ରୋଲିଂରେ ବାହାରି ଥିବା ବେଳେ ସେଠାରେ ଆତ୍ମଗୋପନ କରି ରହିଥିବା କିଛି ଆତଙ୍କବାଦୀ ସେମାନଙ୍କ ଉପରକୁ ଅତର୍କିିତ ଗୁଳି ଚାଳନା କରିଥିଲେ। ଏହାର ଜବାବ ଦେବାକୁ ସୁରକ୍ଷା ବାହିନୀ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଫଳରେ ସୁରକ୍ଷା ବାହିନୀ ଯବାନଙ୍କ ଗଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସୁରକ୍ଷା ଯବାନଙ୍କ ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀ ଦୁଇ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରା ଯାଇପାରି ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି, ଜମ୍ମୁ- କଶ୍ମିର ପୁଲିସ୍ ଡିଜି ଏସ୍ ପି ବୈଦ୍ୟ।
<urn:uuid:61b9217e-05db-4cfe-82e6-905c1098899b>
CC-MAIN-2019-13
http://sambad.in/india-and-beyond/security-forces-kill-2-militants-in-jammu-and-kashmirs-kupwara-188080/
2019-03-22T21:11:10Z
s3://commoncrawl/crawl-data/CC-MAIN-2019-13/segments/1552912202689.76/warc/CC-MAIN-20190322200215-20190322222215-00299.warc.gz
ory
0.999882
Orya
3
{"ory_Orya_score": 0.9998824596405029}
ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଦୂରଦର୍ଶୀ ସମ୍ବାଦଭିତ୍ତିକ ପତ୍ରିକା ପକ୍ଷରୁ 'ଦୂରଦର୍ଶୀ କ୍ରୀଡ଼ା ସମ୍ମାନ-୨୦୧୮' ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ମଙ୍ଗଳବାର ଇଡ୍କଲ୍ ଅଡିଟୋରିୟମରେ ଆୟୋଜିତ ହୋଇଯାଇଛି। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ାରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ କ୍ରୀଡ଼ାବିତ୍, ସାମ୍ବାଦିକ ଓ ସମୀକ୍ଷକ, ପ୍ରଶିକ୍ଷକ ଏବଂ କ୍ରୀଡ଼ା ପୃଷ୍ଠପୋଷକମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷ ପଦ୍ମଶ୍ରୀ ଦିଲିପ ତିର୍କି, କ୍ରୀଡ଼ା ପ୍ରଶିକ୍ଷକ କିଶୋର ମଣିଆ, କ୍ରୀଡ଼ା ପୃଷ୍ଠପୋଷକ ଭାବେ ନାଲ୍କୋ, ଅନ୍ତର୍ଜାତୀୟ କ୍ରୀଡ଼ା ଘୋଷକ ଅମୀୟ କୁମାର ଚାନ୍ଦ, ନବରଂଜନ ପଟ୍ଟନାୟକ, ମନୋଜ କୁମାର ମାନସିଂହ, କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ କିଟ୍ ଓ କିସ୍, ଭାରତୀ ଭୂଷଣ ମିଶ୍ର, ପୃଥ୍ଵୀରାଜ ସାହୁ, କ୍ରୀଡ଼ା ସଂଗଠକ ଭାବେ ସହିଦ ସ୍ପୋର୍ଟିଂ କ୍ଲବ୍, ଆରୁଷୀ ଶ୍ରୀଚନ୍ଦନ, ଅନୁରାଧା ପାତ୍ର, ଦୀପ୍ତି ରଂଜନ ବେହେରା, ସ୍ପୋର୍ଟସ ଏମ୍ପୋରିୟମ, ତ୍ରିଲୋଚନ ଧଳ, କିଷନ ବରାଇ, ପ୍ରିୟଙ୍କା ମହାନ୍ତି ଏବଂ ଖୋର୍ଧା ପାଇକ ଆଖଡ଼ାକୁ ସପ୍ତମ ଦୂରଦର୍ଶୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ରାଜ୍ୟସଭା ସାଂସଦ ତଥା 'ସମ୍ବାଦ'ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଶକ୍ତି ସ୍ୱରୂପ ମିଶ୍ର ଏବଂ ନବରଂଜନ ପଟ୍ଟନାୟକ ଯୋଗଦେଇ ସମ୍ମାନୀତ କରିଥିଲେ। ଦୂରଦର୍ଶୀ ପତ୍ରିକାର ସମ୍ପାଦକ ଦୂର୍ଗା ପ୍ରସାଦ ସାମନ୍ତରାୟ ସଭା ପରିଚାଳନା କରିଥିଲା ବେଳେ ବ୍ୟୁରୋଚିଫ୍ ପ୍ରସନ୍ନ ବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ବିଶିଷ୍ଟ କ୍ରୀଡ଼ାବିତ୍ ତଥା ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ ହୋଇ ଆସୁଛି।
<urn:uuid:e1a30fca-532f-4157-8e67-082bf5e64fa7>
CC-MAIN-2019-13
http://sambad.in/sports/dilip-tirki-gets-duradarshi-award-202628/
2019-03-22T20:48:05Z
s3://commoncrawl/crawl-data/CC-MAIN-2019-13/segments/1552912202689.76/warc/CC-MAIN-20190322200215-20190322222215-00299.warc.gz
ory
0.999999
Orya
3
{"ory_Orya_score": 0.9999988079071045}
ଭାରତୀୟ ସଂସ୍କୃତି ଓ ଇତିହାସ କେବଳ ଭାରତରେ ନୁହେଁ ବରଂ ଏହା ବିଦେଶରେ ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଏପରିକି ମୁସଲମାନ ବହୁଳ ରାଷ୍ଟ୍ରମାନଙ୍କରେ ମଧ୍ୟ ଏହା କିଛି କମ୍ ଲୋକପ୍ରିୟ ନୁହେଁ । ପୂର୍ବ ଏସୀୟ ଦେଶମାନଙ୍କ ଭିତରେ ଇଣ୍ଡୋନେସିଆ ହେଉଛି ଏକ ମୁସଲମାନବହୁଳ ଦେଶ । ଏହି ଦେଶର ମୁଦ୍ରାର ନାଆଁ ହେଲା ରୁପେୟା । ଆପଣ ଜାଣି ବିସ୍ମିତ ହେବେ ଯେ ଇଣ୍ଡୋନେସିଆରେ ପ୍ରଚଳିତ ୨୦ହଜାର ଟଙ୍କିଆ ନୋଟରେ ଭଗବାନ୍ ଗଣେଶଙ୍କର ଫଟୋ ଅଛି । ପ୍ରକୃତ କଥା ହେଉଛି ଯେ ଇଣ୍ଡୋନେସିଆରେ ଭଗବାନ ଗଣେଶଙ୍କୁ ଶିକ୍ଷା,କଳା ଓ ବିଜ୍ଞାନର ଦେବତା ବୋଲି ବିବେଚନା କରାଯାଏ । ସେହି ନୋଟର ସାମ୍ନାରେ ଭଗବାନ ଗଣେଶଙ୍କର ଫଟୋ ଚିତ୍ର ଓ ପଛରେ କ୍ଲାସରୁମର ଚିତ୍ର ରହିଛି । ଏଥିରେ ଶିକ୍ଷକ ଓ ଛାତ୍ରମାନେ ମଧ୍ୟ ଅଛନ୍ତି । ଆଗକୁ ପଢନ୍ତୁ ଏହି ନୋଟରେ ଇଣ୍ଡୋନେସିଆର ପ୍ରଥମ ଶିକ୍ଷାମନ୍ତ୍ରୀ ହଜର ଦୈବାଂତ୍ରାଙ୍କ ଫଟୋ ମଧ୍ୟ ରହିଛି । ଦୈବାଂତ୍ରା ଥିଲେ ଇଣ୍ଡୋନେସିଆର ସ୍ୱାଧୀନତାର ମହାନାୟକ। କୁହାଯାଏ ଯେ କିଛି ବର୍ଷତଳେ ଇଣ୍ଡୋନେସିଆର ଅର୍ଥବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିଲା । ସେଠାକାର ରାଷ୍ଟ୍ରଚିନ୍ତକମାନେ ବିଚାରବିମର୍ଶ କରିବାପରେ ୨୦ହଜାର ଟଙ୍କାର ଏହି ନୋଟର ପ୍ରଚଳନ କରିଥିଲେ ଯେଉଁଥିରେ ଭଗବାନ ଗଣେଶଙ୍କର ଫଟୋ ସ୍ଥାନିତ ହୋଇଥିଲା ।
<urn:uuid:07372565-a491-4c7b-baf1-8a2486666baa>
CC-MAIN-2019-13
http://kanaknews.com/lord-ganesha-photo-in-indonesia-rupaiha/
2019-03-19T06:38:26Z
s3://commoncrawl/crawl-data/CC-MAIN-2019-13/segments/1552912201904.55/warc/CC-MAIN-20190319052517-20190319074517-00261.warc.gz
ory
1.000005
Orya
4
{"ory_Orya_score": 1.000004768371582}
ଆଦର୍ଶ ଆଚରଣ ବିଧିର ପ୍ରଭାବ: ଅଧାବାଟରେ ସ୍ୱତନ୍ତ୍ର ବିମାନ ଛାଡିଲେ ପ୍ରତିରକ୍ଷାମନ୍ତ୍ରୀ, ଘରୋଇ ବିମାନରେ ଚେନ୍ନାଇରୁ ଆସିଲେ ଦିଲ୍ଲୀ କନକ ବ୍ୟୁରୋ: ନିର୍ବାଚନ ଆଚରଣ ବିଧି ଲାଗୁ ହେବାରୁ ଅଧାବାଟରେ ବିମାନ ଛାଡିଲେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱତନ୍ତ୍ର ବିମାନ ଛାଡି ଘରୋଇ ବିମାନରେ ଦିଲ୍ଲୀ ଫେରିଲେ ନିର୍ମଳା । ସୂଚନା ଅନୁଯାୟୀ ଗତକାଲି ନିର୍ମଳା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ବିମାନରେ ଚେନ୍ନାଇ ଯାଇଥିଲେ । ଏବଂ ସେହି ବିମାନରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଏହାରି ଭିତରେ ନିର୍ମଳା ଚେନ୍ନାଇରୁ ଫେରିବା ପୂର୍ବରୁ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ କମିଶନ । ଆଉ ଲାଗୁ ହୋଇଥିଲା ଆଚରଣ ବିଧି । ଆଚରଣ ବିଧି ଲାଗୁ ହୋଇଥିବାରୁ ସ୍ୱତନ୍ତ୍ର ବିମାନରେ ଆସିନଥିଲେ ନିର୍ମଳା । ପ୍ରାୟ ୪୦ ଅପେକ୍ଷା କରିବା ପରେ ଚେନାଇ ବିମାନବନ୍ଦରରୁ ଏକ ଘରୋଇ କମ୍ପାନୀର ବିମାନରେ ଦିଲ୍ଲୀ ଫେରିଥିଲେ ନିର୍ମଳା । ଆଦର୍ଶ ଆଚରଣ ବିଧିର ଅର୍ଥ କଣ? ଆଦର୍ଶ ଆଚରଣ ବିଧିର ଅର୍ଥ ହେଉଛି – ନିର୍ବାଚନ ପ୍ରକ୍ରିୟା ସମୟରେ ରାଜନୈତିକ ଦଳ ଓ ପୋଲିଂ ଏଜେଂଟମାନେ କ'ଣ କରିବେ ଓ କ'ଣ କରିବେ ନାହିଁ, ତା'ର ଗାଇଡଲାଇନ୍ । ନିର୍ବାଚନ କମିସନ୍ଙ୍କ ନିର୍ଦ୍ଧାରିତ ଗାଇଡଲାଇନ୍ ଅନୁଯାୟୀ ନିର୍ବାଚନ ଇସ୍ତାହାର, ନେତାମାନଙ୍କ ଭାଷଣ ଓ ରାଲି, ସଭା ଆଦି କରାଯିବ । ଆଦର୍ଶ ଆଚରଣ ବିଧି ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ବାଚନ ପ୍ରକ୍ର୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ଆଚରଣ ବିଧି ଜାରି ରହିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ାକଡ଼ି ଭାବେ ଏହାକୁ ପାଳନ କରିବେ । ରାଜନୀତିରୁ ଅପରାଧୀକରଣ ଦୂର କରିବାକୁ ପଦକ୍ଷେପ ଆସାନ୍ତା ମାସ ୧୧ତାରିଖରୁ ହେବ ସାଧାରଣ ନିର୍ବାଚନ । ମେ ମାସ ୧୯ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏବଂ ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବ । ତେବେ ଏହି ନିର୍ବାଚନକୁ ଅପରାଧୀ ମୁକ୍ତ କରିବା ପାଇଁ ନିର୍ବାଚନ କମିଶନ କେତେକ ବଡ ଘୋଷଣା କରିଛନ୍ତି । ଏଥର ପ୍ରାର୍ଥୀ ହେବାକୁ ଚିନ୍ତା କରିଥିବା ରାଜନେତାଙ୍କ ପାଇଁ ଏହି ଖବର ଜାଣିବାର ଆବଶ୍ୟକତା ବି ରହିଛି । କାରଣ ଏଥର ସମସ୍ତ ପ୍ରାର୍ଥୀ ନିଜ ନାଁରେ ଥିବା ଅପରାଧିକ ମାମଲାର ତଥ୍ୟ ଦେବା ବାଧ୍ୟତାମୂଳକ ହୋଇଛି । ଟିଭି ଓ ଖବରକାଗଜରେ ୩ ଥର ଦେବାକୁ ହେବ ବିଜ୍ଞାପନ । ସ୍ୱଚ୍ଛ କରିବାକୁ ସବୁ ବୁଥରେ ଲାଗିବ ଭିଭିପାଟ୍ ସେହିପରି ନିର୍ବାଚନକୁ ସ୍ୱଚ୍ଛ ଓ ଅବାଧ କରିବାକୁ କେତେକ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଘୋଷଣା ଅନୁଯାୟୀ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବନ୍ଦ କରାଯିବ । ମତଦାନର ୪୮ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେବ । କଂଟ୍ରୋଲ ରୁମ୍ ୨୪ ଘଂଟିଆ ଟୋଲ ଫି ନମ୍ବର – ୧୫୯୦ ଜାରି କରାଯାଇଛି । ଆଚରଣ ବିଧି ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଅଭିଯୋଗ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ୱତନ୍ତ୍ର ଆପ୍ ଲଂଚ କରାଯାଇଛି । ଅଭିଯୋଗର ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମତଦାନ କେନ୍ଦ୍ରରେ ସିସିଟିଭି ଲାଗିବ । ନିର୍ବାଚନରେ ପ୍ରାର୍ଥୀ ହେବାକୁ ହେଲେ ପାନକାର୍ଡ ଜରୁରୀ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
<urn:uuid:eec97e91-fbfb-4ce0-a34c-85646bfdaa48>
CC-MAIN-2019-13
http://kanaknews.com/with-poll-code-in-place-nirmala-sitharaman-avoids-special-aircraft/
2019-03-19T05:59:36Z
s3://commoncrawl/crawl-data/CC-MAIN-2019-13/segments/1552912201904.55/warc/CC-MAIN-20190319052517-20190319074517-00261.warc.gz
ory
1.000004
Orya
4
{"ory_Orya_score": 1.0000038146972656}
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଆଉ ମାତ୍ର ଗୋଟିଏ ମାସରୁ କିଛି ଅଧିକ ସମୟ ରହିଲା । ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ସେ ଅବସର ନେବେ । ଏହି ସୀମିତ ସମୟ ମଧ୍ୟରେ ସେ କେତେକ ଐତିହାସିକ ମାମଲାର ଶୁଣାଣି କରିବାକୁ ଯାଉଛନ୍ତି । ଏପରି ଏକ ମାମଲା ହେଲା ଅଯୋଧ୍ୟା ମାମଲା । ଏହାର ରାୟ ଉପରେ ସାରା ଦେଶର ନଜର ରହିଛି । ଏହି ରାୟ ଉପରେ ଦେଶର ରାଜନୀତିର ମୋଡ ବଦଳାଇବା ଭଳି ପ୍ରଭାବ ରହିଛି । ଏହି ମାମଲାର ଏକ ମୁଖ୍ୟ ଅଂଗ ହେଉଛି ମସଜିଦ ଇସଲାମର ଏକ ଅବିଚ୍ଛେଦ୍ୟ ଅଂଗ କି ନା ତାହା ସ୍ଥିର କରିବା । ଏହି ରାୟ ଉପରେ ସମୁଦାୟ ଅଯୋଧ୍ୟା ମାମଲାର ଭାଗ୍ୟ ନିର୍ଭର କରୁଛି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ମାମଲା ହେଉଛି ଆଧାରର ବୈଧତା ସଂପର୍କିତ ମାମଲା । ଏଥିସହ ସବୁ ମନ୍ଦିର ଭିତରକୁ ନାରୀମାନଙ୍କ ପ୍ରବେଶ ଅଧିକାର ଓ ଅବୈଧ ସଂପର୍କ ସଂପର୍କିତ ମାମଲାର ଶୁଣାଣି ମଧ୍ୟ ତାଙ୍କ କାର୍ଯ୍ୟକାଳରେ ହୋଇପାରେ। ଏହାଛଡା ସେ ମଧ୍ୟ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସରକାରଙ୍କୁ ସୁପାରିଶ କରିବେ । ତାଙ୍କ ପରେ ବରିଷ୍ଠତା ତାଲିକାରେ ଜଷ୍ଟିସ ରଂଜନ ଗୋଗୋଇ ରହିଛନ୍ତି ।
<urn:uuid:1cb29424-4f77-483e-b3cf-b616570b3804>
CC-MAIN-2019-13
http://sambad.in/india-and-beyond/cji-deepak-mishra-to-retire-in-october-198931/
2019-03-19T06:01:12Z
s3://commoncrawl/crawl-data/CC-MAIN-2019-13/segments/1552912201904.55/warc/CC-MAIN-20190319052517-20190319074517-00261.warc.gz
ory
1.000007
Orya
3
{"ory_Orya_score": 1.000007152557373}
ବୁଧବାର କଂଗ୍ରେସ ବାର୍ତା ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ 'କଂଗ୍ରେସ ବାର୍ତା'ର ସ୍ୱତନ୍ତ୍ର ସଂଖ୍ୟା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ ସଭାପତି ତଥା କଂଗ୍ରେସ ବାର୍ତା ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି । କଂଗ୍ରେସ ବାର୍ତାର ସଂପାଦକ ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ପୂର୍ବ ଦିନମାନଙ୍କରେ କଂଗ୍ରେସ ବାର୍ତା ଓଡିଶାର ଅଗଣିତ କଂଗ୍ରେସ କର୍ମୀ, ପ୍ରେମୀ, ଶୁଭେଚ୍ଛୁଙ୍କ ମତକୁ ଯେଭଳି ଭାବରେ ଉପସ୍ଥାପନ କରୁଥିଲା ଆଗାମୀ ଦିନରେ ତାହାହିଁ କରିବ । ଉପସ୍ଥିତ କଂଗ୍ରେସ କର୍ମକର୍ତାମାନଙ୍କୁ ପପେଟ୍ ମହମ୍ମଦଙ୍କ ଜନ୍ମଦିନ ଓ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଏବଂ ଭୁବନେଶ୍ୱରରେ ରାଜଧାନୀର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ରାଜ୍ୟର ବରପୁତ୍ରମାନଙ୍କୁ ଯେଭଳି ଭାବରେ ବିଗତ ୧୮ ବର୍ଷ ଧରି ଅପମାନିତ କରୁଛନ୍ତି, ତା'ର ଜବାବ ଆଗାମୀ ଦିନରେ କଂଗ୍ରେସ ଦଳର କର୍ମୀମାନେ ଦେବେ ବୋଲି ସେ ଆହ୍ୱାନ ଦେଇଥିଲେ । ଉଦାହରଣ ଦେଇ ସେ କହିଲେ ଯେ ଡ. ହରେକୃଷ୍ଣ ମହତାବଙ୍କର ଏକ ପ୍ରତିମୂର୍ତି ତାଙ୍କ ଜନ୍ମଭୂମି ଓ କର୍ମଭୂମି ଭଦ୍ରକ ଜିଲ୍ଲାର ଅଗରପଡା ଠାରେ ସ୍ଥାପନ କରିବା ପାଇଁ ସେଠାକାର ବୁଦ୍ଧିଜୀବୀ ଓ ଅଂଚଳବାସୀ ବହୁ ଦିନରୁ ଦାବି କରିବା ସହ ପ୍ରୟାସ କରି ଆସୁଛନ୍ତି । ଏପରିକି ସରକାର ପ୍ରତିମୂର୍ତି ସ୍ଥାପନା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରିବା ସହ ଜମି ପ୍ରଦାନ ମଧ୍ୟ କରିଥିଲେ । ପରବର୍ତୀ ସମୟରେ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସ୍ଥାନୀୟ ଶାସକ ଦଳ ନେତୃତ୍ୱ ଓ ଜିଲ୍ଲା ପ୍ରସାଶନ ସେହି ସ୍ଥାନଟିକୁ ଖାରଜ କରିବା ସହ ପ୍ରତିମୂର୍ତି ସଂପୃକ୍ତ ସ୍ଥାନରେ ସ୍ଥାପନ କରିବା ପାଇଁ ଅନୁମତିକୁ ପ୍ରତ୍ୟାହାର କରି ନେଇଛନ୍ତି । ପ୍ରଶାସନ ଡ. ମହତାବଙ୍କର ସ୍ମୃତି ସଂରକ୍ଷଣ କରିବା ପରିବର୍ତେ ଏହି ହୀନ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି କହିଲେ ଯେ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଦାବି କରାଯାଉଛି କି ଯଥାଶୀଘ୍ର ଡ. ମହତାବଙ୍କ ମୂର୍ତି ସ୍ଥାପନ ପାଇଁ ନିରୂପିତ ଜମି ପ୍ରଦାନ କରିବାକୁ, ଯଦି ଆଗାମୀ ନଭେମ୍ବର ୨୭ ତାରିଖ ସୁଦ୍ଧା ସ୍ଥାନୀୟ ପ୍ରଶାସନ ପ୍ରତିମୂର୍ତି ପାଇଁ ଜମି ପ୍ରଦାନ ନକରେ ତେବେ ପ୍ରଦେଶ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବାର୍ତା ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ଅନନ୍ତ ପ୍ରସାଦ ସେଠୀ ସ୍ୱାଗତ ଭାଷଣ ଓ ସଂପାଦନା ମଣ୍ଡଳୀ ସଦସ୍ୟ, ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ଉପସଭାପତି ଦେବାଶିଷ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, କଟକ ଜିଲ୍ଲା କଂଗ୍ରେସ ସଭାପତି ଗୁରୁପଦ ନନ୍ଦ, ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ପାଣିଗ୍ରାହୀ, ଲିଗାଲ ସେଲ୍ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ର, ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, କଂଗ୍ରେସ ବାର୍ତା ଟ୍ରଷ୍ଟର ଟ୍ରଷ୍ଟି ରସିକଚାନ୍ଦ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ସରୋଜ ପଟ୍ଟନାୟକ, ଆଲୋକ ମହାନ୍ତି, ସୂର୍ଯ୍ୟନାରାୟଣ ପଣ୍ଡା, ସୁବ୍ରତ ମହାପାତ୍ର, ସ୍ମୃତିପ୍ରକାଶ ନନ୍ଦ, ଦେଓ ପ୍ରସାଦ, ସ୍ୱାଧିନବାଳା ଦାସ, ଜ୍ୟୋତିଷ କୁମାର ସାହୁ, ବିନୋଦିନୀ ମହାନ୍ତି, ସୁଜାତା ଜେନା ଓ ସୁର୍ଯ୍ୟକାନ୍ତି ବାଗ ପ୍ରମୁଖ ଉପସ୍ଥିତ ଥିଲେ ।
<urn:uuid:08c8bf24-a716-4a67-8832-95b476fab782>
CC-MAIN-2019-13
https://latestodishanews.com/%E0%AC%B0%E0%AC%BE%E0%AC%9C%E0%AD%8D%E0%AD%9F%E0%AC%B0-%E0%AC%AC%E0%AC%B0%E0%AC%AA%E0%AD%81%E0%AC%A4%E0%AD%8D%E0%AC%B0%E0%AC%AE%E0%AC%BE%E0%AC%A8%E0%AC%99%E0%AD%8D%E0%AC%95%E0%AD%81-%E0%AC%B0%E0%AC%BE/
2019-03-19T06:37:23Z
s3://commoncrawl/crawl-data/CC-MAIN-2019-13/segments/1552912201904.55/warc/CC-MAIN-20190319052517-20190319074517-00261.warc.gz
ory
1.000005
Orya
6
{"ory_Orya_score": 1.0000046491622925}
ମାଟି ହାଣ୍ଡି ଚିଙ୍ଗୁଡି By OdishaReporter Bureau On Mar 10, 2019 Share ଆବଶ୍ୟକ ସାମଗ୍ରୀ- ଚିଙ୍ଗୁଡି, ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ପିଆଜ, ଅଦା ରସୁଣ ବଟା, ଟମାଟୋ ପେଷ୍ଟ୍, ଗରମ ମସଲା, ତେଜପତ୍ର, ପଞ୍ଚୁଫୁଟଣ ଓ ଲୁଣ। ଆହୁରି ପଢ଼ନ୍ତୁ ଆସନ୍ତାକାଲି ଥାନାରେ ହାଜର ହୋଇ ତଥ୍ୟ ରଖିବାକୁ ସମୀରଙ୍କୁ ନୋଟିସ୍ ଚାଉଳ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଚାଲିଗଲା ଜୀବନ ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡିକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ଚିଙ୍ଗୁଡିକୁ ଧୋଇସାରିବା ପରେ ସେଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା ଓ ପିଆଜ ବଟା ପକାଇ ୧୦ ରୁ୧୫ ମିନିଟ୍ ଗୋଳେଇ ରଖନ୍ତୁ। ଏବେ ମାଟି ହାଣ୍ଡିକୁ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ତେଜପତ୍ର, ଫୁଟଣ ଓ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ଅଦା ରସୁଣ ବଟା, ପିଆଜ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ ପକାଇ ମସଲାକୁ ଭଲ ଭାବେ କଷି ଦିଅନ୍ତୁ । ମସଲା କଷା ହୋଇଗଲା ପରେ ପୂର୍ବରୁ ରଖିଥିବା ଚିଙ୍ଗୁଡିକୁ ସେଥିରେ ପକାଇ ଭଲଭାବେ କଷନ୍ତୁ। ଚିଙ୍ଗୁଡି ସିଝି ଗଲାପରେ ଟମାଟୋ ବଟା ଓ ସାମାନ୍ୟ ପାଣି ଦେଇ ୫ ମିନିଟ୍ ଛାଡ଼ି ଦିଅନ୍ତୁ। ଏହା ପରେ ସେଥିରେ ଗରମ ମସଲା ପକାଇ କିଛି ସମୟ ପରେ ନିଆଁରୁ ହାଣ୍ଡିକୁ ଓହ୍ଲାଇଦିଅନ୍ତୁ। ଏବେ ଭାତ କିମ୍ବା ରୁଟି ସହ ପରସି ଦିଅନ୍ତୁ ମାଟି ହାଣ୍ଡି ଚିଙ୍ଗୁଡି କଷା।
<urn:uuid:088f2a2b-2b71-4f95-936f-bbac61a49b84>
CC-MAIN-2019-13
https://odishareporter.in/uncategorized/food-special-in-odisha-350610
2019-03-20T13:50:51Z
s3://commoncrawl/crawl-data/CC-MAIN-2019-13/segments/1552912202347.13/warc/CC-MAIN-20190320125919-20190320151919-00421.warc.gz
ory
0.99958
Orya
1
{"ory_Orya_score": 0.9995802044868469}
ସାମାଜିକ ନିରାପତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ତୃତୀୟ ପ୍ରକୃତି ସୁରକ୍ଷା ଅଭିଯାନ ନାମରେ ଏକ ନୁଆଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ତୃତୀୟ ଲିଙ୍ଗ ଚିହ୍ନଟ ଏବଂ ସେମାନଙ୍କର ଥଇଥାନ ସମେତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ସମ୍ଭାବନାକୁ ଆଖି ଆଗରେ ରଖି ସାମର୍ଥ୍ୟ ଗଠନ ଉପରେ ଏହି ଯୋଜନା ପ୍ରାଥମିକତା ଦେବ । ତୃତୀୟ ଲିଙ୍ଗ ବର୍ଗର ଲୋକଙ୍କୁ ଚିହ୍ନଟ ପାଇଁ ରାଜ୍ୟବ୍ୟାପୀ ଏକ ସର୍ଭେ ଅତି ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଯୋଜନାର କାର୍ଯ୍ୟକାରିତା ପୂର୍ବରୁ ଏହି ସର୍ଭେ ସରିବା ଆବଶ୍ୟକ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଓଡ଼ିଶା ତୃତୀୟଲିଙ୍ଗ ନୀତି-୨୦୧୭ର ଚିଠା ପ୍ରସ୍ତୁତିରେ ଆମେ ବିିଭିନ୍ନ ବର୍ଗ ଲୋକଙ୍କ ମତାମତ ଆହ୍ୱାନ କରିଛୁ । ୨୦୧୧ ସାମାଜିକ, ଅର୍ଥନୈତିକ ଓ ଜାତିଗଣନାରେ ରାଜ୍ୟରେ ୪୩,୧୬୧ ତୃତୀୟଲିଙ୍ଗ ଥିବା ଜଣାଯାଇଛି ଏବଂ ନଗରାଂଚଳରେ ଏହି ସଂଖ୍ୟା ୪,୬୩୨ ଥିବା ଆକଳିତ ହୋଇଛି । ସରକାରଙ୍କ ଏଭଳି ଯୋଜନାକୁ ଆମେ ସ୍ୱାଗତ କରୁଛୁ ବୋଲି ମତ ଦେଇଛି ଅଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗ ମହାସଂଘର ସଭାପତି ପ୍ରତାପ ଚନ୍ଦ୍ର ସାହୁ । ଗତ ବର୍ଷ ରାଜ୍ୟସରକାର ପ୍ରତ୍ୟେକ ତୃତୀୟ ଲିଙ୍ଗ ଅଭିଭାବକଙ୍କୁ ମାସିକ ୧୦୦୦ ଟଙ୍କାର ଆର୍ଥିକ ସହାୟତା ଦେବା ଘୋଷଣା କରିଥିଲେ ସୁଦ୍ଧା ଏହାର ଲାଭ ମିଳିପାରିନାହିଁ । ପାଠ ପଢିବା ପାଇଁ ବୃତି ରାଶି, ନିଯୁକ୍ତି ଲାଗି ସକ୍ଷମ ହେଲା ଭଳି ତାଲିମ ଓ ଆନୁଷ୍ଠାଙ୍ଗିକ ସହାୟତା ନ ମିଳିବା କାରଣରୁ ତୃତୀୟ ଲିଙ୍ଗଙ୍କ ଏକ ବଡ଼ ଗୋଷ୍ଟୀ ଏବେ ବି ମାଗି ଯାଚି ଚଳୁଥିବା ଜଣାଯାଇଛି ।
<urn:uuid:7248051d-2a3a-4aa1-bbea-d458fd414d00>
CC-MAIN-2019-13
https://enewsodia.com/third-gender-identification-survey/
2019-03-21T19:37:24Z
s3://commoncrawl/crawl-data/CC-MAIN-2019-13/segments/1552912202572.29/warc/CC-MAIN-20190321193403-20190321215403-00021.warc.gz
ory
0.999987
Orya
6
{"ory_Orya_score": 0.9999865293502808}
କନକ ବ୍ୟୁରୋ : ପୂର୍ବ ପରି ଆଜି ପୁଣି ସକାଳୁ ସକାଳୁ ପ୍ରଥମେ ଗୋଶାଳା ଯାଇଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଆଉ ସେଠାରେ ଗୋରୁ ଗାଈଙ୍କୁ ଖାଇବାକୁ ଦେଇଛନ୍ତି । ଗୋରଖପୁରରେ ରହୁଥିବା ବେଳେ ପ୍ରତିଦିନ ସକାଳୁ ପ୍ରଥମେ ସେ ଗୋରୁଗାଈଙ୍କୁ ଖାଇବାକୁ ଦେବା ପରେ ହିଁ ମନ୍ଦିରରେ ପୂଜା କରିବାକୁ ଯାଉଥିଲେ । ତେବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରାଜଧାନୀ ଲକ୍ଷ୍ନୌରେ ରହୁଥିବାରୁ ତାଙ୍କର ଜୀବନଚର୍ଯ୍ୟାରେ କିଛି ପରିବର୍ତନ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ଗତକାଲି ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ତଥା କର୍ମଭୂମି ଗୋରଖପୁରକୁ ଆସିଛନ୍ତି ଯୋଗୀ ଆଦିତ୍ୟନାଥ । ଆଜି ସେ ଗୋରଖପୁରରେ ହିଁ ରହିବେ । ସଭାଗାରରେ ଗୋରଖପୁର ମଣ୍ଡଳର ଅଧିକାରୀମାନଙ୍କ ସହ ବିକାଶ ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହ ଯୋଗୀରାଜ ବାବା ଗମ୍ଭୀରନାଥଙ୍କ ବ୍ରହ୍ମଲୀନ ଶତବାର୍ଷିକୀ ପୂର୍ତିର ସମାପନ ସମାରୋହରେ ମଧ୍ୟ ସାମିଲ ହେବେ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ସେ ଗୋରଖପୁରବାସୀଙ୍କୁ କୃତଜ୍ଞତା ଜଣାଇବା ସହ ନିଜକୁ ନାୟକ ନୁହେଁ, ବରଂ ଜଣେ ସାଧାରଣ ଯୋଗୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
<urn:uuid:da826c4b-51f7-483b-a2dd-10a0015efae8>
CC-MAIN-2019-13
http://kanaknews.com/cm-yogi-adityanath-feeds-cows-at-a-gaushala-in-gorakhpur/
2019-03-22T10:26:49Z
s3://commoncrawl/crawl-data/CC-MAIN-2019-13/segments/1552912202642.32/warc/CC-MAIN-20190322094932-20190322120932-00086.warc.gz
ory
1
Orya
4
{"ory_Orya_score": 0.9999996423721313}
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ ଭୁବନେଶ୍ବର: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଏହା ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେକଦିନ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଜନସାଧାରଣ ଉଦ୍ୟାନ ପ୍ରବେଶ କରିପାରିବେ। ରାଜଭବନ ପ୍ରବେଶ ରେ ସୁଖରିତ ଭାବେ ଯିବା ପାଇଁ ଅନୁରୋଧ କରାଯାଇଛି ରାଜଭବନ ପ୍ରବେଶ ରେ ଏଣେ ତେଣେ ଅରିଆ ପକେଇବାକୁ ଅନୁରୋଧ କରାଯାଇଛି ତେବେ ଉଦ୍ୟାନ ମଧ୍ୟକୁ ଅପରାହ୍ଣ ୫ଟା ମଧ୍ୟରେ ପ୍ରବେଶ କରିବାକୁ ସୁଯୋଗ ମିଳିବ। ୱାଟର ଫାଉଣ୍ଟେନ୍, ମ୍ୟୁଜିକାଲ୍ ଫାଉଣ୍ଟେନ୍, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର, ବତକ, କକାଟେଲ୍ ପକ୍ଷୀଘର ସହିତ ଉଦ୍ୟାନର ସବୁଜିମା ପରିବେଶ ଉପଭୋଗ କରିହେବ। ପରିଦର୍ଶନ ସମୟରେ ରାଜଭବନ ପରିସରକୁ ଖାଦ୍ୟଦ୍ରବ୍ୟ ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ନଆଣିବା ସହ ସ୍ବଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ କରାଯାଇଛି।
<urn:uuid:1296d9f7-63a2-443f-bd20-273c41883597>
CC-MAIN-2019-13
https://odishanewstoday.com/odisha-raj-bhavan-garden-to-open-for-public-from-today/
2019-03-22T11:02:58Z
s3://commoncrawl/crawl-data/CC-MAIN-2019-13/segments/1552912202642.32/warc/CC-MAIN-20190322094932-20190322120932-00086.warc.gz
ory
0.999983
Orya
8
{"ory_Orya_score": 0.9999828338623047}
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି ! ସୂଚନା ଦେଲେ ବିଜେଡି ସୁପ୍ରିମୋ, ସମର୍ଥନ ଲୋଡି ନବୀନଙ୍କୁ ଫୋନ କରିଥିଲେ ମୋଦି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜୁ ଜନତା ଦଳ ସମର୍ଥନ କରିବ । ଏନେଇ ଆଜି ମୁମ୍ବାଇରୁ ଫେରିବା ପରେ ସୂଚନା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ନିଜ ସମର୍ଥନ ଦେବ ବିଜେଡି । ଏହି ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ଆଜି ମୁମ୍ବାଇରୁ ଓଡିଶା ଫେରିବା ପରେ ଏହି ସୂଚନା ଦେଇଛନ୍ତି ନବୀନ । ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ମୁହାଁମୁହିଁ ହେବେ ଏନଡିଏ ଏବଂ ୟୁପିଏ ପ୍ରାର୍ଥୀ । ସାମ୍ବାଦିକରୁ ସାଂସଦ ବନିଥିବା ବିହାରର ହରିବଂଶ ନାରାୟଣ ସିଂଙ୍କୁ ଏନଡିଏ ପ୍ରାର୍ଥୀ କରିଛି । ଅନ୍ୟପଟେ ୟୁପିଏ ତଥା ବିରୋଧୀ ଦଳ ପକ୍ଷରୁ କର୍ଣ୍ଣାଟକର କଂଗ୍ରେସ ସାଂସଦ ବି.କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି ଉଭୟ ପ୍ରାର୍ଥୀ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ହେବ ଉପାଧ୍ୟକ୍ଷ ପଦ ପାଇଁ ମତଦାନ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ, କ୍ଷେତ୍ର ପ୍ରସ୍ତୁତ । ଗୁରୁବାର, ବିଜେପି ନେତୃତ୍ୱାଧିନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ମଧ୍ୟରେ ସିଧାସଳଖ ଲଢ଼େଇ ହେବ । ଏନଡିଏରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହୋଇଥିବା ବେଳେ ୟୁପିଏ ତଥା ବିରୋଧୀ ମେଂଟରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ସାଂସଦ ବିକେ ହରିପ୍ରସାଦ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଉଭୟ ଏନଡିଏ ଏବଂ ୟୁପିଏ ପାଇଁ ହେବ ଏସିଡ୍ ଟେଷ୍ଟ ।
<urn:uuid:1186f83d-1434-4038-9759-1245e2962a35>
CC-MAIN-2019-13
http://kanaknews.com/bjd-will-give-support-to-nda-said-by-naveen/
2019-03-26T02:17:36Z
s3://commoncrawl/crawl-data/CC-MAIN-2019-13/segments/1552912204768.52/warc/CC-MAIN-20190326014605-20190326040605-00006.warc.gz
ory
1.000006
Orya
6
{"ory_Orya_score": 1.000006079673767}
ମାତ୍ର ୫ଟଙ୍କାରେ ୮୦ କିଲୋମିଟର ଦୌଡିବ ଏହି ସ୍କୁଟର ! ଦାମ ଜାଣିଲେ ଆପଣ ବି ହୋଇଯିବେ ଚକିତ ଦେଶରେ ଦିନକୁ ଦିନ ବଢୁଥିବା ପେଟ୍ରୋଲ ଦରକୁ ନେଇ ଜନସାଧାରଣ ସମ୍ପୁର୍ଣ୍ଣ ଭାବେ ହତାସ ହୋଇପଡିଛନ୍ତି । ଏବେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ଟପିଲାଣି। ତେବେ ଏହି ଭଳି ପରିସ୍ଥିତିରେ ଗାଡି ଚଳାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଲାଣି । ଖାସ କରି ସାଧାରଣ ଲୋକମାନେ ପେଟ୍ରୋଲ ଦରକୁ ନେଇ ଅଧିକ ପ୍ରଭାବିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ଇଲୋକ୍ଟ୍ରୋନିକ ଦୁଇଚକିଆ ବାହାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଏହି ପେଟ୍ରୋଲ ଖର୍ଚ୍ଚକୁ କମ କରିବା ପାଇଁ ଇଲେକ୍ଟ୍ରୋନିକ ବାଇକ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଯାହା ଫଳରେ ପେଟ୍ରୋଲ ପାଇଁ ହେଉଥିବା ଖର୍ଚ୍ଚକୁ ରୋକାଯାଇ ପାରିବ । ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଦୁଇ ଚକିଆ ଗାଡି ନିର୍ମାଣ କରୁଥିବା କଂପାନୀ ତଥା ଲୋକପ୍ରିୟ ମୋଟରସାଇକେଲ କଂପାନୀ ଟିଭିଏସ ମୋଟର 'କ୍ରେୱନ' ନାମକ ଇଲେକ୍ଟ୍ରୋନିକ୍ ସ୍କୁଟର ଲଂଚ କରିଛି । ଯେଉଁଥିରେ କଂପାନୀର ଦାବି ରହିଛି କି, ଏହି ସ୍କୁଟରରେ ମାତ୍ର ୫ ଟଙ୍କାର ରିଚାର୍ଜ କରିବା ଦ୍ୱାରା ଏହା ପାଖାପାଖି ୮୦ କିଲୋମିଟର ଗତିକରିଥାଏ । ଫିଚର୍ସ ଏହି କନସେପ୍ଟ ସ୍କୁଟରରେ ଦୁଇ ଜଣ ଲୋକ ବେଶ୍ ଆରାମରେ ବସିପାରିବେ । ଏହାଛଡା ଏହାର ସଫ୍ଟ ସିଟ୍ ଗାଡିକୁ ଆହୁରୀ ଅଧିକ ଆକର୍ଷଣୀୟ କରିଛି । କ୍ରେୱନରେ ଫୋନ ଚାର୍ଜ କରିବାର ସୁବିଧାର ମଧ୍ୟ ଦିଆଯାଇଛି । ଯଦି ଏହାର ଷ୍ଟୋରେଜ ସ୍ପେସ କଥା କହିବା, ତେବେ ଏଥିରେ ଏକ ଫୁଲ ସ୍ପେସ ହେଲମେଟ ଆରାମରେ ରଖିପାରିବେ । ଏହାଛଡା ଏଥିରେ ଏକ ସ୍କ୍ରିନ୍ ମଧ୍ୟ ବ୍ୟବହାର କରାଯାଇଛି , ଯାହା ବ୍ୟାଟେରୀ ସଂପର୍କରେ ଚାଳକଙ୍କୁ ସୂଚିତ କରିଥାଏ । ଏଥିସହିତ ହିଁ ଏଥିରେ , ରେଜନରେଟିକ୍ ବ୍ରେକିଂ, ଜିପିଏସ, ନେଭିଗେସନ , ପାର୍କ ଆସିଷ୍ଟ ଏବଂ ଆଂଟି ଥେପ୍ଟ ମେକାନିଜିମ ଭଳି ଉନ୍ନତମାନର ଫିଚର୍ସ ରହିଛି । କ୍ରେୱନରେ ଡାଇମଣ୍ଡ କଟ ଅଏଲ ହ୍ୱିଲ ମଧ୍ୟ ବ୍ୟବହାର କରାଯାଇଛି । ଯାହା ସ୍କୁଟରକୁ କୌଣସି ଦାମୀ କାର ଭଳି ଲଗଜୁରୀ ଲୁକ୍ ଦେଇଥାଏ । ଏଥିସହିତ ହିଁ ସମସ୍ତ ଟାୟାର ଟ୍ୟୁବଲେସ ଅଟେ ।
<urn:uuid:86627794-195a-4d39-ab69-1d8d7dd2fdeb>
CC-MAIN-2019-13
http://kanaknews.com/special-tvs-creon-e-scooter/
2019-03-26T02:29:04Z
s3://commoncrawl/crawl-data/CC-MAIN-2019-13/segments/1552912204768.52/warc/CC-MAIN-20190326014605-20190326040605-00006.warc.gz
ory
1.000003
Orya
5
{"ory_Orya_score": 1.0000027418136597}
ଶୈାଚମୁକ୍ତ ଅଂଚଳ ହେବା ସତ୍ୱେ ଖୋଲାରେ କରୁଥିଲେ ଶୈାଚ, ଚିକିତ୍ସା ଅଧିକାରୀ ଦେଖି ଏଭଳି ଦଣ୍ଡ ଦେଲେ ଯେ ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ପଂଚାୟତଗୁଡିକୁ ଖୋଲାରେ ଶୈାଚମୁକ୍ତ ଘୋଷଣା କରାଇବାର ପ୍ରଶାସନିକ ପଦକ୍ଷେପ କିଛି ଅଧିକାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏ ମାମଲାରେ ବେଗୁସରାୟରେ ଏକ ଅଜବ ଘଟଣା ସାମନାକୁ ଆସିଛି । ଏଠି ଲୋକ ଅଧିକାରୀ ଖୋଲାରେ ଶୈାଚ କରୁଥିବା ଲୋକଙ୍କୁ ଧରିଲେ ଓ ତାଙ୍କ ଦ୍ୱାରା ଢ଼ାଳକୁ ପ୍ରଣାମ କରାଇଲେ । ସ୍ୱଚ୍ଛ ଭାରତ ଅଭିଯାନ ଅଧିନରେ ଖୋଲାରେ ଶୈାଚମୁକ୍ତ ଏକ ବଡ ପଦକ୍ଷେପ । କିନ୍ତୁ ଲୋକମାନେ ଏହାକୁ ପାଳନ କରୁନଥିବାରୁ କିଛି ପ୍ରଶାସନିକ ଅଧିକାରୀ ଏହାକୁ ନେଇ ଅଜବ ଫତୱା ଜାରି କରିଛନ୍ତି । ତେଘରା ଗ୍ରାମର ଚିକିତ୍ସା ପଦାଧିକାରୀ ଲଲନ କୁମାରଙ୍କୁ କିଛି ଲୋକ ଖୋଲାରେ ଶୈାଚ କରୁଥିବାର ନଜର ଆସିଥିଲେ । ସେହି ଅଧିକାରୀ ଜଣକ ତାଙ୍କୁ ବୁଝାଇବା ବଦଳରେ ଗାଳିଗୁଲଜ କରିଥିଲେ । ଜରିମାନା ଲଗାଇବାର ଧମକ ଦେଲେ ଓ ଆଉ ଜଣେ ଯୁବକଙ୍କୁ ଚାପୁଡା ବି ମାରିଥିବା ଦେଖାଯାଇଥିଲା । ଏହାପରେ ବି ମନ ଭରି ନଥିଲା ତାଙ୍କର, ସମସ୍ତ ଲୋକଙ୍କୁ ଉଠାବସା କରାଇଲେ ଓ ତା'ପରେ ଢ଼ାଳକୁ ପ୍ରଣାମ କରିବାକୁ କହିଲେ । ବୟସ୍କଙ୍କ ସହିତ ଏ ପ୍ରକାର କାରନାମା କରିବା ପରେ ଅଧିକାରୀ କଥିତ ଭାବେ ମହିଳାଙ୍କୁ ଅପଶବ୍ଦ ବି କହିଲେ । କେହି ଜଣେ ଏହି ଘଟଣାର ଭିଡିଓ ପ୍ରସ୍ତୁତ କଲେ , ଯାହାକି ଏବେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓଟି ସେତେବେଳେ ସାମନାକୁ ଆସିଲା, ଯେତେବେଳେ ବେଗୁସରାୟକୁ ଖୋଲାରେ ଶୈାଚମୁକ୍ତ ଘୋଷଣା କରାଯାଇସାରିଛି ।
<urn:uuid:19287b8c-d62e-44bd-8389-1d10cdcd456a>
CC-MAIN-2019-13
http://kanaknews.com/weird-act-of-an-officer-on-villagers-while-going-toilet-in-open/
2019-03-19T10:39:23Z
s3://commoncrawl/crawl-data/CC-MAIN-2019-13/segments/1552912201953.19/warc/CC-MAIN-20190319093341-20190319115341-00148.warc.gz
ory
0.999977
Orya
3
{"ory_Orya_score": 0.9999769926071167}
ଓଡିଶରେ ସିଲିକନ ଭ୍ୟାଲି ୩୦୦ ମିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବ । ଭୁବନେଶ୍ଵରର infovalley ରେ ସୂଚନା ପ୍ରଯୁକ୍ତି ଏବଂ electronics system design and manufacturing କ୍ଷେତ୍ରରେ ଏହି ପୁଞ୍ଜି ବିନଯୋଗ କରାଯିବ । ଏହାଦ୍ୱାରା ରାଜ୍ୟରେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ରାଜ୍ୟରେ ଏକଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଜି ସଚିବାଳୟଠାରେ ଆମେରିକାର silicon valley ରୁ ଶ୍ରୀ ଅଜିତ ମଦୋଚାଙ୍କ ନେତୃତ୍ଵରେ ଆସିଥିବା ଏକ ବ୍ୟବସାୟିକ ପ୍ରତିନିଧିଦଳ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଏଠିପିନ ରାଜ୍ୟସରକାର ସବୁପ୍ରକାର ସୁବିଧ ସୁଯୋଗ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସିଲିକନ ଭ୍ୟାଲି ସହ ବ୍ୟବସାୟିକ ସହଯୋଗ ସ୍ଥାପନ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିନିଧି ଦଳ ସୂଚନା ଦେଇଥିଲା । ଓଡିଶାରେ IT ଓ ESDM କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ପିନ୍ନ ଅନୁକୂଳ ପରିବେଶ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମର ପ୍ରତିନିଧି ଦଳ ଉଚ୍ଚାପ୍ରସଂଶା କରିଥିଲେ । ସୂଚନା ଯୋଗ୍ୟଯେ ଭୁବନେଶ୍ଵରରେ ୨୧୫ ଏକର ଜମିରେ ନିର୍ମିତ infovalley ରେ IT ଓ ESDM କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟସରକାର IT investment region ବିକାଶ କରିଛନ୍ତି । ଏଥିପାଇଁ ଭାରତ ସରକାର ମଧ୍ୟ green field electronic manufacturing eluster କୁ ନୀତିଗତ ଆଉମୋଦନ ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ global foundation ର ପୂର୍ବତନ SEO ତଥା ରାଷ୍ଟ୍ରପତି ଓ ଓବାମାଙ୍କ ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଶ୍ରୀ ଅଜିତ ମନୋଚା,ଓ ସଂଜୀବ ଶ୍ରେୟା ପ୍ରମୁଖ ଆସିଥିଲେ । ଏହି ଆଲୋଚନାଚକ୍ରରେ ଶକ୍ତି ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ପ୍ରଣବ କିଶୋର ଦାସ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ,ଉନ୍ନୟନ କମିଶନର ଶ୍ରୀ ଆଦିତ୍ୟ ପାଢୀ,ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଉପେନ୍ଦ୍ରନାଥ ବେହେରା ଏବଂ ବିଭିନ୍ନ ପ୍ରମୁଖ ସଚିବ ଓ ଶାସନ ସଚିବ ଅଂଶଗ୍ରହଣ କରିଥିଲେ । - ଗୁଣାତ୍ମକ ଶିକ୍ଷା ସମ୍ବନ୍ଧରେ ରାଜ୍ୟସ୍ତରୀୟ କାର୍ମଶାଳା ଉଦଘାଟିତ - ପୃଥଗ୍ଭାବ…!!!
<urn:uuid:56ff180c-91da-4897-92e4-c41919b72abb>
CC-MAIN-2019-13
http://odishan.com/12837
2019-03-24T09:05:19Z
s3://commoncrawl/crawl-data/CC-MAIN-2019-13/segments/1552912203409.36/warc/CC-MAIN-20190324083551-20190324105551-00228.warc.gz
ory
1
Orya
4
{"ory_Orya_score": 0.9999998807907104}
ପୁରୀ ଅଫିସ, ୬।୯: ମହାପ୍ରଭୁଙ୍କ ମହାପ୍ରସାଦ ଭାଗ୍ୟରେ ଥିଲେ ମିଳେ। ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ପ୍ରତିଟି ଭକ୍ତଙ୍କ ଅବଢ଼ା ପ୍ରତି ଲୋଭ ଥାଏ। ହେଲେ ଅବଢ଼ା ପ୍ରସ୍ତୁତ ହେଉଥିବା ଚାଉଳର ମାନକୁ ନେଇ ଏବେ ଉଠିଛି ପ୍ରଶ୍ନ। ଫିମ୍ପିମରା, ପୋକରା ଚାଉଳରେ ଅବଢ଼ା ପ୍ରସ୍ତୁତ ହେଉଥିବା ଜଣାପଡିବା ପରେ ଏହାକୁ ନେଇ ଭକ୍ତଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି। କେଉଁ ପରିସ୍ଥିତିରେ କିପରି ବିନା ଯାଞ୍ଚରେ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଶ୍ରୀମନ୍ଦିର ଭିତରକୁ ଯାଉଛି ବୋଲି ଭକ୍ତମାନେ ପ୍ରଶ୍ନ କରିଛନ୍ତି। ଦୁଇଦିନ ତଳେ ଅବଢ଼ା ପାଇଁ ଚାଉଳ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଯାଉଥିଲା। ଜଣେ ଟ୍ରଲି ଚାଳକ ଏହି ଚାଉଳ ବସ୍ତା ଆଣିଥିଲେ। ଚାଉଳ ଶ୍ରୀମନ୍ଦିର ଭିତରକୁ ବୁହା ହେଉଥିବା ବେଳେ ଏଥିରେ ଫିମ୍ପି ମାରିଯାଇଥିବା ଜଣାପଡିଥିଲା। କେତେଜଣ ଭକ୍ତ ସମ୍ପୃକ୍ତ ଟ୍ରଲି ଚାଳକଙ୍କୁ ଏ ବିଷୟରେ ପଚାରିଥିଲେ। ସେ ଜାଣିନାହାନ୍ତି, ଅର୍ଡର ମୁତାବକ ସେ କେବଳ ଏହାକୁ ବୋହି ଆଣିଥିବା କହିଥିଲେ। ପରବର୍ତ୍ତୀ ସମୟରେ ଏହି ନିମ୍ନମାନର ଚାଉଳ ବସ୍ତାକୁ ପୁଣି ଫେରାଇ ନିଆଯାଇଥିଲା। ଏହି ଘଟଣା ଜଣାପଡିବା ପରେ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତି ପାଇଁ କିଭଳି ଏମିତି ଚାଉଳ ଶ୍ରୀମନ୍ଦିର ଭିତରକୁ ଯାଉଥିଲା ବୋଲି ଅନେକେ ପ୍ରଶ୍ନ ଉଠାଇଥିଲେ। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି, ଶ୍ରୀମନ୍ଦିର ଆଇନ ଅନୁସାରେ କୌଣସି ନିମ୍ନମାନର ପ୍ରସାଦ ବିକ୍ରି ହେବା କଥା ନୁହେଁ। ଯଦି ଏଭଳି ଏକ ଅଭିଯୋଗ ଆସିଛି ଏ ନେଇ ନିଶ୍ଚିତ ପଦକ୍ଷେପ ନିଆଯିବ। ମନ୍ଦିର ଅଧିକାରୀଙ୍କୁ ସଚେତନ କରାଯିବା ସହ ସୁଆର ନିଯୋଗ ସହିତ ମଧ୍ୟ ଆଲୋଚନା କରିବୁ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଅରବିନ୍ଦ ଅଗ୍ରୱାଲ କହିଛନ୍ତି, କିଏ ଏଭଳି ଚାଉଳ ନେଉଥିଲେ ଆବଶ୍ୟକ ପଡିଲେ ଏହାର ତଦନ୍ତ କରାଯିବ। ପ୍ରମାଣ ମିଳିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ପରିସ୍ଥିତିରେ ମହାପ୍ରସାଦର ମାନରେ ସାଲିସ କରାଯିବ ନାହିଁ। ଶ୍ରୀମନ୍ଦିର ଭିତରକୁ ଫିମ୍ପିମରା ଚାଉଳ ନିଆଯିବା ସଂକ୍ରାନ୍ତରେ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା କହିଛନ୍ତି, ଯେଉଁ ସମୟରେ ଏହି ଘଟଣା ଜଣାପଡିଲା ସେତିକିବେଳେ ନିଯୋଗକୁ ଖବର ଦିଆଯିବା ଉଚିତ ଥିଲା। ଏହି ଚାଉଳ କିଏ ଆଣିଥିଲା ତାହା ପ୍ରମାଣ ମିଳି ପାରିଥାନ୍ତା। କେହି ବି ଚାହିଁବେନି ମହାପ୍ରଭୁଙ୍କ ମହାପ୍ରସାଦ ଏମିତି ଚାଉଳରେ ପ୍ରସ୍ତୁତ ହେଉ। ଏହି ଘଟଣା ନିଶ୍ଚିତ ଭାବେ ଭକ୍ତଙ୍କ ମନକୁ ଆଘାତ ଦେବ। ମହାପ୍ରସାଦ ପ୍ରତି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସ ମଧ୍ୟ କମିବ। ତେଣୁ ଏଥିରୁ ସମସ୍ତେ ନିବୃତ୍ତ ରହିବା ଦରକାର।
<urn:uuid:570190e1-f384-4563-add7-35cff3b1621b>
CC-MAIN-2019-13
http://www.dharitri.com/main/news/2179
2019-03-24T09:50:11Z
s3://commoncrawl/crawl-data/CC-MAIN-2019-13/segments/1552912203409.36/warc/CC-MAIN-20190324083551-20190324105551-00228.warc.gz
ory
0.999994
Orya
5
{"ory_Orya_score": 0.9999938011169434}
ପ୍ରଥମେ ସୋନା ମହାପାତ୍ର ଆଉ ଏବେ ଜଣାଶୁଣା ପ୍ଲେବ୍ୟାକ୍ ସିଙ୍ଗର ଶ୍ୱେତା ପଣ୍ଡିତ୍ ଅନୁ ମଲ୍ଲିକ୍ଙ୍କ ନାମରେ ଆଣିଛନ୍ତି ଅସ୍ଦାଚରଣ ଅଭିଯୋଗ। ଶ୍ୱେତାଙ୍କ କହିବା କଥା ହେଲା ତାଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ରେକଡ଼ିଂ ଷ୍ଟୁଡିଓରେ ତାଙ୍କୁ ହାରେସ୍ମେଣ୍ଟ କରିଥିଲେ ଅନୁ। ଏନେଇ ଶ୍ୱେତା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେ ଭୋଗିଥିବା ନିର୍ଯାତନାକୁ ବଖାଣିଛନ୍ତି । ସେ ଲେଖିଛନ୍ତି ଯେ, ୨୦୦୦ ମସିହାରେ ଫିଲ୍ମ ମହବତେଁତେ ତାଙ୍କୁ ଲିଡ୍ ସିଙ୍ଗର ଭାବେ ଅଫର କରାଯାଇଥିଲା। ସେହି ସମୟରେ ଅନୁ ମଲ୍ଲିକଙ୍କ ମ୍ୟାନେଜର ତାଙ୍କୁ ଖୁସି ମିଜାଜରେ ହସି ହସି ଫୋନ୍ କରିଥିଲେ। ମତେ ତାଙ୍କୁ ତାଙ୍କ ଅଫିସିଆଲ୍ ଏମ୍ପେୟାର୍ ଷ୍ଟୁଡିକୁ ନିମନ୍ତ୍ରଣ କରାଯାଇଥିଲା। ଯେତେବେଳେ ମୁଁ ଏବଂ ମୋ ମା' ଷ୍ଟୁଡିଓରେ ପହଞ୍ଚିଲୁ ସେତେବେଳେ ଚଳଚ୍ଚିତ୍ର 'ଆୱାରା ପାଗଲ ଦିୱାନା' ପାଇଁ ଶାନ୍ ଏବଂ ସୁନିଧି ଚୌହାନ୍ଙ୍କ ସହ ଗ୍ରୁପ୍ ସଙ୍ଗ ରେକଡ଼ିଂ ଚାଲିଥିଲା। ସେତେବେଳେ ଅନୁ ମତେ ବିନା ମ୍ୟୁଜିକ୍ରେ ଗୀତ ଗାଇବା ପାଇଁ କହିଥିଲେ। ତେଣୁ ମୁଁ 'ହର୍ ଦିଲ୍ ଜୋ ପ୍ୟାର୍ କରେଗା' ଗୀତ ଗାଇଲି। ଜବାବରେ ଅନୁ ମଲ୍ଲିକ୍ କହିଥିଲେ ମୁଁ ତୁମକୁ ଗୀତ ଗାଇବା ପାଇଁ ସୁଯୋଗ ଦେବି, ପ୍ରତିବଦଳରେ ତୁମେ ମତେ କିସ୍ କରିବାକୁ ପଡ଼ିବ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଶ୍ୱେତା ଲେଖିଛନ୍ତି ଯେ, ମତେ ସେତେବେଳେ ୧୫ ବର୍ଷ ହୋଇଥିଲା। ସ୍କୁଲ ଯାଉଥିଲି। ମୁଁ ତାଙ୍କୁ ଅଙ୍କଲ ବୋଲି ଡାକୁଥିଲି। ଅନୁ ମଲ୍ଲିକ ଆମ ପରିବାରର ସମ୍ପର୍କୀୟ ହେବେ। ସେ ମୋ ବାପାଙ୍କର ଭାଇ ଭଳି ହେବେ। ଅନୁଙ୍କର ବି ଦୁଇ ଝିଅ ବଡ଼ ହୋଇଯାଇଥିଲେ । ଶ୍ୱେତା ପ୍ରଶ୍ନ କରିଛନ୍ତି ଯେ, କ'ଣ କେହି ଜଣେ ବାପା ତାଙ୍କ ଝିଅଙ୍କ ପାଖରେ ଏମିତି ଡିମାଣ୍ଡ କରିପାରେ? ଜୀବନର ସେହି ମୂହୁର୍ତ୍ତକୁ ମୁଁ କେବେ ଭୁଲିପାରିବ ନାହିଁ ବୋଲି ଶ୍ୱେତା ଲେଖିଛନ୍ତି ।
<urn:uuid:4e4e3135-ae7b-41e5-9167-267af775c7f8>
CC-MAIN-2019-13
http://lifestyle.kanaknews.com/after-sona-mohaptra-this-singer-metoo-alligation-on-anu-mallick/
2019-03-25T14:53:15Z
s3://commoncrawl/crawl-data/CC-MAIN-2019-13/segments/1552912203991.44/warc/CC-MAIN-20190325133117-20190325155117-00388.warc.gz
ory
0.99997
Orya
9
{"ory_Orya_score": 0.9999698400497437}
ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଦିନିକିଆରେ ରୋହିତ ଶର୍ମା ଓ ଶିଖର ଧୱନ୍ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ-ଧୱନ ଯୋଡ଼ି ଭାରତର ଦ୍ୱିତୀୟ ସଫଳତମ ଓପନିଂ ଯୋଡ଼ି ହେବାର ରେକର୍ଡ କରିଛନ୍ତି। ଏଭଳି ରେକର୍ଡ କରି ଉଭୟ କିମ୍ବଦନ୍ତୀ ବ୍ୟାଟସ୍ମ୍ୟାନ୍ ସଚିନ୍ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇ ଦେଇଛନ୍ତି। ଭାରତ ପାଇଁ ସଚିନ୍-ସେହ୍ୱାଗ ଯୋଡ଼ି ୨୦୦୨ରୁ ଓପନିଂ କରିଥିଲେ। ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଉଭୟ ଭାରତ ପାଇଁ ଏହି ଦାୟିତ୍ୱ ନିର୍ବାହ କରିଥିଲେ। ଉଭୟ ୯୩ଟି ଇନିଂସ୍ରେ ୩୯୧୯ ରନ୍ ହାସଲ କରିଥିଲେ। ଏଥିରେ ୧୨ଟି ଶତକୀୟ ଭାଗୀଦାରି ରହିଥିଲା। ଅନ୍ୟପକ୍ଷରେ ରୋହିତ-ଧୱନ ଯୋଡ଼ି ୨୦୧୩ ଚାମ୍ପିୟନ୍ସ ଟ୍ରଫିରୁ ଭାରତ ପାଇଁ ଓପନିଂ କରି ଆସୁଛନ୍ତି। ଏହି ୫ ବର୍ଷ ମଧ୍ୟରେ ଉଭୟ ୧୩ଥର ଶତକୀୟ ଭାଗୀଦାରି କରିଛନ୍ତି। ତେବେ ଆଜିର ୪ର୍ଥ ଦିନିକିଆ ପୂର୍ବରୁ ରୋହିତ୍-ଧୱନ୍ ଯୋଡ଼ି ସଚିନ୍-ସେହ୍ୱାଗଙ୍କ ଯୋଡ଼ିର ରେକର୍ଡ ଭାଙ୍ଗିବା ପାଇଁ ମାତ୍ର ୫ ରନ୍ ଦରକାର କରୁଥିଲେ। ଇଣ୍ଡିଜ୍ ବାହିନୀର ପ୍ରଥମ ଓଭର୍ରେ ହିଁ ଏହି ରେକର୍ଡ ହାସଲ ହୋଇଥିଲା। ରୋହିତ ଏବେ ଆଇସିସି ଦିନିକିଆଇ ରାଙ୍କିଙ୍ଗର ୨ ନଂ ସ୍ଥାନରେ ଥିବା ବେଳା ଧୱନ ୫ ନଂ ସ୍ଥାନରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ୨୧୦ ରନ୍ର ଭାଗୀଦାରୀ ହୋଇଥିଲା। ଉଭୟ ଆଜିର ମ୍ୟାଚ୍କୁ ମିଶାଇ ମୋଟ୍ ୩୯୮୫ ରନ୍ର ଭାଗିଦାରୀ କରିଛନ୍ତି। କିନ୍ତୁ ଏବେ ବି ଭାରତ ପାଇଁ ଦିନିକିଆର ବେଷ୍ଟ ଓପନିଂ ଯୋଡ଼ିର ରେକର୍ଡ ସଚିନ୍ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ନାଁରେ ରହିଛି। ଉଭୟ ଭାରତ ପାଇଁ ଓପନିଂ ଯୋଡ଼ି ଭାବେ ୧୭୬ଟି ଇନିଂସ୍ରେ ୮୨୨୭ ରନ୍ ହାସଲ କରିଛନ୍ତି। ଏଥିରେ ୨୬ଟି ଶତକୀୟ ଭାଗିଦାରୀ ରହିଛି।
<urn:uuid:436b2e43-6087-4296-bf3f-19949f00089e>
CC-MAIN-2019-13
https://odishareporter.in/sports/rohit-sharma-and-shikhar-dhawan-beat-tendulkar-sehwag-pairs-record-in-onedayers-294341
2019-03-25T14:16:05Z
s3://commoncrawl/crawl-data/CC-MAIN-2019-13/segments/1552912203991.44/warc/CC-MAIN-20190325133117-20190325155117-00388.warc.gz
ory
0.999993
Orya
4
{"ory_Orya_score": 0.9999934434890747}
ଚାକିରି ପାଇଁ ଏଠାରେ କରନ୍ତୁ ଆବେଦନ: ଶିକ୍ଷାଗତ ଯୋଗ୍ୟତା ଯାହାହେଲେ ବି ଚଳିବ, ସପ୍ତାହକୁ କରିବାକୁ ହେବ ମାତ୍ର ୪ଦିନ କାମ, ଦରମା କୋଟିଏ ଟଙ୍କାରୁ ଅଧିକ କଂପାନୀର ସର୍ତ୍ତ: ଆଶାୟୀ ପ୍ରାର୍ଥୀଙ୍କର ବୟସ ୨୦ ବର୍ଷରୁ ଅଧିକ ହୋଇଥିବା ଦରକାର ସାଧାରଣତଃ ଜଣେ ମଧ୍ୟମ ବର୍ଗର ବ୍ୟକ୍ତିଙ୍କ ପାଇଁ କୋଟି କୋଟି ଟଙ୍କାର ଦରମା ମିଳିବା ଭଳି ଚାକିରିଟିଏ ମିଳିବା କୌଣସି ସ୍ୱପ୍ନଠାରୁ ବି କମ୍ ନୁହେଁ । ଲୋକେ ବି ଏକଥା ସ୍ୱୀକାର କରନ୍ତି କି, ଏଭଳି ମୋଟା ଅଙ୍କର ସାଲାରୀ ପାଇବାକୁ ହେଲେ ସେମାନଙ୍କ ନିକଟରେ ସେଭଳି କ୍ୱାଲିଫିକେସନ ମଧ୍ୟ ଥିବା ନିହାତି ଜରୁରୀ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଚାକିରି ସଂପର୍କରେ ଜଣାଇବୁ , ଯେଉଁଥିରେ କାମ କରିବାକୁ ହେଲେ ନା ତ ଆପଣଙ୍କ ନିକଟରେ ସେଭଳି କୌଣସି ଡିଗ୍ରୀ ଥିବା ଦରକାର, ନା ହିଁ କୌଣସି ଖାସ୍ କ୍ୱାଲିଫିକେସନ । ବଡ କଥା ହେଲା ଏଥିରେ ଆପଣଙ୍କୁ ସପ୍ତାହରେ ମାତ୍ର ୪ ଦିନ ହିଁ କାମ କରିବାକୁ ପଡିବ । ଆଉ ବଦଳରେ ଆପଣଙ୍କୁ ମିଳିବ ଦେଢ କୋଟି ଟଙ୍କାର ଦରମା । କିନ୍ତୁ ବଡ ଦୁର୍ଭାଗ୍ୟର ବିଷୟ ହେଲା , ଏଥିରେ କର୍ମଚାରୀଙ୍କୁ ଏତେ ସବୁ ସୁବିଧା ମିଳୁଥିଲେ ସୁଦ୍ଧା କେହି ଏହି ଚାକିରି କରିବାକୁ ଚାହୁଁନାହଁନ୍ତି । ତେବେ କାହିଁକି ଜାଣିବା ପାଇଁ ପଢନ୍ତୁ ପୂରା ଖବର.. ନ୍ୟୁଜିଲାଣ୍ଡରେ ଏୟାର ଟ୍ରାଫିକ୍ କଂଟ୍ରୋଲର ଚାକିରି ପାଇଁ କଂପାନୀ ତରଫରୁ କୋଟି କୋଟି ଟଙ୍କା ସାଲାରୀ ପ୍ୟାକେଜ୍ ଅଫର କରାଯାଉଛି । କାମ ହେଲା ଫ୍ଲାଇଟଗୁଡିକର ଟ୍ରାଫିକ୍ କଂଟ୍ରୋଲ କରିବା । ଯେପରିକି କେଉଁ ଫ୍ଲାଇଟ୍ କେତେବେଳେ ଯିବ, କେଉଁ ଫ୍ଲାଇଟ୍ କେତେ ବେଳେ ଆସିବ ଏବଂ କେଉଁ ଫ୍ଲାଇଟ୍ କେଉଁ ରନୱେରେ ଅବତରଣ କରିବ ଇତ୍ୟାଦି । ତେବେ ଏସମସ୍ତ କାମ ଏୟାର ଟ୍ରାଫିକ୍ କଂଟ୍ରୋଲଙ୍କୁ କରିବାକୁ ପଡିଥାଏ । କଂପାନୀ ଏହି କାମ ପାଇଁ ପ୍ରାର୍ଥୀଙ୍କଠାରୁ କୌଣସି ବି କ୍ୱାଲିଫିକେସନ ମାଗିନଥାଏ । କଂପାନୀର ବାସ୍ ଗୋଟିଏ ସର୍ତ୍ତ ରହିଛି । ଆଉ ସେ ହେଲା, ଏହି କାମ କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କର ବୟସ ୨୦ ବର୍ଷରୁ ଅଧିକ ହୋଇଥିବା ଦରକାର । କଂପାନୀ ସୂଚନା ମୁତାବକ, ଏଠାରେ କାମ କରିବାକୁ ଲୋକେ ନାରାଜ୍ ଏଥିପାଇଁ କି , ଲୋକଙ୍କର ଧାରଣା ରହିଛି କି, ସେମାନେ ଏହି କାମ କରିବାକୁ ଆଦୌ ଫିଟ୍ ନୁହଁନ୍ତି ବୋଲି । ଆଉ ଗୋଟିଏ କଥା ହେଲା, ଯେଉଁ କାରଣରୁ ଲୋକେ ଏହି ଚାକିରି କରିବାକୁ ଚାହୁଁ ନାହାଁନ୍ତି ତାହା ହେଲା, ଏହି କାମ ବହୁତ ବିପଦଜ୍ଜନକ । କାହିଁକି ନା ଏୟାର ଟ୍ରାଫିକ୍ କଂଟ୍ରୋଲର ସାମାନ୍ୟତମ ଅବହେଳା ପାଇଁ ଅନେକ ଲୋକଙ୍କର ଜୀବୀନ ଚାଲିଯାଇପାରେ ।
<urn:uuid:a3685ae0-e8d3-4bf0-9ef6-ad9655f08728>
CC-MAIN-2019-13
http://kanaknews.com/special-new-zealand-air-traffic-controller-jobs-only-4-days-work/
2019-03-26T18:34:33Z
s3://commoncrawl/crawl-data/CC-MAIN-2019-13/segments/1552912205600.75/warc/CC-MAIN-20190326180238-20190326202238-00548.warc.gz
ory
0.999991
Orya
2
{"ory_Orya_score": 0.9999911785125732}
କଟକ : ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସର୍ବକ୍ଷମା ଯୋଜନାକୁ ନେଇ ୨୦୧୮, ଜୁନ୍ ୨୦ରେ ପ୍ରକାଶିତ ବିଜ୍ଞପ୍ତିର ବୈଧତାକୁ ଚାଲେଞ୍ଜ କରି ରୁଜୁ ମାମଲାରରେ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ନଗର ଉନ୍ନୟନ ବିଭାଗ ସହିିତ ବିଡିଏ, ସିଡିଏ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ରାଉଲକେଲା ଉନ୍ନୟନ କର୍ତ୍ତୃପକ୍ଷ, ପିକେଡିଏ, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷକୁ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜବାବ ଦାଖଲର ଏକ ସପ୍ତାହ ଭିତରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ ଓ ଏହା ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ଓ ସିଡିଏ ପକ୍ଷରୁ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ସିଡିଏ, ବିଡିଏ ଓ ବିଭିନ୍ନ ସହରରେ ଥିବା ଉନ୍ନୟନ କର୍ତ୍ତୃପକ୍ଷ ଅଧିନରେ ପ୍ଲାନ୍ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବା କୋଠାବାଡିକୁ ନିୟମିତ କରିବା ପାଇଁ ସରକାର ସର୍ବକ୍ଷମା ଯୋଜନା ଆଣି ୨୦୧୮, ଜୁନ୍ ୨୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟରେ ପୂର୍ବରୁ ମାମଲା ବିଚାରାଧୀନ ଥିବା ବେଳେ ଏପରି ବିଜ୍ଞପ୍ତି ପ୍ରକାଶ କରାଯିବା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
<urn:uuid:d508e5e2-d012-454c-84da-15089aa3f2cb>
CC-MAIN-2019-13
http://sambad.in/state/orissa-high-court-issues-notice-on-amnesty-scheme-188408/
2019-03-26T18:46:08Z
s3://commoncrawl/crawl-data/CC-MAIN-2019-13/segments/1552912205600.75/warc/CC-MAIN-20190326180238-20190326202238-00548.warc.gz
ory
0.999989
Orya
4
{"ory_Orya_score": 0.99998939037323}
ଶିକ୍ଷକ ମୁଁ …………. ଚାହିଁ ନାହିଁ ମାନ କେବେ ଲୋଡ଼ିନାହିଁ ସନମାନ, ପାଇଥାଏ ବେଳେ ପୁଣି ଆକ୍ଷେପ ଓ ଅପମାନ । ରଖିନାହିଁ ମୁଁ ଆଶା କାହିଁ ପାଇବି ପ୍ରଶଂସା ବୋଲି, କରିଯାଏ କର୍ମ ପୁଣି କର୍ତ୍ତବ୍ୟର ବାହୁମେଲି । ଆବିଳତା ରାଗରୋଷ ରଖିନାହିଁ ରଖିବିନି, ପାଏ ଯାହା ଧରିନିଏ ଏଇ ମୋ ପାଉଣା ଜାଣି । ତଥାପି ମୁଁ ଓହରିନି କର୍ତ୍ତବ୍ୟରୁ ତିଳେ ହେଲେ, ନିଜ କଥା ଭାବିଲିନି ଭାବିହସେ ବେଳେ ବେଳେ । ଶିକ୍ଷକ ମୁଁ- ଶିକ୍ଷକତା-ମୋର ସର୍ବସ୍ୱ-ସଞ୍ଚୟ, ଜ୍ଞାନପୁତ୍ର-ପୁତ୍ରୀ ହେଲେ ପୁଞ୍ଜି ଆଉ ପରିଚୟ । ଜାହିର୍ କରିନି କେବେ ଶକ୍ତି ଅବା କ୍ଷମତାର, କାହିିଁକି ନା ଭାବିନିଏ ଶିକ୍ଷକତା ଧର୍ମ ମୋର । ଶିକ୍ଷକର ଜୀବନଟା ଶୁଣିବା-ସହିବା ପାଇଁ, କହିବା ମହତ ନୁହେଁ ଶିଖନ୍ତୁ ଭଉଣୀଭାଇ । ଶିକ୍ଷକ ଭାଇ-ଭଉଣୀଙ୍କୁ ଏଇ ମୋର ନିବେଦନ, ପ୍ରଶଂସାରେ ଆଖିରଖି କରିବନି କର୍ମମାନ । ପିଲାଙ୍କ ମଙ୍ଗଳ ପାଇଁ ଦେଇଥିବି କେତେ ଗାଳି, ଧରିବନି ପିଲାମାନେ ମା'ଗାଳି ଦାଣ୍ଡଧୂଳି । ଆନନେ୍ଦ ସହିଛି କେତେ ତୁମ ଅଳି ଅରଦଳୀ, ଆଜିଦିନେ ଭୁଲିଯାଅ ଏଇ ମୋର ଶେଷ ଅଳି । ପ୍ରଭୁଙ୍କ ଅଶିଷେ ପୂରିଥାଉ ସଭିଙ୍କ ଅଞ୍ଜଳୀ, କୃତୀ ଛାତ୍ର-ଛାତ୍ରୀ ମୋର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ । ଶ୍ରୀମତୀ ଉଷାରାଣୀ ରଥ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
<urn:uuid:ba016693-6ca3-4153-806d-c91445ca04ff>
CC-MAIN-2019-13
https://www.odisha360.com/2016/12/11/%E0%AC%B6%E0%AC%BF%E0%AC%95%E0%AD%8D%E0%AC%B7%E0%AC%95-%E0%AC%AE%E0%AD%81%E0%AC%81/
2019-03-26T19:33:10Z
s3://commoncrawl/crawl-data/CC-MAIN-2019-13/segments/1552912205600.75/warc/CC-MAIN-20190326180238-20190326202238-00548.warc.gz
ory
0.99999
Orya
7
{"ory_Orya_score": 0.9999899864196777}
କାହିଁକି କଳାକୋଟ ପରିଧାନ କରନ୍ତି ଓକିଲ ? ଜାଣନ୍ତୁ ଏହାର ଇତିହାସ ଗୋଟିଏ ଓକିଲର ପରିଚୟ ତାର କଳାକୋଟ ଅଟେ । କିନ୍ତୁ ଆପଣ ଜାଣିଛନ୍ତି କି ଓକିଲମାନେ କେବଳ କଳାକୋଟ କାହିଁକି ପରିଧାନ କରିଥାନ୍ତି ଅନ୍ୟ କୌଣସି ରଙ୍ଗର କାହିଁକି ନୁହେଁ । ତେବେ ଆସନ୍ତୁ ଜାଣିବା ଏହାର ବାସ୍ତବତା । କଳାକୋଟର ଇତିହାସ • ଓକିଲମାନେ ପରିଧାନ କରୁଥିବା ଏହି କଳାକୋଟର କାହାଣୀଟି ଖୁବ୍ ପୁରୁଣା । ଯାହାର ଆରମ୍ଭ ହୋଇଥିଲା ବ୍ରିଟେନରୁ । ୧୩୨୭ରେ ସେତେବେଳ ବ୍ରିଟେନରେ ଏଡୱର୍ଡ ଦ୍ୱିତୀୟଙ୍କ ଶାସନ ଚାଲିଥାଏ । ଆଉ ସେହି ସମୟରେ ହିଁ ଓକିଲାତି ଆରମ୍ଭ ହୋଇଥିଲା ଓ ଓକିଲଙ୍କ ଡ୍ରେସକୋଡ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ସେତେବେଳେ ଓକିଲଙ୍କ ଡ୍ରେସକୋଡ କଳା ରଙ୍ଗର ନଥିଲା ବରଂ ସୁନେଲୀ ରଙ୍ଗ ମିଶା ଲାଲ୍ ରଙ୍ଗର ଥିଲା । ଯାହା ଉପରେ ପାଉଁଶିଆ ରଙ୍ଗର ଗାଉନ୍ ବ୍ୟବହାର କରା ଯାଉଥିଲା । • ସେତେବେଳେ ଓକିଲଙ୍କୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଷ୍ଟୁଡେଂଟ, ପ୍ଲିଡର,ବେଂଚର ଏବଂ ବାରିଷ୍ଟର । •୧୬୦୦ ଶତାଦ୍ଦୀରେ ବ୍ରିଟେନର ବାର କାଉଂସିଲ ନିଷ୍ପତି ନେଇଥିଲେ କି ଓକିଲଙ୍କ ଡ୍ରେସ ଜନତାଙ୍କ ମତ ତଥା ପସନ୍ଦରେ ତିଆରି ହେବ । ତେବେ ଦୀର୍ଘଦିନ ଧରି ଏହା ଉପରେ ବହୁ ତର୍କ ବିତର୍କ ପରେ ଓକିଲଙ୍କ ୟୁନିଫର୍ମ ତିଆରି କରା ଯାଇଥିଲା । ଆଉ ସେହି ଦିନଠାରୁ କଳାକୋଟ ହିଁ ଓକିଲ ମାନଙ୍କର ପେଶାର ପରିଚୟ ସାଜିଥିଲା । ଅନ୍ୟ କାହାଣୀ • ଏହା ବ୍ୟତୀତ ଓକିଲଙ୍କ କଳାକୋଟକୁ ନେଇ ଅନ୍ୟ ଏକ କାହାଣୀ ମଧ୍ୟ ଶୁଣିବାକୁ ମିଳିଛି । ୧୬୯୪ରେ ଯେତେବେଳେ କୁଇନ ମେରିଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ରାଜା ବିଲିୟନ୍ସ ସମସ୍ତ ଓକିଲ ଏବଂ ଜଜଙ୍କୁ କଳା ରଙ୍ଗର ପୋଷାକ ପିନ୍ଧି ଶୋକ ପାଳିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ କେବେ ରଦ୍ଦ କରାଯାଇ ନଥିଲା । ଯେଉଁ କାରଣରୁ ଆଜି ମଧ୍ୟ ଓକିଲ ଏବଂ ଜଜମାନେ କଳାକୋଟ ପରିଧାନ କରି ଆସୁଛନ୍ତି । • ଭାରତରେ ଆଡଭୋକେଟ୍ ଆକ୍ଟ ୧୯୬୧ ଆଧାରରେ ଅଦାଲତରେ ଓକିଲମାନେ ଧଳା ରଙ୍ଗର ଡାଇ ଏବଂ କଳା ରଙ୍ଗର କୋଟ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି । • ତେବେ କଳାକୋଟ ନା କେବଳ ଓକିଲଙ୍କ ପରିଚୟ ଅଟେ ତାହା ନୁହେଁ ବରଂ ଏହା ପ୍ରାଧୀକରଣ ଏବଂ ଶକ୍ତିର ପ୍ରତୀକ ହୋଇଥାଏ । ଏହା ବ୍ୟତୀତ ଓକିଲଙ୍କ ଗଳାରେ ଝୁଲିଥିବା ଧଳା ରଙ୍ଗର ଟାଇଟିକୁ ନିର୍ଦ୍ଦୋଷୀ ଏବଂ ଶୁଦ୍ଧତାର ପ୍ରତୀକ ଭାବରେ ଦେଖା ଯାଇଥାଏ ।
<urn:uuid:5c681cc0-deec-41c8-81cb-10d51ce48795>
CC-MAIN-2019-13
http://kanaknews.com/special-why-do-you-wear-wigs-in-court/
2019-03-18T19:47:10Z
s3://commoncrawl/crawl-data/CC-MAIN-2019-13/segments/1552912201672.12/warc/CC-MAIN-20190318191656-20190318212806-00028.warc.gz
ory
0.999998
Orya
6
{"ory_Orya_score": 0.9999980926513672}
ମଣିଷ କର୍ମରେ ବନ୍ଧା। ସବୁ ମଣିଷଙ୍କୁ ନିଜର କର୍ମ ମୁତାବକ ଫଳ ମିଳିଥାଏ। ଯିଏ ଯେପରି କର୍ମ କରେ ତାକୁ ସେହିପରି ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଖରାପ ଅଭ୍ୟାସ ପରିଣାମ ଖରାପ ହୋଇଥାଏ ଓ ଭଲ ଅଭ୍ୟାସର ଭଲ। ଶେଷ ସମୟରେ ଶରଶଯ୍ୟାରେ ଶୋଇଥିବା ବେଳେ ପିତାମହ ଭୀଷ୍ମ ପାଣ୍ଡବ ପାଞ୍ଚ ଭାଇଙ୍କୁ ଏମିତି କିଛି ଅଭ୍ୟାସ ବିଷୟରେ କହିଥିଲେ ଯାହା ଜଣେ ମଣିଷ ଭିତରେ ରହିଲେ ସେ ବ୍ୟକ୍ତି ଜୀବନରେ କେବେ ସଫଳ ହୋଇପାରେନା। ଦିନ ବେଳେ ଶୋଇବା ଜଣେ ଉତ୍ତମ ବ୍ୟକ୍ତିର କାର୍ଯ୍ୟ ହୋଇନଥାଏ। ପିତାମହ ଭୀଷ୍ମଙ୍କ ଉପଦେଶ ହେଉଛି ଭଗବାନ ରାତିକୁ ବିଶ୍ରାମ ପାଇଁ କରିଛନ୍ତି। ବ୍ୟକ୍ତି ଦିନ ସାରା କାମ କରି କରି ଥକି ପଡ଼ିଲେ ରାତିରେ ବିଶ୍ରାମ ନେଇଥାନ୍ତି। ଦିନରେ ଶୋଉଥିବା ବ୍ୟକ୍ତି କେବେ ବି ସଫଳ ହୋଇନଥାନ୍ତି। ବିନା ଲକ୍ଷ୍ୟରେ କାମ କରିବା ବ୍ୟକ୍ତି ବି ବିଫଳ ହୋଇଥାନ୍ତି। ସଫଳ ହେବା ପାଇଁ ବ୍ୟକ୍ତିକୁ ପ୍ରଥମେ ନିଜର ଲକ୍ଷ ସ୍ଥିର କରିବାକୁ ହୁଏ। ସେହି ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କଲେ ଶୀଘ୍ର ସଫଳତା ମିଳିଥାଏ। ଅନ୍ୟର ରଂଗରେ ନିଜକୁ ରଂଗଉଥିବା ବ୍ୟକ୍ତି ସଫଳତାର ବହୁ ଦୂରକୁ ଚାଲି ଯାଆନ୍ତି। ସଫଳ ବ୍ୟକ୍ତିମାନେ ସବୁବେଳେ ନିଜ କଥାରେ ଦୃଢ଼ ରହନ୍ତି। ସେ କୌଣସି ବି ପରିସ୍ଥିତିରେ ଅନ୍ୟ ଦ୍ୱାରା ନିଜକୁ ପରିଚାଳିତ କରନ୍ତି ନାହିଁ। ଏହା ବ୍ୟତୀତ ଆମେ ପୂର୍ବରୁ ବି ଥରେ ଆଲୋଚନା କରି ସାରିଛନ୍ତି ଯେ ମଦ୍ୟପ, ଚରିତ୍ରହୀନ, ଜୁଆଡ଼ି ଆଦି ବ୍ୟକ୍ତି ଜୀବନରେ କେବେ ବି ସଫଳତାର ମଜା ଚାଖି ପାରନ୍ତି ନାହିଁ।
<urn:uuid:f75142a2-35d5-432b-8aa0-91309443f921>
CC-MAIN-2019-13
http://sambad.in/special/these-9-habits-will-never-let-you-succeed-in-life-156190/
2019-03-22T12:27:52Z
s3://commoncrawl/crawl-data/CC-MAIN-2019-13/segments/1552912202658.65/warc/CC-MAIN-20190322115048-20190322141048-00528.warc.gz
ory
0.999965
Orya
3
{"ory_Orya_score": 0.999964714050293}
ପାତ୍ରପୁର : ଓଡ଼ିଶା ଆନ୍ଧ୍ର ସୀମାନ୍ତ ଲଦାପୁଟି ନିକଟରେ ଟ୍ରେନ୍ ଆଗକୁ ଡ଼େଇଁ ଦମ୍ପତିଙ୍କ ଆତ୍ମହତ୍ୟା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗଂଜାମ ଜିଲ୍ଲା ଜରଡ଼ା ଥାନା ପେଟୁରୁ ତଥା ସବରଦେଇପେଟ୍ଟା ଗ୍ରାମର ବୁଡୁ ଶ୍ରାବଣୀ (୨୫) ଆନ୍ଧ୍ରପ୍ରଦେଶର ଇଛାପୁର ମଣ୍ଡଳ କଟାରି ଗ୍ରାମର ବି. ତ୍ରିନାଥ (୩୦)ଙ୍କୁ ପ୍ରାୟ ୫ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ଔରସରୁ ଜାତ ଏକ ୩ ବର୍ଷର ପୁତ୍ର ଅଛି। ଶ୍ରାବଣୀ ଦ୍ଵିତୀୟ ଥର ଗର୍ଭବତୀ ହେବା ପରେ ବର୍ଷେ ହେବ ମା ଘରକୁ ଆସିଥିଲେ। ତାଙ୍କର ବର୍ତ୍ତମାନ ଏକ ୯ ମାସର ଶିଶୁପୁତ୍ର ଅଛି। କିଛି ଦିନ ହେଲା ତ୍ରିନାଥ ଶ୍ୱଶୁର ଘରକୁ ବୁଲି ଆସିଥିଲେ। କୌଣସି କାରଣକୁ ନେଇ ତିନି ଦିନ ହେଲା ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଦୁଇ ଶିଶୁ ପୁତ୍ରଙ୍କୁ ଅଜା ଘରେ ଛାଡ଼ି ଆଜି ସନ୍ଧ୍ୟାରେ ଉଭୟ ନିକଟ ଲଦାପୁଟି ନିକଟରେ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିଲେ।
<urn:uuid:80036039-afc7-4d12-98c9-b7fc0f7deae5>
CC-MAIN-2019-13
http://sambad.in/state/couple-commit-suicide-176842/
2019-03-22T12:29:48Z
s3://commoncrawl/crawl-data/CC-MAIN-2019-13/segments/1552912202658.65/warc/CC-MAIN-20190322115048-20190322141048-00528.warc.gz
ory
0.999999
Orya
3
{"ory_Orya_score": 0.9999985694885254}
କଟକ-ବାଲିକୁଦା ଷ୍ଟେସନ୍ ନିକଟରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍ କଟକ: ସୋମବାର ସନ୍ଧ୍ୟାରେ କଟକ- ଗୋପାଳପୁର ବାଲିକୁଦା ଷ୍ଟେସନ୍ ନିକଟ ଦେଇ ଯାଉଥିବା ମେମୁ ଟ୍ରେନ୍ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ସୂଚନାଯୋଗ୍ୟ୍ୟ, ଆଜି ମେମୁ ଟ୍ରେନ୍ ସନ୍ଧ୍ୟାରେ କଟକ-ବାଲିକୁଦା ଷ୍ଟେସନ୍ ଦେଇ ଯାଉଥିବା ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ନିଶ୍ଚିତ ଘଟି ଥାଆନ୍ତା ବୋଲି ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି। ତେବେ ଗୋପାଳପୁର ବାଲିକୁଦାଠାରେ ଏକ ଫୁଟ ଓଭର ବ୍ରିଜ କାମ ଚାଲିଥିଲା। ଏହି କାମ ପାଇଁ ରୋଡ କ୍ରେନ୍ର ବ୍ୟବହାର କରାଯାଇଥିଲା। କାମ ଶେଷ ପରେ ରେଡ୍ କ୍ରେନ୍ଟି କଟକ ଫେରି ଯାଇଥିଲା। ଯିବା ସମୟରେ ରୋଡ କ୍ରେନ୍ଟି ସ୍ଲିପର୍ ଓ ରେଳ ଟ୍ରାକ୍ରେ କିଛିଟା କ୍ଷତି ପହଞ୍ଚାଇଥିଲା। ଏହି ବାଟ ଦେଇ ଟ୍ରେନ୍ ଯିବା ବିପଦ ଅଛି ବୋଲି ସଙ୍ଗେସଙ୍ଗେ ଏକ ଲାଲ ପତାକା ଏଠାରେ ପୋତା ଯାଇଥିଲା। ତେବେ ମେମୁ ଟ୍ରେନ୍ ଏହି ବାଟ ଦେଇ ଯାତ୍ରା କରୁଥିବା ସମୟରେ ଟ୍ରେନ୍ ଚାଳକଙ୍କ ଆଖି କିଛି ଦୂରରୁ ଲାଲ ପତକା ଉପରେ ପଡ଼ି ଯାଇଥିଲା। ଆଗକୁ କିଛି ବିପଦ ଅଛି ବୋଲି ଭାବି ସେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଜୁରୁରୀକାଳିନ ବ୍ରେକ୍ ଦେଇ ଟ୍ରେନ୍କୁ ଅଟକାଇ ଦେଇଥିଲେ। ଫଳରେ ମେମୁ ଟ୍ରେନ୍ରେ ବସି ଯାତ୍ରା କରୁଥିବା ଶହଶହ ଯାତ୍ରୀଙ୍କ ଜୀବନ ବର୍ତ୍ତି ଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଟ୍ରେନ୍ ଭିତରେ ବସିଥିବା ଯାତ୍ରୀମାନେ ଭୟରେ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ। କିଛି ସମୟ ପରେ ଅର୍ଥାତ୍ ୪୦ ମିନିଟ୍ ପରେ ପରିସ୍ଥିତ ସ୍ୱଭାବିକ ହେବା ପରେ ଟ୍ରେନ୍ଟି ଯାତ୍ରା ଆରମ୍ଭ କରିଥିଲା। ଖୋର୍ଦ୍ଧା ରୋଡର ଡିଆର୍ଏମ୍ ବ୍ରଜ ମୋହନ ଅଗ୍ରଓ୍ଵାଲ ଯାଞ୍ଚ ବିଭାଗର ୪ଜଣ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ରିପୋର୍ଟ ୪୮ଘଣ୍ଟା ମଧ୍ୟରେ ଦେବାକୁ କୁହାଯାଇଛି।
<urn:uuid:4d55445c-bc56-4fc8-8908-11af6ae42dcf>
CC-MAIN-2019-13
http://sambad.in/state/memo-train-in-balikuda-197764/
2019-03-22T12:50:39Z
s3://commoncrawl/crawl-data/CC-MAIN-2019-13/segments/1552912202658.65/warc/CC-MAIN-20190322115048-20190322141048-00528.warc.gz
ory
0.999995
Orya
3
{"ory_Orya_score": 0.9999948740005493}
ମିଳିତ ମଞ୍ଚର ଆନ୍ଦୋଳନକୁ ୧୯ ଦିନ ବିତିଲା : କାଲିଠୁ ରାଜ୍ୟବ୍ୟାପୀ ଆନ୍ଦୋଳନ; ୬ରୁ ବିିଧାୟକଙ୍କ ଘର ଘେରାଉ, ସ୍କୁଲ ଓ କଲେଜରେ ତାଲା ୧୦ରୁ ୩୧୪ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସଭା, ୧୭ରୁ ପଞ୍ଚାୟତ ବୁଲିଲେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଭୁବନେଶ୍ୱର : ୧୯ ଦିନର ଆନ୍ଦୋଳନ ପରେ ବି ଦାବି ପୂରଣ ହୋଇ ନଥିବାରୁ ଚରଣ ପନ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଗୁରୁ ଦିବସଠାରୁ ଶିକ୍ଷକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ସହ ବିଧାୟକଙ୍କ ବାସଭବନ ଘେରାଉ କରିବାକୁ ଆଜି ବସିଥିବା ମିଳିତ ମଞ୍ଚ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରମିକ ଭବନରେ ବସିଥିବା ବୈଠକ ନିଷ୍ପତ୍ତି ଅନୁଯାୟୀ ଶିକ୍ଷକ ମାରଣ ନୀତିକୁ ବିରୋଧ କରି ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରାଯିବ। ସେହିଦିନ ୬୦ ହଜାରରୁ ଅଧିକ ଶିକ୍ଷକ ଲୋୟର ପିଏମ୍ଜିରେ ଶୋଭାଯାତ୍ରା କରିବେ। ସେପ୍ଟେମ୍ବର ୬ରୁ ସମସ୍ତ ନୂତନ ଅନୁଦାନପ୍ରାପ୍ତ(ବ୍ଲକଗ୍ର୍ରାଣ୍ଟ), ଅନୁଦାନ ପ୍ରତ୍ୟାଶୀ ସ୍କୁଲ ଓ କଲେଜ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ। ୫ରୁ ୭ ତାରିଖ ପର୍ଯ୍ୟନ୍ତ ୬୦ ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଭୁବନେଶ୍ୱରରେ ରହିବେ। ୬ ତାରିଖ ପୂର୍ବାହ୍ନରୁ ୭ ତାରିଖ ଅପରାହଣ୍ ପର୍ଯ୍ୟନ୍ତ ବିଧାୟକଙ୍କ ବାସଭବନ ଘେରାଉ ହେବ। ସେହିଦିନଠାରୁ ପ୍ରତି ସ୍କୁଲ ଓ କଲେଜରୁ ଦୁଇ ଜଣ, ଉଚ୍ଚପ୍ର୍ରାଥମିକ ବିଦ୍ୟାଳୟ, ମଦ୍ରାସା, ସଂସ୍କୃତ ଟୋଲ ବିଦ୍ୟାଳୟରୁ ଜଣେ ଲେଖାଏ ବିଧାନସଭା ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱର ଆନ୍ଦୋଳନରେ ଉପସ୍ଥିତ ରହିବେ। ୧୦ ତାରିଖଠାରୁ ସ୍କୁଲ ଓ କଲେଜର ଅନ୍ୟ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ ସଭାରେ ସାମିଲ ହେବେ। ପ୍ରତି ସଭାକୁ ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି, ସ୍କୁଲ ଓ କଲେଜର ପରିଚାଳନା କମିଟି ସଦସ୍ୟ ଓ ବୁଦ୍ଧିଜୀବୀଙ୍କୁ ନିମନ୍ତ୍ରଣ କରାଯିବ। ୧୭ ତାରିଖରୁ ପ୍ରତିଦିନ ଗୋଟିଏ ପଞ୍ଚାୟତରେ ପଦଯାତ୍ରା/ମୋଟର ସାଇକେଲ୍ ଶୋଭାଯାତ୍ରା ପରିକ୍ରମା କରିବା ସହ ପଞ୍ଚାୟତ ମୁଖ୍ୟାଳୟରେ ସାଧାରଣ ସଭା ହେବ। ଲୋକଙ୍କୁ ଲିଫ୍ଲେଟ୍ ପ୍ରଦାନ କରାଯିବ। ଆନ୍ଦୋଳନ ଚାଲୁଥିବା ସମୟରେ ମଧ୍ୟାହ୍ନଭୋଜନ କାର୍ଯ୍ୟ ବନ୍ଦ ରହିବ। ଉଭୟ ବିଧାନସଭା ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଲୁଥିବା ଧାରଣା ସ୍ଥଳରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଉପସ୍ଥାନ ନିଆଯିବ। ଖୋଲା ରଖିଥିବା ସ୍କୁଲ ଓ କଲେଜ ଆଗରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ପିକେଟିଂ କରି ବନ୍ଦ କରିବେ। ଏହି ନିଷ୍ପତ୍ତିଗୁଡ଼ିକୁ ପାଳନ କରିବାକୁ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଛି ନିଖିଳ ଉତ୍କଳ ଶିକ୍ଷକ ମହାସଂଘ। ମହାସଂଘର ସାଧାରଣ ସମ୍ପାଦକ ଅଧ୍ୟାପକ ରବି ରାୟ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ ୨୦୦୫ରୁ ବ୍ଲକଗ୍ରାଣ୍ଟ ପରି ପ୍ରଥା ୨୦୦୫ରୁ ଲାଗୁ କରାଯାିଛି। ଏଥିରେ ଚାକିରି ସର୍ତ୍ତାବଳୀ ନାହିଁ, ପେନ୍ସନ୍ ନାହିଁ, ଜିପିଏଫ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ନାହିଁ। ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ଚାକିରି ସର୍ତ୍ତ ସହ ପୂର୍ଣ୍ଣ ଅନୁଦାନ ଦେବାକୁ ଶିକ୍ଷକ ମହାସଂଘ ବାରମ୍ବାର ଦାବି କରିଛି। ସରକାରଙ୍କୁ ସ୍ମାରକପତ୍ର ମଧ୍ୟ ଦେଇଛି। ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ଚାକିରି ସର୍ତ୍ତ ସହ ନିିଯୁକ୍ତି ଦିନଠାରୁ ପୂର୍ଣ୍ଣ ଦରମା ପ୍ରଦାନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ମହାସଂଘର ସଭାପତି ଦାଶରଥି ନାୟକ ଦାବି କରିଛନ୍ତି।
<urn:uuid:4ff59bec-6f24-4e75-9939-06f34cc8c07e>
CC-MAIN-2019-13
http://sambad.in/state/teachers-strike-reached-19-days-206042/
2019-03-20T22:20:51Z
s3://commoncrawl/crawl-data/CC-MAIN-2019-13/segments/1552912202471.4/warc/CC-MAIN-20190320210433-20190320232433-00189.warc.gz
ory
0.999995
Orya
3
{"ory_Orya_score": 0.9999945163726807}
ପୁରାଣ ଶାସ୍ତ୍ର ଏବଂ ଭାଗବତ ଗୀତାରେ ମଣିଷ ଜୀବନକୁ ନେଇ ଅନେକ ସାରମର୍ମ ଉଲ୍ଲେଖ ରହିଛି। ଏହି ଗୁଡିକ ଆମ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରନ୍ତି କାରଣ ଏଗୁଡ଼ିକୁ ମାନି ଚଳିଲେ ମଣିଷର ଜୀବନ ବେଶ ସୁଖମୟ ହୋଇଥାଏ। ତେବେ ଜୀବନରେ କିଛି ଲୋକ ଭୁଲ ବାଟରେ ଯାଉଥିବା ସମୟରେ କିଛି ଲୋକ ଠିକ ରାସ୍ତାରେ ଯାଇଥାନ୍ତି। ଯେଉଁମାନେ ଭୁଲ ରାସ୍ତାରେ ଯାଆନ୍ତି ସେମାନେ ନିଜ ପାଖରୁ ଯଦି ତିନୋଟି ଜିନିଷକୁ ଦୁରେଇ ଦିଅନ୍ତି ତେବେ ସେମାନେ ଜୀବନରେ କେବେ ଭୁଲ କରିପାରିବେ ନାହିଁ ବୋଲି ପୁରାଣରେ ଉଲ୍ଲେଖ ରହିଛି। ତେବେ ଆସନ୍ତୁ ଜାଣିବା ସେହି ତିନୋଟି ଜିନିଷ କଣ କଣ ? ୧- କ୍ରୋଧ- କ୍ରୋଧରେ ମଣିଷ ଭୁଲ ଠିକ ବିଚାର କରିବାର ଶକ୍ତି ହରାଇ ବସେ। ଭୁଲ ରାସ୍ତାରେ ନେଇଯିବା ପାଇଁ କ୍ରୋଧ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କ୍ରୋଧ ଯୋଗୁଁ ଅନେକ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ଅନେକ କ୍ଷୟକ୍ଷତି ହୋଇଥାଏ। ୨- ଲୋଭ- ଲୋଭ ଏକ ଏପରି ଜିନିଷ ଯାହାକୁ ମନ ଭିତରେ ସାଇତି ରଖିଲେ କୌଣସି ବି ବ୍ୟକ୍ତି ଠିକରୁ ଭୁଲ ଆଡ଼କୁ ଚାଲିଯାଇଥାଏ। ଲୋଭ ଦ୍ୱାରା ନିଜ ପର ବି ମଣିଷ ଜାଣିପାରେ ନାହିଁ। ୩- କାମନା- କାମନା ବାସନାରେ ରହିଲେ ମଣିଷ ନିଜର ବିବେକ ହରାଇବା ସଙ୍ଗେସଙ୍ଗେ ଅନେକ ଖରାପ ଅଭ୍ୟାସରେ ପଡ଼ିଯାଏ। ଏହା ମଣିଷକୁ ଏତେ ଅଭ୍ୟାସରତ କରାଇଦିଏ ଯେ ବାଧ୍ୟ ହୋଇ ମଣିଷ ବିଭିନ୍ନ ଭୁଲ କରିବସେ। ଏଣୁ ଏହିସବୁ ଜିନିଷକୁ ଜୀବନରୁ ବାଦ ଦେଲେ ମଣିଷ ସର୍ବଦା ସଠିକ ରାସ୍ତାରେ ଚାଲିପାରିବ।
<urn:uuid:9c34e9f6-e027-4632-8706-aea1b174d8f1>
CC-MAIN-2019-13
http://www.amakatha.com/jibana-re-ehi-tinoti/
2019-03-20T22:12:19Z
s3://commoncrawl/crawl-data/CC-MAIN-2019-13/segments/1552912202471.4/warc/CC-MAIN-20190320210433-20190320232433-00189.warc.gz
ory
0.999937
Orya
2
{"ory_Orya_score": 0.9999368190765381}
ଆବଶ୍ୟକ ସାମଗ୍ରୀ ଚିକେନ୍, ବଟର୍,ବଟା ପିଆଜ , ଅଦାବଟା, ରସୁଣ ବଟା, ଟମାଟୋ, ଲଙ୍କା ଗୁଣ୍ଡ, ଚିକେନ୍ ମସଲା, ଲୁଣ, ହଳଦୀ, ଧନିଆ ପତ୍ର । ପ୍ରସ୍ତୁତ ପ୍ରଣାଳୀ ପ୍ରଥମେ କଡେଇରେ ଅଳ୍ପ ଆଞ୍ଚରେ ବଟର୍କୁ ଗରମ କରନ୍ତୁ । ବଟର୍ ତରଳିଲାପରେ ପିଆଜ ବଟା, ଅଦା ଓ ରସୁଣ ପେଷ୍ଟ ଦେଇ କଶନ୍ତୁ । ତା ପରେ ସେଥିରେ ଲଙ୍କା ଗୁଣ୍ଡ ଓ ଚିକେନ୍ ମସଲା ପକାଇ ଗୋଳାନ୍ତୁ। ମସଲା କଷି ହେବା ପରେ ଚିକେନ୍ ଏବଂ ଅଳ୍ପ ବଟର୍ ପକାଇ କମ୍ ଆଞ୍ଚରେ କଷନ୍ତୁ। ସ୍ଵାଦ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ଚିକେନ୍ କଷି ହୋଇଗଲାପରେ ସେଥିରେ ଅଳ୍ପ ପାଣି ଦେଇ ଚିକେନ୍ ସିଝିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଚିକେନ୍ ସିଝିବା ପରେ ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ ।
<urn:uuid:b3401bd3-1156-40b4-82ae-55abd78343e4>
CC-MAIN-2019-13
https://enewsodia.com/receipe-of-butter-chiken/
2019-03-23T06:56:30Z
s3://commoncrawl/crawl-data/CC-MAIN-2019-13/segments/1552912202728.21/warc/CC-MAIN-20190323060839-20190323082839-00509.warc.gz
ory
0.999985
Orya
5
{"ory_Orya_score": 0.9999854564666748}
ଅନୁଗୁଳ : ଅନୁଗୁଳ ସ୍ଥିତ ଆନ୍ଧ୍ରବ୍ୟାଙ୍କରେ କଳାକନା ବୁଲାଇଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ୨୦ଲକ୍ଷ ଟଙ୍କା ସମେତ ସୁନାଗହଣା ଲୁଟିନେଇଛନ୍ତି ଦୁର୍ବୃତ । ଆଜି ସକାଳ ସାଢେ଼ ୧୦ଟା ବେଳେ ଅନୁଗୁଳ ବଜାର ଛକ ନିକଟରେ ଥିବା ଆନ୍ଧ୍ରବ୍ୟାଙ୍କ ଖୋଲିଥିଲା । କିଛିସମୟ ପରେ ୬ଜଣ ଲୁଟେରା ବ୍ୟାଙ୍କ ଭିତରକୁ ପଶିଥିଲେ । ବନ୍ଧୁକ ଦେଖାଇ ପ୍ରଥମେ ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କରେ ଥିବା ଗ୍ରାହକମାନଙ୍କୁ ଭୟଭୀତ କରି ଗୋଟିଏ ଘରେ ଭର୍ତି କରି ତାଲା ପକାଇଥିଲେ । ସମସ୍ତଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ । ପରେ ଲକରର ଚାବି ଆଣି ୨୦ଲକ୍ଷ ଟଙ୍କା ସମେତ ଲକରରେ ଥିବା ସୁନାଗହଣା ଲୁଟି ନେଇଥିଲେ । ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଁଚିଥିଲା । ଅନୁଗୁଳ ଏସ୍ପି ମଧ୍ୟ ପହଁଚି ବ୍ୟାଙ୍କର ସିସିଟିଭି ଫୁଟେଜ ଯାଂଚ କରିବା ସହିତ ଘଟଣାର ଛାନଭିନ କରିଛନ୍ତି ।
<urn:uuid:0edf61c1-34da-4ec4-961b-d8219a584b33>
CC-MAIN-2019-13
http://odiaspotnews.in/news-details/19508
2019-03-25T18:35:16Z
s3://commoncrawl/crawl-data/CC-MAIN-2019-13/segments/1552912204086.87/warc/CC-MAIN-20190325174034-20190325200034-00269.warc.gz
ory
0.999997
Orya
5
{"ory_Orya_score": 0.9999969005584717}
ଦେହ ଭଲ କିମ୍ବା ଖରାପ ହେବାରେ ପ୍ରଧାନ ଭୂମିକା ଗ୍ରହଣ କରେ ଖାଦ୍ୟ। ଉତ୍ତମ ଖାଦ୍ୟ ସୁସ୍ଥ ଶରୀରର ମାପକାଠି। ଯାହାର ଖାଦ୍ୟ ଯେତେ ସୁସ୍ଥକର ସେ ବ୍ୟକ୍ତି ସେତେ ସୁସ୍ଥବାନ। ଏମିତି ଅନେକ ଖାଦ୍ୟ ଅଛି ଯାହ ସୁସ୍ଥକର ହୋଇଥାଏ ମାତ୍ର ତାହାକୁ ଖାଲି ପେଟରେ ଖାଇବା ଦ୍ୱାରା ସେ ଅସୁସ୍ଥକର ପ୍ରମାଣିତ ହୁଏ। ଚାଲନ୍ତୁ ଆଜି ସେହି ଖାଦ୍ୟ ସଂପର୍କରେ ଜାଣିବା। -ଦୁଗ୍ଧ ଜାତୀୟ ଦ୍ରବ୍ୟ: କୌଣସି ବି ପ୍ରକାର ଦୁଗ୍ଧ ଜାତୀୟ ଖାଦ୍ୟ ଯଥା: ଖିର, ଦହି,ଛେନା, ଲହୁଣୀ ଆଦି ଖାଲି ପେଟରେ ଖାଆନ୍ତୁ ନାହିଁ। ଏହା ଗ୍ୟାସ୍ ମମସ୍ୟା ସହ ଅନ୍ୟ ସମସ୍ତ ସମସ୍ୟର ବି କାରଣ ହୋଇଥାଏ। -କଦଳୀ: କଦଳୀ ଦେହ ପାଇଁ ଖୁବ୍ ଭଲ। ମାତ୍ର ଡାକ୍ତରମାନେ ଏହାକୁ ଖାଲି ପେଟରେ ଖାଇବାକୁ ମନା କରିଛନ୍ତି। ଆପଣ କିଛି ଖାଇକରି କଦଳୀ ଖାଆନ୍ତୁ କିମ୍ବା ଖିର ସାଥିରେ ବି କଦଳୀ ଖାଇପାରନ୍ତି। -ବିଲାତି ବାଇଗଣ: ଅଧିକାଂସ ଲୋକ ଡଇଟିଂରେ ଥିବା ସମୟରେ କିଛି ନଖାଇ ଖାଲି ପେଟରେ ଟମାଟେ, କାକୁଡ଼ିୀ ସାଲାଡ ଖାଆନ୍ତିି। ମାତ୍ର ଏହା ଆଦୌ ବି ସୁସ୍ଥକର ହୋଇନଥାଏ। -ନାସପାତି: ଅନ୍ୟ ସବୁ ଖାଦ୍ୟ ପରି ନାସପାତିକୁ ବି ଖାଲି ପେଟରେ ଖାଇବା ପାଇଁ ବାରଣ କରାଯାଇଛି। -କାଗେଜି ଲେମ୍ବୁ/ କମଳା: କାଗେଜି ହେଉ କିମ୍ବା କମଳା କେବେ ବି ଖାଲି ପେଟରେ ଖାଆନ୍ତୁ ନାହିଁ। -କାକୁଡ଼ି: ପୂର୍ବରୁ ବି କହି ସାରିଛି ଯେ ଖାଲି ପେଟରେ ସାଲାଡ଼ ଖାଆନ୍ତୁ ନାହିଁ। -କଫି/ଚା: ଚା' କିମ୍ବା କଫି ପିଇବା ପୂର୍ବରୁ ପ୍ରଥମେ ପେଟକୁ ଭଲ କରି ପୂରାଇ ଦିଅନ୍ତୁ। ଖାଲି ପେଟରେ ଚା, କଫି ଆଦୌ ପିଅନ୍ତୁ ନାହିଁ।
<urn:uuid:9e45e13f-6c13-4e55-b6cf-cd5ef289b558>
CC-MAIN-2019-13
http://sambad.in/lifestyle/do-not-eat-these-in-empty-stomac-181208/
2019-03-26T22:40:00Z
s3://commoncrawl/crawl-data/CC-MAIN-2019-13/segments/1552912206677.94/warc/CC-MAIN-20190326220507-20190327002507-00429.warc.gz
ory
0.999974
Orya
4
{"ory_Orya_score": 0.9999738931655884}
କାହାକୁ ମିଳିବ ସମ୍ବଲପୁରର ଲୋକସଭା ଟିକେଟ୍? ନଳିନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ଚର୍ଚ୍ଚା ପରେ ଚିହିଁକି ଉଠିଲେ ନଗେନ୍ଦ୍ର, କହିଲେ କେବଳ ଲୋକସଭା ଆସନରୁ ଲଢିବେ ନିର୍ବାଚନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରୋକଠୋକ ଜଣାଇଦେଲେ ସମ୍ବଲପୁର ସାଂସଦ କନକ ବ୍ୟୁରୋ: ସମ୍ବଲପୁର ଲୋକସଭା ଆସନ ଛାଡିବାକୁ ନାରାଜ ନଗେନ୍ଦ୍ର ପ୍ରଧାନ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନଗେନ୍ଦ୍ର କହିଛନ୍ତି, ୨୦୧୯ରେ ସେ କେବଳ ଲୋକସଭା ଆସନରୁ ଲଢିବାକୁ ଚାହୁଁଛନ୍ତି । କାହାକୁ , କୌଣସି ମତେ ସେ ସମ୍ବଲପୁର ଲୋକସଭା ସିଟ୍ ଛାଡିବେ ନାହିଁ । ପ୍ରଶାସକରୁ ରାଜନେତା ପାଲଟିଥିବା ନଳୀନୀ ପ୍ରଧାନ ବିଜେଡିରେ ଯୋଗ ଦେବା ପରେ , ସମ୍ବଲପୁର ଲୋକସଭା ଆସନରୁ ନଳୀନୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କଳ୍ପନା ଜଳ୍ପନା ଚାଲିଛି । ଏଥିରେ ଚିହିଁକି ଉଠିଛନ୍ତି ନଗେନ୍ଦ୍ର । ଇଂଜିନିୟର ପ୍ରଶାସକ ଓ ପ୍ରଶାସକରୁ ରାଜନେତା ବନିଥିବା ନଳିନୀ ପ୍ରଧାନ ବିଜେଡିରେ ଯୋଗ ଦେବା ପରେ ଉଷୁମ ହୋଇଛି ସମ୍ବଲପୁର ରାଜନୀତି । ସମ୍ବଲପୁର ଲୋକସଭା ଆସନରୁ ବିଜେଡିରୁ ନଳିନୀ ପ୍ରଧାନ ପ୍ରାର୍ଥୀ ହୋଇପାରନ୍ତି ବୋଲି କଳ୍ପନା ଜଳ୍ପନା ଚାଲିଥିବା ବେଳେ ଚିହିଁକି ଉଠିଛନ୍ତି ନଗେନ୍ଦ୍ର ପ୍ରଧାନ । ୨୦୧୯ରେ କେବଳ ଲୋକସଭା ଆସନରୁ ଲଢିବାକୁ ଚାହୁଁଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରୋକଠୋକ ଶୁଣାଇ ଦେଇଛନ୍ତି ସମ୍ବଲପୁର ସାଂସଦ । ତେବେ ନଗେନ୍ଦ୍ରଙ୍କ ଏପରି ଜିଦ୍ ସମ୍ବଲପୁର ରାଜନୀତିକୁ ସରଗରମ କରିଛି । ଚର୍ଚ୍ଚା ହେଉଛି, ନଳିନୀଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରାଗଲେ, ନଗେନ୍ଦ୍ରଙ୍କୁ କୌଣସି ଏକ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇପାରେ । ଲୋକସଭା ପାଇଁ ନିଜର ଦାବି ଜଣାଇଛନ୍ତି ସମ୍ବଲପୁର ସାଂସଦ । ସେପଟେ ନଳିନୀଙ୍କ ମିଣ୍ରଣ ଫଳରେ ବିଜେଡିକୁ ବଳ ମିଳିଛି ବୋଲି କହିଛନ୍ତି ନଗେନ୍ଦ୍ର । ଶୁକ୍ରବାର ଦିନ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡିରେ ସାମିଲ ହୋଇଛନ୍ତି ନଳିନୀ ପ୍ରଧାନ । ପ୍ରଥମ ଦିନର ତାଙ୍କର ତାଟବାଟ ଦେଖି ଜଣା ପଡୁଥିଲା ତାଙ୍କୁ କିଛି ବଡ଼ ଭୂମିକାରେ ପ୍ରୋଜେକ୍ଟ କରିପାରେ ବିଜେଡି । ତେବେ ଦଳର ସୁପ୍ରିମୋ ଯେଉଁ ଦାୟିତ୍ୱ ଦେବେ, ତାକୁ ତୁଲାଇବେ ବୋଲି କହିଥିଲେ ନଳିନୀ । ନଳିନୀ ବିଜେଡିରେ ଯୋଗ ଦେବା ପରେ ସମ୍ବଲପୁରର ବିଜେଡି ରାଜନୀତି ବଦଳିଥିବା ବେଳେ ନଗେନ୍ଦ୍ରଙ୍କ ଆଭିମୁଖ୍ୟ ଉପରେ ରହିଛି ସମସ୍ତଙ୍କ ନଜର ।
<urn:uuid:82588a2b-8482-4ab8-828f-8df2f53b5bae>
CC-MAIN-2019-13
http://kanaknews.com/nagendra-pradhan-wish-to-contest-sambalpur-lok-sabha/
2019-03-20T07:25:33Z
s3://commoncrawl/crawl-data/CC-MAIN-2019-13/segments/1552912202303.66/warc/CC-MAIN-20190320064940-20190320090940-00342.warc.gz
ory
0.999965
Orya
3
{"ory_Orya_score": 0.9999654293060303}
ଭୋପାଳ: ମଧ୍ୟପ୍ରଦେଶର ଭାରତୀୟ ଜନତା ପାର୍ଟି (ଭାଜପା)ର ଜନୈକ ରାଜ୍ୟସଭା ସାଂସଦଙ୍କ ପୁଅକୁ ପୁଲିସ ସ୍ମାକ-ଡ୍ରଗସ ସହିତ ଗିରଫ କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସାଂସଦଙ୍କ ପୁଅ ନିଜର ଦୁଇ ଜଣ ସାଙ୍ଗଙ୍କ ସହିତ କାର୍ରେ ଯାଉଥିଲେ। ପୁଲିସ ଯେତେବେଳେ କାରକୁ ଚେକିଂ କରିବାକୁ ରୋକିଥିଲା,ସେତେବେଳେ କାର୍ ନ ରଖି ଜୋରରେ କାର୍ ଚଳାଇ ଚାଲି ଯାଇଥିଲେ। ଏହାପରେ ଅଭିଯୁକ୍ତଙ୍କୁ ପୁଲିସ୍ ପିଛା କରି ସତେନ୍ଦ୍ରଙ୍କୁ ଗିରଫ କରିଥିଲା। ମଧ୍ୟପ୍ରଦେଶର ମଣ୍ଡଳାଠାରେ ସତେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା। ଭାଜପାର ରାଜ୍ୟସଭା ସଦସ୍ୟ ସଂପତିୟା ଉଇକେଙ୍କ ପୁଅସତେନ୍ଦ୍ର ଓ ତାଙ୍କର ଦୁଇ ସାଙ୍ଗକୁ ନେଇ କାରରେ ଯାଉଥିଲେ। ମଣ୍ଡଳାର ପଲଟେକନିକ୍ ଛକ ନିକଟରେ ଗାଡି ଚେକିଂ ହେଉଥିଲା। ସତେନ୍ଦ୍ର ଥିବା କାର କିନ୍ତୁ ଏଥିରେ ସହଯୋଗ କରି ନଥିଲା। ପରେ ପୁଲିସ ଉକ୍ତ କାରକୁ ଜବତ କରିବା ସହ ସେଥିରୁ କିଲୋଗ୍ରାମ୍ ୩୮୦ ଗ୍ରାମ୍ ସ୍ମାକ୍ ଜବତ କରିଥିଲା। ଏହି ମାମଲାରେ ପୁଲିସ ସତେନ୍ଦ୍ର ଓ ତାଙ୍କର ଦୁଇ ସାଙ୍ଗକୁ ମଧ୍ୟ ଗିରଫ କରିଥିଲା। ଏହି ତିନିଜଣଙ୍କୁ ଏନଡିପିସିଡି ଆଇନ୍ ଅନୁଯାୟୀ ଗିରଫ କରାଯାଇଥିବା ଜଣାଯାଇଛି। ପୁଲିସ ଏସପିଙ୍କ ସୂଚନା ଅନୁଯାୟୀ ଆଜି ଅଭିଯୁକ୍ତମାନଙ୍କୁ କୋଟ ର୍ଚାଲାଣ କରାଯିବ।
<urn:uuid:83d25fdc-9c85-491a-a038-a137d65ab6cf>
CC-MAIN-2019-13
http://sambad.in/india-and-beyond/son-of-bjp-mp-arrested-322592/
2019-03-21T15:59:55Z
s3://commoncrawl/crawl-data/CC-MAIN-2019-13/segments/1552912202526.24/warc/CC-MAIN-20190321152638-20190321174638-00390.warc.gz
ory
0.99996
Orya
4
{"ory_Orya_score": 0.9999595880508423}
ନୂଆଦିଲ୍ଲୀ: ଆସାମ ନାଗାଓଁର ଏକ ଅଦାଲତ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଜାକିର ହୁସେନକୁ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଜିଲ୍ଲା ଜଜ୍ ରୀତା କାର୍ ଅପରାଧୀ ହୁସେନ (୧୯)କୁ ନାବାଳିକା ହତ୍ୟା ମାମଲାରେ ଫାଶୀ ଦଣ୍ଡ ଏବଂ ବଳାତ୍କାର ମାମଲାରେ ପୋକ୍୍ସୋ ଆଇନ ଅନୁଯାୟୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ମାର୍ଚ୍ଚ ମାସରେ ଏହି ବର୍ବର କାଣ୍ଡ ଘଟିଥିବା ବେଳେ ଅଦାଲତ ସେପ୍୍ଟେମ୍ବରରେ ମୁଖ୍ୟ ଅଭିଯୁକ୍ତ ଜାକିର୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଏବେ ବାଳ ସୁଧାର ଗୃହରେ ରଖାଯାଇଛି । ନାଗାଓଁ ଜିଲ୍ଲାର ଲାଲୁଙ୍ଗ ଗ୍ରାମରେ ମାର୍ଚ୍ଚ ୨୩ ତାରିଖ ଦିନ ୫ମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୧ ବର୍ଷର ଝିଅକୁ ରାସ୍ତାରୁ ଉଠାଇ ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ ଏବଂ ଝିଅଟିକୁ ଜୀବନ୍ତ ଜଳାଇ ଦେଇଥିଲେ। ଅପରାଧ ଘଟାଇ ସମସ୍ତେ ଫେରାର ହୋଇଯାଇଥିବା ବେଳେ ଏହି ମାମଲାରେ ପୁଲିସ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ପର୍ଯ୍ୟାୟକ୍ରମେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ପୁଲିସ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ସହ ୨୮ ଏପ୍ରିଲ୍ ସୁଦ୍ଧା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରି ହଜାର ହଜାର ଜନତା ରାସ୍ତାକୁ ଓହ୍ଲାଇଥିଲେ। ୫ ମାସ ମଧ୍ୟରେ କୋର୍ଟ ରାୟ ଆସିଥିବାରୁ ଏହାକୁ ବିଭିନ୍ନ ମହଲ ସ୍ୱାଗତ କରିଛନ୍ତି।
<urn:uuid:0280cd45-b7aa-46f6-93e4-acae4a208805>
CC-MAIN-2019-13
http://sambad.in/india-and-beyond/judgement-after-19-year-208482/
2019-03-22T20:43:27Z
s3://commoncrawl/crawl-data/CC-MAIN-2019-13/segments/1552912202689.76/warc/CC-MAIN-20190322200215-20190322222215-00550.warc.gz
ory
0.99998
Orya
3
{"ory_Orya_score": 0.999980092048645}
ଭୁବନେଶ୍ୱର : ବର୍ତମାନ ରାଜ୍ୟର ଚାରିଆଡ଼େ ଚାଷପାଇଁ ଅନୁକୂଳ ପାଣିପାଗ ଓ ପିଲ ଦେବା ସମୟରେ ୟୁରିଆ ସାରର ନିହାତି ଆବଶ୍ୟକ। କିନ୍ତୁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ୟୁରିଆସାରର ଯୋଗାଣରେ ଅହେତୁକ ଅବହେଳା କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ କୃଷକ ସେଲ୍। ସାରର ଚାହିଦାକୁ ଆଖିରେ ରଖି ୟୁରିଆ ସାର (ଜାନୁଆରିରୁ ଜୁଲାଇ ମାସ ପର୍ଯ୍ୟନ୍ତ) ମହଜୁଦ୍ ପାଇଁ ଓଡିଶା ବାଣିଜ୍ୟ ମହାସଂଘ ଓ ଓଡିଶା କୃଷି ଶିଳ୍ପ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇଛନ୍ତି। ଫଳରେ ଚଳିତ ବର୍ଷ ୧.୧୫ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ସାର ମହଜୁଦ କରାଯାଇଥିବା ଦର୍ଶାଇଛନ୍ତିି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ। ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଦଳ ୭ଟି ଜିଲ୍ଲା ଗସ୍ତ କରି ଚାଷ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତିି। ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାଗ ପିଛା ନିର୍ଧର୍ାରିତ ମୂଲ୍ୟଠାରୁ ୧୫୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଚଢ଼ା ଦରରେ ବିକ୍ରି କରାଯାଉଛି। କଳାହାଣ୍ଡି ଜିଲ୍ଲାର କେସିଙ୍ଗା, ଦେବଗଡ଼ ଜିଲ୍ଲାର ରିଆମାଳ, ତିଳେଇବଣିଠାରୁ ଆରମ୍ଭ କରି କଟକ ଜିଲ୍ଲାର ତିଗିରିଆ, ନିଶ୍ଚିନ୍ତକୋଇଲି, ଜଗତ୍ସିଂହପୁର ଏପରିକି ପ୍ରାୟ ସମସ୍ତ ଜିଲ୍ଲାରେ ସାର ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଏଭଳିି ଅଭାବନୀୟ ପରିସ୍ଥିତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ଦାୟୀ କରିଛନ୍ତି। ଏଣୁ ସରକାର କାଳ ବିଳମ୍ବ ନ କରି ୟୁରିଆ,ପଟାସ ଓ ଅନ୍ୟ କମ୍ପ୍ଲେକ୍ସ ସାର ଚାଷୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବା ନିମନ୍ତେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଜରିଆରେ କୃଷକ ସେଲ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। କୃଷି ବିଭାଗ ବିବୃତି ବୟାନ କରୁଛି ଯେ ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ୨.୮୪ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆସାର ଯୋଗାଇ ଦିଆଯାଇଛି। ଚଳିତ ସେପ୍ଟେମ୍ବର ମାସରେ ଅଦ୍ୟାବଧି ୨୮ ହଜାର ମେଟ୍ରିକ୍ ଟନ୍ ୟୁରିଆସାର ପହଞ୍ଚିଛି। ସବୁ ଜିଲ୍ଲାରେ ସାରର କଳାବଜାରୀ ରୋକିବା ଉଦ୍ଦେଶ୍ୟରେ ଏନ୍ଫୋସ୍ର୍ମେଣ୍ଟ ସ୍କ୍ଵାଡ ମଧ୍ୟ ଗଠନ କରାଯାଇଛି। ସେପ୍ଟେମ୍ବର ୨ୟ ସପ୍ତାହରେ କେସିଙ୍ଗା, ବରଗଡ, ଜଗନ୍ନାଥପୁର, ଝାରସୁଗୁଡା, ସମ୍ବଲପୁର, ଜୟପୁର, ଖୋର୍ଧର୍ା ରୋଡ, ବଲାଙ୍ଗୀର, କଣ୍ଟାବାଂଜି, ଜେକେ ରୋଡ, କଟକ, ଧାନମଣ୍ଡଳ ରେକ୍; ୩ୟ ସପ୍ତାହରେ କଟକ, ଜଗନ୍ନାଥପୁର, ଝାରସୁଗୁଡା , ଖରିଆର ରୋଡ, କେସିଙ୍ଗା, ଭଦ୍ରକ, ବାଲେଶ୍ୱର, ଖୋର୍ଧା ରୋଡ୍ ଓ ଶେଷ ସପ୍ତାହରେ ରାଇରଙ୍ଗପୁର, ବଲାଙ୍ଗୀର, ସମ୍ବଲପୁର, ଭଦ୍ରକ ଓ ବାଲେଶ୍ୱର ରେକ୍ ପହଞ୍ଚିବ ବୋଲି କୁହାଯାଇଛି।
<urn:uuid:694d06af-d76a-44d5-ac00-e9b53fa73e16>
CC-MAIN-2019-13
http://sambad.in/state/urea-crisis-in-odisha-207938/
2019-03-22T20:44:51Z
s3://commoncrawl/crawl-data/CC-MAIN-2019-13/segments/1552912202689.76/warc/CC-MAIN-20190322200215-20190322222215-00550.warc.gz
ory
0.999882
Orya
3
{"ory_Orya_score": 0.9998819828033447}
ପୁରୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା ଦୌରା ଜଜ୍ ଅମ୍ବୁଜ ମୋହନ ଦାସ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିରରେ ଭକ୍ତଙ୍କୁ ଶୋଷଣ, ଦର୍ଶନରେ ଶୃଙ୍ଖଳା ଓ ପରିଚାଳନା ସମସ୍ୟା ଆଦି ପ୍ରସଙ୍ଗରେ ଜିଲ୍ଲା ଜଜ୍ ଶ୍ରୀ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ପି ସାର୍ଥକ ଷଡଙ୍ଗୀ, ନୀତି ପ୍ରଶାସକ ପ୍ରଦୀପ ଦାଶଙ୍କ ସହିତ ପ୍ରାୟ ଦୁଇ ଘଣ୍ଟା କାଳ ଆଲୋଚନା କରିଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ଶୋଷଣ ମୁକ୍ତ କରିବା ସହିତ ବ୍ୟବସ୍ଥିତ ଦର୍ଶନ ନେଇ କିଛି ସମୟ ଆଲୋଚାନ କରିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦିଆଯିବ। ଜିଲ୍ଲା ଜଜ୍ ଏ ନେଇ ପୁଣିଥରେ ଆଲୋଚନା କରିବା ସହିତ ଶ୍ରୀମନ୍ଦିର ପରିସରରେ ମଧ୍ୟ ପ୍ରତ୍ୟକ୍ଷ ଭାବେ ସ୍ଥିତି ଅନୁଧ୍ୟାନ କରିବେ ବୋଲି ବିଶ୍ୱସ୍ତସୂତ୍ରରୁ ଜଣାପଡୁଛି। ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ ଶ୍ରୀମନ୍ଦିର ସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଥିଲେ। ଶ୍ରୀମନ୍ଦିରରେ ଭକ୍ତମାନେ ଠାକୁରଙ୍କ ଉଦ୍ଦେଶ୍ୟରେ ଦେଉଥିବା ଦାନକୁ ଭାଗ କରିବାର ଅଧିକାର ଶ୍ରୀମନ୍ଦିରର ସେବକ ଓ କର୍ମଚାରୀ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ। ଏପରିକି ଦାନ କେବଳ ହୁଣ୍ଡିରେ ପକାଯିବ ବୋଲି ମଧ୍ୟ ମାନ୍ୟବର କୋର୍ଟ କହିଥିଲେ। ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଯେଉଁଭଳି ଶୋଷଣ କରାଯାଉଛି ତାକୁ କିଭଳି ବନ୍ଦ କରାଯିବ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପରିଚାଳନାରେ ଅବ୍ୟବସ୍ଥା, ବିଶେଷ କରି ଦର୍ଶନ କରିବାକୁ ଯାଉଥିବା ଭକ୍ତମାନେ ଯେଉଁ ସବୁ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଭକ୍ତଙ୍କୁ ଯେଉଁଭଳି ଶୋଷଣ କରାଯାଉଛି ସେ ସବୁ ସଂକ୍ରାନ୍ତରେ ଅନୁଧ୍ୟାନ କରି ଆସନ୍ତା ୩୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ପୁରୀ ଜିଲ୍ଲା ଜଜ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
<urn:uuid:eb4d2964-edeb-46cc-8d55-8ac27c723bbb>
CC-MAIN-2019-13
http://sambad.in/state/district-judge-in-jagannath-temple-office-157383/
2019-03-24T02:52:00Z
s3://commoncrawl/crawl-data/CC-MAIN-2019-13/segments/1552912203168.70/warc/CC-MAIN-20190324022143-20190324044143-00150.warc.gz
ory
0.999995
Orya
5
{"ory_Orya_score": 0.9999947547912598}
ମୁସ୍କିଲ୍ ହେଉଛି ମୋରଡ଼ା ଅଙ୍କ ! ବିଜେପି-ବିଜେଡିକୁ ଘାଟା ଆଶାୟୀଙ୍କ ଲମ୍ବା ଲିଷ୍ଟ୍, ମେଣ୍ଟ କରି ନିର୍ବାଚନ ପାର ହେବାକୁ କଂଗ୍ରେସର କସରତ । କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ବହୁଛି ନିର୍ବାଚନୀ ହାୱା । ଶାସକ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଘେରି ଚେକମେଟ୍ ଦେବାକୁ ବଳକଷୁଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଏକମାତ୍ର ବିଧାନସଭା ଆସନ ହେଉଛି ମୋରଡ଼ା । ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ଦଳର ସାଧାରଣ ବର୍ଗର ପ୍ରାର୍ଥୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । ଏସବୁ ମଧ୍ୟରେ ରୋଚକ ସ୍ଥିତି ହେଉଛି ଯେ ବର୍ତ୍ତମାନ ସବୁ ଦଳରେ ମାଳମାଳ ଆଶୟୀ ଦଳକୁ ଅଡୁଆରେ ପକାଇଛି । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ମୋଟ୍ ୫୨ଟି ପଞ୍ଚାୟତ ନେଇ ଗଠିତ ହୋଇଛି । ସେଥି ମଧ୍ୟରୁ ମୋରଡ଼ା ବ୍ଲକର ୨୦ଟି ପଞ୍ଚାୟତ, ଶୁଳିଆପଦା ବ୍ଲକର ୧୬ଟି ପଞ୍ଚାୟତ ଓ ରାସଗୋବିନ୍ଦପୁର ବ୍ଲକରୁ ୧୬ଟି ପଞ୍ଚାୟତ ରହିଛି । ଏବଂ ଆରମ୍ଭରୁ ହିଁ ମୋରଡ଼ାରେ ମଙ୍ଗ ସମ୍ଭାଳିଛି ବିଜେଡି । ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଲଗାତାର ୨ ଥର ଏଠାରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ତେବେ ଏଥର ଜିଲ୍ଲାର ଏହି ଏକମାତ୍ର ଅଣସଂରକ୍ଷିତ ଆସନକୁ ହାତେଇବାକୁ ଭରପୂର ପ୍ରୟାସ କରୁଛି ବିଜେଡି । ବିଜେପି ଏବଂ କଂଗ୍ରେସ-ଜେଏମ୍ଏମ୍ ମେଣ୍ଟ। ତେଣୁ ଏଥର ମୋରଡ଼ାରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି । କାରଣ ଗତ ୫ ବର୍ଷ ମଧ୍ୟରେ ମୋରଡ଼ା ରାଜନୀତି କଡ ଲେଉଟାଇଛି । ପ୍ରବୀଣଙ୍କ ବିରୋଧରେ ଏଠାରେ ଜନ ଅସନ୍ତୋଷ ବଢ଼ିଥିବା କୁହାଯାଉଛି । ଏପରିକି ଦଳୀୟ କର୍ମୀଙ୍କୁ ସମୟ ନଦେବା ଏବଂ ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡିର ଶୋଚନୀୟ ପରାଜୟ ମଧ୍ୟ ପ୍ରବୀଣଙ୍କ ନେତୃତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏଥର ପ୍ରବୀଣଙ୍କ ପତ୍ନୀ ତଥା ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓଙ୍କୁ ଏହି ଆସନରୁ ଛିଡ଼ା କରିବାକୁ ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ବିଜେଡିରୁ ଆହୁରି ଅନେକ ପ୍ରାର୍ଥୀ ଏହି ଆସନ ପାଇଁ ଆଶାୟୀ ଅଛନ୍ତି । ଏହି ଦୌଡ଼ରେ ଆଗରେ ଅଛନ୍ତି ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଯୁବନେତା ଦେବାଶିଷ ମହାନ୍ତି । ତାଙ୍କ ବ୍ୟତୀତ କୃଷ୍ଣ ଦାସ, ସମ୍ପା ମଜୁମଦାର ଏବଂ ଆଦିତ୍ୟ ପଣ୍ଡା ପ୍ରମୁଖ ମଧ୍ୟ ବିଜେଡିରୁ ଆଶାୟୀ ପ୍ରାର୍ଥୀ ତାଲିକା ରେସରେ ଅଛନ୍ତି । ଅନ୍ୟପଟେ କଂଗ୍ରେସ ଓ ଜେଏମ୍ଏମ୍ ମେଣ୍ଟ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଥିବାରୁ ଏହି ଆସନ ପାଇଁ ଉଭୟ ଦଳରୁ ପ୍ରାର୍ଥୀଙ୍କ ଚିତ୍ର ଅସ୍ପଷ୍ଟ ରହିଛି । ତେବେ ଏଆଇସିସିର ନିର୍ଦ୍ଦେଶ କ୍ରମେ ପିସିସି ପକ୍ଷରୁ ଯେଉଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦିଆଯାଇଛି ସେଥିରେ ଅଛନ୍ତି କଂଗ୍ରେସର ଜିଲ୍ଲା ସଭାପତି ହେମନ୍ତ ଦାସ, ଅଜିତ ଜେନା, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ ରଥ ଏବଂ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ପ୍ରଭାସ୍କର ମହାପାତ୍ର । କିନ୍ତୁ ମେଣ୍ଟ ହେଲେ ଏହି ଆସନ ଜେଏମଏମ ଭାଗରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଯଦି ଏଭଳି ହୁଏ ଜେଏମଏମର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ଟିକେଟ୍ ମିଳିପାରେ । କଂଗ୍ରେସ ଏହି ଆସନରୁ ପ୍ରାର୍ଥୀ ନଦେଲେ ପ୍ରଭାସ୍କର ମହାପାତ୍ରଙ୍କୁ କେମିତି ଥଇଥାନ କରିବ ସେ ନେଇ ଦଳ ଅଡ଼ୁଆରେ ପଡ଼ିଛି । ପ୍ରଭାସ୍କରଙ୍କର ମୋରଡ଼ାରେ ବେଶ ଦବଦବା ଥିବାରୁ କଂଗ୍ରେସ ତାଙ୍କୁ ଟିକେଟ୍ ନଦେଲେ ସେ ସ୍ବାଧୀନ ଭାବେ ଏଠାରେ ଛିଡ଼ାହୋଇ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି ହରଡ଼ଘଣାରେ ହାଇକମାଣ୍ଡ । ସେପଟେ ବିଜେପିରୁ ମଧ୍ୟ ୩ଜଣ ଆଶାୟୀଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି । ସବୁଠୁ ଆଗରେ ଅଛନ୍ତି ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ରାଜକିଶୋର ଦାସ । କାରଣ ଗତ ଦୁଇଟି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ରାଜକିଶୋର ଏଠାରେ ପରାସ୍ତ ହୋଇଥିଲେ ବି ଗତ ପଞ୍ଚାୟତ ନିର୍ବାଚଚନରେ ବିଜେପିର ସଫଳତା ତାଙ୍କୁ ପୁଣି ଥରେ ସୁଯୋଗ ଆଣି ଦେଇପାରେ ବୋଲି ରାଜକିଶୋରଙ୍କ ସମର୍ଥକମାନେ ଦମ୍ଭୋକ୍ତି ବାଢ଼ିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଂଘ କାର୍ଯ୍ୟକର୍ତ୍ତା ଛୋଟେଲାଲ ମହାନ୍ତ ଏବଂ ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଦୌଡ଼ରେ ଅଛନ୍ତି। ବର୍ତ୍ତମାନ ସ୍ଥିତିରେ ମୋରଡ଼ା ଆସନରେ ଏଥର ବିଜେଡି ନୂଆ ପ୍ରାର୍ଥୀ ଉପରେ ଭରସା କରିବା ପ୍ରାୟ ଚୂଡ଼ାନ୍ତ ହୋଇସାରିଛି ବୋଲି ଅନ୍ଦର ମହଲରେ ଶୁଣିବାକୁ ମିଳୁଛି । ହେଲେ ମାଳ ମାଳ ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ଭରସା କରିବ ସେନେଇ ମାରାଥନ ବୈଠକ ପରେ ବୈଠକ ଚାଲିଛି । ଜେଏମଏମ ଓ କଂଗ୍ରେସ ମେଣ୍ଟ ଘୋଷଣା ହୋଇ ନଥିଲେ ମଧ୍ୟ ଏହି ମେଣ୍ଟରୁ କେଉଁ ପ୍ରାର୍ଥୀ ଉଭୟ ଦଳର ସମର୍ଥନ ହାସଲ କରିପାରିବେ ଓ ଅନ୍ୟ ଆଶାୟୀଙ୍କୁ ଉଭୟ ଦଳ କେମିତି ସନ୍ତୁଷ୍ଟ କରିବ ସେ ନେଇ ବିଚାର ବିମର୍ଷ ଚାଲିଛି । ଏସବୁ ବାଦ୍ ଏହି ଅଞ୍ଚଳର ଦୀର୍ଘଦିନର ଦାବି ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ପୁନଃଉଦ୍ଧାର, କାଗଜ କଳ ପ୍ରତିଷ୍ଠା ଓ ସବାଇ ଘାସ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ସଂକଳ୍ପ କରି ଭୋଟରଙ୍କ ମନ ଜିଣିବ ସେହିଁ ବିଜୟ ତିଳକ ପିନ୍ଧିବ ବୋଲି ରାଜନୀତି ମହଲରେ ଶୁଣିବାକୁ ମିଳୁଛି ।
<urn:uuid:9be440bf-c8b7-4b99-b0bf-160cebae0fa3>
CC-MAIN-2019-13
http://kanaknews.com/morada-assembly-constituency-politics-trouble-for-all-parties/
2019-03-26T12:26:19Z
s3://commoncrawl/crawl-data/CC-MAIN-2019-13/segments/1552912205163.72/warc/CC-MAIN-20190326115319-20190326141319-00470.warc.gz
ory
0.999996
Orya
2
{"ory_Orya_score": 0.9999963045120239}
ଅଧିକାଂଶ ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗି ରହିଥାଏ । ଛୋଟ ଛୋଟ କଥାକୁ ନେଇ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ଘରେ ସବୁ ଥାଇ ମଧ୍ୟ ସମସ୍ୟା ପିଛା ଛାଡ଼ି ନଥାଏ । ଯେତେ ରୋଜଗାର କଲେ ବି ଅର୍ଥର ଅଭାବ ଦେଖାଦେଇଥାଏ । କଣ ଆପଣ ବି ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି କି ? ଏହା ବାସ୍ତୁ ଦୋଷ ହୋଇପାରେ । କେତୋଟି ଛୋଟ କଥା ଉପରେ ଧ୍ୟାନ ଦେଲେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଏହି ସମସ୍ୟାର ସମାଧାନ ପାଇଁ କିଛି ଟିପ୍ସ। - ଘରେ ଥିବା ଠାକୁରଙ୍କୁ ଫୁଲ ଚଢେଇବା ଶୁଭ ହୋଇଥାଏ । ଧ୍ୟାନ ରଖିବେ ଭୁଲରେ ମଧ୍ୟ ଠାକୁରଙ୍କୁ ବାସି ଫୁଲ ଚଢାଇବେ ନାହିଁ। ଏହା ଅଶୁଭ ଫଳ ପ୍ରଦାନ କରେ ବୋଲି କୁହାଯାଏ। - ଘରର କାନ୍ଥ ଫଟା ହେବା ଅଶୁଭ ଲକ୍ଷଣ । ଘରେ ପାଣି ନଳରୁ ପାଣି ଅନବରତ ବୋହୁଥିଲେ ଧନହାନି ହୋଇଥାଏ । - ଘରେ କେବେ ବି ଭଙ୍ଗ। ଦର୍ପଣ, ଭଙ୍ଗା କାଚ ଓ ଭାଙ୍ଗି ଯାଇଥିବା ଘଣ୍ଟାକୁ ରଖନ୍ତୁ ନାହିଁ । ଏହା ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ସହ ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହେ। - ଝାଡ଼ୁକୁ ରୋଷେଇ ଘର ଅବା ଡ୍ରଇଁ ରୁମ୍ରେ ରଖନ୍ତୁ ନାହିଁ । ଏହା ଘରେ ଅଶାନ୍ତି ସୃଷ୍ଟି କରେ। ତେଣୁ ଝାଡ଼ୁ କୌଣସି ଏକ ସ୍ଥାନରେ ତଳେ ଶୁଆଇ ଲୁଚାଇ ରଖନ୍ତୁ। - ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବିରୁଡ଼ି ବସା କିମ୍ୱା ବୁଢ଼ିଆଣୀ ଜାଲ ରହିବା ଅଶୁଭ ହୋଇଥାଏ। ଏହା ଘରେ ଧନାଗମନକୁ ରୋକିଥାଏ। ଏହା ସହ ଦୁର୍ଘଟଣା ମଧ୍ୟ ଘଟିଥାଏ। ସେହିପରି ଘର କରି ଶାନ୍ତିରେ ରହିବାକୁ ଚାହୁଁଥିଲେ ତିଆରି ପୂର୍ବରୁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ : - ଘର ମୁରବୀଙ୍କ ବେଡରୁମ ସବୁବେଳେ ଦକ୍ଷିଣ ଓ ପଶ୍ଚିମ କିମ୍ବା ପଶ୍ଚିମ ଓ ଦକ୍ଷିଣ ଦିଗରେ ରହିବା ଆବଶ୍ୟକ। ରୋଷେଇ ଘର ମଧ୍ୟ ଦକ୍ଷିଣ, ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ରହିଲେ ଭଲ। ବାସ୍ତୁ ଅନୁସାରେ ରୋଷେଇ ଘର ନିର୍ମାଣ କଲେ ରନ୍ଧା ହେଉଥିବା ଖାଦ୍ୟ ସ୍ୱାଦିଷ୍ଟ ଲାଗିବା ସହିତ ଘରର ସଦସ୍ୟମାନଙ୍କର ଦେହ ଭଲ ରହେ। - ପୂଜାଘର ଓ ପିଲାମାନଙ୍କର ପଢା ଘର ସବୁବେଳେ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଭଲ। - ବାସ୍ତୁଶାସ୍ତ୍ର ଅନୁସାରେ ଘର ଭିତରେ ପାଇଖାନା ରଖିଲେ ଅଶୁଭ ହୋଇଥାଏ। ଯଦି ପାଇଖାନା କରନ୍ତି ତାହେଲେ ଉତ୍ତର ଓ ପଶ୍ଚିମ ଦିଗରେ ତିଆରି କରିବା ଆବଶ୍ୟକ। ଏହାସହ ଘରର ଶିଡ଼ି ଦକ୍ଷିଣ ପଶ୍ଚିମ ଦିଗରେ ତିଆରି କେଲେ ଶୁଭ ଫଳ ମିଳିଥାଏ। - ଘର ତିଆରି ବେଳେ ପୁରୁଣା ଘରର ଇଟା କିମ୍ବା କୌଣସି ପୁରଣା ଜିନିଷ ବ୍ୟବହାର କରନ୍ତୁ ନାହିଁ । ସେଥିରେ ନକରାତ୍ମକ ଶକ୍ତି ରହିବା ସହିତ ଗୁଣି ଗାରେଡିର ଭୟ ରହିଥାଏ। - ଘର ତିଆରି ବେଳେ ଘରର ସମ୍ମୁଖ ଦୁଆର ଉତ୍ତର ପୂର୍ବ ଦିଗରେ ରଖନ୍ତୁ । ଘର ଯେଉଁ ସ୍ଥାନରେ ହେଉଛି ସେହି ସ୍ଥାନର ଆକାର ବର୍ଗାକାର କିମ୍ବା ଆୟତାକାର ହୋଇଥିବା ଆବଶ୍ୟକ। - ଟ୍ୟୁବୱେଲ୍ କିମ୍ବା ପାଣି ଟାଙ୍କି ଉତ୍ତର ପୂର୍ବ ଦିଗରେ ରହିଲେ ଭଲ। - ବିଦ୍ୟୁତ ସଂଯୋଗ , ଇନଭର୍ଟର ଓ ଜେନେରେଟର ଦକ୍ଷିଣ ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ରହିବା ଆବଶ୍ୟକ। - ଯେଉଁ ଜାଗାରେ ଘର କରୁଛନ୍ତି ସେଠାରେ ଉତ୍ତର ଓ ପୂର୍ବ ଦିଗରେ ଘରର ନିଅଁ ଖୋଳନ୍ତୁ ଓ ଦକ୍ଷିଣ ପଶ୍ଚିମ ଦିଗରେ ଏହାକୁ ଭରନ୍ତୁ। - ଦକ୍ଷିଣ ପଶ୍ଚିମ କୋଣ ସବୁବେଳେ 90 ଡିଗ୍ରୀ ଆକାରରେ ରହିବା ଆବଶ୍ୟକ। - ଘର ତିଆରି କରି ସାରିବା ପରେ ଘର ପ୍ରତିଷ୍ଠା କରିବା ସହିତ ବାସ୍ତୁ ପୂଜା କରିବା ନିହାତି ଆବଶ୍ୟକ। ଏହି ସବୁ ଉପାୟ ଆପଣାଇଲେ ବାସ୍ତୁ ସମସ୍ୟାର ମୁକ୍ତି ମିଳିବା ସହିତ ଘରର ଶାନ୍ତି ବଳବତ୍ତର ରହିଥାଏ। ଘରର ସୁଖ ସମୃଦ୍ଧି ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି। ବେଳେ ବେଳେ ଛୋଟ ଛୋଟ ଉପାୟ ମଧ୍ୟ ଘରର ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫିଟିକିରି ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ। - ଆପଣଙ୍କ ଘରେ କିମ୍ବା ଅଫିସର ଯେଉଁ ଜାଗାରେ ବାସ୍ତୁ ଦୋଷ ଥିଲେ ସେହି ସ୍ଥାନରେ ଫିଟିକିରି ରଖନ୍ତୁ । ଏହି ଛୋଟ ଫିଟିକିର ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିପାରିବ। ମନେରଖିବେ ଫିଟିକିରି ପ୍ରତି ମାସରେ ବଦଳେଇବା ଜରୁରୀ। - ଆପଣଙ୍କ ଦେକାନର ମୁଖ୍ୟ ଫାଟକ ଉପରେ ଏକ କଳା ରଙ୍ଗର କପଡାରେ ଫିଟିକିରି ବାନ୍ଧି ଝୁଲାଇ ଦିଅନ୍ତୁ। ଏହା ଆପଣଙ୍କ ଦୋକାନ ଉପରେ ଥିବା ଖରାପ ନଜରରୁ ରକ୍ଷା କରିବ। - ଘର ଉପରେ ନକରାତ୍ମକ ପ୍ରଭାବ ପଡୁଥିଲେ ଗାଧୁଅ। ଘରେ ଏକ ଗିନାରେ ଫିଟିକରି ରଖନ୍ତୁ। ପ୍ରତି ମାସରେ ଫିଟିକିରିକୁ ବଦଳେଇବାକୁ ଯେପରି ନ ଭୁଲନ୍ତି ।
<urn:uuid:ddc618e7-427f-41bc-93e8-47dc11d12ce8>
CC-MAIN-2019-13
http://www.odishaenews.com/vastu-tips-peaceful-home/
2019-03-19T06:21:27Z
s3://commoncrawl/crawl-data/CC-MAIN-2019-13/segments/1552912201904.55/warc/CC-MAIN-20190319052517-20190319074517-00511.warc.gz
ory
0.999987
Orya
5
{"ory_Orya_score": 0.9999874830245972}
ବଢୁଛି ଆସାମ ମଦ ମୃତ୍ୟୁ ସଂଖ୍ୟା ଆସାମର ଗୋଲାଘାଟ ଜିଲ୍ଲାରେ ବିଷାକ୍ତ ମଦ ପିଇ ୫୩ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି। ସମସ୍ତେ ସାଲମରା ଚା ବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ବହୁ ଲୋକ ଅସୁସ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିସ୍ରିତ ହେଉଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଗୋଲାଘାଟ ହସ୍ପିଟାଲର ଜଣେ ଡାକ୍ତର ଦିଲ୍ଲୀପ ରାଜବଂଶୀ କହିଛନ୍ତି ଯେ , 'ନକଲି ଦେଶୀ ମଦ' ପିଇବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି। ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ଜଣେ ବିଧାୟକ ମୃଣାଳ ସାଇକିଆ କହିଛନ୍ତି, ସେଦିନ ପ୍ରାୟ ୧୦୦ ଜଣ ଲୋକ ମଦ୍ୟପାନ କରିଥିଲେ ଏବଂ ବର୍ତ୍ତମାନ ମଧ୍ୟ ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବାରୁ ସେମାନଙ୍କୁ ହସ୍ପିଟାଲ ବୁହାଚାଲିଛି। ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା ପୋଲିସ କହିଛି। ଶୁକ୍ରବାର ମୃତକଙ୍କ ପରିବାରଙ୍କୁ ଟୁଇଟ୍ କରି ସମବେଦନା ଜଣାଇବା ସହ ଅସୁସ୍ଥଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସୂଚନାଯୋଗ୍ୟ,ନିକଟରେ କିଛିଦିନ ପୂର୍ବରୁ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଥିଲା।
<urn:uuid:e1990e46-445a-4641-bd86-616b7f82d03b>
CC-MAIN-2019-13
https://enewsodia.com/53-workers-dead-for-consuming-spurious-liquor-in-assam/
2019-03-19T05:28:52Z
s3://commoncrawl/crawl-data/CC-MAIN-2019-13/segments/1552912201904.55/warc/CC-MAIN-20190319052517-20190319074517-00511.warc.gz
ory
0.999998
Orya
4
{"ory_Orya_score": 0.999997615814209}
ଭୁବନେଶ୍ୱର : ଶୀତକାଳୀନ ଅଧିବେଶନର କାର୍ଯ୍ୟକାଳ ପୂରିବାର ୧୮ ଦିନ ପୂର୍ବରୁ ଗୃହ ବନ୍ଦ ହୋଇଯିବା ନେଇ ଗୃହରେ ସର୍ବସମ୍ମତ ପ୍ରସ୍ତାବ ନିଆଯାଇଥିଲା ବୋଲି ଯାହା କୁହାଯାଉଛି ତାହା ଠିକ୍ ନୁହେଁ ବୋଲି ବିରୋଧି ଦଳର ନେତା ନରସିଂହ ମିଶ୍ର ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଜଣାଇଛନ୍ତି । ସର୍ବସମ୍ମତି ପ୍ରସ୍ତାବ ଗୃହୀତକୁ ସେ ବିରୋଧ କରିଛନ୍ତି । ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି ଏ ସମ୍ପର୍କରେ ଯେଉଁ ପ୍ରସ୍ତାବ ରଖିଛନ୍ତି ତାହା ଭୁଲ ବୋଲି ରାଜ୍ୟପାଳଙ୍କୁ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ହାଇକୋର୍ଟ ବେଂଚ ପ୍ରତିଷ୍ଠା ଏବଂ ଚାଷୀ ସମସ୍ୟା ନେଇ ତାଙ୍କ ସହିତ ଆଲୋଚନା ହୋଇଥିଲା ।
<urn:uuid:b1cc4bba-bdfa-4387-9dc4-86e5099a1b2c>
CC-MAIN-2019-13
http://www.sakalakhabar.com/%E0%AC%B0%E0%AC%BE%E0%AC%9C%E0%AD%8D%E0%AD%9F%E0%AC%AA%E0%AC%BE%E0%AC%B3%E0%AC%99%E0%AD%8D%E0%AC%95%E0%AD%81-%E0%AC%B8%E0%AC%BE%E0%AC%95%E0%AD%8D%E0%AC%B7%E0%AC%BE%E0%AC%A4-%E0%AC%95%E0%AC%B2%E0%AD%87/
2019-03-20T15:32:46Z
s3://commoncrawl/crawl-data/CC-MAIN-2019-13/segments/1552912202433.77/warc/CC-MAIN-20190320150106-20190320172106-00111.warc.gz
ory
1.000008
Orya
2
{"ory_Orya_score": 1.0000079870224}
କନକ ବ୍ୟୁରୋ : ସାଙ୍ଗରେ ନାଚିବାକୁ ମନା କରିବାରୁ ଡ୍ୟାନ୍ସରଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଛି ଜଣେ ଯୁବକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ପଂଜାବର ବଠିଣ୍ଡାରେ ଚାଲିଥିବା ଏକ ବିବାହ ଉତ୍ସବରେ । ମୃତ ଡ୍ୟାନ୍ସରଙ୍କ ନାମ ହେଉଛି କୁଲୱିନ୍ଦର କୌର୍ । କୁଲୱିନ୍ଦର ଦୁଇ ମାସର ଗର୍ଭବତୀ ମଧ୍ୟ ଥିଲେ । ଘଟଣା ପରେ ଅଭିଯୁକ୍ତ ବିଲ୍ଲା ଫେରାର୍ ଅଛି । ତେବେ ସହ ଘଟଣାସ୍ଥଳରୁ ୨୧ ବୋର୍ ଗନ୍ ଉଦ୍ଧାର କରିବା ସହ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍ । ତେବେ ଏ ସମସ୍ତ ଘଟଣାର ଭିଡିଓ ଫୁଟେଜ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । କୁଲୱିନ୍ଦରଙ୍କ ପେଟକୁ ଅଭିଯୁକ୍ତ ଜଣକ ଗୁଳି କରିବା ସହ କିପରି ସେ ଘଟଣା ସ୍ଥଳରେ ଟଳି ପଡିଛନ୍ତି ସେ ସମସ୍ତ ଦୃଶ୍ୟ ଏହି ଭିଡିଓରେ ରେକର୍ଡିଂ ହୋଇଛି ।
<urn:uuid:2aeff795-84cf-477e-a3c8-419a9701ad77>
CC-MAIN-2019-13
http://kanaknews.com/pregnant-dancer-shot-dead-in-celebratory-firing-in-punjabs-bathinda/
2019-03-21T20:19:44Z
s3://commoncrawl/crawl-data/CC-MAIN-2019-13/segments/1552912202572.29/warc/CC-MAIN-20190321193403-20190321215403-00271.warc.gz
ory
0.999999
Orya
2
{"ory_Orya_score": 0.9999994039535522}
କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଆସିଲାନି ଦମକଳ ଗାଡ଼ି ନିଆଁ ଲାଗି ୫ଟି ପରିବାରର ୮ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ଏପରି ଘଟଣା ନୟାଗଡ ଜିଲା ଦଶପଲ୍ଲା ଶ୍ରୀରାମପୁର ଗ୍ରାମରେ ଦେଖିବାକୁ ମିଳିଛି। ସୋମବାର ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ଗ୍ରାମ ଲୋକେ ନିଜ ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ଫୋନ୍ କରାଯାଇଥିଲେ ମଧ୍ୟ ଦମକଳ ଗାଡ଼ି ଆସି ନ ଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବାରୁ ସେମାନେ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି। ବାରମ୍ବାର ଫୋନ୍ କରିବା ପରେ ଦମକଳ ଗାଡ଼ି ନ ଆସିବାରୁ ଗ୍ରାମବାସୀ ନିଜ ଉଦ୍ୟମରେ ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ସବୁକିଛି ନଷ୍ଟ ହୋଇଯାଇଥିଲା।
<urn:uuid:683b3333-e2af-44cf-8afa-a4d0f81aebcb>
CC-MAIN-2019-13
https://enewsodia.com/fire-breakout-in-nayagard-village/
2019-03-26T16:07:57Z
s3://commoncrawl/crawl-data/CC-MAIN-2019-13/segments/1552912205597.84/warc/CC-MAIN-20190326160044-20190326182044-00351.warc.gz
ory
0.999863
Orya
6
{"ory_Orya_score": 0.999862790107727}
ଆପଣ କଣ ଏହି ବର୍ଷର ରାଶିଫଳ କୁ ନେଇ ଚିନ୍ତିତ କି, ଏହି କୁଇଜ଼ କୁ ଖେଳି ଦେଖନ୍ତୁ ଏହି ବର୍ଷର କେଉଁ ଚାରିଦିନ ଆପଣଙ୍କ ପାଇଁ ଶୁଭଙ୍କର ରହିବ ଆପଣଙ୍କ ନାଁ ରୁ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ କଣ ଜଣାପଡେ ଆପଣଙ୍କ ବ୍ୟକ୍ତିତ୍ୱ କେଉଁ ଶକ୍ତିଶାଳୀ ଚରିତ୍ର ଉପରେ ଆଧାରିତ ? ଆପଣ ଫେସବୁକରେ କେତେ ସମୟ ନଷ୍ଟ କରିଛନ୍ତି? ଆପଣଙ୍କର କେଉଁ ହସ୍ତ ରେଖା ଆଗାମୀ ଦିନରେ ସବୁଠାରୁ ବେଶୀ ପ୍ରଭାବିତ କରିବ 2019ର କେଉଁ ମାସରେ ଆପଣଙ୍କ ବିବାହ ହେବ? ପିଲାଦିନେ ଆପଣ ସ୍କୁଲରେ କଣ ସବୁ ବଦମାସୀ କରୁଥିଲେ? ଜାଣନ୍ତୁ ଆପଣ କେତେଜଣଙ୍କ ସ୍ୱପ୍ନରେ ଆସନ୍ତି? କେଉଁ ରଙ୍ଗ ଆପଣଙ୍କ ବ୍ୟକ୍ତିତ୍ୱ ସହ ମେଳ ଖାଉଛି? ଆପଣଙ୍କୁ ଲୋକମାନେ ଭୟ କରିବାର କାରଣ କଣ? View More
<urn:uuid:cc3bd3bd-087f-4b19-bf9f-b5faa92ef446>
CC-MAIN-2019-13
https://odia.ezeedigi.com/four-lucky-days-of-this-year/
2019-03-21T06:30:48Z
s3://commoncrawl/crawl-data/CC-MAIN-2019-13/segments/1552912202496.35/warc/CC-MAIN-20190321051516-20190321073516-00176.warc.gz
ory
1.000002
Orya
1
{"ory_Orya_score": 1.0000020265579224}
କିଛି ଲୋକ କହିବାକୁ ବେଶୀ ଭଲ ପାଆନ୍ତି ତା କିଛି ଲୋକ ଶୁଣିବାକୁ, କୁଇଜ଼ ଟି ଖେଳି ଦେଖନ୍ତୁ ଜାଣିବା ପାଇଁ କି ଆପଣ ଶୁଣିବାକୁ ବେଶୀ ପସନ୍ଦ କରନ୍ତି ନା କହିବାକୁ ଆପଣ ଜୀବନରେ କେତେଥର ଭଲ ପାଇଛନ୍ତି? Bollywoodର କେଉଁ dialogue ଆପଣଙ୍କ ମନ ଭାବ ସହ ମେଳ ଖାଏ? କେଉଁ 5ଟି text ଆପଣ ଆପଣଙ୍କ ପାଟର୍ନରଙ୍କୁ ଲେଖିବା କଥା? ଆପଣ କେଉଁ ଓଡ଼ିଆ ସିରିଏଲ ଯୋଡ଼ିଙ୍କୁ ବେଶୀ ପସନ୍ଦ କରନ୍ତି? କେଉଁ ତଥ୍ୟଟି ଆପଙ୍କ ସମ୍ପର୍କରେ ସମ୍ପୁର୍ନ ସତ୍ୟ? କିଏ ଆଜି ଆପଣଙ୍କ ମୁହଁ ରେ ହସ ଫୁଟାଇ ପାରିବେ? ଭବିଷ୍ୟତରେ ଆପଣଙ୍କ ସହ କ'ଣ ହବାକୁ ଯାଉଛି ? ଆପଣଙ୍କୁ କେତେଜଣ ଭଲପାଆନ୍ତି ଏବଂ କେତେଜଣ ଇର୍ଷା କରନ୍ତି? ଆପଣ ଆପଣଙ୍କ ବାପା ମା'ଙ୍କ ର କେଉଁ ଗୁଣକୁ ଛାଣି ଆଣିଛନ୍ତି? View More
<urn:uuid:888d74e7-7874-48fe-8881-ee303b90a434>
CC-MAIN-2019-13
https://odia.ezeedigi.com/listen-or-talk/
2019-03-21T05:48:31Z
s3://commoncrawl/crawl-data/CC-MAIN-2019-13/segments/1552912202496.35/warc/CC-MAIN-20190321051516-20190321073516-00176.warc.gz
ory
0.999959
Orya
1
{"ory_Orya_score": 0.999958872795105}
ପାଣ୍ଡ୍ୟା ବିବାଦ ପରେ ଭାଇରାଲ ହେଲା ଡ୍ରାଭିଡ୍ଙ୍କ ଭିଡିଓ ବେଙ୍ଗାଲୁରୁ: କରନ୍ ଜୋହରଙ୍କ ଟିଭି ଶୋ' 'କଫି ୱିଥ୍ କରନ୍' ଶୋ'ରେ ହାର୍ଦ୍ଦିକ ପାଣ୍ଡ୍ୟା ଦେଇଥିବା ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟକୁ ନେଇ ବିବାଦ ହେବାପରେ ଏବେ ସେଭଳି ଏକ ଟିଭି ଶୋ'ରେ କ୍ରିକେଟ୍ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍ଙ୍କ ଉପସ୍ଥିତ ବୁଦ୍ଧି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ଏମ୍ଟିଭି ପକ୍ଷରୁ ଏକ କାର୍ଯ୍ୟକ୍ରମରେ ତାଙ୍କ ମୁହଁରୁ କଥା ବାହାର କରିବାର ପ୍ରୟାସ କରାଯାଉଥିଲେ ମଧ୍ୟ ଚାଲାକ ଡ୍ରାଭିଡ୍ ଚତୁରତାର ସହିତ ଏଡ଼ାଇ ଯାଇଥିବାର ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଝିଅ ରାହୁଲଙ୍କୁ ପ୍ରଶ୍ନ କରୁଛନ୍ତି, ଆପଣ ଏମିତି ପ୍ରସିଦ୍ଧ ହେବାପରେ କେମିତି ଅନୁଭବ କରୁଛନ୍ତି ? ଆପଣଙ୍କର ଏତେ ସିଙ୍ଗାପୁର ଫ୍ୟାନ୍ ଅଛନ୍ତି। ରାହୁଲ ଉତ୍ତର ରଖୁଛନ୍ତି, ଆପଣଙ୍କୁ ଜାଣିବାକୁ ହେବ ଯେ ଆପଣ କ୍ରିକେଟ୍ ଖେଳୁଛନ୍ତି। ତାହା ହିଁ ଆପଣଙ୍କ ପାଇଁ ପ୍ରସିଦ୍ଧି ଆଣିଛି। ଏହାପରେ ଭିଡିଓଟି ୧୦ ମିନିଟ୍ ଆଗକୁ ଚାଲିଯାଉଛି ଏବଂ ଡ୍ରାଭିଡ୍ କହୁଥିବାର ଶୁଣିବାକୁ ମିଳୁଛି, "ହଁ ସେ ରାହୁଲ ଡ୍ରାଭିଡ୍ ହିଁ ଥିଲା।" କ୍ୟାମେରାରେ ସବୁ ଦୃଶ୍ୟ ଶୁଟିଂ ହେଉଥିବା ଜାଣିନଥିବା ରାହୁଲ ଡ୍ରାଭିଡ୍ ଏବେ ଆହୁରି ସାଧାରଣ ପୋଜ୍ରେ ବସିବା ପାଇଁ କିଛି ଗୋଟେ ଖାଇବା ଆରମ୍ଭ କରୁଛନ୍ତି। ଏହା ପରେ ଝିଅଟି ଆହୁରି ପାଖେଇ ଆସି ଅଧିକ ନିକଟତର ହେବାକୁ ଆରମ୍ଭ କରୁଛନ୍ତି ଏବଂ କହିବାକୁ ଆରମ୍ଭ କରୁଛନ୍ତି, "ମୁଁ ବେଶ୍ କିଛି ଦିନ ହେଲା ଆପଣଙ୍କର ପ୍ରଶଂସକ, ମ୍ୟାଲେସିଆ ଆସିବାରେ ମୋର ଏକମାତ୍ର ଉଦ୍ଦେଶ୍ୟ ଆପଣଙ୍କୁ ଭେଟିବା। ମୁଁ ଆପଣଙ୍କ ବେଙ୍ଗାଲୁରୁସ୍ଥିତ କଳଷଜ୍ ବି ଯାଇଥିଲି, ଆପଣ ବସୁଥିବା ଶ୍ରେଣୀରେ ବି ବସିଥିଲି ଅନୁଭବ କରିବା ପାଇଁ ଯେ ଆପଣଙ୍କ ପାଖରେ ବସିଲେ କେମିତି ଅନୁଭବ ହୁଏ। ମୁଁ ଆପଣଙ୍କ ସହିତ ହ୍ୟାଣ୍ଡସେକ୍ କରିବାକୁ ଚାହେଁ।" ଏହାପରେ ଝିଅ ଜଣକ ରାହୁଲଙ୍କ ସହିତ ହ୍ୟାଣ୍ଡସେକ୍ କରିବା ସହିତ ଲଗାତାର ପ୍ରଶଂସା ଜାରି ରଖି କହୁଛନ୍ତି, "ଆପଣ କ୍ରିକେଟ୍ ଖେଳିବାବେଳୁ ମୁଁ ଆପଣଙ୍କ ପ୍ରଶଂସକ, ଆପଣଙ୍କୁ ଟିଭିରେ ସବୁବେଳେ ଦେଖେ, ମୁଁ ଆପଣଙ୍କ ଆଡ଼କୁ ଖୁବ୍ ଆକର୍ଷିତ…ଆଉ ସବୁବେଳେ ଗୋଟିଏ କଥା କହିବାକୁ ଚାହେଁ.." ଏଇଠି ସେ ଅଟକି ଯାଇ ରାହୁଲଙ୍କୁ ପଚାରନ୍ତି, "ରାହୁଲ, ମୋତେ ବିବାହ କରିବାକୁ ଚାହିଁବ?" ରାହୁଲଙ୍କୁ ଏ ପ୍ରଶ୍ନ ଝଟ୍କା ଲାଗିଛି। ଝିଅ ଜଣକ ପ୍ଲିଜ୍ ପ୍ଲିଜ୍ କହିବାପରେ ଡ୍ରାଭିଡ୍ ଉତ୍କ୍ଷିପ୍ତ ହୋଇ କହୁଛନ୍ତି, "ତୁମେ କ'ଣ ପାଗଳ ହୋଇଯାଇଛ ନା କ'ଣ।" ଏହାପରେ ଏକ ନାଟକୀୟ ମୋଡ଼ ନେଉଛ ଘଟଣା, ଯେତେବେଳେ ଯୁବତୀ ତାଙ୍କ ବାପାଙ୍କୁ ଡାକୁଛନ୍ତି ଏବଂ ସେ ସଚିନ୍ ସଚିନ୍ କହି ଡ୍ରାଭିଡ୍ଙ୍କୁ ବସିବାପାଇଁ ଅନୁରୋଧ କରୁଛନ୍ତି। ଡ୍ରାଭିଡ୍ଙ୍କୁ ବହୁ ଅନୁରୋଧ କରିବାପରେ ସେ ବସିବା ସହିତ ଯୁବତୀଙ୍କ ବୟସ ପଚାରୁଛନ୍ତି। ସେ ବୟସ ୨୦ କହିବାରୁ ଯୁବତୀଙ୍କୁ ଏବଂ ତାଙ୍କ ବାପାଙ୍କୁ ବୁଝଆଉଛନ୍ତି ତାଙ୍କ ବୟସ ଅନୁଯାୟୀ ସେ ପାଠ ପଢ଼ାରେ ଧ୍ୟାନ ଦିଅନ୍ତୁ ଏବଂ ଏହା ବିବାହ ବୟସ ନୁହେଁ। ଅନେକ ଲୋକ ପାଣ୍ଡ୍ୟା ବିବାଦ ପରେ ଏହି ଭିଡିଓକୁ ଶେୟାର କରି କହୁଛନ୍ତି, ତୁମେ ଉଦାହରଣ ସୃଷ୍ଟି କରିପାରିବ ଯଦି ତାହା ତୁମ ଭିତରେ ଥିବ। Well Hardik Pandya incident reminded me of a young Rahul Dravid who was bullied in MTV Bakra and how well he responded to it. You always can set the right example if you have it in you. Must watch! pic.twitter.com/5X4Py9LvR9 — Chandramukhi🐥Stark (@FlawedSenorita) January 9, 2019
<urn:uuid:414d41e3-842c-4156-be3f-e2c015f3ccfc>
CC-MAIN-2019-13
https://odishareporter.in/sports/here-is-why-mtv-video-is-going-viral-after-pandya-controversy-324129
2019-03-22T10:34:03Z
s3://commoncrawl/crawl-data/CC-MAIN-2019-13/segments/1552912202642.32/warc/CC-MAIN-20190322094932-20190322120932-00336.warc.gz
ory
0.999954
Orya
3
{"ory_Orya_score": 0.9999535083770752}
ଡେଲାଙ୍ଗ, (ପୁରୀ ) ଏପ୍ରିଲ ୧୭ (ଓଡିଶା ଡଟ କମ ) ଟ୍ରେନରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିବାର ପ୍ରତିବାଦରେ ପୁରୀ ଜିଲ୍ଲା ଡେଲାଙ୍ଗ ରେଳ ଷ୍ଟେସନରେ ଶୁକ୍ରବାର ସ୍ଥାନୀୟ ଲୋକେ ବ୍ୟାପକ ପୋଡାଜଳା କରିବା ସହ ଛିଡା ହୋଇଥିବା ଏକ ଟ୍ରେନର ଗୋଟିଏ ବଗିରେ ନିଆଁ ଲଗାଇ ଦେଇଛନ୍ତି । ଗୁରୁବାର ରାତିରେ ଗୁଲିଆପଡା ଗ୍ରାମର ଉକ୍ତ ଯୁବକ ପୁରୀ ବଡ଼ବିଲ ଏକ୍ସପ୍ରେସ ଟ୍ରେନରୁ ଡେଲାଙ୍ଗ ରେଳ ଷ୍ଟେସନ ନିକଟରେ ଖସିପଡି ମୃତ୍ୟୁ ବରଣ କରିଥିଲା । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବାସିନ୍ଦା ରେଳ ଷ୍ଟେସନକୁ ଆସି ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେମାନେ ରେଳ ଲାଇନ ଉପରେ ମଧ୍ୟ ବସିରହିଥିଲେ । ପରେ ଉକ୍ତ ଟ୍ରେନର ଗୋଟିଏ ବଗିରେ ଅଗ୍ନି ସଂଯୋଗ କରିଥିଲେ । ଶୁକ୍ରବାର ମଧ୍ୟ ସ୍ଥାନୀୟ ବାସିନ୍ଦା ନିଜର ପ୍ରତିବାଦ ଜାରି ରଖି ରାସ୍ତା ରୋକୋ କରିଥିଲେ ଫଳରେ ଯାନ ବାହନ ଚଳାଚଳ ବ୍ୟାହତ ହୋଇଥିଲ। ପୁଲିସ ଓ ରେଳବାଇ ଅଧିକାରୀ ଘଟନା ସ୍ଥଳରେ ପହଞ୍ଚି ବିରୋଧ ପ୍ରଦର୍ଶନକାରୀଙ୍କୁ ବୁଝାସୁଝା କଲାପରେ ଯାନ ବାହନ ଚଳା ଚଳ ସ୍ଵାଭାବିକ ହୋଇଥିଲ। ।
<urn:uuid:88012480-ed85-43be-aa45-911b5d317b89>
CC-MAIN-2019-13
http://www.odisha.com/2015/04/17/%E0%AC%9F%E0%AD%8D%E0%AC%B0%E0%AD%87%E0%AC%A8%E0%AC%B0%E0%AD%81-%E0%AC%AA%E0%AC%A1%E0%AC%BF-%E0%AC%AF%E0%AD%81%E0%AC%AC%E0%AC%95%E0%AC%99%E0%AD%8D%E0%AC%95-%E0%AC%AE%E0%AD%83%E0%AC%A4%E0%AD%8D/
2019-03-24T21:52:37Z
s3://commoncrawl/crawl-data/CC-MAIN-2019-13/segments/1552912203493.88/warc/CC-MAIN-20190324210143-20190324232143-00096.warc.gz
ory
1.000005
Orya
19
{"ory_Orya_score": 1.0000054836273193}
କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ ! ଆଧାର ନଥିଲେ ବନ୍ଦ ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଂଟ୍ ଏଣିକି ବ୍ୟାଙ୍କରେ ନୁଆ ଖାତା ଖୋଲିବାପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ଅଟେ । ଭାରତ ସରକାରଙ୍କ ନୁଆ ନିର୍ଦ୍ଦେଶ ମୁତାବକ, ବ୍ୟାଙ୍କ ଖାତା ଖୋଲିବା ସହିତ ୫୦ ହଜାରରୁ ଅଧିକ ଟଙ୍କା ବ୍ୟାଙ୍କିଂ ଦେଣନେଣ ଉପରେ ଆପଣଙ୍କର ଆଧାର କାର୍ଡ ନମ୍ବର ରହିବା ଜରୁରୀ ଅଟେ । ଏଥିସହିତ ଏହି ନିର୍ଦ୍ଦେଶରେ ପୁଣି ମଧ୍ୟ କୁହାଯାଇଛି କି, ସମସ୍ତ ମହଜୁଦ୍ ବ୍ୟାଙ୍କ ଆକାଉଂଟ୍ ହୋଲ୍ଡର୍ସଙ୍କୁ ୩୧ ଡିସେମ୍ବର, ୨୦୧୭ ପର୍ଯ୍ୟନ୍ତ ନିଜର ଆଧାର ନମ୍ବର ଜମା କରିବାକୁ ପଡିବ । ଯଦି କେହି ସରକାରଙ୍କ ଏହି ନିୟମକୁ ପାଳନ ନକରନ୍ତିି ତେବେ ସେମାନଙ୍କ ବ୍ୟାଙ୍କ ଆକାଉଂଟ ଅବୈଧ ଘୋଷଣା କରାଯିବ । ଏହାସହ ମଧ୍ୟ ପଢନ୍ତୁ-ଆରବିଆଇ ଜାରି କଲା ୫୦୦ଟଙ୍କିଆ ନୁଆ ନୋଟ୍ ! ଜାଣନ୍ତୁ କଣ ହୋଇଛି ପରିବର୍ତ୍ତନ
<urn:uuid:316aeefd-86ab-48e3-9a24-7708f0af1a1a>
CC-MAIN-2019-13
http://kanaknews.com/special-goverment-makes-aadhaar-mandatory-for-opening-bank-account/
2019-03-19T10:17:49Z
s3://commoncrawl/crawl-data/CC-MAIN-2019-13/segments/1552912201953.19/warc/CC-MAIN-20190319093341-20190319115341-00399.warc.gz
ory
0.999979
Orya
4
{"ory_Orya_score": 0.9999791383743286}
ପର୍ଯ୍ୟଟକଙ୍କ ପାଇଁ ଅପହଂଚ ଦେବକୁଣ୍ଡ । ଗତ ଲଘୁଚାପ ବର୍ଷାରେ ଏଠାକୁ ଯିବା ପାଇଁ ଥିବା ରାସ୍ତା ଧୋଇଯିବା ପରେ ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ । ମୟୁରଭଂଜର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ଏବେ ପର୍ଯ୍ୟଟକଙ୍କ ପାଇଁ ଅପହଂଚ ହୋଇପଡିଛି । ଗତ ଲଘୁଚାପ ବର୍ଷା କାରଣରୁ ଏହି ପ୍ରାକୃତିକ ଶୋଭାରାଜିକୁ ଆକୃଷ୍ଟ ହୋଇ ଆସୁଥିବା ପର୍ଯ୍ୟଟକ ଏଠାରେ ପହଂଚି ପାରୁନାହାନ୍ତି । ଉଦଳା ବୁଡାମରାଠାରୁ ଦେବକୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଧୋଇଯାଇଛି । ଫଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନକୁ ଉପଭୋଗ କରିବାକୁ ଆସୁଥିବା ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ମାନେ ନିରାଶ ହୋଇ ଫେରୁଛନ୍ତି । ସୂଚନା ଅନୁଯୟୀ, ମୟୁରଭଂଜର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଦେବକୁଣ୍ଡ ଏକ ବିଶାଳ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଥିବାରୁ ସେଠାରେ ପହଞ୍ଚିବା ପାଇଁ ଲୋକମାନଙ୍କୁ ଚାଲି ଚାଲି ଜିବାକୁ ପଡିଥାଏ । ସାଧାରଣତଃ ଦେବକୁଣ୍ଡକୁ ଜିବା ପାଇଁ ପାହାଡକୁ କାଟି ରାସ୍ତା ତିଆରି ହୋଇଛି । ରାସ୍ତା ମାଟି ଏବଂ ଗୋଡିରେ ତିଆରି କରାଯାଇଛି । ଏଭଳି ପରିସ୍ଥିତିରେ ଲଘୁଚାପ ଏବଂ ଲଗାଣ ବର୍ଷା କାରଣରୁ ରାସ୍ତାରେ ପାଣି ଜମି ରହୁଥିବାରୁ ଦେବକୁଣ୍ଡରେ ପହଞ୍ଚିବା ଏକପ୍ରକାର ଅସମ୍ଭବ ହୋଇପଡିଛି । ପ୍ରାକୃତିକ ଶୋଭାରାଜି ପାଇଁ ପ୍ରସିଦ୍ଧ ଦେବକୁଣ୍ଡ । ବାରିପଦା ଠାରୁ ୬୦ କିଲୋମିଟର ଏବଂ ବାଲେଶ୍ୱର ଠାରୁ ୮୫କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥଳ । ଏଠାରେ ଅମୃତ କୁଣ୍ଡ, ଘୃତ କୁଣ୍ଡ, ହଳଦୀ କୁଣ୍ଡ, ଦେବ କୁଣ୍ଡ ଓ ଦେବୀ କୁଣ୍ଡ ନାମରେ ୫ଟି ଝରଣା ରହିଛି । ଏଠାରେ ପ୍ରାୟ ୫୦ଫୁଟ ଉପରୁ ଝରଣା ପାଣି ଝରି ଆସୁଛି । ଏଠାରେ ମା ଅମ୍ବିକାଙ୍କ ଏକ ଶକ୍ତିପୀଠ ମଧ୍ୟ ରହିଛି । ତେଣୁ ଅନେକ ଦୁର ଦୁରାନ୍ତରରୁ ପର୍ଯ୍ୟଟକମାନେ ଏହାର ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବା ପାଇଁ ଏଠାକୁ ଧାଇଁ ଆସିଥାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଘଂଚ ଜଙ୍ଘଲ ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନକୁ ଯିବା ପାଇଁ ରାସ୍ତା ମରାମତି କରିବା ଲାଗି ଦାବି ହେଉଛି । ଯଦି ଆବଶ୍ୟକ ମୁତାବକ ଦାବି ପୁରା ହୁଏ ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ସୁନ୍ଦର ସ୍ଥାନକୁ ଉପଭୋଗ କରିପାରିବେ ।
<urn:uuid:13a84c10-d79a-4b4b-8824-2c04b1d2fe4c>
CC-MAIN-2019-13
http://kanaknews.com/unreachable-heritage-place-in-devkund/
2019-03-20T17:29:46Z
s3://commoncrawl/crawl-data/CC-MAIN-2019-13/segments/1552912202450.64/warc/CC-MAIN-20190320170159-20190320192159-00559.warc.gz
ory
1.000003
Orya
5
{"ory_Orya_score": 1.0000029802322388}
ବଲିଉଡ କଳାକରମାନେ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ନିଜ ସ୍ପେଶାଲ ମୁହୂର୍ତ୍ତର ଫଟୋ ଏବଂ ଭିଡିଓକୁ ମଧ୍ୟ ପ୍ରଶଂସକଙ୍କ ପାଇଁ ପୋଷ୍ଟ କରିଥାନ୍ତି । '୧୯୨୦'ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଅଦା ଶର୍ମା ବର୍ତ୍ତମାନ ଚର୍ଚ୍ଚାରେ । ୧୦ ବର୍ଷ ଫିଲ୍ମ କ୍ୟାରିୟରରେ ଅଦା ଅନେକ ଫିଲ୍ମ କରିଛନ୍ତି କିନ୍ତୁ ତାଙ୍କର କୌଣସି ଫିଲ୍ମ ବକ୍ସ ଅଫିସରେ ସଫଳତା ପାଇ ପାରିନାହିଁ । ନିକଟରେ ଅଦା ଏକ ଭିଡିଓ ଶେୟାର କରନିଛନ୍ତି । ଏହି ଭିଡିଓ କିଛି ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଛି । Tag Ur dance partner mine is my grandmother @tulsisundar My sunday inspiration , the positivesttttestt person in my life , most sporting , non cribber, non lazy , just soooooooooo hardworking ! and now my dance teacher too ?? #sundaymotivation #love #instagood #grannies #mothersanddaughters The video is shot by my mum ⭐ ଏହି ଭିଡିଓରେ ଅଦା ନିଜ ଜେଜେ ମା'ଙ୍କ ସହିତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । 'ସୋନୂୁ କେ ଟିଟୁ କି ସୁଇଟି' ଫିଲ୍ମର 'ବମ ଡିଗି ଡିଗି' ଗୀତରେ ଦୁହେଁ ଡ୍ୟାନ୍ସ କରିଥିବାର ହେଖିବାକୁ ମିଳିଛି । ଏହି ଭିଡିଓକୁ ଶେୟାର କରି ଅଦା ନିଜ ଫ୍ୟାନମାନଙ୍କୁ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ପୋଷ୍ଟ ଶେୟାର କରି ସେ ଲେଖିଥିଲେ 'ମୁଁ ନିଜ ପାର୍ଟନର ସହିତ ଡ୍ୟାନ୍ସ କରିଛି ଆପଣ ମଧ୍ୟ ନିଜ ଡ୍ୟାନ୍ସ ପାର୍ଟନରଙ୍କୁ ଟ୍ୟାଗ କରନ୍ତୁ । ' ଅଦା ଏହି ଭିଡିଓକୁ ଶେୟାର କରିବାର କିଛି ସମୟ ଭିତରେ ୬ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଦା ୨୦୦୮ରେ ଫିଲ୍ମ '୧୯୨୦' ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ୨୦୧୭ରେ ରିଲିଜ ହୋଇଥିବା ଫିଲ୍ମ 'କମାଣ୍ଡୋ ୨'ରେ ମଧ୍ୟ ସେ ନଜର ଆସିଥିଲେ । ଫିଲ୍ମରେ ଅଦାଙ୍କ ଚରିତ୍ରକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।
<urn:uuid:3fd186f4-872a-4788-b9c6-e94def65fad9>
CC-MAIN-2019-13
http://lifestyle.kanaknews.com/1920-actress-adah-sharma-dance-video-with-grandmother-goes-viral-on-internet/
2019-03-26T20:36:10Z
s3://commoncrawl/crawl-data/CC-MAIN-2019-13/segments/1552912206016.98/warc/CC-MAIN-20190326200359-20190326222359-00239.warc.gz
ory
0.999986
Orya
9
{"ory_Orya_score": 0.9999864101409912}
କନକ ବ୍ୟୁରୋ: ଏସୀୟ ଦୈଡକୁଦ ପ୍ରତିଯୋଗିତାରେ ଆଜି ଦୈଡିବେ ଓଡିଆ ଆଥଲେଟ୍ । ଆଜି ଟ୍ରାକରେ ହେଫ୍ଟାଥଲନ ବର୍ଗରେ ସକାଳେ ଅଂଶଗ୍ରହଣ କରିବେ ପୂର୍ଣ୍ଣିମା ହେମ୍ବମ୍ର । ସେହିଭଳି ୨୦୦ ମିଟର ମହିଳା ବର୍ଗରେ ଅଂଶଗ୍ରହଣ କରିବେ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ । ଅନ୍ୟପଟେ, ୨୦୦ ମିଟର ପୁରୁଷ ବର୍ଗରେ ବି ଭାଗ ନେବେ ଅମୀୟ ମଲ୍ଲିକ । ତେବେ କାଲି ୧୦୦ ମିଟର ଦୈଡରୁ ବାଦ ପଡିଥିଲେ ଅମୀଲ ମଲ୍ଲିକ । ସୂଚନା ମୁତାବକ, କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୨ତମ ଏସିଆନ୍ ଆଥଲେଟିକ୍ ମିଟରେ ଗତକାଲି ବ୍ରୋଂଚ ପଦକ ଜିତିଛନ୍ତି ଓଡିଆ ଧାବିକା ଦୂତି ଚାନ୍ଦ । ୧୦୦ମିଟର ଦୋ÷ଡ ଫାଇନାଲରେ ତୃତୀୟ ସ୍ଥାନରେ ରହି ଓଡିଶା ପାଇଁ ଗୋ÷ରବ ଆଣିଛନ୍ତି ଓଡିଆ ଧାବିକା । କାଜାକିସ୍ତାନର ଭିକ୍ଟୋରିଆ ଜାବାକିନା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସେହି କାଜାକିସ୍ତାନର ଓଲଗା ସାପ୍ରୋନୋଭା ରୌପ୍ୟ ପଦକ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭିକ୍ଟୋରିଆ ଜାବାକିନା ୧୧. ୩୯ ସେକେଣ୍ଡରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସେହିପରି ସାପ୍ରୋନୋଭା ୧୧. ୪୫ ସେକେଣ୍ଡରେ ଶହେମିଟର ଅତିକ୍ରମ କରି ରୌପ୍ୟ ପଦକ ହାସଲ କରିଛନ୍ତି । ତେବେ ଦୂତିଙ୍କ ସମୟ ଥିଲା ୧୧.୫୨ ସେକେଣ୍ଡ । ପୂର୍ବରୁ ସେମି ଫାଇନାଲରେ ଦୂତିଙ୍କ ଟାଇମିଂ ଥିଲା ୧୧.୫୬ ସେକେଣ୍ଡ । ଦୂତି ଚାନ୍ଦଙ୍କ ଦୋ÷÷ଡ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦକ ଜିତିବା ପରେ ଦୂତିଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି ଓଡିଶା ସରକାର । ଅନ୍ୟପଟେ, ୨୨ତମ ଏସିଆନ ଆଥେଲେଟିକ୍ ଚାମ୍ପିଅନସିପର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ପଦକ ତାଲିକାର ଶୀର୍ଷରେ ରହିଛି ଭାରତ । ୬ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୬ ବ୍ରୋଂଜ ସହ ୧୫ ଟି ପଦକ ପାଇଛି ଭାରତ । ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଂଜ ସହ ୧୦ଟି ପଦକ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ଚୀନ । ସେହିପରି ୩ ସ୍ୱଣ୍ଣ ଓ ଗୋଟିଏ ବ୍ରୋଂଜ ପଦକ ସହ ତୃତୀୟ ସ୍ଥାନରେ ଇରାନ ରହିଛି । ପଦକ ତାଲିକାରେ କାଜାଗସ୍ଥାନ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଂଜ ପାଇ ଚତୁର୍ଥ ସ୍ଥାନରେ ରହିଛି ।
<urn:uuid:32b0bdd7-8d7f-4bd9-a416-152186c18e36>
CC-MAIN-2019-13
http://kanaknews.com/asian-athletics-championship-2017-4/
2019-03-22T04:54:50Z
s3://commoncrawl/crawl-data/CC-MAIN-2019-13/segments/1552912202628.42/warc/CC-MAIN-20190322034516-20190322060516-00039.warc.gz
ory
0.999999
Orya
2
{"ory_Orya_score": 0.9999992847442627}
ଦହିର ବ୍ୟବହାର ତ ଆପଣ ବିଭିନ୍ନ ଉପାୟରେ କରୁଥିବେ । ଏହା କେବଳ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ତାହା ନୁହେଁ ବରଂ ତ୍ୱଚା କୋମଳ ମଧ୍ୟ କରିଥାଏ । ଏହାକୁ କେଶ ପାଇଁ ମଧ୍ୟ ଅଧିକାଂଶ ବ୍ୟକ୍ତି ବ୍ୟବହାର କରନ୍ତି । ରୋଷେଇରେ ସ୍ୱାଦିଷ୍ଟ ରେସିପି ପାଇଁ ମଧ୍ୟ ଦହିକୁ ବ୍ୟବହାର କରାଯାଏ । ତେବେ ଆପଣ ଭାବୁଥିବେ ଏହା ବ୍ୟତୀତ ଦହିର ଅନ୍ୟ କେଉଁ ଗୁଣ ରହିଛି ଯାହାକୁ ଆପଣ ଜାଣିନାହାଁନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଦହି ବିଷୟରେ ଅନ୍ୟ କେତେକ ଅଜଣା ଉପକାରୀ ଗୁଣ ବିଷୟରେ । ଯାହାକୁ ଜାଣିବା ପରେ ଆପଣ ଏହାକୁ ପ୍ରତିଦିନ ବ୍ୟବହାର ନ କରି ରହିପାରିବେ ନାହିଁ । ଏହା ଧୀରେ ଧୀରେ ଆପଣଙ୍କ ରୋଷେଇ ଘରର ଏକ ଭଲ ବନ୍ଧୁ ହୋଇଯିବ । ରୋଷେଇ କରିବା ସମୟରେ ଯଦି ତରକାରୀ ପୋଡିଯାଇଛି ତେବେ ସେଥିରେ ଅଳ୍ପ ମାତ୍ରାରେ ଦହି ମିଶାଇ ଦିଅନ୍ତୁ। ଏହାଦ୍ୱାରା ପୋଡା ଗନ୍ଧ ଦୂର ହୋଇଯିବ। ଗ୍ରେଭିକୁ ସ୍ବାଦିଷ୍ଟ କରିବାକୁ ହେଲେ ପିଆଜ,ରସୁଣ,ଅଦା ଓ ଦୁଇରୁ -ଚାରିଟି ଭିଜା ପେସ୍ତା ବାଦାମକୁ ଗ୍ରାଇଣ୍ଡ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ତରକାରୀ ଟେଷ୍ଟି ହେବ। କୌଣସି ବି ଜିନିଷକୁ ଘିଅ କିମ୍ବା ତେଲରେ ଭାଜିବା ପୂର୍ବରୁ ସେଥିରେ କେଇ ବୁନ୍ଦା ସିର୍କା ପକାଇ ଦିଅନ୍ତୁ। ଦେଖିବେ ଡିଶ୍ର ସ୍ବାଦ ବଢ଼ିବା ସହ ରଙ୍ଗ ବି ଭଲ ଆସିବ। ରାଇତା ବାଢ଼ିବା ପୂର୍ବରୁ ସେଥିରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ରାଇତା ଖଟା ହେବନି। ପନିପରିବା ଶିଝାଇବା ସମୟରେ ଅଳ୍ପ ପରିମାଣରେ ଲୁଣ ମିଶାନ୍ତୁ ଦେଖିବେ ଖାଦ୍ୟର ସ୍ବାଦ ବଢ଼ି ଯାଇଥାଏ। ଯଦି ଲେମ୍ବୁ ଆଚାର ଖରାପ୍ ହେବାକୁ ଯାଉଛି ସେଥିରେ ସିର୍କା ପକାଇ ଦିଅନ୍ତୁ। ଆଚାର ଫ୍ରେଶ ଲାଗିବ। ଦହି ବରା ପ୍ରସ୍ତୁତ କରିବା ସମୟରେ ଆଣରେ ଅଳ୍ପ ଦହି ମିଶାଇ ତାକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହି ଆଣରେ ପ୍ରସ୍ତୁତ ବରା ସ୍ବାଦିଷ୍ଟ ହେବା ସହ ନରମ ମଧ୍ୟ ହୋଇଥାଏ।
<urn:uuid:3e46757c-e84e-4ffd-9977-a3e0ebeeb8e7>
CC-MAIN-2019-13
http://lifestyle.kanaknews.com/know-how-curd-is-a-best-friend-in-your-kitchen/
2019-03-23T08:35:47Z
s3://commoncrawl/crawl-data/CC-MAIN-2019-13/segments/1552912202781.33/warc/CC-MAIN-20190323080959-20190323102959-00199.warc.gz
ory
1.000003
Orya
8
{"ory_Orya_score": 1.0000025033950806}
ବିଧାନସଭାର ସ୍ୱାଧିକାର ଭଙ୍ଗ ନୋଟିସରେ ବାଚସ୍ପତିଙ୍କ ନିକଟରେ ହାଜର ହେଲେ ଜାଗି ପଣ୍ଡା । ଅଧା ରହିଲା ଆଲୋଚନା, ପ୍ରତିକ୍ରିୟାରେ କହିଲେ ମହିଳା ଉଦ୍ୟୋଗି ହିସାବରେ ମୁଁ ହତାସ କନକ ବ୍ୟୁରୋ: ଗୃହର ସ୍ୱାଧୀକାର ଭଙ୍ଗ କରିବା ଘଟଣାରେ ଆଜି ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହୋଇଛନ୍ତି ଓଡିଶା ଟେଲିଭିଜନ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା । ତେବେ ଆଜି ହୋଇଥିବା ଆଲୋଚନା ସମ୍ପୁର୍ଣ୍ଣ ହୋଇପାରିନଥିଲା । ପୁଣି ଥରେ ଦିନ ଧାର୍ଯ୍ୟ ହୋଇ ଆଲୋଚନା କରାଯିବ ବୋଲି ଜଣାପଡିଛି । ଜାଗିଙ୍କୁ ହାଜର ହେବା ପାଇଁ କମିଟି ଜାନୁଆରୀ ୨୮ କିମ୍ବା ତା ପୂର୍ବରୁ ହାଜର ହେବାକୁ ନୋଟିସ ଦେଇଥିଲେ । ଗତବର୍ଷ ନଭେମ୍ବର ୧୯ ତାରିଖରେ ଓଟିଭିରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣ କରାଯାଇଥିଲା । ଏହା ବିଧାନସଭାର ଅପମାନ କରୁଥିବା ଅଭିଯୋଗ ହୋଇଥିଲା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ । ତେବେ ବାଚସ୍ପତିଙ୍କ ନିକଟରେ ହାଜର ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜାଗି ମଙ୍ଗତ ପଣ୍ଡା । ମହିଳା ଶିଳ୍ପ ଉଦ୍ୟୋଗୀ ହିସାବରେ ମୁଁ ହତାସ ବୋଲି କହିଛନ୍ତି ଜାଗି । ସେ ଆହୁରୀ ମଧ୍ୟ କହିଛନ୍ତି କି, ମୁଁ ଗତ ୨୨ ବର୍ଷ ହେଲା ଓଡିଶାରେ ଜଣେ ମହିଳା ଉଦ୍ୟୋଗପତି ଭାବରେ କାମ କରିଆସୁଛି । କିନ୍ତୁ ଏବେ ଆମକୁ ହତାସ କରାଯାଉଛି ବୋଲି ମୁଁ ଅନୁଭବ କରୁଛି । ଆମକୁ ବିଭିନ୍ନ ଦିଗରୁ ଆକ୍ରମଣ କରାଯାଉଥିବା ନେଇ ଓଡିଶା ଟେଲିଭିଜନ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ।
<urn:uuid:910d83b8-f0fc-44f0-88c9-713a758448a3>
CC-MAIN-2019-13
http://kanaknews.com/i-feel-extremely-harassed-jagi-panda/
2019-03-23T22:50:10Z
s3://commoncrawl/crawl-data/CC-MAIN-2019-13/segments/1552912203093.63/warc/CC-MAIN-20190323221914-20190324003914-00514.warc.gz
ory
0.999971
Orya
2
{"ory_Orya_score": 0.9999711513519287}
ପ୍ରଶ୍ନପତ୍ର ଲିକର କ୍ରାଇମବ୍ରାଂଚ ତଦନ୍ତ ହେଲେ କଣ ସୁଫଳ ମିଳିବ? ଉତ୍ତରଦାୟିତ୍ୱର ଘୋର ଅଭାବ ଓ ଖାମଖିଆଲି ମନୋଭାବ ଦୂର ହୋଇପାରିବ କି? କନକ ବ୍ୟୁରୋ : ବିନା କୈାଣସି ତ୍ରୁଟି ବିଚ୍ୟୁତି ବା ପ୍ରଶ୍ନପତ୍ର ଲିକ୍ ବିନା ଏକ ସୁବ୍ୟବସ୍ଥିତ ଢଙ୍ଗରେ ପରୀକ୍ଷା ପରିଚାଳନା କରିବା ପାଇଁ ଆମେ କଣ ଅସମର୍ଥ କି? ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେତେବେଳେ ପରୀକ୍ଷା ହେବାର ବହୁ ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇ ମାର୍କେଟକୁ ଆସିଯାଏ, ଆଉ ଗୋଟିଏ ପରେ ଗୋଟିଏ ମୋବାଇଲରୁ ଘୁରିବୁଲେ । ଖାଲି ଏତିକୁ ନୁହେଁ, କେଉଁ ପ୍ରଶ୍ନ ପାଇଁ କେଉଁ ଉତ୍ତର ତାହା ମଧ୍ୟ ପରୀକ୍ଷାର୍ଥୀଙ୍କ ନିକଟରେ ଉପଲବ୍ଧ ହୋଇଯାଏ । ଏହାର ଅର୍ଥ କଣ? ଯେଉଁମାନଙ୍କ ଉପରେ ଏହି ଗୁରୁ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଛି, ସେମାନେ ନିଜ କର୍ତ୍ତବ୍ୟକୁ ସଠିକ ଭାବେ ନିର୍ବାହ କରିପାରୁନାହାନ୍ତି । ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହେବାପରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଲେଖାଯାଇଛି । କିନ୍ତୁ ଏହାର ପ୍ରଭାବ କଣ ପଡିବ? ଅତୀତର ପ୍ରଶ୍ନ ପତ୍ର ଲିକ ଘଟଣାୁ କଣ ଶିକ୍ଷା ମିଳିଛି? କ୍ରାଇମବ୍ରାଂଚ ତଦନ୍ତର ପ୍ରଭାବ କଣ? ଆଉ କଣ ପ୍ରଶ୍ନପତ୍ର ଲିକ ହେବନାହିଁ? ଏହାର ଉତ୍ତର କିଏ ରଖିବ? କେତେବେଳେ ଯୁକ୍ତ ଦୁଇ ପ୍ରଶ୍ନ ପତ୍ର ଲିକ ହୋଇଯାଉଛି ତ କେତେବେଳେ ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଲିକ ନେଇ ଚର୍ଚ୍ଚା ହୋଇଛି । କିନ୍ତୁ ବ୍ୟବସ୍ଥା କେବେ ବି ସୁଧୁରି ପାରିନାହିଁ । ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ଲିକ୍ ହୋଇଛି । ଦୁଇଟି ସିଟିଂରେ ଥିବା ପରୀକ୍ଷା ପୂର୍ବରୁ ଲିକ୍ ହେଲା ଓଟିଇଟି ପ୍ରଶ୍ନପତ୍ର । ଓଟିଇଟି ପ୍ରଥମ ସିଟିଂର ଶିକ୍ଷାଶାସ୍ତ୍ର ପରୀକ୍ଷା ଥିଲା । ଆଉ ପରୀକ୍ଷା ପୂର୍ବରୁ ସୋସିଆଲ ମିଡ଼ିଆରେ ଘୁରିବୁଲିଲା ପ୍ରଶ୍ନପତ୍ର । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିବା ପରେ ପ୍ରଶ୍ନପତ୍ର ଲିକ ନେଇ ପ୍ରମାଣ ମିଳିଥିଲା । ପ୍ରଶ୍ନପତ୍ର ଲିକ ହେବାପରେ ବାତିଲ ହୋଇଯାଇଛି ଓଟିିଇଟି ପରୀକ୍ଷା । ତେବେ ଏହା ନୂଆକଥା ନୁହେଁ, ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ଗତବର୍ଷ ସିବିଏସଇ, ମାଟ୍ରିକ ଓ ବିପିୟୁଟି ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ତେବେ ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ଦର୍ଶାଉଛି, ବ୍ୟବସ୍ଥିତ ଢଙ୍ଗରେ ଗୋଟିଏ ପରୀକ୍ଷା କରାଇବାକୁ ମଧ୍ୟ ଆମେ ଅସମର୍ଥ । ପରୀକ୍ଷା ସୁପରିଚାଳନାରେ ବିଫଳତା ଜଳ ଜଳ ହୋଇ ଦେଖାଯାଉଛି । ପିଲାଙ୍କ ଭବିଷ୍ୟତ ଗଢ଼ୁଥିବା ଶିକ୍ଷକଙ୍କ ପ୍ରଶ୍ନପତ୍ର ଯଦି ଲିକ୍ ହେବ, ତେବେ କ'ଣ ହେବ ଛାତ୍ରଛାତ୍ରୀଙ୍କ ଅବସ୍ଥା । ଏପରି ସାଂଘାତିକ ସମସ୍ୟା ପାଇଁ ଦାୟୀ କିଏ ? କାହିଁକି ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ଘଟୁଛି ? ଗୋଟିଏ ପଟେ ରାଜ୍ୟରେ ଶିକ୍ଷକ ମରୁଡ଼ି, ଠିକା ନିଯୁକ୍ତି, ଆଉ ଏବେ ପରୀକ୍ଷା ପତ୍ର ଲିକ୍ ଶକ୍ଷାର ଭିତ୍ତିଭୁମିକୁ ଦୋହଲାଇ ଦେଉଛି । ଦୁର୍ବଳ ଭିତ୍ତିଭୂମି ଯୋଗୁଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିପାରୁନାହାନ୍ତି ଅଭିଭାବକ । ସରକାରୀ ଚାକିରିଟିଏ ପାଇଁ ଅବା ଚାକିରୀରେ ପଦୋନ୍ନତି ପାଇଁ ଯେଉଁ ପରୀକ୍ଷା ମାନ କରାଯାଇଥାଏ, ତାକୁ ଯଦି ସଠିକ ଢଙ୍ଗରେ ପରିଚାଳନା କରାନଯାଏ ତେବେ ବୁଝିବାକୁ ପଡିବ ପୁରା ବ୍ୟବସ୍ଥାରେ କିଛି ତ୍ରୁଟି ରହିଛି । ଅଥବା ଯେଉଁମାନେ ଦାୟିତ୍ୱରେ ଅଛନ୍ତି, ସେମାନଙ୍କ ମନରେ ଡର ବା ଭୟ ନାହିଁ । ନଚେତ ବାରମ୍ବାର ଏଭଳି ଘଟଣା ଘଟନ୍ତାନି, କିମବ୍ା କାହା ଭବିଷ୍ୟତ ସହ ଖେଳ ଖେଳିବାକୁ କେହି ସାହାସ କରିପାରନ୍ତେନି ।
<urn:uuid:febdb03c-8c22-41a8-b8f3-512d3d84fc63>
CC-MAIN-2019-13
http://kanaknews.com/otet-exam-question-paper-viral-before-exam-who-is-responsible-11/
2019-03-23T22:49:34Z
s3://commoncrawl/crawl-data/CC-MAIN-2019-13/segments/1552912203093.63/warc/CC-MAIN-20190323221914-20190324003914-00514.warc.gz
ory
1.000006
Orya
3
{"ory_Orya_score": 1.0000061988830566}
'ମୁଝ୍କୋ ରାଣାଜୀ ମାଫ୍ କର୍ନା..' ଗୀତରେ ମହିଳା ଶିଳ୍ପୀଙ୍କ ସହ ଅଶ୍ଲୀଳ ନୃତ୍ୟ କରୁଥିବା ନେତାଙ୍କ ଭିଡ଼ିଓ ଭାଇରାଲ ମଣ୍ଡସୌର : ମଧ୍ୟପ୍ରଦେଶର ଜନୈକ କଂଗ୍ରେସ ନେତା ଏବଂ ପାଟିଦାର ସମାଜର ନେତା ବାବୁଲାଲ ପାଟିଦାର ଏକ ଗୀତରେ ମହିଳା ନୃତ୍ୟଶିଳ୍ପୀଙ୍କ ସହ ଅଶ୍ଲୀଳ ଭାବରେ ନାଚୁଥିବାର ଭିଡ଼ିଓ ଭାଇରାଲ ହୋଇଛି । ମଣ୍ଡସୌରରେ ହେଉଥିବା ଏକ ବିବାହରେ ଯୋଗ ଦେବାକୁ ଯାଇ ବାବୁଲାଲ ପାଟିଦାର ଜଣେ ମହିଳା ନୃତ୍ୟଶିଳ୍ପୀଙ୍କ ସହ ଅଶ୍ଲୀଳ ଭଙ୍ଗୀରେ ନାଚିଥିଲେ ବୋଲି ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଏହି ଭିଡ଼ିଓରେ ସେ 'ମୁଝ୍କୋ ରାଣାଜୀ ମାଫ୍ କର୍ନା..' ଗୀତରେ ସେ ନାଚୁଥିବାର ଦେଖା ଯାଇଥିଲା । କେବଳ ସେତିକି ନୁହେଁ, ନାଚ ବେଳେ ସେ ଟଙ୍କା ଉଡାଉଥିବା ବି ଦେଖାଯାଇଛି। ବାବୁଲାଲ ସେ ଅଞ୍ଚଳର ଜଣେ ଜଣା ଶୁଣା କଂଗ୍ରେସ ନେତା ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ବାବୁଲାଲଙ୍କ ଏପରି କାର୍ଯ୍ୟକୁ ଲୋକେ କଡା ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଜଣେ ନେତା ହୋଇ ମଧ୍ୟ ସେ ଏମିତି କିପରି କରି ପାରିଲେ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ବିପକ୍ଷ ଦଳର ନେତାମାନେ ବାବୁଲାଲଙ୍କ ଏହି କାମକୁ ନିନ୍ଦା କରିବା ସହ କଂଗ୍ରେସ ଦଳର ଅନ୍ୟ ସଭ୍ୟମାନେ ତାଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଥିବା ଜଣା ପଡ଼ିଛି ।
<urn:uuid:acb27002-0375-4469-a29f-17a07267b8ea>
CC-MAIN-2019-13
http://sambad.in/crime/mandsaur-congress-leader-babulal-patidar-obscene-dance-with-girl-dancer-133368/
2019-03-23T23:28:09Z
s3://commoncrawl/crawl-data/CC-MAIN-2019-13/segments/1552912203093.63/warc/CC-MAIN-20190323221914-20190324003914-00514.warc.gz
ory
0.999997
Orya
5
{"ory_Orya_score": 0.9999966621398926}
ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କଳାଜିରା ! ଜାଣନ୍ତୁ କିପରି କରିବେ ବ୍ୟବହାର ସୁନ୍ଦର ଦେଖାଯିବା ପାଇଁ ଆମେ ଅନେକ ଉପାୟ ଆପଣାଇ ଥାଉ ଏବଂ ଏଥିପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଦେଶୀ ଉପାୟ ଅଛି ଯାହା ଆପଣଙ୍କୁ ସୁନ୍ଦର କରିବା ସହ ଆପଣଙ୍କ ତ୍ୱଚାକୁ ଚମକ ପ୍ରଦାନ କରିଥାଏ । ଆଉ ଏ କ୍ଷେତ୍ରରେ କଳାଜିରା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଏବେ ନଜର ପକାନ୍ତୁ ସୌନ୍ଦର୍ଯ୍ୟ ପାଇଁ କପରି କରିବେ କଳାଜିରାର ବ୍ୟବହାର : – କଳାଜିରା ପେଷ୍ଟକୁ ମହୁରେ ମିଶାଇ ମୁହଁରେ ଲଗାଇଲେ ମୁହଁ ଉଜ୍ଜଳ ଦେଖାଯାଇଥାଏ । – କଳାଜିରା ଗୁଣ୍ଡକୁ ସୋରିଷ ତେଲରେ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାର ଶୁଷ୍କତା ଦୂର ହୋଇଥାଏ । – କଳାଜିରା ଓ ମେଥି ଗୁଣ୍ଡକୁ ନଡିଆ ତେଲରେ ମିଶାଇ କେଶରେ ଲଗାଇବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଥାଏ । – ଲେମ୍ବୁ ରସରେ କଳାଜିରାର ପେଷ୍ଟ ମିଶାଇ ମୁହଁରେ ଲଗାଇବା ଦ୍ୱାରା ମୁହଁରେ ଉଠିଥିବା ବ୍ରଣ ଦୂର ହୋଇଥାଏ । – କଳାଜିରା ଓ ଅଲିଭ୍ ଅଏଲର ମିଶ୍ରଣକୁ ଶରୀରରେ ଲଗାଇବା ଦ୍ୱାରା ମୃତ କୋଷ ହଟିଯିବା ସହ କଳାପଣରୁ ମଧ୍ୟ ରକ୍ଷା ମିଳିଥାଏ । – କଳାଜିରାକୁ ଗୁଣ୍ଡକରି ଏଥିରେ ଲହୁଣୀ ମିଶାଇ ବ୍ୟବହାର କରିବା ଦ୍ୱରା ମୁହଁରେ ଦେଖାଯାଉଥିବା ଭାଙ୍ଗ ଦୂର ହୋଇଥାଏ । – କଳାଜିରା ପେଷ୍ଟସହ ଦହି ମିଶାଇ ଚୁଟିରେ ଲଗାଇବା ଦ୍ୱାରା କେଶରେ ଚମକ ଆସିଥାଏ । – ଆପଣଙ୍କ ଗୋଡ ଫାଟୁଥିଲେ କଳାଜିରା ପେଷ୍ଟ ସହ ଲେମ୍ବୁରସ ଓ ଲହୁଣୀ ମିଶାଇ ଲଗାଇବା ଦ୍ୱାରା ଗୋଡ ଫାଟିବା ବନ୍ଦ ହୋଇଥାଏ । – କଳାଜିରା ଓ ବାଦାମକୁ ଗୁଣ୍ଡକରି ସେଥିରେ କ୍ଷୀର ମିଶାଇ ତ୍ୱଚାରେ ଲଗାଇଲେ ତ୍ୱଚା ନରମ ହୋଇଥାଏ ।
<urn:uuid:2f6926d5-d27e-4cbd-bb3c-0bb457b530c9>
CC-MAIN-2019-13
http://kanaknews.com/black-cumin-benefits/
2019-03-24T02:56:15Z
s3://commoncrawl/crawl-data/CC-MAIN-2019-13/segments/1552912203168.70/warc/CC-MAIN-20190324022143-20190324044143-00400.warc.gz
ory
0.999943
Orya
6
{"ory_Orya_score": 0.9999434947967529}